CHSE Odisha Class 12 Political Science Chapter 9 Long Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 9 ସାଂପ୍ରତିକ ବିଶ୍ଵରେ ନିରାପତ୍ତା ପ୍ରସଙ୍ଗର ପରିବର୍ତ୍ତିତ ପୃଷ୍ଠଭୂମି Long Answer Questions.

CHSE Odisha 12th Class Political Science Chapter 9 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ମିଳିତ ନିରାପତ୍ତା (Collective Security) କହିଲେ କ’ଣ ବୁଝ ? ଏହାର ପ୍ରକୃତି ଓ ମୌଳିକ ଆଧାରମାନ ଆଲୋଚନା କର ।
Answer:
ମାନବ ଜାତିର ଇତିହାସରେ ମହାପ୍ରଳୟଙ୍କରୀ, ଧ୍ଵଂସକାରୀ, ବ୍ୟୟବହୁଳ ପ୍ରଥମ ବିଶ୍ଵଯୁଦ୍ଧ ପରେ ପରେ ମାନବ ଜାତିର ଚିନ୍ତା ଓ ଚେତନାରେ ଯୁଦ୍ଧ ବିଭୀଷିକାର ବିଲୋପ ଓ ଶାନ୍ତି ପ୍ରତିଷ୍ଠା ପାଇଁ ଆଗ୍ରହ ଜାତ ହୋଇଥିଲା । ଆମେରିକାର ରାଷ୍ଟ୍ରପତି ଉଡ୍ରୋ ଉଇଲ୍‌ସନ୍‌ଙ୍କ ୧୪ ଦଫା ନୀତିକୁ ଆଧାର କରି ପ୍ୟାରିସ୍ଠାରେ ରାଷ୍ଟ୍ରନାୟକ ଓ କୂଟନୀତିଜ୍ଞମାନେ ଆନ୍ତର୍ଜାତିକ ସହଯୋଗ ଓ ପୃଥ‌ିବୀରେ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ଜାତିସଂଘର ପ୍ରତିଷ୍ଠା କରିଥିଲେ । ଜାତିସଂଘ ମାଧ୍ୟମରେ ନିରାପତ୍ତାର ସୁରକ୍ଷା ନିମିତ୍ତ ଜାତିସଂଘ ସନନ୍ଦରେ ‘ମିଳିତ ନିରାପତ୍ତା’ ବା ‘ମିଳିତ ସୁରକ୍ଷା’ର ବ୍ୟବସ୍ଥା ହୋଇଥିଲା । ମିଳିତ ସୁରକ୍ଷା ବା ନିରାପତ୍ତା ଚିନ୍ତାଧାରା ରାଷ୍ଟ୍ରସଂଘର ସନନ୍ଦର ଧାରା ୧୦ରେ ବିଶେଷଭାବେ ଉଲ୍ଲେଖ କରାଯାଇଛି ।

ଏହାପରେ ଆନ୍ତର୍ଜାତୀୟ ସ୍ତରରେ ଶାନ୍ତି ଓ ନିରାପତ୍ତା ପ୍ରତିଷ୍ଠା ପାଇଁ ଓ ଆନ୍ତର୍ଜାତୀୟ ସ୍ତରରେ କ୍ଷମତାର ପରିଚାଳନା ନିମିତ୍ତ ଏକ ଆଧୁନିକ କୌଶଳ ଭାବେ ମିଳିତ ନିରାପତ୍ତାକୁ ବ୍ୟବହାର କରାଗଲା । ସାଧାରଣ ଅର୍ଥରେ ଗୋଟିଏ ରାଷ୍ଟ୍ରର ସ୍ଵାଧୀନତା ଓ ନିରାପତ୍ତା ରକ୍ଷା କରିବାପାଇଁ ଏକାଧ୍ଵକ ରାଷ୍ଟ୍ରର ମିଳିତ ବା ସଙ୍ଗଠିତ ଉଦ୍ୟମକୁ ମିଳିତ ନିରାପତ୍ତା କୁହାଯାଏ । ଏହି ବ୍ୟବସ୍ଥାରେ ଗୋଟିଏ ରାଷ୍ଟ୍ରକୁ ଯଦି ଅନ୍ୟ କୌଣସି ରାଷ୍ଟ୍ର ଆକ୍ରମଣ କରେ, ଅନ୍ୟ ସମସ୍ତ ରାଷ୍ଟ୍ରମାନେ ମିଳିତ ଭାବରେ ସେହି ଆକ୍ରମଣକୁ ପ୍ରତିହତ କରିଥା’ନ୍ତି । ସମସ୍ତେ ଜଣଙ୍କ ପାଇଁ ନୀତି ଉପରେ ଏହା ଆଧାରିତ । ଏହି ନୀତି ଅନୁସାରେ ଯୁଦ୍ଧ ବା ଆକ୍ରମଣକୁ ଆନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତା ପ୍ରତି ବିପଦ ବୋଲି ଗ୍ରହଣ କରାଯାଇଥାଏ । ତେଣୁ ଏକାଧ୍ଵକ ରାଷ୍ଟ୍ର ମିଳିମିଶି ଆକ୍ରମଣକାରୀ ରାଷ୍ଟ୍ରକୁ ସଠିକ୍ ପ୍ରତିରୋଧ କରିବାକୁ ମିଳିତ ନିରାପତ୍ତା ଯୁକ୍ତି କରିଥାଏ । ମିଳିତ ନିରାପତ୍ତା ସମ୍ବନ୍ଧରେ ମତପୋଷଣ କରି ଦାର୍ଶନିକମାନେ ନିମ୍ନଲିଖତ ମତପୋଷଣ କରିଛନ୍ତି ।

George Schewarzenberger :
‘ଏକ ସ୍ଥିତ ଆନ୍ତର୍ଜାତୀୟ ବ୍ୟବସ୍ଥାକୁ ଆକ୍ରମଣ କରୁଥିବା ଶକ୍ତିକୁ ପ୍ରତିହତ କରିବାପାଇଁ ଉଦ୍ଦିଷ୍ଟ ପଦକ୍ଷେପକୁ ମିଳିତ ନିରାପତ୍ତା କୁହାଯାଏ ।’‘(Collective security is a machinery for joint action in order to prevent or counter any attack againt established International order.’)

Palmer and Perkins :
‘ଶାନ୍ତିକୁ ପ୍ରତିହତ କରୁଥିବା ଶକ୍ତିର ମୁକାବିଲା ପାଇଁ ଉଦ୍ଦିଷ୍ଟ ମିଳିତ ବା ସାମୂହିକ ‘(Collective secuirty clearly implies collective measures for dealing with treats to peace.)
ମିଳିତ ନିରାପତ୍ତା ଅନୁସାରେ ଆନ୍ତର୍ଜାତୀୟ ସ୍ତରରେ ଶାନ୍ତି ଓ ନିରାପତ୍ତା ପ୍ରତିଷ୍ଠା ଏକ ବୈଧ ସାଧାରଣ ସ୍ଵାର୍ଥ ଭାବେ ପ୍ରତ୍ୟେକ ରାଷ୍ଟ୍ର ଗ୍ରହଣ କରିବା ଉଚିତ । ତେଣୁ ଜଣଙ୍କ ପାଇଁ ସମସ୍ତେ ଓ ସମସ୍ତେ ଜଣଙ୍କ ପାଇଁ ଚିନ୍ତାଧାରାରେ ବିଶ୍ଵର ଶାନ୍ତି ଓ ନିରାପତ୍ତା ରକ୍ଷା କରିବା ଉଚିତ । ଆନ୍ତର୍ଜାତୀୟ ବ୍ୟବସ୍ଥାରେ ମିଳିତ ନିରାପତ୍ତାର ପୃଷ୍ଠପୋଷକ ହେଉଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଉଡ୍ରୋ ଉଇଲସନ୍ ।

ମିଳିତ ନିରାପତ୍ତାର ପ୍ରକୃତି :
ମିଳିତ ନିରାପତ୍ତାର ପ୍ରକୃତି ସମ୍ବନ୍ଧରେ ଅବଗତ ହେବାପାଇଁ ଦୁଇଟି କାରଣ ଉପରେ ଗୁରୁତ୍ଵ ପ୍ରଦାନ କରାଯିବା ଆବଶ୍ୟକ । ତାହାହେଲା –

  • ପ୍ରତ୍ୟେକ ରାଷ୍ଟ୍ରର ମୁଖ୍ୟ ଲକ୍ଷ୍ୟ ହେଉଛି ନିରାପତ୍ତା ରକ୍ଷା କରିବା । ବର୍ତ୍ତମାନ ଗୋଟିଏ ରାଷ୍ଟ୍ରର ଜାତୀୟ ନିରାପତ୍ତା ଆନ୍ତର୍ଜାତୀୟ ନିରାପତ୍ତାର ଏକ ଅଂଶବିଶେଷ । ତେଣୁ ପ୍ରତ୍ୟେକ ରାଷ୍ଟ୍ରର କର୍ତ୍ତବ୍ୟ ହେଉଛି ଅନ୍ୟ ରାଷ୍ଟ୍ରମାନଙ୍କର ନିରାପତ୍ତା ରକ୍ଷା କରିବା ।
  • ମିଳିତ ନିରାପତ୍ତା ବ୍ୟବସ୍ଥାରେ ମିଳିତ ବ୍ୟବସ୍ଥା ଏକ ପଦ୍ଧତି ଯାହାକୁ ଯୁଦ୍ଧ ସମୟରେ ବ୍ୟବହାର କରାଯାଇଥାଏ ।

ଆକ୍ରମଣକାରୀ ରାଷ୍ଟ୍ରର ମୁକାବିଲା ପାଇଁ ଅନ୍ୟ ରାଷ୍ଟ୍ରମାନେ ମିଳିତ ଭାବେ ସକ୍ଷମ ହେବା ଉଚିତ । ଅନ୍ୟ ରାଷ୍ଟ୍ରମାନେ ଏପରି ମିଳିତ ହେବା ଉଚିତ ଯାହାଦ୍ଵାରା ଆକ୍ରମଣକାରୀ ରାଷ୍ଟ୍ରକୁ ସଠିକ୍ ମୁକାବଲା କରି ଯୁଦ୍ଧର ସମାପ୍ତି ଘଟାଇପାରିବେ । ତେଣୁ ବିଶ୍ଵସ୍ତରରେ କ୍ଷମତାର ପରିଚାଳନା ଓ ଶାନ୍ତି ତଥା ନିରାପତ୍ତା ରକ୍ଷା କରିବାପାଇଁ ମିଳିତ ନିରାପତ୍ତା ଏକ ଅସ୍ତ୍ର ଅଟେ । ମିଳିତ ନିରାପତ୍ତାର ନିମ୍ନଲିଖତ ବୈଶିଷ୍ଟ୍ୟ ରହିଅଛି |

  • ଆନ୍ତର୍ଜାତୀୟ କ୍ଷେତ୍ରରେ ଶାନ୍ତି ଏବଂ ନିରାପତ୍ତା ରକ୍ଷା ଓ କ୍ଷମତାର ପରିଚାଳନା ପାଇଁ ମିଳିତ ନିରାପତ୍ତା ଏକ କୌଶଳ ଅଟେ ।
  • ଏହା ସ୍ଵୀକାର କରେ ଯେ ପୃଥ‌ିବୀରେ ଯେ କୌଣସି ସମୟରେ ଯୁଦ୍ଧ ହୋଇପାରେ । ଗୋଟିଏ ରାଷ୍ଟ୍ର ଅନ୍ୟ ରାଷ୍ଟ୍ରକୁ ଆକ୍ରମଣ କରିପାରେ । ସୁତରାଂ ଏହା ଯୁଦ୍ଧ ଓ ଆକ୍ରମଣକୁ ସାର୍ବଜନୀନ ଭାବେ ଗ୍ରହଣ କରିଅଛି ।
  • ଆକ୍ରମଣକାରୀ ରାଷ୍ଟ୍ରକୁ ପ୍ରତିହତ କରିବାପାଇଁ ସମସ୍ତ ରାଷ୍ଟ୍ର ନିଜର ଶକ୍ତି ଓ ସାମର୍ଥ୍ୟକୁ ମିଳିତ କରି ମୁକାବିଲା କରିବା ଉଚିତ ।
  • ନିରାପତ୍ତା ଅସ୍ଥାୟୀ ବିଶ୍ବସ୍ତରୀୟ କ୍ଷମତାର ପ୍ରାଧାନ୍ୟ ସହିତ ସଂଶ୍ଳିଷ୍ଟ ହୋଇଥାଏ ।
  • ନିରାପତ୍ତା ଏକ ଆନ୍ତର୍ଜାତୀୟ ସଙ୍ଗଠନ ଅଧୀନରେ ହିଁ କାର୍ଯ୍ୟ କରିଥାଏ ।
  • ମିଳିତ ନିରାପତ୍ତା କ୍ଷମତାର ସନ୍ତୁଳନ ଓ ବିଶ୍ଵ ସରକାର ଗଠନ ମଧ୍ୟରେ ଏକ ମିଳିତ ଅବସ୍ଥା ।
  • ଯୁଦ୍ଧକୁ ପ୍ରତିହତ କରିବାକୁ ଅନ୍ୟ ସମସ୍ତ ବ୍ୟବସ୍ଥା ବିଫଳ ହେଲେ ମିଳିତ ନିରାପତ୍ତାକୁ ଗ୍ରହଣ କରାଯାଇଥାଏ ।
  • ଆକ୍ରମଣକାରୀ ରାଷ୍ଟ୍ରର ସଠିକ୍ ମୁକାବିଲା କରିବା ମିଳିତ ନିରାପତ୍ତାର ଉଦ୍ଦେଶ୍ୟ ଅଟେ |
  • ମିଳିତ ନିରାପତ୍ତା ଆକ୍ରମଣ ବା ଯୁଦ୍ଧକୁ ଶତ୍ରୁ ରୂପେ ଗ୍ରହଣ କରିଥାଏ ମାତ୍ର ଆକ୍ରମଣକାରୀ ରାଷ୍ଟ୍ରକୁ ନୁହେଁ ।
  • ଏହି ବ୍ୟବସ୍ଥା ‘ ସ୍ଥିତାବସ୍ଥା’ ସପକ୍ଷରେ ଯୁକ୍ତି କରିଥାଏ । ଏହା ଆନ୍ତର୍ଜାତିକ ବ୍ୟବସ୍ଥା ବା ଶୃଙ୍ଖଳାରେ ପରିବର୍ତ୍ତନ ଚାହେଁ ନାହିଁ ।
  • ଏହା ଏକ ସାର୍ବଜନୀନ ଓ ସର୍ବବ୍ୟାପୀ ବ୍ୟବସ୍ଥା ଅଟେ ।

ମିଳିତ ନିରାପତ୍ତା ବ୍ୟବସ୍ଥାର ଚିନ୍ତାଧାରା (Assumptions of Collective Security) :
ସାଧାରଣତଃ ମିଳିତ ନିରାପତ୍ତା ବ୍ୟବସ୍ଥା ନିମ୍ନଲିଖତ ଧାରଣା ବା ଚିନ୍ତାଧାରା ଉପରେ ପର୍ଯ୍ୟବସିତ ।

  • ମିଳିତ ନିରାପତ୍ତା ସର୍ବଦା ଆକ୍ରମଣକାରୀ ରାଷ୍ଟ୍ରକୁ ପ୍ରତିହତ କରିବାପାଇଁ ଉଦ୍ଦିଷ୍ଟ ହେବା ଉଚିତ । ଆକ୍ରମଣକାରୀ ରାଷ୍ଟ୍ରର ଶକ୍ତିକୁ ଆକଳନ କରି ମିଳିତ ବାହିନୀ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ । ମିଳିତ ବାହିନୀ ଆକ୍ରମଣକାରୀ ରାଷ୍ଟ୍ର ବିରୁଦ୍ଧରେ ଏପରି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଯେପରି ଅନ୍ୟ କୌଣସି ରାଷ୍ଟ୍ର ଏପରି ଭୁଲ୍ କରିବାକୁ ପ୍ରୟାସ କରିବ ନାହିଁ ।
  • ମିଳିତ ନିରାପତ୍ତା ବ୍ୟବସ୍ଥାରେ ସାମିଲ ହେଉଥିବା ପ୍ରତ୍ୟେକ ରାଷ୍ଟ୍ର ଅନ୍ୟ ସଦସ୍ୟ ରାଷ୍ଟ୍ର ଉପରେ ଭରସା ରଖୁବା ଆବଶ୍ୟକ । ସେମାନେ ପାରସ୍ପରିକ ମତଭେଦ ଓ ଆଦର୍ଶକୁ ଭୁଲି ଏକତ୍ର ସଙ୍ଗଠିତ ହେବା ଉଚିତ ।
  • ମିଳିତ ନିରାପତ୍ତା ବ୍ୟବସ୍ଥାରେ ସଦସ୍ୟ ରାଷ୍ଟ୍ରମାନେ ରାଜନୈତିକ ମତପାର୍ଥକ୍ୟ ଭୁଲି ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ପାଇଁ ସଂକଳ୍ପବଦ୍ଧ ହେବା ଉଚିତ । ସେମାନେ ରାଷ୍ଟ୍ରୀୟ ସ୍ଵାର୍ଥକୁ ଜଳାଞ୍ଜଳି ଦେଇ ବିଶ୍ଵଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରିବା ଉଚିତ । ନଚେତ୍ର ମିଳିତ ନିରାପତ୍ତା ସଫଳ ହୋଇପାରିବ ନାହିଁ ।
  • ଗୋଟିଏ ରାଷ୍ଟ୍ର ଅନ୍ୟ ରାଷ୍ଟ୍ରକୁ ଆକ୍ରମଣ କଲେ ଅନ୍ୟ ସମସ୍ତ ରାଷ୍ଟ୍ର ସହମତି ଭିରିରେ ଆକ୍ରମଣକାରୀ ରାଷ୍ଟ୍ରକୁ ପ୍ରତିହତ କରିବା ଉଚିତ । କାରଣ କୌଣସି ରାଷ୍ଟ୍ର ନିଜକୁ ଆକ୍ରମଣକାରୀ ରାଷ୍ଟ୍ର ରୂପେ ମାନିନଥାଏ । ଏହାବ୍ୟତୀତ କେତେକ ରାଷ୍ଟ୍ର ମଧ୍ୟ ତାକୁ ସମର୍ଥନ କରିଥା’ନ୍ତି | ଏପରି ହେଲେ ମିଳିତ ନିରାପତ୍ତା ବିପନ୍ନ ହୋଇଥାଏ ।
  • କୌଣସି ରାଷ୍ଟ୍ର ବା ରାଷ୍ଟ୍ର ସମୁଦାୟ ବିରୁଦ୍ଧରେ ମିଳିତ ନିରାପତ୍ତା ବ୍ୟବସ୍ଥାକୁ ପ୍ରୟୋଗ ନକରି ଏହାକୁ କେବଳ ଆକ୍ରମଣକାରୀ ରାଷ୍ଟ୍ର ବିରୁଦ୍ଧରେ ପ୍ରୟୋଗ କରିବା ଉଚିତ ।
  • ନିରପେକ୍ଷତା ମିଳିତ ନିରାପତ୍ତା ବ୍ୟବସ୍ଥାର ବିରୋଧୀ ଅଟେ | କାରଣ ନିରପେକ୍ଷ ରାଷ୍ଟ୍ରମାନେ ମିଳିତ ନିରାପତ୍ତା ବ୍ୟବସ୍ଥାକୁ ଆଦୌ ସମର୍ଥନ କରିନଥା’ନ୍ତି ।
  • ନିରାପତ୍ତା ଆନ୍ତର୍ଜାତିକ ବ୍ୟବସ୍ଥା ବା ଶୃଙ୍ଖଳାରେ ପରିବର୍ତ୍ତନ ଚାହେଁ ନାହିଁ । ଏହା ସର୍ବଦା ସ୍ଥିତାବସ୍ଥା ସପକ୍ଷରେ ମତପୋଷଣ କରିଥାଏ ।
  • ମିଳିତ ନିରାପତ୍ତା ବ୍ୟବସ୍ଥାର ପ୍ରୟୋଗ ପୂର୍ବରୁ ଆନ୍ତର୍ଜାତୀୟ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନପାଇଁ ଉଦ୍ୟମ ହେବା ଆବଶ୍ୟକ ।
  • ମିଳିତ ନିରାପତ୍ତା ବ୍ୟବସ୍ଥା ଯୁଦ୍ଧକୁ ଯୁଦ୍ଧରେ ହିଁ ମୁକାବିଲା କରିଥାଏ ।
  • ଯୁଦ୍ଧ ସର୍ବଦା ବିଶ୍ୱଶାନ୍ତକୁ ବ୍ୟାହତ କରିଥାଏ । ଯୁଦ୍ଧକୁ ବିରୋଧ କରିବାପାଇଁ ପ୍ରତ୍ୟେକ ରାଷ୍ଟ୍ରର ମିଳିତ ପ୍ରୟାସ ଏକାନ୍ତ ଆବଶ୍ୟକ ।

ମିଳିତ ନିରାପତ୍ତାର ତ୍ରୁଟି :
ମିଳିତ ନିରାପତ୍ତା ବ୍ୟବସ୍ଥାର ନିମ୍ନଲିଖୂତ ତ୍ରୁଟିମାନ ରହିଅଛି ।

  • ସ୍ଵାର୍ଥାନ୍ଵେଷୀ ରାଷ୍ଟ୍ରମାନଙ୍କର ସହଯୋଗରେ ମିଳିତ ନିରାପତ୍ତା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଆଦୌ ସମ୍ଭବ ନୁହେଁ । ଜାତିସଂଘ ବା ରାଷ୍ଟ୍ରସଂଘ ଓ ମିଳିତ ଜାତିସଂଘରେ ସ୍ଵାର୍ଥାନ୍ଵେଷୀ ଗୋଷ୍ଠୀ ରହିଥିବାରୁ ଏହାକୁ ସଫଳତାର ସହିତ ପ୍ରୟୋଗ କରାଯାଇପାରିନଥିଲା ।
  • ଆନ୍ତର୍ଜାତୀୟ ରାଜନୀତିରେ ରାଷ୍ଟ୍ରମାନଙ୍କ ମଧ୍ୟରେ ସହମତି ବିନା ମିଳିତ ନିରାପତ୍ତା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ । ସମାଲୋଚକଙ୍କ ମତରେ ମିଳିତ ନିରାପତ୍ତା ବ୍ୟବସ୍ଥା ଯୁଦ୍ଧକୁ ବନ୍ଦ କରିବା ପରିବର୍ତ୍ତେ ବିଶ୍ଵଯୁଦ୍ଧର ବାତାବରଣ ସୃଷ୍ଟି କରିଥାଏ । କାରଣ ପ୍ରତ୍ୟେକ ରାଷ୍ଟ୍ରର କେତେକ ସହଯୋଗୀ ରାଷ୍ଟ୍ର ରହିଥା’ନ୍ତି । ତେଣୁ ଏହି ରାଷ୍ଟ୍ର ଯୁଦ୍ଧ କଲେ ସମଗ୍ର ବିଶ୍ଵ ଦୁଇ ଶକ୍ତିମେଣ୍ଟରେ ପରିଣତ ହେବ ଯାହାଦ୍ଵାରା ଶାନ୍ତି ପ୍ରତିଷ୍ଠା ପରିବର୍ତ୍ତେ ଯୁଦ୍ଧର ବାତାବରଣ ସୃଷ୍ଟି ହେବ ।
  • ଆଧୁନିକ ବିଶ୍ଵରେ ଶାନ୍ତି ପ୍ରତିଷ୍ଠା ପାଇଁ ମିଳିତ ନିରାପତ୍ତା ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଆଦୌ ସମ୍ଭବ ନୁହେଁ ।
  • ଆଧୁନିକ ବିଶ୍ଵରେ ରାଷ୍ଟ୍ରମାନେ ନିଜ ନିଜର ଜାତୀୟ ସ୍ଵାର୍ଥ ହାସଲ ପାଇଁ ସର୍ବଦା ବ୍ୟଗ୍ର ରହିଥା’ନ୍ତି । ସେମାନେ ଆଦୌ ସ୍ଵାର୍ଥତ୍ୟାଗ କରିବାପାଇଁ ପ୍ରସ୍ତୁତ ନଥା’ନ୍ତି । ଏହିପରି ପରିସ୍ଥିତିରେ ମିଳିତ ନିରାପତ୍ତା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ମଧ୍ୟ ଅସମ୍ଭବ ।
  • ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ପାରସ୍ପରିକ ବିବାଦ, ଶୀତଳ ଯୁଦ୍ଧ, ଗୋଷ୍ଠୀ ସଂଘର୍ଷ ଓ ଆଣବିକ ଯୁଦ୍ଧ ପ୍ରଭୃତି ଯୋଗୁ ମିଳିତ ନିରାପତ୍ତା ବ୍ୟବସ୍ଥା ସଫଳ ହୋଇନଥାଏ ।

CHSE Odisha Class 12 Political Science Chapter 9 Long Answer Questions in Odia Medium

୨| ମିଳିତ ନିରାପତ୍ତା ବ୍ୟବସ୍ଥା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଜାତିସଂଘର ଭୂମିକା ଲେଖ ।
Answer:
ଆନ୍ତର୍ଜାତୀୟ ଶାନ୍ତି ପ୍ରତିଷ୍ଠା ଓ କ୍ଷୁଦ୍ର ରାଷ୍ଟ୍ରଗୁଡ଼ିକର ସ୍ଵାଧୀନତାର ସୁରକ୍ଷା ମିଳିତ ନିରାପତ୍ତା ବ୍ୟବସ୍ଥାକୁ ଜନ୍ମ ଦେଇଛି । ଏହା ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ଓ ଆକ୍ରମଣକୁ ପ୍ରତିହତ କରିବାପାଇଁ ଉଦ୍ଦିଷ୍ଟ । ଆମେରିକାର ରାଷ୍ଟ୍ରପତି ଉଡ୍ରୋ ଉଇଲ୍‌ସନ୍ ଏହି ଧାରଣାର ପୃଷ୍ଠପୋଷକ । ଏହି ନୀତି ଅନୁସାରେ, କୌଣସି ରାଷ୍ଟ୍ର ବଳପୂର୍ବକ ଅନ୍ୟ ଏକ ରାଷ୍ଟ୍ରକୁ ଆକ୍ରମଣ କଲେ ଅନ୍ୟ ସମସ୍ତ ସଦସ୍ୟ ରାଷ୍ଟ୍ର ମିଳିତ ଭାବରେ ଆକ୍ରମଣକାରୀ ରାଷ୍ଟ୍ର ବିରୁଦ୍ଧରେ ଯୁଦ୍ଧଘୋଷଣା କରିବେ । ଏହାକୁ ଆନ୍ତର୍ଜାତୀୟ ସଂଗଠନ ସହାୟତାରେ କାର୍ଯ୍ୟକାରୀ କରାଯାଇଥାଏ । ୧୯୨୦ ମସିହାରେ ଲିଗ୍ ଅଫ୍ ନେସନ୍ସ ପ୍ରତିଷ୍ଠା ହେବାପରେ ମିଳିତ ନିରାପତ୍ତା ବ୍ୟବସ୍ଥା ପ୍ରବର୍ତ୍ତନ ହୋଇଥିଲା, ମାତ୍ର ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ, ବ୍ରିଟେନ୍ ଓ ଅନ୍ୟ ବୃହତ୍ ରାଷ୍ଟ୍ରଗୁଡ଼ିକ ଲିଟ୍‌ରେ ଯୋଗ ନ ଦେବାରୁ ଏହା ଫଳପ୍ରଦ ହୋଇନଥିଲା । ୧୯୪୫ରେ ମିଳିତ ଜାତିସଂଘ ପ୍ରତିଷ୍ଠା ହେବାପରେ ଜାତିସଂଘର ସମ୍ବିଧାନର ସପ୍ତମ ଅଧ୍ୟାୟ ଧାରା ୩୯ରୁ ୫୧ ମଧ୍ୟରେ ମିଳିତ ନିରାପତ୍ତା ବିଷୟ ଉଲ୍ଲେଖ କରାଗଲା ଏବଂ ବିଶ୍ୱଶାନ୍ତି ଓ ନିରାପତ୍ତା ରକ୍ଷା କରିବା ଜାତିସଂଘର ମୂଳ ଦାୟିତ୍ଵ ବୋଲି ଉଲ୍ଲେଖ କରାଗଲା ।

  • ରାଷ୍ଟ୍ର–ରାଷ୍ଟ୍ର ମଧ୍ୟରେ ଯୁଦ୍ଧର ସମ୍ଭାବନାକୁ ଦୂର କରିବା ଏବଂ ଶାନ୍ତି ପ୍ରତିଷ୍ଠା ଲାଗି ମିଳିତ ପଦକ୍ଷେପ ନେବାକୁ ସନନ୍ଦରେ ବ୍ୟବସ୍ଥା ଥିଲା । କୌଣସି ରାଷ୍ଟ୍ର ସନନ୍ଦର ଅବ୍ୟବସ୍ଥା କରି ଯୁଦ୍ଧ ଆରମ୍ଭ କରି ଶାନ୍ତି ବ୍ୟାହତ କଲେ ସେହି ରାଷ୍ଟ୍ର ବିରୁଦ୍ଧରେ ମିଳିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉଲ୍ଲେଖ ରହିଲା ।
  • ସନନ୍ଦର ଧାରାରେ ପ୍ରତି ସଦସ୍ୟ ରାଷ୍ଟ୍ର ଅନ୍ୟ ରାଷ୍ଟ୍ର ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ ବୋଲି ପ୍ରତିଶ୍ରୁତିବଦ୍ଧ ହେଲେ । ଜାତିସଂଘ ମହାସନନ୍ଦର ସପ୍ତମ ଅଧ୍ୟାୟରେ ୩୯ରୁ ୫୧ ଧାରା ମିଳିତ ନିରାପତ୍ତା ବ୍ୟବସ୍ଥା ସ୍ଥାନ ପାଇଛି ।

ଜାତିସଂଘର ମହାସନନ୍ଦର ୩୯ ଧାରାରେ କୌଣସିଠାରେ ଶାନ୍ତି ବ୍ୟାହତ ହେଲେ ବା ଯୁଦ୍ଧ ଲାଗିଲେ ନିରାପତ୍ତା ପରିଷଦ ଶାନ୍ତି ଓ ନିରାପତ୍ତାର ସୁରକ୍ଷାଲାଗି ୪୧ ଓ ୪୨ ଧାରା ଅନୁସାରେ ପଦକ୍ଷେପ ଗ୍ରହଣ କରିଥାଏ । ପ୍ରଥମେ, ଆପୋଷ ସମାଧାନ ପାଇଁ ଉଭୟ ପକ୍ଷଙ୍କୁ ଡକାଯିବ । ଏହା ସଫଳ ନ ହେଲେ ଆର୍ଥିକ କଟକଣା ଲାଗୁ କରାଯିବ, କୂଟନୈତିକ ସମ୍ପର୍କ ଛିନ୍ନ କରାଯିବ ଏବଂ ପରିଶେଷରେ ଆବଶ୍ୟକ ହେଲେ ଜାତିସଂଘ ତରଫରୁ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥ‌ିପାଇଁ ପ୍ରତି ସଦସ୍ୟ ରାଷ୍ଟ୍ର ସେନା ଓ ଅନ୍ୟାନ୍ୟ ସହଯୋଗ ପ୍ରଦାନ କରିବେ । ଏଥିଲାଗି ଜାତିସଂଘର ଏକ ସାମରିକ ଷ୍ଟାଫ୍ କମିଟି ରହିଛି ଏବଂ ଏହି କମିଟିର ସୁପାରିସ କ୍ରମେ କୌଣସି ଅଭିଯୁକ୍ତ ରାଷ୍ଟ୍ର ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ଜାତିସଂଘ ସନନ୍ଦର ୫୧ ଧାରା ଅନୁସାରେ କୌଣସି ରାଷ୍ଟ୍ର ବା ଏକାଧୁକ ରାଷ୍ଟ୍ର ମିଳିତ ଭାବରେ ଆତ୍ମରକ୍ଷା ବା ନିରାପତ୍ତା ରକ୍ଷା କରିପାରନ୍ତି । ମାତ୍ର, ଥରେ ନିରାପତ୍ତା ପରିଷଦ ବିବାଦରେ ହସ୍ତକ୍ଷେପ କରିବାପରେ କୌଣସି ରାଷ୍ଟ୍ର ବ୍ୟକ୍ତିଗତ ଭାବରେ କୌଣସି ପଦକ୍ଷେପ ଗ୍ରହଣ କରିପାରିବେ ନାହିଁ । ମିଳିତ ନିରାପତ୍ତା ରକ୍ଷା କରିବା ନେଇ ଜାତିସଂଘର ତତ୍ତ୍ଵାବଧାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ ।

କୋରିଆ ଯୁଦ୍ଧ ଓ ମିଳିତ ନିରାପତ୍ତା :
ଜାତିସଂଘ ପ୍ରତିଷ୍ଠା ହେବାପରେ, ୧୯୫୧ରେ ପ୍ରଥମ ଥର ପାଇଁ ଦକ୍ଷିଣ କୋରିଆ ଓ ଉତ୍ତର କୋରିଆ ମଧ୍ୟରେ ଯୁଦ୍ଧ ହେଲା । ଉତ୍ତର କୋରିଆ ଦକ୍ଷିଣ କୋରିଆକୁ ଆକ୍ରମଣ କରିବାରୁ ଜାତିସଂଘ ମିଳିତ ନିରାପରାଦାରା କାର୍ଯ୍ୟାନଷ୍ଠାନ ଗ୍ରହଣ କରିଥଲା । ଏହି ଯୁଦ୍ଧରେ ଆମେରିକା ଦକ୍ଷିଣ କୋରିଆକୁ ସମର୍ଥନ କଲାବେଳେ ସୋଭିଏତ ରୁଷ୍ ଉତ୍ତର କୋରିଆକୁ ସମର୍ଥନ କରିଥିଲା । ନିରାପତ୍ତା ପରିଷଦ ଉତ୍ତର କୋରିଆକୁ ଆକ୍ରମଣକାରୀ ରୂପେ ଚିହ୍ନଟ କଲା ଏବଂ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଉତ୍ତର କୋରିଆକୁ ପରାମର୍ଶ ଦେଲା । ମିଳିତ ନିରାପତ୍ତା ବ୍ୟବସ୍ଥା ମାଧ୍ୟମରେ ଉତ୍ତର କୋରିଆକୁ ପ୍ରତିହତ କରିବାପାଇଁ ୬୦ଟି ସଦସ୍ୟ ରାଷ୍ଟ୍ର ମଧ୍ୟରୁ ମାତ୍ର ୧୬ଟି ରାଷ୍ଟ୍ର ସେନା ସହାୟତା ପ୍ରଦାନ କଲେ ।

ଏହି କାର୍ଯ୍ୟନୁଷ୍ଠାନରେ ଜାତିସଂଘ ନାମରେ ଯୁକ୍ତରାଷ୍ଟ୍ର ଆମେରିକାର ସେନାବାହିନୀ ଉତ୍ତର କୋରିଆ ବିପକ୍ଷରେ ଯୁଦ୍ଧ କଲେ; ମାତ୍ର ଏହି ପଦକ୍ଷେପ ସଫଳ ହେଲା ନାହିଁ । କାରଣ ଉତ୍ତର କୋରିଆର ସୀମା ଲଙ୍ଘନ କଲେ ଚୀନ୍ ଉତ୍ତର କୋରିଆ ସପକ୍ଷରେ ଯୁଦ୍ଧରେ ଯୋଗଦେବ ବୋଲି ଘୋଷଣା କଲା | ଏକ ବିଶ୍ଵଯୁଦ୍ଧରୁ ନିବୃତ୍ତ ରହିବାପାଇଁ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ସ୍ଥଗିତ ରଖୁଲା | ଏହି ବିଫଳତାରୁ ଜାତିସଂଘର ସାଧାରଣ ସଭାରେ Uniting for Peace Resolution ଗୃହୀତ ହେଲା ଏବଂ ନିରାପତ୍ତା ପରିଷଦର ବିଫଳତା ସମୟରେ ସାଧାରଣ ସଭା ଆନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତା ରକ୍ଷା କରିବ ବୋଲି ନିଷ୍ପତ୍ତି ଗ୍ରହଣ କରାଗଲା । ଏହି ପ୍ରସ୍ତାବଦ୍ଵାରା ଶାନ୍ତି ଅନୁଧ୍ୟାନକାରୀ କମିଟି ଗଠନ କରାଗଲା ଏବଂ ଏହି କମିଟି ଶାନ୍ତି ବ୍ୟାହତ ସମ୍ପର୍କରେ ସାଧାରଣ ସଭାକୁ ଅବଗତ କରିବାର ଦାୟିତ୍ଵ ବହନ କଲା | ଏହାଛଡ଼ା, ଏକ ମିଳିତ କାର୍ଯ୍ୟାନୁଷ୍ଠାନ କମିଟି (Collective Measures) ଗଠନ କରାଗଲା ।

ଏହି କମିଟି ଶାନ୍ତି ଓ ନିରାପତ୍ତା ପ୍ରତିଷ୍ଠା କମିଟିର ସାଧାରଣ ସଭା ଓ ନିରାପତ୍ତା ପରିଷଦକୁ ସୁପାରିସ କରିବ । ଏହାପରେ ସୁଏଜ୍ କେନାଲ ବିବାଦରେ ମଧ୍ଯ ମିଳିତ ନିରାପତ୍ତା ବ୍ୟବସ୍ଥା ପ୍ରୟୋଗ କରାଯାଇଥିଲା । ଇରାକ୍-କୁଏତ୍ ବିବାଦ ୧୯୯୦ରେ ଏହି ବ୍ୟବସ୍ଥା ପ୍ରୟୋଗ କରାଯାଇଥିଲା । ସମ୍ପ୍ରତି ବିଶ୍ଵରେ ଆଞ୍ଚଳିକ ନିରାପତ୍ତା ବ୍ୟବସ୍ଥା ପ୍ରବର୍ତ୍ତନ ହେତୁ ମିଳିତ ନିରାପତ୍ତା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭବପର ହେଉ ନାହିଁ । ମିଳିତ ଜାତିସଂଘ ମିଳିତ ନିରାପତ୍ତା ରକ୍ଷା କରିବାକୁ ସମର୍ଥ ହୋଇନାହିଁ । ଏଥପାଇଁ ରାଷ୍ଟ୍ରଗୁଡ଼ିକର ମନୋଭାବରେ ପରିବର୍ତ୍ତନ ହେବା ଆବଶ୍ୟକ । ପ୍ରତି ରାଷ୍ଟ୍ର ନିଜର ସଂକୀର୍ଷ ସ୍ଵାର୍ଥଠାରୁ ଊର୍ଦ୍ଧ୍ବରେ ରହି ବିଶ୍ବଶାନ୍ତି ପ୍ରତି ନିଷ୍ଠାପର ଉଦ୍ୟମ କଲେ ଏହି ଲକ୍ଷ୍ୟ ହାସଲ ହୋଇପାରିବ ।

ଶାନ୍ତି ପ୍ରତି ବିପଦ ସୃଷ୍ଟି କରୁଥିବା ଶାନ୍ତିଭଙ୍ଗକାରୀ ଓ ଆକ୍ରମଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ :
ଧାରା ୩ ଅନୁସାରେ ଆନ୍ତର୍ଜାତୀୟ କ୍ଷେତ୍ରରେ ଶାନ୍ତି ପ୍ରତି ବିପଦ ସୃଷ୍ଟିକାରୀ, ଶାନ୍ତିଭଙ୍ଗକାରୀ ଓ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ଦାୟିତ୍ଵ ନିରାପତ୍ତା ପରିଷଦକୁ ପ୍ରଦାନ କରାଗଲା ଏବଂ ଆନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତା ପ୍ରତିଷ୍ଠା ପାଇଁ ଏହି ସମସ୍ତ ରାଷ୍ଟ୍ର ବିରୁଦ୍ଧରେ ଧାରା ୪୧ ଓ ୪୨କୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିରାପତ୍ତା ପରିଷଦକୁ କ୍ଷମତା ପ୍ରଦାନ କରାଗଲା । ଏହି ବ୍ୟବସ୍ଥା ଅନୁସାରେ ପ୍ରଥମେ ଆପୋଷ ସମାଧାନ ପାଇଁ ଉଭୟ ପକ୍ଷକୁ ଆହ୍ବାନ କରାଯିବ । ଯଦି ଏହା ସଫଳ ନ ହୁଏ ଆର୍ଥିକ କଟକଣା ଜାରି କରାଯିବ; କୂଟନୈତିକ ସମ୍ପର୍କ ଛିନ୍ନ କରାଯିବ ଓ ପରିଶେଷରେ ଆବଶ୍ୟକସ୍ଥଳେ ମିଳିତ ଜାତିସଂଘ ତରଫରୁ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏଥିପାଇଁ ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ସେନା ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବେ । ମିଳିତ ଜାତିସଂଘର ସାମରିକ ଷ୍ଟାଫ୍ କମିଟିର ସୁପାରିସକ୍ରମେ ଅଭିଯୁକ୍ତ ରାଷ୍ଟ୍ର ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମିଳିତ ଜାତିସଂଘ ସନନ୍ଦର ୫୧ ଧାରା ଅନୁସାରେ କୌଣସି ଗୋଟିଏ ରାଷ୍ଟ୍ର ବା ଏକାଧୁକ ରାଷ୍ଟ୍ର ମିଳିତ ଭାବରେ ଆତ୍ମରକ୍ଷା ବା ନିରାପତ୍ତା ରକ୍ଷା କରିପାରନ୍ତି । ମାତ୍ର, ଥରେ ନିରାପତ୍ତା ପରିଷଦ ବିବାଦରେ ହସ୍ତକ୍ଷେପ କରିବା ପରେ କୌଣସି ରାଷ୍ଟ୍ର ବ୍ୟକ୍ତିଗତ ଭାବେ କୌଣସି ପଦକ୍ଷେପ ଗ୍ରହଣ କରିପାରିବେ ନାହିଁ । ସୁତରାଂ, ଆନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତା ରକ୍ଷା ପାଇଁ ମିଳିତ ଜାତିସଂଘ ତତ୍ତ୍ଵବଧାନରେ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇପାରିବ ।

ମିଳିତ ଜାତିସଂଘ ମାଧ୍ୟମରେ ମିଳିତ ନିରାପତ୍ତାର କାର୍ଯ୍ୟକାରିତା :
୧୯୪୫ ମସିହାରୁ ମିଳିତ ଜାତିସଂଘ ପ୍ରତିଷ୍ଠାଠାରୁ ଏହା ମିଳିତ ନିରାପତ୍ତା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଅଛି । ମାତ୍ର ଏହି ସମସ୍ତ କ୍ଷେତ୍ରରେ ମିଳିତ ଜାତିସଂଘ ଉଲ୍ଲେଖନୀୟ ସଫଳତା ହାସଲ କରିନାହିଁ । ମିଳିତ ନିରାପତ୍ତା କ୍ଷେତ୍ରରେ ମିଳିତ ଜାତିସଂଘ ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ନିମ୍ନରେ ଆଲୋଚନା କରାଗଲା ।

କୋରିଆ ଯୁଦ୍ଧ ଓ ମିଳିତ ନିରାପତ୍ତା :
୧୯୫୦ ମସିହା କୋରିଆ ଯୁଦ୍ଧ ଥୁଲା ମିଳିତ ଜାତିସଂଘର ନିରାପତ୍ତା ପାଇଁ ପ୍ରଥମ ଘଟଣା । ସେହି ବର୍ଷ ଜୁନ୍ ୨୫- ୨୬ରେ ଉତ୍ତର କୋରିଆ ଦକ୍ଷିଣ କୋରିଆକୁ ଆକ୍ରମଣ କରିବାରୁ ମିଳିତ ଜାତିସଂଘ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଜୁନ୍ ୨୭ ତାରିଖରେ ସୋଭିଏତ୍ ସଂଘର ଅନୁପସ୍ଥିତିରେ ମିଳିତ ଜାତିସଂଘର ନିରାପତ୍ତା ପରିଷଦ ଉତ୍ତର କୋରିଆକୁ ଆକ୍ରମଣକାରୀ ରୂପେ ଘୋଷଣା କଲା ଏବଂ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଉତ୍ତର କୋରିଆକୁ ପରାମର୍ଶ ଦେଲା । ନିରାପତ୍ତା ପରିଷଦର ନିଷ୍ପଭିକୁ ୫୩ଟି ସଦସ୍ୟ ରାଷ୍ଟ୍ର ସମର୍ଥନ ଜଣାଇଥିଲେ । ମିଳିତ ଜାତିସଂଘକୁ ୧୬ଟି ରାଷ୍ଟ୍ର ସେନା ସହାୟତା ପ୍ରଦାନ କରିଥିଲେ । ମାତ୍ର ଏହି ପଦକ୍ଷେପ ସଫଳ ହେଲା ନାହିଁ । କାରଣ ପ୍ରଥମରୁ ସୋଭିଏତ୍ ସଂଘ ଉତ୍ତର କୋରିଆକୁ ସମର୍ଥନ କରିଥିଲା ଓ ଚୀନ୍ ଘୋଷଣା କଲା ଯେ, ଉତ୍ତର କୋରିଆର ସୀମା ଲଙ୍ଘନ କଲେ ଚୀନ୍ ଉତ୍ତର କୋରିଆ ସପକ୍ଷରେ ଯୁଦ୍ଧରେ ଯୋଗ ଦେବ । ଚୀନ୍‌ର ଏପରି ଘୋଷଣା ଅନ୍ୟ ଏକ ବିଶ୍ଵଯୁଦ୍ଧର ସମ୍ଭାବନା ସୃଷ୍ଟି କରିବାରୁ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ସ୍ଥଗିତ ରଖୁଥିଲା ।

କୋରିଆ ଯୁଦ୍ଧରେ ନିରାପତ୍ତା ପରିଷଦ ବିଫଳ ହେବାରୁ ମିଳିତ ଜାତିସଂଘର ସାଧାରଣ ସଭାରେ ମିଳିତ ଶାନ୍ତି ପ୍ରସ୍ତାବ ଗୃହୀତ ହେଲା । ଏହି ପ୍ରସ୍ତାବ ୧୯୫୦ ମସିହା ନଭେମ୍ବର ୩ ତାରିଖରେ ସାଧାରଣ ସଭାରେ ଗୃହୀତ ହୋଇଥିଲା । ଏହି ପ୍ରସ୍ତାବ ଅନୁସାରେ ନିରାପତ୍ତା ପରିଷଦ ବିଫଳତା ସମୟରେ ସାଧାରଣ ସଭା ଆନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତା ରକ୍ଷା କରିବାକୁ ନିଷ୍ପରି ନେଇପାରିବ । ଏହି ପ୍ରସ୍ତାବଦ୍ଵାରା ଶାନ୍ତି ଅନୁଧ୍ୟାନକାରୀ କମିଟି ଗଠନ କରାଗଲା ଏବଂ ଏହି କମିଟି ଶାନ୍ତି ବ୍ୟାହତ ସମ୍ପର୍କରେ ସାଧାରଣ ସଭାକୁ ଅବଗତ କରିବାରେ ଦାୟିତ୍ଵ ବହନ କରିଥିଲା । ପୁନଶ୍ଚ ଏକ ମିଳିତ କାର୍ଯ୍ୟାନୁଷ୍ଠାନ କମିଟି ଗଠନ କରାଗଲା । ଏହି କମିଟିର କାର୍ଯ୍ୟ ଥଲା ଶାନ୍ତି ଓ ନିରାପତ୍ତା ପ୍ରତିଷ୍ଠା ପାଇଁ ସାଧାରଣ ସଭା ଓ ନିରାପତ୍ତା ପରିଷଦକୁ ସୁପାରିସ କରିବା ।

କୋରିଆ ସଂକଟ ପରେ ୧୯୫୬ ମସିହାରେ ସୁଏଜ କେନାଲ ବିବାଦରେ ମିଳିତ ନିରାପତ୍ତା ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା । ମାତ୍ର ମିଳିତ ଜାତିସଂଘ କାର୍ଯ୍ୟାନୁଷ୍ଠାନ ଓ ବ୍ରିଟେନ, ଫ୍ରାନ୍ସ ଓ ଇସ୍ରାଏଲ୍‌କୁ ସୋଭିଏତ୍ ସଂଘ ଧମକ ଦେବାରୁ ଏହା ସଫଳ ହୋଇନଥିଲା । ମାତ୍ର କଙ୍ଗୋରେ ଶାନ୍ତି ଆଣିବା କ୍ଷେତ୍ରରେ ମିଳିତ ଜାତିସଂଘର ଶାନ୍ତି ସେନା ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ କରିଥିଲା । ୧୯୫୬ ମସିହାରେ ମିଳିତ ଜାତିସଂଘର ଚାପ ଯୋଗୁଁ ସୋଭିଏତ୍ ସଂଘ ହଙ୍ଗେରୀରେ ଆଭ୍ୟନ୍ତରୀଣ ହସ୍ତକ୍ଷେପରୁ ନିବୃତ୍ତି ରହିଥୁଲା । ମାତ୍ର ୧୯୫୬ରୁ ୧୯୯୦ ମସିହା ମଧ୍ୟରେ ମିଳିତ ଜାତିସଂଘ ନେତୃତ୍ଵରେ ମିଳିତ ନିରାପତ୍ତା ବ୍ୟବସ୍ଥା ଠିକ୍‌ଭାବେ କାର୍ଯ୍ୟକାରୀ ହୋଇନଥିଲା । ଇରକ୍-ଇରାନ୍ ଯୁଦ୍ଧରେ ଏହା ପ୍ରଭାବ ପକାଇ ପାରିନଥିଲା ।

ବିଂଶ ଶତାବ୍ଦୀର ଶେଷ ଦଶନ୍ଧିରେ ମିଳିତ ନିରାପତ୍ତା ବ୍ୟବସ୍ଥା ଅତ୍ୟନ୍ତ ଜନପ୍ରିୟ ହୋଇଥିଲା ଏବଂ ଆନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତା ପ୍ରତିଷ୍ଠା କ୍ଷେତ୍ରରେ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଥିଲା । ୧୯୯୦ ମସିହାରେ ଇରାକ୍ କୁଏତ୍ ଅଧୁକାର କରିଥିଲା । ମିଳିତ ଜାତିସଂଘର ଶାନ୍ତିସେନା ଆମେରିକା ନେତୃତ୍ୱରେ ଇରାକ୍ ବିରୁଦ୍ଧରେ ଯୁଦ୍ଧଘୋଷଣା କରିଥିଲେ । ଏହି ମିଳିତ କାର୍ଯ୍ୟାନୁଷ୍ଠାନ ଯୋଗୁ ଅଳ୍ପଦିନ ମଧ୍ୟରେ କୁଏତ୍ ଇରାକ୍ କବଳରୁ ମୁକ୍ତ ହୋଇଥିଲା । ସୁତରାଂ, ଇରାକ୍ଟର କୁଏତ୍ ଆକ୍ରମଣକୁ ପ୍ରତିହତ କରି ଉପସାଗରୀୟ ଯୁଦ୍ଧର ପରିସମାପ୍ତି ଘଟାଇବାରେ ମିଳିତ ଜାତିସଂଘର ମିଳିତ କାର୍ଯ୍ୟାନୁଷ୍ଠାନ ଅତ୍ୟନ୍ତ ପ୍ରଶଂସନୀୟ ଥିଲା ।

ଆନ୍ତର୍ଜାତୀୟ ସ୍ତରରେ ଶାନ୍ତି ଓ ନିରାପତ୍ତା ପ୍ରତିଷ୍ଠା କରିବା ସହିତ ଆନ୍ତର୍ଜାତୀୟ କ୍ଷେତ୍ରରେ ଅଗ୍ରଗତି ହାସଲ କରିବା ମିଳିତ କାର୍ଯ୍ୟାନୁଷ୍ଠାନ ଲକ୍ଷ୍ୟ ଧାର୍ଯ୍ୟ କରିଅଛି । ଏହି ଲକ୍ଷ୍ୟ ହାସଲ କରିବାପାଇଁ ପ୍ରତ୍ୟେକ ରାଷ୍ଟ୍ର ନିଜ ନିଜର ସଂକୀର୍ଷ ସ୍ଵାର୍ଥଠାରୁ ଦୂରରେ ରହି ବିଶ୍ୱଶାନ୍ତି ଓ ନିରାପତ୍ତା ପ୍ରତିଷ୍ଠା ପାଇଁ ନିଷ୍ଠାପର ଉଦ୍ୟମ କରିବା ଆବଶ୍ୟକ ।

CHSE Odisha Class 12 Political Science Chapter 9 Long Answer Questions in Odia Medium

୩ । ‘ମିଳିତ ସୁରକ୍ଷା’ ନିମିତ୍ତ ବିଭିନ୍ନ ପ୍ରଚେଷ୍ଟା ସମ୍ବନ୍ଧରେ ବର୍ଣନା କର ।
Answer:
ମାନବ ଜାତିର ଇତିହାସରେ ମହାପ୍ରଳୟଙ୍କରୀ, ଧ୍ୱଂସକାରୀ, ବ୍ୟୟବହୁଳ ପ୍ରଥମ ପୃଥିବୀ ମହାସମର ପରେ ପରେ ମାନବ ଜାତିର ଚିନ୍ତା ଓ ଚେତନାରେ ଯୁଦ୍ଧ ବିଭୀଷିକାର ଲୋପ ଓ ଶାନ୍ତି ପ୍ରତିଷ୍ଠା ପାଇଁ ଆଗହ ଜାତ ହୋଇଥିଲା । ଆମେରିକାର ରାଷ୍ଟ୍ରପତି ଉଡ୍ରୋ ଉଇଲସନଙ୍କ ୧୪ ଦଫା ଧାରାକୁ ଭିଭିକରି ପ୍ୟାରିସ୍‌ଠାରେ ରାଷ୍ଟ୍ରନାୟକ ଓ କୂଟନୀତିଜ୍ଞମାନେ ଆନ୍ତର୍ଜାତିକ ସହଯୋଗ ଓ ପୃଥ‌ିବୀରେ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ରାଷ୍ଟ୍ରସଂଘର ପ୍ରତିଷ୍ଠା କରିଥିଲେ । ନିରାପତ୍ତା, ଶାନ୍ତି ଓ ସୁରକ୍ଷା ଥିଲା ସବୁ ଦେଶର ଚିର ଈପ୍‌ସିତ । ରାଷ୍ଟ୍ରସଂଘ ମାଧ୍ୟମରେ ନିରାପତ୍ତା ଓ ସୁରକ୍ଷା ନିମିତ୍ତ ପ୍ରଚେଷ୍ଟା ରାଷ୍ଟ୍ରସଂଘ ସନନ୍ଦରେ ‘ମିଳିତ ସୁରକ୍ଷା’ ବ୍ୟବସ୍ଥା ଥିଲା ।

‘ ମିଳିତ ସୁରକ୍ଷା’ ଚିନ୍ତାଧାରା ରାଷ୍ଟ୍ରସଂଘର ସନନ୍ଦ ବା ‘କୋଭେନାଣ୍ଟ’ର ଧାରା ୧୦ରେ ବିଶେଷଭାବେ ଉଲ୍ଲେଖ କରାଯାଇଛି । ଏହି ବ୍ୟବସ୍ଥାନୁଯାୟୀ ରାଷ୍ଟ୍ରସଂଘର ସଭ୍ୟ ରାଷ୍ଟ୍ରମାନେ କୌଣସି ଗୋଟିଏ ସଭ୍ୟରାଷ୍ଟ୍ର ଉପରେ ଆକ୍ରମଣକୁ ସବୁ ରାଷ୍ଟ୍ରମାନଙ୍କ ଉପରେ ଆକ୍ରମଣ ବୋଲି ବିଚାର କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିଲେ । ଏତଦ୍‌ବ୍ୟତୀତ ସଭ୍ୟରାଷ୍ଟ୍ରମାନେ ନିଜ ନିଜ ମଧ୍ୟରେ ବିବାଦର ସମାଧାନ ଯୁଦ୍ଧ ମାଧ୍ୟମରେ ନକରିବାକୁ, ଆନ୍ତର୍ଜାତୀୟ ଅଦାଲତ, ମଧ୍ୟସ୍ଥ କିମ୍ବା ରାଷ୍ଟ୍ରସଂଘ ସନନ୍ଦରେ ଥୁବା ଉପରୋକ୍ତ ବ୍ୟବସ୍ଥାକୁ ଅଧ‌ିକ ଦୃଢ଼ ଓ କାର୍ଯ୍ୟକ୍ଷମ କରି ନିରାପତ୍ତା ହାସଲ ନିମିତ୍ତ ଫ୍ରାନ୍ସ ଚେଷ୍ଟା କରିଥିଲା | ଧାରା ୧୦ରେ ବର୍ଣ୍ଣିତ ବ୍ୟବସ୍ଥାକୁ ଫରାସୀମାନେ ପୂର୍ଣ ସମର୍ଥନ କରି ଏହାକୁ ସନନ୍ଦର ମୁଖ୍ୟ ଅଂଶ ଭାବେ ଗ୍ରହଣ କରିଥିଲେ ।

ପାରସ୍ପରିକ ସାହାଯ୍ୟ ଚିଠା, ୧୯୨୩ : ଧାରା ୧୦ରେ ପ୍ରଦତ୍ତ ନିୟମାବଳୀ ଅନୁଯାୟୀ ମିଳିତ ସୁରକ୍ଷା ପାଇଁ ଯେଉଁ ବ୍ୟବସ୍ଥା କରାଯାଇଥିଲା, ରାଷ୍ଟ୍ରସଂଘର ପ୍ରତିଷ୍ଠାତାମାନେ ଅନୁଭବ କରିଥିଲେ ସ୍ଥାୟୀ ଶାନ୍ତିପ୍ରତିଷ୍ଠା କ୍ଷେତ୍ରରେ ଏହା ହେଉଛି ଯଥେଷ୍ଟ ପଦକ୍ଷେପ । ଏହି ଧାରାର ସର୍ଭାବଳୀଗୁଡ଼ିକୁ ଫରାସୀମାନେ ଦୃଢ଼ ସମର୍ଥନ କରିଥିଲେ ଯେ ଏବଂ ଏହା ସନନ୍ଦର ଏକ ମୁଖ୍ୟ ଅଂଶ ବୋଲି ବିବେଚନା କରିଥିଲେ । କିନ୍ତୁ ମିଳିତ ଦାୟିତ୍ବବୋଧତାର ଗୁରୁ ଦାୟିତ୍ଵକୁ ସମଭାବରେ ବାଣ୍ଟିବାର ବ୍ୟବସ୍ଥାକୁ ବ୍ରିଟିଶ୍ ସରକାର ବିରୋଧ କରିଥିଲେ । ଏହି କ୍ଷେତ୍ରରେ ଗ୍ରେଟବ୍ରିଟେନ୍ ତାହାର ଅଧୁରାଜ୍ୟମାନଙ୍କଦ୍ଵାରା ସମର୍ଥନ ହାସଲ କରିଥିଲା । ରାଷ୍ଟ୍ରସଂଘରେ ପ୍ରତିନିଧ୍ଵତ୍ଵ କରୁଥିବା କାନଡ଼ାର ସଦସ୍ୟମାନେ ଧାରା ୧୦ରେ ସଂସ୍କାର ଆଣିବାକୁ ଚାହିଁଲେ, ଯାହାକୁ କି ଫ୍ରାନ୍ସ ଏବଂ ତାହା ସହଯୋଗୀ ସଦସ୍ୟମାନେ ବିରୁଦ୍ଧ କରିଥିଲେ ।

ଶେଷରେ ୧୯୨୩ ମସିହାରେ ପାରସ୍ପରିକ ସାହାଯ୍ୟ ଚୁକ୍ତି ଚିଠା ବା ଦଲିଲ ପ୍ରସ୍ତୁତ ହେଲା । ଉକ୍ତ ଦଲିଲ୍ ପ୍ରସ୍ତୁତି କ୍ଷେତ୍ରରେ ଫ୍ରାନ୍ସ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଉକ୍ତ ଚିଠାରେ ଆକ୍ରମଣାତ୍ମକ ଯୁଦ୍ଧକୁ ଏକ ଆନ୍ତର୍ଜାତୀୟ ଅନ୍ୟାୟ ଓ ଅପରାଧ ବୋଲି ଘୋଷଣା କରାଯାଇଥିଲା । ଏଥିରେ ବ୍ୟବସ୍ଥା ଥିଲା, ଆକ୍ରମଣ ଆରମ୍ଭ ହେବାର ଚାରିଦିନ ମଧ୍ଯରେ ରାଷ୍ଟ୍ରସଂଘ ପରିଷଦ ଆକ୍ରମଣକାରୀ ରାଷ୍ଟ୍ରର ନାମ ଘୋଷଣା କରିବ ଓ ସଭ୍ୟରାଷ୍ଟ୍ରମାନେ ଆକ୍ରମିତ ହୋଇଥିବା ରାଷ୍ଟ୍ରକୁ ଆର୍ଥିକ ଓ ସାମରିକ ସାହାଯ୍ୟ ପ୍ରଦାନ କରିବେ । ଏଥ‌ିରେ ଉଲ୍ଲେଖ ଥିଲା ଯୁଦ୍ଧ ସଂଘଟିତ ହୋଇଥିବା ଅଞ୍ଚଳ ବାହାରେ ଥିବା ରାଷ୍ଟ୍ରମାନଙ୍କୁ ଆକ୍ରମିତ ଦେଶକୁ ସାହାଯ୍ୟ କରିବାକୁ କୁହାଯିବ ନାହିଁ । ଉକ୍ତ ଚୁକ୍ତି ମାତ୍ର ୧୦ଟି ରାଷ୍ଟ୍ରଦ୍ଵାରା ଗୃହୀତ ହୋଇଥିଲା । ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ ଓ ଇଂଲଣ୍ଡ ଉକ୍ତ ଚିଠା ଦଲିଲକୁ ଗ୍ରହଣ ନକରିବା ଫଳରେ ଉକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

ଜେନେଭା ପ୍ରୋଟୋକଲ, ୧୯୨୪:
୧୯୨୪ ମସିହା ବେଳକୁ ଫ୍ରାନ୍ସ ଓ ବେଲଜିୟମଦ୍ଵାରା ଜର୍ମାନୀର ଶିଳ୍ପ ସମୃଦ୍ଧ ରୁର୍ (Riehr) ଅଧିକାର ସମ୍ପୂର୍ଣ୍ଣ ବିପଳତାରେ ପର୍ଯ୍ୟବସିତ ହୋଇଥିଲା । ଆନ୍ତର୍ଜାତିକ ରାଜନୈତିକ ବାତାବରଣ ନିରାପତ୍ତା ବ୍ୟବସ୍ଥାର ଉନ୍ନତି ନିମିତ୍ତ ନୂତନ ପଦକ୍ଷେପ ନେବା ଦିଗରେ ଅନୁକୂଳ ଥିଲା । ଗ୍ରୀସ୍ ଚେକୋସ୍ଲୋଭାକିଆର ପ୍ରତିନିଧୁମାନେ ଏକ ନୂତନ ଖସଡ଼ା ପ୍ରଣୟନ କଲେ, ଯେଉଁଥିରେ କେତେକ ସ୍ଵତନ୍ତ୍ର ବ୍ୟବସ୍ଥା ରହିଥିଲା । ଏହା ଅନୁଯାୟୀ, ଯେକୌଣସି ଆକ୍ରମଣକୁ ଏକ ଆନ୍ତର୍ଜାତିକ ଅପରାଧ ବୋଲି ଘୋଷଣା କରାଗଲା । ଯେକୌଣସି ଆନ୍ତର୍ଜାତିକ ସମସ୍ୟାର ସମାଧାନ ନିମିତ୍ତ ଯଦି କୌଣସି ରାଷ୍ଟ୍ର ମଧ୍ୟସ୍ଥି ଗ୍ରହଣ କରିବେ ନାହିଁ, ତେବେ ସେ ରାଷ୍ଟ୍ର ଆକ୍ରମଣକାରୀ ବୋଲି ବିବେଚିତ ହେବ । ମଧ୍ୟସ୍ଥତା ଚାଲିଥିବାବେଳେ ସମ୍ପୃକ୍ତ ରାଷ୍ଟ୍ର ସୈନ୍ୟ ସମାବେଶ କରିପାରିବ ନାହିଁ ।

ଯୁଦ୍ଧ ହେଲେ, ଯୁଦ୍ଧ ଆରମ୍ଭ କରିଥିବା ଅପରାଧ ନିମିତ୍ତ ଆକ୍ରମଣକାରୀ ରାଜ୍ୟ ଯୁଦ୍ଧ କ୍ଷତିପୂରଣ ଦେବ । ଯୁଦ୍ଧର କ୍ଷତିପୂରଣ ପରିମାଣ ଆକ୍ରମଣକାରୀ ରାଷ୍ଟ୍ରର ଆର୍ଥିକ ସ୍ଥିତି ଓ କ୍ଷମତା ଉପରେ ନିର୍ଭର କରି ନିର୍ଦ୍ଧାରିତ ହେବ । ଏତଦ୍‌ବ୍ୟତୀତ ଉକ୍ତ ପ୍ରୋଟୋକଲରେ ନିରାପତ୍ତା ବ୍ୟବସ୍ଥାକୁ ନିରସ୍ତ୍ରୀକରଣ ବ୍ୟବସ୍ଥା ସହିତ ସମ୍ପୃକ୍ତ କରାଯାଇଥିଲା । ଏଥୁରେ ନିରସ୍ତ୍ରୀକରଣ ସମ୍ମିଳନୀ ନିମିତ୍ତ ଏକ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ ହୋଇଥିଲା, ସେଗୁଡ଼ିକ ଥୁଲା- ଜୁନ୍ ୧୫, ୧୯ ଓ ୨୫ । ଯଦି ପ୍ରୋଟୋକଲକୁ ଅଧିକ ରାଷ୍ଟ୍ର ଗ୍ରହଣ କରନ୍ତି, ତେବେ ଯାଇ ଉକ୍ତ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ବ୍ୟବସ୍ଥା ଥିଲା ।

ଜେନେଭା ପ୍ରୋଟୋକଲକୁ କ୍ଷୁଦ୍ର ଶକ୍ତିମାନେ ସ୍ଵାଗତ କରିଥିବାବେଳେ ବୃହତ୍ ଶକ୍ତିମାନେ ଏହାକୁ ବିରୋଧ କରିଥିଲେ ଫଳସ୍ଵରୂପ ଉକ୍ତ ପ୍ରୋଟୋକଲ ପ୍ରତ୍ୟାଖ୍ୟାତ ହୋଇଥିଲା । ଜେନେଭା ପ୍ରୋଟୋକଲ ଆନ୍ତର୍ଜାତିକ ନିରାପତ୍ତା ଓ ସୁରକ୍ଷା ଦିଗରେ ଏକ ସୁନ୍ଦର ଓ ସ୍ବାଗତଯୋଗ୍ୟ ପଦକ୍ଷେପ ଥିଲା । ଏହା ଆକ୍ରମଣକାରୀକୁ ଚିହ୍ନଟ କରି, ତା’ ବିରୁଦ୍ଧରେ ବିଭିନ୍ନ ଅର୍ଥନୈତିକ ଓ ସାମାଜିକ ପଦକ୍ଷେପ ଗ୍ରହଣ କରିବା ନିମିତ୍ତ ବ୍ୟବସ୍ଥା କରିଥିଲା । ଆନ୍ତର୍ଜାତିକ ବିଚାରାଳୟର ନିଷ୍ପତ୍ତି ଓ ମଧ୍ୟସ୍ଥତା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରି ଏକ ଉତ୍ତମ ବ୍ୟବସ୍ଥା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା । ବାସ୍ତବିକ, ଜେନେଭା ପ୍ରୋଟୋକଲ ରାଷ୍ଟ୍ରସଂଘ ବ୍ୟବସ୍ଥାକୁ ଅଧ‌ିକ ଦୃଢ଼ କରିବା ନିମିତ୍ତ ଓ ରାଷ୍ଟ୍ରସଂଘ ସନନ୍ଦରେ ଥିବା କେତେକ ଅନ୍ତର୍ନିହିତ ସମସ୍ୟା ଦୂରକରିବା ନିମିତ୍ତ ଚେଷ୍ଟା କରିଥିଲା ।

ଲୋକୋଣ୍ଡୋ ଚୁକ୍ତି, ୧୯୨୫ :
ଜେନେଭା ପ୍ରୋଟୋକଲ ପ୍ରତ୍ୟାଖ୍ୟାତ ହେବାପରେ ବିଭିନ୍ନ ରାଷ୍ଟ୍ର ଅନୁଭବ କଲେ ଯେ, ଇଉରୋପୀୟ ଶାନ୍ତିକୁ ବିପନ୍ନ କରୁଥିବା ସମସ୍ୟା ଓ ବିପଦଗୁଡ଼ିକର ନିୟନ୍ତ୍ରଣ ନିମିତ୍ତ କୌଣସି ନା କୌଣସି ନିରାପତ୍ତା ଦାୟିତ୍ଵ ବ୍ୟବସ୍ଥାର ଜରୁରୀ ଆବଶ୍ୟକତା ରହିଛି । ଏଦ୍‌ବ୍ୟତୀତ ଜର୍ମାନୀ ଓ ସୋଭିଏତ୍ ରୁଷିଆ ମଧ୍ଯରେ ୧୯୨୨ରେ ସ୍ଵାକ୍ଷରିତ- ପୋଲୋ ଚୁକ୍ତି ଇଉରୋପୀୟ ଶକ୍ତିମାନଙ୍କୁ ବ୍ୟତିବ୍ୟସ୍ତ କରାଇଥିଲା । ଜର୍ମାନୀର ପୁନରୁତ୍‌ଥାନଜନିତ ବିପଦ ଅପେକ୍ଷା ରୁଷିଆର ଆନ୍ଦୋଳନର ସଫଳତା ସେମାନଙ୍କୁ ଅଧିକ ଚିନ୍ତିତ ଓ ଶଙ୍କିତ କରିଦେଇଥିଲା । ଜର୍ମାନୀର ଭୟ ଫ୍ରାନ୍ସକୁ ପ୍ରଥମ ପୃଥିବୀ ମହାସମର ପରଠାରୁ ହିଁ ଆତଙ୍କିତ କରିଥିଲା । ନିରାପତ୍ତା ନିମିତ୍ତ ଦୃଢ଼ ପ୍ରତିଶ୍ରୁତି ଓ ଅଙ୍ଗୀକାର ହାସଲ ପାଇଁ ଫ୍ରାନ୍ସ ରାଷ୍ଟ୍ରସଂଘ ମାଧ୍ୟମରେ ଅନେକ ଚେଷ୍ଟା କରିଥିଲା ।

ଇଂଲଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକାଠାରୁ ପାଇଥବା ନିରାପତ୍ତା ପ୍ରତିଶ୍ରୁତି, ଆମେରିକା ରାଷ୍ଟ୍ରସଂଘରୁ ଓହରିଯିବା ହେତୁ ଫଳବତୀ ହୋଇନଥିଲା । ଜର୍ମାନୀ କ୍ଷତିପୂରଣ ନ ଦେବା ବାହାନାରେ ୧୯୨୩ ମସିହାରେ ଫ୍ରାନ୍ସ, ରୁଷ୍ ଅଞ୍ଚଳ ଦଖଲ କରି ଲକ୍ଷ୍ୟ ସାଧନରେ ବିଫଳ ହୋଇଥିଲା । ତା’ପରେ ଫ୍ରାନ୍ସ ବିଭିନ୍ନ ରାଷ୍ଟ୍ର ସହିତ ଚୁକ୍ତି ସମ୍ପଦନ କରିବା ନୀତି ଅବଲମ୍ବନ କରିଥିଲା ଓ ବେଲଜିୟମ୍ ସହିତ ୧୯୨୦ରେ, ପୋଲାଣ୍ଡ ସହିତ ୧୯୨୧ରେ ଓ ଟେକୋସ୍ଲୋଭାକିଆ ସହିତ ୧୯୨୪ ମସିହାରେ ଚୁକ୍ତିମାନ ସ୍ଵାକ୍ଷର କରି ଇଉରୋପରେ ନିଜର ପ୍ରାଧାନ୍ୟ ପ୍ରତିଷ୍ଠା କରିବା ସହିତ ଜର୍ମାନୀକୁ ସଦାସର୍ବଦା ଦୁର୍ବଳ କରି ରଖୁବାକୁ ଚେଷ୍ଟା କରିଥିଲା ।

ଫ୍ରାନ୍ସ ଓ ଜର୍ମାନୀ ଉଭୟେ ପରସ୍ପରକୁ ସନ୍ଦେହ କରୁଥିଲେ । ଜର୍ମାନୀର ପୁନରୁତ୍‌ଥାନ ଓ ପ୍ରତିଶୋଧ ସମ୍ଭାବନାକୁ ଫ୍ରାନ୍ସ ଭୟ କରୁଥିଲା । ଫ୍ରାନ୍ସର ରାଇନ୍ ଅଞ୍ଚଳ ଯୋଜନା ଓ ଜର୍ମାନୀ ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିବାର ପରିକଳ୍ପନାକୁ ଜର୍ମାନୀ ସନ୍ଦେହ ଦୃଷ୍ଟିରେ ଦେଖୁଥିଲା । ଦୁଇ ଦେଶ ମଧ୍ୟରେ ସନ୍ଦେହ ଓ ଉତ୍ତେଜନା ହ୍ରାସ କରିବା ନିମିତ୍ତ ଜର୍ମାନୀ ଫ୍ରାନ୍ସକୁ ସୀମା ସୁରକ୍ଷା, ଯୁଦ୍ଧ ବିରୋଧୀ ଆଶ୍ଵାସନା ଓ ମଧ୍ୟସ୍ଥତା ଯୋଜନା ପ୍ରଣୟନ ନିମିତ୍ତ ଅନେକ ପ୍ରସ୍ତାବ ଦେଲା, କିନ୍ତୁ ସେ ସମସ୍ତ ଫ୍ରାନ୍‌ସଦ୍ଵାରା ପ୍ରତ୍ୟାଖ୍ୟାତ ହୋଇଥିଲା । ଏହିପରି ଭାବରେ ରାଜନୈତିକ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥ‌ିବାବେଳେ ଜାନୁୟାରୀ ୨୫ ତାରିଖ ୧୯୨୫ ମସିହା ଦିନ ଜର୍ମାନୀ ଚାନ୍ସେଲର ଷ୍ଟ୍ରେସମ୍ୟାନ ଜର୍ମାନୀ ଓ ଫ୍ରାନ୍ସର ସୀମାନ୍ତ ରାଇନ୍ ଅଞ୍ଚଳ ସମ୍ବନ୍ଧରେ ଏକ ରାଜିନାମା କରିବା ନିମିତ୍ତ ଫ୍ରାନ୍ସକୁ ଏକ ପ୍ରସ୍ତାବ ଦେଲା ।

ଉକ୍ତ ପ୍ରସ୍ତାବରେ ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଓ ଗ୍ରେଟବ୍ରିଟେନ୍‌କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ କରିବାର ପ୍ରସ୍ତାବ ଥିଲା। ଫଳରେ ଉକ୍ତ ପ୍ରସ୍ତାବ ଉପରେ ବିଚାର କରି ଉକ୍ତ ସମ୍ମିଳନୀକୁ ପୋଲାଣ୍ଡ, ଚେକୋସ୍ଲୋଭାକିଆ ଓ ବେଲଜିୟମ୍‌କୁ ନିମନ୍ତ୍ରଣ କରିବାକୁ ପ୍ରସ୍ତାବ ଦେଲା। ଜର୍ମାନୀ ଉକ୍ତ ପ୍ରସ୍ତାବକୁ ଗ୍ରହଣ କଲା । ଅବଶେଷରେ ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଇଂଲଣ୍ଡ, ପୋଲାଣ୍ଡ, ଚେକୋସ୍ଲୋଭାକିଆ ଓ ବେଲଜିୟମ ପ୍ରଭୃତି ସାତଗୋଟି ଦେଶର ପ୍ରତିନିଧୁମାନେ ସ୍ଵିଜରଲାଣ୍ଡର ଲୋକୋଣ୍ଡୋଠାରେ ଏକ ସମ୍ମିଳନୀରେ ମିଳିତ ହେଲେ | ଉକ୍ତ ସମ୍ମିଳନୀରେ ସାତଗୋଟି ରାଜିନାମା ପ୍ରସ୍ତୁତ ହୋଇଥିଲା । ଏଗୁଡ଼ିକୁ ଲୋକୋକ୍ଷ୍ନୌ ଚୁକ୍ତି କୁହାଯାଏ । ଉକ୍ତ ରାଜିନାମାଗୁଡ଼ିକ ଡିସେମ୍ବର ୧ ତାରିଖ, ୧୯୨୫ ମସିହା ଦିନ ଲଣ୍ଡନଠାରେ ସ୍ଵାକ୍ଷରିତ ହୋଇଥିଲା ।

ରାଇନ୍ ଚୁକ୍ତି :
ରାଇନ୍ ଚୁକ୍ତିରେ ଗ୍ରେଟବ୍ରିଟେନ୍, ବେଲଜିୟମ, ଫ୍ରାନ୍ସ, ଜର୍ମାନୀ ଓ ଇଟାଲୀ ସ୍ଵାକ୍ଷର କରିଥିଲେ । ଉକ୍ତ ଜର୍ମାନୀର ପଶ୍ଚିମ ସୀମାରେ ଜର୍ମାନୀ, ଫ୍ରାନ୍ସ ଓ ବେଲଜିୟମ ମଧ୍ୟରେ ସ୍ପଷ୍ଟ ଉତ୍ତେଜନାକୁ ହ୍ରାସ କରିବା ନିମିତ୍ତ ଉଦ୍ଦିଷ୍ଟ ଥିଲା | ଏହି ସଂକ୍ରାନ୍ତରେ ଏଥିରେ କେତେକ ବ୍ୟବସ୍ଥା ଥିଲା । ଜର୍ମାନୀ, ବେଲଜିୟମ୍ ଓ ଫ୍ରାନ୍ସ ପରସ୍ପର ବିରୁଦ୍ଧରେ ଯୁଦ୍ଧ ନକରିବାକୁ ଓ ଯୁଦ୍ଧକୁ ପରିତ୍ୟାଗ କରିବାକୁ ଘୋଷଣା କଲେ । ନିଜ ନିଜ ମଧ୍ୟରେ ଥ‌ିବା ବିଭେଦ ଓ ବିବାଦର ସମାଧାନ ପାଇଁ ଆନ୍ତର୍ଜାତିକ ସ୍ଥାୟୀ ଶାନ୍ତି ଅବଲମ୍ବନ କରିବାକୁ ସ୍ବୀକୃତି ପ୍ରଦାନ କଲେ । ବିବାଦର ସମାଧାନ ପାଇଁ ଆନ୍ତର୍ଜାତିକ ସ୍ଥାୟୀ ଅଦାଲତ, କମିଶନ, ବୁଝାମଣା ଓ ରାଷ୍ଟ୍ରସଂଘର ବିଭିନ୍ନ ସଂସ୍ଥାର ଉପଯୋଗ କରିବାକୁ ସମ୍ମତି ପ୍ରଦାନ କଲେ ।

ରାଇନ୍ ଅଞ୍ଚଳକୁ ବେସାମରିକ ଅଞ୍ଚଳ ରୂପେ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଭର୍ସାଲିସ୍ ଚୁକ୍ତିଦ୍ଵାରା ନିର୍ଦ୍ଧାରିତ ଜର୍ମାନୀ–ଫ୍ରାନ୍ସ ସୀମା ଓ ଜର୍ମାନୀ- ବେଲଜିୟମ ସୀମାକୁ ଗ୍ରହଣ କଲେ । ଉକ୍ତ ବ୍ୟବସ୍ଥାର ଉଲ୍ଲଙ୍ଘନ ହେଲେ, ତାହା ବିରୁଦ୍ଧରେ ରାଷ୍ଟ୍ରସଂଘର ଲିଗ୍ କାଉନ୍ସିଲ ନିକଟରେ ପ୍ରତିବାଦ ଉପସ୍ଥାପିତ ହେବ । ଯଦି ହଠାତ୍ ଆକ୍ରମଣ ହୁଏ, ତେବେ ଚୁକ୍ତିବଦ୍ଧ ରାଷ୍ଟ୍ରମାନେ ତତ୍‌କ୍ଷଣାତ୍‌ ଆକ୍ରମଣକାରୀ ରାଷ୍ଟ୍ର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘଟଣାଟି ଲିଗ୍ କାଉନ୍‌ସିଲର ବିଚାର ନିମିତ୍ତ ପଠାଇ ଦିଆଯିବ । ଉକ୍ତ ବ୍ୟବସ୍ଥାଗୁଡ଼ିକ ଜର୍ମାନୀ, ବେଲଜିୟମ ଓ ଫ୍ରାନ୍ସ ମଧ୍ୟରେ ଥିବା ଉତ୍ତେଜନା ହ୍ରାସ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଥିଲା ।

ମଧ୍ୟସ୍ଥତା ଚୁକ୍ତି :
ରାଇନ୍ ଚୁକ୍ତି ଜର୍ମାନୀର ପଶ୍ଚିମ ସୀମାର ସୁରକ୍ଷା ନିମିତ୍ତ ବ୍ୟବସ୍ଥା କରିଥିଲା । ଏଥିରେ ଜର୍ମାନୀ, ଫ୍ରାନ୍ସ ଓ ବେଲଜିୟମ୍ ବ୍ୟତୀତ ଇଂଲଣ୍ଡ ଓ ଇଟାଲୀ ସ୍ଵାକ୍ଷର କରିଥିଲେ । କିନ୍ତୁ ଜର୍ମାନୀ-ପୋଲାଣ୍ଡ ଓ ଜର୍ମାନୀ-ଚେକୋସ୍ଲୋଭକିଆ ସୀମା ସୁରକ୍ଷା ନିମିତ୍ତ ଅଙ୍ଗୀକାର ପ୍ରଦାନ କରିବାକୁ ଇଂଲଣ୍ଡ ମନା କରିଦେଲା । କାରଣ ଇଂଲଣ୍ଡ ଜର୍ମାନୀର ପୂର୍ବସୀମାରେ କୌଣସି ବିବାଦରେ ଜଡ଼ିତ ହେବାକୁ ଚାହୁଁନଥିଲା । ଜର୍ମାନୀର ପୂର୍ବ ସୀମାନ୍ତ ରାଜ୍ୟଗୁଡ଼ିକର ନିରାପତ୍ତା ପ୍ରଶ୍ନର ସମାଧାନ ନିମିତ୍ତ ଦୁଇଗୋଟି ଚୁକ୍ତି ଜର୍ମାନୀ ଓ ପୋଲାଣ୍ଡ ଏବଂ ଜର୍ମାନୀ ଓ ଚେକୋସ୍କୋଭକିଆ ମଧ୍ୟରେ ସ୍ଵାକ୍ଷରିତ ହେଲା । ଏହି ଦୁଇଗୋଟି ଚୁକ୍ତିରେ ବ୍ୟବସ୍ଥା ଥୁଲା, ଯଦି ଚୁକ୍ତିବଦ୍ଧ ରାଷ୍ଟ୍ରମାନଙ୍କ ମଧ୍ୟରେ ବିବାଦ ଓ ବିଭେଦ ସୃଷ୍ଟି ହେବ, ତେବେ ବିବାଦଟିକୁ ସୌହାର୍ଘ୍ୟପୂର୍ଣ୍ଣ ସମାଧାନ ନିମିତ୍ତ ସ୍ଥାୟୀ ବୁଝାମଣା କମିଶନକୁ ବିଚାର ନିମିତ୍ତ ପଠାଯିବ । ଯଦି ସେଠାରେ ତାହା ଗ୍ରହଣଯୋଗ୍ୟ ସମାଧାନ ନହୁଏ, ତେବେ ତାହା ଏକ ମଧ୍ୟସ୍ଥି ଅଦାଲତ ବା ସ୍ଥାୟୀ ଆନ୍ତର୍ଜାତିକ ଅଦାଲତ ନିକଟରେ ବିଚାର ପାଇଁ ଉପସ୍ଥାପିତ ହେବ ।

ନିରାପତ୍ତା ଅଙ୍ଗୀକାର ଚୁକ୍ତି : ଜର୍ମାନୀ ସହତ ମଧ୍ୟସ୍ଥତା ଗ୍ରହଣ ଚୁକ୍ତି ସ୍ଵାକ୍ଷର କରିବା ପରେ ପୋଲାଣ୍ଡ ଓ ଚେକୋସ୍ଲୋଭଗକିଆ ସେମାନଙ୍କର ଜର୍ମାନୀ ସହିତ ଥିବା ସୀମାର ସୁରକ୍ଷା ଓ ନିରାପତ୍ତା ନିମିତ୍ତ ଦୃଢ଼ ପ୍ରତିଶ୍ରୁତି ଓ ଅଙ୍ଗୀକାର ଚାହିଁଲେ । ଇଂଲଣ୍ଡ ଉକ୍ତ ସୀମାନ୍ତ ସମସ୍ୟାରେ ଜଡ଼ିତ ହେବାକୁ ମନା କରିଦେଇଥିଲା । ଫ୍ରାନ୍ସ ସହିତ ସେମାନେ ପୂର୍ବରୁ ବନ୍ଧୁତ୍ଵପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଥିଲେ । ଉକ୍ତ ପୂର୍ବ ଚୁକ୍ତିର ପୁନଃ ପ୍ରଚଳନ ଓ ଦୃଢ଼ୀକରଣ ନିମିତ୍ତ ପୋଲାଣ୍ଡ ଓ ଚେକୋସ୍ଲୋଭଗାକିଆ ଫ୍ରାନ୍ସ ସହିତ ପୃଥକ୍‌ଭାବେ ଦୁଇଗୋଟି ଚୁକ୍ତି ସ୍ୱାକ୍ଷର କରିଥିଲେ । ଏହି ଦୁଇଟି ଚୁକ୍ତିରେ ବ୍ୟବସ୍ଥା ଥିଲା; ଯଦି ଚୁକ୍ତିବଦ୍ଧ କୌଣସି ରାଷ୍ଟ୍ର ଅନ୍ୟ କୌଣସି ରାଷ୍ଟ୍ରଦ୍ଵାରା ଆକ୍ରମିତ ହୁଏ ତେବେ ଅନ୍ୟ ଚୁକ୍ତିବଦ୍ଧ ରାଷ୍ଟ୍ର ଆକ୍ରମିତ ରାଷ୍ଟ୍ରକୁ ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବେ ।

ସାମୟିକ ସନ୍ଧି :
ଜର୍ମାନୀ ଓ ବେଲଜିୟମ୍ ଏବଂ ଜର୍ମାନୀ ଓ ଚେକୋସ୍ଲୋଭଗାକିଆ ମଧ୍ୟରେ ଦୁଇଟି ପୃଥକ୍ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ଉକ୍ତ ସାମୟିକ ସନ୍ଧିରେ ଚୁକ୍ତିଭୁକ୍ତ ରାଷ୍ଟ୍ରମାନେ ପରସ୍ପର ମଧ୍ୟରେ ଥ‌ିବା ବିଭେଦକୁ ଶାନ୍ତିପୂର୍ଣ୍ଣ ଉପାୟରେ ସ୍ଥାୟୀ ବୁଝାମଣା କମିଶନ ବା ଏକ ମଧ୍ୟସ୍ଥି ଅଦାଲତ ମାଧ୍ୟମରେ ସମାଧାନ କରିବାକୁ ସ୍ବୀକୃତ ହୋଇଥିଲା । ଉପରୋକ୍ତ ରାଜିନାମାଗୁଡ଼ିକ ଲଣ୍ଡନଠାରେ ସ୍ଵାକ୍ଷରିତ ହୋଇଥିଲା । ସେଠାରେ ଚୁକ୍ତିବଦ୍ଧ ରାଷ୍ଟ୍ରମାନେ ନିରସ୍ତ୍ରୀକରଣ ନୀତି କାର୍ଯ୍ୟରେ ପରିଣତ କରିବାକୁ ପ୍ରତିଜ୍ଞାବଦ୍ଧ ହୋଇଥିଲେ ।

CHSE Odisha Class 12 Political Science Chapter 9 Long Answer Questions in Odia Medium

୪ । କ୍ଷମତାର ସନ୍ତୁଳନ (Balance of Power) କହିଲେ କ’ଣ ବୁଝ ? ଏହାର ସୁଗୁଣ ଓ ଦୁର୍ଗୁଣମାନ ଆଲୋଚନା କର ।
Answer:
ଆନ୍ତର୍ଜାତୀୟ ରାଜନୀତିରେ ଶକ୍ତି ଭାରସାମ୍ୟ ବା କ୍ଷମତାର ସନ୍ତୁଳନ ଏକ ପ୍ରାଚୀନ ଚିନ୍ତାଧାରା ଭାବେ କାର୍ଯ୍ୟକାରୀ ହୋଇ ଆସୁଅଛି । ବିଶେଷକରି ଦ୍ଵାଦଶ ଶତାବ୍ଦୀରୁ ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ କ୍ଷମତାର ସନ୍ତୁଳନ ଆନ୍ତର୍ଜାତୀୟ ରାଜନୀତିରେ ବହୁଳଭାବେ ପ୍ରୟୋଗ ହୋଇଅଛି । ବିଶ୍ଵରେ ଶାନ୍ତି ଓ ରାଷ୍ଟ୍ର-ରାଷ୍ଟ୍ରର ସୁସମ୍ପର୍କ ପ୍ରତିଷ୍ଠା ପାଇଁ ଏହି ନୀତିର ଜରୁରୀ ଆବଶ୍ୟକତା ରହିଅଛି । ସାଧାରଣତଃ କ୍ଷମତାର ସନ୍ତୁଳନ ଏକ ଅଭିନବ ସୂତ୍ର ବା ନିୟମ ଯାହାଦ୍ଵାରା ଆନ୍ତର୍ଜାତିକ କ୍ଷେତ୍ରରେ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ କ୍ଷମତାର ଆପେକ୍ଷିକ ସମତା ବା ସନ୍ତୁଳନ ରକ୍ଷା କରାଯାଇଥାଏ । କ୍ଷମତାର ସନ୍ତୁଳନର ଅର୍ଥ ପ୍ରକାଶ କରିବାକୁ ଯାଇ ଆନ୍ତର୍ଜାତୀୟ ରାଜନୀତିର ବିଶାରଦମାନେ ନିମ୍ନ ସଂଜ୍ଞାମାନ ପ୍ରଦାନ କରିଥା’ନ୍ତି ।

ସିଡନୀ ଫେ :
‘ଆନ୍ତର୍ଜାତୀୟ କ୍ଷେତ୍ରରେ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ କ୍ଷମତା ସମତା ଅତ୍ୟଧ‌ିକ ରକ୍ଷା କରିବାକୁ କ୍ଷମତା ସନ୍ତୁଳନ କୁହାଯାଏ, ଯାହାଦ୍ଵାରା କୌଣସି ରାଷ୍ଟ୍ରକୁ ଅତ୍ୟଧ‌ିକ କ୍ଷମତାଶାଳୀ ହେବା ପାଇଁ ସୁଯୋଗ ମିଳେ ନାହିଁ କିମ୍ବା ଅନ୍ୟ କୌଣସି ରାଷ୍ଟ୍ର ଉପରେ ପ୍ରଭାବ ବିସ୍ତାର କରିବାକୁ ସୁଯୋଗ ଦିଆଯାଇନଥାଏ ।’

ଜର୍ଜ ସ୍ଵିର୍ଜେନବର୍ଗର :
‘ଆନ୍ତର୍ଜାତୀୟ ରାଜନୀତିରେ କ୍ଷମତାର ଭାରସାମ୍ୟ ହେଉଛି ଏକ ପ୍ରକାର ଭାରସାମ୍ୟ ବା ଏକ ନିର୍ଦ୍ଦିଷ୍ଟ ରକମର ସ୍ଥାୟୀ ଅବସ୍ଥା ।’

ମୋରଗେନ୍‌ :
‘ କ୍ଷମତାର ସନ୍ତୁଳନକୁ ଏକ ବ୍ୟବସ୍ଥା ଅର୍ଥରେ ବର୍ଣ୍ଣନା କରାଯାଇପାରେ, ଯେଉଁଥରେ ଗୋଟିଏ କ୍ଷମତା ଗୋଷ୍ଠୀ ଆଉ ଗୋଟିଏ କ୍ଷମତା ଗୋଷ୍ଠୀ ସୃଷ୍ଟିର କାରଣ ହୋଇଥାଏ ଓ ସର୍ବଶେଷରେ ଏହା ମେଣ୍ଟସମୂହର ବୁଢ଼ୀଆଣି ଜାଲ ସୃଷ୍ଟି କରିଥା’ନ୍ତି |

ପାମର ଓ ପରକିନ୍ସ :
‘କ୍ଷମତାର ସନ୍ତୁଳନ କହିଲେ ମେଣ୍ଟରେ ଅଦଳବଦଳ ବା ଭିନ୍ନ ଭିନ୍ନ ଉପାୟରେ ଚାପ ପ୍ରୟୋଗ କରି କୌଣସି ରାଷ୍ଟ୍ର ବା ମେଣ୍ଟକୁ ଅନ୍ୟ ରାଷ୍ଟ୍ରମାନଙ୍କର ନିରାପତ୍ତା ବିପନ୍ନ କରିବାକୁ ସୁଯୋଗ ନ ଦେବାକୁ ହିଁ ବୁଝାଇଥାଏ ।’ ସୁତରାଂ, କ୍ଷମତାର ସନ୍ତୁଳନ ହେଉଛି ଆନ୍ତର୍ଜାତୀୟ ରାଜନୀତିରେ ଜାତୀୟ ରାଜନୀତିର ରୋଧ ଓ ସନ୍ତୁଳନ ନୀତିର ପ୍ରୟୋଗ ମାତ୍ର ।

ସୁଗୁଣ :
ଆନ୍ତର୍ଜାତୀୟ ରାଜନୀତିରେ କ୍ଷମତାର ସନ୍ତୁଳନ ନୀତିର ନିମ୍ନଲିଖତ ସୁଗୁଣ ରହିଅଛି ।

(୧) ବିଶ୍ଵଶାନ୍ତିର ସୁରକ୍ଷା :
ବର୍ତ୍ତମାନ ବିଶ୍ବରେ ମିଳିତ ନିରାପତ୍ତା ବ୍ୟବସ୍ଥା କାର୍ଯ୍ୟକାରୀ ହେଇନଥିଲେ ମଧ୍ୟ କ୍ଷମତାର ସନ୍ତୁଳନ ବା ଶକ୍ତି ଭାରସାମ୍ୟ ଯୋଗୁ ଶାନ୍ତି ପ୍ରତିଷ୍ଠା ସମ୍ଭବ ହୋଇପାରିଛି । ସାଧାରଣତଃ ବିଶ୍ୱଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଏହି ନୀତିକୁ ବିଶ୍ଵଶାନ୍ତର ନିୟାମକ ବୋଲି କୁହାଯାଇଥାଏ । ଯେ ପର୍ଯ୍ୟନ୍ତ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ କ୍ଷମତାର ସନ୍ତୁଳନ ରକ୍ଷା କରାଯାଇଥାଏ, ସେ ପର୍ଯ୍ୟନ୍ତ ଶାନ୍ତି ପ୍ରତିଷ୍ଠା ହୋଇଥାଏ । ବିଶ୍ଵର ଇତିହାସକୁ ସମୀକ୍ଷା କଲେ ସ୍ପଷ୍ଟ ହୁଏ ଯେ, ବିଶ୍ୱଶାନ୍ତି ଓ ନିରାପତ୍ତା ରକ୍ଷା କ୍ଷେତ୍ରରେ କ୍ଷମତାର ସନ୍ତୁଳନ ନୀତିର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । କେବଳ କ୍ଷମତାର ସନ୍ତୁଳନ ରକ୍ଷା ଯୋଗୁ ୧୮୧୦ରୁ ୧୯୧୪ ମସିହା ପର୍ଯ୍ୟନ୍ତ ସମୟକୁ ବିଶ୍ଵଶାନ୍ତିର ଯୁଗ ବୋଲି କୁହାଯାଉଥିଲା । ଏହାବ୍ୟତୀତ କ୍ଷମତା ସନ୍ତୁଳନ ନୀତି ଯୋଗୁ କ୍ଷୁଦ୍ର କ୍ଷୁଦ୍ର ରାଷ୍ଟ୍ରମାନଙ୍କର ସ୍ଵାର୍ଥ ଓ ନିରାପତ୍ତାର ସୁରକ୍ଷା ସମ୍ଭବ ହୋଇପାରୁଛି ।

(୨) କ୍ଷୁଦ୍ର ରାଷ୍ଟ୍ରମାନଙ୍କର ସ୍ଵାଧୀନତାର ସୁରକ୍ଷା :
ବୃହତ୍ ଓ ଶକ୍ତିଶାଳୀ ରାଷ୍ଟ୍ରମାନେ କ୍ଷୁଦ୍ର ଓ ଦୁର୍ବଳ ରାଷ୍ଟ୍ରମାନଙ୍କୁ ଆକ୍ରମଣ କରି ଭୟଭୀତ କରିବା ଓ ସେମାନଙ୍କୁ ନିୟନ୍ତ୍ରଣ କରିବା ଏକ ସାଧାରଣ ଘଟଣା । ଅନେକ ସମୟରେ ଏହି ଶକ୍ତିଶାଳୀ ରାଷ୍ଟ୍ରମାନେ ନିଜ ଜାତୀୟ ସ୍ଵାର୍ଥର ସୁରକ୍ଷା ପାଇଁ କ୍ଷୁଦ୍ର ରାଷ୍ଟ୍ରମାନଙ୍କର ସ୍ଵାଧୀନତାକୁ ବିପନ୍ନ କରିବାକୁ ପଶ୍ଚାତ୍‌ଦ ହୋଇନଥା’ନ୍ତି । ମାତ୍ର ପୃଥିବୀରେ କ୍ଷମତାର ସନ୍ତୁଳନ ନୀତି କାର୍ଯ୍ୟକାରୀ ହେବାପରେ କୌଣସି ରାଷ୍ଟ୍ରକୁ ଏହି ସୁଯୋଗ ମିଳୁନାହିଁ । ଆଧୁନିକ ବିଶ୍ଵରେ ଦୁଇ ବିପରୀତ କ୍ଷମତା ଗୋଷ୍ଠୀରେ ରାଷ୍ଟ୍ରମାନେ ବିଭାଜିତ ହୋଇଥିବାରୁ କୌଣସି ଗୋଷ୍ଠୀ ଅନ୍ୟକୁ ଶକ୍ତିଶାଳୀ ହେବାକୁ ସୁଯୋଗ ପ୍ରଦାନ କରିପାରେ ନାହିଁ । କ୍ଷମତାର ସନ୍ତୁଳନ ଯୋଗୁ କୌଣସି ଗୋଷ୍ଠୀ ଅନ୍ୟ ଗୋଷ୍ଠୀଭୁକ୍ତ ରାଷ୍ଟ୍ରକୁ ଆକ୍ରମଣ କରିପାରେ ନାହିଁ କିମ୍ବା କ୍ଷୁଦ୍ର ରାଷ୍ଟ୍ରମାନଙ୍କର ସ୍ଵାଧୀନତାରେ ହସ୍ତକ୍ଷେପ କରେ ନାହିଁ । ଯଦିଓ ବିଭିନ୍ନ କାରଣ ଯୋଗୁ ଦୁଇଗୋଷ୍ଠୀ ମଧ୍ୟରେ ଶତ୍ରୁତା ଦେଖାଯାଏ ତଥାପି କ୍ଷମତାର ଭାରସାମ୍ୟ ଯୋଗୁ ପ୍ରଥମେ କେହି ଶାନ୍ତି ବ୍ୟାହତ କରିବାକୁ ପ୍ରୟାସ କରିନଥା’ନ୍ତି । ଏହା ସତ୍ୟ ଯେ କ୍ଷମତାର ସନ୍ତୁଳନ ବିନା ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ସର୍ବଦା ସଂଘର୍ଷ ଲାଗି ରହିଥା’ନ୍ତା ।

(୩) ଆନ୍ତର୍ଜାତୀୟ ଆଇନର କାର୍ଯ୍ୟକାରିତା :
କ୍ଷମତାର ସନ୍ତୁଳନ ନୀତି ଯୋଗୁ ହିଁ ଆନ୍ତର୍ଜାତୀୟ ଆଇନର ପ୍ରୟୋଗ ଓ କାର୍ଯ୍ୟକାରିତା ସମ୍ଭବ ହୋଇପାରିଛି | ଓପେନ୍‌ହାମ୍‌ଙ୍କ ମତରେ ଆନ୍ତର୍ଜାତୀୟ ଆଇନର ସ୍ଥିତି ଓ ସୁରକ୍ଷା ପାଇଁ କ୍ଷମତାର ସନ୍ତୁଳନ ନୀତି ଅପରିହାର୍ଯ୍ୟ ଅଟେ । ଆନ୍ତର୍ଜାତୀୟ ଆଇନର କାର୍ଯ୍ୟକାରିତା ପାଇଁ କୌଣସି ଆନ୍ତର୍ଜାତୀୟ ସଙ୍ଗଠନ ନଥିବାରୁ କ୍ଷମତାର ସନ୍ତୁଳନ ନୀତିଦ୍ଵାରା ହିଁ ଏହା ସମ୍ଭବ ହୋଇପାରିଛି ।

ଦୁର୍ଗୁଣ :
ଆନ୍ତର୍ଜାତୀୟ ସ୍ତରରେ ରାଷ୍ଟ୍ର–ରାଷ୍ଟ୍ର ମଧ୍ୟରେ ଉତ୍ତମ ସମ୍ପର୍କ ରକ୍ଷା ଓ ବିଶ୍ୱଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ କ୍ଷମତାର ସନ୍ତୁଳନ ନୀତିର ଆବଶ୍ୟକତା ରହିଥିଲେ ହେଁ ଏହି ନୀତିର ନିମ୍ନଲିଖତ ଦୁର୍ଗୁଣମାନ ରହିଅଛି ।

(୧) ଏହା ଯୁଦ୍ଧକୁ ପ୍ରୋତ୍ସାହିତ କରିଥାଏ :
କେତେକ ସମାଲୋଚକଙ୍କ ମତରେ କ୍ଷମତାର ସନ୍ତୁଳନ ନୀତି ଯୁଦ୍ଧକୁ ପ୍ରୋତ୍ସାହିତ କରିଥାଏ ଏବଂ ଯୁଦ୍ଧ କରିବାପାଇଁ ରାଷ୍ଟ୍ରମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିଥା’ନ୍ତି । କ୍ଷମତାର ସନ୍ତୁଳନ ଯୋଗୁଁ ଦୁର୍ବଳ ରାଷ୍ଟ୍ରମାନେ ମଧ୍ୟ ଶକ୍ତିଶାଳୀ ରାଷ୍ଟ୍ର ବିରୁଦ୍ଧରେ ଯୁଦ୍ଧ କରିବାକୁ ସାହସ କରିଥାଏ । ସେହିପରି ଏହି ନୀତି ଯୋଗୁ ପ୍ରତିପକ୍ଷର କ୍ଷମତା ପ୍ରାୟତଃ ସମାନ ହୋଇଥିବାରୁ ପ୍ରତିପକ୍ଷ ମଧ୍ୟ ଚିନ୍ତା କରେ ଯେ, ସେ ଯୁଦ୍ଧରେ ନିଶ୍ଚିତ ବିଜୟୀ ହେବ । ଏହି ଚିନ୍ତା ଓ ଚେତନାରୁ ପୃଥୁବୀରେ ଦୁଇ ଥର ବିଶ୍ଵଯୁଦ୍ଧ ସଙ୍ଗଠିତ ହୋଇଅଛି |

(୨) ଭ୍ରାନ୍ତଧାରଣା ଉପରେ ଆଧାରିତ :
କେତେକ ସମାଲୋଚକଙ୍କ ମତରେ କ୍ଷମତାର ସନ୍ତୁଳନ ନୀତି ଭ୍ରାନ୍ତ ଧାରଣା ଉପରେ ପର୍ଯ୍ୟବସିତ । ପ୍ରତ୍ୟେକ ରାଷ୍ଟ୍ର ଯେ ସର୍ବଦା ସେମାନଙ୍କର କ୍ଷମତା ବୃଦ୍ଧି ପାଇଁ ପ୍ରୟାସ କରନ୍ତି ଏହା ମଧ୍ୟ ଭୁଲ୍ ଚିନ୍ତାଧାରା । ରାଷ୍ଟ୍ରର ଆର୍ଥିକ, ସାଂସ୍କୃତିକ ଓ ବୈଜ୍ଞାନିକ ସ୍ଵାର୍ଥର ସୁରକ୍ଷା ପାଇଁ ରାଷ୍ଟ୍ରମାନେ ପ୍ରାୟତଃ ପ୍ରୟାସ କରିଥା’ନ୍ତି । (୩) କ୍ଷମତା ସ୍ଥିର ନୁହେଁ : କ୍ଷମତା ସନ୍ତୁଳନ ନୀତିକୁ ଯେଉଁମାନେ ପ୍ରୟୋଗ କରିଥା’ନ୍ତି ସେମାନେ ମତପୋଷଣ କରନ୍ତି ଯେ, କ୍ଷମତା ସ୍ଥିର ଅଟେ । ମାତ୍ର ଏହା ଆଦୌ ସତ୍ୟ ନୁହେଁ । ସମୟର ପରିବର୍ତ୍ତନ ସହିତ କ୍ଷମତାର ପରିବର୍ତ୍ତନ ହୋଇଥାଏ । କେବଳ ସାମରିକ ଅସ୍ତ୍ରଶସ୍ତ୍ରଦ୍ଵାରା କ୍ଷମତାର ବୃଦ୍ଧି ହୁଏ ନାହିଁ । ରାଷ୍ଟ୍ରୀୟ କ୍ଷମତା ବୃଦ୍ଧି ମଧ୍ୟ ଶିଳ୍ପର ପ୍ରଗତି, କାରିଗରୀ ଜ୍ଞାନକୌଶଳ, ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଓ ଜାତୀୟ ଚରିତ୍ରର ବିକାଶ ଉପରେ ନିର୍ଭର କରିଥାଏ ।

(୪) ସ୍ଥାୟୀ ଶାନ୍ତି ପ୍ରତିଷ୍ଠାରେ ଏହା ସହାୟକ ନୁହେଁ :
କ୍ଷମତାର ସନ୍ତୁଳନ ରକ୍ଷାଦ୍ଵାରା ଶାନ୍ତି ପ୍ରତିଷ୍ଠା ହୋଇପାରେ ମାତ୍ର ଏହି ଶାନ୍ତି ପ୍ରକ୍ରିୟା ଦୀର୍ଘସ୍ଥାୟୀ ନୁହେଁ । ବରଂ ଏହି ନୀତିଦ୍ୱାରା ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥାଏ ଓ ସର୍ବଦା ଯୁଦ୍ଧର ସମ୍ଭାବନା ଥାଏ । ଏହି ବ୍ୟବସ୍ଥା ଯୋଗୁ ପୃଥ‌ିବୀରେ ଭିନ୍ନ ଭିନ୍ନ ବିରୋଧୀ ଗୋଷ୍ଠୀର ଅଭ୍ୟୁଦୟ ହୋଇଥାଏ ଓ ପ୍ରତ୍ୟେକ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ବିରୋଧୀ ଭାବେ ଦେଖୁଥାଏ । ଫଳରେ ଏହି ନୀତି ଶାନ୍ତି ପ୍ରତିଷ୍ଠାରେ ସହାୟକ ହେବା ପରିବର୍ତ୍ତେ ଯୁଦ୍ଧକୁ ପ୍ରୋତ୍ସାହିତ କରିଥାଏ ।

(୫) ଏହା ଶାନ୍ତିକୁ ଏକ ଯାନ୍ତ୍ରିକ ଦୃଷ୍ଟିକୋଣର ବିଚାର କରିଥାଏ :
କ୍ଷମତାର ସନ୍ତୁଳନ ନୀତି ଶାନ୍ତିକୁ ଏକ ଯାନ୍ତ୍ରିକ ଦୃଷ୍ଟିକୋଣରୁ ବିଚାର କରିବା ସହିତ ଏହାକୁ ଆଧୁନିକ ବିଶ୍ଵରେ ପ୍ରୟୋଗ କରିପାରେ ନାହିଁ । ବାସ୍ତବରେ କ୍ଷମତାର ସନ୍ତୁଳନ ଉପରେ ଶାନ୍ତି ପ୍ରତିଷ୍ଠା ନିର୍ଭର କରିନଥାଏ । ଏହା ରାଷ୍ଟ୍ରମାନଙ୍କର ମନୋଭାବରୁ ହିଁ ସୃଷ୍ଟି ହୋଇଥାଏ । ସମାଲୋଚକଙ୍କ ମତରେ ଏହି ନୀତିକୁ ପ୍ରୟୋଗ କରି ଶାନ୍ତି ପ୍ରତିଷ୍ଠା କରିବା, ସ୍ଥିତାବସ୍ଥା ରକ୍ଷା କରିବା କିମ୍ବା ଦୁର୍ବଳ ରାଷ୍ଟ୍ରକୁ ଶକ୍ତିଶାଳୀ ରାଷ୍ଟ୍ର କବଳରୁ ରକ୍ଷା କରିବା ସମ୍ଭବ ନୁହେଁ ।

(୬) ଏହି ନୀତି ଶକ୍ତି ଉପରେ ଆଧାରିତ :
କ୍ଷମତାର ସନ୍ତୁଳନ ନୀତି ରାଷ୍ଟ୍ରର କ୍ଷମତା ଉପରେ ଅଧିକ ପ୍ରାଧାନ୍ୟ ଦେଇଥାଏ । ପ୍ରତ୍ୟେକ ରାଷ୍ଟ୍ର ଅନ୍ୟକୁ ଶତ୍ରୁ ରୂପେ ବିବେଚନା କରିଥାଏ । ଏହି ନୀତି ଯୋଗୁ କ୍ଷମତା ଓ ଶକ୍ତି ଉପରେ ପ୍ରାଧାନ୍ୟ ଦିଆଯାଇଥାଏ; ମାତ୍ର ଅନ୍ୟ ଧାରଣାକୁ ଅବଜ୍ଞା କରାଯାଇଥାଏ ।

(୭) ସନ୍ତୁଳନ ରକ୍ଷାକାରୀ ରାଷ୍ଟ୍ର ଧାରଣା ଭୁଲ :
ଏହି ନୀତି ଅନୁସାରେ କେତେକ ରାଷ୍ଟ୍ର ଆନ୍ତର୍ଜାତୀୟ ରାଜନୀତିରେ କ୍ଷମତାର ସନ୍ତୁଳନ ରକ୍ଷାକାରୀ ରାଷ୍ଟ୍ରରୂପେ କାର୍ଯ୍ୟ କରିଥାନ୍ତି । ବାସ୍ତବରେ କ୍ଷମତାର ସନ୍ତୁଳନ ରକ୍ଷାକାରୀ ରାଷ୍ଟ୍ର ହେବାକୁ କୌଣସି ରାଷ୍ଟ୍ର ଚାହିଁ ନଥାଏ । ଏହା ବ୍ୟତୀତ ସନ୍ତୁଳନ ରକ୍ଷା କରିବାପାଇଁ ଗୋଟିଏ ରାଷ୍ଟ୍ର ସେ ସର୍ବଦା ଦୁର୍ବଳ ରାଷ୍ଟ୍ରକୁ ସାହାଯ୍ୟ କରିବ ଏହା ମଧ୍ୟ ଏକ ଭୁଲ ଧାରଣା । ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ, କ୍ଷମତାର ସନ୍ତୁଳନ ନୀତି ଦୀର୍ଘଦିନ ଧରି କାର୍ଯ୍ୟକାରୀ ହେଉଥିଲେ ହେଁ ଏହା ବିଶ୍ୱଶାନ୍ତି ପ୍ରତିଷ୍ଠାରେ ବିଫଳ ହୋଇଅଛି । ବରଂ ଏହି ନୀତି ଯୋଗୁ ପୃଥ‌ିବୀ ଦୁଇ ବିପରୀତ ଗୋଷ୍ଠୀରେ ବିଭକ୍ତ ହୋଇଛି ଓ ପୃଥ‌ିବୀରେ ଯୁଦ୍ଧ ସଙ୍ଗଠିତ ହୋଇଅଛି । କିନ୍ତୁ ଏହା ସତ୍ତ୍ଵେ ଯେ ପର୍ଯ୍ୟନ୍ତ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ କ୍ଷମତା ପାଇଁ ସଂଘର୍ଷ ଲାଗି ରହଥ‌ିବ ସେ ପର୍ଯ୍ୟନ୍ତ କ୍ଷମତା ସନ୍ତୁଳନର ଆବଶ୍ୟକତା ରହିଥ‌ିବ । ତେଣୁ ମୋରଗେନ୍‌ଥ୍ୟ କହିଛନ୍ତି ‘କ୍ଷମତାର ସନ୍ତୁଳନ ଦାବି କେବଳ ଦରକାର ନୁହେଁ ବରଂ ରାଷ୍ଟ୍ର ବ୍ୟବସ୍ଥାର ସ୍ଥିତି ପାଇଁ ଏହା ଅପରିହାର୍ଯ୍ୟ ।’

CHSE Odisha Class 12 Political Science Chapter 9 Long Answer Questions in Odia Medium

୫। ଆଣବିକ ଅସ୍ତ୍ର ଦୌଡ଼ : ଇତିହାସରେ ପୂର୍ବରୁ ହୋଇଥବା ଅସ୍ତ୍ର ଦୌଡ଼ଠାରୁ କିପରି ଭିନ୍ନ, ତାହା ଆଲୋଚନା କର ।
Answer:
ତ୍ରିପ୍ଟ ପରୀକ୍ଷା :
୧୯୪୫ ମସିହାରେ ତିଆରି ହୋଇଥବା ତିନୋଟି ବୋମା ମଧ୍ୟରୁ ପ୍ରଥମଟି ୧୯୪୫ ମସିହା ଜୁଲାଇ ମାସ ୧୬ ତାରିଖ ଦିନ ଆଲ୍‌ମାଗୋଡ଼ା ନିଉମେକ୍ସିକୋଠାରେ ପରୀକ୍ଷିତ ହୋଇଥିଲା । ଏହା ତ୍ରିପ୍ଟ (Trinity Test) ପରୀକ୍ଷା ଭାବରେ ପରିଚିତ । ଏହି ସଫଳ ତ୍ରିତ୍ତ୍ୱ ପରୀକ୍ଷା ମାନବ ଇତିହାସରେ ଆଣବିକ ବୋମାର ଜନ୍ମର ଅଗ୍ରଦୂତ ଥିଲା ଏବଂ ଏଡ୍‌ସହିତ ଆଣବିକ ଯୁଗର ଅଭ୍ୟୁଦୟ ଘଟିଥିଲା । ପ୍ରଖ୍ୟାତ ଡଚ୍ ଭୌତିକ ଶାସ୍ତ୍ରୀ ନେଲସ୍କୋର୍ ଭବିଷ୍ୟତ ଦ୍ରଷ୍ଟାଭାବେ ଯେପରି ଜାଣିପାରିଥିଲେ ଯେ ଏକ ଅସ୍ତ୍ର ଦୌଡ଼ ଆରମ୍ଭ ହେବାକୁ ଯାଉଛି ଏବଂ ଏହାଦ୍ବାରା ଏକ ଗୁଣାତ୍ମକ ପରିବର୍ତ୍ତନ ହେବ । ରାଷ୍ଟ୍ରପତି ରୁଜ୍‌ଭେଲ୍‌ଙ୍କୁ ଜୁଲାଇ ୩ ତାରିଖ ୧୯୪୪ ମସିହାରେ ଏକ ପତ୍ରରେ ସେ ଲେଖୁଥିଲେ ଏକ ଅତୁଳନୀୟ ଶକ୍ତିସଂପନ୍ନ ଅସ୍ତ୍ର ସୃଷ୍ଟି ହୋଇଛି, ଯାହାକି ଭବିଷ୍ୟତର ଯୁଦ୍ଧ ପରିସ୍ଥିତିକୁ ସଂପୂର୍ଣ୍ଣ ଭାବରେ ବଦଳାଇଦେବ ।

କେତେକ ବୈଜ୍ଞାନିକ ଆମେରିକା ଓ ସୋଭିଏତ୍ ସଂଘ ମଧ୍ୟରେ ଏକ ଅସ୍ତ୍ର ଦୌଡ଼ର ଆଶଙ୍କା କରି ଆମେରିକା ସରକାରକୁ ସୋଭିଏତ୍ ସଂଘକୁ ଆଣିବିକ ରହସ୍ୟ ଜଣାଇବାକୁ ଅନୁରୋଧ କରିଥିଲେ; ଯାହାଫଳରେ ଏକୁ ଅସ୍ତ୍ର ଦୌଡ଼କୁ ପ୍ରତିହତ କରିହେବ । ପରନ୍ତୁ ଏହା ସ୍ପଷ୍ଟ ଭାବରେ ଜଣାପଡ଼ିଥିଲା ଯେ, ସେହି ବୈଜ୍ଞାନିକମାନେ ରାଜନୀତିର ଖେଳ ତଥା ଆନ୍ତର୍ଜାତୀୟ ରାଜନୀତିର ଗଭୀରତା ବିଷୟରେ ଯଥେଷ୍ଟ ଅବଗତ ନ ଥିଲେ l ସେମାନଙ୍କ ଅନୁରୋଧକୁ ଶୁଣାଗଲା ନାହିଁ ଏବଂ ବିଜୟ ଆଶାରେ ଅସ୍ତ୍ର ଦୌଡ଼ ଜାରି ରହିଲା ଯେତେବେଳେ ସୈନ୍ୟମାନେ ଜର୍ମାନ, ଜାପାନ ଏବଂ. ସୋଭିଏତ୍ ସଂଘକୁ ପରାଜିତ କରିବା ପାଇଁ ବିଭିନ୍ନ ପ୍ରୟାସରେ ବ୍ୟସ୍ତରହିଥିଲେ ସେତେବେଳେ ତ୍ରିକ୍ସ ପରୀକ୍ଷା ସେମାନଙ୍କ ମଧ୍ୟରେ ବିଜୟର ଆଶା ସଞ୍ଚାର କରିଥିଲା ।

ହିରୋସୀମା ଏବଂ ନାଗାସାକୀରେ ବୋମା ନିକ୍ଷେପ
ଆଉ ଦୁଇଟି ଐତିହାସିକ ଘଟଣା ଶେଷରେ ମାନବ ଜାତିର ଭାଗ୍ୟକୁ ଅବରୁଦ୍ଧ କରି ଦେଇଥିଲା । ଅବଶିଷ୍ଟ ଦୁଇଟି ପରୀକ୍ଷା କରାଯାଇ ନଥିବା ଆଣବିକ ଅସ୍ତ୍ର ଯଥା ୫ ଟନ୍ ବିଶିଷ୍ଟ ୟୁରାନିୟମ୍ ବୋମା ଯାହାକି ଅଗଷ୍ଟ ୬ରେ ହିରୋସୀମା ଏବଂ ଅଗଷ୍ଟ ୮, ୧୯୪୫ ମସିହାରେ ନାଗାସାକୀଠାରେ ନିକ୍ଷେପ କରାଯାଇଥିଲା । ଉଭୟ ସହରରେ ୨୫୦,୦୦୦ ଲୋକ ପ୍ରାଣ କଳାପଡ଼ିଯାଇଥିଲା ଏବଂ ଶରୀର ସହିତ ଲାଞ୍ଛଇଥିଲା, ଏପରିକି କେଶ ମୂଳ ପର୍ଯ୍ୟନ୍ତ ପୋଡ଼ିଯାଇଥିଲା । ଅଧିକାଂଶ ନଗ୍ନ ହୋଇଯାଇଥିଲେ କାରଣ ତାଙ୍କର ପୋଷାକ ପତ୍ର ସବୁ ଜଳିଯାଇଥିଲା ।

‘ମ୍ୟାନ୍ ଏଣ୍ଡ ସୁପରମ୍ୟାନ’ ପୁସ୍ତକରେ ଜର୍ଜ ବର୍ଣ୍ଣାଡ଼ଶ ଏହିପରି ଭାବରେ ମନୁଷ୍ୟମାନଙ୍କୁ ହତ୍ୟାକରିବା ନିରୀକ୍ଷଣ କରି ଲେଖୁଥିଲେ; ‘‘ଯେତେବେଳେ ମନୁଷ୍ୟ ହତ୍ୟା କରିବାପାଇଁ ବାହାରେ ଏବଂ ବର୍ତ୍ତମାନ ସେ ଏପରି ଏକ ଆଶ୍ଚର୍ଯ୍ୟଜନକ ମେସିନର ବ୍ୟବହାର କରୁଛି ଯାହା ଉପରେ ତା’ର ଅଙ୍ଗୁଳି ମାତ୍ର ସ୍ପର୍ଶ-କରନ୍ତେ ସମସ୍ତ ଗୁପ୍ତ ଆଣବିକ ଶକ୍ତି ବାହାରିପଡ଼ୁଛି ଏବଂ ଏହିପରି ଭାବରେ ସେ ତା’ର ପୂର୍ବପୁରୁଷଙ୍କ ଦ୍ୱାରା ବ୍ୟବହାର କରାଯାଉଥ‌ିବା ତୀର, ବର୍ଚ୍ଛା ଏବଂ ଫୁଙ୍କ ନଳୀକୁ ପଛରେ ପକାଇଦେଇଛି ।’’ ହିରୋସୀମା ଏବଂ ନାଗାସାକୀ ଏହାର ଉଦାହରଣ । ଆଣବିକ ଅସ୍ତ୍ର ଦୌଡ଼ର ଗୁଣାତ୍ମକ ମହତ୍ତ୍ଵକୁ ବୁଝିବାକୁ ସରଳ ହେବ ଯଦି ଆମେ ତ୍ରିକ୍ଟ ପରୀକ୍ଷା ସମୟରେ କରାଯାଇଥିବା ଦୁଇଟି ନିରୀକ୍ଷଣ ଉପରେ ଦୃଷ୍ଟିଦେବା, ନିଉୟର୍କ ଟାଇମସ୍‌ର ସମ୍ବାଦଦାତା ଯେ କି ଏହି ପରୀକ୍ଷାର ସାକ୍ଷୀ ଥିଲେ, ସେ ଲେଖୁଥିଲେ- ‘‘ଏହା ଏକ ଆଲୋକ, ଯାହା ଏହି ପୃଥ‌ିବୀର ନୁହେଁ, ଅନେକ ସୂର୍ଯ୍ୟର ଆଲୋକର ସମଷ୍ଟି ।

ଏହା ଏପରି ଏକ ଆଶ୍ଚର୍ଯ୍ୟ ଥିଲା ଯାହାକୁ ବିଶ୍ବ କେବେ ଦେଖୁ ନଥିଲା । ଏକ ଅଦ୍ଭୁତ ଆଲୋକ, ଯାହା କିଛିକ୍ଷଣ ମଧ୍ୟରେ ୮୦୦ ଫୁଟ୍ ଉଚ୍ଚକୁ ଉଠିଯାଇଥିଲା ଏବଂ ଆହୁରି ଆହୁରି ଉପରକୁ ଉଠିଥିଲା, ଯେ ପର୍ଯ୍ୟନ୍ତ ଏହା ମେଘକୁ ଛୁଇଁଥିଲା, ପୃଥିବୀ, ଆକାଶ ଚାରିଆଡ଼କୁ ଏକ ଉଜ୍ଜ୍ବଳ ଆଲୋକରେ ଉଦ୍ଭାସିତ କରିଦେଇଥିଲା । ଏହା ଆହୁରି ଉପରକୁ ଉଠିଲା, ଏକ ମାଇଲ ପରିଧୂର ଏକ ବିରାଟ ଅଗ୍ନି ପିଣ୍ଡୁଳାରେ ପରିଣତ ହେଲା, ଉପରକୁ ଉଠିଲାବେଳେ ଏହା ନାନା ରଂଗ ପରିବର୍ତ୍ତନ କରୁଥିଲା, ଗାଢ଼ ବାଇଗଣିରୁ କମଳା ରଙ୍ଗ ପରିବ୍ୟାପ୍ତ ହୋଇ ବୃହତ୍‌ରୁ ବୃହତ୍ତର ହୋଇ ଯେତେ ଉପରକୁ ଉଠୁଥାଏ, ସେତେ ବ୍ୟାପ୍ତ ହେଉଥାଏ । ଏପରି ପ୍ରତୀକ ହେଉଥାଏ ଯେପରି ଏକ ତାନ୍ତ୍ରିକ ଶକ୍ତି ଲକ୍ଷ ଲକ୍ଷ ବର୍ଷ ଧରି ଆବଦ୍ଧ ହୋଇ ରହିବା ପରେ ମୁକ୍ତି ପାଇଛି । ଅଳ୍ପକ୍ଷଣ ମଧ୍ୟରେ ଏହା ଏକ ଅପାର୍ଥିବ ସବୁଜ ପାଲଟିଗଲା, ଯେପରିକି ସଂପୂର୍ଣ୍ଣ ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟଙ୍କର ପ୍ରଭାମଣ୍ଡଳରେ କେବଳ ଦେଖାଯାଏ । ଜଣେ ଯେପରି ସୃଷ୍ଟିର ସେହି ମୁହୂର୍ତ୍ତରେ ଉପସ୍ଥିତ ରହି ପୃଥ‌ିବୀର ଜନ୍ମ ଦେଖୁଛି, ଯେତେବେଳେ ଈଶ୍ୱର କହିଥିଲେ – ‘‘ଏଠାରେ ଆଲୋକ ହେଉ ।’’

ରବର୍ଟ ଓପେନ୍ ହେମର୍ ଗୋଟିଏ ଧାଡ଼ିରେ ଏହାକୁ ସଂକ୍ଷିପ୍ତ କରିଥିଲେ, ଆଧୁନିକ ମନୁଷ୍ୟର ଭାଗ୍ୟର ଦୁର୍ଦ୍ଦଶା ଯାହାର ସୃଷ୍ଟିର କାରଣ ସେ ନିଜେ । ଏହା ବୁଝାଇବାକୁ ସେ ଗୀତାରୁ ‘ବିଶ୍ୱକୁ ଧ୍ବଂସ କରିବା ପାଇଁ ମୁଁ ମୃତ୍ୟୁ ପାଲଟିଛି ।’’ ଆଲାମାଗୋଡ଼ାଠାରେ ଏହି ବିସ୍ଫୋରଣ ଦ୍ୱାରା ସୃଷ୍ଟି ହୋଇଥିବା ଶବ୍ଦ ୫୦ ମାଇଲ ଦୂରକୁ ଶୁଭିଥିଲା ଏବଂ ଅଗ୍ନିର ସ୍ତମ୍ଭଗୁଡ଼ିକ ଯାହା ‘ନିୟୁୟର୍କ ଟାଇମସ୍’ର ସମ୍ବାଦଦାତା ଲେଖୁଥିଲେ ୬ ମାଇଲ୍ ଉପରକୁ ଆକାଶକୁ ଉଠିଥିଲା ! ତ୍ରିପ୍ଟ ପରୀକ୍ଷାର ଏହି ନିରୀକ୍ଷଣଗୁଡ଼ିକ ଏବଂ ହିରୋସୀମା ନାଗାସାକୀଠାରେ ବୋମାବର୍ଷଣ ସଂକ୍ଷିପ୍ତରେ ସୂଚାଇ ଦିଏ ଯେ ୧୯୪୫ ମସିହା ପରେ ମଣିଷ ଛନ୍ଦିହୋଇ ପଡ଼ିଥ‌ିବା ଅସ୍ତ୍ର ଦୌଡ଼ କିପରି ମାନବ ଇତିହାସରେ ପୂର୍ବରୁ ହୋଇଥିବା ସମସ୍ତ ଅସ୍ତ୍ର ଦୌଡ଼ଠାରୁ ସଂପୂର୍ଣ୍ଣ ଭାବରେ ଭିନ୍ନ ଏବଂ ଜଟିଳ । ଆନ୍ତଃରାଷ୍ଟ୍ରୀୟ ସଂପର୍କର ଯେ କୌଣସି ଆଦର୍ଶବାଦୀ ବିଦ୍ଵାନଙ୍କ ମତରେ ଦୁଃଖର ବିଷୟ ହେଉଛି ଯେ ଧ୍ୱଂସର ଏହି ସବୁ ପ୍ରମାଣ ସତ୍ତ୍ବେ ମଧ୍ଯ ଅସ୍ତ୍ର ଦୌଡ଼ ଅଧୂକ ଶକ୍ତିଶାଳୀ ଓ ପ୍ରତିଶୋଧପରାୟଣ ଭାବରେ ଚାଲୁରହିଲା ।

CHSE Odisha Class 12 Political Science Chapter 9 Long Answer Questions in Odia Medium

୬ । ଯୁଦ୍ଧୋତ୍ତର ସମୟରେ ଆଣବିକ ଅସ୍ତ୍ର ଦୌଡ଼ର ବିଭିନ୍ନ ପର୍ଯ୍ୟାୟ ଆଲୋଚନା କର ।
Answer:
ସୋଭିଏତ୍ ଏବଂ ସାମ୍ୟବାଦର ଭୟ :
ଜୁଲାଇ ୧୬ ତାରିଖ ୧୯୪୫ ମସିହାରେ ହୋଇଥ‌ିବା ତ୍ରିକ୍ସ ପରୀକ୍ଷା ହିଁ ପ୍ରକୃତରେ ଆମେରିକା ଓ ସୋଭିଏତ୍ ସଂଘ ମଧ୍ୟରେ ଆଣବିକ ଅସ୍ତ୍ର ଦୌଡ଼ର ଅଗ୍ନି ସଂଯୋଗ କରିଥିଲା । ହିରୋସୀମା ଓ ନାଗାସାକୀର ବିଭୀଷିକା ସତ୍ତ୍ବେ ଅସ୍ତ୍ର ଦୌଡ଼ ବନ୍ଦ ହୋଇ ନଥିଲା । ଆଣବିକ ଅସ୍ତ୍ର ଦୌଡ଼କୁ ଶକ୍ତି ଦେଉଥ‌ିବା ଅନ୍ୟତମ କଥା ହେଲା ଯେ ସାମ୍ୟବାଦୀ ସୋଭିଏତ୍ ସଂଘକୁ ଶତ୍ରୁଭାବେ ବିବେଚନା କରାଯାଇଥିଲା। ଜେନେରାଲ୍ ଲେସ୍‌ ଗ୍ରୋଭସ୍ ନିଜେ ଏହି ତଥ୍ୟ ପ୍ରଦାନ କରି କହିଥିଲେ ଯେ ଆଣବିକ ବୋମା ସୋଭିଏତ୍ ସଂଘ ପାଇଁ ଉଦ୍ଦିଷ୍ଟ ଥିଲା । କରିବା ଆବଶ୍ୟକ ଥିଲା । ଆଣବିକ ବୋମାର ଆବିଷ୍କାର ପ୍ରକୃତରେ ଅସ୍ତ୍ରଦୌଡ଼କୁ ସବୁଠାରୁ ଅଧିକ ତୀବ୍ରତା ପ୍ରଦାନ କରିଥିଲା । ଆମେରିକା, ସୋଭିଏତ୍ ସଂଘ ପରେ ବ୍ରିଟେନ୍ ୧୯୫୨ ମସିହାରେ ଆଣବିକ ବୋମା ତିଆରି କ୍ଷମତା ପ୍ରାପ୍ତ କଲା । ଫ୍ରାନ୍ସ ୧୯୬୦ରେ ଏବଂ ଚୀନ ୧୯୬୪ରେ ଏହି କ୍ଷମତା ହାସଲ କଲା । ଆଣବିକ ଅସ୍ତ୍ରଦୌଡ଼ ନିମ୍ନପ୍ରଦତ୍ତ ପର୍ଯ୍ୟାୟ ଦେଇ ଗତି କରିଥିଲା । ସେଗୁଡ଼ିକ ପରସ୍ପରଠାରୁ ସ୍ପଷ୍ଟ ଭାବରେ ଅଲଗା କରିହେବ ନାହିଁ ।

୧୯୪୫ରୁ ୧୯୫୩ : ଆମେରିକାର ଏକାଧୂପତ୍ୟ
ଏହି ସମୟରେ ଯୁକ୍ତରାଷ୍ଟ୍ର ପ୍ରଥମେ ୧୯୫୩ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଏକାଧୂପତ୍ୟ ଉପଭୋଗ କରିଥିଲା ଏବଂ ତା’ପରେ ଆଣବିକ ଆଧୂପତ୍ୟ ଲାଭ କରିଥିଲା । ଏହି ପର୍ଯ୍ୟାୟରେ ଆମେରିକାର ସୀମାକୁ ଅଭେଦ୍ୟ ବିଚାର କରାଯାଇଥିଲା । କାରଣ ସୋଭିଏତ୍ ସଂଘ ପାଖରେ ଆମେରିକାକୁ ଲକ୍ଷ୍ୟ କରି ନିକ୍ଷେପ ପାଇଁ ପାରସ୍ପରିକ କ୍ଷମତା ସମ୍ପନ୍ନ ଅସ୍ତ୍ର ନ ଥିଲା । ଅପର ପକ୍ଷେ ପଶ୍ଚିମ ୟୁରୋପରେ ଥ‌ିବା ଆମେରିକୀୟ ଆଡ଼ଡ଼ାସ୍ଥଳୀରୁ ସୋଭିଏତ୍ ସଂଘକୁ ଆକ୍ରମଣ କରିବା ସମ୍ଭବ ଥିଲା ।

୧୯୫୭ ରୁ ୧୯୬୮ : ‘ପ୍ରକ୍ଷେପଣ ସଂକଟ’ ସମୟ ଏବଂ ଆଇ. ସି. ବି. ଏମ୍. ଦୌଡ଼
ପ୍ରଥମ ପର୍ଯ୍ୟାୟରେ ଆମେରିକା ଉପଭୋଗ କରୁଥିବା ଏକାଧୂପତ୍ୟର ଅବସାନ ହୋଇଥିଲା ଯେତେବେଳେ ସୋଭିଏତ୍ ସଂଘ ୧୯୫୭ରେ ଆଇ. ସି. ବି. ଏମ୍.ର ସଫଳ ପରୀକ୍ଷା କରି ଏକ ସଂକଟ ସୃଷ୍ଟି କରିଥିଲା, ଯାହାକୁ ଆମେରିକାର ‘‘ପ୍ରକ୍ଷେପଣ ସଂକଟ’’ ବୋଲି କୁହାଗଲା । ଆସ. ସି. ବି. ଏମ୍.ର ଅସ୍ତ୍ର ଦୌଡ଼ କେନ୍ଦ୍ର ଆଣବିକ ଅସ୍ତ୍ର ଦୌଡ଼ରୁ ସାମରିକ ମହତ୍ତ୍ଵପୂବା ଅସ୍ତ୍ର ଉପରେ କେନ୍ଦ୍ରୀଭୂତ ହେଲା; ଯଥା – ଆନ୍ତଃ ମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ICBMS), ମହାସମୁଦ୍ର ବାଲିଷ୍ଟିକ୍ ଅସ୍ତ୍ର (SLBMS) ଏବଂ ସାମରିକ ବା ଆନ୍ତଃ ମହାଦେଶୀୟ ବୋମାବର୍ଷକ ଅସ୍ତ୍ର ଯାହାଦ୍ୱାରା ସାମରିକ ତ୍ରିପଦ ଉପଲବ୍ଧ ହେଲା । ୧୯୬୭ ମସିହାରେ ସୋଭିଏତ୍ ସଂଘ Fractional Orbital Bombardment System ର ପରୀକ୍ଷା କରାଇଲା । ଏହା ଆଣବିକ ଅସ୍ତ୍ର ଦୌଡ଼ର ଗୁଣାତ୍ମକ ଦିଶାକୁ ଅନ୍ତରୀକ୍ଷ ପର୍ଯ୍ୟନ୍ତ ବ୍ୟାପ୍ତ କରିଥିଲା ।”

୧୯୬୮ରୁ ୧୯୭୦ର ଶେଷ ପର୍ଯ୍ୟାୟ : ଏମ. ଆଇ. ଆର୍. ଭି. ଏବଂ ଆଇ. ସି. ବି. ଏମ୍. ଦୌଡ଼ର ସମୟ
ଆଣବିକ ଅସ୍ତ୍ର ଦୌଡ଼ର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା, ଯେତେବେଳେ ଆମେରିକା ୧୯୬୮ ମସିହାରେ ନିଜର ଆଇ. ସି. ବି. ଏମ୍. କ୍ଷମତାରେ ନିଜର ଉତ୍‌କ୍ଷେପଣ କୌଶଳ ବ୍ୟବହାର କରି ଏକ ବିଶାଳ ପଦକ୍ଷେପ ନେଇଥିଲା ଏବଂ ଏହି ନୂତନ କାରିଗରୀକୁ ବହୁମୁଖୀ ଆନ୍ତଃ ମହାଦ୍ୱୀପୀୟ ପୁନଃ ପ୍ରବେଶ ବାହନ (MIRV) କୁହାଗଲା । ଏହାର ଅର୍ଥ ହେଲା ଗୋଟିଏ ଆଇ. ସି. ବି. ଏମ୍. ଅନେକ ଆଣବିକ ଯୁଦ୍ଧାସ୍ତ୍ର ଖଞ୍ଜାଯାଇଥିବା ପ୍ରକ୍ଷେପକକୁ ନେଇ ସୋଭିଏତ୍ ବାୟୁ ସୀମାରେ ପ୍ରବେଶ କଲାବେଳେ ବିଭିନ୍ନ ଦିଗକୁ ଯାଇ ଅନେକ ଲକ୍ଷ୍ୟସ୍ଥଳ ଭେଦକରିବ । ଏମ୍. ଆଇ. ଆର. ଭି. ଅସ୍ତ୍ର ଦୌଡ଼ରେ ଅତ୍ୟନ୍ତ ଉନ୍ନତମାନର ବିଧ୍ୱଂସୀ ଅସ୍ତ୍ରର ପ୍ରତୀକ ଥିଲା । ଏହି ଯୁଦ୍ଧର କାରିଗରୀ କୌଶଳ ସୋଭିଏତ୍ ସଂଘକୁ ଭୟଭୀତ କରି ଦେଇଥିଲା । କିନ୍ତୁ ଏହି କାରିଗରୀ କୌଶଳ ଉପରେ ମଧ୍ୟ ୧୯୭୪ ମସିହାରେ ସୋଭିଏତ୍ ସଂଘ ଦକ୍ଷତା ହାସଲ କରିନେଲା । ଏହି ପର୍ଯ୍ୟାୟରେ ସୋଭିଏତ୍ ସଂଘ ଆଉ ଦୁଇ ପ୍ରକାର ଅସ୍ତ୍ର ପ୍ରଣାଳୀ ବ୍ୟବହାର କଲା । ୧୯୬୮ରେ Anti Ballistic Missile (ABM) ଏବଂ ଦ୍ୱିତୀୟ ପ୍ରଥମ Anti Satellite (ASAT) Missile ଏବଂ ବିସ୍ଫୋଟକକୁ ବିକଶିତ କଲା । ଏହିପରି ଭାବରେ ପରିସ୍ଥିତି ଏବଂ ଏହି ପ୍ରକାର ଅସ୍ତ୍ରଦୌଡ଼ ଚାଲୁରହିବା ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା ।

୧୯୮୧ : ରିଗାନଙ୍କ ସାମରିକ ଆଧୁନିକୀକରଣ ଯୋଜନା
ପରବର୍ତୀ କାରିଗରୀ କୌଶଳ ଉପରେ ଦୁଇ ମହାଶକ୍ତି ମଧ୍ୟରେ ଏମ୍-ଏକ୍ସ ମିସାଇଲ (Mx-Missile) କୁ ନେଇ ମୁକାବିଲା ହୋଇଥିଲା । ୧୯୮୧ ମସିହା ଅକ୍ଟୋବର ୨ ତାରିଖ ଦିନ ରାଷ୍ଟ୍ରପତି ରିଗାନ ଘୋଷଣାକଲେ ଯେ, ୧୬୦ ବିଲିଅନ୍ ଡଲାର ଖର୍ଚ୍ଚରେ ଏକ ସାମରିକ ଆଧୁନିକୀକରଣ ଯୋଜନା ହେବ ।
ଏହି ଅସ୍ତ୍ର ଯୋଜନାରେ ନିମ୍ନଲିଖୂତ ବିଷୟ ଅନ୍ତର୍ଭୁକ୍ତ ଥୁଲା :

  • ପ୍ରକ୍ଷେପଣ ପରୀକ୍ଷା ବା ଏମ୍. ଏକ୍ସ ପ୍ରକ୍ଷେପଣ : ଏ ଭିତରୁ ୧୦୦ଟି ନିର୍ମାଣ କରିବାକୁ ପଡ଼ିବ ।
  • ବି-ଆଇ.ବି. ବୋମାବର୍ଷକ : ୧୦୦ଟି ତିଆରି କରିବାକୁ ହେବ ।
  • ୧୯୯୦ ଦଶକ ସୁଦ୍ଧା STEALTH BOMBERS, ଯାହାକି ରାଡ଼ାର ପ୍ରତିରୋଧ ଶକ୍ତିସଂପନ୍ନ (Radar Resistant) ବୋମାବର୍ଷକ ନିର୍ମାଣ କରିବାକୁ ହେବ ।
  • ଟ୍ରାଇଡେଣ୍ଡ-୨ ଡ଼ି-୫ କ୍ଷେପଣାସ୍ତ୍ର ୧୯୮୩ରୁ ୧୯୮୭ ମଧ୍ୟରେ ବର୍ଷକୁ ଗୋଟିଏ ଲେଖାଏଁ ନିର୍ମାଣ କରିବାକୁ ହେବ ।
  • ସଂଦେଶ ନିୟନ୍ତ୍ରଣ ତଥା ବୌଦ୍ଧିକ ବ୍ୟବସ୍ଥା (C,I) ର ଆଧୁନିକୀକରଣ ।
  • ନଭଷ୍ଟାର (NAVASTAR) ଉପଗ୍ରହର ବିଶ୍ବବ୍ୟାପୀ ସ୍ଥାପନ ବ୍ୟବସ୍ଥା ।
  • ରୁଦ୍ଧ ଶିଥୁଳ କ୍ଷେପଣାସ୍ତ୍ର (Encapsulated dormant missiles) ନିର୍ମାଣ ।
  • କ୍ରୁଜ କ୍ଷେପଣାସ୍ତ୍ରର କ୍ଷମତାଶାଳୀ ନିର୍ଦେଶନା ପାଇଁ ଟେର୍‌କମ୍‌ର ସ୍ଥାପନ, ଯାହା ହେଉଛି ଏକ ଉନ୍ନତ ପ୍ରଣାଳୀର ସଂଚାର ବ୍ୟବସ୍ଥା ।
  • ବିଶ୍ଵ ସ୍ଥାପନ ବ୍ୟବସ୍ଥା (GPS) ଚାଲୁକରିବା, ଯାହା ସଂକଟ ସମୟରେ ଆଇ. ସି. ବି. ଏମ୍.ଙ୍କୁ ମାର୍ଗ ଦର୍ଶାଇ ପାରିବ ।
  • ପ୍ରକ୍ଷେପଣ ବା ଛାଡ଼ିବା ପାଇଁ ପୂର୍ଣ ଗୁପ୍ତ ମାର୍ଗ ସଂଚାର ପ୍ରଣାଳୀ ସ୍ଥାପନ କରିବା ।
  • ବୁଡ଼ାଜାହାଜ ଦ୍ୱାରା ବିଲାତର ଉତ୍ପାଦକ ରେଡ଼ିଓକୁ ଗ୍ରହଣକରିବା !
  • ଇନ୍ଧନ-ସେଲ୍ ପ୍ରଣୋଦିତ କରିବା ଇତ୍ୟାଦି ।

ଅନ୍ତରୀକ୍ଷର ସାମରିକରଣ ରିଗାନଙ୍କ ତାରକା ଯୁଦ୍ଧ କାର୍ଯ୍ୟକ୍ରମ
ଅନ୍ତରୀକ୍ଷର ସାମରିକରଣ ୧୯୫୪ ମସିହାରୁ ଆରମ୍ଭ ହୋଇଯାଇଥିଲା ଏବଂ ସେହିଦିନଠାରୁ ୨୨୧୯ ରୁ ଊର୍ଦ୍ଧ୍ୱ ସାମରିକ ଏବଂ ବେସାମରିକ ଉପଗ୍ରହ ମହାଶକ୍ତି ଏବଂ ଅନ୍ୟାନ୍ୟ ଦେଶମାନଙ୍କ ଦ୍ଵାରା ପ୍ରେରଣ କରାଯାଇଥିଲା । ପଠାଯାଇଥିବା ଉପଗ୍ରହଗୁଡ଼ିକ ମଧ୍ୟରୁ ୭୫% ଭାଗ ଗୁପ୍ତରେ ଏବଂ ସାମରିକ ବ୍ୟବହାର ପାଇଁ ଛଡ଼ାଯାଇଥିଲା, ଯାହା ସ୍ପଷ୍ଟ ଭାବରେ ୧୯୬୭ ମସିହାରେ ସ୍ବାକ୍ଷରିତ ଅନ୍ତରୀକ୍ଷ ଚୁକ୍ତିନାମାକୁ ଉଲ୍ଲଙ୍ଘନ କରୁଥିଲା । ୧୯୮୩ ମସିହା ମାର୍ଚ୍ଚ ୧୩ ତାରିଖରେ ରାଷ୍ଟ୍ରପତି ରିଗାନଙ୍କ ଦ୍ଵାରା ସାମରିକ ସୁରକ୍ଷା ପ୍ରଣାଳୀ (SDI) ଘୋଷିତ ହେଲା, ଯାହାର ଲୋକପ୍ରିୟ ନାମ ହେଲା ତାରକା ଯୁଦ୍ଧ କାର୍ଯ୍ୟକ୍ରମ ।

ଅନ୍ତରୀକ୍ଷର ସାମରିକରଣକୁ ଗୁଣାତ୍ମକ ଭାବରେ ଉଚ୍ଚକୁ ନେବା ପାଇଁ ଏଥ‌ିରେ ଏକ ଟ୍ରିଲିୟନ ଡଲାର ଖର୍ଚ୍ଚ ହୋଇଥିଲା । ଲକ୍ଷ୍ୟ ଥିଲା ଉଭୟ ସ୍ଥଳଭାଗ ତଥା ଅନ୍ତରୀକ୍ଷର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସୁରକ୍ଷା (BMD) ଦ୍ଵାରା ସୋଭିଏତ୍ ସଂଘର କ୍ଷେପଣାସ୍ତ୍ର ଆକ୍ରମଣରୁ ଆମେରିକାର ସୀମାକୁ ରକ୍ଷାକରିବା । ସିଦ୍ଧାନ୍ତମୂଳକ ଭାବେ ଏସ୍. ଡ଼ି. ଆଇ. କାର୍ଯ୍ୟକ୍ରମ ପାରସ୍ପରିକ ବିଧ୍ୱଂସ (MAD) ସିଦ୍ଧାନ୍ତର ବିକଳ୍ପ ଭାବେ ଗ୍ରହଣ କରାଯାଏ କାରଣ ଏହା ପାରସ୍ପରିକ ନିଶ୍ଚିତ ଜୀବନ ଯୋଗାଇଥାଏ । ତିନୋଟି ନୂତନ ପଦ୍ଧତି ଅନୁସରଣ କରି ଅପ୍ରଚଳିତ ଆଣବିକ ଅସ୍ତ୍ରଗୁଡ଼ିକୁ ଅଣ-ଆଣବିକ ଅସ୍ତ୍ର ବ୍ୟବସ୍ଥା ଦ୍ଵାରା ତ୍ୟାଗ କରାଯିବା ଉଚିତ । ଏହି ତିନୋଟି ପଦ୍ଧତି ହେଲା –

  • ଗତ୍ୟାତ୍ମକ ଶକ୍ତି ଅସ୍ତ୍ର (Kinetic Energy Weapons)
  • ନିର୍ଦେଶିତ ଶକ୍ତି ଅସ୍ତ୍ର (Directed Energy Weapons)
  • ସୂକ୍ଷ୍ମ ତରଙ୍ଗ ଶକ୍ତି ଅସ୍ତ୍ର (Microwave Energy Weapons)

ଏହି ସମସ୍ତ ଅସ୍ତ୍ର ବିଭିନ୍ନ ପ୍ରକାର ରାସାୟନିକ ବିଦ୍ୟୁତ୍ ତରଙ୍ଗ ଶକ୍ତି ତଥା ରଞ୍ଜନ ରଶ୍ମି କିରଣ ତଥା ଲେଜର ଉପରେ ଆଧାରିତ । ଏସ୍. ଡ଼ି. ଆଇ. କାର୍ଯ୍ୟକ୍ରମ ଅନେକ କାରଣବଶତଃ ଆରମ୍ଭ ହୋଇପାରିଲା ନାହିଁ । ସେଗୁଡ଼ିକ ହେଲା-

  • ଏହା ବହୁତ ବ୍ୟୟସାପେକ୍ଷ ଥିଲା ।
  • ଏହା ବୈଷୟିକ କାରିଗରୀ ଭାବରେ ନିଶ୍ଚିତ ନ ଥିଲା କାରଣ ଏହା ଖୁବ୍ ଜଟିଳ ଥିବାରୁ ବ୍ୟାବହାରିକ ଦୃଷ୍ଟି କୋଣରୁ ସମ୍ଭବପର ନ ଥିଲା ।
  • ସୋଭିଏତ୍ ସଂଘ ଏକ ପ୍ରତିଦ୍ବନ୍ଦୀ ଏସ୍. ଡ଼ି. ଆଇ. ନିର୍ମାଣ କରି ସହଜରେ ଏହାକୁ ପ୍ରଭାବହୀନ କରି ପାରିଥା’ନ୍ତା ।
  • ରିଗାନ୍‌ ତାଙ୍କର ଇଉରୋପୀୟ ନାଟୋ (NATO) ମିତ୍ର ରାଷ୍ଟ୍ରଙ୍କ ସହିତ କେବେହେଲେ ପରାମର୍ଶ କରି ନଥିଲେ ଏବଂ ଏହାର ଘୋଷଣାଦ୍ୱାରା ସେମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ଯାହାଫଳରେ ୟୁରୋପରେ ଏହି କାର୍ଯ୍ୟକ୍ରମର ବିରୋଧ ହୋଇଥିଲା ।
  • ରିଗାନ ମଧ୍ୟମ ଦୂରଗାମୀ ଆଣବିକ ଅସ୍ତ୍ର ଚୁକ୍ତି (Intermediate Range Nuclear Force Treaty)ରେ ସ୍ବାକ୍ଷର କରି ଏସ୍. ଡ଼ି. ଆର. କାର୍ଯ୍ୟକ୍ରମର ସମସ୍ତ ରାଜନୈତିକ ଯଥାର୍ଥତାର ଅନ୍ତ କରିଥିଲେ ।
  • ସ୍ଵୟଂ ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଏବଂ ସିନେଟର ବୈଦେଶିକ ସମ୍ପର୍କ ସମିତିରେ ଉଭୟ ରିପବ୍ଲିକାନ୍‌ ଏବଂ ଡ଼େମୋକ୍ରାଟିକ ଦଳ ମତଦେଇଥିଲେ ଯେ ସେମାନେ ଏସ. ଡ଼ି. ଆଇ.କୁ  କୌଣସିପ୍ରକାରେ ଗୃହୀତ କରାଇଦେବେ ନାହିଁ ଏବଂ ୧୯୭୨ର ଆଣ୍ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଚୁକ୍ତି (ABM) କୁ କୌଣସି କ୍ଷତି ପହଞ୍ଚାଇବାକୁ ଦେବେ ନାହିଁ ।

ଏହିପରି ଭାବରେ ସେମାନେ ଏସ୍. ଡ଼ି. ଆଇ.କୁ ରଦ୍ଦ କରି ଦେଇଥିଲେ ନଚେତ୍ ଏ. ବି. ଏମ୍. ଚୁକ୍ତି ସଲଟ-୧ ଏବଂ ସଲଟ୍‌-୨ (SALT-I & II) ସହିତ ପ୍ରଭାବହୀନ ହୋଇପଡ଼ିଥା’ନ୍ତା । ଷ୍ଟର୍ଟ (START) ରାଜିନାମାର ମଧ୍ଯ ଏହିଭଳି ଅବସ୍ଥା ହୋଇଥାଆନ୍ତା । ଏହିପରି ଭାବରେ ଅସ୍ତ୍ର ନିୟନ୍ତ୍ରଣର ସମସ୍ତ ପ୍ରଭାବ ବିଫଳ ହୋଇଯାଇଥା’ନ୍ତା ଏବଂ ଏକ ଉନ୍ମକ୍ତ ଅସ୍ତ୍ର ଦୌଡ଼ ଆରମ୍ଭ ହୋଇଥା’ନ୍ତା । ଯୁକ୍ତରାଷ୍ଟ୍ର ଆମେରିକାର ଅନେକ ବୈଜ୍ଞାନିକ ଜେମ୍ସ ସେଲେସିଙ୍ଗର, ପୂର୍ବତନ ପ୍ରତିରକ୍ଷା ସଚିବ ମ୍ୟାକ୍ ଜର୍ଜ ବୁନଟି, ଶୀତଳ ଯୋଦ୍ଧାଗଣ; ଯଥା – ଜର୍ଜ, ଏଫ୍, କେନନ୍ ଏବଂ ରବର୍ଟ ମ୍ୟାକ୍ ନାମାର ପୂର୍ବତନ ପ୍ରତିରକ୍ଷା ସଚିବ ହରୋଲ୍‌ ବ୍ରାଉନଙ୍କ ସହିତ ଆହୁରି ଅନେକ ଲୋକ ଏସ୍. ଡ଼ି. ଆଇ.ର ମୌଳିକ ତର୍କର ବିରୋଧ କରିଥିଲେ ଯେ ଦୁଇ ମହାଶକ୍ତିର ଏମ୍. ଏ. ଡ଼ି. କ୍ଷମତା ହାସଲ କରାଯାଇଥିବା ସ୍ଥାୟୀତ୍ୱକୁ ହଟାଇଦିଆଯିବା ଦ୍ଵାରା ଆମେରିକା ଓ ବିଶ୍ଵ ସୁରକ୍ଷିତ ହୋଇପାରିବ । ପରବର୍ତ୍ତୀ ସମୟରେ ଗୋର୍ବାଚୋଭ୍ଙ୍କ ଦ୍ବାରା ସୋଭିଏତ୍ ସଂଘ ଭିତରେ ‘ଗ୍ଲିଶସନୋସ୍ତ’’ ଏବଂ ‘‘ପେରେ ଷ୍ଟ୍ରାଇକା’’ ମାଧ୍ୟମରେ ପୂର୍ବ ଇଉରୋପରେ ଗଣତନ୍ତ୍ରକୁ ଅନୁମତି ଦିଆଯିବା ଦ୍ୱାରା ଏସ୍. ଡ଼ି. ଆଇ ସଂପର୍କିତ ସମସ୍ତ ତର୍କର ସମାପ୍ତି ଘଟିଥିଲା ।

୧୯୮୪ – ୧୯୯୧ : ଗୋର୍ବାଚୋଭ୍ଙ୍କ ସମୟରେ ଆଣବିକ ଅସ୍ତ୍ର ଦୌଡ଼ ଏବଂ ସୋଭିଏତ୍ ସଂଘ ପତନର ଅନ୍ତିମ ଦିନ:
ରୋନାଲ୍ଡ ରିଗାନଙ୍କର ଏସ. ଡ଼ି. ଆଇ. କାର୍ଯ୍ୟକ୍ରମ ଦ୍ୱାରା ହୋଇଥିବା କ୍ଷତିଯୋଗୁଁ ଜାନୁୟାରୀ ୧୯୮୫ ସୁଦ୍ଧା ଦୁଇ ଦେଶ ତରଫରୁ ବିଶାଳ ପୁନଃ ଅସ୍ତ୍ରୀକରଣ ଯୋଜନା ସବୁ ଆରମ୍ଭ ହୋଇଯାଇଥିଲା ଏବଂ ଅସ୍ତ୍ର ଦୌଡ଼ର ଭବିଷ୍ୟତ ଦିଗ ଦୁଇ ମହାଶକ୍ତି ଉପରେ ନିର୍ଭର କରୁଥିଲା । ଅସ୍ତ୍ର ଦୌଡ଼ ପରମାଣୁ ଅସ୍ତ୍ରର ତିନୋଟି ସ୍ତରରେ ଥିଲା; ଯଥା – ଅନ୍ତରୀକ୍ଷ ଅସ୍ତ ଶକ୍ତି, ଆନ୍ତଃ-ମହାଦେଶୀୟ ଅସ୍ତ୍ର ଏବଂ ମାଧ୍ୟମିକ ଆଣବିକ ଅସ୍ତ୍ର । ଏସ୍. ଡ଼ି. ଆଇ. ଦ୍ବାରା ଅନ୍ତରୀକ୍ଷର ସାମରିକରଣ ଫଳରେ ଏହା ଅସ୍ତ୍ରଚୁକ୍ତିକୁ ଏକ ଅସୁବିଧାଜନକ ପରିସ୍ଥିତିରେ ପକାଇଥଲା । ସୋଭିଏତ୍ ବୈଦେଶିକ ମନ୍ତ୍ରୀ ଆନ୍ଦେ ଗ୍ରୋମିକୋ କହିଥିଲେ: ‘ଯଦି ବାହ୍ୟ ଅନ୍ତରୀକ୍ଷ ପ୍ରସଙ୍ଗରେ କୌଣସି ପ୍ରଗତି ହେବ ନାହିଁ; ତେବେ ସାମରିକ ଅସ୍ତ୍ର ହ୍ରାସ ବିଷୟରେ ଆଲୋଚନା କରିବା ନିରର୍ଥକ ।’

୧୯୮୪ ମସିହାରେ ଆମେରିକା ବିଭିନ୍ନ ପ୍ରକାରର ଅସ୍ତ୍ର ବ୍ୟବସ୍ଥା ଦ୍ୱାରା ଏକ ବିଶାଳ ପୁନଃ ଅସ୍ତ୍ରୀକରଣ କାର୍ଯ୍ୟକ୍ରମ ଆରମ୍ଭ କରିଦେଲା । ଆମେରିକାର ପୁନଃ ଅସ୍ୱୀକରଣ ଯୋଜନାରେ ଅନ୍ତର୍ଭୁକ୍ତ ଥିଲା ସମୁଦ୍ରରୁ ଛଡ଼ାଯାଉଥ‌ିବା ଅଧୁକ ବାଲିଷ୍ଟିକ ମିସାଇଲସ୍ (SLBMS) ପ୍ରାୟ ୮୦୦ରୁ ଅଧିକ ଆଣବିକ ବିସ୍ଫୋଟକକୁ ସମୁଦ୍ରରେ ସ୍ଥାପନ କରିବା ଏବଂ ବାୟୁରେ ଉତ୍‌କ୍ଷେପଣ କରିବାପାଇଁ ବିଭିନ୍ନ ପ୍ରଣାଳୀ, MX ମିସାଇଲ୍‌ର ପରୀକ୍ଷା, ମିଙ୍ଗେଟ୍ସମ୍ୟାନ କ୍ଷେପଣାସ୍ତ୍ର, ଅଧିକ ପୂର୍ଣ୍ଣତା ପ୍ରାପ୍ତ (SLBM) କୁ ଏବଂ 100B-IB ବୋମା ଖଞ୍ଜାଯାଇଥିବା ଆଠ ଟ୍ରାଇଡେଣ୍ଟ ବୁଡ଼ାଜାହାଜ ଏଥିରେ ଅନ୍ତର୍ଭୁକ୍ତ ଥିଲା । ୧୮୮୧–୧୯୮୫ରେ ପୁନଃ ଅସ୍ତ୍ରୀକରଣର ଅର୍ଥ ଥିଲା ସମସ୍ତ ସୋଭିଏତ୍ SS-17s, SS-18s ଏବଂ SS-19s କୁ ଏମ୍. ଆଇ. ଆର୍. ଭି. ରୂପରେ ରଖିବା, ଏକ ନୂତନ ଟାଇଫୁନ୍ ବର୍ଗର ବୁଡ଼ାଜାହାଜ ଏବଂ ଅଧିକ ଯୁଦ୍ଧ ଏସ୍. ଏଲ୍. ବି. ଏମ୍. ପରୀକ୍ଷା କରିବା ।

ସୋଭିଏତ୍ ଆସ୍.ସି.ବି. ଏମ୍.କୁ ୨୫% ସ୍ଥାନରେ ୪୦% ଗତିଶୀଳ କରାଇବା ଏବଂ ସମସ୍ତ ୨୪୩ ମଧ୍ୟବର୍ତ୍ତୀ ବର୍ଗର ବାଲିଷ୍ଟିକ କ୍ଷେପଣାସ୍ତ୍ର (IRBMs) କୁ ପୁନଃ ସ୍ଥାପିତ କରାଇବାପାଇଁ ଚେଷ୍ଟା ହୋଇଥିଲା । ମୋଟାମୋଟି ଭାବରେ ୧୯୮୪-୮୫ ସମସ୍ତ ଅସ୍ତ୍ରଶସ୍ତ୍ରର ଏକ ବିଶାଳ ପୁନଃସ୍ତ୍ରୀକରଣର ସମୟ ଥିଲା । ୧୯୮୫-୮୬ରେ ଅସ୍ତ୍ର ଦୌଡ଼ର ସ୍ଥିତି ପ୍ରାୟ ସମାନ ଥିଲା । ଏଥିପାଇଁ କୌଣସି ବାଧାବିଘ୍ନ ନଥିଲା । ନଭେମ୍ବର ୧୯୮୫ରେ ଯେତେବେଳେ ଜେନେଭାଠାରେ ରାଷ୍ଟ୍ରପତି ରିଗାନ ଏବଂ ମହାସଚିବ ଗୋର୍ବାଚୋଭ୍ଙ୍କ ମଧ୍ୟରେ ଶିଖର ସମ୍ମିଳନୀରେ ଅନୁଷ୍ଠିତ ବୈଠକରେ ଅସ୍ତ୍ରଶସ୍ତ୍ର ଉପରେ ନିୟନ୍ତ୍ରଣ କରିବାପାଇଁ କିଛି ଆଶା ସୃଷ୍ଟି ହୋଇଥିଲା, ଯେତେବେଳେ ଉଭୟ ନେତା ସେମାନଙ୍କ ସଂଯୁକ୍ତ ବୟାନରେ କହିଥିଲେ- ‘‘ଦୁଇପକ୍ଷ… ରାଜିହୋଇଛନ୍ତି ଯେ, ଏକ ଆଣବିକ ଯୁଦ୍ଧରେ ବିଜୟ ଲାଭ କରାଯାଇପାରିବ ନାହିଁ ।

ତେଣୁ ଏହା କେବେ ବି ଲଢ଼ିବା ଉଚିତ ନୁହେଁ ।’’ ସେମାନେ ମଧ୍ୟ ୧୯୮୭ ଏବଂ ୧୯୮୮ରେ ଶିଖର ସମ୍ମିଳନୀ ସ୍ତରର ବୈଠକ ଡକାଇବା ପାଇଁ ସହମତ ହୋଇଥିଲେ । ଆମେରିକା ପରୋକ୍ଷ ଭାବରେ ଏହି ଉକ୍ତିକୁ ସମର୍ଥନ କରିଥିଲା ଯେ ଏସ୍. ଡ଼ି. ଆଇ. ଆଉ କାମ କରିବ ନାହିଁ । ଅନ୍ୟ ଶବ୍ଦରେ କହିଲେ ଅନ୍ତରୀକ୍ଷର ସାମରିକରଣ ଦ୍ଵାରା ସୀମିତ ଆଣବିକ ଯୁଦ୍ଧ ସମ୍ଭବପର ଏବଂ ଏହାଦ୍ଵାରା ଏମ୍. ଏ. ଡ଼ି. (MAD) ସିଦ୍ଧାନ୍ତକୁ ହଟାଇ ଦିଆଯାଇପାରିଥା’ନ୍ତା କିନ୍ତୁ ଦେଖାଗଲା ଏହା ସମ୍ଭବପର ନୁହେଁ । ଏହାବ୍ୟତୀତ ଇଉରୋପରେ ଅସ୍ତ୍ରଶସ୍ତ୍ର ହ୍ରାସପାଇଁ ଚାଲିଥିବା କଥାବାର୍ତ୍ତାରେ ଅଧିକ ପ୍ରଗତି ହୋଇପାରି ୧୯୮୬-୮୭ରେ ଆଣବିକ ଅସ୍ତ୍ରଦୌଡ଼ ବିଷୟରେ ପରିସ୍ଥିତି ସେହିପରି ରହିଥିଲା କେବଳ ଅସ୍ତ୍ର ନିୟନ୍ତ୍ରଣ ଦିଗରେ ସାମାନ୍ୟ ପ୍ରଗତି ହୋଇଥିଲା ।

“ଆମେରିକା ତା’ର ପ୍ରଥମ ଏମ୍-ଏକ୍ସ ଆଇ.ସି.ବି.ଏମ୍. (Mx-ICBM) ଏବଂ B-IB ବୋମା ବର୍ଷଣକୁ କାର୍ଯ୍ୟକାରୀ ସ୍ଥିତିକୁ ଆଣିଥିଲା ଏବଂ ଏହାକୁ ୨୪ ଘଣ୍ଟିଆ ସତର୍କତା ସ୍ଥିତିରେ ରଖ୍ ସ୍ଥାପିତ କରିଥିଲା । ପେରିସିଙ୍ଗ- ୨ କ୍ଷେପଣାସ୍ତ୍ର ଏବଂ ଏସ୍. ଏସ୍. ୨୦ ଇଉରୋପରେ ଚାଲୁରହିଲା । କିନ୍ତୁ କେତେକ ସକାରାତ୍ମକ ପ୍ରଗତି ଘଟିଥିଲା, ଯାହାକି ଭବିଷ୍ୟତରେ ଅସ୍ତ୍ର ଦୌଡ଼ ଉପରେ ନିଶ୍ଚିତ ଭାବରେ ଅଙ୍କୁଶ ଲଗାଇଥିଲା । ପ୍ରଥମତଃ, ୨୭ ତମ ସି.ପି.ଏସ୍.ୟୁ. (CPSU) କଂଗ୍ରେସ ଫେବୃୟାରୀ ୧୯୮୬ରେ ପେରେସ୍ପାଇକା’ ( ଅର୍ଥ ବ୍ୟବସ୍ଥାର ପୁନଃନିର୍ମାଣ କରିବା) ଏବଂ ‘ଗ୍ଲାସନୋସ୍ତ’ (ମୁକ୍ତିଭାବ ତଥା ଗଣତାନ୍ତ୍ରିକରଣ) ଏବଂ ଇଉରୋପରେ ସାମରିକ ମୁକାବିଲାର ଅନ୍ତ ଏବଂ ପୂର୍ବ ଇଉରୋପକୁ ଖୋଲିବା ଇତ୍ୟାଦି ବିଷୟ ସ୍ଥିରକଲା ।

ଦ୍ୱିତୀୟତଃ, ଅକ୍ଟୋବର ୧୧ ଏବଂ ୧୨ ତାରିଖ ୧୯୮୬ ମସିହାରେ ରାୟକିଆଜାଭିକ୍ ଶିଖର ସମ୍ମିଳନୀରେ ଘୋଷଣାକରାଗଲା ଯେ, ଏକ ଆଣବିକ ଯୁଦ୍ଧ କେବେ ବି ବିଜୟ ଆଣି ପାରିବ ନାହିଁ ଏବଂ ଏହି ଯୁଦ୍ଧ କେବେହେଲେ ସଂଘଟିତ ହେବା ଉଚିତ ନୁହେଁ । ତୃତୀୟତଃ ଯୁକ୍ତରାଷ୍ଟ୍ର ଭିତରେ ରିଗାନଙ୍କ ଜୀର୍ଣ୍ଣ ଅର୍ଥବ୍ୟବସ୍ଥାକୁ ଏବଂ ଏସ୍. ଡ଼ି. ଆଇ. (SDI) କୁ ସିନେଟର ବିରୋଧ ଦ୍ଵାରା ଆମେରିକାର ଅସ୍ତ୍ର ଦୌଡ଼ ଯୋଜନାକୁ ଧକ୍କା ଲାଗିଥିଲା । ଚତୁର୍ଥତଃ ଆମେରିକା ଏବଂ ‘ନାଟୋ’ (NATO) ମିତ୍ର ରାଷ୍ଟ୍ର ମଧ୍ୟରେ ମତପାର୍ଥକ୍ୟ ପ୍ରକାଶ ପାଇଥିଲା । କାରଣ ଏସ୍. ଡ଼ି. ଆଇ. (SDI) ସମ୍ପର୍କରେ ତାଙ୍କର ମତ ନିଆଯାଇ ନଥୁଲା । ଅତଏବ ଯଦିଓ ୧୯୮୬-୮୭ରେ ଅସ୍ତ୍ର ଦୌଡ଼ ଚାଲିଥିଲା କିନ୍ତୁ ନିଶ୍ଚିତ ଭାବରେ ଅତିଶୀଘ୍ର ଏହାର ଅନ୍ତ ହେବାକୁ ଯାଉଥିଲା ।

୧୯୮୭-୮୮ କଥା କହିବାକୁଗଲେ ଡିସେମ୍ବର ମାସ ୮ ତାରିଖ ୧୯୮୭ ମସିହାରେ ଇଣ୍ଟରମିଡ଼ିଏଟ୍ ରେଞ୍ଜ ନିଉକ୍ଲିଅସ୍ ଫୋର୍ସସ ଟ୍ରିଟି (INF) ସମସ୍ତ ପ୍ରକାର ମଧ୍ୟମ ଏବଂ ଅଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରକୁ ସମାପ୍ତ କରିବା ପାଇଁ ସ୍ବାକ୍ଷରିତ ହୋଇଥିଲା । ଏହି ଚୁକ୍ତି ଅନୁସାରେ ଆମେରିକା ଓ ସୋଭିଏତ୍ ସଂଘ ଉଭୟ ୧୬୯୫ଟି ମଧ୍ୟମ ଦୂରଗାମୀ (GLBMs) ଯାହାର ଦୂରତ୍ଵ ୧୦୦ରୁ ୫୫୦୦ କି.ମି. ମଧ୍ଯରେ ସେଗୁଡ଼ିକୁ ହଟାଇ ଦିଆଯିବା ଆବଶ୍ୟକ ଥିଲା । ଏଥ‌ିରେ ମଧ୍ୟ ଅଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର; ଯଥା — ୫୦୦ରୁ ୧୦୦୦ କି.ମି. ମଧ୍ଯରେ ଗତିକରୁଥିବା GLBMs କୁ ହଟାଇଦେବାର ବ୍ୟବସ୍ଥା ଥିଲା । ସୋଭିଏତ୍ ସଂଘ ୧୮୩୬ କ୍ଷେପଣାସ୍ତ୍ରକୁ ହଟାଇବା ପାଇଁ ରାଜିହୋଇଥିବାବେଳେ ଆମେରିକା ୮୬୭ କ୍ଷେପଣାସ୍ତ୍ର ହଟାଇବା ପାଇଁ ରାଜି ହୋଇଥିଲା ।

ଆଇ. ଏନ୍. ଏଫ୍. ଚୁକ୍ତି ଏ. ବି. ଏମ୍. ଚୁକ୍ତିକୁ SDI ଦ୍ବାରା ପ୍ରଭାବହୀନ ହେବାରୁ ରକ୍ଷାକରିଥିଲା କାରଣ ଏହି ଚୁକ୍ତି ଅନୁସାରେ SDI ର ଯଥାର୍ଥତା ଆହୁରି ଦୁର୍ବଳ ହୋଇଯାଇଥିଲା। ଏବଂ ରିଗାନ ଦେଖ‌ିଲେ ଯେ ଏହି ବିଷୟକୁ କଂଗ୍ରେସ ତଥା ଆମେରିକାବାସୀଙ୍କଠାରେ ଜାରି ରଖୁବା ନିହାତି କଷ୍ଟକର । ଏହିଦୃଷ୍ଟିରୁ ଏହା ବିଶ୍ଵକୁ ଅସ୍ତ୍ର ଦୌଡ଼ର ଅନ୍ୟ ଏକ ବିପଦପୂର୍ଣ ଦିଶା ଯଥା ଅନ୍ତରୀକ୍ଷରେ ଅସ୍ତ୍ର ଦୌଡ଼ରୁ ରକ୍ଷାକରିଥିଲା । ୧୯୮୮-୮୯ ଥୁଲା ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବର୍ଷ ଯେହେତୁ ଶାନ୍ତି ପ୍ରତିଷ୍ଠା ଦିଗରେ (ସେ ସମୟର କିଛି କାର୍ଯ୍ୟ ହୋଇଥିଲା । ୧୯୮୮-୮୯ ବର୍ଷର ବିଶେଷତ୍ୱ ହେଲା ସେ ବର୍ଷ ଆଫଗାନିସ୍ଥାନରେ ହୋଇଥୁବା ଦ୍ବନ୍ଦ୍ବ ଜାମ୍ବିଆ, ଇରାନ-ଇରାକ୍ ଯୁଦ୍ଧ, ଇସ୍ରାଏଲ୍- ପିଏଲ୍ ଏବଂ ଦକ୍ଷିଣ ଆଫ୍ରିକାର ଦ୍ବନ୍ଦ୍ବର ସମାଧାନ ହୋଇଥିଲା ।

ଏହି ବର୍ଷ ମଧ୍ଯ ଗୋର୍ବାଚୋଭ୍ ମିଳିତ ଜାତିସଂଘରେ ଘୋଷଣା କରିଥିଲେ ଯେ ଇଉରୋପରେ ସୋଭିଏତ୍ ସୈନ୍ୟ ତଥା ଅସ୍ତ୍ର ହ୍ରାସ କରାଯିବ । ଇଉରୋପରେ ସୋଭିଏତ୍ ଟ୍ୟାଙ୍କ ଓ ସୈନ୍ୟ ସଂଖ୍ୟାରେ ୪୦% ହ୍ରାସ ଏବଂ ପୂର୍ବ ଜର୍ମାନ, ଚେକୋସ୍ଲୋଭିଆ ଏବଂ ହଂଗେରୀରେ ସୋଭିଏତ୍ ଟ୍ୟାଙ୍କ ୫୦% ହ୍ରାସ କରାଯିବାର ପ୍ରତିଶ୍ରୁତି ରଖାଯାଇଥିଲା । ଇଉରୋପରେ ପରମ୍ପରାଗତ ଏବଂ ଆଣବିକ ଅସ୍ତ୍ରଦୌଡ଼ର ନିରବଚ୍ଛିନ୍ନତାରେ ଏହା ଏକ ମହତ୍ତ୍ଵପୂର୍ଣ ରାଜନୈତିକ ତଥା ସାମରିକ ନିର୍ଣ୍ଣୟ ଥିଲା । ୧୯୮୯-୯୦ ବର୍ଷକୁ ୟୁରୋପରେ ଏକ ବିଶେଷ ବର୍ଷ ଭାବେ ଗଣାଯାଏ । ୧୯୮୯ର ଶେଷସୁଦ୍ଧା ରୁମାନିଆ ଓ ଆଲ୍‌ବେନିଆକୁ ଛାଡ଼ି ପୂର୍ବ ଇଉରୋପ ଏବଂ ମଧ୍ୟ ଇଉରୋପରେ ସମସ୍ତ ସୋଭିଏତ୍ ମିତ୍ର ରାଷ୍ଟ୍ର ସ୍ବତନ୍ତ୍ର ହୋଇସାରିଥିଲେ ।

ଅଗଷ୍ଟ ୧୯୮୯ରେ ପୋଲାଣ୍ଡରେ ପ୍ରଥମ ଅଣ-କମ୍ୟୁନିଷ୍ଟ ସରକାର ନିର୍ବାଚନରେ ଜିତିଥିଲେ । ୧୯୮୯ ମସିହା ନଭେମ୍ବର ୯ ତାରିଖ ସୁଦ୍ଧା ବର୍ଲିନ୍ ପ୍ରାଚୀର ଭାଙ୍ଗିଥିଲା । ଚେକୋସ୍ଲୋଭାକିଆ ହଙ୍ଗେରି ଏବଂ ଜର୍ମାନ ଗଣତାନ୍ତ୍ରିକ ସାଧାରଣ ତନ୍ତ୍ରରେ ନିର୍ବାଚନ ହୋଇଥିଲା । ଡିସେମ୍ବର ୨୯ ତାରିଖ ୧୯୮୯ ରେ ଭାସକ୍ଲାଭ ହାଭେଲ୍‌ ଚେକୋସ୍ଲୋଭିଆର ରାଷ୍ଟ୍ରପତି ପଦ ଗ୍ରହଣକଲେ । ଡିସେମ୍ବର ୧୯୮୯ରେ ରାଷ୍ଟ୍ରପତି ଗୋର୍ବାଚୋଭ୍ ମାଲ୍‌ ଶିଖର ସମ୍ମିଳନୀରେ ଷ୍ଟାର୍ଟ (START) କାର୍ଯ୍ୟକ୍ରମକୁ ପୁନର୍ଗଠିତ କରି ସେଥ‌ିରେ ଆଗକୁ ଯିବା କାର୍ଯ୍ୟକ୍ରମରେ ନିଜର ଉତ୍ସୁକତା ପ୍ରକାଶକରିଥିଲେ । ଆମେରିକାର ରାଷ୍ଟ୍ରପତି ଜର୍ଜ ବୁଶ୍ ଯଦିଓ କିଛିଟା ସଂକୋଚ ପ୍ରକାଶ କରିଥିଲେ; ତଥାପି ରାସାୟନିକ ଅସ୍ତ୍ର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏବଂ ଭବିଷ୍ୟତରେ ଏଥିରେ ବୁଝାମଣା କରିବା ପାଇଁ ସେ ଆମେରିକାକୁ ପ୍ରତିଶ୍ରୁତିବଦ୍ଧ କରାଇଥିଲେ ।

୧୯୯୦ ଥିଲା ଏକ ଘଟଣାବହୁଳ ବର୍ଷ । ଯେତେବେଳେ ଇଉରୋପ ଏବଂ ଦୁଇ ମହାଶକ୍ତି ଶାନ୍ତି ଆଡ଼କୁ ମୁହାଁଉଥ୍ଲେ ସେତେବେଳେ ଉପସାଗରୀୟ ଅଞ୍ଚଳରେ ନିଆଁ ଜଳୁଥିଲା । ଅଗଷ୍ଟ ୨ ତାରିଖ ୧୯୯୦ ମସିହାରେ ଇରାକ୍ କୁଏତ ଉପରେ ଆକ୍ରମଣ କରିଥିଲା । ଏହାବ୍ୟତୀତ ୧୯୯୦ ମସିହା ମାର୍ଚ୍ଚ ୩ ତାରିଖରେ ୱାରସ (WARSAW) ଚୁକ୍ତିକୁ ରଦ୍ଦ କରି ଦିଆଯାଇଥିଲା । ଜୁନ୍ ୧ ତାରିଖ ୧୯୯୦ ମସିହାରେ ଆମେରିକା ଏବଂ ସୋଭିଏତ୍ ସଂଘ ରାସାୟନିକ ଅସ୍ତ୍ରକୁ ଧ୍ବଂସ କରିବା ପାଇଁ ଏବଂ ଏହାକୁ ଆଉ ଉତ୍ପାଦନ ନ କରିବାପାଇଁ ଓ ଏହାକୁ ନିଶିଦ୍ଧ କରିବା ପାଇଁ ଚୁକ୍ତି ସ୍ୱାକ୍ଷର କରିଥିଲେ । ଏହା ସ୍ଥିର ହେଲା ଯେ, ଡିସେମ୍ବର ୩୧ ତାରିଖ ୧୯୯୨ ମସିହା ସୁଦ୍ଧା ସାରା ବିଶ୍ବରେ ଥ‌ିବା ସମସ୍ତ ରାସାୟନିକ ଅସ୍ତ୍ରକୁ ଧ୍ୱଂସ କରିଦିଆଯିବ ଏବଂ କେବଳ ୫୦୦୦ ଟନ୍ ସୁରକ୍ଷିତ ରଖାଯିବ । ଏହାପରେ କ୍ଷେପଣାସ୍ତ୍ରକାରିଗରୀ ନିୟନ୍ତ୍ରଣ ଶାସନ (MTCR) ର ସଦସ୍ୟତା ବିସ୍ତାରିତ ହୋଇଥିଲା । ନଭେମ୍ବର ୨୦, ୧୯୯୦ ମସିହାରେ ଇଉରୋପରେ ସବୁଦିନ ପାଇଁ ଆଣବିକ ଅସ୍ତ୍ରକୁ ହ୍ରାସ କରିବା ଲାଗି ଏବଂ ପରମ୍ପରାଗତ ସଶସ୍ତ୍ର ସେନାବାହିନୀ (CFF) ର ହ୍ରାସ କରିବା ପାଇଁ ଏକ ମିଳିତ ଘୋଷଣା କରାଯାଇଥିଲା ।

ସୋଭିଏତ୍ ସଂଘର ପତନ ପରେ ଆଣବିକ ଅସ୍ତ୍ରଦୌଡ଼:
୧୯୯୧-୯୨ ଏକ ଐତିହାସିକ ବର୍ଷ ଥିଲା ଏହିଦୃଷ୍ଟିରୁ ଯେ, ସୋଭିଏତ୍ ସଂଘର ପତନ ପରେ ଆମେରିକାର ସୈନ୍ୟମାନଙ୍କୁ ଅସ୍ତ୍ରଦୌଡ଼ ପାଇଁ ଉତ୍ସାହିତ କରୁଥିବା ଶତ୍ରୁ ଦେଶଟି ୧୪ଟି ନୂତନ ରାଷ୍ଟ୍ରରେ ବିଭକ୍ତ ହୋଇଯାଇଥିଲା ।

CHSE Odisha Class 12 Political Science Chapter 9 Long Answer Questions in Odia Medium

୭ । ତୃତୀୟ ବିଶ୍ବ ଏବଂ ଦକ୍ଷିଣ ଏସିଆରେ ଆଣବିକ ଅସ୍ତ୍ରଦୌଡ଼ ସଂପର୍କରେ ଆଲୋଚନା କର ।
Answer:
ପ୍ରଥମ ବିଶ୍ବରେ ଶୀତଳ ଯୁଦ୍ଧ ସମୟରେ ଚାଲିଥିବା ଅଷ୍ଟଦୌଡ଼ ନିଶ୍ଚିତ ଭାବରେ ତୃତୀୟ ବିଶ୍ଵ ଉପରେ ତାହାର ପ୍ରଭାବ ପକାଇଥିଲା । ଜର୍ମାନର ବୋମା ଅନ୍ଵେଷଣ ଆମେରିକୀୟ ‘‘ମାନହାଟାନ୍ ପ୍ରକଳ୍ପ’’କୁ ପ୍ରଥମରେ ପ୍ରଭାବିତ କରିଥିଲା ଏବଂ ଦ୍ଵିତୀୟ ବିଶ୍ୱଯୁଦ୍ଧ ଯେତେବେଳେ ସରିବାକୁ ଆସିଲା ଏବଂ ସୋଭିଏତ୍ ସଂଘର ମତବାଦ ଏବଂ ସାମରିକ କ୍ଷମତା ପୂର୍ବ ଇଉରୋପ ଅଧୁକାର କରିବା ଦ୍ଵାରା ସାବ୍ୟସ୍ତ ହୋଇଥିଲା ତାହା ପ୍ରକୃତରେ ଆମେରିକାକୁ ଆଣବିକ ବୋମା ତିଆରି କରିବା ପାଇଁ ଦୃଢ଼ ଭାବରେ ପ୍ରୋତ୍ସାହିତ କରିଥିଲା । ପରନ୍ତୁ ମିତ୍ର ରାଷ୍ଟ୍ରମାନେ ସେତେବେଳେ ଚାହିଁଥିଲେ ଯେ ସୋଭିଏତ୍ କମ୍ୟୁନିଷ୍ଟମାନଙ୍କ ଦ୍ବାରା ଫାସୀବାଦୀ ଜର୍ମାନ, ଇଟାଲୀ ଏବଂ ଜାପାନର ବିଲୋପ ଘଟୁ ।

ଷ୍ଟାଲିନଙ୍କ ଗୁପ୍ତଚର ଏଜେନ୍ସୀ ସଂପୂର୍ଣ୍ଣ ଭାବରେ ଆମେରିକାର ଆଣବିକ କାର୍ଯ୍ୟକ୍ରମ ବିଷୟରେ ସଚେତନ ଥିଲେ ଏବଂ ପୋଷ୍ଟଡାମଠାରେ ରାଷ୍ଟ୍ରପତି ରୁଜଭେଲ୍ଟ ଯେତେବେଳେ ଷ୍ଟାଲିନ୍‌ଙ୍କୁ ଏକ ଗୁପ୍ତ ଅସ୍ତ୍ର ବିଷୟରେ ସୂଚନା ଦେଲେ ସେତେବେଳେ ତାଙ୍କର ଅନୁମାନ ସତ୍ୟ ପ୍ରମାଣିତ ହେଲା । ଏହି ସୂଚନା ସୋଭିଏତ୍ ସଂଘର ଇଚ୍ଛାକୁ ପ୍ରଜ୍ବଳିତ କରିଥିଲା ଏବଂ ପୁଞ୍ଜିବାଦୀ ପାଶ୍ଚାତ୍ୟ ଦେଶଦ୍ଵାରା ଥୁବା ବିପଦର ସାମ୍ନା କରିବାପାଇଁ ବୋମା ତିଆରି କରିବାକୁ ଉତ୍ସାହିତ କରିଥିଲା । ଯଦିଓ ହିରୋସୀମା ଓ ନାଗାସାକୀରେ ବୋମା ନିକ୍ଷେପ କରିବାର ଆବଶ୍ୟକତା ନ ଥିଲା, ଏହା ଆମେରିକାର ସୋଭିଏତ୍ ସଂଘକୁ ଏକ ପରୋକ୍ଷ ଧମକ ଥିଲା । ଏହିସବୁ ଘଟଣା ଆଣବିକ ଅସ୍ତ୍ର ପ୍ରତିଯୋଗିତା ବୃଦ୍ଧି କରାଇବାରେ ସହାୟକ ହେଲା ।

୧୯୪୯ ପରେ ମାଓଙ୍କ ଅଧୀନରେ ଯେତେବେଳେ କମ୍ୟୁନିଷ୍ଟ ଚୀନର ଅଭ୍ୟୁଦୟ ଘଟିଲା ଏହା ବିଶ୍ୱାସ କରାଗଲା ଯେ ସୋଭିଏତ୍ ସାହାଯ୍ୟ ଦ୍ଵାରା ଚୀନବାସୀ (ଚୀନ-ସୋଭିଏତ୍ ମତଭେଦ ପୂର୍ବରୁ) ମଧ୍ୟ ଆଣବିକ କ୍ଷମତା ହାସଲ କରି ୧୯୬୪ ମସିହାରେ ଏହାର ପରୀକ୍ଷା କରାଇଥୁଲେ । ଚୀନକୁ ଏକ ତୃତୀୟ ବିଶ୍ବ ଦେଶ ଭାବରେ ଗଣନା କରାଗଲା ଏବଂ ଏଥିରୁ ଜଣେ ପରିଷ୍କାର ଭାବରେ ଦେଖୁରିବ ଯେ ରାଷ୍ଟ୍ରମାନଙ୍କର ଆଦର୍ଶବାଦ ଏବଂ ରାଜନୈତିକ କ୍ଷମତା କିପରି ଆଣବିକ କ୍ଷମତା ବିକାଶ କରିବା ପାଇଁ ସେମାନଙ୍କ ନିଷ୍ପତ୍ତିକୁ ଗଭୀର ଭାବରେ ପ୍ରଭାବିତ କରିଛି ।

ଚୀନଦ୍ୱାରା ଆଣବିକ କ୍ଷମତା ହାସଲ ଏବଂ ଦକ୍ଷିଣ ଏସିଆରେ ଅସ୍ତ୍ରଦୌଡ଼ ଆରମ୍ଭ:
ଅତଏବ ଚୀନ ଦ୍ବାରା ୧୯୬୪ ମସିହାରେ ଆଣବିକ କ୍ଷମତା ହାସଲ ଦକ୍ଷିଣ ଏସିଆରେ ଏକ ଆଣବିକ ଅସ୍ତ୍ରଦୌଡ଼ର ସଂକେତ ଦେଲା । ଅନେକ ବିଦ୍ଵାନଙ୍କ ମତରେ ଭାରତ ପାକିସ୍ତାନ ମଧ୍ୟରେ ଥ‌ିବା ଦ୍ବନ୍ଦ୍ବ ଭାରତରେ ଆଣବିକ କ୍ଷମତା ଅନ୍ଵେଷଣ ପାଇଁ ଦାୟୀ; କିନ୍ତୁ ପ୍ରକୃତରେ ଏହା ସତ୍ୟ ନୁହେଁ । କାଶ୍ମୀର ସମସ୍ୟା ଏବଂ ବିଭାଜନ ଏବଂ ପରବର୍ତ୍ତୀ ସମୟରେ ୧୯୪୮, ୧୯୬୫ ଏବଂ ୧୯୭୧ ମସିହାରେ ହୋଇଥିବା ତିନୋଟି ଯୁଦ୍ଧ ପାରମ୍ପରିକ ଅସ୍ତଦୌଡ଼ର ଅଗ୍ନିକୁ ପ୍ରଜ୍ଜଳିତ କରିଥିଲା ।

ଭାରତ, ପାକିସ୍ତାନ ଏବଂ ଆଣବିକ ଅସ୍ତ୍ରଦୌଡ଼:
ଦକ୍ଷିଣ ଏସିଆରେ ହୋଇଥ‌ିବା ଆଣବିକ ଅସ୍ତ୍ରଦୌଡ଼ର ସୃଷ୍ଟିକର୍ତ୍ତା ଭାରତ ନଥିଲା; ପରନ୍ତୁ ୧୯୬୨ ମସିହାରେ ଭାରତ ଚୀନ ଦ୍ଵାରା ଶୋଚନୀୟ ଭାବେ ପରାଜିତ ହେବା ଆମର ପ୍ରତିରକ୍ଷା ଏବଂ ବୈଦେଶିକ ନୀତିକୁ ଆଘାତ ଦେଇଥିଲା । ଏହା ପରେ ଚୀନ ଦ୍ବାରା ୧୯୬୪ ମସିହାରେ ଆଣବିକ କ୍ଷମତା ହାସଲ ସମ୍ବାଦ ଭାରତର ରାଜନୈତିକ ଏବଂ ସାମରିକ ବ୍ୟବସ୍ଥାକୁ ଦୋହଲାଇ ଦେଇଥିଲା ଏବଂ ସେମାନେ ମଧ୍ୟ ଆଣବିକ କ୍ଷମତାର ବିକାଶ ପାଇଁ ନିଷ୍ପତ୍ତି ନେଲେ । ଏହି ନିଷ୍ପତ୍ତି ମଧ୍ୟ ୧୯୬୨ ଯୁଦ୍ଧ ପୂର୍ବରୁ ୧୯୫୦ ଦଶକରେ ଚୀନର ପାକିସ୍ତାନ ସହିତ ମିତ୍ରତା ଦ୍ଵାରା ପ୍ରଭାବିତ ହୋଇଥିଲା । ଭାରତର ନୀତି ନିର୍ଦ୍ଧାରକମାନେ ଅନୁଭବ କରିଥିଲେ ଯେ ଚୀନ ଏବଂ ପାକିସ୍ତାନର ମିତ୍ରତା ଭାରତ ବିରୁଦ୍ଧରେ ଯିବ । ୧୯୬୨ ମସିହା ପରେ ଆଉ ପଛକୁ ଫେରି ଚାହିଁବାର ଅବକାଶ ନଥିଲା ଏବଂ ଆଣବିକ ଅସ୍ତ୍ରଦୌଡ଼ ଦକ୍ଷିଣ ଏସିଆରେ ପହଞ୍ଚି ସାରିଥିଲା ।

ଭାରତ ଯେତେବେଳେ ୧୯୭୪ ମସିହାରେ ଶାନ୍ତିପୂର୍ଣ୍ଣ ଆଣବିକ ବିସ୍ଫୋରକ (PNE) ର ପରୀକ୍ଷା କରିଥିଲା, ସେତେବେଳେ ପାକିସ୍ତାନୀମାନେ ମଧ୍ୟ ଆଣବିକ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ନିଷ୍ପତ୍ତି ନେଇଥିଲେ । ୧୯୭୯ ମସିହାରେ ସୋଭିଏତ୍ ସଂଘର ଆଫଗାନିସ୍ଥାନ ଉପରେ ଆକ୍ରମଣ ସହିତ ଆରମ୍ଭ ହୋଇଥିବା ଦ୍ୱିତୀୟ ଶୀତଳ ଯୁଗୋସ୍ଲୋଭିଆ ମଧ୍ୟ ବିଖଣ୍ଡିତ ହୋଇଯାଇଥିଲା ଏବଂ ଗୋଟିଏ ଆଘାତରେ ସେହି ଶତ୍ରୁର ମଧ୍ୟ ଅନ୍ତ ହୋଇଥିଲା ଏବଂ ଏହା ସହିତ ଆଣବିକ ଅସ୍ତ୍ରଦୌଡ଼ର ସଂପୂର୍ଣ ରାଜନୈତିକ ଓ ବୈଚାରିକ ଆଧାରର ମଧ୍ୟ ଅନ୍ତ ହୋଇଯାଇଥିଲା ।

୧୯୯୦ ମସିହା ଅଗଷ୍ଟ ୨ ତାରିଖରେ ଇରାକ୍‌ଦ୍ୱାରା କୁଏତ୍ ଉପରେ ଆକ୍ରମଣ ହେବା କାରଣରୁ ଆମେରିକା ଏବଂ ମିତ୍ର ରାଷ୍ଟ୍ର ସଂଗଠନ ଆମେରିକାର ଅଧୀନରେ ମିଳିତ ଜାତିସଂଘ ଆନୁକୂଲ୍ୟରେ ଇରାକ ଉପରେ ଜାନୁୟାରୀ ୧୭ ତାରିଖ ୧୯୯୧ ମସିହାରେ ଆକ୍ରମଣ କରିଥିଲେ । ଏହା ୧୯୯୧ ମସିହା ଫେବୃୟାରୀ ୨୮ ତିରିଖରେ ଇରାକ୍ଟର ସଂପୂର୍ଣ୍ଣ ପରାଜୟ ସହିତ ସମାପ୍ତ ହୋଇଥିଲା । ଅସ୍ତ୍ର ବ୍ୟବସାୟରେ ଅବନତି ଦେଖାଦେଇଥିଲା । ୧୯୯୧ ବିଶ୍ଵ ଅସ୍ତ୍ର ବ୍ୟବସାୟ ମୂଲ୍ୟ ଥିଲା ୨୨, ୧୧୪ କୋଟି ଡଲାର । ଏହା ୧୯୯୦ ମସିହା ତୁଳନାରେ ୨୦ ପ୍ରତିଶତ କମ୍ ଥିଲା ।

୧୯୯୨-୯୩ରେ ଋଷିୟ ଫେଡ଼େରେସନ୍, ଫ୍ରାନ୍ସ ଏବଂ ବ୍ରିଟେନ କେବଳ ଯୁକ୍ତରାଷ୍ଟ୍ର ଆମେରିକା R & D ବ୍ୟତୀତ ସମସ୍ତେ ଆଣବିକ ଅସ୍ତ୍ରକୁ ରୋକିବା ପାଇଁ ପୁନର୍ବାର ସହମତି ପ୍ରକାଶକଲେ । ଆଞ୍ଚଳିକ ସ୍ତରରେ ୟୁରୋପର ସଂପୂର୍ଣ୍ଣ ସାମରିକରଣ ପ୍ରକ୍ରିୟା ପ୍ରତିହତ କରିବା ପାଇଁ ବଳିଷ୍ଠ ପଦକ୍ଷେପ ଉଠାଯାଇଥିଲା ଏବଂ ସମସ୍ତ ପୂର୍ବ ତଥା ପଶ୍ଚିମ ଇଉରୋପୀୟ ଦେଶମାନଙ୍କ ଦ୍ଵାରା ହେଲେସିଙ୍କ ଦସ୍ତାବିଜରେ ସ୍ବାକ୍ଷର କରାଯାଇ ଏହା କରାଯାଇଥିଲା । ଏହା ସହିତ ରିଓଠାରେ ପରିବେଶ ଉପରେ ବିଶ୍ବ ଶିଖର ସମ୍ମିଳନୀ ବସିଥିଲା ଏବଂ ମିଳିତ ଜାତିସଂଘର ମହାସଚିବ ‘ଶାନ୍ତି ପାଇଁ କାର୍ଯ୍ୟସୂଚୀ’’ର ଘୋଷଣା କରିଥିଲେ ।

୧୯୯୩ ଏବଂ ୧୯୯୭ ମଧ୍ୟବର୍ତ୍ତୀ ସମୟରେ ଅସ୍ତ୍ରଦୌଡ଼ର ଦୁଇଟି ଅନ୍ୟ ଗୁରୁତ୍ଵପୂର୍ଣ୍ଣ ଘଟଣା ଘଟିଥିଲା । ପ୍ରଥମଟି ହେଲା ୧୯୯୫ ମସିହାର ଏନ୍. ପି. ଟି. (NPT) ପୁନରାବଲୋକନ ସମ୍ମିଳନୀ, ଏହି ଚୁକ୍ତିକୁ ଅନିଶ୍ଚିତ ସମୟ ପର୍ଯ୍ୟନ୍ତ ବିସ୍ତାରିତ କରିବା ପାଇଁ ବସିଥିଲା ଏବଂ ସେପ୍ଟେମ୍ବର ୨୪ ତାରିଖ ୧୯୯୬ ମସିହାରେ ସି. ଟି. ବି. ଟି. (CTBT) ସ୍ୱାକ୍ଷରିତ ହେବାପାଇଁ ପ୍ରସ୍ତୁତ କରାଗଲା । ଯୁକ୍ତରାଷ୍ଟ୍ର ଏବଂ ଅନ୍ୟାନ୍ୟ ଆଣବିକ ଅସ୍ତ୍ର ସଂପନ୍ନ ରାଷ୍ଟ୍ରଗୁଡ଼ିକ ଏବଂ ୬୦ଟି ଅନ୍ୟାନ୍ୟ ଅଣ-ଆଣବିକ ରାଷ୍ଟ୍ର CTBT ସ୍ବାକ୍ଷର କରିଥିଲେ । ଭାରତ NPT କିମ୍ବା CTBT କୌଣସିଥ୍ରେ ମଧ୍ୟ ସ୍ବାକ୍ଷର କଲା ନାହିଁ । ସରକାର ଯୁକ୍ତି କରିଥିଲେ ଯେ ଆଣବିକ ଅସ୍ତ୍ର ବିକଳ୍ପକୁ ଖୋଲା ରଖିବା ପାଇଁ ଏହା କରାଯାଇଥିଲା ।

ଭାରତର ଏହି ପଦକ୍ଷେପ ତୃତୀୟ ବିଶ୍ଵରେ ଆଣବିକ ଅସ୍ତଦୌଡ଼ର ପ୍ରଶ୍ନକୁ ଆମ ସମ୍ମୁଖରେ ଉପସ୍ଥାପିତ କରୁଅଛି । ତାହା ପରବର୍ତ୍ତୀ ବିଭାଗରେ ଆଲୋଚନା କରାଯିବ । ଯୁଦ୍ଧ କମ୍ୟୁନିଷ୍ଟବାଦ ବିରୁଦ୍ଧରେ ଏହାର ସଂଗ୍ରାମ ପାଇଁ ପାକିସ୍ତାନକୁ ସର୍ବୋତ୍କୃଷ୍ଟ କ୍ଷେତ୍ର ଭାବରେ ଆମେରିକା ବିବେଚନା କରିଥିଲା । ଏହା ପାକିସ୍ତାନକୁ ପ୍ରଚୁର ସାମରିକ ସହଯୋଗ ଏବଂ ଆର୍ଥିକ ଅନୁଦାନ ଯୋଗାଇବାର ସଂକେତ ଦେଇଥିଲା ଏବଂ କେତେକଙ୍କ ଅଞ୍ଚଳ ଭାରତ ସହିତ ଆଣବିକ ପ୍ରତିଯୋଗିତାର କ୍ଷେତ୍ର ପାଲଟିଲା ଏବଂ ଭାରତ ଜାଣିଶୁଣି ନିଜ ବିକଳ୍ପକୁ ଖୋଲା ରଖିଲା ଏବଂ ଆଣବିକ କ୍ଷମତା ପ୍ରୟୋଗ କଲା ନାହିଁ । ଭାରତ ନିଜର ଅଭିବ୍ୟକ୍ତିକୁ ଏନ୍. ପି. ଟି. (Nuclear Proliferation Treaty) ପୁନରାବଲୋକନ ସମ୍ମିଳନୀରେ ଏବଂ CTBT ଚୁକ୍ତିରେ ସେପ୍ଟେମ୍ବର ୨୪, ୧୯୯୬ ମସିହାରେ ସ୍ଵାକ୍ଷର ନ କରି ଜଣାଇ ଦେଇଥିଲା ।

ଦକ୍ଷିଣ ଏସିଆରେ ‘ପ୍ରଭୁତ୍ଵ ସିଦ୍ଧାନ୍ତ’ (Domino Theory):
ଦକ୍ଷିଣ ଏସିଆ ଘଟଣା ସ୍ପଷ୍ଟ ଭାବରେ ସୂଚାଇ ଦିଏ ଯେ ପ୍ରଭୁତ୍ଵ ସିଦ୍ଧାନ୍ତ ହିଁ ଆଣବିକ ଅସ୍ତ୍ର ବା ଯେ କୌଣସି ଅସ୍ତ୍ରଦୌଡ଼କୁ ଉତ୍ସାହିତ କରିଛି । ପ୍ରଥମତଃ ଏହା ଥିଲା ଇଉରୋପକୁ ଜର୍ମାନର ଧମକ, ଯାହାକି ଆମେରିକାକୁ ବୋମା ତିଆରି କରିବାକୁ ପ୍ରବର୍ତ୍ତାଇଥିଲା । ତା’ପରେ ସୋଭିଏତ୍ ସଂଘର ଧମକ ପୁଣିଥରେ ଆମେରିକାକୁ ବୋମା ତିଆରି କରିବାକୁ ପ୍ରବର୍ତ୍ତାଇଥିଲା । ତା’ପରେ ସୋଭିଏତ୍ ସଂଘର ଧମକ ପୁଣିଥରେ ଆମେରିକାକୁ ବୋମା ତିଆରି କରିବାପାଇଁ ପ୍ରୋତ୍ସାହିତ କରିଥିଲା । ହିରୋସୀମା ଓ ନାଗାସାକୀଠାରେ ବୋମାବର୍ଷଣ ଯୋଗୁଁ ସୋଭିଏତ ସଂଘ ବୋମା ତିଆରି କରିବାକୁ ଚେଷ୍ଟା କରିଥିଲା । ବିଶ୍ଵ କମ୍ୟୁନିଷ୍ଟବାଦ ପ୍ରତି ଥ‌ିବା ସାଧାରଣ ବିପଦ ନୂତନ କମ୍ୟୁନିଷ୍ଟ ରାଷ୍ଟ୍ର ଚୀନକୁ ୧୯୪୯ ମସିହାରେ ଆଣବିକ କାରିଗରୀ କୌଶଳରେ ସାହାଯ୍ୟ କରିବାପାଇଁ ସୋଭିଏତ୍ ସଂଘକୁ ଉତ୍ସାହିତ କରିଥିଲା ।

ଯାହାଦ୍ଵାରା ୧୯୬୪ ମସିହାରେ ଚୀନ ଏକ ଆଣବିକ ପରୀକ୍ଷା କରି ପାରିଥିଲା; ପରନ୍ତୁ ସୋଭିଏତ୍ ସଂଘ ଆଣବିକ ଅସ୍ତ୍ରର ନକ୍ସା ଦେବାକୁ ମନାକରି ଦେଇଥିଲା । ଯାହା ଚୀନ ସୋଭିଏତ ସଂଘ ଶତ୍ରୁତାର କାରଣ ପାଲଟିଗଲା । ୧୯୬୨ ମସିହାରେ ଭାରତର ପରାଜୟ ଏବଂ ପାକିସ୍ତାନର ଚୀନ ସହିତ ମିତ୍ରତା ଭାରତକୁ ୧୯୭୪ ମସିହା ସୁଦ୍ଧା ଆଣବିକ କ୍ଷମତା ବିକାଶ କରିବାକୁ ଉତ୍ସାହିତ କରିଥିଲା । ଭାରତୀୟ ବିସ୍ଫୋରଣ ଏବଂ ଭାରତ ସହିତ ଅନେକ ଯୁଦ୍ଧରେ ପରାଜୟ ପାକିସ୍ତାନକୁ ବୋମା ତିଆରି କରିବା ପାଇଁ ଉତ୍ସାହିତ କରିଥିଲା । ଅନ୍ୟ ତୃତୀୟ ବିଶ୍ଵ ରାଷ୍ଟ୍ରମାନଙ୍କ କ୍ଷେତ୍ରରେ ବୋମା ହାସଲ କରିବାର କାରଣ ସମାନ ଥିଲା । ଉଦାହରଣସ୍ୱରୂପ ଇରାନ ଏବଂ ଇରାକର ଆଣବିକ କାର୍ଯ୍ୟକ୍ରମ । ଦକ୍ଷିଣ ଆଫ୍ରିକା ମଧ୍ୟ ନିଜ ପ୍ରତି ବିପଦ ଦୃଷ୍ଟିରୁ ଏହା ହାସଲ କରିଥିଲା । ଲାଟିନ୍‌ ଆମେରିକାର ଆର୍ଜେଣ୍ଟିନା ଏବଂ ବ୍ରାଜିଲ ମଧ୍ୟ ଆଣବିକ କ୍ଷମତା ଥ‌ିବା ଅନ୍ୟ ଦୁଇଟି ମୁଖ୍ୟ ରାଷ୍ଟ୍ର ।

ଦକ୍ଷିଣ ଏସିଆର ଅସ୍ତ୍ରଦୌଡ଼ରେ ସାଧାରଣ ଜଟିଳତା:
ମୋଟାମୋଟି ଭାବରେ ଜଣେ କହିପାରେ ଯେ, ତୃତୀୟ ବିଶ୍ବ ରାଷ୍ଟ୍ରମାନଙ୍କ ଆଣବିକ ଅସ୍ତ୍ରଦୌଡ଼ ପ୍ରଥମ ବିଶ୍ବରେ ଆଣବିକ ଅସ୍ତ୍ରଦୌଡ଼ର ଅବଦାନ ଏବଂ ତୃତୀୟ ବିଶ୍ଵରେ ଥିବା ଆଭ୍ୟନ୍ତରୀଣ ସଂଘର୍ଷ ଯୋଗୁଁ ଏହା ତିଷ୍ଠିରହିଥିଲା । ଶୀତଳ ଯୁଦ୍ଧ ସାମରିକ ମେଣ୍ଟ ବ୍ୟବସ୍ଥା ଏହି ପ୍ରକ୍ରିୟାକୁ ସାହାଯ୍ୟ କରିଥିଲା । ବର୍ତ୍ତମାନ, ସୋଭିଏତ୍ ସଂଘର ପତନ ପରେ ଏବଂ ଏହା ପୂର୍ବରୁ ଏବଂ ପରେ ପାଶ୍ଚାତ୍ୟ ଦେଶର ଆଣବିକ ଅସ୍ତ୍ର ଯଥେଷ୍ଟ ହ୍ରାସ କରି ନିଆଯିବା ଦ୍ଵାରା ବିଶ୍ବରେ ଏହିଦୃଷ୍ଟିରୁ ଆଣବିକ ଶାନ୍ତି ସ୍ଥାପିତ ହୋଇଛି; ଯାହାଫଳରେ ଆମେ ଆଉ ଏକ ଆଣବିକ ସର୍ବନାଶର ଦ୍ବାରଦେଶରେ ରହିନାହୁଁ । ଯାହାହେଉ, ତୃତୀୟ ବିଶ୍ଵରେ ଲାଗିରହିଥ‌ିବା ଦ୍ଵହର ସମାଧାନ ନ ହେବା ଯଥା ଭାରତ ପାକିସ୍ତାନ ଦୃହ, ଆରବ ଇସ୍ରାଏଲ୍ ବୃହ ଇତ୍ୟାଦି ହେଉଛି ତୃତୀୟ ବିଶ୍ଵରେ ଆଣବିକ ଅସ୍ତ୍ରଦୌଡ଼ ଚାଲୁରହିବାର ନିଶ୍ଚିତ କାରଣ ।

CHSE Odisha Class 12 Political Science Chapter 9 Long Answer Questions in Odia Medium

୮ | ନିରସ୍ତ୍ରୀକରଣ କହିଲେ କ’ଣ ବୁଝ ? ଏହାର ଉତ୍ପରି ଓ କ୍ରମବିକାଶ ଆଲୋଚନା କର ।
Answer:
ପ୍ରଥମ ବିଶ୍ଵର ମର୍ମାନ୍ତକ ଅନୁଭୂତି ନେଇ ମାନବସମାଜ ଯୁଦ୍ଧର ପରିସମାପ୍ତି ରାଷ୍ଟ୍ରସଂଘ ଗଠନ କରିଥିଲା । ନାନା ବିଭେଦ ଓ ସମସ୍ୟା ସତ୍ତ୍ବେ ମାନବସଭ୍ୟତା କିପରି ସ୍ଥାୟୀ ହୋଇ ଶାନ୍ତିରେ ରହିବ ସେହି ଆଶାରେ ଜନନାୟକମାନେ ଚିନ୍ତିତ ହୋଇ ଅସ୍ଥିରତା କଲେ । ସେମାନେ ବିଶ୍ବରୁ ଯୁଦ୍ଧର ଅବସାନ ପାଇଁ ନିରସ୍ତ୍ରୀକରଣକୁ ଏକ ମାଧ୍ୟମ ରୂପେ ବାଛିଲେ । ତେଣୁ ରାଷ୍ଟ୍ରସଂଘର ପରିଚାଳନା ସହିତ ନିରସ୍ତ୍ରୀକରଣ ପ୍ରସ୍ତାବ ଶାନ୍ତିକାମୀ ରାଷ୍ଟ୍ର ମନରେ ଅଗ୍ରାଧିକାର ଲାଭ କରିଥିଲା । ସାଧାରଣ ଅସ୍ତ୍ରଶସ୍ତ୍ର ଆୟୋଜନକୁ ଯୁଦ୍ଧର ପ୍ରସ୍ତୁତି ଧରାଯାଇଥାଏ । ଅସ୍ତ୍ରଶସ୍ତ୍ର ଉତ୍ପାଦନ ବନ୍ଦ ହେଲେ ଯୁଦ୍ଧର ସମ୍ଭାବନା କ୍ଷୀଣ ହୋଇଥାଏ । ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ନିରସ୍ତ୍ରୀକରଣ ଏକ ଗୁରୁତ୍ଵପୂର୍ଣ ମାଧ୍ୟମ ବୋଲି ବିଚାର କରାଯାଇଥାଏ ।

ସାଧାରଣ ଅର୍ଥରେ ନିରସ୍ତ୍ରୀକରଣ କହିଲେ ସମସ୍ତ ପ୍ରକାରର ମାରଣାସ୍ତ୍ରର ଉତ୍ପାଦନ ବନ୍ଦ କରିବାକୁ ହିଁ ବୁଝାଇଥାଏ । ଏହା ଅସ୍ଵୀକରଣ ନୀତିର ବିରୋଧୀ ଅଟେ । ଅନ୍ୟ ଅର୍ଥରେ ନିରସ୍ତ୍ରୀକରଣ କହିଲେ ଅସ୍ତ୍ରଶସ୍ତ୍ର ଉତ୍ପାଦନ ହ୍ରାସ ଓ ଉଚ୍ଛେଦକୁ ହିଁ ବୁଝାଇଥାଏ । ପ୍ରଚଳିତ ଆଇନ ବ୍ୟବହାର ଉପରେ କଟକଣା ଜାରିକରିବା ଓ ମହଜୁଦ୍ ଥ‌ିବା ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିଦେବା ଇତ୍ୟାଦି ନିରସ୍ତ୍ରୀକରଣର ଅଂଶବିଶେଷ । ଅସ୍ତ୍ରମୋହରୁ ମୁକ୍ତ ରହି ରାଷ୍ଟ୍ରମାନେ ଶାନ୍ତି ଓ ପ୍ରଗତି ମନୋନିବେଶ କରିବା ନିରସ୍ତ୍ରୀକରଣର ଉଦ୍ଦେଶ୍ୟ I ଆନ୍ତର୍ଜାତୀୟ ଶାନ୍ତ ଓ ନିରାପତ୍ତା ରକ୍ଷାକରିବା ଏବଂ ଆଣବିକ ଯୁଦ୍ଧରେ ସମ୍ଭାବନାକୁ ଏଡ଼ାଇଦେବା ନିରସ୍ତ୍ରୀକରଣର ପ୍ରଧାନ ଲକ୍ଷ୍ୟ । ବିଶ୍ଵଯୁଦ୍ଧ ପରେ ରାଷ୍ଟ୍ରସଂଘ (League of Nations) ଏବଂ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ମିଳିତ ଜାତିସଂଘ ମାଧ୍ୟମରେ ନିରସ୍ତ୍ରୀକରଣ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରାଯାଇଛି ।

ନିରସ୍ତ୍ରୀକରଣର ଉତ୍ପତ୍ତି ଓ କ୍ରମବିକାଶ:
ବିଶ୍ବରେ ପ୍ରଥମଥର ପାଇଁ ନିରସ୍ତ୍ରୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ୧୬୪୮ ମସିହାରେ ସ୍ଵାକ୍ଷରିତ ହୋଇଥବା ୱେଷ୍ଟଫାଲିଆ ଚୁକ୍ତିରୁ । ଏଥୁରେ ସମସ୍ତ ପ୍ରକାରର ଦୁର୍ଗଗୁଡ଼ିକୁ ଭାଙ୍ଗିବା ଓ ନୂତନ ଦୁର୍ଗ ନିର୍ମାଣ ନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ୧୮୧୬ ମସିହାରେ ବିଧ୍ଵବଦ୍ଧ ଭାବରେ ସୋଭିଏତ୍ ଋଷିଆର ଜାର ଅସ୍ତ୍ରଶସ୍ତ୍ରର ହ୍ରାସ ପାଇଁ ବ୍ରିଟିଶ ସରକାର ପ୍ରସ୍ତାବ ଦେଇଥିଲେ । ଏହାପରେ ୧୮୩୧ ମସିହାରେ ଫ୍ରାନ୍ସ ୧୮୬୩, ୧୮୬୭ ଓ ୧୮୬୯ ମସିହାରେ ତୃତୀୟ ନେପୋଲିୟନ ଅସ୍ତ୍ରଶସ୍ତ୍ର ହ୍ରାସ ପାଇଁ ପ୍ରସ୍ତାବ ଦେଇଥିଲେ । ୧୮୬୩ ଓ ୧୮୬୯ ଖ୍ରୀଷ୍ଟାବ୍ଦରେ ଫ୍ରାନ୍ସ ଅସ୍ତ୍ରଶସ୍ତ୍ର ହ୍ରାସ କରିବାକୁ ବୃହତ୍ ଶକ୍ତିମାନଙ୍କୁ ପ୍ରସ୍ତାବ ଦେଇଥିଲା; ମାତ୍ର ପ୍ରଥମ ଅବସ୍ଥାରେ ସମସ୍ତ ପ୍ରସ୍ତାବ ବିଫଳ ହୋଇଥିଲା ।

୧୮୮୮ ମସିହାରେ ଋଷିଆର ଜାର ଇଉରୋପୀୟ ସରକାରମାନଙ୍କୁ ଆହ୍ବାନ ଦେଇଥିଲେ ଯେ ହେଗୁଠାରେ ମିଳିତ ହୋଇ ଅସ୍ତ୍ରଶସ୍ତ୍ର ହ୍ରାସ ପାଇଁ ନୂତନ ପଦ୍ଧତି ବାହାରକରିବେ । ଏହି ପ୍ରସ୍ତାବକୁ ସ୍ବାଗତ କରାଯାଇଥିଲା । ଏହାର ଫଳସ୍ଵରୂପ ପ୍ରଥମ ହେଗ୍ ସମ୍ମିଳନୀ ହେଠାରେ ଆରମ୍ଭ ହୋଇଥିଲା । ଏଥିରେ ୨୮ଟି ରାଷ୍ଟ୍ରର ପ୍ରତିନିଧୁ ଭାଗନେଇଥିଲେ । ସମସ୍ୟାର ଅନୁଧ୍ୟାନ ପାଇଁ ସୈନ୍ୟବାହିନୀ ଓ ନୌବାହିନୀ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଠିତ ହୋଇଥିଲା । ଏହି ସମ୍ମିଳନୀରେ ଦୁଇଟି ଘୋଷଣା ପ୍ରକାଶ ପାଇଥିଲା; ଯଥା —

  • ଆକାଶ ମାର୍ଗରୁ କୌଣସି ବିସ୍ଫୋରକ ବ୍ୟବହାର କରାଯିବ ନାହିଁ ।
  • ଗ୍ୟାସ୍‌ ଓ ବୁଲେଟ୍‌ର ସାମରିକ ବଜେଟ୍ ହ୍ରାସ କରିବାକୁ ଏଠାରେ ପରାମର୍ଶ ଦିଆଯାଇଥିଲା l

୧୯୧୯ ମସିହାରେ ପ୍ରଥମ ବିଶ୍ଵଯୁଦ୍ଧ ପରେ ନିରସ୍ତ୍ରୀକରଣ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିଲା । ବିଜୟୀ ରାଷ୍ଟ୍ରମାନେ ନିରସ୍ତ୍ରୀକରଣ ପାଇଁ ଜିଦ୍ୟାଧରି ବସିଲେ । ଏହି ସମୟରେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ନିରସ୍ତ୍ରୀକରଣ ଅପରିହାର୍ଯ୍ୟ ମନେହୋଇଥିଲା । ଏଣୁ ପରାଜିତ ରାଷ୍ଟ୍ରମାନଙ୍କର ଅସ୍ତ୍ରଶସ୍ତ୍ର ଓ ସମ୍ବଳକୁ କ୍ଷୁଣ୍ଣ କରାଗଲା । ଏହି ସମୟରେ ସେନାବାହିନୀକୁ ଏକ ଲକ୍ଷରେ ସୀମିତ ରଖାଗଲା ଏବଂ ଯୁଦ୍ଧ ବିମାନଗୁଡ଼ିକୁ ବ୍ୟବହାର କରିବାକୁ ସୁଯୋଗ ଦିଆଗଲା ନାହିଁ ।

ରାଷ୍ଟ୍ରସଂଘ ବା ଜାତିସଂଘ ଓ ନିରସ୍ତ୍ରୀକରଣ:
୧୯୨୦ ରୁ ୧୯୩୫ ମସିହା ମଧ୍ୟରେ ରାଷ୍ଟ୍ରସଂଘ ନିରସ୍ତ୍ରୀକରଣ ଦିଗରେ ଅନେକ ପଦକ୍ଷେପ ଗ୍ରହଣକରିଥିଲେ ମଧ୍ୟ ତାହା ଆଦୌ ସଫଳ ହୋଇ ନଥିଲା । ରାଷ୍ଟ୍ରସଂଘ ପ୍ରଥମ ୫ ବର୍ଷ କେବଳ ଆଲୋଚନାରେ ଏବଂ ପରବର୍ତ୍ତୀ ୭ ବର୍ଷ କେବଳ ଚୁକ୍ତି ସର୍ଭ ପ୍ରଦାନ କରିବାରେ ନେଇଥିଲା । ଏଣୁ ନିରସ୍ତ୍ରୀକରଣ ପ୍ରସ୍ତାବ କାର୍ଯ୍ୟକାରୀ ହୋଇ ନଥିଲା । ୧୯୩୨ ମସିହା ଫେବୃୟାରୀ ମାସରେ ନିରସ୍ତ୍ରୀକରଣ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ୧୯ଟି ରାଷ୍ଟ୍ର ଯୋଗଦେଇଥିଲେ ମଧ୍ୟ ପରସ୍ପର ମଧ୍ୟରେ ମତଭେଦ ମଷ୍ଟି ହେବାର ନିରସ୍ତ୍ରୀକରଣ ପକ୍ରିୟାରେ କୌଣସି ପଦକ୍ଷେପ ଗ୍ରହଣକରାଯାଇ ପାରି ନଥିଲା । ଏହି ସମୟରେ ହିଟଲର୍ ଜର୍ମାନୀରେ କ୍ଷମତାକୁ ଆସିଲେ ଓ ଜର୍ମାନୀ ଏହି ସମ୍ମିଳନୀରୁ ଓହରିଗଲା । ବ୍ରିଟେନ୍, ଇଟାଲୀ, ଜର୍ମାନୀ ଓ ଜାପାନ ପ୍ରଭୃତି ଅସ୍ତ୍ରଶସ୍ତ୍ର ଉତ୍ପାଦନରେ ବ୍ୟସ୍ତ ରହିଲେ; ଫଳରେ ନିରସ୍ତ୍ରୀକରଣ ଦିଗରେ ବିଶେଷ ପ୍ରଗତି ସମ୍ଭବ ହୋଇ ନଥିଲା ।

ରାଷ୍ଟ୍ରସଂଘ ବାହାରେ ମଧ୍ୟ ନିରସ୍ତ୍ରୀକରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ୧୯୨୧ ମସିହାର ୱାଶିଂଟନ୍ ଚୁକ୍ତି ଏବଂ ୧୯୨୭ର ଜେନେଭା ସମ୍ମିଳନୀରେ ମଧ୍ୟ ନିରସ୍ତ୍ରୀକରଣ ଉପରେ ଆଲୋଚନା ହୋଇଥିଲା । ୧୯୩୦ରେ ଲଣ୍ଡନଠାରେ ସମ୍ମିଳନୀରେ ନୌବାହିନୀର ଶକ୍ତି ହ୍ରାସ ପାଇଁ ନିଷ୍ପଭି ଗ୍ରହଣ କରାଯାଇଥିଲା । ୧୯୪୪ ମସିହାର ଆଟଲାଷ୍ଟିକ ସନନ୍ଦରେ ମଧ୍ୟ ବ୍ରିଟିଶ ପ୍ରଧାନମନ୍ତ୍ରୀ ଓ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ରୁଜଭେଲ୍ସ ନିରସ୍ତ୍ରୀକରଣ ପାଇଁ ଆହ୍ୱାନ ଦେଇଥିଲେ । ଏହି ଆଲୋଚନାରେ ବିଶ୍ବର ସମସ୍ତ ରାଷ୍ଟ୍ରକୁ ଅସ୍ତ୍ରଶସ୍ତ୍ର ଉତ୍ପାଦନରୁ ନିବୃତ୍ତ ରହିବାକୁ ଅନୁରୋଧ କରାଯାଇଥିଲା ।

ମିଳିତ ଜାତିସଂଘ ଓ ନିରସ୍ତ୍ରୀକରଣ :
ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ୧୯୪୫ ମସିହାରେ ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ମିଳିତ ଜାତିସଂଘ ଗଠିତ ହୋଇଥିଲା । ମିଳିତ ଜାତିସଂଘ ଉଦ୍ୟମରେ ରାଷ୍ଟ୍ରନାୟକମାନେ ନିରସ୍ତ୍ରୀକରଣ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ମିଳିତ ଜାତିସଂଘର ମହାସନନ୍ଦରେ ୧୧ ଧାରାରେ ବିଶ୍ୱଶାନ୍ତ, ନିରାପତ୍ତା ଓ ନିରସ୍ତ୍ରୀକରଣ ପାଇଁ ସାଧାରଣ ସଭା ନୀତି ନିର୍ଦ୍ଧାରଣ କରିବ ବୋଲି ଉଲ୍ଲେଖ ଥିଲା । ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ସମ୍ପର୍କରେ ଯୋଜନା ପ୍ରଣୟନ ଦାୟିତ୍ଵ ନିରାପତ୍ତା ପରିଷଦ ଉପରେ ନ୍ୟସ୍ତ କରାଗଲା । ଜାତିସଂଘର ସାଧାରଣସଭା ଆଣବିକ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ନିମିତ୍ତ ଆଣବିକ ଶକ୍ତି କମିଶନ ପ୍ରତିଷ୍ଠା କରିଥିଲା ।

ଏହି କମିଶନ ଅଣୁ ଅସ୍ତ୍ରକୁ ଶାନ୍ତି ଓ ବିକାଶ ଦିଗରେ ବିନିଯୋଗ କରିବାକୁ ସୁପାରିଶ କଲେ । ୧୯୪୭, ଫେବୃୟାରୀ ୧୩ ତାରିଖରେ ନିରାପତ୍ତା ପରିଷଦ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଉପରେ ନିୟନ୍ତ୍ରଣ ଜାରି କରିବାପାଇଁ ଏକ କମିଶନ ପ୍ରତିଷ୍ଠାକଲେ । ଜାତିସଂଘର ସାଧାରଣସଭା ଆଣବିକ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ନିମିତ୍ତ ଆଣବିକ ଶକ୍ତି କମିଶନ ପ୍ରତିଷ୍ଠା କରିଥିଲା । ଏହି କମିଶନ ଅଣୁ ଅସ୍ତ୍ରକୁ ଶାନ୍ତି ଓ ବିକାଶ ଦିଗରେ ବିନିଯୋଗ କରିବାକୁ ସୁପାରିଶ କଲେ । ୧୯୪୭ ଫେବୃୟାରୀ ୧୩ ତାରିଖରେ ନିରାପତ୍ତା ପରିଷଦ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଉପରେ ନିୟନ୍ତ୍ରଣ ଜାରି କରିବାପାଇଁ ଏକ କମିଶନ ପ୍ରତିଷ୍ଠାକଲେ ।

ଜାତିସଂଘର ନିରସ୍ତ୍ରୀକରଣ ଆୟୋଗ:
ଆଣବିକ ଶକ୍ତି କମିଶନ ଓ ପାରମ୍ପରିକ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ କମିଶନ୍‌କୁ ଏକତ୍ର ଜାତିସଂଘର ନିରସ୍ତ୍ରୀକରଣ କମିଶନ ରୂପେ ନାମିତ କରାଗଲା । ଏହି କମିଶନ ୧୯୫୪ରେ ନିରସ୍ତ୍ରୀକରଣର ବିଭିନ୍ନ ସମସ୍ୟା ଅନୁଧ୍ୟାନ କରିବା ପାଇଁ ଏହି କମିଟି ଗଠନକଲେ । ଏହାସତ୍ତ୍ବେ ବି ସମସ୍ୟା ସମାଧାନ ହୋଇ ନଥିଲା ।

ଆଣବିକ ଶକ୍ତିକୁ ଶାନ୍ତି ପାଇଁ ବିନିଯୋଗ କରାଯିବ:
୧୯୫୩ରେ ଆମେରିକାର ରାଷ୍ଟ୍ରପତି ଇସେନ୍‌ହାଉରା ଆଣବିକ ଶକ୍ତି ଉପରେ ଅନ୍ତାର୍ଜାତୀୟ କଟକଣା ଜାରି କରିବା ଓ ଅସ୍ତ୍ରଶସ୍ତ୍ର ହ୍ରାସ କରିବା ନେଇ ଏକ ପ୍ରସ୍ତାବ ଦେଲେ । ଡିସେମ୍ବର ୮ ତାରିଖରେ ସେ ଆଣବିକ ଶକ୍ତିକୁ ଶାନ୍ତି ପ୍ରତିଷ୍ଠା ଦିଗରେ ବିନିଯୋଗ କରିବାକୁ ପରାମର୍ଶ ଦେଲେ; ମାତ୍ର ଏ ଦିଗରେ ସହମତି ଦାବୀକଲେ ।

ଦଶ ସଦସ୍ୟ ବିଶିଷ୍ଟ ନିରସ୍ତ୍ରୀକରଣ କମିଶନ:
୧୯୫୯ରେ ଦଶଟି ସଦସ୍ୟ ରାଷ୍ଟ୍ରଙ୍କୁ ନେଇ ଏକ ନୂତନ ନିରସ୍ତ୍ରୀକରଣ କମିଶନ ପ୍ରତିଷ୍ଠା କରାଗଲା; ମାତ୍ର ଏହି କମିଶନ ମଧ୍ୟ ସଫଳ ହୋଇପାରି ନଥିଲା । ଏହାପରେ ୧୮ଟି ରାଷ୍ଟ୍ରକୁ ନେଇ ଅନ୍ୟ ଏକ ନିରସ୍ତ୍ରୀକରଣ କମିଶନ ଗଠନ କରାଗଲା । ଏହି କମିଶନ ୧୯୬୨ ମାର୍ଚ୍ଚ ମାସରେ ବୈଠକରେ ମିଳିତ ହେଲେ ଏବଂ ସମ୍ପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ହ୍ରାସ କରିବାକୁ ପ୍ରସ୍ତାବ ଦେଲେ । ଏହାଛଡ଼ା ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ଶୃଙ୍ଖଳିତ କରିବାପାଇଁ ନିରପେକ୍ଷ ରାଷ୍ଟ୍ରଗୁଡ଼ିକ ଦାବୀକଲେ ।

ମସ୍କୋ ଟେଷ୍ଟବ୍ୟାନ୍ ଚୁକ୍ତି (୧୯୬୩):
୧୯୬୩ ମସିହାରେ ଆମେରିକାର ରାଷ୍ଟ୍ରପତି ଜେ. ଏଫ୍. କେନେଡ଼ି ଘୋଷଣାକଲେ ଯେ ନିକଟରେ ରୁଷ, ଆମେରିକା ଓ ବ୍ରିଟେନ ମିଳିତ ଭାବରେ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ନିରୋଧ କରିବେ । ୧୯୬୩, ଜୁଲାଇ ୨୫ରେ ସେମାନେ ମସ୍କୋଠାରେ ମିଳିତ ହେଲେ ଏବଂ ଆଣବିକ ପରୀକ୍ଷା ନିରୋଧ ଯୁକ୍ତି ସ୍ଵାକ୍ଷର କଲେ । ଏହାଦ୍ୱାରା ବାୟୁମଣ୍ଡଳ, ମହାକାଶ ବା ଜଳଭାଗ ଭିତରେ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା କରାନଯିବାକୁ ସୁପାରିଶ କରାଗଲା । ଏହି ଚୁକ୍ତି ବଳରେ ସ୍ଥାୟୀ ଶାନ୍ତି ଓ ନିରସ୍ତ୍ରୀକରଣ ସମ୍ଭବ ହୋଇଥିଲା ।

ଆଣବିକ ଅସ୍ତ୍ରନିରୋଧ ଚୁକ୍ତି : (Nuclear Non-Proliferation Treaty, 1968)
୧୯୬୪ ରୁ ୧୯୬୬ ପର୍ଯ୍ୟନ୍ତ ନିରସ୍ତ୍ରୀକରଣ ଆୟୋଗର ବୈଠକ ବାରମ୍ବାର ଅନୁଷ୍ଠିତ ହୋଇଥିଲେ ବି କୌଣସି ରାଜିନାମା ସ୍ୱାକ୍ଷରିତ ହୋଇପାରି ନଥିଲା । ୧୯୬୩ର ଆଣବିକ ଅସ୍ତ୍ର ପରୀକ୍ଷା ନିରୋଧ ଚୁକ୍ତିପରେ ବୃହତ୍ ଶକ୍ତିଗୁଡ଼ିକ ସାଧାରଣ ନିରସ୍ତ୍ରୀକରଣ ଅପେକ୍ଷା ଅଣୁଅସ୍ତ୍ର ନିରୋଧ ଉପରେ ଅଧିକ ଗୁରୁତ୍ଵଆରୋପ କଲେ । ୧୯୬୬ରେ ସାଧାରଣସଭା ସମସ୍ତ ସଦସ୍ୟମାନଙ୍କୁ ଆଣବିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ ନକରିବାକୁ ଅନୁରୋଧ କରି ଏକ ପ୍ରସ୍ତାବ ଗ୍ରହଣକଲେ । ଏହାପରେ ଜାତିସଂଘର ନିରସ୍ତ୍ରୀକରଣ କମିଶନ ଦୀର୍ଘଦିନ ଧରି ଆଲୋଚନା କରିବା ପରେ ୧୯୬୮ ମସିହା ମାର୍ଚ୍ଚ ମାସରେ ଅସ୍ତ୍ରଶସ୍ତ୍ର ଉତ୍ପାଦନ ନିରୋଧ ସମ୍ପର୍କୀୟ ଏକ ପ୍ରସ୍ତାବ ସାଧାରଣସଭା ନିକଟରେ ଉପସ୍ଥାପିତ କଲେ । ଏହି ଚୁକ୍ତିକୁ ୧୯୬୮ ଜୁଲାଇ ମାସରେ ଅନୁମୋଦନ ପାଇଁ ପ୍ରସ୍ତୁତ କରାଗଲା ଏବଂ ୧୯୭୦, ମାର୍ଚ୍ଚ ୫ ତାରିଖରେ ଏହି ଚୁକ୍ତି କାର୍ଯ୍ୟକାରୀ କରାଗଲା ।

ଏହି ଚୁକ୍ତି ବଳରେ କୌଣସି ରାଷ୍ଟ୍ର ଆଣବିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ କରିବେ ନାହିଁ କି ଅଣୁଅସ୍ତ୍ର ବ୍ୟବସାୟ କରିବେ ନାହିଁ ଉଲ୍ଲେଖ ହେଲା । ଯେଉଁ ରାଷ୍ଟ୍ରଗୁଡ଼ିକର ଆଣବିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ କ୍ଷମତା ନାହିଁ, ସେମାନେ ଏ ଦିଗରେ କାର୍ଯ୍ୟ କରିବେନି ବୋଲି ପରାମର୍ଶ ଦିଆଗଲା । ଆଣବିକ ଅସ୍ତ୍ରଶସ୍ତ୍ରକୁ ଶାନ୍ତି ପ୍ରତିଷ୍ଠା ଦିଗରେ ବିନିଯୋଗ କରାଯିବ ବୋଲି ସବୁ ରାଷ୍ଟ୍ର ସମ୍ମତି ପ୍ରକାଶକଲେ । ଏଥ‌ିପାଇଁ ୧୯୭୦ ଦଶକକୁ ନିରସ୍ତ୍ରୀକରଣର ଦଶନ୍ଧି କୁହାଯାଏ । ଫ୍ରାନ୍ସ, ଚୀନ ଓ ଭାରତ ଏହି ଚୁକ୍ତିରୁ ଦୂରେଇ- ରହିଥିଲେ ।

SALT-I ଓ SALT-II – ୧୯୬୯ ପରେ ଆମେରିକା ଓ ରୁଷ ଗୁରୁତ୍ଵପୂର୍ଣ୍ଣ ଅସ୍ତ୍ର ନିୟନ୍ତ୍ରଣ ଉପରେ ଆଲୋଚନା ଆରମ୍ଭକଲେ । ୧୯୭୨ ମସିହାରେ SALT-I ସ୍ବାକ୍ଷରିତ ହୋଇଥିଲା । ଏହି ଚୁକ୍ତିରେ ପ୍ରତିପକ୍ଷ କ୍ଷେପଣାସ୍ତ୍ର ବିଧ୍ୱଂସୀ ଅସ୍ତ୍ରଶସ୍ତ୍ର ହ୍ରାସପାଇଁ ଦାବିକଲେ । ଏହାଦ୍ଵାରା (Anti Ballistic Missiles Treaty, 1972) ଓ (Interim Offensive Weapons Agreement (1972) ଚୁକ୍ତିଦ୍ୱୟ ପାଞ୍ଚବର୍ଷଲାଗି କାର୍ଯ୍ୟକାରୀ ହେଲା ।

ଏହାପରେ ୧୯୭୯ ମସିହାରେ ଦୁଇ ବୃହତ୍ ଶକ୍ତି ଆଣବିକ ଓ ବିପଜ୍ଜନକ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଓ ହ୍ରାସ ସମ୍ପର୍କରେ ଏକ ରାଜିନାମା ସ୍ବାକ୍ଷରକଲେ । ମସ୍କୋଠାରେ ଅନୁଷ୍ଠିତ ଏହି ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜିମି କାର୍ଟର ଓ ସୋଭିଏତ୍ ପ୍ରେସିଡେଣ୍ଟ ବ୍ରେଜ୍‌ନେଭ ୧୯୭୯ ଜୁନ୍ ୧୮ ତାରିଖରେ ଏହି ଚୁକ୍ତି (SALT-II) ସ୍ଵାକ୍ଷରକଲେ । ଉଭୟପକ୍ଷ ଏହି ଚୁକ୍ତି ବଳରେ ସେମାନଙ୍କ ଅସ୍ତ୍ରଶସ୍ତ୍ର ଉପରେ ନିୟନ୍ତ୍ରଣ ଜାରି କରିବାପାଇଁ ସମ୍ମତି ପ୍ରକାଶ କରିଥିଲେ; ମାତ୍ର, ଆଫଗାନିସ୍ଥାନ, ସମସ୍ୟାରେ ସୋଭିଏତ୍ ହସ୍ତକ୍ଷେପ ନେଇ ଆମେରିକାର ସିନେଟ୍ SALT-II କୁ ଅନୁମୋଦନ ନ କରିବାରୁ ଏହି ଚୁକ୍ତି ପାଳନ କରାଯାଇ ନଥିଲା ।

ରାସାୟନିକ ଅସ୍ତ୍ରନିରୋଧ:
୧୯୮୯ ଜାନୁୟାରୀରେ ୧୦୪ଟି ଦେଶ ମଧ୍ୟରେ ରାସାୟନିକ ଚୁକ୍ତି ନିରୋଧ ସମ୍ପର୍କରେ ଏକ ରାଜିନାମା ସ୍ୱାକ୍ଷରିତ ହେଲା, ଏହାପରେ ସୋଭିଏତ୍ ରାଷ୍ଟ୍ରପତି ଗୋର୍ବାଚୋଭ୍ ଏକତରଫା ଭାବେ ୟୁରାନିୟମ୍ ଉତ୍ପାଦନକୁ ବନ୍ଦ କଲେ ଏବଂ ସୋଭିଏତ୍ ସେନାବାହିନୀର ସଂଖ୍ୟା ହ୍ରାସକଲେ । ଏହାପରେ ନିରସ୍ତ୍ରୀକରଣ ତ୍ବରାନ୍ବିତ ହେଲା । ୯ | ବିଶ୍ବରେ ଆଣବିକ ଅସ୍ତ୍ରଦୌଡ଼ର ସୃଷ୍ଟି ଓ ସ୍ଥିତିକୁ ବିଶ୍ଳେଷଣ କର ।

CHSE Odisha Class 12 Political Science Chapter 9 Long Answer Questions in Odia Medium

୯। ବିଶ୍ବରେ ଆଣବିକ ଅସ୍ତ୍ରଦୌଡ଼ର ସୃଷ୍ଟି ଓ ସ୍ଥିତିକୁ ବିଶ୍ଳେଷଣ କର ।
Answer:
ଜର୍ମାନର କାଇସର ୱିଲିୟମ୍ ଇନଷ୍ଟିଚ୍ୟୁଟ୍ (Kaiser William Institute) ଠାରେ ଅଟୋ ହାନ୍ ଏବଂ ଡକ୍ଟର ଫ୍ରିଜ୍ ଷ୍ଟିଅର୍ସମାନ ପ୍ରଥମଥର ପାଇଁ ଅଣୁର ବିଭାଜନ କରିଥିଲେ । ଲାଇସ୍ ମେଗ୍‌ନର ଏବଂ ଅଟୋହାନ୍ ପରବର୍ତ୍ତୀ ସମୟରେ ସଫଳତାର ସହିତ ଅଣୁର ବିଭାଜନ କରି ଏହାକୁ ଆଣବିକ ବିଖଣ୍ଡନରେ ପାଇବା ବିଷୟ ଘୋଷଣା କରିଥିଲେ । ଏହା ଥିଲା ଏକ ସଂଯୋଗର ବିଷୟ ଯେ ଇତିହାସର ଏହି ମୋଡ଼ରେ ‘ଅଣୁର ସମସ୍ୟା’ ଉପରେ କାର୍ଯ୍ୟ କରୁଥ‌ିବା ଏହି ଉର୍ବର ମସ୍ତିଷ୍କଧାରୀ ବ୍ୟକ୍ତିମାନେ ୟୁହୂଦୀ (Jews) ଥିଲେ ଏବଂ ସେମାନେ ଥିଲେ ଜର୍ମାନ ଦେଶର ।

ହିଟ୍‌ଲର୍ ୟୁହୁଦୀବାଦର ଘୋର ବିରୋଧୀ ଥିଲେ । ତେଣୁ ଜର୍ମାନର ଏହି ମହାନ ମସ୍ତିଷ୍କଧାରୀ ବ୍ୟକ୍ତିମାନେ ଯୁକ୍ତରାଷ୍ଟ୍ରକୁ ପଳାଇଯାଇଥିଲେ, ଯେଉଁଠାରେ କି ସେମାନଙ୍କୁ ସ୍ବାଗତ କରାଯାଇଥିଲା । ଏହି ପଳାୟନପନ୍ଥୀ ବୈଜ୍ଞାନିକମାନେ ଆମେରିକା ସାମରିକବାହିନୀ ଯେଉଁମାନେ ଇଉରୋପର ଘଟଣା ନିରୀକ୍ଷଣ କରୁଥିଲେ, ସେମାନଙ୍କୁ ସମସ୍ତ ସୂଚନା ଦେଇଥିଲେ, ଏକ ସୁଦୂରପ୍ରସାରୀ ଆଶଙ୍କା ରହିଥୁଲା ଯେ, ଯେହେତୁ ଅଣୁର ବିଘଟଣ ଜ୍ଞାନ ଜର୍ମାନୀମାନେ ଜାଣିଛନ୍ତି, ତେଣୁ ଆଣବିକ ବୋମା ତିଆରି କରିବାରେ ଜର୍ମାନ ପ୍ରଥମ ଦେଶ ହେବ । ଏହି ପଳାତକ ବୈଜ୍ଞାନିକମାନଙ୍କ ମଧ୍ୟରୁ ଆଲବର୍ଟ ଆଇନ୍‌ଷ୍ଟାଇନ୍ ମଧ୍ୟ ଜଣେ ଥିଲେ ଏବଂ ସେ ଏହି ଆବିଷ୍କାରର ମହତ୍ତ୍ଵ ବିଷୟରେ ସଂପୂର୍ଣ୍ଣ ଭାବରେ ଅବଗତ ଥିଲେ, କାରଣ ସେ ହିଁ ସର୍ବପ୍ରଥମେ ଅଣୁର ଗୁପ୍ତଶକ୍ତି ବିଷୟରେ ଆଧୁନିକ ବିଶ୍ଵକୁ ସୂଚନା ଦେଇଥିଲେ । ସେ ଏ ବିଷୟରେ ଆମେରିକାର ରାଷ୍ଟ୍ରପତିଙ୍କୁ ସତର୍କ କରାଇ ଦେଇଥିଲେ ।

ମାନହାଟାନ ପ୍ରକଳ୍ପ:
ରାଷ୍ଟ୍ରପତି ରୁଜ୍‌ଭେଲ୍ଟଙ୍କ ଅଧୀନରେ ଆମେରିକୀୟମାନେ ସଂପୂର୍ଣ୍ଣ ଭାବରେ ଏହାର ଆନ୍ତରାଷ୍ଟ୍ରୀୟ ପରିଣାମ ସମ୍ପର୍କରେ ସଚେତନ ଥିଲେ ଏବଂ ସେଥ‌ିପାଇଁ ଅସ୍ତ୍ରଦୌଡ଼ ଆରମ୍ଭ କରିଦେଲେ ଏବଂ ପ୍ରଥମେ ଆଣବିକ ବୋମା ତିଆରିକଲେ l ରାଷ୍ଟ୍ରପତି ରୁଜଭେଲ୍ଟ ଅତି ଗୁପ୍ତ ଭାବରେ ‘ମାନହାଟାନ ପ୍ରକଳ୍ପ’ ତିଆରିକଲେ, ଯାହା ଥିଲା ସବୁଠାରୁ ବଡ଼ ବୈଜ୍ଞାନିକ ପ୍ରକଳ୍ପ । ମେଜର ଜେନେରାଲ ଲେସଲି ଗ୍ରୋଭସ୍‌ଙ୍କ ଅଧୀନରେ ଏଥୁପାଇଁ ୨ ବିଲିୟନ୍ ଡଲାର ଖର୍ଚ୍ଚ ହୋଇଥିଲା । ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆଣବିକ ବୋମା ତିଆରି କରିବା ପାଇଁ ନିର୍ଦ୍ଦେଶ ଥିଲା । ରବର୍ଟ ଓପେନ୍ହମର୍, ଏନ୍‌ରିକୋ ଫର୍‌ମି, ହର୍ବଟ୍ ୟୋକ୍, ଏଡ଼ୱାର୍ଡ଼ ଟେଲର, ହାନ୍ସବେଥ୍ ଏବଂ ଅନ୍ୟାନ୍ୟ ବିଖ୍ୟାତ ବୈଜ୍ଞାନିକ ମଧ୍ୟ ପ୍ରଥମ ତିନୋଟି ଆଣବିକ ବୋମା ତିଆରିରେ ଦେଇଥିଲେ । ବୋମା ତିଆରିର ଗୁରୁତ୍ଵପୂର୍ଣ୍ଣ କଥାଟି ହେଲା ଯଦିଓ ପ୍ରାରମ୍ଭରୁ ଶତୃ ଜର୍ମାନ ଥିଲା, ଧୀରେ ଧୀରେ ପ୍ରକୃତ ଶତ୍ରୁ ଯାହା ପାଇଁ ବୋମାଟି ତିଆରି ହୋଇଥିଲା ତହା ସୋଭିଏତ୍ ସଂଘ ହୋଇଗଲା । ପ୍ରକୃତରେ ଜେନେରାଲ୍ ଲେସଲି ଗ୍ରୋଭସ୍ ମଧ୍ୟ କହିଥିଲେ ଯେ, ସୋଭିଏତ୍ ସଂଘ ପ୍ରକୃତ ଶବ୍ଦବୋଲି ତାଙ୍କର ତିଳେମାତ୍ର ସନ୍ଦେହ ନଥୁଲା । ୧୯୪୫ ପରବର୍ତୀ ବିଶ୍ୱକୁ ବୁଝିବାପାଇଁ ଏହି ତଥ୍ୟ ଅତ୍ୟନ୍ତ ନିର୍ଣ୍ଣାୟକ ଅଟେ ।

ଯୁଦ୍ଧୋତ୍ତର ସମୟରେ ଅସ୍ତ୍ରଦୌଡ଼ର ଯଥାର୍ଥତା:
ଜର୍ମାନ ଯେ, କି ପ୍ରଥମ ରାଷ୍ଟ୍ର ଥୁଲା, ଯାହା ସହିତ ଯୁକ୍ତରାଷ୍ଟ୍ର ଆଣବିକ ଅସ୍ତ୍ରଦୌଡ଼ରେ ଲିପ୍ତ ଥିଲା, ୧୯୪୫ ମସିହା ମେ ମାସରେ ସେ ଆତ୍ମ ସମର୍ପଣ କଲା ଏବଂ ଏହାର ସମସ୍ତ ଆଣବିକ ସୁବିଧା ସୁଯୋଗକୁ ନଷ୍ଟ କରି ଦିଆଗଲା । ଏହିପରି ଭାବରେ ଆଣବିକ ଅସ୍ତ୍ରଦୌଡ଼ର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିଲା । ଏହା ବ୍ୟତୀତ ମଧ୍ଯ ଅସ୍ତ୍ର ଥରେ ନିର୍ମାଣ ହେବା ପରେ ଏହି ଦୌଡ଼ ଲାଗି ରହିଲା । ଦିଗ୍‌ବଳୟ ସେ ପାଖରେ ଏକ ନୂତନ ଶତ୍ରୁ ଆବିଷ୍କୃତ ହେଲା ! ସେ ଥିଲା କମ୍ୟୁନିଷ୍ଟ ସୋଭିଏତ୍ ସଂଘ । ସାମ୍ୟବାଦର ଭୟ ଏକ ମତବାଦ ଭାବରେ ଆଣବିକ ବୋମା ତିଆରିକୁ ଇନ୍ଧନ ଯୋଗାଇଥିଲା । ସେହି ଦୃଷ୍ଟିରୁ ଆମେରିକୀୟ ସାମରିକ-ଶିଳ୍ପ ଉଦ୍ୟୋଗ ସମଷ୍ଟିର ଉତ୍‌ଥାନ ଭୁଲ୍ ନଥିଲା ।

ଜର୍ମାନ ପତନ ପରେ କମ୍ୟୁନିଷ୍ଟ ସୋଭିଏତ୍ ସଂଘ ନିଶ୍ଚିତ ଭାବରେ ସବୁଠାରୁ ବଡ଼ ଶକ୍ତିକେନ୍ଦ୍ର ଥିଲା, ଯେ କି ଆମେରିକା ଏବଂ ଏହାର ପାଶ୍ଚାତ୍ୟ ମିତ୍ର ସଂଗଠନକୁ ଟକ୍କର ଦେଇଥିଲା । ବିଶ୍ୱ ନିଶ୍ଚିତ ଭାବରେ ଦୁଇଟି ଶକ୍ତିକେନ୍ଦ୍ରରେ ବିଭାଜିତ ହେବାକୁ ବସିଲା, ପୁଞ୍ଜିବାଦୀ ଏବଂ ସମାଜବାଦୀଙ୍କ ସହ ଜର୍ମାନକୁ ମିଶାଇ ଇଉରୋପ ଏହାର ପ୍ରଥମ ଶିକାର ହେଲା । ମିତ୍ର ସଂଗଠନ ଏ ବିଷୟରେ କିଛି କରି ପାରିଲେ ନାହିଁ । କିଛି ଗୋଟିଏ ଚରମ ଅସ୍ତ୍ର ବାହାର କରିବାକୁ ପଡ଼ିବ । ଯାହାକି କମ୍ୟୁନିଷ୍ଟବାଦକୁ ବନ୍ଦ କରିବ ବା ସମ୍ଭବତଃ ଧ୍ବଂସ କରିଦେବ । ତାହା ପ୍ରଥମେ ଫାସୀବାଦୀ ଜର୍ମାନ ପାଇଁ ତିଆରି ହୋଇଥିଲା ଏବଂ ପରୀକ୍ଷାମୂଳକ ଭାବରେ ଜାପାନରେ ବ୍ୟବହାର କରାଯାଇଥିଲା ଏବଂ ପରେ ସମାଜବାଦୀ ସୋଭିଏତ୍ ସଂଘ ବିରୁଦ୍ଧରେ ବ୍ୟବହାର ପାଇଁ ଯୋଜନା କରାଯାଇଥିଲା ।

ଏହାକୁ ଆମେରିକୀୟ ଶାସନ ବ୍ୟବସ୍ଥାରେ ମତବାଦଜନିତ ଯୁଦ୍ଧ ନାମ ଦିଆଗଲା ଏବଂ ଦ୍ଵିତୀୟ ବିଶ୍ବଯୁଦ୍ଧୋତ୍ତର ସମୟରେ ଅସ୍ତ୍ରଦୌଡ଼ର ଏହା ଏକ ଗୁରୁତ୍ଵପୂର୍ଣ୍ଣ କାରଣ ପାଲଟିଗଲା । ଅଣୁ ବିଜାଜନର ଆବିଷ୍କାର ଯୁକ୍ତରାଷ୍ଟ୍ର ଆମେରିକାକୁ ବିଶ୍ଵାସ ଦେଇଥିଲା ଯେ ସେ ‘ଶୀତଳ ଯୁଦ୍ଧ’ ବା ୱିନ୍‌ଷ୍ଟନ୍‌ ଚଢିଲ୍‌ଙ୍କ ଭାଷାରେ ଇଉରୋପ ଉପରେ ପଡ଼ିଥିବା ‘ଲୌହ ପରଦା’ ବିରୁଦ୍ଧରେ ଲଢ଼ିପାରିବ । ଏହା ଏକ ପ୍ରକାର ସଙ୍କେତ ଥିଲା ଯେ ୧୯୪୫ ମସିହା ପରେ ଯେଉଁ ନୂତନ ଯୁଦ୍ଧ ହେବ, ତାହା ସୋଭିଏତ୍ ସଂଘ ବିରୁଦ୍ଧରେ ସଂଘଠିତ ହେବ ।

CHSE Odisha Class 12 Political Science Chapter 9 Long Answer Questions in Odia Medium

୧୦ । ନିରସ୍ତ୍ରୀକରଣର କାରଣ ଓ ଗୁରୁତ୍ଵ ଆଲୋଚନା କର । ଏହାର ପ୍ରତିବନ୍ଧକମାନ ଉଲ୍ଲେଖ କର ।
Answer:
ବିଂଶ ଶତାବ୍ଦୀର ଦୁଇ ବିଶ୍ବଯୁଦ୍ଧର ବିଭିଷିକା ଓ ମର୍ମନ୍ତୁଦ ଅନୁଭୂତିକୁ ଆଧାର କରି ବିଶ୍ଵର ଜନନାୟକମାନେ ବିଶ୍ୱଶାନ୍ତି ପ୍ରତିଷ୍ଠା ଏବଂ ଯୁଦ୍ଧର ସମ୍ଭାବନାକୁ ଏଡ଼ାଇବା ପାଇଁ ନିରସ୍ତ୍ରୀକରଣ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ସାଧାରଣତଃ ଅସ୍ତ୍ରଶସ୍ତ୍ର ଆୟୋଜନକୁ ଯୁଦ୍ଧର ପ୍ରସ୍ତୁତି ବୋଲି କୁହାଯାଇଥାଏ । ଅସ୍ତ୍ରଶସ୍ତ୍ର ଉତ୍ପାଦନ ବନ୍ଦ ହେଲେ ଯୁଦ୍ଧର ସମ୍ଭାବନା କ୍ଷୀଣ ହୋଇଥାଏ । ତେଣୁ ବିଶ୍ୱଶାନ୍ତି ପ୍ରତିଷ୍ଠା ଭାବେ ବିଚାର କରାଯାଇଥାଏ ।

ସାଧାରଣ ଭାବରେ ନିରସ୍ତ୍ରୀକରଣ କହିଲେ ସମସ୍ତ ପ୍ରକାରର ମାରଣାସ୍ତ୍ରର ଉତ୍ପାଦନକୁ ବନ୍ଦ କରିବାକୁ ହିଁ ବୁଝାଇଥାଏ । ଏହା ଅସ୍ତ୍ରକରଣ ନୀତିବିରୋଧୀ ଅଟେ । ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଉପରେ କଟକଣା ଜାରି କରିବା ଓ ମହଜୁଦ ଥ‌ିବା ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିଦେବା ନିରସ୍ତ୍ରୀକରଣର ଅଂଶବିଶେଷ ଅଟେ । ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାରୁ ମୁକ୍ତ ରହି ରାଷ୍ଟ୍ରମାନେ ଶାନ୍ତି ଓ ପ୍ରଗତି ଦିଗରେ ମନୋନିବେଶ କରିବା ନିରସ୍ତ୍ରୀକରଣର ମୁଖ୍ୟ ଉଦ୍ଦେଶ୍ୟ । ନିରସ୍ତ୍ରୀକରଣ ଯୋଗୁଁ ସମ୍ଭାବିତ ଆଣବିକ ଯୁଦ୍ଧର ସମ୍ଭାବନାକୁ ଏଡ଼ାଇ ଦିଆଯାଇଥାଏ ଏବଂ ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ରକ୍ଷା କରାଯାଇଥାଏ ।

ନିରସ୍ତ୍ରୀକରଣର କାରଣ ଓ ଗୁରୁତ୍ୱ:
ଆଧୁନିକ ବିଶ୍ୱରେ ଆଣବିକ ଯୁଦ୍ଧର ଭୟାବହତା ଯୋଗୁଁ ରାଷ୍ଟ୍ରମାନେ ନିରସ୍ତ୍ରୀକରଣ ନୀତିରେ ବିଶ୍ବାସ କରୁଛନ୍ତି ।

(୧) ଯୁଦ୍ଧର ନିରାକରଣ ଓ ଶାନ୍ତି ପ୍ରତିଷ୍ଠା:
ବିଶିଷ୍ଟ ରାଜନୀତିବିଜ୍ଞାନୀ ମରଗେଙ୍କ ମତରେ, ଯୁଦ୍ଧର ନିରାକରଣ ଓ ଶାନ୍ତିପ୍ରତିଷ୍ଠା ପାଇଁ ନିରସ୍ତ୍ରୀକରଣ ନୀତିକୁ ଅନୁସରଣ କରାଯିବା ଆବଶ୍ୟକ । ନିରସ୍ତ୍ରୀକରଣ ନୀତି ଆନ୍ତର୍ଜାତୀୟ କ୍ଷେତ୍ରରେ କ୍ଷମତାର ସଂଘର୍ଷକୁ ବିରୋଧ କରିଥାଏ । ଯୁଦ୍ଧପାଇଁ ମାନବଜାତିର ଅନେକ ଧନଜୀବନ ନଷ୍ଟ ହୋଇଥାଏ ଓ କେବଳ ନିରସ୍ତ୍ରୀକରଣ ନୀତି ଯୋଗୁଁ ଏହି କ୍ଷୟକ୍ଷତିକୁ ରୋକାଯାଇପାରିବ । ଅସ୍ତ୍ରଶସ୍ତ୍ରରୁ ଯୁଦ୍ଧ ଓ ଧ୍ଵଂସଲୀଳା ଲାଗିଥାଏ, ଯଦି ଏହି ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରି ଦିଆଯାଏ; ତେବେ ଯୁଦ୍ଧ ଲାଗିବ ନାହିଁ । ଗୋଟିଏ ରାଷ୍ଟ୍ର ନିଜର ସାମରିକ ଶକ୍ତି ବୃଦ୍ଧି କଲେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଯୁଦ୍ଧ ଭୟରେ ଆତଙ୍କିତ ହୋଇପଡ଼ନ୍ତି । ଏଣୁ, ଆତ୍ମରକ୍ଷା ଦୃଷ୍ଟିରୁ ବା ପ୍ରତିଦ୍ବନ୍ଦିତା ମନୋଭାବରୁ ସେମାନେ ମଧ୍ୟ ନିଜର ସାମରିକ ଶକ୍ତି ବୃଦ୍ଧିଲାଗି ଉଦ୍ୟମ କରନ୍ତି । ଅସ୍ତ୍ରଶସ୍ତ୍ର ରାଷ୍ଟ୍ର ପାଖରେ ଉଗ୍ରଭାବନା ଜାଗ୍ରତ କରେ; ଫଳରେ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ବୃଦ୍ଧିପାଏ ଏବଂ ଯୁଦ୍ଧ ସୃଷ୍ଟି ହୁଏ । ଏଥୁରୁ ମୁକ୍ତି ପାଇଁ ସମ୍ପୂର୍ଣ ନିରସ୍ତ୍ରୀକରଣ ଅପରିହାର୍ଯ୍ୟ ।

(ଖ) ଆଣବିକ ଯୁଦ୍ଧର ସମ୍ଭାବନା ବା ଆତଙ୍କ : (Nuclear Threat):
ଆଣବିକ ଅସ୍ତ୍ରଶସ୍ତ୍ରର ଆତଙ୍କ ମଧ୍ୟ ନିରସ୍ତ୍ରୀକରଣକୁ ପ୍ରୋତ୍ସାହିତ କରିଥାଏ ! ଆଣବିକ ଅସ୍ତ୍ରଶସ୍ତ୍ର ମାନବଜାତି ପାଇଁ ଅତ୍ୟନ୍ତ କ୍ଷତିକାରକ । ତେଣୁ ମାନବଜାତିର ସୁରକ୍ଷା ଓ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଦୃଷ୍ଟିରୁ ନିରସ୍ତ୍ରୀକରଣ ହିଁ ଏକମାତ୍ର ପନ୍ଥା ବୋଲି ବିଶେଷଜ୍ଞମାନେ ଯୁକ୍ତିକରନ୍ତି । ଆଣବିକ ଯୁଦ୍ଧର ଏହି ଭୟାବହତା ମଧ୍ୟ ଅନେକ ସମୟରେ ଶାନ୍ତି ପ୍ରତିଷ୍ଠା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥାଏ ! ଆଣବିକ ଯୁଦ୍ଧ ଭୟରେ କୌଣସି ରାଷ୍ଟ୍ର ଆଦୌ ଯୁଦ୍ଧ କରିବାକୁ ଉଚିତ ମନେକରି ନଥାନ୍ତି ।

(ଗ) ଆର୍ଥିକ ପ୍ରଗତି:
ରାଷ୍ଟ୍ରମାନଙ୍କର ଅର୍ଥନୈତିକ ପ୍ରଗତି ଓ ଅଭିବୃଦ୍ଧି ଦୃଷ୍ଟିରୁ ନିରସ୍ତ୍ରୀକରଣ ଏକ ମହତ୍ ଉପାୟ ଅଟେ । ରାଷ୍ଟ୍ରଗୁଡ଼ିକର ସାମରିକ ବ୍ୟୟ ବୃଦ୍ଧି ହେତୁ କେବଳ ଉତ୍ତେଜନା ବୃଦ୍ଧି ହେତୁ କେବଳ ଉତ୍ତେଜନା ବୃଦ୍ଧିପାଏ ନାହିଁ । ଆର୍ଥିକ ପ୍ରଗତି ମଧ୍ୟ ବାଧାପ୍ରାପ୍ତ ହୋଇଥାଏ । କାରଣ, ଯେଉଁ ଅର୍ଥକୁ ରାଷ୍ଟ୍ରଗୁଡ଼ିକର ଆର୍ଥିକ ଅଭିବୃଦ୍ଧି ଦିଗରେ ବିନିଯୋଗ କରାଯାଇପାରନ୍ତା ବା ଅନ୍ୟ ରାଷ୍ଟ୍ରକୁ ସହାୟତା ଆକାରରେ ଦିଆଯାଇଥା’ନ୍ତା ତାକୁ ଅସ୍ତ୍ରଶସ୍ତ୍ର ଉତ୍ପାଦନ, ଯୁଦ୍ଧ ଦିଗରେ ବିନିଯୋଗ କରାଯିବା ଫଳରେ ସମଗ୍ର ବିଶ୍ଵର ଆର୍ଥିକ ପ୍ରଗତି ସମ୍ଭବ ହୋଇପାରନ୍ତା ।

(ଘ) ସାମାଜିକ ସମସ୍ୟାର ସମାଧାନ:
ପ୍ରତି ରାଷ୍ଟ୍ରର କିଛି ସାମାଜିକ ସମସ୍ୟା ରହିଛି; ଯଥା— ଦାରିଦ୍ର୍ୟ, ନିରକ୍ଷରତା, ଗୃହ ଯୋଗାଣ, ଅନାହାର ଓ ମାରାତ୍ମକ ରୋଗ ଇତ୍ୟାଦି । ଏସବୁର ସମାଧାନ ବିନା ଦେଶର ପ୍ରଗତି ଅସମ୍ଭବ । ଏଥିପାଇଁ ବ୍ୟାପକ ଆର୍ଥିକ ସମ୍ବଳ ଆବଶ୍ୟକ । ରାଷ୍ଟ୍ରମାନେ ସାମରିକକ୍ଷେତ୍ରରେ ଅଧ‌ିକ ପୁଞ୍ଜି ବିନିଯୋଗ କରିବା ହେତୁ ସେମାନେ ସାମାଜିକ ସମସ୍ୟାର ସମାଧାନ କରିପାରନ୍ତି ନାହିଁ । ଏଣୁ ସେମାନେ ଯଦି ନିରସ୍ତ୍ରୀକରଣ ନୀତି ଅନୁସରଣ କରନ୍ତି; ତେବେ ଏହି ସମସ୍ୟାଗୁଡ଼ିକରୁ ନିଶ୍ଚିତ ମୁକ୍ତି ପାଇବେ । ଏହାଛଡ଼ା ଅଣୁ ଅସ୍ତ୍ରଶସ୍ତ୍ର ପରୀକ୍ଷା ହେତୁ ପରିବେଶ ମଧ୍ୟ ପ୍ରଦୂଷିତ ହୋଇଥାଏ, ଯାହା ଜନଜୀବନକୁ ବ୍ୟତିବ୍ୟସ୍ତ କରେ ।

(ଙ) ରାଜନୈତିକ କାରଣ:
ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ନିରସ୍ତ୍ରୀକରଣ ଅପରିହାର୍ଯ୍ୟ ଅଟେ । ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ସୃଷ୍ଟି ହେଉଥ‌ିବା ମତଭେଦ ଓ ଉତ୍ତେଜନା ଅନେକ ସମୟରେ ଅସ୍ତ୍ରଶସ୍ତ୍ର ଉତ୍ପାଦନ ବୃଦ୍ଧି ବା ଉନ୍ନତ ସାମରିକ ଯନ୍ତ୍ରପାତି କ୍ରୟଯୋଗୁଁ ହୋଇଥାଏ । ଏହି ସନ୍ଦେହ କ୍ରମଶଃ ଶତ୍ରୁତାରେ ରୂପାନ୍ତରିତ ହୁଏ ଏବଂ ଯୁଦ୍ଧର ବାତାବରଣ ସୃଷ୍ଟି କରେ । ଏଣୁ ଅସ୍ତ୍ରଶସ୍ତ୍ର ଉପରେ ନିୟନ୍ତ୍ରଣ ଜାରିକଲେ ଏହି ସମସ୍ୟାରୁ ସହଜରେ ମୁକ୍ତି ମିଳିପାରିବ । ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ଗଣତନ୍ତ୍ର ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତିର ବିରୋଧ କରିଥାଏ ।

(ଚ) ମନସ୍ତାତ୍ତ୍ଵିକ କାରଣ:
ଯୁଦ୍ଧ ଓ ଆଣବିକ ଅସ୍ତ୍ରଶସ୍ତ୍ରର ବ୍ୟବହାର ଜନସାଧାରଣଙ୍କ ମନସ୍ତାତ୍ତ୍ଵିକ ଭାବନାକୁ ପ୍ରଭାବିତ କରିଥାଏ । ହିଂସା, ଯୁଦ୍ଧ, ବଳପ୍ରୟୋଗ, ଧ୍ୱଂସ ଓ ଗଣହତ୍ୟା ଯୋଗୁଁ ମାନବିକତା ବିକୃତ ରୂପ ଧାରଣ କରିଥାଏ ଏବଂ ଜନସମାଜର ଆନ୍ତର୍ଜାତୀୟ ବ୍ୟବସ୍ଥା ଉପରୁ ଆସ୍ଥା ତୁଟିଯାଏ ।

(ଛ) ଜନମତ:
ଜନସାଧାରଣ ସର୍ବଦା ଶାନ୍ତିପ୍ରିୟ ଏବଂ ଏମାନଙ୍କର ସମର୍ଥନ ପାଇବା ପାଇଁ ଅନେକ ରାଷ୍ଟ୍ର ନିରସ୍ତ୍ରୀକରଣ ପ୍ରସ୍ତାବକୁ ସମର୍ଥନ କରିଥା’ନ୍ତି ।

ନିରସ୍ତ୍ରୀକରଣର ପ୍ରତିବନ୍ଧକ :
(Hindarances to Disarmament) ସାମ୍ପ୍ରତିକ ଯୁଗରେ ପ୍ରତି ରାଷ୍ଟ୍ର ନିଜକୁ ଶାନ୍ତିପ୍ରିୟ ବୋଲି ବିଚାର କରୁଥିଲେ ବି ବାସ୍ତବରେ ସେମାନେ ଶାନ୍ତି ପ୍ରତିଷ୍ଠା କରି ନଥାନ୍ତି । ଜାତୀୟ ସ୍ଵାର୍ଥ, ଅହଂକାର ଓ ସ୍ବାଭିମାନ ହେତୁ ବିଶ୍ୱଶାନ୍ତି ପ୍ରଭାବିତ ହୋଇଥାଏ ଏବଂ ବିଶ୍ୱରେ ଅସ୍ତ୍ର ପ୍ରତିଯୋଗିତା ଲାଗିରହେ । ନିରସ୍ତ୍ରୀକରଣ କ୍ଷେତ୍ରରେ ଦେଖାଦେଉଥ‌ିବା ବିବାଦଗୁଡ଼ିକର ସମାଧାନ କରାନଗଲେ ଶାନ୍ତି ଓ ପ୍ରଗତି ସାଧ୍ୟ ହୋଇପାରିବ ନାହିଁ । ଏହି ପ୍ରତିବନ୍ଧକଗୁଡ଼ିକୁ ନିମ୍ନରେ ବର୍ଣ୍ଣନା କରାଗଲା ।

  • ରାଷ୍ଟ୍ରରେ ନିରାପତ୍ତା ଓ ସ୍ବାଧୀନତାର ସୁରକ୍ଷାପାଇଁ ଅଧିକାଂଶ ରାଷ୍ଟ୍ର ଶାନ୍ତିକାମୀ ହୋଇଥିଲେ ବି ଅସ୍ତ୍ରଶସ୍ତ୍ର ହ୍ରାସ କରି ନଥାନ୍ତି କି ଅସ୍ତ୍ର ଉତ୍ପାଦନରୁ ନିବୃତ୍ତ ରହି ନଥାନ୍ତି । ଯଦି ସେମାନଙ୍କର ନିରାପତ୍ତାର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରା ନଯାଏ; ତେବେ ନିରସ୍ତ୍ରୀକରଣ ବ୍ୟବସ୍ଥା ସଫଳ ହୋଇପାରିବ ନାହିଁ । ଆନ୍ତର୍ଜାତୀୟ ବିବାଦ ଓ ରାଷ୍ଟ୍ରମାନଙ୍କ ମଧ୍ୟରେ ସଂଘର୍ଷରୁ ଏହି ଅସୁରକ୍ଷିତ ଭାବନା ସୃଷ୍ଟି ହୋଇଥାଏ । ଯେ ପର୍ଯ୍ୟନ୍ତ ସେମାନେ ନିଜକୁ ଅସୁରକ୍ଷିତ ଭାବୁଥା’ନ୍ତି ସେ ପର୍ଯ୍ୟନ୍ତ ନିରସ୍ତ୍ରୀକରଣ କେବଳ ଏକ ନୀତି ହୋଇଥବ ।
  • ପାରସ୍ପରିକ ସନ୍ଦେହ, ଅବିଶ୍ଵାସ ଓ ଭୟ ମଧ୍ଯ ନିରସ୍ତ୍ରୀକରଣର ପ୍ରତିବନ୍ଧକ ଅଟେ । ପ୍ରତି ରାଷ୍ଟ୍ର ଅପରପକ୍ଷରେ କାର୍ଯ୍ୟକୁ ସନ୍ଦେହଚକ୍ଷୁରେ ଦେଖିଲେ ଅସ୍ତ୍ରଶସ୍ତ୍ର ହ୍ରାସ କରିବାକୁ ସାହସ କରି ନଥାନ୍ତି । ଏହି ଅବିଶ୍ଵାସରୁ ଚୁକ୍ତିଭଙ୍ଗ ହୋଇଥାଏ, ଏପରିସ୍ଥଳେ ନିରସ୍ତ୍ରୀକରଣ ଯୋଜନା କାର୍ଯ୍ୟକାରୀ ହେବ କିପରି ? ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଉତ୍ତମ ସମ୍ପର୍କ ଓ ବୁଝାମଣା ନରହିଲେ ନିରସ୍ତ୍ରୀକରଣ ସଫଳ ହୋଇପାରିବ ନାହିଁ ।
  • କୌଣସି ରାଷ୍ଟ୍ର ନିରସ୍ତ୍ରୀକରଣ ନୀତିର ବିରୋଧ କରନ୍ତି ନାହିଁ ସତ; ମାତ୍ର ନିଜର ଜାତୀୟ ସ୍ଵାର୍ଥସାଧନ ପାଇଁ ପ୍ରତ୍ୟେକ ଏହି ନୀତିକୁ ଅନୁସରଣ କରିଥା’ନ୍ତି । ନିରସ୍ତ୍ରୀକରଣ ସମ୍ମିଳନୀରେ ପ୍ରତି ରାଷ୍ଟ୍ର ଏପରି ସର୍ଭ ରଖନ୍ତି, ଯାହା ଅନ୍ୟମାନଙ୍କ ପାଇଁ ଗ୍ରହଣଯୋଗ୍ୟ ହୋଇନଥାଏ; ଫଳରେ ଚୁକ୍ତି ସ୍ୱାକ୍ଷର କରିବା ସମ୍ଭବ ହୋଇ ନଥାଏ । କୌଣସି ରାଷ୍ଟ୍ର ନିରସ୍ତ୍ରୀକରଣ ପାଇଁ ଜାତୀୟ ସ୍ଵାର୍ଥରୁ କିଛି ତ୍ୟାଗ କରିବାକୁ ଚାହାନ୍ତି ନାହିଁ । ରାଷ୍ଟ୍ରମାନଙ୍କର ଏହି ମନୋଭାବ ହେତୁ ନିରସ୍ତ୍ରୀକରଣ ଫଳପ୍ରଦ ହୋଇ ନଥାଏ ।
  • ଶୀତଳ ଯୁଦ୍ଧ ଯୋଗୁଁ ରାଷ୍ଟ୍ରଗୁଡ଼ିକର ନିରାପତ୍ତା ଅସୁରକ୍ଷିତ ହେଲା ଏବଂ କ୍ଷମତାର ସନ୍ତୁଳନ କ୍ଷୁଣ୍ଣ ହୋଇଥିଲା । ଏପରି ପରିସ୍ଥିତିରେ ନିରସ୍ତ୍ରୀକରଣ ନୀତି ସଫଳ ହେବ କିପରି ?
  • ନିରସ୍ତ୍ରୀକରଣ ନୀତିଟି କେବଳ ବୃହତ୍ ଶକ୍ତିଙ୍କ ପାଇଁ ଉପଯୋଗୀ ଥିଲା । ସେମାନେ ଉନ୍ନତଧରଣର ଅସ୍ତ୍ରଶସ୍ତ୍ର ଉତ୍ପାଦନ କରି ସାରିଥିଲେ, ତେଣୁ ସେମାନେ ଆଉ ଅଧିକ ଅସ୍ତ୍ରଶସ୍ତ୍ର ଚାହୁଁ ନଥିଲେ; ମାତ୍ର ଯେଉଁ ରାଷ୍ଟ୍ରମାନେ ଏହି କ୍ଷମତା ହାସଲ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ସେମାନେ ଅଧାରୁ ଫେରିଆସିବାକୁ ଚାହିଁଲେ । ଏଣୁ ନିରସ୍ତ୍ରୀକରଣ ଯୋଜନା ଫଳପ୍ରଦ ହୋଇ ନଥିଲା ।
  • ନିରସ୍ତ୍ରୀକରଣ ପରେ ବି ପ୍ରତି ରାଷ୍ଟ୍ର ଅନ୍ୟ ରାଷ୍ଟ୍ର ତୁଳନାରେ ଅଧିକ ଅସ୍ତ୍ରଶସ୍ତ୍ର ମହଜୁଦ୍ ରଖୁବାର ଆକାଂକ୍ଷା ପରିହାର କରି ପାରିଲେ ନାହିଁ । କେଉଁ ଅନୁପାତରେ ଅସ୍ତ୍ରଶସ୍ତ୍ର ହ୍ରାସ କରାଯିବ ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ନୀତି ନଥିଲା, ତେଣୁ, ନିରସ୍ତ୍ରୀକରଣ ସଫଳ ହୋଇ ନଥିଲା । ଜର୍ମାନୀ ତୁଳନାରେ ଫ୍ରାନ୍ସ ଅଧିକ ଅସ୍ତ୍ରଶସ୍ତ୍ର ରଖିବାକୁ ଯୁକ୍ତିକଲା ଓ ଜର୍ମାନୀ ଅଧ୍ଵ ଗୋଳାବାରୁଦ ଓ ବିମାନ ରଖୁବାକୁ ଦାବିକଲା । ଏଣୁ ନିରସ୍ତ୍ରୀକରଣ ଯୋଜନା ଅଧା ରହିଗଲା ।

ଆଧୁନିକ ବିଶ୍ବରେ ମାନବଜାତିର ସ୍ଥିତି ଓ ସୁରକ୍ଷା ପାଇଁ ନିରସ୍ତ୍ରୀକରଣ ଅପରିହାର୍ଯ୍ୟ ଅଟେ । ଏହା ସତ୍ୟ ଯେ, ଅନେକ ଦୃଷ୍ଟିରୁ ରାଷ୍ଟ୍ରମାନେ ଅସ୍ତ୍ରଶସ୍ତ୍ର ଉତ୍ପାଦନ କରିଥା’ନ୍ତି । ବିଶେଷକରି ସମ୍ଭାବିତ ଯୁଦ୍ଧକୁ ମୁକାବିଲା କରିବା ପାଇଁ ରାଷ୍ଟ୍ରମାନେ ନିଜକୁ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିଥା’ନ୍ତି ମାତ୍ର ରାଷ୍ଟ୍ରମାନେ ଯଦି ଯୁଦ୍ଧ ନକରନ୍ତି; ତେବେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାର ଆବଶ୍ୟକତା ନଥାଏ କିମ୍ବା ନିରସ୍ତ୍ରୀକରଣର ଆବଶ୍ୟକତା ମଧ୍ୟ ନଥାଏ; ସେ ଯାହାହେଉନା କାହିଁକି ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ନିରସ୍ତ୍ରୀକରଣ ଆବଶ୍ୟକ । ନିରସ୍ତ୍ରୀକରଣ ପାଇଁ ରାଜନୈତିକ ନହେଲେ ସମଗ୍ର ବିଶ୍ବ ଅଳ୍ପ ସମୟରେ ଧ୍ୱଂସ ହୋଇଯିବ ଓ ମାନବସଭ୍ୟତା ବିଶ୍ବରୁ ଲୋପପାଇବ । ତେଣୁ ଆଧୁନିକ ବିଶ୍ବରେ ଆଣବିକ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାକୁ ଦୃଷ୍ଟିରେରଖ୍ ଛୋଟ ଓ ବଡ଼ ରାଷ୍ଟ୍ରମାନେ ନିରସ୍ତ୍ରୀକରଣ ପାଇଁ ପ୍ରୟାସ କରିଛନ୍ତି । ଆନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତା ରକ୍ଷାକରିବା ଏବଂ ଆଣବିକ ଯୁଦ୍ଧର ସମ୍ଭାବନାକୁ ଏଡ଼ାଇବା ପାଇଁ ନିରସ୍ତ୍ରୀକରଣ ଅପରିହାର୍ଯ୍ୟ ଅଟେ ।

CHSE Odisha Class 12 Political Science Chapter 9 Long Answer Questions in Odia Medium

୧୧ । ଆଣବିକ ଅସ୍ତ୍ରଶସ୍ତ୍ର ନିରୋଧ ପାଇଁ ଆଜିପର୍ଯ୍ୟନ୍ତ ଗ୍ରହଣକରାଯାଇଥିବା ପଦକ୍ଷେପମାନ ସମ୍ବନ୍ଧରେ ଉଲ୍ଲେଖ କର ।
Answer:
ବିଂଶ ଶତାବ୍ଦୀରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ମାନବସମାଜର ଯେତିକି ଉନ୍ନତି ସାଧନ କରିଥିଲା, ସେତିକି ମଧ୍ୟ ମାନବସମାଜକୁ ଭୟ ଓ ଆତଙ୍କ ମଧ୍ୟକୁ ଟାଣିନେଇଥିଲା । ବିଶେଷ କରି ଏହି ସମୟରେ ବିଶ୍ଵର ଅନେକ ରାଷ୍ଟ୍ର ନିଜର ସ୍ଥିତି ଓ ପ୍ରାଧାନ୍ୟକୁ ବଜାୟ ରଖିବା ପାଇଁ ନିଜକୁ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିଥିଲେ ବିଶେଷ କରି ଆଣବିକ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ବିଶ୍ୱଶାନ୍ତି ପ୍ରତିଷ୍ଠା ପ୍ରତି ବିପଦ ସୃଷ୍ଟି କରିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ଦୁଇ ଜନବହୁଳ ସହର ହିରୋସୀମା ଓ ନାଗାସାକିରେ ଆଣବିକ ବୋମାର ପ୍ରୟୋଗ ସମଗ୍ର ବିଶ୍ୱକୁ ସ୍ତମ୍ବିତ କରିଥିଲା । ଏହି ଆଣବିକ ବୋମାର ପ୍ରୟୋଗ ବିଶ୍ବବାସୀଙ୍କୁ ସୂଚିତ କରିଥିଲା ଯେ, ଆଣବିକ ଅସ୍ତ୍ରଶସ୍ତ୍ର ନିରୋଧ ନହେଲେ ସମଗ୍ର ବିଶ୍ୱ ନିମିଷକମାତ୍ରେ ଅଂସସ୍ତୂପରେ ପରିଣତ ହେବ ।

ଆଣବିକ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ କରାନଗଲେ ଆନ୍ତର୍ଜାତୀୟ ଶାନ୍ତି ଓ ସ୍ଥିରତା ବିପନ୍ନ ହେବ । ଦ୍ଵିତୀୟ ବିଶ୍ୱଯୁଦ୍ଧ ବେଳେ ବ୍ୟବହୃତ ପରମାଣୁ ବୋମା ତୁଳନାରେ ବର୍ତ୍ତମାନ ରାଷ୍ଟ୍ରଗୁଡ଼ିକ ଅଧ୍ଯକ ଶକ୍ତିସମ୍ପନ୍ନ ବୋମା ରଖୁଛନ୍ତି, ଆଣବିକ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ ଓ କ୍ଷେପଣାସ୍ତ୍ର ମଧ୍ୟ ଯୁଦ୍ଧକୁ ଅଧିକ ଭୟାନକ କରିଛି । ଏପରିସ୍ଥଳେ ଯଦି ଯୁଦ୍ଧ ଲାଗିଯାଏ; ତେବେ ବିଶ୍ବରୁ ୩/୪ ଅଂଶ ଲୋକ ନିଶ୍ଚିତ ମୃତ୍ୟୁବରଣ କରିବେ ଏବଂ ମାନବ ଜାତିର ମେରୁଦଣ୍ଡ ଭାଙ୍ଗିଯିବ । ଏହି ବିପଦଯୋଗୁଁ ନିରସ୍ତ୍ରୀକରଣ ଚିନ୍ତାଧାରା ଜନନାୟକମାନେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଆଣବିକ ଅସ୍ତ୍ରଶସ୍ତ୍ର ଉପରେ ନିୟନ୍ତ୍ରଣ – ସମ୍ପ୍ରତି ଅଣୁଅସ୍ତ୍ର ସମ୍ପନ୍ନ ରାଷ୍ଟ୍ରଗୁଡ଼ିକ ବାସ୍ତବବାଦୀ ଦୃଷ୍ଟିକୋଣରୁ ନିରସ୍ତ୍ରୀକରଣ ନୀତି ଅନୁସରଣ କରୁଛନ୍ତି । ଆଣବିକ ଅସ୍ତ୍ରଶସ୍ତ୍ର ମାନବସମାଜ ପ୍ରତି ବିପଦ ଅଟେ । ଏଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ କରିଦେବା ସମ୍ଭବ ନହେଲେ ବି ତା’ର ବ୍ୟବହାର ଉପରେ ନିୟନ୍ତ୍ରଣ ବା କଟକଣା ଜାରି କରାଯିବା ଆବଶ୍ୟକ । ପ୍ରଚଳିତ ଅସ୍ତ୍ରଶସ୍ତ୍ର ପରିମାଣ ହ୍ରାସକରିବା ଓ ଆବଶ୍ୟକସ୍ଥଳେ ସେଗୁଡ଼ିକୁ ସମ୍ପୂର୍ଣ ଭାବେ ନଷ୍ଟ କରିଦେବା ନିରସ୍ତ୍ରୀକରଣର ଉଦ୍ଦେଶ୍ୟ ! ମାତ୍ର ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଦ୍ବାରା ଏହି ଅସ୍ତ୍ରଗୁଡ଼ିକୁ ବ୍ୟବହାର ଲାଗି ଶୃଙ୍ଖଳିତ ପଦକ୍ଷେପ ଗ୍ରହଣ କରାଯାଇଥାଏ । ଅଣୁଅସ୍ତ୍ର ନିୟନ୍ତ୍ରଣର ଅନେକ ଦିଗ ରହିଛି I ଆଣବିକ ଅସ୍ତ୍ରଶସ୍ତ୍ରରୁ ପ୍ରସାର, ଉତ୍ପାଦନ ଓ ବ୍ୟବହାରକୁ ପ୍ରତିହତ କରିବା ନିରସ୍ତ୍ରୀକରଣର ପ୍ରଧାନ ଉଦ୍ଦେଶ୍ୟ । ନିରସ୍ତ୍ରୀକରଣ ଓ ଅସ୍ତ୍ରଶସ୍ତ୍ର ଉତ୍ପାଦନ ଉପରେ ନିମ୍ନଲିଖୂତ ନିୟନ୍ତ୍ରଣ ଜାରି କରାଯାଇଛି ।

ଆଣବିକ ଅସ୍ତ୍ର ନିୟନ୍ତ୍ରଣ ଦିଗରେ ଅଗ୍ରଗତି :
ଆଣବିକ ଅସ୍ତ୍ରଶସ୍ତ୍ର ନିରୋଧ ଓ ଅଣୁ ଅସ୍ତ୍ର ପ୍ରସାର ନିୟନ୍ତ୍ରଣ ଦିଗରେ ନିମ୍ନଲିଖୂ ପଦକ୍ଷେପ ଗ୍ରହଣ କରାଯାଇଛି ।

(୧) ୧୯୫୯ର ଆଣ୍ଟାର୍କଟିକା ଚୁକ୍ତି:
ଆଣ୍ଟାର୍କଟିକା ମହାଦେଶରୁ ଆଣବିକ ପରୀକ୍ଷଣକୁ ଏହି ଚୁକ୍ତି ବଳରେ ବାରଣ କରାଗଲା । ଆଣ୍ଟାର୍କଟିକା ମହାଦେଶରୁ ଶାନ୍ତି ପାଇଁ ବ୍ୟବହାର କରିବାକୁ ୨୨ଟି ରାଷ୍ଟ୍ର ଏକ ଚୁକ୍ତି ସ୍ଵାକ୍ଷର କଲେ ।

(୨) ଆଣବିକ ପରୀକ୍ଷଣ ନିରୋଧ ମସ୍କୋ ଚୁକ୍ତି (୧୯୬୩) (Moscow Test Ban Treaty 1963) :
୧୯୬୩ ମସିହାରେ, ଆମେରିକା, ବ୍ରିଟେନ୍ ଓ ରୁଷ୍ୟର ବୈଦେଶିକ ମନ୍ତ୍ରୀମାନେ ମସ୍କୋଠାରେ ସମବେତ ହୋଇ ଆଣବିକ ପରୀକ୍ଷା ନିରୋଧ ଚୁକ୍ତି ସ୍ୱାକ୍ଷର କଲେ । ଭାରତ ମଧ୍ୟ ଏହାକୁ ସମର୍ଥନକଲାମାତ୍ରେ ଚୀନ୍ ଓ ଫ୍ରାନ୍ସ ଏହାକୁ ଗ୍ରହଣକଲେ ନାହିଁ । ଏହି ଚୁକ୍ତିଭୁକ୍ତ ରାଷ୍ଟ୍ରଗୁଡ଼ିକ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା ବେଳେ କିଛି ନିୟମ ପାଳନ କରିବାକୁ ସହମତ ହେଲେ । ମାଟିତଳେ ଏହି ପରୀକ୍ଷଣ କରାଇବାକୁ ଅନୁମତି ମିଳିଲା । ଭାରତ ଏହି ଚୁକ୍ତିକୁ ସମ୍ମାନ ଦେଇ ୧୯୭୪ ମେ ମାସରେ ରାଜସ୍ଥାନର ପୋଖରାନ୍‌ରେ ମାଟିତଳେ ଆଣବିକ ଅସ୍ତ୍ର ପରୀକ୍ଷା କରିଥିଲା ।

(୩) ସୋଭିଏତ୍ ଆମେରିକା ହଟଲାଇନ୍‌ ଚୁକ୍ତି (୧୯୬୩):
ଏହି ଚୁକ୍ତି ବଳରେ ଉଭୟ ଆମେରିକା ଓ ସୋଭିଏତ୍ ରୁଷ୍ ମଧ୍ୟରେ ଆପଦକାଳୀନ ଜରୁରୀ ସମ୍ପର୍କ ପ୍ରତିଷ୍ଠାଲାଗି ବନ୍ଦୋବସ୍ତ କରାଗଲା ।

ଅସ୍ତ୍ରଶସ୍ତ୍ର ପ୍ରସାର ନିରୋଧ ଦିଗରେ ଉଦ୍ୟମ:
୧୯୬୩ ପରେ ଅସ୍ତ୍ରଶସ୍ତ୍ର ପ୍ରସାର ନିରୋଧ କରିବା ପାଇଁ ଏକ ଚୁକ୍ତି ସ୍ବାକ୍ଷର କରିବାକୁ ବିଧବଦ୍ଧ ଉଦ୍ୟମ କରାଗଲା । ଆମେରିକାର ସିନେଟର ରବର୍ଟ କେନେଡ଼ି ଓ ନିରସ୍ତ୍ରୀକରଣ ବିଭାଗର ନିର୍ଦ୍ଦେଶ ମଧ୍ୟ ଅସ୍ତ୍ରଶସ୍ତ୍ର ପ୍ରସାର ଦିଗରେ ପଦକ୍ଷେପ ଆରମ୍ଭ କଲେ । ସୋଭିଏତ୍ ରୁଷ୍ ଏହି ପ୍ରସ୍ତାବକୁ ସମର୍ଥନ କଲା । ଏଣୁ ୧୮ ରାଷ୍ଟ୍ରକୁ ନେଇ ଜେନେଭାରେ ନିରସ୍ତ୍ରୀକରଣ କମିଟିର ବୈଠକ ଅନୁଷ୍ଠିତ ହେଲା । ଏହାପରେ ୧୯୬୫ରେ ନିଉୟର୍କରେ ଆୟୋଜିତ ଜାତିସଂଘ ନିରସ୍ତ୍ରୀକରଣ ଆୟୋଗର ବୈଠକରେ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ରମାନେ ଅସହଯୋଗ କରିବାରୁ ଆଲୋଚନା ଫଳପ୍ରଦ ହୋଇ ନଥିଲା । ଏଣୁ ୧୯୬୫, ନଭେମ୍ବର ମାସରେ ଜାତିସଂଘର ସାଧାରଣସଭା ଅଣୁଅସ୍ତ୍ର ପ୍ରସାର ନିରୋଧ ସମ୍ପର୍କରେ ଏକ ପ୍ରସ୍ତାବ ଦେଲା । ଆଫ୍ରିକା ମହାଦେଶକୁ ଆଣବିକ ଶକ୍ତି ମୁକ୍ତ ଅଞ୍ଚଳ ରୂପେ ସମ୍ମାନ ଦିଆଗଲା । ସଦସ୍ୟ ରାଷ୍ଟ୍ରମାନେ ଆଣବିକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତିରୁ ନିବୃତ୍ତ ରହିବାପାଇଁ ପରାମର୍ଶ ଦିଆଗଲା । ଏହାପରେ ଗୋଷ୍ଠୀନିରପେକ୍ଷ ରାଷ୍ଟ୍ରଗୁଡ଼ିକ ଆଣବିକ ପରୀକ୍ଷା ଓ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତି ନିରୋଧ ପ୍ରତି ଗୁରୁତ୍ୱାରୋପ କଲେ । ଭାରତ ଏହି ଦିଗରେ ଚାରୋଟି ମୁଖ୍ୟ ପରାମର୍ଶ ଦେଇଥିଲା ।

  • ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ରମାନେ ଆଣବିକ ଅସ୍ତ୍ର ବହନ କରି ନଥିବା ରାଷ୍ଟ୍ରମାନଙ୍କୁ ଅଣୁଅସ୍ତ୍ର ହସ୍ତାନ୍ତର କରିବ ନାହିଁ ।
  • ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ରଗୁଡ଼ିକ ଅଣୁଅସ୍ତ୍ର ବିହୀନ ରାଷ୍ଟ୍ର ବିରୁଦ୍ଧରେ ଅଣୁଅସ୍ତ୍ର ପ୍ରୟୋଗ କରିବେ ନାହିଁ ।
  • ଆଣବିକ ଅସ୍ତ୍ର ପରୀକ୍ଷା ସମ୍ପୂର୍ଣ୍ଣ ନିରୋଧ ହେବା ଆବଶ୍ୟକ ଓ
  • ଆଣବିକ ଅସ୍ତ୍ର ଉତ୍ପାଦନ ବନ୍ଦ ରଖାଯିବା ଆବଶ୍ୟକ ଏବଂ କ୍ରମଶଃ ଏହି ଅସ୍ତ୍ରଗୁଡ଼ିକୁ ନଷ୍ଟ କରି ଦିଆଯିବା ଆବଶ୍ୟକ ।

ଆଣବିକ ଅସ୍ତ୍ରପ୍ରସାର ନିରୋଧ ଚୁକ୍ତି (୧୯୬୮) (NPT):
ଆମେରିକା ଓ ସୋଭିଏତ୍ ରୁଷ୍ ସମେତ ଅନେକ ରାଷ୍ଟ୍ର ଆଣବିକ ଅସ୍ତ୍ର ପ୍ରସାର ନିରୋଧ ଚୁକ୍ତି ସ୍ୱାକ୍ଷର କରିବାକୁ ଉଦ୍ୟମ ଆରମ୍ଭ କଲେ । ୧୯୬୮ ମସିହା ମାର୍ଚ୍ଚ ମାସ ବେଳକୁ ଏହି ଚୁକ୍ତି ପ୍ରସ୍ତାବ ଜାତିସଂଘ ନିକଟରେ ଉପସ୍ଥାପିତ କରାଗଲା । ଏହି ଚୁକ୍ତିରେ ଆଣବିକ ଅସ୍ତ୍ରଶସ୍ତ୍ର ପ୍ରସାର ନିରୋଧ ପାଇଁ ପ୍ରସ୍ତାବ ରହିଲା । ୧୯୬୮ ଜୁନ୍ ୨୨ ତାରିଖରେ ଏହି ପ୍ରସ୍ତାବ ସାଧାରଣସଭା ଅନୁମୋଦନ କରି ନଥୁଲା, କାରଣ ଚୀନ ଆକ୍ରମଣ ବିରୁଦ୍ଧରେ ଏହି ଚୁକ୍ତି ନିରାପତ୍ତା ଦେବାକୁ କୌଣସି ବନ୍ଦୋବସ୍ତ କରି ନଥିଲା । ଭାରତର ଆଣବିକ କାର୍ଯ୍ୟକ୍ରମକୁ ଏହି ଚୁକ୍ତି ସମର୍ଥନ କରୁନଥିବାରୁ ଭାରତ ଏହି ଚୁକ୍ତିକୁ ବିରୋଧ କରୁଥିଲା । ଏହି ଚୁକ୍ତିକୁ ୧୧୭ଟି ରାଷ୍ଟ୍ର ସ୍ବୀକୃତି ଦେଇଥିଲେ ଓ ୪୫ଟି ରାଷ୍ଟ୍ର ଅନୁମୋଦନ କରିଥଲେ । ଚୀନ୍ ଓ ଫ୍ରାନ୍ସ ମଧ୍ୟ ଏହି ଚୁକ୍ତିକୁ ଅନୁମୋଦନ କରି ନଥିଲେ ।

ଆଉଟର ସ୍ପେସ୍ ଚୁକ୍ତି (୧୯୬୭) (Outer Space Treaty 1967):
ଏହି ଚୁକ୍ତି ବଳରେ ଗଣବିଧ୍ୱଂସୀ ଅସ୍ତ୍ରଶସ୍ତ୍ର ଉତ୍ପାଦନ ଓ ପ୍ରୟୋଗ ଉପରେ କଟକଣା ଜାରି କରାଗଲା । ଏହି ଚୁକ୍ତିରେ ୭୬ ଜଣ ସ୍ବାକ୍ଷର କରିଥିଲେ ।

୧୯୭୬ର Seabed Treaty:
ଏହି ଚୁକ୍ତିରେ ୬୬ଟି ରାଷ୍ଟ୍ର ସ୍ବାକ୍ଷର କରିଥିଲେ ଏବଂ ଗଣବିଧ୍ୱଂସୀ ଆଣବିକ ଅସ୍ତ୍ରଶସ୍ତ୍ର ସମୁଦ୍ର ଉପକୂଳରୁ ୧୨ କି.ମି. ମଧ୍ଯରେ ଅଧୃଷ୍ଠିତ କରିବାକୁ ନିଷିଦ୍ଧ କରାଗଲା ।

୧୯୭୧ର ଆଣବିକ ଦୁର୍ଘଟଣା ଚୁକ୍ତି:
ପ୍ରତି ରାଷ୍ଟ୍ର ଆଣବିକ ଦୁର୍ଘଟଣା ସମ୍ପର୍କରେ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ଅବଗତ କରିବାକୁ ସତ୍ୟପାଠ କଲେ ।

ଗୁରୁତ୍ଵପୂର୍ଣ୍ଣ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତି (SALT-I):
୧୯୬୯ ମସିହା ନଭେମ୍ବର ମାସରେ ଆମେରିକା ଯୁକ୍ତରାଷ୍ଟ୍ର ଓ ସୋଭିଏତ୍ ରୁଷ୍ ଆଣବିକ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ନେଇ ଏକ ଦ୍ବିପାକ୍ଷିକ ଚୁକ୍ତି ସ୍ବାକ୍ଷର କଲେ । ଏହି ଆଲୋଚନା ୧୯୭୨ ପର୍ଯ୍ୟନ୍ତ ଚାଲିଥିଲା । ଏହି ଚୁକ୍ତି ମାଧ୍ୟମରେ ଦୁଇଟି ରାଜିନାମା ସ୍ବାକ୍ଷରିତ ହୋଇଥିଲା । ପ୍ରଥମ ରାଜିନାମା ବଳରେ କ୍ଷେପଣାସ୍ତ୍ର ନିୟନ୍ତ୍ରଣଦ୍ୱିତୀୟ ରାଜିନାମା ସ୍ବାକ୍ଷରିତ ହୋଇଥିଲା । ପ୍ରଥମ ରାଜିନାମା ବଳରେ କ୍ଷେପଣାସ୍ତ୍ର ନିୟନ୍ତ୍ରଣ ଓ ଦ୍ୱିତୀୟ ରାଜିନାମା ଦ୍ଵାରା ବାଲିଷ୍ଟିକ୍ ମିସାଇଲ୍ ସଂଖ୍ୟା ହ୍ରାସ କରାଯିବାକୁ ନିଷ୍ପତ୍ତି ହେଲା । ଏହି ଦୁଇ ଚୁକ୍ତିକୁ ମିଳିତ ଭାବରେ SALT-I ବା Strategic Arms Limitation Treaty ନାମରେ ପରିଚିତ ହେଲା ।

ଆଣବିକ ଯୁଦ୍ଧବିରୋଧୀ ରାଜିନାମା (1973):
ଏହି ଚୁକ୍ତି ବଳରେ ଆମେରିକା ଓ ସୋଭିଏତ୍ ରୁଷ୍ ଆଣବିକ ଯୁଦ୍ଧ ନିରୋଧ ସମ୍ପର୍କରେ ଏକ ରାଜିନାମା ସ୍ବାକ୍ଷର କଲେ ।

ଶାନ୍ତପୂର୍ବ ଆଣବିକ ବିସ୍ଫୋରଣ ଚୁକ୍ତି (Peaceful Nuclear Exploisons Treaty-1976):
ଏହି ଚୁକ୍ତି ଆମେରିକା ଓ ସୋଭିଏତ୍ ରୁଷ୍ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା । ଏହି ଚୁକ୍ତି ବଳରେ ୧୫୦ କିଲୋଟରୁ ଅଧିକ ଶକ୍ତିସମ୍ପନ୍ନ ଆଣବିକ ଶକ୍ତି ମାଟିତଳେ ପରୀକ୍ଷା ନ କରିବାକୁ ଉଭୟପକ୍ଷ ସହମତି ପ୍ରକାଶ କରିଥିଲେ; ମାତ୍ର ଏହା କାର୍ଯ୍ୟକାରୀ ହୋଇପାରି ନଥିଲା ।

SALT-II (୧୯୭୯):
ଏହାପରେ ସୋଭିଏତ୍ ରୁଷ୍ ଓ ଆମେରିକା ମଧ୍ୟରେ SALT-II ଚୁକ୍ତି ସ୍ୱାକ୍ଷର ପାଇଁ ବିଧବଦ୍ଧ ଉଦ୍ୟମ ହେଲା । ୧୯୭୨ରୁ ୧୯୭୯ ପର୍ଯ୍ୟନ୍ତ ଆଲୋଚନା ଚାଲୁ ରହିଲା ଏବଂ ୧୯୭୯ ରେ ଏହି ଚୁକ୍ତି ସ୍ୱାକ୍ଷରିତ ହେଲା । ପ୍ରଥମେ ୨୪୦୦ ଗୁରୁତ୍ଵପୂର୍ଣ୍ଣ ମିସାଇଲ୍ ରଖୁବାକୁ ନିଷ୍ପତ୍ତି କରାଗଲା ଏବଂ ୧୯୮୧ ବେଳକୁ ଏହି ସଂଖ୍ୟା ୨୨୫୦କୁ ହ୍ରାସ ପାଇବ ବୋଲି ସ୍ଥିର କରାଗଲା । ରୁଷ୍ ୨୭୦ଟି ପୁରାତନ ମିସାଇଲ୍ ନଷ୍ଟ କରିବ ଓ ଆମେରିକା ୩୫ଟି B-52 bomberକୁ ୧୯୮୫ ସୁଧା ନଷ୍ଟ କରିବ ବୋଲି ଉଭୟ ପକ୍ଷ ରାଜିହେଲେ ମାତ୍ର; ୧୯୭୯ରେ ରୁଷର ସେନା ଆଫଗାନିସ୍ଥାନରେ ପ୍ରବେଶ କରିବାକୁ ଆମେରିକାର ସିନେଟ୍ ଏହି ଚୁକ୍ତି ସ୍ୱାକ୍ଷର କଲା ନାହିଁ ।

ଆଣବିକ ନିରସ୍ତ୍ରୀକରଣ କ୍ଷେତ୍ରରେ ଥ‌ିବା ପ୍ରତିବନ୍ଧକ:
ବୃହତ୍ ଶକ୍ତିମାନଙ୍କ ମନରେ ଥ‌ିବା ସନ୍ଦେହ ଓ ଅବିଶ୍ଵାସ ଆଣବିକ ନିରସ୍ତ୍ରୀକରଣ କ୍ଷେତ୍ରରେ ମୁଖ୍ୟ ପ୍ରତିବନ୍ଧକ ଅଟେ । ସମ୍ପ୍ରତି ଚୀନ, ଭାରତ, ପାକିସ୍ତାନ ଏବଂ ଉତ୍ତର-କୋରିଆ ଆଣବିକ, ଶକ୍ତିସମ୍ପନ୍ନ ରାଷ୍ଟ୍ରରେ ପରିଗଣିତ ହେବାରୁ ଆଣବିକ ଯୁଦ୍ଧର ସମ୍ଭାବନା କ୍ରମଶଃ ବୃଦ୍ଧି ପାଇଛି । ନିରାପତ୍ତାର ଅନୁପସ୍ଥିତି ଏ କ୍ଷେତ୍ରରେ ଅନ୍ୟତମ ପ୍ରତିବନ୍ଧକ, ରାଷ୍ଟ୍ରର ସ୍ବାର୍ଥ ପରିବର୍ତ୍ତନଶୀଳ ହୋଇଥିବାରୁ ପ୍ରତି ରାଷ୍ଟ୍ରର କିଛି ବନ୍ଧୁ ଓ କିଛି ଶତ୍ରୁ ରାଷ୍ଟ୍ର ଅଛନ୍ତି ଏବଂ ଏମାନଙ୍କ ପଟରୁ ରାଷ୍ଟ୍ରପତି ବିପଦର ଆଶଙ୍କାରୁ ଏଡାଇବା ସମ୍ଭବ ନୁହେଁ । କୌଣସି ଅଣୁଅସ୍ତ୍ରସମ୍ପନ୍ନ ରାଷ୍ଟ୍ର ନିଜର ଆଣବିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ ଭାବରେ ବନ୍ଦ କରିବାକୁ ଚାହାନ୍ତି ନାହିଁ । ସେମାନେ ବାହାରକୁ ଆଣବିକ ଶକ୍ତି ନିୟନ୍ତ୍ରଣ କରିବାକୁ ଚାହାନ୍ତି ବୋଲି ଛଳନା କରୁଥିଲେ ବି ବାସ୍ତବରେ ଏପରି କାର୍ଯ୍ୟ କରି ନଥାନ୍ତି । ଆଜିକାଲି ଅନେକ ରାଷ୍ଟ୍ର ଆଣବିକ ଶକ୍ତି ବିନିଯୋଗ କଲେଣି । ଏଣୁ ଆଣବିକ ନିରସ୍ତ୍ରୀକରଣ ପ୍ରକ୍ରିୟା ତ୍ୱରାନ୍ଵିତ କରାଯିବାର ବେଳ ଆସିଛି ।

CHSE Odisha Class 12 Political Science Chapter 9 Long Answer Questions in Odia Medium

୧୨ । ନିରସ୍ତ୍ରୀକରଣ ଦ୍ଵାରା ଆନ୍ତର୍ଜାତୀୟ ଶାନ୍ତି ପ୍ରତିଷ୍ଠା ସମ୍ଭବ କି ? କାରଣ ଦର୍ଶାଇ ଉତ୍ତର ଦିଅ । କିମ୍ବା, ‘‘ନିରସ୍ତ୍ରୀକରଣ ବିଶ୍ବଶାନ୍ତି ପ୍ରତିଷ୍ଠାର ଏକମାତ୍ର ଉପାୟ ।’’ ବର୍ଣ୍ଣନା କର ।
Answer:
‘ନିରସ୍ତ୍ରୀକରଣ’ କହିଲେ ଅସ୍ତ୍ରଶସ୍ତ୍ର ପରିମାଣ ହ୍ରାସ, ଉଚ୍ଛେଦ ଓ ନଷ୍ଟ କରିବାକୁ ବୁଝାଏ । ଏହି ପ୍ରକ୍ରିୟା ପ୍ରଥମ ବିଶ୍ଵଯୁଦ୍ଧ ପୂର୍ବରୁ ଆରମ୍ଭ ହୋଇଥିଲେ ବି ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ଏହି ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିଲା । ଆନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତା ରକ୍ଷା କରିବା ଏବଂ ଆଣବିକ ଯୁଦ୍ଧର ସମ୍ଭାବନାକୁ ଏଡ଼ାଇଦେବା ନିରସ୍ତ୍ରୀକରଣର ପ୍ରଧାନ ଲକ୍ଷ୍ୟ । ଲିଗ୍ ଅଫ୍ ନେସନ୍ସ ଓ ଜାତିସଂଘ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯାଇଛି । ନିରସ୍ତ୍ରୀକରଣ ଓ ବିଶ୍ୱଶାନ୍ତି – ନିରସ୍ତ୍ରୀକରଣ ଓ ଶାନ୍ତି ପ୍ରତିଷ୍ଠା ନିମିତ୍ତ ଏକ ଅଭିନବ ଉପାୟ ସତ; ମାତ୍ର ବାସ୍ତବରେ ନିରସ୍ତ୍ରୀକରଣ ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା କରାଯାଇପାରିବ କି ନାହିଁ ତାହା ଏକ ଆଲୋଚନାର ବିଷୟ ।

ଅସ୍ତ୍ରଶସ୍ତ୍ର ଉତ୍ପାଦନ ଓ ପ୍ରସ୍ତୁତି ଯୁଦ୍ଧ ପାଇଁ ଉଦ୍ଦିଷ୍ଟ; ମାତ୍ର ସବୁବେଳେ ଏହାକୁ ଯୁଦ୍ଧ ପାଇଁ ବ୍ୟବହାର କରାଯାଇ ନଥାଏ । ରାଷ୍ଟ୍ରର ନିରାପତ୍ତା ଦୃଷ୍ଟିରୁ ମଧ୍ଯ ଅସ୍ତ୍ରଶସ୍ତ୍ର ଉତ୍ପାଦନ କରାଯାଏ । ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ଆଣବିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ କ୍ରମଶଃ ବୃଦ୍ଧି ପାଇଛି ଏବଂ ଜାପାନରେ ପଡ଼ିଥିବା ପରମାଣୁ ବୋମାର ଭୟାବହତାକୁ ଧ୍ୟାନ ଦେଇ ବିଶ୍ଵ ଜନତା ଆଣବିକ ଅସ୍ତ୍ରଶସ୍ତ୍ର ନାମ ଶୁଣି ଆତଙ୍କିତ ହୋଇଉଠିଛନ୍ତି । ଏଥ‌ିପାଇଁ ଆଣବିକ ପରୀକ୍ଷଣ, ଅଣୁଅସ୍ତ୍ର ଉତ୍ପାଦନ ଓ ଯୁଦ୍ଧ ବିରୁଦ୍ଧରେ ଜନଜାଗରଣ ସୃଷ୍ଟି ହୋଇଛି ଏବଂ ପ୍ରତିକ୍ରିୟା ଦିନକୁ ଦିନ ବୃଦ୍ଧି ପାଉଛି । ଉନ୍ନତ ଅସ୍ତ୍ରଶସ୍ତ୍ର ଧାରଣକାରୀ ରାଷ୍ଟ୍ର ସର୍ବଦା ଯୁଦ୍ଧଖୋର ମନୋଭାବ ପୋଷଣ କରିଥା’ନ୍ତି ।

ଯେଉଁ ରାଷ୍ଟ୍ର ପାଖରେ ଯେତେ ଅଧ୍ଵ ମାରଣାସ୍ତ୍ର କେନ୍ଦ୍ରୀଭୂତ ଥାଏ, ସେ ରାଷ୍ଟ୍ର ଯୁଦ୍ଧର ସେତେ ନିକଟତର ହୁଏ ବୋଲି କୁହାଯାଏ; ମାତ୍ର କେବଳ ଅସ୍ତ୍ରଶସ୍ତ୍ର ଯୋଗୁଁ ଯୁଦ୍ଧ ହୁଏ ନାହିଁ । ଅସ୍ତ୍ରଶସ୍ତ୍ର ଉତ୍ପାଦନ ଯୋଗୁଁ ପଡୋଶୀ ରାଷ୍ଟ୍ର ମନରେ ଆଶଙ୍କା ଜାତ ହୁଏ । ଏଗୁଡ଼ିକୁ ଯୁଦ୍ଧରେ ଯଦି ବ୍ୟବହାର କରାନଯାଏ; ତେବେ କେଉଁଠି ବିନିଯୋଗ କରାଯିବ ? ଏହି ପ୍ରଶ୍ନ ଦୁର୍ବଳ ଓ ଅଣୁଅସ୍ତ୍ର ବିହୀନ ରାଷ୍ଟ୍ରମାନଙ୍କ ମନରେ ସନ୍ଦେହ ସୃଷ୍ଟି କରିଥାଏ । ଏଣୁ ଏହି ଅସ୍ତ୍ରଶସ୍ତ୍ରକୁ ନଷ୍ଟ ନ କରିଲେ ଶାନ୍ତି ପ୍ରତିଷ୍ଠା ଅସମ୍ଭବ ହେବ । ସୋଭିଏତ୍ ରୁଷ୍ ଜାତିସଂଘର ନିରସ୍ତ୍ରୀକରଣ ସମ୍ମିଳନୀରେ ସାର୍ବଜନୀନ ନିରସ୍ତ୍ରୀକରଣ ପ୍ରସ୍ତାବ ସର୍ବଦା ଦେଇଆସିଛି । ଏହି ନିରସ୍ତ୍ରୀକରଣ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁଦ୍ଧରୁ ନିବୃତ୍ତି, କେବଳ ଅସ୍ତ୍ରଶସ୍ତ୍ର ପ୍ରୟୋଗ ଉପରେ କଟକଣା ଜାରିକଲେ ମାନବସମାଜ ବିପଦମୁକ୍ତ ହୋଇପାରିବ ନାହିଁ । କାରଣ;

  • ଅସ୍ତ୍ରଶସ୍ତ୍ର ଧାରଣ କରିଥିବା ରାଷ୍ଟ୍ର ରାଜନୈତିକ ଚାପ ବଶତଃ ଯୁଦ୍ଧ ଆରମ୍ଭ କରିବାର ସମ୍ଭାବନା ଥାଏ ।
  • ପୃଥ‌ିବୀର ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ନିଜ ଉପରୁ ନିୟନ୍ତ୍ରଣ ହରାଇଥାନ୍ତି ।
  • ଆଣବିକ ଅସ୍ତ୍ରଶସ୍ତ୍ର ଧାରଣ କରିଥିବା ରାଷ୍ଟ୍ରରେ ବୈଦେଶିକ ନୀତି ଉଗ୍ର ରୂପ ଧାରଣ କରିଥାଏ ।

ଏଣ, ନିରସ୍ତ୍ରୀକରଣ ଦ୍ବାରା ଶାନ୍ତି ପ୍ରତିଷ୍ଠା ସମ୍ଭବ ହେବ ବୋଲି ବିଶ୍ବାସ କରାଯାଏ । ନିରସ୍ତ୍ରୀକରଣ ବିଶ୍ଵରେ ଶାନ୍ତି ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥାଏ; ମାତ୍ର କେବଳ ନିରସ୍ତ୍ରୀକରଣ ଦ୍ଵାରା ଶାନ୍ତି ପ୍ରତିଷ୍ଠା ସବୁବେଳେ ସମ୍ଭବ ନୁହେଁ । ରାଷ୍ଟ୍ରମାନଙ୍କ ମଧ୍ୟରେ ଥ‌ିବା ବିବାଦକୁ ଅସ୍ତ୍ରଶସ୍ତ୍ରଗୁଡ଼ିକ ଅଧ୍ଵକ ଘନୀଭୂତ କରିଥାଏ । ଯେ ପର୍ଯ୍ୟନ୍ତ ଏହି ବିବାଦ ଲାଗିରହେ ସେ ପର୍ଯ୍ୟନ୍ତ ଯୁଦ୍ଧର ସମ୍ଭାବନାକୁ ଏଡ଼ାଇଦେବା ସମ୍ଭବ ନୁହେଁ । ଉତ୍ତେଜନା ଦୂର ହୋଇଗଲେ ରାଜନୈତିକ ବୁଝାମଣାର ଆବଶ୍ୟକତା ପଡ଼ି ନଥାଏ । ଏଣୁ ନିରସ୍ତ୍ରୀକରଣ ଶାନ୍ତି ପ୍ରତିଷ୍ଠା କରେ କି ନାହିଁ ଏ ସମ୍ପର୍କରେ ବିଶେଷଜ୍ଞମାନେ ଭିନ୍ନ ମତପୋଷଣ କରିଥା’ନ୍ତି ।

(କ) ଅସ୍ତ୍ର ନୁହେଁ ଉତ୍ତେଜନା ହିଁ ଯୁଦ୍ଧର ମୁଖ୍ୟ କାରଣ:
ପ୍ରଥମ ଗୋଷ୍ଠୀ ଯୁକ୍ତିକରନ୍ତି ଯେ, ରାଷ୍ଟ୍ରମାନଙ୍କ ମଧ୍ୟରେ ଥ‌ିବା ଉତ୍ତେଜନା ଯୋଗୁଁ ଯୁଦ୍ଧ ହୁଏ । ଲୋକମାନେ ପରସ୍ପର ମଧ୍ୟରେ ଅସ୍ତ୍ର ସାହାଯ୍ୟରେ ସଂଘର୍ଷ କରନ୍ତି; ମାତ୍ର ଅସ୍ତ୍ରଶସ୍ତ୍ର ଯୁଦ୍ଧର କାରଣ ନୁହେଁ, ଏହା କେବଳ ମାଧ୍ୟମ ଅଟେ । ଅସ୍ତ୍ରଶସ୍ତ୍ର ଉଚ୍ଛେଦ କରିଦେଲେ ରାଷ୍ଟ୍ରସବୁ ଯୁଦ୍ଧ କରିବାକୁ ଚାହିଁଲେ ଯେ କୌଣସି ଅସ୍ତ୍ର ବ୍ୟବହାର କରି ପାରନ୍ତି । ଏଣୁ ଅସ୍ତ୍ର ଯୋଗୁଁ ଯୁଦ୍ଧ ହୋଇ ନଥାଏ । ଯୁଦ୍ଧ ଏକ ମାନସିକତା, ଅସ୍ତ୍ରଶସ୍ତ୍ର ଏହି ମାନସିକତାକୁ ପ୍ରୋତ୍ସାହିତ କରିଥାଏ । ଯେ ପର୍ଯ୍ୟନ୍ତ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଆନ୍ତର୍ଜାତୀୟ ଉତ୍ତେଜନା ଲାଗିରହିଛି । ଯେ ପର୍ଯ୍ୟନ୍ତ ପ୍ରତି ରାଷ୍ଟ୍ର ଅନ୍ୟ ରାଷ୍ଟ୍ରକୁ ସନ୍ଦେହ ଚକ୍ଷୁରେ ଦେଖୁଛି ସେ ପର୍ଯ୍ୟନ୍ତ ଯୁଦ୍ଧ ଅବଶ୍ୟମ୍ଭାବୀ । ଯୁଦ୍ଧରୁ ମୁକ୍ତିପାଇଁ ଅସ୍ତ୍ରଶସ୍ତ୍ର ଉତ୍ପାଦନ ହ୍ରାସ ବା ଉଚ୍ଛେଦ ଯେତିକି ଆବଶ୍ୟକ ନୁହେଁ, ତା’ଠାରୁ ଅଧିକ ପ୍ରୟୋଜନ ରାଷ୍ଟ୍ରମାନଙ୍କର ଆଚରଣ ଓ ମନୋଭାବରେ ପରିବର୍ତ୍ତନ । ଆନ୍ତର୍ଜାତୀୟ ଶାନ୍ତିପ୍ରତିଷ୍ଠା ଓ ରାଷ୍ଟ୍ରର ନିରାପତ୍ତା ଦୃଷ୍ଟିରୁ ରାଷ୍ଟ୍ରମାନେ ପରସ୍ପର ମଧ୍ୟରେ ଥ‌ିବା ଉତ୍ତେଜନା ଦୂର କରି ଆସ୍ଥା ପ୍ରକଟ କରିବା ଆବଶ୍ୟକ । ଜାତିସଂଘର ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ପ୍ରତିଷ୍ଠାନ ଶାନ୍ତିପୂର୍ଣ୍ଣ ଆନ୍ତର୍ଜାତୀୟ ବ୍ୟବସ୍ଥା ପ୍ରତିଷ୍ଠାଲାଗି ଉଦ୍ୟମ କରି ଆସୁଛି ।

(ଖ) ରାଜନୈତିକ ମତଭେଦ ଓ ଉତ୍ତେଜନା ହିଁ ଯୁଦ୍ଧର ପ୍ରଧାନ କାରଣ:
ଏହି ଯୁକ୍ତିରେ ବିଶ୍ବାସ କରୁଥିବା ବ୍ୟକ୍ତିମାନଙ୍କ ମତରେ, ନିରସ୍ତ୍ରୀକରଣ ଶାନ୍ତି ଓ ନିରାପତ୍ତା ରକ୍ଷା କରି ନଥାଏ; ବରଂ ରାଜନୈତିକ ବିବାଦଗୁଡ଼ିକର ସମାଧାନ ଦ୍ଵାରା ହିଁ ଶାନ୍ତିପ୍ରତିଷ୍ଠା ହୋଇଥାଏ । ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ମତଭେଦ ଓ ଶତ୍ରୁତା ଯୋଗୁଁ ଯୁଦ୍ଧର ବାତାବରଣ ସୃଷ୍ଟି ହୋଇଥାଏ । ଏହି ଶତ୍ରୁତା ଦୂର ନହେଲେ ରାଷ୍ଟ୍ରମାନଙ୍କର ସ୍ଵାର୍ଥସାଧନ ହୋଇପାରେ ନାହିଁ । ଶାନ୍ତି ପ୍ରତିଷ୍ଠା ପାଇଁ ସଂଘର୍ଷର କାରଣ ଓ ପ୍ରତି ରାଷ୍ଟ୍ରର ଉଦ୍ଦେଶ୍ୟ ଜାଣିବା ଆବଶ୍ୟକ । ହିଂସାତ୍ମକ ପନ୍ଥାରେ କୌଣସି ସମସ୍ୟାର ସମାଧାନ ସହଜ ନୁହେଁ, ଏଥିପାଇଁ ବୁଝାମଣାର ଆବଶ୍ୟକତା ରହିଛି । ଉଦାହରଣସ୍ୱରୂପ, ବ୍ରିଟେନ ଫାକ୍‌ଲ୍ୟାଣ୍ଡ ବିବାଦରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ବି ବୁଝାମଣା ବିନା ଏହି ବିବାଦ ସମାଧାନ ହୋଇପାରି ନଥିଲା । ଏଣୁ ନିରସ୍ତ୍ରୀକରଣ ତ ପରବର୍ତୀ ଉପାୟ, ପ୍ରଥମେ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ରାଜନୈତିକ ସ୍ତରରେ ବୁଝାମଣା ଓ ଆଲୋଚନା କରାଯିବା ଆବଶ୍ୟକ ।

ଅସ୍ତ୍ରଶସ୍ତ୍ର ଉତ୍ପାଦନ ହ୍ରାସ ବା ଉଚ୍ଛେଦ ଦ୍ବାରା କେବଳ ଯୁଦ୍ଧର ଭୟାବହତା ଦୂର କରାଯାଇପାରିବ; ମାତ୍ର ଯୁଦ୍ଧ ନୁହେଁ । ଅସ୍ତ୍ରଶସ୍ତ୍ର ଯୁଦ୍ଧ ସୃଷ୍ଟି କରି ନଥାଏ, ଏହାକୁ ପ୍ରୟୋଗ କରୁଥିବା ରାଷ୍ଟ୍ର ହିଁ ଯୁଦ୍ଧର କାରଣ । ପିସ୍ତଲକୁ ଯେମିତି ଆତ୍ମରକ୍ଷା ଓ ଆକ୍ରମଣଲାଗି ବ୍ୟବହାର କରାଯାଇପାରେ, ଠିକ୍ ସେମିତି ଅସ୍ତ୍ରଶସ୍ତ୍ରକୁ ଯୁଦ୍ଧର ନିରାକରଣ ପାଇଁ ବ୍ୟବହାର କରାଯିବା ଆବଶ୍ୟକ । ଗୋଟିଏ ରାଷ୍ଟ୍ର ଅସ୍ତ୍ରଶସ୍ତ୍ର ଧ୍ବଂସ କରିଦେଲେ ଯେ, ଭବିଷ୍ୟତରେ ଅସ୍ତ୍ରଶସ୍ତ୍ର ବ୍ୟବହାର ନ କରିବା ଏହା ଭାବିବା ଭୁଲ୍ । ଯଦି ଅଣୁଅସ୍ତ୍ର ପ୍ରୟୋଗକୁ ବେଆଇନ୍ ଘୋଷଣା କରାଯାଏ; ତେବେ ସାମ୍ପ୍ରତିକ ବିଜ୍ଞାନ ଯୁଗରେ ଆଣବିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ କରିବାକୁ କେତେ ସମୟ ଲାଗିବ… ? ଭରସାଇଲ୍ ଚୁକ୍ତିରେ ଜର୍ମାନୀ ଉପରେ ଅସ୍ତ୍ରଶସ୍ତ୍ର ଉତ୍ପାଦନ ନ କରିବାକୁ ନିର୍ଦେଶ ଦିଆଯାଇଥିଲା; ମାତ୍ର ଖୁବ୍ କମ୍ ସମୟ ପରେ ଜର୍ମାନୀ ପ୍ରଚଣ୍ଡ ଅସ୍ତ୍ରଶସ୍ତ୍ର ଉତ୍ପାଦନ କରି ବିଶ୍ବ ବିଜୟୀ ହେବାକୁ ଉଦ୍ୟମ ଆରମ୍ଭ କରିଥିଲା; ଏଣୁ ନିରସ୍ତ୍ରୀକରଣ ଶାନ୍ତି ପ୍ରତିଷ୍ଠାର ଗୋଟିଏ ମାଧ୍ୟମ ହୋଇପାରେ; ମାତ୍ର ଏକମାତ୍ର ଉଦ୍ୟମ ନୁହେଁ ।

ଶାନ୍ତିପାଇଁ ନିରସ୍ତ୍ରୀକରଣ ଅପରିହାର୍ଯ୍ୟ:
ନିରସ୍ତ୍ରୀକରଣ ଯୁଦ୍ଧ ନିରାକରଣ କରିପାରେ ନାହିଁ ସତ; ମାତ୍ର ଏହା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଉତ୍ତେଜନା ଅନେକାଂଶରେ ହ୍ରାସ କରିଥାଏ । ପ୍ରତିବର୍ଷ ଅସ୍ତ୍ରଶସ୍ତ୍ର ଉତ୍ପାଦନ ଦିଗରେ ବିଶ୍ବରେ ୪୦୦ ବିଲିୟନ୍ ଡଲାର ଖର୍ଚ୍ଚ ହୋଇଥାଏ । ଯଦି ଅସ୍ତ୍ରଶସ୍ତ୍ର ନିରାକରଣ କରାଯାଏ; ତେବେ ଏହି ଅର୍ଥକୁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ବିନିଯୋଗ କରାଯାଇପାରନ୍ତା । ଏଣୁ ନିରସ୍ତ୍ରୀକରଣ ଶାନ୍ତି ପ୍ରତିଷ୍ଠା ଦିଗରେ ଏକ ସଫଳ ପ୍ରୟାସ ଅଟେ । ଆଣବିକ ଅସ୍ତ୍ରଶସ୍ତ୍ର ହ୍ରାସ ଦ୍ଵାରା ଯୁଦ୍ଧ ବନ୍ଦ ନହୋଇପାରେ ମାତ୍ର; ଏହାର ଭୟାବହତା ହ୍ରାସ ପାଇଥାଏ । ପାରମ୍ପରିକ ଅସ୍ତ୍ରଶସ୍ତ୍ରଗୁଡ଼ିକ ମାନବ ଜାତିପାଇଁ ଏତେ କ୍ଷତିକାରକ ହୋଇ ନଥାଏ । ଏଣୁ ନିରସ୍ତ୍ରୀକରଣ ଶାନ୍ତି ପାଇଁ ଆବଶ୍ୟକ । ନିରସ୍ତ୍ରୀକରଣ ଅପେକ୍ଷା ରାଷ୍ଟ୍ରମାନଙ୍କର ମନୋଭାବ, ଆଚରଣ ଓ ଦୃଷ୍ଟିକୋଣରେ ପରିବର୍ତ୍ତନ ହେବା ନିତାନ୍ତ ଜରୁରୀ ।

ନିରସ୍ତ୍ରୀକରଣ ଅପେକ୍ଷା ଯୁଦ୍ଧର ଆତଙ୍କ ଶାନ୍ତିପ୍ରତିଷ୍ଠା ଦିଗରେ ଅଧିକ ସହାୟକ ହୋଇଥାଏ । ଏଣୁ କୁଇନ୍ସି ରାଇଟ୍ କହନ୍ତି ଯେ, ନିରସ୍ତ୍ରୀକରଣ ଯୁଦ୍ଧର ସମ୍ଭାବନା ବୃଦ୍ଧି କରିଥାଏ । ଶାନ୍ତି ପ୍ରତିଷ୍ଠାର ଉଦ୍ୟମ ଯୁଦ୍ଧ ସୃଷ୍ଟି କରେ ମାତ୍ର; ଯେଉଁ ରାଷ୍ଟ୍ର ଅଧିକ ମାରଣାସ୍ତ୍ର ମହଜୁଦ୍ କରି ରଖେ ସେ ରାଷ୍ଟ୍ର ଏହାର ଭୟାବହ ପ୍ରଭାବ ସମ୍ପର୍କରେ ଅବଗତ ଥାଏ । ଏଣୁ ଏହାକୁ ବ୍ୟବହାର କରି ମାନଜାତିକୁ ଧ୍ୱଂସ କରିବାକୁ ଆଦୌ ଉଦ୍ୟମ କରି ନଥାଏ । ଯୁଦ୍ଧର ଆତଙ୍କଯୋଗୁଁ ଶାନ୍ତି ପ୍ରତିଷ୍ଠା ସହଜ ହୋଇଥାଏ ।

CHSE Odisha Class 12 Political Science Chapter 9 Long Answer Questions in Odia Medium

୧୩ । ଜାତୀୟ ନିରାପତ୍ତା ସଂଜ୍ଞା ଓ ଉପାଦାନ ଆଲୋଚନା କର ।
Answer:
ରାଷ୍ଟ୍ର ଓ ଏହାର ନାଗରିକମାନଙ୍କୁ ଜାତୀୟ ବିପରିରୁ ରକ୍ଷା କରିବା ବିଭିନ୍ନ ମାଧ୍ୟମ ଯେପରି ସାମରିକ ଶକ୍ତି, ଆର୍ଥିକ ଶକ୍ତି, କୂଟନୀତି ଓ ରାଜନୈତିକ କ୍ଷମତା ଆଦିଦ୍ୱାରା ସରକାର ତଥା ବ୍ୟବସ୍ଥାପିକା ସୁରକ୍ଷା ଯୋଗାଇଦେବାକୁ ଜାତୀୟ ନିରାପତ୍ତା (National Security) କୁହାଯାଏ । ଜାତୀୟ ନିରାପତ୍ତା ଆରମ୍ଭରୁ ସାମରିକ ଶକ୍ତି ଉପରେ ଗୁରୁତ୍ଵ ଦେଉଥ‌ିବାବେଳେ ଏବେ ଏହାର ଅନେକ ବିଷୟବସ୍ତୁ ଯେପରି ଅଣ-ସାମରିକ ବା ଆର୍ଥିକ ନିରାପତ୍ତା ଆଦି ବିଷୟବସ୍ତୁକୁ ଗୁରୁତ୍ଵ ଦେଉଛି । ଜାତୀୟ ନିରାପତ୍ତାକୁ ସୁନିଶ୍ଚିନ୍ତ କରିବାପାଇଁ ଗୋଟିଏ ଦେଶ ଆର୍ଥକ ନିରାପତ୍ତା, ଶକ୍ତିଜନିତ ନିରାପତ୍ତା, ପାରିବେଶିକ ନିରାପତ୍ତା ଆଦି ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ । ବର୍ତ୍ତମାନ ବିଶ୍ଵରେ ଜାତୀୟ ନିରାପତ୍ତା ବିପନ୍ନ ପାଇଁ ଶତ୍ରୁ ରାଷ୍ଟ୍ର ବ୍ୟତିରେକ ଅନେକ ଅଣରାଷ୍ଟ୍ର ଗୋଷ୍ଠୀ ମଧ୍ଯ ଦାୟୀ ।

ସେହି ଅଣରାଷ୍ଟ୍ର ଗୋଷ୍ଠୀଗୁଡ଼ିକ ହେଲେ ନିଶାଦ୍ରବ୍ୟ ଚୋର ଚାଲାଣକାରୀ ବହୁ ରାଷ୍ଟ୍ରୀୟ କମ୍ପାନୀ ଓ ବେସରକାରୀ ଅନୁଷ୍ଠାନ ଇତ୍ୟାଦି । ପ୍ରାକୃତିକ ଦୁର୍ବିପାକ ଓ ପାରିବେଶିକ କ୍ଷତି ପାଇଁ ବିଭିନ୍ନ ଘଟଣାବଳୀକୁ ମଧ୍ୟ କେତେକ ବିଶେଷ ଜାତୀୟ ନିରାପତ୍ତା ଅନ୍ତର୍ଭୁକ୍ତ ବୋଲି ମତବ୍ୟକ୍ତ କରୁଛନ୍ତି । ୧୯୭୦ ମସିହା ଯୁକ୍ତରାଷ୍ଟ୍ର ଆମେରିକାର Yale University ଦେଶୀୟ କଳକାରଖାନାଗୁଡ଼ିକର ସମ୍ପର୍କ ନିର୍ଦ୍ଧାରଣକୁ ନେଇ ପ୍ରଥମେ ‘National Security’ ଶବ୍ଦପୁଞ୍ଜ ବ୍ୟବହାର କରିଥିବାର ପ୍ରମାଣ ରହିଛି । ଏଥ‌ିପୂର୍ବରୁ ୧୬୪୮ ମସିହାର Peace of Westphalia ଆନୁକୂଲ୍ୟରେ ‘National Security’ ବ୍ୟବହୃତ ହୋଇଥିଲା । ଏହାଯୋଗୁଁ ଏକ ଶକ୍ତିଶାଳୀ ଓ ସ୍ଥାୟୀ ଜାତିଭିଭିକ ରାଷ୍ଟ୍ର ଗଠିତ ହୋଇପାରିବ ବୋଲି ସେତେବେଳେ ପ୍ରକାଶ ପାଇଥିଲା ।

ସାର୍ବଭୌମ ରାଷ୍ଟ୍ରର ଶାସକ ସାର୍ବଭୌମ କ୍ଷମତାର ଅଧିକାରୀ ହେବା ସହ ଆନ୍ତର୍ଜାଡିକ ସ୍ତରରେ ଜାତିଭିଭିକ ରାଷ୍ଟ୍ରଗୁଡ଼ିକ ନେଇ ନୂତନ ଶୃଙ୍ଖଳା ସୃଷ୍ଟି ହେଲା । Thomas Hobbes ତାଙ୍କ ବହୁଚର୍ଚ୍ଚିତ ପୁସ୍ତକ ‘Leviathan’ରେ ଜାତୀୟ ନିରାପତ୍ତା ରକ୍ଷାକୁ ସର୍ବାଧୁକ ଗୁରୁତ୍ଵ ଦେଇଛନ୍ତି । Immanuel Kant ପରବର୍ତୀ ସମୟରେ ବଦଳୁଥ‌ିବା ଆନ୍ତର୍ଜାତିକ ସ୍ଥିତିକୁ ଲକ୍ଷ୍ୟକରି ଜାତିଭିରିକ ରାଷ୍ଟ୍ରଗୁଡ଼ିକ ଆନ୍ତର୍ଜାତିକ ନିରାପତ୍ତା ପାଇଁ ଯୋଗଦାନ କରିବାକୁ ଆହ୍ବାନ ଦେଲେ । ଆନ୍ତର୍ଜାତିକ ନିରାପତ୍ତା ସହ ଜାତୀୟ ନିରାପତ୍ତା ଜଡ଼ିତ; ମାତ୍ର ଏକ ଶୈକ୍ଷିକ ବିଷୟ ରୂପେ ଜାତୀୟ ନିରାପତ୍ତା ଦ୍ଵିତୀୟ ବିଶ୍ବଯୁଦ୍ଧ ପରେ ଯୁକ୍ତରାଷ୍ଟ୍ର ଆମେରିକାରେ ବହୁଳଭାବେ ଆଲୋଚନାର ପରିସରକୁ ଆସିବା ଦୃଷ୍ଟିଗୋଚର ହେଲା ।

ଜାତୀୟ ନିରାପତ୍ତାର ସଂଜ୍ଞାକୁ ନେଇ ମତାମତ ରହିଛି । ବଦଳୁଥ‌ିବା ସମୟ ଓ ରାଷ୍ଟ୍ରର ନିରାପତ୍ତାକୁ ନେଇ ନୂଆ ବିପରି ଦୃଷ୍ଟିଗୋଚର ହେଉଥୁବାରୁ ଜାତୀୟ ନିରାପତ୍ତା ପାଇଁ ଏକକ ସଂଜ୍ଞା ପ୍ରଦାନ କରିବା କଷ୍ଟକର । Macmillan Dictionary ଅନୁଯାୟୀ ଜାତୀୟ ନିରାପତ୍ତା ଅର୍ଥ ‘‘ଜାତି ଓ ଜାତିଭିଭିକ ରାଷ୍ଟ୍ରର ସାମାଜିକ ସୁରକ୍ଷା ସହ ରାଷ୍ଟ୍ରର ନାଗରିକମାନଙ୍କ ସୁରକ୍ଷା ଏବଂ ଦେଶର ଗୁପ୍ତ ତଥ୍ୟର ସୁରକ୍ଷା ଓ ସଂରକ୍ଷଣ ।’’ Harold Lasswellଙ୍କ ମତାନୁଯାୟୀ, ବିଦେଶୀ ନିର୍ଦେଶରୁ ମୁକ୍ତି ହେଉଛି ଜାତୀୟ ନିରାପତ୍ତାର ସ୍ବତନ୍ତ୍ର ଅର୍ଥ । ସଂକ୍ଷେପରେ ଜାତୀୟ ନିରାପତ୍ତାକୁ ବୁଝାଇବାକୁ ଯାଇ Premarature କହନ୍ତି, ସାର୍ବଭୌମତ୍ଵର ସୁରକ୍ଷା, ଆଞ୍ଚଳିକ ସଂହତି ଓ ନାଗରିକତା ଏବଂ ହିଂସାତ୍ମକ ବା ଅନ୍ୟାୟ ପଦ୍ଧତିରେ ଜାତିର ସାମାଜିକ ଓ ଆର୍ଥିକ କାର୍ଯ୍ୟସାଧନ ଉପରେ ଜଣେ ଆକ୍ରମଣକାରୀଙ୍କ ନିର୍ଦ୍ଦିଷ୍ଟ ମୂଲ୍ୟବୋଧକୁ ତଳିତଳାନ୍ତ କରିବାକୁ ଜାତୀୟ ନିରାପତ୍ତା କୁହାଯିବ ।

Prabhakar Palai ଜାତୀୟ ନିରାପତ୍ତାକୁ ବ୍ୟାଖ୍ୟା କରିବାକୁ ଯାଇ କୁହନ୍ତି, ଗୋଟିଏ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଲୋକମାନଙ୍କ କଲ୍ୟାଣ ଓ ଜାତିଭିଭିକ ରାଷ୍ଟ୍ରର ସ୍ଥାୟୀତ୍ଵ ପ୍ରତି ଥିବା ବହୁ କୋଣୀୟ ବିପତ୍ତିକୁ ଅତିକ୍ରମ କରିବାପାଇଁ ରାଷ୍ଟ୍ରରେ ମାପଯୋଗ୍ୟ ଦକ୍ଷତା ଏବଂ ପରୀକ୍ଷା, ଗଣନା ଓ ଅନ୍ୟ ପ୍ରକାର ମାଧ୍ଯମଦ୍ଵାରା ସିଦ୍ଧ ହୋଇଥିବା ରାଷ୍ଟ୍ରର ନୀତି ଯାହା, ସମସ୍ତ ନୀତିସମ୍ମତ ନିର୍ଦେଶରେ ଭାରସାମ୍ୟ ରକ୍ଷାକରେ । ତଥା ବିଶ୍ୱସ୍ତରୀୟ ନିରାପତ୍ତାକୁ ବାହ୍ୟ କାରକ ସମୂହ ଦ୍ଵାରା ସମ୍ଭବକରିବା ଉଦ୍ଦେଶ୍ୟରେ ପ୍ରସାରିତ କରିବା । ଜାତୀୟ ନିରାପତ୍ତା ବଳବତ୍ତର କରିବାପାଇଁ ରାଷ୍ଟ୍ର ବା ସରକାର ନିମ୍ନୋକ୍ତ ପଦକ୍ଷେପ ନେବା ସାଧାରଣତଃ ଦେଖାଯାଏ ।

  • କୂଟନୀତି ମାଧ୍ୟମରେ ସହଯୋଗୀ ସଂଖ୍ୟାବୃଦ୍ଧି ଓ ବିପତ୍ତିକୁ ଏକଘରିକିଆ କରିବା ।
  • ରାଷ୍ଟ୍ରର ଅର୍ଥୀକ ସ୍ଥିତିରେ ସୁଧାର ଆଣି ସହଯୋଗ ବୃଦ୍ଧିପାଇଁ ଚାପ ସୃଷ୍ଟି |
  • ଦକ୍ଷ ସାମରିକବାହିନୀ ରଖୁବା ।
  • ନାଗରିକ ସୁରକ୍ଷା ଓ ଆପାତକାଳୀନ ପ୍ରସ୍ତୁତି ।
  • ଗୁଇନ୍ଦା ବିଭାଗର ସାହାଯ୍ୟରେ ଆସନ୍ନ ବିପରି ଓ ଗୁପ୍ତଚର କାର୍ଯ୍ୟକୁ ଧରିବା, ପରାହତ କରିବା ବା ଏଡ଼େଇଯିବା ଏବଂ ନିରାପତ୍ତାଜନିତ ଗୁରୁତ୍ଵପୂର୍ଣ୍ଣ ସୂଚନାଗୁଡ଼ିକର ସୁରକ୍ଷା |
  • ଦେଶର ଆନ୍ତଃନିରାପତ୍ତା ପାଇଁ ଗୁପ୍ତ ପୋଲିସ୍ ସେବା ବା ବିପକ୍ଷ ଗୁଇନ୍ଦା ବିଭାଗକୁ କାର୍ଯ୍ୟରେ ଲଗାଇବା ।

ଗୋଟିଏ ଦେଶପାଇଁ ଜାତୀୟ ନିରାପତ୍ତା ସବୁଠାରୁ ବଡ଼ କର୍ତ୍ତବ୍ୟ । ଅନ୍ୟଥା ଦେଶର ସ୍ଥାୟୀତ୍ଵ ଓ ବିଶ୍ଵରେ ସମ୍ପୃକ୍ତ ଦେଶର ମର୍ଯ୍ୟାଦା ଉପରେ ପ୍ରଶ୍ନ ଚିହ୍ନ ଲାଗିଯିବ । ଜାତୀୟ ନିରାପତ୍ତାର ଗୁରୁତ୍ଵକୁ ନିମ୍ନମତେ ସୂଚିତ କରାଯାଇପାରିବ ।

  • ଏହାଯୋଗୁଁ ବିଦେଶରେ ରାଷ୍ଟ୍ରର ସାର୍ଥ ସୁରକ୍ଷା ସହ ଦେଶ ଭିତରେ ନିରାପତ୍ତାକୁ ନିଶ୍ଚିନ୍ତ କରାଯାଇପାରିବ ।
  • ଜାତୀୟ ନିରାପତ୍ତାର ସୁଦୃଢ଼ୀକରଣ ସହ ଦେଶର ସାମଗ୍ରିକ ବିକାଶର ପ୍ରଶ୍ନ ଜଡ଼ିତ ।
  • ଏହା ଆନ୍ତର୍ଜାତିକ ସ୍ତରରେ ଦେଶର ଗୁରୁତ୍ଵ ଓ ଗ୍ରହଣୀୟତାକୁ ପ୍ରତିପାଦିତ କରେ
  • ଏହାଯୋଗୁଁ ଦେଶର ଭୌଗୋଳିକ ସୀମାର ସୁରକ୍ଷା ନିଶ୍ଚିନ୍ତ କରାଯାଇପାରିବ ।
  • ଏହା ଦେଶର ଉଭୟ ବାହ୍ୟ ଓ ଆଭ୍ୟନ୍ତରୀଣ ସାର୍ବଭୌମତ୍ୱକୁ ନିଶ୍ଚିତ କରାଏ ।
  • ଜାତୀୟ ନିରାପତ୍ତା ପରୋକ୍ଷରେ ବିଶ୍ଵ ସ୍ତରରେ ନିରାପତ୍ତା ଜନିତ ଉଦ୍‌ବେଳନକୁ ପ୍ରଶମିତ କରି ପାରିବ ।

ଜାତୀୟ ନିରାପତ୍ତାର ଅନେକଗୁଡ଼ିଏ ଉପାଦାନ ରହିଛି । ସେଗୁଡ଼ିକ ହେଲା ସାମରିକ ନିରାପତ୍ତା, ରାଜନୈତିକ ନିରାପତ୍ତା, ଆର୍ଥକ ନିରାପତ୍ତା, ପାରିବେଶିକ ନିରାପତ୍ତା, ଶକ୍ତି ଓ ପ୍ରାକୃତିକ ସମ୍ପଦର ନିରାପତ୍ତା, ସାଇବର ନିରାପତ୍ତା ଓ ମହିଳାଙ୍କ ସଶକ୍ତିକରଣ ଓ ମାନବୀୟ ନିରାପତ୍ତା ।
(କ) ସାମରିକ ନିରାପତ୍ତା:
ଗୋଟିଏ ଦେଶର ନିଜ ସୁରକ୍ଷା ନିଶ୍ଚିନ୍ତ କରିବା ତଥା ସାମରିକ ଆକ୍ରମଣକୁ ପ୍ରତିହତ କରିବା କ୍ଷମତାକୁ ସାମରିକ (Military Security) ନିରାପତ୍ତା କୁହାଯାଏ । ଅନ୍ୟ ଭାଷାରେ ସାମରିକ ଶକ୍ତିଦ୍ଵାରା ବନ୍ଦୀଆନ୍ ଦେଶ ଏହାର ସହାୟତାରେ ନିଜସ ନୀତିକୁ ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରବର୍ତନ ପାଇଁ ପ୍ରୟାସ କରେ । ଏହା ଜାତୀୟ ନିରାପତ୍ତା ସମ୍ପର୍କୀୟ ସବୁଠାରୁ ପୁରୁଣା ଉପାଦାନ ।

(ଖ) ରାଜନୈତିକ ନିରାପତ୍ତା:
ଏହାଦ୍ବାରା ସାମାଜିକ ବ୍ୟବସ୍ଥାରେ ସ୍ଥିରତା ଅଣାଯାଇପାରିବ । ଏହା ମଧ୍ୟ ଜାତୀୟ ନିରାପତ୍ତା ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଏହା ମୁଖ୍ୟତଃ ରାଷ୍ଟ୍ରରେ ସାର୍ବଭୌମତ୍ବ ପ୍ରତି ଥିବା ବିପଦକୁ ସାମ୍‌ନା କରିବାକୁ ବୁଝାଏ । ରାଷ୍ଟ୍ରରେ ସାର୍ବଭୌମତ୍ଵ ପ୍ରତି ଥିବା ବିପଦଗୁଡ଼ିକ ମୁଖ୍ୟତଃ ହେଲା । ବିଦେଶୀ ଦେଶ, ଜାତି, ଧର୍ମ ଓ ସମ୍ପ୍ରଦାୟ ଭିଭିରେ ଗଠିତ ସଙ୍ଗଠନ, ଅନ୍ୟ ଦେଶ ସହ ସମ୍ପର୍କରେ ଥ‌ିବା ଆଦିବାସୀ, ସଂଖ୍ୟାଲଘୁ ଗୋଷ୍ଠୀ, ମିଳିତ ଜାତିସଂଘପରି ଆର୍ନ୍ତଜାତିକ ସଙ୍ଗଠନ ଆଦି ।

(ଗ) ଆର୍ଥିକ ନିରାପତ୍ତା:
ଦେଶର ଜନସାଧାରଣଙ୍କୁ ରୋଜଗାର ଓ କର୍ମସଂସ୍ଥାନ ଯୋଗାଇ ଦିଆ ନଗଲେ ଆର୍ଥିକ ନିରାପତ୍ତା ବିପନ୍ନ ହେବା ସ୍ଵାଭାବିକ । ଉଭୟ ସାମରିକ ଓ ଅଣ ସାମରିକ କ୍ଷେତ୍ରରେ କର୍ମସଂସ୍ଥାନ ସୃଷ୍ଟି ଓ ତା’ର ସୁରକ୍ଷା ରାଷ୍ଟ୍ରର ଦାୟିତ୍ଵ । ଆନ୍ତର୍ଜାତିକ ବ୍ୟବସାୟ ଓ ବାଣିଜ୍ୟ, ଆର୍ଥିକ ସମ୍ପର୍କକୁ ନେଇ ବିଭିନ୍ନ ଚୁକ୍ତି, ପ୍ରାକୃତିକ ସମ୍ପଦର ବିନିଯୋଗକୁ ନେଇ ଚୁକ୍ତି ଓ ସର୍ଭ, ଦେଶ ଦେଶ ମଧ୍ୟରେ ଆର୍ଥିକ ବିକାଶକୁ ନେଇ ନିର୍ଭରଶୀଳତା ଆଦି ଆର୍ଥିକ ନିରାପତ୍ତାକୁ ପ୍ରଭାବିତ କରେ ।

(ଘ) ପାରିବେଶିକ ଘଟଣାବଳୀ:
ରାଷ୍ଟ୍ରର ନିରାପତ୍ତାକୁ ପ୍ରଭାବିତ କରୁଥିବା ଯେ କୌଣସି ପ୍ରକାର ପାରିବେଶିକ ଘଟଣାବଳୀ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ, ମାତ୍ର ସମସ୍ତ ପାରିବେଶିକ ଘଟଣାବଳୀ ଏହି ପର୍ଯ୍ୟାୟଭୁକ୍ତ ନୁହଁନ୍ତି । କେତେକ ଆନ୍ତର୍ଜାତିକ ଓ ଆଞ୍ଚଳିକ ପାରିବେଶିକ ଘଟଣାବଳୀ ଯେପରି ପାଗ ପରିବର୍ତ୍ତନ, ଜଙ୍ଗଲ ସମ୍ପଦ ନଷ୍ଟ ଓ ସନ୍ତୁଳିତ ପରିବେଶ ନଷ୍ଟ ଆଦି ଜାତୀୟ ନିରାପତ୍ତାକୁ ବିପନ୍ନ କରୁଛି ।

(‍ଙ) ଶକ୍ତି ଓ ପ୍ରାକୃତିସମ୍ପଦର ନିରାପତ୍ତା:
ପ୍ରାକୃତିକ ସମ୍ପଦର ଅଧିକାରୀ ନ ହେଲେ ରାଷ୍ଟ୍ର ଶିଳ୍ପର ବିକାଶ କରି ପାରିବ ନାହିଁ । ଆର୍ଥିକ ଶକ୍ତି ଭାବେ ପ୍ରତିଷ୍ଠା ପାଇବାପାଇଁ ରାଷ୍ଟ୍ର ପାଖରେ ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ପଦ ରହିବା କଥା । ସେଥ‌ିପାଇଁ ଦେଖାଯାଏ ବଳପ୍ରୟୋଗ କରି, ଚୁକ୍ତି ମାଧ୍ୟମରେ ବା ବ୍ୟବସାୟ, ବାଣିଜ୍ୟ ଦ୍ଵାରା ରାଷ୍ଟ୍ର ଶକ୍ତି ଓ ପ୍ରାକୃତିକ ସମ୍ପଦ ପୁନଃ ବ୍ୟବହାର ପାଇଁ ସ୍ଥୂଳ କରେ । ଶକ୍ତି ଓ ପ୍ରାକୃତିକ ସମ୍ପଦ, ପୁନଃ ବ୍ୟବହାରକ୍ଷମ ବା ଜୀବସତ୍ତା ବିହୀନ ତଥା ଜୀବସତ୍ତା ଯୁକ୍ତ ପର୍ଯ୍ୟାୟର ହୋଇପାରେ । ପ୍ରାକୃତିକ ସମ୍ପଦ ଯେପରି ଜଳ, ଶକ୍ତି ଉତ୍ସ, ଭୂଭାଗ ଓ ଖଣିଜ ସମ୍ପଦ ରାଷ୍ଟ୍ରର ଜାତୀୟ ନିରାପତ୍ତା ପାଇଁ ଅତ୍ୟାବଶ୍ୟକ ।

(ଚ) ସାଇବର ନିରାପତ୍ତା:
ଇଲେକ୍‌ଟ୍ରୋନିକ ତଥ୍ୟ ବ୍ୟବସ୍ଥା ଯେ କୌଣସି ରାଷ୍ଟ୍ରର ଜାତୀୟ ନିରାପତ୍ତା ପାଇଁ ଗୁରୁତ୍ଵପୂର୍ଣ୍ଣ ଅଟେ । ରାଷ୍ଟ୍ରର ନିରାପତ୍ତା ସମ୍ପର୍କୀୟ ଗୁରୁତ୍ଵପୂର୍ଣ୍ଣ ତଥ୍ୟାବଳୀ ଅନ୍ୟ ରାଷ୍ଟ୍ର ବା ଅଣରାଷ୍ଟ୍ର ଗୋଷ୍ଠୀ ହାତରେ ପଡ଼ିଲେ ଦେଶର ରାଜସିକ, ଅର୍ଥନୀତି ଓ ସାମରିକ ପ୍ରସ୍ତୁତି ଉପରେ ଏହାର ବଡ଼ଧରଣର ନକରାତ୍ମକ ପ୍ରଭାବ ପଡ଼େ । ଏଣୁ ରାଷ୍ଟ୍ର ଏ ବାବଦରେ ଅତ୍ୟାଧୁନିକ କୌଶଳ ପ୍ରୟୋଗକରିବା ନିଶ୍ଚିନ୍ତ ।

(ଛ) ମହିଳା ସଶକ୍ତିକରଣ:
ଗୋଟିଏ ଦେଶର ସାମାଜିକ ସ୍ଥିରତା ଓ ବିକାଶ ପାଇଁ ମହିଳା ଓ ଶିଶୁମାନଙ୍କ କଲ୍ୟାଣକୁ ପ୍ରାଧାନ୍ୟ ଦେବାକୁ ହେବ । ସାମାଜିକ ସ୍ତରରେ ଲିଙ୍ଗଭେଦ ଦୂର ହେଲେ ପରିବର୍ତ୍ତନ ଆସେ ଓ ସମାଜ ସକାରାତ୍ମକ ମାର୍ଗରେ ଗତିକରେ । ଯେଉଁ ରାଷ୍ଟ୍ରରେ ମହିଳାମାନଙ୍କୁ ସେମାନଙ୍କ ଅଧିକାରଗୁଡ଼ିକୁ ସୁଯୋଗ ପ୍ରଦାନ ତଥା ମର୍ଯ୍ୟାଦା ପ୍ରଦାନରୁ ବଞ୍ଚିତ କରାଯାଇଛି ସେହି ଦେଶଗୁଡ଼ିକ ଆଞ୍ଚଳିକ ଓ ଆନ୍ତର୍ଜାତିକ ଶାନ୍ତିପାଇଁ ବିପଦ । ଦେଶରେ ଆଇନର ଶାସନ ପ୍ରତିଷ୍ଠା ଓ ଗଣତାନ୍ତ୍ରିକକରଣ କରାଗଲେ ଜାତୀୟ ନିରାପତ୍ତା ସୁଦୃଢ଼ ହେବ ।

(ଜ) ମାନବିକ ନିରାପତ୍ତା:
ଲୋକମାନଙ୍କୁ ଭୋକ, ରୋଗ, ବ୍ୟାଧ୍ ଓ ଦମନରୁ ରକ୍ଷାକରିବାକୁ ମାନବିକ ନିରାପତ୍ତା କୁହାଯାଏ । ପ୍ରତ୍ୟେକ ବ୍ୟକ୍ତିର ଦୈନନ୍ଦିନ ଜୀବନଯାତ୍ରା ସାବଲୀଳ ଓ ନିରନ୍ତର କରିବା ଏହାର ଉଦ୍ଦେଶ୍ୟ । ଅଯଥା ସାମରିକ ନିରାପତ୍ତା ଉପରେ ଗୁରୁତ୍ଵ ନ ଦେଇ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଉନ୍ନତି ଆଣି ଲୋକମାନଙ୍କୁ ହିଂସା ଓ ଅତ୍ୟାଚାରରୁ ମୁକ୍ତ କରିବା ଏହାର ଅନ୍ୟତମ ବ୍ୟାଖ୍ୟା । ବର୍ତ୍ତମାନ ସମୟରେ ମହିଳା ଓ ସଂଖ୍ୟାଲଘୁଙ୍କ ସୁରକ୍ଷାସହ ସ୍ୱାସ୍ଥ୍ୟ ସୁରକ୍ଷା, ଗୋଷ୍ଠୀ ସୁରକ୍ଷା ଆଦି ନାନା ବିଷୟବସ୍ତୁକୁ ଏହାର ପରିସରଭୁକ୍ତ କରାଯାଇଛି ।

ବର୍ତ୍ତମାନ ବିଶ୍ଵରେ ଜାତୀୟ ନିରାପତ୍ତା ପୂର୍ବପରି ସାମରିକ ଓ ଉଦ୍ଦେଶ୍ୟମୂଳକ ବିଷୟଗୁଡ଼ିକୁ ଗୁରୁତ୍ବ ଦେଇନାହିଁ । ପରିବର୍ତ୍ତନ ପରିସ୍ଥିତି ଓ ଆର୍ନ୍ତଜାତିକ ସମ୍ପର୍କରକ୍ଷାକ୍ଷେତ୍ରରେ ନୂଆ ଆହ୍ବାନଗୁଡ଼ିକ ସମ୍ମୁଖୀନ ହେବାପାଇଁ ରାଷ୍ଟ୍ର ନିଜର ଜାତୀୟ ନିରାପତ୍ତାର ସୁରକ୍ଷା ପାଇଁ ଉଭୟ ପାରମ୍ପରିକ ନିରାପତ୍ତାଜନିତ ସମ୍ଭାବନା ଓ ଅଣପାରମ୍ପରିକ ନିରାପତ୍ତାଜନିତ ସମ୍ଭାବନା ଉପରେ ଗୁରୁତ୍ବଦେଉଛି । ପାରମ୍ପରିକ ନିରାପତ୍ତାଜନିତ ସମ୍ଭାବନାସାମରିକ ଶକ୍ତି ବୃଦ୍ଧି, କୂଟନୈତିକ ପାରଦର୍ଶିତା ଓ ବଳପ୍ରୟୋଗକୁ ଗୁରୁତ୍ବାରୋପ କରୁଥିବାବେଳେ ଅଣପାରମ୍ପରିକ ନିରାପତ୍ତାଜନିତ ସମ୍ଭାବନା ମୁଖ୍ୟତଃ ସାମାଜିକ, ଆର୍ଥିକ, ମାନବିକ, ପାରିବେଶିକ ପରି ବିଷୟଗୁଡ଼ିକ ଉପରେ ଗୁରୁତ୍ବାରୋପ କରୁଛି । ଆଲେଶଚନାର ବିଷୟବସ୍ତୁ ଭାବେ ପାରମ୍ପାରିକ ନିରାପତ୍ତାଜନିତ ସମ୍ଭାବନାରେ ଯୁଦ୍ଧାସ୍ତ୍ର ସଂଗ୍ରହ ଜନିତ ପ୍ରତିଯୋଗିତା ଓ ନିରସ୍ତ୍ରୀକରଣକୁ ନିଆଯାଇପାରେ । ସେଇପରି ଭାବେ ଅଣପାରମ୍ପରିକ ନିରାପତ୍ତାଜନିତ ସମ୍ଭାବନାଭାବେ ମାନବିକ ନିରାପତ୍ତା, ଆନ୍ତର୍ଜାତିକ ଦାରିଦ୍ର୍ୟତା, ଅସମାନତା, ସାସ୍ଥ୍ୟରକ୍ଷାକୁ ନିଆଯାଇପାରେ ।

CHSE Odisha Class 12 Political Science Chapter 9 Long Answer Questions in Odia Medium

୧୪ । ମାନବିକ ନିରାପତ୍ତା ସମ୍ବନ୍ଧରେ ଏକ ପ୍ରବନ୍ଧ ଲେଖ ।
Answer:
ଜଣେ ବ୍ୟକ୍ତି ବା ମାନବଗୋଷ୍ଠୀର ନିରାପତ୍ତାକୁ ମାନବିକ ନିରାପତ୍ତା କୁହାଯାଏ । ନିଜର ବିକାଶପାଇଁ, କାମ ପାଇଁ, ବଞ୍ଚିବା ପାଇଁ ମଣିଷ ନିରାପତ୍ତା ଚାହେଁ । ବ୍ୟକ୍ତି ଓ ଗୋଷ୍ଠୀ ମଧ୍ୟରେ ଥିବା ସମ୍ପର୍କ ତଥା କ୍ଷମତାର ବିକାଶସହ ମାନବୀୟ ନିରାପତ୍ତାର ଉଦ୍ଭବ ହୋଇଛି; ମାତ୍ର ରାଷ୍ଟ୍ରର ନିରାପତ୍ତାକୁ ପ୍ରାଧାନ୍ୟ ଦିଆଯିବାବେଳେ ବ୍ୟକ୍ତର ନରାପରାକୁ ଗୌଣ ଆସନ ଦିଆଯିବାର ଦୃଷ୍ଟାନ୍ତ ପୃଥ‌ିବୀ ଇତିହାସରେ ପରିଦୃଷ୍ଟ ହୁଏ । ବିଗତ କିଛି ଦଶନ୍ଧି ହେଲା ବ୍ୟକ୍ତିର ମୁକ୍ତି, ସମ୍ମାନ ଓ ଅଧିକାର ଉପରେ ଗୁରୁତ୍ଵ ଦିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବ୍ୟକ୍ତିର ସାମଗ୍ରିକ ସ୍ଥିତି ହିଁ ମାନବ ସମାଜର ଭାଗ୍ୟ ନିର୍ଦ୍ଧାରଣ କରେ ।

ପାରମ୍ପରିକ ଭାବେ ରାଷ୍ଟ୍ରର ନିରାପତ୍ତା ସହ ନାଗରିକ ନିରାପତ୍ତାକୁ ଏକ ସରଳରେଖାରେ ବିଚାର କରାଯାଉଥିଲା । ରାଷ୍ଟ୍ରର ନିରାପତ୍ତା ନିଶ୍ଚିନ୍ତ ହେବାଦ୍ଵାରା ବ୍ୟକ୍ତି ନିରାପଦରେ ଜୀବନଧାରଣ କରିବ ବୋଲି ଯୁକ୍ତି ଉପସ୍ଥାପିତ କରାଯାଏ । ରାଷ୍ଟ୍ରର ସାର୍ବଭୌମତ୍ଵର ସୁରକ୍ଷା ସହ ଏହାର ଭୌଗୋଳିକ ସୀମାର ସୁରକ୍ଷା ପାଖରେ ବ୍ୟକ୍ତିର ନିରାପତ୍ତାକୁ ନିମ୍ନ ଅର୍ଥରେ ଦେଖାଯାଏ । ଆଭ୍ୟନ୍ତରୀୟ ଓ ବାହ୍ୟ ଶତ୍ରୁ କବଳରୁ ରାଷ୍ଟ୍ରର ସୁରକ୍ଷା ସରକାରଙ୍କର ସର୍ବୋଚ୍ଚ କର୍ତ୍ତବ୍ୟ ବୋଲି ସ୍ଥିର କରାଯାଇଛି; ମାତ୍ର ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ରାଷ୍ଟ୍ରକେନ୍ଦ୍ରିତ ନିରାପତ୍ତା ତତ୍ତ୍ବରେ ପରିବର୍ତ୍ତନ ଆସିଲା । ଲୋକଙ୍କ ଜୀବନର ସୁରକ୍ଷାସହ ରାଷ୍ଟ୍ରର ନିରାପତ୍ତା ଜଡ଼ିତ ବୋଲି ଯୁକ୍ତି ଉପସ୍ଥାପିତ କରାଗଲା । କ୍ରମେ ରାଷ୍ଟ୍ରର ନିରାପତ୍ତା ସାଧାରଣ ଲୋକକେନ୍ଦ୍ରିତ ବୋଲି ଧାରଣା ଦାନା ବାନ୍ଧିଲା |

ଫଳସ୍ବରୂପ ମିଳିତ ଜାତିସଂଘର ସାଧାରଣ ପରିଷଦ ସାର୍ବଜନୀନ ମାନବିକ ଅଧିକାର ଘୋଷଣାପତ୍ର (Universal Declaration of Human Rights) ପ୍ରକାଶକଲା । ଲୋକମାନଙ୍କ ପାଇଁ ଉନ୍ନତମାନର ଜୀବନଯାପନ ପାଇଁ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ସେମାନଙ୍କର ଅଧିକାରଗୁଡ଼ିକର ସୁରକ୍ଷା ସହିତ ସେମାନଙ୍କର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ଵଦେବାକୁ ଆହ୍ବାନ କରାଗଲା । ରାଷ୍ଟ୍ରଗୁଡ଼ିକ ନିଜ ବିଧ‌ିବ୍ୟବସ୍ଥାରେ ପରିବର୍ତ୍ତନ ଆଣି ମାନବିକ ଅଧିକାରସମ୍ବଳିତ ଘୋଷଣାନାମାକୁ ଲାଗୁକରିବା କ୍ଷେତ୍ରରେ ଯତ୍ନବାନ ହେବା ଲକ୍ଷ୍ୟରେ ଭିଏନାଠାରେ ମିଳିତ ଜାତିସଂଘ ଆନୁକୁଲ୍ୟରେ ୧୯୯୩ ମସିହାରେ ମାନବିକ ଅଧିକାର ସମ୍ବଳିତ ଏକ ପାଠଚକ୍ରର ଅଧିବେଶନ କରାଗଲା । ଏଥିରେ ମାନବୀୟ ଅଧିକାରଗୁଡ଼ିକ ସୁରକ୍ଷା, ପ୍ରଦାନ ଓ ସଂରକ୍ଷଣ ପାଇଁ ଆନ୍ତର୍ଜାତିକ ଉଦ୍‌ବୋଧନରେ ନିମ୍ନୋକ୍ତ ବିଷୟଗୁଡ଼ିକୁ ଗୁରୁତ୍ବଦେବାକୁ ବିଶ୍ଵ ସମୁଦାୟକୁ ଆହ୍ବାନ ଦେଲେ ।

  • କଥା କହିବା ଓ ବକ୍ତବ୍ୟ ରଖୁବା ବା ନିଜକୁ ପ୍ରଥମ କରିବାର ଅଧିକାର ।
  • ନିଜ ହିସାବ ମୁତାବକ ଈଶ୍ବରଙ୍କ ଉପାସନା କରିବା ।
  • ସମସ୍ତଙ୍କୁ ଉନ୍ନତମାନର ଜୀବନଯାପନ କରିବାପାଇଁ ବ୍ୟବସ୍ଥା କରିବା ।
  • ଯୁଦ୍ଧଭୟ ହ୍ରାସକରିବାପାଇଁ ଅସ୍ତ୍ରଶସ୍ତ୍ର ଉତ୍ପାଦନ ଉପରେ କଟକଣା ଲଗାଇବା ।

୧୯୯୪ ମସିହାରେ UNDP ର Human Development Report ଅନୁଯାୟୀ ବିଶ୍ବରେ ଗରିବ, ବଞ୍ଚିତ ଓ ସୁଯୋଗ ପାଇ ନଥିବା ଲୋକମାନଙ୍କ ନିରାପତ୍ତାକୁ ନିଶ୍ଚିନ୍ତ କରିବାଦ୍ୱାରା ମାନବୀୟ ନିରାପତ୍ତା ସୁଦୃଢ଼ ହୋଇପାରିବା ଆଞ୍ଚଳିକ, ଜାତୀୟ ଓ ଆନ୍ତର୍ଜାତିକ ସ୍ଥିରତା ପାଇଁ ମାନବୀୟ ନିରାପତ୍ତାରେ ଦୃଢ଼ୀକରଣ ଜରୁରୀ । ବିଦେଶୀ ଓ ଶତ୍ରୁ ରାଷ୍ଟ୍ରର ସମ୍ଭାବ୍ୟ ଆକ୍ରମଣ ଅପେକ୍ଷା ଦେଶ ମଧ୍ୟରେ ଥିବା ଆର୍ଥିକ ଓ ସାମାଜିକ ତାରତମ୍ୟ ଗୋଟିଏ ରାଷ୍ଟ୍ରର ନିରାପତ୍ତାକୁ ବିପନ୍ନ କରିବା ପାଇଁ ଯଥେଷ୍ଟ । ଏଣୁ ଦେଶରେ ବସବାସକରୁଥିବା ଜନସାଧାରଣଙ୍କ ବିକାଶକୁ ଅଗ୍ରାଧୁକାର ଦେବାକୁ ହେବ । ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାଦ୍ବାରା ଦେଶ ନିଜକୁ ସୁରକ୍ଷିତ ରଖୁପାରିବ ନାହିଁ । ରାଷ୍ଟ୍ରୀୟ ନିରାପତ୍ତା ଏକ ବହୁବିଧ ତତ୍ତ୍ଵ ।

ଧାରଣକ୍ଷମ ମାନବିକ ବିକାଶ ମାଧ୍ଯମରେ ବିଶ୍ବର ଶାନ୍ତି ସ୍ଥାପନ ସହ ସ୍ଥିରତା ଆଣିହେବ । ସାରା ପୃଥିବୀରେ କର୍ମର ସଂସ୍ଥାନ ନିରାପତ୍ତା, ଆୟ ନିରାପତ୍ତା, ସ୍ୱାସ୍ଥ୍ୟ ନିରାପତ୍ତା, ପାରିବେଶିକ ନିରାପତ୍ତା, ଅପରାଧରୁ ସୁରକ୍ଷା, ଅସମାନତାର ବିଲୋପ, କ୍ଷୁଧାରୁ ମୁକ୍ତି, ସମସ୍ତଙ୍କ ପାଇଁ ଶିକ୍ଷା ଆଦି ମାନବୀୟ ନିରାପତ୍ତାର ବିଷୟ ପରିସରଭୁକ୍ତ । ମାନବୀୟ ବିକାଶର ମାନଦଣ୍ଡ ହିସାବରେ ମାନବୀୟ ନିରାପତ୍ତାକୁ ନିଆଯାଇପାରେ । ଏହା କେବଳ ମଣିଷର ବସ୍ତୁଗତ ଆବଶ୍ୟକତା ପୂରଣ ପାଇଁ ନୁହେଁ; ପରନ୍ତୁ ମାନବର ମର୍ଯ୍ୟାଦାବୋଧ ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ଅଭ୍ୟାସକୁ ମଧ୍ୟ ଏହା ଗୁରୁତ୍ଵଦିଏ । ମିଳିତ ଜାତିସଂଘର ତତ୍ତ୍ୱାବଧାନରେ ଆନ୍ତର୍ଜାତିକ ଆଇନ୍ ଅନୁଯାୟୀ ମାନବିକ ନିରାପତ୍ତାର କାର୍ଯ୍ୟାନ୍ଵୟକୁ ତଦାରଖ କରି ଏହାର ଉପଲବ୍ଧକୁ ମାନବଜାତିର ହିତପାଇଁ ନିଶ୍ଚିନ୍ତ କରାଯାଇପାରିବ ।

  • ମାନବିକ ନିରାପତ୍ତା ରାଷ୍ଟ୍ରକେନ୍ଦ୍ରିତ ନ ହୋଇ ବ୍ୟକ୍ତିକେନ୍ଦ୍ରିତ ଅଟେ |
  • ଏହା ବହୁକେନ୍ଦ୍ରିକ ବା ବହୁବିଧ ହୋଇଥିବାରୁ ସମଗ୍ର ମାନବଜାତିର ଖାଦ୍ୟ, ସ୍ୱାସ୍ଥ୍ୟ, ଅଧିକାର ଆଦିକୁ ଗୁରୁତ୍ଵ ଦିଏ ।
  • ଏହା ଲୋକମାନଙ୍କ କ୍ଷମତା ବୃଦ୍ଧିକରି ସେମାନଙ୍କ ମୌଳିକ ଆବଶ୍ୟକତା ପୂରଣ ଓ ମୌଳିକ ଅଧିକାର ସୁରକ୍ଷାକୁ ଗୁରୁତ୍ଵ ଦିଏ ।
  • ଏହା ଏକ ଆନ୍ତର୍ଜାତିକ ବିଷୟ । ସମସ୍ତ ଦେଶରେ ଏହାକୁ ନିଶ୍ଚିନ୍ତ କରି ଆନ୍ତର୍ଜାତିକ ନିରାପତ୍ତାକୁ ସାବ୍ୟସ୍ତ କରିବା ।
  • ମାନବିକ ବିକାଶ ସହ ମାନବୀୟ ନିରାପତ୍ତା ଜଡ଼ିତ । କର୍ମସଂସ୍ଥାନ, ସୃଷ୍ଟି କ୍ଷୁଧାରୁ ମୁକ୍ତି, ସାସ୍ଥ୍ୟସେବା, ଅସମାନତାର ଦୂରପରି ବିକାଶମୂଳକ କାର୍ଯ୍ୟକ୍ରମଦ୍ବାରା ମାନବୀୟ ନିରାପତ୍ତା ନିଶ୍ଚିନ୍ତ କରାଯାଇପାରିବ ।
  • ମାନବ ଜୀବନର ସୁରକ୍ଷା ମାନବିକ ନିରାପଭାର ମୁଖ୍ୟ ଉଦ୍ଦେଶ୍ୟ । ଯେ କୌଣସି ପ୍ରକାର ଭୟ ଉଦ୍ରେକ ବିଷୟ ଯଥା ହିଂସା, ଦଙ୍ଗା, ବିଦେଶୀ ରାଷ୍ଟ୍ରର ଆକ୍ରମଣ, ବ୍ୟାଧ ପାରିବେଶିକ ସମସ୍ୟା ଆଦି ମାନବଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ।

ମାନବିକ ନିରାପତ୍ତାର ଗୁରୁତ୍ବ (Significance) –

  • ମାନବୀୟ ନିରାପତ୍ତା ଏକ ବିଶ୍ଵବ୍ୟାପି ଚର୍ଚ୍ଚିତ ବିଷୟ ।
  • ଏହାର ବିଭିନ୍ନ ଉପାଦାନ ଯେପରି ଦୁର୍ଭିକ୍ଷ, ବ୍ୟାଧୁ, ସନ୍ତ୍ରାସବାଦ ଆଦି ପରସ୍ପର ସମ୍ପର୍କୀତ ।
  • ପ୍ରତିନିଧମୂଳକ ପଦକ୍ଷେପଦ୍ଵାରା ମାନବୀୟ ନିରାସ୍ତାକୁ ନିଶ୍ଚିନ୍ତ କରିହେବ ।
  • ଏହା ଲୋକ କେନ୍ଦ୍ରିକ । ପୃଥ‌ିବୀର ସମସ୍ତ ରାଷ୍ଟ୍ର ଓ ସବୁ କିସମର ଜନସାଧାରଣ ଏଥ୍ ସହ ଜଡ଼ିତ ।
  • ମାନବିକ ନିରାପତ୍ତା ପାଇଁ ଆନ୍ତର୍ଜାତିକ ସ୍ତରରେ ସମନ୍ବିତ ପଦକ୍ଷେପ ମିଳିତଭାବେ ଗ୍ରହଣ କରିବାକୁ ହେବ ।

CHSE Odisha Class 12 Political Science Chapter 9 Long Answer Questions in Odia Medium

୧୫ । ଆନ୍ତର୍ଜାତିକ ଦାରିଦ୍ର୍ୟତା ସମ୍ବନ୍ଧରେ ଏକ ପ୍ରବନ୍ଧ ଲେଖ ।
Answer:
ଦାରିଦ୍ର୍ୟତା ବା poverty ମୂଳତଃ ଏକ ଫରାସୀ ଶବ୍ଦ । ଏହା ଫରାସୀ ଶବ୍ଦ poverteରୁ ଆନୀତ, ଯାହାର pauper & poor ଗରିବ । ଅଭିଧାନଗତ ଅର୍ଥାନୁସାରେ poverty ଅର୍ଥ the state of being poor | ଗରିବ ଅବସ୍ଥା ବା ବସ୍ତୁଗତ ସୁଖ, ସୁବିଧା ଦେବା ପାଇଁ ସାଧନର ଅଭାବ । ଦାରିଦ୍ର୍ୟର ସଂଜ୍ଞା ପ୍ରଦାନ ସହଜ ନୁହେଁ । ଏହା ଅବସ୍ଥା କବଳିତ ଓ ସଂଜ୍ଞା ପ୍ରଦାନ କରୁଥିବା ବ୍ୟକ୍ତିର ଆଭିମୁଖ୍ୟ ଉପରେ ନିର୍ଭରଶୀଳ । ଏହା ଏକ ବହୁବୋଣୀୟ (Multifacted) ବିଷୟ; ଯେଉଁଥରେ ସାମାଜିକ, ଆର୍ଥିକ ଓ ରାଜନୈତିକ ଉପାଦାନ ରହିଛି । ଏହାକୁ ଆପେକ୍ଷିକ ଓ ଐକାନ୍ତିକ ଦୃଷ୍ଟିକୋଣରୁ ବିଚାର କରାଯାଇପାରେ । ଦ୍ବିତୀୟତଃ କ୍ଷେତ୍ରରେ ଦାରିଦ୍ର୍ୟ ଅର୍ଥ ଜୀବନଦାରଣ ପାଇଁ ଅତ୍ୟାବଶ୍ୟକ ଯେପରି ଖାଦ୍ୟ, ବସ୍ତ୍ର, ବାସଗୃହ ଆଦି ସାଧନର ଅନୁପସ୍ଥିତି ।

ପ୍ରଥମ କ୍ଷେତ୍ରରେ ଗୋଟିଏ ଦେଶରେ କିଛି ଲୋକ ଅନ୍ୟମାନଙ୍କ ତୁଳନାରେ ସାଧାରଣ ଓ ସର୍ବନିମ୍ନ ଜୀବନଯାପନର ସୁବିଧା ନ ପାଇବାକୁ ଦାରିଦ୍ର୍ୟ କୁହାଯିବ । ସମାନ ଆଲେଖ୍ୟ ଗୋଟିଏ ଦେଶର ଲୋକମାନଙ୍କ ଜୀବନଧାରଣର ମାନ ଅନ୍ୟ ଦେଶର ଲୋକମାନଙ୍କ ଜୀବନ ଧାରଣର ମାନ ସହ ତୁଳନା କରି ମଧ୍ୟ ପ୍ରଦାନ କରିହେବ । ଦାରିଦ୍ର୍ୟ ସାଧାରଣ ଭାବେ ବସ୍ତୁଗତ ସୁଖ, ସୁବିଧା, ଅର୍ଥାଦିର ନିଅଣ୍ଟିଆ ଅବସ୍ଥାକୁ ବୁଝାଏ । ଏଣୁ ଆନ୍ତର୍ଜାତିକ ଦାରିଦ୍ର୍ୟତା କହିଲେ ଏହି ସାଧାରଣ ନିଅଣ୍ଟିଆ ଅବସ୍ଥାର ପୃଥ‌ିବୀ ବ୍ୟାପି ଉପସ୍ଥିତିକୁ ସୂଚୀତ କରେ । ଅନେକ ଆନ୍ତର୍ଜାତିକ ଆକଳନ ଅନୁଯାୟୀ ଆନ୍ତର୍ଜାତିକ ଦାରିଦ୍ର୍ୟତାର କ୍ରମାଗତ ବୃଦ୍ଧି ଘଟୁଛଇ । ୨୦୦୭ ମସିହାରେ ଏକ ରିପୋର୍ଟ ଅନୁଯାୟୀ ଲୋକ ୨୦୦୮ ମସିହାରେ ଦୈନିକ ୨.୫୦ ଆମେରିକୀୟ ଡଲାର ରୋଜଗାର କରି ଜୀବନ ଧାରଣ କରୁଥିଲେ ।

ଆନ୍ତର୍ଜାତିକ ସହମତି ଅନୁଯାୟୀ ଦୈନିକ ୧.୫୦ ଆମେରିକୀୟ ଡଲାର ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଅତିଶୟ ଦାରିଦ୍ର୍ୟର ଶୀକାର ବୋଲି ଗ୍ରହଣ କରାଯାଏ । ପୃଥ‌ିବୀରେ ଦାରିଦ୍ର୍ୟର ବ୍ୟାପ୍ତିକୁ ଭୌଗୋଳିକ ମାପଦଣ୍ଡରେ ଭାଗକଲେ ଅଞ୍ଚଳ ଭିଭିରେ ଏହାର 6a626 sub-saharan Africa, a 6 vô la, Pacific East Asia, mife a6aa| 3 the Caribbean, ଉତ୍ତର ଆଫ୍ରିକା ଓ ମଧ୍ୟ ପ୍ରାଚ୍ୟ ଏବଂ ୟୁରୋପ ଓ ମଧ୍ଯ ଏସିଆ କ୍ରମରେ ବ୍ୟକ୍ତ କରାଯାଇପାରିବ । ୨୦୧୨ ମସିହାର ଏକ ଆକଳନ ଅନୁଯାୟୀ ପୃଥ‌ିବୀର ୧.୨ ବିଲିଆନ୍‌କ ଦୈନିକ ୧.୨୫ ଆମେରିକୀୟ ଡଲାର ରୋଜଗାର କରିବାକୁ ସକ୍ଷମ ନୁହଁନ୍ତି । World Bankର ଆକଳନ ଅନୁଯାୟୀ ୧୯୯୦ ରୁ ୨୦୧୫ ମଧ୍ୟରେ ପୃଥ‌ିବୀରେ ଅତିଶୟ ଦାରିଦ୍ର ମଧ୍ୟରେ ଜୀବନ ବିତାଉଥ‌ିବା ଜନସାଧାରଣଙ୍କ ସଂଖ୍ୟା ୩୭.୧% ରୁ ୯.୬% କୁ ଖସି ଆସିଛି ।

ତେବେ ବର୍ତ୍ତମାନର ଆର୍ଥିକ ପ୍ରଗତି ଓ GDP ମାପଦଣ୍ଡ ଅନୁଯାୟୀ ପୃଥବୀର ଅତ୍ୟନ୍ତ ଦରିଦ୍ର ଲୋକମାନଙ୍କୁ ଦୈନିକ ୧.୨୫ ଆମେରିକୀୟ ଡଲାର ରୋଜଗାର କରିବାକୁ ଆହୁରି ଶହେ ବର୍ଷ ଲାଗିବ । ଅତିଶୟ ଦାରିଦ୍ରତା ଏକ ଆନ୍ତର୍ଯ୍ୟାତିକ ଆହ୍ବାନ । ଏହା ପୃଥ‌ିବୀର ସବୁ ଦେଶ ଏପରିକି ଉନ୍ନତ ଦେଶଗୁଡ଼ିକର ମଧ୍ୟ ଦୃଷ୍ଟିଗୋଚର ହେଉଛି । ୟୁନିସେଫ୍‌ର ଆକଳନ ଅନୁଯାୟୀ ପୃଥ‌ିବୀର ଅର୍ଦ୍ଧେକ ଶିଶୁ, ପ୍ରାୟ ୧.୧ ବିଲିୟନ ଦାରିଦ୍ର୍ୟର ଶୀକାର ଅଟନ୍ତି । ପିଇବା ପାଣିର ଅଭାବ ଓ ଅପପୃଷ୍ଟି ଯୋଗୁଁ ପୃଥ‌ିବୀର ପ୍ରତିବର୍ଷ ୮ ବିଲିୟନ୍ ଲୋକ ଅକାଳ ମୃତ୍ୟୁର ଶୀକାର ହୁଅନ୍ତି । ଦାରିଦ୍ର୍ୟ ଯୋଗୁଁ ହିଂସା, ଗୋଷ୍ଠୀବିବାଦ ଓ ବିଦ୍ବେଷ ଦେଶ ନିର୍ବିଶେଷରେ ବୃଦ୍ଧି ପାଉଛି । ମାନବ ଚାଲାଣ, ଶିଶୁ ସୈନିକ ପ୍ରଥା, ବେଶ୍ୟାବୃତ୍ତି ଆଦି ସହ ଦାରିଦ୍ର୍ୟର ସିଧାସଳଖ ସମ୍ପର୍କ ରହିଛି ।

ପୃଥ‌ିବୀର ସବୁଠାରୁ ଦରିଦ୍ର ୨୦% ଲୋକ ପୃଥ‌ିବୀର ସମ୍ପଦର ମାତ୍ର ୧.୫% ବ୍ୟବହାର କରୁଥିବାବେଳେ ସବୁଠାରୁ ଧନୀ ୨୦% ଲୋକ ସମୁଦାୟ ସମ୍ବଳର ଅନୁମାନିକ ୮୬% ବ୍ୟବହାର କରନ୍ତି । ଏବେ ମଧ୍ୟ ପୃଥ‌ିବୀର ୮୦୫ ମିଲିଅନ ଲୋକ ଦୈନିକ ଭୋଜନପାଇଁ ପର୍ଯ୍ୟାପ୍ତ ଖାଦ୍ୟ ପାଆନ୍ତି ନାହିଁ । ଆଜିକାର Digital Ageରେ ମଧ୍ୟ ସମଗ୍ର ପୃଥବୀର ଅନ୍ୟୁନ ୧.୬ ବିଲିଅନ୍ ଲୋକ ବିଜୁଳିଶକ୍ତି କ’ଣ ଜାଣନ୍ତି ନାହିଁ I ବିଶ୍ଵ ଖାଦ୍ୟ ଯୋଜନା ଅନୁଯାୟୀ ଗରୀବ ଲୋକମାନେ ହିଁ ଭୋକିଲା ଏବଂ ଦରିଦ୍ରତା ସେମାନଙ୍କୁ ଭୋକରୁ ନିସ୍ତାର ଦେଉ ନାହିଁ । ପୃଥିବୀ ବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା HIV/AIDs, ମ୍ୟାଲେରିଆ ଓ ଯକ୍ଷ୍ମା ରୋଗରେ ପ୍ରତିବର୍ଷ ପୃଥ‌ିବୀରେ ଯେତିକି ଲୋକମରନ୍ତି ତା’ଠାରୁ ଅଧିକ ଲୋକ ଭୋକ କାରଣରୁ ମୃତ୍ୟୁମୁଖରେ ପଡ଼ନ୍ତି । ଆନ୍ତର୍ଜାତିକ ଦାରିଦ୍ର୍ୟତା ପାଇଁ କୌଣସି ଗୋଟିଏ କାରଣକୁ ଦାୟୀ କରାଯାଇପାରିବ ନାହିଁ । ତେବେ କାରଣ ଚିହ୍ନଟ ନ ହେଲେ ପ୍ରତିକାର ପନ୍ଥା ଗ୍ରହଣ କରିବା ଅସମ୍ଭବ । ନିମ୍ନରେ ସେହି କାରଣଗୁଡ଼ିକ ବର୍ଣ୍ଣନା କରାଗଲା ।

  • ପୃଥ‌ିବୀର ଅଧିକାଂଶ ଦରିଦ୍ର ରାଷ୍ଟ୍ର ପୂର୍ବରୁ ସାମ୍ରାଜ୍ୟବାଦୀ ଶକ୍ତିଗୁଡ଼ିକର ଉପନିବେଶ ରୂପେ ସ୍ୱୀକୃତି ପାଇଥିଲେ । ସେହି ଦେଶଗୁଡ଼ିକର ପ୍ରାକୃତିକ ସମ୍ପଦ ସଂଗ୍ରହ, ଲୋକମାନଙ୍କୁ କ୍ରୀତଦାସ ଭାବେ ଚାଲାଣ ଏବଂ ପାରମ୍ପରିକ ଅର୍ଥନୀତି ଓ ସାମାଜିକ ବ୍ୟବସ୍ଥାର ଧ୍ବଂସ ସାଧନ ଯୋଗୁଁ ଆଜିଯାଏ ସେହି ଦେଶଗୁଡ଼ିକ ଆର୍ଥିକ ଅନଟନର ଶିକାର ହୋଇଆସୁଛନ୍ତି ।
  • ଯୁଦ୍ଧ ଓ ରାଜନୀତିକ ଅସୁରତା ଅଧୁକାଂଶ ତୃତୀୟ ବିଶ୍ବର ରାଷ୍ଟ୍ରଗୁଡ଼ିକରେ ଦାରିଦ୍ର୍ୟର ଉପସ୍ଥିତି ପାଇଁ ଦାୟୀ । ନିରାପତ୍ତା ଓ ସ୍ଥିରତା ବିପନ୍ନ ହେଲେ ଆର୍ଥିକ ଉନ୍ନତି ଓ ପ୍ରାଚୁର୍ଯ୍ୟ ସମ୍ଭବ ନୁହେଁ । ଏହି ରାଷ୍ଟ୍ରଗୁଡ଼ିକରେ ଗୃହଯୁଦ୍ଧ ଓ ଅପାରଗ ଦୁର୍ନିତିଗ୍ରସ୍ତ ସରକାର ଦେଶର ଆର୍ଥକ ଅବନତି ପାଇଁ ଦାୟୀ ।
  • ଅନେକ ଗରୀବ ଦେଶ ଆନ୍ତର୍ଜାତିକ ଆର୍ଥିକ ଅନୁଷ୍ଠାନ ଓ ଧନୀ ଦେଶଗୁଡ଼ିକରୁ ଋଣ ଆଣିଛନ୍ତି । ଋଣର ସୁଧ ଭାବରେ ପ୍ରତିବର୍ଷ ଏହି ଦେଶଗୁଡ଼ିକୁ ପର୍ଯ୍ୟାପ୍ତ ଅର୍ଥ ପଇଠ କରିବାକୁ ପଡ଼େ । ଋଣର ସର୍ଭ ଅନୁଯାୟୀ ଦେଶଗୁଡ଼ିକ ନିଜ ନିଜର ଅର୍ଥନୀତିକୁ ମୁକୁଳା କରିବା ଯୋଗୁଁ, ବହୁ ଦେଶୀୟ କମ୍ପାନୀଗୁଡ଼ିକର ଅନୈତିକ ବାଣିଜ୍ୟ ପ୍ରତିଯୋଗିତା ଫଳ ସରୂପ ସ୍ଥାନୀୟ ଅର୍ଥନୀତି ମାଟି ଚାଟିଲାଣି ।
  • ସାମାଜିକ ଅସମାନତା ଓ ତାରତମ୍ୟ – ଅସମାନତା ଯୋଗୁଁ ଦାରିଦ୍ର୍ୟ ପରିସ୍ଥିତି ଅତି ଗମ୍ଭୀର ହୋଇପଡ଼େ ଏଥିଯୋଗୁଁ ନିମ୍ନ ସାମାଜିକ ସ୍ଥିତି ଥିବା ମାନବୀକ ଗୋଷ୍ଠୀ ବଞ୍ଚିବା ଯୋଗୁଁ ନିମ୍ନ ସାମାଜିକ ସ୍ଥିତି ଥିବା ମାନବିକ ଗୋଷ୍ଠୀ ବନ୍ଧୁବା ପାଇଁ ସାଧନ ଓ କୌଶଳ ପାଇବାରୁ ବଞ୍ଚିତ ହୁଏ । ରୋଜଗାର, ଉତ୍ପାଦନକ୍ଷମ ସମ୍ପଦର ଅସମାନ ବଣ୍ଟନ, ମୌଳିକ ସାମାଜିକ ସେବା, ସୁଯୋଗ, ବଜାର ଓ ତଥ୍ୟର ଅସମାନ ପ୍ରାପ୍ତି ସୁବିଧା ସୃଷ୍ଟି କରେ ଓ ଏହାର ବୃଦ୍ଧି ପାଇଁ ଦାୟୀ ।
  • ପୃଥ‌ିବୀର ଯେଉଁ ଦାରିଦ୍ର୍ୟ ପ୍ରପିଡ଼ିତ ଅଞ୍ଚଳ ଗୁଡ଼ିକ ପ୍ରାକୃତିକ ଦୁର୍ବିପାକ ପ୍ରବଣ ସେଠାରେ ଦାରିଦ୍ର୍ୟ ଉନ୍ମୋଚନ କରିବା କଷ୍ଟକର । ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଲୋକଙ୍କ ଆର୍ଥିକ ସ୍ଥିତି ବିଗିଡ଼ିଯାଏ ।

ଲୋକେ ନିଜ ଦେଶରେ କର୍ମସଂସ୍ଥାନ ପାଇଁ ଅନ୍ୟତ୍ର ବସବାସ କରନ୍ତି ବା ରିଫୁଜି ଭାବେ ଅନ୍ୟ ଦେଶରେ ବସବାସ କରିବାକୁ ବାଧ୍ୟ ହୁଅନ୍ତି । ସେମାନଙ୍କର ଆର୍ଥିକ ଓ ସାମାଜିକ ଜୀବନ ଦୁର୍ବିପାକ ପରେ ଦୁର୍ବିସହ ହୋଇପଡ଼େ । ସରକାର ଏତେ ବଡ଼ ମାନବିକ ଓ ବସ୍ତୁଗତ କ୍ଷତିକୁ ଭରଣା କରିବା କ୍ଷେତ୍ରରେ ଅସହାୟତା ପ୍ରକାଶ କରନ୍ତି । ଲୋକମାନଙ୍କୁ ସବୁଦିନ ପାଇଁ ଦାରିଦ୍ର୍ୟତାରୁ ମୁକ୍ତ କରିବାପାଇଁ ଆର୍ଥିକ ଓ ମାନବିକ ପଦକ୍ଷେପଗୁଡ଼ିକୁ ଦାରିଦ୍ର୍ୟ ନିରାକରଣ ବା ଦାରିଦ୍ର୍ୟ ହାର ଜନିତ ପଦକ୍ଷେପ କୁହାଯାଏ । ହେନେରୀ ଜର୍ଜଙ୍କ ମତାନୁଯାୟୀ ଦାରିଦ୍ର୍ୟକୁ ଚିରଦିନ ପାଇଁ ଉନ୍ମେଳନ ଉଦ୍ଦେଶ୍ୟରେ ଦରିଦ୍ର ଲୋକମାନଙ୍କୁ ସମ୍ପଦ ସୃଷ୍ଟିପାଇଁ ସକ୍ଷମ କରିବା ଉଦ୍ଦେଶ୍ୟରେ ଯେଉଁ ପଦକ୍ଷେପଗୁଡ଼ିକ ନିଆଯାଏ ତାହାକୁ ଦାରିଦ୍ର୍ୟ ଉନ୍ମେଳନ ପଦକ୍ଷେପ କୁହାଯାଏ । ଉଭୟ ଉନ୍ନତ ଓ ଉନ୍ନତିଶୀଳ ଦେଶଗୁଡ଼ିକରେ ଦାରିଦ୍ର୍ୟ ଦେଖୁବାକୁ ମିଳେ । ମାତ୍ର ଉନ୍ନତଶୀଳ ଓ ଗରୀବ ଦେଶଗୁଡ଼ିକରେ ଏହାର ମାତ୍ରା ଅଧିକ । ଉଭୟ ପ୍ରକାର ରାଷ୍ଟ୍ର ନାନାପ୍ରକାର ଦାରିଦ୍ର ଦୂରୀକରଣ ଯୋଜନା ହାତକୁ ବେକାର ପରିଦୃଷ୍ଟ ହୁଏ । ନିମ୍ନରେ ଏହି ପଦେକ୍ଷେପଗୁଡ଼ିକ ସମ୍ପର୍କରେ ଆଲୋଚନା କରାଗଲା ।

  • ଗରିବ ଲୋକମାନଙ୍କୁ କର୍ମସଂସ୍ଥାନ/ରୋଜଗାରର ମାଧ୍ୟମ ଯୋଗାଇବା ଅନ୍ୟତମ ଉଦ୍ୟମ ହୋଇପାରେ ।
  • ଗରିବ ଲୋକମାନଙ୍କୁ ଉତ୍ପାଦନକ୍ଷମ ସମ୍ବଳ, ଋଣ, ଶିକ୍ଷା ଓ ପ୍ରଶିକ୍ଷଣ ଯୋଗାଇବା ।
  • ଦାରିଦ୍ର୍ୟ ଉନ୍ମୋଳନ ଯୋଜନା ପ୍ରଣୟନ କ୍ଷେତ୍ରରେ ପ୍ରବୃତ ହିତାଧିକାରୀଙ୍କୁ ସାମିଲ୍ କରିବା ।
  • ଦେଶର ସମ୍ପଦ ଓ ରୋଜଗାରର ସମତା ଭିଭିକ ବଣ୍ଟନକୁ ପ୍ରାଧାନ୍ୟ ଦେବା ସହ ସାମାଜିକ ନିରାପତ୍ତା ଯୋଗାଇବା ।
  • ଆଞ୍ଚଳିକ, ଜାତୀୟ ଓ ଆନ୍ତର୍ଜାତୀୟ ପଦକ୍ଷେପ ଦ୍ବାରା ଓ ସବୁ ବର୍ଗର ଲୋକଙ୍କ ସହଭାଗୀତାରେ ଦାରିଦ୍ର୍ୟ ଦୂରୀକରଣ ସମ୍ଭବ ।
  • ଲୋକଙ୍କ ଜୀବନ ଧାରଣମାନରେ ଉନ୍ନତି ଆଣିବାପାଇଁ ବହନଯୋଗ୍ୟ ଆର୍ଥିକ ବିକାଶକୁ ଜୋର୍ ଦେଇ ପୁଞ୍ଜି ନିବେଶ ଓ ସଫଳ ଉଦ୍ୟୋଗୀ ସୃଷ୍ଟି କରିବାକୁ ପଡ଼ିବ ।
  • ମହିଳା ସଶକ୍ତିକରଣ, ଗରିବ ଲୋକମାନଙ୍କ ସଶକ୍ତିକରଣ ଓ ସେମାନଙ୍କ ସଙ୍ଗଠନଗୁଡ଼ିକୁ ପ୍ରୋତ୍ସାହନ ।
  • ସମସ୍ତଙ୍କୁ ସାର୍ବଜନୀନ ସାମାଜିକ ସେବା ଯୋଗାଇବା ଓ ଜନସଂଖ୍ୟା ନିୟନ୍ତ୍ରଣ ।
  • ଆନ୍ତର୍ଜାତିକ ଆର୍ଥିକ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟଶୈଳୀରେ ସଂସ୍ଥାର ସହ ଉନ୍ନତ ଦେଶଗୁଡ଼ିକୁ ଗରୀବ ଦେଶଗୁଡ଼ିକୁ ଉନ୍ନତ ବୈଷୟିକ କୌଶଳର ହସ୍ତାନ୍ତର କରିବା ।
  • ପ୍ରଶାସନିକ କଳର ଦକ୍ଷତା ବୃଦ୍ଧି, ଶାସନ ପ୍ରକ୍ରିୟାର ଗଣତାନ୍ତ୍ରୀକରଣ, ଦୁର୍ନିତି ଲୋପ ଓ ଅନ୍ତର୍ଭୁକ୍ତ ବିକାରକୁ ପ୍ରାଧାନ୍ୟ । ୧୯୯୩ ମସିହାରୁ ଅକ୍ଟୋବର ୧୭ ତାରିଖକୁ ପ୍ରତିବର୍ଷ ଆନ୍ତର୍ଜାତିକ ଦାରିଦ୍ର୍ୟ ଉନ୍ମୋଚନ ଦିବସ ଭାବେ ମିଳିତ ଜାତିସଂଘ ତରଫରୁ ପାଳନ କରାଯାଉଛି ।

CHSE Odisha Class 12 Political Science Chapter 9 Long Answer Questions in Odia Medium

୧୬ । ଅସମାନତା କିପରି ନିରାପତ୍ତା ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରେ ।
Answer:
ପୃଥ‌ିବୀର ଉନ୍ନତ ଓ ଗରିବ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆର୍ଥିକ ଅସମାନତା ତଥା ଶିଳ୍ପ ବିଜ୍ଞାନ ସମ୍ବନ୍ଧୀୟ ତାରତମ୍ୟ ଜାତୀୟ ତଥା ଆନ୍ତର୍ଜାତୀୟ ନିରାପତ୍ତା ପାଇଁ ଅନ୍ୟତମ ପ୍ରମୁଖ ଆହ୍ବାନ ଅଟେ । ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ ରାଷ୍ଟ୍ରଗୁଡ଼ିକ ଅପେକ୍ଷାକୃତଭାବେ ଶିଳ୍ପ ବୈଷୟିକ ବିଦ୍ୟାରେ ଉନ୍ନତ ଓ ସେମାନଙ୍କର ଅର୍ଥନୀତି ସମୃଦ୍ଧ ଏହି କାରଣରୁ ଧନୀ ଦେଶଗୁଡ଼ିକ ଆନ୍ତର୍ଜାତୀକ ଅର୍ଥନୀତି ବ୍ୟବସ୍ଥାରେ ପ୍ରାଧାନ୍ୟ ବିସ୍ତାର କରିବା ସହ ଗରୀବ ଦେଶଗୁଡ଼ିକର ଅର୍ଥନୀତି ଓ ନୀତି ପ୍ରଣୟନ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ବିସ୍ତାର କରିବାପାଇଁ ପଛଘୁଞ୍ଚା ଦେଇ ନାହାନ୍ତି । ନବ୍ୟ-ଉପନିବେଶବାଦର ଶୀକାର ଗରିବ ଓ ଅନୁନ୍ନତ ରାଷ୍ଟ୍ରସମୂହ ଶିଳ୍ପବିକାଶ, ପ୍ରଯୁକ୍ତି ବିଦ୍ୟା ଓ ଆର୍ଥିକ ଦୃଷ୍ଟିରୁ ପଛରେ ପଡ଼ିଥିବା ଯୋଗୁଁ ଧନୀ ରାଷ୍ଟ୍ରଗୁଡ଼ିକ ଉପରେ ନିର୍ଭରଶୀଳ ହୋଇ ତିଷ୍ଠି ରହିଛନ୍ତି ।

ଉପନିବେଶବାଦରୁ ମୁକ୍ତ ହୋଇ ମଧ୍ୟ ଗରୀବ ଦେଶଗୁଡ଼ିକ ଦାରିଦ୍ର୍ୟ ଓ ଅନୁନ୍ନତ ଅବସ୍ଥାର କଷଟି ପଥରରେ ଜର୍ଜରିତ । ଏବେ ମଧ୍ୟ ସେମାନେ ଧନୀ ରାଷ୍ଟ୍ରଗୁଡ଼ିକ ଦ୍ୱାରା ଆର୍ଥିକ ଶୋଷଣର ଶୀକାର ହେଉଛନ୍ତି । ବୈଦେଶିକ ସାହାଯ୍ୟ, ବହୁଦେଶୀୟ କମ୍ପାନୀ ଆନ୍ତର୍ଜାତିକ ଆର୍ଥିକ ଅନୁଷ୍ଠାନଗୁଡ଼ିକ ଉପରେ ନିୟନ୍ତ୍ରଣ ଜାରି ରଖୁଛନ୍ତି । ମାତ୍ର ଏବେ ଗରିବ ରାଷ୍ଟ୍ର ସମୂହ ନିଜର ମର୍ଯ୍ୟାଦାପୂର୍ଣ୍ଣ ଆନ୍ତର୍ଜାତିକ ଆସନ ପାଇଁ ଓ ନବ୍ୟ ଉପନିବେଶବାଦ ବିରୁଦ୍ଧରେ ସଙ୍ଗଠିତ ହେବାର ନଜିର୍ ଦେଖୁବାକୁ ମିଳୁଛି । ଏଥିଯୋଗୁଁ ଉନ୍ନତ ଓ ଗଭୀର ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମ୍ପର୍କ ତିକ୍ତ ହେବାର ଲାଗିଛି । ଶୀତଳ ଯୁଦ୍ଧର ପରବର୍ତ୍ତୀ ସମୟରେ ଏହି ପ୍ରକାର ତିକ୍ତ ସମ୍ପର୍କ ଆନ୍ତର୍ଜାତିକ ଶାନ୍ତ ଓ ନିରାପତ୍ତା ପାଇଁ ସମସ୍ୟା ସୃଷ୍ଟି କରୁଛି । ଅନୁନ୍ନତ ରାଷ୍ଟ୍ରଗୁଡ଼ିକ ନିଜର ଆର୍ଥିକ ବିକାଶ ପାଇଁ ନିମ୍ନୋକ୍ତ ଦାବୀ ଉପସ୍ଥାପିତ କରୁଛନ୍ତି ।

  • ବର୍ତ୍ତମାନର ଆନ୍ତର୍ଜାତିକ ଆର୍ଥିକ ବ୍ୟବସ୍ଥାର ନୂତନ ଢାଞ୍ଚା ପ୍ରସ୍ତୁତି |
  • ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଓ ବିଶ୍ଵବ୍ୟାଙ୍କରେ ବ୍ୟାପକ ସଂସ୍କାର ଓ ସେଗୁଡ଼ିକର ପୁନର୍ଗଠନ ।
  • ବିଶ୍ୱ ବାଣିଜ୍ୟ ଓ ବ୍ୟବସାୟରେ ବର୍ଦ୍ଧିତ ଓ ନିର୍ଦ୍ଦିଷ୍ଟ ଭାବେ ଅଂଶୀଦାର ହେବା ।
  • ଗରିବ ରାଷ୍ଟ୍ରଗୁଡ଼ିକ ନେଇଥିବା ଆନ୍ତର୍ଜାତିକ ଋଣ ଛାଡ଼ କରିବା !
  • ଆନ୍ତର୍ଜାତିକ ବିକାଶ ପାଣ୍ଠିର ସଂସ୍ଥାପନା ।
  • ଉନ୍ନତ ବୈଷୟିକ ବିଦ୍ୟା ଉନ୍ନତ ରାଷ୍ଟ୍ରଗୁଡ଼ିକ ଗରିବ ରାଷ୍ଟ୍ରଗୁଡ଼ିକ ହସ୍ତାନ୍ତର କରିବା
  • ଉଭୟ କୃଷି ଓ ଶିଳ୍ପର ବିକାଶପାଇଁ ପର୍ଯ୍ୟାପ୍ତ ପରିମାଣରେ ଆନ୍ତର୍ଜାତିକ ଅନୁଦାନ ଯୋଗାଣ ।
  • ଆନ୍ତର୍ଜାତିକ ନିଷ୍ପତ୍ତି ପ୍ରକ୍ରିୟାରେ ଅନୁନ୍ନତ ଦେଶଗୁଡ଼ିକୁ ସାମିଲ୍ କରିବା ।

ଉପରୋକ୍ତ ଦାବୀଗୁଡ଼ିକ ଚରିତାର୍ଥ ପାଇଁ ଗରୀବ ରାଷ୍ଟ୍ରଗୁଡ଼ିକ ଉତ୍ତର-ଦକ୍ଷିଣ (North-South) କଥାବାର୍ତ୍ତା ଚାହୁଁଛନ୍ତି । ଏକ ନୂତନ ଆନ୍ତର୍ଜାତିକ ଆର୍ଥିକ ବ୍ୟବସ୍ଥା ସ୍ଥାପନ ଦ୍ବାରା ସମସ୍ୟାର ସମାଧାନ ପାଇଁ ବାଟ ଖୋଲିପାରେ । ମାତ୍ର ଶିଜୋନ୍ନତ ଓ ଧନୀ ରାଷ୍ଟ୍ରଗୁଡ଼ିକ ନିଜ ନିଜ ସ୍ଥିତିରେ ପରିବର୍ତ୍ତନ ଚାହୁଁ ନାହାନ୍ତି ।

CHSE Odisha Class 12 Political Science Chapter 9 Long Answer Questions in Odia Medium

୧୭ । ମାନବିକ ନିରାପତ୍ତା ରକ୍ଷା କ୍ଷେତ୍ରରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଭୂମିକା ଆଲୋଚନା କର ।
Answer:
ବିଶ୍ଵ ସ୍ବାସ୍ଥ୍ୟ କହିଲେ ପୃଥ‌ିବୀ ପରିପ୍ରେକ୍ଷୀରେ ସମଗ୍ର ଜନ ସମାଜର ସ୍ବାସ୍ଥ୍ୟକୁ ବୁଝାଏ । ପୃଥ‌ିବୀର ସମସ୍ତ ଲୋକଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଓ ସ୍ଵାସ୍ଥ୍ୟ ରକ୍ଷାକ୍ଷେତ୍ରରେ ସମତା ସ୍ଥାପନ କରି ଏହାର ଅଧ୍ୟୟନ, ଗବେଷଣା ଓ ପ୍ରୟୋଗକୁ ପୃଥ‌ିବୀ ବ୍ୟାପି ସ୍ଵାସ୍ଥ୍ୟ ରକ୍ଷା କୁହାଯାଏ । ପୃଥ‌ିବୀ ବ୍ୟାପୀ ସ୍ଵାସ୍ଥ୍ୟ ରକ୍ଷାକ୍ଷେତ୍ରରେ ସମସ୍ୟାଗୁଡ଼ିକ ରାଷ୍ଟ୍ରଗୁଡ଼ିକର ସୀମା ଅତିକ୍ରମ ଆନ୍ତର୍ଜାତିକ ରାଜନୀତି ଓ ଅର୍ଥନୀତି ଉପରେ ପ୍ରଭାବ ପକାଇବାର ସମ୍ଭାବନା ଥାଏ । ପୃଥ‌ିବୀ ବ୍ୟାପି ମଣିଷମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି, ଏହି ଦେଶ କ୍ଷେତ୍ରରେ ଦେଶ ଦେଶ ଓ ମାନବୀୟ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ଥିବା ତାରତମ୍ୟ ହ୍ରାସ ସହ ସାସ୍ଥ୍ୟ ସମ୍ବନ୍ଧୀୟ ଆନ୍ତର୍ଜାତିକ ବିପଦକୁ ସମନା କରିବାଦ୍ଵାରା ପୃଥ‌ିବୀ ବ୍ୟାପି ସ୍ଵାସ୍ଥ୍ୟ ରକ୍ଷାରେ ସୁଧାର ଅଣାଯାଇପାରିବ । Global Health ଓ International Health ଏକା ନୁହେଁ ।

ଦ୍ଵିତୀୟ କ୍ଷେତ୍ରରେ ଉନ୍ନତଶୀଳ ରାଷ୍ଟ୍ରଗୁଡ଼ିକରେ ସାଧାରଣ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଶିଳ୍ପାନ୍ନତ ରାଷ୍ଟ୍ରଗୁଡ଼ିକ ପ୍ରଦାନ କରୁଥିବା ବୈଦେଶିକ ସାହାଯ୍ୟକୁ ବୁଝାଏ । ପୃଥିବୀ ବ୍ୟାପି ସ୍ଵାସ୍ଥ୍ୟ ରକ୍ଷାକୁ ଆକଳନ କରିବାପାଇଁ ବିଭିନ୍ନ ବିଶ୍ବବ୍ୟାପି ବ୍ୟାଧୁଗୁଡ଼ିକର କାର୍ଯ୍ୟକଳାପକୁ ଅନୁଧ୍ୟାନ କରିବାପାଇଁ ହେବ । ଏଥିସହ ବିଶ୍ବ ବ୍ୟାପି ବ୍ୟାଧଗୁଡ଼ିକର ଅବସ୍ଥିତି ଓ ଏଗୁଡ଼ିକ ଯୋଗୁଁ ମଣିଷର ଜୀବନଯାପନ ଉପରେ ନକାରାତ୍ମକ ପ୍ରଭାବକୁ ମଧ୍ୟ ଆଧ୍ୟୟନ କରିବାକୁ ହେବ । ପୃଥବୀ ବ୍ୟାପି ସାସ୍ଥ୍ୟ ରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ସଙ୍ଗଠନ ଗୁଡ଼ିକ ହେଉଛି WHO), (World Health Organisation), World Food Programme 3 World Bank ଲକ୍ଷ୍ୟ ଓ ଧାରଣକ୍ଷମ ବିକାଶଲକ୍ଷ୍ୟ କାର୍ଯ୍ୟକ୍ରମ ବିଶ୍ବବ୍ୟାପି ସ୍ଵାସ୍ଥ୍ୟ ରକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି । ବିଶ୍ବବ୍ୟାପି ସାସ୍ଥ୍ୟ କହିଲେ ସମସ୍ତଙ୍କପାଇଁ ସ୍ୱାସ୍ଥ୍ୟ ନିଶ୍ଚିନ୍ତ କରିବା ପାଇଁ ଆନ୍ତର୍ଜାତିକ ସ୍ତରରେ ସହଯୋଗ ଭିତ୍ତିରେ ଏହି ସମ୍ପର୍କୀୟ ଗବେଷଣା ଓ କାର୍ଯ୍ୟାନ୍ଵୟକୁ ବୁଝାଏ ।

ଗୋଟିଏ ଦେଶର ଜନସାଧାରଣ ବିଶ୍ବର ଅନ୍ୟ ପ୍ରାନ୍ତରେ ସାଧାରଣ ସ୍ଵାସ୍ଥ୍ୟ ରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ବ୍ୟାଧୁ ଯୋଗୁଁ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ଉଦାହରଣ ସ୍ୱରୂପ ୨୦୧୪ ମସିହାରେ Ebola Virus ସମ୍ପର୍କୀୟ ସାସ୍ଥ୍ୟ ସମସ୍ୟା, ୨୦୦୩ ମସିହା SARS ସଂକ୍ରାମକ ରୋଗ ଓ ୨୦୦୯ ମସିହାର HN ଇନ୍‌ଫ୍ଲୁଏନ୍‌ଜା ସମଗ୍ର ବିଶ୍ବର ଆତଙ୍କର ବାତାବରଣ ସୃଷ୍ଟି କରିଥିଲା । ବିଶ୍ବବ୍ୟାପି ସାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଆଣିବା ଦ୍ବାରା ଦେଶଗୁଡ଼ିକରେ ମଧ୍ୟ ସାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଆଣିବାଦ୍ବାରା ଦେଶଗୁଡ଼ିକରେ ମଧ୍ୟ ସାସ୍ଥ୍ୟ ସମ୍ପର୍କୀୟ ବ୍ୟବସ୍ଥାରେ ଉନ୍ନତି ଆସିବ । ଏଥୁଯୋଗୁଁ ଜାତୀୟ ଓ ଆନ୍ତର୍ଜାତୀୟ ନିରାପତ୍ତା ନିଶ୍ଚିନ୍ତ କରାଯାଇପାରିବ । ଏହା ସହ ସାରା ପୃଥ‌ିବୀର ରାଜନୀତିକ ସ୍ଥିରତା, କୂଟନୀତି ଓ ଆର୍ଥିକ ପ୍ରଗତି ଜଡ଼ିତ ।

ଜଗତିକରଣପରେ ବ୍ୟବସାୟ ଓ ବାଣିଜ୍ୟ ପାଇଁ ଦେଶ ଦେଶ ମଧ୍ୟରେ ଉନ୍ନତମାନର ସମ୍ପର୍କ ସ୍ଥାପିତ ହୋଇଛି । ବିଭିନ୍ନ ଦେଶର ସାଧାରଣ ବ୍ୟବସାୟ ବାଣିଜ୍ୟ, ପର୍ଯ୍ୟଟନ, ଶିକ୍ଷା, ବୃତ୍ତି ଆଦି ଉଦ୍ଦେଶ୍ୟରେ ବିଦେଶୀ ରାଷ୍ଟ୍ରଗୁଡ଼ିକୁ ମାତ୍ରାଧୁକ ଥର ଯାତ୍ରା କରୁଛନ୍ତି । ଏଣୁ ବିଶ୍ଵ ବ୍ୟାପି ସ୍ୱାସ୍ଥ୍ୟ ଅନୁଧ୍ୟାନ, ଅଧ୍ୟୟନ ଓ ଗବେଷଣା ଏତେ ଅପରିହାର୍ଯ୍ୟ ହୋଇପଡ଼ିଛି । ଦିନକୁ ଦିନ ପୃଥିବୀରେ ନୂଆ ପ୍ରକାର ଓ ପୂର୍ବରୁ ଜଣାନଥୁବା ରୋଗ ବ୍ୟାଧ ସଂକ୍ରମଣ ବୃଦ୍ଧି ପାଉଛି । ସଂକ୍ରାମକ ରୋଗଗୁଡ଼ିକର ଅନୁଧ୍ୟାନ ବ୍ୟବସ୍ଥାକୁ (surveillance system) ଦୃଢ଼ ନକଲେ ଗୋଟିଏ ଦେଶରେ ଉତ୍ପନ ରୋଗ ସହଜରେ ଅନ୍ୟ ଦେଶକୁ ସଂକ୍ରମଣ କରିବାର ସମ୍ଭାବନା ବୃଦ୍ଧିପାଇବା ତ୍ଵରିତ ଚିହ୍ନଟ ଓ ନିୟନ୍ତ୍ରଣ ବ୍ୟବସ୍ଥାଦ୍ଵାରା ଉଦୀୟମାନ ସଂକ୍ରାମକ ରୋଗକୁ ବିଶ୍ବ ସ୍ତରରେ ପ୍ରସାରିତ ହେବାରୁ କ୍ଷାନ୍ତ କରାଯାଇପାରୁଛି ।

ବର୍ତ୍ତମାନର ଅନ୍ତଃଯୋଗାଯୋଗ ପୃଥ‌ିବୀରେ ଯଦି ଏସିଆ ବା ଆଫ୍ରିକା ଯକ୍ଷ୍ମା ବା ନିମୋନିଆର ସଠିକ୍ ନିଦାନ କରାଯାଇପାରୁନାହିଁ । ତେବେ ତା’ର ପ୍ରଭାବ ଦିନେ ପରେ ଆମେରିକାରେ ଦୃଶ୍ୟ ହେବାର କିଛି ଆଶ୍ଚର୍ଯ୍ୟ ନାହିଁ । ଜୈବିକ ବିପଦ ଓ ଡ୍ରଗ ପ୍ରତିରୋଧସାସ୍ଥ୍ୟ ସମସ୍ୟା ସାରା ପୃଥ‌ିବୀରେ ଲେଶକମାନଙ୍କ ପାଇଁ ବିପଦର କାରଣ ପାଲଟିଛି । ସେଥ୍ପାଇଁ ସଂକ୍ରାମକ ରୋଗ ବିପଦକୁ ସାମନା କରିବାପାଇଁ ଅଧୁକ ଖର୍ଚ୍ଚ ବରାଦ ଆନ୍ତର୍ଜାତିକ ସ୍ତରରେ ଦେଖୁବାକୁ ମିଳୁଛି । ବିଶ୍ଵସାସ୍ଥ୍ୟ ସଙ୍ଗଠନର ୧୯୪ ସଦସ୍ୟ ରାଷ୍ଟ୍ର ମିଳିତ ଭାବରେ ଉଦୀୟମାନ ବିଶ୍ବବ୍ୟାପି ରୋଗ ବ୍ୟାଧୁ ରୋଗବ୍ୟାଧ୍ ବିପଦ ସମସ୍ତ ଯୋଗାଇ ରୋଗବ୍ୟାଧ୍ ବିପଦ ରୂପେ ଗ୍ରହଣ କରାଯାଉଛି । ବିଶ୍ବର ଅନେକ ଦେଶର ନଚେତ୍ ନିମିଷକ ମଧ୍ୟରେ ବିଶ୍ୱବ୍ୟାପି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାର ସମ୍ଭାବନାକୁ ଏଡ଼େଇ ଦେଇ ହେବ ନାହିଁ ।

ଫୁର ପ୍ରତିକାର ଓ ଟିକାକାରଣ ନିମିତ୍ତ ସାରା ବିଶ୍ବରେ ଲାବୋରେଟୋରୀଗୁଡ଼ିକର କ୍ଷମତାବୃଦ୍ଧି ସ୍ୱାସ୍ଥ୍ୟ ସମ୍ପର୍କୀୟ ତଥ୍ୟର ତ୍ବରିତ ଓ ସଠକ୍ ଭାଗୀଦାର ଓ ଅପାତକାଳୀନ ସେବାର ଭିତ୍ତିଭୂମି ସୃଷ୍ଟିକରଣ ଓ ଉନ୍ନତିଦ୍ୱାରା ସାଧାରଣ ସ୍ୱାସ୍ଥ୍ୟ ସମ୍ପର୍କୀୟ ସମସ୍ୟାକୁ ଶୀଘ୍ର ଜବାବ୍ ଦେଇ ହେବ । ଦେଶ ବ୍ୟାପି ଅନୁଧ୍ୟାନ ବ୍ୟବସ୍ଥା (surveillance system)କୁ ସାହାଯ୍ୟ ଯୋଗାଇଦେବା ଦ୍ଵାରା ରୋଗବ୍ୟାଧ୍ୟାକୁ ଚିହ୍ନଟ କରିବା ଓ ବିବରଣି ପ୍ରଦାନ କରିବା ଆଜିର ପୃଥବୀରେ ସହଜ ହୋଇପାରିଛି । ବିଶ୍ଵବ୍ୟାପି ସ୍ଵାସ୍ଥ୍ୟ ପ୍ରକୃତରେ ଜାତୀୟ ଓ ଆନ୍ତର୍ଜାତୀୟ ନିରାପତ୍ତା ବ୍ୟବସ୍ଥାକୁ ପ୍ରଭାବିତ କରିବାର ଯଥେଷ୍ଟ କ୍ଷମତା ରହିଛି । ବିଶ୍ଵବ୍ୟାପି ପ୍ରଚେଷ୍ଟା ଯେପରି ନିରସ୍ତ୍ରୀକରଣ ପାଇଁ ଉପାଦେୟ; ସେହିପରି ବିଶ୍ବବ୍ୟାପି ସହଯୋଗୀତା ବୃଦ୍ଧି ଦ୍ବାରା ପୃଥ‌ିବୀରେ ସ୍ଵାସ୍ଥ୍ୟ ରକ୍ଷାକୁ ଉଚିତ୍ ଦୃଷ୍ଟି ଦେଇ ହେବ ।

ବିଶ୍ଵଶିକ୍ଷା ବା ପୃଥବୀବ୍ୟାପି ଶିକ୍ଷା ଏକ ଜଟିଳ ଭାବନା ଦ୍ଵାରା ପୃଥ‌ିବୀ ସମ୍ପର୍କୀତ ଜ୍ଞାନ ଜଣଙ୍କଠାରେ ବୃଦ୍ଧି କରାଯାଇପାରିବ । ଏହି ଶିକ୍ଷାଦ୍ବାରା ଏକିକୃତ ପୃଥିବୀର ବାସ୍ତବତା ଜାଣିବାପାଇଁ ଲୋକମାନଙ୍କ ଦୃଷ୍ଟିଭଙ୍ଗି ଓ ମାନସିକତାରେ ପରିତର୍ଜନ ଆସେ । ଏହା ସେମାନଙ୍କୁ ଆୟ, ସମତା ଓ ମାନବିକ ଅଧିକାରକୁ ଆଧାର କରି ନୂଆ ପୃଥ‌ିବୀ ପରିକଳ୍ପନା କରିବାକୁ ସହାୟକ ହୁଏ । ପୃଥ‌ିବୀବ୍ୟାପି ଶିକ୍ଷାର ଶିକ୍ଷାନବିଶମାନେ ମାନବଜାତିର ଉନ୍ନତି କଳ୍ପେ ବିଶ୍ଵ ନାଗରିକର ଭୂମିକା ନିର୍ବାହ କରିବେ । ସତନ୍ତ୍ର ଶ୍ରେଣୀଗୃହ ବ୍ୟବସ୍ଥାରେ ଶିକ୍ଷା ଲାଭ କରି ସେମାନେ ଆନ୍ତର୍ଜାତିକ ସମୁଦାୟ, ସାମାଜିକ ଆୟ ବିଷୟବସ୍ତୁ, ଆନ୍ତର୍ଜାତିକ ଘଟଣାବଳୀ ଓ ଆନ୍ତର୍ଜାତିକ ଆଦର୍ଶ ସମ୍ପର୍କରେ ଅଧିକାରରୁ ଅଧିକ ଜାଣିବେ ।

CHSE Odisha Class 12 Political Science Chapter 9 Long Answer Questions in Odia Medium

ପୃଥ‌ିବୀ ପ୍ରତି ଥିବା ଲୋକମାନଙ୍କ ମଧ୍ୟରେ ସେବା ସହିତ ଶିକ୍ଷାଲାଭ ବ୍ୟବସ୍ଥାକୁ ଲୋକପ୍ରିୟ କରାଇବ, ଗୋଷ୍ଠୀ ମଧ୍ୟରେ କ୍ରିୟାଶୀଳତାକୁ ଇନ୍ଧନ ଯୋଗାଇବା ସହ ପୃଥ‌ିବୀ ବ୍ୟାପି ପରିବର୍ତ୍ତନର ବାର୍ତ୍ତା ପ୍ରଚାର ଓ ପ୍ରସାର କରାଇବ । ଏହି ଶିକ୍ଷାର ଉପାଦାନ ଭାବେ ବିକାଶମୂଳକ ଶିକ୍ଷା, ମାନବିକ ଅଧିକାର ଶିକ୍ଷା, ଧାରଣକ୍ଷମ ବିକାଶର ଶିକ୍ଷା, ଶାନ୍ତି ପ୍ରତିଷ୍ଠା ଓ ଅଶାନ୍ତ ନିରାକରଣ ଶିକ୍ଷା ଏବଂ ଆନ୍ତଃ ସାଂସ୍କୃତିକ ଶିକ୍ଷା ବିଷୟରେ ବିଦ୍ୟାର୍ଥୀମାନଙ୍କୁ ସ୍ୱତନ୍ତ୍ରଭାବେ ତାଲିମ୍ ପ୍ରଦାନ କରାଯାଏ । ସାର୍ବଜନୀନ ମୂଲ୍ୟବୋଧ ଯଥା ସହନଶୀଳତା, ଏକତ୍ଵଭାବ, ସମାନତା, ନ୍ୟାୟ, ଅନ୍ତର୍ଭୁକ୍ତ, ସହଯୋଗୀତା ଓ ଅହିଂସା ସମ୍ପର୍କରେ ବାସ୍ତବ ଶିକ୍ଷା ପ୍ରଦାନକୁ ବିଶ୍ବବ୍ୟାପି ଶିକ୍ଷା କୁହାଯାଏ । ଏହା ଏକ ସୃଜନଶୀଳ ଶିକ୍ଷା ସମ୍ପର୍କୀୟ ଦୃଷ୍ଟିକୋଣ; ଯାହାର ମାଧ୍ୟମରେ ଆମେ ନିଜ ସମାଜରେ ପରିବର୍ତ୍ତନ ବାର୍ତ୍ତାବହ ରୂପେ କାର୍ଯ୍ୟକରିପାରିବା । ଶିକ୍ଷାମାନଙ୍କ ମଧ୍ୟରେ ବିଶ୍ଵବ୍ୟାପି ଶିକ୍ଷା ସକରାତ୍ମକ ମୂଲ୍ୟବୋଧ ସୃଷ୍ଟି କରେ ।
ବିଶ୍ବବ୍ୟାପି ଶିକ୍ଷା ବା ବିଶ୍ଵ ଶିକ୍ଷା ଏକ ପ୍ରକ୍ରିୟା, ଯାହା-

  • ନିର୍ଦ୍ଦିଷ୍ଟ ସମସ୍ୟା ସମ୍ପର୍କରେ ପ୍ରଥମେ ସଚେତନତା ସୃଷ୍ଟି କରେ ।
  • ତତ୍‌ପରେ ସମସ୍ୟାର ଅନ୍ତର୍ନିହିତ କାରଣ ଏହାକୁ ହୃଦୟଙ୍ଗମ କରିବାପାଇଁ ଶିକ୍ଷଣୀୟ ବାତାବରଣ ସୃଷ୍ଟି କରେ ।
  • ଲୋକମାନଙ୍କୁ ସମସ୍ୟାର ନିରାକରଣ ପାଇଁ ନିଜ ଭୂମିକା ନିର୍ବାହ କରିବାକୁ ଉତ୍ସାହିତ କରେ ।
  • ଏଥିପାଇଁ ଲୋକମାନଙ୍କ ବ୍ୟବହାର ଓ ଦୃଷ୍ଟିଭଙ୍ଗୀରେ ପରିବର୍ତନ ଆଣେ ।
  • ଲୋକମାନଙ୍କୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପୁର୍ଭି ପାଇଁ ପ୍ରୋତ୍ସାହିତ ଓ ସଶକ୍ତ କରେ ।

ବିଶ୍ବବ୍ୟାପି ଶିକ୍ଷା ଦ୍ବାରା ବ୍ୟବହୃତ କୌଶଳଗୁଡ଼ିକ ହେଲା;

  • ଶିକ୍ଷାର୍ଥୀ କେନ୍ଦ୍ରିକ
  • ଅଂଶଗ୍ରହଣ
  • ସହଯୋଗ ଭିତ୍ତିକ
  • ଅଭିଜ୍ଞତାର ଭିଭିକ
  • କ୍ରିୟାଶୀଳତା
  • ସଶକ୍ତିକରଣ

ବିଶ୍ବବ୍ୟାପି ଶିକ୍ଷାର ଆବଶ୍ୟକତା ଓ ଗ୍ରହଣୀୟତା ରହିଛି କାରଣ ଏହା;

  • ଲୋକମାନଙ୍କୁ ନିଜ ଜୀବନ ସହ ପୃଥ‌ିବୀର ଅନ୍ୟ ଲୋକମାନଙ୍କ ଜୀବନ ଜଡ଼ିତ ବୋଲି ବୁଝାଏ ।
  • ଆମ ଜୀବନକୁ ଆକାର ହେଉଥିବା ଆର୍ଥିକ, ସାଂସ୍କୃତିକ, ରାଜନୀତିକ ଓ ପାରିବେଶିକ ପ୍ରଭାବ ସମ୍ପର୍କରେ ଆମର ବୁଝିବା କ୍ଷମତାକୁ ବ୍ୟାପକ ରହେ ।
  • ଅନ୍ୟମାନଙ୍କ ସହ ମିଶି ପରିବର୍ତ୍ତନ ଆଣିବାପାଇଁ ଓ ନିଜ ଜୀବନ ଉପରେ ନିଜ ନିୟନ୍ତ୍ରଣ ଜାହିର କରିବାପାଇଁ ଏହା ଲୋକମାନଙ୍କର ଦକ୍ଷତା, ଦୃଷ୍ଟିକୋଣ ଓ ମୂଲ୍ୟବୋଧରେ ସକରାତ୍ମକ ବୃଦ୍ଧି ଘଟାଏ ।
  • ପୃଥ‌ିବୀରେ କ୍ଷମତା ଓ ସମ୍ପଦର ସମତାଭିଭିକ ବଣ୍ଟନକୁ ସାବ୍ୟସ୍ତ କରି ଏକ ନ୍ୟାୟପୂର୍ଣ୍ଣ ଓ ଧାରଣକ୍ଷମ ବିଶ୍ଵ ଗଠନ ପାଇଁ ଏ କାର୍ଯ୍ୟକରେ ।

ବିଶ୍ବ ବ୍ୟାପି ଶିକ୍ଷା ବା ବିଶ୍ଵ ଶିକ୍ଷା ସହ ସମ୍ପର୍କୀତ ସଙ୍ଗଠନ ଗୁଡ଼ିକ ହେଲା;

  • Consortium for Global Education
  • Global Teacher Network
  • Global Education Network of Young Europeans
  • Early Development of Global Education

ବିଶ୍ବବ୍ୟାପି ଶିକ୍ଷା (Global Education) ଯୋଗୁଁ ଜାତୀୟ ଓ ଆନ୍ତର୍ଜାତୀୟ ନିରାପତ୍ତାକୁ ନିଶ୍ଚିନ୍ତ କରାଯାଇ ପାରିବ । ସାମରିକ ପ୍ରସ୍ତୁତି ଓ ଅସ୍ତ୍ରଶସ୍ତ୍ର ଉତ୍ପାଦନ ତଥା ଏହାକୁ ଗଚ୍ଛିତ କରି ରଖୁବାଦ୍ୱାରା ରାଷ୍ଟ୍ରର ସୁରକ୍ଷାକୁ ସାବ୍ୟସ୍ତ କରାଯାଇପାରିବ ନାହିଁ । ବିଶ୍ଵବ୍ୟାପି ଶିକ୍ଷାର ବହୁଳ ଉପଯୋଗ ଦ୍ଵାରା ବରଂ ବିଶ୍ବରେ ଶାନ୍ତି ଓ ସୌହାର୍ଘ୍ୟ ପ୍ରତିଷ୍ଠା କରି ରାଷ୍ଟ୍ରୀୟ ସୁରକ୍ଷା ସହ ବିଶ୍ବବ୍ୟାପି ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରାଯାଇପାରିବ ।

Leave a Comment