Class 8 Social Science Chapter 3 Notes Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

Go through BSE Odisha Class 8 Social Science Notes Odia Medium Chapter 3 ମରାଠା ସାମ୍ରାଜ୍ୟର ଉତ୍ଥାନ to understand important topics more clearly.

8th Class Social Science Chapter 3 Notes Odia Medium

BSE Odisha Class 8 Social Science Chapter 3 Notes Odia Medium

‘‘ପର୍ତ୍ତୁଗୀଜ, ଇଂରେଜ, ଡର୍‌, ଫରାସୀ ଏବଂ ଡାନିସ୍‌ମାନଙ୍କ (ଦିନାମାର) ପରି ପଗଡ଼ି ପିନ୍ଧା ବା ଟୋପିପିନ୍ଧା ଜାତି ଅନ୍ୟମାନଙ୍କ ପରି ବ୍ୟବସାୟ ବାଣିଜ୍ୟ ମଧ୍ୟ କରୁଥିଲେ । କିନ୍ତୁ ସେମାନେ ଅନ୍ୟ ବ୍ୟବସାୟୀଙ୍କ ପରି ନଥିଲେ । ଏହି ଭୂମିରେ ପ୍ରବେଶ କରି ସେମାନଙ୍କର ଅଧ୍ବକୃତ ପରିସର ବୃଦ୍ଧି କରିବା ସଙ୍ଗେ ସଙ୍ଗେ ସେମାନଙ୍କର ଧର୍ମପ୍ରଚାର କରିବାର ମୂଳ ଲକ୍ଷ୍ୟ ରଖୁଥିଲେ । ସେମାନେ ଜିଦିଖୋର ଥିଲେ ଏବଂ ନୌସେନା ଓ ଗୋଳାବାରୁଦ ସେମାନଙ୍କର ପ୍ରଧାନ ଅସ୍ତ୍ର ଥିଲା । ସେମାନଙ୍କର ଯାତାୟାତକୁ ନିୟନ୍ତ୍ରଣ କରିବା ସହିତ ସେମାନଙ୍କର ସୁଦୃଢ଼ କୋଠାବାଡ଼ି ନିର୍ମାଣକୁ ଅନୁମତି ଦେବାର ନଥିଲା ।’’
– ରାମଚନ୍ଦ୍ର ପନ୍ଥ ଅମାତ୍ୟ, ଆଦିପାତ୍ର (୧୭୧୫)

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
Class 8 Social Science Chapter 3 Notes Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ-1

କେଉଁମାନେ ମରାଠା ?
ବର୍ତ୍ତମାନର ମହାରାଷ୍ଟ୍ର ତଥା ଦକ୍ଷିଣାତ୍ୟ ମାଳ ଭୂ ମି ରେ ବସବାସ କରୁଥିବ। ଏକ ଜନସମୂହ ବା ଲୋକମାନଙ୍କୁ ମର।0। ବୋଲି କୁହାଯାଇଥାଏ ।

ସେମାନଙ୍କର ଭାଷା ମରାଠୀ ଦ୍ଵାଦଶ ଶତାବ୍ଦୀରୁ ଏହି ଭାଷାର ସାହିତ୍ୟ ଓ ଇତିହାସ ବେଶ୍ ସମୃଦ୍ଧ ହୋଇ ଆସିଅଛି ।
Class 8 Social Science Chapter 3 Notes Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ-2

ତ୍ରୟୋଦଶ ଶତାବ୍ଦୀ ବେଳକୁ ମହାରାଷ୍ଟ୍ରର ଅଧିକାଂଶ ଅଞ୍ଚଳ ଯାଦବ ରାଜବଂଶଦ୍ଵାରା ଶାସିତ ହେଉଥିଲା ଏବଂ ଦେବଗିରି (ବର୍ତ୍ତମାନର ଦୌଲତାବାଦ) ଏହାର ରାଜଧାନୀ ଥିଲା ।

ଚତୁର୍ଦ୍ଦଶ ଶତାବ୍ଦୀର ଆରମ୍ଭ ବେଳକୁ ଦିଲ୍ଲୀର ଖୁଜୀ ସୁଲତାନମାନଙ୍କଦ୍ଵାରା ଯାଦବ ରାଜବଂଶର ଶାସକମାନେ କ୍ଷମତାଚ୍ୟୁତ ହୋଇଥିଲେ ।

ସପ୍ତମ ଶତାବ୍ଦୀରୁ ସପ୍ତଦଶ ଶତାବ୍ଦୀ ମଧ୍ୟରେ ସମାଜରେ ଆଧ୍ୟାତ୍ମିକତାର ବିକାଶ ନିମନ୍ତେ ଅନେକ ସନ୍ଥ ଓ ସାଧକମାନେ ଭକ୍ତିମାର୍ଗକୁ ସର୍ବଶ୍ରେଷ୍ଠ ମାର୍ଗ ବୋଲି ଅଭିହିତ କରିଥିଲେ । ସେମାନଙ୍କର ଆଧ୍ୟାମିକ ସଙ୍ଗୀତ ଓ କବିତାଗୁଡ଼ିକ ଖୁବ୍ ଲୋକପ୍ରିୟତା ଲାଭ କରିପାରିଥିଲା ।
Class 8 Social Science Chapter 3 Notes Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ-3

ସେହି ସମୟରେ ଜ୍ଞାନେଶ୍ଵର, ନାମଦେବ, ତୁକାରାମ ଏବଂ ରାମଦାସଙ୍କ ଭଳି ଅନେକ ସନ୍ଥ ମହାରାଷ୍ଟ୍ରରେ ଲୋକପ୍ରିୟତା ହାସଲ କରିଥିଲେ ।

ସେମାନେ ଉପନିଷଦ ଏବଂ ଭଗବତ୍ ଗୀତା ପରି ବହୁ ଗୁରୁତ୍ଵପୂର୍ଣ୍ଣ ପୁସ୍ତକଗୁଡ଼ିକୁ ମରାଠା ଭାଷାରେ ଅନୁବାଦ କରିଥିଲେ । ଫଳରେ ସେମାନଙ୍କର ଦର୍ଶନ ଓ ଚିନ୍ତାଧାରା ସାଧାରଣ ଲୋକମାନଙ୍କ ପାଖରେ ସହଜରେ ପହଞ୍ଚି ପାରିଥିଲା ।

ସପ୍ତଦଶ ଶତାବ୍ଦୀ ବେଳକୁ କେତେକ ମରାଠା ମୁଖ୍ୟ ନିଜର ସାର୍ବଭୌମତ୍ଵ ପ୍ରତିଷ୍ଠା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଶିବାଜୀ ମରାଠାମାନଙ୍କୁ ଏକତ୍ର କରି କ୍ଷମତା ଆହରଣ ପର୍ଯ୍ୟନ୍ତ ସଫଳ ହୋଇପାରି ନଥିଲେ ।

ସାହିତ୍ୟିକ ଇତିହାସ (Literary History) : ଏକ ନିର୍ଦ୍ଦିଷ୍ଟ ଭାଷାରେ ପଦ୍ୟ ବା ଗଦ୍ୟରେ ଲିଖୁତ ଐତିହାସିକ କୃତି ।

ଜାଗିର (Jagir) : ଜାଗିର ହେଉଛି ଗୋଟିଏ ଜମି ଯାହାକୁ ଜଣେ ରାଜା ବା ଶାସକ ଜଣେ ସାମନ୍ତ ବା ସୈନିକକଙ୍କୁ ନିଜର କର୍ତ୍ତବ୍ୟ ପାଇଁ ପୁରସ୍କାର ସ୍ବରୂପ ଦେଇଥାନ୍ତି । ଜାଗିର ପାଇଥିବା ବ୍ୟକ୍ତି ସେହି ଜମିରୁ କର ସଂଗ୍ରହ କରି ନିଜ ବ୍ୟବହାରରେ ଲଗାଇଥାନ୍ତି ଓ ଆବଶ୍ୟକ ସମୟରେ ରାଜାଙ୍କୁ ସାହାଯ୍ୟ ମଧ୍ୟ କରିଥାନ୍ତି ।

ମରାଠା ଶକ୍ତିର ପ୍ରତିଷ୍ଠା ଓ ଶିବାଜୀଙ୍କର ଉତ୍‌ଥାନ :
୧୬୩୦ ଖ୍ରୀଷ୍ଟାବ୍ଦରେ ଶିବାଜୀ ଭୋସଲେ ପରିବାରରେ ପିତା ସାହଜୀ ଓ ମାତା ଜୀବାବାଈଙ୍କଠାରୁ ଜନ୍ମଲାଭ କରିଥିଲେ ।

ପୁନେଠାରେ ତାଙ୍କର ଜାଗିର ସ୍ଥାନରେ ଶିବାଜୀ ନିଜ ମାତା ସହିତ ବିଶ୍ଵସ୍ତ କର୍ମଚାରୀଙ୍କଠାରୁ ମୂଲ୍ୟବୋଧ ଓ ଉତ୍ତମ ଶିକ୍ଷା ଜୀଜାବାଈଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବଢ଼ିବା ଲାଭ କରିବାକୁ ସକ୍ଷମ ହୋଇପାରିଥିଲେ ।

ଶିବାଜୀଙ୍କୁ ଯେତେବେଳେ ମାତ୍ର ୧୬ ବର୍ଷ ବୟସ ସେ ସାମରିକ ଅଭିଯାନ ଆରମ୍ଭ କରି ଅବହେଳିତ ଓ ଅନକୃତ ଦୁର୍ଗଗୁଡ଼ିକୁ ଅଧୂର କରି ସେଗୁଡ଼ିକର ସୁରକ୍ଷାକୁ ଅଧ‌ିକ ସୁଦୃଢ଼ କରି ନିଜ ଅଧୀନକୁ ଆଣିପାରିଥିଲେ ।

ଭାରତର ପଶ୍ଚିମ ଉପକୂଳ ଅଞ୍ଚଳର ସଂପଦକୁ ଦଖଲ କରିବାପାଇଁ ସେ ଏକ ନୌସେନା ଗଠନ କରିଥିଲେ । ଏହା ସେତେବେଳେ ଏକ ନୂତନ ଦିଗନ୍ତ ସୃଷ୍ଟି କରିପାରିଥିଲା ।
Class 8 Social Science Chapter 3 Notes Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ-4
ନିଜର ଲୋକମାନଙ୍କୁ ଶତ୍ରୁ କବଳରୁ ରକ୍ଷା କରିବାପାଇଁ ଶିବାଜୀ ଏକ ଅଭିନବ ଯୁଦ୍ଧ ବିଦ୍ୟା ‘ଗରିଲା’ ରଣ କୌଶଳ ଆରମ୍ଭ କରିଥିଲେ ।

ବିଜାପୁର ସୁଲତାନ ତାଙ୍କ ଦକ୍ଷ ସେନାପତି ଆଫଜଲ ଖାଁଙ୍କୁ ଶିବାଜୀଙ୍କ ବିରୁଦ୍ଧରେ ପ୍ରେରଣ କରିଥିଲେ । ଶିବାଜୀ ଘଞ୍ଚ ଜଙ୍ଗଲ ମଧ୍ୟରେ ପ୍ରତାପଗଡ଼ ଦୁର୍ଗରେ ଆଫଜଲ୍ ଖାଁଙ୍କୁ ବାଘନଖଦ୍ଵାରା ହତ୍ୟା କରିଥିଲେ ଏବଂ ପରେ ଗରିଲା ଯୁଦ୍ଧକରି ଆଫଜଲ୍ ଖାଁଙ୍କର ସୈନ୍ୟବାହିନୀର ମୂଳୋତ୍ପାଟନ କରିଦେଇଥିଲେ ।
Class 8 Social Science Chapter 3 Notes Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ-5

ବାଘନଖ ହେଉଛି ଏକ କ୍ଷୁଦ୍ର ଅସ୍ତ୍ର ଯାହା ବାଘର ପଞ୍ଝାପରି ଦେଖାଯାଇଥାଏ । ଶିବାଜୀ ଏହି ବାଘନଖଦ୍ଵାରା ଆଫଜଲ ଖାଁଙ୍କୁ ହତ୍ୟା କରିଥିଲେ ।

ଲକ୍ଷ୍ୟଭେଦୀ ଆକ୍ରମଣ (Surgical Strike) : ଏହା ହେଉଛି ଏକ ସାମରିକ ଆକ୍ରମଣ ଯେଉଁଥରେ ଏକ ନିର୍ଦ୍ଦିଷ୍ଟ ବସ୍ତ ବା ଅଞ୍ଚଳର ଧ୍ବଂସସାଧନ କରାଯାଇଥାଏ । ବିନା କ୍ଷତି ବା ସାମାନ୍ୟ ପରିମାଣ ଧନ, ଜୀବନ ନଷ୍ଟ କରିଥାଏ ।

ପରବର୍ତ୍ତୀ ସମୟରେ ମୋଗଲ ସେନାପତି ସାୟସ୍ତ ଖାଁ ପ୍ରାୟ ତିନିବର୍ଷ କାଳ ଶିବାଜୀଙ୍କ ରାଜ୍ୟକୁ ଆକ୍ରମଣ କରିଥିଲେ ।

ସାୟସ୍ତ ଖାଁଙ୍କ ଶିବିର ଉପରେ ରାତ୍ରି ସମୟରେ ଆକ୍ରମଣ କରି ଶିବାଜୀ ତାଙ୍କୁ ମହାରାଷ୍ଟ୍ରରୁ ବିତାଡ଼ିତ କରିଦେଇଥିଲେ । ସେହି ସମୟରେ ଶିବାଜୀଙ୍କର ଏହି ଆକ୍ରମଣକୁ ଆଜିର ସମୟରେ ସର୍ଜିକାଲ ଷ୍ଟ୍ରାଇକ୍ ବା ଲକ୍ଷ୍ୟଭେଦୀ ଆକ୍ରମଣ ବୋଲି କୁହାଯାଏ ।

ଶିବାଜୀ ସୁରତ ସହରକୁ ଅଧିକାର କରିବା ଶକ୍ତିଶାଳୀ ମୋଗଲ ସାମ୍ରାଜ୍ୟ ପ୍ରତି ଅତ୍ୟନ୍ତ ଅପମାନଜନକ ଥିଲା । ଆଉରଙ୍ଗଜେବ୍ ଶିବାଜୀଙ୍କୁ ପରାସ୍ତ କରିବାପାଇଁ ବିଶିଷ୍ଟ ରାଜପୁତ୍ ସେନାପତି ଜୟସିଂହଙ୍କୁ ପଠାଇଥିଲେ ।

Class 8 Social Science Chapter 3 Notes Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

୧୬୬୫ ଖ୍ରୀଷ୍ଟାବ୍ଦରେ ଶିବାଜୀ ପୁନେ ନି କ ଟବର୍ତ୍ତୀ ପୁର ନ୍ଦ ର ଦୁର୍ଗ ରେ ଜୟସିଂହଙ୍କ ସହିତ ଏକ ଚୁକ୍ତି ସ୍ଵାକ୍ଷରିତ କରିଥିଲେ । ଶିବାଜୀ ତାଙ୍କ ରାଜ୍ୟର ଏକ ବୃହତ୍ତମ ଅଂଶ ଦେବା ସହିତ ତାଙ୍କର ପୁତ୍ର ସାମ୍ଭାଜୀଙ୍କୁ ମୋଗଲ ଶାସନ କାର୍ଯ୍ୟରେ ନିୟୋଜିତ ହେବାକୁ ପଡ଼ିଥିଲା ।
Class 8 Social Science Chapter 3 Notes Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ-6
ଆଉରଙ୍ଗଜେବଙ୍କ କରାଗାରୀରୁ ଶିବାଜୀ ଓ ତାଙ୍କ ପୁତ୍ର ସାମ୍ଭାଜୀ ଟୋକେଇ ଭିତରେ ପଶି ବାହାରକୁ ଖସି ଚାଲିଯିବାରେ ସକ୍ଷମ ହୋଇଥ୍ ଲେ । ଆଉରେ ଙ୍ଗ ଜେବ୍ ଶିବାଜୀକୁ ପୁ ନକରି ବ ନ୍ଦୀ ପାରି ନଥିଲେ ।

୧୬୭୪ ମସିହାରେ ବୈଦିକ ରୀତି ନୀତି ଅନୁସାରେ ସୁଦୃଢ଼ ପାର୍ବତ୍ୟ ଦୁର୍ଗ ରାୟଗଡ଼ଠାରେ ଶିବାଜୀଙ୍କର ଅଭିଷେକ ଅନୁଷ୍ଠିତ ହୋଇଥିଲା । ଅଭିଷେକ ପରେ ଶିବାଜୀ ତାଙ୍କ ପାର ମ୍ପ ରି କ ପଦବୀ ’ଶ୍ରୀରାଜା ଶିବ ଛତ୍ରପତି’ ଗ୍ରହଣ କରିବା ସହିତ ପୂର୍ବ ଶାସକମାନଙ୍କ ପରି ଏକ ନୂତନ ଅବ୍ଦ ‘‘ରାଜ୍ୟାଭିଷେକ ଶକ’’ ପ୍ରଚଳନ କରିଥିଲେ ।
Class 8 Social Science Chapter 3 Notes Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ-7
ଏହାପରେ ଶିବାଜୀ ତାଙ୍କର ଦାକ୍ଷିଣାତ୍ୟ ବିଜୟରେ ଅଗ୍ରସର ହୋଇଥିଲେ, ଯାହାକୁ ‘ଦକ୍ଷିଣ ଦିଗ୍‌ବିଜୟ’ ବୋଲି କୁହାଯାଏ ।

ଏଥୁରେ ସେ ବର୍ତ୍ତମାନର ଉତ୍ତର ତାମିଲନାଡୁ ଏବଂ କର୍ଣ୍ଣାଟକର କେତେକ ଗୁରୁତ୍ଵପୂର୍ଣ୍ଣ ତଥା ଅସୁରକ୍ଷିତ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିଥିଲେ । ଶିବାଜୀଙ୍କର ଏହି ଦାକ୍ଷିଣାତ୍ୟ ଅଭିଯାନ ପରବର୍ତ୍ତୀ ସମୟରେ ମରାଠାମାନଙ୍କୁ ଶକ୍ତିଶାଳୀ ମୋଗଲ ଆକ୍ରମଣ ବିରୁଦ୍ଧରେ ରଣକୌଶଳ ପାଇଁ ବିଶେଷ ସହାୟକ ହୋଇଥିଲା ।

ଶିବାଜୀ ଦକ୍ଷିଣରେ ଥ‌ିବାବେଳେ ଡବ୍‌ମାନଙ୍କଦ୍ଵାରା କରାଯାଉଥିବା ‘କ୍ରୀତଦାସ’ ବ୍ୟବସାୟକୁ ବନ୍ଦ କରାଇଥିଲେ । ପଚାଶ ବର୍ଷ ବୟସରେ ଜ୍ଵର ଯୋଗୁଁ ଶିବାଜୀଙ୍କର ମୃତ୍ୟୁ ହୋଇଥିଲା । ୟୁରୋପୀୟମାନେ ଶିବାଜୀଙ୍କୁ ପ୍ରାଚୀନ ଯୋଦ୍ଧା ଗ୍ରୀକ୍ ବୀର ଆଲେକଜାଣ୍ଡାରଙ୍କ ସହିତ ତୁଳନା କରିଥା’ନ୍ତି ।

ଶିବାଜୀଙ୍କ ପରେ ମରାଠା :
ସାମ୍ଭାଜୀ ଓ ରାଜାରାମ ନାମରେ ଶିବାଜୀଙ୍କର ଦୁଇଟି ପୁତ୍ର ଥିଲେ । ଶିବାଜୀଙ୍କ ମୃତ୍ୟୁପରେ ସାମ୍ଭାଜୀ ‘ଛତ୍ରପତି’ ହୋଇଥିଲେ ।

ଆଉରେଙ୍ଗଜେବ୍ ଦାକ୍ଷିଣାତ୍ୟ ଆକ୍ରମଣ କରି ବିଜାପୁର ଓ ଗୋଲକୁଣ୍ଡା ଅଧିକାର କରି ସାମ୍ଭାଜୀଙ୍କୁ ବନ୍ଦୀକରି ଅମାନୁଷିକ ଯନ୍ତ୍ରଣାଦେଇ ହତ୍ୟା କରିଥିଲେ ଏହାପରେ ସେ ମରାଠାର ରାଜଧାନୀ ରାୟଗଡ଼କୁ ଅଧିକାର କରିଥିଲେ ।

ସାମ୍ଭାଜୀଙ୍କ ପରେ ରାଜାରାମ ଛତ୍ରପତି ହୋଇଥିଲେ । ପରେ ତାଙ୍କ ରାଣୀ ତାରାବା ଈଙ୍କ ନେତୃତ୍ଵରେ ମରାଠାମାନେ ମୋଗଲ ଶାସିତ ଅଞ୍ଚଳମାନଙ୍କରେ ନିଜ ଆଧୂପତ୍ୟ ବିସ୍ତାର କରିବା ସଙ୍ଗେ ସଙ୍ଗେ ଭାରତର ଅନେକ ଅଞ୍ଚଳକୁ ନିଜ ଅଧିକାରକୁ ଆଣି ପାରିଥିଲେ ।
Class 8 Social Science Chapter 3 Notes Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ-8
ମୁଖ୍ୟତଃ ପେଶୱା ବାଜିରାଓ ୧ମ ଏବଂ ତାଙ୍କର ପୁତ୍ର ନାନାସାହେବ ପେଶ ସର୍ବଭାରତୀୟ ମରାଠା ଶାସନ ପ୍ରସାରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ବଙ୍ଗଳାରେ ମରାଠାମାନେ ଦଶବର୍ଷ ଶାସନ କଲା ସମୟରେ ସାଧାରଣ ଜନତାଙ୍କ ଉପରେ ଅନେକ ବର୍ବରତା ଓ ଧ୍ଵଂସର ଦମନଲୀଳା ଚଳାଇଥିଲେ ।

ଆଫଗାନମାନଙ୍କ ସହିତ ୧୭୬୧ରେ ପାନିପଥ ଯୁଦ୍ଧରେ ଶୋଚନୀୟ ଭାବରେ ପରାସ୍ତ ହୋଇଥିଲେ ।

ଇଂରେଜ ଓ ମରାଠାମାନଙ୍କ ମଧ୍ୟରେ ୧୭୭୫ ରୁ ୧୮୧୮ ଖ୍ରୀ.ଅ. ମଧ୍ଯରେ ତିନିଗୋଟି ଆଟ୍ରୋ-ମରାଠା ଯୁଦ୍ଧ ସଂଘଟିତ ହୋଇଥିଲା । ସେଥ‌ିରେ ଇଂରେଜମାନେ ବିଜୟଲାଭ କରିଥିଲେ ।

ପେଶବାଙ୍କ ଅଧୀନସ୍ଥ ଜଣେ କ୍ଷମତାଶାଳୀ ଅଧିକାରୀ ନନ୍ । ଫଡ଼ନ।ବିଶ୍ ଯାହାକୁ ପ୍ରଥମ ଅଞ୍ଛଳ ଭାରତୀୟ ବ୍ରିଟିଶ ବିରୋଧୀ ମେଣ୍ଟ କରିଥିବାର ଶ୍ରେୟ ଦିଆଯାଇଥାଏ । ସେ ମଧ୍ୟ ମୈ ଶ୍ମ ର ର ହାଇଦର ଅଲ୍ଲୀ ଏବଂ ହାଇଦ୍ରାବାଦର ନିଜାମଙ୍କ ପରି ପୂର୍ବର ବ୍ରିଟିଶ୍ ବିରୋଧୀମାନଙ୍କୁ ଏକତ୍ରିତ କରିବାରେ ସକ୍ଷମ ହୋଇପାରିଥିଲେ ।
Class 8 Social Science Chapter 3 Notes Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ-9

ମରାଠା ଶାସନ : ସାଧାରଣ ପ୍ରଶାସନ
ଶିବାଜୀ ତାଙ୍କର ରାଜ୍ୟପାଇଁ ଅପେକ୍ଷାକୃତ ଏକ କେନ୍ଦ୍ରୀୟ ଶାସନ ବ୍ୟବସ୍ଥା କରିଥିଲେ ।
Class 8 Social Science Chapter 3 Notes Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ-10
Class 8 Social Science Chapter 3 Notes Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ-11
ଶିବାଜୀ ନିଜର ସାର୍ବଭୌମତ୍ୱର ନିଦର୍ଶନ ସ୍ଵରୂପ ନିଜ ନାମରେ ସ୍ଵର୍ଣ୍ଣ ଓ ରୌପ୍ୟ ମୁଦ୍ରା ପ୍ରଳଚନ କରିଥଲେ । ଏଥ‌ିରେ ଖୋଦିତ ଦେବନାଗରୀ ଲିପି ତାଙ୍କର ସାଂସ୍କୃତିକ ବୈଶିଷ୍ଟ୍ୟର ପରି ଚୟ ଦେଉଥିଲା ।

ସୁଲତାନ ଓ ମୋଗଲ ମାନଙ୍କ ଦ୍ଵାରା ପ୍ରଚଳିତ ବଂଶାନୁକ୍ରମିକ ସରକାରୀ ପଦବୀ ତଥା ଜାଗିରୀ ବ୍ୟ ବ ସ୍ଥା ଉଚ୍ଛେଦ କରି ରାଜକୋଷରୁ ବେତନ ଦେବାର ବ୍ୟବସ୍ଥା କରାଯାଇଥିଲା ।

ଶାସନ କାର୍ଯ୍ୟରେ କରିବାପାଇଁ ଶିବାଜୀ ତାଙ୍କ ମନ୍ତ୍ରିମଣ୍ଡଳରେ ଆଠଜଣ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଥିଲେ । ସେମାନଙ୍କୁ ‘ଅଷ୍ଟପ୍ରଧାନ ମଣ୍ଡଳ’’ ବା ‘‘ ଅଷ୍ଟମନ୍ତ୍ରୀ ପରି ଷଦ’” ବୋଲି କୁହାଯାଉଥିଲା ।
Class 8 Social Science Chapter 3 Notes Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ-12

ମରାଠାମାନେ ଅନେକ ସମୟରେ ଚୌଥ (ଶହେ ଭାଗରୁ ପଚିଶ ଭାଗ) ଓ ସର ଦେଶମୁଖୀ (ଚୌଥକୁ ଛାଡ଼ି ଅତିରିକ୍ତ ଦଶଭାଗ) ନାମକ ଦୁଇଟି କର ଆଦାୟ କରୁଥିଲେ । ଦକ୍ଷିଣ ଓ ଉତ୍ତରର କେତେକ ଅଞ୍ଚଳ ସହିତ ଯେଉଁସବୁ ପ୍ରଦେଶ ବା ରାଜ୍ୟ ମରାଠା ସାମ୍ରାଜ୍ୟ ସହିତ ପ୍ରତ୍ୟକ୍ଷ ଭାବରେ ସଂଯୁକ୍ତ ନଥିଲା, ସେହି ସବୁ ଅଞ୍ଚଳରେ ପ୍ରଜାମାନଙ୍କଠାରୁ ଏହି ପ୍ରକାର କର ଆଦାୟ କରାଯାଉଥିଲା । ପରିଣାମରେ ମରାଠାମାନେ ଏହି ସବୁ ରାଜ୍ୟର ସୁରକ୍ଷା ପ୍ରତି ଧ୍ୟାନ ଦେବା ସହିତ ସେମାନଙ୍କର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁ ନଥିଲେ ।

ଉନବିଂଶ ଶତାବ୍ଦୀର ପ୍ରାରମ୍ଭରେ ‘ଗଣପତି-ପନ୍ତ ପ୍ରଧାନ ରୁପି’ ନାମକ ଏକ ମୁଦ୍ରା ପଟ୍ଟବଦ୍ଧନଙ୍କ ଦ୍ଵାରା ପ୍ରଚଳନ କରାଯଇଥିଲା । ଏଥିରେ ଦେବନାଗରୀ ଓ ପାର୍ସୀ ଲିପିରେ ଖୋଦନ କରାଯାଇଥିଲା । ଏହାର ଗୋଟିଏ ପାର୍ଶ୍ଵ ରେ ଗଣପତି (ଗଣେଶ)ଙ୍କ ମଙ୍ଗଳାଚରଣ କରାଯାଇଥିବାବେଳେ ଅନ୍ୟ ପାର୍ଶ୍ଵରେ ପେଶ (ମରାଠୀରେ ପନ୍ତ ପ୍ରଧାନ କୁହାଯାଇଥାଏ)ଙ୍କ ପ୍ରତି ବିଶ୍ଵାସ ଓ ପ୍ରତିବଦ୍ଧତା ଦର୍ଶାଯଇଥାଏ ।
Class 8 Social Science Chapter 3 Notes Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ-13

ସାମରିକ ଶାସନ :
ମରାଠାମାନେ ସାମରିକ ଶାସନ ବ୍ୟବସ୍ଥା ଖୁବ୍ ବ୍ୟବସ୍ଥିତ ଥିଲା । ସେମାନଙ୍କ ସଶସ୍ତ୍ର ବାହିନୀ ମୁଖ୍ୟତଃ ତିନିଭାଗରେ ବିଭକ୍ତ ହୋଇଥିଲା, ଯଥା- ପଦାତିକ ବାହିନୀ, ଅଶ୍ଵବାହିନୀ ଓ ନୌବାହିନୀ ।

ଅଶ୍ଵବାହିନୀକୁ ବର୍ଗୀ ଓ ଶିଲାଦାରରେ ବିଭକ୍ତ କରାଯାଇଥିଲା । ଯେଉଁମାନେ ବର୍ଗୀ ଶ୍ରେଣୀର, ସେମାନଙ୍କର ଅଶ୍ଵ ଓ ଅନ୍ୟାନ୍ୟ ଉପକରଣ ଖର୍ଚ୍ଚ ରାଜ୍ୟ ବହନ କରୁଥିଲା ଏବଂ ଯେଉଁମାନେ ଶିଲାଦାର, ସେମାନଙ୍କର ଅଶ୍ଵ ଓ ଅନ୍ୟାନ୍ୟ ଉପକରଣ ଖର୍ଚ୍ଚ ସେମାନେ ନିଜେ ବହନ କରୁଥିଲେ ।

ଅଷ୍ଟାଦଶ ଶତାବ୍ଦୀରେ ମରାଠାମା ନେ ୟୁ ରେ। ପୀୟ ମା ନ ଙ୍କ ର ସୈନ୍ୟ ବ।ହି ନୀ ଓ ତୋପଖାନାର ସୁ ବ୍ୟବ ସ୍ଥି ତ ପରି ଚାଳନ। ସମ୍ପର୍କରେ ଅବଗତ ହେଲାପରେ, ସେମାନେ ମଧ୍ୟ ନୌବାହିନୀ ଗଠନ କରିବାକୁ ଉଦ୍ୟମ କରିଥିଲେ ।
Class 8 Social Science Chapter 3 Notes Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ-14
ମହାଦ୍‌ଜୀ ସିନ୍ଦେ ୟୁରୋପୀୟ ଢାଞ୍ଚାରେ ଏକ ବିଶାଳ ସୈନ୍ୟବାହିନୀ ଗଠନ କରିବାରେ ସକ୍ଷମ ହୋଇଥିଲେ ।

ଖଣ୍ଡା ଓ ବର୍ଚ୍ଛା ମରାଠାମାନଙ୍କର ଅତି ପ୍ରିୟ ଅସ୍ତ୍ର ଥିଲା । ତା ସହିତ ସେମାନେ ସ୍ଵଳ୍ପ ପରିମାଣର ବନ୍ଧୁକ ମଧ୍ଯ ବ୍ୟବହାର କରୁଥିଲେ ।

ଶିବାଜୀଙ୍କ ସମୟରେ ସାମରିକ ଅଭିଯାନ ବେଳେ ରକେଟ୍‌ର ବ୍ୟବହାର କରାଯାଉଥିଲା । ୧୭୭୦ ଖ୍ରୀଷ୍ଟାବ୍ଦ ବେଳକୁ ଧାତୁ ନିର୍ମିତ ରକେଟ୍‌ର ବ୍ୟବହାର କରାଯାଇଥିଲା ।

ମରାଠା ଶକ୍ତିର ମୂଳ ଆଧାର ଥିଲା ଫୋର୍ଟ ବା ଦୁର୍ଗ । ଶିବାଜୀ ଅନେକ ଦୁର୍ଗ ନିର୍ମାଣ କରି ସେଗୁଡ଼ିକୁ ନିଜ ନିୟନ୍ତ୍ରଣରେ ରଖୁଥିଲେ । କରଣ ସେହି ଦୁର୍ଗଗୁଡ଼ିକ ଗରିଲା ଯୁଦ୍ଧ ସମୟରେ ସୈନ୍ୟବାହିନୀକୁ ଜଙ୍ଗଲ ଭିତରେ ରହି ଶତ୍ରୁମାନଙ୍କୁ ଆକ୍ରମଣ କରିବାପାଇଁ ସୁବିଧାଜନକ ହେଉଥିଲା ।

ଶିବାଜୀଙ୍କ ଅର୍ଥମନ୍ତ୍ରୀ ଥିଲେ ରାମଚନ୍ଦ୍ର ପନ୍ତ ଅମାତ୍ୟଙ୍କର ଆଦନ୍ୟାପାତ୍ରରେ ଉଲ୍ଲେଖ ଅଛି –

‘ଦୁର୍ଗଗୁଡ଼ିକ ରାଜ୍ୟର ମୂଳଭାଗ ବା କେନ୍ଦ୍ର ଥିଲା । ଦୁର୍ଗଗୁଡ଼ିକ ନଥିଲେ ସାମରିକ ଅଭିଯାନର ପ୍ରବେଶ ପଥରେ ସ୍ଥଳଭାଗ ଧ୍ବଂସସ୍ତପରେ ପରିଣତ ହୋଇଯାଇଥାଏ । ତେଣୁକରି ପୂର୍ବର ରାଜାମାନେ ନିଜ ଦେଶକୁ ସୁରକ୍ଷିତ ରଖୁବା ନିମନ୍ତେ ଅଧ୍ବକରୁ ଅଧ‌ିକ ଦୁର୍ଗ ନିର୍ମାଣକୁ ଗୁରୁତ୍ଵ ଦେଇଥିଲେ । ମରାଠା ରାଜ୍ୟର ପ୍ରତିଷ୍ଠାତା ମହାନ ଗୁରୁ ଶିବାଜୀ କେବଳ ଦୁର୍ଗଗୁଡ଼ିକୁ ନେଇ ‘ମରାଠା ରାଜ୍ୟ’ର ଭିତ୍ତିଭୂମି ସ୍ଥାପନ କରିଥିଲେ । ଆଉରଙ୍ଗଜେବଙ୍କ ପରି ବଡ଼ ବଡ଼ ଦୁର୍ଦ୍ଦଷ ଶତ୍ରୁମାନେ ଏହି ରାଜ୍ୟକୁ ଆକ୍ରମଣ କରିଛନ୍ତି, ବିଜାପୁର ଓ ଭାବନଗର ପରି ବିଶାଳ ସାମ୍ରାଜ୍ୟକୁ ଅଧିକାର କରିଛନ୍ତି କିନ୍ତୁ ଦଶନ୍ଧି ଦଶନ୍ଧି ଧରି ଆକ୍ରମଣର ଶିକାର ହୋଇଥିଲେ ବି କେବଳ ଦୁର୍ଗଗୁଡ଼ିକ ପାଇଁ ମରାଠା ରାଜ୍ୟ ତିଷ୍ଠି ରହିପାରିଥିଲା ।’’

ସାମୁଦ୍ରିକ ପ୍ରଭୁତ୍ଵ (ପ୍ରାଧାନ୍ୟତା) :
ମରାଠା ଶାସନକାଳରେ ଶିବାଜୀ ପଶ୍ଚିମ ଉପକୂଳ ର ସୁ ର କ୍ଷା ନି ମି ତ୍ତ ଏକ ନୌବାହିନୀ ଗଠନ କରିଥିଲେ ।

Class 8 Social Science Chapter 3 Notes Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

ଅଷ୍ଟାଦଶ ଶତାବ୍ଦୀରେ କହ୍ନେ ଜୀ ମାର୍ଗ ଦ ର୍ଶ ନ ରେ ମରାଠାମାନେ ଅନେକ ନୌଯୁଦ୍ଧରେ ବିଜୟଲାଭ କରିଥିଲେ ।

ୟୁ ରେ। ପୀୟ ମାନେ ସେ ମା ନ ଙ୍କ ର ନୌବାଣିଜ୍ୟ ପ୍ରବେଶ ପତ୍ର କିଣିବାପାଇଁ ଭାରତୀୟମାନଙ୍କୁ ବାଧ୍ୟ କରୁଥିଲେ । ମରାଠାମାନେ ଏହି ବ୍ୟବସ୍ଥାକୁ ଦୃଢ଼ ବିରୋଧ କରିବା ସହିତ କାହ୍ନାଜୀ ଆଫ୍ରେଙ୍କୁ ଜଣେ ଜଳଦସ୍ୟୁ କହି ନିଜର ହତାଶା ଭାବକୁ ପ୍ରକାଶ କରୁଥିବା ଇଂରେଜମାନଙ୍କଠାରୁ ସେମାନଙ୍କର ପରିଚୟପତ୍ର ଦାବି କଲେ ।
Class 8 Social Science Chapter 3 Notes Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ-15
୧୬୬୫ ମସିହାରେ ଶିବାଜୀଙ୍କ ଜାହାଜ ମଧ୍ୟର ର ମଧ୍ୟରୁ ଚାରୋଟି ଜାହାଜ ହାଜ ଓମାନର ରାଜଧାନୀ ମସକଟରେ ପହଞ୍ଚଥିଲା । ସେଠାକାର ଶାସକ ଜାହାଜଗୁଡ଼ିକୁ କବ୍‌ଜା କରିନେଇ ସେଥ‌ିରେ ଥିବା ପୁରୁଷମାନଙ୍କୁ ବନ୍ଦୀ କରିଥିଲେ । ଆହୁରି ମଧ୍ୟ ଶିବାଜୀଙ୍କ ଅଧ୍ବକୃତ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳଗୁଡ଼ିକ ଉପରେ ଆକ୍ରମଣ ପାଇଁ ସେ କେତେଗୁଡ଼ିଏ ଜାହାଜକୁ ପ୍ରସ୍ତୁତ କଲେ । କିନ୍ତୁ ଶିବାଜୀଙ୍କର ନୌବାହିନୀରେ ଶତାଧ୍ଵକ ଜାହାଜ ଥିବାର ଜାଣି, ସେଠାକାର ଶାସକ ନିଜର ଜାହାଜଗୁଡ଼ିକୁ ବନ୍ଦର ବାହାରକୁ ନେଇଯାଇଥିଲେ ।

ବିଚାର ବ୍ୟବସ୍ଥା :

  1. ମରାଠାମାନେ ଏକ ସୁଦୃଢ଼ ଏବଂ ଫଳପ୍ରଦ ବିଚାର ବ୍ୟବସ୍ଥା ପ୍ରଣୟନ କରିଥିଲେ ।
  2. ମୃତ୍ୟୁଦଣ୍ଡ ପରି ସର୍ବୋଚ୍ଚ ଦଣ୍ଡବ୍ୟବସ୍ଥା ଅତି ସୁଚାରୁରୂପେ କାର୍ଯ୍ୟକାରୀ ହୋଇପାରୁଥିଲା ।
  3. କେତେକ ସ୍ଥାନୀୟ କର୍ମଚାରୀଙ୍କ ସହିତ ପ୍ରମୁଖ ବ୍ୟକ୍ତିଙ୍କୁ ନେଇ ଗଠିତ ହୋଇଥିବା ପଞ୍ଚାୟତ ବିଭିନ୍ନ ଅପରାଧର ବିଚାର କରି ଦଣ୍ଡବିଧାନ କରୁଥିଲେ ।
  4. କୌଣସି ବିଚାରରେ ଅସନ୍ତୋଷ ଦେଖାଦେଲେ ମରାଠା ମୁଖ୍ୟ ବା ମୁଖ୍ୟ ଶାସକଙ୍କ ନିକଟରେ ଅଭିଯୋଗ କରାଯାଇପାରୁଥିଲା ।
  5. ଏଥୁସହିତ ପୁନେ, ଇନ୍ଦୋର ପରି ବଡ଼ ବଡ଼ ସହରମାନଙ୍କରେ ନିଯୁକ୍ତ କୋଲ ବା ପୋଲିସମାନେ ଆଇନ ବ୍ୟବସ୍ଥାର ତଦାରଖ କରୁଥିଲେ ।

ବାଣିଜ୍ୟିକ ସମ୍ପର୍କ :
ଶିବାଜୀ ବ୍ୟବସାୟ ବାଣିଜ୍ୟକୁ ଉତ୍ସାହିତ କରୁଥିଲେ ଏବଂ ନିଜେ ବୈଦେଶିକ ସାମୁଦ୍ରିକ ବାଣିଜ୍ୟରେ ସକ୍ରିୟ ଅଂଶଗ୍ରହଣ କରୁଥିଲେ ।

ତାଙ୍କର ଜାହାଜସବୁ ନିୟମିତ ଭାବରେ ୟେମେନର ମୋଚା, ଓମାନର ମୁସ୍‌କାଟ୍ ଏବଂ ମାଲେସିଆର ମାଲାକା ଆଦି ଦେଶର ବନ୍ଦର ଗୁଡ଼ିକୁ ପଠାଯାଉଥିଲା ।

ସେମାନେ ଜାହାଜରେ ମୂଲ୍ୟବାନ ବସ୍ତ୍ର ଏବଂ ସ୍ଵର୍ଣ୍ଣ ଇତ୍ୟାଦି ଦ୍ରବ୍ୟ ନେଇ ଯାତ୍ରା କରୁଥିଲେ ।

ଅଷ୍ଟାଦଶ ଶତାବ୍ଦୀରେ ଓଡ଼ିଶାରେ ଫେରି ସାହାଯ୍ୟରେ ଜଳପଥରେ ବାଣିଜ୍ୟ କରାବାର କରିବା ସହିତ ନଦୀ ଓ ଝରଣା ଉପରେ ପୋଲମାନ ନିର୍ମାଣ କରାଯାଇଥିଲା ।

ସାଂସ୍କୃତିକ ପୁନରୁତ୍ଥାନ :
ଭାରତରେ ସାଂସ୍କୃତିକ ବିକାଶରେ ମରାଠାମାନଙ୍କର ଅବଦାନ ଅତ୍ୟନ୍ତ ଗୁରୁତବପୂର୍ଣ୍ଣ ଥିଲା । ସଂସ୍କୃତରେ ଲିଖ୍ ଏକ ପ୍ରଚଳିତ ପର୍ସିଆନ୍ ସିଲ ଅଭିଲେଖରେ ଶିବାଜୀଙ୍କର ‘ସ୍ଵରାଜ୍ୟ’ ସମ୍ପର୍କିତ ଚିନ୍ତାଧାରା ପ୍ରକାଶ ପାଇଅଛି ।

ଶିବାଜୀ ‘‘ରାଜ୍ୟ –ବ୍ୟବହାର କୋଷ’’ ନାମକ ଏକ ଗ୍ରନ୍ଥ ରଚନା କରିଥିଲେ । ଏହା ମରାଠୀ ଭାଷାରେ ଲେଖାଯାଇଥିଲା । କୂଟନୈତିକ ଆଦାନ ପ୍ରଦାନ କ୍ଷେତ୍ରରେ ପ୍ରଚଳିତ ପର୍ସିଆନ୍ ଶବ୍ଦପାଇଁ ଏହା ସଂସ୍କୃତର ବିକଳ୍ପ ଭାବରେ କାର୍ଯ୍ୟ କରିଥିଲା ।
Class 8 Social Science Chapter 3 Notes Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ-16
ଶିବାଜୀ ହିନ୍ଦୁ ଧର୍ମାବଲମ୍ବୀ ହୋଇଥିଲେ ମଧ୍ୟ ଅନ୍ୟ ସମସ୍ତ ଧର୍ମକୁ ସମ୍ମାନ ଜଣାଉଥିଲେ । ତାଙ୍କର କେଶର ରଙ୍ଗର ଧ୍ଵଜା ବା ପତାକାକୁ ସମସ୍ତ ମରାଠା ଶାସକ ଗ୍ରହଣ କରିଥିଲେ ।

ସେ ଅନେକ ଭଗ୍ନ ମନ୍ଦିରକୁ ପୁନଃ ନିର୍ମାଣ କରାଇଥିବାବେଳେ ସଂସ୍କୃତ ଓ ମରାଠୀ ସାହିତ୍ୟ, ବିଭିନ୍ନ ଧର୍ମାନୁଷ୍ଠାନ ଏବଂ ପାରମ୍ପରିକ ଚିତ୍ରକଳାର ପୃଷ୍ଠପୋଷକତା କରିଥିଲେ ।

ଶକ୍ତିଶାଳୀ ମରାଠା ମହିଳା : ତାରାବାଈ :
ତାରାବାଈ ଜଣେ ନିର୍ଭୟା ମରାଠା ରମଣୀ ଥିଲେ । ଅଷ୍ଟାଦଶ ଶତାବ୍ଦୀର ଆରମ୍ଭରେ ତାଙ୍କର ସ୍ଵାମୀ ରାଜାରାମଙ୍କ ମୃତ୍ୟୁପରେ ସେ ଶାସନଭାର ଗ୍ରହଣ କରିଥିଲେ ।

ସେ ଉତ୍ତର ଭାରତରେ ବିଶାଳ ମରାଠା ବାହିନୀକୁ ସଙ୍ଗଠିତ କରି ନିଜକୁ ମୋଗଲମାନଙ୍କ ଆକ୍ରମଣକୁ ରକ୍ଷା କରିପାରିଥିଲେ ।

ତାଙ୍କର ରଣନୀତି ଓ ଦୃଢ଼ ମନୋବଳ ମୋଗଲ ସାମ୍ରାଜ୍ୟକୁ ପ୍ରତିହତ କରିବା ସହିତ ଗୁରୁତ୍ଵପୂର୍ଣ୍ଣ ସମୟରେ ମରାଠା ସ୍ଵାଧୀନତାକୁ ସୁରକ୍ଷିତ ରଞ୍ଝାପାରିଥିଲା ।
Class 8 Social Science Chapter 3 Notes Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ-17

ଅହଲ୍ୟାବାଈ ହୋଲ୍‌କର :
ହୋଲକାର ରାଜବଂଶର ମହିୟସୀ ମହିଳା ଥିଲେ ଅହଲ୍ୟାବାଈ ହୋଲକାର । ଅଷ୍ଟାଦଶ ଶତାବ୍ଦୀରେ ଏହି ରାଜବଂଶ ମଧ୍ଯ ଭାରତରେ ଅଧିକାଂଶ ସ୍ଥାନ ଯଥା ଇନ୍ଦୋର ନିକଟବର୍ତ୍ତୀ ଅଞ୍ଚଳମାନଙ୍କରେ ଶାସନ କରୁଥିଲେ ।

ନିଜ ସ୍ଵାମୀ ଓ ପୁତ୍ରଙ୍କ ମୃତ୍ୟୁରେ ଅତି ସହାସର ସହିତ ଦୀର୍ଘ ତିରିଶ ବର୍ଷ ଧରି ରାଜ୍ୟ ଶାସନ କରିବା ସହିତ ସାଧାରଣ ଜନତାଙ୍କ ସ୍ଵାର୍ଥକୁ ଖୁବ୍ ବିଜ୍ଞତାର ସହିତ ଧ୍ୟାନ ଦେଉଥିଲେ ।

ଅହଲ୍ୟାବାଈ ଜଣେ ଧର୍ମପ୍ରାଣ ମହିଳା ଥିଲେ । ସେ ଉତ୍ତରରେ କେଦାରନାଥଠାରୁ ଦକ୍ଷିଣରେ ରାମେଶ୍ଵରମ ପର୍ଯ୍ୟନ୍ତ ଶହ ଶହ ମନ୍ଦିର ନିର୍ମାଣ ଓ ପୁନରୁଦ୍ଧାର କରିବା ସହିତ ସମଗ୍ର ଭାରତରେ ଅନେକ ଘାଟ, କୂପ ଏବଂ ରାସ୍ତା ନିର୍ମାଣ କରାଇଥିଲେ ।

ସେ କାଶୀ ବିଶ୍ଵନାଥ ମନ୍ଦିର ଓ ଗୁଜୁରାଟର ସୋମନାଥ ମନ୍ଦିର ପୁନଃ ନିର୍ମାଣ କରାଇଥିଲେ, ଯାହାକୁ ଆଉରେଙ୍ଗଜେବ୍ ଓ ଗଜନୀର ସୁଲତାନ ମାମୁଦ ଧ୍ବଂସବିଧ୍ଵସ୍ତ କରିଦେଇଥିଲେ ।

ଏହା ସହିତ ମଧ୍ୟପ୍ରଦେଶର ମହେଶ୍ଵର ବୟନ ଶିଳ୍ପର ବିକାଶ ନିମନ୍ତେ ପ୍ରୋତ୍ସାହନ ଦେବାରେ ପଛାଇଯାଇ ନଥିଲେ ।

ଶିବାଜୀଙ୍କର ଉଦାହରଣ ତାଙ୍କର ଉତ୍ତରାଧିକାରୀମାନଙ୍କୁ ପ୍ରେରଣା ଦେଉଥିଲା । ଉଦାହରଣ ସ୍ଵରୂପ, ନାଗପୁରର ଭୋନ୍ସଲେମାନେ ସ୍ଥାନୀୟ ସଂସ୍କୃତି ଓ ପରମ୍ପରାରେ ଉତ୍ସାହୀ ସମର୍ଥକ ଥିଲେ । ଓଡ଼ିଶାର ପୁରୀରେ ଜଗନ୍ନାଥଙ୍କର ପୂଜା ଯାହା ମୋଗଲମାନଙ୍କ ସମୟରେ ବାଧାପ୍ରାପ୍ତ ହୋଇଥିଲା, ତାହା ମରାଠାଗାମନଙ୍କ ସମର୍ଥନରେ ପୁନର୍ଜୀବିତ ହୋଇପାରିଥିଲା ।
Class 8 Social Science Chapter 3 Notes Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ-18

ମୋଦିଲିପି – ଏହି ଲିପି ସାହାଯ୍ୟରେ ମରାଠାମାନେ ସେମାନଙ୍କର ପତ୍ରାଳପ କରୁଥିଲେ । ଏହା ସାଧାରଣତଃ ଦେବନାଗରୀର ଏକ କରଣୀ ରୂପ ।

ତାଞ୍ଜାବୁର ସମ୍ପର୍କରେ :
ଶିବାଜୀଙ୍କର ସାବତଭାଇ ଏକୋଜୀ ସପ୍ତଦଶ ଶତାବ୍ଦୀରର ଶେଷ ଭାଗରେ ତାଞ୍ଜାବୁର ଅଞ୍ଚଳ ( ବ ଉଁ ମାନ ର ତାମିଲ ନାଡୁ) କୁ ବି ଜୟ କରିଥିଲେ । ଏହିଠାରୁ ମରାଠା ଶାସନ ଆରମ୍ଭ ହୋଇଥିଲା ।

ତାଞ୍ଜାବୁରର ସମସ୍ତ ମରାଠା ଶାସକମାନଙ୍କ ମଧ୍ୟରୁ ସେର ଫୋଜୀ ଦ୍ଵିତୀୟଙ୍କ ଅବଦାନ ସବୁଠାରୁ ଉଲ୍ଲେଖନୀୟ ଥିଲା । ସେ ଅନେକ ଭାରତୀୟ ଏବଂ ୟୁରୋପୀୟ ଭାଷାକୁ ଜାଣି ଥିଲେ । ସେ ଏକ ମରାଠୀ ନାଟକ ‘ଦେବେନ୍ଦ୍ର କୁରଭାଞ୍ଜି’ ରଚନା କରିଥିଲେ । ସେହି ନାଟକରେ ସେ ପୃଥ‌ିବୀର ଭୂଗୋଳକୁ ବିସ୍ତାରିତ ଭାବରେ ବର୍ଣ୍ଣନା କରିଥିଲେ ।
Class 8 Social Science Chapter 3 Notes Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ-19
ସେରଫୋଜୀ ଅନେକ ପ୍ରତିଭାଶାଳୀ ସଙ୍ଗୀତ ମାନଙ୍କଋର ପୃଷ୍ଠପୋଷକତା କରିଥିଲେ ଏବଂ ତାଙ୍କ ସମୟରେ ଆଧୁନିକ କର୍ଣ୍ଣାଟକୀ ସଙ୍ଗୀତ ସ୍ଵତନ୍ତ୍ର ରୂପେ ଆତ୍ମପ୍ରକାଶ କରିଥିଲା । ପରେ ଏହା ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟ ଭାରତନାଟ୍ୟମ୍‌ର ପ୍ରାରମ୍ଭିକ ପର୍ଯ୍ୟାୟର ରୂପ ଧାରଣ କରିଥିଲା ।

ସେରଫୋଜୀ ଔଷଧପତ୍ର ପ୍ରତି ବହୁତ ଆଗ୍ରହୀ ଥିଲେ ଏବଂ ଧନ୍ଵନ୍ତରୀ ମହଲ ପ୍ରତିଷ୍ଠା କରିଥିଲେ, ଯାହା ଏକ ଚିକିତ୍ସା କେନ୍ଦ୍ର ଥିଲା । ଏଥ‌ିରେ ଉଭୟ ଭାରତୀୟ ଓ ପାଶ୍ଚାତ୍ୟ ଔଷଧ ବ୍ୟବହାର କରି ମାଗଣା ଚିକିତ୍ସା ପ୍ରଦାନ କରୁଥିଲା ।

ସେ ଏକ ମୁଦ୍ର।ଳୟ ମଧ୍ୟ ଆରମ୍ଭ କରିଥିଲେ ଯାହା ଜଣେ ସ୍ଵଦେଶୀ ଶାସକଙ୍କଦ୍ୱାରା ଭାରତରେ ପ୍ରଥମ ଥିଲା ।

ସେ ତାଞ୍ଜାଭୁରର ବୃହଦିଶ୍ଵର ମନ୍ଦିରର କାନ୍ଥରେ ଭୋନ୍‌ସଲେ ପରି ବାର ର ଇତିହାସ ଲିପିବଦ୍ଧ କରିଥିଲେ ଯାହା ଭାର ତ ର ସବୁଠାରୁ ବଡ଼ ଏକକ ଶିଳାଲେଖା ଥିଲା ।

ତାଞ୍ଜାଭୁରର ସାଂସ୍କୃତିକ ପରିବେଶ ବିଭିନ୍ନ ପ୍ରକାରର ସଂସ୍କୃତିର ମିଶ୍ରଣ ଘଟିଥିଲା । ଏଥୁରେ ତାମିଲ, ତେଲୁଗୁ ଓ ମରାଠା ସଂସ୍କୃତିର ଛାୟା ଦେଖିବାକୁ ମିଳିଥାଏ ।
Class 8 Social Science Chapter 3 Notes Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ-20

ମରାଠା ଐତିହ୍ୟ :
ଇଂରେଜମାନେ ଭାରତ ଉପମହାଦେଶ ଅଧିକାର କରିବା ପୂର୍ବରୁ ମରଠା ଶାସନ, ମୋଗଲ ପ୍ରାଧାନ୍ୟକୁ ପ୍ରତିହତ କରିବା ସହିତ ସର୍ବବୃହତ୍ ଭାରତୀୟ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ।

ମରାଠାମାନେ କେନ୍ଦ୍ରୀୟ ଓ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ନିଜ ନିୟନ୍ତ୍ରଣରେ ରଖୂପାରିଥିଲେ ।

ସେମାନେ ଏକ ଦକ୍ଷ ପ୍ରଶାସନ ସହିତ ଶାସନ କରିବାର ଏକ ନୂତନ ଉପାୟ ସ୍ଥାପନ କରି ଧାର୍ମିକ ଭେଦଭାବ ବିନା ସ୍ଥାନୀୟ ହିନ୍ଦୁ ପରମ୍ପରାକୁ ପୁନର୍ଜୀବିତ କରିଥିଲା ।

Class 8 Social Science Chapter 3 Notes Odia Medium ମରାଠା ସାମ୍ରାଜ୍ୟର ଉତ୍ଥାନ

ଦୃଢ଼ ସ୍ଵରାଜ୍ୟର ଭାବଧାରାରେ ଅନୁପ୍ରାଣୀତ ହେଇ ସେମାନେ ଦମନକାରୀ ଶାସନ ଏବଂ ବିଦେଶୀ ଶକ୍ତି ବିରୁଦ୍ଧରେ ଲଢ଼େଇ ଜାରି ରଖୁଥିଲେ । ‘ପରେ ଏହା ଅନେକ ଭାରତୀୟଙ୍କୁ ବିଶ୍ଵାସ କରିବାକୁ ପ୍ରେରଣା ଦେଇଥିଲା ଯେ ସେମାନେ ନିଜକୁ ଶାସନ କରିପାରିବେ ।

ଏହି ଭାବନା ପରବର୍ତ୍ତୀ ସମୟରେ ଭାରତର ସ୍ଵାଧୀନତା ଆନ୍ଦୋନର ପ୍ରାରମ୍ଭିକ ବୀଜ ବପନ କରିଥିଲା ।

ଆମେ ଯାହା ଜାଣିଲୁ

  1. ଛତ୍ରପତି ଶିବାଜୀ ମହାରାଜ ସପ୍ତଦଶ ଶତାବ୍ଦୀରେ ମରାଠା ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ଦୀର୍ଘ ଦଶନ୍ଧି ଧରି ମୋଗଲମାନଙ୍କର ପ୍ରତିରୋଧ ଏବଂ ଏଥୁରୁ ଲାଭ କରିଥିବା ଅଭିଜ୍ଞତା ଅଷ୍ଟାଦଶ ଶତାବ୍ଦୀର ସର୍ବଭାରତୀୟ ସାମ୍ରାଜ୍ୟ ବିସ୍ତାରରେ ସହାୟକ ହୋଇଥିଲା ।
  2. ଇଂରେଜମାନେ ଅନ୍ୟ କୌଣସି ଭାରତୀୟ ଶକ୍ତି ଅପେକ୍ଷା ମରାଠାମାନଙ୍କଠାରୁ ଅଧିକ ଦକ୍ଷତାର ସହିତ କ୍ଷମତା ଅକ୍ତିଆର କରିଥିଲେ ।
  3. ଦୁର୍ଗଗୁଡ଼ିକ ଥୁଲା ମରାଠା ରାଜ୍ୟର ମୂଳ ଶକ୍ତି । ଶହଶହ ଦୁର୍ଗକୁ ନିଜ ନିୟନ୍ତ୍ରଣକୁ ଆଣି ଏହିସବୁ ଅଞ୍ଚଳ ଉପରେ ସେମାନଙ୍କର ଆଧୂପତ୍ୟ ବିସ୍ତାର କରିବାରେ ସକ୍ଷମ ହୋଇଥିଲେ ।
  4. ସେତେବେଳର ସର୍ବଶେଷ ପ୍ରଯୁକ୍ତିବିଦ୍ୟାର ଅଭାବ ସତ୍ତ୍ବେ ମରାଠା ନୌସେନା ଶକ୍ତିଶାଳୀ ୟୁରୋପୀୟ ନୌସେନାକୁ ଦୀର୍ଘ ସମୟ ଧରି ପ୍ରତିରୋଧ କରି ଆସିଥିଲା ।
  5. ମରାଠାମାନେ ବିଭିନ୍ନ ଅଞ୍ଚଳର ଭାରତୀୟମାନଙ୍କ ମଧ୍ୟରେ ଏକ ନୂତନ ସାଂସ୍କୃତିକ ଆତ୍ମବିଶ୍ଵାସ ଜାଗରଣ କରିବା ସହିତ ସାଂସ୍କୃତିକ ପୁନରୁଦ୍ଧାର ଓ ନବସୃଜନରେ ସହାୟକ ହୋଇଥିଲେ ।

ଗୁରୁତ୍ଵପୂର୍ଣ୍ଣ ମସିହା ଓ ଘଟଣା

  • ୧୬୩୦ ଖ୍ରୀଷ୍ଟାବ୍ଦ : ଶିବାଜୀଙ୍କ ଜନ୍ମ ।
  • ୧୬୪୬ ଖ୍ରୀଷ୍ଟାବ୍ଦ : ଶିବାଜୀଙ୍କର ଶାସନ ଆରମ୍ଭ ।
  • ୧୬୫୭ ଖ୍ରୀଷ୍ଟାବ୍ଦ : ମରାଠା ନୌବାହିନୀର ପ୍ରତିଷ୍ଠା ।
  • ୧୬୬୬ ଖ୍ରୀଷ୍ଟାବ୍ଦ : ଶିବାଜୀ ଆଗ୍ରା ଜେଲରେ ବନ୍ଦୀ ପରେ ପଳାୟନ ।
  • ୧୬୭୪ ଖ୍ରୀଷ୍ଟାବ୍ଦ : ରାୟଗଡ଼ା ଦୁର୍ଗରେ ଶିବାଜୀଙ୍କ ଅଭିଷେକ ଉତ୍ସବ ପାଳନ ।
  • ୧୬୭୭ ଖ୍ରୀଷ୍ଟାବ୍ଦ : ଶିବାଜୀଙ୍କର ଦାକ୍ଷିଣାତ୍ୟ ଅଭିଯାନ ।
  • ୧୬୮୦ ଖ୍ରୀଷ୍ଟାବ୍ଦ : ଶିବାଜୀଙ୍କର ମୃତ୍ୟୁ ।
  • ୧୬୮୨ ଖ୍ରୀଷ୍ଟାବ୍ଦ : ମୋଗଲ-ମରହଟ୍ଟା ସମର ।
  • ୧୭୫୪ ଖ୍ରୀଷ୍ଟାବ୍ଦ : ଦିଲ୍ଲୀ ଉପରେ ମରାଠାମାନଙ୍କର ନିୟନ୍ତ୍ରଣ ।
  • ୧୭୬୧ ଖ୍ରୀଷ୍ଟାବ୍ଦ : ତୃତୀୟ ପାନିପଥ ଯୁଦ୍ଧ (ମରାଠାମାନଙ୍କ ପରାଜୟ)
  • ୧୮୧୮ ଖ୍ରୀଷ୍ଟାବ୍ଦ : ତୃତୀୟ ଇଂରେଜ ମରାଠା ଯୁଦ୍ଧ (ମରାଠା ଶକ୍ତିର ସମାପ୍ତ)