Odisha State Board BSE Odisha 10th Class Odia Solutions Chapter 12 ନରେନ୍ରୁ ବିବେକାନନ୍ଦ Textbook Exercise Questions and Answers.
BSE Odisha Class 10 Odia Solutions Chapter 12 ନରେନ୍ରୁ ବିବେକାନନ୍ଦ
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର
Question ୧।
ପ୍ରାଣର ଅଭାବ-ପ୍ରାଣହୀନ, ସେହିପରି କ’ଣ ହେବ ଲେଖ ?
(କ) ତେଜର ଅଭାବ
(ଖ) ଉଦ୍ୟମର ଅଭାବ
(ଗ) ଆଶାର ଅଭାବ
(ଘ) ଉଦ୍ଦେଶ୍ୟର ଅଭାବ
Answer:
(କ) ତେଜର ଅଭାବ – ତେକହାନ
(ଖ) ଉଦ୍ୟମର ଅଭାବ – ଉଦ୍ୟମହାନ
(ଗ) ଆଶାର ଅଭାବ – ଆଶାହାନ
(ଘ) ଉଦ୍ଦେଶ୍ୟର ଅଭାବ – ଉଦ୍ଦେଶ୍ୟହାନ
Question ୨।
ନିମ୍ନ ଶବ୍ଦଗୁଡ଼ିକ ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ଜଟିଳ, ସୂକ୍ଷ୍ମ, ଦୃତ, ସ୍ଵାର୍ଥ, ଆଦର୍ଶ
ଶବ୍ଦ |
ବିଗରତ ଶବ୍ଦ |
ଜଟିଳ |
ସରଳ |
ସୂକ୍ଷ୍ମ |
ସ୍ଥଳ |
ଦ୍ରୁତ |
ମନ୍ଥର |
ସ୍ଵାର୍ଥ |
ନିଃସ୍ଵାର୍ଥ |
ଆଦର୍ଶ |
ଅନାଦର୍ଶ |
Question ୩ ।
ବ୍ୟାସବାକ୍ୟ ସହ ସମାସର ନାମ ଲେଖ ।
ଅନଭିଜ୍ଞ, ଅନାସକ୍ତ, ନିଃସ୍ଵ, ସହଯାତ୍ରୀ
Answer:
ନାହିଁ ଅଭିଜ୍ଞତା ଯାହାର ସେ – ନିଷେଧାର୍ଥକ ବହୁବ୍ରୀହି ସମାସ ।
ନାହିଁ ଆସକ୍ତି ଯାହାର ସେ – ନିଷେଧାର୍ଥକ ବହୁବ୍ରୀହି ସମାସ ।
ନାହିଁ ସ୍ବ ଯାହାର – ନିଷେଧାର୍ଥକ ବହୁବ୍ରୀହି ସମାସ ।
ସହ ଯାତ୍ରା ଯାହାର – ବହୁବ୍ରୀହି ସମାସ ।
Question ୪।
‘ଗୁଣରେ ଯିଏ ମୁଗ୍ଧ’ ‘ଗୁଣମୁଗ୍ଧ’, ସେହିପରି ‘ମୁଗ୍ଧ’ ଶେଷରେ ଥାଇ ଅନ୍ୟ ପାଞ୍ଚଟି ଶବ୍ଦ ଗଢ଼ ।
Answer:
ଜ୍ଞାନମୁଗ୍ଧ, ଆହାରମୁଗ୍ଧ, ବିହାରମୁଗ୍ଧ, ବିଷୟମୁଗ୍ଧ, ପ୍ରଣୟମୁଗ୍ଧ ।
Question ୫।.
ସୂତ୍ରପାତ, ଆଲୋକପାତ ଭଳି ‘ପାତ’ ଯୋଗ ହୋଇଥିବା ଏହି ପ୍ରସଙ୍ଗରୁ ଶବ୍ଦଗୁଡ଼ିକ ବାଛି ଲେଖ ।
Answer:
ରେଖାପାତ, ଯତିପାତ, ଦୃଷ୍ଟିପାତ, କାଳାତିପାତ, କର୍ଣ୍ଣପାତ
Question ୬।
ବିବେକ + ଆନନ୍ଦ = ବିବେକାନନ୍ଦା ସେହିପରି କ’ଣ ହେବ ଲେଖା
ହୃତ୍ + ଆନନ୍ଦ, ବ୍ରହ୍ମ + ଆନନ୍ଦ, ନିତ୍ୟ + ଆନନ୍ଦ, ପରମ + ଆନନ୍ଦ
Answer:
ହୃତ୍ + ଆନନ୍ଦ = ହୃଦାନନ୍ଦ
ବ୍ରହ୍ମ + ଆନନ୍ଦ = ନିତ୍ୟାନନ୍ଦ
ନିତ୍ୟ + ଆନନ୍ଦ = ବ୍ରହ୍ମାନନ୍ଦ
ପରମ + ଆନନ୍ଦ = ପରମାନନ୍ଦ
କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
Question ୭।
‘ନରେନ୍ ଦୁଇ ପିତାଙ୍କୁ ହରାଇଲା’ କହିବାର କାରଣ କ’ଣ ?
Answer:
ବିଶ୍ଵନାଥ ଦତ୍ତ ଥୁଲେ ନରେନ୍ଙ୍କ ପିତା । କିନ୍ତୁ ନରେନ୍ଙ୍କୁ ବିବେକାନନ୍ଦରୂପେ ପୁନର୍ଜନ୍ମ ପ୍ରଦାନ କରିଥିଲେ ଗୁରୁ ଶ୍ରୀରାମକୃଷ୍ଣ । ପିତା ବିଶ୍ଵନାଥ ଦତ୍ତ ସଂସାରରୁ ବିଦାୟ ନେବାର ବର୍ଷକ ପରେ ଗୁରୁପିତା ଶ୍ରୀରାମକୃଷ୍ଣ ଇହଧାମ ତ୍ୟାଗ କରିବାରୁ ନରେନ୍ ଦୁଇ ପିତାଙ୍କୁ ହରାଇଲେ ବୋଲି କୁହାଯାଇଛି ।
Question ୮।
ମହାନ୍ କର୍ମ କିଏ ସମ୍ପାଦନ କରିଥା’ନ୍ତି ?
ଦୃଢ଼ମନା ମଣିଷ ହିଁ ମହତ୍ କର୍ମ ସମ୍ପାଦନ କରିଥା’ନ୍ତି । କାରଣ, ଦୃଢ଼ମନା ମଣିଷ ଜଗତ୍ଵବକ୍ଷରେ କେବେ ଆପଣାଙ୍କୁ ଏକୁଟିଆ ମନେକରେ ନାହିଁ । ଜୀବନର ଲକ୍ଷ୍ୟ ଓ କର୍ମକୁ ଭଲଭାବେ ନିରୀକ୍ଷଣ କରିଥିବା ସେହି ନିଷ୍ଠାବାନ୍ ମଣିଷ ସ୍ବୀୟ ଦୃଢ଼ ମନୋବଳ ମାଧ୍ୟମରେ ଜଗତର ମହତ୍ କର୍ମକୁ ଏକାକୀ ସମ୍ପାଦନ କରିଥାଏ ।
Question ୯।
ନାରେନ୍ଙ୍କ ମନରେ କେଉଁ ଗ୍ୟାକୁଳତା ଥିଲା ବୋଲି ଲେଖକ କହିଛନ୍ତି ?
Answer:
ନିର୍ବିକଳ୍ପ ସମାଧୂର ଦିବ୍ୟ ଅନୁଭୂତି ପାଇବା ନିମନ୍ତେ ନରେନ୍ଙ୍କ ହୃଦୟରେ ବ୍ୟାକୁଳତା ଥିଲା । କାରଣ ଦିନେ ଠାକୁର ଶ୍ରୀରାମକୃଷ୍ଣ ନରେନ୍ଙ୍କୁ ତାଙ୍କ ଇଚ୍ଛା ସମ୍ପର୍କରେ ପ୍ରଶ୍ନ କରିଥିଲେ । ଉତ୍ତରରେ ସେ ଶୁକଦେବଙ୍କ ପରି ଏକାଦିକ୍ରମେ ୫/୬ ଦିନ ସମାଧ୍ଧରେ ଲୀନ ହୋଇ ପରେ ଟିକିଏ ତଳକୁ ଆସି ଶରୀର ରକ୍ଷାପାଇଁ କିଛି ଖାଦ୍ୟ ଗ୍ରହଣ କରି ପୁଣି ସମାଧିରେ ବୁଡ଼ି ଯିବାର ଇଚ୍ଛା ପ୍ରକାଶ କରିଥିଲେ । ଏଥୁ ସମାଧ୍ୱସ୍ଥ ହେବାପାଇଁ ନରେନ୍ଙ୍କ ପ୍ରାଣର ବ୍ୟାକୁଳତା ପ୍ରତୀୟମାନ ହୁଏ ।
Question ୧୦ ।
ସମାଧ୍ଧରେ ବୁଡ଼ି ନ ଯିବାପାଇଁ ଶ୍ରୀରାମକୃଷ୍ଣ ନରେନ୍ଙ୍କୁ କାହିଁକି କହିଥିଲେ ?
Answer:
ଠାକୁର ଶ୍ରୀରାମକୃଷ୍ଣ, ଭାବିଥିଲେ, ନରେନ୍ ଗୋଟିଏ ପ୍ରକାଣ୍ଡ ବଟବୃକ୍ଷ ହୋଇ ତା’ର ଛାୟାରେ ହଜାର ହଜାର ମଣିଷକୁ ଆଶ୍ରୟ ଦେବ । କିନ୍ତୁ ନରେନ୍ ତା’ ନ ହୋଇ ସମାଧ୍ୱସ୍ଥ ହୋଇ କେବଳ ନିଜର ମୁକ୍ତିମାର୍ଗ ଖୋଜୁଥିବାରୁ ଶ୍ରୀରାମକୃଷ୍ଣ ନରେନ୍ଙ୍କୁ ସମାଧ୍ଧରେ ବୁଡ଼ି ନ ଯିବାପାଇଁ କହିଥିଲେ ।
Question ୧୧।
ସନ୍ନ୍ୟାସୀର କେଉଁ ଧର୍ମକୁ ବିବେକାନନ୍ଦ ବାଛି ନେଇଥିଲେ ?
Answer:
ବିବେକାନନ୍ଦ ଧ୍ୟାନ, ଧାରଣା, ଯୋଗ, ସମାଧ, ଇହଲୋକବିମୁଖ ସନ୍ନ୍ୟାସୀର ଆଦର୍ଶ ପରିହାର କରି ତେଜହୀନ, ଉଦ୍ୟମହୀନ, ପ୍ରାଣହୀନ, ଉତ୍ଥାନ ଶକ୍ତିରହିତ ଭାରତର ଅଭ୍ୟୁତ୍ଥାନ ପାଇଁ ସଂଗ୍ରାମ ତଥା ବିଶାଳ ବୁଭୁକ୍ଷୁ ଜନସମଷ୍ଟିରେ ଦୁର୍ଦ୍ଦଶା ମୋଚନାର୍ଥେ ସେବାବ୍ରତ ଆଚରଣ କରି ଈଶ୍ଵରୋପଲବ୍ଧ କରିବାର ଧର୍ମକୁ ବାଛି ନେଇଥିଲେ ।
Question ୧୨ ।
ଜନତା ଜନାର୍ଦ୍ଦନ କାହିଁକି ଅବହେଳିତ ଅବସ୍ଥାରେ ଥିଲା ?
Answer:
ଜନତା ଜନାର୍ଦ୍ଦନ- ଅର୍ଥାତ୍ ଲୋକମାନେ ହିଁ ଦେବତା । ଏହି ଦେବତା ସଦୃଶ ଲୋକମାନଙ୍କର ସୁଖ, ଦୁଃଖ, ଅଭାବ, ଅସୁବିଧା ବୁଝି ସେସବୁର ସମାଧାନ କରିବା ରାଜା ଓ ରାଜନୀତିଜ୍ଞମାନଙ୍କର କର୍ତ୍ତବ୍ୟ । କିନ୍ତୁ ସେମାନେ ନିଜ କର୍ତ୍ତବ୍ୟ ନ କରି ବରଂ ଜନତା ଜନାର୍ଦ୍ଦନଙ୍କୁ ସ୍ବୀୟ ରାଜନୈତିକ ଛଳନାର ଶିକାର କରୁଥିବାରୁ ସେମାନେ ଅବହେଳିତ ଅବସ୍ଥାରେ କାଳ କାଟୁଥିଲେ ।
Question ୧୩ ।
ଇହଧାମ ତ୍ୟାଗ ପୂର୍ବରୁ ଶ୍ରୀରାମକୃଷ୍ଣଙ୍କର ଶିଷ୍ୟ ନରେନ୍ ପ୍ରତି ଆଦେଶ କ’ଣ ଥିଲା ?
Answer:
ଇହଧାମ ତ୍ୟାଗ ପୂର୍ବରୁ ଠାକୁର ଶ୍ରୀରାମକୃଷ୍ଣ ନିଜର ତରୁଣ ଶିଷ୍ୟମାନଙ୍କୁ ନରେନ୍ଙ୍କ ହାତରେ ସମର୍ପଣ କରିବା ସହିତ ନରେନ୍ଙ୍କୁ ଜଗତର କଲ୍ୟାଣ ସାଧନ କରିବାରେ ବ୍ରତୀ ହେବାକୁ ନିର୍ଦ୍ଦେଶ ଦେଇଥିଲେ ।
Question ୧୪ ।
ଶିଷ୍ୟମାନେ କେଉଁଠାରେ ନିଜର କ୍ଷେତ୍ର ପ୍ରସ୍ତୁତ କଲେ ?
Answer:
ଠାକୁର ଶ୍ରୀରାମକୃଷ୍ଣ ଇହଧାମ ତ୍ୟାଗ କରିବା ପରେ ତାଙ୍କ ତରୁଣ ଶିଷ୍ୟମାନେ ନିଃସ୍ବ ଓ ସଂସାର ଅନଭିଜ୍ଞ ହୋଇଯାଇଥିଲେ । ସେମାନଙ୍କୁ ଠାକୁରଙ୍କର ଜଣେ ଗୃହସ୍ଥ ଭକ୍ତ ଶ୍ରୀ ସୁରେଶ ଚନ୍ଦ୍ର ମିତ୍ର ବରାହନଗରଠାରେ ଥିବା ତାଙ୍କର ଗୋଟିଏ ପୁରୁଣା କୋଠା ଛାଡ଼ିଦେଲେ । ସେହି ପରିତ୍ୟକ୍ତ ଭୂତକୋଠିରେ ହିଁ ଶିଷ୍ୟମାନେ ନିଜର କ୍ଷେତ୍ର ପ୍ରସ୍ତୁତ କରିଥିଲେ ।
Question ୧୫ ।
ସ୍ଵାମୀ ରାମକୃଷ୍ଣାନନ୍ଦ ମଠ ଛାଡ଼ି ବାହାରକୁ ଯାଇନଥିଲେ କାହିଁକି ?
Answer:
ଶ୍ରୀରାର୍ମକୃଷ୍ଣଙ୍କ ତରୁଣ ଶିଷ୍ୟମାନେ ସନ୍ନ୍ୟାସୀ ହେବାପରେ ଜଣ ଜଣ ହୋଇ ତୀର୍ଥଯାତ୍ରାରେ ବାହାରି ଯାଇଥିଲେ । ସେମାନଙ୍କ ମଧ୍ୟରୁ କିଏ କେତେବେଳେ ମଠକୁ ଫେରିବ, ତାକୁ ଅପେକ୍ଷାକରି ସ୍ବାମୀ ରାମକୃଷ୍ଣାନନ୍ଦ ଏକୁଟିଆ ମଠକୁ ଜଗି ରହିଥିଲେ। ତେଣୁ ସେ କେବେହେଲେ ମଠ ଛାଡ଼ି ବାହାରକୁ ଯାଇ ନ ଥିଲେ ।
Question ୧୬ ।
ପ୍ରଥମ କରି ବିବେକାନନ୍ଦ କେଉଁଠାକୁ ଯାତ୍ରା କରିଥିଲେ ?
Answer:
ବିବେକାନନ୍ଦ ପ୍ରଥମ କରି ୧୮୮୬ରେ ପରିଭ୍ରମଣରେ ବାହାରିଥିଲେ । ସେ ହିମାଳୟ ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରି ବାଟରେ ବନାରସ, ଅଯୋଧ୍ୟା, ବୃନ୍ଦାବନ, ଆଗ୍ରା ଓ ଲକ୍ଷ୍ନୌ ପ୍ରଭୃତି ତୀର୍ଥସ୍ଥାନ ଭ୍ରମଣ କରିଥିଲେ ।
Question ୧୭ ।
ବିବେକାନନ୍ଦ ଭୋକରେ ରହୁଥିବାର କାରଣ କ’ଣ ?
Answer:
ବିବେକାନନ୍ଦଙ୍କ ପରିଭ୍ରମଣର ଉଦ୍ଦେଶ୍ୟ ଥିଲା ବିଶାଳ ଭାରତବର୍ଷ ତଥା ତା’ର ଦରିଦ୍ର ଜନତା ସହିତ ଘନିଷ୍ଠଭାବେ ପରିଚିତ ହେବା । ତେଣୁ ସେ ଅଯୋଧ୍ୟା, ବୃନ୍ଦାବନ, ଆଗ୍ରା ପ୍ରଭୃତି ସ୍ଥାନ ଭ୍ରମଣ କଲାବେଳେ ଦରିଦ୍ର ଲୋକଙ୍କର ଦୁଃଖକୁ ଅଙ୍ଗେ ନିଭାଇବାପାଇଁ ସେ ଦିନ ଦିନ ଭୋକ ଉପାସରେ ରହୁଥିଲେ ।
Question ୧୮ ।
ବିବେକାନନ୍ଦ ଉଦ୍ଦେଶ୍ୟହୀନ ଭାବରେ ପାଦରେ ଚାଲି ଚାଲି ଭାରତସାରା ବୁଲିଥିଲେ କାହିଁକି ?
Answer:
ଦୁଇଥର ଭ୍ରମଣ ଅଭିଜ୍ଞତାରୁ ସମାଜରେ ଜମି ରହିଥିବା କୁଢ଼ କୁଢ଼ ଆବର୍ଜନାକୁ ଦୂର କରିବାର ବ୍ୟାକୁଳତା ବିବେକାନନ୍ଦଙ୍କୁ ଶାନ୍ତିରେ ରଖାଇ ଦେଇନଥିଲା । କିଛି ବାଟ ନ ପାଇବାର କ୍ରୋଧରେ ଝଡ଼ପରି ମଠ ତ୍ୟାଗ କରି ଉଦ୍ଦେଶ୍ୟହୀନ ଭାବେ ଚାଲି ଚାଲି ସାରା ଦେଶ ବୁଲିଥିଲେ ।
Question ୧୯ ।
କେଉଁ ଘଟଣାରେ ବିବେକାନନ୍ଦଙ୍କ ହୃଦୟ ବିଚଳିତ ହୋଇଥିଲା ?
Answer:
ମାରୁଥିବା ସେହି ସାନ୍ତାଳମାନଙ୍କର ତାଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତିର ଆତିଥ୍ୟ ଦେଖୁ ତାଙ୍କ ହୃଦୟ ହାହାକାର କରିଉଠିଥିଲା । ଭୋକିଲା ଲୋକଙ୍କର ଦୁଃଖ ନିଜ ଆଖ୍ୟାରେ ଦେଖୁ ବିବେକାନନ୍ଦଙ୍କ ହୃଦୟ ବିଗଳିତ ହୋଇଉଠୁଥିଲା । ଥରେ ସେ ଆଦିବାସୀ ବସ୍ତିରେ ସାନ୍ତାଳଙ୍କର ଅତିଥ୍ ହୋଇଥିବାବେଳେ ଦିନକୁ ମୁଠାଏ ଭାତ ନ ପାଇ ଗଛର ପତ୍ର ଓ ଚେର ଖାଇ ଭୋକ
Question ୨୫ ।
ଭୋକିଲା ଲୋକଙ୍କର ଦୁଃଖକୁ ନିଜ ଆଖରେ ଦେଖ୍ ତାଙ୍କ ହୃଦୟ ବିଗଳିତ ହେଲା ।
Answer:
‘ଭୋକିଲା ପେଟରେ ଧର୍ମ ଅନାବଶ୍ୟକ’ – ଏହି ଉକ୍ତିଟି ମାର୍କ ବା ତାଙ୍କର ଅନୁଗାମୀଙ୍କର ବୋଲି ଅନୁମାନ କରିବା ସ୍ଵାଭାବିକ ହେଲେ ମଧ୍ୟ ଯଥାର୍ଥରେ ଏ ଉଦ୍ଭଟି ଥିଲା ଠାକୁର ଶ୍ରୀରାମକୃଷ୍ଣଙ୍କର । କାରଣ ଏହି ଉକ୍ତିଟିକୁ ନରେନ୍ ତାଙ୍କ ଗୁରୁ ଠାକୁର ଶ୍ରୀରାମକୃଷ୍ଣଙ୍କଠାରୁ ଶୁଣିଥିଲୋ ।
Question ୨୧ ।
ମଣିଷର ପ୍ରକୃତ ଶତ୍ରୁ କିଏ ବୋଲି ବିବେକାନନ୍ଦ ଭାବିଲେ ?
Answer:
ବିବେକାନନ୍ଦ ଦେଖିଲେ ସାରା ଦେଶରେ ଦାରିଦ୍ର୍ୟର ନିରଙ୍କୁଶ ରାଜତ୍ଵ । ଦି’ଓଳି ଦି’ମୁଠା ଖାଇବାକୁ ନପାଇ ଅଗଶିତି ମଣିଷ ଅଦ୍ଧାହାର ଅନାହାରରେ କାଳାତିପାତ କରୁଛନ୍ତି। ତେଣୁ ପ୍ରବଳ ପ୍ରତାପା ଦାରିଦ୍ର୍ୟରୂପା ରାଷସକୁ ର୍ହିଁ ବିବେକାନନ୍ଦ ମଣିଷର ପ୍ରକୃତ ଶତ୍ରୁ ବୋଲି ବିବେଚନା କରିଥିଲେ ।
Question ୨୨ ।
ବିବେକାନନ୍ଦଙ୍କର ଅସଲ ଶକ୍ତି କ’ଣ ?
Answer:
ଚୁମ୍ବକ ଲୁହାକୁ ତା’ ଆଡ଼କୁ ଟାଣିନେବା ପରି ଲୋକମାନଙ୍କୁ ଉପଦେଶ ଦେଇ ଧର୍ମ ଓ ତ୍ୟାଗମାର୍ଗର ପଥ୍ୟକ କରାଇବା ହିଁ ଥିଲା ବିବେକାନନ୍ଦଙ୍କର ଅସଲ ଶକ୍ତି ।
Question ୨୩ ।
ଶେଷରେ ବିବେକାନନ୍ଦ କ’ଣ କରିବାକୁ ସ୍ଥିର କଲେ ?
Answer:
କାଟୁଥିବା ଜନତାର ମଙ୍ଗଳ ପାଇଁ ବହୁ ସମ୍ଭାବନାମୟ ବିଦେଶ ଯାତ୍ରାରେ ଯିବାପାଇଁ ସେ ସଂକଳ୍ପବଦ୍ଧ ହୋଇଥିଲେ । ଶେଷରେ ବିବେକାନନ୍ଦ ସ୍ଥିର କରିଥିଲେ ଯେ ତାଙ୍କୁ ଦରିଆପାରି ଯିବାକୁ ପଡ଼ିବ । ଦୁଃଖ ଦାରିଦ୍ର୍ୟ ଭିତରେ କାଳ
ସପ୍ରସଙ୍ଗ ସରଳାର୍ଥ
Question ୨୪ ।
ଭାରତୀୟ ଦର୍ଶନରେ, ମନୁଷ୍ୟର ସେବା
Answer:
ଭାରତୀୟ ଦର୍ଶନରେ ……………………..ଈଶ୍ୱର ସେବା ।
ପ୍ରଦତ୍ତ ଗଦ୍ୟାଂଶଟି ପ୍ରାବନ୍ଧିକ ଶରତ କୁମାର ମହାନ୍ତିଙ୍କ ରଚିତ ‘ଛତ୍ରପତି ବିବେକାନନ୍ଦ’ ପୁସ୍ତକର କାୟକର କାୟଦଂଶ ‘ନରେନ୍ରୁ ବିବେକାନନ୍ଦ’ ଶୀର୍ଷକ ପ୍ରବନ୍ଧରୁ ଆନୀତ । ଏଠାରେ ପ୍ରାବନ୍ଧିକ ଭାରତୀୟ ଦର୍ଶନର ମହାନ୍ ବାଣୀ ‘ମନୁଷ୍ୟର ସେବା ହିଁ ଈଶ୍ୱର ସେବା’ ଉପରେ ଆଲୋକପାତ କରିଛନ୍ତି । କରିଛନ୍ତ୍ରା ସମଗ୍ର ବିଶ୍ଵରେ ଭାରତୀୟ ଦର୍ଶନର ସ୍ବାତନ୍ତ୍ର୍ୟ ରହିଛି । ଅସହାୟ, ଦୁଃଖୀ, ଦରିଦ୍ରର ସେବାକୁ ଈଶ୍ବରଙ୍କ ସେବା ସହ ସମକକ୍ଷ ଭାବେ ବର୍ଣ୍ଣନା କରିଛନ୍ତି ପ୍ରାଚୀନ ଭାରତର ମହାନ୍ ନିକଗଣ । ଈଶ୍ବରଙ୍କ ସେବାଦ୍ଵାରା ଯେଉଁ ପୁଣ୍ୟଫଳ ପ୍ରାପ୍ତି ହୁଏ; ଦୁଃଖ, ଦୁର୍ବିପାକରେ ସଢ଼ୁଥିବା ଲୋକଙ୍କ ସେବା, ତା’ ତୁଳନାରେ କୌଣସି ଗୁଣରେ ନ୍ୟୁନ ନୁହେଁ । ଏହା ଉପଲବ୍ଧି କରିଥିଲେ ସ୍ଵାମୀ ବିବେକାନନ୍ଦ । ଗୁରୁ ଶ୍ରୀରାମକୃଷ୍ଣଙ୍କ ନିର୍ଦ୍ଦେଶରେ ମାନବ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ସେ ସମଗ୍ର ଭାରତବର୍ଷ ପଦବ୍ରଜରେ ଭ୍ରମଣ କରିଥିଲେ ।
ଜନତାକୁ ଜନାର୍ଦ୍ଦନ ଜ୍ଞାନ କରି ସେମାନଙ୍କ ସେବାରେ ଈଶ୍ଵରୋପଲବ୍ଧି କରିଥିଲେ ସେ । ‘ଜନତା ଜନାର୍ଦ୍ଦନ’ ସମ୍ପ୍ରତି ରାଜନୈତିକ ଛଳନାର ଶିକାର ହୋଇ ବହୁକ୍ଷେତ୍ରରେ ଦୁଃଖ ଦୁର୍ଦ୍ଦଶାରେ ଘାଣ୍ଟି ହେଉଥିବା ପରିଲକ୍ଷିତ ହେଉଥିବାରୁ ଏହି ଶବ୍ଦଦ୍ଵୟ ପରେ ମଇଳା ଜମିଯାଇଛି ବୋଲି ପ୍ରାବନ୍ଧିକ କହିଛନ୍ତି । କିନ୍ତୁ ବିବେକାନନ୍ଦ ନର ମଧ୍ୟରେ ନାରାୟଣ ଦର୍ଶନ କରିପାରିଥିଲେ । ଦୁଃଖୀ, ଦରିଦ୍ର ଜନତାଙ୍କ ମଧ୍ୟରେ ଜନାର୍ଦ୍ଦନଙ୍କ ସ୍ୱରୂପ ସାକ୍ଷାତ୍ କରିଥିଲେ ସେ । ତେଣୁ ଭାରତୀୟ ଦର୍ଶନର ମହାନ୍ ବାଣୀ ତାଙ୍କ କର୍ମରେ ହିଁ ସାର୍ଥକତା ଲାଭ କରିଥିଲା । ତାଙ୍କ ପାଇଁ ମାନବ ସେବା ହୋଇଥିଲା ବାସ୍ତବରେ ମାଧବଙ୍କ ସେବା । ଦର୍ଶନଶାସ୍ତ୍ରର ବାଣୀ କେବଳ ଉଚ୍ଚାରଣଦ୍ୱାରା ନୁହେଁ ବରଂ କାର୍ଯ୍ୟକ୍ଷେତ୍ରରେ ଏହାର ପ୍ରୟୋଗଦ୍ଵାରାହିଁ ସମାଜର ମଙ୍ଗଳ ସାଧୁ ହୁଏ।
Question ୨୫ ।
ଭୋକିଲା ଲୋକଙ୍କର ଦୁଃଖକୁ ନିଜ ଆଖରେ ଦେଖ୍ ତାଙ୍କ ହୃଦୟ ବିଗଳିତ ହେଲା ।
Answer:
ଭୋକିଲା ଲୋକଙ୍କ ……………………. ବିଗଳିତ ହେଲା ।
ପ୍ରୋକ୍ତ ଗଦ୍ୟାଂଶଟି ମନନଶାଳ ପ୍ରାବନ୍ଧିକ ଶରତ କୁମାର ମହାନ୍ତିଙ୍କ ରଚିତ ‘ନରେନ୍ ରୁ ବିବେକାନନ୍ଦ’ ଶାର୍ଷକ ପ୍ରବନ୍ଧିରୁ ଉଦ୍ଧତା ଏଠାରେ ଲେଖକ ବିଶ୍ୱବିଜୟା ସାମା ବିବେକାନନ୍ଦଙ୍କ ଉଦାର ମାନବିକତା ସମ୍ପର୍କରେ ଆରଲାକପାତ କରିଛନ୍ତି। ଶ୍ରୀରାମକୃଷ୍ଣ ସ୍ବାମୀଜୀଙ୍କୁ ତାଙ୍କ ଜୀବନର କର୍ମ ଓ ଲକ୍ଷ୍ୟ ସମ୍ପର୍କରେ ଉଚିତ ମାର୍ଗ ପ୍ରଦର୍ଶନ କରାଇଥିଲେ । ଏକଦା ନିବିକ ସମାଧ୍ ର ଦିବ୍ୟାନନ୍ଦ ଲାଭ ପ୍ରାପ୍ତି ପାଇଁ ଗୁରୁକୃପା କାମନା କରୁଥ୍ ବା ବିବେକାନନ୍ଦଙ୍କୁ ବିଶାଳ ଜନସମଷ୍ଟିର କୁଭୁକ୍ଷା ଓ ଦୁଃଖ, ଦୁର୍ଦ୍ଦଶା ଦୂର କରି ସେବା ଓ ତ୍ୟାଗ ମଧ୍ୟରେ ଈଶ୍ଵରୋପଲବ୍ଧି ଲାଭ କରିବାକୁ ପରାମର୍ଶ ଦେଇଥିଲେ । ଗୁରୁଜୀଙ୍କ ପରାମର୍ଶକ୍ରମେ ବିବେକାନନ୍ଦ ସାରା ଭାରତବର୍ଷ ଭ୍ରମଣ କରି ସବୁଶ୍ରେଣୀର ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । ଧନୀ-ଦରିଦ୍ର, ଦର୍ଶନ କରିବାକୁ ସକ୍ଷମ ହୋଇଥିଲେ ।
ରାଜା, ମହାରାଜାଙ୍କ ଅପେକ୍ଷା ଦୀନ, ଦରିଦ୍ରଙ୍କ ଆତିଥ୍ୟ ଗ୍ରହଣ କରି ସେମାନଙ୍କ ସୁଖ ଦୁଃଖରେ ସମଭାଗୀ ହେବାକୁ ପସନ୍ଦ କରୁଥିଲେ । ସବୁ ଶ୍ରେଣୀର ଲୋକଙ୍କ ଘନିଷ୍ଠ ସମ୍ପର୍କରେ ଆସି ମଣିଷ ପ୍ରତି ତାଙ୍କ ହୃଦୟରେ ଗଭୀର ଶ୍ରଦ୍ଧା ଓ କରୁଣା ସୃଷ୍ଟି ହୋଇଥିଲା । ଭୋକିଲା ଲୋକଙ୍କ ଦୁଃଖ ନିଜ ଆଖ୍ୟାରେ ଦେଖିଲେ ତାଙ୍କ ହୃଦୟ ଦୁଃଖରେ ଭାଙ୍ଗିପଡ଼ୁଥିଲା । ଏକଦା ଆଦିବାସୀ ବସ୍ତିରେ ସାନ୍ତାଳମାନଙ୍କ ଆତିଥ୍ୟ ଗ୍ରହଣ କରିଥିଲେ ସ୍ୱାମୀଜୀ । ଦିନକୁ ମୁଠାଏ ଭାତ ନ ପାଇ ଗଛର ପତ୍ର ଓ ଚେର ଖାଇ କ୍ଷୁଧା ନିବାରଣ କରୁଥିବା ସାନ୍ତାଳମାନେ ଶ୍ରଦ୍ଧା ଓ ଭକ୍ତିର ସହ ତାଙ୍କ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଉଥିବା ଲକ୍ଷ୍ୟକରି ତାଙ୍କ ହୃଦୟ ହାହାକାର କରି ଉଠିଥିଲା । ଦୁଃଖ ଓ କ୍ରୋଧରେ ସେହି ଦୁଃଖୀ ଦରିଦ୍ରଙ୍କ ପାଇଁ କିଛି କରି ନ ପାରିବାର ଅକ୍ଷମତା ତାଙ୍କୁ ବିବ୍ରତ କରିଥିଲା । ନିଜକୁ ବାଘର ଆହାର ଭାବେ ଉତ୍ସର୍ଗ କରିବାକୁ ସେ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ । ବୁଭୁକ୍ଷୁ ଲୋକଙ୍କ ଦୁଃଖରେ ତାଙ୍କ ହୃଦୟ କିପରି ବିଗଳିତ ହୋଇଉଠୁଥୁଲା, ତାହା ଏହି ଘଟଣାରୁ ସ୍ପଷ୍ଟ ପ୍ରତିଭାତ ହୁଏ ।
Question ୨୬ ।
ଦରିଦ୍ର ନାରାୟଣଙ୍କ ସେବା ହିଁ ସନ୍ନ୍ୟାସୀର ଯଥାର୍ଥ ବ୍ରତ ।
Answer:
ଦରିଦ୍ର ନାରାୟଣଙ୍କ ……………………… ଯଥାର୍ଥ ବ୍ରତ ।
ପ୍ରଦତ୍ତ ଗଦ୍ୟାଶଟି ପ୍ରଖ୍ୟାତ ପ୍ରାବନ୍ଧିକ ଶରତ କୁମାର ମହାନ୍ତିଙ୍କ ରଚିତ ‘ନରେନ୍ରୁ ବିବେକାନନ୍ଦ’ ଶୀର୍ଷକ ପ୍ରବନ୍ଧରୁ ଅନିତା ଏଠାରେ ପ୍ରାବନ୍ଧିକ ବିବେକାନନ୍ଦଙ୍କ ବିଚାରରେ ନରନାରାୟଣଙ୍କ ସେବା ହିଁ ସନ୍ନ୍ୟାସୀର ଯଥାର୍ଥ ବ୍ରତ, ଏହା ଉପସ୍ଥାପନ କରିଛନ୍ତି । ଠାକୁର ଶ୍ରୀରାମକୃଷ୍ଣଙ୍କ ନିର୍ଦ୍ଦେଶକ୍ରମେ ବିବେକାନନ୍ଦ ସମଗ୍ର ଭାରତବର୍ଷ ଭ୍ରମଣ କରି ବିଭିନ୍ନ ଶ୍ରେଣୀର ଲୋକମାନଙ୍କ ସଂସ୍ପର୍ଶରେ ଆସିଥିଲେ । ଦି ଓଳି ଦି ମୁଠା ଖାଇବାକୁ ପାଉନଥିବା ବୁଭୁକ୍ଷୁ ଲୋକଙ୍କୁ ଦେଖ୍ ବିବେକାନନ୍ଦ ମର୍ମେ ମର୍ମେ ଅନୁଭବ କରିଥିଲେ ଯେ “‘ଭୋକିଲା ପେଟରେ ଧର୍ମ ଅନାବଶ୍ୟକ ।’’ ସାରା ଦେଶରେ ଦାରିଦ୍ର୍ୟର ନିରଙ୍କୁଶ ରାଜତ୍ଵ ଓ ବୁଭୁକ୍ଷୁ ଜନତାଙ୍କ ପାଇଁ କିଛି କରି ନ ପାରିବାର ଅକ୍ଷମତା ତାଙ୍କୁ ମ୍ରିୟମାଣ କରୁଥିଲା ।
ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଲକ୍ଷ୍ୟ କରି ତାଙ୍କ ସନ୍ନ୍ୟାସୀ ମନ ବିଚଳିତ ହୋଇଉଠିଲା । ସନ୍ନ୍ୟାସୀ ଜୀବନର ନିତ୍ୟ ନୈମିଭିକ ଧ୍ୟାନ, ଧାରଣା, ସମାଧ୍ ଓ ଇହଲୋକ ବିମୁଖତା ଆଦି ଆଦର୍ଶ ତ୍ୟାଗ କରି ସେ ବିଶାଳ ବୁଭୁକ୍ଷୁ ଜନସମଷ୍ଟିର ଦୁର୍ଦ୍ଦଶାମୋଚନ ନିମନ୍ତେ ଦରିଦ୍ର ନରନାରାୟଣଙ୍କ ସେବାରେ ନିଜକୁ ଉତ୍ସର୍ଗ କଲେ । ସେବା ଓ ତ୍ୟାଗ ହିଁ ସନ୍ୟାସୀର ଯଥାର୍ଥ ବ୍ରତ ବୋଲି ସେ ଅନୁଭବ କଲେ । ଦୁଃଖୀ ଲୋକଙ୍କ ସେବା ମାଧ୍ୟମରେ ସେ ଈଶ୍ବରଙ୍କୁ ଉପଲବ୍ଧି କଲେ । ଦାରିଦ୍ର୍ୟ ରୂପୀ ଶତ୍ରୁକୁ ବିନାଶ କରିବାକୁ ଯାଇ ଜନତା ଜନାର୍ଦ୍ଦନଙ୍କ ସେବାରେ ନିଜ ସନ୍ନ୍ୟାସ ଜୀବନର ସାର୍ଥକତା ଉପଲବ୍ଧି କରିଥିଲେ ସ୍ୱାମୀଜୀ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question ୨୭ ।
ବିବେକାନନ୍ଦଙ୍କର ଭାରତ ପରିଭ୍ରମଣର ଉଦ୍ଦେଶ୍ୟ ଓ ପରିଣତି ଆଲୋଚନା କର । କିମ୍ବା, କେଉଁ ଉଦ୍ଦେଶ୍ୟ ନେଇ ବିବେକାନନ୍ଦ ସମଗ୍ର ଭାରତ ପରିଭ୍ରମଣ କରିଥିଲେ ଏବଂ ଏହାର ଫଳାଫଳ କ’ଣ ହେଲା ? କିମ୍ବା ପରିବ୍ରାଜକ ବିବେକାନନ୍ଦଙ୍କର ପଦବ୍ରଜରେ ଭାରତ ଭ୍ରମଣର ଲକ୍ଷ୍ୟ ଓ ତା’ର ପରିଣତି ସମ୍ପର୍କରେ ଆଲୋଚନା କର ।
Answer:
ସାରସ୍ବତ ଚେତନାସ୍ନାତ ତପସ୍ୟାଶ୍ରମର ନିରବଚ୍ଛିନ୍ନ ସାଧକ ଶରତ କୁମାର ମହାନ୍ତି ବିଜ୍ଞାନ, ଦର୍ଶନ, ସମାଜ, ସାହିତ୍ୟ, ସଂସ୍କୃତି ତଥା ଆଧ୍ୟାତ୍ମିକତା ସମ୍ପର୍କିତ ପ୍ରବନ୍ଧମାନ ରଚନା କରି ଓଡ଼ିଆ ପ୍ରବନ୍ଧ ସାହିତ୍ୟକୁ ଋଦ୍ଧିମନ୍ତ କରିଛନ୍ତି । ସ୍ତ୍ରୀୟ ସାରସ୍ବତ ସାଧନା ଓ ବୈଜ୍ଞାନିକ ଚେତନାରେ ସେ ଉତ୍କଳର ଆଧୁନିକ ପ୍ରବନ୍ଧ ସାହିତ୍ୟ ଭଣ୍ଡାରକୁ ଯେଭଳି ଭାବେ ସମୃଦ୍ଧ କରିଛନ୍ତି ତା’ର ପଟାନ୍ତର ନାହିଁ । ତାଙ୍କ ସୃଷ୍ଟିସମ୍ଭାର ମଧ୍ୟରେ ବୈଜ୍ଞାନିକ ତଥ୍ୟସମ୍ବଳିତ ‘ବିଜ୍ଞାନ ଦୃଷ୍ଟି’, ‘ଆକାଶର ଆହ୍ୱାନ’ ପ୍ରଭୃତି ପ୍ରବନ୍ଧ ତଥା ସାହିତ୍ୟ, ସଂସ୍କୃତି ତଥା ଜୀବନୀ ଆଧାରିତ ‘ଗ୍ରୀକ୍ତିର ଜୀବନ ଗାଥା’, ‘ଗାନ୍ଧି ମଣିଷ’, ‘ଗାନ୍ଧି ପରିବାର’, ‘ବୋଦାଙ୍କ ଦାଦାଗିରି’ ଇତ୍ୟାଦି ପ୍ରବନ୍ଧ ପ୍ରାବନ୍ଧିକଙ୍କ ଅମ୍ଳାନ ସାରସ୍ଵତ ପ୍ରତିଭାର ପରିଚୟ ପ୍ରଦାନ କରେ ।
ପ୍ରାବନ୍ଧିକଙ୍କ ‘ଛତ୍ରପତି ବିବେକାନନ୍ଦ’ ପୁସ୍ତକକୁ ସଂଗ୍ରହାତ ‘ନରେନକୁ ବିବେକାନନ୍ଦ’ ଶାର୍ଷକ ପ୍ରଣୟରେ ଭାରତରର୍ଷର ମହାନ୍ ସନ୍ଥ ବିବେକାନନ୍ଦଙ୍କ ଜୀବନୀର କିୟଦଂଶକୁ ଭାବପୂର୍ଣ୍ଣ ଭଙ୍ଗୀରେ ଲେଖକ ଉପସ୍ଥାପନ କରିଛନ୍ତି । ସ୍ବାମୀଜୀଙ୍କର ଆଦ୍ୟ ସନ୍ୟାସ ଜୀବନର ବହୁ ଗୁରୁତ୍ଵପୂର୍ଣ୍ଣ ଘଟଣାବଳୀ ସହ ସମଗ୍ର ଭାରତବର୍ଷ ପରିଭ୍ରମଣର ଉଦ୍ଦେଶ୍ୟ ତଥା ପରିଣତି ଉପରେ ଥିଲେ।କପାତ କରିଛନ୍ତି ପ୍ରାବନ୍ଧିକା
ଶ୍ରୀରାମକୃଷ୍ଣ ଦୃଢ଼ମନା ବୀରପୁରୁଷ ନରେନ୍ଙ୍କୁ ଜୀବନର କର୍ମ ଓ ଲକ୍ଷ୍ୟ ସମ୍ପର୍କରେ ଉପଯୁକ୍ତ ପଥପ୍ରଦର୍ଶନ କରିଥିଲେ । ନରେନ୍ରୁ ବିବେକାନନ୍ଦରେ ପରିଣତ ହେବାପରେ ଶ୍ରୀରାମକୃଷ୍ଣ ତାଙ୍କୁ ତେଜହୀନ, ଉଦ୍ୟମହୀନ, ପ୍ରାଣହୀନ, ଉତ୍ଥାନ ଶକ୍ତିରହିତ ଭାରତବର୍ଷର ଅଭ୍ୟୁତ୍ଥାନ ନିମନ୍ତେ ସଂଗ୍ରାମ କରିବାପାଇଁ ପରାମର୍ଶ ଦେଇଥିଲେ । ବିଶାଳ, ବୁଭୁକ୍ଷୁ ଜନତାର ଦୁର୍ଦ୍ଦଶା ମୋଚନ ପାଇଁ ସେବାବ୍ରତ ଆଚରଣ କରିବାକୁ ଉପଦେଶ ଦେଇଥିଲେ । ଜଗତ କଲ୍ୟାଣ ସାଧନରେ ନିଜକୁ ଉତ୍ସର୍ଗ କରିବାକୁ ପରାମର୍ଶ ଦେଇ ସେ ଇହଧାମ ତ୍ୟାଗ କରିଥିଲେ ।
ଗୁରୁଜୀ ଠାକୁର ଶ୍ରୀରାମକୃଷ୍ଣଙ୍କ ଉପଦେଶାନୁସାରେ ୧୮୮୬ ମସିହାରେ ବିବେକାନନ୍ଦ ଭାରତ ପରିଭ୍ରମଣରେ ବହିର୍ଗତ ହେଲେ । ଭାରତର ଦରିଦ୍ର, ଅସହାୟ ଜନତା ସହିତ ଘନିଷ୍ଠଭାବେ ପରିଚିତ ହେବା ଥିଲା ତାଙ୍କ ପରିଭ୍ରମଣର ମୁଖ୍ୟ ଉଦ୍ଦେଶ୍ୟ। ସେ ଅନ୍ତର୍ବୋଧଦ୍ଵାରା ଜାଣିପାରିଥିଲେ ଯେ ସ୍ବୀୟ କର୍ମପନ୍ଥା ସ୍ଥିର କରିବା ପୂର୍ବରୁ ଦେଶ ସମ୍ପର୍କରେ ସ୍ଥୂଳ ଜ୍ଞାନଲାଭ କରିବା ଆବଶ୍ୟକ । ପ୍ରଥମେ ହିମାଳୟ ଉଦ୍ଦେଶ୍ୟରେ ଯାତ୍ରାରମ୍ଭ କରି ଅଯୋଧା, ବୃନ୍ଦାବନ, ଆଗ୍ରା, ଲକ୍ଷ୍ନୌ ପ୍ରଭୃତି ତୀର୍ଥସ୍ଥାନ ଭ୍ରମଣ କଲେ । ଯୋଗ୍ୟ ଶିଷ୍ୟ ସଦାନନ୍ଦଙ୍କ ସହ ଦିନ ଦିନ ଭୋକ ଉପାସରେ କଟାଇ ଦରିଦ୍ର ଲୋକଙ୍କର ଦୁଃଖ, ଦୁର୍ଦ୍ଦଶାକୁ ଉପଲବ୍ଧ କଲେ । ଶାରୀରିକ ଅସୁସ୍ଥତା ହେତୁ ତାଙ୍କୁ ବରାହନଗର ଆଶ୍ରମକୁ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିଥିଲା ।
ଦୁଇବର୍ଷ ପରେ ଦ୍ବିତୀୟବାର ସ୍ୱାମୀଜୀ ଆଲ୍ଲାହାବାଦ, ଗାଜୀପୁର ଓ ହରିଦ୍ଵାରକୁ ପରିଭ୍ରମଣରେ ଯାଇଥିଲେ । ସମାଜର ସବୁଶ୍ରେଣୀର ଲୋକଙ୍କ ଘନିଷ୍ଠ ସମ୍ପର୍କରେ ଆସିବା ଫଳରେ ମଣିଷ ପ୍ରତି ତାଙ୍କର ଶ୍ରଦ୍ଧା ଓ କରୁଣା ଗଭୀରତର ହେଲା । ଭୋକିଲା ଲୋକଙ୍କର ଦୁଃଖ ସ୍ଵଚକ୍ଷୁରେ ଦେଖ୍ ତାଙ୍କ ହୃଦୟ ବିଚଳିତ ହେଲା । ଏକଦା ଏକ ସାନ୍ତାଳ ବସ୍ତିରେ ଆତିଥ୍ୟ ଗ୍ରହଣ କରି ସ୍ଵାମୀଜୀ । ଗଛର ପତ୍ର, ଚେର ଖାଇ କ୍ଷୁଧା ନିବାରଣ କରୁଥିବା ସାନ୍ତାଳମାନଙ୍କ ଦୁର୍ଦ୍ଦଶା ଦେଖୁ ସେ ବ୍ୟଥ୍ତ ହୋଇଥିଲେ । ଦୁଃଖରେ, କ୍ରୋଧରେ ସରଳ ଲୋକମାନଙ୍କ ପାଇଁ କିଛି କରି ନ ପାରିବାର ଅକ୍ଷମତାରେ ସେ ଭାଙ୍ଗିପଡ଼ିଥିଲେ ।
ଭ୍ରମଣ ଅଭିଜ୍ଞତାରୁ ସ୍ୱାମୀଜୀ ସମାଜରେ ଜମି ରହିଥିବା କୁଢ଼ କୁଢ଼ ଆବର୍ଜନାକୁ ଦେଖୁରିଥିଲେ । ସେସବୁ ଦୂର କରିବାପାଇଁ ତାଙ୍କ ମନରେ ବ୍ୟାକୁଳତା ପ୍ରକାଶ ପାଇଥିଲା । ଅନାହାର ଓ ଅର୍ଦ୍ଧାହାରରେ କାଳ କାଟୁଥିବା ବୁଭୁକ୍ଷୁ ଜନତାଙ୍କ ଦୁର୍ଦ୍ଦଶା ଲକ୍ଷ୍ୟକରି ସେ ଗୋଟିଏ ନୂତନ ଜ୍ଞାନଲାଭ କଲେ। ତାହା ହେଲା-
‘ଭୋକିଲା ପେଟରେ ଧର୍ମ ଅନାବଶ୍ୟକ ।’
ସ୍ଵାମୀଜୀ ଅନୁଭବ କଲେ ଯେ ଦରିଦ୍ର ନାରାୟଣଙ୍କ ସେବା ହିଁ ସନ୍ନ୍ୟାସୀର ଯଥାର୍ଥ ବ୍ରତ । ସାରା ଦେଶରେ ଦାରିଦ୍ର୍ୟର ନିରଙ୍କୁଶ ରାଜତ୍ଵ ଦେଖ୍ ସେ ନିଜକୁ ସ୍ଵୀକାର କଲେ । ମଣିଷକୁ ସ୍ପର୍ଶ ମାତ୍ରକେ ବଦଳାଇ ଦେବାର ଶକ୍ତି ବୁଦ୍ଧ, ଖ୍ରୀଷ୍ଟ ଓ ଶ୍ରୀରାମକୃଷ୍ଣଙ୍କଠାରେ ରହିଥିବା ସେ ଜାଣିଥିଲେ । ମଣିଷ ଉପରେ ସେହି ନିର୍ଦ୍ଦିଷ୍ଟ ପ୍ରଭାବ ପକାଇବାର ଶକ୍ତି ହାସଲ କରିବାକୁ ପ୍ରତିଜ୍ଞା କରି ସେ ବରାହନଗର ତ୍ୟାଗ କଲେ । ଯିବାପୂର୍ବରୁ କହିଥିଲେ-
‘‘ଯେତେବେଳେ ଏ ଗଳିତ ସମାଜ ଉପରେ ମୁଁ ବୋମା ପରି ଫାଟି ନ ପଡ଼ିଛି ଏବଂ ସମାଜ ମୋତେ କୁକୁର ପରି ଅନୁସରଣ ନ କରିଛି, ସେତେଦିନ ଯାଏ ମୁଁ ଫେରିବି ନାହିଁ ।’’
ସାରା ଦେଶରେ ବ୍ୟାପୀ ରହିଥିବା ପ୍ରବଳ ପ୍ରତାପୀ ଦାରିଦ୍ର୍ୟ ଦାନବ ବିରୁଦ୍ଧରେ ସେ ଯୁଦ୍ଧର ଡାକରା ଦେଲେ । ଯୁଦ୍ଧ ଘୋଷଣା କରିବା ପୂର୍ବରୁ ଛତ୍ରପତି ସନ୍ୟାସୀ ବେଶରେ ଆକୁମାରୀ ହିମାଚଳ ପଦବ୍ରଜରେ ଭ୍ରମଣ କରି ଯୋଦ୍ଧାମାନଙ୍କୁ ଠାବ କଲେ । ଧନୀ, ରାଜା, ମହାରାଜା, ପଣ୍ଡିତ ତଥା ଅନୁରକ୍ତ ସୈନିକମାନେ ତାଙ୍କଠାରୁ ଏକ ରହସ୍ୟମୟ ଇସାରା ପାଇ ତାଙ୍କ ଆଦେଶକୁ ଅପେକ୍ଷାକରି ରହିଲେ । ସାରା ଭାରତବର୍ଷ ପରିଭ୍ରମଣ ସମାପ୍ତ କରି କ୍ଲାନ୍ତ ବିବେକାନନ୍ଦ କନ୍ୟାକୁମାରୀଠାରେ ସମୁଦ୍ର ଭିତରେ ଏକ ପ୍ରସ୍ତରଖଣ୍ଡ ଉପରେ ଧ୍ୟାନସ୍ଥ ଥିଲାବେଳେ ବିଶ୍ବନିୟନ୍ତାଙ୍କ ରହସ୍ୟମୟ ନିର୍ଦ୍ଦେଶ ପାଇ ଚିକାଗୋ ଧର୍ମସମ୍ମିଳନୀରେ ଯୋଗଦେବାପାଇଁ ସ୍ଥିର କରିଥିଲେ ।
Question ୨୮ ।
କେଉଁ କେଉଁ ଘଟଣାବଳୀ ବିବେକାନନ୍ଦଙ୍କୁ ଗୃହତ୍ୟାଗୀ ସନ୍ନ୍ୟାସୀ ପରିବର୍ତ୍ତେ ସମାଜ ସଂସ୍କାରକ ହେବାରେ ସହାୟକ ହୋଇଥିଲା, ଆଲୋଚନା କର । କିମ୍ବା, ଯେଉଁ ଘଟଣାଗୁଡିକ ବିବେକାନନ୍ଦଙ୍କୁ ସମାଜ ସଂସ୍କାରକ ରୂପେ ସ୍ୱୀକୃତି ଦେଇଛି ତାହାର ସ୍ବରୂପ ଉନ୍ମୋଚନ କର ।
Answer:
ସ୍ଵାଧୀନତୋତ୍ତର ଓଡ଼ିଆ ପ୍ରବନ୍ଧ ସାହିତ୍ୟ-କାନନ ଯେଉଁ କତିପ୍ରିୟ ସାଧକଗଣଙ୍କ ଅତନ୍ଦ୍ର ସାଧନାରେ ପୁଷିତ ଓ ସୁରଭିତ, ସେମାନଙ୍କ ମଧ୍ୟରେ ଶରତ କୁମାର ମହାନ୍ତି ଅନ୍ୟତମ । ବିଜ୍ଞାନ, ଦର୍ଶନ, ସମାଜ, ସାହିତ୍ୟ, ସଂସ୍କୃତି ତଥା ଆଧ୍ୟାତ୍ମିକତା ସମ୍ବନ୍ଧରେ ଉଚ୍ଚକୋଟୀର ପ୍ରବନ୍ଧମାନ ରଚନା କରି ସେ ଆଧୁନିକ ପ୍ରବନ୍ଧ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି ।
‘ନରେନ୍ରୁ ବିବେକାନନ୍ଦ’ ଶୀର୍ଷକ ପ୍ରବନ୍ଧଟି ପ୍ରାବନ୍ଧିକଙ୍କ ‘ଛତ୍ରପତି ବିବେକାନନ୍ଦ’ ପୁସ୍ତକର କିୟଦଂଶ । ଏହି ପ୍ରବନ୍ଧରେ ପ୍ରାବନ୍ଧିକ ଭାରତବର୍ଷର ପ୍ରଖ୍ୟାତ ସନ୍ଥ, ସନ୍ନ୍ୟାସୀ ବିକୋନନ୍ଦଙ୍କ ଜୀବନର କିଛି ଗୁରୁତ୍ଵପୂର୍ଣ୍ଣ ଘଟଣାବଳୀ ଉପସ୍ଥାପନ କରିବା ସଙ୍ଗେ ସଙ୍ଗେ ତ୍ୟାଗପୂତ ଜାବନାଦର୍ଶ ଉପରେ ଆଲୋକପାତ କରିଛନ୍ତି। ଶ୍ରୀରାମକୃଷ୍ଣ ତାଙ୍କ ପ୍ରିୟ ଶିଷ୍ୟ, ଦୃଢ଼ମନା ବିବେକାନନ୍ଦଙ୍କୁ ଜୀବନର କର୍ମ ଓ ଲକ୍ଷ୍ୟ ସମ୍ପର୍କରେ ଉତ୍ତମରୂପେ ଶିକ୍ଷା ଦେଇଥିଲେ । ସେ ହିଁ ତାଙ୍କୁ ନରେନ୍ରୁ ବିବେକାନନ୍ଦ ରୂପେ ଗଢ଼ି ତୋଳିବାକୁ ଧାତ୍ରୀର ଭୂମିକା ନିର୍ବାହ କରିଥିଲେ ଓ ଦକ୍ଷିଣେଶ୍ବର ଏନ୍ତୁତ଼ିଶାଳରେ ହି ଏହି ମହାମନାଷାଙ୍କ ଜନ୍ମ ହୋଇଥ୍ ଲା।
ବିବେକାନନ୍ଦଙ୍କ ଜନ୍ମପ୍ରକ୍ରିୟା ଥିଲା ଜଟିଳ, ସୂକ୍ଷ୍ମ ଓ ରହସ୍ୟମୟ । ଶ୍ରୀରାମକୃଷ୍ଣଙ୍କ ସହ ପାଞ୍ଚ ଛଅବର୍ଷର ନିବିଡ଼ ସମ୍ପର୍କ ଓ ସେହି ସମୟସୀମା ମଧ୍ୟରେ ଦ୍ରୁତଭାବେ ଘଟିଯାଇଥବା ସୂକ୍ଷ୍ମ ଘଟଣାପ୍ରବାହ ଦେଇ ନରେନ୍ ବିବେକାନନ୍ଦରେ ପରିଣତ ହେଲେ । ଶ୍ରୀରାମକୃଷ୍ଣଙ୍କ ସାନ୍ନିଧ ପ୍ରାପ୍ତି ପରେ ନରେନ୍ଙ୍କ ମନରେ ଥିଲା ନିର୍ବିକଳ୍ପ ସମାଧୂର ଦିବ୍ୟାନୁଭୂତି ଅଭୀପ୍ସା । ବିନା ଗୁରୁକୃପାରେ ତାହା ଲାଭକରିବା ସମ୍ଭବ ନୁହେଁ । ଏକଥା ମଧ୍ୟ ନରେନ୍ ଜାଣିଥିଲେ । ଶ୍ରୀରାମକୃଷ୍ଣଙ୍କ ଇହଧାମ ତ୍ୟାଗର ଅଳ୍ପ କିଛିଦିନ ପୂର୍ବରୁ ଏକଦା ସନ୍ଧ୍ୟା ସମୟରେ ନରେନ୍ଙ୍କର ବହୁଆକାଙ୍କ୍ଷିତ ପରମ ଶୁଭମୁହୂର୍ତ୍ତଟି ଉପସ୍ଥିତ ହେଲା । ଜ୍ଞାନଶୂନ୍ୟଭାବେ ସେ ସମାଧିରେ ଡୁବିଗଲେ । ରାତି ୯ଟା ସମୟକୁ ତାଙ୍କର ସମାଧି ଭଙ୍ଗ ହେଲା । ସମାଧୁରୁ ଉତ୍ତ ନରେନ୍ଙ୍କ ଅନ୍ତର ଅପୂର୍ବ ଦିବ୍ୟ ଆନନ୍ଦରେ ପୂରି ଉଠିଥାଏ। ଠାକୁର ଶ୍ରୀରାମକୃଷ୍ଣ ତାଙ୍କ ନିକଟକୁ ଆସି କହିଲେ-
‘‘ତା’ ହେଲେ ମାଆ ତତେ ସବୁ ଦେଖାଇଦେଲେ । ତେବେ ବର୍ତ୍ତମାନଠାରୁ ଏସବୁର ତାଲା ବନ୍ଦ ହେଲା ଓ ଚାବି ମୋ ପାଖରେ ରହିଲା । ଯେତେବେଳେ ସବୁକାର୍ଯ୍ୟ ଶେଷ ହେବ, ସେତେବେଳେ ଏହା ପୁଣି ଫେରି ପାଇବୁ ।’’
ନରେନ୍ଙ୍କୁ ଠାକୁର ଏପରି କରିବା ପାଶ୍ଚାତ୍ରରେ ପୃଷ୍ଠଭୂମି ଅବଶ୍ୟ ଥିଲା । ଉଲ୍ଲିଖିତ ଘଟଣାର କିଛିଦିନ ପୂର୍ବରୁ ସେ କ’ଣ ଚାହାଁନ୍ତି ବୋଲି ଠାକୁର ନରେନ୍ଙ୍କୁ ପଚାରିଥିଲେ । ଉତ୍ତରରେ ନରେନ୍ ତାଙ୍କ ମନର ଅବଦମିତ ଅଭୀପ୍ସା ପ୍ରକାଶ କରି କହିଥିଲେ ଯେ ସେ ଶୁକଦେବଙ୍କ ପରି ଏକାଦିକ୍ରମେ ପାଞ୍ଚଛଅ ଦିନ ସମାଧ୍ଧରେ ଲୀନ ହୋଇ ରହିବାକୁ ଚାହାନ୍ତି । କେବଳ ଦେହରକ୍ଷା ପାଇଁ କିଛି ଖାଦ୍ୟ ଗ୍ରହଣ କରି ପୁଣି ସମାଧ୍ଧରେ ବୁଡ଼ିଯିବାକୁ ତାଙ୍କର ଗଭୀର ଇଚ୍ଛା । ତାଙ୍କର ଏହି ଉତ୍ତର ଶୁଣି ଶ୍ରୀରାମକୃଷ୍ଣ ସେଦିନ ନରେନ୍ଙ୍କୁ ଧକ୍କାର କରି କହିଥିଲେ-
‘‘ତୋତେ ଏକଥା କହିବାକୁ ଲଜ୍ଜାବୋଧ ହେଉନାହିଁ ? ଭାବିଥିଲି, ତୁ ଗୋଟାଏ ପ୍ରକାଣ୍ଡ ବଟବୃକ୍ଷ ପରି ହେବୁ ଏବଂ ତୋ’ଛାଇରେ ହଜାର ହଜାର ମଣିଷ ଆଶ୍ରୟ ପାଇବେ, କିନ୍ତୁ ତା’ ନହୋଇ ତୁ କେବଳ ନିଜର ମୁକ୍ତି ଚାହୁଁଛୁ ?’’
ଗୁରୁଜୀଙ୍କର ଏହି କଠୋରବାଣୀ ନରେନ୍ଙ୍କ ଚିତ୍ତବୃତ୍ତିକୁ ଦୋହଲାଇ ଦେଇଥିଲା । ଗୋଟିଏ ଦିଗରେ ଧ୍ୟାନ, ଧାରଣା, ଯୋଗ, ସମାଧ, ଇହଲୋକ ବିମୁଖ ସନ୍ନ୍ୟାସୀର ଆଦର୍ଶ, ଅନ୍ୟଦିଗରେ ତେଜହୀନ, ପ୍ରାଣହୀନ, ଉଦ୍ୟମହୀନ ତଥା ଉତ୍ଥାନ ଶକ୍ତିରହିତ ଭାରତବର୍ଷକୁ ଉତ୍ତ କରାଇବା ପରି ବିଶାଳ ଦାୟିତ୍ବବୋଧ । ଏହି ଦୃହ ମଧ୍ୟରେ ସାମୟିକଭାବେ ବିଚଳିତ ହୋଇପଡ଼ିଥିଲେ ବିବେକାନନ୍ଦ । ସେ ସମୟକୁ ଶ୍ରୀରାମକୃଷ୍ଣ ଇହଧାମ ତ୍ୟାଗ କରିଥିଲେ ମଧ୍ୟ ଠାକୁରଙ୍କ ସେହି କର ବାଣୀ ତାଙ୍କୁ ଜୀବନର ଲକ୍ଷ୍ୟ ଓ କର୍ମପନ୍ଥାର ପଥ ପ୍ରଦର୍ଶନ କରିଥିଲା ।
ବିଶାଳ ରୁଭୁକ୍ଷୁ ଜନସମଷ୍ଟିର ଦୁର୍ଦ୍ଦଶା ମୋଚନ ନିମନ୍ତେ ସେବିବ୍ରତ ଆଚରଣ ମଧ୍ୟରେ ସେ ଈଶରୋ ସେ ଈଶ୍ବରୋପଲବ୍ଧିକୁ ଶ୍ରେୟ ପ୍ରଦାନ କରିଥିଲେ । ଭାରତୀୟ ଦର୍ଶନରେ ପ୍ରଦର୍ଶିତ ‘ମନୁଷ୍ୟର ସେବା ହିଁ ଈଶ୍ୱର ସେବା’ ପଥକୁ ଜୀବନର ଆଦର୍ଶଭାବେ ସେ ଗ୍ରହଣ କରି ନେଇଥିଲେ । ଏପରି ସିଦ୍ଧାନ୍ତ ନେଇ ଜନତାଙ୍କ ସେବାକୁ ଜନାର୍ଦ୍ଦନଙ୍କ ପ୍ରତି ପୂଜାର୍ଯ୍ୟ ବୋଲି ବିବେଚନା କରିବାର ଦୃଷ୍ଟାନ୍ତ ଥୁଲା ଅଭୂତପୂର୍ବ । ନିଜର ପରମପୁଜ୍ୟ ଗୁରୁ, ଠାକୁର ଶ୍ରୀରାମକୃଷ୍ଣଙ୍କ ବାଣୀ ହିଁ ବିବେକାନନ୍ଦଙ୍କୁ ଗୃହତ୍ୟାଗୀ ସନ୍ନ୍ୟାସୀ ପରିବର୍ତ୍ତେ ସମାଜ ସଂସ୍କାରକ କରାଇ ପାରିଥିଲା ।
Question ୨୯ ।
ଅଧ୍ୟୟନରୁ ଅର୍ଜିତ ଜ୍ଞାନ, ଅଭିଜ୍ଞତା ଓ ଜୀବନର ନିବିଡ଼ ଅନୁଭୂତିରୁ ଜୀବନ୍ୟାସ ପାଇ କ୍ରିୟାଶୀଳ ହୁଏ । ପଠିତ ପ୍ରବନ୍ଧ ଅନୁସରଣରେ ଏ ଉକ୍ତିର୍ ଯଥାର୍ଥତା ପ୍ରତିପାଦନ କର । କିମ୍ବା, ଅଭିଜ୍ଞତା ଓ ଅନୁଭୂତି କିପରି ଅଧ୍ୟୟନରୁ ଅର୍ଜିତ ଜ୍ଞାନକୁ ବି ପ୍ରଭାବିତ କରିପାରେ – ବିବେକାନନ୍ଦଙ୍କ ଚରିତ୍ର ଦେଇ ଏହାର ସତ୍ୟତା ପ୍ରତିପାଦନ କର ।
Answer:
ତ୍ତତ୍କଳର ଆଧୁନିକ ପ୍ରବନ୍ଧ ସାହିତ୍ୟକୁ ରଦ୍ଧିମନ୍ତ କରିବା କ୍ଷେତ୍ରରେ ଯେଉଁ ପ୍ରାଥତଯଶା ସାରସ୍ଵତ ସାଧକଗଣଙ୍କର ଅବଦାନ ନିହିତ, ସେମାନଙ୍କ ମଧ୍ୟରେ ପ୍ରାବନ୍ଧିକ ଶରତ କୁମାର ମହାନ୍ତି ଅନ୍ୟତମ । ତାଙ୍କ ପ୍ରବନ୍ଧର ବିଷୟବସ୍ତୁମାନ ବିଜ୍ଞାନ, ଦର୍ଶନ, ସମାଜ, ସାହିତ୍ୟ, ସଂସ୍କୃତି ତଥା ଆଧ୍ୟାତ୍ମିକତା ଉପରେ ଆଧାରିତ । ପ୍ରାବନ୍ଧିକଙ୍କ ସୃଷ୍ଟିନିଚୟ ମଧ୍ଯରେ ‘ବିଜ୍ଞାନ ଦିଗନ୍ତ’, ଆଟମରୁ କ୍ଵାଣ୍ଟମ୍’, ‘ଏଣୁ ତେଣୁ କିଛି’, ‘ସଂସ୍କୃତି ଓ ଅପସଂସ୍କୃତି’, ‘ବୋଦାଙ୍କ ଦାଦାଗିରି’ ପ୍ରଭୃତି ବହୁଚର୍ଚ୍ଚିତ କୃତିରାଜି ତାଙ୍କ ଅସାମାନ୍ୟ ସାରସ୍ଵତ ପ୍ରତିଭା ନୈପୁଣ୍ୟର ପରିଚାୟକା
ପ୍ରାବନ୍ଧିକଙ୍କ ‘ଛତ୍ରପତି ବିବେକାନନ୍ଦ’ ପୁସ୍ତକର କିୟଦଂଶ ‘ନରେନ୍ ରୁ ବିବେକାନନ୍ଦ’ ଶୀର୍ଷକ ପ୍ରବନ୍ଧରେ ପ୍ରାବନ୍ଧିକ ସନ୍ତ ବିବେକାନନ୍ଦଙ୍କ ଜୀବନୀର କିଛି ଉପାଦେୟ ଦିଗ ଉପରେ ଆଲୋକପାତ କରି ତାଙ୍କ ଅର୍ଜିତ ଜ୍ଞାନ, ସ୍ଵଅନୁଭୂତି ଓ ଅଭିଜ୍ଞତା ବଳରେ କିପରି କ୍ରିୟାଶୀଳ ହୋଇଥିଲା ତାହା ଉପସ୍ଥାପନ କରିଛନ୍ତି ।
ଶ୍ରୀରାମକୃଷ୍ଣଙ୍କ ସାନ୍ନିଧ୍ୟ ଲାଭ କଲାପରେ ତାଙ୍କ ମନରେ ନିର୍ବିକଳ୍ପ ସମାଧୁ ଦିବ୍ଯାନୁଭବ ଲାଭର ଅଭୀପ୍ସା ଜାଗ୍ରତ ହୋଇଥିଲା । ତାଙ୍କ ମନର ଅଭିଳାଷ ଶୁଣିବା ପରେ ଶ୍ରୀରାମକୃଷ୍ଣ ତାଙ୍କୁ ସ୍ବାର୍ଥପର ବୋଲି ଧକ୍କାର କରି ମାନବ ସେବାରେ ଜୀବନ ଉତ୍ସର୍ଗ କରିବାକୁ ପରାମର୍ଶ ଦେଇଥିଲେ । ଇହଧାମ ତ୍ୟାଗ ପରେ ଠାକୁର ତାଙ୍କ ତରୁଣ ଶିଷ୍ୟମାନଙ୍କ ଦାୟିତ୍ଵ ନରେନ୍ଙ୍କ ଉପରେ ନ୍ୟସ୍ତ କରି ଜଗତ କଲ୍ୟାଣରେ ବ୍ରତୀ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ସନ୍ନ୍ୟାସୀ ବା ଶ୍ରୀରାମକୃଷ୍ଣଙ୍କ ଶିଷ୍ୟଭାବେ ପରିଚୟ ସୃଷ୍ଟି କରିପାରି ନଥୁବା ସେହି ନିଃସ୍, ଅସହାୟ, ସଂସାର ଅନଭିଜ୍ଞ ଯୁବକ ଗଣଜୀବନର ନିଷ୍ଠୁର ବାସ୍ତବତାର ସମ୍ମୁଖୀନ ହେଲେ ।
ବହୁ ଦୁଃଖ କଷ୍ଟରେ ଜୀବନ ଅତିବାହିତ କଲେ । ସମସ୍ତେ ଉଚ୍ଚଶିକ୍ଷିତ ତଥା ସ୍ଵଚ୍ଛଳ ପରିବାରରୁ ଆସିଥିଲେ ମଧ୍ୟ ସେଠାରେ ମାସ ମାସ ଧରି କଇଁଚିକାକୁଡ଼ି ପତ୍ରସିଝା ଓ ଲୁଣ ଲଗାଇ ଭାତ ଖାଇଲେ । ବାହାରକୁ ଯିବାପାଇଁ ସେମାନଙ୍କ ନିକଟରେ ଖଣ୍ଡିଏ ଭଲ ବସ୍ତ୍ର ନଥିଲା । ଦାରିଦ୍ର୍ୟର ଏହି ନିଷ୍ଠୁର ତାଡ଼ନା ମଧ୍ୟରେ କିନ୍ତୁ ସେମାନେ ଠାକୁରଙ୍କ ଆଦର୍ଶ ଓ ପ୍ରେମ ପଥରୁ ବିଚ୍ୟୁତ ନହୋଇ ଏକାଠି ରହିଥିଲେ । ଏହିପରି ଦୁଃଖରେ କାଳ କାଟୁଥିଲାବେଳେ ଗୋଟିଏ ଘଟଣା ତାଙ୍କ ସହ ସମସ୍ତ ସାଥୀଙ୍କର ଜୀବନର ଗତି ପରିବର୍ତ୍ତନ କଲା । ସାଥୀ ବାବୁରାମ (ସ୍ଵାମୀ ପ୍ରେମାନନ୍ଦ)ଙ୍କ ମାଆଙ୍କ ନିମନ୍ତ୍ରଣ ରକ୍ଷାକରି ସେମାନେ ଗୁରୁଭାଇଙ୍କ ଆଶ୍ଚପୁର ଗ୍ରାମକୁ ଗଲେ । ଡିସେମ୍ବର ମାସ ଶୀତ ରାତିରେ ଧୁନି ଲଗାଇ ଧର୍ମାଲୋଚନା କରୁଥିବାବେଳେ ନରେନ୍ଦ୍ରନାଥ ଭାବବିହ୍ବଳ ହୋଇ ଯୀଶୁଙ୍କ କଥା କହିଲେ । ନରେନ୍ଙ୍କ କଣ୍ଠରୁ ପରମ କାରୁଣିକ ଯୀଶୁଙ୍କର ଅପୂର୍ବ ତ୍ୟାଗ ଓ ପ୍ରେମର କାହାଣୀ ସଭିଙ୍କ ହୃଦୟରେ ଗଭୀର ରେଖାପାତ କଲା । ସେହିଠାରୁ ହିଁ ଅଗ୍ନିକୁ ସାକ୍ଷୀ ରଖ୍ ସଭିଏଁ ସନ୍ନ୍ୟାସ ବ୍ରତ ଗ୍ରହଣ କଲେ ।
୧୮୮୬ ମସିହାରେ ହିମାଳୟ ଯାତ୍ରାରେ ଯାଇ ନରେନ୍ ବନାରସ, ଅଯୋଧ୍ୟା, ବୃନ୍ଦାବନ, ଆଗ୍ରା ଓ ଲକ୍ଷ୍ନୌ ପ୍ରଭୃତି ତୀର୍ଥସ୍ଥାନ ଭ୍ରମଣ କଲେ । ଦ୍ଵିତୀୟଥର ଆଲ୍ଲାହାବାଦ, ଗାଜୀପୁର ଦେଇ ହରିଦ୍ଵାର ଗଲେ । ପୁନଶ୍ଚ ତୃତୀୟଥର ପାଇଁ ପଦବ୍ରଜରେ ସାରା ଦେଶ ଭ୍ରମଣରେ ବାହାରିଲେ । ତାଙ୍କ ଅନ୍ତର୍ବୋଧରୁ ସେ କର୍ମପନ୍ଥା ସ୍ଥିର କରିବାକୁ ଦେଶର ଅବସ୍ଥା ଅନୁଧ୍ୟାନ କରିବା ଗୁରୁତ୍ୱପୂର୍ଣ ବୋଲି ଅନୁଭବ କଲେ । ଭାରତବର୍ଷର ଧନୀ, ଦରିଦ୍ର, ଉଚ୍ଚନୀଚ ଭେଦଭାବ ଭୁଲି ସବୁ ଶ୍ରେଣୀ ଲୋକଙ୍କ ସଂସ୍ପର୍ଶରେ ଆସିଲେ । ଦିନେ ସାନ୍ତାଳମାନଙ୍କର ଅତିଥୁ ହୋଇଥିବାବେଳେ ଦିନକୁ ମୁଠାଏ ଭାତ ନପାଇ ଚେର, ମୂଳ, ପତ୍ର ଖାଇ ଭୋକ ମାରୁଥିବା ସେହି ସାନ୍ତାଳମାନଙ୍କର ତାଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତିର ସତ୍କାର ଲକ୍ଷ୍ୟକରି ତାଙ୍କ ହୃଦୟ ହାହାକାର କରିଉଠିଲା । ସାରାଦେଶରେ ଅର୍ଦ୍ଧାହାର ଓ ଅନାହାରରେ କାଳ କାଟୁଥିବା ଲୋକଙ୍କ ଦୁଃଖଦୁର୍ଦ୍ଦଶା ଲକ୍ଷ୍ୟକରି ସେ ପୂର୍ବରୁ ଶୁଣିଥିବା ‘ଭୋକିଲା ପେଟରେ ଧର୍ମ ଅନାବଶ୍ୟକ’କୁ ଉପଲବ୍ଧ କଲେ । ସାରାଦେଶରେ ଦାରିଦ୍ର୍ୟ ଦାନବର ନିରଙ୍କୁଶ ରାଜତ୍ଵ ବିରୋଧରେ ସଂଗ୍ରାମ କରିବାକୁ ସେ ଦୃଢ଼ସଂକଳ୍ପ କଲେ ।
ମଣିଷ ପ୍ରତି ଉଦାର ଓ ସହନଶୀଳ ଦୃଷ୍ଟିକୋଣ ଗଢ଼ିବାରେ ପରିବ୍ରାଜକ ସନ୍ନ୍ୟାସୀଙ୍କର ଅସାଧାରଣ ଅଭିଜ୍ଞତା ତାଙ୍କୁ ସାହାଯ୍ୟ କରିଥିଲା । ଉଚ୍ଚ ଆଦର୍ଶ ଓ ଶୁଦ୍ଧପୂତ ଜୀବନରୁ ସ୍ଖଳନକୁ ନରେନ ଆଦୌ ସହ୍ୟ କରିପାରୁ ନଥିଲେ । ପରେ ମଣିଷକୁ ଦେଖୁଲା ପରେ ସେ ସମ୍ବେଦନଶୀଳ ଓ ଉଦାର ହେଲେ । ସବୁ ଶ୍ରେଣୀର ଲୋକଙ୍କ ଘନିଷ୍ଟ ସମ୍ପର୍କରେ ଆସି ମଣିଷ ପ୍ରତି ତାଙ୍କର ଶ୍ରଦ୍ଧା ଓ କରୁଣା ଗଭୀରତର ହୋଇଥିଲା ।
ଏକଦା କେତେଜଣ ଗୁଜୁରାଟୀ ପଣ୍ଡିତ ସ୍ଵାମୀଜୀଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ତାଙ୍କ ସହ ଜ୍ଞାନ-ଭକ୍ତି-ବୈରାଗ୍ୟ ବିଷୟକ ଆଲୋଚନା ଆରମ୍ଭ କଲେ । ସଂସ୍କୃତ ଭାଷାରେ ବକ୍ତୃତା ଦେଲାବେଳେ ସ୍ଵାମୀଜୀଙ୍କର ଏକ ବ୍ୟାକରଣଗତ ତ୍ରୁଟି ଉପରେ ଗୁରୁତ୍ୱ ଦେଇ ଚର୍ଚ୍ଚା ଛାଡ଼ିଦେଇ ପଣ୍ଡିତମାନେ ‘ଆମେ ଜିତିଗଲୁ’ ବୋଲି କହିବାକୁ ଲାଗିଲେ । କିନ୍ତୁ ସ୍ବାମୀଜୀ ଅପ୍ରତିଭ ନ ହୋଇ ଅପରାଧ ପାଇଁ କ୍ଷମା ମାଗିଲେ । ବିବେକାନନ୍ଦଙ୍କର ଜ୍ଞାନ ଓ ପାଣ୍ଡିତ୍ୟର ପଟାନ୍ତର ନଥିଲା । ଶାସ୍ତ୍ରଘୋଷ ପଣ୍ଡିତଗଣ ବହୁଯୁଗଧରି ବେଦ, ବେଦାନ୍ତ ଓ ମହାନ୍ ଧର୍ମଶାସ୍ତ୍ର ଉପରେ ଯେତେ ଆବର୍ଜନା କୁଢ଼ାଇଥିଲେ, ସେସବୁ ଦୂର କରିବାରେ ବିବେକାନନ୍ଦଙ୍କର ଐତିହାସିକ ଭୂମିକା ଥିଲା । ବାସ୍ତବରେ ଜ୍ଞାନ ଅପେକ୍ଷା ଅଭିଜ୍ଞତା ମଣିଷକୁ ପ୍ରକୃତ ଦିଗ୍ଦର୍ଶନ ଦେଇଥାଏ । ବିବେକାନନ୍ଦଙ୍କ ଜବନରୁ ତାହା ସ୍ପଷ୍ଟ ଉପଲବ୍ଧ ହୁଏ ।
ତୁମ ପାଇଁ କାମ
Question ୩୦ ।
ଶରତ କୁମାର ମହାନ୍ତିଙ୍କ ଲିଖ୍ ‘ଛତ୍ରପତି ବିବେକାନନ୍ଦ’ ପୁସ୍ତକଟି ପାଠ କରି ।
Question ୩୧ ।
ବିବେକାନନ୍ଦଙ୍କ ଲେଖା ଓ ବାଣୀଗୁଡ଼ିକୁ ସଂଗ୍ରହ କରି ଲେଖ ।
Question ୩୨ ।
ଶ୍ରୀରାମକୃଷ୍ଣଙ୍କ ଜୀବନୀ ସଂଗ୍ରହ କରି ପଢ଼ ।
[ସୂଚନା : ‘ତୁମ ପାଇଁ କାମ’ର ଉତ୍ତରଗୁଡ଼ିକ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତା ନେଇ ପ୍ରସ୍ତୁତ କରନ୍ତୁ ।]
ଅତିରିକ୍ତ ଦାର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question ୧ ।
ଦେଶର ଯୁବଗୋଷ୍ଠୀର ଉତ୍ଥାନ ପାଇଁ ସ୍ଵାମୀ ବିବେକାନନ୍ଦଙ୍କର ଭାରତ ଭ୍ରମଣ କିପରି ସହାୟକ ହୋଇପାରିଥିଲା, ସେ ସମ୍ପର୍କରେ ପଠିତ ପ୍ରବନ୍ଧଟି ପାଠ କରି ତୁମର ନିଜସ୍ବ ମତ ପ୍ରଦାନ କର ।
Answer:
ଓଡ଼ିଆ ପ୍ରବନ୍ଧ ସାହିତ୍ୟର ମାନବୃଦ୍ଧି କରିଥି ସଫଳ ପ୍ରାବନ୍ଧିକମାନଙ୍କ ମଧ୍ୟରେ ଶରତ କୁମାର ମହାନ୍ତି ଅଗ୍ରଗଣ୍ୟ । ସେ ଥିଲେ ବିଜ୍ଞାନ, ଦର୍ଶନ, ସମାଜ, ସାହିତ୍ୟ, ସଂସ୍କୃତି ଏବଂ ଆଧ୍ୟାତ୍ମିକତା ସମ୍ବନ୍ଧରେ ଅସଂଖ୍ୟ ପ୍ରବନ୍ଧ ରଚନା କରିଛନ୍ତି । ସେ ଜଣେ ମନନଶୀଳ ପ୍ରାବନ୍ଧିକ । ତାଙ୍କ ଲିଖ୍ ବିଜ୍ଞାନ ବିଷୟକ ପ୍ରବନ୍ଧ ସଂକଳନ ମଧ୍ୟରେ ‘ବିଜ୍ଞାନ ଦୃଷ୍ଟି’ ‘ଆକାଶର ଆହ୍ୱାନ’, ‘ଆଟମରୁ କ୍ଵାଣ୍ଟମ୍’, ‘ବିଜ୍ଞାନ ଦିଗନ୍ତ’ ଏବଂ ‘ଏକବିଂଶ ଶତାବ୍ଦୀର ନଷ୍ଟ ପରିବେଶ’ ପ୍ରଭୃତି ପ୍ରଧାନ । ଅନ୍ୟ ସଂକଳନଗୁଡ଼ିକ ମଧ୍ୟରେ ତାଙ୍କର ‘ସକ୍ରେଟିସ୍ ଓ ପ୍ଲେଟୋ’, ‘ଅସ୍ତିତ୍ଵବାଦର ମର୍ମକଥା’, ‘ଗ୍ରୀକ୍ତିର ଜୀବନଗାଥା’, ‘ଛତ୍ରପତି ବିବେକାନନ୍ଦ’, ‘ଗାନ୍ଧି ମଣିଷ’, ଇତ୍ୟାଦି ବହୁ ପୁସ୍ତକ ଲୋକପ୍ରିୟତା ଅର୍ଜନ କରିପାରିଛି । ପଠିତ ‘ନରେନ୍ରୁ ବିବେକାନନ୍ଦ’ ପ୍ରବନ୍ଧଟି ଲେଖକଙ୍କ ‘ଛତ୍ରପତି ବିବେକାନନ୍ଦ’ ପୁସ୍ତକର ଅଂଶବିଶେଷ । ଏଥିରେ ସେ ଭାରତବର୍ଷର ଜଣେ ପ୍ରଖ୍ୟାତ ସନ୍ନ୍ୟାସୀ ତଥା ସନ୍ଥ ବିବେକାନନ୍ଦଙ୍କ ଜୀବନର କିଛି ଉପାଦେୟ ତଥ୍ୟ ସହିତ ତାଙ୍କର ଭାରତ ଭ୍ରମଣ ଦେଶର ଯୁବଶକ୍ତି ପାଇଁ କିପରି ସହାୟକ ହୋଇପାରିଛି, ତାହା ବର୍ଣ୍ଣନା କରିଛନ୍ତି ।
ବିବେକାନନ୍ଦଙ୍କ ଭାରତ ପରିଭ୍ରମଣର ଉଦ୍ଦେଶ୍ୟ ଥିଲା ବିଶାଳ ଭାରତବର୍ଷ ତଥା ତା’ର ଦରିଦ୍ର ଜନତା ସହିତ ଘନିଷ୍ଠ ଭାବେ ପରିଚିତ ହେବା । ଇହଧାମ ତ୍ୟାଗ ପୂର୍ବରୁ ଏହାହିଁ ଥିଲା ତାଙ୍କୁ ତାଙ୍କର ଗୁରୁ ରାମକୃଷ୍ଣ ପରମହଂସଙ୍କ ନିର୍ଦ୍ଦେଶ । ସେ ତାଙ୍କୁ ଜୀବନର କର୍ମ ଓ ଲକ୍ଷ୍ୟ ସମ୍ପର୍କରେ ଅନେକ ଦିଗ୍ଦର୍ଶନ ଦେଇଥିଲେ । ନିଜର ମୋକ୍ଷ ପାଇଁ ନିର୍ବିକଳ୍ପତା କାମନା କରିଥିବା ଯୁବସନ୍ନ୍ୟାସୀ ବିବେକାନନ୍ଦଙ୍କୁ ସ୍ଵାର୍ଥପର ପରି ନିଜର୍ ମୋକ୍ଷ କଥା ଚିନ୍ତା ନକରି ପ୍ରକାଣ୍ଡ ବଟବୃକ୍ଷ ହୋଇ ସ୍ବୀୟ ଛାୟାରେ ହଜାର ହଜାର ମଣିଷଙ୍କୁ ଆଶ୍ରୟ ଦେବାର ଶିକ୍ଷା ପ୍ରଦାନ କରିଥିଲେ ସେ ।
ଏଣୁ ଜୀବନର ଗତିପଥ ତାଙ୍କର ପରିବର୍ତ୍ତନ ହୋଇଥିଲା । ଏଣୁ ସମଗ୍ର ଭାରତବର୍ଷ ପରିଭ୍ରମଣ କରି ସେ ବିଶାଳ ବୁଭୁକ୍ଷୁ ଜନସମଷ୍ଟିର ଦୁର୍ଦ୍ଦଶା ମୋଚନ ନିମନ୍ତେ ସେବାବ୍ରତକୁ ଆଦର୍ଶଭାବେ ଗ୍ରହଣ କରିଥିଲେ । ତେଣୁ ସେ ୧୮୮୬ ରେ ପ୍ରଥମେ ହିମାଳୟ ଉଦ୍ଦେଶ୍ୟରେ ଯାତ୍ରାକରି ଅଯୋଧ୍ୟା, ବୃନ୍ଦାବନ, ଆଗ୍ରା, ଲକ୍ଷ୍ନୌ ପ୍ରଭୃତି ସ୍ଥାନ ଓ ତା’ର ଦୁଇବର୍ଷ ପରେ ଆଲ୍ଲାହାବାଦ, ଗାଜୀପୁର, ହରିଦ୍ଵାର ଭ୍ରମଣ କରିଥିଲେ । ଏହି ଦୁଇଥର ଭ୍ରମଣ ଅଭିଜ୍ଞତାରୁ ସେ ଦେଖୁଲେ ସମାଜରେ ଜମିରହିଥିବା କୁଢ଼ କୁଢ଼ ସାମାଜିକ ଆବର୍ଜନା ।
ସେସବୁକୁ ଦୂର କରିବାର ବ୍ୟାକୁଳତା ତାଙ୍କ ଅନ୍ତରକୁ ଆନ୍ଦୋଳିତ କରିଥିଲା । ଏସବୁ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ଦେଶର ଯୁବଶକ୍ତି ହିଁ ଏକମାତ୍ର ସମର୍ଥ ବୋଲି ସେ ହୃଦୟଙ୍ଗମ କରିଥିଲେ ଏବଂ ଏଥିପାଇଁ ଯୁବସାମଜକୁ ବାରମ୍ବାର ଆହ୍ଵାନ କରି ଏ ଦେଶର ହୃତ ଗୌରବ ଓ ପରମ୍ପରାକୁ ସେ ସେମାନଙ୍କ ନିକଟରେ ବୟାନ କରି ତା’ର ପୁନରୁଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ଅନୁଭବ ଓ ଭାବପ୍ରବଣତାରେ ଯୁବଗୋଷ୍ଠୀ ସର୍ବଦା ସମୃଦ୍ଧ । ଏଣୁ ଭାରତ ଭ୍ରମଣ ସମୟରେ ଯୁବସମାଜକୁ ତ୍ୟାଗ, ନିଷ୍ଠା ଓ ସେବାର ସନ୍ଦେଶ ପ୍ରଦାନ କରିଥିଲେ । ଦରିଦ୍ର ନାରାୟଣ ସେବାକୁ ସନ୍ୟାସୀର ଯଥାର୍ଥ ବ୍ରତ ବୋଲି ସିଦ୍ଧାନ୍ତ ଗ୍ରହଣ କରି ଦେଶରେ ରାଜତ୍ଵ କରୁଥିବା ପ୍ରବଳ ପ୍ରତାପୀ ଦାରିଦ୍ର୍ୟ ଦାନବ ବିରୋଧରେ ଯୁଦ୍ଧଘୋଷଣା କଲେ । ଧନୀ, ରାଜା, ମହାରାଜା, ପଣ୍ଡିତ, ତଥା ଯୁବ ସମାଜ ତାଙ୍କ ଅନୁରକ୍ତ ସୈନିକ ସାଜି ତାଙ୍କଠାରୁ କି ଏକ ରହସ୍ୟମୟ ଇସାରା’ ପାଇଁ ତାଙ୍କ ଆଦେଶକୁ ଅପେକ୍ଷା କରି ରହିଲେ ।
ବିଗତ ବର୍ଷର ହାଇସ୍କୁଲ ପରୀକ୍ଷା (ବାର୍ଷିକ ଓ ସପ୍ଲିମେଣ୍ଟାରୀ)ର ପ୍ରଶ୍ନୋତ୍ତର
Question 1.
କ’ଣ ଦେଖୁ ବିବେକାନନ୍ଦଙ୍କ ହୃଦୟ ବିଗଳିତ ହୋଇଥିଲା ?
Answer:
ଭୋକିଲା ଲୋକାଙ୍କ ଦୁଃଖ
Question 2.
କେଉଁ ରାଜାଙ୍କ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ବାଈଜୀ ମୀରା ଭଜନ ଗାଇଥିଲେ ?
Answer:
କ୍ଷେତରା
Question 3.
ନରେନ୍କୁ କି ନିର୍ଦେଶ ଦେଇ ଶ୍ରୀରାମକୃଷ୍ଣ ବିଦାୟ ନେଲେ ?
Answer:
ଜଗତର କଲ୍ୟାଣ ସାଧନ କରିବାକୁ
Question 4.
ବିବେକାନନ୍ଦ ସମସ୍ତଙ୍କ ହୃଦୟରେ କେଉଁ ଭାବ ଜାଗ୍ରତ କରିବାକୁ ଚେଷ୍ଟା କରୁଥିଲେ ?
Answer:
ସେବା ଭାବ
Question 5.
ସାରା ଭାରତବର୍ଷ ଘୂରିବୁଲି ବିବେକାନନ୍ଦ କେଉଁଠାରେ ପହଞ୍ଚିଲାବେଳକୁ କ୍ଲାନ୍ତ ହୋଇ ପଡ଼ିଥିଲେ ?
Answer:
କନ୍ୟାକୁମାରାରେ
Question 6.
ସନ୍ନ୍ୟାସୀର ଯଥାର୍ଥ ବ୍ରତ କ’ଣ ବୋଲି ବିବେକାନନ୍ଦ ଠିକ୍ କରିଥିଲେ ?
Answer: ଦରିଦ୍ର ନାରାୟଣଙ୍କ ସେବା
Question 7.
ସମୁଦ୍ର ଭିତରେ ଥିବା ଭାରତର ଶେଷ ଭୂଖଣ୍ଡ ରୂପେ ରହିଥିବା ପାହାଡ଼ ପାଖକୁ ବିବେକାନନ୍ଦ କିପରି ଯାଇଥିଲେ ?
Answer:
ପହଁରି ପହଁରି
Question 8.
କ’ଣ ଦେଖି ବିବେକାନନ୍ଦଙ୍କ ହୃଦୟ ବିଗଳିତ ହୋଇଥିଲା ?
Answer:
ଭୋକିଲା ଲୋକଙ୍କର ଦୁଃଖ ଦେଖିି
Question 9.
ସନ୍ନ୍ୟାସୀର କେଉଁ ଧର୍ମକୁ ବିବେକାନନ୍ଦ ବାଛି ନେଇଥିଲେ ?
Answer:
ସେବାଧର୍ମ
ପରୀକ୍ଷା ଉପଯୋଗୀ ଅତିରି
(A) ।ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
Question 1.
କେଉଁ ଧାତ୍ରୀ କେଉଁ ଏନ୍ତୁଡ଼ିଶାଳରେ ନରେନ୍ଙ୍କୁ ବିବେକାନନ୍ଦ ଭାବରେ ଜନ୍ମ ଦେଇଥିଲେ ?
Answer:
ସ୍ବୟଂ ରାମକୃଷ୍ଣ ଧାତ୍ରୀ ଭାବରେ ଦକ୍ଷିଣେଶ୍ଵରର ଏନ୍ତୁଡ଼ିଶାଳରେ ନରେନ୍ଙ୍କୁ ବିବେକାନନ୍ଦ ଭାବରେ ଜନ୍ମ ଦେଇଥିଲେ।
Question 2.
ଶ୍ରୀରାମକୃଷ୍ଣଙ୍କ ଅନ୍ତେ ତାଙ୍କର ଶିଷ୍ୟମାନେ କେଉଁଠାରେ ନିଜର କ୍ଷେତ୍ର ପ୍ରସ୍ତୁତ କରିଥିଲେ ?
Answer:
ଶ୍ରୀରାମ୍ବକୃଷ୍ଣଙ୍କ ଅନ୍ତେ ତାଙ୍କର ଜଣେ ଗୃହସ୍ଥ ଭକ୍ତ ଶ୍ରୀ ସୁରେଶ ଚନ୍ଦ୍ର ମିତ୍ର ବରାହନଗରଠାରେ ଥିବା ତାଙ୍କର ଗୋଟିଏ ପୁରୁଣା କୋଠାକୁ ଗୁରୁଦେବଙ୍କ ଶିଷ୍ୟମାନଙ୍କ ଉଦ୍ଦେଶ୍ୟରେ ଛାଡ଼ିଦେଲେ, ଯେଉଁଠାରେ ହିଁ ଶିଷ୍ୟମାନେ ନିଜର କ୍ଷେତ୍ର ପ୍ରସ୍ତୁତ କରିଥିଲେ ।
Question 3.
ବିବେକାନନ୍ଦ ସମୁଦ୍ର କୂଳର ଅଳ୍ପ ଦୂରରେ ଥିବା ପାହାଡ଼ ନିକଟକୁ କିପରି ଯାଇଥିଲେ ?
Answer:
ସମୁଦ୍ର କୂଳରେ ଅଳ୍ପ ଦୂରରେ ଥିବା ପାହାଡ଼ ନିକଟକୁ ଯିବା ନିମନ୍ତେ ବିବେକାନନ୍ଦଙ୍କ ନିକଟରେ ଅର୍ଥ ନ ଥିବାରୁ ସେ ସାର୍କସଙ୍କୁଳ ଜଳକୁ ଭୟ ନ କରି ପହଁରି ପହଁରି ପାହାଡ଼ ନିକଟକୁ ଯାଇଥିଲେ ।
Question 4.
ବିବେକାନନ୍ଦ ତପସ୍ୟା କରିଥିବା ପାହାଡ଼ ସହ ହନୁମାନଙ୍କର କି ସମ୍ପର୍କ ଅଛି ବୋଲି ପ୍ରାବନ୍ଧିକ କହିଛନ୍ତି ?
Answer:
ବିବେକାନନ୍ଦ ତାପସ୍ୟା କରିଥ୍ ବା ପାହାଡ଼ ଉପରେ ଦିନେ ସାତାଦେବାଙ୍କ ଠାବ କରିବାପାଇଁ ମହାବାର ହନୁମାନ ଏକା ଲମ୍ଫକେ ସମୁଦ୍ର ପାର ହୋଇଯାଇଥିଲେ ବୋଲି ପ୍ରାବନ୍ଧିକ କହିଛନ୍ତି ।
Question 5.
ବିବେକାନନ୍ଦ ରାଜାରାଜୁଡ଼ାଙ୍କ ସହ କାହିଁକି ସମ୍ପର୍କ ରଖୁଥିଲେ ?
Answer:
ରାଜାଙ୍କ ହାତରେ ପ୍ରଜାଙ୍କର ମଙ୍ଗଳ ନିମନ୍ତେ ଇଚ୍ଛା ଜାଗ୍ରତ କରିବାପାଇଁ ଏବଂ ପ୍ରଜାଙ୍କର କଲ୍ୟାଣ କରିବା ଉଦ୍ଦେଶ୍ୟରେ ବିବେକାନନ୍ଦ ରାଜାରାଜୁଡ଼ାଙ୍କ ସହ ସମ୍ପର୍କ ରଖୁଥିଲେ ।
Question 6.
ଗଙ୍ଗାକୂଳକୁ ଗଲାବେଳେ ଗୁଜୁରାଟୀ ପଣ୍ଡିତମାନେ କ’ଣ କୁହାକୁହି ହେଉଥିଲେ ?
Answer:
ଗଙ୍ଗାକୂଳକୁ ଗଲାବେଳେ ଗୁଜୁରାଟୀ ପଣ୍ଡିତମାନେ କୁହାକୁହି’ ହେଉଥା’ନ୍ତି ଯେ ସ୍ଵାମୀଜୀ ତାଦୃଶ ପଣ୍ଡିତ ନୁହଁନ୍ତି ହେଲେ ତାଙ୍କ ଚକ୍ଷୁରେ ଏକ ମୋହିନୀ ଶକ୍ତି ଅଛି ଯେଉଁ ଶକ୍ତି ବଳରେ ସେ ଦିଗ୍ବିଜୟ କରିଛନ୍ତି ।
Question 7.
ବିବେକାନନ୍ଦଙ୍କ ଉପରେ କେଉଁ ଘଟଣା ଗଭୀର ରେଖାପାତ କରିଥିଲା ?
Answer:
ବିବେକାନନ୍ଦ ଉଚ୍ଚ ଆଦର୍ଶ ଓ ଶୁଦ୍ଧପୂତ ଜୀବନରୁ ସ୍ଖଳନକୁ ସହ୍ୟ କରିପାରୁ ନଥିଲେ, ତଥାପି କ୍ଷେତରୀର ବାଈଜୀଙ୍କଦ୍ୱାରା ଆବେଗପୂର୍ଣ୍ଣ କଣ୍ଠରେ ଗାନ କରାଯାଇଥିବା ମୀରାଭଜନ ତାଙ୍କ ଉପରେ ଗଭୀର ରେଖାପାତ କରିଥିଲା ।
Question 8.
କେଉଁ କେଉଁ ରାଜାମାନେ ବିବେକାନନ୍ଦଙ୍କୁ ବିଶେଷ ଭକ୍ତି କରୁଥିଲେ ?
Answer:
ମହୀଶୂର ମହାରାଜା ସାର୍ ଓୟାଦିଆର ବାହାଦୂର, ରାଜୋୟାରାର ରାଜା, କ୍ଷେତରୀ ଓ କୋଲାପୁରର ରାଜା ତଥା ଦାକ୍ଷିଣାତ୍ୟର ଅନେକ ରାଜା ବିବେକାନନ୍ଦଙ୍କୁ ବିଶେଷ ଭକ୍ତି କରୁଥିଲେ ।
Question 9.
ଶରତ କୁମାର ମହାନ୍ତି ପ୍ରବୃତ୍ତିରେ କ’ଣ ଥିଲେ ?
Answer:
ଶରତ କୁମାର ମହାନ୍ତି ପ୍ରବୃତ୍ତିରେ ମନନଶାଳ ପ୍ରାବନ୍ଧିକ ଥିଲେ ।
Question 10.
ଶୁକଦେବଙ୍କ ପରି ଏକାଦିକ୍ରମେ ପାଞ୍ଚ ଛଅ ଦିନ ସମାଧ୍ଧରେ ଲୀନ ହେବାକୁ ଇଚ୍ଛା ପ୍ରକାଶ କରିବାରୁ ନରେନ୍ଙ୍କୁ ରାମକୃଷ୍ଣ ଧ୍ୟାର କଲେ କାହିଁକି ?
Answer:
ଶୁକଦେବଙ୍କ ପରି ଏକାଦିକ୍ରମେ ପାଞ୍ଚ ଛଅ ଦିନ ସମାଧ୍ଧରେ ଲୀନ ହେବାକୁ ଇଚ୍ଛା ପ୍ରକାଶ କରିବାରୁ ନରେନ୍ଙ୍କୁ ରାମକୃଷ୍ଣ ଧିକ୍କାର କଲେ କାରଣ ସେ କେବଳ ନିଜର ମୁକ୍ତି ଚାହୁଁଥିଲେ ।
Question 11.
ଭାରତୀୟ ଦର୍ଶନର ବିଶେଷ ବିଶେଷତ୍ବ କେଉଁଟି ?
Answer:
ଭାରତୀୟ ଦର୍ଶନର ବିଶେଷ ବିଶେଷତ୍ୱ ହେଉଛି ମନୁଷ୍ୟର ସେବାକୁ ଈଶ୍ବର ସେବା ବୋଲି ମନେ କରିବା ।
Question 12.
ବିବେକାନନ୍ଦଙ୍କର ପ୍ରଥମ ଶିଷ୍ୟ ଶରତ ଚନ୍ଦ୍ର ଗୁପ୍ତଙ୍କର ସନ୍ୟାସୀ ନାମ କ’ଣ ଥିଲା ?
Answer:
ବିବେକାନନ୍ଦଙ୍କର ପ୍ରଥମ ଶିଷ୍ୟ ଶରତ ଚନ୍ଦ୍ର ଗୁପ୍ତଙ୍କର ସନ୍ୟାସୀ ନାମ ସ୍ଵାମୀ ସଦାନନ୍ଦ ଥିଲା ।
Question 13.
ନରେନ୍ଙ୍କ ମନରେ କେଉଁ ବ୍ୟାକୁଳତା ଥିଲା ଓ ଏଥୁରୁ ତାଙ୍କୁ ବିରତ ରହି ଜନତା ଜନାର୍ଦ୍ଦନ ସେବାରେ ଜୀବନ ବିତାଇବାକୁ କିଏ ପଥ ପ୍ରଦର୍ଶନ କରିଥିଲେ ?
Answer:
ନିର୍ବିକଳ୍ପ ସମାଧୂର ଦିବ୍ୟାନୁଭୂତି ଲାଭ କରିବାପାଇଁ ନରେନ୍ଙ୍କ ମନରେ ବ୍ୟାକୁଳତା ଥୁଲା, ମାତ୍ର ଶ୍ରୀରାମକୃଷ୍ଣ ଏଥୁରୁ ତାଙ୍କୁ ବିରତ ରହି ଜନତା ଜନାର୍ଦ୍ଦନ ସେବାରେ ଜୀବନ ବିତାଇବାକୁ ପଥ ପ୍ରଦର୍ଶନ କରିଥିଲେ ।
(B) । ଗୋଟିଏ ପଦ ବା ଶବ୍ଦରେ ଉତ୍ତର ଦିଅ ।
Question 1.
ପ୍ରାବନ୍ଧିକ ଶରତ କୁମାର ମହାନ୍ତି କେଉଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ?
Answer:
ଜରିପଡ଼ା
Question 2.
ଶରତ କୁମାର ମହାନ୍ତିଙ୍କୁ ବୃତ୍ତି କ’ଣ ଥିଲା ?
Answer:
ଅଧ୍ୟାପନା
Question 3.
ଶରତ କୁମାର ମହାନ୍ତି ପ୍ରବୃତ୍ତିରେ କେଉଁ ପ୍ରାବନ୍ଧିକ ଥିଲେ ?
Answer:
ମନନଶୀଳ ପ୍ରାବନ୍ଧିକ
Question 4.
‘ନରେନ୍ରୁ ବିବେକାନନ୍ଦ’ ପ୍ରବନ୍ଧିଟି ପ୍ରାବନ୍ଧିକଙ୍କ କେଉଁ ପୁସ୍ତକରୁ ଆସିଅଛି ?
Answer:
ଛତ୍ରପତି ବିବେକାନନ୍ଦ
Question 5.
ନରେନ୍ଙ୍କର ନିର୍ବିକଳ୍ପ ସମାଧର ଦିବ୍ୟାନୁଭୂତି ଲାଭ ନିମନ୍ତେ ବ୍ୟାକୁଳତା କଥା କିଏ ଜାଣିଥିଲେ ?
Answer:
ରାମକୃଷ୍ଣ ପରମହଂସ
Question 6.
ନରେନ୍ କେଉଁ ସମୟରେ ଜ୍ଞାନଶୂନ୍ୟ ହୋଇ ସମାଧୁରେ ବୁଡ଼ିଗଲେ ?
Answer:
ସନ୍ଧ୍ୟାବେଳେ
Question 7.
କେତେବେଳେ ନରେନ୍ଙ୍କର ସମାଧି ଭଙ୍ଗ ହେଲା ?
Answer:
ନଅଟାରେ
Question 8.
‘ଜନତା ଜନାର୍ଦ୍ଦନ’ – କେଉଁ ଛଳନାର ଶିକାର ହେବା କଥା ପ୍ରାବନ୍ଧିକ କହିଛନ୍ତି ?
Answer:
ରାଜନୈତିକ
Question 9.
ପ୍ରାବନ୍ଧିକ କେଉଁ ଶବ୍ଦଯୁଗଳଙ୍କ ନିକଟରେ କ୍ଷମା ମାଗିଛନ୍ତି ?
Answer:
Question 10.
ବାବୁରାମଙ୍କର ସନ୍ନ୍ୟାସୀ ନାମ କ’ଣ ?
Answer:
ସ୍ଵାମୀ ପ୍ରେମାନନ୍ଦ
Question 11.
କେଉଁ ମାସରେ ନରେନ୍ ଗୁରୁଭାଇଙ୍କ ସହ ଆଣ୍ଡପୁରକୁ ଯାଇଥିଲେ ?
Answer:
ଡିସେମ୍ବର
Question 12.
ନରେନ୍ ଓ ତାଙ୍କ ଗୁରୁଭାଇମାନେ କେଉଁ ଭାବରେ ଉଦ୍ବୁଦ୍ଧ ହୋଇ ସନ୍ୟାସ ବ୍ରତ ଗ୍ରହଣ ପାଇଁ ସଂକଳ୍ପ କଲେ ?
Answer:
ଖ୍ରୀଷ୍ଟ ଭାବରେ
Question 13.
ଯେଉଁ ରାତିରେ ନରେନ୍ ଓ ତାଙ୍କ ଗୁରୁଭାଇମାନେ ସନ୍ନ୍ୟାସୀ ବ୍ରତ ଗ୍ରହଣ ପାଇଁ ସଂକଳ୍ପ କରିଥିଲେ ସେହି ରାତିଟି କି ରାତି ଥିଲା ?
Answer:
ଖ୍ରୀଷ୍ଟମାସ ଇଭ୍ର ରାତି
Question 14.
ସ୍ଵାମୀ ରାମକୃଷ୍ଣାନନ୍ଦଙ୍କର ସନ୍ୟାସୀ ହେବାର ପୂର୍ବ ନାମ କ’ଣ ଥିଲା ?
Answer:
ଶଶିଭୂଷଣ
Question 15.
କେଉଁ ସନ୍ୟାସୀ ଏକୁଟିଆ ମଠକୁ ଜଗି ରହିଥିଲେ ?
Answer:
ସ୍ଵାମୀ ରାମକୃଷ୍ଣାନନ୍ଦ
Question 16.
ବିବେକାନନ୍ଦ ପାଓହାରୀ ବାବାଙ୍କୁ କେଉଁଠାରେ ସାକ୍ଷାତ କରିଥିଲେ ?
Answer:
ଗାଜୀପୁରରେ
Question 17.
ପାଓହାରୀ ବାବାଙ୍କ କେଉଁ ଗୁଣରେ ବିବେକାନନ୍ଦ ଆକୃଷ୍ଟ ହୋଇଥିଲେ ?
Answer:
ସିଦ୍ଧି ଓ ବ୍ୟକ୍ତିତ୍ଵ
Question 18.
‘ବୁଭୁକ୍ଷୁ ଜନତା ପାଇଁ ଆମେ ସନ୍ନ୍ୟାସୀଗଣ କ’ଣ କରିଛୁ ?’ – ଏକଥା କିଏ ଭାବୁଥିଲେ ?
Answer:
ବିବେକାନନ୍ଦ
Question 19.
ବିବେକାନନ୍ଦ କେଉଁ ରୂପରେ ବିଶାଳ ଭାରତବର୍ଷର ପ୍ରତି କୋଣକୁ ଖେଦି ଯାଇଥିଲେ ?
Answer:
ସନ୍ନ୍ୟାସୀ ରୂପରେ
Question 20.
ବିବେକାନନ୍ଦଙ୍କ ସନ୍ନ୍ୟାସୀ ରୂପ ମଧ୍ଯରୁ କେଉଁ ରୂପ ଧରାପଡ଼ି ଯାଉଥୁଲା ?
Answer:
ସେନାପତି ରୂପ
Question 21.
ନରେନ୍ ବିବେକାନନ୍ଦ ହୋଇ କେଉଁଠାକୁ ଚାଲିଗଲେ ?
Answer:
ଚିକାଗୋକୁ
Question 22.
‘ଭୋକିଲା ପେଟରେ ଧର୍ମ ଅନାବଶ୍ୟକ’ – ଏହି ଉକ୍ତିଟି ବିବେକାନନ୍ଦ କାହାଠାରୁ ଶୁଣିଥିଲେ ?
Answer:
ରାମକୃଷ୍ଣଙ୍କଠାରୁ
Question 23.
ବାଈଜୀ କେଉଁ ଭଜନ ଗାଇଥିଲେ ?
ମୀରା ଭଜନ
Question 24.
ନରେନ୍ଙ୍କୁ କେତେବର୍ଷ ହୋଇ ଥିବାବେଳେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା ?
Answer:
୨୧ ବର୍ଷ
Question 25.
ସ୍ଵାମୀ ବିବେକାନନ୍ଦଙ୍କୁ ନରେନ୍ରୁ ବିବେକାନନ୍ଦରେ ପରିଣତ କରିବାର ଏନ୍ତୁଡ଼ିଶାଳ ରୂପେ କେଉଁ ସ୍ଥାନଟି ପରିଚିତ ?
Answer:
ଦକ୍ଷିଣେଶ୍ବର
Question 26.
କେଉଁ ସ୍ଥାନର ଭୂତକୋଠିଟି ଗୋଟିଏ ପବିତ୍ର ସ୍ଥାନରେ ପରିଣତ ହେଲା ?
Answer:
ବରାହନଗର
Question 27.
ବିବେକାନନ୍ଦଙ୍କର ପ୍ରଥମ ଶିଷ୍ୟ ଶରତ ଚନ୍ଦ୍ର ଗୁପ୍ତଙ୍କର ସନ୍ୟାସୀ ନାମ କ’ଣ ଥିଲା ?
Answer:
ସ୍ଵାମୀ ସଦାନନ୍ଦ
Question 28.
ସ୍ଵାମୀ ପ୍ରେମାନନ୍ଦ ସନ୍ନ୍ୟାସ ଗ୍ରହଣ ପୂର୍ବରୁ କେଉଁ ନାମରେ ପରିଚିତ ଥିଲେ ?
Answer:
ବାବୁରାମ
Question 29.
ନୈନିତାଲରେ ସ୍ଵାମୀଜୀ କାହାକୁ କ୍ଷେତରୀର ବାଈଜୀଙ୍କ କଥା କହିଥିଲେ ?
Answer:
ଭଗିନୀ ନିବେଦିତା
Question 30.
ଭୋକିଲା ପେଟରେ ଧର୍ମ ଅନାବଶ୍ୟକ’- ଏକଥା କିଏ କହିଥିଲେ ?
Answer:
ରାମକୃଷ୍ଣ ପରମହଂସ
Question 31.
ଆମେରିକାରୁ କେଉଁ ରାଜାଙ୍କ ପାଖକୁ ଚିଠିରେ ଲେଖିଥିଲେ ?
Answer:
ମହୀଶୂରର ମହାରାଜ
Question 32.
ନରେନ୍ଙ୍କ ମାତାଙ୍କ ନାମ କ’ଣ ଥିଲା ?
Answer:
ଭୁବନେଶ୍ଵରୀ ଦେବୀ
Question 33.
କାହାକୁ ହରାଇ ନରେନ୍ ସଂସାରରେ ଏକୁଟିଆ ହୋଇଗଲେ ?
Answer:
ଦୁଇ ପିତାଙ୍କୁ
Question 34.
ନିର୍ବିକଳ୍ପ ସମାଧୂର ଦିବ୍ୟ ଅନୁଭୂତି କାହା ବିନା ଲଭ୍ୟ ନୁହେଁ ?
Answer:
ଗୁରୁକୃପା ବିନା
Question 35.
ସାନ୍ତାଳମାନେ କ’ଣ ଖାଇ ଭୋକ ମାରୁଥିଲେ ?
Answer:
ଗଛର ଚେର ପତ୍ର
Question 36.
ବାଈଜୀ ଗୀତ ଗାଇବାକୁ ପ୍ରସ୍ତୁତ ହେଉଥିବା ଦେଖୁ କିଏ ରାଗିଯାଇ ଉଠିଯିବାକୁ ବସିଲେ ?
Answer:
ବିବେକାନନ୍ଦ
Question 37.
ଦକ୍ଷିଣେଶ୍ଵରରେ ଓ ବରାହନଗରରେ ଗୁରୁଭାଇମାନଙ୍କର କାହା ସହିତ ପରିଚୟ ହୋଇନଥୁଲା ?
Answer:
ବିବେକାନନ୍ଦଙ୍କ ସହ
Question 38.
ଚିଲ, ଶାଗୁଣା ଖୁବ୍ ଉଚ୍ଚରେ ଉଡ଼ନ୍ତି, କିନ୍ତୁ ସେମାନଙ୍କ ଦୃଷ୍ଟି କାହା ଉପରେ ରହିଥାଏ ?
Answer:
ତଳେ ଗୋରୁମଢ଼ ଉପରେ
Question 39.
ବିବେକାନନ୍ଦ ସମସ୍ତଙ୍କ ହୃଦୟରେ କାହାର ମହିମା ଜାଗ୍ରତ କରିବାକୁ ଯତ୍ନ କରିଥିଲେ ?
Answer:
ସେବାର ମହିମା
Question 40.
କାହା ହାତରେ ହଜାର ହଜାର ପ୍ରଜାଙ୍କର ମଙ୍ଗଳବିଧାନର କ୍ଷମତା ରହିଛି ?
Answer:
ରାଜାଙ୍କ ହାତରେ
Question 41.
ଧର୍ମ ମହାସଭା କେଉଁଠାରେ ଆୟୋଜିତ ହୋଇଥିଲା ?
Answer:
ଚିକଗୋରେ
Question 42.
କନ୍ୟାକୁମାରୀରେ ଜଗଜ୍ଜନନୀ କନ୍ୟା ବେଶରେ କାହା ପ୍ରତୀକ୍ଷାରେ ଥାଆନ୍ତି ?
Answer:
ମହାଦେବଙ୍କର
Question 43.
ବିବେକାନନ୍ଦ ନାଉରିକୁ ଦେବାପାଇଁ ପଇସା ନ ଥିବାରୁ ସମୁଦ୍ରରେ କିପରି ଭାବରେ ପାହାଡ଼ ପାଖକୁ ଯାଇଥିଲେ ?
Answer:
ପହଁରି ପହଁରି
Question 44.
ଜଗତରେ ସବୁ ମହାନ୍ କର୍ମ କାହାଦ୍ବାରା ସମ୍ପନ୍ନ ହୋଇଛି ?
Answer:
ଏକୁଟିଆ ମଣିଷଦ୍ୱାରା
Question 45.
ନରେନ୍ଙ୍କୁ ତାଙ୍କ ଜୀବନର କର୍ମ ଓ ଲକ୍ଷ୍ୟ କିଏ ଭଲଭାବେ ଦେଖାଇ ଦେଇଥିଲେ ?
Answer:
ଗୁରୁ ଶ୍ରୀରାମକୃଷ୍ଣ
Question 46.
ନରେନ୍ରୁ ବିବେକାନନ୍ଦଙ୍କୁ ଜନ୍ମ ଦେବାପାଇଁ ଏନ୍ତୁଡ଼ିଶାଳ କିଏ ହୋଇଥଲା ?
Answer:
ଦକ୍ଷିଣେଶ୍ବର
Question 47.
ନରେନ୍ରୁ ବିବେକାନନ୍ଦଙ୍କୁ ଜନ୍ମ ଦେବା ପାଇଁ ଧାତ୍ରୀ କିଏ ହୋଇଥିଲେ ?
Answer:
ସ୍ବୟଂ ରାମକୃଷ୍ଣ
Question 48.
ସନ୍ନ୍ୟାସୀର କେଉଁ ଧର୍ମକୁ ବିବେକାନନ୍ଦ ବାଛି ନେଇଥିଲେ ?
Answer:
ସେବାଧର୍ମ
Question 49.
ଇହଧାମ ତ୍ୟାଗ କରିବା ପୂର୍ବରୁ ରାମକୃଷ୍ଣ ନରେନ୍ଙ୍କ ହାତରେ କାହାକୁ ସମର୍ପି ଦେଇଥିଲେ ?
Answer:
ତାଙ୍କର ତରୁଣ ଶିଷ୍ୟମାନଙ୍କୁ
Question 50.
ବାବୁରାମଙ୍କ ମାଆଙ୍କର ନିମନ୍ତ୍ରଣ ରକ୍ଷାକରି ବିବେକାନନ୍ଦ ଗୁରୁଭାଇଙ୍କ ସହ କେଉଁ ଗ୍ରାମକୁ ଯାଇଥିଲେ ?
Answer:
ଆଣ୍ଡପୁରକୁ
Question 51.
ଦିନେ ରାତିରେ ନରେନ୍ଦ୍ରନାଥ ଭାବବିହ୍ଵଳ ହୋଇ କାହା କଥା କହିବାକୁ ଲାଗିଲେ ?
Answer:
ଯିଶୁଙ୍କ କଥା
Question 52.
ନବୀନ ସନ୍ନ୍ୟାସୀଗଣ କେତେ ଖ୍ରୀଷ୍ଟାବ୍ଦରେ ସନ୍ନ୍ୟାସ ଗ୍ରହଣ କରିଥିଲେ ?
Answer:
୧୮୮୭
Question 53.
ନରେନ୍ଙ୍କର ସନ୍ନ୍ୟାସୀ ନାମ କ’ଣ ?
Answer:
ସ୍ଵାମୀ ବିବେକାନନ୍ଦ
Question 54.
ବିବେକାନନ୍ଦ ପ୍ରଥମକରି କେବେ ପରିଭ୍ରମଣରେ ବାହାରିଥିଲେ ?
Answer:
୧୮୮୬ରେ
Question 55.
ବିବେକାନନ୍ଦଙ୍କ ପ୍ରଥମ ଶିଷ୍ୟଙ୍କର ନାମ କ’ଣ ?
Answer:
ଶ୍ରୀ ଶରତଚନ୍ଦ୍ର ଗୁପ୍ତା
Question 56.
କନ୍ୟାକୁମାରୀରେ କିଏ କନ୍ୟା ବେଶରେ ଦେବ ଦେବ ମହାଦେବଙ୍କ ପ୍ରତୀକ୍ଷାରେ ଥାଆନ୍ତି ?
Answer:
ଜଗଜ୍ଜନନୀ
Question 57.
ଶରୀର ଉପରେ କ୍ରମାଗତ ଅତ୍ୟାଚାର ଫଳରେ ଗୁରୁ ଶିଷ୍ୟ ଦୁହିଁଙ୍କର କ’ଣ ହେଲା ?
Answer:
ବେମାର ପଡ଼ିଲେ
Question 58.
କିଛି ବାଟ ନ ପାଇବାର କ୍ରୋଧରେ ବିବେକାନନ୍ଦ ତୃତୀୟଥର ପାଇଁ କ’ଣ କଲେ ?
Answer:
ମଠ ପରିତ୍ୟାଗ କଲେ
Question 59.
ବିବେକାନନ୍ଦ କିପରି ଦେଶସାରା ବୁଲିଥିଲେ ?
Answer:
ପାଦରେ ଚାଲି ଚାଲି
Question 60.
ସତୀ ସୀତାଙ୍କୁ ଠାବ କରିବାପାଇଁ କିଏ ଏକା ଲମ୍ଫରେ ସମୁଦ୍ର ପାର ହୋଇଥିଲେ ?
Answer:
ହନୁମାନ
Question 61.
ବିବେକାନନ୍ଦଙ୍କ ଉପଲକ୍ଷେ ଆୟୋଜିତ ଉତ୍ସବରେ କିଏ ଗୀତ ଗାଇବାକୁ ପ୍ରସ୍ତୁତ ହେଲେ ?
Answer:
ଜଣେ ବାଈଜୀ
(C) ଶୂନ୍ୟସ୍ଥାନ ପୂରଣ କର ।
Question 1.
ଶ୍ରୀରାମକୃଷ୍ଣଙ୍କ ଇହଧାମ ତ୍ୟାଗର ବର୍ଷେ ପୂର୍ବରୁ …………………………. ସଂସାର ତ୍ୟାଗ କରିଥିଲେ ।
Answer:
ବିଶ୍ଵନାଥ ଦତ୍ତ
Question 2.
……………………. ଙ୍କୁ ହରାଇ ନରେନ୍ ସଂସାରରେ ଏକୁଟିଆ ହୋଇଗଲେ ।
Answer:
ଦୁଇ ପିତା
Question 3.
ଶ୍ରାରାମକୃଷ୍ଣଙ୍କ ସହିତ ନରେନ୍ ଙ୍କର ……………………. ବର୍ଷର ନିବିଡ଼ ସମ୍ପର୍କ ଥିଲା ।
Answer:
Question 4.
‘ବର୍ତ୍ତମାନଠାରୁ ଏସବୁର ତାଲା ବନ୍ଦ ଏବଂ ଚାବି ମୋ ପାଖରେ ରହିଲା ……………………….. କହିଥିଲେ ।
Answer:
ଶ୍ରୀରାମକୃଷ୍ଣ
Question 5.
ଶୁକଦେବଙ୍କ ପରି ଏକାଦିକ୍ରମେ ପାଞ୍ଚ ଛଅ ଦିନ ସମାଧ୍ଧରେ ଲୀନ ହେବାକୁ ………………………. ଇଞ୍ଜା। କରିଥିଲେ।
Answer:
ନରେନ୍
Question 6.
ଧ୍ୟାନ, ଧାରଣା, ଯୋଗ ଓ ସମାଧ୍ ……………………. ର ଆଦର୍ଶ ଅଟେ ।
Answer:
Question 7.
ଭାରତର ଦକ୍ଷିଣ ସାମାନ୍ତର ମୁଖ୍ୟ ଭୂମି…………………..।
Answer:
Question 8.
ସମୁଦ୍ର ………………………… ମାନଙ୍କଦ୍ଵାରା ସଙ୍କୁଳିତ ଥିଲା ।
Answer:
ସାର୍କ
Question 9.
ଶ୍ରୀରାମକୃଷ୍ଣ ପୃଥିବୀରୁ ବିଦାୟ ନେବାବେଳକୁ ନରେନ୍ଙ୍କୁ ………………………. ବର୍ଷ ହୋଇଥିଲା ।
Answer:
ବାଇଶ
Question 10.
ନରେନ୍ଙ୍କ ପିତାଙ୍କ ନାମ …………………………… ଥିଲା ।
Answer:
ବିଶ୍ଵନାଥ ଦତ୍ତ
Question 11.
‘ତୁ ଗୋଟିଏ ପ୍ରକାଣ୍ଡ ବଟବୃକ୍ଷ ପରି ହେବୁ ଏବଂ ତୋ’ଛାଇରେ ହଜାର ହଜାର ମଣିଷ ଆଶ୍ରୟ ପାଇବେ’’- ଏକଥା ରାମକୃଷ୍ଣ ………………… ଙ୍କୁ କହିଥିଲେ ।
Answer:
ବିବେକାନନ୍ଦ
Question 12.
ବିବେକାନନ୍ଦ …………………….. କୁ ଜନାର୍ଦ୍ଦନରୂପେ ପୂଜା କରିବାକୁ ଆଗେଇ ଆସିଥିଲେ ।
Answer:
ଜନତା
Question 13.
ଇହଧାମ ତ୍ୟାଗ କରିବା ପୂର୍ବରୁ ରାମକୃଷ୍ଣ ନରେନ୍ଙ୍କ ହାତରେ ତାଙ୍କର ………………………… ମାନଙ୍କୁ ସମର୍ପି ଦେଇଥିଲେ।
Answer:
ତରୁଣ ଶିଷ୍ୟ
Question 14.
ସୁରେଶ ଚନ୍ଦ୍ର ମିତ୍ର ରାମକୃଷ୍ଣଙ୍କର ଜଣେ ……………………. ଥିଲେ ।
Answer:
ଗୃହସ୍ଥ ଭକ୍ତ
Question 15.
ଶିଷ୍ୟମାନେ ……………………… ରେ ନିଜର କ୍ଷେତ୍ର ପ୍ରସ୍ତୁତ କଲେ ।
Answer:
ବରାହନଗର
Question 16.
ନବୀନ ସନ୍ନ୍ୟାସୀଗଣ ……………………….. ଖ୍ରୀଷ୍ଟାବ୍ଦରେ ସନ୍ନ୍ୟାସ ଗ୍ରହଣ କରିଥିଲେ ।
Answer:
୧୮୮୭
Question 17.
ବିବେକାନନ୍ଦ ପ୍ରଥମକରି ……………………….. ରେ ପରିଭ୍ରମଣରେ ବାହାରିଥିଲେ ।
Answer:
୧୮୮୬
Question 18.
ବିବେକାନନ୍ଦଙ୍କ ପ୍ରଥମ ଶିଷ୍ୟଙ୍କର ନାମ …………………………. ଥିଲା ।
Answer:
ଶ୍ରୀ ଶରତଚନ୍ଦ୍ର ଗୁପ୍ତା
Question 19.
ଶରତଚନ୍ଦ୍ର ଗୁପ୍ତାଙ୍କର ସନ୍ୟାସୀ ନାମ …………………… ଥିଲା ।
Answer:
ସ୍ଵାମୀ ସଦାନନ୍ଦ
Question 20.
କନ୍ୟାକୁମାରୀରେ ଜଗଜ୍ଜନନୀ …………………….. ବେଶରେ ଦେବଦେବ ମହାଦେବଙ୍କ ପ୍ରତୀକ୍ଷାରେ ଥାଆନ୍ତି ।
Answer:
କନ୍ୟା
(D) ଠିକ୍ ଉକ୍ତି ପାଇଁ ‘T’ ଓ ଭୁଲ୍ ଭକ୍ତି ପାଇଁ ‘F’ ଲେଖ ।
1. ବିବେକାନନ୍ଦଙ୍କ ଉପଲକ୍ଷେ ଆୟୋଜିତ ଉତ୍ସବରେ ଜଣେ ଶିଷ୍ୟ ଗୀତ ଗାଇବାକୁ ପ୍ରସ୍ତୁତ ହେଲେ ।
2. ନରେନ୍ ବିବେକାନନ୍ଦ ହୋଇ ହିମାଳୟକୁ ଚାଲିଗଲେ ।
3. ‘ଭୋକିଲା ପେଟରେ ଧର୍ମ ଅନାବଶ୍ୟକ’ – ଏହି ଉକ୍ତିଟି ବିବେକାନନ୍ଦ ରାମକୃଷ୍ଣଙ୍କଠାରୁ ଶୁଣିଥିଲେ ।
4. ବୁଭୁକ୍ଷୁ ଜନତା ପାଇଁ ଆମେ ସନ୍ନ୍ୟାସୀଗଣ କ’ଣ କରିଛୁ ?’ – ଏକଥା ବିବେକାନନ୍ଦ ଭାବୁଥିଲେ ।
5. ମହୀଶୂରର ମହାରାଜାଙ୍କ ନାମ ସାର୍ ଓୟାଦିଆର୍ ବାହାଦୂର ଥିଲା ।
6. ଭୋକିଲା ଲୋକଙ୍କ ଦୁଃଖ ଦେଖୁ ବିବେକାନନ୍ଦଙ୍କ ହୃଦୟ ବିଗଳିତ ହୋଇଥିଲା ।
7. କ୍ଷେତରୀ ରାଜାଙ୍କ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ବାଈଜୀ ମୀରାଭଜନ ଗାଇଥିଲେ ।
8. ବିବେକାନନ୍ଦ ସମସ୍ତଙ୍କ ହୃଦୟରେ ଭ୍ରାତୃଭାବ ଜାଗ୍ରତ କରିବାକୁ ଚେଷ୍ଟା କରୁଥିଲେ ।
9. ସମୁଦ୍ର ଭିତରେ ଥିବା ପାହାଡ଼ ପାଖକୁ ବିବେକାନନ୍ଦ ପହଁରି ପହଁରି ଯାଇଥିଲେ ।
10. ବସନ୍ତରାତିରେ ଧୁନି ଲଗାଇ ତା’ ଚାରିପଟେ ବସି ସମସ୍ତେ ଆଲୋଚନା କରନ୍ତି ।
11. ନରେନ୍ ଓ ତାଙ୍କ ଗୁରୁଭାଇ ଖ୍ରୀଷ୍ଟ ଭାବରେ ଉଦ୍ବୁଦ୍ଧ ହୋଇ ସନ୍ୟାସ ବ୍ରତ ଗ୍ରହଣ ପାଇଁ ସଂକଳ୍ପ କଲେ ।
12. ଦୁଇଥର ଭ୍ରମଣ ଅଭିଜ୍ଞତାରୁ ବିବେକାନନ୍ଦ ସମାଜରେ କୁଢ଼ କୁଢ଼ ଆବର୍ଜନା ଜମି ରହିଥିବାର ଦେଖୁଥିଲେ ।
13. ବରାହନଗରର ଭୂତକୋଠିଟି ଗୋଟିଏ ପବିତ୍ର ସ୍ଥାନରେ ପରିଣତ ହେଲା ।
14. ‘ଦୀନ ଦୁଃଖୀଙ୍କର ସେବା କରିବାର କାମନାରେ ଆପଣଙ୍କ ହୃଦୟ ପ୍ରଜ୍ଵଳିତ ହେଉଥାଉ’- ଏକଥା ବିବେକାନନ୍ଦ ଆମେରିକାରୁ ମହୀଶୂର ମହାରାଜାଙ୍କ ପାଖକୁ ଚିଠିରେ ଲେଖୁଥିଲେ ।
15. ସାନ୍ତାଳମାନେ ଗଛର ଚେରପତ୍ର ଖାଇ ଭୋକ ମାରୁଥିଲେ ।
16. ମଣିଷକୁ ନ ବଦଳାଇ ପୁରୁଣା ସମାଜକୁ ଭାଙ୍ଗି ହେବ ନାହିଁ ବୋଲି ବିବେକାନନ୍ଦ ମନେ କରିଥିଲେ ।
17. ବିବେକାନନ୍ଦ ସମସ୍ତଙ୍କ ହୃଦୟରେ ସେବାର ମହିମା ଜାଗ୍ରତ କରିବାକୁ ଯତ୍ନ କରିଥିଲେ ।
18. ମନ୍ତ୍ରୀଙ୍କ ହାତରେ ହଜାର ହଜାର ପ୍ରଜାଙ୍କର ମଙ୍ଗଳବିଧାନର କ୍ଷମତା ରହିଛି ।
19. ରାମକୃଷ୍ଣଙ୍କ ମନରେ ନିର୍ବିକଳ୍ପ ସମାଧୂର ଦିବ୍ୟାନୁଭୂତି ଲାଭକରିବା ବ୍ୟାକୁଳତା ଥିଲା ।
20. ନରେନ୍ଙ୍କୁ ଜଗତର କଲ୍ୟାଣ ସାଧନ କରିବାକୁ ନିର୍ଦ୍ଦେଶ ଦେଇ ରାମକୃଷ୍ଣ ଇହଧାମ ତ୍ୟାଗ କଲେ ।
Answer:
1. ବିବେକାନନ୍ଦଙ୍କ ଉପଲକ୍ଷେ ଆୟୋଜିତ ଉତ୍ସବରେ ଜଣେ ଶିଷ୍ୟ ଗୀତ ଗାଇବାକୁ ପ୍ରସ୍ତୁତ ହେଲେ । (F)
2. ନରେନ୍ ବିବେକାନନ୍ଦ ହୋଇ ହିମାଳୟକୁ ଚାଲିଗଲେ । (F)
3. ‘ଭୋକିଲା ପେଟରେ ଧର୍ମ ଅନାବଶ୍ୟକ’ – ଏହି ଉକ୍ତିଟି ବିବେକାନନ୍ଦ ରାମକୃଷ୍ଣଙ୍କଠାରୁ ଶୁଣିଥିଲେ । (T)
4. ବୁଭୁକ୍ଷୁ ଜନତା ପାଇଁ ଆମେ ସନ୍ନ୍ୟାସୀଗଣ କ’ଣ କରିଛୁ ?’ – ଏକଥା ବିବେକାନନ୍ଦ ଭାବୁଥିଲେ । (T)
5. ମହୀଶୂରର ମହାରାଜାଙ୍କ ନାମ ସାର୍ ଓୟାଦିଆର୍ ବାହାଦୂର ଥିଲା । (T)
6. ଭୋକିଲା ଲୋକଙ୍କ ଦୁଃଖ ଦେଖୁ ବିବେକାନନ୍ଦଙ୍କ ହୃଦୟ ବିଗଳିତ ହୋଇଥିଲା । (T)
7. କ୍ଷେତରୀ ରାଜାଙ୍କ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ବାଈଜୀ ମୀରାଭଜନ ଗାଇଥିଲେ । (T)
8. ବିବେକାନନ୍ଦ ସମସ୍ତଙ୍କ ହୃଦୟରେ ଭ୍ରାତୃଭାବ ଜାଗ୍ରତ କରିବାକୁ ଚେଷ୍ଟା କରୁଥିଲେ । (F)
9. ସମୁଦ୍ର ଭିତରେ ଥିବା ପାହାଡ଼ ପାଖକୁ ବିବେକାନନ୍ଦ ପହଁରି ପହଁରି ଯାଇଥିଲେ ।(T)
10. ବସନ୍ତରାତିରେ ଧୁନି ଲଗାଇ ତା’ ଚାରିପଟେ ବସି ସମସ୍ତେ ଆଲୋଚନା କରନ୍ତି । (F)
11. ନରେନ୍ ଓ ତାଙ୍କ ଗୁରୁଭାଇ ଖ୍ରୀଷ୍ଟ ଭାବରେ ଉଦ୍ବୁଦ୍ଧ ହୋଇ ସନ୍ୟାସ ବ୍ରତ ଗ୍ରହଣ ପାଇଁ ସଂକଳ୍ପ କଲେ । (T)
12. ଦୁଇଥର ଭ୍ରମଣ ଅଭିଜ୍ଞତାରୁ ବିବେକାନନ୍ଦ ସମାଜରେ କୁଢ଼ କୁଢ଼ ଆବର୍ଜନା ଜମି ରହିଥିବାର ଦେଖୁଥିଲେ । (T)
13. ବରାହନଗରର ଭୂତକୋଠିଟି ଗୋଟିଏ ପବିତ୍ର ସ୍ଥାନରେ ପରିଣତ ହେଲା । (T)
14. ‘ଦୀନ ଦୁଃଖୀଙ୍କର ସେବା କରିବାର କାମନାରେ ଆପଣଙ୍କ ହୃଦୟ ପ୍ରଜ୍ଵଳିତ ହେଉଥାଉ’- ଏକଥା ବିବେକାନନ୍ଦ ଆମେରିକାରୁ ମହୀଶୂର ମହାରାଜାଙ୍କ ପାଖକୁ ଚିଠିରେ ଲେଖୁଥିଲେ । (T)
15. ସାନ୍ତାଳମାନେ ଗଛର ଚେରପତ୍ର ଖାଇ ଭୋକ ମାରୁଥିଲେ । (T)
16. ମଣିଷକୁ ନ ବଦଳାଇ ପୁରୁଣା ସମାଜକୁ ଭାଙ୍ଗି ହେବ ନାହିଁ ବୋଲି ବିବେକାନନ୍ଦ ମନେ କରିଥିଲେ । (T)
17. ବିବେକାନନ୍ଦ ସମସ୍ତଙ୍କ ହୃଦୟରେ ସେବାର ମହିମା ଜାଗ୍ରତ କରିବାକୁ ଯତ୍ନ କରିଥିଲେ । (T)
18. ମନ୍ତ୍ରୀଙ୍କ ହାତରେ ହଜାର ହଜାର ପ୍ରଜାଙ୍କର ମଙ୍ଗଳବିଧାନର କ୍ଷମତା ରହିଛି । (F)
19. ରାମକୃଷ୍ଣଙ୍କ ମନରେ ନିର୍ବିକଳ୍ପ ସମାଧୂର ଦିବ୍ୟାନୁଭୂତି ଲାଭକରିବା ବ୍ୟାକୁଳତା ଥିଲା । (F)
20. ନରେନ୍ଙ୍କୁ ଜଗତର କଲ୍ୟାଣ ସାଧନ କରିବାକୁ ନିର୍ଦ୍ଦେଶ ଦେଇ ରାମକୃଷ୍ଣ ଇହଧାମ ତ୍ୟାଗ କଲେ । (T)
(E) ସ୍ତମ୍ଭ ମିଳନ କର ।
Question 1
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।
‘କ’ ସ୍ତମ୍ଭ |
‘ଖ’ ସ୍ତମ୍ଭ |
ବାଇଶ ବର୍ଷ |
ଦିବ୍ୟ ଅନୁତିକ |
ଏକୁଟିଆ ସତ |
ଦୁର୍ବଳ ନୁହଁନ୍ତି |
ଦକ୍ଷିଣେଶ୍ଵର |
ସଂସାର ଅନଭିଜ୍ଞ ଯୁବକ |
ରାମକୃଷ୍ଣ |
ଏନ୍ତୁଡ଼ିଶାଳ |
ନିର୍ବକଞ୍ଜ ସମାଧ୍ |
ଧାତ୍ରା |
Answer:
‘କ’ ସ୍ତମ୍ଭ |
‘ଖ’ ସ୍ତମ୍ଭ |
ବାଇଶ ବର୍ଷ |
ସଂସାର ଅନଭିଜ୍ଞ ଯୁବକ |
ଏକୁଟିଆ ସତ |
ଦୁର୍ବଳ ନୁହଁନ୍ତି |
ଦକ୍ଷିଣେଶ୍ଵର |
ଦିବ୍ୟ ଅନୁତିକ |
ରାମକୃଷ୍ଣ |
ଧାତ୍ରା |
ନିର୍ବକଞ୍ଜ ସମାଧ୍ |
ଏନ୍ତୁଡ଼ିଶାଳ |
Question 2
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।
‘କ’ ସ୍ତମ୍ଭ |
‘ଖ’ ସ୍ତମ୍ଭ |
କଠୋର କଥା |
ଶ୍ରା ସୁରେଶ ଚନ୍ଦ୍ର ମିତ୍ର |
ମନୁଷ୍ୟ ସେବା |
ଚଡ଼ ଦ୍ବନ୍ଦର ସମାଧାନ |
ଜନତା ଜନାର୍ଦ୍ଦନ |
ପରିତ୍ୟକ୍ତ ଭୂତକାଠି |
ଗୃହସ୍ଥ ଭକ୍ତ |
ଈଶ୍ୱର ସେବା |
ପୁରୁଣା କୋଠା |
ରାଜନୈତିକ ଛଳନାର ଶିକାର |
Answer:
‘କ’ ସ୍ତମ୍ଭ |
‘ଖ’ ସ୍ତମ୍ଭ |
କଠୋର କଥା |
ଚଡ଼ ଦ୍ବନ୍ଦର ସମାଧାନ |
ମନୁଷ୍ୟ ସେବା |
ଈଶ୍ୱର ସେବା |
ଜନତା ଜନାର୍ଦ୍ଦନ |
ରାଜନୈତିକ ଛଳନାର ଶିକାର |
ଗୃହସ୍ଥ ଭକ୍ତ |
ଶ୍ରା ସୁରେଶ ଚନ୍ଦ୍ର ମିତ୍ର |
ପୁରୁଣା କୋଠା |
ପରିତ୍ୟକ୍ତ ଭୂତକାଠି |
Question 3
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।
‘କ’ ସ୍ତମ୍ଭ |
‘ଖ’ ସ୍ତମ୍ଭ |
ନରେନ୍ଦ୍ରନାଥ ଭାବବିହ୍ୱଳ |
ମଠ ଛାଡ଼ି ବାହାରକୁ ଯାଇନାହାଁନ୍ତି |
ଅଗ୍ନିକୁ ସାକ୍ଷା ରଖ୍ |
କୁଢ଼ କୁଢ଼ ଆବର୍ଜନା |
ଥରେ ଫିଟିଗଲେ |
ଶିଶୁଙ୍କ କଥା |
ରାମକୃଷ୍ଣ।ନନ୍ଦ |
ସନ୍ନ୍ୟାସ ବ୍ରତ ଗ୍ରହଣ |
ଭ୍ରମଣ ଅଭିଜ୍ଞତା |
ଆଉ ଏକାଠି ହୋଇ ନ ପାରନ୍ତି |
Answer:
‘କ’ ସ୍ତମ୍ଭ |
‘ଖ’ ସ୍ତମ୍ଭ |
ନରେନ୍ଦ୍ରନାଥ ଭାବବିହ୍ୱଳ |
ଶିଶୁଙ୍କ କଥା |
ଅଗ୍ନିକୁ ସାକ୍ଷା ରଖ୍ |
ସନ୍ନ୍ୟାସ ବ୍ରତ ଗ୍ରହଣ |
ଥରେ ଫିଟିଗଲେ |
ଆଉ ଏକାଠି ହୋଇ ନ ପାରନ୍ତି |
ରାମକୃଷ୍ଣ।ନନ୍ଦ |
ମଠ ଛାଡ଼ି ବାହାରକୁ ଯାଇନାହାଁନ୍ତି |
ଭ୍ରମଣ ଅଭିଜ୍ଞତା |
କୁଢ଼ କୁଢ଼ ଆବର୍ଜନା |
Question 4
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।
‘କ’ ସ୍ତମ୍ଭ |
‘ଖ’ ସ୍ତମ୍ଭ |
ଆବେଗପୂର୍ଣ୍ଣ କଣ୍ଠରେ ବାଈଜାଙ୍କ ସଙ୍ଗୀତ |
ଦୁଇଜଣ ଗମ୍ଗାଙ୍କ ସହିତ |
ନୈନା ସରୋବର ନିକଟରେ |
ସନ୍ନ୍ୟାସାର ଯଥାର୍ଥ ବ୍ରତ |
ଭୋକିଲା ପେଟରେ |
ଅସ୍ଥିରେ ନିର୍ମିତ ଅମୋଘ ଅସ୍ତ |
ଦରିଦ୍ର ନାରାୟଣଙ୍କ ସେବା |
ଗଭାରରେ ରେଖାପତ କରିଥିଲା |
ବିଧାଚି ମହର୍ଷ |
ଧର୍ମ ଅନାବଶ୍ୟକ |
Answer:
‘କ’ ସ୍ତମ୍ଭ |
‘ଖ’ ସ୍ତମ୍ଭ |
ଆବେଗପୂର୍ଣ୍ଣ କଣ୍ଠରେ ବାଈଜାଙ୍କ ସଙ୍ଗୀତ |
ଗଭାରରେ ରେଖାପତ କରିଥିଲା |
ନୈନା ସରୋବର ନିକଟରେ |
ଦୁଇଜଣ ଗମ୍ଗାଙ୍କ ସହିତ |
ଭୋକିଲା ପେଟରେ |
ଧର୍ମ ଅନାବଶ୍ୟକ |
ଦରିଦ୍ର ନାରାୟଣଙ୍କ ସେବା |
ସନ୍ନ୍ୟାସାର ଯଥାର୍ଥ ବ୍ରତ |
ବିଧାଚି ମହର୍ଷ |
ଅସ୍ଥିରେ ନିର୍ମିତ ଅମୋଘ ଅସ୍ତ |
କରି ପରିଚୟ
ଓଡ଼ିଆ ପ୍ରବନ୍ଧି ସାହିତ୍ୟର ମାନବୃଦ୍ଧି କରିଥିବା ସଫଳ ପ୍ରାବନ୍ଧିକମାନଙ୍କ ମଧ୍ୟରେ ଶରତ କୁମାର ମହାନ୍ତି ଅଗ୍ରଗଣ୍ୟ। ଓଡ଼ିଆ ପ୍ରବନ୍ଧ ସାହିତ୍ୟର ମାନବୃଦ୍ଧି କରିଥିବା ସଫଳ ପ୍ରାବନ୍ଧିକମାନଙ୍କ ମଧ୍ୟରେ ଶରତ କୁମାର ମହାନ୍ତି ଅଗ୍ରଗଣ୍ୟ । ସେ ବିଜ୍ଞାନ, ଦର୍ଶନ, ସମାଜ, ସାହିତ୍ୟ, ସଂସ୍କୃତି ଏବଂ ଆଧ୍ୟାତ୍ମିକତା ସମ୍ବନ୍ଧରେ ଅସଂଖ୍ୟ ପ୍ରବନ୍ଧ ରଚନା କରିଛନ୍ତି । ସେ ଜଣେ ମନନଶୀଳ ପ୍ରାବାନ୍ଧିକ । ତାଙ୍କ ଲିଖ୍ ବିଜ୍ଞାନ ବିଷୟକ ପ୍ରବନ୍ଧ ସଂକଳନ ମଧ୍ୟରେ ‘ବିଜ୍ଞାନ ଦୃଷ୍ଟି’, ‘ଆକାଶର ଆହ୍ବାନ’, ‘ଆଟମରୁ କ୍ଵାଣ୍ଟମ୍’, ‘ବିଜ୍ଞାନ ଦିଗନ୍ତ’ ଏବଂ ‘ଏକବିଂଶ ଶତାବ୍ଦୀର ନଷ୍ଟ ପରିବେଶ’ ପ୍ରଭୃତି ପ୍ରଧାନ । ଅନ୍ୟ ସଂକଳନଗୁଡ଼ିକ ମଧ୍ୟରେ ତାଙ୍କର ‘ସକ୍ରେଟିସ୍ ଓ ପ୍ଲେଟୋ’, ‘ଅସ୍ତିତ୍ଵବାଦର ମର୍ମକଥା’, ‘ଗ୍ରୀକ୍ତିର ଜୀବନଗାଥା’, ‘ଛତ୍ରପତି ବିବେକାନନ୍ଦ’, ‘ଗାନ୍ଧି ମଣିଷ’ ଇତ୍ୟାଦି ବହୁ ପୁସ୍ତକ ଲୋକପ୍ରିୟତା ଅର୍ଜନ କରିପାରିଛି ।
କବିତାର ପ୍ଠଷ୍ଠଭୂମି
ନରେନ୍ ରୁ ବିବେକାନନ୍ଦ ପ୍ରବନ୍ଧର ଅଂଶବିଶେଷ । ଏଥିରେ ପ୍ରାବନ୍ଧିକ ଅତ୍ୟନ୍ତ ହୃଦୟସ୍ପର୍ଶୀ ତଥା ସହଜବୋଧ୍ୟ ଭାଷାରେ ଭାରତବର୍ଷର ଜଣେ ପ୍ରଖ୍ୟାତ ସନ୍ନ୍ୟାସୀ ତଥା ସନ୍ଥ ବିବେକାନନ୍ଦଙ୍କ ଜୀବନୀର କିଛି ଉପାଦେୟ ଅଂଶ ବର୍ଣ୍ଣନା କରିଛନ୍ତି ।
ପ୍ରବନ୍ଧର ମର୍ମବାଣା
ପିତା ବିଶ୍ଵନାଥ ଦତ୍ତ ଇହଧାମ ତ୍ୟାଗ କରିବାର ବର୍ଷକ ପରେ ଗୁରୁ ଶ୍ରୀରାମକୃଷ୍ଣ ପୃଥିବୀରୁ ବିଦାୟ ନେଲେ । ଉଭୟ ପିତାଙ୍କୁ ହରାଇ ସଂସାରରେ ଚଳିବା ତଥା ସଂସାରକୁ ଚଳାଇବାପାଇଁ ସମ୍ପୂର୍ଣ ଏକୁଟିଆ ହୋଇଗଲେ ବାଇଶ ବର୍ଷର ସଂସାର ଅନଭିଜ୍ଞ ଯୁବକ ନରେନ୍ । କିନ୍ତୁ ସେ ଦୁର୍ବଳ ନଥିଲେ । ସେହି ଦୃଢ଼ମନା ବୀରପୁରୁଷ ନରେନ୍ଙ୍କୁ ଗୁରୁ ଶ୍ରୀରାମକୃଷ୍ଣ ତାଙ୍କ ଜୀବନର କର୍ମ ଓ ଲକ୍ଷ୍ୟ ଭଲଭାବେ ଦେଖାଇ ଦେଇଥିଲେ । ନରେନ୍ରୁ ବିବେକାନନ୍ଦଙ୍କୁ ଜନ୍ମ ଦେବାପାଇଁ ଦକ୍ଷିଣେଶ୍ବର ହୋଇଥିଲା ଏନ୍ତୁଡ଼ିଶାଳ ଏବଂ ସ୍ବୟଂ ରାମକୃଷ୍ଣ ହୋଇଥିଲେ ଧାତ୍ରୀ । ବିବେକାନନ୍ଦଙ୍କର ଜନ୍ମପ୍ରକ୍ରିୟା ଥିଲା ଜଟିଳ, ସୂକ୍ଷ୍ମ ଓ ରହସ୍ୟମୟ, ତାକୁ ବୁଝିବାର ଆଶା କରିବା ଧୃଷ୍ଟତା ମାତ୍ର ।
ଗୁରୁ ରାମକୃଷ୍ଣ ନରେନ୍ଙ୍କୁ ଯେଉଁ ନିର୍ଦ୍ଦିଷ୍ଟ ମାର୍ଗର ପଥକ କରାଇଥିଲେ ତା’ର ସୂଚନା କେତୋଟି ବିଶିଷ୍ଟ ଘଟଣାରୁ ପ୍ରତୀୟମାନ ହୁଏ । ନିର୍ବିକଳ୍ପ ସୁମାଧୁର ଦିବ୍ୟ ଅନୁଭୂତି ଲାଭକରିବା ନିମନ୍ତେ ନରେନ୍ଙ୍କ ହୃଦୟର ବ୍ୟାକୁଳତା ସମ୍ପର୍କରେ ଭଲଭାବରେ ଅବଗତ ଥା’ନ୍ତି ଠାକୁର ଶ୍ରୀରାମକୃଷ୍ଣ । ନରେନ୍ ମଧ୍ୟ ଜାଣିଥାଆନ୍ତି, ବିନା ଗୁରୁକୃପାରେ ଏହା ଲଭ୍ୟ ନୁହେଁ । ଶ୍ରୀରାମକୃଷ୍ଣଙ୍କ ଇହଧାମ ତ୍ୟାଗର ଅଳ୍ପଦିନ ପୂର୍ବରୁ ଦିନେ ସନ୍ଧ୍ୟାବେଳେ ନରେନ୍ଙ୍କର ବହୁ ଆକାଂକ୍ଷିତ ଶୁଭମୁହୂର୍ତ୍ତ ଉପସ୍ଥିତ ହେଲା । ଜ୍ଞାନଶୂନ୍ୟ ହୋଇ ସମାଧୁରେ ବୁଡ଼ିଗଲେ ସେ । ରାତ୍ରି ନଅଟା ବେଳକୁ ସମାଧି ଭଙ୍ଗ ହେବାବେଳକୁ ତାଙ୍କ ହୃଦୟ ଅପୂର୍ବ ଦିବ୍ୟାନନ୍ଦରେ ପରିପୂର୍ଣ୍ଣ ଥାଏ । ଏହି ସମୟରେ ଠାକୁର ତାଙ୍କ ପାଖକୁ ଆସି କହିଲେ, ‘ତା’ହେଲେ ମାଆ ତତେ ସବୁ ଦେଖାଇଦେଲେ । ତେବେ ବର୍ତ୍ତମାନଠାରୁ ଏସବୁର ତାଲା ବନ୍ଦ ହେଲା ଓ ଚାବି ମୋ ପାଖରେ ରହିଲା । ଯେତେବେଳେ ସବୁ କାର୍ଯ୍ୟ ଶେଷ ହେବ, ସେତେବେଳେ ଏହା ପୁଣି ଫେରି ପାଇବୁ।’’
ଏହି ଘଟଣାର କିଛିଦିନ ପୂର୍ବରୁ ଦିନେ ଠାକୁର ଶ୍ରୀରାମକୃଷ୍ଣ ନରେନ୍ଙ୍କୁ ସେ କ’ଣ ଚାହାନ୍ତି ବୋଲି ପଚାରିଥିଲେ । ଉତ୍ତରରେ ନରେନ୍ କହିଥିଲେ, ‘ମୋର ଇଚ୍ଛା ହୁଏ ଶୁକଦେବଙ୍କ ପରି ଏକାଦିକ୍ରମେ ପାଞ୍ଚ ଛଅଦିନ ସମାଧ୍ଧରେ ଲୀନ ହୋଇ ରହିବି, ପରେ ଟିକିଏ ତଳକୁ ଆସି ଦେହରକ୍ଷା ପାଇଁ କିଛି ଖାଦ୍ୟ ଗ୍ରହଣ କରି ପୁଣି ସମାଧୁରେ ବୁଡ଼ିଯିବି।’’ ତାଙ୍କଠାରୁ ଏକଥା ଶୁଣି ଠାକୁର ପ୍ରଥମ ଥର ପାଇଁ ନରେନ୍ଙ୍କୁ ଧୂକ୍କାର କରି କହିଥିଲେ, ‘‘ତୋତେ ଏକଥା କହିବାକୁ ଲଜ୍ଜାବୋଧ ହେଉନାହିଁ ? ଭାବିଥୁଲି, ତୁ ଗୋଟିଏ ପ୍ରକାଣ୍ଡ ବଟବୃକ୍ଷ ହେବୁ ଏବଂ ତୋ ଛାଇରେ ହଜାର ହଜାର ମଣିଷ ଆଶ୍ରୟ ପାଇବେ, କିନ୍ତୁ ତା’ ନ ହୋଇ ତୁ କେବଳ ତୋର ମୁକ୍ତି ଚାହୁଁଛୁ ?”’
ଠାକୁରଙ୍କର ଏହି କଠୋର କଥା ନରେନ୍ଙ୍କ ଅନ୍ତରରେ ଚାଲିଥିବା ଏକ ବଡ଼ ଦ୍ଵହର ସମାଧାନ କରିଦେଇଥିଲା । ଗୋଟିଏ ପଟେ ଧ୍ୟାନ, ଧାରଣା, ଯୋଗ, ସମାଧୁ, ଇହଲୋକବିମୁଖ ସନ୍ନ୍ୟାସୀର ଆଦର୍ଶ, ଅନ୍ୟପଟେ ତେଜହୀନ, ଉଦ୍ୟମହୀନ, ପ୍ରାଣହୀନ, ଉତ୍ଥାନ ଶକ୍ତିରହିତ ଭାରତର ଅଭ୍ୟୁତ୍ଥାନ ପାଇଁ ସଂଗ୍ରାମ । ବିଶାଳ, ବୁଭୁକ୍ଷୁ ଜନସମଷ୍ଟିର ଦୁର୍ଦ୍ଦଶା ମୋଚନାର୍ଥେ ସେବାବ୍ରତ ଆଚରଣ । ଠାକୁରଙ୍କର ସେହି ଧୃକ୍କାର ଫଳରେ ‘ମନୁଷ୍ୟର ସେବାହିଁ’ ଈଶ୍ବର ସେବା କୁ ଜୀବନର ବ୍ରତ ଭାବେ ବିବେଚନା କରି ବିବେକାନନ୍ଦ ଜନତାକୁ ଜନାର୍ଦ୍ଦନ ରୂପେ ପୂଜା କରିବାକୁ ଯେପରି ଆଗେଇ ଆସିଥିଲେ, ତାହା ପ୍ରାଚୀନ ଭୂଖଣ୍ଡରେ ବିରଳ ।
କଲ୍ୟାଣ ସାଧନ କରିବାକୁ ନିର୍ଦ୍ଦେଶ ଦେଇ ବିଦାୟ ନେଲେ । ସେତେବେଳକୁ ନିଃସ୍ବ, ଅନଭିଜ୍ଞ ଯୁବକ କେତେଜଣଙ୍କ ପକ୍ଷରେ କିଛି କରିବା ସମ୍ଭବ ନଥିଲା । ଶ୍ରୀରାମକୃଷ୍ଣଙ୍କର ଜଣେ ଭକ୍ତ ଶ୍ରୀ ସୁରେଶ ଚନ୍ଦ୍ର ମିତ୍ର ବରାହନଗରଠାରେ ଥିବା ଏକ ପୁରୁଣା କୋଠାକୁ ଏହି ଯୁବକ ଶିଷ୍ୟମାନଙ୍କୁ ଛାଡ଼ିଦେଲେ । ନରେନ୍ ଠାକୁରଙ୍କର ପବିତ୍ର ଦେହାବଶେଷ ଏବଂ ବ୍ୟବହୃତ ଜିନିଷପତ୍ର ଧରି ସଦଳବଳେ ବରାହନଗର ଆସିଲେ । ପରିତ୍ୟକ୍ତ ଭୂତକୋଠି ପବିତ୍ର ସ୍ଥାନରେ ପରିଣତ ହେଲା । ଏମାନେ ସମସ୍ତେ ସ୍ବଚ୍ଛଳ ପରିବାରର ଏବଂ ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ କଇଁଚିକାକୁଡ଼ି ପତ୍ର ସିଝା ଓ ଲୁଣ ଲଗାଇ ଭାତ ଖାଇଲେ । ବାହାରକୁ ଯିବାପାଇଁ ଖଣ୍ଡେ ଲୁଗା ନ ପାଇଲେ ମଧ୍ୟ ଠାକୁରଙ୍କ ଆଦର୍ଶ ଓ ପ୍ରେମ ସେମାନଙ୍କୁ ଏକତ୍ର ରଖିବା ସହ ମନୋବଳକୁ ଦୃଢ଼ କରିଥିଲା ।
ଦିନେ ବାବୁରାମ (ସ୍ଵାମୀ ପ୍ରେମାନନ୍ଦ)ଙ୍କ ମାଆଙ୍କର ନିମନ୍ତ୍ରଣ ରକ୍ଷାକରି ନରେନ୍ ଗୁରୁଭାଇଙ୍କ ସହିତ ଆଣ୍ଡପୁର ଗଲେ । ସେଠାରେ ଖ୍ରୀଷ୍ଟମାସ ଇଭ୍ରାତିରେ ଭାବବିହ୍ବଳ ନରେନ୍ଙ୍କ କଣ୍ଠରୁ ପରମ କାରୁଣିକ ଯିଶୁଙ୍କ ଅପୂର୍ବ ପ୍ରେମ ଓ ତ୍ୟାଗର କାହାଣୀ ଶୁଣି ସମସ୍ତେ ଉଦ୍ବୁଦ୍ଧ ହେଲେ ଏବଂ ଅଗ୍ନିକୁ ସାକ୍ଷୀ ରଖ୍ ସନ୍ୟାସବ୍ରତ ଗ୍ରହଣ କରିବାକୁ ସଂକଳ୍ପ କଲେ । ତତ୍ପରେ ବରାହନଗରକୁ ଫେରି ୧୮୮୭ ମସିହା ଜାନୁୟାରୀ ମାସରେ ପାରମ୍ପରିକ ଶାସ୍ତ୍ରୀୟ ବିଧ୍ ଅନୁଯାୟୀ ସନ୍ନ୍ୟାସ ଗ୍ରହଣ କଲେ ।
ଶ୍ରୀ ରାମକୃଷ୍ଣଙ୍କ ଷୋଳଜଣ ସନ୍ନ୍ୟାସୀ ଶିଷ୍ୟ ଥିଲେ । ସେମାନେ ହେଲେ – ସ୍ଵାମୀ ବିବେକାନନ୍ଦ (ନରେନ୍ଦ୍ରନାଥ ), ସ୍ଵାମୀ ବ୍ରହ୍ମାନନ୍ଦ (ରାଖାଲ ଚନ୍ଦ୍ର), ସ୍ଵାମୀ ପ୍ରେମାନନ୍ଦ (ବାବୁରାମ), ସ୍ବାମୀ ଯୋଗାନନ୍ଦ (ଯୋଗେନ୍ଦ୍ରନାଥ), ସ୍ଵାମୀ ନିରଞ୍ଜନାନନ୍ଦ (ନିରଞ୍ଜନ), ସ୍ଵାମୀ ରାମକୃଷ୍ଣାନନ୍ଦ (ଶଶିଭୂଷଣ), ସ୍ଵାମୀ ଶିବାନନ୍ଦ (ତାରକାନାଥ), ସ୍ଵାମୀ ତୁରୀୟାନନ୍ଦ (ହରିନାଥ), ସ୍ଵାମୀ ଅଭେଦାନନ୍ଦ (କାଳୀପ୍ରସାଦ), ସ୍ଵାମୀ ସାରଦାନନ୍ଦ (ଶରତଚନ୍ଦ୍ର), ସ୍ଵାମୀ ଅଦ୍ଵୈତାନନ୍ଦ (ଗୋପାଳ), ସ୍ଵାମୀ ଅଭୁତାନନ୍ଦ (ଲାଟୁ), ସ୍ଵାମୀ ତ୍ରିଗୁଣାନନ୍ଦ (ସାରଦା), ସ୍ଵାମୀ ସୁବୋଧାନନ୍ଦ (ସୁବୋଧ), ସ୍ଵାମୀ ଅଖଣ୍ଡାନନ୍ଦ (ଗଙ୍ଗାଧର) ଏବଂ ସ୍ଵାମୀ ବିଜ୍ଞାନାନନ୍ଦ (ହରିପ୍ରସନ୍ନ) ।
ଏମାନେ ସମସ୍ତେ ଗୋଟିଏ ମଠର ବାବାଜୀ, ଜଣେ ଗୁରୁଙ୍କର ଶିଷ୍ୟ । ସନ୍ନ୍ୟାସ ଧର୍ମ ଗ୍ରହଣ ପରେ ନବୀନ ସନ୍ନ୍ୟାସୀଗଣ ଜଣ ଜଣ ହୋଇ ତୀର୍ଥଯାତ୍ରାରେ ବାହାରିଗଲେ । ପରିବ୍ରାଜକ ଜୀବନର ଦୁର୍ବାର ଆକର୍ଷଣକୁ ହୃଦୟରେ ଚାପିଧରି ନରେନ୍ ମଠର ସଙ୍ଗଠନ କାର୍ଯ୍ୟରେ ଲାଗିପଡ଼ିଲେ । କିନ୍ତୁ ଉଡ଼ିଯାଇଥିବା ପକ୍ଷୀଦଳଙ୍କ ଭିତରୁ କିଏ କେତେବେଳେ ଫେରିବ ତାକୁ ଅପେକ୍ଷା କରି ସ୍ଵାମୀ ରାମକୃଷ୍ଣାନନ୍ଦ ଏକୁଟିଆ ମଠକୁ ଜଗି ରହିଥା’ନ୍ତି ।
ବିଶାଳ ଭାରତବର୍ଷ ଓ ତା’ର ଦରିଦ୍ର ଜନତା ସହିତ ଘନିଷ୍ଠଭାବେ ପରିଚିତ ହେବାର ଲକ୍ଷ୍ୟ ନେଇ ବିବେକାନନ୍ଦ ୧୮୮୬ ମସିହାରେ ପ୍ରଥମକରି ପରିଭ୍ରମଣରେ ବାହାରିଲେ । ହିମାଳୟ ଅଭିମୁଖେ ଯାତ୍ରା ଆରମ୍ଭ କରି ବନାରସ, ଅଯୋଧ୍ୟା, ବୃନ୍ଦାବନ, ଆଗ୍ରା, ଲକ୍ଷ୍ନୌ ପ୍ରଭୃତି ତୀର୍ଥସ୍ଥାନ ଭ୍ରମଣ କରୁଥିବାବେଳେ ବାଟରେ ଅପ୍ରତ୍ୟାଶିତ ଭାବେ ତାଙ୍କର ପ୍ରଥମ ଶିଷ୍ୟଙ୍କୁ ଗ୍ରହଣ କରିଥିଲେ । ସେ ଥିଲେ ହାଥରାସ ନାମକ ଗୋଟିଏ ଛୋଟ ଷ୍ଟେସନର ଷ୍ଟେସନ୍ମାଷ୍ଟର ଶ୍ରୀ ଶରତ ଚନ୍ଦ୍ର ଗୁପ୍ତ । ତାଙ୍କର ସନ୍ୟାସୀ ନାମ ହେଉଛି ସ୍ଵାମୀ ସଦାନନ୍ଦ । ଗୁରୁଶିଷ୍ୟ ଦୁହେଁ ଭୋକ ଉପାସରେ ଦିନ କାଟି ଦରିଦ୍ରଙ୍କ ଦୁଃଖ ଅଙ୍ଗେ ନିଭାଇ ଥିଲେ । ଶରୀର ଉପରେ କ୍ରମାଗତ ଅତ୍ୟାଚାର କରି ଦୁହେଁ ବେମାର ପଡ଼ି ଶେଷରେ ବରାହନଗର ଫେରିଆସିଲେ ।
ଦୁଇ ବର୍ଷ ପରେ ବିବେକାନନ୍ଦ ଦ୍ଵିତୀୟବାର ଭ୍ରମଣରେ ବାହାରିଲେ । ଆଲ୍ଲାହାବାଦ ଓ ଗାଜୀପୁର ଦେଇ ହରିଦ୍ଵାର ଗଲେ । ଗାଜୀପୁରରେ ସିଦ୍ଧଯୋଗୀ ପାଓହାରୀ ବାବାଙ୍କ ସିଦ୍ଧି ଓ ବ୍ୟକ୍ତିତ୍ଵଦ୍ଵାରା ଆକୃଷ୍ଟ ହୋଇ ତାଙ୍କର ଶିଷ୍ୟତ୍ଵ ଗ୍ରହଣ କରିବାକୁ ମନ ମଧ୍ୟରେ ସ୍ଥିର କରିଥିଲେ ମଧ୍ୟ ରାତିରେ କେହି ଜଣେ ତାଙ୍କୁ ବାରମ୍ବାର ବାରଣ କରିବାରୁ ସେ ବରାହନଗର ଫେରି ଆସିଥିଲେ ।
ଦୁଇଥର ଭ୍ରମଣ ଅଭିଜ୍ଞତାରୁ ସମାଜରେ କୁଢ଼ କୁଢ଼ ହୋଇ ଜମିରହିଥିବା ଆବର୍ଜନାକୁ ଦୂର କରିବାର ବ୍ୟାକୁଳତା ତାଙ୍କୁ ଶାନ୍ତିରେ ରଖାଇ ଦେଇ ନ ଥିଲା । ତାଙ୍କ ଭିତରେ ଥିବା ପ୍ରଚଣ୍ଡ ଶକ୍ତି ନିର୍ଗମପଥ ନ ପାଇ ସର୍ବଦା ତାଙ୍କୁ ଅସ୍ଥିର କରିଥିଲା । କିଛି ବାଟ ନ ପାଇବାର କ୍ରୋଧରେ ସେ ଝଡ଼ପରି ତୃତୀୟଥର ପାଇଁ ମଠତ୍ୟାଗ କଲେ । ଅନ୍ତର୍ବୋଧଦ୍ଵାରା ସେ ଜାଣିପାରିଥିଲେ ଯେ କର୍ମପନ୍ଥା ସ୍ଥିର କରିବାପାଇଁ ତାଙ୍କୁ ଭଲଭାବେ ଦେଶକୁ ତନଖ୍ ନେବାକୁ ପଡ଼ିବ । ସେନାପତି ଯୁଦ୍ଧକ୍ଷେତ୍ରକୁ ପରଖ୍ ନେବା ପରି ସେ ଏ ବିଶାଳ ଦେଶର ପ୍ରତିକୋଣକୁ ପାଦରେ ଚାଲି ଚାଲି ଖେଦି ଯାଇଥିଲେ । ତାଙ୍କ ସନ୍ନ୍ୟାସୀ ରୂପ ଭିତରୁ ସେନାପତି ଧରା ପଡ଼ିଯାଉଥିଲା । ସେହି ଅନାମଧେୟ ସନ୍ନ୍ୟାସୀଙ୍କ ତେଜରେ ବିସ୍ମିତ ହୋଇ ରାଜା ମହାରାଜାମାନେ ତାଙ୍କୁ ଦିନକ ପାଇଁ ଅତିଥିରୂପେ ପାଇ ଆପଣାକୁ କୃତାର୍ଥ ମନେ କରୁଥିଲେ ।
ଧନୀ, ଦରିଦ୍ର, ଉଚ୍ଚଜାତି, ନୀଚଜାତି ଭେଦଭାବ ଭୁଲି ସମାଜର ସବୁଶ୍ରେଣୀର ଲୋକଙ୍କ ସହିତ ଘନିଷ୍ଠ ସଂସ୍ପର୍ଶରେ ଆସି ମଣିଷ ପାଇଁ ତାଙ୍କ ହୃଦୟରେ ସୃଷ୍ଟି ହୋଇଥିଲା ଶ୍ରଦ୍ଧା ଓ କରୁଣା । ରାଜା ମହାରାଜାଙ୍କ ଆତିଥ୍ୟ ଅପେକ୍ଷା ଦୀନ ଦରିଦ୍ରଙ୍କ ଆତିଥ୍ୟ ଗ୍ରହଣକରି ସେହି ଭୋକିଲା ଲୋକଙ୍କର ଦୁଃଖ ନିଜ ଆଖିରେ ଦେଖୁ ତାଙ୍କ ହୃଦୟ ବିଗଳିତ ହୋଇଉଠିଥିଲା । ଦିନେ ସେ ଆଦିବାସୀ ସାନ୍ତାଳ ବସ୍ତିରେ ଅତିଥ୍ ହୋଇ ଲକ୍ଷ୍ୟକଲେ, ଦିନକୁ ମୁଠାଏ ଭାତ ନ ପାଇ ଗଛର ପତ୍ର ଚେର ଖାଇ ଭୋକ ମେଣ୍ଟାଉଥିବା ସାନ୍ତାଳମାନେ ଶ୍ରଦ୍ଧା ଓ ଭକ୍ତିରେ ତାଙ୍କ ସତ୍କାର ପାଇଁ ବିଶେଷ ଧ୍ୟାନ ଦେଉଛନ୍ତି । ହାହା କାର କରିଉଠିଲା ତାଙ୍କ ହୃଦୟ । ସେହି ସରଳ ଲୋକମାନଙ୍କ ପାଇଁ କିଛି କରି ନ ପାରିବାର ଅକ୍ଷମତାରେ ଭାଙ୍ଗିପଡ଼ି ବିବେକାନନ୍ଦ ଦୁଃଖ ଓ କ୍ରୋଧରେ ବାଘର ଆହାର ହେବା ଉଦ୍ଦେଶ୍ୟରେ ଜଙ୍ଗଲ ମଧ୍ୟକୁ ପଶିଗଲେ । ବାଘ ଭେଟ ହେଲା ସତ, କିନ୍ତୁ ବାଘ ତାଙ୍କୁ ଦେଖ୍ ବାଟ ଭାଙ୍ଗି ଚାଲିଗଲା ।
ଉଚ୍ଚ ଆଦର୍ଶ ଓ ଶୁଦ୍ଧପୂତ ଜୀବନରୁ ସ୍ଖଳନକୁ ସହ୍ୟ କରିପାରୁନଥୁବା ନରେନ୍ ମଣିଷକୁ ଦେଖୁବାପରେ ହେଲେ ସମ୍ବର୍ଦ୍ଧନା ଜଣାଇବାକୁ ଆୟୋଜିତ ଏକ ଉତ୍ସବରେ ଜଣେ ବାଈଜୀ ଗୀତ ଗାଇବାକୁ ପ୍ରସ୍ତୁତ ହେବା ଦେଖୁ ବିବେକାନନ୍ଦ ରାଗିଯାଇ ଉଠିଯିବାକୁ ବସିଲେ। ସନ୍ନଦାସାଙ୍କ ମନୋଭାବ ବାଈଜାଙ୍କୁ ଅଛପା ନାର୍ହି। ସେ ମାରାଭଜନ ଗାଇଲେ-
“ପ୍ରଭୁ ମେରା ଅବଗୁଣ ଚିତ ନ ଧରେ।
ସମଦରଶୀ ହୈ ନାମ ତୁମ୍ହାରା,
ଚାହେ ତୋ ପାର କରୋ ।”
କଣ୍ଠରେ ବାଈଜୀଙ୍କର ଏ ସଙ୍ଗୀତ ବିବେକାନନ୍ଦଙ୍କ ଉପରେ ଗଭୀର ରେଖାପାତ କରିବା ସହ ତାଙ୍କ ହୃଦୟରେ ଏକ ବଡ଼ ପରିବର୍ତ୍ତନର ସୂତ୍ରପାତ କରିଥିଲା । ଏହି ବାଈଜୀ ପ୍ରସଙ୍ଗ ସ୍ବାମୀଜୀ ତାଙ୍କ ଶିଷ୍ୟମାନଙ୍କୁ ଏକାଧିବାର କହିବା ସହ ଅନେକ ବର୍ଷପରେ ସେ ତାଙ୍କ ଭଗିନୀ ନିବେଦିତାଙ୍କୁ ମଧ୍ୟ ନୈନୀତାଠାରେ ଏହା ଶୁଣାଇଥିଲେ ।
ପରିବ୍ରାଜକ ସନ୍ନ୍ୟାସୀଭାବେ ବିବେକାନନ୍ଦ ଜ୍ଞାନାର୍ଜନ ନିମନ୍ତେ ଅନେକ ସୁଯୋଗ ଲାଭ କରିଥିଲେ । ଦେଶରେ ଯେଉଁଠି ଜ୍ଞାନୀପଣ୍ଡିତଙ୍କୁ ଦେଖୁଛନ୍ତି, ସେମାନଙ୍କଠାରୁ ଜ୍ଞାନ ଆହରଣ ନିମନ୍ତେ ଚେଷ୍ଟା କରିବା ସହିତ ଦେଶର ଐତିହ୍ୟ ଓ ଶାସ୍ତ୍ରପୁରାଣ ଚର୍ଚ୍ଚା କରିଛନ୍ତି । ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବା ଫଳରେ ବିବେକାନନ୍ଦ ଯେଉଁ ଜ୍ଞାନ ଓ ଅଭିଜ୍ଞତା ଅର୍ଜନ କରିଥିଲେ. ତାହା ତାଙ୍କୁ କୌଣସି ଶାସ୍ତ୍ରପୁରାଣ ଦେଇପାରି ନ ଥା’ନ୍ତା । କାରଣ ଅଧ୍ୟୟନରୁ ଅର୍ଜିତ ଜ୍ଞାନ ଅଭିଜ୍ଞତା ଓ ଜୀବନର ନିବିଡ଼ ଅନୁଭୂତିରୁ ଜୀବନ୍ୟାସ ପାଇ କ୍ରିୟାଶୀଳ ହୁଏ । ସାରାଦେଶରେ ଦି’ଓଳି ଦି’ମୁଠା ଖାଇବାକୁ ପାଉନଥିବା ଅଗଣିତ ଭୋକିଲା ମଣିଷକୁ ଦେଖୁ ବିବେକାନନ୍ଦ ଲାଭ କରିଥିବା ନୂତନ ଜ୍ଞାନଟି ହେଲା, ‘ଭୋକିଲା ପେଟରେ ଧର୍ମ ଅନାବଶ୍ୟକ ।’
ଗୁରୁ ଶ୍ରୀରାମକୃଷ୍ଣଙ୍କ ଶ୍ରୀମୁଖରୁ ଶୁଣିଥିବା ଏହି ପଦଟିର ସତ୍ୟତାକୁ ସେ ଦେଶର ଅନ୍ଦିକନ୍ଦି ବୁଲି ମର୍ମେ ମର୍ମେ ଅନୁଭବ କରିଥିଲେ । ତେଣୁ ସେ ଦରିଦ୍ରନାରାୟଣଙ୍କ ସେବା ହିଁ ସନ୍ନ୍ୟାସୀଙ୍କ ଯଥାର୍ଥ ବ୍ରତ ବୋଲି ସିଦ୍ଧାନ୍ତ ଗ୍ରହଣ କଲେ । ଜୟ ପରାଜୟର ଊର୍ଦ୍ଧ୍ବକୁ ଉଠିଥିବା ଅନାସକ୍ତ ସନ୍ନ୍ୟାସୀ ବ୍ୟତୀତ ପ୍ରବଳପ୍ରତାପୀ ଅଜେୟ ଦାରିଦ୍ର୍ୟ ଦାନବ ବିରୋଧରେ ଆଉ କେହି ଖଡ୍ଗ ଉତ୍ତୋଳନ କରିପାରିବେ ନାହିଁ ବୋଲି ବିବେଚନା କଲେ । ମଣିଷର ଦୀର୍ଘଶ୍ଵାସ ଓ ଅଶ୍ରୁରୁ ଶତ୍ରୁସଂହାର ଅସ୍ତ୍ର ନିର୍ମାଣର ମନ୍ତ୍ର ଜାଣିଥିବା ସେହି ତରୁଣ ସନ୍ନ୍ୟାସୀ ପ୍ରତିଟି ଆର୍ତ୍ତନାଦ ତଥା ପ୍ରତିବୁନ୍ଦା ଅଶୁକୁ ସଂଗ୍ରହ କରି ତାଙ୍କ ବିଶାଳ ହୃଦୟରେ ସଞ୍ଚ କରି ରଖୁବାପାଇଁ ଆକୁମାରୀ ହିମାଚଳ ପଦବ୍ରଜରେ ବୁଲିଥିଲେ । ତରୁଣ ସନ୍ନ୍ୟାସୀ ବିବେକାନନ୍ଦ ବରାହନଗରରୁ ଯାତ୍ରା ଆରମ୍ଭକରି ରାଜପୁତାନା, ଜୟପୁର, ଆଜମୀର୍ ସେଠାରୁ ଜୁନାଗଡ଼, ପୋରବନ୍ଦର, ଦ୍ଵାରକା, ବମ୍ବେ, ପୁନା ଦେଇ ଶେଷରେ ପହଞ୍ଚିଲେ ଦକ୍ଷିଣ ଭାରତରେ ।
ଖ୍ରୀଷ୍ଟ, ବୁଦ୍ଧ ଓ ଶ୍ରୀରାମକୃଷ୍ଣଙ୍କ ପରି ଅବତାରଙ୍କର ମଣିଷଙ୍କୁ ସ୍ପର୍ଶ ମାତ୍ରକେ ବଦଳେଇ ଦେବାର ଶକ୍ତି ଥିଲା । ମଣିଷ ଉପରେ ସେହି ନିର୍ଦ୍ଦିଷ୍ଟ ପ୍ରଭାବ ପକାଇବାର ଶକ୍ତି ହାସଲ କରିବାକୁ ପ୍ରତିଜ୍ଞାବଦ୍ଧ ହୋଇ ବିବେକାନନ୍ଦ ବରାହନଗର ତ୍ୟାଗ କରିଥିଲେ । ଯିବାବେଳେ ଗୁରୁଭାଇମାନଙ୍କୁ କହିଥିଲେ, ଯେତେଦିନ ପର୍ଯ୍ୟନ୍ତ ସ୍ପର୍ଶମାତ୍ରକେ ଅପରର ଜୀବନ ପରିବର୍ତ୍ତିତ କରିବାପରି ଶକ୍ତି ଅର୍ଜନ କରି ନ ପାରିବି, ସେତେଦିନ ଯାଏ ଫେରିବି ନାହିଁ ।
ବିଦାୟ ନେବାବେଳେ ସେ କହିଥିଲେ, ‘‘ମୁଁ ଯାଉଛି, ଯେତେଦିନ ଏହି ଗଳିତ ସମାଜ ଉପରେ ବୋମାପରି ଫାଟି ନ ପଡ଼ିଛି ଏବଂ ସମାଜ ମୋତେ କୁକୁର ପରି ଅନୁସରଣ ନ କରିଛି, ସେତେଦିନ ଯାଏ ଆଉ ମୁଁ ଫେରିବି ନାହିଁ ।’’ ମଣିଷକୁ, ନ ବଦଳେଇ ପୁରୁଣା ସମାଜକୁ ଭାଙ୍ଗି ନୂତନ ସମାଜ ଗଠନ ଅସମ୍ଭବ ବୋଲି ବିବେଚନା କରି ପ୍ରତିଜ୍ଞା ସାର୍ଥକ ବିବେକାନନ୍ଦ ଧନୀ-ଦରିଦ୍ର ନିର୍ବିଶେଷରେ ସମସ୍ତଙ୍କ ହୃଦୟରେ ସେବାର ମହିମା ଜାଗ୍ରତ କରିବାକୁ ଚେଷ୍ଟା କରିଥିଲେ । ସାରାଦେଶରେ ଏହି ଅଚିହ୍ନା ସନ୍ନ୍ୟାସୀ ଅନେକ ଗୁଣମୁଗ୍ଧ ବନ୍ଧୁ, ସହକର୍ମୀ ଓ ଅନୁଗତ ଶିଷ୍ୟ ସୃଷ୍ଟି କରିଥିଲେ ମଧ୍ୟ ତାଙ୍କର ବିଶେଷ ପ୍ରଭାବ ଅନୁଭୂତ ହୋଇଥିଲା ମାଡ୍ରାସ୍ରେ । ଯୁଦ୍ଧ ଘୋଷଣା କରିବା ପୂର୍ବରୁ ଛତ୍ରପତି ସନ୍ୟାସୀ ବେଶରେ ତାଙ୍କ ଯୋଦ୍ଧାମାନଙ୍କୁ ଠାବ କରିଗଲେ । ଧନୀ, ରାଜା ମହାରାଜା, ପଣ୍ଡିତଠାରୁ ଆରମ୍ଭକରି ସାଧାରଣ ଜନତା ମଧ୍ୟରେ ଥିବା ଅନୁରକ୍ତ ସୈନିକମାନେ ଛଦ୍ମବେଶୀ ଛତ୍ରପତିଙ୍କଠାରୁ ଆଦେଶକୁ ଅପେକ୍ଷା କରି ରହିଲେ ।
ଧନୀ-ଦରିଦ୍ର, ମୂର୍ଖ-ପଣ୍ଡିତ ନିର୍ବିଶେଷରେ ସମସ୍ତେ ଜଣେ ନିଃସ୍ଵ ସନ୍ନ୍ୟାସୀ ପ୍ରତି ଆକୃଷ୍ଟ ହୋଇଥିଲେ । ତାଙ୍କ ହଟଚମଟ ବିଦ୍ୟା ଦେଖ୍ ନୁହେଁ କିମ୍ବା ତାଙ୍କ ଶିଷ୍ୟ ହେଲେ ବା ପୂଜାକଲେ ରାଜ୍ୟ ବା ବଡ଼ ଚାକିରି ମିଳିବାର ପ୍ରତିଶ୍ରୁତି ପାଇଁ ନୁହେଁ, ବରଂ ତାଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କର ବଞ୍ଚିବାର ଢଙ୍ଗ ବଦଳି ଯାଇଥିଲା । କିଛି ପାଇବା ପରିବର୍ତ୍ତେ ଦେବାପାଇଁ ସମସ୍ତେ ଆଗଭର ହେଉଥିଲେ । ଏହାର ମୂଳରେ ନିହିତ ଥିଲା ବିବେକାନନ୍ଦଠାରେ ଥିବା ଶକ୍ତିର ଉଦ୍ଭାସନ । ସ୍ଵାମୀ ଶୁଦ୍ଧି।ନନ୍ଦଙ୍କ ପ୍ରତ୍ୟକ୍ଷ।ନୁଭୂତିରୁ ଏହା ପ୍ରତାୟମାନ ହୁଏ ।
ସ୍ଵାମୀଜୀ ଆମେରିକାରୁ ଫେରିବା ପରେ ଥରେ ଗୁଜୁରାଟୀ ପଣ୍ଡିତମାନଙ୍କ ସହ ଧର୍ମ ଆଲୋଚନା କରୁଥିଲେ । ସଂସ୍କୃତ ଭାଷାରେ ସେ କହୁଥିବାବେଳେ ଗୋଟିଏ ବ୍ୟାକରଣଗତ ତ୍ରୁଟି ହେତୁ ପଣ୍ଡିତମାନେ ଜ୍ଞାନ-ଭକ୍ତି-ବୈରାଗ୍ୟର ଚର୍ଚ୍ଚା ଛାଡ଼ି ସ୍ଵାମୀଜୀଙ୍କୁ ହରାଇଦେଲେ ବୋଲି ଆନନ୍ଦରେ ଗଙ୍ଗାକୂଳକୁ ଯାଉଥିବାବେଳେ ପରସ୍ପର କଥାବାର୍ତ୍ତା ହେଉଥିଲେ । ‘‘ସ୍ଵାମୀଜୀ ତାଦୃଶ ପଣ୍ଡିତ ନୁହଁନ୍ତି, ତେବେ ଏହାଙ୍କ ଚକ୍ଷୁରେ ଏକ ମୋହିନୀ ଶକ୍ତି ଅଛି । ସେହି ଶକ୍ତି ବଳରେ ସେ ଦିଗ୍ବିଜୟ କରିଛନ୍ତି।’’
ପଣ୍ଡିତମାନେ ସ୍ଵାମୀଜୀଙ୍କର ସେହି ଶକ୍ତିର ଉତ୍ସକୁ ଠିକ୍ଭାବେ ବାରିପାରିଥିଲେ । ଶତ୍ରୁ ମିତ୍ର କେହି ମଧ୍ୟ ସ୍ଵାମୀଜୀଙ୍କର ସେହି ମୋହିନୀ ଶକ୍ତି ନିକଟରୁ ଖସିଯାଇ ପାରୁନଥିଲେ । ଚୁମ୍ବକ ଲୁହାକୁ ତା’ ଆଡ଼କୁ ଟାଣିନେବା ପରି ସ୍ଵାମୀଜୀ ସେହି ଶକ୍ତିବଳରେ ଲୋକମାନଙ୍କୁ ଧର୍ମ ଓ ତ୍ୟାଗମାର୍ଗ ଆଡ଼କୁ ଟାଣି ନେଉଥିଲେ । ହଜାର ହଜାର ଦରିଦ୍ର ଲୋକଙ୍କୁ ଉପଦେଶ ଦେଇ ସତ୍ଵକର୍ମ ପ୍ରତି ଆକୃଷ୍ଟ କରାଇବା ଅପେକ୍ଷା ଜଣେ ରାଜାଙ୍କୁ ସେ ଦିଗରେ ନେଇପାରିଲେ ସମାଜର ଅଧ୍ଵ ମଙ୍ଗଳ ହେବ ବୋଲି ବିବେକାନନ୍ଦ ଅନୁଭବ କରିଥିଲେ । କାରଣ, ଗରିବ ପ୍ରଜାର ଇଚ୍ଛା ଥିଲେ ମଧ୍ୟ ସତ୍କାର୍ଯ୍ୟ କରିବାର କ୍ଷମତା ନାହିଁ ।
କିନ୍ତୁ ରାଜାଙ୍କ ହାତରେ ହଜାର ହଜାର ପ୍ରଜାଙ୍କର ମଙ୍ଗଳବିଧାନର କ୍ଷମତା ଥିଲେ ମଧ୍ୟ ସେପରି କରିବାର ଇଚ୍ଛା ନାହିଁ । ଯଦି କୌଣସି ଉପାୟରେ ତାଙ୍କ ହୃଦୟରେ ସେହି ଇଚ୍ଛାକୁ ଜାଗ୍ରତ କରାଯାଇ ପାରିବ, ତେବେ ତାଙ୍କ ପ୍ରଜାଙ୍କର ଅବସ୍ଥା ବଦଳିଯିବା ସହ ଜଗତର କଲ୍ୟାଣ ସାଧୁ ହେବ । ସେଥିପାଇଁ ଥରେ ସେ ଆମେରିକାରୁ ମହୀଶୂର ମହାରାଜା ସାର୍ ଓୟାଦିଆର ବାହାଦୂରଙ୍କ ନିକଟକୁ ଚିଠିରେ ଲେଖୁଥଲେ, ‘‘ଦୀନଦୁଃଖୀଙ୍କର ସେବା କରିବାର କାମନାରେ ଆପଣଙ୍କ ହୃଦୟ ପ୍ରଜ୍ଵଳିତ ହେଉଥାଉ– ଏହାହିଁ ଈଶ୍ଵରଙ୍କ ନିକଟରେ ବିବେକାନନ୍ଦଙ୍କର ପ୍ରାର୍ଥନା ।’’
ମହୀଶୂରର ମହାରାଜାଙ୍କ ବ୍ୟତୀତ ରାଜୋୟାରା, କ୍ଷେତରୀ, କୋଲାପୁରର ରାଜା, ଦାକ୍ଷିଣାତ୍ୟର ଅନେକ ରାଜା ବିବେକାନନ୍ଦଙ୍କୁ ଭକ୍ତି କରୁଥିଲେ । ଏପରିକି ଚିକାଗୋ ମହାଧର୍ମ ସଭାରେ ଯୋଗଦେବା ପାଇଁ ଆବଶ୍ୟକ ଅର୍ଥ ଗ୍ରହଣ ନିମନ୍ତେ ମହୀଶୂର ମହାରାଜା ତାଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ସ୍ବାମୀଜୀ ତାହା ଗ୍ରହଣ ନ କରି ଉତ୍ସାହୀ ଶିଷ୍ୟମାନଙ୍କଦ୍ୱାରା ସର୍ବସାଧାରଣରୁ ସଂଗୃହୀତ ଚାନ୍ଦାକୁ ବିଦେଶଯାତ୍ରାର ସମ୍ବଳରୂପେ ଗ୍ରହଣ କରିଥିଲେ ।
ବିଦେଶଯାତ୍ରା ପୂର୍ବରୁ ବିବେକାନନ୍ଦ ଦକ୍ଷିଣ ଭାରତର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରି ଶେଷରେ ରାମେଶ୍ଵର ଦେଇ ଭାରତର ଦକ୍ଷିଣ ସୀମାନ୍ତର ପୁଣ୍ୟଭୂମି କନ୍ୟାକୁମାରୀରେ ପହଞ୍ଚିଲେ । ସେଠାରେ ଦେଖିଲେ ସମୁଦ୍ରକୂଳର ଅଳ୍ପଦୂରରେ ମୁଣ୍ଡଟେକି ଛିଡ଼ା ହୋଇଛି ଦକ୍ଷିଣ ଦିଗରେ ଭାରତର ଶେଷଭୂଖଣ୍ଡ ରୂପେ ପାହାଡ଼ଟିଏ। ନାଉରିକୁ ଦେବାପାଇଁ ପଇସା ନ ଥିବାରୁ ନିର୍ଭୟରେ ସେହି ସାର୍କସଙ୍କୁଳ ସମୁଦ୍ରକୁ ପହଁରି ପହଁରି ବିବେକାନନ୍ଦ ପହଞ୍ଚଥଲେ ପାହାଡ଼ ନିକଟରେ । ଭାରତବର୍ଷର ସେହି ଶେଷ ପ୍ରସ୍ତରଖଣ୍ଡ ଉପରେ ଉପବେଶନ କରି ବିବେକାନନ୍ଦ ଧ୍ୟାନସ୍ଥ ହେଲେ । ସେହି ସ୍ଥାନରୁ ଦିନେ ସତୀସୀତାଙ୍କୁ ଠାବ କରିବା ପାଇଁ ହନୁମାନ୍ ଏକା ଲମ୍ଫକେ ସମୁଦ୍ର ପାର ହୋଇଥିଲେ । ଯେଉଁଠି ଜଗଜ୍ଜନନୀ କନ୍ୟାବେଶରେ ମହାଦେବଙ୍କ ପ୍ରତୀକ୍ଷାରେ ଥାଆନ୍ତି, ଭବିଷ୍ୟତ ପାଇଁ ବହୁ ଆଶା ଓ ଆକାଂକ୍ଷା ବହନ କରୁଥିବା ସେହି ପବିତ୍ର ପୀଠରେ ଜଗଦମ୍ବାଙ୍କର ଚରଣବନ୍ଦନା କରି ବିବେକାନନ୍ଦ ବହୁ ସମ୍ଭାବନାମୟ ବିଦେଶଯାତ୍ରାରେ ଯିବାପାଇଁ ସଂକଳ୍ପବଦ୍ଧ ହେଲେ ।’’
କାଠିନ ଶବ୍ଦାର୍ଥ ଓ ଟିପ୍ପଶା
- ଶ୍ରାରାମକୃଷ୍ଣ – ଠାକୁର ଶ୍ରୀରାମକୃଷ୍ତ ପରମହଂସ
- ଅନଭିଜ୍ଞ – ଅଭିଜ୍ଞତାବିହାନ
- ଦୃଢ଼ମନା – ସ୍ଥିରଚିତ୍ତ
- ଏନ୍ତୁଡ଼ିଶାଳ – ଯେଉଁଠି ସନ୍ତାନ-ସନ୍ତତି ଜନ୍ମଗ୍ରହଣ
- ନିର୍ବିକଳ୍ପି – ଯାହାର ବିକଳ୍ପ ବା ଆନ୍ୟରୂପ ନାହିଁ ନିତ୍ୟ ସଂଶୟ ରହିତ/ଅଦ୍ୱିତୀୟ
- ସୋଟନାର୍ଥେ – ମୁକ୍ତ କରିବାପାଇଁ
- ଜନତା ଜନାର୍ଦ୍ଦନ – ଲୋକମାନେ ହିଁ ଦେବତା
- ଗିରିଗ୍ରାଜକ – ଭ୍ରମଣକାରା
- ନିଗମପଥ – ନିର୍ଗମନି ପଥ ଅର୍ଥାତ୍ ବାହାରିବା ପାଇଁ ବାଟ
- ଅପ୍ରତିଭ – ଅପ୍ରସ୍ତୁତ
- ତାମସିକତା – ତମୋଗୁଣ ସମ୍ପନ୍ନ
- ଅନୁରକ୍ତ – ଭଲପାଇବା
- ସଂକବଦ୍ଧ – ପ୍ରତିଜ୍ଞ।ବଦ୍ଧି
- ସାର୍କସଙ୍କୁଳ – ସାର୍କ ନାମଧେୟ ସମୁଦ୍ରର ଏକ ବିଶାଳକ।ୟ ଭୟଙ୍କର ମାଛମାନଙ୍କଦ୍ୱାରା ପରିବେଷ୍ଠିତ
- କାଶି କଉଡ଼ିଟିଏ ମଧ୍ୟ ନଥିଲା – ଆଦୌ ପଇସା ନଥିଲା
- ପଦବ୍ରଜରେ – ପାଦରେ ଚାଲି ଚାଲି
- ରଖି ହିନ୍ଦୁଭି – ଯୁଦ୍ଧକାଳରେ ବାଜୁଥିବା ବାଦ୍ୟ ବିଶେଷ
- ଅଙ୍ଗେ ନିଭାଇବା – ନିଜେ ଅନୁଭବ କରିବା
- ଶୁକଦେବ – ପୁରାଣମୁନି ବ୍ୟାସଦେବଙ୍କ ପୁତ୍ରା ସେ ପ୍ରହଜ୍ଞାନା ଥିଲେ
- ସମାଧ୍ – ଅଷ୍ଟାଙ୍ଗ ଯୋଗର ଶେଷ ଅଙ୍ଗ
- କହିଲେ।କ – ମର୍ତ୍ତ୍ୟମଣ୍ଡଳ / ସଂସାର
- ଅମୋଘ ଅନ୍ତ – ଯେଉଁ ଅସ୍ତ କୌଣସି ପରିସ୍ଥିତିରେ ବ୍ୟର୍ଥ ହୁଏ ନାହିଁ
- ମର୍ମେ ମର୍ମେ – ହୃଦୟରେ