BSE Odisha 8th Class English Solutions Lesson 1 The Missing Ring

Odisha State Board BSE Odisha 8th Class English Solutions Lesson 1 The Missing Ring Textbook Exercise Questions and Answers.

BSE Odisha Class 8 English Solutions Lesson 1 The Missing Ring

Session – 1
I. Pre-Reading (ପ୍ରାକ୍-ପଠନ):

→  You must have heard or read the stories about Birbal, a wise and clever man. He had uncommon wit and intelligence. He was a minister in Emperor Akbar’s court. Here is a story in which Birbal helps Akbar in finding a thief.
(ତୁମେମାନେ ନିଶ୍ଚୟ ଚତୁରମନ୍ତ୍ରୀ ବୀରବଲ୍ଲଙ୍କ ଉପରେ ଗଳ୍ପସବୁ ଶୁଣିଥ‌ିବ । ସେ ଅସାଧାରଣ ଚତୁର ଏବଂ ବୁଦ୍ଧିମାନ ଥିଲେ । ସେ ଆକବରଙ୍କ ରାଜଦରବାରରେ ଜଣେ ମନ୍ତ୍ରୀ ଥିଲେ । ଏଠାରେ ସେହିପରି ଏକ ଗଳ୍ପର ଅବତାରଣା କରାଯାଉଛି, ଯେଉଁଥରେ ସମ୍ରାଟ ଆକବରଙ୍କୁ ତାଙ୍କର ହଜିଥ‌ିବା ମୁଦି ପାଇବାରେ ସାହାଯ୍ୟ କରିଥିଲେ ।)
Session 1

II. While Reading (ପଢ଼ିବା ସମୟରେ)

  • SGP – 1
  • Read paragraphs 1-3 silently and answer the questions that follow.
    (ପ୍ରଥମ ଅନୁଚ୍ଛେଦରୁ ତୃତୀୟ ଅନୁଚ୍ଛେଦପର୍ଯ୍ୟନ୍ତ ପାଠକୁ ନୀରବରେ ପଢ଼ ଏବଂ ସେଗୁଡ଼ିକର ଉତ୍ତର ଦିଅ)

BSE Odisha 8th Class English Solutions Lesson 1 The Missing Ring

1. Akbar was ………………………………….. from the queen.
ଓଡ଼ିଆ ଅନୁବାଦ | ସାରାଂଶ :
ସମ୍ରାଟ ଆକବର ଖୁବ୍ ଅଳଙ୍କାରପ୍ରିୟ ଥିଲେ । ହୀରା, ନୀଳା ଭଳି ବହୁ ମୂଲ୍ୟବାନ ପଥର ଖଚିତ ଶହ ଶହ ମୁଦି ତାଙ୍କର ଥିଲା । ମାତ୍ର ସେଗୁଡ଼ିକ ମଧ୍ୟରୁ ଗୋଟିଏ ମୁଦି ତାଙ୍କର ସବୁଠାରୁ ପ୍ରିୟ ଥିଲା । ଏହି ମୁଦିଟିରେ ଅସଂଖ୍ୟ ହୀରା ଓ ମୋତି ଖଚିତ ହୋଇ ରହିଥିଲା । ଏହି ମୁଦିଟିକୁ ତାଙ୍କୁ ତାଙ୍କ ରାଣୀ ଉପହାର ସ୍ବରୂପ ପ୍ରଦାନ କରିଥିଲେ ।

2. At Akbar ………………………………….. Emperor’s room.
ଓଡ଼ିଆ ଅନୁବାଦ | ସାରାଂଶ :
ସମ୍ରାଟ ଆକବରଙ୍କ ରାଜପ୍ରାସାଦରେ ତାଙ୍କର ପୋଷାକ ଏବଂ ଅଳଙ୍କାରର ଯନୂ ନେବାକୁ ୮ ଜଣ କର୍ମଚାରୀ ନିଯୁକ୍ତ ଥିଲେ । ପ୍ରତିଦିନ ଏମାନଙ୍କ ମଧ୍ୟରୁ ଜଣେ ଲେଖାଏଁ କର୍ମଚାରୀ ସମ୍ରାଟଙ୍କର ଦରବାର ଯିବାପୂର୍ବରୁ ତାଙ୍କୁ ଆବଶ୍ୟକ ପୋଷାକ ଓ ଅଳଙ୍କାରରେ ମଣ୍ଡିତ କରୁଥିଲା । ଏମାନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ବା କର୍ମଚାରୀଙ୍କୁ ସମ୍ରାଟଙ୍କ କୋଠରି ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉ ନଥିଲା ।

3. One day …………………………………… not to be found.
ଓଡ଼ିଆ ଅନୁବାଦ | ସାରାଂଶ :
ଦିନେ ସମ୍ରାଟ ଦରବାରକୁ ଯିବାକୁ ପ୍ରସ୍ତୁତ ହେଉଥ‌ିବାବେଳେ ତାଙ୍କର ଅତି ପ୍ରିୟ ମୁଦିଟିକୁ ପିନ୍ଧିବାକୁ ଇଚ୍ଛାପ୍ରକାଶ କଲେ । ସେ ତାଙ୍କର ୮ ଜଣ କର୍ମଚାରୀଙ୍କ ମଧ୍ୟରୁ ଜଣକୁ ଡାକି ଉକ୍ତ ମୁଦିଟିକୁ ନିର୍ଦ୍ଦିଷ୍ଟ ସ୍ଥାନରୁ ଆଣିବାକୁ ଆଦେଶ ଦେଲେ । ଏହି କର୍ମଚାରୀ ଜଣକ କିଛି ସମୟ ପରେ ଫେରିଆସି ମୁଦିଟିକୁ ପାଉନଥ‌ିବା ଜଣାଇଲା । ଆକବର ଉକ୍ତ ମୁଦିଟିକୁ ଖୋଜିବାକୁ କର୍ମଚାରୀମାନଙ୍କୁ ଆଦେଶ ଦେଲେ ମାତ୍ର ମୁଦିଟି କେଉଁଠି ମିଳିଲା ନାହିଁ ।

Word Meaning

fond of : to like something very much (ପ୍ରିୟ | ଭଲ ପାଇବା)
diamond : a very hard, bright, clear precious stone used in jewellery (ହୀରା, ଏକ ମୂଲ୍ୟବାନ ଧାତୁ)
pearls : a small, hard, round white object that grows inside the shell of an oyster (ଶାମୁକା) and used to make jewellery (ଅଳଙ୍କାର)
gem : any sort of valuable stone used as jewellery (ରତ୍ନ)
present : honour / reward / gift (ଉପହାର)
palace : place of kings (ରାଜପ୍ରାସାଦ)
look after : take care of (ଯତ୍ନ ନେବା)
get ready : to prepare (ପ୍ରସ୍ତୁତ ହେବା)
enter : to move inside (ପ୍ରବେଶ କରିବା)
favourite : something one likes the most / valued more (ଅତିପ୍ରିୟ)
ordered : to give instruction / to do something with authority (ଆଦେଶ ଦେବା)

Comprehension Questions and Answers : (ସଂକ୍ଷିପ୍ତ ପ୍ରଶ୍ନୋତ୍ତର)

Question 1.
What was Akbar fond of?
(ଆକବର କ’ଣ ଭଲ ପାଉଥିଲେ ?)
Answer:
Akbar was very fond of jewellery.

Question 2.
How many rings did he have?
(ତାଙ୍କର କେତୋଟି ମୁଦ୍ରିକା ଥିଲା ?)
Answer:
He had hundreds of rings.

BSE Odisha 8th Class English Solutions Lesson 1 The Missing Ring

Question 3.
Which ring did he like most? Why?
(କେଉଁ ମୁଦ୍ରିକା ସେ ଅଧ୍ଵ ଭଲ ପାଉଥିଲେ ? କାହିଁକି ?)
Answer:
He liked one of his rings most which was a large ring with a number of pearls and diamonds set in it.

Question 4.
Who looked after the Emperor’s clothes and jewelry?
(କିଏ ରାଜାଙ୍କ ପୋଷାକ ଓ ରତ୍ନଗୁଡ଼ିକର ରକ୍ଷଣାବେକ୍ଷଣ କରୁଥିଲେ ?)
Answer:
There were eight servants who looked after the Emperor’s clothes and jewelry.

Question 5.
What did they do every day?
(ସେମାନେ ପ୍ରତିଦିନ କ’ଣ କରୁଥିଲେ ?)
Answer:
Every day one of these eight servants used to help Akbar get ready to go to the court.

Question 6.
Were others allowed to the Emperor’s room? Why?
(ଅନ୍ୟମାନେ ରାଜାଙ୍କ କକ୍ଷକୁ ପ୍ରବେଶ କରିପାରୁଥିଲେ କି ? କାହିଁକି ?)
Answer:
No, none other than these eight servants could enter the Emperor’s room, because the king did not believe others other than these eight servants.

Question 7.
What did Akbar want to wear while getting ready to go to the court?
(ଆକବର ଦରବାରକୁ କେଉଁ ପୋଷାକରେ ଯିବାକୁ ପସନ୍ଦ କରୁଥିଲେ ?)
Answer:
One day Akbar wanted to wear his favorite ring in which a number of pearls and diamonds were set while getting ready to go to the court.

Question 8.
What was the servant’s report?
(ଭୃତ୍ୟମାନେ କ’ଣ କହିଲେ ?)
Answer:
The servant reported that he could not find the ring.

Question 9.
What was the Emperor’s order?
(ରାଜାଙ୍କ ଆଦେଶ କ’ଣ ଥିଲା ?)
Answer:
The Emperor’s order was to search for his favorite ring.

BSE Odisha 8th Class English Solutions Lesson 1 The Missing Ring

Question 10.
What was the result?
(ପରିଣାମ କ’ଣ ହେଲା ?)
Answer:
But the ring could not be found.

  • SGP – 2
  • Read paragraphs 4-5 silently and answer the questions that follow.

4. Akbar………………………………………….. the thief.
ଓଡ଼ିଆ ଅନୁବାଦ / ସାରାଂଶ :
ଆକବର ଭୀଷଣ ରାଗିଗଲେ । ସେ ଅନୁଭବ କରିଥିଲେ ଯେ ତାଙ୍କର ସେହି ପ୍ରିୟ ମୁଦିକୁ ତାଙ୍କ ୮ ଜଣ କର୍ମଚାରୀଙ୍କ ମଧ୍ୟରୁ କେହି ଜଣେ ଚୋରି କରିଥିଲା । ସେ ବୀରବଲ୍ଲଙ୍କୁ ଡକାଇଲେ । ବୀରବଲ୍ଲ ଆସିବାପରେ ସେ ତାଙ୍କୁ ସବୁକଥା ଜଣାଇଲେ ଏବଂ ପ୍ରକୃତ ଚୋରକୁ ଠାବକରିବାକୁ କହିଲେ ।

5. The following ……………………………………………….. that night.
ଓଡ଼ିଆ ଅନୁବାଦ / ସାରାଂଶ :
ତା’ପରଦିନ ବୀରବଲ୍ଲ ସମ୍ରାଟଙ୍କ କୋଠରି ଦାୟିତ୍ଵରେ ଥିବା ଆଠଜଣ କର୍ମଚାରୀଙ୍କୁ ଡକାଇଲେ । ସମସ୍ତ ଆଠଜଣଙ୍କୁ ଛୋଟ ଛୋଟ ଖଣ୍ଡିଏ ଲେଖାଏଁ ବାଡ଼ି ଦେଲେ ଏବଂ ସେ ବାଡ଼ିକୁ ଧରି ତା’ପରଦିନ ତାଙ୍କ ନିକଟକୁ ଆସିବାକୁ କହିଲେ । ସେ ସେମାନଙ୍କୁ ସୂଚନା ଦେଲେ ଯେ ତାଙ୍କ ମଧ୍ୟରୁ ଜଣେ କେହି ନିଶ୍ଚୟ ମୁଦିଟି ଚୋରିକରିଛି । ଚୋରି କରିଥିବା ବ୍ୟକ୍ତିର ବାଡ଼ିଟି ଆଜି ରାତି ମଧ୍ୟରେ ଆକାରରେ ଗୋଟିଏ ଆଙ୍ଗୁଠି ଲମ୍ବର ବଡ଼ ହୋଇ ହୋଇଯିବ ।

Word Meaning

angry : to get upset / enraged (କ୍ରୁଦ୍ଧ)
stolen : take without owner’s consent (ଚୋରି ହୋଇଥ‌ିବା/ଚୋରି କରିଥୁବା )
happen : befall / take place (ଘଟିବା / ସଂଘଟିତ ହେବା)
in charge of : taking the responsibility of something (ଦାୟିତ୍ଵରେ ଥ‌ିବା)
short : small (ଛୋଟ)
stick : a small thin branch of tree (ବାଡ଼ି, ଲାଠି / ଦଣ୍ଡ)

BSE Odisha 8th Class English Solutions Lesson 1 The Missing Ring

Comprehension Questions and Answers : (ସଂକ୍ଷିପ୍ତ ପ୍ରଶ୍ନୋତ୍ତର)

Question 1.
Akbar felt something about the missing ring, what was it? What did he ask Birbal to do?
(ଆକବର ତାଙ୍କର ହଜିଥ‌ିବା ମୁଦି ବିଷୟରେ କିଛି ଜାଣିପାରିଲେ ତାହା କ’ଣ ? ସେ ବୀରବଲ୍ଲଙ୍କୁ ଡାକି କ’ଣ କହିଲେ ?)
Answer:
Akbar felt something about his missing ring one of his eight servants had stolen the ring. Akbar asked Birbal to find the thief.

Question 2.
What did Birbal give to the servants?
(ବୀରବଲ୍ଲ କର୍ମଚାରୀମାନଙ୍କୁ କ’ଣ ଦେଲେ ?)
Answer:
Birbal gave each of the servants a short stick.

Question 3.
What did he tell about the thiefs stick?
(ଚୋରର ବାଡ଼ି ସମ୍ପର୍କରେ ସେ କ’ଣ କହିଲେ ?)
Answer:
He told the servants that he had known one of the eight servants had stolen the ring. The stick of the thief he gave would become longer as much as the length of a finger that night.

Session – 2
Session - 2

  • SGP-3
  • Read paragraphs 6-7 silently and answer the questions that follow.
    (୬ଷ୍ଠ ଓ ୭ମ ଅନୁଚ୍ଛେଦ ଦୁଇଟି ନୀରବରେ ପାଠ କରି ପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।)

6. The next morning …………………………………. by the Emperor.
ଓଡ଼ିଆ ଅନୁବାଦ | ସାରାଂଶ :
ପରଦିନ ସକାଳେ ଆଠଜଣଯାକ କର୍ମଚାରୀ ବୀରବଲ୍ଲଙ୍କ ନିକଟକୁ ସେମାନଙ୍କ ବାଡ଼ି ସହିତ ଆସି ପହଞ୍ଚିଲେ । ବୀରବଲ୍ଲ ସେମାନଙ୍କୁ ଗୋଟିଏ ଧାଡ଼ିରେ ଛିଡ଼ା ହେବାକୁ କହିଲେ ଏବଂ ଅତି ସନ୍ତର୍ପଣରେ ସେମାନଙ୍କ ବାଡ଼ିଗୁଡ଼ିକୁ ଲକ୍ଷ୍ୟ କଲେ । ହଠାତ୍ ଜନୈକ କର୍ମଚାରୀକୁ ଧରିପକାଇଲେ ଏବଂ ଆକବରଙ୍କ ନିକଟକୁ ନେଇଗଲେ । ସେ ଆକବରଙ୍କୁ କହିଲେ ଯେ ସେ ବ୍ୟକ୍ତିଟି ହିଁ ପ୍ରକୃତ ଚୋର । ଅଭିଯୁକ୍ତ କର୍ମଚାରୀଟି ଆକବରଙ୍କ ଗୋଡ଼ତଳେ ପଡ଼ିଯାଇ କହିଲା ଯେ ସେ ହିଁ ସେ ମୁଦିଟି ଚୋରି କରିଥିଲା । ଏହାପରେ ସମ୍ରାଟ କର୍ମଚାରୀଟିକୁ ଦଣ୍ଡିତ କରିଥିଲେ ।

BSE Odisha 8th Class English Solutions Lesson 1 The Missing Ring

7. How did …………………………………………. of others.
ଓଡ଼ିଆ ଅନୁବାଦ | ସାରାଂଶ :
ଆଠଜଣ କର୍ମଚାରୀଙ୍କ ମଧ୍ୟରୁ କେଉଁ ବ୍ୟକ୍ତିଟି ମୁଦି ଚୋରି କରିଥିଲା, ତାହା ବୀରବଲ୍ଲ ଜାଣିଲେ କିପରି ? ଚୋରି କରିଥିବା କର୍ମଚାରୀଜଣକ ବୀରବଲ୍ଲ ଙ୍କ କହିବା ଅନୁଯାୟୀ ବିଶ୍ଵାସ କରିଗଲା ଯେ ସେହି ରାତିରେ ତା’ବାଡ଼ିଟି ନିଶ୍ଚୟ ଆଙ୍ଗୁଳେ ବଢିଯିବ । ଏଣୁ ସେ ଘରକୁ ଯାଇ ଛୁରି ସାହାଯ୍ୟରେ ଗୋଟିଏ ଆଙ୍ଗୁଳି ଲମ୍ବର ଅଂଶ କାଟିଦେଇଥିଲା । ଏଣୁ ସେ ଲୋକଟିର ବାଡ଼ିଖଣ୍ଡିକ ଅନ୍ୟମାନଙ୍କ ବାଡ଼ିଠାରୁ ଛୋଟ ହୋଇଯାଇଥିଲା ।

Word Meaning

line : a formation of people or things one behind other (ଧାଡ଼ି)
suddenly : quickly and unexpectedly (ହଠାତ୍ / ସହସା / ଆକସ୍ମିକ ଭାବେ)
caught hold of: to hold / prevent / find out (ଧରିବା / ଅଟକାଇବା)
punished : to make someone suffer due to bad act (ଡେରିରେ ଆସିଥିବା ପିଲା)
length : extent from end to end (ଦୈର୍ଘ୍ୟ)
noticed : to mark I observe / find (ଲକ୍ଷ୍ୟକରିବା / ଦେଖିବା)

Session – 3
III. Post-Reading (ପଢ଼ିବା ପରେ)

1. Visual Memory Development Technique (VMDT):
Whole Text : the emperor’s favourite ring – (ସମ୍ରାଟଙ୍କ ପ୍ରିୟ ମୁଦି)
The ring was found missing – (ମୁଦି ହଜିଯିବା)
Birbal’s plan to catch the thief – (ବୀରବଲ୍ଲଙ୍କର ଚୋର ଧରିବା ଯୋଜନା)
The thief was caught. – ( ଚୋର ଧରାପଡ଼ିଲା )
Part : Paragraph 1 – Akbar fond of jewellery, his favourite ring.

2 Comprehension Activity : (ବୋଧ ପରିମାପକ କାର୍ଯ୍ୟାବଳୀ)

(a) MCQs: Choose the correct alternatives and complete each sentence.
(ଠିକ୍ ବିକଳ୍ପ ଉତ୍ତରଗୁଡ଼ିକ ବାଛ ଏବଂ ପ୍ରତ୍ୟେକ ବାକ୍ୟ ପୂର୍ଣ୍ଣ କରି ଲେଖ ।)

Question 1.
Akbar liked one of his rings the most because ___________.
(A) a number of pearls and diamonds were set on it.
(B) it was the most precious of all the rings he had.
(C) It was made with special designs.
(D) it was a present to him from the queen.
Answer:
(A) a number of pearls and diamonds were set on it.

BSE Odisha 8th Class English Solutions Lesson 1 The Missing Ring

Question 2.
The ring was stolen by ___________.
(A) one of the eight servants
(B) all the eight servants
(C) Birbal and one of the servants
(D) Birbal and all the servants
Answer:
(A) one of the eight servants

Question 3.
Akbar asked Birbal ___________.
(A) to get a new ring made
(B) to search the lost ring
(C) to find the thief
(D) to entertain him with a story
Answer:
(C) to find the thief

Question 4.
Birbal told that the thief’s stick would ___________.
(A) become shorter
(B) become longer
(C) become gold
(D) be broken into pieces
Answer:
(B) become longer

Question 5.
Birbal was ___________ to catch the thief.
(A) kind
(B) cruel
(C) clever
(D) foolish
Answer:
(C) clever

(b) The following sentences are about the story you read. But they are not in order. Write their serial numbers in the boxes.

[ ] All the eight servants came back to Birbal with their sticks. Birbal called all the servants to his presence.
[ ] He said the thief’s stick would be longer that night.
[ ] One day Akbar lost his favorite ring.
[ ] He asked Birbal to find the thief.
[ ] The thief cut his stick to make it shorter.
[ ] He gave a stick to each servant.
[ ] The thief was caught at last.

Answer:
[ 6 ] All the eight servants came back to Birbal with their sticks.
[ 3 ] Birbal called all the servants to his presence.
[ 5 ] He said the thief’s stick would be longer that night.
[ 1 ] One day Akbar lost his favorite ring.
[ 2 ] He asked Birbal to find the thief.
[ 7 ] The thief cut his stick to make it shorter.
[ 4 ] He gave a stick to each servant.
[ 8 ] The thief was caught at last.

BSE Odisha 8th Class English Solutions Lesson 1 The Missing Ring

Session – 4

3. Listening : (ଶ୍ରବଣ)
Your teacher will read out the following statements. S/he will not read them in order. Listen to him/her and write the serial number in boxes of each as read out. (ତୁମ ଶିକ୍ଷକ ଏହି ତଥ୍ୟସମ୍ବଳିତ ବାକ୍ୟଗୁଡ଼ିକ ପାଠକରିବେ । ସେ ଏହାକୁ କ୍ରମ ଅନୁସାରେ ପଢ଼ିବେ ନାହିଁ । ତାଙ୍କଠାରୁ ଶୁଣି ତୁମେ ସେଗୁଡ଼ିକର ଠିକ୍ କ୍ରମିକ ନମ୍ବର ତୁମେ ଲେଖ ।)

(i) Akbar was very fond of jewelry. [ i ]
(ii) The queen presented him with a diamond ring. [ ii ]
(iii) The ring was his favorite. [ iii ]
(iv) He put on the ring when he went to the royal assembly. [ iv ]
(v) One day the ring was stolen. [ v ]
(vi) Clever Birbal found the thief. [ vi ]
(vii) Akbar was happy and praised Birbal. [ vii ]

4. Speaking : (କଥନ)
The jumbled up sentences of the story in Activity 2(b) have already been put in order. Teacher will ask the students to read out the sentences serially in a chain in the class. For example :
(ଏପଟସେପଟ ହୋଇ ରହିଥ‌ିବା ବାକ୍ୟଗୁଡ଼ିକ ତୁମ୍ଭେମାନେ ସଜାଇ ଲେଖୁଛି । ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ସେଗୁଡ଼ିକୁ ପଢ଼ି ଶୁଣାଇ ଛାତ୍ରଛାତ୍ରୀମାନଙ୍କୁ କହିବେ)

Student 1: One day Akbar lost his favourite ring.
Student 2: He asked Birbal to find out the thief.
Student 3: …………………………………………………………………..
…………………………………………………………………………………….

Session – 5
5. Vocabulary : (ଶବ୍ଦଜ୍ଞାନ)

Find new words hiding in the word.
Example:
Servant: Van, ant
catch: — — t
palace: — a —e
jewelry: j — — —l
ready: r — — d
missing: m— — s, s — n —
become: — o — e
punished: — — , s — e, sh — —
pearl : p — a — , e — —

Answer:
catch: c a t
palace: l a c e
jewelry: j e w e l
ready: r e a d
missing: m i s s, s i n g
become: c o m e
punished: i s , s h e, s h e d
pearl : p e a r, e a r

BSE Odisha 8th Class English Solutions Lesson 1 The Missing Ring

6. Writing : (ଲିଖନ)
a. You have put the story sentences in order in 2. b.
(2 (b) ରେ ଥ‌ିବା ଗଳ୍ପର ବାକ୍ୟଗୁଡ଼ିକୁ ତୁମେ ସଜାଇଲେଖୁଛି । ବର୍ତ୍ତମାନ ସେଗୁଡ଼ିକୁ ପ୍ରୟୋଗ କରି ଗଳ୍ପଟି ଲେଖ)

Now use the sentences and write the story ‘The Missing Ring’.
One day Akbar lost his favorite ring. _________________
___________________________________________
___________________________________________
___________________________________________

Answer:
(6) କୁ ଆଉଥରେ ଏଠାରେ ଲେଖ ।

Session  – 6

(b) Write answers to the following questions :

Question (i)
Which ring was Akbar’s favorite?
(କେଉଁ ମୁଦିଟି ଆକବରଙ୍କ ଅତିପ୍ରିୟ ଥିଲା ?)
Answer:
Akbar’s favorite ring was one large ring in which diamonds and many other gems had been set.

Question (ii)
What did the eight servants do every day?
(ଆଠଜଣ ଯାକ କର୍ମଚାରୀ ପ୍ରତିଦିନ କ’ଣ କରୁଥ‌ିଲେ ?)
Answer:
The eight servants looked after the -Emperor’s clothes and jewelry every day.

BSE Odisha 8th Class English Solutions Lesson 1 The Missing Ring

Question (iii)
What did Akbar feel about the missing ring? Why did he think so?
(ଆକବର ହଜିଥ‌ିବା ମୁଦି ସମ୍ପର୍କରେ କ’ଣ ଅନୁଭବ କଲେ; କାହିଁକି ଏପରି ସେ ଭାବିଲେ ?)
Answer:
Akbar felt that one of his servants had stolen his missing ring. He thought so because none other than those eight servants was allowed to enter the Emperor’s room.

Question (iv)
Who did he ask to find out the thief?
(ସେ କାହାକୁ ମୁଦିଟିକୁ ଖୋଜିବାକୁ କହିଲେ ?)
Answer:
He asked his clever minister Birbal to find out the thief.

Question (v)
What did Birbal say about the thief’s stick?
(ବୀରବଲ୍ଲ ଚୋରର କାଠି ସମ୍ବନ୍ଧରେ କ’ଣ କହିଲେ ?)
Answer:
Birbal said about the thief’s stick that the same stick would be longer in size by one finger’s length that night.

Question (vi)
Why did the thief cut his stick?
(ଚୋର କାହିଁକି ତା’ର ବାଡ଼ିଟିକୁ କାଟିଦେଲା ?)
Answer:
The thief believed the story of Birbal and cut his stick so that his stick would not be shown longer than other’s sticks the next day.

Session – 7

7. Mental Talk : (ମାନସିକ ଆଳାପ)

  • You cannot hide wrongdoing that leads to another.
  • It is the wise man who watches the fool.

BSE Odisha 8th Class English Solutions Lesson 1 The Missing Ring

Tail-Piece

You enjoyed how cleverly Birbal caught the thief. Read the story to learn an interesting way to find the guilty.
(ବୀରବଲ୍ଲ କିପରି ଚତୁରତାର ସହ ଚୋରଟିକୁ ଧରିଲେ । ତାହା ତୁମେ ପାଠକରି ଆନନ୍ଦ ଲାଭ କର । ଦୋଷୀକୁ ଧରିବା ଉପରେ ଆଉ ଗୋଟିଏ ଗପ ଏବେ ଶୁଣ ।)

FINDING THE THIEF (ଚୋର ଧରିବା)

One night …………………………………….. that he has taken.
Tail piece 1

ଗୋଟିଏ ରାତିରେ ଜଣେ ବୃଦ୍ଧବ୍ୟକ୍ତି ଗୋଟିଏ କ୍ଷୁଦ୍ର ଗ୍ରାମରେ ପହଞ୍ଚି ଛୋଟିଆ ହୋଟେଲରେ ରହିଲେ । ସେ ସେଠାରେ ତାଙ୍କ ରାତ୍ରିଭୋଜନ ସମାପ୍ତ କରି ଶୋଇବା ପାଇଁ ଉପର ମହଲାରେ ଥିବା ତାଙ୍କ କୋଠରିକୁ ଗଲେ । ସେହି ମୁହୂର୍ଭରେ ହୋଟେଲର ପରିଚାଳକ ସେଠାରେ ପହଞ୍ଚି ତାଙ୍କୁ ତୁରନ୍ତ ତଳ ମହଲାକୁ ଆସି ତାଙ୍କୁ କୌଣସି କାର୍ଯ୍ୟରେ ସାହାଯ୍ୟ କରିବାକୁ ନିବେଦନ କଲେ । ବୃଦ୍ଧଲୋକଟି ଉପରକୁ ଉଠିଲେ ଏବଂ ସଙ୍ଗେ ସଙ୍ଗେ ପୁନର୍ବାର ତଳକୁ ଚାଲିଲେ ଏବଂ ଘଟଣା କ’ଣ ବୋଲି ସେ ପଚାରିଲେ । ପରିଚାଳକ କହିଲେ, ‘ଦେଖନ୍ତୁ ଏଇ ପାଞ୍ଚଜଣ ଏଠାକୁ ଗତକାଲି ରାତିରେ ଆସିଥିଲେ । ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ଜଣେ କହୁଛି ଯେ ତା’ର ଟଙ୍କା ହଜିଛି ଏବଂ ସେହି ସମୟରୁ ଏମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତି ବାହାରକୁ ଯାଇ ନାହାନ୍ତି ।

BSE Odisha 8th Class English Solutions Lesson 1 The Missing Ring

ଆମର ସମସ୍ତଙ୍କର ଆପଣଙ୍କ ଉପରେ ବିଶ୍ୱାସ ଅଛି । ଦୟାକରି ଯଦି ପାରନ୍ତି, କିଏ ଟଙ୍କା ଚୋରିକରିଛି ତାକୁ ବାହାରକରନ୍ତୁ । ବୃଦ୍ଧଜଣକ କହିଲେ ‘ମୋତେ ଗୋଟିଏ କୁକୁଡ଼ା ଦିଅ ।’’ ପରିଚାଳକ ବାହାରକୁ ଗଲେ ଏବଂ ଗୋଟିଏ କୁକୁଡ଼ା ଆଣିଦେଲେ । ଉପସ୍ଥିତ ବ୍ୟକ୍ତିମାନେ ବୃଦ୍ଧ କ’ଣ କରିବାକୁ ଯାଉଛନ୍ତି, ତାହା ଜାଣିବାପାଇଁ ଆଶ୍ଚର୍ଯ୍ୟ ହେଉଥିଲେ । ଏହାପରେ ବୃଦ୍ଧଜଣକ ଗୋଟିଏ ପାତ୍ର ଆଣିବାକୁ କହିଲେ ଏବଂ ପରିଚାଳକ ରୋଷେଇଶାଳ ଯାଇ ଚୁଲି ନିଆଁରେ ଥ‌ିବା ଗୋଟିଏ ବଡ଼ ପାତ୍ର ଆଣି ତାଙ୍କୁ ଦେଲେ । ଏହାପରେ ସେ କହିଲେ, ମୁଁ ବର୍ତ୍ତମାନ ଏହି ପାତ୍ରଟିକୁ କୁକୁଡ଼ା ଉପରେ ଉଗୁଡ଼ାଇଦେବି । ସେ କୁକୁଡ଼ାକୁ ଟେବୁଲ ଉପରେ ରଖ୍ ତା’ଉପରେ ଉତ୍ତପ୍ତ ପାତ୍ରଟିକୁ ଉଗୁଡ଼ାଇଦେଲେ । ଏହାପରେ ସେ ଘରର ଦ୍ବାର ବନ୍ଦ କରି ଘରର ଚାବିଟି ତାଙ୍କ ନିକଟରେ ରଖିଲେ ।
Tail piece 2

ଏହାପରେ ସେ ଲୋକମାନଙ୍କୁ ଘରକୁ ଅନ୍ଧାର କରିଦେବାକୁ କହି ନିଆଁ ଲିଭାଇଦେବାକୁ କହିଲେ । ସେ ଅନୁଯାୟୀ ସମସ୍ତେ ଘରଟିକୁ ସମ୍ପୂର୍ଣ୍ଣ ଅନ୍ଧାର କରିଦେଲେ । ତା’ପରେ ବୃଦ୍ଧ ବ୍ୟକ୍ତିଜଣକ କହିଲେ, ‘ବର୍ତ୍ତମାନ ତୁମେମାନେ ଗୋଟିଏ ଧାଡ଼ିରେ ଛିଡ଼ାହୋଇ ପାତ୍ରଟିକୁ ଜଣକ ପରେ ଜଣେ ଘଷ; ମାତ୍ର ଚୋରଟି ପାତ୍ରକୁ ଘଷିବା ସମୟରେ କୁକୁଡ଼ାଟି ତିନିଥର ରାବକରିବ । ସମସ୍ତ ଲୋକ ଜଣକ ପରେ ଜଣେ ଯାଇ ପାତ୍ରଟିକୁ ଘଷିଲେ । କୌଣସି ଶବ୍ଦ ହେଲା ନାହିଁ । କୁକୁଡ଼ାଟି ମଧ୍ୟ ରାବ କଲା ନାହିଁ । ଏହାପରେ ବୃଦ୍ଧବ୍ୟକ୍ତି ପଚାରିଲେ, ‘ତୁମମାନଙ୍କ ମଧ୍ୟରୁ କେହି ଏ ପାତ୍ର ନ ଘଷି ରହିଗଲ କି ?’’ କେହି କିଛି କହିଲେ ନାହିଁ । ବର୍ତ୍ତମାନ ଘରକୁ ଆଲୋକିତ କରିବାକୁ ସେ କହିଲେ । ଲୋକମାନେ ବତିଗୁଡ଼ିକ ପୁଣି ଜଳାଇଲେ ।

ଆଲୋକରେ ଘରଟି ପୁନର୍ବାର ଉଜ୍ଜ୍ଵଳ ଆଲୋକରେ ଉଦ୍ଭାସିତ ହେଲା । ତା’ପରେ ବୃଦ୍ଧଜଣକ ଲୋକମାନଙ୍କୁ କହିଲେ, ‘ବର୍ତ୍ତମାନ ତୁମେ ପୁଣିଥରେ ଧାଡ଼ିରେ ଛିଡ଼ାହୁଅ ଏବଂ ପ୍ରୟୋଗ ମୋ ଆଡ଼କୁ ହାତ ବଢ଼ାଅ । ସେମାନେ ତାହା ହିଁ କଲେ । ଏଥର ବୃଦ୍ଧବ୍ୟକ୍ତିଟି ସମସ୍ତ ହାତଗୁଡ଼ିକୁ ସତର୍କତାର ସହିତ ନିରୀକ୍ଷଣ କଲେ । ଲକ୍ଷ୍ୟକଲେ ସେଠାରେ ଥ‌ିବା ପାଞ୍ଚଜଣ ଲୋକମାନଙ୍କ ମଧ୍ୟରୁ ଜଣକର ହାତ ପାତ୍ରର କଳାରେ ଆଦୌ କଳା ହୋଇ ନଥିଲା । ସେଇ ଲୋକଟିକୁ ହିଁ ସେ ପ୍ରକୃତ ଚୋର ବୋଲି ଜାଣିପାରିଲେ ଏବଂ କହିଲେ ‘ଏଇ ବ୍ୟକ୍ତି ହିଁ ପ୍ରକୃତ ଚୋର । ତାଙ୍କୁ ଧର ଏବଂ ତାଙ୍କୁ ଚୋରି ଟଙ୍କା ଫେରାଇବାକୁ କୁହ ।

BSE Odisha 8th Class English Solutions Lesson 1 The Missing Ring

Word Meaning

crow (v): to make a loud noise by cock.
downstairs: (opposite: upstairs), on or to the ground floor.
missing : lost (ହଜିଯାଇଥ)
rub: to move your hand, a cloth, etc. backward and forwards over a surface, ଘଷିବା, ମାଜିବା
turn upside down: move the top part to the bottom
soot: a black powder that is produced when wood, coal, etc. is burnt

Leave a Comment