Go through 7th Class Science Book Odia Medium Question Answer and Class 7 Science Chapter 4 Question Answer Odia Medium ଧାତୁ ଓ ଅଧାତୁର ଦୁନିଆ to understand textbook questions more clearly.
7th Class Science Chapter 4 Question Answer Odia Medium
Class 7 Science Chapter 4 Odia Medium
ସାରଣୀ–୧ : ବିଭିନ୍ନ ବସ୍ତର ବାହ୍ୟରୂପ, କଠିନତା ଏବଂ ହାତୁଡ଼ିରେ ପିଟିବାର ପ୍ରଭାବ

ଉତ୍ତର:

![]()
ସାମଗ୍ରିକ ଅବଲୋକନ (Holistic Lens) :
ଭାରତ ସଭ୍ୟତାର ପ୍ରଗତି ଉପରେ ଲୁହାର ପ୍ରଭାବ
ଷଷ୍ଠ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ ‘ସାମାଜିକ ବିଜ୍ଞାନ ଅଧ୍ୟୟନ : ଭାରତ ଓ ପୃଥିବୀ’ରେ, ତୁମେ ହରପ୍ପା ଅଧ୍ଵବାସୀମାନଙ୍କ ବିଷୟରେ ଜାଣିଛ । ସେମାନେ ତମ୍ବା ଏବଂ ସୁନା ଭଳି ଧାତୁର ବ୍ୟବହାର କିପରି କରିହେବ ତାହା ଜାଣିଥିଲେ । ସେମାନେ ଏହି ଧାତୁଗୁଡ଼ିକୁ ବାସନକୁସନଠାରୁ ଆରମ୍ଭ କରି ଅଳଙ୍କାର ପର୍ଯ୍ୟନ୍ତ ବିଭିନ୍ନ ଜିନିଷ ତିଆରି କରିବାରେ ବ୍ୟବହାର କରୁଥିଲେ । ତଥାପି ହରପ୍ପାମାନେ ଏକ ପ୍ରମୁଖ ଧାତୁ ଲୁହା ବ୍ୟବହାର କରୁଥୁବାର କୌଣସି ପ୍ରମାଣ ତୁମେ କ୍ଵଚିତ୍ ପାଇବ, ଯଦିଓ ଏବେ ଲୁହାର ବହୁଳ ବ୍ୟବହାର ଦେଖୁଛ । କାରଣ ଦୈନନ୍ଦିନ କାର୍ଯ୍ୟକଳାପରେ ଲୁହା ବ୍ୟବହାର ହେବା ପାଇଁ ବହୁତ ସମୟ ଲାଗିଲା ।
ତଥାପି, ପରବର୍ତ୍ତୀ ସମୟରେ ଲୁହାର ବହୁଳ ବ୍ୟବହାର ହେବା ପରେ, ଭାରତରେ ସଭ୍ୟତାର ପ୍ରଗତିରେ ଏହାର ଗୁରୁତ୍ଵପୂର୍ଣ୍ଣ ଅବଦାନ ରହିଥିଲା । ଉଦାହରଣ ସ୍ଵରୂପ ଲୁହା ଶକ୍ତ ହୋଇଥିବା ଯୋଗୁଁ, ଏଥିରୁ ତିଆରି ହଳ ଭଳି କୃଷି ଉପକରଣ ପୂର୍ବରୁ ବ୍ୟବହୃତ ଉପକରଣ ଅପେକ୍ଷା ବହୁତ ଉନ୍ନତ ଥିଲା ।
ସାଧାରଣତଃ ଏହା ବିବେଚନା କରାଯାଏ ଯେ ଲୁହା ତୁଳନାରେ ତମ୍ବା ପୂର୍ବରୁ ଆବିଷ୍କୃତ ହୋଇଥିଲା । ଲୁହା ପୂର୍ବରୁ ତମ୍ବା ଆବିଷ୍କାର ହେବାର ସମ୍ଭାବ୍ୟ କାରଣ କ’ଣ ହୋଇପାରେ ?
ଉତ୍ତର:
ହରପ୍ପା ଅଧିବାସୀମାନେ ତମ୍ବା ଓ ସୁନାର ବ୍ୟବହାର ଜାଣିଥିଲେ । ବାସନକୁସନ ଓ ଅଳଙ୍କାର ତିଆରିରେ ତମ୍ବା ଓ ସୁନାକୁ ବ୍ୟବହାର କରୁଥିଲେ । ଲୁହାର ବ୍ୟବହାର ସଂପର୍କରେ କୌଣସି ପ୍ରମାଣ ମିଳେ ନାହିଁ ।
![]()
ବିଭିନ୍ନ ବସ୍ତ ବା ସାମଗ୍ରୀ ଦ୍ଵାରା ବିଦ୍ୟୁତ ପରିବହନ

ଉତ୍ତର:
| କ୍ରମିକ ସଂଖ୍ୟା | ବସ୍ତୁ / ସାମଗ୍ରୀ | ପର୍ଯ୍ୟବେକ୍ଷଣ (ବଲ୍ବ ଜଳେ/ କଳେ ନାହିଁ) | ବିଦ୍ୟୁତ୍ ସୁପରିବାହୀ କିମ୍ବା ବିଦ୍ୟୁତ୍ର କୁପରିବାହୀ |
| ୧. | ଆଲୁମିନିୟମ ପାତ | ବଲ୍ ଜଳିବ | ବିଦ୍ୟୁତ୍ ସୁପରିବାହୀ |
| ୨. | ଲୁହାକଣ୍ଟା | ବଲ୍ ଜଳିବ | ବିଦ୍ୟୁତ୍ ସୁପରିବାହୀ |
| ୩. | ଗନ୍ଧକ | ବଲ୍ବ ଜଳିବ ନାହିଁ | ବିଦ୍ୟୁତ୍ କୁପରିବାହୀ |
| ୪. | କୋଇଲା | ବଲ୍ବ ଜଳିବ ନାହିଁ | ବିଦ୍ୟୁତ୍ କୁପରିବାହୀ |
| 8. | ଶୁଖୁଲା କାଠ | ବଲ୍ବ ଜଳିବ ନାହିଁ | ବିଦ୍ୟୁତ୍ କୁପରିବାହୀ |
| ୬. | ପ୍ଲାଷ୍ଟିକ | ବଲ୍ବ ଜଳିବ ନାହିଁ | ବିଦ୍ୟୁତ୍ କୁପରିବାହୀ |
| ୭. | ପଥର | ବଲ୍ବ ଜଳିବ ନାହିଁ | ବିଦ୍ୟୁତ୍ କୁପରିବାହୀ |
| ୮. | ତମ୍ବା | ବଲ୍ବ ଜଳିବ | ବିଦ୍ୟୁତ୍ ସୁପରିବାହୀ |
| ୯. | ରବର | ବଲ୍ବ ଜଳିବ ନାହିଁ | ବିଦ୍ୟୁତ୍ କୁପରିବାହୀ |
| ୧୦. | ନାଇଲନ | ବଲ୍ବ ଜଳିବ ନାହିଁ | ବିଦ୍ୟୁତ୍ କୁପରିବାହୀ |
ସାରଣୀ : ଲୁହାକଣ୍ଟା ଉପରେ ଧୂସର ରଙ୍ଗର ପଦାର୍ଥ ସୃଷ୍ଟି ହେବ

ଉତ୍ତର:
| କାଚ ବୋତଲ | ପରିସ୍ଥିତି | ପର୍ଯବେକ୍ଷଣ | |
| ଜଳର ଉପସ୍ଥିତି (ହଁ/ନା) | ବାୟୁର ଉପସ୍ଥିତି (ହଁ/ନା) | ||
| କ | ନା | ହଁ | ବାଦାମୀ ବର୍ଷରେ ଆବରଣ ସୃଷ୍ଟି ହେବ ନାହିଁ |
| ଖ | ହଁ | ନା | ବାଦାମୀ ବର୍ଷରେ ଆବରଣ ସୃଷ୍ଟି ହେବ ନାହିଁ |
| ର | ହଁ | ହଁ | ବାଦାମୀ ଓ ଧୂସର ବର୍ଷର ଆବରଣ ସୃଷ୍ଟି ହେବ |
![]()
ଆମ ଶିକ୍ଷଣର ଅଭିବୃଦ୍ଧି କରିବା
Question 1.
କେଉଁ ଧାତୁ ଶସ୍ତା ଓ ଏହାର ପତଳା ପାତକୁ ସହଜରେ ମୋଡ଼ି ଯେକୌଣସି ଆକାରର କରିହୁଏ ବୋଲି ଏହାକୁ ଖାଦ୍ୟ ପୁଡ଼ିଆ ପ୍ରସ୍ତୁତି ପାଇଁ ସାଧାରଣତଃ ବ୍ୟବହାର କରାଯାଏ ?
(କ) ଆଲୁମିନିୟମ୍
(କ) ଆଲୁମିନିୟମ୍
(ଖ) ତମ୍ବା
(ଗ) ଲୁହା
ଉତ୍ତର:
(କ) ଆଲୁମିନିୟମ୍
Question 2.
ନିମ୍ନଲିଖତ କେଉଁ ଧାତୁ ଜଳ ସଂସ୍ପର୍ଶରେ ଆସିଲେ ସେଥୁରେ ନିଆଁ ଲାଗିଯାଏ ?
(କ) ତମ୍ବା
(ଖ) ଆଲୁମିନିୟମ୍
(ଗ) ଦସ୍ତା
(ଘ) ସୋଡ଼ିୟମ୍
ଉତ୍ତର:
(ଘ) ସୋଡ଼ିୟମ୍
![]()
Question 3.
ନିମ୍ନଲିଖ ଉକ୍ତିଗୁଡ଼ିକ ଠିକ୍ ବା ଭୁଲ୍ ? କାରଣ ସହିତ ଦର୍ଶାଅ ।
(କ) ଆଲୁମିନିୟମ୍ ଓ ତମ୍ବା ଦୁଇଟି ଅଧାତୁର ଉଦାହରଣ ଯାହା ବାସନକୁସନ ଓ ମୂର୍ତ୍ତି ତିଆରି ପାଇଁ ବ୍ୟବହୃତ ହୁଏ ।
ଉତ୍ତର:
ଭୁଲ, କାରଣ ଆଲୁମିନିୟମ ଓ ତମ୍ବା ଦୁଇଟି ଧାତୁ ଅଟନ୍ତି । ନମନୀୟତା ଗୁଣ ପାଇଁ ଏହି ଧାତୁକୁ ବାସନକୁସନ ଓ ମୂର୍ତ୍ତି ତିଆରିରେ ବ୍ୟବହାର କରାଯାଏ ।
(ଖ) ଧାତୁଗୁଡ଼ିକ ଅମ୍ଳଜାନ ସହ ସଂଯୁକ୍ତ ହୋଇ ଅକ୍ସାଇଡ୍ ତିଆରି କରନ୍ତି ଯାହାର ଦ୍ରବଣ ନୀଳ ଲିଟମସ କାଗଜର ବର୍ଣ୍ଣକୁ ଲାଲ କରିଦିଏ ।
ଉତ୍ତର:
ଭୁଲ, କାରଣ ଧାତବ ଅକସାଇଡ଼ କ୍ଷାରୀୟ ଅଟେ । ଏହାର ଜଳୀୟ ଦ୍ରବଣ ଲାଲ ଲିଟମସ୍ କାଗଜକୁ ନୀଳ ଲିଟମସ୍ କାଗଜରେ ପରିଣତ କରିଥାଏ ।
(ଗ) ଅମ୍ଳଜାନ ଶ୍ଵାସନ ପାଇଁ ଏକ ଅପରିହାର୍ଯ୍ୟ ଅଧାତୁ ।
ଉତ୍ତର:
ଠିକ୍, କାରଣ ଶ୍ଵାସନ ପ୍ରକ୍ରିୟା ପାଇଁ ଅମ୍ଳଜାନ ଅପରିହାର୍ଯ୍ୟ ଅଟେ ।
(ଘ) ପାଣି ଫୁଟାଇବା ପାଇଁ ତମ୍ବା ପାତ୍ର ବ୍ୟବହାର କରାଯାଇଥାଏ, କାରଣ ସେଗୁଡ଼ିକ ବିଦ୍ୟୁତ୍ର ସୁପରିବାହୀ ।
ଉତ୍ତର:
ଠିକ୍, ତମ୍ବା ଧାତୁ ତାପ ସୁପରିବାହୀ ଅଟେ । ତେଣୁ ପାଣି ଫୁଟାଇବା ପାଇଁ ତମ୍ବା ଧାତୁର ପାତ୍ର ବ୍ୟବହାର କରାଯାଏ ।
Question 4.
କାହିଁକି କେବଳ ଅଳ୍ପ କେତେକ ଧାତୁ ଅଳଙ୍କାର ତିଅରି ପାଇଁ ଉପଯୁକ୍ତ ଅଟନ୍ତି ?
ଉତ୍ତର:
ସାଧାରଣତଃ ସୁନା ଓ ରୂପା ଧାତୁ ଅଳଙ୍କାର ତିଆରି ପାଇଁ ଉପଯୁକ୍ତ ଅଟେ, କାରଣ ଏହି ଧାତୁଗୁଡ଼ିକ ଅତ୍ୟନ୍ତ ନମନୀୟ ଓ ତଥ୍ୟ ଅଟନ୍ତି । ୧ ଗ୍ରାମ୍ ସୁନାରୁ ପ୍ରାୟ ୨ କି.ମି. ଲମ୍ବର ତାର ପ୍ରସ୍ତୁତ ହୋଇପାରେ ।
![]()
Question 5.
‘କ’ ସ୍ତମ୍ଭରେ ଦିଆଯାଇଥିବା ଧାତୁ ଓ ଅଧାତୁଗୁଡ଼ିକର ବ୍ୟବହାର ବା ଗୁଣ ସହିତ ‘ଖ’ ସ୍ତମ୍ଭରେ ଥିବା ଉପଯୁକ୍ତ ଧାତୁ ବା ଅଧାତୁର ନାମକୁ ମିଳାଅ ।

ଉତ୍ତର:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| I. ବିଦ୍ୟୁତ୍ ତାର ତିଆରି | (c) ତମ୍ବା |
| II. ସବୁଠାରୁ ନିମନୀୟ ତଥ୍ୟ | (e) ସୁନା |
| III. ସଜୀବ ଏହା ବିନା ବଞ୍ଚିପାରିବ ନାହିଁ | (a) ଅମ୍ଳଜାନ |
| IV. ଏହା ରହିଥିବା ରାସାୟନିକ ସାର ମୃତ୍ତିକାରେ ପ୍ରୟୋଗ କଲେ ଉଭିଦ ସୁସ୍ଥ ସବଳ ହୋଇ ବଞ୍ଚନ୍ତି | (d) ଯବକ୍ଷାରଜାନ |
| V. ଜଳ ବିଶୋଧନ ପାଇଁ ବ୍ୟବହୃତ ହୁଏ | (b) କ୍ଲୋରିନ |
![]()
Question 6.
ମ୍ୟାଗ୍ନେସିୟମ୍ ଓ ସଲଫର ସହ ଅମ୍ଳଜାନ ପ୍ରତିକ୍ରିୟା କଲେ କ’ଣ ହୁଏ ? ଉତ୍ପନ୍ନ ଉତ୍ପାଦଗୁଡ଼ିକ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ କ’ଣ ଅଛି ?
ଉତ୍ତର:
(a) ମ୍ୟାଗ୍ନେସିୟମ ସହ ଅମ୍ଳଜାନ ପ୍ରତିକ୍ରିୟା କଲେ ମ୍ୟାଗ୍ନେସିୟମ୍ ଅକସାଇଡ଼ ସୃଷ୍ଟି ହୁଏ । ଏହି ଅକ୍ସାଇଡ୍ କ୍ଷାରୀୟ ପ୍ରକୃତିର ଅଟେ । କାରଣ ଏହାର ଜଳୀୟ ଦ୍ରବଣ ଲାଲ ଲିଟମସ୍କୁ ନୀଳବର୍ଣ୍ଣରେ ପରିଣତ କରେ ।
ମ୍ୟାଗ୍ନେସିୟମ୍ + ଅମ୍ଳଜାନ → ମ୍ୟାଗ୍ନେସିୟମ୍ ଅକସାଇଡ୍ (କ୍ଷାରୀୟ)
(b) ସଲଫର ସହ ଅମ୍ଳଜାନ ପ୍ରତିକ୍ରିୟା କଲେ ସଲଫର ଡାଇଅକସାଇଡ଼ ସୃଷ୍ଟି ହୁଏ । ଏହି ଗ୍ୟାସ୍ ଜଳରେ ଦ୍ରବୀଭୂତ ହୋଇ ସଲଫୁରସ ଅମ୍ଳ ସୃଷ୍ଟି ହୁଏ । ଏହା ନୀଳ ଲିଟମସ୍କୁ ଲାଲ ବର୍ଷରେ ପରିଣତ କରେ । ତେଣୁ ଏହା ଅମ୍ଳୀୟ ପ୍ରକୃତିର ଅଟେ ।
ସଲଫର + ଅମ୍ଳଜାନ → ସଲଫର ଡାଇଅକସାଇଡ
ସଲଫର ଡାଇଅକସାଇଡ + ଜଳ → ସଲଫ୍ଲୋରସ୍ ଏସିଡ଼୍
Question 7.
ନିମ୍ନ ପ୍ରଦତ୍ତ ପ୍ରବାହ ଚିତ୍ରଟି ସମ୍ପୂର୍ଣ୍ଣ କର । (ପ୍ରଶ୍ନ ସହିତ ଉତ୍ତର)

ଉତ୍ତର:

![]()
Question 8.
ତୁମକୁ ନିମ୍ନଲିଖତ ପଦାର୍ଥଗୁଡ଼ିକ ଦର୍ଶାଯାଇଛି । ଆଲୋଚନା କର, ତୁମେ କେଉଁ ପଦାର୍ଥକୁ ପାଣି ଫୁଟାଇବା ପାତ୍ର ତିଆରି ପାଇଁ ସବୁଠୁ ଅଧ୍ବକ ପସନ୍ଦ କରିବ ଏବଂ କାହିଁକି ?

ଉତ୍ତର:
ଲୁହା, ତମ୍ବା, ସଲଫର, କୋଇଲା, ପ୍ଲାଷ୍ଟିକ୍, କାଠ ମଧ୍ଯରୁ ପାଣି ଫୁଟାଇବା ପାତ୍ର ପାଇଁ ତମ୍ବା (କପର) ଧାତୁ ସବୁଠାରୁ ଉତ୍କୃଷ୍ଟ ହେବ କାରଣ ତମ୍ବା ଧାତୁ ତାପର ସୁପରିବାହୀ ଅଟେ ।
Question 9.
ତୁମକୁ ତେଲ, ଜଳ ଓ ଭିନେଗାରରେ ବୁଡ଼ିରହିଥିବା ତିନିଟି ଲୁହାକଣ୍ଟା ଦିଆଯାଇଛି । କେଉଁ କଣ୍ଟାଟି କଳଙ୍କି ଧରିବ ନାହିଁ ଏବଂ କାହିଁକି ?
ଉତ୍ତର:
- ଭିନେଗାର (ଏସିଟିକ୍ ଅମ୍ଳ) ରେ ବୁଡ଼ି ରହିଥିବା ଲୁହାକଣ୍ଟା ଶୀଘ୍ର କଳଙ୍କି ଲାଗିବ କାରଣ ଅମ୍ଳ ଉପସ୍ଥିତିରେ ଚ୍ଚାରଣ ଓ ସଂକ୍ଷାରଣ ପ୍ରକ୍ରିୟା ତ୍ଵରାନ୍ବିତ ହୋଇଥାଏ ।
- ଜଳରେ ବୁଡ଼ିରହିଥିବା ଲୁହାକଣ୍ଟାରେ କଳଙ୍କି ଲାଗିବା ଧୀର ବା ମନ୍ଥର (slower) ଗତିରେ ହେବ କାରଣ ଜଳରେ କମ୍ ପରିମାଣର ଅମ୍ଳଜାନ ଦ୍ରବୀଭୂତ ହୋଇ ରହିଛି ।
- ତେଲରେ ବୁଡ଼ି ରହିଥୁବା ଲୁହାକଣ୍ଟାରେ କଳଙ୍କି ଲାଗିବ ନାହିଁ, କାରଣ ତେଲ, ବାୟୁ ବା ଅମ୍ଳଜାନକୁ ଲୁହାକଣ୍ଟା ପାଖରେ ପହଞ୍ଚିବାକୁ ପ୍ରତିରୋଧ କରିଥାଏ ।
Question 10.
ଧାତୁ ଓ ଅଧାତୁଗୁଡ଼ିକର ବିଭିନ୍ନ ଧର୍ମ କିପରି ସେମାନଙ୍କର ବ୍ୟବହାରକୁ ସ୍ଥିର କରେ ?
ଉତ୍ତର:
ଧାତୁ ଓ ଅଧାତୁର ବ୍ୟବହାର ସେମାନଙ୍କ ଧର୍ମ ଉପରେ ପର୍ଯ୍ୟବସିତ । ନିମ୍ନରେ କେତେଗୁଡ଼ିଏ ଧାତୁ ଦୈନନ୍ଦିନ ଜୀବନରେ କିପରି ବ୍ୟବହୃତ ହୁଏ ତାହା ଦର୍ଶାଗଲା ।
ଲୁହା (Iron) : ଧାତବ ପାଇପ୍, ଷ୍ଟୋରେଜ ଟାଙ୍କି, ରେଳଧାରଣା, ସିଲିଣ୍ଡର, ବିଭିନ୍ନ ପ୍ରକାର ନଟ୍ ଓ ବୋଲଟ, କୃଷି ଯନ୍ତ୍ରପାତି, ଜାହାଜ, ପୋଲ (Bridge) ଆଦି ଲୁହାରେ ତିଆରି ହୋଇଥାଏ । ଲୁହାର ଏକ ମିଶ୍ରଧାତୁ କଳଙ୍କିହୀନ ଇସ୍ପାତ (steel) ରୁ ରୋଷେଇ ପାଇଁ ବ୍ୟବହୃତ ବାସନକୁସନ, ଛୁରୀ, ବ୍ଲେଡ଼ ଓ ଡାକ୍ତରୀ ଉପକରଣ ଆଦି ତିଆରି ହୋଇଥାଏ ।
ଏଲୁମିନିୟମ (Aluminium) : ଏହି ଧାତୁରୁ ବିଦ୍ୟୁତ୍ ତାର, ବିଦ୍ୟୁତ୍ କେବୁଲ୍, ରୋଷେଇ ପାତ୍ର ଆଦି ତିଆରି ହୋଇଥାଏ । ଏଲୁମିନିୟମ ଫଏଲ (ପାତ୍ର) ଖାଦ୍ୟସାମଗ୍ରୀ ଓ ମେଡ଼ିସିନ୍ ପ୍ୟାକିଂ ପାଇଁ ବ୍ୟବହୃତ ହୋଇଥାଏ । କଳଙ୍କିନିରୋଧ ପାଇଁ ଏଲୁମିନିୟମ ପାଉଡ଼ରରୁ ପ୍ରସ୍ତୁତ ରଂଗ ବ୍ୟବହୃତ ହୋଇଥାଏ । ଉଡ଼ାଜାହାଜର ବିଭିନ୍ନ ଅଂଶ ଏଲୁମିନିୟମର ମିଶ୍ରଧାତୁରୁ ତିଆରି ହୋଇଥାଏ ।
ତମ୍ବା (Copper) : ବିଦ୍ୟୁତ୍ ତାର, ବୈଦ୍ୟୁତିକ ମୋଟର ଏବଂ ଅନେକ ବୈଦ୍ୟୁତିକ ଉପକରଣ ଓ ଯନ୍ତ୍ରାଂଶ ତମ୍ବା ଧାତୁରୁ ତିଆରି ହୋଇଥାଏ । ଘରେ ବ୍ୟବହୃତ ରନ୍ଧନ ପାତ୍ର, କାରଖାନରେ ପାଣିକୁ ଗରମ କରିବାପାଇଁ ବ୍ୟବହୃତ ଟାଙ୍କି ଆଦି ଏହି ଧାତୁରୁ ତିଆରି ହୋଇଥାଏ । ବ୍ରୋଞ୍ଜ ଓ କଂସା ଆଦି ମଶ୍ରଧାତୁ ପ୍ରସ୍ତୁତିରେ ମଧ୍ୟ ଏହା ବ୍ୟବହୃତ ହୋଇଥାଏ ।
ଦସ୍ତା (Zinc) : କଳଙ୍କି ନିରୋଧ ପାଇଁ ଲୁହା ଉପରେ ଦସ୍ତା ଲେପନ କରାଯାଇଥାଏ । ଶୁଷ୍କ ବିଦ୍ୟୁତ୍ ସେଲ୍ ତିଆରି ପାଇଁ ମଧ୍ୟ ଦସ୍ତା ଧାତୁ ବ୍ୟବହୃତ ହୁଏ ।
ସୁନା ଓ ରୂପା (Gold and Silver) : ସୁନା ଅଳଙ୍କାର, ରୂପା ଅଳଙ୍କାର ଓ ମୂର୍ତ୍ତି ତିଆରି ପାଇଁ ଏହି ଧାତୁଦ୍ଵୟକୁ ବ୍ୟବହାର କରାଯାଇଥାଏ ।
ପାରଦ (Mercury) : ଥର୍ମୋମିଟରରେ ଏହାକୁ ବ୍ୟବହାର କରାଯାଇଥାଏ । ସାଧାରଣ ତାପମାତ୍ରାରେ ଏହି ଧାତୁ ତରଳ ଅବସ୍ଥାରେ ମିଳିଥାଏ ।
![]()
ନିମ୍ନରେ କେତେଗୁଡ଼ିଏ ଅଧାତୁର ବ୍ୟବହାର ଦିଆଗଲା :
- ଅମ୍ଳଜାନ (Oxygen) : ଜୀବଜଗତର ଶ୍ୱସନ ପ୍ରକ୍ରିୟା ପାଇଁ ଅମ୍ଳଜାନ ଏକାନ୍ତ ଅପରିହାର୍ଯ୍ୟ । ଇନ୍ଧନର ଦହନ ପାଇଁ ଅମ୍ଳଜାନ ଆବଶ୍ୟକ ପଡ଼ିଥାଏ ।
- ଯବକ୍ଷାରଜାନ (Nitrogen) : ଉଭିଦର ଅଭିବୃଦ୍ଧି ପାଇଁ ଯବକ୍ଷାରଜାନକୁ ସାର ରୂପେ ମୁଭିକାରେ ପ୍ରୟୋଗ କରାଯାଇଥାଏ । ଯବକ୍ଷାରଜାନ ବିବନ୍ଧନ ମାଧ୍ୟମରେ ଗଛକୁ ମଧ୍ଯ ଏହି
- ଉପାଦାନ ସିଧାସଳଖ ମିଳିଥାଏ । ଫସଫରସ୍ (Phosphorus) : ରାସାୟନିକ ସାର ତିଆରି ପାଇଁ ଏହା ବ୍ୟବହୃତ ହୋଇଥାଏ ।
- କାର୍ବନ (Carbon) : ଇନ୍ଧନ ପାଇଁ ଅଙ୍ଗାର, କୋଇଲା ଓ କୋକ୍ ରୂପରେ କାର୍ବନ ବ୍ୟବହୃତ ହୋଇଥାଏ । ଶୁଷ୍କ (dry) ବିଦ୍ୟୁତ୍ ସେଲ୍ରେ ଗ୍ରାଫାଇଟ୍କୁ ବିଦ୍ୟୁତ୍ ଅଗ୍ର (ଇଲେକ୍ଟ୍ରୋଡ଼) ରୂପେ ବ୍ୟବହାର କରାଯାଏ । ଲେଖୁବା ପାଇଁ ବ୍ୟବହୃତ ପେନ୍ସିଲ୍ରେ ଗ୍ରାଫାଇଟ ଦଣ୍ଡ ବ୍ୟବହୃତ ହୋଇଥାଏ । କାର୍ବନର ଅନ୍ୟ ଏକ ରୂପ ହୀରାକୁ ଅଳଙ୍କାର ତିଆରି ପାଇଁ ବ୍ୟବହାର କରାଯାଏ ।
Question 11.
ଲୁହାକୁ କଳଙ୍କି ଧରିବାରୁ ରକ୍ଷା କରିବା ପାଇଁ ଗୋଟିଏ ଉପାୟ ହେଉଛି, ଏହା ଉପରେ ଦସ୍ତାର ଏକ ପତଳା ଆବରଣ ଦେବା । ସଲ୍ଫର୍ ଜଳ ସହିତ ପ୍ରତିକ୍ରିୟା କରେନାହିଁ । ଏହାକୁ ଲୁହା ଉପରେ ପ୍ରଲେପ ଦେବା ପାଇଁ ବ୍ୟବହାର କରିହେବ କି ? ତୁମ ଉତ୍ତରର ଯଥାର୍ଥତା ପ୍ରତିପାଦନ କର ।
ଉତ୍ତର:
ଆର୍ଦ୍ର ବାୟୁ ସଂସ୍ପର୍ଶରେ ଆସିଲେ ଲହାରେ କଳଙ୍କି ଲାଗିଥାଏ । ଏହାର ପ୍ରତିରୋଧ ପାଇଁ ଲୁହା ଉପରେ ଦସ୍ତାର ଏକ ପ୍ରଲେପ ଦିଆଯାଇଥାଏ । ଏହି ପ୍ରକ୍ରିୟାକୁ ଗାଲଭାନାଇଜେସନ କୁହାଯାଏ । ସଲ୍ଫର୍ର ଜଳ ସହିତ ପ୍ରତିକ୍ରିୟା ନଥିଲେ ମଧ୍ୟ ଏହା ଏକ ଅଧାତୁ ହେତୁ ଲୁହାର କଳଙ୍କି ନିରୋଧ ପାଇଁ ଏହାକୁ ବ୍ୟବହାର କରାଯାଇପାରିବ ନାହିଁ ।
Question 12.
ଜଣେ ଲୁହା କାରିଗର କୌଣସି ଉପକରଣ ତିଆରି କରିବା ପୂର୍ବରୁ ନେଉଥିବା ଲୁହାକୁ ଉତ୍ତପ୍ତ କରିଥାଏ । ଏହି ପ୍ରଣାଳୀରେ ଉତ୍ତପ୍ତ କରିବା କାହିଁକି ଆବଶ୍ୟକ ?
ଉତ୍ତର:
ଲୁହା କାରିଗର କୌଣସି ଉପକରଣ ତିଆରି କରିବା ପୂର୍ବରୁ ଲୁହାକୁ ଉତ୍ତପ୍ତ କରିଥାଏ, କାରଣ ଲୁହା ଲାଲ ହେବା ପର୍ଯ୍ୟନ୍ତ ଉତ୍ତପ୍ତ ହେଲେ ହାତୁଡ଼ିରେ ଏହାକୁ ପିଟି ଯେ କୌଣସି ଆକୃତି ହେବା ବା ଚେପଟା କରିବା ସହଜ ହୋଇଥାଏ । ଏହା ଫଳରେ ଏଥିରୁ ବିଭିନ୍ନ ଲୌହ ଉପକରଣ ତିଆରି ହୋଇଥାଏ ।
![]()
ଅନୁସନ୍ଧାନମୂଳକ ପ୍ରକଳ୍ପ
୧। ଭାରତର ପ୍ରସିଦ୍ଧ ଧାତୁ କଳାକୃତି ମଧ୍ଯରେ ଢୋକ୍ରା, ବିଦ୍ରୀୟ, ପେମ୍ବାର୍ଥୀ, କାମରୂପୀ, ତାରକସି ଆଦି ପ୍ରମୁଖ ଅଟେ । ଏହି କଳାକୃତିଗୁଡ଼ିକ କେଉଁ କେଉଁ ରାଜ୍ୟରେ ପ୍ରସ୍ତୁତ ହୁଏ ତାହା ଖୋଜି ବାହାର କର । ଆଉ ମଧ୍ୟ ସେଗୁଡ଼ିକର ଫଟୋଗୁଡ଼ିକୁ ନେଇ ଏକ କୋଲାଜ୍ (Collage) ପ୍ରସ୍ତୁତ କର ।
୨ । ଭାରତର ଏକ ମାନଚିତ୍ରରେ କେଉଁ କେଉଁ ରାଜ୍ୟରେ ଲୁହା, ସୁନା, ଆଲୁମିନିୟମ ଓ ଅନ୍ୟ ଧାତୁଗୁଡ଼ିକ ମିଳେ ସେଗୁଡ଼ିକୁ ଚିହ୍ନଟ କର ।
୩ । ଗୋଟିଏ ସ୍ମାର୍ଟଫୋନରେ ବ୍ୟବହାର ହୋଇଥିବା ଧାତୁ ଓ ଅଧାତୁଗୁଡ଼ିକୁ ଜାଣ । ସେମାନେ ଫୋନଟିକୁ ଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ କିପରି ସାହାଯ୍ୟ କରନ୍ତି, ତା’ର ଅନୁସନ୍ଧାନ କର ।
୪। ଆରାମ ଏବଂ ବିଳାସ ପାଇଁ ଧାତୁର ବ୍ୟବହାର ବୃଦ୍ଧି କରାଯିବା ଉଚିତ କି ହ୍ରାସ କରାଯିବା ଉଚିତ ଏହି ବିଷୟରେ ଶ୍ରେଣୀଗୃହରେ ଏକ ବିତର୍କ ଆୟୋଜନ କର ।
ଅତିରିକ୍ତ ଅଭ୍ୟାସ ପ୍ରଶ୍ଵାବଳୀ ଓ ଉତ୍ତର
I. ଶୂନ୍ୟସ୍ଥାନ ପୂରଣ କର ।
(i) ଆମେ ବ୍ୟବହାର କରୁଥିବା ହାତୁଡ଼ି _______ ଧାତୁରେ ତିଆରି ହୋଇଥାଏ ।
ଉତ୍ତର:
ଲୌହ
(ii) ଉ ତ୍ତ ପ୍ତ ଲୁ ହକୁ ପିଟିଲେ ଏହା ________ ହୋଇଥାଏ ।
ଉତ୍ତର:
ପତଳା ଓ ଚଟକା
(iii) ତମ୍ବା, ଆଲୁମିନିୟମ ଆଦି ଧାତୁ ________ ଦେଖାଯାନ୍ତି ।
ଉତ୍ତର:
ଉଜ୍ଜ୍ଵଳ ଓ ଚକ୍ ଚକ୍
(iv) ପାରଦ ସାଧାର ଣ ତାପମାତ୍ରା ରେ ________ ଅବସ୍ଥାରେ ମିଳିଥାଏ ।
ଉତ୍ତର:
ତରଳ
(v) ତନ୍ୟତା ଗୁଣକୁ ଆଧାରକରି ଆମ ରାଜ୍ୟ କଟକରେ ________ ଶିଳ୍ପ ଗଢ଼ି ଉଠିଛି ।
ଉତ୍ତର:
ତାରକସି
(vi) ୧ ଗ୍ରାମ ସୁନା ପ୍ରାୟ ________ କି.ମି. ଲମ୍ବା ।
ଉତ୍ତର:
୨
![]()
(vii) ଷ୍ଟିଲ ଏକ _______ ଧାତୁ ।
ଉତ୍ତର:
ମିଶ୍ର
(viii) ପଦାର୍ଥର ଗୋଟିଏ ବିନ୍ଦୁରୁ ଅନ୍ୟ ବିନ୍ଦୁକୁ ତାପର ସ୍ଥାନାନ୍ତରଣକୁ _________ କହନ୍ତି ।
ଉତ୍ତର:
ତାପ ପରି ବ ହ ନ
(ix) ଅଧାତୁଗୁଡ଼ିକ ତାପର ________ ଅଟନ୍ତି ।
ଉତ୍ତର:
କୁପରିବାହୀ
(x) ଲୁହାରେ ତିଆରି ବସ୍ତୁ ଉପରେ କଳଙ୍କି ସୃଷ୍ଟି ହେବା ପ୍ରକ୍ରିୟାକୁ _______ କୁହାଯାଏ ।
ଉତ୍ତର:
କଳଙ୍କିଧରିବା
(xi) ଜଳ ଓ ବାୟୁଦ୍ଵାରା କୌଣସି ପଦାର୍ଥ ଯୋଗୁଁ ଧାତୁ ପୃଷ୍ଠରେ ହେଉଥିବା ମୃଦୁ କ୍ଷୟକୁ _______ କହନ୍ତି ।
ଉତ୍ତର:
ସଂକ୍ଷାରଣ