Go through 7th Class Social Science Book Odia Medium Question Answer and Class 7 Social Science Chapter 12 Question Answer Odia Medium ବଜାରକୁ ବୁଝିବା to understand textbook questions more clearly.
7th Class Social Science Chapter 12 Question Answer Odia Medium
Class 7 Social Science Chapter 12 Odia Medium
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ
Question 1.
ବଜାରର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ କ’ଣ ? ତୁମେ କିଛିଦିନ ପୂର୍ବେ ବଜାରରୁ କିଛି ସାମଗ୍ରୀ କିଣିବାକୁ ଯାଇଥବା କଥା ମନେ ପକାଅ । ଏହି ପରିଦର୍ଶନ ସମୟରେ ତୁମେ ସେହି ବଜାରର କେଉଁସବୁ ବୈଶିଷ୍ଟ୍ୟ ଦେଖୁ ଲେଖ ।
Answer:
(i) ଯେଉଁ ସ୍ଥାନରେ ଲୋକମାନେ ସାମଗ୍ରୀ କିଣାବିକା କରିଥା’ନ୍ତି ତାକୁ ବଜାର କୁହାଯାଉଥିଲାବେଳେ କେତେକ ସ୍ଥାନରେ ଏହାକୁ ହାଟ ବୋଲି କହିଥା’ନ୍ତି ।
(ii) କୌଣସି ସ୍ଥାନକୁ ବଜାର ବୋଲି କହିବା ପାଇଁ କେବେ ବୈଶିଷ୍ଟ୍ୟର ଆବଶ୍ୟକତା ଥାଏ । ଯେଉଁ ସ୍ଥାନରେ ଦୋକାନଘର ବିକ୍ରୟ କେନ୍ଦ୍ରମାନ ଖୋଲାଯାଇଥାଏ ଏବଂ କ୍ରେତା ଓ ବିକ୍ରେତା ଦ୍ରବ୍ୟ ସେବା କିଣାବିକା କରିଥା’ନ୍ତି ତାହାକୁ ବଜାର କୁହାଯାଏ ।
(iii) କୌଣସି ସାମଗ୍ରୀର କିଣାବିକା ପାଇଁ କ୍ରେତା ଓ ବିକ୍ରେତା ଉଭୟଙ୍କୁ ଏକ ନିର୍ଦ୍ଦିଷ୍ଟ ମୂଲ୍ୟରେ ସହମତ ହେବାକୁ ପଡ଼ିଥାଏ । ସୁତରାଂ, ଦେଣନେଣ ପାଇଁ ସାମଗ୍ରୀର ମୂଲ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ବୈଶିଷ୍ଟ୍ୟ ଅଟେ ।
(iv) କିନ୍ତୁ ବର୍ତ୍ତମାନ ବଜାର ଅବସ୍ଥା ବଦଳିବାରେ ଲାଗିଛି । ମୁଁ ଯାହା କିଛିଦିନ ପୂର୍ବେ ଅନୁଧ୍ୟାନ କରିଥୁଲି ଆଉ ସେ ପୁରୁଣା ଦଣ୍ଡି ବଟକରାରେ ଦ୍ରବ୍ୟ ଓଜନ କରାନଯାଇ ଡିଜିଟାଲ ମେସିନ୍ମାନଙ୍କରେ ଓଜନ କରାଯାଉଛି ।
(v) ଆହୁରି ମଧ୍ୟ ଦୋକାନୀମାନେ ଦ୍ରବ୍ୟମୂଲ୍ୟ ନେବାପାଇଁ ଆଜିକାଲି ଆଉ ଟଙ୍କା ପଇସାର କାର୍ରବାର ହେଉନାହିଁ । ପ୍ରତ୍ୟେକ ଦୋକାନମାନଙ୍କରେ QR କୋଡ଼ ଲାଗିଛି ଓ ଗ୍ରାହକମାନେ QR କୋଡ଼କୁ ସ୍କାନ୍ କରି UPI ମାଧ୍ୟମରେ ଦେୟ ପ୍ରଦାନ କରୁଛନ୍ତି ।
Question 2.
ଏହି ଅଧ୍ୟାୟର ଆରମ୍ଭରେ ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞଙ୍କ ପ୍ରସିଦ୍ଧ ଉକ୍ତି ମନେପକାଅ । ଏହି ଅଧ୍ୟାୟର ପାଠ ପରିପ୍ରେକ୍ଷୀରେ ଏହାର ପ୍ରାସଙ୍ଗିକତା ବିଷୟରେ ଆଲୋଚନା କର ।
Answer:
(i) ଅଷ୍ଟାଦଶ ଶତାବ୍ଦୀର ଅର୍ଥନୀତିଜ୍ଞ ଆଦାମ୍ ସ୍ମିଥ୍ଙ୍କ ମତ ଅନୁସାରେ, ‘ଲୋକମାନେ ଆବଶ୍ୟକ କରୁଥିବା ଦ୍ରବ୍ୟ ଓ ସେବା ନିଜେ ସୃଷ୍ଟି ନ କରିପାରିବା କାରଣରୁ ବଜାରର ବିକାଶ ହୁଏ ଓ ବଜାର ସମୃଦ୍ଧି ଆଣିଥାଏ ।’’
(ii) ବ୍ୟକ୍ତିବିଶେଷ, ପରିବାର ଏବଂ ବ୍ୟବସାୟପାଇଁ ସାମଗ୍ରୀ ଓ ସେବା ମାଧ୍ୟମରେ ବଜାର ବିକାଶ ହୋଇଥାଏ ।
(iii) ବର୍ଷ ବର୍ଷ ଧରି ଲୋକମାନେ ବିଭିନ୍ନ ସାମଗ୍ରୀ ଓ ସେବା ମାଧ୍ୟମରେ ସେମାନଙ୍କ ଚାହିଦା ଓ ଆବଶ୍ୟକତା ପୂରଣ ପାଇଁ ବଜାର ଉପରେ ନିର୍ଭର କରିଆସୁଛନ୍ତି ।
(iv) ଏହାଛଡ଼ା ବଜାରଗୁଡ଼ିକ ଲୋକ, ପରମ୍ପରା ତଥା ଚିନ୍ତାଧାରା ଆଦିକୁ ଯୋଡ଼ିଥାଏ ।
(v) ବଜାରରେ ଲୋକମାନଙ୍କର ଚାହିଦା ତୁଳନାରେ ଯୋଗାଣ ସମ୍ଭବ ହୋଇପାରୁନାହିଁ, କାରଣ ଜନସଂଖ୍ୟା ଅନୁସାରେ ଦ୍ରବ୍ୟ ଉତ୍ପାଦନ ହୋଇନଥାଏ । ଅନ୍ୟ ପକ୍ଷରେ ସମସ୍ତ ପ୍ରକାର ସାମଗ୍ରୀ ଗୋଟିଏ ଅଞ୍ଚଳରେ ମିଳିପାରି ନଥାଏ । ତେଣୁ ବଜାର ସୃଷ୍ଟି କରାଯାଇଛି, ଯେଉଁଠାରେ ବିଭିନ୍ନ ଅଞ୍ଚଳ ସାମଗ୍ରୀ ବିକ୍ରୟ କରାଯାଏ ।
Question 3.
ପିଜୁଳି କିଣାବିକା ଉଦାହରଣରେ ଭାବ ଯେ, ବିକାଳୀ ଜଣକ ଭଲ ମୂଲ୍ୟ ପାଉଛି ଓ ସେ ଲାଭବାନ ହେଉଛି । ସେ ଚାଷୀମାନଙ୍କଠାରୁ ଆହୁରି ପିଜୁଳି କିଣା ଆଣିବାକୁ ଚେଷ୍ଟା କରିବେ ଓ ସେହି ମୂଲ୍ୟରେ ବିକ୍ରିକରି ତାଙ୍କର ରୋଜଗାର ବୃଦ୍ଧି କରିପାରିବେ ।
ଏହି ପ୍ରକାର ପରିସ୍ଥିତିରେ ଚାଷୀ କ’ଣ କରିବାର ସମ୍ଭାବନା ଅଛି ? ସେ କ’ଣ ପରବର୍ତୀ ଋତୁରେ ପିଜୁଳିର ଚାହିଦା ବିଷୟରେ ଚିନ୍ତା କରିବେ ବୋଲି ଭାବୁଛ ? ତାଙ୍କ ମନରେ କ’ଣ ପ୍ରତିକ୍ରିୟା ହେବାର ସମ୍ଭାବନା ଅଛି ?
Answer:
(i) ପିଜୁଳି ବିକାଳୀ ପିଜୁଳି ବିକ୍ରୟକରି ଭଲ ଦୁଇ ପଇସା ପାଉଥିବାରୁ ତା’ ମନରେ ଉତ୍ସାହ ବୃଦ୍ଧି ପାଇଛି । ସେ ଆହୁରି ଅଧ୍ବକ ପିଜୁଳି ବିକ୍ରି କରିବାକୁ ଚେଷ୍ଟା କରିବ । ଅଧିକରୁ ଅଧୂକ ମାଲ ଆଣିବାପାଇଁ ଚାଷୀ ସହିତ ଯୋଗାଯୋଗ କରିବ ।
(ii) ଏଭଳି ପରିସ୍ଥିତି ଦେଖାଦେଲେ ଚାଷୀ ଆହୁରି ଅଧିକ ପିଜୁଳି ଉତ୍ପାଦନ କରିବାକୁ ଚେଷ୍ଟା କରିବ । ନୂଆ ନୂଆ ପ୍ରକାର ପିଜୁଳି ଉତ୍ପାଦନ କରିବା
ପାଇଁ କୃଷି ଫାର୍ମ ସହିତ ଯୋଗାଯୋଗ କରିବ ।
(iii) ନୂତନ କୃଷି ପ୍ରଣାଳୀ ଅବଲମ୍ବନ କରି ନୂତନ ପ୍ରଜାତିର ସୁନ୍ଦର ଓ ସ୍ଵାଦିଷ୍ଟ ପିଜୁଳି ଉତ୍ପାଦନରେ ଲାଗିପଡ଼ିବ ।
(iv) ଚାଷୀ ଜଣକ ଆଗାମୀ ଋତୁରେ ପିଜୁଳି ଉତ୍ପାଦନ ବଢ଼ାଇବା ତତ୍ପର ହେବ । ବେପାରୀମାନଙ୍କୁ ପିଜୁଳି ଯୋଗାଇ ଦେବାପାଇଁ କଥାଦେଇ ସେମାନଙ୍କଠାରୁ ଅଗ୍ରୀମ ଟଙ୍କା ଆଣି ଅଧୁକ ଚାଷ କରିବାପାଇଁ ଯୋଜନା ପ୍ରସ୍ତୁତ କରିବ ବୋଲି ମୁଁ ଭାବୁଛି ।
(v) ଚାଷୀଟି ସବୁବେଳେ ଲାଭ ଆଶାକରି ଚାଷ କରିଥାଏ, ଯେପରିକି ବେପାରୀଟି ଲାଭ ଆଶାରେ ବେପାର କରିଥାଏ । କିନ୍ତୁ ଚାଷୀଟିର ସବୁବେଳେ ପାଣିପାଗକୁ ନେଇ ମନରେ ଭୟ ଥାଏ । ପରବର୍ତ୍ତୀ ସମୟରେ ଅନୁଭୂଳ ପାଗ ନହେଲେ ଫସଲ ନଷ୍ଟ ହୋଇଯିବାର ମଧ୍ୟ ସମ୍ଭାବନା ଥାଏ । ସେଥୁରୁ ରକ୍ଷା ପାଇବା ପାଇଁ ଫସଲ ବୀମା କରିବାକୁ ପଡ଼ିଥାଏ ।
Question 4.
ନିମ୍ନଲିଖତ ପ୍ରକାରର ବଜାର ସହ ସେମାନଙ୍କ ବୈଶିଷ୍ଟ୍ୟ ମେଳ କରାଅ ।

Answer:
| ବଜାର | ଲକ୍ଷଣ |
| ୧. ଭୌତିକ ବଜାର | କ୍ରେତା ବିକ୍ରେତାଙ୍କ ବ୍ୟକ୍ତିଗତ ଉପସ୍ଥିତି ଆବଶ୍ୟକ କରେ |
| ୨. ଆଭାସୀ ବା ଅନ୍ଲାଇନ୍ ବଜାର | କ୍ରେତା ଓ ବିକ୍ରେତା ଆଭାସୀ (ଭର୍ଟୁଆଲ) ସାକ୍ଷାତ କରନ୍ତି ଓ ଯେକୌଣସି ସମୟରେ କାରବାର କରିପାରନ୍ତି |
| ୩. ଘରୋଇ ବଜାର | ଏକ ଦେଶ ସୀମା ମଧ୍ଯରେ କାରବାର |
| ୪. ଆନ୍ତର୍ଜାତୀୟ ବଜାର | ଦ୍ରବ୍ୟ ଓ ସେବା ଦେଶସୀମା ବାହାରକୁ ସ୍ଥାନାନ୍ତର ହୋଇଥାଏ |
| ୫. ପାଇକାରୀ ବଜାର | ବହୁ ପରିମାଣରେ ସାମଗ୍ରୀ ବ୍ୟାପାର |
| ୬. ଖୁଚୁରା ବଜାର | ଅନ୍ତିମ ଉପଭୋକ୍ତାମାନଙ୍କୁ ସାମଗ୍ରୀ ଓ ସେବା ପ୍ରଦାନ |
Question 5.
ଦ୍ରବ୍ୟର ମୂଲ୍ୟ ସାଧାରଣତଃ କ୍ରେତାଙ୍କ ଚାହିଦା ଓ ବିକ୍ରେତାଙ୍କ ଯୋଗାଣ ମଧ୍ୟରେ ପାରସ୍ପରିକ କ୍ରିୟାଦ୍ଵାରା ନିର୍ଣ୍ଣୟ କରାଯାଏ । ତେବେ କ୍ରେତାଙ୍କ ସଂଖ୍ୟା କମ୍ ଥିବା ସତ୍ତ୍ୱେ କୌଣସି ଉତ୍ପାଦର ମୂଲ୍ୟ ଅଧୁକ ରହିବା କଥା ଭାବି ପାରୁଛୁ କି ? ଏହାର କାରଣ କ’ଣ ହୋଇପାରେ ?
Answer:
(i) ସାଧାରଣତଃ ବଜାରରେ ଦୁଇଟି ଜିନିଷ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ- କ୍ରେତାଙ୍କ ଚାହିଦା ଓ ବିକ୍ରେତାଙ୍କର ଯୋଗାଣ ଚାହିଦା ଓ ଯୋଗାଣକୁ ନେଇ ଦର ସ୍ଥିର ହୋଇଥାଏ ।
(ii) ସାଧାରଣତଃ ବିକ୍ରେତାମାନେ ଆଣୁଥିବା ଦ୍ରବ୍ୟର ପରିମାଣ ଓ କ୍ରେତାମାନେ ଆବଶ୍ୟକ କରୁଥିବା ପରିମାଣଦ୍ଵାରା ସାମଗ୍ରୀର ଦର ସ୍ଥିରୀକୃତ ହୋଇଥାଏ । ମାତ୍ର କେତେକ ଦ୍ରବ୍ୟ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଯାଏ ।
(iii) ଉଦାହରଣସ୍ୱରୂପ, ଆଡ଼ମ୍ବରପୂର୍ଣ ଘଣ୍ଟା, ଡିଜାଇନ୍ ପୋଷାକ, ମୂଲ୍ୟବାନ୍ ଗହଣା, ବିରଳ ଦ୍ରବ୍ୟ କ୍ଷେତ୍ରରେ କ୍ରେତାଙ୍କ ସଂଖ୍ୟା କମ୍ ଥିଲେ ଉତ୍ପାଦର ମୂଲ୍ୟ ଅଧିକ ହୋଇଥାଏ ।
(iv) କାରଣ ସେଗୁଡ଼ିକ ପ୍ରତିଷ୍ଠାର ପ୍ରତୀକ । କେବଳ ଧନିକ ଶ୍ରେଣୀର ଗ୍ରାହକମାନେ ସେଗୁଡ଼ିକୁ କ୍ରୟ କରିବାରେ ସକ୍ଷମ ହୋଇଥା’ନ୍ତି ।
(v) ବଡ଼ ବଡ଼ ଦାମୀ କମ୍ପାନୀଗୁଡ଼ିକର ଉତ୍ପାଦ ମଧ୍ୟ ଅଧିକ ମୂଲ୍ୟ ବିଶିଷ୍ଟ ହୋଇଥାଏ । କ୍ରେତାଙ୍କ ସଂଖ୍ୟା ସେଗୁଡ଼ିକର ମୂଲ୍ୟକୁ ପ୍ରଭାବିତ କରିପାରେ ନାହିଁ । କାରଣ ଏଗୁଡ଼ିକ ଉଚ୍ଚଗୁଣମାନ ସମ୍ପଦ, ସେଗୁଡ଼ିକର କ୍ରୟ କରିବା ନିର୍ଦ୍ଦିଷ୍ଟ ସଂଖ୍ୟକ ଗ୍ରାହକମାନେ ଉତ୍କଣ୍ଠା ପ୍ରକାଶ କରିଥା’ନ୍ତି ।
Question 6.
ଏକ ପରିବା ବିକାଳୀ ବାସ୍ତବ ଜୀବନରେ ସମ୍ମୁଖୀନ ହେଉଥିବା ଏକ ଘଟଣାକୁ ଲକ୍ଷ୍ୟକର । ଏକ ପରିବାର ବଜାରକୁ ପରିବା କିଣିବା ପାଇଁ ଆସିଲେ । ଠେଲାଗାଡ଼ିକ ପରିବା ବିକାଳି ଜଣକ ବିନ୍ର ଦର କିଲୋପ୍ରତି ୩୦ ଟଙ୍କା କହୁଛନ୍ତି । ଉକ୍ତ ପରିବାରର ଜଣେ ଭଦ୍ର ମହିଳା ପରିବା ବିକାଳିଙ୍କ ସହ ମୁଲଚାଲ କରି ଏହାକୁ ୨୫ ଟଙ୍କାରେ କ୍ରୟ କରିବାକୁ ଚାହୁଁଛନ୍ତି । ବିକାଳି ଜଣକ ପ୍ରତିବାଦ କରୁଛନ୍ତି ଓ ସେହି ଦରରେ ବିକିଲେ ତାଙ୍କର କ୍ଷତି ହେବ ବୋଲି କହି ବିକ୍ରି ପାଇଁ ରାଜି ହେଉ ନାହାନ୍ତି । ଭଦ୍ର ମହିଳାଜଣକ ବିନ୍ ନକିଣି ଚାଲିଗଲେ । ନିକଟରେ ଥିବା ଏକ ସୁପର ବଜାରରେ ପରିବାର ସହ ପହଞ୍ଚିଲେ । ସେଠାରେ ପ୍ଲାଷ୍ଟିକ୍ ବ୍ୟାଗରେ ସୁନ୍ଦର ଭାବେ ପ୍ୟାକିଂ ହୋଇଥିବା ବିନ୍ ଏକ କିଲୋକୁ ୪୦ ଟଙ୍କା ଦେଇ କିଣିଲେ । ସେ ପରିବାରର ଏପରି ବ୍ୟବହାରର କାରଣ କ’ଣ ? ସାମଗ୍ରୀର ଦାମ୍ ବ୍ୟତୀତ ଆଉ କିଛି କାରଣ କିଣାବିକାକୁ ପ୍ରଭାବିତ କରୁଛି କି ?
Answer:
(i) କୌଣସି ଦ୍ରବ୍ୟ କିଣିଲାବେଳେ ଜଣେ ଗ୍ରାହକ ଦ୍ରବ୍ୟର ସବୁଦିଗ ପ୍ରତି ଧ୍ୟାନ ଦେଇଥାଏ । କେବଳ ମାତ୍ର ସେ ମୂଲ୍ୟ ଦେଖୁନଥା’ନ୍ତି ।
(ii) ସୁପର ମାର୍କେଟରୁ ୪୦ ଟଙ୍କା ଦରରେ ବିନ୍ କିଣିଲେ ଅଥଚ ୩୦ ଟଙ୍କାରେ ଠେଲାଗାଡ଼ିବାଲା ପାଖରୁ କିଣିଲେ ନାହିଁ, କାରଣ ଗ୍ରାହକମାନେ ସଫାସୁତୁରା ଓ ସ୍ଵାସ୍ଥ୍ୟପ୍ରଦ ଦ୍ରବ୍ୟ କିଣିବାକୁ ପସନ୍ଦ କରନ୍ତି ।
(iii) ପ୍ୟାକେଟ୍ରେ ଥିବା ଦ୍ରବ୍ୟ ସତେଜଥାଏ ଓ ଏହା ନେବା ଆଣିବାପାଇଁ ସୁବିଧାପ୍ରଦ ହୋଇଥାଏ ।
(iv) ସେଠାରେ ଦ୍ରବ୍ୟର ଗୁଣ ଓ ଓଜନରେ କୌଣସି ହେରଫେର କରାଯାଇନଥାଏ । ପୁନଶ୍ଚ ସେଠାରେ କ୍ରେତା କିଣିବାକୁ ଚାହୁଁଥିବା ସମସ୍ତ ଜିନିଷ ଉପଲବ୍ଧ ଥାଏ ।
(v) ସୁପର ମାର୍କେଟର ଶୀତ-ତାପ ନିୟନ୍ତ୍ରଣ ବ୍ୟବସ୍ଥା ଓ ସେଠାକାର ପରିବେଶ ଗ୍ରାହକମାନଙ୍କୁ ଆକୃଷ୍ଟ କରିଥାଏ ଓ ଅଧିକ ମୂଲ୍ୟ ଦେଲେ ସେମାନଙ୍କୁ ବାଧେ ନାହିଁ । କେତେକ ଗ୍ରହକ ସବୁବେଳେ ନାମକରା ବେତନରୁ ଦ୍ରବ୍ୟ କିଣିବାକୁ ପସନନ୍ଦ କରିଥାଏ ।
![]()
Question 7.
ଭାରତର କେତେକ ଜିଲ୍ଲା ବିଲାତି ବାଇଗଣ ଚାଷ ପାଇଁ ପ୍ରସିଦ୍ଧ । ତେବେ, କେତେକ ଋତୁରେ ଚାଷୀମାନଙ୍କ ପାଇଁ ପରିସ୍ଥିତି ଅନୁକୂଳ ହୋଇ ନଥାଏ । ପ୍ରଚୁର ପରିମାଣର ଉତ୍ପାଦନ ସମୟରେ ଚାଷୀମାନେ ଉତ୍ପାଦକୁ ନଷ୍ଟ କରି ଦେଉଥିବାର ଖବର ମିଳିଥାଏ । ତାଙ୍କର କଠିନ ପରିଶ୍ରମ ନିଷ୍ଫଳ ହୋଇଯାଏ । ଚାଷୀମାନେ ଏପରି କାହିଁକି କରିଥା’ନ୍ତି ବୋଲି ଭାବୁଛ ? ଏ ପରିସ୍ଥିତିରେ ପାଇକାରୀ ବେପାରୀମାନଙ୍କ କି ଭୂମିକା ରହିଛି ? ବିଲାତି ବାଇଗଣ ନଷ୍ଟ ନ ହେବା ନିଶ୍ଚିତ କରିବା ପାଇଁ ତଥା ଚାଷୀମାନେ କ୍ଷତିଗ୍ରସ୍ତ ନହେବାପାଇଁ କେଉଁ ସମ୍ଭାବ୍ୟ ପନ୍ଥୀମାନ ରହିଛି ?
Answer:
(i) ଯେତେବେଳେ ପ୍ରଚୁର ପରିମାଣରେ ବିଲାତି ବାଇଗଣ ଉତ୍ପାଦିତ ହୋଇଥାଏ, ସେତେବେଳେ ବିଲାତି ବାଇଗଣ ଦାମ୍ ବଜାରରେ କମିଯାଇଥାଏ । କିଣିବାପାଇଁ ବ୍ୟବସାୟୀମାନେ ଆଗ୍ରହ ପ୍ରକାଶ କରନ୍ତି ନାହିଁ । ଏହାକୁ ଅଧିକ ଖର୍ଚ୍ଚରେ ଅନ୍ୟସ୍ଥାନକୁ ପଠାଯାଇପାରେ ନାହିଁ ।
(ii) ଏହାଛଡ଼ା ବିଲାତିଗୁଡ଼ିକୁ ଅଧିକ ଦିନ ସାଇତି ରଖୁହେବନାହିଁ କି ଅଧିକ ଦିନ ରଖୁବାପାଇଁ ଚାଷୀମାନଙ୍କ ପାଖରେ ଶୀତଳ ଭଣ୍ଡାରର ସୁବିଧା ନଥାଏ । ତେଣୁ ସେମାନେ ବାଧ୍ୟହୋଇ ବିଲାତି ବାଇଗଣଗୁଡ଼ିକୁ ନଷ୍ଟ କରି ଦେଇଥା’ନ୍ତି ।
(iii) ଏପରି ଅବସ୍ଥାରେ କେବଳ ପାଇକାରୀ ବେପାରୀ ବା ହୋଲସେଲରମାନେ ବିଲାତି ବାଇଗଣଗୁଡ଼ିକୁ କିଣି ଶୀତଳଭଣ୍ଡାରରେ ଭବିଷ୍ୟତ ପାଇଁ ସାଇତି ରଖୂପାରିବେ । ଦୂରସ୍ଥାନମାନଙ୍କୁ ଦ୍ରବ୍ୟଗୁଡ଼ିକୁ ପଠାଇବାର ବ୍ୟବସ୍ଥା କରି ଚାଷୀମାନଙ୍କୁ ସାହାଯ୍ୟ କରିପାରିବେ ।
(iv) ଏପରି ସ୍ଥିତିରେ ସରକାରୀ ଓ ବେସରକାରୀ ସଂସ୍ଥାର ଉଦ୍ୟମରେ ସ୍ଥାନୀୟ ଅଞ୍ଚଳରେ ବିଲାତି ବାଇଗଣ ପ୍ରକ୍ରିୟାକରଣ କେନ୍ଦ୍ର ଖୋଲାଯାଇପାରିବ ।
(v) ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ସ୍ଥାନମାନଙ୍କରେ ଶୀତଭଣ୍ଡାରମାନ ନିର୍ମାଣ କରି ବିଲାତି ବାଇଗଣଗୁଡ଼ିକୁ ଅଧିକ ଦିନ ସୁରକ୍ଷିତ କରି ରଖୂପାରିବ ।
Question 8.
ତୁମେ ନିଜ ସ୍କୁଲ ବା ଆଖପାଖ ସ୍କୁଲରେ ହେଉଥିବା କୌଣସି ମେଳା ବିଷୟରେ ଶୁଣିଛ ବା ଯାଇଛ କି ? ନିଜ ସାଙ୍ଗ ଓ ଶିକ୍ଷକଙ୍କ ସହ ମିଶି ସେଠାରେ ପିଲାମାନେ କେଉଁ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି ଆଲୋଚନା କର । ସେମାନେ ବିକ୍ରିଦାମ୍ କିପରି ପରଚାଳନା କରିଥାନ୍ତି ଓ କ୍ରେତାଙ୍କ ସହ କିପରି ମୂଲଚାଲ କରିଥା’ନ୍ତି ?
Answer:
ହଁ, ସ୍କୁଲ୍ରେ ହେଉଥିବା ମେଳାରେ ଏହିସବୁ ଦେଖିବାକୁ ମିଳେ :
(i) ବିଭିନ୍ନ ପ୍ରକାର ଷ୍ଟଲ୍ ବସିଥାଏ । ସେଥିରେ ବିଭିନ୍ନ ଖାଦ୍ୟସାମଗ୍ରୀ, ହାତ ତିଆରି କଳାକୃତି, ମଜାଳିଆ ଖେଳ ଓ ପୋଷାକ ଆଦି ବିକ୍ରି କରାଯାଏ ।
(ii) ପିଲାମାନେ ନିଜେ ବିକ୍ରେତା ଥାଆନ୍ତି । ବିଭିନ୍ନ ସାମଗ୍ରୀର ଦର ସେମାନେ ସ୍ଥିର କରିଥା’ନ୍ତି ଓ ନିଜ ନିଜ ସାମଗ୍ରୀକୁ ପ୍ରୋତ୍ସାହିତ କରିଥାଆନ୍ତି ।
(iii) କିଛି କିଛି ଷ୍ଟଲରେ ମୂଲଚାଲ ହୋଇଥାଏ, ତେବେ ବହୁ କ୍ଷେତ୍ରରେ ଦାମ୍ ସ୍ଥିର ଥାଏ ।
(iv) ଏହା ବୁଝାମଣା, କଥୋପକଥନ ଓ ଦଳଗତ କାମ ସମ୍ବନ୍ଧରେ ଶିକ୍ଷା ଦେଇଥାଏ ।
(v) ମୁଖ୍ୟତଃ ଅନ୍ଯ ଛାତ୍ରମାନେ ହିଁ କ୍ରେତା ହୋଇଥାନ୍ତି । ତେବେ ଶିକ୍ଷକ, କର୍ମଚାରୀ ତଥା ଅଭିଭାବକମାନେ ମଧ୍ୟ କ୍ରେତାଭାବେ ଏହି କାର୍ଯ୍ୟକ୍ରମକୁ ସମର୍ଥନ ଓ ପ୍ରୋତ୍ସାହନ ଦେଇଥାଆନ୍ତି ।
Question 9.
ଯେକୌଣସି ୫ଗୋଟି ସାମଗ୍ରୀ ବାଛ ଓ ସେଥିରେ ଥିବା ପଟିଚିହ୍ନ (Lable) ପ୍ରମାଣପତ୍ରଗୁଡ଼ିକୁ ପୁସ୍ତକରେ ହୋଇଥିବା ଆଲୋଚନା ଆଧାରରେ ଯାଞ୍ଚ କର । ତୁମେ ସଂସ୍ଥାର ପ୍ରତୀକ ଚିହ୍ନ ନଥିବା କୌଣସି ସାମଗ୍ରୀ ପାଇଲ କି ? ଏପରି କାହିକି ହେଲା ବୋଲି ଭାବୁଛ ?
Answer:
- ଆମ ଜାଣିବାରେ ପ୍ରତ୍ୟେକ ଦ୍ରବ୍ୟ ପ୍ୟାକେଟ୍ ଉପରେ ବିଭିନ୍ନ ପ୍ରକାର ପଟିଚିହ୍ନ ବା (Lable) ଥାଏ । ସେଗୁଡ଼ିକ ମଧ୍ୟରୁ ପାଞ୍ଚଗୋଟି ଦ୍ରବ୍ୟର ପଟିଚିହ୍ନ ବା (Lable) ନିମ୍ନରେ ଦିଆଯାଇଛି ।
- କ୍ଷୀର ପ୍ୟାକେଟ୍ରେ – FSSAI ପଟି ଚିହ୍ନ ଦିଆଯାଇଥାଏ ।
- ପ୍ରେସର କୁକରରେ – ISI ପଟି ଚିହ୍ନ ଦିଆଯାଇଥାଏ ।
- ଚାଉଳ ପ୍ୟାକେଟ୍ରେ – AGMARK ପଟି ଚିହ୍ନ ଦିଆଯାଇଥାଏ ।
- ରେଫ୍ରିଜିରେଟରରେ – BEE ତାରକା ଚିହ୍ନ ଦିଆଯାଇଥାଏ ।
- ଚିପ୍ସ ପ୍ୟାକେଟ୍ରେ FSSAI mark ଦିଆଯାଇଥାଏ । କିନ୍ତୁ ଆଉ କେତେକ ଦ୍ରବ୍ୟ ହେଲା ଚାଉଳ, ଗହମ ଓ ଡାଲି ଇତ୍ୟାଦି ଯାହା ଆଞ୍ଚଳିକ ଦ୍ରବ୍ୟ ହିସାବରେ କିଣାଯାଇଥାଏ, ସେଥିରେ AGARK ଦି ଆଯାଇନଥାଏ ।
Question 10.
ତୁମେ ଓ ସାଙ୍ଗମାନେ ମିଶି ଏକ ସାବୁନ ଖଣ୍ଡ ତିଆରି କରିଛ । ଏହାପାଇଁ ଏକ ପଟିଚିହ୍ନ ପ୍ରସ୍ତୁତ କର । ଏହି ପଟିଚିହ୍ନରେ କେଉଁ ସବୁ ତଥ୍ୟ ରହିଲେ ଉପଭୋକ୍ତାମାନେ ଉତ୍ପାଦ ବିଷୟରେ ଅଧିକ ଜାଣିପାରିବେ ?
Answer:
- ପ୍ରଥମତଃ ସାବୁନର ନାମ ଲେଖାହେବା ଆବଶ୍ୟକ ।
- ଏଥୁରେ କେଉଁ ପ୍ରକାର ସାମଗ୍ରୀ ବ୍ୟବହାର କରାଯାଇଛି ଓ ତାହାର ମାତ୍ରା କେତେ ଉଲ୍ଲେଖ କରାଯିବା ଆବଶ୍ୟକ ।
- ଏହାର ପ୍ରକୃତ ଓଜନ କେତେ ତାହା ସାବୁନ ଲେବଲ୍ ଉପରେ ଲେଖାହେବା ଆବଶ୍ୟକ ।
- ଦ୍ରବ୍ୟ ତିଆରି ହେବାର ତାରିଖ ଓ ତା ସହିତ ଏହାକୁ କେତେଦିନ ମଧ୍ୟରେ ବ୍ୟବହାର କରାଯିବ, ତାହା ସୂଚିତ କରାଯିବା ଆବଶ୍ୟକ ।
- ଏହାର ସର୍ବାଧିକ ମୂଲ୍ୟ କେତେ ଲେଖାହେବା ଜରୁରୀ ।
- ଏହାର ନିର୍ମାଣକାରୀ ସଂସ୍ଥାର ନାମ ଓ ଠିକଣା ରହିବା ଆବଶ୍ୟକ ।
- ISI କିମ୍ବା FSSAI ଭଳି ପଟି ଚିହ୍ନ ରଖାଯିବା ଦରକାର ।
- ଏହାର ବ୍ୟବହାର ସମ୍ପର୍କରେ ସମ୍ୟକ୍ ସୂଚନା ଦିଆଯିବାର ଆବଶ୍ୟକତା ରହିଛି ।
ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୨୬୯) :
Question 1.
ବଜାର କ’ଣ ଏବଂ ଏହା କିପରି କାର୍ଯ୍ୟ କରେ ?
Answer:
(i) ଲୋକମାନେ କିଣାବିକା କରୁଥିବା ସ୍ଥାନକୁ ବଜାର କୁହାଯାଏ । କିଣାବିକା କାର୍ଯ୍ୟରେ ବିଭିନ୍ନ ପଣ୍ୟ (ଯଥା— ଫଳ, ଲୁଗାପଟା କିମ୍ବା ଖେଳନା ଆଦି) କିମ୍ବା ବିଭିନ୍ନ ସେବା (ଯଥା- କେଶ କାଟିବା ଓ ଗାଡ଼ି ମରାମତି) ଅନ୍ତର୍ଭୁକ୍ତ ।
(ii) ବଜାର ଏକ ଭୌତିକ ସ୍ଥାନରେ ଥିବା ଦୋକାନ, ରାସ୍ତାକଡ଼ କିମ୍ବା ଏକ ଡିଜିଟାଲ ଷ୍ଟୋର୍କୁ ବୁଝେଇଥାଏ ।
(iii) କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ବିନିମୟଦ୍ଵାରା ବଜାର ପରିଚାଳିତ ହୋଇଥାଏ । ବିକ୍ରେତାମାନେ ବିଭିନ୍ନ ସାମଗ୍ରୀ ଓ ସେବା ଯୋଗାଇଥା’ନ୍ତି ଏବଂ କ୍ରେତାମାନେ ମୂଲ୍ୟ ଓ ଗୁଣବତ୍ତା ଭିତ୍ତିରେ ସେମାନଙ୍କ ଆବଶ୍ୟକତା ଥିବା ଦ୍ରବ୍ୟଗୁଡ଼ିକ କିଣିଥା’ନ୍ତି ।
(iv) ଦ୍ରବ୍ୟର ମୂଲ୍ୟ ସାଧାରଣତଃ ଯୋଗାଣ (ବଜାରରେ କେତେ ପରିମାଣରେ ଉପଲବ୍ଧ) ଓ ଚାହିଦା (କେତେ ଲୋକଙ୍କର ଆବଶ୍ୟକ)ଦ୍ଵାରା ନିର୍ଣ୍ଣୟ କରାଯାଇଥାଏ ।
(v) ଯେତେବେଳେ ଚାହିଦା ଅଧିକ ମାତ୍ର ଯୋଗାଣ ସୀମିତ, ସେତେବେଳେ ଦରଦାମ ବୃଦ୍ଧିପାଏ । ବିପରୀତ ପରିସ୍ଥିତିରେ ଅର୍ଥାତ୍ ଯୋଗାଣ ଅଧ୍ବକ ଓ ଚାହିଦା କମ୍ ରହିଲେ, ମୂଲ୍ୟ ହ୍ରାସ ପାଇଥାଏ ।
(vi) ଏହିପରି ବଜାରରେ ସାମଗ୍ରୀ ଓ ସେବାର ଆଦାନପ୍ରଦାନ ହୁଏ ଏବଂ ଲୋକମାନଙ୍କର ଆବଶ୍ୟକତା ପୂରଣ ସହଜ ହୋଇଥାଏ ।
Question 2.
ଲୋକମାନଙ୍କ ଜୀବନ ଉପରେ ବଜାରର କି ଭୂମିକା ରହିଛି ?
Answer:
(i) ଲୋକମାନଙ୍କୁ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଓ ସେବା ପ୍ରଦାନ ମାଧ୍ୟମରେ ବଜାରଗୁଡ଼ିକ ସେମାନଙ୍କ ଜୀବନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥା’ନ୍ତି ।
(ii) ଲୋକମାନେ ଖାଦ୍ୟ, ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ତଥା କେଶ କାଟିବା ଓ ଯନ୍ତ୍ରପାତି ମରାମତି କାମ ଭଳି ସେବା ପାଇଁ ବଜାରକୁ ଯାଇଥା’ନ୍ତି । ବିକ୍ରେତାମାନେ ବିଭିନ୍ନ ସାମଗ୍ରୀ ଓ ସେବା ପ୍ରଦାନ ମାଧ୍ୟମରେ ଅର୍ଥ ରୋଜଗାର କରିଥା’ନ୍ତି ଏବଂ କ୍ରେତାମାନେ ନିଜ ପସନ୍ଦର ଦରକାରୀ ସାମଗ୍ରୀ ପାଇଥା’ନ୍ତି ।
(iii) ବଜାର ଲୋକମାନଙ୍କ ପାଇଁ ବିଭିନ୍ନ ବିକଳ୍ପ ଯୋଗାଇ ଦିଏ ଏବଂ ଯୋଗାଣ ଓ ଚାହିଦା ଭିଭିରେ ନ୍ୟାୟସଂଗତ ମୂଲ୍ୟ ନିର୍ଦ୍ଧାରଣରେ ସାହାଯ୍ୟ କରେ ।
(iv) ବଜାର ମଧ୍ୟ ସ୍ଥାନୀୟ ନିଯୁକ୍ତି ଓ ବ୍ୟବସାୟର ବୃଦ୍ଧିରେ ସହଯୋଗ କରେ । ଏକ ଛୋଟ ଦୋକାନ ହେଉ କିମ୍ବା ବଡ଼ ମଲ୍ ବା ଅନ୍ଲାଇନ୍ ଷ୍ଟୋର ହେଉ, ବଜାରଗୁଡ଼ିକ ଲୋକମାନଙ୍କୁ ଯୋଡ଼େ ଓ ଅର୍ଥନୀତିକୁ ସହଯୋଗ କରେ ।
Question 3.
ବଜାର କାରବାରରେ ସରକାରଙ୍କର କି ଭୂମିକା ରହିଛି ?
Answer:
(i) ବଜାରର ନ୍ୟାୟସଂଗତ ସୁପରିଚାଳନାରେ ସରକାର ପ୍ରମୁଖ ଭୂମିକା ଗ୍ରହଣ କରିଥା’ନ୍ତି । ସରକାର ନ୍ୟାୟସଂଗତ ଦେଣନେଣ ପାଇଁ ନିୟମ ତିଆରି କରନ୍ତି ଏବଂ ଉଭୟ କ୍ରେତା ବିକ୍ରେତାଙ୍କୁ ଠକେଇରୁ ରକ୍ଷା କରନ୍ତି ।
(ii) ସରକାର ବିଭିନ୍ନ ସାମଗ୍ରୀର ମାନ ଯାଞ୍ଚ କରନ୍ତି । ଅତ୍ୟାବଶ୍ୟକ ଦ୍ରବ୍ୟଗୁଡ଼ିକର ଦରଦାମ୍ ନିୟନ୍ତ୍ରଣ କରନ୍ତି ଏବଂ ବ୍ୟବସାୟୀଙ୍କଠାରୁ କର ଆଦାୟ କରନ୍ତି ।
(iii) ସରକାର ମଧ୍ୟ ଛୋଟ ଛୋଟ ବ୍ୟବସାୟୀ ଓ ଚାଷୀଙ୍କ ସ୍ଵାର୍ଥର ସୁରକ୍ଷା କରନ୍ତି ।
(iv) କେତେକ କ୍ଷେତ୍ରରେ, ଖାଦ୍ୟ, ଜଳ, ସ୍ଵାସ୍ଥ୍ୟ ସେବା ଭଳି ଜରୁରୀ ସାମଗ୍ରୀ ଓ ସେବା ପ୍ରଦାନ ପାଇଁ ସରକାର ପଦକ୍ଷେପ ନେଇଥା’ନ୍ତି ।
(v) ଏହିପରି କାର୍ଯ୍ୟ ମାଧ୍ୟମରେ ବଜାରଗୁଡ଼ିକ ନିରାପଦ ରହିବା, ନ୍ୟାୟସଂଗତ ଓ ସମସ୍ତଙ୍କ ପାଇଁ କଲ୍ୟାଣକାରୀ ରହିବାରେ ` ସରକାର ସାହାଯ୍ୟ କରିଥା’ନ୍ତି ।
Question 4.
ଉପଭୋକ୍ତାମାନେ କିଣୁଥିବା ଦ୍ରବ୍ୟ ଓ ସେବାର ଗୁଣବତ୍ତା କିପରି ପରଖ୍ ପାରିବେ ?
Answer:
(i) ଉପଭୋକ୍ତାମାନେ ବିଭିନ୍ନ ସାମଗ୍ରୀ ଓ ସେବାର ଗୁଣମାନ ବହୁ ପ୍ରକାରରେ ନିର୍ଦ୍ଧାରଣ କରିଥା’ନ୍ତି । ସେମାନେ ବିଭିନ୍ନ ସାମଗ୍ରୀର ପ୍ୟାକେଟ୍ ଉପରେ ଥିବା ସୂଚନା ଟ୍ୟାଗରୁ ମୂଲ୍ୟ, ମିଆଦ, ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଓ ପ୍ରମାଣପତ୍ର ଚିହ୍ନ (ଭାରତରେ ଭାରତୀୟ ମାନକ ସଂସ୍ଥା, ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ବ୍ୟୁରୋ, ଆଗମାର୍କ) ଦେଖ୍ ଗୁଣମାନ ବିଷୟରେ ଧାରଣା କରିପାରିବେ ।
(ii) ସାମଗ୍ରୀ କିଣିବା ପୂର୍ବରୁ ସମୀକ୍ଷା ପଢ଼ିବା, ଅନ୍ୟମାନଙ୍କର ସୁପାରିଶ ନେବା ଓ ଭିନ୍ନ ଭିନ୍ନ ସାମଗ୍ରୀ ମଧ୍ୟରେ ତୁଳନା କରିବା ମଧ୍ୟ ଲାଭପ୍ରଦ ହୋଇଥାଏ ।
(iii) ସେବା କ୍ଷେତ୍ରରେ ଗ୍ରାହକମାନେ ପୂର୍ବପ୍ରଦତ୍ତ ମୂଲ୍ୟାଙ୍କନ (ରେଟିଂ), ପୂର୍ବ ଅନୁଭୂତି ସ ଅନ୍ୟମାନଙ୍କର ପରାମର୍ଶ ନେବା ଲାଭପ୍ରଦ ହୋଇଥାଏ ।
(iv) ନମୁନା ପରୀକ୍ଷଣ କିମ୍ବା ବିଭିନ୍ନ ପ୍ରଶ୍ନ ଉତ୍ଥାପନ ମଧ୍ଯ କ୍ରେତାଙ୍କୁ ଦ୍ରବ୍ୟର ଗୁଣ, ମାନ ବିଷୟରେ ଅଧ୍ବକ ସୂଚନା ଦେଇଥାଏ । ପ୍ରଦାନ କରିଥାଏ ।
(v) ବିଭିନ୍ନ ଉପଭୋକ୍ତା ନିଜ ଅଧିକାର ସମ୍ବନ୍ଧରେ ଜାଣି ଆବଶ୍ୟକସ୍ଥଳେ ସେଗୁଡ଼ିକର ପ୍ରୟୋଗ କରିବାଦ୍ଵାରା ଭଲ ଗୁଣମାନର ସାମଗ୍ରୀ ଓ ସେବା ପାଇପାରିବା ସୁନିଶ୍ଚିତ ହୋଇଥାଏ ।
ଆସ ଅନୁସନ୍ଧାନ କରିବା :
Question 1.
ତୁମେ ଭାବିପାରୁଛ କି ଏହି ବଜାର ନିଜର ପୂର୍ଣ୍ଣ ବିକାଶ ସମୟରେ କିପରି ଦିଶୁଥିବ ?
Answer:
(i) ହଁ, ମୁଁ ଏହି ପ୍ରାଚୀନ ବଜାର ସମ୍ବନ୍ଧରେ କଳ୍ପନା କରିପାରୁଛି । ଏହା କର୍ଣ୍ଣାଟକର ବିଜୟନଗର ଅନ୍ତର୍ଗତ ହାମ୍ପି ବଜାରର ଛବି । ଏହି ବଜାର ନିଜର ଶିଖର ସମୟରେ ଯେ ବେଶ୍ ଆକର୍ଷଣୀୟ ତଥା ମନଲୋଭା ହୋଇଥବ ଏଥିରେ ସନ୍ଦେହ ନାହିଁ ।
(ii) ବିଜୟନଗର ସାମ୍ରାଜ୍ୟ ୧୪ଶ ରୁ ୧୬ଶ ଶତାବ୍ଦୀ ମଧ୍ଯରେ ସମୃଦ୍ଧିର ଚରମ ସୀମାରେ ପହଞ୍ଚିଥିଲା ସୁତରାଂ, ଏହି ବଜାରଟି ଏକ ସାଧାରଣ ରାସ୍ତାକଡ଼ ବଜାର ନୁହେଁ, ବରଂ କଂକ୍ରିଟ୍ ଗୃହ ଓ ପ୍ରଶସ୍ତ ବାରଣ୍ଡା ବିଶିଷ୍ଟ ପରିବ୍ୟାପ୍ତ ବ୍ୟାପାରିକ କ୍ଷେତ୍ର ବୋଲି ଅନୁମାନ କରିହୁଏ ।
(iii) ଏକ ପ୍ରଶସ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ବଡ଼ବଡ଼ ପଥର ନିର୍ମିତ ମଣ୍ଡପମାନ ଥିଲା ଓ ପ୍ରତ୍ୟେକ ମଣ୍ଡପରେ କାରୁକାର୍ଯ୍ୟପୂର୍ଣ୍ଣ ଖୋଦେଇଯୁକ୍ତ ସ୍ତମ୍ଭମାନ ରହିଥିଲା । ଏହି ମଣ୍ଡପରେ ଅଳଙ୍କାର ବ୍ୟବସାୟୀ, ମସଲା ବ୍ୟବସାୟୀ ଓ ବସ୍ତ୍ର ବ୍ୟବସାୟୀମାନଙ୍କ ଦୋକାନମାନ ରହିଥିଲା ।
(iv) ଝିଲ୍ମିଲ୍ କରୁଥୁବା ଦକ୍ଷିଣ ଭାରତୀୟ ସିକ ଶାଢ଼ି, ଉପସାଗରୀୟ ଦେଶଗୁଡ଼ିକର ମୁକ୍ତା, ଆରବ ଦେଶର ଘୋଡ଼ା, ହାତବୁଣା ବଡ଼ ବଡ଼ ଟୋକେଇରେ ଭର୍ତ୍ତି ଥିବା ମସଲା ଓ ଝଲସୁଥିବା ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ୍ ପଥର ଆଦି ବିଭିନ୍ନ ଦ୍ରବ୍ୟ ଚାରିଆଡ଼େ ଶୋଭା ପାଉଥିଲା ।
(v) ବିଭିନ୍ନ ଦେଶର ପର୍ଯ୍ୟଟକମାନେ ମଧ୍ୟ ଏହି ବଜାର ଯେ କେତେ ସମ୍ପନ୍ନ ଥିଲା, ସେ ବିଷୟରେ ବର୍ଣ୍ଣନା କରିଛନ୍ତି । ସତରେ, ସେହି ବଜାରାଟା ଯେ କେତେ ଜୀବନ୍ତ ଥିବ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ।
Question 2.
ତୁମ ଅଞ୍ଚଳର କୌଣସି ପ୍ରାଚୀନ ବଜାର ସମ୍ବନ୍ଧରେ ଜାଣିଛ କି ? ସେଗୁଡ଼ିକ ଆଜିକାଲିର ବଜାରଠାରୁ କିପରି ସମାନ ବା ଭିନ୍ନ ଥିଲେ । ନିଜ ପରିବାର ତଥା ଆଖପାଖ ବୟସ୍କ ଲୋକଙ୍କଠାରୁ ଏହି ବିଷୟରେ ପଚାରି ବୁଝ ।
Answer:
(i) ନୂଆଦିଲ୍ଲୀ ଅନ୍ତର୍ଗତ ଲାଲକିଲ୍ଲାର ନୂଆବଜାର, ଏକ ପ୍ରାଚୀନ ବଜାରର ଉଦାହରଣ । ମୋଗଲ ଶାସନ କାଳରେ ପୁରୁଣା ବଜାରଗୁଡ଼ିକ କିପରି ପରିଚାଳିତ ହେଉଥିଲା, ତାହାର ଏକ ଜୀବନ୍ତ ଚିତ୍ର ଏହା ପ୍ରଦାନ କରେ । ଆଜିବି ଏହି ବଜାର ବେଶ୍ ଚଳଚଞ୍ଚଳ ଅଛି ।
(ii) ତତ୍କାଳୀନ ସମୟରେ ଏହା କେବଳ ରାଜ ପରିବାରଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଆଜି କିନ୍ତୁ ଏହା ସମସ୍ତଙ୍କ ପାଇଁ ଉନ୍ମୁକ୍ତ ।
(iii) ଲାଲ୍କିଲ୍ଲାକୁ ବୁଲି ଆସୁଥୁବା ବହୁ ପର୍ଯ୍ୟଟକ ଏଠାରୁ ସିଲ୍, ହସ୍ତଶିଳ୍ପ ସାମଗ୍ରୀ ଓ ବିରଳ କାରୁକାର୍ଯ୍ୟମାନ କିଣିଥା’ନ୍ତି ।
![]()
Question 3.
ଚିତ୍ରକୁ ଲକ୍ଷ୍ୟ କର । ଏହି ଦୁଇ ଜଣ କ’ଣ ଆଲୋଚନା କରୁଛନ୍ତି ? ତୁମେ ଓ ତୁମର ବନ୍ଧୁ ନିଜକୁ ପିଜୁଳିର ଜଣେ କ୍ରେତା ଓ ଅନ୍ୟଜଣେ ବିକ୍ରେତା ବୋଲି ଭାବ । ତୁମ ଭିତରେ କେଉଁ ସବୁ କଥାବାର୍ତ୍ତା ହୋଇଥାଇପାର, ତାକୁ ଲେଖୁ ରଖ୍ ଏକ ବ୍ୟଙ୍ଗାତ୍ମକ ନାଟକ ମାଧ୍ୟମରେ ଉପସ୍ଥାପନ କର ।

Answer:
ଶିକ୍ଷକଙ୍କ ସହାୟତାରେ ଛାତ୍ର ଛାତ୍ରୀମାନେ ବ୍ୟଙ୍ଗାତ୍ମକ ନାଟକ ମାଧ୍ୟମରେ ଉପସ୍ଥାପନା କରିବେ ।
Question 4.
ଚିତ୍ରକୁ ଲକ୍ଷ୍ୟ କର ଏବଂ ଦ୍ରବ୍ୟ ନିର୍ମାଣକାରୀ | ଉତ୍ପାଦନକାରୀଙ୍କଠାରୁ ଉପଭୋକ୍ତା । ଗ୍ରାହକ ନିକଟକୁ ଦ୍ରବ୍ୟର ପ୍ରବାହକୁ ବର୍ଣ୍ଣନା କର । ଏହି ପ୍ରବାହରେ ପାଇକାରୀ ଓ ଖୁଚୁରା ବ୍ୟବସାୟୀଙ୍କର କି ଭୂମିକା ରହିଛି ?
Answer:
(i) ନିର୍ମାତା ବା ଉତ୍ପାଦନକାରୀ : ନିର୍ମାତା ବା ଉତ୍ପାଦନକାରୀମାନେ ନୂତନ ଦ୍ରବ୍ୟମାନ ପ୍ରସ୍ତୁତ କରିଥା’ନ୍ତି । ଏହି ନୂତନ ସାମଗ୍ରୀ ବିଭିନ୍ନ କଞ୍ଚାମାଲ ବିନିଯୋଗରେ ହୋଇଥାଇପାରେ କିମ୍ବା ଚାଷଦ୍ଵାରା ଉତ୍ପନ୍ନ ଦ୍ରବ୍ୟ ହୋଇଥାଇପାରେ । ସାମଗ୍ରୀଗୁଡ଼ିକ ସାଧାରଣତଃ ବହୁ ପରିମାଣରେ ଉତ୍ପାଦିତ ହୋଇଥାଏ ।
(ii) ପାଇକାରୀ ବ୍ୟବସାୟୀ : ପାଇକାରୀ ବ୍ୟବସାୟୀମାନେ ନିର୍ମାତା ବା ଉତ୍ପାଦନକାରୀଙ୍କଠାରୁ ଏକାବେଳକେ ବହୁ ପରିମାଣରେ ଦ୍ରବ୍ୟ କିଣିଥାନ୍ତି । ବଡ଼ ବଡ଼ ପଣ୍ୟଗାରରେ ଦ୍ରବ୍ୟ ସବୁକୁ ସଞ୍ଚିତ କରି ରଖୁଥା’ନ୍ତି । ପରେ ଏଗୁଡ଼ିକୁ ଖୁଚୁରା ବ୍ୟବସାୟୀଙ୍କୁ ଆବଶ୍ୟକତା ଅନୁସାରେ ବିକ୍ରି କରିଥା’ନ୍ତି । ସୁତରାଂ ପାଇକାରୀ ବ୍ୟବସାୟୀମାନେ ଉତ୍ପାଦନକାରୀ ଓ ଖୁଚୁରା ବ୍ୟବସାୟୀଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିଥାନ୍ତି ଓ. ବଣ୍ଟନ ପ୍ରକ୍ରିୟାକୁ ସୁଗମ କରିଥା’ନ୍ତି ।
(iii) ଖୁଚୁରା ବ୍ୟବସାୟୀ : ଖୁଚୁରା ବ୍ୟବସାୟୀମାନେ ଅଳ୍ପ ପରିମାଣର ଦ୍ରବ୍ୟ ପାଇକାରୀ ବ୍ୟବସାୟୀଙ୍କଠାରୁ କିଣିଥା’ନ୍ତି (ବେଳେବେଳେ ଉତ୍ପାଦନକାରୀଙ୍କଠାରୁ କିଣିଥା’ନ୍ତି) ଓ ଅନ୍ତିମ ଉପଭୋକ୍ତାମାନଙ୍କୁ ସିଧାସଳଖ ବିକିଥା’ନ୍ତି । ଗ୍ରାହକସେବା, ବିପଣନ, ଅନୁକୂଳ ଅବସ୍ଥିତି ତଥା ବିଭିନ୍ନ ପ୍ରକାର ଦ୍ରବ୍ୟର ସମାହାର ମାଧ୍ୟମରେ ଖୁଚୁରା ବ୍ୟବସାୟୀମାନେ ସାମଗ୍ରୀର ମୂଲ୍ୟବୃଦ୍ଧି କରିଥା’ନ୍ତି ।
(iv) ଉପଭୋକ୍ତା | ଗ୍ରାହକ : ଉପଭୋକ୍ତା | ଗ୍ରାହକମାନେ ଏହି ପ୍ରକ୍ରିୟାର ସର୍ବଶେଷ ବ୍ୟକ୍ତି । ସେ ବିଭିନ୍ନ ଦ୍ରବ୍ୟ କିଣେ ଓ ତା’ର ଉପଯୋଗ କରେ ।
Question 5.
ତୁମ ଘରପାଖରେ ଥିବା ଦୋକାନୀଗୁଡ଼ିକୁ କୌଣସି ଏକ ସାମଗ୍ରୀର ଉତ୍ପାଦନ ସ୍ଥାନ ଓ ଦୋକାନରେ ପହଞ୍ଚିବା ପର୍ଯ୍ୟନ୍ତ ବିଭିନ୍ନ ମଧ୍ୟସ୍ଥ ବା ଯୋଗାଣକାରୀଙ୍କ ବିଷୟରେ ପଚାରି ବୁଝ । ଏକ ପ୍ରବାହ ଚିତ୍ର ମାଧ୍ୟମରେ ଲିପିବଦ୍ଧ କର ଓ ଶ୍ରେଣୀ ପିଲାଙ୍କ ସହ ଆଲୋଚନା କର ।
Answer:
- ଦ୍ରବ୍ୟ : ବିସ୍କୁଟ ପ୍ୟାକେଟ୍ ।
- ପ୍ରସ୍ତୁତ ସ୍ଥାନ : ଜଗତପୁର, କଟକ, ଓଡ଼ିଶା
- ପ୍ରବାହ ଚିତ୍ର : କୃଷକ (ଗହମ) → ଅଟାକଳ → ବିସ୍କୁଟ କାରଖାନା → ବିତରକ → ପାଇକାରୀ ବ୍ୟବସାୟୀ → ଖୁଚୁରା ବ୍ୟବସାୟୀ → ଗ୍ରାହକ / ଉପଭୋକ୍ତା ।
Question 6.
ଉପଭୋକ୍ତାମାନେ କମ୍ ବିଦ୍ୟୁତ୍ ଶକ୍ତି ବିନିଯୋଗରେ ଚାଲୁଥିବା ରେଫ୍ରିଜରେଟର କିଣିବାକୁ ଆଗ୍ରହ ପ୍ରକାଶ କରିଥା’ନ୍ତି । ତେବେ ଏହି ପ୍ରକାର ବିଦ୍ୟୁତ୍ ସଞ୍ଚୟକାରୀ ରେଫ୍ରିଜରେଟର ଅଧିକରୁ ଅଧିକ ଉପଭୋକ୍ତା କିଣିବା ଆରମ୍ଭ କଲେ, ଯୋଗାଣ ଜାଲକରେ କ’ଣ ଘଟିବ ବୋଲି ତୁମେ ଭାବୁଛ ?
Answer:
(i) ଯେତେବେଳେ ବହୁସଂଖ୍ୟାରେ ଗ୍ରାହକ କମ୍ ବିଜୁଳି ଖର୍ଚ୍ଚ କରୁଥିବା ରେଫ୍ରିଜରେଟର କିଣିବାକୁ ଚାହିଁଥା’ନ୍ତି, ସେତେବେଳେ ସମଗ୍ର ବଜାର ବ୍ୟବସ୍ଥା କ୍ରିୟାଶୀଳ ହୋଇଯାଏ ।
(ii) ନିର୍ମାତାମାନେ ବହୁ ସଂଖ୍ୟାରେ ଶକ୍ତି ସଞ୍ଚୟକାରୀ ମଡ଼େଲମାନ ନିର୍ମାଣ କରିଥା’ନ୍ତି ।
(iii) ଖୁଚୁରା ବ୍ୟବସାୟୀମାନେ ଏପରି ମଡ଼େଲମାନ ବହୁ ସଂଖ୍ୟାରେ ରଖନ୍ତି ଓ ପ୍ରଚାର ପ୍ରସାର କରିଥା’ନ୍ତି ।
(iv) ଯୋଗାଣକାରୀମାନେ କଞ୍ଚାମାଲ ଓ ଯନ୍ତ୍ରାଂଶ (ଉନ୍ନତମାନର କମ୍ରେସର) ଆଦି ଆବଶ୍ୟକତା ଅନୁଯାୟୀ ଯୋଗାଡ଼ କରିଥା’ନ୍ତି ।
(v) ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଶକ୍ତି ସଞ୍ଚୟର ବିଭିନ୍ନ ବିଶେଷଗୁଡ଼ିକ ବିଜ୍ଞାପନ ମାଧ୍ୟମରେ ଉଲ୍ଲେଖ କରାଯାଇଥାଏ ।
(vi) ସରକାର ଶକ୍ତି ମାନକ (ତାରକା ଚିହ୍ନ) ତଥା ପ୍ରୋତ୍ସାହନ ମାଧ୍ୟମରେ ଏହି ଧାରାକୁ ସମର୍ଥନ କରିଥା’ନ୍ତି ।
(vii) ମୋଟ ଉପରେ, ଗ୍ରାହକମାନଙ୍କ ଚାହିଦା ବଜାରକୁ ପରିବେଶ ଅନୁକୂଳ, ଶକ୍ତି ସଞ୍ଚୟକାରୀ ଉପକରଣ ରଖୁବା ପାଇଁ ପରିଚାଳିତ କରୁଛି ଓ ସମଗ୍ର ଯୋଗାଣ ଶୃଙ୍ଖଳକୁ ପ୍ରଭାବିତ କରୁଛି ।
Question 7.
ତୁମେ ନିଜ ସମ୍ପ୍ରଦାୟ ବା ଆଖପାଖ ଅଞ୍ଚଳରେ ଏପରି କିଛି ପ୍ରଥା ଦେଖୁଛ କି ? ଏହି ପ୍ରଥାକୁ ଏକ ଚିତ୍ର ଭାବରେ ବା କ୍ଷୁଦ୍ର ଅନୁଚ୍ଛେଦ ଆକାରରେ ବର୍ଣନା କର ।
Answer:
(i) ହଁ, ମୁଁ ଆମ ଆଖପାଖରେ ଏ ପ୍ରକାର ଆଚରଣ ଲକ୍ଷ୍ୟ କରିଛି ।
(ii) ଆମ ଘରଠୁ ଅଳ୍ପ ଦୂରରେ ଜଣେ ପରିବା ଦୋକାନୀ ଅଛନ୍ତି । ସେ ପ୍ରତି ଗ୍ରାହକଙ୍କୁ ପରିବା କିଣିବାବେଳେ କିଛି କଞ୍ଚାଲଙ୍କା ଓ ଧନିଆ ପତ୍ର ମାଗଣାରେ ଦେଇଥା’ନ୍ତି ।
(iii) ଏହା ସେ ସଦ୍ଭାବ ପ୍ରକାଶ ତଥା ନିୟମିତ ଗ୍ରାହକମାନଙ୍କୁ ଧରି ରଖୁବା ପାଇଁ କରିଥା’ନ୍ତି । ଏ ପ୍ରକାର ଛୋଟିଆ ଆଚରଣଦ୍ଵାରା କ୍ରେତାମାନେ ନିଜକୁ ମହତ୍ତ୍ଵପୂର୍ଣ୍ଣ ମଣିଥାନ୍ତି ଓ ଅନ୍ୟ ଦୋକାନୀଙ୍କ ପାଖକୁ ନଯାଇ ପୁନର୍ବାର ତାଙ୍କ ପାଖକୁ ଫେରି ଆସିଥା’ନ୍ତି ।
Question 8.
ଭାରତର ଅଧିକାଂଶ ସ୍ଥାନରେ ପିଆଜ, ଖାଦ୍ୟର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ । କିଛି ଋତୁରେ ବଜାରରେ ପିଆଜ ଯୋଗାଣ ହ୍ରାସ ପାଇଥାଏ । ଏପରିସ୍ଥଳେ ପିଆଜର ମୂଲ୍ୟ ଉପରେ କି ପ୍ରଭାବ ପଡ଼ିବ ବୋଲି ଭାବୁଛ ?
Answer:
(i) ବଜାରରେ ପିଆଜର ଯୋଗାଣ ହ୍ରାସ ପାଇଲେ, ଦରବୃଦ୍ଧି ଘଟିଥାଏ । କାରଣ, ପିଆଜର ଚାହିଦା ସମାନ ଥାଏ ବା ବୃଦ୍ଧି ପାଇପାରେ, ମାତ୍ର ବଜାରରେ କମ୍ ପିଆଜ ଉପଲବ୍ଧ ଥାଏ ।
(ii) ଫଳରେ ବିକ୍ରେତାମାନେ ଅଧ୍ଵକ ଦରରେ ବିକ୍ରି କରନ୍ତି ଓ କ୍ରେତାମାନଙ୍କ ପାଇଁ ପିଆଜ ମହଙ୍ଗା ହୁଏ । ଏହା ଯୋଗାଣ ଓ ଚାହିଦା ଭିତରେ ଦରଦାମ କିପରି ପ୍ରଭାବିତ ହୁଏ, ତା’ର ଏକ ଉଦାହରଣ ।
Question 9.
ବଜାରରେ ଆବଶ୍ୟକତା ଅନୁଯାୟୀ ଯୋଗାଣକାରୀମାନେ ଅନୁରୂପ ପରିମାଣରେ ପିଆଜ ନ ଆଣିଲେ କ’ଣ ହେବ ? ଏପରି ସ୍ଥିତିରେ ସରକାର କ’ଣ କରିବା ଉଚିତ ବୋଲି ତୁମେ ଭାବୁଛ ?
Answer:
(i) ଯଦି ପିଆଜ ଯୋଗାଣକାରୀମାନେ ଆବଶ୍ୟକ ପରିମାଣର ପିଆଜ ବଜାରକୁ ନ ଆଣନ୍ତି, ତା’ହେଲେ ବଜାରରେ ଅଭାବ ସୃଷ୍ଟି ହେବ ଓ ପିଆଜର ଦର ଅତ୍ୟଧ୍ବକ ବୃଦ୍ଧି ପାଇବ । ଫଳରେ ବହୁ ଗ୍ରାହକଙ୍କ ପାଇଁ ପିଆଜ ଅପହଞ୍ଚ ହୋଇଯିବ । ଏ ପ୍ରକାର ପରିସ୍ଥିତିରେ ସରକାରଙ୍କୁ ପ୍ରତିକାରତ୍ମକ ପଦକ୍ଷେପ ନେବାକୁ ହେବ –
–
- ମହଜୁଦକାରୀଙ୍କ ଉପରେ ନଜର ରଖୁବା ଓ କଳାବଜାରୀ ରୋକିବା ।
- ସର୍ବୋଚ୍ଚ ବିକ୍ରି ମୂଲ୍ୟ ନିର୍ଦ୍ଧାରଣ ପୂର୍ବକ ଏହାକୁ ମାନିବା ପାଇଁ ନିଶ୍ଚିତ କରିବା ।
- ବାହାର ଅଞ୍ଚଳରୁ ବା ଦେଶରୁ ପିଆଜ ଆମଦାନୀ କରି ଯୋଗାଣକୁ ସାମାନ୍ୟ କରିବା ।
- ସଞ୍ଚୟ ଭଣ୍ଡାର ଥିଲେ, ସେଥୁରୁ ପିଆଜ ବଜାରକୁ ଛାଡ଼ିବା ।
- କୃଷକମାନଙ୍କୁ ଭଲ ଭଣ୍ଡାର ଓ ପରିବହନ ବ୍ୟବସ୍ଥା ଯୋଗାଇ ଦେଇ ନିୟମିତ ଯୋଗାଣକୁ ପ୍ରୋତ୍ସାହନ ଦେବା ।
(ii) ଏହିସବୁ ପଦକ୍ଷେପ ମାଧ୍ୟମରେ ସରକାର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ସଙ୍ଗେ ସଙ୍ଗେ ସମସ୍ତଙ୍କ ପାଇଁ ପିଆଜ ଉପଲବ୍ଧ କରାଇପାରିବେ ।
Question 10.
ତୁମେ ଘରେ ଥିବା ବିଭିନ୍ନ ବୈଦ୍ୟୁତିକ ଉପକରଣଗୁଡ଼ିକରେ ଥିବା BEE STAR ଚିହ୍ନ ଯାଞ୍ଚ କର ଓ ଶକ୍ତି ଦକ୍ଷତାର ବର୍ଜିତ କ୍ରମରେ ଏଗୁଡ଼ିକର ଏକ ତଥ୍ୟ ଫର୍ଦ୍ଦ ପ୍ରସ୍ତୁତ କର ।
Answer:
(ସୂଚନାତ୍ମକ ଉତ୍ତର : ପିଲାମାନେ ନିଜ ଘରେ ଥିବା ବୈଦ୍ୟୁତିକ ଉପକରଣକୁ ଯାଞ୍ଚ କରି ଏହାର ଉତ୍ତର ଲେଖୁବେ ।)
(i) ଏଠାରେ ଘରେ ବ୍ୟବହୃତ କେତେକ ବୈଦ୍ୟୁତିକ ଉପକରଣର ତାଲିକା କମରୁ ବେଶୀ କ୍ରମରେ ବିଦ୍ୟୁତ୍ ସଞ୍ଚୟ ଭିଭିରେ ଦିଆଗଲା-
- ଶୀତତାପ ନିୟନ୍ତ୍ରଣ ଯନ୍ତ୍ର : ଦୁଇ ତାରକା ।
- ପୋଷାକ ସଫା ଯନ୍ତ୍ର : ତିନି ତାରକା ।
- ପାଣି ଗରମ କରିବା ଯନ୍ତ୍ର : ତିନି ତାରକା ।
- ଫ୍ରିଜ୍ : ପାଞ୍ଚ ତାରକା ।
(ii) ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୌଣସି ବୈଦ୍ୟୁତିକ ଉପକରଣରେ ଅଧୂକ ତାରକା ଚିହ୍ନ, ବିଦ୍ୟୁତ୍ କମ୍ ଖର୍ଚ୍ଚର ସୂଚନା ଦିଏ ଓ ଏହାଦ୍ଵାରା ବିଜୁଳି ସଞ୍ଚୟ ହୁଏ ଓ ବିଲ୍ କମ୍ ଆସେ ।
ଏହା ବିଷୟରେ ଚିନ୍ତା କର :
Question 1.
ତୁମେ ଏପରି କିଛି ବଜାର ବିଷୟରେ ଜାଣିଛ କି, ଯେଉଁଠି ମୂଲଚାଲ କମ୍ ହୋଇଥାଏ ? ଏହାର କାରଣ କ’ଣ ?
Answer:
ବୃହତ୍ ବିକ୍ରୟ ସଂସ୍ଥା ଓ ଉଚ୍ଚମାନଯୁକ୍ତ କ୍ଷୁଦ୍ର ବ୍ୟବସାୟିକ ସଂସ୍ଥାଗୁଡ଼ିକ ହିଁ ମୂଲଚାଲ ନ ଥିବାର ଉଦାହରଣ ।
କାରଣ-
- ଏଠାରେ ସାମଗ୍ରୀଗୁଡ଼ିକର ଦର ପୂର୍ବରୁ ନିର୍ଦ୍ଧାରିତ ଓ ବାରକୋଡ଼ ସହିତ ଥାଏ । ଏହା ପ୍ୟାକେଟ୍ ଉପରେ ଛପା ଯାଇଥାଏ ।
- ଏଠାରେ ଉପଲବ୍ଧ ସାମଗ୍ରୀଗୁଡ଼ିକ ପ୍ରାୟତଃ ବ୍ରାଣ୍ଡ୍ ନାମ ସହିତ ଥାଏ ଓ ଏଗୁଡ଼ିକର ମୂଲ୍ୟ କମ୍ପାନୀଦ୍ଵାରା ସ୍ଥିରୀକୃତ ହୋଇଥାଏ ।
- ଏଠାରେ କିଣାବିକାର ଅନୁଭବ ବେଶ୍ ଔପଚାରିକ ଥାଏ ଏବଂ ନିଯୁକ୍ତ କର୍ମଚାରୀମାନେ ଦର ପରିବର୍ତ୍ତନ ପାଇଁ ସ୍ଵୀକୃତିପ୍ରାପ୍ତ ନୁହଁନ୍ତି ।
- ଏ ପ୍ରକାର ବଜାରରେ ଗ୍ରାହକମାନେ ମୂଲ ଚାଲ ଅପେକ୍ଷା ସୁବିଧା ଓ ଗୁ ଣ ବ ତ୍ତ । କୁ ଅଧିକ ଗୁରୁତ୍ଵ ଦେଇଥା’ନ୍ତି ।
- ପ୍ରକାରାନ୍ତରେ, ସ୍ଥାନୀୟ ବଜାର ଓ ରାସ୍ତାକଡ଼ ଷ୍ଟଲ୍ ଗୁଡ଼ିକରେ ମୂଲ୍ୟ ପରିବର୍ତ୍ତନଶୀଳ ଥାଏ ଏବଂ ଏଠାରେ ମୂଲଚାଲ ଏକ ସାଧାରଣ ଘଟଣା ।
Question 2.
ବିକ୍ରେତା ଅଧିକ ଦର ସ୍ଥିର କରିଥିଲେ କ’ଣ ହୁଏ ?

Answer:
ବିକ୍ରେତା ଅଧିକ ଦର ସ୍ଥିର କରିଥିଲେ ଲୋକମାନେ କେବଳ ବୁଝିଦେଇ ଚାଲିଯାଆନ୍ତି, କିଣନ୍ତି ନାହିଁ ।
Question 3.
ବିକ୍ରେତା ଜଣକ ଦର କମ୍ ରଖୁଥିଲେ କ’ଣ ହୁଏ ?

Answer:
ବିକ୍ରେତା ଜଣକ ଦର କମ୍ ରଖୁଥିଲେ ଖୁବ୍ କମ୍ ସମୟରେ ସମସ୍ତ ଦ୍ରବ୍ୟ ବିକ୍ରି ହୋଇଯାଇଥାଏ ।
![]()
Question 4.
ସମୟ ସହିତ ପିଜୁଳି ଦର ଏପରି ସଠିକ୍ ଭାବେ ସ୍ଥିର ହୁଏ ଯେ ଏହା କ୍ରେତାଙ୍କ ପାଇଁ ଖୁବ୍ ଅଧୁକ ନୁହେଁ କି ବିକ୍ରେତାଙ୍କ ପାଇଁ ବହୁତ କମ୍ ନୁହେଁ ?

Answer:
ଯଦି ଦର ମଧ୍ଯମ ସ୍ତରର ହୋଇଥାଏ ତେବେ କ୍ରେତା ଓ ବିକ୍ରେତା ଉଭୟ ଖୁସି ହୁଅନ୍ତି ।
ସମୟାନୁକ୍ରମେ ବିକ୍ରେତାମାନେ ଆଣୁଥିବା ଦ୍ରବ୍ୟର ପରିମାଣ ଓ କ୍ରେତାମାନେ ଆବଶ୍ୟକ କରୁଥିବା ପରିମାଣଦ୍ଵାରା ସାମଗ୍ରୀର ଦର ସ୍ଥିରୀକୃତ ହୋଇଥାଏ । ଏହା ବିକ୍ରେତା ଓ କ୍ରେତା ଉଭୟଙ୍କୁ ଗ୍ରହଣଯୋଗ୍ୟ ଅନୁଭବ ହୋଇଥାଏ ।
Question 5.
ସାପ୍ତାହିକ ହାଟଗୁଡ଼ିକରେ ଦିନ ତୁଳନାରେ ରାତ୍ରିବୃଦ୍ଧି ସହ ପନିପରିବା ଶସ୍ତାରେ ବିକ୍ରି ହୁଏ । ଏମିତି ହେବାର କାରଣ ତୁମେ କ’ଣ ଭାବୁଛ ?
Answer:
ସାପ୍ତାହିକ ହାଟଗୁଡ଼ିକରେ ରାତି ବଢ଼ିବା ସହ ପନିପରିବା ଦର ହ୍ରାସ ପାଇଥାଏ । କାରଣ-
- ପରିବା ବିକାଳିମାନେ ବଳି ପଡ଼ିଥିବା ପରିବାଗୁଡ଼ିକୁ ବଜାର ବନ୍ଦ ହେବା ପୂର୍ବରୁ ବିକି ଦେଇ ତାଙ୍କ ମାଲ୍ ଖାଲି କରିଦେବାକୁ ଚାହାନ୍ତି ।
- ପନିପରିବା ପଚିସଢ଼ି ଯାଇଥାଏ, ତେଣୁ ଦାମ୍ ହ୍ରାସ କରି ବିକିବାଦ୍ଵାରା କ୍ଷତିରୁ ରକ୍ଷା ପାଆନ୍ତି ।
- ଡେରି ରାତିରେ ଅଳ୍ପ ଗ୍ରାହକ ଥା’ନ୍ତି, ତେଣୁ ମୂଲ୍ୟ ହ୍ରାସ କରି ସେମାନଙ୍କୁ ତାଙ୍କ ଆଡକୁ ଆକୃଷ୍ଟ କରିଥା’ନ୍ତି ।
Question 6.
ଶୀତଋତୁ ଶେଷରେ ପୋଷାକ ଦୋକାନଗୁଡ଼ିକ ଭଲ୍/ପଶମ ପୋଷାକ ଉପରେ ଅଧ୍ବକ ରିହାତି ପ୍ରଦାନ କରିଥାନ୍ତି । ଏପରି କାହିଁକି ଘଟିଥାଏ ?
Answer:
ପୋଷାକ ଦୋକାନଗୁଡ଼ିକ ଶୀତଋତୁ ଶେଷ ହେଲାବେଳକୁ ପଶମ ବସ୍ତ୍ର ଉପରେ ଭାରୀ ରିହାତି ଦେଇଥା’ନ୍ତି ।
କାରଣ-
- ପଶମ ପୋଷାକର ଚାହିଦା ଶୀତଋତୁ ସରିଲା ପରେ ବହୁତ କମିଯାଏ ।
- ପୁରୁଣା ମାଲ୍କୁ ବିକି ଦୋକାନୀମାନେ ଗରମ ଦିନ ପାଇଁ ବସ୍ତ୍ର ରଖୁବାକୁ ଜାଗା ଖାଲି କରିବାକୁ ଚାହିଁଥା’ନ୍ତି ।
- ରିହାତି ହେବାଦ୍ଵାରା ବିକ୍ରି ବୃଦ୍ଧିପାଏ ଓ ପୁରୁଣା ମାଲ୍ର ଭଣ୍ଡାର ଖାଲି ହୁଏ ।
- ଉଭୟ କ୍ଷେତ୍ରର ଉଦାହରଣରୁ ବଜାରରେ ଦରଦାମ୍ ଯୋଗାଣ, ଚାହିଦା ଓ ସମୟ ଅନୁସାରେ କିପରି ପରିବର୍ତ୍ତିତ ହୁଏ, ଜଣାପଡୁଛି ।
Question 7.
ଅନ୍ଲାଇନ୍ ଓ ଭୌତିକ କିଣାବିକାରେ କି କି ସୁବିଧା ଓ ଅସୁବିଧା ରହିଛି ବୋଲି ତୁମେ ଭାବୁଛ ? ଉଭୟ କ୍ରେତା ଓ ବିକ୍ରେତାଙ୍କ ଦୃଷ୍ଟିକୋଣରୁ ଏହି ପ୍ରସଙ୍ଗ ବିଷୟରେ ଅନୁସନ୍ଧାନ କର ।
Answer:
ଅନ୍ଲାଇନ୍ କିଣାବିକା ଓ ଭୌତିକ କିଣାବିକାରେ ସୁବିଧା ଓ ଅସୁବିଧା :
କ୍ରେତାଙ୍କ ଦୃଷ୍ଟିକୋଣରୁ –
(i) ଅନ୍ଲାଇନ୍ କିଣା :
- ସୁବିଧା : ଏହା ବେଶ୍ ସୁବିଧାଜନକ, ଯେକୌଣସି ସମୟରେ କିଣି ହେବ, ଘରେ ଆଣି ପହଞ୍ଚେଇ ଦିଆଯିବ । ବିସ୍ତୃତ ବିକଳ୍ପ ସହ ରିହାତି ମଧ୍ୟ ମିଳିଥାଏ ।
- ଅସୁବିଧା : ନିଜେ ଦେଖୁଚାହିଁ ଦ୍ରବ୍ୟ କିଣି ହୁଏ ନାହିଁ, କିଛି କିଛି ସମୟରେ ଘରେ ପହଞ୍ଚେଇବାରେ ଡେରି ହୋଇଥାଏ, ଅନ୍ଲାଇନ୍ ଦେୟ ବେଳେବେଳେ ସମସ୍ୟା ସୃଷ୍ଟି କରିଥାଏ । ସାଙ୍ଗେସାଙ୍ଗେ ଅଦଳବଦଳ କରିବା ସମ୍ଭବ ନୁହେଁ । କେତେକ ଅନ୍ଲାଇନ୍ ସାଇବର ଠକାମି ହୋଇପାରେ ।
(ii) ଭୌତିକ କିଣା :
- ସୁବିଧା : କିଣିବା ପୂର୍ବରୁ ଦ୍ରବ୍ୟକୁ ଭଲ ଭାବେ ପରୀକ୍ଷା ନିରୀକ୍ଷା କରିହେବ । ସଙ୍ଗେସଙ୍ଗେ କିଣି ନିଜ ପାଖରେ ରଖୁହେବ । ବିକ୍ରେତାଙ୍କ ସହ ଆଳାପ ଆଲୋଚନା ମାଧ୍ୟମରେ ସହ ସମ୍ବନ୍ଧ ଗଢ଼ି ଉଠିବ ।
- ଅସୁବିଧା : ନିଜେ ଯାଇ କିଣିବା ସମୟସାପେକ୍ଷ ଅଟେ । ବିକଳ୍ପର ଅଭାବ ଥାଏ ଏବଂ ବିଭିନ୍ନ କମ୍ପାନୀର ଦର ମଧ୍ଯରେ ତୁଳନା କରିବା କଷ୍ଟକର ହୋଇଥାଏ ।
ବିକ୍ରେତାଙ୍କ ଦୃଷ୍ଟିକୋଣରୁ –
(i) ଅନ୍ଲାଇନ୍ ବିକ୍ରି :
- ସୁବିଧା : ଗ୍ରାହକ କ୍ଷେତ୍ର ବ୍ୟାପକ ହୋଇଥାଏ । ଘରଭଡ଼ା କମ୍ ପଡ଼େ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ବିଶେଷ ନଥାଏ । ସବୁଦିନ ସବୁବେଳେ (୨୪/୭) ଖୋଲା ରହେ ।
- ଅସୁବିଧା : ଅଧ୍ବକ ପ୍ରତିଯୋଗିତା, ପରିବହନ ଓ ଗୋଦାମ ଘର ଖର୍ଚ୍ଚ, ବାରମ୍ବାର ସାମଗ୍ରୀ ଫେରେଇବାର ସମସ୍ୟା ତଥା ଗ୍ରାହକଙ୍କ ଅଭିଯୋଗ ।
(ii) ଭୌତିକ ବିକ୍ରି :
- ସୁବିଧା : ଗ୍ରାହକଙ୍କ ସହ ସିଧାସଳଖ ସମ୍ପର୍କ, ବିଶ୍ଵାସ ସୃଷ୍ଟି ଓ ଆନୁଗତ୍ୟ, ସାମଗ୍ରୀ ଫେରେଇବାର କମ୍ ସମ୍ଭାବନା ।
- ଅସୁବିଧା : ଗ୍ରାହକ ସ୍ଥାନୀୟ ଅଞ୍ଚଳର, ଘରଭଡ଼ା, ବିଜୁଳି, କର୍ମଚାରୀ ଆଦି ବାବଦରେ ଅଧ୍ୟକ ଖର୍ଚ୍ଚ, ଗ୍ରାହକଙ୍କ ଆଗମନ ସଂଖ୍ୟା ଉପରେ ନିର୍ଭରଶୀଳ, ବାକିରେ ବିକିବାର ଆବଶ୍ୟକତା ତଥା ବାକି ଅର୍ଥ ମିଳିବାରେ ଅସୁବିଧା ।
Question 8.
ସିଲେଇ ଭଳି କେତେକ ସେବାରେ ବ୍ୟକ୍ତିଗତ ସମ୍ପର୍କର ଆବଶ୍ୟକତା ଥାଏ । ଭୌତିକ ବଜାରର ଆବଶ୍ୟକ ଥବା ଆଉ କିଛି ସେବାର ଉଦାହରଣ ତୁମେ ଦେଇ ପାରିବ କି ?
Answer:
ହଁ, ସିଲେଇ କାମ ବ୍ୟତୀତ ଆହୁରି ଅନେକ ସେବା କାର୍ଯ୍ୟ ଭୌତିକ ବଜାରରେ ହିଁ କରାଯାଇଥାଏ । ଯଥା-
(i) କେଶ କାଟିବା ଓ ସୌନ୍ଦର୍ଯ୍ୟ ସେବା : ଏ କାର୍ଯ୍ୟ ପାଇଁ ବ୍ୟକ୍ତିର ଉପସ୍ଥିତି ଏକାନ୍ତ ଜରୁରୀ ।
(ii) ଡାକ୍ତରୀ ସେବା ଓ ବିଭିନ୍ନ ନିଦାନ ସେବା : ରୋଗର ନିଦାନ ତଥା ଚିକିତ୍ସା ସେବା ପାଇଁ ରୋଗୀ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବା ଜରୁରୀ ।
(iii) ମରାମତି କାର୍ଯ୍ୟ (ଇଲେକ୍ଟ୍ରୋନିକ୍ ବା ଗାଡ଼ି ଇତ୍ୟାଦି) : ଏଥିପାଇଁ ମେକାନିକ୍ର ବ୍ୟକ୍ତିଗତ ଅନୁଧ୍ୟାନ ଏବଂ ହାତରେ ସଜଡ଼ା ସଜଡ଼ି ଦରକାର ପଡ଼େ ।
(iv) ପ୍ରସ୍ତୁତ ଖାଦ୍ୟ ସେବା : ଗରମ ଗରମ ଖାଦ୍ୟ ଓ ସୁଖଦ ଭୋଜନ ଅନୁଭୂତି ପାଇଁ ଭୌତିକ ବଜାରର ଆବଶ୍ୟକତା ରହିଛି ।
(v) ବିଭିନ୍ନ ନିର୍ମାଣ ଓ ଘରେ ଦିଆଯାଉଥିବା ସେବା : ଘରର ମରାମତି ତଥା ନିର୍ମାଣ କାର୍ଯ୍ୟ, ବିଦ୍ୟୁତ୍ ସେବା, ପାଇପ୍ ମିସ୍ତ୍ରୀ, ବଢ଼େଇ କାମ ଆଦି ପାଇଁ ବ୍ୟକ୍ତିଗତ ଉପସ୍ଥିତି ଆବଶ୍ୟକ ।
(vi) ଶିକ୍ଷା ତଥା କୋଚିଂ ସେବା : ଶ୍ରେଣୀଗୃହ ଶିକ୍ଷା ତଥା କୋଚିଂ ମୁହଁ ଆଲୋଚନା ଆବଶ୍ୟକ, ସେଠାରେ ବ୍ୟକ୍ତିଗତ ଉପସ୍ଥିତି ଆବଶ୍ୟକ ।
(vii) ମନୋରଞ୍ଜନ | ଚିତ୍ତ ବିନୋଦନ ସେବା : ସିନେମା, ଥୁଟର ଆନନ୍ଦ ଉପଭୋଗ ନିମନ୍ତେ ବ୍ୟକ୍ତିଗତ ଉପସ୍ଥିତି ଆବଶ୍ୟକ ।
Question 9.
ପୂର୍ବରୁ ବଜାରର ବିଭିନ୍ନ ପରିସର ବିଷୟରେ ଆଲୋଚନା କରାଯାଇଛି । ବଜାର ବିନା ଜୀବନ କିପରି ହୋଇପାରେ, କଳ୍ପନା କରିପାରୁଛ କି ? ଯଦି ଚାଷୀମାନେ ଚାଉଳ, ଗହମ, ଡାଲି, ପରିବା ଓ ଫଳମୂଳ ଆଦି ବଜାରକୁ ଆଣି ନଥା’ନ୍ତେ, ତେବେ କ’ଣ ହୁଅନ୍ତା ? ଯଦି ସୁରଟର କପଡ଼ା ଉତ୍ପାଦନକାରୀମାନେ ବଜାରରୁ କପା ବା ଅନ୍ୟାନ୍ୟ କଞ୍ଚାମାଲ ସଂଗ୍ରହ କରିନପାରନ୍ତି, ତା’ହେଲେ କ’ଣ ହେବ ?
Answer:
(i) ବଜାର ବିନା ଜୀବନ ଯେ ଅତି କଷ୍ଟକର ହେବ, ଏହା ନିଃସନ୍ଦେହରେ କୁହାଯାଇପାରେ । ବଜାରଗୁଡ଼ିକ ଉତ୍ପାଦନକାରୀ, ବିକ୍ରେତା ଓ ଗ୍ରାହକଙ୍କ ମଧ୍ୟରେ ସେତୁ ସଦୃଶ କାର୍ଯ୍ୟକରେ ଓ ସମସ୍ତଙ୍କ ପାଇଁ ଆବଶ୍ୟକ ଦ୍ରବ୍ୟ ଉପଲବ୍ଧ କରାଏ ।
(ii) ଯଦି ଚାଷୀ ଉତ୍ପନ୍ନ କରୁଥିବା ଖାଦ୍ୟଶସ୍ୟ, ପନିପରିବା, ଫଳଫୁଲ ଆଦି ବଜାରକୁ ନ ଆଣନ୍ତି, ତେବେ ସହରରେ ବାସ କରୁଥିବା ଲୋକମାନେ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବେ । ଫଳତଃ ଖାଦ୍ୟଶସ୍ୟ ମହାର୍ଘ ହେବ ଓ ଅନାହାର ସମସ୍ୟା ସୃଷ୍ଟି ହେବ ।
(iii) ବିଭିନ୍ନ ଶିକ୍ଷାନୁଷ୍ଠାନ ଯଥା- କାର୍ପାସ ଶିଳ୍ପ, ଚିନି ଶିଳ୍ପ ଆଦି କଞ୍ଚାମାଲର ଅଭାବର ସମ୍ମୁଖୀନ ହେବେ । କାର୍ପାସ ଶିଳ୍ପ ବନ୍ଦ ହେଲେ କପଡ଼ା ଓ ପୋଷାକ ଆଦି ବଜାରରେ ଉପଲବ୍ଧ ହେବ ନାହିଁ । ବହୁ ଶ୍ରମିକ” ଛଟେଇର ଶିକାର ହେବେ, ରପ୍ତାନୀ ବାଧାପ୍ରାପ୍ତ ହେବ ଏବଂ ଅର୍ଥନୀତି ଦୁର୍ବଳ ହେବ ।
(iv) ବଜାରଗୁଡ଼ିକ ବାଣିଜ୍ୟ, ଜୀବନଜୀବିକା ତଥା ଦୈନନ୍ଦିନ ଜୀବନରେ ଅତି ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥା’ନ୍ତି । ବଜାର ନ ରହିଲେ ଅର୍ଥନୀତି ତଥା ସମାଜ ସୁଚାରୁରୂପେ ପରିଚାଳିତ ହେବା ସମ୍ଭବ ନୁହେଁ ।
Question 10.
ଆଉ କେଉଁ ସବୁ କ୍ଷେତ୍ରରେ ସରକାର ବଜାର ସହିତ ଜଡ଼ିତ ଅଛନ୍ତି ବୋଲି ଭାବୁଛ ?
Answer:
ସରକାର ବଜାର କାରବାରରେ ନ୍ୟାୟ, ସୁରକ୍ଷା ଓ ଉନ୍ନତିକୁ ସୁନିଶ୍ଚିତ କରିବା ପାଇଁ ଅନେକ କ୍ଷେତ୍ରରେ ଜଡ଼ିତ ଅଛନ୍ତି । କିଛି ପ୍ରମୁଖ କ୍ଷେତ୍ରଗୁଡ଼ିକ ହେଲା-
(i) ଦରଦାମ ନିୟନ୍ତ୍ରଣ : କେତେକ ଜରୁରୀ ସାମଗ୍ରୀ ଯଥା- ଔଷଧ, ରନ୍ଧନ ଗ୍ୟାସ ଓ ଖାଦ୍ୟଶସ୍ୟ ଆଦିର ଦର ସରକାର ନିର୍ଦ୍ଧାରଣ କରିଥା’ନ୍ତି । ଏଥିପାଇଁ କିଛି ସବ୍ସିଡ଼ି | ସହାୟକ ମୂଲ୍ୟ ସରକାର ଦେଇଥା’ନ୍ତି ।
(ii) ସାଧାରଣ ବଣ୍ଟନ ପଦ୍ଧତି (ପି.ଡି.ଏସ୍.) : କଣ୍ଟ୍ରୋଲ ଦୋକାନ ମାଧ୍ୟମରେ ଗରିବ ଲୋକମାନଙ୍କୁ କମ୍ ଦାମ୍ରେ ବା ମାଗଣା ଚାଉଳ | ଗହମ ଆଦି ଖାଦ୍ୟଶସ୍ୟ ଯୋଗାଇଥା’ନ୍ତି ।
(iii) କର ଆଦାୟ ଓ ନିୟମ ପାଳନ : ସରକାର ଜି.ଏସ୍.ଟି. ଓ ଆୟକର ଲାଗୁ କରିବା ସହ ବଜାର କାର୍ଯ୍ୟ ପଦ୍ଧତିକୁ ନିରୀକ୍ଷଣ କରିଥା’ନ୍ତି । ଫଳତଃ ଠକେଇ, କଳାବଜାରୀ କିମ୍ବା ମହଜୁଦକାରୀଙ୍କ ଅର୍ଥନୈତକ କାର୍ଯ୍ୟକୁ ରୋକାଯାଏ ।
(iv) ଆଧାରିକ ସଂରଚନାର ବିକାଶ : ସରକାର ରାସ୍ତା ନିର୍ମାଣ, ପରିବହନ ବ୍ୟବସ୍ଥା, ଶୀତଳଭଣ୍ଡାର ଓ ବଜାର ଗୃହ ଆଦି ନିର୍ମାଣ କରି ଚାଷୀ ତଥା ବ୍ୟବସାୟୀମାନଙ୍କୁ ସହଯୋଗ କରିଥାନ୍ତି ।
(v) ଖାଉଟି ସୁରକ୍ଷା : ସରକାର ବିଭିନ୍ନ ନିୟମ ପ୍ରଣୟନ କରି ସାମଗ୍ରୀର ଗୁଣବତ୍ତା, ସଠିକ୍ ଦର ସୁନିଶ୍ଚିତ କରିବା ସହ ଖାଉଟି ଅଦାଲତ ମାଧ୍ୟମରେ ବିଭିନ୍ନ ଖାଉଟି ଅଭିଯୋଗର ସମାଧାନ କରିଥା’ନ୍ତି ।
(vi) ଚାଷୀ ଓ ଛୋଟ ବ୍ୟବସାୟୀଙ୍କ ସ୍ଵାର୍ଥର ସୁରକ୍ଷା : ସରକାର ବିଭିନ୍ନ କୃଷିଜାତ ଦ୍ରବ୍ୟର ନ୍ୟୁନତମ ମୂଲ୍ୟ ନିର୍ଦ୍ଧାରଣ, ଋଣ ଓ ଅଭିବୃଦ୍ଧି ନିମନ୍ତେ ଯୋଜନା ଓ ବଜାର ଉପଲବ୍ଧତା ଆଦି ମାଧ୍ୟମରେ ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ଵାର୍ଥର ସୁରକ୍ଷା କରିଥା’ନ୍ତି ।
(vii) ଆମଦାନୀ ଓ ରପ୍ତାନୀ ନିୟନ୍ତ୍ରଣ : ସରକାର ଆନ୍ତର୍ଜାତୀୟ ବାଣିଜ୍ୟକୁ ନିୟନ୍ତ୍ରଣ କରି ସ୍ଥାନୀୟ ଉତ୍ପାଦନକାରୀଙ୍କ ସ୍ଵାର୍ଥର ସୁରକ୍ଷା ସହ ଦରବୃଦ୍ଧି ରୋକିଥା’ଛି ।
ଉପରୋକ୍ତ କାର୍ଯ୍ୟ ମାଧ୍ୟମରେ ବଜାରଗୁଡ଼ିକର ସୁପରିଚାଳନା, ନ୍ୟାୟୋଚିତ କାରବାର ତଥା ସମସ୍ତ ବର୍ଗର ଲୋକ ଉପକୃତ ହେବା ସରକାର ସୁନିଶ୍ଚିତ କରିଥା’ନ୍ତି ।
Question 11.
କେଉଁ କ୍ଷେତ୍ର ବିଶେଷରେ ସରକାରୀ ହସ୍ତକ୍ଷେପ ହ୍ରାସ ହେବା ଆବଶ୍ୟକ ? ପରିବାର ବା ସମ୍ପର୍କୀୟଙ୍କ ସହ ଆଲୋଚନା କର ।
Answer:
(i) ହଁ, ବଜାରରେ ଅତ୍ୟଧିକ ସରକାରୀ ହସ୍ତକ୍ଷେପ ବେଳେବେଳେ ଅଭିବୃଦ୍ଧିକୁ ଧୀର କରିଦିଏ । କାର୍ଯ୍ୟଦକ୍ଷତା ହ୍ରାସ କରେ ତଥା ପ୍ରତିଯୋଗିତାକୁ ସୀମିତ କରିଥାଏ ।
(ii) ବଜାରରେ ନ୍ୟାୟ ଓ ସୁରକ୍ଷା ପାଇଁ ସରକାରୀ ହସ୍ତକ୍ଷେପର ଅତି ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ତେବେ, ଅନାବଶ୍ୟକ ସାମଗ୍ରୀ ତଥା ଅତ୍ୟଧିକ ନିୟନ୍ତ୍ରିତ କ୍ଷେତ୍ରରେ ସରକାରୀ କଟକଣା କୋହଳ ବଜାରର ସ୍ଵାଧୀନତା ବୃଦ୍ ସହ ଆବିଷ୍କାର ଓ କାର୍ଯ୍ୟଦକ୍ଷତା ବୃଦ୍ଧି କରିଥାଏ । ଏହାଦ୍ଵାରା ଉଭୟ ଉତ୍ପାଦକ ଓ ଗ୍ରାହକ ଉପକୃତ ହୋଇଥା’ନ୍ତି ।
Question 12.
ତୁମ ସାହି ଓ ପାଖ ସାହି ମଧ୍ୟରେ ଏକ ପ୍ରଦର୍ଶନୀଭିଭିକ ପ୍ରତିଯୋଗିତା ହେଉଛି । ସେଠି ତୁମ ଅଞ୍ଚଳରେ ହେଉଥିବା ବିଭିନ୍ନ ହସ୍ତକଳା ସାମଗ୍ରୀ ପ୍ରଦର୍ଶିତ ହେଉଛି । ତୁମେ ପ୍ରତିଯୋଗିତା ପାଇଁ ନିଜ ପାଖରେ ଥିବା ୧୫୦ ଟଙ୍କାର କୌଣସି ଦ୍ରବ୍ୟ କିଣିବାକୁ ଦୋକାନକୁ ଗଲ । ପ୍ରତିଯୋଗିତାରେ ଜିତିବା ପାଇଁ ତୁମେ ଦ୍ରବ୍ୟର କେଉଁ ଗୁଣଗୁଡ଼ିକ ଦେଖୁଛ ?
Answer:
ପ୍ରତିଯୋଗିତାରେ ଜିତିବା ପାଇଁ ଦ୍ରବ୍ୟଟି କିଣିବା ସମୟରେ ମୁଁ ନିମ୍ନଲିଖ୍ ପ୍ରମୁଖ ଗୁଣଗୁଡ଼ିକ ଉପରେ ଧ୍ୟାନ ଦେବି :
(i) ସଠିକ୍ ମୂଲ୍ୟ : ପ୍ରଥମେ ମୁଁ ଧ୍ୟାନ ଦେବି ଯେ ଦ୍ରବ୍ୟଟିର ଦାମ୍ ମୋ ପାଖରେ ଥିବା ୧୫୦ ଟଙ୍କା ଭିତରେ ହିଁ ଥିବ ।
(ii) ଆକର୍ଷଣୀୟ ରୂପ ଓ ରଙ୍ଗ : ପ୍ରଦର୍ଶନୀରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଜିନିଷଟି ଦେଖିବାକୁ ବହୁତ ସୁନ୍ଦର, ସଠିକ୍ ଆକାରର ଏବଂ ଉଜ୍ଜ୍ଵଳ ରଙ୍ଗର ହୋଇଥିବା ଆବଶ୍ୟକ ।
(iii) ସ୍ଥାୟିତ୍ଵ ବା ମଜବୁତ : ଦ୍ରବ୍ୟଟି ଯେପରି ଶୀଘ୍ର ଭାଙ୍ଗିବ ନାହିଁ କିମ୍ବା ନଷ୍ଟ ହେବ ନାହିଁ, ସେଥ୍ପାଇଁ ମୁଁ ଏହାର ସ୍ଥାୟିତ୍ଵ ଓ ନିର୍ମାଣଶୈଳୀକୁ ଯାଞ୍ଚ କରିବ ।
(iv) ସ୍ଥାନୀୟ କଳାର ଝଲକ : ପ୍ରଦର୍ଶନୀଟି ଆମ ଅଞ୍ଚଳର ହସ୍ତକଳାକୁ ନେଇ ହେଉଥିବାରୁ, କିଣୁଥିବା ଦ୍ରବ୍ୟଟି ଆମ ସ୍ତାନୀୟ କଳା ଓ ସଂସ୍କୃତିକୁ ଖୁବ୍ ସୁନ୍ଦର ଭାବରେ ଦର୍ଶାଉଥିବା ଦରକାର ।
(v) ନିଆରାପଣ : ମୋର ସାମଗ୍ରୀଟି ଅନ୍ୟ ପ୍ରତିଯୋଗୀମାନଙ୍କଠାରୁ କିଛି ମାତ୍ରାରେ ଭିନ୍ନ ଓ ସ୍ଵତନ୍ତ୍ର ହୋଇଥବ, ଯାହା ବିଚାରକମାନଙ୍କୁ ପସନ୍ଦ ଆସିବ ।
![]()
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
Question 1.
ଯେଉଁ ସ୍ଥାନରେ ଲୋକମାନେ କିଣାବିକା କରିଥା’ନ୍ତି ସେହି ସ୍ଥାନକୁ ହିନ୍ଦୀ ଓ ଓଡ଼ିଆରେ ହାଟ କୁହାଯାଉଥିବାବେଳେ ଏହାକୁ କନ୍ନଡ଼ ଭାଷାରେ କ’ଣ କୁହାଯାଏ ?
Answer:
ମରୁକାଟେ
Question 2.
କର୍ଣ୍ଣାଟକର ବିଜୟନଗର ସାମ୍ରାଜ୍ୟରେ ଥିବା ପ୍ରମୁଖ ବାଣିଜ୍ୟସ୍ଥଳୀର ନାମ କ’ଣ ?
Answer:
ହାମ୍ପି
Question 3.
ବିକ୍ରୟ ପାଇଁ ସାମଗ୍ରୀ ପ୍ରସ୍ତୁତ କରୁଥିବା ବ୍ୟକ୍ତି କିମ୍ବା କମ୍ପାନୀକୁ କ’ଣ କୁହାଯାଇଥାଏ ?
Answer:
ନିର୍ମାତା
Question 4.
କୌଣସି ଦେଶର ଉତ୍ପାଦିତ ଦ୍ରବ୍ୟ ଓ ସେବା ଅନ୍ୟ ଦେଶର କ୍ରେତାଙ୍କୁ ବିକ୍ରି କରିବାକୁ କ’ଣ କୁହାଯାଇଥାଏ ?
Answer:
ରପ୍ତାନୀ
Question 5.
ଅନ୍ୟ ଦେଶରୁ ଦ୍ରବ୍ୟ ବା ସେବା କିଣି ନିଜ ଦେଶକୁ ଆଣିବାକୁ କ’ଣ କୁହାଯାଇଥାଏ ?
Answer:
ଆମଦାନୀ
Question 6.
ବିଶେଷ ଗୋଦାମ କିମ୍ବା ଶୀଘ୍ର ପଚିସଢ଼ି ନଷ୍ଟ ହୋଇଯାଉଥିବା ଦ୍ରବ୍ୟକୁ ଏକ ନିର୍ଦ୍ଦିଷ୍ଟ ନିମ୍ନ ତାପମାତ୍ରାରେ ସଂରକ୍ଷିତ ରଖୁଥିବା ଗୃହକୁ କ’ଣ କୁହାଯାଏ ?
Answer:
ଶୀତଳ ଭଣ୍ଡାର
Question 7.
ଉତ୍ପାଦନକାରୀ ଏବଂ ପାଇକାରୀ ବ୍ୟବସାୟୀଙ୍କଠାରୁ ଦ୍ରବ୍ୟ ଆଣି ବ୍ୟକ୍ତିବିଶେଷ କିମ୍ବା ବ୍ୟବସାୟୀଙ୍କୁ ଯୋଗାଉଥିବା ସଂସ୍ଥାକୁ କ’ଣ କୁହାଯାଏ ?
Answer:
ବିତରକ (Distributor)
Question 8.
ଏସିଆର ସର୍ବବୃହତ୍ କପଡ଼ା ବଜାର କେଉଁଠାରେ ଅବସ୍ଥିତ ?
Answer:
ଗୁଜୁରାଟର ସୁରତ
Question 9.
ମଣିପୁରରେ ମାଆମାନଙ୍କର ଏକ ବଡ଼ ବଜାର ଅଛି, ତାହାକୁ ମଇତେଇ ଭାଷାରେ କ’ଣ କୁହାଯାଏ ?
Answer:
ଇମା କୈଥାଲ
Question 10.
ଏକ ନିର୍ଦ୍ଦିଷ୍ଟ ସମୟରେ ଏକ ଉତ୍ପାଦ କିମ୍ବା ସେବାର ପରିମାଣ ଯାହାକୁ ଗ୍ରାହକମାନେ ଏକ ନିର୍ଦ୍ଦିଷ୍ଟ ମୂଲ୍ୟରେ ଏକ ନିର୍ଦ୍ଦିଷ୍ଟ ସମୟରେ କିଣିବାକୁ ଇଚ୍ଛୁକ ବା ସକ୍ଷମ ଅଟନ୍ତି ତାହାକୁ କ’ଣ କୁହାଯାଏ ?
Answer:
ଚାହିଦା (Demand)
Question 11.
ଏକ ନିଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ମୂଲ୍ୟରେ ବିକ୍ରେତାମାନେ ଏକ ଉତ୍ପାଦ କିମ୍ବା ସେବାର ପରିମାଣକୁ ବିକ୍ରୟ କରିବାକୁ ଇଚ୍ଛୁକ ବା ସକ୍ଷମ ଅଟନ୍ତି, ତାହାକୁ କ’ଣ କୁହାଯାଏ ?
Answer:
ଯୋଗାଣ (Supply)
Question 12.
ସେବା କିମ୍ବା ସାମଗ୍ରୀ ଯାହା ସମାଜର ସମସ୍ତ ସଦସ୍ୟଙ୍କ ପାଇଁ ସୁଲଭ କିମ୍ବା ଉପଲବ୍ଧ ହୋଇଥାଏ, ତାହାକୁ କ’ଣ କୁହାଯାଏ ?
Answer:
ସାର୍ବଜନୀନ ସାମଗ୍ରୀ (Public Goods)
Question 13.
ଖାଦ୍ୟ ପ୍ୟାକେଟ୍ ଉପରେ କେଉଁ ଚିହ୍ନ ଥିଲେ ଏହା ସରକାରଙ୍କଦ୍ଵାରା ପରୀକ୍ଷିତ ହୋଇଛି ବୋଲି ଜଣାଯାଏ ?
Answer:
FSSAL
Question 14.
ବିଭିନ୍ନ ପ୍ରକାର ପନିପରିବା, ଫଳ, ଶସ୍ୟ, ଡାଲି, ମସଲା ଓ ମହୁ ଇତ୍ୟାଦି କୃଷି ଉତ୍ପାଦ ପାଇଁ ସରକାର କେଉଁ ପ୍ରମାଣପତ୍ର ଚିହ୍ନ ବ୍ୟବହାର କରିଥା’ନ୍ତି ?
Answer:
AGMARK
Question 15.
ଟି.ଭି., ଲାପଟପ୍, ବାତାନୁକୂଳଯନ୍ତ୍ର (Airconditioner) ଆଦି ଇଲେକ୍ଟ୍ରୋନିକ୍ ସାମଗ୍ରୀର ମୂଲ୍ୟାୟନ କାହାଦ୍ଵାରା କରାଯାଇଥାଏ ?
Answer:
BEE STAR
Question 16.
କୌଣସି ବିଦ୍ୟୁତ୍ଚାଳିତ ଉପକରଣରେ ଅଧିକ ତାରା ଚିହ୍ନ ଥିଲେ ଏଥୁରୁ କ’ଣ ସଙ୍କେତ ମିଳିଥାଏ ?
Answer:
ଏଥରେ କମ୍ ଶକ୍ତି ଓ ବିଦ୍ୟୁତ୍ ବ୍ୟବହାର ହୋଇଥାଏ
Question 17.
କ୍ରେତା ଓ ବିକ୍ରେତାଙ୍କ ବ୍ୟକ୍ତିଗତ ଉପସ୍ଥିତିରେ କାରବାର ହେଉଥିବା ବଜାରକୁ କ’ଣ କୁହାଯାଏ ?
Answer:
ଭୌତିକ ବଜାର
Question 18.
ଅନ୍ତିମ ଉପଭୋକ୍ତାମାନଙ୍କୁ ସାମଗ୍ରୀ ଓ ସେବା ଯୋଗାଉଥିବା ବଜାରକୁ କ’ଣ କୁହାଯାଇଥାଏ ?
Answer:
ଖୁଜୁରା ବଜାର
Question 19.
କେଉଁ ପରିସ୍ଥିତିରେ ବଜାରରେ ଦର ସ୍ଥିର ରହିଥାଏ ?
Answer:
ଚାହିଦା ଓ ଯୋଗାଣ ମଧ୍ଯରେ ସନ୍ତୁଳନ ରହିଲେ
ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
Question 1.
ଷୋଡଶ ଶତାବ୍ଦୀରେ କେଉଁ ରାଜ୍ୟରେ ଗୌରବମୟ ହାମ୍ପି ବଜାର କାର୍ଯ୍ୟ କରୁଥିଲା ?
(କ) କର୍ଣାଟକ
(ଖ) କେରଳ
(ଗ) ତାମିଲନାଡୁ
(ଘ) ମହାରାଷ୍ଟ୍ର
Answer:
(କ) କର୍ଣାଟକ
Question 2.
କେଉଁ ପ୍ରସିଦ୍ଧ ପର୍ତ୍ତୁଗୀଜ ପରିବ୍ରାଜକ ହାମ୍ପି ବଜାରକୁ ସର୍ବୋତ୍ତମ ଯୋଗାଣଭିଭିକ ସହର ବୋଲି କହିଥିଲେ ?
(କ) ଫର୍ଣ୍ଣାଓ ନୁନୀଜ
(ଖ) ଡୋମିଙ୍ଗୋସ୍ ପେସ୍
(ଗ) ଭୋସ୍କୋଡାଗାମା
(ଘ) କର୍ଣ୍ଣେଲ ମିଣ୍ଟ୍
Answer:
(ଖ) ଡୋମିଙ୍ଗୋସ୍ ପେସ୍
Question 3.
ନିମ୍ନୋକ୍ତ ମଧ୍ୟରୁ କେଉଁଟିରେ ସାପ୍ତାହିକ ବଜାର ଓ ହାଟକୁ ଅନ୍ତର୍ଭୁକ୍ତ କରାଯାଇଥାଏ ?
Answer:
(କ) ଭୌତିକ ବଜାର
(ଖ) ସଫ୍ଟଓୟାର ବଜାର
(ଗ) ଘରୋଇ ବଜାର
(ଘ) ଖୁଚୁରା ବଜାର
Answer:
(କ) ଭୌତିକ ବଜାର
![]()
Question 4.
କେଉଁ ପ୍ରକାରର ବଜାରରେ ଦ୍ରବ୍ୟ ବା ସେବା କାରବାର ହୁଏ ନାହିଁ ?
(କ) ଆନ୍ତର୍ଜାତିକ ବଜାର
(ଖ) ଘରୋଇ ବଜାର
(ଗ) ପାଇକାରୀ ବଜାର
(ଘ) ଷ୍ଟକ୍ ବଜାର
Answer:
(ଘ) ଷ୍ଟକ୍ ବଜାର
Question 5.
ବାହାର ଦେଶ ସହିତ ଦ୍ରବ୍ୟ ଆମଦାନୀ ଓ ରପ୍ତାନୀ କରିବାକୁ କେଉଁ ପ୍ରକାର ବାଣିଜ୍ୟ କୁହାଯାଇଥାଏ ?
(କ) ଘରୋଇ ବାଣିଜ୍ୟ
(ଖ) ଡିଜିଟାଲ ବାଣିଜ୍ୟ
(ଗ) ସୀମାପାର ବାଣିଜ୍ୟ
(ଘ) ଭୌତିକ ବାଣିଜ୍ୟ
Answer:
(ଗ) ସୀମାପାର ବାଣିଜ୍ୟ
Question 6.
କେଉଁ ମସିହାରେ ଭାରତ ବନସ୍ପତି ତେଲ ଆମଦାନୀ କରିବାରେ ଅଗ୍ରଣୀ ଦେଶ ଥିଲା ?
(କ) ୨୦୨୦
(ଖ) ୨୦୨୨
(ଗ) ୨୦୨୩
(ଘ) ୨୦୨୪
Answer:
(ଘ) ୨୦୨୪
Question 7.
ଗୃହସ୍ଥମାନଙ୍କୁ ବିଭିନ୍ନ ଦ୍ରବ୍ୟ ଓ ସେବା ଉପଲବ୍ଧ କରାଇବାରେ କେଉଁ ଦୋକାନୀମାନେ ଆଗେଇ ଆସିଥା’ନ୍ତି ?
(କ) ପାଇକାରୀ ଦୋକାନୀ
(ଖ) ଖୁଚୁରା ଦୋକାନୀ
(ଗ) ବଡ଼ ଦୋକାନୀ
(ଘ) ଉତ୍ପାଦନକାରୀ
Answer:
(ଖ) ଖୁଚୁରା ଦୋକାନୀ
Question 8.
କେଉଁମାନେ ବିଭିନ୍ନ ଦ୍ରବ୍ୟଗୁଡ଼ିକୁ ବନ୍ଦ ବା ପ୍ୟାକ୍ କରି ଅନ୍ଲାଇନ୍ ଗ୍ରାହକଙ୍କୁ ଯୋଗାଇ ଦେଇଥା’ନ୍ତି ?
(କ) ସଫ୍ଟୱେୟାର କମ୍ପାନୀ
(ଖ) ଏକଜୁଟକାରୀ
(ଗ) ବୁଲାବିକାଳି
(ଘ) ଅନ୍ଲାଇନ୍ ବିତରକ
Answer:
(ଖ) ଏକଜୁଟକାରୀ
Question 9.
ସୁରତ ଭୌତିକ କପଡ଼ା ବଜାର କେଉଁ ରାଜ୍ୟରେ ଅବସ୍ଥିତ ?
(କ) ମହାରାଷ୍ଟ୍ର
(ଖ) ଉତ୍ତରପ୍ରଦେଶ
(ଗ) ଗୁଜୁରାଟ
(ଘ) ମଧ୍ୟପ୍ରଦେଶ
Answer:
(ଗ) ଗୁଜୁରାଟ
Question 10.
ବୟନ ଶିଳ୍ପ ବ୍ୟତୀତ, ସୁରତ ବିଶ୍ୱର ଅନ୍ୟ କେଉଁ ଶିଳ୍ପର ବୃହତ୍ କେନ୍ଦ୍ର ଅଟେ ?
(କ) ସୁନା
(ଖ) ହୀରା
(ଗ) ତମ୍ବା
(ଘ) ଦସ୍ତା
Answer:
(ଖ) ହୀରା
Question 11.
ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବାରେ କେଉଁଟି ପ୍ରାଥମିକତା ଗ୍ରହଣ କରିଥାଏ ?
(କ) ବେପାରୀ
(ଖ) ଉତ୍ପାଦନକାରୀ
(ଗ) ବଜାର
(ଘ) କଳାବଜାରୀ
Answer:
(ଗ) ବଜାର
Question 12.
‘ଇମା କୈଥଲ’ ବଜାର କେଉଁ ସ୍ଥାନରେ ଦେଖିବାକୁ ମିଳିଥାଏ ?
(କ) ଦିସ୍ର
(ଖ) ଗାରୋ ପାର୍ବତ୍ୟାଞ୍ଚଳ
(ଗ) ଇମ୍ଫାଲ
(ଘ) ଗୌହାଟୀ
Answer:
(ଗ) ଇମ୍ଫାଲ
Question 13.
କ୍ରେତା ଓ ବିକ୍ରେତାଙ୍କମାନଙ୍କର ସୁରକ୍ଷା ନିମନ୍ତେ କିଏ ମୂଲ୍ୟ ନିୟନ୍ତ୍ରଣ କରିଥା’ନ୍ତି ?
(କ) ମହଜୁଦକାରୀ
(ଖ) କଳାବଜାରୀ
(ଗ) ସରକାର
(ଘ) ଘରୋଇ କମ୍ପାନୀ
Answer:
(ଗ) ସରକାର
ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
Question 1.
ଆଦାମ ସ୍ମିଥ୍ ______________ ଶତାବ୍ଦୀର ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ଥିଲେ ।
(ସପ୍ତଦଶ, ଅଷ୍ଟାଦଶ, ଉନବିଂଶ, ବିଂଶ)
Answer:
ଅଷ୍ଟାଦଶ
Question 2.
କର୍ଣ୍ଣାଟକର ବିଜୟନଗର ସାମ୍ରାଜ୍ୟ ଅନ୍ତର୍ଗତ ______________ ବଜାର ଅତୀତରେ ଏକ ସମୃଦ୍ଧ ବାଣିଜ୍ୟସ୍ଥଳୀ ଥିଲା ।
(ବିଥଲ, କ୍ରିଷ୍ଣ, ଅଚ୍ୟୁତରାୟ, ହାମ୍ପି)
Answer:
ହାମ୍ପି
Question 3.
ଉଭୟ କେନ୍ଦ୍ରା ଓ ବିକ୍ରେତା ଏକ ସହମତ ଦରରେ ପହଞ୍ଚିବା ପର୍ଯ୍ୟନ୍ତ ___________ ଚାଲିଥାଏ ।
(ବଳ କଷାକଷି, ମୂଲଚାଲ, ଦିଆନିଆ, କଥାବାର୍ତ୍ତା)
Answer:
ମୂଲଚାଲ
![]()
Question 4.
_____________ ବଜାରରେ କ୍ରେତା ଓ ବିକ୍ରେତା ପରସ୍ପରକୁ ଭେଟିଥା’ନ୍ତି ଓ ଦ୍ରବ୍ୟ କିଣାବିକା କରିଥା’ନ୍ତି । (ଷ୍ଟକ୍ ବଜାର, ଭୌତିକ ବଜାର, ଅନ୍ଲାଇନ୍ ବଜାର, ଡିଜିଟାଲ ବଜାର)
Answer:
ଭୌତିକ ବଜାର
Question 5.
ଦ୍ରବ୍ୟ ବା ସେବା କାରବାର ହେଉନଥିବା ବଜାରକୁ ___________ କୁହାଯାଏ ।
(ଷ୍ଟକ୍ ବଜାର, ଭୌତିକ ବଜାର, ପାଇକାରୀ ବଜାର, ଆନ୍ତର୍ଜାତୀୟ ବଜାର)
Answer:
ଷ୍ଟକ୍ ବଜାର
Question 6.
ଭାରତ ______________ ତେଲ ମାଲୟେସିଆ, ଇଣ୍ଡୋନେସିଆ ଓ ଥାଇଲାଣ୍ଡରୁ ଆମଦାନୀ କରିଥାଏ ।
(ସୋରିଷ, ବାଦାମ, ତାଳ, ସୂର୍ଯ୍ୟମୁଖୀ)
Answer:
ତାଳ
Question 7.
ଭୌତିକ ବଜାର କ୍ଷେତ୍ରରେ ପାଇକାରୀ ବ୍ୟବସାୟୀମାନେ _________________ ଙ୍କଠାରୁ ବହୁପରିମାଣରେ ଦ୍ରବ୍ୟ କିଣିଥା’ନ୍ତି ।
(ଖୁଚୁରା ବେପାରୀ, ସମବାୟ ସମିତି, ଗୋଦାମ ମାଲିକ, ଉତ୍ପାଦନକାରୀ)
Answer:
ଉତ୍ପାଦନକାରୀ
Question 8.
ପୁରୁଣା ଦିଲ୍ଲୀସ୍ଥିତ ଖାରିବା ଓଲି ବଜାରରେ ______________ ଅଧୂକ ପରିମାଣରେ ବିକ୍ରି ହୋଇଥାଏ ।
(ମସଲା, ଫୁଲ, ଖାଦ୍ୟଦ୍ରବ୍ୟ, ମିଠାଦ୍ରବ୍ୟ)
Answer:
ମସଲା
Question 9.
ସେଲୁନ, ସିନେମା ହଲ ଓ ରେଷ୍ଟ୍ରରାଷ୍ଟ୍ର ଇତ୍ୟାଦିରୁ _______________ ବ୍ୟବସାୟ ଅନ୍ତର୍ଭୁକ୍ତ କରାଯାଇଥାଏ ।
(ପାଇକାରୀ, ଖୁଚୁରା, ଭୌତିକ, ହାଟ)
Answer:
ଖୁଚୁରା
Question 10.
ଜୟପୁରସ୍ଥିତ ଜୋହରି ବଜାରରେ _________________ ବହୁଳ ପରିମାଣରେ କାରବାର ହୋଇଥାଏ ।
(ସୁନା, ରୂପା, ଧାତୁ, ମୂଲ୍ୟବାନ ପଥର)
Answer:
ମୂଲ୍ୟବାନ ପଥର
Question 11.
ବୟନ ଶିଳ୍ପ ବ୍ୟତୀତ, ସୁରତ୍ ବିଶ୍ଵର ସର୍ବବୃହତ୍ ______________ ଶିଳ୍ପ କେନ୍ଦ୍ର ଅଟେ ।
(ରୂପା, ସୁନା, ହୀରା, ତମ୍ବା)
Answer:
ହୀରା
Question 12.
‘ଇମା କୌଥଲ’ ବା ‘ମା’ ମାନଙ୍କ ବନାର _______________ ରାଜ୍ୟରେ ଅବସ୍ଥିତ ।
(ତ୍ରିପୁରା, ମଣିପୁର, ଆସାମ, ନାଗାଲାଣ୍ଡ)
Answer:
ମଣିପୁର
Question 13.
ଦକ୍ଷିଣ ଭାରତରେ ବେପାରୀମାନେ କ୍ରେତାମାନଙ୍କୁ __________________ ପ୍ରଦାନ କରି ସେମାନଙ୍କର ମଙ୍ଗଳ କାମନା
କରିଥାନ୍ତି । (ହଳଦୀ ଓ କଙ୍କୁମ, ଫୁଲ ଓ ଫଳ, ଫୁଲ ଓ ଚନ୍ଦନ, ଶଙ୍ଖା ଓ ସିନ୍ଦୂର)
Answer:
ହଳଦୀ ଓ କଙ୍କୁମ
Question 14.
ଖାଦ୍ୟ ପ୍ୟାକେଟ୍ର _____________ ଚିହ୍ନ ଥିଲେ ଏହା ସରକାରଙ୍କଦ୍ଵାରା ପରୀକ୍ଷିତ ହୋଇଛି ବୋଲି ଜଣାପଡ଼େ ।
(FSSAI, FASTAG, FOODTAG, VEGTAG)
Answer:
ESSAI
Question 15.
ଏକ ଦେଶର ସୀମା ମଧ୍ୟରେ ହେଉଥିବା କାରବାରକୁ ______________ ବଜାର କୁହାଯାଇଥାଏ ।
(ଖୁଚୁରା, ପାଇକାରୀ, ଘରୋଇ, ଭୌତିକ)
Answer:
ଘରୋଇ
ଠିକ୍ ଉକ୍ତି ପାଖରେ ଠିକ୍ ( ✓) ଚିହ୍ନ ଓ ଭୁଲ୍ ଭକ୍ତ ପାଖରେ ଭୁଲ୍ (✗) ଚିହ୍ନ ଦିଅ ।
Question 1.
ସୁରତ୍ ଏସିଆର ସର୍ବବୃହତ୍ କପଡ଼ା ବଜାର ଅଟେ ।
Answer:
✓
Question 2.
ଶୀତଳଭଣ୍ଡାରମାନଙ୍କରେ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ରଖାଯାଇଥାଏ ।
Answer:
✗
Question 3.
ମଣିପୁରର ଇମା କୈଥଲ ବଜାର କେବଳ ମା’ମାନଙ୍କଦ୍ୱାରା ପରିଚାଳିତ ହୋଇଥାଏ ।
Answer:
✓
Question 4.
ଖାଦ୍ୟପଦାର୍ଥର ପ୍ୟାକେଟ୍ ଉପରେ ISI ଚିହ୍ନ ଦିଆଯାଇଥାଏ ।
Answer:
✗
Question 5.
ବଜାରଗୁଡ଼ିକ ବିଭିନ୍ନ ଦ୍ରବ୍ୟ ଓ ସେବାର ଉପଲବ୍ଧି ଗ୍ରାହକମାନଙ୍କ ନିମନ୍ତେ କରାଯାଇଥାଏ ।
Answer:
✓
Question 6.
କୌଣସି ବିଦ୍ୟୁତ୍ ଚାଳିତ ଉପକରଣରେ ଅଧୂକ ତାରା ଚିହ୍ନ ଥିଲେ ତାହା ଅଧ୍ବକ ବିଦ୍ୟୁତ ଶକ୍ତି ବ୍ୟବହାର କରି ଥାଏ ।
Answer:
✗
![]()
Question 7.
ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧ୍ୟାକରଣ FSSAI ଚିହ୍ନ ବ୍ୟବହାର କରିଥାଏ ।
Answer:
✓
Question 8.
ପାଇକାରୀ ବଜାରରେ ଦ୍ରବ୍ୟ ଓ ସେବା ଦେଶର ସୀମା ବାହାରକୁ ସ୍ଥାନାନ୍ତର ହୋଇଥାଏ ।
Answer:
✗
Question 9.
ଖୁଚୁରା ବେପାରୀମାନେ ଅନ୍ତିମ ଉପଭୋକ୍ତାମାନଙ୍କୁ ସାମଗ୍ରୀ ଓ ସେବା ପ୍ରଦାନ କରିଥା’ନ୍ତି ।
Answer:
✓
Question 10.
ଦିନବେଳା ପରିବା ବଜାରରେ ପରିବା ଶସ୍ତା ହୋଇଥାଏ ।
Answer:
✗
![]()
ସ୍ତମ୍ଭ ମିଳନ କର ।
Question 1.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଶୀତଳ ଭଣ୍ଡାର | କ୍ରେତା ଓ ବିକ୍ରେତାଙ୍କ ଆଭାସୀ ସାକ୍ଷାତକାର |
| ଗୋଦାମ ଘର | ପଚିସଢ଼ି ଯାଉଥିବା ଦ୍ରବ୍ୟ |
| ହାଟ | ମା’ ମାନଙ୍କ ବଜାର |
| ଇମା କୈଥଲ | ସାପ୍ତାହିକ ବଜାର. |
| ଅନ୍ଲାଇନ୍ ବଜାର | ଦ୍ରବ୍ୟ ମହଜୁଦ୍ କରାଯାଏ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଶୀତଳ ଭଣ୍ଡାର | ପଚିସଢ଼ି ଯାଉଥିବା ଦ୍ରବ୍ୟ |
| ଗୋଦାମଘର | ଦ୍ରବ୍ୟ ମହଜୁଦ୍ କରାଯାଏ |
| ହାଟ | ସାପ୍ତାହିକ ବଜାର |
| ଇମା କୈଥଲ | ମା’ ମାନଙ୍କ ବଜାର |
| ଅନ୍ଲାଇନ୍ ବଜାର | କ୍ରେତା ଓ ବିକ୍ରେତାଙ୍କ ଆଭାସୀ ସାକ୍ଷାତକାର |
Question 2.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| FSSAI | ଉତ୍ତମ ମାନର ସୁନା |
| ISI | କୃଷି ଉତ୍ପାଦ |
| AGMARK | ଇଲେକ୍ଟ୍ରୋନିକ୍ସ ସାମଗ୍ରୀ |
| BEE STAR | ବୈଦ୍ୟୁତିକ ଉପକରଣ |
| HALL MARK | ଖାଦ୍ୟ ପ୍ୟାକେଟ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| FAASI | ଖାଦ୍ୟ ପ୍ୟାକେଟ |
| ISI | ବୈଦ୍ୟୁତିକ ଉପକରଣ |
| AGMARK | କୃଷି ଉତ୍ପାଦ |
| BEE STAR | ଇଲେକ୍ଟ୍ରୋନିକ୍ସ ସାମଗ୍ରୀ |
| HALL MARK | ଉତ୍ତମ ମାନର ସୁନା |
ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ବଜାର ବ୍ୟାପାରରେ ସରକାର କେଉଁ ପ୍ରକାର ଭୂମିକା ନିର୍ବାହ କରିଥା’ନ୍ତି ?
Answer:
- ବଜାରରେ କିଣାବିକା କାର୍ଯ୍ୟ ସୂଚାରୁ ଭାବେ ସମ୍ପନ୍ନ ନହୋଇ ଅସ୍ଵାଭାବିକ ପରିସ୍ଥିତି ଦେଖାଦେଲେ ସରକାର ସେଥିରେ ହସ୍ତକ୍ଷେପ କରି ସ୍ଵାଭାବିକ ଅବସ୍ଥାକୁ ଆଣିଥାନ୍ତି ।
- ସରକାର ଉପଭୋକ୍ତା ଓ ଉତ୍ପାଦନକାରୀଙ୍କ ପାରସ୍ପରିକ ସମ୍ପର୍କ ଉପରେ ନଜର ରଖୁଥା’ନ୍ତି ଓ ନ୍ୟାୟପୂର୍ଣ୍ଣ ମୂଲ୍ୟ ନିର୍ଦ୍ଧାରଣ କରିଥା’ନ୍ତି ।
Question 2.
କ୍ରେତା ଓ ବିକ୍ରେତାଙ୍କ ସୁରକ୍ଷା ନିମନ୍ତେ କିଏ ଓ କାହିଁକି ମୂଲ୍ୟ ନିର୍ଦ୍ଧାରଣ କରିଥାନ୍ତି ?
Answer:
- କ୍ରେତା ଓ ବିକ୍ରେତାଙ୍କ ସୁରକ୍ଷା ନିମନ୍ତେ ସରକାର କେତେକ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣ କରିଥା’ନ୍ତି ।
- ବିକ୍ରେତା କୌଣସି ସାମଗ୍ରୀ ସର୍ବାଧିକ ମୂଲ୍ୟ କେତେ ନେଇପାରିବେ, ତାହା ସରକାର ସ୍ଥିର କରିଥା’ନ୍ତି । ବିଶେଷକରି ଜୀବନ ରକ୍ଷାକାରୀ ଔଷଧ ଭଳି ଅନେକ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ଧାର୍ଯ୍ୟ କରିଥା’ନ୍ତି ।
Question 3.
ଖାଉଟିମାନଙ୍କୁ ବିଭିନ୍ନ ପ୍ରକାର ଶୋଷଣରୁ ରକ୍ଷା କରିବାରେ ସରକାର କେଉଁ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଥାନ୍ତି ?
Answer:
- ନିର୍ମାତାମାନେ ସାମଗ୍ରୀ ଉତ୍ପାଦନ ଓ ସେବା ପ୍ରଦାନ କ୍ଷେତ୍ରରେ ଆବଶ୍ୟକ ଗୁଣବତ୍ତା ଓ ସୁରକ୍ଷା ମାନଦଣ୍ଡ ପାଳନ ପାଇଁ ସରକାର ସୁନିଶ୍ଚିତ କରିଥା’ନ୍ତି ।
- ସରକାର ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ପ୍ରସ୍ତୁତ କରୁଥିବା ଔଷଧର ଅନୁମୋଦନ ପାଇଁ ପ୍ରକ୍ରିୟା ସ୍ଥିର କରିଛନ୍ତି ଓ ଉତ୍ପାଦିତ ଔଷଧର ଗୁଣବତ୍ତା ଓ ମାନଦଣ୍ଡ ଯାଞ୍ଚ କରିଥାନ୍ତି ।
Question 4
ଉତ୍ପାଦନକାରୀମାନେ କେଉଁସବୁ ସାର୍ବଜନୀନ ସାମଗ୍ରୀ ବା ଦ୍ରବ୍ୟ ଯୋଗାଇବାରେ ଲାଭ ପାଇବାର ଆଶା ରଖୁ ନଥାନ୍ତି ?
Answer:
- ଉତ୍ପାଦନକାରୀମାନେ ଲାଭ ପାଇବା ଆଶାରେ ବିଭିନ୍ନ ଦ୍ରବ୍ୟ ତିଆରି କରିବା ସହ ଯୋଗାଇଥାନ୍ତି ।
- କେତେକ ଦ୍ରବ୍ୟ ଓ ସେବା କ୍ଷେତ୍ରରେ ଉତ୍ପାଦନକାରୀମାନେ ଲାଭ ପାଇବା ଆଶା ରଖୁ ନଥାନ୍ତି । ଯଥା – ସାର୍ବଜନୀନ ପାର୍କ, ରାସ୍ତା ତଥା ପୋଲିସ ବା ଗାର୍ଡ଼ ନିଯୁକ୍ତି ଇତ୍ୟାଦି ।
Question 5.
କ୍ରେତାମାନଙ୍କୁ କେଉଁ ଚିହ୍ନ ଖାଦ୍ୟ ଉତ୍ପାଦନ ଗୁଣବତ୍ତା ମୂଲ୍ୟାୟନ କରିବାରେ କିପରି ସାହାଯ୍ୟ କରିଥାଏ ?
Answer:
- କ୍ରେତାମାନେ କୌଣସି ଖାଦ୍ୟ ପ୍ୟାକେଟ୍ରେ FASSI ଚିହ୍ନ ଥିଲେ ତାହା ସରକାରଙ୍କଦ୍ଵାରା ପରୀକ୍ଷିତ ହୋଇଛି ଓ ଖାଇବା ନିରାପଦ ବୋଲି ଜାଣିଥା’ନ୍ତି ।
- ସରକାରୀ ସଂସ୍ଥାଗୁଡ଼ିକ ଏପରି ପ୍ରମାଣପତ୍ର ପ୍ରଦାନ କରିଥା’ନ୍ତି । ଏହା ଗ୍ରାହକମାନଙ୍କୁ ଉତ୍ପାଦର ଗୁଣବତ୍ତା ମୂଲ୍ୟାୟନ କରିବାରେ ସାହାଯ୍ୟ କରିଥାଏ ।
Question 6.
କେତେକ ଇଲେକ୍ଟ୍ରୋନିକ୍ସ ଦ୍ରବ୍ୟ ଉପରେ BEE STAR ପଟିଚିହ୍ନ ଲଗାଯାଇଥାଏ କାହିଁକି ?
Answer:
- BEE STAR(Bureau of Energy Efficiency) ର ଅର୍ଥ ଶକ୍ତି ଦକ୍ଷତା ବିଭଗା ।
- କୌଣସି ବିଦ୍ୟୁତ୍ ଚାଳିତ ଉପକରଣରେ ଅଧିକ ତାରା ଚିହ୍ନ ଥିଲେ ଏହା କମ୍ ଶକ୍ତି ଓ ବିଦ୍ୟୁତ୍ ବ୍ୟବହାର କରିଥାଏ ଓ ଉପଭୋକ୍ତାମାନଙ୍କ ବିଦ୍ୟୁତ୍ ବିଲ୍ କମ୍ ଆସିଥାଏ ଏବଂ ଏହା ପରିବେଶ ପାଇଁ ଅନୁକୂଳ ହୋଇଥାଏ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ବର୍ତ୍ତମାନ ଯୁଗରେ ବଜାରର ଚାହିଦା ବଢ଼ିଯାଇଛି କାହିଁକି ? ଏ ସମ୍ପର୍କରେ ତୁମର ମତାମତ କ’ଣ ?
Answer:
(i) ଯେଉଁ ସ୍ଥାନରେ ଲୋକମାନେ ସାମଗ୍ରୀ କିଣାବିକା କରିଥା’ନ୍ତି ତାହାକୁ ବଜାର କୁହାଯାଏ । ଏହାକୁ ସ୍ଥଳ ବିଶେଷରେ ହାଟ କୁହାଯାଇଥାଏ ।
(ii) ବଜାରରେ ବ୍ୟକ୍ତିବିଶେଷ, ପରିବାର ଏବଂ ବ୍ୟବସାୟ ପାଇଁ ବିଭିନ୍ନ ସାମଗ୍ରୀ ଓ ସେବା ମାଧ୍ୟମରେ ଉପଲବ୍ଧ ହୋଇଥାଏ । ଦୀର୍ଘଦିନଧରି ଲୋକମାନେ ସେମାନଙ୍କର ଚାହିଦା ଓ ଆବଶ୍ୟକତା ପାଇଁ ବଜାର ଉପରେ ନିର୍ଭର କରି ଆସୁଛନ୍ତି ।
(iii) ଅଧୂକନ୍ତୁ ବଜାରଗୁଡ଼ିକ ଲୋକ ପରମ୍ପରା ତଥା ଚିନ୍ତାଧାରା ଆଦିକୁ ଯୋଡ଼ିଥାଏ । ବଜାରରେ ଆଞ୍ଚଳିକ ପଦାର୍ଥଗୁଡ଼ିକ ସହଜରେ ବିକ୍ରି ଆସିଥାଏ । ପଳରେ ସ୍ଥାନୀୟ ଲୋକମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ହୋଇପାରିଥାଏ ।
![]()
Question 2.
ଘରୋଇ ଓ ଆନ୍ତର୍ଜାତିକ ବଜାର ମଧ୍ଯରେ ତୁମେ କ’ଣ ପାର୍ଥକ୍ୟ ଲକ୍ଷ୍ୟ କରୁଛ ସଂକ୍ଷେପରେ ଲେଖ ।
Answer:
(i) ଯେଉଁ ବଜାରରେ ଦେଶର ଭୌଗୋଳିକ ପରିସୀମା ଭିତରେ କିଣାବିକା ହୋଇଥାଏ, ତାହାକୁ ଘରୋଇ ବଜାର କୁହାଯାଏ ।
(ii) ଉଦାହରଣ ସ୍ଵରୂପ ଏହି ପାଠ୍ୟପୁସ୍ତକ ପାଇଁ ବ୍ୟବହୃତ କାଗଜ ଦେଶର ବଡ଼ କାଗଜ ଶିଳ୍ପରେ ପ୍ରସ୍ତୁତ କରାଯାଉଛି । ଏଥିପାଇଁ କ୍ରେତା ଓ ବିକ୍ରେତା ମଧ୍ୟରେ କାଗଜ କିଣାବିକା ଦେଶ ଭିତରେ ହୋଇଥାଏ ।
(iii) ଆନ୍ତର୍ଜାତିକ ବଜାରଗୁଡ଼ିକ କୌଣସି ଦେଶର ସୀମା ବାହାରେ କିଣାବିକା ହୋଇଥାଏ । ଆମ ଦେଶର ବଳକା ଦ୍ରବ୍ୟ ବିଦେଶକୁ ରପ୍ତାନୀ କରାଯାଏ ଓ ଅଭାବ ଥିବା ଦ୍ରବ୍ୟଗୁଡ଼ିକୁ ବିଦେଶରୁ ଆମଦାନୀ କରିବାକୁ ପଡ଼ିଥାଏ । ବହିଃ ବାଣିଜ୍ୟକୁ ମଧ୍ଯ ସୀମାପାର ବାଣିଜ୍ୟ କୁହାଯାଇଥାଏ ।
Question 3.
ପାଇକାରୀ ଓ ଖୁଚୁରା ବ୍ୟବସାୟୀମାନଙ୍କ ମଧ୍ୟରେ କେଉଁ ପ୍ରକାର ବ୍ୟବସାୟ ହୋଇଥାଏ, ତାହା ତୁମ ନିଜ ଭାଷାରେ ଲେଖ ।
Answer:
(i) ପାଇକାରୀ ବ୍ୟବସାୟୀମାନେ ସାଧାରଣତଃ ହୋଲ୍ସେଲ୍ ବେପାର କରିଥା’ନ୍ତି । ସେମାନେ ଉତ୍ପାଦନକାରୀମାନଙ୍କଠାରୁ ଅଧିକ ପରିମାଣରେ ଦ୍ରବ୍ୟ କ୍ରୟ କରିଥା’ନ୍ତି । ସେମାନେ ଛକ ତଥା ଗଳିକନ୍ଦିରେ ଥିବା ଦୋକାନୀଙ୍କୁ ସାମଗ୍ରୀ ଯୋଗାଇଥା’ନ୍ତି ।
(ii) ଖୁଚୁରା ବେପାରୀମାନେ ଉପଭୋକ୍ତାମାନଙ୍କୁ ସେମାନଙ୍କର ଚାହିଦା ଅନୁସାରେ ଅଳ୍ପଅଳ୍ପ ପରିମାଣର ଦ୍ରବ୍ୟ ବିକ୍ରି କରିଥା’ନ୍ତି । ଏହି ଖୁଚୁରା ବେପାରୀମାନେ ପାଇକାରୀ ବେପାରୀମାନଙ୍କଠାରୁ ଦ୍ରବ୍ୟ କ୍ରୟ କରିଥା’ନ୍ତି ।
(iii) ପାଇକାରୀ ବ୍ୟବସାୟୀମାନେ ମାଲଗୋଦାମରେ ବ୍ୟବସାୟ କରୁଥିବାବେଳେ ଖୁଚୁରା ବେପାରୀମାନେ ଗଳିକନ୍ଦି ଓ ଛକ ସ୍ଥାନମାନଙ୍କରେ ନିଜ ଦୋକାନ ଘରେ ବା କ୍ୟାବିନ୍ରେ ବସି ବେପାର କରିଥା’ନ୍ତି । ଖୁଚୁରା ଦୋକାନୀମାନେ ଗୃହସ୍ଥମାନଙ୍କୁ ବିଭିନ୍ନ ଦ୍ରବ୍ୟ ଓ ସେବା ଉପଲବ୍ଧ କରାଇଥା’ନ୍ତି ।
Question 4.
ବଜାର ସମାଜର ସାଧାରଣ ଲୋକମାନଙ୍କ ପାଇଁ କିପରି କାର୍ଯ୍ୟ କରିଥାଏ ? ଏହା ତୁମେ କିପରି ଭାବରେ ଦେଖୁଛ, ସଂକ୍ଷେପରେ ଲେଖ ।
Answer:
(i) ବଜାର ଜନସାଧାରଣଙ୍କ ଆର୍ଥିକ ଜୀବନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ଉତ୍ପାଦନକାରୀ ଓ ଉପଭୋକ୍ତାଙ୍କ ମଧ୍ୟରେ କାରବାରକୁ ସହଜ କରିଥାଏ ।
(ii) ଅଧିକାଂଶ ସମୟରେ କ୍ରେତା ଓ ବିକ୍ରେତା ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥାଏ । ଏ ସମ୍ପର୍କ ପିଢ଼ି ପରେ ପିଢ଼ି ଜାରି ରହିଥାଏ । କିଛି ପରିବାର ସେମାନଙ୍କର ଦର୍ଜୀ, ଗହଣା ଦୋକାନୀ ଓ ଡାକ୍ତରଙ୍କ ସହ ଦୀର୍ଘଦିନ ଧରି ବିଶ୍ଵସନୀୟ ସମ୍ପର୍କ ରଖୁଥା’ନ୍ତି ।
(iii) ଭାରତରେ ଅନେକ ପରିବାର ସ୍ଥାନୀୟ ତେଜରାତି ଦୋକାନୀଙ୍କ ପାଖରେ ବାକି ଖାତା ରଖୁ’ନ୍ତି ଓ ମାସ ଶେଷରେ ଦେୟ ପ୍ରଦାନ କରିଥା’ନ୍ତି ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
କ୍ରେତା ଓ ବିକ୍ରେତାମାନଙ୍କର ସୁରକ୍ଷା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ବିଷୟରେ ଲେଖ ।
Answer:
(i) କ୍ରେତା ଓ ବିକ୍ରେତାମାନଙ୍କର ସୁବିଧା ସୁରକ୍ଷା ପାଇଁ ସରକାର କେତେକ ପଦକ୍ଷେପଗ୍ରହଣ କରିଥା’ନ୍ତି । ସରକାର ପ୍ରଥମତଃ, ମୂଲ୍ୟ ନିୟନ୍ତ୍ରଣ ବ୍ୟବସ୍ଥା । ବିକ୍ରେତା କୌଣସି ସାମଗ୍ରୀର ସର୍ବାଧିକ ମୂଲ୍ୟ କେତେ ନେଇପାରିବେ, ତାହା ସରକାର ସ୍ଥିର କରିଥା’ନ୍ତି ।
(ii) ଜୀବନ ରକ୍ଷାକାରୀ ଔଷଧ ଭଳି ଅନେକ ଅତ୍ୟାବଶ୍ୟକ ଦ୍ରବ୍ୟ ଓ ସେବାର ମୂଲ୍ୟର ସର୍ବାଧିକ ସୀମା ସରକାର ଧାର୍ଯ୍ୟ କରିଥାନ୍ତି ।
(iii) ଧାନ, ଗହମ ଓ ମକା ଭଳି ଅତ୍ୟାବଶ୍ୟକୀୟ କୃଷି ଉତ୍ପାଦନଗୁଡ଼ିକର ସର୍ବନିମ୍ନ ବଜାର ମୂଲ୍ୟ ସରକାରଙ୍କଦ୍ଵାରା ସ୍ଥିର କରାଯାଏ ।
(iv) ଚାଷୀମାନେ ଯେପରି କ୍ଷତିଗ୍ରସ୍ତ ନ ହୁଅନ୍ତି, ସରକାର ନିଶ୍ଚିତ କରିଥା’ନ୍ତି ।
(v) ବିଭିନ୍ନ କ୍ଷେତ୍ରରେ ନିଯୁକ୍ତ କର୍ମଚାରୀମାନଙ୍କ ନିମନ୍ତେ ସରକାର ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରିଥାନ୍ତି । ଏହାଦ୍ଵାରା ସମସ୍ତଙ୍କୁ ଉଚିତ ପ୍ରାପ୍ୟ ମିଳିପାରିଥାଏ ।
Question 2.
ମଣିପୁରର ‘ମା’ମାନଙ୍କ ବଜାର’ ବା ‘ଇମା କୈଥଲ’ ବିଷୟରେ ଏକ ସଂକ୍ଷିପ୍ତ ରିପୋର୍ଟ ପ୍ରସ୍ତୁତ କର ।
Answer:
(i) ମଣିପୁରର ମଇତେଇ ଭାଷାରେ ‘ଇମା କୈଥଲ’ (Imo Keithal) ‘ମା’ ମାନଙ୍କର ବଜାର’ ଭାବେ ଇମ୍ଫାଲର ଏକ ସ୍ଵତନ୍ତ୍ର ବଜାର ।
(ii) ପ୍ରାୟ ୩୦୦ ମହିଳା ଏହି ବଜାଲସ୍ଥ ସମସ୍ତ ଦୋକାନରେ ମାଲିକ ଓ ପରିଚାଳକ ଅଟନ୍ତି ।
(iii) ସେମାନେ ପନିପରିବା, ପାରମ୍ପରିକ ମଣିପୁରୀ ପୋଷାକ ସମେତ ହସ୍ତତନ୍ତ ଓ ହସ୍ତଶିଳ୍ପ, ସ୍ଥାନୀୟ ଉତ୍ପାଦିତ ସାମଗ୍ରୀ ଏବଂ ସହର ତଥା ଆଖପାଖ ଅଞ୍ଚଳର ଲୋକମାନଙ୍କ ପାଇଁ ଆବଶ୍ୟକ ଦୈନନ୍ଦିନ ଜିନିଷପତ୍ର ବିକ୍ରୟ କରିଥା’ନ୍ତି ।
(iv) ଆର୍ଥିକ ଦୃଷ୍ଟିରୁ ଏହି ବଜାର ନିଯୁକ୍ତି ପ୍ରଦାନ କରେ ଓ ହଜାର ହଜାର ପରିବାର ପାଇଁ ଆୟର ଏକ ଗୁରୁତ୍ଵପୂର୍ଣ୍ଣ ଉତ୍ସ ହୋଇଥାଏ ।
(v) ଅନ୍ୟ ଦୃଷ୍ଟିରୁ ଦେଖିଲେ, ଏହି ବଜାର ସଂସ୍କୃତିର ଏକ ମିଶ୍ରଣ ପରି ମନେହୁଏ । ଏଠାରେ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଏକାଠି ହୋଇ ନିଜର ଭାବନା ତଥା ପରମ୍ପରାର ଆଦାନପ୍ରଦାନ କରିଥା’ନ୍ତି । ଏହି ବଜାରରେ ବୁଲିବା ଓ ଲୋକମାନଙ୍କ ସହିତ ମିଶିବାର ଏକ ନିଆରା ଅନୁଭୂତି ମିଳିଥାଏ ।
Question 3.
ବୟନ ଶିଳ୍ପ ବ୍ୟତୀତ ହୀରା ଶିଳ୍ପ ପାଇଁ ଗୁଜୁରାଟର ସୁରତ ସହର ବିଶ୍ଵ ମାନଚିତ୍ରରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି କାହିଁକି ? ଏହି ବିଷୟକୁ ଅନୁଧ୍ୟାନ କରି ଏକ ଛୋଟ ବିବରଣୀ ପ୍ରଦାନ କରିବାକୁ ଚେଷ୍ଟା କର ।
Answer:
(i) ଷୋଡଶ ଶତାବ୍ଦୀରୁ ଗୁଜୁରାଟର ସୁରତ ସହର ବାଣିଜ୍ୟ କାରବାର କ୍ଷେତ୍ରରେ ଏକ ଅଗ୍ରଣୀ ସହଜ ଭାବରେ ପରିଚୟ ହାସଲ କରିଥିଲା । ବିଶ୍ୱର ସର୍ବବୃହତ୍ ବୟନ ଶିଳ୍ପ ଓ ହୀରା ଶିଳ୍ପର କେନ୍ଦ୍ର ଭାବରେ ଖ୍ୟାତି ଅର୍ଜନ କରିପାରିଥିଲା ।
(ii) ଏଠାରେ ପ୍ରାୟ ୧୫ ଲକ୍ଷ କାରିଗର ବିଶାଳ ସ୍ତରରେ ହୀରା କଟିବା ଓ ଚିକ୍କଣ କରିବା କାର୍ଯ୍ୟକଳାପରେ ନିଯୁକ୍ତ ଅଛନ୍ତି ।
(iii) ଦେଶର ପଶ୍ଚିମ ତଟରେ ଅବସ୍ଥିତ ଏହି ସହର ଯୋଗୁଁ ବନ୍ଦର ଓ ସୁବ୍ୟବସ୍ଥିତ ସଡ଼କ ବ୍ୟବସ୍ଥା ଗଢ଼ି ଉଠିଥିଲା । ଏହି ପରିବହନ ଭିଭିଭୂମି ଆଜି ବି ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରୁଛି ।
(iv) ବିଶେଷଜ୍ଞ କାରିଗର ଓ କୁଶଳୀ ବ୍ୟକ୍ତିବିଶେଷଙ୍କ ସମ୍ପ୍ରଦାୟ ଏଠାରେ ଶତାବ୍ଦୀ ଶତାବ୍ଦୀ ଧରି ବସବାସ କରୁଛନ୍ତି । ସେମାନଙ୍କର ଦକ୍ଷତା ପିଢ଼ି ପରେ ପିଢ଼ି ଏହାକୁ ଏକ ସମୃଦ୍ଧ ସହର କରି ଗଢ଼ି ତୋଳିଛି ।
(v) ଏଠାରେ ଥୁବା ବନ୍ଦର, ରାଜପଥ ଓ ରେଳ ବ୍ୟବସ୍ଥାକୁ ଅତି ସୁନ୍ଦର ଭାବରେ ବ୍ୟବସ୍ଥିତ କରାଯାଇଛି । ବାଣିଜ୍ୟକେନ୍ଦ୍ର ଗଠନ ପାଇଁ ଏଠାରେ ସମସ୍ତ ପ୍ରକାର ଅନୁକୂଳ ବାତାବରଣ ସୃଷ୍ଟି କରାଯାଇ ଦିନକୁ ଦିନ ଏହାକୁ ଅଧିକ ସମୃଦ୍ଧ ବ୍ୟବସାୟ ନଗରୀଭାବେ ଗଢ଼ି ତୋଳିବା ପାଇଁ ଉଦ୍ୟମ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଏହା ଭାରତର ଏକ ଶିଳ୍ପନଗରୀ ଭାବରେ ଖ୍ୟାତି ଅର୍ଜନ କରିପାରିଛି ।