BSE Odisha 7th Class History Solutions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

Odisha State Board BSE Odisha 7th Class History Solutions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ Textbook Exercise Questions and Answers.

BSE Odisha Class 7 History Solutions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

୧। ତଳ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ପ୍ରାଚୀନ କାଳରେ ଇଉରୋପ ମହାଦେଶର ଲୋକମାନେ ଭାରତରୁ କେଉଁ କେଉଁ ଜିନିଷ ଆମଦାନି କରୁଥିଲେ ?
Answer:
ପ୍ରାଚୀନ କାଳରେ ଇଉରୋପ ମହାଦେଶର ଲୋକମାନେ ଭାରତରୁ ପାଟବସ୍ତ୍ର, ଲବଙ୍ଗ, ମରିଚ ଆଦି ମସଲା; ମୂଲ୍ୟବାନ୍ ପଥର, ହାତୀଦାନ୍ତ ଆଦି ବିଳାସ ସାମଗ୍ରୀ ଆମଦାନି କରୁଥିଲେ ।

(ଖ) ଇଉରୋପୀୟମାନେ ଭାରତକୁ ଆସିବାକୁ କାହିଁକି ଆଗ୍ରହ ପ୍ରକାଶ କରିଥିଲେ ?
Answer:

  • ତ୍ରୟୋଦଶ ଶତାବ୍ଦୀରେ ଇଟାଲୀର ଜଣେ ସାହସୀ ଯୁବକ ମାର୍କୋପୋଲୋ ଏସିଆ ଭ୍ରମଣ କରି ନିଜ ଦେଶକୁ ଫେରିଥିଲେ । ସେ ନିଜ ଦେଶରେ ଭାରତର ହୀରା, ମୁକ୍ତା, ସୂକ୍ଷ୍ମ କାର୍ପାସବସ୍ତ୍ର ଓ ଅନ୍ୟାନ୍ୟ ଉତ୍କୃଷ୍ଟ ଜିନିଷ ବିଷୟରେ ବର୍ଣ୍ଣନା କରିଥିଲେ ।
  • ମାର୍କୋପୋଲୋଙ୍କର ଏହି ବର୍ଣ୍ଣନା ଇଉରୋପୀୟମାନଙ୍କୁ ଭାରତ ଆସିବାକୁ ଉତ୍ସାହିତ କରିଥିଲା ।

(ଗ) ଭାରତର ବିଭିନ୍ନ ଜିନିଷଗୁଡ଼ିକ ଇଉରୋପ ମହାଦେଶରେ ମହଙ୍ଗାରେ ବିକ୍ରି ହେଉଥିଲା କାହିଁକି ?
Answer:

  • ତ୍ରୟୋଦଶ ଶତାବ୍ଦୀରେ ଭାରତରୁ ଇଉରୋପକୁ ଆସିବାକୁ କୌଣସି ସିଧା ରାସ୍ତା ନଥିବାରୁ ଭାରତର ଜିନିଷଗୁଡ଼ିକ କାବୁଲ, ଆଫଗାନିସ୍ଥାନ, ପାରସ୍ୟ, କନଷ୍ଟାଣ୍ଟିନୋପଲ୍ ଇତ୍ୟାଦି ଦେଶ ଦେଇ ବୁଲାଣି ବାଟରେ ଇଉରୋପୀୟ ଦେଶମାନଙ୍କରେ ପହଞ୍ଚୁଥିଲା ।
  • ବୁଲାଣି ବାଟରେ ମାଲଗୁଡ଼ିକର ପରିବହନ ମୂଲ୍ୟ ଅଧିକ ପଡୁଥିବାରୁ ଇଉରୋପ ମହାଦେଶରେ ଏଗୁଡ଼ିକ ମହଙ୍ଗାରେ ବିକ୍ରି ହେଉଥିଲା ।

BSE Odisha 7th Class History Solutions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

(ଘ) ଇଉରୋପ ମହାଦେଶ ସହ ଭାରତର ବାଣିଜ୍ୟ କାରବାର ବନ୍ଦ ହେବାର କାରଣ କ’ଣ ଥିଲା ?
Answer:

  • ୧୪୫୩ ଖ୍ରୀଷ୍ଟାବ୍ଦରେ ଅଟୋମାନ ତୁର୍କମାନେ ଏକ ସାମ୍ରାଜ୍ୟ ପ୍ରତିଷ୍ଠା କରି କନ୍‌ଷ୍ଟାଣ୍ଟିନୋପଲ୍ ଅଧ୍ୟାର କରିଥିଲେ ।
  • ଏଣୁ ଏହି ବାଟ ଦେଇ ଭାରତରୁ ଇଉରୋପୀୟ ଦେଶମାନଙ୍କୁ ମାଲ ପରିବହନ ବନ୍ଦ ହୋଇଗଲା ।

(ଙ) ପର୍ତ୍ତୁଗୀଜ୍‌ମାନେ ଭାରତକୁ ଜଳପଥ ଆବିଷ୍କାର କରିବାପାଇଁ କି କି ପଦକ୍ଷେପ ନେଇଥିଲେ ?
Answer:

  • ଭାରତକୁ ଜଳପଥ ଆବିଷ୍କାର କରିବାପାଇଁ ପର୍ତ୍ତୁଗୀଜ୍ ନାବିକମାନେ ନିରବଚ୍ଛିନ୍ନ ଭାବରେ ଉଦ୍ୟମ କରିଥିଲେ ।
  • ପର୍ତ୍ତୁଗୀଜ୍ ନାବିକ ବାର୍ଥଲୋମିଓ ଡାଏଜ୍ ଆଫ୍ରିକା ଉପକୂଳରୁ ନିଜର ଯାତ୍ରା ଆରମ୍ଭ କରି ଉତ୍ତମାଶା ଅନ୍ତରୀପ ପର୍ଯ୍ୟନ୍ତ ଆସିପାରିଥିଲେ ।
  • ପରେ ପର୍ତ୍ତୁଗୀଜ୍ ସରକାରଙ୍କ ରାଜକର୍ମଚାରୀ କଲମ୍ବସ୍ ଭାରତକୁ ଜଳପଥ ଆବିଷ୍କାର କରିବାପାଇଁ ଉଦ୍ୟମ କରିଥିଲେ ମଧ୍ୟ ସେ ଭାରତରେ ନ ପହଞ୍ଚ୍ ଆମେରିକାରେ ପହଞ୍ଚିଲେ ।
  • ଏହାର ୬ ବର୍ଷପରେ ପର୍ତ୍ତୁଗୀଜ ନାବିକ ଭାସ୍କୋଡ଼ାଗାମା ତିନୋଟି ଜାହାଜ ନେଇ ପର୍ତ୍ତୁଗାଲରୁ ଆଟଲାଣ୍ଟିକ୍ ମହାସାଗରରେ ଜଳଯାତ୍ରା କରି ଆଫ୍ରକାର ଉତ୍ତମାଶା ଅନ୍ତରୀପଠାରେ ପହଞ୍ଚିଥିଲେ ।
  • ସେଠାରୁ ଭାରତ ମହାସାଗର ଦେଇ ଜଳଯାତ୍ରା କରି ଭାରତର କାଲିକଟ୍ ନାମକ ସ୍ଥାନରେ ପହଞ୍ଚିଥିଲେ ।

(ଚ) ଡମାନେ ଷୋଡ଼ଶ ଶତାବ୍ଦୀରେ ଭାରତକୁ କାହିଁକି ଆସିଥିଲେ ?
Answer:

  • ଭାରତ ଓ ଦକ୍ଷିଣ-ପୂର୍ବ ଏସିଆରୁ ଗରମ ମସଲା ଆମଦାନି କରିବା ଡମାନଙ୍କର ପ୍ରଧାନ ଉଦ୍ଦେଶ୍ୟ ଥିଲା ।
  • ତେଣୁ ଷୋଡ଼ଶ ଶତାବ୍ଦୀର ଶେଷ ଭାଗରେ ଡବମାନେ ଭାରତକୁ ବାଣିଜ୍ୟ କରିବାକୁ ଆସିଥିଲେ ।

(ଛ) ୧୫୯୯ ମସିହାରେ ଲଣ୍ଡନର କେତେକ ନାବିକ ଓ ବଣିକମାନେ କେଉଁ ସଂସ୍ଥା ଗଠନ କରିଥିଲେ ? ଏହାଦ୍ଵାରା ସେମାନଙ୍କର କ’ଣ ଲାଭ ହୋଇଥିଲା ?
Answer:

  • ୧୫୯୯ ମସିହାରେ ଲଣ୍ଡନର କେତେକ ନାବିକ ଓ ବଣିକମାନେ ଏକ ବାଣିଜ୍ୟ ସଂସ୍ଥା ଗଠନ କରିଥିଲେ ।
  • ପରବର୍ତ୍ତୀ କାଳରେ ଏହି ସଂସ୍ଥା ଇଷ୍ଟଇଣ୍ଡିଆ କମ୍ପାନୀ ନାମରେ ପରିଚିତ ହୋଇଥିଲା ।
  • ଏହି କମ୍ପାନୀ ଭାରତରେ ସେମାନଙ୍କର ବାଣିଜ୍ୟ ପ୍ରସାର ଘଟାଇ ପରବର୍ତ୍ତୀ ସମୟରେ ଭାରତୀୟ ରାଜନୀତିରେ ହସ୍ତକ୍ଷେପ କରି ଭାରତବର୍ଷକୁ ଶାସନ କରିବାର ସୁଯୋଗ ଲାଭ କରିଥିଲେ ।

BSE Odisha 7th Class History Solutions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

(ଜ) ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ କାହିଁକି ଗଠନ କରାଯାଇଥିଲା ?
Answer:

  • ଭାରତ ତଥା ଅନ୍ୟାନ୍ୟ ପ୍ରାଚ୍ୟ ଦେଶମାନଙ୍କ ସହିତ ବାଣିଜ୍ୟ କାରବାର କରିବା ଫରାସୀମାନଙ୍କର ଉଦ୍ଦେଶ୍ୟ ଥିଲା ।
  • ତେଣୁ ସେମାନେ ୧୬୬୪ ଖ୍ରୀ.ଅ.ରେ ଭାରତକୁ ଆସି ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ କରିଥିଲେ ।

(ଝ) କର୍ଣ୍ଣାଟକ ସମର କ’ଣ ? ଏହା କାହିଁକି ହୋଇଥୁଲା ?
Answer:

  • ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ବାଣିଜ୍ୟ ବ୍ୟବସାୟ ଓ ରାଜନୈତିକ କ୍ଷେତ୍ରରେ ପ୍ରତିଦ୍ଵହିତାର ଫଳ ଯୁଦ୍ଧର ରୂପ ନେଇଥିଲା । ଏହି ଯୁଦ୍ଧକୁ କର୍ଣ୍ଣାଟକ ସମର କୁହାଯାଏ ।
  • ଏହି ଯୁଦ୍ଧ ବାଣିଜ୍ୟ ବ୍ୟବସାୟ ଓ ରାଜନୈତିକ କ୍ଷେତ୍ରରେ ପ୍ରତିଦ୍ବନ୍ଦିତା ଯୋଗୁଁ ହୋଇଥିଲା ।

୨। ରେଖାଙ୍କିତ ପଦ/ପଦଗୁଡ଼ିକ ବଦଳାଇ ଭ୍ରମ ସଂଶୋଧନ କର ।
(କ) ଅଟୋମାନ୍ ତୁର୍କମାନେ ୧୪୪୮ ଖ୍ରୀଷ୍ଟାବ୍ଦରେ କନଷ୍ଟାଣ୍ଟିନୋପଲ୍ ଅଧିକାର କରିଥିଲେ ।
Answer:
ଅଟୋମାନ ତୁର୍କମାନେ ୧୪୫୩ ଖ୍ରୀଷ୍ଟାବ୍ଦରେ କନଷ୍ଟାଣ୍ଟିନୋପଲ ଅଧିକାର କରିଥିଲେ ।

(ଖ) ବାର୍ଥଲୋମିଓ ଫରାସୀ ନାବିକ ଥିଲେ ।
Answer:
ବାର୍ଥଲୋମିଓ ପର୍ତ୍ତୁଗୀଜ୍ ନାବିକ ଥିଲେ ।

(ଗ) ପେଡ୍ରୋଆଲଭାରେଜ୍ କାବ୍ରେଲ ୫୦ ଖଣ୍ଡ ବାଣିଜ୍ୟ ତରୀ ସହ ଲିସବନ୍‌ଠାରୁ ଭାରତ ଅଭିମୁଖେ ଜଳଯାତ୍ରା କରିଥିଲେ ।
Answer:
ପେଡ୍ରୋଆଲଭାରେଜ୍ କାବ୍ରେଲ ୧୩ ଖଣ୍ଡ ବାଣିଜ୍ୟ ତରୀ ସହ ଲିସବନ୍‌ଠାରୁ ଭାରତ ଅଭିମୁଖେ ଜଳଯାତ୍ରା କରିଥିଲେ ।

(ଘ) ଡର୍‌ମାନେ ଓଡ଼ିଶାର ପାରଦ୍ଵୀପଠାରେ ବାଣିଜ୍ୟ କେନ୍ଦ୍ର ସ୍ଥାପନ କରିଥିଲେ ।
Answer:
ଡର୍‌ମାନେ ଓଡ଼ିଶାର ବାଲେଶ୍ଵରଠାରେ ବାଣିଜ୍ୟକେନ୍ଦ୍ର ସ୍ଥାପନ କରିଥିଲେ ।

BSE Odisha 7th Class History Solutions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

(ଙ) ଜାହାଙ୍ଗୀର ଇଂରେଜମାନଙ୍କ ଉପରେ ଖୁସି ହୋଇ ବମ୍ବେଠାରେ ସେମାନଙ୍କୁ ବାଣିଜ୍ୟ କୋଠି ନିର୍ମାଣ ପାଇଁ ସୁଯୋଗ ଦେଇଥିଲେ ।
Answer:
ଜାହାଙ୍ଗୀର୍ ଇଂରେଜମାନଙ୍କ ଉପରେ ଖୁସି ହୋଇ ସୁରାଟଠାରେ ସେମାନଙ୍କୁ ବାଣିଜ୍ୟକୋଠି ନିର୍ମାଣ ପାଇଁ ସୁଯୋଗ ଦେଇଥିଲେ ।

(ଚ) ଫରାସୀମାନେ ମାଲବାର ଉପକୂଳର କୋଚିନ୍ ବନ୍ଦର ଅଧ୍ବକାର କରିଥିଲେ ।
Answer:
ଫରାସୀମାନେ ମାଲବାର ଉପକୂଳର ମାହେ ବନ୍ଦର ଅଧିକାର କରିଥିଲେ ।

୩ । ଭୁଲ୍ ଥିଲେ ଠିକ୍ କରି ଲେଖ ।
(କ) ତ୍ରୟୋଦଶ ଶତାବ୍ଦୀରେ ଇଉରୋପୀୟମାନେ ଭାରତକୁ ଜଳପଥ ଆବିଷ୍କାର କରିଥିଲେ ।
Answer:
ପଞ୍ଚଦଶ ଶତାବ୍ଦୀରେ ଇଉରୋପୀୟମାନେ ଭାରତକୁ ଜଳପଥ ଆବିଷ୍କାର କରିଥିଲେ ।

(ଖ) ଭାରତକୁ ଜଳପଥ ଆବିଷ୍କାର କରିବାରେ ଫରାସୀମାନେ ଆଗରେ ଥିଲେ ।
Answer:
ଭାରତକୁ ଜଳପଥ ଆବିଷ୍କାର କରିବାରେ ପର୍ତ୍ତୁଗୀଜ୍‌ମାନେ ଆଗରେ ଥିଲେ ।

(ଗ) ଶ୍ରୀରାମପୁର ଉତ୍ତର ପ୍ରଦେଶରେ ଅବସ୍ଥିତ ।
Answer:
ଶ୍ରୀରାମପୁର ବଙ୍ଗଦେଶରେ ଅବସ୍ଥିତ ।

(ଘ) ଫରାସୀମାନେ ହକିନ୍ସଙ୍କୁ ଜାହାଙ୍ଗୀରଙ୍କୁ ଦରବାରକୁ ବାଣିଜ୍ୟ ସୁବିଧା ହାସଲ କରିବାପାଇଁ ପଠାଇଥିଲେ ।
Answer:
ଇଂରେଜମାନେ ହକିନ୍ସଙ୍କୁ ଜାହାଙ୍ଗୀରଙ୍କ ଦରବାରକୁ ବାଣିଜ୍ୟ ସୁବିଧା ହାସଲ କରିବାପାଇଁ ପଠାଇଥିଲେ ।

(ଙ) ଫରାସୀ ଇଣ୍ଡିଇଣ୍ଡିଆ କମ୍ପାନୀ ୧୬୬୨ ଖ୍ରୀଷ୍ଟାବ୍ଦରେ ଗଠିତ ହୋଇଥିଲା ।
Answer:
ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ୧୬୬୪ ଖ୍ରୀଷ୍ଟାବ୍ଦରେ ଗଠିତ ହୋଇଥିଲା ।

BSE Odisha 7th Class History Solutions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

(ଚ) ଚନ୍ଦନନଗର ଓଡ଼ିଶାରେ ଅବସ୍ଥିତ ।
Answer:
ଚନ୍ଦନନଗର ବଙ୍ଗଦେଶରେ ଅବସ୍ଥିତ ।

୪। ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
(କ) ଭାସ୍କୋଡ଼ାଗାମାଙ୍କ ଭାରତକୁ ଜଳପଥର ଆବିଷ୍କାର

  • ପର୍ତ୍ତୁଗୀଜ୍ ନାବିକ ଭାସ୍କୋଡ଼ାଗାମା ଭାରତକୁ ଜଳପଥ ଆବିଷ୍କାର ପାଇଁ ତିନୋଟି ଜାହାଜ ସହିତ ପର୍ତ୍ତୁଗାଲରୁ ଜଳଯାତ୍ରା ଆରମ୍ଭ କରି ଆଟ୍‌ଲାଣ୍ଟିକ୍ ମହାସାଗରରେ ଜାହାଜ ଚଳାଇ ଆଫ୍ରିକା ମହାଦେଶର ଦକ୍ଷିଣ ସୀମାରେ ଅବସ୍ଥିତ ଉତ୍ତମାଶା ଅନ୍ତରୀପଠାରେ ପହଞ୍ଚିଲେ ।
  • ଏହାପରେ ଭାରତ ମହାସାଗର ଦେଇ ଜଳଯାତ୍ରା କରି ୧୪୯୮ ଖ୍ରୀଷ୍ଟାବ୍ଦରେ ଭାରତର ପଶ୍ଚିମ ଉପକୂଳରେ ଥ‌ିବା କାଲିକଟ୍ ନାମକ ସ୍ଥାନରେ ପହଞ୍ଚିଥିଲେ । ଏହି ଜଳଯାତ୍ରାଦ୍ଵାରା ଭାରତକୁ ଜଳପଥ ଆବିଷ୍କୃତ ହୋଇଥିଲା ।

(ଖ) ପେଟ୍ରୋଆଲ୍‌ଭାରେଜ୍ କାବ୍ରେଲ୍

  • ରାଜଦରବାରରେ ଭାରତରେ ଇଉରୋପୀୟ ଜିନିଷର ଚାହିଦା ବିଷୟରେ ଭାସ୍କୋଡ଼ାଗାମା ପ୍ରକାଶ କରିବା ପରେ ଉତ୍ସାହିତ ହୋଇ ୧୫୦୦ ଖ୍ରୀଷ୍ଟାବ୍ଦ ମାର୍ଚ୍ଚ ମାସରେ ପେଟ୍ରୋଆଲ୍‌ଭାରେଜ କାବ୍ରେଲ ନାମକ ଜଣେ ନାବିକ ଭାରତ ଅଭିମୁଖେ ଜଳଯାତ୍ରା କରିଥିଲେ ।
  • ସେ ଲିସବନ୍‌ଠାରୁ ୧୩ ଖଣ୍ଡ ବାଣିଜ୍ୟ ତରୀ ସହ ଜଳଯାତ୍ରା ଆରମ୍ଭ କରି ସେପ୍ଟେମ୍ବର ମାସରେ ଭାରତରେ ପହଞ୍ଚିଲେ ।
  • କାଲିକଟ୍‌ର ରାଜା ଜାମୋରିନ୍‌ଙ୍କ ସହ ତାଙ୍କର ମତଭେଦ ହେବାରୁ ସେ କାଲିକଟ୍ ଛାଡ଼ି କୋଚିନ୍‌ରେ ଆଶ୍ରୟ ନେଇଥିଲେ ।

(ଗ) ଡବ୍‌ମାନଙ୍କର ଭାରତରେ ବାଣିଜ୍ୟ

  • ଷୋଡ଼ଶ ଶତାବ୍ଦୀର ଶେଷଭାଗରେ ହଲାଣ୍ଡର ଅଧ‌ିବାସୀ ଡମାନେ ଭାରତକୁ ବାଣିଜ୍ୟ କରିବାକୁ ଆସି ୧୬୦୨ ଖ୍ରୀଷ୍ଟାବ୍ଦରେ ଡଚ୍ ଇଷ୍ଟଇଣ୍ଡିଆ କମ୍ପାନୀ ନାମକ ଏକ ବାଣିଜ୍ୟ ସଂସ୍ଥା ଗଠନ କରିଥିଲେ ।
  • ଭାରତ ଓ ଦକ୍ଷିଣ-ପୂର୍ବ ଏସିଆରୁ ଗରମ ମସଲା ଆମଦାନି କରିବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
  • ପର୍ତ୍ତୁଗୀଜମାନଙ୍କୁ ପରାସ୍ତ କରି ଡବ୍‌ମାନେ ଗୁଜରାଟ, କରମଣ୍ଡଳ ଉପକୂଳ, ବଙ୍ଗ, ବିହାର, ସୁରତ, କାଶିମ୍ ବଜାର, କୋଚିନ୍, ବାଲେଶ୍ଵର ଆଦି ସ୍ଥାନରେ ବାଣିଜ୍ୟ କେନ୍ଦ୍ର ସ୍ଥାପନ କରିଥିଲେ ।
  • ଭାରତକୁ ଇଂରେଜମାନେ ଆସିବା ପରେ ଡବ୍‌ମାନେ ଇଂରେଜ ଓ ଫରାସୀମାନଙ୍କୁ ପ୍ରତିରୋଧ କରି ନପାରି ଭାରତ ତ୍ୟାଗକରି ଜାଭା, ସୁମାତ୍ରା, ମାଳୟ ଦ୍ଵୀପପୁଞ୍ଜରେ ବାଣିଜ୍ୟ କାରବାର କରିଥିଲେ ।

(ଘ) ୧୫୯୯ ଖ୍ରୀଷ୍ଟାବ୍ଦରେ ଲଣ୍ଡନରେ ଗଠିତ ଇଷ୍ଟଇଣ୍ଡିଆ କମ୍ପାନୀ

  • ୧୫୯୯ ଖ୍ରୀଷ୍ଟାବ୍ଦରେ ଲଣ୍ଡନର କେତେକ ବଣିକ ଓ ନାବିକମାନେ ଏକ ବାଣିଜ୍ୟ ସଂସ୍ଥା ଗଠନ କରିଥିଲେ । ଏହି ସଂସ୍ଥାକୁ ଇଂଲଣ୍ଡର ରାଣୀ ଏଲିଜାବେଥ୍ ବାଣିଜ୍ୟ କରିବାପାଇଁ ଅନୁମତି ଦେଇଥିଲେ । ପରବର୍ତ୍ତୀ କାଳରେ ଏହି କମ୍ପାନୀ ଇଷ୍ଟଇଣ୍ଡିଆ କମ୍ପାନୀ ନାମରେ ପରିଚିତ ହୋଇଥିଲା ।
  • ଇଷ୍ଟଇଣ୍ଡିଆ କମ୍ପାନୀ ପ୍ରଥମେ ଜାଭା, ସୁମାତ୍ରା ଇତ୍ୟାଦି ସ୍ଥାନରେ ବାଣିଜ୍ୟ କରିଥିଲା । ଏହିସବୁ ସ୍ଥାନରେ ସେମାନେ ଡବମାନଙ୍କ ପ୍ରବଳ ପ୍ରତିଦ୍ବନ୍ଦିତାର ସମ୍ମୁଖୀନ ହୋଇଥିଲେ । ତେଣୁ ସେମାନେ ଭାରତରେ ବାଣିଜ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ।
  • ଏଥିପାଇଁ ସେମାନେ ସେ ସମୟର ମୋଗଲ ଶାସକ ସମ୍ରାଟ ଜାହାଙ୍ଗୀରଙ୍କ ଦରବାରକୁ କ୍ୟାପଟେନ୍ ହକିନ୍ସଙ୍କୁ ପଠାଇଥିଲେ । ଜାହାଙ୍ଗୀର ଅତ୍ୟନ୍ତ ପ୍ରୀତ ହୋଇ ସେମାନଙ୍କୁ ସୁରଟଠାରେ ବାଣିଜ୍ୟକୋଠି ନିର୍ମାଣ ପାଇଁ ସୁଯୋଗ ଦେଇଥିଲେ; ମାତ୍ର ପର୍ତ୍ତୁଗୀଜମାନଙ୍କ ଷଡ଼ଯନ୍ତ୍ର ଯୋଗୁଁ ସେମାନଙ୍କର କୌଣସି ବାଣିଜ୍ୟିକ ସୁବିଧା ନ ହେବାରୁ ସେମାନେ ଇଂଲଣ୍ଡ ଫେରିଯାଇଥିଲେ ।
  • ପରେ ଇଂଲଣ୍ଡର ରାଜା ପ୍ରଥମ ଜେମ୍ସ ସାର୍ ଟମାସ୍ ରୋ ନାମକ ଜଣେ ବିଚକ୍ଷଣ ରାଜଦୂତଙ୍କୁ ସମ୍ରାଟ ଜାହାଙ୍ଗୀରଙ୍କ ଦରବାରକୁ ପଠାଇ ଅନେକ ବାଣିଜ୍ୟ ସୁବିଧା ହାସଲ କରିଥିଲେ ।
  • କ୍ରମେ କ୍ରମେ ଇଂରେଜମାନେ ଭାରତର ବିଭିନ୍ନ ସ୍ଥାନ ଯଥା ଆଗ୍ରା, ଅହମ୍ମଦାବାଦ, ସୁରଟ, ମୁସଲିପତ୍ତନମ୍, ବମ୍ବେ, ବଙ୍ଗଳାର ସୁତାନଟି, ଓଡ଼ିଶାର ବାଲେଶ୍ଵର ଆଦି ସ୍ଥାନରେ ବାଣିଜ୍ୟକୋଠିମାନ ସ୍ଥାପନ କରିଥିଲେ । ଇଂରେଜମାନେ ବାଣିଜ୍ୟର ପ୍ରସାର ଘଟାଇବା ସଙ୍ଗେ ସଙ୍ଗେ ଭାରତୀୟ ରାଜନୀତିରେ ହସ୍ତକ୍ଷେପ କରିଥିଲେ ।

BSE Odisha 7th Class History Solutions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

(ଙ) ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ

  • ପର୍ତ୍ତୁଗୀଜ୍, ଡବ୍ ଓ ଇଂରେଜମାନଙ୍କର ଭାରତକୁ ଆସିବାର ବହୁବର୍ଷ ପରେ ଫରାସୀମାନେ ବାଣିଜ୍ୟ କରିବାପାଇଁ ଭାରତକୁ ଆସିଥିଲେ ।
  • ସେମାନେ ଭାରତକୁ ଆସି ୧୬୬୪ ଖ୍ରୀଷ୍ଟାବ୍ଦରେ ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ କରିଥିଲେ । ପ୍ରାଚ୍ୟ ଦେଶମାନଙ୍କ ସହ ବାଣିଜ୍ୟ କରିବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
  • ପରବର୍ତୀ ସମୟରେ ୧୬୬୮ ଖ୍ରୀଷ୍ଟାବ୍ଦରେ କେତେକ ଫରାସୀ ସୁରଟଠାରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ଓ ଏହା ପରେ ସେମାନେ ଗୋଲକୁଣ୍ଡା ସୁଲତାନ୍‌ଙ୍କଠାରୁ ଅନୁମତି ପାଇ ମୁସଲିପତ୍ତନମ୍‌ଠାରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ।
  • ଏହାପରେ ସେମାନେ ପଣ୍ଡିଚେରୀ, ବଙ୍ଗଳାର ଚନ୍ଦନନଗର ଓ ଓଡ଼ିଶାର ବାଲେଶ୍ଵରଠାରେ ବାଣିଜ୍ୟକୋଠି ନିର୍ମାଣ କରିବା ସହିତ ମାଲବାର ଉପକୂଳର ମାହେ ବନ୍ଦର ଅଧିକାର କରି ସେଠାରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ।
  • ପ୍ରତିଦ୍ଵନ୍ଦିତାର ଫଳ ଯୁଦ୍ଧର ରୂପ ନେଇଥିଲା, ଯାହାକୁ କର୍ଣ୍ଣାଟକ ସମର କୁହାଯାଏ । ତିନିଥର କର୍ଣ୍ଣାଟକ ପ୍ରତିଦ୍ଵନ୍ଦିତାର ଫଳ ଯୁଦ୍ଧର ରୂପ ନେଇଥିଲା, ଯାହାକୁ କର୍ଣ୍ଣାଟକ ସମର କୁହାଯାଏ । ତିନିଥର କର୍ଣ୍ଣାଟକ ବିପର୍ଯ୍ୟସ୍ତ ହେବା ସଙ୍ଗେ ସଙ୍ଗେ ଭାରତରେ ସାମ୍ରାଜ୍ୟ ପ୍ରତିଷ୍ଠା ଆଶା ମଉଳିଗଲା ।

BSE Odisha 7th Class History Solutions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ

Odisha State Board BSE Odisha 7th Class History Solutions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ Textbook Exercise Questions and Answers.

BSE Odisha Class 7 History Solutions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ

୧। ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ଭକ୍ତି ଓ ସୁଫି ଧର୍ମ ପ୍ରଚାର ହେବାର କାରଣଗୁଡ଼ିକ କ’ଣ ?
Answer:

  • ମଧ୍ୟଯୁଗରେ ଇସଲାମ୍ ଧର୍ମ ଓ ହିନ୍ଦୁ ଧର୍ମର ପରସ୍ପର ଉପରେ ପ୍ରଭାବ ପଡ଼ିଥିଲା ଓ ଉଭୟ ଧର୍ମରେ ଥିବା ଅନ୍ଧବିଶ୍ଵାସ, କୁସଂସ୍କାର ଆଦିକୁ ହିନ୍ଦୁ ଓ ମୁସଲମାନ ସନ୍ଥମାନେ ଦୂର କରିବାପାଇଁ ଚେଷ୍ଟା କରିଥିଲେ ।
  • ଭକ୍ତ ଧର୍ମର ସନ୍ଥମାନେ ଭକ୍ତିକୁ ମୁଖ୍ୟ ଆଧାର କରି ଏହା ସାହାଯ୍ୟରେ ଈଶ୍ବରଙ୍କୁ ଆରାଧନା କରିବାପାଇଁ ଉପଦେଶ ଦେଇଥ‌ିଲେ ।
  • ଭକ୍ତି ଓ ସୁଫି ଧର୍ମର ସନ୍ଥମାନେ ଆଞ୍ଚଳିକ ଭାଷାରେ ସେମାନଙ୍କ ଧର୍ମବାଣୀକୁ ପ୍ରଚାର କରୁଥିବାରୁ ତାହା ଲୋକମାନଙ୍କର ଉପରେ ପ୍ରଭାବ ପକାଉଥିଲା ।
  • ଉଭୟ ସଂପ୍ରଦାୟର ସନ୍ଥମାନେ ଜାତିପ୍ରଥାକୁ ବିରୋଧ କରୁଥିଲେ ଓ ସରଳ ଜୀବନଯାପନ ପାଇଁ ଉପଦେଶ ଦେଇଥିଲେ । ତେଣୁ ଭକ୍ତି ଓ ସୁଫି ଧର୍ମ ପ୍ରଚାରିତ ହେବାରେ ଲାଗିଲା ।

(ଖ) ଭକ୍ତି ଆନ୍ଦୋଳନର ସାରକଥାଗୁଡ଼ିକ କ’ଣ ?
Answer:

  • ଭକ୍ତ ଧର୍ମ ଆନ୍ଦୋଳନର ସନ୍ଥମାନେ ସରଳ ଏବଂ ନିରାଡ଼ମ୍ବର ଧର୍ମ ଉପାସନା ଉପରେ ଗୁରୁତ୍ବ ଦେଉଥିଲେ ।
  • ସେମାନେ ଭକ୍ତିକୁ ମୁଖ୍ୟ ଆଧାର କରି ଏହା ସାହାଯ୍ୟରେ ଈଶ୍ୱରଙ୍କୁ ଆରାଧନା କରିବାପାଇଁ ଉପଦେଶ ଦେଉଥିଲେ ।
  • ଭକ୍ତି ଆନ୍ଦୋଳନର ଧର୍ମଗୁରୁମାନେ ସମାଜରେ ଥି ଜାତିପ୍ରଥାକୁ ନିନ୍ଦା କରୁଥିଲେ ।
  • ସେମାନେ ସ୍ତ୍ରୀ-ପୁରୁଷ ଭେଦଭାବରେ ବିଶ୍ଵାସ କରୁନଥିଲେ ।
  • ସେମାନେ ଜାତି-ଧର୍ମ-ବର୍ଣ୍ଣ-ଗୋଷ୍ଠୀ ନିର୍ବିଶେଷରେ ସମସ୍ତେ ଏକ ଈଶ୍ଵରଙ୍କ ସନ୍ତାନ ବୋଲି ବିଚାର କରୁଥିଲେ ।

BSE Odisha 7th Class History Solutions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ

(ଗ) ଭକ୍ତିଧର୍ମର ପ୍ରଚାରକମାନଙ୍କ ନାମ ଲେଖ ।
Answer:
ଭକ୍ତିଧର୍ମର ପ୍ରଚାରକମାନଙ୍କ ମଧ୍ୟରେ କବୀର, ନାନକ ଏବଂ ଶ୍ରୀଚୈତନ୍ୟ ପ୍ରସିଦ୍ଧ ଥିଲେ । ଏମାନଙ୍କ ବ୍ୟତୀତ ସନ୍ଥ ଜ୍ଞାନେଶ୍ଵର, ନାମଦେବ, ମୀରାବାଇ, ସୁରଦାସ ଏବଂ ତୁକାରାମ ଭକ୍ତିଧର୍ମର ପ୍ରଚାରକ ଥିଲେ ।

(ଘ) ସୁଫିଧର୍ମ କେଉଁମାନେ ପ୍ରଚାର କରିଥିଲେ ?
Answer:
ସୁଫିଧର୍ମ ନିଜାମୁଦ୍ଦିନ୍ ଅଉଲିୟା, ଖୁଜା ମୋଇନୁଦ୍ଦିନ୍ ଚିସ୍ତି, ବାବା ଫରିଦ୍, ଶାହା ଆଲାମ ବୁଖାରୀ ଓ ଶେଖ ସିଆଉଦ୍ଦିନ୍ ଓ ବାହାଉଦ୍ଦିନ୍ ଜାକାରିଆ ଆଦି ସୁଫି ସନ୍ଥମାନେ ପ୍ରଚାର କରିଥିଲେ ।

(ଡ) ଭକ୍ତି ଓ ସୁଫି ଧର୍ମ ପ୍ରଚାରର ଫଳାଫଳ କ’ଣ ଥିଲା ?
Answer:

  • ଭକ୍ତି ଓ ସୁଫି ଧର୍ମ ଆନ୍ଦୋଳନ ଉଭୟ ହିନ୍ଦୁ ଏବଂ ମୁସଲମାନମାନଙ୍କୁ ପରସ୍ପରର ନିକଟବର୍ତ୍ତୀ କରାଇବାରେ ସହାୟକ ହୋଇଥିଲା ।
  • ଏହା ଏକ ନୂତନ ଭାରତୀୟ ସଂସ୍କୃତି ବିକଶିତ କରାଇବାରେ ସହାୟକ ହୋଇଥିଲା ।
  • କବୀର ଓ ନାନକ ଆଦି ଧର୍ମଗୁରୁମାନେ ସମାଜରେ ଥ‌ିବା ଜାତିପ୍ରଥାକୁ ନିନ୍ଦା କରିଥିଲେ ।
  • ନାରୀ ଜଣେ ପୁରୁଷଠାରୁ ହୀନ ନୁହେଁ ବୋଲି ସେମାନେ ବିବେଚନା କରିଥିଲେ ।
  • ଭକ୍ତି ଆନ୍ଦୋଳନ ଫଳରେ ହିନ୍ଦୁମାନେ ମୁସଲମାନଙ୍କ ପୀରଙ୍କୁ ଉପାସନା କରୁଥିବାବେଳେ ମୁସଲମାନମାନେ ହିନ୍ଦୁଦେବତା ନାରାୟଣଙ୍କ ପ୍ରତି ଭକ୍ତି ପ୍ରଦର୍ଶନ କରିଥିଲେ ।
  • ଏହି ଭକ୍ତି ଆନ୍ଦୋଳନ ଭାରତରେ ଏକତା ପ୍ରତିଷ୍ଠା କରିବା ଦିଗରେ ସହାୟକ ହୋଇଥିଲା ।

(ଚ) ମଧ୍ୟଯୁଗରେ ଆଞ୍ଚଳିକ ଭାଷା ଓ ସାହିତ୍ୟର ବିକାଶ କାହିଁକି ହୋଇଥିଲା ?
Answer:

  • ଭକ୍ତି ଧର୍ମର ସନ୍ଥମାନେ ସେମାନଙ୍କ ଧର୍ମବାଣୀକୁ ଆଞ୍ଚଳିକ ଭାଷାରେ ପ୍ରଚାର କରୁଥିଲେ ।
  • ତେଣୁ ମଧ୍ୟଯୁଗରେ ଆଞ୍ଚଳିକ ଭାଷାରେ ଅନେକଗୁଡ଼ିଏ ସାହିତ୍ୟ ରଚନା ସମ୍ଭବପର ହୋଇଥିଲା ।
  • ତେଲୁଗୁ, ତାମିଲ, କନ୍ନଡ଼, ଗୁଜରାଟୀ, ହିନ୍ଦୀ, ମରାଠୀ, ବଙ୍ଗଳା, ଓଡ଼ିଆ ଓ ପଞ୍ଜାବୀ ଭାଷାରେ ଲିଖ୍ ଭକ୍ତି ସଙ୍ଗୀତଗୁଡ଼ିକ ବିଶେଷ ଜନାଦୃତ ହୋଇଥିଲା ।
  • ଏହି ସମୟରେ ବଙ୍ଗଳାର ନସରତ୍ ଶାହା ମହାଭାରତ ଓ ରାମାୟଣକୁ ବଙ୍ଗଳା ଭାଷାରେ ଅନୂଦିତ କରିଥିଲେ । ହିନ୍ଦୀଭାଷାରେ ମାଲିକ୍ ମହମ୍ମଦ ଜୟସୀ, ‘ପଦ୍ମାବତ୍’ ଓ ତୁଳସୀଦାସ ‘ରାମଚରିତ ମାନସ’ ରଚନା କରିଥିଲେ ।
  • ଏହି ସମୟରେ ଓଡ଼ିଆ ଭାଷାରେ ଜଗନ୍ନାଥ ଦାସଙ୍କ ‘ଭାଗବତ’ ଓ ବଳରାମ ଦାସଙ୍କ ‘ଦାଣ୍ଡି ରାମାୟଣ’ ଲୋକପ୍ରିୟ ହୋଇଥିଲା । ହିନ୍ଦୀ ଭାଷାରେ କବୀରଙ୍କ ରଚିତ ‘ଦୋହା’, ଶ୍ରୀଚୈତନ୍ୟଙ୍କ ବଙ୍ଗଳା ଭାଷାରେ କୀର୍ତ୍ତନ, ନାନକଙ୍କ ପଞ୍ଜାବୀ ଭାଷାରେ ଏବଂ ସନ୍ଥ ଜ୍ଞାନେଶ୍ଵର ଓ ନାମଦେବଙ୍କ ମରାଠୀ ଭାଷାରେ ଧର୍ମପ୍ରଚାର ଆଞ୍ଚଳିକ ଭାଷା ଓ ସାହିତ୍ୟର ବିକାଶରେ ସହାୟକ ହୋଇଥିଲା ।

(ଛ) ଚିତ୍ରକଳାର ବିକାଶ ମଧ୍ୟଯୁଗରେ କିପରି ହୋଇଥିଲା ?
Answer:

  • ମଧ୍ୟଯୁଗରେ ରାଜବାଟୀକୁ ସୁନ୍ଦର କରିବାପାଇଁ କାନ୍ଥରେ ବଡ଼ ବଡ଼ ସୁନ୍ଦର ଚିତ୍ରମାନ ଅଙ୍କନ କରାଯାଉଥିଲା ।
  • ସେ ସମୟରେ ବହିକୁ ସୁନ୍ଦର କରିବାପାଇଁ ବହୁ କ୍ଷୁଦ୍ର ଚିତ୍ରମାନ ରଙ୍ଗଦ୍ଵାରା କରାଯାଉଥିଲା । ଅନେକ ସମୟରେ ରାଜାମାନଙ୍କ ଚିତ୍ରକୁ ରଙ୍ଗ ଦିଆଯାଇ ଆକର୍ଷଣୀୟ କରାଯାଉଥିଲା ।
  • ଆକବର ଏକ ତତ୍ସରଖାନା ନିର୍ମାଣ କରିଥିଲେ ଓ ସେଠାରେ ୧୭ ଜଣ ଦକ୍ଷ ଚିତ୍ରକରଙ୍କୁ ନିଯୁକ୍ତି ଦେଇଥିଲେ । ସେମାନଙ୍କ ମଧ୍ୟରେ ଜସ୍ୱନ୍ତ ଓ ବସନି ମୁଖ୍ୟ ଥିଲେ ।
  • ଏହି ଚିତ୍ରକରମାନେ ଭାରତୀୟ ଓ ପାରସିକ କଳାର ସମ୍ମିଶ୍ରଣରେ ଏକ ନୂଆ ଚିତ୍ରକଳା ଶୈଳୀର ବିକାଶ ଘଟାଇଥିଲେ ।
  • ଅନ୍ୟାନ୍ୟ ମୋଗଲ ଶାସକ ଓ ଦାକ୍ଷିଣାତ୍ୟର ପ୍ରାଦେଶିକ ରାଜାମାନଙ୍କ ପୃଷ୍ଠପୋଷକତାରେ ମଧ୍ଯ ଚିତ୍ରକଳାର ଅନେକ ଉନ୍ନତି ସାଧ୍ୟ ହୋଇଥିଲା ।

BSE Odisha 7th Class History Solutions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ

(ଜ) ସଙ୍ଗୀତ କଳାର, ବିକାଶ ପାଇଁ ମଧ୍ୟଯୁଗରେ ନିଆଯାଇଥ‌ିବା ପଦକ୍ଷେପଗୁଡ଼ିକ ଲେଖ ।
Answer:

  • ମଧ୍ୟଯୁଗର ରାଜା ଓ ସାମନ୍ତମାନଙ୍କ ପୃଷ୍ଠପୋଷକତାରେ ସଙ୍ଗୀତକଳାର ଉନ୍ନତି ହୋଇଥିଲା ।
  • ସୁଫି ଓ ଭକ୍ତି ଧର୍ମର ପ୍ରଚାରକମାନେ ସଙ୍ଗୀତ ସମାବେଶମାନ ଆୟୋଜନ କରି ଭକ୍ତି ସଙ୍ଗୀତଗୁଡ଼ିକୁ ଜନପ୍ରିୟ କରିଥିଲେ ।
  • ଭାରତୀୟ ଓ ପାର୍ସୀ ସଙ୍ଗୀତ ମିଳନରେ ଭାରତରେ ପ୍ରଚଳିତ ଶାସ୍ତ୍ରୀୟ ସଙ୍ଗୀତର ଉନ୍ନତି ହୋଇଥିଲା । ସଙ୍ଗୀତଜ୍ଞ ଅମୀର ଖୁସ୍ରୁ ସୀତାର ଯନ୍ତ୍ର ନିର୍ମାଣ କରିଥିଲେ । ସେ ପର୍ସିଆ-ଆରବୀୟ ସଙ୍ଗୀତ ଲୋକମାନଙ୍କ ନିକଟରେ ପହଞ୍ଚାଇ ଥୁଲେ । ସେ ସମୟରେ ତବଲା ଓ ସାରଙ୍ଗୀ ବାଦ୍ୟଯନ୍ତ୍ର ଲୋକମାନଙ୍କ ପାଖରେ ବେଶ୍
  • ଫିରୋଜ ଶାହା ତୁଗ୍‌ଲକ୍‌ଙ୍କ ସମୟରେ ପାରସିକ ଭାଷାରେ ‘ରାଗଦର୍ପଣ’ ଅନୁବାଦ ହୋଇଥିଲା । ଏହାଛଡ଼ା ଆକବରଙ୍କ ଦରବାରର ସଙ୍ଗୀତଜ୍ଞ ତାନ୍‌ସେନ୍ ହିନ୍ଦୁସ୍ଥାନୀ ସଙ୍ଗୀତକୁ ଲୋକପ୍ରିୟ କରାଇଥିଲେ ।
  • ରାଜା ମାନସିଂହଙ୍କ ପୃଷ୍ଠପୋଷକତାରେ ସଙ୍ଗୀତର ବିଭିନ୍ନ ରାଗଗୁଡ଼ିକ ‘ମାନ କୌତୂହଳ’ ପୁସ୍ତକରେ ଲିପିବଦ୍ଧ ହୋଇଥିଲା । ପାରସିକ-ଆରବିକ ସଙ୍ଗୀତକଳା ବିଜୟନଗର ରାଜ୍ୟର ସଙ୍ଗୀତକୁ ମଧ୍ୟ ପ୍ରଭାବିତ କରିଥିଲା ।

୨। ତଳ ପ୍ରଶ୍ନର କେତେକ ସମ୍ଭାବ୍ୟ ଉତ୍ତର ଦିଆଯାଇଛି । ସେଗୁଡ଼ିକ ମଧ୍ୟରୁ ଯେଉଁଟି ଠିକ୍ ତା’ ପାଖରେ ଠିକ୍ (/) ଚିହ୍ନ ଦିଅ ।
(କ) କବୀର କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
(ବନାରସ, କାନପୁର, ଲକ୍ଷ୍ନୌ, ଆହ୍ଲାବାଦ)
Answer:
ବନାରସ

(ଖ) ଶିଙ୍ଖଧର୍ମ କିଏ ପ୍ରତିଷ୍ଠା କରିଥିଲେ ?
(କବୀର, ଗୁରୁ ନାନକ, ଗୋବିନ୍ଦ ସିଂ, ତୁକାରାମ)
Answer:
ଗୁରୁ ନାନକ

(ଗ) ଶ୍ରୀଚୈତନ୍ୟଙ୍କ ପ୍ରଧାନ ଶିଷ୍ୟ କିଏ ଥିଲେ ?
(ଗୋପ ଦାସ, ମଧୁ ଦାସ, ହରି ଦାସ, ଗୋବିନ୍ଦ ଦାସ)
Answer:
ହରି ଦାସ

BSE Odisha 7th Class History Solutions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ

(ଘ) ନାମଦେବ କେଉଁ ରାଜ୍ୟର ଧର୍ମ ପ୍ରଚାରକ ଥିଲେ ?
(ଗୁଜରାଟ, ମହାରାଷ୍ଟ୍ର, କେରଳ, ତାମିଲନାଡୁ)
Answer:
ମହାରାଷ୍ଟ୍ର

(ଙ) ନିଜାମୁଦ୍ଦିନ୍ ଅଭଲିୟା କେଉଁଠାରେ ରହୁଥିଲେ ?
(ଗିୟାସପୁର, ଦିଲ୍ଲୀ, ଗୁରୁଗାଁ, ମଥୁରା)
Answer:
ଗିୟାସପୁର

(ଚ) ମହାଭାରତ ଓ ରାମାୟଣକୁ କିଏ ବଙ୍ଗଳା ଭାଷାରେ ଅନୁବାଦ କରିଥିଲେ ?
(ନସରତ୍ ଶାହ, ମହମ୍ମଦ ଶାହ, ଅହମ୍ମଦ ଶାହ, ହରିହର ଶାହ)
Answer:
ମହମ୍ମଦ ଶାହ

(ଛ) ଆମୁକ୍ତ ମାଲ୍ୟଦା କେଉଁ ଭାଷାରେ ଲେଖାଯାଇଥିଲା ?
(ତାମିଲ, ତେଲୁଗୁ, ବଙ୍ଗଳା, ମାଲାୟାଲାମ)
Answer:
ତେଲୁଗୁ

(ଜ) ‘ତସବୀରଖାନା’ କିଏ ନିର୍ମାଣ କରିଥିଲେ ?
(ଜାହାଙ୍ଗୀର, ଶାହାଜାହାନ, ଆକବର, ବାବର)
Answer:
ଆକବର

(ଝ) ରାଗଦର୍ପଣ କେଉଁ ସୁଲତାନଙ୍କ ସମୟରେ ଲେଖାଯାଇଥିଲା ?
(ବଲବନ୍, ବାବର, ମହମ୍ମଦ ତୁଗ୍‌ଲକ୍, ଫିରୋଜଶାହା ତୁଗ୍‌ଲକ୍)
Answer:
ଫିରୋଜଶାହା ତୁଗ୍‌ଲକ୍

୩। ଯେଉଁଗୁଡ଼ିକ ଅଲଗା ତା’ ଚାରିପାଖରେ ଗୋଲ ବୁଲାଅ । (ପ୍ରଶ୍ନ ସହ ଉତ୍ତର)
(କ) କବୀର, ଗୁରୁ ନାନକ, ଶାହଆଲାମ୍ ବୁଖାରୀ, ଜ୍ଞାନେଶ୍ଵର
(ଖ) ବୀଜକ, ଗୁରୁଗ୍ରନ୍ଥ ସାହେବ, ଚୈତନ୍ୟ ଚରିତାମୃତ, ବାବା ଫରିଦ
(ଗ) ପଦ୍ମାବତୀ, ହିନ୍ଦୀ, ତେଲୁଗୁ, ପଞ୍ଜାବୀ
(ଘ) ତବଲା, ଢୋଲକ, ହାରମୋନିୟମ, ମୃଦଙ୍ଗ

BSE Odisha 7th Class History Solutions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ

୪। ‘କ’ ସ୍ତମ୍ଭରେ ଦିଆଯାଇଥିବା ନାମ ସହିତ ‘ଖ’ ସ୍ତମ୍ଭରେ ଦିଆଯାଇଥ‌ିବା ପୁସ୍ତକକୁ ଗାର ଟାଣି ଯୋଡ଼ ।

BSE Odisha 7th Class History Solutions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ 1

Answer:

BSE Odisha 7th Class History Solutions Chapter 5 ଧର୍ମ ସଂସ୍କାର ଆନ୍ଦୋଳନ ଏବଂ ଆଞ୍ଚଳିକ ସଂସ୍କୃତିର ବିକାଶ 2

BSE Odisha 7th Class History Solutions Chapter 6 ମୋଗଲ ସାମ୍ରାଜ୍ୟର ପତନ

Odisha State Board BSE Odisha 7th Class History Solutions Chapter 6 ମୋଗଲ ସାମ୍ରାଜ୍ୟର ପତନ Textbook Exercise Questions and Answers.

BSE Odisha Class 7 History Solutions Chapter 6 ମୋଗଲ ସାମ୍ରାଜ୍ୟର ପତନ

୧। ନିମ୍ନଲିଖତ ପ୍ରଶ୍ନମାନଙ୍କର ଉତ୍ତର ଦିଅ ।

(କ) କେନ୍ଦ୍ରଶକ୍ତିର ଦୁର୍ବଳତା କିପରି ମୋଗଲ ସାମ୍ରାଜ୍ୟର ପତନ ଘଟାଇଥୁଲା, ଆଲୋଚନା କର ।
Answer:

  • ମୋଗଲ ସମ୍ରାଟ ଔରଙ୍ଗଜେବ୍‌ଙ୍କର ମୃତ୍ୟୁ ପରେ ମୋଗଲ ସାମ୍ରାଜ୍ୟକୁ ଶାସନ କରିବାପାଇଁ ଆବଶ୍ୟକ ଦକ୍ଷତା ପରବର୍ତୀ ଶାସକମାନଙ୍କ ପାଖରେ ନଥିଲା ।
  • ଶାସନ ପ୍ରତି ଦୃଷ୍ଟି ନଦେଇ ସମ୍ରାଟମାନେ ସର୍ବଦା ଭୋଗବିଳାସରେ ଲିପ୍ତ ରହିବା ଫଳରେ ସେମାନଙ୍କର ନୈତିକ ଅଧୋଗତି ଘଟିଲା ।
  • ଅମୀର ଓ ରାଜକର୍ମଚାରୀମାନେ ନିଜ ନିଜର ସ୍ବାର୍ଥ ସାଧନ ପାଇଁ ମୋଗଲ ଦରବାରରେ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ନାନା ଷଡ଼ଯନ୍ତ୍ରରେ ଲିପ୍ତ ରହିଲେ । ସମ୍ରାଟମାନେ ଏହି ଷଡ଼ଯନ୍ତ୍ରର ଶିକାର ହେବା ଫଳରେ କେନ୍ଦ୍ର ଶାସନର ଅଧୋପତନ ଘଟିଲା ।
  • ଦିଲ୍ଲୀର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକ ବ୍ୟତୀତ ଦୂରବର୍ତ୍ତୀ ପ୍ରଦେଶଗୁଡ଼ିକରେ କେନ୍ଦ୍ରଶକ୍ତିର କୌଣସି କର୍ତ୍ତୃତ୍ଵ ରହିଲା ନାହିଁ ।
  • ଏତଦ୍‌ବ୍ୟତୀତ ମୋଗଲ ଦରବାର ମଧ୍ୟରେ ଚାଲିଥିବା ଗୋଷ୍ଠୀବିବାଦ କେନ୍ଦ୍ରଶକ୍ତିକୁ ଆହୁରି ଦୁର୍ବଳ କରି ଦେଇଥିଲା ।

(ଖ) ଔରଙ୍ଗଜେବ୍‌ଙ୍କ ଧର୍ମନୀତି ମୋଗଲ ସାମ୍ରାଜ୍ୟର ପତନ ପାଇଁ କିପରି ଦାୟୀ ଥିଲା ଲେଖ ।
Answer:

  • ଔରଙ୍ଗଜେବଙ୍କ ଧର୍ମାନ୍ଧତା ଓ ହିନ୍ଦୁ ବିଦ୍ବେଷ ନୀତି ମୋଗଲ ସାମ୍ରାଜ୍ୟର ପତନ ପାଇଁ ମୁଖ୍ୟ କାରଣ ହୋଇଥିଲା ।
  • ଔରଙ୍ଗଜେବ୍ ହିନ୍ଦୁମାନଙ୍କ ଉପରେ ଜିଜିୟା ଓ ତୀର୍ଥଯାତ୍ରୀ କର ବସାଇଥିଲେ ।
  • ଶିଖ୍ ଓ ରାଜପୁତ୍ରମାନଙ୍କୁ ମଧ୍ୟ ସେ ଭଲ ବ୍ୟବହର ଦେଖାଉନଥିଲେ ।
  • ସେ ହିନ୍ଦୁମାନଙ୍କୁ ରାଜକାର୍ଯ୍ୟରୁ ଅନ୍ତର କରିଦେଇଥିଲେ । ଏହା ଫଳରେ ଜାଠ, ବୁନ୍ଦେଲ, ଶିଖ୍ ଓ ମରହଟ୍ଟାମାନେ ଔରଙ୍ଗଜେବ୍‌ଙ୍କ ପରମ ଶତ୍ରୁ ହୋଇଉଠିଲେ ।
  • ସେମାନେ ମୋଗଲ ସାମ୍ରାଜ୍ୟ ବିରୋଧରେ ଘନ ଘନ ବିଦ୍ରୋହ ଓ ଯୁଦ୍ଧ କରି ଅରାଜକତା ଓ ବିଶୃଙ୍ଖଳା ସୃଷ୍ଟି କଲେ ଯାହାଦ୍ଵାରା ମୋଗଲ ସାମ୍ରାଜ୍ୟର ମୂଳଦୁଆ ଭୁଶୁଡ଼ି ପଡ଼ିଲା ।

BSE Odisha 7th Class History Solutions Chapter 6 ମୋଗଲ ସାମ୍ରାଜ୍ୟର ପତନ

(ଗ) କେଉଁ କେଉଁ ପ୍ରାଦେଶିକ ଶକ୍ତିମାନଙ୍କର ସ୍ଵାଧୀନତା ଘୋଷଣା ମୋଗଲ ସାମ୍ରାଜ୍ୟର ପତନ ଘଟାଇଥିଲା ?
Answer:

  • ଦୁର୍ବଳ ହୋଇପଡ଼ିବା ଫଳରେ କେନ୍ଦ୍ରୀୟ ଶାସନ ଅଧୀନରୁ ଦାକ୍ଷିଣାତ୍ୟ, ଅଯୋଧ୍ୟା ଓ ବଙ୍ଗଳା କ୍ରମେ ସ୍ଵାଧୀନ ହୋଇଗଲା ।
  • ଶିବାଜୀଙ୍କ ନେତୃତ୍ୱରେ ମରହଟ୍ଟାମାନେ ଦାକ୍ଷିଣାତ୍ୟରେ କ୍ରମଶଃ କ୍ଷମତା ବିସ୍ତାର କଲେ ଓ ଅହମ୍ମଦ ନଗର, ବିଜାପୁର, ଗୋଲକୁଣ୍ଡା ରାଜ୍ୟଗୁଡ଼ିକୁ ଆକ୍ରମଣ କରି କେତେକ ଦୁର୍ଗ ଅସ୍ଵୀକାର କରିନେଲେ ।
  • ଶିଖ୍, ରାଜପୁତ, ଜାଠ ଓ ରୋହିଲାମାନେ ମୋଗଲମାନଙ୍କ ସହ ସମ୍ପର୍କ ଛିନ୍ନ କଲେ । ବଙ୍ଗଳାର ଶାସକ ବଙ୍ଗ ସହିତ ଓଡ଼ିଶା ଓ ବିହାରକୁ ମିଶାଇ ଏକ ବିରାଟ ଅଞ୍ଚଳରେ ସ୍ଵାଧୀନତା ଘୋଷଣା କରିଥିଲେ ।
  • ଫଳରେ ବିଭିନ୍ନ ସ୍ଵାଧୀନ ରାଜ୍ୟର ଅଭ୍ୟୁଥାନ ହେଲା ଓ ମୋଗଲ ସାମ୍ରାଜ୍ୟର ସୀମା ସଙ୍କୁଚିତ ହୋଇଗଲା ।
  • ଏହିସବୁ କାରଣରୁ ମୋଗଲ ସାମ୍ରାଜ୍ୟର ପତନ ପାଇଁ ରାସ୍ତା ପରିଷ୍କାର ହୋଇଗଲା ।

(ଘ) ବୈଦେଶିକ ଶତ୍ରୁମାନଙ୍କର ଭାରତ ଆକ୍ରମଣ କିପରି ମୋଗଲ ସାମ୍ରାଜ୍ୟର ପତନ ପାଇଁ ଦାୟୀ, ଉଲ୍ଲେଖ କର ।
Answer:

  • ପାରସ୍ୟର ସମ୍ରାଟ ନାଦିର ଶାହ ୧୭୩୯ ଖ୍ରୀଷ୍ଟାବ୍ଦରେ ମୋଗଲ ସାମ୍ରାଜ୍ୟର ଦୁର୍ବଳତାର ସୁଯୋଗ ନେଇ ଦିଲ୍ଲୀ ଆକ୍ରମଣ କରି ପ୍ରଚୁର ଧନରତ୍ନ ଲୁଣ୍ଠନ କରିଥିଲେ ।
  • ସେ ସମ୍ରାଟ ଶାହାଜାହାନ୍‌ଙ୍କ ପ୍ରସିଦ୍ଧ ମୟୂର ସିଂହାସନ ଓ ବିଶ୍ଵବିଖ୍ୟାତ କୋହିନୁର ହୀରା ଇରାକୁ ନେଇଯାଇଥିଲେ ।
  • ନାଦିର ଶାହଙ୍କ ଆକ୍ରମଣ ଫଳରେ ସିନ୍ଧୁପ୍ରଦେଶ, ଲାହୋର, କାବୁଲ ପ୍ରଭୃତି ଅଞ୍ଚଳ ପାରସ୍ୟ ସାମ୍ରାଜ୍ୟରେ ମିଶିଗଲା ।
  • ନାଦିର ଶାହାଙ୍କ ପରେ ଆଫଗାନିସ୍ଥାନର ଶାସକ ଅହମ୍ମଦଶାହ ଅବଦଲୀ ୧୭୪୮ ଖ୍ରୀଷ୍ଟାବ୍ଦରୁ ୧୭୬୧ ପର୍ଯ୍ୟନ୍ତ ଅନେକଥର ଭାରତ ଆକ୍ରମଣ କରିଥିଲେ ।
  • ୧୭୬୧ ଖ୍ରୀଷ୍ଟାବ୍ଦରେ ତୃତୀୟ ପାନିପଥ ଯୁଦ୍ଧରେ ଅହମ୍ମଦଶାହ ଅବଦଲୀ ମରହଟ୍ଟାମାନଙ୍କୁ ପରାସ୍ତ କରିଥିଲେ ।

୨। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) କାହାର ଧର୍ମନୀତି ମୋଗଲ ସାମ୍ରାଜ୍ୟର ପତନ ପାଇଁ ଦାୟୀ ଥିଲା।
(ବାବର, ଜାହାଙ୍ଗୀର, ଔରଙ୍ଗଜେବ୍, ଶାହାଜାହାନ୍)
Answer:
ଔରଙ୍ଗଜେବ୍

BSE Odisha 7th Class History Solutions Chapter 6 ମୋଗଲ ସାମ୍ରାଜ୍ୟର ପତନ

(ଖ) କିଏ ଭାରତରୁ ମୟୂର ସିଂହାସନ ନେଇ ଯାଇଥିଲେ ?
(ବୈରାମ ଖାଁ, ଶିବାଜୀ, ନାଦିର ଶାହ, ଅହମ୍ମଦଶାହ ଅବଦଲୀ)
Answer:
ନାଦିର ଶାହ

(ଗ) ତୃତୀୟ ପାନିପଥ ଯୁଦ୍ଧରେ ପରାସ୍ତ କରିଥିଲେ ?
(ତୈମୁରଲଙ୍ଗ, ନାଦିର ଶାହ, ଅହମ୍ମଦଶାହ ଅବଦଲୀ, ରବର୍ଟ କ୍ଲାଇନ୍)
Answer:
ଅହମ୍ମଦଶାହ ଅବଦଲୀ

(ଘ) କେଉଁ ଖ୍ରୀଷ୍ଟାବ୍ଦରେ ନାଦିର ଶାହ ଭାରତ ଆକ୍ରମଣ କରିଥିଲେ ?
(୧୫୫୨, ୧୭୩୯, ୧୭୪୮, ୧୭୬୧)
Answer:
୧୭୩୯

(ଙ) ତୃତୀୟ ପାନିପଥ ଯୁଦ୍ଧ କେଉଁ ଖ୍ରୀଷ୍ଟାବ୍ଦରେ ହୋଇଥିଲା ?
(୧୭୪୧, ୧୭୫୧, ୧୭୫୭, ୧୭୬୧)
Answer:
୧୭୬୧

୩ । ମୋଗଲ ସାମ୍ରାଜ୍ୟର ପତନ ପାଇଁ ଅର୍ଥନୈତିକ କାରଣ ଓ ଧର୍ମଗତ କାରଣ ମଧ୍ୟରୁ ତୁମେ କେଉଁଟିକୁ ପ୍ରାଧାନ୍ୟ ଦେବ ଓ କାହିଁକି ?
Answer:

  • ମୋଗଲ ସାମ୍ରାଜ୍ୟର ପତନ ପାଇଁ ଅର୍ଥନୈତିକ କାରଣ ଓ ଧର୍ମଗତ କାରଣ ମଧ୍ୟରୁ ଧର୍ମଗତ କାରଣକୁ ଅଧିକ ପ୍ରାଧାନ୍ୟ ଦିଆଯାଇପାରେ କାରଣ ମିତବ୍ୟୟତା ଅବଲମ୍ବନ କରି ପ୍ରଜାମାନଙ୍କ ସହଯୋଗରେ ନିଅଣ୍ଟିଆ ଅର୍ଥନୀତିର ଅଧୋଗତିକୁ ସଜାଡ଼ି ଦିଆଯାଇ ପାରିଥା’ନ୍ତା ।
  • ମାତ୍ର ଔରଙ୍ଗଜେବଙ୍କ ଧର୍ମବିଦ୍ବେଷ ନୀତିଦ୍ଵାର। ହିନ୍ଦୁ ପ୍ରଜାମାନେ ମୋଗଲ ଶାସନ ପ୍ରତି ବିଦ୍ରୋହୀ ହୋଇଉଠିଲେ ।
  • ହିନ୍ଦୁ ରାଜକର୍ମଚାରୀମାନଙ୍କୁ ରାଜକାର୍ଯ୍ୟରୁ ଅନ୍ତର କରିବା ଫଳରେ ସେମାନେ ମୋଗଲ ଶାସକଙ୍କୁ ଶତ୍ରୁଭାବେ
  • ରାଜପୁତ୍ରମାନେ ମଧ୍ୟ ଅପମାନିତ ହୋଇ ମୋଗଲ ଶାସନ ବିରୋଧୀ ହୋଇଥିଲେ । ଏଣୁ ଧର୍ମଗତ କାରଣ ମୋଗଲ ସାମ୍ରାଜ୍ୟ ପତନ ପାଇଁ ଅଧୂକ ଦାୟୀ ବୋଲି କୁହାଯାଇପାରେ ।

BSE Odisha 7th Class History Solutions Chapter 6 ମୋଗଲ ସାମ୍ରାଜ୍ୟର ପତନ

୪। ମରହଟ୍ଟା ଓ ବଙ୍ଗର ଶାସକ ମଧ୍ୟରୁ କିଏ ମୋଗଲ ସାମ୍ରାଜ୍ୟର ପତନ ପାଇଁ ବେଶୀ ଦାୟୀ ଥିଲେ, ପ୍ରମାଣ ସହ ଦର୍ଶାଅ ।
Answer:

  • ମରହଟ୍ଟା ଓ ବଙ୍ଗର ଶାସକ ମଧ୍ୟରୁ ବଙ୍ଗର ଶାସକ ମୋଗଲ ସାମ୍ରାଜ୍ୟର ପତନ ପାଇଁ ବେଶୀ ଦାୟୀ ଥିଲେ ।
  • ମରହଟ୍ଟାମାନେ ଦାକ୍ଷିଣାତ୍ୟରେ କ୍ଷମତା ବିସ୍ତାର କରି ଅହମ୍ମଦନଗର, ବିଜାପୁର ଓ ଗୋଲକୁଣ୍ଡାର କେତେକ ଦୁର୍ଗ ଅତ୍‌କାର କରିଥିଲେ ।
  • ମାତ୍ର ବଙ୍ଗଳାର ଶାସକ ବଙ୍ଗ ସହିତ ଓଡ଼ିଶା ଓ ବିହାରକୁ ମିଶାଇ ଏକ ବିରାଟ ଅଞ୍ଚଳ ଉପରେ ନିଜର ସ୍ଵାଧୀନତା ଘୋଷଣା କରିବା ଫଳରେ ମୋଗଲ ସାମ୍ରାଜ୍ୟ ପତନର ରାସ୍ତା ଫିଟିଗଲା । ଏଣୁ ମୋଗଲ ସାମ୍ରାଜ୍ୟର ପତନ ପାଇଁ ବଙ୍ଗର ଶାସକଙ୍କୁ ଅଧ‌ିକ ଦାୟୀ କରାଯାଇପାରେ ।

୫ । କେଉଁ ବୈଦେଶିକ ଆକ୍ରମଣ ମୋଗଲ ସାମ୍ରାଜ୍ୟର ବିଶେଷ କ୍ଷତି ଘଟାଇଥଲା ଓ କାହିଁକି ?
Answer:

  • ନାଦିର ଶାହ ୧୭୩୯ ଖ୍ରୀ.ଅ.ରେ ଓ ଅହମ୍ମଦ ଶାହ ଅଲୀ ୧୭୪୮ରୁ ୧୭୬୧ ଖ୍ରୀ.ଅ ମଧ୍ୟରେ
  • ଏଥୁମଧ୍ଯରୁ ନାଦିର ଶାହଙ୍କ ଭାରତ ଆକ୍ରମଣ ମୋଗଲ ସାମ୍ରାଜ୍ୟର ଅଧିକ କ୍ଷତି ସାଧନ କରିଥିଲା, କାରଣ—
    (a) ସେ ଦିଲ୍ଲୀ ଆକ୍ରମଣ କରି ବହୁ ଲୋକଙ୍କୁ ହତ୍ୟା କରି ଅନେକ ଧନରତ୍ନ ଲୁଣ୍ଠନ କରିଥିଲେ ଓ ଶାହାଜାହାନଙ୍କ ପ୍ରସିଦ୍ଧ ମୟୂର ସିଂହାସନ, କୋହିନୁର ହୀରା ନେଇଯାଇଥିଲେ ।
    (b) ଏହାଛଡ଼ା ସିନ୍ଧୁ ପ୍ରଦେଶ, ଲାହୋର, କାବୁଲ ପ୍ରଭୃତି ଅଞ୍ଚଳକୁ ପାରସ୍ୟରେ ମିଶାଇ ଦେଇଥିଲେ ।
    (c) ମାତ୍ର ଅହମ୍ମଦ ଶାହ ଅଦଲୀ କେବଳ ଧନରତ୍ନ ଲୁଣ୍ଠନ ଉଦ୍ଦେଶ୍ୟରେ ଭାରତ ଆକ୍ରମଣ କରିଥିଲେ ।

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

Odisha State Board BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭) Textbook Exercise Questions and Answers.

BSE Odisha Class 7 History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

(କ) ତୋଗଲକ ବଂଶର ପତନ ପରେ ସୁଲତାନୀ ଶାସନ ଦୁର୍ବଳ ହୋଇପଡ଼ିଲା କାହିଁକି ?
Answer:
ତୋଗଲକ ବଂଶର ପତନ ପରେ ନିମ୍ନଲିଖୁ କାରଣଗୁଡ଼ିକ ଯୋଗୁଁ ସୁଲତାନୀ ଶାସନ ଦୁର୍ବଳ ହୋଇପଡ଼ିଥିଲା ।

  • ତୋଗଲକମାନଙ୍କ ପରେ ଭାରତରେ ଶାସନ କରିଥିବା ସୟଦ୍ ଓ ଲୋଦୀ ବଂଶର ଶାସକମାନେ ଦୁର୍ବଳ ଥିଲେ ।
  • ସାମନ୍ତ ଓ ପ୍ରାଦେଶିକ ଶାସକମାନେ ସୁଲତାନମାନଙ୍କୁ ଖାତିର ନକରି ନିଜ ନିଜର ସ୍ଵାଧୀନତା ଘୋଷଣା କରିଥିଲେ । ଫଳରେ ଦେଶରେ ଅରାଜକତା ଓ ବିଶୃଙ୍ଖଳା ଦେଖାଦେଇଥିଲା ।
  • ସେତେବେଳେ ଦିଲ୍ଲୀର ଲୋଦୀ ବଂଶର ସୁଲତାନ୍ ଇବ୍ରାହିମ୍ ଲୋଦୀଙ୍କର ସ୍ୱେଚ୍ଛାଚାରୀ ଶାସନରେ ଆଫଗାନ୍
  • ଏପରିକି ଇବ୍ରାହିମ୍ ଲୋଦୀଙ୍କୁ ସିଂହାସନରୁ ବିତାଡ଼ିତ କରିବାପାଇଁ ସେମାନେ କାବୁଲ୍‌ର ରାଜା ବାବରଙ୍କ ସାହାଯ୍ୟ ଲୋଡ଼ିଥିଲେ ।

(ଖ) ବାବର ଭାରତରେ ମୋଗଲ ସାମ୍ରାଜ୍ୟର ମୂଳଦୁଆ ପକାଇଲେ କିପରି ?
Answer:

  • ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରେ ସୁଲତାନୀ ଶାସନର ଦୁର୍ବଳତାର ସୁଯୋଗ ନେଇ ଅନେକ ପ୍ରାଦେଶିକ ରାଜ୍ୟ ସ୍ଵାଧୀନ ହୋଇଗଲେ । ଦିଲ୍ଲୀର ଶାସକ ଇଭ୍ରାହିମ୍ ଲୋଦୀଙ୍କ ଶାସନରେ ଅସନ୍ତୁଷ୍ଟ ଆଫଗାନ୍ ଅମୀରମାନେ ତାଙ୍କୁ କ୍ଷମତାଚ୍ୟୁତ କରିବାପାଇଁ ବାବରଙ୍କ ସାହାଯ୍ୟ ଲୋଡ଼ିଥିଲେ ।
  • ଭାରତ ଆକ୍ରମଣପାଇଁ ଉଦ୍ୟମରତ ଫରଗଣାର ରାଜା ବାବର ଆଫଗାନ୍ ଅମୀରମାନଙ୍କ ଅନୁରୋଧ କ୍ରମେ ଭାରତ ଆକ୍ରମଣ କରିଥିଲେ ।
  • ସେ ପ୍ରଥମେ କାବୁଲ ଓ କାନ୍ଦାହାର ଜୟ କରିଥିଲେ । ତା’ପରେ ସେ ଭାରତ ଆକ୍ରମଣ କଲେ ଏବଂ ୧୫୨୬ ଖ୍ରୀଷ୍ଟାବ୍ଦରେ ପାନିପଥ ନାମକ ସ୍ଥାନରେ ଦିଲ୍ଲୀର ସୁଲତାନ୍ ଇବ୍ରାହିମ୍ ଲୋଦୀଙ୍କୁ ଏକ ତୁମୁଳ ଯୁଦ୍ଧରେ ପରାସ୍ତ କରିଥିଲେ ।
  • ବାବର ଏହି ଯୁଦ୍ଧରେ ବିଜୟଲାଭ କରି ଦିଲ୍ଲୀ ଓ ଆଗ୍ରା ଅଧିକାର କରି ମୋଗଲ ସାମ୍ରାଜ୍ୟର ମୂଳଦୁଆ ପକାଇଥିଲେ ।

(ଗ) ହୁମାୟୁନ୍ କେଉଁ କେଉଁ ବିପଦର ସମ୍ମୁଖୀନ ହୋଇଥିଲେ ?
Answer:

  • ବାବରଙ୍କ ମୃତ୍ୟୁ ପରେ ମୋଗଲ ସାମ୍ରାଜ୍ୟର ଭିଭିଭୂମି ସୁଦୃଢ଼ ନଥ‌ିବା ହେତୁ ଏହାର ସୁରକ୍ଷା ସକାଶେ ହୁମାୟୁନ୍‌ଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା ।
  • ହୁମାୟୁନ୍‌ଙ୍କର ରାଜ୍ୟଶାସନ ଆରମ୍ଭରେ ଆଫଗାନ୍‌ମାନେ ପୁନରାୟ ଦିଲ୍ଲୀ ଉପରେ ଆଖୁ ପକାଇଲେ ।
  • ଏହି ସମୟରେ ହୁମାୟୁନ୍‌ଙ୍କ ଭାଇମାନେ ଈର୍ଷାପରାୟଣ ହୋଇ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରିଥିଲେ ।
  • ହୁମାୟୁନ୍‌ଙ୍କ ସୈନ୍ୟବାହିନୀ ମଧ୍ୟ ସୁଦୃଢ଼ ନ ଥିଲା ଏବଂ କେତେକ ସାମନ୍ତ ଓ ଉଚ୍ଚପଦସ୍ଥ କର୍ମଚାରୀ ହୁମାୟୁନ୍‌ଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ରରେ ଲିପ୍ତ ଥିଲେ ।
  • ଏହିପରି ଭାବରେ ହୁମାୟୁନ୍ ଚତୁର୍ଦ୍ଦିଗରେ ବିପଦର ସମ୍ମୁଖୀନ ହୋଇଥିଲେ ।

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

(ଘ) ଶେର୍ ଖାଁ ହୁମାୟୁନ୍‌ଙ୍କୁ କିପରି ଅସୁବିଧାରେ ପକାଇଥିଲେ ?
Answer:

  • ଶେର୍ ଖାଁ ଥିଲେ ପୂର୍ବ ଭାରତର ଜଣେ ପରାକ୍ରମୀ ଆଫଗାନ୍ ବିଦ୍ରୋହୀ । ସିଂହାସନ ଆରୋହଣ ପରେ ହୁମାୟୁନ୍ ତାଙ୍କ ବିରୁଦ୍ଧରେ ଯୁଦ୍ଧଯାତ୍ରା କରିଥିଲେ ।
  • ପ୍ରାରମ୍ଭିକ ପର୍ଯ୍ୟାୟରେ ହୁମାୟୁନ୍‌ଙ୍କ ହସ୍ତରେ ପରାସ୍ତ ହୋଇ ଶେର୍ ଖାଁ ଆତ୍ମସମର୍ପଣ କରିଥିଲେ । ପରବର୍ତ୍ତୀ ସମୟରେ ହୁମାୟୁନ୍ ବାହାଦୂର ଶାହାଙ୍କ ସହ ଯୁଦ୍ଧରତ ଥିଲାବେଳେ ଶେର୍ ଖାଁ ପୁଣି ବଙ୍ଗ ରାଜ୍ୟ ଆକ୍ରମଣ କରିଥିଲେ । ବଙ୍ଗର ରାଜା ବାଧ୍ୟ ହୋଇ ତାଙ୍କ ସହ ସନ୍ଧି କରି ବିପୁଳ ଅର୍ଥ ଦେଇଥିଲେ । ଫଳରେ ସମଗ୍ର ବିହାର ଓ ବଙ୍ଗଳାରେ ଶେର୍ ଖାଁ ଆଧ୍ୟତ୍ୟ ବିସ୍ତାର କରିଥିଲେ ।
  • ୧୫୩୭ ଖ୍ରୀ.ଅ.ରେ ହୁମାୟୁନ ଶେର୍ ଖାଁଙ୍କ ସହ ଯୁଦ୍ଧ କରି ଚୁନାର ଦୁର୍ଗ ଓ ବଙ୍ଗର ଗୌଡ଼ ଅଧିକାର କରିଥିଲେ । ସେତେବେଳକୁ ଶେର୍ ଖାଁ ନାରା, ବନାରସ ଓ ଜୌନପୁର ଅତ୍‌କାର କରିସାରିଥିଲେ । ଶେଷରେ ୧୫୩୯ ଖ୍ରୀ.ଅ.ରେ ଚୌସାଠାରେ ଶେର୍ ଖାଁ ହୁମାୟନଙ୍କୁ ପରାସ୍ତ କରିଥିଲେ ।
  • ପୁନଶ୍ଚ ୧୫୪୦ ଖ୍ରୀ.ଅ.ରେ କନୌଜଠାରେ ହୁମାୟୁନ୍ ଶେର୍ ଖାଁଙ୍କଠାରୁ ଯୁଦ୍ଧରେ ପରାସ୍ତ ହୋଇ ଦିଲ୍ଲୀ

(ଙ) ଆକବର ମୋଗଲ ସାମ୍ରାଜ୍ୟର ସ୍ଥିତିକୁ ସୁଦୃଢ଼ କରିଥିଲେ କିପରି ?
Answer:

  • ପିତା ହୁମାୟୁନ୍‌ଙ୍କ ମୃତ୍ୟୁ ପରେ ମାତ୍ର ୧୩ ବର୍ଷ ବୟସରେ ଆକବର ପଞ୍ଜାବଠାରେ ସିଂହାସନ ଆରୋହଣ କରିଥିଲେ ଏବଂ ଏକ ଜଟିଳ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।
  • ସେହି ସମୟରେ ଶେର୍‌ଶାହାଙ୍କ ବଂଶର ଜଣେ ରାଜାଙ୍କର ସୁଯୋଗ୍ୟ ମନ୍ତ୍ରୀ ହିମୁ ମୋଗଲମାନଙ୍କୁ ପରାସ୍ତ କରି ଦିଲ୍ଲୀ ଓ ଆଗ୍ରା ଅଧିକାର କରିନେଇଥିଲେ ।
  • ଆକବର ବୈରାମ୍ ଖାଁଙ୍କ ସାହାଯ୍ୟରେ ହିମୁଙ୍କୁ ଦ୍ଵିତୀୟ ପାନିପଥ ଯୁଦ୍ଧରେ ୧୫୫୬ ଖ୍ରୀଷ୍ଟାବ୍ଦରେ ପରାସ୍ତ କରି ଦିଲ୍ଲୀ ଓ ଆଗ୍ରା ଅଧିକାର କଲେ ।
  • ପରବର୍ତ୍ତୀ କାଳରେ ସେ ରାଜପୁତମାନଙ୍କ ପ୍ରତି ଉଦାରନୀତି ଗ୍ରହଣ କରି ଓ ସେମାନଙ୍କ ସହ ବୈବାହିକ
  • ଏହିପରି ଭାବରେ ଆକବର ଭାରତରେ ମୋଗଲ ସାମ୍ରାଜ୍ୟର ସ୍ଥିତିକୁ ସୁଦୃଢ଼ କରିଥିଲେ ।

(ଚ) ହଳଦୀଘାଟ ଯୁଦ୍ଧ କେତେ ଖ୍ରୀଷ୍ଟାବ୍ଦରେ ହୋଇଥିଲା ? ଏହି ଯୁଦ୍ଧର ଫଳାଫଳ କ’ଣ ହୋଇଥିଲା ?
Answer:

  • ହଳଦୀଘାଟ ଯୁଦ୍ଧ ୧୫୭୬ ଖ୍ରୀଷ୍ଟାବ୍ଦରେ ହୋଇଥିଲା ।
  • ଏହି ଯୁଦ୍ଧରେ ମାନସିଂହଙ୍କ ନେତୃତ୍ବରେ ମୋଗଲମାନେ ରାଣା ପ୍ରତାପଙ୍କୁ ପରାଜିତ କରି ଚିତୋର ଦୁର୍ଗ ଅଧିକାର କରିଥିଲେ ।
  • ଏହି ଯୁଦ୍ଧ ପରେ ଭାରତର ସମସ୍ତ ରାଜପୁତ୍ ରାଜ୍ୟଗୁଡ଼ିକ ଉପରେ ଆକବରଙ୍କ ପ୍ରଭାବ ପ୍ରତିଷ୍ଠିତ ହୋଇ ପାରିଥିଲା ।

(ଛ) ଆକବର କାହିଁକି ଉଦାର ଧର୍ମନୀତି ଗ୍ରହଣ କରିଥିଲେ ?
Answer:

  • ଆକବର ତାଙ୍କର ଉଦାର ଧର୍ମନୀତି ପାଇଁ ଇତିହାସରେ ସ୍ମରଣୀୟ ହୋଇ ରହିଛନ୍ତି ।
  • ଏକ ଉଦାର ଧର୍ମନୀତିକୁ ଅବଲମ୍ବନ କରି ସେ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଥ‌ିବା ଭେଦଭାବ ଦୂର କରିବାକୁ ଚେଷ୍ଟା କରିଥିଲେ । ଏଥ‌ିପାଇଁ ଆକବର ହିନ୍ଦୁମାନଙ୍କ ଉପରୁ ଜିଜିୟା କର ଓ ତୀର୍ଥଯାତ୍ରୀ କର ଉଠାଇ ଦେଇଥିଲେ ।
  • ସେ ହିନ୍ଦୁମାନଙ୍କ ପରି ବେଶପୋଷାକ ପିନ୍ଧୁଥୁଲେ ହିନ୍ଦୁ ପର୍ବପର୍ବାଣିରେ ଯୋଗ ଦେଉଥିଲେ । ଅନେକ ହିନ୍ଦୁ ମନ୍ଦିର ତାଙ୍କ ସମୟରେ ନିର୍ମିତ ହୋଇଥିଲା ।
  • ଭାରତରେ ଏକ ସାର୍ବଜନୀନ ଧର୍ମ ପ୍ରତିଷ୍ଠା କରିବା ଆକବରଙ୍କର ଲକ୍ଷ୍ୟ ଥିଲା । ତେଣୁ ସେ ଫତେପୁର ସିକ୍ରୀଠାରେ ‘ଇବାଦତ୍ନା’ ନାମକ ଏକ ଉପାସନା ଗୃହ ୧୫୭୫ ଖ୍ରୀ.ଅ.ରେ ନିର୍ମାଣ କରିଥିଲେ ।
  • ସେ ଦିନ୍-ଇ-ଇଲାହୀ ନାମକ ଏକ ନୂତନ ଧର୍ମ ସୃଷ୍ଟି କରିଥିଲେ । ମାତ୍ର ଏହି ଧର୍ମ ଗ୍ରହଣ କରିବାକୁ କାହାକୁ ବାଧ୍ୟ କରି ନଥିଲେ ।

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

(ଜ) ନୁର୍‌ଜାହାନ୍ କିଏ ? ଜାହାଙ୍ଗୀରଙ୍କ ଶାସନକାଳରେ ତାଙ୍କର ଭୂମିକା କିପରି ଥିଲା ?
Answer:

  • ନୁର୍‌ଜାହାନ୍ ଥିଲେ ଜାହାଙ୍ଗୀରଙ୍କର ପତ୍ନୀ । ୧୬୧୧ ଖ୍ରୀଷ୍ଟାବ୍ଦରେ ଜୀହାଙ୍ଗୀର ନୁର୍‌ଜାହାନ୍‌ଙ୍କୁ ବିବାହ କରିଥିଲେ । ଜାହାଙ୍ଗୀରଙ୍କ ଶାସନକାଳରେ ତାଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା ।
  • ସେ ଅତ୍ୟନ୍ତ ସୁନ୍ଦରୀ ଓ ବୁଦ୍ଧିମତୀ ଥିଲେ । ତେଣୁ ଜାହାଙ୍ଗୀରଙ୍କୁ ପ୍ରତି ସ୍ତରରେ ସେ ରୂପ ଓ ବୁଦ୍ଧିଦ୍ୱାରା
  • ଜାହାଙ୍ଗୀର ବିଳାସମୟ ଜୀବନଯାପନ କରି ଶାସନକାର୍ଯ୍ୟରେ ଅବହେଳା କରୁଥିବାରୁ ନୁର୍‌ଜାହାନ୍ ଅନେକ
  • ସରକାରୀ କାଗଜପତ୍ର ଓ ନିର୍ଦେଶାନାମାରେ ନୁର୍‌ଜାହାନ୍ ଦସ୍ତଖତ କରୁଥିଲେ ।
  • ଏପରିକି ଦେଶରେ ପ୍ରଚଳିତ ମୁଦ୍ରାରେ ଜାହାଙ୍ଗୀରଙ୍କ ସହିତ ନୁର୍‌ଜାହାନ୍‌ଙ୍କ ନାମ ମଧ୍ୟ ରହୁଥିଲା ।

(ଝ) ଶାହାଜାହାନ୍‌ଙ୍କ ସଫଳ କୃତିଗୁଡ଼ିକ କ’ଣ ଥିଲା ?
Answer:

  • ଜାହାଙ୍ଗୀରଙ୍କର ତୃତୀୟ ପୁତ୍ର ଶାହାଜାହାନଙ୍କର ରାଜତ୍ଵ ସମୟରେ ମୋଗଲ କଳା ଓ ସ୍ଥାପତ୍ୟ ବିକାଶର ଚରମ ସୀମାରେ ପହଞ୍ଚିଲା ।
  • ନିଜର ପତ୍ନୀ ମମ୍‌ତାନ୍‌ଙ୍କ ସ୍ମୃତିରେ ସେ ଉତ୍ତର ପ୍ରଦେଶର ଆଗ୍ରାଠାରେ ଅବସ୍ଥିତ ଯମୁନା ନଦୀ କୂଳରେ ‘ତାଜମହଲ’ ନାମକ ଏକ ସ୍ମୃତି ମନ୍ଦିର ତିଆରି କରିଥିଲେ ।
  • ବିଶ୍ଵର ସପ୍ତାଶ୍ଚାଯ୍ୟ ମଧ୍ଯରେ ସ୍ଥାନ ପାଇଥିବା ଏହି ତାଜମହଲ ଅନନ୍ୟ ସ୍ଥାପତ୍ୟ ଓ କଳା ପାଇଁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଛି ।
  • ଏହାଛଡ଼ା ଶାହାଜାହାନ୍ ଜୁମା ମସ୍‌ଜିଦ୍, ମୋତି ମସ୍‌ଜିଦ୍ ଆଦି ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଧର୍ମପୀଠମାନ ନିର୍ମାଣ କରାଇଥିଲେ ।
  • ଦିଲ୍ଲୀର ଉପକଣ୍ଠ ଯମୁନା ନଦୀ କୂଳରେ ସେ ‘ଶାହାଜାହାବାଦ’ ନାମକ ଏକ ନଗରୀ ପ୍ରତିଷ୍ଠା କରିଥିଲେ, ଯେଉଁଠାରେ ଲାଲ୍‌କିଲ୍ଲା ବା ରେଡ୍‌ଫୋର୍ଟ ନିର୍ମାଣ କରାଯାଇଥିଲା ।
  • ଏହି ଦୁର୍ଗ ମଧ୍ୟରେ ଥ‌ିବା ସୌଧମାନଙ୍କ ମଧ୍ୟରେ ମୋତିମହଲ, ହୀରାମହଲ, ରଙ୍ଗମହଲ, ଦେୱାନ-ଇ- ଆମ୍ବ, ଦେୱାନ୍-ଇ-ଖାସ୍ ପ୍ରସିଦ୍ଧ ଥିଲା । ଏହାବ୍ୟତୀତ ସେ ହୀରା ଓ ମଣିମୁକ୍ତାଖଚିତ ମୟୂର ସିଂହାସନ ନିର୍ମାଣ କରିଥିଲେ ।

(ଞ) ଔରଙ୍ଗଜେବ୍‌ଙ୍କର ହିନ୍ଦୁମାନଙ୍କ ପ୍ରତି ମନୋଭାବ କିପରି ଥିଲା ?
Answer:

  • ଔରଙ୍ଗଜେବ୍ ଜଣେ ନୈଷ୍ଠିକ ମୁସଲମାନ ଥିଲେ ଓ ତାଙ୍କର ହିନ୍ଦୁମାନଙ୍କ ପ୍ରତି ବିଦ୍ବେଷ ମନୋଭାବ ଥିଲା ।
  • ସେ ହିନ୍ଦୁମାନଙ୍କ ଉପରେ ପୁଣି ଥରେ ଜିଜିୟା ଓ ତୀର୍ଥଯାତ୍ରୀ କର ବସାଇଥିଲେ ।
  • ସେ ରାଜପୁତ୍ମାମାନଙ୍କୁ ମଧ୍ୟ ହତାଦର କରୁଥିଲେ ।
  • ତାଙ୍କର ଶାସନ କାଳରେ ହିନ୍ଦୁମାନଙ୍କୁ କୌଣସି ଉଚ୍ଚ ପଦପଦବୀରେ ନିଯୁକ୍ତି ଦିଆଯାଇ ନଥିଲା ।
  • ଏହା ବ୍ୟତୀତ ଜାଠ, ଶିଖ୍, ସତନାମୀ ଓ ମରହଟ୍ଟାମାନେ ମଧ୍ୟ ତାଙ୍କ ହିନ୍ଦୁବିଦ୍ବେଷ ନୀତିର ଶିକାର ହୋଇଥିଲେ ।

(ଟ) ମୋଗଲ ଶାସକମାନଙ୍କର ଅନ୍ୟ ଶାସକମାନଙ୍କ ସହ ସମ୍ପର୍କ କିପରି ଥିଲା ?
Answer:

  • ମୋଗଲମାନେ ଅତ୍ୟନ୍ତ କ୍ଷମତାଶାଳୀ ଥିଲେ । ଭାରତରେ ଯେଉଁ ରାଜା ସେମାନଙ୍କର ବଶ୍ୟତା ସ୍ବୀକାର କରୁନଥିଲେ, ତାଙ୍କ ବିରୁଦ୍ଧରେ ସେମାନେ ଯୁଦ୍ଧ କରୁଥିଲେ ।
  • ଭାରତୀୟ ରାଜାମାନଙ୍କ ମଧ୍ୟରୁ ଅଧିକାଂଶ ରାଜପୁତ୍ ରାଜା ଆକବରଙ୍କ ବଶ୍ୟତା ସ୍ବୀକାର କରିଥିଲେ । ଏପରିକି ସେମାନଙ୍କ ମଧ୍ୟରୁ କେତେକ ନିଜ ନିଜର କନ୍ୟାଙ୍କୁ ମୋଗଲ ପରିବାରରେ ବିବାହ ଦେଇ ବୈବାହିକ ସମ୍ପର୍କ ସ୍ଥାପନ କରିଥିଲେ ।
  • କେବଳ ମେୱାରର ଶିଶୋଦୀୟ ରାଜପୁତ୍ମାମାନେ ମୋଗଲ ସମ୍ରାଟଙ୍କ ବଶ୍ୟତା ସ୍ବୀକାର କରିବାପାଇଁ ମନା କରିଥିଲେ । ମୋଗଲମାନେ ସେମାନଙ୍କୁ ପରାଜିତ କରିଥିଲେ ।
  • ମୋଗଲ ଶାସକମାନେ ପରାଜିତ ରାଜାମାନଙ୍କୁ ସେମାନଙ୍କ ରାଜ୍ୟ ଫେରାଇ ଦେଉଥିଲେ ଏବଂ ତାଙ୍କୁ କୌଣସି ପ୍ରକାର ଅସମ୍ମାନ କରୁନଥିଲେ । ଫଳରେ ସେମାନେ ରାଜପୁତ୍ ରାଜାମାନଙ୍କ ଉପରେ ସହଜରେ ପ୍ରଭାବ ବିସ୍ତାର କରିପାରୁଥିଲେ ।
  • କିନ୍ତୁ ଔରଙ୍ଗଜେବ୍ ଶାସକ ଥିବା ସମୟରେ ସେ ରାଜପୁତ୍ ରାଜା ଏବଂ ମରହଟ୍ଟା ରାଜା ଶିବାଜୀଙ୍କ ସହିତ ସମ୍ପର୍କକୁ ଅତ୍ୟନ୍ତ ତିକ୍ତ କରିଥିଲେ, ଯାହାର କୁପ୍ରଭାବ ମୋଗଲ ସାମ୍ରାଜ୍ୟ ଉପରେ ପଡ଼ିଥିଲା ।

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

(୦) ମୋଗଲମାନଙ୍କର ଧର୍ମନୀତି କିପରି ଥିଲା ?
Answer:

  • ମୋଗଲ ସମ୍ରାଟମାନେ ଇସଲାମ୍ ଧର୍ମାବଲମ୍ବୀ ଥିଲେ ମଧ୍ୟ ଔରଙ୍ଗଜେବ୍‌ଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ସମ୍ରାଟ ଅତ୍ୟନ୍ତ ଉଦାର ଥିଲେ ।
  • ଭାରତରେ ଥିବା ବିଭିନ୍ନ ଧର୍ମ ଏବଂ ଭାରତୀୟମାନଙ୍କ ଧର୍ମଭାବନା ପ୍ରତି ସେମାନେ ସମ୍ମାନ ଜଣାଇଥିଲେ ।
  • ନିଜର ଧର୍ମନୀତି ପାଇଁ ମୋଗଲ ସମ୍ରାଟ ମହାନୁଭବ ଆକବର ଥିଲେ ସୁପ୍ରସିଦ୍ଧ । ଧର୍ମକ୍ଷେତ୍ରରେ ଏକ ଉଲ୍ଲେଖନୀୟ ଉଦାରନୀତି ଅବଲମ୍ବନ କରି ସେ ହିନ୍ଦୁ, ମୁସଲମାନମାନଙ୍କ ମଧ୍ୟରେ ଥ‌ିବା ଭେଦଭାବକୁ ଦୂର କରିବାକୁ ଚେଷ୍ଟା କରିଥିଲେ ।
  • ତାଙ୍କଦ୍ୱାରା ସୃଷ୍ଟ ଦିନ୍-ଇ-ଇଲାହୀ ଥିଲା ଏକ ଶ୍ରେଷ୍ଠ କୃତି । ପ୍ରତ୍ୟେକ ଧର୍ମ ମଧ୍ୟରେ ପ୍ରୀତି ସ୍ଥାପନ କରି ଏକ ସର୍ବଭାରତୀୟ ଜାତି ଗଠନ କରିବା ଥିଲା ଆକବରଙ୍କର ଉଦ୍ଦେଶ୍ୟ । ହିନ୍ଦୁମାନଙ୍କ ଉପରୁ ଘୃଣ୍ୟ ଜିଜିୟା ଓ ତୀର୍ଥଯାତ୍ରୀ କର ଉଠାଇଦେବା ସହ ସବୁ ଧର୍ମର ଲୋକଙ୍କୁ ସମାନ ସୁବିଧା ସୁଯୋଗ ସେ ପ୍ରଦାନ କରିଥିଲେ ।
  • ମାତ୍ର ଔରଙ୍ଗଜେବଙ୍କ ହିନ୍ଦୁ ବିଦ୍ବେଷ ନୀତି ଏକ ମାରାତ୍ମକ ରୂପ ଧାରଣ କରି ସର୍ବଶେଷରେ ମୋଗଲ ସାମ୍ରାଜ୍ୟର ପତନ ଘଟାଇଥିଲା ।

(ଡ) ମୋଗଲ ଶାସନ ସମୟରେ ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ଅବସ୍ଥା କିପରି ଥିଲା ?
Answer:

  • ମୋଗଲ ଶାସନକାଳରେ ସମ୍ରାଟ ସମାଜର ପ୍ରଥମ ନାଗରିକ ଓ ସାମ୍ରାଜ୍ଞୀ ସମାଜର ପ୍ରଥମ ମହିଳା ଥିଲେ । ସମ୍ରାଟଙ୍କ ପରେ ସମାଜରେ ସମ୍ଭ୍ରାନ୍ତ ଶ୍ରେଣୀ, ମଧ୍ୟବିତ୍ତ ଶ୍ରେଣୀ ଓ ସର୍ବନିମ୍ନ ଶ୍ରେଣୀ ବାସ କରୁଥିଲେ । ସମ୍ଭ୍ରାନ୍ତ ମାନେ ବିଳାସରେ ଜୀବନ ଅତିବାହିତ କରୁ ଥ‌ିବାବେଳେ ମଧ୍ୟବିତ୍ତ ଶ୍ରେଣୀ ଅନ୍ତର୍ଗତ ଲେଖକ, ବ୍ୟବସାୟୀ, କଳାକାର ଓ ସର୍ବନିମ୍ନ ଶ୍ରେଣୀ ଅନ୍ତର୍ଗତ କୃଷକ, ବଣିକ, ଶ୍ରମିକ ଆଦି ଅତି ଶୋଚନୀୟ ଭାବରେ ଜୀବିକା ନିର୍ବାହ କରୁଥିଲେ ।
  • ମୁସଲମାନମାନେ ଭୋଜନରେ ଭାତ, ରୁଟି ଏବଂ ବିଭିନ୍ନ ପ୍ରକାର ମାଂସ, ପ୍ରିୟ ଖାଦ୍ୟରୂପେ ବିରିୟାନୀ ଓ କଚମ୍ବର ଖାଉଥିଲେ । ସେମାନେ ଅଙ୍ଗୁର ଓ ଡାଳିମ୍ବ ଆଦି ଫଳ ଖାଇବା ସହ ଏଗୁଡ଼ିକର ରଙ୍ଗୀନ ସର୍ବତ ପାନୀୟରୂପେ ପିଉଥିଲେ । ସେହିପରି ହିନ୍ଦୁମାନଙ୍କର ପ୍ରିୟ ଖାଦ୍ୟ ଥିଲା ଖେଚୁଡ଼ି । ଉତ୍ତର ଭାରତୀୟ ହିନ୍ଦୁମାନେ ମୁଖ୍ୟତଃ ରୁଟି ଖାଉଥଲେ ଓ ପର୍ବପର୍ବାଣିରେ ପୁରୀ, ଲୁଚି ଓ ଖୂରୀ ଆଦି ପ୍ରସ୍ତୁତ କରୁଥିଲେ ।
  • ଶାସକମାନେ ଦାମୀ ଓ ସୂକ୍ଷ୍ମ ପୋଷାକ ପରିଧାନ କରୁଥିଲାବେଳେ ମୁସଲମାନ ରମଣୀମାନେ ସାଲୁଆର, କୁର୍ତ୍ତା ପରିଧାନ କରିବା ସହିତ କଜ୍ଵଳ, ଗୋଲାପ ଜଳ, ଅତର, ନଖ ରଞ୍ଜକ, ମେହନ୍ଦୀ ଆଦି ପ୍ରସାଧନ ସାମଗ୍ରୀ ବ୍ୟବହାର କରୁଥିଲେ । ଅପର ପକ୍ଷରେ ସମ୍ଭ୍ରାନ୍ତ ହିନ୍ଦୁମାନେ ମୂଲ୍ୟବାନ୍ ପୋଷାକ, ସାଧାରଣ ଜନତା ମୋଟା ସୂତାବୁଣା ପୋଷାକ ପିନ୍ଧୁଥିଲେ ଓ ମୁଣ୍ଡରେ ପଗଡ଼ି ବାନ୍ଧୁଥିଲେ ।
  • ସମ୍ରାଟ ଓ ସମ୍ଭ୍ରାନ୍ତମାନେ ନୌବିହାର, ଶିକାର, ଖଣ୍ଡାଯୁଦ୍ଧ, ଘୋଡ଼ାଦୌଡ଼ ଏବଂ ସାଧାରଣ ମୁସଲମାନମାନେ ସତରଞ୍ଜ, ଗୁଡ଼ିଉଡ଼ା, ପାରାଉଡ଼ା, କୁକୁଡ଼ା ଲଢ଼େଇ ଆଦି ମାଧ୍ୟମରେ ଖେଳରେ ଅବସର ବିନୋଦନ କରୁଥିଲେ । ସେହିପରି ହିନ୍ଦୁମାନେ ମଲ୍ଲଯୁଦ୍ଧ, କୁସ୍ତି ଓ ଶିକାର, ପଶାପାଲି, ବାଦ୍ୟଯନ୍ତ୍ର, ରାମଲୀଳା ଓ ଯାଦୁଖେଳ ଆଦି ମାଧ୍ୟମରେ ସମୟ ଅତିବାହିତ କରୁଥିଲେ ।
  • ମୁସଲମାନମାନେ ମହରମ୍ ଓ ଇଦ୍ ଏବଂ ହିନ୍ଦୁମାନେ ଜନ୍ମ ଉତ୍ସବ, ନାମକରଣ, ରକ୍ଷାବନ୍ଧନ, ଶିବରାତ୍ରି, ରାମନବମୀ ଆଦି ପର୍ବପର୍ବାଣି ପାଳନ କରୁଥିଲେ ।
  • ମୋଗଲ ଯୁଗରେ ମୁସଲମାନ ଛାତ୍ରମାନେ ସ୍କୁଲ ଶିକ୍ଷା ସମାପ୍ତ କରି ମଦ୍ରାସାରେ ଓ ହିନ୍ଦୁ ଛାତ୍ରମାନେ ପ୍ରାଥମିକ ବିଦ୍ୟାଳୟ ବା ଟୋଲ୍‌ରେ ଶିକ୍ଷାଲାଭ କରୁଥିଲେ ।

(ଢ) ମୋଗଲ ରାଜତ୍ଵ କାଳରେ ଭାଷା ଓ ସାହିତ୍ୟର ଉନ୍ନତି କିପରି ହୋଇଥିଲା ?
Answer:

  • ମୋଗଲ ରାଜତ୍ଵ କାଳରେ ପାର୍ସୀ, ଅରବୀ, ଉର୍ଦ୍ଦୁ, ହିନ୍ଦୀ ଭାଷା ଓ ସାହିତ୍ୟରେ ବିଶେଷ ଉନ୍ନତି ସାଧୂ ହୋଇଥିଲା ।
  • ମୋଗଲ ଦରବାରରେ ଅନେକ ବିଶିଷ୍ଟ କବି, ସାହିତ୍ୟିକ ଓ ଐତିହାସିକ ଥିଲେ । ଆକବର ନିଜେ ନିରକ୍ଷର ଥିଲେ ମଧ୍ୟ ସାହିତ୍ୟ ପ୍ରତି ତାଙ୍କର ବିଶେଷ ଅନୁରାଗ ଥିଲା ।
  • ବାବର, ହୁମାୟୁନ୍, ଜାହାଙ୍ଗୀର ଓ ଔରଙ୍ଗଜେବ୍‌ ନିଜ ନିଜର ଆତ୍ମଚରିତ ଲେଖୁ ମୋଗଲ ଯୁଗର ସାହିତ୍ୟକୁ ପରିପୁଷ୍ଟ କରିଥିଲେ ।
  • ସେହି ସମୟରେ କବୀରଙ୍କ ‘ଦୋହା’, ତୁଳସୀଦାସଙ୍କ ‘ରାମଚରିତ ମାନସ’, ଅନ୍ଧକବି ସୁରଦାସଙ୍କ ‘ସୁରସାଗର’ ଓ ରସ ଖାଁଙ୍କ ଭକ୍ତଗୀତ ‘ପ୍ରେମବାଟିକା’ ପ୍ରସିଦ୍ଧି ଲାଭ କରିଥିଲା ।
  • ଏହି ସମୟରେ ଅନେକ ପ୍ରାଚୀନ ହିନ୍ଦୁଗ୍ରନ୍ଥ ପାର୍ସୀ ଭାଷାରେ ଅନୁବାଦିତ ହୋଇଥିଲା । ସାହିତ୍ୟ ମାଧ୍ୟମରେ ହିନ୍ଦୁ ଓ ଇସଲାମ୍ ସଂସ୍କୃତିର ସମନ୍ଵୟ ଘଟିଥିଲା ।

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

(ଣ) ମୋଗଲ ଶାସନ ସମୟକୁ କଳା ଓ ସ୍ଥାପତ୍ୟର ସୁବର୍ଣ୍ଣ ଯୁଗ କୁହାଯାଏ କାହିଁକି ?
Answer:

  • ମୋଗଲ କଳା ଓ ସ୍ଥାପତ୍ୟ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ଵରେ ଆଦୃତ ହୋଇଥିଲା । ମୋଗଲ ବଂଶର ଜନପ୍ରିୟ ଶାସକ ଆକବର ଏବଂ ଶାହାଜାହାନ୍‌ଙ୍କ ପୃଷ୍ଠପୋଷକତା ଲାଭ କରି ସେହି ସମୟରେ କଳା ଓ ସ୍ଥାପତ୍ୟ ଉନ୍ନତିର ଚରମ ସୀମାରେ ପହଞ୍ଚିଥିଲା । ଶାହାଜାହାନ୍‌ଙ୍କ ରାଜତ୍ଵକାଳ ମୋଗଲ କଳା ଓ ସ୍ଥାପତ୍ୟର ସୁବର୍ଣ୍ଣଯୁଗ ରୂପେ ପ୍ରସିଦ୍ଧ ।
  • ମୋଗଲ ସମ୍ରାଟମାନେ ଅଜସ୍ର ଅର୍ଥବ୍ୟୟରେ କାରୁକାର୍ଯ୍ୟପୂର୍ଣ୍ଣ ମନୋରମ ରାଜପ୍ରାସାଦ, ଦୁର୍ଗ, ମସ୍‌ଜିଦ୍, ସମାଧ୍, ସୌଧ ଆଦି ନିର୍ମାଣ କରିଥିଲେ । ଆକବରଙ୍କ ସମୟର ଆଗ୍ରା ଦୁର୍ଗ, ଫତେପୁର ସିକ୍ରୀର ରାଜପ୍ରାସାଦ ଆଦି ଲାଲ ପଥରର ନିର୍ମିତ ହୋଇଥିଲା ।
  • ଶାହାଜାହାନ୍‌ଙ୍କଦ୍ଵାରା ଯମୁନା ନଦୀ କୂଳରେ ମାର୍ବଲ ପଥରର ନିର୍ମିତ ତାଜମହଲ ମୋଗଲ ଯୁଗର ଏକ ଅଦ୍ବିତୀୟ କୀର୍ତ୍ତି ଥିଲା ।
    ତାଙ୍କର କୀର୍ତ୍ତିଗୁଡ଼ିକ ମଧ୍ୟରୁ ମୋତି ମସ୍‌ଜିଦ୍, ଲାଲକିଲ୍ଲା, ଜୁମା ମସ୍‌ଜିଦ୍ ଆଦି ପ୍ରସିଦ୍ଧ ଅଟେ । ଏସବୁ କୀର୍ତ୍ତି ଇସଲାମ୍ ଓ ଭାରତୀୟ କଳାଶୈଳୀରେ ନିର୍ମିତ ହୋଇଥିଲା । ଏତଦ୍‌ବ୍ୟତୀ ହୀରା, ମଣିମୁକ୍ତାଖଚିତ ବିଶ୍ୱବିଖ୍ୟାତ ମୟୂର ସିଂହାସନ ଶାହାଜାହାନ୍ ନିର୍ମାଣ କରିଥିଲେ ।
  • ଜାହାଙ୍ଗୀରଙ୍କ ସମୟରେ ଚିତ୍ରକଳାର ବିକାଶ ସାଧୂ ହୋଇଥିଲା । ଜାହାଙ୍ଗୀର ସାର୍‌ ଟମାସ୍ ରୋଙ୍କ ସଂସ୍ପର୍ଶରେ ଆସି ୟୁରୋପୀୟ ଚିତ୍ରକଳା ପ୍ରତି ଆକୃଷ୍ଟ ହୋଇଥିଲେ ।

୨। ତଳ ପ୍ରଶ୍ନର କେତେକ ସମ୍ଭାବ୍ୟ ଉତ୍ତର ଦିଆଯାଉଛି । ସେଗୁଡ଼ିକ ମଧ୍ୟରୁ ଯେଉଁ ଉତ୍ତରଟି ଠିକ୍ ତା’ ପାଖରେ ଠିକ୍ (✓) ଚିହ୍ନ ଦିଅ ।
(କ) ବାବରଙ୍କ ପିତାଙ୍କ ନାମ କ’ଣ ଥିଲା ?
( ) ଶେଖର ମିର୍ଜା ( ) ଉମର୍ ଶେଖ୍ ମିର୍ଜା ( ) ଶେଖ୍ ଉମର୍ ମିର୍ଜା ( ) ଶେଖ୍ ମିର୍ଜା
Answer:
(✓) ଉମର୍ ଶେଖ୍ ମିର୍ଜା

(ଖ) ଘାଘରା ଯୁଦ୍ଧ କେତେ ଖ୍ରୀଷ୍ଟାବ୍ଦରେ ହୋଇଥିଲା ?
( ) ୧୫୨୯ ଖ୍ରୀଷ୍ଟାବ୍ଦ ( ) ୧୫୩୦ ଖ୍ରୀଷ୍ଟାବ୍ଦ ( ) ୧୫୩୧ ଖ୍ରୀଷ୍ଟାବ୍ଦ ( ) ୧୫୩୨ ଖ୍ରୀଷ୍ଟାବ୍ଦ
Answer:
(✓) ୧୫୨୯ ଖ୍ରୀଷ୍ଟାବ୍ଦ

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

(ଗ) ପାରସ୍ୟର ବର୍ତ୍ତମାନ ନାମ କ’ଣ ?
( ) ଇରାକ୍ ( ) କୁଏତ୍ ( ) ସାଉତି ଆରବ ( ) ଇରାନ୍
Answer:
(✓) ଇରାନ୍

(ଘ) ଆକବରଙ୍କ ଅଭିଭାବକଙ୍କ ନାମ କ’ଣ ଥିଲା ?
( ) ବୈରାମ୍ ଖାଁ ( ) ଛୋଟେ ଖାଁ ( ) ବଡ଼େ ଖାଁ ( ) ଉମର୍ ଖାଁ
Answer:
(✓) ବୈରାମ୍ ଖାଁ

(ଙ) ଆକବର ନିଜ ସାମ୍ରାଜ୍ୟକୁ କେତୋଟି ସୁବାରେଭାଗ କରିଥିଲେ ?
( ) ୧୨ଟି ( ) ୧୩ଟି ( ) ୧୪ଟି ( ) ୧୫ଟି
Answer:
(✓) ୧୫ଟି

(ଚ) ଆକବରଙ୍କ ଜ୍ୟେଷ୍ଠପୁତ୍ରଙ୍କ ନାମ କ’ଣ ଥିଲା ?
( ) ଅଲିମ୍ ( ) ସଲିମ୍ ( ) ଖୁରମ୍ ( ) ହଲିମ୍
Answer:
(✓) ସଲିମ୍

(ଛ) ମୋଗଲ ଶାସନ ସମୟରେ ଗ୍ରାମଗୁଡ଼ିକୁ ନେଇ କ’ଣ ଗଠିତ ହୋଇଥିଲା ?
( ) ଜିଲ୍ଲା ( ) ରାଜ୍ୟ ( ) ପ୍ରଗଣା ( ) ଦେଶ
Answer:
(✓) ପ୍ରଗଣା

(ଜ) ଅନ୍ଧକବି ସୁରଦାସ କ’ଣ ରଚନା କରିଥିଲେ ?
( ) ସୁର ସାଗର () ଅମୃତ ସାଗର ( ) ରାମଚରିତ ମାନସ ( ) ପ୍ରେମ ବଟିକା
Answer:
(✓) ସୁର ସାଗର

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

(ଝ) ଫତେପୁର ସିକ୍ରୀ ରାଜପ୍ରସାଦ କେଉଁ ପଥରରେ ନିର୍ମିତ ହୋଇଥିଲା ?
( ) ମୁଗୁନି ପଥର ( ) ଲାଲ ପଥର ( ) ମାର୍ବଲ ପଥର ( ) ନୀଳ ପଥର
Answer:
(✓) ଲାଲ ପଥର

୩। ଭୁଲ୍ ଥିଲେ ଠିକ୍ କରି ଲେଖ ।
(କ) ବାବର ଚେଙ୍ଗିଜ୍ ଖାଁଙ୍କ ବଂଶଧର ଥିଲେ ।
Answer:
ବାବର ତୈମୁରଲଙ୍କ ବଂଶଧର ଥିଲେ ।

(ଖ) ହୁମାୟୁନ୍ ମହମ୍ମଦ ଶାହାଙ୍କୁ ପରାସ୍ତ କରି ଗୁଜରାଟ ଓ ମାଳବ ଅସ୍ୱୀକାର କରିଥିଲେ ।
Answer:
ହୁମାୟୁନ୍ ବାହାଦୂର ଶାହାଙ୍କୁ ପରାସ୍ତ କରି ଗୁଜରାଟ ଓ ମାଳବ ଅଧିକାର କରିଥିଲେ ।

(ଗ) ମାନସିଂଙ୍କ ନେତୃତ୍ୱରେ ମୋଗଲମାନେ ହଳଦୀଘାଟ ଯୁଦ୍ଧରେ ରାଣା ରତନଙ୍କୁ ପରାସ୍ତ କରିଥିଲେ ।
Answer:
ମାନସିଂଙ୍କ ନେତୃତ୍ବରେ ମୋଗଲମାନେ ହଳଦୀଘାଟ ଯୁଦ୍ଧରେ ରାଣା ପ୍ରତାପଙ୍କୁ ପରାସ୍ତ କରିଥିଲେ ।

(ଘ) ବୀରବଲ୍ ଆକବରଙ୍କ ଦରବାରରେ ସର୍ବଶ୍ରେଷ୍ଠ ସଙ୍ଗୀତଜ୍ଞ ଥିଲେ ।
Answer:
ତାସେନ୍ ଆକବରଙ୍କ ଦରବାରରେ ସର୍ବଶ୍ରେଷ୍ଠ ସଙ୍ଗୀତଜ୍ଞ ଥିଲେ ।

(ଙ) ଲାଲକିଲ୍ଲା ଆକବର ପ୍ରତିଷ୍ଠା କରିଥିଲେ ।
Answer:
ଲାଲ୍‌କିଲ୍ଲା ଶାହାଜାହାନ୍ ପ୍ରତିଷ୍ଠା କରିଥିଲେ ।

(ଚ) ଔରଙ୍ଗଜେବ୍ ଶିଙ୍ଖାମାନଙ୍କ ନବମ ଗୁରୁ ଗୋବିନ୍ଦ ସିଂଙ୍କୁ ହତ୍ୟା କରିଥିଲେ ।
Answer:
ଔରଙ୍ଗଜେବ୍ ଶିଖ୍ରୀମାନଙ୍କ ନବମ ଗୁରୁ ତେଗ୍‌ବାହାଦୂରଙ୍କୁ ହତ୍ୟା କରିଥିଲେ ।

(ଛ) ମାରୱାରର ବର୍ତ୍ତମାନ ନାମ ଜୟପୁର ଅଟେ ।
Answer:
ଅମ୍ବରର ବର୍ତ୍ତମାନ ନାମ ଜୟପୁର ଅଟେ ।

(ଜ) ଆକବର ଉତ୍ପାଦନର ଏକ ଚତୁର୍ଥାଂଶ ଭୂରାଜସ୍ଵ ରୂପେ ନେଉଥିଲେ ।
Answer:
ଆକବର ଉତ୍ପାଦନର ଏକ ତୃତୀୟାଂଶ ଭୂରାଜସ୍ବ ରୂପେ ନେଉଥିଲେ ।

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

(ଝ) ମୋଗଲ ଶାସନ କାଳରେ ମୁସଲମାନ ସମାଜ ୫ ଭାଗରେ ବିଭକ୍ତ ହୋଇଥିଲା ।
Answer:
ମୋଗଲ ଶାସନ କାଳରେ ମୁସଲମାନ ସମାଜ ୪ ଭାଗରେ ବିଭକ୍ତ ହୋଇଥିଲା ।

(ଞ) ରମୁ ଖାଁ ସୁରସାଗର ରଚନା କରିଥିଲେ ?
Answer:
ସୁର ଦାସ ସୁରସାଗର ରଚନା କରିଥିଲେ ।

୪। ‘କ’ ସ୍ତମ୍ଭରେ ଥ‌ିବା ସମୟକୁ ଓ ‘ଖ’ ସ୍ତମ୍ଭରେ ଥ‌ିବା ଘଟଣାକୁ ଗାର ଦେଇ ଯୋଡ଼ ।

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭) 1

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭) 2

BSE Odisha 7th Class MIL Odia Solutions Book Download Pdf | 7th Class Odia Book Question Answer Pdf

7th Class MIL Odia Question Answer Pdf | Sahitya Sourav Class 7 Solutions

7th Class Odia Book Question Answer Pdf | Class 7 Odia Book Answers Pdf Sahitya Sourav ସାହିତ୍ୟ ସୌରଭ

Class 7 Odia Book Question Answer

BSE Odisha 7th Class Text Book Solutions

BSE Odisha 7th Class Maths Solutions Book Download Pdf

BSE Odisha Class 7 Maths Solutions Book Pdf Download

Chapter 1 ପୂର୍ଣ୍ଣସଂଖ୍ୟା

Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା

Chapter 3 ମୌଳିକ ଜ୍ୟାମିତିକ ଚିତ୍ର

Chapter 4 ଘାତାଙ୍କ ଓ ଘାତରାଶି

Chapter 5 ପରିମେୟ ସଂଖ୍ୟା

Chapter 6 ବୀଜଗଣିତ

Chapter 7 ତ୍ରିଭୁଜର ଧର୍ମ

Chapter 8 ବ୍ୟାବହାରିକ ଗଣିତ

Chapter 9 ପ୍ରତିସମତା ଓ ସର୍ବସମତା

Chapter 10 ପରିମିତି

Chapter 11 ତଥ୍ୟ ପରିସ୍ଖଳନା

Chapter 12 ଜ୍ୟାମିତିକ ଅଙ୍କନ

BSE Odisha 7th Class Text Book Solutions

BSE Odisha 7th Class Science Solutions Book Download Pdf

BSE Odisha Class 7 Science Solutions Book Pdf Download

BSE Odisha 7th Class Text Book Solutions

BSE Odisha 7th Class English Solutions Book Download Pdf

BSE Odisha Class 7 English Solutions Book Pdf Download

BSE Odisha 7th Class English Solutions Part – I

BSE Odisha 7th Class English Solutions Part – II

BSE Odisha 7th Class Text Book Solutions

BSE Odisha 7th Class Science Important Questions

BSE Odisha Class 7 Science Important Questions

BSE Odisha 7th Class Text Book Solutions

BSE Odisha 7th Class Text Book Solutions Download Pdf

BSE Odisha Class 7 Text Book Solutions Pdf Download

BSE Odisha Solutions

BSE Odisha 7th Class History Notes

BSE Odisha Class 7 History Notes

BSE Odisha 7th Class History Notes

BSE Odisha 7th Class Political Science Notes

BSE Odisha 7th Class Text Book Solutions