Class 8 Social Science Chapter 4 Notes Odia Medium ଭାରତରେ ଔପନିବେଶିକ ଯୁଗ

Go through BSE Odisha Class 8 Social Science Notes Odia Medium Chapter 4 ଭାରତରେ ଔପନିବେଶିକ ଯୁଗ to understand important topics more clearly.

8th Class Social Science Chapter 4 Notes Odia Medium

BSE Odisha Class 8 Social Science Chapter 4 Notes Odia Medium

‘‘ପ୍ରାୟତଃ ଦୁଇ ଶତାବ୍ଦୀ ପୂର୍ବରୁ ପ୍ରାରମ୍ଭିକ ଇଂରେଜମାନେ ବଙ୍ଗ ଓ ଅନ୍ୟାନ୍ୟ ପ୍ରଦେଶଗୁଡ଼ିକର ଲୋକ ଓ ଅଞ୍ଚଳକୁ ନିଜର ନାର୍ଯ୍ୟ କ୍ରୀଡ଼ାଭୂମି ଭାବରେ ମନେ କରି ଆସିଥିଲେ । ପରବର୍ତ୍ତୀ ଇଂରେଜମାନେ ଶାସକ ଭାବରେ ଏହି ଲୁଣ୍ଠନ ପ୍ରକ୍ରିୟାକୁ ନିଷ୍ପର ଅତ୍ୟାଚାରୀ ରୂପରେ ପୂର୍ବାପେକ୍ଷା ଅଧିକ ତ୍ୱରାନ୍ବିତ କରିଛନ୍ତି । ଆଧୁନିକ ଇଂଲଣ୍ଡ ଭାରତର ସମ୍ପଦରେ ସମୃଦ୍ଧି ହୋଇଛି …… ସର୍ବଦା ବଳବାନର ଶକ୍ତି ଓ ପାରଦର୍ଶିତାଦ୍ୱାରା ଅପହୃତ ହୋଇଛି ।
– ୱିଲିୟମ୍ ଡିଗ୍‌ବୀ (୧୯୦୧)

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ଇଂରେଜମାନଙ୍କର ସାମରିକ ଅଭିଯାନଗୁଡ଼ିକ ଭାରତକୁ ଏକ ବୃହତ ଉପନିବେଶ କରି ଗଢ଼ି ତୋଳିବା ସହିତ ଏହାକୁ ‘ବ୍ରିଟିଶ ସାମ୍ରାଜ୍ୟର ମଣି’ ରୂପେ ଅଭିହିତ କରିଥିଲା ।

ଉପନିବେଶବାଦର ଯୁଗ :
ଗୋଟିଏ ଦେଶ ଅନ୍ୟ ଏକ ଦେଶର ଅଞ୍ଚଳକୁ ଅଧିକାର କରି ସେଠାରେ ନିଜର ବସତି ସ୍ଥାପନ କରିବା ସହିତ ନିଜର ରାଜନୈତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ବିଚାରଧାରାକୁ ପ୍ରୟୋଗ କରିବାକୁ ଉପନିବେଶବାଦ କୁହାଯାଏ ।

ଖ୍ରୀଷ୍ଟପୂର୍ବ ପ୍ରଥମ ସହସ୍ରାବ୍ଦରୁ ଆରମ୍ଭକରି ଖ୍ରୀଷ୍ଟୀୟ ପ୍ରଥମ ସହ ସ୍ରାବ୍ଦ ମଧ୍ୟରେ ଏହାର ପରି ପ୍ର କ । ଶ ଦେଖ୍ ବ।କୁ ମିଳି ଥୁଲ। । ଖ୍ରୀଷ୍ଟଧର୍ମ ’ଓଷା ଇସଲାମ ଧର୍ମର ପ୍ରସାର ଯୋଗୁଁ ଗଢ଼ିଉଠିଥିଲା ।
Class 8 Social Science Chapter 4 Notes Odia Medium ଭାରତରେ ଔପନିବେଶିକ ଯୁଗ-1
Class 8 Social Science Chapter 4 Notes Odia Medium ଭାରତରେ ଔପନିବେଶିକ ଯୁଗ-2

ମୁଖ୍ୟତଃ ସ୍ପେନ, ପର୍ଶୁ ଗାଲ, ବ୍ରିଟେନ, ଫ୍ରାନ୍ସ ଓ ନେଦରଲାଣ୍ଡ ପରି ୟୁରୋପୀୟ ଶକ୍ତି ମାନେ ଆଫ୍ରିକା, ଏସିଆ, ଆମେରିକା, ଅଷ୍ଟ୍ରେଲିଆ ଓ ଅନେକ ପ୍ରଶାନ୍ତ ମହାସାଗରୀୟ ଦ୍ଵୀପମାନଙ୍କରେ ଉପନିବେଶ ସ୍ଥାପନ କରିବାକୁ ସକ୍ଷମ ହୋଇଥିଲେ ।

ସେମାନେ ସ୍ଥାନୀୟ ସମ୍ବଳକୁ ଶୋଷଣ କରିବ। ସହି ତ ପାରମ୍ପରିକ ଜୀବନଶୈଳୀକୁ ନଷ୍ଟ କରିଦେଉଥ୍ଲେ ଓ ବିଦେଶୀ ସଂସ୍କୃତିର ମୂଲ୍ୟବୋଧକୁ ବାଧ୍ୟକରି ଜନସାଧାରଣଙ୍କ ଉପରେ ଲଦି ଦେଉଥ‌ିଲେ ।

ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଉପନିବେଶବାଦର ପ୍ରଭାବ ହ୍ରାସ ପାଇବାକୁ ଲାଗିଥିଲା । ବିଶ୍ଵବ୍ୟାପୀ ଉପନିବେଶବାଦକୁ ନିନ୍ଦା କରାଯାଇଥିଲା ଓ ଦ୍ରୁତଗତିରେ ଏହାର ପତନ ଘଟିଥିଲା ।
Class 8 Social Science Chapter 4 Notes Odia Medium ଭାରତରେ ଔପନିବେଶିକ ଯୁଗ-3

ଦାସତ୍ଵ (Enslavement) : କୌଣସି ଜଣେ ବ୍ୟକ୍ତିକୁ ଦାସ କରି ରଖୁବା ।

ରାକ୍ଷସ ପ୍ରତିପାଦନ (Demonise) : ଜଣେ ବ୍ୟକ୍ତି ବା ଗୋଷ୍ଠୀକୁ ଅତି ନକାରାତ୍ମକ ଭାବରେ ମିଥ୍ୟା ରୂପରେ ଚିତ୍ରଣ କରିବା ।

ଜି.ଡି.ପି. (GDP) : ମୋଟ ଘରୋଇ ଉତ୍ପାଦର ସଂକ୍ଷିପ୍ତ ଅର୍ଥ । ଏକ ଦେଶ ବା ବିଶ୍ଵର ଗୋଟିଏ ବର୍ଷରେ ଉତ୍ପାଦିତ ସାମଗ୍ରୀ ଏବଂ ସେବା ମୂଲ୍ୟର ଏକ ମାପ ।

ବିଧର୍ମୀ ଦଳର ସଂଘ (Inquisition) : ରୋମୀୟ କ୍ୟାଥେଲିମ ଚର୍ଚ୍ଚାର ଚିନ୍ତାଧାରା ବିରୁଦ୍ଧରେ ମତ ପୋଷଣ କରୁଥିବା ଖ୍ରୀଷ୍ଟଧର୍ମୀମାନଙ୍କର ବିଚାର ପାଇଁ ପ୍ରତିଷ୍ଠିତ ଏକ ଅଦାଲତ । ପ୍ରାୟ ୬୦୦ ବର୍ଷ ଧରି ୟୁରେପରେ ହଜାର ହଜାର ତଥାକଥୁତ ଧର୍ମବିରୋଧୀମାନଙ୍କୁ ଏହି ଅଦାଲତଦ୍ୱାରା ନିର୍ଯାତନା ଓ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।

ଭାରତରେ ୟୁରୋପୀୟ :
ଦୀର୍ଘ ଦୁଇ ସହସ୍ର ବର୍ଷରୁ ଅଧ‌ିକ କାଳ ଧରି ଭାରତ, ଗ୍ରୀକ୍ ଓ ରୋମ୍ ସହିତ ବାଣିଜ୍ୟ କାରବାର କରିଆସୁଥିଲା ।

ମସଲା, କପା, ହାତୀଦାନ୍ତ, ମୂଲ୍ୟବାନ ରନ୍, ଚନ୍ଦନକାଠ, ଶାଗୁଆନ କାଠ ଏବଂ ୱିଟଜ୍ ଇସ୍ପାତ ବିଦେଶକୁ ରପ୍ତାନି କରୁଥିଲା ।

ଷୋଡ଼ଶ ଶତାବ୍ଦୀରେ ୟୁରୋପୀୟମାନେ ଭାରତୀୟ ଉପମହାଦେଶକୁ ଜଳଯାତ୍ରା ଆରମ୍ଭ କରିଥିଲେ । ସେତେବେଳକୁ ଭାରତର ମୋଟ ଘରୋଇ ଉତ୍ପାଦନ ଥିଲା ଏକ-ଚତୁର୍ଥାଂଶ ଯାହା ଚୀନ ସହିତ ସମାନ ।

Class 8 Social Science Chapter 4 Notes Odia Medium ଭାରତରେ ଔପନିବେଶିକ ଯୁଗ

ଏହି ସମୟ ମଧ୍ୟରେ ଭାରତ ଭ୍ରମଣରେ ଆସିଥିବା ପରିବ୍ରାଜକମାନେ ଆମ ଦେଶକୁ ‘ବିକାଶମୁଖୀ’ ବୋଲି ବର୍ଣ୍ଣନା କରିଥିଲେ ।

ସେମାନେ ଆମର ଉତ୍ପାଦନ କ୍ଷମତା, ବିବିଧ କୃଷି ଉତ୍ପାଦନ ଏବଂ ବ୍ୟାପକ ଅନ୍ତଃ ଓ ବହିଃ ବାଣିଜ୍ୟ କାରବାରକୁ ପ୍ରଶଂସା କରିଥିଲେ ।

ଭାରତର ଅର୍ଥନୈତିକ ସମୃଦ୍ଧି ୟୁରୋପୀୟମାନଙ୍କର ଉପନିବେଶବାଦୀ ଆକାଂକ୍ଷାକୁ ଅଧିକ ମାତ୍ରାରେ ଆକର୍ଷିତ କରିଥିଲା ।

ପର୍ତ୍ତୁଗୀଜ : ବାଣିଜ୍ୟ ଏବଂ ଅତ୍ୟାଚାର :
୧୪୯୮ ମସିହା ମେ ମାସରେ ପର୍ତ୍ତୁଗୀଜ ନାବିକ ଭାସ୍କୋଡ଼ାଗାମା ଭାରତର କାପଡ଼ (କେରଳର କୋଜିକୋଡ଼ ନିକଟ)ଠାରେ ପଦାର୍ପଣ କରି ୟୁ ରେ। ପୀୟମାନ ଙ୍କର ଉପନି ବେ ଶୀକ ର ଣ ର ମୂଳ ଦୁ ଅ ପକାଇଥିଲେ ।

୧୫୧୦ ପର୍ତ୍ତୁଗୀଜମାନେ ଗୋଆକୁ ଅଧିକାର କରି ତାହାକୁ ସେମାନଙ୍କର ରାଜଧାନୀ କରିଥିଲେ ଓ ମାଲାବାର ଓ କରମଣ୍ଡଳ ଉପକୂଳର ଅନେକ ବାଣିଜ୍ୟ କେନ୍ଦ୍ରକୁ ନିଜ ଅଧ୍ଵନକୁ ଆଣିଥିଲେ ।
Class 8 Social Science Chapter 4 Notes Odia Medium ଭାରତରେ ଔପନିବେଶିକ ଯୁଗ-4

ପର୍ତ୍ତୁଗୀଜମାନେ କର୍ରାଜ (ପାସ୍) ନାମକ ଏକ ଅନୁପତ୍ର ବ୍ୟବସ୍ଥା ପ୍ରଚଳନ କରିଥିଲେ । ସମସ୍ତଙ୍କୁ ଏହି ପାସ୍ କିଣିବାପାଇଁ ବାଧ୍ୟ କରୁଥିଲେ । ଏହି ପରମିଟ୍ ନଥିଲେ ଜହାଜଗୁଡ଼ିକୁ ଛଡ଼ାଯାଉନଥିଲା ।

୧୫୬୦ ମସିହାରେ ସେମାନେ ବିଧର୍ମୀ ଦମନ ସଂଘ ବା ଧାର୍ମିକ ବିଚାର ଅଦାଲତ ପ୍ରତିଷ୍ଠା କଲେ ଯେଉଁଠାରେ ମୁସଲମାନ, ୟୁହୁଦୀ ଏବଂ ଖ୍ରୀଷ୍ଟଧର୍ମକୁ ଗ୍ରହଣ କରିଥିବା, ମାତ୍ର ମୂଳଧର୍ମର ରୀତିନୀତିକୁ ଛାଡ଼ି ନଥୁବା ଲୋକମାନଙ୍କୁ ନିର୍ଯାତନା ଦିଆଯାଉଥିଲା ।

ଏହି ଧାର୍ମିକ ଅଦାଲତକୁ ୧୮୧୨ ମସିହାରେ ବନ୍ଦ କରି ଦିଆଯାଇଥିଲା ।

ରାଣୀ ଅବକ୍କା ଦେବୀ ପ୍ରଥମ :
କିଛି ଶତାବ୍ଦୀ ପୂର୍ବରୁ ବନ୍ଦର ସହର ଉଲ୍ଲାଲ (ବର୍ତ୍ତମାନର ଦକ୍ଷିଣ କର୍ଣ୍ଣାଟକ), ରାଣୀ ଅବକ୍କା ଦେବୀ ପ୍ରଥମଙ୍କ ନିୟନ୍ତ୍ରଣରେ ଅତ୍ୟାନ୍ତ ଗୁରୁତ୍ଵପୂର୍ଣ୍ଣ ବାଣିଜ୍ୟ କେନ୍ଦ୍ର ଥିଲା ।
Class 8 Social Science Chapter 4 Notes Odia Medium ଭାରତରେ ଔପନିବେଶିକ ଯୁଗ-5

ଷୋଡଶ ଶତାବ୍ଦୀର ଶେଷ ଭାଗରେ ପର୍ତ୍ତୁଗୀଜମାନେ ବାରମ୍ବାର ଉଦ୍ୟମ କରିଥିଲେ ଏହି ବନ୍ଦର ସହରକୁ ନିଜ ଅକ୍ତିଆରକୁ ନେବାପାଇଁ କିନ୍ତୁ ରାଣୀ ଅବକ୍କା ଦେବୀ ପ୍ରଥମ ପଡ଼ୋଶୀ ରାଜ୍ୟମାନଙ୍କ ସହିତ ସାମରିକ ମେଣ୍ଟ ଗଠନ କରି ପର୍ତ୍ତୁଗୀଜମାନଙ୍କର ଏହି ପ୍ରୟାସକୁ ବିଫଳ କରି ଦେଇଥିଲେ ।

ଶେଷରେ ସେ ଯୁଦ୍ଧ କରି ବନ୍ଦୀ ହୋଇଥିଲେ ଏବଂ ଜେଲରେ ମୃତ୍ୟୁବରଣ କରିଥିଲେ । ତାଙ୍କର ଉତ୍ତରାଧ୍ୟାକାରୀ ଖୋଳରେ ଅଗ୍ନିଗୋଳା (ଫାୟାର ବଲ୍ସ) ତିଆରି କରି ପର୍ତ୍ତୁଗୀଜମାନଙ୍କର ଜାହାଜକୁ ନିକ୍ଷେପ ପୂର୍ବକ ଅନେକ ଜାହାଜକୁ ପୋଡ଼ି ଦେଇଥିବାର ଜଣାଯାଏ ।

ସେମାନଙ୍କର ଏହି ପ୍ରେରଣାଦାୟକ କାହାଣୀ ଆଜି ମଧ୍ୟ ପାରମ୍ପରିକ ‘ଯକ୍ଷଗଣ’ ନୃତ୍ୟ-ନାଟକ ମାଧ୍ୟମରେ ଲୋକମୁଖରେ ପ୍ରଚାରିତ ।

ଡଚ୍ : ବାଣିଜ୍ୟ ଓ ପ୍ରତିଯୋଗିତା :
ସପ୍ତଦଶ ଶତାବ୍ଦୀର ପ୍ରାରମ୍ଭରେ ଡମାନେ ଭାରତରେ ପଦାର୍ପଣ କରିଥିଲେ । ସେମାନେ ମୁଖ୍ୟତଃ ମସଲା ବ୍ୟବସାୟ ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ ।

ସେମାନେ ଏକ ଡଚ୍ ଇଷ୍ଟଇଣ୍ଡିଆ କମ୍ପାନୀ ପ୍ରତିଷ୍ଠା କରିବା ସହିତ ପଶ୍ଚିମ ଉପକୂଳସ୍ଥ ସୁରତ, ଭାରୁଚ, କୋଚିନ୍ ଓ ପୂର୍ବଉପକୂଳର ନାଗାପଟ୍ଟନମ୍ ଓ ମାସ୍କୁଲପଟ୍ଟନମରେ ବାଣିଜ୍ୟ କେନ୍ଦ୍ରମାନ ପ୍ରତିଷ୍ଠା କରିଥିଲେ ।

୧୭୪୧ ମସିହାର କୋଲାବେଲ ଯୁଦ୍ଧରେ ଡମାନେ ପରାସ୍ତ ହୋଇଥିଲେ । ରାଜା ମାର୍ଥଣ୍ଡ ବର୍ମାଙ୍କ ଅଧ୍ଵନରେ ଟ୍ରାଭାଙ୍କୋରର ସୈନ୍ୟମାନେ ଏଥରେ ସେମାନଙ୍କୁ ପରାସ୍ତ କରାଯାଇଥିଲା । ଟ୍ରାଭାଙ୍କୋର କେରଳର ଦକ୍ଷିଣ ଭାଗରେ ଥିଲା ।
Class 8 Social Science Chapter 4 Notes Odia Medium ଭାରତରେ ଔପନିବେଶିକ ଯୁଗ-6

ଏହି ଯୁଦ୍ଧର ବିଶେଷତ୍ଵ ଥିଲା ଯେ ଏକ ଏସୀୟ ଶକ୍ତି ସଫଳତାର ସହିତ ଏକ ୟୁରୋପୀୟ ଉପନିବେଶବାଦୀ ଶକ୍ତିକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିଲା ।

ଫରାସୀ : ଉପନିବେଶବାଦୀ ଅଭିଳାଷ :
ଫରାସୀମାନେ ଭାରତରେ ପ୍ରବେଶ କରି ୧୬୬୮ ମସିହାରେ ସୁରତରେ ଏକ ବାଣିଜ୍ୟକେନ୍ଦ୍ର ପ୍ରତିଷ୍ଠା କରିଥିଲେ ।

ପରେ ୧୬୭୪ ମସିହାରେ ପୁଡୁଚେରୀଠାରେ ସେମାନେ ଇଷ୍ଟଇଣ୍ଡିଆ କମ୍ପାନୀ ସ୍ଥାପନ କରି ଭାରତରେ ଏକ ଫରାସୀ ସାମ୍ରାଜ୍ୟ ଗଠନ ପାଇଁ ଆଶା ପୋଷଣ କରିଥିଲେ ।

୧୭୪୨ ରୁ ୧୭୫୪ ମସିହା ପର୍ଯ୍ୟନ୍ତ ଡୁପ୍ଲେକ୍ସ ଫରାସୀ ଭାରତରେ ଗଭର୍ଣ୍ଣର ଜେନେରାଲ ଭାବରେ କାର୍ଯ୍ୟ କରି ଥୁଲେ ଏବଂ ତାଙ୍କର ଉପନିବେଶବାଦୀ ରଣକୌଶଳ ପରବର୍ତ୍ତୀ ସମୟରେ ଇଂରେଜମାନେ ମଧ୍ୟ ଗ୍ରହଣ କରିଥିଲେ ।
Class 8 Social Science Chapter 4 Notes Odia Medium ଭାରତରେ ଔପନିବେଶିକ ଯୁଗ-7
୧୭୪୬ରୁ ୧୭୬୩ ମଧ୍ୟରେ ବ୍ରିଟେନ ଓ ଫରାସୀ ମଧ୍ୟରେ ଧାରାବାହିକ କର୍ଣ୍ଣାଟକ ଯୁଦ୍ଧ ସଂଘଟିତ ହୋଇଥିଲା । ଏହି ଯୁଦ୍ଧର ପରିଣତି ଫରାସୀମାନଙ୍କ ଉପନିବେଶବାଦୀ ଅଭିଳାଷକୁ ଶକ୍ତ ଧକ୍କା। ଦେଇଥିଲା ।

୧୭୪୬ ମସିହାରେ ଡୁପ୍ଲେକ୍ସ ମାଡ୍ରାସ (ବର୍ତ୍ତମାନର ଚେନ୍ନାଇ) ଅଧୁକାର କରି ପ୍ରାରମ୍ଭିକ ସଫଳତା ହାସଲ କ ରି ଥି ଲେ ମଧ୍ୟ ଶେଷରେ ଫର ସୀମା ନେ ବ୍ରିଟିଶମାନଙ୍କଠାରୁ ପରାଜିତ ହୋଇଥିଲା । ଫଳରେ ସେମାନଙ୍କର ଉପନିବେଶ କେବଳ ପଣ୍ଡିଚେରୀ ଓ ଅଳ୍ପ କେତେକ ଛୋଟ ଅଞ୍ଚଳ ମଧ୍ୟରେ ସୀମିତ ଥିଲା

୧୭୬୪ ମସିହାରେ ଏକ ଯୋଜନାବଦ୍ଧ ବ୍ୟବସ୍ଥା ଯେଉଁଥରେ ପଣ୍ଡିଚେରୀ ସହରକୁ ଦୁର୍ଗ ଏବଂ ଗ୍ରୀଡ଼ଦ୍ଵାରା ପରିବେଷ୍ଟିତ କରାଯାଇଛି । ସମୁଦ୍ର ଆଡକୁ ମୁହଁ କରିଥୁବା (ତଳ ଆଡ଼କୁ) ବୃହତ ସଂରଚନାଟି ଦୁର୍ଗ ଥିଲା । ଯୋଜନାର ଉପର ଅଂଶଟି ପଶ୍ଚିମ ଆଡ଼କୁ ଇଙ୍ଗିତ କରୁଛି ।

୧୭୪୮ ମସିହାରେ ପଣ୍ଡିଚେରୀର ବୃହତ ବେଦପୁରାଶ୍ଵରନ ମନ୍ଦିରକୁ ଧ୍ବଂସ କରାଯାଇଥିଲା, ଯାହା ଖ୍ରୀଷ୍ଟଧର୍ମର ପ୍ରାଧାନ୍ୟତାକୁ ଦର୍ଶାଉଥିଲା ।

ବ୍ରିଟିଶମାନଙ୍କ ଆଗମନ – ବ୍ୟବସାୟୀରୁ ଶାସକ ପର୍ଯ୍ୟନ୍ତ :
ପ୍ରାୟ ଦୁଇ ଶତାବ୍ଦୀ ଧରି ବ୍ରିଟେନ୍ ଭାରତୀୟ ଉପମହାଦେଶରେ ପ୍ରାଧାନ୍ୟ ବିସ୍ତାର କରିଥିଲା ।

କୌଣସି ପାରମ୍ପରିକ ବିଜୟ ବା ସାମରିକ ଅଭିଯାନ ପରିବର୍ତ୍ତେ ଅତି ଚତୁରତାର ସହିତ ଛଦ୍ମ ବ୍ୟବସାୟିକ ଉଦ୍ୟୋଗ ବଳରେ ଇଂରେଜମାନେ ଧୀରେ ଧୀରେ ସମଗ୍ର ଭାରତକୁ କରାୟତ୍ତ କରିପାରିଥିଲେ ।

ସେମାନେ ପ୍ରଥମେ ସୁରତ, ମାଡ୍ରାସ, ବମ୍ବେ ଏବଂ କଲିକତା ଆଦି ସ୍ଥାନମାନଙ୍କରେ ବସତି ସ୍ଥାପନ କରିଥିଲେ ।

ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ କରି ବାଣିଜ୍ୟ କରିବା ପଛରେ ତାଙ୍କର ଦୀର୍ଘକାଳୀନ ଅଭିଳାଷ ଲୁଚିରହିଥିଲା ।

‘ବିଭାଜନ ଓ ଶାସନ’ କୌଶଳ :
କ୍ରମେ ଇଂରେ ଜମାନେ ନିଜକୁ ଭାରତୀୟ ରାଜନୈତିକ ସମସ୍ୟାରେ ଜଡ଼ିତ କରାଇ ବିଦେଶୀ ଆକ୍ରମକାରୀ ପରିବର୍ତ୍ତେ ଶକ୍ତି ଦଲାଲ ଭାବେ ଉଭା ହୋଇଥିଲେ ।

ଆଞ୍ଚଳିକ ଶାସକ ମାନଙ୍କ ମଧ୍ୟରେ ପ୍ରତି ଦ୍ଵନ୍ଦିତ। ଏବଂ ଉତ୍ତରାଧୁକାରୀତ୍ଵ ବିବାଦ ଉପରେ ସମସ୍ୟା ସୃଷ୍ଟିକରି ‘ବିଭାଜନ ଓ ଶାସନ’’ ନୀତି ଅନୁସାରେ ନିଜର ଫାଇଦା ହାସଲ କରୁଥିଲେ ।
Class 8 Social Science Chapter 4 Notes Odia Medium ଭାରତରେ ଔପନିବେଶିକ ଯୁଗ-8
୧୭୫୭ ମସିହାର ପଲାସୀ ଯୁଦ୍ଧରେ ଲର୍ଡ଼କ୍ଲାଇବ, ସିରାଜଉଦ୍-ଦୌଲାଙ୍କର ସେନାପତି ମିରଜାଫରକୁ ନବାବ ପଦ ଦେବାପାଇଁ ଷଡ଼ଯନ୍ତ୍ରକରି ବିଜୟଲାଭ କରିଥିଲେ । କିନ୍ତୁ ପରେ ତାଙ୍କୁ ଗାଦିରୁ ହଟାଇ ଦେଇଥିଲେ । ବିଶ୍ଵାସ ଘାତକତାର ବୋଝ ଏବେବି ମିଜାଫର୍‌ଙ୍କ ମୁଣ୍ଡ ଉପରେ ଝୁଲି ରହିଛି ।

କୁଖ୍ୟାତ ‘ରାଜସ୍ଵତ୍ଵ ଲୋପନୀତି’ ଅନୁସାରେ ଅନେକ ଅଞ୍ଚଳକୁ ଇଂରେଜମାନେ କରାୟତ୍ତ କରିନେଇଥିଲେ । ଭାରତୀୟ ରାଜକୀୟ ପରମ୍ପରାରେ ପୋଷ୍ୟପୁତ୍ର ଗ୍ରହଣ ଏକ ବୈଧ ନିୟମ ଥିବାବେଳେ ଇଂରେଜମାନେ ଜାଣିଶୁଣି ଏହି ପରମ୍ପରାକୁ ଅଣଦେଖା କରିଥିଲେ ।

‘ରାଜସ୍ଵତ୍ଵ ଲୋପନୀତି’ ଫଳରେ ଜନଅସନ୍ତୋଷରୁ ସୃଷ୍ଟିହେଲା ୧୮୫୭ ମସିହାର ସିପାହୀ ବିଦ୍ରୋହ ।

ବ୍ରିଟିଶମାନଙ୍କର ଅନ୍ୟଏକ କପଟ ଉପାୟ ଥିଲା ‘ସାମନ୍ତ ସନ୍ଧି’ । ଏହାଫଳରେ ଅନେକ ରାଜ୍ୟ ବ୍ରିଟିଶ ଶାସନ କ୍ଷମତା ଅଧୀନକୁ ଚାଲିଯାଇଥିଲା । ହାଇଦ୍ରକାଦାର ଶାସକ ନିଜାମ ୧୭୯୮ ମସିହାରେ ପ୍ରଥମେ ଏହି ସାମନ୍ତ ସନ୍ଧି ପ୍ରଥାକୁ ଗ୍ରହଣ କରିଥିଲେ । ଏହି ସାମନ୍ତ ସନ୍ଧିକୁ ‘ଶସ୍ତାରେ ଗୋଟିଏ ସାମ୍ରାଜ୍ୟ ଲାଭ’ ବୋଲି କୁହାଯାଇଥାଏ ।

ଭାରତୀୟ ପରିପ୍ରେକ୍ଷୀରେ ଏକ ଦେଶୀୟ ରାଜ୍ୟ ଭାରତର ଜଣେ ରାଜକୁମାର, ମହାରାଜା ବା ନବାବଙ୍କ ଅଧୀନରେ ରହିଥିଲା, କିନ୍ତୁ ଆଭ୍ୟନ୍ତରୀଣ ଶାନ୍ତିଶୃଙ୍ଖଳା ରକ୍ଷା କରିବା ନିମିତ୍ତ ବ୍ରିଟିଶମାନଙ୍କର ସୁରକ୍ଷା ଓ ମାର୍ଗ ଦର୍ଶନକୁ ଗ୍ରହଣ କରିଥିଲା । ହାଇଦ୍ରାବାଦ, ମହୀଶୂର, ଟ୍ରାଭାଙ୍କୋର ଓ ଜାମ୍ମୁକାଶ୍ମୀର ପରି ବଡ଼ ବଡ଼ ରାଜ୍ୟ ସହିତ ଶହ ଶହ ସଂଖ୍ୟାର ଛୋଟ ଛୋଟ ରାଜ୍ୟ ମଧ୍ୟ ଏହିପରି ଦେଶୀୟ ରାଜ୍ୟର ଅନ୍ତର୍ଭୁକ୍ତ ଥିଲା । ଏପରିକି ଭାରତର ସ୍ଵାଧୀନତା ସମୟରେ ଉପମହାଦେଶର ପ୍ରାୟ ୪୦ ଭାଗ ଅଞ୍ଚଳରେ ୫୦୦ରୁ ଅଧ‌ିକ ଦେଶୀୟ ରାଜ୍ୟ ରହିଥିଲେ ।

ସ୍ଵର୍ଗ (Paradise) : ଧାର୍ମିକ ଭାବନାରେ ସ୍ଵର୍ଗର ବର୍ଣ୍ଣନା ରହିଛି । ଏଠାରେ ଆଦର୍ଶ, ସମ୍ପଦ ଏବଂ ବାସ୍ତବ ଖୁସିର ଏକ ସ୍ଥାନ ।

ସ୍ଵର୍ଗରୁ ନର୍କକୁ ? (ବିନାଶକାରୀ ଦୁର୍ଭିକ୍ଷ) :
ପଲାସୀ ବିଜୟର କିଛି ବର୍ଷପରେ, ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତର କେତେକ ସମୃଦ୍ଧ ଅଞ୍ଚଳ ଯଥା – ବଙ୍ଗଳା, ବିହାର ଏବଂ ଓଡ଼ିଶାରେ ରାଜସ୍ୱ ସଂଗ୍ରହ କରିବାର ଅଧିକାର ପାଇଥିଲେ । ଲର୍ଡ଼ କ୍ଲାଇବ ବଙ୍ଗଳାକୁ ‘ପୃଥ‌ିବୀର ସ୍ଵର୍ଗ’ ଭାବରେ ବର୍ଣ୍ଣନା କରିଥିଲେ ।

୧୭୭୦-୧୭୭୨ ମସିହା ବେଳକୁ ଲଗାତର ଦୁଇବର୍ଷ ଫସଲ ଅମଳରେ ଅତ୍ୟଧିକ ହ୍ରାସ ହୋଇଥିଲା । ଯାହାଫଳରେ ସେଠାକାର ଦୁର୍ଭିକ୍ଷ ଏକ ତୃତୀୟାଂଶ ବା ୧୦ ନିୟୁତ ଲୋକଙ୍କ ମୃତ୍ୟୁର କାରଣ ସାଜିଥିଲା ।

“‘ଯେତେବେଳେ ବର୍ଷ ବର୍ଷ ଧରି ଦେଶ ସମ୍ପୂର୍ଣ ନିସ୍ଵ ହେଉଥୁଲା, ଇଂରେଜ ସରକାର ନିୟମିତ ଭାବରେ ଭୂ- ରାଜସ୍ୱ ବୃଦ୍ଧି କରିବାରେ ଲାଗିଥିଲେ । ୧୭୭୦ । ୧୭୭୦ ମସିହାରେ ଶ୍ଵାସରୁଦ୍ଧ ଗ୍ରୀଷ୍ମ ଋତୁରେ ଲୋକମାନେ ମରିବାକୁ ଲାଗିଲେ। କୃଷକମାନେ ସେମାନଙ୍କର ପଶୁ ସମ୍ପଦ ଓ କୃଷି ଉପକରଣ ବିକିବାକୁ ଲାଗିଲେ । ଅଭାବରେ ପଡ଼ି କୃଷି ବିହନ ସବୁ ଖାଇଦେଲେ, ସେମାନଙ୍କର ପୁତ୍ର ଓ କନ୍ୟାମାନଙ୍କୁ ବିକିବାରେ ଲାଗିଲେ । ତଥାପି ପିଲାମାନଙ୍କୁ ଖରିଦ କରିବାକୁ କେହି କ୍ରେତା ମିଳିଲେ ନାହିଁ, ଶେଷରେ ସେମାନେ ଘାସ ଓ ପତ୍ର ସବୁ ଖାଇଲେ …. ଦୁର୍ଭିକ୍ଷ ଓ ରୋଗ ପ୍ରପୀଡ଼ିତ ଲୋକଙ୍କର ସ୍ରୋତ ପ୍ରତିଦିନ ବଡ଼ ବଡ଼ ସହର ଆଡ଼କୁ ପ୍ରବାହିତ ହେଲା ।’’

୧୮୭୬ ରୁ ୧୮୭୮ ମଧ୍ଯରେ ଭୟଙ୍କର ଦୁର୍ଭିକ୍ଷରେ ମୁଖ୍ୟତଃ ଡେକାନ୍ ମାଳଭୂମି ଅଞ୍ଚଳରୁ ପ୍ରାୟ ଆଠନିୟୁତ ଭାରତୀୟ ମୃତ୍ୟୁବରଣ କରିଥିଲେ ।

୧୮୭୬ ମସିହାରେ ଦୁର୍ଭିକ୍ଷର ଏହି ମହାସଙ୍କଟ ସମୟରେ, ଏକ ବ୍ୟୟବହୁଳ ଦରବାର ଆୟୋଜନ କରି, ଲିଟନ୍ ଦିଲ୍ଲୀଠାରେ ଅଠଶଠି ହଜାର ସରକାରୀ ଅଧିକାରୀ, ସୁବେଦାର ଓ ମହାରାଜାମାନଙ୍କୁ ନେଇ ସପ୍ତାହ ବ୍ୟାପି ଭୋଜିର ବନ୍ଦୋବସ୍ତ କରିଥିଲେ ।

ବ୍ରିଟିଶ ଶାସନ କାଳରେ ୧୮ ରୁ ୨୦ ଥର ଭୟଙ୍କର ଦୁର୍ଭିକ୍ଷ ଅନୁଭୂତ ହୋଇଥିଲା । ପ୍ରଭାବିତ ଓ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୫୦ ରୁ ୧୦୦ ନିୟୁତ ଯାହାକି ଦ୍ଵିତୀୟ ବିଶ୍ଵଯୁଦ୍ଧ ମୃତ୍ୟୁ ସଂଖ୍ୟା ସହ ପାଖାପାଖୁ ଥିଲା ।
Class 8 Social Science Chapter 4 Notes Odia Medium ଭାରତରେ ଔପନିବେଶିକ ଯୁଗ-9

Class 8 Social Science Chapter 4 Notes Odia Medium ଭାରତରେ ଔପନିବେଶିକ ଯୁଗ-10

ଭାରତର ସମ୍ପତ୍ତି ହରଣ :
୧୮୯୫ ମସିହାରେ, ଆମେରିକୀୟ ଐତିହାସିକ ଏବଂ ରାଜନୀତି ବିଶାରଦ ବ୍ରୁକ୍‌ ଆଡ଼ାମସ୍ ଲେଖୁଥଲେ- ‘ପଲାସୀ ଯୁଦ୍ଧ ପରେ ପରେ, ବଙ୍ଗଳାରୁ ଲୁଣ୍ଠନର ପ୍ରଭାବ ତୁରନ୍ତ ଲଣ୍ଡନରେ ଦେଖିବାକୁ ମିଳିଲା । ସମସ୍ତ ଅଧିକାରୀଗଣ ସହମତ ହେଲେ ଯେ, ୧୭୬୦ ମସିହାରୁ ଆରମ୍ଭ ହୋଇଥିବା ଶିଳ୍ପ ବିପ୍ଳବ ଏତେ ପରିମାଣରେ ଲାଭ ଦେଇ ପାରି ନଥୁଲା, ଯାହା କେବଳ ଭାରତ ଲୁଣ୍ଠନରୁ ହିଁ ମିଳିଥିଲା ।

ଆର୍ଥିକ ଶୋଷଣ ହିଁ ବ୍ରିଟିଶ ଉପନିବେଶ ନୀତିର ମୂଳଦୁଆ ଥିଲା । ରାଜନୀତି ବିଶାରଦଙ୍କ ମତରେ ବ୍ରିଟେନର ଶିଳ୍ପ ବିପ୍ଳବ ଯାହା ଯେତେ ପରିମାଣର ପୁଞ୍ଜି ଆବଶ୍ୟକ କରୁଥିଲା, ତାହାର କିଛିଅଂଶ ଭାରତରୁ ଚୋରି ହୋଇଥିବା ସମ୍ପତ୍ତିରେ ହିଁ ସମ୍ଭବ ହୋଇଥିଲା ।

ଭାରତର ଖ୍ୟାତାନାମା ରାଜନେତା ଦାଦାଭାଇ ନାରୋଜୀ ୧୯୦୧ ମସିହାରେ ତାଙ୍କ ରଚିତ ପୁସ୍ତକ ‘‘ଦାରିଦ୍ର୍ୟ ଓ ଭାରତରେ ଅଣ-ବ୍ରିଟିଶ ଶାସନ’’ (Poverty and Un-British Rule in India) ରେ ଇଂରେଜମାନଙ୍କର ଭାରତରୁ ହରଣ କରାଯାଇଥିବା ସମ୍ପତ୍ତିର ପରିମାଣ ଆକଳନ କରିଥିଲେ ।

ସେହି ସମୟରେ ରମେଶ ଚନ୍ଦ୍ର ଦତ୍ତ ନାମକ ଅନ୍ୟ ଜଣେ ଐତିହାସିକ ତାଙ୍କ ପୁସ୍ତକ ‘ଭାରତର ଅର୍ଥନୈତିକ ଇତିହାସ’’ (Economic History of India) ରେ ସେହି ସମ୍ପତ୍ତି ହରଣ ବିଷୟରେ ଉଲ୍ଲେଖ କରିଥିଲେ । ୧୭୬୫ ମସିହାଠାରୁ ୧୯୩୮ ମସିହାର ମଧ୍ୟରେ ୪୫ ଟ୍ରିଲିୟନ୍ ଆମେରିକୀୟ ଡଲାର ମୂଲ୍ୟର ସମ୍ପତ୍ତି ହରଣ କରାଯାଇଥିଲା ଯାହା ୨୦୨୩ ମସିହାର ବ୍ରିଟେନ୍ GDP ର ପ୍ରାୟ ୧୩ ଗୁଣ ।
Class 8 Social Science Chapter 4 Notes Odia Medium ଭାରତରେ ଔପନିବେଶିକ ଯୁଗ-11

ହାଉସ୍ ଅଫ୍ କମନ୍ସ (House of Commons) : (ନିମ୍ନ ସଦନ) ଯୁକ୍ତରାଜ୍ୟ ଦ୍ଵିସଦନୀୟ ବ୍ୟବସ୍ଥାପିକା ସଭାର ଏହା ହେଉଛି ନିମ୍ନ ସଦନ । ଦାଦାଭାଇ ନାରୋଜୀ ଏହି ସଭାକୁ ପ୍ରଥମ ଭାରତୀୟ ରୂପେ ନିର୍ବାଚିତ ହୋଇଥିଲେ ।

ଖୋଦିତ । ଅଙ୍କିତ ( (Embossed) : କପଡ଼ା ଉପରେ ଅଙ୍କିତ ଏକ ଛବି ଯାହା ଲୁଗାକୁ ସ୍ଵତନ୍ତ୍ର ସ୍ଥାନ ଦେଇଥାଏ ।

ପରିବର୍ତ୍ତିତ ଦୃଶ୍ୟପଟ୍ଟ – ଭାରତର ସ୍ଵଦେଶୀ ଶିଳ୍ପର ଅବନତି :
ଅଷ୍ଟାଦଶ ଶତାବ୍ଦୀ ପୂର୍ବରୁ ଭାରତ ନିଜର ଉତ୍ପାଦନ କ୍ଷମତା ନିମନ୍ତେ ପ୍ରସିଦ୍ଧ ଥିଲା । ଏହା ମୁଖ୍ୟତଃ ସୂତା, ଉଲ, ଝୋଟ ଏବଂ କତା ପ୍ରସ୍ତୁତ ଦ୍ରବ୍ୟ ଥିଲା ।

ବ୍ରିଟିଶ ନୀତି ଅନୁଯାୟୀ ବ୍ରିଟେନ୍ ଭାରତରୁ ଆମଦାନୀ କରୁଥିବା ବସ୍ତ୍ର ଉପରେ ଅତ୍ୟଧିକ କର ବସାଇଥିବାବେଳେ ବ୍ରିଟେନରୁ ଭାରତକୁ ରପ୍ତାନି କରୁଥିବା ଦ୍ରବ୍ୟ ଉପରେ ସର୍ବନିମ୍ନ କର ବର୍ସାଇବାକୁ ବାଧ୍ୟ କରୁଥିଲା । ଫଳରେ ଭାରତୀୟ ବୟନ ଶିଳ୍ପ ଧ୍ୱଂସ ହେବାକୁ ଲାଗିଲା ।

Class 8 Social Science Chapter 4 Notes Odia Medium ଭାରତରେ ଔପନିବେଶିକ ଯୁଗ

ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ୱିଲିୟମ ବେଣ୍ଟିଙ୍କ ୧୮୩୪ ମସିହାରେ ଅନୁଭବ କଲେ ଯେ, ‘ବୁଣାକାରଙ୍କ ଅସ୍ଥିସାରା ଭାରତର ସମତଳ ଭୂମିକୁ ଧଳା ରଙ୍ଗରେ ପରିଣତ କରି ଦେଇଛି ।’’

ଭାରତୀୟ ଶିଳ୍ପ ଜଗତର ଅନ୍ୟ ଦିଗଗୁଡ଼ିକରେ ମଧ୍ୟ ସମାନ ସ୍ଥିତି ଦେଖ‌ିବାକୁ ମିଳିଥିଲା । ଭାରତର ଲୁହା, ଷ୍ଟିଲ, କାଗଜ ଏବଂ ଅନ୍ୟାନ୍ୟ ଦ୍ରବ୍ୟର ରପ୍ତାନି କମିଯାଇଥିଲା । ଦୁଇ ଶତାବ୍ଦୀରୁ କମ୍ ସମୟରେ ପୃଥ‌ିବୀର ବୈଭବଶାଳୀ ଭାରତ ଏକ ଦରିଦ୍ର ଦେଶ ଭାବରେ ପରିଣତ ହୋଇଯାଇଥିଲା ।

ପାରମ୍ପରିକ ଶାସନ ଢାଞ୍ଚାର ବିନାଶ :
ବ୍ରିଟିଶ ଉପନିବେଶ ପୂର୍ବରୁ ଭାରତରେ ଏକ ସୁସଙ୍ଗଠିତ ସ୍ଥାନୀୟ ଶାସନ ବ୍ୟବସ୍ଥା ରହିଥିଲା । ଗୋଷ୍ଠୀଗତ ଜୀବନଶୈଳୀ, ବିବାଦର ସମାଧାନ, ଜଳସେଚନ ଓ ରାସ୍ତା ନିର୍ମାଣ ଆଦି ସର୍ବସାଧାରଣ କାର୍ଯ୍ୟସମୂହ ଗ୍ରାମ୍ୟ ପରିଷଦଦ୍ଵାରା ପରିଚାଳିତ ହେଉଥିଲା ।

ନିଜର ଏକ ଗୁରୁତ୍ଵପୂର୍ଣ୍ଣ ମତାମତରେ ୧୮୩୦ ମସିହାରେ ସେ ସମୟରୀ କାର୍ଯ୍ୟକାରୀ ଗଭର୍ଣ୍ଣର ଜେନେରାଲ ଚାର୍ଲସ ମେଟକାଫ୍ ଲେଖୁଥିଲେ ‘ଗ୍ରାମ୍ୟ ‘ସମାଜ ଏକ ଛୋଟ ଗଣରାଜ୍ୟ ପରି ଥୁଲା, ଯେଉଁଠି ଲୋକଙ୍କ ପ୍ରାୟ ସମସ୍ତ ଆବଶ୍ୟକତା ନିଜ ନିଜ ମଧ୍ୟରେ ପୂରଣ ହେଉଥିଲା । ସେମାନେ ସେଠାରେ ବଞ୍ଚି ରହୁଥିଲେ ଯେଉଁଠାରେ ଅନ୍ୟ କେହି ବଞ୍ଚିବା ପାଇଁ ଅସମର୍ଥ । ଶାସକଙ୍କ ପରେ ଶାସକଙ୍କର ପତନ ହୋଇଛି, ଗୋଟିଏ ବିପ୍ଳବ ପରେ ଅନ୍ୟ ବିପ୍ଳବ ଆସିଛି, କିନ୍ତୁ ଗ୍ରାମ୍ୟ ସମାଜ ସେହିପରି ତିଷ୍ଠି ରହିଛି । ପ୍ରତ୍ୟେକ କ୍ଷୁଦ୍ର ରାଜ୍ୟର ନିଜସ୍ଵ ସ୍ଥିତି ମଧ୍ୟରେ ଗ୍ରାମ୍ୟ ସମାଜର ଏକତା ସୂଚାଇ ଦିଏ ଯେ ତାହାହିଁ ଭାରତୀୟମାନଙ୍କ ନିରବଚ୍ଛିନ୍ନ ସ୍ଥିତିର ମୁଖ୍ୟ ଆଧାର ।’’

ଭାରତର ଏହି ନିଜସ୍ଵ ମୌଳିକ ଶାସନ ବ୍ୟବସ୍ଥା ସୁନିଶ୍ଚିତ ଭାବରେ ବ୍ରିଟିଶ ଶାସନ ସମୟରେ ଧ୍ୱଂସ କରି ଦିଆଯାଇଥିଲା ।

ଶାସନରେ ବିକଳ୍ପ ଭାବରେ ଏକ କେନ୍ଦ୍ରୀଭୂତ ଅମଲାତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ କରାଗଲା ଯାହା ଜନତାଙ୍କ ମଙ୍ଗଳ ପରିବର୍ତ୍ତେ ମୁଖ୍ୟତଃ ଟିକସ ଆଦାୟ ଓ ଆଇନ ଶୃଙ୍ଖଳା ରକ୍ଷାକୁ ଗୁରୁତ୍ଵ ଦେଉଥିଲା ।

ବିଦେଶୀ ଶାସନ ବ୍ୟବସ୍ଥାରେ ସାଧାରଣ ଭାରତୀୟଙ୍କୁ ନ୍ୟାୟିକ ପ୍ରକ୍ରିୟାରୁ ଦୂରେଇ ରଖୁ, ନ୍ୟାୟାଳୟକୁ ଏକ ବିଦେଶୀ ଭାଷା ମାଧ୍ୟମରେ ପରିଚାଳନା କରି, ସମୟ ସାପେକ୍ଷ ଓ ଖର୍ଚ୍ଚାନ୍ତ କରାଯାଇଥିଲା ।

ଭାରତୀୟ ଶିକ୍ଷାର ରୂପାନ୍ତରୀକରଣ (‘ବାଦାମୀ ଇଂରେଜୀ’ର ସୃଷ୍ଟି) :
ଶିକ୍ଷାକୁ ଏକ ବଳିଷ୍ଠ ମାଧ୍ୟମରୂପେ ବ୍ୟବହାର କରି ଇଂରେଜ ସରକାର ଭାରତୀୟମାନଙ୍କ ମଧ୍ୟରେ ଏକ ସ୍ଵତନ୍ତ୍ର ଶ୍ରେଣୀ ସୃଷ୍ଟି ସହିତ ନିଜ ସ୍ଵାର୍ଥପୂରଣ କରିବାରେ ଲାଗିଥିଲେ । ଆମର ପାଠଶାଳା, ମଦ୍ରାସା, ବିହାର ଏବଂ ବିଭିନ୍ନ ପ୍ରକାର ଶିକ୍ଷାର୍ଥୀ ଶିକ୍ଷା ବ୍ୟବସ୍ଥା ବନ୍ଦ ହୋଇଯାଇଥିଲା ।

୧୮୩୫ ମସିହାରେ ବ୍ରିଟିଶ୍ ଐତିହାସିକ ଓ ରାଜନୀତି ବିଶାରଦ ଥୋମାସ୍ ବି.ମାକ୍‌ ଭାରତୀୟ ଶିକ୍ଷା ବ୍ୟବସ୍ଥାର ମୋଡ଼ ବଦଳାଇ ଦେଇଥିଲେ । ସେ ବିଶ୍ଵାସ କରୁଥୁଲେ ଯେ, ୟୁରୋପର ଜ୍ଞାନ, ଭାରତୀୟ ଜ୍ଞାନଠାରୁ ଅଧିକ ଉନ୍ନତ ।

ମାକଲେ କହୁଥିଲେ ଭାରତୀୟଙ୍କ ମଧ୍ୟରେ ଏପରି ଏକ ଶ୍ରେଣୀ ସୃଷ୍ଟି କରିବା ଯିଏ, ‘ରକ୍ତ ଓ ରଙ୍ଗରେ ଭାରତୀୟ ହୋଇଥ‌ିବେ, କିନ୍ତୁ ଜ୍ଞାନ ମତାମତ, ନୈତିକତା ଓ ଗ୍ରହଣୀୟତାର ଇଂରେଜ ପରି ହୋଇଥବେ ।

ସେତେବେଳେ ନୂତନ ଶିକ୍ଷାନୀତି ଭାରତୀୟ ସମାଜକୁ ଦୁଇ ଭାଗରେ ବିଭାଜିତ କରିଥିଲା ଯଥା – ଇଂରାଜୀ ପାଠୁଆ ଉଚ୍ଚବର୍ଗ ଓ ସାଧାରଣ ଜନତା ।

ନୂତନ ଶିକ୍ଷାନୀତି ଉପନିବେଶଗତ ଏକାଧ୍ଵକ ଲକ୍ଷ୍ୟ ପୁରଣରେ ସାହାଯ୍ୟ କରିଥିଲା । ଏହା ଭାରତୀୟମାନଙ୍କ ମଧ୍ୟରୁ କେତେଜଣଙ୍କୁ କିରାଣୀ ଏବଂ କ୍ଷୁଦ୍ର କର୍ମଚାରୀ ସୃଷ୍ଟି କରାଇଥିଲା ।

ସାମ୍ରାଜ୍ୟବାଦ ଆବଶ୍ୟକତା ପୂରଣ ନିମନ୍ତେ ଆର୍ଥିକ ଢାଞ୍ଚାର ପୁନର୍ଗଠନ :
ଏକ କୃଷିଭିତ୍ତିକ ଏବଂ ହସ୍ତଶିଳ୍ପ ଓ ଉତ୍ପାଦନ ଭିତ୍ତିକ ସ୍ଵୟଂ ସମ୍ପୂର୍ଣ ଭାରତୀୟ ଅର୍ଥନୀତିକୁ ବଦଳାଇ ଦେଇ ବ୍ରିଟିଶ ଶାସକ ମାନେ ଭାରତକୁ ଏକ କଞ୍ଚାମାଲ ରପ୍ତାନିକାରୀ ଏବଂ ବ୍ରିଟିଶ କଳକାରଖାନା ଉତ୍ପାଦିତ ଦ୍ରବ୍ୟର ପଣ୍ୟ ବଜାରରେ ପରିଣତ କରିଥିଲେ ।

ଭାରତର ମାଟିତଳେ ଗଚ୍ଛିତ କଞ୍ଚାମାଲକୁ ଆଭ୍ୟନ୍ତରୀଣ ଅଞ୍ଚଳରୁ ନେଇ ବନ୍ଦର ଅଞ୍ଚଳରେ ପହଞ୍ଚାଇବା ଏବଂ ବ୍ରିଟିଶ ଉତ୍ପାଦିତ ଦ୍ରବ୍ୟଗୁଡ଼ିକୁ ଆଣି ସାର୍। ଭାରତ ରେ ପହଞ୍ଚାଇବା ପାଇଁ ରେଳ ଚଳାଚଳର ବ୍ୟବସ୍ଥା କରାଯାଇଥିଲା ।
Class 8 Social Science Chapter 4 Notes Odia Medium ଭାରତରେ ଔପନିବେଶିକ ଯୁଗ-12
ରେଳପଥର ସୃଷ୍ଟିର ଅନ୍ୟ ଏକ କାରଣଥିଲା ବିଦ୍ରୋହ କିମ୍ବା ଯୁଦ୍ଧ ସମୟରେ ସୈନ୍ୟମାନଙ୍କୁ କାଣ୍ଟ ମେଣ୍ଟ (ସାମରିକ ଛାଉଣି)ରୁ ଆଣିବା ଓ ଯୁଦ୍ଧକ୍ଷେତ୍ର ନିକଟରେ ପହଞ୍ଚାଇବା । ଏହି ବ୍ୟବସ୍ଥା ଜନତାଙ୍କ ଆବଶ୍ୟକତା ଅପେକ୍ଷା ବ୍ରିଟିଶ ସରକାରଙ୍କ ବାଣିଜ୍ୟିକ ସ୍ଵାର୍ଥକୁ ଗୁରୁତ୍ଵ ଦେଉଥିଲା ।

ଭାରତରେ ଟେଲିଗ୍ରାଫ୍ ବିକାଶର ଇତିହାସ ମଧ୍ଯ ସେହିପରି ହୋଇଥିଲା ।

ସେ ସମୟରେ ପ୍ରଶାସନିକ ଖର୍ଚ୍ଚସବୁ ଭାରତୀୟମାନଙ୍କଦ୍ଵାରା ବହନ କରାଯାଉଥିଲା । ଉପନିବେଶର ପ୍ରଶାସନିକ ଉପକରଣ, ସାମରିକ ପ୍ରତିଷ୍ଠାନ ଏବଂ ଭାରତରେ ରହୁଥ‌ିବା ବ୍ରିଟିଶ ଅଧିକାରୀମାନଙ୍କର ରାଜକୀୟ ଜୀବନଯାପନ ଶୈଳୀ ଆଦି ଭାରତରୁ ଆଦାୟ କରାଯାଉଥିବା ବିଭିନ୍ନ ଟିକସରୁ ବହନ କରାଯାଉଥିଲା ।

ପ୍ରତିବାଦର ପ୍ରାରମ୍ଭିକ ଆନ୍ଦୋଳନ : ଔପନିବେଶିକ କର୍ତ୍ତୃପକ୍ଷଙ୍କୁ ଏକ ଆହ୍ୱାନ :
ଭାରତ ଥିଲା ବ୍ରିଟିଶମାନଙ୍କପାଇଁ ବିପୁଳ ଧନ, ପ୍ରାକୃତିକ ମାନବ ସମ୍ବଳର ଉତ୍ପତ୍ତି ସ୍ଥଳ ।

ସେମାନେ ଭାରତକୁ ‘ବ୍ରିଟିଶ ସାମ୍ରାଜ୍ୟର ମୁକୁଟ ମଣି’’ କହୁଥିଲେ । ସେମାନେ ଦୃଢ଼ ଥିଲେ ଯେ ଭାରତ ଚିରଦିନ ଲାଗି ବ୍ରିଟିଶ ସାମ୍ରାଜ୍ୟର ଅଂଶ ହୋଇ ରହିବ, ଯେଉଁଠି କେବେ ସୂର୍ଯ୍ୟାସ୍ତ ହୁଏ ନାହିଁ ।

ସନ୍ନ୍ୟାସୀ–ଫକୀର ସଂଗ୍ରାମ :
ପ୍ରାରମ୍ଭିକ ସଙ୍ଗଠିତ ଆନ୍ଦୋଳନଗୁଡ଼ିକ ମଧ୍ୟରୁ ଏହା ଗୋଟିଏ ଆନ୍ଦୋଳନ ଯାହାକୁ ସନ୍ନ୍ୟାସୀ (କିମ୍ବା ସନ୍ନ୍ୟାସୀ ଓ ଫକୀର) ସଂଗ୍ରାମ କୁହାଯାଏ । ୧୭୭୦ର ଭୟଙ୍କର ଦୁର୍ଭିକ୍ଷ ପରେ ଏହା ବଙ୍ଗଳାରେ ଆରମ୍ଭ ହୋଇଥିଲା ।

ଗୋଟିଏ ସନ୍ନ୍ୟାସୀ ଦଳ (ହିନ୍ଦୁ ତପସ୍ଵୀ) ଏବଂ ଫକୀର (ମୁସଲମାନ ତପସ୍ଵୀ) ଗଣ ପାରମ୍ପରିକ ଭାବେ ତୀର୍ଥଯାତ୍ରା ଓ ନାନାଦି କର୍ମପାଇଁ ମୁକ୍ତଭାବେ ଭ୍ରମଣ କରୁଥିଲେ । କିନ୍ତୁ ବ୍ରିଟିଶମାନେ ସେମାନଙ୍କୁ ‘ଦସ୍ୟୁ’ ବୋଲି କହୁଥିଲେ । ସେମାନଙ୍କ ମଧ୍ୟରୁ କେତେକଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ ।

ଫଳରେ ସନ୍ନ୍ୟାସୀ–ଫକୀରମାନଙ୍କର ମଧ୍ୟରେ ଅସନ୍ତୋଷ ଦେଖାଦେଲା । ସେମାନେ ଇଂରେଜମାନଙ୍କ ବିରୋଧରେ ବିଦ୍ରୋହ କରିଥିଲେ ।

ଏହି ବିଦ୍ରୋହ ପରେ ବଙ୍ଗଳାର ଲେଖକ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କର ଉପନ୍ୟାସ ‘ଆନନ୍ଦମଠ’ (୧୮୮୨) ସେମାନଙ୍କୁ ପ୍ରେରଣା ଯୋଗାଇଥିଲା ।

ସେହି ବହିରେ ସେ ‘ବନ୍ଦେ ମାତରମ’ ଗୀତ ଲେଖୁଲେ, ଯାହାକି ଆମର ସ୍ଵାଧୀନତା ସଂଗ୍ରାମରେ ପ୍ରେରଣା ଦେବା ସହିତ ପରବର୍ତ୍ତୀ ସମୟରେ ଏହା ଆମର ଜାତୀୟ ସଙ୍ଗୀତର ମାନ୍ୟତା ପାଇଥିଲା ।

ଜନଜାତୀୟ ସଂଗ୍ରାମ :
ବ୍ରିଟିଶମାନେ ଜନଜାତି ଗୋଷ୍ଠୀର ଲୋକମାନଙ୍କର ପାରମ୍ପରିକ ଜୀବନ ଶୈଳୀକୁ ବାଧା ଦେଇ ସେମାନଙ୍କୁ ‘ଆଦିମ’ ଭାବରେ ବର୍ଣ୍ଣନା କରିବା ସହିତ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଥ‌ିବା ତାଙ୍କର ଅଧିକାରକୁ ସୀମିତ କରି ଦେଇଥିଲେ ।

ସେମାନଙ୍କର ଜମିକୁ ଅଧ୍ୟଗ୍ରହଣ କରି ଏହାକୁ ବ୍ୟକ୍ତିଗତ ସମ୍ପତ୍ତିରେ ପରିଣତ କରୁଥିଲେ । ସେମାନଙ୍କୁ ଋଣଯନ୍ତାରେ ପକାଇବାକୁ ପଛାଉନଥିଲେ । ସେମାନଙ୍କର ପାରମ୍ପରିକ ଜନଜାତି ପରିଷଦକୁ ବ୍ରିଟିଶ ଆଇନ ବ୍ୟବସ୍ଥା ସହିତ ବଦଳାଇ ଦେଉଥିଲେ ଓ ମିଶନାରୀଙ୍କୁ ‘ସଭ୍ୟ’ କହି ଖ୍ରୀଷ୍ଟି ଆନ ଧର୍ମରେ ପରି ବର୍ତ୍ତନ କରିବ।କୁ ଉତ୍ସ।ହି ତ କରୁଥିଲେ ।
Class 8 Social Science Chapter 4 Notes Odia Medium ଭାରତରେ ଔପନିବେଶିକ ଯୁଗ-13
ଏହା ବ୍ୟତୀତ ଏକ ଉପନିବେଶବାଦୀ ଆଇନ ଶହଶହ ଜନଜାତି ଗୋଷ୍ଠୀକୁ ‘ଅପରାଧୀ ଜନଜାତି’ ଭାବରେ ଶ୍ରେଣୀଭୁକ୍ତ କରି ଅନ୍ୟାୟ ଭାବରେ ନିର୍ଯାତନା ଦେଇଆସୁଥିଲେ ।

ଉପନିବେଶବାଦୀମାନଙ୍କର ଉପୀଡ଼ନ ସହିନପାରି ସେମାନେ ସଂଗ୍ରାମ କରିବାକୁ ବାଧ୍ୟ ହୋଇଥିଲେ । ଏହି ସଂଗ୍ରାମ ପ୍ରଥମେ ଛୋଟନାଗପୁର (ବର୍ତ୍ତମାନ ଝାଡ଼ଖଣ୍ଡ)ରେ କୋହ୍ଲମାନେ (୧୮୩୧-୧୮୩୨) ଆରମ୍ଭ କରିଥିଲେ । ସିଧୁ ମୁର୍ମୁ ଓ କାହ୍ନୁ ମୁର୍ମୁ ଏହି ବିଦ୍ରୋହର ନେତୃତ୍ଵ ନେଇଥିଲେ ।

ସାନ୍ତାଳମାନେ ଶେଷ ରକ୍ତ ବିନ୍ଦୁଥ‌ିବା ଯାଏ ବ୍ରିଟିଶ ସରକାରଙ୍କ ବିରୋଧରେ ସଂଗ୍ରାମ କରିବାପାଇଁ ଶପଥ ନେଇଥିଲେ ।

ଓଡ଼ିଶାର ଜନଜାତୀୟ ସଂଗ୍ରାମ :
ଓଡ଼ିଶାର ମାଳ ଅଞ୍ଚଳର ଆଦିବାସୀ ଶବର, କନ୍ଧ ଓ କୋରାପୁଟର ଜନଜାତିର ଲୋକମାନେ ଏକତ୍ରିତ ହୋଇ ବିଦ୍ରୋହ ଆରମ୍ଭ କରିଥିଲେ ।

ପଶ୍ଚିମାଞ୍ଚଳରେ ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ଵରେ ଜନଜାତି ମାନେ ଅନେକ ଦିନ ଯାଏଁ ଗରିଲା। ୟୁଦ୍ଧ ଚଳାଇ ରଖୁଥିଲେ ।
Class 8 Social Science Chapter 4 Notes Odia Medium ଭାରତରେ ଔପନିବେଶିକ ଯୁଗ-14
୧୮୧୭ ଖ୍ରୀ.ଅ. ମାର୍ଚ୍ଚ ମାସ ୨୯ ତାରିଖରେ ପ୍ରାୟ ୪୦୦ କନ୍ଧ ଘୁମୁସରରୁ ଆସି ବକ୍ସି ଜଗବନ୍ଧୁଙ୍କର ପାଇକ ସେନାବାହିନୀ ସହିତ ମିଳିତ ହୋଇଥିଲେ ।

ଏହି ଜନଜାତି ବୀରଙ୍କ ମଧ୍ୟରେ ଲକ୍ଷ୍ମଣ ନାୟକ (କୋରାପୁଟ), ରନ୍ଧାକର ନାମକ (କେନ୍ଦୁଝର) ମାଧୋ ସିଂହ (ସମ୍ବଲପୁର), ଧରଣୀଧର ନାୟକ (କେନ୍ଦୁଝର) ଇତ୍ୟାଦି ଥିଲେ ପ୍ରମୁଖ ।

ପାପଡ଼ାହାଣ୍ଡି ଗୁଳିକାଣ୍ଡର ଲୋମହର୍ଷଣକାରୀ କାହାଣୀ ମୁକ୍ତି ସଂଗ୍ରାମରେ ଜନଜାତିମାନଙ୍କରର ଅପୂର୍ବ ସାହସ ଓ ବଳିଦାନର ଉଜ୍ଜ୍ଵଳ ଦୁଷ୍ଟାନ୍ତ ଅଟେ ।

ଜନଜାତିର ରକ୍ତତୀର୍ଥ ପାପଡ଼ାହାଣ୍ଡି :
ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଯୋଗଦାନ ଏବଂ ଅବିଭକ୍ତ କୋରାପୁଟ ଜନଜାତିଙ୍କର ତ୍ୟାଗ ଓ ବୀରତ୍ଵର ସ୍ମୃତି ହେଉଛି ‘ପାପଡ଼ାହାଣ୍ଡି ଗୁଳିକାଣ୍ଡ’’ ।

୧୯୪୨ ମସିହା ଅଗଷ୍ଟ ୨୪ ତାରିଖରେ ଝୁରୀ ନଦୀ କୂଳରେ ଇଂରେ ଜ ସର କ । ରଙ୍କ ବିରୋଧରେ ଜନ ଜାତି ର ଲୋକ ମାନଙ୍କର ଏକ ବିରାଟ ଆନ୍ଦୋଳନ ସଙ୍ଗଠିତ ହୋଇଥ୍ ଲ। । ସେଠାରେ ଇଂରେଜ ସ ର କ ର ଙ୍କ ର ଗୁଳିଚାଳନା ଫଳରେ ୧୧ଜଣ ମୃତ୍ୟୁବରଣ କରିଥିଲେ । ଅନେକ ଲୋକ ଆହତ ହୋଇଥିଲେ ।
Class 8 Social Science Chapter 4 Notes Odia Medium ଭାରତରେ ଔପନିବେଶିକ ଯୁଗ-15
ପାପଡ଼ାହାଣ୍ଡିର ସେହିଦିନ ଘଟଣାକୁ ମନେରଖୁବାପାଇଁ ଓ ତାଙ୍କର ବଳିଦାନର ଗାଥା ବହନ କରିବାପାଇଁ ସେଠାରେ ନିର୍ମାଣ କରାଯାଇଛି ଏକ ଭବ୍ୟ ଶହୀଦ୍ ମିନାର, ଯେଉଁଠି ପ୍ରତିବର୍ଷ ରାଷ୍ଟ୍ର ସ୍ତରୀୟ ଶହୀଦ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହା ଯଥାର୍ଥରେ ଏକ ରକ୍ତତୀର୍ଥର ଏକ ଜ୍ୱଳନ୍ତ ଦୁଷ୍ଟାନ୍ତ ଭାବରେ ଉଭାହୋଇଅଛି

ଆର୍ଥିକ ଶୋଷଣ ବିରୋଧରେ କୃଷକ ସଂଗ୍ରାମ :
ବିନା ଦୁର୍ଭିକ୍ଷରେ ଭାରତୀୟ କୃଷକମାନେ ଅନ୍ୟାୟ ଭାବରେ ବ୍ରିଟିଶ ରାଜସ୍ୱ ସଂଗ୍ରହର ଶିକାର ହେଉଥିଲେ । ସେ ସମୟର ମହାଜନ କିମ୍ବା ନୂତନ ଜମିଦାରଙ୍କ ପାଖରେ ସେମାନଙ୍କ ଜମି ହରାଇଥିଲେ ।

ନୀଳଚାଷ ବିଦ୍ରୋହ (ଇଣ୍ଡିଗୋ ବିଦ୍ରୋହ) ଇଂରେଜ ଶାସନ ବିରୋଧରେ କୃଷକମାନଙ୍କ ତରଫରୁ କରାଯାଇଥିଲା ୧୮୫୯ ରୁ ୧୮୨୨ ମସିହା ପର୍ଯ୍ୟନ୍ତ ।

ୟୁରୋପୀୟ ବଗିଚାର ମାଲିକମାନେ ବଙ୍ଗର ଉତ୍ତର ଭାଗରେ ଚାଷୀମାନଙ୍କୁ ଖାଦ୍ୟଶସ୍ୟ ଚାଷ ବଦଳରେ ଲାଭଜନକ ନୀଳଚାଷ କରିବାକୁ ବାଧ୍ୟ କରିଥିଲେ, କାରଣ ସେତେବେଳେ ୟୁରୋପରେ ନୀଳ ରଙ୍ଗର ଚାହିଦା ଖୁବ୍ ବେଶୀ ଥିଲା ।

କୃଷକମାନଙ୍କୁ ଋଣଯନ୍ତାରେ ଫସାଇ ଦିଆଗଲା । ଯେଉଁମାନେ ନୀଳଚାଷ କରିବାପାଇଁ ମନାକଲେ ସେମାନଙ୍କୁ ଜେଲଦଣ୍ଡ ଓ ଅନେକ ନିର୍ଯାତନା ସହିବାକୁ ପଡ଼ିଥିଲା ।

ଏହି ଅନ୍ୟାୟ ବିରୋଧରେ କୃଷକମାନେ ବଗିଚା ମାଲିକଙ୍କ ନିକଟରେ ପ୍ରତିବାଦ କଲେ । ଫଳରେ କୃଷକ ସଂଗ୍ରାମମାନ ଅନେକ ସ୍ଥାନରେ ଦେଖାଦେଇଥିଲା ।

ଭାରତୀୟ ସ୍ଵାଧୀନତା ସଂଗ୍ରାମର ପ୍ରଥମ ବିଦ୍ରୋହ : ଓଡ଼ିଶାର ପାଇକ ସଂଗ୍ରାମ :
ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ପାଇକମାନଙ୍କର ସଂଗ୍ରାମ ଏକ ଗୌର ମୟ ଅଧ୍ୟାୟ ଥିଲା । ଏହାଥିଲା ପୂର୍ବ ଭାରତ ଇଷ୍ଟ ଇଣ୍ଡିଆ କମ୍ପାନୀ ଅତ୍ୟାଚାରୀ ଶାସନ ବିରୋଧରେ ଏକ ସୁସଙ୍ଗଠିତ ସଂଘର୍ଷ ।
Class 8 Social Science Chapter 4 Notes Odia Medium ଭାରତରେ ଔପନିବେଶିକ ଯୁଗ-16
Class 8 Social Science Chapter 4 Notes Odia Medium ଭାରତରେ ଔପନିବେଶିକ ଯୁଗ-17
୧୮୦୪ ଖ୍ରୀଷ୍ଟାବ୍ଦରେ ଖୋର୍ଦ୍ଧାର ସେନାପତି ଓ ଦେୱାନ ଜୟୀ ରାଜଗୁରୁ ଇଂରେଜ ସାହେବ ହାରକୋଟଙ୍କ ନିକଟରେ ତିନିଗୋଟି ଦାବି ଉପସ୍ଥାପନ କରିଥିଲେ । (କ) ୫୦ ହଜାର ଟଙ୍କା ଦେବାର ପ୍ରତିଶ୍ରୁତି ରଖନ୍ତୁ, (ଖ) ଖୋର୍ଦ୍ଧାର ବାର୍ଷିକ ପେସକସ୍ ଭାଗ କମାନ୍ତୁ । (ଗ) ରାହଙ୍ଗ ଓ ଲେମ୍ବାଇ ସମେତ ୪ଟି ମହଲକୁ ଖୋର୍ଦ୍ଧାକୁ ପ୍ରତ୍ୟାର୍ପଣ କରାଯାଉ ।

୧୮୦୪ କ୍ରୀ.ଅ. ନଭେମ୍ବର ୨୨ରେ କ୍ୟାପ୍ଟେନ୍ ହିକ୍ ଲେଣ୍ଡ ଖୋର୍ଦ୍ଧା ଆକ୍ରମଣ କରି ପାଇକ ସେନାବାହିନୀକୁ ବିପର୍ଯ୍ୟସ୍ତ କରି ଦେଇଥୁଲେ । ଜୟୀ ରାଜଗୁରୁ ଓ ଅନ୍ୟ ପାଇକ ନେତାମାନଙ୍କୁ କଟକ ଓ ପରେ ମେଦିନପୁର ଜେଲକୁ ପଠାଇ ଦେଇଥିଲେ ।

୧୮୦୭ରେ ରାଜାମୁକ୍ତି ପାଇଥିଲେ କିନ୍ତୁ ତାଙ୍କୁ ବାଲିସାହି ନଅରରେ ରହିବାକୁ ପଡ଼ିଥିଲା । ଏହି ସମୟରେ ଖୋର୍ଦ୍ଧା ରାଜା ଇଂରେଜ ଅଧୀନରେ ରହିଲା, ଫ୍ଲେଚର ହେଲେ ଏହାର ସର୍ବେସର୍ବା ।

ପାଇକମାନେ କୃଷିକାର୍ଯ୍ୟ ସହ ଯୁଦ୍ଧ ବେଳେ ଦକ୍ଷ ସୈନିକଭାବେ ଯୁଦ୍ଧ କ୍ଷେତ୍ରରେ ନିଜ ପରାକ୍ରମ ପାଇଁ ପ୍ରସିଦ୍ଧିଲାଭ କରିଥିଲେ । ଢାଲ, ଖଣ୍ଡା, ପରେ ବନ୍ଧୁକ ଚାଳନାରେ ସେମାନେ ଦକ୍ଷ ଥିଲେ ।

ପାଇକମାନଙ୍କ ନେତା ଦଳାଇ, ଦଳବେହେରା ଓ ପାଇକରାୟ ଉପାଧ୍ ପାଉଥିଲେ ।

Class 8 Social Science Chapter 4 Notes Odia Medium ଭାରତରେ ଔପନିବେଶିକ ଯୁଗ

ଜୟୀ ରାଜଗୁରୁଙ୍କୁ ନିଷ୍ଠୁର ଭାବେ ବରଗଛ ଡାଳରେ ସର୍ବସାଧାରଣରେ ଫାଶୀ ଦେବାପରେ ପାଇକମାନଙ୍କ ଭିତରେ ପ୍ରତିଶୋଧର ବହ୍ନି ପ୍ରଜ୍ଵାଳିତ ହୋଇଥିଲା ।

ଗୋଟିଏ ଟଙ୍କା ପାଇଁ ଦେଢ଼ ଟଙ୍କାର କଉଡ଼ି ଦେବାକୁ ପଢ଼ୁଥିଲା :
ପ୍ଲେଚରଙ୍କ ଆଦେଶରେ ପାଇକମାନଙ୍କୁ ତାଙ୍କ ନିଷ୍କର ଜମିରୁ ଉଚ୍ଛେଦ କରିବା ସହ କଉଡ଼ି ବଦଳରେ ଟଙ୍କା ଆକାରରେ ଜମିକର ଦେବାପାଇଁ ବାଧ୍ୟ କରିଥିଲେ । ଫଳରେ ସେମାନଙ୍କ କଉଡ଼ି ବଦଳରେ ଟଙ୍କା ସଂଗ୍ରହ କରିବାପାଇଁ ଅନେକ ଶସ୍ୟ ପ୍ରଦାନ କରିବାକୁ ପଡୁଥିଲା । ଏହା ଥିଲା ଇଂରେଜମାନଙ୍କର ପାଇକ ମାରଣ ନୀତି ।

ଇଂରେଜମାନେ ‘ଲବଣ ଆଇନ’ କରିବା ଫଳରେ ପାଇକମାନେ ଆଉ ଲୁଣ ବ୍ୟବସାୟରୁ ଲାଭ ପାଇପାରି, ନଥିଲେ । ଇଂରେଜମାନଙ୍କ ବିରୋଧରେ ପାଇକମାନେ ସଙ୍ଗଠିତ ହେବାପାଇଁ ସୁଯୋଗ ଅପେକ୍ଷାରେ ଥିଲେ ।

ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ (ବକ୍ସି ଜଗବନ୍ଧୁ) ଖୋର୍ଦ୍ଧା ରାଜାଙ୍କର ବକ୍ସି ବା ପ୍ରଧାନ ସେନାପତି ଥିଲେ । ସେ କିଛି ନିଷ୍କର ଜମି ଭୋଗ କରୁଥିଲେ । ୧୮୦୩ ମସିହାରେ ଇଂରେଜ ଖୋର୍ଦ୍ଧା ଅଧିକାର କଲାପରେ ସେଥୁରୁ ସେ ବଞ୍ଚିତ ହୋଇଥିଲେ । ପରେ ସେ ଇଂରେଜମାନଙ୍କ ବିରୋଧରେ ଆନ୍ଦୋଳନ କରିବାପାଇଁ ପ୍ରସ୍ତୁତ ହୋଇଥିଲେ । ତାଙ୍କ ନେତୃତ୍ଵରେ ପାଇକ ବିଦ୍ରୋହ ଖୋର୍ଦ୍ଧା ଓ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପି. ଯାଇଥିଲା ।

ଇଂରେଜ ସରକାରଙ୍କ ପ୍ରବଳ ଚାପ ଫଳରେ ସେ ୧୮୨୫ ଖ୍ରୀ.ଅ. ମେ ୨୭ ତାରିଖରେ କଟକଠାରେ ଆତ୍ମ ସମର୍ପଣ କରିଥିଲେ । ୧୮୨୯ ଜାନୁଆରୀ ୨୪ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ସେହି ବିଦ୍ରୋହ ୪୦ ବର୍ଷ ପରେ ୧୮୫୭ ମସିହାରେ ସିପାହୀ ବିଦ୍ରୋହ ଭାବରେ ମୁଣ୍ଡ ଟେକିଥିଲା ।

୧୮୫୭ର ମହାସଂଗ୍ରାମ :
୧୮୫୭ ମସିହାର ବିଦ୍ରୋହକୁ ଇଂରେଜମାନେ ‘ସିପାହୀ ବିଦ୍ରୋହ’ କହୁଥିଲାବେଳେ ଭାରତୀୟମାନେ ଏହାକୁ ‘ମହାନ୍ ସଂଗ୍ରାମ’ ବୋଲି ନାମିତ କରିଥିଲେ ।

ସିପାହୀମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ୧୮୦୬ ମସିହାରେ ଦେଖାଦେଇଥିଲା ଯାହା ‘ଭେଲୋର ସଂଗ୍ରାମ’ ନାମରେ ନାମିତ ।

ବ୍ରି ଟି ଶ ମାନେ ଉଭୟ ହିନ୍ଦୁ ଓ ମୁସଲମାନଙ୍କ ପାଇଁ ନୂତନ ସମାନ ୟୁନିଫର୍ମ ନିୟମ ପ୍ରଚଳନ କରିବା ସହିତ ହିନ୍ଦୁ ସୈନ୍ୟମାନଙ୍କୁ ଧାର୍ମିକ ଚିହ୍ନ ବା ତିଳକ ପିନ୍ଧିବାକୁ ବାରଣ କରିବା ସହ ମୁସଲମାନ ସୈନ୍ୟଙ୍କୁ ଦାଢ଼ି କାଟିବାକୁ ବାଧ୍ୟ କରିଥିଲେ । ସିପାହୀମାନେ ଏହାକୁ ବିରୋଧ କରି ବାକୁ ସେମାନଙ୍କୁ ହତ୍ୟା କରିଥିଲେ ଓ କେତେକଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ ।
Class 8 Social Science Chapter 4 Notes Odia Medium ଭାରତରେ ଔପନିବେଶିକ ଯୁଗ-18
୧୮୫୭ ମସିହାରେ ଭାରତରେ ସୈନ୍ୟମାନଙ୍କ ଭିତରେ ଏକ ଗୁଜବ୍ ବ୍ୟାପିଥିଲା ଯେ, ରାଇଫଲ କାଟ୍ରିଜରେ ଗାଈ ଓ ଘୁଷୁରୀ ଚର୍ବି ଲଗାଯାଇଛି, ଯାହା ଉଭୟ ହିନ୍ଦୁ ଓ ମୁସଲମାନଙ୍କ ଭାବାବେଗକୁ ଆଘାତ କରିଥିଲା ।

ବାରକପୁର (ପଶ୍ଚିମବଙ୍ଗର) ରେଜିମେଣ୍ଟର ସିପାହୀ ମଙ୍ଗଳ ପାଣ୍ଡେ ବ୍ରିଟିଶ ଅଧିକାରୀଙ୍କୁ ଆକ୍ରମଣ କରିବା ଫଳରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।

ସିପାହୀମାନେ କାନପୁର, ଲକ୍ଷ୍ନୌ ଏବଂ ଝାନ୍ସ ଭଳି ପ୍ରମୁଖ ସହରକୁ ଦଖଲ କଲେ । କାନପୁରରେ ନାନା ସାହେବ ବିଦ୍ରୋହର ନେତୃତ୍ଵ ନେଇଥିଲେ ।

ଐତିହାସିକମାନଙ୍କ ମତରେ ବିଦ୍ରୋହ ବିଫଳ ହେବାର କାରଣ ସିପାହୀଙ୍କ ମଧ୍ୟରେ ଦୃଢ଼ ମନୋବଳ, ଏକତା ଓ ନିର୍ଦ୍ଦିଷ୍ଟ ରଣନୀତି ଅଭାବ ଥିଲା ।

ଏହି ବିଦ୍ରୋହ ଫଳରେ ୧୮୫୮ ମସିହାରେ ବ୍ରିଟିଶ ରାଜ ଇଷ୍ଟଇଣ୍ଡିଆ କମ୍ପାନୀଠାରୁ ଭାରତ ଶାସନ ଭାର ନିଜ ନିୟନ୍ତ୍ରଣକୁ ନେଇଥିଲେ ।

ଭାରତରେ ୟୁରୋପୀୟ ଉପନିବେଶବାଦର ପରମ୍ପରା :
ୟୁରୋପୀୟ (ବ୍ରିଟିଶ )ମାନଙ୍କର ଭାରତ ଅଧିକାର ଓ ଭାରତରେ ଶାସନ ‘ସଭ୍ୟତା ପ୍ରସାରଣ ଅଭିଯାନ’ ନଥିଲା । ୟୁରୋପ ଅପେକ୍ଷା ଭାରତର ସଭ୍ୟତା ଥୁଲା ଅଧ‌ିକ ପ୍ରାଚୀନ ଓ ନିଜସ୍ଵ ।

ପରାଧୀନତାର ଏହା ଥିଲା ଏକ ପ୍ରକ୍ରିୟା ଏବଂ ଆବଶ୍ୟକସ୍ଥଳେ ନିଷ୍ପର ଦମନ ନୀତି ପ୍ରୟୋଗଦ୍ଵାରା ଶୋଷଣ ନୀତିକୁ ବ୍ୟବସ୍ଥିତ ଭାବରେ କାର୍ଯ୍ୟକାରୀ କରାଯାଇଥିଲା । ଭାରତରେ ଏକ କ୍ଷୁଦ୍ର ଶିକ୍ଷିତ ଗୋଷ୍ଠୀ ଇଂରେଜମାନଙ୍କର ଆବଶ୍ୟକତାକୁ ଗୁରୁତ୍ଵ ଦେଇଥିଲେ ।

କିନ୍ତୁ ବିଶ୍ଵର ଅନେକ ଉପନିବେଶିତ ଜନତାଙ୍କ ଭାଗ୍ୟ ପରି ଭାରତୀୟମାନେ ବିଭିନ୍ନ ଶୋଷଣ, ହିଂସା ଓ ଉତ୍ପାଡନ ଭଳି ନିର୍ଯାତନର ଶିକାର ହୋଇଥିଲେ ।

ଦୁଇ ବୀରା ରମଣୀ (ରାଣୀ ଲକ୍ଷ୍ମୀବାଈ) :
ଝାନ୍ସୀର ରାଣୀ ଲକ୍ଷ୍ମୀବାଈ ନିଜ ରାଜ୍ୟକୁ ବ୍ରିଟିଶ କବଳରୁ ରକ୍ଷା କରିବାପାଇଁ ଅତି ସାହସର ସହିତ ଯୁଦ୍ଧ କରି ଗ୍ବାଲିୟର ଦୁର୍ଗକୁ ଜୟ କରିବା ସହିତ ରାଜକୋଷ ଓ ଅସ୍ତ୍ରାଗାରକୁ ନିଜ ଅକ୍ତିଆରକୁ ଆଣିପାରିଥିଲେ ।
Class 8 Social Science Chapter 4 Notes Odia Medium ଭାରତରେ ଔପନିବେଶିକ ଯୁଗ-19

ନାନାସାହେବଙ୍କ ସାମରିକ ପରାମର୍ଶଦାତା ତାତିଆ (ତାନ୍ତିଆ) ତୋପେଙ୍କ ସହାୟତାରେ ସେ ଯୁଦ୍ଧରେ ବିଜୟଲାଭ କରିଥିଲେ ।

୧୮୫୮ ମସିହା ଜୁନ୍ ୧୮ ତାରିଖରେ ଯୁଦ୍ଧ କ୍ଷେତ୍ରରେ ତାଙ୍କୁ ହତ୍ୟା କରାଯାଇଥିଲା । ସେ ଜଣେ ସାହାସୀ ଓ ଉତ୍ତମ ବିଦ୍ରୋହୀ ଭାବରେ ବେଶ୍ ଜଣାଶୁଣା ଥିଲେ ।

ତାନ୍ତିଆ ତୋପେ ୧୮୫୯ ମସିହା ପର୍ଯ୍ୟନ୍ତ ଇଂରେଜମାନଙ୍କ ସହିତ ଲଢ଼େଇ କରି ଶେଷରେ ବ୍ରିଟିଶମାନଙ୍କ ହାତରେ ଧରାପଡ଼ିଥିଲେ । ଶେଷରେ ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଗଲା ।

ବେଗମ୍ ହଜରତ ମହଲ :
ଅଧର ବେଗମ୍ ହଜରତ ମହଲଙ୍କ ରାଜ୍ୟ ବ୍ରିଟିଶମାନେ ଅଧିକାର କରିବାପରେ ସେ ବ୍ରିଟିଶମାନଙ୍କର ପ୍ରତିରୋଧ କରିଥିଲେ ।

୧୮୫୭ରେ ସେ ବିଦ୍ରୋହୀମାନଙ୍କ ସହିତ ଯୋଗ ଦେଇଥିଲେ ଏବଂ ଲକ୍ଷ୍ନୌ ସହରକୁ ପ୍ରତିରକ୍ଷା ପ୍ରଦାନ କରିଥିଲେ ।

ପରେ ସେ ବ୍ରିଟିଶମାନଙ୍କ ନିକଟରେ ଆତ୍ମସମର୍ପଣ କଲେ କିନ୍ତୁ ସେ ବ୍ରିଟିଶରମାନଙ୍କ ନିରାପତ୍ତା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ବାଧ୍ୟହୋଇ ସେ ନେପାଳରେ ଆଶ୍ରୟ ନେଇଥିଲେ ।
Class 8 Social Science Chapter 4 Notes Odia Medium ଭାରତରେ ଔପନିବେଶିକ ଯୁଗ-20

ବେଗମ ହଜରତ ମହଲ ରାଣୀ ଭିକ୍ଟୋରିଆଙ୍କର ଘୋଷଣାକୁ ବିଶ୍ଵାସ ନ କରିବାକୁ କହିଥିଲେ । କାରଣ ତାଙ୍କ ମତରେ ‘ଏହା ହେଉଛି ଇଂରେଜମାନଙ୍କର ଏକ ଅପରିବର୍ତ୍ତନୀୟ ପ୍ରଥା ଯେ ସେମାନେ ବଡ଼ ହେଉ ବା ଛୋଟ କୌଣସି ଦୋଷକୁ କ୍ଷମା କରିବେ ନାହିଁ ।

ବ୍ରିଟିଶ ବିଦ୍ଵାନମାନେ ସଂସ୍କୃତ ଭାଷାରେ ନିପୁଣତା ହାସଲ କରିଥିବା ପ୍ରଥମ ୟୁରୋପୀୟ ନଥିଲେ; ତଥାପି ସେମାନେ ପ୍ରଥମେ କିଛି ସଂସ୍କୃତ ପୁସ୍ତକକୁ ୟୁରୋପୀୟ ଭାଷାରେ ଅନୂଦିତ କରି ପ୍ରକାଶ କରିଥିଲେ । ପରବର୍ତ୍ତୀ ସମୟରେ ଫରାସୀ, ଜର୍ମାନ ଓ ଅନ୍ୟମାନେ ଏହି ଧାରାକୁ ଅନୁସରଣ କରିଥିଲେ ।

ଜର୍ମାନ ଦାର୍ଶନିକ ଜର୍ଜ ହେଗେଲଙ୍କ ଭାଷାରେ ୟୁରୋପରେ ସଂସ୍କୃତ ଅଧ୍ୟୟନ ଓ ଗ୍ରନ୍ଥର ପ୍ରସାର ଏକ ନୂତନ ମହାଦେଶର ଆବିଷ୍କାର ପରି ଥିଲା ।
Class 8 Social Science Chapter 4 Notes Odia Medium ଭାରତରେ ଔପନିବେଶିକ ଯୁଗ-21
ୟୁରୋପୀୟ ଦାର୍ଶନିକ, ଲେଖକ, କବି, କଳାକାର ଏବଂ ବେଳେବେଳେ ରାଜନେତାମାନଙ୍କ ଉପରେ ଭାରତୀୟ ଗ୍ରନ୍ଥଗୁଡ଼ିକର ବହୁଳ ପ୍ରଭାବ ପଡ଼ିଥିଲା । ଏହି ପ୍ରଭାବ ପରବର୍ତ୍ତୀ ସମୟରେ ଉନବିଂଶ ଶତାବ୍ଦୀରେ ଯୁକ୍ତରାଷ୍ଟ୍ର ଆମେରିକା ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା ।

ଆମେ ଯାହା ଜାଣିଲୁ
ଭାରତର ପ୍ରଚୁର ସମ୍ପଦ ପର୍ତ୍ତୁଗୀଜ, ଡଚ୍, ଫରାସୀ ଓ ଇଂରେଜମାନଙ୍କୁ ଭାରତକୁ ଆକର୍ଷିତ କରିଥିଲା । ଏହି ଉପମହାଦେଶରେ ନିଜର ପ୍ରାଧାନ୍ୟ ପାଇଁ ସେମାନେ ପରସ୍ପର ମଧ୍ୟରେ ଲଢ଼ିଥିଲେ ଏବଂ ଯେଉଁଥ୍ରେ ଇଂରେଜମାନେ ସଫଳତା ହାସଲ କରିଥିଲେ ।

ଇଂରେଜମାନଙ୍କର ନିଷ୍ଠର କର ନୀତି ଲୋକଙ୍କୁ ବହୁତ ଦୁଃଖକଷ୍ଟ ଦେଇଥିଲା । ଭୟଙ୍କର ଦୁର୍ଭିକ୍ଷ ଯୋଗୁଁ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡ଼ିଥିଲେ । ଉଦ୍ଦେଶ୍ୟମୂଳକ ଭାବେ ଭାରତରେ ଇଂରେଜମାନଙ୍କର ଶିଳ୍ପଦ୍ରାସକରଣ ନୀତି ଏ ଦେଶର ଉତ୍ପାଦନ କ୍ଷେତ୍ରକୁ ଧ୍ୱଂସ କରିଦେଇଥିଲା ।

ଇଂରେଜମାନେ ଧୀରେ ଧୀରେ ଭାରତୀୟ ସମାଜ ଉପରେ ସମ୍ପୂର୍ଣ୍ଣରୂପେ ଉପନିବେଶବାଦୀ ନିୟନ୍ତ୍ରଣକୁ ସୁନିଶ୍ଚିତ କରିବା ପାଇଁ ସେମାନଙ୍କର ପ୍ରଶାସନିକ ଗଠନ, ଆଇନଗତ ବ୍ୟବସ୍ଥା ଏବଂ ଶିକ୍ଷାନୁଷ୍ଠାନ ପ୍ରଚଳନ ପ୍ରଭୃତି ଆରମ୍ଭ କରିଦେଇଥିଲେ ।

ପର୍ତ୍ତୁଗୀଜମାନେ ଗୋଆରେ ଧାର୍ମିକ ଓ ସାଂସ୍କୃତିକ ପରିବର୍ତ୍ତନ ଉପରେ ବିଶେଷ ଗୁରୁତ୍ଵ ଦେଇଥିଲେ ଯାହା ଦୀର୍ଘସ୍ଥାୟୀ ସାମାଜିକ ବିଭାଜନ ସୃଷ୍ଟି କରିଥିଲା । ଫରାସୀମାନଙ୍କର ସମନ୍ଵୟ ନୀତି ପଣ୍ଡିଚେରୀରେ ଏକ ଛୋଟ ‘ଫରାସୀ –ଭାରତୀୟ’ ଶିକ୍ଷିତ ସାଂସ୍କୃତିକ ଗୋଷ୍ଠୀ ସୃଷ୍ଟି କରିଥିଲା ।

ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗକୁ ଅନେକ ବିଦ୍ରୋହର ସୂତ୍ରପାତ ହୋଇଥିଲା । ବିଶେଷକରି ୧୮୫୭ର ମହାନ ସିପାହୀ ବିଦ୍ରୋହ ଭାରତରେ ଉପନିବେଶବାଦୀ ଶାସନକୁ କିଛି ସମୟ ପାଇଁ ବିପଦରେ ପକାଇଥିଲା । ଏହିସବୁ ବିଦ୍ରୋହଗୁଡ଼ିକୁ ଇଂରେଜମାନେ ଅତି ନିର୍ମମ ଭାବରେ ଦମନ କରିଥିଲେ ।

ଊନବିଂଶ ଶତାବ୍ଦୀରେ ଭାରତର ପ୍ରାଚୀନ ସଂସ୍କୃତି ବିଶେଷ ଭାବରେ ସଂସ୍କୃତ ପୁସ୍ତକଗୁଡ଼ିକର ଅନୁବାଦିତ ରୂପ ପାଶ୍ଚାତ୍ୟ ସଭ୍ୟତାର ଦୀର୍ଘକାଳୀନ ପ୍ରଭାବ ପକାଇ ପାରିଥିଲା ।

ଗୁରୁତ୍ଵପୂର୍ଣ୍ଣ ମସିହା ଓ ଘଟଣା
୧୪୯୮ ଖ୍ରୀଷ୍ଟାବ୍ଦ : ଭାସ୍କୋଡ଼ାଗାମା କାଲିକଟ ବନ୍ଦରରେ ପଦାର୍ପଣ କରିଥିଲେ ।
୧୫୧୦ ଖ୍ରୀଷ୍ଟାବ୍ଦ : ପର୍ତ୍ତୁଗୀଜମାନଙ୍କ ଗୋଆ ଅଧିକାର ।
୧୫୬୦ ଖ୍ରୀଷ୍ଟାବ୍ଦ : ଗୋଆରେ ତଦନ୍ତକାରୀ ସଂସ୍ଥା ସ୍ଥାପନ, ଗୋଆରେ ଧାର୍ମିକ ବିଚାର ଅଦାଲତ ପ୍ରତିଷ୍ଠା ।
୧୬୬୮ ଖ୍ରୀଷ୍ଟାବ୍ଦ : ଫରାସୀମାନଙ୍କଦ୍ଵାରା ସୁରତରେ ବାଣିଜ୍ୟ କୋଠି ନିର୍ମାଣ ।
୧୬୭୪ ଖ୍ରୀଷ୍ଟାବ୍ଦ : ପଣ୍ଡିଚେରୀରେ ଫରାସୀମାନଙ୍କଦ୍ଵାରା ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ ।
୧୭୭୪ ଖ୍ରୀଷ୍ଟାବ୍ଦ : ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀଦ୍ଵାରା ପଣ୍ଡିଚେରୀରେ ବାଣିଜ୍ୟକୋଠି ନିର୍ମାଣ ।
୧୭୪୧ ଖ୍ରୀଷ୍ଟାବ୍ଦ : କୋଲାସେଲ ଯୁଦ୍ଧରେ ଡବ୍‌ମାନଙ୍କରର ପରାଜୟ ।
୧୭୪୨ ରୁ ୧୭୫୪ ଖ୍ରୀଷ୍ଟାବ୍ଦ : ଡୁପ୍ଲେକ୍ସ ଭାରତରେ ଫରାସୀ ଗଭର୍ଣ୍ଣର ଜେନେରାଲ ଭାବରେ କାର୍ଯ୍ୟ କରିବା ।
୧୭୪୬ ରୁ ୧୭୬୩ ଖ୍ରୀଷ୍ଟାବ୍ଦ : ବ୍ରିଟିଶ ଓ ଫରାସୀ ମଧ୍ଯରେ କର୍ଣ୍ଣାଟ ସମର ।
୧୭୫୭ ଖ୍ରୀଷ୍ଟାବ୍ଦ : ପଲାସୀ ଯୁଦ୍ଧରେ ବ୍ରିଟିଶମାନଙ୍କ ବିଜୟ ।
୧୭୭୦ ରୁ ୧୭୭୨ ଖ୍ରୀଷ୍ଟାବ୍ଦ : ବଙ୍ଗଳାର ପ୍ରଥମ ମହାଦୁର୍ଭିକ୍ଷ ।
୧୭୯୮ ଖ୍ରୀଷ୍ଟାବ୍ଦ : ହାଇଦ୍ରାବାଦର ନିଜାମଙ୍କର ସାମନ୍ତସନ୍ଧି ଗ୍ରହଣ ।
୧୮୦୪ ଖ୍ରୀଷ୍ଟାବ୍ଦ : ଇଂରେଜମାନଙ୍କର ଖୋର୍ଦ୍ଧା ଆକ୍ରମଣ ।
୧୮୦୬ ଖ୍ରୀଷ୍ଟାବ୍ଦ : ଭେଲୋର ସଂଗ୍ରାମ ।
୧୮୧୭ ଖ୍ରୀଷ୍ଟାବ୍ଦ : ଖୋର୍ଦ୍ଧାରେ ପାଇକ ବିଦ୍ରୋହ
୧୮୧୮ ଖ୍ରୀଷ୍ଟାବ୍ଦ : ତୃତୀୟ ଆଗ୍ଲୋ ମରାଠା ଯୁଦ୍ଧରେ ମରାଠା ଶକ୍ତିର ପତନ ।
୧୮୩୫ ଖ୍ରୀଷ୍ଟାବ୍ଦ : ଭାରତୀୟ ଶିକ୍ଷାଉପରେ ମାକଲେଙ୍କଋର ନୀତି ପ୍ରୟୋଗ ।
୧୮୫୮ ଖ୍ରୀଷ୍ଟାବ୍ଦ : ଭାରତରେ ଇଷ୍ଟଇଣ୍ଡିଆ କମ୍ପାନୀର ଶାସନ ଶେଷ ଏବଂ ବ୍ରିଟିଶରାଜ ଆରମ୍ଭ ।
୧୮୪୮ ରୁ ୪୯ ଖ୍ରୀଷ୍ଟାବ୍ଦ : ଇଷ୍ଟଇଣ୍ଡିଆ କମ୍ପାନୀଦ୍ଵାରା ପଞ୍ଜାବ ଅଧିକାର ।
୧୮୫୭ ଖ୍ରୀଷ୍ଟାବ୍ଦ : ମହାନ ଭାରତୀୟ ବିଦ୍ରୋହ ।
୧୮୮୯ ଖ୍ରୀଷ୍ଟାବ୍ଦ : ଆନନ୍ଦମଠ ଉପନ୍ୟାସ ପ୍ରକାଶିତ ।
୧୮୫୮ ଖ୍ରୀଷ୍ଟାବ୍ଦ : କମ୍ପାନୀ ହାତରୁ ଶାସନ ବ୍ରିଟିଶ ରାଜନିୟନ୍ତ୍ରଣକୁ ଚାଲିଯାଇଥିଲା ।
୧୮୫୮ ଖ୍ରୀଷ୍ଟାବ୍ଦ : ଯୁଦ୍ଧକ୍ଷେତ୍ରରେ ରାଣୀ ଲକ୍ଷ୍ମୀବାଇଙ୍କୁ ହତ୍ୟା କରାଯାଇଥିଲା । ମହାରାଣୀ ଭିକ୍ଟୋରିଆଙ୍କ ଘୋଷଣାପତ୍ର ପ୍ରକାଶ ।
୧୯୪୨ ଖ୍ରୀଷ୍ଟାବ୍ଦ : ପାପଡ଼ାହାଣ୍ଡି ଗୁଳିକାଣ୍ଡ ।