BSE Odisha 6th Class History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ

Odisha State Board BSE Odisha 6th Class History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ Textbook Exercise Questions and Answers.

BSE Odisha Class 6 History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ

୧। ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦିଅ ।

(କ) ହରପ୍‌ପା ସଭ୍ୟତାର ନିଦର୍ଶନ ଭାରତର କେଉଁ ସ୍ଥାନମାନଙ୍କରୁ ମିଳିଛି ?
Answer:

  • ପ୍ରତ୍ନତତ୍ତ୍ବବିତ୍‌ମାନେ ସିନ୍ଧୁ ନଦୀ ଉପତ୍ୟକାର ବିଭିନ୍ନ ସ୍ଥାନ ଖୋଳି ଦୁଇଟି ପ୍ରାଚୀନ ସହର ଉଦ୍ଧାର କରିଥିଲେ ।
  • ଏହି ସହର ଦୁଇଟି ହେଉଛି ହରପ୍‌ପା ଓ ମହେଞ୍ଜୋଦାରୋ ।
  • ହରପ୍‌ପାଠାରେ ଖନନ ଦ୍ଵାରା ପ୍ରଥମେ ଏହି ସଭ୍ୟତା ଜଣାପଡ଼ିଥିବାରୁ ଏହାକୁ ହରପ୍‌ପା ସଭ୍ୟତା କୁହାଯାଏ ।
  • ଭାରତର ପଞ୍ଜାବର ରୋପଡ଼, ଗୁଜରାଟର ଲୋଥାଲ ଏବଂ ଧୋଲାବୀରା, ରାଜସ୍ଥାନର କାଲିବନ୍‌ର୍ଗା, ହରିୟାଣାର ବନ୍‌ୱାଲି ଆଦି ସ୍ଥାନରୁ ହରପ୍‌ପା ସଭ୍ୟତାର ନିଦର୍ଶନ ମିଳିଛି ।

BSE Odisha 6th Class History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ

(ଖ) ହରପ୍‌ପା ଓ ମହେଞ୍ଜୋଦାରୋ ସହର ଦୁଇଟି କେବେ ଓ କାହାଦ୍ଵାରା ମାଟିତଳୁ ଆବିଷ୍କାର କରାଯାଇଥିଲା ?
Answer:

  • ୧୯୨୧ ଖ୍ରୀଷ୍ଟାବ୍ଦରେ ପ୍ରତ୍ନତତ୍ତ୍ୱବିତ୍ ଦୟାରାମ ସାହାଣୀ ମାଟିତଳୁ ହରପ୍‌ପା ସହରକୁ ଆବିଷ୍କାର କରିଥିଲେ । ଏହା ସିନ୍ଧୁନଦୀର ଉପନଦୀ ରାବୀ ନଦୀ କୂଳରେ ଅବସ୍ଥିତ ।
  • ସେହିପରି ୧୯୨୨ ଖ୍ରୀଷ୍ଟାବ୍ଦରେ ପ୍ରତ୍ନତତ୍ତ୍ୱବିତ୍ ରାଖାଲଦାସ ବାନାର୍ଜୀ ସିନ୍ଧୁନଦୀ କୂଳରେ ଥ‌ିବା ମହେଞ୍ଜୋଦାରୋ ସହରକୁ ମାଟିତଳୁ ଆବିଷ୍କାର କରିଥିଲେ ।
  • ହରପ୍‌ପାଠାରୁ ମହେଞ୍ଜୋଦାରୋର ଦୂରତା ପ୍ରାୟ ୩୫୦ ମାଇଲ ଅଟେ ।
  • କିନ୍ତୁ ଏହି ଦୁଇଟି ସହର ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଅଛି ।

(ଗ) ହରପ୍‌ପା ସଭ୍ୟତାକୁ କାହିଁକି ଭାରତର ପ୍ରଥମ ନଗର ସଭ୍ୟତା କୁହନ୍ତି ?
Answer:

  • ଭାରତର ଅନ୍ୟାନ୍ୟ ସ୍ଥାନରୁ ଉଦ୍ଧାର କରାଯାଇଥିବା ନଗରଗୁଡ଼ିକର ଧ୍ୱଂସାବଶେଷର ହରପ୍‌ପା ଧ୍ୱଂସାବଶେଷ ସହିତ ସାମଞ୍ଜସ୍ୟ ରହିଛି ।
  • କେତେକ ଐତିହାସିକଙ୍କ ମତରେ ହରପ୍‌ପା ସଭ୍ୟତା ମେସୋପଟାମିଆ ସଭ୍ୟତା ପୂର୍ବରୁ ବିକାଶ ଲାଭ କରିଥିଲା ।
  • କାରଣ ହରପ୍‌ପାର ସିଲ୍ ବା ମୋହର ମେସୋପଟାମିଆର ଉର୍ ଓ କିଶ୍ ସ୍ଥାନରେ ଦେଖିବାକୁ ମିଳିଛି ।
  • ତେଣୁ ହରପ୍‌ପା ସଭ୍ୟତାକୁ ଭାରତର ପ୍ରଥମ ନଗରସଭ୍ୟତା ବୋଲି କୁହାଯାଏ ।

BSE Odisha 6th Class History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ

(ଘ) ମହେଞ୍ଜୋଦାରୋ ସହରରୁ ଆବିଷ୍କୃତ ହୋଇଥିବା ସ୍ନାନାଗାରର ଗଠନ ପ୍ରଣାଳୀ କିପରି ଥିଲା ?
Answer:

  1. ମହେଞ୍ଜୋଦାରୋ ସହରରୁ ଆବିଷ୍କୃତ ହୋଇଥିବା ସ୍ନାନାଗାରର ଆୟତାକାର ବିଶିଷ୍ଟ ଥିଲା । ଏହାର ଲମ୍ବ ୫୫ ମିଟର, ପ୍ରସ୍ଥ ୩୩ ମିଟର ଓ ଗଭୀରତା ୮ ମିଟର ଥିଲା ।
  2. ଏହାର କାନ୍ଥ ଓ ପାହାଚଗୁଡ଼ିକ ପୋଡ଼ାଇଟାରେ ତିଆରି ହେବା ସହିତ ଏଗୁଡ଼ିକ ଜଳର ତଳଭାଗ ପର୍ଯ୍ୟନ୍ତ ଲମ୍ବିଥିଲା ।
  3. ସ୍ନାନାଗାରର ଉପରିଭାଗରେ ଏକ କୂଅ ଥିଲା । ଏଥିରୁ ଜଳ ନଳ ସାହାଯ୍ୟରେ ସ୍ନାନାଗାରରେ ଭର୍ତ୍ତି କରାଯାଉଥିଲା ।
  4. ସ୍ନାନାଗାରର ନିମ୍ନଭାଗରେ ଏକ ନାଳ ମାଟିତଳେ ବହୁ ଦୂରକୁ ଲମ୍ବି ରହିଥିଲା । ଯାହାଦ୍ଵାରା ଦୂଷିତ ଜଳ ନିଷ୍କାସି ହେଉଥିଲା । ସ୍ନାନାଗାରର ଚାରିପାଖରେ ଛୋଟ ଛୋଟ କୋଠରୀମାନ ରହିଥିଲା ।

(ଙ) ହରପ୍‌ପା ନଗରର ଗଠନ ପ୍ରଣାଳୀ ସମ୍ପର୍କରେ ଲେଖ ।
Answer:

  • ହରପ୍‌ପା ସଭ୍ୟତାର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଏହାର ନଗର ନିର୍ମାଣ ଯୋଜନା ଅନୁଯାୟୀ ନଗର ନିର୍ମାଣ ହୋଇଥିଲା ।
  • ପ୍ରତ୍ୟେକ ନଗରକୁ ଦୁଇଗୋଟି ଭାଗରେ ବିଭକ୍ତ କରାଯାଇଥିଲା । ଗୋଟିଏ ଭାଗ ଉଚ୍ଚ ସ୍ଥାନରେ ଓ ଦ୍ଵିତୀୟ ଭାଗଟି ପାଦଦେଶରେ ଅବସ୍ଥିତ ଥିଲା ।
  • ନଗରର ଚାରିପଟରେ ପ୍ରାଚୀର ଘେରି ରହିଥ‌ିବାରୁ ଏହା ଦୁର୍ଗପରି ସୁରକ୍ଷିତ ଥିଲା । ନଗର ପରିକ୍ଳପନା ଆଧୁନିକ ନଗର ପରି ଉନ୍ନତ ଥିଲା ।
  • ଦୀର୍ଘ ଓ ପ୍ରଶସ୍ତ ରାସ୍ତା ଗୁଡ଼ିକ ସିଧା ଭାବରେ ସହରର ମଧ୍ୟ ଭାଗରେ ଲମ୍ବିଥିଲା । ଏହି ରାସ୍ତାର ଶାଖା ରାସ୍ତାଗୁଡ଼ିକ ପରସ୍ପରକୁ ସମକୋଣରେ ଛେଦ କରୁଥିଲେ । ରାସ୍ତାର ଉଭୟ ପାର୍ଶ୍ଵରେ ଜଳ ଓ ଆବର୍ଜନା ଯିବାପାଇଁ ପକ୍‌କା ନାଳ ଥିଲା ।

BSE Odisha 6th Class History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ

(ଚ) ହରପ୍‌ପା ସଭ୍ୟତାର ଲୋକମାନଙ୍କ ବାସଗୃହ ଗୁଡ଼ିକର ଗଠନ ଶୈଳୀ କିପରି ଥିଲା ?
Answer:

  • ହରପ୍‌ପା ସଭ୍ୟତାର ଲୋକମାନଙ୍କ ବାସଗୃହ ଗୁଡ଼ିକ ରାସ୍ତାର ଉଭୟ ପାର୍ଶ୍ଵରେ ଯୋଜନା ଅନୁସାରେ ନିର୍ମିତ ହୋଇଥିଲା । ଘରଗୁଡ଼ିକ ପୋଡ଼ା ଇଟାରେ ତିଆରି ହେଉଥିଲା ଏବଂ ଗୃହଗୁଡ଼ିକ ଏକ ମହଲା ବା ଦୁଇ ମହଲା ବିଶିଷ୍ଟ ଥିଲା ।
  • ଘର ମଧ୍ୟକୁ ଆଲୋକ ଓ ବାୟୁ ପ୍ରବେଶ କରିବା ପାଇଁ ଝରକା ଓ ଦ୍ବାରା ରହୁଥିଲା । ଉଭୟ ମହଲାକୁ ଯିବାପାଇଁ କାଠରେ ତିଆରି ଶିଡ଼ି ରହୁଥିଲା ।
  • ପ୍ରତ୍ୟେକ ବାସଗୃହ ମଧ୍ୟରେ ଗୋଟିଏ ଅଗଣା ରହୁଥିଲା । ଅଗଣା ନିକଟରେ ଗାଧୁଆ ଘର ରହୁଥିଳା । ପ୍ରତ୍ୟେକ ଘରର ମଇଳା ପାଣି ଓ ଆବର୍ଜନା ଯିବା ପାଇଁ ଘର ଭିତରେ ଛୋଟ ନାଳ ରହୁଥିଲା । ସେହି ନାଳ ରାସ୍ତାର ମୁଖ୍ୟନାଳ ସହିତ ସଂଯୋଗ ହେଉଥିଲା ।
  • କାଠରେ ନିର୍ମିତ ଘରର ଛାତ ସମତଳ ଥିଲା । ଶ୍ରମିକ ଶ୍ରେଣୀର ଲୋକମାନେ ଏକ କୋଠରି ବିଶିଷ୍ଟ ଛୋଟ ଘରେ ରହୁଥିଲେ ।

(ଛ) ମହେଞ୍ଜୋଦାରୋଠାରେ ଆବିଷ୍କୃତ ସ୍ନାନାଗାରର ନିର୍ମାଣ ଶୈଳୀ କିପରି ଥିଲା ?
Answer:

  • ମହେଞ୍ଜୋଦାରୋ ସହରରୁ ଆବିଷ୍କୃତ ହୋଇଥିବା ସ୍ନାନାଗାର ଆୟତାକାର ବିଶିଷ୍ଟ ଥିଲା । ଏହାର ଲମ୍ବ ୫୫ ମିଟର, ପ୍ରସ୍ଥ ୩୩ ମିଟର ଓ ଗଭୀରତା ୮ ମିଟର ଥିଲା ।
  • ଏହାର କାନ୍ଥ ଓ ପାହାଚଗୁଡ଼ିକ ପୋଡ଼ା ଇଟାରେ ତିଆରି ହୋଇଥିଲା ଓ ଏଗୁଡ଼ିକ ଜଳର ତଳ ଭାଗ ପର୍ଯ୍ୟନ୍ତ ଲମ୍ବିଥିଲା ।
  • ସ୍ନାନାଗାରର ଉପରିଭାଗରେ ଏକ କୂଅ ଥିଲା । ଏଥୁରୁ ଜଳ ନଳ ସାହାଯ୍ୟରେ ସ୍ନାନାଗାରରେ ଭର୍ତ୍ତି କରାଯାଉଥିଲା ।
  • ସ୍ନାନାଗାରର ନିମ୍ନଭାଗରେ ଏକ ନାଳ ମାଟି ତଳେ ବହୁ ଦୂରକୁ ଲମ୍ବି ରହିଥିଲା । ଫଳରେ ଦୂଷିତ ଜଳ ନିଷ୍କାସିତ ହେଉଥିଲା । ସ୍ନାନାଗାରର ଚାରିପାଖରେ ଛୋଟ ଛୋଟ କୋଠରିମାନ ରହିଥିଲା ।

BSE Odisha 6th Class History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ

(ଜ୍) ହରପ୍‌ପାଠାରେ ଥ‌ିବା ଶସ୍ୟ ଭଣ୍ଡାର ବିଷୟରେ ଧାରଣା ଦିଅ ।
Answer:

  1. ହରପ୍‌ପାର ସୁରକ୍ଷିତ ଭାଗରେ ଉତ୍ତର ଦିଗକୁ ଗୋଟିଏ ବିରାଟ ଶସ୍ୟାଗାର ଆବିଷ୍କୃତ ହୋଇଅଛି । ଏହାର ଲମ୍ବ ୬୬ ମିଟର ଓ ପ୍ରସ୍ଥ ୧୬ ମିଟର ।
  2. ଏହା ମଧ୍ୟରେ ଦୁଇଟି ପ୍ରକୋଷ୍ଠ ରହିଥିଲା । ଏହି ଦୁଇ ପ୍ରକୋଷ୍ଠ ମଧ୍ଯରେ ଚଉଡ଼ା ଯାତାୟତ ପଥ ରହିଥିଲା ।
  3. ଏହି ବୃହତ୍ ଶସ୍ୟାଗାରର ଦକ୍ଷିଣ ଦିଗରେ କେତେକ ଗୋଲାକାର ଚଟାଣ ଦେଖିବାକୁ ମିଳେ ।
  4. ଏହି ଚଟାଣ ଗୁଡ଼ିକ ଶସ୍ୟ ଅମଳ କରିବା ପାଇଁ ବ୍ୟବହୃତ ହେଉଥିଲା ।

(ଝ) ହରପ୍‌ପା ସଭ୍ୟତାର ଲୋକମାନଙ୍କର ବେଶପୋଷାକ ଓ ଅଳଙ୍କାର କେଉଁ ପ୍ରକାର ଥିଲା ?
Answer:

  • ହରପ୍‌ପା ସଭ୍ୟତାର ଲୋକମାନେ କପାଓ ପଶମର ଲୁଗା ତିଆରି କରି ପିନ୍ଧୁଥିଲେ । ପୁରୁଷମାନେ ଲୁଙ୍ଗିପରି ଲୁଗା ପିନ୍ଧୁଥିଲେ ଓ ସ୍ତ୍ରୀଲୋକମାନେ ଘାଗରା ପରି ଲୁଗା ପିନ୍ଧିବାକୁ ଭଲ ପାଉଥିଲେ ।
  • ନାରୀ ଓ ପୁରୁଷ ଉଭୟ ବିଭିନ୍ନ ଅଳଙ୍କାର ଯଥା -ହାର, ମୁଦି, ଅଣ୍ଟାସୂତା, ବାଜୁବନ୍ଧ, ବଳା, କାନଫୁଲ, ନାକଫୁଲ ଇତ୍ୟାଦି ପିନ୍ଧୁଥିଲେ ।
  • ଧନୀ, ବଣିକ ଓ ବ୍ୟବସାୟୀମାନେ ସୁନା, ରୂପା ଓ ହାଡ଼ରେ ତିଆରି ଅଳଙ୍କାର ପିନ୍ଧୁଥିଲେ । ଗରିବ ଶ୍ରେଣୀର ଲୋକମାନେ ତମ୍ବା, ହାଡ଼, ପୋହଳା ଓ ମାଟି ନିର୍ମିତ ଅଳଙ୍କାର ପିନ୍ଧୁଥିଲେ ।
  • ପୁରୁଷମାନେ ଲମ୍ବା କେଶ ଓ ଦାଢ଼ି ରଖୁଥିଲେ । ସ୍ତ୍ରୀଲୋକମାନେ ହାତୀଦାନ୍ତ ଓ ଶିଙ୍ଗ ତିଆରି ପାନିଆ ଏବଂ ମୁଣ୍ଡ କଣ୍ଟା ବ୍ୟବହାର କରୁଥିଲେ ।

BSE Odisha 6th Class History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ

(ଞ) ହରପ୍‌ପା ସଭ୍ୟତାର ଲୋକମାନେ ମାଟିଶିଳ୍ପ ଓ ଧାତୁଶିଳ୍ପରେ ନିପୁଣ ଥିଲେ ବୋଲି କିପରି ଜଣାପଡ଼େ ?
Answer:

  • ହରପ୍‌ପା ସଭ୍ୟତାର ଲୋକମାନେ ସୁନା, ରୂପା, ତମ୍ବା, ଟିଣ ଓ ଦସ୍ତା ଧାତୁର ବିଭିନ୍ନ ପ୍ରକାର ପଦାର୍ଥ ତିଆରି କରୁଥିଲେ । ଗୃହର ଉପକରଣ ଯଥା— ଥାଳି, ପାତ୍ର, ଗରା, କୁଣ୍ଡ, କ୍ଷୁର, ଛୁଞ୍ଚି, ଦାଆ, ଖଣ୍ଡା, ତୀର ଓ ବର୍ଣ୍ଣାଗୁଡ଼ିକ ବିଭିନ୍ନ ଧାତୁର ତିଆରି କରୁଥିଲେ । କେତେକ କାରିଗର କଂସାର ମୂର୍ତ୍ତି ଓ ଅଳଙ୍କାରମାନ ତିଆରି କରୁଥିଲେ ।
  • ହରପ୍‌ପା ସଭ୍ୟତାର ପ୍ରଧାନ ଶିଳ୍ପ ଥିଲା ମାଟି ପାତ୍ର ନିର୍ମାଣ । ଚକ ବ୍ୟବହାର କରି ଅନେକ ସୁନ୍ଦର ସୁନ୍ଦର ମାଟିପାତ୍ର ନିର୍ମାଣ କରୁଥିଲେ ।
  • ମାଟିରେ ବିଭିନ୍ନ ଉପକରଣ ଯଥା – ହାଣ୍ଡି, ମାଠିଆ, ସୁରେଇ, ଥାଳି, ପିଆଲା ପ୍ରଭୃତି ଗଢ଼ି ସେଥ‌ିରେ ନାନା ପ୍ରକାରର ଚିତ୍ର ଆଙ୍କୁଥିଲେ ଓ ସେଗୁଡ଼ିକୁ ନାନା ରଙ୍ଗରେ ଚିତ୍ରଣ କରୁଥିଲେ ।
  • ପିଲାମାନଙ୍କର ଖେଳଣା, ଚକ ଲାଗିଥୁବା ଛୋଟ ଛୋଟ ଗାଡ଼ି, ବିଭିନ୍ନ ପଶୁ ଓ ପକ୍ଷୀ, ମଣିଷ, ହୁଇସିଲ୍ ଆଦି ମାଟିରେ ତିଆରି କରି ତାକୁ ବିଭିନ୍ନ ରଙ୍ଗ ଦେଉଥିଲେ ।

(ଟ) ହରପ୍‌ପା ସଭ୍ୟତାରେ ଲୋକମାନେ କେଉଁ କେଉଁ ଦେବଦେବୀଙ୍କୁ ପୂଜା କରୁଥିଲେ ?
Answer:

  • ହରପ୍‌ପା ସଭ୍ୟତାରେ କୌଣସି ମନ୍ଦିର ଦେଖିବାକୁ ମିଳେ ନାହିଁ ।
  • ସେଠାରେ ପଥର ମୂର୍ତ୍ତି, ତମ୍ବା କିମ୍ବା ପୋଡ଼ା ମାଟିର ମୋହର ଉପରେ ଖୋଦିତ ହୋଇଥ‌ିବା ବିଭିନ୍ନ ମୂର୍ତ୍ତି ଦେଖିବାକୁ ମିଳେ ।
  • ଅନୁମାନ କରାଯାଏ ଯେ ସେମାନେ ପଶୁପତି, ଦେବୀ, ବୃଷଭ, ସର୍ପ, ବୃକ୍ଷ ଆଦିକୁ ପୂଜା କରୁଥିଲେ ।
  • ସେଠାରେ କେତେକ ମୋହରରେ ମାତୃକା ମୂର୍ତ୍ତି ଦେଖିବାକୁ ମିଳେ । ତେଣୁ ହରପ୍‌ପାର ଲୋକମାନେ ଦେବୀ ପୂଜା କରୁଥିଲେ ।

BSE Odisha 6th Class History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ

(୦) ହରପ୍‌ପା ସଭ୍ୟତାର ପତନର କାରଣଗୁଡ଼ିକ କ’ଣ ? କେଉଁ କାରଣଟିକୁ ତୁମେ ଅଧ୍ବକ ଦାୟୀ କରିବ ଓ କାହିଁକି ?
Answer:

  1. ହରପ୍‌ପା ସଭ୍ୟତାର ପତନ ପାଇଁ ନିମ୍ନଲିଖ କାରଣଗୁଡ଼ିକ ଦାୟୀ । ପ୍ରାୟ ଖ୍ରୀଷ୍ଟପୂର୍ବ ଦୁଇହଜାର ବର୍ଷ ବେଳକୁ ଏହି ସଭ୍ୟତାର ପତନ ଆରମ୍ଭ ହୋଇଥିଲା ।
  2. ବିଶେଷଜ୍ଞମାନଙ୍କ ମତରେ ପ୍ରାକୃତିକ ଦୁର୍ଘଟଣା ହେତୁ ଏହି ସଭ୍ୟତାର ଅବସାନ ଘଟିଲା । ସିନ୍ଧୁନଦୀରେ ବନ୍ୟା ଆସିବା ଫଳରେ ଲୋକମାନେ ନଗର ଛାଡ଼ି ଅନ୍ୟ ଜାଗାକୁ ପଳାଇ ଯାଇଥିଲେ । କେତେକ ଐତିହାସିକଙ୍କ ମତରେ ବାରମ୍ବାର ଭୂମିକମ୍ପ ଦ୍ବାରା ଏହି ସଭ୍ୟତା ମାଟିତଳେ ପୋତି ହୋଇଯାଇଥିଲା ।
  3. ଅନେକଙ୍କ ମତରେ ଆର୍ଯ୍ୟମାନଙ୍କ ଆକ୍ରମଣ ଦ୍ବାରା ଏହି ସଭ୍ୟତା ଲୋପ ପାଇଛି । ମହେଞ୍ଜୋଦାରୋଠାରେ ଗଣହତ୍ୟାର ପ୍ରମାଣ ମିଳିଛି । ସେଠାରେ ମିଳିଥିବା କଙ୍କାଳ ଗୁଡ଼ିକରେ ତୀକ୍ଷ୍ଣ ଅସ୍ତ୍ରଦ୍ଵାରା ଆଘାତର ଦାଗ ଦେଖିବାକୁ ମିଳେ ।
  4. କେତେକ ଐତିହାସିକଙ୍କ ମତରେ ମହାମାରୀ ଓ ପ୍ଲେଟ୍ ହରପ୍‌ପା ସଭ୍ୟତାର ପତନପାଇଁ ଦାୟୀ । କାରଣ, ସେଠାରେ ବିଭିନ୍ନ ରାସ୍ତାମାନଙ୍କରେ କଙ୍କାଳଗୁଡ଼ିକ ପଡ଼ିଥିବା ଦେଖିବାକୁ ମିଳିଛି ।

(ଡ) କେଉଁ କେଉଁ ତଥ୍ୟରୁ ହରପ୍‌ପା ସଭ୍ୟତାର ଲୋକମାନଙ୍କର ଧର୍ମବିଶ୍ୱାସ ଏବଂ ପୂଜାପଦ୍ଧତି ବିଷୟରେ ଜାଣିପାରିବା ଉଲ୍ଲେଖ କର ।
Answer:

  • ହରପ୍ପା ସଭ୍ୟତାରେ କୌଣସି ମନ୍ଦିର ଦେଖିବାକୁ ମିଳେନାହିଁ । ସେଠାରେ ପଥର ମୂର୍ତ୍ତି, ତମ୍ବା କିମ୍ବାପୋଡ଼ାମାଟିରେ ମୋହର ଉପରେ ଖୋଦିତ ହୋଇଥିବା ବିଭିନ୍ନ ମୂର୍ତ୍ତି ଦେଖିବାକୁ ମିଳେ । ତେଣୁ ସେମାନେ ପଶୁପତି, ଦେବୀ, ବୃଷଭ, ସର୍ପ, ବୃକ୍ଷ ଆଦିଙ୍କୁ ପୂଜା କରୁଥିବାର ଅନୁମାନ କରାଯାଏ ।
  • କେତେକ ମୋହରରେ ମାତୃକା ମୂର୍ତ୍ତି ଦେଖିବାକୁ ମିଳେ । ତେଣୁ ଲୋକମାନେ ଦେବୀ ପୂଜା କରୁଥିଲେ ।
  • ହରପ୍‌ପା ସଭ୍ୟତାର ଲୋକମାନେ ମୃତ ବ୍ୟକ୍ତିର ଜୀବନ ରହିଥାଏ ବୋଲି ବିଶ୍ଵାସ କରୁଥିଲେ । ତେଣୁ ସେମାନେ ଶବଗୁଡ଼ିକୁ ଉତ୍ତର ଦିଗକୁ ମୁଣ୍ଡ କରି ସମାଧୁ ଦେଉଥିଲେ ।
  • ମୃତବ୍ୟକ୍ତି ସହିତ ତା’ର ଅଳଙ୍କାର, ବ୍ୟବହାର କରୁଥିବା ପାତ୍ର, ଦର୍ପଣ, ବାଡ଼ି ଆଦି ଜିନିଷଗୁଡ଼ିକୁ ପୋତି ଦେଉଥିଲେ ।

BSE Odisha 6th Class History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ

୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୩୦ଟି ଶବ୍ଦ ଭିତରେ ଲେଖ ।

(କ) ମହେଞ୍ଜୋଦାରୋରେ ଥ‌ିବା ସ୍ନାନାଗାରର ଜଳ ପ୍ରବେଶ ଓ ନିଷ୍କାସନର ଉପାୟ ଲେଖ ।
Answer:
(୧) ସ୍ନାନାଗାରର ଉପରିଭାଗରେ ଥ‌ିବା କୂଅରୁ ନଳ ସାହାଯ୍ୟରେ ପାଣି ସ୍ନାନାଗାରରେ ଭର୍ତ୍ତି କରାଯାଉଥିଲା ।
(୨) ସ୍ନାନାଗାରରୁ ଜଳ ନିଷ୍କାସନ ପାଇଁ ସ୍ନାନାଗାରର ନିମ୍ନ ଭାଗରେ ଏକ ନାଳ ମାଟିତଳେ ବହୁ ଦୂରକୁ ଲମ୍ବି ରହିଥିଲା, ଯାହାଦ୍ଵାରା ଦୂଷିତ ଜଳ ନିଷ୍କାସନ ହେଉଥିଲା ।

(ଖ) ହରପ୍‌ପା ସଭ୍ୟତାର ସଭାଗୃହ ଗଠନ ପ୍ରଣାଳୀ କିପରି ଥିଲା ?
Answer:
(୧) ମହେଞ୍ଜୋଦାରୋ ନଗର ମଧ୍ୟରେ ଥ‌ିବା ୭୦ ମିଟର ଲମ୍ବ ଓ ୨୩ ମିଟର ପ୍ରସ୍ଥ ବିଶିଷ୍ଟ ଏକ ପ୍ରକାଣ୍ଡ ଗୃହ ହରପ୍‌ପା ସଭ୍ୟତାର ସଭାଗୃହ ଥିଲା ବୋଲି ବିଶ୍ଵାସ କରାଯାଏ ।
(୨) ଏହା ୨୫ ଗୋଟି ଖମ୍ବ ବିଶିଷ୍ଟ ପୋଡ଼ାଇଟାରେ ନିର୍ମିତ ଗୃହ ଥିଲା । ଏହି ଗୃହରେ ପାଞ୍ଚଟି କୋଠରି ଥିଲା ।

(ଗ) ହରପ୍‌ପା ସଭ୍ୟତାର ଲୋକମାନେ କେଉଁ ଶିଳ୍ପକଳାରେ ନିପୁଣ ଥିଲେ ଓ ସେମାନେ କେଉଁ ଧାତୁର ବ୍ୟବହାର ଜାଣିଥିଲେ ?
Answer:
(୧) ହରପ୍‌ପା ସଭ୍ୟତାର ଲୋକମାନେ ମାଟିଶିଳ୍ପ ଓ ଧାତୁଶିଳ୍ପରେ ନିପୁଣ ଥିଲେ ।
(୨) ସେମାନେ ସୁନା, ରୁପା, ତମ୍ବା,ଟିଣ ଏବଂ ଦସ୍ତା ଧାତୁର ବ୍ୟବହାର ଜାଣିଥିଲେ ।

(ଘ) ହରପ୍‌ପା ସଭ୍ୟତାର ଲୋକମାନେ କେଉଁ ଉପାୟରେ ଶବ ସଂସ୍କାର କରୁଥିଲେ ?
Answer:
(୧) ହରପ୍‌ପା ସଭ୍ୟତାର ଲୋକମାନେ ମୃତବ୍ୟକ୍ତିର ଜୀବନ ରହିଥାଏ ବୋଲି ବିଶ୍ଵାସ କରି ଶବଗୁଡ଼ିକୁ ଉତ୍ତର ଦିଗକୁ ମୁଣ୍ଡକରି ସମାଧ୍ ଦେଉଥିଲେ ।
(୨) ମୃତବ୍ୟକ୍ତି ସହିତ ତା’ର ଅଳଙ୍କାର, ବ୍ୟବହାର କରୁଥିବା ପାତ୍ର, ଦର୍ପଣ, ବାଡ଼ି ଆଦି ଜିନିଷଗୁଡ଼ିକୁ ପୋତି ଦେଉଥିଲେ ।

BSE Odisha 6th Class History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ

(ଙ) ହରପ୍‌ପା ସଭ୍ୟତାର ଅଧ‌ିବାସୀମାନେ କେଉଁ ଜିନିଷ ଖାଦ୍ୟରୂପେ ଗ୍ରହଣ କରୁଥିଲେ ?
Answer:
(୧) ହରପ୍‌ପା ସଭ୍ୟତାର ଅଧ‌ିବାସୀମାନେ ଗହମ ଓ ଯଅରୁ ପ୍ରସ୍ତୁତ ଅଟାରୁ ରୁଟି ତିଆରି କରି ଖାଉଥିଲେ ।
(୨) ଏହା ବ୍ୟତୀତ ସେମାନେ ଫଳ, ମାଛ, ମାଂସ, ଅଣ୍ଡା ଖାଉଥିଲେ ଏବଂ ଖଜୁରିକୋଳି ସେମାନଙ୍କର ପ୍ରିୟ ଖାଦ୍ୟ ଥିଲା ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ହରପ୍‌ପା ଓ ମହେଞ୍ଜୋଦାରୋ ସଭ୍ୟତାକୁ ସିନ୍ଧୁ ସଭ୍ୟତା କୁହାଯାଏ କାହିଁକି ?
Answer:
ହରପ୍‌ପା ଓ ମହେଞ୍ଜୋଦାରୋ ସହର ଦୁଇଟି ସିନ୍ଧୁ ନଦୀ ଉପତ୍ୟକାରେ ଅବସ୍ଥିତ ହେତୁ ଏହାକୁ ସିନ୍ଧୁ ସଭ୍ୟତା କୁହାଯାଏ ।

(ଖ) ହରପ୍‌ପା ସଭ୍ୟତାର ଲୋକମାନେ କେଉଁ ଲିପି ବ୍ୟବହାର କରୁଥିଲେ ?
Answer:
ହରପ୍‌ପା ସଭ୍ୟତାର ଲୋକମାନେ ଛବିଲିପି ବ୍ୟବହାର କରୁଥିଲେ ।

(ଗ) ‘ମହେଞ୍ଜୋଦାରୋ’ ଶବ୍ଦର ଅର୍ଥ କ’ଣ ?
Answer:
‘ମହେଞ୍ଜୋଦାରୋ’ ଶବ୍ଦର ଅର୍ଥ ‘ମୃତନଗରୀ’ ।

(ଘ) ହରପ୍‌ପା ସଭ୍ୟତାର ଲୋକମାନେ ମୁଖ୍ୟତଃ କେଉଁ ଚାଷ କରୁଥିଲେ କରୁଥିଲେ ?
Answer:
ହରପ୍‌ପା ସଭ୍ୟତାର ଲୋକମାନେ ମୁଖ୍ୟତଃ ଗହମ, ଯଅ ଓ କପା ଚାଷ କରୁଥିଲେ ।

BSE Odisha 6th Class History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ

(ଙ) ହରପ୍‌ପା ସଭ୍ୟତାର ପ୍ରଧାନ ଶିଳ୍ପ କ’ଣ ଥିଲା ?
Answer:
ହରପ୍‌ପା ସଭ୍ୟତାର ପ୍ରଧାନ ଶିଳ୍ପ ଥିଲା ମାଟିଶିଳ୍ପ ଓ ଧାତୁଶିଳ୍ପ ।

୪। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ହରପ୍‌ପା ସଭ୍ୟତାର ଘରଗୁଡ଼ିକ ________ ରେ ତିଆରି ହୋଇଥିଲା ।
(ପୋଡ଼ାଇଟା, ପଥର, ମାଟି, ଚୂନପଥର)
Answer:
ପୋଡ଼ାଇଟା

(ଖ) ହରପ୍ପା ସହରଟି ବର୍ତ୍ତମାନ _______ ଅବସ୍ଥତ ।
(ଭାରତ, ପାକିସ୍ତାନ, ଆଫଗାନିସ୍ଥାନ, ବେଲୁଚିସ୍ଥାନ)
Answer:
ପାକିସ୍ତାନ

(ଗ) ହରପ୍‌ପା ସଭ୍ୟତାର ଲୋକମାନେ ______ ଧାତୁର ବ୍ୟବହାର ଜାଣି ନଥିଲେ ।
(ତମ୍ବା, କଂସା, ଟିଣ, ଲୁହା)
Answer:
ଲୁହା

(ଘ) ହରପ୍ପା ସଭ୍ୟତାର ଲୋକମାନେ _____ ଚାଷ କରୁଥିଲେ ।
(ଧାନ, ବାଜରା, କପା, ଝୋଟ)
Answer:
କପା

BSE Odisha 6th Class History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ

୫। ‘କ’ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭରୁ ଉପଯୁକ୍ତ ଶବ୍ଦ ବାଛି ଯୋଗ କର ।

ଭାରତରେ ପ୍ରଥମ ନଗରୀକରଣ Chapter 4
Answer:

ଭାରତରେ ପ୍ରଥମ ନଗରୀକରଣ Chapter 4.1

୬ । ରେଖାଙ୍କିତ ପଦଗୁଡ଼ିକୁ ବଦଳାଇ ଭ୍ରମ ସଂଶୋଧନ କର ।

(କ) ହରପ୍‌ପା ସଭ୍ୟତାର ଲୋକମାନଙ୍କର ମୁଖ୍ୟ ଖାଦ୍ୟ ଭାତ ଥିଲା ।
Answer:
ହରପ୍‌ପା ସଭ୍ୟତାର ଲୋକମାନଙ୍କର ମୁଖ୍ୟ ଖାଦ୍ୟ ରୁଟି ଥିଲା ।

BSE Odisha 6th Class History Solutions Chapter 4 ଭାରତରେ ପ୍ରଥମ ନଗରୀକରଣ

(ଖ) ଶସ୍ୟାଗାରଗୁଡ଼ିକ ସାଧାରଣତଃ ଶସ୍ୟ ଅମଳ କରିବା ପାଇଁ ରହିଥିଲା ।
Answer:
ଶସ୍ୟାଗାରଗୁଡ଼ିକ ସାଧାରଣତଃ ଶସ୍ୟ ସଂରକ୍ଷଣ କରିବା ପାଇଁ ରହିଥିଲା ।

(ଗ) ହରପ୍‌ପାରେ ଘରର ଉପର ମହଲାକୁ ଯିବାପାଇଁ ପଥରରେ ତିଆରି ସିଡ଼ି ବ୍ୟବହୃତ ହେଉଥିଲା ।
Answer:
ହରପ୍‌ପାରେ ଘରର ଉପର ମହଲାକୁ ଯିବାପାଇଁ କାଠରେ ତିଆରି ସିଡ଼ି ବ୍ୟବହୃତ ହେଉଥିଲା ।

(ଘ) ହରପ୍‌ପା ସଭ୍ୟତାର ଅଧିବାସୀମାନେ ବେପାର ବାଣିଜ୍ୟକୁ ମୁଖ୍ୟ ଜୀବିକାରୂପେ ଗ୍ରହଣ କରିଥିଲେ ।
Answer:
ହରପ୍‌ପା ସଭ୍ୟତାର ଅଧିବାସୀମାନେ କୃଷିକୁ ମୁଖ୍ୟ ଜୀବିକାରୂପେ ଗ୍ରହଣ କରିଥିଲେ ।

BSE Odisha 6th Class Political Science Solutions Chapter 2 ରାଷ୍ଟ୍ର

Odisha State Board BSE Odisha 6th Class Political Science Solutions Chapter 2 ରାଷ୍ଟ୍ର Textbook Exercise Questions and Answers.

BSE Odisha Class 6 Political Science Solutions Chapter 2 ରାଷ୍ଟ୍ର

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନବଳୀର ଉତ୍ତର
୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ରାଷ୍ଟ୍ରକୁ ରାଜନୀତି ବିଜ୍ଞାନର ମୁଖ୍ୟ ବିଷୟବସ୍ତୁ କୁହାଯାଏ କାହିଁକି ?
Answer:

  • ଆମ ସାମାଜିକ ଜୀବନରେ ରାଷ୍ଟ୍ରର ଭୂମିକା ଖୁବ୍ ବେଶୀ, କାରଣ ଏହା ସବୁଠାରୁ ବଡ଼ କ୍ଷମତାଶାଳୀ ସାମାଜିକ ତଥା ରାଜନୈତିକ ଅନୁଷ୍ଠାନ ।
  • ମନୁଷ୍ୟ ଜନ୍ମହେଲା ମାତ୍ରେ ନିଜକୁ ରାଷ୍ଟ୍ରର ସଭ୍ୟ ତାଲିକାରେ ସାମିଲ କରେ ।
  • ମନୁଷ୍ୟ ସୃଷ୍ଟିହେବା ସହିତ ରାଷ୍ଟ୍ରର ଆବଶ୍ୟକତା ଉପଲବ୍‌ଧ ହୋଇଛି ବୋଲି କୁହାଯାଏ ।
  • ତେଣୁ ରାଷ୍ଟ୍ରକୁ ରାଜନୀତି ବିଜ୍ଞାନର ମୁଖ୍ୟ ବିଷୟବସ୍ତୁ ଓ କେନ୍ଦ୍ରବିନ୍ଦୁ ବୋଲି କୁହାଯାଏ ।

(ଖ) ରାଷ୍ଟ୍ରକୁ ଏକ ଅତ୍ୟାବଶ୍ୟକ ଅନୁଷ୍ଠାନ କହିବାର କାରଣ କ’ଣ ?
Answer:

  • ରାଷ୍ଟ୍ରଦ୍ୱାରା ପ୍ରତ୍ୟେକ ବ୍ୟକ୍ତିର ଉପଯୁକ୍ତ ବିକାଶ ହୋଇଥାଏ ।
  • ରାଷ୍ଟ୍ର ଏକ ସ୍ଥାୟୀ ଅନୁଷ୍ଠାନ ହୋଇଥ‌ିବାରୁ ଏହାର ଆବଶ୍ୟକତା ସର୍ବଦା ଦରକାର ହୋଇଥାଏ ।
  • ରାଷ୍ଟ୍ରର ନୀତି ନିୟମ ସାମାଜିକ ଜୀବନକୁ ଶୃଙ୍ଖଳିତ ଓ ଦୃଢ଼ୀଭୂତ କରିଥାଏ ।
  • ମନୁଷ୍ୟର ଇଚ୍ଛା ତାକୁ ରାଷ୍ଟ୍ରରେ ରହିବାକୁ ବାଧ୍ୟ କରୁଥିବାରୁ ଏହାକୁ ଅତ୍ୟାବଶ୍ୟକ ଅନୁଷ୍ଠାନ କୁହାଯାଏ ।

BSE Odisha 6th Class Political Science Solutions Chapter 2 ରାଷ୍ଟ୍ର

(ଗ) ରାଷ୍ଟ୍ର କେଉଁ କେଉଁ ଉପାଦାନକୁ ନେଇ ଗଠିତ ?
Answer:
ଜନସଂଖ୍ୟା, ଆୟତନ, ସରକାର ଓ ସାର୍ବଭୌମତ୍ୱ – ଏହି ଚାରିଟି ଉପାଦାନକୁ ନେଇ ରାଷ୍ଟ୍ର ଗଠିତ ।

(ଘ) ସାର୍ବଭୌମତ୍ୱ କହିଲେ କ’ଣ ବୁଝ ? ଏହାକୁ ରାଷ୍ଟ୍ର କେଉଁ କେଉଁ କ୍ଷେତ୍ରରେ ପ୍ରୟୋଗ କରେ ?
Answer:

  • ସାର୍ବଭୌମତ୍ୱ କହିଲେ ସର୍ବୋଚ୍ଚ କ୍ଷମତାକୁ ବୁଝାଏ ।
  • ସାର୍ବଭୌମତ୍ୱ ଦୁଇ ଭାଗରେ ବିଭକ୍ତ ଯଥା : ଆଭ୍ୟନ୍ତରୀଣ ସାର୍ବଭୌମତ୍ବ ଓ ବହିଃ ସାର୍ବଭୌମତ୍ୱ ।
  • ଆଭ୍ୟନ୍ତରୀଣ ସାର୍ବଭୌମତ୍ୱ ବଳରେ ରାଷ୍ଟ୍ର, ନାଗରିକ, ଗୋଷ୍ଠୀ ଓ ଅନୁଷ୍ଠାନ ଉପରେ ନିୟନ୍ତ୍ରଣ ଜାରି କରେ ।
  • ବହିଃ ସାର୍ବଭୌମତ୍ବ ବଳରେ ରାଷ୍ଟ୍ର ନିଜର ବୈଦେଶିକ ନୀତି ନିର୍ଦ୍ଧାରଣ କରେ ।

(ଙ) ଶକ୍ତିଦ୍ୱାରା ରାଷ୍ଟ୍ର କିପରି ସୃଷ୍ଟି ହୋଇଛି ?
Answer:

  • ଅତୀତରେ କେତେକ ଦଳର ନେତା ବଳ ପ୍ରୟୋଗ କରି ଅନ୍ୟମାନଙ୍କୁ ଅକ୍ତିଆର କରିଥିଲେ ।
  • ଅତୀତରେ କେତେକ ଶକ୍ତିଶାଳୀ ରାଷ୍ଟ୍ର ଦୁର୍ବଳ ରାଷ୍ଟ୍ରମାନଙ୍କୁ ଯୁଦ୍ଧରେ ପରାସ୍ତ କରି ସେମାନଙ୍କ ରାଜ୍ୟକୁ ନିଜ ରାଜ୍ୟରେ ମିଶାଇ ଦେଇଥିଲେ ।
  • ତେଣୁ ‘ଜୋର୍ ଯାହାର ମୂଲକ ତାହାର’ ନୀତିରେ ଯୁଦ୍ଧ ବା ଶକ୍ତିରୁ ରାଷ୍ଟ୍ର ଉତ୍ପତ୍ତି ହୋଇଥିଲା ବୋଲି ବିଶ୍ଵାସ କରାଯାଏ ।

(ଚ) ସାମାଜିକ ଚୁକ୍ତି କହିଲେ କ’ଣ ବୁଝ ? ଏହା କାହିଁକି କରାଯାଇଥିଲା ?
Answer:

  • ମନୁଷ୍ୟ ଚୁକ୍ତି କରି ରାଷ୍ଟ୍ର ସୃଷ୍ଟି କରିଅଛି । ସେହି ମତକୁ ସାମାଜିକ ଚୁକ୍ତି ମତବାଦ କୁହାଯାଏ ।
  • ଅତୀତରେ ଯେତେବେଳେ କୌଣସି ସମାଜ ବା ରାଷ୍ଟ୍ର ନଥିଲା ସେତେବେଳେ ଆଦିମାନବ ସରଳ ଜୀବନଯାପନ କରୁଥିଲା ।
  • ପରେ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିବାରୁ ସେମାନେ ‘ଜୋର୍ ଯାହାର ମୂଲକ ତାହାର’ ନୀତି ଅବଲମ୍ବନ କଲେ । ଯାହାର ଫଳସ୍ଵରୂପ ସେମାନେ ଅତି ଦୁଃଖରେ ଜୀବନଯାପନ କଲେ ।
  • କାଳକ୍ରମେ ଏହି ଦୁଃଖପୂର୍ଣ ଅବସ୍ଥାରୁ ମୁକ୍ତି ପାଇଁ, ଶାନ୍ତିରେ ଜୀବନଯାପନ କରିବା ଓ ଧନଜୀବନର ସୁରକ୍ଷା ପାଇଁ ସାମାଜିକ ଚୁକ୍ତି ସାହାଯ୍ୟରେ ରାଷ୍ଟ୍ର ସୃଷ୍ଟି କଲେ ।

BSE Odisha 6th Class Political Science Solutions Chapter 2 ରାଷ୍ଟ୍ର

(ଛ) ବ୍ୟକ୍ତିଗତ ସମ୍ପତ୍ତି ରାଷ୍ଟ୍ର ଗଠନ ପାଇଁ କିପରି ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ?
Answer:

  • ଯାଯାବର ଜୀବନ ତ୍ୟାଗ କରି ମଣିଷ ଏକ ସମୟରେ ବ୍ୟକ୍ତିଗତ ସମ୍ପତ୍ତିର ମାଲିକ ହେଲା ।
  • କ୍ରମେ ଜନସଂଖ୍ୟାର ବୃଦ୍ଧି ଫଳରେ ବ୍ୟକ୍ତିଗତ ସମ୍ପତ୍ତିର ସୁରକ୍ଷା ପାଇଁ ରାଷ୍ଟ୍ରର ଆବଶ୍ୟକତା ମଣିଷ ଉପଲବ୍ଧ କଲା ।
  • ତେଣୁ ରାଷ୍ଟ୍ରର କ୍ରମବିକାଶ ପାଇଁ ବ୍ୟକ୍ତିଗତ ସମ୍ପତ୍ତି ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

(ଜ) ରାଷ୍ଟ୍ରର କାର୍ଯ୍ୟକୁ କେତେ ଭାଗରେ ବିଭକ୍ତ କରାଯାଇଛି ଏବଂ ସେଗୁଡ଼ିକ କ’ଣ କ’ଣ ?
Answer:

  • ରାଷ୍ଟ୍ରର କାର୍ଯ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ।
  • ସେଗୁଡ଼ିକ ହେଲା – (କ) ବାଧ୍ୟତାମୂଳକ କାର୍ଯ୍ୟ ଓ (ଖ) ଇଚ୍ଛାଧୀନ କାର୍ଯ୍ୟ ।

୨। ରେଖାଙ୍କିତ ପଦକୁ ନ ବଦଳାଇ ବାକ୍ୟଟି ଭୁଲ ଥିଲେ ଠିକ୍ କରି ଲେଖ ।
(କ) ରାଷ୍ଟ୍ର ହେଉଛି ଏକ ବୃତ୍ତିଭିତ୍ତିକ ସଂଘ ।
(ଖ) ମୋନାକୋ ଗୋଟିଏ ଜନବହୁଳ ଦେଶ ।
(ଗ) ସରକାର ଏକ ଧାର୍ମିକ ସଙ୍ଗଠନ ।
(ଘ) ଗୋଷ୍ଠୀରୁ ପରିବାର ସୃଷ୍ଟି ହୋଇଛି ।
(ଙ) ଶିଳ୍ପସଂସ୍ଥାମାନଙ୍କୁ ନିୟନ୍ତ୍ରଣ କରିବା ହେଉଛି ରାଷ୍ଟ୍ରର ବାଧ୍ୟତାମୂଳକ କାର୍ଯ୍ୟ ।
Answer:
(କ) ରାଷ୍ଟ୍ର ହେଉଛି ଏକ ରାଜନୈତିକ ସଂଘ ।
(ଖ) ମୋନାକୋ ଗୋଟିଏ ଜନବିରଳ ଦେଶ ।
(ଗ) ସରକାର ଏକ ରାଜନୈତିକ ସଙ୍ଗଠନ ।
(ଘ) ଗୋଷ୍ଠୀରୁ ରାଷ୍ଟ୍ର ସୃଷ୍ଟି ହୋଇଛି ।
(ଙ) ଶିଳ୍ପସଂସ୍ଥାମାନଙ୍କୁ ନିୟନ୍ତ୍ରଣ କରିବା ହେଉଛି ରାଷ୍ଟ୍ରର ଇଚ୍ଛାଧୀନ କାର୍ଯ୍ୟ ।

BSE Odisha 6th Class Political Science Solutions Chapter 2 ରାଷ୍ଟ୍ର

୩। ରେଖାଙ୍କିତ ପଦ/ପଦଗୁଡ଼ିକ ବଦଳାଇ ଭ୍ରମ ଥିଲେ ବାକ୍ୟଟିକୁ ସଂଶୋଧନ କର ।
(କ) ରାଷ୍ଟ୍ର ଗୋଟିଏ ଅସ୍ଥାୟୀ ଅନୁଷ୍ଠାନ ।
(ଖ) ସରକାର ବିଭିନ୍ନ ପ୍ରଥା ଦ୍ଵାରା ପରିଚାଳିତ ହୋଇଥାଏ ।
(ଗ) ରାଷ୍ଟ୍ରର ଉତ୍ପତ୍ତି ସମ୍ବନ୍ଧରେ ଯାହା କୁହାଯାଇଛି ସେଗୁଡ଼ିକ ବୈଜ୍ଞାନିକ ତଥ୍ୟ ଉପରେ ଆଧାରିତ ।
(ଘ) ଆଦିମାନବ ସରଳ ଜୀବନଯାପନ କରୁଥିବା ସମୟକୁ ମାନବର କୃତ୍ରିମ ଅବସ୍ଥା କୁହାଯାଏ ।
(ଙ) ଧର୍ମଦ୍ୱାରା ବିଭିନ୍ନତା ଭାବ ସୃଷ୍ଟି ହୁଏ ।
(ଚ) ଦେଶ ମଧ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷାକରିବା ହେଉଛି ଏକ ଇଚ୍ଛାଧୀନ କାର୍ଯ୍ୟ ।
Answer:
(କ) ରାଷ୍ଟ୍ର ଗୋଟିଏ ସ୍ଥାୟୀ ଅନୁଷ୍ଠାନ ।
(ଖ) ସରକାର ବିଭିନ୍ନ ଆଇନଦ୍ୱାରା ପରିଚାଳିତ ହୋଇଥାଏ ।
(ଗ) ରାଷ୍ଟ୍ରର ଉତ୍ପତ୍ତି ସମ୍ବନ୍ଧରେ ଯାହା କୁହାଯାଇଛି ସେଗୁଡ଼ିକ ଅନୁମାନ ଓ କଳ୍ପନା ଉପରେ ଆଧାରିତ ।
(ଘ) ଆଦିମାନବ ସରଳ ଜୀବନଯାପନ କରୁଥିବା ସମୟକୁ ମାନବର ପ୍ରାକୃତିକ ଅବସ୍ଥା କୁହାଯାଏ ।
(ଙ) ଧର୍ମଦ୍ଵାରା ଐକ୍ୟଭାବ ସୃଷ୍ଟି ହୁଏ ।
(ଚ) ଦେଶ ମଧ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ହେଉଛି ଏକ ବାଧ୍ୟତାମୂଳକ କାର୍ଯ୍ୟ ।

BSE Odisha 6th Class Political Science Solutions Chapter 1 ଆମେ ଓ ଆମ ସମାଜ

Odisha State Board BSE Odisha 6th Class Political Science Solutions Chapter 1 ଆମେ ଓ ଆମ ସମାଜ Textbook Exercise Questions and Answers.

BSE Odisha Class 6 Political Science Solutions Chapter 1 ଆମେ ଓ ଆମ ସମାଜ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନବଳୀର ଉତ୍ତର
୧। ସଂକ୍ଷେପରେ ଉତ୍ତର ଲେଖ ।

(କ) ବ୍ୟକ୍ତି ସମାଜ ଉପରେ ନିର୍ଭର କରିଥାଏ କିପରି ?
Answer:

  • ବ୍ୟକ୍ତି ନିଜର ଧନଜୀବନର ସୁରକ୍ଷା ପାଇଁ ସମାଜ ଉପରେ ନିର୍ଭର କରେ ।
  • ବ୍ୟକ୍ତି ଜୀବିକା ଅର୍ଜନ ପାଇଁ ସମାଜ ଉପରେ ନିର୍ଭର କରେ ।
  • ବ୍ୟକ୍ତି ନୂତନ ଅଭିଜ୍ଞତା, ଜ୍ଞାନ ଅର୍ଜନ ପାଇଁ ସମାଜ ଉପରେ ନିର୍ଭର କରେ ।
  • ନିଜ ବ୍ୟକ୍ତିତ୍ଵର ବିକାଶ ପାଇଁ ବ୍ୟକ୍ତି ସମାଜର ଆଦର୍ଶ ନୀତି ଓ ପ୍ରଥାଗୁଡ଼ିକୁ ଅନୁସରଣ କରେ ।

(ଖ) ପରିବାରର କାର୍ଯ୍ୟଗୁଡ଼ିକ କ’ଣ ?
Answer:

  • ବଂଶରକ୍ଷା କରିବା ପରିବାରର ମୌଳିକ କାର୍ଯ୍ୟ ।
  • ଶିଶୁର ଲାଳନପାଳନ, ଶିଶୁକୁ ବିଭିନ୍ନ ସଦ୍‌ଗୁଣ ଶିକ୍ଷାଦେବା, ଶିଶୁଟି ବଡ଼ ହେବାପରେ ଜୀବିକା ଅର୍ଜନରେ ସାହାଯ୍ୟ କରିବା ଆଦି କାର୍ଯ୍ୟ ପରିବାରଦ୍ଵାରା ହୋଇଥାଏ ।
  • ଶିଶୁକୁ ଉତ୍ତମ ନାଗରିକ ରୂପେ ଗଢ଼ି ତୋଳିବାରେ ପରିବାର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

BSE Odisha 6th Class Political Science Solutions Chapter 1 ଆମେ ଓ ଆମ ସମାଜ

(ଗ) ସମୁଦାୟ ଓ ସଂଘ ମଧ୍ଯରେ ପାର୍ଥକ୍ୟ କ’ଣ ?
Answer:
ସମୁଦାୟ ଓ ସଂଘ ମଧ୍ଯରେ ପାର୍ଥକ୍ୟ କ’ଣ

(ଘ) ଗୋଟିଏ ଜନଜାତିର ଲୋକଙ୍କ ମଧ୍ୟରେ କେଉଁସବୁ ସମାନତା ଦେଖାଯାଏ ?
Answer:

  • ଗୋଟିଏ ଜନଜାତିର ଲୋକମାନେ ନିଜକୁ ଏକ ସାଧାରଣ ବଂଶର ବୋଲି ମନେକରନ୍ତି ।
  • ଏମାନେ ଏକ ସାଧାରଣ ଭାଷାରେ କଥାବାର୍ତ୍ତା ହୁଅନ୍ତି ।
  • ଏମାନେ ସମାନ ପ୍ରକାର କାର୍ଯ୍ୟ କରି ଜୀବିକା ନିର୍ବାହ କରନ୍ତି ।
  • ଏମାନେ ମିଳିମିଶି ବିଭିନ୍ନ ପର୍ବପର୍ବାଣି ପାଳନ କରନ୍ତି ।
  • ଏମାନେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରନ୍ତି ।

(ଙ) ବଂଶ ବିଭାଜନର କାରଣଗୁଡ଼ିକ କ’ଣ ?
Answer:

  • ବଂଶ ବହୁ ପିଢ଼ିର ହୋଇଗଲେ ଏହାର ଲୋକସଂଖ୍ୟା ଅତ୍ୟଧ‌ିକ ହୋଇଯାଏ ।
  • ଫଳରେ ଧାର୍ମିକ କ୍ରିୟା କର୍ମ ପାଳନରେ ଅସୁବିଧା ହୁଏ ।
  • ବେଳେବେଳେ ସେମାନଙ୍କ ମଧ୍ୟରେ ସମ୍ପତ୍ତିଗତ ବିବାଦ ଦେଖାଯାଏ ।
  • ଏପରି ହେବାଦ୍ଵାରା କେତେକ ନିକଟ ସମ୍ପର୍କୀୟ ପରିବାରର ମୂଳବଂଶରୁ ଅଲଗା ହୋଇ ନୂତନ ବଂଶ ସୃଷ୍ଟି କରିବାଦ୍ୱାରା ବଂଶ ବିଭାଜନ ହୋଇଥାଏ । ମାତ୍ର ସମଗ୍ର ବଂଶର ଏକ ସାଧାରଣ ପୂର୍ବପୁରୁଷ ଥାଏ ।

BSE Odisha 6th Class Political Science Solutions Chapter 1 ଆମେ ଓ ଆମ ସମାଜ

(ଚ) ସମାଜର ଉନ୍ନତି କିପରି କରାଯାଇପାରିବ ?
Answer:

  • ବ୍ୟକ୍ତି ଓ ସମାଜ ପରସ୍ପର ପରିପୂରକ ହୋଇଥିବାରୁ ବ୍ୟକ୍ତିର ଉନ୍ନତି ହେଲେ ସମାଜର ଉନ୍ନତି ହୁଏ ।
  • ନିଜର ଆବଶ୍ୟକତା ପୁରଣ ସହ ସମାଜରେ ବାସ କରୁଥିବା ବ୍ୟକ୍ତି ଅନ୍ୟମାନଙ୍କ ଆବଶ୍ୟକତା ପୁରଣ ପାଇଁ ଉଦ୍ୟମ କଲେ ସମାଜର ଉନ୍ନତି ହୋଇଥାଏ ।
  • ବ୍ୟକ୍ତି ନିଜର ଧନଜୀବନ ସୁରକ୍ଷା ସହିତ ଅନ୍ୟମାନଙ୍କର ଧନଜୀବନ ସୁରକ୍ଷା ପ୍ରତି ଦୃଷ୍ଟି ଦେଲେ ସମାଜରେ ସମସ୍ତେ ସୁଖରେ ରହିବେ । ଫଳରେ ସମାଜର ଉନ୍ନତି ହେବ ।
  • ସମାଜରେ ପ୍ରଚଳିତ ଆଦର୍ଶ ନୀତି ଓ ପ୍ରଥାଗୁଡ଼ିକ ବ୍ୟକ୍ତିତ୍ଵ ବିକାଶରେ ସହାୟକ ହୋଇଥାଏ । ତେଣୁ ସମାଜର ନୀତି ଓ ପ୍ରଥାକୁ ଅତୁଟ ରଖିଲେ ସମାଜର ଉନ୍ନତି ହୋଇପାରିବ ।
  • ବ୍ୟକ୍ତି ସମାଜରେ ଉନ୍ନତି ଆଣିପାରିଲେ ସମାଜ ସମୃଦ୍ଧ ହୋଇପାରିବ ।

୨। ତଳେ ଲେଖାଥ‌ିବା ସଂଘଗୁଡ଼ିକ କାର୍ଯ୍ୟ ଦୃଷ୍ଟିରୁ କେଉଁ ପ୍ରକାରର ?

ତଳେ ଲେଖାଥ‌ିବା ସଂଘଗୁଡ଼ିକ କାର୍ଯ୍ୟ ଦୃଷ୍ଟିରୁ କେଉଁ ପ୍ରକାରର

୩। ଶୂନ୍ୟସ୍ଥାନ ପୂରଣ କର ।

(କ) କ୍ଷୁଦ୍ରତମ ସାମାଜିକ ଅନୁଷ୍ଠାନ ହେଉଛି _______________ ।
Answer:
ପରିବାର

(ଖ) ସାଧାରଣ ଲକ୍ଷ୍ୟ ସାଧନ ପାଇଁ କେତେକ ବ୍ୟକ୍ତି ଇଚ୍ଛାକୃତ ଭାବରେ ମିଶି ________________ ଗଠନ କରିଥାଆନ୍ତି ।
Answer:
ସଂଘ

(ଗ) ଲୋକମାନଙ୍କ ମଧ୍ୟରେ ସମ୍ପର୍କର ନିବିଡ଼ତା _______________ ସମୁଦାୟରେ ଅଧ୍ଵ ।
Answer:
କ୍ଷୁଦ୍ର

(ଘ) ସାନ୍ତି।ଳ ଜନଜାତିର ଲୋକମାନେ _______________ ଭାଷାରେ କଥାବାର୍ତ୍ତା କରନ୍ତି ।
Answer:
ସାନ୍ତାଳୀ

BSE Odisha 6th Class Political Science Solutions Chapter 1 ଆମେ ଓ ଆମ ସମାଜ

(ଙ) ରକ୍ତ ସମ୍ପର୍କୀୟ ପରିବାରମାନଙ୍କୁ ନେଇ ______________ ଗଠିତ ।
Answer:
ବଂଶ

୪। ଠିକ୍ତ ଉକ୍ତି ପାଖରେ (✓) ଚିହ୍ନ ଓ ଭୁଲ ଉକ୍ତି ପାଖରେ (x) ଚିହ୍ନ ଦିଅ ।
(ପ୍ରଶ୍ନ ସହ ଉତ୍ତର)

(କ) ଏକକ ପରିବାରରେ ବାପା, ମା’, ଦାଦା, ଖୁଡ଼ୀ, ସେମାନଙ୍କର ପିଲାମାନେ ମିଳିମିଶି ରହନ୍ତି ।
Answer:
x

(ଖ) ସମୁଦାୟ ପ୍ରାକୃତିକ ଭାବେ ସୃଷ୍ଟି ହୋଇଥାଏ ।
Answer:

(ଗ) ସମାଜ ସହ ବ୍ୟକ୍ତିର ସମ୍ପର୍କ ନଥାଏ ।
Answer:
x

(ଘ) ପରିବାରରୁ ଶିଶୁ ବିଭିନ୍ନ ଗୁଣ ଶିକ୍ଷାକରେ ।
Answer:

BSE Odisha 6th Class Political Science Solutions Chapter 1 ଆମେ ଓ ଆମ ସମାଜ

୫। ସଂପର୍କକୁ ଲକ୍ଷ୍ୟ କରି ଶୂନ୍ୟସ୍ଥାନ ପୂରଣ କର ।
(ପ୍ରଶ୍ନ ସହ ଉତ୍ତର)

(କ) ପୁତ୍ର : ପିତାଙ୍କ ଗୋତ୍ର :: ବିବାହିତା କନ୍ୟା : ପତିଙ୍କ ଗୋତ୍ର
(ଖ) ପରଜା : କୋରାପୁଟ :: ବଣ୍ଡା : ମାଲକାନଗିରି
(ଗ) ଆତ୍ମନିର୍ଭରଶୀଳତା : କ୍ଷୁଦ୍ର ସମୁଦାୟ :: ସାମାଜିକ ନିରାପତ୍ତା : ବୃହତ୍ ସମୁଦାୟ
(ଘ) ପରିବାର : ଚିରସ୍ଥାୟୀ :: ରାଜନୈତିକ ଦଳ : ଅସ୍ଥାୟୀ

BSE Odisha 6th Class History Solutions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

Odisha State Board BSE Odisha 6th Class History Solutions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ Textbook Exercise Questions and Answers.

BSE Odisha Class 6 History Solutions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

୧। ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦିଅ ।

(କ) ଜଳବାୟୁରେ ତାପମାତ୍ରାର ପରିବର୍ତ୍ତନ ଲୋକମାନଙ୍କର ଜୀବନଯାପନ ପ୍ରଣାଳୀକୁ କିପରି ପ୍ରଭାବିତ କଲା ?
Answer:

  • ପ୍ରାୟ ୧୨,୦୦୦ ବର୍ଷ ପୂର୍ବେ ପୃଥ‌ିବୀର ଜଳବାୟୁରେ ବଡ ପରିବର୍ତ୍ତନ ଦେଖାଯାଇଥିଲା । ଜଳବାୟୁରେ ତାପମାତ୍ରାର ପରିବର୍ତ୍ତନ ଯୋଗୁଁ ଘାସ ଜାତୀୟ ଗଛ ଦେଖାଗଲା । ତେଣୁ ହରିଣ, ଛେଳି, ମେଣ୍ଢା, ଗାଈଗୋରୁ ଆଦି ପଶୁମାନେ ସେଠାରେ ରହିବାକୁ ଆରମ୍ଭ କଲେ ।
  • ଚାଷ କରିବା ସହିତ ଲୋକମାନେ ପଶୁପାଳନ କଲେ । ପଶୁମାନଙ୍କର ଆବଶ୍ୟକତା ଜାଣି ସେମାନଙ୍କୁ ଦଳବଦ୍ଧ ଭାବରେ ରଖାଗଲା ।
  • କୁକୁରକୁ ପ୍ରଥମେ ପୋଷା ପ୍ରାଣୀରୂପେ ରଖାଯାଇଥିଲା । ତା’ପରେ ମଣିଷମାନେ ଘୁଷୁରି, ଛେଳି, ମେଣ୍ଢା, ଗାଈ, ଗଧ ପ୍ରଭୃତି ପୋଷିଲେ ।
  • ହିଂସ୍ର ଜନ୍ତୁମାନଙ୍କଠାରୁ ଗୃହପାଳିତ ପଶୁମାନଙ୍କୁ ରକ୍ଷା କରିବାପାଇଁ ମନୁଷ୍ୟ ଚେଷ୍ଟା କଲା ।

BSE Odisha 6th Class History Solutions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

(ଖ) ନୂତନ ପ୍ରସ୍ତର ଯୁଗର ଶେଷ ଭାଗରେ କେଉଁ ପ୍ରକାର ପରିବର୍ତ୍ତନ ଘଟିଥିଲା ?
Answer:

  • ନୂତନ ପ୍ରସ୍ତର ଯୁଗର ଶେଷ ଭାଗରେ ପଥର ନିର୍ମିତ ଓ ପଶୁମାନଙ୍କର ଅସ୍ଥିରେ ପ୍ରସ୍ତୁତ ବିଭିନ୍ନ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ସହିତ ମନୁଷ୍ୟ ଧାତୁର ବ୍ୟବହାର କରିବା ବିଷୟରେ ଜାଣିଥିଲେ ।
  • ଏହି ଯୁଗରେ ଉଭୟ ପଥର ଓ ଧାତୁର ହାତହତିଆର ବ୍ୟବହାର କରାଯାଉଥିଲା ।
  • ତମ୍ବା ଧାତୁକୁ ମଣିଷ ପ୍ରଥମେ ବ୍ୟବହାର କରିଥିଲା । ତମ୍ବା ସହିତ ଟିଣ ଓ ଦକ୍ତା ମିଶାଯାଇ ବ୍ରୋଞ୍ଜ ବା କଂସା ଧାତୁ ତିଆରି କରାଗଲା । ତେଣୁ ଏହି ଯୁଗକୁ ତାମ୍ର ପ୍ରସ୍ତର ଯୁଗ କୁହାଯାଏ ।
  • କର୍ଣ୍ଣାଟକର ମହୀଶୂର ନିକଟସ୍ଥ ବ୍ରହ୍ମଗିରିଠାରେ ଏହି ଧାତୁ ନିର୍ମିତ ଛୁରୀ ଓ ହାତୁଡ଼ି ଦେଖିବାକୁ ମିଳେ ।

(ଗ) ଗ୍ରାମୀଣ ସଭ୍ୟତା ପ୍ରଥମେ ପାକିସ୍ତାନର କେଉଁ ସ୍ଥାନରେ ଗଢ଼ିଉଠିଥିଲା ? ଏହି ତଥ୍ୟ ସପକ୍ଷରେ କେତୋଟି ସୂଚନା ପ୍ରଦାନ କର ।
Answer:

  • ଗ୍ରାମୀଣ ସଭ୍ୟତା ପ୍ରଥମେ ପାକିସ୍ଥାନର ମେହରଗଡ଼ଠାରେ ଗଢି ଉଠିଥିଲା । ଏଠାରେ ଲୋକମାନେ ଗ୍ରାମ ସ୍ଥାପନ କରି ଚାଷ କାର୍ଯ୍ୟ ଓ ସ୍ଥାୟୀ ଭାବରେ ବସବାସ କରିଥିଲେ । ପୋଡାଶସ୍ୟ ଓ ବିଭିନ୍ନ ପଶୁମାନଙ୍କର ଅସ୍ଥି ଏଠାରେ ମିଳିଅଛି । ପ୍ରାୟ ଖ୍ରୀ.ପୂ. ୭୦୦୦ ବର୍ଷ ପୂର୍ବେ ଏଠାରେ ଚାଷ କାର୍ଯ୍ୟ, ପଶୁପାଳନ ଓ ସ୍ଥାୟୀ ବସତି ସ୍ଥାପନର ସୂଚନା ମିଳିଛି ।
  • ମେହରଗଡ଼ରେ ଥ‌ିବା ଗୃହଗୁଡ଼ିକ ମାଟିରେ ନିର୍ମାଣ କରାଯାଇଥିଲା ଓ ଅତି ସାଧାରଣ ଗୃହ ଥିଲା । ସେହି ଘର ଗୁଡ଼ିକ ବର୍ଗାକାର ଅଥବା ସମକୋଣୀ ଚତୁର୍ଭୁଜ ଆକାରରେ କରାଯାଇଥିଲା ।
  • ସେଠାରୁ ପଥର ହାତୁଡ଼ି, ଶାମୁକାରେ ନିର୍ମିତ ଅଳଙ୍କାର, ଚୁନପଥର, ନୀଳକାନ୍ତ ମଣି, ଗାଢ ନୀଳବର୍ଣ୍ଣ ପଥର ଓ ବାଲିପଥର ଆଦି ଆବିଷ୍କାର କରାଯାଇଛି । ସେଠାରେ କାଚମାଳି, ମାଟିପାତ୍ର ଗୁଡ଼ିକୁ ବିଭିନ୍ନ ଚିତ୍ରଦ୍ୱାରା ସୁନ୍ଦରଭାବେ ତିଆରି କରାଯାଉଥିଲା ।
  • ସେହି ସମୟରେ ମୃତବ୍ୟକ୍ତିମାନଙ୍କୁ ସମାଧ୍ ଦିଆଯାଉଥିଲା । ମୃତଶରୀରକୁ ଯତ୍ନର ସହିତ ସତ୍କାର କରିବାମେହରଗଡ଼ ଲୋକମାନଙ୍କ ଏକ ବିଶେଷତ୍ଵ ଥିଲା ।

BSE Odisha 6th Class History Solutions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

(ଘ) ଉତ୍ତର-ପୂର୍ବ ଭାରତରେ କିପରି ନୂତନ ପ୍ରସ୍ତର ଯୁଗର ସୂଚନା ମିଳିଛି ?
Answer:

  1. ଭାରତର ଉତ୍ତର-ପୂର୍ବ ଭାଗର କିଛି ସ୍ଥାନରେ ନୂତନ ପ୍ରସ୍ତର ଯୁଗର ବସତିମାନ ଆବିଷ୍କାର କରାଯାଇଛି । ସେଥିମଧ୍ୟରୁ ଆସାମର ‘ଦୁଜାଲି ହାଡ଼ି’’ ଏକ ପ୍ରସିଦ୍ଧ ସ୍ଥାନ ।
  2. ଏଠାରୁ ଚିକ୍‌କଣ ପଥରରେ ନିର୍ମିତ ହାତ ହତିଆର, ମାଟିପାତ୍ର, ରୋଷେଇ ସାମଗ୍ରୀ ଆଦି ଜିନିଷ ଆବିଷ୍କାର କରାଯାଇଛି । ‘ଜେଡ୍‌ନାମକ’ ଏକ ମୂଲ୍ୟବାନ ପଥର ଚୀନଦେଶରୁ ଆସିଥ‌ିବା ଅନୁମାନ କରାଯାଏ ।
  3. ଜୀବାବଶେଷରୁ ତିଆରି ବିଭିନ୍ନ ହାତହତିଆର ଓ ପେଷଣ ଯନ୍ତ୍ରର ମଧ୍ଯ ଆବିଷ୍କାର କରାଯାଇଛି । ସେ ସମୟରେ ରୋଷେଇ କରିବା ଓ ଶସ୍ୟକୁ ସାଇତି ରଖିପାଇଁ ମାଟିପାତ୍ରର ବହୁଳ ବ୍ୟବହାର କରାଯାଉଥିଲା ।
  4. ମେଘାଳୟରେ ଥିବା ‘ଗାରୋ’ ପର୍ବତମାଳା ଓ ତ୍ରିପୁରାର କିଛି ସ୍ଥାନରେ ନୂତନ ପ୍ରସ୍ତର ଯୁଗର ଅବଶେଷ ଦେଖିବାକୁ ମିଳେ ।

୨ । ସଂକ୍ଷେପରେ ଉତ୍ତର ଦିଅ ।

(କ) ଆଦିମାନବ କିପରି ଚାଷୀ ଓ ପଶୁପାଳକ ହୋଇପାରିଥିଲା ?
Answer:

  • ଆଦିମାନବ ପ୍ରଥମେ ଫଳରୁ ମଞ୍ଜି ମାଟିରେ ପଡ଼ି ଗଛ ହେବା ଦେଖିଲା ପରେ ଚାଷ କାର୍ଯ୍ୟ ଆରମ୍ଭ କଲା ।
  • ଜଳବାୟୁର ତାପମାତ୍ରା ବଢିବାଯୋଗୁଁ ଘାସଜାତୀୟ ଗଛ ଦେଖାଦେବାରୁ ଆଦିମାନବ ପଶୁପାଳନ କାର୍ଯ୍ୟ ମଧ୍ୟ ଆରମ୍ଭ କଲା । ତେଣୁ ସେ ଚାଷୀ ଓ ପଶୁପାଳକ ହୋଇ ପାରିଥିଲା ।

(ଖ) ମେହରଗଡ଼ରୁ ନୂତନ ପ୍ରସ୍ତର ଯୁଗ ବିଷୟରେ କ’ଣ ଜାଣିଲ ?
Answer:

  • ଖ୍ରୀ.ପୂ. ୭୦୦୦ ବର୍ଷ ପୂର୍ବେ ପାକିସ୍ଥାନରେ ଥ‌ିବା ମେହେରଗଡ଼ର ଗ୍ରାମମାନଙ୍କରେ ଲୋକମାନେ ଚାଷକାର୍ଯ୍ୟ, ପଶୁପାଳନ ଓ ସ୍ଥାୟୀ ବସବାସ କରୁଥିବାର ଜଣାଯାଏ ।
  • ଏଠାରେ ଥ‌ିବା ଘରଗୁଡ଼ିକ ମାଟିରେ ତିଆରି ବର୍ଗାକାର ବା ସମକୋଣୀ ଚତୁର୍ଭୁଜ ଆକାରର ଥିଲା । ସେଠାରେ ପଥର ହାତୁଡ଼ି, ଶାମୁକା ଅଳଙ୍କାର, ଚୁନପଥର, ବାଲିପଥର ଗାଢ଼ ନୀଳବର୍ଣ୍ଣ ପଥର ଆବିଷ୍କାର କରାଯାଇଛି । ସେହି ଅଞ୍ଚଳର ଲୋକମାନେ ମୃତ୍ୟୁ ପରେ ଜୀବନ ଫେରି ଆସିବାର ବିଶ୍ଵାସରେ ମୃତବ୍ୟକ୍ତିମାନଙ୍କୁ ସମାଧୁ ଦେଉଥିଲେ ।

BSE Odisha 6th Class History Solutions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

(ଗ) କି କି ଧାତୁର ବ୍ୟବହାର ମଣିଷ ପ୍ରଥମେ ଜାଣିଲା ?
Answer:

  • ପଥର ନିର୍ମିତ ଓ ପଶୁମାନଙ୍କର ଅସ୍ଥିରେ ପ୍ରସ୍ତୁତ ବିଭିନ୍ନ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ସହିତ ଲୋକମାନେ ଧାତୁର ବ୍ୟବହାର ବିଷୟରେ ଜାଣିଲେ ।
  • ମଣିଷ ପ୍ରଥମେ ତମ୍ବା ଧାତୁକୁ ବ୍ୟବହାର କରିଥିଲା ପରେ ତମ୍ବା ସହିତ ଟିଣ ଓ ଦକ୍ତା ମିଶାଯାଇ ବ୍ରୋଞ୍ଜ ବା କଂସା ଧାତୁ ତିଆରି କରିଥିଲା ।

(ଘ) ବୁର୍‌ଜାହମ୍‌ରେ ଆବିଷ୍କୃତ ନୂତନ ପ୍ରସ୍ତର ଯୁଗ ସମ୍ବନ୍ଧରେ ଲେଖ ।
Answer:

  • ଜାମ୍ମୁ-କାଶ୍ମୀରର ଶ୍ରୀନଗରଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅବସ୍ଥିତ ବୁର୍‌ଜାହମ୍‌ରେ ନୂତନ ପ୍ରସ୍ତର ଯୁଗର ଲୋକମାନେ ମାଟିତଳେ ବିଶାଳ ଗର୍ଭଗୃହରେ ରହୁଥିଲେ ।
  • ମାଟିରେ ଥ‌ିବା ପ୍ରବେଶ ଦ୍ୱାରର ଆକାର ଗୋଲାକାର ଥିଲା । ସେମାନେ ପାହାଚ ସାହାଯ୍ୟରେ ତଳକୁ ପ୍ରବେଶ କରୁଥିଲେ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ଗର୍ଭଗୃହରେ ରହୁଥିଲେ । ଏହା ଭିତରୁ ଅସ୍ଥି ନିର୍ମିତ ହାତହତିଆର, ପୋଡ଼ା ପାଉଁଶ, କାଠ କୋଇଲା ଓ ଚିକ୍‌କଣ ପାତ୍ରର ଭଗ୍ନାବଶେଷ ଦେଖିବାକୁ ମିଳେ ।

୩ । ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଉତ୍ତର ଲେଖ ।

(କ) ନୂତନ ପ୍ରସ୍ତର ଯୁଗରେ କ’ଣ କ’ଣ ପରିବର୍ତ୍ତନ ଦେଖାଯାଇଥିଲା ?
Answer:
(୧) ନୂତନ ପ୍ରସ୍ତର ଯୁଗରେ କୃଷି ସହିତ ପଶୁପାଳନ କରାଗଲା ।
(୨) ଏହି ଯୁଗରେ ଉଭୟ ପଥର ଓ ଧାତୁର ହାତହତିଆର ତିଆରି ହୋଇ ବ୍ୟବହାର କରାଗଲା ।

(ଖ) ଆଦିମାନବ ଚାଷକାର୍ଯ୍ୟ କିପରି ଆରମ୍ଭ କଲା ?
Answer:
(୧) ଆଦିମାନବ ଚାଷକାର୍ଯ୍ୟ କିପରି ଆରମ୍ଭ କଲା ସେ ବିଷୟରେ ଠିକ୍‌ଭାବେ ଜଣାନାହିଁ ।
(୨) ଫଳରୁ ମଞ୍ଜି ମାଟିରେ ପଡ଼ି ଗଛ ହେବା ଦେଖିଲା ପରେ ନିଜେ ଚାଷକାର୍ଯ୍ୟ ଆରମ୍ଭ କରିଥବ ବୋଲି ଅନୁମାନ କରାଯାଇଛି ।

BSE Odisha 6th Class History Solutions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

(ଗ) ଚାଷକାର୍ଯ୍ୟର ଉପକାରିତା କ’ଣ ଥିଲା ?
Answer:
(୧) ଚାଷକାର୍ଯ୍ୟ ଯୋଗୁ ଲୋକମାନେ ସ୍ଥାନ ପରିବର୍ତ୍ତନ ନ କରି ଗୋଟିଏ ସ୍ଥାନରେ ରହିବାକୁ ପସନ୍ଦ କଲେ ।
(୨) ସେଠାରେ ନିଜର ଘର ତିଆରି କରି ଚାଷ ସହିତ ବନ୍ୟଜନ୍ତୁଙ୍କୁ ଶିକାର କଲେ ।

(ଘ) ତୃଣିଜାତୀୟ ଗଛମାନଙ୍କ ଆବିର୍ଭାବ ହେବା ପରେ କି ପରିବର୍ତ୍ତନ ଆସିଥିଲା ?
Answer:
(୧) ତୃଣଜାତୀୟ ଗଛମାନଙ୍କ ଆବିର୍ଭାବ ହେବା ପରେ ହରିଣ, ଛେଳି, ମେଣ୍ଢା, ଗାଈଗୋରୁ ଆଦି ପଶୁମାନେ ସେଠାରେ ରହିବାକୁ ଆରମ୍ଭ କଲେ ।
(୨) ସେହି ପଶୁମାନଙ୍କ ଆବଶ୍ୟକତା ଜାଣି ଲୋକମାନେ କୃଷିକାର୍ଯ୍ୟ ସହିତ ନିୟମିତ ଭାବେ ପଶୁପାଳନ କଲେ ।

(ଙ) ତାମ୍ର-ପ୍ରସ୍ତର ଯୁଗ କହିଲେ କ’ଣ ବୁଝ ?
Answer:
(୧) ନୂତନ ପ୍ରସ୍ତର ଯୁଗର ଶେଷ ଭାଗରେ ଲୋକମାନେ ତମ୍ବା ଏବଂ ତମ୍ବା ସହିତ ଟିଣ ଓ ଦକ୍ତା ମିଶ୍ରିତ ବ୍ରୋଞ୍ଜ ଧାତୁର ବ୍ୟବହାର ଜାଣିଲେ ।
(୨) ଏହି ସମୟରେ ଉଭୟ ପଥର ଏବଂ ତମ୍ବା, ବ୍ରୋଞ୍ଜ ଧାତୁ ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଉଥିବାରୁ ଏହାକୁ ତାମ୍ର-ପ୍ରସ୍ତର ଯୁଗ କୁହାଯାଏ ।

(ଚ) ବୁଜାହମ୍‌ର ଗର୍ଭଗୃହ କ’ଣ ପାଇଁ ବ୍ୟବହୃତ ହେଉଥିଲା ?
Answer:
ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ବୁର୍‌ଜାହମୂର ଗର୍ଭଗୃହକୁ ବ୍ୟବହାର କରୁଥିଲେ ।

(ଛ) କେଉଁ ସ୍ଥାନରୁ ଜୀବାବଶେଷରେ ନିର୍ମିତ ବିଭିନ୍ନ ଅସ୍ତ୍ରଶସ୍ତ୍ର ମିଳିଛି ?
Answer:
ଆସାମର ଦୁଜାଲି ହାଡ଼ିରୁ ଜୀବାବଶେଷରେ ନିର୍ମିତ ବିଭିନ୍ନ ଅସ୍ତ୍ରଶସ୍ତ୍ର ମିଳିଛି ।

BSE Odisha 6th Class History Solutions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

(ଜ) ଆସାମ ବ୍ୟତୀତ ଭାରତର ଉତ୍ତର-ପୂର୍ବ ଅଞ୍ଚଳରେ ଥ‌ିବା ଆଉ କେଉଁ ଦୁଇଟି ସ୍ଥାନରେ ନୂତନ ପ୍ରସ୍ତର ଯୁଗର ସନ୍ଧାନ ମିଳିଛି ?
Answer:
ଆସାମ ବ୍ୟତୀତ ଭାରତର ଉତ୍ତର-ପୂର୍ବ ଅଞ୍ଚଳରେ ଥ‌ିବା ମେଘାଳୟର ଗାରୋ ପର୍ବତମାଳା ଓ ତ୍ରିପୁରାର କିଛି ସ୍ଥାନରେ ନୂତନ ପ୍ରସ୍ତର ଯୁଗର ସନ୍ଧାନ ମିଳିଛି ।

୪। ଶୂନ୍ୟସ୍ଥାନ ପୂରଣ କର ।

(କ) ପ୍ରାୟ _______ ବର୍ଷ ପୂର୍ବେ ପୃଥ‌ିବୀର ଜଳବାୟୁରେ ବଡ଼ ପରିବର୍ତ୍ତନ ଆସିଥିଲା ।
Answer:
୧୨,୦୦୦

(ଖ) ନୂତନ ପ୍ରସ୍ତର ଯୁଗରେ ମିଳିଥିବା _______ ଫସଲ କାଟିବାରେ ସହାୟକ ହୋଇଥିଲା ।
Answer:
ଦାଆ

(ଗ) ନୂତନ ପ୍ରସ୍ତର ଯୁଗରେ ______ କୁ ମନୁଷ୍ୟର ପ୍ରଥମ ପୋଷାପ୍ରାଣୀ ଭାବରେ ରଖାଯାଉଥିଲା ।
Answer:
କୁକୁର

(ଘ) ପ୍ରଥମେ ଭାରତର ________ ଅଞ୍ଚଳରେ ନୂତନ ପ୍ରସ୍ତର ଯୁଗ ଆରମ୍ଭ ହୋଇଥିଲା ।
Answer:
ଉତ୍ତର

(ଙ) ନୂତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ରଗୁଡ଼ିକ ______ ଓ ______ ର ଥିଲା ।
Answer:
ପଥର, ଧାତୁର

BSE Odisha 6th Class History Solutions Chapter 3 ପ୍ରଥମ ଚାଷୀ ଓ ପଶୁପାଳନ

(ଚ) କାଶ୍ମୀରର ________ ରେ ନୂତନ ପ୍ରସ୍ତର ଯୁଗର ମାନବ ବସତିର ସନ୍ଧାନ ମିଳିଛି ।
Answer:
ବୁର୍‌ଜାହମ୍

(ଛ) ଦୁଜାଲି ହାଡ଼ିରେ ମୂଲ୍ୟବାନ୍ ଜେଡ୍ ପଥର _______ ରୁ ଆସିଥିଲା ବୋଲି ବିଶ୍ଵାସ କରାଯାଏ ।
Answer:
ଚୀନ୍

(ଜ) ମେହରଗଡ଼ରେ ଘରଗୁଡ଼ିକ _______ ଅଥବା _____ ଆକାରରେ ନିର୍ମାଣ କରାଯାଉଥିଲା ।
Answer:
ବର୍ଗାକାର, ସମକୋଣୀ ଚତୁର୍ଭୁଜ

BSE Odisha 6th Class History Solutions Chapter 2 ସର୍ବପ୍ରାଚୀନ ସମାଜ

Odisha State Board BSE Odisha 6th Class History Solutions Chapter 2 ସର୍ବପ୍ରାଚୀନ ସମାଜ Textbook Exercise Questions and Answers.

BSE Odisha Class 6 History Solutions Chapter 2 ସର୍ବପ୍ରାଚୀନ ସମାଜ

୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ପୁରାତନ ପ୍ରସ୍ତର ଯୁଗର ଲୋକମାନଙ୍କର ଜୀବନଯାପନ ପ୍ରଣାଳୀ କିପରି ଥିଲା ।
Answer:

  • ପୁରାତନ ପ୍ରସ୍ତର ଯୁଗର ମନୁଷ୍ୟ ଖାଦ୍ୟ ସଂଗ୍ରହ ପାଇଁ ଯାଯାବର ଜୀବନଯାପନ କରୁଥିଲେ । ସେମାନେ ଯେଉଁ ସ୍ଥାନରେ କିଛି ସମୟ ରହୁଥିଲେ, ସେହି ଅଞ୍ଚଳର ଫଳମୂଳ ଓ ଶିକାରର ଅଭାବ ଦେଖାଦେଲେ, ସେ ସ୍ଥାନ ଛାଡି ଅନ୍ୟ ସ୍ଥାନକୁ ଯାଉଥିଲେ ।
  • ଋତୁ ଅନୁସାରେ ବିଭିନ୍ନ ଫଳଫୁଲ ସଂଗ୍ରହ ନିମନ୍ତେ ସେମାନେ ସ୍ଥାନ ପରିବର୍ତ୍ତନ କରୁଥିଲେ ।
  • ପ୍ରଚୁର ଜଳ ଓ ଉର୍ବର ଚାରଣ ଭୂମି ପାଇଁ ନଦୀକୂଳ ପଶୁପକ୍ଷୀଙ୍କ ବାସସ୍ଥଳୀ ଅଟେ । ତେଣୁ ପଶୁଶିକାର ପାଇଁ ସେମାନେ ଗୋଟିଏ ନଦୀକୂଳରୁ ଅନ୍ୟ ନଦୀକୂଳକୁ ଯାଉଥିଲେ ।
  • ସେମାନେ ପଥର ନିର୍ମିତ କୁରାଢ଼ି, କାଙ୍କ ଓ ବଚ୍ଛା ସାହାଯ୍ୟରେ ଖୋଳିବା, କାଟିବା, ଛେଚିବା ଓ ଶିକାର କରିବା ଅନୁମାନ କରାଯାଏ । ଶୀତ ଓ ଖରାରୁ ରକ୍ଷା ପାଇବା ପାଇଁ ସେମାନେ ଶରୀରକୁ ଆବୃତ କରିପାରୁନଥିଲେ । କାଳକ୍ରମେ ସେମାନେ ଚମଡ଼ା ବା ଗଛର ବକ୍‌କଳକୁ ବସ୍ତ୍ରରୂପେ ବ୍ୟବହାର କରିବାକୁ ଶିଖୁ । ଜୀବଜନ୍ତୁ ଆକ୍ରମଣରୁ ନିଜକୁ ରକ୍ଷା କରିବାପାଇଁ ଗଛର କୋରଡ଼ ଓ ପାହାଡର ପ୍ରାକୃତିକ ଗୁମ୍ଫାରେ ଆଶ୍ରୟ ନେଉଥିଲେ ।

BSE Odisha 6th Class History Solutions Chapter 2 ସର୍ବପ୍ରାଚୀନ ସମାଜ

(ଖ) ନିଆଁର ବ୍ୟବହାର ଜାଣିବାଦ୍ଵାରା ପୁରାତନ ପ୍ରସ୍ତର ଯୁଗର ଲୋକମାନେ କିଭଳି ଉପକୃତ ହେଲେ ?
Answer:

  • ପୁରାତନ ପ୍ରସ୍ତୁର ଯୁଗର ମନୁଷ୍ୟ ପ୍ରଥମେ ପଥର ସହିତ ପଥର ଘଷି ହୋଇ ନିଆଁ ବାହାରିବା ଓ ସେହି ନିଆଁ ଗଛ, ପତ୍ର ଓ ଡାଳକୁ ପୋଡ଼ି ପାଉଁଶ କରିଦେବା ଲକ୍ଷ୍ୟ କଲା । ତେଣୁ ଜଳିବାପାଇଁ ଏହି କୌଶଳ ଅବଲମ୍ବନ କରି ନିଆଁ ବାହାରକଲା । ଫଳରେ ନିଆଁର ବ୍ୟବହାର ତା’ର ଜୀବନ ପ୍ରଣାଳୀର ପରିବର୍ତ୍ତନ ଆଣିଲା ।
  • ସେମାନେ ନିଆଁ ଦ୍ଵାରା ନିଜ ଶରୀରକୁ ଶୀତ ଦାଉରୁ ରକ୍ଷା କରିପାରିଲେ ।
  • ନିଆଁର ଆଲୋକ ସାହାଯ୍ୟରେ ସେମାନେ ନିଜକୁ ହିଂସ୍ରଜନ୍ତୁଙ୍କ ଆକ୍ରମଣରୁ ରକ୍ଷା କରିପାରିଲେ ।
  • ସେମାନେ ନିଆଁଦ୍ଵାରା ପଶୁମାଂସ ପୋଡ଼ି ଖାଇଲେ । କଞ୍ଚାମାଂସରୁ ପୋଡାମାଂସର ସ୍ବାଦ ଅଧିକ ବୋଲି ଜାଣିପାରିଲେ ।

(ଗ) ପୁରାତନ ପ୍ରସ୍ତର ଯୁଗର ଲୋକମାନେ ହାତହତିଆର କେଉଁ କେଉଁ କାମରେ ବ୍ୟବହାର କରୁଥିଲେ ?
Answer:

  • ପୁରାତନ ପ୍ରସ୍ତର ଯୁଗର ଲୋକମାନେ ହାତହତିଆର ଦ୍ବାରା ଖୋଳିବା, କାଟିବା, ଛେଚିବା ଓ ଶିକାର କାର୍ଯ୍ୟ କରୁଥିଲେ ।
  • ସେମାନଙ୍କ ଅସ୍ତ୍ରଶସ୍ତ୍ରଗୁଡ଼ିକ ଚିକ୍‌କଣ ନଥିଲା । ଏହି ଅସ୍ତ୍ରଦ୍ଵାରା ସେମାନେ ସହଜରେ ଜୀବଜନ୍ତୁ ଶିକାର, ଗଛରୁ ବକ୍‌କଳ କାଢ଼ିବା ଏବଂ ପଶୁମାନଙ୍କର ଛାଲ ଉତ୍ତାରି ପାରୁଥିଲେ ।
  • ସେମାନେ ଶକ୍ତ ପଥରର ସନ୍ଧାନ ପାଇବାପରେ ଏହି ପଥରକୁ ପିଟିବା, ଛେଚିବା ଓ ଘଷିବା ଆଦି କାର୍ଯ୍ୟରେ ବ୍ୟବହାର କଲେ ।
  • ପଞ୍ଜାବର ସୋନନଦୀ, ଉତ୍ତର ପ୍ରଦେଶର ବିଲା ନଦୀ ଉପତ୍ୟକା, ଦାକ୍ଷିଣାତ୍ୟ ମାଳଭୂମିର କେତେକ ସ୍ଥାନ ଓ ଚେନ୍ନାଇ ନିକଟରୁ ଶକ୍ତ ପଥରରେ ତିଆରି ସେ ଯୁଗର ହାତୁଡି ଆବିଷ୍କୃତ ହୋଇଛି ।

BSE Odisha 6th Class History Solutions Chapter 2 ସର୍ବପ୍ରାଚୀନ ସମାଜ

(ଘ) ନୂତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର ଓ ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର ମଧ୍ୟରେ ଥ‌ିବା ତଫାତଗୁଡ଼ିକ ଲେଖ ।
Answer:

  1. ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ରଗୁଡ଼ିକ ସୁନ୍ଦର ବା ଚିକ୍‌କଣ ନଥିଲା । କିନ୍ତୁ ନୂତନ ପ୍ରସ୍ତର ଯୁଗର ମନୁଷ୍ୟମାନେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକ ଅଧିକ ଉନ୍ନତ, ସୁନ୍ଦର, ଧାରୁଆ ଓ ଚିକ୍‌କଣ ଥିଲା ।
  2. ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର ଦ୍ଵାରା ସହଜରେ ଜୀବଜନ୍ତୁ ଶିକାର, ଗଛରୁ ବକ୍‌କଳ କାଢିବା ଓ ପଶୁମାନଙ୍କରଛାଲ ଉତାରିବାରେ ସାହାଯ୍ୟ କରୁଥିଲା । ମାତ୍ର ନୂତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର ଶିକାର ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଉଥିଲା ।
  3. ପୁରାତନ ପ୍ରସ୍ତର ଯୁଗର ମନୁଷ୍ୟ ପଥରର କୁରାଢି, କାଙ୍କ, ବର୍ଚ୍ଛା ଓ ଶକ୍ତ ପଥରରେ ତିଆରି ହାତୁଡି ବ୍ୟବହାର କରୁଥିଲେ । କିନ୍ତୁ ନୂତନ ପ୍ରସ୍ତରଯୁଗର ମନୁଷ୍ୟ ପଥର ଓ ଅସ୍ଥିର କାଠବେଣ୍ଟଲଗା ଅସ୍ତ୍ରଶସ୍ତ୍ର, ବାଉଁଶର ଧନୁ,ପାତିଆର ଗୁଣ ଆଦି ବ୍ୟବହାର କରୁଥିଲେ ।
  4. ପୁରାତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ରରେ ମନୁଷ୍ୟ ଖୋଳିବା, କାଟିବା, ଛେଚିବା ଓ ଶିକାର କାର୍ଯ୍ୟ କରୁଥିବା ବେଳେ ନୂତନ ପ୍ରସ୍ତର ଯୁଗର ମନୁଷ୍ୟ ହାଡ଼ରୁ ତିଆରି ଛୁଞ୍ଚି ବ୍ୟବହାର କରି ଚମଡ଼ା ଲୁଗା ସିଲେଇ କାର୍ଯ୍ୟ କରିପାରୁଥିଲା । ପୁରାତନ ପ୍ରସ୍ତର ଯୁଗର ପଥର ନିର୍ମିତ ହାତୁଡ଼ି ଚେନ୍ନାଇ ନିକଟରୁ ଆବିଷ୍କୃତ ହୋଇଥିବା ବେଳେ ନୂତନ ପ୍ରସ୍ତର ଯୁଗର ହାତ ହତିଆର ଓଡିଶାର ମୟୁରଭଞ୍ଜ ଜିଲ୍ଲାର କୁଚେଇ, କୁଳଣା, ବଇଦିପୁର ଆଦି ସ୍ଥାନରୁ ଆବିଷ୍କୃତ ହୋଇଛି ।

(ଙ) ଆଦିମାନବ କେଉଁ ପଶୁମାନଙ୍କୁ ପାଳୁଥିଲା ଓ ସେହି ପଶୁମାନଙ୍କଠାରୁ କି ପ୍ରକାର ସୁବିଧା ପାଉଥିଲା ?
Answer:

  • ଆଦିମାନବ ପ୍ରଥମେ ଶିକାର କାର୍ଯ୍ୟରେ ସାହାଯ୍ୟପାଇଁ କୁକୁର ପାଳନ କଲା । ସେମାନଙ୍କୁ କୃଷି କାର୍ଯ୍ୟରେ ସାହାଯ୍ୟ କରିବାକୁ ଗାଈ, ମେଣ୍ଢା, ଛେଳି, ଗଧ, ଘୋଡ଼ା, ବଳଦ ଆଦି ପଶୁପାଳନ କରୁଥିଲା ।
  • ସେମାନେ ପଶୁମାନଙ୍କଠାରୁ ପାଉଥ‌ିବା କ୍ଷୀର ଓ ମାଂସକୁ ଖାଦ୍ୟରୂପେ ବ୍ୟବହାର କରୁଥିଲେ । ସେମାନେ ଗଧ, ଘୋଡ଼ା ଓ ବଳଦମାନଙ୍କୁ ମାଲ ପରିବହନ ପାଇଁ ବ୍ୟବହାର କରୁଥିଲେ ।
  • ପୋଷାକ ପ୍ରସ୍ତୁତ କରିବା ପାଇଁ ପଶୁଚମଡ଼ା ଓ ମେଣ୍ଢାର ଲୋକ ବ୍ୟବହାର କରୁଥିଲେ ।
  • ପଶୁମାନଙ୍କ ଗୋବରକୁ ସାରରୂପେ କୃଷିକ୍ଷେତ୍ରରେ ବ୍ୟବହାର କରୁଥିଲା ।

BSE Odisha 6th Class History Solutions Chapter 2 ସର୍ବପ୍ରାଚୀନ ସମାଜ

(ଚ) ମନୁଷ୍ୟ ପ୍ରଥମେ ନଦୀକୂଳରେ ବସବାସ କରିବା ପାଇଁ କାହିଁକି ଚାହିଁଲା ?
Answer:

  • ଜୀବନଧାରଣ ପାଇଁ ଜଳର ଆବଶ୍ୟକତା ସର୍ବାଧ‌ିକ । ତେଣୁ ମନୁଷ୍ୟ ପ୍ରଥମେ ନଦୀକୂଳରେ କୁଡିଆ କରି ସ୍ଥାୟୀ ଭାବରେ ବସବାସ କରିବାକୁ ଲାଗିଲା । ନଦୀକୂଳମାନଙ୍କର ଜମି ଉର୍ବର ଥିଲା ଓ କୃଷିକାର୍ଯ୍ୟ ପାଇଁ ଜଳସେଚନର ସୁବିଧା ହେଉଥିଲା ।
  • ନଦୀକୂଳମାନଙ୍କରେ ପ୍ରଚୁର ଜଳ ଓ ଉର୍ବରମାଟି ଥ‌ିବାରୁ ତାକୁ ଶସ୍ୟ ଉତ୍ପାଦନ କରିବା ପାଇଁ ସୁବିଧା ହେଲା । ପରବର୍ତୀ ସମୟରେ ଗହମ, ଯଅ, ଧାନ, ଫଳ ଓ ପନିପରିବା ଚାଷ କରି ଶିଖୁଲା ।
  • ନଦୀ ପଥଗୁଡ଼ିକ ଗମନାଗମନର ଉତ୍ତମ ମାର୍ଗ ଥିଲା । ତେଣୁ ବ୍ୟବସାୟ ବାଣିଜ୍ୟ କରିବା ଏବଂ ବିଭିନ୍ନ ସ୍ଥାନର ଲୋକଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିବା ନଦୀପଥରେ ସୁବିଧା ଥିଲା ।
  • ବାସଗୃହ, ଜାଳେଣି ଓ ଜଙ୍ଗଲ ଜାତ ଦ୍ରବ୍ୟ ନଦୀକୂଳ ନିକଟରେ ଥିବା ଅରଣ୍ୟରୁ ସହଜରେ ମିଳୁଥିଲା । ତେଣୁ ମନୁଷ୍ୟ ପ୍ରଥମେ ନଦୀ କୂଳରେ ବସବାସ କରିବା ପାଇଁ ଚାହିଁଲା ।

୨ । ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୩୦ଟି ଶବ୍ଦ ମଧ୍ଯରେ ଲେଖ ।

(କ) ନୂତନ ପ୍ରସ୍ତର ଯୁଗର ଲୋକମାନେ କିପରି କୃଷିକାର୍ଯ୍ୟ ଆରମ୍ଭ କଲେ ଓ କ’ଣ ଚାଷ କରୁଥିଲେ ?
Answer:

  • ମଞ୍ଜି ମାଟି ଭିତରେ ପୋତି ହେଲାପରେ ପାଣିପାଇ ଗଛରେ ପରିଣତ ହେଉଥ‌ିବା ଲକ୍ଷ୍ୟ କରି ନୂତନ ପ୍ରସ୍ତର ଯୁଗର ଲୋକମାନେ କୃଷିକାର୍ଯ୍ୟ ଆରମ୍ଭ କଲେ ।
  • ସେମାନେ ଗହମ, ଯଅ, ଧାନ, ଫଳ ଓ ପନିପରିବା ପ୍ରଭୃତି ଚାଷ କରୁଥିଲେ ।

(ଖ) ଚକର ବ୍ୟବହାର କରି ନୂତନ ପ୍ରସ୍ତର ଯୁଗର ଲୋକମାନେ କ’ଣ କ’ଣ କାମ କଲେ ?
Answer:

  1. ଚକର ବ୍ୟବହାର କରି ନୂତନ ପ୍ରସ୍ତର ଯୁଗର ଲୋକମାନେ ବିଭିନ୍ନ ପ୍ରକାର ମାଟିପାତ୍ର ନିର୍ମାଣ କଲେ । ଚକ୍ରକୁ ଗାଡିରେ ବ୍ୟବହାର କରି ମାଲପରିବହନ ଶୀଘ୍ର ଓ ସୁବିଧାରେ କରିପାରିଲେ ।
  2. ଚକକୁ ବ୍ୟବହାର କରି ତନ୍ତ ପ୍ରସ୍ତୁତ କଲେ ଏବଂ ତନ୍ତ ସାହାଯ୍ୟରେ ସୂତାକାଟି ଲୁଗା ବୁଣିଲେ ।

BSE Odisha 6th Class History Solutions Chapter 2 ସର୍ବପ୍ରାଚୀନ ସମାଜ

(ଗ) ପୁରାତନ ପ୍ରସ୍ତରଯୁଗ ଓ ନୂତନ ପ୍ରସ୍ତରଯୁଗର ଲୋକମାନଙ୍କ ମଧ୍ୟରେ କ’ଣ ତଫାତ ଥିଲା ?
Answer:

  • ପୁରାତନ ପ୍ରସ୍ତର ଯୁଗର ଲୋକମାନେ ପଶୁ ଶିକାର, ଫଳମୂଳ ସଂଗ୍ରହ କରି ଗଛର କୋରଡ଼ କିମ୍ବା ପାହାଡ଼ର ଗୁମ୍ଫାରେ ଆଶ୍ରୟ ନେଇ ଯାଯାବର ଜୀବନଯାପନ କରୁଥିଲେ । ମାତ୍ର ନୂତନ ପ୍ରସ୍ତର ଯୁଗର ଲୋକମାନେ କୃଷିକାର୍ଯ୍ୟ ଓ ପଶୁପାଳନ କରି ସ୍ଥାୟୀ ଭାବରେ ବସବାସ କରି ଗୋଷ୍ଠୀଗତ ଜୀବନଯାପନ କରୁଥିଲେ ।
  • ପୁରାତନ ପ୍ରସ୍ତର ଯୁଗର ଲୋକମାନେ ଚିକ୍‌କଣ ହୋଇନଥୁବା ଅସୁନ୍ଦର ପଥର ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ । କିନ୍ତୁ ନୂତନ ପ୍ରସ୍ତର ଯୁଗର ଲୋକମାନେ ପଥର ଓହାଡ଼ରେ ନିର୍ମିତ ଧାରୁଆ, ଚିକ୍‌କଣ, ସୁନ୍ଦର ଓ ଉନ୍ନତ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ ।

(ଘ) ପୁରାତନ ପ୍ରସ୍ତର ଯୁଗର ଲୋକମାନେ ଗୋଟିଏ ନଦୀକୂଳରୁ ଆଉ ଗୋଟିଏ ନଦୀକୂଳକୁ ଯାଉଥିଲେ
Answer:

  • ପୁରାତନ ପ୍ରସ୍ତର ଯୁଗର ଲୋକମାନେ ଯେଉଁ ସ୍ଥାନରେ କିଛି ସମୟ ରହୁଥିଲେ, ସେହି ଅଞ୍ଚଳରେ ଫଳମୂଳ ଓ ଶିକାରର ଅଭାବ ଦେଖାଦେଲେ ସେମାନେ ସେହି ସ୍ଥାନ ଛାଡ଼ି ଅନ୍ୟତ୍ର ଯାଉଥିଲେ ।
  • ପ୍ରଚୁର ଜଳ ଓ ଉର୍ବର ଚାରଣଭୂମି ପାଇଁ ନଦୀ କୂଳ ପଶୁପକ୍ଷୀମାନଙ୍କ ବାସସ୍ଥଳୀ ହୋଇଥିବାରୁ ପଶୁଶିକାର ପାଇଁ ସେମାନେ ଗୋଟିଏ ନଦୀ କୂଳରୁ ଅନ୍ୟ ନଦୀ କୂଳକୁ ଯାଉଥିଲେ ।

(ଙ) ନୂତନ ପ୍ରସ୍ତର ଯୁଗର ଲୋକମାନେ ପ୍ରକୃତିର ଉପାସକ ଥିଲେ ବୋଲି କିପରି ଜାଣିବା ?
Answer:

  • ନୂତନ ପ୍ରସ୍ତର ଯୁଗର ଲୋକମାନେ ପ୍ରକୃତିର ବିଭିନ୍ନ ରୂପ ଯଥା – ନଦୀ, ପର୍ବତ, ସୂର୍ଯ୍ୟ, ବୃକ୍ଷ ଆଦିକୁ ପୂଜା କରୁଥିଲେ ।
  • ସେମାନେ ପର ଜନ୍ମରେ ବିଶ୍ୱାସ କରୁଥିଲେ । ତେଣୁ ନୂତନ ପ୍ରସ୍ତର ଯୁଗର ଲୋକମାନେ ପ୍ରକୃତିର ଉପାସକ ଥିଲେ ।

। ନିମ୍ନରେ ଦିଆଯାଇଥିବା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଗୋଟିଏ ଧାଡ଼ିରେ ଲେଖ ।

(କ) ଆଦିମାନବ ତା’ର ରହିବା ସ୍ଥାନ କାହିଁକି ପରିବର୍ତ୍ତନ କରୁଥିଲା ?
Answer:
ଗୋଟିଏ ସ୍ଥାନରେ ଫଳମୂଳ ଓ ଶିକାରରେ ଅଭାବ ଦେଖାଦେଲେ ଆଦିମାନବ ସେ ସ୍ଥାନ ଛାଡ଼ି ଅନ୍ୟ ସ୍ଥାନକୁ ଯାଉଥିଲେ ।

BSE Odisha 6th Class History Solutions Chapter 2 ସର୍ବପ୍ରାଚୀନ ସମାଜ

(ଖ) ଭୋକଦାଉରୁ ରକ୍ଷାପାଇବା ପାଇଁ ଆଦିମାନବ କ’ଣ କରୁଥିଲେ ?
Answer:
ଆଦିମାନବ ଭୋକଦାଉରୁ ରକ୍ଷାପାଇବା ପାଇଁ ଜୀବଜନ୍ତୁଙ୍କୁ ମାରି ତା’ର କଞ୍ଚା ମାଂସ ଖାଉଥିଲା ।

(ଗ) ଆଦିମାନବ ଋତୁ ପରିବର୍ତ୍ତନ ଅନୁସାରେ କାହିଁକି ସ୍ଥାନ ପରିବର୍ତ୍ତନ କରୁଥିଲେ ?
Answer:
ଋତୁ ଅନୁଯାୟୀ ବିଭିନ୍ନ ଗଛରେ ବିଭିନ୍ନ ଫୁଲଫଳ ଦେଖା ଯାଉଥ‌ିବାରୁ ଆଦିମାନବ ଋତୁ ଅନୁସାରେ ସ୍ଥାନ ପରିବର୍ତ୍ତନ କରୁଥିଲେ ।

(ଘ) ନିଜକୁ ସୁରକ୍ଷା ଦେବା ପାଇଁ ପୁରାତନ ପ୍ରସ୍ତର ଯୁଗର ଲୋକେ କ’ଣ ବ୍ୟବହାର କରୁଥିଲେ ?
Answer:
ନିଜକୁ ସୁରକ୍ଷା ଦେବା ପାଇଁ ପୁରାତନ ପ୍ରସ୍ତର ଯୁଗର ଲୋକମାନେ ‘ପଥର ତିଆରି ଅସ୍ତ୍ରଶସ୍ତ୍ର’ ବ୍ୟବହାର କରୁଥିଲେ ।

(ଙ) ଭାରତର କେଉଁ କେଉଁ ସ୍ଥାନରୁ ପ୍ରସ୍ତର ଯୁଗର ହାତ ହତିଆର ଆବିଷ୍କୃତ ହୋଇଛି ?
Answer:
ପଞ୍ଜାବର ସୋନ ନଦୀ, ଉତ୍ତର ପ୍ରଦେଶର ବିଲା ନଦୀ ଉପତ୍ୟକା, ଦାକ୍ଷିଣାତ୍ୟ ମାଳଭୂମିର କେତେକ ସ୍ଥାନ ଓ ଚେନ୍ନାଇ ନିକଟରୁ ପ୍ରସ୍ତର ଯୁଗର ହାତହତିଆର ଆବିଷ୍କୃତ ହୋଇଛି ।

(ଚ) ଶକ୍ତ ପଥରର ସନ୍ଧାନ ପାଇବା ପରେ ଆଦିମାନବ ତାକୁ କେଉଁ କାମରେ ଲଗାଇଲେ ?
Answer:
ଶକ୍ତି ପଥରର ସନ୍ଧାନ ପାଇବା ପରେ ଆଦିମାନବ ଏହାକୁ ପିଟିବା, ଛେଚିବା ଓ ଘଷିବା ଆଦି କାମରେ ଲଗାଇଲେ ।

(ଛ) ଆଦିମାନବ କେଉଁ କେଉଁ ଜିନିଷକୁ ବସ୍ତ୍ରରୂପେ ବ୍ୟବହାର କରୁଥିଲା ?
Answer:
ଆଦିମାନବ ଗଛର ବଳ୍‌କଳ ଓ ଜୀବଜନ୍ତୁଙ୍କ ଚମଡ଼ାକୁ ବସ୍ତ୍ରରୂପେ ବ୍ୟବହାର କରୁଥିଲା ।

BSE Odisha 6th Class History Solutions Chapter 2 ସର୍ବପ୍ରାଚୀନ ସମାଜ

(ଜ) ଜୀବଜନ୍ତୁଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଆଦିମାନବ କେଉଁଠାରେ ଆଶ୍ରୟ ନେଉଥୁଲା ?
Answer:
ଜୀବଜନ୍ତୁଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଆଦିମାନବ ଗଛର କୋରଡ଼ ଓ ପାହାଡ଼ର ପ୍ରାକୃତିକ ଗୁମ୍ଫାରେ . ଆଶ୍ରୟ ନେଉଥିଲା ।

(ଝ) ଓଡ଼ିଶାର କେଉଁ କେଉଁ ସ୍ଥାନରେ ଆଦିମାନବ ବ୍ୟବହାର କରୁଥିବା ଚିତ୍ରକଳାର ସନ୍ଧାନ ମିଳିଛି ?
Answer:
ଓଡ଼ିଶାର ଗୁଡ଼ହାଣ୍ଡି, ବିକ୍ରମଖୋଲ, ମାଣିକମଡ଼ା, ଯୋଗୀମଠ ଇତ୍ୟାଦି ପାହାଡ଼ରେ ଆଦିମାନବ ବ୍ୟବହାର କରୁଥିବା ଚିତ୍ରକଳାର ସନ୍ଧାନ ମିଳିଛି ।

(ଞ) ଓଡ଼ିଶାର କେଉଁ ସ୍ଥାନରୁ ନୂତନ ପ୍ରସ୍ତର ଯୁଗର ହାତହତିଆର ମିଳିଛି ?
Answer:
ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର କୁଚେଇ, କୁଳିଅଣା, ବଇଦିପୁରରୁ ନୂତନ ପ୍ରସ୍ତର ଯୁଗର ହାତହତିଆର ମିଳିଛି ।

୪। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ପୁରାତନ ପ୍ରସ୍ତର ଯୁଗର ଲୋକମାନଙ୍କର ଚିତ୍ରକଳାର ସନ୍ଧାନ _________ ରୁ ମିଳିଛି ।
(ପଥର, ଗୁମ୍ଫା, ପାହାଡ଼, କୁଡ଼ିଆ)
Answer:
ଗୁମ୍ଫା

(ଖ) ବର୍ତ୍ତମାନ କେରଳର _______ ମାନେ ଯାଯାବର ଜୀବନଯାପନ କରୁଅଛନ୍ତି ।
(ପାଣ୍ଡାରାମ, ବଣ୍ଡା, ପରଜା, ଜୁଆଙ୍ଗ)
Answer:
ପାଶ୍ଚାରାମ

BSE Odisha 6th Class History Solutions Chapter 2 ସର୍ବପ୍ରାଚୀନ ସମାଜ

(ଗ) ନୂତନ ପ୍ରସ୍ତର ଯୁଗର ଲୋକମାନେ ମାଲ ପରିବହନ ପାଇଁ _________ କୁ ବ୍ୟବହାର କରୁଥିଲେ ।
(ମଇଁଷି, ଘୋଡ଼ା, ହାତୀ, ହରିଣ )
Answer:
ଘୋଡ଼ା

(ଘ) ପ୍ରସ୍ତର ଯୁଗର ମଣିଷକୁ ଚକ ବ୍ୟବହାର ________ କାର୍ଯ୍ୟରେ ସାହାଯ୍ୟ କରୁଥିଲା ।
(କୃଷି, ଶିକାର, ପରିବହନ, ଗୃହନିର୍ମାଣ)
Answer:
ପରିବହନ

(ଙ) ମନୁଷ୍ୟ ପ୍ରଥମେ _________ ସ୍ଥାନରେ ସ୍ଥାୟୀ ହୋଇ ରହିବା ଶିଖୁଲା ।
(ପାର୍ବତ୍ୟାଞ୍ଚଳ, ନଦୀକୂଳ, ବଣଜଙ୍ଗଲ, ବରଫାବୃତ ଅଞ୍ଚଳ)
Answer:
ନଦୀକୂଳ

୫। ‘କ’ ସ୍ତମ୍ଭରେ ଦିଆଯାଇଥ‌ିବା ଶବ୍ଦ ସହିତ ‘ଖ’ ସ୍ତମ୍ଭରୁ ଉପଯୁକ୍ତ ଶବ୍ଦ ବାଛି ଯୋଗକର ।

ସର୍ବପ୍ରାଚୀନ ସମାଜ Chapter 2
Answer:

ସର୍ବପ୍ରାଚୀନ ସମାଜ Chapter 2.1

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

Odisha State Board BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା Textbook Exercise Questions and Answers.

BSE Odisha Class 6 History Solutions Chapter 1 ଇତିହାସ ବିଷୟରେ ଧାରଣା

୧। ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ‘‘ମନୁଷ୍ୟର ଅତୀତ ଘଟଣାର ନିରବଚ୍ଛିନ୍ନ କ୍ରମିକ ଅଗ୍ରଗତି ହେଉଛି ଇତିହାସ’’– ଏହା କାହିଁକି କୁହାଯାଇଛି ଲେଖ ।
Answer:

  • ବୈଜ୍ଞାନିକମାନଙ୍କ ମତରେ ଆଜକୁ ପ୍ରାୟ ପନ୍ଦର ଲକ୍ଷ ବର୍ଷ ପୂର୍ବେ ପୃଥ‌ିବୀରେ ମନୁଷ୍ୟର ସୃଷ୍ଟି ହୋଇଥିଲା । କିନ୍ତୁ ତା’ପୂର୍ବରୁ ମନୁଷ୍ୟର ରୂପ ଏପରି ନଥିଲା । ବର୍ତ୍ତମାନ ପୃଥ‌ିବୀରେ ଯେତେ ମନୁଷ୍ୟ ଦେଖାଯାଆନ୍ତି ସମସ୍ତେ ଗୋଟିଏ ଜାତି
  • ନୃବାନରମାନଙ୍କର କ୍ରମବିକାଶ ଘଟି ମନୁଷ୍ୟ ସୃଷ୍ଟି ହୋଇଥିଲା । ସେହି ଜାତିର ଗିବନ, ଓରାଙ୍ଗୁଓଟାଙ୍ଗ୍, ଗରିଲା ଓ ସିମ୍ପାଞ୍ଜିମାନେ ଏବେ ପୃଥ‌ିବୀରେ ଦେଖାଯାଉଛନ୍ତି ।
  • ପ୍ରାଚୀନତମ କାଳରୁ ଆଜି ପର୍ଯ୍ୟନ୍ତ ମାନବ ସମାଜର ସାମାଜିକ, ସାଂସ୍କୃତିକ ତଥା ରାଜନୈତିକ କ୍ଷେତ୍ରରେ ଯେଉଁସବୁ ପରିବର୍ତ୍ତନ ଦେଖା ଦେଇଥିଲା, ତାହାର କ୍ରମ ବିବରଣୀକୁ ହିଁ ଇତିହାସ କୁହାଯାଏ ।
  • ମନୁଷ୍ୟମାନଙ୍କର ସଂସ୍କୃତିର ଧାରା ଅତି ପ୍ରାଚୀନ । ସାମାଜିକ ରୀତିନୀତି ଅସ୍ତ୍ରଶସ୍ତ୍ର ତିଆରିରୁ ମନୁଷ୍ୟ ସଂସ୍କୃତି ଆରମ୍ଭ ହୋଇଛି ବୋଲି କୁହାଯାଏ । ଏହାଛଡ଼ା କୃଷିକାର୍ଯ୍ୟ, ଅଗ୍ନିର ଆବିଷ୍କାର ଓ ବ୍ୟବହାର, ଚକର ‘ ଉଦ୍ଭାବନ, ବିଭିନ୍ନ ଧାତୁର ବ୍ୟବହାର, ଗ୍ରାମ, ସହର ଓ ରାଜ୍ୟର ପରିକଳ୍ପନା, ଶାସନ ପ୍ରଣାଳୀ ଓ ପରିଚାଳନା ଇତ୍ୟାଦି ବିଭିନ୍ନ ସୋପାନ ଦେଇ ମନୁଷ୍ୟ ସଂସ୍କୃତି ଅଗ୍ରଗତି କରିଛି । ଅତଏବ ମନୁଷ୍ୟର ଅତୀତ ଘଟଣାଗୁଡ଼ିକର ନିରବଚ୍ଛିନ୍ନ ଅଗ୍ରଗତି ହେଉଛି ଇତିହାସ ।

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

(ଖ) ଇତିହାସ କାହିଁକି ପଢ଼ିବା ?
Answer:

  • ଇତିହାସ ପଢିବା ଦ୍ୱାରା ଆମେ ସମୟାନୁକ୍ରମେ ଅତୀତରେ ଘଟିଥିବା ଘଟଣାକୁ ଜାଣିପାରୁ । ବର୍ତ୍ତମାନକୁ ବୁଝିବାକୁ ହେଲେ ଅତୀତକୁ ଜାଣିବା ଆବଶ୍ୟକ ।
  • ଅତୀତରେ ମନୁଷ୍ୟ ଆନନ୍ଦ ଓ ସୁଖଶାନ୍ତିରେ ରହିବାପାଇଁ ଯେଉଁସବୁ ଉପାୟ ଅବଲମ୍ବନ କରୁଥୁଲା, ସେଗୁଡ଼ିକ ମଧ୍ୟରୁ ଦରକାରୀଗୁଡ଼ିକୁ ବାଛି ଗ୍ରହଣ କରିବାରେ ଇତିହାସ ପଠନ ସାହାଯ୍ୟ କରିଥାଏ ।
  • ଅତୀତର ବିଭିନ୍ନ ପ୍ରଥା, ରାଜ୍ୟ ଗଠନ, ଶାସନ ପ୍ରଣାଳୀ ଆଦି ବିଷୟରେ ଜାଣିବା, ଯେଉଁଗୁଡ଼ିକ ଆମ ପାଇଁ ଦରକାର ସେଗୁଡ଼ିକ ଗ୍ରହଣ କରିପାରିବା । ଏହି କାର୍ଯ୍ୟ କରିବାରେ ଇତିହାସ ପଠନ ସହାୟକ ହୋଇଥାଏ ।
  • ଇତିହାସ ପଠନ ଦ୍ଵାରା ଅତୀତରେ ଆମ ସମାଜରେ ପ୍ରଚଳିତ ଅନେକ କୁପ୍ରଥା ଓ ଅନ୍ଧବିଶ୍ବାସ ପ୍ରତି ଅବଗତ ହେଉ ଏବଂ ସେଗୁଡ଼ିକ ଆମ ପାଇଁ କେତେଦୂର ଗ୍ରହଣଯୋଗ୍ୟ ତାହା ଆମେ ବୁଝିପାରିବା । ସେଗୁଡ଼ିକୁ ଆବଶ୍ୟକୀୟ ପରିବର୍ତ୍ତନ କରି ବର୍ତ୍ତମାନର ପରିସ୍ଥିତି ସହିତ ମେଳ କରିବା ପାଇଁ ଚେଷ୍ଟା କରିବା । ତେଣୁ ଇତିହାସ ପଢ଼ିବା ଆମ ପାଇଁ ନିହାତି ଆବଶ୍ୟକ ।

(ଗ) ଇତିହାସ ଜାଣିବାର ବିଭିନ୍ନ ଉପାଦାନଗୁଡ଼ିକ କ’ଣ ?
Answer:

  • ଇତିହାସ ଜାଣିବାର ଉପାଦାନ ଗୁଡ଼ିକୁ ଦୁଇଭାଗରେ ବିଭକ୍ତ କରାଯାଏ ।
  • ସେଗୁଡ଼ିକ ହେଲା ଯଥା – (କ) ପ୍ରତ୍ନତାତ୍ତ୍ଵିକ ଉପାଦାନ, (ଖ) ସାହିତ୍ୟିକ ଉପାଦାନ ।
  • ପ୍ରତ୍ନତାତ୍ତ୍ଵିକ ଉପାଦାନ ଚାରି ଭାଗରେ ବିଭକ୍ତ । ଯଥା – (କ) ଖୋଦିତ ଲେଖା ବା ଲିପି, (ଖ) କୀର୍ତ୍ତି ଓ କଳାକୃତି, (ଗ) ଭୌତିକ ଅବଶେଷ, (ଘ) ମୁଦ୍ରା ।
  • ସାହିତ୍ୟିକ ଉପାଦାନ ତିନି ଭାଗରେ ବିଭକ୍ତ । ଯଥା – (କ) ଧର୍ମ ସମ୍ବନ୍ଧୀୟ ସାହିତ୍ୟ, (ଖ) ଐହିକ ସାହିତ୍ୟ, (ଗ) ବୈଦେଶିକ ବିବରଣୀ ।

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

(ଘ) ସମୟ ଅନୁସାରେ ଇତିହାସକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
Answer:

  1. ସମୟ ଅନୁସାରେ ଇତିହାସକୁ ତିନିଭାଗରେ ବିଭକ୍ତ କରାଯାଇଛି । ଯଥା – (କ) ପ୍ରାକ୍-ଐତିହାସିକ ଯୁଗ, (ଖ) ଆଦ୍ୟ ଐତିହାସିକ ଯୁଗ, (ଗ) ଐତିହାସିକ ଯୁଗ ।
  2. ପ୍ରାକ୍-ଐତିହାସିକ ଯୁଗ – ବହୁ ପୁରାତନ କାଳରେ ଲୋକମାନେ ଲେଖୁଣି ନଥିଲେ । ବିଭିନ୍ନ ପ୍ରକାର ମାଟିପାତ୍ର, ଅଳଙ୍କାର, ହାତହତିଆର, ଅସ୍ଥିକଙ୍କାଳ ଆଦିରୁ ଲୋକମାନଙ୍କର ଜୀବନଯାପନ ପ୍ରଣାଳୀ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଥାଏ । ସେକାଳର ଗୁମ୍ଫାର ଚିତ୍ରରୁ ଆମେ ସେମାନଙ୍କ ବିଷୟରେ ମଧ୍ୟ ଜାଣିପାରୁ ।
  3. ଆଦ୍ୟ-ଐତିହାସିକ ଯୁଗ – ମନୁଷ୍ୟ ଲେଖୁଣିବା ପରେ ବିଭିନ୍ନ ଘଟଣାକୁ ନିଜର ଲେଖାଦ୍ଵାରା ପ୍ରକାଶ କରିପାରିଲା । ଏହି ସମୟକୁ ଆଦ୍ୟ-ଐତିହାସିକ ଯୁଗ କୁହାଯାଏ । ଏହି ଲେଖାସବୁ ସୀମିତ ଓ ପଢ଼ିବା ସମ୍ଭବ ହୋଇନଥାଏ । ତେଣୁ ଏ ସମୟର ଘଟଣାବଳୀ ଜାଣିବାକୁ ହେଲେ ଲେଖାଗୁଡ଼ିକ ସହିତ ପ୍ରତ୍ନତାତ୍ତ୍ୱିକ ଖନନ ଓ ଅନୁସନ୍ଧାନ ଉପରେ ନିର୍ଭର କରିବାକୁ ପଡ଼େ । ସିନ୍ଧୁନଦୀ କୂଳରେ ଏହି ସମୟରେ ଏକ ସଭ୍ୟତା ଗଢି ଉଠିଥିଲା ।
  4. ଐତିହାସିକ ଯୁଗ – ଲେଖାର ଉନ୍ନତି ହେବାପରେ ମନୁଷ୍ୟ ବିଭିନ୍ନ ଘଟଣାକୁ ପଥର କାନ୍ଥ, ଖମ୍ବ, ତମ୍ବାପଟା, ତାଳପତ୍ର, ମାଟିପାତ୍ର ଇତ୍ୟାଦି ଉପରେ ଲେଖୁରିଲା । ଏହି ଲେଖାଗୁଡ଼ିକରୁ ସେ ସମୟର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତି ଅବସ୍ଥା ବିଷୟରେ ଅନେକ ସୂଚନା ମିଳି ପାରିଥାଏ । ଏହି ସମୟକୁ ଐତିହାସିକ ଯୁଗ କୁହାଯାଏ ।

(ଙ) ଭାରତର ଭୌଗୋଳିକ ଅବସ୍ଥା ଏହାର ଇତିହାସକୁ କିପରି ପ୍ରଭାବିତ କରିଛି ?
Answer:

  • ଭାରତ ପୃଥ‌ିବୀର ଉତ୍ତର ଗୋଲାର୍ଦ୍ଧରେଅବସ୍ଥିତ । ଏହା ଏସିଆ ମହଦେଶର ଦକ୍ଷିଣ ଉପକୂଳର ପ୍ରାୟ ମଧ୍ୟ ଭାଗରେ ଅବସ୍ଥିତ । ଭାରତର ଦକ୍ଷିଣ ଭାଗକୁ ତିନି ଦିଗରୁ ସମୁଦ୍ର ଘେରି ରହିଥ‌ିବାରୁ ଏହାକୁ ଉପଦ୍ୱୀପ କୁହାଯାଏ ।
  • ଆଫ୍ରିକା, ଅଷ୍ଟ୍ରେଲିଆ ଓ ୟୁରୋପଠାରୁ ଭାରତ ପ୍ରାୟ ସମାନ ଦୂରତାରେ ରହିଛି ।
  • ପ୍ରାଚୀନ ସଭ୍ୟତାର ବିକାଶଶୀଳ ଦେଶଗୁଡ଼ିକ ଭାରତର ସୀମାକୁ ଲାଗି ବା ଭାରତଠାରୁ ଅନତିଦୂରରେ ରହିଛନ୍ତି ।
  • ଭାରତର ଉତ୍ତରପୂର୍ବ ସୀମାରେ ଚୀନ, ପଶ୍ଚିମରେ ଇରାନ୍ ରହିଥିବାବେଳେ ଇରାକ୍, ଇସ୍ରାଏଲ୍, ମିଶର, ଗ୍ରୀସ୍ ଆଦି ଦେଶ ଭାରତଠାରୁ ଅନତି ଦୂରରେ ଅବସ୍ଥିତ । ଏହିପରି ଭାବରେ ଭାରତର ଭୌଗୋଳିକ ଅବସ୍ଥା ଏହାର ଇତିହାସକୁ ପ୍ରଭାବିତ କରିଛି ।

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

(ଚ) ଭାରତର କେଉଁ ଦୁଇଟି ପ୍ରାକୃତିକ ବୈଶିଷ୍ଟ୍ୟ ବିଶେଷ ପରିମାଣରେ ଭାରତ ଇତିହାସକୁ ପ୍ରଭାବିତ କରିଛି, କାରଣ ସହ ଉଲ୍ଲେଖ କର ।
Answer:

  • ଭାରତବର୍ଷର ପ୍ରାକୃତିକ ଅଞ୍ଚଳମାନଙ୍କ ମଧ୍ୟରୁ ପାର୍ବତ୍ୟ ଅଞ୍ଚଳ ଓ ନଦୀ ଉପତ୍ୟକା ଅଞ୍ଚଳ ବିଶେଷ ପରିମାଣରେ ଭାରତ ଇତିହାସକୁ ପ୍ରଭାବିତ କରିଛି ।
  • ଭାରତର ଉତ୍ତର ସୀମାରେ ଅବସ୍ଥିତ ହିମାଳୟ ପର୍ବତଶ୍ରେଣୀକୁ ଅତିକ୍ରମ କରି ଉତ୍ତର ଦିଗରୁ ଭାରତ ମଧ୍ୟକୁ ପ୍ରବେଶ କରିବା କଷ୍ଟକର । ଏହାର ଉତ୍ତର-ପଶ୍ଚିମ ପାର୍ଶ୍ଵରେ ଅବସ୍ଥିତ ପାର୍ବତ୍ୟ ଅଞ୍ଚଳରେ ଥ‌ିବା କେତେକ ସଂକୀର୍ଣ୍ଣ ଗିରିପଥ ମଧ୍ୟରେ ବିଭିନ୍ନ ସମୟରେ ଆକ୍ରମଣକାରୀ, ବ୍ୟବସାୟୀ ଓ ପରିବ୍ରାଜକମାନେ ଭାରତକୁ ଆସିଛନ୍ତି ।
  • ସେମାନେ ଆସିବା ଫଳରେ ସେମାନଙ୍କର ଚଳଣି, ଦର୍ଶନ, ଭାଷା ଓ ସାହିତ୍ୟଦ୍ୱାରା ଆମ ସଂସ୍କୃତି ଓ ଇତିହାସ ପ୍ରଭାବିତ ହୋଇଛି ।
  • ସିନ୍ଧୁ, ଗଙ୍ଗା ଆଦି ନଦୀ ଉପତ୍ୟକା ଅଞ୍ଚଳକୁ ନେଇ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ଗଠିତ ହୋଇଛି । ଏହି ଅଞ୍ଚଳର ମୃତ୍ତିକା ଉର୍ବର ଓ ଏଠାରେ ପ୍ରଚୁର ଜଳ ମିଳୁଥ‌ିରୁ ବିଭିନ୍ନ ଶସ୍ୟ ଉତ୍ପାଦନ ହୋଇଥାଏ । ତେଣୁ ଏ ଅଞ୍ଚଳରେ ବହୁତ ଲୋକ ବାସ କରନ୍ତି ।
  • ଏହିସବୁ କାରଣରୁ ନଦୀକୂଳମାନଙ୍କରେ ପ୍ରାଚୀନ ସଭ୍ୟତାମାନ ଗଢ଼ି ଉଠିଥିଲା ଓ ଭାରତର ଇତିହାସକୁ ପ୍ରଭାବିତ କରିଥିଲା ।

୨। ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୩୦ଟି ଶବ୍ଦରେ ଲେଖ ।

(କ) ପ୍ରାକୃତିକ ଗଠନର ବିବିଧତା ଅନୁସାରେ ଭାରତକୁ ଯେଉଁ କେତୋଟି ଅଞ୍ଚଳରେ ବିଭକ୍ତ କରାଯାଇଛି ସେଗୁଡ଼ିକର ନାମ ଲେଖ ।
Answer:

  • ପ୍ରାକୃତିକ ଗଠନର ବିବିଧତା ଅନୁସାରେ ଭାରତକୁ ଛଅଗୋଟି ପ୍ରାକୃତିକ ଅଞ୍ଚଳରେ ବିଭକ୍ତ କରାଯାଇଛି ।
  • ସେଗୁଡ଼ିକ ହେଲା ହେଲା ଯଥା – (କ) ହିମାଳୟ ପାର୍ବତ୍ୟଅଞ୍ଚଳ, (ଖ) ଉତ୍ତରସ୍ଥ ସମତଳ ଅଞ୍ଚଳ, (ଗ) କେନ୍ଦ୍ରସ୍ଥ ମାଳଭୂମି ଅଞ୍ଚଳ, (ଘ) ପଶ୍ଚିମସ୍ଥ ମରୁଭୂମି ଅଞ୍ଚଳ, (ଙ) ଉପକୂଳସ୍ଥ ସମତଳ ଅଞ୍ଚଳ, (ଚ) ସମୁଦ୍ର ମଧ୍ୟସ୍ଥ ଦ୍ବୀପସମୂହ ।

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

(ଖ) ସଂକୀର୍ଣ୍ଣ ଗିରିପଥ ଦେଇ କେଉଁମାନେ ଭାରତକୁ ଆସିଛନ୍ତି ଏବଂ ସେମାନେ କେଉଁ କ୍ଷେତ୍ରରେ ଆମ ସଂସ୍କୃତିକୁ ପ୍ରଭାବିତ କରିଛନ୍ତି ?
Answer:

  1. ଭାରତର ଉତ୍ତର-ପଶ୍ଚିମରେ ଥିବା ପାର୍ବତ୍ୟ ଅଞ୍ଚଳରେ କେତୋଟି ସଂକୀର୍ଣ୍ଣ ଗିରିପଥ ରହିଛି । ଏହି ଗିରିପଥ ଦେଇ ବିଭିନ୍ନ ସମୟରେ ଆକ୍ରମଣକାରୀ, ବ୍ୟବସାୟୀ ଓ ପରିବ୍ରାଜକମାନେ ଭାରତକୁ ଆସି ଛନ୍ତି ।
  2. ଫଳରେ ସେମାନଙ୍କ ଚଳଣି, ଦର୍ଶନ, ଭାଷା ଓ ସାହିତ୍ୟ ଆଦି ଦ୍ବାରା ଆମ ସଂସ୍କୃତି ପ୍ରଭାବିତ ହୋଇଛି ।

(ଗ) ପଶ୍ଚିମଘାଟ ପର୍ବତମାଳା କେଉଁଠାରୁ କେଉଁ ପର୍ଯ୍ୟନ୍ତ ବିସ୍ତୃତ ଏବଂ ଏହା କେଉଁ କାରଣରୁ ଘନ ଜଙ୍ଗଲ ପୂର୍ବ ?
Answer:

  • ଭାରତର ଦକ୍ଷିଣ ଭାରତ ମାଳଭୂମିର ପଶ୍ଚିମ ପାର୍ଶ୍ବରେ ପଶ୍ଚିମଘାଟ ପର୍ବତମାଳା ଅବସ୍ଥିତ । ପଶ୍ଚିମଘାଟ ପର୍ବତମାଳା ଭାରତର ମଧ୍ୟ ଭାଗରୁ ଦକ୍ଷିଣ ପ୍ରାନ୍ତ ଯାଏଁ ବିସ୍ତୃତ ହୋଇଛି ।
  • ପଶ୍ଚିମଘାଟ ପାର୍ବତ୍ୟ ଅଞ୍ଚଳରେ ପ୍ରଚୁର ବର୍ଷା ହେଉଥ‌ିବାରୁ ଏହି ଅଞ୍ଚଳ ଘନ ଜଙ୍ଗଲପୂର୍ଣ ହୋଇଛି ।

(ଘ) ସମତଳ ଅଞ୍ଚଳ କିପରି ସୃଷ୍ଟି ହୋଇଛି ଏବଂ ଏଠାରେ କେଉଁ କାରଣରୁ ବିଭିନ୍ନ ଶସ୍ୟ ଉତ୍ପାଦନ କରାଯାଇଥାଏ ?
Answer:

  • ଭାରତରେ ହିମାଳୟ ପାର୍ବତ୍ୟ ଅଞ୍ଚଳ ଓ ଦକ୍ଷିଣ ଭାରତ ମାଳଭୂମି ମଧ୍ୟରେ ଅବସ୍ଥିତ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ଆଦି ନଦୀଗୁଡ଼ିକର ପଟୁମାଟି ଦ୍ବାରା ଗଠିତ ହୋଇଛି ।
  • ଏହି ଅଞ୍ଚଳର ମୃତ୍ତିକା ଉର୍ବର ଓ ପ୍ରଚୁର ଜଳ ମିଳୁଥିବାରୁ ଏଠାରେ ବିଭିନ୍ନ ଶସ୍ୟ ଉତ୍ପାଦନ କରାଯାଏ ।

(ଙ) ସାମୁଦ୍ରିକ ବାଣିଜ୍ୟର କିପରି ଉନ୍ନତି ଘଟିଥିଲା ?
Answer:

  • ସମୁଦ୍ର କୂଳବର୍ତ୍ତୀ ସମତଳଭୂମି ଅତ୍ୟନ୍ତ ଉର୍ବର ଓ କୃଷିପାଇଁ ବହୁତ ଉପଯୋଗୀ । ତେଣୁ ଏହି ଅଞ୍ଚଳରେ ଘନ ଜନବସତି ଦେଖାଯାଏ ।
  • ଉପକୂଳବର୍ତୀ ସମତଳ ଅଞ୍ଚଳରେ ଅବସ୍ଥିତ ନଦୀ ମୁହାଣଗୁଡ଼ିକରେ ଅନେକ ବନ୍ଦର ଗଢ଼ି ଉଠିଥିଲା । ଏହା ଫଳରେ ସାମୁଦ୍ରିକ ବାଣିଜ୍ୟ ଉନ୍ନତି ଘଟିଥିଲା ।

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

(ଚ) କେଉଁ କାରଣରୁ ନଦୀକୂଳମାନଙ୍କରେ ପ୍ରାଚୀନ ସଭ୍ୟତାମାନ ଗଢ଼ି ଉଠିଥିଲା ?
Answer:

  • ନଦୀକୂଳମାନଙ୍କରେ ମୃତ୍ତିକା ଉର୍ବର ଓ ପ୍ରଚୁର ଜଳ ମିଳୁଥ‌ିବାରୁ ଏଠାରେ ବିଭିନ୍ନ ପ୍ରକାର ଶସ୍ୟ ଉତ୍ପାଦନ କରାଯାଏ ।
  • ତେଣୁ ଏହି ଅଞ୍ଚଳରେ ବହୁଲୋକ ବାସ କରନ୍ତି । ଏଥିପାଇଁ ଏଠାରେ ପ୍ରାଚୀନ ସଭ୍ୟତା ଗଢି ଉଠିଥିଲା ।

(ଛ) କେଉଁ ଅଞ୍ଚଳରେ ଘନ ଜନବସତି ଦେଖାଯାଏ ଓ କାହିଁକି ?
Answer:

  • ହିମାଳୟ ପର୍ବତମାଳାର ପାଦଦେଶୀୟ ଅଞ୍ଚଳ ଓ ଉପତ୍ୟକା ଅଞ୍ଚଳର ମୃତ୍ତିକା ଓ ଜଳ ସମ୍ପଦରେ ପରିପୂର୍ଣ୍ଣଥ‌ିବାରୁ ଏହି ଅଞ୍ଚଳ କୃଷି ଉପଯୋଗୀ ଓ ଜନବସତି ପୂର୍ଣ୍ଣ ।
  • ସମୁଦ୍ର କୂଳବର୍ତ୍ତୀ ସମତଳଭୂମି ଅତ୍ୟନ୍ତ ଉର୍ବର ଓ କୃଷିପାଇଁ ବହୁତ ଉପଯୋଗୀ । ତେଣୁ ଏହି ଅଞ୍ଚଳରେ ଘନ ଜନବସତି ଦେଖାଯାଏ ।

୩ । ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଗୋଟିଏ ଧାଡ଼ିରେ ଲେଖ ।

(କ) କେଉଁଠାରେ ଅନେକ ବନ୍ଦର ଗଢ଼ି ଉଠିଥିଲା
Answer:
ଉପକୂଳବର୍ତ୍ତୀ ସମତଳ ଅଞ୍ଚଳରେ ଅବସ୍ଥିତ ନଦୀ ମୁହାଣଗୁଡ଼ିକରେ ଅନେକ ବନ୍ଦର ଗଢ଼ି ଉଠିଥିଲା ।

(ଖ) ଅରଣ୍ୟର ଶାନ୍ତ ମନୋମୁଗ୍ଧକର ପରିବେଶ କେଉଁ କେଉଁ କ୍ଷେତ୍ରରେ ଉନ୍ନତି କରିବାରେ ସାହାଯ୍ୟ କରିଥିଲା ?
Answer:
ଅରଣ୍ୟର ଶାନ୍ତ ମନୋମୁଗ୍ଧକର ପରିବେଶ ସଭ୍ୟତାର ବିଶେଷ କରି ଧର୍ମ, ଦର୍ଶନ ଏବଂ ସାହିତ୍ୟର ଉନ୍ନତି କରିବାରେ ସାହାଯ୍ୟ କରିଥିଲା ।

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

(ଗ) ଆମ ଦେଶର କେଉଁ ସ୍ଥାନରେ ସମତଳ ଅଞ୍ଚଳ ଦେଖାଯାଏ ?
Answer:
ଆମ ଦେଶର ପଶ୍ଚିମ ପାର୍ଶ୍ଵରେ ଆରବ ସାଗର ଓ ପୂର୍ବପାର୍ଶ୍ବରେ ବଙ୍ଗୋପସାଗର ଉପକୂଳରେ ସମତଳ ଅଞ୍ଚଳ ଦେଖାଯାଏ । ଏହାଛଡ଼ା ହିମାଳୟ ପାର୍ବତ୍ୟ ଅଞ୍ଚଳ ଓ ଦକ୍ଷିଣ ଭାରତ ମାଳଭୂମି ମଧ୍ୟରେ ଏକ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ଦେଖାଯାଏ ।

(ଘ) କେଉଁ ସମତଳ ଅଞ୍ଚଳ ଅଧ୍ବକ ପ୍ରଶସ୍ତ ?
Answer:
ପୂର୍ବ ଉପକୂଳର ସମତଳ ଅଞ୍ଚଳ ଅଧ୍ବକ ପ୍ରଶସ୍ତ ।

(ଙ) ପଶ୍ଚିମ ଉପକୂଳସ୍ଥ ସମତଳ ଭୂମି କାହାକୁ କୁହାଯାଏ ?
Answer:
ଗୁଜରାଟଠାରୁ କେରଳ ପର୍ଯ୍ୟନ୍ତ ବିସ୍ତୃତ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳକୁ ପଶ୍ଚିମ ଉପକୂଳସ୍ଥ ସମତଳ ଭୂମି କୁହାଯାଏ ।

(ଚ) ପୂର୍ବ ଉପକୂଳସ୍ଥ ସମତଳ ଭୂମି କାହାକୁ କୁହାଯାଏ ?
Answer:
ଓଡ଼ିଶାଠାରୁ ତାମିଲନାଡୁ ପର୍ଯ୍ୟନ୍ତ ବିସ୍ତୃତ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳକୁ ପୂର୍ବ ଉପକୂଳସ୍ଥ ସମତଳ ଭୂମି କୁହାଯାଏ ।

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

୪ । ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ/ସଂଖ୍ୟା ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ଆଜକୁ ପ୍ରାୟ _______ ଲକ୍ଷ ବର୍ଷ ପୂର୍ବେ ପୃଥ‌ିବୀ ପୃଷ୍ଠରେ ମନୁଷ୍ୟ ସୃଷ୍ଟି ହୋଇଥିଲା ବୋଲି ଅନୁମାନ କରାଯାଏ ।
(୧୨, ୧୩, ୧୪, ୧୫)
Answer:
୧୫

(ଖ) ପ୍ରାଚୀନ କାଳରେ _________ ପତ୍ର ଉପରେ ଲେଖାଯାଉଥିଲା ।
(ବର, ତାଳ, ପଣସ, ଶାଳ)
Answer:
ତାଳ

(ଗ) ସମୟ ଅନୁସାରେ ଇତିହାସକୁ _______ ଭାଗରେ ଭାଗ କରାଯାଇଛି ।
(୨, ୩, ୪, ୫)
Answer:

(ଘ) ଭାରତର ________ ବୃହତ୍ତମ ପ୍ରାକୃତିକ ଅଞ୍ଚଳ ଅଟେ ।
(ହିମାଳୟ ପାର୍ବତ୍ୟ ଅଞ୍ଚଳ, ଉତ୍ତରସ୍ଥ ସମତଳ ଅଞ୍ଚଳ, ପଶ୍ଚିମସ୍ଥ ମରୁଭୂମି ଅଞ୍ଚଳ, କେନ୍ଦ୍ରସ୍ଥ ମାଳଭୂମି)
Answer:
କେନ୍ଦ୍ରସ୍ଥ ମାଳଭୂମି

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

୫ । ରେଖାଙ୍କିତ ପଦ/ପଦଗୁଡ଼ିକୁ ନ ବଦଳାଇ ଭ୍ରମ ସଂଶୋଧନ କର ।

(କ) ସିମ୍ପାଞ୍ଜିର କ୍ରମବିକାଶ ହୋଇ ମନୁଷ୍ୟ ସୃଷ୍ଟି ହୋଇଅଛି ।
Answer:
ନବାନରମାନଙ୍କର କ୍ରମବିକାଶ ହୋଇ ମନୁଷ୍ୟ ସୃଷ୍ଟି ହୋଇଅଛି ।

(ଖ) ଇତିହାସ ଶବ୍ଦଟି ଲାଟିନ୍ ଶବ୍ଦ ହିଷ୍ଟୋରୁ ଆସିଅଛି ।
Answer:
ଇତିହାସ ଶବ୍ଦଟି ଗ୍ରୀକ୍ ଶବ୍ଦ ହିଷ୍ଟୋରୁ ଆସିଅଛି ।

(ଗ) ଭୁବନେଶ୍ଵର ନିକଟବର୍ତ୍ତୀ ରତ୍ନଗିରିଠାରେ ପଥର ଉପରେ ବାଇଶି ଶହ ବର୍ଷ ତଳର ଲେଖା ଦେଖିବାକୁ ମିଳେ ।
Answer:
ଭୁବନେଶ୍ଵର ନିକଟବର୍ତ୍ତୀ ଧଉଳିଠାରେ ପଥର ଉପରେ ବାଇଶି ଶହ ବର୍ଷ ତଳର ଲେଖା ଦେଖିବାକୁ ମିଳେ ।

(ଘ) ବାଣଭଟ୍ଟ ଜଣେ ବୈଦେଶିକ ପରିବ୍ରାଜକ ଅଟନ୍ତି ।
Answer:
ମେଘାସ୍ଥିନିସ୍ ଜଣେ ବୈଦେଶିକ ପରିବ୍ରାଜକ ଅଟନ୍ତି ।

(ଙ) ଆମ ଦେଶର ପୂର୍ବ ଭାଗରେ ଆରବ ସାଗର ଅଛି ।
Answer:
ଆମ ଦେଶର ପଶ୍ଚିମ ଭାଗରେ ଆରବ ସାଗର ଅଛି ।

BSE Odisha 6th Class History Solutions Chapter 1 ଇତିହାସ ବିଷୟରେ ଧାରଣା

୬ | ତଳେ ଦିଆଯାଇଥ‌ିବା ଉତ୍ତରଗୁଡ଼ିକ ମଧ୍ୟରୁ ଯେଉଁ ଉତ୍ତରଟି ଠିକ୍ ତା’ ପାଖରେ ଠିକ୍ (✓) ଚିହ୍ନ ଦିଅ । (ପ୍ରଶ୍ନ ସହ ଉତ୍ତର)

(କ) ନୃବାନର ସମ୍ପର୍କୀୟ ହେଉଛନ୍ତି—

  • ବାଘ
  • ଗୋଧୂ
  • ଓଟ
  • ଓରାଙ୍ଗଓଟାଙ୍ଗ ( ✓)

(ଖ) ମନୁଷ୍ୟର ବୌଦ୍ଧିକ ଗୁଣ ସହ ସାମଞ୍ଜସ୍ୟ ଥ‌ିବା ପ୍ରାଣୀ ହେଉଛି–

  • ଗରିଲା
  • ସିମ୍ପାଞ୍ଜି (✓)
  • ପାତିମାଙ୍କଡ଼
  • ଗିବନ୍

(ଗ) ହର୍ଷଚରିତ ରଚନା କରିଥିଲେ–

  • କୌଟିଲ୍ୟ
  • ପତଞ୍ଜଳି
  • ପାଣିନି
  • ବାଣଭଟ୍ଟ (✓)

(ଘ) ଗୋଟିଏ ପ୍ରତ୍ନତାତ୍ତ୍ଵିକ ଉପାଦାନର ଉଦାହରଣ ହେଉଛି–

  • ଉପନିଷଦ
  • ମାଟିପାତ୍ର (✓)
  • ବେଦ
  • ମହାଭାରତ

(ଙ) ଇରାନ ଦେଶ ଭାରତର କେଉଁ ଦିଗରେ ଅବସ୍ଥିତ ?

  • ପୂର୍ବ
  • ପଶ୍ଚିମ (✓)
  • ଉତ୍ତର
  • ଦଷିଣ

BSE Odisha 6th Class History Solutions Book Download Pdf

BSE Odisha Class 6 History & Political Science Solutions Book Pdf Download

BSE Odisha 6th Class History Book Solutions ଇତିହାସ

BSE Odisha 6th Class Political Science Book Solutions ରାଜନୀତି ବିଜ୍ଞାନ

BSE Odisha 6th Class Text Book Solutions

BSE Odisha 6th Class English Solutions Book Download Pdf

BSE Odisha Class 6 English Solutions Book Pdf Download

BSE Odisha 6th Class English Part – I

BSE Odisha 6th Class English Part – II

BSE Odisha 6th Class Text Book Solutions