BSE Odisha 9th Class History Notes Chapter 5 ଫାସୀବାଦ ଓ ନାଜିବାଦର ବିକାଶ

Odisha State Board BSE Odisha Class 9 History Notes Chapter 5 ଫାସୀବାଦ ଓ ନାଜିବାଦର ବିକାଶ will enable students to study smartly.

BSE Odisha Class 9 History Notes Chapter 5 ଫାସୀବାଦ ଓ ନାଜିବାଦର ବିକାଶ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ 
→ ଉପକ୍ରମ:

ପ୍ରଥମ ବିଶ୍ବଯୁଦ୍ଧ ପରେ ପୃଥ‌ିବୀର ବିଭିନ୍ନ ଦେଶରେ ରାଜନୈତିକ ଅସ୍ଥିରତା, ଅର୍ଥନୈତିକ ସଙ୍କଟ, ସମାଜବାଦୀ ଓ ସାମ୍ୟବାଦୀ ଆନ୍ଦୋଳନ, ଜାତୀୟତାବାଦୀ ଜାଗରଣ ଆଦି ସମସ୍ୟାଗୁଡ଼ିକ ଦେଖା ଦେଇଥିଲା ଓ ଏଗୁଡ଼ିକ ଉତ୍କଟ ରୂପ ଧାରଣ କରିଥିଲା ।

ଅର୍ଥନୈତିକ ସଙ୍କଟ :

  • ୧୯୨୯ ଓ ୧୯୩୩ ମସିହାରେ ପୃଥ‌ିବୀର ବିଭିନ୍ନ ଅଞ୍ଚଳରେ ଅର୍ଥନୈତିକ ସଙ୍କଟ ଦେଖାଦେଇଥିଲା ।
  • ୧୯୨୮ ମସିହାରେ ଯୋଶେଫ ଷ୍ଟାଲିନ୍‌ଙ୍କଦ୍ଵାରା ପଞ୍ଚବାର୍ଷିକ ଯୋଜନାର ପ୍ରବର୍ତ୍ତନ ଫଳରେ ସୋଭିଏତ୍ ରୁଷ୍ ଦ୍ରୁତ ଅର୍ଥନୈତିକ ଉନ୍ନତି ଦେଖାଦେଇଥିଲା ।
  • ପ୍ରଥମ ବିଶ୍ବଯୁଦ୍ଧ ପରେ ଯୁଦ୍ଧ ସାମଗ୍ରୀ ଉତ୍ପାଦନପାଇଁ ଗଢ଼ି ଉଠିଥ‌ିବା ଶିଳ୍ପାନୁଷ୍ଠାନ ବନ୍ଦ ହୋଇଯିବାରୁ ବେକାରୀ ସମସ୍ୟା ବୃଦ୍ଧି ପାଇଲା ।
  • ବେସମାରିକ ଦ୍ରବ୍ୟ ଉତ୍ପାଦନ ଶିଳ୍ପଗୁଡ଼ିକର ଶ୍ରମିକମାନେ ଧର୍ମଘଟ ଆରମ୍ଭ କଲେ, ଶିଳ୍ପଜାତ ଦ୍ରବ୍ୟର ଚାହିଦା କମିଲା, ଶିଳ୍ପ ଉତ୍ପାଦନ ହ୍ରାସ ପାଇଲା, ଶିଳ୍ପଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧି ଘଟିଲା ।
  • ବ୍ୟାକ୍‌ଗୁଡ଼ିକ ଅଚଳ ହୋଇଯିବାରୁ ଲୋକେ ସେମାନଙ୍କର ସଞ୍ଚ ଅର୍ଥ ହରାଇଥିଲେ ।

→ ବିଷୟବସ୍ତୁର ରୂପରେଖ:

  • ଇଟାଲୀରେ ଫାସୀବାଦର ବିକାଶ
  • ଜର୍ମାନୀରେ ନାଜିବାଦର ବିକାଶ
  • ହିଝ୍ ଲରିଙ୍କ ଶାସନ ସଂସ୍ନ।ର

BSE Odisha 9th Class History Notes Chapter 5 ଫାସୀବାଦ ଓ ନାଜିବାଦର ବିକାଶ

→ ପଞ୍ଚବାର୍ଷିକ ଯୋଜନା – ପୃଥ‌ିବୀରେ ପ୍ରଥମ କରି ରୁଷିଆରେ ଯୋଶେଫ୍ ଷ୍ଟାଲିନ୍ ୧୯୨୮ ମସିହାରେ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରିଥିଲେ ।

କୃଷି :

  • ଶିଳ୍ପ ବିପ୍ଳବର ପ୍ରଭାବ ଯୋଗୁଁ କୃଷି ଉତ୍ପାଦନ ବୃଦ୍ଧି ପାଇଥିଲା । ମାତ୍ର ଯୁଦ୍ଧ ପରେ ବାଣିଜ୍ୟ ବ୍ୟବସାୟ ବନ୍ଦହେବା ଫଳରେ କୃଷିଜାତ ଦ୍ରବ୍ୟ ବିକ୍ରି ହୋଇପାରି ନଥିଲା । ତେଣୁ କୃଷି ଶ୍ରମିକମାନଙ୍କର ଅବସ୍ଥା ସଙ୍କଟରେ ପଡ଼ିଲା ।
  • ଉତ୍ପାଦନର ଦୁଇ ମୁଖ୍ୟ ଉତ୍ସ କୃଷି ଓ ଶିଳ୍ପ କ୍ଷେତ୍ରରେ ଏକ ପ୍ରକାର ସଙ୍କଟ ଯୋଗୁଁ ଚାରିଆଡ଼େ ଅଭାବ ଓ ଅନଟନ ଦେଖାଦେଇଥିଲା ।

ରାଜନୈତିକ ଅସ୍ଥିରତା :

  • ଦାରିଦ୍ର୍ୟ ଓ ବେକାରୀ ବୃଦ୍ଧି ସହ ଆଇନ ଶୃଙ୍ଖଳା ରକ୍ଷାରେ ସରକାର ବିଫଳ ହେଲେ ଓ ଜନ ଆନ୍ଦୋଳନ ବୃଦ୍ଧି ପାଇଥିଲା ।
  • ପ୍ରଜାତନ୍ତ୍ର ପ୍ରତିଷ୍ଠା ଲକ୍ଷ୍ୟରେ ସାମ୍ୟବାଦୀ ଓ ସମାଜବାଦୀ ଦଳ ନେତୃତ୍ୱରେ ଶ୍ରମିକ ଆନ୍ଦୋଳନ ଆରମ୍ଭ ହେଲା ।
  • ଜମିଦାର ଓ ଶିଳ୍ପପତିମାନେ ଶ୍ରମିକ ଆନ୍ଦୋଳନକୁ ଦମନ କରିବା ପାଇଁ ଉଗ୍ରବାଦୀ ଶକ୍ତିର ସାହାଯ୍ୟ ନେଲେ । ଫଳରେ ଉଗ୍ର ଜାତୀୟତାବାଦ ଓ ଏକଚ୍ଛତ୍ରବାଦର ଉତ୍ଥାନ ହେଲା । ସେମାନଙ୍କୁ ଫାସୀବାଦୀ ଶକ୍ତି କୁହାଗଲା ।
  • ଜର୍ମାନୀ ଓ ଇଟାଲୀରେ ଫାସୀବାଦୀ ଆନ୍ଦୋଳନର ସୂତ୍ରପାତ ହେଲା ।

→ ଲାଟିନ୍ ଶବ୍ଦ ‘ଫାସିସ୍’ ରୁ ଫାସୀବାଦ ଶବ୍ଦର ସୃଷ୍ଟି । ‘ଫାସିସ୍’ ଶବ୍ଦର ଅର୍ଥ କୁରାଢ଼ି ସହିତ ବିଡ଼ାଏ କାଠି ।

ଇଟାଲୀରେ ଫାସୀବାଦ ବିକାଶ:

  • ଇଟାଲୀରେ ଯୁଦ୍ଧୋତ୍ତର ଆର୍ଥକ ଅବନତି, ଦାରିଦ୍ର୍ୟ, ବେକାରୀ, ଶ୍ରମିକ ଅଶାନ୍ତି ଓ ଆନ୍ଦୋଳନ ଆଦି କାରଣରୁ ବେନିତୋ ମୁସୋଲିନୀଙ୍କ ନେତୃତ୍ୱରେ ଫାସିବାଦୀ ଦଳ ଗଢ଼ିଉଠିଥିଲା ।
  • ଯୁଦ୍ଧଫେରନ୍ତା ବେକାର ସୈନିକ, ଦେଶଭକ୍ତ ନାଗରିକ ଓ ରାଜତନ୍ତ୍ର ବିରୋଧୀମାନେ ଏହି ଦଳରେ ସକ୍ରିୟ ସଭ୍ୟ ଥିଲେ ଏବଂ ଏମାନେ ‘କଳାକୁର୍ତ୍ତା ବାହିନୀ’ ନାମକ ଏକ ସଶସ୍ତ୍ର ସ୍ଵେଚ୍ଛାସେବୀ ବାହିନୀ ଗଠନ କରି ଶ୍ରମିକ ଆନ୍ଦୋଳନ ଦମନ ପାଇଁ ପ୍ରୟାସ କରିଥିଲେ ।
  • ମୁସୋଲିନୀ ୧୯୨୨ ମସିହା ଅକ୍ଟୋବର ୨୯ ତାରିଖ ଦିନ ଇଟାଲୀର ପ୍ରଧାନମନ୍ତ୍ରୀ ହେଲେ ।
  • ସାମ୍ୟବାଦୀ ଓ ସମାଜବାଦୀ ନେତାମାନଙ୍କୁ ହତ୍ୟା କିମ୍ବା ବନ୍ଦୀ କରାଗଲା ବା ନିର୍ବାସନ ଦଣ୍ଡ ଦିଆଗଲା ।
  • ୧୯୨୬ ପରେ ଫାସୀବାଦୀ ଦଳ ବ୍ୟତୀତ ଅନ୍ୟ ସମସ୍ତ ରାଜନୈତିକ ଦଳକୁ ବେଆଇନ ଘୋଷଣା କରାଗଲା ।
  • ସାର୍ବଜନୀନ ଭୋଟ ପ୍ରଥା ଉଚ୍ଛେଦ, ସମ୍ବାଦପତ୍ରର ସ୍ଵାଧୀନତା ଲୋପ, ବାଧ୍ୟତାମୂଳକ ସାମରିକ ଶିକ୍ଷା ପ୍ରଚଳନ ଆଦି ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଗଲା । ଶାସନର ସର୍ବେସବା ହେଲେ ମୁସୋଲିନୀ ।

BSE Odisha 9th Class History Notes Chapter 5 ଫାସୀବାଦ ଓ ନାଜିବାଦର ବିକାଶ 1

→ ଫାସୀବାଦ ଦଳର ମୁଖ୍ୟ ଲକ୍ଷ୍ୟ – ହିଂସାତ୍ମକ ପନ୍ଥାଦ୍ୱାରା ଜଣେ କିମ୍ବା ମୁଷ୍ଟିମେୟ ଲୋକଙ୍କ ହାତରେ ସମସ୍ତ କ୍ଷମତା କେନ୍ଦ୍ରୀଭୂତ କରି ଦେଶରେ ଏକଛତ୍ରବାଦୀ ଶାସନ ପ୍ରତିଷ୍ଠା କରିବା ଫାସୀବାଦୀ ଦଳର ମୂଳ ଲକ୍ଷ୍ୟ ଥିଲା ।

BSE Odisha 9th Class History Notes Chapter 5 ଫାସୀବାଦ ଓ ନାଜିବାଦର ବିକାଶ

ଜର୍ମାନୀରେ ନାଜିବାଦର ବିକାଶ :

  • ପ୍ରଥମ ବିଶ୍ବଯୁଦ୍ଧରେ ଜର୍ମାନୀର ପରାଜୟ ଓ ଭର୍ସାଇ ସନ୍ଧିରେ ଅପମାନଜନକ ସର୍ଭାବଳୀରେ ମର୍ମାହତ ଜର୍ମାନ୍‌ମାନେ ତତ୍କାଳୀନ କାଇଜର ତୃତୀୟ ଉଇଲିୟମ୍ଙ୍କ ବିରୋଧରେ ଗଣବିପ୍ଳବର ଆହ୍ଵାନ ଦେଇଥିଲେ ।
  • ଭୟଭୀତ କାଇଜର ଦେଶ ଛାଡ଼ି ପଳାୟନ କରିବାରୁ ଜର୍ମାନୀରେ ‘ଓଏମର ସାଧାରଣତନ୍ତ୍ର’ ପ୍ରତିଷ୍ଠା ହୋଇଥିଲା, ମାତ୍ର ଏହା ଜର୍ମାନ୍‌ମାନଙ୍କର ଆଶା ଆକାଂକ୍ଷା ପୂରଣରେ ବିଫଳ ହୋଇଥିଲା ।
  • ଏହି ରାଜନୈତିକ ଅସ୍ଥିରତାର ସୁଯୋଗ ନେଇ ଆଡ଼ଲଫ୍ ହିଲର୍‌ଙ୍କ ନେତୃତ୍ୱରେ ଉଗ୍ରଜାତୀୟତାବାତୀ ଆଦୋଳନ ଆରମ୍ଭ ହେଲା, ଯାହା ‘ନାଜି ବିପ୍ଳବ’ ନାମରେ ପରିଚିତ । ହିଟ୍‌ଲର୍ ପୁଞ୍ଜିପତି ଓ ଗଣତନ୍ତ୍ର ବିରୋଧୀ ଶକ୍ତିମାନଙ୍କର ଅକୁଣ୍ଠ ସମର୍ଥନ ପାଇଥିଲେ । ୧୯୩୩ ମସିହାରେ ସେ ଜର୍ମାନୀର ଶାସନ କ୍ଷମତା ହାତକୁ ନେଇଥିଲେ ।

BSE Odisha 9th Class History Notes Chapter 5 ଫାସୀବାଦ ଓ ନାଜିବାଦର ବିକାଶ 2

→ ହିଟ୍‌ର ୧୯୨୩ ମସିହାରେ ଶାସନ କ୍ଷମତା ଅଧିକାର ଉଦ୍ୟମରେ ବିଫଳ ହୋଇ କାରାଦଣ୍ଡ ଭୋଗିଥିଲେ ଓ ଜେଲ୍‌ରେ ଥ‌ିବାବେଳେ ‘ମେଁ କାମ୍ପ’ ପୁସ୍ତକ ରଚନା କରିଥିଲେ ।

ହିଟ୍‌ଲର୍‌ଙ୍କ ଶାସନ ସଂସ୍କାର :

  • ସ୍ୱତନ୍ତ୍ର ଆଇନ ପ୍ରଣୟନ କରି ହିଟ୍‌ଲର୍ ସମସ୍ତ କ୍ଷମତା ନିଜ ହାତକୁ ନେଲେ ।
  • ଜର୍ମାନୀରେ ନାଜିଦଳକୁ ଏକମାତ୍ର ଦଳଭାବେ ସ୍ବୀକୃତି ଦିଆଗଲା ।
  • ସାମ୍ୟବାଦୀ ଓ ସମାଜବାଦୀ ଦଳର ସଂଗଠନ ଭାଙ୍ଗି ଦିଆଯିବା ସହ ନାଜି ବିରୋଧୀମାନଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା ।
  • ସମ୍ବାଦପତ୍ର ଓ ବେତାର ନିୟନ୍ତ୍ରଣ, ବ୍ୟକ୍ତି ସ୍ଵାଧୀନତା ଲୋପକରି ଜର୍ମାନୀର ସାମରିକ ଶକ୍ତି ବୃଦ୍ଧି ଲାଗି ପଦକ୍ଷେପ ନିଆଗଲା ।

BSE Odisha 9th Class History Notes Chapter 5 ଫାସୀବାଦ ଓ ନାଜିବାଦର ବିକାଶ

ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ :

୧୮୮୩ ଖ୍ରୀ.ଅ. – ଇଟାଲୀର ରୋମାନାଠାରେ ବେନିତୋ ମୁସୋଲିନୀଙ୍କ ଜନ୍ମଗ୍ରହଣ ।
୧୮୮୯ ଖ୍ରୀ.ଅ. – (ଅପ୍ରେଲ୍ ୨୦ ତାରିଖ) ଅଷ୍ଟ୍ରିଆର ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ହିଟ୍‌ଲର୍‌ଙ୍କ ଜନ୍ମଗ୍ରହଣ ।
୧୯୧୯ ଖ୍ରୀ.ଅ. – ହିଟ୍‌ଲର୍‌ଙ୍କର ‘ଶ୍ରମଜୀବୀ ଦଳ’ ନାମକ ଏକ ରାଜନୈତିକ ଦଳରେ ଯୋଗଦାନ ।
୧୯୨୧ ଖ୍ରୀ.ଅ. – ଇଟାଲୀରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ଏବଂ ‘ଶ୍ରମଜୀବୀ ଦଳ’ର ନେତା ହୋଇ ହିଟ୍‌ଲର୍‌ଙ୍କଦ୍ୱାରା ଦଳର ନାମ ‘ଜାତୀୟ ସମାଜବାଦୀ ଶ୍ରମିକ ଦଳ’ ବା ‘ନାଜି ଦଳ’କୁ ପରିବର୍ତ୍ତନ ।
୧୯୨୨ ଖ୍ରୀ.ଅ. – (ଅକ୍ଟୋବର ୨୮ ତାରିଖ) ବଳପୂର୍ବକ କ୍ଷମତା ଅଧିକାର ପାଇଁ ମୁସୋଲିନୀଙ୍କର ନିଜ ଅନୁଗାମୀମାନଙ୍କ ସହ ରୋମ ଅଭିମୁଖେ ଯାତ୍ରା, (ଅକ୍ଟୋବର ୨୯ ତାରିଖ) ଇଟାଲୀର ରାଜା ଭିକ୍ଟର ଇମାନୁଏଲ୍ ତୃତୀୟଙ୍କଦ୍ବାରା ମୁସୋଲିନୀଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ ଓ ମୁସୋଲିନୀ ପ୍ରଧାନମନ୍ତ୍ରୀ ରୂପେ ଅଧିଷ୍ଠିତ ।
୧୯୨୩ ଖ୍ରୀ.ଅ. – ଜର୍ମାନୀରେ ହିଟଲର୍‌ଙ୍କ ବଳପୂର୍ବକ କ୍ଷମତା ଅଧିକାର ଉଦ୍ୟମ ବିଫଳ ଏବଂ କାରାଦଣ୍ଡରେ ଦଣ୍ଡିତ ।
୧୯୨୪ ଖ୍ରୀ.ଅ. – ଫାସୀବାଦୀ ଦଳ ପାର୍ଲାମେଣ୍ଟରେ ସଂଖ୍ୟାଗରିଷ୍ଠତା ହାସଲ କରିବାରୁ ମୁସୋଲିନୀଙ୍କ ପ୍ରତିପରି ଓ କ୍ଷମତା ବୃଦ୍ଧି ।
୧୯୨୬ ଖ୍ରୀ.ଅ. – ଇଟାଲୀରେ ଫାସୀବାଦୀ ଦଳ ବ୍ୟତୀତ ଅନ୍ୟ ସମସ୍ତ ରାଜନୈତିକ ଦଳ ବେଆଇନ ଘୋଷିତ ।
୧୯୨୮ ଖ୍ରୀ.ଅ. – ଯୋଶୋପ୍ ଷ୍ଟାଲିନ୍‌ଙ୍କଦ୍ୱାରା ରୁମ୍‌ରେ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ ।
୧୯୨୯-୧୯୩୩ ଖ୍ରୀ.ଅ. – ପୃଥ‌ିବୀରେ ଏକ ଅର୍ଥନୈତିକ ସଙ୍କଟ ଦେଖାଦେଇଥିଲା ।
୧୯୩୩ ଖ୍ରୀ.ଅ. – ଜର୍ମାନୀର ରାଷ୍ଟ୍ରପତି ହିଣ୍ଟେନ୍‌ବର୍ଗଙ୍କଦ୍ବାରା ହିଟ୍‌ଲର୍ ପ୍ରଧାନମନ୍ତ୍ରୀ ବା ଚାନ୍ସେଲର୍‌ରୂପେ ନିଯୁକ୍ତ ।

BSE Odisha 9th Class Physical Science Solutions Chapter 6 ବଳ ଓ ଗତି ନିୟମ

Odisha State Board BSE Odisha 9th Class Physical Science Solutions Chapter 6 ବଳ ଓ ଗତି ନିୟମ Textbook Exercise Questions and Answers.

BSE Odisha Class 9 Physical Science Solutions Chapter 6 ବଳ ଓ ଗତି ନିୟମ

1. ଗୋଟିଏ ଗାଲିଚାକୁ ଟେକିକରି ଧରି ବାଡ଼ିରେ ପିଟିଲେ, ସେଥୁରୁ ଧୂଳିକଣା ଝଡ଼ିପଡ଼େ । ଏହାକୁ ବୁଝାଅ ।
ଉ –

  • ଗାଲିଚାକୁ ଟେକିକରି ଧରିଲେ ଗାଲିଚାରେ କିଛି ଧୂଳିକଣା ଲାଗିଥାଏ ।
  • ପ୍ରାରମ୍ଭିକ ଅବସ୍ଥାରେ ଗାଲିଚା ଓ ଧୂଳିକଣା ସ୍ଥିରତାର ଜଡ଼ତାରେ ଥାଆନ୍ତି । ଗାଲିଚାକୁ ବାଡ଼ିଦ୍ଵାରା ଆଘାତ କଲେ ଏହା ଗତିଶୀଳ ହୁଏ ମାତ୍ର ଜଡ଼ତ୍ଵର ସଂଜ୍ଞା ଅନୁ ସାରେ ଧୂଳିକଣା ସ୍ଥିତାବସ୍ଥା ବଜାୟ ରଖୁବାରୁ ଗାଲିଚାରୁ ଅଲଗା ହୋଇଯାଏ । ମାଧ୍ୟାକର୍ଷଣ ବଳ ପ୍ରଭାବରେ ଏଗୁଡ଼ିକ ତଳକୁ ଖସିପଡ଼ନ୍ତି ।

2. ବସ୍‌ର ଛାତ ଉପରେ ବାକ୍ସ ଓ ଗଣ୍ଠିଲିଗୁଡ଼ିକୁ ଶକ୍ତ ଦଉଡ଼ିରେ ବାନ୍ଧି ରଖାଯାଇଥାଏ, କାହିଁକି ?
ଉ –

  • ଯେତେବେଳେ ବସ୍‌ ଗତି କରିବାକୁ ଆରମ୍ଭ କରେ, ଛାତ ଉପରେ ଥିବା ବାକ୍ସ ଓ ଗଣ୍ଠିଲିଗୁଡିକ ଜଡତ୍ଵ ଗୁଣ ଯୋଗୁଁ ସ୍ଥିତାବସ୍ଥା ବଜାୟ ରଖୁବାକୁ ଚେଷ୍ଟା କରନ୍ତି । ତେଣୁ ସେଗୁଡିକର ପଛରେ ପଡ଼ିଯିବାର ପ୍ରବୃତ୍ତି ଥାଏ ।
  • କିନ୍ତୁ ଯେତେବେଳେ ଗତିଶୀଳ ବସ୍ ହଠାତ୍ ଅଟକିଯାଏ, ବାକ୍ସ ଓ ଗଣ୍ଠିଲିଗୁଡିକ ଗତିର ଜଡତା ଯୋଗୁଁ ଆଗକୁ ପଡ଼ିଯାଆନ୍ତି । ତେଣୁ ପଛକୁ କିମ୍ବା ଆଗକୁ ନ ପଢ଼ିବା ପାଇଁ ସେଗୁଡିକୁ ଛାତ ଉପରେ ଶକ୍ତ ଦଉଡିରେ ବନ୍ଧାଯାଇଥାଏ ।

3. କ୍ରିକେଟ୍ ଖେଳରେ ଜରେ ବ୍ୟାଟ୍‌ସମାନ କ୍ରିକେଟ ତଳକୁ ନିଜ ବ୍ୟାଟ୍‌ରେ ମାରିଲେ। ଅନେକ ସମୟରେ ସେ ବଲ୍ବ ଘାସ ପଡ଼ିଆ ଉପରେ କିଛି ବାଟ ଖଡ଼ି ଗଡ଼ି ଗଲାପରେ ସ୍ଥିର ହୋଇଯାଏ । ଏପରି କାହିଁକି ହୁଏ ?
ଉ –

  • କ୍ରିକେଟ୍ ଖେଳରେ ଜଣେ ବ୍ୟାଟ୍ସମ୍ୟାନ୍ କ୍ରିକେଟ୍ ବଲ୍‌କୁ ବ୍ୟାଟ୍‌ରେ ଆଘାତ କଲେ ବଲ୍ଟି ଗତି କରେ । ବଲ୍ଟିଟିର କିଛି ବସ୍ତୁତ୍ଵ ଥାଏ ଏବଂ ଏହା ଘାସପଡ଼ିଆକୁ ଆଘାତ କଲେ ଏହାର କିଛି ପରିବେଗ ସୃଷ୍ଟି ହୁଏ । ତେଣୁ ଏହାର ସଂବେଗ ଥାଏ ।
  • ଏହି ସଂବେଗର ପରିବର୍ତ୍ତନ ଫଳରେ କିଛି ବଳ ସୃଷ୍ଟି ହୁଏ । ଏହି ବଳ ପ୍ରଭାବରେ ବଲ୍‌ କିଛି ବାଟ ଗଡ଼ିଯାଏ । ଘର୍ଷଣ ବଳ ଏହାକୁ ପ୍ରତିରୋଧ କରେ । ତେଣୁ ବଲ୍‌ କିଛିବାଟ ଗଡ଼ିଯାଇ ସ୍ଥିର ହୋଇଯାଏ ।

4, ଗୋଟିଏ 1000 kg ବସ୍ତୁତ୍ଵର ଟ୍ରକ୍ ଏକ ପାହାଡ଼ିଆ ରାସ୍ତାରେ ତଳକୁ ଆସୁଛି । ଟ୍ରକ୍ ତା’ର ସ୍ଥିର ଅବସ୍ଥାରୁ ଯାତ୍ରା ଆରମ୍ଭ କରି 20s ରେ 400 m ରାସ୍ତା ଅତିକ୍ରମ କରିଛି । ଟ୍ରକ୍ ଉପରେ ପ୍ରଯୁକ୍ତ ବଳ ନିର୍ଣୟ କର ।
ଉ –
ଏଠାରେ ପ୍ରାରମ୍ଭିକ ପରିବେଗ (u) = 0, ସମୟ (t) 20 s ଓ ଅତିକ୍ରାନ୍ତ ଦୂରତା (s) = 400 m
ଯଦି ତ୍ଵରଣ à ହୁଏ, s = ut + \(\frac { 1 }{ 2 }\) at2
⇒ 400 m = 0 x t + \(\frac { 1 }{ 2 }\) a x (20s)2
⇒ 400 m = 200a. s2 ⇒ a = 2m/s2
∴ ବଳ (F) = ma = 1000 kg × 2m/s2 = 2000 kg. m/s2 = 2000 ନିଉଟନ୍
∴ ଟ୍ରକ୍ ଉପରେ ପ୍ରଯୁକ୍ତ ବଳ 2000 ନିଉଟନ୍ ।

BSE Odisha 9th Class Physical Science Solutions Chapter 6 ବଳ ଓ ଗତି ନିୟମ

5. ଗୋଟିଏ 1 kg ବସ୍ତୁତ୍ଵର ବାକ୍ସକୁ ବରଫ ହୋଇଯାଇଥିବା ହ୍ରଦର ପୃଷ୍ଠ ଉପରେ 20m. s-1 ପରିବେଗରେ ଠେଲି ଦିଆଗଲା । ସେହି ବାକ୍ସ 50m ଗଡ଼ି ଗଲା ପରେ ଆପେ ଆପେ ସ୍ଥିର ହୋଇଗଲା । ବାକ୍ସ ଓ ବରଫ ମଧ୍ୟରେ ଘର୍ଷଣ ବଳ କେତେ ନିର୍ଣ୍ଣୟ କର ।
ଉ –
ଏଠାରେ ପ୍ରାରମ୍ଭିକ ପରିବେଗ (u) = 20m/s,
ଅନ୍ତିମ ପରିବେଗ (v) = 0 m/s,
ଅତିକ୍ରାନ୍ତ ଦୂରତା (s) = 50 m
ବାକ୍ସର ବସ୍ତୁତ୍ଵ m = 1 kg ଏଠାରେ ତ୍ଵରଣ = a
ତୃତ1ସ ଖତି ସମ1କରଣ ଅନୁ ପାରେ
v2 = u2 + 2as
⇒ 0 = u2 + 2as
⇒ 2as = – u2
BSE Odisha 9th Class Physical Science Solutions Chapter 6 img-1
∴ F = ma = 1kg x – 4 m/s2 = 4 kg. ms2 = – 4 ନିଉଟନ୍
∴ ବାକ୍ସ ଓ ବରଫ ମଧ୍ଯରେ ଘର୍ଷଣ ବଳର ପରିମାଣ ବାକ୍ସ ଗତିର ବିପରୀତ ଦିଗରେ 4 ନିଉଟନ୍ ।

6. ଗୋଟିଏ 8000 kg ଇଞ୍ଜିନ୍ ଲାଗିଥିବା ଟ୍ରେନ୍ ରେ 5ଟି ଡବା ସଂଯୁକ୍ତ ହୋଇଛି । ପ୍ରତ୍ୟେକ ଡବାର ବସ୍ତୁତ୍ଵ 2000 kg | ଇଞ୍ଜିନ୍ 40000 N ବଳ ପ୍ରୟୋଗ କରି ଏକ ଭୂସମାନ୍ତ ର ରେଳରାସ୍ତା ଉପରେ ଟ୍ରେନ୍‌କୁ ଟାଣୁଛି । ଯଦି ରାସ୍ତା 5000Nର ଘର୍ଷଣ ବଳ ପ୍ରଦାନ କରୁଥାଏ, ତେବେ ନିର୍ଣ୍ଣୟ କର :
(a) ତ୍ଵରଣ ସୃଷ୍ଟି କରୁଥିବା ମୋଟ ବଳ କେତେ ?
(b) ଟ୍ରେନ୍‌ର ତ୍ଵରଣ କେତେ ?
ଉ –
(a) ମୋଟ ବଳ F1 = 40,000N, ଘର୍ଷଣ ବଳ F2 5000N
ତ୍ଵରଣ ସୃଷ୍ଟି କରୁଥିବା ମୋଟ ବଳ (F) = 40000 N – 5000 N = 35000 N.

(b) 5ଟି ଡବାବ ମୋଟ ବସ୍ତୁତ୍ଵ (m) = 5 × 2000 kg = 10,000 kg
ବଳ = F 35,000 N
∴ ବସ୍ତୁତ୍ଵ (a) \(\frac { F }{ m }\) = \(\frac { 35000 }{ 10000 }\) \(\frac { N }{ kg }\) = 3.5 m/sec2 = 3.5 m/sec2
∴ ଟ୍ରେନର ତ୍ଵରଣ = 3.5 m/sec2

7. ଗୋଟିଏ ଯାନର ବସ୍ତୁତ୍ୱ 1500 kg | ଯଦି 1.7 m. s-2 ମନ୍ଦନ (ବିଯୁକ୍ତାତ୍ମକ ତ୍ଵରଣ)ରେ କିଛିବାଟ ଗଲାପରେ ଯାନଟି ସ୍ଥିର ହୋଇଗଲା, ତେବେ ଯାନ ଓ ରାସ୍ତା ମଧ୍ୟରେ ଘର୍ଷଣଜନିତ ବଳ କେତେ ?
ଉ –
ଏଠାରେ ତ୍ଵରଣ (a) = – 1.7 m/s2, ଯାନର ବସ୍ତୁତ୍ୱ (m) = 1500 kg
∴ ବଳ (F) = ma = 1500 kg × – 1.7 m/s2 = – 2550 kg.m/sec2 = – 2550 N |
∴ ଯାନ ଓ ରାସ୍ତା ମଧ୍ୟରେ ଘର୍ଷଣଜନିତ ବଳ 2550 ନିଉଟନ୍ ।
ଏହି ଘର୍ଷଣଜନିତ ବଳ ଯାନର ଗତିର ବିପରୀତ ଦିଗରେ କାର୍ଯ୍ୟ କରେ ।

8. ପ୍ରତ୍ୟେକ 1.5 kg ବସ୍ତୁତ୍ଵ ବିଶିଷ୍ଟ ଦୁଇଟି ଗୋଲକ ଏକ ସରଳରେଖାରେ 2.5 ms-1 ପରିବେଗରେ ପରସ୍ପର ଆଡ଼କୁ ଗତି କରୁଛନ୍ତି । ସେମାନେ ପରସ୍ପର ସହିତ ଧକ୍‌କା ଖାଇଲା ପରେ ଯୋଡ଼ି ହୋଇଗଲେ । ଯୋଡ଼ି ହୋଇ ଏକତ୍ର ହୋଇଗଲା ପରେ ସେମାନଙ୍କର ସାଧାରଣ ପରିବେଗ କେତେ ହେବ ?
ଉ –
ପ୍ରଥମ ଗୋଲକର ବସ୍ତୁତ୍ଵ (m1) = 1.5 kg ଓ ପ୍ରଥମ ଗୋଲକର ପ୍ରାରମ୍ଭିକ ପରିବେଗ (v1) = 2.5 m/s – ତା’ର ବିପରୀତ ଦିଗରେ ଯାଉଥ‌ିବା ଦ୍ଵିତୀୟ ଗୋଲକର ବସ୍ତୁତ୍ଵ (m2) = 1.5 kg
ଓ ଏହାର ପ୍ରାରମ୍ଭିକ ପରିବେଗ (v2) = – 2.5 m/s
ପ୍ରଥମ ଗୋଲକର ସଂବେଗ = m1v1 = 1.5 kg x 2.5 m/s = 3.75 kg m/s
ଦ୍ଵିତୀୟ ଗୋଲକର ସଂବେଗ = m2v2 = 1.5 kg x 2.5 m/s = – 3.75 kg. m/s
ସଂଘାତ ପୂର୍ବରୁ ଗୋଲକର ମୋଟ ସଂବେଗ = m1v1 + m2v2 = (3.75 – 3.75) kg. m/s = 0
ମୋଟ ବସ୍ତୁତ୍ଵ = m = m1 + m2 = 1.5 kg + 1.5 kg = 3kg
ମନେକର ସଂବେଗ ପରେ ସେମାନଙ୍କର ସମୂହ ପରିବେଗ = v
∴ ମୋଟ ସଂବେଗ = (m1 + m2)v = 3kg.v = 3vkg
∴ ସଂବେଗର ସଂରକ୍ଷଣ ନିୟମ ଅନୁ ଯାୟୀ, ସଂଘାତ ପୂର୍ବରୁ ସଂବେଗ = ସଂଘାତ ପରେ ସଂବେଗ ।
⇒ 0 kg.ms/s = 3v kg ⇒ v = 0 m/sec.
∴ ଗୋଲକଦ୍ଵୟ ଏକତ୍ର ହେବାପରେ ସେମାନଙ୍କର ସାଧାରଣ ପରିବେଗ 0 ହେବ ।

9. ତୁମେ ହକି ଖେଳୁଥିଲାବେଳେ ଗୋଟିଏ 200gର ହକିବଲ୍‌ 10ms-1 ପରିବେଗରେ ତୁମ ପାଖକୁ ଗଢ଼ି ଆସିଲା । ତୁମେ, ତୁମ ହକିବାଡ଼ିରେ ସେହି ବଲ୍‌କୁ ପ୍ରହାର କରି ତା’ର ଗତିର ଦିଗକୁ ଓଲଟାଇ ଦେଇ ସେ ଆସିଥିବା ପଥରେ ପୁଣି ପଠାଇ ଦେଲ । ବଲ୍‌ 5m/s ପରିବେଗରେ ଫେରି ଆସିଲେ ହକି ବଲର ସଂବେଗର କେତେ ପରିବର୍ତ୍ତନ ହେଲା ତାହା ହିସାବ କର ।
ଉ –
ଏଠାରେ ହକି ବଲ୍‌ର ବସ୍ତୁତ୍ଵ (m) = 200 gm = 0.2 kg ଓ ବଲ୍‌ର ପ୍ରାରମ୍ଭିକ ପରିବେଗ (u) = 10 m/s
ଏହାର ପ୍ରାରମ୍ଭିକ ସଂବେଗ = mu = 0.2 kg x 10 m/s = 2 kg · m/s
ବଲ୍‌ର ଅନ୍ତିମ ପରିବେଗ = v = 5m/sec
ସଂଘାତ ପୂର୍ବରୁ ହକିବଲ୍‌ର ସଂବେଗ ଥିଲା = 2 kg . m/s
∴ ଅନ୍ତିମ ସବେଗ = mv = 0.2k x -5 m/sec = -1kg m/sec.
ସଂଦେଖର = mg – mv = -1kg m/sec – 2kg m/sec = -3kg m/sec.

BSE Odisha 9th Class Physical Science Solutions Chapter 6 ବଳ ଓ ଗତି ନିୟମ

10. 20g ବସ୍ତୁତ୍ଵର ଗୋଟିଏ ଗୁଳି ଭୂସମାନ୍ତର ଦିଗରେ 150ms-1 ପରିବେଗରେ ଗତି କରୁଥିଲାବେଳେ ଏକ ସ୍ଥିର କାଠଖଣ୍ଡକୁ ଆଘାତ କରି ତା’ ମଧ୍ୟରେ କିଛିବାଟ ପଶିଯାଇ 5s ପରେ ସ୍ଥିର ହୋଇଗଲା । ଗୁଳି କାଠଖଣ୍ଡ ଭିତରେ କେତେ ଦୂରତା ପର୍ଯ୍ୟନ୍ତ ପଶି ଯାଇଥିଲା, ତାହା ନିର୍ଣ୍ଣୟ କର । କାଠଖଣ୍ଡ ଗୁଳି ଉପରେ କେତେ ବଳ ପ୍ରୟୋଗ କଲା ତାହା ମଧ୍ୟ ହିସାବ କର ।
ଉ –
ଏଠାରେ ଗୁଳିର ବସ୍ତୁତ୍ଵ (m) = 20 g, ଗୁଳିର ପ୍ରାରମ୍ଭିକ ପରିବେଗ (u) = 150 m/s,
ଗୁଳିର ଅନ୍ତିମ ପରିବେଗ (v) = 0, ସମୟ (t) = 5 s
BSE Odisha 9th Class Physical Science Solutions Chapter 6 img-2
∴ ଗୁଳି କାଠଖଣ୍ଡ ଭିତରେ 375 m ପଶିଯାଇଥିଲା ।
∴ ପ୍ରୟୋଗ ବଳ (F) = ma = 20g x – 30 m/s2 = 0·02 kg x – 30 m/s-1 = – 06 ନିଉଟନ୍ ।

11. 100 kg ବସ୍ତୁତ୍ଵର ଗୋଟିଏ ବସ୍ତୁ 6 ସେକେଣ୍ଡରେ 5 ms”‘ ପରିବେଗରୁ 8ms-‘ ପରିବେଗକୁ ତ୍ୱରାନ୍ବିତ ହେଲା । ତାହାର ପ୍ରାରମ୍ଭିକ ସଂବେଗ ଓ ଅନ୍ତିମ ସଂବେଗ କେତେ ? ବସ୍ତୁ ଉପରେ କେତେ ବଳ ପ୍ରଯୁକ୍ତ ହୋଇଥିଲା ତାହା ନିର୍ଣ୍ଣୟ କର ।
ଉ –
ଏଠାରେ ବସ୍ତୁର ବସ୍ତୁତ୍ଵ (m) = 100 kg, ପ୍ରାରମ୍ଭିକ ପରିବେଗ (u) = 5 m/s,
ଅନ୍ତିମ ପରିବେଗ (v) = 8 m/s ଓ ସମୟ (t) = 6 sec
∴ ପ୍ରାରମ୍ଭିକ ସଂବେଗ = mu = 100 kg × 5 m/s = 500 kg. m/s
ଅନ୍ତିମ ସଂବେଗ = mv = 100 kg x 8m/s = 800 kg. m/s
ବସ୍ତୁ ଉପରେ ପ୍ରସ୍ତୁକ୍ର ବଳ = ସଂଦେଖରେ ପରିବର୍ତ୍ତନ ହ|ର
BSE Odisha 9th Class Physical Science Solutions Chapter 6 img-3
∴ ବସ୍ତୁ ଉପରେ 50 ନିଉଟନ୍ ବଳ ପ୍ରଯୁକ୍ତ ହୋଇଥିଲା ।

12. 1 kg ବସ୍ତୁତ୍ଵର ଗୋଟିଏ ବସ୍ତୁ ଏକ ସରଳରେଖାରେ 10ms-1 ପରିବେଗରେ ଗତି କରୁଥିବାବେଳେ ଅନ୍ୟ ଗୋଟିଏ 5 kg ବସ୍ତୁତ୍ଵର ସ୍ଥିର ବସ୍ତୁକୁ ଆଘାତ କରି ତାହା ସହିତ ଯୋଡ଼ି ହୋଇ ସଂଯୁକ୍ତ ହୋଇଗଲା । ଏହାପରେ ଏକତ୍ରିତ ଭାବେ ସେମାନେ ସେହି ସରଳରେଖାରେ ଆଗକୁ ଗତି କଲେ । ବସ୍ତୁଦ୍ଵୟ ମଧ୍ୟରେ ସଂଘାତ ହେବା ପୂର୍ବରୁ ଓ ହେବାପରେ ସେମାନଙ୍କର ମୋଟ ସଂବେଗ କେତେ ଥିଲା ? ସଂଯୁକ୍ତ ହୋଇଗଲା ପରେ ବସ୍ତୁଦ୍ଵୟର ସାଧାରଣ ପରିବେଗ କେତେ ହେଲା ?
ଉ –
ମନେକର A ଓ B ବସ୍ତଦ୍ଵୟ ଅଟନ୍ତି ।
A ବସ୍ତୁର ବସ୍ତୁତ୍ଵ (mA) = 1 kg ଓ ପ୍ରାରମ୍ଭିକ ପରିବେଗ (uA) = 10 m/s
B ବସ୍ତୁର ବସ୍ତୁତ୍ଵ (mB) = 5 kg ଓ ପରିବେଶ (uB) = 0
ସଂଘାତ ପୂର୍ବରୁ ମୋଟ ସଂବେଗ = mAuA + mBuB = mAuA + 0 = 1 kg × 10 m/s = 01 kg . m/s
∴ ସଂଘାତ ପରେ ସେମାନଙ୍କ ମୋଟ ସଂଘାତ 10 kg. m/s ହେବ ।
ମୋଟ ବସ୍ତୁତ୍ଵ (m) = mA + mB = 1 kg + 5 kg = 6 kg ହେବ ।
ମନେକର ସଂଘାତ ପରେ ସେମାନଙ୍କ ସାଧାରଣ ପରିବେଗ v ।
∴ mv = 10 kg . m/s ⇒ 6 kg . v = 10 kg · m/s
⇒ v = \(\frac { 10 kg.m/s }{ 6kg }\) = \(\frac { 5 }{ 3 }\) m/s = 1.66 m/s
∴ ସଂଯୁକ୍ତ ହୋଇଗଲା ପରେ ବସ୍ତୁତ୍ଵୟର ସାଧାରଣ ପରିବେଗ 1.66 m/s |

13. 10 kg ବସ୍ତୁତ୍ଵର ଏକ କାଠ ବାକ୍ସ 80 cm ଉଚ୍ଚତାରୁ ଖସିପଡ଼ିଲା । ଭୂମିକୁ ଆଘାତ କରିବା ସମୟରେ କେତେ ସଂବେଗ ବାକ୍ସରୁ ଭୂମିକୁ ସ୍ଥାନାନ୍ତରିତ ହେଲା ? (g = 10 ms-2 ନିଅ)
ଉ –
ଏଠାରେ କାଠ ବାକ୍ସର ବସ୍ତୁତ୍ଵ (m) =10 kg, ଅତିକ୍ରାନ୍ତ ଦୂରତା (s) = 80 cm, ପ୍ରାରମ୍ଭିକ ପରିବେଗ (u) = 0
ମନେକର ଭୂମିକୁ ଆଘାତ କଲାବେଳେ ପରିବେଗ = V
∴ v2 = u2 + 2as = 02 + 2gs = 2 x 10 m/s2 × 0.8 m = 16 m2/s2
⇒ v = \(\sqrt{16 \mathrm{~m}^2 / \mathrm{~s}^2}\) = 4 m/s
ଭୂମିକୁ ସ୍ଥାନାନ୍ତରିତ ହୋଇଥିବା ସଂବେଗ = mv = 10kg x 4 m/s = 40 kg . m/s

ଅତିରିକ୍ତ ପ୍ରଶ୍ନ।ବଳ।

1. ଗୋଟିଏ ବସ୍ତୁର ଗତିର ପର୍ଯ୍ୟବେକ୍ଷଣରୁ ନିମ୍ନ ପ୍ରଦତ୍ତ ସାରଣୀରେ ସମୟ ଅନୁସାରେ ବସ୍ତୁଦ୍ଵାରା ଅତିକ୍ରାନ୍ତ ଦୂରତା ଉଲ୍ଲେଖ ହୋଇଛି ।
BSE Odisha 9th Class Physical Science Solutions Chapter 6 img-4
ସାରଣ1ରୁ,

(a) ବସ୍ତୁର ତ୍ଵରଣ ସମ୍ପର୍କରେ ତୁମେ କି ସିଦ୍ଧାନ୍ତରେ ଉପନୀତ ହେଲ ? ଏହା ସ୍ଥିର ରହିଥୁଲା, ବଦ୍ଧିତ ହେଉଥିଲା, ହ୍ରାସ ପାଉଥିଲା ନା ଶୂନ ଥିଲା ?
(b) ବସ୍ତୁ ଉପରେ ପ୍ରଯୁକ୍ତ ବଳ ସମ୍ପର୍କରେ ତୁମେ କ’ଣ ଅନୁମାନ କରୁଛ ?

ଉ-
BSE Odisha 9th Class Physical Science Solutions Chapter 6 img-5
(b) ବସ୍ତୁ ଉପରେ ପ୍ରଯୁକ୍ତ ବଳ F = ma, ଏଠାରେ m ସ୍ଥିର ଏବଂ a ବଢ଼ି ବଢ଼ି ଯାଉଥିବାରୁ ପ୍ରଯୁକ୍ତ ବଳ ମଧ୍ଯ ବର୍ଦ୍ଧିତ ହେଉଛି ।

2. 500 g ବସ୍ତୁତ୍ଵର ଏକ ହାତୁଡ଼ି 50ms-1 ପରିବେଗରେ ଗତିକରି କାନ୍ଥରେ ଲାଗିଥିବା ଏକ କଣ୍ଟାକୁ ଆଘାତ କରିଲା ପରେ 0.01s ସମୟ ପରେ ସ୍ଥିର ହୋଇଗଲା । କଣ୍ଟା ହାତୁଡ଼ି ଉପରେ କେତେ ବଳ ପ୍ରୟୋଗ କଲା ?
ଉ –
ଏଠାରେ ହାତୁଡ଼ି ବସ୍ତୁତ୍ଵ (m) = 500 gm = 0.5 kg
ପ୍ରାରମ୍ଭିକ ପରିବେଗ (u) = 50 m/s, ଅନ୍ତିମ ପରିବେଗ (v) = 0
ସମୟ (t) = 0.01s,
ତ୍ୱରଣ (a) = BSE Odisha 9th Class Physical Science Solutions Chapter 6 img-6
କଣ୍ଟାଦ୍ଵାରା ହାତୁଡ଼ି ଉପରେ ପ୍ରୟୋଗ ବଳ
F = ma = 0.5 kg × (- 5000) m/s2 = 2500 kg. m/sec2 = -2500 ନିଉଟନ୍
∴ କଣ୍ଟା ହାତୁଡ଼ି ଉପରେ 2500 ନିଉଟନ୍ ବଳ ପ୍ରୟୋଗ କଲା ।

3. 1200 kg ବସ୍ତୁତ୍ଵର ଏକ ମଟରଗାଡ଼ି ଏକ ସଳଖ ରାସ୍ତାରେ 90km/h ସ୍ଥିର ପରିବେଗରେ ଗତି କରୁଛି । ଏକ ବାହ୍ୟ ବଳଦ୍ଵାରା 4s ମଧ୍ଯରେ ଏହାର ପରିବେଗ ହ୍ରାସ ପାଇ 18km/h ହୋଇଗଲା । ଗାଡ଼ିର ତ୍ଵରଣ ଓ ସଂବେଗର ପରିବର୍ତ୍ତନ ନିର୍ଣ୍ଣୟ କର । ନିୟୋଜିତ ବାହ୍ୟବଳର ପରିମାଣ କେତେ ତାହା ମଧ୍ୟ ହିସାବ କର ।
ଉ –
ମଟର ଗାଡ଼ିର ପ୍ରାରମ୍ଭିକ ପରିବେଗ (u) = 90 km/h = \(\frac { 90000 }{ 3600 }\) m/s = 25 m/s
ଅନ୍ତିମ ପରିବେଗ (v) = 18 km/h = \(\frac { 18000 }{ 3600 }\) m/s = 5 m/s,
ସମୟ (t) = 4s ଓ ବସ୍ତୁତ୍ୱ (m) = 1200 kg
BSE Odisha 9th Class Physical Science Solutions Chapter 6 img-7
∴ ତ୍ଵରଣରେ ପରିବତ୍ତନ = 5m/s2
ସଂବେଗରେ ପରିବର୍ତ୍ତନ = ( ଅନ୍ତିମ ସଂବେଗ – ପ୍ରାରମ୍ଭିକ ସଂବେଗ)
= 1200 kg (5 m/s – 25 m/s)
= 1200 kg × (-20 m/s) = – 24000 kg x m/s
∴ ସଂବେଗରେ ପରିବର୍ତ୍ତନ = – 24000 kg x m/s
ବଳର ପରିମାଣ = F = ma = 1200 kg × – 5 m/s2 = – 6000 ନିଉଟନ୍
ବିଯୁକ୍ତ ଚିହ୍ନ ବାହ୍ୟବଳର ଦିଗ ବିପରୀତ ଦିଗ ବୋଲି ସୂଚାଉଛି ।
ନିୟୋଜିତ ବାହ୍ୟବଳର ପରିମାଣ 6000 ନିଉଟନ୍ ।

BSE Odisha 9th Class Physical Science Solutions Chapter 6 ବଳ ଓ ଗତି ନିୟମ

4. ଗୋଟିଏ ବଡ଼ ଟ୍ରକ୍ ଓ ଛୋଟ କାର୍ ଉଭୟ । ପରିବେଗରେ ଗତି କରୁଥିଲେ । ସେମାନଙ୍କ ମଧ୍ୟରେ ମୁହାଁମୁହିଁ ଧକ୍‌କା ହେଲା ପରେ ଉଭୟ ଯାନ ସ୍ଥିର ହୋଇଗଲା । ଯଦି ସଂଘାତର ସମୟ 1s ଥୁଲା ତେବେ,

  • କେଉଁ ଯାନ ଅଧୁକ ପ୍ରତିଘାତ ବଳ ଅନୁ ଭବ କଲା ?
  • କେଉଁ ସ୍ଥାନର ସଂବେଗର ପରିବର୍ତ୍ତନର ପରିମାଣ ଅଧ୍ବକ ?
  • କେଉଁ ସ୍ଥାନର ତ୍ଵରଣ ଅଧିକ ?
  • କେଉଁ ସ୍ଥାନର କ୍ଷତି ଅଧୂକ ହେଲା କ୍ରିୟା ଓ କାହିଁକି ହେଲା ?

ଉ –

  • କ୍ରିୟା ଓ ପ୍ରତିକ୍ରିୟା ବଳର ପରିମାଣ ସମାନ ଓ ବିପରୀତି ହେତୁ ଉଭୟ ଯାନ ସମାନ ପ୍ରତିଘାତ ବଳ ଅନୁ ଭବ କରିବେ ।
  • ଉଭୟ ଯାନର ସଂବେଗର ପରିବର୍ତ୍ତନ ପରିମାଣ ସମାନ ।
  • a = \(\frac { F }{ m }\) କମ୍ ବସ୍ତୁତ୍ଵ ଯୋଗୁଁ ଛୋଟ କାର୍‌ର ତ୍ଵରଣ ଅଧିକ ।
  • କାର୍‌ର ବସ୍ତୁତ୍ଵ କମ୍ ଓ ତ୍ଵରଣ ଅଧ‌ିକ ହେତୁ କାର୍‌ର କ୍ଷତି ଅଧ‌ିକ ହେଲା ।

ପ୍ରଶାବଳୀ ଓ ଉତ୍ତର

1. ନିମ୍ନ ପ୍ରଦତ୍ତ ବସ୍ତୁମାନଙ୍କ ମଧ୍ୟରେ ତୁଳନାତ୍ମକ ଭାବେ କାହାର ଜଡ଼ତ୍ଵ ବେଶି ?

  • ସମାନ ଆକାର ଓ ଆକୃତି ବିଶିଷ୍ଟ ରବର ବଲ୍ସ ଓ ଲୁହାର ଗୋଲକ ।
  • ସାଇକେଲ୍ ଓ ଟ୍ରେନ୍ ।
  • ପାଞ୍ଚଟଙ୍କିଆ ମୁଦ୍ରା ଓ ଆଠଣି ।

ଉ-

  • ଲୁହାର ଗୋଲକର ଜଡ଼ତ୍ଵ ବେଶି
  • ଟ୍ରେନ୍‌ର ଜଡ଼ତ୍ଵ ବେଶି
  • ପାଞ୍ଚଟଙ୍କିଆ ମୁଦ୍ରାର ଜଡ଼ତ୍ଵ ବେଶି ।

2. ନିମ୍ନ ପ୍ରଦତ୍ତ ଉଦାହରଣକୁ ପଢ଼ ଓ ସେଥିରେ ବଲ୍‌ର ପରିବେଗରେ କେତେଥର ପରିବର୍ତ୍ତନ ହେଉଛି ତାହା କଳନା କର । ‘ଜଣେ ଫୁଟ୍‌ବଲ୍‌ ଖେଳାଳି ଫୁଟ୍‌ବଲ୍‌କୁ ଗୋଡ଼ରେ ମାରି ତା’ ଦଳର ଆଉ ଜଣେ ଖେଳାଳି
ବଲ୍‌କୁ ହାତରେ ଧରି ପୁଣି ଗୋଡ଼ରେ ମାରି ତା’ ନିଜ ଦଳର ସାଥୀ ଖେଳାଳି ପାଖକୁ ପଠାଇ ଦେଲା’’ ଉତ୍ତର ଦେଲାବେଳେ ପ୍ରତ୍ୟେକ କ୍ଷେତ୍ରରେ ବଳ ପ୍ରଦାନକାରୀ କାରକ (agent) କୁ ମଧ୍ୟ ଚିହ୍ନ ।
ଉ-
ବଲ୍‌ ପରିବେଗର 4 ଥର ପରିବର୍ତ୍ତନ ହେଉଛିନ୍ତ

  • 1 ମ ଥର – ଫୁଟବଲ ଖେଳାଳି ଫୁଟ୍‌ବଲ୍ ଉପରେ ଗୋଡ଼ରେ ବଳପ୍ରୟୋଗ କରିଛି ।
  • 2 ୟ ଥର – ବଲ୍‌କୁ ଗୋଲପୋଷ୍ଟ ଆଡ଼କୁ ମରାଗଲା ।
  • 3 ୟ ଥର – ଗୋଲରୟକ ବଲ୍‌କୁ ଧରିଲା |
  • 4 ର୍ଥ ଥର – ଗୋଲରକ୍ଷକ ବଲ୍‌କୁ ମାରି ସାଥ୍‌ଖେଳାଳି ପାଖକୁ ପଠାଇଲା ।

3. ଗୋଟିଏ ଗଛକୁ ଜୋର୍‌ରେ ହଲାଇଲେ ସେହି ଗଛର କିଛି ପତ୍ର ବେଳେ ବେଳେ ଝଡ଼ିପଡ଼େ । ଏହା କାହିଁକି ହୁଏ, ବୁଝାଅ ।
ଉ–
ଗଛଟି ସ୍ଥିର ଥ‌ିବା ସମୟରେ ସ୍ଥିରତାର ଜଡ଼ତା ଯୋଗୁଁ ଗଛର ପତ୍ର ସ୍ଥିର ଥାଏ । ଯେତେବେଳେ ବାହ୍ୟବଳ ବା ଗଛକୁ ଜୋର୍‌ରେ ହଲାଇଲେ ପତ୍ରଗୁଡ଼ିକ ସ୍ଥିରତାର ଜଡ଼ତ୍ଵ ଗୁଣ ଯୋଗୁ ସ୍ଥିତାବସ୍ଥା ବଜାୟ ରଖୁବାକୁ ଚେଷ୍ଟା କରନ୍ତି । କିନ୍ତୁ ଡାଳ ଗତିଶୀଳ ଅବସ୍ଥାକୁ ଆସିବାରୁ ପତ୍ର ଝଡ଼ିପଡ଼ିଥାଏ ।

4. ଗୋଟିଏ ଦ୍ରୁତଗାମୀ ବସ୍‌ର ଚାଳକ ହଠାତ୍ ବ୍ରେକ୍ ମାରିଲେ ବସ୍ ଭିତରେ ଠିଆ ହୋଇଥିଲେ ତୁମେ କାହିଁକି ଆଗକୁ ପଡ଼ିଯାଅ ଏବଂ ସେହି ବସ୍ତୁକୁ ହଠାତ୍‌ ତ୍ୱରାନ୍ଵିତ କଲେ ତୁମେ କାହିଁକି ପଛକୁ ପଡ଼ିଯାଅ ।
ଉ–
ଗତିଶୀଳ ବସ୍ତୁ ବାହ୍ୟବଳ ପ୍ରୟୋଗ ନ ହେବା ପର୍ଯ୍ୟନ୍ତ ଗତିଶୀଳ ଅବସ୍ଥାରେ ରହିବାକୁ ଚାହେଁ । ଏହାକୁ ଗତିର ଜଡ଼ତା କୁହାଯାଏ । ଦ୍ରୁତଗାମୀ ବସ୍‌ର ଚାଳକ ହଠାତ୍ ବ୍ରେକ୍ ମାରିଲେ ଗତିର ଜଡ଼ତା ଯୋଗୁଁ ଆମେ ଗତିଶୀଳ ଅବସ୍ଥାରେ ରହିବାକୁ ଚାହୁଁ । ସେଥ‌ିପାଇଁ ଆଗକୁ ପଡ଼ିଯାଉ । ସେହି ବସ୍ତୁକୁ ହଠାତ୍ ତ୍ଵରାନ୍ଵିତ କଲେ ସ୍ଥିରତାର ଜଡ଼ତା ଯୋଗୁଁ ଆମେ ପଛକୁ ପଡ଼ିଯାଉ ।

5. ଯଦି କ୍ରିୟା ବଳର ପରିମାଣ ସର୍ବଦା ପ୍ରତିକ୍ରିୟା ବଳର ପରିମାଣ ସହିତ ସମାନ ତେବେ ଘୋଡ଼ା କିପରି ଘୋଡ଼ାଗାଡ଼ିକୁ ଟାଣେ ?
ଉ–
କ୍ରିୟା ବଳ ଓ ପ୍ରତିକ୍ରିୟା ବଳର ପରିମାଣ ସମାନ ଥୁଲେ ହେଁ, ଘୋଡ଼ାଗାଡ଼ିକୁ ଟାଣିବା ପାଇଁ ଆଗକୁ ନଇଁପଡ଼େ ଓ ପାଦରେ ଭୂମିକୁ ପଛକୁ ଠେଲିଥାଏ । ଯେତେବେଳେ ଘୋଡାର ପଶ୍ଚାତ୍ ଠେଲା ପ୍ରତି ଥ‌ିବା ସମ୍ମୁଖ ପ୍ରତିକ୍ରିୟା ତଳଗୁଡିକର ବିପରୀତ ଘର୍ଷଣ ବଳଠାରୁ ଅଧ‌ିକ ହୁଏ, ଘୋଡ଼ା ଘୋଡ଼ାଗାଡ଼ିକୁ ଟାଣିପାରେ ।

6. ନିଆଁ ଲିଭାଳି (fire man) ବ୍ୟକ୍ତି ହାତରେ ଧରିଥିବା ମୋଟା ନିର୍ଗମ ନଳୀରୁ (hose pipe) ଉଚ୍ଚ ପରିବେଗରେ ଜଳ ବାହାରୁଥିଲାବେଳେ ସେହି ନଳୀକୁ ଭଲ ଭାବରେ ଧରି ରଖୁବା ପାଇଁ କାହିଁକି ଅସୁବିଧା ଅନୁଭବ କରେ ?
ଉ–
ନିଆଁ ଲିଭାଳି ବ୍ୟକ୍ତି ହାତରେ ଧରିଥିବା ନିର୍ଗମ ନଳୀରେ ଉଚ୍ଚ ପରିବେଗରେ ଜଳ ପ୍ରବାହିତ ହେଉଥ‌ିବା ସମୟରେ ଏହାକୁ ଧରି ରଖୁଲେ ନିଉଟନଙ୍କ ଗତି ସମ୍ବନ୍ଧୀୟ ତୃତୀୟ ନିୟମ ଅନୁସାରେ ଏଥୁରେ ବିପରୀତ ମୁଖୀ ବଳ କାର୍ଯ୍ୟ କରିଥାଏ । ତେଣୁ ଏହାକୁ ଧରି ରଖୁବାପାଇଁ ଅସୁବିଧା ଅନୁଭୂତ ହୋଇଥାଏ ।

7. ଗୋଟିଏ 4 kg ବସ୍ତୁତ୍ଵର ବନ୍ଧୁକ ଫୁଟାଇଲେ ତନ୍ମଧ୍ୟରେ ଥିବା 50 g ବସ୍ତୁତ୍ଵର ଗୁଳି 35 m . s-1ପରିବେଗରେ ବନ୍ଧୁକ ମୁହଁରୁ ବାହାରି ଦ୍ରୁତଗତିରେ ଆଗକୁ ଚାଲିଯାଏ । ବନ୍ଧୁକର ପ୍ରତ୍ୟାଗମନ ପରିବେଗ କେତେ ହୁଏ ନିର୍ଣ୍ଣୟ କର ।
ଉ –
ବନ୍ଧୁକର ବସ୍ତୁତ୍ଵ = m1 4 kg, ଗୁଳିର ବସ୍ତୁତ୍ଵ = m2 = 50 gm 0.05 kg
ଗୁଳିର ପରିବେଗ = v2 = 35 ମିଟର / ସେକେଣ୍ଡ
ସଂବେଗର ନିୟମ ଅନୁଯାୟୀ m1v1 + m2v2 = 0 (v1 = ବନ୍ଧୁକର ପରିବେଗ )
⇒ 4v1 + 0.05 × 35 = 0
⇒ 4v1 = (0.05 x 35) ⇒ V1 = – \(\frac { 0.05×35 }{ 4 }\) = – 0.43 ମିଟର/ସେକେଣ୍ଡ
(ବିଯୁକ୍ତ ଚିହ୍ନରୁ ସୂଚନା ମିଳେ ଯେ, ଗୁଳି ଗତି ଦିଗର ବିପରୀତ ଦିଗରେ ବନ୍ଧୁକ ପ୍ରତ୍ୟାଗମନ କରେ ।)
∴ ବନ୍ଧୁକର ପ୍ରତ୍ୟାଗମନ ପରିବେଗ ହେଉଛି 0-43 ମିଟର/ସେକେଣ୍ଡ ।

8. 100 g ଓ 200 g ବସ୍ତୁତ୍ଵର ଦୁଇଟି ବସ୍ତୁ ଗୋଟିଏ ସରଳରେଖାରେ ଗୋଟିଏ ଦିଗରେ ଯଥାକ୍ରମେ 2ms-1 ଓ 1ms-1 ପରିବେଗରେ ଗତି କରୁଛନ୍ତି । ତାଙ୍କ ଭିତରେ ଧକ୍‌କା ହେଲାପରେ ପ୍ରଥମ ବସ୍ତୁର ପରିବେଗ 1.67 ms-1ହେଲା । ଦ୍ଵିତୀୟ ବସ୍ତୁର ପରିବେଗ ଧକ୍‌କା ପରେ କେତେ ହେବ ?
ଉ –
m1 ଧକ୍‌କା ପୂର୍ବରୁ Iମ ବସ୍ତୁର ବସ୍ତୁତ୍ଵ 0-1 kg u1 = ଧକ୍‌କା ପୂର୍ବରୁ 1ୟ ବସ୍ତୁର ପରିବେଗ = 2ms-1
m2 = ଧକ୍‌କା ପୂର୍ବରୁ 2ୟ ବସ୍ତୁର ବସ୍ତୁତ୍ଵ = 0-2 kg u2 = ଧକ୍‌କା ପୂର୍ବରୁ 2ୟ ବସ୍ତୁର ବସ୍ତୁତ୍ଵ = 1ms– 1
v1 = ଧକ୍‌କା ପରେ l ମ ବସ୍ତୁର ପରିବେଗ = 1.67 ms-1
v2 = ଧକ୍‌କା ପରେ 2ୟ ବସ୍ତୁର ପରିବେଗ = m1u1 + m2u2 = m1v1 + m2v2
⇒ 0·1 × 2 + 0·2 × 1 = 0·1 × 1·67 + 0·2 × v2
⇒ 0·4 = 0·167 + 0·2 v2
⇒ v2 = \(\frac { 0.4-0.167 }{ 0.2 }\) = .1165 ମିଟର/ସେକେଣ୍ଡ
∴ ଦ୍ଵିତୀୟ ବସ୍ତୁର ପରିବେଗ ଧକ୍‌କା ପରେ .1165 ମିଟର/ସେକେଣ୍ଡ ହେବ ।

BSE Odisha 9th Class Physical Science Solutions Chapter 6 ବଳ ଓ ଗତି ନିୟମ

କାର୍ଯ୍ୟାବଳୀ (Activity) :

ତୁମପାଇଁ କାମ 6.1 :
କ୍ୟାରମ୍‌ବୋର୍ଡ଼ର କେନ୍ଦ୍ରରେ କିଛି କ୍ୟାରମ୍ ଗୋଟି ଗୋଟାକ ଉପରେ ଗୋଟିଏ ଗଦା ହୋଇ ରହିଛି । ଷ୍ଟ୍ରାଇକର୍ ଦ୍ଵାରା ଦୂରରୁ ଖୁବ୍‌ ଜୋର୍‌ରେ ଏହି ଗଦାର ସବାତଳ ଗୋଟିକୁ ଆଘାତ କଲେ, ତଳ ଗୋଟିଟିର ସ୍ଥିରତାର ପରିବର୍ତ୍ତନ ଘଟି ତାହା ଗତିଶୀଳ ହୋଇଥାଏ । ମାତ୍ର ଗଦାଟି ସ୍ଥିରତାର ଜଡ଼ତା ଯୋଗୁ ପୂର୍ବପରି ସ୍ଥିରାବସ୍ଥା ବଜାୟ ରଖ୍ ତା ସ୍ଥାନରେ ରହିବ । ତଳ ଗୋଟି ଉପରେ ଥିବା ଅନ୍ୟ ଗୋଟିଗୁଡ଼ିକୁ ଷ୍ଟ୍ରାଇକର ଆଘାତ କରେନାହିଁ । ତେଣୁ ସେମାନଙ୍କ ଉପରେ କୌଣସି ବଳ କାର୍ଯ୍ୟ କରେ ନାହିଁ । ତେଣୁ ସେହି ଗୋଟି ସମୂହ ଜଡ଼ତ୍ଵ ଗୁଣ ଯୋଗୁ ଭୂଲମ୍ବ ଦିଗରେ କେବଳ ତଳକୁ ଖସିଆସି ଅପସାରିତ ଗୋଟିର ସ୍ଥାନରେ ରହିଯାଆନ୍ତି ।

ଗତିର ଜଡ଼ତା (Inertia of Motion) :
ବାହ୍ୟବଳ ପ୍ରୟୋଗ ସତ୍ତ୍ବେ ସରଳରେଖାରେ କୌଣସି ଏକ ବେଗରେ ଗତି କରୁଥିବା ବସ୍ତୁ ସେହି ବେଗରେ ଓ ସେହି ଦିଗରେ ଗତି କରିବାକୁ ଚାହେଁ । ଏହାକୁ ଗତିର ଜଡ଼ତା କୁହାଯାଏ ।

(i) ଦ୍ରୁତଗାମୀ ବସ୍‌ରେ ଠିଆ ହୋଇ ଯାଉଥିବାବେଳେ ଡ୍ରାଇଭର୍‌ ହଠାତ୍ ବ୍ରେକ୍ ମାରିଲେ ଯାତ୍ରୀମାନେ ଆଗକୁ ଝୁଙ୍କି ପଡ଼ନ୍ତି । ବସ୍ ଗତି କରୁଥିବାବେଳେ ଯାତ୍ରୀମାନେ ମଧ୍ୟ ବସ୍ ସାଙ୍ଗରେ ସମାନ ପରିବେଗରେ
ଆଗକୁ ଗତି କରୁଥାନ୍ତି । ବ୍ରେକ୍ ମାରିବାଦ୍ଵାରା ବସ୍‌ର ଗତି ତତ୍‌କ୍ଷଣାତ୍‌ କମିଯାଏ ଓ ବସ୍ ସ୍ଥିର ହୋଇଯାଏ । ମାତ୍ର ଯାତ୍ରୀମାନଙ୍କ ଶରୀର ଉପରେ କୌଣସି ବଳ କାର୍ଯ୍ୟ କରେ ନାହିଁ । ଜଡ଼ତ୍ଵ ଧର୍ମଯୋଗୁଁ ଯାତ୍ରୀମାନେ ଗତିଶୀଳ ଅବସ୍ଥା ବଜାୟ ରଖିବାକୁ ଚାହୁଁଥିବାରୁ ଆଗକୁ ଝୁଙ୍କିପଡ଼ନ୍ତି ।

(ii) ସମ ବେଗରେ ସଳଖ ରାସ୍ତାରେ ଗତିଶୀଳ ଏକ ଯାନରୁ ଯାତ୍ରୀ ସିଧାସଳଖ ଉପରକୁ ପେଣ୍ଡୁଟିଏ ଫିଙ୍ଗିଲେ, ପେଣ୍ଡୁଟି କିଛି ସମୟ ପରେ ପୁନର୍ବାର ସେହି ଯାତ୍ରୀ ପାଖକୁ ଫେରିଆସିବ । କାରଣ ଫୋପଡ଼ା ଯିବା ପୂର୍ବରୁ ଯାନଟିର ଗତି ଯୋଗୁଁ ପେଣ୍ଡୁଟି ଭୂସମାନ୍ତର ହୋଇ ଗତି କରୁଥିଲା । ଏହି ଭୂସମାନ୍ତର ଗତି ସହିତ ପେଣ୍ଡୁଟି ଉପରକୁ ଉଠିଛି ଓ ତଳକୁ ଖସିଛି । ଗତିର ଜଡ଼ତା ଯୋଗୁଁ ପେଣ୍ଡୁ ସହିତ ଥ‌ିବା ତାହାର ଭୂସମାନ୍ତର ଗତି ନ ବଦଳି ସେହିପରି ରହିଛି ।

(iii) ଗୋଟିଏ ଦ୍ରୁତଗାମୀ ମଟର ଗାଡ଼ି ସିଧା ରାସ୍ତାରେ ଅସନ୍ତୁଳିତ ବଳ କାର୍ଯ୍ୟ ନ କଲେ ଗୋଟିଏ ସ୍ଥିର ବସ୍ତୁ ସ୍ଥିର ହୋଇ ରହେ । ଯାଉଥିବାବେଳେ ହଠାତ୍ ଏକ ତୀକ୍ଷ୍ଣ ଗୋଲେଇ ପାଖରେ ଘୂରିଗଲେ ଗାଡ଼ି ଭିତରେ ଯାତ୍ରୀ ଗୋଟିଏ କଡ଼କୁ ଛିଟିକି ପଡ଼ନ୍ତି । ଗାଡ଼ି ସିଧା ରାସ୍ତାରେ ସରଳରେଖାରେ ଯାଉଥିଲାବେଳେ ଗାଡ଼ିଭିତରେ ଯାଉଥିବା ଯାତ୍ରୀ ମଧ୍ୟ ସରଳରେଖାରେ ଗତି କରନ୍ତି । ଇଞ୍ଜିନଦ୍ୱାରା ଗାଡ଼ି ଉପରେ ଏକ ଅସନ୍ତୁ ଳିତ ବଳ ପ୍ରୟୋଗ ହେବାଦ୍ଵାରା ଗାଡ଼ିର ଗତିର ଦିଗ ହଠାତ୍ ପରିବର୍ତ୍ତିତ ହୋଇଥାଏ ଓ ଗାଡ଼ି ଗୋଲେଇ ରାସ୍ତାରେ ଘୂରିଥାଏ; କିନ୍ତୁ ଯାତ୍ରୀ ଶରୀର ଉପରେ କୌଣସି ଅସନ୍ତୁ ଳିତ ବଳ କାର୍ଯ୍ୟ କରେନାହିଁ । ତେଣୁ ଶରୀରର ଜଡ଼ତ୍ଵ ଗୁଣ ଯୋଗୁଁ ଯାତ୍ରୀଟିର ଗତିର ଦିଗରେ କୌଣସି ପରିବର୍ତ୍ତନ ଆସେ ନାହିଁ । ଯାତ୍ରୀଟି ସରଳରେଖୁ ଗତି ବଜାୟ ରଖୁବାକୁ ଚାହୁଁଥିବାରୁ ଗାଡ଼ି ଭିତରେ ଖୋଟିଏ କଡ଼କୁ ଛିଟିକି ପଡନ୍ତି |

ତୁମପାଇଁ କାମ 6.2 :
ଗୋଟିଏ ବେଲୁକୁ ଫୁଙ୍କି ଫୁଲେଇ ଦିଅ ଓ ତା ମୁହଁରେ ଏକ ସୂତା ବାନ୍ଧିଦିଅ । ବେଲୁନ୍ ପୃଷ୍ଠରେ ଏକ ଛୋଟ ସରୁ ନଳୀ (ସରବତ ପିଇବା ନଳୀ ) ଅଠାଫିତା (adhesive tape) ସାହାଯ୍ୟରେ ଲଗାଅ । ଗୋଟିଏ ସରୁ ସୂତାକୁ ସେହି ନଳୀ ଭିତରେ ପୂରାଇ ତାହାର ଦୁଇମୁଣ୍ଡକୁ ଟେବୁଲ ଉପରେ ଲାଗିଥିବା ଦୁଇଟି ସରୁ ଖୁଣ୍ଟିରେ ବାନ୍ଧିଦିଅ । ବର୍ତ୍ତମାନ ବେଲୁନ୍ ମୁହଁରେ ବନ୍ଧା ହୋଇଥ‌ିବା ସୂତାକୁ ଖୋଲିଦିଅ । ଯାହା ଫଳରେ ବେଲୁନ୍ ଭିତରେ ଥିବା ବାୟୁ ବାହାରକୁ ବାହାରିଯିବ । ଲକ୍ଷ୍ୟକର ନଳୀଟି କେଉଁ ଦିଗକୁ ଗତି କରୁଛି ? ଏପରି କାହିଁକି ହେଲା ?
ଉ-
ବେଲୁନ୍‌ରୁ ନିର୍ଗତ ବାୟୁର ବିପରୀତ ଦିଗରେ ନଳୀଟି ଗତି କରିବ । କାରଣ ବେଲୁନ୍‌ରୁ ବାୟୁ ନିର୍ଗତ ହେବା ହେଉଛି କ୍ରିୟା । ନିର୍ଗତ ବାୟୁ ସମ ପରିମାଣରେ ବିପରୀତ ମୁଖ୍ୟ ପ୍ରତିକ୍ରିୟା ବଳ ବେଲୁନ୍ ଉପରେ ପ୍ରୟୋଗ କରିବାରୁ ବେଲୁନ୍‌ ପଛକୁ ଗତି କରିବ ଏବଂ ନଳୀଟି ବେଲୁନ୍ ସହ ଲାଗିରହିଥ‌ିବାରୁ ବେଲୁନ୍ ସହ ଗତିଶୀଳ ହେବ ।
BSE Odisha 9th Class Physical Science Solutions Chapter 6 img-8

ତୁମପାଇଁ କାମ 6.3 :
ଗୋଟିଏ ଉଚ୍ଚମାନର କାଚ ପରୀକ୍ଷା ନଳୀରେ କିଛି ଜଳ ଭର୍ତ୍ତି କରି ତା’ର ମୁହଁକୁ ଏକ କର୍କଦ୍ଵାରା ବନ୍ଦ କରିଦିଅ । ଚିତ୍ରରେ ଦର୍ଶାଯାଇଥ‌ିବା ପରି ଏହି ନଳୀକୁ ଏକ ଷ୍ଟାଣ୍ଡରେ ଲାଗିଥ‌ିବା ଦୁଇଟି ସୂତାଦ୍ୱାରା ଭୂସମାନ୍ତର ଭାବେ ଝୁଲାଇ ଦିଅ । ଏକ ବର୍ଣ୍ଣର ସାହାଯ୍ୟରେ ନଳୀକୁ ଗରମ କର ।
BSE Odisha 9th Class Physical Science Solutions Chapter 6 img-9

(i) ବର୍ତ୍ତମାନ କ’ଣ ଦେଖୁ କାରଣ ସହ ଦର୍ଶାଅ ।
ଉ-
ଗରମ କଲାପରେ ଜଳ ବାଷ୍ପୀଭୂତ ହୋଇଯିବ ଓ କର୍କଟି ଠେଲି ହୋଇ ବାହାରକୁ ବାହାରିଯିବ । ଲକ୍ଷ୍ୟକଲେ ଦେଖୁବ ଯେ କର୍କଟି ଯେଉଁ ଦିଗରେ ବାହାରିଯିବ ପରୀକ୍ଷା ନଳୀ ତା’ର ବିପରୀତ ଦିଗରେ ପ୍ରତ୍ୟାଗମନ (recoil) କରିବ ।

(ii) କର୍କ ଓ ପ୍ରତ୍ୟାଗମନ କରୁଥିବା ପରୀକ୍ଷା ନଳୀର ପରିବେଗରେ ଥିବା ପାର୍ଥକ୍ୟକୁ ନିରୀକ୍ଷଣ କର । କାହାର ପରିବେଗ ବେଶି ?
ଉ-
କର୍କର ପରିବେଗ ଓ ପରୀକ୍ଷା ନଳୀର ପରିବେଗକୁ ଲକ୍ଷ୍ୟକଲେ, କର୍କର ପରିବେଗ ପ୍ରତ୍ୟାବର୍ତ୍ତନ କରୁଥିବାରୁ ପରୀକ୍ଷା ନଳୀର ପରିବେଗଠାରୁ ବେଶି ହୋଇଥାଏ ।

BSE Odisha 9th Class Maths Notes Algebra Chapter 7 ପରିସଂଖ୍ୟାନ

Odisha State Board BSE Odisha 9th Class Maths Notes Algebra Chapter 7 ପରିସଂଖ୍ୟାନ will enable students to study smartly.

BSE Odisha Class 9 Maths Notes Algebra Chapter 7 ପରିସଂଖ୍ୟାନ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

ପରିସଂଖ୍ୟାନର ଐତିହାସିକ ପୃଷ୍ଠଭୂମି (Historical back-ground) :
(i) ‘ପରିସଂଖ୍ୟାନ’ର ଇଂରାଜୀ ପ୍ରତିଶବ୍ଦ ହେଉଛି Statistics ଏବଂ ଏହି ଶବ୍ଦର ଅର୍ଥ ଲାଟିନ୍ ଶବ୍ଦ Status ଅଥବା ଇଟାଲୀୟ ଶବ୍ଦ Statistics ରୁ ଉଦ୍ଭବ ବୋଲି ମନେ ହୁଏ । ଉପରିସ୍ଥ ପ୍ରତ୍ୟେକ ଶବ୍ଦର ଅର୍ଥ ହେଉଛି ‘ରାଜନୈତିକ ଅବସ୍ଥା’ ।
(ii) ରାଜ୍ୟ ଶାସନରେ ପରିସଂଖ୍ୟାନର ପ୍ରଭୃତ ବ୍ୟବହାର ଯୋଗୁ ଅନେକ ପରିସଂଖ୍ୟାନକୁ ରାଜକୀୟ ବିଜ୍ଞାନ (Science of Kings) ବୋଲି କହିଥା’ନ୍ତି ।
{ସାର୍‌ ରୋନାଲ୍‌ (1890-1962) ପ୍ରଥମେ ପରିସଂଖ୍ୟାନର ବ୍ୟବହାରର ପରିସରକୁ ବହୁ ପରିମାଣରେ ବଢ଼ାଇ ଦେଇଥ‌ିବାରୁ ତାଙ୍କୁ ପରିସଂଖ୍ୟାନର ଜନ୍ମଦାତା (Father of Statistics) ଆଖ୍ୟା ଦିଆଯାଏ ।}

ପରିସଂଖ୍ୟାନ ସଂଜ୍ଞା – ‘ସାଂଖ୍ୟକ ତଥ୍ୟ ସଂଗ୍ରହ, ଏହାର ବିଶ୍ଳେଷଣ ଓ ବ୍ୟାଖ୍ୟା ସମ୍ବନ୍ଧୀୟ ବିଜ୍ଞାନ ହିଁ ପରିସଂଖ୍ୟାନ ।’’
ଅର୍ଥାତ୍ ତଥ୍ୟକୁ ବିଜ୍ଞାନ ସମ୍ମତ ପ୍ରଣାଳୀରେ ଉପସ୍ଥାପନା କରିବାକୁ ହେବ ବା ସେଗୁଡ଼ିକୁ ସଜାଇ ରଖୁବାକୁ ହେବ । ତା’ପରେ ସେ ସୁସଜ୍ଜିତ ତଥ୍ୟାବଳୀକୁ ବ୍ୟାଖ୍ୟା ଓ ବିଶ୍ଳେଷଣ କରି ତହିଁରୁ ଉଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚିବାକୁ ହେବ । ଉପରୋକ୍ତ ପର୍ଯ୍ୟାୟମାନଙ୍କ ମଧ୍ୟଦେଇ କୌଣସି ସିଦ୍ଧାନ୍ତରେ ଉପନୀତ ହେବା ପ୍ରକ୍ରିୟାହିଁ ପରିସଂଖ୍ୟାନ ।

ତଥ୍ୟ (Data) :
(1) ‘ତଥ୍ୟ’ କହିଲେ ଆମେ ‘ସାଂଖ୍ୟକ ତଥ୍ୟ’ ବୋଲି ବୁଝିବା । ସାଂଖ୍ୟକ ତଥ୍ୟ (Numerical data) ହେଉଛି ପରିସଂଖ୍ୟାନର ମୂଳଭିଭି । ତଥ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି; ଯଥା – ପ୍ରାଥମିକ ତଥ୍ୟ, ପରୋକ୍ଷ ତଥ୍ୟ । 
(2) ପ୍ରାଥମିକ ତଥ୍ୟ – କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ଆଗ୍‌ରେ ରଖ୍ ସାଧାରଣତଃ ଅନୁସନ୍ଧାନକାରୀମାନେ ପ୍ରତ୍ୟକ୍ଷଭାବରେ ତଥ୍ୟ ସଂଗ୍ରହ କରିଥା’ନ୍ତି । ଏହିପରି ସଂଗୃହୀତ ତଥ୍ୟକୁ ପ୍ରାଥମିକ ତଥ୍ୟ (Primary data) କୁହାଯାଏ । 
(3) ପରୋକ୍ଷ ତଥ୍ୟ – କେତେକ କ୍ଷେତ୍ରରେ ସମୟ, ସୁବିଧା ବା ଅର୍ଥାଭାବରୁ ପୁସ୍ତକାଗାର, ସରକାରୀ, କାଗଜପତ୍ର ବା ଖବରକାଗଜରୁ ମଧ୍ୟ ବିଭିନ୍ନ ତଥ୍ୟ ସଂଗ୍ରହ କରାଯାଇଥାଏ । ଏଭଳି ତଥ୍ୟକୁ ପରୋକ୍ଷ ତଥ୍ୟ (Secondary data) କୁହାଯାଏ ।
{ସଂଗୃହୀତ ପ୍ରାଥମିକ ବା ପରୋକ୍ଷ ତଥ୍ୟକୁ ଲବ୍‌ଧାଙ୍କ (Score) କୁହାଯାଏ ।}

BSE Odisha 9th Class Maths Notes Algebra Chapter 7 ପରିସଂଖ୍ୟାନ

ସଂଗୃହୀତ ତଥ୍ୟର ଉପସ୍ଥାପନା (Presentation of data) :
ସଂଗୃହୀତ ତଥ୍ୟ କ୍ରମରେ ନଥିଲେ ତାକୁ ଅପକ୍ଵ ତଥ୍ୟ (Raw data) କୁହାଯାଏ ।
ମନେକର 10 ଜଣ ଛାତ୍ର ଗଣିତରେ 28, 48, 55, 92, 67, 88, 96, 30, 98 ଓ 49 ଏହିପରି ଭାବରେ ରଖୁଛନ୍ତି । ଏଭଳି ପ୍ରଦତ୍ତ ତଥ୍ୟକୁ ଅପକ୍ବ ତଥ୍ୟ କୁହାଯାଏ ।

ପୌନଃପୁନଃ ବିତରଣ ସାରଣୀ (Frequency distribution table) :

  • ଏକାଧ୍ଵବାର ରହିଥ‌ିବା ଲବ୍‌ଧାଙ୍କଗୁଡ଼ିକୁ ବାରମ୍ବାର ନ ଲେଖୁ ସେମାନଙ୍କର ସଂଖ୍ୟାକୁ ପୌନଃପୁନ୍ୟ ବା ବାରମ୍ବାରତା (Frequency) ରୂପେ ପ୍ରକାଶ କରାଯାଏ । ଏହି ପ୍ରଣାଳୀରେ ପ୍ରସ୍ତୁତ ସାରଣୀକୁ ବାରମ୍ବାରତା ବିତରଣ ସାରଣୀ ବା ପୌନଃପୁନଃ ବିତରଣ ସାରଣୀ (Frequency distribution table) କୁହାଯାଏ ।
  • (ascending order) ବା (descending order) ରେ ସଜାଇ ରଖାଯାଏ ।
  • ଉକ୍ରମ ବା ଅଧଃକ୍ରମରେ ତଥ୍ୟଗୁଡ଼ିକୁ ସଜାଇ ରହିବାକୁ ଗୋଟିଏ ବିନ୍ୟାଶ (Array) କୁହଯାଏ । 

ଲବ୍‌ଧାଙ୍କମାନଙ୍କର ବାରମ୍ବାରତା ନିର୍ଶୃୟ (Determination of frequency of the scores):

  • ଲବ୍‌ଧାଙ୍କମାନଙ୍କର ବାରମ୍ବାରତାକୁ ଅନୁମେଳନ ରେଖା ବା ଟାଲିଚିହ୍ନ (Tally mark) ଦ୍ୱାରା ପ୍ରକାଶ କରାଯାଏ । 
  • ସର୍ବନିମ୍ନ ଲବ୍‌ଧାଙ୍କରୁ ସର୍ବାଧ‌ିକ ଲବ୍‌ଧାଙ୍କ (ବା ସର୍ବାଧ୍ଵରୁ ସର୍ବନିମ୍ନ) ମାନଙ୍କର ତାଲିକାଟି ଲେଖାଯାଏ । 
  • ତଥ୍ୟାବଳୀର ପ୍ରତ୍ୟେକ ଲବ୍‌ଧାଙ୍କ ଲାଗି ଲବ୍‌ଧାଙ୍କ ତାଲିକାରେ ସେହି ଲବ୍‌ଧାଙ୍କ ଡାହାଣରେ ଗୋଟିଏ ଗୋଟିଏ ଗାର (/ ) ସାମାନ୍ୟ ତିର୍ଯ୍ୟକଭାବେ ଅଙ୍କନ କରାଯାଏ ।
  • 5ରୁ ଅଧୂକବାର ରହିଥ‌ିବା ଲବ୍‌ଧାଙ୍କ ପାଖରେ ଥ‌ିବା ଟାଲିଚିହ୍ନ ନିମ୍ନ ପ୍ରକାରେ ହୋଇଥାଏ ।
    5ଥର ରହିଥ‌ିବା ଲବ୍‌ଧାଙ୍କର ଟାଲିଚିହ୍ନ (////) ବା \((\overline{////})\)
    6 ଥର ରହିଥ‌ିବା ଲବ୍‌ଧାଙ୍କର ଟାଲି ଚିହ୍ନ (//// /) ବା \((\overline{////})\) /
    10 ଥର ରହିଥ‌ିବା ଲବ୍‌ଧାଙ୍କର ଟାଲି ଚିହ୍ନ ((//// (////) ବା \((\overline{////})\) \((\overline{////})\)

ରାଶିକୃତ ବାରମ୍ବାରତା (Cumulative frequency) :
(i) ଏକ ତଥ୍ୟାବଳୀର ସର୍ବନିମ୍ନ ଲବ୍‌ଧାଙ୍କଠାରୁ କୌଣସି ଏକ ନିର୍ଦ୍ଦିଷ୍ଟ ଲବ୍‌ଧାଙ୍କ ପର୍ଯ୍ୟନ୍ତ ସମସ୍ତ ଲବ୍‌ଧାଙ୍କର ଯୋଗଫଳକୁ ଉକ୍ତ ନିର୍ଦ୍ଦିଷ୍ଟ ଲବ୍‌ଧାଙ୍କର ରାଶିକୃତ ବାରମ୍ବାରତା (Cumulative Frequency) କୁହାଯାଏ ।
{କୌଣସି ଲବ୍‌ଧାଙ୍କର ରାଶିକୃତ ବାରମ୍ବାରତା = ତା’ର ଠିକ୍ ପୂର୍ବବର୍ତ୍ତୀ ଲବ୍‌ଧାଙ୍କର ରାଶିକୃତ ବାରମ୍ବାରତା + ସେନି ଲବ୍‌ଧାଙ୍କର ବାରମ୍ବାରତା}
(ii) ଲବ୍‌ଧାଙ୍କର ବାରମ୍ବାରତାର ସମଷ୍ଟିକୁ ସିଗ୍‌ F (Σf) କୁହାଯାଏ ।
ଦ୍ରଷ୍ଟବ୍ୟ : ଏକ ବାରମ୍ବାରତା ବିତରଣ ସାରଣୀର ଶେଷ ଲବ୍‌ଧାଙ୍କର ରାଶିକୃତ ବାରମ୍ବାରତା ଓ Σfର ମାନ ସମାନ ହେଲେ ରାଶିକୃତ ବାରମ୍ବାରତା ନିର୍ଣ୍ଣୟ ଠିକ୍ ଅଛି ବୋଲି ଜଣାପଡ଼େ ।

ଭାଗ ବିଭକ୍ତ ବାରମ୍ବାରତା ବିତରଣ (Grouped frequency distribution) :
(i) କୌଣସି ତଥ୍ୟାବଳୀର ଉପସ୍ଥାପନା ନିମିତ୍ତ ଏବଂ ଏହାର ଉପସ୍ଥାପନ କିପରି ସରଳ ଓ ବୋଧଗମ୍ୟ ଏବଂ ସର୍ବୋପରି ସମୟସାପେକ୍ଷ ନ ହୋଇ କମ୍ ସ୍ଥାନ (space) ମଧ୍ଯରେ ଉପସ୍ଥାପିତ ହୋଇପାରିବ ସେଥୂପାଇଁ ପ୍ରତ୍ୟେକ ଲବ୍‌ଧାଙ୍କଗୁଡ଼ିକୁ କେତେକ ଶ୍ରେଣୀ ବା ସଂଭାଗ (class or group) ରେ ବିଭକ୍ତ କରି ପ୍ରତ୍ୟେକ ସଂଭାଗର ବାରମ୍ବାରତା ନିର୍ଣ୍ଣୟ କରାଯାଏ । ଏହି ପ୍ରକ୍ରିୟାକୁ ସଂଭାଗୀକରଣ (Classification) କୁହାଯାଏ ।
(ii) ସାଧାରଣତଃ ତଥ୍ୟାବଳୀର ବିସ୍ତାର ଅଧିକ ହୋଇଥିଲେ ତଥ୍ୟାବଳୀର ସଂଭାଗୀକରଣ କରାଯାଏ ।
{ତଥ୍ୟାବଳୀର ସର୍ବୋଚ୍ଚ ଓ ସର୍ବନିମ୍ନ ଲବ୍‌ଧାଙ୍କ ଦ୍ଵୟ ମଧ୍ଯରେ ଥିବା ଦୂରତ୍ବକୁ ତଥ୍ୟାବଳୀର ବିସ୍ତାର (Range) କୁହାଯାଏ}

ସଂଭାଗୀକରଣ ସାଧାରଣତଃ ନିମ୍ନମତେ କରାଯାଇପାରେ –
(a) 10 – 20, 20 – 30, 30 – 40, 40 – 50, 50 – 60, 60 – 70, 70 – 80
(b) 10 – 19, 20 – 29, 30 – 39, 40 – 49, 50 – 59, 60 – 69, 70 – 79
ସମସ୍ତ ତଥ୍ୟକୁ 7ଟି ଭାଗ (class) ରେ ବିଭକ୍ତ କରାଯାଇଛି । ଏହି ପ୍ରକ୍ରିୟାକୁ ସଂଭାଗୀକରଣ କୁହାଯାଏ ।

ସଂଭାଗୀକରଣ ପ୍ରକ୍ରିୟା ସମ୍ବନ୍ଧରେ କେତେକ ଜାଣିବା କଥା :
(a) ସଂଭାଗର ଊର୍ଦ୍ଧ୍ୱସୀମା ଓ ନିମ୍ନସୀମା (Upper limit and Lower limit of the class) : 
⇒ ରେ ପ୍ରଦର୍ଶିତ ‘ସଂଭାଗୀକରଣ’ରେ ସଂଭାଗଗୁଡ଼ିକ ହେଲେ, 10-20, 20-30, …….
⇒ ରେ ପ୍ରଦର୍ଶିତ ‘ସଂଭାଗୀକରଣ’ରେ ସଂଭାଗଗୁଡ଼ିକ ହେଲେ, 10-19, 20-29, ……
ପ୍ରତ୍ୟେକ ସଂଭାଗର ଗୋଟିଏ ନିମ୍ନସୀମା ଏବଂ ଗୋଟିଏ ଉର୍ଦ୍ଧ୍ୱସୀମା ଥାଏ; ଯଥା – 10-20 ସଂଭାଗର ନିମ୍ନସୀମା (lower limit) = 10 ଏବଂ ଊର୍ଦ୍ଧ୍ୱସୀମା (upper limit) = 20 । ସେହିପରି 20-29 ସଂଭାଗର ନିମ୍ନସୀମା ଏବଂ ଊର୍ଦ୍ଧ୍ୱସୀମା = 29

ସଂଭାଗର ମଧ୍ୟବିନ୍ଦୁ (Mid-point of the class) :
କୌଣସି ସଂଭାଗର ନିମ୍ନ ଓ ଊର୍ଦ୍ଧ୍ୱସୀମାଦ୍ବୟ ଯଥାକ୍ରମେ 1 ଓ ℓ2 ହେଲେ, ସଂଭାଗର ମଧ୍ୟବିନ୍ଦୁ = \(\frac{l_1+l_2}{2}\) ହେବ ।

ସଂଭାଗର ବିସ୍ତାର (Size of the class or class interval) :
(i) ପ୍ରତ୍ୟେକ ସଂଭାଗ ଏହାର ନିମ୍ନ ସୀମାଠାରୁ ଊର୍ଦ୍ଧ୍ୱସୀମା ପର୍ଯ୍ୟନ୍ତ ବିସ୍ତୃତ । ଏହି ବିସ୍ତୃତିକୁ ସଂଭାଗ ବିସ୍ତାର କୁହାଯାଏ । 
(ii) କ୍ରମାନ୍ୱୟରେ ଥ‌ିବା ଦୁଇଟି ସଂଭାଗର ମଧ୍ୟବିନ୍ଦୁ ଦ୍ବୟର ବିୟୋଗଫଳକୁ ମଧ୍ଯ ସଂଭାଗ ବିସ୍ତାର କୁହାଯାଏ ।
{ଯଦି କ୍ରମାନ୍ୱୟରେ ଥିବା ଦୁଇଟି ସଂଭାଗର ମଧ୍ୟବିନ୍ଦୁ m1 ଓ m2 ହୋଇଥାଏ, ତେବେ ସଂଭାଗ ବିସ୍ତାର = m2 – m1}
(iii) ଯଦି ସଂଭାଗଗୁଡ଼ିକ କ୍ରମାନ୍ୱୟରେ 10 – 20, 20 – 30, 30 – 40 ହୋଇଥାଏ ତେବେ ସଂଭାଗୀକରଣରେ ସଂଭାଗ ବିସ୍ତାର = ଊର୍ଦ୍ଧ୍ବ ସୀମା – ନିମ୍ନସୀମା = ℓ1 – ℓ2 = 20 – 10 = 10 ସଂଭାଗ ବିସ୍ତାର
(iv) ଯଦି ସଂଭାଗଗୁଡ଼ିକ କ୍ରମାନ୍ୱୟରେ 10 – 19, 20 – 39 ……. ହୋଇଥାଏ, ତେବେ ଏହି ପ୍ରକାର ସଂଭାଗୀକରଣରେ = ଊର୍ଦ୍ଧ୍ୱସୀମା – ନିମ୍ନସୀମା + 1 = ℓ2 – ℓ1 + 1 = 19 – 10 + 1 = 9 + 1 = 10

BSE Odisha 9th Class Maths Notes Algebra Chapter 7 ପରିସଂଖ୍ୟାନ

ତଥ୍ୟାବଳୀର ସଂଭାଗୀକରଣ :
(1) ପ୍ରଥମ ସଂଭାଗର ନିମ୍ନସୀମାକୁ ଦତ୍ତ ତଥ୍ୟାବଳୀର ସର୍ବନିମ୍ନ ଲବ୍‌ଧାଙ୍କ ସଙ୍ଗେ ସଙ୍ଗେ ସମାନ ବା ତା’ଠାରୁ କିଛି କମ୍ ନିଆଯାଏ । ସେହିପରି ସର୍ବୋଚ୍ଚ ସଂଭାଗର ଊର୍ଦ୍ଧ୍ଵସୀମାକୁ ଦତ୍ତ ତଥ୍ୟାବଳୀର ସର୍ବୋଚ୍ଚ ଲବ୍‌ଧାଙ୍କ ସହ ସମାନ ବା -ତା’ଠାରୁ ସାମାନ୍ୟ ଅଧ୍ଵ ନିଆଯାଏ 
(2) ଦତ୍ତ ତଥ୍ୟାବଳୀକୁ କେତୋଟି ଶ୍ରେଣୀ ବା ସଂଭାଗରେ ବିଭକ୍ତ କରାଯିବ, ସେଥୁନିମନ୍ତେ କୌଣସି ଧରାବନ୍ଧା ନିୟମ ନାହିଁ । ତଥ୍ୟାବଳୀର ବିସ୍ତାରକୁ ଦୃଷ୍ଟିରେ ରଖୁ ଏହା ନିର୍ଣ୍ଣୟ କରାଯାଏ । ତେବେ ସଂଭାଗ 5ରୁ 15 ମଧ୍ୟରେ ସୀମିତ ରଞ୍ଝା ଭଲ ।
(3) ସଂଭାଗ ବିସ୍ତାର ସାଧାରଣତଃ ସୁବିଧା ଲାଗି 5, 10 ବା 20 ନିଆଯାଇଥାଏ ।
(4) ସଂଭାଗୀକରଣର ପ୍ରକାରଭେଦ :

  • 10 – 20, 20 – 30, 30 – 40,…. ରେ ପ୍ରଦର୍ଶିତ ସଂଭାଗୀକରଣରେ ପ୍ରଥମ ସଂଭାଗର ଊର୍ଦ୍ଧ୍ୱସୀମା ତଥା ଦ୍ୱିତୀୟ ସଂଭାଗର ନିମ୍ନସୀମା ପ୍ରତ୍ୟେକ 20 । ଏଠାରେ 20କୁ ପ୍ରକୃତରେ ଦ୍ୱିତୀୟ ସଂଭାଗର ଅନ୍ତର୍ଭୁକ୍ତ ବୋଲି ଧରାଯାଏ । ପ୍ରଥମ ସଂଭାଗ “10-20”ର ହେଉଛି ଏହି ସଂଭାଗର 10ରୁ ଆରମ୍ଭ ହୋଇ 20 ପର୍ଯ୍ୟନ୍ତ (ମାତ୍ର 20 ବ୍ୟତୀତ) ବିସ୍ତୃତ । ଏହାକୁ ବହିର୍ଭୁକ୍ତ ସଂଭାଗୀକରଣ (Exclusive classification) କୁହାଯାଏ ।
  • 10 – 19, 20 – 29, 30 – 39,…… ରେ ପ୍ରଦର୍ଶିତ ସଂଭାଗୀକରଣରେ ପ୍ରଥମ ସଂଭାଗର ଊର୍ଦ୍ଧ୍ୱସୀମା 19 ଯାହାକି ଦ୍ଵିତୀୟ ସଂଭାଗର ନିମ୍ନସୀମା ସହ ସମାନ ନୁହେଁ । ଏଠାରେ ପ୍ରଥମ ସଂଭାଗ ‘10-19’ର ଅର୍ଥ ହେଉଛି ଏହି ସଂଭାଗ 10ରୁ ଆରମ୍ଭ ହୋଇ 19 ପର୍ଯ୍ୟନ୍ତ ବିସ୍ତୃତ । ଏହାକୁ ଅନ୍ତର୍ଭୁକ୍ତ ସଂଭାଗୀକରଣ (Inclusive classification) କୁହାଯାଏ ।

ଭାଗବିଭକ୍ତ ବାରମ୍ବାରତା ବିତରଣ ସାରଣୀ (Grouped frequency distribution) : 
ଭାଗବିଭକ୍ତ ବାରମ୍ବାରତା ସାରଣୀରେ ପ୍ରତ୍ୟେକ ସଂଭାଗର ବାରମ୍ବାରତା ବା ପୌନଃପୁନଃ ନିର୍ଦ୍ଦେଶିତ ହୁଏ । ପ୍ରଥମେ ଏକ ସଂଭାଗର ବାରମ୍ବାରତା କ’ଣ ବୁଝିବା ଆବଶ୍ୟକ, ଗୋଟିଏ ସଂଭାଗ ଅନ୍ତର୍ଭୁକ୍ତ ଲବ୍‌ଧାଙ୍କମାନଙ୍କର ମୋଟ ସଂଖ୍ୟାହିଁ ଉକ୍ତ ସଂଭାଗର ବାରମ୍ବାରତା ।
(1) Σf ସର୍ବଦା ମୋଟ ଲବ୍‌ଧାଙ୍କ ସଂଖ୍ୟା ସଙ୍ଗେ ସମାନ ହେବା ଆବଶ୍ୟକ । ନହେଲେ ଟାଲିଚିହ୍ନ ଦେବା ବା ଟାଲିଚିହ୍ନକୁ ଗଣି ବାରମ୍ବାରତା ଲେଖୁବା ପ୍ରଣାଳୀରେ କିଛି ତ୍ରୁଟି ଅଛି ବୋଲି ବୁଝିବାକୁ ହେବ ।
(2) ଯେକୌଣସି ତଥ୍ୟାବଳୀକୁ ବାରମ୍ବାରତା ବିତରଣ ସାରଣୀର ପ୍ରକାଶ କଲେ ସାଧାରଣତଃ ଦେଖୁ ଯେ କ୍ଷୁଦ୍ରତମ ଲବ୍‌ଧାଙ୍କଠାରୁ ମଧ୍ୟଭାଗ ଆଡ଼କୁ ବାରମ୍ବାରତା କ୍ରମଶଃ ବୃଦ୍ଧିପାଏ ଓ ମଧ୍ୟଭାଗରୁ ବୃହତ୍ତମ ଲବ୍‌ଧାଙ୍କ ଆଡ଼କୁ ବାରମ୍ବାରତା କ୍ରମଶଃ ହ୍ରାସପାଏ । ଯଦି ବାରମ୍ବାରତା ବିତରଣରେ ବ୍ୟତିକ୍ରମ ହୋଇଥାଏ କୌଣସି ଏକ ଅସ୍ଵାଭାବିକ ପରିସ୍ଥିତିର ସୂଚନା ଦିଏ ।

ଭାଗ ବିଭକ୍ତ ବାରମ୍ବାରତା ସାରଣୀରେ ରାଶିକୃତ ବାରମ୍ବାରତା :
{ପ୍ରତ୍ୟେକ ସଂଭାଗର ଉର୍ଦ୍ଧ୍ୱସୀମାର ରାଶିକୃତ ବାରମ୍ବାରତାକୁ ସେହି ସଂଭାଗର ରାଶିକୃତ ବାରମ୍ବାରତା ମଧ୍ୟ କୁହାଯାଏ ।}
ଉଦାହରଣସ୍ୱରୂପ :

ସଂଭାଗ 0-5 5-10 10-15 15-20 20-25 25-30
ବାରମ୍ବାରତା 18 22 27 25 20 16

ଉପରିସ୍ଥ ସାରଣୀରେ 0–5 ସଂଭାଗରେ ବାରମ୍ବାରତା = 18 ଅର୍ଥାତ୍ 0-5 ସଂଭାଗର ଲବ୍‌ଧାଙ୍କର ସଂଖ୍ୟା (ଅର୍ଥାତ୍ ସମସ୍ତ ଲବ୍‌ଧାଙ୍କର ବାରମ୍ବାତାର ସମଷ୍ଟି) ହେଉଛି 18 ।
∴ ‘5’ ର ରାଶିକୃତ ବାରମ୍ବାରତା = 18 
ସେହିପରି 10ର ରାଶିକୃତ ବାରମ୍ବାରତା = 0 ରୁ 10 ପର୍ଯ୍ୟନ୍ତ ସମସ୍ତ ଲବ୍‌ଧାଙ୍କର ବାରମ୍ବାରତାର ସମଷ୍ଟି = 0 ରୁ 5 ପର୍ଯ୍ୟନ୍ତ ସମସ୍ତ ଲବ୍‌ଧାଙ୍କର ବାରମ୍ବାରତା ସମଷ୍ଟି + 5 ରୁ 10 ପର୍ଯ୍ୟନ୍ତ ସମସ୍ତ ଲବ୍‌ଧାଙ୍କର ବାରମ୍ବାରତାର ସମଷ୍ଟି = (0 – 5) ସଂଭାଗରେ ବାରମ୍ବାରତା + (5 – 10) ସଂଭାଗରେ ବାରମ୍ବାରତା = 18 + 22 = 40

ତଥ୍ୟାବଳୀର ଲୈଖ୍ୟକ ପରିପ୍ରକାଶ (Graphical representation of data) :
(i) ପରିସଂଖ୍ୟାନର ସାଖ୍ୟକ ତଥ୍ୟକୁ ପୌନଃପୁନ୍ୟ ବିତରଣୀ ସାରଣୀରେ ପ୍ରକାଶ କରି ତାହାକୁ ଅଧ‌ିକ ବୋଧଗମ୍ୟ ଓ ଆକର୍ଷଣୀୟ କରାଇବାକୁ ହେଲେ ଲେଖଚିତ୍ରର ଆବଶ୍ୟକତା ଅଛି । ଏହା ମନୁଷ୍ୟର ପରିସଂଖ୍ୟାନ ଉପରେ ଅନ୍ତଃଦୃଷ୍ଟି ବୃଦ୍ଧି କରିଥାଏ ।
(ii) ତଥ୍ୟାବଳୀର ବିଭିନ୍ନ ଲେଖ୍କ ପରିପ୍ରକାଶ ହେଲା 

  • ବାରମ୍ବାରତା ନିର୍ଦ୍ଦେଶକ ରେଖାଚିତ୍ର (Frequency Polygon)
  • ଷ୍ଟାଗ୍ରାମ୍ (Histogram)
  • ଛବିଲେଖ (Pictograph)
  • ବୃତ୍ତଲେଖ (Pie chart)

ବାରମ୍ବାରତା ନିର୍ଦ୍ଦେଶକ ରେଖାଚିତ୍ର (Frequency Polygon) :
ଅଙ୍କନ ପ୍ରଣାଳୀ :
(i) ଗୋଟିଏ ଗ୍ରାଫ୍ କାଗଜରେ ଏକ ଆନୁଭୂମିକ ରେଖାଖଣ୍ଡ x-ଅକ୍ଷ (x-axis) ଓ ଅନ୍ୟ ଏକ ଅଭିଲମ୍ବୀୟ ଅକ୍ଷରେଖା y-ଅକ୍ଷ (y-axis) ଅଙ୍କନ କରାଯାଏ ।
(ii) ଉପଯୁକ୍ତ ଏକକ ଉଭୟ ଅକ୍ଷରେ ଦର୍ଶାଯାଉ । ସ୍କେଲ୍ ଏପରି ହେବା ଉଚିତ ଯେ ଚିତ୍ରଟି ଗ୍ରାଫ୍ କାଗଜର ଅଧିକାଂଶ ଅଂଶ ଅଧିକାର କରିବ ।
(iii) ସାରଣୀକୁ ଦେଖ୍ ଦତ୍ତ ବିନ୍ଦୁମାନଙ୍କୁ ଚିହ୍ନଟ କରି ସେଗୁଡ଼ିକୁ କ୍ରମାନ୍ୱୟରେ ଯୋଗକଲେ ଚିତ୍ରଟି ବାରମ୍ବାରତା ନିର୍ଦ୍ଦେଶକ ରେଖାଚିତ୍ର ହେବ ।

ହିଷ୍ଟୋଗ୍ରାମ୍ (Histogram):

  • ଏକ ପୌନଃପୁନଃ ବିତରଣ ସାରଣୀରେ ଦିଆଯାଇଥିବା ତଥ୍ୟକୁ ଲେଖଚିତ୍ରରେ ଆୟତକ୍ଷେତ୍ରଦ୍ଵାରା ପରିପ୍ରକାଶକୁ ହିଷ୍ଟୋଗ୍ରାମ୍ କୁହାଯାଏ ।
  • ବାରମ୍ବାରତା ସାରଣୀରେ ଥ‌ିବା ଲବ୍‌ଧାଙ୍କର ବିସ୍ତାରକୁ ଆନୁଭୂମିକ ବାହୁ ଓ ଏହାର ବାରମ୍ବାରତାକୁ ଉଲମ୍ବ ବାହୁରୂପେ ନେଇ ଆୟତଚିତ୍ରମାନ ଅଙ୍କନ କରି ହିଷ୍ଟୋଗ୍ରାମ୍ ଅଙ୍କନ କରାଯାଇପାରେ ।

ବୃତ୍ତଲେଖ (Pie-chart ବା Circle graph):
(i) ବିଭିନ୍ନ ଉପଭାଗର ସମଷ୍ଟି ସହିତ ଅନୁପାତ ଅନୁଯାୟୀ ସେହି ବୃତ୍ତକୁ କେତେଗୁଡ଼ିଏ ବୃତ୍ତକଳାରେ ବିଭକ୍ତ କରାଯାଏ । 
(ii) ସଂଗୃହୀତ ତଥ୍ୟକୁ ନେଇ ସମାନୁପାତୀ ଭଗ୍ନସଂଖ୍ୟା ନିର୍ଣ୍ଣୟ କରାଯାଏ । ଏହାର ସୂତ୍ର ହେଲା –\(\frac{\mathrm{f}}{\Sigma \mathrm{f}}\) ଏଠାରେ f ନିର୍ଦ୍ଦିଷ୍ଟ ତଥ୍ୟର ବାରମ୍ବାରତା ଓ Σf ବାରମ୍ବାରତାମାନଙ୍କର ସମଷ୍ଟି ।
(iii) ଏହା ପରେ ପ୍ରତ୍ୟେକ ବାରମ୍ବାରତା ପାଇଁ ପୃଥକ କେନ୍ଦ୍ରୀୟ କୋଣର ପରିମାଣ (θ) ନିରୂପଣ କରାଯାଏ ।
\(\theta=\frac{f}{\Sigma f} \times 360^{\circ}\)
(iv) ସୁବିଧାଜନକ ବ୍ୟାସାର୍ଦ୍ଧ (ଓ ସେ.ମି. ବା 4 ସେ.ମି.) ନେଇ ଏକ ବୃତ୍ତ ଅଙ୍କନ କରାଯାଏ ।
(v) ଏକ ବ୍ୟାସାର୍ଦ୍ଧ ଅଙ୍କନ କରି ଏହା ଉପରେ କ୍ରମାନ୍ୱୟରେ କେନ୍ଦ୍ରୀୟ କୋଣମାନ ଅଙ୍କନ କରାଯାଇ ବୃତ୍ତକଳାମାନ ଅଙ୍କନ କରାଯାଏ ।
(vi) ପ୍ରତ୍ୟେକ ବୃତ୍ତକଳାଗୁଡ଼ିକର ବିଭିନ୍ନ ବିଭାଗର ସୂଚନା ଦେବାକୁ ପଡ଼େ ।

BSE Odisha 9th Class History Notes Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ

Odisha State Board BSE Odisha Class 9 History Notes Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ will enable students to study smartly.

BSE Odisha Class 9 History Notes Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ 
→ ଉପକ୍ରମ:

  • ପୃଥ‌ିବୀର ବୈପ୍ଳବିକ ଇତିହାସର ମୂକସାକ୍ଷୀ ହେଉଛି ରୁଷ୍ ବିପ୍ଳବ ।
  • ରୁଷ୍ ବିପ୍ଳବ ସାମ୍ୟବାଦ, ସମାଜବାଦ ଓ ସମତାର ବାର୍ତ୍ତା ପ୍ରସାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।
  • ଏହା ମଧ୍ଯ ପୃଥ‌ିବୀର ଅନେକ ଦେଶର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବାରେ ସହାୟତା କରିଥିଲା ।
  • ୧୯୧୭ ମସିହାର ରୁଷ୍ ବିପ୍ଳବ ପୃଥ‌ିବୀରେ ଏକ କ୍ରାନ୍ତିକାରୀ ଯୁଗର ଶୁଭାରମ୍ଭ କରିଥିଲା ।
  • ଫରାସୀ ବିପ୍ଳବ ୧୭୮୯ ମସିହାରେ ସାମ୍ୟ, ସମାନତା ଓ ମୈତ୍ରୀର ବାର୍ତ୍ତା ପ୍ରଚାର କରିଥିଲାବେଳେ ରୁଷ୍ ବିପ୍ଳବ, ସାମ୍ୟବାଦ, ସମାଜବାଦ ଓ ସମତାର ମନ୍ତ୍ର ପ୍ରଚାର କରିବାରେ କୌଣସି ଗୁଣରେ କମ୍ ନଥିଲା

ସ୍ୱେଚ୍ଛାଚାରୀ ଶାସନ :

  • ରୁଷିଆରେ ପ୍ରାୟ ଏକ ଶହ ବର୍ଷରୁ ଊର୍ଦ୍ଧ୍ବ ଧରି ରୋମାନୋଭ୍ ବଂଶ ଶାସନ କରି ଆସୁଥିଲେ । ସେମାନଙ୍କର ଶାସନ ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ଥିଲା ଓ ସେମାନେ ଏକଚ୍ଛତ୍ରବାଦୀ ଭାବରେ ରାଜତ୍ଵ କରୁଥିଲେ । ସମ୍ରାଟମାନଙ୍କୁ ‘ଜାର୍’ ବୋଲି କୁହାଯାଉଥିଲା ।
  • ରୁଷିଆରେ ଶେଷ ପାଞ୍ଚଜଣ ଜାର ଅତ୍ୟନ୍ତ ନିଷ୍ଠୁର ଓ କ୍ରୂର ଥିଲେ ।
  • ପ୍ରଥମ ଆଲେକ୍‌ଜାଣ୍ଡାର ଜଣେ ଅତ୍ୟାଚାରୀ ଶାସକ ଥିଲେ । ସେ ପ୍ରତିକ୍ରିୟାଶୀଳ ନୀତି ପ୍ରବର୍ତ୍ତନ କରିଥିଲେ ।
  • ଦ୍ଵିତୀୟ ଆଲେକ୍‌ଜାଣ୍ଡାର ରୁଷିଆରେ ପ୍ରଚଳିତ ଥ‌ିବା ଦାସତ୍ଵ ଓ କୃଷିଭୃତ୍ୟ ପ୍ରଥା ଉଚ୍ଛେଦ କରିଥିଲେ ଓ ତୃତୀୟ ଆଲେକ୍‌ଜାଣ୍ଡାର ଜଣେ ନିଷ୍ଠୁର ଓ ନିରଙ୍କୁଶ ଶାସନ ପ୍ରବର୍ତ୍ତନ କରିଥିଲେ ।
  • ପ୍ରଥମ ନିକୋଲାସ୍ ଜଣେ ଅତ୍ୟାଚାରୀ ଶାସକ ଥିଲେ । ସେ ପ୍ରଗତିଶୀଳ ଚିନ୍ତାଧାରାକୁ ବିରୋଧ କରୁଥିଲେ । ଶେଷରେ ଦ୍ବିତୀୟ ନିକୋଲାସ୍‌ଙ୍କ ଶାସନ କାଳରେ ଜନଅସନ୍ତୋଷ ଘନୀଭୂତ ହୋଇ ବିପ୍ଳବର ସୂତ୍ରପାତ ହୋଇଥିଲା ।

ବିଷୟବସ୍ତୁର ରୂପରେଖ:

  • ରୁଷ୍ ବିପ୍ଳବର କାରଣସମୂହ
  • ବିପ୍ଳବର ସୂତ୍ରପାତ
  • ଫେବୃଆରୀ ବିପ୍ଳବର ଫଳାଫଳ
  • ଅକ୍ଟୋବର ବିପ୍ଳବ
  • ରୁଷ୍ ବିପ୍ଳବର ଫଳାଫଳ

BSE Odisha 9th Class History Notes Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ

ରୁଷ୍ ବିପ୍ଳବର କାରଣ:

  • ସ୍ୱେଚ୍ଛାଚାରୀ ଶାସନ
  • ସାମାଜିକ ବୈଷମ୍ୟ
  • ଅର୍ଥନୈତିକ ଅସମାନତା
  • ଶିଳ୍ପ ବିପ୍ଳବର ପ୍ରଭାବ
  • ବୌଦ୍ଧିକ ଚେତନା
  • ଭିନ୍ନ ଭିନ୍ନ ଦଳ ଗଠନ
  • ଅପାରଗ ଅମଲାତନ୍ତ୍
  • ନିରୁତ୍ସାହିତ ସୈନ୍ୟବାହିନୀ
  • ରକ୍ତାକ୍ତ ରବିବାର
  • ଷମତାବିହୀନ ତୁମା
  • ଜାରିନା ଓ ରାସ୍‌ପୁଟିନ୍‌ଙ୍କ ହସ୍ତକ୍ଷେପ
  • ବିଶ୍ଵଯୁଦ୍ଧରେ ରୁଷିଆର ପରାଜୟ

ସାମାଜିକ ବୈଷମ୍ୟ :

  • ରୁଷ୍ ସମାଜରେ ଦୁଇ ଶ୍ରେଣୀର ଲୋକେ ବାସ କରୁଥିଲେ । ସେମାନଙ୍କୁ ଥିଲାବାଲା ବା ଧନୀକ ଶ୍ରେଣୀ ଓ ନ ଥୁଲାବାଲା ବା କୃଷକ ଗୋଷ୍ଠୀ ବୋଲି କୁହାଯାଉଥିଲା ।
  • ଥୁଲାବାଲା ବା ଧନୀକ ଶ୍ରେଣୀର ଲୋକମାନେ ସମସ୍ତ ପ୍ରକାର କ୍ଷମତା ଉପଭୋଗ କରୁଥିଲେ । ତା’ସହିତ ଦେଶର ସମସ୍ତ ଜମିର ମାଲିକ ଥିଲେ । ମାତ୍ର ନ ଥିଲାବାଲା ବା ଶ୍ରମିକ ଓ କୃଷକ ଶ୍ରେଣୀର
  • ଲୋକମାନେ ସବୁଥିରୁ ବଞ୍ଚିତ ଥିଲେ ।
  • ଏହି ସାମାଜିକ ବୈଷମ୍ୟ ଲୋକମାନଙ୍କ ମଧ୍ୟରେ ଶ୍ରେଣୀ ସଂଘର୍ଷ ମନୋଭାବ ସୃଷ୍ଟି କରିଥିଲା ଓ ଏହା ପରବର୍ତ୍ତୀ ଅବସ୍ଥାରେ ଏକ ବିପ୍ଲବରେ ପରିଣତ ହେଲା ।

→ ଭୋଦ୍‌କା – ରୁଷିଆରେ ଗହମରୁ ପ୍ରସ୍ତୁତ ହେଉଥ‌ିବା ଏକ ନିଶାକାରୀ ପାନୀୟ ।

ଅର୍ଥନୈତିକ ଅସମାନତା :

  • ଅସମାନତା ସୃଷ୍ଟି ହୋଇଥିଲା, ଯାହାଫଳରେ ସମାଜରେ ଶୋଷକ ଓ ଶୋଷିତ ଶ୍ରେଣୀ ସୃଷ୍ଟି ହୋଇଥିଲେ ।
  • କୃଷକମାନଙ୍କର ଅବସ୍ଥାରେ ପରିବର୍ତ୍ତନ ପାଇଁ କୃଷିଭୃତ୍ୟ ପ୍ରଥା ଉଚ୍ଛେଦ କରାଯିବା ସତ୍ତ୍ବେ ସେମାନଙ୍କର ଅବସ୍ଥାରେ କୌଣସି ପରିବର୍ତ୍ତନ ଆସିନଥିଲା
  • ରୁଷ୍ ସମାଜରେ କୃଷକମାନେ ସର୍ବହରା ବା ପ୍ରୋଲେତାରିଏତ୍ ଭାବରେ ପରିଚିତ ହେଲେ, ଯାହାକି ବିପ୍ଳବ ପାଇଁ ବାଟ ସୁଗମ କରିଥିଲା ।

BSE Odisha 9th Class History Notes Chapter 3 ରୁଷ ବିପ୍ଲବ 1
→ ପ୍ରୋଲେତାରିଏତ୍ – ରୁଷିଆର ସର୍ବହରା କୃଷକମାନଙ୍କୁ ପ୍ରୋଲେତାରି ଏତ୍ କୁହାଯାଉଥିଲା ।

ଶିଳ୍ପ ବିପ୍ଳବର ପ୍ରଭାବ :

  • ଶିଳ୍ପ ବିପ୍ଳବର ପ୍ରଭାବ ରୁଷିଆର ଶ୍ରମିକମାନଙ୍କର ଜୀବନଧାରାରେ କୌଣସି ପରିବର୍ତ୍ତନ ଆଣିପାରିନଥିଲା ।
  • ଯନ୍ତ୍ରପାତିର ପ୍ରୟୋଗ ଫଳରେ ଅନେକ ଶ୍ରମିକଙ୍କୁ ଛଟେଇ କରାଯାଉଥିଲା । ସେମାନଙ୍କୁ କମ୍ ପାରିଶ୍ରମିକରେ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିଲା ।
  • ପୁଞ୍ଜିପତି ଓ ଶ୍ରମିକମାନଙ୍କ ମଧ୍ୟରେ ସମ୍ପର୍କ ଅଧିକ ଖରାପ ହେଲା ଓ ଶ୍ରମିକମାନେ ନିଜର ସମସ୍ୟାର ସମାଧାନ ପାଇଁ ସଂଘମାନ ଗଠନ କରିଥିଲେ । ଶିଳ୍ପକ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

BSE Odisha 9th Class History Notes Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ

ବୌଦ୍ଧିକ ଚେତନା :

  • ରୁଷିଆର ପ୍ରଗତିଶୀଳ ମତବାଦଗୁଡ଼ିକର ପ୍ରଚାରରେ ଜାର୍‌ଙ୍କ ପ୍ରତିବନ୍ଧକ ସତ୍ତ୍ଵେ ଅନେକ ପାଶ୍ଚାତ୍ୟ ସାହିତ୍ୟ ରୁଷ୍ ଭାଷାରେ ଅନୂଦିତ ହୋଇ ଶିକ୍ଷିତ ଲୋକମାନଙ୍କଦ୍ୱାରା ପାଠ କରାଯାଇଥିଲା ।
  • ରୁଷର ଚିନ୍ତାଶୀଳ ଲେଖକ ଯଥା – କାର୍ଲ ମାର୍କସ୍, ଲିଓ ଟଲଷ୍ଟୟ,ଦସ୍ତୋଭସ୍କି, ମାକ୍‌ସିମ୍ ଗୋର୍କୀ ଓ ଲାଭରୋଭ୍ ରୁଷ୍ ବିପ୍ଳବ ପାଇଁ ପ୍ରେରଣା ଯୋଗାଇଥିଲା ।

→ କାର୍ଲମାର୍କଙ୍କ କମ୍ୟୁନିଷ୍ଟମାନି ଫେଷ୍ଟୋ ୧୮୪୮ ମସିହାରେ ଦାସକ୍ୟାପିଟାଲ୍ ୧୮୬୭ରେ ପ୍ରକାଶ ପାଇଥିଲା

ଭିନ୍ନ ଭିନ୍ନ ଦଳ ଗଠନ :

  • ରୁଷର ସବୁଠାରୁ ଗରିବ ଓ ଶ୍ରମିକଗୋଷ୍ଠୀମାନେ ବିଭିନ୍ନ ଦଳ ଗଠନ କରି ଜାରଙ୍କ ସ୍ୱେଚ୍ଛାଚାରିତା ଓ ଶୋଷକ ଶ୍ରେଣୀ ଅନ୍ୟାୟ ବିରୁଦ୍ଧରେ ବିପ୍ଳବ କରିଥିଲେ ।
  • ରୁଷରେ ୧୮୯୫ ମସିହାରେ ଶ୍ରମିକମାନେ ସାମାଜିକ ଗଣତାନ୍ତ୍ରିକ ଦଳ ଓ ୧୯୦୧ ରେ ଭୂମିହୀନ କୃଷକମାନେ ସାମାଜିକ ବିପ୍ଳବୀ ଦଳ ଗଠନ କରିଥିଲେ ।
  • ୧୯୦୩ ମସିହାରେ ଶ୍ରମିକମାନଙ୍କ ଦଳ ଦୁଇଭାଗରେ ବିଭକ୍ତ ହୋଇଥିଲା ଯଥା –ମେନ୍‌ସେଭିକ୍ ଓ ବୋଲ୍‌ସେଭିକ୍ ।
  • ମାରତୋଭ୍ଙ୍କଦ୍ଵାରା ମେନ୍‌ସେଭିକ୍ ଓ ଲେନିନ୍‌ଙ୍କଦ୍ୱାରା ବୋଲ୍‌ସେଭିକ୍ ଦଳ ପରିଚାଳିତ ହେଉଥିଲା ।

ଅପାରଗ ଅମଲାତନ୍ତ୍ର :

  • ରୁଷିଆର ଅମଲାତନ୍ତ୍ରର ଅଧିକାଂଶ ଲୋକ ଧନୀକ ଶ୍ରେଣୀର ଥିଲେ । ସେମାନଙ୍କର ସାଧାରଣ ଲୋକଙ୍କ ପ୍ରତି କୌଣସି ସହାନୁଭୂତି ନଥିଲା । ଗରିବ ଲୋକଙ୍କୁ ସେମାନେ ଶୋଷଣ କରୁଥିଲେ ।
  • ସେଠାରେ ଅମଲାତନ୍ତ୍ରର ଦକ୍ଷତାର ଅଭାବ, ପ୍ରିୟାପ୍ରୀତି ତୋଷଣ ଓ ଦୁର୍ନୀତି ଯୋଗୁ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା । ସେମାନେ ଏହାର ପରିବର୍ତ୍ତନ ପାଇଁ ସୁଯୋଗ ଅପେକ୍ଷାରେ ଥିଲେ ।

ନିରୁତ୍ସାହିତ ସୈନ୍ୟବାହିନୀ :

  • ଜାର୍ ରୁଷିଆର ସୈନ୍ୟବାହିନୀକୁ ଅତ୍ୟାବଶ୍ୟକ ସୁବିଧା ସୁଯୋଗ ଯୋଗାଇବାପାଇଁ ଆଗ୍ରହ ପ୍ରକାଶ କରିନଥିଲେ ।
  • ସୈନ୍ୟମାନେ ଭୋକ ଉପାସ ଓ ଯୁଦ୍ଧ ଉପକରଣର ଅଭାବ ଯୋଗୁଁ ମୃତ୍ୟୁବରଣ କରିଥିଲେ ।
  • ସୈନ୍ୟବାହିନୀରେ ଆଧୁନିକ ଅସ୍ତ୍ରଶସ୍ତ୍ରର ଅଭାବ ସହିତ କ୍ରିମିଆ ଯୁଦ୍ଧ, ରୁଷ୍-ଜାପାନ ଯୁଦ୍ଧରେ ରୁଷର ପରାଜୟ ଫଳରେ ଜାର୍ ଶାସନର ଦୁର୍ବଳତା ପ୍ରକାଶ ପାଇଲା ଓ ଜନସାଧାରଣ ଅପମାନବୋଧ କଲେ ।

ରକ୍ତାକ୍ତ ରବିବାର :

  • ୧୯୦୫ ଜାନୁଆରୀ ୨୨ ତାରିଖରେ ଧର୍ମଯାଜକ ଫାଦର ଗ୍ୟ।ପନ୍ ଙ୍କ ନେତୃତ୍ୱରେ ଜନସାଧାରଣ ସେଣ୍ମପିଟରସ୍ ବସ୍ଥିତି ଜାର୍‌ଙ୍କ ରାଜପ୍ରାସାଦକୁ ଦାବିପତ୍ର ଦେବାପାଇଁ ଶୋଭାଯାତ୍ରା କରି ଯାଇଥିଲେ ।
  • ଜାର୍‌ଙ୍କ ନିର୍ଦ୍ଦେଶରେ ସୈନ୍ୟମାନେ ଶୋଭାଯାତ୍ରାକାରୀଙ୍କ ଉପରେ ଗୁଳି ଚାଳନା କରିବା ଫଳରେ ଅନେକ ମୃତ୍ୟୁବରଣ କଲେ ଓ ବହୁସଂଖ୍ୟକ ଆହତ ହେଲେ । ଏହାକୁ ରୁଷ୍ ଇତିହାସରେ ‘ରକ୍ତାକ୍ତ ରବିବାର’ କୁହାଯାଏ ।

ଷମତାବିହୀନ ତୁମା:
୧୯୦୫ ମସିହାରେ ଜାର୍ ଦ୍ବିତୀୟ ନିକୋଲାସ୍‌ଙ୍କ ରୁଷର ନିର୍ବାଚିତ ସଂସଦ ‘ଡୁମା’ ଆହ୍ଵାନ କରିବାର ନିର୍ଦ୍ଦେଶ ବିରୋଧରେ ଜନ ଆନ୍ଦୋଳନ ଦେଖାଦେବାରୁ ଜାର୍ ଅକ୍ଟୋବର ଇସ୍ତାହାର ଘୋଷଣା କଲେ ଓ ଡୁମାକୁ ଆଇନ ପ୍ରଣୟନ କ୍ଷମତା ପ୍ରଦାନ କରିଥିଲେ ।

  • କ୍ରିମିଆ ଯୁଦ୍ଧ – ୧୮୫୪ ମସିହା
  • ରୁଷ-ଜାପାନ ଯୁଦ୍ଧ – ୧୯୦୪ ମସିହା
  • ଲେନିନ୍‌ଙ୍ଗ୍ରାଡ଼ – ରୁଷିଆର ଦ୍ୱିତୀୟ ବୃହତ୍ତମ ସହର
  • ଡୁମା – ରୁସ୍‌ର ପାର୍ଲିଆମେଣ୍ଟ
  • ୧୯୦୬ ମେ ୬ ତାରିଖ – ପ୍ରଥମ ଡୁମା
  • ୧୯୦୭ ମାର୍ଚ୍ଚ – ଦ୍ବିତୀୟ ଡୁମା ଆହୂତ
  • ୧୯୧୨ ମସିହା – ତୃତୀୟା ଡୁମା ଗଠନ

BSE Odisha 9th Class History Notes Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ

ଜାରିନା ଓ ରାସ୍‌ପୁଟିନ୍‌ଙ୍କ ହସ୍ତକ୍ଷେପ :

  • ଜାର୍ ଦ୍ୱିତୀୟ ନିକୋଲାସ୍‌ଙ୍କ ପତ୍ନୀ ଜାରିନା ଆଲେକ୍‌ଜାଣ୍ଡ୍ରା ଜଣେ ଅହଙ୍କାରୀ, ସଂକୀର୍ଣ୍ଣମନା ଓ ଅତ୍ୟନ୍ତ କ୍ଷମତାଲୋଭୀ ନାରୀ ଥିଲେ ।
  • ରାସ୍‌ଟିନ ନାମକ ଜଣେ ଭଣ୍ଡ ସନ୍ନ୍ୟାସୀଙ୍କଦ୍ୱାରା ସେ ପ୍ରଭାବିତ ହୋଇଥିଲେ । ସେ ତାଙ୍କୁ ଅଖଣ୍ଡ କ୍ଷମତା ପ୍ରଦାନ କରିଥିଲେ । ଯାହାଫଳରେ ରୁଷ୍ଠରେ ଦୁର୍ନୀତି ଓ ବିଭ୍ରାନ୍ତିକର ବାତାବରଣ ଦେଖାଦେଇଥିଲା ।
  • ରୁଷରେ ରାଜପରିବାର ପ୍ରତି ଅସନ୍ତୋଷ ବୃଦ୍ଧି ପାଇଥିଲା ଓ ଲୋକମାନେ ଶାସନରେ ପରିବର୍ତ୍ତନ ଆବଶ୍ୟକ କଲେ ।

→ ରାସ୍‌ପୁଟିନଙ୍କ ପୂରାନାମ – ଗ୍ରିଗୋରୀ ଏଫମୋଭିଚ୍‌ । ରାଜକୁମାର ୟୁସୁପୋଷ୍ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ।

ଜାରିନା ଓ ରାସ୍‌ପୁଟିନ୍‌ଙ୍କ ହସ୍ତକ୍ଷେପ :
ଜାର୍ ଦ୍ୱିତୀୟ ନିକୋଲାସ୍କଙ୍କ ପତ୍ନୀ ଜାରିନା ଆଲେକ୍‌ଜାଣ୍ଡ୍ରା ଜଣେ ଅହଙ୍କାରୀ, ସଂକୀର୍ଣ୍ଣମନା ଓ ଅତ୍ୟନ୍ତ କ୍ଷମତାଲୋଭୀ ନାରୀ ଥିଲେ ।
ରାସ୍‌ପୁଟିନ ନାମକ ଜଣେ ଭଣ୍ଡ ସନ୍ୟାସୀଙ୍କଦ୍ୱାରା ସେ ପ୍ରଭାବିତ ହୋଇଥିଲେ । ସେ ତାଙ୍କୁ ଅଖଣ୍ଡ କ୍ଷମତା ପ୍ରଦାନ କରିଥିଲେ । ଯାହାଫଳରେ ରୁଷରେ ଦୁର୍ନୀତି ଓ ବିଭ୍ରାନ୍ତିକର ବାତାବରଣ ଦେଖାଦେଇଥିଲା ।
ରୁଷରେ ରାଜପରିବାର ପ୍ରତି ଅସନ୍ତୋଷ ବୃଦ୍ଧି ପାଇଥିଲା ଓ ଲୋକମାନେ ଶାସନରେ ପରିବର୍ତ୍ତନ ଆବଶ୍ୟକ କଲେ ।

ବିଶ୍ବଯୁଦ୍ଧରେ ରୁଷିଆର ପରାଜୟ :

  • ପ୍ରଥମ ବିଶ୍ଵ ଯୁଦ୍ଧରେ ରୁଷିଆ ଜର୍ମାନୀ ବିରୋଧରେ ମିତ୍ରଶକ୍ତି ସପକ୍ଷରେ ଯୋଗଦେଇଥିଲା ଏବଂ ଜର୍ମାନୀଠାରୁ ପରାଜୟ ବରଣ କରିଥିଲା ।
  • ସେହି ସମୟରେ ରୁଷିଆର ଆର୍ଥିକ ଅବନତି ହେବାକୁ ଲାଗିଲା । ଏହା ଅସନ୍ତୁଷ୍ଟ ଜନତାଙ୍କୁ ଜାରଙ୍କ ବିରୋଧରେ ବିପ୍ଳବ କରିବାପାଇଁ ଉତ୍ତେଜିତ କରିଥିଲା ।

BSE Odisha 9th Class History Notes Chapter 3 ରୁଷ ବିପ୍ଲବ 2

ବିପ୍ଳବର ସୂତ୍ରପାତ :
ରୁଷ୍ ବିପ୍ଳବର ଆଶୁ କାରଣ ଥିଲା ଖାଦ୍ୟଶସ୍ୟ, ପୋଷାକ, ଜାଳେଣି ପ୍ରଭୃତି ଦୈନନ୍ଦିନ ଆବଶ୍ୟକତାର ଅଭାବ । ଏସବୁପ୍ରତି ଜାର୍‌ଙ୍କ ଉଦାସୀନତା ଯୋଗୁଁ ରୁଷିବାସୀ ବିପ୍ଳବର ପନ୍ଥା ଗ୍ରହଣ କରିଥିଲେ ।
ବିପ୍ଳବ ଓ ଦ୍ବିତୀୟଟି ଥିଲା ଅକ୍ଟୋବର ବିପ୍ଳବ ।
BSE Odisha 9th Class History Notes Chapter 3 ରୁଷ ବିପ୍ଲବ 3

ଫେବୃଆରୀ ବିପ୍ଳବ :

  • ୧୯୧୭ ମସିହା ମାର୍ଚ୍ଚ ୮ ତାରିଖରେ ପ୍ରାୟ ଏକ ଲକ୍ଷ ଲୋକ ପେଟ୍ରୋଗାଡ଼ ସହର ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଥ‌ିରେ ହଜାର ହଜାର ସଂଖ୍ୟାରେ ମହିଳା ମଧ୍ୟ ଯୋଗ
  • ଦେଇଥିଲେ । ଆହୁରି ମଧ୍ୟ ସୈନ୍ୟବାହିନୀର ଲୋକମାନେ ଏହି ବିଦ୍ରୋହରେ ଯୋଗ ଦେଇଥିଲେ ।
  • ଜାର୍ ଉୁମାକୁ ଭାଙ୍ଗିସେଇଥ୍ ଲେ ଓ ସୈନ୍ୟବାହି ଆଦୋଳନକାରୀମାନଙ୍କୁ ନେଇ ‘ସୋଭିଏତ୍’ ଗଠିତ ହେଲା ।
  • ମାର୍ଚ୍ଚ ୧୫ ତାରିଖରେ ଜାର୍ ଶାସନ ଓ ରୋମାନୋଭ୍ ରାଜବଂଶର ଅବସାନ ଘଟିଥିଲା ।
  • ପ୍ରିନ୍ସ ଲୋଭୋଭ୍ଙ୍କ ନେତୃତ୍ବରେ ସେଠାରେ କାମଚଳା ସରକାର ଗଠିତ ହୋଇଥିଲା ।

BSE Odisha 9th Class History Notes Chapter 3 ରୁଷ ବିପ୍ଲବ 4

→ ଫେବୃୟାରୀ ବିପ୍ଳବ – ସେ ସମୟରେ ପ୍ରଚଳିତ କ୍ୟାଲେଣ୍ଡର ଅନୁଯାୟୀ ମାର୍ଚ୍ଚ ୧୨ ତାରିଖଟି ଫେବୃୟାରୀ ୨୭ ତାରିଖ ଥିଲା, ତେଣୁ ଏହାକୁ ଫେବୃୟାରୀ ବିପ୍ଳବ କୁହାଯାଏ ।

ଅକ୍ଟୋବର ବିପ୍ଳବ :

  • ଲେନିନ୍ ଓ ଟ୍ରଟସ୍କିଙ୍କ ନେତୃତ୍ୱରେ ବୋଲ୍‌ସେଭିକ୍ ବିପ୍ଳବ ବା ଅକ୍ଟୋବର ବିପ୍ଳବ ଆରମ୍ଭ ହୋଇଥିଲା ।
  • ୧୯୧୭ ମସିହା ନଭେମ୍ବର ୭ ତାରିଖରେ ବୋଲସେଭିକ୍‌ମାନେ ବିନା ରକ୍ତପାତରେ ରୁଷିଆରେ ସରକାର ଗଠନ କରିଥିଲେ ।
  • ଏହି ବିପ୍ଳବ ଏକ ସାମାଜିକ ବିପ୍ଳବ ଥିଲା । ଦେଶରେ ସାମ୍ୟବାଦ ଓ ସମାଜବାଦ ପ୍ରତିଷ୍ଠା ହେଲା ।
  • ନଭେମ୍ବର ୭ ତାରିଖ ରୁଷ୍ କ୍ୟାଲେଣ୍ଡର ଅକ୍ଟୋବର ମାସରେ ପଡୁଥିବାରୁ ଏହାକୁ ଅକ୍ଟୋବର ବିପ୍ଳବ କୁହାଯାଏ । ବିପ୍ଳବ ପରେ ଲେନିନ୍ ପ୍ରଧାନ ମନ୍ତ୍ରୀ ଓ ଟ୍ରଟସ୍କି ବୈଦେଶିକ ମନ୍ତ୍ରୀ ହୋଇଥିଲେ ।

→ ଅକ୍ଟୋବର ବିପ୍ଳବ – ରୁଷ୍ ବିପ୍ଳବ ସମୟରେ ପ୍ରଚଳିତ ମାସର ୨୫ ତାରିଖ ହୋଇଥିବାରୁ ଏହାକୁ ଅକ୍ଟୋବର ବିପ୍ଳବ କୁହାଯାଏ ।

BSE Odisha 9th Class History Notes Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ

ରୁଷ୍ ବିପ୍ଳବର ଫଳସ୍ଵରୂପ ରାଜନୈତିକ ପରିବର୍ତ୍ତନ :

  • ଜାମାନଙ୍କର ଏକଚ୍ଛତ୍ର ଶାସନ ଲୋପ ପାଇଥିଲା ।
  • ଦେଶର ଶାସନ ପ୍ରୋଲେତାରିଏନ୍‌ଙ୍କ ହାତକୁ ଗଲା । ରୁଷିଆରେ ଏକଦଳୀୟ ରାଷ୍ଟ୍ର ଗଠିତ ହେଲା ।
  • ୧୯୧୮ ମସିହାରେ ରୁଷିଆ ‘ରୁଷୀୟ ସୋସିଆଲିଷ୍ଟ ଫେଡ଼େରେଟିଭ୍ ସୋଭିଏତ୍ ରିପବ୍ଲିକ୍‌’ ଭାବରେ ନାମିତ ହେଲା ।
  • ସମ୍ବିଧାନ ଅନୁସାରେ ୧୯୨୪ ମସିହାରେ ଏହାକୁ ‘‘ୟୁନିୟନ୍ ଅଫ୍ ସୋଭିଏତ୍ ସୋସିଆଲିଷ୍ଟ ରିପବ୍ଲିକସ୍’’ କୁହାଗଲା । ସର୍ବ-ରୁଷିଆ ସୋଭିଏତ୍ କଂଗ୍ରେସ ରୁଷର ସଂସଦ ଭାବେ କାର୍ଯ୍ୟ କଲା ।

ଅର୍ଥନୈତିକ ପରିବର୍ତ୍ତନ :

  • ସମସ୍ତ ଘରୋଇ ଶିଳ୍ପ କାରଖାନା ଓ ବ୍ୟାଙ୍କଗୁଡ଼ିକର ଜାତୀୟକରଣ ହେଲା ଏବଂ ସେଗୁଡ଼ିକ ସରକାରଙ୍କ ନିୟନ୍ତ୍ରଣାଧୀନ ହେଲା ।
  • ଦେଶର ସମସ୍ତ ସମ୍ପଦ ରାଷ୍ଟ୍ରୀୟ ସମ୍ପତ୍ତି ରୂପେ ଘୋଷିତ ହୋଇଥିଲା ।
  • ଶ୍ରମିକମାନଙ୍କଦ୍ୱାରା ଗଠିତ କମିଟିଦ୍ଵାରା କାରଖାନାର ଉତ୍ପାଦନ ଓ ଆବଣ୍ଟନ ବ୍ୟବସ୍ଥା ପରିଚାଳନା କରାଗଲା ।

ସାମାଜିକ ପରିବର୍ତ୍ତନ :

  • ପୁରାତନ ପାଠ୍ୟକ୍ରମ ଓ ଶିକ୍ଷାଦାନ ପଦ୍ଧତିକୁ ବଦଳାଇ ସାମ୍ୟବାଦ ଓ ସମାଜବାଦ ସମ୍ବନ୍ଧରେ ଅଧୂକ ଶିକ୍ଷା ଦିଆଗଲା।
    ଶିକ୍ଷା କ୍ଷେତ୍ରରେ ଧର୍ମର ପ୍ରଭାବକୁ ଲୋପ କରିଦିଆଗଲା।
  • କଳା ଓ ସ୍ଥାପତ୍ୟ କ୍ଷେତ୍ରରେ ନୂତନତ୍ଵ ଦେଖାଦେଲା ।

→ ରୁଷିଆ ଓ ଜର୍ମାନୀ ମଧ୍ୟରେ ୧୯୧୭ରେ ସ୍ବାକ୍ଷରିତ ସନ୍ଧିକୁ ବ୍ରେଷ୍ଟ-ଲିତୋଭସ୍କ ସନ୍ଧି କୁହାଯାଏ ।

ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରଭାବ :

  • ଅନେକ ଦେଶରେ ଦରିଦ୍ର ନିଷ୍ପେଷିତ ଜନସାଧାରଣ ସାମ୍ୟବାଦ ଓ ସାମାଜିକ ସମାନତା ପ୍ରତି ଆକୃଷ୍ଟ ହେଲେ ।
  • ସାରା ବିଶ୍ଵରେ ଶ୍ରମିକ ଶ୍ରେଣୀ ପାଇଁ ରୁଷ୍ ବିପ୍ଳବ ପ୍ରେରଣା ଯୋଗାଇଥିଲା ଓ ଶିଳ୍ପାୟିତ ରାଷ୍ଟ୍ରମାନଙ୍କରେ ଶ୍ରମିକ ଆନ୍ଦୋଳନ ଆରମ୍ଭ ହୋଇଥିଲା ।
  • ପୋଲାଣ୍ଡ, ହଙ୍ଗେରୀ, ୟୁଗୋସ୍ଲୋଭିଆ, ଚୀନ୍, ଚେକୋସ୍ଲୋଭିଆ, ରୁମାନିଆ, ବୁଲଗେରିଆ ପ୍ରଭୃତି ଦେଶମାନଙ୍କରେ ସାମ୍ୟବାଦ ପ୍ରତିଷ୍ଠା ହୋଇଥିଲା ।
  • ରୁଷିଆ ସହ ଇଂଲାଣ୍ଡ, ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା, ଇଟାଲୀର ଆଦର୍ଶବାଦକୁ ନେଇ କଳହର ସୂତ୍ରପାତ ହୋଇଥିଲା ।
  • ଆନ୍ତର୍ଜାତିକ ବ୍ୟାପାରରେ ରୁଷିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ଓ ବିଶ୍ୱରାଜନୀତିରେ ପୁଞ୍ଜିବାଦର ଏକଚାଟିଆ ଆଧ୍ୟାତ୍ୟକୁ ପ୍ରତିରୋଧ କରିପାରିଥିଲା ।

BSE Odisha 9th Class History Notes Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ

ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ :

୧୭୮୯ ଖ୍ରୀ.ଅ. – ଫରାସୀ ରାଷ୍ଟ୍ର ବିପ୍ଳବ ସଂଘଟିତ ।
୧୮୦୧-୧୮୨୫ ଖ୍ରୀ.ଅ. – ଜାର୍ ପ୍ରଥମ ଆଲେକ୍‌ଜାଣ୍ଡାରଙ୍କ ଶାସନ ସମୟ ।
୧୮୧୮ ଖ୍ରୀ.ଅ. – ଜର୍ମାନୀର ରାଇନ୍‌ଲାଣ୍ଡରେ କାର୍ଲ ମାର୍କ୍ସଙ୍କର ଜନ୍ମ ।
୧୮୨୫-୧୮୫୫ ଖ୍ରୀ.ଅ. – ଜାର୍ ପ୍ରଥମ ନିକୋଲାସ୍‌ଙ୍କ ଶାସନ ସମୟ ।
୧୮୪୮ ଖ୍ରୀ.ଅ. – କାର୍ଲ ମାର୍କଙ୍କଦ୍ୱାରା ‘କମ୍ୟୁନିଷ୍ଟ ମାନିଫେଷ୍ଟା’ ପୁସ୍ତକ ପ୍ରକାଶିତ ।
୧୮୫୪ ଖ୍ରୀ.ଅ. – କ୍ରିମିଆ ଯୁଦ୍ଧ ସଂଘଟିତ ।
୧୮୫୫ ଖ୍ରୀ.ଅ. – (ମାର୍ଚ୍ଚ ୨) ଜାର୍ ପ୍ରଥମ ନିକୋଲାସ୍କଙ୍କ ମୃତ୍ୟୁ ।
୧୮୬୧ ଖ୍ରୀ.ଅ. – ଜାର୍ ଦ୍ୱିତୀୟ ଆଲୋକ୍‌ଜାଣ୍ଡାରଙ୍କ ଶାସନ ସମୟ ।
୧୮୫୫-୧୮୮୧ ଖ୍ରୀ.ଅ. – ଜାର୍ ଦ୍ୱିତୀୟ ଆଲେକ୍‌ଜାଣ୍ଡାରଙ୍କଦ୍ଵାରା ଦେଶରୁ ଦାସତ୍ଵ ପ୍ରଥା ଲୋପ ପାଇଁ ଘୋଷଣା ।
୧୮୬୭ ଖ୍ରୀ.ଅ. – କାର୍ଲ ମାର୍କସ୍‌ ଓ ଫ୍ରେଡ଼େରିକ୍ ଏଞ୍ଜେଲ୍ସଙ୍କଦ୍ବାରା ‘ଦ କ୍ୟାପିଟାଲ’ ପୁସ୍ତକ ପ୍ରକାଶିତ ।
୧୮୭୦ ଖ୍ରୀ.ଅ. – ରୁଷିଆରେ ଲେନିନ୍‌ଙ୍କର ଜନ୍ମ ।
୧୮୮୧-୧୮୯୪ ଖ୍ରୀ.ଅ. – ଜାର୍ ତୃତୀୟ ଆଲେକ୍‌ଜାଣ୍ଡାରଙ୍କର ଶାସନ ସମୟ ।
୧୮୮୩ ଖ୍ରୀ.ଅ. – ଲଣ୍ଡନଠାରେ କାର୍ଲ ମାର୍କଙ୍କର ମୃତ୍ୟୁ ।
୧୮୯୪-୧୯୧୭ ଖ୍ରୀ.ଅ. – ଜାର୍ ଦ୍ୱିତୀୟ ନିକୋଲାସ୍‌ଙ୍କର ଶାସନ ସମୟ ।
୧୮୯୫ ଖ୍ରୀ.ଅ. – ଅସନ୍ତୁଷ୍ଟ ଶ୍ରମିକମାନଙ୍କଦ୍ୱାରା ‘ସାମାଜିକ ଗଣତାନ୍ତ୍ରିକ ଦଳ’ ଗଠନ ।
୧୯୦୦ ଖ୍ରୀ.ଅ. – ଲେନିନ୍‌ଙ୍କର ନିର୍ବାସନ ଦଣ୍ଡରୁ ମୁକ୍ତି ।
୧୯୦୧ ଖ୍ରୀ.ଅ. – କୃଷକମାନଙ୍କଦ୍ଵାରା ‘ସାମାଜିକ ବିପ୍ଳବୀ ଦଳ’ ଗଠନ ।
୧୯୦୩ ଖ୍ରୀ.ଅ. – ସାମାଜିକ ଗଣତାନ୍ତ୍ରିକ ଦଳ ୨ ଭାଗରେ ବିଭକ୍ତ, ଯଥା – (କ) ମେସେଭିକ୍ ଦଳ, (ଖ) ବୋଲ୍‌ସେଭିକ୍ ଦଳ ।
୧୯୦୪ ଖ୍ରୀ.ଅ. – ରୁଷ୍-ଜାପାନ ଯୁଦ୍ଧ ।
୧୯୦୫ ଖ୍ରୀ.ଅ. – (ଜାନୁୟାରୀ ୨୨) ରକ୍ତାକ୍ତ ରବିବାର ।
୧୯୧୬ ଖ୍ରୀ.ଅ. – (ଡିସେମ୍ବର) ରାସ୍‌ପୁଟିନ୍‌ଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ।
୧୯୧୭ ଖ୍ରୀ.ଅ. – ରୁଷ୍ ବିପ୍ଳବ ସଂଘଟିତ; (ନଭେମ୍ବର ୭) ବୋଲ୍‌ସେଭିକ୍ ସ୍ୱେଚ୍ଛାସେବୀମାନଙ୍କଦ୍ୱାରା ପେଟ୍ରୋଗ୍ରାଡ୍ ସହରର ରେଳଷ୍ଟେସନ, ସାମରିକ ଦୁର୍ଗ, ଟେଲିଗ୍ରାଫ୍ ଓ ଟେଲିଫୋନ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ଦଖଲ; ରୁଷିଆରେ ସୋଭିଏତ୍ ସାଧାରଣତନ୍ତ୍ର ସ୍ଥାପିତ; (ଡିସେମ୍ବର୧୫) ବ୍ରେଷ୍ଟ -ଲିତୋଭସ୍କଠାରେ ଜର୍ମାନୀ ସହ ଯୁଦ୍ଧବିରତି ବୁଝାମଣା ସ୍ବାକ୍ଷର କରି ରୁଷିଆ ପ୍ରଥମ ବିଶ୍ୱଯୁଦ୍ଧରୁ ଓହରିଗଲା ।
୧୯୧୮ ଖ୍ରୀ.ଅ. – ରୁଷିଆ ‘ରୁଷୀୟ ସୋସିଆଲିଷ୍ଟ ଫେଡ଼େରେଟିଭ୍ ସୋଭିଏତ୍ ରିପବ୍ଲିକ୍‌’ ନାମରେ ନାମିତ ଓ (ମାର୍ଚ୍ଚ ୩ ତାରିଖ) ରୁଷ୍ ଓ ଜର୍ମାନୀ ମଧ୍ୟରେ ବ୍ରେଷ୍ଟ-ଲିତୋଭସ୍କ ସନ୍ଧି ସ୍ବାକ୍ଷରିତ ।
୧୯୨୪ ଖ୍ରୀ.ଅ. – ରୁଷିଆ ‘ୟୁନିଅନ୍ ଅଫ୍ ସୋଭିଏତ୍ ସୋସିଆଲିଷ୍ଟ ରିପବ୍ଲିକ୍‌ସ୍’ ନାମରେ ପରିଚିତ ଓ ଲେନିନ୍‌ଙ୍କର ମୃତ୍ୟୁ ।

BSE Odisha 9th Class Maths Notes Algebra Chapter 6 ଅନୁପାତ ଓ ସମାନୁପାତ

Odisha State Board BSE Odisha 9th Class Maths Notes Algebra Chapter 6 ଅନୁପାତ ଓ ସମାନୁପାତ will enable students to study smartly.

BSE Odisha Class 9 Maths Notes Algebra Chapter 6 ଅନୁପାତ ଓ ସମାନୁପାତ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

ଅନୁପାତ (Ratio) :
(i) ଦୁଇଟି ରାଶିକୁ ତୁଳନା କଲେ, ପ୍ରଥମ ରାଶି ଦ୍ୱିତୀୟ ରାଶିର କେତେ ଗୁଣ ବା କେତେ ଅଂଶ, ଏହା ଯେଉଁ ରାଶି ବା ସଂଖ୍ୟାଦ୍ଵାରା ବ୍ୟକ୍ତ ହୁଏ, ତାହାକୁ ପ୍ରଥମ ଓ ଦ୍ୱିତୀୟ ମଧ୍ୟସ୍ଥି ଅନୁପାତ (Ratio) କୁହାଯାଏ
ଉଦାହରଣ –

  • 6 ମିଟର ଓ 30 ମିଟରର ଅନୁପାତ = \(\frac{6}{30}=\frac{1}{5}\) = 1 : 5
  • 25 ପଇସା ଓ 1 ଟଙ୍କାର ଅନୁପାତ = \(\frac{25}{100}=\frac{1}{4}\) = 1 : 4

(ii) ମନେକରାଯାଉ ଗୋଟିଏ ଏକକରେ ପ୍ରକାଶିତ ଦୁଇଟି ରାଶି a ଓ b ଅଟେ । a ରାଶି ସହ b ରାଶି ଅନୁପାତକୁ a : b । ବା \(\frac{a}{b}\) ଦ୍ଵାରା ପ୍ରକାଶ କରାଯାଏ । (a : b କୁ a ଅନୁପାତ b ବା a is to b ବୋଲି ପଢ଼ାଯାଏ ।)
(iii) ଅନୁପାତ a : bରେ ପ୍ରଥମ ପଦ aକୁ ପୂର୍ବ ପଦ (antecedent) ଓ ଦ୍ୱିତୀୟ ପଦ bକୁ ଉତ୍ତର ପଦ (consequent) କୁହାଯାଏ
(iv) କୌଣସି ଅନୁପାତରେ ପୂର୍ବ ଓ ଉତ୍ତର ରାଶିଦ୍ଵୟକୁ ଯଦି ସମାନ ଅଣଶୂନ୍ୟ (Non-zero) ରାଶି ଦ୍ଵାରା ଗୁଣନ ବା ହରଣ କରାଯାଏ, ତାହାହେଲେ ଅନୁପାତର ମୂଲ୍ୟ ଅପରିବର୍ତିତ ରହିବ ।
(v) ଅନୁପାତ କେବଳ ଗୋଟିଏ ରାଶି ବା ଏକ ସଂଖ୍ୟାଦ୍ଵାରା ପ୍ରକାଶିତ ହୁଏ ।
{ଅନୁପାତ ଏକକ ନିରପେକ୍ଷ (independent of unit) ରାଶି ।}

ବିଭିନୃ ଅନୁପାତ (Different type of Ratios):

  • ବର୍ଗାନୁପାତ (Duplicate Ratio) : \(\frac{\mathrm{a}^2}{\mathrm{~b}^2}\) କୁ \(\frac{a}{b}\) ର ବର୍ଗାନୁପାତ କୁହାଯାଏ । ଉଦାହରଣ ସ୍ୱରୂପ, \(\frac{2}{3}\) ର ବର୍ଗାନୁପାତ \(\frac{4}{9}\) ।
  • ଘନାନୁପାତ (Triplicate Ratio): \(\frac{a^3}{b^3}\) କୁ \(\frac{a}{b}\) ର ଘନାନୁପାତ କୁହାଯାଏ । ଉଦାହରଣ ସ୍ୱରୂପ, \(\frac{2}{3}\)ର ଘନାନୁପାତ \(\frac{8}{27}\)
  • ଉପବର୍ଗାନୁପାତ କିମ୍ବା ବର୍ଗାମୂଳାନୁପାତ (Subduplicate Ratio) : \(\frac{a^{\frac{1}{2}}}{b^{\frac{1}{2}}}\) ବା \(\frac{\sqrt{a}}{\sqrt{b}}\) କୁ \(\frac{a}{b}\) ଅନୁପାତର ଉପବର୍ଗାନୁପାତ କୁହାଯାଏ । ଉଦାହରଣ ସ୍ଵରୂପ, \(\frac{2}{3}\),  \(\frac{4}{9}\)ର ଉପବର୍ଗାନୁପାତ ଅଟେ ।
  • ଉପବର୍ଗାନୁପାତ କିମ୍ବା ଘନମୂଳାନୁପାତ (Sub-Triplicate Ratio): \(\frac{a^{\frac{1}{2}}}{b^{\frac{1}{2}}}\) ବା \(\frac{3\sqrt{a}}{3\sqrt{b}}\) କୁ \(\frac{a}{b}\) ଅନୁପାତର ଉପଘନାନୁପାତ କୁହାଯାଏ । ଉଦାହରଣ ସ୍ୱରୂପ, \(\frac{3}{2}\),  \(\frac{27}{8}\) କୁ ର ଉପଘନାନୁପାତ କୁହାଯାଏ ।
  • ପ୍ରତିଲୋମୀ ଅନୁପାତ (Inverse Ratio) : କୌଣସି ଅନୁପାତର ପୂର୍ବପଦ ଓ ଉତ୍ତର ପଦକୁ ଯଥାକ୍ରମେ ଉତ୍ତରପଦ ଓ ପୂର୍ବପଦ କରିଦେଲେ, ଯେଉଁ ନୂତନ ଅନୁପାତଟି ସୃଷ୍ଟି ହେବ, ତାହାକୁ ସେହି ଅନୁପାତର ପ୍ରତିଲୋମୀ ଅନୁପାତ କୁହାଯାଏ ।
    ଉଦାହରଣ ସ୍ଵରୂପ, \(\frac{5}{7}\) ର ପ୍ରତିଲୋମୀ ଅନୁପାତ \(\frac{7}{5}\) ଏବଂ \(\frac{3}{2}\) ର ପ୍ରତିଲୋମୀ ଅନୁପାତ \(\frac{2}{3}\) ।
  • ଯୌଗିକ ଅନୁପାତ (Compound Ratio) : ଅନୁପାତଗୁଡ଼ିକ ଯଦି \(\frac{a}{b}, \frac{c}{d}, \frac{c}{f}\) ହୁଅନ୍ତି, ତେବେ ସେଗୁଡ଼ିକର \(\begin{aligned}
    & \text { ace…….. } \\
    & \text { bdf…….. }
    \end{aligned}\)

    ଉଦାହରଣ ସ୍ଵରୂପ, \(\frac{2}{3}, \frac{3}{4}, \frac{4}{5}\) ର ଯୌଗିକ ଅନୁପାତ ହେବ \(\begin{aligned}
    & 2 \times 3 \times 4 \\
    & 3 \times 4 \times 5
    \end{aligned}=\frac{2}{5}\)

BSE Odisha 9th Class Maths Notes Algebra Chapter 6 ଅନୁପାତ ଓ ସମାନୁପାତ

ସମାନୁପାତ (Proportion):
(i) ଦୁଇ ବା ତତୋଽଧ୍ଵକ ଅନୁପାତର ସମାନତାକୁ ସମାନୁପାତ (Proportion) କୁହାଯାଏ । \(\frac{a}{b}=\frac{c}{d}\) ସମାନୁପାତ । ଏହି ସମାନୁପାତକୁ a : b :: c : d ବା a : b = c : d ରୂପେ ଲେଖାଯାଇପାରେ । ଏଠାରେ ରାଶି ଚାରୋଟି a, b, c, d ସମାନୁପାତୀ (Proportional) ବା ସମାନୁପାତ ବିଶିଷ୍ଟ ।
(ii) ଉପରୋକ୍ତ ସମାନୁପାତରେ a, b, c, dକୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପଦ ବା ରାଶି କୁହାଯାଏ । a ଓ dକୁ ପ୍ରାନ୍ତରାଶି (extremes) ଏବଂ b ଓ cକୁ ମଧ୍ୟରାଶି (means) କୁହାଯାଏ । d ରାଶିକୁ a, b ଓ c ରାଶିଗୁଡ଼ିକର – ଚତୁର୍ଥ ସମାନୁପାତୀ (Forth proportional) କୁହାଯାଏ ।
(iii) \(\frac{a}{b}=\frac{c}{d}\) ହେଲେ a, b, c, d ସମାନୁପାତୀ ହୁଅନ୍ତି, ଅନ୍ୟ ପ୍ରକାରେ a, b, c, d ସମାନୁପାତୀ ହେଲେ, \(\frac{a}{b}=\frac{c}{d}\) ହୁଏ ।
(iv) \(\frac{a}{b}=\frac{c}{d}\) ହେଲେ ad = bc {ଚାରିଗୋଟି ରାଶି ସମାନୁପାତୀ ହେଲେ, ପ୍ରାନ୍ତ ରାଶିଦ୍ଵୟର ଗୁଣଫଳ = ମଧ୍ୟ ରାଶିଦ୍ଧୟର ଗୁଣଫଳ ସହିତ ସମାନ ହୁଏ ।}
(v) ଯଦି \(\frac{a}{b}=\frac{c}{d}=\frac{e}{f}\) = ….. ହୁଏ, ହେଲେ a, b, c, d, e, f ରାଶିମାନ ସମାନୁପାତୀ ହେବେ ।

ଏ କ୍ରମିକ ସମାନୁପାତ (Continued Proportion) :
ସମଜାତୀୟ ତିନିଗୋଟି ରାଶି ମଧ୍ୟରୁ ପ୍ରଥମ ଓ ଦ୍ୱିତୀୟ ରାଶିର ଅନୁପାତ, ଯଦି ଦ୍ୱିତୀୟ ଓ ତୃତୀୟ ରାଶିର ଅନୁପାତ ସହିତ ସମାନ ହୁଏ, ତେବେ ସେ ଅନୁପାତ ସମ୍ବନ୍ଧକୁ କ୍ରମିକ ସମାନୁପାତ କୁହାଯାଏ ଏବଂ ଉକ୍ତ ରାଶିଗୁଡ଼ିକୁ କ୍ରମିକ ସମାନୁପାତୀ କୁହାଯାଏ ।

  • a, b, c କ୍ରମିକ ସମାନୁପାତୀ ହେଲେ \(\frac{a}{b}=\frac{b}{c}\) ହେବ । ଏଠାରେ bକୁ a ଓ cର ମଧ୍ୟ ସମାନୁପାତୀ (Mean Proportional) ଏବଂ cକୁ a ଓ bଦ୍ୱିତୀୟ ସମାନୁପାତୀ (Third Proportional) କୁହାଯାଏ ।
    \(\frac{a}{b}=\frac{b}{c}\) ହେଲେ, b2 = ac ହେବ ଅର୍ଥାତ୍ (ମଧ୍ୟ ସମାନୁପାଢୀ)2 = ପ୍ରାନ୍ତ ରାଶିଦ୍ଧୟର ଗୁଣଫଳ ।
  • ସେହିପରି a, b, c, d ….. କ୍ରମିକ ସମାନୁପାତୀ ହେଲେ \(\frac{a}{b}=\frac{b}{c}=\frac{c}{d}\) = ….. ହେବ । ଅର୍ଥାତ୍ b2 = ac, c2 = bd, ad = bc ହେବ ।
    {a, b, c, d କ୍ରମିକ ସମାନୁପାତ୍ରୀ ହେଲେ, ସେମାନେ ସର୍ବଦା ସମାନୁପାଠୀ ହେବେ । ଅର୍ଥାତ୍ \(\frac{a}{b}=\frac{b}{c}=\frac{c}{d}\) ହେଲେ \(\frac{a}{b}=\frac{c}{d}\) ହେବ ।
  • a, b, c, d ସମାନୁପାତୀ ହେଲେ, ସେଗୁଡ଼ିକ କ୍ରମିକ ସମାନୁପାତୀ ନହୋଇ ପାରନ୍ତି ।

BSE Odisha 9th Class Maths Notes Algebra Chapter 6 ଅନୁପାତ ଓ ସମାନୁପାତ

BSE Odisha 9th Class History Notes Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

Odisha State Board BSE Odisha 9th Class History Notes Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା will enable students to study smartly.

BSE Odisha Class 9 History Notes Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ଉପକ୍ରମ :

  • ଶୀତଳ ଯୁଦ୍ଧ ଯୋଗୁଁ ପୃଥ‌ିବୀ ଦୁଇଟି ଗୋଷ୍ଠୀରେ ବିଭକ୍ତ ହେଲା; ଯଥା – ସାମ୍ୟବାଦୀ ଗୋଷ୍ଠୀ ଏବଂ ପୁଞ୍ଜିବାଦୀ ଗୋଷ୍ଠୀ ।
  • ପରେ ଉଭୟ ଗୋଷ୍ଠୀ ପରସ୍ପର ସପକ୍ଷରେ ସାମରିକ ମେଣ୍ଟମାନ ଗଠନ କରିଥିଲେ ।
  • ଶୀତଳ ଯୁଦ୍ଧ ସମୟରେ ମହାକାଶ ଗବେଷଣା, ଆଣବିକ ଅସ୍ତ୍ର ପ୍ରସ୍ତୁତି ପାଇଁ ପ୍ରତିଦ୍ବନ୍ଦିତା, ଚନ୍ଦ୍ରପୃଷ୍ଠରେ ମାନବର ଅବତରଣ,ନୂତନ ପ୍ରଯୁକ୍ତି ବିଦ୍ୟା ଯୁଗର ଅୟମାରମ୍ଭ ଘଟିଥିଲା ।

BSE Odisha 9th Class History Notes Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

ବିଷୟବସ୍ତୁ ରୂପରେଖ:

  1. ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଂଗଠନ (NATO)
  2. ଆନ୍‌ସ୍ ରାଜିନାମା (ANZUS PACT)
  3. ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନ (SEATO)
  4. ବାଗଦାଦ୍ ଚୁକ୍ତି
  5. କେନ୍ଦ୍ରୀୟ ଚୁକ୍ତି ସଂଗଠନ (CENTO)
  6. ୱାରସ୍ ଚୁକ୍ତି (WARSAW PACT)
  7. ଦେର୍ତା (DETENTE)
  8. ନୂତନ ଶୀତଳ ଯୁଦ୍ଧ (New Cold War)

→ ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଂଗଠନ (NATO) :

  • ପଶ୍ଚିମ ଓ ମଧ୍ୟ ଇଉରୋପରେ ସୋଭିଏତ୍ ରୁଷର ପ୍ରତିପତ୍ତିକୁ ପ୍ରତିହତ କରିବାପାଇଁ ୧୯୪୯ ମସିହା ଏପ୍ରିଲ ୪ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଂଗଠନ ବା NATO ଗଠିତ ହୋଇଥିଲା ।

→ ଆନ୍‌ସ୍ ରାଜିନାମା (ANZUS PACT) :

  • ୧୯୫୧ ମସିହାରେ ଆନ୍‌ସ୍ ରାଜିନାମା ସ୍ବାକ୍ଷରିତ ହୋଇଥିଲା । ଏଥିରେ ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକା ଭାଗ ନେଇଥିଲେ ।
  • ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ତଥା ମିଳିତ ପ୍ରତିରକ୍ଷା ବ୍ୟବସ୍ଥାର ପରିଚାଳନା ଏହାର ଉଦ୍ଦେଶ୍ୟ ଥିଲା ।

→ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନ (SEATO) :

  1. ଦକ୍ଷିଣ-ପୂର୍ବ ଏସିଆରେ ରୁଷ୍ ଓ ସାମ୍ୟବାଦୀ ଚୀନ୍‌ର ପ୍ରଭାବ ହ୍ରାସ କରିବାପାଇଁ ୧୯୫୪ ମସିହା ସେପ୍ଟେମ୍ବର ୮ ତାରିଖରେ ଆମେରିକା ନେତୃତ୍ୱରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
  2. ୧୯୪୮ ମସିହାରେ ବ୍ରସେଲସ୍ ଚୁକ୍ତି ଆଧାରରେ ପଶ୍ଚିମ ଇଉରୋପରେ ଐକ୍ୟ ପ୍ରତିଷ୍ଠା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଥିଲା ।

BSE Odisha 9th Class History Notes Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

→ ବାଦ୍ ଚୁକ୍ତି :

  • ୧୯୫୫ ମସିହାରେ ବାର୍‌ଦ୍ୱାରେ ବ୍ରିଟେନ୍, ତୁର୍କୀ, ଇରାକ୍, ଇରାନ୍ ଓ ପାକିସ୍ତାନ ମଧ୍ୟରେ ଏହି ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା ।

→  କେନ୍ଦ୍ରୀୟ ଚୁକ୍ତି ସଂଗଠନ (CENTO) :
ସାମରିକ ଗୋଷ୍ଠୀ ଗଠନ ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା Chapter 9

  • ୧୯୫୮ ମସିହାରେ ବାଦ୍ ଚୁକ୍ତିରୁ ଇରାକ୍ ଓହରିଯିବାରୁ ଏହାକୁ କେନ୍ଦ୍ରୀୟ ଚୁକ୍ତି ସଂଗଠନ କୁହାଗଲା ଓ ଏଥିରେ ଆମେରିକା ନୂତନ ସଭ୍ୟଭାବେ ଯୋଗଦେଲା ।

→ ୱାରସ୍ ଚୁକ୍ତି (WARSAW PACT) :

  • ୧୯୫୫ ମସିହା ମେ ୧ ତାରିଖରେ ପୋଲାଣ୍ଡର ରାଜଧାନୀ ୱାରସ୍ତାରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
  • ଏହା ସୋଭିଏତ୍ ରୁଷ୍ ନେତୃତ୍ୱରେ ଗଠିତ ହୋଇଥିଲା । ପୁଞ୍ଜିବାଦୀ ରାଷ୍ଟ୍ରମାନଙ୍କର ଆକ୍ରମଣକୁ ମିଳିତଭାବେ ପ୍ରତିରୋଧ କରିବା ଏହାର ଉଦ୍ଦେଶ୍ୟ ଥିଲା ।

→ ଦୈର୍ତା (DETENTE) :

  • ୧୯୬୯ ମସିହାରୁ ୧୯୭୮ ମସିହା ମଧ୍ୟରେ ସୋଭିଏତ୍ ରୁଷ୍ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଉତ୍ତେଜନା ହ୍ରାସ ପାଇଥିଲା । ଶୀତଳ ଯୁଦ୍ଧର ଏହି ପରିସ୍ଥିତିକୁ ଦୈର୍ତା (Detente) କୁହାଯାଉଥିଲା । ଏହି ସମୟରେ ଦୁଇ ବୃହତ୍ ଶକ୍ତି ମଧ୍ୟରେ ପାରସ୍ପରିକ ସହଯୋଗିତା ଦେଖାଦେଇଥିଲା ।

BSE Odisha 9th Class History Notes Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

→ ନୂତନ ଶୀତଳ ଯୁଦ୍ଧ (New Cold War) :

  • ୧୯୭୯ ମସିହାରେ ଇରାନ୍ ବିଦ୍ରୋହ, ଚୀନ୍ – ଭିଏତ୍‌ନାମ୍ ଯୁଦ୍ଧ, ଏଲସାଲଭେଡ଼ରରେ ଯୁକ୍ତରାଷ୍ଟ୍ର ଆମେରିକାର ସଂପୃକ୍ତି ଏବଂ ଆଫଗାନିସ୍ତାନରେ ସୋଭିଏତ୍ ରୁଷର ହସ୍ତକ୍ଷେପ ଫଳରେ ଦୈତାର ଅବସାନ ହେଲା ଓ ଦୁଇ ମହାଶକ୍ତି ମଧ୍ୟରେ ପୁନଃ ଉତ୍ତେଜନା ଓ ଦ୍ବନ୍ଦ୍ବ ପ୍ରକାଶ ପାଇଲା ।
    ସାମରିକ ଗୋଷ୍ଠୀ ଗଠନ ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା Chapter 9.1
  • ପୋଲାଣ୍ଡ, ଚେକୋସ୍ଲୋଭାକିଆ, ଆଲ୍‌ବାନିଆ, ଯୁଗୋସ୍ଲୋଭିଆ, ବୁଲଗେରିଆ, ହଙ୍ଗେରୀ, ପୂର୍ବ ଜର୍ମାନୀ ପ୍ରଭୃତି ଦେଶରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ।
  • ଏହା ପୁରାତନ ଶୀତଳ ଯୁଦ୍ଧଠାରୁ ଭୟଙ୍କର ଜଣାଯାଉଥିଲେ ମଧ୍ୟ ଅସ୍ଥାୟୀ ଥିଲା ।
  • ୧୯୮୫ ମସିହାରେ ସୋଭିଏତ୍ ରୁଟ୍‌ରେ ମିଖାଇଲ୍ ଗୋର୍ବାଚେର୍‌ଙ୍କ ସଂସ୍କାରମୂଳକ ନୀତି ପ୍ରଣୟନ ଫଳରେ ଉଭୟ ମହାଶକ୍ତିଙ୍କ ମଧ୍ୟରେ ଶାନ୍ତି ଓ ସହାବସ୍ଥାନ ଭାବ ବୃଦ୍ଧି ପାଇଥିଲା ।
  • ୧୯୯୧ ମସିହା ଡିସେମ୍ବର ମାସରେ ସୋଭିଏତ୍ ସଂଘର ବିଲୟ ଘଟିଥିଲା ।
  • ୧୯୯୨ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜର୍ଜ ବୁଶ୍ ଓ କେନ୍ଦ୍ର ରୁଷ୍ ମଣ୍ଡଳ (Russian Federation)ର ରାଷ୍ଟ୍ରପତି ବୋରିସ୍ ୟେଲ୍‌ସିନ୍ ଶୀତଳ ଯୁଦ୍ଧର ପରିସମାପ୍ତି ଘୋଷଣା କରିଥିଲେ ।

BSE Odisha 9th Class History Notes Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ:

୧୯୪୯ ଖ୍ରୀ.ଅ. – (ଏପ୍ରିଲ୍ ୪) ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଂଗଠନ (NATO) ଗଠନ ।
୧୯୫୧ ଖ୍ରୀ.ଅ. – ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଆନ୍‌ସ୍ ରାଜିନାମା ସ୍ବାକ୍ଷରିତ ।
୧୯୫୨ ଖ୍ରୀ.ଅ. – ଗ୍ରୀସ୍ ଓ ତୁର୍କୀର ନାଟୋରେ ଯୋଗଦାନ; (ମେ ୨୭) ଇଉରୋପୀୟ ପ୍ରତିରକ୍ଷା ଗୋଷ୍ଠୀର ପ୍ରତିଷ୍ଠା ନିମନ୍ତେ ପ୍ୟାରିସ୍ଠାରେ ଏକ ଚୁକ୍ତି ସ୍ୱାକ୍ଷରିତ ।
୧୯୫୪ଖ୍ରୀ.ଅ. – (ସେପ୍ଟେମ୍ବର ୮) ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନ (SEATO) ଗଠନ ।
୧୯୫୫ ଖ୍ରୀ.ଅ. – ଜର୍ମାନୀ ସଂଯୁକ୍ତ ସାଧାରଣତନ୍ତ୍ରର ନାଟୋରେ ଯୋଗଦାନ; ବାଗ୍‌ଦାଦ୍ ଚୁକ୍ତି ସ୍ୱାକ୍ଷରିତ; (ମେ ୧) ରୁଷ୍ ଏବଂ ତା’ର ଅନୁଗାମୀମାନଙ୍କୁ ନେଇ ୱାରସ୍ ଚୁକ୍ତି ସ୍ବାକ୍ଷରିତ ।
୧୯୫୮ ଖ୍ରୀ.ଅ. – ଇରାକ୍ ବାଗ୍‌ଦାଦ୍ ଚୁକ୍ତିରୁ ଓହରିଯିବା ପରେ ଏହି ଚୁକ୍ତିର ନାମ କେନ୍ଦ୍ରୀୟ ଚୁକ୍ତି ସଂଗଠନ ରଖାଗଲା ଏବଂ ଆମେରିକା ଏହାର ସଭ୍ୟ ହେଲା ।
୧୯୭୫ ଖ୍ରୀ.ଅ. – ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନର ପରିସମାପ୍ତି ।
୧୯୭୯ ଖ୍ରୀ.ଅ. – ନୂତନ ଶୀତଳ ଯୁଦ୍ଧର ସୂତ୍ରପାତି ଓ ଦେର୍ତାର ଅବସାନ ।
୧୯୮୫ ଖ୍ରୀ.ଅ. – ମିଖାଇଲ୍ ଗୋର୍ବାଚେଭ୍ ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ।
୧୯୯୧ ଖ୍ରୀ.ଅ. – ଡିସେମ୍ବର ସୋଭିଏତ୍ ସଂଘର ବିଲୟ ।
୧୯୯୨ ଖ୍ରୀ.ଅ. – ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜର୍ଜ ବୁଶ୍ ଓ କେନ୍ଦ୍ର ରୁଷ୍ମମଣ୍ଡଳର ରାଷ୍ଟ୍ରପତି ବୋରି ସ୍ ୟେଲସିନ୍‌ଙ୍କଦ୍ଵାରା ଶୀତଳ ଯୁଦ୍ଧର ଅବସାନ ଘୋଷଣା ।

BSE Odisha 9th Class Maths Notes Algebra Chapter 2 ବାସ୍ତବ ସଂଖ୍ୟା

Odisha State Board BSE Odisha 9th Class Maths Notes Algebra Chapter 2 ବାସ୍ତବ ସଂଖ୍ୟା will enable students to study smartly.

BSE Odisha Class 9 Maths Notes Algebra Chapter 2 ବାସ୍ତବ ସଂଖ୍ୟା

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

ଗଣନ ସଂଖ୍ୟା ବା ସ୍ଵାଭାବିକ ସଂଖ୍ୟା (Natural Number) :
(i) ସମସ୍ତ ଗଣନ ସଂଖ୍ୟା (Counting Numbers) କିମୃ। ସ୍ଵାଭାବିକ ସଂଖ୍ୟା (Natural Numbers) ସେଟ୍ (N) = {1, 2, 3, …….} ।
(ii) ସମସ୍ତ ପୂର୍ଣସଂଖ୍ୟା (Integers) ମାନଙ୍କର ସେଟ୍ (Z) = {….. – 3, − 2, – 1, 0, 1, 2, 3,….} ଅର୍ଥାତ୍ ଗଣନ ସଂଖ୍ୟା, 0 (ଶୂନ) ଏବଂ ସମସ୍ତ ଋଣାତ୍ମକ ପୂର୍ବସଂଖ୍ୟାର ସେଟ୍ । 
(iii) N ସେଟ୍‌ରେ 0 (ଶୂନ) ଉପାଦାନଟିକୁ ନେଇ ବିଚାର କଲେ ସଂପ୍ରସାରିତ ସ୍ବଭାବିକ ସଂଖ୍ୟା ସେଟ୍ (N*) ମିଳିଥାଏ ।
N* = {0, 1, 2, 3,…….}

  • ଶୂନ (0) ଏବଂ ଋଣାତ୍ମକ ପୂର୍ଣ୍ଣସଂଖ୍ୟା (…… – 3, – 2, – 1) ପ୍ରାଚୀନ ଭାରତୀୟଙ୍କ ଅବଦାନ ।
  • ବ୍ରହ୍ମଗୁପ୍ତଙ୍କ ଦ୍ବାରା ରଚିତ ବ୍ରହ୍ମସିଦ୍ଧାନ୍ତ ପୁସ୍ତକରେ ଋଣାତ୍ମକ ସଂଖ୍ୟା ଉଲ୍ଲେଖ କରାଯାଇଛି ।

(iv) ସମସ୍ତ ପରିମେୟ ସଂଖ୍ୟା (Rational Numbers) ମାନଙ୍କ ସେଟ୍ Q = {\(\frac{p}{q}\) : p ଓ ରୁ ପୂର୍ବସଂଖ୍ୟା ଓ q ≠ 0} 
ମନେରଖ : ଯେକୌଣସି ପୂର୍ବସଂଖ୍ୟା ମଧ୍ୟ ଗୋଟିଏ ପରିମେୟ ସଂଖ୍ୟା ।
(v) N, N*, Z ଓ Q ମଧ୍ୟରେ ସମ୍ବନ୍ଧ : N ⊂ N* ⊂ Z ⊂ Q

N ସେଟ୍‌ରେ ଯୋଗ ଓ ଗୁଣନ ପ୍ରକ୍ରିୟାର ବୀଜଗାଣିତିକ ଧର୍ମ :
ଏଠାରେ ବ୍ୟବହୃତ ସଙ୍କେତ m, n ଓ p ପ୍ରତ୍ୟେକ ଗୋଟିଏ ଗୋଟିଏ ଗଣନ ସଂଖ୍ୟା । ଅର୍ଥାତ୍ m, n, p ∈ N
ଯୋଗ ପ୍ରକ୍ରିୟାର ଧର୍ମ :
(i) ସଂବୃତ୍ତି ନିୟମ (Closure property) : m + n ∈ N ଅର୍ଥାତ୍ ଦୁଇଟି ଗଣନ ସଂଖ୍ୟାର ଯୋଗଫଳ ଏକ ଗଣନ ସଂଖ୍ୟା ।
(ii) କ୍ରମ ବିନିମୟୀ ଧର୍ମ (Commutative property) : m + n = n + m
(iii) ସହଯୋଗୀ ଧର୍ମ (Associative property) : m + (n + p) = (m + n) + p

ଗୁଣନ ପ୍ରକ୍ରିୟାର ଧର୍ମ :
(iv) ସଂବୃତ୍ତି ଧର୍ମ : mn ∈ N ଅର୍ଥାତ୍ ଦୁଇଟି ଗଣନ ସଂଖ୍ୟାର ଗୁଣଫଳ ଏକ ଗଣନ ସଂଖ୍ୟା ।
(v) କ୍ରମବିନିମୟୀ ଧର୍ମ ; mn = nm
(vi) ସହଯୋଗୀ ଧର୍ମ : m (np) = (mn) p
(vii) ଅଭେଦ ଧର୍ମ (Identity property) : ଗୁଣନ ପ୍ରକ୍ରିୟାରେ ସଂଖ୍ୟା 1 (ଏକ) ଅଭେଦ ଓ m · 1 = 1 · m = m
{1କୁ ଗୁଣନାତ୍ମକ ଅଭେଦ (Multiplicative Identity) କୁହାଯାଏ ।}
(viii) ବଣ୍ଟନ ଧର୍ମ (Distributive property) : m(n + p) = mn + mp ଅର୍ଥାତ୍‌ ଗୁଣନ ପ୍ରକ୍ରିୟା ଯୋଗ ପ୍ରକ୍ରିୟାକୁ ବଣ୍ଟନ କରିଥାଏ ।

BSE Odisha 9th Class Maths Notes Algebra Chapter 2 ବାସ୍ତବ ସଂଖ୍ୟା

ଗଣନ ସଂଖ୍ୟାର କ୍ରମ (Order) :
N ସେଟ୍‌ରେ ଉପାଦାନଗୁଡ଼ିକ କ୍ରମିତ (Ordered) I N ସେଟ୍‌ରେ 1 < 2 < 3 < 4 …….

ଯୋଗର ଅଭେଦ ଧର୍ମ (Additive Identity) :
ଯେକୌଣସି ଉପାଦାନ m – N* ହେଲେ 0 + m = m |
{0 କୁ ଯୋଗାତ୍ମକ ଅଭେଦ (Additive Identity) କୁହାଯାଏ ।}
N* ସେଟ୍‌ର ସିଦ୍ଧ ହେଉଥ‌ିବା ଯୋଗ ଓ ଗୁଣନ ପ୍ରକ୍ରିୟାର ସମସ୍ତ ଧର୍ମ ପୂର୍ବସଂଖ୍ୟା ସେଟ୍ Zରେ ସତ୍ୟ ଅଟନ୍ତି ।

ଯୋଗ ପ୍ରକ୍ରିୟାପାଇଁ ବିଲୋମୀ ଧର୍ମ (Inverse Property) :
ଯେକୌଣସି ସେଟ୍‌ରେ ପୂର୍ଣ୍ଣସଂଖ୍ୟା m ପାଇଁ ଏହାର ବିଲୋମୀ (Inverse) ଟି – m ଓ – m ∈ Z
ଏବଂ m+ (-m) = 0 = (-m) + m ଏଠାରେ m ଓ – m ପରସ୍ପର ବିଲୋପୀ ଅଟନ୍ତି ।
ଶୂନର ଯୋଗାତ୍ମକ ବିଲୋମୀ 0 

ପୂର୍ବସଂଖ୍ୟା ସେଟ୍‌ରେ ବୀଜଗାଣିତିକ ଧର୍ମ :
Z ସେଟ୍‌ଟି ମଧ୍ୟକ୍ରମିକ ଅର୍ଥାତ୍ … < – 4 < – 3 < – 2 < – 1 < 0 < 1 < 2 < 3 < ……. । 
ଦୁଇଗୋଟି ପୂର୍ବ ସଂଖ୍ୟାର ବିୟୋଗଫଳ ଏକ ପୂର୍ବସଂଖ୍ୟା । ତେଣୁ ବିୟୋଗ ପ୍ରକ୍ରିୟାଟି Z ସେଟ୍‌ରେ ସଂବୃତ୍ତି ନିୟମ ପାଳନ କରେ । ମାତ୍ର ବିୟୋଗ ପ୍ରକ୍ରିୟା ସହଯୋଗୀ କିମ୍ବା କ୍ରମବିନିମୟୀ ନିୟମ ପାଳନ କରେ ନାହିଁ ।
ପୂର୍ବସଂଖ୍ୟାମାନଙ୍କ ପାଇଁ ନିମ୍ନଲିଖ ଉକ୍ତିଗୁଡ଼ିକ ସତ୍ୟ –
(i) -(-m) m (ii) (-m) (-n) = mn (iii) 0 × m = m × 0 = 0

କେତେକ ଗୁରୁତ୍ଵପୂର୍ତ୍ତି ଧାରଣା :
(a) ଇଉକ୍ଲିଡାୟ ପଦ୍ଧାତି (Euclidean algorithm):
P > 1 ଏକ ସ୍ବାଭାବିକ ସଂଖ୍ୟା ଓ n ଏକ ପୂର୍ଣ୍ଣସଂଖ୍ୟା ହେଲେ, n = mp + r
ଯେଉଁଠାରେ m r ପୂର୍ଣ୍ଣସଂଖ୍ୟା ଓ 0 < 1 < p n = mp + r ପରିପ୍ରକାଶଟି ଅନନ୍ୟ ।
ଏଠାରେ n = ଭାଜ୍ୟ (devidend), p = ଭାଜକ (divisor), m = ଭାଗଫଳ (quotient) ଓ r = ଭାଗଶେଷ (remainder ବା residue) |
ଅର୍ଥାତ୍ ଭାଜ୍ୟ = ଭାଜକ x ଭାଗଫଳ + ଭାଗଶେଷ
ଯଦି ଭାଗପ୍ରକ୍ରିୟାର r = 0, ତେବେ ଆମେ କହିଥାଉ n ସଂଖ୍ୟାଟି p ଦ୍ୱାରା ବିଭାଜ୍ୟ ।

(b) ଯୁଗ୍ମ ଓ ଅଯୁଗ୍ମ ସଂଖ୍ୟା (Even and Odd Numbers) :

  • ଯେଉଁ ପୂର୍ଣ୍ଣସଂଖ୍ୟା 2 ଦ୍ବାରା ବିଭାଜ୍ୟ ତାହାକୁ ଯୁଗ୍ମ ସଂଖ୍ୟା (Even numbers) କୁହାଯାଏ । ଏହାର ସାଧାରଣ ରୂପ 2m (m ∈ Z) ।
  • ଯେଉଁ ସଂଖ୍ୟାଗୁଡ଼ିକ 2 ଦ୍ୱାରା ବିଭାଜ୍ୟ ନୁହଁନ୍ତି ସେମାନଙ୍କୁ ଅଯୁଗ୍ମ ସଂଖ୍ୟା କୁହାଯାଏ ।
    ଏହାର ସାଧାରଣ ରୂପ 2m + 1 (m ∈ Z) ।
  • ଦୁଇଟି ସଂଖ୍ୟା ପରସ୍ପର ମୌଳିକ (relatively prime) ଯଦି ହୁଏ ସେମାନଙ୍କ ଗ.ସା.ଗୁ. 1 ହେବ । m ଓ
    n ପରସ୍ପର ମୌଳିକ ଯଦି (m, n) = 1 ।

(c) ମୌଳିକ ସଂଖ୍ୟା ଓ ଯୌଗିକ ସଂଖ୍ୟା (Prime and Composite Numbers) :
(i) ଯେଉଁ ସଂଖ୍ୟାଟି 1 ଓ ସେହି ସଂଖ୍ୟାଦ୍ଵାରା ବିଭାଜ୍ୟ ତାହାକୁ ମୌଳିକ ସଂଖ୍ୟା କୁହାଯାଏ ।
(ii) ଯେଉଁ ସଂଖ୍ୟା l ଓ ସେହି ସଂଖ୍ୟା ବ୍ୟତୀତ ଅନ୍ୟ ସଂଖ୍ୟାଦ୍ୱାରା ବିଭାଜ୍ୟ ତାହାକୁ ଯୌଗିକ ସଂଖ୍ୟା କୁହାଯାଏ ।
(iii) ପ୍ରତ୍ୟେକ ଗଣନ ସଂଖ୍ୟାର ସେ ନିଜେ ଓ 1 ଉତ୍ପାଦକଦ୍ବୟ ରହିଲେ ଏହି ଦୁଇଗୋଟି ଉତ୍ପାଦକକୁ ନଗଣ୍ୟ ଉତ୍ପାଦକ (Trivial factors) କୁହାଯାଏ । ମାତ୍ର ଯୌଗିକ ସଂଖ୍ୟାମାନଙ୍କର ନଗଣ୍ୟ ଉତ୍ପାଦକ ବ୍ୟତୀତ ଗଣ୍ୟ ଉତ୍ପାଦକ (Not-trivial factors) ଥାଏ ।

{1 ଓ 11000 ମଧ୍ୟରେ 168ବି, 1000 2000 ମଧ୍ୟରେ 135ବି, 2000ରୁ 3000 ମଧ୍ୟରେ 127ବି, 3000ରୁ 4000 ମଧ୍ଯରେ 120ଟି, 4000ରୁ 5000 ମଧ୍ୟରେ 119ଟି ମୌଳିକ ସଂଖ୍ୟା ଅଛି ।}

(iv) ସ୍ଵାଭାବିକ ସଂଖ୍ୟାର ଉତ୍ପାଦକୀକରଣ ଅନନ୍ୟ (Unique), ଅର୍ଥାତ୍ କୌଣସି ସ୍ଵାଭାବିକ ସଂଖ୍ୟାକୁ ଦୁଇ ପ୍ରକାର ମୌଳିକ ସଂଖ୍ୟାର ଉତ୍ପାଦକର ଗୁଣଫଳରେ ପ୍ରକାଶ କରାଯାଇନପାରେ ।

  • 1 ଭିନ୍ନ ପ୍ରତ୍ୟେକ ସ୍ଵାଭାବିକ ସଂଖ୍ୟା ଅନନ୍ୟ ଭାବରେ ମୌଳିକ ସଂଖ୍ୟାର ଗୁଣଫଳରୂପେ ପ୍ରକାଶ କରାଯାଇପାରେ
  • ଏହି ତଥ୍ୟ Fundamental Theorem of Arithmetic ବା Unique Factorisation Theorem ନାମରେ ଅଭିହିତ ।
  • 1 ଏକ ମୌଳିକ ସଂଖ୍ୟା ନୁହେଁ ।

(v) ଯୌଗିକ ସଂଖ୍ୟାର ମୌଳିକ ରାଶିମାନଙ୍କର ଉତ୍ପାଦକୀକୃତ ରୂପକୁ (Standard) ବା (Canonical) ରୂପ କୁହାଯାଏ । ଏ ପରିମେୟ ସଂଖ୍ୟା

ପରିମେୟ ସଂଖ୍ୟା (Rational Numbers) :
ପରିମେୟ ସଂଖ୍ୟା ସେଟ୍ ଠୁକୁ ବିଚାର କଲେ ଚାରିଟିଯାକ ପ୍ରକ୍ରିୟା (ଯୋଗ, ବିୟୋଗ, ଗୁଣନ ଓ ହରଣ) ସଂବୃତ୍ତି ନିୟମ ପାଳନ କରନ୍ତି । କେବଳ ହରଣ କ୍ଷେତ୍ରରେ ଭାଜକଭାବେ ରହିଥିବା ପରିମେୟ ସଂଖ୍ୟାଟି ଅଣଶୂନ୍ୟ ହେବା ଆବଶ୍ୟକ । ଯୋଗ ଓ ଗୁଣନ ପ୍ରକ୍ରିୟା ଦ୍ଵୟ ପାଇଁ ନିମ୍ନଲିଖ ବୀଜଗାଣିତିକ ନିୟମଗୁଡ଼ିକ ସତ୍ୟ । ଏଠାରେ x, y, z ∈ Q

ଯୋଗ ପ୍ରକ୍ରିୟାର ନିୟମ :
(i) ସଂବୃତ୍ତି ନିୟମ : x + y = Q
(ii) କ୍ରମବିନିମୟୀ ନିୟମ : x + y = y + x
(iii) ସହଯୋଗୀ ନିୟମ : x + (y + z) = (x + y) + z
(iv) ଅଭେଦ ନିୟମ : x + 0 = x (‘0’ କୁ ଯୋଗାତ୍ମକ ଅଭେଦ କୁହାଯାଏ)
(v) ବିଲୋମୀ ନିୟମ : x + (− x) = 0 (x ଓ – x ପରସ୍ପର ଯୋଗାତ୍ମକ ବିଲୋମୀ)

ଗୁଣନା ପ୍ରକ୍ରିୟାର ନିୟମ :
(i)ସଂବୃତ୍ତି ନିୟମ : xy ∈ Q
(ii) କ୍ରମବିନିମୟୀ ନିୟମ : xy = yx
(iii) ସହଯୋଗୀ ନିୟମ : x (yz) = (xy) z
(iv) ଅଭେଦ ନିୟମ : x · 1 = x (1କୁ ଗୁଣନାତ୍ମକ ଅଭେଦ କୁହାଯାଏ ।)
(v) ବିଲୋମୀ ନିୟମ : x(x ≠ 0)ର ବିଲୋମୀ \(\frac{1}{x}\) (କିମ୍ବା x-1) ଓ x . \(\frac{1}{x}\) = 1 (x ଓ \(\frac{1}{x}\) ପ୍ରତ୍ୟେକ ପରସ୍ପରର ଗୁଣନାତ୍ମକ ବିଲୋମୀ ।)

BSE Odisha 9th Class Maths Notes Algebra Chapter 2 ବାସ୍ତବ ସଂଖ୍ୟା

ଯୋଗ ଓ ଗୁଣନ ପ୍ରକ୍ରିୟାଦ୍ୱୟର ନିୟମ :
(i) ବଣ୍ଟନ ନିୟମ : x(y + z) = xy + xz |
(ii) ଯେଉଁ ସେଟ୍‌ର ଉପାଦାନଗୁଡ଼ିକ ଉପରୋକ୍ତ ଯୋଗାତ୍ମକ, ଗୁଣନାତ୍ମକ ତଥା ବଣ୍ଟନ ନିୟମ ପାଳନ କରୁଥୁବେ, ସେହି ସେଟ୍‌କୁ ଗୋଟିଏ ଫିଲ୍ଡ (Field) କୁହାଯାଏ । ପରିମେୟ ସଂଖ୍ୟା ସେଟ୍ Q ଏକ ଫିଲ୍ଡ 

  • Q ସେଟ୍‌ରେ ଗୁଣନର ବିଲୋମୀ ନିୟମ ସତ୍ୟ; ମାତ୍ର ଏହା Z ସେଟ୍‌ରେ ସତ୍ୟ ହେଉନଥିଲା ।
  • a + a + a + ….. (n ଥର) = na ଓ a × a × a × ….. (n ଥର) = an ⇒ an ସଂକେତକୁ ପ୍ରଥମେ ଫରାସୀ ଗଣିତଜ୍ଞ (Rene Descartes) ବ୍ୟବହାର କରିଥିଲେ ।

ପରିମେୟ ସଂଖ୍ୟା କ୍ଷେତ୍ରରେ ନିମ୍ନଲିଖ୍ ଅସମୀକରଣଗୁଡ଼ିକ ସତ୍ୟ ଅଟନ୍ତି ।

(i) ତ୍ରିମୁଖୀ ନିୟମ : ଦୁଇଗୋଟି ପରିମେୟ ସଂଖ୍ୟା x ଓ y ଦିଆଯାଇଥିଲେ ତୁଳନା କରି କହିହେବ
(a) x > y, (b) x < y କିମ୍ବା (c) x = y ଏହାକୁ ତ୍ରିମୁଖୀ ନିୟମ (Trichotomy law) କୁହାଯାଏ ।
ମନେକର x = \(\frac{p}{q}\) ଓ y = \(\frac{r}{s}\); p, q, r, s ∈ Z ଓ q ≠ 0 ଓ s ≠ 0
x < y ବା \(\frac{p}{q}\) < \(\frac{r}{s}\) ଯଦି ଓ କେବଳ ଯଦି ps < qr ବା ps – qr < 0
x > y ବା \(\frac{p}{q}\) > \(\frac{r}{s}\) ଯଦି ଓ କେବଳ ଯଦି ps > qr ବା ps – qr > 0

(ii) ନିମ୍ନଲିଖ୍ ଅସମୀକରଣଗୁଡ଼ିକ ସତ୍ୟ ଅଟନ୍ତି ଯେଉଁଠାରେ x, y, z ∈ Q।
(a) x < y ଓ y < z ହେଲେ x < z ଏହା ସଂକ୍ରମୀ ନିୟମ (Law of transitivity) ଅଟେ ।
(b) x < y ହେଲେ x + z < y + z
(c) x < y ଓ z > 0 ହେଲେ xz < yz
(d) x < y ଓ z < 0 ହେଲେ xy > yz
(e) 0 < x < y ହେଲେ \(\frac{1}{x}\) > \(\frac{1}{y}\) ଓ y < x < 0 ହେଲେ \(\frac{1}{y}\) > \(\frac{1}{x}\)

ପରିମେୟ ସଂଖ୍ୟାରି ଘନତୃ (Density of Rational Numbers) :
ଯେକୌଣସି ଦୁଇଟି ପରିମେୟ ସଂଖ୍ୟା ମଧ୍ୟବର୍ତ୍ତୀ ଅସଂଖ୍ ପରିମେୟ ସଂଖ୍ୟା ଥାଏ ।
a ଓ b ଦୁଇଟି ପରିମେୟ ସଂଖ୍ୟା ଏବଂ a < b ହେଲେ a < \(\frac{a+b}{2}\) < b

ପରିମେୟ ସଂଖ୍ୟାର ଦଶମିକ ରୂପ :

  1. \(\frac{p}{q}\) (q ≠ 0) ପରିମେୟ ସଂଖ୍ୟାରେ pକୁ ପୃଦ୍ୱାରା ଭାଗକଲେ କେତେକ କ୍ଷେତ୍ରରେ ଭାଗ ପ୍ରକ୍ରିୟାଟିର ପରିସମାପ୍ତି ଘଟେ ଓ ଆଉ କେତେକ କ୍ଷେତ୍ରରେ ଭାଗ ପ୍ରକ୍ରିୟାର ପରିସମାପ୍ତି କେବେହେଲେବି ଘଟେ ନାହିଁ 
  2. ଯେଉଁ ଭଗ୍ନସଂଖ୍ୟାରେ ଭାଗପ୍ରକ୍ରିୟାର ପରିସମାପ୍ତି ଘଟିଥାଏ, ତାହାକୁ ସସୀମ ବା ସରନ୍ତି (terminating) ଦଶମିକ ଭଗ୍ନସଂଖ୍ୟା କୁହାଯାଏ ।
    \(\frac{1}{2}\) = 0.5, \(\frac{1}{4}\) = 0.25, \(\frac{1}{5}\) = 0.2 ଇତ୍ୟାଦି ସସୀମ ଦଶମିକ ଭଗ୍ନସଂଖ୍ୟା ।
  3. ଯେଉଁ ଭଗ୍ନସଂଖ୍ୟାରେ ଭାଗପ୍ରକ୍ରିୟାର ପରିସମାପ୍ତି ଘଟେ ନାହିଁ ତାହାକୁ ଅସୀମ ବା ଅସରନ୍ତି (non-terminating) ଦଶମିକ ଭଗ୍ନସଂଖ୍ୟା କୁହାଯାଏ ।
    \(\frac{1}{3}\) = 0.3333 ….., \(\frac{1}{7}\) = 0.14285714285714 ….., \(\frac{5}{6}\) = 0.83333 …., ଇତ୍ୟାଦି ଅସୀମ ଦଶମିକ ଭଗ୍ନସଂଖ୍ୟା
  4. ଯେଉଁ ଦଶମିକ ଭଗ୍ନସଂଖ୍ୟାରେ ଦଶମିକ ବିନ୍ଦୁ ପରବର୍ତ୍ତୀ ଗୋଟିଏ ଅଙ୍କ ବା ଏକାଧିକ ଅଙ୍କମାନ ବାରମ୍ବାର କ୍ରମାନ୍ୱୟରେ ଆବିର୍ଭାବ ହୁଏ, ତାହାକୁ ପୌନଃପୁନିକ ଦଶମିକ ଭଗ୍ନସଂଖ୍ୟା (Recurring Decimals) କୁହାଯାଏ ।
    0.3333 ….. = \(0 . \overline{3}\) = 0.14285714285714 = \(0 \cdot \overline{142857}\), 0.8333 ….. = \(0 . \overline{83}\) ଇତ୍ୟାଦି ପୌନଃପୁନିକ ଦଶମିକ ଭଗ୍ନସଂଖ୍ୟା 

ପ୍ରତ୍ୟେକ ପରିମେୟ ସଂଖ୍ୟା ଦୁଇଟି ରୂପରେ ପ୍ରକାଶିତ ହୋଇପାରେ; ଯଥା :
(a) ସସୀମ ଦଶମିକ (terminating decimals) ରୂପ ଏବଂ
(b) ଅସୀମ ପୌନଃପୁନିକ ଦଶମିକ (non-terminating and recurring decimals) ରୂପ ।

  • ପ୍ରତ୍ୟେକ ସସୀମ ଦଶମିକ ଭଗ୍ନସଂଖ୍ୟା ଏବଂ ପ୍ରତ୍ୟେକ ଅସୀମ ଅଥଚ ପୌନଃପୁନିକ ଦଶମିକ ଭଗ୍ନସଂଖ୍ୟା ଗୋଟିଏ ଗୋଟିଏ ପରିମେୟ ସଂଖ୍ୟା ଅଟନ୍ତି ।
  • ଯେଉଁ ଦଶମିକ ଭଗ୍ନସଂଖ୍ୟାରୁଡ଼ିକ ଅସୀମ (non-terminating) କିନ୍ତୁ ପୌନଃପୁନିକ ନୁହଁନ୍ତି, ସେଗୁଡ଼ିକ ପରିମେୟ ସଂଖ୍ୟା ନୁହଁନ୍ତି ।

ପରିମେୟ ସଂଖ୍ୟା ସେଟ୍ ଠୁର ଅଭାବତ୍ଵ (Inadequacy of Rationals) ଓ ଅପରିମେୟ ସଂଖ୍ୟା (Irrational numbers) :
(i) ଯେଉଁ ସଂଖ୍ୟାଗୁଡ଼ିକ ପୂର୍ଣବର୍ଗ ନୁହେଁ ସେହି ସଂଖ୍ୟାମାନଙ୍କର ବର୍ଗମୂଳ ଅପରିମେୟ ସଂଖ୍ୟା ଅଟେ । 
(ii) √2, √3, √5, √17, √11 ଆଦି ସଂଖ୍ୟାଗୁଡ଼ିକ ଅପରିମେୟ ସଂଖ୍ୟା ।
[p ମୌଳିକ ହେଲେ √p ଅପରିମେୟ ହେବ]

ଅସୀମ ଓ ଅଣପୌନଃପୁନିକ ଦଶମିକ ରାଶି (Non-terminating and non-recurring Decimals): 
(i) ପ୍ରତ୍ୟେକ ପରିମେୟ ସଂଖ୍ୟାକୁ ଏକ ଅସୀମ ଦଶମିକ ଭଗ୍ନସଂଖ୍ୟାରେ ବା ଅସୀମ ଓ ପୌନଃପୁନିକ ଦଶମିକ ଭଗ୍ନସଂଖ୍ୟାରେ ପ୍ରକାଶ କରିହେବ । କିନ୍ତୁ ପରିମେୟ ସଂଖ୍ୟାଗୁଡ଼ିକର ଦଶମିକ ରୂପ ଅସୀମ ହେବ ଏବଂ ଅଣ ପୌନଃପୁନିକ ହେବ ।
(ii)କେବଳ ବର୍ଗମୂଳ ଜରିଆରେ (ଯଥା: √2, √3, √5 ଇତ୍ୟାଦି) ଯେ ଅପରିମେୟ ସଂଖ୍ୟା ଉତ୍ପନ୍ନ ହୁଏ ତାହା ନୁହେଁ । ସମୀକରଣ x3 = 2, x4 = 2….. ଇତ୍ୟାଦି ସମୀକରଣକୁ ସମାଧାନ କରି \(\sqrt[3]{2}, \sqrt[4]{2}\) ….. ଇତ୍ୟାଦି ଅପରିମେୟ ସଂଖ୍ୟା ପାଇହେବ ।
ମନେରଖ :
ବାସ୍ତବିକ ଯେତେ ପରିମେୟ ସଂଖ୍ୟା ଅଛି ତାଠାରୁ ଯଥେଷ୍ଟ ଅଧିକ ସଂଖ୍ୟାର ଅପରିମେୟ ସଂଖ୍ୟା ଅଛି ।

BSE Odisha 9th Class Maths Notes Algebra Chapter 2 ବାସ୍ତବ ସଂଖ୍ୟା

ଅପରିମେୟ ରାଣି  (Irrational number π) :
(i) ପ୍ରତ୍ୟେକ ସସୀମ ଦଶମିକ ସଂଖ୍ୟା ଯିଏ ପୌନଃପୁନ୍ୟ ହୋଇନଥ୍, ତାହା ଏକ ଅପରିମେୟ ସଂଖ୍ୟା । ଉଦାହରଣ -√2, √3, √5 ଇତ୍ୟାଦି ଅପରିମେୟ ସଂଖ୍ୟା ।
(ii)  ଯେକୌଣସି ବୃତ୍ତରେ ପରିଧୂ ଓ ବ୍ୟାସର ଦୈର୍ଘ୍ୟର ଅନୁପାତ ଏକ ଧ୍ରୁବକ ସଂଖ୍ୟା (Constant); ଯାହାକୁ r ଦ୍ଵାରା ସୂଚିତ କରାଯାଇଥାଏ ।
\(\frac{ବୃତ୍ତର ପରିଧୂ}{ବ୍ୟାସର ଦୈର୍ଘ୍ୟ}\) = π
{1761 ମସିହାରେ ଗଣିତଜ୍ଞ Lambert ଯୁକ୍ତିମୂଳକ ପ୍ରମାଣ କରି ଦର୍ଶାଇଥିଲେ ଯେ, “π ଏକ ଅପରିମେୟ ସଂଖ୍ୟା”}
(iii) ଗ୍ରୀକ୍ ଦାର୍ଶନିକ ଆର୍କିମେଡ଼ିସ୍‌ fର ଆସନ୍ନମାନ \(\frac{22}{7}\) ବୋଲି ନିର୍ଣ୍ଣୟ କରିଥିଲେ । ବିଭିନ୍ନ କ୍ଷେତ୍ରରେ ନରେ ଆସନ୍ନମାନ \(\frac{22}{7}\) ବ୍ୟବହୃତ ହୋଇ ଗାଣିତିକ ହିସାବ କରାଯାଏ ।  
(iv) ଅପରିମେୟ ସଂଖ୍ୟା π ଓ e ର ମୂଲ୍ୟ 2 ଓ 3 ମଧ୍ୟରେ ଥାଏ ।
(v) ପରିମେୟ ସଂଖ୍ୟାର ଯୋଗ ଓ ଗୁଣନ ସଂବୃତ୍ତି ନିୟମ ପାଳନ କର ।

ବାସ୍ତବ ସଂଖ୍ୟା (Real Numbers) :
(i) ସମସ୍ତ ଅପରିମେୟ ସଂଖ୍ୟାମାନଙ୍କ ସେଟ୍‌କୁ Q’ ସଂକେତ ଦ୍ୱାରା ଲେଖାଯାଏ ।
(ii) ସମସ୍ତ ପରିମେୟ ସଂଖ୍ୟା ସେଟ୍ ଠୁ ଓ ଅପରିମେୟ ସଂଖ୍ୟା ସେଟ୍ ଠୁ’ ର ସଂଯୋଗରୁ ଯେଉଁ ନୂତନ ସେଟ୍ ମିଳେ ତାହାକୁ ବାସ୍ତବ ସଂଖ୍ୟା (Real Number) ସେଟ୍‌ କୁହାଯାଏ । ଏହି ସେଟ୍‌ର ସଂକେତ R 
Q ∪ Q’ = R, Q ∩ Q’ = Φ, N ⊂ Z ⊂ Q ⊂ R
BSE Odisha 9th Class Maths Notes Algebra Chapter 2 ବାସ୍ତବ ସଂଖ୍ୟା

ବାସ୍ତବ ସଂଖ୍ୟାମାନଙ୍କ ବୀଜଗାଣିତିକ ଧର୍ମ (Algebraic Properties in Reals) :
ଯୋଗପ୍ରକ୍ରିୟାର ଧର୍ମ :
x, y, Z E R ହେଲେ
(i) ସଂବୃତ୍ତି ଧର୍ମ x ∈ R ଓ y ∈ R ହେଲେ x + y ∈ R
(ii) କ୍ରମବିନିମୟୀ ଧର୍ମ x ∈ R ଓ y ∈ R ହେଲେ x + y = y + x
(iii) ସହଯୋଗୀ ଧର୍ମ x, y, z ∈ R ହେଲେ x + (y + z) = (x + y) + z
(iv) ଅଭେଦ ଧର୍ମ ; X € R = x + 0 = x; 0 (0, R ସେଟ୍‌ରେ ଯୋଗାତ୍ମକ ଅଭେଦ ଅଟେ ।)
(v) ବିଲୋମୀ ଧର୍ମ : ପ୍ରତ୍ୟେକ ବାସ୍ତବ ସଂଖ୍ୟା xର ଯୋଗାତ୍ମକ୍ ବିଲୋମୀ (-x) ଓ x + (-x) = 0
(x ମଧ୍ଯ (-x)ର ଯୋଗାତ୍ମକ ବିଲୋମୀ)

ଗୁଣନ ପ୍ରକ୍ରିୟାର ଧର୍ମ :
x, y, Z ∈ R ହେଲେ
(i) ସଂବୃତ୍ତି ଧର୍ମ : xy ∈ R
(ii) କ୍ରମବିନିମୟୀ ଧର୍ମ ; xy = yx
(iii) ସହଯୋଗୀ ଧର୍ମ ; x (yz) = (xy) z
(iv) ଅଭେଦ ଧର୍ମ : x × 1 = x (1 (ଏକ) ସଂଖ୍ୟାଟି ଗୁଣନାତ୍ମକ ଅଭେଦ ।)
(v) ବିଲୋମୀ ଧର୍ମ : ପ୍ରତ୍ୟେକ x + 0 ପାଇଁ ଏକ ଅନନ୍ୟ ବାସ୍ତବ ସଂଖ୍ୟା \(\frac{1}{x}\) ବା x-1 ରହିଛି, ଯେପରିକି x . x-1 = 1 \(\frac{1}{x}\) ବା x-1 କୁ xର ଏବଂ xକୁ x-1 ର ଗୁଣନାତ୍ମକ ବିଲୋମୀ ଅଟେ ।

ଯୋଗ ଓ ଗୁଣନ ପ୍ରକ୍ରିୟାଦ୍ୱୟର ଧର୍ମ :
(i) ବଣ୍ଟନ ନିୟମ : x (y + z) = xy + xz (ଗୁଣନ ପ୍ରକ୍ରିୟାଟି ଯୋଗ ପ୍ରକ୍ରିୟା ଉପରେ ବାଛି ହେବ ।)
(ii) ଦୁଇଟି ପରିମେୟ ସଂଖ୍ୟା x ଓ yର ଯୋଗଫଳ ତଥା ଗୁଣନଫଳ ପରିମେୟ (Q ସେଟ୍‌ରେ ସଂବୃତ୍ତି ନିୟମ) x, y ∈ Q ହେଲେ, x + y ∈ Q ଏବଂ xy ∈ Q
(iii) ଦୁଇଟି ବାସ୍ତବ ସଂଖ୍ୟା x ଓ y ମଧ୍ୟରୁ ଗୋଟିଏ ପରିମେୟ ଓ ଅନ୍ୟଟି ଅପରିମେୟ ହେଲେ ଯୋଗଫଳ x + y ଅପରିମେୟ ଓ ପରିମେୟ ସଂଖ୍ୟାଟି ଅଣଶୂନ୍ୟ ହେଲେ ଗୁଣଫଳ ମଧ୍ୟ ଅପରିମେୟ । ମାତ୍ର ଗୁଣଫଳ = 0 ହେବ ଯଦି ପରିମେୟ ସଂଖ୍ୟା 0 ହେବ
(iv) ଯେକୌଣସି ବାସ୍ତବ ସଂଖ୍ୟାକୁ x ସହ (କୁ ଗୁଣନକଲେ ଗୁଣଫଳ ଶୂନ ହେବ । [Zero Law : x × 0 = 0]
(v) x ଓ y ବାସ୍ତବ ସଂଖ୍ୟା ଏବଂ x = Q’ ଓ y ∈ Q’ ହେଲେ x + y କିମ୍ବା xy ପରିମେୟ କିମ୍ବା ଅପରିମେୟ ହୋଇପାରନ୍ତି ।
(vi) Q’ ସେଟ୍‌ରେ ଯୋଗ ଓ ଗୁଣନ ପ୍ରକ୍ରିୟା ସଂବୃତ୍ତି ନିୟମ ପାଳନ କରନ୍ତି ନାହିଁ ।
(vii) an ରେ aକୁ ଆଧାର (base) ଓ nକୁ ଘାତ (index) କୁହାଯାଏ ।

R ସେଟ୍‌ର ଯୋଗ ଓ ଗୁଣନ ସମ୍ବନ୍ଧୀୟ କିଛି ଅଧ୍ବକ ତଥ୍ୟ :
x, y, z ∈ R ହେଲେ
ଅନୁସିଦ୍ଧାନ୍ତ – 1: x + y = x + z ହେଲେ, y = z ଓ y + x = z + x ହେଲେ y = z |
ଏ ଦୁଇଟିକୁ ଯୋଗର ବିଲୋପନ ନିୟମ (Cancellation law of addition) କୁହାଯାଏ ।
ଅନୁସିଦ୍ଧାନ୍ତ – 2:  x + 0 ଏବଂ xy = xz ହେଲେ y = z ଓ yx = zx ହେଲେ y = z I
ଏ ଦୁଇଟିକୁ ଗୁଣନର ବିଲୋପନ ନିୟମ (Cancellation law of multiplication) କୁହାଯାଏ ।
ଅନୁସିଦ୍ଧାନ୍ତ – 3: (i) x × 0 = 0, (ii) (-x) = x, (iii) x ≠ 0 ହେଲେ (x-1)-1 = x
ଅନୁସିଦ୍ଧାନ୍ତ – 4 (i) x (-y) = (-x) y = -(xy) (ii) (-x) (-y) = xy

BSE Odisha 9th Class Maths Notes Algebra Chapter 2 ବାସ୍ତବ ସଂଖ୍ୟା

ସଂଖ୍ୟାରେଖା (Number Line) :
(1) ବୀଜଗାଣିତିକ ରାଶି ଓ ଜ୍ୟାମିତି ସହ ସଂପର୍କକୁ ନେଇ ବିଶ୍ଳେଷଣାତ୍ମକ ଜ୍ୟାମିତି (Analytical Geometry)ର ସୃଷ୍ଟି ହୋଇଛି ।
(2) ଯେକୌଣସି ବାସ୍ତବ ସଂଖ୍ୟାକୁ ଏକ ସରଳରେଖାର ଏକ ବିନ୍ଦୁଦ୍ଵାରା ସୂଚିତ କରାଯାଇପାରିବ । ପ୍ରତ୍ୟେକ ବାସ୍ତବ ସଂଖ୍ୟାକୁ ଗୋଟିଏ ଗୋଟିଏ ବିନ୍ଦୁଦ୍ୱାରା ସୂଚିତ କରି ସେଗୁଡ଼ିକୁ ଯୋଡ଼ିଦେଲେ ଗୋଟିଏ ନିରବଚ୍ଛିନ୍ନ ସରଳରେଖା ସୃଷ୍ଟି ହେବ । ଏହା ବିଖ୍ୟାତ ଗାଣିତିକ ଜେଜେକିଣ୍ଡ (Dedekind) ଓ କାଣ୍ଟର (Cantor)ରଙ୍କ ଅବଦାନ ।
(3) ଯେକୌଣସି ଜ୍ୟାମିତିକ ବିଷୟବସ୍ତୁକୁ ଆମେ ବୀଜଗଣିତ ସାହାଯ୍ୟରେ ସମାଧାନ କରିପାରିବ ।

ସଂଖ୍ୟାରେଖାରେ ବାସ୍ତବ ସଂଖ୍ୟାମାନଙ୍କର ସ୍ଥାପନ (Representation of real numbers on the number line) :
(i) ବାସ୍ତବ ସଂଖ୍ୟାଗୁଡ଼ିକର ଜ୍ୟାମିତିକ ପରିପ୍ରକାଶ କରିବାପାଇଁ ଏକ ନିର୍ଦ୍ଦିଷ୍ଟ ବିନ୍ଦୁ ୦ ନିଆଯାଉ । ଏହି ବିନ୍ଦୁଦେଇ \(\overleftrightarrow{X^{\prime} \mathrm{OX}}\) ସରଳରେଖା ଅଙ୍କନ କରାଯାଉ ।
(ii) O ବିନ୍ଦୁକୁ ମୂଳବିନ୍ଦୁ (Origin) ଓ \(\overleftrightarrow{\mathrm{XX’}}\) ରେଖାକୁ ସଂଖ୍ୟାରେଖା (Number Line) ବା ବାସ୍ତବ ଅକ୍ଷ (Real axis) କୁହାଯାଏ ।
(iii) ଠ ର ଏକ ପାର୍ଶ୍ବ \(\overrightarrow{\mathrm{OX}}\) କୁ ଧନାତ୍ମକ ଦିଗ (Positive side) ଓ ଏହାର ବିପରୀତ ପାର୍ଶ୍ବ \(\left(\overrightarrow{\mathrm{OX}^{\prime}}\right)\) କୁ ଋଣାତ୍ମକ ଦିଗ (Negative side) କୁହାଯାଏ ।

(a) ପୂର୍ବସଂଖ୍ୟାମାନଙ୍କର ସ୍ଥାପନ :

  • କୌଣସି ଏକ ରେଖାଖଣ୍ଡ ନେଇ ତାହାର ଦୈର୍ଘ୍ୟକୁ ଏକ ଏକକ ବୋଳି ନିଆଯାଉ । ଠ ବିନ୍ଦୁର ସୂଚକ ସଂଖ୍ୟା (0) ଶୂନ ହେଉ
  • ତତ୍ତ୍ଵ ଏକକ ସହ ସମାନ କରି ଠ ବିନ୍ଦୁରୁ \(\overrightarrow{\mathrm{OX}}\) ଦିଗରେ OA ଛେଦ କରାଯାଉ । ଅର୍ଥାତ୍ OA ଏକ ଏକକ ପ୍ରାପ୍ତ A ବିନ୍ଦୁର ସୂଚକ ସଂଖ୍ୟା 1 ହେଲା ।
  • ବିପରୀତ ଦିଗ \(\overrightarrow{\mathrm{OX’}}\) ରୁ ଏକ ଏକକ ସହ ସମାନ କରି OA’ ଛେଦକଲେ, A’ ବିନ୍ଦୁର ସୂଚକ ସଂଖ୍ୟା –1 ହେବ । \(\stackrel{\leftrightarrow}{\mathrm{xx}^{\prime}}\) ରେଖା ଉପରେ ଯଥାକ୍ରମେ O, A, A’ B, B’ ଇତ୍ୟାଦି ବିନ୍ଦୁମାନଙ୍କ ସ୍ଥାନାଙ୍କ (Co-ordinate) ଦର୍ଶାଯାଇଛି ।

(b) ପରିମେୟ ସଂଖ୍ୟାର ସ୍ଥାପନ :

  • ମନେକର b > 1 ଏକ ଧନାତ୍ମକ ପୂର୍ଣ୍ଣସଂଖ୍ୟା । ତେଣୁ \(\frac{1}{b}\) ଏକ ପ୍ରକୃତ ଭଗ୍ନାଂଶ (Proper fraction) ହୋଇଥିବାରୁ, ଏହି ସଂଖ୍ୟାଟି ଠ ଓ A ବିନ୍ଦୁଦ୍ଵୟ ମଧ୍ୟରେ କୌଣସି ଏକ ବିନ୍ଦୁର ସ୍ଥାନାଙ୍କ ହେବ ।
  • OA (ଅର୍ଥାତ୍ ଏକ ଏକକ) ରେଖାଖଣ୍ଡକୁ b ସମାନ ଭାଗରେ ବିଭକ୍ତ କଲେ, ପ୍ରତି ସମାନ ଭାଗର ଦୈର୍ଘ୍ୟ \(\frac{1}{b}\) ହେବ । ଛେଦବିନ୍ଦୁଗୁଡ଼ିକ ଯଥାକ୍ରମେ Q1, Q2, Q3 …. ହେଲେ, ଏହି ଛେଦବିନ୍ଦୁମାନଙ୍କର ସ୍ଥାନାଙ୍କ ଯଥାକ୍ରମେ \(\frac{1}{b}, \frac{2}{b}, \frac{3}{b}\) …. ହେବ । ସେହିପରି ଋଣାତ୍ମକ ପରିମେୟ ରାଶି \(-\frac{1}{\mathrm{~b}},-\frac{2}{\mathrm{~b}},-\frac{3}{\mathrm{~b}}\) ….. ରଣଦିଗ \(\overrightarrow{\mathrm{OX’}}\) ଉପରେ ଅବସ୍ଥିତ ହେବ ।

BSE Odisha 9th Class Maths Notes Algebra Chapter 2 ବାସ୍ତବ ସଂଖ୍ୟା 1

(c) ଅପରିମେୟ ସଂଖ୍ୟାମାନଙ୍କର ସ୍ଥାପନ :
BSE Odisha 9th Class Maths Notes Algebra Chapter 2 ବାସ୍ତବ ସଂଖ୍ୟା 2

ବାସ୍ତବ ସଂଖ୍ୟାମାନଙ୍କର କ୍ରମ (Order in R) :
(i) a ଓ b ଦୁଇଟି ବାସ୍ତବ ସଂଖ୍ୟା ହେଲେ, ହୁଏତ a > b ବା a < b, a = b ହୋଇପାରେ । ଏହାକୁ ତ୍ରିମୁଖୀ ନିୟମ (Law of Trichotomy) କୁହାଯାଏ ।
(ii) a, b, c ତିନୋଟି ବାସ୍ତବ ସଂଖ୍ୟା ମଧ୍ୟରେ, a < b ଏବଂ b < c ହେଲେ a < c ହେବ । ଏହାକୁ ସଂକ୍ରମୀ ନିୟମ (Law of Transitivity) କୁହାଯାଏ ।
(iii) a < b ଏବଂ c > 0 ହେଲେ, ac < bc ହେବ ।
(iv) ଯଦି a < b ହୁଏ, ତେବେ ସମସ୍ତ ବାସ୍ତବ ସଂଖ୍ୟା c ପାଇଁ a + c < b + c ହେବ ।
(iv) a > 0 ଓ b > 0 ହେଲେ, ab > 0 1
(v) a ଏକ ବାସ୍ତବ ଧନାତ୍ମକ ସଂଖ୍ୟା ଅର୍ଥାତ୍ a > 0 ହୁଏ, ତେବେ ସଂଖ୍ୟାରେଖାରେ 0 (ଶୂନ)ର ଡାହାଣକୁ ରହେ । ଯଦି a ଏକ ଋଣାତ୍ମକ ବାସ୍ତବ ସଂଖ୍ୟା ଅର୍ଥାତ୍ a < 0 ହୁଏ ତେବେ a, 0 (ଶୂନ)ର ବାମ ପାର୍ଶ୍ଵରେ ରହେ ।

{ଶୂନ ଏକମାତ୍ର ବାସ୍ତବ ସଂଖ୍ୟା ଯାହା ଧନାତ୍ମକ ନୁହେଁ ବା ଋଣାତ୍ମକ ନୁହେଁ ।}

ବାସ୍ତବ ସଂଖ୍ୟା ‘x’ର ପରମମାନ :

  • ଏକ ଧନାତ୍ମକ ହେଉ ବା ଋଣାତ୍ମକ ହେଉ, ଯେକୌଣସି ବାସ୍ତବ ସଂଖ୍ୟା xର ସାଂଖ୍ୟକ ମାନକୁ |x| ଭାବରେ ପ୍ରକାଶ କରାଯାଏ । ଏହି ।x ସର୍ବଦା ଏକ ଧନାତ୍ମକ ବାସ୍ତବ ରାଶି ଓ ଏହାକୁ xର ପରମମାନ (Absolute value) କୁହାଯାଏ ।
    x ଧନାତ୍ମକ, ଶୂନ ବା ଋଣାତ୍ମକ ବାସ୍ତବ ସଂଖ୍ୟାହେଲେ,
    |x| ={ x, ଯେତେବେଳେ x > 0, -x, ଯେତେବେଳେ x < 0}
  •  x ଯେକୌଣସି ଏକ ବାସ୍ତବ ସଂଖ୍ୟା ହେଲେ,
    (a) |x| = |-x| ≥ 0 (b) |x| ≥ x (c) |x| ≥ -x (d) |x| ≤ a ହେଲେ, -a ≤ x ≤ a ହେବ

ସଂଖ୍ୟାରେଖାରେ ଦୁଇ ବିନ୍ଦୁ ମଧ୍ୟରେ ଦୂରତା :
ସଂଖ୍ୟାରେଖାସ୍ଥିତ P ଓ Q ବିଦୁଦ୍ଵୟର ସାଂଖ୍ୟକ ମାନ ବା ସ୍ଥାନଙ୍କ ଯଥାକ୍ରମେ a ଓ b ହେଲେ
PQ = |a – b| ଅର୍ଥାତ୍ P ଓ Q ମଧ୍ୟରେ ଦୂରତା = |a – b|

ଘାତାଙ୍କ ରାଣି (Exponential Numbers):
(i) a ଏକ ବାସ୍ତବ ସଂଖ୍ୟା ଓ n ଏକ ଗଣନ ସଂଖ୍ୟା ହେଲେ, aର ଅର୍ଥ a × a × a × a × a × ….. n (ଥର) ଅଟେ
(ii) an ଏକ ବାସ୍ତବ ସଂଖ୍ୟା ଓ ଏହାର କାରଣ ହେଲା ବାସ୍ତବ ସଂଖ୍ୟା ସେଟ୍‌ରେ ଗୁଣନ ପ୍ରକ୍ରିୟାଟି ସଂବୃତ୍ତି ନିୟମ ପାଳନ କରେ ।
(iii) a ରୂପକୁ ଘାତାଙ୍କ ରୂପ (exponential from) କୁହାଯାଏ । ଯେଉଁଠାରେ a ଆଧାର (base) ଓ n ଘାତାଙ୍କ ।
(iv) n = 0 ହେଲେ a0 = 1 ଓ ଏଠାରେ a ≠ 0, ଏହା ଏକ ସଂଜ୍ଞା ।
(v) a ≠ 0 ହେଲେ a-1 = \(\frac{1}{a}\) ଏବଂ a-m = \(\frac{1}{a^m}\) (a ≠ 0, m ∈ N)
(vi) a ଅଣଶୂନ୍ୟ ବାସ୍ତବ ସଂଖ୍ୟା ଓ ଘାତାଙ୍କ n ଏକ ପୂର୍ଣସଂଖ୍ୟା (n ∈ Z) ହେଲେ ଅର୍ଥାତ୍ a, b ∈ R ଓ a ≠ 0, b ≠ 0; m, n ∈ Z
⇒ (a) am × an = am + n (b) am ÷ an = am-n
⇒ (c) (ab)m = am × bm (d) (am)n = amn
(vii) √a ଓ \(\sqrt[3]{a}\) କୁ ଯଥାକ୍ରମେ \(a^{\frac{1}{2}}\) ଏବଂ \(a^{\frac{1}{2}}\) ରୂପେ ଲେଖାଯାଇ ପାରିବ । ବ୍ୟାପକଭାବେ q ଏକ ଗଣନ ସଂଖ୍ୟା ହେଲେ \(a^{\frac{1}{q}}\) ଏକ ଧନାତ୍ମକ ବାସ୍ତବ ସଂଖ୍ୟା ଓ ଏହାକୁ q ତମ ମୂଳ (qth root) କୁହାଯାଏ ।
(viii) \(a^{\frac{1}{q}}\) ରାଶିକୁ p ଥର ଗୁଣନ କଲେ ପାଇବା \(a^{\frac{1}{9}} \times a^{\frac{1}{q}} \times a^{\frac{1}{q}} \times\) ….. (P ଥର) \(a^{\frac{p}{q}}=\left(a^p\right)^{\frac{1}{q}}=\sqrt[q]{a^p}=(\sqrt[q]{a})^p\)

BSE Odisha 9th Class Physical Science Solutions Chapter 4 ପରମାଣୁ ଗଠନ

Odisha State Board BSE Odisha 9th Class Physical Science Solutions Chapter 4 ପରମାଣୁ ଗଠନ Textbook Exercise Questions and Answers.

BSE Odisha Class 9 Physical Science Solutions Chapter 4 ପରମାଣୁ ଗଠନ

1. ଟମ୍‌ସନ୍‌ଙ୍କ ପରମାଣୁ ମଡ଼େଲ ଅନୁସାରେ ପରମାଣୁ କିପରି ବିଦ୍ୟୁତ୍ ନିରପେକ୍ଷ ବୁଝାଅ ।
ଉ –
ଟମସନ୍‌ଙ୍କ ପରମାଣୁ ମଡ଼େଲ ଅନୁସାରେ,

  • ପରମାଣୁ ଏକ ଯୁକ୍ତାତ୍ମକ ଚାର୍ଜ ଧାରଣ କରିଥିବା ଗୋଲକ ଏବଂ ସେଥ‌ିରେ ଇଲେକ୍‌ଟ୍ରଗୁଡ଼ିକ ଚାରିଆଡ଼େ ସଂଯୁକ୍ତ ହୋଇ ରହିଥାଏ ।
  • ପରମାଣୁରେ ଯୁକ୍ତାତ୍ମକ ଚାର୍ଜ ଓ ବିଯୁକ୍ତାତ୍ମକ ଚାର୍ଜ ସମାନ ପରିମାଣରେ ରହିଥାଏ । ତେଣୁ ପରମାଣୁଟି ବିଦ୍ୟୁତ୍ ନିରପେକ୍ଷ ଅଟେ ।

2. ତିନୋଟି ଅବପରମାଣୁ କଣିକାର ନାମ ଲେଖ ।
ଉ –
ତିନୋଟି ଅବପରମାଣୁ କଣିକାର ନାମ ହେଉଛି –

  • ଇଲେକ୍‌ଟ୍ରନ୍ (ବିଯୁକ୍ତଚାର୍ଜ କଣିକା)
  • ପ୍ରୋଟନ୍ ( ଯୁକ୍ତଚାର୍ଜ କଣିକା)
  • ନିଉଟ୍ରନ୍ (ଚାର୍ଜବିହୀନ କଣିକା)

3. ଗୋଟିଏ ପରମାଣୁର ପରମାଣୁ କ୍ରମାଙ୍କ 2 ଏବଂ ବସ୍ତୁତ୍ୱ ସଂଖ୍ୟା 4 । ଏହି ପରମାଣୁର ନ୍ୟୁକ୍ଲିୟସ୍‌ରେ କେତୋଟି ନିଉଟ୍ରନ୍ ଅଛି ?
ଉ –
ପରମାଣୁ କ୍ରମାଙ୍କ = 2, ବସ୍ତୁତ୍ୱ ସଂଖ୍ୟା = 4
ପରମାଣୁର ନିଉକ୍ଲିୟସ୍‌ରେ ଥ‌ିବା ନିଉଟ୍ରନ୍ ସଂଖ୍ୟା = ବସ୍ତୁତ୍ୱ ସଂଖ୍ୟା – ପରମାଣୁ କ୍ରମାଙ୍କ = 4 – 2 = 2
∴ ଏହି ପରମାଣୁର ନ୍ୟୁକ୍ଲିୟସ୍‌ରେ 2ଟି ନିଉଟ୍ରନ ଅଛି ।

4. ନାଇଟ୍ରୋଜେନ୍ ପରମାଣୁରେ ଇଲେକ୍‌ଟ୍ରଗୁଡ଼ିକ କିପରି ସଜାଇ ହୋଇ ରହିଛି ବୁଝାଅ ।
ଉ –
ନାଇଟ୍ରୋଜେନ ପରମାଣୁର ନ୍ୟୁକ୍ଲିୟସ୍ ଚାରିପଟେ ଦୁଇଟି ସେଲ
ଯଥା- K ଓ L ରହିଛି |
ନାଇଟ୍ରୋଜେନ୍‌ର ପରମାଣୁ କ୍ରମାଙ୍କ = 7
ଏହି ପରମାଣୁର 7ଟି ଇଲେକ୍‌ଟ୍ରନ୍ ମଧ୍ୟରୁ K-ସେଲ୍‌ରେ 2ଟି
ଏବଂ L-ସେଲ୍‌ରେ 5ଟି ଇଲେକ୍‌ଟ୍ରନ୍ ସଜାଇ ହୋଇ ରହିଛନ୍ତି ।

5. Cl ଆୟନର ଇଲେକ୍‌ଟ୍ରନ୍‌ ସଜ୍ଜା ଲେଖ ।
ଉ –
Cl ଆୟନର ଇଲେକ୍‌ଟ୍ରନ୍ ସଜ୍ଜା ହେଉଛି – 2, 8, 8
ଅର୍ଥାତ୍ K ସେଲ୍ ପାଇଁ 2ଟି, L ସେଲ୍ ପାଇଁ ୫ଟି ଓ M ସେଲ୍ ପାଇଁ ୫ଟି ଇଲେକ୍‌ଟ୍ରନ୍ ଥାଏ ।
BSE Odisha 9th Class Physical Science Solutions Chapter 4 img-1

6. ପରମାଣୁର ବାହ୍ୟତମ ସେଲ୍‌ରେ ସର୍ବାଧ୍ଵକ କେତୋଟି ଇଲେକ୍‌ଟ୍ରନ୍ ରହିପାରିବ ?
ଉ –
ଅଷ୍ଟେଟ ନିୟମ ଅନୁସାରେ ପରମାଣୁର ବାହ୍ୟତମ ସେଲ୍‌ରେ ସର୍ବାଧ‌ିକ ୫ଟି ଇଲେକ୍‌ଟ୍ରନ୍ ରହିପାରିବ ।

7. M ସେଲ୍‌ରେ ସର୍ବାଧ‌ିକ କେତୋଟି ଇଲେକ୍‌ଟ୍ରନ୍ ରହିପାରିବ ?
ଉ –
2n2 ନିୟମ ଅନୁ ସାରେ M ସେଲ୍‌ରେ ସର୍ବାଧ‌ିକ 2 x (3)2 = 18ଟି ଇଲେକ୍‌ଟ୍ରନ୍ ରହିପାରିବ ।

8. ସିଲିକନ୍‌ର ଯୋଗ୍ୟତା, ତା’ର ଇଲେକ୍‌ଟ୍ରନ୍ ସଜ୍ଜାରୁ କିପରି ନିରୂପଣ କରାଯାଇପାରିବ ?
ଉ –
(a) ସିଲିକନ୍‌ ପରମାଣୁ କ୍ରମାଙ୍କ = 14
ଏହି ପରମାଣୁର ଇଲେକ୍‌ଟ୍ରନ୍ ସଜ୍ଜା ହେଉଛି K(2), L(8) ଓ M(4) । ଅର୍ଥାତ୍ ଏହାର ବାହ୍ୟତମ ସେଲ୍‌ରେ 4ଟି ଇଲେକ୍‌ଟ୍ରନ୍ ରହିଛି ।
(b) ସିଲିକନ୍ ପରମାଣୁ ତାର ବାହ୍ୟତମ କକ୍ଷରେ ଥ‌ିବା ଚାରୋଟି ସଂଯୋଜକ ଇଲେକ୍‌ଟ୍ରକୁ ଭିନ୍ନ ପରମାଣୁ ସହ ମିଳିତ ଭାବେ ଇଲେକ୍‌ଟ୍ରନ୍‌ ସହଭାଗ କରି ସଂଯୁକ୍ତ ହୋଇଥାଏ ଏବଂ ନିକଟତମ ନିଷ୍କ୍ରିୟ ମୌଳିକ ପରମାଣୁର ସଂରଚନା ରୂପ ପ୍ରାପ୍ତ ହୋଇଥାଏ । ତେଣୁ ସିଲିକନ୍‌ର ଯୋଗ୍ୟତା 4 ଅଟେ ।

BSE Odisha 9th Class Physical Science Solutions Chapter 4 ପରମାଣୁ ଗଠନ

9. ଗୋଟିଏ ପରମାଣୁର ପରମାଣୁ କ୍ରମାଙ୍କ 8 । ଏଥ‌ିରେ କେତୋଟି ଇଲେକ୍‌ଟ୍ରନ ଅଛି ?
ଉ –
ଗୋଟିଏ ପରମାଣୁର ନ୍ୟୁକ୍ଲିୟସ୍‌ରେ ଥ‌ିବା ପ୍ରୋଟନସଂଖ୍ୟାକୁ ଏହା ପରମାଣୁ କ୍ରମାଙ୍କ କୁହାଯାଏ । ପରମାଣୁ ବିଦ୍ୟୁତ୍ ନିରପେକ୍ଷ ହେତୁ ପ୍ରୋଟନ ସଂଖ୍ୟା = ଇଲେକ୍‌ଟ୍ରନ ସଂଖ୍ୟା = 8

10. ହାଇଡ୍ରୋଜେନ୍‌ର ତିନୋଟି ଆଇସୋଟୋପ୍ଲର ନାମ ଲେଖ ।
ଉ –
ହାଇଡ୍ରୋଜେନ୍ ର ତିନୋଟି ଆଇସୋଟୋପ୍ଲର ନାମ

  • ହାଇଡ୍ରୋଜେନ୍ ବା ପ୍ରୋଟିୟମ୍ BSE Odisha 9th Class Physical Science Solutions Chapter 4 img-2
  • ଡିଉଟେରିୟମ୍ BSE Odisha 9th Class Physical Science Solutions Chapter 4 img-3
  • ଟ୍ରାଇଟିୟମ୍ BSE Odisha 9th Class Physical Science Solutions Chapter 4 img-4

11. ଗୋଟିଏ ମୌଳିକର ପ୍ରତୀକ X । ଏହାର ପରମାଣୁ କ୍ରମାଙ୍କ 15 ଏବଂ ବସ୍ତୁତ୍ଵ ସଂଖ୍ୟା 31 । ଏ ସମସ୍ତଙ୍କୁ ସଂକ୍ଷେପରେ କିପରି ସାଙ୍କେତିକ ଉପାୟରେ ଲେଖାଯାଇପାରିବ ?
ଉ –
ମୌଳିକର ପ୍ରତୀକ = X, ପରମାଣୁ କ୍ରମାଙ୍କ = 15 ଓ ସମସ୍ତଙ୍କୁ ସଂଖ୍ୟା = 31
ଏହି ମୌଳିକର ସଂକ୍ଷିପ୍ତ ସାଙ୍କେତିକ ରୂପ – BSE Odisha 9th Class Physical Science Solutions Chapter 4 img-5

12. ଆଇସୋଟୋପ୍ କ’ଣ ଉଦାହରଣ ସହ ଲେଖ ।
ଉ –
ଆଇସୋଟୋପ୍ – ପରମାଣୁ କ୍ରମାଙ୍କ ସମାନ ଥାଇ ବସ୍ତୁତ୍ଵ ସଂଖ୍ୟା ଭିନ୍ନ ହୋଇଥିବା ପରମାଣୁଗୁଡ଼ିକୁ ଆଇସୋଟୋପ୍ କୁହାଯାଏ ।

ଉଦାହରଣ :

  • ନାଇଟ୍ରୋଜେନ୍‌ର ଦୁଇଟି ଆଇସୋଟୋପ୍ ଅଛନ୍ତ ଯଥା BSE Odisha 9th Class Physical Science Solutions Chapter 4 img-6 | ପ୍ରତ୍ୟେକ ନାଇଟ୍ରୋଜେନ୍ ପରମାଣୁର ପରମାଣୁ କ୍ରମାଙ୍କ 7 କିନ୍ତୁ ବସ୍ତୁତ୍ୱ ସଂଖ୍ୟା ଯଥାକ୍ରମେ 14 ଏବଂ 15 |
  • ଅକ୍ସିଜେନ୍‌ର ତିନୋଟି ଆଇସୋଟୋପ୍ ଅଛିନ୍ତ ଯଥା BSE Odisha 9th Class Physical Science Solutions Chapter 4 img-7 | ପ୍ରତ୍ୟେକ ଅକ୍ସିଜେନ୍ ପରମାଣୁର ପରମାଣୁ କ୍ରମାଙ୍କ 8 କିନ୍ତୁ ବସ୍ତୁତ୍ୱ ସଂଖ୍ୟା ଯଥାକ୍ରମେ 16, 17 ଏବଂ 18 |

13. ଆଇସୋବାର୍ କ’ଣ ଉଦାହରଣ ସହ ଲେଖ ।
ଉ –
ଆଇସୋବାର୍ : ବସ୍ତୁତ୍ୱ ସଂଖ୍ୟା ସମାନଥାଇ ଭିନ୍ନ ପରମାଣୁ କ୍ରମାଙ୍କ ଥିବା ପରମାଣୁଗୁଡ଼ିକୁ ଆଇସୋଟାର୍ କୁହାଯାଏ ।

ଉଦାହରଣ :
ପୋଟାସିୟମ୍ର ପରମାଣୁ କ୍ରମାଙ୍କ 19 ଏବଂ କ୍ୟାଲ୍‌ସିୟମ୍‌ର ପରମାଣୁ କ୍ରମାଙ୍କ 20 । ଏହି ଦୁଇ ମୌଳିକର ବସ୍ତୁତ୍ୱ ସଂଖ୍ୟା 40 । ଏହି ଦୁଇ ମୌଳିକର ସଂକ୍ଷିପ୍ତ ସାଙ୍କେତିକ ରୂପ ହେଉଛି BSE Odisha 9th Class Physical Science Solutions Chapter 4 img-8 ଦୁଇଟି ଆଇସୋବାର୍ ଅଟନ୍ତି ।

14. ଉଦାହରଣ ସହ ଆଇସୋଟୋପ୍ ଓ ଆଇସୋବାର୍ ମଧ୍ୟରେ ପ୍ରଭେଦ ଲେଖ ।
BSE Odisha 9th Class Physical Science Solutions Chapter 4 img-9

15. ଟମସନ୍‌ଙ୍କ ପରମାଣୁ ମଡ଼େଲ ସମ୍ବନ୍ଧରେ ଆଲୋଚନା କର ।
ଉ –

  • ଟମସନ୍‌ଙ୍କ ପରମାଣୁ ମଡ଼େଲ୍ : ଟମସନ୍‌ଙ୍କ ପରମାଣୁ ମଡ଼େଲ ଅନୁଯାୟୀ ପରମାଣୁଟି ଯୁକ୍ତାତ୍ମକ ଚାର୍ଜ ରହିଥିବା ଏକ ଗୋଲକ । ଇଲେକ୍‌ଟ୍ରଗୁଡ଼ିକ ଏହା ଭିତରେ ବାଣ୍ଟିହୋଇ ରହିଥା’ନ୍ତି ।
  • ପରମାଣୁର ଯୁକ୍ତାତ୍ମକ ଚାର୍ଜ ବିସ୍ତାରିତ ହୋଇଥିବାବେଳେ ଇଲେକ୍‌ ଟ୍ରନଗୁଡ଼ିକ ବିଛୁରିତ ହୋଇ ରହିଥାନ୍ତି ।

BSE Odisha 9th Class Physical Science Solutions Chapter 4 img-10
ଟମ୍‌ସନ୍‌ଙ୍କ ପ୍ରସ୍ତାବ ଅନୁସାରେ :

  • ପରମାଣୁ ଏକ ଯୁକ୍ତାତ୍ମକ ଚାର୍ଜ ଧାରଣ କରି ଥ୍ ଗୋଲକ ଏବଂ. ଏଥ୍ ରେ ଇଲେକ୍ ଟ୍ରନ୍ ଗୁଡ଼ିକ ସବୁ ଆଡ଼େ ଦୃଢ଼ ଭାବରେ ସଂଯୁକ୍ତ ହୋଇ ରହିଥା’ନ୍ତି ।
  • ପର ମାଣ୍ଡୁ ରେ ୟୁ କ୍ତାତ୍ମକ ଚାର୍ଜ ଓ ବିଯୁକ୍ତାତ୍ମକ ଚାର୍ଜ ସମାନ ପରିମାଣରେ ଥାଏ । ତେଣୁ ପରମାଣୁ ଟି ବିଦ୍ୟୁତ୍ ନିରପେକ୍ଷ ଅଟେ ।

16. ରଦରଫୋର୍ଡ଼ଙ୍କ ସୁନାପାତିଆ ପରୀକ୍ଷାଟି ବୁଝାଅ |
ଉ-
ରଦରଫୋର୍ଡ଼ଙ୍କ ସୁନାପାତିଆ ପରୀକ୍ଷା :
ପରମାଣୁ ମଧ୍ୟରେ ଇଲେକ୍‌ଟ୍ରନ୍ ଗୁଡ଼ିକ କିପରି ସଜେଇ ହୋଇ ରହିଛନ୍ତି, ସେ ବିଷୟରେ ଜାଣିବା ପାଇଁ ବୈଜ୍ଞାନିକ ରଦରଫୋର୍ଡ଼ ଏକ ପରୀକ୍ଷାର ପରିକଳ୍ପନା କରିଥିଲେ ।
BSE Odisha 9th Class Physical Science Solutions Chapter 4 img-11

  • ଏହି ପରୀକ୍ଷାରେ ଖଣ୍ଡିଏ ଅତି ପତଳା ସୁନାପାତିଆ ଉପରେ ତୀବ୍ର ବେଗରେ ଗତି କରୁଥିବା ଆଲ୍‌ଫା (α) କଣିକାକୁ ନିକ୍ଷେପ କରାଗଲା ।
  • ଆଲ୍‌ଫା କଣିକା ହେଉଛି ହିଲିୟମ୍ ଆୟନ (He++) ଯାହା ଦ୍ବିଯୁକ୍ତାତ୍ମକ ଚାର୍ଜ’ ବହନ କରେ । ଏହାର ବସ୍ତୁତ୍ଵ 4u ହୋଇଥ‌ିବାରୁ ତୀବ୍ର ବେଗରେ ଗତି କରୁଥ‌ିବା α-କଣିକାରେ ଯଥେଷ୍ଟ ପରିମାଣର ଶକ୍ତି ରହିଥାଏ ।

ପର୍ଯ୍ୟବେକ୍ଷଣ :

  • ଅଧିକାଂଶ α-କଣିକା ସୁନାପାତିଆ ମଧ୍ୟଦେଇ ସିଧାସଳଖ ଭାବରେ ଗତି କଲା ।
  • କିଛି α-କଣିକାର ଗତିପଥ ବଙ୍କେଇ ହୋଇଗଲା ।
  • ଅଳ୍ପ କିଛି ।-କଣିକା ସୁନାପାତିଆକୁ ଭେଦ ନ କରି ଯେଉଁ ଦିଗରେ ଯାଇଥିଲା ଠିକ୍ ତା’ର ବିପରୀତ ଦିଗରେ ପଛକୁ ଫେରିଆସିଲା ।

ସିଦ୍ଧାନ୍ତ :

  • ସୁନାପାତିଆର ପରମାଣୁ ଭିତରେ ଅଧିକାଂଶ ସ୍ଥାନ ଫମ୍ପା । କାରଣ ଅଧିକାଂଶ ନଂ-କଣିକା ସୁନାପାତିଆ
  • ଖୁବ୍ କମ୍ ସଂଖ୍ୟକ କଣିକା, ଗତିପଥରେ ବଙ୍କେଇ ଯାଉଛି, ଯେଉଁଥୁରୁ ସୂଚନା ମିଳୁଛି ଯେ ପରମାଣୁର ଯୁକ୍ତାତ୍ମକ ଚାର୍ଜ ଖୁବ୍ କମ୍ ସ୍ଥାନ ଦଖଲ କରିଛି।
  • ଅତି ଅଳ୍ପ କେତେକ α-କଣିକା ସିଧା ଆଗକୁ ନ ଯାଇପାରି 180 କୋଣରେ ବିକ୍ଷେପିତ ହୋଇ ପଛକୁ ଫେରିଆସୁଛି । ଏଥୁରୁ ସୂଚନା ମିଳୁଛି ଯେ ସୁନା ପରମାଣୁର ସମସ୍ତ ଯୁକ୍ତାତ୍ମକ ଚାର୍ଜ ଓ ବସ୍ତୁତ୍ୱ କେନ୍ଦ୍ରୀଭୂତ ହୋଇ ପରମାଣୁ ମଧ୍ୟରେ ଖୁବ୍‌ କମ୍ ସ୍ଥାନ ଅଧିକାର କରିଛି ।

BSE Odisha 9th Class Physical Science Solutions Chapter 4 ପରମାଣୁ ଗଠନ

17. ରଦରଫୋର୍ଡ଼ଙ୍କ ପରମାଣୁ ମଡ଼େଲ ବିଷୟରେ ବୁଝାଅ ।

ରଦରଫୋର୍ଡ଼ଙ୍କ ପରମାଣୁ ମଡ଼େଲ : ରଦରଫୋର୍ଡ଼ ତାଙ୍କ ସୁନାପାତିଆ ପରୀକ୍ଷାକୁ ଭିଭିକରି ଏକ ପରମାଣୁ ମଡ଼େଲର ପ୍ରସ୍ତାବ ଦେଇଥିଲେ । ଏହି ମଡ଼େଲ ଅନୁ ସାରେ –

  • ପରମାଣୁରେ ଏକ ଯୁକ୍ତାତ୍ମକ ଚାର୍ଜିତ କେନ୍ଦ୍ର ରହିଛି ଯାହାକୁ ନ୍ୟୁକ୍ଲିୟସ୍ କୁହାଯାଏ । ପରମାଣୁର ପ୍ରାୟ
  • ଇଲେକ୍‌ଟ୍ରନ୍‌ଗୁଡ଼ିକ ନ୍ୟୁକ୍ଲିୟସ୍ ଚାରିପଟେ ଥିବା ଫାଙ୍କା ସ୍ଥାନରେ ନିର୍ଦ୍ଦିଷ୍ଟ କକ୍ଷ ପଥରେ ଘୂରୁଛନ୍ତି ।
  • ପରମାଣୁର ଆକାର ତୁଳନାରେ ନ୍ୟୁକ୍ଲିୟସ୍‌ର ଆକାର ଖୁବ୍ ଛୋଟ ।

18. ବୋ’ରଙ୍କ ପରମାଣୁ ମଡ଼େଲ ରଦରଫୋର୍ଡ଼ଙ୍କ ମଡ଼େଲଠାରୁ କିପରି ଭିନ୍ନ ବୁଝାଅ ।
BSE Odisha 9th Class Physical Science Solutions Chapter 4 img-12

19. ଆଇସୋଟୋପ୍‌ର ଚାରୋଟି ବ୍ୟବହାର ଲେଖ ।
ଉ –
ଆଇସୋଟୋପ୍‌ର ବ୍ୟବହାର :

  • ୟୁରେନିୟମ୍‌ର ଆଇସୋଟୋପ୍ ନ୍ୟୁକ୍ଲିୟ ରିଆକ୍ଟରରେ ଜାଳେଣି ରୂପେ ବ୍ୟବହାର କରାଯାଏ ।
  • କୋବାଲ୍ଟର ଏକ ଆଇସୋଟୋପ୍ କ୍ୟାନ୍‌ସର ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ ।
  • ଆୟୋଡ଼ିନ୍‌ର ଏକ ଆଇସୋଟୋପ୍ ଥାଇରଏଡ୍ ଗ୍ରନ୍ଥି (thyriod gland) ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ ।
  • କେତେକ କୃତ୍ରିମ ଆଇସୋଟାପ୍‌କୁ କୃଷି ଓ ଶିଳ୍ପ କ୍ଷେତ୍ରରେ ବ୍ୟବହାର କରାଯାଏ ।

20. ଗୋଟିଏ ନିଷ୍କ୍ରିୟ ମୌଳିକର ଇଲେକ୍‌ଟ୍ରନ୍ ସଜ୍ଜା ଲେଖ ।
ଉ –
ନିଷ୍କ୍ରିୟ ମୌଳିକର ଇଲେକ୍‌ଟ୍ରନ୍ ସଜ୍ଜା :
BSE Odisha 9th Class Physical Science Solutions Chapter 4 img-13

କାର୍ଯ୍ୟାବଳୀ (Activity) : 

ତୁମପାଇଁ କାମ 4.1 :

  • ଶୁଖୁଲା ମୁଣ୍ଡବାଳକୁ ଏକ ପାନିଆରେ କୁଣ୍ଡାଇ ସେହି ପାନିଆଟିକୁ ଛୋଟ ଛୋଟ ଟୁକୁରା କାଗଜ ଖଣ୍ଡ ନିକଟରେ ଦେଖାଇଲେ, କାଗଜ ଟୁକୁରାକୁ ପାନିଆ ଆକର୍ଷଣ କରିବ ।
  • ଗୋଟିଏ କାଚଦଣ୍ଡ (glass rod)କୁ ଏକ ସିଲ୍‌ କନାରେ ଘଷି ତାହାକୁ ଫୁଙ୍କା ହୋଇଥିବା ବେଲୁନ୍ ନିକଟକୁ ନେଲେ ବେଲୁନ୍‌ କାଚଦଣ୍ଡ ଆଡ଼କୁ ଆକର୍ଷିତ ହେବ ।

ସିଦ୍ଧାନ୍ତ : ଦୁଇଟି ପଦାର୍ଥକୁ ପରସ୍ପର ସହିତ ଘର୍ଷଣ କଲେ ବିଦ୍ୟୁତ୍ ଚାର୍ଜ ଉତ୍ପନ୍ନ ହୁଏ ଓ ସେଗୁଡ଼ିକ ଆକର୍ଷଣ କରିବାର ପ୍ରକୃତି ଲାଭ କରନ୍ତି ।
BSE Odisha 9th Class Physical Science Solutions Chapter 4 img-14

  • 1897 ମସିହାରେ ବୈଜ୍ଞାନିକ ଜେ.ଜେ. ଟମସନ୍ ପ୍ରସ୍ତାବ ଦେଲେ ଯେ ବିଯୁକ୍ତ ଚାର୍ଜକଣିକା ପ୍ରତ୍ୟେକ ପରମାଣୁର ଏକ ମୌଳିକ କଣିକା । ଏହି କଣିକାକୁ ଇଲେକ୍‌ଟ୍ରମ୍ (electron) କୁହାଗଲା ।
  • 1886 ମସିହାରେ ବୈଜ୍ଞାନିକ ଇ. ଗୋଲ୍‌ଷ୍ଟାଇନ୍ ଏକ ପରୀକ୍ଷାଦ୍ଵାରା ପରମାଣୁରେ ଯୁକ୍ତଚାର୍ଜ ରହିଥ‌ିବା ଆବିଷ୍କାର କରିଥିଲେ । ଏହି ଯୁକ୍ତଚାର୍ଜ କଣିକାର ନାମ ପ୍ରୋଟନ୍ (Proton) ଦିଆଗଲା ।
  • ପ୍ରୋଟନ୍‌ର ଚାର୍ଜ ଇଲେକ୍‌ଟ୍ରନ୍‌ର ଚାର୍ଜ ସହିତ ସମାନ କିନ୍ତୁ ବିପର1ରଧମା |
  • ପ୍ରୋଟନ୍‌ର ବସ୍ତୁତ୍ଵ ତୁଳନାରେ ଇଲେକ୍‌ଟ୍ରନ୍‌ର ବସ୍ତୁତ୍ଵ ନଗଣ୍ୟ ବୋଲି ଧରାଯାଏ ।

BSE Odisha 9th Class Physical Science Solutions Chapter 4 ପରମାଣୁ ଗଠନ

ତୁମପାଇଁ କାମ 4.2 :
ପ୍ରକୃତିରେ ପୋଟାସିୟମର ତିନୋଟି ଆଇସୋଟୋପ୍ ମିଳିଥାଏ । ସେଗୁଡ଼ିକ ହେଲା »K, K ଏବଂ K । ପୋଟାସିୟମର ପାରମାଣବିକ ବସ୍ତୁତ୍ଵ = 39.098u । ପ୍ରକୃତିରେ ପୋଟାସିୟମର କେଉଁ ଆଇସୋଟୋପ୍‌ର ଶତକଡ଼ା ଅନୁପାତ ସବୁଠାରୁ ଅଧିକ ?
ଉ-
BSE Odisha 9th Class Physical Science Solutions Chapter 4 img-15
ତେଣୁ xର % ମାନ ସବୁଠାରୁ ଅଧ‌ିକ । ଅର୍ଥାତ୍ ପ୍ରକୃତିରେ K ଆଇସୋଟୋପ୍‌ ଶତକଡ଼ା ଅନୁପାତ ସବୁଠାରୁ ଅଧିକ ।

ତୁମପାଇଁ କାମ 4.3 :
ଏହି ଅଧ୍ୟାୟରେ ଆଲୋଚିତ ହୋଇନଥୁବା ପାଞ୍ଚୋଟି ମୌଳିକର ଆଇସୋଟୋପ୍‌ଗୁଡ଼ିକର ଏକ ତାଲିକା କର ।
BSE Odisha 9th Class Physical Science Solutions Chapter 4 img-16
ଉ-
ଆଇସୋଟୋପ୍‌ର ବ୍ୟବହାର (Application of Isotopes) :

  • ୟୁରେନିୟମ୍ ଆଇସୋଟୋପ୍ ନ୍ୟୁକ୍ଲିୟ ରିଆକ୍ଟରରେ ଜାଳେଣି ରୂପେ ବ୍ୟବହାର କରାଯାଏ ।
  • କୋବାଲ୍ଟର ଏକ ଆଇସୋଟୋପ୍ କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ ।
  • ଆୟୋଡ଼ିନ୍‌ ଏକ ଆଇସୋଟୋପ୍ ଥାଇରଏଡ୍ ଗ୍ରନ୍ଥି (Thyroid gland) ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ |
  • କେତେକ କୃତ୍ରିମ ଆଇସୋଟୋପ୍‌କୁ କୃଷି ଓ ଶିଳ୍ପ କ୍ଷେତ୍ରରେ ବ୍ୟବହାର କରାଯାଏ ।

ତୁମପାଇଁ କାମ 4.4 :
ଆଉ କେତୋଟି ଆଇସୋବାର୍‌ର ଏକ ତାଲିକା କର ।
ଉ-
BSE Odisha 9th Class Physical Science Solutions Chapter 4 img-17

BSE Odisha 9th Class Physical Science Solutions Chapter 5 ଗତି

Odisha State Board BSE Odisha 9th Class Physical Science Solutions Chapter 5 ଗତି Textbook Exercise Questions and Answers.

BSE Odisha Class 9 Physical Science Solutions Chapter 5 ଗତି

1. 100 m ପରିଧ ବିଶିଷ୍ଟ ଗୋଟିଏ ବୃତ୍ତାକାର ପଥରେ ଜଣେ ଖେଳାଳୀ 20 ସେକେଣ୍ଡ ସମୟରେ ଥରେ ଘୂରିପାରେ । ତାହାହେଲେ ସେ ଏକ ମିନିଟ୍ 10 ସେକେଣ୍ଡରେ କେତେ ଦୂରତା ଅତିକ୍ରମ କରିବ ଓ ତାହାର ବିସ୍ଥାପନ କେତେ ହେବ ?
ଉ-
ଏଠାରେ ଅତିକ୍ରାନ୍ତ ଦୂରତା (s) = 100 m, ସମୟ (t) = 20 s
∴ ବେଗ (v) = BSE Odisha 9th Class Physical Science Solutions Chapter 5 img-1
ଯଦି ସମୟ (t) = 1 ମିନିଟ୍ 10 ସେକେଣ୍ଡ = 70 ସେକେଣ୍ଡ ହୁଏ,
ତେବେ ଅତିକ୍ରାନ୍ତ ଦୂରତା (s) = vt = 5 m/s × 70s = 350 m ହେବ ।
∴ ଖେଳାଳୀ ଜଣକ ମୋଟ 350 m ଦୂରତା ଅତିକ୍ରମ କରିବ ।
ଏଥିରେ ସେ ସଂପୂର୍ଣ୍ଣ 3 ଥର ବୃତ୍ତାକାର ପରିଧ୍ଵକୁ ଏବଂ ଥରେ ଅର୍ଥପରିଧ୍ଵ ପଥ ଅତିକ୍ରମ କରିବ ।
ତେଣୁ ତାହାର ବିସ୍ଥାପନ = ବୃତ୍ତର ପରିଧ୍ଵ
∴ ବୃତ୍ତର ପରିଧ୍ଵ = πd = 100 m (∵ d = ବୃତ୍ତର ବ୍ୟାସ)
BSE Odisha 9th Class Physical Science Solutions Chapter 5 img-2
ଖେଳାଳୀର ବିସ୍ଥାପନ 31.818m ମିଟର ହେବ ।

2. ସୁମନ୍ତ ବିଦ୍ୟାଳୟକୁ ଗଲାବେଳେ 20 km/h ବେଗରେ ଗାଡ଼ିରେ ଯାଏ । ବିଦ୍ୟାଳୟରୁ ଫେରିଲାବେଳେ ତାହାର ଗାଡ଼ିର ବେଗ 30 km/h ହେଲେ, ତାହାର ହାରାହାରି ବେଗ କେତେ ହେବ ?
ଉ-
ମନେକର ସୁମନ୍ତ ଘରଠାରୁ ବିଦ୍ୟାଳୟର ଦୂରତ୍ୱ = x km
x kmକୁ 20 km/h ବେଗରେ ବିଦ୍ୟାଳୟ ଯିବାକୁ ସମୟ ଲାଗିବ = BSE Odisha 9th Class Physical Science Solutions Chapter 5 img-3
BSE Odisha 9th Class Physical Science Solutions Chapter 5 img-4
∴ ସୁମନ୍ତର ହାରାହାରି ବେଗ 24 km/h ।

BSE Odisha 9th Class Physical Science Solutions Chapter 5 ଗତି

3. ଏକ ମୋଟର ବୋଟ୍ ସ୍ଥିରାବସ୍ଥାରୁ ଗୋଟିଏ ହ୍ରଦରେ ଏକ ସରଳରେଖାରେ ଗତିକଲା । 8 ସେକେଣ୍ଡ ସମୟରେ ତାହାର ତ୍ଵରଣ 3 m/s2 ହେଲା । ଏହି ସମୟ ମଧ୍ୟରେ ବୋଟ୍‌ କେତେ ଦୂରତା ଅତିକ୍ରମ କରିଥିଲା ?
ଉ-
ଏଠାରେ ପ୍ରାରମ୍ଭିକ ପରିବେଗ (u) = 0, ସମୟ (t) = 8 s ଓ ତ୍ଵରଣ (a) = 3m/s2
∴ ଅତିକ୍ରାନ୍ତ ଦୂରତା BSE Odisha 9th Class Physical Science Solutions Chapter 5 img-5
∴ ବୋଟ୍‌ଟି 96 ମି. ଦୂରତା ଅତିକ୍ରମ କରିଥିଲା ।

4. ରାମବାବୁ ସକାଳୁ ଘରୁ ବାହାରି ପୂର୍ବ ଦିଗକୁ 2 km ଗଲେ ଏବଂ ସେଠାରୁ ସେଇବାଟ ଦେଇ ଘରକୁ ଫେରି ଆସିଲେ । ଏହି ଦୂରତା ଅତିକ୍ରମ କରିବାକୁ ସେ ମୋଟ 40 ମିନିଟ୍ ସମୟ ନେଇଥୁଲେ, ତାଙ୍କର ହାରାହାରି ବେଗ ଓ ପରିବେଗ କଳନା କର ।
ଉ –
BSE Odisha 9th Class Physical Science Solutions Chapter 5 img-6
ରାମବାବୁଙ୍କର ହାରାହାରି ବେଗ 6 km/h ଓ ବିସ୍ଥାପନ 0 |

5. ଚିତ୍ରରେ ତିନୋଟି ଗାଡ଼ି A, B ଓ Cର ସମୟ-ଦୂରତା ଗ୍ରାଫ୍ ପ୍ରଦର୍ଶିତ ହୋଇଛି । ଏହି ଗ୍ରାଫ୍‌କୁ ଅନୁଧ୍ୟାନ କରି ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
(a) ଏମାନଙ୍କ ମଧ୍ୟରୁ କେଉଁ ଗାଡ଼ିଟିର ଗତି ସର୍ବାଧ୍ବକ ?
(b) ରାସ୍ତାର କୌଣସି ଗୋଟିଏ ସ୍ଥାନରେ ସେମାନେ ଏକାଠି ହେବେ କି ?
(c) B ଗାଡ଼ିଟି A ଗାଡ଼ିକୁ ଅତିକ୍ରମ କରିବା ପରେ c ଗାଡ଼ିଟି କେତେ ଦୂର ଯାଇଥ‌ିବ ?
(d) C ଗାଡ଼ିକୁ ଅତିକ୍ରମ କରିବା ପରେ B ଗାଡ଼ିଟି କେତେ ଦୂର ଯାଇଥିବ ?

BSE Odisha 9th Class Physical Science Solutions Chapter 5 img-7
ଉ –

(a) ଗତି ଶୀଳ ବସ୍ତୁର ବେଗର ପରି ମାଣ ଦୂରତ। -ସମୟ ଗ୍ରାଫ୍‌ ଆନତି (Slope)ରୁ ଜଣାପଡ଼ିଥାଏ । Bର ଲେଖାଟି X-ଅକ୍ଷ ବା ସମୟ ଅକ୍ଷ ସହ ଉତ୍ପନ୍ନ କରୁଥ‌ିବ। କୋଣର ପରିମାଣ ଅଧିକ ହୋଇଥିବାରୁ ତ’ର ସ୍ଲୋପ୍ ଅଧିକ ହୋଇଥାଏ । ସୁତରାଂ Bର ବେଗ ସର୍ବାଧ‌ିକ ଅଟେ ।

(b) ରାସ୍ତାର କୌଣସି ସ୍ଥାନରେ ସେମାନେ ଏକାଠି ହେବେ ନାହିଁ ।

(c) B ଗାଡ଼ିଟି A ଗାଡ଼ିକୁ D ଠାରେ ଅତିକ୍ରମ କରୁଛି । D ବିନ୍ଦୁର ସ୍ଥାନାଙ୍କ Y -ଅକ୍ଷରେ 10 km । ସେହି ସମୟରେ ୯ ଗାଡି E ଠାରେ ପହଞ୍ଚିବ ଏବଂ E ବିନ୍ଦୁର ସ୍ଥାନାଙ୍କ Y-ଅକ୍ଷରେ 9km । ତେଣୁ B, Aକୁ ଅତିକ୍ରମ କଲାବେଳେ ୯ ଗାଡି B ଓ A ଠାରୁ (10 km – 9 km) = 1 km ପଛରେ ଥ‌ିବ ।

(d) B ଗାଡି C ଗାଡିକୁ F ଠାରେ ଅତିକ୍ରମ କରୁଛି ଏବଂ F ର ସ୍ଥାନାଙ୍କ Y-ଅକ୍ଷରେ 7.5 km 1 B, Cକୁ ମୂଳବିନ୍ଦୁଠାରୁ 7.5 km ଦୂରରେ ଏବଂ A କୁ ମୂଳବିନ୍ଦୁଠାରୁ 10 km ଦୂରରେ ଅତିକ୍ରମ କରିବ । ତେଣୁ B ଗାଡି ୯ ଗାଡିକୁ ଅତିକ୍ରମ କରିବା ସୟରେ (10 km – 7.5 km) = 2.5 km ଦୂରତା ଅତିକ୍ରମ କରିବ ।

BSE Odisha 9th Class Physical Science Solutions Chapter 5 img-8

6. ଗୋଟିଏ ବସ୍ତୁ ଭୂମିଠାରୁ 20 m ଉପରୁ ସ୍ଥିରାବସ୍ଥାରୁ ମୁକ୍ତ ଭାବରେ ପଡ଼ିଲା । ଭୂପୃଷ୍ଠରେ ପଡ଼ିବାକୁ ଏହାକୁ କେତେ ସମୟ ଲାଗିବ ? ଠିକ୍ ଭୂମିକୁ ଛୁଇଁବା ବେଳେ ଏହାର ପରିବେଗ କେତେ ହେବ ?(g = 10 m/s2)
ଉ –
ଏଠାରେ ପ୍ରାରମ୍ଭିକ ପରିବେଗ (u) ), ଭୂମିଠାରୁ ବସ୍ତୁର ଉଚ୍ଚତା (s) = 20m
ଓ ମାଧ୍ୟାକର୍ଷଣ ଜନିତ ତ୍ଵରଣ (g) = 10 m/s2
v2 = u2 + 2gs = 2gs (∵ u = 0)
BSE Odisha 9th Class Physical Science Solutions Chapter 5 img-9
v = u + gt ⇒ t = BSE Odisha 9th Class Physical Science Solutions Chapter 5 img-10
∴ ଭୂପୃଷ୍ଠରେ ପଡ଼ିବାକୁ 2 ସେକେଣ୍ଡ ସମୟ ଲାଗିବ ଓ ଠିକ୍ ଭୂମିରେ ଛୁଇଁବା ବେଳେ ଏହାର ପରିବେଗ 20m/s ହେବ ।

BSE Odisha 9th Class Physical Science Solutions Chapter 5 ଗତି

7. ଗ୍ରାଫ୍ ପ୍ରଦର୍ଶିତ ହୋଇଛି । ଏହାକୁ ପର୍ଯ୍ୟବେକ୍ଷଣ କର ଏବଂ ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
BSE Odisha 9th Class Physical Science Solutions Chapter 5 img-11
(a) ପ୍ରଥମ ଚାରି ସେକେଣ୍ଡରେ କାର୍‌ଟି କେତେ ଦୂରତା ଅତିକ୍ରମ କରିବ ? ଏହି ସମୟରେ କାର୍‌ଟି ଅତିକ୍ରମ କରିଥୁବା ଦୂରତା ପ୍ରଦର୍ଶନ କରୁଥିବା ଗ୍ରାଫ୍‌ର ଅଂଶକୁ ରଙ୍ଗ ଦିଅ ।
(b) ଗ୍ରାଫ୍‌ରେ କେଉଁ ଅଂଶଟିର କାର୍‌ଟି ସମ ଗତିରେ ଗତି କରୁଛି ?
ଉ –
(a) V = 6 m/s, t = 4s
s = vt = 6m/s x 4s = 24m
ଗ୍ରାଫ୍‌ତ ରେଖାଙ୍କିତ ଅଂଶ ହେଉଛି କାର୍ ଟି ଅତିକ୍ରମ କରୁଥିବା ଦୂରତା ।
(b) ଗ୍ରାଫ୍‌ରେ 6 ସେକେଣ୍ଡରୁ 9.6 ସେକେଣ୍ଡ ମଧ୍ୟରେ
BSE Odisha 9th Class Physical Science Solutions Chapter 5 img-12

8. ଗୋଟିଏ ବସ୍ତୁକୁ ଭୂଲମ୍ବ ଦିଗରେ ଭୂମିଠାରୁ ଉପରକୁ ନିକ୍ଷେପ କରାଗଲା । ଏହା 4 ସେକେଣ୍ଡ ପରେ ପ୍ରାରମ୍ଭିକ ସ୍ଥାନକୁ (ଯେଉଁ ସ୍ଥାନରୁ ଯାଇଥିଲା ସେହି ସ୍ଥାନକୁ) ଫେରି ଆସିଲା । ତାହାହେଲେ ଏହାର ପ୍ରାରମ୍ଭିକ ବେଗ କେତେ ଥିଲା ? ଏହା କେତେ ଉପରକୁ ଉଠିଥିଲା ? (g = 10 m/s2)
ଉ –
ପ୍ରାରମ୍ଭିକ ବେଗ = u; ଅନ୍ତିମ ବେଗ v = 0; ମୋଟ ସମୟ ଲାଗିଛି t = 4 sec
କେବଳ ଉପରକୁ ଉଠିବାକୁ ସମୟ ଲାଗିଛି  BSE Odisha 9th Class Physical Science Solutions Chapter 5 img-13
(ଉପରକୁ ଉଠିବାକୁ ଯେତିକି ସମୟ ଲାଗିବ ତଳକୁ ଖସିବାକୁ ସେତିକି ସମୟ ଲାଗିବ ।)
ଉପରକୁ ଉଠିବାପାଇଁ v = 0, t = 2 sec. g = – 10 m/s2
v = u + gt ⇒ 0 = u + gt ⇒ u = – gt = – (- 10m/s2) x 2s = 20 m/s
v2 = u2 + 2 gs ⇒ 0 = u2 + 2 gs
BSE Odisha 9th Class Physical Science Solutions Chapter 5 img-14
∴ ବସ୍ତୁଟି 20m ଉପରକୁ ଉଠିଥିଲା ଓ ତାହାର ପ୍ରାରମ୍ଭିକ ବେଗ 20 m/s ଥିଲା ।

9. ଗୋଟିଏ କୃତ୍ରିମ ଉପଗ୍ରହ 42250 km ବ୍ୟାସାର୍ଷ ବିଶିଷ୍ଟ ଏକ ବୃତ୍ତାକାର କକ୍ଷରେ ପୃଥ‌ିବୀ ପରିକ୍ରମଣ କରୁଅଛି । ଯଦି ଏହା ପୃଥ‌ିବୀ ଚାରିପାଖରେ 24 ଘଣ୍ଟାରେ ଥରେ ଘୂରିଆସେ, ତାହାହେଲେ ଏହାର ବେଗ
ଉ –
ଏଠାରେ ବ୍ୟାସାର୍ଷ (r) = 42250 km, ସମୟ (t) = 24 h
⇒ ଅତିକ୍ରାନ୍ତ ଦୂରତା (s) = ପରିଧ୍ 2лr = 2 x 3.141 x 42250 km = 265414.5 km
BSE Odisha 9th Class Physical Science Solutions Chapter 5 img-15

10. ସ୍ଥିରାବସ୍ଥାରୁ ଗୋଟିଏ କାର୍ ଗତି ଆରମ୍ଭ କରି ଏକ ସିଧା ରାସ୍ତାରେ 4 m/s2 ସମ ତ୍ଵରଣରେ ଗତି କଲା । 10 ସେକେଣ୍ଡ ପରେ ଏହାର ପରିବେଗ କେତେ ହେବ ? ଏହି ସମୟ ମଧ୍ୟରେ କାର୍‌ଟି କେତେ ଦୂର ଯାଇଥ‌ିବ ?
ଉ –
ଏଠାରେ ପ୍ରାରମ୍ଭିକ ପରିବେଗ (u) = 0, ତ୍ଵରଣ (a) = 4 m/s2 ଓ ସମୟ (t) = 10s
ଅନ୍ତିମ ପରିବେଖ = v ହେଲେ v = u + at = 0 + 4 m/s2 x 10s = 40 m/s
ଅତିକ୍ରାନ୍ତ ଦୂରତା BSE Odisha 9th Class Physical Science Solutions Chapter 5 img-16
∴ 10 ସେକେଣ୍ଡ ପରେ କାର୍‌ର ପରିବେଗ ହେବ 40 m/s । ଏହି ସମୟ ମଧ୍ୟରେ କାର୍‌ଟି 200 m ଦୂର ଯାଇଥ‌ିବ ।

BSE Odisha 9th Class Physical Science Solutions Chapter 5 ଗତି

ପ୍ରଶାବଳୀ ଓ ଉତ୍ତର

1. ଗୋଟିଏ ବସ୍ତୁ କିଛି ପଥ ଦେଇ ଗତି କରିଛି । ତାହାର ବିସ୍ଥାପନ ଶୂନ ହୋଇ ପାରିବ କି ? ଯଦି ତୁମର ଉତ୍ତର ହଁ ହୁଏ, ତାହାହେଲେ ଏକ ଉଦାହରଣ ଦ୍ଵାରା ଏହାକୁ ବୁଝାଅ ।
ଉ –
(i) ବସ୍ତୁର ବିସ୍ଥାପନ ଶୂନ ହୋଇପାରିବ ।

(ii) ଉଦାହରଣ : 1 – ଗୋଟିଏ ବସ୍ତୁ ପ୍ରାରମ୍ଭିକ ବିନ୍ଦୁ ‘A’ ରୁ ବାହାରି କୌଣସି ଏକ ପଥ ଅତ୍ରିକମ କରି ପୁନଶ୍ଚ ସେହି ପ୍ରାରମ୍ଭିକ ବିନ୍ଦୁ ‘A’ କୁ ଫେରିଆସିଲେ ବସ୍ତୁର ବିସ୍ଥାପନ ଶୂନ ହେବ । କାରଣ ପ୍ରାରମ୍ଭିକ – ବିନ୍ଦୁ ଓ ଅନ୍ତିମ ବିନ୍ଦୁ ମଧ୍ୟରେ ସର୍ବନିମ୍ନ ଦୂରତା ସମାନ ଅଟେ ।

ଉଦାହରଣ : 2 – ମନେକର, ଗୋଟିଏ ବସ୍ତୁ ‘୦’ ବିନ୍ଦୁରୁ ବାହାରି A ପର୍ଯ୍ୟନ୍ତ ଏକ ସରଳରେଖାରେ ଯାଇ ପୁନଶ୍ଚ ‘୦’ ବିନ୍ଦୁକୁ ଫେରିଆସିଲା । ଏ କ୍ଷେତ୍ରରେ ବସ୍ତୁର ପ୍ରାରମ୍ଭିକ ବିନ୍ଦୁ ଓ ଅନ୍ତିମ ବିନ୍ଦୁ ସମାନ ହୋଇଯିବାରୁ ବସ୍ତୁର ବିସ୍ଥାପନ ଶୂନ ହେବ ।
∴ \(\vec{OA}\) = – \(\vec{OA}\) କିମ୍ବା \(\vec{OA}\) + \(\vec{OA}\) = 0 (\(\vec{OA}\) ଯୁକ୍ତାତ୍ମକ ହେଲେ \(\vec{OA}\) ବିଯୁକ୍ତାତ୍ମକ ହୋଇଥାଏ । )

ଉଦାହରଣ : 3 – ଗୋଟିଏ ଟେକାକୁ ଭୁଲମ୍ବ ଭାବରେ ଉପରକୁ ନିକ୍ଷେପ କଲେ ତାହା କିଛି ବାଟ ଉପରକୁ ଯାଇ କିଛି ସମୟ ପରେ ପ୍ରାରମ୍ଭିକ ଅବସ୍ଥାନକୁ ଫେରିଆସେ । ଏଠାରେ ଟେକାର ବିସ୍ଥାପନ ଶୂନ ମାତ୍ର ଅତିକ୍ରାନ୍ତ ଦୂରତା ଶୂନ ହୋଇନଥାଏ ।

2. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଠିକ୍ ଓ କେଉଁଟି ଭୁଲ ପ୍ରକାଶ କର ।
(a) ବିସ୍ଥାପନ କେବେହେଲେ ଶୂନ ହେବନାହିଁ ।
(b) ବିସ୍ଥାପନର ପରିମାଣ ଅତିକ୍ରାନ୍ତ ଦୂରତାର ପରିମାଣଠରୁ କେବେହେଲେ ଅଧିକ ହେବ ନାହିଁ ।
ଉ –
(a) ଭୁଲ
(b) ଠିକ୍ ।

3. ବେଗ ଓ ପରିବେଗ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
ଉ –
BSE Odisha 9th Class Physical Science Solutions Chapter 5 img-17

4. କେଉଁ ପରିସ୍ଥିତିରେ ହାରାହାରି ପରିବେଗର ପରିମାଣ ହାରାହାରି ବେଗ ସହ ସମାନ ?
ଉ –
ବସ୍ତୁଟି ଏକ ସରଳରେଖାରେ ଏବଂ ସମ ପରିବେଗରେ ଗତି କରୁଥିଲେ ଏହାର ହାରାହାରି ପରିବେଗର ପରିମାଣ ହାରାହାରି ବେଗ ସହ ସମାନ ହେବ ।

5. ଗୋଟିଏ ଯାନର ‘‘ଓଡ଼ୋମିଟର’’ ଯନ୍ତ୍ର କ’ଣ ମାପେ ?
ଉ –
ଗୋଟିଏ ଯାନର ଓଡ଼ୋମିଟର ଯନ୍ତ୍ର ବସ୍ତୁର ଅତିକ୍ରାନ୍ତ ଦୂରତା ମାପେ ।

6. ଯେତେବେଳେ ଗୋଟିଏ ବସ୍ତୁ ସମଗତିରେ ଗତି କରୁଥାଏ, ତାହାର ଗତିପଥ କିପରି ହୋଇଥାଏ ?
ଉ –
ଯେତେବେଳେ ଗୋଟିଏ ବସ୍ତୁ ସମଗତିରେ ଗତି କରୁଥାଏ, ସେତେବେଳେ ତାହାର ଗତିପଥ ସରଳରେଖକ ହୋଇଥାଏ ।

7. ଗୋଟିଏ ବସ୍ତୁ

  • କେତେବେଳେ ସମ ତ୍ଵରଣରେ ଯାଉଛି ବୋଲି ତୁମେ କହିବ ଏବଂ
  • କେତେବେଳେ ଅସମ ତ୍ଵରଣରେ ଯାଉଛି ବୋଲି ତୁମେ କହିବ ।

ଉ –

  • ଯଦି ବସ୍ତୁ ଏକ ସରଳରେଖାରେ ଗତି କରୁଥିବା ସମୟରେ ତାହାର ପରିବେଗ ସମାନ ସମୟ ବ୍ୟବଧାନରେ ସମାନ ପରିମାଣରେ ବୃଦ୍ଧି ଘଟିଥାଏ, ତେବେ ତାହା ସମ ତ୍ଵରଣରେ ଯାଉଛି ବୋଲି କୁହାଯାଏ ।
  • ସେହିପରି ଯଦି ସଳଖ ରାସ୍ତାରେ ଗୋଟିଏ ଗତିଶୀଳ ବସ୍ତର ବେଗ ଅସମାନଭାବରେ ସମାନ ସମୟ ବ୍ୟବଧାନରେ ବୃଦ୍ଧିପାଏ, ତେବେ ତାହା ଅସମ ତ୍ଵରଣରେ ଯାଉଛି ବୋଲି କୁହାଯିବ ।

BSE Odisha 9th Class Physical Science Solutions Chapter 5 ଗତି

8. ସରଳରେଖାରେ ଗୋଟିଏ ବସ୍ ତାହାର ପରିବେଗ 80 km/hରୁ 60 km/h କୁ 5 ସେକେଣ୍ଡରେ କମାଇଲା । ତାହାହେଲେ ସେ ବସ୍‌ର ଗତିରେ ତ୍ଵରଣ କେତେ ?
ଉ –
BSE Odisha 9th Class Physical Science Solutions Chapter 5 img-18

9. ଗୋଟିଏ ଟ୍ରେନ୍ ରେଳଷ୍ଟେସନରୁ ଛାଡ଼ି ସମ ତ୍ଵରଣରେ ଗତିକରି 10 ମିନିଟ୍‌ରେ 40 km/h ପରିବେଗ ଲାଭକଲେ, ଟ୍ରେନ୍‌ର ତ୍ଵରଣ କେତେ ?
ଉ –
ଟ୍ରେନ୍ ର ପ୍ରାରମ୍ଭିକ ପରିବେଗ (u) = 0
ଅନ୍ତିମ ପରିବେଗ (v) = 40 କି.ମି./ ଘଣ୍ଟା BSE Odisha 9th Class Physical Science Solutions Chapter 5 img-19 ମି. / ସେକେଣ୍ଡ = \(\frac { 100 }{ 9 }\) ମି. / ସେକେଣ୍ଡ
ସମୟ (t) = 10 ମିନିଟ୍ = 10 × 60 606 = 600 ସେକେଣ୍ଡ
ତ୍ଵରଣ (a) = \(\frac { v-u }{ t }\) = \(\frac { v }{ t }\) = \(\frac { 100 }{ 9 x 600 }\) ମିଟର / ସେକେଣ୍ଡ
=BSE Odisha 9th Class Physical Science Solutions Chapter 5 img-20 ମିଟର / ସେକେଣ୍ଡ2 = 0.018 ମିଟର / ସେକେଣ୍ଡ2
∴ ଟ୍ରେନ୍‌ର ତ୍ଵରଣ 0.018 ମିଟର / ସେକେଣ୍ଡ2

10. ସମ ଓ ଅସମ ବେଗରେ ଗତି କରୁଥିବା ଗୋଟିଏ ବସ୍ତୁର ସମୟ–ଦୂରତା ଗ୍ରାଫ୍‌ର ଲକ୍ଷଣଗୁଡ଼ିକ ଲେଖ ।
ଉ –

  • ସମ ବେଗରେ ଗତି କରୁଥିବା ବସ୍ତୁର ସମୟ-ଦୂରତା ଗ୍ରାଫ୍‌ ଏକ ତୀର୍ଯ୍ୟକ୍ ସରଳରେଖା ହୁଏ ।
  • ବସ୍ତୁଟି ଅସମ ବେଗରେ ଗତି କରୁଥିଲେ ଗ୍ରାଫ୍‌ଟି ଏକ ବକ୍ରରେଖା ହୁଏ ।

BSE Odisha 9th Class Physical Science Solutions Chapter 5 img-21

11. ଗୋଟିଏ ବସ୍ତୁର ସମୟ-ଦୂରତା ଗ୍ରାଫ୍ ସମୟ ଅକ୍ଷ ସହ ସମାନ୍ତର ହୋଇଥିଲେ, ତାହାର ଗତି କ’ଣ ହୋଇପାରେ ବୋଲି ତୁମେ ଭାବୁଛ ?
ଉ –
ବସ୍ତୁର ସମୟ-ଦୂରତା ଗ୍ରାଫ୍ ସମୟ ଅକ୍ଷ ସହ ସମାନ୍ତର ହୋଇଥିଲେ ବସ୍ତୁଟି ସ୍ଥିର ଖୁବ। ଜଣାଯାଏ ।
BSE Odisha 9th Class Physical Science Solutions Chapter 5 img-22

12. ଗୋଟିଏ ବସ୍ତୁର ସମୟ-ବେଗ ଗ୍ରାଫ୍ ଏକ ସରଳରେଖା ଏବଂ ଏହା ସମୟ ଅକ୍ଷ ସହ ସମାନ୍ତ ର । ବସ୍ତୁର ଗତି ବିଷୟରେ ତୁମେ କ’ଣ କହିପାରିବ ?
ଉ –
ଗୋଟିଏ ସମୟ-ବେଗ ଗ୍ରାଫ୍ ଏକ ସରଳରେଖା ଏବଂ ସମୟ ଅକ୍ଷ ସହ ସମାନ୍ତର ହୋଇଥିଲେ ବସ୍ତୁଟି ସମବେଗରେ ଗତି କରିବ ।
BSE Odisha 9th Class Physical Science Solutions Chapter 5 img-23

13. ଗୋଟିଏ ବସ୍ ସ୍ଥିରାବସ୍ଥାରୁ ଗତି ଆରମ୍ଭ କରି 2 ମିନିଟ୍‌ରେ 0-1 m/s2 ତ୍ଵରଣ ଲାଭ କଲା । ତାହାହେଲେ–

  • ଏହି ସମୟ ମଧ୍ୟରେ ବସ୍‌ କେତେ ଦୂରତା ଅତିକ୍ରମ କରିଥିଲା ?
  • ଗାଡ଼ିଟି କେତେ ବେଗରେ ଯାଉଥିଲା ?

ଉ –
ପ୍ରାରମ୍ଭିକ ବେଗ (u) = 0, ତ୍ଵରଣ (a) = 0.1 ମି/ସେକେଣ୍ଡ2, ସମୟ (t) = 2 ମିନିଟ୍ = 120 ସେକେଣ୍ଡ
ଅତିକ୍ରାନ୍ତ ଦୂରତା BSE Odisha 9th Class Physical Science Solutions Chapter 5 img-24
ବେଗ (v) = u + at = at = 0.1 ମିଟର/ ସେକେଣ୍ଡ2 × 120 ସେକେଣ୍ଡ = 12 ମିଟର/ସେକେଣ୍ଡ ।

  • ଏହି ସମୟ ମଧ୍ୟରେ ବସ୍‌ 720 ମିଟର ଦୂରତା ଅତିକ୍ରମ କରିଥିଲା ।
  • ଗାଡ଼ିଟି 120 ମିଟର | ସେକେଣ୍ଡ ବେଗରେ ଯାଉଥିଲା ।

BSE Odisha 9th Class Physical Science Solutions Chapter 5 ଗତି

14. ଗୋଟିଏ ଟ୍ରେନ୍ 90 km/h ବେଗରେ ଗତି କରୁଥିଲା । ହଠାତ୍ ଟ୍ରେନ୍‌ର ବ୍ରେକ୍ ଦେଇ ଟ୍ରେନ୍‌ଟିର ତ୍ଵରଣ 0.5 m/s2 କରାଗଲା । ଟ୍ରେନ୍‌ଟି ସ୍ଥିର ହେବା ପୂର୍ବରୁ କେତେ ଦୂର ଯାଇପାରିବ ?
ଉ –
ଟ୍ରେନ୍‌ର ପ୍ରାରମ୍ଭିକ ବେଗ (u) = 90 କି.ମି./ ଘଣ୍ଟା \(\frac { 90000 }{ 3600 }\) ମିଟର / ସେକେଣ୍ଡ = 25 ମି / ସେକେଣ୍ଡ
ତ୍ଵରଣ (a) = – 0.5 ମିଟର/ ସେକେଣ୍ଡ2, ଅନ୍ତିମ ବେଗ (v) = 0
v2 = u2 ⇒ 0 = u2 + 2as
BSE Odisha 9th Class Physical Science Solutions Chapter 5 img-25
∴ ଟ୍ରେନ୍ ଟି ସ୍ଥିର ହେବା ପୂର୍ବରୁ 625 ମିଟର ଦୂରଯାଇପାରିବ ।

15. ଗୋଟିଏ କାର୍ ସ୍ଥିରାବସ୍ଥାରୁ ସମ ତ୍ଵରଣରେ ଗତି କଲା । ଏହାର ତ୍ଵରଣ 4 m/s2 ହେଲେ, 3 ସେକେଣ୍ଡ ପରେ କାର୍‌ର ପରିବେଗ କେତେ ହେବ ?
ଉ –
ସ୍ଥିରାବସ୍ଥାରୁ ଗତି ଆରମ୍ଭ କରିଛି, ଅର୍ଥାତ୍ ପ୍ରାରମ୍ଭିକ ବେଗ (u) = 0, ତ୍ଵରଣ (a) = 4 ମିଟର/ ସେକେଣ୍ଡ2, (t) = 3 ସେକେଣ୍ଡ
ଶେଷ ପରିବେଗ (v) = u + at = at = 4 x 3 ମିଟର / ସେକେଣ୍ଡ = 12 ମିଟର/ସେକେଣ୍ଡ ।

16. ଗୋଟିଏ ଗମ୍ବୁଜ ଉପରୁ ହାତରେ ଧରିଥିବା ପଥରଟିକୁ ଛାଡ଼ିଦେଲା ପରେ 4 ସେକେଣ୍ଡ ପରେ ତାହା ଭୂଇଁରେ ପଡ଼ିଲା । ଗମ୍ବୁଜର ଉଚ୍ଚତା କେତେ ? (g = 10 m/s2)
ଉ –
ଗମ୍ବୁଜ ଉପରୁ ପଥରଟିକୁ ଛଡ଼ାଗଲା । ତେଣୁ ପ୍ରାରମ୍ଭିକ ପରିବେଗ (u) = 0, ସମୟ (t) = 4 ସେକେଣ୍ଡ
ଗମ୍ବୁଜର ଉଚ୍ଚତା (s) = ut + \(\frac { 1 }{ 2 }\)gt2 (a = g 10 ମିଟର / ସେକେଣ୍ଡ2)
= \(\frac { 1 }{ 2 }\)gt2 = \(\frac { 1 }{ 2 }\) x 10 x 4 x 4 = 80 ମିଟର ।
∴ ଗମ୍ବୁଜର ଉଚ୍ଚତା ୫୦ ମିଟର ।

17. ସଳଖ ରାଜପଥରେ ସମ ତ୍ଵରଣରେ ଗତି କରୁଥିବା ଗୋଟିଏ ଗାଡ଼ିର ବେଗ 5 ସେକେଣ୍ଡରେ 10 ମି./ସେ. ରୁ 26 ମି. | ସେ. ବେଗକୁ ତ୍ୱରାନ୍ବିତ ହେଲେ, ସେହି ସମୟ ମଧ୍ୟରେ ଗାଡ଼ିଟି କେତେ ବାଟ ଗତି କରିଥବ ?
ଉ –
ପ୍ରାରମ୍ଭିକ ପରିବେଗ (u) = 10 ମିଟର/ସେକେଣ୍ଡ, ଅନ୍ତିମ ପରିବେଗ (v) = 26 ମିଟର/ସେକେଣ୍ଡ, ସମୟ (t) = 5 ସେକେଣ୍ଡ
∴ ବରଣ (a) = \(\frac { v-u }{ t }\) = \(\frac { 26-10 }{ 5 }\) = \(\frac { 16 }{ 5 }\) ମିଟର / ସେକେଣ୍ଡ2
ଅତିକ୍ରାନ୍ତ ଦୂରତା (s) = ut + \(\frac { 1 }{ 2 }\) at2 = 10 x 5 + \(\frac { 1 }{ 2 }\) x \(\frac { 16 }{ 5 }\) x 5 x 5 = 50 + 40 = 90 ମିଟର |
∴ ଗାଡ଼ିଟି ୨୦ ମିଟର ଗତି କରିଥବ ।

କାର୍ଯ୍ୟାବଳୀ (Activity) :

ତୁମପାଇଁ କାମ 5.1 :
ତୁମ ଶ୍ରେଣୀ କୋଠରିର କାନ୍ଥଗୁଡ଼ିକ ସ୍ଥିର କି ଗତିଶୀଳ ?
ଉ –
ପୃଥ‌ିବୀ ଗତିଶୀଳ ହେତୁ କୋଠରିର କାନ୍ଥ ଗୁଡ଼ିକ ଗତିଶୀଳ । ବିଶ୍ଵରେ ପରମ ସ୍ଥିର କେହି ନାହାନ୍ତି । କାନ୍ଥଟି ଆପେକ୍ଷିକ ସ୍ଥିରତାରେ ଅଛି ।

BSE Odisha 9th Class Physical Science Solutions Chapter 5 ଗତି

ତୁମପାଇଁ କାମ 5.2
ଗୋଟିଏ ମିଟର ସ୍କେଲ୍ ଓ ଏକ ଲମ୍ବା ରସି ସଂଗ୍ରହ କର । ତୁମ ବିଦ୍ୟାଳୟର ଆୟତାକାର ଫୁଟ୍‌ବଲ୍‌ ପଡ଼ିଆ ବା ଭଲିବଲ୍ କୋର୍ଟର ଗୋଟିଏ କୋଣରେ ତୁମେ ତୁମ ସାଙ୍ଗ ସହିତ ଠିଆ ହୁଅ । ତୁମ ସାଙ୍ଗକୁ ପଡ଼ିଆ ବା କୋର୍ଟର ଦୈର୍ଘ୍ୟ ଓ ପ୍ରସ୍ଥ ଦେଇ ତୁମର ବିପରୀତ କୋଣକୁ ଯିବାକୁ କୁହ । ଏହି ଦୈର୍ଘ୍ୟ ଓ ପ୍ରସ୍ଥକୁ ମାପିରଖ । ତୁମ ସାଙ୍ଗ ଅତିକ୍ରାନ୍ତ କରୁଥିବା ଦୂରତା ଓ ବିସ୍ଥାପନର ପରିମାଣ କେତେ ? ଉଭୟ ପରିମାଣ ମଧ୍ଯରେ କିଛି ପ୍ରଭେଦ ଦେଖୁଛି କି ? (ମନେକର ଦୈର୍ଘ୍ୟ = x ମିଟର ଓ ପ୍ରସ୍ଥ = y ମିଟର ।)
ଉ –
ABCD ଆୟତାକାର ପଡ଼ିଆର ଦୈର୍ଘ୍ୟ = AB = x ମି.
ଓ ପ୍ରସ୍ଥ = BC = y ମି.
ତୁମେ ଓ ତୁମ ସାଙ୍ଗ ଠିଆ ହୋଇଥିବା ସ୍ଥାନ ବା ପ୍ରାରମ୍ଭିକ ବିନ୍ଦୁ = A
ତୁମ ସାଙ୍ଗ ପହଞ୍ଚିବା ସ୍ଥାନ ବା ଅନ୍ତିମ ବିନ୍ଦୁ = C
ତୁମ ସାଙ୍ଗର ଅତିକ୍ରାନ୍ତ ଦୂରତା = AB + BC = (x + y)
ମିଟର ବିସ୍ଥାପନ = AC = \(\sqrt{x^2+y^2}\) ମିଟର ।
BSE Odisha 9th Class Physical Science Solutions Chapter 5 img-26

ତୁମପାଇଁ କାମ 5.3 :
ଗୋଟିଏ ମଟରଗାଡ଼ି ଭୁବନେଶ୍ଵରରୁ ବାହାରି ନୂଆଦିଲ୍ଲୀ ଗଲା । ତାହାର ପ୍ରାରମ୍ଭିକ ଓ ଅନ୍ତିମ ପାଠ୍ୟଙ୍କ (readings) ମଧ୍ୟରେ ପ୍ରଭେଦ 1850 କି.ମି. ଅଟେ । ଭୁବନେଶ୍ୱରରୁ ନୂଆଦିଲ୍ଲୀର ଦୂରତା କେତେ ? ଭୁବନେଶ୍ଵର ଓ ନୂଆଦିଲ୍ଲୀ ମଧ୍ଯରେ ମଟରଗାଡ଼ିର ବିସ୍ଥାପନ କେତେ ?
ଉ –
ଭୁବନେଶ୍ୱରରୁ ନୂଆଦିଲ୍ଲୀର ଦୂରତା 1850 କି.ମି. ଅଟେ । ଭୁବନେଶ୍ଵର ଓ ନୂଆଦିଲ୍ଲୀ ମଧ୍ୟରେ ମଟରଗାଡ଼ିର ବିସ୍ଥାପନ 1850 କି.ମି. ଅଟେ ।

ତୁମପାଇଁ କାମ 5.4 :
ଦୁଇଟି ବସ୍ତୁ A ଓ Bର ଗତିକୁ ସାରଣୀରେ ଦର୍ଶାଯାଇଛି । ପାର୍ଶ୍ୱସ୍ଥ ସାରଣୀକୁ ନିରୀକ୍ଷଣ କରି ସେମାନଙ୍କର ଗତି ସମଗତି ବା ଅସମଗତି ଭାବି କୁହ ।
ଭ –
ସାରଣୀରୁ ଜଣାଯାଇଛି, ବସ୍ତୁ Aର ଗତି ସମଗତି ଓ ବସ୍ତୁ Bର ଗତି ଅସମଗତି । କାରଣ ବସ୍ତୁ A ସମାନ ସମୟ ଅନ୍ତରାଳରେ ସମାନ ପଥ ଅତିକ୍ରମ କରୁଛି କିନ୍ତୁ ବସ୍ତୁ B ସମାନ ସମୟ ଅନ୍ତରାଳରେ ଅସମାନ ପଥ ଅତିକ୍ରମ କରୁଛି ।
BSE Odisha 9th Class Physical Science Solutions Chapter 5 img-27

ତୁମପାଇଁ କାମ 5.5 :
ତୁମକୁ ଘରୁ ଚାଲି ଚାଲି ବିଦ୍ୟାଳୟକୁ ଯିବାକୁ ଯେତିକି ସମୟ ଲାଗେ ତାହାକୁ ଖାତାରେ ଟିପିରଖ । ଯଦି ରୁମର ତ୍ବାରାହାରି ଦେଖ \(\frac { 4km }{ h }\) ହୁଏ, ତାହାହେଲେ ତୁମ ଘରଠାରୁ ବିଦ୍ୟାଳୟର ଦୂରତା କେତେ ?
ଭ –
ମୋତେ ଘରୁ ଚାଲି ଚାଲି ବିଦ୍ୟାଳୟରେ ପହଞ୍ଚିବା ପାଇଁ 15 ମିନିଟ୍ ସମୟ ଲାଗେ ।
ଅର୍ଥାତ୍ ସମୟ (t) = 15 ମିନିଟ୍ = \(\frac { 1 }{ 4 }\) h, ହାରାହାରି ବେଗ (v) = 4 \(\frac { km }{ h }\)
∴ ଘରଠାରୁ ବିଦ୍ୟାଳୟର ଦୂରତା (s) = vt = 4\(\frac { km }{ h }\) x \(\frac { 1 }{ 4 }\) h = 1km

ତୁମପାଇଁ କାମ 5.6 :
ବର୍ଷାବେଳେ ତୁମେ ବିଜୁଳି ଦେଖୁବାର କିଛି ସମୟ ପରେ ଘଡ଼ଘଡ଼ିର ଧ୍ୱନି ଶୁଣ । ଏପରି କାହିଁକି ହୁଏ ? ଆଲୋକ ଓ ଧ୍ଵନିର ବେଗଦ୍ଵାରା ଏହାକୁ ବୁଝାଅ ।
ଭ –
ବିଜୁଳି ଓ ଘଡ଼ଘଡ଼ି ଏକା ସମୟରେ ସୃଷ୍ଟି ହୁଏ । ଧ୍ଵନିର ବେଗ 330 m/s ବେଳେ ଆଲୋକର ବେଗ 3 × 108 m/s ଅଟେ । ତେଣୁ ବିଜୁଳିକୁ ଆମେ ପ୍ରଥମେ ଦେଖୁ ଓ ପରେ ଘଡ଼ଘଡ଼ି ଶବ୍ଦ ଶୁଣିବାକୁ ମିଳେ ।

ତୁମପାଇଁ କାମ 5.7 :
ତୁମେ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାର ଗତିର ସମ୍ପର୍କରେ ଆସୁଛ । ଦିଆଯାଇଥିବା ତଥ୍ୟକୁ ଭିଭିକରି ପ୍ରତ୍ୟେକ ପ୍ରକାର ଗତିର ଗୋଟିଏ ଲେଖାଏଁ ଉଦାହରଣ ଦିଅ । ଯେଉଁଠି :
(a) ତ୍ଵରଣ, ଗତିର ବିପରୀତ ଦିଗରେ ଥାଏ ।
(b) ତ୍ଵରଣ, ଗତି ଦିଗର ବିରୁଦ୍ଧାଚରଣ କରେ ।
(c) ଗତିର ସମ ତ୍ଵରଣ ଥାଏ ।
(d) ଗତିର ଅସମ ତ୍ଵରଣ ଥାଏ ।
ଉ –
(a) ଉପରକୁ ସିଧାଭାବରେ ଫିଙ୍ଗିଥିବା ଏକ ବଲ୍‌ର ଗତି ।
(b) ସ୍ରୋତର ପ୍ରତିକୂଳରେ ଗତି କରୁଥିବା ଏକ ଡଙ୍ଗାର ଗତି ।
(c) ଗଛରୁ ପଡ଼ୁଥିବା ଏକ ଫଳର ଗତି ।
(d) ଜନଗହଳି ରାସ୍ତାରେ ଗତି କରୁଥିବା କାର୍‌ର ଗତି ।

ତୁମପାଇଁ କାମ 5.8 :
ସମବେଗରେ ଗତି କରୁଥିବା ଗୋଟିଏ ଟ୍ରେନ୍ ର ତିନୋଟି ଷ୍ଟେସନ; ଯଥା- A, B ଓ Cରେ ପହଞ୍ଚିବାର ଏବଂ ଛାଡ଼ିବାର ସମୟ ଏବଂ A ଷ୍ଟେସନଠାରୁ B ଓ Cର ଦୂରତାକୁ ସାରଣୀରେ ଦିଆଯାଇଛି । ଏହି ତଥ୍ୟକୁ ନେଇ ଏକ ସମୟ –ଦୂରତା ଗ୍ରାଫ୍ ଅଙ୍କନ କର ।
BSE Odisha 9th Class Physical Science Solutions Chapter 5 img-28
ଉ –
BSE Odisha 9th Class Physical Science Solutions Chapter 5 img-29

ତୁମପାଇଁ କାମ 5.9 :
ସୂର୍ଯ୍ୟ ଓ ତାହାର ଭଉଣୀ ବନଲତା ତାଙ୍କ ଘରଠାରୁ 3.6 km ଦୂରରେ ଥ‌ିବା ବିଦ୍ୟାଳୟକୁ ସାଇକେଲରେ . ଯାଆନ୍ତି । ସେମାନେ ଘରୁ ଏକା ସମୟରେ ବାହାରି ସମାନ ବାଟ ଦେଇ ବିଦ୍ୟାଳୟକୁ ଯାଉଥିଲେ ମଧ୍ୟ ଅଲଗା ଅଲଗା ସମୟରେ ବିଦ୍ୟାଳୟରେ ପହଞ୍ଚି’ନ୍ତି । ସାରଣ1ରେ ସେମାନଙ୍କର ବିଭନ୍ନ ସମୟରେ ଅତିକ୍ରାନ୍ତ ଦୂରତାକୁ ଦିଆଯାଇଛି । ଏହାକୁ ଦୁଇଟି ଅଲଗା ଅଲଗା ସମୟ-ଦୂରତା ଗ୍ରାଫ୍ ଅଙ୍କନ କର ଓ ବ୍ୟାଖ୍ୟା କର ।
BSE Odisha 9th Class Physical Science Solutions Chapter 5 img-30
ଏହି ଗ୍ରାଫ୍‌ ଜଣାଯାଏ ଯେ ସମାନ ଦୂରତା ଅତିକ୍ରମ ପାଇଁ ସୂର୍ଯ୍ୟ ଅପେକ୍ଷା ବନଲତା ଅଧ‌ିକ ସମୟ ନେଇଛି ।
ଉ –
BSE Odisha 9th Class Physical Science Solutions Chapter 5 img-31

BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

Odisha State Board BSE Odisha Class 9 History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ will enable students to study smartly.

BSE Odisha Class 9 History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ 

1. ଜାତିସଂଘ ଗଠନର ପ୍ରସ୍ତାବ :

  • ୧୯୧୯ ମସିହା ଜାନୁୟାରୀ ୧୮ ତାରିଖରେ ପ୍ୟାରିସ୍ଠାରେ ଏକ ଶାନ୍ତ ସମ୍ମିଳନୀ ଆହୂତ ହୋଇଥିଲା ।
  • ଯୁକ୍ତରାଷ୍ଟ୍ର ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଉଡ୍ରୋ ଉଇଲ୍‌ସନ୍‌ ଆନ୍ତର୍ଜାତିକ କ୍ଷେତ୍ରରେ ସ୍ଥାୟୀ ଶାନ୍ତି ଓ ସହଯୋଗ ପ୍ରତିଷ୍ଠା ପାଇଁ ଏହି ସମ୍ମିଳନୀରେ ତାଙ୍କର ଚଉଦ ସୂତ୍ରୀ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ ।

2. ଜାତିସଂଘର କୋଭେନାଣ୍ଟ ବା ରାଜିନାମା :

  • ଜାତିସଂଘର କେଭେନାଣ୍ଟ କହିଲେ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଜାତିସଂଘ ଗଠନ ସମ୍ପର୍କିତ ରାଜିନାମାକୁ ବୁଝାଏ ।
  • ୧୯୨୦ ମସିହା ଜାନୁୟାରୀ ୧୦ ତାରିଖରୁ କେଭେନାଣ୍ଟ ବଳବତ୍ତର ହେଲା ଏବଂ ଅନୁଷ୍ଠାନିକ ଭାବେ ଜାତିସଂଘ ପ୍ରତିଷ୍ଠିତ ହେଲା ।

3. ଜାତିସଂଘର ଉଦ୍ଦେଶ୍ୟ :

  • ଆନ୍ତର୍ଜାତିକ ସହଯୋଗ, ଶାନ୍ତ ଓ ସୁରକ୍ଷାକୁ ଉତ୍ସାହିତ କରିବା ।
  • ଯୁଦ୍ଧର ଆଶ୍ରୟ ନ ନେବାକୁ ଏବଂ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ମୁକ୍ତ, ନିରପେକ୍ଷ ଓ ସମ୍ମାନଜନକ ସମ୍ପର୍କକୁ ନୈତିକ କର୍ଭବ୍ୟ ଭାବେ ଗ୍ରହଣ କରିବା ।
  • ଆନ୍ତର୍ଜାତିକ ଆଇନକୁ ରାଷ୍ଟ୍ରଗୁଡ଼ିକ ପରସ୍ପର ମଧ୍ୟରେ ଆଚରଣର ପ୍ରକୃତ ବିଧ୍ ଭାବରେ ପ୍ରତିଷ୍ଠିତ କରିବା ।
  • ନିରପେକ୍ଷତା ବଜାୟ ରଖିବା ଏବଂ ଅନୁମୋଦିତ ଚୁକ୍ତିଗୁଡ଼ିକ ପ୍ରତି ସଚେତନ ସମ୍ମାନ ଜଣାଇବା ।
  1. ଜାତିସଂଘ ଗଠନର ପ୍ରସ୍ତାବ
  2. ଜାତିସଂଘର କୋଭେନାଣ୍ଟ ବା ରାଜିନାମା
  3. ଜାତିସଂଘର ଉଦ୍ଦେଶ୍ୟ
  4. ଜାତିସଂଘର ସଙ୍ଗଠନ
  5. ଜାତିସଂଘର କ।ର୍ଯ୍ୟ।ବଳା
  6. ଜାତିସଂଘର ବିଫଳତାର କାରଣ

BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

  • ପ୍ୟାରିସ୍ ସମ୍ମିଳନୀରେ ସ୍ବାକ୍ଷରିତ ଭର୍ସାଇ ସନ୍ଧିରେ ୨୬ ଧାରା ବିଶିଷ୍ଟ ଜାତିସଂଘ କେଭେନାଣ୍ଟ ଆନ୍ତର୍ଭୁକ୍ତ ଥିଲା ।

4. ଜାତିସଂଘର ସଙ୍ଗଠନ:
ଜାତିସଂଘର ତିନିଗୋଟି ମୁଖ୍ୟ ଅଙ୍ଗ ଓ ଦୁଇଟି ସ୍ଵୟଂଶାସିତ ଅଙ୍ଗ ଥିଲା ।
BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ 5

→ ସଭା :

  • ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର ଏହି ସଭାର ସଭ୍ୟ ଥିଲେ ।
  • ସଭାର ଜଣେ ସଭାପତି ଓ ୮ ଜଣ ଉପସଭାପତି ଥିଲେ । ଏହି ସଭାର ୬ ଗୋଟି ସ୍ଥାୟୀ କମିଟି ଓ ୨ଗୋଟି ଅସ୍ଥାୟୀ କମିଟି ଗଠିତ ହୋଇଥିଲା ।
  • ସମସ୍ତ ନିର୍ବାଚିତ ସଦସ୍ୟଙ୍କୁ ନେଇ ଗଠିତ ସାଧାରଣ କମିଟିର ବୈଠକ ବର୍ଷକୁ ଅନ୍ତତଃ ଥରେ ବସୁଥିଲା ।
  • ଏହା ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତି ଓ ଜାତିସଂଘ ପରିଷଦର ଅସ୍ଥାୟୀ ସଭ୍ୟଙ୍କୁ ନିର୍ବାଚିତ କରୁଥିଲା ।

→ ପରିଷଦ :
ଚାରି ଜଣ ସ୍ଥାୟୀ ସଭ୍ୟ ଓ ଚାରିଜଣ ଅସ୍ଥାୟୀ ସଭ୍ୟଙ୍କୁ ନେଇ ପରିଷଦ ଗଠିତ ହୋଇଥିଲା । ଏହା ଜାତିସଂଘର କାର୍ଯ୍ୟକାରିଣୀ ଅଙ୍ଗ ଥିଲା ।
ସ୍ଥାୟୀ ସଭ୍ୟମାନେ ହେଲେ ଗ୍ରେଟ୍‌ବ୍ରିଟେନ୍, ଫ୍ରାନ୍ସ, ଇଟାଲୀ ଓ ଜାପାନ ।
୧୯୨୬ରେ ସ୍ଥାୟୀ ସଭ୍ୟ ହୋଇଥ‌ିବା ଜର୍ମାନୀ ପରେ ଜାତିସଂଘରୁ ଓହରି ଯାଇଥିଲା ।
୧୯୩୪ରେ ରୁଷିଆ ବହିଷ୍କୃତ ହୋଇଥିଲା । ୧୯୩୬ ସୁଦ୍ଧା ଅସ୍ଥାୟୀ ସଭ୍ୟ ସଂଖ୍ୟା ୧୧ ଥିଲା ।
ଜାତିସଂଘର ମୁଖ୍ୟ କାର୍ଯ୍ୟ ଥିଲା ‘ରାଷ୍ଟ୍ରମାନଙ୍କ ମଧ୍ୟରେ ଥ‌ିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ’ ।

→ ସଚିବାଳୟ :
BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ 1
(ଜାତିସଂଘ ସଚିବାଳୟ)

BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ 2

ମାଣ୍ଡେଟ୍‌ – ଏହି ବ୍ୟବସ୍ଥା ହେଉଛି ଏକ ଅଧ୍ୟାସନ ପଦ୍ଧତି । ପ୍ରଥମ ବିଶ୍ଵଯୁଦ୍ଧରେ ତୁର୍କୀ ଓ ଜର୍ମାନୀଠାରୁ ଛଡ଼ାଇ ଅଣାଯାଇଥିବା ଉପନିବେଶଗୁଡ଼ିକ ପାଇଁ ଏହି ‘ମାଣ୍ଡେଟ୍’ ବ୍ୟବସ୍ଥା ପଦ୍ଧତି ଗ୍ରହଣ କରାଯାଇଥିଲା ।

BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ 3

ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟ :

  • ନେଦରଲାଣ୍ଡର ହେଗ୍ରେ ପ୍ରତିଷ୍ଠିତ ଆନ୍ତର୍ଜାତିକ ନ୍ୟାୟାଳୟ ୧୯୨୨ ମସିହା ଫେବୃୟାରୀ ୧୫ ତାରିଖରେ କାର୍ଯ୍ୟ ଆରମ୍ଭ କରିଥିଲା । ପ୍ରତ୍ୟେକ ବିଚାରପତିଙ୍କର କାର୍ଯ୍ୟକାଳ ଥିଲା ୯ ବର୍ଷ ।
  • ଆନ୍ତର୍ଜାତିକ ଚୁକ୍ତିଗୁଡ଼ିକର ସର୍ଭ ବ୍ୟାଖ୍ୟା କରିବା, ଦେଶମାନଙ୍କ ମଧ୍ୟରେ ଥିବା କଳହକୁ ସମାଧାନ କରିବାପାଇଁ ଆଇନଗତ ପରାମର୍ଶ ଆନ୍ତର୍ଜାତିକ ନ୍ୟାୟାଳୟର ମୁଖ୍ୟ କାର୍ଯ୍ୟ ଥିଲା ।
  • ସଭା ଓ ପରିଷଦଦ୍ଵାରା ପଠାଯାଉଥ‌ିବା ବିବାଦ ସମ୍ବନ୍ଧରେ ଏହା ମତାମତ ପ୍ରଦାନ କରିଥାଏ ।
  • ଆନ୍ତର୍ଜାତିକ ନ୍ୟାୟାଳୟର ଦୁଇଗୋଟି ଆଇନଗତ ଅଧିକାର ରହିଛି; ଯଥା – ବାଧ୍ୟତାମୂଳକ ଓ ସ୍ୱେଚ୍ଛାକୃତ ।

ଆନ୍ତର୍ଜାତିକ ଶ୍ରମ ସଂଗଠନ :

  • ଆନ୍ତର୍ଜାତିକ ଶ୍ରମ ସଂଗଠନ ଏକ ସ୍ଵୟଂଶାସିତ ସଂସ୍ଥା । ଏହାର କାର୍ଯ୍ୟକାଳ ଜେନେଭାଠାରେ ଅବସ୍ଥିତ ।
  • ଶ୍ରମିକମାନଙ୍କ ଉନ୍ନତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହ ଏହି ସଙ୍ଗଠନ ଶ୍ରମିକମାନଙ୍କ ଅବସ୍ଥାର ନିୟନ୍ତ୍ରଣ ପାଇଁ ଆନ୍ତର୍ଜାତିକ ନିୟମ ପ୍ରସ୍ତୁତ କରିଥାଏ ।
  • ଜର୍ମାନୀ, ଅଷ୍ଟ୍ରିଆ, ଯୁକ୍ତରାଷ୍ଟ୍ର ଆମେରିକା ଓ ରୁଷିଆ ଏହାର ସଦସ୍ୟ ଥିଲେ ।
  • ପୁରୁଷ, ମହିଳା ଓ ଶିଶୁମାନଙ୍କ ପାଇଁ ତାଙ୍କ ନିଜ ଦେଶରେ ଓ ଅନ୍ୟ ଦେଶରେ ଅନୁକୂଳ ଓ ମାନବୋଚିତ ଅବସ୍ଥା ସୁରକ୍ଷିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।

BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ 4

5. ଜାତିସଂଘର କ।ର୍ଯ୍ୟ।ବଳା :

  • ଜାତିସଂଘ ୧୯୨୧ ମସିହାରେ ଆଲାଣ୍ଡ ଦ୍ୱୀପ ଅଧିକାରକୁ ନେଇ ସ୍ଵିଡେନ ଓ ଫିନ୍‌ଲାଣ୍ଡ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରିଥିଲା ।
  • ଗଣଭୋଟ ଜରିଆରେ ଉତ୍ତର ସାଇଲେସିଆ ସୀମାକୁ ନେଇ ପୋଲାଣ୍ଡ ଓ ଜର୍ମାନୀ ମଧ୍ୟରେ ସୃଷ୍ଟ ବିବାଦର ସମାଧାନ କରିଥିଲା ।
  • ୧୯୩୩ ମସିହାରେ ଲେଟିସିଆ ସହରକୁ ପେରୁର ପୁନଃ ଅଧିକାରକୁ ନେଇ କଲମ୍ବିଆ ଓ ପେରୁ ମଧ୍ୟରେ ସଂଘଟିତ ଯୁଦ୍ଧର ସମାଧାନ କରିଥିଲା ।
  • ମାଣ୍ଡେଟ୍ ବ୍ୟବସ୍ଥାଦ୍ଵାରା ଉପନିବେଶଗୁଡ଼ିକର ଶୋଷଣ ବନ୍ଦ କରିଥିଲା ।
  • କେତେକ କାର୍ଯ୍ୟରେ ଜାତିସଂଘ ଅକୃତକାର୍ଯ୍ୟ ହୋଇଥିଲା; ଯଥା – ଲିଥୁନିଆ ଦଖଲରେ ଥ‌ିବା ଭିଲନା ସହର ଉପରେ ପୋଲାଣ୍ଡର ନିୟନ୍ତ୍ରଣ ।
  • ଇଟାଲୀଦ୍ଵାରା କୋରଫ୍ୟୁ ଦ୍ବୀପ ଧ୍ବଂସ ଓ ଗ୍ରୀସ୍ଠାରୁ କ୍ଷତିପୂରଣ ଆଦାୟ, ଇଟାଲୀର ଆବିସିନିଆ ଅଧିକାର, ଜାପାନର ମଞ୍ଜୁରିଆ ଅଧ୍ୟାର ଇତ୍ୟାଦି ବିବାଦର ସମାଧାନରେ ଜାତିସଂଘ ବିଫଳ ହୋଇଥିଲା ।

6. ଜାତିସଂଘ ବିଫଳତାର କାରଣ :

  • ପ୍ୟାରିସ୍ ଶାନ୍ତିଚୁକ୍ତି ସହିତ ସଂଯୋଗ
  • ଯୁକ୍ତରାଷ୍ଟ୍ର ଆମେରିକାର ଅନୁପସ୍ଥିତି
  • ରାଷୃମାନଙ୍କର ସ୍ୱ।ର୍ଥପର ମନୋଭାବ
  • ସାର୍ବଜନୀନତାର ଅଭାବ ଓ ଆର୍ଥିକ ମାନ୍ଦାବସ୍ଥା

→ ୧୯୪୬ ଏପ୍ରିଲ ୧୮ ତାରିଖରେ ଜାତିସଂଘ, ସଂଯୁକ୍ତ ରାଷ୍ଟ୍ର ସଂଘ (UNO) ସହିତ ମିଶିଯାଇଥିଲେ ।

BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ :

୧୯୧୯ ଖ୍ରୀ.ଅ. – (ଜାନୁୟାରୀ ୧୮ ତାରିଖ) ପ୍ୟାରିସ୍ ଶାନ୍ତ ସମ୍ମିଳନୀ ଆହୂତ, (ଏପ୍ରିଲ୍ ୨୮ ତାରିଖ) ପ୍ୟାରିସ୍ ସମ୍ମିଳନୀର ଏକ ଅଧିବେଶନରେ କେଭେନାଣ୍ଟ ଚିଠା ଗୃହୀତ, (ଜୁନ୍ ୨୮ ତାରିଖ) ପ୍ୟାରିସ୍ଠାରେ ସ୍ଵାକ୍ଷରିତ ଭର୍ସାଇ ସନ୍ଧିରେ କୋଭେନାଣ୍ଟ ଚିଠା ଅନ୍ତର୍ଭୁକ୍ତ ।
୧୯୨୦ ଖ୍ରୀ.ଅ. – ଜାନୁୟାରୀ ୧୦ ତାରିଖଠାରୁ ଜାତିସଂଘ କୋଭେନାଣ୍ଟ ବଳବତ୍ତର ହେବା ସହ ଜାତିସଂଘ ଅନୁଷ୍ଠାନିକ ଭାବେ ପ୍ରତିଷ୍ଠିତ ।
୧୯୨୧ ଖ୍ରୀ.ଅ. – ଜାତିସଂଘଦ୍ବାରା ସ୍ବିଡ଼େନ୍ ଓ ଫିନ୍‌ଲାଣ୍ଡ ମଧ୍ୟରେ ଥିବା କଳହର ସମାଧାନ ।
୧୯୨୨ ଖ୍ରୀ.ଅ. – (ଫେବୃଆରୀ ୧୫) ଆନ୍ତର୍ଜାତିକ ନ୍ୟାୟାଳୟ ଉଦ୍‌ଘାଟିତ, ଜାତିସଂଘ ମାଧ୍ୟମରେ ପୋଲାଣ୍ଡ ଓ ଚେକୋସ୍ଲୋଭାକିଆ ମଧ୍ୟରେ ଥ‌ିବା ବିବାଦର ସମାଧାନ ।
୧୯୨୬ ଖ୍ରୀ.ଅ. – ଜାତିସଂଘରେ ସ୍ଥାୟୀ ସଭ୍ୟଭାବେ ଜର୍ମାନୀ ସ୍ଵୀକୃତ ।
୧୯୩୪ ଖ୍ରୀ.ଅ. – ରୁଷିଆର ଜାତିସଂଘରେ ଯୋଗଦାନ ।
୧୯୩୫ ଖ୍ରୀ.ଅ. – ଜାତିସଂଘର ସଦସ୍ୟ ସଂଖ୍ୟା ୬୦କୁ ବୃଦ୍ଧି ।
୧୯୩୬ ଖ୍ରୀ.ଅ. – ଆନ୍ତର୍ଜାତିକ ନ୍ୟାୟାଳୟରେ ଉପବିଚାରପତି ପଦ ଉଚ୍ଛେଦ, ଇଟାଲୀର ଜାତିସଂଘ ସଦସ୍ୟ ପଦ ତ୍ୟାଗ ।
୧୯୩୯ ଖ୍ରୀ.ଅ. – ଜାତିସଂଘରୁ ରୁଷିଆ ବହିଷ୍କୃତ, ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ।
୧୯୪୬ ଖ୍ରୀ.ଅ. – ୩୪ଟି ରାଷ୍ଟ୍ରର ପ୍ରତିନିଧ୍ ‘ସଭା’ର ଶେଷ ବୈଠକରେ ଯୋଗଦାନ ।

BSE Odisha 9th Class Maths Notes Algebra Chapter 4 ବୀଜଗାଣିତିକ ସମୀକରଣ

Odisha State Board BSE Odisha 9th Class Maths Notes Algebra Chapter 4 ବୀଜଗାଣିତିକ ସମୀକରଣ will enable students to study smartly.

BSE Odisha Class 9 Maths Notes Algebra Chapter 4 ବୀଜଗାଣିତିକ ସମୀକରଣ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

ଏକ ଅଜ୍ଞାତ ରାଶିବିଶିଷ୍ଟ ଏକଘାତୀ ସମୀକରଣ (Linear equation in one variable) :
(1) ଯଦି a ଓ b ପ୍ରତ୍ୟେକ ଧ୍ରୁବକ ବାସ୍ତବ ସଂଖ୍ୟା (a ≠ 0) ଓ x ଏକ ଅଜ୍ଞାତ ରାଶି ହୁଏ, ତେବେ ax + b = ଠକୁ xରେ ଗୋଟିଏ ଏକ ଅଜ୍ଞାତ ରାଶି ବିଶିଷ୍ଟ ଏକଘାତୀ ସମୀକରଣ କୁହାଯାଏ ।
{ax + b ଏକ ପଲିନୋମିଆଲ୍ p(x) ଯେଉଁଠାରେ a, b ∈ R, a ≠ 0 ଉକ୍ତ ଏକ ଅଜ୍ଞାତ ରାଶି ବିଶିଷ୍ଟ ଏକଘାତୀ ପଇନୋମିଆଲ୍ ସଂପୃକ୍ତ ସମୀକରଣ p(x) = 0 କୁ ଏକ ଅଜ୍ଞାତରାଶି ବିଶିଷ୍ଟ ଏକଘାତୀ ସମୀକରଣ କୁହାଯାଏ ।}
(2) xର ଯେଉଁମାନ ପାଇଁ ସମୀକରଣଟି ସିଦ୍ଧ ହୁଏ ତାହାକୁ ସମୀକରଣଟିର ବୀଜ ବା ମୂଳ (root) ବା ସମାଧାନ (Solution) କୁହାଯାଏ ।
ax + b = 0 (a ≠ 0) ସମୀକରଣର ମୂଳ = –\(\frac{-b}{a}\)
(3) ଗୋଟିଏ ଏକ ଅଜ୍ଞାତ ରାଶି ବିଶିଷ୍ଟ ଏକଘାତୀ ସମୀକରଣର କେବଳ ଗୋଟିଏ ମାତ୍ର ମୂଳ ଥାଏ ।
(4) ଯେଉଁ ସମୀକରଣର ମୂଳ ନିର୍ଣ୍ଣୟ କରିହୁଏ ତାହାକୁ ସଙ୍ଗତ (Consistent) ସମୀକରଣ କୁହାଯାଏ ଏବଂ ସମାଧାନ କରିହେଉନଥିବା ସମୀକରଣକୁ ଅସଙ୍ଗତ (in-consistent) ସମୀକରଣ କୁହାଯାଏ ।
(5) ଯେଉଁ ଦୁଇଟି ସମୀକରଣର ମୂଳ ସମାନ ସେହି ସମୀକରଣ ଦୁଇଟିକୁ ପରସ୍ପର ଅନୁରୂପ (Equivalent) ସମୀକରଣ କୁହାଯାଏ; ଉଦାହରଣସ୍ୱରୂପ, x + 2 = 0 ଓ 2x + 6 = 2 ସମୀକରଣଦ୍ଵୟ ଅନୁରୂପ, କାରଣ x = – 2 ହେଲେ ଉଭୟ ସମୀକରଣ ସିଦ୍ଧ ହୁଅନ୍ତି ।
(6) xର ଯେକୌଣସି ମାନ ପାଇଁ ଯଦି ସମୀକରଣଟି ସିଦ୍ଧ ହୁଏ, ତେବେ ଏହାକୁ ସମୀକରଣ ନ କହି ଅଭେଦ (Identity) କୁହାଯାଏ ।
ଉଦାହରଣସ୍ୱରୂପ, 2(x – 1) + 1 = 3 (4 – 2x) ଏକ ସମୀକରଣ ନୁହେଁ, ଏକ ଅଭେଦ ।
{ସମାଧାନ ପରେ ସମୀକରଣଟିର ନିର୍ମିତ ମୂଳ ଠିକ୍ କି ନୁହେଁ ଜାଣିବାପାଇଁ ଉକ୍ତ ମୂଳ ଅର୍ଥାତ୍ ଅଜ୍ଞାତ ରାଶିର ଲବ୍‌ଧଦ୍ଵାରା ସମୀକରଣଟି ସିଦ୍ଧ ହେଉ ଅଛି କି ନାହିଁ ପରୀକ୍ଷା କଲେ ତୁମେ ପାଇଥିବା ଉତ୍ତରଟି ଠିକ୍ କି ଭୁଲ୍ ଜାଣିପାରିବ ।}

ଏକ ଅଜ୍ଞାତ ରାଶିବିଶିଷ୍ଟ ଦ୍ୱିଘାତ ସମୀକରଣ (Quadratic equation in one variable) :

  • ଯଦି a, b, c ଗୋଟିଏ ଗୋଟିଏ ବାସ୍ତବ ସଂଖ୍ୟା ଓ x ଏକ ଅଜ୍ଞାତ ରାଶି, ତେବେ p(x) = ax2 + bx + c (a ≠ 0) ଏକ ଦ୍ଵିଘାତ ପଲିନୋମିଆଲ୍ ଅଟେ ।
  • p(x) ସହ ସଂପୃକ୍ତ ସମୀକରଣଟି ହେଉଛି p(x) = 0

{ଏକ ଅଜ୍ଞାତ ରାଶିବିଶିଷ୍ଟ ଦ୍ୱିଘାତ ସମୀକରଣର ବ୍ୟାପକ ରୂପ ହେଉଛି-
ax2 + bx + c = 0, a, b, c ∈ R ଓ a ≠ 0}
ଏହି ସମୀକରଣରେ a ଓ b କୁ ଯଥାକ୍ରମେ x2 ଓ xର ସହଗ ଓ cକୁ ସମୀକରଣର ଧ୍ରୁବକ ପଦ କୁହାଯାଏ ।
ସଂଜ୍ଞା : ଏକ ଅଜ୍ଞାତ ରାଶିବିଶିଷ୍ଟ କୌଣସି ସମୀକରଣର ପଦମାନଙ୍କରେ ଥିବା ଅଜ୍ଞାତ ରାଶିର ସର୍ବୋଚ୍ଚ ଘାତ 2 ହେଲେ ସମୀକରଣଟିକୁ ଦ୍ୱିଘାତ ସମୀକରଣ (Quadratic equation) କୁହାଯାଏ ।

BSE Odisha 9th Class Maths Notes Algebra Chapter 4 ବୀଜଗାଣିତିକ ସମୀକରଣ

ଦ୍ବିଘାତ ସମୀକରଣର ସମାଧାନ :
(i) ଦ୍ୱିଘାତ ସମୀକରଣର ସମାଧାନର ଅର୍ଥ ଅଜ୍ଞାତ ରାଶିର ମାନ ନିର୍ଣ୍ଣୟ କରିବା । ଅଜ୍ଞାତ ରାଶିର ଯେଉଁ ମୂଲ୍ୟଗୁଡ଼ିକ ପାଇଁ ସମୀକରଣଟି ସିଦ୍ଧ ହେବ ସେହି ମାନଗୁଡ଼ିକୁ ସମୀକରଣର ମୂଳ ବା ବୀଜ (root) କୁହାଯାଏ ।
(ii) ଦ୍ଵିଘାତ ସମୀକରଣର କେବଳ ଦୁଇଟି ବୀଜ ଥାଏ ।
(iii) ପ୍ରତ୍ୟେକ ବୀଜ ଦ୍ୱାରା ଦ୍ୱିଘାତ ସମୀକରଣଟି ସିଦ୍ଧ ହୁଏ ।
(iv) ସମୀକରଣଟିର ସମସ୍ତ ପଦକୁ ବାମପାର୍ଶ୍ଵକୁ ଆଣି ବାମପାର୍ଶ୍ୱସ୍ଥ ପରିପ୍ରକାଶ ବା ଉତ୍ପାଦକୀକରଣ କରାଯାଏ; ଫଳରେ ଦୁଇଟି ଏକଘାତୀ ସମୀକରଣର ଗୁଣଫଳ ଶୂନ ସଙ୍ଗେ ସମାନ ହୋଇଥାଏ ।
(v) ଯଦି x ଓ y ବାସ୍ତବ ସଂଖ୍ୟା ଏବଂ xy = 0 ହୁଏ, ତେବେ x = 0 ବା y = 0 ହୁଏ ।

ଦ୍ବିଘାତ ସମୀକରଣ ସାହାଯ୍ୟରେ ପାଟୀଗଣିତ ପ୍ରଶ୍ନର ସମାଧାନ :

  • ବୀଜଗଣିତର ପ୍ରୟୋଗରେ ପାଟୀଗାଣିତିକ ପ୍ରଶ୍ନଗୁଡ଼ିକର ସମାଧାନ ସହଜ ହୋଇଥାଏ । ଦ୍ଵିଘାତ ସମୀକରଣର ବୀଜ ହିଁ ପାଟୀଗାଣିତିକ ପ୍ରଶ୍ନର ସମାଧାନ ଅଟେ ।
  • ସମୟ ସମୟରେ ଦ୍ଵିଘାତ ସମୀକରଣର ଦୁଇଟି ବୀଜ ମଧ୍ୟରୁ ଯେଉଁ ବୀଜଟି ପ୍ରଶ୍ନଟିର ସର୍ଭାଳବୀକୁ ପୂର୍ଣ୍ଣ କରିଥାଏ ତାହାକୁ ଗ୍ରହଣ କରାଯାଏ ଓ ଅନ୍ୟ ବୀଜଟି ଅଗ୍ରହଣୀୟ ଅଟେ ।

ଏ ଘାତାଙ୍କୀୟ ସମୀକରଣର ସମାଧାନ (Solution of Exponential Equations) :
(i) = ଅଜ୍ଞାତ ରାଶି ଏବଂ ଘାତାଙ୍କ ଦ୍ବାରା ପ୍ରକାଶିତ ହେଉଥ‌ିବା ସମୀକରଣକୁ ଘାତାଙ୍ଗୀୟ ସମୀକରଣ (Exponential Equation) କୁହାଯାଏ ।
ଘାତତତ୍ତ୍ଵର ଯେଉଁ ତଥ୍ୟକୁ ପ୍ରୟୋଗକରି ଆମେ କେତେକ ଘାତାଙ୍କୀୟ ସମୀକରଣର ସମାଧାନ କରିବା ତାହା ହେଉଛି – 
{a> 0, a ≠ 1; x, y ∈ R ହେଲେ, ax = ay ⇒ x =y}
(ii) ଘାତାଙ୍କୀୟ ସମୀକରଣର ସମାଧାନ କରିବା ପାଇଁ ଉଭୟ ପାର୍ଶ୍ଵର ଆଧାରକୁ ସମାନ କରିବାପାଇଁ ପଡ଼େ । ଏହା ସମୀକରଣର ପ୍ରଧାନ ସୋପାନ