BSE Odisha 8th Class Maths Notes Geometry Chapter 5 ପରିମିତି

Odisha State Board BSE Odisha 8th Class Maths Notes Geometry Chapter 5 ପରିମିତି will enable students to study smartly.

BSE Odisha Class 8 Maths Notes Geometry Chapter 5 ପରିମିତି

→ ପିଥାଗୋରାସ୍‌ଙ୍କ ଉପପାଦ୍ୟ ଓ ଏହାର ପ୍ରୟୋଗ :
(A) ସମକୋଣୀ ତ୍ରିଭୁଜ ।

  • △ABCର ∠B ସମକୋଣ ଓ \(\overline{\mathrm{AC}})\) କର୍ଣ୍ଣ (hypotenuse) । ∠Bର ସଂଲଗ୍ନ ବାହୁଦ୍ଵୟ AB ଓ BC ମଧ୍ୟରୁ BC କୁ ଭୂମି (base) ଓ AB କୁ ଲମ୍ବ (perpendicular) କୁହାଯାଏ । ଲମ୍ବର ଦୈର୍ଘ୍ୟକୁ ତ୍ରିଭୁଜର ଉଚ୍ଚତା (height) କୁହାଯାଏ ।
  • ସମକୋଣୀ ତ୍ରିଭୁଜର ଉଚ୍ଚତା, ଭୂମିର ଦୈର୍ଘ୍ୟ ଓ କଣ୍ଠର ଦୈର୍ଘ୍ୟକୁ p, b ଓ h ଦ୍ଵାରା ସୂଚିତ କରାଯାଏ ।
    BSE Odisha 8th Class Maths Notes Geometry Chapter 5 Img 1
  • ଏକ ସମକୋଣୀ ତ୍ରିଭୁଜର କର୍ଣ୍ଣର ଦୈର୍ଘ୍ୟର ବର୍ଗ ଏହାର ଅନ୍ୟ ଦୁଇବାହୁର ଦୈର୍ଘ୍ୟର ବର୍ଗର ସମଷ୍ଟି ସହ | h2 = p2 + b2

→ ପିଥାଗୋରାଯ ତ୍ରଯି (Pythagorean Triple)
ABC ସମକୋଣୀ ଧର m∠B = 90° ହେଲେ,
AC2 = AB2 + BC2
h2 = p2 + b2 କିମ୍ବା h = \(\sqrt{\mathrm{p}^2+\mathrm{b}^2}\)
p2 = h2 + b2 କିମ୍ବା p = \(\sqrt{\mathrm{h}^2-\mathrm{b}^2}\)
b2 = h2 + p2 କିମ୍ବା b = \(\sqrt{\mathrm{h}^2-\mathrm{p}^2}\)

ସମକୋଣୀ ତ୍ରିଭୁଜର ଦାହୁମାନକ ମଧ୍ୟରେ ଥିବା ସମକ p2 + b2‍ = h2, ଯେଉଁ ତିନଟିକିଆ ଗଣନ ସଂଖ୍ୟା ଗୋଷ୍ଠୀଦ୍ଵାରା ସିଦ୍ଧ ହୁଏ, ତାହାକୁ ପିଥାଗୋରୀୟ ତ୍ରୟୀ ଅଥବା ପିଥାଗୋରୀୟ ଟ୍ରିପିଲ୍ କୁହାଯାଏ ।

  • ମନେରଖ : (3, 4, 5) (5, 12, 13), (7, 24, 25), (8, 15, 17), (9, 40, 41) ଏହି ତ୍ରୟୀଗୁଡ଼ିକ ପରସ୍ପର ମୌଳିକ । ତେଣୁ ଉପରୋକ୍ତ ତ୍ରୟିଗୁଡ଼ିକୁ ମୌଳିକ ପିଥାଗୋରୀୟ ତ୍ରୟୀ କୁହାଯାଏ ।

→ କ୍ଷେତ୍ର ଓ କ୍ଷେତ୍ରଫଳ (Region and Area) :

  • ଗୋଟିଏ ତ୍ରି ଭୁଜ ଓ ଏହାର ଅନ୍ତର୍ଦେଶର ସପୋଗରେ ହିରୁକାକୃତି ବିଶିପ କ୍ଷେତ୍ର ଗଠିତ ହୁଏ ।
  • କ୍ଷେତ୍ରର ମାପକୁ କ୍ଷେତ୍ରଫଳ (Area) କୁହାଯାଏ ।
    BSE Odisha 8th Class Maths Notes Geometry Chapter 5 Img 2

→ କ୍ଷେତ୍ରଫଳ (Area) ସମ୍ବନ୍ଧୀୟ ସ୍ଵୀକାର୍ଯ୍ୟ :
ସ୍ଵୀକାର୍ଯ୍ୟ – 1 : ପ୍ରତ୍ୟେକ ବହୁଭୁଜଦ୍ୱାରା ଆବଦ୍ଧ କ୍ଷେତ୍ର (closed region)ର ଗୋଟିଏ ନିର୍ଦ୍ଦିଷ୍ଟ କ୍ଷେତ୍ରଫଳ ଅଛି । ଏହା ଏକ ଧନାତ୍ମକ ବାସ୍ତବ ସଂଖ୍ୟା ।
ସ୍ଵୀକାର୍ଯ୍ୟ – 2 : ଗୋଟିଏ ବହୁଭୁଜଦ୍ୱାରା ବିଶିଷ୍ଟ କ୍ଷେତ୍ରମାନଙ୍କର କ୍ଷେତ୍ରଫଳର ସମଷ୍ଟିସହ ସମାନ ।

→ କ୍ଷେତ୍ରଫଳର ମାପ :

  • ଆୟତକ୍ଷେତ୍ରର ଦୈର୍ଘ୍ୟ l ଏକକ ଓ ପ୍ରସ୍ଥ b ଏକକ ହେଲେ, କ୍ଷେତ୍ରଫଳ = (l × b) ବର୍ଗ ଏକକ
  • ବର୍ଗକ୍ଷେତ୍ରର ବାହୁ a ଏକକ ହେଲେ, କ୍ଷେତ୍ରଫଳ = a2 ବର୍ଗ ଏକକ
  • ସମକୋଣ ତ୍ରିଭୁଜର ଯେତ୍ରଫଳ = \(\frac { 1 }{ 2 }\) × ସମକୋଣସଂଲଗ୍ନ ବାହୁଦ୍ୱୟର ଦୈର୍ଘ୍ୟର ଗୁଣଫଳ ।

BSE Odisha 8th Class Maths Notes Chapter 5 ପରିମିତି

→ ତ୍ରିଭୁଜର କ୍ଷେତ୍ରଫଳ :

  • ତ୍ରିଭୁଜର କ୍ଷେତ୍ରଫଳ = \(\frac { 1 }{ 2 }\) ଭୂମିର ଦୈର୍ଘ୍ୟ × ଉଚ୍ଚତା
  • ଭୂମିର ଦୈର୍ଘ୍ୟ = \(\frac { 2 × କ୍ଷେତ୍ରଫଳ }{ ଉଚ୍ଚତା }\) ଏବଂ ଉଚ୍ଚତା = \(\frac { 2 × କ୍ଷେତ୍ରଫଳ }{ ଭୂମିର ଦୈର୍ଘ୍ୟ }\)
  • ସମକୋଣୀ ତ୍ରିଭୁଜର କ୍ଷେତ୍ରଫଳ = \(\frac { 1 }{ 2 }\) × ସମକୋଣଲଗ ବାହଦ୍ୱପର ଗ୍ମଣପଲ |
  • ସମଦାଦୁ ତ୍ରିଭୁଜର ପ୍ରତତ୍ୟକ ଦାଦୁର ଶେଶ୍ୟ a ଏକକ ଦୈର୍ଘ୍ୟର = \(\frac{\sqrt{3}}{4}\) a2 ବର୍ଗ ଏକକ ।
  • ଉଚ୍ଚତା ଦତ୍ତ ଥିଲେ, ସମବାହୁ ତ୍ରିଭୁଜର କ୍ଷେତ୍ରଫଳ = \(\frac{1}{\sqrt{3}}\) (ଉଚ୍ଚତା)2
  • ବିଷମବାହୁ ତ୍ରିଭୁଜର କ୍ଷେତ୍ରଫଳ = \(\sqrt{s(s-a)(s-b)(s-c)}\) ବର୍ଗ ଏକକ (s = ଅର୍ଥପରିସୀମା)

ଏହା ହେରଙ୍କ ସୂତ୍ର ଭାବରେ ପରିଚିତ ।

କ୍ଷେତ୍ରଫଳ ମାପର ପ୍ରଚଳିତ ଏକକ :
BSE Odisha 8th Class Maths Notes Geometry Chapter 5 Img 3

→ ସାମାନ୍ତରିକକ୍ଷେତ୍ର ଓ ରମ୍ବସ୍‌ର କ୍ଷେତ୍ରଫଳ :
(କ) ସାମାନ୍ତରିକକ୍ଷେତ୍ର :

  • ବିପରୀତ ବାହୁଗୁଡ଼ିକର ଦୈର୍ଘ୍ୟ ସମାନ୍ତର ଓ ସମାନ ।
  • ବିପରୀତ କୋଣମାନଙ୍କର ପରିମାଣ ସମାନ ।
  • କର୍ଣ୍ଣଦ୍ଵୟ ପରସ୍ପରକୁ ସମଦ୍ଵିଖଣ୍ଡ କରନ୍ତି ।
  • ପ୍ରତ୍ୟେକ କର୍ଣ୍ଣ ଉପରେ ଏହାର ଉଭୟ ପାର୍ଶ୍ଵରେ ଥ‌ିବା କୌଣିକ ବିଦୁ୍ୟଦ୍ୱୟରୁ ଅଙ୍କିତ ଲମ୍ବନ୍ଵୟର ଦୈର୍ଘ୍ୟ ସମାନ ।
  • ପ୍ରତ୍ୟେକ କର୍ଷ ସାମାନ୍ତରିକକ୍ଷେତ୍ରକୁ ଦୁଇଟି ସମକ୍ଷେତ୍ରଫଳ ବିଶିଷ୍ଟ ତ୍ରିଭୁଜରେ ବିଭକ୍ତ କରେ ।
  • ଦୁଇଟି କଣ୍ଠଦ୍ଵାରା କ୍ଷେତ୍ରଟି ଚାରିଗୋଟି ସମକ୍ଷେତ୍ରଫଳ ବିଶିଷ୍ଟ ତ୍ରିଭୁଜରେ ବିଭକ୍ତ ହୁଏ ।
  • ବର୍ଗକ୍ଷେତ୍ର, ଆୟତକ୍ଷେତ୍ର ଓ ରମ୍ବସ୍ ଆକୃତି ବିଶିଷ୍ଟ କ୍ଷେତ୍ର ମଧ୍ୟ ଗୋଟିଏ ଗୋଟିଏ ସାମାନ୍ତରିକକ୍ଷେତ୍ର ।

ସାମାନ୍ତରିକକ୍ଷେତ୍ରର କ୍ଷେତ୍ରଫଳ :

ଗୋଟିଏ କର୍ଣ୍ଣର ଦୈର୍ଘ୍ୟ ଓ ସେଦ୍ଵି ଦାହ୍ମ ପ୍ରତି ରଲତା ଦର ଥିଲେ
ସାମାନ୍ତରିକକ୍ଷେତ୍ରର କ୍ଷେତ୍ରଫଳ = ଏକ ଦାଦିତ ବେଶ୍ୟ × ସେହ ଦାହସୃତି ଅନିତ କକଡା |

ଗୋଟିଏ କର୍ଣ୍ଣର ଦୈର୍ଘ୍ୟ ଓ ଏହାର ସମ୍ମୁଖୀନ ଯେକୌଣସି ବିନ୍ଦୁରୁ ଏହା ପ୍ରତି ଲମ୍ବର ଦୈର୍ଘ୍ୟ ଦତ୍ତ ଥିଲେ,

ସାମାନ୍ତରିକକ୍ଷେତ୍ରର କ୍ଷେତ୍ରଫଳ = ଗୋଟିଏ କଣ୍ଠର ଦୈର୍ଘ୍ୟ × ଏହି କଣ୍ଠ ଉପରେ ଏହାର ସମ୍ମୁଖୀନ ଏକ କୌଣିକ ବିନ୍ଦୁରୁ ଅଙ୍କିତ ଲମ୍ବର ଦୈର୍ଘ୍ୟ ।

ଗୋଟିଏ ବାହୁ ଓ କର୍ଣ୍ଣଦ୍ଵୟର ଛେଦବିନ୍ଦୁରୁ ସେହି ବାହୁ ଉପରେ ଅଙ୍କିତ ଲମ୍ବର ଦୈର୍ଘ୍ୟ ଦତ୍ତ ଥିଲେ,
ସାମାନ୍ତରିକକ୍ଷେତ୍ରର କ୍ଷେତ୍ରଫଳ = 2 × ଗୋଟିଏ ବାହୁର ଦୈର୍ଘ୍ୟ × କଣ୍ଠଦ୍ଵୟର ଛେଦବିନ୍ଦୁରୁ ସେହି ବାହୁ ପ୍ରତି ଅଙ୍କିତ ଲମ୍ବର ଦୈର୍ଘ୍ୟ ।

ଦୁଇଟି ସନ୍ନିହିତ ବାହୁ ଓ ଗୋଟିଏ କର୍ଣ୍ଣର ଦୈର୍ଘ୍ୟ ଦତ୍ତ ଥିଲେ,
ସାମାନ୍ତରିକକ୍ଷେତ୍ରର କ୍ଷେତ୍ରଫଳ = \(2 \sqrt{s(s-a)(s-b)(s-c)}\) ଯେଉଁଠାରେ s = \(\frac { a + b + c }{ 2 }\)

କର୍ଣ୍ଣଦ୍ଵୟ ଓ ଗୋଟିଏ ବାହୁର ଦୈର୍ଘ୍ୟ ଦତ୍ତ ଥିଲେ,
ABCD ସାମାନ୍ତରିକକ୍ଷେତ୍ରର କ୍ଷେତ୍ରଫଳ = 4 × △OBCର କ୍ଷେତ୍ରଫଳ ।

→ ଟ୍ରାପିଜିୟମ୍‌ର କ୍ଷେତ୍ରଫଳ
ଯେଉଁ ଚତୁର୍ଭୁଜର କେବଳ ଏକଯୋଡ଼ା ବିପରୀତ ବାହୁ ପରସ୍ପର ସମାନ୍ତର, ସେହି ଚତୁର୍ଭୁଜକୁ ଟ୍ରାପିଜିୟମ୍ କୁହାଯାଏ ।

ଟ୍ରାପିଜିୟମ୍‌ର କ୍ଷେତ୍ରଫଳ = \(\frac {1 }{ 2 }\) × ସମାନ୍ତର ଦତ୍ତଦ୍ୱୟର ଶେଷ୍ୟ ସମସ୍ତ × ଉଚ୍ଚତା
= ଅସମାନ୍ତର ବାୟୁଦ୍ଵୟର ମଧ୍ୟବିନ୍ଦୁର ସଂଯୋଜକ ରେଖାଖଣ୍ଡର ଦୈର୍ଘ୍ୟ × ଉଚ୍ଚତା

BSE Odisha 8th Class Maths Notes Chapter 5 ପରିମିତି

→ ଚତୁର୍ଭୁଜର କ୍ଷେତ୍ରଫଳ :
ଗୋଟିଏ କର୍ପୂର ଦୈର୍ଘ୍ୟ ଏବଂ ସେହି କଣ୍ଠପ୍ରତି ତାହାର ସମ୍ମୁଖୀନ କୌଣିକ ବିଦୁ୍ୟଦ୍ୱୟରୁ ଅଙ୍କିତ ଲମ୍ବର ଦୈର୍ଘ୍ୟ ଦତ୍ତ ଥିଲେ,
ତତ୍ରୁଭୁକର ଶେତ୍ରଫଳ = \(\frac {1 }{ 2 }\) × ଗୋଟିଏ କଣ୍ଠର ଦୈର୍ଘ୍ୟ × ଉକ୍ତ କଣ୍ଠର ସମ୍ମୁଖୀନ କୌଣିକ ବିଦୁ୍ୟଦ୍ୱୟରୁ ସେହି କଣ୍ଠପ୍ରତି ଅଙ୍କିତ ଲମ୍ବଦ୍ୱୟର ଦୈର୍ଘ୍ୟର ସମଷ୍ଟି ।

ପରସ୍ପରପ୍ରତି ଲମ୍ବ ହୋଇଥିବା କର୍ଣ୍ଣଦ୍ୱୟର ଦୈର୍ଘ୍ୟ ଦତ୍ତ ଥିଲେ,
ତତ୍ରୁଭୁକର ଶେତ୍ରଫଳ = \(\frac {1 }{ 2 }\) × କଣ୍ଠଦମ୍ନର ଦେଖ୍ୟ ଗୁଣଫଳ |

ଏକ ସ୍ଵତନ୍ତ୍ରପ୍ରକାର ଚତୁର୍ଭୁଜର କ୍ଷେତ୍ରଫଳ ନିର୍ଣ୍ଣୟ :
ଚତୁର୍ଭୁଜର କ୍ଷେତ୍ରଫଳ = \(\frac {1 }{ 2 }\) ବହିଃସ୍ଥ କଣ୍ଠର ଦୈର୍ଘ୍ୟ × ଉକ୍ତ କଣ୍ଠ ଉପରେ ସେହି କଣ୍ଠର ସମ୍ମୁଖୀନ ଶୀର୍ଷବିନ୍ଦୁଦ୍ଵୟରୁ ଅଙ୍କିତ ଲମ୍ବର ଦୈର୍ଘ୍ୟର ବିୟୋଗଫଳ ।

→ ଘନପଦାର୍ଥ ଏବଂ ଏହାର ଆକୃତି :

ସମଘନ, ଆୟତଘନ, ପ୍ରିଜିମ୍, ସିଲିଣ୍ଡର, କୋହ୍ଲ, ଗୋଲକ ଆଦି ବସ୍ତୁଗୁଡ଼ିକୁ ଏକ ସମତଳରେ ରଖିଲେ ଏହାର ଗୋଟିଏ ପାର୍ଶ୍ଵ ବା ଏହାର କିଛି ଅଂଶ ସମତଳରେ ରହି ଅନ୍ୟ ଅଂଶ ବା ପାର୍ଶ୍ଵଗୁଡ଼ିକ ସମତଳର ବାହାରେ ପଡ଼େ । ଏ ବସ୍ତୁଗୁଡ଼ିକୁ ତ୍ରି-ମାତ୍ରିକ (Three-Dimentional) ବା 3-D ଆକୃତିବିଶିଷ୍ଟ ବସ୍ତୁ କୁହାଯାଏ । ଉକ୍ତ ବସ୍ତୁଗୁଡ଼ିକୁ ‘ଘନପଦାର୍ଥ’ (Solid)ର ଆଖ୍ୟା ଦିଆଯାଇଥାଏ ।

→ ଦଦୁଫଲକ :
BSE Odisha 8th Class Maths Notes Geometry Chapter 5 Img 4

  • ବସ୍ତୁଗୁଡ଼ିକର ଗୋଟିଏ ଗୋଟିଏ ପାର୍ଶ୍ଵ (Face) ବୋଲି କହୁ । ଦୁଇଟି ପାର୍ଶ୍ଵ ମିଳିତହୋଇ ଗୋଟିଏ ଗୋଟିଏ ରେଖାଖଣ୍ଡ ସୃଷ୍ଟି କରନ୍ତି । ଉକ୍ତ ରେଖାଖଣ୍ଡଗୁଡ଼ିକ ଘନବସ୍ତୁର ଧାର (Edge) ଅଟନ୍ତି । ପୁନଶ୍ଚ ଦୁଇ ବା ତତୋଽଧୂକ ଧାରଗୁଡ଼ିକ ମିଳିତହୋଇ ଘନପଦାର୍ଥର ଶୀର୍ଷ (Vertex) ସୃଷ୍ଟି କରିଥା’ନ୍ତି । ଏହିପରି ଘନବସ୍ତୁଗୁଡ଼ିକୁ ଗୋଟିଏ ଗୋଟିଏ ବହୁଫଳକ (Polyhedron) କୁହାଯାଏ ।
  • ଯେଉଁ ଘନବସ୍ତୁଗୁଡ଼ିକର ପାର୍ଶ୍ଵଗୁଡ଼ିକ ଗୋଟିଏ ଗୋଟିଏ ବହୁଭୁଜ, ସେଗୁଡ଼ିକୁ ବହୁଫଳକ କୁହାଯାଏ; କିନ୍ତୁ ଯେଉଁ ଘନବସ୍ତୁଗୁଡ଼ିକର ପାର୍ଶ୍ଵଗୁଡ଼ିକ ବହୁଭୁଜାକାର ନୁହଁନ୍ତି ସେଗୁଡ଼ିକୁ ଅଣ-ବହୁଫଳକ ଘନବସ୍ତୁ କହନ୍ତି । ଉଦାହରଣ (1) କୋନ୍ (2) ସିଲିଣ୍ଡର (3) ଗୋଲକ ।
    BSE Odisha 8th Class Maths Notes Geometry Chapter 5 Img 5

 

  • ଯଦି ଏକ ବହୁଫଳକର ପାର୍ଶ୍ଵଗୁଡ଼ିକ ସୁଷମ ବହୁଭୁଜଦ୍ୱାରା ଗଠିତ ହୋଇଥାଏ ଏବଂ ସମାନସଂଖ୍ୟକ ପାର୍ଶ୍ଵ ମିଳିତହୋଇ ଘନବସ୍ତୁଟିର ଶୀର୍ଷ ସୃଷ୍ଟି କରୁଥା’ନ୍ତ; ତେବେ ଉକ୍ତ ବହୁଫଳକକୁ ସୁଷମ ବହୁଫଳକ କୁହାଯାଏ । (1) ସମଘନ, (2) ଟେଟ୍ରାହେନ୍ଦ୍ରନ୍
    ବିଭକ୍ତ କରାଯାଇଛି; ଯଥା – (1) ପ୍ରିଜିମ୍ (2) ପିରାମିଡ଼୍ ।
  • ପ୍ରିଜିମ୍ ଏକ ବହୁଫଳକ, ଯାହାର ଭୂମି ଓ ଉପର ପାର୍ଶ୍ଵଦ୍ଵୟ ସର୍ବସମ (ସମକ୍ଷେତ୍ରଫଳବିଶିଷ୍ଟ) ବହୁଭୁଜ ଏବଂ ଅନ୍ୟ ପାର୍ଶ୍ଵଗୁଡ଼ିକ ସାମାନ୍ତରିକକ୍ଷେତ୍ର ବିଶିଷ୍ଟ ।
  • ପିରାମିଡ଼ ଏକ ବହୁଫଳକ, ଯାହାର ଭୂମି ଏକ ବହୁଭୁଜ ଏବଂ ପାର୍ଶ୍ଵପୃଷ୍ଠଗୁଡ଼ିକ (Lateral surfaces) ତ୍ରିଭୁଜାକାର ଓ ଏକ ସାଧାରଣ ଶୀର୍ଷ (Vertex) ବିଶିଷ୍ଟ ହୋଇଥାଏ ।
  • ଏକ ପ୍ରିଜିମ୍ କିମ୍ବା ଏକ ପିରାମିଡ଼ର ବିଶେଷ ନାମକରଣ ଏହାର ଭୂମିକୁ ଆଧାର କରି ହୋଇଥାଏ ।
  • ବି.ଦ୍ର. : (1) ଯେଉଁ ତ୍ରିଭୁଜାକାର ପିରାମିଡ୍‌ର ପ୍ରତ୍ୟେକ ପାର୍ଶ୍ବ ଗୋଟିଏ ଗୋଟିଏ ସମବାହୁ ତ୍ରିଭୁଜ, ତାହାକୁ ଟେଟ୍ରାହେନ୍ଦ୍ରନ୍ (Tetrahedron) ହୋଇଥାଏ |
    (2) ଯେଉଁ ବର୍ଗୀକୃତି ପ୍ରିଜିମ୍‌ର ପ୍ରତ୍ୟେକ ପାର୍ଶ୍ବ ଗୋଟିଏ ଗୋଟିଏ ବର୍ଗାକାରକ୍ଷେତ୍ର, ତାହାକୁ ସମଘନ (cube) ହୋଇଥାଏ |

→ ବହୁଫଳକର ଶୀର୍ଷ, ଧାର ଏବଂ ପାର୍ଶ୍ଵ :
ସ୍ଵିସ୍ ଗଣିତଜ୍ଞ ଲିଓନାର୍ଡ଼ ଇଉଲର୍‌ (Leonard Euler, 1707-1783) ଗୋଟିଏ ବହୁଫଳକର ଶୀର୍ଷ (V), ପାର୍ଶ୍ଵ (F), ଏବଂ ଧାର (E) ସଂଖ୍ୟାକୁ ନେଇ ପ୍ରଥମ କରି ସେମାନଙ୍କ ମଧ୍ୟରେ ଥିବା ଏକ ସମ୍ବନ୍ଧକୁ ସୂତ୍ର ଆକାରରେ ପ୍ରଣୟନ କରିଥିଲେ । ସେ ସୂତ୍ରଟି ହେଲା V + F – E = 2 । ଏହାକୁ ଇଉଲରଙ୍କ ସୂତ୍ର କତୃନ୍ତି |
BSE Odisha 8th Class Maths Notes Geometry Chapter 5 Img 6

ମନେରଖ :

  • ଗୋଟିଏ ପ୍ରିଜିମ୍‌ ଶୀର୍ଷସଂଖ୍ୟା, ଏହାର ଭୂମିର ବାହୁ ସଂଖ୍ୟାର ଦୁଇଗୁଣ ।
  • ଗୋଟିଏ ପିରାମିଡ଼ର ଶୀର୍ଷସଂଖ୍ୟା, ଏହାର ଭୂମିର ବାହୁ ସଂଖ୍ୟାରୁ 1 ଅଧିକ ।
  • ଗୋଟିଏ ପ୍ରିଜିମ୍‌ର ପାର୍ଶ୍ଵସଂଖ୍ୟା, ଏହାର ଭୂମିର ବାହୁ ସଂଖ୍ୟାଠାରୁ 2 ଅଧିକ ।
  • ଗୋଟିଏ ପିରାମିଡ଼ର ପାର୍ଶ୍ଵସଂଖ୍ୟା, ଏହାର ଭୂମିର ବାହୁସଂଖ୍ୟାରୁ l ଅଧିକ ।

→ ଘନବସ୍ତୁ (ବହୁଫଳକ)ର ପୃଷ୍ଠତଳର କ୍ଷେତ୍ରଫଳ (Surface Area of a Polyhedron) :

  • ଆୟତଘନର ସମଗ୍ର ପୃଷ୍ଠତଳର କ୍ଷେତ୍ରଫଳ = 2(ଦୈର୍ଘ୍ୟ x ଉଚ୍ଚତା + ପ୍ରସ୍ଥ × ଉଚ୍ଚତା + ଦୈର୍ଘ୍ୟ x ପ୍ରସ୍ଥ)
  • ଆୟତଘନର ପାର୍ଶ୍ଵ ପୃଷ୍ଠତଳର କ୍ଷେତ୍ରଫଳ = 2 x ଉଚ୍ଚତା (ଦୈର୍ଘ୍ୟ + ପ୍ରସ୍ଥ)
  • ସମଘନର ପାର୍ଶ୍ଵ ପୃଷ୍ଠତଳର କ୍ଷେତ୍ରଫଳ = 6(ବାହୁ)2
  • ସମଘନର ପାର୍ଶ୍ଵ ପୃଷ୍ଠତଳର କ୍ଷେତ୍ରଫଳ = 4(ବାହୁ)2

BSE Odisha 8th Class Maths Notes Chapter 5 ପରିମିତି

→ ଘନବସ୍ତୁ (ବହୁଫଳକ)ର ଘନଫଳ :

  • କୌଣସି ଘନବସ୍ତୁ ବାୟୁ, ଜଳ ଅଥବା ଶୂନ୍ୟରେ ଅଧ‌ିକାର କରିଥିବା ସ୍ଥାନର ପରିମାପକୁ ଉକ୍ତ ବସ୍ତୁର ଘନଫଳ ବା ଆୟତନ କୁହାଯାଏ ।
  • ଆୟତଘନର ଘନଫଳ = ଦୈର୍ଘ୍ୟ × ପ୍ରସ୍ଥ × ଉଚ୍ଚତା = ଭୂମିର କ୍ଷେତ୍ରଫଳ × ଉଚ୍ଚତା
  • ସମଘନର ଘନଫଳ = (ବାହୁର ଦୈର୍ଘ୍ୟ)3 ଘନ ଏକକ ।

ଘନଫଳର ଏକକ :
1000 ଘନ ମିଲିମିଟିର = 1 ଘନ ସେ.ମି.
1000 ଘନ ସେ.ମି. = 1 ଘନ ସେ.ମି.
1000 ଘନ ସେ.ମି. = 1 ଘନ ମି.
1000 ଘନ ମି. = 1 ଶନ ବେଳା.ମି.
1000 ଶନ ବେଳା.ମି. = 1 ଘନ ହେକ୍ନୋ.ମି.
1000 ଘନ ହେକ୍ନୋ.ମି. = 1 ଘନ କି.ମି.

BSE Odisha 8th Class Science Solutions Chapter 2 ଅଣୁଜୀବ : ଉପକାରୀ ଓ ଅପକାରୀ

Odisha State Board BSE Odisha 8th Class Science Solutions Chapter 2 ଅଣୁଜୀବ: ଉପକାରୀ ଓ ଅପକାରୀ Textbook Exercise Questions and Answers.

BSE Odisha Class 8 Science Solutions Chapter 2 ଅଣୁଜୀବ : ଉପକାରୀ ଓ ଅପକାରୀ

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ଅଣୁଜୀବମାନଙ୍କୁ ଆମେ ……………….. ସହାୟତାରେ ଦେଖିୁପାରୁ ।
(ଖ) ମାଟିର ଉର୍ବରତା ବୃଦ୍ଧି ପାଇଁ ନୀଳଜନିତ ଥିବାହ ବାୟୁମଣ୍ଡଳରୁ ସିଧାସଳଖ …………… ବିବନ୍ଧନ କରିଥାଆନ୍ତ ।
(ଗ) ସୁରାସାର …………………. ସହାୟତାରେ ପ୍ରସ୍ତୁତ ହୋଇଥାଏ ।
(ଘ)ହଇଚ୍ଚା ……………………. ଦ୍ୱାରା ସୃଷ୍ଟି ହୋଇଥାଏ ।

Answers:
(କ) ଅଣୁବୀକ୍ଷଣ ଯନ୍ତ୍ର,
(ଖ) ଯବକ୍ଷାରଜାନ,
(ଗ) ଇଷ୍ଟ,
(ଘ) ବୀଜାଣୁ

BSE Odisha 8th Class Science Solutions Chapter 2 ଅଣୁଜୀବ : ଉପକାରୀ ଓ ଅପକାରୀ

Question 2.
ଠିକ୍ ଉତ୍ତର ପାଖରେ ଠିକ୍ ଚିହ୍ନ (✓) ଦିଅ ।
(କ) କ’ଣ ପ୍ରସ୍ତୁତ କରିବାପାଇଁ ଇଷ୍ଟ୍ ଦରକାର ହୋଇଥାଏ ?
(i) ଚିନି
(ii) ସୁରାସାର
(iii) ହାଇଡ୍ରୋକ୍ଲୋରିକ୍ ଏସିଡ୍
(iv) ଅମ୍ଳଜାନ

(ଖ) ନିମ୍ନ ପ୍ରଦତ୍ତ ମଧ୍ୟରୁ କେଉଁଟି ଜୀବଘ୍ନ ?
(i) ସୋଡ଼ିଅମ୍ ବାଇକାର୍ବୋନେଟ୍
(ii) ସ୍ଟ୍ରେପ୍ଟୋମାଇସିନ୍
(iii) ସୁରାସାର
(iv) ଇଷ୍ଟ୍

(ଗ) କିଏ ମ୍ୟାଲେରିଆ ଜ୍ଵର ଉପୁଜାଉଥ‌ିବା ଆଦିପ୍ରାଣୀର ବାହକ ?
(i) ମାଈ ଏନୋଫିଲିସ୍ ମଶା
(ii) ଅସରପା
(iii) ମାଛି
(iv) ପ୍ରଜାପତି

(ଘ) କିଏ ସଂକ୍ରାମକ ରୋଗର ସବୁଠାରୁ ସାଧାରଣ ବାହକ ?
(i) ପିମ୍ପୁଡ଼ି
(ii) ମାଛି
(iii) କଙ୍କି
(iv) ବୁଢ଼ିଆଣୀ

(ଙ) ପାଉଁରୁଟି କିମ୍ବା ଇଡ୍‌ଲି ପିଠଉ କାହାଦ୍ଵାରା ଫୁଲିଥାଏ ?
(i) ଉତ୍ତାପ
(ii) ପେଷିବା
(iii) ଇଷ୍ଟ୍ ଜୀବକୋଷର ବୃଦ୍ଧି
(iv) ଘାଣ୍ଟିବା

(ଚ) ଚିନିକୁ ସୁରାସାରରେ ପରିଣତ କରିବା ପ୍ରକ୍ରିୟାକୁ କ’ଣ କୁହାଯାଏ ?
(i) ଯବକ୍ଷାରଜାନ ବିବନ୍ଧନ
(ii) ସଂକ୍ରମଣ
(iii) କିଣ୍ବନ
(iv) ସଂଚରଣ

Answers:
(କ) (ii) ସୁରାସାର,
(ଖ) (ii) ସ୍ଟ୍ରେପ୍ଟୋମାଇସିନ୍,
(ଗ) (i) ମାଈ ଏନୋଫିଲିସ୍ ମଶା,
(ଘ) (ii) ମାଛି
(ଙ) (iii) ଇଷ୍ଟ୍ ଜୀବକୋଷର ବୃଦ୍ଧି,
(ଚ) (iii) କିଣ୍ବନ

BSE Odisha 8th Class Science Solutions Chapter 2 ଅଣୁଜୀବ : ଉପକାରୀ ଓ ଅପକାରୀ

Question 3.
‘କ’ ସ୍ତମ୍ଭରେ ଥ‌ିବା ଜୀବମାନଙ୍କୁ ‘ଖ’ ସ୍ତମ୍ଭରେ ଥ‌ିବା ସେମାନଙ୍କର କାର୍ଯ୍ୟ ସହ ମିଳାଅ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ବୀଜାଣୁ ଯବକ୍ଷାରଜାନ ବିବନ୍ଧନ
(ii) ରାଇଜୋବିଅମ୍ ବସାଦହି ତିଆରି
(iii) ଲାକ୍ସୋବାସିଲସ୍ ପାଉଁରୁଟି ପ୍ରସ୍ତୁତି
(iv) ଇଷ୍ଟ ମ୍ୟାଲେରିଆ ଜ୍ଵରର କାରଣ
(v) ଆଦିପ୍ରାଣୀ ହଲଜାର କାରଶ
(vi) ଭୂତାଣୁ ପ୍ରତିପିଣ୍ଡ ଉତ୍ପନ୍ନ କରିବା
ଏଡ଼ସ୍‌ର କାରଣ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ବୀଜାଣୁ ହଲଜାର କାରଶ
(ii) ରାଇଜୋବିଅମ୍ ଯବକ୍ଷାରଜାନ ବିବନ୍ଧନ
(iii) ଲାକ୍ସୋବାସିଲସ୍ ବସାଦହି ତିଆରି
(iv) ଇଷ୍ଟ ପାଉଁରୁଟି ପ୍ରସ୍ତୁତି
(v) ଆଦିପ୍ରାଣୀ ମ୍ୟାଲେରିଆ ଜ୍ଵରର କାରଣ
(vi) ଭୂତାଣୁ ଏଡ଼ସ୍‌ର କାରଣ

Question 4.
ଅଣୁଜୀବମାନଙ୍କୁ ଖାଲି ଆଖରେ ଦେଖିହେବ କି ? ଯଦି ନା; ତେବେ କାହା ସାହାଯ୍ୟରେ ସେଗୁଡ଼ିକୁ ଦେଖୁପାରିବା ?
ଊ-
ଅଣୁଜୀବମାନଙ୍କର ଆକାର ଏତେ ଛୋଟ ଯେ ଏମାନଙ୍କୁ ଖାଲି ଆସ୍‌ରେ ଦେଖୁ ସମ୍ଭବ ନୁହେଁ । ଏହି ଅଣୁଜୀବମାନଙ୍କ ମଧ୍ୟରୁ ପାଉଁରୁଟିରେ ବଢୁଥ‌ିବା କବକକୁ ଉତ୍ତଳ ଯବକାଚ ଦ୍ବାରା ଦେଖାଯାଇପାରିବ । ଅନ୍ୟ ଅଣୁଜୀବମାନଙ୍କୁ ଅଣୁବୀକ୍ଷଣ ଯନ୍ତ୍ର ବିନା ଦେଖ‌ିବା ସମ୍ଭବ ନୁହେଁ । ଏହି ଜୀବମାନଙ୍କର ଆକୃତି ଏତେ ଛୋଟ ହୋଇଥିବାରୁ ଏମାନଙ୍କୁ ଅଣୁଜୀବ କୁହାଯାଉଛି ।

Question 5.
ଅଣୁଜୀବମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ପ୍ରଧାନ ଶ୍ରେଣୀଗୁଡ଼ିକ କ’ଣ ?
ଊ-
ଛୋଟ ଛୋଟ ଜୀବ, ଯେଉଁମାନଙ୍କୁ କେବଳ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖୁହୁଏ, ସେମାନଙ୍କୁ ଅଣୁଜୀବ କୁହାଯାଏ । ଏମାନେ ମୁଖ୍ୟତଃ ଚାରିଶ୍ରେଣୀରେ ବିଭକ୍ତ; ଯଥା –

  • ବୀଜାଣୁ
  • କବକ
  • ଆଦିପ୍ରାଣୀ
  • ଶୈବାଳ

BSE Odisha 8th Class Science Solutions Chapter 2 ଅଣୁଜୀବ : ଉପକାରୀ ଓ ଅପକାରୀ

Question 6.
ମାଟିରେ ଯବକ୍ଷାରକାନ ବିବନ୍ଧନ କରୁଥିବା ଅଣୁଜୀବର ନାମ ଲେଖା ।
ଊ-
ମାଟିରେ ଯବକ୍ଷାରଜାନ ବିବନ୍ଧନ କରୁଥ‌ିବା ଅଣୁଜୀବମାନେ ହେଲେ – ବୀଜାଣୁ ଓ ନୀଳ ହରିତ୍‌ ଶୈବାଳ ।

Question 7.
ଆମ ପାଇଁ ଅଣୁଜୀବଗୁଡ଼ିକର ଉପକାରିତା ସମ୍ବନ୍ଧରେ ଦଶଥାଡ଼ିରେ ଲେଖ ।
ଊ-

  • ଲାକ୍ସୋବାସିଲସ୍ ନାମକ ବୀଜାଣୁ କ୍ଷୀରକୁ ଦହିରେ ପରିଣତ କରେ ।
  • ଇଷ୍ଟଦ୍ୱାରା ଶର୍କରାରୁ କିଣ୍ବନ ପ୍ରକ୍ରିୟାରେ ସୁରାସାର ପ୍ରସ୍ତୁତ ହୁଏ ।
  • ବୀଜାଣୁ ଓ କବକମାନଙ୍କୁ ବ୍ୟବହାର କରି ଆଣ୍ଟିବାୟୋଟିକ୍ ପ୍ରସ୍ତୁତ କରାଯାଉଛି ।
  • ଟିକା ମାଧ୍ୟମରେ ଶରୀରରେ ପ୍ରତିପିଣ୍ଡ ସୃଷ୍ଟି କରି ରୋଗକାରୀ ଅଣୁଜୀବ ଦାଉରୁ ରକ୍ଷା କରନ୍ତି ।
  • ନଷ୍ଟକ ଓ ଆନାବେନା ଜାତୀୟ ଶୈବାଳ ଯବକ୍ଷାରଜାନ ବିବନ୍ଧନରେ ସହାୟକ ହୁଅନ୍ତି ।
  • ଡାଲି ଜାତୀୟ ଗଛର ଚେରରେ ଥ‌ିବା ରାଇଜୋବିଅମ୍ ବୀଜାଣୁ ବାୟୁମଣ୍ଡଳରୁ ଯବକ୍ଷାରଜାନ ଆଣି ଉଭିଦକୁ ଯୋଗାଏ ।
  • ଆଜାଟୋବ୍ୟାକ୍ଟର ଏବଂ କ୍ଲୋଷ୍ଟ୍ରିଡ଼ିୟମ ବୀଜାଣୁ ମୃର୍ତ୍ତିକାରେ ରହି ଯବକ୍ଷାରଜାନ ବିବନ୍ଧନରେ ଅଂଶଗ୍ରହଣ କରନ୍ତି ।
  • ଏସିଟିକ୍ ଅମ୍ଳ ଏବଂ ଆଲହଲ ତିଆରିରେ ଏସିଟୋବ୍ୟାକ୍ଟର ନାମକ ବୀଜାଣୁ ବ୍ୟବହୃତ ହୋଇଥାଏ ।
  • ପାଉଁରୁଟି, ଚକୁଳି, ଇଡ୍‌ଲି ଓ କେକ୍ ଆଦି ଖାଦ୍ୟ ପ୍ରସ୍ତୁତିରେ ଏମାନେ ସାହାଯ୍ୟ କରନ୍ତି ।

Question 8.
ଜୀବଘ୍ନ କ’ଣ ? ଏହାର ବ୍ୟବହାର ପାଇଁ କି କି ସତର୍କତା ନିଆଯାଇଥାଏ ?
ଉ-
ଜୀବଘ୍ନ :

  • ଜୀବଘ୍ନ ଅଣୁଜୀବରୁ ପ୍ରସ୍ତୁତ ହୋଇଥାଏ ।
  • ଏହାକୁ ସେବନକଲେ ଶରୀରରେ ବୃଦ୍ଧି ପାଉଥ‌ିବା ରୋଗକାରକ ଅଣୁଜୀବମାନେ ମରିଯାଆନ୍ତି କିମ୍ବା ସେମାନଙ୍କ ବଂଶବୃଦ୍ଧି ପ୍ରତିହତ ହୋଇଥାଏ ।
  • ବିଭିନ୍ନ ରୋଗର ଚିକିତ୍ସାପାଇଁ ଏକ ନିର୍ଦ୍ଦିଷ୍ଟ ଅଣୁଜୀବର ବଂଶବୃଦ୍ଧି କରାଇ ସେଥୁରୁ ଜୀବଘ୍ନ ପ୍ରସ୍ତୁତ କରାଯାଇଥାଏ ।
  • ଅଣୁଜୀବରୁ ପ୍ରସ୍ତୁତ ଷ୍ଟେପ୍ଟୋମାଇସିନ୍, ଟେଟ୍ରାସାଇକ୍ଲିନ୍ ଏବଂ ଏରିଥ୍ରୋମାଇସିନ୍ ଭଳି କେତେକ ଜୀବଘ୍ନ

ସତର୍କତା –

  • କେବଳ ଯୋଗ୍ୟ, ଅନୁଭୂତିସମ୍ପର୍ଣ୍ଣ ଡାକ୍ତରଙ୍କ ଉପଦେଶ ଅନୁଯାୟୀ ଜୀବଘ୍ନ ବ୍ୟବହାର କରିବା ଉଚିତ । ଡାକ୍ତରଙ୍କ ପରାମର୍ଶ ମାନି ଏହା ସେବନ କରିବା ଆବଶ୍ୟକ ।
  • କମ୍, ବେଶି ବା ଭୁଲ୍ ମାତ୍ରାରେ ଏହାକୁ ବ୍ୟବହାରକଲେ ଭବିଷ୍ୟତରେ ଏହା ଫଳପ୍ରଦ ହୋଇ ନଥାଏ ।
  • ଅନାବଶ୍ୟକ ଜୀବଘ୍ନ ବ୍ୟବହାରକଲେ ଏହା ଆମ ଶରୀରରେ ଥିବା ଉପକାରୀ ବୀଜାଣୁମାନଙ୍କୁ ମାରିଦେଇଥା’ନ୍ତି ।

ତୁମ ପାଇଁ କାମ ଓ ପ୍ରକଳ୍ପ –

  • ଗୋଟିଏ ବୁଟ କିମ୍ବା ବିଗଛ ଉପାଡ଼ି ଆଣ । ଏହାର ମୂଳକୁ ଦେଖ‌ିଲେ ସେଥିରେ ଗୋଲାକାର ଗଣ୍ଠି ବା ଗ୍ରନ୍ଥିକାମାନ ଦେଖାଯିବ । ଏହାକୁ ମୂଳ ଗ୍ରନ୍ଥିକା କହନ୍ତି । ଗୋଟିଏ ମୂଳର ଚିତ୍ର କରି ସେଥ‌ିରେ ଥିବା ମୂଳ ଗ୍ରନ୍ଥିକାଗୁଡ଼ିକୁ ଦର୍ଶାଅ ।
  • ଜାମ୍ ଏବଂ ଜେଲି ଥ‌ିବା ବୋତଲରେ ଲାଗିଥିବା ଛାପଗୁଡ଼ିକୁ ସଂଗ୍ରହ କର । ଏଥ‌ିରେ ଛପାହୋଇଥ‌ିବା ଉପାଦାନଗୁଡ଼ିକର ତାଲିକା ପ୍ରସ୍ତୁତ କର ।
  • ଡାକ୍ତରଙ୍କ ପାଖକୁ ଯାଇ ଜୀବଘ୍ନର ଅଧିକ ବ୍ୟବହାରକଲେ କ’ଣ ହେବ ବୁଝି ଏହାର ଏକ ଛୋଟ ବିବରଣୀ ପ୍ରସ୍ତୁତ କର ।
  • ପ୍ରକଳ୍ପ

BSE Odisha 8th Class Science Solutions Chapter 2 ଅଣୁଜୀବ : ଉପକାରୀ ଓ ଅପକାରୀ

ଆବଶ୍ୟକ ଯନ୍ତ୍ରପାତି ଓ ରାସାୟନିକ ଦ୍ରବ୍ୟ :
ଦୁଇଟି ପରୀକ୍ଷାନଳୀ, ଚିହ୍ନ ଦିଅ । କଲମ, ଚିନି, ଇଷ୍ଟ ପାଉଡ଼ର, ଦୁଇଟି ବେଲୁନ ଓ ଚୂନପାଣି ।
‘A’ ଏବଂ ‘B’ ଚିହ୍ନିତ ଦୁଇଟି ଟେଷ୍ଟ ଟ୍ୟୁବ୍ ନିଅ । ଗୋଟିଏ ଷ୍ଟାଣ୍ଡରେ ଏହାକୁ ରଖ । ଉପରକୁ କିଛି ଅଂଶ ଛାଡ଼ିଦେଇ ପାଣି ଭର୍ତ୍ତି କର । ପ୍ରତି ଟେଷ୍ଟ ଟ୍ୟୁବରେ ଦୁଇ ଚାମଚ ଲେଖାଏଁ ଚିନି ପକାଅ । ‘B’ ଚିହ୍ନିତ ଟେଷ୍ଟ ଟ୍ୟୁବ୍‌ରେ ଏକ ଚାମକ ଇଷ୍ଟ୍ ପାଉଡ଼ର ପକାଅ । ବେଲୁନ୍ ଦୁଇଟିକୁ ଅଳ୍ପ ଫୁଙ୍କି ପ୍ରତି ଟେଷ୍ଟ ଟ୍ୟୁବ୍‌ର ମୁହଁରେ ବାନ୍ଧିଦିଅ ଓ ସୂର୍ଯ୍ୟକିରଣଠାରୁ ଦୂରରେ ଏକ ଗରମ ଜାଗାରେ ଟ୍ୟୁବ୍ ଦୁଇଟିକୁ ରଦିଅ । 3-4 ଦିନ ପର୍ଯ୍ୟନ୍ତ ପ୍ରତିଦିନ ଟେଷ୍ଟ ଟ୍ୟୁବ୍ ଦୁଇଟିରେ ହେଉଥ‌ିବା ପରିବର୍ତ୍ତନ ଲେଖ ଓ କାହିଁକି ଏପରି ହେଉଛି ଚିନ୍ତା କର । ବର୍ତ୍ତମାନ ଅନ୍ୟ ଏକ ଟେଷ୍ଟ୍ ଟ୍ୟୁବ୍‌ର 4 ଭାଗରୁ l ଭାଗ ଚୂନପାଣି ନିଅ । ‘B’ ଟେଷ୍ଟ୍ ଟ୍ୟୁବ୍‌ର ମୁହଁରେ ବନ୍ଧା ହୋଇଥିବା ବେଲୁନ୍‌କୁ ଏପରି ବାହାର କର ଯେ, ବେଲୁନ୍ ଭିତରେ ଥିବା ଗ୍ୟାସ ଯେପରି ବାହାରି ନଯାଏ । ଚୂନପାଣି ଥ‌ିବା ଟେଷ୍ଟ ଟ୍ୟୁବ୍‌ରେ ବେଲୁକୁ ବାନ୍ଧି ଭଲ ଭାବରେ ଟେଷ୍ଟ ଟ୍ୟୁବ୍‌ଟିକୁ ହଲାଇ କ’ଣ ଘଟୁଛି ଦେଖ ।

ଚ୍ଚାଶିଛ କି ?
ପୃଥ‌ିବୀପୃଷ୍ଠରେ ମଣିଷ ଉଦ୍ଭବ ହେବା ପୂର୍ବରୁ ବୀଜାଣୁଙ୍କ ଆବିର୍ଭାବ ଘଟିଛି; ଅର୍ଥାତ୍ ସେମାନେ ମଣିଷ ଆଗରୁ ପୃଥ‌ିବୀରେ ବାସକରୁଛନ୍ତି । କଷ୍ଟସହିଷ୍ଣୁ ହୋଇଥ‌ିବାରୁ ସେମାନେ ଯେ କୌଣସି ପରିବେଶରେ ବଞ୍ଚିପାରନ୍ତି । ଉତ୍ତପ୍ତ ମାଟିପାତ୍ର ଏବଂ ଅତି ଥଣ୍ଡା ବରଫ ପାଣିରେ ମଧ୍ଯ ଏଗୁଡ଼ିକ ବଞ୍ଚି’ନ୍ତି । କଷ୍ଟିକ୍ ସୋଡ଼ାର ଦ୍ରବ, ଗାଢ଼ ଗନ୍ଧକାମ୍ଳ ପୂର୍ଣ୍ଣ ପୋଖରୀ, ଗଭୀର ଗାତରେ ମଧ୍ୟ ସେମାନେ ଦେଖାଯାଆନ୍ତି । ବୋଧହୁଏ ସେମାନେ ମହାକାଶରେ ବଞ୍ଚିପାରିବେ । ଚନ୍ଦ୍ରପୃଷ୍ଠରେ ଦୁଇ ବର୍ଷ ପର୍ଯ୍ୟନ୍ତ ରଖାଯାଇଥ‌ିବା ଏକ କ୍ୟାମେରାରୁ ଏକପ୍ରକାର ବୀଜାଣୁ ଥିବାର ଜଣାପଡ଼ିଛି । ଏପରି ପରିବେଶ ବୋଧହୁଏ ନାହିଁ ଯେଉଁଠାରେ ବୀଜାଣୁମାନେ ମଧ୍ୟ ରହିପାରିବେ ନାହିଁ ।

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ବସ୍ତୁନିଷ୍ଠ ପ୍ରଶ୍ନେ। ଭର

1. ଶୂନ୍ୟସ୍ଥାନ ପୂରଣ କର ।
(i) ଯେଉଁ ଜୀବମାନଙ୍କୁ କେବଳ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖାହୁଏ ସେମାନଙ୍କୁ ……………….. କୁହାଯାଏ ।
(ii) ଅଣୁଜୀବମାନେ ମୁଖ୍ୟତଃ ………………… ପ୍ରକାର ।
(iii) ଅଣୁଜୀବଜଗତରେ ………………… ଏକ ବିଚିତ୍ର ସତ୍ତା ।
(iv) ଭୂତାଣୁମାନଙ୍କୁ ……………………… ଦ୍ଵାରା ଦେଖ୍ହୁଏ ।
(v) ଏକ ବିଚିତ୍ରସତ୍ତା …………………. ମାଇକ୍ରନ ।
(vi) ସର୍ଦ୍ଦିଭଳି ସାଧାରଣ ରୋଗ ……………………… ଯୋଗୁଁ ହୋଇଥାଏ ।
(vii) ପୋଲିଓଭଳି ମାରାତ୍ମକ ରୋଗ ………………….. ଯୋଗୁଁ ହୋଇଥାଏ ।
(viii) ଆମାଶୟ ରୋଗ ……………………. ଯୋଗୁଁ ହୋଇଥାଏ ।
(ix) ଯକ୍ଷ୍ମାରୋଗ …………………….. ଯୋଗୁଁ ହୋଇଥାଏ ।
(x) ……………. ଅଣୁଜୀବ ଏକକୋଷୀ ଓ ଏକାକୀ ବାସକରେ ।
(xi) ………….. ଓ …………………. ଅଣୁଜୀବ ସଂଘ ବା ମଣ୍ଡଳରେ ବାସକରନ୍ତି ।
(xii) କ୍ଷୀରକୁ ଦହିରେ ପରିଣତ କରିବାରେ …………………. ନାମକ ବୀଜାଣୁ ସାହାଯ୍ୟ କରେ ।
(xiii) କିଣ୍ବନ ପଦ୍ଧତି ……………… ବୈଜ୍ଞାନିକ ଉଦ୍ଭାବନ କରିଥିଲେ ।
(xv) ପେନିସିଲିନ୍ …………………… ବୈଜ୍ଞାନିକ ଉଦ୍ଭାବନ କରିଥିଲେ ।
(xiv) ରୋଗ ହେଲେ ଆମକୁ ……………….. ବଟିକା ଖାଇବାକୁ ପଡ଼ିଥାଏ ।
(xvi) ବସନ୍ତ ରୋଗର ନିରାକରଣ ପାଇଁ ଟିକା …………………. ବୈଜ୍ଞାନିକ ଉଦ୍ଭାବନ କରିଥିଲେ ।
(xvii) ରୋଗକାରକ ଅଣୁଜୀବମାନଙ୍କୁ ……………….. କୁହାଯାଏ ।
(xviii) ମାଈ ଏଡ଼ିସ୍‌ ମଶା …………………. ଭୂତାଣୁର ବାହକ ।
(xix) ମାଈ ଏନୋଫିଲିସ୍ ମଶା …………………… ପରଜୀବୀର ବାହକ ।
(xx) ଆର୍ଥ୍ରାକ୍‌ସ ରୋଗ ………………….. ଙ୍କ ଦ୍ବାରା ଉଦ୍ଭାବିତ ହୋଇଥିଲା ।

Answers:
(i) ଅଣୁଜୀବ
(ii) 4
(iii) ଭୂତାଣୁ
(iv) ଇଲେକ୍‌ଟ୍ରୋନିକ୍ ଅଣୁବୀକ୍ଷଣ
(v) \(=\frac{1}{1000}\)
(vi) ଭୂତାଣୁ
(vii) ଭୂତାଣୁ
(viii) ଆଦିପ୍ରାଣୀ
(ix) ବୀଜାଣୁ
(x) ଏମିବା
(xi) କବକ, ବୀଜାଣୁ
(xii) ଲାକ୍ସୋବାସିଲସ୍
(xiii)ଲୁଇ ପାଶ୍ଚର
(xiv) 199
(xv) ଆଲେକ୍‌ଜାଣ୍ଡର ଫ୍ଲେମିଂ
(xvi) ଏଡ୍ଡି ଜେନର୍
(xvii) ବ୍ୟାଧ୍ଵଜାତକ
(xviii) ଡେଙ୍ଗୁଜ୍ଵର
(xix) ମ୍ୟାଲେରିଆ
(xx) ରବର୍ଟ କକ

BSE Odisha 8th Class Science Solutions Chapter 2 ଅଣୁଜୀବ : ଉପକାରୀ ଓ ଅପକାରୀ

2. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ଯଷ୍ଟାରେ।ଗ ………………… ମାଧ୍ୟମରେ ବ୍ୟାପିଥାଏ । (ବାୟୁ, ଜଳ, ସଂସ୍ପର୍ଶ, ଖାଦ୍ୟ)
(ii) ଟାଇଫଏଡ୍ ରୋଗ ………………… ମାଧ୍ୟମରେ ବ୍ୟାପିଥାଏ । (ବାୟୁ, ଜଳ, ସଂସ୍ପର୍ଶ, ଖାଦ୍ୟ)
(iii) ହାଡ଼ଫୁଟି ରୋଗ …………… ମାଧ୍ୟମରେ ବ୍ୟାପିଥାଏ । (ବାୟୁ ଜଳ, ଜଳ/ଖାଦ୍ୟ, ବାୟୁ/ସଂସ୍ପର୍ଶ, ଜଳ/ମଶା)
(iv) ମିଳିମିଳା ରୋଗ ସୃଷ୍ଟିକାରୀ ଅଣୁଜୀବ ………………. ଅଟେ । (ବୀଜାଣୁ, ଭୂତାଣୁ, ଶୈବାଳ, ଆଦିପ୍ରାଣୀ)
(v) ମ୍ୟାଲେରିଆ ଜ୍ଵର ସୃଷ୍ଟିକାରୀ ଅଣୁଜୀବ ……………. ଅଟେ । (ବୀଜାଣୁ, ଭୂତାଣୁ, ଶୈବାଳ, ଆଦିପ୍ରାଣୀ)
(vi) ଲେମ୍ବୁର ଜାଦୁରା ରୋଗ ………………….. ଅଣୁଜୀବ ଯୋଗୁଁ ହୋଇଥାଏ । (ବୀଜାଣୁ, କବକ, ଭୂତାଣୁ, ଆଦିପ୍ରାଣୀ)
(vii) ଗହମର କଳଙ୍କିରୋଗ ……………. ଅଣୁଜୀବ ଯୋଗୁଁ ହୋଇଥାଏ । (ବୀଜାଣୁ, କବକ, ଭୂତାଣୁ, ଆଦିପ୍ରାଣୀ)
(viii) ଭେଣ୍ଡିର ୟେଲୋଭେନ୍ ରୋଗ …………………….. ଅଣୁଜୀବ ଯୋଗୁଁ ହୋଇଥାଏ । (ବୀଜାଣୁ, କବକ, ଭୂତାଣୁ, ଆଦିପ୍ରାଣୀ)
(ix) ଆଚାରକୁ ଅଣୁଜୀବ ଦାଉରୁ ରକ୍ଷା କରିବାପାଇଁ ଏଥରେ …………………….. ମିଶାଯାଇଥାଏ । (ଲୁଣ କିମ୍ବା ଅମ୍ଳ, କ୍ଷାର କିମ୍ବା ଲଙ୍କା, ହଳଦୀ କିମ୍ବା ଜିରା, କିମ୍ବା ସୋରିଷ)
(x) ପାଶ୍ଚରୀକରଣ ପଦ୍ଧତିରେ କ୍ଷୀରକୁ 70°C ରେ …………………. ସେକେଣ୍ଡ ପର୍ଯ୍ୟନ୍ତ ଗରମ କରାଯାଏ । (10-15, 15-30, 30 – 45, 45 – 60)

Answers:
(i) ବାୟୁ
(ii) ଜଳ
(iii) ବାୟୁ ସଂସ୍ପର୍ଶ
(iv) ଭୂତାଣୁ
(v) ଆଦିପ୍ରାଣୀ
(vi) ବୀଜାଣୁ
(vii) କବକ
(vi) ଭୂତାଣୁ
(ix) ଲୁଣ କିମ୍ବା ଅମ୍ଳ
(x) 15-30

3. ବାମ ପାର୍ଶ୍ୱସ୍ଥ ସମ୍ପର୍କକୁ ଲକ୍ଷ୍ୟ କରି ଦକ୍ଷିଣ ପାର୍ଶ୍ବରେ ଶୂନ୍ୟସ୍ଥାନ ପୂରଣ କର ।
(i) ସର୍ଦ୍ଦି : ସାଧାରଣ ରୋଗ :: ପୋଲିଓ : ………………….. ।
(ii) ଆମାଶୟ : ଆଦିପ୍ରାଣୀ :: ଟାଇଫଏଡ୍ : ………………….. ।
(iii) ଯକ୍ଷ୍ମା : ବୀଜାଣୁ :: ହାଡ଼ଫୁଟି : ………………….. ।
(iv) ଏକାକୀ ବାସକରେ : ଏମିବା : : ସଂଘରେ ବାସକରେ : ………………….. ।
(v) ଲୁଇ ପାଶ୍ଚର : କିଣ୍ବନ :: ଫ୍ଲେମିଂ : ………………….. ।
(vi) ଏଡ଼ୱାର୍ଡ଼ ଜେନର : ବସନ୍ତ :: ରବର୍ଟ କକ୍ : ………………….. ।
(vii) ମ୍ୟାଲେରିଆ : ପରଜୀବୀ :: ଡେଙ୍ଗୁଜ୍ୱର : ………………….. ।
(viii) ମ୍ୟାଲେରିଆ : ମାଈ ଏନୋଫିଲିସ୍ :: ଡେଙ୍ଗୁଜ୍ଵର : ………………….. ।
(ix) ହଇଜା : ବୀଜାଣୁ :: ମ୍ୟାଲେରିଆ ଜ୍ଵର : ………………….. ।
(x) ଯକ୍ଷ୍ମା : ବୀଜାଣୁ :: ପୋଲିଓ : ………………….. ।

Answers:
(i) ମାରାତ୍ମକ ରେ।ଟ
(ii) ବୀଜାଣୁ
(iii) ଭୂତାଣୁ
(iv) କବକ/ବୀଜାଣୁ
(v) ପେନିସିଲିନ୍
(vi) ଆର୍ଥ୍ରାକ୍‌ସ
(vi) ଭୂତାଣୁ
(viii) ମାଈ ଏଡ଼ିସ୍‌
(ix) ଆଦିପ୍ରାଣୀ
(x) ଭୂତାଣୁ

4. ‘କ’ ସ୍ତମ୍ଭର ଶବ୍ଦଗୁଡ଼ିକ ସହ ‘ଖ’ ସ୍ତମ୍ଭର ସମ୍ପର୍କିତ ଶବ୍ଦଗୁଡ଼ିକୁ ମିଳାଅ ।

‘କ’ ‘ଖ’
(i) ଆଚାର (i) ବାୟୁ
(ii) ଜାମ୍ , ଜେଲି (ii) ମଞ୍ଜ
(iii) ପରିରକ୍ଷକ (iii) କ୍ଷୀର
(iv) ଭେଣ୍ଡିର ମୋଜା (iv) ତୈଳ ଏବଂ ଭିନେଗାର
(v) ଗହମର କଳଙ୍କ (v) କୀଟ
(vi) ହଇଜା (vi) ଆଦିପ୍ରାଣୀ
(vii) ମ୍ୟାଲେରିଆ (vii) ଭୂତାଣୁ
(viii) ଲେମ୍ବୁର ଜାଦୁରା (viii) ବୀଜାଣୁ
(ix) ପାଶ୍ଚରୀକରଣ (ix) ଲୁଣ କିମ୍ବା ଅମ୍ଳ
(x) ହିପାଟାଇଟିସ୍-B (x) ଚିନି

Answers:

‘କ’ ‘ଖ’
(i) ଆଚାର (iv) ତୈଳ ଏବଂ ଭିନେଗାର
(ii) ଜାମ୍ , ଜେଲି (x) ଚିନି
(iii) ପରିରକ୍ଷକ (ix) ଲୁଣ କିମ୍ବା ଅମ୍ଳ
(iv) ଭେଣ୍ଡିର ମୋଜା (v) କୀଟ
(v) ଗହମର କଳଙ୍କ (ii) ମଞ୍ଜ
(vi) ହଇଜା (viii) ବୀଜାଣୁ
(vii) ମ୍ୟାଲେରିଆ (vi) ଆଦିପ୍ରାଣୀ
(viii) ଲେମ୍ବୁର ଜାଦୁରା (i) ବାୟୁ
(ix) ପାଶ୍ଚରୀକରଣ (iii) କ୍ଷୀର
(x) ହିପାଟାଇଟିସ୍-B (vii) ଭୂତାଣୁ

5. କେବଳ ଉତ୍ତର ଲେଖ ।
(i) ଯେଉଁ ଜୀବମାନଙ୍କୁ କେବଳ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିହୁଏ ସେମାନଙ୍କୁ କ’ଣ କୁହାଯାଏ ?
ଉ-
ଅଣୁଜୀବ

(ii) ଅଣୁଜୀବମାନେ ମୁଖ୍ୟତଃ କେତେ ପ୍ରକାର ?
ଉ-
4 ପ୍ରକାର

(iii) କେଉଁ ଅଣୁଜୀବ ଏବଂ ବିଚିତ୍ର ସତ୍ତା, ଯାହାକୁ ପ୍ରହେଳିକା ଭାବେ ଗ୍ରହଣ କରାଯାଇଛି ?
ଉ-
ଭୂତାଣୁ

(iv) ଭୂତାଣୁମାନେ ପୋଷକ ଜୀବର କେଉଁଠାରେ ବଂଶବିସ୍ତାର କରନ୍ତି ?
ଉ-
କୋଷ ଭିତରେ

(v) ପୋଲିଓ ଏବଂ ହାଡ଼ଫୁଟି କେଉଁ ଅଣୁଜୀବ ଯୋଗୁଁ ହୋଇଥାଏ ?
ଉ-
ଭୂତାଣୁ

(vi) ଆମାଶୟ ଏବଂ ମ୍ୟାଲେରିଆ କେଉଁ ଅଣୁଜୀବ ଯୋଗୁଁ ହୋଇଥାଏ ?
ଉ-
ଆଦିପ୍ରାଣୀ

(vii) ଟାଇଫଏଡ୍ ଓ ଯକ୍ଷ୍ମା କେଉଁ ଅଣୁଜୀବ ଯୋଗୁଁ ହୋଇଥାଏ ?
ଉ-
ବୀଜାଣୁ

(viii) କବକ ଓ ବୀଜାଣୁ କିପରି ବାସକରନ୍ତି ?
ଉ-
ସଂଘ ବା ମଣ୍ଡଳ ଗଠନ କରି

(ix) କ୍ଷୀରକୁ ଦହିରେ ପରିଣତ କରିବା କେଉଁ ବୀଜାଣୁଦ୍ୱାରା ହୋଇଥାଏ ?
ଉ-
ଲାକ୍ସୋବାସିଲସ୍

(x) କେଉଁ ଅଣୁଜୀବର ବ୍ୟବହାରଦ୍ୱାରା ସୁରାସାର ଓ ମଦ ତିଆରି ହୁଏ ?
ଉ-
ଇଷ୍ଟ

BSE Odisha 8th Class Science Solutions Chapter 2 ଅଣୁଜୀବ : ଉପକାରୀ ଓ ଅପକାରୀ

(xi) କେଉଁ ପଦ୍ଧତିରେ ଇଷ୍ଟଦ୍ୱାରା ଶର୍କରାରୁ ସୁରାସାର ପ୍ରସ୍ତୁତ ହୁଏ ?
ଉ-
କିଶ୍ଵନ

(xii) କେଉଁ ଭୂତାଣୁଜନିତ ରୋଗର ନିରାକରଣ ଜୀବଘ୍ନଦ୍ୱାରା ହୋଇ ନଥାଏ ?
ଉ-
ସର୍ଦ୍ଦି ଏବଂ ଫ୍

(xiii) ଅଣୁଜୀବମାନେ ବର୍ଜ୍ୟବସ୍ତୁକୁ କେଉଁ ପ୍ରକ୍ରିୟାରେ ମାଟିରେ ମିଶାଇଦିଅନ୍ତି ?
ଉ-
ଅପଘଟନ

(xiv) ରୋଗକାରକ ଅଣୁଜୀବମାନଙ୍କୁ କ’ଣ କୁହାଯାଏ ?
ଉ-
ବ୍ଯାଧ୍ଜାତକ

(xv) ହଇଜା, ସର୍ଦ୍ଦି, ହାଡ଼ଫୁଟି, ଯକ୍ଷ୍ମା ଇତ୍ୟାଦି କେଉଁ ପ୍ରକାର ରୋଗ ଅଟନ୍ତି ?
ଉ-
ସଂକ୍ରାମକ ରୋଗ

(xvi) ମାଈ ଏନୋଫିଲିସ୍ ମଶା କେଉଁ ରୋଗର ବାହକ ?
ଉ-
ମ୍ୟାଲେରିଆ

(xvii) ମାଈ ଏଡ଼ିସ୍ ମଶା କେଉଁ ରୋଗର ବାହାକ ?
ଉ-
ଡେଙ୍ଗୁଜ୍ଵର

BSE Odisha 8th Class Science Solutions Chapter 2 ଅଣୁଜୀବ : ଉପକାରୀ ଓ ଅପକାରୀ

(xviii) ଗାଈଗୋରୁମାନଙ୍କ ଫାଟୁଆ ରୋଗ କାହାଯୋଗୁଁ ହୋଇଥାଏ ?
ଉ-
ଭୂତାଣୁ

(xix) ଯେଉଁ ରାସାୟନିକ ଦ୍ରବ୍ୟ ଅଣୁଜୀବମାନଙ୍କ ବୃଦ୍ଧିକୁ ହ୍ରାସ ବା ବନ୍ଦ କରିଥାଏ, ତାହାକୁ କ’ଣ କୁହାଯାଏ ?
ଉ-
ପରିରକ୍ଷକ

(xx) କ୍ଷୀରକୁ ପ୍ୟାକେଟ୍‌ରେ ପଠାଇବାପାଇଁ କେଉଁ ପଦ୍ଧତି ଅବଲମ୍ବନ କରାଯାଇଥାଏ ?
ଉ-
ପାଶ୍ଚରୀକରଣ

BSE Odisha 8th Class Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

Odisha State Board BSE Odisha 8th Class Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା Textbook Exercise Questions and Answers.

BSE Odisha Class 8 Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

Question 1.
ନିମ୍ନରେ ଥ‌ିବା ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
(ଭାସିବା, ଜଳ,.ଫସଲ, ପୋଷକ, ବୁଡ଼ିବା, ପ୍ରସ୍ତୁତି)
(କ) କୌଣସି ଏକ ପ୍ରକାର ଉଭିଦ ବହୁ ପରିମାଣରେ ଚାଷ କରିବାକୁ …………………… କୁହାଯାଏ
(ଖ)ଫସଲ ଉତ୍ପାଦନ ପୂର୍ବରୁ ମୃଭିକା …………………. ପ୍ରଥମ ପଦକ୍ଷେପ ଅଟେ ।
(ଗ) ନଷ୍ଟ ହୋଇଥିବା ମଞ୍ଜିଗୁଡ଼ିକ ପାଣି ଉପରେ ………………… କୁ ଲାଗେ ।
(ଘ) ଫସଲ ଉତ୍ପାଦନ ପାଇଁ ପ୍ରଚୁର ସୂର୍ଯ୍ୟାଲୋକ ଏବଂ ………………… ସହ ପୃତ୍ତିକାସ୍ଥ ……………. ଆବଶ୍ୟକ ।
ଉ-
(କ) ଫସଲ,
(ଖ) ପ୍ରସ୍ତୁତି,
(ଗ) ଭାସିବା,
(ଘ) ଜଳ, ପୋଷକ

BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

Question 2.
‘କ’ ସ୍ତମ୍ଭର ଶବ୍ଦ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ବାଛି ମିଳାଅ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(କ) ଖରିଫ୍ ଫସଲ ଗୃହପାଳିତ ପଶୁ ଖାଦ୍ୟ
(ଖ) ରବି ଫସଲ ଧାନ ଓ ମକା
(ଗ) ରାସାୟନିକ ସାର ଗହମ, ବୁଟ ଓ ମଟର
(ଘ) ଜୈବିକ ସାର ୟୁରିଆ ଏବଂ ସୁପର ଫସ୍‌ଫେଟ୍
ପ୍ରାଣୀର ମଳ ଓ ଗୋବର, ମୂତ୍ର ଏବଂ ଉଭିଦ ଅବଶେଷ

 Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(କ) ଖରିଫ୍ ଫସଲ ଧାନ ଓ ମକା
(ଖ) ରବି ଫସଲ ଗହମ, ବୁଟ ଓ ମଟର
(ଗ) ରାସାୟନିକ ସାର ୟୁରିଆ ଏବଂ ସୁପର ଫସ୍‌ଫେଟ୍
(ଘ) ଜୈବିକ ସାର ପ୍ରାଣୀର ମଳ ଓ ଗୋବର, ମୂତ୍ର ଏବଂ ଉଭିଦ ଅବଶେଷ

 

Question 3.
ପ୍ରତ୍ୟେକରୁ ଦୁଇଟି ଲେଖାଏଁ ଉଦାହରଣ ଦିଅ ।
(କ) ଖରିଫ୍ ଫସଲ
(ଖ) ରବି ଫସଲ
ଉ-
(କ) ଖରିଫ୍ ଫସଲ – ଧାନ, ମକା
(ଖ) ରବି ଫସଲ – ଗହମ, ବୁଟ

Question 4.
ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ ।
(କ) ସବୁଜ ସାର କାହାକୁ କହନ୍ତି ?
ଉ-
କଅଁଳ, କଞ୍ଚା, ସବୁଜ ଡାଳପତ୍ରକୁ ମାଟିରେ ମିଶାଇଲେ ଏହା ଅଣୁଜୀବଦ୍ୱାରା ପଚିସଢ଼ି ଯାଏ । ଏହି ପଚିଯାଇଥିବା ପଦାର୍ଥ (ଜୈବିକ ସାର)କୁ ସବୁଜ ସାର କୁହାଯାଏ ।

(ଖ) ‘କମ୍ବାଇନ୍’ ମେସିନର କାର୍ଯ୍ୟ କ’ଣ ?
ଉ-
‘କମ୍ବାଇନ’ ମେସିନଦ୍ୱାରା ଉଭୟ ଧାନ କାଟିବା ଓ ଉଡ଼ାଇବା କାର୍ଯ୍ୟ କରାଯାଇପାରୁଛି ।

(ଗ) ଅମଳ ପରେ ମଞ୍ଜିକୁ ପବନରେ ଉଡ଼ାଯାଏ କାହିଁକି ?
ଉ-
ଅମଳ ପରେ ଦାନାକୁ କୁଲା ବା ମେସିନ ସାହାଯ୍ୟରେ ଉଡ଼ାଇଲେ ଅଗାଡ଼ି ଅଲଗା ହୁଏ ଓ ପରିଷ୍କୃତ ମଞ୍ଜି ସଂଗୃହିତ ହୋଇଥାଏ ।

(ଘ) ଉତ୍ତମ ମଞ୍ଜି ବାଛିବ କିପରି ?
ଉ-
ଉତ୍ତମ ମଞ୍ଜିଗୁଡ଼ିକ ବାଛିବା ପାଇଁ ମଞ୍ଜିଗୁଡ଼ିକ ପାଣିରେ ପକାଯାଏ । ଫଳରେ ଏଗୁଡ଼ିକ ପାଣିରେ ବୁଡ଼ିଯାଏ । ସୁତରାଂ ଉତ୍ତମ ମଞ୍ଜି ବାଛିବାପାଇଁ ପାଣିରେ ଭସା ପଦ୍ଧତି ଏକ ଉତ୍କୃଷ୍ଟ ଉପାୟ ଅଟେ ।

(ଙ) ବୁନ୍ଦା ଜଳସେଚନ କହିଲେ କ’ଣ ବୁଝ ?
ଉ-
ଯେଉଁ ପଦ୍ଧତି ଅବଲମ୍ବନରେ ଜଳ ବୁନ୍ଦା ବୁନ୍ଦା ହୋଇ ଉଭିଦ ମୂଳରେ ପଡ଼ିଥାଏ ତାହାକୁ ବୁନ୍ଦା ଜଳସେଚନ କୁହାଯାଏ । ଅନବରତ ବା ଅଳ୍ପକିଛି ସମୟ ବ୍ୟବଧାନରେ ସରୁ ପ୍ଲାଷ୍ଟିକ୍ ପାଇପଦ୍ବାରା ବୁନ୍ଦା ଜଳସେଚନ କରାଯାଏ ।

Question 5.
ସଂକ୍ଷେପରେ ନିଜ ଭାଷାରେ ଲେଖ ।
ଉ-
(କ) ମୃରିକା ପ୍ରସ୍ତୁତି, (ଖ) ମଞ୍ଜିବୁଣା, (ଗ) ତୃଣକ ଦମନ (ଘ) ଉଇନୋଇଙ୍ଗ୍
(କ) ମୃତ୍ତିକା ପ୍ରସ୍ତୁତି :
(a) ଫସଲ ଉତ୍ପାଦନ କରିବାପାଇଁ ମାଟିକୁ ତଳ ଉପର କରି ଏହାକୁ ଫସଫସିଆ ଓ ହାଲୁକା କରି ଅନୁକୂଳ ବାତାବରଣ ସୃଷ୍ଟି କରିବା କାର୍ଯ୍ୟକୁ ମୃତ୍ତିକା ପ୍ରସ୍ତୁତି କୁହାଯାଏ ।
(b) ଏହି ପ୍ରକ୍ରିୟାରେ ମାଟିରେ ଭୌତିକ, ରାସାୟନିକ ଓ ଜୈବିକ ଗୁଣରେ ପରିବର୍ତ୍ତନ ଘଟିଥାଏ ।
(i) ଏହାଦ୍ଵାରା ଗଛର ଚେର ଅଧିକ ଗଭୀରକୁ ଯାଇପାରେ ଓ ସହଜରେ ଶ୍ଵାସକ୍ରିୟା କରିପାରେ ।
(ii) ଜିଆ ଓ ଅଣୁଜୀବମାନଙ୍କର ବୃଦ୍ଧିଘଟି ମାଟିକୁ ତଳ-ଉପର କରି ହାଲୁକା କରିବା ସହିତ ହ୍ୟୁମସ୍ ବୃଦ୍ଧିକରେ ।

(ଖ) ମଞ୍ଜିବୁଣା :
ଫସଲ ଉତ୍ପାଦନ ପାଇଁ ମଞ୍ଜି ବୁଣା ଅଧିକ ଗୁରୁତ୍ଵପୂର୍ଣ୍ଣ ।

  • ମଞ୍ଜିଗୁଡ଼ିକ ଉନ୍ନତ ମାନର, ସୁସ୍ଥ ଓ ସଂକ୍ରମଣ ହେବା ଦରକାର ।
  • ଏଗୁଡ଼ିକ ଅଧ‌ିକ ଅମଳକ୍ଷମ ହେବା ପାଇଁ ଓ ରୋଗମୁକ୍ତ କରିବା ପାଇଁ ଉପଯୁକ୍ତ କବକ ମାରି ପ୍ରୟୋଗ ହେବା ଆବଶ୍ୟକ ।
  • ମଞ୍ଜିଗୁଡ଼ିକ ଠିକ୍ ଗଭୀରତାରେ ବୁଣାଯିବା ଆବଶ୍ୟକ ।
  • ଆଜିକାଲି ଟ୍ରାକ୍ଟରରେ ଖଞ୍ଜାଯାଇଥବା ଡ୍ରିଲିଙ୍ଗ ଯନ୍ତ୍ରଦ୍ୱାରା ମଞ୍ଜିବୁଣା କାର୍ଯ୍ୟ ହୋଇପାରୁଛି । ଏହାଦ୍ୱାରା ମଞ୍ଜିଗୁଡ଼ିକ ଉପରେ ମାଟି ଘୋଡ଼ାଇ ହୋଇଯାଏ ଓ ପକ୍ଷୀମାନେ ଏଗୁଡ଼ିକୁ ଖାଇପାରନ୍ତି ନାହିଁ ।

(ଗ) ତୃଣକ ଦମନ :
(a) ଜମିରେ ଫସଲ ସହିତ ଅନ୍ୟ କେତେକ ଅନାବଶ୍ୟକ ଉଦ୍ଭିଦ ଆପେ ଆପେ ବଢ଼ିଥା’ନ୍ତି । ଏହି ଅନାବନା ଗଛକୁ ତୃଣକ କୁହାଯାଏ । ତୃଣକଗୁଡ଼ିକୁ ଜମିରୁ ନିର୍ମୂଳ କରିବାକୁ ତୃଣକ ଦମନ କୁହାଯାଏ ।
(b) ତୃଣକ ଦମନ କରାନଗଲେ ଏମାନେ ଜଳ, ପୋଷକ, ସ୍ଥାନ ଓ ଆଲୋକପାଇଁ ଫସଲ ସହିତ ପ୍ରତିଯୋଗିତା କରି ଅମଳରେ ବାଧା ସୃଷ୍ଟି କରନ୍ତି ।
(c) ତୃଣକ ବଢ଼ୁଥ‌ିବା ଅବସ୍ଥାରେ ଏବଂ ଫୁଲ ଓ ମଞ୍ଜି ଧରିବା ପୂର୍ବରୁ ତୃଣକମାରୀ ପ୍ରୟୋଗ କରାଯାଏ । ତୃଣକମାରୀକୁ ଜଳରେ ଦ୍ରବୀଭୂତ କରାଯାଇ ସିଞ୍ଚନ ଯନ୍ତ୍ର ସାହାଯ୍ୟରେ ସିଞ୍ଚନ କରି ତୃଣକ ଦମନ କରାଯାଏ ।

(ଘ) ଉଇନୋଇଙ୍ଗ୍ :
(a) ଅମଳ ହୋଇଥ‌ିବା ଦାନାକୁ କୁଲା ବା ମେସିନ ସାହାଯ୍ୟରେ ଉଡ଼ାଇ ଅଗାଡ଼ି ଅଲଗା କରି ମଞ୍ଜି ସଂଗ୍ରହ କରିବାକୁ ଉଇନୋଇଙ୍ଗ କୁହାଯାଏ ।
(b) ଅମଳ ହୋଇଥ‌ିବା ଶସ୍ୟରେ ସାଧାରଣତଃ ରୁ 10% କୁଟା, କାଠି, ଧୁଷ ଅଗାଡ଼ି ଇତ୍ୟାଦି ମିଶି ରହିଥାଏ । କୁଲାରେ ଉଡ଼ାଇ ସଫା କରିବା ପଦ୍ଧତିରେ ଜଣେ ଲୋକ ଦ୍ବାରା ଦିନକୁ କୁଇଣ୍ଟାଲ ଶସ୍ୟ ସଫା ହୋଇଥାଏ ।
(c) ଉପରୋକ୍ତ ଉପାୟରେ ଅଧ‌ିକ ସମୟ ଓ ପରିଶ୍ରମ ଲାଗିବା ସହ ଶସ୍ୟ ମଧ୍ଯ ଭଲ ଭାବରେ ପରିଷ୍କାର ହୁଏ ନାହିଁ । ଏହି କାରଣରୁ ବର୍ତ୍ତମାନ 2 ପ୍ରକାର ଶସ୍ୟ ସଫା କରିବା ଯନ୍ତ୍ର ବ୍ୟବହାର କରାଯାଉଛି;
ଯଥା-

  • ହସ୍ତଚାଳିତ ପଙ୍ଖା [1 ଘଣ୍ଟାରେ 120 କି.ଗ୍ରା. ଧାନ]
  • ଶକ୍ତିଚାଳିତ ପଙ୍ଖା [1 ଘଣ୍ଟାରେ 4 ରୁ 5 କୁଇଣ୍ଟାଲ ଧାନ]

BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

Question 6.
ରାସାୟନିକ ସାର ଜୈବିକ ସାରଠାରୁ କିପରି ପୃଥକ୍ ?
ଉ-

  • ସାର ଉଭିଦ ଓ ପ୍ରାଣୀମାନଙ୍କ ଦେହାବଶେଷରୁ ସୃଷ୍ଟି ହୋଇଥିବା ବର୍ଜ୍ୟବସ୍ତୁର ଅପଘଟନରୁ ଜମିରେ ପ୍ରସ୍ତୁତ କରାଯାଇଥାଏ ।
  • ରାସାୟନିକ ସାର ମୁଭିକାକୁ କୌଣସି ହ୍ୟୁମସ୍ ପ୍ରଦାନ କରୁନଥିବାବେଳେ ଜୈବିକ ସାର ମୃଭିକାକୁ ପ୍ରଚୁର ପରିମାଣର ହ୍ୟୁମସ୍ ପ୍ରଦାନ କରିଥାଏ ।
  • ରାସାୟନିକ ସାରରେ ପ୍ରଚୁର ପରିମାଣରେ ଉଭିଦ ପୋଷକ (N, P, K.) ରହିଥ‌ିବାବେଳେ ଜୈବିକ ସାରରେ ଏହା ଅପେକ୍ଷାକୃତ କମ୍ ଥାଏ ।
  • ରାସାୟନିକ ସାରରେ ପୋଷକଗୁଡ଼ିକ ନିର୍ଦ୍ଦିଷ୍ଟ ଅନୁପାତରେ ଥ‌ିବାବେଳେ ଜୈବିକ ସାରରେ ପୋଷକ ନିର୍ଦ୍ଦିଷ୍ଟ ଅନୁପାତରେ ନଥାଏ ।
  • ବାରମ୍ବାର ରାସାୟନିକ ସାର ପ୍ରୟୋଗଦ୍ଵାରା ମୃତ୍ତିକାର ପ୍ରାକୃତିକ ସ୍ଵାସ୍ଥ୍ୟ ହ୍ରାସ ହୁଏ; କିନ୍ତୁ ଜୈବିକ ସାରଦ୍ୱାରା

Question 7.
ଜଳସେଚନ କାହାକୁ କହନ୍ତି ? ଜଳସେଚନର ଦୁଇଟି ପଦ୍ଧତି ବର୍ଣ୍ଣନ କର, ଯେଉଁଥରେ ଜଳ ସଂରକ୍ଷଣ ହୁଏ ।
ଉ-

  • କୂପ, ନଳକୂପ, ପୋଖରୀ, ହ୍ରଦ, ନଦୀ, ଜଳଭଣ୍ଡାର ଏବଂ କେନାଲ ଇତ୍ୟାଦି ଜଳସେଚନର ଉତ୍ସ ଅଟନ୍ତି ।
  • ପୁରାତନ ପଦ୍ଧତିରେ କୂପ, ନଦୀନାଳରୁ ବିଭିନ୍ନ ଉପାୟରେ ମଣିଷ ଓ ଗୃହପାଳିତ ପଶୁମାନଙ୍କ ସାହାଯ୍ୟରେ ଶସ୍ତାରେ ଜଳସେଚନ କରାଯାଉଥିଲା; କିନ୍ତୁ ଏହା ଏତେ ଫଳପ୍ରଦ ନଥ‌ିବାରୁ ଅଧୁନିକ ପଦ୍ଧତିରେ ଜଳସେଚନ ।

BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା 1

(A) ଛିଞ୍ଚା ପଦ୍ଧତି:

  • ପର୍ଯ୍ୟାପ୍ତ ଜଳ ପାଉ ନଥ‌ି ଅସମତଳ ସ୍ଥାନରେ ଏହି ପଦ୍ଧତିରେ ଜଳସେଚନ କରାଯାଏ ।
  • ଏହି ପଦ୍ଧତିରେ ଜଳକୁ ପମ୍ପ, ମୁଖ୍ୟନାଳ, ଉପମୁଖ୍ୟନାଳ, ଶାଖାନାଳ, ଖାଡ଼ି ଓ ସେଚକ ମାଧ୍ୟମରେ ଫସଲକୁ କୃତ୍ରିମ ବର୍ଷାରୂପେ ଯୋଗାଇ ଦିଆଯାଏ ।
  • ମାଟି ବାଲିଆ ହୋଇଥିଲେ, ମୃତ୍ତିକା ସ୍ତର ଅତି ଅଗଭୀର ଥିଲେ, ଜମିକୁ ସମତୁଲ କରିବା ସମ୍ଭବ ହେଉନଥିଲେ, ପର୍ଯ୍ୟାପ୍ତ ପରିମାଣର ସେଚଜଳ ମିଳୁ ନଥୁଲେ ଏହି ପ୍ରଣାଳୀରେ ଜଳସେଚନ କରାଯାଇଥାଏ ।
  • ଶୁଷ୍କଞ୍ଚଳରେ ମରୁଡ଼ି ସମୟରେ ଫସଲକୁ ଜୀବନ ରକ୍ଷାକାରୀ ଜଳସେଚନ ଦେବାପାଇଁ ଏହି ପ୍ରଣାଳୀ ଉପଯୁକ୍ତ ଅଟେ ।
  • ବିଶେଷକରି ଫଳ ବଗିଚା, ଚା’, କଫି, ଅଳେଇଚ ଆଦି ଅର୍ଥକରୀ ଫସଲ ପାଇଁ ଏକ ଉତ୍ତମ ବ୍ୟବସ୍ଥା ଅଟେ ।

(B) ବୁନ୍ଦା ପଦ୍ଧତି :

  • ଏହା ଏକ ଆଧୁନିକ ଜଳସେଚନ ପଦ୍ଧତି ।
  • ଏହି ପଦ୍ଧତିରେ ଜଳକୁ ପମ୍ପ, ଚାପ ନିୟନ୍ତ୍ରକ, ଛଣାଯନ୍ତ୍ର, ମୁଖ୍ୟନାଳ, ଉପମୁଖ୍ୟ ନାଳ, ଶାଖାନାଳ, ଉଦ୍‌ଗାରିଣୀ ନଳୀ ଏବଂ କପାଟି ଦେଇ ଗଛ ମୂଳକୁ ଯୋଗାଇ ଦିଆଯାଏ ।
  • ଜଳ ଅଭାବ ଏବଂ ଲବଣତା ସମସ୍ୟା ଥିବା ଅଞ୍ଚଳରେ ଏହି ପ୍ରଣାଳୀରେ ଜଳ ବୁନ୍ଦା ବୁନ୍ଦା ହୋଇ ଅନବରତ ବା ଅଳ୍ପ କିଛି ସମୟ ବ୍ୟବଧାନରେ ଗଛ ମୂଳରେ ସରୁ ପ୍ଲାଷ୍ଟିକ୍ ପାଇପ୍ ସାହାଯ୍ୟରେ ପଡ଼ିଥାଏ ।
  • ଏହି ପ୍ରଣାଳୀଦ୍ଵାରା ଜଳ ଖର୍ଚ୍ଚ ବହୁତ କମ୍ ହୁଏ; କାରଣ କେବଳ ଗଛମୂଳକୁ କ୍ଷେତ୍ରଧାରଣ ସୀମା ପର୍ଯ୍ୟନ୍ତ ଆର୍ଦ୍ର କରାଯାଏ ଏବଂ ଗଛ ଗଛ ମଧ୍ୟରେ ଥିବା ଫାଙ୍କା ଜାଗାକୁ ଓଦା କରିବାର ଆବଶ୍ୟକତା ନଥାଏ ।

Question 8.
ବର୍ଷାଦିନେ ଗହମ ବୁଣିଲେ କ’ଣ ଅସୁବିଧା ହେବ, କାରଣ ସହ ବର୍ତ୍ତନ କର ।
ଉ-
ବିଭିନ୍ନ ପ୍ରକାରର ଫସଲ ବିଭିନ୍ନ ପରିମାଣର ଜଳ ଆବଶ୍ୟକ କରୁଥିବାରୁ ଫସଲ ଅବସ୍ଥାକୁ ଦେଖ୍ ଆବଶ୍ୟକ ମୁତାବକ ଜଳସେଚନ କରାଯିବା ଉଚିତ ।

  • ଗହମ ଏକ ରବି ଫସଲ ଅଟେ । ଏହି ଫସଲକୁ ସାଧାରଣତଃ ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚାଷ କରାଯାଏ; ଫଳରେ ଏଥପାଇଁ କମ୍ ଜଳ ଆବଶ୍ୟକ ।
  • ବର୍ଷାଦିନେ ଗହମ ବୁଣିଲେ ଗହମ ଗଛମୂଳେ ଅଧିକ ପାଣି ଜମା ହୋଇଥାଏ । ଫଳରେ ଗଛ ମରିଯାଏ ।
  • ଜମିରେ ପାଣି ଜମିଗଲେ ଗଛର ମୂଳ ଅମ୍ଳଜାନ ପାଇବାରୁ ବଞ୍ଚିତ ହୁଏ ଓ ବିଭିନ୍ନ କ୍ଷତିକାରକ ଲବଣ ମାଟିରେ ଜଗିଯାଏ; ଫଳରେ ଗହମର ଉତ୍ପାଦନ କମିଯାଏ ।

Question 9.
ବାରମ୍ବାର ଫସଲ ଚାଷ କଲେ ଜମିର କି କ୍ଷତି ହୁଏ ?
ଉ-

  • ବାରମ୍ବାର ଗୋଟିଏ ଜମିରେ ଫସଲ ଚାଷ କଲେ ମୃତ୍ତିକାରେ ନିର୍ଦ୍ଦିଷ୍ଟ କେତେକ ପୋଷକର ପରିମାଣ କମିଯାଏ ।
  • ଜମିରେ ବାରମ୍ବାର ଫସଲ ଚାଷ କଲେ ଜମିରେ ସାର ପ୍ରୟୋଗ କରିବାକୁ ପଡ଼େ । ତେଣୁ ଆବଶ୍ୟକତାଠାରୁ କମ୍ ବା ବେଶୀ ସାର ପ୍ରୟୋଗ ଦ୍ବାରା ଦୁର୍ବଳ ଗଛ ସୃଷ୍ଟି ହୁଏ ।
  • ସାର ପ୍ରୟୋଗ ଫଳରେ କେତେକ ଅଣୁଜୀବ ଓ ଜିଆ ନଷ୍ଟ ହୋଇଯିବା ଫଳରେ ଜମି ତା’ର ଉର୍ବରତା ହରାଏ ।

ଉଦାହରଣ : ଗୋଟିଏ ଜମିରେ ଧାନଫସଲ କରିବାଦ୍ୱାରା ମାଟିରେ ଯବକ୍ଷାରଜାନ ପୋଷକର ପରିମାଣ ହ୍ରାସ ପାଇଥାଏ ଓ ପରେ ଡାଲିଜାତୀୟ ଫସଲ କଲେ, ମାଟିରେ ଯବକ୍ଷାରଜାନର ଅଭାବ ପୂରଣ ହୋଇଥାଏ ।

Question 10.
ତୃଣକ କାହାକୁ କହନ୍ତି ? ସେଗୁଡ଼ିକୁ କିପରି ଦମନ କରାଯାଏ ?
ଉ-
ତୃଣକ : ଜମିରେ ଫସଲ ସହିତ ଅନ୍ୟ କେତେକ ଅନାବଶ୍ୟକ ଉଭିଦ ଆପେ ଆପେ ବଢ଼ିଥା’ନ୍ତି । ଏହି ଅନାବନା ଗଛକୁ ତୃଣକ କୁହାଯାଏ । ଏଗୁଡ଼ିକୁ ଫସଲ ସୃଷ୍ଟିରେ ବାଧା ସୃଷ୍ଟି କରିଥା’ନ୍ତି ।
ତୃଣକ ଦମନ : ଯେଉଁ ପଦ୍ଧତି ଅବଲମ୍ବନ କରି ତୃଣକଗୁଡ଼ିକୁ ଜମିରୁ ନିର୍ମୂଳ କରାଯାଏ, ତାହାକୁ ତୃଣକ ଦମନ କୁହାଯାଏ । କୃଷକ ବିଭିନ୍ନ ଉପାୟରେ ତୃଣକ ଦମନ କରିଥାଏ । ମଞ୍ଜି ବୁଣିବା ପୂର୍ବରୁ ତୃଣକଗୁଡ଼ିକ ହଳଦ୍ଵାରା ଉପୁଡ଼ିଯା’ତ୍ତି ଓ ଶୁଖୂ ମାଟିରେ ମିଶିଯାଆନ୍ତି । ସାଧାରଣତଃ ହାତରେ ଉପାଡ଼ି ବା ଖୁରୁପି କିମ୍ବା ମଞ୍ଜି ଡ୍ରିଲଯନ୍ତ୍ରଦ୍ୱାରା ବା ତୃଣକମାରୀ ବ୍ୟବହାର କରି ଫୁଲ ଓ ମଞ୍ଜି ଧରିବା ପୂର୍ବରୁ ତୃଣକଗୁଡ଼ିକୁ ଦମନ କରାଯାଏ ।

BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

Question 11.
ଆଖୁ ଉତ୍ପାଦନର ଫ୍ଲୋ ଚାର୍ଟ ଦେଖାଇବା ପାଇଁ ନିମ୍ନଲିଖ୍ ବାକ୍ସଗୁଡ଼ିକ କ୍ରମ ଅନୁସାରେ ସଜାଅ ।
ଉ-
BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା 2

Question 12.
ନିମ୍ନରେ ଦିଆଯାଇଥିବା ସୂତ୍ର ପ୍ରୟୋଗ କରି ଶବ୍ଦଖନ୍ଦା ପୂରଣ କର ।
ଉପରୁ ତଳକୁ
1. ଜମିକୁ ଚାଷ କରିବା
2. ଅଣୁଜୀବ ଦ୍ବାରା ପଚିସଢ଼ି ଯିବା

ବାମରୁ ଡାହାଣକୁ
1. ଜମିକୁ ପାଣି ମଡ଼ାଇବା
2. ଅନାବନା ଗଛକୁ ନିର୍ମୂଳ କରିବା
BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା 3

BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

ତୁମ ପାଇଁ କାମ ଓ ପ୍ରକଳ୍ପ :
1. ମାଟିରେ କିଛି ମଞ୍ଜି ବୁଣି ବୁନ୍ଦା ଜଳସେଚନ ପଦ୍ଧତି ଅନୁଯାୟୀ ସେଗୁଡ଼ିକ ସଜାଅ ଓ ପ୍ରତିଦିନ ନିରୀକ୍ଷଣ କର ।
(କ) ତୁମେ ଭାବୁଛ କି ଏହାଦ୍ଵାରା ଜଳ ସଞ୍ଚୟ ହୋଇପାରୁଛି ?
(ଖ) ମଞ୍ଜିରେ କି ପରିବର୍ତ୍ତନ ହେଉଛି ଲକ୍ଷ୍ୟ କର ।
2. ବିଭିନ୍ନ କିସମର ମଞ୍ଜି ସଂଗ୍ରହ କର ଏବଂ ତାକୁ ଛୋଟ ମୁଣିରେ ରଖ । ଏହି ମୁଣିଗୁଡ଼ିକୁ ହର୍ବାରିୟମ ଫାଇଲରେ ନାମ ଲେଖ୍ ରଖ !
3. ଜମିର କ୍ଷେତ୍ରଫଳ ଅନୁଯାୟୀ ବିହନ ଓ ସାରର ପ୍ରୟୋଗ ପରିମାଣ ହିସାବ କର ।
4. ନୂଆ ନୂଆ କୃଷି ଯନ୍ତ୍ରପାତିର ଛବି ସଂଗ୍ରହ କର; ତା’ର ନାମ ଓ କାର୍ଯ୍ୟ ଲେଖ୍ ଏକ ଫାଇଲରେ ରଖ ।
5. ପ୍ରକଳ୍ପ ପ୍ରସ୍ତୁତି – ତୁମ ବିଦ୍ୟାଳୟ ପାଖରେ ଥିବା ଏକ କୃଷି ଫାର୍ମ, ନର୍ସରୀ, ବଗିଚା କିମ୍ବା ଚାଷ ଜମିକୁ ଯାଇ
(କ) ମଞ୍ଜି ମନୋନୟନର ଗୁରୁତ୍ଵ
(ଗ) ଉଦ୍ଭିଦ ଉପରେ ଅତ୍ୟଧ‌ିକ ଗରମ ଓ ଅତ୍ୟଧିକ ଥଣ୍ଡା ଜଳବାୟୁର ପ୍ରଭାବ
(ଘ) ଉଦ୍ଭିଦ ଉପରେ ଧାରାବାହିକ ବର୍ଷାର ପ୍ରଭାବ
(ଙ) ରାସାୟନିକ ସାର ଖତ ବ୍ୟବହାର ଉପରେ ତଥ୍ୟ ସଂଗ୍ରହ କର ।
ଉ-
ଛାତ୍ରଛାତ୍ରୀମାନେ ଅଭିଭାବକ/ ଶିକ୍ଷକଙ୍କ ସାହାଯ୍ୟ ନେଇ ଏଗୁଡ଼ିକ ସଂଗ୍ରହ କରିବେ ।

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ବସ୍ତୁନିଷ୍ଠ ପ୍ରଶ୍ନେ। ଭର

1. ଶୂନ୍ୟସ୍ଥାନ ପୂରଣ କର ।
(i) ଖାଦ୍ୟରୁ ମିଳୁଥିବା ଶକ୍ତିକୁ ଜୀବ …………… ପାଇଁ ଉପଯୋଗ କରେ ।
(ii) ଖ୍ରୀଷ୍ଟପୂର୍ବ ……………….. – ବର୍ଷ ପର୍ଯ୍ୟନ୍ତ ଲୋକମାନେ ଯାଯାବର ଭାବେ ଜୀବନଯାପନ କରୁଥିଲେ ।
(iii) କୌଣସି ପ୍ରକାର ଗୋଟିଏ ଉଦ୍ଭଦ ଗୋଟିଏ ସ୍ଥାନରେ ଉତ୍ପାଦନ ଓ ଅଧିକ ମାତ୍ରାରେ ଚାଷ କରିବାକୁ ………………… କୁହାଯାଏ ।
(iv) ବର୍ଷାଦିନେ ଚାଷ କରାଯାଉଥିବା ଫସଲକୁ …………………. କୁହାଯାଏ ।
(v) ଶୀତଦିନେ ଚାଷ କରାଯାଉଥିବା ଫସଲକୁ ………………… କୁହାଯାଏ ।
(vi) ଖରିଫ୍ ଫସଲକୁ ସାଧାରଣତଃ ………………… ପର୍ଯ୍ୟନ୍ତ ଚାଷ କରାଯାଏ ।
(vii) ଶସ୍ୟ ଉତ୍ପାଦନ ପୂର୍ବରୁ ………………… ହେଉଛି ପ୍ରାଥମିକ ସୋପାନ ।
(viii) ……………. ଏବଂ ………… କୃଷକର ବନ୍ଧୁ ଅଟନ୍ତି ।
(ix) ମୃତ୍ତିକାକୁ ତଳ-ଉପର କରିବା ଏବଂ ହାଲୁକା କରିବା ପଦ୍ଧତିକୁ ………………… କୁହାଯାଏ ।
(x) ହଳ ସମୟରେ ବାହାରି ପଡ଼ିଥିବା ବଡ଼ ମାଟିଖଣ୍ଡକୁ ……………………. କୁହାଯାଏ ।
(xi) ମଞ୍ଜି ବୁଣିବା ପୂର୍ବରୁ ମାଟିର ……………… ଠିକ୍ ଥିବା ଆବଶ୍ୟକ ।
(xii) ବହୁ ପୁରାତନ କାଳରୁ ଜମି କର୍ଷଣ, ସାର ବୁଣିବା ଏବଂ ଅନାବନା ଘାସ ଦମନ ପାଇଁ ……………………. ଠିକ୍ ଥ‌ିବା ଆବଶ୍ୟକ
(xiii) ଲଙ୍ଗଳରେ ଥିବା ତ୍ରିଭୁଜାକୃତି ଲୁହା ପ୍ଲେଟ୍‌କୁ ………………… କୁହାଯାଏ ।
(xiv) ଲଙ୍ଗଳର ଲମ୍ବା ଅଂଶଟିକୁ ……………….. କୁହାଯାଏ ।
(xv) ଲଙ୍ଗଳର ହାତରେ ଧରାଯାଉଥ‌ିବା ଅଂଶକୁ ……………………. କୁହାଯାଏ ।
(xvi) ନଷ୍ଟ ହୋଇଥିବା ବିହନଠାରୁ ଭଲ ବିହନ ଅଲଗା କରିବାପାଇଁ ……………… ପଦ୍ଧତି ଏକ ଉତ୍କୃଷ୍ଟ ଉପାୟ ।
(xvii) ପାରମ୍ପରିକ ପଦ୍ଧତିରେ ମଞ୍ଜି ବୁଣିବାପାଇଁ ……………………. ସଦୃଶ ଏବଂ ଯନ୍ତ୍ର ବ୍ୟବହାର କରାଯାଉଥିଲା |
(xviii) ଆଜିକାଲି ଟ୍ରାକ୍ଟରରେ ଖଞ୍ଜାଯାଇଥିବା ……………………….. ଯନ୍ତ୍ରଦ୍ୱାରା ମଞ୍ଜିବୁଣା କାର୍ଯ୍ୟ ହୋଇପାରୁଛି
(xix) ମୃଭିକାରେ ଗଛ ହୃଷ୍ଟପୁଷ୍ଟ ହୋଇ ବଢ଼ିବାପାଇଁ ଯେଉଁ ପୋଷକ ଅତିରିକ୍ତଭାବେ ପ୍ରୟୋଗ କରାଯାଏ ତାହାକୁ …………………….. କୁହାଯାଏ ।
(xx) ………………… ଦ୍ଵାରା ମୃତ୍ତିକାରେ ପୋଷକ ପଦାର୍ଥ ପରିପୂର୍ଣ୍ଣ ହୋଇଥାଏ ।

BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

Answers:
(i) ଶାରୀରିକ କ୍ରିୟା
(ii) 10 ହଜାର
(iii) ଅକ୍ଟୋବରରୁ ମାର୍ଚ୍ଚ
(iv) ଖରିଫ୍ ଫସଲ
(y) ରବି ଫସଲ
(vi) ଜୁରୁ ସେପ୍ଟେମ୍ବର
(vii) ମୂରିକା ପ୍ରସ୍ତୁତି
(viii) ଜିଆ, ଅଣୁଜୀବ
(ix) ବତର
(x) ମାଟିଟେଳା
(xiii) ଲଙ୍ଗଳ ମୁଣ୍ଡା
(xvi) ପାଣିରେ ଭସା
(xi) ବତର
(xii) ହଳ ଲଙ୍ଗଳ
(xiv) ଈଷ
(xv) କଣ୍ଟି
(xvii) କାହାଳୀ
(xviii) ଡ୍ରିଲିଙ୍ଗ
(xix) ଖତ ଓ ସାର
(xx) ଫସଲ ପର୍ଯ୍ୟାୟ

2. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ଶିମ୍ବ, ମଟର ଇତ୍ୟାଦି ଛୁଇଁ ଜାତୀୟ ଉଦ୍ଭଦର ଚେରରେ ଥିବା ଗ୍ରନ୍ଥିକା ବା ଗଣ୍ଠିରେ ……………………. ବୀଜାଣୁ ରହିଥା’ନ୍ତି । (ସ୍ପାଇରୋଗାଇରା, ରାଇଜୋବିୟମ, ୟୁଲୋଥିକ୍‌ସ, ଇଷ୍ଟ)
(ii) ରାସାୟନିକ ସାର ମୃତ୍ତିକାକୁ କୌଣସି ………………. ଦେଇ ନଥାଏ । ( ଲବଣ, ପୋଷକ, ବର୍ଜ୍ୟବସ୍ତୁ, ହ୍ୟୁମସ୍)
(iii) ପ୍ରାଣୀ ଓ ଉଭିଦର ଆବର୍ଜନା …………………… ଦ୍ଵାରା ପଚିସଢ଼ି ଯାଏ । ( ଅଣୁଜୀବ, ଶୈବାଳ, କବକ, ଆଦିପ୍ରାଣୀ)
(iv) ଆବଶ୍ୟକତାଠାରୁ ବେଶି ବା କମ୍ ସାର ପ୍ରୟୋଗ ………………….. ଗଛ ସୃଷ୍ଟିକରେ । (ସବଳ, ଦୁର୍ବଳ, ସିଧା, ବଙ୍କା)
(v) ଉଦ୍ଭିଦ ଦେହରେ ……………… ଭାଗ ଜଳ ରହିଥାଏ ।
(60, 70, 80, 90)
(vi) ଜମିର ଆର୍ଦ୍ରତା ରକ୍ଷା …………….. ଦ୍ଵାରା ସମ୍ଭବ ହୋଇଥାଏ । (ଜଳସେଚନ, ରାସାୟନିକ ସାର ପ୍ରୟୋଗ, ଖତସାର ପ୍ରୟୋଗ, କର୍ଷଣ )
(vii) ବାଲିଆ ଜମିପାଇଁ ଆଧୁନିକ ଜଳସେଚନ ପଦ୍ଧତି ………………… ଅବଲମ୍ବନ କରାଯା ଏ (ବୁନ୍ଦା ପଦ୍ଧତି, ଛିଞ୍ଚା ପଦ୍ଧତି, ସିଆର ପଦ୍ଧତି, ପଟାଳୀ ପଦ୍ଧତି)
(viii) ବୁନ୍ଦା ପଦ୍ଧତିରେ ଜଳସେଚନର ଅନ୍ୟ ନାମ ………………… ପଦ୍ଧତି ଅଟେ । (ସ୍ପ୍ରିଙ୍କଲ୍‌ର, ଡ୍ରିପ୍ ଜଳସେଚନ, ବେସିନ୍, ଫ୍ରିଡ଼ିଙ୍ଗ)
(ix) ଧାନ କାଟିବା ଓ ଉଡ଼ାଇବା କାର୍ଯ୍ୟ ……………………. ମେସିନ୍‌ଦ୍ବାରା କରାଯାଇପାରୁଛି । (ତେଣ୍ଡା, ଶଗଡ଼ି, କମ୍ବାଇନ୍, ରହଟ)
(x) ଅବଲମ୍ବନ କରାଯା ଏ …………………… ଭିଟାମିନ୍ ପରିପୂର୍ଣ୍ଣ ଥାଏ । (A, B, C, D)

Answers:
(i) ରାଇଜୋବିୟମ
(ii) ହ୍ୟୁମସ୍
(iii) ଅଣୁଜୀବ
(iv) ଦୁର୍ବଳ
(v) 90
(vi) ଜଳସେଚନ
(vii) ଛିଞ୍ଚା ପଦ୍ଧତି
(viii) ଡ୍ରିପ୍
(ix) କମ୍ବା ଇନ୍
(x) D

3. ବାମ ପାର୍ଶ୍ୱସ୍ଥ ସମ୍ପର୍କକୁ ଲକ୍ଷ୍ୟ କରି ଦକ୍ଷିଣ ପାର୍ଶ୍ବରେ ଶୂନ୍ୟସ୍ଥାନ ପୂରଣ କର ।
(i) ବର୍ଷାଦିନ ଚାଷ : ଖରିଫ୍ ଫସଲ :: ଶୀତଦିନ ଚାଷ : …………………… ।
(ii) ସୋରିଷ : ରବି ଫସଲ :: ଚିନାବାଦାମ : ………………………… ।
(iii) କପା : ରାଶି :: ଜୁନ୍‌ରୁ ସେପ୍ଟେମ୍ବର : ……………………….. ।
(iv) ଲଙ୍ଗଳ : ମୃତ୍ତିକା ପ୍ରସ୍ତୁତି :: ଡ୍ରିଲିଙ୍ଗ ଯନ୍ତ୍ର : …………………………. ।
(v) ଅଜୈବ ଲବଣ : ରାସାୟନିକ ସାର :: ପ୍ରାକୃତିକ ପଦାର୍ଥ : ……………………… ।
(vi) ଜମିରେ ପ୍ରସ୍ତୁତ ହୁଏ : ଖତ :: କାରଖାନାରେ ପ୍ରସ୍ତୁତ ହୁଏ : ……………………… ।
(vii) ମୃତ୍ତିକାକୁ ହ୍ୟୁମସ୍ ଦିଏ : ଖତ :: ମୃତ୍ତିକାକୁ ହ୍ୟୁମସ୍ ଦିଏ ନାହିଁ : ……………………… ।
(viii) ବାଲିଆ ଜମି : ଛିଞ୍ଚା ପଦ୍ଧତି :: ଜଳ ଅଭାବ ଅଞ୍ଚଳ : ……………………… ।
(ix) ବୁନ୍ଦା ପଦ୍ଧତି : ଫଳଗଛ :: ଛିଞ୍ଚା ପଦ୍ଧତି : ……………………… ।
(x) ଧାନ କାଟିବା ଓ ଉଡ଼ାଇବା : କମ୍ବାଇନ :: ଅଗାଡ଼ି ଉଡ଼ାଇବା : ……………………… ।

BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

Answers:
(i) ରବି ଫସଲ
(ii) ଖରିଫ୍ ଫସଲ
(iii) ଅକ୍ଟୋବରରୁ ମାର୍ଚ୍ଚ ମଞ୍ଜିବୁଣା
(iv) ମଞ୍ଜିବୁଣା
(v) ଖତ
(vi) ରାସାୟନିକ ସାର
(vii) ରାସାୟନିକ ସାର
(viii) ବୁନ୍ଦା ପଦ୍ଧତି
(ix) ଚା’, କଫି, ଅଳେଇଚ
(x) ଉଇନୋଇଙ୍ଗ

4. ‘କ’ ସ୍ତମ୍ଭରେ ଥ‌ିବା ପଦାର୍ଥଗୁଡ଼ିକୁ ‘ଖ’ ସ୍ତମ୍ଭରେ ଥ‌ିବା ଉପଯୁକ୍ତ ପଦସହ ମିଳାଅ ।
କ’ ସ୍ତମ୍ଭ
(i) ଭିଟାମିନ୍ – D
(ii) ସିଲେ
(iii) 2-4.D
(iv) ଉଇନୋଇଙ୍ଗ୍
(v) କମ୍ବାଇନ୍
(vi) 86
(vii) ବୈଶାଖୀ
(viii) ବୁନ୍ଦା ପଦ୍ଧତି
(ix) ଛିଞ୍ଚା ପଦ୍ଧତି
(x) N.P.K.

କ’ ସ୍ତମ୍ଭ
(ii) ଅଗାଡ଼ି ଅଲଗା କରିବା
(iii) ଅମଳ ଉତ୍ସବ
(iv) ଅସମତଳ ସ୍ଥାନ
(v) ଗୋଲାକାର ଉଚ୍ଚ କୋଠାଘର
(vi) ରାସାୟନିକ ସାର
(vii) ଧାନ କାଟିବା ଓ ଉଡ଼ାଇବା
(viii) ମାଛ
(ix) ତୃଣକମାରୀ
(x) ଜଳ ଅଭାବ ଥ‌ିବା ଅଞ୍ଚଳ

Answers:
(i) (viii)
(ii) (v)
(iii) (ix)
(iv) (ii)
(v) (vii)
(vi) (i)
(vii) (iii)
(viii) (x)
(ix) (iv)
(x) (vi)

5. କେବଳ ଉତ୍ତର ଲେଖ ।
(i)କେବେ ଲୋକମାନେ ଯାଯାବର ଭାବେ ଜୀବନଯାପନ କରୁଥିଲେ ?
ଉ-
10 ହଜାର ବର୍ଷ ପୂର୍ବେ

(ii) ଗୋଟିଏ ପ୍ରକାର ଉଭିଦକୁ ଗୋଟିଏ ଜମିରେ ଅଧୂକ ମାତ୍ରାରେ ଚାଷ କରିବାକୁ କ’ଣ କୁହାଯାଏ ?
ଉ-
ଫସଲ

BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

(iii) ବିଭିନ୍ନ ପ୍ରକାର ଫସଲଗୁଡ଼ିକ କ’ଣ ?
ଉ-
ଖାଦ୍ୟଶସ୍ୟ, ପନିପରିବା ଓ ଫଳ

(iv) ଦୁଇଟି ଉନ୍ନତ କିସମର କୃଷି ପ୍ରଣାଳୀର ନାମ ଲେଖ ।
ଉ-
ଖରିଫ୍ ଫସଲ ଓ ରବି ଫସଲ

(v) ବର୍ଷାଦିନେ ଚାଷ ହେଉଥିବା ଫସଲ କେଉଁ ନାମରେ ନାମିତ ?
ଉ-
ଖରିଫ୍ ଫସଲ

(vi) ଶୀତଦିନେ ଉତ୍ପାଦିତ ହେଉଥ‌ିବା ଫସଲ କେଉଁ ନାମରେ ନାମିତ ?
ଉ-
ରବି ଫସଲ

(vii) କେଉଁ ମାସରେ ଖରିଫ୍ ଫସଲ ଚାଷ କରାଯାଏ ?
ଉ-
ଜୁରୁ ସେପ୍ଟେମ୍ବର

(viii) କେଉଁ ମାସରେ ରବି ଫସଲ ଚାଷ କରାଯାଏ ?
ଉ-
ଅକ୍ଟୋବରରୁ ମର୍ଚ୍ଚ

(ix) ଖରିଫ୍ ଫସଲର ଦୁଇଟି ଉଦାହରଣ ଦିଅ ।
ଉ-
ଧାନ ଓ ମକା

(x) ରବି ଫସଲର ଦୁଇଟି ଉଦାହରଣ ଦିଅ ।
ଉ-
ଗହମ ଓ ବୁଟ

(xi) ଖାଦ୍ୟ ଉତ୍ପାଦନପାଇଁ କୃଷକ ଯେଉଁ ପନ୍ଥା ଅବଲମ୍ବନ କରେ ତାହାକୁ କ’ଣ କୁହାଯାଏ ?
ଉ-
କୃଷି ପ୍ରଣାଳୀ

(xii) ହାଲୁକା ମୃତ୍ତିକା କାହାର ବୃଦ୍ଧିରେ ସହାୟକ ହୁଅନ୍ତି ?
ଉ-
ଜିଆ ଓ ଅଣୁଜୀବ

(xiii) ମୃତ୍ତିକାକୁ ତଳ-ଉପର ଓ ହାଲୁକା କରିବାକୁ କ’ଣ କୁହାଯାଏ ?
ଉ-
ଚାଷ ବା ହଳ

(xiv) ମାଟିଟେଳାକୁ କାହାଦ୍ଵାରା ଗୁଣ୍ଡ କରାଯାଏ ?
ଉ-
ମାଇ

(xv) ହଳ ସମୟରେ ବାହାରୁଥିବା ବଡ଼ ମାଟି ଖଣ୍ଡକୁ କ’ଣ କୁହାଯାଏ ?
ଉ-
ମାଟି ଟେଳା

(xvi) ମଞ୍ଜି ବୁଣିବା ପୂର୍ବରୁ ମାଟିର କ’ଣ ଥିବା ଆବଶ୍ୟକ ?
ଉ-
ବତର

(xvii) ଲଙ୍ଗଳର ଲମ୍ବା ଅଂଶକୁ କ’ଣ କୁହାଯାଏ ?
ଉ-
ଈଷ

BSE Odisha 8th Class Life Science Solutions Chapter 1 ଶସ୍ୟ ଉତ୍ପାଦନ ଓ ପରିଚାଳନା

(xviii) ଲଙ୍ଗଳର ହାତରେ ଧରାଯାଉଥ‌ିବା ଅଂଶକୁ କ’ଣ କୁହାଯାଏ ?
ଉ-
କଣ୍ଟି

(xix) ଟ୍ରାକ୍ଟରରେ କେଉଁ ଯନ୍ତ୍ର ବ୍ୟବହାରଦ୍ଵାରା, ମଞ୍ଜିବୁଣା କାର୍ଯ୍ୟ ହୋଇପାରୁଛି ?
ଉ-
ଡ୍ରିଲିଙ୍ଗ୍ ଯନ୍ତ୍ର

(xx) ଧାନଭଳି ବିହନକୁ କେଉଁଠାରେ ବୁଣି ଖୁବ୍‌ଶୀଘ୍ର ଉତରାଯାଏ ?
ଉ-
ନର୍ସରୀ

BSE Odisha 8th Class Maths Solutions Algebra Chapter 9 ଚଳନ Ex 9(b)

Odisha State Board BSE Odisha 8th Class Maths Solutions Algebra Chapter 9 ଚଳନ Ex 9(b) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 9 ଚଳନ Ex 9(b)

Question 1.
ନିମ୍ନ ଚଳରାଶିମାନଙ୍କ ମଧ୍ୟରେ କେଉଁଟି ସଳଖ ଚଳନ ଓ କେଉଁଟି ପ୍ରତିଲୋମୀ ଚଳନ ସମ୍ବନ୍ଧୀୟ ?
(i) କମଳା ସଂଖ୍ୟା x ଓ ତାହାର ମୂଲ୍ୟ y ଟଙ୍କା ।
(ii) ପାରିଶ୍ରମିକ x ଟଙ୍କା ଓ ଶ୍ରମ ସମୟ y ଦିନ ।
(iii) ନିର୍ଦ୍ଦିଷ୍ଟ ଦୂରତା ଅତିକ୍ରମ କରିବା ସମୟ x ଘଣ୍ଟା ଓ ବେଗ y କି.ମି. ପ୍ରତି ଘଣ୍ଟା ।
(iv) ନିର୍ଦ୍ଦିଷ୍ଟ କାମ ସମ୍ପନ୍ନ କରୁଥିବା ଶ୍ରମିକ ସଂଖ୍ୟା x ଓ ଶ୍ରମ ସମୟ y ଘଣ୍ଟା ।
(v) ସମାନ କ୍ଷେତ୍ରଫଳ ବିଶିଷ୍ଟ ଆୟତାକାରକ୍ଷେତ୍ରର ଦୈର୍ଘ୍ୟ x ମି. ଓ ପ୍ରସ୍ଥ Y ମି. ।
(vi) ଗୋଟିଏ ଘର ରଙ୍ଗ କରିବାପାଇଁ ଶ୍ରମିକ ସଂଖ୍ୟା
(vii) ଗୋଟିଏ ମହମବତି ଦୈନିକ x ଘଣ୍ଟା ଜଳିଲେ y ଦିନ ଯାଏ ।
Solution:
(i), (ii) ସଳଖ ଚଳନ ।
(iii), (iv), (v), (vi), (vii) – ପ୍ରତିଲୋମୀ ଚଳନ |

Question 2.
ଗୋଟିଏ ନିର୍ଦ୍ଦିଷ୍ଟ କାର୍ଯ୍ୟ ସମାପନ ପାଇଁ ନିମ୍ନ ସାରଣୀର ଶୂନ୍ୟସ୍ଥାନଗୁଡ଼ିକ ପୂରଣ କର ।
BSE Odisha 8th Class Maths Solutions Algebra Chapter 9 Img 14
Solution:
BSE Odisha 8th Class Maths Solutions Algebra Chapter 9 Img 15
ସୂଚନା :
ଲଶ୍ୟକର, ଚଳନର ଧଦ୍ବାଜ [K = x × y = 20 × 6 = 120]
ତେଣୁ ତୃତୀୟ ଧାଡ଼ିର ସମସ୍ତ ଶୂନ୍ୟସ୍ଥାନ 120 ଦ୍ୱାରା ପୂରଣ ହେବ । x ଓ y ଚଳରାଶିଦ୍ଵୟ ମଧ୍ୟରୁ ଗୋଟିଏ ଦ୍ଵାରା 120 କୁ ଭାଗକଲେ, ଅନ୍ୟଟି ନିର୍ଣ୍ଣୟ କରିହେବ ।

BSE Odisha 8th Class Maths Solutions Algebra Chapter 9 ଚଳନ Ex 9(b)

Question 3.
ଦତ୍ତ ସାରଣୀମାନଙ୍କରୁ କେଉଁଗୁଡ଼ିକ ପ୍ରତିଲୋମୀ ଚଳନର ଅନ୍ତର୍ଗତ ?
BSE Odisha 8th Class Maths Solutions Algebra Chapter 9 Img 16
Solution:
(i) ପ୍ରତିଲୋମୀ ଚଳନ
(ii) ସଳଖ ଚଳନ
(iii) ସଳଖ ଚଳନ
(iv) ପ୍ରତିଲୋମୀ ଚଳନ

Question 4.
ଗୋଟିଏ ଶ୍ରେଣୀଗୃହରେ 30 ଜଣ ଛାତ୍ର ବସିଲେ ଜଣପିଛା 4 ବର୍ଗମିଟର ସ୍ଥାନ ମିଳେ । ଯଦି ସେହି ଶ୍ରେଣୀରେ ଆଉ 15 ଜଣ ଛାତ୍ର ନାମ ଲେଖାଇଥା’ନ୍ତି; ତେବେ ଜଣପିଛା କେତେ ବର୍ଗମିଟର ସ୍ଥାନ କମିଯିବ ?
Solution:
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶ କଲେ
BSE Odisha 8th Class Maths Solutions Algebra Chapter 9 Img 17
ଏଠାରେ ଛାତ୍ର ସଂଖ୍ୟା ଏବଂ ପ୍ରତ୍ୟେକଙ୍କ ପାଇଁ ଆବଶ୍ୟକ ବସିବା ସ୍ଥାନ, ପ୍ରତିଲୋମୀ ଚଳନର ଅନ୍ତର୍ଭୁକ୍ତ ।
∴ ପ୍ରତିଲୋମୀ ଚଳନର ସୂତ୍ରାନୁଯାୟୀ x1 y1 = x2y2
⇒ 30 × 4 = 45 × y2 ⇒ y2 = \(\frac { 120 }{ 45 }\) = \(\frac { 8 }{ 3 }\) ବର୍ଗମିଟର
କମିଯାଇଥିବା ସ୍ଥାନର ପରିମାଣ = 4 – \(\frac { 8 }{ 3 }\) = \(\frac { 12 – 8 }{ 3 }\) ବ.ମି. = \(\frac { 4 }{ 3 }\) ବ.ମି. = 1\(\frac { 1 }{ 3 }\) ବର୍ଗମିଟର
∴ ଜଣପିଛା 1\(\frac { 1 }{ 3 }\) ବର୍ଗମିଟର ସ୍ଥାନ କମିଯିବ ।

Question 5.
ଗୋଟିଏ ସ୍କୁଲ୍‌ଘର ରଙ୍ଗ କରିବାପାଇଁ 6 ଜଣ ଶ୍ରମିକ 15 ଦିନ ନିଅନ୍ତି; ତେବେ କାମଟି 5 ଦିନରେ ଶେଷ କରିବାପାଇଁ କେତେ ଅଧ୍ଵ ଶ୍ରମିକ ଆବଶ୍ୟକ ?
Solution:
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶକଲେ,
BSE Odisha 8th Class Maths Solutions Algebra Chapter 9 Img 18
ଶ୍ରମିକ ସଂଖ୍ୟା ଓ ଶେଷ କରିବା ଦିନ ସଂଖ୍ୟା ପ୍ରତିଲୋମୀ ଚଳନର ଅନ୍ତର୍ଭୁକ୍ତ ।
∴ ପ୍ରତିଲୋମୀ ଚଳନର ସୂତ୍ରାନୁଯାୟୀ x1 y1 = x2y2
⇒ 6 × 15 = x2 × 5 ⇒ 5x2 = 90 ⇒ x2 = \(\frac { 90 }{ 5 }\) = 18
କାମଟିକୁ ଶେଷ କରିବାପାଇଁ 18 ଜଣ ଶ୍ରମିକ ଆବଶ୍ୟକ । କିନ୍ତୁ 6 ଜଣ ଶ୍ରମିକ ଆଗରୁ ଅଛନ୍ତି ।
ତେଣୁ ଆବଶ୍ୟକ ଅଧ‌ିକ ଶ୍ରମିକ ସଂଖ୍ୟା = 18 – 6 = 12 ଜଣ ।
କାମଟି 5 ଦିନରେ ଶେଷ କରିବାପାଇଁ 12 ଜଣ ଅଧ୍ବକ ଶ୍ରମିକ ଆବଶ୍ୟକ ।

Question 6.
ଅଂଶୁମାନର ଜନ୍ମଦିନରେ ତାହାର 6 ଜଣ ସାଙ୍ଗ ଆସିଥିଲେ । ପ୍ରତି ସାଙ୍ଗ ପାଇଁ 10ଟି ଲେଖାଏଁ ଚକୋଲେଟ୍‌ର ବ୍ୟବସ୍ଥା ଥିଲା । କିନ୍ତୁ ତା’ର ଆଉ 4 ଜଣ ଅଧ୍ଵ ସାଙ୍ଗ ଆସି ପହଞ୍ଚିଲେ; ତେବେ ପ୍ରତ୍ୟେକ କେତୋଟି କରି ଚକୋଲେଟ୍ ପାଇବେ ?
Solution:
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶକଲେ,
BSE Odisha 8th Class Maths Solutions Algebra Chapter 9 Img 19
ଏଠାରେ ପିଲା ସଂଖ୍ୟା ଓ ଆସିଥିବା ଚକୋଲେଟ୍ ସଂଖ୍ୟା ପ୍ରତିଲୋମୀ ଚଳନର ଅନ୍ତର୍ଭୁକ୍ତ ।
∴ ପ୍ରତିଲୋମୀ ଚଳନର ସୂତ୍ରାନୁଯାୟୀ x1 y1 = x2y2
⇒ 6 × 10 = 10y2 ⇒ y2 = \(\frac{10 \times 6}{10}\) = 6
∴ ପ୍ରତ୍ୟେକ ଟି କରି ଚକୋଲେଟ୍ ପାଇବେ ।

BSE Odisha 8th Class Maths Solutions Algebra Chapter 9 ଚଳନ Ex 9(b)

Question 7.
ଗୋଟିଏ କାର୍ଯ୍ୟର ଅର୍ଦ୍ଧେକକୁ 12 ଜଣ ଶ୍ରମିକ 15 ଦିନରେ ଶେଷ କରନ୍ତି । ସେହି କାମଟିକୁ 30 ଜଣ ଶ୍ରମିକ କେତେ ସମୟରେ ଶେଷକରିବେ ?
Solution:
ଗୋଟିଏ କାର୍ଯ୍ୟର ଅର୍ଦ୍ଧେକକୁ 12 ଜଣ ଶ୍ରମିକ 15 ଦିନ ନିଅନ୍ତି ।
ତେବେ ସମ୍ପୂର୍ଣ୍ଣ କାର୍ଯ୍ୟକୁ 12 ଜଣ ଶ୍ରମିକ 15 × 2 = 30 ଦିନରେ ଶେଷକରିବେ ।
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶକଲେ,
BSE Odisha 8th Class Maths Solutions Algebra Chapter 9 Img 20
ଏଠାରେ ଶ୍ରମିକ ସଂଖ୍ୟା ଓ କାର୍ଯ୍ୟ ସରିବାର ଦିନ ସଂଖ୍ୟା ପ୍ରତିଲୋମୀ ଚଳନର ଅନ୍ତର୍ଭୁକ୍ତ ।
∴ ପ୍ରତିଲୋମୀ ଚଳନର ସୂତ୍ରାନୁଯାୟୀ x1 y1 = x2y2
⇒ 12 × 30 = 30 × y2 ⇒ y2 = \(\frac{12 \times 30}{30}\) = 12
∴ କାମଟିକୁ 30 ଜଣ ଶ୍ରମିକ 12 ଦିନରେ ଶେଷକରିବେ ।

Question 8.
ନିର୍ଦ୍ଦିଷ୍ଟ ପରିମାଣ ବୁନ୍ଦିରେ 50 ପଇସା ମୂଲ୍ୟର 100ଟି ମିଠାଇ ତିଆରି ହୁଏ; ତେବେ ସେହି ବୁନ୍ଦାରେ ଦୁଇଟଙ୍କା ମୂଲ୍ୟର କେତୋଟି ମିଠାଇ ତିଆରି ହେବ ?
Solution:
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶକଲେ,
BSE Odisha 8th Class Maths Solutions Algebra Chapter 9 Img 21
ଏଠାରେ ଶ୍ରମିକ ସଂଖ୍ୟା ଓ କାର୍ଯ୍ୟ ସରିବାର ଦିନ ସଂଖ୍ୟା ପ୍ରତିଲୋମୀ ଚଳନର ଅନ୍ତର୍ଭୁକ୍ତ ।
∴ ପ୍ରତିଲୋମୀ ଚଳନର ସୂତ୍ରାନୁଯାୟୀ x1 y1 = x2y2
⇒ \(\frac{1}{2}\) × 100 = 2.y2 ⇒ 50 = 2y2 ⇒ y2 = \(\frac{50}{2}\) = 25
∴ ସେହି ବୁନ୍ଦିରେ ଦୁଇଟଙ୍କା ମୂଲ୍ୟର 25ଟି ମିଠାଇ ତିଆରି ହେବ ।

Question 9.
ସମାନ କ୍ଷେତ୍ରଫଳ ବିଶିଷ୍ଟ ତିନୋଟି ଆୟତକ୍ଷେତ୍ରର ଦୈର୍ଘ୍ୟ ଯଥାକ୍ରମେ 24, 12 ଓ 8 ମିଟର ହେଲେ,
(i) ସେମାନଙ୍କର ଅନ୍ୟ ବାହୁର ଦୈର୍ଘ୍ୟ ସ୍ଥିର କର ।
(ii) ଆୟତକ୍ଷେତ୍ର ତିନୋଟିର ପ୍ରସ୍ଥମାନଙ୍କର ଅନୁପାତ ସ୍ଥିର କର । ପ୍ରଥମ ପ୍ରଶ୍ନର ଏକାଧିକ ଉତ୍ତର ସମ୍ଭବ କି ? ଯଦି ସମ୍ଭବ, କାହିଁକି ?
Solution:
(i) ମନେକର ଆୟତକ୍ଷେତ୍ରତ୍ରୟର ଅନ୍ୟ ବାହୁର ଦୈର୍ଘ୍ୟ ଯଥାକ୍ରମେ a, b ଓ ୯ ମିଟର ।
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶକଲେ,
BSE Odisha 8th Class Maths Solutions Algebra Chapter 9 Img 22
ଏଠାରେ ଶ୍ରମିକ ସଂଖ୍ୟା ଓ କାର୍ଯ୍ୟ ସରିବାର ଦିନ ସଂଖ୍ୟା ପ୍ରତିଲୋମୀ ଚଳନର ଅନ୍ତର୍ଭୁକ୍ତ ।
∴ ପ୍ରତିଲୋମୀ ଚଳନର ସୂତ୍ରାନୁଯାୟୀ x1 y1 = x2y2 = z1z2 ⇒ 24 . a = 12 . b = 8 . c
ଦରମାନ 24 a = 12b ⇒ \(\frac { a }{ b }\) = \(\frac { 12 }{ 24 }\) = \(\frac { 1 }{ 2 }\) …(i)
ପ୍ରଥମ 12b = 8c ⇒ \(\frac { b }{ c }\) = \(\frac { 8 }{ 12 }\) = \(\frac { 2 }{ 3 }\) …(ii)
∴ Eqn. (i) ଓ Eqn. (ii) ରୁ ପାଇଲେ, a = 1, b = 2, c = 3
∴ ଆୟତକ୍ଷେତ୍ର ତିନୋଟିର ଅନ୍ୟ ବାହୂତ୍ରୟର ଦୈର୍ଘ୍ୟ ପାଇଲେ1 ମି. 2 ମି. ଓ 3 ମି. |

(ii) ଆୟତକ୍ଷେତ୍ର ତିନୋଟିର ବାହୂତ୍ରୟର ପାଇଲେ 1 ମି. 2 ମି. ଓ 3 ମି. |
∴ ସେମାନଙ୍କର ଅନୁପାତ 1 : 2 : 3 ହେବ ।
ପ୍ରଥମ ପ୍ରଶ୍ନ ବା (i)ର ଏକାଧିକ ଉତ୍ତର ସମ୍ଭବ, କାରଣ ଦୈର୍ଘ୍ୟଗୁଡ଼ିକ ବିଭିନ୍ନ ନେଲେ ଉତ୍ତରଗୁଡ଼ିକ ବିଭିନ୍ନ ହେବ ।

BSE Odisha 8th Class Maths Solutions Algebra Chapter 9 ଚଳନ Ex 9(b)

Question 10.
ଗୋଟିଏ ବନ୍ୟା ଆଶ୍ରୟସ୍ଥଳରେ 120 ଜଣ ଲୋକଙ୍କ ପାଇଁ ୨ ଦିନର ଚୁଡ଼ା ଓ ଗୁଡ଼ର ବ୍ୟବସ୍ଥା ଥିଲା । ସେଠାକୁ ଆଶ୍ରୟ ନେବାପାଇଁ 180 ଜଣ ଲୋକ ଆସିଲେ । ସେହି ଖାଦ୍ୟ ସେମାନଙ୍କର କେତେ ଦିନ ଯିବ ?
Solution:
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶକଲେ,
BSE Odisha 8th Class Maths Solutions Algebra Chapter 9 Img 23
ଏଠାରେ ଶ୍ରମିକ ସଂଖ୍ୟା ଓ କାର୍ଯ୍ୟ ସରିବାର ଦିନ ସଂଖ୍ୟା ପ୍ରତିଲୋମୀ ଚଳନର ଅନ୍ତର୍ଭୁକ୍ତ ।
ତେଣୁ ତ୍ପତିଲୋମା ଭଲନ ସତ ଅନୁଯାୟୀ x1 y1 = x2y2 ⇒ 120 × 9 = 180 × y2 ⇒ y2 = \(\frac{12 0\times 9}{180}\) = 6
∴ ସେହି ଖାଦ୍ୟ ସେମାନଙ୍କର 6 ଦିନ ଯିବ ।

Question 11.
ରବି ସାଇକେଲ୍‌ରେ 10 କି.ମି. ପ୍ରତି ଘଣ୍ଟା ବେଗରେ ଯାଇ ସ୍କୁଲରେ 12 ମିନିଟ୍‌ରେ ପହଞ୍ଚେ ! ସେ ତାହାର ଘଣ୍ଟାପ୍ରତି ବେଗ ଆଉ 2 କି.ମି. ବଢ଼ାଇଲେ ସ୍କୁଲ୍‌ରେ କେତେ ସମୟରେ ପହଞ୍ଚିବ ? ଘରଠାରୁ ତାହାର ସ୍କୁଲ୍ କେତେ ବାଟ ?
Solution:
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶକଲେ,
BSE Odisha 8th Class Maths Solutions Algebra Chapter 9 Img 24
ଏଠାରେ ଘଣ୍ଟାପ୍ରତି ବେଗ ଓ ସମୟ ପ୍ରତିଲୋମୀ ଚଳନର ଅନ୍ତର୍ଭୁକ୍ତ ।
ପ୍ରତିଲୋମୀ ଚଳନ ସୂତ୍ର ଅନୁଯାୟୀ x1 y1 = x2y2
⇒ 10 × \(\frac { 12 }{ 60 }\) = 12 × y2 ⇒ 2 = 12y2 ⇒ y2 = \(\frac { 2 }{ 12 }\) = \(\frac { 1 }{ 6 }\) ଣଣ ଦା 10 ମିନିଟ୍
∴ଏଠାରେ ଚଳନର ଧ୍ରୁବାଙ୍କ xy = ଘରଠାରୁ ସ୍କୁଲର ଦୂରତା
∴ ରବି 10 ମିନିଟ୍‌ରେ ଘରେ ପହଞ୍ଚିବ ଓ ଘରଠାରୁ ତାହାର ସ୍କୁଲର ଦୂରତା 2 କି.ମି. ।

BSE Odisha 8th Class Maths Solutions Geometry Chapter 4 ଅଙ୍କନ Ex 4(e)

Odisha State Board BSE Odisha 8th Class Maths Solutions Geometry Chapter 4 ଅଙ୍କନ Ex 4(e) Textbook Exercise Questions and Answers.

BSE Odisha Class 8 Maths Solutions Geometry Chapter 4 ଅଙ୍କନ Ex 4(e)

Question 1.
ABCD ଚତୁର୍ଭୁଜ ଅଙ୍କନ କର, ଯେପରି AB = 4 ସେ.ମି., BC = 3 ସେ.ମି., AD = 2.5 ସେ.ମି., CD = 3 ସେ.ମି. ଓ BD = 4 ସେ.ମି |
Solution:
BSE Odisha 8th Class Maths Solutions Geometry Chapter 4 Img 20
(i) △ABD ଅଙ୍କନ କରି, ମାଦ୍ରାର AB = 4 ସେ.ମି., AD = 2.5 ସେ.ମି. ଏବଂ BD = 4 ସେ.ମି. |
(ii) D ଓ B ଉଭୟକୁ କେନ୍ଦ୍ର କରି 3 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଚାପ ଅଙ୍କନ କର, ଯେପରିକି ଚାପଦ୍ଵୟ ପରସ୍ପରକୁ ଛେଦକରିବେ । ଛେଦବିନ୍ଦୁର ନାମ C ଦିଅ ।
(iii) \(\overline{\mathrm{CD}})\) ଏବଂ \(\overline{\mathrm{BC}})\) ଅଙ୍କନ କରି ABCD ଚତୁର୍ଭୁଜ ସଂପୂର୍ଣ୍ଣ କର ।

Question 2.
ABCD ଚତୁର୍ଭୁଜ ଅଙ୍କନ କର, ଯାହାର AB = BC = 5.5 ସେ.ମି., CD = 4 ସେ.ମି., AD 6.3 ସେ.ମି. ଏବଂ AC = 9.4 ସେ.ମି. । ଚତୁର୍ଭୁଜଟି ଅଙ୍କନ କରି BD ର ଦୈର୍ଘ୍ୟ ନିର୍ଣ୍ଣୟ କର ।
Solution:
(i) △ABC ଅଙ୍କନ କର, ଯାହାର AB = 5.5 ସେ.ମି., BC = 5.5 ସେ.ମି. ଏବଂ AC = 9.4 ସେ.ମି. ।
(ii) A ଓ Cକୁ କେନ୍ଦ୍ର କରି ଯଥାକ୍ରମେ 6.3 ସେ.ମି. ଏବଂ 4 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଚାପ ଅଙ୍କନ କର ଯେପରିକି ଚାପଦ୍ଵୟ ପରସ୍ପରକୁ ଛେଦ କରିବେ । ଛେଦବିନ୍ଦୁର ନାମ D ଦିଅ ।
BSE Odisha 8th Class Maths Solutions Geometry Chapter 4 Img 21
(iii) D, Aକୁ ଏବଂ D, Cକୁ ଯୋଗକରି ABCD ଚତୁର୍ଭୁଜ ସଂପୂର୍ଣ୍ଣ କର ।
(iv) B, Dକୁ ଯୋଗକରି BD ର ଦୈର୍ଘ୍ୟ ମାପ ।

BSE Odisha 8th Class Maths Solutions Geometry Chapter 4 ଅଙ୍କନ Ex 4(e)

Question 3.
ଗୋଟିଏ ରମ୍ବସ୍ ଅଙ୍କନ କର, ଯାହାର ବାହୁର ଦୈର୍ଘ୍ୟ 4.5 ସେ.ମି. ଏବଂ ଗୋଟିଏ କର୍ପୂର ଦୈର୍ଘ୍ୟ 6 ସେ.ମି. । ରମ୍ବସ୍‌ ଅଙ୍କନ କରି ତାହାର ଅନ୍ୟ କର୍ପୂର ଦୈର୍ଘ୍ୟ ମାପି ସ୍ଥିର କର ।
Solution:
(i)
A ABC ଅଙ୍କନ କର, ଯାହାର BC = 4.5 ସେ.ମି., AB = 4.5 ସେ.ମି. ଏବଂ AC = 6 ସେ.ମି. ।
BSE Odisha 8th Class Maths Solutions Geometry Chapter 4 Img 22
(ii) A ଓ Cକୁ କେନ୍ଦ୍ର କରି 4.5 ସେ.ମି. ବ୍ୟାସାର୍ଦ୍ଧବିଶିଷ୍ଟ ଦୁଇଟି ଚାପ ଅଙ୍କନ କର, ଯେପରିକି ସେମାନେ ପରସ୍ପରକୁ D ବିନ୍ଦୁରେ ଛେଦକରିବେ ।
(iii) D, A ଏବଂ D, Cକୁ ଯୋଗକରି ABCD ରମ୍ବସ୍ ସଂପୂର୍ଣ୍ଣ କର ।
(iv) BD ର ଦୈର୍ଘ୍ୟ ମାପ ।

Question 4.
ABCD ସାମାନ୍ତରିକ ଚିତ୍ର ଅଙ୍କନ କର, ଯାହାର AB = 3 ସେ.ମି., BC = 4.2 ସେ.ମି. ଓ କଣ୍ଠ AC ର ଦୈର୍ଘ୍ୟ = 6 ସେ.ମି. |
Solution:
(i) △ABC ଅଙ୍କନ କର, ଯାହାର BC 4.2 ସେ.ମି., AB = 3 ସେ.ମି. ଏବଂ AC = 6 ସେ.ମି. |
BSE Odisha 8th Class Maths Solutions Geometry Chapter 4 Img 23
(ii) A ଓ Cକୁ କେନ୍ଦ୍ରକରି ଯଥାକ୍ରମେ 4.2 ସେ.ମି. ଏବଂ 3 ସେ.ମି. ବ୍ୟାସାର୍ଷବିଶିଷ୍ଟ ଚାପଦ୍ଵୟ ପରସ୍ପରକୁ D ବିନ୍ଦୁରେ ଛେଦକରନ୍ତୁ ।
(iii) D, A ଏବଂ D, Cକୁ ଯୋଗକରି ABCD ସାମାନ୍ତରିକ ଚିତ୍ର ସଂପୂର୍ଣ୍ଣ କର ।

BSE Odisha 8th Class Maths Solutions Geometry Chapter 4 ଅଙ୍କନ Ex 4(d)

Odisha State Board BSE Odisha 8th Class Maths Solutions Geometry Chapter 4 ଅଙ୍କନ Ex 4(d) Textbook Exercise Questions and Answers.

BSE Odisha Class 8 Maths Solutions Geometry Chapter 4 ଅଙ୍କନ Ex 4(d)

Question 1.
ABC ସମକୋଣୀ ତ୍ରିଭୁଜ ଅଙ୍କନ କର, ଯହିଁରେ କର୍ଣ୍ଣ AC ର ଦୈର୍ଘ୍ୟ 5 ସେ.ମି. ଓ BC =3 ସେ.ମି. । ତ୍ରିଭୁଜଟି ଅଙ୍କନ କରି \(\overline{\mathrm{AB}})\) ର ଦୈର୍ଘ୍ୟ ମାପ ।
Solution:
BSE Odisha 8th Class Maths Solutions Geometry Chapter 4 Img 15
(i) 3 ସେ.ମି. ଦୈର୍ଘ୍ୟ ବିଶିଷ୍ଟ \(\overline{\mathrm{BC}})\) ରେଖାଖଣ୍ଡ ଅଙ୍କନ କର ।
(ii) B ବିନ୍ଦୁରେ ∠XBC ଅଙ୍କନ କର, ଯାହାର ପରିମାଣ 90° ହେବ ।
(iii) C ବିନ୍ଦୁକୁ କେନ୍ଦ୍ର କରି 5 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଚାପ ଅଙ୍କନ କର ଯେପରିକି ଉକ୍ତ ଚାପ \( \overrightarrow{\mathrm{BX}}\) କୁ A ବିନ୍ଦୁରେ ଛେଦକରିବ ।
(iv) C, Aକୁ ଯୋଗକର । ବର୍ତ୍ତମାନ ଆବଶ୍ୟକୀୟ ABC ତ୍ରିଭୁଜ ମିଳିବ ।

Question 2.
ଗୋଟିଏ ସମକୋଣୀ ତ୍ରିଭୁଜ ଅଙ୍କନ କର, ଯାହାର କର୍ପୂର ଦୈର୍ଘ୍ୟ 8 ସେ.ମି. ଓ ଅନ୍ୟ ଏକ ବାହୁର ଦୈର୍ଘ୍ୟ 5.1 ସେ.ମି. ।
Solution:
BSE Odisha 8th Class Maths Solutions Geometry Chapter 4 Img 16
(i) 5.1 ସେ.ମି. ଦୈର୍ଘ୍ୟ ବିଶିଷ୍ଟ AB ରେଖାଖଣ୍ଡ ଅଙ୍କନ କର ।
(ii) B ବିନ୍ଦୁରେ ∠XBC ଅଙ୍କନ କରି, ଯାହାର ପରିମାଣ 90° ହେବ ।
(iii) A ବିନ୍ଦୁକୁ କେନ୍ଦ୍ର କରି 8 ସେ.ମି. ବ୍ୟାସାର୍ଷ ବିଶିଷ୍ଟ ଏକ ଚାପ ଅଙ୍କନ କର, ଯେପରିକି ଏହା BX କୁ C ବିନ୍ଦୁରେ ଛେଦକରିବ ।
(iv) C, Aକୁ ଯୋଗ କର । ବର୍ତ୍ତମାନ ଆବଶ୍ୟକୀୟ ABC ତ୍ରିଭୁଜ ମିଳିବ ।

BSE Odisha 8th Class Maths Solutions Geometry Chapter 4 ଅଙ୍କନ Ex 4(d)

Question 3.
△ABC ଅଙ୍କନ କର, ଯେପରି AB = BC = 5.6 ସେ.ମି. । B ହେବ AC ପ୍ରତି ଅଜିତ ଲମ୍ବର ପାଦବିନ୍ଦୁ D | BD = 4 ସେ.ମି. |
Solution:
BSE Odisha 8th Class Maths Solutions Geometry Chapter 4 Img 17
(i) \(\overleftrightarrow{\mathrm{MN}}\) ରେଖା ଅଙ୍କନ କର ଏବଂ D ବି ନ୍ଦୁ ରେ DX ⊥ \(\overleftrightarrow{\mathrm{MN}}\) ଅଙ୍କନ କର ।
(ii) \( \overrightarrow{\mathrm{DX}}\) ରୁ DB = 4 ସେ.ମି. ଅଂଶ ଛେଦନ କର |
(iii) Bକୁ କେନ୍ଦ୍ର କରି 5.6 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଦୁଇଟି ଚାପ MNକୁ ଯଥାକ୍ରମେ A ଓ C ବିନ୍ଦୁରେ ଛେଦକରୁ ।
(iv) B, Aକୁ ଏବଂ B, Cକୁ ଯୋଗ କରି △ABC ସଂପୂର୍ଣ୍ଣ କର ।

Question 4.
△ABCରେ AC = 5 ସେ.ମି. | \(\overline{\mathrm{AB}})\) ପ୍ରତି CD ଲମ୍ବ । CD = 4 ସେ.ମି., BC = 6 ସେ.ମି. । ତ୍ରିଭୁଜଟି ଅଙ୍କନ କର ।
Solution:
BSE Odisha 8th Class Maths Solutions Geometry Chapter 4 Img 19
(i) MN ରେଖା ଅଙ୍କନ କର ଏବଂ D ବିନ୍ଦୁରେ . \(\overline{\mathrm{DX}})\) ⊥ \(\overleftrightarrow{\mathrm{MN}}\) ଅଙ୍କନ କର ।
(ii) \( \overrightarrow{\mathrm{DX}}\) ରୁ \(\overline{\mathrm{DC}})\) = 4 ସେ.ମି. ଅଂଶ ଛେଦନ କର |
(iii) Cକୁ କେନ୍ଦ୍ର କରି 5 ସେ.ମି. ଓ 6 ସେ.ମି. ବ୍ୟାସାର୍କ ବିଶିଷ୍ଟ ଦୁଇଟି ଚାପ \(\overleftrightarrow{\mathrm{MN}}\) କୁ ଯଥାକ୍ରମେ A ଓ B ବିନ୍ଦୁରେ ଛେଦ- କରୁ ।
(iv) C, A ଏବଂ C, Bକୁ ଯୋଗ କରି △ABC ସଂପୂର୍ଣ୍ଣ କର ।

BSE Odisha 8th Class Maths Notes Geometry Chapter 3 ଚତୁର୍ଭୁଜ

Odisha State Board BSE Odisha 8th Class Maths Notes Geometry Chapter 3 ଚତୁର୍ଭୁଜ will enable students to study smartly.

BSE Odisha Class 8 Maths Notes Geometry Chapter 3 ଚତୁର୍ଭୁଜ

→ ଚତୁର୍ଭୁଜର ପରିଚୟ :

  • ଗୋଟିଏ ସମତଳରେ ଚାରୋଟି ପୃଥକ୍ ବିନ୍ଦୁ ଗୋଟିଏ ସମତଳରେ ତିନି ପ୍ରକାର ଅବସ୍ଥାରେ ରହିପାରନ୍ତି; ଯଥା – (i) ସମସ୍ତ ବିନ୍ଦୁ ଏକରେଖୀ, (ii) ଯେ କୌଣସି ତିନୋଟି ବିନ୍ଦୁ ଏକରେଖୀ, (iii) ଯେ କୌଣସି ତିନିଗୋଟି
  • ଏକ ସମତଳରେ ଅବସ୍ଥିତ ଚାରିଟି ପୃଥକ୍ ବିନ୍ଦୁ A, B, C ଓ D ମଧ୍ୟରୁ ଯଦି କୌଣସି ତିନୋଟି ବିନ୍ଦୁ ଏକ ସରଳରେଖାରେ ଅବସ୍ଥିତ ନ ହୁଅନ୍ତି ଏବଂ \(\overline{\mathrm{AB}})\), \(\overline{\mathrm{BC}})\),\(\overline{\mathrm{CD}})\) ଓ DA ପ୍ରାନ୍ତବିନ୍ଦୁ ଭିନ୍ନ ଅନ୍ୟ କୌଣସି ବିନ୍ଦୁରେ ପରସ୍ପରକୁ ଛେଦ କରନ୍ତି ନାହିଁ, ତେବେ AB, BC, CD ଓ DA ର ସଂଯୋଗକୁ ଏକ ଚତୁର୍ଭୁଜ କୁହାଯାଏ । ଏହି ଚତୁର୍ଭୁଜକୁ ‘ABCD ଚତୁର୍ଭୁଜ’ କୁହାଯାଏ ।
  • ABCD ଚତୁର୍ଭୁଜକୁ ‘BCDA, CDAB ବା DABC ଚତୁର୍ଭୁଜ’ ମଧ୍ୟ କୁହାଯାଏ ।
  • ABCD ଚତୁର୍ଭୁଜ ଏକ ସମତଳରେ ଅଙ୍କିତ ଏକ ସମତଳୀୟ ଚିତ୍ର ।
  • AB, BC,CD ଓ DA – ରେଖାଖଣ୍ଡଗୁଡ଼ିକ ବିନ୍ଦୁ ମାନଙ୍କର ଗୋଟିଏ ଗୋଟିଏ ସେଟ୍ ଅଟନ୍ତି | ତେଣ୍ଡ ଏମାନକ ସଯୋଗରେ ଗଠିତ ABCD ଚତୁର୍ଭୁଜ ମଧ୍ୟ ବିନ୍ଦୁମାନଙ୍କର ସେଟ୍ ଅଟେ ।
    BSE Odisha 8th Class Maths Notes Geometry Chapter 3 Img 1
  • ABCD ଚତୁର୍ଭୁଜ= AB ∪ BC ∪ CD ∪ DA |

BSE Odisha 8th Class Maths Notes Chapter 3 ଚତୁର୍ଭୁଜ

→ ଚତୁର୍ଭୁଜ ସମ୍ବନ୍ଧୀୟ ଜାଣିବା କଥା :

  • A, B, C, D ବିନ୍ଦୁମାନଙ୍କୁ ABCD ଚତୁର୍ଭୁଜର ଶୀର୍ଷବିନ୍ଦୁ (Vertex) କୁହାଯାଏ ।
  • AB, BC, CD, DA ରେଖାଖଣ୍ଡମାନକୁ ABCD ତତୁରୁକର ବାହୁ (side) କ୍ମଦାଯାଏ |
  • ଗୋଟିଏ ବାହୁର ଦୁଇ ପ୍ରାନ୍ତବିନ୍ଦୁକୁ ଚତୁର୍ଭୁଜର କ୍ରମିକ ଶୀର୍ଷ କୁହାଯାଏ ଏବଂ କ୍ରମିକ ଶୀର୍ଷ ହୋଇ ନ ଥ‌ିବା ଶାପଦ୍ଵଯକୁ ଦିପରାତ ଶାପ କୁଦ୍ଦାଯାଏ |
  • ABCD ଚତୁର୍ଭୁଜର A ଓ B, B ଓ C, C ଓ D, D ଓ A ମାନ କ୍ରମିକ ଶୀର୍ଷ ଏବଂ A ଓ C, B ଓ D ବିପରୀତ ଶୀର୍ଷ ଅଟନ୍ତି ।
  • ∠ABC, ∠BCD, ∠CDA, ∠DAB କୁ ତଡୁରୁକ ABCDର ଗୋଟିଏ ଗୋଟିଏ କୋଣ କୁହାଯାଏ |
  • ଦୁଇଟି କ୍ରମିକ ଶୀର୍ଷରେ ଥ‌ିବା କୋଣଦ୍ଵୟକୁ କ୍ରମିକ କୋଣ (ଯଥା – ∠A ଓ ∠B) ଏବଂ ବିପରୀତ ଶୀର୍ଷରେ ଥ‌ିବା କୋଣଦ୍ଵୟକୁ ଚତୁର୍ଭୁଜର ବିପରୀତ କୋଣ (ଯଥା -∠A ଓ ∠C) କୁହାଯାଏ ।
  • ଚତୁର୍ଭୁଜର ପରସ୍ପରଛେଦୀ ବାହୁଦ୍ୱୟକୁ ସନ୍ନିହିତ ବାହୁ (ଯଥା – AB, BC ) ଏବଂ ପରସ୍ପରଛେଦୀ ହୋଇ ନ ଥ‌ିବା ପ୍ରତ୍ୟେକ ଯୋଡ଼ା ବାହୁକୁ (ଯଥା – AB, CD ଏବଂ AD, BC) ବିପରୀତ ବାହୁ କୁହାଯାଏ ।
  • ଚତୁର୍ଭୁଜର ବିପରୀତ ଶୀର୍ଷର ସଂଯୋଜକ ରେଖାଖଣ୍ଡକୁ ଏହାର କର୍ୟ କୁହାଯାଏ । ABCD ଚତୁର୍ଭୁଜରେ AC ଓ BD ଦୁଇଟି କଣ୍ଠ ଅଟନ୍ତି ।

→ ଉତ୍ତଳ ଚତୁର୍ଭୁଜ (Convex quadrilateral) :

  • ଯେଉଁ ଚତୁର୍ଭୁଜର କର୍ଣ୍ଣଦ୍ଵୟ ପରସ୍ପରକୁ ଛେଦକରନ୍ତି, ତାହାକୁ ଉତ୍ତଳ ଚତୁର୍ଭୁଜ କୁହାଯାଏ ।

→ ତତୁଭୁଲଭ ଥନ୍ତଲେକଣ ଦହାଦେଶ (Interior and Exterior of a Quadrilateral) :

  • ଯେ କୌଣସି ଦୁଇ ବିପରୀତ କୋଣର ଅନ୍ତର୍ଦେଶର ସାଧାରଣ ଅଂଶ ଅର୍ଥାତ୍ ଅନ୍ତର୍ଦେଶର ଛେଦକୁ ଉତ୍ତଳ ଚତୁର୍ଭୁଜର ଅନ୍ତର୍ଦେଶ କୁହାଯାଏ ।
  • ଅନ୍ତର୍ଦେଶରେ ଅବସ୍ଥିତ ବିନ୍ଦୁକୁ ଚତୁର୍ଭୁଜର ଅନ୍ତଃସ୍ଥ ବିନ୍ଦୁ କୁହାଯାଏ ।
  • ବାହୁ ଉପରେ ନ ଥାଏ ଏବଂ ଚତୁର୍ଭୁଜର ଅନ୍ତର୍ଦେଶରେ ମଧ୍ୟ ନ ଥାଏ, ତେବେ ତାହାକୁ ଚତୁର୍ଭୁଜର ବହିଃସ୍ଥ ବିନ୍ଦୁ କୁହାଯାଏ ।
  • ବହିଃସ୍ଥ ବିନ୍ଦୁମାନେ ଗଠନ କରୁଥିବା ସେଟ୍‌କୁ ଚତୁର୍ଭୁଜର ବହିର୍ଦେଶ କୁହାଯାଏ ।
    BSE Odisha 8th Class Maths Notes Geometry Chapter 3 Img 2
    ଗୋଟିଏ ଉତ୍ତଳ ଚତୁର୍ଭୁଜର ଅନ୍ତର୍ଦେଶ ଏକ ଉତ୍ତଳ ସେଟ୍ ।

ଚତୁର୍ଭୁଜାକାର କ୍ଷେତ୍ର (Quadrilateral Region) :

  • ଗୋଟିଏ ଚତୁର୍ଭୁଜ ଓ ଏହାର ଅନ୍ତର୍ଦେଶର ସଂଯୋଗରେ ଗଠିତ ସେଟ୍‌କୁ ଏକ ଚତୁର୍ଭୁଜ ଆକୃତିବିଶିଷ୍ଟ କ୍ଷେତ୍ର ବା ଚତୁର୍ଭୁଜାକାର କ୍ଷେତ୍ର କୁହାଯାଏ ।
  • ଚତୁର୍ଭୁଜର ଶୀର୍ଷବିନ୍ଦୁ, କୋଣ ଓ ବାହୁମାନଙ୍କୁ ଯଥାକ୍ରମେ ଏହି ଚତୁର୍ଭୁଜାକାର କ୍ଷେତ୍ରର ଶୀର୍ଷବିନ୍ଦୁ, କୋଣ ଓ ବାହୁ କୁହାଯାଏ ।

→ ବିଭିନ୍ନ ପ୍ରକାର ଚତୁର୍ଭୁଜ :

  • ବିଭକ୍ତ; ଯଥା – (1) ଟ୍ରାପିଜିୟମ୍, (2) ସାମାନ୍ତରି, ଚିତ୍ର ।

→ ଟ୍ରାପିଜିୟମ୍ :
ଯେଉଁ ଚତୁର୍ଭୁଜର କେବଳ ଏକ ଯୋଡ଼ା ବିପରୀତ ବାହୁ ସମାନ୍ତର, ତାହାକୁ ଟ୍ରାପିଜିୟମ୍
ABCD ଟ୍ରାପିଜିୟମ୍‌ର AD || BC |
BSE Odisha 8th Class Maths Notes Geometry Chapter 3 Img 3

→ ସାମାନ୍ତରିକ ଚିତ୍ର :
ଯେଉଁ ଚତୁର୍ଭୁଜର ଦୁଇଯୋଡ଼ା ବିପରୀତ ବାହୁ ସମାନ୍ତର, ତାହା ଏକ ସାମାନ୍ତରିକ ଚିତ୍ର ।
ABCD ସାମାନ୍ତରିକ ଚିତ୍ରର AD || BC ଓ AB || CD |
BSE Odisha 8th Class Maths Notes Geometry Chapter 3 Img 4

(i) ଆୟତଚିତ୍ର :
ଯେଉଁ ଚତୁର୍ଭୁଜର ପ୍ରତ୍ୟେକ କୋଣ ସମକୋଣ, ତାହା ଏକ ଆୟତ ଚିତ୍ର । ABCD ଏକ ଆୟତଚିତ୍ର ।
[ବି.ଦ୍ର. : ଆୟତଚିତ୍ର ଏକ ସ୍ଵତନ୍ତ୍ର ପ୍ରକାରର ସାମାନ୍ତରିକ ଚିତ୍ର, ଯାହାର ପ୍ରତ୍ୟେକ କୋଣ 90° ।]
BSE Odisha 8th Class Maths Notes Geometry Chapter 3 Img 5

(ii) ରମ୍ବସ୍ :
ଯେଉଁ ଚତୁର୍ଭୁଜର ବାହୁମାନଙ୍କ ଦୈର୍ଘ୍ୟ ସମାନ ତାହା ଏକ ରମ୍ବସ୍ । ABCD ଏକ କୋଣ |
[ବି.ଦ୍ର. : ରମ୍ବସ୍ ଏକ ସ୍ବତନ୍ତ୍ର ପ୍ରକାରର ସାମାନ୍ତରିକ ଚିତ୍ର ଯାହାର ପ୍ରତ୍ୟେକ ବାହୁର ଦୈର୍ଘ୍ୟ ସମାନ ।]
BSE Odisha 8th Class Maths Notes Geometry Chapter 3 Img 6

(iii) ବର୍ଗଚିତ୍ର :
ଯେଉଁ ଚତୁର୍ଭୁଜର ବାହୁମାନଙ୍କର ଦୈର୍ଘ୍ୟ ସମାନ ଓ ପ୍ରତ୍ୟେକ କୋଣର ପରିମାଣ 90° ତାହା ଏକ ବର୍ଗଚିତ୍ର ।
[ବି.ଦ୍ର. : ବର୍ଗଚିତ୍ର ଏକ ସମକୋଣବିଶିଷ୍ଟ ରମ୍ବସ୍ ।]
BSE Odisha 8th Class Maths Notes Geometry Chapter 3 Img 7
BSE Odisha 8th Class Maths Notes Geometry Chapter 3 Img 8

BSE Odisha 8th Class Maths Notes Chapter 3 ଚତୁର୍ଭୁଜ

→ ଚତୁର୍ଭୁଜ ସମ୍ବନ୍ଧୀୟ କେତେକ ପରୀକ୍ଷା ଓ ସିଦ୍ଧାନ୍ତ :
ଚତୁର୍ଭୁଜର କୋଣମାନଙ୍କ ମଧ୍ୟରେ ସମ୍ବନ୍ଧ :

  •  ସିଦ୍ଧାନ୍ତ – 1 :
    ଏକ ଚତୁର୍ଭୁଜର ଚାରି କୋଣର ପରିମାଣର ସମଷ୍ଟି 360° ।
  • ତୁମପାଇ କାପ :
    1. ଗୋଟିଏ କାର୍ଡ଼ବୋର୍ଡ଼ ଆଣି ସେଥରେ ଗୋଟିଏ ଚତୁର୍ଭୁଜ ଅଙ୍କନ କର ।
    2. ତତୁରୁକାର ଗୋଟିଏ କଣ୍ଡ ଅଳନ କରି ତତୁରୁକକୁ ଦ୍ରରୁକରେ ପରିଣତ କର ।
    3. ‘‘ତ୍ରିଭୁଜର ତିନିକୋଣର ପରିମାଣର ସମଷ୍ଟି 180°” ତଥ୍ୟକୁ ପ୍ରୟୋଗ କରି ଦର୍ଶାଅ ଯେ, ଚତୁର୍ଭୁଜର ଚାରିକୋଣର ପରିମାଣର ସମଷ୍ଟି 360° |
    BSE Odisha 8th Class Maths Notes Geometry Chapter 3 Img 9

ନକେ କାର :
1. ପାର୍ଶ୍ୱସ୍ଥ ଚିତ୍ରରେ p, q, r ଓ s ଚିହ୍ନିତ କୋଣମାନଙ୍କର ପରିମାଣର ସମଷ୍ଟି ସ୍ଥିର କର ।
ଉ – ପାର୍ଶ୍ୱସ୍ଥ ଚିତ୍ରରେ p, q, r ଓ s ଚିହ୍ନିତ କୋଣମାନଙ୍କର ପରିମାଣର ସମଷ୍ଟି = 360°
BSE Odisha 8th Class Maths Notes Geometry Chapter 3 Img 10

2. ପାର୍ଶ୍ୱସ୍ଥ ଚିତ୍ରରେ r କୋଣର ପରିମାଣ 70 ଏବଂ p କୋଣର ପରିମାଣ 50° ହେଲେ q ଓ s କୋଣର ପରିମାଣର ସମଷ୍ଟି କେତେ ?
ଭ – ପାର୍ଶ୍ୱସ୍ଥ ଚିତ୍ରରେ I କୋଣର ପରିମାଣ 70° ଓ p କୋଣର ପରିମାଣ = 50° ହେଲେ, q କୋଣର ପରିମାଣ = 130° ଓ s କୋଣର ପରିମାଣ = 110° ଦେଦ |

  • ସାମାନ୍ତରିକ ଚିତ୍ରର ବିପରୀତ ବାହୁମାନଙ୍କର ପରସ୍ପର ସମାନ :
    ସିଦ୍ଧାନ୍ତ – 2 : ସାମାନ୍ତରିକ ଚିତ୍ରର ବିପରୀତ ବାହୁମାନଙ୍କର ଦୈର୍ଘ୍ୟ ପରସ୍ପର ସମାନ ।
    ଅନୁସିଦ୍ଧାନ୍ତ – 1 : ସାମାନ୍ତରିକ ଚିତ୍ରରେ ବିପରୀତ ବାହୁମାନ ସମାନ୍ତର ଓ ସମଦୈର୍ଘ୍ୟ ବିଶିଷ୍ଟ ।
    ଅନୁସିଦ୍ଧାନ୍ତ – 2 : ଏକ ଚତୁର୍ଭୁଜର ଏକ ଯୋଡ଼ା ବିପରୀତ ବାହୁ ସମାନ୍ତର ଏବଂ ସମଦୈର୍ଘ୍ୟ ବିଶିଷ୍ଟ ହେଲେ, ଚତୁର୍ଭୁଜଟି ଏକ ସାମାନ୍ତରିକ ଚିତ୍ର ହେବ ।

BSE Odisha 8th Class Maths Notes Chapter 3 ଚତୁର୍ଭୁଜ

ସାମାନ୍ତରିକ ଚିତ୍ରର ବିପରୀତ ବାହୁମାନଙ୍କର ପରସ୍ପର ସମାନ :

ସିଦ୍ଧାନ୍ତ – 3 : ସାମାନ୍ତରିକ ଚିତ୍ରର ବିପରୀତ ବାହୁମାନଙ୍କର ଦୈର୍ଘ୍ୟ ପରସ୍ପର ସମାନ ।
ଆମେ ଜାଣିଲେ – ସାମାନ୍ତରିକ ଚିତ୍ରର କ୍ରମିକ କୋଣଦ୍ଵୟ ପରସ୍ପର ପରିପୂରକ ।

ସାମାନ୍ତରିକ ଚିତ୍ରର କର୍ଣ୍ଣଦ୍ଵୟ ମଧ୍ଯରେ ସମ୍ବନ୍ଧ :
ସିଦ୍ଧାନ୍ତ – 4 : ସାମାନ୍ତରିକ ଚିତ୍ରର କର୍ଣ୍ଣଦ୍ଵୟ ପରସ୍ପରକୁ ସମଦ୍ବିଖଣ୍ଡ କରନ୍ତି ।

ରନ୍ପ୍ରଭ କର୍ଣ୍ଣଦ୍ଵୟ ମଧ୍ଯରେ ସମ୍ବନ୍ଧ :
ସିଦ୍ଧାନ୍ତ – 5 : ଏକ ରମ୍ବସ୍‌ର କଣ୍ଠଦ୍ଵୟ ପରସ୍ପରକୁ ସମକୋଣରେ ସମଦ୍ଵିଖଣ୍ଡ କରନ୍ତି ।

ଆୟତଚିତ୍ରର କର୍ଣ୍ଣଦ୍ଵୟ ମଧ୍ଯରେ ସମ୍ବନ୍ଧ :
ସିଦ୍ଧାନ୍ତ – 6 :
ଏକ ଆୟତଚିତ୍ରର କଣ୍ଠଦ୍ଵୟର ଦୈର୍ଘ୍ୟ ସମାନ ଏବଂ ସେଦ୍ଵୟ ପରସ୍ପରକୁ ସମଦ୍ଵିଖଣ୍ଡ କରନ୍ତି ।

ରନ୍ପ୍ରଭ କର୍ଣ୍ଣଦ୍ଵୟ ମଧ୍ଯରେ ସମ୍ବନ୍ଧ :
ସିଦ୍ଧାନ୍ତ – 7 :
ଏକ ଆୟତଚିତ୍ରର କଣ୍ଠଦ୍ଵୟର ଦୈର୍ଘ୍ୟ ସମଦେଶ୍ୟଦିଶିପ୍ପ ଓ ସେଦ୍ଵୟ ପରସ୍ପରକୁ ସମଦ୍ଵିଖଣ୍ଡ କରନ୍ତି ।

→ ବିଭିନ୍ନ ସ୍ଵତନ୍ତ୍ର ଚତୁର୍ଭୁଜମାନଙ୍କର କର୍ଷ ମଧ୍ୟରେ ଥ‌ିବା ସମ୍ବନ୍ଧର ବିଶ୍ଳେଷଣ :

  • ସାମାନ୍ତରିକ ଚିତ୍ରର କର୍ଣ୍ଣଦ୍ଵୟ ପରସ୍ପରକୁ ସମଦ୍ବିଖଣ୍ଡ କରନ୍ତି ।
  • ରମକର କଣୃଦ୍ଵୟ ପରମଣକୁ ସମକୋଣରେ ସମଦ୍ୱଖସ୍ତ କରନ୍ତି |
  • ଆୟତଚିତ୍ରର କର୍ଣ୍ଣଦ୍ଵୟ ସମଦୈର୍ଘ୍ୟବିଶିଷ୍ଟ ଓ ପରସ୍ପରକୁ ସମଦ୍ଵିଖଣ୍ଡ କରନ୍ତି ।
  • ବର୍ଗଚିତ୍ରର କର୍ଣ୍ଣଦ୍ଵୟ ପରସ୍ପର ସମଦୈର୍ଘ୍ୟବିଶିଷ୍ଟ, ପରସ୍ପର ପ୍ରତି ଲମ୍ବ ଓ ପରସ୍ପରକୁ ସମଦ୍ଵିଖଣ୍ଡ କରନ୍ତି ।

BSE Odisha 8th Class Maths Notes Geometry Chapter 4 ଅଙ୍କନ

Odisha State Board BSE Odisha 8th Class Maths Notes Geometry Chapter 4 ଅଙ୍କନ will enable students to study smartly.

BSE Odisha Class 8 Maths Notes Geometry Chapter 4 ଅଙ୍କନ

→ କେତେକ ମୌଳିକ ଅଙ୍କନ (ଭୁଲର୍ ସାହାଯ୍ୟରେ ଅଙ୍କନ) :

  • ଦର ଦିନ୍ଦୁଦ୍ଵୟ ମଧ୍ୟରଦକ ଏକ ସରଳରେଖା ଅନେ
  • ଦର ଦିନ୍ଦୁଦ୍ଵୟସଯୋକକ ସରଳରେଖା ଅନେ
  • ଦତ୍ତ ରେଖାଖଣ୍ଡର ସମଦ୍ବିଖଣ୍ଡୀକରଣ
  • ଏକ ଦତ୍ତ କୋଣର ସମଦ୍ଵିଖଣ୍ଡୀକରଣ
  • ଏକ ଦତ୍ତ କୋଣର ସମପରିମାଣ ବିଶିଷ୍ଟ ଅନ୍ୟ ଏକ କୋଣ ଅଙ୍କନ
  • ଏକ ଦତ୍ତ ରେଖା ସହ ସମାନ୍ତର କରି ତାହାର ବହିଃସ୍ଥ ଏକ ହିନ୍ଦୁ ଦେଇ ଏକ ରେଖା ଅଙ୍କନ
  • ଏକ ଦତ୍ତ ସରଳରେଖା ବହିଃସ୍ଥ ଏକ ହିନ୍ଦୁ ସମପରିମାଣ ସହ ଅଙ୍କନ

→ ତ୍ରିଭୁଜ ଅଙ୍କନ :
ସୂଚନା :

  • ତ୍ରିଭୁଜ ଅଙ୍କନ କରିବା ପୂର୍ବରୁ ପ୍ରଥମେ ଏକ ରଫ୍ ଚିତ୍ର ଅଙ୍କନ କରି ତାହାର ନାମକରଣ କରାଯାଏ ।
  • ଦତ୍ତ ଥ‌ିବା ଅଂଶଗୁଡ଼ିକର ମାପକୁ ସମ୍ପୃକ୍ତ ଚିତ୍ରର ପାର୍ଶ୍ଵରେ ଦର୍ଶାଇଲେ ତାହାକୁ ‘ବିଶ୍ଳେଷଣ ଚିତ୍ର’ କୁହାଯାଏ ।
  • ବିଶ୍ଳେଷଣ ଚିତ୍ରଦ୍ଵାରା ପ୍ରଥମେ କେଉଁ ଅଂଶ ଅଙ୍କନ କରିବାକୁ ହେବ ତାହା ଜାଣିହୁଏ ।
  • ରଫ୍ ଚିତ୍ର ସାହାଯ୍ୟରେ ଅଙ୍କନର ବିଭିନ୍ନ ସୋପାନ ସହଜରେ ସ୍ଥିର କରିହୁଏ ।

ମନେରଖ:
△ABC ରେ ∠A, ∠B ଓ ∠C ର ସମ୍ମୁଖୀନ ବାହୁର ଦୈର୍ଘ୍ୟକୁ ଯଥାକ୍ରମେ a, b ଓ c ସଙ୍କେତଦ୍ୱାରା ପ୍ରକାଶ କରାଯାଏ ।

ତ୍ରିଭୁଜ ଅଙ୍କନ 1 : ତିନି ବାହୁର ଦୈର୍ଘ୍ୟ ଦତ୍ତ ଥିଲେ ତ୍ରିଭୁଜ ଅଙ୍କନ (ବାହୁ – ବାହୁ – ବାହୁ)
△ABC ଅଙ୍କନ କର, ଯାହାର a = 7 ସେ.ମି., b = 6 ସେ.ମି. ଓ c = · 5 ସେ.ମି. |
BSE Odisha 8th Class Maths Notes Geometry Chapter 4 Img 1
ଅଙ୍କନ ପ୍ରଣାଳୀ :
(i) 7 ସେ.ମି. ଦୈର୍ଘ୍ୟନେଇ \(\overline{\mathrm{BC}})\) ଅଙ୍କନ କର ।
BSE Odisha 8th Class Maths Notes Geometry Chapter 4 Img 2
(ii) Bକୁ କେନ୍ଦ୍ର ନେଇ 5 ସେ.ମି. ବ୍ୟାସାର୍ଦ୍ଧବିଶିଷ୍ଟ ଏକ ଚାପ ଅଙ୍କନ କର ।

(iii) C କୁ କେନ୍ଦ୍ର ନେଇ 6 ସେ.ମି. ବ୍ୟାସାର୍ଷବିଶିଷ୍ଟ ଏକ ଚାପ ଅଙ୍କନ କର, ଯେପରି B କୁ କେନ୍ଦ୍ରକରି ଅଙ୍କିତ ହୋଇଥିବା ଚାପକୁ ଏହା ଛେଦକରିବ । ଛେଦବିନ୍ଦୁର ନାମ A ଦିଅ ।
BSE Odisha 8th Class Maths Notes Geometry Chapter 4 Img 3

(iv) AB ଓ AC ଅଙ୍କନ କର । ବର୍ତ୍ତମାନ ABC ଆବଶ୍ୟକୀୟ ତ୍ରିଭୁଜ ।
BSE Odisha 8th Class Maths Notes Geometry Chapter 4 Img 4
ଟୀକା : B ଓ C ବିନ୍ଦୁକୁ କେନ୍ଦ୍ର ନେଇ ଅଙ୍କନ କରାଯାଇଥିବା ଚାପଦ୍ଵୟ BC ର ଉଭୟ ପାର୍ଶ୍ଵରେ ପରସ୍ପରକୁ ଛେଦ କରି A ବିନ୍ଦୁର ଦୁଇଗୋଟି ଅବସ୍ଥିତି ମିଳିବ । ମାତ୍ର A ର ଯେ କୌଣସି ଗୋଟିଏ ଅବସ୍ଥିତିକୁ ନେଇ AABC ଅଙ୍କନ କରିବାକୁ ହେବ ।

BSE Odisha 8th Class Maths Notes Chapter 4 ଅଙ୍କନ

ନିଜେ କର:
ନିମ୍ନରେ ପ୍ରତ୍ୟେକ ପ୍ରଶ୍ନରେ ତିନୋଟି ଲେଖାଏଁ ଦୈର୍ଘ୍ୟ ମାପ ଦିଆଯାଇଛି । କେଉଁ ତିନୋଟିକୁ ତ୍ରିଭୁଜର ବାହୁର ଦୈର୍ଘ୍ୟ ରୂପେ ନେଇ ତ୍ରିଭୁଜ ଅଙ୍କନ ସମ୍ଭବ ନୁହେଁ ଦର୍ଶାଅ ।

  • 7 ସେ.ମି. , 5 ସେ.ମି. , 6.3 ସେ.ମି.
  • 7 ସେ.ମି. , 4.5 ସେ.ମି. , 12 ସେ.ମି.
  • 6.2 ସେ.ମି. , 9.5 ସେ.ମି. , 9.5 ସେ.ମି.

ଉତ୍ତର : 7 ସେ.ମି., 4.5 ସେ.ମି., 12 ସେ.ମି. ଦୈର୍ଘ୍ୟ ବିଶିଷ୍ଟ ବାହୁତ୍ରୟକୁ ନେଇ ତ୍ରିଭୁଜ ଅଙ୍କନ ସମ୍ଭବ ନୁହେଁ ।
ବି.ଦ୍ର. : ତ୍ରିଭୁଜର ଯେ କୌଣସି ଦୁଇବାହୁର ଦୈର୍ଘ୍ୟର ସମଷ୍ଟି ଏହାର ତୃତୀୟ ବାହୁର ଦୈର୍ଘ୍ୟଠାରୁ ବୃହତ୍ତର

→ ଚତୁର୍ଭୁଜ ଅଙ୍କନ
ଚତୁର୍ଭୁଜ ଅଙ୍କନ ସମ୍ବନ୍ଧୀୟ ବିଶ୍ଳେଷଣ :

  • ଦତ୍ତ ମାପ ବ୍ୟବହାର କରି ଚତୁର୍ଭୁଜଟିଏ ଅଙ୍କନ ପୂର୍ବରୁ ଏକ ଚତୁର୍ଭୁଜର ରଫ୍ ଚିତ୍ର (ବିଶ୍ଳେଷଣ ଚିତ୍ର) ଅଙ୍କନ କର ।
  • ଏହି ଚିତ୍ର ସଦ୍ୱାଯ୍ୟରେ ତତୁରୁଲଭ କେଉଁ ଅଣଟିକ୍ସ ଅଲମ କାରାଯାଉ ବା କେଉଁ ବାଦ୍ଵିଟିରୁ ଅଲମ କରାଯିବ ତାହା ସ୍ଥିର କରି ଅଙ୍କନ କରିବାକୁ ହେବ ।

ଚତୁର୍ଭୁଜ ଅଙ୍କନ – 1 : ଚାରିବାହୁ ଓ ଏକ କଣ୍ଠର ଦୈର୍ଘ୍ୟ ଦତ୍ତ ଥିଲେ, ଚତୁର୍ଭୁଜ ଅଙ୍କନ :
ABCD ଚତୁର୍ଭୁଜ ଅଙ୍କନ କର, ଯହିଁରେ AB = 4 ସେ.ମି., BC = 6 ସେ.ମି., CD = 5 ସେ.ମି., AD = 5.5 ସେ.ମି. 3 d AC = 8 ସେ.ମି. |

ବିଶ୍ଳେଷଣ : (i) ABCD ଚତୁର୍ଭୁଜର ରଫ୍ ଚିତ୍ରଟିଏ ଅଙ୍କନ କରି ତହିଁରେ \(\overline{\mathrm{AB}})\), BC, CD, AD ଓ ACର ମାପଗୁଡ଼ିକ ସୂଚାଯାଉ ।
(ii) △ABC ଓ △ACD ପ୍ରତ୍ୟେକର ତିନିବାହୁ ଦତ୍ତ ଥିବାରୁ ଆମେ କଣ୍ଠ ACର ଉଭୟ ପାର୍ଶ୍ଵରେ ABC ଓ ACD ତ୍ରିଭୁଜଦ୍ଵୟକୁ ଅଙ୍କନ କରିପାରିବା ଓ ଏହାଦ୍ଵାରା ABCD ଚତୁର୍ଭୁଜଟି ମିଳିଯିବ ।
BSE Odisha 8th Class Maths Notes Geometry Chapter 4 Img 5

→ ଅଙ୍କନ ପ୍ରଣାଳୀ :

  • 8 ସେ.ମି. ଦୈର୍ଘ୍ୟ ବିଶିଷ୍ଟ AC ଅଙ୍କନ କର ।
  • A କୁ କେନ୍ଦ୍ର କରି 4 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ଚାପ ଅଙ୍କନ କର ।
  • C କୁ କେନ୍ଦ୍ର କରି 6 ସେ.ମି. ବ୍ୟାସାର୍ଦ୍ଧ ନେଇ ଏକ ଚାପ ଅଙ୍କନ କର, ଯେପରି ତାହା A କୁ କେନ୍ଦ୍ର କରି ଅଙ୍କିତ ଚାପକୁ ଛେଦ କରିବ । ଛେଦବିଦୁର ନାମ B ଦିଅ ।
  • ପୁନଶ୍ଚ A କୁ କେନ୍ଦ୍ର କରି 5.5 ସେ.ମି. ବ୍ୟାସାର୍ଷ ବିଶିଷ୍ଟ ଅନ୍ୟ ଏକ ଚାପ, ACର ଯେଉଁ ପାର୍ଶ୍ଵରେ B ଅଛି, ତାହାର ବିପରୀତ ପାର୍ଶ୍ଵରେ ଅଙ୍କନ କର ।
  • C କୁ କେନ୍ଦ୍ର କରି 5 ସେ.ମି. ବ୍ୟାସାର୍କ ବିଶିଷ୍ଟ ଅନ୍ୟ ଏକ ଚାପ ଅଙ୍କନ କର । ତାହା A କୁ କେନ୍ଦ୍ର କରି ଅଙ୍କିତ 5.5 ସେ.ମି. ବ୍ୟାସାର୍କ ବିଶିଷ୍ଟ ଚାପକୁ ଛେଦକରୁ । ଛେଦବିଦୁର ନାମ D ଦିଅ ।
  • AB, BC, CD ଓ AD ଅଙ୍କନ କର । ବର୍ତ୍ତମାନ ଉଦ୍ଦିଷ୍ଟ ଚତୁର୍ଭୁଜ ABCD ମିଳିଲା ।

ସୂଚନା : ରଫ୍ ଚିତ୍ରରୁ ଆମେ ଜାଣିଲୁ ଯେ AB + BC > AC (କାରଣ 4 ସେ.ମି. + 6 ସେ.ମି. > 8 ସେ.ମି.) ଓ AD + DC > AC (କାରଣ 5.5 ସେ.ମି. + 5 ସେ.ମି. > 8 ସେ.ମି.) । ତେଣୁ ଚତୁର୍ଭୁଜଟି ଅଙ୍କନ କରିବା ସମ୍ଭବ ।

→ ବୃତ୍ତ ମଧ୍ୟରେ ସୁଷମ ଷଡ଼ଭୁଜ, ସମବାହୁ ତ୍ରିଭୁଜ ଓ ବର୍ଗଚିତ୍ରର ଅନ୍ତର୍ଲିଖନ :

    •  ବୃତ୍ତ ମଧ୍ଯରେ ସୁଷମ ଷଡ଼ଭୁଜର ଅନ୍ତର୍ଲିଖନ :
      (i) ଯେଉଁ ଚତୁର୍ଭୁଜର ବାହୁଗୁଡ଼ିକ ସମଦୈର୍ଘ୍ୟ ବିଶିଷ୍ଟ ଓ କୋଣଗୁଡ଼ିକ ସମପରିମାଣ ବିଶିଷ୍ଟ, ତାହାକୁ ସୁଷମ ବହୁଭୁଜ କୁହାଯାଏ । ଛଅଟି ବାହୁ ବିଶିଷ୍ଟ ସୁଷମ ବହୁଭୁଜକୁ ସୁଷମ ଷଡ଼ଭୁଜ କହନ୍ତି ।
      BSE Odisha 8th Class Maths Notes Geometry Chapter 4 Img 6
      ମନେଇଖ :
      ଗୋଟିଏ ଦଦୁରୁଲଭ ଶାଯଦିନ୍ଦୁଗୁଣିକ ଏକ ଦ୍ଵଭରେ ଅଦମିତ ହେଲେ ତାହାକୁ ବୃତ୍ତାନ୍ତର୍ଲିଖ୍ତ ବହୁଭୁଜ କୁହାଯାଏ । ଗୋଟିଏ ବୃତ୍ତରେ ଏକ ସୁଷମ ଷଡ଼ଭୁଜର ଅନ୍ତର୍ଲିଖନ କରିବାକୁ ହେଲେ ଆମକୁ ବୃତ୍ତ ଉପରେ ଛଅଟି ବିନ୍ଦୁ – A, B, C, D, E, F – ଏଭଳି ଭାବରେ ନିର୍ଣ୍ଣୟ କରିବାକୁ ହେବ, ଯେପରି ABCDEF ଏକ ସୁଷମ ବହୁଭୁଜ ହେବ।

→ ଅଙ୍କନ ପ୍ରଣାଳୀ :

  • ମନେକର ବୃତ୍ତର ବ୍ୟାସାର୍ଦ୍ଧ r ଅଟେ ।
  • ବୃତ୍ତ ଉପରେ ଯେ କୌଣସି ଗୋଟିଏ ବିନ୍ଦୁ ନେଇ ତାହାର ନାମ A ଦିଅ ।
  • A କୁ କେନ୍ଦ୍ର କରି R ବ୍ୟାସାର୍ଦ୍ଧ ନେଇ ଗୋଟିଏ ଚାପ ଅଙ୍କନ କର । ଏହି ଚାପ ବୃତ୍ତକୁ ଛେଦକରୁଥିବା ଗୋଟିଏ ବିନ୍ଦୁର ନାମ B ଦିଅ । ପୁଣି B କୁ କେନ୍ଦ୍ର କରି ପୂର୍ବ ବ୍ୟାସାର୍ଷ ବିଶିଷ୍ଟ ଚାପ ଅଙ୍କନ କର । ତାହା ବୃତ୍ତକୁ ଯେଉଁ ବିନ୍ଦୁରେ ଛେଦ କରେ (A ଭିନ୍ନ ଅନ୍ୟ ଏକ ବିନ୍ଦୁ) ତାହାର ନାମ C ଦିଅ । ଏହି କ୍ରମରେ ବୃତ୍ତ ଉପରେ D, E, F ବିନ୍ଦୁ ନିର୍ଣ୍ଣୟ କର ।
  • AB, BC, CD, DE, EF, \(\overline{\mathrm{FA}})\) ରେଖାଖଣ୍ଡମାନ ଅକ୍ କର | ABCDEF ରବିଯୁ ଦ୍ଵରାନ୍ତଲିଖଦ ସୁଷମ ଷଡ଼ଭୁଜ ।

କେତୋଟି ଜାଣିବା କଥା :
(a) F କୁ କେନ୍ଦ୍ରକରି I ବ୍ୟାସାର୍ଦ୍ଧ ନେଇ ଚାପ ଅଙ୍କନକଲେ ତାହା ବୃତ୍ତକୁ ଦୁଇଟି ବିନ୍ଦୁରେ ଛେଦ କରି ପାରିବ । ସେଥୁରୁ ଗୋଟିଏ ବିନ୍ଦୁ E ଓ ଅନ୍ୟଟି A ଅଟେ । ତେଣୁ ଷଡ଼ଭୁଜର ବାହୁ ଛଅଟି, ସମଦୈର୍ଘ୍ୟ ବିଶିଷ୍ଟ ।
BSE Odisha 8th Class Maths Notes Geometry Chapter 4 Img 7

(b) ଚିତ୍ରରେ OA = OB = OC = OD = OE = OF = r (ବୃତ୍ତର ବ୍ୟାସାର୍କ) ସେହିପରି AB = BC = CD = DE = EF = FA = 1 (ଅଙ୍କନବେଳେ ଚାପଗୁଡ଼ିକର ବ୍ୟାସାର୍ଦ୍ଧ r ନିଆଯାଇଛି ।) ତେଣୁ ଷଡ଼ଭୁଜର ଶୀର୍ଷବିନ୍ଦୁ ଓ ବୃତ୍ତର କେନ୍ଦ୍ର ଠ ର ସଂଯୋଗକାରୀ ରେଖାଖଣ୍ଡମାନ ଅଙ୍କନକଲେ ଆମେ ବୃତ୍ତର ଅନ୍ତର୍ଦେଶରେ ଛଅଟି ସମବାହୁ ତ୍ରିଭୁଜ ପାଇବା ।
ସମବାହୁ ତ୍ରିଭୁଜର ପ୍ରତ୍ୟେକ କୋଣର ପରିମାଣ 60° ହୋଇଥିବାରୁ ଅଙ୍କିତ ବହୁଭୁଜର ପ୍ରତ୍ୟେକ କୋଣର ପରିମାଣ 120° ଅଟେ ।

BSE Odisha 8th Class Maths Notes Chapter 4 ଅଙ୍କନ

2. ବୃତ୍ତ ମଧ୍ୟରେ ସମବାହୁ ତ୍ରିଭୁଜର ଅନ୍ତର୍ଲିଖନ :
(i) ସୁଷମ ଷଡ଼ଭୁଜ ଅଙ୍କନ ପ୍ରଣାଳୀର ବୃତ୍ତ ଉପରେ A, B, C, D, E, F ବିନ୍ଦୁ କ୍ରମିକ ଭାବରେ ଅଙ୍କନ କର ।
(ii) ବିନ୍ଦୁଗୁଡ଼ିକୁ ଗୋଟିଏ ଛଡ଼ା ଗୋଟିକୁ (ଯେପରି A, C, E) ନେଇ ରେଖାଖଣ୍ଡ ଅଙ୍କନ କର, ଯେପରି \(\overline{\mathrm{AC}})\), \(\overline{\mathrm{CE}})\), \(\overline{\mathrm{EA}})\) |
BSE Odisha 8th Class Maths Notes Geometry Chapter 4 Img 8
ଏ କ୍ଷେତ୍ରରେ △ACE ଆବଶ୍ୟକ ବୃତ୍ତାନ୍ତର୍ଲିଖ ସମବାହୁ ତ୍ରିଭୁଜ ।
ଦ୍ରଷ୍ଟବ୍ୟ : ଚିତ୍ରରେ ଆମେ ଅନ୍ୟ △BDF ସମବାହୁ ତ୍ରିଭୁଜ ଅନ୍ତର୍ଲିଖନ କରିପାରିବା |

3. ବୃତ୍ତ ମଧ୍ଯରେ ବର୍ଗଚିତ୍ର ଅନ୍ତର୍ଲିଖନ :
ବୃତ୍ତ ମଧ୍ୟରେ ପରସ୍ପରପ୍ରତି ଲମ୍ବ ଦୁଇଟି ବ୍ୟାସ ଅଙ୍କନ କରି ବର୍ଗଚିତ୍ର ଅଙ୍କନ କରାଯାଏ ।

→ ଅଙ୍କନ ପ୍ରଣାଳୀ :

  • ମନେକର ବୃତ୍ତର କେନ୍ଦ୍ର O ଅଟେ । ବୃତ୍ତ ଉପରେ ଯେ କୌଣସି ଏକ ବିନ୍ଦୁ A ନେଇ \(\overrightarrow{\mathrm{AO}}\) ଅଙ୍କନ କର । ତାହା ବୃତ୍ତକୁ ଛେଦ– କରୁଥିବା ବିନ୍ଦୁର ନାମ C ଦିଅ । ବୃତ୍ତର AC ଗୋଟିଏ ବ୍ୟାସ ।
  • \(\overrightarrow{\mathrm{OX}}\) ଅଙ୍କନ କର, ଯେପରି ∠AOX ଏକ ସମକୋଣ ହେବ ।
    \(\overrightarrow{\mathrm{OX}}\) ଓ ବୃତ୍ତର ଛେଦବିନ୍ଦୁର ନାମ B ଦିଅ ।
    BSE Odisha 8th Class Maths Notes Geometry Chapter 4 Img 9
  • \(\overrightarrow{\mathrm{BO}}\) ଅଙ୍କନ କର । ତାହା ବୃତ୍ତିକୁ ଛେଦକରୁଥିବା ବିନ୍ଦୁର ନାମ D ଦିଅ । BD ବୃତ୍ତର ଆଉ ଗୋଟିଏ ବ୍ୟାସ, ଯେପରି AC ⊥ BD |
  • AB, BC, CD ଓ DA ଅଙ୍କନ କର । ABCD ଆବଶ୍ୟକ ବୃତ୍ତାନ୍ତର୍ଲିଖ ବର୍ଗଚିତ୍ର ।

BSE Odisha 8th Class Geography Important Questions

BSE Odisha Class 8 Geography Important Questions

BSE Odisha 8th Class Geography Important Questions

BSE Odisha 8th Class Text Book Solutions

BSE Odisha 8th Class Geography Solutions Chapter 1 ସମ୍ବଳ

Odisha State Board BSE Odisha 8th Class Geography Solutions Chapter 1 ସମ୍ବଳ Textbook Exercise Questions and Answers.

BSE Odisha Class 8 Geography Solutions Chapter 1 ସମ୍ବଳ

1. ନିମ୍ନଲିଖତ ପ୍ରଶ୍ନର ଉତ୍ତର ଦିଅ ।

(i) ଭୂପୃଷ୍ଠରେ ସମ୍ବଳର ଅସମାନ ବଣ୍ଟନ ଦେଖାଯାଏ କାହିଁକି ?
Answer:
(i) ପ୍ରାକୃତିକ ସଂପଦର ବିତରଣ ଭୂମିରୂପ, ଜଳବାୟୁ ତଥା ସମୁଦ୍ର ପତ୍ତନରୁ ଉଚ୍ଚତା ଭଳି ବିଭିନ୍ନ ଭୌତିକ କାରଣ ଉପରେ ନିର୍ଭର କରିଥାଏ।
(ii) ସ୍ଥାନରୁ ସ୍ଥାନକୁ ଏହି କାରଣଗୁଡ଼ିକ ମଧ୍ୟରେ ଥିବା ପ୍ରଭେଦ ହିଁ ଭୂପୃଷ୍ଠରେ ସମ୍ବଳ ବଣ୍ଟନରେ ଅସମାନତା ଆଣିଥାଏ ।

(ii) କୌଣସି ପଦାର୍ଥ ସମ୍ବଳରେ କିପରି ପରିଣତ ହୁଏ ?
Answer:
(i) ଉପଯୋଗିତା ବା ପ୍ରୟୋଜନୀୟତା ହିଁ କୌଣସି ଦ୍ରବ୍ୟ ବା ପଦାର୍ଥକୁ ସମ୍ବଳରେ ପରିଣତ କରେ।
(ii) ଉଦାହରଣ : ନଦୀରେ ବହିଯାଉଥୁବା ପାଣି, ବହୁଥୁବା ପବନ। ଶୋଷ ମେଣ୍ଟାଇବା ପାଇଁ ଆମେ ପାଣି ପିଉ, କୃଷିକ୍ଷେତ୍ରରେ ଶସ୍ୟ ଉତ୍ପାଦନ ପାଇଁ ପାଣି ବ୍ୟବହାର ହୁଏ। ପାଣିର ସ୍ରୋତକୁ ବ୍ୟବହାର କରି ଜଳବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ, ତେଣୁ ପାଣି ସମ୍ବଳ।

BSE Odisha 8th Class Geography Solutions Chapter 1 ସମ୍ବଳ

(iii) ମାନବ ସମ୍ବଳ କାହିଁକି ଗୁରୁତ୍ଵପୂର୍ଣ୍ଣ ?
Answer:
(i) ମଣିଷ ତା’ର ଜ୍ଞାନ, ଦକ୍ଷତା ତଥା କାରିଗରୀ କୌଶଳକୁ ପ୍ରୟୋଗ କରି ପ୍ରାକୃତିକ ସମ୍ବଳରୁ ନୂତନ ତଥା ମୂଲ୍ୟବାନ ସମ୍ବଳ ସୃଷ୍ଟି କରେ।
(ii) ଅର୍ଥାତ୍ ମାନବର ପରିକଳ୍ପନା, ଜ୍ଞାନ, ଆବିଷ୍କାର ଓ ଉଦ୍ଭାବନ ହିଁ ନୂତନ ସମ୍ବଳ ସୃଷ୍ଟିରେ ସହାୟକ ହୁଏ। ତେଣୁ ମାନବ ସମ୍ବଳ ଗୁରୁତ୍ବପୂର୍ଣ୍ଣ।

(iv) ସମ୍ବଳ ସଂରକ୍ଷଣ କ’ଣ ?
Answer:
(i) ସମ୍ବଳର ସଯନ୍ ବିନିଯୋଗ ତଥା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବାକୁ ସମ୍ବଳ ସଂରକ୍ଷଣ କୁହାଯାଏ।
(ii) ବ୍ୟବହାର ହ୍ରାସ, ପୁନଃଚକ୍ରୀକରଣ ତଥା ପୁନଃ ବ୍ୟବହାର ମାଧ୍ୟମରେ ସମ୍ବଳର ସଂରକ୍ଷଣ କରାଯାଇପାରେ ।
(iii) ସମ୍ବଳ ସଂରକ୍ଷଣ ନ ହେଲେ ନବୀକରଣଯୋଗ୍ୟ ସମ୍ବଳ ଦୁଶ୍ରାପ୍ୟ ହେବ ଓ ନବୀକରଣ ଅଯୋଗ୍ୟ ସମ୍ବଳ ନିଶ୍ଚିହ୍ନ ହୋଇଯିବ।

(v) ଧାରଣୀୟ ବିକାଶ କହିଲେ କ’ଣ ବୁଝାଏ ?
Answer:
(i) ସମ୍ବଳର ଉପଯୁକ୍ତ ବ୍ୟବହାରଦ୍ଵାରା ବର୍ତ୍ତମାନର ଆବଶ୍ୟକତା ପୂରଣ ସହ ପିଢ଼ି ପିଢ଼ି ପରେ ଭବିଷ୍ୟତ ବଂଶଧରଙ୍କ ପାଇଁ ସମ୍ବଳର ଅଭାବ ନ ରହିବା ପ୍ରତି ଯବାନ ହେବାକୁ ଧାରଣୀୟ ବିକାଶ କୁହାଯାଏ ।
ବିଶେଷତ୍ଵ :
(ii) ଦୁନିଆଁର ସବୁ ଜୀବଜନ୍ତୁଙ୍କ ପ୍ରତି ସମ୍ମାନ ଓ ଯନ୍ତ୍ର କରିବା,
(iii) ମଣିଷର ଜୀବନ ଧାରଣ ମାନରେ ଉନ୍ନତି ଆଣିବା,
(iv) ପ୍ରାକୃତିକ ସଂପଦର ଅବକ୍ଷୟ ହ୍ରାସ କରିବା,
(v) ପରିବେଶ ପ୍ରତି ବ୍ୟକ୍ତିଗତ ଆଭିମୁଖ୍ୟ ଓ ବ୍ୟବହାରରେ ପରିବର୍ତ୍ତନ ଆଣିବା,
(vi) ପୃଥ‌ିବୀର ସାମର୍ଥ୍ୟ ଓ ବିବିଧତାର ସଂରକ୍ଷଣ କରିବା
(vii) ବିଭିନ୍ନ ଅଞ୍ଚଳବାସୀଙ୍କୁ ସେମାନଙ୍କ ପରିବେଶ ପ୍ରତି ଯବାନ ହେବାକୁ ସଚେତନ କରାଇବା ।

2. ଠିକ୍ ଉତ୍ତର ପାଖରେ ‘ଫ୍ରି ’ ଚିହ୍ନ ଦିଅ ।

(i) ସମୁଦ୍ର ଜଳରେ ଦ୍ରବୀଭୂତ ମୂଲ୍ୟବାନ ଧାତୁ ନିମ୍ନଲିଖ ମଧ୍ୟରୁ କି ପ୍ରକାର ସମ୍ବଳ ?
(କ) ସର୍ବବ୍ୟାପୀ ସମ୍ବଳ
(ଗ) ପ୍ରଚ୍ଛନ୍ନ ସମ୍ବଳ
(ଖ) ବିକଶିତ ସମ୍ବଳ
(ଘ) ଜୈବ ସମ୍ବଳ
Answer:
(ଗ) ପ୍ରଚ୍ଛନ୍ନ ସମ୍ବଳ

(ii) ନିମ୍ନଲିଖୂତ ମଧ୍ୟରୁ କେଉଁଟି ଏକ ମାନବକୃତ ସମ୍ବଳ ?
(କ) ଡାକ୍ତରୀ ଔଷଧ
(ଗ) ମୃଭିକା
(ଖ) ଝରଣା ଜଳ
(ଘ) ବାୟୁ
Answer:
(କ) ଡାକ୍ତରୀ ଔଷଧ

BSE Odisha 8th Class Geography Solutions Chapter 1 ସମ୍ବଳ

(iii) କେଉଁଟି ଏକ ଜୈବ ସମ୍ବଳ ?
(କ) ଜଙ୍ଗଲ
(ଖ) ଶିଳା
(ଗ) ବାୟୁ
(ଘ) ଜଳ
Answer:
(କ) ଜଙ୍ଗଲ

(iv) କେଉଁଟି ଏକ ସ୍ଥାନୀୟ ସମ୍ବଳ ନୁହେଁ ?
(କ) ଲୁହା
(ଖ) ତମ୍ବା
(ଗ) ସୁନା
(ଘ) ବାୟୁ
Answer:
(ଘ) ବାୟୁ

(v) କେଉଁଟି ଏକ ଦ୍ରବ୍ୟକୁ ସମ୍ବଳରେ ପରିଣତ କରିବାପାଇଁ ସହାୟକ ହୁଏ ନାହିଁ ?
(କ) ଉପଯୋଗିତା
(ଗ) ପ୍ରୟୋଜନୀୟତା
(ଖ) ପରିକଳ୍ପନା
(ଘ) ପ୍ରତିଯୋଗିତା
Answer:
(ଘ) ପ୍ରତିଯୋଗିତା

3. ପାର୍ଥକ୍ୟ ଦର୍ଶାଅ ।

(କ) ପ୍ରଚ୍ଛନ୍ନ ଓ ବିକଶିତ ସମ୍ବଳ,
BSE Odisha 8th Class Geography Solutions Chapter 1 ସମ୍ବଳ 1

(ଖ) ସର୍ବବ୍ୟାପୀ ଓ ସ୍ଥାନୀୟ ସମ୍ବଳ :
BSE Odisha 8th Class Geography Solutions Chapter 1 ସମ୍ବଳ 2

BSE Odisha 8th Class Geography Solutions Chapter 1 ସମ୍ବଳ

(ଗ) ନବୀକରଣ ଯୋଗ୍ୟ ଓ ନବୀକରଣ ଅଯୋଗ୍ୟ ସମ୍ବଳ :
BSE Odisha 8th Class Geography Solutions Chapter 1 ସମ୍ବଳ 3

4. ତୁମପାଇଁ କାମ :

(i) ଆକବରଙ୍କ ରାଜସଭାରେ ନବରନ୍ ମଧ୍ଯରେ ଥିଲେ ଅବଦୁଲ୍ ରହିମ୍ ଖାଖାନା । ସେ ଲେଖିଥିଲେ –
ରହିମନ୍ ପାନି ରଖୁ
ବିନ୍ ପାନି ସବ୍ ଶୁନ୍
ପାନି ଗୟେ ନା ଉବେରେ, ମୋତି, ମାନୁଷ, ଚୁନ୍ ………… ।
ଏହାର ଅର୍ଥ : ଆସ, ପାଣି ସଂରକ୍ଷଣ କରିବା।
ପାଣିତ ନାହିଁ ତ କିଛି ନାହିଁ । ପାଣି ନ ଥିଲେ ନା ମୋତି, ନା ହଂସ ନା-
ଚକଟା ଅଟା ଗୁଳା….. କିଛି ରହିପାରିବନି।
କବିଙ୍କ ଲେଖାର ଗୁରୁତ୍ଵ ବୁଝି ପୃଥ‌ିବୀ ପାଣି ଶୂନ୍ୟ ହୋଇଗଲେ କ’ଣ ଅବସ୍ଥା ହେବ ୧୦୦ଟି ଶବ୍ଦ ମଧ୍ୟରେ ପ୍ରକାଶ କର ।
Answer:
ପୃଥ‌ିବୀ ପାଣି ଶୂନ୍ୟ ହୋଇଗଲେ ପୃଥିବୀର ରୂପରେଖରେ ବିପୁଳ ପରିବର୍ତ୍ତନ ପରିଲକ୍ଷିତ ହେବ । ବରଫାଚ୍ଛାଦିତ ଶୃଙ୍ଗ, ମେଘ, ତୁଷାର, ଝରଣା, ନଦୀ, ସମୁଦ୍ର, ହ୍ରଦ, ପୁଷ୍କରିଣୀ ସବୁକିଛି ଅଦୃଶ୍ୟ ହେବ। ଜଳଚକ୍ର ସମ୍ଭବ ନ ହେବାରୁ ପୃଥ‌ିବୀ ଜଳଶୂନ୍ୟ ହେବ । ମାଟିରୁ ଜଳ ଗ୍ରହଣ କରି ନ ପାରି ଉଭିଦ ଜଗତ ଖାଦ୍ୟ ପ୍ରସ୍ତୁତ କରିପାରିବେ ନାହିଁ ଓ ଉଭିଦ ଜଗତ ଏ ପୃଥ‌ିବୀରୁ ବିଲୋପ ପାଇବ । ପାଣି ବିନା ରନ୍ଧନ, ଶୌଚ, ସ୍ନାନ, କୃଷି, ଶିଳ୍ପ ଆଦି ଅସମ୍ଭବ ହେବ । ଉଭିଦ ନ ଥ‌ିବାରୁ ଖାଦ୍ୟ ନ ପାଇ ପ୍ରାଣୀ ଜଗତ ଭୋକଜ୍ବାଳାରେ ଆଉଟୁ ପାଉଟୁ ହୋଇ ମୃତ୍ୟୁମୁଖରେ ପଡ଼ିବେ । କୃଷି, ଶିଳ୍ପ, ସହର, ବଜାର, ଗ୍ରାମ, ନଗରସବୁକିଛି ଧ୍ୱଂସ ସ୍ତୂପରେ ପରିଣତ ହେବ। ତାପମାତ୍ରା ବୃଦ୍ଧି ପାଇବ। ପୃଥ‌ିବୀ ଏକ ଉତ୍ତପ୍ତ ତଥା ରୁକ୍ଷ ଗ୍ରହରେ ପରିଣତ ହେବ।

ପୃଥ‌ିବୀର ଜଳଭାଗ ସ୍ଥଳଭାଗରେ ପରିଣତ ହେବ। ସକଳ ଜୀବଜଗତ ପାଣି ବିନା ବିଲୁପ୍ତ ହେବେ । ଉଭିଦ ଜଗତ ଖାଦ୍ୟ ପାଉଥ‌ିବା ପ୍ରାଣୀ ଜଗତ ଖାଦ୍ୟ ବିନା କ୍ରମେ କ୍ରମେ ପୃଥ‌ିବୀ ପୃଷ୍ଠରୁ ବିଲୋପ ହେବେ । ସୁନ୍ଦର ପୃଥ‌ିବୀ ରୁକ୍ଷ ମରୁଭୂମିରେ ରୂପାନ୍ତରିତ ହେବ । ଜୀବ ଶୂନ୍ୟ ହୋଇ ପୃଥ‌ିବୀ ମୃତ ପୃଥ‌ିବୀରେ ପରିଣତ ହେବ। ପୃଥ‌ିବୀର ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ ଜାତିର ଚିହ୍ନବର୍ଷ ରହିବ ନାହିଁ । ପାଣି, ଖାଦ୍ୟ ବିନା ପୃଥ‌ିବୀର ସକଳ ସଂପଦ ତୁଚ୍ଛ ତଥା ମୂଲ୍ୟହୀନ ପଦାର୍ଥରେ ପରିଗଣତ ହେବ। ‘ଜଳୀୟଗ୍ରହ’ ନାମ ପାଇଥିବା ସବୁଜ ପୃଥିବୀ ଧୂସର ରୁକ୍ଷ ଗ୍ରହରେ ରୂପାନ୍ତରତ ହେବ।

BSE Odisha 8th Class Geography Solutions Chapter 1 ସମ୍ବଳ

(ii) ତୁମେ ଏକ ପଥରଖଣ୍ଡ, ପତ୍ର କାଗଜ ଓ ଛୋଟ ଡାଳ ସଂଗ୍ରହ
କର। ତୁମେ ଏସବୁ ସମ୍ବଳର କି କି ବ୍ୟବହାର କରିପାରିବ ଚିନ୍ତାକର ଓ ନିମ୍ନ ସାରଣୀଗୁଡ଼ିକୁ ପୂରଣ କର। ପ୍ରଥମଟି ତୁମ ପାଇଁ କରି ଦିଆଯାଇଛି ।
BSE Odisha 8th Class Geography Solutions Chapter 1 ସମ୍ବଳ 4
BSE Odisha 8th Class Geography Solutions Chapter 1 ସମ୍ବଳ 5

BSE Odisha 8th Class Geography Notes Chapter 1 ସମ୍ବଳ

ଉପକ୍ରମ :
ଯେଉଁ ପଦାର୍ଥ ମନୁଷ୍ୟର ଆବଶ୍ୟକତା ପୂରଣ କରିବାରେ ଉପଯୋଗୀ ଓ ମୂଲ୍ୟବାନ ବିବେଚିତ ହୋଇଥାଏ, ତାହା ସମ୍ବଳ ବୋଲି ବିବେଚିତ ହୋଇଥାଏ। ଆମ ଚତୁଃପାର୍ଶ୍ଵରେ ଥିବା ତଥା ଆମ ବ୍ୟବହାରରେ ଲାଗୁଥୁବା ସମସ୍ତ ଜିନିଷ ସମ୍ବଳ ଅନ୍ତର୍ଭୁକ୍ତ । ଯଥା –

ଘରେ ବ୍ୟବହୃତ ସମ୍ବଳ :
ଲୁଗାପଟା, ବାସନକୁସନ, ଧାନ ଚାଉଳ, ଆଲମିରା, ଟେବୁଲ୍, କୋଦାଳ, ପଙ୍ଖା, ବାଲଟି, ଶାବଳ, କଢ଼େଇ, ସାଇକେଲ, ଶିଳ, ଚକି ଇତ୍ୟାଦି ।

ସ୍କୁଲରେ ବ୍ୟବହୃତ ସମ୍ବଳ :
ବ୍ଲାକ୍ ବୋର୍ଡ଼, ଡଷ୍ଟର, ଚକ୍‌ଖଡ଼ି, ପେନ୍‌ସିଲ୍, କଲମ, ବହି, ଖାତା, ମାନଚିତ୍ର, ଗ୍ଲୋବ, ଡେସ୍କ, ବେଞ୍ଚ୍ ଇତ୍ୟାଦି ।

ସଂଜ୍ଞା :
ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଆମ ବ୍ୟବହାର କରୁଥିବା ପଦାର୍ଥଗୁଡ଼ିକ ହଁ ସମ୍ବଳ ।

  • କୌଣସି ଦ୍ରବ୍ୟ ବା ପଦାର୍ଥର ଉପଯୋଗିତା ବା ପ୍ରୟୋଜନୀୟତା ଏହାକୁ ସମ୍ବଳରେ ପରିଣତ କରେ।
  • ସେହିପରି ସମୟ ଓ ପ୍ରଯୁକ୍ତି ବିଦ୍ୟା କୌଣସି ଦ୍ରବ୍ୟକୁ ସମ୍ବଳରେ ପରିଣତ କରେ ।
    ଉଦାହରଣ : ସମୟର ଅଗ୍ରଗତି ସହ ଜଳ ସ୍ରୋତର ଶକ୍ତିକୁ ଉପଯୋଗ କରି ପ୍ରଯୁକ୍ତି ବିଦ୍ୟାଦ୍ଵାରା ଜଳବିଦ୍ୟୁତ୍ ଶକ୍ତିରେ ଉତ୍ପାଦନ କରାଯାଉଛି ।
  • କେତେକ ପଦାର୍ଥର ଆର୍ଥିକ ମୂଲ୍ୟ ରହିଛି, କେତେକର ଆର୍ଥିକ ମୂଲ୍ୟ ନଥାଏ। ଯଦି ଆର୍ଥିକ ମୂଲ୍ୟ ନଥିବା ପଦାର୍ଥ ବା ଦ୍ରବ୍ୟକୁ ପ୍ୟାଟେଣ୍ଟ ଯୁକ୍ତ କରାଯାଏ ଓ କୌଣସି ପ୍ରତିଷ୍ଠାନଦ୍ଵାରା ବିକ୍ରି କରାଯାଏ, ତାହା ଆର୍ଥିକ ମୂଲ୍ୟଯୁକ୍ତ ହେବ।

ଜାଣିବା କଥା
କୌଣସି ପରିକଳ୍ପନା ବା, ଉଦ୍ଭାବନ ଉପରେ ପୂର୍ଣ୍ଣ ଅଧିକାର ଆଣିବାକୁ ‘ପ୍ୟାଟେଣ୍ଟ ’(Patent) କୁହାଯାଏ।

BSE Odisha 8th Class Geography Solutions Chapter 1 ସମ୍ବଳ

ପ୍ରଶ୍ନ :
ତଳ ଲିଖତ ତାଲିକାରୁ କେଉଁ କେଉଁ ପଦାର୍ଥର ଏବେ ସୁଦ୍ଧା କୌଣସି ବଜାର ମୂଲ୍ୟ ନାହିଁ, ଚିହ୍ନଟ କର ।
BSE Odisha 8th Class Geography Solutions Chapter 1 ସମ୍ବଳ 6
BSE Odisha 8th Class Geography Solutions Chapter 1 ସମ୍ବଳ 7

ଜାଣିବା କଥା
ପ୍ରାକୃତିକ ପରିବେଶରୁ ମିଳୁଥିବା ତଥା ଆବଶ୍ୟକ ସ୍ଥଳେ ସାମାନ୍ୟ ପରିବର୍ତ୍ତନଦ୍ୱାରା ବ୍ୟବହାର ଉପଯୋଗୀ ପଦାର୍ଥ ବା ଉପାଦାନକୁ ପ୍ରାକୃତିକ ସମ୍ବଳ କୁହାଯାଏ ।

ପ୍ରାକୃତିକ ସମ୍ବଳ : ପ୍ରାକୃତିକ ସମ୍ବଳକୁ
(i) ବିକାଶସ୍ତର ତଥା ବ୍ୟବହାର,
(ii) ଉପରି,
(iii) ଗଚ୍ଛିତ ପରିମାଣ ଏବଂ
(iv) ବଣ୍ଟନ ଦୃଷ୍ଟିରୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଏ ।

(i)
BSE Odisha 8th Class Geography Solutions Chapter 1 ସମ୍ବଳ 12

ଜାଣିବା କଥା

  • ବେଗଶାଳୀ ପବନ ୨୦୦ ବର୍ଷ ପୂର୍ବେ ଏକ ପ୍ରଚ୍ଛନ୍ନ ସମ୍ବଳ ଥିଲା । ଏବେ ଏହା ପ୍ରକୃତି ସମ୍ବଳ।
  • ଆମ ରାଜ୍ୟର ଗୁଜରାଟ ଉପକୂଳ ଓ ତାମିଲନାଡୁର ନଗରକୋଏଲରେ ପବନଦ୍ୱାରା ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହେଉଛି ।

(ii)
BSE Odisha 8th Class Geography Solutions Chapter 1 ସମ୍ବଳ 9

(iii)
BSE Odisha 8th Class Geography Solutions Chapter 1 ସମ୍ବଳ 10

BSE Odisha 8th Class Geography Solutions Chapter 1 ସମ୍ବଳ

(iv)
BSE Odisha 8th Class Geography Solutions Chapter 1 ସମ୍ବଳ 11

କି ମାନବକୃତ ସମ୍ବଳ :
ପ୍ରାକୃତିକ ସମ୍ବଳକୁ ବ୍ୟବହାର କରି ମଣିଷ ଯେଉଁ ବ୍ୟବହାର ଉପଯୋଗୀ ପଦାର୍ଥ ପ୍ରସ୍ତୁତ କରିଥାଏ, ତାହାକୁ ମାନବକୃତ ସମ୍ବଳ କୁହାଯାଏ ।

ମାନବକୃତ ସମ୍ବଳର ତାଲିକା
କଳକାରଖାନା, ସେତୁ, ରାସ୍ତାଘାଟ, ରେଳଗାଡ଼ି, ଅଟ୍ଟାଳିକା, ଯନ୍ତ୍ରପାତି, କମ୍ପ୍ୟୁଟର, ଯାନବାହନ, କୃତ୍ରିମ ଉପଗ୍ରହ, ଘରୋଇ ବ୍ୟବହୃତ ଉପକରଣ ଇତ୍ୟାଦି ।

ମାନବ ସମ୍ବଳ :
ମାନବର ସମ୍ବଳ କହିଲେ ଜନସଂଖ୍ୟା ତଥା ଲୋକଙ୍କ ଶାରୀରିକ ଓ ମାନସିକ ଦକ୍ଷତାକୁ ବୁଝାଏ ।
ଭୌତିକ ସମ୍ବଳକୁ ମୂଲ୍ୟବାନ ସମ୍ବଳରେ ରୂପାନ୍ତରିତ କରିବାରେ ମାନବ ଦକ୍ଷତାର ଭୂମିକା ରହିଛି। ତେଣୁ ମାନବ ଏକ ସ୍ଵତନ୍ତ୍ର ସମ୍ବଳ ଶ୍ରେଣୀଭୁକ୍ତ ।

ସମ୍ବଳ ସଂରକ୍ଷଣ :

  • ସମ୍ବଳର ସଯନ୍ ବିନିଯୋଗ ତଥା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବାକୁ ସମ୍ବଳ ସଂରକ୍ଷଣ କୁହାଯାଏ ।
  • ସମ୍ବଳର ଉପଯୁକ୍ତ ବିନିଯୋଗ ପାଇଁ ଯନ୍ତ୍ରବାନ ନ ହେଲେ ନବୀକରଣ ଯୋଗ୍ୟ ସମ୍ବଳ ଦୁଷ୍ପାପ୍ୟ ହେବ ଓ ନବୀକରଣ-ଅଯୋଗ୍ୟ ସମ୍ବଳ ନିଶ୍ଚିହ୍ନ ହୋଇଯିବ।

ସମ୍ବଳ ସଂରକ୍ଷଣ ପାଇଁ ଉପାୟଗୁଡିକ ହେଲା :

  • ବ୍ୟବହାର ହ୍ରାସ
  • ପୁନଃ ଚକ୍ରୀକରଣ ଓ
  • ପୁନଃ ବ୍ୟବହାର । ଆମେ ସମସ୍ତେ ସମ୍ବଳ ବ୍ୟବହାରରେ ସଂଯମତା ଅବଲମ୍ବନ କଲେ ସମ୍ବଳର ଅପଚୟ ହ୍ରାସ ପାଇବ।

ଧାରଣୀୟ ବିକାଶ :

  • ସମ୍ବଳ ବିନିଯୋଗର ଆବଶ୍ୟକତା ତଥା ଆଗାମୀ ପିଢ଼ି ପାଇଁ ସେଗୁଡ଼ିକର ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ‘ଧାରଣୀୟ ବିକାଶ’ କୁହାଯାଏ।

BSE Odisha 8th Class Geography Solutions Chapter 1 ସମ୍ବଳ

ଏ ଧାରଣୀୟ ବିକାଶର ବୈଶିଷ୍ଟ୍ୟ :

  • ଦୁନିଆଁର ସମସ୍ତ ଜୀବଜନ୍ତୁଙ୍କ ପ୍ରତି ସମ୍ମାନ ଓ ଯନ୍ତ୍ର କରିବା ମଣିଷ ଜୀବନ ଧାରଣ ମାନରେ ଉନ୍ନତି
  • ପୃଥ‌ିବୀର ସାମର୍ଥ୍ୟ ଓ ବିବିଧତାର ସଂରକ୍ଷଣ
  • ପ୍ରାକୃତିକ ସଂପଦର ଅବକ୍ଷୟ ହ୍ରାସ କରିବା
  • ପରିବେଶ ପ୍ରତି ବ୍ୟକ୍ତିଗତ ଆଭିମୁଖ୍ୟ ଓ ବ୍ୟବହାରରେ ପରିବର୍ତ୍ତନ ଆଣିବା
  • ଲୋକମାନଙ୍କୁ ପରିବେଶ ପ୍ରତି ଯବାନ ହେବାକୁ ସକ୍ଷମ କରାଇବା

ସମ୍ବଳର ପରିଚାଳନା ଓ ରକ୍ଷଣାବେକ୍ଷଣ :

  • ନବୀକରଣ ଯୋଗ୍ୟ ସମ୍ବଳର ଧାରଣୀୟ ବ୍ୟବହାର କରିବା
  • ଜୈବ ବିବିଧତାର ସଂରକ୍ଷଣ କରିବା
  • ପରିବେଶର ସର୍ବନିମ୍ନ ବିନିଷ୍ଟକରଣର ଦିଗପ୍ରତି ଧ୍ୟାନ ଦେବା

ଭୌଗୋଳିକ ଶବ୍ଦାବଳୀ

ସମ୍ବଳ : ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଆମେ ବ୍ୟବହାର କରୁଥିବା ପଦାର୍ଥଗୁଡ଼ିକ ହିଁ ସମ୍ବଳ।

ପ୍ୟାଟେଣ୍ଟ : କୌଣସି ପରିକଳ୍ପନା ବା ଉଦ୍ଭାବନ ଉପରେ ପୂର୍ବ ଅଧିକାର ଆଣିବାକୁ ପ୍ୟାଟେଣ୍ଟ କୁହାଯାଏ ।

ପ୍ରଯୁକ୍ତି ବିଦ୍ୟା : ବ୍ୟବହାରରେ କାମ କରିବା ବା ଜିନିଷ ପ୍ରସ୍ତୁତ କରିବାକୁ ବୁଝାଏ ।

ପ୍ରାକୃତିକ ସମ୍ବଳ : ପ୍ରାକୃତିକ ପରିବେଶରୁ ମିଳୁଥିବା ତଥା ଆବଶ୍ୟକ ସାମାନ୍ଯ ପରିବର୍ତ୍ତନଦ୍ୱାରା ବ୍ୟବହାର ଉପଯୋଗୀ ପଦାର୍ଥ ବା ଉପାଦାନକୁ ପ୍ରାକୃତିକ ସମ୍ବଳ କୁହାଯାଏ ।

ପ୍ରକୃତ ସମ୍ବଳ: ଯେଉଁ ସମ୍ବଳଗୁଡ଼ିକର ପରିମାଣ ଜଣା ପଡ଼ିଛି, ସେଗୁଡ଼ିକୁ ପ୍ରକୃତ ସମ୍ବଳ କୁହାଯାଏ ।

ପ୍ରଚ୍ଛନ୍ନ ସମ୍ବଳ : ଯେଉଁ ସମ୍ବଳଗୁଡ଼ିକର ସଠିକ୍ ପରିମାଣ ଜଣାନାହିଁ ଏବଂ ଏବେ ସୁଦ୍ଧା ବ୍ୟବହାରରେ ଲାଗି ନାହିଁ, ସେଗୁଡ଼ିକୁ ପ୍ରଚ୍ଛନ୍ନ ସମ୍ବଳ କୁହାଯାଏ।

ନବୀକରଣ ଯୋଗ୍ୟ ସମ୍ବଳ : ଯେଉଁ ପ୍ରାକୃତିକ ସମ୍ବଳଗୁଡ଼ିକ ବ୍ୟବହାର ସତ୍ତ୍ଵେ ପୁନର୍ବାର ପୂରଣ ହୁଏ, ତାହାକୁ ନବୀକରଣଯୋଗ୍ୟ ସମ୍ବଳ କୁହାଯାଏ ।

BSE Odisha 8th Class Geography Solutions Chapter 1 ସମ୍ବଳ

ନବୀକରଣ ଅଯୋଗ୍ୟ ସମ୍ବଳ : ବ୍ୟବହାର ଯୋଗୁ ଯେଉଁ ସମ୍ବଳର ପରିମାଣ ହ୍ରାସ ପାଇଲେ ବା ସରିଗଲେ, ପୁନର୍ବାର ଭରଣା ହେବାପାଇଁ ହଜାର ହଜାର ବର୍ଷ ଲାଗିଥାଏ, ତାହାକୁ ନବୀକରଣ ଅଯୋଗ୍ୟ । ସମ୍ବଳ କୁହାଯାଏ ।

ଧାରଣୀୟ ବିକାଶ : ପ୍ରାକୃତିକ ସମ୍ବଳକୁ ବ୍ୟବହାର କରି ମଣିଷ ଯେଉଁ ନୂତନ ସମ୍ବଳ ପ୍ରସ୍ତୁତ କରେ, ତାହାକୁ ମାନବକୃତ ସମ୍ବଳ କୁହାଯାଏ ।

ଧାରଣୀୟ ବିକାଶ : ସମ୍ବଳର ଉପଯୁକ୍ତ ବ୍ୟବହାରଦ୍ଵାରା ବର୍ତ୍ତମାନର ଆବଶ୍ୟକତା ପୂରଣ ସହ ପିଢ଼ି ପିଢ଼ି ପରେ ଭବିଷ୍ୟତ ବଂଶଧରଙ୍କ ପାଇଁ ସମ୍ବଳର ଅଭାବ ନ ରହିବା ପ୍ରତି ଯବାନ ହେବାକୁ ’ଧାରଣୀୟ ବିକାଶ’ କୁହାଯାଏ ।

ସମ୍ବଳ ସଂରକ୍ଷଣ : ସମ୍ବଳର ସିଯନ୍ ବିନିଯୋଗ ତଥା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବାକୁ ସମ୍ବଳ ସଂରକ୍ଷଣ କୁହାଯାଏ ।

BSE Odisha 8th Class Geography Solutions Book Download Pdf

BSE Odisha Class 8 Geography Solutions Book Pdf Download

BSE Odisha 8th Class Geography Book Solutions

BSE Odisha 8th Class Text Book Solutions