BSE Odisha 6th Class Science Important Questions Chapter 18 ଆବର୍ଜନା

Odisha State Board BSE Odisha 6th Class Science Important Questions Chapter 18 ଆବର୍ଜନା Important Questions and Answers.

BSE Odisha Class 6 Science Important Questions Chapter 18 ଆବର୍ଜନା

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ପୁନଃ ଚକ୍ରଣଯୋଗ୍ୟ ଆବର୍ଜନାର ଚାରୋଟି ଉଦାହରଣ ଦିଅ ।
ଉ –
ପୁନଃଚକ୍ରଣଯୋଗ୍ୟ ଆବର୍ଜନାର 4ଟି ଉଦାହରଣ ହେଲା – କାଗଜ, କାଚ, ଧାତବ ପଦାର୍ଥ ଓ ପ୍ଲାଷ୍ଟିକ୍ ।

Question 2.
ପୁନଃଚକ୍ରଣ ଅଯୋଗ୍ୟ ଆବର୍ଜନା କ’ଣ ଉଦାହରଣ ସହ ଲେଖ ।
ଉ –
ଯେଉଁ ଆବର୍ଜନାକୁ ପୁନର୍ବାର ବ୍ୟବହାର ଉପଯୋଗୀ କରାଯାଇପାରିବ ନାହିଁ, ସେଗୁଡ଼ିକୁ ପୁନଃଚକ୍ରଣ ଅଯୋଗ୍ୟ ଆବର୍ଜନା କୁହାଯାଏ ।

BSE Odisha 6th Class Science Important Questions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ

Question 3.
ଆବର୍ଜନା କ’ଣ ? ଆବର୍ଜନାର ଶ୍ରେଣୀବିଭାଗ କର ।
ଉ –

  • ଯେଉଁ ବସ୍ତୁଗୁଡ଼ିକ ସାଧାରଣତଃ ଆମ ବ୍ୟବହାରରେ ଲାଗେ ନାହିଁ, ତାହାକୁ ଆବର୍ଜନା କୁହାଯାଏ ।
  • ଆବର୍ଜନାର ନିର୍ଦ୍ଦିଷ୍ଟ କେତୋଟି ଗୁଣକୁ ଆଧାର କରି ସେଗୁଡ଼ିକ ଶ୍ରେଣୀ ବିଭାଗ କରାଯାଇଥାଏ; ଯଥା – କଠିନ ଓ ନରମ ଆବର୍ଜନା, ଅଜୈବିକ ଓ ଜୈବିକ ଆବର୍ଜନା, ଅବକ୍ଷୟ ହୋଇପାରୁଥ‌ିବା ଓ ଅବକ୍ଷୟ ହୋଇପାରୁ ନଥ‌ିବା ଆବର୍ଜନା ଏବଂ ପୁନଃଚକ୍ରଣକ୍ଷମ ଓ ପୁନଃଚକ୍ରଣ ଅକ୍ଷମ ଆବର୍ଜନା ।

ଦୀର୍ଘ ପ୍ରଶ୍ନୋତ୍ତର

Question 1.
ଛିଣ୍ଡା ପଲିଥନ୍ ବ୍ୟାଟ୍‌କୁ କାହିଁକି ମାଟିରେ ପୋତାଯାଏ ନାହିଁ ?
ଉ –
(i) ବିଭିନ୍ନ ଅଳିଆ ଆବର୍ଜନା ମାଟିରେ ପୋତିଦେଲେ ତାହା ପଚିଶଢ଼ି ମାଟିରେ ମିଶି ମାଟିର ଉର୍ବରତା ବଢ଼ାଏ ।
(ii) ପଲିଥନ୍ ଏପରି ଏକ ରାସାୟନିକ ପଦାର୍ଥର ସମ୍ମିଶ୍ରଣରୁ ତିଆରି, ଯାହା ମାଟିରେ କୌଣସି ପ୍ରକାରେ ମିଶିପାରେ ନାହିଁ; ବରଂ ମାଟିରେ ରହି ମାଟିକୁ ଦୂଷିତ କରେ ।
(iii) ତେଣୁ ଛିଣ୍ଡା ପଲିଥନ୍ ବ୍ୟାଗରୁ ପୁନଃ ବ୍ୟବହାର ଉପଯୋଗୀ ପଲିଥୁନିର୍ମିତ ଜିନିଷ ତିଆରି କରାଯାଇପାରିବ ।
(iv) ପଲିଥୁନ୍ ମାଟିରେ ମିଶିପାରୁ ନଥିବାରୁ ଓ ମାଟିକୁ ଦୂଷିତ କରୁଥିବାରୁ ଛିଣ୍ଡା ପଲିଥନ୍ ବ୍ୟାଗ୍ ଇତ୍ୟାଦିକୁ ମାଟିରେ ପୋତାଯାଏ ନାହିଁ ।

Question 2.
ପ୍ଲାଷ୍ଟିକ୍ ବ୍ୟବହାରରେ କେଉଁ କେଉଁ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ?
ଉ –
(i) ପ୍ଲାଷ୍ଟିକ୍ ବ୍ୟବହାର କମ୍ କରିବା ଉଚିତ ।
(ii) ପ୍ଲାଷ୍ଟିକ୍ ମୁଣିରେ କୌଣସି ଖାଦ୍ୟ ବା ପରିବା ଚୋପା ରଖ୍ ଫିଙ୍ଗିବା ଅନୁଚିତ । କାରଣ ବେଳେବେଳେ ସେହି ପ୍ଲାଷ୍ଟିକ୍ ମୁଣିକୁ ଗୋରୁଗାଈମାନେ ଖାଇଦିଅନ୍ତି । ଫଳରେ ସେମାନଙ୍କ ପେଟରେ ସମସ୍ୟା ସୃଷ୍ଟି ହୁଏ ।
(iii) ପ୍ଲାଷ୍ଟିକ୍ ପ୍ୟାକେଟ୍‌ରେ ବେଶି ଦିନ ରହିଥ‌ିବା ଖାଦ୍ୟ ଖାଇବା ଅନୁଚିତ । କାରଣ ବେଳେବେଳେ ଉତ୍ତାପ ଯୋଗୁଁ ପ୍ୟାକେଟ୍‌ରେ ବିଷାକ୍ତ ଗ୍ୟାସ୍ ସୃଷ୍ଟି ହୋଇଥାଏ । ସେହି ଖାଦ୍ୟକୁ ଖାଇଲେ ପେଟ ଖରାପ ହୁଏ ।

BSE Odisha 6th Class Science Important Questions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ

ବସ୍ତୁନିଷ୍ଠ ପ୍ରଶୋଉର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ଓଳାଇ ଫୋପାଡ଼ିଦେଉଥ‌ିବା ପଦାର୍ଥଗୁଡ଼ିକୁ …………………… କୁହାଯାଏ ।
(ଖ)
(ଗ) ଚିରାକାଗଜ …………………… ଦିନରେ କ୍ଷୟ ହୁଏ ।
(ଘ) ପ୍ଲାଷ୍ଟିକ୍ ଢାଳିଲେ …………………… ପ୍ରଦୂଷିତ ହୁଏ ।
(ଙ) ଯେଉଁ ବସ୍ତୁଗୁଡ଼ିକ ସାଧାରଣତଃ ଆମ ବ୍ୟବହାରରେ ଲାଗେ ନାହିଁ …………………… କୁହାଯାଏ ।
ଉ –
(କ) ଅଳିଆ
(ଖ) ଖଡ
(ଗ) ୧୦ରୁ ୩୦
(ଘ) ବାୟୁ
(ଙ) ଆବର୍ଜନା ।

Question 2.
ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।

(କ) କେଉଁଟିର ଶୀଘ୍ର ଅବକ୍ଷୟ ଘଟେ ?
(i) କାଠ
(ii) କପଡ଼ା
(iii) ପଚାଫଳ
(iv) ପଶମ
ଉ –
(iii) ପଚାଫଳ

(ଖ) କେଉଁଟି ପୁନଃଚକ୍ରଣ ଅଯୋଗ୍ୟ ଆବର୍ଜନା ?
(i) ସଂକ୍ରମିତ ଛୁଞ୍ଚ୍
(ii) ପୁରୁଣା ଟିଣ
(iii) କାଠ
(iv) ପ୍ଲାଷ୍ଟିକ୍ ଖେଳନା
ଉ –
(i) ସଂକ୍ରମିତ ଛୁଞ୍ଚ୍

BSE Odisha 6th Class Science Important Questions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ

(ଗ) କେଉଁଟି ଅବକ୍ଷୟ ହୁଏ ନାହିଁ ?
(i) ଟିଣ
(ii) କାଚ
(iii) କାଠ
(iv) ପ୍ଲାଷ୍ଟିକ୍
ଉ –
(ii) କାଚ

(ଘ) କେଉଁଟି ଜୈବିକ ଆବର୍ଜନା ?
(i) କାଗଜ
(ii) କାଚ
(iii) ପଲିଥନ୍
(iv) ପ୍ଲାଷ୍ଟିକ୍
ଉ –
(i) କାଗଜ

(ଙ) ପଲିଥନ୍ ଖାଇଥିବା ଗାଈର କେଉଁ ଅଙ୍ଗରେ ସମସ୍ୟା ଦେଖାଦିଏ ?
(i) ବୃକ୍‌କ
(ii) ଫୁସ୍‌ଫୁସ୍
(ii) ହୃତ୍‌ପିଣ୍ଡ
(iv) ପାକସ୍ଥଳୀ
ଉ –
(iv) ପାକସ୍ଥଳୀ

Question 3.
ପ୍ରଥମ ଶବ୍ଦଦ୍ୱୟର ସମ୍ପର୍କ ଦେଖ୍ ତୃତୀୟ ଶବ୍ଦସହ ସମ୍ପର୍କିତ ଶବ୍ଦଟି ଲେଖ ।
(କ) ତୁଳା : ଅବକ୍ଷୟ ହୁଏ :: କାଚ : ………………….
(ଖ) ପଲିଥରୁ ତିଆରି ଆବର୍ଜନା : ପୁନଃଚକ୍ରଣ ଯୋଗ୍ୟ :: ହସ୍‌ପିଟାଲର ସଂକ୍ରମିତ ହୋଇଥିବା ଆବର୍ଜନା : ………………….
(ଗ) ପନିପରିବା ଚୋପା : ଜୈବିନିଞ୍ଜୀକରଣ :: ଭଙ୍ଗାକାଚ : ………………….
(ଘ) ପରିବା ଚୋପା : ଆଚାର :: କୁକୁଡ଼ା ମଳ : ………………….
ଉ –
(କ) ଅବକ୍ଷୟ ହୁଏ ନାହିଁ
(ଖ) ପୁନଃଚକ୍ରଣ ଅଯୋଗ୍ୟ
(ଗ) ଜୈବନିମ୍ନୀକରଣ ଅଯୋଗ୍ୟ
(ଘ) ଖତ ।

BSE Odisha 6th Class Science Important Questions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ

Question 4.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) କାଠ ଅବକ୍ଷୟ ହୁଏ ନାହିଁ ।
(ଖ) ପଲିଥନ୍ ଜୈବିକ ଆବର୍ଜନା ।
(ଗ) ପୁନଃଚକଣ ଅଯୋଗ୍ୟ ଆବର୍ଜନା ହେଉଛି ଭଙ୍ଗା କାଚ ।
(ଘ) ପ୍ଲାଷ୍ଟିକ୍ ବ୍ୟବହାରରେ ଅପକାରିତାଠାରୁ ଉପକାରିତା ଅଧ୍ଵ ।
(ଙ) କାଚ ପୁନଃଚକଣ ଅଯୋଗ୍ୟ ଆବର୍ଜନା ।
ଉ –
(କ) କାଚ ଅବକ୍ଷୟ ହୁଏ ନାହିଁ ।
(ଖ) କାଗଜ ଜୈବିକ ଆବର୍ଜନା ।
(ଗ) ପୁନଃଚକ୍ରଣ ଅଯୋଗ୍ୟ ଆବର୍ଜନା ହେଉଛି ସଂକ୍ରମିତ ଛୁଞ୍ଚ୍ ।
(ଘ) ପ୍ଲାଷ୍ଟିକ୍ ବ୍ୟବହାରରେ ଉପକାରିତାଠାରୁ ଅପକାରିତା ଅଧ୍ଵ ।
(ଙ) କାଚ ପୁନଃଚକ୍ରଣ ଯୋଗ୍ୟ ଆବର୍ଜନା ।

Question 5.
ଠିକ୍ ଉତ୍ତର ପାଖରେ (✓) ଚିହ୍ନ ଓ ଭୁଲ୍ ଉତ୍ତର ପାଖରେ (✗) ଚିହ୍ନ ଦିଅ ।
(କ) ପ୍ଲାଷ୍ଟିକ୍ ଜଳିଲେ ବାୟୁ ପ୍ରଦୂଷିତ ହୁଏ ନାହିଁ । (✗)
(ଖ) କାଚ ଅବକ୍ଷୟ ହୁଏ ନାହିଁ । (✓)
(ଗ) ପଲିଥୁରୁ ତିଆରି ଜିନିଷ ପୁନଃ ଚକ୍ରଣ ଯୋଗ୍ୟ ଆବର୍ଜନା ଅଟେ । (✓)
(ଘ) ପ୍ରାଣୀଘାତ ପଦାର୍ଥ ଜୈବ ନିମ୍ନୀକରଣ ଅଯୋଗ୍ୟ ଆବର୍ଜନା ଅଟେ । (✗)
(ଙ) ପଲିଥନ୍ ଜୈବିକ ଆବର୍ଜନା । (✗)

BSE Odisha 6th Class Science Important Questions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ

Question 6.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
BSE Odisha 6th Class Science Important Questions Chapter 18 ଆବର୍ଜନା - 1
ଉ –
BSE Odisha 6th Class Science Important Questions Chapter 18 ଆବର୍ଜନା - 2

Leave a Comment