Go through BSE Odisha Class 7 Social Science Notes Odia Medium Chapter 9 ଶାସକଙ୍କ ଠାରୁ ଶାସିତଙ୍କ ପର୍ଯ୍ୟନ୍ତ : ସରକାରର ପ୍ରକାର ଭେଦ to understand important topics more clearly.
7th Class Social Science Chapter 9 Notes Odia Medium
BSE Odisha Class 7 Social Science Chapter 9 Notes Odia Medium
‘‘ଦେଶର ଆଭ୍ୟନ୍ତରୀଣ ଶାସନ ବ୍ୟବସ୍ଥାରେ ଜଣେ ଶାସକଙ୍କର କର୍ତ୍ତବ୍ୟ ତିନି ପ୍ରକାରର : ରକ୍ଷା (ବାହ୍ୟ ଆକ୍ରମଣରୁ ରାଜ୍ୟଟିକୁ ସୁରକ୍ଷା ଦେବା), ପାଳନ (ରାଜ୍ୟ ମଧ୍ୟରେ ଆଇନ ଶୃଙ୍ଖଳାକୁ ପାଳନ କରିବା), ଯୋଗକ୍ଷେମ (ପ୍ରଜାମାନଙ୍କର ମଙ୍ଗଳ କଲ୍ୟାଣ କରିବା) ।”’
– କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରୁ ଉଦ୍ଧୃତ
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ

ସରକାର କହିଲେ କ’ଣ ବୁଝ ? ଏହାର କାର୍ଯ୍ୟଗୁଡ଼ିକ କ’ଣ ?
ଆମ ଜୀବନରେ ସରକାର ଅନେକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥା’ନ୍ତି, ଯଥା- ସମାଜରେ ଶାନ୍ତିଶୃଙ୍ଖଳା ବଜାୟ ରଖୁବା ସହିତ ଲୋକମାନଙ୍କ ପାଇଁ ଶାନ୍ତି, ସ୍ଥିରତା ଓ ନିରାପତ୍ତାକୁ ସୁନିଶ୍ଚିତ କରିଥା’ନ୍ତି ।
ଲୋକମାନଙ୍କୁ ଆବଶ୍ୟକ ସାମଗ୍ରୀ ଓ ସେବା ଯୋଗାଇଦେବା ସହିତ ଦେଶର ଅର୍ଥନୀତି ଓ ଅର୍ଥନୈତିକ କାର୍ଯ୍ୟକଳାପକୁ ପରିଚାଳନା କରିଥା’ନ୍ତି ।
ଲୋକ କଲ୍ୟାଣ ପାଇଁ କାର୍ଯ୍ୟ କରିବା ସହିତ ସେମାନଙ୍କର ଜୀବନଶୈଳୀକୁ ଉନ୍ନତ କରିବା ପାଇଁ ଯୋଜନାମାନ ପ୍ରଣୟନ କରିଥା’ନ୍ତି ।
ଭାରତ ପରି ଅନେକ ଦେଶରେ ମଧ୍ୟ ଗଣତାନ୍ତ୍ରିକ ସରକାର ଅଛି, କିନ୍ତୁ କେତେକ ଦେଶରେ ଭିନ୍ନ ପ୍ରକାର ସରକାର ମଧ୍ୟ ଦେଖିବାକୁ ମିଳେ । ତଥାପି ସମସ୍ତ ଗଣତାନ୍ତ୍ରିକ ସରକାର ସମ୍ପୂର୍ଣ୍ଣ ରୂପେ ସମାନ ନୁହଁନ୍ତି ।
ଗଣତନ୍ତ୍ର କାହାକୁ କୁହାଯାଏ ?
ଗଣତନ୍ତ୍ର ହେଉଛି ଲୋକମାନଙ୍କର ଶାସନ । ଏହାର ଅର୍ଥ ହେଉଛି ଯେ ଗଣତନ୍ତ୍ରରେ କ୍ଷମତା ଓ କର୍ତ୍ତୃତ୍ଵର ଉତ୍ସ ହେଉଛନ୍ତି ସେ ଦେଶର ଜନସାଧାରଣ ।
ଊନବିଂଶ ଶତାବ୍ଦୀରେ ଆମେରିକାର ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ ଗଣତନ୍ତ୍ରର ବର୍ଣ୍ଣନା କରି କହିଥିଲେ ଯେ– ‘‘ସରକାର ହେଉଛନ୍ତି ଲୋକମାନଙ୍କର, ଲୋକମାନଙ୍କ ଦ୍ଵାରା, ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ’’ ।
ସରକାରଙ୍କ କାର୍ଯ୍ୟ :
ସରକାରଙ୍କର ତିନୋଟି ମୁଖ୍ୟ କାର୍ଯ୍ୟ ଯଥା – ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ।
ନିୟମ ସୃଷ୍ଟିକୁ ବ୍ୟବସ୍ଥାପିକା କାର୍ଯ୍ୟ କୁହାଯାଏ । ଏହି ନିୟମଗୁଡ଼ିକ ଦେଶ ପରିଚାଳନା ପାଇଁ ଏକ ଢାଞ୍ଚା ଭାବରେ କାର୍ଯ୍ୟ କରେ । ଏହି ନିୟମଗୁଡ଼ିକର କାର୍ଯ୍ୟକାରୀ କରିବା ଏବଂ ସେହି ଅନୁଯାୟୀ ଦେଶର ପ୍ରଶାସନ କରିବା କାର୍ଯ୍ୟକାଳିକା କାର୍ଯ୍ୟ ଭାବେ ଜଣାଶୁଣା । ଶେଷରେ, ସେହି ନିୟମଗୁଡ଼ିକ ଠିକ୍ ଭାବେ ପାଳନ ହେଉଛି କି ନାହିଁ ତାହା ନିଶ୍ଚିତ କରିବା ହେଉଛି ନ୍ୟାୟପାଳିକାର କାର୍ଯ୍ୟ ।
ପ୍ରତିନିଧ (Representative) : ଜଣେ ବ୍ୟକ୍ତି ଯାହାକୁ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ଲୋକଙ୍କ ଗୋଷ୍ଠୀ ପକ୍ଷରୁ କାର୍ଯ୍ୟ କରିବା କିମ୍ବା ନିଷ୍ପତ୍ତି ନେବା ପାଇଁ ଚୟନ କରାଯାଏ ।
ଚିତ୍ରକଳା | ଭିତ୍ତିଚିତ୍ର (Mural) : ଏକ ବଡ଼ ଚିତ୍ର କିମ୍ବା ଚିତ୍ରକଳା ଯାହାକି ସିଧାସଳଖ କାନ୍ଥ କିମ୍ବା ଛାତ ଉପରେ କରାଯାଏ ।
କ’ଣ ସରକାରଙ୍କୁ ଭିନ୍ନ କରାଏ ? :
ଯେକୌଣସି ଦେଶର ସରକାର ସମୟ ସହିତ ବିକଶିତ ହୁଏ । ଯେହେତୁ ଦେଶଗୁଡ଼ିକର ନିଜସ୍ଵ ଇତିହାସ, ସଂସ୍କୃତି ଏବଂ ଆକାଂକ୍ଷା ରହିଥାଏ, ତେଣୁ ବିଭିନ୍ନ ଦେଶର ସରକାର ଭିନ୍ନ ହେବା ସ୍ଵାଭାବିକ ।
ସରକାରଗୁଡ଼ିକ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ :
ଗଣତାନ୍ତ୍ରିକ ଦେଶରେ ସରକାର ଗଠନରେ ଲୋକମାନେ ହିଁ ନିଷ୍ପଭି ନିଅନ୍ତି ଏବଂ ସମସ୍ତ କର୍ତ୍ତୃତ୍ଵର ମୂଳଉତ୍ସ ଅଟନ୍ତି । ମାତ୍ର ଧର୍ମତନ୍ତ୍ରରେ, କର୍ତ୍ତୃତ୍ଵର ଉତ୍ସ ହେଉଛି ଧାର୍ମିକ ବିଶ୍ଵାସ ଏବଂ ଏକ ଧାର୍ମିକ ଅନୁଷ୍ଠାନର ମୁଖ୍ୟ । ତେଣୁ ସରକାର ଗଠନ କରିବାର କର୍ତ୍ତୃତ୍ଵ ଓ କ୍ଷମତାକୁ ନେଇ ସରକାର ଭିନ୍ନଭିନ୍ନ ହୋଇଥାଏ ।
ଗଣତନ୍ତ୍ରରେ ସାଧାରଣତଃ କୌଣସି ପ୍ରକାର ନିର୍ବାଚନ ମାଧ୍ଯମରେ ସରକାର ଗଠିତ ହୋଇଥାଏ । ରାଜତନ୍ତ୍ରରେ ରାଜା ବା ରାଣୀମାନେ ଶାସନ କରିଥାନ୍ତି । ତେଣୁ ସରକାର କିପରି ଗଠିତ ହୁଏ, ସେ ଦୃଷ୍ଟିରୁ ସରକାର ଭିନ୍ନଭିନ୍ନ ହୋଇଥାଏ ।
![]()
ଯେକୌଣସି ସରକାରଙ୍କର ବିଭିନ୍ନ ଅଂଶ ଓ ବ୍ୟବସ୍ଥା ରହିଛି ଏବଂ ଏଗୁଡ଼ିକ ବିଭିନ୍ନ ପ୍ରକାରର ସରକାରଙ୍କ ମଧ୍ୟରେ ଭିନ୍ନ ହୋଇଥାଏ । ସରକାର କିପରି କାର୍ଯ୍ୟ କରିବ ସେହି ନିଷ୍ପତ୍ତି ବ୍ୟବସ୍ଥାକୁ ‘ସମ୍ବିଧାନ’ ନାମକ ଦେଶର ମୌଳିକ ନିୟମ ପୁସ୍ତକରେ ଲେଖାଯାଇପାରିବ, ଯାହା ଅଧ୍ବକାଂଶ କ୍ଷେତ୍ରରେ ଗଣତନ୍ତ୍ରରେ ହିଁ ଦେଖାଯାଏ । ମାତ୍ର ରାଜତନ୍ତ୍ରରେ ରାଜା ବା ରାଣୀଙ୍କଦ୍ଵାରା ନିଷ୍ପତ୍ତି ନିଆଯାଇଥାଏ ।
କେତେକ ମୂଲ୍ୟବୋଧ ଏବଂ ଆଦର୍ଶକୁ ଭିତ୍ତି କରି ସରକାର ଗଠିତ ହୋଇଥାଏ । ସମସ୍ତ ପ୍ରକାର ସମାନତା ଏବଂ ସମୃଦ୍ଧି ପାଇଁ କାମ କରିବାକୁ ସରକାର ଗଠନ କରାଯାଇଥାଏ । କେତେକ ସରକାର କେବଳ କିଛି ପରିବାର କିମ୍ବା ଗୋଷ୍ଠୀର ସମୃଦ୍ଧି ପାଇଁ ଉଦ୍ଦିଷ୍ଟ ରହିଥା’ନ୍ତି ।
ସାରା ବିଶ୍ବରେ ଗଣତାନ୍ତ୍ରିକ ସରକାର :
ଗଣତନ୍ତ୍ର ହେଉଛି ଆଧୁନିକ ବିଶ୍ଵର ସବୁଠାରୁ ଲୋକପ୍ରିୟ ସରକାର । ଗଣତନ୍ତ୍ରର କେତେକ ମୌଳିକ ନୀତି ରହିଛି । ସେଗୁଡ଼ିକ ନିମ୍ନରେ ଆଲୋଚନା କରାଯାଇଛି ।
ଗଣତନ୍ତ୍ରର ମୌଳିକ ନୀତି :
ସମାନତା – ସମାନତା ଶବ୍ଦର ଅର୍ଥ ହେଉଛି ପ୍ରତ୍ୟେକ ବ୍ୟକ୍ତି ରାଷ୍ଟ୍ରରୁ ସମାନ ଭାବରେ ବ୍ୟବହାର ପାଇବାର ଅଧିକାର । ଏହାର ଅର୍ଥ ହେଉଛି ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସୁବିଧାଗୁଡ଼ିକୁ ସମସ୍ତ ଲୋକ ସମାନ ଭାବରେ ଉପଭୋଗ କରିବା ଉଚିତ ଏବଂ ପ୍ରତ୍ୟେକ ବ୍ୟକ୍ତି ଆଇନ ଆଗରେ ସମାନ ।
ସ୍ଵାଧୀନତା– ଗଣତନ୍ତ୍ରରେ ସ୍ଵାଧୀନତା ଶବ୍ଦର ଅର୍ଥ ହେଉଛି ପ୍ରତ୍ୟେକ ନାଗରିକମାନଙ୍କର ନିଜସ୍ୱ ପସନ୍ଦ ରହିବା ଏବଂ ମତାମତ ପ୍ରକାଶ କରିବାର ଅଧିକାର ରହିଛି ।
ପ୍ରତିନିଧୁମୂଳକ ଅଂଶଗ୍ରହଣ– ପ୍ରତିନିଧୁମୂଳକ ଅଂଶ ଗ୍ରହଣ ବ୍ୟବସ୍ଥାର ଅର୍ଥ ହେଉଛି ପ୍ରତ୍ୟେକ ବ୍ୟକ୍ତି ନିଜର ପ୍ରତିନିଧ୍ବ ବାଛିବା ଏବଂ ନିର୍ବାଚିତ କରିବାର ଅଧିକାର ରହିଛି । ଏହି ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ କରାଯାଇଥାଏ । ନିର୍ବାଚିତ ପ୍ରତିନିଧୂମାନେ ବ୍ୟବସ୍ଥାପିକା ସଭାର ଏକ ଅଂଶ ଭାବରେ କାର୍ଯ୍ୟ କରିଥା’ନ୍ତି ।
ମତଦାନ – ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥାଦ୍ଵାରା ନାଗରିକମାନେ ସେମାନଙ୍କର ପ୍ରତିନିଧିମାନଙ୍କୁ ଚୟନ କରିଥା’ନ୍ତି ।
ଅଧିକାର– ନାଗରିକମାନଙ୍କୁ ମୌଳିକ ଅଧିକାର ଯଥା- ସମାନତା ଅଧିକାର, ବାକ୍ ଓ ଅଭିବ୍ୟକ୍ତିର ସ୍ଵାଧୀନତାର ଅଧିକାର ଏବଂ ଶୋଷଣ ବିରୋଧୀ ଅଧିକାର ଗଣତନ୍ତ୍ରରେ ପ୍ରଦାନ କରାଯାଇଥାଏ ।
ସ୍ଵାଧୀନ ନ୍ୟାୟପାଳିକା– ସ୍ଵାଧୀନ ନ୍ୟାୟପାଳିକା ବ୍ୟବସ୍ଥାରେ ପ୍ରତ୍ୟେକ ନାଗରିକମାନଙ୍କ ମୌଳିକ ଅସ୍ଵୀକାର ସୁରକ୍ଷିତ ରହିଥାଏ । ନାଗରିକ ଏବଂ ସରକାରଙ୍କ ସମସ୍ତ ଅଂଶଗୁଡ଼ିକଦ୍ୱାରା ରାଷ୍ଟ୍ରର ଆଇନଗୁଡ଼ିକ ପାଳନ କରାଯାଇଥାଏ ।
୧୯୫୦ ମସିହାରେ ଭାରତୀୟ ଗଣତନ୍ତ୍ରର ଆରମ୍ଭରୁ ରାଷ୍ଟ୍ର ନାଗରିକମାନଙ୍କ ନିମନ୍ତେ ସାର୍ବଜନୀନ ସାବାଳକ ମତାଧ୍ଵର (ଅର୍ଥାତ୍ ସମସ୍ତ ପ୍ରାପ୍ତବୟସ୍କଙ୍କୁ ନିର୍ବାଚନରେ ଭୋଟ ଦେବାର ଅଧିକାର) ପ୍ରଦାନ କରାଯାଇଥିଲା । ଅନ୍ୟପକ୍ଷରେ, ସୁଇଜରଲାଣ୍ଡର ମହିଳାମାନେ କେବଳ ୧୯୭୧ ମସିହାରେ ଭୋଟ ଦେବାର ଅଧିକାର ହାସଲ କରିଥିଲେ ।
ଗଣତାନ୍ତ୍ରିକ ସରକାରର ବିଭିନ୍ନ ପ୍ରକାରଭେଦ :
(୧) ପ୍ରତ୍ୟକ୍ଷ ଗଣତନ୍ତ୍ର – ଏହା ଗଣତନ୍ତ୍ରର ଏକ ରୂପ ବା ବ୍ୟବସ୍ଥା ଯେଉଁଠାରେ ଏକ ଦେଶର ସମସ୍ତ ନାଗରିକ ସମସ୍ତ ନୀତି, ନିୟମ ଏବଂ କାର୍ଯ୍ୟପାଇଁ ସିଧାସଳଖ ଦାୟୀ ରହିଥାନ୍ତି । ଶାସନର ସମସ୍ତ ନିଷ୍ପତ୍ତିରେ ସେମାନେ ସିଧାସଳଖ ଅଂଶ ଗ୍ରହଣ କରିଥାନ୍ତି ।
(୨) ପ୍ରତିନିଧୁମୂଳକ ଗଣତନ୍ତ୍ର – ଏହି ବ୍ୟବସ୍ଥାରେ ଲୋକମାନେ, ସାର୍ବଜନୀତ ସାବାଳକ ମତାଧୁକାର ବ୍ୟବସ୍ଥା ମାଧ୍ୟମରେ ସେମାନଙ୍କର ପ୍ରତିନିଧୁମାନଙ୍କୁ ନିର୍ବାଚିତ କରନ୍ତି, ଠିକ୍ ଭାରତ ପରି । ଏହି ପ୍ରକାରର ଗଣତନ୍ତ୍ରରେ ଲୋକମାନେ ସିଧାସଳଖ ଶାସନ କରନ୍ତି ନାହିଁ କିନ୍ତୁ ସରକାର ସର୍ବଦା ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ଥାଆନ୍ତି ।
ଭାରତରେ ପ୍ରତି ପାଞ୍ଚ ବର୍ଷରେ ଥରେ ନିର୍ବାଚନ ହେଉଥିବାବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ଚାରିବର୍ଷରେ ଥରେ ନିର୍ବାଚନ କରାଯାଇଥାଏ ।
ସାର୍ବଜନୀନ ସାବଳକ ମତଦାନ ବ୍ୟବସ୍ଥା ଯୁକ୍ତରାଜ୍ୟ ୧୯୨୮ ମସିହାରେ କାର୍ଯ୍ୟକାରୀ ହୋଇଥିଲାବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ୧୯୬୫ ମସିହାରେ ଏହା ଲାଗୁ ହୋଇଥିଲା ।

ପୃଥିବୀର ଅଧିକାଂଶ ଗଣତନ୍ତ୍ର ଏବେ ପ୍ରତିନିଧୂମୂଳକ ଗଣତନ୍ତ୍ର ଅଟନ୍ତି । କିନ୍ତୁ ପ୍ରତ୍ୟେକ ଗଣତନ୍ତ୍ର ଭିନ୍ନ ଭିନ୍ନ ଭାବରେ କାର୍ଯ୍ୟ କରେ । ପ୍ରତିନିଧୂମୂଳକ ଗଣତନ୍ତ୍ରର ଦୁଇଟି ରୂପ ରହିଛି । ଯଥା- (କ) ସଂସଦୀୟ ଗଣତନ୍ତ୍ର (ଖ) ରାଷ୍ଟ୍ରପତୀୟ ଗଣତନ୍ତ୍ର ।
ଦାୟିତ୍ବବୋଧ (Accountability) : ଗଣତନ୍ତ୍ରରେ ଦାୟିତ୍ୱବୋଧର ଅର୍ଥ ହେଉଛି ସରକାର ସେମାନଙ୍କୁ ନିର୍ବାଚିତ କରିଥିବା ଲୋକଙ୍କ ପ୍ରତି ଉତ୍ତରଦାୟୀ ରହିବା ।
(କ) ସଂସଦୀୟ ଗଣତନ୍ତ୍ର :
ଯେଉଁ ଦେଶରେ ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ବ୍ୟବସ୍ଥାପିକା ସଭା ବା ସଂସଦର ଭୂମିକା ମୁଖ୍ୟ ହୋଇଥାଏ, ତାହାକୁ ସଂସଦୀୟ ଗଣତନ୍ତ୍ର କୁହାଯାଏ ।
ଏହି ବ୍ୟବସ୍ଥା ପ୍ରଥମେ ଇଂଲଣ୍ଡରେ ଆରମ୍ଭ ହୋଇଥିଲା । ତେଣୁ ଇଂଲଣ୍ଡକୁ ସଂସଦୀୟ ଗଣତନ୍ତ୍ରର ଜନନୀ କୁହାଯାଇଥାଏ ।
ଆମ ଦେଶରେ ସଂସଦୀୟ ଗଣତନ୍ତ୍ର ପ୍ରଚଳିତ । ଏହି ବ୍ୟବସ୍ଥାରେ ନାଗରିକମାନେ ନିର୍ବାଚନ ମାଧ୍ୟମରେ ସେମାନଙ୍କ ପ୍ରତିନିଧୁମାନଙ୍କୁ ସଂସଦକୁ ନିର୍ବାଚିତ କରିଥା’ନ୍ତି । ସେମାନଙ୍କୁ ସାଂସଦ କୁହାଯାଇଥାଏ ।
ମନ୍ତ୍ରିପରିଷଦ ଶାସନଗତ କାର୍ଯ୍ୟ ନିମନ୍ତେ ବ୍ୟବସ୍ଥାପିତା ନିକଟରେ ଉତ୍ତରଦାୟୀ ରହିଥାଏ ।
ପ୍ରାଦେଶିକ ସ୍ତରରେ ବ୍ୟବସ୍ଥାପିକା ସଭା ରୂପେ ଅନ୍ୟ ରାଜ୍ୟପରି ଓଡ଼ିଶାରେ ମଧ୍ୟ ବିଧାନସଭା ରହିଅଛି ।
ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦ ଶାସନଗତ କାର୍ଯ୍ୟପାଇଁ ରାଜ୍ୟର ବ୍ୟବସ୍ଥାପିକା ବା ବିଧାନସଭା ନିକଟରେ ଉତ୍ତରଦାୟୀ ରହିଥାନ୍ତି ଓ ବିଧାନସଭାର ଆସ୍ଥା ହରାଇଲେ କ୍ଷମତାଚ୍ୟୁତ ହୋଇଥା’ନ୍ତି ।
(ଖ) ରାଷ୍ଟ୍ରପତୀୟ ଗଣତନ୍ତ୍ର :
ଯେଉଁ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ରାଷ୍ଟ୍ରପତି ଦେଶର ବାସ୍ତବ ବା ପ୍ରକୃତ କ୍ଷମତା ଉପଲବ୍ଧ କରି ଶାସନ ନିୟନ୍ତ୍ରଣ କରିଥା’ନ୍ତି, ତାହାକୁ ରାଷ୍ଟ୍ରପତୀୟ ଗଣତନ୍ତ୍ର କୁହାଯାଏ ।
ଏହି ବ୍ୟବସ୍ଥାରେ ରାଷ୍ଟ୍ରପତି ନାଗରିକମାନଙ୍କଦ୍ୱାରା ନିର୍ବାଚିତ ହୋଇଥାନ୍ତି । ଏହି ବ୍ୟବସ୍ଥା ଯୁକ୍ତରାଷ୍ଟ୍ର ଆମେରିକାରେ ଦେଖାଯାଇଥାଏ ।
ଭାରତର ରାଷ୍ଟ୍ରପତି ନାମକୁ ମାତ୍ର ଶାସନ ମୁଖ୍ୟ ଥିଲାବେଳେ ଆମେରିକାର ରାଷ୍ଟ୍ରପତି ଦେଶର ବାସ୍ତବ ଶାସକ ଅଟନ୍ତି ।
ଗଣତାନ୍ତ୍ରିକ ସରକାରର ବିଭିନ୍ନ ଅଙ୍ଗ
| ଦେଶର ନାମ | କାର୍ଯ୍ୟପାଳିକା | ବ୍ୟବସ୍ଥାପିକା | ନ୍ୟାୟପାଳିକା |
| ଭାରତ | ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦ | ନିମ୍ନ ସଦନ (ଲୋକସଭା) ଉଚ୍ଚସଦନ (ରାଜ୍ୟସଭା) ଅପେକ୍ଷା ଅଧ୍ଵ କ୍ଷମତାଶାଳୀ | କାର୍ଯ୍ୟପାଳିକା ଏବଂ ବ୍ୟବସ୍ଥାପିକା (କ୍ଷମତା ପୃଥକୀକରଣ )ଠାରୁ ସ୍ଵାଧୀନ ଏବଂ ଉଚ୍ଚତମ (ସୁପ୍ରିମ୍କୋର୍ଟ) ନ୍ୟାୟାଳୟ ନାମରେ ନାମିତ |
| ଯୁକ୍ତ ରାଷ୍ଟ୍ର ଆମେରିକା | ରାଷ୍ଟ୍ରପତି | ଉଚ୍ଚ ସଦନ (ସିନେଟ୍ ଏବଂ ନିମ୍ନ ସଦନ (ପ୍ରତିନିଧୁମାନଙ୍କ ଗୃହ) ମଧ୍ୟରେ ସମାନ କ୍ଷମତା | କାର୍ଯ୍ୟପାଳିକା ଏବଂ ବ୍ୟବସ୍ଥାପିକା (କ୍ଷମତା ପୃଥକୀକରଣ) ଠାରୁ ସ୍ଵାଧୀନ |
| ଦକ୍ଷିଣ କୋରିଆ | ରାଷ୍ଟ୍ରପତି | ଏକକ ସଦନ (ଜାତୀୟ ସଭା) | କାର୍ଯ୍ୟପାଳିକା ଏବଂ ବ୍ୟବସ୍ଥାପିକା (କ୍ଷମତା ପୃଥକୀକରଣ)ଠାରୁ ସ୍ଵାଧୀନ |
| ଅଷ୍ଟ୍ରେଲିଆ | ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରିପରିଷଦ | ଉଚ୍ଚ ସଦନ (ସିନେଟ୍) ଏବଂ ନିମ୍ନ ସଦନ, ପ୍ରତିନିଧ୍ଵ ଗୃହ, ମଧ୍ୟରେ ସମାନ କ୍ଷମତା | କାର୍ଯ୍ୟପାଳିକା ଏବଂ ବ୍ୟବସ୍ଥାପିକା (କ୍ଷମତା ପୃଥକୀକରଣ)ଠାରୁ ସ୍ଵାଧୀନ |
| ରାଜ୍ୟ ସ୍ତରରେ | ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିପରିଷଦ | ବିଧାନସଭା | ଉଚ୍ଚ ନ୍ୟାୟାଳୟ |
| ଇଂଲଣ୍ଡ / ଯୁକ୍ତରାଜ୍ଯ | ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀପରିଷଦ (ରାଜା ନାମକୁ ମାତ୍ର ମୁଖ୍ୟ) | ସଂସଦ (ହାଉସ୍ ଅଫ୍ କମନ୍ସ ଓ ହାଉସ୍ ଅଫ୍ ଲର୍ଡସ) | ସ୍ଵାଧୀନ |
| (ଖ) ଜାପାନ | ପ୍ରଧାନମନ୍ତ୍ରୀ | ଡାଏଟ୍ (ସଂସଦ) | ସ୍ଵାଧୀନ |
ଏହି ଶବ୍ଦଗୁଡ଼ିକର ଅର୍ଥ କ’ଣ ?
କାର୍ଯ୍ୟପାଳିକା— କାର୍ଯ୍ୟପାଳିକା ହେଉଛି ସରକାରଙ୍କର ସେହି ଅଙ୍ଗ ଯାହା ଆଇନକୁ କାର୍ଯ୍ୟକାରୀ କରିଥାଏ । କିନ୍ତୁ ବିଭିନ୍ନ ଦେଶରେ ଏହାର ଚୟନ ପ୍ରକ୍ରିୟା ଭିନ୍ନ ଭିନ୍ନ ହୋଇଥାଏ ।
ବ୍ୟବସ୍ଥାପିକା – ବ୍ୟବସ୍ଥାପିକା ସଭା ହେଉଛି ସରକାରଙ୍କର ଏକ ଅଙ୍ଗ ଯାହା ଆଇନ ପ୍ରଣୟନ କରିବାପାଇଁ ଦାୟୀ ହୋଇଥାଏ । ଭାରତରେ ଏହାକୁ ସଂସଦ
କୁହାଯାଉଥିବା ବେଳେ ଆମେରିକାରେ କଂଗ୍ରେସ କୁହାଯାଇଥାଏ । ଅଧିକାଂଶ ଗଣତନ୍ତ୍ରରେ ଏହାର ଦୁଇଟି ଗୃହ ଥାଏ, ଗୋଟିଏ ଉଚ୍ଚ ସଦନ ଓ ଅନ୍ୟଟି ନିମ୍ନ
ସଦନ ।
![]()
ଉଚ୍ଚ ସଦନ ଏବଂ ନିମ୍ନ ସଦନ ଅଧିକାଂଶ ଦେଶରେ ନିମ୍ନ ସଦନ, ପ୍ରତ୍ୟକ୍ଷ ଭୋଟଦ୍ଵାରା ନିର୍ବାଚିତ ହୁଅନ୍ତି ଏବଂ ସାଧାରଣତଃ ଉଚ୍ଚ ସଦନ ଅପେକ୍ଷା ଅଧିକ କ୍ଷମତାଶାଳୀ, ଯାହା ନିର୍ବାଚନ କିମ୍ବା ମନୋନୟନ ଦ୍ଵାରା ଗଠିତ ହୋଇଥାଏ । ଭାରତରେ ନିମ୍ନ ସଦନକୁ ଲୋକସଭା କୁହାଯାଉଥିବା ବେଳେ ଉଚ୍ଚ ସଦନକୁ ରାଜ୍ୟସଭା କୁହାଯାଇଥାଏ ।
କେତେକ ରାଜ୍ୟରେ ବିଧାନ ମଣ୍ଡଳ ରହିଅଛି । ଉଚ୍ଚ ସଦନକୁ ବିଧାନ ପରିଷଦ କୁହାଯାଉଥିବା ବେଳେ ନିମ୍ନ ସଦନକୁ ବିଧାନସଭା କୁହାଯାଇଥାଏ । ଆମ ରାଜ୍ୟରେ ବିଧାନମଣ୍ଡଳ ଗୋଟିଏ ସଦନ ବିଶିଷ୍ଟ ଯାହାକୁ ବିଧାନସଭା କୁହାଯାଇଥାଏ ।
କ୍ଷମତାର ପୃଥକୀକରଣ ଅର୍ଥ ହେଉଛି ସରକାରଙ୍କର ତିନୋଟି ଅଙ୍ଗ ଯଥା- ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର ସ୍ଵାଧୀନ ଭାବରେ କାର୍ଯ୍ୟ କରନ୍ତି ଏବଂ ପରସ୍ପରର କାର୍ଯ୍ୟରେ ହସ୍ତକ୍ଷେପ କରନ୍ତି ନାହିଁ ।
ଏଥୁରୁ ଆମେ ଜାଣିଲେ ଯେ ବିଭିନ୍ନ ପ୍ରକାରର ଗଣତାନ୍ତ୍ରିକ ସରକାରଗୁଡ଼ିକର ଗଠନ, ସଂରଚନା ଏବଂ କାର୍ଯ୍ୟ କରିବାର ଶୈଳୀ ଭିନ୍ନ ଭିନ୍ନ ଅଟେ । ଏହା ସହିତ ସରକାରଙ୍କ ତିନୋଟି ଅଙ୍ଗ ମଧ୍ଯରେ ସମ୍ପର୍କ ମଧ୍ଯ ଭିନ୍ନ ।
ଇତିହାସର ଏକ ଝଲକ – ପ୍ରାଚୀନ ଗଣରାଜ୍ୟ (ସାଧାରଣତନ୍ତ୍ର)
ଗଣରାଜ୍ୟ ହେଉଛି ସରକାରଙ୍କ ଏକ ରୂପ ଯେଉଁଥ୍ ରେ ରାଷ୍ଟ୍ର ମୁଖ୍ୟ ନିର୍ବାଚନ ମାଧ୍ୟମରେ କ୍ଷମତାପ୍ରାପ୍ତ ହୁଅନ୍ତି ଏବଂ ସେ ଜଣେ ବଂଶାନୁକ୍ରମିକ ରାଜା ନୁହଁନ୍ତି ।

ଜି ମହାଜନପଦରେ, ବିଶେଷ କରି ଲିଚ୍ଛାବୀ ବଂଶ ସାମୂହିକ ନିଷ୍ପତ୍ତି ଗ୍ରହଣ କ ରୁ ଥ୍ ଲେ ଏବଂ ଶାସକ ବ ନେତା ମାନଙ୍କୁ ଜନ୍ମ ଗତ ସୁ ବି ଧା ବଦଳରେ ଯୋଗ୍ୟତା ଆଧାରରେ ଚୟନ କରାଯାଉଥିଲା ।
ନିର୍ବାଚନ ମାଧ୍ୟମରେ ପ୍ରମୁଖ ପଦବୀ ପୂରଣ କରାଯାଉଥିଲା ଏବଂ ବିଭିନ୍ନ ବଂଶର ପ୍ରତିନିଧୁମାନେ ନିୟମିତ ଭାବରେ ସମସ୍ୟାର ସମାଧାନ ଏବଂ ଲୋକ କଲ୍ୟାଣ ସୁନିଶ୍ଚିତ କରିବାପାଇଁ ଏକାଠି ହେଉଥଲେ । ଏପରି ରାଜ୍ୟଗୁଡ଼ିକୁ ଭାରତର ପ୍ରାଚୀନ ଗଣରାଜ୍ୟ କୁହାଯାଏ ।
ଖ୍ରୀ.ପୂ. ୫ମ ଓ ୪ର୍ଥ ଶତାବ୍ଦୀରେ ରୋମ ଏବଂ ଗ୍ରୀସ୍ରେ ଗଣରାଜ୍ୟ ପ୍ରତିଷ୍ଠିତ ଥିଲା ।
ଗ୍ରୀସ୍ର କିଛି ଅଞ୍ଚଳରେ ସ୍ଵାଧୀନ ପୁରୁଷମାନେ ଭୋଟ ଦେଇ ପାରୁଥିଲେ, କିନ୍ତୁ ମହିଳା, ଶ୍ରମିକ ଏବଂ କ୍ରୀତଦାସ ଭୋଟ ଦେଇପାରୁନଥିଲେ ।
କ୍ରୀତଦାସ (Slave) : ଜଣେ ବ୍ୟକ୍ତି ଯିଏ ଅନ୍ୟ ପାଇଁ କାମ କରିବାକୁ ଏବଂ ମାନିବାକୁ ବାଧ୍ୟ ହୁଏ ଏବଂ ସେମାନଙ୍କର ସମ୍ପଭି ଭାବରେ ବିବେଚନା କରାଯାଏ ।
ବଶୀଭୂତ (Subjugate) : ବଳ ପ୍ରୟୋଗ ମାଧ୍ୟମରେ ଲୋକ କିମ୍ବା ଅଞ୍ଚଳକୁ ନିୟନ୍ତ୍ରଣରେ ରଖୁବା ।
ସରକାରର ଅନ୍ୟାନ୍ୟ ପ୍ରକାରଭେଦ :
ଗଣତନ୍ତ୍ର ଆଜିର ବିଶ୍ଵରେ ସବୁଠାରୁ ଲୋକପ୍ରିୟ ସରକାର ଏବଂ ଗଣତନ୍ତ୍ରର ବିଭିନ୍ନ ପ୍ରକାରଭେଦ ମଧ୍ଯ ଅଛି । ଗଣତନ୍ତ୍ର ବ୍ୟତୀତ ଅନ୍ୟ କେତେକ ପ୍ରକାରର ସରକାର ମଧ୍ୟ ରହିଛି ।
(୧) ରାଜତନ୍ତ୍ର :
ବିଶ୍ଵର କିଛି ସ୍ଥାନରେ, ରାଜାମାନଙ୍କର ଅଖଣ୍ଡ କ୍ଷମତା ଥିଲା । ସେମାନେ ଆଇନ ପ୍ରଣୟନ କରୁଥିଲେ । ସେଗୁଡ଼ିକୁ କାର୍ଯ୍ୟକାରୀ କରୁଥିଲେ ଏବଂ ଦଣ୍ଡ ମଧ୍ୟ ସ୍ଥିର କରୁଥିଲେ । କେତେକ କ୍ଷେତ୍ରରେ ସେମାନେ ଭଗବାନଙ୍କ ଠାରୁ ଦିବ୍ୟ ଶକ୍ତି ପାଇଛନ୍ତି ବୋଲି ଦାବି କରୁଥିଲେ ।
ଆମ ଦେଶରେ ପୂର୍ବରୁ ଶାସନ କରୁଥିବା ରାଜାମାନେ ନିରଙ୍କୁଶ ନଥିଲେ । ରାଜା ରାଜଧର୍ମର ପରିସୀମା ମଧ୍ୟରେ ରହି ନିଷ୍ପତ୍ତି ନେବାର ଆଶା କରାଯାଉଥିଲା, ଏହାର ଅର୍ଥ ଧର୍ମ ଅନୁଯାୟୀ ଶାସନ କରିବା ଏବଂ ସମସ୍ତ ଲୋକଙ୍କର କଲ୍ୟାଣ ସୁନିଶ୍ଚିତ କରିବା । ଏହା ଏକ ଆଦର୍ଶ ଥିଲା ଯାହା ରାଜାମାନେ ପ୍ରାୟତଃ ହାସଲ କରି ନଥିଲେ ।

ମହାଭାର ତ ର ଶାନ୍ତି ପର୍ବରେ, ଯେତେବେଳେ କୁରୁ ରାଜବଂଶର କୁଳବୃଦ୍ଧ ଭୀଷ୍ମ ଶରଶଯ୍ୟାରେ ମୃତ୍ୟୁକୁ ଅପେକ୍ଷା କରି ଶୋଇରହି, ଜ୍ୟେଷ୍ଠ ପାଣ୍ଡବ ଯୁଧ୍ୱରଙ୍କୁ ଉତ୍ତମ ଶାସନ, ନ୍ୟାୟ ଏବଂ ଜଣେ ରାଜାର ନୈତିକ କର୍ତ୍ତବ୍ୟ ବିଷୟରେ ଦୀର୍ଘ ସମୟ ଧରି ଶିକ୍ଷା ଦେଇଥିଲେ । ଜଣେ ରାଜା କେବଳ ଶାସକ ନୁହଁନ୍ତି, ପ୍ରଜାଙ୍କ କଲ୍ୟାଣ ତାଙ୍କର ସର୍ବୋଚ୍ଚ ପ୍ରାଥମିକତା, ନ୍ୟାୟ ଏବଂ ସମାନତା ସୁନିଶ୍ଚିତ କରିବା ପାଇଁ ପକ୍ଷପାତିତା ବିନା ଆଇନ ପ୍ରୟୋଗ । ସେ କ୍ଷମତା ପ୍ରତି ଆକର୍ଷିତ ହେବା ଉଚିତ ନୁହେଁ, କାରଣ ଏହା ଅହଙ୍କାର ଏବଂ ଦୁର୍ନୀତିକୁ ପ୍ରୋତ୍ସାହିତ କରିଥାଏ । ନ୍ୟାୟପୂର୍ଣ ଏବଂ ସୁଚିଷ୍ଠିତ ନିଷ୍ପଭି ନେବାପାଇଁ ତାଙ୍କୁ ବିଜ୍ଞ ପରାମର୍ଶଦାତାଙ୍କଠାରୁ ମାର୍ଗଦର୍ଶନ ନେବା ଆବଶ୍ୟକ । ରାଜାଙ୍କୁ ଏକଥା ବୁଝିବାକୁ ପଡ଼ିବ ଯେ ତାଙ୍କର କ୍ଷମତା ଧର୍ମଦ୍ଵାରା ଆବଦ୍ଧ ଏବଂ ଅସ୍ଥାୟୀ ଅଟେ ।

(୨) ଆଜିର ରାଜତନ୍ତ୍ର :
ସପ୍ତଦଶ ଶତାବ୍ଦୀର ଏକ ରାଜପୁତ୍ର କ୍ଷୁଦ୍ର ଚିତ୍ର ଯେଉଁଥରେ ଭୀଷ୍ମ ଶରଶଯ୍ୟାରେ ଶୋଇଥିବାର ଚିତ୍ରିତ ହୋଇଛି, ଯୁଧୁଷ୍ଠିରଙ୍କୁ ଶିକ୍ଷା ଦେଉଛନ୍ତି ଯେତେବେଳେ କି ଶ୍ରୀକୃଷ୍ଣ ମୁଣ୍ଡ ପାଖରେ ବସି ଏହି ମୁହୂର୍ତ୍ତର ସାକ୍ଷୀ ଦେଉଛନ୍ତି ।
ରାଜତନ୍ତ୍ର ସାଧାରଣତଃ ବଂଶାନୁକ୍ରମିକ, ପ୍ରଥା ଅନୁଯାୟୀ ରାଜାଙ୍କର ବଡ଼ପୁଅ ପରବର୍ତ୍ତୀ ରାଜା ହୁଅନ୍ତି । ରାଜତନ୍ତ୍ର ସାଧାରଣତଃ ଦୁଇ ପ୍ରକାର ଅନୁଭୂତି ହେଉଛି ଯଥା— ସମ୍ପୂର୍ଣ ରାଜତନ୍ତ୍ର ଓ ସାମ୍ବିଧାନିକ ରାଜତନ୍ତ୍ର ।
(କ) ସମ୍ପୂର୍ଣ ରାଜତନ୍ତ୍ର :
ଏକ ସମ୍ପୂର୍ଣ ରାଜତନ୍ତ୍ରରେ ଆଇନ ତିଆରି କରିବା, ସେଗୁଡ଼ିକ ପାଳନ କରାଯାଉଛି କି ନାହିଁ ତାହା ନିଶ୍ଚିତ କରିବ। ଏବଂ ଯେତେବେଳେ ତାହା ଅନୁ, ସ ର ଣ ହେଉନଥାଏ । ସେତେବେଳେ ବିଚାର କରିବା ଇତ୍ୟାଦି କାର୍ଯ୍ୟ ରାଜାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥାଏ । ସାଉଦିଆରବ ସମ୍ପୂର୍ଣ୍ଣ ରାଜତନ୍ତ୍ରର ଏକ ଉଦାହରଣ ।

(ଖ) ସାମ୍ବିଧାନିକ ରାଜତନ୍ତ୍ର :
ଏହି ରାଜତନ୍ତ୍ରରେ ଦେଶର ସମସ୍ତ ଆଇନ ନିର୍ବାଚିତ ସଂସଦଦ୍ଵାରା ପ୍ରଣୀତ କରାଯାଏ ଏବଂ କାର୍ଯ୍ୟପାଳିକା କ୍ଷମତା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମନ୍ତ୍ରୀପରିଷଦ ଦ୍ଵାରା ପ୍ରୟୋଗ କରାଯାଏ ।
ତେଣୁ ବ୍ରିଟେନ୍ରେ ଜଣେ ରାଜା ଥିଲାବେଳେ ଏହା ପ୍ରକୃତରେ ଏକ ସଂସଦୀୟ ଗଣତନ୍ତ୍ର । ଏହି ପ୍ରକାରର ରାଜତନ୍ତ୍ରକୁ ଏକ ସାମ୍ବିଧାନିକ ରାଜତନ୍ତ୍ର କୁହାଯାଇଥାଏ । କାରଣ ଏହା ସେ ଦେଶର ସମ୍ବିଧାନଦ୍ଵାରା ସ୍ଵୀକୃତ ଅଟେ ।
ସାର୍ବଭୌମ (Sovereign) : ସାର୍ବଭୌମ ସୂଚିତ କରେ ଯେ ଏକ ଦେଶର କ୍ଷମତାର ଉତ୍ସ ବାହ୍ୟ ପ୍ରଭାବରୁ ସ୍ଵାଧୀନ ବା ମୁକ୍ତ ଅଟେ ।
ଶାସକ (Monarchs) : ରାଜା କିମ୍ବା ରାଣୀ ଯେଉଁମାନେ ସେମାନଙ୍କର ପଦବୀ ଉତ୍ତରାଧିକାରୀ ସୂତ୍ରରେ ପାଇଥା’ନ୍ତି । ସାଧାରଣତଃ ରାଜପରିବାର ମଧ୍ୟରେ ଏହା
ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ପରିବ୍ୟାପ୍ତ ହୋଇଥାଏ । ବିଚାର (Adjudicating) : ବିବାଦ ହେଲେ ଏକ ମାମଲାର ବିଚାର କରିବା ।
(୩) ଧର୍ମତନ୍ତ୍ର :
ଧର୍ମତନ୍ତ୍ର ହେଉଛି ଏକ ପ୍ରକାର ସରକାର ଯାହା ସେ ଦେଶର ଧର୍ମ ଏବଂ ଧାର୍ମିକ ନେତାଙ୍କ ନିୟମଦ୍ୱାରା ପରିଚାଳିତ ହୋଇଥାଏ ।
ଇରାନ୍, ଯାହାର ପୂର୍ଣ୍ଣ ସରକାରୀ ନାମ ‘ଇସ୍ଲାମିକ୍ ଗଣରାଜ୍ୟ ଇରାନ୍’ । ଏହାର ଏକ ଅନନ୍ୟ ରାଜନୈତିକ ବ୍ୟବସ୍ଥା ରହିଛି, ଯାହା ଧର୍ମତନ୍ତ୍ର ଏବଂ ଗଣତାନ୍ତ୍ରିକ ଶାସନ ଉଭୟର ଉପାଦାନଗୁଡ଼ିକୁ ମିଶ୍ରଣ କରିଥାଏ ।
ସେମାନଙ୍କର ସମ୍ବିଧାନ ଦେଶର ସରକାରୀ ଧର୍ମ ଇସ୍ଲାମ୍ର ମୌଳିକ ନୀତି ଉପରେ ଆଧାରିତ । ବର୍ତ୍ତମାନ ବିଦ୍ୟମାନ ଥିବା ଅନ୍ୟାନ୍ୟ ଧର୍ମତନ୍ତ୍ର ମଧ୍ୟରେ ଆଫଗାନିସ୍ତାନ ଓ ଭାଟିକାନ ସିଟି ଅନ୍ତର୍ଭୁକ୍ତ ।
(୪) ଏକଛତ୍ରବାଦ :
ଏକଛତ୍ରବାଦ ହେଉଛି ଏପରି ଏକ ସରକାର ଯେଉଁ ବ୍ୟବସ୍ଥାରେ ଜଣେ ବ୍ୟକ୍ତି କିମ୍ବା ଏକ କ୍ଷୁଦ୍ରଗୋଷ୍ଠୀ ସମ୍ପୂର୍ଣ୍ଣ କ୍ଷମତାର ଅଧିକାରୀ ହୋଇଥାନ୍ତି । ସେମାନଙ୍କ ଉପରେ ସମ୍ବିଧାନ କିମ୍ବା ଆଇନ ଦ୍ଵାରା କୌଣସି କଟକଣା ଲଗାଯାଇନଥାଏ ।
ବିଂଶ ଶତାବ୍ଦୀରେ ଏପରି ଅନେକ ଏକଛତ୍ରବାଦୀଙ୍କ ଉଦାହରଣ ଦେଖାଯାଇଥିଲା ଯେଉଁମାନେ ଲୋକଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ପରିସ୍ଥିତି ସୃଷ୍ଟି କରିଥିଲେ । ଉଦାହରଣ-
ଆଡ଼ଲଫ୍ ହିଟଲର୍ :
୧୯୩୩ ମସିହାରେ ଆଡଲଫ୍ ହିଟଲରଙ୍କୁ ଜର୍ମାନୀର ଚାନ୍ସେଲର ଭାବେ ନିଯୁକ୍ତି କରାଯିବା ପରେ ସେ ଏପରି ଆଇନ ପ୍ରଣୟନ କରିଥିଲେ ଯାହା ତାଙ୍କୁ ପୂର୍ଣ୍ଣ କ୍ଷମତା ଦେଇଥିଲା ଏବଂ ବିରୋଧୀଙ୍କୁ ଦୂର କରିଥିଲା ।
ସେ ଜଣେ ଏକଛତ୍ରବାଦୀ ଥିଲେ । ତାଙ୍କ ଦେଶର ଅଧ୍ବବାସୀ ସର୍ବଶ୍ରେଷ୍ଠ ବୋଲି ଅନୁଭବ କରି, ସେ ବିଶ୍ଵାସ କରିଥିଲେ ଯେ ଜର୍ମାନୀ ସାରା ବିଶ୍ୱକୁ ଶାସନ କରିବା ଉଚିତ ଏବଂ ‘ନିମ୍ନ ଜାତି’ ଉପରେ ପ୍ରାଧାନ୍ୟ ବିସ୍ତାର କରିବା ଉଚିତ ।
ସେ ଅତି କମ୍ରେ ଛଅ ଲକ୍ଷ ୟୁହୁଦୀ (ଏହାକୁ ହୋଲୋକାଷ୍ଟ ବା ସର୍ବନାଶ କୁହାଯାଏ) ଏବଂ ଅସଂଖ୍ୟ ରୋମା ଏବଂ ଅନ୍ୟାନ୍ୟ ଗୋଷ୍ଠୀର ଲୋକଙ୍କର ହତ୍ୟା ପାଇଁ ଦାୟୀ ଥିଲେ ।
ସେ ହିଁ ୧୯୩୪–୧୯୪୫ ମସିହାରେ ଦ୍ଵିତୀୟ ବିଶ୍ବଯୁଦ୍ଧର ଏକ କାରଣ ଥିଲେ, ଯାହା ଫଳରେ ଅନେକ ଦେଶରେ ଜୀବନ ଏବଂ ସମ୍ପତ୍ତିର ପ୍ରଚୁର କ୍ଷତି ହୋଇଥିଲା ।
ବ୍ୟଙ୍ଗଚିତ୍ର (Caricature) : ଏକ ଚିତ୍ର ଯାହା କାହାକୁ ହାସ୍ୟାସ୍ପଦ କିମ୍ବା ବୋକା ଦେଖାଯାଏ କାରଣ ବ୍ୟକ୍ତିଙ୍କ ଦୃଶ୍ୟର କିଛି ଅଂଶ ଅତିରଞ୍ଜିତ ହୋଇଥାଏ ।
ଇଦି ଅମିନ :
ଇଦି ଅମିନ୍ ଉଗାଣ୍ଡାର ଜଣେ ସାମରିକ ଏକଛତ୍ରବାଦୀ ଥିଲେ । ହଜାର ହଜାର ଲୋକଙ୍କ ନିର୍ମମ ହତ୍ୟା ପାଇଁ ସେ ସିଧାସଳଖ ଦାୟୀ ଥିଲେ ।
ଅନେକ ଭାରତୀୟ ଯାହାଙ୍କ ପୂର୍ବପୁରୁଷ କିଛି ପିଢ଼ି ପୂର୍ବରୁ ଉଗାଣ୍ଡାକୁ ଚାଲି ଯାଇଥିଲେ ସେମାନଙ୍କୁ ଦେଶଛାଡ଼ି ପଳାଇବାକୁ ବାଧ୍ୟ କରାଯାଇଥିଲା ।
ରୋମା କିମ୍ବା ରୋମାନି ଲୋକମାନେ, ମୂଳତଃ ଯାଯାବର ଥିଲେ । ସେମାନଙ୍କର ଭାଷାଗତ ଏବଂ ସାଂସ୍କୃତିକ ବୈଶିଷ୍ଟ୍ୟଗୁଡ଼ିକୁ ଆଧାର କରି, ବିଦ୍ଵାନମାନେ ନିର୍ଣ୍ଣୟ କରିଛନ୍ତି ଯେ ସେମାନଙ୍କର ଉତ୍ପତ୍ତି ଭାରତରେ ହୋଇଥିଲା । ସେମାନେ ପ୍ରଥମେ ପୂର୍ବ ୟୁରୋପରେ କିଛି ଅଂଶରେ ବସତି ସ୍ଥାପନ କରିଥିଲେ କିନ୍ତୁ ବର୍ତ୍ତମାନ ବିଶ୍ଵରେ ଅନେକ ଦେଶକୁ ପ୍ରବାସ କରିଛନ୍ତି ।
ଶେନ୍ର କାହାଣୀ :
ଶେନ୍ ଉତ୍ତର କୋରିଆରେ ବାସକରେ ଯେଉଁଠାରେ ତାଙ୍କ ଦୈନନ୍ଦିନ ଜୀବନଯାପନ ପାଇଁ ଏକ ନିର୍ଦ୍ଦିଷ୍ଟ ନିୟମ ରହିଛି । ସେ ବର୍ତ୍ତମାନ ବାଧ୍ୟତାମୂଳକ ସାମରିକ ସେବାରେ କାର୍ଯ୍ୟରତ ଅଛନ୍ତି, ଯେଉଁଥିରେ ସରକାର ନିଷ୍ପଭି ନ ନେବା ପର୍ଯ୍ୟନ୍ତ ସେ ସାମରିକ ସେବାରେ ରହିବେ ବୋଲି ଆଶା କରାଯାଏ ।
ତାଙ୍କର କେଶ କାଟିବା ଶୈଳୀ ଏବଂ ସେ କେଉଁ ପୋଷାକ ପରିଧାନ କରିବେ ସେ ସମ୍ବନ୍ଧରେ ମଧ୍ଯ ନିୟମ ରହିଛି । ବିଶ୍ୱସ୍ତରୀୟ ଇଣ୍ଟରନେଟ୍ ବ୍ୟବହାର ନିମନ୍ତେ ତାଙ୍କ ଉପରେ କଟକଣା ରହିଛି । ତେଣୁ ସେ ନିଜ ଦେଶ ବାହାରର ଦୁନିଆ ବିଷୟରେ ଅଜ୍ଞ ।
ସରକାର ତାଙ୍କର ପ୍ରତ୍ୟେକ କାର୍ଯ୍ୟକୁ ତୀକ୍ଷ୍ଣ ନଜର ରଖୁଛନ୍ତି ଏବଂ ନିର୍ଦ୍ଦିଷ୍ଟ ନିୟମଗୁଡ଼ିକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ବିଷୟରେ ସେ ମଧ୍ୟ ରିପୋର୍ଟ କରିବେ ବୋଲି ଆଶା କରାଯାଉଛି । ଗୋଟିଏ ଦିନ ସେ ଜଣେ ପର୍ଯ୍ୟଟକଙ୍କୁ ଭେଟିଲେ ଯିଏ ତାଙ୍କୁ ପଚାରିଲେ, ‘ଏଠାରେ ତୁମ ସମସ୍ତଙ୍କର କେଶ କାଟିବା ଶୈଳୀ ସମାନ କାହିଁକି ?’’ ଏହାର ଉତ୍ତରରେ ଶେନ କହିଲେ, ‘ଆମେ ସମସ୍ତେ ନୂତନ ଶୈଳୀ ଅନୁସନ୍ଧାନ କରିବାକୁ ଚାହୁଁ, କିନ୍ତୁ ଆମେ ଆମର କେଶ କିପରି ରଖୁବା ଉଚିତ ତାହା ସରକାର ନିଷ୍ପତ୍ତି ନିଅନ୍ତି ।
(୫) ଗୋଷ୍ଠୀତନ୍ତ୍ର :
ଗୋଷ୍ଠୀତନ୍ତ୍ରକୁ ‘ଅଲିଗାର୍କି’ କୁହାଯାଇଥାଏ । ଏହି ଶବ୍ଦଟି ମୂଳ ଗ୍ରୀକ୍ ‘ଅଲି ଗୋସ୍’ ଓ ‘ଅଗୋଁ’ । ‘ଅଲି ଗୋସ୍’ ଶବ୍ଦର ଅର୍ଥ କିଛି ବା ଅଳ୍ପ ଏବଂ ‘ଅର୍ଡୋ’ର ଅର୍ଥ ଶାସନ କରିବା ବା ନିର୍ଦ୍ଦେଶ ଦେବା ।

ଏହି ଦୁଇଟି ଶବ୍ଦର ମିଶ୍ରଣରୁ ଅଲିଗାର୍କ ବା ଗୋଷ୍ଠୀତନ୍ତ୍ର ଉତ୍ପତ୍ତି ଲାଭ କରିଅଛି । ଏହା ଏକ ପ୍ରକାର ସରକାର ଯେଉଁଠାରେ ଏକ ଛୋଟ ଶକ୍ତି ଶାଳୀ ଗୋଷ୍ଠୀ ଶାସନର ସମସ୍ତ ଗୁରୁତ୍ଵପୂର୍ଣ୍ଣ ନିଷ୍ପଭି ନିଅନ୍ତି, ସାଧାରଣତଃ ସେମାନେ ସମସ୍ତେ ଧନୀ ପରିବାର | ପରିସ୍ଥିତିକୁ ଚିତ୍ରଣ କରେ । କିମ୍ବା ପ୍ରଭାବଶାଳୀ ବ୍ୟକ୍ତି ହୋଇଥା’ନ୍ତି ।
ପ୍ରାଚୀନ ଗ୍ରୀସ୍ର କିଛି ସ୍ଥାନରେ ସମ୍ଭ୍ରାନ୍ତ ପରିବାରଗୁଡ଼ିକ ଗୋଷ୍ଠୀତନ୍ତ୍ର ଭାବରେ ଶାସନ କରୁଥିଲେ । ଆଧୁନିକ ସମୟରେ ରାଜନୈତିକ ସମାଲୋଚକ/ ସମୀକ୍ଷକମାନେ ଦେଖୁଛନ୍ତି ଯେ କେତେକ ଗଣତନ୍ତ୍ରରେ ମଧ୍ୟ ଅଲିଗାର୍କର ଲକ୍ଷଣ ଦେଖାଯାଏ ଯେତେବେଳେ ରାଜନେତା ଏବଂ ଧନୀ ବ୍ୟବସାୟିକ ଏକ ଛୋଟ ଗୋଷ୍ଠୀ ଶାସନରେ ଅତ୍ୟଧ୍ଵକ ପ୍ରଭାବ ଧାରଣ କରନ୍ତି ।
ଗଣତନ୍ତ୍ର କାହିଁକି ଗୁରୁତ୍ଵପୂର୍ଣ :
ପୂର୍ବରୁ ଆଲୋଚିତ ବିଭିନ୍ନ ପ୍ରକାର ସରକାର ଆମକୁ ଦର୍ଶାଏ ଯେ ଗଣତନ୍ତ୍ର କେବଳ ଏକମାତ୍ର ଉପାୟ ନୁହେଁ ଯେଉଁଥରେ ଦେଶଗୁନିକ ଶାସିତ ହୁଏ ।
କିନ୍ତୁ ଅଧିକାଂଶ ଦେଶରେ, ଗଣତନ୍ତ୍ରକୁ ଅନ୍ୟ ଶାସନ ତୁଳନାରେ ସରକାରର ଏକ ଉତ୍ତମ ବ୍ୟବସ୍ଥା ଭାବରେ ବିବେଚନା କରାଯାଏ ।
ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥା, ନାଗରିକମାନଙ୍କ ମଧ୍ୟରେ ସମାନତା, ବାକ୍ ସ୍ଵାଧୀନତା ଓ ନାଗରିକମାନଙ୍କର କଲ୍ୟାଣ ଓ ସମୃଦ୍ଧି ଇତ୍ୟାଦି ବୈଶିଷ୍ଟ୍ୟ ପରିଲକ୍ଷିତ ହୋଇଥାଏ ।
ସରକାରର ବିଭିନ୍ନ ପ୍ରକାର ବୈଶିଷ୍ଟ୍ୟଗୁଡ଼ିକ ବିଷୟରେ ବିଚାର କର ଏବଂ ହଁ କିମ୍ବା ନାହିଁ ମତରେ ଶୂନ୍ୟସ୍ଥାନ ପୂରଣ କର । (ପ୍ରଶ୍ନ ସହିତ ଉତ୍ତର)
| ବୈଶିଷ୍ଟ୍ୟଗୁଡ଼ିକ | ଗଣତନ୍ତ୍ର | ଏକଛତ୍ରବାଦ | ନିରଙ୍କୁଶ ରାଜତନ୍ତ୍ର | ଗୋଷ୍ଠୀତନ୍ତ୍ର |
| ସାର୍ବଜନୀନ ସାବାଳକ ମତାତ୍କାର ବ୍ୟବସ୍ଥା | ହଁ | ନା | ନା | ନା |
| ନାଗରିକମାନଙ୍କ ମଧ୍ୟରେ ସମାନତା | ହଁ | ନା | ନା | ନା |
| ବାକ୍ ସ୍ଵାଧୀନତା କ୍ଷମତା ପୃଥକୀକରଣ | ହଁ | ନା | ନା | ନା |
| ସମସ୍ତ ନାଗରିକଙ୍କର କଲ୍ୟାଣ ଓ ସମୃଦ୍ଧି | ହଁ | ନା | ନା | ନା |
| ସାରଣୀ ୯.୨ ବିଭିନ୍ନ ପ୍ରକାର ସରକାରର ବୈଶିଷ୍ଟ୍ୟ | ହଁ | ନା | ନା | ନା |
ଏକ ପ୍ରକୃତ ଗଣତନ୍ତ୍ର ବ୍ୟବସ୍ଥାରେ ଲୋକମାନେ ସେମାନଙ୍କର ଇଚ୍ଛା ଅନୁସାରେ ନିଜର ଦୈନନ୍ଦିନ ଜୀବନଯାପନ କରିପାରିଥା’ନ୍ତି ।
ଏହି ଶାସନ ବ୍ୟବସ୍ଥାରେ ନାଗରିକମାନେ ସରକାର ଚୟନ କରିଥା’ନ୍ତି । ସରକାର ଅଧିବାସୀମାନଙ୍କ ଅଧିକାରକୁ ସୁରକ୍ଷାଦେବା ପାଇଁ ଉତ୍ତରଦାୟୀ ଏବଂ ସେମାନଙ୍କୁ ମୌଳିକ ଆବଶ୍ୟକତା ଯୋଗାଇ ଦେବାପାଇଁ ଦାୟୀ ।
ଯଦି ସରକାର ତାଙ୍କ କାର୍ଯ୍ୟ ଠିକ୍ ଭାବରେ ସମ୍ପାଦନ ନ କରନ୍ତି, ତେବେ ଲୋକମାନେ ନିର୍ବାଚନ ମାଧ୍ଯମରେ ତାଙ୍କର ପ୍ରତିନିଧୁମାନଙ୍କୁ ପରିବର୍ତ୍ତନ କରିପାରିବେ ।
ତେଣୁ ଏକ ଗଣତନ୍ତ୍ରରେ ସରକାର ମୂଲ୍ୟବୋଧ ଏବଂ ଆଦର୍ଶଭିଭିକ ଶାସନ ମାଧ୍ୟମରେ ସମସ୍ତ ଲୋକଙ୍କ ମଙ୍ଗଳ ଉପରେ ଧ୍ୟାନ ଦେଇଥା’ନ୍ତି ।
![]()
ଗଣତନ୍ତ୍ରର ମଧ୍ୟ ବିଭିନ୍ନ ସମସ୍ୟା ରହିଛି । ଯଥା- ଦୁର୍ନୀତି, ସମ୍ପତ୍ତିର ଅସମାନତା, ଗଣତାନ୍ତ୍ରିକ ସଂସ୍ଥା ଉପରେ କିଛି ଲୋକଙ୍କଦ୍ଵାରା ଅତ୍ୟଧ୍ଵକ ନିୟନ୍ତ୍ରଣ, ନ୍ୟାୟପାଳିକାର ସ୍ଵାଧୀନତା ଅବକ୍ଷୟ, ସୂଚନା ମାଧ୍ୟମରେ ହେରଫେର ଭଳି ଅନ୍ୟାନ୍ୟ ଅନେକ ସମସ୍ୟା ରହିଛି ।
ଏଗୁଡ଼ିକ ଆଦର୍ଶ ଗଣତନ୍ତ୍ର ହାସଲ କରିବାରେ ବାଧା ସୃଷ୍ଟି କରିଥାନ୍ତି । ଜଣେ ଆଦର୍ଶ ନାଗରିକ ହିସାବରେ ଆମେ ଏଥୁପ୍ରତି ସଚେତନ ହେଲେ ଗଣତନ୍ତ୍ର ଆହୁରି ସୁଦୃଢ଼ ହୋଇ ସୁଶାସନ ଦେଇପାରିବ ବୋଲି ଆଶା କରାଯାଏ ।
ଆମେ ଯାହା ଜାଣିଲୁ
- ଦେଶ ପରିଚାଳନାରେ ସରକାର ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ । ବିଶ୍ୱର ବିଭିନ୍ନ ପ୍ରକାରର ସରକାର ନିମ୍ନଲିଖୂତ ପ୍ରଶ୍ନଗୁଡ଼ିକର ଭିନ୍ନ ଭିନ୍ନ ଉତ୍ତର ଦେଇଥାନ୍ତି : ‘‘ଏହା ଏକ ସରକାର’’ କିଏ ନିଷ୍ପଭି ନିଏ ? ସରକାରଙ୍କର ଅଂଶଗୁଡ଼ିକ କ’ଣ ଏବଂ ସେଗୁଡ଼ିକ କ’ଣ କହନ୍ତି ? ସରକାର କାହା ପାଇଁ କିମ୍ବା କ’ଣ ପାଇଁ କାମ କରୁଛି ? ସରକାର କେଉଁ ମୂଲ୍ୟବୋଧ ଓ ଆଦର୍ଶ ଅନୁସରଣ କରିବା ଉଚିତ ?
- ଆଜି ବିଶ୍ଵର ସବୁଠାରୁ ଲୋକପ୍ରିୟ ସରକାର ହେଉଛି ଗଣତନ୍ତ୍ରର ସରକାର । ବିଶ୍ୱର ଗଣତାନ୍ତ୍ରିକ ସରକାରଗୁଡ଼ିକର ବିଭିନ୍ନତା ଅଛି, ଯେଉଁଥିରେ ପ୍ରତ୍ୟକ୍ଷ ଗଣତନ୍ତ୍ର ଏବଂ ପ୍ରତିନିଧୂମୂଳକ ଗଣତନ୍ତ୍ର ଅନ୍ତର୍ଭୁକ୍ତ ।
- ପ୍ରତିନିଧୂମୂଳକ ଗଣତନ୍ତ୍ର ଦୁଇ ପ୍ରକାରର ଅଟେ – ରାଷ୍ଟ୍ରପ୍ରତୀୟ ଗଣତନ୍ତ୍ର ଏବଂ ସଂସଦୀୟ ଗଣତନ୍ତ୍ର । ଭାରତରେ ସଂସଦୀୟ ଗଣତନ୍ତ୍ର ପ୍ରଚଳିତ ଅଛି ।
- ଅନ୍ୟ ପ୍ରକାରର ସରକାର ମଧ୍ୟରେ ରାଜତନ୍ତ୍ର, ଧର୍ମତନ୍ତ୍ର, ଏକଛତ୍ରବାଦ ଏବଂ ଗୋଷ୍ଠୀତନ୍ତ୍ରର ଅନ୍ତର୍ଭୁକ୍ତ ହୋଇଥାଏ ।
- ଗଣତନ୍ତ୍ର ଗୁରୁତ୍ଵପୂର୍ଣ୍ଣ ଅଟେ । କିନ୍ତୁ ଗଣତନ୍ତ୍ର ପାଇଁ ଗୁରୁତର ଆହ୍ଵାନ ରହିଛି ଯାହା ପ୍ରତି ନାଗରିକମାନଙ୍କ ସଜାଗ ରହିବା ଆବଶ୍ୟକ ।