BSE Odisha 8th Class English Solutions Lesson 2 The Thief and the Tiger

Odisha State Board BSE Odisha 8th Class English Solutions Lesson 2 The Thief and the Tiger Textbook Exercise Questions and Answers.

BSE Odisha Class 8 English Solutions Lesson 2 The Thief and the Tiger

Session – 1
Pre-Reading (ପ୍ରାକ୍-ପଠନ):

→ Man rides a horse or an elephant or a donkey. Does he ever ride a lion or a tiger or a bear? Why? See the picture below. What do you see? A man is riding a tiger. Is it possible? When? Where? Let’s read the story and see how.
Pre reading
ଲୋକଟି ଗୋଟିଏ ଘୋଡ଼ା, କିମ୍ବା ହାତୀ କିମ୍ବା ଗଧ ଉପରେ ଚଢ଼ିଛି । ସେ କେବେ ସିଂହ, କିମ୍ବା ବାଘ କିମ୍ବା ଭାଲୁ ଉପରେ ଚଢ଼ିଥାଏ କି ? କାହିଁକି ? ତଳେ ଥ‌ିବା ଚିତ୍ରଟିକୁ ଦେଖ । କ’ଣ ଦେଖୁଛ ? ଗୋଟିଏ ଲୋକ ବାଘ ଉପରେ ଚଢ଼ିଛି କେତେବେଳେ ? କେଉଁଠି ? ଆସ ଗପଟି ପଢ଼ି ସବୁକଥା ଜାଣିବା ।

BSE Odisha 8th Class English Solutions Lesson 2 The Thief and the Tiger

II. While Reading

Text

  • SGP – I
  • Read paragraphs 1-3 silently and answer the questions that follow.
    (୧ମରୁ ୩ୟ ଅନୁଚ୍ଛେଦ ପର୍ଯ୍ୟନ୍ତ ପାଠକରି ନୀରବରେ ପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।)

1. Once …………………………………………… in the stable.
ଥରେ ଜଣେ ରାଜା ଥିଲେ । ସେ ତାଙ୍କର ବଳବାନ ଓ ଦ୍ରୁତଗାମୀ ଅଶୁମାନଙ୍କ ପାଇଁ ଖୁବ୍ ପ୍ରସିଦ୍ଧ ଥିଲେ । ସେ ସବୁଠାରୁ ଦକ୍ଷ ଶକ୍ତିଶାଳୀ ଘୋଡ଼ାମାନଙ୍କୁ ଆଣି ତାଙ୍କ ଘୋଡ଼ାଶାଳରେ ରଖୁଥିଲେ । ଦିନେ ଗୋଟିଏ ଚୋର ତାଙ୍କର ଗୋଟିଏ ଘୋଡ଼ାକୁ ଚୋରି କରିନେବାକୁ ଇଚ୍ଛା ପ୍ରକାଶ କଲା । ଗୋଟିଏ ବାଘ ଚୋରଟିର ଏ ଯୋଜନା ବିଷୟରେ ଜାଣିବାକୁ ପାଇଲା । ସେ ସେହି ଚୋରଟିର ମାଂସ ଖାଇବାକୁ ଚିନ୍ତାକଲା । ଏଣୁ ସେଇ ରାତିରେ ବାଘଟି ରାଜାଙ୍କ ଘୋଡ଼ାଶାଳରେ ଏକ ନିରାପଦ ସ୍ଥାନରେ ଛପିରହିଲା । ବାଘଟି ଘୋଡ଼ାମାନଙ୍କ ସହ ନୀରବରେ ଶାନ୍ତ ଅବସ୍ଥାରେ ଛିଡ଼ା ହୋଇ ରହିଲା । ସତେଯେମିତି ସେ ଘୋଡ଼ାଶାଳର ଅନ୍ୟ ଘୋଡ଼ାମାନଙ୍କ ପରି ଗୋଟିଏ ଘୋଡ଼ା ।

2. After sometime …………………………………………………… rode on it.
କିଛି ସମୟ ପରେ ଚୋରଟି ଘୋଡ଼ାଶାଳରେ ପ୍ରବେଶକଲା । ଘୋଡ଼ାଶାଳଟି ଅନ୍ଧାର ଥିଲା । ସେ ପ୍ରତ୍ୟେକ ଘୋଡ଼ାର ପିଠିରେ ହାତମାରି କେଉଁଟି ସବୁଠୁ ଶକ୍ତିଶାଳୀ ଘୋଡ଼ା ତାହା ପରୀକ୍ଷା କରିବାକୁ ଲାଗିଲା । ଶେଷରେ ସେ ବାଘର ପିଠିରେ ହାତ ପକାଇଲା । ଏଇଟି ସବୁଠୁ ଭଲ ଘୋଡ଼ା ବୋଲି ଚିନ୍ତାକଲା ଏବଂ ସେଇଟିକୁ ଘୋଡ଼ାଶାଳର ବାହାରକୁ ଆଣିଲା । ତା’ପରେ ସେ ବାଘର ପାଟିରେ ଲଗାମ ବାନ୍ଧିଲା ଏବଂ ତା’ଉପରେ ଚଢ଼ିଗଲା ।

3. The tiger ……………………………………… anything in the dark.
ବାଘର ଆଗରୁ ଏପରି କୌଣସି ଅଭିଜ୍ଞତା ନଥିଲା । ସେ ଚୋରକୁ ଅତି ଶକ୍ତିଶାଳୀ ବ୍ୟକ୍ତି ବୋଲି ଭାବିଲା । ସେ ଚୋରଟିକୁ ଭୟଙ୍କର ଭାବରେ ଡରିଯାଇଥିଲା । ଏଣୁ ଅତି ଦ୍ରୁତଗତିରେ ଦୌଡ଼ିବାକୁ ଲାଗିଲା । ଚୋରଟିର ମଧ୍ୟ ଏପରି ଏକ ପ୍ରାଣୀ ଉପରେ ଚଢ଼ିବାର ଅଭିଜ୍ଞତା ନଥିଲା । ସେ ଏହାକୁ ଅତି ଶକ୍ତିଶାଳୀ ଘୋଡ଼ା ବାଛି ଆଣିପାରିଛି ବୋଲି ଚିନ୍ତାକଲା । ସେ ଜାଣି ନଥିଲା ଯେ ସେ ଏକ ବାଘ ଉପରେ ଚଢ଼ିଛି କାରଣ ସ୍ଥାନଟି ସମ୍ପୂର୍ଣ୍ଣ ଅନ୍ଧକାର ଥିଲା ।

Word Meaning

famous : well-known to many people I renowned (ପ୍ରସିଦ୍ଧ, ବିଖ୍ୟାତ)
swift : fast moving (କ୍ଷିପ୍ର / ଶୀଘ୍ର ଗତି କରୁଥିବା)
stable : house for horses (ଘୋଡ଼ାଶାଳ)
steal : the act of taking something from someone unlawfully (ଚୋରିକରିବା)
plan : design / scheme (ଯୋଜନା)
flesh : meat (ମାଂସ)
hid : ଲୁଚାଇ

BSE Odisha 8th Class English Solutions Lesson 2 The Thief and the Tiger

silently : without speaking / without making a sound (ନୀରବରେ )
touched: be in direct physical contact (ଛୁଇଁବା)
bridle: leather band put on the head of a horse to control its movement/reins
experience: the accumulation of knowledge or skills that results
from direct participation in events or activities (ଅନୁଭୂତି)
powerful : having great influence (କ୍ଷମତାଶାଳୀ / ବଳଶାଳୀ)
terribly : horribly / causing fear (ଭୟଙ୍କର ଭାବରେ)
imagine : fancy / think / suppose (କଳ୍ପନାକରିବା)

Comprehension Questions and Answers: (ସଂକ୍ଷିପ୍ତ ପ୍ରଶ୍ନୋତ୍ତର)

Question 1.
What was the king famous for?
(ରାଜା କେଉଁଥୂପାଇଁ ପ୍ରସିଦ୍ଧ ଥିଲେ ?)
Answer:
The king was famous for his strong and swift horses.

Question 2.
What did the thief plan to do?
(ଚୋରଟି କ’ଣ କରିବାପାଇଁ ଯୋଜନା କଲା ?)
Answer:
The thief wanted to steal a horse.

Question 3.
Why did the tiger hide in the stable?
(ବାଘଟି ଘୋଡ଼ାଶାଳରେ ଛପିରହିଥିଲା କାହିଁକି ?)
Answer:
The tiger came to know about the thief’s plan and thought of eating the thief s flesh.

Question 4.
Why did the thief touch the back of each horse?
(ଚୋରଟି କାହିଁକି ପ୍ରତି ଘୋଡ଼ା ପିଠିରେ ହାତ ମାରୁଥିଲା ?)
Answer:
The thief touched the back of each horse to steal the best one.

BSE Odisha 8th Class English Solutions Lesson 2 The Thief and the Tiger

Question 5.
Why did he think the tiger to be the best horse ?
(ସେ ବାଘକୁ କାହିଁକି ସର୍ବଶ୍ରେଷ୍ଠ ଘୋଡ଼ା ବୋଲି ଭାବୁଥିଲା ?)
Answer:
He thought the tiger was the best horse because he felt the tiger’s back was different from the other horses.

Question 6.
How did he ride on it?
(ସେ କିପରି ଏହା ଉପରେ ଚଢ଼ିଲା ?)
Answer:
He rode on the tiger putting a bridle on its mouth thinking it was a horse.

Question 7.
He did not know that he was riding a tiger. Why?
(ସେ ଜାଣି ନଥୁଲା ଯେ ସେ ଏକ ବାଘ ଉପରେ ଚଢ଼ିଥିଲା, ଏହାର କାରଣ କ’ଣ ?)
Answer:
He didn’t know that he was riding a tiger, because there was darkness inside the stable.

Question 8.
Where did the tiger run into?
(ବାଘ କେଉଁଠାକୁ ଦୌଡ଼ି ପଳାଇଲା ।)
Answer:
The tiger ran into the forest.

Session – 2

  • SGP – 2
  • Read paragraph 4 silently and answer the questions that follow.
    (ଚତୁର୍ଥ ଅନୁଚ୍ଛେଦଟି ପାଠକରି (ନୀରବରେ) ପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।)

4. The day…………………………………… as it could.
ରାତି ପାହିଲା । ଅନ୍ଧକାର ଦୂରୀଭୂତ ହେଲା । ସେତେବେଳେ କେବଳ ସେ ଜାଣିପାରିଲା ଯେ ସେ ଭୁଲବଶତଃ ଗୋଟିଏ ବାଘ ଉପରେ ଚଢ଼ିଛି । ସେ ଭୟଭୀତ ହୋଇପଡ଼ିଲା । ବାଘଟି ମଧ୍ୟ ଭୟଭୀତ ହୋଇ ଅଧିକ ଦ୍ରୁତଗତିରେ ଦୌଡୁଥାଏ । ଚୋରଟି କ’ଣ କରିବ, ସ୍ଥିର କରିପାରିଲା ନାହିଁ । ସେ ପ୍ରାୟ ଅଚେତ ହେବାଭଳି ଅନୁଭବ କଲା । ଦୌଡୁଥିବାବେଳେ ବାଘ ଗୋଟିଏ ଗଛଦେଇ ଦୌଡ଼ୁଥିଲା । ଏହି ସମୟରେ ଚୋରଟି ଗଛର ଡାଳକୁ ଧରି ଗଛ ଉପରେ ଚଢ଼ିଗଲା । ବାଘ ଖୁସି ଅନୁଭବ କଲା । କାରଣ ସେ ଲୋକଟି ପାଇଁ ସେ ଅତ୍ୟଧ୍ୱ ଭୟଭୀତ ହୋଇପଡ଼ିଥିଲା । ପାରୁପର୍ଯ୍ୟନ୍ତ ଦ୍ରୁତ ବେଗରେ ବାଘଟି ବଣମଧ୍ୟକୁ ଦୌଡ଼ିଲା ।

BSE Odisha 8th Class English Solutions Lesson 2 The Thief and the Tiger

Word Meaning

dawn : day break / beginning of the day (ପ୍ରଭାତ / ଉଷା)
disappear : vanish from sight (ଅନ୍ତର୍ଦ୍ଧାନ ହୋଇଯିବା / ଅଦୃଶ୍ୟ ହୋଇଯିବା)
frightened : scared / intense fear (ଭୟଭୀତ କରାଇବା)
fast : swift (ଦୃତ / ଦ୍ରୁତଗାମୀ)
faint : to feel weak and lose consciousness (ଅଚେତ ହୋଇଯିବା)
passed : to cross (ଅତିକ୍ରମ କରିବା)
branch : part of a tree (ଶାଖା)
climb : ascend (ଚଢ଼ିବା)

Comprehension Questions and Answers: (ସଂକ୍ଷିପ୍ତ ପ୍ରଶ୍ନୋତ୍ତର)

Question 1.
When did the thief come to know that he was riding a tiger?
(ଚୋରଟି କେତେବେଳେ ଜାଣିପାରିଲା ଯେ ସେ ଏକ ବାଘ ଉପରେ ଚଢ଼ିଛି ?)
Answer:
When the day dawned and darkness disappeared the thief came to know that he was riding a tiger.

Question 2.
How did he save himself?
(ସେ କିପରି ନିଜକୁ ରକ୍ଷାକଲା ?)
Answer:
When the tiger ran by a tree beside the road the thief caught hold of one of the branches of the tree and climbed up.

BSE Odisha 8th Class English Solutions Lesson 2 The Thief and the Tiger

Question 3.
Why was the tiger happy?
(ବାଘ କାହିଁକି ଖୁସି ହୋଇଗଲା ?)
Answer:
The tiger was terribly afraid of the rider. So when the rider climbed up the tree he was happy.

  • SGP – 3 (Text book page No. 34)
  • Read paragraphs 5 – 8 silently and answer the questions that follow.
    (୫ମ ଠାରୁ ଅଷ୍ଟମ ଅନୁଚ୍ଛେଦ ପର୍ଯ୍ୟନ୍ତ ନୀରବରେ ପାଠକରି ପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।)

5. After…………………………………………. dead body.
କିଛି ସମୟ ପରେ ଚୋରଟି ଗଛ ଉପରୁ ଓହ୍ଲାଇ ଗଛତଳେ ବିଶ୍ରାମ ନେଲା । ଅତ୍ୟଧ‌ିକ ଭୟ ଓ କ୍ଳାନ୍ତ ଅନୁଭବ କରିଥିବାରୁ ସେ ସେଠାରେ ଶୋଇପଡିଲା । ଗଭୀର ନିଦ୍ରା ଯୋଗୁଁ ସେ ଗୋଟିଏ ମୃତ ଶବଭଳି ଜଣାପଡୁଥିଲା । ସେହି ବାଟଦେଇ ଗୋଟିଏ ଗଧ୍ଵ ଯାଉଥିଲା । ସେ ଲୋକଟିକୁ ଏକ ମୃତ ଶବ ଭାବି ତା’ର ମାଂସ ଖାଇବାକୁ ଇଚ୍ଛାକଲା । ସେ ମନକୁମନ କହିଲା, ମୁଁ କି ଭାଗ୍ୟବାନ, ଏଇ ଶବଟି ମୋର ସପ୍ତାହେରୁ ଅଧିକ କାଳ ଖାଦ୍ୟ ହୋଇପାରିବ । କିନ୍ତୁ କେହିଜଣେ ଏହାକୁ ବଣଭିତରକୁ ଟାଣିନେବାପାଇଁ ମୋତେ ସାହାଯ୍ୟ କରିବା ଦରକାର ।

6. Thinking so, ………………………………….. with a rope”.
ଏଇକଥା ଚିନ୍ତା କରି ଗଧ୍ଵ ଆଉ ଅନ୍ୟ ଗୋଟିଏ ପ୍ରାଣୀର ସାହାଯ୍ୟ ପାଇଁ ବଣ ଭିତରକୁ ଗଲା ଏବଂ ସେଇ ବାଘଟି ସହିତ ତା’ର ସାକ୍ଷାତ ହେଲା । ସେ ବାଘକୁ କହିଲା, ‘ବାଘ ମହାଶୟ’ ଗୋଟିଏ ମଣିଷର ଶବକୁ ଟାଣି ଆଣିବାରେ ମୋତେ ସାହାଯ୍ୟ କରିବ କି ? ମୁଁ ଏହାର ଅଧା ତୁମକୁ ଦେବି । ‘ଗତ ରାତିରେ ଘଟିଥିବା ଘଟଣାର ଅନୁଭୂତିରୁ ବାଘ କହିଲା, ‘ତୁମେ ମୋତେ ଠକିଦେବ ନାହିଁ ତ ? ମୋତେ ଏକା ଛାଡ଼ିଦେଇ ତୁମେ ଦୌଡ଼ି ପଳାଇଯିବନି ତ ? ‘ଗଧ୍ଵ କହିଲା, ‘ଆମେ ଦୁହେଁ ଦିହିଁଙ୍କୁ ଗୋଟିଏ ଦଉଡ଼ିରେ ବାନ୍ଧିଦେବା, ତା’ହେଲେ କେହି କାହାକୁ ଛାଡ଼ି ପଳାଇ ଯାଇପାରିବା ନାହିଁ ।’’
SGP 3

7. The wolf ……………………………………. wolf died.
ଗଧ୍ଵ ଓ ବାଘ ଦୁହେଁ ଦୁହିଁଙ୍କୁ ଗୋଟିଏ ଦଉଡ଼ିରେ ବାନ୍ଧି ସନ୍ତର୍ପଣରେ ଶବ ପାଖକୁ ଚାଲିଲେ । ଚୋରଟି ନିଦରୁ ଉଠିଯାଇଥିଲା । ସେ ଏମାନଙ୍କ ଆସିବା ଜାଣିପାରି ଭୟରେ ଚିତ୍କାର କରି କହିଲା, ‘ହଇରେ ବାଘ ତୁ ପୁଣି ଆସିଛୁ ?’’ ଏବେ ବାଘଟି ସେ ଚୋରକୁ ପୁଣି ଦେଖ୍ ଭୟଭୀତ ହୋଇପଡ଼ିଲା ଏବଂ ଗଧୂକୁ ଘୋଷାରିନେଇ ଯେତେ ପାରେ ସେତେ ଜୋର୍‌ରେ ଦଉଡ଼ିବାକୁ ଲାଗିଲା । ବିଚରା ଗଧୂଟି ବାଟରେ ମରିଗଲା ।

8. Since …………………………………………………… that day.
ସେବେଠୁ ବାଘ ଆଉ ମଣିଷ ମାଂସ ନ ଖାଇବା ପାଇଁ ପ୍ରତିଜ୍ଞାକଲା । ଚୋରଟି ମଧ୍ୟ ରକ୍ଷା ପାଇଯାଇଥିବାରୁ ଖୁସି ହେଲା ଏବଂ ସେ ମଧ୍ୟ ଆଉ ଚୋରି ନ କରିବାପାଇଁ ପ୍ରତିଜ୍ଞାକଲା ।

BSE Odisha 8th Class English Solutions Lesson 2 The Thief and the Tiger

Word Meaning

tired: of strength or energy (କ୍ଳାନ୍ତ)
wolf: a wild carnivorous animal (ଗଧୂ)
luck : destiny/fate / fortune (ଭାଗ୍ୟ)
last : continue to stay (ଚାଲୁ ରଖୁବା | ତିଷ୍ଠିବା)
drag : to pull by force (ଘୋଷାରିଘୋଷାରି ଟାଣିନେବା)
suspicious: a doubtful condition, feeling that something is wrong (ସନ୍ଦେହପରାୟଣ )
cheat: betray/deceive (ଠକିବା)
leave: to give up/abandon (ଛାଡ଼ିବା)
alone : lonely (ଏକୁଟିଆ)
suggest : to give opinion (ମତାମତ ଦେବା)
tie : to tag/join (ବାନ୍ଧିବା / ସଂଯୁକ୍ତ କରିବା)
rope : twisted cord (ଦଉଡ଼ି / ରଜ୍ଜୁ)
awake: rise/get up (ଉଠିପଡ଼ିବା)
footsteps: found of feet/sound, of a person walking (ପାଦ ଶବ୍ଦ)
promised : to make a promise / assure (ପ୍ରତିଜ୍ଞାକରିବା)
desire: want/like to get (ଇଚ୍ଛା).
give up: to avoid/abandon (ଛାଡ଼ିଦେବା )
stealing: to take others without knowledge (ଚୋରି)

Comprehension Questions and Answers: (ସଂକ୍ଷିପ୍ତ ପ୍ରଶ୍ନୋତ୍ତର)

Question 1.
Why did the thief fall fast asleep?
(ଚୋରଟି ଗଭୀର ନିଦ୍ରାରେ ଶୋଇଁପଡ଼ିଲା କାହିଁକି ?)
Answer:
The thief fell fast asleep because he was afraid and tired.

Question 2.
Who saw him ? What was his plan ?
(କିଏ ତାକୁ ଦେଖୁଲା ? କ’ଣ ସେ ଚିନ୍ତାକଲା ?)
Answer:
A wolf saw him. He thought he as dead and planned to use him as his food for more than a week long.

BSE Odisha 8th Class English Solutions Lesson 2 The Thief and the Tiger

Question 3.
What did he want the tiger to do?
(ସେ ବାଘକୁ କଣ କରିବାପାଇଁ ଚାହିଁଲା ?)
Answer:
He wanted the tiger to help him to drag the dead body into the forest.

Question 4.
What did the tiger say?
(ବାଘ କ’ଣ କହିଲା ?)
Answer:
The tiger asked him if he was going to cheat him or not.

Question 5.
“Won’t you run away leaving me alone ?” Who said this?
(ତୁ ମୋତେ ଏକୁଟିଆ ଛାଡ଼ି ପଳାଇଯିବୁନି ତ ? ଏକଥା କିଏ କହିଲା ?)
Answer:
“Won’t you run away leaving me alone ?” The tiger said this to the wolf.

Question 6.
What did the wolf say?
(ଗଧୂଟି କ’ଣ କହିଲା ?)
Answer:
The wolf suggested to the tiger that they would tie each other with a rope so that no one of them could run away leaving another.

Question 7.
What awoke the thief?
(ଚୋରଟି କାହିଁକି ଉଠିପଡ଼ିଲା ?)
Answer:
The footsteps of the tiger and the wolf awoke the thief.

Question 8.
Why did the tiger run away?
(ବାଘ କାହିଁକି ଦୌଡ଼ି ପଳାଇଲା ?)
Answer:
The tiger ran away frightened of the thief.

Question 9.
How did the wolf die?
(ଗଧୂ ମଲା କିପରି ?)
Answer:
The wolf died being dragged by the tiger as they tied each other with a rope.

BSE Odisha 8th Class English Solutions Lesson 2 The Thief and the Tiger

Question 10.
What did the tiger promise?
(ବାଘ କ’ଣ ପ୍ରତିଜ୍ଞା କଲା ?)
Answer:
The tiger promised no to desire for human flesh any more.

Question 11.
What did the thief stop doing?
(ଚୋର ସେହିଦିନଠାରୁ କ’ଣ ନ କରିବାକୁ ସ୍ଥିରକଲା ?)
Answer:
The thief stopped stealing from that day.

Session – 3
III. Post-Reading (ପଢ଼ିବା ପରେ)

1. Visual Memory Development Technique (VMDT)
Whole Text : the tiger and the thief in the stable……
(ଘୋଡ଼ାଶାଳରେ ବାଘ ଏବଂ ଚୋର…
the tiger with the thief on its back ran for life
(ବାଘ ଚୋରକୁ ପିଠିରେ ବସାଇ ଜୀବନବିକଳରେ ପଳାଇଲା)
……….. the thief and the tiger save themselves
(ଚୋର ଏବଂ ବାଘ ଉଭୟେ ନିଜ ନିଜକୁ ରକ୍ଷାକଲେ ।
……………the wolf’s plan and he died.
(ଗଧୂର ଯୋଜନା ଏବଂ ତା’ର ମୃତ୍ୟୁ)

Part Text (Para-5): “What good luck !, This dead man will last me more than a week. But someone should help me drag the dead body”.
(କି ଭାଗ୍ୟ ! ଏହି ଶବଟି ମୋର ସପ୍ତାହେରୁ ଅଧିକକାଳ ଖାଦ୍ୟ ହୋଇ ପାରିବ । କିନ୍ତୁ ଏହାକୁ ଘୋଷାରିନେବାପାଇଁ ମୋତେ କେହିଜଣେ ସାହାଯ୍ୟ କରିବା ଦରକାର ।)

BSE Odisha 8th Class English Solutions Lesson 2 The Thief and the Tiger

2. Comprehension Activity : (ବୋଧ ପରିମାପକ କାର୍ଯ୍ୟାବଳୀ)

(a) Choose the correct alternatives and complete each sentences.
(ଠିକ୍ ବିକଳ୍ପ ବାଛି ବାକ୍ୟଗୁଡ଼ିକ ପୂର୍ଣ କର ।)

Question 1.
The thief put a _______________ on the tiger’s mouth.
(A) saddle
(B) bridle
(C) chain
(D) rope
Answer:
(B) bridle

Question 2.
When the tiger and the thief saw each other, _______________.
(A) only the tiger was frightened
(B) only the thief was frightened
(C) both were frightened
(D) none was frightened
Answer:
(C) both were frightened

Question 3.
“What a good luck !“ said _______________.
(A) the king
(B) the tiger
(C) the thief
(D) the wolf
Answer:
(D) the wolf

Question 4.
The wolf’s final plan was to ________ the dead body.
(A) drag
(B) bury
(C) burn
(D) eat
Answer:
(D) eat

BSE Odisha 8th Class English Solutions Lesson 2 The Thief and the Tiger

Question 5.
Seeing the thief, the tiger ran for life _______________ the wolf.
(A) dragging
(B) carrying
(C) leading
(D) following
Answer:
(A) dragging

(b) Given below are some sentences. They are about what happened in the story. But they are not in the right order. Fill in the boxes with correct serial numbers to rearrange the sentences. (ତଳେ କେତେକ ବାକ୍ୟ ଲେଖାହୋଇଛି । ସେଗୁଡ଼ିକ ଗଳ୍ପରେ ଘଟିଯାଇଥିବା ଘଟଣା ସମ୍ପର୍କିତ । କିନ୍ତୁ ସେଗୁଡ଼ିକ ଠିକ୍ କ୍ରମ ଅନୁସାରେ ନାହାନ୍ତି । ବାମପଟେ ଥ‌ିବା ଖାଲି ଘରଗୁଡ଼ିକରେ ଠିକ୍ କ୍ରମ ନମ୍ବର ଲେଖ୍ ବାକ୍ୟଗୁଡ଼ିକ ସଜାଅ ।)

[ ] The wolf requested the tiger to drag the man.
[ ] The thief got up.
[ ] The tiger among the horses stood silently.
[ ] Once, a thief came inside the stable to steal a horse.
[ ] It was dark everywhere.
[ ] The thief fell asleep like a dead man.
[ ] He climbed up a tree.
[ ] He thought the tiger to be the best horse.
[ ] The tiger ran for life dragging the wolf.
[ ] At night a tiger entered the stable.
[ ] The wolf and the tiger tied each other with a rope.

Answer:
[ 8 ] The wolf requested the tiger to drag the man.
[ 10] The thief got up.
[ 3 ] The tiger among the horses stood silently.
[ 1 ]Once, a thief came inside the stable to steal a horse.
[ 4 ] It was dark everywhere.
[ 7 ] The thief fell asleep like a dead man.
[ 6 ] He climbed up a tree.
[ 5 ] He thought the tiger to be the best horse.
[ 11] I The tiger ran for life dragging the wolf.
[ 2 ] At night a tiger entered the stable.
[ 9 ] The wolf and the tiger tied each other with a rope.

BSE Odisha 8th Class English Solutions Lesson 2 The Thief and the Tiger

Session – 4

3. Listening : (ଶ୍ରବଣ)
On the chart below, the characters in the story are written in the boxes from left to right at the top. Some words related to the characters are given in the boxes from top to bottom at the left. Your teacher will read out the words one by one. Listen to him/her carefully and put a tick (✓) in the box on the word line below the character. One is done for you.
(ତଳ ଚାର୍ଟରେ ବିଷୟର ଚରିତ୍ରଗୁଡ଼ିକ ପୃଷ୍ଠାର ଅଗ୍ରଭାଗରେ ବାମରୁ ଡାହାଣକୁ ଲେଖାଯାଇଛି । ସେମାନଙ୍କ ଚରିତ୍ର ସହିତ ଖାପଖାଉଥ‌ିବା କେତେକ ଶବ୍ଦ ଉପରୁ ତଳକୁ ବାମପଟେ ଲେଖାଯାଇଛି । ତୁମ ଶିକ୍ଷକ ସେ ଶବ୍ଦଗୁଡ଼ିକୁ ଗୋଟିଏ ପରେ ଗୋଟିଏ ପାଠକରିବେ । ଯତ୍ନର ସହିତ ତାଙ୍କ ଶବ୍ଦଗୁଡ଼ିକ ଶୁଣ ଏବଂ ଶବ୍ଦ ଧାଡ଼ି ପାଖରେ ଥ‌ିବା ଖାଲି ଘରମାନଙ୍କରେ ସେମାନଙ୍କ ଚରିତ୍ରର ଗୁଣକୁ ଖାପଖାଉଥ‌ିବା ଶବ୍ଦ ପାଖରେ ଚିହ୍ନ ଦିଅ ।)
listening
Answer:

Characters thief horse tiger wolf
Words
Strong
flesh
drag
steal
swift
speed
Search
ride
stable
run
died
branch
Forest
bridle
slept


BSE Odisha 8th Class English Solutions Lesson 2 The Thief and the Tiger

4. Speaking : (କଥନ)
• Practise the following dialogues.
(ନିମ୍ନ ସଂଳାପଗୁଡ଼ିକ ଅଭ୍ୟାସ କର ।)
• Step : (କେଉଁ କେଉଁ ସ୍ତରଦେଇ ଏହି ସଂଳାପ ପାଠ କରାଯିବ ।)
• Rehearsal-teacher reads aloud, and students listen. The teacher reads aloud and students repeat after him/her dialogue by dialogue.
• Teacher vs Students.
• Students vs students (in two groups)
(ଶିକ୍ଷକ ପାଟି କରି ପଢ଼ିବେ – ଛାତ୍ରଛାତ୍ରୀମାନେ ଶୁଣିବେ)
ଶିକ୍ଷକ ପାଟି କରି ପାଠ କରିବାପରେ ଛାତ୍ରଛାତ୍ରୀ ସେଗୁଡ଼ିକୁ ଆଉଥରେ ଦୋହରାଇ କହିବେ ।
ଶିକ୍ଷକ –
କହିବେ –
ଛାତ୍ରଛାତ୍ରୀ କହିବେ – କହିବେ ।
ପରସ୍ପର ସହିତ – (ଦୁଇଟି ଦଳରେ ବିଭକ୍ତ ହୋଇ)
(They do this reading from the text.)

Wolf : Good Luck ! This dead man will last me more than a week.
But who will help me drag the dead body ?
Tiger: What are you looking for, Mr. Wolf?
Wolf: Mr. Tiger, will you help me drag this dead body?
Tiger: Why should I?
Wolf: I’ll give you half of it. ,
Tiger: Aren’t you going to cheat me?
Wolf: No, no, not at all. How can I?
Tiger: Won’t you run away leaving me alone?
Wolf: How can that be? We’ll tie each other with a rope.
Tiger: Good idea! That’ll do.

Session – 5

5. Vocabulary : (ଶବ୍ଦଜ୍ଞାନ)
Match who lives where. Write the serial numbers in brackets. One is done for you.
Vocabulary
Answer:
Vocabulary 1

BSE Odisha 8th Class English Solutions Lesson 2 The Thief and the Tiger

Session  – 6

6.  Writing : (ଲିଖନ)

a. In comprehension Activity No. 2 b you have rearranged the sentences of the story. Use the sentences serially and write the story in the space given below. (ସଂପ୍ରତି କାର୍ଯ୍ୟ ପ୍ରକ୍ରିୟା No. 2(b)ରେ ଗଛର ବାକ୍ୟଗୁଡ଼ିକ ଠିକ୍ କ୍ରମରେ ସଜାଯାଇଛି ।ବାକ୍ୟଗୁଡ଼ିକ କ୍ରମ ଅନୁସାରେ ଲେଖୁ ଗଳ୍ପଟି ପ୍ରସ୍ତୁତ କର ।)

The Thief And The Tiger
______________________________________________
______________________________________________
______________________________________________
______________________________________________
Answer:

  • Once a thief came inside the stable to steal a horse. At night a tiger entered the stable.
  • The tiger among the horses stood silently.
  • It was dark everywhere.
  • He thought the tiger to be the best horse.
  • He climbed up a tree.
  • The thief fell asleep like a dead man.
  • The wolf requested the tiger to drag the man.
  • The wolf and the tiger tied each other with a rope.
  • The thief got up.
  • The tiger ran for life dragging the wolf.

(b). Write answers to the following questions.

Question (i).
Where did the thief and the tiger hide? Why?
(ଚୋର ଏବଂ ବାଘ କେଉଁଠି ଲୁଚିଥିଲେ ? କାହିଁକି ?)
Answer:
They hid in the king’s stable.
The thief wanted to steal a horse.
The tiger thought of eating man’s flesh.

Question (ii).
Why did the thief think the tiger to be the best horse?
(ଚୋର ବାଘକୁ କାହିଁକି ସର୍ବଶ୍ରେଷ୍ଠ ଘୋଡ଼ା ବୋଲି ଭାବିଲା ?)
Answer:
He thought so because the back of the tiger gave him a smooth silky touch.

BSE Odisha 8th Class English Solutions Lesson 2 The Thief and the Tiger

Question (iii).
Why was the thief frightened when it was the day?
(ଦିନ ହୋଇଯିବା ପରେ ଚୋରଟି ଭୟଭୀତ ହୋଇପଡ଼ିଲା କାହିଁକି ?)
Answer:
The thief was frightened when it was the day because he could not see due to darkness inside the stable at night.

Question (iv).
How did he save himself?
(ସେ କିପରି ନିଜକୁ ରକ୍ଷାକଲା ?)
Answer:
When the tiger was running in fear with great speed passing under a tree the thief was caught hold of one branch of the tree and climbed up.

Question (v).
Where did the theif take rest? Why did he fall asleep?
(ଚୋର କେଉଁଠି ବିଶ୍ରାମ ନେଲା ? ସେ କାହିଁକି ଗଭୀର ନିଦ୍ରାରେ ଶୋଇପଡ଼ିଲା ?)
Answer:
The thief took rest under the tree.

Question (vi).
What was the wolf’s plan?
(ଗମ୍ଵାର ଯୋଜନା କ’ଣ ଥିଲା ?)
Answer:
The wolf planned to use the dead body as his food for more than a week long.

Question (vii).
What sort of help did the wolf want from the tiger? What was his offer to him?
(ଗଧୂଆ ବାଘ ନିକଟରୁ କିପରି ସାହାଯ୍ୟ ଆଶା କରିଥିଲା । ସେ ତାକୁ କେଉଁ ଉପହାର ଦେବାପାଇଁ ପ୍ରତିଶୃତି ଦେଲା ?)
Answer:
The wolf wanted the tiger to help him drag the body to the safest place in the forest.

Question (viii).
What was the tiger’s suspicion?
(ବାଘର ସନ୍ଦେହ କ’ଣ ଥିଲା ?)
Answer:
The tiger feared that the wolf would cheat him and run away leaving him alone.

BSE Odisha 8th Class English Solutions Lesson 2 The Thief and the Tiger

Question (ix).
Why did the two animals tie each other with a rope?
(କାହିଁକି ଦୁଇଜଣ ପ୍ରାଣୀ ପରସ୍ପରକୁ ଏକ ଦଉଡ଼ିରେ ବାନ୍ଧିଲେ ?)
Answer:
The two animals tied each other with a rope so that neither of them could cheat or run away living another.

Question (x).
What did the tiger do when the thief shouted at him?
(ମଣିଷର ବଡ଼ପାଟି ଶୁଣି ବାଘ କ’ଣ କଲା ?)
Answer:
The tiger ran as fast as he could getting frightened and seeing the thief.

Question (xi).
What did the tiger promise?
(ବାଘ କ’ଣ ପ୍ରତିଜ୍ଞାକଲା ?)
Answer:
The tiger promised not to desire for human flesh anymore.

Question (xii).
What did the thief stop doing?
(ଚୋର କେଉଁ ଅଭ୍ୟାସ ବନ୍ଦ କରିଦେଲା ?)
Answer:
The thief stopped stealing anymore.

Session – 7

7. Mental Talk : (ମାନସିକ ଆଳାପ)

  • The tiger was stronger than the thief, but not so clever. Fear made him weaker.
    (ବାଘ ମଣିଷଠାରୁ ବଳବାନ ଥିଲା; କିନ୍ତୁ ଚତୁର ନଥିଲା । ଭୟ ତାକୁ ଦୁର୍ବଳ କରିଦେଲା ।)
  • Mind power is mightier than muscle power.
    (ମନର ବଳ ଶାରୀରିକ ବଳଠାରୁ ଅଧୁକ ଶକ୍ତିଶାଳୀ)

BSE Odisha 8th Class English Solutions Lesson 2 The Thief and the Tiger

Tail-Piece

Did you like the story, “The Thief and The Tiger”?
(ଚୋର ଏବଂ ବାଘ ଗଳ୍ପଟି ଭଲ ଲାଗିଲା କି ?)
Read a story here, is more interesting than this.
(ଆଉ ଗୋଟିଏ ଏହିପରି ଗପ ପଢ଼ । ଏହାଠାରୁ ଅଧିକ ମନୋରଞ୍ଜନ କି)

The Liger On A Tiger (ବାଘ ଏବଂ ଫାଘ)

One day…………………………………………………. they could.

ଦିନେ ଗୋଟିଏ ଲୋକର ଘୋଡ଼ାଛୁଆଟି ହଜିଯାଇଥିଲା । ସେ ତାକୁ ଖୋଜି ଖୋଜି ବଣଭିତରକୁ ପଶିଯାଇଥିଲା । ସେ ବହୁତ କ୍ଳାନ୍ତ ହୋଇପଡ଼ିଥିଲା ଏବଂ ଆଗକୁ ଯିବାକୁ ଅକ୍ଷମ ହୋଇପଡ଼ିଥିଲା । ସେ ଘରକୁ ଫେରିଆସିବାକୁ ଇଚ୍ଛାକଲା । ମାତ୍ର ଘରକୁ ଫେରିବା ବାଟ ନପାଇ ବାଉଳା ହୋଇଗଲା । ସେତେବେଳକୁ ରାତି ହୋଇଯାଇଥିଲା । ଘରକୁ ଫେରିଯିବା ଆଉ ସମ୍ଭବ ନଥିଲା । ସେ ଗୋଟିଏ କୁଡ଼ିଆ ଦେଖିବାକୁ ପାଇଲା । ଏହା ଗୋଟିଏ ବୁଢ଼ୀଲୋକର କୁଡ଼ିଆ ଥିଲା । ଲୋକଟି ସେଠାରେ ଆଶ୍ରୟ ନେବାକୁ ବୁଢ଼ୀକୁ ଅନୁରୋଧ କଲା । ତା’ଘରେ ମାତ୍ର ଦୁଇଟି କୋଠରି ଥିଲା । ସେ ଗୋଟିଏ କୋଠରିରେ ତାରି ନାତୁଣୀ ସହିତ ରହୁଥିଲା ଏବଂ ଅନ୍ୟ କୋଠରିଟିରେ ଘରର ଜିନିଷପତ୍ର ସବୁ ରହିଥିଲା । ସେହି ଭଣ୍ଡାରଘରେ ତାକୁ ରହିବାକୁ ବୁଢ଼ୀ ଅନୁମତି ଦେଲା ।

BSE Odisha 8th Class English Solutions Lesson 2 The Thief and the Tiger

ନାତୁଣୀଟି ଘୋଡ଼ାଛୁଆ ବିଷୟରେ କିଛିକିଛି ଶୁଣିଥିଲା । ଏଣୁ ସେ ଲୋକଟି ପାଖକୁ ଯାଇ ଘୋଡ଼ାଛୁଆ ବିଷୟରେ ସବୁକଥା ଜାଣିବାକୁ ଚାହିଁଲା । କିନ୍ତୁ ତା’ର ବୁଢ଼ୀ ମା’ ତାକୁ କହିଲା, ‘ଆଦୌ ନୁହେଁ । ତୁ ସେଠାକୁ ଆଦୌ ଯିବା ଉଚିତ ନୁହେଁ । ସେଠାରେ ବାଘ ଫାଘ ତୋତେ ଟେକିନେଇଯିବେ ।’’ ପ୍ରକୃତରେ ‘ଫାଘ’ ବୋଲି କୌଣସି ପ୍ରାଣୀ ନଥିଲା । କିନ୍ତୁ ବୁଢ଼ୀ ଘର ପଛପଟକୁ ପ୍ରତିଦିନ ଆସୁଥ‌ିବା ବାଘଟି ବୁଢ଼ୀ ମୁହଁରୁ ଫାଘ ସମ୍ପର୍କରେ ଶୁଣିବାକୁ ପାଇ ବିଚଳିତ ହୋଇପଡ଼ିଲା । ସେ ଭାବିଲା ବୋଧହୁଏ ଫାଘଟି ତା’ଅପେକ୍ଷା ଅଧିକ ଭୟଙ୍କର ଏକ ପ୍ରାଣୀ । ସେ ଗୋଟିଏ ରାକ୍ଷସ କିମ୍ବା ଭୂତ । ସେ ଖୁବ୍ ଭୟଭୀତ ହୋଇପଡ଼ିଲା । ସେ ସେଠାରୁ ପଳାଇଯିବାକୁ ଉପାୟ ଖୋଜିଲା । ଟିକିଏ ପରେ ଲୋକଟି ବାହାରକୁ ଆସି ଏହା ଦେଖିଲା ।
Tail piece

ସେତେବେଳକୁ ସକାଳ ହୋଇ ଆସୁଥାଏ । ସେଇ ଜାଲୁଜାଲୁଆ ଅନ୍ଧାର ଭିତରେ ଲୋକଟି ବାଘଟିକୁ ଦେଖି ତା’ର ଘୋଡ଼ାଛୁଆ ବୋଲି ଭାବିଲା । ସେ ସଙ୍ଗେ ସଙ୍ଗେ ସେଠାକୁ ଛୁଟିଯାଇ ବାଘର ମୁହଁକୁ ଗୋଟିଏ କନାରେ ବାନ୍ଧିପକାଇଲା । ଏହାଫଳରେ ବାଘର କାନ, ନାକ, ମୁଣ୍ଡ ଓ ବେକ ଜଣାପଡ଼ିଲା ନାହିଁ । ସେ ସଙ୍ଗେ ସଙ୍ଗେ ବାଘର ପିଠିରେ ବସିଗଲା । ବାଘର କି ଭୟ ! ସେ ଲୋକଟିକୁ ଫାଘ ବୋଲି ଭାବି ଜୀବନ ବିକଳରେ ଦୌଡ଼ିବାକୁ ଲାଗିଲା । ଯେତେବେଳେ ରାତି ପାହିଲା, ଲୋକଟି ଦେଖିଲା ଯେ ସେ ଗୋଟିଏ ବାଘ ପିଠିରେ ବସିଛି । କ’ଣ କରିବ ? କେମିତି ସେ ବାଘ ପିଠିରୁ ଖସି ଜୀବନ ବଞ୍ଚାଇବ ! ଯେତେବେଳେ ବାଘଟି ଗୋଟିଏ ବରଗଛ ତଳ ଦେଇ ଦୌଡୁଥିଲା, ଲୋକଟି ସେହି ସମୟରେ ବରଗଛର ଏକ ଡାଳକୁ ଧରି ଗଛ ଉପରେ ଚଢ଼ିଗଲା ଏବଂ କହିଲା, ‘ହେ ଭଗବାନ ! ତୁମକୁ ଧନ୍ୟବାଦ !

ଯାହାହେଉ ମୁଁ ବଞ୍ଚିଯାଇଛି ।’’ ବାଘଟି ମଧ୍ୟ ଫାଘ କବଳରୁ ମୁକ୍ତି ପାଇ ନିଜକୁ ଧନ୍ୟ ମନେକଲା । ବାଘଟି ଦୌଡ଼ି ନ ପଳାଇ ଗଛତଳେ ନିଶ୍ଵାସ ମାରିଲା ଏବଂ ଅନ୍ୟ ବାଘମାନଙ୍କୁ ଚିତ୍କାର କରି ଗଛ ଉପରେ ଥ‌ିବା ଭୟଙ୍କର ପ୍ରାଣୀ ଫାଘ ବିଷୟରେ ଜଣାଇଲା । ସବୁ ବାଘମାନେ ଆସି କହିଲେ, ‘ଖବର କ’ଣ ? କିଏ ତୁମର ମୁହଁ ବାନ୍ଧି ପକାଇଛି ?’’ ବାଘଟି ଦୀର୍ଘଶ୍ଵାସ ମାରି କହିଲା, ‘‘ଭାଇମାନେ ! ମୁଁ ମୃତ୍ୟୁମୁଖରୁ ବଞ୍ଚ୍ ଫେରିଆସିଛି । ମୋତେ ଗୋଟିଏ ‘ଫାଘ’ ଧରିନେଇଥିଲା । ମୁଁ ତାକୁ ପୂଜା ଅର୍ପଣ କରିବାକୁ ପ୍ରତିଜ୍ଞା କରିବାରୁ ସେ ମୋତେ ଛାଡ଼ିଦେଇଛି । ମୁଁ ଯଦି ତାକୁ ପୂଜା ଅର୍ପଣ ନଦିଏ; ତେବେ ସେ ମୋତେ ପୁଣି ଧରିନେଇଯିବ । ‘‘ଏକଥା ଶୁଣି ସବୁ ବାଘ ‘ଫାଘ’କୁ ପୂଜା କରି ଗଣ୍ଡା, ମଇଁଷି ପ୍ରଭୃତି ବିଭିନ୍ନ ଦ୍ରବ୍ୟ ଅର୍ପଣ କରିବାକୁ ଲାଗିଲେ । ଲୋକଟି ତା’ଜୀବନରେ କେବେ ହେଲେ ଏତେସଂଖ୍ୟକ ବାଘ ଏକାଠି ହେବାର ଦେଖି ନଥିଲା ।

BSE Odisha 8th Class English Solutions Lesson 2 The Thief and the Tiger

ସେ ଖୁବ୍ ଭୟ ପାଇଗଲା । ସେ ଗଛ ଉପରେ ବସି ଥରିବାକୁ ଲାଗିଲା । ଉଭୟ ଲୋକ ଏବଂ ଗଛ ଦୋହଲୁଥିଲେ । ବାଘମାନେ ମଧ୍ୟ ଭୟ ପାଇ ଯାଇଥିଲେ । ସେମାନେ ଉପରକୁ ଚାହିଁଲେ; ମାତ୍ର ପତ୍ରଗହଳରେ ଲୋକଟିକୁ ଦେଖୁରିଲେ ନାହିଁ । ଲୋକର ପିନ୍ଧାଲୁଗାର ଶେଷ ଅଂଶଟି ଗୋଟିଏ ଡାଳରୁ ଓହଳିଥିଲା । ସେମାନେ ଏହା ପତ୍ରଗହଳ ମଧ୍ୟରେ ଜାଣିପାରିଲେ ନାହିଁ । ସେମାନେ ଏହାକୁ ଏକ ଲାଞ୍ଜ ବୋଲି ଭାବିଲେ । ଏହା ଦେଖ୍ ଗୋଟିଏ ବୁଢ଼ା ବାଘ କହିଲା, ‘ଏହା ଏକ ବିପଜ୍ଜନକ ଜୀବଭଳି ଲାଗୁଛି । ଏହା ନିଶ୍ଚୟ ଲାଇଗର ।’’ ଏହା ଶୁଣି ସମସ୍ତ ବାଘ ଚିତ୍କାର କରି ଉଠିଲେ, ‘‘ସେ ଆମକୁ ଧରିନେବ, ଜୀବନ ବଞ୍ଚାଇ ପଳାଇଯାଅ ।’’ ଏବଂ ସମସ୍ତେ ଯେତେ ଜୋର୍‌ରେ ପାରିଲେ ଦୌଡ଼ବାକୁ ଲାଗିଲେ ।

Word Meaning

dangle: to hang or swing loosely (ଉପରୁ ଓହଳିବା / ଝୁଲିରହିବା)
escape: to get free from something (ଖସି ପଳେଇବା)
flutter: to move by waving quickly and lightly
huge: very big (ବିରାଟ, ଖୁବ୍ ବଡ଼ ଆକାରର, ବିଶାଳ)
pant: to breathe quickly (ଅଣନିଶ୍ୱାସୀ ହୋଇପଡ଼ିବା)
rush out: to go or move suddenly with great speed (ହଠାତ୍ ଧାଇଁବା)
Search: to look for (ଖୋଜିବା)
shelter: a house or a place to stay (ଆଶ୍ରୟସ୍ଥଳୀ)

Leave a Comment