BSE Odisha 9th Class Political Science Solutions Chapter 2 ମୌଳିକ କର୍ତ୍ତବ୍ୟ

Odisha State Board BSE Odisha 9th Class Political Science Solutions Chapter 2 ମୌଳିକ କର୍ତ୍ତବ୍ୟ Textbook Exercise Questions and Answers.

BSE Odisha Class 9 Political Science Solutions Chapter 2 ମୌଳିକ କର୍ତ୍ତବ୍ୟ

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦରେ ଲେଖ ।

(କ) ଭାରତର ସମ୍ବିଧାନରେ ପ୍ରଦତ୍ତ ମୌଳିକ କର୍ତ୍ତବ୍ୟର ତାତ୍ପର୍ଯ୍ୟ ବର୍ଣ୍ଣନା କର ।
Answer:

  • ଅଧିକାର ଓ କର୍ତ୍ତବ୍ୟ ପରସ୍ପର ପରିପୂରକ । ନାଗରିକମାନେ ମୌଳିକ ଅଧିକାର ପାଇଥିବାରୁ ମୌଳିକ କର୍ତ୍ତବ୍ୟ ପାଳନ କରିବା ଦରକାର ।
  • ବ୍ୟକ୍ତିର ବିକାଶ ପାଇଁ ଓ ତା’ର ବ୍ୟକ୍ତିତ୍ଵର ପରିପ୍ରକାଶ ପାଇଁ ସେ ଯେପରି ଅଧ୍ୟାର ଭୋଗ କରେ, ସେହିପରି ରାଷ୍ଟ୍ରର ସୁପରିଚାଳନା ନିମନ୍ତେ ସେ ଜଣେ ରାଷ୍ଟ୍ରପ୍ରେମୀ ହୋଇ ମୌଳିକ କର୍ତ୍ତବ୍ୟ ପାଳନ କରିବା ଆବଶ୍ୟକ ।
  • ଅଧିକାର ଓ କର୍ତ୍ତବ୍ୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି । ଅଧିକାର ଓ କର୍ତ୍ତବ୍ୟ ମଧ୍ଯରେ ସୁସମନ୍ଵୟ ରକ୍ଷା ହିଁ ଏକ ଆଦର୍ଶ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନରେ ସାହାଯ୍ୟ କରିଥାଏ ।
  • ମୌଳିକ କର୍ଭବ୍ୟଗୁଡ଼ିକ ନାଗରିକମାନଙ୍କର ଆଇନଗତ, ରାଜନୈତିକ, ସାମାଜିକ, ସାଂସ୍କୃତିକ, ନୈତିକ, ଅର୍ଥନୈତିକ ଓ ଶିକ୍ଷାଗତ ଦାୟିତ୍ୱବୋଧକୁ ହିଁ ବୁଝାଇଥାଏ । ଏହାକୁ ପ୍ରତ୍ୟେକ ନାଗରିକ ପାଳନ କଲେ ସମାଜରେ
  • ମୌଳିକ କର୍ତ୍ତବ୍ୟଗୁଡ଼ିକ ଭାରତୀୟ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ । କୌଣସି ଭାରତୀୟ ନାଗରିକ ଏହି ମୌଳିକ କର୍ତ୍ତବ୍ୟ ସମ୍ପାଦନ ନ କଲେ, ତାଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ।

BSE Odisha 9th Class Political Science Book Solutions Chapter 2 ମୌଳିକ କର୍ତ୍ତବ୍ୟ

(ଖ) ମୌଳିକ କର୍ତ୍ତବ୍ୟଗୁଡ଼ିକ ‘ଏକ ଅଭିନବ ବ୍ୟବସ୍ଥା’ – ଏହା କାହିଁକି କୁହାଯାଏ ?
Answer:

  • ଭାରତର ସମ୍ବିଧାନରେ ମୌଳିକ କର୍ତ୍ତବ୍ୟ ଏକ ଅଭିନବ ବ୍ୟବସ୍ଥା । ମୂଳ ସମ୍ବିଧାନରେ ନାଗରିକମାନଙ୍କୁ ମୌଳିକ ଅଧିକାର ପ୍ରଦାନ କରାଯାଇଥିବାବେଳେ, ମୌଳିକ କର୍ତ୍ତବ୍ୟ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରାଯାଇ ନ ଥିଲା ।
  • ୧୯୭୬ ମସିହା ଫେବୃୟାରୀ ମାସରେ ସମ୍ବିଧାନରେ କିଛି ପରିବର୍ତ୍ତନ ଆଣିବାପାଇଁ ସ୍ଵରଣ ସିଂହ କମିଟି ଗଠନ କରିଥିଲା ।
  • ଏତଦ୍‌ବ୍ୟତୀତ ସମ୍ବିଧାନରେ ନାଗରିକମାନଙ୍କର ମୌଳିକ କର୍ତ୍ତବ୍ୟଗୁଡ଼ିକର ଏକ ତାଲିକା ଅନ୍ତର୍ଭୁକ୍ତ କରିବାପାଇଁ ସୁପାରିସ କରିଥିଲା ।
  • ୧୯୭୬ ମସିହାର ୪୨ତମ ସଂଶୋଧନ ଆଇନଦ୍ୱାରା ସମ୍ବିଧାନରେ ‘ମୌଳିକ କର୍ଭବ୍ୟ’ଗୁଡ଼ିକୁ ଯୋଗ କରାଗଲା ଓ ଭାରତ ସମ୍ବିଧାନର ଚତୁର୍ଥ ଭାଗ (କ)ର ଧାରା ୫୧(କ)ରେ ୧୦ ଗୋଟି ମୌଳିକ କର୍ତ୍ତବ୍ୟ ବିଷୟରେ
  • ପରବର୍ତୀ ସମୟରେ ୨୦୦୨ ମସିହାର ୮୬ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ଆଉ ଗୋଟିଏ ମୌଳିକ କର୍ତ୍ତବ୍ୟ ଯୋଗ କରାଯିବାରୁ ସମୁଦାୟ ମୌଳିକ କର୍ତ୍ତବ୍ୟ ସଂଖ୍ୟା ୧୧କୁ ବୃଦ୍ଧି ପାଇଲା ।

୨।ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦରେ ଲେଖ ।

(କ) ଏକାଦଶତମ ମୌଳିକ କର୍ତ୍ତବ୍ୟର ଗୁରୁତ୍ଵ ବୁଝାଇ ଲେଖ ।
Answer:
ଏକାଦଶତମ ମୌଳିକ କର୍ତ୍ତବ୍ୟରେ ଉଲ୍ଲେଖ ଅଛି ଯେ ମାତା, ପିତା ବା ଅଭିଭାବକ, ତାଙ୍କର ଛଅ ବର୍ଷରୁ ଚଉଦ ବର୍ଷ ବୟସ ମଧ୍ୟରେ ଥ‌ିବା ସନ୍ତାନ ବା ପାଳିତଙ୍କୁ ଶିକ୍ଷାଲାଭର ସୁଯୋଗ ଯୋଗାଇଦେବେ । ଏହି ମୌଳିକ କର୍ତ୍ତବ୍ୟଟି ଭାରତରେ ଶିକ୍ଷାର ବିକାଶ କ୍ଷେତ୍ରରେ ସହାୟକ ହୋଇଛି ।

(ଖ) ଉଦାହରଣ ସହିତ ସାମାଜିକ ମୌଳିକ କର୍ତ୍ତବ୍ୟ ବିଷୟ ଆଲୋଚନା କର ।
Answer:

  • ଭାରତୀୟ ନାଗରିକମାନଙ୍କର ସାମାଜିକ ମୌଳିକ କର୍ତ୍ତବ୍ୟ ହେଉଛି, ନିଜ ନିଜ ମଧ୍ୟରେ ସଦ୍‌ଭାବ ଓ ଭ୍ରାତୃଭାବ ପ୍ରତିଷ୍ଠା କରିବା ଏବଂ ମହିଳାମାନଙ୍କର ମର୍ଯ୍ୟାଦା ରକ୍ଷା କରିବା ।
  • ଆମ ଦେଶରେ ସରକାରୀ ଚାକିରି କ୍ଷେତ୍ରରେ ଓ ଲୋକସଭା, ରାଜ୍ୟସଭା, ରାଜ୍ୟ ବିଧାନସଭା ଓ ପଞ୍ଚାୟତ

BSE Odisha 9th Class Political Science Book Solutions Chapter 2 ମୌଳିକ କର୍ତ୍ତବ୍ୟ

(ଗ) ‘ଭାରତୀୟ ନାଗରିକମାନଙ୍କର ମୌଳିକ ଅଧିକାର ଓ ମୌଳିକ କର୍ତ୍ତବ୍ୟ ପରସ୍ପର ପରିପୂରକ’ – ଏହାର ତାତ୍ପର୍ଯ୍ୟ ଲେଖ ।
Answer:

  • ଅଧିକାର ଓ କର୍ତ୍ତବ୍ୟ ପରସ୍ପର ପରିପୂରକ । ଅଧିକାର ଉପଭୋଗ କରିବାକୁ ହେଲେ ନାଗରିକମାନଙ୍କୁ ରାଷ୍ଟ୍ର ପାଇଁ କିଛି କର୍ତ୍ତବ୍ୟ କରିବାକୁ ହେବ ।
  • ବ୍ୟକ୍ତିର ବିକାଶ ପାଇଁ ଓ ତା’ର’ବ୍ୟକ୍ତିତ୍ୱର ପରିପ୍ରକାଶ ପାଇଁ ରାଷ୍ଟ୍ର ଯେଉଁଭଳି ଅଧିକାର ବ୍ୟକ୍ତିକୁ ପ୍ରଦାନ କରିଥାଏ ପ୍ରତିବଦଳରେ ସେହିଭଳି ରାଷ୍ଟ୍ର ନିଜର ସୁପରିଚାଳନା ନିମନ୍ତେ ବ୍ୟକ୍ତିଠାରୁ କିଛି ମୌଳିକ କର୍ତ୍ତବ୍ୟ ଆଶା କରିଥାଏ । ଅଧିକାର ଓ କର୍ତ୍ତବ୍ୟ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ସଦୃଶ ଅଟେ ।

(ଘ) ଭାରତୀୟ ନାଗରିକମାନଙ୍କର ରାଜନୈତିକ କର୍ତ୍ତବ୍ୟ ବୁଝାଇ ଲେଖ ।
Answer:

  • ଭାରତୀୟ ନାଗରିକମାନଙ୍କର ରାଜନୈତିକ କର୍ଭବ୍ୟ ହେଉଛି ଦେଶର ସାର୍ବଭୌମ ରକ୍ଷା କରିବା, ଜାତୀୟ ସଂହତି ବଜାୟ ରଖିବା ଓ ଦେଶର ସୁରକ୍ଷା କରିବା ।
  • ବିଭିନ୍ନ ଭାଷା, ଜାତି ଓ ସଂପ୍ରଦାୟକୁ ନେଇ ଗଠିତ ଭାରତବର୍ଷର ସାର୍ବଭୌମ ଓ ଏକତା ରକ୍ଷା ପାଇଁ ଏହି କର୍ତ୍ତବ୍ୟ ପାଳନ କରିବା ଏକାନ୍ତ ଅପରିହାର୍ଯ୍ୟ ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) କେଉଁମାନଙ୍କ ପାଇଁ ଆମ ଦେଶରେ ମୌଳିକ କର୍ତ୍ତବ୍ୟଗୁଡ଼ିକ ଉଦ୍ଦିଷ୍ଟ ?
Answer:
ଭାରତୀୟ ନାଗରିକମାନଙ୍କ ପାଇଁ ଆମ ଦେଶରେ ମୌଳିକ କର୍ତ୍ତବ୍ୟଗୁଡ଼ିକ ଉଦ୍ଦିଷ୍ଟ ।

BSE Odisha 9th Class Political Science Book Solutions Chapter 2 ମୌଳିକ କର୍ତ୍ତବ୍ୟ

(ଖ) ଜଣେ ନାଗରିକ ନିଜର ମୌଳିକ କର୍ତ୍ତବ୍ୟ ସମ୍ପାଦନ ନ କଲେ ତାଙ୍କ ବିରୋଧରେ ଆଇନଗତ ବ୍ୟବସ୍ଥା କରାଯାଇ ପାରିବ କି ?
Answer:
ଜଣେ ନାଗରିକ ନିଜର ମୌଳିକ କର୍ତ୍ତବ୍ୟ ସମ୍ପାଦନ ନ କଲେ ତାଙ୍କ ବିରୋଧରେ ଆଇନଗତ ବ୍ୟବସ୍ଥା ଗ୍ରହଣ କରାଯାଇ ପାରିବ ନାହିଁ ।

(ଗ) ମୌଳିକ କର୍ତ୍ତବ୍ୟଗୁଡ଼ିକ ମୁଖ୍ୟତଃ କେତେ ପ୍ରକାରର ?
Answer:
ମୌଳିକ କର୍ତ୍ତବ୍ୟଗୁଡ଼ିକ ମୁଖ୍ୟତଃ ପାଞ୍ଚ ପ୍ରକାରର ।

BSE Odisha 9th Class Political Science Book Solutions Chapter 2 ମୌଳିକ କର୍ତ୍ତବ୍ୟ

(ଘ) କେବେ ମୌଳିକ କର୍ତ୍ତବ୍ୟଗୁଡ଼ିକ ଆମ ସମ୍ବିଧାନରେ ଯୋଗ କରାଯାଇଛି ?
Answer:
୧୯୭୬ ମସିହାରେ ୧୦ ଗୋଟି ଓ ୨୦୦୨ ମସିହାରେ ୧ ଗୋଟି ମୌଳିକ କର୍ତ୍ତବ୍ୟ ଆମ ସମ୍ବିଧାନରେ ଯୋଗ କରାଯାଇଛି ।

Leave a Comment