BSE Odisha 6th Class Science Important Questions Chapter 8 ପରିସ୍ଥାନ

Odisha State Board BSE Odisha 6th Class Science Important Questions Chapter 8 ପରିସ୍ଥାନ Important Questions and Answers.

BSE Odisha Class 6 Science Important Questions Chapter 8 ପରିସ୍ଥାନ

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
କେଉଁ କେଉଁ ଅଙ୍ଗ ଜଳଜ ପ୍ରାଣୀମାନଙ୍କ ଉପଯୋଜନରେ ସହାୟକ ହୋଇଥାଏ ?
ଉ –
ଜଳଜ ପ୍ରାଣୀମାନଙ୍କର ଶରୀର, ଆକୃତି, ଗାଲି, ଲାଞ୍ଜର ଉପସ୍ଥିତି, କାତି କିମ୍ବା ଲାଳଯୁକ୍ତ ଶରୀର, ପରଦାଯୁକ୍ତ ପକ୍ଷ ଆଦି ଉପଯୋଜନରେ ସହାୟକ ହୋଇଥାଏ ।

Question 2.
ସ୍ଥଳଚର ଓ ଜଳଚର ପ୍ରାଣୀମାନେ କେଉଁ କେଉଁ ପରିସ୍ଥାନରେ ରହିଥା’ନ୍ତି ?
ଉ –

  • ସ୍ଥଳଚର ପ୍ରାଣୀମାନେ ଜଙ୍ଗଲ, ମରୁଭୂମି, ତୃଣଭୂମି, ପାର୍ବତ୍ୟାଞ୍ଚଳ ଆଦିରେ ରହିଥା’ନ୍ତି ।
  • ଜଳଚର ପ୍ରାଣୀମାନେ ନଦୀ, ହ୍ରଦ, ପୋଖରୀ, ସମୁଦ୍ର ଇତ୍ୟାଦିରେ ରହିଥା’ନ୍ତି ।

Question 3.
ଉପଯୋଜନ କ’ଣ ଏକ ଉଦାହରଣ ଦେଇ ଲେଖ ।
ଉ –

  • ପରିବେଶ ଓ ପରିବେଶର ପରିବର୍ତ୍ତନ ସହ ତାଳଦେଇ ପ୍ରତ୍ୟେକ ଜୀବର ଗାଠନିକ ଓ କ୍ରିୟାତ୍ମକ ପରିବର୍ତ୍ତନକୁ ଉପଯୋଜନ କୁହାଯାଏ ।
  • ଓଟର ପାଦଗୁଡ଼ିକ ମରୁବାଲିରେ ଚାଲିବାପାଇଁ ଓ ତା’ର ପିଠି ଉପରେ ଥ‌ିବା କୁଜଟି ଖାଦ୍ୟାଭାବ ସମୟରେ ସହାୟତା କରେ । ଓଟର ଏହି ପରିବର୍ତ୍ତନଗୁଡ଼ିକ ଦ୍ଵାରା ସେ ମରୁଭୂମିରେ ବଞ୍ଚରେ ।

Question 4.
ପରିସ୍ଥାନ ପରିବର୍ତ୍ତନ ହେଲେ କ’ଣ ଅସୁବିଧା ହେବ ?
ଉ –

  • ପରିସ୍ଥାନ ପରିବର୍ତ୍ତନ ହେଲେ ପରିବେଶରେ ସନ୍ତୁଳନ ବିପର୍ଯ୍ୟସ୍ତ ହୋଇଯିବ ।
  • ଏହାର କୁ ପ୍ରଭାବ ସମଗ୍ର ଜୀବଜଗତ ଉପରେ ପଡ଼ିବ । ଫଳରେ କେତେକ ଜାତିର ଜୀବ ନିଶ୍ଚିହ୍ନ ହେବାର

BSE Odisha 6th Class Science Important Questions Chapter 8 ପରିସ୍ଥାନ

Question 5.
ପରିବେଶରେ ଅପଘଟକର ଭୂମିକା କ’ଣ ?
ଉ –

  • କେତେକ ଅଣୁଜୀବ ଉଭିଦ ଓ ପ୍ରାଣୀଙ୍କ ଶରୀରରୁ ଖାଦ୍ୟ ସଂଗ୍ରହ କରିଥାଆନ୍ତି, ସେମାନଙ୍କୁ ଅପଘଟକ କୁହାଯାଏ ।
  • ଅନ୍ୟ କେତେକ ଜୀବ ଯଥା ବୀଜାଣୁ, କବକ ଇତ୍ୟାଦି ଉଭିଦ ଓ ପ୍ରାଣୀଙ୍କ ମୃତ ଶରୀରରୁ ଖାଦ୍ୟ ସଂଗ୍ରହ କରି ସେମାନେ କେତେକ ଆବଶ୍ୟକ ଉପାଦାନ ଯଥା – ଯବକ୍ଷାରଜାନ ପରିବେଶକୁ ଛାଡ଼ନ୍ତି ।

Question 6.
ପରିସ୍ଥାନ ଅନୁସାରେ ପ୍ରାଣୀମାନଙ୍କୁ କେତେ ଭାଗରେ ବିଭକ୍ତ କରାଯାଇଛି, ତାହା କ’ଣ କ’ଣ ?
ଉ –

  • ପରିସ୍ଥାନ ଅନୁସାରେ ପ୍ରାଣୀମାନଙ୍କୁ ତିନିଭାଗରେ ବିଭକ୍ତ କରାଯାଇଛି ।
  • ସେଗୁଡ଼ିକ ହେଲା – ସ୍ଥଳଚର, ଜଳଚର ଓ ବାୟବୀୟ ।

ଦୀର୍ଘ ପ୍ରଶ୍ନୋତ୍ତର

Question 1.
ଉଭିଦମାନଙ୍କର ପରିସ୍ଥାନ ବିଷୟରେ ସଂକ୍ଷେପରେ ଲେଖ ।
ଉ –

  • ପରିସ୍ଥାନକୁ ନେଇ ଉଭିଦମାନଙ୍କୁ ତିନି ଭାଗରେ ବିଭକ୍ତ କରାଯାଏ; ଯଥା – ମରୁଜ, ଆର୍ଦ୍ରଭୂମିଜ ଓ ଜଳଜ ।
  • ଜଳାଭାବ ଅଞ୍ଚଳରେ ବଢ଼ିପାରୁଥିବା ଉଭିଦଗୁଡ଼ିକ ମରୁଜ; ଯଥା – ସପ୍ତଫେଣୀ, ନାଗଫେଣୀ ।
  • ଜଳାଭାବ ଓ ଜଳାଧିକ୍ୟ ନଥ‌ିବା ଅଞ୍ଚଳର ଉଭିଦଗୁଡ଼ିକ ଆର୍ଦ୍ରଭୂମିଜ; ଯଥା – ଧାନ, ଆମ୍ବ ।
  • ସମ୍ପୂର୍ଣ୍ଣ ଜଳ ଭିତରେ ବା ଜଳାଧ୍ୟାକ୍ୟ ଅଞ୍ଚଳର ଉଭିଦଗୁଡ଼ିକ ଜଳଜ; ଯଥା – ପଦ୍ମ, ଚିଙ୍ଗୁଡ଼ିଆ ଦଳ ।

BSE Odisha 6th Class Science Important Questions Chapter 8 ପରିସ୍ଥାନ

Question 2.
ଉଭିଦମାନଙ୍କର ପରିସ୍ଥାନ ବିଷୟରେ ସଂକ୍ଷେପରେ ଲେଖ ।
ଉ –

  • ପରିସ୍ଥାନ ଅନୁସାରେ ଉଭିଦମାନଙ୍କୁ ତିନିଭାଗରେ ବିଭକ୍ତ କରାଯାଇଛି; ଯଥା – (i) ମରୁଜ, (ii) ଆର୍ଦ୍ରଭୂମିଜ ଓ (iii) ଜଳଜ ।
  • ଜଳାଭାବ ବା ଜଳାଧ୍ୟାକ୍ୟ ନଥ‌ିବା ଅଞ୍ଚଳର ଉଭିଦକୁ ଆଦ୍ରଭୂମିଜ ଉଭିଦ କୁହାଯାଏ ।
  • ଜଳାଧ୍ୟାକ୍ୟ ଅଞ୍ଚଳରେ ଥ‌ିବା ଉଭିଦକୁ ଜଳଜ ଉଭିଦ କୁହାଯାଏ ।

Question 3.
ପରିସ୍ଥାନ କ’ଣ ? ଉପାଦାନ ଅନୁସାରେ ପରିସ୍ଥାନର ଜୀବମାନଙ୍କୁ କେତେ ଭାଗରେ ବିଭକ୍ତ କରାଯାଇଛି ଉପଯୋଜନ ଲେଖ ।
ଉ –

  • ପରିସ୍ଥାନ – ଉଭିଦ ଓ ପ୍ରାଣୀମାନଙ୍କର ବାସସ୍ଥାନ ଓ ତା’ର ଚତୁଃପାର୍ଶ୍ୱକୁ ପରିସ୍ଥାନ କୁହାଯାଏ ।
  • ଉପାଦାନ ଅନୁସାରେ ଯେ କୈଣସି ପରିସ୍ଥାନର ଜୀବମାନଙ୍କୁ ତିନିଭାଗରେ ବିଭକ୍ତ କରାଯାଇଛି; ଯଥା – (କ) ଉତ୍ପାଦକ, (ଖ) ଭକ୍ଷକ ଓ (ଗ) ଅପଘଟକ ।
    • (କ) ଉଦ୍ଭିଦ ନିଜପାଇଁ ଖାଦ୍ୟ ପ୍ରସ୍ତୁତ କରିବାସହ ଅନ୍ୟ ସବୁ ଜୀବପାଇଁ ଖାଦ୍ୟ ପ୍ରସ୍ତୁତ କରେ । ତେଣୁ ସମସ୍ତ ଉଭିଦକୁ ଉତ୍ପାଦକ କୁହାଯାଏ ।
    • (ଖ) ଉଦ୍ଭଦଦ୍ୱାରା ପ୍ରସ୍ତୁତ ଖାଦ୍ୟ ପ୍ରତ୍ୟକ୍ଷରେ ବା ପରୋକ୍ଷରେ ପ୍ରାଣୀମାନେ ଖାଇଥା’ନ୍ତି । ତେଣୁ ସମସ୍ତ ପ୍ରାଣୀଙ୍କୁ ଭକ୍ଷକ କୁହାଯାଏ ।
    • (ଗ) ବୀଜାଣୁ, କବକ ଆଦି ଜୀବ ଉଦ୍ଭଦ ଓ ପ୍ରାଣୀଙ୍କ ଶରୀରରୁ ଖାଦ୍ୟ ସଂଗ୍ରହ କରିଥା’ନ୍ତି । ତେଣୁ ବୀଜାଣୁ, କବକକୁ ଅପଘଟକ କୁହାଯାଏ ।

Question 4.
ଉପଯୋଜନ କ’ଣ ? ଏହା ଅନୁସାରେ ମରୁଭୂମିରେ ରହୁଥ‌ିବା ଜୀବମାନଙ୍କ ସମ୍ପର୍କରେ ଲେଖ ।
ଉ –

  • ପରିବେଶ ପରିବର୍ତ୍ତନ ସହ ତାଳଦେଇ ପ୍ରତ୍ୟେକ ଜୀବର ଗାଠନିକ ଓ କ୍ରିୟାତ୍ମକ ପରିବର୍ତ୍ତନକୁ ଉପଯୋଜନ କୁହାଯାଏ ।
  • ମରୁଭୂମିରେ ରହୁଥିବା ସପ୍ତଫେଣୀ ଓ ସିଜୁର ପାଣିର ଆବଶ୍ୟକତା କମ୍ ଥାଏ । ସପ୍ତଫେଣୀ ଓ ସିଜୁରେ ପତ୍ର ରୂପାନ୍ତରିତ ହୋଇ କଣ୍ଟା ଓ ମୋଟା ପତ୍ର ହୁଏ, ଫଳରେ ବାଷ୍ପୀମୋଚନ ବିଶେଷ ଭାବରେ ହୋଇପାରେ ନାହିଁ ।
  • ଓଟର ପାଦଗୁଡ଼ିକ ମରୁବାଲିରେ ଚାଲିବାକୁ ସହାୟକ ହୋଇଥାଏ । ଓଟର ପିଠିରେ ଥ‌ିବା କୁଜଟି ଖାଦ୍ୟାଭାବ ସମୟରେ ସହାୟତା କରେ ।
  • ମରୁଭୂମିରେ ରହୁଥ‌ିବା ସାପ, ମୂଷା ଆଦି ଜୀବମାନେ ଦିନରେ ବାଲି ଭିତରେ ରହିପାରନ୍ତି ।

BSE Odisha 6th Class Science Important Questions Chapter 8 ପରିସ୍ଥାନ

ବସ୍ତୁନିଷ୍ଠ ପ୍ରଶୋଉର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ଉଦ୍ଭିଦ ଓ ପ୍ରାଣୀମାନଙ୍କ ବାସସ୍ଥାନ ଓ ତା’ର ଚତୁଃପାର୍ଶ୍ଵକୁ ………….. କହନ୍ତି ।
(ଖ) ଲତାଜାତୀୟ ଉଦ୍ଭିଦର କାଣ୍ଡ ଆଗରେ …………….. ଥାଏ ।
(ଗ) ଅପଘଟକମାନେ ପରିବେଶକୁ ……………… ଛାଡ଼ନ୍ତି ।
(ଘ) ଉଦ୍ଭଦକୁ ……………… କୁହାଯାଏ ।
(ଙ) ପରିସ୍ଥାନ ହେଉଛି …………. ର ଏକ ଅଂଶବିଶେଷ ।
(ଚ) ବାୟବୀୟ ପ୍ରାଣୀ କହିଲେ ମୁଖ୍ୟତଃ ……………… ଙ୍କୁ ବୁଝାଏ ।
(ଛ) ଓଟର …………….. ତାକୁ ଖାଦ୍ୟାଭାବ ସମୟରେ ସାହାଯ୍ୟ କରେ ।
ଉ –
(କ) ପରିସ୍ଥାନ
(ଖ) ଆକର୍ଷୀ
(ଗ) ଯବକ୍ଷାରଜାନ
(ଘ) ଉତ୍ପାଦକ
(ଙ) ପରିବେଶ
(ଚ) ପକ୍ଷୀମାନ
(ଛ) ଓଟର

Question 2.
ପ୍ରତ୍ୟେକ ପ୍ରଶ୍ନତଳେ ଦିଆଯାଇଥିବା ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) ନିମ୍ନଲିଖ ମଧ୍ୟରୁ କେଉଁଟି ଏକ ଜୈବିକ କାରକ ?
(i) କବକ
(ii) ଆଲୋକ
(iii) ଜଳ
(iv) ତାପ
ଉ –
(i) କବକ

BSE Odisha 6th Class Science Important Questions Chapter 8 ପରିସ୍ଥାନ

(ଖ) ନିମ୍ନଲିଖ ମଧ୍ୟରୁ କେଉଁଟି ଏକ ଅଜୈବିକ କାରକ ?
(i) ବୀଜାଣୁ
(ii) କବକ
(iii) ମୁଭିକା
(iv) ଉଭିଦ
ଉ –
(iii) ମୁଭିକା

(ଗ) ସପ୍ତଫେଣୀ ଉଦ୍ଭଦର ପତ୍ରଗୁଡ଼ିକ କେଉଁଥରେ ରୂପାନ୍ତରିତ ହୋଇଥାଏ ?
(i) କାଣ୍ଡ
(ii) ଫୁଲ
(iii) କଣ୍ଟା
(iv) ମୂଳ
ଉ –
(iii) କଣ୍ଟା

(ଘ) ମାଛ କେଉଁଥିରେ ଶ୍ଵାସକ୍ରିୟା କରେ ?
(i) ଡେଣା
(ii) ନାକ
(iii) ପାଟି
(iv) ଗାଲି
ଉ –
(iv) ଗାଲି

(ଙ) ନିମ୍ନଲିଖ ମଧ୍ୟରୁ କେଉଁଟି ଏକ ଅପଘଟକ ?
(i) ବୀଜାଣୁ
(ii) ଉଭିଦ
(iii) ପିମ୍ପୁଡ଼ି
(iv) ମାଙ୍କଡ଼
ଉ –
(i) ବୀଜାଣୁ

BSE Odisha 6th Class Science Important Questions Chapter 8 ପରିସ୍ଥାନ

Question 3.
ପ୍ରଥମ ଯୋଡ଼ା ଶବ୍ଦଦ୍ଵୟର ସମ୍ପର୍କକୁ ଦେଖୁ ଦ୍ଵିତୀୟ ଯୋଡ଼ାର ଶୂନ୍ୟସ୍ଥାନ ପୂରଣ କର ।
(କ) ପ୍ରାଣୀ : ଭକ୍ଷକ :: ଉଭିଦ : ………………. ।
(ଖ) ପ୍ରାଣୀ : ଜୈବିକ କାରକ :: ତାପ : ………………. ।
(ଗ) ଅପଘଟକ : କବକ :: ବାୟବୀୟ ପ୍ରାଣୀ : ………………. ।
(ଘ) ଖଜୁରୀ : ମରୁଜ :: ସପ୍ତଫେଣୀ : ………………. ।
(ଙ) ମଣିଷ : ଫୁସ୍‌ଫୁସ୍‌ :: ମାଛ : ………………. ।
ଉ –
(କ) ଉତ୍ପାଦକ
(ଖ) ଅଜୈବିକ କାରକ
(ଗ) ପକ୍ଷୀ
(ଘ) ମରୁଜ
(ଙ) ଗାଲି

Question 4.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର
(କ) କଙ୍କଡ଼ା ପାଟି ସାହାଯ୍ୟରେ ଶ୍ଵାସକ୍ରିୟା କରେ ।
(ଖ) ଖାଦ୍ୟ ସଞ୍ଚୟ ପାଇଁ ସପ୍ତଫେଣୀ ଗଛର କାଣ୍ଡ ମାଂସଳ ହୋଇଥାଏ
(ଗ) ଓଟର କଢ ତାପ ସଞ୍ଚୟ କରିଥାଏ ।
(ଙ) ବାୟବୀୟ ପ୍ରାଣୀ ମୁଖ୍ୟତଃ ପଶୁଙ୍କୁ ବୁଝାଏ ।
ଉ –
(କ) କଙ୍କଡ଼ା ଗାଲି ସାହାଯ୍ୟରେ ଶ୍ଵାସକ୍ରିୟା କରେ ।
(ଖ) ଜଳ ସଞ୍ଚୟ ପାଇଁ ସପ୍ତଫେଣୀ ଗଛର କାଣ୍ଡ ମାଂସଳ ହୋଇଥାଏ ।
(ଗ) ଓଟର କୁଜ ଜଳ ଓ ଖାଦ୍ୟ ସଞ୍ଚୟ କରିଥାଏ ।
(ଘ) କଖାରୁ ଗଛ ଆକର୍ଷୀ ସହାୟତାରେ ଉପରକୁ ଉଠେ ।
(ଙ) ବାୟବୀୟ ପ୍ରାଣୀ ମୁଖ୍ୟତଃ ପକ୍ଷୀଙ୍କୁ ବୁଝାଏ ।

BSE Odisha 6th Class Science Important Questions Chapter 8 ପରିସ୍ଥାନ

Question 5.
‘କ’ ସ୍ତମ୍ଭର ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
BSE Odisha 6th Class Science Important Questions Chapter 8 ପରିସ୍ଥାନ - 1
ଉ –
BSE Odisha 6th Class Science Important Questions Chapter 8 ପରିସ୍ଥାନ - 2

Leave a Comment