Odisha State Board BSE Odisha 6th Class Geography Important Questions Chapter 6(c) ଉତ୍ତର ଆମେରିକା Important Questions and Answers.
BSE Odisha Class 6 Geography Important Questions Chapter 6(c) ଉତ୍ତର ଆମେରିକା
Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧। ଉତ୍ତର ଆମେରିକା ଅଧିବାସୀ ଓ ସେମାନଙ୍କ ଜୀବନଯାପନ ପ୍ରଣାଳୀ ବିଷୟରେ ବର୍ଣ୍ଣନା କର ।
Answer:
- ଏସ୍କିମୋ ଓ ଲୋହିତ ଭାରତୀୟମାନେ ଉତ୍ତର ଆମେରିକାର ଆଦିମ ଅସ୍ଵାସୀ ।
- ଗ୍ରୀନ୍ଲ୍ୟାଣ୍ଡ ଓ ଲାବ୍ରାଡ଼ର ଉପକୂଳବର୍ତ୍ତୀ ଅଞ୍ଚଳରେ ଏସ୍କିମୋମାନେ ଓ ପ୍ରେରୀ ଅଞ୍ଚଳରେ ଲୋହିତ ଭାରତୀୟମାନେ ବାସ କରନ୍ତି ।
- ଚାଷ, ଗୋପାଳନ, ଶିଳ୍ପ, ଶିକ୍ଷା, ଚିକିତ୍ସା ବିଜ୍ଞାନ, ଗମନାଗମନ, ଖଣିଖନନ, ମାଛ ଧରିବା ଆଦି ଏହି ମହାଦେଶର ଲୋକମାନଙ୍କର ପ୍ରଧାନ ଜୀବିକା ।
- ଏଠାରେ ମେସିନ୍ ସାହାଯ୍ୟରେ ମାଛଧରା ଓ ଚାଷକାମ କରାଯାଏ ।
- ଏଠାରେ ମାଂସ ପାଇଁ ଘୁଷୁରୀ ପାଳନ ଏବଂ ଦୁଗ୍ଧ ଓ ମାଂସ ପାଇଁ ଗୋପାଳନ କରାଯାଏ ।
୨। ଉତ୍ତର ଆମେରିକାର ପ୍ରାକୃତିକ ଗଠନ ଓ ଜଳବାୟୁ ସମ୍ବନ୍ଧରେ ସଂକ୍ଷିପ୍ତ ସୂଚନା ଦିଅ ।
Answer:
- ଉତ୍ତର ଆମେରିକାର ପଶ୍ଚିମ ଉପକୂଳରେ ପ୍ରଶାନ୍ତ ମହାସାଗରସହ ସମାନ୍ତରାଳ ଭାବେ ରକି ପର୍ବତଶ୍ରେଣୀ ଓ ପୂର୍ବ ଉପକୂଳରେ ଆଟ୍ଲାଣ୍ଟିକ୍ ମହାସାଗର କୂଳରେ ଆପେଲେସିଆନ୍ ପର୍ବତଶ୍ରେଣୀ ରହିଛି ।
- ଏହାର କେନ୍ଦ୍ରଭାଗରେ ବୃହତ୍ ସମତଳଭୂମି ଏବଂ ଉତ୍ତରପୂର୍ବ ଭାଗରେ କାନାଡ଼ା ମାଳଭୂମି ଅଛି ।
- ଏହି ମହାଦେଶର ଉତ୍ତର ଭାଗ ଉତ୍ତରମେରୁ ନିକଟବର୍ତ୍ତୀ ହୋଇଥିବାରୁ ସେଠାରେ ବର୍ଷସାରା ଶୀତ ଏବଂ ଦକ୍ଷିଣଭାଗ ବିଷୁବରେଖା ନିକଟବର୍ତ୍ତୀ ହୋଇଥିବାରୁ ସେଠାରେ ପ୍ରବଳ ଗରମ ଅନୁଭୂତ ହୁଏ ।
- ଏହି ମହାଦେଶର ପୂର୍ବ ଓ ପଶ୍ଚିମ ଉପକୂଳରେ ଗ୍ରୀଷ୍ମଋତୁରେ ପ୍ରଚୁର ବୃଷ୍ଟିପାତ ହୁଏ ।
- ଉତ୍ତର ଆମେରିକାର ଅଧ୍ୱକାଂଶ ଭାଗରେ ଶୀତଋତୁରେ ଭୀଷଣ ଶୀତ ହୁଏ ଓ ଉତ୍ତରମେରୁ ନିକଟବର୍ତ୍ତୀ ଅଞ୍ଚଳରେ ବରଫ ଝଡ଼ ହୁଏ ।
ସଂକ୍ଷେପରେ ଉତ୍ତର ଦିଅ ।
୧। ଉତ୍ତର ଆମେରିକାର ଅବସ୍ଥିତି ଉଲ୍ଲେଖ କର ।
Answer:
(i) ଉତ୍ତର ଆମେରିକା ପୃଥିବୀର ତୃତୀୟ ବୃହତ୍ତମ ମହାଦେଶ ।
(ii) ଏହି ମହାଦେଶ ୭° ଉତ୍ତର ସମାକ୍ଷରେଖାରୁ ୮୪° ଉତ୍ତର ସମାକ୍ଷରେଖା ଓ ୧୨° ପଶ୍ଚିମ ଦ୍ରାଘିମାରେଖାଠାରୁ ୧୭୩° ପଶ୍ଚିମ ଦ୍ରାଘିମାରେଖା ପର୍ଯ୍ୟନ୍ତ ବିସ୍ତୃତ ।
୨। ଉତ୍ତର ଆମେରିକାର ତୁନ୍ଦ୍ରାଞ୍ଚଳ ବିଷୟରେ ଯାହାଜାଣ ଲେଖ ।
Answer:
(i) ଉତ୍ତର ଆମେରିକାର ମେରୁ ନିକଟବର୍ତ୍ତୀ ଅଞ୍ଚଳରେ ତୁନ୍ଦ୍ରାଞ୍ଚଳ ଦେଖାଯାଏ । ଏଠାରେ ବର୍ଷସାରା ଜଳବାୟୁ ଅତ୍ୟନ୍ତ ଥଣ୍ଡା ରହେ । ଗ୍ରୀଷ୍ମକାଳ ସ୍ଵଳ୍ପସ୍ଥାୟୀ ହୁଏ ।
(ii) ତାପମାତ୍ରା ହିମାଙ୍କର ଊର୍ଦ୍ଧ୍ବରେ ମାତ୍ର ୧୦° ସେଲସିୟସ୍ ମଧ୍ଯ ରହେ । ଏଠାରେ କୌଣସି ଉଭିଦ ଦେଖାଯାଏ ନାହିଁ ।
୩ । ଉତ୍ତର ଆମେରିକାର ପ୍ରାକୃତିକ ଉଦ୍ଭଦ ବିଷୟରେ ସଂକ୍ଷେପରେ ଲେଖ ।
Answer:
(i) ଉତ୍ତର ଆମେରିକାର ଉତ୍ତରାଂଶରେ ଥିବା ତୁନ୍ଦ୍ରାଞ୍ଚଳରେ ଗ୍ରୀଷ୍ମଋତୁରେ ବରଫ ତରଳିଗଲେ ସ୍ଥାନେ ସ୍ଥାନେ ବିଭିନ୍ନ ଜାତିର ଶୈବାଳ ଓ ହିମଗୁଳ୍ମ ଜନ୍ମେ ।
(ii) ଏହି ପ୍ରକାର ପ୍ରାକୃତିକ ଉଦ୍ଭଦକୁ ତୁନ୍ଦ୍ରା ଉଭିଦ କୁହାଯାଏ ।
୪ । ସରଳ ବର୍ଗୀୟ ଅରଣ୍ୟ କ’ଣ ? ଏଠାରେ କେଉଁ କେଉଁ ଉଦ୍ଭିଦ ଜନ୍ମେ ?
Answer:
(i) ତୁନ୍ଦ୍ରାଞ୍ଚଳର ଦକ୍ଷିଣକୁ ତାପମାତ୍ରା ଅଧ୍ଵ ହେତୁ ବୃକ୍ଷ ଅଧିକ ଉଚ୍ଚ ଏବଂ ସଳଖ ହୋଇଥାଏ । ଏହାକୁ ସରଳବର୍ଗୀୟ ଅରଣ୍ୟ ବା ଟାଇଗା କୁହାଯାଏ ।
(ii) ଏହି ଅରଣ୍ୟରେ ସ୍ପୃଶ୍, ପାଇନ୍, ଫିର, ଦେବଦାରୁ ଆଦି ନରମ କାଠର ବୃକ୍ଷ ଜନ୍ମେ ।
୫। ଉତ୍ତର ଆମେରିକାର ବନ୍ୟଜନ୍ତୁ ବିଷୟରେ ସଂକ୍ଷେପରେ ଲେଖ ।
Answer:
(i) ଉତ୍ତର ଆମେରିକାର ତୁନ୍ଦ୍ରାଞ୍ଚଳରେ ବଲ୍ଗାହରିଣ, ୱାଲରସ୍, ଧଳାଭାଲୁ, ସିଲ୍, କାରିବୁ ଆଦି ପଶୁ ରହନ୍ତି ।
(ii) ଟାଇଗା ଅଞ୍ଚଳରେ ବିଭର, ଧଳା କୋକିଶିଆଳୀ, ଲିଙ୍କସ୍, ମିଙ୍କ୍, ଗଧ୍ଵ ପ୍ରଭୃତି ଲୋମଶ ପ୍ରାଣୀ ବାସ କରନ୍ତି । ରକି ପାର୍ବତ୍ୟାଞ୍ଚଳରେ ବଡ଼ବଡ଼ ଶିଙ୍ଗଥିବା ବଣୁଆଛେଳି ଓ ପ୍ରିଡ୍ଲିଭାଲୁ ଦେଖାଯାଆନ୍ତି ।
(ଖ) ଭୌଗୋଳିକ କାରଣ ଦର୍ଶାଅ ।
୧। ଉତ୍ତର ଆମେରିକାର ଅଧିବାସୀମାନେ ଘୁଷୁରି ଓ ଗୋପାଳନ କରନ୍ତି ।
Answer:
(i) ଉତ୍ତର ଆମେରିକାରେ ବିସ୍ତୀର୍ଣ୍ଣ ଚାରଣ ଭୂମି ଥିବାରୁ ଏହାର ଅଧିବାସୀମାନେ ମାଂସପାଇଁ ଘୁଷୁରି ପାଳନ କ ର ନ୍ତି ।
(ii) ଦୁଗ୍ଧ ଓ ମାଂସପାଇଁ ଗୋପାଳନ କରନ୍ତି ।
୨। ଉତ୍ତର ଆମେରିକାର ଅଧିକାଂଶ ଭାଗରେ ଶୀତଋତୁରେ ଭୀଷଣ ଶୀତ ହୁଏ ।
Answer:
(i) ଉତ୍ତର ଆମେରିକାର ଉତ୍ତର ଭାଗ ଉତ୍ତର ମେରୁ ନିକଟବର୍ତ୍ତୀ ହୋଇଥିବାରୁ ଏଠାରେ ବର୍ଷସାରା ପ୍ରବଳ ଶୀତ ହୁଏ ଏବଂ ତୁଷାରଝଡ଼ ହୋଇଥାଏ ।
(ii) ଉତ୍ତର ଆମେରିକାର ପୂର୍ବ-ପଶ୍ଚିମ ହୋଇ କୌଣସି ପର୍ବତଶ୍ରେଣୀ ନଥିବାରୁ ଉତ୍ତରରୁ ଆସୁଥିବା ଶୀତ ଲହରୀ ମହାଦେଶ ମଧ୍ୟଦେଇ ଦକ୍ଷିଣାଞ୍ଚଳ ପର୍ଯ୍ୟନ୍ତ ଚାଲିଆସେ । ଫଳରେ ଶୀତଋତୁରେ ପ୍ରବଳ ଶୀତ ହୋଇଥାଏ ।
୩। ଉତ୍ତର ଆମେରିକାର ତୁନ୍ଦ୍ରାଞ୍ଚଳରେ କୌଣସି ପ୍ରକାର ବୃକ୍ଷ ଦେଖାଯାଏ ନାହିଁ ।
Answer:
(i) ଉତ୍ତର ଆମେରିକାର ତୁନ୍ଦ୍ରାଞ୍ଚଳରେ ବର୍ଷସାରା ଜଳବାୟୁ ଅତ୍ୟନ୍ତ ଥଣ୍ଡା ରହେ । ଗ୍ରୀଷ୍ମକାଳ ସ୍ୱଳ୍ପକାଳ ସ୍ଥାୟୀ ହୁଏ ।
(ii) ସେଠାରେ ତାପମାତ୍ରା ହିମାଙ୍କର ଊର୍ଦ୍ଧ୍ୱରେ ମାତ୍ର ୧୦° ସେଲ୍ସିୟସ୍ ମଧ୍ୟରେ ରହେ । ତେଣୁ ଏଠାରେ କୌଣସି ପ୍ରକାର ବୃକ୍ଷ ଦେଖାଯାଏ ନାହିଁ ।
୪। ଉତ୍ତର ଆମେରିକାରୁ ପ୍ରଚୁର ପରିମାଣରେ ଦୁଗ୍ଧ ଓ ମାଂସ ମିଳିଥାଏ ।
Answer:
(i) ଉତ୍ତର ଆମେରିକାର ପ୍ରେରୀ ତୃଣଭୂମି ଅଞ୍ଚଳ ଓ ପାର୍ବତୀୟ ଚାରଣଭୂମି ମାନଙ୍କରେ ବହୁସଂଖ୍ୟାରେ ଗୋରୁ, ମେଣ୍ଢା ଆଦି ପାଳନ କରାଯାଏ ।
(ii) ଏହି ମହାଦେଶରେ ମାଂସପାଇଁ ଘୁଷୁରୀ ଏବଂ ଦୁଗ୍ଧ ଓ ମାଂସପାଇଁ ବହୁ ସଂଖ୍ୟାରେ ଗୋପାଳନ କରାଯାଏ । ତେଣୁ ଏଠାରେ ପ୍ରଚୁର ପରିମାଣରେ ଦୁଗ୍ଧ ଓ ମାଂସ ମିଳିଥାଏ ।
(ଗ) ସଂକ୍ଷିପ୍ତ ଟିପ୍ପଣୀ ଲେଖ।
୧। ଗ୍ୟାଞ୍ଚ :
Answer:
(i) ଉତ୍ତର ଆମେରିକାରେ ବଡ଼ ବଡ଼ ଗୋପାଳନ କେନ୍ଦ୍ର ଦେଖାଯାଏ । ଏହି ଗୋପାଳନ କେନ୍ଦ୍ରକୁ ଗ୍ୟାଞ୍ଚ କ ହନ୍ତି ।
(ii) ଗୋଟିଏ ଗୋଟିଏ କେନ୍ଦ୍ରରେ ହଜାର ହଜାର ସଂଖ୍ୟାରେ ଗୋରୁ ଓ ମେଣ୍ଢା ପାଳନ କରାଯାଏ ।
୨। ପ୍ରେରୀ :
Answer:
(i) ଉତ୍ତର ଆମେରିକାର କେନ୍ଦ୍ରୀୟ ସମତଳ ଅଞ୍ଚଳରେ ବିସ୍ତୀର୍ଣ୍ଣ ତୃଣଭୂମି ଦେଖାଯାଏ । ଘାସ ଏଠାକାର ପ୍ରଧାନ ପ୍ରାକୃତିକ ଉଭିଦ ।
(ii) ଏହି ପ୍ରକାର ତୃଣଭୂମିକୁ ପ୍ରେରୀ କହନ୍ତି ।
୩ । ଯୋଜକ :
Answer:
(i) ଦୁଇଟି ବୃହତ୍ ସ୍ଥଳଭାଗକୁ ଏକ ସଂକୀର୍ଣ୍ଣ ସ୍ଥଳଭାଗ ଯେଉଁଠାରେ ଯୋଗକରେ । ତାହାକୁ ଯୋଜକ
(ii) ପୂର୍ବେ ପାନାମା ଯୋଜକଦ୍ବାରା ଉତ୍ତର ଆମେରିକା ଦକ୍ଷିଣ ଆମେରିକା ସହ ସଂଯୁକ୍ତ ଥିଲା ।
(ଘ) ପାର୍ଥକ୍ୟ ଦର୍ଶାଅ :
୧। ତୁନ୍ଦ୍ରା ଓ ଟାଇଗା :
Answer:
ତୁନ୍ଦ୍ରା | ଟାଇଗା |
(i)ଉତ୍ତର ଆମେରିକାର ଉତ୍ତର ମେରୁ ନିକଟବର୍ତ୍ତୀ ଅଞ୍ଚଳକୁ ତୁନ୍ଦ୍ରାଞ୍ଚଳ କୁହାଯାଏ । ଏଠାରେ ବର୍ଷସାରା ଜଳବାୟୁ ଅତ୍ୟନ୍ତ ଥଣ୍ଡା ରହେ । (ii) ଏଠାରେ ଶୈବାଳ ଓ ହିମଗୁଳ୍ମ ଜନ୍ମେ । |
(i) ମେରୁ ନିକଟବର୍ତ୍ତୀ ତୁଦ୍ରାଞ୍ଚଳର ଦକ୍ଷିଣ ଅଞ୍ଚଳକୁ ଟାଇଗା କୁହାଯାଏ । ଏହି ଅଞ୍ଚଳରେ ତାପମାତ୍ରା ଅଧିକ ରହେ । (ii) ଏହି ଅଞ୍ଚଳରେ ସୃଶ୍, ପାଇନ୍, ଫିର୍, ଦେବଦାରୁ ଆଦି ବୃକ୍ଷ ଦେଖାଯାଏ । ଏଠାକାର ବୃକ୍ଷଗୁଡ଼ିକ ଅଧିକ ଉଚ୍ଚ ଓ ସଳଖ । |
ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(କ) ଶୂନ୍ୟସ୍ଥାନ ପୂରଣ କର ।
(୧) _____________ ଅଞ୍ଚଳରେ ଗ୍ରିଜ୍ଲିଭାଲୁ ଦେଖାଯାଆନ୍ତି ।
Answer:
ରକି ପାର୍ବତ୍ୟାଞ୍ଚଳ
(୨) ତୁନ୍ଦ୍ରାଞ୍ଚଳରେ _____________ କାଳ ସ୍ଵସ୍ଥାୟୀ ହୁଏ ।
Answer:
ଗ୍ରୀଷ୍ମ
(୩) ଉତ୍ତରାଞ୍ଚଳ ପୂର୍ବରେ ____________________ ମହାସାଗର ଅବସ୍ଥିତ ।
Answer:
ଆଟ୍ଲାଣ୍ଟିକ୍
(୪) ଆୟତନ ଅନୁସାରେ ଉତ୍ତର ଆମେରିକା ପୃଥିବୀର ______________ ବୃହତ୍ତମ ମହାଦେଶ ।
Answer:
ତୃତୀୟ
(୫) ଉତ୍ତର ଆମେରିକାର ତୁନ୍ଦ୍ରାଞ୍ଚଳର ଦକ୍ଷିଣକୁ ତାପମାତ୍ରା ଅଧିକ ହେତୁ _____________________ ଅରଣ୍ୟ ଦେଖାଯାଏ ।
Answer:
ସରଳବର୍ଗୀୟ
(୬) କେନ୍ଦ୍ରୀୟ ସମତଳ ଅଞ୍ଚଳରେ ଦେଖାଯାଉଥିବା ବିସ୍ତୀର୍ଣ୍ଣ ତୃଣଭୂମିକୁ _____________________ କୁହାଯା
Answer:
ପ୍ରେରୀ
(୭) ଲୋହିତ ଭାରତୀୟମାନେ ଉତ୍ତର ଆମେରିକାର _____________________ ଅଞ୍ଚଳରେ ବାସ କରନ୍ତି ।
Answer:
ପ୍ରେରୀ
(୮) ଯୁକ୍ତରାଷ୍ଟ୍ର ଆମେରିକାର ରାଜଧାନୀ ___________________ ।
Answer:
ୱାଶିଙ୍ଗଟନ୍ ଡି.ସି.
(ଖ) ସଂକ୍ଷେପରେ ଉତ୍ତର ଦିଅ ।
୧। ରକି ପାର୍ବତ୍ୟାଞ୍ଚଳରେ କେଉଁ ପ୍ରାଣୀ ଦେଖାଯାଆନ୍ତି ?
Answer:
ରକି ପାର୍ବତ୍ୟାଞ୍ଚଳରେ ବଡ଼ ବଡ଼ ଶିଙ୍ଗ ଥିବା ବଣୁଆ ଛେଳି ଓ ଗ୍ରିଜ୍ଲି ଭାଲୁ ଦେଖାଯାଆନ୍ତି ।
୨। କେନ୍ଦ୍ରୀୟ ସମତଳ ଅଞ୍ଚଳରେ ଦେଖାଯାଉଥିବା ବିସ୍ତୀର୍ଣ୍ଣ ତୃଣଭୂମିକୁ କ’ଣ କୁହାଯାଏ ?
Answer:
କେନ୍ଦ୍ରୀୟ ସମତଳ ଅଞ୍ଚଳରେ ଦେଖାଯାଉଥିବା ବିସ୍ତୀର୍ଣ୍ଣ ତୃଣଭୂମିକୁ ପ୍ରେରୀ କୁହାଯାଏ ।
୩। ଏସ୍କିମୋ ମାନେ କେଉଁ ଅଞ୍ଚଳରେ ବାସ କରନ୍ତି ?
Answer:
ଏସ୍କିମୋ ମାନେ ଗ୍ରୀଲ୍ୟାଣ୍ଡ ଓ ଲାବ୍ରାଡ଼ର ଉପକୂଳବର୍ତ୍ତୀ ଅଞ୍ଚଳରେ ବାସ କରନ୍ତି ।
୪। ରଞ୍ଚ କ’ଣ ?
Answer:
ଦୁଗ୍ଧ ଓ ମାଂସ ପାଇଁ ଗୋପାଳନ କରାଯାଉଥିବା ବଡ଼ ବଡ଼ ଗୋପାଳନ କେନ୍ଦ୍ରକୁ ରଞ୍ଚ କୁହାଯାଏ ।
୫। ପ୍ରେରୀ କ’ଣ ?
Answer:
ଉତ୍ତର ଆମେରିକାର କେନ୍ଦ୍ରୀୟ ସମତଳ ଅଞ୍ଚଳରେ ଦେଖାଯାଉଥିବା ବିସ୍ତୀର୍ଣ୍ଣ ତୃଣଭୂମିକୁ ପ୍ରେରୀ କୁହାଯାଏ ।
୬। ପ୍ରଣାଳୀ କହିଲେ କ’ଣ ବୁଝ ?
Answer:
ଏକ ସଂକୀର୍ଣ୍ଣ ଜଳଭାଗ ଯାହା ଦୁଇଟି ବୃହତ୍ ଜଳରାଶିକୁ ସଂଯୋଗ କରେ, ତାହାକୁ ପ୍ରଣାଳୀ କୁହାଯାଏ ।
୭ । କେଉଁମାନେ ଉତ୍ତର ଆମେରିକାର ଆଦିମ ଅସ୍ଵାସୀ ?
Answer:
ଏସ୍କିମୋ ଓ ଲୋହିତ ଭାରତୀୟମାନେ ଉତ୍ତର ଆମେରିକାର ଆଦିମ ଅସ୍ଵାସୀ ଅଟନ୍ତି ।
୮। କାନାଡ଼ାର ରାଜଧାନୀର ନାମ କ’ଣ ?
Answer:
କାନାଡ଼ାର ରାଜଧାନୀର ନାମ ଅଟାଓ୍ବା ।
୯। ଉତ୍ତର ଆମେରିକାର ପୂର୍ବରେ କେଉଁ ମହାସାଗର ଅବସ୍ଥିତ ?
Answer:
ଉତ୍ତର ଆମେରିକାର ପୂର୍ବରେ ଆଟ୍ଲାଷ୍ଟିକ୍ ମହାସାଗର ଅବସ୍ଥିତ ।
୧୦ । ଉତ୍ତର ଆମେରିକାକୁ ଏସିଆ ମହାଦେଶଠାରୁ ପୃଥକ୍ କରୁଥିବା ପ୍ରଣାଳୀର ନାମ କ’ଣ ?
Answer:
ଉତ୍ତର ଆମେରିକାକୁ ଏସିଆ ମହାଦେଶଠାରୁ ପୃଥକ୍ କରୁଥିବା ପ୍ରଣାଳୀର ନାମ ବେନିଂ ପ୍ରଣାଳୀ ।
(ଗ) ଗୋଟିଏ ଭୌଗୋଳିକ ଶବ୍ଦରେ ଉତ୍ତର ଲେଖ ।
(୧) ଯୁକ୍ତରାଷ୍ଟ୍ର ଆମେରିକାର ରାଜଧାନୀ – ଶିଙ୍ଗଟନ୍ ଡି.ସି
(୨) ପୃଥିବୀର ତୃତୀୟ ବୃହତ୍ତମ ମହାଦେଶ – ଉତ୍ତର ଆମେରିକା
(୩) ଏକ ସଂକୀର୍ଣ୍ଣ ଜଳଭାଗ ଯାହା ଦୁଇଟି ବୃହତ୍ ଜଳରାଶିକୁ ସଂଯୋଗ କରେ – ପ୍ରଣାଳୀ
(୪) ମେକ୍ସିକୋର ରାଜଧାନୀ – ମେକ୍ସିକୋ ସହର
(୫) ଉତ୍ତର-ପଶ୍ଚିମରେ ଯେଉଁ ପ୍ରଣାଳୀ ଉତ୍ତର ଆମେରିକାକୁ ଏସିଆ ମହାଦେଶଠାରୁ ବିଛିନ୍ନ କରୁଅଛି – ବେରିଂ
(୬) କେନ୍ଦ୍ରୀୟ ସମତଳ ଅଞ୍ଚଳରେ ଦେଖାଯାଉଥିବା ବିସ୍ତୀର୍ଣ୍ଣ ତୃଣଭୂମି – ପ୍ରେରୀ
(୭) କାନାଡ଼ାର ରାଜଧାନୀ – ଅଟାଓ୍ବା
(୮) ବଡ଼ବଡ଼ ଗୋପାଳନ କେନ୍ଦ୍ରକୁ କୁହାଯାଏ – ଚ୍ୟାଞ୍ଚ
(୯) ଉତ୍ତର ଆମେରିକାର ଆଦିମ ଅଧିବାସୀ – ଏସ୍କିମୋ, ଲୋହିତ ଭାରତୀୟ
(୧୦) ଲୋହିତ ଭାରତୀୟମାନେ ବାସ କରୁଥିବା ଅଞ୍ଚଳ – ପ୍ରେରୀ
(ଘ) ସ୍ତମ୍ଭ ମିଳନ କର :
Answer:
Answer:
(ଙ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
୧। ନିମ୍ନଲିଖ ମଧ୍ୟରୁ ଉତ୍ତର ଆମେରିକାର ପଶ୍ଚିମରେ କେଉଁ ମହାସାଗର ଅଛି ?
(A) ପ୍ରଶା।ନ୍ତ
(B) ଭାରତ
(C) ଆଟ୍ଲାଣ୍ଟିକ୍
(D) ସୁମେରୁ
Answer:
(A) ପ୍ରଶା।ନ୍ତ
୨ । ନିମ୍ନଲିଖ ମଧ୍ୟରୁ ଉତ୍ତର ଆମେରିକାର ବୃହତ୍ତମ ଗୋପାଳନ କେନ୍ଦ୍ରକୁ କ’ଣ କୁହାଯାଏ ?
(A) ପ୍ରେରୀ
(B) ରଞ୍ଚ
(C) କ୍ୟାମ୍ପୋସ୍
(D) ହାନୋସ
Answer:
(B) ରଞ୍ଚ
୩। ନିମ୍ନଲିଖ ମଧ୍ୟରୁ ଏସ୍କିମୋ ମାନେ କେଉଁ ଅଞ୍ଚଳରେ ବାସ କରନ୍ତି ?
(A) ଗ୍ରୀଲ୍ୟାଣ୍ଡ
(B) ଅଟାୱା
(C) ପ୍ରେରୀ
(D) ଚିକାଗୋ
Answer:
(A) ଗ୍ରୀଲ୍ୟାଣ୍ଡ
୪। ନିମ୍ନଲିଖ ମଧ୍ୟରୁ ରକି ପାର୍ବତ୍ୟାଞ୍ଚଳରେ କେଉଁ ପଶୁ ଦେଖାଯାଆନ୍ତି ?
(A) ବିଭର
(B) ମିଙ୍କ
(C) ଗ୍ରୀଡ୍ଲି ଭାଲୁ
(D) ଗଧୂ
Answer:
(C) ଗ୍ରୀଡ୍ଲି ଭାଲୁ
୫। ନିମ୍ନଲିଖ ମଧ୍ୟରୁ ପ୍ରେରୀ ଅଞ୍ଚଳରେ କେଉଁମାନେ ବାସ କରନ୍ତି ?
(A) ଏସ୍କିମୋ
(B) ନିଗ୍ରୋ
(C) ଲୋହିତ ଭାରତୀୟ
(D) ଆଦିବାସୀ
Answer:
(C) ଲୋହିତ ଭାରତୀୟ
୬। କାନାଡ଼ାର ରାଜଧାନୀର ନାମ କ’ଣ ଅଟେ ?
(A) ୱାଶିଂଟନ୍
(B) ଟରଣ୍ଟୋ
(C) ଅଟାୱା
(D) ନିଉୟର୍କ
Answer:
(C) ଅଟାୱା
୭। ତୁଦ୍ରାଞ୍ଚଳରେ କେଉଁ କାଳ ସ୍ଵଳ୍ପସ୍ଥାୟୀ ଅଟେ ?
(A) ଗ୍ରୀଷ୍ମକାଳ
(B) ବର୍ଷାକାଳ
(C) ଶୀତକାଳ
(D) ଶରତ କାଳ
Answer:
(A) ଗ୍ରୀଷ୍ମକାଳ
୮ । ମେକ୍ସିକୋର ରାଜଧାନୀ କିଏ ?
(A) ମେକ୍ସିକୋ ସହର
(B) କାନାଡ଼ା ସହର
(C) ଚିକାଗୋ ସହର
(D) ଅଟାୱା ସହର
Answer:
(A) ମେକ୍ସିକୋ ସହର
୯ । ନିମ୍ନଲିଖ ମଧ୍ୟରୁ କେଉଁ ଦେଶଟି ଉତ୍ତର ଆମେରିକା ମହାଦେଶର ଅଟେ ?
(A) ଟରଣ୍ଟୋ
(B) ପାନାମା
(C) ୱାଶିଙ୍ଗଟନ୍
(D) ଲସ୍ ଏଞ୍ଜେଲସ୍
Answer:
(B) ପାନାମା
୧୦ । ରକି ପାର୍ବତ୍ୟାଞ୍ଚଳରେ କେଉଁ ପଶୁର ବଡ଼ ବଡ଼ ଶିଙ୍ଗଥାଏ ?
(A) ବଣୁଆ ଗଧୂ
(B) ବଣୁଆ ଛେଳି
(C) ବଣୁଆ ବିଭର
(D) ବଣୁଆ ଭାଲୁ
Answer:
(B) ବଣୁଆ ଛେଳି
ତୁମ ପାଇଁ କାମ :
→ ଉତ୍ତର ଆମେରିକାର ୫ଟି ଦେଶର ନାମ ଓ ସେଗୁଡ଼ିକର ରାଜଧାନୀର ନାମ ଲେଖ ।
→ ଉତ୍ତର ଆମେରିକାର ରେଖାଙ୍କିତ ମାନଚିତ୍ରରେ ନିମ୍ନଲିଖତଗୁଡ଼ିକୁ ଦର୍ଶାଅ ।
(ଅପେଲେସିଆନ ପର୍ବତମାଳା, ରକି ପର୍ବତଶ୍ରେଣୀ, ମିସିସିପି ନଦୀ, ୱାଶିଙ୍ଗଟନ୍ ଡି.ସି.)
Answer:
( ନିଜେ କର ।)
→ ଲୋହିତ ଭାରତୀୟମାନଙ୍କ ସମ୍ବନ୍ଧରେ ଅଧିକ ତଥ୍ୟ ସଂଗ୍ରହ କର ।
Answer:
( ନିଜେ କର ।)