Odisha State Board BSE Odisha 6th Class Geography Solutions Chapter 6(c) ଉତ୍ତର ଆମେରିକା Textbook Exercise Questions and Answers.
BSE Odisha Class 6 Geography Solutions Chapter 6(c) ଉତ୍ତର ଆମେରିକା
୧। ନିମ୍ନଲିଖ ପ୍ରଶ୍ନଗୁଡ଼ିକର ସଂକ୍ଷିପ୍ତ ଉତ୍ତର ଦିଅ।
(କ) ଉତ୍ତର ଆମେରିକାକୁ କେଉଁ କେଉଁ ପ୍ରାକୃତିକ ବିଭାଗରେ ବିଭାଜିତ କରାଯାଇଅଛି ?
Answer:
ଉତ୍ତର ଆମେରିକାକୁ ଚାରିଗୋଟି ପ୍ରାକୃତିକ ବିଭାଗରେ ବିଭକ୍ତ କରାଯାଇଛି; ଯଥା
(୧) ପଶ୍ଚିମ ଉପକୂଳରେ ପ୍ରଶାନ୍ତ ମହାସାଗର ସହ ସମାନ୍ତରାଳ ଭାବରେ ରକି ପର୍ବତଶ୍ରେଣୀ
(୨) ପୂର୍ବ ଉପକୂଳରେ ଆଟ୍ଲାଣ୍ଟିକ୍ ମହାସାଗର କୂଳରେ ଆପେଲେସିଆନ୍ ପର୍ବତଶ୍ରେଣୀ
(୩) କେନ୍ଦ୍ରଭାଗରେ ବୃହତ୍ ସମତଳଭୂମି
(୪) ଉତ୍ତର ପୂର୍ବ ଭାଗରେ କାନାଡ଼ା ମାଳଭୂମି।
![]()
(ଖ) ଏହି ମହାଦେଶରେ ପ୍ରବାହିତ ଚାରିଗୋଟି ନଦୀର ନାମ ଲେଖ।
Answer:
ଏହି ମହାଦେଶରେ ପ୍ରବାହିତ ଚାରିଗୋଟି ନଦୀର ନାମ ହେଲା – ମିଶୋରୀ, ମିସିସିପି, ସେଣ୍ଟଲରେନ୍ସ ଓ କଲମ୍ବିଆ।
(ଗ) ଉତ୍ତର ଆମେରିକାର ମେରୁ ନିକଟବର୍ତ୍ତୀ ଅଞ୍ଚଳରେ କି ପ୍ରକାର ଉଭିଦ ଦେଖାଯାଏ?
Answer:
ଉତ୍ତର ଆମେରିକାର ମେରୁ ନିକଟବର୍ତ୍ତୀ ଅଞ୍ଚଳରେ ତାପମାତ୍ରା ହିମାଙ୍କ ଊର୍ଷରେ ମାତ୍ର ୧୦° ସେଲ୍ସିୟସ୍ ମଧ୍ୟରେ ରହୁଥିବାରୁ ଏଠାରେ କୌଣସି ପ୍ରକାର ବୃକ୍ଷ ଦେଖାଯାଏ ନାହିଁ ।
(ଘ) ଟାଇଗା ଅଞ୍ଚଳରେ ଦେଖାଯାଉଥିବା ବନ୍ୟପ୍ରାଣୀ ଦୁଇଟିର ନାମ ଲେଖ।
Answer:
ଟାଇଗା ଅଞ୍ଚଳରେ ଦେଖାଯାଉଥିବା ବନ୍ୟପ୍ରାଣୀ ଦୁଇଟିର ନାମ ହେଲା ବିଭର ଓ ଧଳା କୋକିଶିଆଳି।
(ଙ) ଉତ୍ତର ଆମେରିକାରେ ଅବସ୍ଥିତ ୪ଟି ଦେଶର ନାମ ଲେଖ।
Answer:
ଉତ୍ତର ଆମେରିକାରେ ଅବସ୍ଥିତ ୪ଟି ଦେଶର ନାମ ହେଲା – କାନାଡ଼ା, ଯୁକ୍ତରାଷ୍ଟ୍ର ଆମେରିକା, ମେକ୍ସିକୋ, ନିକାରାଗୁଆ।
![]()
୨। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର।
(କ) ଉତ୍ତର ଆମେରିକାରେ ଥିବା ତୃଣଭୂମିକୁ ________ କୁହାଯାଏ।
(ଡାଉନ୍ସ, ଷ୍ଟେପ୍, ପ୍ରେରୀ, ପମ୍ପାସ)
Answer:
ପ୍ରେରୀ
(ଖ) ଯୁକ୍ତରାଷ୍ଟ୍ର ଆମେରିକାର ରାଜଧାନୀର ନାମ _____________ ଅଟେ।
(ଚିକାଗୋ, ୱାଶିଙ୍ଗଟନ୍ ଡି.ସି., ନିଉୟର୍କ, ଲଞ୍ଜେଲସ୍ )
Answer:
ୱାଶିଙ୍ଗଟନ ଡି.ସି.
(ଗ) ଉତ୍ତର ଆମେରିକାର ପଶ୍ଚିମରେ ___________ ମହାସାଗର ଅଛି।
(ପ୍ରଶାନ୍ତ, ଭାରତ, ଆଟ୍ଲାଣ୍ଟିକ୍, ସୁମେରୁ)
Answer:
ପ୍ରଶାନ୍ତ
![]()
(ଘ) କ୍ଷେତ୍ରଫଳ ଦୃଷ୍ଟିରୁ ଉତ୍ତର ଆମେରିକା ପୃଥିବୀର ____________ ବୃହତ୍ତମ ମହାଦେଶ ।
(ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ)
Answer:
ତୃତୀୟ
(ଙ) ଉତ୍ତର ଆମେରିକାର ବୃହତ୍ ଗୋପାଳନ କେନ୍ଦ୍ରକୁ ____________________ କୁହାଯାଏ ।
(ପ୍ରେରୀ, ବ୍ୟାଞ୍ଚ, କ୍ୟାମ୍ବୋସ୍, ହାନୋସ )
Answer:
ଚ୍ୟାଞ୍ଚ୍
BSE Odisha 6th Class Geography Notes Chapter 6(c) ଉତ୍ତର ଆମେରିକା
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା
![]()
- ଉତ୍ତର ଆମେରିକା ପୃଥିବୀର ତୃତୀୟ ବୃହତ୍ତମ ମହାଦେଶ। ଏହି ମହାଦେଶ ୭ ଡିଗ୍ରୀ ଉତ୍ତର ଅକ୍ଷାଂଶରୁ ୮୪ ଡିଗ୍ରୀ ଉତ୍ତର ଅକ୍ଷାଂଶ ମଧ୍ଯରେ ଏବଂ ୧୨ ଡିଗ୍ରୀ ପଶ୍ଚିମ ଦ୍ରାଘିମାରେଖାଠାରୁ ୧୭୩ ଡିଗ୍ରୀ ପଶ୍ଚିମ ଦ୍ରାଘିମାରେଖା ପର୍ଯ୍ୟନ୍ତ ବିସ୍ତୃତ। ଉତ୍ତର ପଶ୍ଚିମରେ ବେରଂ ପ୍ରଣାଳୀ ଏହାକୁ ଏସିଆ ମହାଦେଶଠାରୁ ବିଚ୍ଛିନ୍ନ କରୁଅଛି।
 - ଏହାର ପଶ୍ଚିମ ଉପକୂଳରେ ପ୍ରଶାନ୍ତ ମହାସାଗର ସହ ସମାନ୍ତରାଳ ଭାବେ ରକି ପର୍ବତଶ୍ରେଣୀ, ପୂର୍ବ ଉପକୂଳରେ ଆଟ୍ଲାଣ୍ଟିକ୍ ମହାସାଗର କୂଳରେ ଆପେଲେସିଆନ୍ ପର୍ବତଶ୍ରେଣୀ, କେନ୍ଦ୍ରଭାଗରେ ବୃହତ୍ ସମତଳଭୂମି ଏବଂ ଉତ୍ତର ପୂର୍ବ ଭାଗରେ କାନାଡ଼ା ମାଳଭୂମି ଅବସ୍ଥିତ।
 - ଉତ୍ତର ଆମେରିକାରେ ସେଣ୍ଟଲରେନ୍ସ୍, ମିଶୋରୀ, ମସିସିପି, କଲମ୍ବିଆ ଓ କଲୋରାଡୋ ଆଦି ନଦୀ ପ୍ରବାହିତ ହେଉଛନ୍ତି।
 - ଉତ୍ତର ଆମେରିକାର ଉତ୍ତର ଭାଗରେ ବର୍ଷସାରା ଶୀତ ଓ ଦକ୍ଷିଣ ଭାଗ ବିଷୁବରେଖାର ନିକଟବର୍ତ୍ତୀ ହୋଇଥିବାରୁ ଅଧିକ ଗରମ ଅନୁଭୂତ ହୋଇଥାଏ।
 - ଉତ୍ତର ଆମେରିକାର ଉତ୍ତରାଂଶରେ ଥିବା ତୁଦ୍ରାଞ୍ଚଳରେ ତୁଦ୍ରାଜାତୀୟ ଉଭିଦ ଜନ୍ମେ । ତୁନ୍ଦ୍ରା ଅଞ୍ଚଳର ଦକ୍ଷିଣକୁ ଟାଇଗା ବା ସରଳବର୍ଗୀୟ ଅରଣ୍ୟ ଦେଖାଯାଏ।
 - ବନ୍ୟଜନ୍ତୁମାନଙ୍କ ମଧ୍ୟରେ ବିଭର, ଧଳା କୋକିଶିଆଳୀ, ଲିଙ୍କ୍ସ, ମିଙ୍କ ଓ ଗଧ୍ଵ ଦେଖାଯା’ନ୍ତି। ଏଠାରେ ଏସ୍କିମୋ ଓ ଲୋହିତ ଭାରତୀୟମାନେ ବାସ କରନ୍ତି। ଏସ୍କିମୋମାନେ ଗ୍ରୀନ୍ଲ୍ୟାଣ୍ଡ ଓ ଲାବ୍ରାଡ଼ର ଉପକୂଳବର୍ତୀ ଅଞ୍ଚଳ ଓ ଲୋହିତ ଭାରତୀୟମାନେ ପ୍ରେରୀ ଅଞ୍ଚଳରେ ବାସକରନ୍ତି।