BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

Odisha State Board BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ Important Questions and Answers.

BSE Odisha Class 10 History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧। ସମୟ ସ୍ରୋତରେ ଓଡ଼ିଶା କିପରି ତା’ର ସ୍ଵାଧୀନତା ହରାଇ ସର୍ବଶେଷରେ ଇଂରେଜ ଶାସନାଧୀନ ହେଲା ବର୍ଣ୍ଣନା କର ।
Answer:

  • ଗଙ୍ଗାଠାରୁ ଗୋଦାବରୀ ଯାଏ ବିସ୍ତୃତ ମଧ୍ୟଯୁଗୀୟ ଓଡ଼ିଶା ମହାନ୍ ଗଙ୍ଗବଂଶୀ ତଥା ସୂର୍ଯ୍ୟବଂଶୀ ନରପତିଙ୍କ କୃତିତ୍ଵରେ ଉଜ୍ଜ୍ବଳ ଥିଲା ।
  • ସାରା ଭାରତରେ ମୁସଲମାନ ଶାସନର ପ୍ରାଧାନ୍ୟ ଥିଲାବେଳେ ଓଡ଼ିଶାର ହିନ୍ଦୁ ରାଜାମାନେ ଉତ୍କଳୀୟ ସଭ୍ୟତା ଓ ସଂସ୍କୃତିର ଉତ୍କର୍ଷ ସାଧନ କରିଥିଲେ ।
  • କିନ୍ତୁ ୧୫୬୮ ମସିହାରେ ଓଡ଼ିଶା ତା’ର ସ୍ଵାଧୀନତା ହରାଇଲା । ପ୍ରଥମେ ଆଫଗାନ୍ ଓ ପରେ ପରେ ମୋଗଲ ଓ ମରହଟ୍ଟା ଶାସକମାନେ ରାଜତ୍ଵ କଲେ । ଓଡ଼ିଶାର ଶେଷ ସ୍ଵାଧୀନ ହିନ୍ଦୁରାଜା ମୁକୁନ୍ଦଦେବ ଥିଲେ ।
  • ୧୮୦୩ ମସିହାରେ ଓଡ଼ିଶା ଇଂରେଜମାନଙ୍କଦ୍ୱାରା ଅଧିକୃତ ହେଲା ।
  • ଏହିପରି ସର୍ବଶେଷରେ ଓଡ଼ିଶାରେ ଇଂରେଜ ଶାସନ ପ୍ରତିଷ୍ଠା ହେଲା ।

୨। ସମ୍ବଲପୁର ଜିଲ୍ଲାର ବିଦ୍ୟାଳୟମାନଙ୍କରେ ହିନ୍ଦୀ ଭାଷାରେ ଶିକ୍ଷାଦାନ ପରିବର୍ତ୍ତେ ଓଡ଼ିଆ ଭାଷା କିପରି ପୁନଃ ପ୍ରଚଳିତ ହେଲା ଉଲ୍ଲେଖ କର ।
Answer:

  • କେନ୍ଦ୍ରୀୟ ପ୍ରଦେଶ ଅନ୍ତର୍ଗତ ସମ୍ବଲପୁର ଜିଲ୍ଲାରେ ହିନ୍ଦୀକୁ ସରକାରୀ ଭାଷାରୂପେ ପ୍ରଚଳନ କରାଗଲା, କାରଣ ହିନ୍ଦୀଭାଷୀ ସରକାରୀ କର୍ମଚାରୀମାନେ ଓଡ଼ିଆ ଭାଷାରେ କାର୍ଯ୍ୟ କରିବାକୁ ରାଜି ହେଉନଥିଲେ ।
  • ସମ୍ବଲପୁର ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟମାନଙ୍କରେ ହିନ୍ଦୀ ଭାଷାରେ ଶିକ୍ଷାଦାନ କରାଗଲା ।
  • ଏହା ଇଂରେଜ ସରକାର ଓ ହିନ୍ଦୀଭାଷୀମାନଙ୍କଦ୍ୱାରା ଓଡ଼ିଆ ଭାଷାର ବିଲୋପ ପାଇଁ ଉଦ୍ୟମ ବୋଲି ମନେକରି ସରକାରଙ୍କ ନୀତିକୁ ସେହି ଅଞ୍ଚଳର ଓଡ଼ିଆମାନେ ଘୋର ବିରୋଧ କଲେ ।
  • ‘ସମ୍ବଲପୁର ହିତୈଷିଣୀ’ ପତ୍ରିକା ଓଡ଼ିଆମାନଙ୍କ ମଧ୍ୟରେ ଜାତୀୟ ଜାଗରଣ ସୃଷ୍ଟି କରି ଓଡ଼ିଆ ଭାଷାର ସୁରକ୍ଷା ଦିଗରେ ଜନମତ ଜାଗ୍ରତ କରିଥିଲା ।
  • ସେ ଯାହାହେଉନା କାହିଁକି ସମ୍ବଲପୁରବାସୀଙ୍କ ଅବିରତ ଉଦ୍ୟମ ଫଳରେ ସମ୍ବଲପୁରରେ ଓଡ଼ିଆ ଭାଷା ପୁନଃ ପ୍ରଚଳିତ ହେଲା ।

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

୩ । ଓଡ଼ିଶାରେ ନ’ଅଙ୍କ ଦୁର୍ଭିକ୍ଷ ପରେ ଇଂରେଜମାନେ କି କି ଜନହିତକର କାର୍ଯ୍ୟ କରିଥିଲେ ?ତା’ଫଳରେ କ’ଣ ହେଲା ?
Answer:

  1. ଓଡ଼ିଶାରେ ୧୮୬୬ ମସିହାରେ ନ’ଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା । ଏହାପରେ ଇଂରେଜମାନେ ଅନେକ ଜନକଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିଥିଲେ ।
  2. କମିଶନର ଟି.ଇ. ରେଭେନ୍ସା ଓଡ଼ିଶାର ଉନ୍ନତି ପାଇଁ ବହୁ କାର୍ଯ୍ୟକ୍ରମ ନିଜ ହାତକୁ ନେଇଥିଲେ । ସେ ଆଳି ଓ ବାଙ୍କୀଠାରେ ନୂତନ ବନ୍ଧ ନିର୍ମାଣ ତଥା ପୁରୁଣା ବନ୍ଧର ମରାମତି କରାଇଥିଲେ ।
  3. ଏତଦ୍‌ବ୍ୟତୀତ ବାଣିଜ୍ୟର ଉନ୍ନତି ପାଇଁ ଓଡ଼ିଶା ଭାରତର ଅନ୍ୟ ପ୍ରଦେଶ ସହିତ ପକ୍‌କା ପିଚୁ ରାସ୍ତାଦ୍ଵାରା ସଂଯୋଜିତ ହୋଇଥିଲା ।
  4. ଏହା ଭୌଗୋଳିକ ଅବରୋଧରୁ ମୁକ୍ତକରି ଓଡ଼ିଶାବାସୀଙ୍କୁ ଆଧୁନିକ ସଭ୍ୟତା ସହିତ ପରିଚିତ କରାଇ ପାରିଥିଲା ।
  5. ଫଳରେ ସେମାନଙ୍କ ମନରେ ଜାତୀୟ ଚେତନା ସୃଷ୍ଟି କରିବାରେ ଏହା ସହାୟକ ହୋଇଥିଲା ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧। ଓଡ଼ିଶାରେ ରେଭେନ୍ସା ମହାବିଦ୍ୟାଳୟ କିପରି ପ୍ରତିଷ୍ଠା ହେଲା ?
ଉ –

  • କଟକରେ ଅବସ୍ଥିତ ଏବଂ ଗୌରବ ବହନ କରୁଥିବା ରେଭେନ୍ସା ମହାବିଦ୍ୟାଳୟର ଆରମ୍ଭ ୧୮୫୮ରେ ସ୍ଥାପିତ କଟକ ଜିଲ୍ଲା ସ୍କୁଲରୁ ହୋଇଥିଲା ।
  • ପ୍ରଥମେ ୧୮୬୭ ଖ୍ରୀ.ଅ.ରେ କଟକ ଜିଲ୍ଲା ସ୍କୁଲକୁ ଇଣ୍ଟରମିଡ଼ିଏଟ୍ ମହାବିଦ୍ୟାଳୟକୁ ଉନ୍ନୀତ କରାଗଲା ।
  • ଏହି ଅନୁଷ୍ଠାନରେ ୧୮୭୬ ଖ୍ରୀ.ଅ.ରେ ସ୍ନାତକ ଶ୍ରେଣୀ ଖୋଲାଯାଇ ମହାବିଦ୍ୟାଳୟଟିକୁ ତତ୍କାଳୀନ କମିଶନର ଟି.ଇ. ରେଭେନ୍ସାଙ୍କ ନାମରେ ନାମିତ କରାଯାଇଥିଲା । ଏହିପରି ଭାବରେ ରେଭେନ୍ସା ମହାବିଦ୍ୟାଳୟ ପ୍ରତିଷ୍ଠାଲାଭ କରିଥିଲା ।

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

୨। ଓଡ଼ିଆ ଭାଷାର ସୁରକ୍ଷା ଓ ଓଡ଼ିଆ ଜାତୀୟତାର ବିକାଶ ପାଇଁ କେଉଁ ସମ୍ବାଦପତ୍ରଗୁଡ଼ିକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ଏବଂ ଏଗୁଡ଼ିକ କେବେ, କେଉଁଠାରୁ ଓ କାହା ସମ୍ପାଦନାରେ ପ୍ରକାଶିତ ହୋଇଥିଲା ?
ଉ –

  • ଓଡ଼ିଆ ଭାଷାର ସୁରକ୍ଷା ଓ ଓଡ଼ିଆ ଜାତୀୟତାର ବିକାଶ ପାଇଁ ‘ଉତ୍କଳଦୀପିକା’, ‘ସମ୍ବାଦ ବାହିକା’, ‘ବୋଧଦାୟିନୀ’ ଓ ‘ସମ୍ବଲପୁର ହିତୈଷିଣୀ’ ଆଦି ସମ୍ବାଦପତ୍ରଗୁଡ଼ିକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।
  • ୧୮୬୬ ମସିହାରେ କଟକରୁ ‘ଉତ୍କଳ ଦୀପିକା’, ୧୮୬୮ ମସିହାରେ ବାଲେଶ୍ୱରରୁ ‘ସମ୍ବାଦ ବାହିକା’ ଓ ‘ବୋଧଦାୟିନୀ’, ୧୮୮୯ ମସିହାରେ ବାମଣ୍ଡାରୁ ‘ସମ୍ବଲପୁର ହିତୈଷିଣୀ’ ପତ୍ରିକା ପ୍ରକାଶଲାଭ କରିଥିଲା ।
  • ‘ଉତ୍କଳ ଦୀପିକା’ ଗୌରୀଶଙ୍କର ରାୟଙ୍କ ସମ୍ପାଦନାରେ ପ୍ରକାଶଲାଭ କରିଥିଲାବେଳେ ‘ସମ୍ବାଦ ବାହିକା’,‘ବୋଧଦାୟିନୀ’ ଫକୀରମୋହନ ସେନାପତିଙ୍କ ସମ୍ପାଦନାରେ ପ୍ରକାଶିତ ହେଉଥିଲା । ସେହିପରି ନୀଳମଣି ବିଦ୍ୟାରତ୍ନ ‘ସମ୍ବଲପୁର ହିତୈଷିଣୀ’ର ସମ୍ପାଦକ ଥିଲେ ।

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। ମଧ୍ୟଯୁଗୀୟ ଓଡ଼ିଶାରେ କେଉଁ ମହାନ୍ ବଂଶର ନରପତିମାନେ ଶାସନ କରୁଥିଲେ ଏବଂ କିଏ ଓଡ଼ିଶାର ଶେଷ ସ୍ଵାଧୀନ ହିନ୍ଦୁ ରାଜା ଥିଲେ ?
ଉ –

  1. ମଧ୍ୟଯୁଗୀୟ ଓଡ଼ିଶାରେ ମହାନ୍ ଗଙ୍ଗବଂଶୀ ତଥା ସୂର୍ଯ୍ୟବଂଶୀ ନରପତିମାନେ ଶାସନ କରୁଥିଲେ ।
  2. ଓଡ଼ିଶାର ଶେଷ ସ୍ଵାଧୀନ ହିନ୍ଦୁ ରାଜା ଥିଲେ ମୁକୁନ୍ଦଦେବ । ସେ ୧୫୫୯ରୁ ୧୫୬୮ ମସିହା ପର୍ଯ୍ୟନ୍ତ ରାଜୁତି କରିଥିଲେ ।

୨। ‘ଉତ୍କଳ ସଭା’ କେଉଁମାନଙ୍କ ଉଦ୍ୟମରେ ଓ କେଉଁ ଉଦ୍ଦେଶ୍ୟରେ ଗଠିତ ହୋଇଥିଲା ?
ଉ –

  • ୧୮୮୨ ମସିହାରେ ରାଧାନାଥ ରାୟ, ପ୍ୟାରୀମୋହନ ଆଚାର୍ଯ୍ୟ ଓ ଗୌରୀଶଙ୍କର ରାୟ ପ୍ରମୁଖ ମନୀଷୀଗଣଙ୍କ ଉଦ୍ୟମରେ କଟକରେ ‘ଉତ୍କଳ ସଭା’ ଗଠିତ ହୋଇଥିଲା ।
  • ଓଡ଼ିଆ ଭାଷା ଓ ସଂସ୍କୃତିର ଉନ୍ନତି ନିମନ୍ତେ ଏହି ଅନୁଷ୍ଠାନ ଗଠିତ ହୋଇଥିଲା ।

୩ । ଗଞ୍ଜାମ ଜିଲ୍ଲାରେ ଓଡ଼ିଆ ଭାଷା କାହିଁକି ଅବହେଳିତ ହେଲା ? ଏହାପରେ ଓଡ଼ିଆମାନେ କ’ଣ କରିଥିଲେ ?
ଉ –

  • ଇଂରେଜ ଶାସନ ସମୟରେ ମାଡ୍ରାସ୍ ପ୍ରଦେଶ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାରେ ତେଲୁଗୁ ସରକାରୀ ଭାଷା ରୂପେ ପ୍ରଚଳିତ ହେବା ଫଳରେ ଓଡ଼ିଆ ଭାଷା ଅବହେଳିତ ହେଲା; ଫଳରେ ଗଞ୍ଜାମର ଓଡ଼ିଆମାନେ ଓଡ଼ିଶା ଡିଭିଜନରେ ମିଶିବାପାଇଁ ଆନ୍ଦୋଳନ କଲେ ।
  • ୧୮୭୦ ମସିହା ସେପ୍ଟେମ୍ବର ମାସରେ ସେମାନେ ରସୁଲକୋଣ୍ଡା (ବର୍ତ୍ତମାନର୍ ଭଞ୍ଜନଗର)ଠାରେ ସଭା କରି ସମସ୍ତ ଓଡ଼ିଆଙ୍କୁ ଏକତ୍ର ହେବାପାଇଁ ଆହ୍ୱାନ ଦେଇଥିଲେ ।

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ପୂର୍ବକାଳରେ ଓଡ଼ିଶା କେଉଁଠାରୁ କେଉଁ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା ?
Answer:
ପୂର୍ବକାଳରେ ଓଡ଼ିଶା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା ।

2. ମଧ୍ୟଯୁଗରେ ଓଡ଼ିଶାରେ କେଉଁ ଦୁଇଟି ରାଜବଂଶ ଶାସନ କରୁଥିଲେ ?
Answer:
ମଧ୍ୟଯୁଗରେ ମହାନ୍ ଗଙ୍ଗବଂଶୀ ଓ ସୂର୍ଯ୍ୟବଂଶୀ ରାଜାମାନେ ଶାସନ କରୁଥିଲେ ।

3. ଓଡ଼ିଶାରେ କେବେଠାରୁ ପରିବର୍ତ୍ତନର ଧାରା ଆରମ୍ଭ ହୋଇଥିଲା ?
Answer:
୧୮୬୬ ମସିହାରେ ନ’ଅଙ୍କ ଦୁର୍ଭିକ୍ଷ ପରେ ।

4. ନୀଳମଣି ବିଦ୍ୟାରତ୍ନ କେଉଁଠାରୁ ଏକ ସମ୍ବାପତ୍ର ପ୍ରକାଶ କରିଥିଲେ ?
Answer:
ନୀଳମଣି ବିଦ୍ୟାରତ୍ନ ବାମଣ୍ଡାରୁ ଏକ ସମ୍ବାଦପତ୍ର ପ୍ରକାଶ କରିଥିଲେ ।

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

5. ସମ୍ବଲପୁର ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟମାନଙ୍କରେ କେଉଁ ଭାଷାରେ ଶିକ୍ଷାଦାନ କରାଯାଉଥିଲା ?
Answer:
ହିନ୍ଦୀ ଭାଷାରେ ସମ୍ବଲପୁର ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ କରାଯାଇଥିଲା ।

6. ‘ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା’ କେଉଁଠାରେ ଗଠନ କରାଯାଇଥିଲା ?
Answer:
ବାଲେଶ୍ଵରଠାରେ ‘ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା’ ଗଠନ କରାଯାଇଥିଲା ।

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. କେବେ ଖ୍ରୀଷ୍ଟିଆନ୍ ଧର୍ମପ୍ରଚାରକମାନେ କଟକରେ ଏକ ହିତକାରୀ ଦାତବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କଲେ ?
Answer:
୧୮୨୩ ମସିହା

2. ମିଶନାରୀମାନଙ୍କଦ୍ୱାରା ପ୍ରତିଷ୍ଠିତ ହିତକାରୀ ଦାତବ୍ୟ ବିଦ୍ୟାଳୟର ପରିଚାଳନା ଭାର ସରକାର କେବେ ହାତକୁ ନେଇଥିଲେ ?
Answer:
୧୮୪୧ ମସିହା

3. ଓଡ଼ିଶାର ଶେଷ ସ୍ୱାଧୀନ ହିନ୍ଦୁ ରାଜା କିଏ ଥିଲେ ?
Answer:
ମୁକୁନ୍ଦଦେବ

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

4. କଲିକତା ବିଶ୍ବବିଦ୍ୟାଳୟ କେବେ ପ୍ରତିଷ୍ଠା ହୋଇଥିଲା ?
Answer:
୧୮୫୭ ମସିହା

5. ‘ଉତ୍କଳ ଦୀପିକା’ ସମ୍ବାଦପତ୍ରର ସମ୍ପାଦକ କିଏ ଥିଲେ ?
Answer:
ଗୌରୀଶଙ୍କର ରାୟ

6. କିଏ ‘ସମ୍ବାଦବାହିକା’ର ସମ୍ପାଦକ ଥିଲେ ?
Answer:
ଫକୀରମୋହନ ସେନାପତି

7. ଓଡ଼ିଶା ତା’ର ସ୍ଵାଧୀନତା କେବେ ହରାଇଲା ?
Answer:
୧୫୬୮ ମସିହାରେ

8. ଆଳି ଓ ବାଙ୍କୀଠାରେ କିଏ ନୂତନ ବନ୍ଧ ନିର୍ମାଣ ଓ ପୁରୁଣା ବନ୍ଧର ମରାମତି କରାଇଥିଲେ ?
Answer:
କମିଶନର ଟି.ଇ. ରେଭେନ୍ସା

9. ‘ଉତ୍କଳ ଭାଷା ଉଦ୍ଦୀପନୀ ସଭା’ କେଉଁଠାରେ ଅବସ୍ଥିତ ଥିଲା ?
Answer:
କଟକ

10. ଓଡ଼ିଶାର ପ୍ରଥମ ମୁଦ୍ରଣ ପ୍ରେସ୍‌ର ନାମ କ’ଣ ଥିଲା ?
Answer:
ମିଶନ ପ୍ରେସ୍

11. କେଉଁଠାରେ ଗଞ୍ଜାମର ଓଡ଼ିଆମାନେ ସଭାକରି ସମସ୍ତ ଓଡ଼ିଆଙ୍କୁ ଏକତ୍ରିତ କରିଥିଲେ ?
Answer:
ରସୁଲକୋଣ୍ଡା

12. ସମ୍ବଲପୁର ପ୍ରଥମେ କେଉଁ ପ୍ରଦେଶର ଅନ୍ତର୍ଗତ ଥିଲା ?
Answer:
କେନ୍ଦ୍ରୀୟ ପ୍ରଦେଶ

13. ଖ୍ରୀଷ୍ଟଧର୍ମ ଓ ବ୍ରାହ୍ମଧର୍ମ ବିରୋଧରେ ଓଡ଼ିଶାରେ କେଉଁ ଧର୍ମର ଆବିର୍ଭାବ ଘଟିଥିଲା ?
Answer:
ମହିମା ଧର୍ମ

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

14. କେଉଁ ମସିହାରେ ଓଡ଼ିଶା ଇଂରେଜମାନଙ୍କଦ୍ୱାରା ଅଧିକୃତ ହେଲା ?
Answer:
୧୮୦୩ ମସିହା

15. ଓଡ଼ିଶାରେ କେବେ ନ’ଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା ?
Answer:
୧୮୬୬ ମସିହା

C. ଶୂନ୍ୟସ୍ଥାନ ପୂରଣ କର ।

1. ଭୀମଭୋଇ ଥିଲେ ମହିମା ଧର୍ମର ମୁଖ୍ୟ _______ ।
Answer:
ପ୍ରଚାରକ

2. ଖ୍ରୀଷ୍ଟଧର୍ମ ଓ ବ୍ରାହ୍ମଧର୍ମର ବିରୋଧରେ ଓଡ଼ିଶାରେ ମୁଣ୍ଡ ଟେକିଥିଲା ________ ।
Answer:
ମହିମା ଧର୍ମ

3. ମହିମା ଗୋସ୍ବାମୀ ଜଣେ ________ ଥିଲେ ।
Answer:
ପ୍ରବର୍ତ୍ତକ

4. _________ ଠାରେ ‘ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା’ ପ୍ରତିଷ୍ଠା କରାଯାଇଥିଲା ।
Answer:
ବାଲେଶ୍ୱର

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

5. ସମୃଲପୁରବାସାଙ୍କ ବିରତ ଡଦ୍ୟଳରେ ସମୃଲପୁରରେ __________ ଭାଷା ପୁନଃ ପ୍ରତିଷ୍ଠିତ ହୋଇଥିଲା ।
Answer:
ଓଡ଼ିଆ

6. ________ ମସିହାରେ ଓଡ଼ିଶା ତା’ର ସ୍ବାଧୀନତା ହରାଇଥିଲା ।
Answer:
୧୫୬୮

7. ________ ମସିହାରେ ଓଡ଼ିଶାରେ ନ’ଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା ।
Answer:
୧୮୬୬

8. ୧୮୫୮ ମସିହାରେ ଓଡ଼ିଶାରେ ମୋଟ ________ ଟି ହାଇସ୍କୁଲ ଥିଲା ।
Answer:
୩୩

9. ଚାର୍ଲସ୍ ଉଙ୍କ ସୁପାରିସ ________ ମସିହାରେ ଓଡ଼ିଶାରେ ନ’ଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା ।
Answer:
୧୮୫୪

10. ଖ୍ରୀଷ୍ଟିଆନ୍ ଧର୍ମ ପ୍ରଚାରକମାନେ ________ ଠାରେ ଏକ ହିତକାରୀ ଦାତବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।
Answer:
କଟକ

11. ସାରା ଭାରତରେ ମୁସଲମାନ୍ ଶାସନର ପ୍ରାଧାନ୍ୟ ଥ‌ିବାବେଳେ _________ ରେ ହିନ୍ଦୁ ରାଜାମାନେ ଶାସନ କରୁଥିଲେ ।
Answer:
ଓଡ଼ିଶା

12. ______ ଙ୍କୁ ଓଡ଼ିଶାର ଶେଷ ହିନ୍ଦୁ ରାଜା ବୋଲି କୁହାଯାଇଥାଏ ।
Answer:
ମୁକୁନ୍ଦଦେବ

13. ଓଡ଼ିଶା ଗଙ୍ଗାଠାରୁ _______ ଯାଏ ପରିବ୍ୟାପ୍ତ ଥିଲା ।
Answer:
ଗୋଦାବରୀ

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

14. ଓଡ଼ିଶାର ପ୍ରଥମ ସ୍ନାତକ ଥିଲେ _________ ।
Answer:
ମଧୁସୂଦନ ଦାସ

15. ୧୮୭୦ ମସିହାରେ ମଧୁବାବୁ _________ ବିଶ୍ବବିଦ୍ୟାଳୟରୁ ବି.ଏ. ପାସ୍ କରିଥିଲେ ।
Answer:
କଲିକତା

D. ଠିକ୍ ଉକ୍ତି ପାଇଁ (✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (×) ଚିହ୍ନ ଦିଅ ।

1. ଓଡ଼ିଶାରେ ଚନ୍ଦ୍ରବଂଶୀ ନରପତିମାନେ ଶାସନ କରୁଥିଲେ ।
2. ଇଂରେଜ ଶାସନ କାଳରେ ଓଡ଼ିଶାରେ ପାଶ୍ଚାତ୍ୟ ଶିକ୍ଷା ଓ ଧର୍ମଧାରାର ପ୍ରବାହ ଆରମ୍ଭ ହୋଇଥିଲା ।
3. ଶିକ୍ଷିତ ଯୁବଗୋଷ୍ଠୀ ଏକ ନୂତନ ଓଡ଼ିଶା ନିର୍ମାଣ ପାଇଁ ସ୍ୱପ୍ନ ଦେଖୁଥିଲେ ।
4. ୧୮୫୭ ମସିହାରେ ଚାର୍ଲସ ଉଡ଼ଙ୍କ ପାଠ୍ୟକ୍ରମ ସଂସ୍କାର ନିୟମ ପ୍ରଣୟନ କରାଯାଇଥିଲା ।
5. ଓଡ଼ିଶାର ପ୍ରଥମ ମୁଦ୍ରଣଯନ୍ତ୍ର କଟକ ମିଶନ ପ୍ରେସ୍ ୧୮୨୩ ମସିହାରେ ପ୍ରତିଷ୍ଠିତ ହୋଇଥିଲା ।
6. ଫକୀରମୋହନଙ୍କ ସମ୍ବାଦପତ୍ର ସମ୍ବାଦ ବାହିକା କଟକରୁ ପ୍ରକାଶ ପାଉଥିଲା ।
7. ଗଞ୍ଜାମରୁ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ବାଦପତ୍ର ପ୍ରକାଶ ପାଉଥିଲା ।
8. ୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶାର ମୁଖ୍ୟତଃ କଟକ, ପୁରୀ ଓ ବାଲେଶ୍ୱରକୁ ଶାସନ କରୁଥିଲେ ।
9. କଟକର କଲେକ୍ଟର ବଙ୍ଗଳା ଭାଷାକୁ ସରକାରୀ ଭାଷାରୂପେ ସ୍ବୀକୃତି ପ୍ରଦାନ କରିଥିଲେ ।
10. ଗଙ୍ଗାଧର ମେହେର ପୁରାତନ ସାହିତ୍ୟର ପୁରୋଧା ଥିଲେ ।
11. ରାଧାନାଥ ରାୟ, ପ୍ୟାରୀମୋହନ ଆଚାର୍ଯ୍ୟ ଓ ଗୌରୀଶଙ୍କର ରାୟ ପ୍ରଭୃତି ବଙ୍ଗଳା ଭାଷାର ଲେଖକ ଥିଲେ ।
12. ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାର ଧର୍ମକ୍ଷେତ୍ରରେ ନବ ଚେତନାର ପ୍ରଭାବ ପରିଲକ୍ଷିତ ହୋଇଥିଲା ।

Answer:
1. x
2. ✓
3. ✓
4. x
5. x
6. x
7. x
8. ✓
9. ✓
10. x
11. x
12. ✓

BSE Odisha 10th Class History Important Questions Chapter 7 ଓଡ଼ିଆ ଜାତୀୟତାର ବିକାଶ

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

BSE Odisha 10th Class History Important Questions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

Odisha State Board BSE Odisha 10th Class History Important Questions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା Important Questions and Answers.

BSE Odisha Class 10 History Important Questions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧। ମାଉଣ୍ଟବ୍ୟାଟେନ୍‌ଙ୍କ ଭାରତ ବିଭାଜନକୁ ଦେଖ୍ ଜିନ୍ନା ଅତ୍ୟନ୍ତ ମର୍ମାହତ ଓ କ୍ଷୁବ୍ଧ ହୋଇଥିଲେ କାହିଁକି ?
Answer:

  • ଜାତୀୟ କଂଗ୍ରେସ ଭାରତର ଅଖଣ୍ଡତା ରକ୍ଷାପାଇଁ ସବୁପ୍ରକାର ଚେଷ୍ଟାକରି ବିଫଳ ହେଲା ଏବଂ ମାଉଣ୍ଟବ୍ୟାଟେନ୍‌ଙ୍କ ଯୋଜନାକୁ ଗ୍ରହଣ କରିବା ବ୍ୟତୀତ ଅନ୍ୟ କିଛି ଉପାୟ ନଥିଲା ।
  • ମୁସଲିମ୍ ଲିଗ୍ ପାକିସ୍ତାନ ପାଇଁ ଦୁଇ ତୃତୀୟାଂଶ ଅଞ୍ଚଳ ଦାବି କରୁଥିଲା । ଏହା କଂଗ୍ରେସ ଗ୍ରହଣ କଲା ନାହିଁ କାରଣ ପାକିସ୍ତାନର ଗଠନ ପରେ ମଧ୍ୟ ଭାରତର ମୁସଲିମ୍ ଜନସଂଖ୍ୟା ପାକିସ୍ତାନର ମୁସଲିମ୍ ଜନସଂଖ୍ୟାଠାରୁ ଅଧିକ ହେଉଥିଲା ।
  • ସୁତରାଂ ଯେଉଁ ଅଞ୍ଚଳରେ ମୁସଲିମ୍ ଲିଗର ପ୍ରାଧାନ୍ୟ ରହିଥିଲା, କେବଳ ସେହି ଅଞ୍ଚଳଗୁଡ଼ିକ ଭାଗ କରିବାପାଇଁ କଂଗ୍ରେସ ରାଜିହେଲା ।
  • ସେହି ଆଧାରରେ ପଞ୍ଜାବ, ବଙ୍ଗ ଓ ଆସାମର ବିଭାଜନ ହେଲା । ଏକ କ୍ଷୁଦ୍ର ସଙ୍କୁଚିତ ପାକିସ୍ତାନର ବ୍ୟବସ୍ଥା ଦେଖ୍ ଜିନ୍ନା ମର୍ମାହତ ଓ କ୍ଷୁବ୍ଧ ହେଲେ । କିନ୍ତୁ ଏହି ଯୋଜନାକୁ ସେ ବାଧ୍ୟହୋଇ ଗ୍ରହଣ କରିଥିଲେ ।

୨। ଭାରତ ସ୍ଵାଧୀନତା ପାଇବାର ପରବର୍ତ୍ତୀ ସମୟରେ କ’ଣ ସବୁ କାର୍ଯ୍ୟ କରାଯାଇଥିଲା ?
Answer:

  • ସ୍ଵାଧୀନତାର ପରବର୍ତ୍ତୀ ପର୍ଯ୍ୟାୟରେ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ ଜବାହରଲାଲ ନେହେରୁ।
  • ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ଭାବରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ କାର୍ଯ୍ୟଭାର ଗ୍ରହଣ କରିଥିଲେ ।
  • ପଟେଲଙ୍କ ପରାମର୍ଶ ଓ ଦକ୍ଷ ନେତୃତ୍ବ ଯୋଗୁଁ ଅଧିକାଂଶ ଦେଶୀୟ ରାଜ୍ୟ ଭାରତ ସହିତ ଯୋଗ ଦେଇଥିଲେ।
  • ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ବିଳମ୍ବିତ ରାତିରେ ଜବାହରଲାଲ ନେହେରୁ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାଠାରେ ସ୍ଵାଧୀନ ଭାରତର ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
  • ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତରେ ପ୍ରଥମ ସ୍ଵାଧୀନତା ଦିବସ ବିପୁଳ ଉତ୍ସାହରେ ପାଳନ କରାଯାଇଥିଲା ।

BSE Odisha 10th Class History Important Questions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧। ମୁସଲିମ୍ ଲିଗ୍‌ର ନେତା କିଏ ଥିଲେ ? ସେ କେବେ ଓ କାହିଁକି ‘ପ୍ରତ୍ୟକ୍ଷ କାର୍ଯ୍ୟଦିବସ’ ପାଳନ କରିବାକୁ ଆହ୍ବାନ ଦେଇଥିଲେ ?
Answer:

  1. ମୁସ୍‌ଲିମ୍ ଲିସ୍‌ର ନେତା ଥିଲେ ମହମ୍ମଦ ଅଲ୍ଲୀ ଜିନ୍ନା ।
  2. ୧୯୪୬ ମସିହା ଅଗଷ୍ଟ ୧୬ ତାରିଖରେ ସାରା ଭାରତରେ ‘ପ୍ରତ୍ୟକ୍ଷ କାର୍ଯ୍ୟଦିବସ’ ପାଳନ କରିବାକୁ ସେ ମୁସଲମାନମାନଙ୍କୁ ଆହ୍ଵାନ ଦେଇଥିଲେ ।
  3. କାରଣ କ୍ୟାବିନେଟ୍ ମିଶନ ପ୍ରସ୍ତାବରେ ସ୍ଵାଧୀନ ପାକିସ୍ତାନ ଗଠନ କଥା କିଛି ଉଲ୍ଲେଖ ନଥିଲା ।

୨। କ୍ୟାବିନେଟ୍ ମିଶନ କ’ଣ ?
Answer:

  • ଦ୍ଵିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତୀ ସମୟରେ ବ୍ରିଟିଶ୍ ସରକାର ଭାରତୀୟଙ୍କ ହାତରେ କ୍ଷମତା ହସ୍ତାନ୍ତର କରିବା ନିଷ୍ପତ୍ତି ନେଲେ ଏବଂ ସେଥ‌ିପାଇଁ ଭାରତୀୟ ନେତୃବର୍ଗଙ୍କ ସାଙ୍ଗରେ ବୁଝାମଣା କରିବା ଉଦ୍ଦେଶ୍ୟରେ କ୍ୟାବିନେଟ୍ ମିଶନ ନାମରେ ଏକ ପ୍ରତିନିଧ୍ ଦଳ ଭାରତକୁ ଆସିଥିଲେ ।
  • ସେଥୁରେ ଭାରତ ସଚିବ ପେଥ୍ ଲରେନସ୍, ଏ.ଭି. ଆଲେକ୍‌ଜାଣ୍ଡାର ଓ ଷ୍ଟାଫୋର୍ଡ଼ କ୍ରିପ୍‌ସ୍ ସଦସ୍ୟ ଥିଲେ ।
  • କ୍ୟାବିନେଟ୍ ମିଶନ ୧୯୪୬ ମସିହା ମାର୍ଚ୍ଚ ୨୪ ତାରିଖରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ ।

୩ । ଭାରତରେ କେବେ ପ୍ରାଦେଶିକ ସ୍ତରରେ ବିଧାନସଭା ପାଇଁ ନିର୍ବାଚନ ହୋଇଥିଲା ଓ ଏହାର ଫଳାଫଳ କ’ଣ ଥିଲା ?
Answer:

  • ୧୯୪୬ ମସିହା ଆରମ୍ଭରେ ଭାରତରେ ପ୍ରାଦେଶିକ ସ୍ତରରେ ବିଧାନସଭା ପାଇଁ ନିର୍ବାଚନ ହେଲା ।
  • ଓଡ଼ିଶା ସମେତ ଆଠଟି ପ୍ରଦେଶରେ କଂଗ୍ରେସ ଓ ଦୁଇଟି ପ୍ରଦେଶରେ ମୁସଲିମ୍ ଲିଗ୍ ମନ୍ତ୍ରୀମଣ୍ଡଳ ଗଠନ କଲା ।
  • ପଞ୍ଜାବରେ ସଂଯୁକ୍ତ ଦଳର ହାୟାତ୍ ଖାଁ ମିଳିତ ମନ୍ତ୍ରୀମଣ୍ଡଳ ଗଠନ କଲେ ।

BSE Odisha 10th Class History Important Questions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

୪ । ମାଉଣ୍ଟବ୍ୟାଟେନ୍ ବଙ୍ଗଳା ଓ ପଞ୍ଜାବକୁ କିପରି ବିଭାଜିତ କରିଥିଲେ ?
Answer:

  1. ମାଉଣ୍ଟବ୍ୟାଟେନ୍‌ଙ୍କ ଯୋଜନା ଅନୁସାରେ ମୁସଲମାନବହୁଳ ପୂର୍ବବଙ୍ଗ ପାକିସ୍ତାନରେ ମିଶିବା ଓ ଅଣମୁସଲମାନବହୁଳ ପଶ୍ଚିମବଙ୍ଗ ଭାରତରେ ରହିବା ବ୍ୟବସ୍ଥା ହୋଇଥିଲା ।
  2. ମୁସଲମାନବହୁଳ ପଶ୍ଚିମ ପଞ୍ଜାବ ପାକିସ୍ତାନରେ ମିଶିବା ଓ ଅଣମୁସଲମାନବହୁଳ ପୂର୍ବ ପଞ୍ଜାବ ଭାରତରେ ରହିବା ବ୍ୟବସ୍ଥା ହୋଇଥିଲା ।
  3. ସାର୍ ସିରିଲ୍ ରେଡ଼କ୍ଲିଫ୍ଙ୍କ ଅଧ୍ୟକ୍ଷତାରେ ଏକ ସୀମା ନିର୍ଦ୍ଧାରଣ କମିଟି ଗଠିତ ହୋଇଥିଲା ।

୫ । ଭାରତ ସ୍ଵାଧୀନତା ଆଇନ କ’ଣ ?
Answer:

  • ଭାରତୀୟ ନେତାମାନେ ମାଉଣ୍ଟବ୍ୟାଟେନ୍ ଯୋଜନାକୁ ଗ୍ରହଣ କରିବା ପରେ ବ୍ରିଟିଶ୍ ସରକାର ଏହାକୁ ଭିଭିକରି ଭାରତ ସ୍ଵାଧୀନତା ନିମନ୍ତେ ଏକ ଆଇନ ପ୍ରସ୍ତୁତ କଲେ ।
  • ଏହାକୁ ୧୯୪୭ ମସିହା ଜୁଲାଇ ୧୮ ତାରିଖରେ ‘ଭାରତ ସ୍ଵାଧୀନତା ଆଇନ ୧୯୪୭’ ଭାବରେ ବ୍ରିଟିଶ୍ ପାର୍ଲିଆମେଣ୍ଟ ଅନୁମୋଦନ କରିଥିଲା ।
  • ଉକ୍ତ ଆଇନ ଅନୁସାରେ ଭାରତ ଓ ପାକିସ୍ତାନ ନାମରେ ଦୁଇଟି ସ୍ଵାଧୀନ ରାଷ୍ଟ୍ର ଗଠିତ ହେଲା ।

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। କିଏ କେବେ ଭାରତର ପ୍ରଥମ ଜାତୀୟ ପତାକା ଉତ୍ତୋଳନ କରିଥିଲେ ?
Answer:

  • ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଭାରତର ପ୍ରଥମ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
  • ସେ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ବିଳମ୍ବିତ ରାତ୍ରିରେ ଏହାକୁ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାଠାରେ ଉତ୍ତୋଳନ କରିଥିଲେ ।

୨। ଲୌହମାନବ କାହାକୁ କୁହାଯାଏ ? ସେ କେଉଁ ବିଭାଗର ମନ୍ତ୍ରୀ ଥିଲେ ?
Answer:

  1. ସର୍ଦାର ବଲ୍ଲଭଭାଇ ପଟେଲଙ୍କୁ ଲୌହମାନବ କୁହାଯାଏ ।
  2. ସେ ଭାରତର ଗୃହମନ୍ତ୍ରୀ ତଥା ପ୍ରଥମ ଉପପ୍ରଧାନମନ୍ତ୍ରୀ ଥିଲେ ।

BSE Odisha 10th Class History Important Questions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

୩ । ‘ଭାରତ ସ୍ଵାଧୀନତା ଆଇନ’ କେବେ ବ୍ରିଟିଶ୍ ପାର୍ଲିଆମେଣ୍ଟରେ ଅନୁମୋଦନ ଲାଭ କରିଥିଲା ଓ ଏହା ଫଳରେ କେଉଁ ଦୁଇଟି ନୂତନ ରାଷ୍ଟ୍ର ଗଠିତ ହେଲା ?
Answer:

  • ‘ଭାରତ ସ୍ଵାଧୀନତା ଆଇନ’ ୧୯୪୭ ମସିହା ଜୁଲାଇ ୧୮ ତାରିଖରେ ବ୍ରିଟିଶ୍ ପାର୍ଲିଆମେଣ୍ଟରେ ଅନୁମୋଦନ ଲାଭ କରିଥିଲା ।
  • ଉକ୍ତ ଆଇନ ଅନୁସାରେ ଭାରତ ଓ ପାକିସ୍ତାନ ନାମରେ ଦୁଇଟି ସ୍ଵାଧୀନ ରାଷ୍ଟ୍ର ଗଠିତ ହେଲା ।

୪। ମୁସ୍‌ଲିମ୍ ଲିଗ୍ ଯାକିସ୍ତାନ ପାଇଁ କେତେ ଅଞ୍ଚଳ ଦାବି କରୁଥିଲା ? ଏହାକୁ କାହିଁକି କଂଗ୍ରେସ ଗ୍ରହଣ କଲା ନାହିଁ ?
Answer:

  • ପାକିସ୍ତାନ ଗଠନ ପାଇଁ ମୁସଲିମ୍ ଲିଗ୍ ଦୁଇ-ତୃତୀୟାଂଶ ଅଞ୍ଚଳ ଦାବି କରୁଥିଲା ।
  • କଂଗ୍ରେସ ଏହାକୁ ଗ୍ରହଣ କଲାନାହିଁ କାରଣ ପାକିସ୍ତାନର ଗଠନ ପରେ ମଧ୍ୟ ଭାରତର ମୁସ୍‌ଲିମ୍ ଜନସଂଖ୍ୟା ପାକିସ୍ତାନର ମୁସ୍‌ଲିମ୍ ଜନସଂଖ୍ୟାଠାରୁ ଅଧୂକ ହେଉଥିଲା ।

୫। ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ କେବେ, କେଉଁଠାରେ ବସିଥିଲା ? ଏହାକୁ କିଏ ପ୍ରତ୍ୟାଖ୍ୟାନ କରିଥିଲା ?
Answer:

  1. ୧୯୪୬ ମସିହା ଡିସେମ୍ବର ୯ ତାରିଖରେ ଦିଲ୍ଲୀଠାରେ ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ ବସିଥିଲା ।
  2. ଏହାକୁ ମୁସଲିମ୍ ଲିଗ୍ ପ୍ରତ୍ୟାଖ୍ୟାନ କରିଥିଲା ।

୬ । କ୍ଲିମେଣ୍ଟ ଅଟ୍‌ଲି ଘୋଷଣା କହିଲେ କ’ଣ ବୁଝ ?
Answer:

  • ୧୯୪୭ ମସିହା ଫେବୃୟାରୀ ୨୦ ତାରିଖରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ କ୍ଲିମେଣ୍ଟ ଅଟ୍‌ଲିଙ୍କ ଘୋଷଣାନାମା ପ୍ରକାଶ ପାଇଥିଲା ।
  • ଏଥୁରେ ଘୋଷଣା କରାଯାଇଥିଲା ଯେ ୧୯୪୮ ମସିହା ଜୁନ୍ ୩୦ ତାରିଖ ପୂର୍ବରୁ ଇଂରେଜମାନେ ଭାରତକୁ କ୍ଷମତା ହସ୍ତାନ୍ତର କରିବେ ।

BSE Odisha 10th Class History Important Questions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ବିଶ୍ବ ରାଜନୀତିକ ପରିସ୍ଥିତିରେ କେତେବେଳେ ଏକ ପରିବର୍ତ୍ତନର ଧାରା ଆସିଥିଲା ?
Answer:
୧୯୪୫ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତି ପରେ ବିଶ୍ଵ ରାଜନୀତିକ ପରିସ୍ଥିତିରେ ଏକ ପରିବର୍ତ୍ତନ ଧାରା ଆସିଥିଲା ।

2. ଭାରତୀୟ ଜନତାର ବୀରତ୍ବ ଓ ଦୃଢ଼ ସଂକଳ୍ପକୁ କେଉଁ ବିପ୍ଳବ ସ୍ପଷ୍ଟ କରି ଦେଇଥିଲା ?
Answer:
୧୯୪୨ ମସିହାର ଅଗଷ୍ଟ ବିପ୍ଳବ ଭାରତୀୟ ଜନତାର ବୀରତ୍ଵ ଓ ଦୃଢ଼ ସଂକଳ୍ପକୁ ସ୍ପଷ୍ଟ କରିଦେଇଥିଲା ।

3. ଆମ ଦେଶରେ ପ୍ରାଦେଶିକ ସ୍ତରରେ ବିଧାନସଭା ପାଇଁ ନିର୍ବାଚନ କେବେ ହୋଇଥିଲା ?
Answer:
ଆମ ଦେଶରେ ୧୯୪୬ ମସିହା ଆରମ୍ଭରେ ପ୍ରାଦେଶିକ ସ୍ତରରେ ବିଧାନସଭା ପାଇଁ ନିର୍ବାଚନ କରାଯାଇଥିଲା ।

4. ମୁସଲିମ୍ ଲିଗ୍‌ର ନେତା କିଏ ଥିଲେ ?
Answer:
ମହମ୍ମଦ ଅଲ୍ଲୀ ଜିନ୍ନା ମୁସଲିମ ଲିଗ୍‌ ନେତା ଥିଲେ ।

5. ଫ୍ରାନ୍‌ସିସ୍ ଟକର କିଏ ଥିଲେ ?
Answer:
ପୂର୍ବାଞ୍ଚଳର ତତ୍କାଳୀନ ସାମରିକ ଅଧ୍ୟକ୍ଷ ଥିଲେ ଫ୍ରାନ୍‌ସିସ୍ ଟକର ।

BSE Odisha 10th Class History Important Questions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

6. ସମ୍ବିଧାନ ପ୍ରଣୟନ ସଭାର ସ୍ଥାୟୀ ସଭାପତି ଭାବେ କିଏ ନିର୍ବାଚିତ ହୋଇଥିଲେ ?
Answer:
ଡ. ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ପ୍ରଣୟନ ସଭାର ସ୍ଥାୟୀ ସଭାପତିଭାବେ ନିର୍ବାଚିତ ହୋଇଥିଲେ ।”

7. ଭାରତକୁ କ୍ଷମତା ହସ୍ତାନ୍ତର କରିବା କଥା ଇଂଲଣ୍ଡର କେଉଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ?
Answer:
ଇଂଲଣ୍ଡର ପ୍ରଧାନମନ୍ତ୍ରୀ କ୍ଲିମେଣ୍ଟ ଅଟଲି ଭାରତକୁ କ୍ଷମତା ହସ୍ତାନ୍ତର କରିବା କଥା ଘୋଷଣା କରିଥିଲେ ।

8. ବ୍ରିଟିଶ୍ ପାର୍ଲାମେଣ୍ଟରେ ଅନୁମୋଦନ ପରେ କେବେ ମାଉଣ୍ଟବ୍ୟାଟେନ୍ ଯୋଜନା ଘୋଷିତ ହୋଇଥିଲା ?
Answer:
୧୯୪୭ ଜୁନ୍ ୩ ତାରିଖରେ ବ୍ରିଟିଶ୍ ପାର୍ଲାମେଣ୍ଟର ଅନୁମୋଦନ ପରେ ମାଉଣ୍ଟବ୍ୟାଟେନ୍ ଯୋଜନା ଘୋଷିତ ହୋଇଥିଲା ।

9. ଭାରତ ଓ ପାକିସ୍ତାନ ମଧ୍ୟରେ କିଏ ସୀମା ନିର୍ଦ୍ଧାରଣ କରିଥିଲେ ?
Answer:
ସାର୍ ସିରିଲ୍ ରେଡ଼କ୍ଲିଫ୍ ଭାରତ ଓ ପାକିସ୍ତାନ ମଧ୍ୟରେ ସୀମା ନିର୍ଦ୍ଧାରଣ କରିଥିଲେ ।

10. ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ କିଏ ଶପଥ ଗ୍ରହଣ କରିଥିଲେ ?
Answer:
ଲିୟାକତ୍ ଅଲ୍ଲୀ ଖାଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ‘ପ୍ରତ୍ୟକ୍ଷ କାର୍ଯ୍ୟଦିବସ’ ପାଳନବେଳେ କଲିକତାରେ ଘଟିଥିବା ହିଂସାକାଣ୍ଡକୁ ଫ୍ରାନ୍‌ସିସ୍ ଟକର କେଉଁ ନାମ ଦେଇଥିଲେ ।
Answer:
ବିରାଟ କଲିକତା ହତ୍ୟାକାଣ୍ଡ

2. କାହାର ପ୍ରସ୍ତାବକ୍ରମେ ଭାରତ ବିଭାଜିତ ହୋଇଥିଲା ?
Answer:
ମାଉଣ୍ଟବ୍ୟାଟେନ୍

BSE Odisha 10th Class History Important Questions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

3. ଭାରତ ସ୍ଵାଧୀନତା ଆଇନ କେବେ ବ୍ରିଟିଶ୍ ପାର୍ଲିଆମେଣ୍ଟର ଅନୁମୋଦନ ଲାଭ କରିଥିଲା ?
Answer:
୧୯୪୭ ଜୁଲାଇ ୧୮

4. ୧୯୪୫ ମସିହାରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ କିଏ ଥିଲେ ?
Answer:
କ୍ଲିମେଣ୍ଟ ଅଟ୍ଲଲା

5. ମୁସଲମାନମାନଙ୍କୁ ଏକତ୍ର କରିବାପାଇଁ କେଉଁ ସଙ୍ଗଠନ ଗଠନ କରାଯାଇଥିଲା ?
Answer:
ମୁସ୍‌ଲିମ୍ ଲିଗ୍

6. ୧୯୪୬ ମସିହାରେ ଭାରତରେ ସମୁଦାୟ କେତୋଟି ପ୍ରଦେଶ ଥିଲା ?
Answer:
୧୧ଟି

7. କ୍ୟାବିନେଟ୍ ମିଶନର ପ୍ରସ୍ତାବରେ ପାକିସ୍ତାନ ଗଠନ ବିଷୟରେ କିଛି ନଥ‌ିବାରୁ ଜିନ୍ନାଙ୍କ ନିର୍ଦ୍ଦେଶରେ ମୁସଲମାନମାନେ କ’ଣ ପାଳନ କରିଥିଲେ ?
Answer:
ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ

8. ‘ସ୍ଵାଧୀନ ପାକିସ୍ତାନ ଗଠନ’ କେଉଁ ନେତାଙ୍କର ମାନସ ପୁତ୍ର ଥିଲା ?
Answer:
ମହମ୍ମଦ ଅଲ୍ଲୀ ଜିନ୍ନା

୨. ମୁସଲିମ୍ ଲିଗ୍ କାହା ନେତୃତ୍ୱରେ ପରିଚାଳିତ ହୋଇଥିଲା ?
Answer:
ମହମ୍ମଦ ଅଲ୍ଲୀ ଜିନ୍ନା

10. ସମ୍ବିଧାନ ପ୍ରଣୟନ ସଭା ଗଠନ ପାଇଁ କିଏ ସୁପାରିସ କରିଥିଲେ ?
Answer:
ମାଉଣ୍ଟବ୍ୟାଟେନ୍

BSE Odisha 10th Class History Important Questions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

11. ମୁସଲିମ୍ ଲିଗ୍ ପାକିସ୍ତାନ ପାଇଁ କେତେ ଅଞ୍ଚଳ ଦାବି କରୁଥିଲା ?
Answer:
୨/୩ ଅଂଶ

12. ଭାରତକୁ ବିଭାଜନ କରିବାପାଇଁ ବ୍ରିଟିଶ୍ ସରକାର ପ୍ରସ୍ତୁତ କରିଥିବା ଯୋଜନାଟି କ’ଣ ?
Answer:
ମାଉଣ୍ଟବ୍ୟାଟେନ୍ ଯୋଜନା

13. କିଏ ଭାରତ ଓ ପାକିସ୍ତାନରେ ସୀମା ନିର୍ଦ୍ଧାରଣ କରିଥିଲେ ?
Answer:
ସାର୍ ରେଡ୍‌କ୍ଲିଫ୍

14. ୧୯୪୨ରେ ସଙ୍ଗଠିତ ଭାରତ ଛାଡ଼ ଆନ୍ଦୋଳନର ଅନ୍ୟ ନାମ କ’ଣ ଥିଲା ?
Answer:
ଅଗଷ୍ଟ ବିପ୍ଳବ

15. 1946 ମସିହା ପ୍ରାଦେଶିକ ସ୍ତରର ନିର୍ବାଚନରେ ସାଧାରଣ ଆସନରେ କେଉଁ ଦଳ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ?
Answer:
ଜାତୀୟ କଂଗ୍ରେସ

C. ଶୂନ୍ୟସ୍ଥାନ ପୂରଣ କର ।

1.୧୯୪୫ ମସିହା ______ ମାସରେ ଦ୍ବିତୀୟ ବିଶ୍ବଯୁଦ୍ଧର ପରିସମାପ୍ତି ଘଟିଥିଲା ।
Answer:
ଏପ୍ରିଲ୍

2.୧୯୪୬ ମସିହାରେ ଭାରତରେ ମୋଟ ________ ଟି ପ୍ରଦେଶ ଥିଲା ।
Answer:
୧୧

BSE Odisha 10th Class History Important Questions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

3. ୧୯୪୬ ମସିହାରେ _____ ସ୍ତରରେ ବିଧାନସଭା ପାଇଁ ନିର୍ବାଚନ କରାଯାଇଥିଲା ।
Answer:
ପ୍ରାଦେଶିକ

4. କ୍ୟାବିନେଟ୍ ମିଶନ ପ୍ରସ୍ତାବରେ ______ ଜଣ ସଦସ୍ୟଙ୍କୁ ନେଇ ଏକ ସମ୍ବିଧାନ ପ୍ରଣୟନ ସଭା ଗଠନ କରିବାର ସୁପାରିସ କରାଯାଇଥିଲା ।
Answer:
୩୮୯

5. ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ _______ ଦିନ ପାଳନ କରାଯାଇଥିଲା ।
Answer:
୧୯୪୬ ଅଗଷ୍ଟ ୧୬

6. ସମ୍ବିଧାନ ପ୍ରଣୟନ ସଭାରେ ମୋଟ _______ ଜଣ ସଦସ୍ୟ ଥିଲେ ।
Answer:
୩୮୯

7. ଭାରତର ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ _______ ଠାରେ ବସିଥିଲା ।
Answer:
ଦିଲ୍ଲୀ

8. ________ ତାରିଖ ସୁଦ୍ଧା ଭାରତକୁ କ୍ଷମତା ହସ୍ତାନ୍ତର କରିବାପାଇଁ ଅଟ୍‌ଲୀ ଘୋଷଣା କରିଥିଲେ ।
Answer:
୧୯୪୪ ଜୁନ୍ ୩୦

୨. ଲର୍ଡ଼ ମାଉଣ୍ଟବ୍ୟାଟେନ୍‌ଙ୍କ ଯୋଜନା ________ ତାରିଖରେ ଘୋଷିତ ହୋଇଥିଲା ।
Answer:
୧୯୪୭ ଜୁନ୍ ୩

10. ମଧ୍ୟବର୍ତ୍ତୀକାଳୀନ ସରକାରରେ _______ ଯୋଗଦେବାପାଇଁ ପ୍ରଥମେ ରାଜି ହୋଇନଥିଲେ ।
Answer:
ମୁସ୍‌ଲିମ୍ ଲିଗ୍

BSE Odisha 10th Class History Important Questions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

11. ସ୍ବାଧୀନ ଭାରତର ଜାତୀୟ ପତାକା _______ ଉତ୍ତୋଳନ କରିଥିଲେ ।
Answer:
ଜବାହରଲାଲ ନେହେରୁ

12. ମୁସଲିମ୍ ଲିଗ୍ ପାକିସ୍ତାନ ପାଇଁ ________ ଅଞ୍ଚଳ ଦାବି କରୁଥିଲା ।
Answer:
ଦୁଇ-ତୃତୀୟାଂଶ

13. ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ ପାଳନ ପାଇଁ ଶୋଭାଯାତ୍ରା ବାହାରିବା ସମୟରେ ______ ଠାରେ ହିଂସାକାଣ୍ଡ ଘଟିଥିଲା ।
Answer:
କୋଲକାତା

14. 1946 ମସିହାରେ ପଞ୍ଜାବରେ _______ ଙ୍କ ନେତୃତ୍ୱରେ ମିଳିତ ମନ୍ତ୍ରୀମଣ୍ଡଳ ଗଠିତ ହୋଇଥିଲା ।
Answer:
ୟାତ୍ ଖାଁ

15. ପାକିସ୍ତାନର ପ୍ରଥମ ଗଭର୍ଣ୍ଣର ଜେନେରାଲ ଥିଲେ ________ ।
Answer:
ମହମ୍ମଦ ଅଲ୍ଲୀ ଜିନ୍ନା

D. ଠିକ୍ ଉକ୍ତି ପାଇଁ (✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (x) ଚିହ୍ନ ଦିଅ ।

1. କ୍ଲିମେଣ୍ଟ ଅଟଲି ଆମେରିକାର ପ୍ରଧାନ ମନ୍ତ୍ରୀ ଥିଲେ ।
2. ୧୯୪୬ ମସିହା ପ୍ରାଦେଶିକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ।
3. କ୍ୟାବିନେଟ୍ ପ୍ରସ୍ତାବରେ ସ୍ଵାଧୀନ ପାକିସ୍ତାନ ଗଠନ କଥା ସ୍ପଷ୍ଟ ଉଲ୍ଲେଖ ଥିଲା ।
4. ‘ପ୍ରତ୍ୟକ୍ଷ କାର୍ଯ୍ୟଦିବସ’ ପାଳନ କରିବାପାଇଁ ଲିଆକତ୍ ଅଲ୍ଲି ଖାଁ ଆହ୍ବାନ ଦେଇଥିଲେ ।
5. ଡକ୍ଟର ଭୀମରାଓ ରାମ୍‌ଜୀ ଆମ୍ବେଦକର ସମ୍ବିଧାନ ପ୍ରଣୟନ ସଭାର ସ୍ଥାୟୀ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
6. ଇଂଲଣ୍ଡ ସରକାର ଯଥାଶୀଘ୍ର ଭାରତ ସମସ୍ୟାର ସମାଧାନ ନିମନ୍ତେ ନିଷ୍ପତ୍ତି ନେବେ – କ୍ଲିମେଣ୍ଟ ଅଟ୍‌ଲି ଏହିକଥା ଘୋଷଣା କରିଥିଲେ ।
7. ୧୯୪୬ ମାର୍ଚ୍ଚ ୨୨ ରେ ମାଉଣ୍ଟବ୍ୟାଟେଜ୍‌ ଭାରତକୁ ଭାଇସ୍‌ରାୟ ହୋଇ ଆସିଥିଲେ ।
8. ପାକିସ୍ତାନ ପାଇଁ ମୁସଲିମ୍ ଲିଗ୍ ଏକ ତୃତୀୟାଂଶ ଅଂଶ ଅଞ୍ଚଳ ଦାବି କରୁଥିଲା ।
9. ଭାରତର ପ୍ରଥମ ଗୃହମନ୍ତ୍ରୀ ଭାବେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶପଥ ଗ୍ରହଣ କରିଥିଲେ ।
10. ଐତିହାସିକ ବାରବାଟି କିଲ୍ଲାଠାରେ ସ୍ବାଧୀନ ଭାରତର ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।
11. ମହମ୍ମଦ ଅଲ୍ଲି ଜିନ୍ନା ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ।

BSE Odisha 10th Class History Important Questions Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

Answer:
1. x
2. ✓
3. x
4. x
5. x
6. ✓
7. x
8. x
9. ✓
10. x
11. x

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

BSE Odisha 10th Class History Important Questions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

Odisha State Board BSE Odisha 10th Class History Important Questions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା Important Questions and Answers.

BSE Odisha Class 10 History Important Questions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧। ନେତାଜୀ ସିଙ୍ଗାପୁରଠାରେ କେବେ, କିପରି ଓ କାହିଁକି ଆଜାଦ୍ ହିନ୍ଦ୍ ସରକାର ଗଠନ କଲେ ?
Answer:

  • ନେତାଜୀ ଆୟାରଲାଣ୍ଡର ଅସ୍ଥାୟୀ ସରକାର ଅନୁକରଣରେ ୧୯୪୩ ମସିହା ଅକ୍ଟୋବର ୨୧ ତାରିଖରେ ସିଙ୍ଗାପୁରଠାରେ ଆଜାଦ୍ ହିନ୍ଦ୍ ସରକାର ଗଠନ କରିଥିଲେ ।
  • ଜାପାନ, ଜର୍ମାନୀ, ଇଟାଲୀ, ମିଆଁମାର, ଥାଇଲାଣ୍ଡ, ଚୀନ୍, ଫିଲିପାଇନ୍ସ ଓ ମାଞ୍ଚୁରିଆ ଏହି ସରକାରକୁ ସ୍ବୀକୃତି ଦେଇଥିଲେ ।
  • ସୁଭାଷ ବୋଷ ହେଲେ ଏହି ସରକାରର କର୍ଣ୍ଣଧାର, ପ୍ରଥମ ପ୍ରଧାନମନ୍ତ୍ରୀ ତଥା ପ୍ରଧାନ ସେନାପତି ।
  • ବହିର୍ଦେଶ ବିଭାଗ ଓ ଯୁଦ୍ଧ ବିଭାଗ ତାଙ୍କ ଅଧୀନରେ ରହିଲା । ସୁଭାଷଙ୍କ ସହିତ ଏହି ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଅନ୍ୟ ଦଶଜଣ ସଭ୍ୟ ରହିଥିଲେ ।
  • ଇଂରେଜ ସରକାରଙ୍କୁ ଭାରତ ମାଟିରୁ ବିତାଡ଼ିତ କରିବା ଏହି ଅସ୍ଥାୟୀ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

୨। ସୁଭାଷଚନ୍ଦ୍ର ବୋଷଙ୍କର ଆଦ୍ୟ ଜୀବନ ଓ ଶିକ୍ଷା ବିଷୟରେ ସଂକ୍ଷେପରେ ଲେଖ ।
Answer:

  • ସୁଭାଷଚନ୍ଦ୍ର ବୋଷ ୧୮୯୭ ମସିହା ଜାନୁୟାରୀ ୨୩ ତାରିଖରେ ଓଡ଼ିଶାର କଟକଠାରେ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜାନକୀନାଥ ବୋଷ ଜଣେ ଆଇନଜୀବୀ ଥିଲେ ।
  • କଟକର ରେଭେନ୍ସା କଲିଜିଏଟ୍ ସ୍କୁଲରେ ଛାତ୍ର ଥିବା ସମୟରେ ଛାତ୍ରମାନଙ୍କୁ ସଙ୍ଗଠିତ କରି ସେ ସ୍କୁଲ ହଷ୍ଟେଲରେ ‘ଖୁଦିରାମ୍ ସହିଦ ଦିବସ’ ପାଳନ କରିଥିଲେ ।
  • ମାଧ୍ୟମିକ ଶିକ୍ଷା ସମାପ୍ତି କରି ସେ କୋଲକତାସ୍ଥିତ ପ୍ରେସିଡ଼େନ୍ସି କଲେଜରେ ସେ ଦର୍ଶନଶାସ୍ତ୍ର ଅଧ୍ୟୟନ କରିଥିଲେ । ବ୍ରିଟିଶ୍ ପ୍ରଫେସର. ସି. ଏଫ୍. ୱେଟେନ୍‌ଙ୍କୁ ମାଡ଼ମରା ଘଟଣାରେ ସେ କଲେଜରୁ ବହିଷ୍କୃତ ହୋଇଥିଲେ ।
  • ଏହାପରେ କୋଲ୍‌କତାର ସ୍ଫଟିସ୍ ଚର୍ଚ୍ଚ କଲେଜରେ ସେ ଦର୍ଶନଶାସ୍ତ୍ର ସମ୍ମାନରେ ପ୍ରଥମ ଶ୍ରେଣୀରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ମନସ୍ତତ୍ତ୍ଵରେ ସ୍ନାତକୋତ୍ତର ଶିକ୍ଷା ଅସମ୍ପୂର୍ଣ୍ଣ କରି ସେ ୧୯୧୯ ମସିହାରେ କେମ୍ବ୍ରିଜ୍ ଯାଇଥିଲେ ।
  • ୧୯୨୦ ମସିହାରେ ସୁଭାଷ ଆଇ.ସି.ଏସ୍. ପରୀକ୍ଷାରେ ୪ର୍ଥ ସ୍ଥାନ ହାସଲ କରି ଉତ୍ତୀର୍ଣ୍ଣ ହୋଇଥିଲେ ।

BSE Odisha 10th Class History Important Questions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧। ସୁଭାଷ ବୋଷ କେଉଁ ମନୀଷୀମାନଙ୍କର ବାଣୀ ଓ କେଉଁ ବିପ୍ଳବୀମାନଙ୍କର ଚିନ୍ତାଧାରାଦ୍ଵାରା ପ୍ରଭାବିତ ହୋଇଥିଲେ ?
Answer:

  1. ରାମକୃଷ୍ଣ ପରମହଂସ, ସ୍ବାମୀ ବିବେକାନନ୍ଦ ଓ ରବୀନ୍ଦ୍ରନାଥ ଠାକୁର ପ୍ରମୁଖ ମହାମନୀଷୀମାନଙ୍କର ବାଣୀଦ୍ଵାରା ସୁଭାଷ ବୋଷ ଗଭୀର ଭାବେ ପ୍ରଭାବିତ ହୋଇଥିଲେ ।
  2. ବେନିଟୋ ମୁସୋଲିନି, ମୁସ୍ତାଫା କମାଲ ପାଶା, କାଉଣ୍ଟ ଡ଼ି କାଲୁର, ଗାରିବାଲ୍‌ ଓ ଲେନିନ୍‌ଙ୍କ ଭଳି ମହାନ୍ ବିପ୍ଳବୀମାନଙ୍କ ଚିନ୍ତାଧାରା ଓ ବ୍ୟକ୍ତିତ୍ଵଦ୍ଵାରା ସେ ପ୍ରଭାବିତ ହୋଇଥିଲେ ?

୨। ୧୯୨୪ ମସିହାରେ ସୁଭାଷଚନ୍ଦ୍ର ବୋଷ କେଉଁସବୁ ପଦପଦବୀ ଅଳଂକୃତ କରିଥିଲେ ?
Answer:

  • ୧୯୨୪ ମସିହାରେ ସୁଭାଷ ବୋଷ କୋଲିକତା ନଗର ନିଗମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିର୍ବାଚିତ ହୋଇଥିଲେ ।
  • ସେ ମଧ୍ଯ ସେହି ବର୍ଷ ବଙ୍ଗଳା ପ୍ରାଦେଶିକ କଂଗ୍ରେସ ସମିତିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।
  • ସେହି ବର୍ଷ ସେ ସର୍ବଭାରତୀୟ ଶ୍ରମିକ କଂଗ୍ରେସର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ ।

୩ । କେଉଁ ଘଟଣା ପାଇଁ ୧୯୧୬ ମସିହାରେ ସୁଭାଷଙ୍କୁ କଲେଜରୁ ବହିଷ୍କାର କରାଯାଇଥିଲା ?
Answer:

  • ଭାରତୀୟ ବିରୋଧୀ ବ୍ରିଟିଶ୍ ପ୍ରଫେସର ସି.ଏଫ୍. ୱେଟେନ୍‌ଙ୍କୁ ଥରେ ସୁଭାଷଙ୍କ ଉପସ୍ଥିତିରେ ମାଡ଼ ମରାଗଲା ।
  • ଏହି ଘଟଣାରେ ସୁଭାଷ ଆକ୍ରମଣକାରୀଙ୍କ ନାମ ପ୍ରକାଶ କଲେ ନାହିଁ କି ନିଜକୁ ନିଘୋଷ ବୋଲି ମଧ୍ୟ କହିଲେ ନାହିଁ ।
  • ଏହି ଘଟଣା ପାଇଁ ସେ କ୍ଷମା ନ ମାଗିବାରୁ ୧୯୧୬ ମସିହାରେ ତାଙ୍କୁ କଲେଜରୁ ବହିଷ୍କାର କରାଗଲା ।

୪। ଜର୍ମାନ୍ ସରକାର ସୁଭାଷଙ୍କୁ କିଭଳି ସାହାଯ୍ୟ କରିଥିଲେ ?
Answer:

  1. ଜର୍ମାନ୍ ସରକାରଙ୍କ ସାହାଯ୍ୟରେ ସୁଭାଷ ବୋଷ ବର୍ଲିନ୍‌ଠାରେ ଏକ ‘ସ୍ଵାଧୀନ ଭାରତ କେନ୍ଦ୍ର’ ପ୍ରତିଷ୍ଠା କଲେ ।
  2. ସେଠାରେ ସେ ଜର୍ମାନ୍ ସରକାରଙ୍କ ସାହାଯ୍ୟରେ ‘ଫ୍ରି ଇଣ୍ଡିଆ ଆର୍ମି’’ ବା ‘ସ୍ୱାଧୀନ ଭାରତ ସୈନ୍ୟବାହିନୀ’ ମଧ୍ୟ ଗଠନ କଲେ ।
  3. ସେଠାରେ ଥ‌ିବା ପ୍ରାୟ କୋଡ଼ିଏ ହଜାର ଭାରତୀୟ ଯୁଦ୍ଧବନ୍ଦୀ ଏଥିରେ ସାମିଲ ହୋଇଥିଲେ । ଏମାନଙ୍କୁ ଜର୍ମାନୀ ସେନାପତିମାନେ ତାଲିମ୍ ଦେଇଥିଲେ ।

BSE Odisha 10th Class History Important Questions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। ‘ଫରୱାର୍ଡ଼ ବ୍ଳକ୍‌’ କ’ଣ ? ଏହାକୁ କିଏ, କାହିଁକି ଗଠନ କରିଥିଲେ ?
Answer:

  • ‘ଫରୱାର୍ଡ଼ ବ୍ଳକ’ ଏକ ରାଜନୈତିକ ଦଳ ।
  • ଗାନ୍ଧିଜୀଙ୍କ ସହ ମତଭେଦ ହେବାରୁ ସୁଭାଷଚନ୍ଦ୍ର ବୋଷ କଂଗ୍ରେସ ଦଳ ତ୍ୟାଗ କରି ୧୯୩୯ ମସିହା ମେ ୩ ତାରିଖରେ ଏହି ଦଳ ଗଠନ କରିଥିଲେ ।

୨। ବହିର୍ଶକ୍ତିର ସାହାଯ୍ୟ ବିନା ଭାରତ ସ୍ୱାଧୀନତା ହାସଲ କରିପାରିବ ନାହିଁ ବୋଲି ସୁଭାଷ କାହିଁକି ଭାବୁଥିଲେ ? ସେଥ‌ିପାଇଁ ସେ କେଉଁ କାର୍ଯ୍ୟ କରିଥିଲେ ?
Answer:

  • ସୁଭାଷ ଇତିହାସରୁ ଶିକ୍ଷାଲାଭ କରିଥିଲେ ଯେ କୌଣସି ବହିଶକ୍ତିର ସାହାଯ୍ୟ ବିନା କୌଣସି ଜାତି ସ୍ବାଧୀନତା ହାସଲ କରିପାରି ନାହିଁ । ତେଣୁ ସେ ଏପରି ଭାବୁଥିଲେ ।
  • ସେଥ‌ିପାଇଁ ସେ ଇଂଲଣ୍ଡର ପ୍ରଧାନ ଶତ୍ରୁ ଜର୍ମାନୀ ଓ ଜାପାନର ସମର୍ଥନ ହାସଲ ପାଇଁ ଉଦ୍ୟମ କଲେ ।

୩ । ‘ଆଜାଦ୍ ହିନ୍ଦ୍ ଫୌଜ’ରେ ଥ‌ିବା ସ୍ବତନ୍ତ୍ର ମହିଳା ଶାଖାର ନାମ କ’ଣ ଥିଲା ? ଏହାର ନେତୃତ୍ଵ କିଏ ନେଇଥିଲେ ?
Answer:

  1. ଆଜାଦ୍ ହିନ୍ଦ୍ ଫୌଜରେ ଥ‌ିବା ସ୍ବତନ୍ତ୍ର ମହିଳା ଶାଖାର ନାମ ଥିଲା ‘ଝାନ୍ସୀ ରାଣୀ ବ୍ରିଗେଡ୍’ ।
  2. କ୍ୟାପ୍‌ଟେନ୍‌ ଲକ୍ଷ୍ମୀ ସେହଗଲ ଏହି ମହିଳା ବ୍ରିଗେଡ଼ର ନେତୃତ୍ଵ ନେଇଥିଲେ ।

୪ । ‘ଶହୀଦ୍’ ଓ ‘ସ୍ଵରାଜ’ କ’ଣ ? ଏହାକୁ କିଏ ଏପରି ନାମକରଣ କରିଥିଲେ ?
Answer:

  • ‘ଶହୀଦ୍’ ଓ ‘ସ୍ଵରାଜ’ ଯଥାକ୍ରମେ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜର ନାମ ରଖାଯାଇଥିଲା ।
  • ଜାପାନଠାରୁ ସୁଭାଷ ଏହି ଦୁଇଟି ଦ୍ବୀପ ପାଇଲା ପରେ ତା’ର ଏପରି ନାମକରଣ କରିଥିଲେ ।

BSE Odisha 10th Class History Important Questions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

୫ । ସୁଭାଷ ବୋଷଙ୍କ ପିତାଙ୍କ ନାମ କ’ଣ ଥିଲା ? ସେ କେଉଁ କାର୍ଯ୍ୟ କରୁଥିଲେ ?
Answer:

  • ସୁଭାଷ ବୋଷଙ୍କ ପିତାଙ୍କ ନାମ ଥିଲା ଜାନକୀନାଥ ବୋଷ ।
  • ସେ ଜଣେ ଆଇନଜୀବୀ ଭାବରେ କାର୍ଯ୍ୟ କରୁଥିଲେ ।

୬ । କେଉଁ ଘଟଣାରେ ଓ କେବେ ସୁଭାଷଙ୍କୁ କଲେଜରୁ ବହିଷ୍କାର କରାଯାଇଥିଲା ?
Answer:

  1. ୧୯୧୬ ମସିହାରେ ସୁଭାଷଙ୍କ ଉପସ୍ଥିତିରେ ଭାରତୀୟ ବିରୋଧୀ ପ୍ରଫେସର ସି.ଏଫ୍. ୱେଟେନ୍‌ଙ୍କୁ ମାଡ଼ ମରାଯାଇଥିଲା ।
  2. ଏହି ଘଟଣାରେ ଆକ୍ରମଣକାରୀଙ୍କ ନାମ ପ୍ରକାଶ ନ କରିବା କିମ୍ବା ନିଜକୁ ନିଘୋଷ ବୋଲି ନ କହିବା କାରଣରୁ ସୁଭାଷଙ୍କୁ କଲେଜରୁ ବହିଷ୍କ।ର କରାଯାଇଥିଲା ।

୭ । ସିଙ୍ଗାପୁରଠାରେ ଆଜାଦ୍ ହିନ୍ଦ୍ ସରକାର କେବେ ଗଠିତ ହୋଇଥିଲା ? ଏହାର କର୍ଣ୍ଣଧାର କିଏ ଥିଲେ ?
Answer:

  • ୧୯୪୩ ମସିହା ଅକ୍ଟୋବର ୨୧ ତାରିଖରେ ସିଙ୍ଗାପୁରଠାରେ ଆଜାଦ୍ ହିନ୍ଦ୍ ସରକାର ଗଠିତ ହୋଇଥିଲା ।
  • ସୁଭାଷ ବୋଷ ଏହି ସରକାରର କର୍ଣ୍ଣଧାର ଥିଲେ ।

୮ । ସୁଭାଷ ବୋଷ କେବେ ଓ କେଉଁଥରେ ଜାପାନ ଯାତ୍ରା କରିଥିଲେ ?
Answer:

  • ୧୯୪୩ ମସିହା ଫେବୃୟାରୀ ୮ ତାରିଖରେ ସୁଭାଷ ବୋଷ ଜାପାନ ଯାତ୍ରା କରିଥିଲେ ।
  • ସେ କିଲେ ବନ୍ଦରରୁ ବୁଡ଼ାଜାହାଜରେ ଜାପାନ ଯାତ୍ରା କରିଥିଲେ ।

Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. କୋଲକତାସ୍ଥିତ ପ୍ରେସିଡ଼େନ୍ସି କଲେଜରେ ସୁଭାଷ କ’ଣ ଅଧ୍ୟୟନ କରିଥିଲେ ?
Answer:
କୋଲକତାସ୍ଥିତ ପ୍ରେସିଡ଼େନ୍ସି କଲେଜରେ ସୁଭାଷ ଦର୍ଶନଶାସ୍ତ୍ର ଅଧ୍ୟୟନ କରିଥିଲେ ।

2. କେଉଁ ଭାରତ ବିରୋଧୀ ବ୍ରିଟିଶ ପ୍ରଫେସରଙ୍କୁ ସୁଭାଷଙ୍କ ଉପସ୍ଥିତିରେ ମାଡ଼ ମରାଯାଇଥିଲା ?
Answer:
ଭାରତ ବିରୋଧୀ ବ୍ରିଟିଶ୍ ପ୍ରଫେସର ସି.ଏଫ୍.ୱେଟେନ୍‌ଙ୍କୁ ସୁଭାଷଙ୍କ ଉପସ୍ଥିତିରେ ମାଡ଼ ମରାଯାଇଥିଲା ।

BSE Odisha 10th Class History Important Questions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

3. ପ୍ରେସିଡେନ୍ସି କଲେଜରୁ ସୁଭାଷଙ୍କୁ କେବେ ବହିଷ୍କାର କରାଯାଇଥିଲା ?
Answer:
୧୯୧୬ ମସିହାରେ ସୁଭାଷଙ୍କୁ ପ୍ରେସିଡ଼େନ୍ସି କଲେଜରୁ ବହିଷ୍କାର କରାଗଲା ।

4. କେବେ ସୁଭାଷ ବୋଷ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କରିଥିଲେ ?
Answer:
୧୯୨୩ ମସିହାରେ ସୁଭାଷ ବୋଷ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କରିଥିଲେ ।

5. ୧୯୨୪ରେ ସୁଭାଷଙ୍କୁ ଗିରଫ କରିବାର ଏକବର୍ଷ ପରେ କେଉଁ ଜେଲକୁ ପଠାଇ ଦିଆଯାଇଥିଲା ?
Answer:
୧୯୨୪ରେ ସୁଭାଷଙ୍କୁ ଗିରଫ କରିବାର ଏକ ବର୍ଷ ପରେ ବର୍ମାର ମାଣ୍ଡାଲେ ଜେଲକୁ ପଠାଇ ଦିଆଯାଇଥିଲା ।

6. ଜାତୀୟ କଂଗ୍ରେସର କେଉଁ ଅଧୁବେଶନରେ ସୁଭାଷ ବୋଷଙ୍କର ଗାନ୍ଧିଙ୍କ ସହିତ ମତଭେଦ ଦେଖାଦେଇଥିଲା ?
Answer:
ଜାତୀୟ କଂଗ୍ରେସର ତ୍ରିପୁରୀ ଅଧ୍ଵବେଶନରେ ସୁଭାଷ ବୋଷଙ୍କର ଗାନ୍ଧିଙ୍କ ସହିତ ମତଭେଦ ଦେଖାଦେଇଥିଲା ।

7. କଂଗ୍ରେସ ପରିତ୍ୟାଗ କଲାପରେ ସୁଭାଷ କେଉଁ ନୂତନ ରାଜନୈତିକ ଦଳ ଗଠନ କରିଥିଲେ ?
Answer:
କଂଗ୍ରେସ ପରିତ୍ୟାଗ କଲାପରେ ସୁଭାଷ ଫରୱାର୍ଡ଼ ବ୍ଲକ୍ ନାମକ ଏକ ରାଜନୈତିକ ଦଳ ଗଠନ କରିଥିଲେ ।

8. ଜର୍ମାନୀରେ ଗଠିତ ଭାରତୀୟ ସୈନ୍ୟବାହିନୀରେ କେଉଁ ଧ୍ଵନି ବ୍ୟବହୃତ ହେଉଥିଲା ?
Answer:
ଜର୍ମାନୀରେ ଗଠିତ ଭାରତୀୟ ସୈନ୍ୟ ବାହିନୀର ‘ଜୟ ହିନ୍ଦ୍’ ଧ୍ଵନି ବ୍ୟବହୃତ ହେଉଥିଲା ।

9. କେଉଁ ଭାରତୀୟ ବିପ୍ଳବୀ ଜାପାନରେ ବାସ କରୁଥିଲେ ?
Answer:
ଭାରତୀୟ ବିପ୍ଳବୀ ରାସବିହାରୀ ବୋଷ ଜାପାନରେ ବାସ କରୁଥିଲେ ।

BSE Odisha 10th Class History Important Questions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

10. ସିଙ୍ଗାପୁରଠାରେ ଆଜାଦ୍ ହିନ୍ଦ୍ ସରକାର କେଉଁ ଅସ୍ଥାୟୀ ସରକାର ଢାଞ୍ଚାରେ ଗଠନ କରାଯାଇଥିଲା ?
Answer:
ସିଙ୍ଗାପୁରଠାରେ ଆଜାଦ୍ ହିନ୍ଦ୍ ସରକାର ଅସ୍ଥାୟୀ ଆୟାରଲାଣ୍ଡ ସରକାର ଢାଞ୍ଚାରେ ଗଠନ କରାଯାଇଥିଲା ।

11. ସୁଭାଷଙ୍କ ଚିମାନ ଦୁର୍ଘଟଣା କେବେ ହୋଇଥିଲା ?
Answer:
୧୯୪୫ ଅଗଷ୍ଟ ୧୮ରେ ସୁଭାଷଙ୍କ ବିମାନ ଦୁର୍ଘଟଣା ହୋଇଥିଲା ।

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ୧୯୩୪ ମସିହାରେ ପ୍ରକାଶ ପାଇଥିବା ସୁଭାଷ ବୋଷଙ୍କଦ୍ଵାର। ଲିଖ୍ତ ପୁସ୍ତକର ନାମ କ’ଣ ଥିଲା ?
Answer:
ଭାରତୀୟ ସଂଗ୍ରାମ

2. ସୁଭାଷଚନ୍ଦ୍ର ବୋଷ କାହାଙ୍କୁ ତାଙ୍କର ରାଜନୀତିକ ଗୁରୁଭାବେ ଗ୍ରହଣ କରିଥିଲେ ?
Answer:
ଚିତ୍ତରଞ୍ଜନ ଦାସ

3. କେଉଁ ଦେଶର ସରକାରଙ୍କଠାରୁ ସୁଭାଷ ବୋଷ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜର ଦାୟିତ୍ଵ ଗ୍ରହଣ କରିଥିଲେ ?
Answer:
କାପାନ

4. ୧୯୪୧ ମସିହାରେ ଜର୍ମାନୀରେ ପ୍ରତିଷ୍ଠା କରାଯାଇଥିବା ରେଡ଼ିଓ ଷ୍ଟେସନର ନାମ କ’ଣ ଥିଲା ?
Answer:
ଆଜାଦ୍ ହିନ୍ଦ୍ ରେଡ଼ିଓ

5. ସୁଭାଷ ଗଠନ କରିଥିବା ସ୍ବତନ୍ତ୍ର ଶାଖା ମହିଳା ବ୍ରିଗେଡ଼ର ନାମ କ’ଣ ଥିଲା ?
Answer:
ଝାନ୍ସୀରାଣୀ ବ୍ରିଗେଡ଼

BSE Odisha 10th Class History Important Questions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

6. ଜୟ ହିନ୍ଦ୍ ସ୍ଲୋଗାନ୍ କିଏ ଆରମ୍ଭ କରିଥିଲେ ?
Answer:
ସୁଭାଷ ବୋଷ

7. ମାଧ୍ୟମିକ ଶିକ୍ଷା! ସୁଭାଷ ବୋଷ କେଉଁଠାରେ ସମାପ୍ତ କରିଥିଲେ ?
Answer:
କଟକ

8. ସୁଭାଷ କେବେ କଲିକତାର ନଗର ନିଗମର ଅଧିକାରୀ ହୋଇଥିଲେ ?
Answer:
୧୯୨୪

୨. ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ କାହାର ପରାଜୟ ଆଜାଦ୍ ହିନ୍ଦ୍ ଫୌଜର ପରାଜୟର କାରଣ ହୋଇଥିଲା ?
Answer:
ଜାପାନ

10. ସୁଭାଷ ବୋଷ କେବେ କେମ୍ବ୍ରିଜ୍ ଯାଇଥିଲେ ?
Answer:
୧୯୧୯

11. କ୍ୟାପଟେନ ଲକ୍ଷ୍ମୀ ସେହଗେଲଙ୍କୁ ଭାରତ ସରକାର କେଉଁ ପୁରସ୍କାର ପ୍ରଦାନ କରିଥିଲେ ?
Answer:
ପଦ୍ମଭୂଷଣ

12. ଆଜାଦ୍ ହିନ୍ଦ ଫୌଜର ତିନି ସେନାଧ୍ୟକ୍ଷ କେବେ ଗିରଫ ହୋଇଥିଲେ ?
Answer:
୧୯୪୫

13. ର୍ଜମାନୀ ସରକାରଙ୍କ ସାହାଯ୍ୟରେ ଗଠନ କରାଯାଇଥିବା ସୈନ୍ୟବାହିନୀର ନାମ କ’ଣ ଥିଲା ?
Answer:
ସ୍ଵାଧୀନ ଭାରତ ସୈନ୍ୟବାହିନୀ

14. ସୁଭାଷ ବୋଷ ରେଭେନ୍ସା କଲିଜିଏଟ୍ ସ୍କୁଲରେ ଛାତ୍ର ଥିବା ସମୟରେ ଛାତ୍ରମାନଙ୍କୁ ସଙ୍ଗଠିତ କରି ସ୍କୁଲ ହଷ୍ଟେଲରେ କେଉଁ ଦିବସ ପାଳନ କରିଥିଲେ ?
Answer:
ଖୁଦିରାମ ସହିଦ ଦିବସ

BSE Odisha 10th Class History Important Questions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

15. ନେତାଜୀଙ୍କଦ୍ଵାରା ଦିଆଯାଇଥ‌ିବା ଦୁଇଟି ଗଣଧ୍ଵନି କ’ଣ ଥିଲା ?
Answer:
‘ଦିଲ୍ଲୀ ଚଲୋ’ ଓ ‘ଜୟହିନ୍ଦ୍’

C. ଶୂନ୍ୟସ୍ଥାନ ପୂରଣ କର ।

1. ସୁଭାଷ ଚନ୍ଦ୍ର ବୋଷ ଓଡ଼ିଶାର କଟକଠାରେ ଏକ ________ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
Answer:
ସମ୍ଭ୍ରାନ୍ତ

2. ସୁଭାଷ ବୋଷ ମନସ୍ତତ୍ତ୍ଵରେ ସ୍ନାତକୋତ୍ତର ଶିକ୍ଷା ଅସମ୍ପୂର୍ଣ୍ଣ କରି _______ ମସିହାରେ କେମ୍ବ୍ରିଜ ଯାଇଥିଲେ ।
Answer:
୧୯୧୯

3. ଥାଇଲାଣ୍ଡ ରାଜଧାନୀ କିଏ ______ ।
Answer:
ବ୍ୟାଙ୍କିକ୍

4. _______ ମସିହାରେ ସୁଭାଷ ବୋଷ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କରିଥିଲେ ।
Answer:
୧୯୨୩

5. ସୁଭାଷ ______ ମସିହାରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟିର ସମ୍ପାଦକ ପଦବୀ ଅଳଙ୍କୃତ କରିଥିଲେ ।
Answer:
୧୯୨୩

BSE Odisha 10th Class History Important Questions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

6. ଫ୍ରି ଇଣ୍ଡିଆ ଆର୍ମିର ସୈନ୍ୟମାନେ ଅଭିବାଦନ ସ୍ବରୂପ _______ ଧ୍ଵନି ବ୍ୟବହାର କରୁଥିଲେ ।
Answer:
ଜୟ ହିନ୍ଦ୍

7. ଆଜାଦ୍ ହିନ୍ଦ୍ ଫୌଜର ସୈନ୍ୟମାନେ ସୁଭାଷଙ୍କୁ ______ ଆଖ୍ୟାରେ ଭୂଷିତ କରିଥିଲେ ।
Answer:
ନେତାକୀ

8. କଟକର _______ ଠାରେ ସୁଭାଷଙ୍କର ପୈତୃକ ବାସଭବନ ଅଛି ।
Answer:
ଓଡ଼ିଆ ବଜାର

୨. ସ୍ଵାଧୀନ ଭାରତ କେନ୍ଦ୍ର’ ପ୍ରତିଷ୍ଠା ଦିଗରେ ସୁଭାଷ ବୋଷଙ୍କୁ _______ ସାହାଯ୍ୟ କରିଥିଲେ ।
Answer:
ଜର୍ମାନ୍ ସରକାର

10. ଜର୍ମାନୀର ଶାସକ ହିଲର୍ କେବଳ _______ କୋଟି ଲୋକଙ୍କର ଶାସକ ଥିଲେ ।
Answer:
ଆଠ

11. _______ ସରକାରଙ୍କୁ ଅନୁସରଣ କରି ସୁଭାଷଚନ୍ଦ୍ର ବୋଷ ଆଜାଦ୍ ହିନ୍ଦୁ ସରକାର ଗଠନ କରିଥିଲେ ।
Answer:
ଆୟାରଲାଣ୍ଡର ଅସ୍ଥାୟୀ

12. ସୁଭାଷ ବୋଷ _______ମସିହା ______ ତାରିଖରେ ଜନ୍ମଗ୍ରହଣ କରିଥିଲେ ।
Answer:
୧୮୯୭ ଜାନୁଆରୀ ୨୩

13. ମୁସ୍ତାଫା କମାଲ ମାଶା _______ ଦେଶର ଶାସନକର୍ତ୍ତା ଥିଲେ ।
Answer:
ତୁର୍କୀ

14. ମାଣ୍ଡାଲେ ଜେଲ _______ ରେ ଅବସ୍ଥିତ ।
Answer:
ବର୍ମା

BSE Odisha 10th Class History Important Questions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

15. ସୁଭାଷଙ୍କର ବିମାନ ଦୁର୍ଘଟଣା ସମୟରେ ସେ ଫର୍ମୋଜାରୁ _______ କୁ ଯାତ୍ରା କରୁଥିଲେ ।
Answer:
ଟୋକିଓ

D. ଠିକ୍ ଉକ୍ତି ପାଇଁ (✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (×) ଚିହ୍ନ ଦିଅ ।

1. ସୁଭାଷ ଚନ୍ଦ୍ର ବୋଷ ଜାନୁଆରୀ ୨୬ ତାରିଖରେ ଜନ୍ମ ହୋଇଥିଲେ ।
2. ବେନିଟୋ ମୁସୋଲିନ୍ ଜଣେ ବିପ୍ଳବୀ ଥିଲେ ।
3.ସୁଭାଷଙ୍କ ଦ୍ଵାରା ଲିଖ୍ ପୁସ୍ତକ ‘ଭାରତୀୟ ସଂଗ୍ରାମ’ ୧୯୩୨ ରେ ପ୍ରକାଶ ପାଇଥିଲା ।
4.ନେହେରୁଙ୍କ ସହିତ ସୁଭାଷଙ୍କର ମତଭେଦ ହେବାରୁ ସେ କଂଗ୍ରେସ ତ୍ୟାଗ କରିଥିଲେ ।
5. ସୁଭାଷ ଜର୍ମାନୀର ଶାସକ ବେନିତୋ ମୁସେଲିନ୍‌ଙ୍କୁ ଦେଖାକରି ଭାରତକୁ ସାହାଯ୍ୟ କରିବାପାଇଁ ଅନୁରୋଧ କରିଥିଲେ ।
6. ଜାପାନ ମିଆଁମାର ପର୍ଯ୍ୟନ୍ତ ସମଗ୍ର ଦକ୍ଷିଣ-ପୂର୍ବ ଏସିଆରେ ଅପ୍ରତିଦ୍ବହୀ ଶକ୍ତି ଥିଲା ।
7. ଭାରତୀୟ ବିପ୍ଳବୀ ରାସବିହାରୀ ବୋଷ ଜର୍ମାନୀରେ ବାସ କରୁଥିଲେ ।
8. ସୁଭାଷ କିଲେ ବନ୍ଦରରୁ ବାହାରି ବୁଡ଼ାଜାହାଜରେ ଜାପାନକୁ ଆସିଥିଲେ ।
9. ଆଜାଦ ହିନ୍ଦ୍ ଫୌଜର ପରାଜୟର ମୁଖ୍ୟ କାରଣ ଥିଲା ପ୍ରବଳ ବର୍ଷା l
10. କ୍ୟାପ୍‌ଟେନ୍ ଲକ୍ଷ୍ମୀ ସେହଗେଲଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ଭୂଷିତ କରାଯାଇଥିଲା ।
11. ମଣିପୁରର ରାଜଧାନୀ ଥିଲା ଇମ୍ଫାଲ ।

Answer:
1. x
2. ✓
3. x
4. x
5. x
6.✓
7. x
8. ✓
9. ✓
10. x
11. ✓

BSE Odisha 10th Class History Important Questions Chapter 5 ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟସେନା

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Q1
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Q2
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Q3
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Q4

BSE Odisha 10th Class Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

Odisha State Board BSE Odisha 10th Class Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ Textbook Exercise Questions and Answers.

BSE Odisha Class 10 Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

Question 1.
ଫାଇଟୋହରମୋନ୍ କ’ଣ ? ସେଗୁଡ଼ିକର ପ୍ରକାରଭେଦ ଓ କାର୍ଯ୍ୟ ବର୍ଣ୍ଣନା କର ।
ଉ-
ଫାଇଟୋହରମୋନ୍ – ଉଦ୍ଭଦରେ ଥ‌ିବା ହରମୋନକୁ ଫାଇଟୋହରମୋନ୍ କୁହାଯାଏ ।
ଫାଇଟୋହରମୋନ୍‌ର ପ୍ରକାରଭେଦ – ଉଦ୍ଭଦରେ ଥ‌ିବା ଫାଇଟୋହରମୋନ୍‌ଗୁଡ଼ିକୁ ମୁଖ୍ୟତଃ 5 ଭାଗରେ ବିଭକ୍ତ କର।ଯ।ଇଛି: ଯଥା-

  1. ଅକ୍‌ସିନ୍
  2. ଜିବରେଲିନ୍
  3. ସାଇଟୋକାଇନିନ୍
  4. ଏଥ୍ଲିନ୍
  5. ଆବ୍‌ସିକ୍ ଅମ୍ଳ

BSE Odisha 10th Class Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

BSE Odisha 10th Class Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 1
(i) ଫାଇଟୋହରମୋନ୍ ଉଭିଦର ବିଭିନ୍ନ ଜୈବ ପ୍ରକ୍ରିୟାର ନିୟନ୍ତ୍ରଣ ଓ ସମନ୍ଵୟ ରକ୍ଷାକରିବା ସହିତ ମୁଖ୍ୟତଃ ଦୁଇପ୍ରକାର କାର୍ଯ୍ୟ କରିଥାଏ, ଯଥା- ବୃଦ୍ଧି ନିୟନ୍ତ୍ରଣ ଓ ଚଳନଶକ୍ତିର ନିୟନ୍ତ୍ରଣ ।
ବୃଦ୍ଧି ନିୟନ୍ତ୍ରଣ – ଫାଇଟୋହରମୋନ୍ ଦୁଇ ପ୍ରକାରର; ଯଥା – ବୃଦ୍ଧିକାରକ ହର୍‌ମୋନ୍ ଓ ବୃଦ୍ଧିହ୍ରାସକ ହରମୋନ୍ ।

ବୃଦ୍ଧିକାରକ ହରମୋନ୍ :
(ii) ଫାଇଟୋହର୍‌ମୋନ୍ ମଧ୍ଯରୁ ଅକ୍‌ସିନ୍, ଜିବରେଲିନ୍ ଓ ସାଇଟୋକାଇନିନ୍ ପ୍ରଭୃତି ବୃଦ୍ଧିକାରକ ହରମୋନ ଅଟନ୍ତି ।
(iii) ଜିବରେଲିନ୍ ଓ ଅକ୍‌ସିନ୍ ଶାଖା ଓ କାଣ୍ଡର ବୃଦ୍ଧିରେ ସହାୟକ ହୋଇଥା’ନ୍ତି ।
(iv) ସାଇଟୋକାଇନିନ୍ କୋଷ ବିଭାଜନର ହାର ବୃଦ୍ଧି କରିଥାଏ ଓ ଏହି ହରମୋନ୍ ସାଧାରଣତଃ କ୍ଷିପ୍ରଭାବେ-
(v) କାଣ୍ଡ ଓ ମୂଳର ଅଗ୍ରଭାଗରେ କୋଷ ବୃଦ୍ଧିକାରକ ହରମୋନ୍ ବହୁ ପରିମାଣରେ ଥବାରୁ ସେଠାରେ ବହୁଳ ତଥା ତ୍ବରାନ୍ବିତ କୋଷ ବିଭାଜନ ହୋଇ ଅଗ୍ରଭାଗ ବୃଦ୍ଧିପାଏ ।

ବୃଦ୍ଧିହ୍ରାସକ ହରମୋନ୍ :
(vi) ଅଗ୍ରଭାଗ ତଳକୁ ହର୍‌ମୋନ୍‌ର ପରିମାଣ କ୍ରମଶଃ ହ୍ରାସ ପାଉଥିବାରୁ ବୃଦ୍ଧି ପରିମାଣ ମଧ୍ଯ ତଦନୁସାରେ କମ୍ ହୋଇଥାଏ ।
(vii) ଉଭିଦମାନଙ୍କରେ କେତେକ ବୃଦ୍ଧିହ୍ରାସକ ହର୍‌ମୋନ୍ ରହିଥା’ନ୍ତି । ଆକ୍‌ସିସିକ୍ ଏସିଡ୍ ଓ ଏଥୁଲିନ୍ ଏହି ଶ୍ରେଣୀର ଅନ୍ତର୍ଭୁକ୍ତ ।
(viii) ଏହି ହରମୋନ୍‌ଗୁଡ଼ିକ ସାଧାରଣତଃ ଉଭିଦର ବୃଦ୍ଧି ହ୍ରାସ କରିବା, ପତ୍ର, ଫୁଲ, ଫଳ ଝଡ଼ାଇବା ସହିତ ଉଭିଦର ବାର୍ଷକ୍ୟ ତ୍ବରାନ୍ବିତ କରିଥା’ନ୍ତି । ପାଚିଲା ଫଳ, ଫୁଲ ଓ ପତ୍ର ଝଡ଼ିବା ପୂର୍ବରୁ ସେଥ‌ିରେ ଏହି ବୃଦ୍ଧିହ୍ରାସକ

ଚଳନଶକ୍ତିର ନିୟନ୍ତ୍ରଣ :

  • ଆଲୋକ, ମାଧ୍ୟାକର୍ଷଣ ବଳ ପରି ବାହ୍ୟ ଉଦ୍ଦୀପନାଦ୍ୱାରା ପ୍ରଭାବିତ ହୋଇ ହରମୋନ୍‌ଗୁଡ଼ିକ ଉଦ୍ଭଦର ଚଳନଶକ୍ତିକୁ ନିୟନ୍ତ୍ରଣ କରିଥା’ନ୍ତି ।
  • ଉଭିଦରେ ଦୁଇ ପ୍ରକାର ଚଳନ ଦେଖାଯାଏ । ଯଥା କାଣ୍ଡର ଆଲୋକାନୁବର୍ତ୍ତନ ଓ ଚେରର ଜ୍ୟାନୁବର୍ତ୍ତନ ।
    • ଆଲୋକାନୁବର୍ତ୍ତନ – ଉଭିଦର କାଣ୍ଡ ଆଲୋକ ଆଡ଼କୁ ଗତି କରିବାକୁ ଅନୁକୂଳ ଆଲୋକାନୁବର୍ତ୍ତନ ଓ ଚେର ଆଲୋକର ବିପରୀତ ଦିଗରେ ଗତି କରିବାକୁ ପ୍ରତିକୂଳ ଆଲୋକାନୁବର୍ତ୍ତନ କୁହାଯାଏ ।
    • କ୍ୟାନୁବର୍ତ୍ତନ – ମାଧ୍ୟାକର୍ଷଣ ବଳଦ୍ଵାରା ଉଭିଦର ମୂଳ ପୃଥ‌ିବୀର କେନ୍ଦ୍ର ଆଡ଼କୁ ଆକର୍ଷିତ ହେବାକୁ ଜ୍ୟାନୁବର୍ତନ କୁହାଯାଏ ।

Question 2.
ବାହ୍ୟ ଉଦ୍ଦୀପନା କ’ଣ ? ଏହା ଫଳରେ ଉଦ୍ଭଦରେ ଦେଖାଯାଉଥ‌ିବା ଜ୍ୟାନୁବର୍ତ୍ତନ ବର୍ଣ୍ଣନା କର ।
ଉ-
ବାହ୍ୟ ଉଦ୍ଦୀପନା :
(i) ଆଲୋକ, ମାଧ୍ୟାକର୍ଷଣ ବଳ, ଜଳ, ରାସାୟନିକ ପଦାର୍ଥ ପ୍ରଭୃତି ଉଭିଦର କାଣ୍ଡ, ଚେର ଓ ପତ୍ରର ଅଗ୍ରଭାଗରେ ପ୍ରତିକ୍ରିୟା ସୃଷ୍ଟି କରିଥା’ନ୍ତି । ଫଳରେ ସେଠାରେ ହର୍‌ମୋନ୍ କ୍ଷରଣ ବୃଦ୍ଧି ପାଉଥ‌ିବାରୁ ଏହାକୁ ବାହ୍ୟ ଉଦ୍ଦୀପନା କୁହାଯାଏ ।

ଜ୍ୟାନୁବର୍ତ୍ତନ –
(ii) ବା ଏହାର ଅଂଶବିଶେଷ ମାଟି ତଳକୁ ଗତି କରିଥାଏ । ଏହାକୁ ଜ୍ୟାନୁବର୍ତ୍ତନ ବା ମାଧ୍ୟାକର୍ଷଣ ଅନୁବର୍ତ୍ତନ କୁହାଯାଏ ।
(iii) ମାଧ୍ୟାକର୍ଷଣ ବଳ ପ୍ରଭାବରେ ଉଭିଦର ଚେର ଓ ମୂଳ ପୃଥ‌ିବୀର କେନ୍ଦ୍ରଆଡ଼କୁ ଆକର୍ଷିତ ହୋଇଥାଏ । ଏହାକୁ ଅନୁକୂଳ ଜ୍ୟାନୁବର୍ତ୍ତନ କୁହାଯାଏ ।
(iv) ଉଭିଦର କାଣ୍ଡ ଚେରର ବିପରୀତ ଦିଗକୁ ଗତିକରେ । ଏହାକୁ ପ୍ରତିକୂଳ ଜ୍ୟାନୁବର୍ତ୍ତନ କୁହାଯାଏ ।
(v) ମାଧ୍ୟାକର୍ଷଣ ବଳ, କାଣ୍ଡ, ଚେର ଓ ପତ୍ରର ଅଗ୍ରଭାଗରେ ପ୍ରତିକ୍ରିୟା ସୃଷ୍ଟିକରେ । ଫଳରେ ସେଠାରେ ହରମୋନ୍ କ୍ଷରଣ ବୃଦ୍ଧିପାଏ ଓ ସେଗୁଡ଼ିକର ବୃଦ୍ଧି ହରମୋନ୍‌ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।

Question 3.
ଏକ ପରୀକ୍ଷାଦ୍ବାରା ଉଭିଦରେ ଅକ୍‌ସିର ପ୍ରଭାବ ଦର୍ଶାଅ ।

  • ଗୋଟିଏ କୋନିକାଲ୍ ଫ୍ଲସ୍କରେ ପାଣି ଭର୍ତ୍ତି କରାଯାଉ ।
  • ଫ୍ଲାସ୍କର ବେକକୁ ଏକ ତାରଜାଲିରେ ଆଚ୍ଛାଦନ କରାଯାଉ ।
  • ତାର ଜାଲି ଉପରେ 2 ବା 3ଟି ସଦ୍ୟ ଅଙ୍କୁ ରୋଦ୍ ଗମ ହୋଇଥ‌ିବା ବିନ୍ ମଞ୍ଜି
  • ଏକପାଖ ଖୋଲାଥିବା ଏକ ମୋଟା କାଗଜ ବାକ୍ସ ନିଆଯାଉ ।
  • ଫ୍ଲାସ୍କଟିକୁ ବର୍ତ୍ତମାନ ଏହି ବାକ୍ସ ମଧ୍ଯରେ ଏପରିଭାବରେ ରଖାଯାଉ ଯେପରି ଝରକାରେ ଆସୁଥ‌ିବା ଆଲୋକ ବାକ୍ସର ଖୋଲାପାର୍ଶ୍ଵ ଦେଇ ସଦ୍ୟ ଅଙ୍କୁରିତ ଉଭିଦ ଉପରେ ପଡ଼ିବ ।

BSE Odisha 10th Class Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 2

ପର୍ଯ୍ୟବେକ୍ଷଣ :

  1. ଦୁଇ ତିନିଦିନ ପରେ ସେଗୁଡ଼ିକୁ ଲକ୍ଷ୍ୟ କଲେ ଦେଖାଯିବଯେ ଉଦ୍ଭଦଟି କ୍ରମଶଃ ଆଲୋକୋନ୍ମୁ ଖୀ ହୋଇ ଆଲୋକ ଆଡ଼କୁ ବଙ୍କେଇ ଯାଇଛି ।
  2. ସିଦ୍ଧାନ୍ତ – ଯେତେବେଳେ କ୍ରମବର୍ଦ୍ଧିଷ୍ଣୁ ଉଭିଦଟି ଆଲୋକ ପାଏ, ସେତେବେଳେ ଏହାର ଅଗ୍ରଭାଗରେ ଅକ୍‌ସିନ୍ ସଂଶ୍ଳେଷିତ ହୁଏ । ଯେତେବେଳେ ଏକ ନିର୍ଦ୍ଦିଷ୍ଟ ଦିଗରୁ ଆଲୋକ ଆସେ ଅକ୍‌ସିନ୍ ବିପରୀତ ଦିଗକୁ ପରିବାହିତ ହୁଏ । ଅକ୍‌ସିନ୍‌ ପରିମାଣ ବଢ଼ିବାରୁ ସେଠାରେ ଥ‌ିବା କୋଷଗୁଡ଼ିକର ବୃଦ୍ଧି ଘଟେ । ଫଳତଃ ଅନ୍ଧାରରେ ଥିବା “ପାର୍ଶ୍ଵ ଆଲୋକ ପଟକୁ ଥିବା ପାର୍ଶ୍ବ ଅପେକ୍ଷା ଅଧିକ ଲମ୍ବା ହୋଇଥାଏ । କ୍ରମଶଃ ଉଭିଦଟି ଆଲୋକ ଆଡ଼କୁ ବଙ୍କେଇଯାଏ ।

Question 4.
ମାନବ ମସ୍ତିଷ୍କର ବିଭିନ୍ନ ଅଂଶର ନାମ ଓ କାର୍ଯ୍ୟର ଏକ ବିବରଣୀ ଦିଅ ।
ଉ-
ମାନବ ମସ୍ତିଷ୍କର ବିଭିନ୍ନ ଅଂଶର ନାମ :
BSE Odisha 10th Class Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 3
ମାନବ ମସ୍ତିଷ୍କ ତିନି ଭାଗରେ ବିଭକ୍ତ; ଯଥା-
(I) ଅଗ୍ରମସ୍ତିଷ୍କ,
(II) ମଧ୍ଯ ମସ୍ତିଷ୍କ,
(III) ପଶ୍ଚ ମସ୍ତିଷ୍କ
ମାନବ ମସ୍ତିଷ୍କର ବିଭିନ୍ନ ଅଂଶର କାର୍ଯ୍ୟ-

(I) ଅଗ୍ରମସ୍ତିଷ୍କ :
(i) ଅଗ୍ରମସ୍ତିଷ୍କରେ ଘ୍ରାଣପାଳି, ପ୍ରମସ୍ତିଷ୍କ ଓ ପଶ୍ଚଅଗ୍ରମସ୍ତିଷ୍କ ରହିଛି । ଅଗ୍ରମସ୍ତିଷ୍କରେ ଥ‌ିବା ଘ୍ରାଣପାଳି ମନୁଷ୍ୟଠାରେ ଅତି କ୍ଷୀଣଭାବେ ରହିଥାଏ । ତେଣୁ ମନୁଷ୍ୟର ଘ୍ରାଣଶକ୍ତି ଦୁର୍ବଳ । କିନ୍ତୁ କୁକୁର, ବିଲେଇ ଓ ବାଘ ଇତ୍ୟାଦି ପ୍ରାଣୀଙ୍କଠାରେ ଘ୍ରାଣପାଳି ଉନ୍ନତ ହୋଇଥିବାରୁ ସେମାନଙ୍କର ଘ୍ରାଣଶକ୍ତି ପ୍ରଖର ।

ପ୍ରମସ୍ତିଷ୍କ :
(ii) ପ୍ରମସ୍ତିଷ୍କ ମସ୍ତିଷ୍କର ସବୁଠାରୁ ବଡ଼ ଅଂଶ ଏବଂ ଏହାର ଉପରିଭାଗ ବହୁଳଭାବେ ଭାଙ୍ଗଯୁକ୍ତ । ଆମର ସ୍ମରଣ ଶକ୍ତି ଏହି ଭାଙ୍ଗ ଉପରେ ନିର୍ଭର କରିଥାଏ ।
(iii) ପ୍ରମସ୍ତିଷ୍କ ତାପ, କଷ୍ଟ, ଚାପ, ସ୍ପର୍ଶ ପରି ଉଦ୍ଦୀପନାକୁ ଗ୍ରହଣକରି ପ୍ରତିକ୍ରିୟା ପ୍ରକାଶ କରିବାରେ ସାହାଯ୍ୟ କରେ ।
(iv) ଏଥୁସହିତ କୌଣସି ଘଟଣା ବିଷୟରେ ଶୁଣି, ଭାବି, କଥା ମାଧ୍ୟମରେ ମନର ଆବେଗ ପ୍ରକାଶ କରିବା କାର୍ଯ୍ୟ ମଧ୍ଯ ମସ୍ତିଷ୍କର ଏହି ଅଂଶ ନିୟନ୍ତ୍ରଣ କରେ ।

BSE Odisha 10th Class Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

ପଶ୍ଚଅଗ୍ରମସ୍ତିଷ୍କ :
(v) ପଶ୍ଚଅଗ୍ରମସ୍ତିଷ୍କର ଉପରିଭାଗରେ ପିନିଆଲ ଗ୍ରନ୍ଥି ରହିଛି । ଏହାର ନିମ୍ନଭାଗରେ ଥ‌ିବା ହାଇପୋଥାଲାମସ୍ ଆମ ଶରୀରର ହୃନ୍ଦନ, ରକ୍ତଚାପ, ନିଦ୍ରା, ଭୟ, ରାଗ, ଆନନ୍ଦ ଇତ୍ୟାଦି ନିୟନ୍ତ୍ରଣ କରେ ।

(II) ମଧ୍ୟମସ୍ତିଷ୍କ :

  • ମଧ୍ୟମସ୍ତିଷ୍କ ଦୁଇଯୋଡ଼ା ବର୍ତ୍ତୁଳ ନିଦାପିଣ୍ଡକୁ ନେଇ ଗଠିତ ।
  • ଉପର ଦୁଇଟି ପିଣ୍ଡ, ଦୃଷ୍ଟି ସମ୍ବନ୍ଧୀୟ ପ୍ରତିକ୍ଷେପକୁ ନିୟନ୍ତ୍ରଣ କରୁଥିବାବେଳେ ନିମ୍ନଭାଗର ଦୁଇଟି ପିଣ୍ଡ ଶରୀରର ଶ୍ରବଣ ସମ୍ବନ୍ଧୀୟ ପ୍ରତିକ୍ଷେପକୁ ନିୟନ୍ତ୍ରଣ କରେ ।

(III) ପଶ୍ଚ ମସ୍ତିଷ୍କ :

  • ପଶ୍ଚିମସ୍ତିଷ୍କର ଆଗ ଅଂଶରେ ରହିଛି ଅନୁମସ୍ତିଷ୍କ । ଏହା ମସ୍ତିଷ୍କର ଦ୍ଵିତୀୟ ବୃହତ୍ତମ ଭାଗ !
  • ଏହା ଶରୀରର ସନ୍ତୁଳନ ଓ ଭାରସାମ୍ୟ ରକ୍ଷାକରେ ।
  • କୌଣସି କାରଣରୁ ହଠାତ୍ ଗୋଡ଼ ଖସିଗଲେ ବା ଝୁଣ୍ଟି ପଡ଼ିଯିବା ଅବସ୍ଥାରେ ଶରୀରର ଭାରସାମ୍ୟ ରକ୍ଷାକରି ଠିକ୍ ଭାବରେ ଦୁଇ ଗୋଡ଼ରେ ଠିଆହେବା ପାଇଁ ଏହା ଦାୟୀ ଅଟେ ।
  • ମସ୍ତିଷ୍କର ସୁଷୁମ୍ନାଶୀର୍ଷ ଅନୁମସ୍ତିଷ୍କର ପଛକୁ ରହିଛି । ଏହା ଆମ ଶରୀରର ଶ୍ଵାସକେନ୍ଦ୍ର ଓ ହୃତ୍‌କେନ୍ଦ୍ର । ରକ୍ତଚାପ, ଛିଙ୍କ, କାଶ, ବାନ୍ତି ଓ ଖାଦ୍ୟ ଗିଳିବା ପରି କାର୍ଯ୍ୟକୁ ସୁଷୁମ୍ନାଶୀର୍ଷକ ନିୟନ୍ତ୍ରଣ କରିଥାଏ ।

Question 5.
ପ୍ରତିକ୍ଷେପ କ୍ରିୟା କ’ଣ ? ଆମ ଶରୀରରେ ଘଟୁଥିବା ଏକକ ସିନାପ୍‌ଟିକ ପ୍ରତିକ୍ଷେପ ବର୍ଣନା କର ।
ଉ-
ପ୍ରତିକ୍ଷେପ କ୍ରିୟା :

  • ମସ୍ତିଷ୍କ ଆମ ସ୍ନାୟୁସଂସ୍ଥାର ମୁଖ୍ୟ ଅଟେ I ଆମ ଶରୀରରେ ଘଟୁଥ‌ିବା ସବୁ ଘଟଣାର ଖବର ମସ୍ତିଷ୍କ ପାଖରେ ପହଞ୍ଚେ ।
  • ମସ୍ତିଷ୍କ ସବୁ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ସମନ୍ଵୟ ରକ୍ଷା କରି ଶରୀରକୁ ନିଜର ନିୟନ୍ତ୍ରଣରେ ରଖେ ।
  • ମସ୍ତିଷ୍କ ବା ସୁଷୁମ୍ନାକାଣ୍ଡ ଦ୍ୱାରା ପରିଚାଳିତ ସ୍ବତଃସ୍ଫୁର୍ଭ ଓ ସ୍ଵତଃପ୍ରବୃତ୍ତ ପ୍ରକ୍ରିୟାକୁ ପ୍ରତିକ୍ଷେପ କ୍ରିୟା କୁହାଯାଏ ।

ଏକକ ସିନାପ୍‌ଟିକ୍ ପ୍ରତିକ୍ଷେପ :

  • ଆମ ଶରୀରରେ ସମ୍ପାଦିତ ହେଉଥ‌ିବା ସବୁଠାରୁ ସରଳ ପ୍ରତିକ୍ଷେପ କ୍ରିୟାରେ
    • ସୁଷୁମ୍ନାକାଣ୍ଡ,
    •  ଗୋଟିଏ ସେନ୍ସରୀ ସ୍ନାୟୁ ଓ
    • ଗୋଟିଏ ମୋଟର ସ୍ନାୟୁ ସଂଶ୍ଳିଷ୍ଟ ହୋଇଥାଏ ।
  • ସେନ୍ସରୀ ସ୍ନାୟୁ ଗ୍ରାହୀଅଙ୍ଗରୁ ଆବେଗ ଆଣି ସୁଷୁମ୍ନାକାଣ୍ଡ ନିକଟରେ ପହଞ୍ଚାଏ ।
  • ସୁଷୁମ୍ନାକାଣ୍ଡ ଖବର ଗ୍ରହଣ କରି ତୁରନ୍ତ କାର୍ଯ୍ୟକାରୀ ଅଙ୍ଗକୁ ମୋଟର ସ୍ନାୟୁ ମାଧ୍ୟମରେ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଏ ।
  • ଏହି ପ୍ରକ୍ରିୟାରେ ମାତ୍ର ଗୋଟିଏ ସେନ୍ସରୀ ସ୍ନାୟୁ ଓ ଗୋଟିଏ ମୋଟର ସ୍ନାୟୁ ସଂଶ୍ଳିଷ୍ଟ ଥ‌ିବାରୁ ଏହାକୁ ଏକକ
  •  ଶରୀରରେ ସେନ୍ସରୀ ସ୍ନାୟୁ, ସୁଷୁମ୍ନାକାଣ୍ଡ ଓ ମୋଟର ସ୍ନାୟୁର ଅବସ୍ଥିତି ଏକ ଜ୍ୟାମିତିକ ଚାପ (Arc) ଆକାରରେ ଥ‌ିବାରୁ ଏହାକୁ ପ୍ରତିକ୍ଷେପ ଚାପ କୁହାଯାଏ ।

Question 6.
ସ୍ନାୟୁକୋଷର ଗଠନ ଏବଂ କାର୍ଯ୍ୟ ବର୍ଣ୍ଣନା କର ।
ଉ-
ଉଚ୍ଚ ସ୍ନାୟୁକୋଷର ଗଠନ :

  • ସ୍ନାୟୁକୋଷ ଆମ ସ୍ନାୟୁତନ୍ତ୍ରର ଗଠନିକ ଏବଂ କ୍ରିୟାତ୍ମକ ଏକକ ଅଟେ ।
  • ସ୍ନାୟୁକୋଷରେ ଗୋଟିଏ ନ୍ୟଷ୍ଟି ବା ନ୍ୟୁକ୍ଲିଅସ୍ ଓ
  • ନ୍ୟଷ୍ଟି ଥିବା ଅଂଶକୁ ସେଲବଡ଼ି କୁହାଯାଏ ।
  • ପ୍ରତ୍ୟେକ ସ୍ନାୟୁ କୋଷର ଗୋଟିଏ ପଟରେ ଅନେକଗୁଡ଼ିଏ କ୍ଷୁଦ୍ର ଶାଖାୟିତ ତନ୍ତୁ ଥାଏ । ଏଗୁଡ଼ିକୁ ଡେନ୍ସାଇଟ୍ କୁହାଯାଏ ।
  • ଡେନ୍ସାଇଟ୍‌ର ଠିକ୍ ବିପରୀତ ପଟରେ ସେଲବଡ଼ିରୁ ଏକ ଲମ୍ବ ଆକସନ୍ ବାହାରିଥାଏ ।
  • ସ୍ନାୟୁକୋଷ ଆମ ଶରୀରର ସବୁଠାରୁ ଲମ୍ବା କୋଷ ଅଟେ ।
  • ସେଲ୍‌ବଡ଼ିର ଯେଉଁ ସ୍ଥାନରୁ ଆକସନ ବାହାରିଥାଏ ବିଭାଜିତ ହୋଇ ଟେଲୋଡେନ୍ସିଆ ସୃଷ୍ଟି ହୁଏ ଓ ଟେଲୋଡେନ୍‌ଡ୍ରିଆର ଅଗ୍ରଭାଗ ସ୍ତ୍ରୀତ ହୋଇ ଏଣ୍ଡ୍‌ନବ୍ ତିଆରି ହୋଇଥାଏ ।

BSE Odisha 10th Class Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 4

ସ୍ନାୟୁକୋଷର କାର୍ଯ୍ୟ :

  • ଆଖୁ, ନାକ, କାନ, ଜିଭ ଓ ଚର୍ମ ଆମର ଗ୍ରାହୀଅଙ୍ଗ ଅଟନ୍ତି ।
  • ଆମେ ଆଖୁ ଆଗରେ ଯାହା ଦେଖୁଛୁ ତା’ର ଖବର ଆଖ୍ ଭିତରେ ଥ‌ିବା ସ୍ନାୟୁକୋଷର ଡେନ୍ସାଇଟ୍ ଗ୍ରହଣ କରି ମସ୍ତିଷ୍କକୁ ପଠାଏ । ସେହିପରି ପରିବେଶରେ ସୃଷ୍ଟି ହେଉଥ‌ିବା ଶବ୍ଦକୁ କାନ ଭିତରେ ଥ‌ିବା ସେନ୍ସରୀ କୋଷର ଡେଡ୍ରାଇଟ୍‌ ଗ୍ରହଣ କରିଥା’ନ୍ତି ।
  • ଖଟା, ମିଠା, ପିତା ପରି ସ୍ବାଦକୁ ଜିଭରେ ଥ‌ିବା ସେନ୍ସରୀ ସ୍ନାୟୁର ଡେନ୍ସାଇଟ୍ ଗ୍ରହଣ କରେ ।
  • ଡେନ୍ସାଇଟ୍ ସଂଗ୍ରହ କରୁଥିବା ସ୍ନାୟବିକ ଆବେଗ ବିଦ୍ୟୁତ୍ ରାସାୟନିକ ପ୍ରକ୍ରିୟାଦ୍ଵାରା ସ୍ନାୟୁକୋଷର ଆକ୍‌ସନ୍ ମଧ୍ୟଦେଇ ସଞ୍ଚରିତ ହୋଇ ସିନାପସ୍ ନିକଟରେ ପହଞ୍ଚାଏ ।
  • ଆକ୍‌ସନ୍‌ର ଶେଷଭାଗରେ ବାର୍ତ୍ତା ପହଞ୍ଚିଲେ ସେଠାରୁ ଏସିଟିଲ୍‌କୋଲିନ୍ ନାମକ ଏକ ପ୍ରକାର ରାସାୟନିକ ପଦାର୍ଥର କ୍ଷରଣ ହୁଏ ଓ ଏହା ଏକ ସ୍ନାୟବିକ ସଞ୍ଚାରକ ଅଟେ ।
  • ଏହା ପରବର୍ତ୍ତୀ ସ୍ନାୟୁକୋଷର ଡେଡ୍ରାଇଟ୍‌ରେ ଏକ ନୂଆ ବିଦ୍ୟୁତ୍ ରାସାୟନିକ ଆବେଗ ସୃଷ୍ଟିକରେ । ଏହିପରି ଭାବରେ ବାର୍ତ୍ତା ଗୋଟିଏ ସ୍ନାୟୁକୋଷରୁ ଅନ୍ୟ ସ୍ନାୟୁକୋଷରୁ ଦ୍ରୁତଗତିରେ ପ୍ରସାରିତ ହୋଇ ଶେଷରେ ମସ୍ତିଷ୍କଠାରେ ପହଞ୍ଚେ ।

BSE Odisha 10th Class Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

Question 7.
ସଂକ୍ଷେପରେ ଉତ୍ତର ଦିଅ ।
(କ) ସିନାପ୍‌ସ୍ କହିଲେ କ’ଣ ବୁଝ ?
ଉ-
ଗୋଟିଏ ସ୍ନାୟୁକୋଷର ଆକସନ୍‌ର ଶାଖାଯୁକ୍ତ ଶେଷଭାଗ ନିକଟବର୍ତ୍ତୀ ଅନ୍ୟ ସ୍ନାୟୁକୋଷର ଡେଡ୍ରାଇଗୁଡ଼ିକର ଅତି ନିକଟରେ ଥାଏ । ଏହି ସ୍ଥାନକୁ ସିନାପ୍‌ସ୍ କୁହାଯାଏ ।

(ଖ) ଭାସୋପ୍ରେସିର କାର୍ଯ୍ୟ ଲେଖ ।
ଉ-
ଭାସୋପ୍ରେସିନ୍‌ର ପ୍ରଭାବରୁ ବୃକ୍‌କର ମୂତ୍ରଜନ ନଳିକାରୁ ଜଳ ପୁନଃଶୋଷିତ ହୁଏ । ସେଥ‌ିପାଇଁ ଏହି ହର୍‌ମୋନ୍‌ର ଅନ୍ୟ ନାମ ହେଉଛି ଏକ୍ସିଡାଇୟୁରେଟିକ ହର୍‌ମୋନ୍ । ଯଦି କୌଣସି କାରଣବଶତଃ ପିଟୁଇଟାରିରୁ ଅଳ୍ପ ପରିମାଣର ଭାସୋପ୍ରେସିନ୍ କ୍ଷରିତ ହୁଏ, ତେବେ ସେହି ବ୍ୟକ୍ତି ଗୋଟିଏ ଦିନରେ ପାଖାପାଖୁ 20 ଲିଟର ପର୍ଯ୍ୟନ୍ତ ପରିସ୍ରା କରେ । ଏହି ଅବସ୍ଥାକୁ ଡଶଇବେଟିସ୍ ଇନ୍‌ୟସିପିଡ଼ସ୍ ବା ବହୁମୂତ୍ର ରୋଗ କୁହାଯାଏ ।

(ଗ) ଆଇଲେଟ୍‌ସ୍ ଅଫ୍ ଲାଙ୍ଗର୍‌ହାନସ୍ କେଉଁଠି ଥାଏ ? ଏହାର କୋଷଗୁଡ଼ିକର ନାମ ଓ କାର୍ଯ୍ୟ ଲେଖ ।
ଉ-

  • ଆମ ଶରୀରରେ ପାକସ୍ଥଳୀର ଠିକ୍ ତଳକୁ ଗ୍ରହଣୀଫାସ ମଧ୍ୟରେ ଗୋଟିଏ ଅଗ୍ନ୍ୟାଶୟ ରହିଛି ।
  • ଏହା ଏକ ମିଶ୍ରିତ ଗ୍ରନ୍ଥି, କାରଣ ଏଥୁରୁ ଏନ୍‌ଜାଇମ୍ ଓ ହର୍‌ମୋନ୍ ଉଭୟ କ୍ଷରିତ ହୁଏ ।
  • ଅଗ୍ନ୍ୟାଶୟର ହର୍‌ମୋନ୍ କ୍ଷରଣ କରୁଥିବା ଅଂଶକୁ ଆଇଲେସ୍ ଅଫ୍ ଲାଙ୍ଗରହା କୁହାଯାଏ ।
  • ଏହି ଅଂଶରେ ଆଲ୍‌ଫା-କୋଷ, ବିଟା-କୋଷ ଓ ଡେଲ୍‌ କୋଷ ପରି ସ୍ରାବୀ କୋଷମାନ ରହିଥାଏ ।
  • ଆଲ୍‌ଫା -କୋଷରୁ ଗୁ କାଗନ୍, ବିଟା-କୋଷରୁ ଇନ୍‌ସୁଲିନ୍ ଓ ଡେଲଟା-କୋଷରୁ ସୋମାଟୋଷ୍ଟାଟିନ୍ ହର୍‌ମୋନ୍ କ୍ଷରିତ ହୁଏ ।
  • ଇନ୍‌ସୁଲିନ୍ ଶରୀରରେ ଶର୍କରା (Glucose) ପରିମାଣ ସ୍ଥିର ରଞ୍ଝାରେ ସାହାଯ୍ୟକରେ ।
  • ଇନ୍‌ସୁଲିନ୍‌ର ଅଭାବରେ ରକ୍ତରେ ଶର୍କରା ପରିମାଣ ବଢ଼ି ମଧୁମେହ ରୋଗ (ଡାଇବେଟିସ୍ ମେଲିଟସ୍) ହୁଏ ।

(ଘ) ଅନ୍ତଃସ୍ରାବୀ ଗ୍ରନ୍ଥି ଓ ବହିଃସ୍ରାବୀ ଗ୍ରନ୍ଥି ମଧ୍ୟରେ ପ୍ରଭେଦ ଦର୍ଶାଅ ।
ଉ-
ଅନ୍ତଃସ୍ରାବୀ ଗ୍ରନ୍ଥି

  • ଏଥୁରୁ ହର୍‌ମୋନ୍ କ୍ଷରିତ ହୁଏ ।
  • କ୍ଷରିତ ହର୍‌ମୋନ୍ ସିଧାସଳଖ ରକ୍ତରେ ମିଶେ ।
  • ଉଦାହରଣ : ପିଟୁଇଟାରି, ଥାଇରଏଡ୍ ଇତ୍ୟାଦି।

ବହିଃସ୍ରାବୀ ଗ୍ରନ୍ଥ

  • ଏଥିରୁ ଏନ୍‌ଜାଇମ୍ ଓ ଅନ୍ୟ ପଦାର୍ଥ କ୍ଷରିତ ହୁଏ ।
  • କ୍ଷରିତ ପଦାର୍ଥ ନିର୍ଦ୍ଦିଷ୍ଟ ନାଳ ଦେଇ ଗ୍ରନ୍ଥି ବାହାରକୁ ଆସେ ।
  • ଉଦାହରଣ : ଲାଳଗ୍ରନ୍ଥି, ଯକୃତ୍ ଇତ୍ୟାଦି ।

Question 8.
ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
ଉ-
(କ) ହର୍‌ମୋନ୍
ହୋଇଥାଏ । ଉଭିଦରେ ଥ‌ିବା ହରମୋନ୍‌କୁ ଫାଇଟୋହରମୋନ୍ କୁହାଯାଏ । ଏହା ମୁଖ୍ୟତଃ 5 ପ୍ରକାରର; ଯଥା- ଅକ୍‌ସିନ୍, ଜିବରେଲିନ୍, ସାଇଟୋକାଇନିନ୍, ଏଥୁଲିନ୍, ଆବ୍‌ସିକ୍ ଅମ୍ଳ ।

  • ହରମୋନ୍ ଉଦ୍ଭଦରେ ଆଲୋକାନୁବର୍ତ୍ତନ, ଜ୍ୟାନୁବର୍ତ୍ତନ, ଅନ୍ତକୁଞ୍ଚନ ଗତି, ଷ୍ଟୋମାଟାର ଗତି ଓ ଫଳ ପାଚିବା ଇତ୍ୟାଦିକୁ ନିୟନ୍ତ୍ରଣ କରେ ।
  • ପ୍ରାଣୀ ଶରୀରରେ ବିଭିନ୍ନ ଅନ୍ତଃସ୍ରାବୀ ଗ୍ରନ୍ଥିରୁ କ୍ଷରିତ ହରମୋନ୍‌ଦ୍ୱାରା ରାସାୟନିକ ସମନ୍ବୟ ସମ୍ଭବ ହୋଇଥାଏ ।
  • ହରମୋନ୍ ସିଧାସଳଖ ରକ୍ତରେ ମିଶେ ଓ ଏହା ମାଧ୍ୟମରେ ଦୂର ସ୍ଥାନକୁ ଯାଇ ନିର୍ଦ୍ଦିଷ୍ଟ ଅଙ୍ଗରେ କାର୍ଯ୍ୟ କରେ ।
  • କାର୍ଯ୍ୟ ସରିବା ପରେ ହରମୋନ୍ ନଷ୍ଟ ହୋଇଯାଏ । ତେଣୁ ଏହା ଥରେ ମାତ୍ର କାର୍ଯ୍ୟକ୍ଷମ ଅଟେ ।

(ଖ) ବାମନତା ଓ ଅତ୍ରିକାୟତ୍ଵ
ଉ-

  • ଏଡିନୋହାଇପୋଫାଇସିସ୍‌ରୁ କ୍ଷରିତ ହର୍‌ମୋନ୍‌ର ନାମ ଗ୍ରୋଥ୍ ହରମୋନ୍ ଅଟେ ।
  • ଏହା ଶରୀରର ବୃଦ୍ଧି ନିୟନ୍ତ୍ରଣ କରେ ।
  • ବାଲ୍ୟାବସ୍ଥାରେ ଏହାର କ୍ଷରଣ କମ୍ ହେଲେ ବ୍ୟକ୍ତିର ଶରୀର ବାମନପ୍ରାୟ ହୁଏ । ଏହାକୁ ‘ବାମନତା’ କୁହାଯାଏ ।
  • ଯଦି ଏହାର କ୍ଷରଣ ଅଧ୍ଵ ହୁଏ, ଅତ୍ୟଧିକ ବୃଦ୍ଧି ଘଟି ବ୍ୟକ୍ତି ୫ ଓ ୨ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୁଏ । ଏହାକୁ ଅତିକାୟତ୍ଵ କୁହାଯାଏ ।

(ଗ) ଡେଡ୍ରାଇଟ୍‌ ଓ ଆକ୍‌ସନ୍
ଉ-

  • ପ୍ରତ୍ୟେକ ସ୍ନାୟୁକୋଷର ଗୋଟିଏ ପଟରେ ଅନେକଗୁଡ଼ିଏ କ୍ଷୁଦ୍ର ଶାଖାୟିତ ତନ୍ତୁ ଥାଏ । ଏଗୁଡ଼ିକୁ ଡେଡ୍ରାଇଟ୍ କୁହାଯାଏ ।
  • ଡେନ୍ସାଇଟ୍‌ର ଠିକ୍ ବିପରୀତ ପଟରେ ସେଲବଡ଼ିରୁ ଏକ ଲମ୍ବ ଆକସନ୍ ବାହାରିଥାଏ ।
  • ଗ୍ରାହୀ ଅଙ୍ଗମାନଙ୍କଠାରୁ ଆସୁଥିବା ଉଦ୍ଦୀପନାକୁ ସ୍ନାୟୁକୋଷର ଡେଡ୍ରାଇଟ୍ ଗ୍ରହଣ କରେ ।
  • ଡେନ୍‌ଡ୍ରାଇଟ୍ ସଂଗ୍ରହ କରୁଥିବା ସ୍ନାୟବିକ ଆବେଗ ବିଦ୍ୟୁତ୍ ରାସାୟନିକ ପ୍ରକ୍ରିୟାଦ୍ଵାରା ସ୍ନାୟୁକୋଷର ଆକ୍ସନକୁ ସଞ୍ଚରିତ ହୁଏ ।

(ଘ) ଡାଇବେଟିସ୍ ଇନ୍‌ସିପିଡସ୍ ଓ ଡାଇବେଟିସ୍ ମେଲିଟସ୍
ଉ-

  • ଯଦି କୌଣସି କାରଣବଶତଃ ପିଟୁଇଟାରିରୁ ଅଳ୍ପ ପରିମାଣର ଭାସୋପ୍ରେସିନ୍ କ୍ଷରିତ ହୁଏ, ତେବେ ସେହି ବ୍ୟକ୍ତି ଗୋଟିଏ ଦିନରେ ପାଖାପାଖୁ 20 ଲିଟର ପର୍ଯ୍ୟନ୍ତ ପରିସ୍ରା କରେ । ଏହି ଅବସ୍ଥାକୁ ଡାଇବେଟିସ୍ ଇନ୍‌ସିପିଡସ୍ ବା ବହୁମୂତ୍ର ରୋଗ କୁହାଯାଏ ।
  • ଇନ୍‌ସୁଲିନ୍‌ର ଅଭାବରେ ରକ୍ତରେ ଶର୍କରା ପରିମାଣ ବଢ଼ିଗଲେ ଡାଇବେଟିସ୍ ମେଲିଟସ୍ ବା ମଧୁମେହ ରୋଗ ହୋଇଥାଏ ।

(ଙ) ଅକ୍‌ସିର କାର୍ଯ୍ୟ
ଉ-

  • ଏହି ହରମୋନ୍ ଜୀବକୋଷର ବୃଦ୍ଧି, ଫୁଲ ଓ ଫଳର ଗଠନ ଆଦି ବିଭିନ୍ନ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ଏହା ଉଦ୍ଭଦର ବୃଦ୍ଧି ନିୟନ୍ତ୍ରଣ କରେ ।
  • ଏହା ଉଦ୍ଭଦର ବୃଦ୍ଧି ନିୟନ୍ତ୍ରଣ କରେ ।
  • ଏହି ହରମୋନ ଉଭିଦର ଶାଖା ଓ କାଣ୍ଡର ବୃଦ୍ଧିରେ ସହାୟକ ହୋଇଥାଏ ।

BSE Odisha 10th Class Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

Question 9.
ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(କ) ଏସିଟିଲ୍‌କୋଲିନ୍‌ର କାର୍ଯ୍ୟ କ’ଣ ?
ଉ-

  • ସ୍ନାୟୁକୋଷରେ ଥିବା ଆକ୍‌ସନ୍‌ର ଶେଷଭାଗରେ ବାର୍ତ୍ତା ପହଞ୍ଚିଲେ ସେଠାରୁ ଏସିଟିଲ୍‌କୋଲିନ୍ ନାମକ ଏକ ପ୍ରକାର ରାସାୟନିକ ପଦାର୍ଥର କ୍ଷରଣ ହୁଏ ।
  • ଏହା ଏକ ସ୍ନାୟବିକ ସଞ୍ଚାରକ ଅଟେ ।
  • ଏହା ପରବର୍ତ୍ତୀ ସ୍ନାୟୁକୋଷର ଡେଡ୍ରାଇଟ୍‌ରେ ଏକ ନୂଆ ବିଦ୍ୟୁତ୍ ରାସାୟନିକ ଆବେଗ ସୃଷ୍ଟିକରେ ।
  • ଏହିପରି ଭାବରେ ବାର୍ତ୍ତା ଗୋଟିଏ ସ୍ନାୟୁକୋଷରୁ ଅନ୍ୟ ସ୍ନାୟୁକୋଷକୁ ଦ୍ରୁତଗତିରେ ପ୍ରସାରିତ ହୋଇ ଶେଷରେ

(ଖ) ଏଡ୍ରିନାଲ୍‌କୁ ଆପଦକାଳୀନ ଗ୍ରନ୍ଥି କୁହାଯାଏ କାହିଁକି ?
ଉ-

  • ଏଡ୍ରିନାଲ ଗ୍ରନ୍ଥିରୁ ଅନେକଗୁଡ଼ିଏ ହରମୋନ୍ କ୍ଷରିତ ହୁଏ ଓ ସେଥୁମଧ୍ୟରୁ ଏଡ୍ରିନାଲିନ୍ ହରମୋନ ଅନ୍ୟତମ
  • ଏହି ହର୍‌ମୋନ୍ ଆକସ୍ମିକ ଆଘାତ, ଭୟ, ଅବଶ ଓ ଉତ୍ତେଜିତ ଅବସ୍ଥାରେ କ୍ଷରିତ ହୁଏ ।
  • ଉପରୋକ୍ତ କାର୍ଯ୍ୟମାନଙ୍କ ଯୋଗୁ ଏହି ଗ୍ରନ୍ଥିକୁ ‘ଆପଦକାଳୀନ ଗ୍ରନ୍ଥି’ କୁହାଯାଏ ।

(ଗ) ଇଣ୍ଟ୍ରୋଜେନ୍‌ର କାର୍ଯ୍ୟ କ’ଣ ?
ଉ-

  • ଡିମ୍ବାଶୟରୁ ଇଷ୍ଟୋଡ୍ରେନ୍ ନାମକ ହରମୋନ୍ କ୍ଷରଣ ହୁଏ ।
  • ଏହି ହର୍‌ମୋନ୍‌ର ପ୍ରଭାବରେ ବାଳିକାମାନଙ୍କ ଶରୀରରେ ସ୍ତ୍ରୀ-ଗୌଣ ଲିଙ୍ଗୀୟ ଲକ୍ଷଣମାନ ଦେଖାଯାଏ ।

(ଘ) ଅଗ୍ନ୍ୟାଶୟକୁ କାହିଁକି ମିଶ୍ରିତ ଗ୍ରନ୍ଥି କୁହାଯାଏ ?
ଉ-
ଅଗ୍ନ୍ୟାଶୟକୁ ଏକ ମିଶ୍ରିତ ଗ୍ରନ୍ଥି କୁହାଯାଏ, କାରଣ ଏଥୁରୁ ଏନ୍‌ଜାଇମ୍ ଓ ହରମୋନ୍ ଉଭୟ କ୍ଷରିତ ହୋଇଥାଏ ।

(ଙ) ଲାଜକୁଳୀ ଲତାରେ କି ପ୍ରକାର ଗତି ଦେଖାଯାଏ ?

  • ଲାଜକୁଳୀ ଲତାର ଡାଳ କିମ୍ବା ପତ୍ରକୁ ଛୁଇଁଦେବା ମାତ୍ରେ ଲତାରେ ଥ‌ିବା ପତ୍ରଗୁଡ଼ିକ ନଇଁଯାଇ ଝାଉଁଳି ପଡ଼େ ।
  • ସ୍ପର୍ଶ ପ୍ରତି ଅନୁକ୍ରିୟା ପ୍ରଦର୍ଶନ ସ୍ୱରୂପ ପତ୍ରଗୁଡ଼ିକ ଜାକି ହୋଇଯା’ନ୍ତି ।
  • ଲାଜକୁଳୀ ଲତାର ଏହି ଗତିକୁ ଅନ୍ତର୍କୁଞ୍ଚନ ଗତି କୁହାଯାଏ ।
  • ଏହା ସ୍ପର୍ଶଜନିତ ଉଦ୍ଦୀପନାର ଏକ ବିଶେଷ ଉଦାହରଣ ଅଟେ ।

Question 10.
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(କ) ମଣିଷ ଶରୀରରେ କେତେ ଯୋଡ଼ା କ୍ରାନିଆଲ୍ ସ୍ନାୟୁ ରହିଛି ?
(ଖ) ସୁଷୁମ୍ନାକାଣ୍ଡର ବାହ୍ୟ ଆବରଣକୁ କ’ଣ କୁହାଯାଏ ?
(ଗ) ଆଣ୍ଟିଡାଇୟୁରେଟିକ୍ ହରମୋନ୍‌ର ଅନ୍ୟ ନାମ କ’ଣ ?
(ଘ) କେଉଁଟି ଏକ ସାମୟିକ ଅନ୍ତଃସ୍ରାବୀ ଗ୍ରନ୍ଥି ?
(ଙ) ଉଭିଦର ଚେରରେ କେଉଁ ପ୍ରକାର ଗତି ପରିଲକ୍ଷିତ ହୁଏ ?

Answers
(କ) 12 ଯୋଡ଼ା
(ଖ) ମେନିଞ୍ଜେସ୍
(ଗ) ଭାସୋପ୍ରେସିନ୍
BSE Odisha 10th Class Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ 5
(ଙ) ଜ୍ଯାନୁବର୍ତ୍ତନ

Question 11.
ଶୂନ୍ୟସ୍ଥାନ ପୂରଣ କର ।
(କ) ଉଭିଦର ଫଳ ଓ ଫୁଲ ଝଡ଼ିବା ସହ ବାର୍ଦ୍ଧକ୍ୟ ତ୍ୱରାନ୍ବିତ ହେବା ଏଥୁଲିନ୍ ଓ ……………………. ଦ୍ଵାରା ନିୟନ୍ତ୍ରିତ ।
(ଖ) ହରମୋନ୍ ଭ୍ରୁଣକାଣ୍ଡର ……………………… ରେ ତିଆରି ହୁଏ ।
(ଗ) ମସ୍ତିଷ୍କର ………………….. ଭାଗ ଆମ ସ୍ମୃତି ପାଇଁ ଦାୟୀ ।
(ଘ) ଆମ ଶରୀରର ସନ୍ତୁଳନ ଓ ଭାରସାମ୍ୟ ମସ୍ତିଷ୍କର ………………… ନିୟନ୍ତ୍ରଣ କରେ ।
(ଙ) ମସ୍ତିଷ୍କର ଅଗୋଚରରେ ଶରୀରରେ ଘଟୁଥ‌ିବା ଅତି ଜରୁରୀ କାର୍ଯ୍ୟକୁ ………………….. କୁହାଯାଏ ।
(ଚ) ସ୍ନାୟୁକୋଷରେ ……………….. ନଥ‌ିବାରୁ ଏହା ବିଭାଜିତ ହୋଇପାରେ ନାହିଁ ।

Answers
(କ) ଆବ୍‌ସିକ୍ ଅମ୍ଳ
(ଖ) ଅଗ୍ରଭାଗ
(ଗ) ଅଗ୍ରମସ୍ତିଷ୍କ (ପ୍ରମସ୍ତିଷ୍କ )
(ଘ) ଅନୁମସ୍ତିଷ୍କ
(ଙ) ପ୍ରତିକ୍ଷେପ କ୍ରିୟା
(ଚ) ସେଣ୍ଡ୍ରୋଜୋମ୍

Question 12.
ବାକ୍ୟରେ ଚିହ୍ନିତ ରେଖାଙ୍କିତ ଶବ୍ଦ|ଶବ୍ଦପୁଞ୍ଜକୁ ବଦଳାଇ ଠିକ୍ ବାକ୍ୟ ଲେଖ ।
(କ) ଉଭିଦର କାଣ୍ଡ ଆଲୋକ ଆଡ଼କୁ ଗତି କରିବାକୁ ଜ୍ୟାନୁବର୍ତ୍ତନ କୁହାଯାଏ ।
ଉ-
ଉଭିଦର କାଣ୍ଡ ଆଲୋକ ଆଡ଼କୁ ଗତି କରିବାକୁ ଆଲୋକାନୁବର୍ତ୍ତନ କୁହାଯାଏ ।

(ଖ) ଉଦ୍ଭଦରେ ଥ‌ିବା ହର୍‌ମୋନ୍‌ଗୁଡ଼ିକୁ ଟ୍ରପିକ୍ ହରମୋନ୍ କୁହାଯାଏ ।
ଉ-
ଉଭିଦରେ ଥିବା ହର୍‌ମୋନ୍‌ଗୁଡ଼ିକୁ ଫାଇଟୋ ହରମୋନ୍ କୁହାଯାଏ ।

(ଗ) ଥାଇରଏଡ଼ ଗ୍ରନ୍ଥିରୁ ଅକ୍‌ସିଟୋସିନ୍ ହରମୋନ୍ କ୍ଷରିତ ହୁଏ ।
ଉ-
ଥାଇରଏଡ଼ ଗ୍ରନ୍ଥିରୁ ଥାଇରକ୍‌ସିନ୍ ହରମୋନ୍ କ୍ଷରିତ ହୁଏ ।

(ଘ) ବାଲ୍ୟାବସ୍ଥାରେ ପ୍ରୋଲାକ୍ଟିନ ହରମୋନ୍ କ୍ଷରଣ କମ୍ ହେଲେ ବ୍ୟକ୍ତିର ଶରୀର ବାମନ ପ୍ରାୟ ହୁଏ ।
ଉ-
ବାଲ୍ୟାବସ୍ଥାରେ ଗ୍ରୋଥ ହରମୋନ କ୍ଷରଣ କମ୍ ହେଲେ ବ୍ୟକ୍ତିର ଶରୀର ବାମନ ପ୍ରାୟ ହୁଏ ।

(ଙ) ଅଗ୍ନ୍ୟାଶୟକୁ ଆପଦକାଳୀନ ଗ୍ରନ୍ଥି କୁହାଯାଏ ।
ଉ-
ଏଡ୍ମିନାଲ ଗ୍ରନ୍ଥି ଆପଦକାଳୀନ ଗ୍ରନ୍ଥି କୁହାଯାଏ ।

BSE Odisha 10th Class Life Science Solutions Chapter 5 ନିୟନ୍ତ୍ରଣ ଓ ସମନ୍ଵୟ

Question 13.
ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କକୁ ଦେଖ୍ ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦଟି କ’ଣ ହେବ ଲେଖ ।
(କ) ବାମନତା : ଗ୍ରୋଥ ହରମୋନ୍ :: ରୂପାନ୍ତରଣ : ………………….
(ଖ) ଡିମ୍ବାଶୟ : ଇଣ୍ଟ୍ରୋଜେନ୍ :: ଶୁକ୍ରାଶୟ : ………………….
(ଗ) ଫୁଲ ଝଡ଼ିବା : ଏଥୁଲିନ୍ :: ଫୁଲ ଧରିବା : ………………….
(ଘ) ଏଡ୍ରିନାଲ ଗ୍ରନ୍ଥି : ଅନ୍ତଃସ୍ରାବୀ :: ଯକୃତ୍ : ………………….
(ଙ) ଗର୍ଭାବସ୍ଥା ହର୍‌ମୋନ୍ : ପ୍ରୋଜେଷ୍ଟିରନ୍ :: ଗର୍ଭସଞ୍ଚାର ନିର୍ଣ୍ଣାୟକ ହରମୋନ୍ : ………………….

Answers
(କ) ଥାଇରକ୍‌ସିନ୍,
(ଖ) ଟେଷ୍ଟୋଷ୍ଟିରନ୍,
(ଗ) ଫ୍ଲୋରିଜେନ୍ ଓ ଫାଇଟୋକ୍ରୋମ୍,
(ଘ) ବହିଃସ୍ରାବୀ ଗ୍ରନ୍ଥି,
(ଙ) ନ୍ୟୁମାନ୍ କୋରିଓନିକ୍ ଗୋନାଡୋଟ୍ରଫିକ୍ ହର୍‌ମୋନ୍

BSE Odisha 10th Class Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ

Odisha State Board BSE Odisha 10th Class Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ Textbook Exercise Questions and Answers.

BSE Odisha Class 10 Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ

Question ୧।
ପ୍ରତ୍ୟେକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ପୟୋଧ, ତଟିନୀ, ସମୀର, ଭୂଧର, ଉଟଜ, ଅରି
Answer:

ଶବ୍ଦ ପ୍ରତିଶବ୍ଦ
ପୟୋଧି ସମୁଦ୍ର, ସାଗର
ସମାର ପବନ, ବାୟୁ
ଉଟଜ କୁଟାର କୁଡ଼ିଆ
ଭଗିନା ନଦୀ, ସଗିତ
ଭୂଧର ପର୍ବତ, ଅଚଳ
ଅରି ଶତ୍ରୁ, ଅରାତି, ବୈରା

Question ୨ ।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ଶୁଭ୍ର, ଘନ, ସୁନ୍ଦର, ପବିତ୍ର, ପୁଣ୍ୟ, ଦର୍ପିତ
Answer:

ଶବ୍ଦ ବିପରୀତାର୍ଥବୋଧକ ଶବ୍ଦ
ଶୁଭ୍ର ମଳିନ
ପୂର୍ବର ଅସୁନ୍ଦର
ପୁଣ୍ୟ ପାପ
ଘନ ତରଳ
ପବିତ୍ର ଅପବିତ୍ର
ବର୍ଷତ ବିନୀତ

Question ୩ ।
ନିମ୍ନଲିଖ୍ ଶବ୍ଦମାନଙ୍କୁ ନେଇ ସାର୍ଥକ ବାକ୍ୟ ରଚନା କର।
ବିଧୌତ, ସୁଶୋଭିତ, ରାଜିତ, କଳକଳ, ଜ୍ଞାନବିଜ୍ଞାନ, ଭଟଜ
Answer:
ବିଧୌତ – ଜ୍ୟୋତ୍ସ୍ନା ବିଧୌତ ରାତ୍ରି ଭାବୁକକୁ ବିମୋହିତ କରେ।
ସୁଶୋଭିତ – ରାମଚନ୍ଦ୍ରଙ୍କ ସୁଶୋଭିତ ରୂପ ଦେଖ୍ ମୁନିମାନେ ବିମୋହିତ ହୋଇଥିଲେ।
ରାଜିତ – ଆଶ୍ରମରେ ପୁଷ୍ପରାଜିତ ଦୃଶ୍ୟ ଚିତ୍ତ ହରଣ କରେ ।
କଳକଳ – ଚିଲିକାରେ ପକ୍ଷୀମାନଙ୍କର କଳକଳ ଶବ୍ଦ ଶୁଣାଯାଏ ।
ଜ୍ଞାନବିଜ୍ଞାନ – ବର୍ତ୍ତମାନ ଓଡ଼ିଶା ଜ୍ଞାନବିଜ୍ଞାନରେ ଯଥେଷ୍ଟ ଆଗେଇ ଗଲାଣି ।
ଉଟଇ – ଘନ ଅରଣ୍ୟରେ ମୁନିମାନେ ଉଟଜ ତିଆରି କରି ରହୁଥିଲେ।

BSE Odisha 10th Class Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ

Question ୪।
‘କଳକଳ’ ଭଳି ଆଉ ପାଞ୍ଚଗୋଟି ଧ୍ୱନ୍ୟାତ୍ମକ ଯୁଗ୍ମଶବ୍ଦ ଲେଖ ।
Answer:
ଧ୍ଵନ୍ୟାତ୍ମକ ଯୁଗ୍ମଶବ୍ଦ – ଧଡ଼ଧଡ଼, ଫଡ଼ଫଡ଼, ଘଡ଼ଘଡ଼, ମଡ଼ମଡ଼, ଖରଖର, ଝରଝର।

Question ୫।
ପଠିତ କବିତା ଅବଲମ୍ବନରେ ଶୂନ୍ୟସ୍ଥାନ ପୂରଣ କର । (ପ୍ରଶ୍ନ ସହିତ ଉତ୍ତର)
Answer:
(କ) ପୂତ ପୟୋଧ ବିଧୌତ ଶରୀରା
(ଗ) ଶୁଭ୍ରତଟିନୀ କୂଳ – ଶୀକର, ସମୀରା
(ଙ) ନୀଳ ଭୂଧରମାଳା ସାଜେ ତରଙ୍ଗେ
(ଛ) ସୁନ୍ଦର ଶାଳି ସୁଶୋଭିତ କ୍ଷେତ୍ରା,
(ଝ) ଯୋଗୀ ଋଷିଗଣ ଉଟଜ ପବିତ୍ରା ଅର୍ଥଗତ ପାର୍ଥକ୍ୟ ଦର୍ଶାଅ ।
(ଖ) ତାଳତମାଳ ସୁଶୋଭିତ, ତୀରା
(ଚ) କଳକଳ ମୁଖରିତ ଚାରୁ ବିହଙ୍ଗେ।
(ଜ) ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ରା,
(ଞ) ସୁନ୍ଦର ମନ୍ଦିର ମଣ୍ଡିତ ଦେଶ,

Question ୬ ।
ଅର୍ଥଟତ ପାର୍ଥକ୍ୟା ଦର୍ଶ ଆ
ସୁର – ଶୂର, ପୂତ – ପୁତ, ଶାଳି – ଶାଳୀ, ବଳି – ବଳୀ, କୂଳ
Answer:
ପୁର – ଦେବତା
ଶୂର – ବାର
ପୁତ – ପବିତ୍ର
ପୁତ – ପୁଅ, ସନ୍ତାନ
ଶାଳି – ଧନ୍ୟ ବିଶେଷ
ଶୀଳା – ପ୍ରାର ସାନଭଉଣ।
ବଳି – ପୂଜା ସାମଗ୍ର।, ଦୈତରଜ ଚିରୋଜ ବିରୋଚନଙ୍କ ପୁତ୍ର
ବଳା – ବଳବାନ୍
କୁଳ – ନଦା, ସମୁନ୍ଦ୍ର ପ୍ରଭୃତିର କଟ
କୁଳ – ବଂଶ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୭।
ଚାରୁହାସମୟୀ ଚାରୁଭାଷମୟୀ କାହାକୁ କୁହାଯାଇଛି?
Answer:
ଉତ୍କଳ ଜନନୀକୁ ଚାରୁହାସମୟୀ ଚାରୁଭାଷମୟୀ ବୋଲି କୁହାଯାଇଛି । ଚାରୁହାସମୟୀ କହିବାଦ୍ୱାରା ଉତ୍କଳର ଗୌରବମୟ ଅବସ୍ଥାକୁ ସୂଚାଇ ଦିଆଯାଇଛି । କାରଣ ସନ୍ତାନମାନଙ୍କର ଗୌରବରେ ଜନନୀ ମୁଖରେ ମଧୁର ହସ ଖେଳିଥାଏ । ପୁନଶ୍ଚ ଓଡ଼ିଆ ଭାଷାର ମୁହୂତା ଓ ମଧୁରତା ହେତୁ ଉତ୍କଳ ଜନନୀକୁ ଚାରୁଭାଷମୟୀ ବୋଲି କୁହାଯାଇଛି ।

Question ୮।
ଉତ୍କଳ ଜନନୀକୁ କିଏ ଧୋଇ ଦେଇଛି ?
Answer:
ପୂତ ମହୋଦଧୂ ଉତ୍କଳ ଜନନୀକୁ ଧୋଇ ଦେଉଛି ।

Question ୯।
ସମୁଦ୍ରକୂଳ କେଉଁ କେଉଁ ବୃକ୍ଷଦ୍ବାରା ସୁଶୋଭିତ ?
Answer:
ସମୁଦ୍ରକୂଳ ତାଳ ଓ ତମାଳ ବୃକ୍ଷଦ୍ଵାରା ସୁଶୋଭିତ ।

BSE Odisha 10th Class Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ

Question ୧୦ ।
ଉତ୍କଳର ଆକାଶ କାହାର କଳରବରେ ମୁଖରିତ ?
Answer:
ଉତ୍କଳର ଆକାଶ ସୁନ୍ଦର ସ୍ବନ କରୁଥିବା ବିହଙ୍ଗମାନଙ୍କ କଳରବରେ ମୁଖରିତ ।

Question ୧୧ ।
ପର୍ବତମାଳାଗୁଡ଼ିକ ଉତ୍କଳ ଜନନୀଙ୍କ ଦେହରେ କିଭଳି ଭାବେ ଶୋଭାପାଇଛି ?
Answer:
ପର୍ବତାମାଳାଗୁଡ଼ିକ ଉତ୍କଳ ଜନନୀଙ୍କ ଦେହରେ ତରଙ୍ଗାକାରରେ ସଜ୍ଜିତ ହେଲାଭଳି ଶୋଭାପାଉଛି ।

Question ୧୨ ।
କେଉଁମାନଙ୍କ କୁଟୀରଦ୍ଵାରା ଉତ୍କଳ ପବିତ୍ର ହୋଇଛି ?
Answer:
ଯୋଗୀ ଓ ଋଷିମାନଙ୍କ କୁଟୀରଦ୍ଵାରା ଉତ୍କଳ ପବିତ୍ର ହୋଇଛି। ‘

Question ୧୩ ।
ଶ୍ରେଷ୍ଠ କବିମାନେ କାହାର କୀର୍ତ୍ତି ବନ୍ଦନା କରୁଛନ୍ତି ?
Answer:
ଶ୍ରେଷ୍ଠ କବିମାନେ ଉତ୍କଳ ଜନନୀଙ୍କର କୀର୍ତ୍ତି ବନ୍ଦନା କରୁଛନ୍ତି । ଫଳରେ ଉତ୍କଳ ଜନନୀଙ୍କର କୀର୍ତ୍ତି ସାରା ପୃଥ‌ିବୀରେ ଖ୍ୟାତି ଲାଭ କରିଛି

ପପ୍ରସଙ୍ଗ ସରଳାର୍ଥ

Question ୧୪ ।
ପୂତ-ପୟୋଧ-ବିଧୌତ-ଶରୀରା,
ପୂତ-ପାୟୋଧ…….ସୁଶୋଭିତ ତାରା
Answer:
ଉକ୍ତ ପଦ୍ୟାଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିରଚିତ ‘ବନ୍ଦେ ଉତ୍କଳ ଜନନୀ’’ ଶୀର୍ଷକ ଜାତୀୟ ଭାବନା ପ୍ରଣୋଦିତ କବିତାରୁ ଗୃହୀତ ହୋଇଛି । ଏଠାରେ କବି ପ୍ରିୟ ଜନ୍ମଭୂମି ‘ଉତ୍କଳ ଜନନୀଭାବନା’ ର ଭୌଗୋଳିକ ସ୍ଥିତି ବା ବାହ୍ୟ ଶୋଭାର ବର୍ଣ୍ଣନା ଦେଇଛନ୍ତି ଆମର ଜନ୍ମଭୂମି ଉତ୍କଳର ପୂର୍ବ ଦିଗର ସୀମା ବଙ୍ଗୋପସାଗର ଦ୍ଵାରା ବେଷ୍ଟିତ । ଏହି ବଙ୍ଗୋପସାଗରକୁ ପୁରାଣ ଶାସ୍ତ୍ରକାରମାନେ ପବିତ୍ର ମହୋଦଧୂ ଭାବେ ପରିଚିତ କରାଇଛନ୍ତି । କବିଙ୍କ ମତରେ ସେହି ମହୋଦଧୂର ପବିତ୍ର ଜଳ ଉତ୍କଳ ଜନନୀର ଶରୀରକୁ ବିଧୌତ କରୁଛି ।

ମହୋଦଧୂର ପବିତ୍ର ଜଳଦ୍ଵାରା ଉତ୍କଳ ଜନନୀର ଶରୀର ବିଧୌତ ହେବାଦ୍ଵାରା ସେ‘ ସଦା ପବିତ୍ର ହେଉଛି । ପୁନଶ୍ଚ ଏହାର ତଟଦେଶରେ ଶୋଭାପାଇଥାଏ ମାଳମାଳ ତାଳ ଓ ତମାଳ ବୃକ୍ଷ । ସେହି ବୃକ୍ଷର ସବୁଜିମାରେ ଉତ୍କଳ ଜନନୀ ଅପୂର୍ବ ଶ୍ରୀ ଧାରଣ କରିଥାଏ । ଏଠାରେ କବି ଉତ୍କଳର ଭୌଗୋଳିକ ସ୍ଥିତିକୁ କାବ୍ୟକ ରୂପ ଦେଇଛନ୍ତି । କବିଙ୍କର ଏଭଳି ପରିକଳ୍ପନା ହୃଦୟସ୍ପର୍ଶୀ ହୋଇଛି । ଏଭଳି ବର୍ଣ୍ଣନାରେ କବିଙ୍କର ଜାତୀୟତାବୋଧ ମଧ୍ଯ ପ୍ରକାଶିତ ହୋଇଛି ।

BSE Odisha 10th Class Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ

Question ୧୫ ।
ଘନଘନ ବନଭୂମି ରାଜିତ ଅଙ୍ଗେ,
ନୀଳ ଭୂଧରମାଳା ସାଜେ ତରଙ୍ଗେ,
Answer:
ଘନଘନ ………………………. ସାଜେ ତରଇେଁ
ଶସିତ ପଦ୍ୟାଂଶଟି କାନ୍ତକବି ଲକ୍ଷ୍ମୀକାନ୍ତ୍ର ମହାପାତ୍ରଙ୍କ ଦେଶାସରୋଧକ ସଙ୍ଗୀତ ବିନ୍ଦେ ଉତ୍କଳ ଜନନା ରୁ ଗୃହାତ ହୋଇଛି । ଏଥ‌ିରେ କବି ଉତ୍କଳ ଜନନୀଙ୍କର ଅରଣ୍ୟ ଓ ପର୍ବତମାଳାର ଶୋଭାକୁ ଛନ୍ଦାୟିତ ଭାବରେ ପରିପ୍ରକାଶ କରିଛନ୍ତି । ଆମ ଉତ୍କଳ ପ୍ରଦେଶ ଉପକୂଳ ପ୍ରାକୃତିକ ପରିବେଶରେ ସୁଶୋଭିତ । ଏହାର ବିସ୍ତୀର୍ଣ୍ଣ ଅଞ୍ଚଳ ନିଘଞ୍ଚ ଅରଣ୍ୟାନୀଦ୍ଵାରା ଆଚ୍ଛାଦିତ । ଏହି ବନଭୂମି ଶାଳ, ପିଆଶାଳ, ଅସନ, କୁରୁମ, ଶିଶୁ, କେନ୍ଦୁ, ଆମ୍ବ, ଚାକୁଣ୍ଡା, ବର, ଓସ୍ତ, ଗମ୍ଭାରି, ନିମ ଆଦି ଦ୍ରୁମଦ୍ୱାରା ପରିପୂର୍ଣ୍ଣ । ପୁନଶ୍ଚ ଏହି ବନରେ ବାସକରନ୍ତି ବାଘ, ଭାଲୁ, ହାତୀ, ହରିଣ, ଝିଙ୍କ, ଠେକୁଆ, ସମ୍ବର, କୁଟୁରା ଆଦି ପ୍ରାଣୀମାନେ ।

ନାନାଜାତିର ପଶୁ ସାଙ୍ଗକୁ ମୟୂର, କୋଇଲି, କେଚିଳାଖାଇ, ଶୁଆ, ସାରୀ ଆଦି ପକ୍ଷୀମାନେ ମଧ୍ୟ କରନ୍ତି ବହଳ ଗଛ ସାଙ୍ଗକୁ ପଶୁପକ୍ଷୀଙ୍କର ଲୀଳାଖେଳା ଦର୍ଶକକୁ ବିମୋହିତ କରେ । ଉତ୍କଳର ସ୍ଥାନେ ସ୍ଥାନେ ଦେଖାଦିଏ’ ସବୁଜବୃକ୍ଷ । ଆଚ୍ଛାଦିତ ଢଙ୍ଗ ପର୍ବତମାଳା । ସେହି ପର୍ବତମାଳା ଦୂରରୁ ମନୋରମ ଦେଖାଯାଏ । ଛୋଟବଡ଼ ପାହାଡ଼ଗୁଡ଼ିକ ପାଖକୁ ପାଖ ସଜେଇ ହେଲାଭଳି ରହିଥା’ନ୍ତି । ସମୁଦ୍ର ମଧ୍ୟରେ ଉତ୍ତାଳ ତରଙ୍ଗ ଯେପରି ଦେଖାଯାଏ, ଏହି ନୀଳ ପର୍ବତଗୁଡ଼ିକ ସେହିପରି ଦେଖାଯା’ନ୍ତି । କବି ଉତ୍କଳର ଶୋଭାକୁ ଯଥାର୍ଥ ଭାବରେ ବର୍ଣ୍ଣନା କରିବାକୁ ଯାଇ ଏହାର ଅତି ଘଞ୍ଚ ବନପ୍ରଦେଶ ଓ ପର୍ବତମାଳାର, ରୂପକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି । କରିଙ୍କର ଉପସ୍ଥାପନା କ। ବ୍ୟାକଚ ଓ ମନୋଜ୍ଞ ହୋଇପାରିଛି।

Question ୧୬ ।
ସୁନ୍ଦରଶାଳି – ମୁଶୋଭିତ – କ୍ଷେତ୍ରା
ଞ୍ଜାନବିଜ୍ଞାନ – ପ୍ରଦର୍ଶିତ – ନେତ୍ରା
Answer:
ସୁନ୍ଦରଶାଳି …………………. ପ୍ରଦର୍ଶିତ ନେତ୍ରା
ଉକ୍ତ ପଦ୍ୟାଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିରଚିତ ‘ବନ୍ଦେ ଉତ୍କଳ ଜନନୀ’ ଶୀର୍ଷକ ଜାତୀୟ ଭାବନା ପ୍ରଣୋଦିତ କବିତାରୁ ଗୃହୀତ ହୋଇଛି । ଏଠାରେ କବି ପ୍ରିୟ ଜନ୍ମଭୂମି ଉତ୍କଳ ଶସ୍ୟଶୋଭିତ ସୁନ୍ଦର କ୍ଷେତ୍ର ଏବଂ ଜ୍ଞାନବିଜ୍ଞାନରେ ମହିମାନ୍ବିତ ହୋଇଥିବା କଥା ଉଲ୍ଲେଖ କରିଛନ୍ତି ।

ଓଡ଼ିଆପୁଅର ମୂଳ ଖାଦ୍ୟ ହେଉଛି ଭାତ । କୃଷକ ପଖାଳ କଂସାରେ ତା’ର ଉଦର ପୂରଣ କରେ । କାରଣ ଧାନ ହେଉଛି ଉତ୍କଳର ପ୍ରଧାନ ଫସଲ । ଏଠାରେ ଦିଗସ୍ତବିସ୍ତାରି ଶସ୍ୟକ୍ଷେତ୍ର ଦେଖାଯାଏ । ଶରତ ଋତୁରେ ଚାରିଆଡ଼େ ଧାନକ୍ଷେତ୍ରର ସବୁଜିମା ନୟନ ମନକୁ ହରଣ କରିନିଏ । ପୁଣି ସେହି ସବୁଜକ୍ଷେତ୍ର ଶୀତଋତୁରେ ସୁବର୍ଷବର୍ଷ ଧାରଣ କରି କେବଳ କୃଷକକୁ ହିଁକି ଯେକୌଣସି ଦର୍ଶକକୁ ପ୍ରାଣଭରା ଆନନ୍ଦ ଦିଏ । କବି ଏଠାରେ ଏକ ବିଶେଷଧରଣର ଶାଳିଧାନ କଥା ସୂଚାଇ ଅଛନ୍ତି। କୂଳ ଭୂମିର ସନ୍ତାନମାନେ ଜ୍ଞାନ ଓ ବିଜ୍ଞାନରେ ଅଧିକ ପାରଙ୍ଗମ । ଏହାକୁ ବୁଝାଇବାକୁ ଯାଇ କବି କହିଛନ୍ତି, ଉତ୍କଳ ଜନନୀଙ୍କ ନତ୍ରରୁ ପ୍ରକାଶିତ ହେଉଛି ଜ୍ଞାନାଲୋକ ଓ ବିଜ୍ଞାନର ଅପୂର୍ବ ଜ୍ୟୋତି I କବିଙ୍କର ଏଭଳି କହିବାର ଉଦ୍ଦେଶ୍ୟ ହେଉଛି, ଏହି ପବିତ୍ର ଉତ୍କଳ ମାଟିରେ ଜନ୍ମ ନେଇଛନ୍ତି ଅନେକ ଜ୍ଞାନୀ ଓ ବିଜ୍ଞାନୀ । ସେମାନେ ଜ୍ଞାନ ଓ ବିଜ୍ଞାନ ବଳରେ କାଳଜୟୀ କୃତିତ୍ଵ ହାସଲ କରିଛନ୍ତି। କବିଙ୍କର ଏଭଳି ବର୍ଣ୍ଣନା ଉତ୍କଳ ଜନନୀ ପାଇଁ ଯଥାର୍ଥ ମନେହୁଏ।

Question ୧୭ ।
ଉତ୍କଳ ଶୂରବର-ଦର୍ପିତ ଗେହା,
ଅରିକୂଳ – ଶୋଣିତ – ଚର୍ଚ୍ଚିତ – ଦେହା,
Answer:
ଉତ୍କଳ ଶ୍ଵରବର ……………….. ଚର୍ଚିତ ଦେହା
ଶଂସିତ ପଦ୍ୟାଶଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିରଚିତ ‘ବନ୍ଦେ ଉତ୍କଳ ଜନନୀ’ ଶୀର୍ଷକ ଦେଶାତ୍ମବୋଧକ କବିତାରୁ ଗୃହୀତ ହୋଇଛି । ଏଠାରେ କବି ଉତ୍କଳ ଜନନୀକୁ ବୀରପ୍ରସବିନୀ ଗୌରବରେ ଗୌରବାନ୍ବିତ କରିବାକୁ ଚାହିଁଛନ୍ତି । ଉତ୍କଳ ହେଉଛି ବୀରମାଟି । ଏଠାରେ ଜନ୍ମ ନେଇଛନ୍ତି ଶୌର୍ଯ୍ୟବନ୍ତ ଓ ବୀର୍ଯ୍ୟବନ୍ତ ବୀରମାନେ । ସେମାନଙ୍କର ବୀରତ୍ଵ ଓ ଗରିମା ସମଗ୍ର ଭାରତବର୍ଷରେ ପରିଚିତ ଓ ପ୍ରଚାରିତ । ତେଣୁ କବି ଉତ୍କଳଭୂମିକୁ ବୀରଶ୍ରେଷ୍ଠମାନଙ୍କର ଗୃହ ବୋଲି କହିଛନ୍ତି । ସେହି ବୀରମାନଙ୍କୁ ନେଇ ସେ ଗୌରବବିମଣ୍ଡିତା । ଅସଂଖ୍ୟ ଶତ୍ରୁଙ୍କୁ ସେହି ବୀରସନ୍ତାନଗଣ ବିନାଶ କରିଛନ୍ତି । ଯେଉଁମାନେ ମ୍ଭର ସହିତ ଶତ୍ରୁମାନଙ୍କୁ ସମ୍ମୁଖୀନ ହୋଇଛନ୍ତି ଏବଂ ସେମାନଙ୍କୁ ବିନାଶ କରିଛନ୍ତି । ଏଠାରେ କବି ଉତ୍କଳର ଐତିହ୍ୟ ସୂଚିତ କରି, ଉତ୍କଳବାସୀଙ୍କ ମନରେ ଜାତୀୟତାବୋଧ ସୃଷ୍ଟି କରିବାକୁ ଚାହିଁଛନ୍ତି ।

BSE Odisha 10th Class Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ

Question ୧୮ ।
‘‘ବନ୍ଦେ ଉତ୍କଳ ଜନନୀ’’ କବିତାରୁ ଉତ୍କଳର ବୈଶିଷ୍ଟ୍ୟ ଉଲ୍ଲେଖ କର ।
Answer:
ଟ୍ୟକାର, ଗାଳ୍ପିକ, ପ୍ରାବନ୍ଧିକ ଓ ପତ୍ରିକା ସମ୍ପାଦକ । ବ୍ୟଙ୍ଗକବି ଭାବରେ ଓଡ଼ିଆ ସାହିତ୍ୟରେ ସେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ସେ ସ୍ଵଚ୍ଛଳ ଜମିଦାର ପରିବାରର ଦାୟଦ ହୋଇ ଉଚ୍ଚଶିକ୍ଷା ଲାଭ କରିଥିଲେ ବି ଆଜୀବନ ରୋଗବ୍ୟାଧ ତାଙ୍କ
‘ତିଷ୍ଠ ହେବା କାରଣରୁ ନିଜକୁ ଅତି ଅସହାୟ ମନେକରିଥିଲେ । ତଥାପି ଜୀବନସାରା ସାହିତ୍ୟ ସାଧନରେ ନିଜକୁ ସେ ହଜାଇ ଦେବାକୁ ଚାହିଁଥିଲେ । ତାଙ୍କଦ୍ୱାରା ରଚିତ ‘ଜାତୀୟ ସଙ୍ଗୀତ’, ‘ଜୀବନ ସଙ୍ଗୀତ’, ‘ଚଟକ ଚନ୍ଦ୍ରହାସ ଚମ୍ପୂ’ ତାଙ୍କ କବି ପ୍ରତିଭାର `ଳିଷ୍ଠ ସ୍ଵାକ୍ଷର । ‘ସେ ‘ଶରଦ୍ରାସ’, ‘କଣ୍ଠ’, ‘କାଳୀୟ ଦଳନ’ ପ୍ରଭୃତି ଅନେକ ପୌରାଣିକ ନାଟକ ରଚନା କରିଥିଲେ ।

କଥାକାର ଭାବରେ ‘କଣାମାମୁ’ ଉପନ୍ୟାସ ଓ ‘ବୁଢ଼ାଶଙ୍ଖାରି’ ଭଳି ଗଳ୍ପ ତାଙ୍କ ପ୍ରତିଭାର ଯଥାର୍ଥ ପ୍ରମାଣ । ତାଙ୍କର ଦେଶାତ୍ମବୋଧକ କବିତାଗୁଚ୍ଛ ‘ଜାତୀୟ ସଙ୍ଗୀତ’ର ପ୍ରଥମ କବିତା ‘ବନ୍ଦେ ଉତ୍କଳ ଜନନୀ’ । ସଂଗ୍ରାମୀ ପରିବାରର ଦାୟାଦ ଭାବରେ ସେ ମାତୃଭୂମିକୁ ଅତ୍ୟନ୍ତ ଭଲ ପାଉଥିଲେ । ତାଙ୍କ ଦୃଷ୍ଟିରେ ତାଙ୍କର ମାତୃଭୂମି ଅନନ୍ୟା ଓ ଅତୁଳନୀୟା । ଉତ୍କଳ ଜନନୀର ବିମୋହିତ ଛବିକୁ ସେ ସ୍ବଚକ୍ଷୁରେ ଦେଖୁଛନ୍ତି । ତାଙ୍କ ମାନସପଟରେ ଭାସିଉଠିଛି, ମାତୃଭୂମିର ଅନିନ୍ଦ୍ୟ ରୂପ । ଉତ୍କଳ ଜନନୀର ଭୁବନମୋହିନୀ ରୂପଶୋଭା, ହୃଦୟସ୍ପର୍ଶୀ ଭୌଗୋଳିକ ସ୍ଥିତି କବିଙ୍କ ମନରେ ସୃଷ୍ଟି କରିଛି ଉଚ୍ଚାଟିତ ଭାବ । ତାଙ୍କର ସେହି ଭାବକୁ ପ୍ରୀତି ଅର୍ଘ୍ୟଭାବରେ ସେ ଜଣାଇ ଦେଇଛନ୍ତି ।

କବିଙ୍କ ଦୃଷ୍ଟିରେ ଉତ୍କଳ ହେଉଛି ଚାରୁହାସ୍ୟମୟୀ ଅର୍ଥାତ୍ ଉତ୍କଳ ଜନନୀର ହସ ଖୁବ୍ ସୁନ୍ଦର । ତାଙ୍କର ବାଣୀ ମଧ୍ୟ ମଧୁର । ପବିତ୍ର ପୟୋଧ ତାଙ୍କର ଶରୀରକୁ ସଦାବିଧୌତ କରି ପବିତ୍ରୀକୃତ କରିଛି । ସାଗରର ତୀରେ ତୀରେ ଲମ୍ବିଯାଇଛି ତାଳ ଓ ତମାଳ ଭଳି ସୁଦୃଶ୍ୟ ବୃକ୍ଷଶ୍ରେଣୀ । କେତେ କେତେ ସୁନିର୍ମଳ ସ୍ରୋତସ୍ଵିନୀ ପ୍ରବାହିତ ହେଉଛନ୍ତି ଉତ୍କଳ ଜନନୀ ଶରୀରରେ । ସେହି ତଟିନୀର ତରଙ୍ଗାୟିତ ଜଳରୁ ବାଷ୍ପ ଗ୍ରହଣ କରି ସମୀରଣ ହୋଇଛି ସୁଶୀତଳ । ଉତ୍କଳର ଏହି ପ୍ରାକୃତିକ ଶୋଭା ଦେଖାଇ । କବି ଲେଖୁଛନ୍ତି –

‘ପୂତ-ପୟୋଧ-ବିଧୌତ-ଶରୀରା,
ତାକତମାଳ – ସୁଶୋଭିତ – ତାରା
ଶୁଭ୍ର – ତଟିନା – ତ୍କଳ – ଶାଙ୍କର – ସମାରା
ଜନନୀ, ଜନନୀ, ଜନନୀ ।’’

ଉତ୍କଳ ଜନନୀ ଧାରଣ କରିଛି ଘନଘନ ବନରାଜି । ଘଞ୍ଚ ଅରଣ୍ୟରେ ସେ ସବୁଜଶ୍ରୀ ଧାରଣ କରିଛି । ସ୍ଥାନେ ସ୍ଥାନେ ରହିଛି ତରଙ୍ଗାୟିତ ନୀଳ ଭୂଧରମାଳା । ସୁନ୍ଦର ପକ୍ଷୀମାନଙ୍କର କାକଳି ବା କଳଧ୍ଵନିରୂପକ ସଙ୍ଗୀତରେ ଭୂଭାଗ ହେଉଛି ମୁଖରିତ । ଦିଗନ୍ତବିସ୍ତାରି ଶାଳିଧାନର କ୍ଷେତରେ ସୁଶୋଭିତ ଜନନୀ ଅନ୍ନପୂର୍ଣ୍ଣା ସଦୃଶ ଖାଦ୍ୟର ଭଣ୍ଡାର ଖୋଲିଦେଇଛି । ତା’କୋଳରେ ଜୀବନଧାରଣ କରିଥିବା ସନ୍ତାନମାନଙ୍କର ଉଦର ପ୍ରତିପୋଷଣର ସେ ହୋଇଛି କାରଣ । ଜନନୀର ଉନ୍ନୀଳିତ ନେତ୍ରରେ ରହିଛି ଜ୍ଞାନ ଓ ବିଜ୍ଞାନର ଦୃଷ୍ଟିଭଙ୍ଗୀ । ଏଠାରେ ରହିଛନ୍ତି ଊଟଜବାସୀ ଯୋଗୀଋଷି । ସେମାନଙ୍କ କଣ୍ଠରୁ ସ୍ଫୁରିତ ବେଦଧ୍ଵନିରେ ଏ ମାଟି ହୋଇଛି ପବିତ୍ର ।

ଉତ୍କଳ ହେଉଛି କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିରମାଳିନୀ । ସେହି ମନ୍ଦିର ଗାତ୍ରରେ ଉତ୍କଳର ଶିଳ୍ପୀମାନଙ୍କର ବୈଶିଷ୍ଟ୍ୟ ପ୍ରତିଫଳିତ ପାବନ ତୀର୍ଥଭୂମିରେ ଉତ୍କଳ ପରିପୂର୍ଣ୍ଣ । ଉତ୍କଳରେ ବହୁ ଶୂରବୀର ଜନ୍ମ ନେଇଛନ୍ତି । ସେମାନେ ଶତ୍ରୁକୁ ପଦାନତ କରି ଉତ୍କଳ ମାଟିକୁ କରିଛନ୍ତି ଗୌରବ ବିମଣ୍ଡିତା । ସମଗ୍ର ବିଶ୍ବରେ ଉତ୍କଳ ବୀରମାନଙ୍କ ଶୌର୍ଯ୍ୟର ରହିଛି ପ୍ରମାଣ କବିଙ୍କ ଭାଷାରେ –

‘ଉତ୍କଳ ଶୂରବର-ଦର୍ପିତ ଗେହା,
ଅଟିକୁଳ – ଶୋଣିତ – ଚର୍ଚିତ – ଦେହା
ବିଶ୍ୱଭୂମଣ୍ଡଳ – କୃତବର – ସ୍ନେହା
ଜନନୀ, ଜନନୀ, ଜନନୀ ।’’

ଉତ୍କଳ ଜନନୀ ଜନ୍ମ ଦେଇଛ ଅନେକ କାଳଜୟୀ କବିଙ୍କୁ । ସେହି କବିମାନେ ଜନନୀର ସୁଯୋଗ୍ୟ ସନ୍ତାନ ଭାବରେ ମାତୃଭୂମିର ବନ୍ଦନା ଗାନ କରିଛନ୍ତି । ତାଙ୍କର ସେହି କବିକୃତି ହୋଇଛି ଅନିନ୍ଦ୍ୟ କୀର୍ତି । ତାଙ୍କୁ ଦେହରେ ଧାରଣ କରି ଉତ୍କଳ ଜନନୀ ହୋଇଛି ଧନ୍ୟା, ପୂଣ୍ୟା ଓ ଚରଶରଣା । କବିତାଟିରେ କବି ଉତ୍କଳ ଜନନୀର ଅନିନ୍ଦ୍ୟ ରୂପଶୋଭା, ଐତିହ୍ୟ ଓ ଐଶ୍ବର୍ଯ୍ୟକୁ ଯଥାର୍ଥଭାବରେ ବର୍ଣ୍ଣନା କରିଛନ୍ତି ।

BSE Odisha 10th Class Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ

Question ୧୯ ।
‘‘ବନ୍ଦେ ଉତ୍କଳ ଜନନୀ’ ଏକ ମାତୃଭୂମି ପ୍ରଶଂସାତ୍ମକ କବିତା – ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କ ।
Answer:
‘ବନ୍ଦେ ଉତ୍କଳ ଜନନୀ’ କବିତାର କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ସେ ତାଙ୍କର ସାରସ୍ବତ ସୃଷ୍ଟିରେ ଉତ୍କଳ ଜାତୀୟ ଜୀବନ, ସାମାଜିକ ରୀତିନୀତି ଓ ସାଂସ୍କୃତିକ ଅପରୂପକୁ ଯଥାର୍ଥ ଭାବରେ ଦେଖାଇଛନ୍ତି । ନିଜର କାନ୍ତକୋମଳ ବଜାୟ ରଖୁଛନ୍ତି । ତାଙ୍କଦ୍ୱାରା ରଚିତ ‘ଜୀବନ ସଙ୍ଗୀତ’ରେ କବି ନିଜର ଦାର୍ଶନିକ ଓ ଭାସ୍ତିକ ଭାବକୁ ଉପସ୍ଥାପନ କରିଛନ୍ତି । କବି ଜନ୍ମଭୂମି ପ୍ରତି ତାଙ୍କ ହୃଦୟରେ ରହିଥ‌ିବା ଅନାବିଳ ଭାବକୁ ଦେଖାଇଛନ୍ତି । ‘ବନ୍ଦେ ଉତ୍କଳ ଜନନୀ’ ସେହି କବିତାଗୁଛ ପ୍ରଥମ କବିତା ଏବଂ କବିତାର ଛତ୍ରେ ଛତ୍ରେ କବି ଏହି ଉତ୍କଳ ଜନନୀର ବିଶେଷତ୍ଵକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି । ତାଙ୍କର ‘ଜାତୀୟ ସଙ୍ଗାତ’ କବିତାଗୁଚ୍ଛରେ ୩୩ଟି ମାତୃଭୂମି ପ୍ରଙ୍ଗସାମ୍ନାକ କବିତା ରହିଛି। ସବୁଥିରେ ଜନ୍ମଭୂମିର ଚନ୍ଦନା ଗାନ କରି କବି ଜନ୍ମଭୂମି ପ୍ରତି ତାଙ୍କ ହୃଦୟରେ ରହିଥ‌ିବା ଅନାବିଳ ଭାବକୁ ଦେଖାଇଛନ୍ତି । ‘ବନ୍ଦେ ଉତ୍କଳ ଜନନୀ’ ସେହି କବିତାଗୁଛର ପ୍ରଥମ କବିତା ଏବଂ କବିତାର ଛତ୍ରେ ଛତ୍ରେ କବି ଏହି ଉତ୍କଳ ଜନନୀର ବିଶେଷତ୍ଵକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି ।

ଜନନୀ ଜନ୍ମଦିଏ, ମାତ୍ର ଜନ୍ମଭୂମି ସନ୍ତାନର ବଞ୍ଚିବାର କାରଣ ହୁଏ । ଜନନୀ ସ୍ଵଳ୍ପକାଳ ପାଇଁ ସନ୍ତାନକୁ କ୍ଷୀର ଦେଇଁ ଅପତ୍ୟ ସ୍ନେହରେ ଲାଳନ ପାଳନ କରେ; ମାତ୍ର ମାତୃଭୂମି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସନ୍ତାନକୁ ତା’ର କୋଳରେ ଧରିରଖେ । ଜନ୍ମଭୂମିର ମାଟି, ପାଣି, ପବନରେ ସେ ବର୍ଜିତ ହୁଏ, ପରିପୁଷ୍ଟ ହୁଏ । ତୁଳନାତ୍ମକ ଭାବରେ ଦେଖୁଲେ ମାତାଠାରୁ ମାତୃଭୂମିନ୍ ମହତ୍ତ୍ଵ ଅଧିକ । ମାତାଠାରୁ ମାତୃଭୂମି ଗରୀୟସୀ । କବିଙ୍କ ମନରେ ମାତୃଭୂମି ପ୍ରତି ଏହି ଭାବ ବଳବତ୍ତର ହୋଇଛି । ତାଙ୍କର ବିଚାରରେ ମାତୃଭୂମି ତା’କୋଳରେ ଜନ୍ମନେଇ ବଢ଼ିଥିବା ସନ୍ତାନମାନଙ୍କ ପାଇଁ କେତେ ଯେ ମହାନ୍, ତାହା ପ୍ରକାଶ କରି ହେବ ନାହିଁ । ତେଣୁ କବିତାରେ କବି ମାତୃଭୂମିର ବନ୍ଦନା ଗାନକରି ତାହାର ଅସାମାନ୍ୟତାକୁ ସୂଚାଇ ଅଛନ୍ତି ।

କବି ମାତୃଭୂମିର ପ୍ରଶଂସା ଗାନ କରି କହିଛନ୍ତି, ଉତ୍କଳ ଜନନୀ ହେଉଛି ଚାରୁହାସ୍ୟମୟୀ । ତା’ର ନଭ, ଜଳ, ସ୍ଥଳରେ ହସ ହସ ମନୋମୁଗ୍ଧକର ଭାବ ଦେଖିବାକୁ ମିଳେ । ସେହି ହସ ହସ ଦୃଶ୍ୟକୁ ଦେଖୁ ଦର୍ଶକ ମନରେ ଅପାର ଆନନ୍ଦ ସୃଷ୍ଟି ହୁଏ । ସେ ମଧ୍ଯ ଚାରୁ ଭାଷମୟୀ । ତାହାର ଭାଷା ଅତ୍ୟନ୍ତ ମଧୁର । ସେହି ଭାଷା ଶ୍ରୋତା ମନରେ ଅମୃତମୟ ଭାବ ସୃଷ୍ଟି କରେ । ଉତ୍କଳର ଗାତ୍ର ହେଉଛି ପବିତ୍ର । ସେହି ପବିତ୍ର ଗାତ୍ରକୁ ଆହୁରି ପବିତ୍ର କରେ ମହୋଦଧୂର ଜଳରାଶି । ତାହାର ସାଗର ତୀରରେ ଶୋଭାପାଉଛି ତାଳ ତମାଳ ବୃକ୍ଷରାଜି । ଉତ୍କଳ ଭୂମିରେ ପ୍ରବାହିତ ହେଉଛି ନିର୍ମଳ ସ୍ରୋତ ବିଶିଷ୍ଟ ସ୍ରୋତସ୍ଵିନୀ । ସେହି ସ୍ରୋତସ୍ବିନୀ ଜଳକୁ ସ୍ପର୍ଶକରି ପ୍ରବାହିତ ହେଉଥ‌ିବା ମୃଦୁସମୀର ଶୀତଳତାର ସ୍ପର୍ଶ ଦେଇଥାଏ । ଶୀତଳ ସମୀରରେ ପ୍ରାଣ ଶୀତଳ ହେଲାଭଳି ଅନୁଭବ ହୁଏ ।

କବିଙ୍କ ମାତୃଭୂମିର ଅଙ୍ଗେ ଅଙ୍ଗେ ଭରିରହିଛି ନିଘଞ୍ଚ ବନରାଜି । ନୀଳ ପର୍ବତମାଳା ସମତଳଭୂମି ଉପରେ ଏପରି ଭାବରେ ଦଣ୍ଡାୟମାନ ହୋଇଛି, ଯାହାକୁ ଦେଖ‌ିଲେ ସମୁଦ୍ରର ଜଳରାଶି ଉପରେ ଉତ୍‌ତ ନୀଳ ତରଙ୍ଗର ଭ୍ରମ ସୃଷ୍ଟି ହେଉଛି । ସେଥ‌ିରେ ପୁଣି ସୁନ୍ଦର ସୁନ୍ଦର ପକ୍ଷୀମାନଙ୍କର କଳରବରେ ଚତୁର୍ଦ୍ଦିଗ ମୁଖରିତ ହେଉଛି । କବିଙ୍କ ଭାଷାରେ-

ଘନଘନ ବନଭୂମି ରାଜିତ ଅଙ୍ଗେ,
ନ।ଳ ଭୂଧରମାଳା ସାଜେ ତରଙ୍ଗେ ,
କଳଳକ ମୁଖରିତ ଚାରୁ ଗିହଙ୍ଗେ,
ଜନନୀ, ଜନନୀ, ଜନନୀ ।’’

ଜନ୍ମଭୂମିର ପ୍ରଶଂସା ଗାନକରି କବି କହିଛନ୍ତି, ଦିଗନ୍ତବିସ୍ତାରି କ୍ଷେତଗୁଡ଼ିକ ଶାଳିଧାନରେ ସୁଶୋଭିତ । ଉତ୍କଳ ଜନନୀ ଜ୍ଞାନବିଜ୍ଞାନ ନେତ୍ର ବିଶିଷ୍ଟ । ଅନେକ କୃତୀ ସନ୍ତାନଙ୍କର ସେ ଜନ୍ମଦାତ୍ରୀ । ସେଥ‌ିରେ ପୁଣି ରହିଛି ଯୋଗୀ ଋଷିଙ୍କର ଉଟଜ । ସେହି ଯୋଗୀ ଋଷିଙ୍କର ମନ୍ତ୍ରଧ୍ଵନିରେ ପରିବେଶ ହୋଇଛି ମୁଗ୍ଧ । ଉତ୍କଳଭୂମିର ବହୁସ୍ଥାନରେ ରହିଛି କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର । ସୂକ୍ଷ୍ମ କଳାସମୂହଦ୍ଵାରା ସେଗୁଡ଼ିକ ସୁଶୋଭିତ । ଏହିଭୂମି ପୁଣ୍ୟତୀର୍ଥ ସମୂହରେ ପରିପୂର୍ଣ୍ଣ ।

ଉତ୍କଳ ଶୂରବୀରମାନଙ୍କ ଭୂଖଣ୍ଡ ଭାବରେ ସାରା ବିଶ୍ବରେ ପରିଚିତ । ଶତ୍ରୁକୁଳର ରକ୍ତରେ ଏହା ରଞ୍ଜିତ । ଏଥ‌ିରେ ଜନ୍ମ ନଇଛନ୍ତି ଅନେକ ଯଶସ୍ବୀ କବି । ଯାହାଫଳରେ ଉତ୍କଳ ଜନନୀ ହୋଇଛି ଧନ୍ୟା, ପୁଣ୍ୟା ଓ ଚିରଶରଣ୍ୟା । କବି ଏଠାରେ ନିଜର ମାତୃଭୂମି ମହନୀୟତା ବଖାଣି ବସିବା ସହିତ ତାହାର ଜୟଗାନ ଓ ବନ୍ଦନା କରିବାକୁ ପ୍ରକାରାନ୍ତରେ ପ୍ରେରଣା ଦେଇଛନ୍ତି କବିଙ୍କର ଏଭଳି ଚିନ୍ତାଧାରା, ତାଙ୍କର ଜନ୍ମଭୂମି ପ୍ରୀତିର ପରିଚୟ ଦେଇଥାଏ

BSE Odisha 10th Class Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ

Question ୬୦ ।
‘‘ବନ୍ଦେ ଉତ୍କଳ ଜନନୀ’ ଏକ ଜାତୀୟତାବାଦୀ କବିତା – ବିଚାର କର ।
Answer:
କବି ସଦାସର୍ବଦା ନିଜର ମାଟି ଓ ମାତୃଭୂମି ପ୍ରତି ଅନୁରାଗୀ । ସାହିତ୍ୟ ସମାଜର ମୁକୁର । ସମାଜକୁ ଉପେକ୍ଷା କରି ସେ ସାହିତ୍ୟ ସୃଷ୍ଟି କରିପାରେନା । ପରିବେଶ, ପରିସର ଓ ପ୍ରକୃତି ତା’ ଚିନ୍ତା-ରାଜ୍ୟକୁ ସଦା ଆବୋରି ବସିଛି । ଫଳରେ ସମାନଙ୍କୁ ନେଇ ଚିନ୍ତାକରିବା ତା’ ପକ୍ଷରେ ସ୍ବାଭାବିକ ହୋଇପଡ଼େ । ଜନ୍ମଭୂମିର ରୂପ ତା’ପାଇଁ ହୁଏ ମନୋରମ ଭାବବିମୁଗ୍ଧ କାରକ । ମାତୃଭୂମି ପ୍ରତି ରହିଥ‌ିବା ଗଭୀର ଆନ୍ତରିକତା ଓ ମମତାବୋଧକୁ ସେ ଯଥାର୍ଥଭାବେ ସଂଯୋଜିତ କରିବସେ କବିତା ଆକାରରେ । ମାତୃଭୂମି, ଜନ୍ମମାଟି ତା’ର ଐତିହ୍ୟ ଓ ଅନାଗତ ଭବିଷ୍ୟତ ସ୍ରଷ୍ଟା ମାନସର ମସୃଣ ଫଳକରେ ପ୍ରତିବିମ୍ବିତ ହୁଏ । ଫଳସ୍ବରୂପ ମାଟିର କଥା, ଜାତିର କଥାକୁ ସେ କେବଳ ଚିନ୍ତା କରେ ନାହିଁ ବରଂ ସେ ଜାତିର ଅତୀତ ଭବିଷ୍ୟତକୁ ନିରୀକ୍ଷଣ କରେ । ତା’କୁ ନେଇ ସେ ସୃଷ୍ଟିକରେ ଜାତୀୟତାବାଦୀ କବିତା ।

‘ବନ୍ଦେ ଉତ୍କଳ ଜନନୀ’ର କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ଉତ୍କଳର ଅତୀତ ଓ ତତ୍କାଳୀନ ସ୍ଥିତିକୁ ସେ ଭଲଭାବରେ ଅନୁଭବ କରିଥିଲେ । ପୁନଶ୍ଚ ତତ୍କାଳୀନ ରାଜନୈତିକ ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା । ଉତ୍କଳ ଗୌରବ ମଧୁସୂଦନ ଦାସ ସେ ମୟରେ ଭାଷାଭିତ୍ତିକ ଉତ୍କଳି ପ୍ରଦେଶ ଗଠନ କରି ବାପାଇଁ ଉତ୍କଳ ସମ୍ମିଳନା ମାଧ୍ୟମରେ ଉତ୍କଳୀୟଙ୍କ ମନରେ ଜାତୀୟ ତ।ବୋଧ ସୃଷ୍ଟି କରିବାକୁ ଚାହିଁଥିଲେ । କାନ୍ତକବି ଲକ୍ଷ୍ମୀକାନ୍ତ ୧୯୧୨ ମସିହାରେ ଏହି କବିତାଟିକୁ ରଚନା କରି ଉତ୍କଳ ସମ୍ମିଳନୀ ଧୂବେଶନରେ ଗାନ କରାଇବାର ଯୋଜନା କରିଥିଲେ । ଏହି କବିତା ଗାନପରେ କବିତାର ସମୟୋପଯୋଗୀ ଉପସ୍ଥାପନା ସମସ୍ତଙ୍କୁ ମୁଗ୍ଧ କରିଥିଲେ । ଏହାର ବିଶେଷତାକୁ ଅନୁଭବ କରି ପରବର୍ତ୍ତୀ ସମୟରେ ୨୦୨୦ ମସିହାରେ ଓଡ଼ିଶା ସରକାର ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କରିଥିଲେ ।

କବିତାର ପ୍ରଥମ ପର୍ଯ୍ୟାୟରେ କବି ନିଜ ମାତୃଭୂମିର ବିଶେଷତାକୁ ବିଶେଷ ଭାବରେ ଦେଖାଇଛନ୍ତି । ତାଙ୍କ ବିଚାରରେ ଉତ୍କଳ ହେଉଛି ଚାରୁ ହାସମୟୀ ଓ ଚାରୁ ଭାଷମୟୀ । ଅର୍ଥାତ୍ ଏହାର ପ୍ରାକୃତିକ ଶୋଭା, ଐତିହ୍ୟ ଯେପରି ସମସ୍ତଙ୍କ ମନରେ ଉଲ୍ଲସିତ, ଉତ୍‌ଫୁଲ୍ଲିତ ଭାବ ସୃଷ୍ଟିକରେ । ଏହାକୁ ଯେକୌଣସି ଦୃଷ୍ଟିରୁ ଦେଖ‌ିଲେ ମନରେ ପୂରିଯାଏ ହସର ଉଲ୍ଲାସ । ମାତୃଭୂମିର ପ୍ରାକୃତିକ ରୂପ ଯେପରି ହସର କାରଣ ହୋଇଯାଏ । ପୁନଶ୍ଚ ଏହାର ଭାଷା ମଧ୍ୟ ଅତ୍ୟନ୍ତ ମଧୁର । କବି ଜନନୀକୁ ଏହିଭଳି ସମ୍ବୋଧନ କରି ନିଜର ମାତୃଭୂମିମନସ୍କ ବିଚାରବୋଧକୁ ସୂଚାଇ ଦେଇଛନ୍ତି ।

ଉତ୍କଳ ହେଉଛି ପବିତ୍ର ଭୂଖଣ୍ଡ । ପବିତ୍ର ମହୋଦଧୂ ଏହାକୁ ସଦାସର୍ବଦା ବିଧୌତ କରୁଛି । ତା’ର ତୀରବର୍ତ୍ତୀ ଅଞ୍ଚ ତାଳ ତମାଳ ବୃକ୍ଷରାଜିରେ ସୁଶୋଭିତ । ତା’ଦେହରେ ପ୍ରବାହିତ ହେଉଛି ନିର୍ମଳ ଜଳ ବିଶିଷ୍ଟ ସ୍ରୋତସ୍ଵିନୀ । ସେହି ନଦୀଜଳ ସ୍ପର୍ଶରେ ମୃଦୁ ସମୀରଣ ହେଉଛି ସୁଶୀତଳ । ଏହି ମାଟିରେ ରହିଛି ଘନବନାନୀ ଓ ତରଙ୍ଗାୟିତ ଶୋଭା ଧାରଣ କରିଥିବା ନୀ ଭୂଧରମାଳା । ପୁନଶ୍ଚ ଏହାର ବିସ୍ତୃତ କ୍ଷେତଗୁଡ଼ିକ ଶାଳିଧାନରେ ସୁଶୋଭିତ । ଜ୍ଞାନ ଓ ବିଜ୍ଞାନଦ୍ୱାରା ସମୁଜ୍ଜ୍ବଳ ନେତ୍ର ବିଶିଷ୍ଟ ଅନେକ କୃତି ସନ୍ତାନ ଏଥ‌ିରେ ଜନ୍ମ ନେଇଛନ୍ତି । ଯୋଗୀ ଋଷିଙ୍କର ଯୋଗସାଧନା ଓ ମନ୍ତ୍ରଧ୍ଵନି ଏହି ମାଟିକୁ କରିଛି ମନ୍ତ୍ରମୁଗ୍ଧ କବି ଏହାକୁ ବିଚାର କରି ଲେଖିଛନ୍ତି –

ସୁନ୍ଦରଶାଳି – ସୁଗୋଭିତି – କ୍ଷେତ୍ରା,
ଞ୍ଜାନବିଜ୍ଞାନ – ପ୍ରଦର୍ଶିତ – ନେତ୍ରା,
ଯୋଗାରଷିଗଣ – ଭାଟଜ – ପରିତ୍ରା,
ଜନନୀ, ଜନନୀ, ଜନନୀ ।’’

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

A. ଚାରିଗୋଟି ବିକଳ୍ପ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

1. ‘ବନ୍ଦେ ଉତ୍କଳ ଜନନୀ’ କବିତାର କବି କିଏ?
(A) ରାଧାନାଥ ରାୟ
(B) ଗୋଦାବରୀଶ ମହାପାତ୍ର
(C) ଲକ୍ଷ୍ମୀକାନ୍ତ ମହାପାତ୍ର
(D) କୁନ୍ତଳାକୁମାରୀ ସାବତ
Answer:
(C) ଲକ୍ଷ୍ମୀକାନ୍ତ ମହାପାତ୍ର

2. ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ କବି ରୂପେ ସୁପରିଚିତ ?
(A) କାନ୍ତକବି
(B) ପଲ୍ଲୀକବି
(C) ବ୍ୟଙ୍ଗକବି
(D) ଆଶୁକବି
Answer:
(A) କାନ୍ତକବି

3. ବନ୍ଦେ ଉତ୍କଳ ଜନନା ……………………. ର ଏକ ମନୋଜ୍ଞ କୃତ ।
(A) ପଲ୍ଲୀଭାବନା
(B) ଦେଶାତ୍ମଭାବନା
(C) ଭାରତଭାବନା
(D) ପ୍ରକୃତିଭାବନା
Answer:
(B) ଦେଶାତ୍ମଭାବନା

4. ‘ବନ୍ଦେ ଉତ୍କଳ ଜନନୀ’ ଓଡ଼ିଶା ସରକାରଙ୍କଦ୍ଵାରା କେଉଁ ମସିହାରେ ରାଜ୍ୟସଙ୍ଗୀତର ମାନ୍ୟତା ଲାଭକରିଛ ?
(A) ୧୯୧୯
(B) ୧୯୨୦
(C) ୧୯୨୧
(D) ୧୯୧୮
Answer:
(B) ୧୯୨୦

BSE Odisha 10th Class Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ

5. ପ୍ରକୃତି ପରିଶୋଭିତ ଉତ୍କଳ ଜନନୀଙ୍କ ……………………..ସୁନ୍ଦର ।
(A) ରୂପ ଓ ଗୁଣ
(B) ଐତିହ୍ୟ ଓ ମାଧୁର୍ଯ୍ୟ
(C) ହସ ଓ ଭାଷା
(D) ପ୍ରକୃତି ଓ ଐଶ୍ବର୍ଯ୍ୟ
Answer:
(C) ହସ ଓ ଭାଷା

6. କବି ବାରମ୍ବାର କାହାର ବନ୍ଦନା କରିଛନ୍ତି ?
(A) ଭାରତମାତା
(B) ଜନ୍ମଭୂମି
(C) ଉତ୍କଳ ଜନନୀ
(D) ଗ୍ରାମ ମାଟି
Answer:
(C) ଉତ୍କଳ ଜନନୀ

7. ପୂତ ……………………….. ବିଧୌତ ଶରୀରା।
(A) ଜଳଧୂ
(B) ବାରିସ୍
(C) ପୟୋଧ୍
(D) ଉଦଧୂ
Answer:
(C) ପୟୋଧ୍

8. ଉତ୍କଳର ତଟ ପ୍ରଦେଶ କେଉଁ ବୃକ୍ଷରାଜିରେ ସୁଶୋଭିତ ?
(A) ଆମ୍ବ ଓ ନଡ଼ିଆ
(B) ନାରୀକେଳ ଓ ଗୁବାକ
(C) ତାଳ ଓ ତମାଳ
(D) ପଣସ ଓ ବର
Answer:
(C) ତାଳ ଓ ତମାଳ

9. ସମ୍ବଦ୍ରର ପବିତ୍ର ଜଳଧାରା ଉତ୍କଳ ଜନନଙ୍କ ………………………… କୁ ଧୋଇଦିଏ ।
(A) ଶରୀର
(B) ପାଦ
(C) ମଥା
(D) ହସ୍ତ
Answer:
(A) ଶରୀର

10. ଉତ୍କଳର …………………… ଜଳ ଧାରଣ କରିଥିବା ନଦୀତଟରେ ଶୀତଳ ପବନ ପ୍ରବାହିତ ହୋଇଥାଏ ।
(A) ଆବିଳ
(B) ସ୍ଵଚ୍ଛ
(C) ନୀଳ
(D) ଫେଣ
Answer:
(B) ସ୍ଵଚ୍ଛ

BSE Odisha 10th Class Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ

11. ଉତ୍କଳ ଜନନୀର ଶରୀର କେଉଁଥରେ ପରିଶୋଭିତ ?
(A) ତାଳତମାଳ
(B) ଘଞ୍ଚବନ
(C) ନଦୀନାଳ
(D) ବନପର୍ବତ
Answer:
(B) ଘଞ୍ଚବନ

12. ନୀଳ ……………………. ତରଙ୍ଗ ଆକାରରେ ପ୍ରକାଶ ପାଇଥାଏ ।
(A) ପର୍ବତମାଳା
(B) ସମୁଦ୍ର
(C) ନଦୀ
(D) ଆକାଶ
Answer:
(B) ସମୁଦ୍ର

13. ଉତ୍କଳ ଜନନୀଙ୍କ ଆକାଶ ସୁନ୍ଦର …………………………….. କଳକଳ ଭାବରେ ମୁଖରିତ ହୋଇଥାଏ ।
(A) ପଶୁମାନଙ୍କ
(B) ଜୀବଜନ୍ତୁମାନଙ୍କ
(C) ପକ୍ଷୀମାନଙ୍କ
(D) ଝରଣାମାନଙ୍କ
Answer:
(C) ପକ୍ଷୀମାନଙ୍କ

14. ଉତ୍କଳର ଶସ୍ୟକ୍ଷେତ୍ର ସୁନ୍ଦର ……………………. ରେ ପରିପୂର୍ଣ୍ଣ ।
(A) ଗହମ
(B) ଫୁଲ
(C) ଫଳ
(D) ଧାନ
Answer:
(D) ଧାନ

15. ଉତ୍କଳର ଚକ୍ଷୁ …………………….ପ୍ରଦର୍ଶନରେ ଉଦ୍‌ଭାସିତ ।
(A) ଜ୍ଞାନବିଜ୍ଞାନ
(B) ସୁଖଶାନ୍ତି
(C) ଧନସମ୍ପଦ
(D) ପ୍ରେମଆନନ୍ଦ
Answer:
(A) ଜ୍ଞାନବିଜ୍ଞାନ

16. ବହୁ ଯୋଗୀଋଷିଙ୍କ …………………..ଦ୍ଵାରା ଉତ୍କଳ ଜନନା ପବିଚ୍ତା
(A) ଜ୍ଞାନ
(B) ତପସ୍ୟା
(C) କୁଟୀର
(D) ଓଁକାର ଧ୍ବନି
Answer:
(C) କୁଟୀର

BSE Odisha 10th Class Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ

17. ଉତ୍କଳର ମନ୍ଦିର ………………….ଦ୍ଵାରା ସୁଶୋଭିତ ।
(A) କାରୁକଳା
(B) ଚାରୁକଳା
(C) ଶିଳ୍ପକଳା
(D).ପ୍ରସ୍ତର କଳା
Answer:
(B) ଚାରୁକଳା

’18. ଅନେକ ପୁଣ୍ୟ ……………………….. ରେ ଉତ୍କଳ ପ୍ରଦେଶ ପରିପୂର୍ଣ୍ଣ ।
(A) ନଦୀ
(B) ସମୁଦ
(C) ମନ୍ଦିର
(D) ତୀର୍ଥ
Answer:
(D) ତୀର୍ଥ

19. ବହୁ ବୀର ଯୋଦ୍ଧାଙ୍କର ………………………… ଉତ୍କଳ ।
(A) ତୀର୍ଥଭୂମି
(B) ପୁଣ୍ୟଭୂମି
(C) ରଣଭୂମି
(D) ବାସଭୂମି
Answer:
(D) ବାସଭୂମି

20. ଶତ୍ରୁମାନଙ୍କ …………………..ରେ ଉତ୍କଳ ଜନନୀ ଦେହ ଅନୁରଞ୍ଜିତ ହୋଇଛି ।
(A) ଲୁହ
(B) ଶୋଣିତ
(C) ମେଦ
(D) ମାଂସ
Answer:
(B) ଶୋଣିତ

କବି ପରିଚୟ :
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓଡ଼ିଆ ସାହିତ୍ୟରେ ଜଣେ ଯଶସ୍ବୀ କବି ଭାବରେ ପରିଚିତ । ସେ ଏକାଧାରରେ ଥିଲେ କବି, ନାଟ୍ୟକାର, ଔପନ୍ୟାସିକ, ଗାଳ୍ପିକ, ସଂପାଦକ ଏବଂ ବ୍ୟଙ୍ଗକାର । ସେ ଜୀବନ ଯୁଦ୍ଧରେ ବହୁ କଷ୍ଟ ସ୍ଵୀକାର କରିଥିଲେ ମଧ୍ୟ ସାହିତ୍ୟ ସାଧନାରେ ନିଜକୁ ନିୟୋଜିତ କରି ବିଦଗ୍ଧ ପାଠକଙ୍କ ହୃଦୟରେ ସ୍ବତନ୍ତ୍ର ଆବେଦନ ସୃଷ୍ଟି କରିଛନ୍ତି ।

କବି ଲକ୍ଷ୍ମୀକାନ୍ତ ୧୮୮୮ ମସିହା, ଡିସେମ୍ବର ମାସ ୯ ତାରିଖରେ ମାଣବସା ଗୁରୁବାର ଦିନ ଭଦ୍ରକ ଜିଲ୍ଲା ତାଳପଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ମାଣବସା ଗୁରୁବାରରେ ଜନ୍ମଗ୍ରହଣ କରିଥିବାରୁ ତାଙ୍କର ନାମ ଦିଆଯାଇଥିଲା ଲକ୍ଷ୍ମୀକାନ୍ତ । ତାଙ୍କ ପିତାଙ୍କ ନାମ ଥିଲା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଏବଂ ମାତାଙ୍କ ନାମ ରାଧାମଣି ଦେବୀ । ଛାତ୍ର ସମୟରୁ ପାଠପଢ଼ା ସହିତ ସେ ଜଣେ ଦକ୍ଷ ଖେଳାଳୀ, ଅଭିନେତା ହେବା ସହ କବିତା ଲେଖା ଆଦିରେ ମନୋନିବେଶ କରିଥିଲେ । ବାଲେଶ୍ଵର ସ୍କୁଲରୁ ଏଣ୍ଟ୍ରାନ୍ସ ପାସ୍ କଲାପରେ କଟକରେ ଆଇ.ଏ. ଓ କଲିକତାରେ ବି.ଏ. ଅଧ୍ୟୟନ କରିଥିଲେ । କବିତା ଲେଖାରେ ତାଙ୍କର କୃତିତ୍ବ ପାଇଁ ୧୯୩୪ ମସିହାରେ ଭଦ୍ରକ ହାଇସ୍କୁଲରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇ, ତାଙ୍କୁ କାନ୍ତକବି ରୂପେ ପରିଚିତ କରାଯାଇଥିଲା । ଭାଗ୍ୟର ବିଡ଼ମ୍ବନା ହେତୁ ଶାରୀରିକ ଅସୁସ୍ଥତା ପାଇଁ ଶିକ୍ଷାକ୍ଷେତ୍ରରେ ସେ ଅଧିକ ଆଗେଇ ପାରିନଥିଲେ । ଗୁରୁ ବାବାଜୀ ରାମଦାସଙ୍କ ପ୍ରରୋଚନାରେ ସେ ସଙ୍ଗୀତ ସୃଷ୍ଟିରେ ମନୋନିବେଶ କରିଥିଲେ ।

କାନ୍ତକବିଙ୍କର କାବ୍ୟଚେତନାର ଆଦର୍ଶ ଥିଲେ ଓଡ଼ିଶାର ଜନନେତା ପଣ୍ଡିତ ଗୋପବନ୍ଧୁ ଦାସ । ସେ ନିଜେ ସ୍ଵୀକାର କରିଛନ୍ତି- ‘‘ମୋର କବିତା ଲେଖାର ଆଦ୍ୟଗୁରୁ ଭାବରେ ସେ ମୋର ପୂଜ୍ୟ । ତାଙ୍କରି କବିତା ମୋର ପ୍ରାଣରେ କବିତାର ଉନ୍ମେଷ ସୃଷ୍ଟି କରିଛି । ତାଙ୍କରି ପ୍ରେରଣା ମୋ ପ୍ରାଣରେ କବିତାର ଭୂର୍ଭି ଆଣିଦେଇଛି । ଏକଥା ସ୍ଵୀକାର କଲାବେଳେ ଛାତି ମୋର ଫୁଲି ଫୁଲି ଉଠୁଛି, ଗର୍ବରେ ଶିର ନତ ହୋଇଯାଉଛି ତାଙ୍କରି ପବିତ୍ର ଚରଣରେ । (କାନ୍ତ ସାହିତ୍ୟ ମାଳା -୧ମ ଖଣ୍ଡ ପୃ୫୪୦) କାନ୍ତକବିଙ୍କ ପରିବାର ଥିଲା ସଂଗ୍ରାମୀ ପରିବାର । ତାଙ୍କର ପିତା ଭାଗବତ ପ୍ରସାଦ, ଭଉଣୀ ମାଳା-୧ମ ଖଣ୍ଡ କୋକିଳା ଦେବୀ, ଜାହ୍ନବୀ ଦେବୀ, ସାନଭାଇ କମଳାକାନ୍ତ, ଜ୍ୟେଷ୍ଠପୁତ୍ର ନିତ୍ୟାନନ୍ଦ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ।

ସେହି ଚିନ୍ତାଧାରାକୁ ନେଇ କାନ୍ତକବି ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ‘ଅସହଯୋଗୀର ଆତ୍ମକଥା’ ପର୍ଯ୍ୟାୟ କ୍ରମେ ପ୍ରକାଶ କରୁଥିଲେ । ତାଙ୍କ ମନରେ ରହିଥିଲା ଅସହଯୋଗ ଓ ଜାତୀୟ ଚେତନାର ଭାବ । ତାହାର ପ୍ରକାଶିତ ରୂପ ହେଉଛି କେତେକ ’ଜାତୀୟ ସଂଗୀତ’ । ପରବର୍ତ୍ତୀ ସମୟରେ ବୈଷ୍ଣବ ଭାବାପନ୍ନ ହେଲା ପରେ ତାଙ୍କ କବିତାରେ ଭକ୍ତସୁଲଭ ଭାବାବେଗ, ପ୍ରେମ, କରୁଣା ତିତିକ୍ଷାରେ ରସସିକ୍ତ ଭାବକୁ ସେ ଦେଖାଇଛନ୍ତି । ସେହିସବୁ ଆଧ୍ୟାତ୍ମ କବିତାଗୁଡ଼ିକ କବିଙ୍କର ‘ଜୀବନ ସଙ୍ଗୀତ’ କବିତା ସଂକଳନରେ ପ୍ରକାଶିତ । ଏଥର ବିଭୁପ୍ରୀତ ଯେଭଳି ରହିଛି, ବୈଷ୍ଣବ -ସୁଲଭ ଭାବାବେଗ ମଧ୍ଯ ସେହିପରି ରହିଛି । କବି ଆନନ୍ଦମୟ ଅନୁଭୂତିରେ ଆମ୍ବହରା ହୋଇ ଯାଇଛନ୍ତି –

‘ଦେ ମୋତେ ବାଇଆ କରି ଆରେ ମୋର ବାଇଆ ରଜା
ନାଚିବି ମୁଁ ଲଙ୍ଗଳା ହୋଇ ତାଳି ମାରି ଦେଖୁ ମଜା ।’’

ଜୀବନର ପରିଣତ ବୟସରୁ କବି ଲକ୍ଷ୍ମୀକାନ୍ତ କେତେଗୁଡ଼ିଏ (Parody) ରଚନା କରିଛନ୍ତି । ସେହି ଲାଳିକାଗୁଡ଼ିକ ‘ଚଟକ ଚନ୍ଦ୍ରହାସ ଚମ୍ପୂ’’ ସଂକଳନରେ ସଂକଳିତ । ଏହାର ଶୁଦ୍ଧ ଓ ବିମଳ ଆନନ୍ଦ ପ୍ରଦାନ ଭଳି ଭାବ ରହିଛି । ହାସ୍ୟରସର ଅନ୍ତରାଳରେ ବ୍ୟଙ୍ଗ ଓ ବିସ୍ତୂପର ବାଣ ମଧ୍ୟ ସେ ନିକ୍ଷେପ କରିଛନ୍ତି ।

କାନ୍ତକବି ଗୋଟିଏ ମାତ୍ର ଉପନ୍ୟାସ ରଚନା କରି ଉପନ୍ୟାସ ସ୍ରଷ୍ଟା ଭାବରେ ନିଜର ବୈଶିଷ୍ଟ୍ୟ ପ୍ରତିପାଦିତ କରିଛନ୍ତି । ତାଙ୍କଦ୍ୱାରା ରଚିତ ଉପନ୍ୟାସ ‘କଣାମାମୁ’ । ସେହି ଉପନ୍ୟାସଟି ଇଂରେଜ ସରକାର ବିରୁଦ୍ଧରେ ସଂଗ୍ରାମ କରିବାର ପ୍ରେକ୍ଷାପଟ ଉପରେ ରଚନା କରାଯାଇଛି । ‘ଦେହି ପଦ ପଲ୍ଲବ ମୁଦାରମ୍’ ତାଙ୍କର ଗଳ୍ପ ସଂକଳନ । ଅପତ୍ୟସ୍ନେହର ଆବେଗକୁ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି । ୧୯୩୭ ମସିହାର ‘ଡଗର’ ପତ୍ରିକା ସେ ପ୍ରକାଶ କରିଥିଲେ । ଯେହେତୁ ସେ ଥିଲେ ଅଭିନେତା ଏବଂ ରଙ୍ଗମଞ୍ଚ ସହିତ ତାଙ୍କର ସମ୍ପର୍କ ରହିଥିଲା ସେହି ଦୃଷ୍ଟିରୁ ସେତେବେଳେ ନାଟକ ରଚନା କରି, ତାହାକୁ ମଞ୍ଚସ୍ଥ କରାଇଥିଲେ । ସେହିପରି ସେ ସମୟର ସମାଜକୁ ଆଖିଆଗରେ ରଖ୍ କେତେଗୁଡ଼ିଏ ପ୍ରବନ୍ଧ ରଚନା କରିଥିଲେ । ପ୍ରାୟ ପ୍ରତ୍ୟେକ ସୃଷ୍ଟିରେ କବିଙ୍କର ଜୀବନଦର୍ଶନ ହୋଇଥିଲା ପ୍ରତିଫଳିତ ।

କଟିକାର ପୃଷ୍ଟଭୂମି:

‘ବନ୍ଦେ ଉତ୍କଳ ଜନନୀ’ କବିତାଟି ଓଡ଼ିଶାର ଜନପ୍ରିୟ ଜାତୀୟ ଗୀତିକା ଭାବରେ ପରିଚିତ । ଏଥରେ ମାତୃଭୂମିର ମହତ୍ତ୍ବ, ଐତିହ୍ୟ, ଐଶ୍ବର୍ଯ୍ୟ ସାର୍ଥକଭାବରେ ପ୍ରତିପାଦିତ । ସୁପ୍ତ ଜାତିକୁ କର୍ମମୁଖର ଓ ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ଏହି କବିତାଟି ସୃଷ୍ଟି କରାଯାଇଥିଲା । କବିଙ୍କର ‘ଜାତୀୟ ସଂଗୀତ’ କବିତା ଗୁଚ୍ଛର ଏହାଥିଲା ପ୍ରଥମ ସଙ୍ଗୀତ । ଓଡ଼ିଶା ସରକାରଙ୍କଦ୍ଵାରା ୨୦୨୦ ମସିହାରେ ଏହି ସଙ୍ଗୀତଟି ରାଜ୍ୟ ସଙ୍ଗୀତର ମାନ୍ୟତା ଲାଭ କରିଛି ।

ଆମେ ସମସ୍ତେ ଓଡ଼ିଶାବାସୀ ବା ଉତ୍କଳବାସୀ ଉତ୍କଳ ମାତାର ସନ୍ତାନ । ଏହାର ମାଟି, ପାଣି, ପବନରେ ଆମେ ବର୍ଦ୍ଧିତ ଓ ପରିପୁଷ୍ଟ । ମାତ୍ର ଆମେ ଆମ ଜନ୍ମମାଟିର ବୈଶିଷ୍ଟ୍ୟକୁ ଅନେକ ସମୟରେ ବିସ୍ତ୍ରୁତ ହୋଇଯାଉ । ଏହି ଜନ୍ମଭୂମି ଯେ ବୀରପ୍ରସବିନୀ, କୀର୍ତ୍ତିଶାଳନୀ ଓ ଅପାସୋରା ସୌନ୍ଦର୍ଯ୍ୟରେ ବିମଣ୍ଡତା, ତାହାକୁ ନେଇ ନିଜର ପରିଚୟ ସୃଷ୍ଟି କରୁନା। କାନ୍ତକବି ଲକ୍ଷ୍ମୀକାନ୍ତ ଉତ୍କଳସନ୍ତାନଙ୍କ ମନରେ ମାତୃଭୂମି ପ୍ରତି ଯଥାର୍ଥ ମର୍ଯ୍ୟାଦା ସୃଷ୍ଟି ପାଇଁ, ‘ଉତ୍କଳ ସନ୍ତାନ’ ସଙ୍ଗୀତର ଏକ ମନୋଜ୍ଞ ଚିତ୍ର ଉପସ୍ଥାପିତ କରିଛନ୍ତି । ଉତ୍କଳବାସୀଙ୍କ ମନରେ ଜନ୍ମଭୂମିକୁ ନେଇ ଜାତୀୟ ଚେତନା ସୃଷ୍ଟି କରିବାପାଇଁ କବି ପ୍ରୟାସ କରିଛନ୍ତି ।

BSE Odisha 10th Class Odia Solutions Chapter 2 ବନ୍ଦେ ଉତ୍କଳ ଜନନୀ

କଟିକାର ମର୍ମବଶା:

କବିତାର ଘୋଷା ପଦରେ, କବି ଉତ୍କଳଜନନୀର ବନ୍ଦନା ଗାନ କରିଛନ୍ତି । ନିଜ ମାତୃଭୂମିକୁ ନମସ୍ୟା ଦେବୀ ଭାବରେ ଅଭ୍ୟର୍ଥନା ଜ୍ଞାପନ କରିଛନ୍ତି । ବିଭିନ୍ନ ବିଶେଷଣରେ ବିଶେଷିତା କରିଛନ୍ତି । କବି ଯୋଗ୍ୟ ସନ୍ତାନଭାବରେ କହିଛନ୍ତି, ହେ ଉତ୍କଳ ଜନନୀ ! ମୁଁ ତୁମର ବନ୍ଦନା କରୁଅଛି । ତୁମର ହସ ଅତ୍ୟନ୍ତ ସୁନ୍ଦର ଓ ମନୋମୁଗ୍ଧକର । ତେଣୁ ତୁମେ ଚାରୁହାସମୟୀ । ସେହିପରି ତୁମର ଭାଷା ମଧ୍ୟ ବହୁତ ମଧୁର, ଯାହାକୁ ଶ୍ରବଣ କଲେ ହୃଦୟରେ ଅପୂର୍ବ ପୁଲକ ସୃଷ୍ଟି ହୁଏ । ସୁତରାଂ ତୁମେ ଦେଉଛ ଚାରୁଭାଷମୟୀ । ଏଠାରେ କବି ପ୍ରିୟ ଜନ୍ମଭୂମିର ମନୋମୁଗ୍‌ଧକର ହସ ଓ ହୃଦୟସ୍ପର୍ଶୀ ଭାଷାର ସୂଚନା ଦେଇଛନ୍ତି ।

କବିତାର ପ୍ରଥମ ପଦରେ କବି ଜନ୍ମଭୂମିକୁ ସମ୍ବୋଧନ ଜଣାଇ କହିଛନ୍ତି, ହେ ଉତ୍କଳ ଜନନୀ ତୁମର ଶରୀର ଅତ୍ୟନ୍ତ ପବିତ୍ର, ଯାହାକୁ କେବେବି ଅପବିତ୍ରତାର କାଳିମା ସ୍ପର୍ଶକରିପାରିବ ନାହିଁ । କାରଣ ତୁମର ଶରୀରକୁ ସଦାସର୍ବଦା ପବିତ୍ର ମହାସାଗର ବିଧୌତ କରୁଅଛି । ତୁମର ଶରୀର ସାଗର ବେଷ୍ଟିତ। ସେହି ସାଗର ତୀରବର୍ତ୍ତୀ ଅଞ୍ଚଳ ତାଳ ଓ ତମାଳ ବୃକ୍ଷରାଜିର ସୁଶୋଭିତ । ତୁମ ଦେହକୁ ପବିତ୍ରକୃତ କରି ପ୍ରବାହିତ ହେଉଛି ଅନେକ ନଦୀ । ସେହି ନଦୀମାନଙ୍କର ସ୍ରୋତ ନିର୍ମଳ । ଯାହାକୁ ଶୁଭ୍ର ସ୍ରୋତସ୍ଵିନୀ

ଭାବରେ ବିଚାର କରାଯାଇପାରେ । ସେହି ନଦୀଜଳକୁ ସ୍ପର୍ଶ କରି ପ୍ରବାହିତ ହେଉଥ‌ିବା ମୁଦ୍ରା ସମୀରଣ ଜଳକଣା ସଂଯୁକ୍ତ ହୋଇ ଶୀତଳ ହୋଇଥାଏ । ସେହି ସୁଶୀତଳ ବାୟୁର ସ୍ପର୍ଶ ପ୍ରାଣକୁ ଶୀତଳ କରିଦେଇଥାଏ। ହେ ଉତ୍କଳ ଜନନୀ ! ତୁମ ଅଙ୍ଗେ ଅଙ୍ଗେ ସୁଶୋଭିତ ଘନ ବନାନୀ । ସେହି ନିଘଞ୍ଚ ବନରାଜିର ଅପୂର୍ବ ଶ୍ରୀରେ ତୁମେ ସୁଶୋଭିତା। ନୀଳ ପର୍ବତମାଳା ସମତଳଭୂମି ଉପରେ ଏପରି ଦଣ୍ଡାୟମାନ ହୋଇ ରହିଥା’ନ୍ତି, ଯାହାକୁ ଦେଖ‌ିଲେ ସେଗୁଡ଼ିକ ସମୁଦ୍ରର ନୀଳଜଳରାଶି ଉପରେ ଉତ୍‌ତ ନୀଳତରଙ୍ଗ ଭଳି ପ୍ରତୀୟମାନ ହୁଅନ୍ତି । ସମଗ୍ର ଭୂଭାଗ, ଅର୍ଥାତ୍ ନଭ, ଜଳ, ସ୍ଥଳ, ବିଭିନ୍ନ ପକ୍ଷୀମାନଙ୍କର କାକଳାରେ ପରିପୂର୍ଣ୍ଣ। ଅର୍ଥାତ୍ ସୁନ୍ଦର ପକ୍ଷାମାନଙ୍କର କଳରବରେ ଚତୁର୍ଦ୍ଦଗ ମୁଖରିତ।

ହେ ଉତ୍କଳ ଜନନୀ ! ତୁମର ଦିଗନ୍ତବିସ୍ତାରି କ୍ଷେତଗୁଡ଼ିକ ଶାଳିଧାନରେ ସୁଶୋଭିତ । ଜ୍ଞାନ ଓ ବିଜ୍ଞାନ ହେଉଛି ତୁମର ନେତ୍ରଦ୍ଵୟ । ଜ୍ଞାନ ଓ ବିଜ୍ଞାନଦ୍ୱାରା ସମୁଜ୍ଜ୍ବଳ ନେତ୍ର ବିଶିଷ୍ଟ ଅନେକ କୃତୀ ସନ୍ତାନର ତୁମେ ଜନ୍ମଦାତ୍ରୀ । ଅର୍ଥାତ ଉତ୍କଳର ସନ୍ତାନମାନେ ଜ୍ଞାନ ଓ ବିଜ୍ଞାନ ବଳରେ ଯଶସ୍ବୀ ହୋଇପାରିଛନ୍ତି। ପୁନଶ୍ଚ ଯୋଗୀ ଋଷି ଏଠାରେ କୁଟୀର କରି ସେମାନଙ୍କ ମନ୍ତ୍ରପୂତ ଧ୍ଵନିରେ ଭୂଭାଗକୁ ପବିତ୍ର କରିଛନ୍ତି ।

ହେ ଉତ୍କଳଜନନୀ, ତୁମେ ହେଉଛ ମନ୍ଦିର ମାଳିନୀ । ସୁନ୍ଦର କାରୁକାର୍ଯ୍ୟ ପୂର୍ଣ୍ଣ ମନ୍ଦିର ରାଜିରେ ତୁମେ ବିମଣ୍ଡିତା । ସୂକ୍ଷ୍ମକଳା ସମୂହଦ୍ଵାରା ତୁମର ବେଶ ସୁଶୋଭିତ । ସେହିପରି ତୁମର ସମଗ୍ର ପ୍ରଦେଶ ପୁଣ୍ୟ ତୀର୍ଥସମୂହରେ ପରିପୂର୍ଣ୍ଣ । ଏଠାରେ – କବି କାରୁକାର୍ଯ୍ୟପରିପୂର୍ଣ୍ଣ ମନ୍ଦିର ଓ ପୁଣ୍ୟ ତୀର୍ଥକ୍ଷେତ୍ରଦ୍ଵାରା ଉତ୍କଳଜନନୀ ମହନୀୟା ହୋଇଛି ବୋଲି ସମ୍ବୋଧନ କରିଛନ୍ତି ।

ବୀର ପ୍ରସବିନୀ ଉତ୍କଳମାତାର ମହିମା ଗାନ କରି କବି କହିଛନ୍ତି – ହେ ଉତ୍କଳ ଜନନୀ! ତୁମେ ହେଉଛ ଉତ୍କଳର ଶ୍ରେଷ୍ଠବୀର ମାନଙ୍କର ନିବାସସ୍ଥଳୀ । ଅର୍ଥାତ୍ ବହୁ ବୀରଶ୍ରେଷ୍ଠଙ୍କର ଏହା ହେଉଛି ଗୃହ । ଉତ୍କଳରେ ଜନ୍ମ ନେଇ ସେହି ସନ୍ତାନମାନେ ବୀରଭାବରେ ନିଜର ଅସମାନ୍ୟ ବୀରତ୍ଵ ପ୍ରଦର୍ଶନ କରିଛନ୍ତି । ସେମାନେ ଶତ୍ରୁକୁ ପଦାନତ କରିଛନ୍ତି । ଫଳସ୍ୱରୂପ ଶତ୍ରୁକୁଳର ରକ୍ତରେ ତୁମ ଦେହ ହେଇଛି ରଞ୍ଜିତ । ଏହି ବୀରତ୍ବ ପାଇଁ ତୁମର ରହିଛି ସ୍ଵତନ୍ତ୍ର ମର୍ଯ୍ୟାଦା । ବିଶ୍ଵ-ଭୂମଣ୍ଡଳ ପ୍ରତି ତୁମର ମଧ୍ୟ ରହିଛି ଅଗାଧ ସ୍ନେହ, ସମସ୍ତଙ୍କୁ ଆପଣେଇ ନେବାର ଭାବ ।

ଉତ୍କଳରେ ଅନେକ ଯଶସ୍ବୀ କବି ଜନ୍ମ ନେଇଛନ୍ତି । ସେମାନଙ୍କ କଳାକୃତିରେ ସେମାନେ ଉତ୍କଳର ବାଣୀଭଣ୍ଡାରକୁ କରିଛନ୍ତି ରୁଦ୍ଧିମନ୍ତ । ତେଣୁ କବି କହିଛନ୍ତି, ହେ ଉତ୍କଳଜନନୀ ! କବିଶ୍ରେଷ୍ଠ ତଥା ସୁଯୋଗ୍ୟ ପୁତ୍ରମାନଙ୍କଦ୍ୱାରା ତୁମେ ହୋଇଛ ବନ୍ଦନୀୟା । ସେହି ଯଶସ୍ବୀ କବିମାନଙ୍କ ପାଇଁ ବା ସେମାନଙ୍କର ଅନିନ୍ଦ୍ୟ କୀର୍ତ୍ତିପାଇଁ ତୁମେ ସାରା ପୃଥ‌ିବୀରେ ଖ୍ୟାତି ଅର୍ଜନ କରିଛ । ତୁମେ, ଧନ୍ୟା ତୁମେ ପୁଣ୍ୟବତୀ । ତୁମର ସେହି ପବିତ୍ର, ଐତିହ୍ୟ ପରିପୂର୍ଣ୍ଣ ଭୂମିରେ ଆମେ ସବୁଦିନ ପାଇଁ ଆଶ୍ରୟ ନେଇଛୁ । ଅର୍ଥାତ୍ ଉତ୍କଳ ଜନନୀ ସର୍ବଦା ଶରଣଦାତ୍ରୀଭାବରେ ଚିର ନମସ୍ୟା ।

କଠିନ ଶବ୍ଦାର୍ଥ ଓ ଟିପ୍ପଣୀ:

  • ଗରୁ ହାସମୟୀ – ଯେଉଁ ନାଗାର ହସ ଖୁବ ସୁନ୍ଦର ବା ମନୋମୁ ପ୍ପକର
  • ଚାରୁ ଭାଷମୟୀ – ଯେଉଁ ନାଗାର କଥା ଖୁବା ସୁନ୍ଦର ବା ହୃଦୟସ୍ପର୍ଶୀ
  • ପୂତ – ପବିତ୍ର
  • ପର୍ବୋଧ୍ – ସମୁଦ୍ର
  • ବିଧୋତ – ଧୋଉଥିବା
  • ତାଳ – ଚାଳକୃଷ
  • ତମାଳ – ସମାନ ଗଛ
  • ପୁଶୋଭିତ – ସୁନ୍ଦର ଭାବରେ ଶୋଭାପାଉଥିବା
  • ଚ୍ଚାରା – କୂଳ ଯାହାର
  • ଶୁଭ୍ରତଟିନୀ – ସ୍ୱଚ୍ଛ ଜଳ ଧାରଣ କରିଥିବା ନତା
  • ଶାକର – ଜଳକଣା
  • ସମାର – ପବନ/ବାକୁ
  • ଘନପାନ – ଅତିଘଞ୍ଚ
  • ରାଜିତ – ଶୋଭାପାଏ
  • ନାଳ – ଗାଢ଼ ସବୁଜ
  • ଭୂଧରମାଳା – ପବିତମାଳା/ପର୍ବତଶ୍ରେଣୀ
  • ସାରଜ ତରଙ୍ଗ – ତେଉପରି ପଜିତ ହୋଇଥାଏ
  • କଳକଳ ମୁଖରିତ – ପକ୍ଷୀମାନଙ୍କ ଶବ୍ଦରେ ଶବ୍ଦାୟିତ
  • ଚାରୁ – ସୁନ୍ଦର
  • ବିହଙ୍ଗ – ପକ୍ଷା
  • ଶାଳି – ଧାନ୍ୟ ବିଶେଷ
  • ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ର – ଯେଉଁ ଦିବ୍ୟ ଦୃଷ୍ଟିରେ ଜ୍ଞାନ ଏବଂ ବିଜ୍ଞାନକୁ ଦେଖ ହୁଏ
  • ଚେତ୍ର – ଚକ୍ଷ୍ମା ଆଖ୍
  • ଗଣ – ସମୂହ
  • ଭଟାଇ – କୁଝାର କୁଡିଆ
  • କଳାକଳା – କଳାସମୂହ (ଏଠାରେ ଚିତ୍ରକଳା, ଶିଳ୍ପକଳା ଉଦ୍ଦେଶ୍ୟରେ କୁହାଯାଇଛି)
  • ବେଶା – ‘ବେଶ’ର ବିଶେଷଣ ହୋଇଥିବା ବେଶ ସଂପୃକ୍ତ କଳାଗୁଡ଼ିକ ଗ୍ରହଣ କରିବାକୁ ହେବ
  • ଘର୍ଥବୟ ପୂର୍ଣ୍ଣ – ପାର୍ଥ ସ୍ଥାନ ସମୂହରେ ପରିପୂର୍ଣ୍ଣ
  • ଶ୍ଵରଚାର – ଶ୍ରେଷ୍ଠ ବାର/ବାର ଶ୍ରେଷ୍ଠ
  • ଗେହ – ଗୃହ
  • ଅରିକୁଳ – ଶତ୍ରୁବଂଶ/ ଖତୁସମୂହ
  • ଶୋଣିତ – ରକ୍ତ
  • ଚର୍ଚିତ ଦେହା – ଦେହରେ ବୋଳି ହୋଇଥିବା
  • ଗଣ୍ଠଭୂମଣ୍ଡଳ – ସମଗ୍ର ପୃଥିବୀ
  • କୃତବର – ବିଦ୍ୱାନ
  • କରିକୂଳ – କରିବଂଶ
  • କରିକୁଳ ମୌଲି – କବିକୁଳର ମୌଳି ବା ମୁକ୍ଟଟ ସରୂପ
  • ସୁନନ୍ଦନ – ଉତ୍ତମ ସନ୍ତାନ/ଯୋଦ୍ଧା ସନ୍ତାନ
  • ଚନ୍ଦ୍ୟା – ଚନ୍ଦନାୟ
  • ଭୁବନଘୋଷିତ କାର୍ତ୍ତି – ଯେଉଁ କାଉଁ ପୃଥିବୀରେ ଖ୍ୟାତ ବା ଆଲୋଚ୍ୟ
  • ଅନିନ୍ଦ୍ୟା – ଯାହା ନିନ୍ଦାର ଅଯୋଗ୍ୟ/ ପ୍ରଶସନାୟ
  • ଧନ୍ୟେ – ଧନ୍ୟ ଶବ୍ଦର ସମ୍ବୋଧନ
  • ପୁଣ୍ୟେ – ପୁଣ୍ୟ ଶବ୍ଦର ସମ୍ବୋଧନ
  • ଚିର – ସବୁଦିନ/ପୂର୍ବକାଳ
  • ଶରଣ୍ୟେ – ଶରଶ୍ୟା ଶବ୍ଦର ସମ୍ବୋଧନ (ଶରଣ ପ୍ରଦାନ କରୁଥିବା)

BSE Odisha 10th Class History Solutions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

Odisha State Board BSE Odisha 10th Class History Solutions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ Textbook Exercise Questions and Answers.

BSE Odisha Class 10 History Solutions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

୧ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ଲର୍ଡ଼ ମାଉଣ୍ଟବ୍ୟାଟେନ୍ କେବେ ଓ କାହିଁକି ରାଜନ୍ଯ ମଣ୍ଡଳୀର ବୈଠକ ଡକାଇଥିଲେ ଏବଂ ସେଠାରେ ସେ ଦେଶୀୟ ରାଜାମାନଙ୍କୁ ଭାରତ ସହିତ ମିଶିବାପାଇଁ କିପରି ଅନୁପ୍ରାଣିତ କରିଥିଲେ ?
Answer:

  • ୧୯୪୭ ମସିହା ଜୁଲାଇ ୨୫ ତାରିଖରେ ଲର୍ଡ଼ ମାଉଣ୍ଟବ୍ୟାଟେନ୍ ରାଜନ୍ୟମଣ୍ଡଳୀର ଏକ ବୈଠକ ଡକାଇଥିଲେ ।
  • ଦେଶୀୟ ରାଜ୍ୟଗୁଡ଼ିକର ଶାସକମାନଙ୍କୁ ସେ ସେମାନଙ୍କର ସାଂପ୍ରତିକ ସ୍ଥିତି ବିଷୟରେ ସ୍ପଷ୍ଟ ସୂଚନା ଦେଇଥିଲେ ।
  • ତାଙ୍କ ବକ୍ତବ୍ୟର ସାରମର୍ମ ଥିଲା ବ୍ରିଟିଶ୍ ସର୍ବୋଚ୍ଚ ଶକ୍ତିର ଛତ୍ରଛାୟା ଅପସାରିତ ହେବା ପରେ ସେମାନେ ସ୍ବାଧୀନ ।
  • ତେଣୁ ଦେଶୀୟ ରାଜ୍ୟମାନେ ସେମାନଙ୍କର ସୀମାକୁ ଲାଗିଥିବା ଦେଶ ସହିତ ସମ୍ପର୍କ ବାନ୍ଧିବା ବିଧେୟ ।
  • କାରଣ, ଦେଶୀୟ ରାଜ୍ୟମାନଙ୍କରେ ପ୍ରଜାମାନେ ନବଗଠିତ ସ୍ଵାଧୀନ ରାଷ୍ଟ୍ର ସହିତ ମିଶି ସେମାନଙ୍କର ଭବିଷ୍ୟତର ସମୃଦ୍ଧି ଇଚ୍ଛାକରନ୍ତି ।

BSE Odisha 10th Class History Solutions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

(ଖ) ମିଳନ ପତ୍ରରେ କ’ଣ ବ୍ୟବସ୍ଥା ଥିଲା ଏବଂ ଏହାକୁ ଦେଶୀୟ ରାଜାମାନେ କିପରି ଗ୍ରହଣ କଲେ ?
Answer:

  • ଦେଶୀୟ ରାଜାମାନେ କେଉଁ ସର୍ଭରେ ଭାରତ ସହ ସମ୍ପର୍କ ସ୍ଥାପନ କରିବେ, ସେଥ‌ିପାଇଁ ସର୍ଦାର ପଟେଲ ଓ ଭି.ପି. ମେନନ ଏକ ମିଳନପତ୍ର ପ୍ରସ୍ତୁତ କରିଥିଲେ ।
  • ମିଳନପତ୍ରର ପ୍ରସ୍ତାବ ଅନୁଯାୟୀ ଦେଶୀୟ ରାଜ୍ୟଗୁଡ଼ିକ ଭାରତକୁ ତିନିଗୋଟି କ୍ଷମତା ହସ୍ତାନ୍ତର କରିବା ଆବଶ୍ୟକ ଥିଲା ।
  • ସେଗୁଡ଼ିକ ହେଲା– ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଯୋଗାଯୋଗ । ଏସବୁ କ୍ଷମତା ହସ୍ତାନ୍ତର ପରେ ଦେଶୀୟ ରାଜାମାନେ ସ୍ଵାଧୀନ ଭାବରେ ସେମାନଙ୍କର ରାଜ୍ୟ ଶାସନ କରିପାରିବେ ବୋଲି ଏଥୁରେ ବ୍ୟବସ୍ଥା ଥିଲା ।
  • ଲର୍ଡ଼ ମାଉଣ୍ଟବ୍ୟାଟେନ୍ ଓ ସର୍ଦାର ପଟେଲଙ୍କ ପରାମର୍ଶ ଫଳରେ ଅନେକ ଦେଶୀୟ ରାଜ୍ୟ ଏହି ‘ମିଳନପତ୍ର’ରେ ସ୍ଵାକ୍ଷର କଲେ ।
  • ସ୍ଵାଧୀନତା ପୂର୍ବରୁ ଅଳ୍ପ କେତେକଙ୍କୁ ଛାଡ଼ି ପ୍ରାୟ ସମସ୍ତ ଦେଶୀୟ ରାଜ୍ୟ ଏହାକୁ ଗ୍ରହଣ କରିସାରିଥିଲେ ।

(ଗ) କେଉଁ ପରିସ୍ଥିତିରେ କାଶ୍ମୀରର ରାଜା ହରି ସିଂ ମିଳନ ପତ୍ରରେ ସ୍ଵାକ୍ଷର କଲେ ?
Answer:

  1. କାଶ୍ମୀରର ରାଜା ହରି ସିଂ ହଠାତ୍ କୌଣସି ନିଷ୍ପତ୍ତି ନେଇ ନପାରି ଜାମ୍ମୁ କାଶ୍ମୀରକୁ ସ୍ବାଧୀନ ରଖିବାକୁ ମତପୋଷଣ କଲେ । କିନ୍ତୁ କାଶ୍ମୀରର ଲୋକପ୍ରିୟ ନେତା ଶେଖ୍ ଅବଦୁଲ୍ଲା ଏହି ମତକୁ ପ୍ରତ୍ୟାଖ୍ୟାନ କରିଥିଲେ ।
  2. କାଶ୍ମୀର ଉପରେ ପାକିସ୍ତାନର ଲୋଲୁପ ଦୃଷ୍ଟି ଥିଲା । ଏହାର ପ୍ରରୋଚନା ଓ ସାହାଯ୍ୟରେ ହଜାର ହଜାର ‘ପଠାଣ ଜନଜାତି’ର ଲୋକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇ କାଶ୍ମୀରର ଅନେକ ଅଞ୍ଚଳ ଦଖଲ କରିନେଲେ ।
  3. ସେମାନେ ‘ଆଜାଦ୍ କାଶ୍ମୀର’ ଗଠନ କରି ଶ୍ରୀନଗର ଆଡ଼କୁ ଅଗ୍ରସର ହେଲେ । ସେମାନଙ୍କ ସହ ନିୟମିତ ପାକିସ୍ତାନୀ ସୈନ୍ୟ ମଧ୍ଯ ଆକ୍ରମଣରେ ଭାଗ ନେଇଥିଲେ ।
  4. ଏହା ପାକିସ୍ତାନର ‘ଅପରେସନ ଗୁଲମାର୍ଗ’ର ଅଂଶବିଶେଷ ଥିଲା ଯାହା କାଶ୍ମୀରକୁ ଦଖଲ କରିନେବା ପାଇଁ ଉଦ୍ଦିଷ୍ଟ ଥିଲା ।
  5. ଏଥିରେ ଭୟଭୀତ ହୋଇ ରାଜା ହରି ସିଂ ଭାରତ ସରକାରଙ୍କୁ ସାମରିକ ସାହାଯ୍ୟ ଭିକ୍ଷା କଲେ; ଫଳରେ ତାଙ୍କୁ ଭାରତ ସରକାରଙ୍କ ସହ ଏକ ମିଳନପତ୍ରରେ ସ୍ବାକ୍ଷର କରିବାକୁ ହେଲା ।

BSE Odisha 10th Class History Solutions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

(ଘ) ପଟେଲ୍ ଓ ମେନନ୍ ପୂର୍ଣ ମିଶ୍ରଣ ସପକ୍ଷରେ କି କି ଯୁକ୍ତି ଉପସ୍ଥାପନ କଲେ ?
Answer:
ପୂର୍ଣ୍ଣ ମିଶ୍ରଣ ସପକ୍ଷରେ ପଟେଲ ଓ ମେନନ ନିମ୍ନଲିଖ ଯୁକ୍ତିମାନ ଉପସ୍ଥାପନ କରିଥିଲେ :

  • ମିଶ୍ରଣ ନହେଲେ ରାଜ୍ୟମାନଙ୍କର ଆର୍ଥିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ।
  • ରାଜ୍ୟମାନଙ୍କରେ ଗଣତନ୍ତ୍ର ପରିବର୍ତ୍ତେ ରାଜତନ୍ତ୍ର ଚାଲିଲେ ପ୍ରଜାମାନେ ବିଦ୍ରୋହ କରିବେ ଓ ଅରାଜକତା ବ୍ୟାପିଯିବ ।
  • ଅର୍ଥ ବ୍ୟବସ୍ଥା ଦୃଷ୍ଟିରୁ ଅତ୍ୟନ୍ତ ଦୁର୍ବଳ ଥିବା ରାଜ୍ୟଗୁଡ଼ିକ ସ୍ଵାଧୀନ ଭାବେ କୌଣସି ଜନହିତକର କାର୍ଯ୍ୟ କରିପାରିବେ ନାହିଁ ।
  • ଭାରତ ଭିତରେ ଅବାଧ ବାଣିଜ୍ୟ ବ୍ୟବସାୟ ବାଧାପ୍ରାପ୍ତ ହେବ ।
  • ଅପରାଧୀମାନଙ୍କୁ ଦମନ କରିବା ସମ୍ଭବ ହେବ ନାହିଁ, କାରଣ ସେମାନେ ଦେଶୀୟ ରାଜ୍ୟମାନଙ୍କରେ ଆତ୍ମଗୋପନ କରିବେ ।
  • ଏକ ପୂର୍ଣାଙ୍ଗ ରାଜନୀତିକ ଭାରତ ଗଠିତ ନ ହୋଇ ପାରିବାଦ୍ଵାରା ଭାରତୀୟ ଜାତୀୟତା ବିଭିନ୍ନ ଭାବରେ ପ୍ରତିହତ ହେବ ।
  • ସ୍ଵାଧୀନ ଭାରତର ସୁଫଳ ଲୋକମାନଙ୍କୁ ମିଳିବ ନାହିଁ ।

(ଙ) ମିଶ୍ରଣ ଚୁକ୍ତିର ସର୍ଭଗୁଡ଼ିକ କ’ଣ ଥିଲା ?
Answer:

  • ମିଶ୍ରଣ ଚୁକ୍ତି (Merger Agreement)ର ସର୍ଭାବଳୀ ଅନୁଯାୟୀ ଦେଶୀୟ ରାଜାମାନେ ଶାସନ କ୍ଷମତା ସମ୍ପୂଣ୍ଡ ଭାବେ ଭାରତ ସରକାରଙ୍କୁ ହସ୍ତାନ୍ତର କଲେ । ଦେଶୀୟ ରାଜ୍ୟଗୁଡ଼ିକର ସ୍ଥିତି ଲୋପ ପାଇଗଲା ।
  • ରାଜ୍ୟ ହରାଇଥିବା ଦେଶୀୟ ରାଜାମାନଙ୍କୁ ‘ବାର୍ଷିକ ପେନ୍‌ସନ୍’ ବା ‘ରାଜାଙ୍କ ହାତପାଣ୍ଠି’ ଦିଆଗଲା । ଏହି ପାଣ୍ଠି ରାଜ୍ୟରୁ ଆଦାୟ ହେଉଥ‌ିବା ରାଜସ୍ଵ ଭିରିରେ ସ୍ଥିରୀକୃତ ହୋଇଥିଲା ।
  • ରାଜାମାନଙ୍କର ବ୍ୟକ୍ତିଗତ ସମ୍ପତ୍ତି, ରାଜପ୍ରାସାଦ ତଥା ପଦପଦବୀ ସେମାନଙ୍କ ପାଇଁ ସୁରକ୍ଷିତ ରହିଲା ।
  • ଏଗୁଡ଼ିକୁ ବଂଶାନୁକ୍ରମିକ ଭାବରେ ସେମାନଙ୍କର ବଂଶଧରମାନେ ଭୋଗଦଖଲ କରିବେ ବୋଲି ସର୍ଭ ରହିଲା ।
  • ଦେଶୀୟ ରାଜ୍ୟର କର୍ମଚାରୀମାନଙ୍କୁ ସମ୍ପୃକ୍ତ ପ୍ରାଦେଶିକ ସରକାରମାନେ ସେମାନଙ୍କ କର୍ମଚାରୀରୂପେ ଗ୍ରହଣ କଲେ ।

BSE Odisha 10th Class History Solutions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ଭାରତର ସ୍ଵାଧୀନତା ପରେ ଦେଶୀୟ ରାଜ୍ୟଗୁଡ଼ିକର ଅବସ୍ଥା କିପରି ଥିଲା ?
Answer:

  1. ଭାରତର ସ୍ଵାଧୀନତା ପରେ ଦେଶୀୟ ରାଜ୍ୟଗୁଡ଼ିକ ଉପରୁ ବ୍ରିଟିଶ୍ ସର୍ବୋଚ୍ଚ ଶକ୍ତିର ଛତ୍ରଛାୟା ଅପସାରିତ ହେଲା ।
  2. ସୁତରାଂ ସ୍ଵାଧୀନତା ପରବର୍ତ୍ତୀ କାଳରେ ଦେଶୀୟ ରାଜ୍ୟଗୁଡ଼ିକ ସ୍ବାଧୀନ ହୋଇଗଲେ ।

(ଖ) ଭାରତ ସ୍ଵାଧୀନତା ଆଇନରେ ରାଜ୍ୟ ସମ୍ପର୍କରେ କି ବ୍ୟବସ୍ଥା ରହିଥିଲା ?
Answer:

  • ୧୯୪୭ ମସିହାର ଭାରତ ସ୍ଵାଧୀନତା ଆଇନ ଅନୁଯାୟୀ ଦେଶୀୟ ରାଜ୍ୟଗୁଡ଼ିକ ସ୍ବାଧୀନ ହୋଇଗଲେ ।
  • ଏହି ଦେଶୀୟ ରାଜ୍ୟଗୁଡ଼ିକ ଚାହିଁଲେ ଭାରତ କିମ୍ବା ପାକିସ୍ତାନ ସହିତ ମିଶିଯାଇ ପାରିବେ ଅଥବା ସ୍ଵାଧୀନ ହୋଇ ରହିପାରିବେ ବୋଲି ଆଇନରେ ବ୍ୟବସ୍ଥା ରହିଲା ।

(ଗ) ଜୁନାଗଡ଼ ଦେଶୀୟ ରାଜ୍ୟ କିପରି ଭାରତରେ ମିଶିଲା ?
Answer:

  • ହିନ୍ଦୁବହୁଳ ଜୁନାଗଡ଼ ଦେଶୀୟ ରାଜ୍ୟର ମୁସଲିମ୍ ନୱାବ ପାକିସ୍ତାନ ସହିତ ମିଶିଯିବାକୁ ଇଚ୍ଛାପ୍ରକାଶ କରି ସାମରିକ ଶକ୍ତି ପ୍ରଦର୍ଶନ କଲେ । ମାତ୍ର ଏହି ରାଜ୍ୟର ସୀମା ପାକିସ୍ତାନର ସୀମା ସହ ସଂଲଗ୍ନ ଥିଲା ।
  • ଭାରତ ସରକାର ଏଠାରେ ଗଣଭୋଟ କଲେ ଓ ଗଣଭୋଟରେ ପ୍ରାୟ ଦୁଇ ଲକ୍ଷ ଭୋଟରଙ୍କ ମଧ୍ୟରେ କେବଳ ୯୦ ଜଣଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଭାରତରେ ମିଶିବାକୁ ଇଚ୍ଛା ବ୍ୟକ୍ତ କଲେ ।
  • ନୱାବ୍ ତାଙ୍କ ପରିବାର ସହ ପାକିସ୍ତାନକୁ ପଳାୟନ କଲେ ଓ ଜୁନାଗଡ଼ ଭାରତ ସହ ମିଶିଗଲା ।

(ଘ) କିଏ ହାଇଦ୍ରାବାଦର ନିଜାମ୍ ଥିଲେ ଏବଂ କେଉଁ ସଙ୍ଗଠନ ତାଙ୍କୁ ସମର୍ଥନ କରିଥିଲା ?
Answer:

  1. ଓସ୍‌ମାନ ଅଲ୍ଲୀ ଖାଁ ହାଇଦ୍ରାବାଦର ନିଜାମ୍ ଥିଲେ ।
  2. ସୟଦ କାଶିମ୍ ରଭିଙ୍କ ନେତୃତ୍ୱରେ ‘ରଜାକର’ ନାମକ ଏକ ସଶସ୍ତ୍ର ସଙ୍ଗଠନ ନିଜାମ୍‌ଙ୍କୁ ସମର୍ଥନ କରିଥିଲା ।

BSE Odisha 10th Class History Solutions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

(ଙ) ହାଇଦ୍ରାବାଦ କିପରି ଭାରତ ସହିତ ମିଶିଲା ?
Answer:

  • ହିନ୍ଦୁବହୁଳ ଦେଶୀୟ ରାଜ୍ୟ ହାଇଦ୍ରାବାଦର ଯେଉଁ ଜନସାଧାରଣ ଭାରତ ସହିତ ମିଶିବାକୁ ଚାହୁଁଥିଲେ, ସେମାନଙ୍କୁ ‘ରଜାକର’ ନାମକ ଏକ ସଶସ୍ତ୍ର ସଙ୍ଗଠନ ନିଜାମ୍‌ଙ୍କୁ ସମର୍ଥନ କରି ଅତି ନୃଶଂସ ଭାବରେ ହତ୍ୟାକଲେ ।
  • ସର୍ଦାର ପଟେଲ ଏଥିରେ କ୍ଷୁବ୍‌ଧ ହେଲେ ଏବଂ ହାଇଦ୍ରାବାଦ ଉପରେ ‘ଅପରେସନ୍ ପୋଲୋ’ ନାମକ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା; ଫଳରେ ୧୯୪୮ ମସିହା ସେପ୍ଟେମ୍ବର ୧୩ ତାରିଖରୁ ୫ ଦିନ ମଧ୍ୟରେ ହାଇଦ୍ରାବାଦ ଭାରତୀୟ ସୈନ୍ୟବାହିନୀର ଅକ୍ତିଆରକୁ ଆସିଗଲା ।
  • ପରିଣାମସ୍ୱରୂପ ୧୯୪୯ ମସିହା ନଭେମ୍ବର ମାସରେ ହାଇଦ୍ରାବାଦର ନିଜାମ ମିଳନ ପତ୍ରରେ ସ୍ବାକ୍ଷର କରିବାରୁ ଏହି ରାଜ୍ୟ ଭାରତରେ ମିଶିଲା ।

(ଚ) ରାଜାଙ୍କ ହାତପାଣ୍ଠି କ’ଣ ଏବଂ ଏହା କିପରି ସ୍ଥିରୀକୃତ ହୋଇଥୁଲା ?
Answer:

  • ମିଶ୍ରଣ ଚୁକ୍ତି (Merger Agreement) ଅନୁଯାୟୀ ରାଜ୍ୟ ହରାଇଥିବା ରାଜାମାନଙ୍କୁ ‘ବାର୍ଷିକ ପେନ୍‌ସନ୍’ ମିଳିବାର ବ୍ୟବସ୍ଥା କରାଗଲା । ଏହାକୁ ‘ରାଜାଙ୍କ ହାତପାଣ୍ଠି’ କୁହାଗଲା ।
  • ଏହି ପାଣ୍ଠି ରାଜ୍ୟରୁ ଆଦାୟ ହେଉଥିବା ରାଜସ୍ଵ ଭିରିରେ ସ୍ଥିରୀକୃତ ହୋଇଥିଲା ।

(ଛ) ସର୍ଦାର ପଟେଲ କିପରି ସୌରାଷ୍ଟ୍ର ଦେଶୀୟ ରାଜ୍ୟସଂଘ ଗଠନ କଲେ ?
Answer:

  1. ‘କଟିହାର’ ଉପଦ୍ଵୀପର ୨୨୨ଟି ରାଜ୍ୟକୁ ମିଶାଇ ସର୍ଦ୍ଦାର ପଟେଲ ୧୯୪୮ ମସିହା ଜାନୁଆରୀ ମାସରେ ସୌରାଷ୍ଟ୍ର ଦେଶୀୟ ରାଜ୍ୟସଂଘ ଗଠନ କଲେ ।
  2. ପରେ ଏହି ସଂଘରେ ଆଉ ୬ଟି ରାଜ୍ୟ ଯୋଗ ଦେଇଥିଲେ ।

(ଜ) ପୂର୍ବ ପଞ୍ଜାବ ରାଜ୍ୟସଂଘ କିପରି ଗଠିତ ହୋଇଥିଲା ?
Answer:
୧୯୪୮ ମସିହା ଜୁଲାଇ ମାସରେ ପଟିଆଲା, କପୁରତାଲା, ଜିନ୍ଦ, ନାଭା, ଫରିଦ୍‌ଟ, ମାଲେରକୋଟଲା, ନଲାରଗଡ଼ ଓ କଳସିଆକୁ ନେଇ ପୂର୍ବ ପଞ୍ଜାବ ରାଜ୍ୟସଂଘ ପ୍ରତିଷ୍ଠା ହେଲା ।

BSE Odisha 10th Class History Solutions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

(ଝ) କେଉଁ ରାଜ୍ୟଗୁଡ଼ିକ ଦେଶ ମିଶ୍ରଣ ଅଙ୍ଗୀକାରରେ ସ୍ବାକ୍ଷର କରି ନଥିଲେ ?
Answer:

  • କେବଳ ତିନୋଟି ଦେଶୀୟ ରାଜ୍ୟ ଦେଶ ମିଶ୍ରଣ ‘ଅଙ୍ଗକାର ପତ୍ର’ରେ ସ୍ବାକ୍ଷର କରି ନଥିଲେ ।
  • ସେଗୁଡ଼ିକ ହେଲା – କାଶ୍ମୀର, ମହୀଶୂର ଓ ହାଇଦ୍ରାବାଦ ।

(ଞ) ସର୍ଦାର ପଟେଲ୍‌ଙ୍କୁ କାହିଁକି ଭାରତର ବିସ୍‌ର୍କ ଓ ଲୌହମାନବ କୁହାଯାଏ ?
Answer:

  • ଦେଶୀୟ ରାଜ୍ୟଗୁଡ଼ିକର ଭାରତ ସହିତ ମିଶ୍ରଣ ପ୍ରକ୍ରିୟାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନେକ ଦୃଢ଼ ପଦକ୍ଷେପ ନେଇଥିଲେ । ତାଙ୍କର କୂଟନୈତିକ ପାରଦର୍ଶିତା ଏବଂ ରାଜନୀତିକ ବିଚକ୍ଷଣତା ବଳରେ ଭାରତକୁ ଏକତ୍ର କରିବାରେ ତାଙ୍କର ସଫଳତା ଯୋଗୁଁ ତାଙ୍କୁ ‘ଭାରତର ବିସ୍‌ମାର୍କ’ ବୋଲି କୁହାଯାଏ ।
  • ପୁନଶ୍ଚ ତାଙ୍କର ବଳିଷ୍ଠ ନେତୃତ୍ୱ ଓ ଦୃଢ଼ ବ୍ୟକ୍ତିତ୍ଵ ଯୋଗୁଁ ତାଙ୍କୁ ଭାରତର ‘ଲୌହମାନବ’ର ଆଖ୍ୟା ଦିଆଯାଇଛି ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ଦେଶୀୟ ରାଜ୍ୟ ବିଭାଗ ସୃଷ୍ଟି ପରେ କିଏ ଏହାର ମନ୍ତ୍ରୀ ହେଲେ ?
Answer:
ଭାରତ ସରକାରଙ୍କର ‘ଦେଶୀୟ ରାଜ୍ୟ ବିଭାଗ’ ସୃଷ୍ଟି ହେବାପରେ ସଦ୍ଦାର ବଲ୍ଲଭଭାଇ ପଟେଲ ଏହାର ମନ୍ତ୍ରୀ ହେଲେ ।

(ଖ) ଭି.ପି. ମେନନ୍ କିଏ ଥିଲେ ?
Answer:
ଦେଶୀୟ ରାଜ୍ୟ ବିଭାଗର ଶାସନ ସଚିବ ଥୁଲେ ଭି.ପି. ମେନନ୍ ।

BSE Odisha 10th Class History Solutions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

(ଗ) ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ସମ୍ପର୍କରେ କେବେ ନେହେରୁ ଓ ପଟେଲ୍ ଲର୍ଡ଼ ମାଉଣ୍ଟବ୍ୟାଟେନ୍‌ଙ୍କୁ ସାକ୍ଷାତ କରିଥିଲେ ?
Answer:
୧୯୪୭ ମସିହା ଜୁଲାଇ ୯ ତାରିଖରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ଦେଶୀୟ ରାଜ୍ୟ ବିଭାଗର ମନ୍ତ୍ରୀ ସର୍ଦାର ପଟେଲ ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ସମ୍ପର୍କରେ ଲର୍ଡ ମାଉଣ୍ଟବ୍ୟାଟେନ୍‌ଙ୍କୁ ସାକ୍ଷାତ୍ କରିଥିଲେ ।

(ଘ) କିଏ ମିଳନ ପତ୍ର ପ୍ରସ୍ତୁତ କରିଥିଲେ ?
Answer:
ସର୍ଦାର ପଟେଲ ଓ ଭି.ପି. ମେନନ୍ ‘ମିଳନ ପତ୍ର’ ପ୍ରସ୍ତୁତ କରିଥିଲେ ।

(ଙ) ହନ୍ବନ୍ତ ସିଂହ କିଏ ଥିଲେ ?
Answer:
ହନ୍ବନ୍ତ ସିଂହ ଯୋଧପୁରର ରାଜା ଥିଲେ ।

(ଚ) ଜାମ୍ମୁ-କାଶ୍ମୀର ରାଜାଙ୍କର ପ୍ରସ୍ତାବକୁ କିଏ ପ୍ରତ୍ୟାଖ୍ୟାନ କରିଥିଲେ ?
Answer:
ଜାମ୍ମୁ-କାଶ୍ମୀରର ରାଜାଙ୍କର ପ୍ରସ୍ତାବକୁ କାଶ୍ମୀରର ଲୋକପ୍ରିୟ ନେତା ଶେଖ୍ ଅବଦୁଲା ପ୍ରତ୍ୟାଖ୍ୟାନ କରିଥିଲେ ।

(ଛ) ଭାରତୀୟ ସମ୍ବିଧାନର କେଉଁ ଧାରାରେ ଜାମ୍ମୁ-କାଶ୍ମୀର ପାଇଁ ବିଶେଷ ବ୍ୟବସ୍ଥା ରହିଲା ?
Answer:
ଭାରତୀୟ ସମ୍ବିଧାନର ୩୭୦ ଧାରାରେ ଜାମ୍ମୁ-କାଶ୍ମୀର ପାଇଁ ବିଶେଷ ବ୍ୟବସ୍ଥା ରହିଲା ।

(ଜ) ଅପରେସନ୍ ‘ପୋଲା’ କେଉଁ ଦେଶୀୟ ରାଜ୍ୟ ପାଇଁ ପ୍ରଯୁଜ୍ୟ ଥିଲା ?
Answer:
ଦେଶୀୟ ରାଜ୍ୟ ହାଇଦ୍ରାବାଦ ପାଇଁ ‘ଅପରେସନ୍ ପୋଲୋ’ ପ୍ରଯୁଜ୍ୟ ଥିଲା ।

(ଝ) ଦେଶୀୟ ରାଜ୍ୟ ମିଶ୍ରଣ କାର୍ଯ୍ୟ କେଉଁଠାରେ ଆରମ୍ଭ ହୋଇଥିଲା ?
Answer:
ଭାରତ ସହିତ ଦେଶୀୟ ରାଜ୍ୟ ମିଶ୍ରଣ କାର୍ଯ୍ୟ ଓଡ଼ିଶାରୁ ହିଁ ଆରମ୍ଭ ହୋଇଥିଲା ।

BSE Odisha 10th Class History Solutions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

(ଞ) ଓଡ଼ିଶାରୁ କିଏ ଦେଶୀୟ ରାଜ୍ୟ ମିଶ୍ରଣ କାର୍ଯ୍ୟରେ ପଟେଲଙ୍କୁ ସାହାଯ୍ୟ କରିଥିଲେ ?
Answer:
ଓଡ଼ିଶାର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଦେଶୀୟ ରାଜ୍ୟ ମିଶ୍ରଣ କାର୍ଯ୍ୟରେ ପଟେଲଙ୍କୁ ସାହାଯ୍ୟ କରିଥିଲେ ।

୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ସ୍ଵାଧୀନତା ପ୍ରାପ୍ତିବେଳକୁ କିଏ ଭାରତର ପ୍ରଧାନମନ୍ତ୍ରୀ ଥିଲେ ?
(i) ଲର୍ଡ଼ ମାଉଣ୍ଟବ୍ୟାଟେନ୍‌
(ii) ଜବାହରଲାଲ ନେହେରୁ
(iii) ମହମ୍ମଦ ଅଲ୍ଲୀ ଜିନ୍ନା
(iv) ବଲ୍ଲଭଭାଇ ପଟେଲ
Answer:
(ii) ଜବାହରଲାଲ ନେହେରୁ

(ଖ) ମିଳନ ପତ୍ରର ସର୍ତ୍ତ ଅନୁଯାୟୀ ଦେଶୀୟ ରାଜାମାନଙ୍କୁ କେଉଁ କ୍ଷମତା ଭାରତ ସରକାରଙ୍କୁ ହସ୍ତାନ୍ତର କରିବାକୁ ପଡ଼ୁଥୁଲା ?
(i) ଗୃହ, ପ୍ରତିରକ୍ଷା ଓ ଅର୍ଥ
(ii) ବୈଦେଶିକ ବ୍ୟାପାର, ଯୋଗାଯୋଗ ଓ ଶିକ୍ଷା
(iii) ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଯୋଗାଯୋଗ
(iv) ପ୍ରତିରକ୍ଷା, ଗୃହ ଓ ବୈଦେଶିକ ବ୍ୟାପାର
Answer:
(iii) କୋହ୍ଲାପୁର

(ଗ) କେଉଁ ଦେଶୀୟ ରାଜ୍ୟଟି ତତ୍‌କାଳୀନ ବମ୍ବେ ପ୍ରଦେଶ ସହିତ ମିଶିଯାଇଥିଲା ?
(i) ଗୋଆଲିଅର୍
(ii) ଇନ୍ଦୋର୍
(iii) କୋହ୍ଲାପୁର
(iv) ନଲାରଗଡ଼
Answer:
(iii) ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଯୋଗାଯୋଗ

(ଘ) ପଞ୍ଜାବ ପାର୍ବତ୍ୟ ରାଜ୍ୟ ଏଜେନ୍ସିର କେତେଗୋଟି ରାଜ୍ୟକୁ ନେଇ ହିମାଚଳ ପ୍ରଦେଶ ଗଠିତ ହୋଇଥିଲା ?
(i) ୬୬
(ii) ୩୦
(iii) ୬
(iv) ୧୮
Answer:
(ii) ୩୦

BSE Odisha 10th Class History Solutions Chapter 11 ଦେଶୀୟ ରାଜ୍ୟମାନଙ୍କର ମିଶ୍ରଣ

(ଙ) କେବେ ରାଜ୍ୟ ପୁନର୍ଗଠିତ ଆଇନ ପ୍ରବର୍ତ୍ତିତ ହେଲା ?
(i) ୧୯୪୭
(ii) ୧୯୪୮
(iii) ୧୯୪୯
(iv) ୧୯୫୬
Answer:
(iv) ୧୯୫୬

୫ । ପାଠରେ ଦିଆଯାଇଥବା ‘ତୁମପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)

 

BSE Odisha 10th Class History Solutions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

Odisha State Board BSE Odisha 10th Class History Solutions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା Textbook Exercise Questions and Answers.

BSE Odisha Class 10 History Solutions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

୧ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ୧୯୩୬ ଏପ୍ରିଲ୍ ୧ ତାରିଖରେ ଓଡ଼ିଶା ପ୍ରଦେଶ ଗଠନ କିପରି ହେଲା ?
Answer:

  • ୧୯୩୫ ଭାରତ ଶାସନ ଆଇନରେ ଓଡ଼ିଶାକୁ ନୂତନ ପ୍ରଦେଶ ଭାବରେ ଇଂରେଜ ସରକାର ସ୍ବୀକୃତି ପ୍ରଦାନ କରିଥିଲେ ।
  • କଟକ, ପୁରୀ, ବାଲେଶ୍ଵର, ସମ୍ବଲପୁର, ଗଞ୍ଜାମ ଓ କୋରାପୁଟ ଆଦି ୬ଟି ଜିଲ୍ଲାକୁ ନେଇ ଏହି ନୂତନ ପ୍ରଦେଶ ଗଠିତ ହେଲା । ଏହାର ରାଜଧାନୀ କଟକଠାରେ ପ୍ରତିଷ୍ଠିତ ହେଲା ।
  • ନବଗଠିତ ଓଡ଼ିଶାର ଆୟତନ ଥିଲା ୩୨,୬୯୫ ବର୍ଗ ମାଇଲ୍ ଓ ଲୋକସଂଖ୍ୟା ଥିଲା ୮,୦୪୩,୬୮୧ ।
  • କେନ୍ଦ୍ରୀୟ ପ୍ରଦେଶରୁ ଖଡ଼ିଆଳ, ପଦ୍ମପୁର, ବିଶାଖାପାଟଣା ଏଜେନ୍‌ସିରୁ ଜୟପୁର ଜମିଦାରୀ ଓ ପଟ୍ଟାଙ୍ଗୀ, ମାନ୍ଦ୍ରାଜ୍ ପ୍ରେସିଡ଼େନ୍‌ସିରୁ ଘୁମୁସର, ଆସ୍କା, ସୋରଡ଼ା, କୋଦଳା ଓ ଛତ୍ରପୁର ଅଣାଯାଇ ଓଡ଼ିଶା ପ୍ରଦେଶରେ ମିଶାଯାଇଥିଲା । ମେଦିନୀପୁର, ଫୁଲଝର, ସୋମପେଟା, ମଞ୍ଜୁଷା ଆଦି ଅନେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଓଡ଼ିଶା ବାହାରେ ରହିଗଲା ।
  • ଏହିପରି ଭାବେ ୧୯୩୬ ଏପ୍ରିଲ୍ ୧ ତାରିଖରେ ନୂତନ ଓଡ଼ିଶା ପ୍ରଦେଶ ଗଠନ ହେବା ସହ ମଧୁସୂଦନ ଦାସ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ଵପ୍ନ ବାସ୍ତବରେ ପରିଣତ ହେଲା ।

BSE Odisha 10th Class History Solutions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

(ଖ) ନୂତନ ଓଡ଼ିଶାର ଉଦ୍‌ଘାଟନ ଦିବସ ପାଳନର ଏକ ବିବରଣୀ ପ୍ରଦାନ କର ?
Answer:

  • ନୂତନ ଓଡ଼ିଶାର ଉଦ୍‌ଘାଟନ ଦିବସ ରେଭେନ୍ସା କଲେଜର ହଲ୍‌ରେ ୧୯୩୬ ମସିହା ଏପ୍ରିଲ୍ ୧ ତାରିଖରେ ଏକ ଆଡ଼ମ୍ବରପୂର୍ଣ୍ଣ ପରିବେଶରେ ଅଭୂତପୂର୍ବ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଇଥିଲା ।
  • ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ସାର୍ କୋଟ୍‌ନେ ଟେରେଲା ଓଡ଼ିଶାର ପ୍ରଥମ ରାଜ୍ୟପାଳ ଭାବରେ ସାର୍ ଜନ୍ ଅଷ୍ଟିନ୍ ହବାକ୍‌ଙ୍କୁ ଶପଥପାଠ କରାଇଥିଲେ ।
  • ଇଂଲଣ୍ଡର ସମ୍ରାଟ ଓ ଭାଇସ୍ରାୟଙ୍କ ଶୁଭେଚ୍ଛା ବାର୍ତ୍ତା ଉପସ୍ଥିତ ଜନତାଙ୍କ ସମ୍ମୁଖରେ ପାଠ କରାଯାଇଥିଲା ।
  • ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଅବସରରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ କଟକର ବାରବାଟୀ ଦୁର୍ଗରେ ଏକ ବିଶାଳ ଭୋଜିର ଆୟୋଜନ କରି ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଆପ୍ୟାୟିତ କରିଥିଲେ ।
  • ପୂର୍ବପୁରୁଷମାନଙ୍କ ଅଦୃଷ୍ଟ ପ୍ରେରଣାରେ ସେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଉଦ୍ୟମ କରିଛନ୍ତି ବୋଲି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମତବ୍ୟକ୍ତ କରିଥିଲେ ।

(ଗ) ନିର୍ବାଚିତ ସରକାର ଗଠନ ହେବା ପର୍ଯ୍ୟନ୍ତ ନୂତନ ଓଡ଼ିଶାର ଶାସନ ପାଇଁ କି କି ପଦକ୍ଷେପ ନିଆଯାଇଥିଲା ?
Answer:

  1. ନିର୍ବାଚିତ ସରକାର ଗଠିତ ହେବା ପର୍ଯ୍ୟନ୍ତ ନୂତନ ଓଡ଼ିଶାର ଶାସନ ଦାୟିତ୍ଵ ରାଜ୍ୟପାଳ ଓ ତାଙ୍କଦ୍ୱାରା ମନୋନୀତ କୋଡ଼ିଏ ଜଣ ସଦସ୍ୟଙ୍କୁ ନେଇ ଗଠିତ ଏକ ଉପଦେଷ୍ଟା ପରିଷଦ ଉପରେ ନ୍ୟସ୍ତ କରାଯାଇଥିଲା ।
  2. ଏହି ପରିଷଦରେ କୌଣସି କାର୍ଯ୍ୟକାରୀ ପରିଷଦ ବା ମନ୍ତ୍ରୀପଦ ନଥିଲା । ବସ୍ତୁତଃ ରାଜ୍ୟପାଳ ଓଡ଼ିଶାର ଶାସନମୁଖ୍ୟ ରହିଲେ ଏବଂ ଲକ୍ଷ୍ମୀଧର ମହାନ୍ତିଙ୍କୁ ଉପଦେଷ୍ଟା ପରିଷଦର ଉପସଭାପତି ଭାବେ ମନୋନୀତ କରାଯାଇଥିଲା ।
  3. ଏହି ପରିଷଦକୁ ପ୍ରଦେଶ ଗଠନ ପୂର୍ବରୁ ଏକ ପ୍ରାଦେଶିକ ବିଧାନସଭାରେ ଓଡ଼ିଶାର କୌଣସି ଅଞ୍ଚଳର ପ୍ରତିନିଧୂ କରିଥିବା ସଦସ୍ୟମାନଙ୍କ ମଧ୍ୟରୁ ସତର ଜଣଙ୍କୁ ଏବଂ ତିନିଜଣ ସରକାରୀ ସଦସ୍ୟଙ୍କୁ ମନୋନୀତ କରାଯାଇଥିଲା ।
  4. ପୂର୍ବରୁ ୧୯୩୩ ମସିହା ଜୁନ୍ ୨୪ ତାରିଖରେ ସରକାରଙ୍କଦ୍ୱାରା ଜନ୍ ଅଷ୍ଟିନ୍ ହବାକ୍‌ଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ପ୍ରଶାସନିକ କମିଟି ଗଠିତ ହୋଇଥିଲା । ଏଥୁରେ ମଧୁସୂଦନ ଦାସଙ୍କ ସମେତ ୯ ଜଣ ସଭ୍ୟ ଥିଲେ ।
  5. ଏହି କମିଟି ୧୯୩୩ ମସିହା ଡିସେମ୍ବର ୨୦ ତାରିଖରେ ନୂତନ ପ୍ରଦେଶ ଗଠନ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ଦେଇଥ‌ିବା ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ନୂତନ ଓଡ଼ିଶାର ଶାସନ ନିମନ୍ତେ ସହାୟକ ହୋଇଥିଲା । ଏହି କମିଟିରେ ମଧୁସୂଦନ ଦାସଙ୍କ ମୂଲ୍ୟବାନ୍ ପରାମର୍ଶ ଓ ସକ୍ରିୟ ସହଯୋଗ ଥିଲା ।

BSE Odisha 10th Class History Solutions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

(ଘ) ନୂତନ ଓଡ଼ିଶାର ପ୍ରଥମ ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନର ଏକ ବିବରଣୀ ଦିଅ ।
Answer:

  • ୧୯୩୫ ମସିହା ଭାରତ ଶାସନ ଆଇନ ଅନୁସାରେ ଓଡ଼ିଶା ପ୍ରାଦେଶିକ ବିଧାନସଭା ପାଇଁ ୧୯୩୭ ମସିହାରେ ନିର୍ବାଚନ କରିବାକୁ ସ୍ଥିର କରାଯାଇଥିଲା ।
  • ଜାତୀୟ କଂଗ୍ରେସ ଏହି ଆଇନର କେତେକ ତ୍ରୁଟିପୂର୍ଣ୍ଣ ନୀତିର ବିରୋଧ କରୁଥିଲେ ସୁଦ୍ଧା ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ନିର୍ବାଚନ ଲଢ଼ିବାପାଇଁ ସ୍ଥିର କରିଥିଲା ।
  • ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ବିଧାନସଭାର ସମୁଦାୟ ଷାଠିଏଟି ଆସନ ମଧ୍ୟରୁ ଛପନଟି ପ୍ରତ୍ୟକ୍ଷଭାବେ ନିର୍ବାଚିତ ସଦସ୍ୟଙ୍କ ପାଇଁ ଓ ଚାରୋଟି ରାଜ୍ୟପାଳଙ୍କଦ୍ଵାରା ମନୋନୀତ ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ।
  • ୧୯୩୭ ମସିହା ଜାନୁୟାରୀ ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ଛପନଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଲା । ଜାତୀୟ କଂଗ୍ରେସ ବ୍ୟତୀତ ଏହି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ଅନ୍ୟ ପ୍ରମୁଖ ଦଳଗୁଡ଼ିକ ଥିଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜାତୀୟ ଦଳ, କନିକା ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ସଂଯୁକ୍ତ ଦଳ ଓ ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ସ୍ବାଧୀନ ଦଳ ।
  • ଏହାବ୍ୟତୀତ କେତେକ ନିର୍ଦ୍ଦଳୀୟ ପ୍ରାର୍ଥୀ ମଧ୍ୟ ଏହି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ । ଏହି ନିର୍ବାଚନରେ କଂଗ୍ରେସ ୩୬ଟି ଆସନ ପାଇଥିଲାବେଳେ, ଜାତୀୟ ଦଳ ଓ ସଂଯୁକ୍ତ ଦଳ ଯଥାକ୍ରମେ ୪ଟି ଓ ୬ଟି ଏବଂ ସ୍ଵାଧୀନ ଦଳ ଓ ନିର୍ଦ୍ଦଳୀୟ ପ୍ରାର୍ଥୀ ୧୦ଟି ଆସନରେ ବିଜୟୀ ହୋଇଥିଲେ ।

(ଙ) ୧୯୪୧ ମସିହାରେ ଗଠିତ ମିଳିତ ମନ୍ତ୍ରିମଣ୍ଡଳର ଗଠନ ଓ କାର୍ଯ୍ୟାବଳୀ ସମ୍ପର୍କରେ ଏକ ଟିପ୍‌ପଣୀ ଲେଖ ।
Answer:

  • ୧୯୪୧ ମସିହା ନଭେମ୍ବର ୨୪ ତାରିଖରେ ଅସନ୍ତୁଷ୍ଟ କଂଗ୍ରେସ ବିଧାୟକଙ୍କ ସହାୟତାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଏକ ମିଳିତ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ ।
  • ଏହି ମନ୍ତ୍ରୀମଣ୍ଡଳରେ ପଣ୍ଡିତ ଗୋଦାବରୀଶ ମିଶ୍ର ଓ ମୌଲାବୀ ଅବ୍‌ଦୁସ୍ ଶୋଭନ୍ ଖାଁ ମନ୍ତ୍ରୀରୂପେ ଯୋଗ ଦେଇଥିଲେ ।
  • ଏହି ମନ୍ତ୍ରୀମଣ୍ଡଳ ଇଂରେଜ ସରକାରଙ୍କୁ ଯୁଦ୍ଧ ଚଳାଇବା କାର୍ଯ୍ୟରେ ସାହାଯ୍ୟ କରିଥିଲେ ମଧ୍ୟ କଂଗ୍ରେସ ନେତାଙ୍କଦ୍ବାରା ସମାଲୋଚିତ ହୋଇଥିଲା ।
  • ଏହି ମନ୍ତ୍ରୀମଣ୍ଡଳର କାର୍ଯ୍ୟକାଳ ମଧ୍ଯରେ ଓଡ଼ିଆମାନଙ୍କର ଦୁଇଟି ଆକାଂକ୍ଷା ଫଳବତୀ ହୋଇପାରିଥିଲା; ତାହା ହେଉଛି ଉତ୍କଳ ବିଶ୍ଵବିଦ୍ୟାଳୟ ଓ କଟକ ଭେଷଜ ମହାବିଦ୍ୟାଳୟର ପ୍ରତିଷ୍ଠା ।
  • ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ଅର୍ଜିତ ସମସ୍ତ ଅର୍ଥକୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଉତ୍କଳ ବିଶ୍ଵବିଦ୍ୟାଳୟକୁ ଦାନ କରିଥିଲେ । ସହଯୋଗୀମାନଙ୍କ ସହିତ ରାଜନୀତିକ ଦୃଷ୍ଟିରୁ ମତଭେଦ ହେବାରୁ ୧୯୪୪ ମସିହା ଜୁନ୍ ୨୯ ତାରିଖରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

BSE Odisha 10th Class History Solutions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ନୂତନ ଓଡ଼ିଶାର ପ୍ରଥମ ବିଧାନସଭାରେ ଏକକ ସଂଖ୍ୟାଗରିଷ୍ଠତା ସତ୍ତ୍ବେ କାହିଁକି କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ ପାଇଁ ରାଜି ହୋଇନଥିଲା ?
Answer:

  1. ୧୯୩୫ ମସିହା ଭାରତ ଶାସନ ଆଇନରେ ରାଜ୍ୟମାନଙ୍କୁ ଦିଆଯାଇଥିବା ବିଶେଷ କ୍ଷମତାଦ୍ବାରା ମନ୍ତ୍ରୀମଣ୍ଡଳର କ୍ଷମତା ସଙ୍କୁଚିତ ହୋଇଯିବାର ଆଶଙ୍କା କଂଗ୍ରେସ କରୁଥିଲା
  2. ତେଣୁ ନିର୍ବାଚନ ପରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିଲେ ସୁଦ୍ଧା ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ରାଜି ହୋଇନଥିଲା ।

(ଖ) ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ସମୟକାଳ କ’ଣ ଥିଲା ?
Answer:

  • ଓଡ଼ିଶାର ପ୍ରଥମ ପ୍ରଧାମନ୍ତ୍ରୀ ଭାବେ ମହ’ରାଜା କୃଷ୍ଣଚନ୍ଦ୍ର ଗଜପତି ୧୯୩୭ ମସିହା ଏପ୍ରିଲ୍ ୧ ତାରିଖରୁ ୧୯୩୭ ମସିହା ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପ୍ରଧାନମନ୍ତ୍ରୀ ଥିଲେ ।
  • ଏହିପରି ଭାବେ ତାଙ୍କର କାର୍ଯ୍ୟକାଳ ସର୍ବମୋଟ ୩ ମାସ ୧୩ ଦିନ ଥିଲା ।

(ଗ) କଂଗ୍ରେସ କାହିଁକି ମନ୍ତ୍ରିମଣ୍ଡଳ ଗଠନ କରିବାକୁ ରାଜି ହେଲା ଏବଂ ବିଶ୍ଵନାଥ ଦାସ କେବେଠାରୁ ଓଡ଼ିଶାର ପ୍ରଧାନମନ୍ତ୍ରୀ ହେଲେ ?
Answer:

  • ଗଭର୍ଣ୍ଣର ଜେନେରାଲ୍‌ଙ୍କ ପ୍ରାଦେଶିକ ମନ୍ତ୍ରୀମଣ୍ଡଳଗୁଡ଼ିକ ପ୍ରତି ସହଯୋଗ ପରେ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ରାଜି ହୋଇଥିଲା ।
  • ୧୯୩୭ ମସିହା ଜୁଲାଇ ୧୯ ତାରିଖ ଦିନ ବିଶ୍ଵନାଥ ଦାସ ଓଡ଼ିଶାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

(ଘ) ବିଶ୍ଵନାଥ ଦାସଙ୍କ ମନ୍ତ୍ରୀମଣ୍ଡଳରେ ଥ‌ିବା ଅନ୍ୟ ଦୁଇଜଣ ମନ୍ତ୍ରୀ କିଏ ?
Answer:
ବିଶ୍ଵନାଥ ଦାସଙ୍କ ମନ୍ତ୍ରୀମଣ୍ଡଳରେ ନିତ୍ୟାନନ୍ଦ କାନୁନ୍‌ଗୋ ଓ ବୋଧରାମ ଦୁବେ ନାମରେ ଦୁଇଜଣ ମନ୍ତ୍ରୀ ଥିଲେ ।

BSE Odisha 10th Class History Solutions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

(ଙ) ଓଡ଼ିଶାର ପ୍ରଥମ ବିଧାନସଭାର ବାଚସ୍ପତି ଓ ଉପବାଚସ୍ପତି କିଏ ଥିଲେ ?
Answer:
ଓଡ଼ିଶାର ପ୍ରଥମ ବିଧାନସଭାର ବାଚସ୍ପତି ମୁକୁନ୍ଦପ୍ରସାଦ ଦାସ ଏବଂ ଉପବାଚସ୍ପତି ନନ୍ଦକିଶୋର ଦାସ ଥିଲେ ।

(ଚ) ବିଶ୍ଵନାଥ ଦାସଙ୍କ ମନ୍ତ୍ରିମଣ୍ଡଳ କେବେ ଓ କାହିଁକି ଇସ୍ତଫା ଦେଇଥିଲେ ?
Answer:

  1. ଦ୍ବିତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହେବାର ଅଳ୍ପଦିନ ପରେ କଂଗ୍ରେସ ମନ୍ତ୍ରୀମଣ୍ଡଳ ଇଂରେଜ ସରକାରଙ୍କ ଯୁଦ୍ଧନୀତି ବିରୋଧରେ ପ୍ରତିବାଦ କରିଥିଲା ।
  2. ଯାହାର ଫଳସ୍ଵରୂପ ବିଶ୍ଵନାଥ ଦାସଙ୍କ ମନ୍ତ୍ରୀମଣ୍ଡଳ ୧୯୩୯ ମସିହା ନଭେମ୍ବର ମାସରେ ଇସ୍ତଫା ଦେଇଥିଲା ।

(ଛ) ଅଷ୍ଟିନ୍ ହବାକ୍‌ଙ୍କ ପରେ କିଏ ଓଡ଼ିଶାର ରାଜ୍ୟପାଳ ଦାୟିତ୍ଵ ନେଇଥିଲେ ?
Answer:
ଅଷ୍ଟିନ୍ ହବାକ୍‌ଙ୍କ ପରେ ଉଇଲିୟମ୍ ଲୁଇସ୍ ୧୯୪୧ ମସିହା ଏପ୍ରିଲ୍ ୧ ତାରିଖରେ ଓଡ଼ିଶାର ରାଜ୍ୟପାଳ ଦାୟିତ୍ଵ ନେଇଥିଲେ ।

(ଜ) କୃଷ୍ଣଚନ୍ଦ୍ର ଗଜପତିଙ୍କ ମିଳିତ ମନ୍ତ୍ରିମଣ୍ଡଳରେ ଥିବା ଅନ୍ୟ ଦୁଇଜଣ ମନ୍ତ୍ରୀଙ୍କର ନାମ ଲେଖ ।
Answer:
କୃଷ୍ଣଚନ୍ଦ୍ର ଗଜପତିଙ୍କ ମିଳିତ ମନ୍ତ୍ରୀମଣ୍ଡଳରେ ପଣ୍ଡିତ ଗୋଦାବରୀଶ ମିଶ୍ର ଓ ମୌଲବୀ ଅବଦୁସ୍ ଶୋଭନ୍ ଖାଁ ମନ୍ତ୍ରୀରୂପେ ଯୋଗ ଦେଇଥିଲେ ।

(ଝ) କୃଷ୍ଣଚନ୍ଦ୍ର ଗଜପତିଙ୍କ ମିଳିତ ମନ୍ତ୍ରିମଣ୍ଡଳଦ୍ଵାରା ଓଡ଼ିଆମାନଙ୍କର କେଉଁ ଦୁଇଟି ଆକଂକ୍ଷା ଫଳବତୀ ହୋଇଥିଲା ?
Answer:

  • କୃଷ୍ଣଚନ୍ଦ୍ର ଗଜପତିଙ୍କ ମିଳିତ ମନ୍ତ୍ରୀମଣ୍ଡଳଦ୍ୱାରା ଓଡ଼ିଆମାନଙ୍କର ଦୁଇଟି ଆକଂକ୍ଷା ଫଳବତୀ ହୋଇପାରିଥିଲା ।
  • ତାହାହେଲା ଉତ୍କଳ ବିଶ୍ଵବିଦ୍ୟାଳୟ ଓ କଟକରେ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା ।

BSE Odisha 10th Class History Solutions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

(ଞ) ହରେକୃଷ୍ଣ ମହତାବଙ୍କ ମନ୍ତ୍ରିମଣ୍ଡଳ ସମୟର ଉଲ୍ଲେଖନୀୟ କାର୍ଯ୍ୟ କ’ଣ ଥିଲା ?
Answer:
ହରେକୃଷ୍ଣ ମହତାବଙ୍କ ମନ୍ତ୍ରୀମଣ୍ଡଳ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ ଥିଲା ଗଡ଼ଜାତ ମିଶ୍ରଣ, ହୀରାକୁଦ ନଦୀବନ୍ଧ ଯୋଜନାର ଆରମ୍ଭ ଓ ଭୁବନେଶ୍ଵରରେ ଓଡ଼ିଶାର ନୂଆ ରାଜଧାନୀ ପ୍ରତିଷ୍ଠା ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ନୂତନ ଓଡ଼ିଶାର ରାଜଧାନୀ କେଉଁଠାରେ ଅବସ୍ଥାପିତ ହୋଇଥିଲା ?
Answer:
ନୂତନ ଓଡ଼ିଶାର ରାଜଧାନୀ କଟକଠାରେ ଅବସ୍ଥାପିତ ହୋଇଥିଲା ।

(ଖ) ନୂତନ ଓଡ଼ିଶାର ଆୟତନ କେତେ ଥିଲା ?
Answer:
ନୂତନ ଓଡ଼ିଶାର ଆୟତନ ୩୨,୬୯୫ ବର୍ଗ ମାଇଲ୍ ଥିଲା ।

(ଗ) କେଉଁ ସ୍ଥାନରେ ନୂତନ ଓଡ଼ିଶାର ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା ?
Answer:
କଟକର ରେଭେନ୍ସା କଲେଜର ହଲ୍‌ରେ ନୂତନ ଓଡ଼ିଶାର ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

(ଘ) କିଏ ଓଡ଼ିଶାର ପ୍ରଥମ ରାଜ୍ୟପାଳଙ୍କୁ ଶପଥପାଠ କରାଇଥିଲେ ?
Answer:
ପାଟନ। ହାଇକୋର୍ଟର ମୁଖ୍ୟ ବିଚାରପତି ସାର୍ କୋଟ୍‌ନେ ଟେରେଲା ଓଡ଼ିଶାର ପ୍ରଥମ ରାଜ୍ୟପାଳ ଜନ୍ ଅଷ୍ଟିନ୍ ହବାଙ୍କୁ ଶପଥପାଠ କରାଇଥିଲେ ।

(ଙ) କାହା ଅଧ୍ଯକ୍ଷତାରେ ଓଡ଼ିଶା ପ୍ରଶାସନିକ କମିଟି ଗଠିତ ହୋଇଥିଲା ?
Answer:
ସାର୍ ଜନ୍ ଅଷ୍ଟିନ୍ ହବାକ୍‌ଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ପ୍ରଶାସନିକ କମିଟି ଗଠିତ ହୋଇଥିଲା ।

BSE Odisha 10th Class History Solutions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

(ଚ) ଓଡ଼ିଶାର ପ୍ରଥମ ବିଧାନସଭାରେ ସମୁଦାୟ କେତୋଟି ଆସନ ଥିଲା ଏବଂ ସେଥିମଧ୍ୟରୁ କେତୋଟି ନିର୍ବାଚିତ ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ?
Answer:
ଓଡ଼ିଶାର ପ୍ରଥମ ବିଧାନସଭାରେ ସମୁଦାୟ ଷାଠିଏଟି ଆସନ ଥୁଲା ଓ ସେଥୁମଧ୍ୟରୁ ଛପନଟି ଆସନ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ।

(ଛ) କିଏ ସଂଯୁକ୍ତ ଦଳର ନେତୃତ୍ଵ ନେଇଥିଲେ ?
Answer:
କନିକା ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ସଂଯୁକ୍ତ ଦଳର ନେତୃତ୍ୱ ନେଇଥିଲେ ।

(ଜ) ବିଶ୍ଵନାଥ ଦାସଙ୍କ ଇସ୍ତଫା ପରେ କେଉଁ ଆଇନ ଅନୁଯାୟୀ ରାଜ୍ୟପାଳ ଓଡ଼ିଶାର ପ୍ରତ୍ୟକ୍ଷ ଶାସନ ଦାୟିତ୍ବ ଗ୍ରହଣ କଲେ ?
Answer:
ବିଶ୍ବନାଥ ଦାସଙ୍କ ଇସ୍ତଫା ପରେ ୧୯୩୫ ଭାରତ ଶାସନ ଆଇନର ଧାରା ୯୩ ଅନୁଯାୟୀ ରାଜ୍ୟପାଳ ଅଷ୍ଟିନ୍ ହବାକ୍ ଓଡ଼ିଶାର ପ୍ରତ୍ୟକ୍ଷ ଶାସନ ଦାୟିତ୍ଵ ଗ୍ରହଣ କରିଥିଲେ ।

(ଝ) କିଏ ଉତ୍କଳ ବିଶ୍ଵବିଦ୍ୟାଳୟକୁ ତାଙ୍କର ଅର୍ଜିତ ସମସ୍ତ ଅର୍ଥ ଦାନ କରିଥିଲେ ?
Answer:
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ଅର୍ଜିତ ସମସ୍ତ ଅର୍ଥକୁ ଉତ୍କଳ ବିଶ୍ବବିଦ୍ୟାଳୟକୁ ଦାନ କରିଥିଲେ ।

(ଞ) ହରେକୃଷ୍ଣ ମହତାବ କେବେ ଓଡ଼ିଶାର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ ?
Answer:
ହରେକୃଷ୍ଣ ମହତାବ ୧୯୪୬ ମସିହା ଏପ୍ରିଲ୍ ୨୩ ତାରିଖରେ ଓଡ଼ିଶାର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ ।

BSE Odisha 10th Class History Solutions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) କେଉଁଟି ନୂତନ ଓଡ଼ିଶାର ଜିଲ୍ଲା ନ ଥିଲା ?
(i) ସମ୍ବଲପୁର
(ii) ଗଞ୍ଜାମ
(iii) ଅନୁଗୁଳ
(iv) କୋରାପୁଟ
Answer:
(iii) ଅନୁଗୁଳ

(ଖ) କିଏ ଉପଦେଷ୍ଟା ପରିଷଦର ଉପସଭାପତି ଥିଲେ ?
(i) ମଧୁସୂଦନ ଦାସ
(ii) ଲକ୍ଷ୍ମୀଧର ମହାନ୍ତି
(iii) କୃଷ୍ଣଚନ୍ଦ୍ର ଗଜପତି
(iv) ବିଶ୍ଵନାଥ ଦାସ
Answer:
(ii) ଲକ୍ଷ୍ମୀଧର ମହାନ୍ତି

(ଗ) କୃଷ୍ଣଚନ୍ଦ୍ର ଗଜପତି କେଉଁ ଦଳର ନେତୃତ୍ଵ ନେଇଥିଲେ ?
(i) ସଂଯୁକ୍ତ ଦଳ
(ii) ଜାତୀୟ କଂଗ୍ରେସ
(iii) ଜାତୀୟ ଦଳ
(iv) ସ୍ଵାଧୀନ ଦଳ
Answer:
(iii) ଜାତୀୟ ଦଳ

(ଘ) କିଏ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରଥମ ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଥିଲେ ?
(i) ଅବଦୁସ୍ ଶୋଭନ ଖାଁ
(ii) ଲତିଫୁର ରେହମାନ
(iii) ଗୋଦାବରୀଶ ମିଶ୍ର
(iv) ନିତ୍ୟାନନ୍ଦ କାନୁନ୍‌ଗୋ
Answer:
(ii) ଲତିଫୁର ରେହମାନ

BSE Odisha 10th Class History Solutions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

(ଡି) କେବେ କୃଷ୍ଣଚନ୍ଦ୍ର ଗଜପତି ମିଳିତ ମନ୍ତ୍ରିମଣ୍ଡଳର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ?
(i) ୧୯୩୭ ଜୁଲାଇ ୧୩
(ii) ୧୯୩୭ ଜୁଲାଇ ୧୯
(iii) ୧୯୪୧ ନଭେମ୍ବର ୨୪
(iv) ୧୯୪୪ ଜୁନ୍ ୨୯
Answer:
(iv) ୧୯୪୪ ଜୁନ୍ ୨୯

୫ । ପାଠରେ ଦିଆଯାଇଥିବା ‘‘ତୁମପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)

BSE Odisha 10th Class Physical Science Solutions Chapter 3 ଧାତୁ ଓ ଅଧାତୁ

Odisha State Board BSE Odisha 10th Class Physical Science Solutions Chapter 3 ଧାତୁ ଓ ଅଧାତୁ Textbook Exercise Questions and Answers.

BSE Odisha Class 10 Physical Science Solutions Chapter 3 ଧାତୁ ଓ ଅଧାତୁ

Question 1.
ନିମ୍ନଲିଖତ କେଉଁ ଯୋଡ଼ା ବିସ୍ଥାପନ ପ୍ରତିକ୍ରିୟା କରେ ।
(a) ସୋଡ଼ିୟମ୍‌ କ୍ଲୋରାଇଡ୍ ଦ୍ରବଣ ଏବଂ ତମ୍ବାଧାତୁ ।
(b) ମ୍ୟାଗ୍ନେସିୟମ୍ କ୍ଲୋରାଇଡ୍ ଦ୍ରବଣ ଏବଂ ଏଲୁମିନିୟମ୍ ଧାତୁ ।
(c) ଫେରସ୍ ସଲ୍‌ଫେଟ୍ ଦ୍ରବଣ ଏବଂ ସିଲ୍‌ଭର୍ ଧାତୁ । ତମ୍ବା ଧାତୁ ।
(d) ସିଲ୍‌ଭର୍ ନାଇଟ୍ରେଟ୍ ଦ୍ରବଣ ଏବଂ ଧାତୁ
Answer:
(d) ସିଲ୍‌ଭର ନାଇଟ୍ରେଟ୍ ଦ୍ରବଣ ଓ ତମ୍ବା

Question 2.
ନିମ୍ନଲିଖ କେଉଁ ପ୍ରଣାଳୀ ଲୁହା ତାୱାକୁ କଳଙ୍କି ନିରୋଧପାଇଁ ବିନିଯୋଗ କରିହେବ ?
(a) ଗ୍ରୀକ୍ ପ୍ରୟୋଗ ଦ୍ଵାରା
(b) ରଙ୍ଗ ପ୍ରଲେପ ଦ୍ଵାରା
(c) ଜିଙ୍କର ଆବରଣ ପ୍ରୟୋଗ ଦ୍ଵାରା
(d) ତପତୋକ୍ର ସମସ୍ତ ପ୍ରଣାଳ1 ଦ୍ବ|ରା
Answer:
(c) ଜିଙ୍କର ଆବରଣ ପ୍ରୟୋଗ ଦ୍ଵାରା ।

Question 3.
ଗୋଟିଏ ମୌଳିକ ଅମ୍ଳଜାନ ସହ ପ୍ରତିକ୍ରିୟା କରି ଗୋଟିଏ ଉଚ୍ଚ ଗଳନାଙ୍କ ବିଶିଷ୍ଟ ଯୌଗିକ ସୃଷ୍ଟି କରେ । ଏହା ଜଳରେ ଦ୍ରବଣୀୟ । ନିମ୍ନ ଉତ୍ତରରୁ ଉକ୍ତ ମୌଳିକଟି ବାଛ ।
(a) କ୍ୟାଲ୍‌ସିୟମ୍‌
(b) କାରନ୍
(c) ପିଲିକନ୍
(d) ଆଇନ୍
Answer:
(a) କ୍ୟାଲ୍‌ସିୟମ୍

Question 4.
ଖାଦ୍ୟ ଡବାଗୁଡ଼ିକରେ ଜିଙ୍କଦ୍ୱାରା ପ୍ରଲେପ ନ ହୋଇ ଟିଣରେ ହୋଇଥାଏ କାରଣ–
(a) ଜିଙ୍କ୍ ଟିଣଠାରୁ ଅଧ‌ିକ ମୂଲ୍ୟବାନ ଅଟେ ।
(b) ଜିଙ୍କ୍ ଟିଣଠାରୁ ଉଚ୍ଚ ଗଳନାଙ୍କ ବିଶିଷ୍ଟ ।
(c) ଜିଜ୍ ଟିଣଠାରୁ ଅଧ‌ିକ ପ୍ରତିକ୍ରିୟାଶୀଳ ।
(d) ଜିଙ୍କ୍ ଟିଣଠାରୁ କମ୍ ପ୍ରତିକ୍ରିୟାଶୀଳ ।
Answer:
(c) ଜିଙ୍କ୍ ଟିଣଠାରୁ ଅଧ‌ିକ ପ୍ରତିକ୍ରିୟାଶୀଳ ।

Question 5.
ତୁମକୁ ଗୋଟିଏ ହାତୁଡ଼ି, ଗୋଟିଏ ବ୍ୟାଟେରୀ, ଗୋଟିଏ ବଲ୍‌ , ତାର ଏବଂ ଗୋଟିଏ ସ୍ଵିଚ୍ ଦିଆଯାଇଛି ।
(a) ଧାତୁ ଏବଂ ଅଧାତୁର ନମୁନାକୁ ଚିହ୍ନଟ କରିବାପାଇଁ ଏଗୁଡ଼ିକୁ କିପରି ବ୍ୟବହାର କରିବ ?
(b) ଏହି ପରୀକ୍ଷାର ଉପଯୋଗିତାକୁ ନିର୍ଣ୍ଣୟ (Assess) କରି ଧାତବ ଏବଂ ଅଧାତବ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ |
Answer:
(a)
(i) ପ୍ରଦତ୍ତ ନମୁନାକୁ ହାତୁଡ଼ି ସାହାଯ୍ୟରେ ପିଟିଲେ ଯଦି ତାହା ପ୍ରସାରିତ ହୋଇ ପତଳା ତେବେ ତାହା ଧାତୁ । ଯଦି ନମୁନାଟି ଭାଙ୍ଗି ଗୁଣ୍ଡ ହୋଇଯାଏ ତେବେ ତାହା ଅଧାତୁ ।
(ii) ଧାତୁକୁ ହାତୁଡ଼ିରେ ଆଘାତ କଲେ ସେଥୁରୁ ଧ୍ଵନି ବାହାରେ, କିନ୍ତୁ ଅଧାତୁରୁ କୌଣସି ଧ୍ବନି ବାହାରେ ନାହିଁ ।

(b) ବ୍ୟାଟେରୀ, ବଲ୍‌ବ, ତାର ଓ ସ୍ଵିକୁ ନେଇ ଚିତ୍ରରେ ପ୍ରଦର୍ଶିତ ହେବାଭଳି ପରିପଥ ପ୍ରସ୍ତୁତ କରାଯାଉ, ପରିପଥର A ଓ B ପ୍ରାନ୍ତରେ ନମୁନାକୁ ଲଗାଇ ସୁଇଚ୍ ON କଲେ ଯଦି ବଲ୍‌ବ ଜଳିବ ତେବେ ନମୁନାଟି ଧାତୁ, ନଚେତ୍ ଅଧାତୁ ।
BSE Odisha Class 10 Physical Science Solutions Chapter 3 img-1

Question 6.
ଏମ୍ପୋଟେରିକ୍ ଅକ୍‌ସାଇଡ୍ କହିଲେ କ’ଣ ବୁଝ ? ଏହି ଅକ୍‌ସାଇଡ୍‌ର ଦୁଇଟି ଉଦାହରଣ ଦିଅ ।
Answer:
ଯେଉଁ ଧାତବ ଅକ୍‌ସାଇଡ୍ ଉଭୟ ଅମ୍ଳ ଓ କ୍ଷାରକ ସହ ରାସାୟନିକ ପ୍ରତିକ୍ରିୟା କରି ଲବଣ ଓ ଜଳ ସୃଷ୍ଟିକରେ ତାହାକୁ ଉଭୟ ଧର୍ମୀ ଅକ୍‌ସାଇଡ୍ ବା ଏମ୍ପୋଟେରିକ୍ ଅକ୍‌ସାଇଡ କହନ୍ତି ।

ଉଦାହରଣ :
ଜିଙ୍ଗ୍ ଅକ୍‌ସାଇଡ୍ (ZnO) ଓ ଆଲୁମିନିୟମ୍ ଅକ୍‌ସାଇଡ୍ (Al203) ଦୁଇଟି ଏମୋଟେରିକ୍ ଅକ୍‌ସାଇଡ୍ ।
ZnO + 2HC → ZnCl2 + H2O
ZnO + 2NaOH → Na2 ZnO2 + H2O
Al2O3 + 6HCI → 2AlCl3 + 3H2O
Al2O3 + 2NaOH → 2NaAlO2 + H2O

BSE Odisha 10th Class Physical Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ

Question 7.
ଦୁଇଟି ଧାତୁର ନାମ ଦର୍ଶାଅ ଯାହାକି ହାଇଡ୍ରୋଜେନ୍‌କୁ ଲଘୁ ଅମ୍ଳରୁ ବିସ୍ଥାପନ କରେ ଏବଂ ଦୁଇଟି ଧାତୁର ନାମ ଦର୍ଶାଅ ଯାହା ଏପରି କରେ ନାହିଁ ।
Answer:
(i) ସକ୍ରିୟତା ଅନୁ କ୍ରମରେ ହାଇଡ୍ରୋଜେନ୍ ଉପରେ ଥ‌ିବା ଯେକୌଣସି ଦୁଇଟି ମୌଳିକ ନେଲେ ତାହା ହାଇଡ୍ରୋଜେନକୁ ବିସ୍ଥାପନ କରିବ । ଲଘୁ ଅମ୍ଳରୁ ହାଇଡ୍ରୋଜେନ୍, ମ୍ୟାଗ୍ନେସିୟମ୍ ଓ ଆଲୁମିନିୟମ୍‌କୁ ବିସ୍ଥାପନ କରିବ ।
(ii) କପର ଓ ସିଲ୍‌ଭର ଲଘୁ ଅମ୍ଳରୁ ହାଇଡ୍ରୋଜେନ୍‌କୁ ବିସ୍ଥାପନ କରେ ନାହିଁ ।

Question 8.
ବୈଦ୍ୟୁତିକ ଶୋଧନ ଗୋଟିଏ ଧାତୁ M ପାଇଁ, ଏନୋଡ୍, କ୍ୟାଥୋଡ୍ ଏବଂ ବୈଦ୍ୟୁତିକ ବିଶ୍ଳେଷ୍ୟ ରୂପେ କାହାକୁ ନିଆଯିବ ?
Answer:
ଅଶୋଧ ଧାତୁ Mକୁ ଏନୋଡ୍ ରୂପେ,ବିଶୁଦ୍ଧ ଧାତୁ Mକୁ କ୍ୟାଥୋଡ୍ ରୂପେ ଏବଂ ଧାତୁ Mର ଲବଣକୁ ବୈଦ୍ୟୁତିକ ବିଶ୍ଳେଷ୍ୟରୂପେ ନିଆଯିବ ।

Question 9.
ଜଣେ ଚେପ୍‌ଟା ଚାମଚରେ ସଲ୍ଫର ପାଉଡ଼ର ନେଇ ଉତ୍ତପ୍ତ କଲା ଏବଂ ଗୋଟିଏ ପରୀକ୍ଷାନଳୀକୁ ଓଲଟାଇ ବାହାରୁଥ‌ିବା ଗ୍ୟାସ୍‌କୁ ସଂଗ୍ରହ କଲା । (ଚିତ୍ରରେ ପ୍ରଦର୍ଶିତ ହେଲାପରି)
(a) ଗ୍ୟାସ୍‌ର କ୍ରିୟାଶୀଳତା
(i) ଶୁଷ୍କ ଲିଟମସ୍ କାଗଜ ଉପରେ କ’ଣ ହେବ ?
ଉ : ଶୁଷ୍କ ଲିଟମସ୍ କାଗଜ ଉପରେ କୌଣସି ପ୍ରତିକ୍ରିୟା ହେବ ନାହିଁ । ଅର୍ଥାତ୍ ଗ୍ୟାସ୍‌ର କ୍ରିୟାଶୀଳତା ଅପରିବତ୍ତତ ରହିବ ।

(ii) ଆର୍ଦ୍ର ଲିଟମସ୍ କାଗଜ ଉପରେ କ’ଣ ହେବେ ?
ଉ : ଆର୍ଦ୍ର ନୀଳ ଲିଟମସ୍ କାଗଜ ଲାଲ୍ ହେବ ।

(b) ସୃଷ୍ଟି ହୋଇଥ୍ ପ୍ରତିକ୍ରିୟାର ଏକ ସମତୁଲ
ଉ :
BSE Odisha Class 10 Physical Science Solutions Chapter 3 img-2
BSE Odisha Class 10 Physical Science Solutions Chapter 3 img-3

Question 10.
ଲୁହାର କଳଙ୍କି ନିରୋଧ ପାଇଁ ଦୁଇଟି ଉପାୟ ଲେଖ ।
Answer:
(a) ଗାନାଇଜିଙ୍ଗ୍ (ଜିଙ୍କ୍ ଲେପନ) : ଏହି ପ୍ରଣାଳୀରେ ଜିଙ୍କର ଏକ ପତଳା ସ୍ତରର ଆଚ୍ଛାଦନ ଦ୍ଵାରା ଲୁହାକୁ କଳଙ୍କି ନିରୋଧ କରାଯାଇ ପାରିବ ।
(b) ରଙ୍ଗ ଲେପନ: ଲୌହ ପଦାର୍ଥ ଉପରେ ରଙ୍ଗର ଲେପ ଦେଇ କଳଙ୍କିରୋଧ କରାଯାଇପାରିବ ।

Question 11.
ଅଧାତୁ ସହ ଅକ୍ସିଜେନ୍‌ର ସଂଯୋଗ ହେଲେ କେଉଁ ପ୍ରକାରର ଅକ୍‌ସାଇଡ୍ ଉତ୍ପନ୍ନ ହୁଏ ?
Answer:
ଅଧାତୁ ସହ ଅକ୍ସିଜେନ୍ ସଂଯୋଗ ହେଲେ ଅମ୍ଳୀୟ ବା ନିରପେକ୍ଷ ଅକ୍‌ସାଇଡ୍ ଉତ୍ପନ୍ନ ହୁଏ ।

ଉଦାହରଣ:
ଅମ୍ଳୀୟ ଅକ୍‌ସାଇଡ୍ – CO2, SO2
ନିରପେକ୍ଷ ଅକ୍‌ସାଇଡ୍ – H2O, CO, N2O

Question 12.
କାରଣ ଦର୍ଶାଅ ।
Answer:
(a) ପ୍ଲାଟିନମ, ସୁନା ଏବଂ ରୁପା ଗହଣା ତିଆରିରେ ବ୍ୟବହୃତ ହୁଏ ।
ଉ :
(i) ପ୍ଲାଟିନମ୍, ସୁନା ଓ ରୁପା ସବୁଠାରୁ କମ୍ ପ୍ରତିକ୍ରିୟାଶୀଳ ଧାତୁ । ଏଗୁଡ଼ିକ ସହଜରେ ବାୟୁଦ୍ବାରା କ୍ଷୟପ୍ରାପ୍ତ ହୁଅନ୍ତି ନାହିଁ ।
(ii) ଏଗୁଡ଼ିକ ଅତି ନମନୀୟ, ତନ୍ୟ ଓ ଉଜ୍ଜଳ । ତେଣୁ ଏଗୁଡ଼ିକ ଗହଣା ତିଆରିରେ ବ୍ୟବହୃତ ହୁଏ

(b) ତେଲ ଭିତରେ ସୋଡ଼ିୟମ୍, ପୋଟାସିୟମ୍କୁ ଓ ଲିଥ୍ୟମ୍‌କୁ ରଖାଯାଏ ।
ଉ :
(i) ପୋଟାସିୟମ୍, ସୋଡ଼ିୟମ୍ ଓ ଲିଥ୍ମ୍‌ ସାଧାରଣ ତାପମାତ୍ରାରେ ଏତେ ଜୋରରେ ପ୍ରତିକ୍ରିୟା କରେ ଯେ ସେଗୁଡ଼ିକରେ ନିଆଁ ଲାଗିଯାଏ ।
(ii) ତେଣୁ ଦୁର୍ଘଟଣାଜନିତ ନିଆଁରୁ ରକ୍ଷା ପାଇବା ପାଇଁ ସେଗୁଡ଼ିକୁ ସର୍ବଦା କିରୋସିନ୍‌ରେ ବୁଡ଼ାଇ ରଖାଯାଏ ।

(c) ଯଦିଓ ଏଲୁମିନିୟମ୍ ଏକ ଉଚ୍ଚ କ୍ରିୟାଶୀଳ ମୌଳିକ, ତଥାପି ଏହାକୁ ରନ୍ଧନ ବାସନକୁସନ ତିଆରିରେ ବ୍ୟବହାର କରାଯାଏ ।
(i) ଏଲୁମିନିୟମ୍ କ୍ଷୟରୋଧୀ ଓ ତାପର ସୁପରିବାହୀ । ଏହାର ପୃଷ୍ଠଦେଶ ଅକ୍‌ସାଇଡ୍‌ର ଏକ ପ୍ରତିକ୍ରିୟାହୀନ ସ୍ତର ସୃଷ୍ଟିକରେ ।
(ii) ଏହି ଅକ୍‌ସାଇଡ୍‌ର ଆସ୍ତରଣ ଧାତୁକୁ ସଂକ୍ଷାରଣରୁ ରକ୍ଷାକରେ । ତେଣୁ ଏହାକୁ ରନ୍ଧନ ବାସନକୁସନ ତିଆରିରେ କରାଯାଏ ।

(d) ଧାତୁ ନିଷ୍କାସନ ପ୍ରଣାଳୀରେ କାର୍ବୋନେଟ୍ ଓ ସଲଫାଇଡ୍ ଧାତୁପିଣ୍ଡକୁ ଅକ୍‌ସାଇଡ୍‌ରେ ପରିଣତ କରାଯାଏ ।
ଉ : ଧାତବ ଅକ୍‌ସାଇଡ୍‌କୁ ସହଜରେ ବିଜାରଣ କରି ସେଥୁରୁ ଧାତୁ ନିଷ୍କାସନ କରାଯାଇ ପାରିବ । କିନ୍ତୁ ସଲଫାଇଡ୍ ଓ କାର୍ବୋନେଟ୍ ଧାତୁପିଣ୍ଡରୁ ଧାତୁ ନିଷ୍କାସନ ସହଜରେ କରାଯାଇ ପାରିବ ନାହିଁ ।

BSE Odisha 10th Class Physical Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ

Question 13.
ତୁମ୍ଭେମାନେ ଦେଖୁଥ‌ିବା ମଳିନ ପଡ଼ିଥିବା ତମ୍ବା ପାତ୍ରଗୁଡ଼ିକ ଲେମ୍ବୁ ଏବଂ ତେନ୍ତୁଳି ରସଦ୍ଵାରା ସଫା କରାଯାଏ । କାହିଁକି ଏହି ଖଟାଜାତୀୟ ପଦାର୍ଥ ଦ୍ଵାରା ପାତ୍ରଗୁଡ଼ିକ ସଫା କରିବା ସମ୍ଭବ ହୁଏ ? ବୁଝାଅ । ମଳିନ ପଡ଼ିଥିବା ତମ୍ବା ପାତ୍ରଗୁଡ଼ିକ ଉପରେ କପର କାର୍ବୋନେଟ୍‌ର ଏକ ସ୍ତର ଥାଏ ।
Answer:
(i) ମଳିନ ପଡ଼ିଥିବା ତମ୍ବା ପାତ୍ରଗୁଡ଼ିକ ଉପରେ କପର କାର୍ବୋନେଟ୍‌ର ଏକ ସ୍ତର ଥାଏ ।
(ii) କ୍ଷାରୀୟ କପର କାର୍ବୋନେଟ୍ ଜଳରେ ଅଦ୍ରବଣୀୟ । କିନ୍ତୁ ଲେମ୍ବୁରସ ଏବଂ ତେନ୍ତୁଳି ରସ ଭଳି ଅମ୍ଳରେ ଦ୍ରୁତ ଦ୍ରବଣୀୟ । ତେଣୁ ସହଜରେ ତମ୍ବା ପାତ୍ରଗୁଡ଼ିକ ସଫା ହୋଇଯାଏ ।

Question 14.
ଧାତୁ ଏବଂ ଅଧାତୁ ମଧ୍ୟରେ ଥ‌ିବା ରାସାୟନିକ ଧର୍ମଗୁଡ଼ିକର ପାର୍ଥକ୍ୟ ଦର୍ଶାଅ ।
Answer:
BSE Odisha Class 10 Physical Science Solutions Chapter 3 img-4

Question 15.
ଗୋଟିଏ ଲୋକ ଦୁଆର ଦୁଆର ବୁଲି ନିଜକୁ ବଣିଆ ବୋଲି କହିଲା । ସେ ପୁରୁଣା ଏବଂ ମାନ୍ଦା ସୁନା ଅଳଙ୍କାରକୁ ନୂତନ କରିଦେବ ବୋଲି ପ୍ରତିଶ୍ରୁତି ଦେଲା । ନିଃସନ୍ଦେହରେ ଜଣେ ଭଦ୍ର ମହିଳା ଏକ ଯୋଡ଼ା ଚୁଡ଼ି ତାକୁ ଦେବାରୁ ସେ ତାକୁ ଏକ ନିର୍ଦ୍ଦିଷ୍ଟ ଦ୍ରବଣରେ ବୁଡ଼ାଇଦେଲା । ଏହାପରେ ସେହି ଚୁଡ଼ିଗୁଡ଼ିକ ନୂଆପରି ଚକ୍ ଚକ୍ ହୋଇଗଲା । ମାତ୍ର ତା’ର ଓଜନ ବହୁତ କମିଗଲା । ସେହି ସ୍ତ୍ରୀଲୋକଟି ଅଶାନ୍ତ ହୋଇ କିଛି ସମୟ ଯୁକ୍ତିତର୍କ କଲାପରେ
Answer:
(i) ଲୋକଟି ବ୍ୟବହାର କରିଥିବା ଉକ୍ତ ଦ୍ରବଣର ନାମ ଆକ୍କାରେଜିଆ ବା ଅମ୍ଳରାଜ। ସଦ୍ୟ ପ୍ରସ୍ତୁତ ଗାଢ଼ ହାଇଡ୍ରୋକ୍ଲୋରିକ୍ ଏସିଡ୍ ଏବଂ ଗାଢ଼ ନାଇଟ୍ରିକ୍ ଏସିଡ୍‌ର 3 : 1 ମିଶ୍ରଣ । ଏ ଦୁଇ ଅମ୍ଳ ମଧ୍ୟରୁ କୌଣସିଟି ସୁନାକୁ ଦ୍ରବୀଭୂତ କରିପାରେ ନାହିଁ । କିନ୍ତୁ ଏହାର ମିଶ୍ରଣ ସୁନାକୁ ଦ୍ରବୀଭୂତ କରିପାରେ ।
(ii) ଅମ୍ଳରାଜରେ ଏକ ଯୋଡ଼ା ଚୁଡ଼ିକୁ ପକାଇବା ଦ୍ଵାରା କିଛି ସୁନା ଦ୍ରବୀଭୂତ ହୋଇଗଲା, ଫଳରେ ଓଜନରେ

Question 16.
ଗରମ ପାଣି ଟାଙ୍କି ପାଇଁ ଷ୍ଟିଲ୍‌ ପରିବର୍ତ୍ତେ ତମ୍ବା କାହିଁକି ବ୍ୟବହାର କରାଯାଏ ?
Answer:
(i) ଷ୍ଟିଲ୍ ଲୁହାରେ ତିଆରି ଯାହାକି ଗରମପାଣିର ବାମ୍ଫ ସହ ପ୍ରତିକ୍ରିୟା କରେ; କିନ୍ତୁ କପର ପ୍ରତିକ୍ରିୟା କରେ ନାହିଁ ।
3Fe(s) + 4H2O → Fe3O4(s) + 4H2(g)
( ଗରମ)
(ii) ଷ୍ଟିଲ୍ ତୁଳନାରେ ତମ୍ବାର ଗଳନାଙ୍କ ଅତି ଉଚ୍ଚ ଏବଂ ତମ୍ବା ମଧ୍ୟ ଅଧିକ ତାପ ସୁପରିବାହୀ । ତେଣୁ ଗରମ ପାଣି ଟାଙ୍କି ପାଇଁ ଷ୍ଟିଲ୍‌ ପରିବର୍ତ୍ତେ ତମ୍ବା ବ୍ୟବହାର କରାଯାଏ ।

ପ୍ରଶ୍ନବଳୀ ଓ ଉତ୍ତର:

Question 1.
ଗୋଟିଏ ଧାତୁର ଉଦାହରଣ ଦିଅ ଯାହାକି
(i) ସାଧାରଣ ତାପମାତ୍ରାରେ ତରଳ ଅଟେ
(ii) ସହଜରେ ଛୁରୀରେ କଟାଯାଇ ପାରିବ
(iii) ତାପର ସୁପରିବାହୀ
(iv) ତାପର କୁପରିବାହୀ
Answer:
(i) ପାରଦ, (ii) ସୋଡ଼ିୟମ୍, (iii) ରୁପା, ଲୁହା, (iv) ଲେଡ଼

Question 2.
ନମନୀୟ ଓ ତନ୍ୟର ଅର୍ଥ ବୁଝାଅ ।
Answer:
ନମନୀୟ – ଧାତୁକୁ ଆଘାତ କରି ଚଦରରେ ପରିଣତ କରିବା ଗୁଣକୁ ନମନୀୟ ଗୁଣ କହନ୍ତି ।
ତନ୍ୟ – ଧାତୁଗୁଡ଼ିକ ତାରରେ ରୂପାନ୍ତରଣ ହେବା ଗୁଣକୁ ତନ୍ୟ ଗୁଣ କହନ୍ତି ।

Question 3.
ସୋଡ଼ିୟମ୍‌କୁ କାହିଁକି କିରୋସିନ୍ ତେଲରେ ବୁଡ଼ାଇ ରଖାଯାଏ ?
Answer:
ସୋଡ଼ିୟମ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ଧାତୁ ହୋଇଥିବାରୁ ଏହା ବାୟୁ ସଂସ୍ପର୍ଶରେ ଆସିଲେ ଜଳିଯାଏ । ସୋଡ଼ିୟମ୍ ସାଧାରଣ ତାପମାତ୍ରାରେ ଅମ୍ଳଜାନ ଓ ଜଳୀୟବାଷ୍ପ (ଆର୍ଦ୍ର ବାୟୁ) ସହ ପ୍ରତିକ୍ରିୟା କରେ । କିନ୍ତୁ କିରୋସିନ୍‌ରେ ବୁଡ଼ାଇ ରଖିଲେ ସୋଡ଼ିୟମ୍ ପ୍ରତିକ୍ରିୟା କରେ ନାହିଁ ।

BSE Odisha 10th Class Physical Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ

Question 4.
ନିମ୍ନଲିଖୁତ ପ୍ରତିକ୍ରିୟା ପାଇଁ ରାସାୟନିକ ସମୀକରଣ ଲେଖ ।
(i) ଆଇରନ୍ ସହିତ ବାମ୍ଫ
(ii) କ୍ୟାଲ୍‌ସିୟମ୍ ଏବଂ ପୋଟାସିୟମ୍ ସହିତ ଜଳ ।
Answer:
BSE Odisha Class 10 Physical Science Solutions Chapter 3 img-5

Question 5.
ଚାରୋଟି ଧାତୁର ନମୁନା A, B, C ଏବଂ D ନିଆଯାଇଛି ଏବଂ ଗୋଟିଏ ଧାତୁକୁ ପକାଯାଇଛି । ଫଳାଫଳକୁ ନିମ୍ନସାରଣୀରେ ଲେଖା ଧାତୁ |
BSE Odisha Class 10 Physical Science Solutions Chapter 3 img-6
ଉପରୋକ୍ତ ସାରଣୀ ବ୍ୟବହାର କରି A, B, C ଏବଂ D ଧାତୁ ବିଷୟରେ ନିମ୍ନଲିଖ୍ତ ପ୍ରଶ୍ନର ଉତ୍ତର ଦିଅ |
(i) କେଉଁ ଧାତୁଟି ସବୁଠାରୁ ଅଧ‌ିକ ପ୍ରତିକ୍ରିୟାଶୀଳ ଅଟେ ?
ଉ : B ଧାତୁଟି ସବୁଠାରୁ ଅଧ‌ିକ ପ୍ରତିକ୍ରିୟାଶୀଳ ଅଟେ

(ii) B ଧାତୁକୁ କପର (II) ସଲଫେଟ୍ ଦ୍ରବଣ ସହ ମିଶାଇଲେ କ’ଣ ଦେଖୁବ ?
ଉ : B ଧାତୁ ଆଇରନ୍‌ଠାରୁ ଅଧ‌ିକ ପ୍ରତିକ୍ରିୟାଶୀଳ ଏକ ଆଇରନ୍ କପରଠାରୁ ଅଧ୍ଵ ପ୍ରତିକ୍ରିୟାଶୀଳ । ତେଣୁ B ଧାତୁ କର୍ପରଠାରୁ ଅଧ‌ିକ ପ୍ରତିକ୍ରିୟାଶୀଳ । ତେଣୁ କପର ସଲଫେଟ୍ ଦ୍ରବଣରୁ କପ୍‌କୁ ବିସ୍ଥାପିତ କରିବ । :
B + CuSO4 → Cu + BSO4

(iii) ପ୍ରତିକ୍ରିୟାଶୀଳତାର ଅଧଃକ୍ରମରେ A, B, C ଏବଂ D ଧାତୁକୁ ସଜାଇ ଲେଖ ।
ଉ : ଧାତୁ B > ଧାତୁ A > ଧାତୁ C > ଧାତୁ D

Question 6.
ଗୋଟିଏ ପ୍ରତିକ୍ରିୟାଶୀଳ ଧାତୁ ସହ ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍ ମିଶାଇଲେ କେଉଁ ଗ୍ୟାସ୍ ପାଇବ ? ଲୁହା ସହିତ ଲଘୁ H2SO4 ର ରାସାୟନିକ ପ୍ରତିକ୍ରିୟାକୁ ସମୀକରଣ ସହ ଲେଖ ।
Answer:
ଗୋଟିଏ ପ୍ରତିକ୍ରିୟାଶୀଳ ଧାତୁ ସହ ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍ ମିଶାଇଲେ ହାଇଡ୍ରୋଜେନ୍ ଗ୍ୟାସ୍ ସୃଷ୍ଟି ହେବ
Fe(s) + H2SO4 (aq) → FeSO4(aq) + H2(g)

Question 7.
ଜିକ୍ ସହିତ ଆଇରନ୍ (II) ସଲ୍‌ଫେଟ୍‌କୁ ମିଶାଇଲେ କ’ଣ ପର୍ଯ୍ୟବେକ୍ଷଣ କରିବ ? ଏହି ରାସାୟନିକ ପ୍ରତିକ୍ରିୟାଟିକୁ ସମୀକରଣ ସହ ଲେଖ ।
Answer:
ଜିଙ୍କ୍ ଆଇରନ୍‌ଠାରୁ ଅଧିକ ପ୍ରତିକ୍ରିୟାଶୀଳ । ତେଣୁ ଜିଙ୍କ୍କୁ ଆଇରନ୍‌ ସଲଫେଟ୍ ସହ ମିଶାଇଲେ ଜିଙ୍କ୍ ଆଇରନକୁ
Zn(s) + FeSO4(aq) → ZnSO4(aq) + Fe

Question 8.
(i) ସୋଡ଼ିୟମ୍‌, ଅକ୍‌ସିଜେନ୍ ଏବଂ ମ୍ୟାଗ୍ନେସିୟମ୍‌ର ଇଲେକ୍‌ଟ୍ରନ୍‌ ସଂରଚନା ଲେଖ । (ଏହାକୁ ବିନ୍ଦୁଦ୍ଵାରା ଚିହ୍ନିତ କର)
ଉ :
BSE Odisha Class 10 Physical Science Solutions Chapter 3 img-7

(ii) ଇଲେକ୍‌ଟ୍ରନ ସ୍ଥାନାନ୍ତରଦ୍ୱାରା (Na2O) ଏବଂ (MgO)ର ଗଠନ ଦର୍ଶାଅ ।
ଉ :
BSE Odisha Class 10 Physical Science Solutions Chapter 3 img-8

(iii) ଏହି ଯୌଗିକଗୁଡ଼ିକରେ କେଉଁ ଆୟନସବୁ ରହିଅଛି ?
ଉ : Na2O ରେ Na+ ଓ O2- ଏବଂ MgO ରେ Mg2+ ଓ O2- ଏନାୟନ୍ ସବୁ ରହିଅଛି ।

Question 9.
ଆୟନିକ ଯୌଗିକର କାହିଁକି ଉଚ୍ଚ ଗଳନାଙ୍କ ହୁଏ ?
Answer:
ଆୟନିକ ଯୌଗିକର ପରମାଣୁଗୁଡ଼ିକ ପରସ୍ପର ସହିତ ଦ୍ରୁତ ରାସାୟନିକ ବନ୍ଧଦ୍ୱାରା ବାନ୍ଧିହୋଇ ରହିଥାନ୍ତି । ଆୟନିକ ଯୌଗିକର ଶକ୍ତ ଅନ୍ତଃ ଆୟନୀୟ ଆକର୍ଷଣ ଭାଙ୍ଗିବା ପାଇଁ ପ୍ରଚୁର ଶକ୍ତି ଆବଶ୍ୟକ । ତେଣୁ ଆୟନିକ ଯୌଗିକର ଗଳନାଙ୍କ ଉଚ୍ଚ ହୋଇଥାଏ ।

Question 10.
ନିମ୍ନଲିଖୂତ ପଦଗୁଡ଼ିକୁ ବୁଝାଇ ଲେଖ ।
(i) ଖଣିଜ
(ii) ଧାତୁପିଣ୍ଡ
(iii) ଗାର୍ଲ୍
Answer:
(i) ଖଣିଜ – ପ୍ରକୃତିରେ ଭୂତ୍ବକ୍‌ରୁ ମିଳୁଥିବା ମୌଳିକ ବା ଯୌଗିକକୁ ଖଣିଜ କୁହାଯାଏ ।
(ii) ଧାତୁପିଣ୍ଡ – ଯେଉଁ ଖଣିଜରୁ ଧାତୁକୁ ନିଷ୍କାସନ କରିବା ଲାଭଜନକ ହୋଇଥାଏ, ସେହି ଖଣିଜକୁ ଓର୍ ବା ଧାତୁପିଣ୍ଡ କୁହାଯାଏ ।
(iii) ଗାଙ୍ଗ୍ – ଧାତୁପିଣ୍ଡରେ ମିଶିରହିଥ‌ିବା ମାଟି, ବାଲି ଆଦି ଅପଦ୍ରବକୁ ଗାଙ୍ଗୁ କୁହାଯାଏ ।

BSE Odisha 10th Class Physical Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ

Question 11.
ମୁକ୍ତ ଭାବରେ ପ୍ରକୃତିରୁ ମିଳୁଥ‌ିବା ଦୁଇଟି ଧାତୁର ନାମ ଲେଖ ।
Answer:
ସୁନା, ପ୍ଲାଟିନମ୍

Question 12.
କେଉଁ ରାସାୟନିକ ପ୍ରଣାଳୀ ବ୍ୟବହାର କରି ଧାତବ ଅକ୍‌ସାଇଡ୍‌ରୁ ଧାତୁ ନିଷ୍କାସନ କରାଯାଏ ?
Answer:
ବିଜାରଣ ପଦ୍ଧତି ବ୍ୟବହାର କରି ଧାତବ ଅକ୍‌ସାଇଡ୍‌ରୁ ଧାତୁ ନିଷ୍କାସନ କରାଯାଏ ।

Question 13.
ଜିଙ୍କ୍, ମ୍ୟାଗ୍ନେସିୟମ୍ ଏବଂ ତମ୍ବାର ଧାତବ ଅକ୍‌ସାଇଡ୍‌ଗୁଡ଼ିକୁ ନିମ୍ନଧାତୁ ସହ ଉତ୍ତପ୍ତ କରାଗଲା । ମ୍ୟାଗ୍ନେସିୟମ୍
BSE Odisha Class 10 Physical Science Solutions Chapter 3 img-9
କେଉଁ କ୍ଷେତ୍ରରେ ଅପସାରଣ ପ୍ରତିକ୍ରିୟା ହେବାର ଦେଖିପାରିବ ?
Answer:
BSE Odisha Class 10 Physical Science Solutions Chapter 3 img-10

Question 14.
କେଉଁ ଧାତୁ ସହଜରେ ସଂକ୍ଷାରଣ ହୋଇପାରେ ନାହିଁ ?
Answer:
ସୁନା, ରୁପା ଓ ପ୍ଲାଟିନମ୍

Question 15.
ମିଶ୍ରଧାତୁ କହିଲେ କ’ଣ ବୁଝ ?
Answer:
ଧାତୁ ଓ ଅଧାତୁ କିମ୍ବା ଧାତୁ ଓ ଧାତୁ କିମ୍ବା ଧାତୁ ଓ ଉପଧାତୁର ମିଶ୍ରଣକୁ ମିଶ୍ରଧାତୁ କୁହାଯାଏ ।

କାର୍ଯ୍ୟାବଳୀ (Activity):

କାର୍ଯ୍ୟାବଳୀ -1 (Activity-1)
(a) ଧାତବ ଦୀପ୍ତି ବା ଧାତବ ଉଜ୍ଜଳତା :
ବିଶୁଦ୍ଧ ଅବସ୍ଥାରେ ଧାତୁଗୁଡ଼ିକ ଚକ୍ ଚକ୍ କରୁଥବାରୁ, ଏହି ଗୁଣକୁ ଧାତବ ଦୀପ୍ତି କୁହାଯାଏ

ପରୀକ୍ଷା ପଦ୍ଧତି:
ବାଲିକାଗଜ ଦ୍ବାରା ପ୍ରତ୍ୟେକ ନମୁନା ଧାତୁକୁ ଭଲଭାବରେ ଘଷ ।

ପର୍ଯ୍ୟବେକ୍ଷଣ:
ଘଷାଯାଇଥିବା ପାର୍ଶ୍ଵ ଓ ଘଷା ଯାଇନଥ‌ିବା ଅଂଶକୁ ଦେଖୁଲେ ଜଣାଯାଏ ଯେ ଘଷାଯାଇଥିବା ପାର୍ଶ୍ୱ

ସିଦ୍ଧାନ୍ତ:
ବିଶୁଦ୍ଧ ଅବସ୍ଥାରେ ଧାତୁର ପୃଷ୍ଠ ଚକ୍ ଚକ୍ କରେ । ଧାତୁର ଏହି ଧର୍ମକୁ ଧାତବ ଦୀପ୍ତି ବା ଧାତବ ଉଜ୍ଜ୍ବଳତା କୁହାଯାଏ ।

କାର୍ଯ୍ୟାବଳୀ -2 (Activity-2)
(b) ଧାତୁଗୁଡ଼ିକ ଦୃଢ଼ ବା ଶକ୍ତ:

ଆବଶ୍ୟକ ଉପକରଣ:
ଲୁହା, ତମ୍ବା, ଏଲୁମିନିୟମ୍ ଏବଂ ମ୍ୟାଗ୍ନେସିୟମର ଛୋଟ ଖଣ୍ଡ ନିଅ । ସୋଡ଼ିୟମ ଖଣ୍ଡ ଚାପି ଶୁଖାଅ ଓ ୱାସ ଉପରେ ରଖ ।

ପରୀକ୍ଷା ପଦ୍ଧତି:
ପ୍ରତ୍ୟେକ ଖଣ୍ଡକୁ ଧାରୁଆ ଛୁରିରେ କାଟିବାକୁ ଚେଷ୍ଟାକର ।

ପର୍ଯ୍ୟବେକ୍ଷଣ:
ଲୁହା, ତମ୍ବା, ଏଲୁମିନିୟମ୍ ସହଜରେ ଛୁରୀଦ୍ଵାରା କାଟି ହେଉନାହିଁ; କିନ୍ତୁ ସୋଡ଼ିୟମ ଧାତୁ ସହଜରେ

ସିଦ୍ଧାନ୍ତ:
ସାଧାରଣତଃ ଧାତୁ ଗୁଡ଼ିକ ଦୃଢ଼ ବା ଶକ୍ତ । କିନ୍ତୁ ସୋଡ଼ିୟମ ପରି ଧାତୁର ଦୃଢ଼ତା ଅନ୍ୟଧାତୁଠାରୁ କମ୍ ( ନରମ ) ।

BSE Odisha 10th Class Physical Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ

କାର୍ଯ୍ୟାବଳୀ -3 (Activity-3)
(c) ଧାତୁଗୁଡ଼ିକ ଦୃଢ଼ ବା ଶକ୍ତ:
ଆବଶ୍ୟକୀୟ ଉପକରଣ:
ଲୁହା, ଜିଙ୍କ୍, ଲେଡ୍ ଏବଂ ତମ୍ବାର ଧାତୁ ଖଣ୍ଡ ମାନ ନିଅ ।

ପରୀକ୍ଷା ପଦ୍ଧତି:
ଏକ ଲୁହା ଖଣ୍ଡ ଉପରେ ଯେ କୌଣସି ଧାତୁକୁ ରଖ୍ ହାତୁଡ଼ିରେ ଚାରିପାଞ୍ଚ ଥର ଆଘାତ କର । ଏହି ପରି ଅନ୍ୟ ଧାତୁ ଖଣ୍ଡକୁ ରଖ୍ ଆଘାତ କରି ।

ପର୍ଯ୍ୟବେକ୍ଷଣ:
ଧାତୁଖଣ୍ଡକୁ ବାରମ୍ବାର ଆଘାତକଲେ ତାହା ପତଳା ଚଦର ପରି ହୋଇଯାଉଛି ।

ସିଦ୍ଧାନ୍ତ:
ଧାତୁ ପ୍ରସାରଣଶୀଳ ବା ନମନୀୟ । ଧାତୁର ଏହି ଗୁଣକୁ ନମନୀୟତା କୁହାଯାଏ । ସୁନା ଓ ରୁପାର ନମନୀୟଗୁଣ ସର୍ବାଧ‌ିକ ।
BSE Odisha Class 10 Physical Science Solutions Chapter 3 img-11

କାର୍ଯ୍ୟାବଳୀ -4 (Activity-4)
(d) କାର୍ଯ୍ୟ|ଚ୍ଳ| (Ductility):

ଆବଶ୍ୟକ ଉପକରଣ:
ଲୁହା, ତମ୍ବା, ଏଲୁମିନିୟମ, ଲେଡ୍ ଇତ୍ୟାଦି ଧାତୁ ନିଆଯାଉ । ପରୀକ୍ଷା ପଦ୍ଧତି: ଧାତୁଗୁଡ଼ିକୁ ଗରମ କରି ଚିମୁଟାରେ ଟଣାଯାଉ ।

ପର୍ଯ୍ୟବେକ୍ଷଣ:
ଧାତୁଗୁଡ଼ିକୁ ଚିମୁଟାରେ ଟାଣିଲେ ଧାତୁରୁ ତାର ମିଳୁଛି ।

ସିଦ୍ଧାନ୍ତ:
ଧାତୁ ତାରରେ ପରିଣତ ହେବା ଗୁଣକୁ ତନ୍ୟତା କୁହାଯାଏ ।

କାର୍ଯ୍ୟାବଳୀ -5 (Activity-5)
(e) ଧାତୁ ଗୁଡ଼ିକ ତାପ ସୁପରି ବାହୀ ଓ ଭଚ୍ଚଗଳନାକ ଚିଣିଷ୍ଟ:

ଆବଶ୍ୟକ ଉପକରଣ:
ଟଣ୍ଡେ ତମ୍ବା ଜିମ୍ବା ଏଲୁମିନିୟମ୍ ତାର, କ୍ଲାମ୍ପ ଷ୍ଟାଣ୍ଡ, ସ୍ପିରିଟ୍ ଲ୍ୟାମ୍ପ କିମ୍ବା ମହମବତୀ, ମହମ, ପିନ୍ କଣ୍ଟା ।

ପରୀକ୍ଷା ପଦ୍ଧତି:
ତମ୍ବା ତାରଖଣ୍ଡ ନେଇ ଗୋଟିଏ କ୍ଲାମ୍ପ ସାହାଯ୍ୟରେ ଷ୍ଟାଣ୍ଡରେ ଧରି ରଖାଯାଉ । ମହମ ସାହାଯ୍ୟରେ ଗୋଟିଏ ପିନ୍ କଣ୍ଟାକୁ ତାରର ମୁକ୍ତ ପ୍ରାନ୍ତରେ ଯୋଡ୍ ରଖାଯାଉ । ସ୍ପିରିଟ୍ ଲ୍ୟାମ୍ପ/ ମହମବତୀ ସାହାଯ୍ୟରେ ତାରର ମଝି ସ୍ଥାନରେ ଗରମ କରାଯାଉ ।

ପର୍ଯ୍ୟବେକ୍ଷଣ:
କିଛି ସମୟପରେ ମହମ ତରଳିବାକୁ ଆରମ୍ଭକରିବ ଏବଂ ପିକଣ୍ଟାଟି ତଳକୁ ଖସି ପଡ଼ିବ । କିନ୍ତୁ ଧାତବ ତାର, ତରଳୁ ନାହିଁ ।
BSE Odisha Class 10 Physical Science Solutions Chapter 3 img-12
ସିଦ୍ଧାନ୍ତ:
ଧାତୁ ଗୁଡ଼ିକ ତାପ ସୁପରିବାହୀ ଏବଂ ଉଚ୍ଚ ଗଳନାଙ୍କ ବିଶିଷ୍ଟ ।

ରୁପା ଓ ତମ୍ବା ହେଉଛି ସବୁଠାରୁ ଉତ୍ତମ ତାପ ପରିବାହୀ । ଲେଡ୍ ଓ ପାରଦ ଅପେକ୍ଷାକୃତ କମ୍ ତାପ ପରିବାହୀ

କାର୍ଯ୍ୟାବଳୀ -6 (Activity-6)
(f) ଧାତୁ ବିଦ୍ୟୁତ୍ ପରିବହନ କରେ:
ଆବଶ୍ୟକ ଉପକରଣ: ବ୍ୟାଟେରୀ, ସୁଇଚ୍, ନମୁନା ଧାତୁ, କ୍ଳିପ୍ , ରବର କିମ୍ବା PVC ଭଳି ପଦାର୍ଥ ଦ୍ଵାରା ଆବୃତ ପରିବାହୀ ତାର, ବିଦ୍ୟୁତ୍ ହୋଲଡର ସହ ବଲ୍‌ବ ।
BSE Odisha Class 10 Physical Science Solutions Chapter 3 img-13
ପରୀକ୍ଷା ପଦ୍ଧତି :
ଚିତ୍ରରେ ଦର୍ଶାଯାଇଥ‌ିବା ଭଳି ଉପକରଣଗୁଡ଼ିକୁ ବିଦ୍ୟୁତ୍ ପରିପଥରେ ସଂଯୋଗ କରାଯାଉ । A ଓ B ଅଗ୍ରମଧ୍ଯରେ ପରୀକ୍ଷା ପାଇଁ ଥିବା ନମୁନା ଧାତୁଟିକୁ ସଂଯୋଗ କରାଯାଉ ।

ପର୍ଯ୍ୟବେକ୍ଷଣ :
ବିଦ୍ୟୁତ୍ ବଲବଟି ଜଳୁଛି ।

ସିଦ୍ଧାନ୍ତ :
ଧାତୁ ବିଦ୍ୟୁତ୍ ପରିବହନ କରେ ।

(g) ଧାତୁ ଧ୍ୱନି ସୃଷ୍ଟିକରେ:
ଆବଶ୍ୟକ ଉପକରଣ: ନମୁନା ଧାତୁ କିମ୍ବା ବିଦ୍ୟାଳୟ ଧାତବ ପିଟା ଘଣ୍ଟା କିମ୍ବା କଠିନ ପଦାର୍ଥ । ମନ୍ଦିରଗୁଡ଼ିକର ଘଣ୍ଟ,

ପରୀକ୍ଷା:
ନମୁନା ଧାତୁଖଣ୍ଡ ନେଇ ଯେ କୌଣସି କଠିନ ପଦାର୍ଥ ଦ୍ଵାରା ଆଘାତ କରାଯାଉ ।

ପର୍ଯ୍ୟବେକ୍ଷଣ:
ଧାତୁକୁ କଠିନ ବସ୍ତୁରେ ଆଘାତ କଲେ ଧ୍ଵନି ସୃଷ୍ଟି ହୁଏ ।

ଅଧାତୁ (Non-metals):
ଅଧାତୁ ଗୁଡ଼ିକ ତିନୋଟି (କଠିନ ତରଳ ଓ ଗ୍ୟାସୀୟ) ଅବସ୍ଥାରେ ଦେଖାଯାନ୍ତି । କଠିନ ଅବସ୍ଥାରେ ମିଳୁଥ‌ିବା ଅଧାତୁ – କାର୍ବନ, ସଲଫର୍‌, ଆୟୋଡ଼ିନ୍ ଇତ୍ୟାଦି । ତରଳ ଅବସ୍ଥାରେ ମିଳୁଥିବା ଅଧାତୁ – ବ୍ରୋମିନ୍ ଗ୍ୟାସୀୟ ଅବସ୍ଥାରେ ମିଳୁଥ‌ିବା ଅଧାତୁ – ହାଇଡ୍ରୋଜେନ୍, ଅକ୍‌ସିଜେନ୍, କ୍ଲୋରିନ୍, ନାଇଟ୍ରୋଜେନ୍, ଫ୍ଲୋରିନ୍,  ହିଲିୟମ, ନିୟନ ଓ ଆର୍ଗନ ।

BSE Odisha 10th Class Physical Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ

କାର୍ଯ୍ୟାବଳୀ -7 (Activity-7)
ଆବଶ୍ୟକ ଉପକରଣ:
କାର୍ବନ, ସଲ୍‌ଫର ଓ ଆୟୋଡ଼ିନ୍‌ର କିଛି ନମୁନା ସଂଗ୍ରହ କରାଯାଉ ।

ପର୍ଯ୍ୟବେକ୍ଷଣ:
ଏହି ଅଧାତୁଗୁଡ଼ିକୁ ନେଇ କାର୍ଯ୍ୟାବଳୀ-1ରୁ କାର୍ଯ୍ୟାବଳୀ-7 ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା କରି ନିମ୍ନ ସାରଣୀରେ ଲିପିବଦ୍ଧ କରାଯାଉ ।

ଅଧାତୁ ସମ୍ବନ୍ଧୀୟ ପର୍ଯ୍ୟବେକ୍ଷଣ ସାରଣୀ
BSE Odisha Class 10 Physical Science Solutions Chapter 3 img-14

ସିଦ୍ଧାନ୍ତ :
ଧାତୁ ଓ ଅଧାତୁକୁ କେବଳ ଭୌତିକ ଧର୍ମ ଅନୁଯାୟୀ ବର୍ଗୀକରଣ କରାଯାଇ ପାରିବ ନାହିଁ କାରଣ ଏଥରେ ଅନେକ

  • ସାଧାରଣ ତାପମାତ୍ରାରେ ସମସ୍ତ ଧାତୁ କଠିନ; କିନ୍ତୁ ପାରଦ ତରଳ ।
  • ଧାତୁଗୁଡ଼ିକ ଉଚ୍ଚ ଗଳନାଙ୍କ ବିଶିଷ୍ଟ କିନ୍ତୁ ଗାଲିୟମ୍ ଏବଂ ସୀସିୟମ୍ ଅତି ନିମ୍ନ ଗଳନାଙ୍କ ବିଶିଷ୍ଟ ।
  • ଆୟୋଡ଼ିନ୍ ଏକ ଅଧାତୁ ହେଲେ ମଧ୍ୟ ଏହାର ଧାତବ ଔଜଲ୍ୟ ଅଛି ।
  • ମୁଖ୍ୟତଃ କଠିନ ଅଧାତୁଗୁଡ଼ିକ ନରମ; କିନ୍ତୁ କାର୍ବନର ଏକ ରୂପ ହୀରା ଯାହାକି ଗୋଟିଏ କଠିନତମ ପ୍ରାକୃତିକ ଅପରରୂପ (allotrope) ।
  • ଧାତୁଗୁଡ଼ିକ କଠିନ; କିନ୍ତୁ କ୍ଷାରୀୟ ଧାତୁ (Alkali metals) ( ସୋଡ଼ିୟମ୍‌, ଲିଥ୍ୟମ, ପୋଟାସିୟମ୍ ଇତ୍ୟାଦି) ନରମ ଯାହାକୁ ଛୁରୀରେ କଟାଯାଇପାରିବ।
  • ଅଧାତୁ ବିଦ୍ୟୁତ୍ କୁପରିବାହୀ; କିନ୍ତୁ କାର୍ବନର ଏକ ଅପର ରୂପ ଗ୍ରାଫାଇଟ୍ ବିଦ୍ୟୁତ୍ ପରିବହନ କରେ ।

କାର୍ଯ୍ୟାବଳୀ -8 (Activity-8)
ଆବଶ୍ୟକ ଉପକରଣ:
ସଲଫର ପାଉଡ଼ର, ଜଳ, ଲିଟ୍‌ସ୍ କାଗଜ, ପରୀକ୍ଷାନଳୀ

ପରୀକ୍ଷଣ:
ସଲଫର ପାଉଡ଼ରକୁ ଜାଳି ଉତ୍ପନ୍ନ ହେଉଥ‌ିବା ଧୂଆଁକୁ ଏକ ପରୀକ୍ଷାନଳୀରେ ସଂଗ୍ରହ କରାଯାଉ । ଏହି ପରୀକ୍ଷାନଳୀରେ କିଛି ଜଳ ମିଶାଇ ଜୋରରେ ହଲାଇଦିଅ । ଏହି ଦ୍ରବଣରେ ନୀଳ ଓ ନାଲି ଲିଟମସ୍ କାଗଜ ବୁଡ଼ାଇ ପରୀକ୍ଷା କରାଯାଉ ।

ପର୍ଯ୍ୟବେକ୍ଷଣ:
ଦ୍ରବଣ ନୀଳ ଲିଟମସ୍ କାଗଜକୁ ନାଲି କରିବ । କିନ୍ତୁ ନାଲି ଲିଟ୍‌ସ୍ କାଗଜର ରଙ୍ଗରେ କୌଣସି ପରିବର୍ତ୍ତନ ହେବ ନାହିଁ ।

ସିଦ୍ଧାନ୍ତ:
ଅମ୍ଳ ନୀଳ ଲିଟମସ୍ କାଗଜକୁ ଲାଲ୍ କରିଥାଏ । ଏଠାରେ SO2 ର ଜଳୀୟ ଦ୍ରବଣ ଅମ୍ଳୀୟ ଅଟେ । ଅଧାତବ ଅକ୍‌ସାଇଡ୍‌ର ଜଳୀୟ ଦ୍ରବଣ ଅମ୍ଳୀୟ ।
ସମୀକରଣ S + 02 → SO2
SO2 + H2O → H2SO3 (AM&NA UF)

କାର୍ଯ୍ୟାବଳୀ -9 (Activity-9)
ଆବଶ୍ୟକ ଉପକରଣ:
ଏଲୁମିନିୟମ୍, ତମ୍ବା, ଲୁହା, ଲେଡ୍, ମ୍ୟାଗ୍ନେସିୟମ, ଜିଙ୍କ୍, ସୋଡ଼ିୟମ୍, ସୁନା ଓ ରୁପା ଧାତୁର ନମୁନା ସଂଗ୍ରହ କର ।

ପରୀକ୍ଷଣ:
ଉପର ଲିଖ୍ ଧାତୁର ନମୁନା ଗୁଡ଼ିକୁ ଚିମୁଟାରେ ଧରି ନିଆଁରେ ଜଳାଯାଉ । ସୃଷ୍ଟି ହୋଇଥ‌ିବା ଉତ୍ପାଦଗୁଡ଼ିକୁ ସଂଗ୍ରହ କରାଯାଉ । ଧାତୁର ପୃଷ୍ଠ ଏବଂ ଉତ୍ପାଦକ ଥଣ୍ଡା ହେବାକୁ ଦିଅ । ଉତ୍ପାଦଗୁଡ଼ିକୁ ଜଳରେ ଦ୍ରବୀଭୂତ କରିବାକୁ ରେଷ୍ଠ| ଇର|ତ୍ପ|ଉ |

ପର୍ଯ୍ୟବେକ୍ଷଣ:

  • ମ୍ୟାଗ୍ନେସିୟମ ଧାତୁ ସହଜରେ ଜଳିଲା ଏବଂ ଉଜ୍ଜ୍ଵଳ ଆଲୋକ ଶିଖା ଦେଖାଗଲା ।
  • ଧାତୁର ପୃଷ୍ଠଟି ରୂପେଲୀ ଧଳା ରଙ୍ଗର ଦେଖାଗଲା ।
  • ସୋଡ଼ିୟମ୍ ସହଜରେ ଜଳିଲା ଏବଂ ସୁନେଲୀ ହଳଦିଆ ରଙ୍ଗର ଶିଖା ଦେଖାଗଲା ।

ସିଦ୍ଧାନ୍ତ:

  • ଅକ୍‌ସିଜେନ ସହ ପ୍ରତିକ୍ରିୟାଶୀଳତାର ହ୍ରାସ ଅନୁସାରେ
    Na > Mg > Al > Zn > Fe > Pb > Cu
  • ସୋଡ଼ିୟମ ଅକ୍‌ସାଇଡ ଜଳରେ ଦ୍ରବଣୀୟ ।
  • ଆଲୁମିନିୟମ, କପର, ଲୌହ, ଲେଡ୍, ମ୍ୟାଗ୍ନେସିୟମ୍, ଜିଙ୍କ୍ ଆଦି ଧାତୁର ଅକ୍‌ସାଇଡ୍ ଜଳରେ ଅଦ୍ରବଣୀୟ ।
  • ଅଧିକାଂଶ ଧାତୁ ଅକ୍‌ସିଜେନ୍ ସହିତ ପ୍ରତିକ୍ରୟାକରି ଧାତବ ଅକ୍‌ସାଇଡ ସୃଷ୍ଟିକରେ ।
    ଧାତୁ + ଅକ୍‌ସିଜେନ → ଧାତବ ଅକ୍‌ସାଇଡ୍

ଉଦାହରଣ:
(i) କପର ବାୟୁର ଉପସ୍ଥିତିରେ ଉତ୍ତପ୍ତ ହେଲେ ଅକ୍‌ସିଜେନ ସହ ମିଶି କଳାରଙ୍ଗର କପର
BSE Odisha Class 10 Physical Science Solutions Chapter 3 img-15

(ii) ଏଲୁମିନିୟମ୍ ଅକ୍‌ସିଜେନ ସହ ମିଶି ଏଲୁମିନିୟମ୍ ଅକ୍‌ସାଇଡ ସୃଷ୍ଟି କରେ ।
BSE Odisha Class 10 Physical Science Solutions Chapter 3 img-16

ଉଭୟଧର୍ମୀ ଅକ୍‌ସାଇଡ୍ ବା ଏମ୍ପୋଟେରିକ୍ ଅକ୍‌ସାଇଡ୍ :
ଯେଉଁ ଧାତବ ଅକ୍‌ସାଇଡ୍ ଉଭୟ ଅମ୍ଳସହ ଓ କ୍ଷାରସହ ରାସାୟନିକ ପ୍ରତିକ୍ରିୟା କରି ଲବଣ ଓ ଜଳ ସୃଷ୍ଟିକରେ ତାହାକୁ ଉଭୟଧର୍ମୀ ଅକସାଇଡ୍ ବା ଏମ୍ପୋଟେରିକ୍ ଅକ୍‌ସାଇଡ୍ (amphoteric oxide) କହନ୍ତି ।
Al2O3 + 6HCI → 2ACl3 + 3H2O
Al2O3 + 2NaOH → 2NaAlO3 + H2O
(ସୋଡ଼ିୟମ୍‌ ଏଲୁମିନେଟ୍)
ଅଧିକାଂଶ ଧାତବ ଅକ୍‌ସାଇଡ୍ ଜଳରେ ଅଦ୍ରବଣୀୟ ; କିନ୍ତୁ କିଛି ଧାତବ ଅକ୍‌ସାଇଡ ଜଳରେ ଦ୍ରବୀଭୂତ ହୋଇ କ୍ଷାର (Alkali) ସୃଷ୍ଟି କରନ୍ତି । ସୋଡ଼ିୟମ ଅକ୍‌ସାଇଡ୍ ଏବଂ ପୋଟାସିୟମ୍ ଅକ୍‌ସାଇଡ୍ ଜଳରେ ଦ୍ରବୀଭୂତ ହୋଇ କ୍ଷାର ସୃଷ୍ଟି କରନ୍ତି ।
Na2O(s) + H2O(l) → 2NaOH(aq)
K2O(s) + H2O(l) → 2KOH(aq)

(iii) ପୋଟାସିୟମ୍ ଓ ସୋଡ଼ିୟମ୍ ପରି ଧାତୁକୁ ବାହାରେ ରଖୁଦେଲେ ଜୋର୍‌ରେ ପ୍ରତିକ୍ରିୟା ହୁଏ ଏବଂ ସେଗୁଡ଼ିକରେ ନିଆଁ ଲାଗିଯାଏ ।

(iv) ଲୁହାକୁ ଉତ୍ତପ୍ତକଲେ ଜଳେ ନାହିଁ କିନ୍ତୁ ଲୁହାର ଗୁଣ୍ଡକୁ ଅଗ୍ନିଶିଖାରେ ଛିଞ୍ଚିଦେଲେ ଖୁବ୍‌ଶୀଘ୍ର ଜଳିଯାଏ ।

ରୁପା ଓ ସୁନା ଅକ୍‌ସିଜେନ ସହ ଏପରିକି ଉଚ୍ଚ ତାପମାତ୍ରାରେ ମଧ୍ୟ ପ୍ରତିକ୍ରିୟା କରନ୍ତି ନାହିଁ ।

ସିଦ୍ଧାନ୍ତ:

  • ଧାତୁଗୁଡ଼ିକ ଅକ୍‌ସିଜେନ ସହ ସମାନ ବେଗରେ ପ୍ରତିକ୍ରିୟା କରନ୍ତି ନାହିଁ ।
  • ବିଭିନ୍ନ ଧାତୁ ଅକ୍‌ସିଜେନ୍ ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟାଶୀଳତା ପ୍ରଦର୍ଶନ କରନ୍ତି ।
  • ପୋଟାସିୟମ୍ ଓ ସୋଡ଼ିୟମ୍ ସବୁଠାରୁ ଅଧ‌ିକ ପ୍ରତିକ୍ରିୟାଶୀଳ ଧାତୁ ।
  • ମ୍ୟାଗ୍ନେସିୟମ୍‌ର ପ୍ରତିକ୍ରିୟା କମ୍ ।
  • ଜିଙ୍କ, ଲୁହା, ତମ୍ବା ଏବଂ ଲେଡ୍‌କୁ ଅକ୍‌ସିଜେନ ଉପସ୍ଥିତିରେ ଜଳାଇଲେ ଏଗୁଡ଼ିକର ପ୍ରତିକ୍ରିୟାଶୀଳତା କ୍ରମ ବିଷୟରେ କୌଣସି ସୂଚନା ମିଳେ ନାହିଁ ।
  • ସାଧାରଣ ତାପମାତ୍ରାରେ ମ୍ୟାଗ୍ନେସିୟମ୍, ଏଲୁମିନିୟମ୍, ଜିଙ୍କ୍, ଲେଡ୍ ଇତ୍ୟାଦି ଧାତୁଗୁଡ଼ିକର ପୃଷ୍ଠତଳରେ ଏକ ପତଳା ଅକ୍‌ସାଇଡ୍ ଆବରଣ ରହିଥାଏ । ସଂରକ୍ଷୀ ଅକ୍‌ସାଇଡ୍‌ର ସ୍ତର ଧାତୁକୁ ଅଧିକ ଜାରଣରୁ ରକ୍ଷାକରେ ।
  • ତମ୍ବା ନିଆଁରେ ଜଳେ ନାହିଁ । ମାତ୍ର ଉତ୍ତପ୍ତ ଧାତୁ କପର (II) ଅକ୍‌ସାଇଡ୍‌ର ଏକ କଳା ଆବରଣ ଦ୍ଵାରା ଆଚ୍ଛାଦିତ ହୋଇଥାଏ ।

ମନେତଟ:
ଏନୋଡ଼ାଇଜିଂ ଏଲୁମିନିୟମ୍‌ରେ ଏକ ମୋଟା ଅକ୍‌ସାଇଡ୍ ପ୍ରଲେପ ଦେବାର ଏକ ପ୍ରଣାଳୀ । ଏଲୁମିନିୟମ୍ ବାୟୁରେ ରହିଲେ ଏକ ପତଳା ଅକ୍‌ସାଇଡ଼ର ଆବରଣ ସୃଷ୍ଟି କରେ । ଏହି ଏଲୁମିନିୟମ୍ ଅକ୍‌ସାଇଡ୍‌ର ପ୍ରଲେପ ଅଧ‌ିକ ସଂକ୍ଷାରଣ ହେବାକୁ ପ୍ରତିରୋଧ କରେ ।
ଏନୋଡ଼ାଇଜିଂ ପଦ୍ଧତିରେ ପରିଷ୍କାର ଏଲୁମିନିୟମ୍‌କୁ ଏନୋଡ଼ରେ ସଂଯୁକ୍ତ କରି ଲଘୁ ସଫ୍ୟୁରିକ୍ ଅମ୍ଳରେ ବୈଦ୍ୟୁତିକ ବିଶ୍ଳେଷଣ କରାଯାଏ । ଏନୋଡ଼ରେ ସୃଷ୍ଟି ହୋଇ ଅକ୍‌ସିଜେନ୍ ଏଲୁମିନିୟମ୍ ସହ ପ୍ରତିକ୍ରିୟା କରି ଏହା ଉପରେ ଏକ ମୋଟା ପ୍ରତିରୋଧ ଜାରଣ ଅକ୍‌ସାଇଡ୍ ଆବରଣ ସୃଷ୍ଟି କରେ ।

(b) ଧାତୁର ଜଳ ସହିତ ପ୍ରତିକ୍ରିୟା | (Reaction of Metals with Water):

BSE Odisha 10th Class Physical Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ

କାର୍ଯ୍ୟାବଳୀ -10 (Activity-10)
ଆବଶ୍ୟକ ଉପକରଣ:
ଏଲୁମିନିୟମ୍, ତମ୍ବା, ଲୁହା, ଲେଡ୍ ମ୍ୟାଗ୍ନେସିୟମ୍, ଜିଙ୍କ୍, ସୋଡ଼ିୟମ, ସୁନା, ରୁପା ଧାତୁର ନମୁନା, ବିକର ଓ ଥଣ୍ଡା ଜଳ ।

ପରୀକ୍ଷଣ:
ସଂଗୃହୀତ ନମୁନାର ଛୋଟ ଖଣ୍ଡକୁ ଅଲଗା ଅଲଗା ବିକର୍‌ରେ ଅଧା ପର୍ଯ୍ୟନ୍ତ ଥଣ୍ଡାଜଳ ପୂରାଇ ରଖ ।

ପର୍ଯ୍ୟବେକ୍ଷଣ:

  • ସୋଡ଼ିୟମ, ପୋଟାସିୟମ ଏବଂ କ୍ୟାଲସିୟମ ଜଳ ସହିତ ପ୍ରତିକ୍ରିୟା କଲେ ବର୍ଦ୍ଧିତ ପ୍ରତିକ୍ରିୟାଶୀଳତା ଅନୁଯାୟୀ
    କ୍ୟାଲସିୟମ୍ < ପୋଟାସିୟମ୍ < ସୋଡ଼ିୟମ୍
  • ହଁ ସୋଡ଼ିୟମ୍ ଓ ପୋଟାସିୟମ ଧାତୁ ଜଳ ସହ ପ୍ରତିକ୍ରିୟା କରି ନିଆଁ ସୃଷ୍ଟି କଲା ।
  • କିଛି ସମୟ ପରେ କ୍ୟାଲସିୟମ୍ ଭାସିବାକୁ ଆରମ୍ଭ କଲା ।

ପରୀକ୍ଷଣ:
ଯେଉଁ ଧାତୁଗୁଡ଼ିକ ଥଣ୍ଡା ଯେଉଁ ଧାତୁଗୁଡ଼ିକ ଥଣ୍ଡା କିମ୍ବା ଜଳରେ ପ୍ରତିକ୍ରିୟା କଲାନାହିଁ, ସେଗୁଡ଼ିକୁ ଅଧା ବିକର ଗରମ ପାଣିରେ ପକାଅ । ଗରମ ପାଣିରେ ପ୍ରତିକ୍ରିୟା କଲାନାହିଁ, ସେଗୁଡ଼ିକ ବାମ୍ଫ ସହ ପ୍ରତିକ୍ରିୟା କରେ । ମ୍ୟାଗ୍ନେସିୟମ୍ ଓ କ୍ୟାଲସିୟମ୍ ଥଣ୍ଡାଜଳରେ କମ୍ ମାତ୍ରାରେ ପ୍ରତିକ୍ରିୟା କରନ୍ତି କିନ୍ତୁ ଫୁଟନ୍ତା ପାଣିରେ ତୀବ୍ର ବେଗରେ ପ୍ରତିକ୍ରିୟା କରନ୍ତି ।
Mg + H2O → MgO + H2
Zn + H2O → ZnO + H2
BSE Odisha Class 10 Physical Science Solutions Chapter 3 img-17
ଏଲୁମିନିୟମ୍ ଲୌହ, ଜିଙ୍କ୍ ବାମ୍ଫସହ ରାସାୟନିକ ପ୍ରତିକ୍ରିୟା କରେ ।
ଲେଡ୍, କପର, ସୁନା ଓ ରୁପା ଆଦି ଧାତୁ ଜଳସହ ରାସାୟନିକ ପ୍ରତିକ୍ରିୟା କରନ୍ତି ନାହିଁ ।
ସୋଡ଼ିୟମ୍ > ପୋଟାସିୟମ୍ > କ୍ୟାଲସିୟମ୍ > ମ୍ୟାଗ୍ନେସିୟମ୍ > ଏଲୁମିନିୟମ୍ > ଲୌହ > ସୀସା > ତମ୍ବା > ରୁପା > ପାରଦ > ସୁନା ।

ସିଦ୍ଧାନ୍ତ :
(i) ଧାତୁ + ଜଳ → ଧାତବ ଅକ୍‌ସାଇଡ୍ + ହାଇଡ୍ରୋଜେନ

(ii) ଧାତବ ଅକ୍‌ସାଇଡ୍ + ଜଳ → ଧାତବ ହାଇଡ୍ରକ୍‌ସାଇଡ୍

(iii) ସୋଡ଼ିୟମ୍ ପୋଟାସିୟମ୍ ଭଳି ଧାତୁ ଥଣ୍ଡାଜଳ ସହ ତୀବ୍ର ପ୍ରତିକ୍ରିୟା କରେ ।
2K(s) + 2H2O(l) → 2KOH(aq) + H2(g) + ତାପଶକ୍ତି
(iv) 2Na(s) + 2H2O(l) → 2NaOH(aq) + H2(g) + ତାପଶକ୍ତି
କ୍ୟାଲସିୟମ୍ ଜଳସହ କମ୍ ତୀବ୍ରତାରେ ପ୍ରତିକ୍ରିୟା କରେ ।
Ca(s) + 2H2O(l) → Ca(OH)2(aq) + H2(g)

(v) କ୍ୟାଲ୍‌ସିୟମ୍ ଜଳରେ ଭାସେ କାରଣ ଉତ୍ପନ୍ନ ହେଉଥିବା ହାଇଡ୍ରୋଜେନ୍ ଗ୍ୟାସ୍‌ର ଫୋଟକାଗୁଡ଼ିକ ଧାତୁର ଉପର ଭାଗରେ ଲାଖ୍ ରହିଯାଏ ।

(vi) ମ୍ୟାଗ୍ନେସିୟମ୍ ଗରମ ପାଣି ସହିତ ପ୍ରତିକ୍ରିୟା କରି ମ୍ୟାଗ୍ନେସିୟମ୍‌ ହାଇଡ୍ରକ୍‌ସାଇଡ୍ ଓ ହାଇଡ୍ରୋଜେନ ଗ୍ୟାସ୍ ଉତ୍ପନ୍ନ କରେ । ଏହାର ପୃଷ୍ଠଭାଗରେ ଲାଗିଥିବା ହାଇଡ୍ରୋଜେନ୍ ଗ୍ୟାସ୍‌ର ଫୋଟକା ଯୋଗୁଁ ଏହା ଭାସିବାକୁ ଆରମ୍ଭ କରେ ।

(vii) ଏଲୁମିନିୟମ୍, ଲୌହ, ଜିଙ୍କ୍ ପରି ଧାତୁ ବାମ୍ଫସହ ପ୍ରତିକ୍ରିୟା କରି ଧାତବ ଅକ୍‌ସାଇଡ୍ ଏବଂ ହାଇଡ୍ରୋଜେନ୍ ଗ୍ୟାସ୍ ସୃଷ୍ଟିକରେ ।
2Al(s) + 3H2O(g) → Al2O3(s) + 3H2(g)
3Fe(s) + 4H2O(g) → Fe3O4(s) + 4H2(g)
ଲେଡ୍, ତମ୍ବା, ରୁପା, ସୁନା ଆଦୌ ଜଳସହ ପ୍ରତିକ୍ରିୟା କରନ୍ତି ନାହିଁ ।

BSE Odisha 10th Class Physical Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ

କାର୍ଯ୍ୟାବଳୀ -11 (Activity-11)
ଆବଶ୍ୟକ ଉପକରଣ:
ସୋଡ଼ିୟମ୍ ଓ ପୋଟାସିୟମ ବ୍ୟତୀତ ଅନ୍ୟ ଧାତୁର ନମୁନା ସଂଗ୍ରହକର । ନମୁନା ମଳିନ ପଡ଼ିଥିଲେ ବାଲି କାଗଜରେ ଘଷି ସଫାକର ।

ପରୀକ୍ଷା:

  • ଲଘୁ ହାଇଡ୍ରୋକ୍ଲୋରିକ୍ ଏସିଡ୍ ଥ‌ିବା ପରୀକ୍ଷାନଳୀରେ ନମୁନାଗୁଡ଼ିକୁ ଅଲଗା ଅଲଗା ଭର୍ତ୍ତି କର ।
  • ଥର୍ମୋମିଟରକୁ ପରୀକ୍ଷାନଳୀ ମଧ୍ଯରେ ରଖି । ଏହାର ବଲ୍‌ବ ଏସିଡ୍ ଭିତରେ ବୁଡ଼ିରହୁ ।

ପର୍ଯ୍ୟବେକ୍ଷଣ:
କେତେକ ପରୀକ୍ଷାନଳୀରୁ ଫୋଟକା ବିଭିନ୍ନ ବେଗରେ ବାହାରୁଛି ଲକ୍ଷ୍ୟକର ।

ସିଦ୍ଧାନ୍ତ :
(i) ମ୍ୟାଗ୍ନେସିୟମ୍ ତୀବ୍ରଭାବରେ ପ୍ରତିକ୍ରିୟା କରୁଛି ଏବଂ ସବୁଠାରୁ ଦ୍ରୁତବେଗରେ ଫୋଟକା ସୃଷ୍ଟି ହେଉଛି ।

(ii) ମ୍ୟାଗ୍ନେସିୟମ୍ ଥ‌ିବା ପରୀକ୍ଷାନଳୀର ତାପମାତ୍ରା ଅଧ‌ିକ ।

(iii) Mg > Al > Zn > Fe (କ୍ରମରେ ପ୍ରତିକ୍ରିୟାଶୀଳତା କମିଥାଏ)

(iv) ତମ୍ବା, ରୁପା, ସୁନା, ଲଘୁ ହାଇଡ୍ରୋକ୍ଲୋରିକ୍ ଅମ୍ଳ ସହ ପ୍ରତିକ୍ରିୟା କରନ୍ତି ନାହିଁ ।

(v)
BSE Odisha Class 10 Physical Science Solutions Chapter 3 img-18

କୌଣସି ଧାତୁ HNO3 ସହ ପ୍ରତିକ୍ରିୟା କଲେ ହାଇଡ୍ରୋଜେନ୍ ଗ୍ୟାସ୍ ନିର୍ଗତ ହୁଏ ନାହିଁ କାରଣ HNO3 ସବଳ ଜାରକ ।
ଉତ୍ପନ୍ନ ହେଉଥ‌ିବା ହାଇଡ୍ରୋଜେନକୁ ଜାରଣ କରି ଜଳ ସୃଷ୍ଟିକରେ ଏବଂ ନିଜେ ବିଜାରିତ ହୋଇ ଯେକୌଣସି ନାଇଟ୍ରୋଜେନ୍ ଅକ୍‌ସାଇଡ୍‌ (N2O, NO, NO2,) ହୁଏ ।
କିନ୍ତୁ ମ୍ୟାଗ୍ନେସିୟମ୍ (Mg) ଓ ମାଙ୍ଗାନିଜ (Mn) ଲଘୁ ନାଇଟ୍ରିକ ଏସିଡ଼୍ ସହ ପ୍ରତିକ୍ରିୟା କରି H2 ଗ୍ୟାସ୍ ନିର୍ଗତ

ଅମ୍ଳରାଜ :
ଅମ୍ଳରାଜ(Aquaregia) ହେଉଛି ସଦ୍ୟ ପ୍ରସ୍ତୁତ ଗାଢ଼ ହାଇଡ୍ରୋକ୍ଲୋରିକ୍ ଏସିଡ୍ ଏବଂ ଗାଢ଼ ନାଇଟ୍ରିକ ଏସିଡ୍ 3 : 1 ଅନୁପାତର ଏକ ମିଶ୍ରଣ । ଏହି ଦୁଇ ଅମ୍ଳମଧ୍ୟରୁ କୌଣସିଟି ସୁନାକୁ ଦ୍ରବୀଭୂତ କରିପାରେ ନାହିଁ । କିନ୍ତୁ ଏହାର ମିଶ୍ରଣ ସୁନାକୁ ଦ୍ରବୀଭୂତ କରିପାରେ । ଆକ୍ସାରେଜିଆ (ଅମ୍ଳରାଜ) ଏକ ଭଲ ସଂକ୍ଷାରଣ, ଦ୍ରବୀଭୂତ କରିବାର କ୍ଷମତା ରହିଛି ।

BSE Odisha 10th Class Physical Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ

କାର୍ଯ୍ୟାବଳୀ -12 (Activity-12)
ଆବଶ୍ୟକ ଉପକରଣ:
ଖଣ୍ଡିଏ ସଫା ତମ୍ବାତାର, ଲୁହା କଣ୍ଟା, ଆଇରନ୍ ସଲଫେଟ୍ ଦ୍ରବଣ, କପର ସଲ୍‌ଫେଟ ଦ୍ରବଣ । ଆଇରନ୍ ସଲଫେଟ୍ ଦ୍ରବଣ ନେଇ ସେଥୁରେ ତମ୍ବାତାରଟିକୁ

ପରୀକ୍ଷଣ:
ଗୋଟିଏ ପରୀକ୍ଷାନଳୀରେ ଆଇରନ୍ ସଲଫେଟ୍ ଦ୍ରବଣ ନେଇ ସେଥ‌ିରେ ତମ୍ବାତାରଟିକୁ ଏବଂ ଅନ୍ୟ ଏକ ପରୀକ୍ଷାନଳୀରେ କପଟ ସଲଫେଟ୍ ଦ୍ରବଣ ନେଇ ସେଥ‌ିରେ ଲୁହାକଣ୍ଟା ଭର୍ତ୍ତି କର ।

BSE Odisha Class 10 Physical Science Solutions Chapter 3 img-19

ପର୍ଯ୍ୟବେକ୍ଷଣ:
20 ମିନିଟ୍ ପର୍ଯ୍ୟନ୍ତ ପରୀକ୍ଷଣଟିକୁ ଲକ୍ଷ୍ୟକର ।

ସିଦ୍ଧାନ୍ତ:
(i) ଯେଉଁ ପରୀକ୍ଷାନଳୀରେ କପର ସଲଫେଟ୍ ଦ୍ରବଣରେ ଲୁହାକଣ୍ଟାଟିକୁ ଭର୍ତି କରାଯାଇଥିଲା, ସେହି ପରୀକ୍ଷାନଳୀରେ ନିମ୍ନ ପ୍ରତିକ୍ରିୟା ଲକ୍ଷ୍ୟ କରାଗଲା
BSE Odisha Class 10 Physical Science Solutions Chapter 3 img-20
(ii) ନୀଳରଙ୍ଗର CuSO4 ଦ୍ରବଣ କ୍ରମଶଃ ସବୁଜ ଦ୍ରବଣରେ ପରିଣତ ହୋଇ ମାଟିଆଲାଲ୍ କପର ବାହାରିବ । ଏ ପ୍ରକାର ପ୍ରତିକ୍ରିୟାର ନାମ ହେଉଛି ପ୍ରତିସ୍ଥାପନ ପ୍ରତିକ୍ରିୟା ।

(iii) ଏ ପ୍ରକାର ପ୍ରତିକ୍ରିୟାର ନାମ ହେଉଛି ପ୍ରତିସ୍ଥାପନ ପ୍ରତିକ୍ରିୟା ଅଧ୍ଵ ପ୍ରତିକ୍ରିୟାଶୀଳ ଧାତୁ କମ୍ ପ୍ରତିକ୍ରିୟାଶୀଳ ଧାତୁକୁ ସେମାନଙ୍କର ଦ୍ରବଣୀୟ ଯୌଗିକରୁ କିମ୍ବା ତରଳ ଅବସ୍ଥାରୁ ବିସ୍ଥାପନ କରେ । ସାଧାରଣ ଭାବେ କୁହାଯାଇପାରିବ ଯେ ଯଦି ଧାତୁ A, ଧାତୁ Bକୁ ଏହାର ଦ୍ରବଣରୁ ବିସ୍ଥାପନ କରେ ତେବେ Bଠାରୁ A ଅଧ‌ିକ ପ୍ରତିକ୍ରିୟାଶୀଳ ହେବ ।
ଧାତୁ A + Bର ଲବଣ ଦ୍ରବଣ → Aର ଲବଣ ଦ୍ରବଣ + ଧାତୁ B B ଠାରୁ A ଅଧ‌ିକ ପ୍ରତିକ୍ରିୟାଶୀଳ ।

ପ୍ରତିକ୍ରିୟାଶୀଳତାର ଅନୁକ୍ରମ (The Reactivity Series):
ପ୍ରତିକ୍ରିୟାଶୀଳତାର ଅନୁକ୍ରମ ହେଉଛି କେତେକ ଧାତୁର ସକ୍ରିୟତାର ଅଧଃକ୍ରମ ସଜ୍ଜାର ସାରଣୀ ।
ସକ୍ରିୟତାର ଅନୁକ୍ରମ : ଧାତୁର ଆପେକ୍ଷିକ ଓ ପ୍ରତିକ୍ରିୟାଶୀଳତା
BSE Odisha Class 10 Physical Science Solutions Chapter 3 img-21

କାର୍ଯ୍ୟାବଳୀ -13 (Activity-13)
ଆବଶ୍ୟକ ଉପକରଣ :
ବିଜ୍ଞାନାଗାରରେ ଯେକୌଣସି ଲବଣର ନମୁନା ; ଯଥା – ସୋଡ଼ିୟମ କ୍ଲୋରାଇଡ୍, ପୋଟାସିୟମ ଆୟୋଡାଇଡ୍, ବ୍ରେରିୟମ୍ କ୍ଲୋରାଇଡ୍ ସଂଗ୍ରହ କର ।
BSE Odisha Class 10 Physical Science Solutions Chapter 3 img-22

ପରୀକ୍ଷଣ:

  • ଏହିସବୁ ଲବଣର ଭୌତିକ ସ୍ଥିତି ଲକ୍ଷ୍ୟକର ।
  • ଧାତବ ଚେପ୍‌ଟା ଚାମଚରେ ଗୋଟିଏ ଧାତୁର କିଛି ନମୁନା ନେଇ ସିଧାସଳଖ ଗରମ କର । ସେହିପରି ଅନ୍ୟ ନମୁନାଗୁଡ଼ିକୁ ମଧ୍ୟ ନେଇ ଅନୁରୂପ ଭାବେ ଗରମ କର ।
  • ନମୁନାଗୁଡ଼ିକୁ ଜଳ, ପେଟ୍ରୋଲ ଏବଂ କିରୋସିନ୍‌ରେ ଦ୍ରବୀଭୂତ କରିବା ପାଇଁ ଚେଷ୍ଟାକର ।
  • ଚିତ୍ରରେ ପ୍ରଦର୍ଶିତ ହେଲାପରି ବିଦ୍ୟୁତ୍ ପରିପଥ ତିଆରି କରି ଲବଣର ଦ୍ରବଣରେ ଇଲେକ୍‌ଟ୍ରୋଡ୍ ଦଣ୍ଡକୁ ବୁଡ଼ାଅ ।

BSE Odisha Class 10 Physical Science Solutions Chapter 3 img-23

ପର୍ଯ୍ୟବେକ୍ଷଣ:

  • ନମୁନାଗୁଡ଼ିକରେ ଭୌତିକ ସ୍ଥିତି ହେଉଛି କଠିନ । ଏହି ନମୁନାଗୁଡ଼ିକ ଶିଖାର ବର୍ଣ୍ଣ ବଦଳାଇଲା । ଯୌଗିକଗୁଡ଼ିକ ତରଳିଲା ନାହିଁ ।
  • ଏଗୁଡ଼ିକ ଜଳରେ ଦ୍ରବଣୀୟ କିନ୍ତୁ ପେଟ୍ରୋଲ ଏବଂ କିରାସିନ୍‌ରେ ଦ୍ରବଣୀୟ ନୁହଁନ୍ତି ।
  • ଆୟନିକ, ଯୌଗିକ କଠିନ ଅବସ୍ଥାରେ ବିଦ୍ୟୁତ୍ ପରିବହନ କରନ୍ତି ନାହିଁ; କିନ୍ତୁ ଲବଣ ଦ୍ରବଣରେ ବିଦ୍ୟୁତ୍ ପରିବହନ କରେ ।

ସିଦ୍ଧାନ୍ତ:
BSE Odisha Class 10 Physical Science Solutions Chapter 3 img-24

ଆୟନିକ୍ ଯୌଗିକର ଧର୍ମ;

  • ୟନିକ୍ ଯୌଗିକଗୁଡ଼ିକ କଠିନ : ଆୟନିକ ଯୌଗିକଗୁଡ଼ିକ ଯୁକ୍ତାତ୍ମକ ଏବଂ ବିଯୁକ୍ତାତ୍ମକ ଆୟନ ମଧ୍ୟରେ ଦୃଢ଼ ଆକର୍ଷଣ ବଳ ଯୋଗୁଁ ଏଗୁଡ଼ିକ କଠିନ ଏବଂ କିଛି ପରିମାଣରେ ଶକ୍ତ । ଏହି ଯୌଗିକଗୁଡ଼ିକ ସାଧାରଣତଃ ଭଙ୍ଗୁର ଏବଂ ଚାପ ପ୍ରୟୋଗ ଫଳରେ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯାଏ ।
  • ଗଳନାଙ୍କ ଓ ସ୍ଫୁଟନାଙ୍କ : ଆୟନିକ ଯୌଗିକଗୁଡ଼ିକର ଉଚ୍ଚ ଗଳନାଙ୍କ ଏବଂ ଉଚ୍ଚ ସ୍ଫୁଟନାଙ୍କ ଥାଏ । ଆୟନଗୁଡ଼ିକ ମଧ୍ୟରେ ଥ‌ିବା ଶକ୍ତ ଆନ୍ତଃ ଆୟନୀୟ ଆକର୍ଷଣ ଭାଙ୍ଗିବା ପାଇଁ ବିପୁଳ ପରିମାଣର ଶକ୍ତି ଆବଶ୍ୟକ ହୋଇଥାଏ ।
  • ଦ୍ରବଣୀୟତା : ଏହି ଯୌଗିକଗୁଡ଼ିକ ସାଧାରଣତଃ ଜଳରେ ଦ୍ରବଣୀୟ କିନ୍ତୁ କିରୋସିନ୍, ପେଟ୍ରୋଲ ଆଦି ଦ୍ରାବକରେ ଅଦ୍ରବଣୀୟ ।
  • ବିଦ୍ୟୁତ୍ ପରିବହନ କରନ୍ତି : କଠିନ ଅବସ୍ଥାରେ ଆୟନିକ ଯୌଗିକଗୁଡ଼ିକ ବିଦ୍ୟୁତ୍ ପରିବହନ କରେ ନାହିଁ । କିନ୍ତୁ ତରଳ ଅବସ୍ଥାରେ ଆୟନ ମୁକ୍ତ ହେବାରୁ ଏଗୁଡ଼ିକ ବିଦ୍ୟୁତ୍ ପରିବହନ କରିପାରେ ।

BSE Odisha 10th Class Physical Science Solutions Chapter 3 ଅମ୍ଳ, କ୍ଷାରକ ଓ ଲବଣ

କାର୍ଯ୍ୟାବଳୀ -14 (Activity-14)
ଆବଶ୍ୟକ ଉପକରଣ : ତିନୋଟି ପରୀକ୍ଷାନଳୀ, ପ୍ରତ୍ୟେକଟିରେ ପରିଷ୍କୃତ ଲୁହା କଣ୍ଟା, କର୍କ, ପାତିତ ଜଳ, ନିର୍ଜଳୀୟ କ୍ୟାଲସିୟମ୍ କ୍ଲୋରାଇଡ୍ , ତେଲ

ପରୀକ୍ଷଣ:

  • ପରୀକ୍ଷାନଳୀ ତିନୋଟିର ନାମକରଣ A, B ଓ C ଦିଅ । ପ୍ରତ୍ୟେକ ପରୀକ୍ଷାନଳୀରେ ଲୁହା କଣ୍ଟା ରଖ । À ନଳୀରେ କିଛି ଜଳ ଢାଳି କର୍କଦ୍ଵାରା ବନ୍ଦ କର।
  • B ନଳୀରେ ଫୁଟାହୋଇଥିବା ପାତିତ ଜଳ ଢାଳ । ପ୍ରାୟ 1 ମିଲିଲି ତେଲ ମିଶାଇ କର୍କ ଦ୍ଵାରା ବନ୍ଦ କର । ତେଲ ଜଳରେ ଭାସିବ ଏବଂ ବାୟୁ ଜଳରେ ଦ୍ରବୀଭୂତ କରାଇ ଦେବ ନାହିଁ ।
  • C ପରୀକ୍ଷାନଳୀରେ କିଛି ନିର୍ଜଳୀୟ କ୍ୟାଲସିୟମ୍ କ୍ଲୋରାଇଡ ନେଇ ନଳୀରେ | ରଖ ଓ କର୍କଦ୍ଵାରା ବନ୍ଦକର । ପରୀକ୍ଷା ନଳୀକୁ କିଛିଦିନ ରଖିଦିଅ । ।

BSE Odisha Class 10 Physical Science Solutions Chapter 3 img-25

ପର୍ଯ୍ୟବେକ୍ଷଣ:

  • A ପରୀକ୍ଷାନଳୀରେ ଥ‌ିବା ଲୁହାକଣ୍ଟାରେ କଳଙ୍କି ଲାଗିଛି ।
  • B ଓ C ପରୀକ୍ଷାନଳୀରେ ଥିବା ଲୁହାକଣ୍ଟାଗୁଡ଼ିକରେ କଳଙ୍କି ଲାଗିନାହିଁ ।
  • À ପରୀକ୍ଷାନଳୀରେ କଣ୍ଟାଗୁଡ଼ିକ ଉଭୟ ଜଳ ଓ ବାୟୁ ସଂସ୍ପର୍ଶ ଆସିବା ଫଳରେ କଳଙ୍କି ଲାଗିଲା ।
  • B ପରୀକ୍ଷାନଳୀରେ କଣ୍ଟାଗୁଡ଼ିକ କେବଳ ଜଳ ସଂସ୍ପର୍ଶରେ ଆସିଲା । C ପରୀକ୍ଷାନଳୀର କଣ୍ଟାଗୁଡ଼ିକ କେବଳ ଶୁଷ୍କବାୟୁ ସଂସ୍ପର୍ଶରେ ଆସିଲା ।

ସିଦ୍ଧାନ୍ତ:
ଉଭୟ ବାୟୁ ଓ ଜଳ ସଂସ୍ପର୍ଶରେ ଆସିଲେ ଲୌହ ବସ୍ତୁରେ କଳଙ୍କି ଲାଗେ ।

ସଂକ୍ଷାରଣର ପ୍ରତିରୋଧ (Prevention of Corrosion):
ସଂକ୍ଷାରଣର ପ୍ରତିରୋଧ ପାଇଁ ନିମ୍ନଲିଖତ ଉପାୟଗୁଡ଼ିକ ଅବଲମ୍ବନ କରାଯାଇଥାଏ ।

  • ତୈଳଦ୍ଵାରା: ଧାତୁ ନିର୍ମିତ ପଦାର୍ଥ ଉପରେ ତୈଳ ଜାତୀୟ ପଦାର୍ଥ ଲେପନ କଲେ ଧାତୁ ଆର୍ଦ୍ର ବାୟୁର ସଂସ୍ପର୍ଶରେ ଆସେନାହିଁ । ଫଳରେ ସଂକ୍ଷାରଣ ହୁଏ ନାହିଁ।
  • ଗ୍ରୀଜଦ୍ଵାରା: ଶ୍ରୀଜଲେପ ଦେଲେ କଳଙ୍କି ଲାଗେ ନାହିଁ ।
  • ରଙ୍ଗ ଲେପନଦ୍ଵାରା କ୍ଷୟରୋଧ କରାଯାଏ ।
  • ଜିଙ୍କ୍ ଲେପନ (ଗାନାଇଜିଙ୍ଗ୍) – ଜିଙ୍କର ଏକ ପତଳା ସ୍ତରର ଆଚ୍ଛାଦନ ଦ୍ବାରା ଷ୍ଟିଲ ଓ ଲୁହାକୁ କଳଙ୍କି ଲାଗିବାରେ ପ୍ରତିରୋଧ କରାଯାଇ ପାରିବ । ଜିଙ୍କ ଆବରଣ ନଷ୍ଟ ହେଲେ ମଧ୍ୟ ଜିଙ୍କ ଲେପିତ ଜିନିଷ ଗୁଡ଼ିକ କଳଙ୍କି ଲାଗିବାରୁ ସୁରକ୍ଷିତ ରହିଥାଏ ।
  • ଇଲେକ୍‌ଟ୍ରୋସ୍ଟେଟିଂ ଦ୍ଵାରା : ଲୁହାରେ ନିର୍ମିତ ଦ୍ରବ୍ୟାଦିଗୁଡ଼ିକ ବିଦ୍ୟୁତ୍ ଶକ୍ତି ସାହାଯ୍ୟରେ ଅନ୍ୟଧାତୁର ପ୍ରଲେପଦ୍ବାରା କ୍ଷୟରୋଧ କରାଯାଏ ।
  • ଟିନିଂ ଦ୍ଵାରା: ବଜାରରେ ମିଳୁଥିବା ଟିଣ ଡବା ଲୁହାରେ ତିଆରି । ଏହି ଲୁହାଡ଼ବା ଉପରେ ଟିଣର ଲେପ ଦିଆଯାଇଛି । ତେଣୁ ସେହିଡବାରେ କଳଙ୍କି ଲାଗିପାରେ ନାହିଁ ।
  • କେତକ ମିଶ୍ରଧାତୁରେ ଆଦୌ କଳଙ୍କି ଲାଗେନାହିଁ । ବିଶୁଦ୍ଧ ଲୁହା ନରମ ଅଟେ । ମାତ୍ର ଅଳ୍ପ ପରିମାଣର କାର୍ବନ (0.05%) ସହ ମିଶାଇଲେ ତାହା ଶକ୍ତ ଓ କଠିନ ହୋଇଯାଏ ।

ଲୁହାରେ ନିକେଲ୍‌ ଓ କ୍ରୋମିୟମ୍ ମିଶିଲେ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ମିଳେ ଯାହାକି ଶକ୍ତ ହୁଏ ଓ କଳଙ୍କି ଲାଗେନାହିଁ ।

ମିଶ୍ରଧାତୁ (Alloy) – ଦୁଇ ବା ଅଧ୍ଵ ଧାତୁର କିମ୍ବା ଧାତୁ ଓ ଉପଧାତୁ କିମ୍ବା ଧାତୁ ଓ ଅଧାତୁର ମିଶ୍ରଣକୁ ମିଶ୍ରଧାତୁ କହନ୍ତି । ଏହା ସମଜାତୀୟ ଅଟେ ।

ପାରଦର ମିଶ୍ରଧାତୁକୁ ଅମାଲ୍‌ଗାମ୍ କୁହାଯାଏ । ପିତ୍ତଳ ହେଉଛି ତମ୍ବା ଏବଂ ଜିଙ୍କ୍ (Cu ଓ Zn) ର ଏକ ମିଶ୍ର ଧାତୁ ।
ବ୍ରୋଞ୍ଜ୍ ହେଉଛି ତମ୍ବା ଏବଂ ଟିଣ (Cu ଓ Sn) ର ଏକ ମିଶ୍ରଧାତୁ ।
ସୋଲ୍ଡର ହେଉଛି ସୀସା ଓ ଟିଣ (Pb ଓ Sn) ର ଏକ ମିଶ୍ରଧାତୁ ।

ବିଶୁଦ୍ଧ ସୁନା 24 କ୍ୟାରେଟ୍ ନାମରେ ଜଣାଶୁଣା । ତାହା ଅତ୍ୟନ୍ତ ନରମ ହୋଇଥିବାରୁ ସେଥିରେ ଅଳଙ୍କାର ତିଆରି ହୋଇପାରେ ନାହିଁ । ଏହାକୁ ଶକ୍ତ କରିବା ପାଇଁ ଏଥିରେ ରୁପା କିମ୍ବା ତମ୍ବା ମିଶାଯାଏ । ସାଧାରଣତଃ 22 କ୍ୟାରେଟ୍‌ ସୁନା ଅଳଙ୍କାର ତିଆରି ପାଇଁ ବ୍ୟବହୃତ ହୁଏ । ଅର୍ଥାତ୍‌ 22 ଭାଗ ବିଶୁଦ୍ଧ ସୁନା ସହ 2 ଭାଗ ତମ୍ବା କିମ୍ବା ରୁପା ମିଶାଯାଇ ମିଶ୍ରଧାତୁ ପ୍ରସ୍ତୁତ କରାଯାଏ । 1600 ବର୍ଷ ପୂର୍ବେ ଦିଲ୍ଲୀର କୁତୁବ୍‌ମିନାର ଠାରେ ନିର୍ମିତ ହୋଇଥିବା ଲୌହସ୍ତମ୍ଭର ଉଚ୍ଚତା 8 ମିଟର ଏବଂ ଓଜନ 6 ଟନ୍ । ଏହି ଲୌହସ୍ତମ୍ଭ ଏପରି ପ୍ରଣାଳୀରେ ନିର୍ମିତ ହୋଇଥିଲା ଯେ ଏହା ଏବେବି କଳଙ୍କହୀନ ଅବସ୍ଥାରେ ରହିଛି ।

BSE Odisha 10th Class History Solutions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

Odisha State Board BSE Odisha 10th Class History Solutions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି Textbook Exercise Questions and Answers.

BSE Odisha Class 10 History Solutions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ସ୍ଵାଧୀନତା ପରେ ଭାରତରେ ଥ‌ିବା ଫରାସୀ ଉପନିବେଶ ସମ୍ପର୍କରେ ଏକ ଟିପ୍‌ପଣୀ ଲେଖ ।
Answer:

  • ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ଵାଧୀନ ହେଲା ପରେ ମଧ୍ୟ ଭାରତର ପୂର୍ବ ଉପକୂଳରେ
  • ପୁଦୁଚେରୀ, ଚନ୍ଦନନଗର, କରାଇକଲ, ମାହେ ଓ ୟାନାମ୍ ଏହି ପୁଦୁଚେରୀ ଉପନିବେଶର ଅନ୍ତର୍ଭୁକ୍ତ ଥିଲା ।
  • ଏଥୁମଧ୍ୟରୁ ପୁଦୁଚେରୀ, କରାଇକଲ ଓ ୟାନାମ୍ କରମଣ୍ଡଳ ଉପକୂଳରେ ଏବଂ ମାହେ ମାଲାବାର ଉପକୂଳରେ ଓ. ଚନ୍ଦନନଗର ବଙ୍ଗଳାରେ ଅବସ୍ଥିତ ଥିଲା ।
  • ଭାରତରେ ଫରାସୀ ଉପନିବେଶର ସର୍ବମୋଟ ଆୟତନ ଥୁଲା ୫୧୦ ବର୍ଗ କି.ମି. । ୧୯୩୬ ମସିହାରେ ଏହାର ଲୋକସଂଖ୍ୟା ଥିଲା ୨,୯୮,୫୫୧ ।
  • ମୁଦୁଚେରୀ (ପଣ୍ଡିଚେରୀ) ଫରାସୀ ଉପନିବେଶମାନଙ୍କର ସଦର ମହକୁମା ଥିଲା ।

(ଖ) ଗୋଆରେ ନିଜର ଶାସନ ଜାରି ରଖୁବାପାଇଁ ୧୯୪୭ ମସିହାରୁ ୧୯୬୧ ମସିହା ପର୍ଯ୍ୟନ୍ତ ପର୍ତ୍ତୁଗୀଜ୍‌ମାନେ କେଉଁ ପଦକ୍ଷେପମାନ ନେଇଥିଲେ ?
Answer:

  • ୧୯୪୭ ମସିହାରେ ଭାରତ ସ୍ଵାଧୀନ ହେବା ପରେ ଗୋଆ ତଥା ଅନ୍ୟାନ୍ୟ ପର୍ତ୍ତୁଗୀଜ୍ ଉପନିବେଶଗୁଡ଼ିକରେ ନିଜର ଶାସନ ଜାରି ରଖୁବାପାଇଁ ଗୋଆର ପର୍ତ୍ତୁଗୀଜ୍ ଶାସକ ଭାରତ ସରକାରଙ୍କ କୂଟନୈତିକ ସମାଧାନ ପ୍ରସ୍ତାବକୁ ଗ୍ରହଣ କଲେ ନାହିଁ ।
  • ଗୋଆ, ଦାମନ, ଡିଉର ଜନସାଧାରଣଙ୍କଦ୍ବାରା ୧୯୫୫ ମସିହା ଅଗଷ୍ଟ ୧୫ ତାରିଖରେ ପ୍ରଦର୍ଶିତ ଏକ ବଡ଼ ଧରଣର ବିକ୍ଷୋଭକୁ ଦମନ କରିବାପାଇଁ ପର୍ତ୍ତୁଗୀଜ୍ ସରକାରଙ୍କର ଦାମନରୁ ସୈନ୍ୟପ୍ରେରଣ ଉଦ୍ୟମକୁ ଭାରତୀୟ ସୈନ୍ୟବାହିନୀ ବାଧା ଦେବାରୁ ପର୍ତ୍ତୁଗାଲ ସରକାର ଆନ୍ତର୍ଜାତିକ ନ୍ୟାୟାଳୟରେ ଏହା ବିରୋଧରେ ଏକ ଅର୍ଜି ଦାଖଲ କଲେ ।
  • ୧୯୬୦ ମସିହାରେ ଆନ୍ତର୍ଜାତିକ ନ୍ୟାୟାଳୟ ଏହି ଅର୍ଜିଟିକୁ ଖାରଜ କରିଦେଲେ । ସେହି ବର୍ଷ ଡିସେମ୍ବରରେ ଜାତିସଂଘର ସାଧାରଣ ସଭା ପର୍ତ୍ତୁଗାଲ୍ ବାହାରେ ଥ‌ିବା ପର୍ତ୍ତୁଗୀଜ୍ ଉପନିବେଶଗୁଡ଼ିକୁ ପର୍ତ୍ତୁଗାଲର ରାଜ୍ୟ ଭାବରେ ବିବେଚନା କରିବା ଦାବିକୁ ଅଗ୍ରାହ୍ୟ କରିଦେଲେ ।
  • ସମସ୍ତ କୂଟନୈତିକ ଉଦ୍ୟମ ତଥା ଆମେରିକାର ଉଦ୍ୟମ ବିଫଳ ହେବାରୁ ୧୯୬୧ ମସିହା ଡିସେମ୍ବର ୧୮ ତାରିଖରେ ଭାରତୀୟ ସୈନ୍ୟବାହିନୀ ଗୋଆରେ ପ୍ରବେଶ କଲେ ଏବଂ ପର୍ତ୍ତୁଗୀଜ୍ ସରକାର ଏହାକୁ ଏକ ଆକ୍ରମଣ ବୋଲି ବର୍ଣ୍ଣନା କରି ସୁରକ୍ଷା ପରିଷଦରେ ପ୍ରସଙ୍ଗ ଉପସ୍ଥାପନ କଲେ ।
  • ଋଷୀୟ ଭିଟୋ ପ୍ରୟୋଗ ଫଳରେ ଭାରତର ସୈନ୍ୟ ପ୍ରତ୍ୟାହାର ପ୍ରସ୍ତାବ ଅକାମୀ ହୋଇଗଲା ।

BSE Odisha 10th Class History Solutions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

(ଗ) ୧୯୬୧ ମସିହାରେ କେଉଁ ପରିସ୍ଥିତିରେ ଭାରତୀୟ ସୈନ୍ୟବାହିନୀ ଗୋଆରେ ପ୍ରବେଶ କଲେ ?
Answer:

  • ଗୋଆର ପର୍ତ୍ତୁଗୀଜ୍ ଶାସକମାନେ ଜନସାଧାରଣଙ୍କ ସୁଖସୁବିଧା ପ୍ରତି ଦୃଷ୍ଟି ଦେଉନଥିଲେ । ସେମାନଙ୍କ ଅତ୍ୟାଚାରରେ ଜନସାଧାରଣ ଅତିଷ୍ଠ ହୋଇ ଉଠିଥିଲେ ।
  • ୧୯୫୫ ମସିହା ଅଗଷ୍ଟ ୧୫ ତାରିଖରେ ଗୋଆର ପର୍ତ୍ତୁଗୀଜ୍ ଶାସକଙ୍କ ବିରୁଦ୍ଧରେ ହୋଇଥ‌ିବା ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଉପରେ ପର୍ତ୍ତୁଗୀଜ୍ ପୋଲିସ୍ ଗୁଳିଚାଳନା କରିବାରୁ ୨୨ ଜଣ ଅହିଂସ ସତ୍ୟାଗ୍ରହୀ ମୃତ୍ୟୁବରଣ କରିଥିଲେ ।
  • ୧୯୬୧ ମସିହାରେ ପର୍ତ୍ତୁଗୀଜ୍ ଜୁଲମର ସ୍ପଷ୍ଟ ଚିତ୍ର ପରିଲକ୍ଷିତ ହେଲା । ଭାରତର ପ୍ରଧାନମନ୍ତ୍ରୀ କଥାବାର୍ତ୍ତା ଜରିଆରେ ଏହି ସମସ୍ୟାର ସମାଧାନ କରିବାକୁ ଚାହିଁଲେ ।
  • ଗୋଆରୁ ପର୍ତ୍ତୁଗୀଜ୍‌ମାନଙ୍କୁ ବିତାଡ଼ିତ କରିଦେବାପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ବଢ଼ିଚାଲିଲା । ଏଣେ ଆମେରିକା ସରକାରଙ୍କ ବୁଝାମଣା ପ୍ରସ୍ତାବ ପ୍ରତି ମଧ୍ୟ ପର୍ତ୍ତୁଗୀଜ୍ ସରକାର କର୍ଣ୍ଣପାତ କଲେ ନାହିଁ ।
  • ଶେଷରେ ବାଧ୍ୟହୋଇ ୧୯୬୧ ମସିହା ଡିସେମ୍ବର ୧୮ ତାରିଖରେ ଭାରତୀୟ ସୈନ୍ୟବାହିନୀ ଗୋଆରେ ପ୍ରବେଶ କଲେ ।

(ଘ) ପର୍ତ୍ତୁଗୀଜ୍ ଉପନିବେଶଗୁଡ଼ିକ କିପରି ଭାରତର ଭିନ୍ନ ଭିନ୍ନ ପାହ୍ୟାର ଅଂଶ ହେଲେ ?
Answer:

  • ୧୯୬୧ ମସିହା ଡିସେମ୍ବର ୧୯ ତାରିଖରେ ଗୋଆର ଭାରତ ସହିତ ମିଶ୍ରଣ ହେଲା ପରେ ଦାମନ ଓ ଡିଉକୁ ଗୋଆ ସହ ମିଶାଇ ଏକ କେନ୍ଦ୍ରଶାସିତ ଅଞ୍ଚଳ ସୃଷ୍ଟି କରାଗଲା ।
  • ୧୯୮୭ ମସିହା ମେ ୩୦ ତାରିଖ ଦିନ ଗୋଆକୁ ଭାରତର ୨୫ ତମ ରାଜ୍ୟ ପାହ୍ୟା ପ୍ରଦାନ କରାଗଲା ।
  • ଦାମନ ଓ ଡିଉକୁ ଗୋଆରୁ ଅଲଗା କରି ଦିଆଯାଇ ପୂର୍ବବତ୍ କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ରଖାଗଲା ।
  • ୧୯୬୧ ମସିହା ଅଗଷ୍ଟ ୧୧ ତାରିଖରେ ଦାଦ୍ରା ଓ ନଗରହାବେଳିକୁ ଭାରତ ସହ ମିଶାଇ ଦିଆଗଲା ।
  • ଦାଦ୍ରା ଓ ନଗରହାବେଳିକୁ ଏକ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ମିଳିଲା ।

(ଙ) ପୁଦୁଚେରୀ ଅଧୀନରେ ଥ‌ିବା ଫରାସୀ ଶାସନାଧୀନ ଅନ୍ତଃକ୍ଷେତ୍ରଗୁଡ଼ିକ କିପରି ଭାରତ ସହିତ ମିଶିଲେ ?
Answer:

  • ଭାରତର ସ୍ଵାଧୀନତା ଲାଭ ପରେ ପୁଦୁଚେରୀ ଅଧୀନରେ ଥିବା ଫରାସୀ ଶାସନାଧୀନ ଅନ୍ତଃକ୍ଷେତ୍ରଗୁଡ଼ିକୁ ଭାରତ ସହିତ ମିଶାଇ ଦେବାପାଇଁ ଫରାସୀ ସରକାରଙ୍କ ସହିତ ଆଲୋଚନା ହୋଇଥିଲା ।
  • ୧୯୪୮ ମସିହାରେ ଫ୍ରାନ୍ସ ଓ ଭାରତ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଫରାସୀ ଅନ୍ତଃକ୍ଷେତ୍ରଗୁଡ଼ିକରେ ଗଣଭୋଟ କରାଇବାପାଇଁ ସ୍ଥିର ହୋଇଥିଲା ।
  • ୧୯୪୯ ଜୁନ୍ ୧୯ରେ ଚନ୍ଦନନଗରରେ ହୋଇଥିବା ଗଣଭୋଟ ଭାରତ ସପକ୍ଷରେ ଯିବା ପରେ ୧୯୫୦ ମସିହା ମେ ୨ ତାରିଖ ଦିନ ଏହା ଭାରତର ଅନ୍ତର୍ଭୁକ୍ତ ହୋଇଯାଇଥିଲା ।
  • ୧୯୫୪ ମସିହାରେ ଭାରତ ସପକ୍ଷବାଦୀ ଜନ ଆନ୍ଦୋଳନକାରୀମାନେ ୟାନାମ୍ ଓ ମାହେଲେ ଫରାସୀ ଶାସକ ଏଡ଼ୱାର୍ଡ଼ ଗୋବର୍ଟଙ୍କ ଉଦ୍ୟମକୁ ପ୍ରତିହତ କରି କ୍ଷମତା ଦଖଲ କରିନେଇଥିଲେ ।
  • ୧୯୫୪ ମସିହା ଅକ୍ଟୋବର ମାସରେ ପୁଦୁଚେରୀ ଓ କରାଇକଲ୍‌ରେ ହୋଇଥିବା ଜନମତ ଭାରତ ସପକ୍ଷରେ ଯିବା ଫଳରେ ଏହାର ଶାସନ କ୍ଷମତା ମଧ୍ୟ ଭାରତ ସରକାରଙ୍କ ହାତକୁ ଆସିଲା ।

BSE Odisha 10th Class History Solutions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ପର୍ତ୍ତୁଗୀଜ୍ ଶାସିତ ଭାରତରେ ଅବସ୍ଥିତ ଅନ୍ତଃକ୍ଷେତ୍ରଗୁଡ଼ିକର ଭୌଗୋଳିକ ଅବସ୍ଥିତି ବିଷୟରେ ଆଲୋକପାତ କର ।
Answer:

  • ଗୋଆ, ଦାମନ, ଡିଉ, ଦାଦ୍ରା ଓ ନଗରହାବେଳି ଆଦି ଭାରତରେ ପର୍ତ୍ତୁଗୀଜ୍ ଶାସିତ ଅନ୍ତଃକ୍ଷେତ୍ର ଥିଲା ।
  • ଏସବୁ ଅନ୍ତଃକ୍ଷେତ୍ରଗୁଡ଼ିକ ଭାରତର ପଶ୍ଚିମ ଉପକୂଳରେ ଅବସ୍ଥିତ ଥିଲା ।

(ଖ) ଫରାସୀ ଶାସନାଧୀନ ଅନ୍ତଃକ୍ଷେତ୍ରଗୁଡ଼ିକ ଭାରତର କେଉଁ ଅଞ୍ଚଳରେ ଅବସ୍ଥିତ ଥୁଲା ?
Answer:

  • ଫରାସୀ ଶାସନାଧୀନ ଅନ୍ତଃକ୍ଷେତ୍ରଗୁଡ଼ିକ ମଧ୍ୟରେ ପୁଦୁଚେରୀ, କରାଇକଲ୍ ଓ ୟାନାମ୍ କରମଣ୍ଡଳ ଉପକୂଳରେ ଅବସ୍ଥିତ ଥିଲା ।
  • ମାହେ ମାଲବାର ଉପକୂଳରେ ଓ ଚନ୍ଦନନଗର ବଙ୍ଗଳାରେ ଅବସ୍ଥିତ ଥିଲା ।

(ଗ) ପର୍ତ୍ତୁଗୀଜ୍‌ମାନେ କାହା ସହାୟତାରେ ଓ କେବେ ଗୋଆ ଅଧିକାର କରିଥିଲେ ?
Answer:

  • ପର୍ତ୍ତୁଗୀଜ୍‌ମାନେ ବିଜୟନଗର ସମ୍ରାଟଙ୍କ ସହାୟତାରେ ଗୋଆ ଅଧିକାର କରିଥିଲେ ।
  • ୧୫୧୦ ମସିହାରେ ସେମାନେ ଗୋଆ ଅଧିକାର କରିଥିଲେ ।

(ଘ) କେବେ ଓ କାହିଁକି ଗୋଆ, ଦାମନ ଓ ଡିଉର ଜନସାଧାରଣ ଏକ ବିରାଟ ବକ୍ଷୋଭ ପ୍ରଦର୍ଶନ କରିଥିଲେ ?
Answer:

  • ଗୋଆରେ ପର୍ତ୍ତୁଗୀଜ୍ ଶାସକମାନେ ଜନସାଧାରଣଙ୍କ ସୁଖସୁବିଧା ପାଇଁ ଦୃଷ୍ଟି ଦେଉନଥିଲେ ।
  • ସେମାନଙ୍କର ଅତ୍ୟାଚାରରେ ଅତିଷ୍ଠ ହୋଇ ଗୋଆ, ଦାମନ ଓ ଡିଉର ଜନସାଧାରଣ ୧୯୫୫ ମସିହା ଅଗଷ୍ଟ ୧୫ ତାରିଖ ଦିନ ଏକ ବିରାଟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

(ଙ) ଆନ୍ତର୍ଜାତିକ ନ୍ୟାୟାଳୟରେ ପର୍ତ୍ତୁଗୀଜ୍ ସରକାର କି ପ୍ରାର୍ଥନା କରିଥିଲେ ?
Answer:

  • ଦାମନରୁ ପର୍ତ୍ତୁଗୀଜ୍ ସୈନ୍ୟ ପ୍ରେରଣ କରିବାର ପ୍ରଚେଷ୍ଟାକୁ ଭାରତୀୟ ସୈନ୍ୟବାହିନୀ ବାଧା ଦେଇଥିଲେ ।
  • ଏହା ବିରୁଦ୍ଧରେ ପର୍ତ୍ତୁଗୀଜ୍ ସରକାର ଆନ୍ତର୍ଜାତିକ ନ୍ୟାୟାଳୟରେ ଏକ ପ୍ରାର୍ଥନା କରିଥିଲେ ଯେ ଭାରତରେ ଥ‌ିବା ପର୍ତ୍ତୁଗୀଜ୍ ଅନ୍ତଃକ୍ଷେତ୍ରଗୁଡ଼ିକୁ ପର୍ତ୍ତୁଗୀଜ୍ ସୈନ୍ୟ ପ୍ରେରଣ ପାଇଁ ଅନୁମତି ଦେବାକୁ ଭାରତ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ।

BSE Odisha 10th Class History Solutions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

(ଚ) ଗୋଆରୁ ପର୍ତ୍ତୁଗୀଜ୍‌ମାନଙ୍କୁ ବିତାଡ଼ିତ କରିବାପାଇଁ ଭାରତ ସରକାର କି ପଦକ୍ଷେପମାନ ଗ୍ରହଣ କରିଥିଲେ ?
Answer:

  • ସ୍ଵାଧୀନତା ପରେ ଭାରତ ପ୍ରଥମେ ପର୍ତ୍ତୁଗୀଜ୍ ଶାସକଙ୍କ ସହିତ ଗୋଆ ସମସ୍ୟାର କୂଟନୈତିକ ସମାଧାନ କରିବାକୁ ଚେଷ୍ଟା କରିଥିଲେ ।
  • ୧୯୬୧ ମସିହାରେ ଭାରତର ପ୍ରଧାନମନ୍ତ୍ରୀ କଥାବାର୍ତ୍ତା ଜରିଆରେ ଗୋଆ ସମସ୍ୟାରା ସମାଧାନ ଉଦ୍ୟମରେ ବିଫଳ ହେବାପରେ ଭାରତ ସରକାର ଶେଷରେ ୧୯୬୧ ମସିହା ଡିସେମ୍ବର ୧୮ ତାରିଖରେ ଗୋଆକୁ ଭାରତୀୟ ସୈନ୍ୟବାହିନୀ ପ୍ରେରଣ କରିଥିଲେ ।

(ଛ) କେବେ ଗୋଆକୁ ରାଜ୍ୟ ପାହ୍ୟା ଦିଆଯାଇଥିଲା ? ଏହାପରେ ଭାରତରେ ସମୁଦାୟ ରାଜ୍ୟ ସଂଖ୍ୟା କେତେ ହେଲା ?
Answer:

  • ୧୯୮୭ ମସିହା ମେ ମାସ ୩୦ ତାରିଖ ଦିନ ଗୋଆକୁ ରାଜ୍ୟ ପାହ୍ୟା ପ୍ରଦାନ କରାଯାଇଥିଲା ।
  • ଏହାପରେ ଭାରତର ସମୁଦାୟ ରାଜ୍ୟସଂଖ୍ୟା ବୃଦ୍ଧିପାଇ ୨୫ ହୋଇଥିଲା ।

(ଜ) ଦାଦ୍ରା ଓ ନଗରହାବେଳିର ସ୍ଵାଧୀନତା ପାଇଁ କେଉଁ ଅନୁଷ୍ଠାନଗୁଡ଼ିକ କାର୍ଯ୍ୟ କରିଥିଲେ ?
Answer:

  • ଦାଦ୍ରାର ସ୍ଵାଧୀନତା ପାଇଁ ‘ଗୋଆର ମିଳିତ ସାମ୍ମୁଖ୍ୟ’ ନାମକ ଏକ ଜନ ଅନୁଷ୍ଠାନ କାର୍ଯ୍ୟ କରିଥିଲା ।
  • ସେହିପରି ‘ଆଜାଦ୍ ଗୋମନ୍ତକ ଦଳ’ ନଗରହାବେଳିର ସ୍ଵାଧୀନତା ପାଇଁ କାର୍ଯ୍ୟ କରିଥିଲା ।

(ଝ) ଭାରତରେ ଥ‌ିବା ଫରାସୀ ଅନ୍ତଃକ୍ଷେତ୍ର ଜନମତର ଫଳାଫଳ କ’ଣ ଥିଲା ?
Answer:

  • ୧୯୪୯ ମସିହା ଜୁନ୍ ୧୯ ତାରିଖରେ ଚନ୍ଦନନଗରରେ ହୋଇଥିବା ଗଣଭୋଟରେ ଭାରତ ସହ ମିଶିବା ପାଇଁ ୩,୪୬୩ ଓ ଫରାସୀ ଉପନିବେଶ ସପକ୍ଷରେ ୧୧୪ ଜଣ ମତ ସାବ୍ୟସ୍ତ କଲେ । ଫଳରେ ଚନ୍ଦନନଗର ୧୯୫୦ ମସିହା ମେ ୨ ତାରିଖରେ ବିଧ୍ଵବଦ୍ଧ ଭାବେ ଭାରତରେ ମିଶିଗଲା ।
  • ସେହିପରି ୧୯୫୪ ମସିହା ଅକ୍ଟୋବରରେ ପୁଦୁଚେରୀ ଓ କରାଇକଲ୍‌ରେ ହୋଇଥିବା ଜନମତ ଭାରତ ସପକ୍ଷରେ ଯିବାରୁ ଏହି ଦୁଇ ଅନ୍ତଃକ୍ଷେତ୍ରର ମଧ୍ୟ ଭାରତ ସହିତ ସମ୍ମିଶ୍ରଣ ଘଟିଥିଲା ।

(ଞ) ୧୯୫୪ ଅକ୍ଟୋବରରେ କେଉଁ ଅଞ୍ଚଳଗୁଡ଼ିକରେ ଜନମତ ନିଆଯାଇଥିଲା ?
Answer:
୧୯୫୪ ମସିହା ଅକ୍ଟୋବର ମାସରେ ଫରାସୀ ଅନ୍ତଃକ୍ଷେତ୍ର ପୁଦୁଚେରୀ ଓ କରାଇକଲ୍‌ରେ ଜନମତ ନିଆଯାଇଥିଲା ।

BSE Odisha 10th Class History Solutions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ମାହେ କେଉଁଠାରେ ଅବସ୍ଥିତ ଥିଲା ?
Answer:
ମାହେ ମାଲବାର ଉପକୂଳରେ ଅବସ୍ଥିତ ଥିଲା ।

(ଖ) ଭାରତରେ ଥ‌ିବା ଫରାସୀ ଉପନିବେଶମାନଙ୍କର ସଦର ମହକୁମା କେଉଁଠାରେ ଥିଲା ?
Answer:
ଭାରତରେ ଥ‌ିବା ଫରାସୀ ଉପନିବେଶମାନଙ୍କର ସଦର ମହକୁମା ପୁଦୁଚେରୀଠାରେ ଥିଲା ।

(ଗ) କେଉଁମାନଙ୍କ ଶାସନ ସମୟରେ ଗୋଆ ମୁସଲମାନ ଶାସନ ଅଧୀନକୁ ଆସିଲା ?
Answer:
ଖୁମାନଙ୍କ ଶାସନ ସମୟରେ ଗୋଆ ମୁସଲମାନ ଶାସନ ଅଧୀନକୁ ଆସିଲା ।

(ଘ) ଗୋଆ, ଦାମନ ଓ ଡିଉ ଜନସାଧାରଣଙ୍କ ବିକ୍ଷୋଭରେ ପୋଲିସ୍ ଗୁଳିଚାଳନା ଫଳରେ କେତେଜଣ ମରିଥିଲେ ?
Answer:
ଗୋଆ, ଦାମନ ଓ ଡିଉ ଜନସାଧାରଣଙ୍କ ବିକ୍ଷୋଭରେ ପୋଲିସ୍ ଗୁଳିଚାଳନା ଫଳରେ ୨୨ ଜଣ ଅହିଂସ ସତ୍ୟାଗ୍ରହୀଙ୍କର ମୃତ୍ୟୁ ଘଟିଥିଲା ।

(ଙ) କେଉଁଦିନ ଭାରତୀୟ ସୈନ୍ୟବାହିନୀ ଗୋଆରେ ପ୍ରବେଶ କଲେ ?
Answer:
୧୯୬୧ ମସିହା ଡିସେମ୍ବର ମାସ ୧୮ ତାରିଖରେ ଭାରତୀୟ ସୈନ୍ୟବାହିନୀ ଗୋଆରେ ପ୍ରବେଶ କଲେ ।

(ଚ) କେଉଁଦିନ ଏକ ଜନ ଅନୁଷ୍ଠାନ ଦାଦ୍ରା ଅନ୍ତଃକ୍ଷେତ୍ରକୁ ପର୍ତ୍ତୁଗୀଜ୍‌ମାନଙ୍କ କବଳରୁ ଉଦ୍ଧାର କରି ନିଜ ନିୟନ୍ତ୍ରଣକୁ ଆଣିଲେ ?
Answer:
୧୯୫୪ ମସିହା ଜୁଲାଇ ୨୪ ତାରିଖ ଦିନ ‘ଗୋଆର ମିଳିତ ସାମ୍ମୁଖ୍ୟ’ ନାମକ ଏକ ଜନ ଅନୁଷ୍ଠାନ ଦାଦ୍ରା ଅନ୍ତଃକ୍ଷେତ୍ରକୁ ପର୍ତ୍ତୁଗୀଜମାନଙ୍କ କବଳରୁ ଉଦ୍ଧାର କରି ନିଜ ନିୟନ୍ତ୍ରଣକୁ ଆଣିଲେ ।

(ଛ) କେଉଁଦିନ ନଗରହାବେଳି ଦଖଲ କରାଯାଇଥିଲା ?
Answer:
୧୯୫୪ ମସିହା ଅଗଷ୍ଟ ୨ ତାରିଖ ଦିନ ନଗରହାବେଳି ଦଖଲ କରାଯାଇଥିଲା ।

BSE Odisha 10th Class History Solutions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

(ଜ) ଚନ୍ଦନନଗର ବିଧ୍ଵବଦ୍ଧଭାବେ କେବେ ଭାରତରେ ମିଶିଥିଲା ?
Answer:
୧୯୫୦ ମସିହା ମେ ମାସ ୨ ତାରିଖ ଦିନ ଚନ୍ଦନନଗର ବିଧ୍ଵବଦ୍ଧ ଭାବରେ ଭାରତ ସହିତ ମିଶିଥିଲା ।

(ଝ) ପୁଦୁଚେରୀ ଓ କରାଇକଲର ବାସ୍ତବ ଶାସନ କ୍ଷମତା ଭାରତ ସରକାରଙ୍କ ଅଧୀନକୁ କେବେ ଆସିଲା ?
Answer:
ପୁଦୁଚେରୀ ଓ କରାଇକଲର ବାସ୍ତବ ଶାସନ କ୍ଷମତା ଭାରତ ସରକାରଙ୍କ ଅଧୀନକୁ ୧୯୫୪ ମସିହା ନଭେମ୍ବର ମାସ ୧ ତାରିଖ ଦିନ ଆସିଲା ।

(ଞ) ଫରାସୀ ଉପନିବେଶଗୁଡ଼ିକର ଭାରତରେ ମିଶ୍ରଣକୁ ଫରାସୀ ଜାତୀୟ ସଭା କେବେ ଅନୁମୋଦନ କଲା ?
Answer:
ଫରାସୀ ଉପନିବେଶଗୁଡ଼ିକର ଭାରତରେ ମିଶ୍ରଣକୁ ଫରାସୀ ଜାତୀୟ ସଭା ୧୯୬୨ ମସିହା ମେ ମାସରେ ଅନୁମୋଦନ କରାଥିଲା ।

୪. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) କେଉଁଟି ପର୍ତ୍ତୁଗୀଜ୍ ଉପନିବେଶ ନୁହେଁ ?
(i) ଦାଦୁା
(ii) ଦାମନ୍
(iii) ନଗରହାବେଳି
(iv) ମାହେ
Answer:
(iv) ମାହେ

(ଖ) କେବେ ଗୋଆର ପର୍ତ୍ତୁଗୀଜ୍ ଗଭର୍ଣ୍ଣର ଶରଣପତ୍ରରେ ସ୍ଵାକ୍ଷର କଲେ ?
(i) ୧୯୬୧ ଡିସେମ୍ବର ୧୮
(ii) ୧୯୬୧ ଡିସେମ୍ବର ୧୯
(iii) ୧୯୬୧ ଅଗଷ୍ଟ ୧୧
(iv) ୧୯୪୭ ମଇ ୩୦
Answer:
(ii) ୧୯୬୧ ଡିସେମ୍ବର ୧୯

(ଗ) ଗୋଆରେ କେବେ ସାଧାରଣ ନିର୍ବାଚନ ହେଲା ?
(i) ୧୯୬୦
(iii) ୧୯୬୩
(ii) ୧୯୬୧
(iv) ୧୯୬୭
Answer:
(iii) ୧୯୬୩

(ଘ) ୧୯୪୯ ଜୁନ୍ ୧୯ରେ କେଉଁଠାରେ ଗଣଭୋଟ ଅନୁଷ୍ଠିତ ହୋଇଥିଲା ?
(i) ପୁଦୁଚେରା
(ii) ୟାନାମ୍
(iii) ଚନ୍ଦନନଗର
(iv) କରାଇକଲ
Answer:
(iii) ଚନ୍ଦନନଗର

(ଙ) ଏଓ୍ୱାର୍ଡ଼ ଗୋବର୍ଟ କେଉଁଠାରେ ଜନଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରିଥିଲେ ?
(i) ଟୋଆ
(ii) ପୁଦୁଚେରୀ
(iii) ଡାମନ
(iv) ୟାନାମ୍
Answer:
(iv) ୟାନାମ୍

BSE Odisha 10th Class History Solutions Chapter 13 ଗୋଆ ଓ ପୁଦୁଚେରୀର ମୁକ୍ତି

୫. ପାଠରେ ଦିଆଯାଇଥ‌ିବା ‘‘ତୁମପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।

  • ଭାସ୍କୋଡ଼ାଗାମାଙ୍କ ଭାରତକୁ ଜଳପଥ ଆବିଷ୍କାର ସମ୍ପର୍କରେ ଏକ ବର୍ଣ୍ଣନା ପ୍ରଦାନ କର ।

Answer:
ପର୍ତ୍ତୁଗାଲର ରାଣୀଙ୍କର ଅନୁମତି ପାଇ ପର୍ତ୍ତୁଗୀଜ୍ ନାବିକ ଭାସ୍କୋଡ଼ାଗାମା ୧୪୯୮ ଖ୍ରୀଷ୍ଟାବ୍ଦରେ ଭାରତକୁ ଜଳପଥ ଆବିଷ୍କାର କରିବା ଲକ୍ଷ୍ୟରେ ଆଫ୍ରିକାର ଉତ୍ତମାଶା ଅନ୍ତରୀପଠାରେ ପହଞ୍ଚିଲେ । ସେଠାରୁ କେତେଜଣ ଭାରତୀୟ ବ୍ୟବସାୟୀଙ୍କ ସହାୟତାରେ ଭାରତକୁ ଜଳପଥ ଆବିଷ୍କାର ନିମନ୍ତେ ଅଗ୍ରସର ହୋଇ ଶେଷରେ ଭାରତର ପଶ୍ଚିମ ଉପକୂଳସ୍ଥ କାଲିକଟ୍ (କୋଝିକୋଡ଼) ଠାରେ ପହଞ୍ଚିଲେ । ସେତେବେଳେ ‘ଜାମୋରିନ୍’ ଉପାଧ୍ଧାରୀ ଜଣେ ହିନ୍ଦୁ ରାଜା କାଲିକଟ୍‌ର ଶାସକ ଥିଲେ । ତାଙ୍କ ଅନୁମତିକ୍ରମେ ପର୍ତ୍ତୁଗୀଜ୍‌ମାନେ ଭାରତରେ ବାଣିଜ୍ୟ କରିବାକୁ ଅନୁମତି ପାଇଥିଲେ ।

  • ଗୋଆ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗରହାବେଳିର ରାଜଧାନୀମାନଙ୍କର ନାମ, ଲୋକମାନଙ୍କର ମୁଖ୍ୟ ଭାଷା ଏବଂ ଦର୍ଶନୀୟ ସ୍ଥାନଗୁଡ଼ିକର ଏକ ବିବରଣୀ ପ୍ରସ୍ତୁତ କର ।

Answer:
ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତାରେ ବିବରଣୀ ପ୍ରସ୍ତୁତ କରିବେ

  • ପଦୁଚେରୀର ଭାଷା, ନୃତ୍ୟଗୀତ ଓ ଦର୍ଶନୀୟ ସ୍ଥାନଗୁଡ଼ିକ ସମ୍ପର୍କରେ ଏକ ବିବରଣୀ ପ୍ରସ୍ତୁତ କର ।

Answer:
ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତା ନେଇ ବିବରଣୀ ପ୍ରସ୍ତୁତ କରିବେ ।

BSE Odisha 10th Class History Solutions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

Odisha State Board BSE Odisha 10th Class History Solutions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି Textbook Exercise Questions and Answers.

BSE Odisha Class 10 History Solutions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ସ୍ଵାଧୀନତାବେଳକୁ ଭାରତର ଆର୍ଥନୀତିକ ସମସ୍ୟାଗୁଡ଼ିକ କ’ଣ ଥିଲା ଓ ଭାରତୀୟ ଅର୍ଥନୀତିରେ ସୁଧାର ଆଣିବାପାଇଁ କି କି ସୁବିଧା ଉପଲବ୍‌ଧ ଥିଲା ?
Answer:

  • ସ୍ଵାଧୀନତାବେଳକୁ ଭାରତରେ ଅନେକଗୁଡ଼ିଏ ଆର୍ଥନୀତିକ ସମସ୍ୟା ମୁଣ୍ଡଟେକି ସାରିଥିଲା ।
  • ସେସବୁ ପ୍ରମୁଖ ସମସ୍ୟାଗୁଡ଼ିକ ହେଲା – ପରିବ୍ୟାପ୍ତ ଦାରିଦ୍ର୍ୟ, ନିରକ୍ଷରତା ଓ ଅଜ୍ଞାନତା; ବିପର୍ଯ୍ୟସ୍ତ କୃଷି ବ୍ୟବସ୍ଥା, ଶିଳ୍ପାୟନ କ୍ଷେତ୍ରରେ ସ୍ଥାଣୁତା, ହସ୍ତ ଓ କୁଟୀରଶିଳ୍ପରେ ଅଧୋଗତି ।
  • ସୌଭାଗ୍ୟବଶତଃ ଭାରତର ଏହି ବିପର୍ଯ୍ୟସ୍ତ ଅର୍ଥ ବ୍ୟବସ୍ଥାକୁ ବିକାଶର ଦ୍ଵାରଦେଶରେ ପହଞ୍ଚାଇ ଦେବାପାଇଁ କେତେକ ସୁବିଧା ଏ ଦେଶରେ ଉପଲବ୍ଧ ଥିଲା ।
  • ଏହି ସୁବିଧାଗୁଡ଼ିକ ହେଲା ୧୯୧୪ରୁ ୧୯୪୭ ମସିହା ମଧ୍ୟରେ ଭାରତର ଶିଳ୍ପାୟନକୁ ଆଗେଇ ନେଇଥ‌ିବା କେତେକ ଭାରତୀୟ ପୁଞ୍ଜିପତି ଓ ଉଦ୍ୟୋଗପତିମାନଙ୍କ ଉପସ୍ଥିତି, ଭାରତର ପର୍ଯ୍ୟାପ୍ତ ଖଣିଜ ସମ୍ପଦ ଓ ଭାରତର ମାନବ ସମ୍ପଦ ଏବଂ ଭାରତୀୟମାନଙ୍କ ହାତରେ ଥିବା ବ୍ୟାଙ୍କ, ବୀମା ଓ ଅନ୍ୟାନ୍ୟ ଆର୍ଥିକ ଉପଚାର ।
  • ସ୍ଵାଧୀନତାବେଳକୁ ପ୍ରାୟତଃ କେତେକ ଭାରତୀୟ ଶିଳ୍ପପତି ଓ ଉଦ୍ୟୋଗପତି ଦେଶର ଶିଳ୍ପ, ବାଣିଜ୍ୟ, ବ୍ୟାଙ୍କିଙ୍ଗ୍ ଓ ବୀମାକ୍ଷେତ୍ରରେ ସେମାନଙ୍କ ଆସନ ଦୃଢ଼ କରିସାରିଥିଲେ ।

(ଖ) ସ୍ଵାଧୀନତା ପରେ ଭାରତର ଅର୍ଥନୀତିକୁ ସୁଧାରିବାପାଇଁ କେଉଁ ପ୍ରକାର ପଦକ୍ଷେପ ନେବାର ଆବଶ୍ୟକତା ଥିଲା ।
Answer:

  • ସ୍ଵାଧୀନତା ପରେ ଭାରତୀୟ ଅର୍ଥନୀତିକୁ ସୁଧାରିବାପାଇଁ କେତେକ ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକ ଥିଲା । ସେଗୁଡ଼ିକ ହେଲା – ଆତ୍ମନିର୍ଭରଶୀଳତା, ଆମଦାନି ହ୍ରାସ କରି ବ୍ୟାବସାୟିକ ସନ୍ତୁଳନ ରକ୍ଷା କରିବା ଓ ଦ୍ରୁତ ଶିଳ୍ପାୟନ ତଥା ବିଦେଶୀ ପୁଞ୍ଜିପତିମାନଙ୍କୁ ଯଥାସମ୍ଭବ ବାରଣ କରିବା ।
  • ଏତଦ୍‌ବ୍ୟତୀତ ଜମିଦାରୀ ପ୍ରଥା ଉଚ୍ଛେଦ କରି ଭୂସଂସ୍କାର କାର୍ଯ୍ୟକାରୀ କରିବା, ରୟତମାନଙ୍କୁ ସ୍ୱତ୍ୱ ପ୍ରଦାନ କରିବା, ସମବାୟ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ଏବଂ ଭାରତର ବିପୁଳ ଜନସମ୍ବଳକୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରି ଦେଶର ପ୍ରଗତି ପାଇଁ ବିନିଯୋଗ କରିବା ।
  • ଅଧ୍ଵକନ୍ତୁ, କୁଟୀରଶିଳ୍ପକୁ ପ୍ରୋତ୍ସାହିତ କରି ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ବୃହତ୍ ଶିଳ୍ପସବୁ ସରକାରୀ ଉଦ୍ୟୋଗରେ ପ୍ରତିଷ୍ଠା କରିବା ।
  • ସରକାରୀ ଓ ବେସରକାରୀ ସ୍ତରରେ ସମାନ ସୁଯୋଗ ପ୍ରଦାନ କରି ଏକପ୍ରକାର ମିଶ୍ରିତ ଅର୍ଥନୀତିର ପରିବେଶ ସୃଷ୍ଟି କରିବା ବ୍ୟବସ୍ଥା କରାଯିବାପାଇଁ ପଦକ୍ଷେପ ନେବା ।
  • ଅନୁସୂଚିତ ଜାତି ଓ ଜନଜାତିମାନଙ୍କୁ ଭାରତର ଆର୍ଥନୀତିକ ପ୍ରଗତି ସ୍ରୋତରେ ସାମିଲ କରିବା ।

BSE Odisha 10th Class History Solutions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

(ଗ) ପ୍ରଥମ ଦୁଇଟି ପଞ୍ଚବାର୍ଷିକ ଯୋଜନାର ଉଦ୍ଦେଶ୍ୟ ଓ ସୁଫଳ କ’ଣ ଥିଲା ?
Answer:

  • ୧୯୫୧ରୁ ୧୯୫୬ ମସିହା ପର୍ଯ୍ୟନ୍ତ ପ୍ରଥମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ହେଲା । ଏହି ଯୋଜନାର ଉଦ୍ଦେଶ୍ୟ ଥିଲା ଦେଶର କୃଷି ଓ ଜଳସେଚନ ବ୍ୟବସ୍ଥା ଉପରେ ଗୁରୁତ୍ଵ ଦେବା ।
  • ୧୯୫୬ରୁ ୧୯୬୧ ମସିହା ଥିଲା ଭାରତର ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାର କାର୍ଯ୍ୟକାଳ । ଏହାର ରୂପରେଖ ପ୍ରସ୍ତୁତ କରିଥିଲେ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ପି.ସି. ମାହାଲାନୋବିସ୍ ।
  • ଏହି ଯୋଜନାର ପ୍ରଧାନ ଉଦ୍ଦେଶ୍ୟ ଥିଲା ଭାରତୀୟ ସମାଜରେ ସମାଜବାଦୀ ବ୍ୟବସ୍ଥାର ପ୍ରଚଳନ ।
  • ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟଗୁଡ଼ିକ ଥିଲା ଜାତୀୟ ଆୟର ବୃଦ୍ଧି, ମୌଳିକ ଓ ବୃହତ୍ ଶିଳ୍ପର ବିକାଶ, ନିଯୁକ୍ତି ସୁଯୋଗ ଦେବାପାଇଁ ବ୍ୟାପକ ବ୍ୟବସ୍ଥା, ଆୟ ଓ ସମ୍ପତ୍ତିର ସୁଷମ ବଣ୍ଟନ ।
  • ଭାରତୀୟ ଶିଳ୍ପ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରିବା, ସର୍ବୋପରି ଶିଳ୍ପାୟନ ଓ ସରକାରୀ ଉଦ୍ୟୋଗ ପ୍ରତିଷ୍ଠା ଉପରେ ଗୁରୁତ୍ଵ ପ୍ରଦାନ ଏହି ଯୋଜନାର ଲକ୍ଷ୍ୟ ଥିଲା । ଏହି ସମୟରେ ବିଦେଶୀ ଜ୍ଞାନକୌଶଳକୁ ଉପଯୋଗ କରି ତିନୋଟି (୩ଟି) ସମନ୍ବିତ ଇସ୍ପାତ ପ୍ରକଳ୍ପ ମଧ୍ଯ ନିର୍ମିତ ହେଲା ।

(ଘ) ଚତୁର୍ଥ ପଞ୍ଚବାର୍ଷିକ ଯୋଜନାର ଉଦ୍ଦେଶ୍ୟ ଓ ସୁଫଳଗୁଡ଼ିକ କ’ଣ ଥିଲା ?
Answer:

  • ଚତୁର୍ଥ ପଞ୍ଚବାର୍ଷିକ ଯୋଜନାରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା କୃଷିଜାତ ଦ୍ରବ୍ୟର ଅଧିକ ଉତ୍ପାଦନ ।
  • ଜନସାଧାରଣଙ୍କର ଜୀବନଧାରଣର ମାନକୁ ଉନ୍ନତ କରିବାପାଇଁ ଏହି ଯୋଜନାରେ ସମତା ଓ ସାମାଜିକ ନ୍ୟାୟ ଉପରେ ଅଧ୍ଵ ଗୁରୁତ୍ଵ ଦିଆଗଲା ।
  • ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ଥିବା ଆର୍ଥନୀତିକ ତାରତମ୍ୟ ହ୍ରାସ କରିବାପାଇଁ ଏହି ଯୋଜନାରେ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା ।
  • ୧୯୬୯ ମସିହାରେ ୧୪ଟି ବ୍ୟାଙ୍କକୁ ଜାତୀୟକରଣ କରାଗଲା । ବ୍ୟାଙ୍କ ଓ ଅନ୍ୟାନ୍ୟ ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଲୋକଙ୍କ ନିକଟତର କରାଗଲା ।
  • ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ଯୋଗୁଁ ଏହି ଯୋଜନା ଆଶାନୁରୂପ ସଫଳତା ପାଇପାରି ନଥିଲା; ବରଂ ଏହି ଯୋଜାନକାଳରେ ଦରଦାମ୍ ଆଶାତୀତ ଭାବେ ବୃଦ୍ଧି ପାଇଥିଲା ।

(ଙ) ଦାରିଦ୍ର୍ୟ ଦୂରୀକରଣ ପାଇଁ ଭାରତ ସରକାର ୧୯୬୯ ରୁ ୨୦୦୦ ମସିହା ପର୍ଯ୍ୟନ୍ତ କି ପଦକ୍ଷେପ ନେଇଥିଲେ ?
Answer:

  • ୧୯୬୯ ମସିହା ପରେ ଗ୍ରାମ ଓ ସହରାଞ୍ଚଳର ଦାରିଦ୍ର୍ୟକୁ ଦୂର କରିବାକୁ ଭାରତ ସରକାର କେତେକ ଯୋଜନା କାର୍ଯ୍ୟକାରୀ କଲେ, କାରଣ ଦାରିଦ୍ର୍ୟ ଓ ବେରୋଜଗାରୀ ଥିଲା ତତ୍‌କାଳୀନ ଭାରତର ମୁଖ୍ୟ ସମସ୍ୟା ।
  • ୧୯୬୯ ମସିହାରେ ଭାରତର ବଡ଼ ବଡ଼ ୧୪ଟି ବ୍ୟାଙ୍କକୁ ଜାତୀୟକରଣ କରିଦିଆଯିବା ପରେ ସାଧାରଣ ଲୋକଙ୍କ ଆତ୍ମନିଯୁକ୍ତି ଓ କୃଷିକ୍ଷେତ୍ର ପାଇଁ ଋଣ ସୁଲଭ ହେଲା ।
  • ୧୯୭୮ ମସିହାରେ ‘ସମନ୍ବିତ ଗ୍ରାମ୍ୟ ଉନ୍ନୟନ ଯୋଜନା’ କାର୍ଯ୍ୟକାରୀ ହେଲା । ସେହି ବର୍ଷ ଆରମ୍ଭ ହେଲା ‘ଗ୍ରାମାଞ୍ଚଳ ନାରୀ ଓ ଶିଶୁବିକାଶ ଯୋଜନା’ ।
  • ୧୯୯୯ ମସିହାରେ ଆରମ୍ଭ ହେଲା ‘ସ୍ଵର୍ଣ୍ଣଜୟନ୍ତୀ ଗ୍ରାମ୍ୟ ସ୍ଵରୋଜଗାର ଯୋଜନା’ । ପୁନଶ୍ଚ ୨୦୦୦ ମସିହାରେ ଆରମ୍ଭ ହେଲା ‘ ପ୍ରଧାନମନ୍ତ୍ରୀ ଗ୍ରାମୋଦୟ ଯୋଜନା’ । ଏହି ଯୋଜନାର ଦୁଇଟି ମୁଖ୍ୟ ବିଭାଗ ଥିଲା; ଯଥା – (୧) ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, (୨) ଇନ୍ଦିରା ଆବାସ ଯୋଜନା । ସହରାଞ୍ଚଳର ବେକାର ଯୁବକ ଯୁବତୀମାନଙ୍କ ପାଇଁ ୧୯୯୭ ମସିହାରେ ଆରମ୍ଭ ହୋଇଥିଲା ‘ସ୍ଵର୍ଣ୍ଣଜୟନ୍ତୀ ସହରୀ ରୋଜଗାର ଯୋଜନା’ ।
  • ୨୦୦୦ ମସିହାରେ କାର୍ଯ୍ୟକାରୀ ହୋଇଥିବା ‘ଅନ୍ତୋଦୟ ଅନ୍ନ ଯୋଜନା’ ମାଧ୍ୟମରେ ପ୍ରାୟ ଏକକୋଟି ଅତି ଦରିଦ୍ର ଲୋକଙ୍କୁ କିଲୋଗ୍ରାମ୍ ପ୍ରତି ୨ଟଙ୍କା ଦରରେ ଗହମ ଓ ୩ ଟଙ୍କା ଦରରେ ମାସକୁ ୩୫ କି.ଗ୍ରା. ଚାଉଳ ଯୋଗାଇଦେବାର ବ୍ୟବସ୍ଥା ହେଲା ।

BSE Odisha 10th Class History Solutions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ଯୋଜନା ଆୟୋଗ ଓ ଜାତୀୟ ଉନ୍ନୟନ ପରିଷଦ କେବେ ଗଠିତ ହୋଇଥିଲା ?
Answer:

  • ୧୯୫୦ ମସିହା ମାର୍ଚ୍ଚ ୧୫ ତାରିଖରେ ‘ଯୋଜନା ଆୟୋଗ’ ଗଠିତ ହୋଇଥିଲା ।
  • ୧୯୫୨ ମସିହା ଅଗଷ୍ଟ ୬ ତାରିଖରେ ‘ ଜାତୀୟ ଉନ୍ନୟନ ପରିଷଦ’ ଗଠିତ ହୋଇଥିଲା ।

(ଖ) ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଲକ୍ଷ୍ୟ କ’ଣ ଥିଲା ?
Answer:

  • ଭାରତୀୟ ସମାଜରେ ସମାଜବାଦୀ ବ୍ୟବସ୍ଥାର ପ୍ରଚଳନ ଥିଲା ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାର ପ୍ରଧାନ ଉଦ୍ଦେଶ୍ୟ ।
  • ଜାତୀୟ ଆୟର ବୃଦ୍ଧି, ମୌଳିକ ଓ ବୃହତ୍ ଶିଳ୍ପାୟନକୁ ଗୁରୁତ୍ଵ ଦେଇ ଶିଳ୍ପର ବିକାଶ ଓ ନିଯୁକ୍ତ ସୁଯୋଗ ଦେବାପାଇଁ ବ୍ୟାପକ ବ୍ୟବସ୍ଥା, ଆୟ ଓ ସମ୍ପତ୍ତିର ସୁଷମ ବଣ୍ଟନ, ଶିଳ୍ପ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହନ ଦେବା ଏହାର ଅନ୍ୟତମ ଲକ୍ଷ୍ୟ ଥିଲା ।

(ଗ) ତୃତୀୟ ପଞ୍ଚବାର୍ଷିକ ଯୋଜନା କାହିଁକି ବାଧାପ୍ରାପ୍ତ ହୋଇଥିଲା ?
Answer:
୧୯୬୨ ମସିହାରେ ଚୀନ୍‌ର ଭାରତ ଆକ୍ରମଣ ଓ ୧୯୬୫ ମସିହାରେ ଭାରତ ପାକିସ୍ତାନ ଯୁଦ୍ଧ ଯୋଗୁଁ ତୃତୀୟ ପଞ୍ଚବାର୍ଷିକ ଯୋଜନା ବାଧାପ୍ରାପ୍ତ ହୋଇଥିଲା ।

(ଘ) ଜାତୀୟ ଆୟ ଓ ମୁଣ୍ଡପିଛା ଆୟ ସଂକ୍ରାନ୍ତରେ ତୃତୀୟ ପଞ୍ଚବାର୍ଷିକ ଯୋଜନାର କ’ଣ ଉଦ୍ଦେଶ୍ୟ ଥିଲା ?
Answer:
ତୃତୀୟ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜାତୀୟ ଆୟକୁ ଶତକଡ଼ା ୩୦ ଭାଗ ବୃଦ୍ଧି କରିବା ଏବଂ ମୁଣ୍ଡପିଛା ଆୟକୁ ଅନ୍ୟୁନ ୧୭% ବଢ଼ାଇବା ।‍

(ଙ) ଚତୁର୍ଥ ପଞ୍ଚବାର୍ଷିକ ଯୋଜନାରେ କାହା ଉପରେ ଗୁରୁତ୍ବ ଦିଆଯାଇଥିଲା ?
Answer:
ଚତୁର୍ଥ ପଞ୍ଚବାର୍ଷିକ ଯୋଜନାରେ ଜନସାଧାରଣଙ୍କ ଜୀବନଧାରଣ ମାନକୁ ଉନ୍ନତ କରିବାପାଇଁ ସମତା ଓ ସାମାଜିକ ନ୍ୟାୟ ଉପରେ ଗୁରୁତ୍ଵ ଦିଆଯାଇଥିଲା ।

BSE Odisha 10th Class History Solutions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

(ଚ) ପଞ୍ଚମ ପଞ୍ଚବାର୍ଷିକ ଯୋଜନା କେବେଠାରୁ ବନ୍ଦ କରି ଦିଆଯାଇଥିଲା ଏବଂ ପୁଣି କେବେଠାରୁ ଆରମ୍ଭ ହେଲା ?
Answer:

  • ପଞ୍ଚମ ପଞ୍ଚବାର୍ଷିକ ଯୋଜନା ୧୯୭୮ ମସିହାରୁ ବନ୍ଦ କରି ଦିଆଯାଇଥିଲା ।
  • ପରେ ୧୯୮୦ରୁ ୧୯୮୫ ମସିହା ପର୍ଯ୍ୟନ୍ତ ଏହାର ପରବର୍ତ୍ତୀ ଷଷ୍ଠ ପଞ୍ଚବାର୍ଷିକ ଯୋଜନା ଆରମ୍ଭ ହେଲା ।

(ଛ) ପ୍ରଧାନମନ୍ତ୍ରୀ ଗ୍ରାମୋଦୟ ଯୋଜନାର ଦୁଇଟି ବିଭାଗ କ’ଣ ଥିଲା ?
Answer:
ପ୍ରଧାନମନ୍ତ୍ରୀ ଗ୍ରାମୋଦୟ ଯୋଜନାର ଦୁଇଟି ମୁଖ୍ୟ ବିଭାଗ ଥିଲା; ଯଥା – (୧) ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା ଓ (୨) ଇନ୍ଦିରା ଆବାସ ଯୋଜନା ।

(ଜ) ବ୍ୟାକ୍‌କୁ ଜାତୀୟକରଣ କରାଯିବା ପରେ କ’ଣ ଲାଭ ହେଲା ?
Answer:

  • ବ୍ୟାଙ୍କକୁ ଜାତୀୟକରଣ କରାଯିବା ପରେ ବ୍ୟାଙ୍କ ଓ ଅନ୍ୟାନ୍ୟ ଋଣପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଜନସାଧାରଣଙ୍କ ନିକଟତର ହେଲେ ।
  • ଫଳରେ ସାଧାରଣ ଲୋକଙ୍କୁ ଆତ୍ମନିଯୁକ୍ତି ଓ କୃଷିକାର୍ଯ୍ୟ ପାଇଁ ଋଣ ସହଜ ଓ ସୁଲଭରେ ମିଳିଲା ।

(ଝ) ମିଶ୍ରିତ ଓ ନିୟନ୍ତ୍ରିତ ଅର୍ଥନୀତି କ’ଣ ?
Answer:

  • ସ୍ଵାଧୀନତା ପରେ ପରେ ଭାରତୀୟ ଅର୍ଥନୀତିର ମୂଳମନ୍ତ୍ର ଥିଲା ‘ମିଶ୍ରିତ ଓ ନିୟନ୍ତ୍ରିତ ଅର୍ଥନୀତି’ ।
  • ଏହି ନୀତି ପ୍ରଚଳିତ ଥିବା ସମୟରେ ଘରୋଇ ଓ ସରକାରୀ ଉଦ୍ୟୋଗ ଉଭୟକୁ ପ୍ରୋତ୍ସାହିତ କରାଯାଉଥିଲା ଓ କେଉଁ କ୍ଷେତ୍ରରେ କିଏ ଅର୍ଥ ବିନିଯୋଗ କରିବ ତାହା ସ୍ଥିର କରାଯାଇଥିଲା ।

ଞ) ଉଦାରୀକରଣ ଅର୍ଥନୀତି ଭାରତରେ କେବେ ଓ କେଉଁ ପରିସ୍ଥିତିରେ ଆରମ୍ଭ ହେଲା ?
Answer:

  • ୧୯୯୧ ମସିହାରେ ଭାରତୀୟ ଅର୍ଥନୀତିରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଲା । ସେତେବେଳେ ବିଶ୍ଵ ଅର୍ଥନୀତି ମଧ୍ୟ ଏକପ୍ରକାର ପରିବର୍ତ୍ତିତ ହୋଇସାରିଥିଲା ।
  • ସୋଭିଏତ୍ ରୁଷିଆର ସାମ୍ୟବାଦୀ ଅର୍ଥନୀତି ପ୍ରତ୍ୟାଖ୍ୟାତ ହୋଇସାରିଥିଲା । ବିଶ୍ବକୁ ଆସିଯାଇଥାଏ ଉଦାରୀକୃତ ଆର୍ଥନୀତିକ ସଂସ୍କାରର ଆନ୍ତର୍ଜାତିକ ଚିନ୍ତାଧାରା । ଏହି ପରିପ୍ରେକ୍ଷୀରେ ଭାରତ ମଧ୍ୟ ଦେଶରେ ପ୍ରଚଳିତ ‘ମିଶ୍ରିତ ଅର୍ଥନୀତି’ ସ୍ଥାନରେ ‘ବିମୁକ୍ତ ଓ ଅବାଧ ଉଦାରୀକରଣ ଅର୍ଥନୀତି’ ପ୍ରଚଳନ କରିଥିଲା ।

BSE Odisha 10th Class History Solutions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ଯୋଜନା କମିଶନର ଚେୟାରମ୍ୟାନ କିଏ ହେଲେ ?
Answer:
ଯୋଜନା କମିଶନର ଚେୟାରମ୍ୟାନ୍ ପ୍ରଧାନମନ୍ତ୍ରୀ ହେଲେ ।

(ଖ) ପଞ୍ଚବାର୍ଷିକ ଯୋଜନା କେବେଠାରୁ ଆରମ୍ଭ ହେଲା ?
Answer:
୧୯୫୧ ମସିହାରୁ ପଞ୍ଚବାର୍ଷିକ ଯୋଜନା ଆରମ୍ଭ ହେଲା ।

(ଗ) କିଏ ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାର ରୂପରେଖ ପ୍ରସ୍ତୁତ କରିଥିଲେ ?
Answer:
ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ପି.ସି. ମାହାଲାନୋବିସ୍ ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନାର ରୂପରେଖ ପ୍ରସ୍ତୁତ କରିଥିଲେ ।

(ଘ) କେବେ ବ୍ୟାଙ୍କଗୁଡ଼ିକର ଜାତୀୟକରଣ ହୋଇଥିଲା ?
Answer:
୧୯୬୯ ମସିହାରେ ବ୍ୟାଙ୍କଗୁଡ଼ିକର ଜାତୀୟକରଣ ହୋଇଥିଲା ।

(ଙ) ଚତୁର୍ଥ ପଞ୍ଚବାର୍ଷିକ ଯୋଜନା କାହିଁକି ଆଶାନୁରୂପ ସଫଳତା ହାସଲ କରିପାରିଲା ନାହିଁ ?
Answer:
ବାଂଲାଦେଶୀ ଶରଣାର୍ଥୀ ସମସ୍ୟା ଓ ୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ଯୋଗୁଁ ଚତୁର୍ଥ ପଞ୍ଚବାର୍ଷିକ ଯୋଜନା ଆଶାନୁରୂପ ସଫଳତା ହାସଲ କରିପାରିଲା ନାହି

(ଚ) ଷଷ୍ଠ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଥିଲା ?
Answer:
ଷଷ୍ଠ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦାରିଦ୍ର୍ୟ ଦୂରୀକରଣ କରିବା ।

BSE Odisha 10th Class History Solutions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

(ଛ) ୧୯୭୮ ମସିହାରେ ଗ୍ରାମାଞ୍ଚଳର ଉନ୍ନୟନ ପାଇଁ ଆରମ୍ଭ କରାଯାଇଥିବା ଯୋଜନାଟି କ’ଣ ?
Answer:
୧୯୭୮ ମସିହାରେ ଗ୍ରାମାଞ୍ଚଳର ଉନ୍ନୟନ ପାଇଁ ଆରମ୍ଭ କରାଯାଇଥିବା ଯୋଜନାଟି ହେଲା ‘ସମନ୍ବିତ ଗ୍ରାମ୍ୟ ଉନ୍ନୟନ ଯୋଜନା’ ।

(ଜ) ୧୯୯୯ ମସିହାରେ ବେକାରୀ ଦୂରୀକରଣ ଦିଗରେ କେଉଁ ଯୋଜନା ପ୍ରବର୍ତ୍ତିତ ହୋଇଥିଲା ?
Answer:
୧୯୯୯ ମସିହାରେ ବେକାରୀ ଦୂରୀକରଣ ନିମନ୍ତେ ପ୍ରବର୍ତ୍ତିତ ହୋଇଥିଲା ‘ସ୍ଵର୍ଣ୍ଣଜୟନ୍ତୀ ଗ୍ରାମ୍ୟ ସ୍ଵରୋଜଗାର ଯୋଜନା’ ।

(ଝ) ସହରାଞ୍ଚଳରେ ବସବାସ କରୁଥିବା ଯୁବକଯୁବତୀଙ୍କର କର୍ମସଂସ୍ଥାନ ପାଇଁ ଆରମ୍ଭ କରାଯାଇଥ‌ିବା ଯୋଜନାଟିର ନାମ କ’ଣ?
Answer:
ସହରାଞ୍ଚଳରେ ବସବାସ କରୁଥିବା ବେକାର ଯୁବକଯୁବତୀଙ୍କର କର୍ମସଂସ୍ଥାନ ପାଇଁ ଆରମ୍ଭ କରାଯାଇଥିବା ଯୋଜନାଟି ହେଲା ‘ସ୍ଵର୍ଣ୍ଣଜୟନ୍ତୀ ସହରୀ ରୋଜଗାର ଯୋଜନା’ ।

(ଞ) ଅନ୍ତୋଦୟ ଅନ୍ନ ଯୋଜନାର ଉଦ୍ଦେଶ୍ୟ କ’ଣ ?
Answer:
ଅନ୍ତୋଦୟ ଅନ୍ନ ଯୋଜନାର ଉଦ୍ଦେଶ୍ୟ ଥିଲା ଗରିବ ଲୋକମାନଙ୍କ ନିକଟରେ ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବା ।

BSE Odisha 10th Class History Solutions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

୪. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାର କାର୍ଯ୍ୟକାଳ କେବେ ଶେଷ ହୋଇଥିଲା ?
(i) ୧୯୫୬
(ii) ୧୯୬୧
(iii) ୧୯୬୨
(iv) ୧୯୬୫
Answer:
(ii) ୧୯୬୧

(ଖ) ଜାତୀୟ ଆୟର କେତେ ଅଭିବୃଦ୍ଧି ତୃତୀୟ ପଞ୍ଚବାର୍ଷିକ ଯୋଜନାର ଲକ୍ଷ୍ୟ ଥିଲା ?
(i) ୫%
(ii) ୫.୬%
(iii) ୭.୫%
(iv) ୬.୮%
Answer:
(i) ୫%

(ଗ) ସପ୍ତମ ପଞ୍ଚବାର୍ଷିକ ଯୋଜନା ଫଳରେ ଖାଦ୍ୟ ଉତ୍ପାଦନ କେତେ ବୃଦ୍ଧି ପାଇଥିଲା ?
(i) ୧୭%
(ii) ୩.୨୩%
(iii) ୫.୮%
(iv) ୧.୨%
Answer:
(ii) ୩.୨୩%

(ଘ) କେବେ ଭାରତରେ ଏକ ନୂଆ ଶିଳ୍ପନୀତି ଘୋଷିତ ହୋଇଥିଲା ?
(i) ୧୯୫୧
(ii) ୧୯୫୬
(iii) ୧୯୯୦
(iv) ୧୯୯୧
Answer:
(ii) ୧୯୫୬

(ଙ) କେବେଠାରୁ ଭାରତରେ ମିଶ୍ରିତ ଅର୍ଥନୀତି ପ୍ରବର୍ତ୍ତିତ ହେଲା ?
(i) ୧୯୬୯
(ii) ୧୯୭୮
(iii) ୧୯୯୧
(iv) ୧୯୯୭
Answer:
କୌଣସି ବିକଳ୍ପ ଠିକ୍ ଉତ୍ତର ନୁହେଁ

BSE Odisha 10th Class History Solutions Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

୫. ପାଠରେ ଦିଆଯାଇଥ‌ିବା ‘ତୁମପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)

BSE Odisha 10th Class History Solutions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

Odisha State Board BSE Odisha 10th Class History Solutions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ Textbook Exercise Questions and Answers.

BSE Odisha Class 10 History Solutions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ବିଜ୍ଞାନ ଓ ବୈଷୟିକ ବିଦ୍ୟାର ଉପଯୋଗିତା ସମ୍ପର୍କରେ ଜବାହରଲାଲ ନେହେରୁଙ୍କର ମତ କ’ଣ ଥିଲା ?
Answer:

  • ଜବାହରଲାଲ ନେହେରୁ ତାଙ୍କ ପ୍ରଧାନମନ୍ତ୍ରୀତ୍ଵ କାଳ (୧୯୪୬ – ୧୯୬୪)ରେ ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ ପାଇଁ ଅକ୍ଲାନ୍ତ ଚେଷ୍ଟା କରିଥିଲେ ।
  • ନେହେରୁଙ୍କର ଦୃଢ଼ ବିଶ୍ଵାସ ଥିଲା ଯେ କେବଳ ବିଜ୍ଞାନ ହିଁ କ୍ଷୁଧା, ଦାରିଦ୍ର୍ୟ, ଅପରିଚ୍ଛନ୍ନତା, ନିରକ୍ଷରତା, ଅନ୍ଧବିଶ୍ଵାସ, ପ୍ରାକୃତିକ ସମ୍ବଳର ଅସଦ୍ ବିନିଯୋଗ ପ୍ରଭୃତି ଭାରତର ଗୁରୁତର ସମସ୍ୟାଗୁଡ଼ିକର ସମାଧାନ କରିପାରିବ ।
  • ଦେଶର ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ପ୍ରଗତି ପାଇଁ ବିଜ୍ଞାନ ଓ ବୈଷୟିକ ବିଦ୍ୟା ଯେ ଅପରିହାର୍ଯ୍ୟ ତାହା ନେହେରୁ ଉପଲବ୍ଧ କରିଥିଲେ ।
  • ବୈଜ୍ଞାନିକ ଗବେଷଣା ଓ ବୈଷୟିକ ଜ୍ଞାନ ଯେ ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିବ ସେ ବିଷୟ ଜବାହରଲାଲ ନେହେରୁ ସ୍ପଷ୍ଟ କରିଦେଇଥିଲେ ।
  • ସୁତରାଂ ଭାରତର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଜ୍ଞାନ ଓ ବୈଷୟିକ ବିଦ୍ୟା ସହାୟକ ବୋଲି ନେହେରୁ ମତ ଦେଇଥିଲେ ।

(ଖ) ସ୍ଵାଧୀନତା ପ୍ରାପ୍ତି ପରେ ଭାରତରେ କୃଷି ଓ ଶିଳ୍ପର ବିକାଶ ନିମନ୍ତେ କ’ଣ କରାଯାଇଛି ?
Answer:

  • ସ୍ଵାଧୀନତା ପ୍ରାପ୍ତି ପରେ କୃଷିକ୍ଷେତ୍ରରେ ବିଜ୍ଞାନ ଶିକ୍ଷାର ବ୍ୟାପକ ପ୍ରୟୋଗ କରିବାପାଇଁ ବ୍ୟବସ୍ଥା ହେଲା ।
  • ବିଂଶ ଶତାବ୍ଦୀର ସପ୍ତମ ଦଶକରେ ରାସାୟନିକ ସାର ଓ ଅଧ‌ିକ ଉତ୍ପାଦନକ୍ଷମ ବିହନର ବହୁଳ ବ୍ୟବହାର, ସୁବ୍ୟବସ୍ଥିତ ଜଳସେଚନ ବ୍ୟବସ୍ଥା ଫଳରେ ଉତ୍ପାଦନ ବୃଦ୍ଧି ପାଇଲା ଓ ସବୁଜ କ୍ରାନ୍ତି ସମ୍ଭବ ହେଲା ।
  • ୧୯୭୧ ମସିହାରେ କେନ୍ଦ୍ରରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ ନାମରେ ଏକ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରାଗଲା । ଜୈବ ପ୍ରଯୁକ୍ତି ବିଦ୍ୟାର ବିକାଶ ଓ କୃଷି କ୍ଷେତ୍ରରେ ଏହାର ବିନିଯୋଗ ଲାଭଦାୟକ ହେଲା ।
  • ଶିଳ୍ପ କ୍ଷେତ୍ରରେ ବିଶେଷକରି ଲୌହ ଓ ଇସ୍ପାତ ଶିଳ୍ପ କ୍ଷେତ୍ରରେ ମଧ୍ୟ ପ୍ରଗତି ପାଇଁ ଚେଷ୍ଟା କରାଗଲା ।
  • ୧୯୭୩ ମସିହାରେ ‘ଭାରତୀୟ ଇସ୍ପାତ ପ୍ରାଧ୍ଵରଣ ଲିମିଟେଡ୍’ ନାମକ ସରକାରୀ ସଂସ୍ଥା ସ୍ଥାପନ କରାଯାଇ ଭାରତରେ ପ୍ରତିଷ୍ଠା କରାଯାଇଥିବା ପାଞ୍ଚଟି ଏକୀକୃତ ଇସ୍ପାତ ପ୍ରକଳ୍ପର ପରିଚାଳନା ଭାର ହାତକୁ ନିଆଗଲା ।

BSE Odisha 10th Class History Solutions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

(ଗ) ପରମାଣୁ ଶକ୍ତିର ବିକାଶ ପାଇଁ ଭାରତ ସରକାର କି କି ପଦକ୍ଷେପ ନେଇଛନ୍ତି ?
Answer:

  • ପରମାଣୁ ଶକ୍ତିର ବିକାଶ ପାଇଁ ୧୯୪୮ ମସିହା ଅଗଷ୍ଟ ମାସରେ ବିଶିଷ୍ଟ ବୈଜ୍ଞାନିକ ହୋମି ଜାହାଙ୍ଗୀର ଭାବାଙ୍କ ଅଧ୍ୟକ୍ଷତାରେ ‘ପରମାଣୁ ଶକ୍ତି ଆୟୋଗ’ ଗଠନ କରାଗଲା ।
  • ୧୯୫୪ ମସିହାରେ ଏକ ସ୍ଵତନ୍ତ୍ର ‘ପରମାଣୁ ଶକ୍ତି ବିଭାଗ’ ଖୋଲାଗଲା ।
  • ୧୯୫୬ ମସିହାରେ ଟ୍ରମ୍ବେଠାରେ ପ୍ରଥମ ଆଣବିକ ରିଆକ୍ଟର ଓ ଭାବା ଆଣବିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହାର ଅଧୀନରେ ଅପ୍‌ସରା, ସର୍କସ, ଜେରଲିନା, ଧ୍ରୁବ ପ୍ରଥମ ଓ ଦ୍ୱିତୀୟ, ପୂର୍ଣ୍ଣିମା, କାମିନୀ ପ୍ରଭୃତି ରିଆକ୍ଟର କାର୍ଯ୍ୟକ୍ଷମ ହେଲା ।
  • ଭାବା ଆଣବିକ ଗବେଷଣା କେନ୍ଦ୍ର ତତ୍ତ୍ୱାବଧାନରେ ଅନେକ ଗବେଷଣା କେନ୍ଦ୍ର ପଶ୍ଚିମବଙ୍ଗ, କାଶ୍ମୀର ଓ କର୍ଣ୍ଣାଟକଠାରେ ଗଢ଼ିଉଠିଲା । ୧୯୮୪ ମସିହାରେ ଇନ୍ଦୋରଠାରେ ଉନ୍ନତ ବୈଷୟିକ ଜ୍ଞାନକେନ୍ଦ୍ର ନାମକ ଏକ ଗବେଷଣା ସଂସ୍ଥା ପ୍ରତିଷ୍ଠା କରାଗଲା ।
  • ଭାରତ ପ୍ରଥମଥର ପାଇଁ ୧୯୭୪ ମସିହା ମେ ୧୮ରେ ଓ ଦ୍ବିତୀୟଥର ପାଇଁ ୧୯୯୮ ମସିହା ମେ ୧୧ ଓ ୧୩ରେ ରାଜସ୍ଥାନର ପୋଖରାନ୍‌ଠାରେ ପରମାଣୁ ବୋମା ପରୀକ୍ଷଣ କରିଥିଲା ।

(ଘ) ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଅଗ୍ରଗତି ସମ୍ପର୍କରେ ସୂଚନା ଦିଅ ।
Answer:

  • ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଅଗ୍ରଗତି ଉଦ୍ଦେଶ୍ୟରେ ୧୯୫୮ ମସିହାରେ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଙ୍ଗଠନ ଗଠିତ ହେଲା ।
  • ୧୯୮୩ ମସିହାରେ ଏକୀଭୂତ ନିୟନ୍ତ୍ରିତ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇ ବିଭିନ୍ନ ଧରଣର କ୍ଷେପଣାସ୍ତ୍ରର ଯଥା – ଅଗ୍ନି, ପୃଥ୍ବୀ, ଧନୁଶ, ଆକାଶ, ତ୍ରିଶୂଳ ଓ ନାଗ ଆଦିର ବିକାଶ କରାଗଲା । ,
  • ଏହି କ୍ଷେପଣାସ୍ତ୍ରଗୁଡ଼ିକର ପରୀକ୍ଷା ପାଇଁ ଓଡ଼ିଶାର ଚାନ୍ଦିପୁରଠାରେ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଗଲା ।
  • ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଙ୍ଗଠନ ତିନି ବାହିନୀ (ସ୍ଥଳ, ଜଳ ଓ ଆକାଶ) ପାଇଁ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଓ ତା’ର ଗୁଣବତ୍ତା ପରୀକ୍ଷା କରିବାରେ ପ୍ରଶଂସନୀୟ କାର୍ଯ୍ୟ କରୁଛି ।
  • ପ୍ରତିରକ୍ଷା ପାଇଁ ବ୍ୟବହୃତ ଯାନବାହନ, ଗୋଳାବାରୁଦ, ବୈଦ୍ୟୁତିକ ଯନ୍ତ୍ରପାତି, ଜଳଜାହାଜ ଓ ବୁଡ଼ାଜାହାଜ ମଧ୍ୟ ଭାରତରେ ଉତ୍ପାଦିତ ହେଉଛି ।

(ଙ) ବିଜ୍ଞାନ ଓ ବୈଷୟିକ ବିଦ୍ୟାର ବିକାଶ ଫଳରେ ଭାରତ କିପରି ଲାଭବାନ୍ ହୋଇଛି ?
Answer:

  • ଦେଶରେ ଉପଲବ୍‌ଧ ବିଜ୍ଞାନ ଓ ବୈଷୟକ ବିଦ୍ୟାର ବିକାଶ ଫଳରେ ସମସ୍ତ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ
  • ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ଖାଦ୍ୟସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଭାରତ ସ୍ବାବଲମ୍ବୀ ହୋଇପାରିଛି ।
  • ଶିଳ୍ପ କ୍ଷେତ୍ରରେ ଭାରତ ପାରଦର୍ଶିତା ହାସଲ କରିପାରିଛି ଓ ଶକ୍ତି କ୍ଷେତ୍ରରେ ସ୍ଵାବଲମ୍ବୀ ହୋଇପାରିଛି ।
  • ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀ ଜ୍ଞାନକୌଶଳ ପ୍ରୟୋଗ କରି ଦେଶ ଶକ୍ତିଶାଳୀ ହୋଇପାରିଛି ।
  • ମହାକାଶ ଗବେଷଣା, ସାମୁଦ୍ରିକ ବିଜ୍ଞାନ ଗବେଷଣା ଓ ପରିବେଶ ବିଜ୍ଞାନ ସମ୍ପର୍କରେ ଜ୍ଞାନ ଆହରଣ ଓ ବିନିଯୋଗ ସମ୍ଭବପର ହେବା ସହିତ ମାନବ ସମ୍ବଳକୁ ପ୍ରଶିକ୍ଷିତ ଓ ଦକ୍ଷ କରାଯାଇପାରିଛି ।

BSE Odisha 10th Class History Solutions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) କେଉଁ ଉଦ୍ଦେଶ୍ୟରେ ଭାରତର ବୈଷୟିକ ଅନୁଷ୍ଠାନମାନ ପ୍ରତିଷ୍ଠା କରାଯାଇଛି ?
Answer:

  • ଦେଶର ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ପ୍ରଗତି ପାଇଁ ବିଜ୍ଞାନ ଓ ବୈଷୟିକ ବିଦ୍ୟା ଯେ ଅପରିହାର୍ଯ୍ୟ ତାହା ନେହେରୁ ଓ ତତ୍କାଳୀନ ଭାରତର ନେତୃବୃନ୍ଦ ଉପଲବ୍‌ଧ କରିଥିଲେ ।
  • ତେଣୁ ବିଜ୍ଞାନ ଓ ବୈଷୟିକ କ୍ଷେତ୍ରରେ ଉଚ୍ଚତର ଓ ମୂଲ୍ୟବୋଧଭିଭିକ ଶିକ୍ଷା ପାଇଁ ଭାରତର ବିଭିନ୍ନ ସ୍ଥାନରେ ବୈଷୟିକ ଅନୁଷ୍ଠାନମାନ ପ୍ରତିଷ୍ଠା କରାଯାଇଛି ।

(ଖ) ଭାରତୀୟ ଇସ୍ପାତ ପ୍ରାଧ୍ଵରଣ ଲିମିଟେଡ୍ କେବେ ଗଠିତ ହେଲା ଓ କେବେ କାର୍ଯ୍ୟ ଆରମ୍ଭ କଲା ?
Answer:

  • ‘ଭାରତୀୟ ଇସ୍ପାତ ପ୍ରାଧକରଣ ଲିମିଟେଡ୍‌’ ୧୯୭୩ ମସିହାରେ ଗଠିତ ହେଲା ।
  • ଏହି ସଂସ୍ଥା ସେହି ବର୍ଷ କାର୍ଯ୍ୟ ଆରମ୍ଭ କଲା ।

(ଗ) ଜବାହରଲାଲ ନେହେରୁ ଆଣବିକ ଶକ୍ତି କ୍ଷେତ୍ରକୁ କାହିଁକି ଗୁରୁତ୍ଵ ଦେଉଥିଲେ ?
Answer:

  • ନେହେରୁଙ୍କ ମତ ଥିଲା ପରମାଣୁ ଶକ୍ତି ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ଓ ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ ।
  • ତେଣୁ ଜବାହରଲାଲ ନେହେରୁ ଆଣବିକ ଶକ୍ତି କ୍ଷେତ୍ରକୁ ଅଧ‌ିକ ଗୁରୁତ୍ଵ ଦେଉଥିଲେ ।

(ଘ) ଭାବା ଆଣବିକ ଗବେଷଣା କେନ୍ଦ୍ର କେବେ ଏବଂ କେଉଁଠାରେ ପ୍ରତିଷ୍ଠା କରାଗଲା ?
Answer:

  • ଭାବା ଆଣବିକ ଗବେଷଣା କେନ୍ଦ୍ର ୧୯୫୬ ମସିହାରେ ପ୍ରତିଷ୍ଠା କରାଗଲା ।
  • ଏହା ଟ୍ରମ୍ବେଠାରେ ପ୍ରତିଷ୍ଠା କରାଯାଇଥିଲା ।

(ଙ) ଭାରତ କେବେ ଏବଂ କେଉଁଠାରେ ତା’ର ପ୍ରଥମ ପରମାଣୁ ବୋମା ବିସ୍ଫୋରଣ କରିଥିଲା ?
Answer:

  • ଭାରତ ତା’ର ପ୍ରଥମ ପରମାଣୁ ବୋମା ବିସ୍ଫୋରଣ ୧୯୭୪ ମସିହା ମେ ମାସ ୧୮ ତାରିଖରେ କରିଥିଲା ।
  • ଏହା ରାଜସ୍ଥାନର ପୋଖରାନ୍‌ଠାରେ ହୋଇଥିଲା ।

(ଚ) କେଉଁ କାରଣରୁ ଭାରତ ତା’ର ପ୍ରତିରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବାର ଆବଶ୍ୟକତା ଉପଲବ୍ଧ କଲା ?
Answer:

  • ୧୯୬୨ ମସିହାରେ ଚୀନ୍-ଭାରତ ଯୁଦ୍ଧରେ ଭାରତୀୟ ସୈନ୍ୟବାହିନୀର ଦୁର୍ବଳତା ଭାରତୀୟମାନଙ୍କୁ ସତର୍କ
  • ତେଣୁ ଭାରତ ତା’ର ପ୍ରତିରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବାର ଆବଶ୍ୟକତା ଉପଲବ୍‌ କଲା ।

BSE Odisha 10th Class History Solutions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

(ଛ) ୧୯୬୩ ମସିହାରେ କେଉଁଠାରେ ଏକ ରକେଟ୍ ଉକ୍ଷେପଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ଏବଂ ଏହାର ନାମ କ’ଣ ରଖାଯାଇଥିଲା ?
Answer:

  • ୧୯୬୩ ମସିହାରେ କେରଳର ଥୁରୁବନନ୍ତପୁରମ୍ଠାରେ ଏକ ରକେଟ୍ ଉକ୍ଷେପଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ।
  • ଏହାର ନାମ ଥୁମ୍ବା ବିଷୁବୀୟ ରକେଟ୍ ଉକ୍ଷେପଣ କେନ୍ଦ୍ର ରଖାଯାଇଥିଲା ।

(ଜ) ଭାରତ ତିଆରି ପ୍ରଥମ କୃତ୍ରିମ ଉପଗ୍ରହର ନାମ କ’ଣ ଏବଂ ଏହା କେଉଁଦିନ ମହାକାଶକୁ ପ୍ରେରଣ।
Answer:

  • ଭାରତ ତିଆରି ପ୍ରଥମ କୃତ୍ରିମ ଉପଗ୍ରହର ନାମ ଥିଲା ‘ଆର୍ଯ୍ୟଭଟ୍ଟ’ ।
  • ଏହା ୧୯୭୫ ମସିହା ଏପ୍ରିଲ୍ ୧୯ ତାରିଖରେ ମହାକାଶକୁ ପ୍ରେରଣ କରାଯାଇଥିଲା ।

(ଝ) ଭାରତର ପ୍ରଥମ ଯୋଗାଯୋଗ ଉପଗ୍ରହ କେବେ ମହାକାଶକୁ ପ୍ରେରିତ ହେଲା ଏବଂ ତାହାର ନାମ କ’ଣ ?
Answer:

  • ଭାରତର ପ୍ରଥମ ଯୋଗାଯୋଗ ଉପଗ୍ରହ ୧୯୮୧ ମସିହା ଜୁନ୍ ୧୯ ତାରିଖରେ ମହାକାଶକୁ ପ୍ରେରିତ ହେଲା ।
  • ଏହାର ନାମ ଥିଲା ‘ଆପଲ୍’ ।

(ଞ) ଭାରତ ମହାକାଶରେ ଛାଡ଼ିଥ‌ିବା କୃତ୍ରିମ ଉପଗ୍ରହଗୁଡ଼ିକ ମୁଖ୍ୟତଃ କେଉଁ କ୍ଷେତ୍ରରେ ଉପଯୋଗୀ ହୋଇପାରିଛି ?
Answer:
ଭାରତ ମହାକାଶରେ ଛାଡ଼ିଥିବା କୃତ୍ରିମ ଉପଗ୍ରହଗୁଡ଼ିକ ମୁଖ୍ୟତଃ ଦୁଇଟି କ୍ଷେତ୍ରରେ ଉପଯୋଗୀ ହୋଇପାରିଛି । ସେଗୁଡ଼ିକ ହେଲା– (କ) ଯୋଗଯୋଗ, (ଖ) ପାଣିପାଗର ପୂର୍ବାନୁମାନ ।

୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) କେବେ ଭାରତର ପ୍ରଥମ ଜାତୀୟ ପରୀକ୍ଷାଗାରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ?
Answer:
ଭାରତର ପ୍ରଥମ ଜାତୀୟ ପରୀକ୍ଷାଗାରର ଭିତ୍ତିପ୍ରସ୍ତର ୧୯୪୭ ମସିହା ଜାନୁଆରୀ ୪ ତାରିଖରେ ସ୍ଥାପନ କରାଯାଇଥିଲା ।

(ଖ) ବୈଜ୍ଞାନିକ ଓ ଶିଳ୍ପ ଗବେଷଣା କେନ୍ଦ୍ରର ପ୍ରଥମ ଅଧ୍ୟକ୍ଷ କିଏ ଥିଲେ ?
Answer:
ବୈଜ୍ଞାନିକ ଓ ଶିଳ୍ପ ଗବେଷଣା କେନ୍ଦ୍ରର ପ୍ରଥମ ଅଧ୍ୟକ୍ଷ ଥିଲେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ।

BSE Odisha 10th Class History Solutions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

(ଗ) କେଉଁ ଅନୁଷ୍ଠାନ ଢାଞ୍ଚାରେ ଭାରତରେ ବୈଷୟିକ ଶିକ୍ଷାନୁଷ୍ଠାନ ଗଠନ କରାଗଲା ?
Answer:
ଆମେରିକାର ମାଶାଚୁସେଟ୍ସ ବୈଷୟିକ ଶିକ୍ଷାନୁଷ୍ଠାନ ଢାଞ୍ଚାରେ ଭାରତରେ ବୈଷୟିକ ଶିକ୍ଷାନୁଷ୍ଠାନ ଗଠନ କରାଗଲା ।

(ଘ) ଭାରତର କେନ୍ଦ୍ରୀୟ ଶାସନରେ କେବେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ ସୃଷ୍ଟି କରାଗଲା ?
Answer:
ଭାରତର କେନ୍ଦ୍ରୀୟ ଶାସନରେ ୧୯୭୧ ମସିହାରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ ସୃଷ୍ଟି କରାଗଲା ।

(ଡି) କେବେ ଭାରତର କେନ୍ଦ୍ରୀୟ ଶାସନରେ ଏକ ସ୍ଵତନ୍ତ୍ର ପରମାଣୁ ଶକ୍ତି ବିଭାଗ ଖୋଲାଯାଇଥିଲା ?
Answer:
ଭାରତର କେନ୍ଦ୍ରୀୟ ଶାସନରେ ୧୯୫୪ ମସିହାରେ ଏକ ସ୍ବତନ୍ତ୍ର ପରମାଣୁ ଶକ୍ତି ବିଭାଗ ଖୋଲାଯାଇଥିଲା ।

(ଚ) ଇନ୍ଦୋରରେ ଥ‌ିବା ଆଣବିକ ପ୍ରତିଷ୍ଠାନର ନାମ କ’ଣ ?
Answer:
ଇନ୍ଦୋରରେ ଥ‌ିବା ଆଣବିକ ପ୍ରତିଷ୍ଠାନର ନାମ ‘ଉନ୍ନତ ବୈଷୟିକ ଜ୍ଞାନ କେନ୍ଦ୍ର’ ।

(ଛ) ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଙ୍ଗଠନ କେବେ ଗଠିତ ହୋଇଥିଲା ?
Answer:
ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଙ୍ଗଠନ ୧୯୫୮ ମସିହାରେ ଗଠିତ ହୋଇଥିଲା ।

(ଜ) ଅଗ୍ନି କ୍ଷେପଣାସ୍ତ୍ର କେଉଁଠାରେ ପରୀକ୍ଷା କରାଯାଇଥିଲା ?
Answer:
ଅଗ୍ନି କ୍ଷେପଣାସ୍ତ୍ର ଓଡ଼ିଶାର ଚାନ୍ଦିପୁର ନିକଟସ୍ଥ ହୁଇଲର୍ ଦ୍ଵୀପରେ ପରୀକ୍ଷା କରାଯାଇଥିଲା ।

(ଝ) ଆନ୍ଧ୍ରପ୍ରଦେଶର କେଉଁ ସ୍ଥାନରେ ଏକ ରକେଟ୍ ଉକ୍ଷେପଣ କେନ୍ଦ୍ର ପ୍ରତିଷ୍ଠିତ ହୋଇଛି ?
Answer:
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଏକ ରକେଟ୍ ଉତକ୍ଷେପଣ କେନ୍ଦ୍ର ପ୍ରତିଷ୍ଠିତ ହୋଇଅଛି ।

(ଞ) ‘‘ଭାସ୍କର-ପ୍ରଥମ’’ ଉପଗ୍ରହ ପ୍ରେରଣ ପାଇଁ କେଉଁ ଦେଶର ସହାୟତା ନିଆଯାଇଥିଲା ?
Answer:
‘ଭାସ୍କର-ପ୍ରଥମ’ ଉପଗ୍ରହ ପ୍ରେରଣ ପାଇଁ ରୁଷିଆର ସହାୟତା ନିଆଯାଇଥିଲା ।

BSE Odisha 10th Class History Solutions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

୪. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) କେଉଁଠାରେ ପ୍ରଥମ ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇଥିଲା ?
(i) ମୁମ୍ବାଇ
(ii) ଦିଲ୍ଲୀ
(iii) ଖଡ଼ଗପୁର
(iv) ଚେନ୍ନାଇ
Answer:
(iii) ଖଡ଼ଗପୁର

(ଖ) ପରମାଣୁ ଶକ୍ତି ଆୟୋଗର ପ୍ରଥମ ଅଧ୍ୟକ୍ଷ କିଏ ଥିଲେ ?
(i) ଜବାହରଲାଲ ନେହେରୁ
(ii) ହୋମି ଜାହାଙ୍ଗୀର ଭାବା
(iii) ଅବଦୁଲ୍ କାଲାମ୍
(iv) ବିକ୍ରମ ସରାଭାଇ
Answer:
(ii) ହୋମି ଜାହାଙ୍ଗୀର ଭାବା

(ଗ) କେଉଁଟି ଆଣବିକ ରିଆକ୍ଟର ନୁହେଁ ?
(i) ଧ୍ରୁବ
(ii) ଆକାଶ
(iii) ଅପ୍ସରା
(iv) କାମିନା
Answer:
(ii) ଆକାଶ

(ଘ) ଏକୀଭୂତ ନିୟନ୍ତ୍ରିତ କ୍ଷେପଣାସ୍ତ୍ର ବିକାଶ କାର୍ଯ୍ୟକ୍ରମ କେବେଠାରୁ ଆରମ୍ଭ ହେଲା ?
(i) ୧୯୬୨
(ii) ୧୯୭୪
(iii) ୧୯୮୩
(iv) ୧୯୮୪
Answer:
(iii) ୧୯୮୩

(ଡ) ଉପଗ୍ରହ ଯୋଗଯୋଗ କେନ୍ଦ୍ର କେଉଁଠାରେ ଅବସ୍ଥିତ ?
(i) ଇଦୋର
(ii) ଟ୍ରମ୍ବେ
(iii) ଆର୍‌ଭି
(iv) ଲକ୍ଷ୍ନୌ
Answer:
(iii) ଆର୍‌ଭି

BSE Odisha 10th Class History Solutions Chapter 15 ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ

୫. ପାଠରେ ଦିଆଯାଇଥିବା ‘ତୁମ ପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)