Odisha State Board CHSE Odisha Class 12 Logic Solutions Unit 5 ନ୍ୟାୟଙ୍କ ଜ୍ଞାନ ସିଦ୍ଧାନ୍ତ ଓ କର୍ମବାଦ Short & Long Answer Questions.
CHSE Odisha Class 12 Logic Unit 5 Short & Long Answer Questions in Odia Medium
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
1. ପ୍ରତ୍ୟକ୍ଷ ପ୍ରମାଣ
Answer:
ଇନ୍ଦ୍ରିୟ ଓ ବିଷୟର ସଂଯୋଗରୁ ହିଁ ପ୍ରତ୍ୟକ୍ଷ ଜ୍ଞାନ ଉତ୍ପନ୍ନ ହୋଇଥାଏ । ପ୍ରତ୍ୟକ୍ଷ ଜ୍ଞାନ ଅନ୍ୟ କୌଣସି ପ୍ରମାଣର ଅପେକ୍ଷା ରଖେ ନାହିଁ । ଅନୁମାନ, ଉପମାନ ଏବଂ ଶବ୍ଦ ପ୍ରତ୍ୟୟ ଉପରେ ନିର୍ଭର କରି ସମ୍ଭବ ହୋଇଥାଏ । ଆଗରୁ ଦେଖା ନ ଯାଇଥିବା ବସ୍ତୁ ସମ୍ପର୍କରେ ଅନୁମାନ କରାଯାଇପାରେ ନାହିଁ । ଉପମାନ କ୍ଷେତ୍ରରେ ମଧ୍ୟ ଦୁଇଟି ବସ୍ତୁର ସାଦୃଶ୍ୟ ପ୍ରତ୍ୟକ୍ଷ ନ ହେଲେ ଜ୍ଞାନଲାଭ ହୁଏ ନାହିଁ । ଶବ୍ଦ ଜ୍ଞାନ କ୍ଷେତ୍ରରେ ପ୍ରଥମତଃ ଶବ୍ଦକୁ ପ୍ରତ୍ୟକ୍ଷ କରି ଶବ୍ଦ ଜ୍ଞାନ ଲାଭ କରାଯାଏ । ଏଣୁ ଅନ୍ୟାନ୍ୟ ସମସ୍ତ ଜ୍ଞାନ ପ୍ରତ୍ୟକ୍ଷ ଜ୍ଞାନ ଉପରେ ନିର୍ଭରଶୀଳ ।
2. ନିର୍ବିକଳ୍ପକ ପ୍ରତ୍ୟକ୍ଷ
Answer:
ନିର୍ବିକଳ୍ପକ ପ୍ରତ୍ୟକ୍ଷ ପ୍ରତ୍ୟକ୍ଷର ପ୍ରାରମ୍ଭିକ ଅବସ୍ଥା ଅଟେ । ଏହାର ଅସ୍ଥିତ୍ଵ ଅନୁମାନଦ୍ୱାରା ସିଦ୍ଧ କରାଯାଏ । ଜୟନ୍ତ ଭଟ୍ଟଙ୍କ ମତାନୁସାରେ ନିର୍ବିକଳ୍ପକ ପ୍ରତ୍ୟକ୍ଷରେ କୌଣସି ବସ୍ତୁର ସାମାନ୍ୟ, ଦ୍ରବ୍ୟତ୍ଵ, ଗୁଣ ଓ କର୍ମ ଗୃହୀତ ହେଉଥିଲେ ମଧ୍ୟ ସେ ସମୟରେ ଏହା ନାମ ସଂଯୁକ୍ତ ହୋଇନଥାଏ । ଭାସବିଜ୍ଞଙ୍କ ମତାନୁସାରେ ନିର୍ବିକଳ୍ପକ ପ୍ରତ୍ୟକ୍ଷ ସେହି ପ୍ରତ୍ୟକ୍ଷ, ଯେଉଁଥିରେ କି ଇନ୍ଦ୍ରିୟ ଓ ବିଷୟର ସନ୍ନିକର୍ଷର ଅବ୍ୟବହିତ ପରେ ବସ୍ତୁର ସ୍ଵରୂପ ମାତ୍ରର ପ୍ରତୀତି ହୁଏ । ବୈୟାକରଣ ଦର୍ଶନରେ ନିର୍ବିକଳ୍ପକ ଜ୍ଞାନର ସଭା ସ୍ବୀକୃତ ହୁଏ ନାହିଁ । ସେମାନଙ୍କ ମତରେ ନାମ ନ ଥାଇ ଜ୍ଞାନ ହେବା ଅସମ୍ଭବ ଅଟେ ।
3. ସବିକଳ୍ପକ ପ୍ରତ୍ୟକ୍ଷ
Answer:
ବସ୍ତୁ ଯେତେବେଳେ ନାମ, ଜାତି ଓ ବିଶେଷଣ ଯୁକ୍ତ ହୋଇ ପ୍ରତ୍ୟକ୍ଷ କରାଯାଏ, ତାକୁ ସବିକଳ୍ପକ ପ୍ରତ୍ୟକ୍ଷ କହନ୍ତି । ଯେଉଁ ପ୍ରତ୍ୟକ୍ଷରେ ପ୍ରକାରତା ବା ବିଶେଷଣ ବିଶେଷ୍ୟ ଭାବର ଜ୍ଞାନ ହୁଏ ତାହା ସବିକଳ୍ପକ ପ୍ରତ୍ୟକ୍ଷ ଅଟେ । ସବିକଚ୍ଛକ ପ୍ରତ୍ୟକ୍ଷରେ ବସ୍ତୁର ସୁସ୍ପଷ୍ଟ ଓ ସୁନିଦ୍ଦିଷ୍ଟ ଜ୍ଞାନ ହୁଏ । ସବିକଳ୍ପକ ପ୍ରତ୍ୟକ୍ଷ ଶବ୍ଦରେ ପ୍ରକାଶ କରାଯାଇପାରେ । ନ୍ୟାୟ ବୈଶେଷିକ ମତରେ ପ୍ରତ୍ୟଭିଜ୍ଞା ମଧ୍ୟ ଏକ ପ୍ରକାର ସବିକଳ୍ପକ ପ୍ରତ୍ୟକ୍ଷ ଅଟେ ।
4. ଲୌକିକ ପ୍ରତ୍ୟକ୍ଷ
Answer:
ଲୌକିକ ପ୍ରତ୍ୟକ୍ଷରେ ଇନ୍ଦ୍ରିୟ ଏବଂ ଅର୍ଥର ଲୌକିକ ସନ୍ନିକର୍ଷ ହୋଇଥାଏ । କର୍ଣ୍ଣ, ଚକ୍ଷୁ, ନାସିକା ପ୍ରଭୃତି ଇନ୍ଦ୍ରିୟ ସଙ୍ଗେ ବିଷୟର ସଂଯୋଗ ଯୋଗୁଁ ଯେଉଁ ପ୍ରତ୍ୟକ୍ଷ ହୁଏ, ତାହାହିଁ ଲୌକିକ ପ୍ରତ୍ୟକ୍ଷ ଅଟେ । ଲୌକିକ ପ୍ରତ୍ୟକ୍ଷ ଦୁଇ ପ୍ରକାରର ଅଟେ; ଯଥା – (୧) ବାହ୍ୟ ପ୍ରତ୍ୟକ୍ଷ ଓ (୨) ମାନସ ପ୍ରତ୍ୟକ୍ଷ । ଚକ୍ଷୁ, କର୍ଣ୍ଣ, ନାସିକା ଜିହ୍ନା ଓ ଦୃକ୍ ଏହି ପାଞ୍ଚଗୋଟି ବହିଃଇନ୍ଦ୍ରିୟ ସଙ୍ଗେ ବିଷୟର ସନ୍ନିକର୍ଷ ହେତୁ ଯେଉଁ ପ୍ରତ୍ୟକ୍ଷ ଉତ୍ପନ୍ନ ହୁଏ, ତାକୁ ବାହ୍ୟ ପ୍ରତ୍ୟକ୍ଷ କୁହାଯାଏ । ମନ ବା ଅନ୍ତଃଇନ୍ଦ୍ରିୟ ସଙ୍ଗେ ମାନସିକ ପ୍ରକ୍ରିୟାଗୁଡ଼ିକର ସଂଯୋଗ ହେତୁ ଯେଉଁ ପ୍ରତ୍ୟକ୍ଷ ହୁଏ, ତାକୁ ମାନସ ପ୍ରତ୍ୟକ୍ଷ କୁହାଯାଏ । ଦୁଃଖ, ସୁଖ ପ୍ରଭୃତି ମାନସିକ କ୍ରିୟାଗୁଡ଼ିକ ମାନସ ପ୍ରତ୍ୟକ୍ଷ ଅନ୍ତର୍ଭୁକ୍ତ ।
5. ଅଲୌକିକ ପ୍ରତ୍ୟକ୍ଷ
Answer:
ଅଲୌକିକ ସନ୍ନିକର୍ଷରୁ ଉତ୍ପନ୍ନ ପ୍ରତ୍ୟକ୍ଷକୁ ଅଲୌକିକ ପ୍ରତ୍ୟକ୍ଷ କହନ୍ତି । ଏଥିରେ ପଦାର୍ଥ ସଙ୍ଗେ ଇନ୍ଦ୍ରିୟର ଅସାଧାରଣ ବା ଅଲୌକିକ ରୂପରେ ସନ୍ନିକର୍ଷ ହୋଇଥାଏ । ଏହା ତିନି ପ୍ରକାରର – (୧) ସାମାନ୍ୟ ଲକ୍ଷଣ, (୨) ଜ୍ଞାନ ଲକ୍ଷଣ ଓ (୩) ଯୋଗଜ ପ୍ରତ୍ୟକ୍ଷ ।
6. ସାମାନ୍ୟ ଲକ୍ଷଣ ପ୍ରତ୍ୟକ୍ଷ
Answer:
କୌଣସି ବ୍ୟକ୍ତିରେ କୌଣସି ଜାତିର ସାମାନ୍ୟ ଧର୍ମର ପ୍ରତ୍ୟକ୍ଷର ଭିତ୍ତିରେ ସମସ୍ତ ଜାତିର ପ୍ରତ୍ୟକ୍ଷକୁ ସାମାନ୍ୟ ଲକ୍ଷଣ ପ୍ରତ୍ୟକ୍ଷ କୁହାଯାଏ । ନବ ନ୍ୟାୟ ମତରେ ବ୍ୟକ୍ତିଠାରେ ସମବେତ ସାମାନ୍ୟର ଜ୍ଞାତଦ୍ୱାରା ଆମ୍ଭେମାନେ ଜାତିର ସମସ୍ତ ବ୍ୟକ୍ତିଙ୍କୁ ପ୍ରତ୍ୟକ୍ଷ କରିଥାଉ । ଉଦାହରଣସ୍ୱରୂପ – ଆମ୍ଭେମାନେ ଜଣେ ମନୁଷ୍ୟକୁ ଦେଖୁଥାଉ ତାହା ସଙ୍ଗେ ସଙ୍ଗେ ତହିଁରେ ସମସ୍ତ ମନୁଷ୍ୟତ୍ଵ ସାମାନ୍ୟକୁ ମଧ୍ୟ ଦେଖୁଥାଉ । ଏହି ସାମାନ୍ୟ ଜରିଆରେ ସବୁ ମନୁଷ୍ୟଙ୍କୁ ଆମ୍ଭେମାନେ ପ୍ରତ୍ୟକ୍ଷ କରୁ ।
7. ଜ୍ଞାନ-ଲକ୍ଷଣ ପ୍ରତ୍ୟକ୍ଷ
Answer:
କୌଣସି ଗୋଟିଏ ଇନ୍ଦ୍ରିୟଦ୍ବାରା ତା’ର ନିଜର ବିଷୟ ବ୍ୟତିରେକେ ଯଦି ଅନ୍ୟ ଇନ୍ଦ୍ରିୟର ବିଷୟ ପ୍ରତ୍ୟକ୍ଷ କରାଯାଏ, ତାକୁ ଜ୍ଞାନ ଲକ୍ଷଣ ପ୍ରତ୍ୟକ୍ଷ କହନ୍ତି । ଉଦାହରଣସ୍ୱରୂପ – ଖଣ୍ଡେ ବରଫ ଦେଖୁ ଯଦି ଜଣାଯାଏ ଯେ ବରଫଟି ଖୁବ୍ ଥଣ୍ଡା । ଏଠାରେ ଚକ୍ଷୁ ଇନ୍ଦ୍ରିୟଦ୍ଵାରା ଯେଉଁ ଶୀତଳତା ଜ୍ଞାନ ଲାଭ ହେଲା ତାହା ଜ୍ଞାନ-ଲକ୍ଷଣ ପ୍ରତ୍ୟକ୍ଷ ଅଟେ ।
8. ଯୋଗଜ ପ୍ରତ୍ୟକ୍ଷ
Answer:
ଯୋଗ-ସାଧନା-ଲବ୍ଧ ଅଲୌକିକ ଶକ୍ତିଦ୍ଵାରା ଯୋଗୀମାନେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ, ଦୂରବର୍ତ୍ତୀ ଓ ନିକଟବର୍ତ୍ତୀ ବସ୍ତୁକୁ ସମାନ ଭାବରେ ଯେଉଁ ପ୍ରତ୍ୟକ୍ଷ କରିପାରନ୍ତି, ତାହାହିଁ ଯୋଗଜ ପ୍ରତ୍ୟକ୍ଷ ଅଟେ । ଏହା ଅଲୌକିକ କାରଣ ଯୋଗୀ ବ୍ୟତିରେକ ସାଧାରଣ ଲୋକେ ଏହାକୁ ପ୍ରତ୍ୟକ୍ଷ କରିପାରନ୍ତି ନାହିଁ । ଯୋଗଜ ପ୍ରତ୍ୟକ୍ଷ ଉଭୟ ବେଦାନ୍ତ ଦାର୍ଶନିକ ଓ ନ୍ୟାୟ-ଦାର୍ଶନିକ ସ୍ବୀକାର କରନ୍ତି । କାରଣ ଯୋଗଜ ପ୍ରତ୍ୟକ୍ଷ ଶ୍ରୁତି-ପ୍ରମାଣ ଉପରେ ନିର୍ଭରଶୀଳ ଅଟେ ।
9. ନ୍ୟାୟାନୁମାନ
Answer:
ନ୍ୟାୟ ଦର୍ଶନ ଅନୁସାରେ ‘ଅନୁମାନ’ ହେଉଛି ସେହି ଜ୍ଞାନ ଯାହା ଅନ୍ୟ ଏକ ଜ୍ଞାନର ଅନୁସରଣରେ ସମ୍ଭବ ହୋଇଥାଏ । (ଅନୁ = ପଛରେ, ମନ୍ୟତେ = ଯାହା ଜ୍ଞାନ ହୁଏ) ଉଦାହରଣସ୍ୱରୂପ ଆମେ ନିକଟସ୍ଥ ପର୍ବତରେ ଧୂମ ଥିବାର ଦେଖୁ ସେଠାରେ ବହ୍ନି ଥିବାର ଅନୁମାନ କରିଥାଉ । ଏହା ଗୋଟିଏ ଯୁକ୍ତି ମାଧ୍ୟମରେ ବୁଝାଯାଇପାରେ । ଏହି ପର୍ବତରେ ଧୂମ ଥିବାରୁ ସେଠାରେ ବହ୍ନି ଅଛି, କାରଣ ଯେଉଁଠି ଧୂମ ଥାଏ ସେଠାରେ ବହ୍ନି ଥାଏ । ଏଣୁ ଏଠାରେ ଧୂମ ଥିବା ଦେଖୁ ସେଠାରେ ବହ୍ନି ଥିବାର ଅନୁମାନ କରାଯାଉଛି ।
10. ବ୍ୟାପ୍ତି
Answer:
ବ୍ୟାପ୍ୟ ଓ ବ୍ୟାପକ ମଧ୍ୟରେ ଥିବା ନିୟତ ନିରୁପାଧ୍ଵ ସମ୍ବନ୍ଧକୁ ବ୍ୟାପ୍ତି କୁହାଯାଏ । ବ୍ୟାପ୍ୟ ଓ ବ୍ୟାପକ ଦୁଇଟି ଘଟଣା । ଯାହା ବ୍ୟାପେ ତାହା ବ୍ୟାପକ ଏବଂ ବ୍ୟାପକ ଯହିଁରେ ବ୍ୟାପେ ତାହାକୁ ବ୍ୟାପ୍ୟ ବୋଲି କୁହାଯାଏ । ଉଦାହରଣସ୍ୱରୂପ, ‘ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍’ । ପର୍ବତରେ ଧୂଆଁର ଉପସ୍ଥିତି ଦେଖୁ ସେଠାରେ ନିଆଁ ଅଛି ବୋଲି ଆମେ ଅନୁମାନ କରୁ । ଏଠାରେ ଧୂମ ବ୍ୟାପ୍ୟ ଓ ବହ୍ନି ବ୍ୟାପକ ଅଟେ । ବ୍ୟାପ୍ୟ ଓ ବ୍ୟାପକ ମଧ୍ୟରେ ବିଦ୍ୟମାନ ନିତ୍ୟ ସାହଚର୍ଯ୍ୟ ନିୟମକୁ ବ୍ୟାପ୍ତି କୁହାଯାଏ ।
11. ବ୍ୟାପ୍ତିର ସ୍ଵରୂପ
Answer:
(୧) ବ୍ୟାପ୍ତି ଏକ ନିତ୍ୟ ସାହଚର୍ଯ୍ୟ ସମ୍ବନ୍ଧ ।
(୨) ବ୍ୟାପ୍ତି ହେଉଛି ସ୍ବାଭାବିକ ସମ୍ବନ୍ଧ ।
(୩) ବ୍ୟାପ୍ତି ସମ୍ବନ୍ଧ ନିରୁପାଧ୍ଵ ହେବା ଆବଶ୍ୟକ ।
(୪) ବ୍ୟାପ୍ତି ଏକ ଅବ୍ୟଭିଚାରୀ ସମ୍ବନ୍ଧ ।
(୫) ବ୍ୟାପ୍ତି ଅନୁମିତିର ହେତୁ ।
12. ପକ୍ଷଧର୍ମତା
Answer:
ଯୁକ୍ତି ନିମିତ୍ତ ବ୍ୟାପ୍ତି ବ୍ୟତୀତ ପକ୍ଷଧର୍ମତା ଆବଶ୍ୟକ । ପ୍ରଥମତଃ, ଯେଉଁ ସ୍ଥାନରେ (ପର୍ବତରେ) ଧୂମ ଥୁବାର ପରିଲକ୍ଷିତ ହୁଏ ତାହାକୁ ପକ୍ଷ କୁହାଯାଏ । ଏଠାରେ ପର୍ବତ ହେଉଛି ପକ୍ଷ । ଏହାକୁ ଆରିଷ୍ଟଟଲୀୟ ତ୍ରିପଦୀଯୁକ୍ତିରେ ଅପ୍ରଧାନ ପଦ (Minor term) ବୋଲି କୁହାଯାଏ । ଯେଉଁ ଲକ୍ଷଣକୁ ପ୍ରତ୍ୟକ୍ଷ କରି (ଧୂମକୁ ଦେଖୁ) ଆମେ ଅନ୍ୟ ଏକ ବିଷୟ ପ୍ରତିପାଦନ କରୁ ତାହାକୁ ହେତୁ ବୋଲି କୁହାଯାଏ । ଏଣୁ ପକ୍ଷଠାରେ ହେତୁର ଲକ୍ଷଣ ଦେଖିବା (ପର୍ବତଠାରେ ଧୂମ ଦେଖିବା) କୁ ପକ୍ଷଧର୍ମତା କୁହାଯାଏ ।
13. ଲିଙ୍ଗ ପରାମର୍ଶ
Answer:
ପକ୍ଷଧର୍ମତା ଓ ବ୍ୟାପ୍ତି ଜ୍ଞାନ ଉପରେ ନିର୍ଭର କରି ଆମେ ପର୍ବତରେ ବହ୍ନି ଥିବାର ଅନୁମାନ କରୁ । ବହ୍ନିକୁ ‘ସାଧ୍ୟ’ କୁହାଯାଏ । ଏହାକୁ ତ୍ରିପଦୀଯୁକ୍ତିର ପ୍ରଧାନ ପଦ ବୋଲି ଗ୍ରହଣ କରାଯାଇଅଛି । ହେତୁ (ଧୂମ) ଓ ସାଧ୍ୟ (ବହ୍ନି) ମଧ୍ୟରେ ଥିବା ନିୟତ, ନିରୁପାଧ୍ଯକ, ସାହଚର୍ଯ୍ୟ ସମ୍ବନ୍ଧକୁ ଲକ୍ଷ୍ୟକରି ଆମେ ପକ୍ଷ ବା ପର୍ବତରେ ସାଧ୍ୟ ବା ବହ୍ନି ଥିବାର ଅନୁମାନ କରିଥାଉ । ଲିଙ୍ଗର ପକ୍ଷ ଓ ସାଧ୍ଯ ସହିତ ସମ୍ବନ୍ଧ ହିଁ ଅନୁମାନର କାରଣ ବୋଲି କୁହାଯାଇପାରେ । ଲିଙ୍ଗ ପରାମର୍ଶଦ୍ବାରା ପକ୍ଷ, ହେତୁ ଓ ସାଧ୍ୟକୁ ସୂତ୍ରବଦ୍ଧ କରି ପରିଶେଷରେ ପକ୍ଷ ଓ ସାଧର ସମ୍ବନ୍ଧ ପ୍ରତିଷ୍ଠା କରାଯାଏ । ବ୍ୟାପ୍ତିକୁ ଅନୁମାନର ଯଥାର୍ଥ ବୋଲି ସ୍ବୀକାର କଲେ ମଧ୍ୟ ଲିଙ୍ଗ ପରାମର୍ଶକୁ ସିଦ୍ଧାନ୍ତର ଅବ୍ୟବହିତ କାରଣ ବୋଲି ସ୍ୱୀକାର କରାଯାଏ ।
14. ସ୍ଵାର୍ଥାନୁମୀନ
Answer:
ନିଜର ଜ୍ଞାନ ପ୍ରସାରଣ ନିମିତ୍ତ ଉଦ୍ଦିଷ୍ଟ ଅନୁମାନ ସ୍ୱାର୍ଥାନୁମାନ ଅଟେ । ବ୍ୟକ୍ତି ନିଜର ଅଭିଜ୍ଞତାରୁ ଅନୁମାନ ମାଧ୍ଯମରେ ଜ୍ଞାନ ହାସଲ କରିଥାଏ । ସେ ପର୍ବତରେ ହେତୁ (ଧୂମ)ର ସାକ୍ଷାତ୍ ଦର୍ଶନ କରେ ଓ ଧୂମ ଓ ବହ୍ନି ମଧ୍ୟରେ ଥିବା ନିତ୍ୟ ସାହଚର୍ଯ୍ୟ ସମ୍ବନ୍ଧକୁ ଭିଭିକରି ପର୍ବତରେ ସାଧ୍ୟ (ବହ୍ନି) ବିଦ୍ୟମାନ ବୋଲି ସିଦ୍ଧାନ୍ତ ଗ୍ରହଣ କରେ । ସ୍ଵାର୍ଥାନୁମାନ ଏକ ମନୋଗତ ପ୍ରକ୍ରିୟା । ଏଠାରେ ଚିନ୍ତନର ଗତି ପକ୍ଷାବୟବରେ ପ୍ରତ୍ୟକ୍ଷରୁ ଆରମ୍ଭ ହୋଇ ସାଧାବୟବର ସ୍ମୃତି ମାଧ୍ୟମରେ ସିଦ୍ଧାନ୍ତରେ ଉପନୀତ ହେବ ।
(୧) ପର୍ବତ ଧୂମବାନ୍ । (ସାଧାବୟବ)
(୨) ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍ । (ପକ୍ଷାବୟବ)
(୩) ପର୍ବତ ବହ୍ନିମାନ୍ । (ସିଦ୍ଧାନ୍ତ)
ନିଜର ଜ୍ଞାନ ପାଇଁ ଏହି ତିନିଗୋଟି ବାକ୍ୟର ଆବଶ୍ୟକତା ଥିବାରୁ ଏହାକୁ ସ୍ୱାର୍ଥାନୁମାନ କୁହାଯାଏ ।
15. ପରାର୍ଥାନୁମାନ
Answer:
ଆମର ଅନୁଭୂତିରୁ ହିଁ ଅନୁମାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଏହି ଅନୁମାନ ପ୍ରକ୍ରିୟା ନିଜ ମଧ୍ୟରେ ସୀମାବଦ୍ଧ ନ ହୋଇ ବ୍ୟାପକ ହେବା ଉଚିତ । ତେଣୁ ଅନୁମାନକୁ ଯୁକ୍ତି ଆକାରରେ ଅନ୍ୟ ଆଗରେ ଉପସ୍ଥାପନା କରିବା ଉଚିତ । ନିଜର ଲବ୍ଧଜ୍ଞାନକୁ ଯୁକ୍ତି ଆକାରରେ ଅନ୍ୟ ସମକ୍ଷରେ ଉପସ୍ଥାପନ ନିମିତ୍ତ ଉଦ୍ଦିଷ୍ଟ ଅନୁମାନକୁ ପରାର୍ଥାନୁମାନ କୁହାଯାଏ । ପରାର୍ଥାନୁମାନ ୫ଟି ଅବୟବକୁ ନେଇ ଗଠିତ । ତେଣୁ ଏହାକୁ ପଞ୍ଚାବୟବୀ ନ୍ୟାୟ କୁହାଯାଏ । ଏହି ପଞ୍ଚାବୟବୀ ନ୍ୟାୟକୁ ପରାର୍ଥାନୁମାନ କୁହାଯାଏ ।
16. ପଞ୍ଚାବୟବୀ ନ୍ୟାୟ
Answer:
ଏହାର ପାଞ୍ଚୋଟି ସୋପାନ ଅଛି; ଯଥା – ପ୍ରତିଜ୍ଞା, ହେତୁ, ଉଦାହରଣ, ଉପନୟ ଓ ନିଗମନ ।
ଏହି ପର୍ବତରେ ବହୁ ଅଛି । (ପ୍ରତିଜ୍ଞା)
ଯେହେତୁ ଏହି ପର୍ବତରେ ଧୂମ ଅଛି । (ହେତୁ)
ଯେଉଁଠି ଯେଉଁଠି ଧୂମ ଥାଏ ସେଇଠି ସେଇଠି ବହ୍ନି ଥାଏ; ଯଥା – ରନ୍ଧନଶାଳା । (ଉଦାହରଣ)
ଏହି ପର୍ବତରେ ଧୂମ ଅଛି । (ଉପନୟ)
ଏହି ପର୍ବତରେ ବହୁ ଅଛି । (ନିଗମନ ବା ସିଦ୍ଧାନ୍ତ)
ପ୍ରଥମ ତର୍କବାକ୍ୟରେ ପକ୍ଷଠାରେ ସାଧର ପ୍ରମାଣ କରିବାକୁ ପ୍ରତିଜ୍ଞା କରାଯାଉଅଛି । ଦ୍ଵିତୀୟ ତର୍କବାକ୍ୟରେ ଏହି ପ୍ରତିଜ୍ଞାର କାରଣ ନିର୍ଦ୍ଦେଶ କରାଯାଇଅଛି । ତୃତୀୟ ତର୍କବାକ୍ୟରେ ଉଦାହରଣ ମାଧ୍ୟମରେ ହେତୁ ଏବଂ ସାଧ୍ୟ ମଧ୍ୟରେ ସାମାନ୍ୟ ସମ୍ବନ୍ଧର ଅବତାରଣା କରାଯାଇଅଛି । ଚତୁର୍ଥ ତର୍କବାକ୍ୟରେ ଏହି ଉଦାହରଣର ପକ୍ଷଠାରେ ପ୍ରୟୋଗ କରାଯାଇଅଛି । ତେଣୁ ଏହି ତର୍କବାକ୍ୟକୁ ଉପନୟ ବୋଲି କୁହାଯାଏ । ପଞ୍ଚମ ତର୍କବାକ୍ୟରେ ଉପନୟ ବା ପ୍ରୟୋଗ ମାଧ୍ୟମରେ ପକ୍ଷଠାରେ ସାଧ ଥିବାର ଅନୁମାନକୁ ସିଦ୍ଧାନ୍ତଭାବେ ଗ୍ରହଣ କରାଯାଇଅଛି । ତେଣୁ ଏହାକୁ ନିଗମନ ବୋଲି କୁହାଯାଏ ।
17. ପୂର୍ବବତ୍ ଅନୁମାନ
Answer:
ଏପ୍ରକାର ନ୍ୟାୟାନୁମାନର ବ୍ୟାପ୍ତି କାର୍ଯ୍ୟ-କାରଣ ସମ୍ବନ୍ଧ ଉପରେ ପ୍ରତିଷ୍ଠିତ । କାରଣକୁ ପ୍ରତ୍ୟକ୍ଷ କରି କାର୍ଯ୍ୟର ଭବିଷ୍ୟତ୍ ସଂଘଟନ ଅନୁମାନ କରିବାକୁ ପୂର୍ବବତ୍ ଅନୁମାନ କୁହାଯାଏ; ଯଥା- ଆଜିର ଦିନରାତି ଅବିରାମ ବର୍ଷାକୁ ଦେଖୁ ଖୁବ୍ ନିକଟରେ ବନ୍ୟା ଆସିବାର ଅନୁମାନ କରିବାକୁ ପୂର୍ବବତ୍ ଅନୁମାନ କୁହାଯାଏ । ଏପରି ଅନୁମାନ କାରଣ ଓ କାର୍ଯ୍ୟ ମଧ୍ୟରେ ଥିବା ବ୍ୟାପ୍ତି ଉପରେ ଆଧାରିତ ।
18. ଶେଷବତ୍ ଅନୁମାନ
Answer:
ଦୃଷ୍ଟ ହେଉଥିବା କାର୍ଯ୍ୟକୁ ଦେଖ୍ ଏହାର କାରଣ ବିଷୟରେ ଅନୁମାନ କରିବାକୁ ଶେଷବତ୍ ଅନୁମାନ କୁହାଯାଏ; ଯଥା – ଘର ଭିତରକୁ ପଶିଆସି ପରିବାରର ସଦସ୍ୟମାନେ ହସଖୁସି ଥିବାର ଦେଖ୍ କୌଣସି ଶୁଭ ଖବର ଆସିଥିବା ଅନୁମାନ କରିବାକୁ ଶେଷବତ୍ ଅନୁମାନ କୁହାଯାଏ । ଏପରି ଅନୁମାନ ମଧ୍ଯ କାରଣ ଓ କାର୍ଯ୍ୟ ମଧ୍ୟରେ ଥିବା ବ୍ୟାପ୍ତି ଉପରେ ଅନୁମାନ ଆଧାରିତ ।
19. ସାମାନ୍ୟତୋ ଦୃଷ୍ଟ
Answer:
ଏପ୍ରକାର ନ୍ୟାୟାନୁମାନରେ ବ୍ୟାପ୍ତି କାର୍ଯ୍ୟ-କାରଣ ସମ୍ବନ୍ଧ ଉପରେ ପ୍ରତିଷ୍ଠିତ ନୁହେଁ । ଏଠାରେ ବ୍ୟାପ୍ତି ଦୁଇଟି ଘଟଣାର ବ୍ୟତିକ୍ରମହୀନ ସାହଚର୍ଯ୍ୟ ବା ସହାବସ୍ଥିତି ସମ୍ବନ୍ଧ ଉପରେ ପ୍ରତିଷ୍ଠିତ । ଗୋଟିକର ଉପସ୍ଥିତିକୁ ପ୍ରତ୍ୟକ୍ଷ କରି ଅନ୍ୟଟିର ଉପସ୍ଥିତି ଅନୁମାନ କରାଯାଏ; ଯଥା – ସୁବର୍ଣ୍ଣକୁ ପ୍ରତ୍ୟକ୍ଷ କରି ପୀତବର୍ଷକୁ ଅନୁମାନ କରାଯାଏ ।
20. କେବଳାନ୍ବୟୀ ନ୍ୟାୟ
Answer:
ଏପ୍ରକାର ନ୍ୟାୟାନୁମାନରେ ବ୍ୟାପ୍ତି ହେତୁ ଓ ସାଧର କେବଳ ଅନ୍ବୟ ବା ଭାବାତ୍ମକ ଦୃଷ୍ଟାନ୍ତ ଉପରେ ପ୍ରତିଷ୍ଠିତ । ସାଧ୍ୟପଦ ଓ ହେତୁପଦ ମଧ୍ୟରେ କେବଳ ସଦର୍ଥକ ବା ଭାବାତ୍ମକ ସମ୍ବନ୍ଧ ବିଦ୍ୟମାନ ।
ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍ ।
ପର୍ବତ ଧୂମବାନ୍ ।
∴ ପର୍ବତ ବହ୍ନିମାନ୍ ।
ଏଠାରେ ଧୂମର ବିଦ୍ୟମାନତା ସହିତ ବହ୍ନିର ବିଦ୍ୟମାନତା ଆମର ଅଭିଜ୍ଞତାରୁ ନିରୂପିତ ହୁଏ । ତେଣୁ ଧୂମ ଓ ବହ୍ନି ମଧ୍ୟରେ ନିତ୍ୟ ସାହଚର୍ଯ୍ୟ ସମ୍ବନ୍ଧ ବିଦ୍ୟମାନ ବୋଲି ସିଦ୍ଧାନ୍ତ ଗ୍ରହଣ କରାଯାଏ । ଏହା ମିଲ୍ଙ୍କର ଅନ୍ବୟ ପଦ୍ଧତି ସହ ସମତୁଲ୍ୟ ।
21. କେବଳ ବ୍ୟତିରେକ ନ୍ୟାୟ
Answer:
ଏଠାରେ ବ୍ୟାପ୍ତି ହେତୁ ଓ ସାଧ୍ଯର କେବଳ ବ୍ୟତିରେକ ବା ଅଭାବାତ୍ମକ ଦୃଷ୍ଟାନ୍ତ ଉପରେ ପ୍ରତିଷ୍ଠିତ । ସାଧ୍ୟପଦ ଓ ହେତୁପଦ ମଧ୍ୟରେ କେବଳ ନଞର୍ଥକ ବା ଅଭାବାତ୍ମକ ସମ୍ବନ୍ଧ ବିଦ୍ୟମାନ ।
ଯଥା – କୌଣସି ବହ୍ନିହୀନ ବସ୍ତୁ ଧୂମବାନ୍ ନୁହେଁ ।
ପର୍ବତ ଧୂମବାନ୍ ।
ପର୍ବତ ବହ୍ନିମାନ୍ ।
ଏଠାରେ ଧୂମ ଓ ବହ୍ନି ମଧ୍ୟରେ ନିୟତ ସାହଚର୍ଯ୍ୟ ସମ୍ବନ୍ଧ ଥିବାର ସିଦ୍ଧାନ୍ତ ଗ୍ରହଣ କରାଯାଇଥାଏ । ଏପ୍ରକାର ନ୍ୟାୟାନୁମାନ ଅଭାବାତ୍ମକ ଅଟେ । ଏହା ମିଲ୍ଙ୍କର ବ୍ୟତିରେକ ପଦ୍ଧତି ସହ ସମତୁଲ୍ୟ ।
22. ଅନ୍ବୟ ବ୍ୟତିରେକୀ ନ୍ୟାୟ
Answer:
ଅନ୍ବୟ ବ୍ୟତିରେକୀ ନ୍ୟାୟାନୁମାନର ବ୍ୟାପ୍ତି ଉଭୟ ଅନ୍ବୟ ଓ ବ୍ୟତିରେକୀ ଅର୍ଥାତ୍ ଉଭୟ ଭାବାତ୍ମକ ଓ ଅଭାବାତ୍ମକ ଦୃଷ୍ଟାନ୍ତ ଉପରେ ପ୍ରତିଷ୍ଠିତ । ସାଧପଦ ଓ ହେତୁପଦ ମଧ୍ଯରେ ଉଭୟ ଭାବାତ୍ମକ ଓ ଅଭାବାତ୍ମକ ସମ୍ବନ୍ଧ ବିଦ୍ୟମାନ ।
ଯଥା – ଭାବାତ୍ମକ ଦୃଷ୍ଟାନ୍ତ :
ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍ ।
ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍ ।
ପର୍ବତ ଧୂମବାନ୍ ।
∴ ପର୍ବତ ବହ୍ନିମାନ୍ ।
ଅଭାବାତ୍ମକ ଦୃଷ୍ଟାନ୍ତ :
କୌଣସି ବହ୍ନିହୀନ ବସ୍ତୁ ଧୂମବାନ୍ ନୁହେଁ ।
ପର୍ବତ ଧୂମବାନ୍ ।
∴ପର୍ବତ ବହ୍ନିମାନ୍ ।
ଏଠାରେ ଉଭୟ ଭାବାତ୍ମକ ଓ ଅଭାବାତ୍ମକ ଦୃଷ୍ଟାନ୍ତକୁ ନେଇ ଧୂମ ଓ ବହ୍ନି ମଧ୍ୟରେ ଥିବା ନିତ୍ୟ ସାହଚର୍ଯ୍ୟ ସମ୍ବନ୍ଧଟି ନିର୍ଦ୍ଧାରଣ କରାଯାଇଥାଏ । ଏହା ମିଲ୍ଙ୍କର ସଂଯୁକ୍ତ ପଦ୍ଧତି ସହ ସମତୁଲ୍ୟ ।
23. ସମବ୍ୟାପ୍ତି
Answer:
ଧୂମ ଓ ବହ୍ନି ମଧ୍ୟରେ ଥିବା ସମ୍ବନ୍ଧ ନିରୁପାଧ୍ଵ ଅଟେ । ଏଠାରେ ବ୍ୟାପ୍ତି ସମ୍ବନ୍ଧ ଉପାଧ୍ୟଯୁକ୍ତ ନୁହେଁ । କୌଣସି ସର୍ଭ ଅନୁସାରେ ଧୂମ ଓ ବହ୍ନି ସମ୍ବନ୍ଧାନ୍ବିତ ହୋଇନଥା’ନ୍ତି । କିନ୍ତୁ ଯାହା ବହ୍ନିଯୁକ୍ତ ତାହା ଧୂମଯୁକ୍ତ କହିବାରେ ବହ୍ନି ଓ ଧୂମ ମଧ୍ୟରେ ବିଦ୍ୟମାନ ସମ୍ବନ୍ଧ ଉପାଧ୍ୟକ୍ତ । ବହ୍ନି ସହିତ ଆର୍ଦ୍ର ଇନ୍ଧନ ସଂଯୋଗ କଲେ ଧୂମର ଉପସ୍ଥିତି ପରିଲକ୍ଷିତ ହୁଏ । ଏହି କ୍ଷେତ୍ରରେ ଉଭୟ ଧୂମ ଓ ବହ୍ନି ସମବ୍ୟାପକ ହୋଇଥା’ଛି । ବ୍ୟାପ୍ତିର ବ୍ୟାପ୍ୟ ଓ ବ୍ୟାପକ ସମ ବିସ୍ତୃତିଯୁକ୍ତ ହୋଇଥିଲେ, ତାହାକୁ ସମ ବ୍ୟାପ୍ତି କୁହାଯାଏ । ତେଣୁ ଧୂମ ଓ ବହ୍ନି ମଧ୍ୟରେ ଥିବା ଏପ୍ରକାର ସମ୍ବନ୍ଧକୁ ସମ ବ୍ୟାପ୍ତି କୁହାଯାଏ ।
24. ବିଷମ ବ୍ୟାପ୍ତି
Answer:
ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍, କିନ୍ତୁ ସମସ୍ତ ବହ୍ନିମାନ୍ ବସ୍ତୁ ଧୂମବାନ୍ କହିବା ଠିକ୍ ନୁହେଁ । ଅନେକ କ୍ଷେତ୍ରରେ ବହ୍ନି ଥିଲେ ବି ଧୂମ ନଥାଏ । ଯଥା- ବିଦ୍ୟୁତ୍ ଚୂଲା (ହିଟର) ଓ ତପ୍ତ ଲୌହପିଣ୍ଡ ବହ୍ନିଯୁକ୍ତ ହେଲେ ମଧ୍ୟ ଧୂମଯୁକ୍ତ ନୁହେଁ । ତେଣୁ ଧୂମ ଓ ବହ୍ନି ମଧ୍ୟରେ ଥିବା ବ୍ୟାପ୍ତି ସମ୍ବନ୍ଧ ବିଷମ ଅଟେ । ଏହାକୁ ସ୍ବାଭାବିକ ସମ୍ବନ୍ଧ ବୋଲି କୁହାଯାଇ ପାରିବ ନାହିଁ । ଏଠାରେ ବହ୍ନିର ବ୍ୟାପ୍ତି ଧୂମ ଅପେକ୍ଷା ବ୍ୟାପକ । ତେଣୁ ବ୍ୟାପ୍ତିର ବ୍ୟାପ୍ୟ ଓ ବ୍ୟାପକ ସମ ବିସ୍ତୃତିଯୁକ୍ତ ହୋଇନଥିଲେ ତାହାକୁ ବିଷମ ବ୍ୟାପ୍ତି କୁହାଯାଏ ।
25. ବ୍ୟଭିଚାରାଗ୍ରହ
Answer:
କେବଳ ଅନ୍ବୟ କିମ୍ବା ବ୍ୟତିରେକ ପର୍ଯ୍ୟାପ୍ତ ନୁହେଁ । ଅବ୍ୟଭିଚାରୀ ସମ୍ବନ୍ଧର ପ୍ରତିପାଦନ କରିବାପାଇଁ କୌଣସି ବିରୁଦ୍ଧ ଦୃଷ୍ଟାନ୍ତ ପର୍ଯ୍ୟବେକ୍ଷଣର ସମ୍ଭାବନା ନଥିବା ଆବଶ୍ୟକ । ଅର୍ଥାତ୍ ଏଭଳି କୌଣସି ବିପରୀତ ଦୃଷ୍ଟାନ୍ତ ନ ଥୁବ ଯଦ୍ବାରା ବ୍ୟାପ୍ୟ ଓ ବ୍ୟାପକ ମଧ୍ୟରେ ଅବ୍ୟଭିଚାରୀ ସମ୍ବନ୍ଧ ପ୍ରତିପାଦିତ ହୋଇପାରିବ – ଯେଉଁଠି ଧୂମ ଥିବ ସେଠି ବହୁ ଥିବ । ଏ ମଧ୍ଯରେ କୌଣସି ବିପରୀତ ଦୃଷ୍ଟାନ୍ତ ପରିଲକ୍ଷିତ ହେଲେ ତାହା ଅବ୍ୟଭିଚାରୀ ସମ୍ବନ୍ଧ ପ୍ରତିପାଳନ କରିବାରେ ଅସମର୍ଥ ହେବ ।
26. ଉପାଧ୍ ନିରାଶ
Answer:
ଦୁଇଟି ଘଟଣା ମଧ୍ୟରେ ଅନ୍ବୟ ଥାଇପାରେ, ବ୍ୟତିରେକରେ ସହମତି ଥାଇପାରେ । ହୁଏତ ସେମାନଙ୍କ ମଧ୍ୟରେ କୌଣସି ବିପରୀତ ଘଟଣା ନ ଥାଇପାରେ । ମାତ୍ର ବ୍ୟାପ୍ୟ ଓ ବ୍ୟାପକର ସମ୍ବନ୍ଧ ନିସର୍ଭ ହେବା ଆବଶ୍ୟକ । ଏହି ଦୃଷ୍ଟିରୁ ବିଚାର କଲେ ଜଣାଯାଏ ଯେ ଧୂମ ଓ ବହ୍ନି ମଧ୍ୟରେ ନିସର୍ଭତା ବା ଅନୌପାଧ୍ଵତା ରହିଅଛି । ମାତ୍ର ବହ୍ନି ଓ ଧୂମ ମଧ୍ୟରେ ଥିବା ସମ୍ବନ୍ଧ ହେଉଛି ଔପାଧ୍ଵ ବା ସର୍ତ୍ତମୂଳକ । ଯେଉଁଠି ଧୂମ ଥିବ ସେଠି ବହ୍ନି ଥିବ, ମାତ୍ର ଓଦାଯୁକ୍ତ ନହେଲେ ବହ୍ନିରୁ ଧୂମ ସମ୍ଭବ ହେବ ନାହିଁ ।
27. ତର୍କ
Answer:
ଏହା ଏକ ପ୍ରଣାଳୀ ଯାହାଦ୍ୱାରା କୌଣସି ତର୍କବାକ୍ୟର ସତ୍ୟତା ପରୋକ୍ଷ ଭାବରେ ପ୍ରମାଣ କରାଯାଇପାରେ । ଅର୍ଥାତ୍ ପ୍ରଦତ୍ତ ତର୍କବାକ୍ୟର ବିରୁଦ୍ଧ ତର୍କବାକ୍ୟଟି ମିଥ୍ୟା ବୋଲି ପ୍ରମାଣ କରାଯାଇପାରିଲେ, ପ୍ରଦତ୍ତ ତର୍କବାକ୍ୟଟି ସତ୍ୟ ବୋଲି ସ୍ବୀକୃତ ହୋଇଥାଏ । ଯଦି ‘ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍’ ମିଥ୍ୟା ହୁଏ ତେବେ ଏହାର ବିରୁଦ୍ଧ ତର୍କବାକ୍ୟ ‘କେତେକ ଧୂମବାନ୍ ବସ୍ତୁ ବହ୍ନିମାନ୍ ନୁହେଁ’ ସତ୍ୟ ହେବା ସୁନିଶ୍ଚିତ । ଏହାଦ୍ଵାରା ବହ୍ନି ନଥାଇ ଧୂମ ଜାତ ହୋଇପାରିବ ବୋଲି ସ୍ବୀକାର କରାଯାଉଅଛି ।
28. କର୍ମଯୋଗ
Answer:
ଶ୍ରୀମଦ୍ ଭଗବତ୍ ଗୀତା ମହାଭାରତ ଯୁଦ୍ଧ ପରିପ୍ରେକ୍ଷୀରେ, ଯୋଗେଶ୍ବର ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦେଇଥିବା ଉପଦେଶ । ଏହା ଏକାଧାରରେ ଏକ ଜୀବନ ଶାସ୍ତ୍ର, ଧର୍ମ ଶାସ୍ତ୍ର ତଥା ନୀତି ଶାସ୍ତ୍ର । ଗୀତାର ଅଠରଟି ଅଧ୍ୟାୟ ମଧ୍ୟରୁ ଦ୍ଵିତୀୟ ଅଧ୍ୟାୟ ‘ସାଂଖ୍ୟଯୋଗ’’ ନାମରେ ପରିଚିତ । ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମ ସମ୍ପାଦନ ସମ୍ବନ୍ଧରେ ଯେଉଁ ଉପଦେଶ ଦେଇଛନ୍ତି ତାହାକୁ କର୍ମଯୋଗ କୁହାଯାଏ । ଜୀବନ କର୍ମମୟ । ଜୀବନରେ ଏପରି ଏକ ମୁହୂର୍ତ୍ତ ନାହିଁ ଯେଉଁଠି କର୍ମ ନାହିଁ । କର୍ମ ହିଁ ଜୀବନ । କେବଳ ମୃତ୍ୟୁରେ ହିଁ କର୍ମରୁ ମୁକ୍ତି । ତେଣୁ ନିଜର ଧର୍ମାନୁସାରେ କର୍ତ୍ତବ୍ୟ କରିଚାଲିବା ମାନବ ଜୀବନର ଏକମାତ୍ର ଉଦ୍ଦେଶ୍ୟ ।
29. ସକାମ କର୍ମ
Answer:
ଯେଉଁ କର୍ମ କେବଳ ଫଳପ୍ରାପ୍ତିର ଆକାଂକ୍ଷା ରଖ୍ କରାଯାଏ, ତାହାକୁ ସକାମ କର୍ମ କୁହାଯାଏ । କିନ୍ତୁ କର୍ମଟି କରିବା ପରେ ଯଦି କର୍ତ୍ତା ତାହାର ଈପ୍ସିତ ଫଳ ନ ପାଏ, ତେବେ ସେ ଯନ୍ତ୍ରଣା ଭୋଗ କରେ ।
30. ନିଷ୍କାମ କର୍ମ
Answer:
ନିଷ୍କାମ କର୍ମରେ କୌଣସି ଫଳଭୋଗର ଇଚ୍ଛା ଜଡ଼ିତ ନ ଥାଏ । ନିଷ୍କାମ କର୍ମ ନୈତିକ ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ । ନିଷ୍କାମ କର୍ମ ହେଉଛି କାମନାରହିତ କର୍ମ । କର୍ମଫଳ ପ୍ରତି ଉଦାସୀନ ରହି କର୍ମ କରିବାକୁ ନିଷ୍କାମ କର୍ମବାଦ ଶିକ୍ଷା ଦିଏ । ବ୍ୟକ୍ତି କର୍ମ କରିବାବେଳେ କର୍ମଫଳ ପ୍ରତି ଅନାସକ୍ତ ରହି ଅର୍ଥାତ୍ କର୍ମଫଳକୁ ଲକ୍ଷ୍ୟ ନ ରଖ୍ କର୍ମ କରିବା ଉଚିତ ।
31. ନିଷ୍କାମ କର୍ମର ଲକ୍ଷଣ
Answer:
ନିଷ୍କାମ କର୍ମର ତିନୋଟି ଲକ୍ଷଣ ଅଛି । ପ୍ରଥମତଃ, କର୍ମଫଳର ଆକାଂକ୍ଷା ବର୍ଜନ କରିବା ଆବଶ୍ୟକ । ଦ୍ୱିତୀୟରେ, କର୍ତ୍ତୃତ୍ଵାଭିମାନ ତ୍ୟାଗ କରିବା ଅର୍ଥାତ୍ ବ୍ୟକ୍ତି ନିଜକୁ କର୍ମର କର୍ତ୍ତା ମନେକରି ସବୁକିଛି ତା’ର ନିୟନ୍ତ୍ରଣାଧୀନ ବୋଲି ବିଚାର କରିବା ଅନୁଚିତ । ତୃତୀୟରେ ନିଜର ସମସ୍ତ କର୍ମଫଳ ଈଶ୍ବରଙ୍କୁ ସମର୍ପଣ କରିଦେବା ଉଚିତ । ଯାହାଫଳରେ, କର୍ମଫଳଜନିତ ସୁଖ, ଦୁଃଖ, ସଂଶୟ ଇତ୍ୟାଦି ବ୍ୟକ୍ତିକୁ ସ୍ପର୍ଶ କରେ ନାହିଁ । ଏହାକୁ କର୍ମ ସନ୍ୟାସ କୁହାଯାଏ ।
32. ଅହିଂସା
Answer:
ଗାନ୍ଧିଜୀଙ୍କର ଦର୍ଶନରେ ସତ୍ୟ ଯଦି ଲକ୍ଷ୍ୟ ହୁଏ, ଅହିଂସା ହେଉଛି ସତ୍ୟାପଲବ୍ଧ ଉପାୟ । ଅହିଂସାର ପଥ ଅବଲମ୍ବନ କରି ସତ୍ୟରେ ଉପନୀତ ହେବା ମନୁଷ୍ୟର କର୍ତ୍ତବ୍ୟ । ସତ୍ୟ ଓ ଅହିଂସା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ସଦୃଶ । ଗାନ୍ଧୀଙ୍କ ପାଇଁ ଅହିଂସାର ସକାରାତ୍ମକ ଦିଗଟି ଅଧିକ ଗୁରୁତ୍ଵପୂର୍ଣ୍ଣ । ମନୁଷ୍ୟ ଜନ୍ମଗତ ଭାବରେ ଅହିଂସ । ଅହିଂସା ହେଉଛି ମାନବର ସ୍ଵାଭିବିକତା । ଅହିଂସା ଆଳସ୍ୟକୁ ପ୍ରଶ୍ରୟ ଦିଏ ନାହିଁ । ଅହିଂସା ହେଉଛି ବିଜୟଲାଭର ସର୍ବଶ୍ରେଷ୍ଠ ମାର୍ଗ । ଅହିଂସା ବ୍ୟକ୍ତିର ଆତ୍ମମର୍ଯ୍ୟାଦା ବୃଦ୍ଧି କରେ । କାରଣ ଅହିଂସା ଆଚରଣଦ୍ଵାରା ସେ ସ୍ୱେଚ୍ଛାଚାରୀ ସମ୍ମୁଖରେ ନତ ହୁଏ ନାହିଁ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
1. ପ୍ରତ୍ୟକ୍ଷ ପ୍ରମାଣ କହିଲେ କ’ଣ ବୁଝ ? ଆଲୋଚନା କର ।
Answer:
ମହର୍ଷି ଗୌତମ ପ୍ରତ୍ୟକ୍ଷର ନିମ୍ନଲିଖ ସଂଜ୍ଞା ପ୍ରଦାନ କରିଛନ୍ତି – ଇନ୍ଦ୍ରିୟ ଓ ବିଷୟର ସଂଯୋଗରୁ ହିଁ ପ୍ରତ୍ୟକ୍ଷ ଜ୍ଞାନ ଉତ୍ପନ୍ନ ହୁଏ । ପ୍ରତ୍ୟକ୍ଷ ଜ୍ଞାନ ଅନ୍ୟ କୌଣସି ପ୍ରମାଣର ଅପେକ୍ଷା ରଖେ ନାହିଁ । ମାତ୍ର ଅନୁମାନ, ଉପମାନ ଏବଂ ଶବ୍ଦ ପ୍ରତ୍ୟକ୍ଷ ଉପରେ ନିର୍ଭର କରି ସମ୍ଭବ ହୋଇଥାଏ । ଉପମାନ କ୍ଷେତ୍ରରେ ମଧ୍ୟ ଦୁଇଟି ବସ୍ତୁରୁ ସାଦୃଶ୍ୟ ପ୍ରତ୍ୟକ୍ଷ ନ ହେଲେ ଜ୍ଞାନଲାଭ ହୁଏ ନାହିଁ । ଶବ୍ଦ ଜ୍ଞାନ କ୍ଷେତ୍ରରେ ପ୍ରଥମତଃ ଶବ୍ଦକୁ ପ୍ରତ୍ୟକ୍ଷ କରି ଶବ୍ଦ ଜ୍ଞାନ ଲାଭ କରାଯାଏ ।
ଏଣୁ ଅନ୍ୟାନ୍ୟ ସମସ୍ତ ଜ୍ଞାନ ପ୍ରତ୍ୟକ୍ଷ ଜ୍ଞାନ ଉପରେ ନିର୍ଭରଶୀଳ । ଗୌତମ ପ୍ରଦତ୍ତ ପ୍ରତ୍ୟକ୍ଷର ସଂଜ୍ଞା କିମ୍ବା ପ୍ରତ୍ୟକ୍ଷର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି – ଅକ୍ଷାଂ ପ୍ରତୀତ୍ୟ ଉତ୍ପଦ୍ୟତେ ଇତି ପ୍ରତ୍ୟକ୍ଷମ୍ । ଅର୍ଥାତ୍ ଚକ୍ଷୁ ଆଦି ଇନ୍ଦ୍ରିୟଦ୍ୱାରା ଯେଉଁ ଜ୍ଞାନ ଉତ୍ପନ୍ନ ହୁଏ ତାହାହିଁ ପ୍ରତ୍ୟକ୍ଷ ଜ୍ଞାନ । ପ୍ରତ୍ୟକ୍ଷ ଜ୍ଞାନ ଅନ୍ୟ କୌଣସି ଜ୍ଞାନ ଉପରେ ନିର୍ଭର କରେ ନାହିଁ । ଏ କ୍ଷେତ୍ରରେ ଅନ୍ୟ ଜ୍ଞାନ କାରଣ ନୁହେଁ ।
ପ୍ରତ୍ୟକ୍ଷର ପ୍ରକାରଭେଦ :
ବିଭିନ୍ନ ଭାବରେ ପ୍ରତ୍ୟକ୍ଷର ଶ୍ରେଣୀକରଣ କରାଯାଇଅଛି । ପ୍ରତ୍ୟକ୍ଷ ସାଧାରଣ ଭାବେ ଦୁଇ ପ୍ରକାର; ଯଥା – ନିର୍ବିକଳ୍ପକ ଓ ସବିକଚ୍ଛକ ପ୍ରତ୍ୟକ୍ଷ । ନବ୍ୟନ୍ୟାୟରେ ପ୍ରତ୍ୟକ୍ଷର ଅନ୍ୟ ଗୋଟିଏ ଭେଦ କରାଯାଇଅଛି; ଯଥା – (୧) ଲୌକିକ, (୨) ଅଲୋକିକ ପ୍ରତ୍ୟକ୍ଷ ।
ନିର୍ବିକଳ୍ପକ ପ୍ରତ୍ୟକ୍ଷ :
ନିର୍ବିକଚ୍ଛକ ପ୍ରତ୍ୟକ୍ଷ ପ୍ରତ୍ୟକ୍ଷର ପ୍ରାରମ୍ଭିକ ଅବସ୍ଥା ଅଟେ । ଏହାର ଅସ୍ଥିତ୍ଵ ଅନୁମାନଦ୍ୱାରା ସିଦ୍ଧ କରାଯାଏ । ଜୟନ୍ତ ଭଟ୍ଟଙ୍କ ମତାନୁସାରେ ନିର୍ବିକଳ୍ପକ ପ୍ରତ୍ୟକ୍ଷରେ କୌଣସି ବସ୍ତୁର ସାମାନ୍ୟ, ଦ୍ରବ୍ୟତ୍ୱ, ଗୁଣ ଓ କର୍ମ ଗୃହୀତ ହେଉଥିଲେ ମଧ୍ୟ ସେ ସମୟରେ ଏହା ନାମ ସଂଯୁକ୍ତ ହୋଇନଥାଏ । ସବିକଳ୍ପକ ପ୍ରତ୍ୟକ୍ଷରେ ନାମ ସହିତ ଏ ସମସ୍ତ ଗ୍ରହଣ କରାଯାଏ । ଭାସବିଜ୍ଞଙ୍କ ମତରେ ନିର୍ବିକଳ୍ପକ ପ୍ରତ୍ୟକ୍ଷ ସେହି ପ୍ରତ୍ୟକ୍ଷ ଯେଉଁଥିରେ କି ଇନ୍ଦ୍ରିୟ ଓ ବିଷୟର ସନ୍ନିକର୍ଷର ଅବ୍ୟବହିତ ପରେ ବସ୍ତୁର ସ୍ୱରୂପ ମାତ୍ରର ପ୍ରତୀତି ହୁଏ ।
ଗଙ୍ଗେଶ ନିର୍ବିକଳ୍ପକ ପ୍ରତ୍ୟକ୍ଷକୁ ନାମ, ଜାତି ଇତ୍ୟାଦି ଯୋଜନାରହିତ ବୈଶିଷ୍ଟ୍ୟ ଗ୍ରହଣ ନ କରୁଥିବା ନିଷ୍ପ୍ରକାରକ ଜ୍ଞାନ କହିଛନ୍ତି । ଅରଂଭଟ୍ଟଙ୍କ ମତରେ ନିର୍ବିକଳ୍ପକ ପ୍ରତ୍ୟକ୍ଷରେ ଧର୍ମ ଏବଂ ଧର୍ମର ସମ୍ବନ୍ଧ ଗ୍ରହଣ ହୁଏ ସତ୍ୟ କିନ୍ତୁ ବିଶେଷଣ ବିଶେଷ୍ୟ ରୂପରେ ସେମାନଙ୍କର ସମ୍ବନ୍ଧ ଗ୍ରହଣ ହୁଏ ନାହିଁ । ବୈୟାକରଣ ଦର୍ଶନରେ ନିର୍ବିକଳ୍ପକ ଜ୍ଞାନର ସତ୍ତା ସ୍ବୀକୃତ ହୁଏ ନାହିଁ । ବେଦାନ୍ତ ଓ ବୌଦ୍ଧ ଦର୍ଶନରେ ନିର୍ବିକଳ୍ପ ହିଁ ପ୍ରକୃତ ଜ୍ଞାନ ବୋଲି ସ୍ବୀକୃତ ହୋଇଅଛି ।
ବସ୍ତୁ ଯେତେବେଳେ ନାମ, ଜାତି ଓ ବିଶେଷଣ ଯୁକ୍ତ ହୋଇ ପ୍ରତ୍ୟକ୍ଷ କରାଯାଏ ତାକୁ ସବିକଳ୍ପକ କହନ୍ତି । ଯେଉଁ ପ୍ରତ୍ୟକ୍ଷରେ ପ୍ରକାରତା ବା ବିଶେଷଣ ବିଶେଷ୍ୟ ଭାବର ଜ୍ଞାନ ହୁଏ ତାହା ସବିକଳ୍ପକ ଅଟେ । ସବିକଚ୍ଛକ ପ୍ରତ୍ୟକ୍ଷରେ ବସ୍ତୁର ସୁସ୍ପଷ୍ଟ ଓ ସୁନିଦ୍ଦିଷ୍ଟ ଜ୍ଞାନ ହୁଏ । ନ୍ୟାୟ ବୈଶେଷିକ ମତରେ ପ୍ରତ୍ୟଭିଜ୍ଞା ମଧ୍ୟ ଏକ ପ୍ରକାର ସବିକଳ୍ପକ ପ୍ରତ୍ୟକ୍ଷ ଅଟେ । କୌଣସି ପୂର୍ବଦୃଷ୍ଟ ବସ୍ତୁକୁ ପୁଣିଥରେ ଦେଖୁ ଏହା ସେହି ଏହିଭଳି ଜ୍ଞାନ ଦେବାକୁ ପ୍ରତ୍ୟଭିଜ୍ଞା କହନ୍ତି । ଏହା ଅନୁଭବାତ୍ମକ ଓ ସପ୍ରକାରକ ଜ୍ଞାନ, ଏଣୁ ସବିକଳ୍ପକ ଅଟେ ।
ଲୌକିକ ପ୍ରତ୍ୟକ୍ଷ :
ଲୌକିକ ପ୍ରତ୍ୟକ୍ଷରେ ଇନ୍ଦ୍ରିୟ ଏବଂ ଅର୍ଥର ଲୌକିକ ସନ୍ନିକର୍ଷ ହୋଇଥାଏ । ଚକ୍ଷୁ, କର୍ଣ୍ଣ, ନାସିକା ପ୍ରଭୃତି ଇନ୍ଦ୍ରିୟ ସଙ୍ଗେ ବିଷୟର ସଂଯୋଗ ହେତୁ ଯେଉଁ ପ୍ରତ୍ୟକ୍ଷ ହୁଏ ତାହାହିଁ ଲୌକିକ ପ୍ରତ୍ୟକ୍ଷ । ଏହି ଲୌକିକ ପ୍ରତ୍ୟକ୍ଷ ଦୁଇ ଭାଗରେ ବିଭକ୍ତ; ଯଥା – ବାହ୍ୟ ଓ ମାନସ ପ୍ରତ୍ୟକ୍ଷ । ଚକ୍ଷୁ, କର୍ଣ୍ଣ, ନାସିକା, ଜିହ୍ଵା ଓ ତ୍ବକ୍ ଏହି ପାଞ୍ଚଗୋଟି ବହିରିନ୍ଦ୍ରିୟ ସଙ୍ଗେ ବିଷୟର ସନ୍ନିକର୍ଷ ହେତୁ ଯେଉଁ ପ୍ରତ୍ୟକ୍ଷ ଉତ୍ପନ୍ନ ହୁଏ, ତାକୁ ବାହ୍ୟ ପ୍ରତ୍ୟକ୍ଷ କୁହାଯାଏ । ମନ ବା ଅନ୍ତରିନ୍ଦ୍ରିୟ ସଙ୍ଗେ ମାନସିକ ପ୍ରକ୍ରିୟାଗୁଡ଼ିକର ସଂଯୋଗ ହେତୁ ଯେଉଁ ପ୍ରତ୍ୟକ୍ଷ ହୁଏ, ତାକୁ ମାନସ ପ୍ରତ୍ୟକ୍ଷ କହନ୍ତି । ଯଥା – ଦୁଃଖ, ସୁଖ ପ୍ରଭୃତି ମାନସିକ କ୍ରିୟାଗୁଡ଼ିକୁ ପ୍ରତ୍ୟକ୍ଷ କରିବା ।
ଅଲୌକିକ ସନ୍ନିକର୍ଷରୁ ଉତ୍ପନ୍ନ ପ୍ରତ୍ୟକ୍ଷକୁ ଅଲୌକିକ ପ୍ରତ୍ୟକ୍ଷ କହନ୍ତି । ଏହା ତିନି ପ୍ରକାରର – ସାମାନ୍ୟ ଲକ୍ଷଣ, ଜ୍ଞାନ ଲକ୍ଷଣ ଓ ଯୋଗଜ ।
ସାମାନ୍ୟ ଲକ୍ଷଣ ପ୍ରତ୍ୟକ୍ଷ – କୌଣସି ବ୍ୟକ୍ତିରେ କୌଣସି ଜାତିର ସାମାନ୍ୟ ଧର୍ମର ପ୍ରତ୍ୟକ୍ଷର ଭିଭିରେ ସମସ୍ତ ଜାତିର ପ୍ରତ୍ୟକ୍ଷକୁ ସାମାନ୍ୟ ଲକ୍ଷଣ ପ୍ରତ୍ୟକ୍ଷ କୁହାଯାଏ । ନବନ୍ୟାୟ ମତରେ ବ୍ୟକ୍ତିଠାରେ ସମବେତ ସାମାନ୍ୟର ଜ୍ଞାନଦ୍ୱାରା ଆମ୍ଭେମାନେ ଜଣେ ମନୁଷ୍ୟକୁ ଦେଖୁଥାଉ ତା ସଙ୍ଗେ ସଙ୍ଗେ ତହିଁରେ ସମବେତ ମନୁଷ୍ୟତ୍ୱ ସାମାନ୍ୟକୁ ମଧ୍ୟ ଦେଖୁଥାଉ । ଏହି ସାମାନ୍ୟ ଜରିଆରେ ସବୁ ମନୁଷ୍ୟଙ୍କୁ ଆମ୍ଭେମାନେ ପ୍ରତ୍ୟକ୍ଷ କରୁ । ଏଠାରେ ସାମାନ୍ୟର ଜ୍ଞାନଦ୍ୱାରା ଜାତିଗତ ସମସ୍ତ ବ୍ୟକ୍ତିଙ୍କୁ ଜାଣି ହେଉଥିବାରୁ ଏହାର ନାମ ସାମାନ୍ୟ-ଲକ୍ଷଣ ପ୍ରତ୍ୟକ୍ଷ ଅଟେ ।
ଜ୍ଞାନ ଲକ୍ଷଣ ପ୍ରତ୍ୟକ୍ଷ – କୌଣସି ଗୋଟିଏ ଇନ୍ଦ୍ରିୟଦ୍ବାରା ତା’ର ନିଜର ବିଷୟ ବ୍ୟତିରେକେ ଯଦି ଅନ୍ୟ ଇନ୍ଦ୍ରିୟର ବିଷୟ ପ୍ରତ୍ୟକ୍ଷ କରାଯାଏ, ତାକୁ ଜ୍ଞାନ ଲକ୍ଷଣ ପ୍ରତ୍ୟକ୍ଷ କହନ୍ତି । ଖଣ୍ଡେ ବରଫ ଦେଖୁ ଯଦି ଜଣାଯାଏ ଯେ ବରଫଟି ଖୁବ୍ ଥଣ୍ଡା । ଏଠାରେ ଚକ୍ଷୁ ଇନ୍ଦ୍ରିୟଦ୍ଵାରା ପ୍ରତ୍ୟକ୍ଷ କରାଯାଏ । ଯେଉଁ ଶୀତଳତା ଜ୍ଞାନଲାଭ ହେଲା ତାହା ଜ୍ଞାନ ଲକ୍ଷଣ ପ୍ରତ୍ୟକ୍ଷ ଅଟେ । ଜ୍ଞାନ ଲକ୍ଷଣ ପ୍ରତ୍ୟକ୍ଷ ପୂର୍ବଜ୍ଞାନ ଉପରେ ନିର୍ଭରଶୀଳ ।
ଯୋଗଜ ପ୍ରତ୍ୟକ୍ଷ – ଯୋଗ-ସାଧନା-ଲବ୍ଧ ଅଲୌକିକ ଶକ୍ତିଦ୍ଵାରା ଯୋଗୀମାନେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ, ଦୂରବର୍ତ୍ତୀ ଓ ନିକଟବର୍ତ୍ତୀ ବସ୍ତୁକୁ ସମାନ ଭାବରେ ଯେଉଁ ପ୍ରତ୍ୟକ୍ଷ କରିପାରନ୍ତି, ତାହାହିଁ ଯୋଗଜ ପ୍ରତ୍ୟକ୍ଷ ଅଟେ । ଏହା ଅଲୌକିକ କାରଣ ଯୋଗୀ ବ୍ୟତିରେକେ ସାଧାରଣ ଲୋକେ ଏହାକୁ ପ୍ରତ୍ୟକ୍ଷ କରିପାରନ୍ତି ନାହିଁ । ଯୋଗଜ ପ୍ରତ୍ୟକ୍ଷ ଉଭୟ ବେଦାନ୍ତ ଦାର୍ଶନିକ ଓ ନ୍ୟାୟ ଦାର୍ଶନିକ ସ୍ବୀକାର କରନ୍ତି । କାରଣ ଯୋଗଜ ପ୍ରତ୍ୟକ୍ଷ ଶ୍ରୁତି-ପ୍ରମାଣ ଉପରେ ନିର୍ଭରଶୀଳ ଅଟେ ।
2. ବ୍ୟାପ୍ତି କାହାକୁ କୁହନ୍ତି ? ବିଭିନ୍ନ ପ୍ରକାର ବ୍ୟାପ୍ତିକୁ ଉଦାହରଣ ସହ ବ୍ୟାଖ୍ୟା କର ।
Answer:
ଦୁଇଟି ପଦର ନିୟତ ଅନୌପାଧ୍ଵ ସମ୍ବନ୍ଧକୁ ବ୍ୟାପ୍ତି କୁହାଯାଏ; ଯଥା – ‘ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍’, ‘ସମସ୍ତ ମନୁଷ୍ୟ ମରଣଶୀଳ’ । ଉକ୍ତ ଉଦାହରଣ ଦୁଇଟିକୁ ଲକ୍ଷ୍ୟକଲେ ଆମେ ଜାଣିପାରିବା ଯେ ଏଠାରେ ‘ଧୂମ’ ଓ ‘ବହ୍ନି’ ଏବଂ ‘ମନୁଷ୍ୟ’ ଓ ‘ମରଣଶୀଳତା’ ମଧ୍ୟରେ ସର୍ଭ ନିରପେକ୍ଷ ଅବ୍ୟଭିଚାରୀ ସମ୍ବନ୍ଧ ସ୍ଵୀକାର କରାଯାଇଅଛି । ଏହି ସମ୍ବନ୍ଧରେ କୌଣସି ବ୍ୟତିକ୍ରମ ନାହିଁ, ଏହା ବ୍ଯଭିଚାରୀ ନୁହେଁ, ନିୟତ । ଧୂମ ବହ୍ନିଯୁକ୍ତ ହେବା ନିମିତ୍ତ କୌଣସି ସର୍ଭ ନାହିଁ, ତେଣୁ ଏହା ସର୍ଭ ନିରପେକ୍ଷ ଓ ଅନୌପାତ୍ମକ ମଧ୍ୟ ଅଟେ । ତେଣୁ ଏଠାରେ ବ୍ୟାପ୍ତି ବିଦ୍ୟମାନ ।
ବ୍ୟାପ୍ତି ବସ୍ତୁତଃ ସତ୍ୟ ଏବଂ ଏହା ସର୍ବଦା ସାର୍ବିକ ସ୍ବଭାବସମ୍ପନ୍ନ ଅଟେ । ଏହା ଅନ୍ବୟୀ ବା ବ୍ୟତିରେକୀ ହୋଇପାରେ; ଯଥା – ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍ (ସମସ୍ତ ମ ପ) । ଏହା ଏକ ଅନ୍ବୟୀ ବ୍ୟାପ୍ତିର ଉଦାହରଣ । ଏହାର ତାତ୍ପର୍ଯ୍ୟ ହେଉଛି ‘କୌଣସି ଅବହ୍ନିମାନ୍ ବସ୍ତୁ ଧୂମବାନ୍ ନୁହେଁ, (କୌଣସି ନ-ପ ମ ନୁହେଁ) । ପୁଣି ଏହାକୁ ସମସ୍ତ ‘ଅ-ବହ୍ନିମାନ୍ ବସ୍ତୁ ଅ- ଧୂମବାନ୍’ (ସମସ୍ତ ନ-ପ ନ-ମ) ରୂପେ ବ୍ୟକ୍ତ କଲେ ତାହା ବ୍ୟତିରେକୀ ବ୍ୟାପ୍ତିର ଉଦାହରଣ ହେବ ।
ବ୍ୟାପ୍ତି ହେଉଛି ବ୍ୟାପ୍ୟ- ବ୍ୟାପକ ସମ୍ବନ୍ଧ । ଯାହା ବ୍ୟାପେ ତାହା ବ୍ୟାପକ । ବ୍ୟାପକ ଯହିଁରେ ବ୍ୟାପେ ତାହା ବ୍ୟାଯ୍ୟ । ଦତ୍ତ ଉଦାହରଣରେ ବହ୍ନି ବ୍ୟାପକ ଏବଂ ଧୂମ ବ୍ୟାପ୍ୟ ଅଟେ । ବହ୍ନି ସର୍ବଦା ଧୂମ ଥିବା କ୍ଷେତ୍ରରେ ବିଦ୍ୟମାନ; କିନ୍ତୁ ଧୂମ ବହ୍ନି ଥିବା କ୍ଷେତ୍ରରେ ନଥାଇପାରେ; ଯଥା – ଉତ୍ତପ୍ତ ଲୌହ ପିଣ୍ଡୁଳା ।
ବ୍ୟାପ୍ତି ହେଉଛି ଗୋଟିଏ ସାହଚର୍ଯ୍ୟ ସମ୍ବନ୍ଧ; କିନ୍ତୁ ସମସ୍ତ ସାହଚର୍ଯ୍ୟ ସମ୍ବନ୍ଧ ବ୍ୟାପ୍ତି ନୁହେଁ । ‘ସମସ୍ତ ଧୂମବାନ୍ ବସ୍ତୁ ବହ୍ନିବାନ୍’ ଗୋଟିଏ ବ୍ୟାପ୍ତି କାରଣ ଧୂମରେ ବହ୍ନି ରହିବା ଅବ୍ୟଭିଚାରୀ । ଅନ୍ୟପକ୍ଷରେ ଅଧିକାଂଶ ସ୍ଥାନରେ ବହ୍ନି ସହିତ ଧୂମର ସାହଚର୍ଯ୍ୟ ଥିଲେ ମଧ୍ୟ ସବୁଠାରେ ଏହି ସମ୍ପର୍କ ବିଦ୍ୟମାନ ଅଛି ବୋଲି କୁହାଯାଇ ନପାରେ । ଯଥାର୍ଥରେ କହିବାକୁ ଗଲେ ‘ବହ୍ନିମାନ୍ ବସ୍ତୁ ଧୂମବାନ୍’, ବ୍ୟାପ୍ତି ନୁହେଁ ।
ବ୍ୟାପ୍ତିର ବିସ୍ତୃତିକୁ ବିଚାର କଲେ ଏହା ଦୁଇପ୍ରକାର; ଯଥା – ସମ ବ୍ୟାପ୍ତି ଓ ଅସମ ବ୍ୟାପ୍ତି । ବ୍ୟାପ୍ତିର ବ୍ୟାପ୍ୟ ଓ ବ୍ୟାପକ ସମବିସ୍ତୃତିଯୁକ୍ତ ହୋଇଥିଲେ, ତାହାକୁ ସମ ବ୍ୟାପ୍ତି କୁହାଯାଏ । ଉଦାହରଣସ୍ୱରୂପ, ସମସ୍ତ ମନୁଷ୍ୟ ବିଚାରବୃଦ୍ଧିସମ୍ପନ୍ନ ପ୍ରାଣୀ ।
ବ୍ୟାପ୍ତିର ବ୍ୟାପ୍ୟ ଓ ବ୍ୟାପକ ସମବିସ୍ତୃତିଯୁକ୍ତ ହୋଇ ନଥିଲେ ତାହାକୁ ଅସମ ବ୍ୟାପ୍ତି ବା ବିଷମ ବ୍ୟାପ୍ତି କୁହାଯାଏ । ଉଦାହରଣସ୍ୱରୂପ, ସମସ୍ତ ମନୁଷ୍ୟ ମରଣଶୀଳ । ସମ ବ୍ୟାପ୍ତିରେ ଆମେ ଗୋଟିଏ ପଦର ସ୍ଥିତିରୁ ଅନ୍ୟପଦଟିର ସ୍ଥିତି ଅନୁମାନ କରିପାରିବା କିନ୍ତୁ ବିଷମ ବ୍ୟାପ୍ତିରେ ବ୍ୟାପ୍ୟର ସ୍ଥିତିରୁ ବ୍ୟାପକ ଅନୁମାନ କରିହେବ; କିନ୍ତୁ ବ୍ୟାପକର ସ୍ଥିତିରୁ ବ୍ୟାପ୍ୟ ଅନୁମାନ କରିହେବ ନାହିଁ ।
ଅନ୍ବୟୀ ଓ ବ୍ୟତିରେକୀ ବ୍ୟାପ୍ତିକୁ ତୁଳନା କରି ଦେଖିଲେ, ଏହା ଜଣାଯିବ ଯେ ଅନ୍ବୟୀ ବ୍ୟାପ୍ତିରେ ବ୍ୟାପ୍ୟ ଉଦ୍ଦେଶ୍ୟ ଏବଂ ବ୍ୟାପକ ବିଧେୟ ହୁଏ, କିନ୍ତୁ ବ୍ୟତିରେକୀ ବ୍ୟାପ୍ତିରେ ବ୍ୟାପକର ବିରୁଦ୍ଧ ପଦ ଉଦ୍ଦେଶ୍ୟ ଓ ବ୍ୟାପ୍ୟର ବିରୁଦ୍ଧ ପଦ ବିଧେୟ ହୁଏ ।
3. ନ୍ୟାୟାନୁମାନରେ ବ୍ୟାପ୍ତିର ଗୁରୁତ୍ବ ନିର୍ଦ୍ଧାରଣ କର ।
Answer:
ନୈୟାୟିକମାନେ ବ୍ୟାପ୍ତି ଜ୍ଞାନ ନିମିତ୍ତ ବୌଦ୍ଧମାନଙ୍କଦ୍ୱାରା ଅନୁମୋଦିତ ପ୍ରଣାଳୀର ସମର୍ଥନ ନକରି ବୈଦାନ୍ତକମାନଙ୍କଦ୍ୱାରା ଅନୁମୋଦିତ ପ୍ରଣାଳୀର ସମର୍ଥନ କରନ୍ତି । ସେମାନଙ୍କ ମତରେ ଦୁଇଟି ଘଟଣା ମଧ୍ୟରେ ତାଦାତ୍ମ୍ୟ (Essential Identity) ବା କାର୍ଯ୍ୟ-କାରଣ ସମ୍ବନ୍ଧ (Causal connection) ନଥିଲେ ସୁଦ୍ଧା ଦୁହିଁଙ୍କ ମଧ୍ୟରେ ବ୍ୟାପ୍ତି ସମ୍ବନ୍ଧ ସ୍ଵୀକାର କରାଯାଏ । ଉଦାହରଣସ୍ୱରୂପ, ଦିବସ ଓ ରାତ୍ରି ମଧ୍ୟରେ ତାଦାତ୍ମ୍ୟ ବା କାର୍ଯ୍ୟ-କାରଣ ସମ୍ବନ୍ଧ ନାହିଁ, ତଥାପି ଦୁହିଁଙ୍କ ସମ୍ବନ୍ଧକୁ ବ୍ୟାପ୍ତି ବୋଲି କୁହାଯାଇପାରେ ।
ବ୍ୟାପ୍ତି ନିର୍ଦ୍ଧାରଣ ପାଇଁ ନୈୟାୟିକମାନଙ୍କର ପ୍ରଦତ୍ତ ଛଅଗୋଟି ସୋପାନ ଉଲ୍ଲେଖଯୋଗ୍ୟ ।
(୧) ଅନ୍ବୟ – ପ୍ରଥମତଃ, ଦୁଇଟି ବସ୍ତୁ ମଧ୍ୟରେ ବ୍ୟତିକ୍ରମରହିତ ସହୋପସ୍ଥିତି ଲକ୍ଷ୍ୟ କରାଯାଏ । ଯତ୍ର ଯତ୍ର ଧୂମସ୍ତତ୍ର ତତ୍ର ବହ୍ନି ଥିବାର ଲକ୍ଷ୍ୟ କରି ଧୂମ ଏବଂ ବହ୍ନି ମଧ୍ୟରେ ବ୍ୟାପ୍ତି ସମ୍ବନ୍ଧର ପ୍ରକଳ୍ପ ମନ ମଧ୍ୟରେ ଜାଗ୍ରତ ହୁଏ ।
(୨) ବ୍ୟତିରେକ – ବସ୍ତୁ ଦୁଇଟି ମଧ୍ୟରେ ବ୍ୟତିକ୍ରମରହିତ ସହାନୁପସ୍ଥିତି ଲକ୍ଷ୍ୟ କରାଯାଏ । ଯେଉଁ ଯେଉଁ କ୍ଷେତ୍ରରେ ବହ୍ନିର ଅଭାବ ପରିଲକ୍ଷିତ ହୁଏ, ସେହି ସେହି କ୍ଷେତ୍ରରେ ଧୂମର ଅଭାବ ପରିଲକ୍ଷିତ ହୁଏ ।
(୩) ବ୍ୟଭିଚାରାଗ୍ରହ – ଯଦି ବସ୍ତୁ ଦୁଇଟି ମଧ୍ୟରେ କୌଣସି କ୍ଷେତ୍ରରେ ବ୍ୟଭିଚାରିତା ପରିଦୃଷ୍ଟ ନହୁଏ କିମ୍ବା ଯଦି କୌଣସି କ୍ଷେତ୍ରରେ ଅଗ୍ନିର ଅଭାବ ସତ୍ତ୍ଵେ ଧୂମର ଉପସ୍ଥିତିର ଦୃଷ୍ଟାନ୍ତ ମିଳେନାହିଁ, ତେବେ ତାହାକୁ ବ୍ୟଭିଚାରାଗ୍ରହ ବୋଲି କୁହାଯାଏ ।
(୪) ଉପାଧ୍ ନିରାଶ – ଉପରୋକ୍ତ ପ୍ରଣାଳୀତ୍ରୟର ପ୍ରୟୋଗଦ୍ଵାରା କୌଣସି କ୍ଷେତ୍ରରେ ଗୋଟିଏ ସାର୍ବିକ ସ୍ଵଭାବ ସମ୍ବନ୍ଧ ସ୍ଥାପିତ ହେଲେ ମଧ୍ୟ ଏହି ସମ୍ବନ୍ଧ କୌଣସି ସର୍ଭ ସମ୍ବଳିତ କି ନୁହେଁ ପରୀକ୍ଷା କରି ଦେଖୁବା ଆବଶ୍ୟକ ବୋଲି ନୈୟାୟିକମାନେ ଅବ୍ୟାପ୍ତସାଧନା ଯଃ ସାଧ୍ୟ – ସମବ୍ୟାପ୍ତି, ସୂଚ୍ୟତେ ସ ଉପାଧ୍ତି ।’’ ଯାହା ସାଧ୍ୟ ସହିତ ସମବ୍ୟାପ୍ତ; କିନ୍ତୁ ସାଧନ ବା ହେତୁ ସହିତ ସମବ୍ୟାପ୍ତ ନୁହେଁ, ତାହାହିଁ ଉପାଧ୍ ।
ଉଦାହରଣସ୍ୱରୂପ, ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍ କିନ୍ତୁ ସମସ୍ତ ବହ୍ନିମାନ୍ ବସ୍ତୁ ଧୂମବାନ୍ ନୁହେଁ । ଏଣୁ ଧୂମନିମିତ୍ତ ବହୁ ବ୍ୟତୀତ ଅନ୍ୟ କୌଣସି ସାଧନ ଆବଶ୍ୟକ । ତାହା ହେଉଛି ଆର୍ଦ୍ରନ୍ଧନ । ଆର୍ଦ୍ରନ୍ଧନ ଉତ୍ପନ୍ନ ବହ୍ନି ସର୍ବଦା ଏବଂ ସର୍ବତ୍ର ଧୂମବାନ୍ । ‘ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍’ – ଏହା ବ୍ୟାପ୍ତି ନୁହେଁ, କାରଣ ଏହି ସମ୍ବନ୍ଧ ପାଇଁ କୌଣସି ଉପାଧୂର ଆବଶ୍ୟକତା ନାହିଁ । ‘ସମସ୍ତ ବହ୍ନିମାନ୍ ବସ୍ତୁ ଧୂମବାନ୍’- ଏହା ବ୍ୟାପ୍ତି ନୁହେଁ । କାରଣ ଏହି ସମ୍ବନ୍ଧ ଅନୌପାଧ୍ଵକ ନୁହେଁ ।
(୫) ତର୍କ – ଉପରୋକ୍ତ ପ୍ରଣାଳୀସିଦ୍ଧ ସାର୍ବିକ ସମ୍ବନ୍ଧଟି ମିଥ୍ୟା ହୋଇଥିଲେ, ତାହାର ବିରୁଦ୍ଧ ତର୍କବାକ୍ୟ ସତ୍ୟ ହେବା ସୁନିଶ୍ଚିତ । ‘ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍’ ମିଥ୍ୟା ହେଲେ ‘କେତେକ ଧୂମବାନ୍ ବସ୍ତୁ ବହ୍ନିମାନ୍ ନୁହେଁ’ ସତ୍ୟ ହେବା ସୁନିଶ୍ଚିତ । ଏଠାରେ ବିନା ବହ୍ନିରେ ଧୂମ ଜାତ ହୋଇପାରେ ବୋଲି ସ୍ଵୀକାର କରାଯାଇଅଛି । କିନ୍ତୁ ଏହି ଉକ୍ତିଟି କାରଣ ବିନା କାର୍ଯ୍ୟ ସମ୍ଭବପର ବୋଲି କହିବା ସହିତ ସମାନ, ଏହା ସମ୍ପୂର୍ଣ୍ଣ ଅସଙ୍ଗତ ଏବଂ ଅସମ୍ଭବ ।
କେତେକ କ୍ଷେତ୍ରରେ କାରଣ ବିନା କାର୍ଯ୍ୟ ଜାତ ହେବା ସମ୍ଭବପର ବୋଲି କେହି କେହି ଯୁକ୍ତି କରିଥା’ନ୍ତି, ସେହି କ୍ଷେତ୍ରରେ ତାହାକୁ ‘ବ୍ୟାଘାତ’ କରିବାପାଇଁ ପ୍ରଶ୍ନ କରାଯାଇପାରେ ଯେ ସେ କାହିଁକି ଧୂମପାନ କରିବା ନିମିତ୍ତ ବହ୍ନିସଂଯୋଗ କରନ୍ତି, ଅଥବା ସେ କାହିଁକି କ୍ଷୁଧା ନିବାରଣ ନିମିତ୍ତ ଖାଦ୍ୟ ଭକ୍ଷଣ କରନ୍ତି । ଏହିପରି ଭାବରେ ସାର୍ବିକ ତର୍କବାକ୍ୟର ବିରୁଦ୍ଧ ତର୍କବାକ୍ୟକୁ ମିଥ୍ୟା ବୋଲି ପ୍ରତିପାଦନ କରିବାଦ୍ୱାରା ତାହା ବ୍ୟାପ୍ତି ବୋଲି ସ୍ୱୀକୃତି ଲାଭ କରେ ।
(୬) ସାମାନ୍ୟ ଲକ୍ଷଣ ପ୍ରତ୍ୟକ୍ଷ – ନୈୟାୟିକମାନେ ମତ ଦିଅନ୍ତି ଯେ, ସାଧାରଣ ପ୍ରତ୍ୟକ୍ଷଲବ୍ଧ କେତେକ କ୍ଷେତ୍ରର ଜ୍ଞାନରୁ ସାମାନ୍ୟକରଣଦ୍ୱାରା ସାର୍ବିକସ୍ୱଭାବ ସିଦ୍ଧାନ୍ତରେ ଉପନୀତ ହେବା ପ୍ରକ୍ରିୟା ଅନୁମାନର ଏକ ମୌଳିକ ନିୟମ ଲଙ୍ଘନଜନିତ ଦୋଷରେ ଦୋଷିତ ଅଟେ । କେତେକ ଦୃଷ୍ଟ ବିଷୟରୁ ଅସଂଖ୍ୟ ଦୃଷ୍ଟାଦୃଷ୍ଟ ବିଷୟରେ ସିଦ୍ଧାନ୍ତ ଗ୍ରହଣ କଲେ ତାହା ନିଶ୍ଚିତିମୂଳକ ନହୋଇ ସମ୍ଭାବନାମୂଳକ ହେବା ସ୍ଵାଭାବିକ ।
କିନ୍ତୁ ଗୋଟିଏ ସମ୍ଭାବନାମୂଳକ ହେତୁବାକ୍ୟରୁ ଲବ୍ଧ ସିଦ୍ଧାନ୍ତ କୌଣସି କ୍ଷେତ୍ରରେ ନିର୍ଭରଯୋଗ୍ୟ ହୋଇନପାରେ । ଅନ୍ୟପକ୍ଷରେ ସାର୍ଥିକ ସ୍ଵଭାବ ହେତୁ ବ୍ୟାପ୍ତି ବିନା ନ୍ୟାୟାନୁମାନ ସମ୍ଭବପର ନୁହେଁ । ତେଣୁ ନ୍ୟାୟାନୁମାନର ଭିଭି ବ୍ୟାପ୍ତି ଏକାଧାରରେ ସାର୍ବିକ ସ୍ଵଭାବ ତଥା ନିଶ୍ଚିତିମୂଳକ ହେବା ଆବଶ୍ୟକ । ଏଥନିମିତ୍ତ ଧୂମବାନ୍ ବସ୍ତୁଶ୍ରେଣୀର ସମସ୍ତ ବସ୍ତୁ ବହ୍ନିମାନ୍ ବୋଲି ପ୍ରତ୍ୟକ୍ଷୀଭୂତ ହେବା ଆବଶ୍ୟକ । ଏଣୁ ନୈୟାୟିକମାନେ ବ୍ୟାପ୍ତି ସାମାନ୍ୟ ଲକ୍ଷଣର ପ୍ରତ୍ୟକ୍ଷ ଉପରେ ପ୍ରତିଷ୍ଠିତ ବୋଲି ଗ୍ରହଣ କରନ୍ତି ।
4. ପଞ୍ଚାବୟବୀ ନ୍ୟାୟାନୁମାନରେ ଅବୟବମାନରେ ସ୍ଵରୂପ ଆଲୋଚନାପୂର୍ବକ ‘ଉଦାହରଣ’ର ଗୁରୁତ୍ଵ ଆଲୋଚନା କର ।
Answer:
ପ୍ରତ୍ୟେକ ଯୁକ୍ତି କେତୋଟି ତର୍କବାକ୍ୟକୁ ନେଇ ଗଠିତ । ଏହି ତର୍କବାକ୍ୟକୁ ନ୍ୟାୟ ଦର୍ଶନରେ ଅବୟବ ବୋଲି ଆଖ୍ୟା ଦିଆଯାଇଛି । ପରାର୍ଥାନୁମାନ ପାଞ୍ଚୋଟି ଅବୟବକୁ ନେଇ ଗଠିତ । ତେଣୁ ଏହାକୁ ପଞ୍ଚାବୟବୀ ନ୍ୟାୟ କୁହାଯାଏ । ପଞ୍ଚାବୟବୀ ନ୍ୟାୟର ପାଞ୍ଚୋଟି ସୋପାନ ଅଛି; ଯଥା – ପ୍ରତିଜ୍ଞା, ହେତୁ, ଉଦାହରଣ, ଉପନୟ ଓ ନିଗମନ । ପଞ୍ଚାବୟବୀ ନ୍ୟାୟର ଉଦାହରଣ ହେଲା –
ଏହି ପର୍ବତରେ ବହୁ ଅଛି । (ପ୍ରତିଜ୍ଞା)
ଯେହେତୁ ଏହି ପର୍ବତରେ ଧୂମ ଅଛି । (ହେତୁ)
ଯେଉଁଠି ଯେଉଁଠି ଧୂମ ଥାଏ ସେଇଠି ସେଇଠି ବହ୍ନି ଥାଏ; ଯଥା – ରନ୍ଧନଶାଳା । (ଉଦାହରଣ)
ଏହି ପର୍ବତରେ ଧୂମ ଅଛି । (ଉପନୟ)
∴ ଏହି ପର୍ବତରେ ବହୁ ଅଛି । (ନିଗମନ ବା ସିଦ୍ଧାନ୍ତ)
ପ୍ରତିଜ୍ଞାର କାରଣ ନିର୍ଦ୍ଦେଶ କରାଯାଇଅଛି । ତୃତୀୟ ତର୍କବାକ୍ୟରେ ଉଦାହରଣ ମାଧ୍ୟମରେ ହେତୁ ଏବଂ ସାଧ୍ୟ ମଧ୍ୟରେ ସାମାନ୍ୟ ସମ୍ବନ୍ଧର ଅବତାରଣା କରାଯାଇଅଛି । ଚତୁର୍ଥ ତର୍କବାକ୍ୟରେ ଏହି ଉଦାହରଣକୁ ପକ୍ଷଠାରେ ପ୍ରୟୋଗ କରାଯାଇଅଛି । ତେଣୁ ଏହି ତର୍କବଚନକୁ ଉପନୟ ବୋଲି କୁହାଯାଏ । ପଞ୍ଚମ ତର୍କବଚନରେ ଉପନୟ ବା ପ୍ରୟୋଗ ମାଧ୍ୟମରେ ପକ୍ଷଠାରେ ସାଧ୍ୟ ଥିବାର ଅନୁମାନକୁ ସିଦ୍ଧାନ୍ତ ଭାବେ ଗ୍ରହଣ କରାଯାଇଅଛି । ତେଣୁ ଏହାକୁ ନିଗମନ ବୋଲି କୁହାଯାଏ ।
ଏହି ପାଞ୍ଚଗୋଟି ତର୍କବାକ୍ୟ ମଧ୍ୟରୁ ଉଦାହରଣ ହେଉଛି ସବୁଠାରୁ ଗୁରୁତ୍ଵପୂର୍ଣ୍ଣ । ଏଠାରେ ଗୋଟିଏ ସାମାନ୍ୟ ତର୍କବାକ୍ୟ ନିଆଯାଇଛି ଏବଂ ସେହି ତର୍କବାକ୍ୟର ସମର୍ଥନରେ ଗୋଟିଏ ଉଦାହରଣ ଦିଆଯାଇଛି ଓ ଏହି ଯୁକ୍ତିକୁ ଆହୁରି ବଳିଷ୍ଠ କରିବାପାଇଁ ନଞର୍ଥକ ଦୃଷ୍ଟାନ୍ତ ମଧ୍ୟ ଦିଆଯାଏ; ଯଥା – ଯେଉଁଠି ବହ୍ନି ନଥାଏ ସେଠାରେ ଧୂମ ନଥାଏ । ଏହି ବିଶେଷ ଦୃଷ୍ଟାନ୍ତକୁ ଦୃଷ୍ଟିରେ ରଖ୍ ପର୍ବତଠାରେ ମଧ୍ୟ ବହ୍ନି ଥିବାର ପ୍ରମାଣ କରାଯାଏ ।
ଏଠାରେ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଲା ଯେ ତୃତୀୟ ହେତୁବାକ୍ୟ – ଉଦାହରଣ – ଅବରୋହ ନ୍ୟାୟ ଅନ୍ତର୍ଗତ ତ୍ରିପଦୀଯୁକ୍ତିର ପ୍ରଧାନ ହେତୁବାକ୍ୟ କାର୍ଯ୍ୟ କରିଥାଏ । ପୁଣି ସଦର୍ଥକ ଓ ନଞର୍ଥକ ଭଳି ବିଶେଷ ଦୃଷ୍ଟାନ୍ତମାନଙ୍କଦ୍ୱାରା ‘ଯେଉଁଠି ଧୂମ ଥାଏ ସେଇଠି ବହ୍ନି ଥାଏ’ ଭଳି ଏକ ସାମାନ୍ୟ ବାକ୍ୟ ପ୍ରତିଷ୍ଠା କରି ଆରୋହ ଅନୁମାନର କାର୍ଯ୍ୟ ସମ୍ପାଦନ କରିଥାଏ । ଏଣୁ ଏହାର ସିଦ୍ଧାନ୍ତ ନିଶ୍ଚିତିମୂଳକ ନହୋଇ ସମ୍ଭାବନାମୂଳକ ହୋଇଥାଏ ।
5. ନ୍ୟାୟାନୁମାନ ଓ ଆରିଷ୍ଟଟଲୀୟ ତ୍ରିପଦୀଯୁକ୍ତି ମଧ୍ୟରେ ଏକ ତୁଳନାତ୍ମକ ବିବରଣୀ ଦିଅ ।
Answer:
ପାଶ୍ଚାତ୍ୟ ତର୍କଶାସ୍ତ୍ରର ଜନକ ହେଉଛନ୍ତି ଆରିଷ୍ଟଟଲ୍ । ଆରିଷ୍ଟଟଲ୍ଙ୍କର ତ୍ରିପଦୀଯୁକ୍ତିରେ ଗୋଟିଏ ପ୍ରଧାନ ହେତୁବାକ୍ୟ, ଗୋଟିଏ ଅପ୍ରଧାନ ହେତୁବାକ୍ୟ ଥାଏ । ଏହି ଦୁଇଟି ହେତୁବାକ୍ୟ ଯୁକ୍ତ ହେଲେ ତହିଁରୁ ଗୋଟିଏ ସିଦ୍ଧାନ୍ତ ନିଷ୍ପନ୍ନ ହୋଇଥାଏ; ଯଥା –
ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍ । (ପ୍ରଧାନ ହେତୁବାକ୍ୟ)
ଏହି ପର୍ବତ ଧୂମବାନ୍ । (ଅପ୍ରଧାନ ହେତୁବାକ୍ୟ)
∴ ଏହି ପର୍ବତ ବହ୍ନିମାନ୍ । (ସିଦ୍ଧାନ୍ତ)
ଏହି ଯୁକ୍ତିରେ ତିନୋଟି ପଦ ରହିଅଛି । ସେଗୁଡ଼ିକ ହେଲା ପ୍ରଧାନ ପଦ (Major term) ଅର୍ଥାତ୍ ଯାହା ପ୍ରତିପାଦନ କରିବାର ପ୍ରୟାସ କରାଯାଇଅଛି । ଅପ୍ରଧାନ ପଦ (Minor term) ଅର୍ଥାତ୍ ଯେଉଁଠାରେ ପ୍ରଧାନ ପଦକୁ ପ୍ରତିପାଦନ କରାଯାଉଅଛି ଏବଂ ମଧ୍ୟମପଦ (Middle term) ଅର୍ଥାତ୍ ଯାହା ମାଧ୍ୟମରେ ଅପ୍ରଧାନ ପଦଠାରେ ପ୍ରଧାନ ପଦକୁ ପ୍ରତିପାଦନ କରାଯାଉଅଛି । ନ୍ୟାୟ ଦର୍ଶନରେ ‘ସାପଦ’ ଆରିଷ୍ଟଟଲୀୟ ତର୍କଶାସ୍ତ୍ରର ପ୍ରଧାନ ପଦ ସହିତ, ‘ପକ୍ଷ’ ଅପ୍ରଧାନ ପଦ ସହିତ ଏବଂ ହେତୁ ବା ଲିଙ୍ଗ ମଧ୍ଯ ପଦ ସହିତ ତୁଳନୀୟ ।
ଆରିଷ୍ଟଟଲୀୟ ଯୁକ୍ତିରେ ‘ବହ୍ନି’ ହେଉଛି ପ୍ରଧାନ ପଦ, ‘ଧୂମ’ ମଧ୍ୟପଦ ଏବଂ ‘ପର୍ବତ’ ପକ୍ଷପଦ । ଆରିଷ୍ଟଟଲୀୟ ଯୁକ୍ତିରେ ପ୍ରଧାନ ହେତୁବାକ୍ୟ, ‘ସମସ୍ତ ଧୂମବାନ୍ ବସ୍ତୁ ବହ୍ନିମାନ୍’ରେ ମଧ୍ୟମ ପଦ ଓ ପ୍ରଧାନ ପଦ (ହେତୁ ଓ ସାଧ୍ୟ) ମଧ୍ୟରେ ଅବ୍ୟଭିଚାରୀ ଅନୌପାଧ୍ଵ ସମ୍ବନ୍ଧକୁ ସ୍ଵୀକାର କରାଯାଇଛି । ପ୍ରଧାନ ହେତୁବାକ୍ୟ ଗୋଟିଏ ସାର୍ବିକ ତର୍କବାକ୍ୟ । ଏହାର କେବଳ ଆକାରଗତ ସତ୍ୟତା ରହିଛି । ଏହି ସତ୍ୟକୁ ସ୍ବୀକାର କରିନେଇ ଅପ୍ରଧାନ ହେତୁବାକ୍ୟରେ ଅପ୍ରଧାନ ପଦ ସହିତ ମଧ୍ୟମ ପଦର ସମ୍ବନ୍ଧକୁ ଲକ୍ଷ୍ୟକରି ସିଦ୍ଧାନ୍ତରେ ଅପ୍ରଧାନ ପଦ ସହିତ ପ୍ରଧାନ ପଦର ସମ୍ବନ୍ଧକୁ ପ୍ରତିପାଦନ କରାଯାଇଅଛି ।
ବ୍ୟାପ୍ତି ଦୃଷ୍ଟିରୁ ବିଚାର କଲେ ନ୍ୟାୟାନୁମାନ ସ୍ୱାର୍ଥାନୁମାନ ଓ ପରାର୍ଥାନୁମାନରେ ବିଭକ୍ତ । ସ୍ୱାର୍ଥାନୁମାନରେ ତିନୋଟି ପଦ ବ୍ୟାପ୍ତି ଦୃଷ୍ଟିରୁ ବିଚାର କଲେ ନ୍ୟାୟାନୁମାନ ସ୍ୱାର୍ଥାନୁମାନ ଓ ପରାର୍ଥାନୁମାନରେ ବିଭକ୍ତ । ସ୍ୱାର୍ଥାନୁମାନରେ ତିନୋଟି ପଦ (ପକ୍ଷ, ହେତୁ ଏବଂ ସାଧ୍ଯ) ଥାଏ ଏବଂ ତିନୋଟି ତର୍କବାକ୍ୟ (ପ୍ରତିଜ୍ଞା, ହେତୁ ଏବଂ ଉଦାହରଣ) ଥାଏ । ପରାର୍ଥାନୁମାନରେ ଏହି ତିନିଗୋଟି ପଦ ଥାଏ ମାତ୍ର ପ୍ରତିଜ୍ଞା, ହେତୁ ଏବଂ ଉଦାହରଣ ସହ ଆଉ ଦୁଇଟି ତର୍କବାକ୍ୟ; ଯଥା – ଉପନୟ ଏବଂ ନିଗମନ ସଂଯୁକ୍ତ ହୋଇଥାଏ ।
ନ୍ୟାୟ ଦର୍ଶନର ପଞ୍ଚାବୟବୀ ଅନୁମାନର ଦୃଷ୍ଟାନ୍ତ ହେଲା –
(୧) ଏହି ପର୍ବତ ବହ୍ନିମାନ୍ । (ପ୍ରତିଜ୍ଞା)
(୨) ଯେହେତୁ ଏହି ପର୍ବତ ଧୂମବାନ୍ । (ହେତୁ)
(୩) ସମସ୍ତ ଧୂମବାନ୍ ପଦାର୍ଥ ବହ୍ନିମାନ୍; ଯଥା – ପାକଶାଳା, ବାଡ଼ବାଗ୍ନି ଇତ୍ଯାଦି । (ଉଦାହରଣ)
(୪) ଏହି ପର୍ବତ ମଧ୍ଯ ଧୂମବାନ୍ । (ଉପନୟ)
(୫) ତେଣୁ ଏହି ପର୍ବତ ବହ୍ନିମାନ୍ । (ନିଗମନ)
ପ୍ରତିଜ୍ଞା ହେଉଛି ପ୍ରଥମ ତର୍କବାକ୍ୟ ଯେଉଁଠି ପୂର୍ବପକ୍ଷ ପ୍ରତିପକ୍ଷ ସମକ୍ଷରେ ନିଜର ପ୍ରତିପାଦ୍ୟ ବିଷୟକୁ ଉପସ୍ଥାପନ କରେ । ‘ହେତୁ’ରେ ନିଜର ପ୍ରତିପାଦ୍ୟ ବିଷୟ ସପକ୍ଷରେ କାରଣ ପ୍ରକାଶ ହୋଇଥାଏ । ‘ଉଦାହରଣ’ରେ ହେତୁ ଓ ସାଧ୍ଯ ମଧ୍ୟରେ ବ୍ୟାପ୍ତି ସମ୍ବନ୍ଧକୁ ପ୍ରତିପାଦନ କରି ଏହାର ବିଭିନ୍ନ ସଦର୍ଥକ ଓ ନଞର୍ଥକ ଦୃଷ୍ଟାନ୍ତ ମାଧ୍ୟମରେ ସମର୍ଥ କରାଇଥାଏ ।
ଏହି ନ୍ୟାୟାନୁମାନରେ ତୃତୀୟ ତର୍କବାକ୍ୟ (ଉଦାହରଣ) ବିଭିନ୍ନ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ । ପ୍ରଥମତଃ, ଏହା ଆରିଷ୍ଟଟଲୀୟ ପ୍ରଧାନ ହେତୁବାକ୍ୟ ଭଳି ଏକ ସାର୍ବିକ ତର୍କବାକ୍ୟ । ଦ୍ୱିତୀୟତଃ, ଆରିଷ୍ଟଟଲୀୟ ତ୍ରିପଦୀଯୁକ୍ତିରେ ଏହାକୁ ଆକାରଗତ ସତ୍ୟଭାବରେ ବିନାମ୍ବିଧାରେ ଗ୍ରହଣ କରାଯାଇଥାଏ । ଏହାର ସଦର୍ଥକ ଓ ନଞର୍ଥକ ଦୃଷ୍ଟାନ୍ତଗୁଡ଼ିକ ପର୍ଯ୍ୟବେକ୍ଷଣ ଉପରେ ଆଧାର କରି ନିରୂପିତ ହୋଇଅଛି ।
ତୃତୀୟତଃ, ‘ଉଦାହରଣ’ ତର୍କବାକ୍ୟକୁ ପ୍ରଧାନ ହେତୁବାକ୍ୟଭାବେ ଗ୍ରହଣ କରି ‘ହେତୁ’ ଏବଂ ‘ପ୍ରତିଜ୍ଞା’କୁ ଯଥାକ୍ରମେ ଅପ୍ରଧାନ ହେତୁବାକ୍ୟ ଏବଂ ‘ପ୍ରତିଜ୍ଞା’କୁ ସିଦ୍ଧାନ୍ତଭାବେ ବ୍ୟବହାର କରି ଗୋଟିଏ ଆରିଷ୍ଟଟଲୀୟ ତ୍ରିପଦୀଯୁକ୍ତ ଗଠନ କରାଯାଇଅଛି । ସେହିପରି ଉଦାହରଣକୁ ପ୍ରଧାନ ହେତୁବାକ୍ୟ, ଉପନୟକୁ ଅପ୍ରଧାନ ହେତୁବାକ୍ୟ ଏବଂ ନିଗମନକୁ ସିଦ୍ଧାନ୍ତଭାବେ ଗ୍ରହଣ କରି ଅନ୍ୟ ଏକ ତ୍ରିପଦୀଯୁକ୍ତ ଗଠନ କରାଯାଇପାରେ । ଚତୁର୍ଥ ତର୍କବାକ୍ୟକୁ ଉପନୟ ବୋଲି କୁହାଯାଏ ।
ଏହି ବାକ୍ୟରେ ଉପସ୍ଥିତ କ୍ଷେତ୍ରରେ ବ୍ୟାପ୍ତି ସମ୍ବନ୍ଧର ପ୍ରୟୋଗ କରାଯାଇ ପଞ୍ଚମ ତର୍କବାକ୍ୟରେ ‘ପକ୍ଷ’ଠାରେ ‘ସାଧ୍ୟ’ର ପ୍ରମାଣ କରାଯାଇଥାଏ ।
6. ଗୀତାର ନିଷ୍କାମ କର୍ମ ବିଷୟରେ ବ୍ୟାଖ୍ୟା କର ।
କିମ୍ବା, ଗୀତାର ମତାନୁସାରେ ନିଷ୍କାମ କର୍ମ କିପରି ବନ୍ଧନର କାରଣ ନୁହେଁ ବୁଝାଇଦିଅ ।
Answer:
ପ୍ରତ୍ୟେକ ଧର୍ମର ନିଜସ୍ଵ କିଛି ଶାସ୍ତ୍ର ଥାଏ, ଯାହା ଧର୍ମର ମେରୁଦଣ୍ଡ ଭାବରେ ବିବେଚିତ ହୁଏ । ଉପନିଷଦ୍ ଓ ଶ୍ରୀମଦ୍ ଭଗବତ୍ ଗୀତା ଠିକ୍ ସେହିପରି ହିନ୍ଦୁଧର୍ମର କାଳଜୟୀ ଗ୍ରନ୍ଥ । ଶ୍ରୀମଦ୍ ଭଗବତ୍ ଗୀତା ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟରେ ଅନ୍ୟତମ ଶ୍ରେଷ୍ଠ ଗ୍ରନ୍ଥ ରୂପେ ପରିଚିତ । ଶ୍ରୀଅରବିନ୍ଦ ଏହାକୁ ସମଗ୍ର ମାନବଜାତିର ପ୍ରକୃତ ଶାସ୍ତ୍ର ବୋଲି ମନେକରନ୍ତି । ଏହା କେବଳ ଏକ ପୁସ୍ତକ ନୁହେଁ, ଏକ ଜୀବନ୍ତ ସୃଷ୍ଟି ।
ଶ୍ରୀମଦ୍ ଭଗବତ୍ ଗୀତା, ମହାଭାରତ ଯୁଦ୍ଧ ପରିପ୍ରେକ୍ଷୀରେ, ଯୋଗେଶ୍ଵର ଶ୍ରୀକୃଷ୍ଣ ଧନୁର୍ଦ୍ଧର ଅର୍ଜୁନଙ୍କୁ ଦେଇଥିବା ଉପଦେଶ । ଏହା ଏକାଧାରରେ ଏକ ଜୀବନ ଶାସ୍ତ୍ର, ଧର୍ମଶାସ୍ତ୍ର ତଥା ନୀତିଶାସ୍ତ୍ର । ସାଧାରଣ ଭାବରେ ଏକ ଧର୍ମଶାସ୍ତ୍ର ଭାବରେ ବିବେଚିତ ହେଲେ ମଧ୍ୟ ଏଥରେ ନୈତିକତା ଅଧ୍ଵ ଗୁରୁତ୍ଵ ଲାଭ କରିଛି । ଗୀତାର ଅଠରଟି ଅଧ୍ୟାୟ ମଧ୍ୟରୁ ଦ୍ଵିତୀୟ ଅଧ୍ୟାୟ ‘ସାଂଖ୍ୟଯୋଗ’’ ନାମରେ ପରିଚିତ । ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମ ସମ୍ପାଦନ ସମ୍ପର୍କରେ ଯେଉଁ ଉପଦେଶ ଦେଇଛନ୍ତି ପ୍ରଥମ ଦିନରେ ପାଣ୍ଡବସେନାର ସେନାପତି ଅର୍ଜୁନ ସମ୍ମୁଖରେ ସ୍ଵଜନମାନଙ୍କୁ ଦେଖ୍ ଯୁଦ୍ଧ କରିବାକୁ ଅନିଚ୍ଛୁକ ।
ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଅର୍ଜୁନଙ୍କ ମୋହ ଭଙ୍ଗ କରି ତାଙ୍କୁ ଯୁଦ୍ଧ କରିବାକୁ ପ୍ରବର୍ତ୍ତାଇବା ଉଦ୍ଦେଶ୍ୟରେ ତାଙ୍କୁ କର୍ମର ଜଟିଳ ତତ୍ତ୍ବ ବ୍ୟାଖ୍ୟା କରିଛନ୍ତି ଶ୍ରୀକୃଷ୍ଣ । ଜୀବନ କର୍ମମୟ । ଜୀବନରେ ଏପରି ଏକ ମୁହୂର୍ତ୍ତ ନାହିଁ ଯେଉଁଠି କର୍ମ ନାହିଁ । କର୍ମ ହିଁ ଜୀବନ । କୌଣସି ଫଳରେ ଆଶା ନ ରଖ୍ ସମ୍ପୂର୍ଣ୍ଣ ନିରାସକ୍ତ ଭାବରେ କାର୍ଯ୍ୟ କରିବା ହିଁ କର୍ମଯୋଗ ଏବଂ ଯିଏ କେବଳ କର୍ତ୍ତବ୍ୟ ପାଳନର ଉଦ୍ଦେଶ୍ୟରେ ଫଳାଫଳ ପ୍ରତି ଧ୍ୟାନ ନ ଦେଇ ନିଜକୁ କର୍ମରେ ସମ୍ପୂର୍ଣ୍ଣ ନିୟୋଜିତ କରେ ସେ କର୍ମଯୋଗୀ ଅଟେ । କର୍ମଯୋଗର ଅର୍ଥ ହୃଦୟଙ୍ଗମ କରିବାକୁ ହେଲେ ଆମକୁ ନିଷ୍କାମ କର୍ମ କ’ଣ ଜାଣିବା ଆବଶ୍ୟକ ।
କର୍ମ ଦୁଇ ପ୍ରକାରର ହୋଇପାରେ ସକାମ ଓ ନିଷ୍କାମ କର୍ମ । ଯେଉଁ କର୍ମ କେବଳ ଫଳପ୍ରାପ୍ତିର ଆକାଂକ୍ଷା ରଖ୍ କରାଯାଏ, ତାହାକୁ ସକାମ କର୍ମ କୁହାଯାଏ । କିନ୍ତୁ କର୍ମଟି କରିବା ପରେ ଯଦି କର୍ତ୍ତା ତାହାର ଈପ୍ସିତ ଫଳ ନ ପାଏ, ତେବେ ସେ ଯନ୍ତ୍ରଣା ଭୋଗ କରେ । ମାତ୍ର ନିଷ୍କାମ କର୍ମରେ କୌଣସି ଫଳଭୋଗର ଇଚ୍ଛା ଜଡ଼ିତ ନ ଥାଏ । ନିଷ୍କାମ କର୍ମ ନୈତିକ ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ ।
ନିଷ୍କାମ କର୍ମ ହେଉଛି କାମନାରହିତ କର୍ମ । କର୍ମଫଳ ପ୍ରତି ଉଦାସୀନ ରହି କର୍ମ କରିବାକୁ ନିଷ୍କାମ କର୍ମବାଦ ଶିକ୍ଷା ଦିଏ । ବ୍ୟକ୍ତି କର୍ମ କରିବାବେଳେ କର୍ମଫଳ ପ୍ରତି ଅନାସକ୍ତ ରହି, ଅର୍ଥାତ୍ କର୍ମଫଳକୁ ଲକ୍ଷ୍ୟ ନ ରଖ୍ କର୍ମ କରିବା ଉଚିତ । ନିଷ୍କାମ କର୍ମର ତିନୋଟି ଲକ୍ଷଣ ଅଛି । ପ୍ରଥମତଃ କର୍ମଫଳର ଆକାଂକ୍ଷା ବର୍ଜନ କରିବା ଆବଶ୍ୟକ । ଦ୍ଵିତୀୟରେ କର୍ତ୍ତୃତ୍ଵାଭିମାନ ତ୍ୟାଗ କରିବା, ଅର୍ଥାତ୍ ବ୍ୟକ୍ତି ନିଜକୁ କର୍ମର କର୍ତ୍ତା ମନେକରି ସବୁକିଛି ତାର ନିୟନ୍ତ୍ରଣାଧୀନ ବୋଲି ବିଚାର କରିବା ଅନୁଚିତ । ଶେଷରେ ନିଜର ସମସ୍ତ କର୍ମଫଳ ଈଶ୍ବରଙ୍କୁ ସମର୍ପଣ କରିଦେବା ଉଚିତ । ଯାହାଫଳରେ, କର୍ମଫଳଜନିତ ସୁଖ, ଦୁଃଖ, ସଂଶୟ ଇତ୍ୟାଦି ବ୍ୟକ୍ତିକୁ ସ୍ପର୍ଶ କରେ ନାହିଁ । ଏହାକୁ କର୍ମ ସନ୍ନ୍ୟାସ କୁହାଯାଏ । ତେଣୁ ଗୀତାରେ କୁହାଯାଇଛି –
“କର୍ମଣ୍ୟବ୍ୟାଧ୍ୟାକାରସ୍ତେ ମା ଫଳେଷୁ କଦାଚନ ।
ମା କର୍ମଫଳ ହେତୁର୍ଭୁର୍ମାତେ ସହସ୍ତ କର୍ମଣି ॥”
ଅର୍ଥାତ୍ କର୍ମରେ ତୁମର ଅସ୍ଵୀକାର, କଦାପି କର୍ମଫଳରେ ନୁହେଁ । ତେଣୁ ତୁମେ କର୍ମଫଳର କାରଣ ହୁଅ ନାହିଁ ତଥା ତୁମର କର୍ମ ନ କରିବାରେ ଆସକ୍ତି ନ ରହୁ ।
ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏପରି ଉପଦେଶ ଦେବାର କାରଣ ଅର୍ଜୁନ ଫଳର ଆଶା ରଖ୍ ଅର୍ଥାତ୍ ଶତ୍ରୁମାନଙ୍କୁ ନିଧନ କରି ନିଜ ଇଚ୍ଛାରେ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିଲେ । ଶ୍ରୀକୃଷ୍ଣଙ୍କର ତାଙ୍କ ପ୍ରତି ଉପଦେଶ ଥିଲା ଯୁଦ୍ଧ (କର୍ମ) କର କିନ୍ତୁ ଜୟପରାଜୟର ଚିନ୍ତା (ଫଳ ଆଶା) କର ନାହିଁ ।
7. ଗାନ୍ଧୀଜୀଙ୍କ ଅହିଂସା ନୀତି ବିଷୟରେ ବ୍ୟାଖ୍ୟା କର ।
Answer:
ମୋହନ ଦାସ୍ କରମଚାନ୍ଦ ଗାନ୍ଧୀ ଥିଲେ ଜଣେ ମହାନ୍ ବ୍ୟକ୍ତିତ୍ଵ । ତାଙ୍କୁ ବିରଳ ବ୍ୟକ୍ତିତ୍ବ କହିବାର କାରଣ ଜଣେ ରାଜନୈତିକ କର୍ମୀ ଭାବରେ ସବୁବେଳେ ସାଧାରଣ ଜୀବନରେ ରହି ମଧ୍ୟ ତାଙ୍କ ଅନନ୍ୟ ଜୀବନଦର୍ଶନଦ୍ୱାରା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କର ଦର୍ଶନ ଓ ନୀତିଜ୍ଞାନକୁ ତାଙ୍କର କାର୍ଯ୍ୟକଳାପ ଓ ବିଭିନ୍ନ ଲେଖନୀ ମଧ୍ୟରୁ ଖୋଜି ବାହାର କରିବାକୁ ପଡ଼େ । ସତ୍ୟ ଓ ଅହିଂସା ଗାନ୍ଧିଜୀଙ୍କ ଜୀବନର ସର୍ବଶ୍ରେଷ୍ଠ ମନ୍ତ୍ର ଥିଲା ।
ଭାରତରେ ଅହିଂସାର ପ୍ରଚାର ବୌଦ୍ଧ ଓ ଜୈନଧର୍ମ କାଳରୁ ଦେଖିବାକୁ ମିଳେ । ହିନ୍ଦୁଧର୍ମ ଅହିଂସାକୁ ମୁକ୍ତିର ମାର୍ଗ ଭାବରେ ଗ୍ରହଣ କରିଛି । ଗାନ୍ଧିଜୀ ତାଙ୍କ ଦର୍ଶନରେ ସେହି ପୁରାତନ ଚିନ୍ତାଧାରାକୁ ପୁନର୍ଜୀବିତ କରିଥିଲେ । ଏହା ସତ୍ତ୍ବେ ଗାନ୍ଧିଜୀଙ୍କର କିଛି ବିଶେଷତ୍ଵ ଥିଲା । ଅହିଂସାରେ ବିଶ୍ଵାସ ଜୀବନରେ ପ୍ରୟୋଗ କରିବାର କୌଣସି ପ୍ରୟାସ ସେମାନଙ୍କର ପାଖରେ ନ ଥିଲା । କିନ୍ତୁ ମହାତ୍ମା ଗାନ୍ଧୀ ସାଧାରଣ ଜୀବନ ସହିତ ଜଡ଼ିତ ଏକ କର୍ମଯୋଗୀ ଥିଲେ ।
ସେ ଅହିଂସାକୁ କେବଳ ଧର୍ମର ସୀମିତ ପରିଧ୍ ମଧ୍ଯରେ ନ ରଖ୍ ଜୀବନର ଅନ୍ୟାନ୍ୟ କ୍ଷେତ୍ରରେ ପ୍ରୟୋଗ କରିଥିଲେ । ସେ କହୁଥିଲେ ସତ୍ୟ ଓ ଅହିଂସା ପାହାଡ଼ ଭଳି ପୁରାତନ । ଗାନ୍ଧୀଙ୍କର ନୈତିକ ଚିନ୍ତନ କହିଲେ ମୁଖ୍ୟତଃ ତିନୋଟି ବିଷୟକୁ ବୁଝାଏ । ସେଗୁଡ଼ିକ ହେଲେ – (୧) ସତ୍ୟାଗ୍ରହ, (୨) ଅହିଂସା, (୩) ସାଧ୍ଯ ଓ ସାଧନ ।
ଗାନ୍ଧିଜୀଙ୍କର ଦର୍ଶନରେ ସତ୍ୟ ଯଦି ଲକ୍ଷ୍ୟ ହୁଏ, ଅହିଂସା ହେଉଛି ସତ୍ୟାପଲବ୍ର ଉପାୟ । ଅହିଂସାର ପଥ ଅବଲମ୍ବନ କରି ସତ୍ୟରେ ଉପନୀତ ହେବା ହେଉଛି ମନୁଷ୍ୟର କର୍ତ୍ତବ୍ୟ । ସତ୍ୟ ଓ ଅହିଂସା ପରସ୍ପର ସହିତ ଏଭଳି ଭାବରେ ଜଡ଼ିତ ଯେ ସେମାନଙ୍କୁ ପୃଥକ୍ କରିବା ଅସମ୍ଭବ । ସତ୍ୟ ଓ ଅହିଂସା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ । ଅହିଂସା ହେଉଛି ସତ୍ୟର ଆଧାର ।
ଅହିଂସାକୁ ଅନୁସରଣ କରିବା ଭାରତୀୟ ସଂସ୍କୃତିର ବହୁ ପୁରାତନ ଐତିହ୍ୟ । ତେଣୁ ଏହା ଗାନ୍ଧିଜୀଙ୍କର କୌଣସି ନୂତନ ପ୍ରତ୍ୟୟ ନ ହେଲେ ମଧ୍ୟ ସେ ଅହିଂସାର କେତୋଟି ନୂତନ ଦିଗ ଉପରେ ଗୁରୁତ୍ୱ ଦେଇଛନ୍ତି । ସାଧାରଣ ଭାବରେ ‘ଅହିଂସା’ ଶବ୍ଦଟି ‘ହିଂସା’ର ବିପରୀତ ଶବ୍ଦ ଭାବରେ ଏକ ନଞର୍ଥକ ଅର୍ଥ ବହନ କରେ । ‘ହିଂସା’’ର ଅର୍ଥ ହେଲା କୌଣସି ସ୍ଵାର୍ଥସିଦ୍ଧି ପାଇଁ କିମ୍ବା କ୍ରୋଧଜନିତ କାରଣରୁ ଅନ୍ୟର କ୍ଷତି କରିବା । ଅହିଂସାର ଅର୍ଥ ହେଲା ଅନ୍ୟର କ୍ଷତି ନ କରିବା ।
ଯେଉଁ ଅର୍ଥରେ ନେଲେ ମଧ୍ଯ ଅହିଂସା ଏକ ନକାରାତ୍ମକ ଅର୍ଥ ବହନ କରେ । ଗାନ୍ଧୀଙ୍କ ପାଇଁ ଅହିଂସାର ସକାରାତ୍ମକ ଦିଗଟି ଅଧ୍ଵକ ଗୁରୁତ୍ଵପୂର୍ଣ । ମନୁଷ୍ୟ ଜନ୍ମଗତ ଭାବରେ ଅହିଂସ । ହିଂସା ତାର ଏକ ସାମୟିକ କୃତ୍ରିମ ଅବସ୍ଥା । ବିଭିନ୍ନ ପ୍ରକାର ବାହ୍ୟ ଚାପ ଯୋଗୁଁ ସେ ହିଂସା ଆଚରଣ କରେ । ଅହିଂସା ହେଉଛି ମାନବର ସ୍ଵାଭାବିକତା ।
ଅହିଂସା ଆଳସ୍ୟକୁ ପ୍ରଶ୍ରୟ ଦିଏ ନାହିଁ । ଅନ୍ୟର କ୍ଷତି ନ କରିବା ଅର୍ଥ ନୁହେଁ ଚୁପ୍ଚାପ୍ ବସିବା କିମ୍ବା ପାରିପାର୍ଶ୍ବକ ଘଟଣାବଳୀ ପ୍ରତି ଉଦାସୀନ ରହିବା । ଅନ୍ୟ ପ୍ରତି ପ୍ରେମ, ସହାନୁଭୂତି ପ୍ରକାଶିତ ହୁଏ କର୍ମ ମାଧ୍ୟମରେ । ତେଣୁ ଜଣେ ସତ୍ୟାଗ୍ରହୀ ନିରବଚ୍ଛିନ୍ନ ଭାବରେ କର୍ମ କରିବାର ଚିନ୍ତା ଓ ପ୍ରଚେଷ୍ଟା ଜାରି ରଖେ । କଷ୍ଟ ସହିବା ଓ ତ୍ୟାଗ କରିବା ଅହିଂସାର ଅପରିହାର୍ଯ୍ୟ ଅଙ୍ଗ । ତେଣୁ ଅହିଂସା ହେଉଛି ବିଜୟଲାଭର ସର୍ବଶ୍ରେଷ୍ଠ ମାର୍ଗ ।
ଅହିଂସାମାର୍ଗୀର ଯଥେଷ୍ଟ ଶକ୍ତି ଥାଏ ବିରୋଧୀକୁ ଆଘାତ ଦେବା ପାଇଁ ତଥାପି ସେ ଅହିଂସା ଆଚରଣ କରେ କାରଣ ନିଜର ପ୍ରତିଶୋଧ ନେବାର ମାନସିକତା ଉପରେ ଅହିଂସା ଏକ ସଚେତନ ଶକ୍ତ ଲଗାମ୍ । ଜଣେ ଦୁର୍ବଳ ଓ ଅସହାୟ ହୋଇଥିବାରୁ ସେ ଶତ୍ରୁଙ୍କୁ ଆଘାତ କରିପାରୁନାହିଁ । ସେପରି ବ୍ୟକ୍ତିକୁ ଅହିଂସାଧର୍ମୀ କୁହାଯିବ ନାହିଁ । କାରଣ ସୁଯୋଗ ପାଇଲେ ସେ ଆଘାତ କରିବ । ଅହିଂସାରେ ବ୍ୟକ୍ତି ପ୍ରେମଦ୍ୱାରା ମନ ଜିଣିବାକୁ ଚେଷ୍ଟା କରେ ।
ଅହିଂସାର ଅର୍ଥ ନୁହେଁ ସ୍ୱେଚ୍ଛାଚାରୀର ଇଚ୍ଛା ଆଗରେ ନିଜକୁ ସମର୍ପି ଦେବା । ବରଂ ସ୍ଵେଚ୍ଛାଚାରୀ ଇଚ୍ଛା ବିରୁଦ୍ଧରେ ନିଜର ସମ୍ପୂର୍ଣ ଶକ୍ତିକୁ ନିୟୋଜିତ କରିବା ହେଉଛି ଅହିଂସା । ଜଣେ ଅହିଂସାଧର୍ମୀ ସତ୍ୟାଗ୍ରହୀ ଗୋଟିଏ ସମ୍ପୂର୍ଣ ସାମ୍ରାଜ୍ୟ ବିରୁଦ୍ଧରେ ଏକାକୀ ପ୍ରତିବାଦ କରିବାର ସାମର୍ଥ୍ୟ ରଖେ ।
ଅହିଂସା ବ୍ୟକ୍ତିର ଆତ୍ମମର୍ଯ୍ୟାଦା ବୃଦ୍ଧି କରେ । କାରଣ ଅହିଂସା ଆଚରଣଦ୍ଵାରା ସେ ସ୍ୱେଚ୍ଛାଚାରୀ ସମ୍ମୁଖରେ ନତ ହୁଏ ନାହିଁ; ବରଂ ସ୍ଵେଚ୍ଛାଚାରୀ ସତ୍ୟାଗ୍ରହୀ ସମ୍ମୁଖରେ ନତ ହେବାକୁ ବାଧ୍ୟ ହୁଏ । ଗାନ୍ଧୀଙ୍କ ମତରେ ଅହିଂସା ମାର୍ଗରେ ଈଶ୍ଵରଙ୍କ ଉପରେ ଗଭୀର ଭକ୍ତି ଓ ଦୃଢ଼ ଆସ୍ଥା ରହିବା ଏକାନ୍ତ ଆବଶ୍ୟକ । ପ୍ରେମ ହିଁ ଅହିଂସାର ସକାରାତ୍ମକ ଅର୍ଥ । ଅହିଂସା ପ୍ରାୟତଃ ବିରୋଧୀ ବିରୁଦ୍ଧରେ କୌଣସି ଅସ୍ତ୍ର ନୁହେଁ । ଏହା ହେଉଛି ସାମଗ୍ରିକ ପ୍ରେମ ।
ଗାନ୍ଧିଜୀ ମନେକରନ୍ତି ଯେ ଜୀବନ ଭଗବାନଙ୍କର ସର୍ବଶ୍ରେଷ୍ଠ ଉପହାର । ଆମେ ଜୀବନକୁ ଓ ଏହାର ବିଭିନ୍ନ ରୂପକୁ ଭଲ ପାଇବା ଉଚିତ । ଗାନ୍ଧୀଙ୍କ ମତରେ ସତ୍ୟ ହେଉଛି ମାନବର ସର୍ବଶ୍ରେଷ୍ଠ ଲକ୍ଷ୍ୟ ଏବଂ ଅହିଂସା ହେଉଛି ସର୍ବୋତ୍ତମ କର୍ତ୍ତବ୍ୟ । କେବଳ ଅହିଂସା ମାର୍ଗରେ କରାଯାଇଥିବା କାର୍ଯ୍ୟ ହେଉଛି ସର୍ବଶ୍ରେଷ୍ଠ ନୈତିକ କର୍ମ । ତେଣୁ ଅହିଂସା ହିଁ ତାଙ୍କ ମତରେ ସର୍ବୋତ୍ତମ ନୈତିକ ମାନଦଣ୍ଡ ।