Go through BSE Odisha Class 6 Science Notes Odia Medium and Class 6 Science Chapter 8 Notes Odia Medium ଜଳର ବିଭିନ୍ନ ଅବସ୍ଥା to understand important concepts and topics more clearly.
6th Class Science Chapter 8 Notes Odia Medium
BSE Odisha Class 6 Science Chapter 8 Notes Odia Medium
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :
- ବରଫ ହାତକୁ କଠିନ ଲାଗେ ଏବଂ ଏହାକୁ ଆମେ ହାତରେ ଧରିପାରୁ, କିନ୍ତୁ ପାଣିକୁ ସେହିପରି ଭାବରେ ଧରି ହେବ ନାହିଁ । କିନ୍ତୁ ଏ ଦୁଇଟି ଭିନ୍ନ ଭିନ୍ନ ପଦାର୍ଥ ନୁହେଁ । ବରଫ ଓ ପାଣି ଏକା ପଦାର୍ଥ ।
- ଆମେ ଫ୍ରିଜରରେ ପାଣି ରଖୁଲେ ତାହା ବରଫରେ ପରିଣତ ହୋଇଥିବାର ଦେଖୁଥାଉ ।
- ଫ୍ରିଜରରେ ପାଣି ସହ ଆଉ କିଛି ମିଶେ କି ବୋଲି ମନରେ ପ୍ରଶ୍ନ ଆସେ । ଏ ବିଷୟରେ ଜାଣିବା ପାଇଁ ଏକ ପର୍ଯ୍ୟବେକ୍ଷଣ କରିପାରିବା ।
କାର୍ଯ୍ୟ–୧ : ଆସ ପର୍ଯ୍ୟବେକ୍ଷଣ କରିବା
- ଟେବୁଲ ଉପରେ ଏକ କପ୍ରେ ବରଫ ଖଣ୍ଡଟିଏ ରଖ୍ ନିରୀକ୍ଷଣ କରାଯାଉ । ଦେଖାଯିବ ଯେ, ବରଫ ପାଣିରେ ପରିଣତ ହୋଇଯାଇଛି ।
- ଏହି ପର୍ଯ୍ୟବେକ୍ଷଣରୁ ଆମେ ସିଦ୍ଧାନ୍ତରେ ଉପନୀତ ହେଲୁ ଯେ ବରଫ ଓ ଜଳ ସମାନ ପଦାର୍ଥ ଅଟନ୍ତି ।
- ବରଫ ଏବଂ ଜଳ ଗୋଟିଏ ପଦାର୍ଥର ଦୁଇଟି ରୂପ । ଏହି ରୂପଗୁଡ଼ିକୁ ପଦାର୍ଥର ଅବସ୍ଥା କୁହାଯାଏ ।
![]()
ଜଳ ଅଦୃଶ୍ୟ ହେବାର କାରଣ
କେବେ ପଡ଼ିଆରେ ଜମିଥିବା ପାଣି ଅଦୃଶ୍ୟ ହୋଇଥିବା ଦେଖୁଛ କି ? ଏହା କୁଆଡ଼େ ଯାଏ ? ତୁମ ବନ୍ଧୁଙ୍କ ସହ ଆଲୋଚନା କର ।
ଉ. ହଁ, ବର୍ଷାପରେ ପଡ଼ିଆରେ ପାଣି ଜମି ରହିଥିବାର ମୁଁ ଦେଖୁଛି । କିଛି ସମୟପରେ ଏହି ପାଣି ମାଟିଦ୍ଵାରା ଶୋଷିତ ହୋଇ ଭୂତଳକୁ ଚାଲିଯାଏ ।
ଆଉ କେଉଁଠି ପାଣି ଅଦୃଶ୍ୟ ହୋଇଥିବାର ଦେଖୁଛ ? ତୁମେ ଏକ ସମ୍ଭାବ୍ୟ କାରଣ ବିଷୟରେ ଚିନ୍ତା କରିପାରିବ କି ? ଏହା କାହିଁକି ଘଟେ ?
ଉ. ଖରାଦିନେ ଗଡ଼ିଆ-ପୋଖରୀରେ ପାଣି ଅଦୃଶ୍ୟ ହୋଇଥିବାର ଦେଖୁ । ଏହି ପାଣି ସୂର୍ଯ୍ୟ କିରଣରେ ଉତ୍ତପ୍ତ ହୋଇ ବାଷ୍ପୀଭୂତ ହୋଇ ଉପରକୁ ଚାଲିଯାଇଥାଏ ।
ମୁଁ ଭାବୁଛି ଖେଳ ପଡ଼ିଆରେ ମାଟି ଦ୍ଵାରା ପାଣି ଶୋଷିତ ହୋଇଛି । ଏ ବିଷୟରେ ତୁମେ କ’ଣ ଭାବୁଛ ?
ଉ. ହଁ ଖେଳପଡ଼ିଆରେ ପାଣି ମାଟିଦ୍ଵାରା ଶୋଷିତ ହୋଇଥାଏ ଏବଂ କିଛି ପାଣି ସୂର୍ଯ୍ୟଙ୍କ ଉତ୍ତପ୍ତ କିରଣରେ ବାଷ୍ପରେ ପରିଣତ ହୋଇ ବାୟୁମଣ୍ଡଳରେ ମିଶିଯାଏ ।
ବାସନ ଧୋଇବା ପରେ ବାସନ ପୃଷ୍ଠରେ ଲାଗିଥିବା ପାଣି କିଛି ସମୟ ପରେ ଶୁଖୁଯାଏ । ଜଳର ଅଦୃଶ୍ୟତାକୁ ବୁଝାଇବା ପାଇଁ ତୁମେ ପୂର୍ବରୁ କେଉଁ କାରଣଗୁଡ଼ିକ ଚିନ୍ତା କରିଥିଲ ତାହା ଏହି କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ କି ?
ଉ. ପୂର୍ବରୁ ଉଲ୍ଲେଖ କରାଯାଇଥିବା କାରଣ ଏ କ୍ଷେତ୍ରରେ ପ୍ରଯୁଜ୍ୟ । ବାସନରେ ଲାଗିଥିବା ବାୟୁମଣ୍ଡଳୀୟ ତାପ ପ୍ରଭାବରେ ଜଳୀୟ ବାଷ୍ପରେ ପରିଣତ ହୁଏ ।
ବାସନ ପୃଷ୍ଠରେ ପାଣି ଭେଦିଛି କି ନାହିଁ କେଉଁଟି ଠିକ୍ ତାହା ଅନୁସନ୍ଧାନ କରିବା ପାଇଁ ଏକ କାର୍ଯ୍ୟ କର ।
କାର୍ଯ୍ୟ-୨ . ଆସ ଅନସନ୍ଧାନ କାରଣ
- ଚିତ୍ରରେ ଦର୍ଶାଯାଇଥିବା ଏକ ଷ୍ଟିଲ ପ୍ଲେଟରେ ଏକ ଚାମଚ ପାଣି ନିଆଯାଉ ।
- ପ୍ଲେଟ୍ରେ ଅନ୍ୟ ପାର୍ଶ୍ଵରେ ପାଣି ଭେଦିଛି କି ନାହିଁ ତାହା ନିରୀକ୍ଷଣ କରାଯାଉ ।
- ପାଣି ସମ୍ପୂର୍ଣ୍ଣ ଅଦୃଶ୍ୟ ନ ହେବା ପର୍ଯ୍ୟନ୍ତ ନିୟମିତ ବ୍ୟବଧାନରେ ଏହାକୁ ପର୍ଯ୍ୟବେକ୍ଷଣ କରାଯାଉ ।

![]()
ତୁମେ କ’ଣ ଚିନ୍ତା କରୁଛ ? ଷ୍ଟିଲ୍ ପ୍ଲେଟ୍ ମାଧ୍ୟମରେ ପାଣି ଭେଦି ବାହାରୁନାହିଁ ବୋଲି ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ଏହି କାର୍ଯ୍ୟ ଯଥେଷ୍ଟ କି ? ଯଦି ଷ୍ଟିଲ୍ ପ୍ଲେଟ୍ରୁ ପାଣି ଅପର ପାର୍ଶ୍ଵକୁ ନ ଭେଦୁଛି ତା’ହେଲେ ପାଣି ଗଲା କୁଆଡ଼େ ?
ଉ. ଏହି ପାଣି ଜଳୀୟ ବାଷ୍ପ ଆକାରରେ ଏକ ଗ୍ୟାସୀୟ ଅବସ୍ଥାରେ ପରିଣତ ହୁଏ । ଜଳୀୟ ବାଷ୍ପ ହେଉଛି ଜଳର ଅନ୍ୟ ଏକ ଅବସ୍ଥା ।
ଆଉ ଆଉ ଏକ ପର୍ଯ୍ୟବେକ୍ଷଣ ହେଲା, ଯେଉଁଠାରେ ଜଳ ଅଦୃଶ୍ୟ ହେଉଥିବା ଦେଖିପାରିବ ।
- ଦୋସା ତିଆରି କରିବା ସମୟରେ ଗରମ ପ୍ୟାନ୍ ବା ତାଓ୍ବା ଉପରେ କିଛି ପାଣି ସିଞ୍ଚନ କରାଯାଏ । ଏହା ସଙ୍ଗେ ସଙ୍ଗେ ଅଦୃଶ୍ୟ ହୋଇଯାଏ । ତାୱାର ତାପରେ ଏହା ବାଷ୍ପରେ ପରିଣତ ହୁଏ ।
- ବାମ୍ଫ ହେଉଛି ଜଳୀୟ ବାଷ୍ପ, ଏହା ଅଦୃଶ୍ୟ । ମାତ୍ର ବାମ୍ଫ ଥଣ୍ଡା ହେଲେ ଜଳରେ ପରିଣତ ହୁଏ ।
- ଜଳୀୟବାଷ୍ପ ବାସ୍ତବରେ ଅଦୃଶ୍ୟ କିନ୍ତୁ ବାଷ୍ପରେ ଜଳର କ୍ଷୁଦ୍ର ବୁନ୍ଦାର ଉପସ୍ଥିତି ଏହାକୁ ଦୃଶ୍ୟମାନ କରାଏ ।
- ଜଳ ସାଧାରଣତଃ ତିନୋଟି ଅବସ୍ଥାରେ ରହିପାରେ, ଯଥା – କଠିନ, ତରଳ ଓ ଗ୍ୟାସୀୟ ।
- ଜଳର କଠିନ ରୂପ ହେଉଛି ବରଫ । ଜଳ ଥଣ୍ଡା ହେଲେ ବରଫରେ ପରିଣତ ହୁଏ ।
- ଜଳର ଏହି ଭିନ୍ନ ଭିନ୍ନ ଅବସ୍ଥା ସେମାନଙ୍କ ପ୍ରକୃତିରେ ଅନେକ ପାର୍ଥକ୍ୟ ଦେଖାଇଥାଏ । ଜଳ ପ୍ରବାହିତ ହୁଏ କିନ୍ତୁ ବରଫ ପ୍ରବାହିତ ହୁଏ ନାହିଁ ।
- ଜଳର ଗ୍ୟାସୀୟ ଅବସ୍ଥା ହେଉଛି ବାମ୍ଫ ବା ଜଳୀୟବାଷ୍ପ । ଏହାକୁ ଦେଖ୍ ହୁଏ ନାହିଁ ।
ବାଷ୍ପୀଭବନ ଓ ବାଷ୍ପୀକରଣ :
- ଓଦା ପୋଷାକ କିଛି ସମୟ ପାଇଁ ବାହାରେ ରଖୁଲେ ଏହା ଶୁଝାଯାଏ ଅର୍ଥାତ ପୋଷାକରେ ଥିବା ପାଣି ବାଷ୍ପରେ ପରିଣତ ହୋଇଥାଏ । ଏହାକୁ ବାଷ୍ପୀଭବନ କୁହାଯାଏ ।
- ହାଣ୍ଡିରେ ପାଣି ଗରମ କଲାବେଳେ କିଛି ପାଣି ଜଳୀୟବାଷ୍ପରେ ପରିଣତ ହୋଇଯାଏ । ଏହାକୁ ବାଷ୍ପୀକରଣ କୁହାଯାଏ ।
- ଜଳ ଆପେ ଆପେ ପ୍ରାକୃତିକ ଭାବେ ବାଷ୍ପ ହେବା ପ୍ରକ୍ରିୟାକୁ ବାଷ୍ପୀଭବନ କୁହାଯାଏ । ଜଳକୁ ଆମେ କୃତ୍ରିମ ଉପାୟରେ ଗରମ କରି ବାଷ୍ପରେ ପରିଣତ କଲେ ସେହି ପ୍ରକ୍ରିୟାକୁ ବାଷ୍ପୀକରଣ କୁହାଯାଏ ।
ଘନୀଭବନ :
କାର୍ଯ୍ୟ–୩ : ଆସ ପରୀକ୍ଷଣ କରିବା
- ଏକ ଗାଚ ଗ୍ଲାସରେ ଥଣ୍ଡା ପାଣି ନିଆଯାଉ ।
- ଚିତ୍ରରେ ଦର୍ଶାଯାଇଥିବା ଭଳି ଏଥିରେ କିଛି ବରଫ ଖଣ୍ଡ ମିଶାଯାଉ ।
- ଏହାକୁ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ଛାଡ଼ି ଦିଆଯାଉ ଏବଂ ପର୍ଯ୍ୟବେକ୍ଷଣ କରାଯାଉ ।
- ତୁମର ପର୍ଯ୍ୟବେକ୍ଷଣକୁ ଲେଖୁ ରଖ ଏବଂ ସାରଣୀରେ ତୁମ ମନରେ ଉଙ୍କି ମାରୁଥିବା ପ୍ରଶ୍ନଗୁଡ଼ିକ ଲେଖ ।

ସାରଣୀ – ୧ : ପର୍ଯ୍ୟବେକ୍ଷଣ ଏବଂ ପ୍ରଶ୍ନଗୁଡ଼ିକ ଲେଖ
| ମୁଁ ପର୍ଯ୍ୟବେକ୍ଷଣ କରୁଛି | ମୁଁ ବିସ୍ମୟ ହେଉଛି |
| କାଚ ଗ୍ଲାସ୍ର ବାହାରପଟେ ବୁନ୍ଦା ବୁନ୍ଦା ଜଳ ଲାଗିଛି । | ଏ ଜଳ ବୁନ୍ଦା କୁଆଡୁ ଆସିଲା ? |
| ଜଳବୁନ୍ଦା କ୍ରମେ ବଡ଼ ହେଉଛି । | ଗ୍ଲାସ୍ର ପାଣି କ’ଣ ଗ୍ଲାସ୍ ଭେଦକରି ବାହାରକୁଯାଉଛି ? |
| ବରଫଖଣ୍ଡ ପାଣିରେ ମିଳାଇ ଯାଉଛି । | କାଚଗ୍ଲାସ୍ର ବରଫ କ’ଣ ତରଳି ଯାଇଛି ? |
![]()
କାଚ ଗ୍ଲାସରୁ କିଛି ପାଣି ବାହାରିଥାଇପାରେ ।
ଏହା ବାହାରକୁ ଯାଇପାରିବ ନାହିଁ । କାଚ ଗ୍ଲାସରେ ପାଣିର ସ୍ତର କମିନାହିଁ ।
ହୁଏତ ଏହା ହ୍ରାସ ପାଇଥାଇପାରେ, କିନ୍ତୁ ଏତେ କମ ହ୍ରାସ ଆମକୁ ଜଣା ନ ପଡ଼ିପାରେ ।
ଏକ ଲମ୍ବା ଏବଂ ସଂକୀର୍ଣ୍ଣ ବୋତଲରେ, ପାଣିର ସ୍ତରରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ ଜାଣିହୁଏ ।
ଆମେ ସାଧାରଣ ତାପମାତ୍ରାରେ ଅନ୍ୟ ଏକ ଗ୍ଲାସରେ ପାଣି ନେଇ ପାରିବା ଏବଂ ପାଣି ବାହାରୁଛି କି ନାହିଁ ତାହା ନିରୀକ୍ଷଣ କରିପାରିବା ।

ଗଛରେ ଶିଶିର ବୁନ୍ଦା ଦେଖୁଥିବ । ଆମେ ସକାଳୁ କାହିଁକି ଅଧ୍ଵ ଶିଶିର ବୁନ୍ଦା ଦେଖୁ ? ଯେତେବେଳେ ଆମେ ଏକ ପାତ୍ରରେ ଅଧା ପାଣି ରଖ୍ ଫୁଟାଇ ଉପରେ ଏକ ଷ୍ଟିଲ ପ୍ଲେଟ ଘୋଡ଼ାଇଥାଉ, ସେତେବେଳେ ଷ୍ଟିଲ୍ ପ୍ଲେଟ୍ର ଭିତର ପାର୍ଶ୍ଵରେ କିଛି ପାଣି ବୁନ୍ଦା ଜମା ହୋଇଥିବାର ଦେଖାଯାଏ । ଏହି ପାଣି ବୁନ୍ଦାଗୁଡ଼ିକ କେଉଁଠାରୁ ଆସିଥାଏ ? ତୁମେ କଣ ଭାବୁଛ ?
ଉ. ଥଣ୍ଡା ଜଳ ଥିବା କାଚ ପାତ୍ରର ବାହ୍ୟପୃଷ୍ଠରେ ଦେଖାଯାଉଥିବା ଜଳବୁନ୍ଦା ବାୟୁରେ ଥିବା ଜଳୀୟବାଷ୍ପ ଘନୀଭୂତ ହେବା କାରଣରୁ ଏହା ହୋଇଥାଏ ।
ସକାଳୁ ଗଛର ପତ୍ରରେ ଲାଗିଥିବା ଶିଶିରବିନ୍ଦୁ ବାୟୁରେ ଥିବା ଜଳୀୟ ବାଷ୍ପର ଘନୀଭବନ ଯୋଗୁ ହୋଇଥାଏ ।
ବାୟୁରେ ଥିବା ଜଳୀୟ ବାଷ୍ପ ଥଣ୍ଡା ପୃଷ୍ଠ ସଂସ୍ପର୍ଷରେ ଆସିଲେ ଏହା ଜଳ ବୁନ୍ଦା ସୃଷ୍ଟି କରିଥାଏ । ଜଳୀୟ ବାଷ୍ପକୁ ଏହାର ତରଳ ଅବସ୍ଥାରେ ରୂପାନ୍ତରିତ କରିବା ପ୍ରକ୍ରିୟାକୁ ଘନୀଭବନ କୁହାଯାଏ ।
କାର୍ଯ୍ୟ-୪ : ଆସ ମାପିବା :
- କିଛି ବରଫ ଖଣ୍ଡ ଥିବା ଅଧା ଭର୍ତ୍ତି ଏକ କାଚ ଗ୍ଲାସ ନିଆଯାଉ । ଏହାକୁ ଏକ ଛୋଟ ଷ୍ଟିଲ ପ୍ଲେଟରେ ଘୋଡ଼ାଇ ଦିଆଯାଉ । ଏହାକୁ ଏକ ଡିଜିଟାଲ ନିକିତିରେ ଓଜନ କରାଯାଉ ।
- ନିରୀକ୍ଷଣ କରି ପ୍ରତି ପାଞ୍ଚ ମିନିଟ୍ ପରେ ଓଜନ ରେକର୍ଡ଼ କରାଯାଉ ।
- 30 ମିନିଟ୍ ପର୍ଯ୍ୟନ୍ତ ନିରନ୍ତର ଭାବେ ନିରୀକ୍ଷଣ କରାଯାଉ । ସାରଣୀରେ ତୁମ ପର୍ଯ୍ୟବେକ୍ଷଣଗୁଡ଼ିକ ଲେଖୁ ରଖାଯାଉ । ଡିଜିଟାଲ୍ ନିକିତିରେ ରଖାଯାଇଥିବା ଥଣ୍ଡା ପାଣିର ପରିମାଣ କ’ଣ ହେବ ତାହା ପୂର୍ବାନୁମାନ କର । ଏହା ବଢ଼ିବ ନା କମିବ ନା ସମାନ ରହିବ ?
ଉ. ଏହାର ପରିମାଣ କମିବ ।
![]()
ସାରଣୀ – ୨ : ଘନୀଭବନ ପରୀକ୍ଷଣ ପାଇଁ ଏକ ଡିଜିଟାଲ ନିକିତି ବ୍ୟବହାର କରି ଜଳର ବସ୍ତୁତ୍ର ମାପ

ସିଦ୍ଧାନ୍ତ :
ଡିଜିଟାଲ ନିକିତିରେ ରଖାଯାଇଥିବା ଥଣ୍ଡା ପାଣିର ପରିମାଣ ସମାନ ରହିବ କିନ୍ତୁ ବସ୍ତୁତ୍ଵର ପରିମାଣରେ ବୃଦ୍ଧି ଘଟିବ । କାରଣ ଗ୍ଲାସର ବାହାର ପୃଷ୍ଠରେ ଘନୀଭବନ କାରଣରୁ ଜଳବୁନ୍ଦା ଲାଗିଛି ।
ଜଳର ବିଭିନ୍ନ ଅବସ୍ଥା :
- ଜଳ ଏପରି ଏକ ପଦାର୍ଥ ଯାହାକୁ ଆମେ ଦୈନନ୍ଦିନ ଜୀବନରେ ତିନୋଟି ଭିନ୍ନ ଭିନ୍ନ ଅବସ୍ଥାରେ ଦେଖୁବାକୁ ପାଇଥାଉ ।
- କଠିନ ଅବସ୍ଥାରେ ଏହା ବରଫ ରୂପରେ ରହିଥାଏ । ଗରମ ହେଲା ପରେ ବରଫ ତରଳି ଜଳରେ ପରିଣତ ହୁଏ ।
- ଅଧିକ ଗରମ ହେଲେ ଜଳ ଗ୍ୟାସୀୟ ଅବସ୍ଥାରେ ପରିଣତ ହୋଇଥାଏ ।
ବାୟୁରେ ଜଳୀୟ ବାଷ୍ପର ମାତ୍ରାକୁ ଆର୍ଦ୍ରତା ମଧ୍ୟ କୁହାଯାଏ । ତୁମ ଅଞ୍ଚଳ ପାଇଁ ଦୈନିକ ଆର୍ଦ୍ରତା ତଥ୍ୟ ଖବରକାଗଜ ଏବଂ ଅନ୍ୟ ଉତ୍ସରେ ପ୍ରକାଶିତ ହୁଏ । ବର୍ଷର ତଥ୍ୟ ସଂଗ୍ରହ କର ଏବଂ ଯଦି ଉପସ୍ଥିତ ଥାଏ ତେବେ କୌରସି ଢାଞ୍ଚା ଅଧ୍ୟୟନ କର ।
![]()
କାର୍ଯ୍ୟ−୫ : ଆସ ଚିହ୍ନଟ କରିବା
ଗୋଟିଏ ପାତ୍ରରେ ଏକ ବରଫ ଖଣ୍ଡ ରଖୁ ଏହାକୁ ବିଭିନ୍ନ ଆକାରରେ ଅନ୍ୟ ପାତ୍ରକୁ ସ୍ଥାନାନ୍ତର କରାଯାଉ । ବରଫ ଖଣ୍ଡର ଆକାରରେ କ’ଣ ପରିବର୍ତ୍ତନ ତୁମେ ଲକ୍ଷ କରୁଛ ? ସାରଣୀରେ ତୁମ ପର୍ଯ୍ୟବେକ୍ଷଣଗୁଡ଼ିକ ଲେଖୁ ରଖାଯାଉ ।
ଗୋଟିଏ ପାତ୍ରରୁ ଅନ୍ୟ ଆକୃତିର ପାତ୍ରକୁ ଜଳ ଢାଳି ଦିଆଯାଉ । ବରଫ ଖଣ୍ଡ ତୁଳନାରେ ଜଳ କି ଗୁଣ ପ୍ରଦର୍ଶନ କରେ ତାହା ନିରୀକ୍ଷଣ କରାଯାଉ ଏବଂ ଏହାକୁ ଲେଖୁ ରଖାଯାଉ । ଗୋଟିଏ ପାତ୍ରରୁ ଅନ୍ୟ ପାତ୍ରକୁ ଜଳ ପ୍ରବାହିତ ହୁଏ ।
ଏକ ପରିଷ୍କାର ପୃଷ୍ଠରେ ଜଳ ଢାଳି ଏହା କିପରି ଚାରିଆଡ଼େ ଖେଳିଯାଏ ନିରୀକ୍ଷଣ କରାଯାଉ ।
ଯେତେବେଳେ ଜଳ, ଜଳୀୟ ବାଷ୍ପରେ ପରିଣତ ହୁଏ, ତାହା ସବୁଆଡ଼େ ବ୍ୟାପିଥାଏ ।
ସାରଣୀ ୩ : ଜଳର ବିଭିନ୍ନ ଅବସ୍ଥାରେ ତୁଳନା
| ଧର୍ମ / ଗୁଣ | ବରଫ (କଠିନ ଅବସ୍ଥା) | ଜଳ (ତରଳ ଅବସ୍ଥା) | ଜଳୀୟ ବାଷ୍ପ (ଗ୍ୟାସୀୟ ଅବସ୍ଥା) |
| ଆକୃତି | ଅଛି | ନାହିଁ | ନାହିଁ |
| ପ୍ରବାହିତ ହେବାର କ୍ଷମତା | ନାହିଁ | ଅଛି | ଅଛି |
| ବ୍ୟାପିବାର କ୍ଷମତା | ନାହିଁ | ଅଛି | ଅଛି |
କଠିନ, ତରଳ ଏବଂ ଗ୍ୟାସୀୟ ଅବସ୍ଥାରେ ଜଳର ଗୁଣରେ ଥିବା ପାର୍ଥକ୍ୟ :
![]()
ବରଫ (କଠିନ ଅବସ୍ଥା) :
(a) ଯେ କୌଣସି ଆକୃତିର ପାତ୍ରରେ ରଖିଲେ ମଧ୍ୟ ଏହାର ଆକୃତିରେ କୌଣସି ପରିବର୍ତ୍ତନ ହୁଏ ନାହିଁ ।
(b) ବରଫ ପ୍ରବାହିତ ହୁଏ ନାହିଁ କିମ୍ବା ବ୍ୟାପି ନଥାଏ ।
ଜଳ (ତରଳ ଅବସ୍ଥା) :
(a) ଏହା ପ୍ରବାହିତ ହୁଏ ଏବଂ ଏହାର ଆକୃତି ମଧ୍ଯ ପରିବର୍ତ୍ତନ ହୋଇପାରେ ।
(b) ଜଳର କୌଣସି ନିର୍ଦ୍ଦିଷ୍ଟ ଆକୃତି ନଥାଏ । ଏହାକୁ ଯେଉଁ ପାତ୍ରରେ ରଖାଯାଏ ତାହାର ଆକାର ନେଇଥାଏ, କିନ୍ତୁ ଜଳର ପରିମାଣ ସମାନ ରହିଥାଏ ।
(c) ଜଳର ବ୍ୟାପିବାର ଗୁଣ ମଧ୍ୟ ରହିଛି ।
ଜଳୀୟ ବାଷ୍ପ (ଗ୍ୟାସୀୟ ଅବସ୍ଥା) :
(a) ଗ୍ୟାସର କୌଣସି ନିର୍ଦ୍ଦିଷ୍ଟ ଆକୃତି ନଥାଏ ।
(b) ସମଗ୍ର ଉପଲବ୍ଧ ସ୍ଥାନରେ ଗ୍ୟାସ ବ୍ୟାପିବାର ଗୁଣ ପ୍ରଦର୍ଶନ କରିଥାଏ । ରୋଷେଇ ଘରେ ପ୍ରବେଶ ନକରି ମଧ୍ଯ ରନ୍ଧାଖାଦ୍ୟର ବାସ୍ନା ଆମ ପାଖରେ ପହଞ୍ଚିଥାଏ ।
(c) ପୋଷାକ ଶୁଖୁ କିମ୍ବା ଓଦା ଚଟାଣ ଶୁଖୁ ଭଳି ପ୍ରକ୍ରିୟା ସମୟରେ ବାଷ୍ପୀଭୂତ ହେଉଥିବା ଜଳ ଚାରିପାଖରେ ଥିବା ବାୟୁରେ ଜଳୀୟବାଷ୍ପ ସୃଷ୍ଟି କରେ ।
ଜଳର ଯେପରି ତିନୋଟି ଅବସ୍ଥା ଅଛି, ସେହିପରି ମହମ, ତେଲ ଓ ଘିଅ ମଧ୍ୟ ତିନୋଟି ଅବସ୍ଥା ପ୍ରଦର୍ଶନ କରନ୍ତି ।
ଜଳର ଅବସ୍ଥା ପରିବର୍ତ୍ତନ କରିବା କିପରି :
- ବରଫକୁ ଜଳରେ ଏବଂ ଜଳକୁ ଜଳୀୟ ବାଷ୍ପରେ ପରିବର୍ତ୍ତନ କରିବା ପାଇଁ ଆମକୁ ତାପ ପ୍ରୟୋଗ କରିବାକୁ ପଡ଼ିବ ।
- ଯଦି ଆମେ ଜଳକୁ ବରଫରେ ପରିଣତ କରିବା ତେବେ ଜଳକୁ ଫ୍ରିଜର ଭଳି ଥଣ୍ଡା ପରିବେଶରେ ରଖୁବାକୁ ହେବ । ଏହା ଭିତରେ ଜଳ ଜମା ହୋଇ ବରଫରେ ପରିଣତ ହେବ ।
- ସେହିପରି କଠିନ ମହମକୁ ତାପ ପ୍ରୟୋଗ କଲେ ଏହା ଥଣ୍ଡା କଲେ ଏହା କଠିନ ମହମରେ ପରିଣତ ହୁଏ । ଏହି ତରଳ ମହମକୁ ଥଣ୍ଡା ତରଳ ମହମରେ ପରିଣତ ହୁଏ ।
- ଜଳ ଏବଂ ଅନ୍ୟାନ୍ୟ ପଦାର୍ଥ ଗରମ କିମ୍ବା ଥଣ୍ଡା ହେବା ପରେ ସେମାନଙ୍କର ଅବସ୍ଥାରେ ପରିବର୍ତ୍ତନ ହୋଇଥାଏ ।
- କଠିନ ପଦାର୍ଥକୁ ତରଳ ଅବସ୍ଥାରେ ପରିବର୍ତ୍ତନ କରିବା ପ୍ରକ୍ରିୟାକୁ ତରଳୀକରଣ କୁହାଯାଏ । ସେହିପରି ତରଳ ପଦାର୍ଥକୁ କଠିନ ଅବସ୍ଥାରେ ପରିଣତ କରିବା ପ୍ରକ୍ରିୟାକୁ ଶୀତଳୀକରଣ କୁହାଯାଏ ।
ବାୟୁମଣ୍ଡଳୀୟ ଜଳ ଜେନେରେଟର (AWG – Atmospheric Water Generator) ମେସିନ୍ ଆର୍ଦ୍ର ବାୟୁରୁ ପାଣି ସଂଗ୍ରହ କରି ପିଇବା ଯୋଗ୍ୟ ଜଳ ଉତ୍ପାଦନ କରିଥାଏ । ବାୟୁକୁ ଥଣ୍ଡା କରି ଘନୀଭବନ ପ୍ରକ୍ରିୟା ମାଧ୍ୟମରେ ଜଳୀୟ ବାଷ୍ପକୁ ଜଳ ଉତ୍ପାଦନ କରାଯାଏ । ଏହି ପ୍ରକ୍ରିୟା ବରଫରେ ଭର୍ତ୍ତି କ୍ଲାସ୍ ବାହାରେ ଜଳ ବୁନ୍ଦା ସୃଷ୍ଟି ସହିତ ସମାନ ।
![]()
କାର୍ଯ୍ୟ–୬ : ଆସ ଚିତ୍ର ସଂପୂର୍ଣ୍ଣ କରିବା
ତଳେ ଦିଆଯାଇଥବା ଶବ୍ଦ ବ୍ୟବହାର କରି ଜଳର ବିଭିନ୍ନ ଅବସ୍ଥାର ରୂପାନ୍ତର ପାଇଁ ଚିତ୍ରରେ ଥିବା ଖାଲି ଘରଗୁଡ଼ିକୁ A, B, C ଏବଂ 1, 2, 3, 4 ଭାବରେ ଚିହ୍ନଟ କର । ତୁମ ପାଇଁ ଦୁଇଟି ଶବ୍ଦ ପୂରଣ ହୋଇଛି ।
ତରଳ, ଥଣ୍ଡାହୁଏ, ବାଷ୍ପୀଭୂତ ହୁଏ, ଗ୍ୟାସ୍, ଘନୀଭୂତ ହୁଏ

ଜଳକୁ କିପରି ଦ୍ରୁତ କିମ୍ବା ଧୀର ଭାବରେ ବାଷ୍ପୀକରଣ କରାଯାଇପାରିବ ?
କାର୍ଯ୍ୟ —୭ : ଆସ ଅନୁସନ୍ଧାନ କରିବା
- କୌଣସି ବୋତଲର ଏକ ଛୋଟ କ୍ୟାପ୍ରେ ପାଣି ନିଆଯାଉ (ତୁମେ ପାଣି ବଦଳରେ ସାନିଟାଇଜର ବ୍ୟବହାର କରାଯାଇପାରିବ) ।
- ସେହିଭଳି ଗୋଟିଏ ପ୍ଲେଟରେ ସମାନ ପରିମାଣର ପାଣି ନିଆଯାଉ । ବୋତଲ କ୍ୟାପ୍ ଏବଂ ପ୍ଲେଟରେ ପାଣିର ଉନ୍ମୁକ୍ତ ପରିସର ଅଲଗା ଅଲଗା ଅଟେ ।
- ଉଭୟଙ୍କୁ ପରସ୍ପର ନିକଟରେ ରଖାଯାଉ ।
- ସାରଣୀରେ ପ୍ରତ୍ୟେକ କ୍ଷେତ୍ରରେ ଜଳ ସମ୍ପୂର୍ଣ ବାଷ୍ପୀଭୂତ ହେବା ପାଇଁ ଲାଗିଥିବା ସମୟ ଲେଖୁ ରଖାଯାଉ ।
- ଆମେ କେଉଁ ପରିସ୍ଥିତିକୁ ସମାନ ରଖୁଲୁ ?
ଉ. ଉଭୟ କ୍ଷେତ୍ରରେ ପାଣିକୁ ଉନ୍ମୁକ୍ତ ପରିସରରେ ରଖାଗଲା । - ଆମେ ଏହି ଅନୁସନ୍ଧାନରେ କିଛି ପରିବର୍ତ୍ତନ କରିଛୁ କି ?
ଉ. ଉଭୟ କ୍ଷେତ୍ରରେ ପାଣିର ଉନ୍ମୁକ୍ତ ପରିସର ଅଲଗା ଅଲଗା । - ଆମେ କ’ଣ ମାପିଲୁ ?
ଉ. କେତେ ସମୟରେ କେତେ ପାଣି ବାଷ୍ପୀଭୂତ ହେଉଛି, ତାହା ଆମେ ମାପିଲୁ ।
![]()
ସାରଣୀ – ୪ : ଅନୁସନ୍ଧାନର ଫଳାଫଳ
| ଜଳର ଉନ୍ମୁକ୍ତ ପରିସର | ସମ୍ପୂର୍ଣ ବାଷ୍ପୀକରଣ ପାଇଁ ଲାଗିଥିବା ସମୟ |
| କମ୍ (ବୋତଲ କ୍ୟାପ୍) | ବାଷ୍ପୀକରଣ ମନ୍ଥର ଗତିରେ ହେବ ଓ ଅଧିକ ସମୟ ଲାଗିବ |
| ଅଧିକ (ପ୍ଲେଟ୍) | ବାଷ୍ପୀକରଣ ଦ୍ରୁତ ଗତିରେ ହେବ ଓ କମ୍ ସମୟ ଲାଗିବ |
ଏହି ଅନୁସନ୍ଧାନରୁ ତୁମେ କେଉଁ ସିଦ୍ଧାନ୍ତରେ ଉପନୀତ ହେବ ?
ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ ଏକ ପ୍ଲେଟରେ ଜଳ ରଖୁବ, ତେବେ ବାୟୁ ସଂସ୍ପର୍ଶରେ ଆସୁଥିବା ଏହାର ପରିସର ବଡ଼ ହୋଇଥାଏ । ତେଣୁ ବାଷ୍ପୀକରଣ ଦ୍ରୁତ ହୋଇଥାଏ ।
ଯଦି ଉପରୋକ୍ତ କାର୍ଯ୍ୟରେ ଜଳ ବଦଳରେ କ୍ଷୀର ନିଆଯାଏ ତେବେ କ’ଣ ହେବ ?
ଜଳ କେତେ ଦ୍ରୁତ ଗତିରେ ବାଷ୍ପୀଭୂତ ହୁଏ ତାହାକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ପରିସ୍ଥିତି ।
ଅନ୍ୟ କେଉଁ ପରିସ୍ଥିତିରେ ଯାହା ଜଳର ଦ୍ରୁତ ବାଷ୍ପୀଭୂତକୁ ପ୍ରଭାବିତ କରେ ତାହା ଜାଣିବା ପାଇଁ କାର୍ଯ୍ୟ-୭ ପରି ଆଉ ଏକ କାର୍ଯ୍ୟ ପ୍ରସ୍ତୁତ କର ।
ବାଷ୍ପୀଭବନକୁ ପ୍ରଭାବିତ କରୁଥିବା କାରକ :
ବାଷ୍ପୀଭବନ ପ୍ରକ୍ରିୟାକୁ ଦ୍ରୁତ କିମ୍ବା ଧୀର ଭାବରେ କରୁଥିବା କାରକଗୁଡ଼ିକ ହେଲା
(a) ଉନ୍ମୁକ୍ତ କ୍ଷେତ୍ର (ପୃଷ୍ଠତଳର କ୍ଷେତ୍ରଫଳ)
(b) ତାପମାତ୍ରା
(c) ଆର୍ଦ୍ରତା (ବାୟୁରେ ଥିବା ଜଳୀୟ ବାଷ୍ପର ପରିମାଣକୁ ଆର୍ଦ୍ରତା କୁହାଯାଏ )
(d) ବାୟୁର ଗତି (ପବନର ବେଗ)
ବାଷ୍ପୀଭବନ ଶୀତଳତା ସୃଷ୍ଟି କରିଥାଏ । ଗରମ ଚାହାକୁ କିଛି ସମୟ ବାହାରେ ରଖୁଲେ ବାଷ୍ପୀଭବନ ପ୍ରକ୍ରିୟା ହେତୁ ଏହା ଶୀତଳ ହୋଇଯାଏ ।
![]()
କାର୍ଯ୍ୟ-୮ : ଆସ ଗୋଟିଏ
- ଦୁଇଟି ବୋତଲର ସମାନ ଆକାରର ଠିପି ନିଆଯାଉ ।
- ପ୍ରତ୍ୟେକ ଠିପିରେ ସମାନ ପରିମାଣର ଜଳ ଢାଳି ଦିଆଯାଉ ।
- ଗୋଟିଏ ଠିପିକୁ ସୂର୍ଯ୍ୟକିରଣରେ ରଖାଯାଉ ଏବଂ ଚିତ୍ରରେ ଦର୍ଶାଯାଇଥିବା ଅନୁଯାୟୀ ଅନ୍ୟଟିକୁ ଛାଇରେ ରଖାଯାଉ ।

- ପ୍ରତି 15 ମିନିଟ୍ ବ୍ୟବଧାନରେ ବୋତଲର ଦୁଇଟି ଠିପିକୁ ନିରୀକ୍ଷଣ କରାଯାଉ ।
- ପ୍ରତ୍ୟେକ କ୍ଷେତ୍ରରେ ଜଳ ସମ୍ପୂର୍ଣ୍ଣ ବାଷ୍ପୀଭୂତ ହେବା ପାଇଁ ଲାଗିଥିବା ସମୟ ଲେଖୁ ରଖାଯାଉ ।
- ତୁମେ ମେଘୁଆ ପାଗରେ କିମ୍ବା ବର୍ଷା ଦିନରେ ମଧ୍ୟ ଏହି କାର୍ଯ୍ୟର ପୁନରାବୃତ୍ତି କରିପାରିବ, ଏବଂ ତୁମ ପର୍ଯ୍ୟବେକ୍ଷଣ ଲେଖୁ ରଖୁ ।
କାର୍ଯ୍ୟ-୮ ଭଳି ଅନ୍ୟାନ୍ୟ ସମାନ ଅନୁଭୂତିରୁ ତୁମେ କେଉଁ ସିଦ୍ଧାନ୍ତ ନିର୍ଣ୍ଣୟ କରିପାରିବ ?
ଛାଇରେ ରଖାଯାଇଥିବା ଠିପି ତୁଳନାରେ ସୂର୍ଯ୍ୟକିରଣରେ ରଖାଯାଇଥିବା ଠିପିକୁ ଜଳ ଶୀଘ୍ର ବାଷ୍ପୀଭୂତ ହୁଏ ।
ଏହା ଏକ ସାଧାରଣ ଘଟଣା ଯେ ଗରମ ଦିନରେ ପୋଷାକ ଶୀଘ୍ର ଶୁକ୍ଲଯାଏ । ଅଧିକ ପବନ ବହୁଥିବା ଦିନରେ ପୋଷାକ ଶୀଘ୍ର ଶୁଖେ ନା ବିଳମ୍ବରେ ଶୁଖେ ? ଆଉ ଏକ ସାଧାରଣ ଘଟଣା ଯେ, ଅଧ୍ବକ ପବନ ବହୁଥିବା ଦିନରେ ପୋଷାକ ଶୀଘ୍ର ଶୁଖୁଯାଏ । ବାୟୁର ଗତି ବଢ଼ିବା ସହିତ ଜଳ ମଧ୍ଯ ଦ୍ରୁତ ଗତିରେ ବାଷ୍ପୀଭୂତ ହୋଇଥାଏ ।
ବର୍ଷାଦିନେ ପୋଷାକ ବିଳମ୍ବରେ ଶୁଖୁଥାଏ ବୋଲି ମଧ୍ୟ ଆମେ ଜାଣିଛୁ । ବର୍ଷା ଦିନେ ଜଳ ଧୀରେ ଧୀରେ ବାଷ୍ପୀଭୂତ ହୋଇଥାଏ । ଯଦି ବାୟୁରେ ଜଳର ମାତ୍ରା ଅଧିକ (ଅଧିକ ଆର୍ଦ୍ରତା) ଥାଏ, ତେବେ ଜଳ ଧୀରେ ଧୀରେ ବାଷ୍ପୀଭୂତ ହୁଏ ।
ଯଦି ତୁମେ ବର୍ଷା ଦିନେ ପୋଷାକ ଶୁଖାଇବାକୁ ଚାହୁଁଛ, ତେବେ ଏହାକୁ କିପରି ଶୀଘ୍ର କରିପାରିବ ?
ଉ. ଆମେ ପଙ୍ଖା ବ୍ୟବହାର କରି ବର୍ଷାଦିନେ ପୋଷାକ ଶୀଘ୍ର ଶୁଖାଇପାରିବୁ ।
ବର୍ଷା ଦିନରେ ବାୟୁରେ ଜଳୀୟ ବାଷ୍ପର ମାତ୍ରା ଅଧିକ ଥାଏ, ତେଣୁ ବର୍ଷା ଦିନରେ ଅଧିକ ଆର୍ଦ୍ରତା ଥାଏ ।
![]()
ଶୀତଳ ପ୍ରଭାବ :
ଯଦି ଆମେ ଫ୍ୟାନ୍ ତଳେ ବସିଥାଉ ତେବେ ଆମେ କାହିଁକି ଥଣ୍ଡା ଅନୁଭବ କରୁ ?
ଉ. ଫ୍ୟାନ୍ ତଳେ ବସିବାଫଳରେ ପବନ ଝାଳକୁ ବାଷ୍ପୀଭୂତ କରିବାରେ ସାହାଯ୍ୟ କରୁଥିବାରୁ ଆମକୁ ଥଣ୍ଡା କରିଥାଏ ।
କାର୍ଯ୍ୟ-୯ : ଆସ ଏକ ମଡ଼େଲ୍ ତିଆରି କରିବା
- ଭିନ୍ନ ଭିନ୍ନ ଆକାରର ଦୁଇଟି ମାଟି ପାତ୍ର ନିଆଯାଉ ବଡ଼ ପାତ୍ରର ତଳ ଭାଗକୁ ବାଲିର ଏକ ସ୍ତରରେ ଭର୍ତ୍ତି କରିଦିଆଯାଉ ।
- ଚିତ୍ରରେ ଦର୍ଶାଯାଇଥିବା ଭଳି ଛୋଟ ପାତ୍ରକୁ ବଡ଼ ପାତ୍ରର ମଝିରେ ରଖାଯାଉ ।
- ପାତ୍ର ମଧ୍ୟରେ ଥିବା ବ୍ୟବଧାନକୁ ଅଧିକ ବାଲିରେ ପୂରଣ କରାଯାଉ । ବାଲିରେ ଜଳ ଢ଼ାଳି ଦିଆଯାଉ ।
- ଛୋଟ ପାତ୍ରର ଉପରେ ଘୋଡ଼ାଇବା ପାଇଁ ଏକ ଡ଼ାଙ୍କୁଣି କିମ୍ବା ଓଦା ଝୋଟର ବସ୍ତା ରଖାଯାଉ ।
- ଏହିପରି ମାଟି ପାତ୍ର କୁଲରର ଏକ ଚିତ୍ର ମଧ୍ୟ ପ୍ରସ୍ତୁତ କରିପାରିବ ।

କୁଲରକୁ ଥଣ୍ଡା ହେବା ପାଇଁ 4-5 ଘଣ୍ଟା ସମୟ ଦିଆଯାଉ । ସମୟ ସୀମା ଅନେକ ପରି ସ୍ଥିତି ଦ୍ଵାରା ପ୍ରଭାବିତ ହୋଇପାରେ । ଏଥିରେ ପନିପରିବା ଓ ଫଳ ରଖାଯାଉ ଏବଂ କୁଲର ଭିତରେ ରଖାଯାଇଥିବା ପନିପରିବା ଓ ଫଳର ସତେଜତା ଯାଞ୍ଚ କରିବା ପାଇଁ ଏକ ସପ୍ତାହ ପର୍ଯ୍ୟନ୍ତ ପ୍ରତିଦିନ ନିରୀକ୍ଷଣ କରାଯାଉ ।

ବାଲିକୁ ଆର୍ଦ୍ର ରଖୁବା ପାଇଁ ନିୟମିତ ଜଳ ଛିଞ୍ଚିବାକୁ ପଡ଼ିବ ।
ଏହି ଅନନ୍ୟ ମାଟି ପାତ୍ରକୁ ସୁରେଇ କୁହାଯାଏ । ଖରାଦିନେ ପାଣିକୁ ଥଣ୍ଡା ରଖୁବା ପାଇଁ ସୁରେଇର ବ୍ୟବହାର କରାଯାଏ ।
![]()
ମେଘରୁ ବର୍ଷା କିପରି ହୁଏ ?
ଯେତେବେଳେ ବାୟୁ ପୃଥିବୀ ପୃଷ୍ଠରୁ ଉପରକୁ ଗତି କରେ, ଏହା ଥଣ୍ଡା ହୋଇଥାଏ । ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରେ ବାୟୁ ଏତେ ଥଣ୍ଡା ହୋଇଯାଏ ଯେ ଏଥିରେ ଥିବା ଜଳୀୟବାଷ୍ପ ସୁକ୍ଷ୍ମ ଧୂଳିକଣା ଚାରିପାଖରେ ଲାଗି ଛୋଟ ଛୋଟ ଜଳବିନ୍ଦୁରେ ପରିଣତ ହୁଏ ।
ଏହି ଛୋଟ ଛୋଟ ବୁନ୍ଦାଗୁଡ଼ିକ ବାୟୁରେ ଭାସେ ଓ ମେଘ ସୃଷ୍ଟି କରେ । ଅନେକ ଜଳ ବୁନ୍ଦା ଏକାଠି ହୋଇ ବଡ଼ ବୁନ୍ଦା ଜଳ ସୃଷ୍ଟି କରନ୍ତି । କିଛି ଜଳ ବୁନ୍ଦା ଏତେ ଭାରି ହୋଇଥାଏ ଯେ ସେଗୁଡ଼ିକ ତଳକୁ ଖସିବା ଆରମ୍ଭ କରନ୍ତି । ଏହି ଖସି ପଡ଼ିଥିବା ଜଳ ବୁନ୍ଦାକୁ ଆମେ ବର୍ଷା ବୋଲି କରିଥାଉ ।
ଜଳୀୟ ବାଷ୍ପ ଯୁକ୍ତ ବାୟୁ ବାୟୁମଣ୍ଡଳରେ (ପୃଥିବୀକୁ ଘେରି ରହିଥିବା ବାୟୁର ପତଳା ସ୍ତର) କାହିଁକି ଉପର କୁ ଯାଏ ?
ଉ. ଆମେ ଜାଣିଛୁ ଯେ ହାଲୁକା ଗ୍ୟାସ୍ ଥିବା ଗ୍ୟାସ୍ ବେଲୁନ୍ ବାୟୁରେ ଉପରକୁ ଯାଇଥାଏ । ସେହିପରି ଜଳୀୟ ବାଷ୍ପ, ବାୟୁ ତୁଳନାରେ ହାଲୁକା ହୋଇଥିବାରୁ ଏହା ଉପରକୁ ଯାଇଥାଏ ।
କାର୍ଯ୍ୟ–୧୦ : ଆସ ଏକ ଦଳଗତ କାର୍ଯ୍ୟରେ ନିୟୋଜିତ ହେବା
ଖାଲି ଥିବା ଏକ ଲିଟର ପ୍ଲାଷ୍ଟିକ୍ ବୋତଲ ନିଅ । ଏଥିରେ ପାଖାପାଖ୍ ଏକ କପ୍ ପାଣି ଢାଳି ଦିଅ ।
ଠିପିକୁ ଭଲ ଭାବରେ ବନ୍ଦ କରି ଦିଅ । ଏବେ ବାତଲଟିକୁ 2-3 ମିନିଟ୍ ପର୍ଯ୍ୟନ୍ତ ଲଗାତାର ଚାପ ଦିଅ ଓ ଛାଡ଼ି ଦିଅ । ବୋତଲରେ ଜଳ ଉପରେ ଥିବା ଖାଲି ସ୍ଥାନକୁ ନିରୀକ୍ଷଣ କର ।
ତୁମେ କ’ଣ ନିରୀକ୍ଷଣ କରୁଛ ?
ଏହି କ୍ଷେତ୍ରରେ ବୋତଲରେ ଥିବା ଜଳ ଉପରେ କିଛି ଧୂଆଁଳିଆ ଆସ୍ତରଣ (ମେଘ) ଦେଖିବାକୁ ମିଳିବ ।
ପୋଡ଼ିଯାଇଥିବା ଖବରକାଗଜରେ ଅତି ଛୋଟ ଛୋଟ ଅଦୃଶ୍ୟ ଧୂଳି କଣିକା ଉପଲବ୍ଧ ହୋଇଥାଏ, ଯାହା ଚାରିପାଖରେ ଜଳୀୟ ବାଷ୍ପ ଘନୀଭୂତ ହୋଇ ମେଘ ସୃଷ୍ଟି କରିଥାଏ ।
ଆସ କାର୍ଯ୍ୟ–୧୧ ରେ ଜଳ କିପରି ଏହାର ଅବସ୍ଥା ଓ ଗତିବିଧିକୁ ପରିବର୍ତ୍ତନ କରେ ସେ ବିଷୟରେ ଆମେ ବୁଝିବା ।
କାର୍ଯ୍ୟ–୧୧ : ଆସ ଏକ ଦଳଗତ କାର୍ଯ୍ୟରେ ନିୟୋଜିତ ହେବା
ଚିତ୍ରରେ ପ୍ରଦର୍ଶିତ ତୀର ଏବଂ କୋଠରିରେ ଦିଆଯାଇଥିବା ଜଳ କିପରି ଏହାର ଅବସ୍ଥା ପରିବର୍ତ୍ତନ କରେ ଏବଂ ଏହା ଶବ୍ଦ ବ୍ୟବହାର କରି ଜଳ କେଉଁଠି ସଂରକ୍ଷିତ ଅଛି, କେଉଁଠିକୁ ଗତି କରେ ତାହା ଦର୍ଶାଅ !

![]()
ଜଳଚକ୍ର କ’ଣ ?
ସମୂଦ୍ର ଓ ପୃଥିବୀ ପୃଷ୍ଠର ଜଳ ବାଷ୍ପ ରୂପେ ବାୟୁମଣ୍ଡଳକୁ ବାଷ୍ପୀଭୂତ ହୁଏ ଏବଂ ବର୍ଷା, କୁଆପଥର କିମ୍ବା କରକା ଭାବରେ ଫେରି ଆସେ ଏବଂ ଶେଷରେ ସମୁଦ୍ରକୁ ପ୍ରବାହିତ ହୁଏ । ଜଳର ଏହି ପ୍ରବାହକୁ ଜଳ ଚକ୍ର କୁହାଯାଏ ।
ପୃଥିବୀରେ ଉପଲବ୍ଧ ଜଳର ମାତ୍ର ଅଳ୍ପ ଅଂଶ ଉଭିଦ, ପ୍ରାଣୀ ଏବଂ ମନୁଷ୍ୟଙ୍କ ବ୍ୟବହାର ପାଇଁ ଉପଯୁକ୍ତ । ଅଧିକାଂଶ ଜଳ ସମୁଦ୍ରରେ ଥିବାରୁ ଏହାକୁ ସିଧାସଳଖ ବ୍ୟବହାର କରାଯାଇପାରିବ ନାହିଁ । ପିଇବା ପାଇଁ ଏବଂ ଅନ୍ୟାନ୍ୟ କାର୍ଯ୍ୟ କରିବା ପାଇଁ ମଧ୍ୟ ଅମେ ଜଳ ବ୍ୟବହାର କରିଥାଉ ।
ଜନସଂଖ୍ୟା ବୃଦ୍ଧି ସହିତ ଜଳର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଉଛି । ଜଳର ଆବଶ୍ୟକତା ବଢ଼ୁଥିବା ଯୋଗୁଁ ବିଶ୍ଵର ଅନେକ ସ୍ଥାନରେ ଏହାର ଅଭାବ ଦେଖାଦେଉଛି । ତେଣୁ ଜଳକୁ ଅପଚୟ ନ କରି ନିୟନ୍ତ୍ରିତ ଭାବେ ବ୍ୟବହାର କରିବା ଜରୁରୀ ।
ବିଜ୍ଞାନଭିତ୍ତିକ ପ୍ରମୁଖ ଶବ୍ଦ
୧. ଘନୀଭବନ
୨. ଜଳଚକ୍ର
୩. ବାଷ୍ପୀକରଣ
୪. ଜଳୀୟବାଷ୍ପ
୫. ଶୀତଳୀଭବନ
୬. କଠିନ
୭. ଗ୍ୟାସ୍
୮. ତରଳ
୯. ଆର୍ଦ୍ରତା
ବିଷୟବସ୍ତୁର ସାରାଂଶ :
- ଜଳକୁ ବାଷ୍ପ ଅବସ୍ଥାରେ ପରିଣତ କରିବା ପ୍ରକ୍ରିୟାକୁ ବାଷ୍ପୀକରଣ କୁହାଯାଏ ।
- ଜଳୀୟ ବାଷ୍ପକୁ ତରଳ ଅବସ୍ଥାରେ ରୂପାନ୍ତରିତ କରିବା ପ୍ରକ୍ରିୟାକୁ ଘନୀଭବନ କୁହାଯାଏ ।
- ଜଳ, କଠିନ, ତରଳ ଏବଂ ଗ୍ୟାସ ଭଳି ବିଭିନ୍ନ ଅବସ୍ଥାରେ ମିଳେ ।
- ଗରମ କିମ୍ବା ଥଣ୍ଡା ହେବା ପରେ ଜଳ ତାର ଅବସ୍ଥା ପରିବର୍ତ୍ତନ କରିଥାଏ ।
- ବାଷ୍ପୀଭବନ ପ୍ରକ୍ରିୟାକୁ ଦ୍ରୁତ କିମ୍ବା ଧୀର ଭାବରେ କରୁଥିବା କାରକଗୁଡ଼ିକ ହେଉଛି ଜଳର ଉନ୍ମକ୍ତ କ୍ଷେତ୍ର, ଆର୍ଦ୍ରତା, ବାୟୁର ଗତି ଇତ୍ୟାଦି ।
- ବାଷ୍ପୀକରଣ ଶୀତଳ ପ୍ରଭାବ ସୃଷ୍ଟି କରେ ।
- ବାୟୁରେ ଥିବା ଜଳୀୟ ବାଷ୍ପ ଘନୀଭୂତ ହୋଇ ଜଳର ଛୋଟ ଛୋଟ ବୁନ୍ଦା ସୃଷ୍ଟି କରିଥାଏ, ଯାହା ମେଘ ରୂପରେ ଦେଖାଯାଏ । ଅନେକ କ୍ଷୁଦ୍ର ଜଳ ବୁନ୍ଦା ଏକାଠି ହୋଇ ବର୍ଷା, କୁଆପଥର ବା ତୁଷାର ରୂପରେ ତଳକୁ ଖସିପଡ଼େ ।
- ପୃଥିବୀ ପୃଷ୍ଠ ଏବଂ ବାୟୁମଣ୍ଡଳ ମଧ୍ୟରେ ଜଳର ପ୍ରବାହକୁ ଜଳ ଚକ୍ର କୁହାଯାଏ ।