Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି

Students can use Class 4 Math Solution Odia Medium and Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି to check their answers after solving exercises.

4th Class Maths Chapter 1 Question Answer Odia Medium

Class 4 Maths Chapter 1 Odia Medium

ସୀମା ଖରା ଛୁଟିରେ ଏକ ବଡ଼ ସହରକୁ ଯିବାକୁ ଚାହୁଁଥିଲେ । ତାଙ୍କ ବାପା ତାଙ୍କୁ ଭୁବନେଶ୍ବର ନେଇଯାଇଥିଲେ ଏବଂ ସେମାନେ ନନ୍ଦନକାନନ, ପଠାଣି ସାମନ୍ତ ପ୍ଲାନେଟୋରିୟମ, ବିନ୍ଦୁ ସାଗର, ରାମ ମନ୍ଦିର, ରାଜ୍ୟ ସଂଗ୍ରହାଳୟ, ଖଣ୍ଡଗିରି, ଉଦୟଗିରି ଗୁମ୍ଫା, ଧଉଳିଗିରି ସ୍ତୁପ, ରାଜ ଭବନ, ବିଧାନସଭା ଭବନ ଏବଂ କଳିଙ୍ଗ ଷ୍ଟାଡ଼ିୟମ ପରି ଅନେକ ପୁରୁଣା ଏବଂ ନୂତନ ଆକର୍ଷଣୀୟ ସ୍ମାରକୀ ପରିଦର୍ଶନ କରିଥିଲେ ।

Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 1
ବର୍ତ୍ତମାନ ସେ ନିଜ ପାଖରେ ଥ‌ିବା କାଠର ବ୍ଲକ୍‌ଗୁଡ଼ିକ ବ୍ୟବହାର କରି ଧଉଳି ସ୍ତୁପର ଏକ ମଡେଲ୍ ତିଆରି କରିବାକୁ ଚେଷ୍ଟା କରୁଛି ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 2
ବ୍ଲକଗୁଡ଼ିକ ବ୍ୟବହାର କରି ଏଠାରେ ଦିଆଯାଇଥ‌ିବା ଘରଗୁଡ଼ିକର ମଡେଲ୍ ତିଆରି କରିବାକୁ ଚେଷ୍ଟା କର ।

Question 1.
ତୁମ ମଡେଲରେ ଘରର କେଉଁ ଅଂଶ ତମେ ଦେଖାଇଛ ? (ଉଦାହରଣ ସ୍ୱରୂପ, ଛାତ, ସ୍ତମ୍ଭ, ମୂଳଦୁଆ ଇତ୍ୟାଦି)
Solution:
(ଏହା ଏକ ବ୍ୟକ୍ତିଗତ କାର୍ଯ୍ୟ, ତଥାପି ଏକ ସମ୍ଭାବ୍ୟ ଉତ୍ତର) ମୁଁ ମୋ ମଡେଲରେ ଘରର କାନ୍ଥ, ଛାତ, କବାଟ ଏବଂ ଝରକା ଦେଖାଇଛି ।

Question 2.
ତୁମେ ଏହି ଅଂଶଗୁଡ଼ିକୁ କାହିଁକି ବାଛିଲ ?
Solution:
କାରଣ ଏଗୁଡ଼ିକ ଘରର ମୁଖ୍ୟ ଅଂଶ ଏବଂ ବ୍ଲକ୍ ସାହାଯ୍ୟରେ ସହଜରେ ତିଆରି କରାଯାଇପାରିବ ।

Question 3.
ଏହି ଅଂଶଗୁଡ଼ିକର ମଡେଲ ତିଆରି କରିବା ପାଇଁ କେଉଁ ଆକୃତିଗୁଡ଼ିକ ବ୍ୟବହାର କରିବ ? _____________________
Solution:
ମୁଁ ଆୟତଘନ (କାନ୍ଥ ପାଇଁ), ପ୍ରିଜିମ୍ ବା ତ୍ରିଭୁଜାକାର ବ୍ଲକ୍ (ଛାତ ପାଇଁ) ଏବଂ ସମଘନ ବ୍ୟବହାର କରିବି ।

Question 4.
ତୁମର ମଡେଲ ପ୍ରକୃତ ଘର ଚିତ୍ର ସହିତ କିପରି ସମାନ ? _____________________
Solution:
ଉଭୟର ଆକୃତି ଏବଂ ଗଠନ (ଯେପରିକି ତଳେ କାନ୍ଥ ଓ ଉପରେ ଛାତ) ସମାନ ଅଟେ ।

Question 5.
ଏହା ପ୍ରକୃତ ଘରଠାରୁ କିପରି ଭିନ୍ନ ? ______________________
Solution:
ମଡେଲଟି କାଠ ବ୍ଲକ୍‌ରେ ନିର୍ମିତ ଆକାରରେ ବହୁତ ଛୋଟ ଅଟେ ଏବଂ ଏଥ‌ିରେ ପ୍ରକୃତ ଘର ପରି ଭିତରକୁ ଯିବା ପାଇଁ ଜାଗା ନାହିଁ ।

Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି

ପ୍ରକଳ୍ପ କାର୍ଯ୍ୟ

Page No. (୨)

ଶିକ୍ଷାର୍ଥୀମାନଙ୍କୁ ନିଜ ସାହି/ଗଳିକୁ ଅନୁଧ୍ୟାନ କରିବା ପାଇଁ ଉତ୍ସାହିତ କରନ୍ତୁ । ଶିକ୍ଷାର୍ଥୀମାନେ ନିଜ ସାହି ବା ଗଳିର କେତୋଟି ମୁଖ୍ୟ ଘରର ମଡେଲ ପ୍ରସ୍ତୁତ କରନ୍ତୁ ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 3
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 4
ମୁଁ ଧଉଳି ସ୍ତୁପର ଗୋଟିଏ ମଡେଲ ତିଆରି କରିଛି ।

Question 1.
ଏହା ଧଉଳିସ୍ତୁପ ପରି ଦିଶୁଛି କି ? ______________________
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 5
Solution:
ହଁ, ଏହା ବହୁତ ମାତ୍ରାରେ ଧଉଳିସ୍ତୁପ ପରି ଦିଶୁଛି ।

Question 2.
ତୁମେ ଧଉଳି ସ୍ତୁପର ଏକ ମଡେଲ ତିଆରି କରିବା ପାଇଁ କେଉଁ ଆକୃତି ବ୍ୟବହାର କରିବ ଓ କାହିଁକି ? _____________________
Solution:
ମୁଁ ଅର୍ଷଗୋଲକ (ଗମ୍ବୁଜ ପାଇଁ) ଏବଂ ଆୟତଘନ କିମ୍ବା ସିଲିଣ୍ଡର (ମୂଳଦୁଆ ପାଇଁ) ବ୍ୟବହାର କରିବି, କାରଣ ସ୍ତୁପର ଆକାର ଗୋଲାକାର ।

ତୁମେ ଜାଣିଛ କି ?
Question 1.
ଧଉଳି ସ୍ତୁପ ଏକ ପ୍ରସିଦ୍ଧ ଐତିହ ସ୍ଥଳ, ଏଥରେ ପଥରରେ ତିଆରି ସିଡ଼ି ଅଛି ।
ପୂର୍ବରୁ ମଧ୍ୟ ଲୋକମାନେ ମାଟି ଇଟା, ପଥର ଖଣ୍ଡ କିମ୍ବା କାଠ ସାହାଯ୍ୟରେ ଘର ତିଆରି କରୁଥିଲେ । ଆଜିକାଲି ଆମେ କଂକ୍ରିଟ୍ ବ୍ଲକ, ଫମ୍ପା ବ୍ଲକ ଆଦି ବ୍ୟବହାର କରୁଛୁ । ଏହି ସମସ୍ତ ଇଟାରେ କଣ ସମାନତା ଅଛି ?
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 6
Solution:
ସମସ୍ତ ଇଟାଗୁଡ଼ିକର ଆକୃତି ‘ଆୟତଘନ’ ଅଟେ । ପ୍ରତ୍ୟେକର ୬ଟି ପୃଷ୍ଠ, ୮ଟି ଶୀର୍ଷ ଓ ୧୨ଟି ଧାର ଅଛି ।
ଶିକ୍ଷକଙ୍କ ପାଇଁ ସୂଚନା; ଶିକ୍ଷାର୍ଥୀମାନଙ୍କୁ ଛୋଟବାକ୍ସ, ବୋତଲ, ଅଦରକାରୀ ଡବା, ଶଢ଼େଇ ଆଦି ସଂଗ୍ରହ କରି ଗୋଟିଏ ଘରର ମଡେଲ ପ୍ରସ୍ତୁତ କରିବାକୁ କହନ୍ତୁ।

ହସ୍ତକମ

Page No. (୩ to ୫)

Question 1.
କାଗଜ ପଟି ସାହାଯ୍ୟରେ ଏକ ଗୋଲକ ପରି ଆକୃତି ତିଆରି କର ।
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 7

ଏକ ଖୋଲା ବାକ୍ସ କିପରି ଦେଖାଯାଉଛି, ତାହା ଦେଖୁବା ପାଇଁ ସୀମା ଏକ ବାକ୍ସକୁ ଖୋଲି ଚଟାଣ ଉପରେ ରଖୁଛି । ଏହାକୁ ବାକ୍ସର ଜାଲକ (ନେଟ୍) କୁହାଯାଏ । ଯଦି ତୁମେ ଡଟ୍ ଚିହ୍ନିତ ରେଖାରେ ଏହାକୁ ଭାଙ୍ଗ କର, ତେବେ ତୁମେ ପୂର୍ବପରି ବାକ୍ସଟି ଫେରି ପାଇବ ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 8
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 9

Question 2.
ତଳେ ଦେଖାଯାଇଥ‌ିବା ମଡେଲଗୁଡ଼ିକ ତିଆରି କରିବା ପାଇଁ ଏହି ଗଣିତ ବହିର ଶେଷରେ ଥିବା ଜାଲକ ବ୍ୟବହାର କର ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 10
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 11

ସମଘନକୁ ଗୋଟିଏ ପ୍ରିଜିମ୍ କହିବା କି ?
Solution:
ହଁ । ସମଘନ ଏକ ବର୍ଗାକୃତି ବିଶିଷ୍ଟ ପ୍ରିଜିମ୍ ଅଟେ ।

ପ୍ରିଜିମ୍ ଏବଂ ପିରାମିଡ୍ ମଧ୍ଯରେ କଣ ପାର୍ଥକ୍ୟ ଅଛି ? ଆଲୋଚନା କର ।
Solution:
ହଁ, ସମସ୍ତ ପ୍ରିଜିମ୍‌ର ପୃଷ୍ଠଗୁଡ଼ିକ ଆୟତାକାର ଏବଂ ପାର୍ଶ୍ଵଗୁଡ଼ିକ ତ୍ରିଭୁଜାକାର, ବର୍ଗାକାର ଓ ଷଡ଼ଭୁଜାକାର ହୋଇଥାଏ କିନ୍ତୁ ସମସ୍ତ ପିରାମିଡ୍‌ର ପାର୍ଶ୍ଵଗୁଡ଼ିକ ସାଧାରଣତଃ ତ୍ରିଭୁଜାକାର, ଏହାର ତ୍ରିକୋଣୀୟ ପାର୍ଶ୍ଵଗୁଡ଼ିକ ଗୋଟିଏ ବିନ୍ଦୁରେ ମିଳିତ ହୋଇଥାଏ ଏବଂ ପୃଷ୍ଠଗୁଡ଼ିକ ତ୍ରିଭୁଜାକୃତି, ପଞ୍ଚଭୁଜାକୃତି ଓ ଚତୁର୍ଭୁଜାକୃତି ହୋଇଥାଏ ।

Question 3.
ଏବେ ନଳୀ ଏବଂ ପ୍ଲାଷ୍ଟିକ ସୂତା ବ୍ୟବହାର କରି ନିମ୍ନରେ ଦିଆଯାଇଥିବା ଆକୃତିଗୁଡ଼ିକ ତିଆରି କରି ଏବଂ ସାରଣୀଟିକୁ ପୂରଣ କର ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 12
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 13

ପୃଷ୍ଠ ସଂଖ୍ୟା (F), ଧାର ସଂଖ୍ୟା (E), ଏବଂ ଶୀର୍ଷ ସଂଖ୍ୟା (V) ମଧ୍ୟରେ ଥ‌ିବା ସମ୍ପର୍କକୁ ଚିହ୍ନଟ କର । ପ୍ରତ୍ୟେକ କ୍ଷେତ୍ରରେ ନିଶ୍ଚୟ କର ।
Solution:
ପୃଷ୍ଠା ସଂଖ୍ୟା (F), ଧାର ସଂଖ୍ୟା (E) ଏବଂ ଶୀର୍ଷ ସଂଖ୍ୟା (V)
ଏଠାରେ ପ୍ରତ୍ୟେକ କ୍ଷେତ୍ରରେ F + V – E = 2 ହେବ ।
ଉଦାହରଣ ସ୍ୱରୂପ । + V – E = 6 + 8 – 12 = 14 – 12 = 2
(ସମଘନ ଓ ଆୟତଘନାକୃତି ବିଶିଷ୍ଟ ପ୍ରିଜିମ୍)

Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 14
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 15

ତୁମେ ତିନୋଟି ସମତଳ ପୃଷ୍ଠ ନେଇ ଏକ ତ୍ରି-ମାଟ୍ରିକ ଆକୃତି ତିଆରି କରିପାରିବ କି ?
Solution:
ନାଁ, ତିନୋଟି ସମତଳ ପୃଷ୍ଠ ନେଇ ଏକ ତ୍ରି-ମାଡ୍ରିକ ଆକୃତି ତିଆରି ହୋଇପାରିବ ନାହିଁ ।

Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 16
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 17

Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି

ଆସ ଲକ୍ଷ୍ୟ କରିବା

Question 1.
ଗୋଟିଏ ଲୁଡୁ ଗୋଟି ନିଅ । ଏହାର ସଂଖ୍ୟା ୧ ଥ‌ିବା ପୃଷ୍ଠକୁ ଦେଖ । ସଂଖ୍ୟା ୧ ଲେଖା ଥିବା ପୃଷ୍ଠର ବିପରୀତ ପୃଷ୍ଠରେ ସଂଖ୍ୟା ୬ ଅଛି ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 18
ତଳେ ଦିଆଯାଇଥ‌ିବା ପୃଷ୍ଠର ବିପରୀତ ପାର୍ଶ୍ଵରେ କେଉଁ ସଂଖ୍ୟା ଅଛି ?
(କ) ସଂଖ୍ୟା ୨ ଥ‌ିବା ପୃଷ୍ଠ ? _______________________
Solution:
୫

(ଖ) ସଂଖ୍ୟା ୩ ଥ‌ିବା ପୃଷ୍ଠ ? _______________________
Solution:
୪

(ଗ) ସଂଖ୍ୟା ୪ ଥ‌ିବା ପୃଷ୍ଠ ? _______________________
Solution:
୩

Question 2.
(କ) ୧ ଲେଖାଥ‌ିବା ପୃଷ୍ଠ ସହିତ ସାଧାରଣ ଧାର ଥ‌ିବା ପୃଷ୍ଠଗୁଡ଼ିକ ଲେଖ ? ___________________________
Solution:
୨,୩, ୪, ୫

(ଖ) ୧ ଲେଖାଥ‌ିବା ପୃଷ୍ଠ ସହିତ ସାଧାରଣ ଧାର ନ ଥ‌ିବା ପୃଷ୍ଠ ଗୁଡ଼ିକ ଲେଖ ?
Solution:
୬

Question 3.
ନିମ୍ନରେ ଥ‌ିବା ଗୋଟିଏ ସମଘନର ତିନୋଟି ଭିନ୍ନ ପଟର ଦୃଶ୍ୟକୁ ଦେଖ ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 19
(କ) ଲାଲ ପାର୍ଶ୍ଵର ବିପରୀତ ପାର୍ଶ୍ଵରେ କେଉଁ ରଙ୍ଗ ଅଛି ? _______________________
Solution:
ନୀଳ

(ଖ) ହଳଦିଆ ପାର୍ଶ୍ଵର ବିପରୀତ ପାର୍ଶ୍ଵରେ କେଉଁ ରଙ୍ଗ ଅଛି ? ______________________
Solution:
କମଳା ଓ ନୀଳ

ଏହି ପୃଷ୍ଠାର ଚତୁଃପାର୍ଶ୍ଵରେ ଥ‌ିବା ଆକୃତିଗୁଡ଼ିକୁ ନେଇ ନିମ୍ନ ସୂଚନା ଅନୁସାରେ କାର୍ଯ୍ୟ କର ।

Question 1.
ସମସ୍ତ ଆକୃତିରେ ଥ‌ିବା ଆୟତାକୃତି ପୃଷ୍ଠକୁ ନାଲି ରଙ୍ଗ ଦିଅ ।
Solution:
ଆୟତାକୃତି ପୃଷ୍ଠ – Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 20

Question 2.
ତ୍ରିଭୁଜାକୃତି ପୃଷ୍ଠ ଥ‌ିବା ଆକୃତି ଉପରେ ଏକ ହସିଲା ମୁହଁ ଆଙ୍କ |
Solution:
ତ୍ରିଭୁଜାକୃତି ପୃଷ୍ଠ ( ହସିଲା ମୁହଁ) –
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 21

Question 3.
ବକ୍ର ପୃଷ୍ଠ ବିଶିଷ୍ଟ ଆକୃତି ଉପରେ ଏକ ତାରା ଚିହ୍ନ ଆଙ୍କ ।
Solution:
ବକ୍ରପୃଷ୍ଠ ବିଶିଷ୍ଟ ଆକୃତି (ତାରା ଚିହ୍ନ) –
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 22

Question 4.
କୋଣ ନଥ‌ିବା ଆକୃତି ଗୁଡ଼ିକୁ ନୀଳ ରଙ୍ଗ ଦିଅ ।
Solution:
କୋଣ ନଥ‌ିବା ଆକୃତି-
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 23

Question 5.
ସମାନ ବିପରୀତ ପୃଷ୍ଠ ବିଶିଷ୍ଟ ଆକୃତିରେ ଗୋଲ ବୁଲାଅ ।
Solution:
ସମାନ ବିପରୀତ ପୃଷ୍ଠ ବିଶିଷ୍ଟ ଆକୃତି –
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 24

Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି

ତ୍ରି-ମାତ୍ରିକ ଆକୃତିଗୁଡ଼ିକୁ ସଜାଇବା

Page No. (୬)

Question 1.
ତ୍ରି-ମାତ୍ରିକ ଆକୃତିଗୁଡ଼ିକର ନାମ ଉପଯୁକ୍ତ ସ୍ଥାନରେ ଲେଖ ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 25
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 26

Question 2.
ତୁମେ କେଉଁ ବୃତ୍ତରେ ତ୍ରିଭୁଜାକୃତି ବିଶିଷ୍ଟ ପ୍ରିଜିମ୍ ଏବଂ ଆୟତାକୃତି ବିଶିଷ୍ଟ ପିରାମିଡ୍ ପାଇଲ ?
Solution:
ମଝି ଅଂଶରେ (ଛେଦ ବିନ୍ଦୁରେ) ।

Question 3.
ଆସ, ଆକୃତିଗୁଡ଼ିକୁ ଅନ୍ୟ ଉପାୟେର ସଜାଡ଼ିବା ।
ପୂର୍ବ ପୃଷ୍ଠାରେ ଥ‌ିବା ପରି ବୃତ୍ତ ବ୍ୟବହାର କରି, ତୁମେ ଆକୃତିଗୁଡ଼ିକୁ “ବକ୍ର ପାର୍ଶ୍ଵ ବିଶିଷ୍ଟ ଆକୃତି ଏବଂ “ସମତଳ ପାର୍ଶ୍ଵ ବିଶିଷ୍ଟ ଆକୃତି ଆଧାରେର ବର୍ଗୀକରଣ କରି ସଜାଡ଼ି ପାରିବ କି ?
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 27
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 28

ସମଘନଦ୍ବାରା ମଡେଲ ପ୍ରସ୍ତୁତି

Page No. (୭)

Question 1.
ଯାଦୁପେଡ଼ିରେ ଥ‌ିବା ସମଘନ କିମ୍ବା ଅନ୍ୟ ସମାନ ପ୍ରକାର ବସ୍ତୁ ବ୍ୟବହାର କରି ନିମ୍ନ ମଡେଲଗୁଡ଼ିକ ତିଆରି କର ।
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 29

ସମଘନରେ ଟାଓ୍ବାର

Question 1.
ଏହି ପ୍ରତ୍ୟେକ ବ୍ଲକ ଟାୱାରରେ କେତୋଟି ସମଘନ ଅଛି ?
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 30
Solution:
(୧ମ)
୧ମ ବ୍ଲକ୍ ଟାଓ୍ବାରରେ ମୋଟ ୩୦ଟି ସମଘନ ଅଛି ।
ଯଥା : (୪ × ୪) + (୩ × ୩) + (୨ × ୨) + ୧
= ୧୬ + ୯ + ୪ + ୧ = ୩୦ଟି ସମଘନ ।

(୨ୟ)
୨ୟ ବ୍ଲକ୍ ଟାଓ୍ବାରରେ ମୋଟ ୬୦ଟି ସମଘନ ଅଛି ।
ଯଥା : (୫ + ୪ + ୩ + ୨ + ୧) × ୪ + ୬
= ୧୫ × ୪ + ୬
= ୬୦ + ୬ = ୬୬ଟି ସମଘନ ।

ଶିକ୍ଷକଙ୍କ ପାଇଁ ସୂଚନା : ଶିକ୍ଷାର୍ଥୀମାନେ ଉପଲବ୍ଧ କାଠ, କାଗଜ ଏବଂ ନଳୀ/ପାଇପ ନେଇ ମଡେଲଗୁଡ଼ିକ ପ୍ରସ୍ତୁତ କରିବେ । ଏହାର ସଂଲଗ୍ନ ଏବଂ ବିପରୀତ ପୃଷ୍ଠ ସମ୍ବନ୍ଧରେ ଆଲୋଚନା କରନ୍ତୁ । ଶିକ୍ଷାର୍ଥୀମାନେ ମଡେଲଗୁଡ଼ିକୁ ଦୁଇଭାଗ କରି ଭେନ୍ ଚିତ୍ର (ପୂର୍ବୋକ୍ତ ବୃତ୍ତ ବ୍ୟବହାର କରି)ରେ ଦର୍ଶାଇବେ । ଏହି ଆକୃତିଗୁଡ଼ିକର ନାମ ଲେଖୁବେ ।

Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି

ତ୍ରିଭୁଜାକୃତି ବିନ୍ଦୁ କାଗଜରେ ସମଘନ ଆଙ୍କିବା

Page No. (୮ to ୯)

Question 1.
ତୁମେ ନିମ୍ନଲିଖତ ସମଘନଗୁଡ଼ିକୁ ସମ୍ପୂର୍ଣ କର ?
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 31
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 32

Question 2.
ଦିଆଯାଇଥ‌ିବା ବର୍ଣ୍ଣନା ସହିତ ଚିତ୍ରଗୁଡ଼ିକ ଯୋଡ଼ ଏବଂ ଆକୃତିଗୁଡ଼ିକର ନାମ ଦିଅ ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 33
Solution:
(କ) Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 34 ବର୍ଗାକାର ପିରାମିଡ୍
(ଖ)  Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 35 କୋନ୍
(ଗ)  Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 36 ବୃତ୍ତ
(ଘ)  Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 37 ସିଲିଣ୍ଡର
(ଙ)  Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 38 ତ୍ରିଭୁଜାକୃତି ପ୍ରିଜିମ୍
(ଚ)  Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 39 ସମଘନ ଓ im40 ଆୟତଘନ

Question 2.
ପ୍ରତ୍ୟେକଟି କିପରି ଅନ୍ୟଠାରୁ ଭିନ୍ନ ? ଆଲୋଚନା କର ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 41
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 36 ବୃତ୍ତ : ଏହାର ଗୋଟିଏ ବକ୍ରପୃଷ୍ଠ ଓ କୌଣସି ଧାର କିମ୍ବା ଶୀର୍ଷ ନାହିଁ ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 35 କୋନ୍ : ଏହାର ଗୋଟିଏ ସମତଳ ପୃଷ୍ଠ, ଗୋଟିଏ ବକ୍ରପୃଷ୍ଠ ଏବଂ ଗୋଟିଏ ଧାର ଅଛି ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 34 ଆୟତାକୃତି ପିରାମିଡ୍ : ଏହାର ୫ଟି ପୃଷ୍ଠ, ୫ଟି ଶୀର୍ଷ ଓ ୮ଟି ଧାର ଅଛି ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 39 ସମଘନ : ଏହାର ପୃଷ୍ଠ ସଂଖ୍ୟା ୬, ଶୀର୍ଷ ସଂଖ୍ୟା ୮ ଓ ଧାର ସଂଖ୍ୟା ୧୨ ଅଟେ ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 40 ଆୟତଘନ : ଏହାର ପୃଷ୍ଠ ସଂଖ୍ୟା ୬, ଶୀର୍ଷ ସଂଖ୍ୟା ୮ ଓ ଧାର ସଂଖ୍ୟା ୧୨ ଅଟେ ।

Question 3.
ତଳେ ଦିଆଯାଉଥ‌ିବା ଜାଲକଗୁଡ଼ିକୁ ଉପଯୁକ୍ତ ଘନବସ୍ତୁ ସହିତ ମେଳକ କର ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 42
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 43
(୧) – (ଖ), (୨) – (ଘ), (୩) – (କ), (୪) – (ଗ) ।

Question 4.
ଏହି ଜାଲକଗୁଡ଼ିକ ମଧ୍ୟରୁ କେଉଁ ଜାଲକକୁ ଭାଙ୍ଗ କରି ତଳେ ଦିଆଯାଇଥିବା ଘନବସ୍ତୁ ତିଆରି କରାଯାଇପାରିବ ?
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 44
Solution:
(ଖ) ଓ (ଘ)

Question 5.
ନିତେଶ ଗୋଟିଏ ଘନବସ୍ତୁର ଜାଲକକୁ ଭାଙ୍ଗ ସ୍ଥାନରୁ କାଟି ଦେଇଛି । ଏହାର ଖଣ୍ଡଗୁଡ଼ିକ ଏଠାରେ ଅଛି ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 45
ନିମ୍ନରେ କେଉଁ ଘନବସ୍ତୁର ଜାଲକରେ ଉପରୋକ୍ତ ସମସ୍ତ ଖଣ୍ଡଗୁଡ଼ିକ ଅଛି ?
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 46
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 47

ଯେତେବେଳେ ରେଖାଗୁଡ଼ିକ ମିଳିତ ହୁଅନ୍ତି

Page No. (୧୦ to ୧୧)

ରଞ୍ଜିତା ନଳୀଗୁଡିକ ସାହାଯ୍ୟରେ ବିଭିନ୍ନ ପ୍ରକାରର କୋଣ ତିଆରି କରିଥିଲା । ଆମେ କହିପାରିବା ଯେ ଦୁଇଟି ନଳୀ ଦୁଇଟି ରେଖା ପରି ଓ ସେମାନେ ଗୋଟିଏ ବିନ୍ଦୁରେ ମିଶିଥାନ୍ତି ।
ଯେତେବେଳେ ଦୁଇଟି ରେଖା ମିଶିଯାଏ ସେମାନେ ଏକ କୋଣ ସୃଷ୍ଟି କରନ୍ତି ।  ଆମେ ଯୋଗ ଆସନରେ ଅନେକ କୋଣର ଆକୃତି ଦେଖୁ ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 48

Question 1.
ନିମ୍ନ ଘର ଚିତ୍ରରେ ୭ଟି କୋଣ ଅଛି ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 49
ଏହି ନୌକା ଚିତ୍ରରେ କେତୋଟି କୋଣ ଅଛି ?
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 50
Solution:
ନୌକା ଚିତ୍ରରେ ୧୦ଟି କୋଣ ଅଛି ।

Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି

ଆସ କାମଟି କରିବା

Question 1.
ନିମ୍ନଲିଖତ ଚିତ୍ରଗୁଡ଼ିକରେ ଥ‌ିବା କୋଣଗୁଡ଼ିକୁ ଚିହ୍ନାଅ ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 51
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 52

Question 2.
ଶ୍ରେଣୀଗୃହରେ ତୁମେ କେଉଁଠାରେ କୋଣ ଦେଖୁଛ ? କେତୋଟି ଉଦାହରଣ ଦିଅ ।
______________________________________________________________________________________________________________
______________________________________________________________________________________________________________
______________________________________________________________________________________________________________
Solution:
ଆମ ଶ୍ରେଣୀ ଗୃହରେ ବହି, ଖାତା, ଟେବୁଲ, ଚେୟାର, ଘଣ୍ଟାରେ ଥ‌ିବା ଘଣ୍ଟାକଣ୍ଟା ଓ ମିନିଟ୍ କଣ୍ଟା, କବାଟ, ଝରକା, କଳାପଟା, ଡଷ୍ଟର ଆଦିରେ ଆମେ କୋଣ ଦେଖୁଥାଉ ।

ସମକୋଣ

Page No. (୧୧ to ୧୩)

Question 1.
ଆସ, ଚିତ୍ରରେ ଦେଖାଯାଇଥିବା ପରି ଏକ କାଗଜ ଖଣ୍ଡ ସାହାଯ୍ୟରେ ଏକ ସମକୋଣ ତିଆରି କରିବା ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 53
Solution:
୧. ଏକ ଅନିୟମିତ ଆକାରର କାଗଜ ।
୨. ଏହାକୁ ଅଧାରୁ ଭାଙ୍ଗିବା ।
୩. ପୁଣି ଥରେ ଭାଙ୍ଗିବା ଯେପରି ସିଧା ଧାର ମିଳିବ ।
୪. ଭାଙ୍ଗ ସ୍ଥାନରେ ‘L’ ଆକୃତିର ସମକୋଣ ସୃଷ୍ଟି ହେବା ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 54

Question 2.
ତଳେ ଦିଆଯାଇଥ‌ିବା ବିନ୍ଦୁଗ୍ରୀଜ୍‌ରେ ତୁମେ ଯେଉଁ କୋଣଗୁଡ଼ିକୁ ସମକୋଣ ବୋଲି ଭାବୁଛ, ସେଗୁଡ଼ିକୁ ଚିହ୍ନଟ କର ଏବଂ ସେଥ‌ିରେ ଗୋଲ ବୁଲାଅ | ତୁମେ ସେୟାର ବ୍ୟବହାର କରି ସେଗୁଡ଼ିକୁ ସମକୋଣ କି ନାହିଁ ଯାଞ୍ଚ କର ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 55
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 56

Question 3.
ବହି, ଝରକା ଏବଂ ଅନ୍ୟ ଯେ କୌଣସି ବସ୍ତୁରେ ସମକୋଣ ଅଛି କି ନାହିଁ ତାହା ଯାଞ୍ଚ କର । ଯେଉଁଠାରେ ତୁମେ ସମକୋଣ ପାଇଲ ସେହି ବସ୍ତୁଗୁଡ଼ିକର ନାମ ଲେଖ ।
______________________________________________________________________________________________________________
______________________________________________________________________________________________________________
______________________________________________________________________________________________________________
Solution:
ବହିର କୋଣମାନଙ୍କରେ, ଝରକାର ଚାରିକୋଣରେ, ଟେବୁଲର ଗୋଡ଼ ଓ ଡେସ୍କରେ ଥିବା କୋଣମାନଙ୍କରେ ଓ ଘଣ୍ଟାରେ ବାଜିଥ‌ିବା ୩ଟା ଓ ୯ଟା ସମୟରେ ଆମେ ସମକୋଣ ଦେଖ‌ିବାକୁ ପାଉ।

ଆସ କାମଟି କରିବା

Question 1.
ଆସ, ବିନ୍ଦୁ ଗ୍ରୀଡ୍‌ରେ କିଛି ସମକୋଣ ଅଙ୍କନ କରିବା ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 57
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 58

ସୂକ୍ଷ୍ମକୋଣ ଏବଂ ସ୍ଥୁଳକୋଣ

Page No. (୧୨ to ୧୩)

Question 1.
ସୂକ୍ଷ୍ମକୋଣର ପରିମାଣ ସମକୋଣର ପରିମାଣ ଅପେକ୍ଷା କମ୍ ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 59
ସ୍ଥୂଳକୋଣର ପରିମାଣ ଏକ ସମକୋଣର ପରିମାଣ ଅପେକ୍ଷା ଅଧିକ ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 60
Solution:
ଡଟ୍ ଲାଇନ୍ ଦ୍ବାରା ସମକୋଣ ଦର୍ଶାଯାଇଛି ଏବଂ ସୂକ୍ଷ୍ମକୋଣଟି ତା ଠାରୁ ଛୋଟ ଅଟେ ।
ଡଟ୍ ଲାଇନ୍ ଦ୍ବାରା ସମକୋଣ ଦର୍ଶାଯାଇଛି ଏବଂ ସ୍ଥୂଳକୋଣଟି ତା ଠାରୁ ବଡ଼ ଅଟେ ।

Question 2.
ତୁମ ଶ୍ରେଣୀଗୃହରେ ଥ‌ିବା କେତେକ ବସ୍ତୁର ନାମ କୁହ, ଯାହାର ଏକ ସୂକ୍ଷ୍ମକୋଣ ଅଛି ।
_______________________________________________________________.
Solution:
ଶ୍ରେଣୀଗୃହର ଝରକାକୁ ଅଳ୍ପ ଖୋଲିଲେ ସେଥ୍ରେ ସୂକ୍ଷ୍ମକୋଣ ସୃଷ୍ଟି ହେବ । ସେହିପରି ଘଣ୍ଟାରେ ଥ‌ିବା ଘଣ୍ଟା ଓ ମିନିଟ୍ କଣ୍ଟାର ସମୟ ୧୦ଟା ଓ ୧୧ଟା ସମୟରେ ସୂକ୍ଷ୍ମକୋଣ ସୃଷ୍ଟି ହୁଏ ।

Question 3.
ତୁମ ଶ୍ରେଣୀଗୃହରେ ଥ‌ିବା କେତେକ ବସ୍ତୁର ନାମ କୁହ, ଯାହାର ଏକ ସ୍ଥୂଳକୋଣ ଅଛି ।
_______________________________________________________________.
Solution:
ପୁସ୍ତକର ପୃଷ୍ଠାକୁ ଅଧାରୁ ଅଧ‌ିକ ଖୋଲିଲେ ଯେଉଁ କୋଣ ସୃଷ୍ଟି ହେବ ତାହା ସ୍ଥୂଳକୋଣ । ସେହିପରି ଘଣ୍ଟାରେ ସମୟ ୯ଟା ବାଜି ୫ ମିନିଟ୍, ୭ଟା ଓ ୮ଟା ସମୟରେ ସୃଷ୍ଟି କୋଣ ସ୍ଥୂଳକୋଣ ଅଟେ ।

Question 4.
ତଳେ ଦିଆଯାଇଥ‌ିବା ପ୍ରତ୍ୟେକ ଅକ୍ଷରରେ ସମସ୍ତ କୋଣଗୁଡ଼ିକୁ ଚିହ୍ନଟ କର ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 61
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 62

Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି

ଆସ କାମଟି କରିବା

Question 1.
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 63
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 64

Question 2.
ତଳେ ଦିଆଯାଇଥ‌ିବା ଚିତ୍ରଗୁଡ଼ିକରେ ସୂକ୍ଷ୍ମକୋଣଗୁଡ଼ିକୁ ଲାଲ ରଙ୍ଗ, ସମକୋଣଗୁଡ଼ିକୁ ସବୁଜ ରଙ୍ଗ ଏବଂ ସ୍ଥୂଳକୋଣଗୁଡ଼ିକୁ ନୀଳ ରଙ୍ଗ ଦିଅ ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 65
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 66

ପ୍ଲାଷ୍ଟିକ ନଳୀ ନେଇ ଆକୃତି ଗଠନ କରିବା

Page No. (୧୪ to ୧୬)

Question 1.
ବିଭିନ୍ନ ଆକାରର ପ୍ଲାଷ୍ଟିକ୍ କିମ୍ବା କଞ୍ଚାମାଟି ନେଇ ଏକ ତ୍ରିଭୁଜ ଆକୃତି ତିଆରି କର ।
ଯଦି ଆମେ ଏହାର ଗୋଟିଏ ପାର୍ଶ୍ଵକୁ ଧୀରେ ଧୀରେ ଠେଲି ଦେବା, ତେବେ କ’ଣ ତ୍ରିଭୁଜର ଆକୃତିରେ ପରିବର୍ତ୍ତନ ହେବ କି ? ହଁ /ନା
ତୁମ ଖାତାରେ ପ୍ଲାଷ୍ଟିକ ନଳୀ ସହିତ ତୁମେ ତିଆରି କରିଥିବା ତ୍ରିଭୁଜଗୁଡ଼ିକୁ କାଗଜ ଉପରେ ପକାଇ ଚାରିପଟେ ପେନସିଲ୍ ଗାର ଦିଅ । ତ୍ରିଭୁଜରେ କେଉଁ କେଉଁ ପ୍ରକାରର କୋଣ ଅଛି ?
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 67

Question 2.
ପ୍ଲାଷ୍ଟିକ ନଳୀ ଏବଂ ମାଟି ସାହାଯ୍ୟରେ ଏକ ଆୟତକାର ଆକୃତି ତିଆରି କର ।
ଆୟତଚିତ୍ରରେ ତୁମେ କେଉଁ ପ୍ରକାରର କୋଣ ଦେଖୁଛ ?
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 68
ଯଦି ଆମେ ଏହାର ଗୋଟିଏ ପାର୍ଶ୍ଵକୁ ଧୀରେ ଧୀରେ ଠେଲିବା, ତେବେ କ’ଣ ଏହାର ଆକୃତିରେ ପରିବର୍ତ୍ତନ ହେବ ? [ହଁ / ନା]
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 69

Question 3.
ତୁମେ ପାଇଥ‌ିବା ନୂତନ ଆକୃତିରେ କୋଣଗୁଡ଼ିକର କ’ଣ ପରିବର୍ତ୍ତନ ହୋଇଛି ?
Solution:
ସୂକ୍ଷ୍ମକୋଣ ଓ ସ୍ଥୂଳକୋଣରେ ପରିଣତ ହୋଇଛି ।

Question 4.
ସେଗୁଡ଼ିକ ଏବେ ବି ସମକୋଣ କି ? କେଉଁ ପ୍ରକାରର କୋଣ ଗଠିତ ହୋଇଛି ?
Solution:
ନାଁ, ସୂକ୍ଷ୍ମକୋଣ ଓ ସ୍ଥୂଳକୋଣ ଗଠିତ ହୋଇଛି ।

Question 5.
ସେହିପରି, ଏକ ବର୍ଗରେ ଗୋଟିଏ ପାର୍ଶ୍ବକୁ ଠେଲିବା ।
ଏବେ ଏହାର ପ୍ରତ୍ୟେକ କୋଣ ସମକୋଣ କି ? କେଉଁ ପ୍ରକାରର କୋଣ ଗଠିତ ହୋଇଛି ?
Solution:
ସାମାନ୍ତରିକ କ୍ଷେତ୍ର ବା ରମ୍ବସ ।

Question 6.
ତ୍ରିଭୁଜ ଏବଂ ଆୟତଚିତ୍ରର କୋଣଗୁଡ଼ିକ କିପରି ସମାନ ବା ଭିନ୍ନ ଆଲୋଚନା କର ।
Solution:
ଶିକ୍ଷକଙ୍କ ପାଇଁ ସୂଚନା : ପିଲାମାନଙ୍କୁ ବିଭିନ୍ନ ଆକୃତିର ଦୃଢତା ବୁଝିବାରେ ସାହାଯ୍ୟ କରନ୍ତୁ । ତ୍ରିଭୁଜ ହେଉଛି ଏକ ନିର୍ଦ୍ଦିଷ୍ଟ ଆକୃତି, କାରଣ ଏହାକୁ ଠେଲି ଦେଲେ ମଧ୍ୟ ଏହାର ଆକୃତି ପରିବର୍ତ୍ତନ ହୁଏ ନାହିଁ ।

Question 7.
ତଳେ ଦିଆଯାଇଥ‌ିବା ବିନ୍ଦୁ ଗ୍ରୀଡ୍ ବ୍ୟବହାର କରି ତିନୋଟି ବା ଚାରୋଟି ବାହୁ ବିଶିଷ୍ଟ କେତେଗୁଡ଼ିଏ ଆକୃତି ଅଙ୍କନ କର । ଗୋଟିଏ କିମ୍ବା ଅଧିକ ସମକୋଣ ଥିବା ଆକୃତିଗୁଡ଼ିକରେ ମୁଣ୍ଡୁଳା ବୁଲାଅ ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 70
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 71

ଆଲୋଚନା କରିବା :

ତୁମେ କେଉଁ ଆକୃତି ତିଆରି କରିଛ ?
Solution:
ମୁଁ ସମକୋଣୀ ତ୍ରିଭୁଜ, ବିଷମ ତ୍ରିଭୁଜ ଓ ଆୟତଚିତ୍ର, ବର୍ଗଚିତ୍ର ଓ ଟ୍ରାପିଜିୟମ୍ ଆକୃତି ତିଆରି କରିଛି ।

ତୁମେ ତିଆରି କରିଥିବା କେତୋଟି ଆକୃତିରେ ନିମ୍ନ ପରିମାଣର କୋଣ ଅଛି ?
(କ) ଗୋଟିଏ ସମକୋଣ
(ଖ) ଦୁଇଟି ସମକୋଣ
(ଗ) ତିନୋଟି ସମକୋଣ
(ଘ) ସମସ୍ତ କୋଣ ସମକୋଣ
Solution:
(କ) ଗୋଟିଏ ସମକୋଣ – ୩ଟି
(ଖ) ଦୁଇଟି ସମକୋଣ – ୧ଟି
(ଗ) ତିନୋଟି ସମକୋଣ – ନାହିଁ
(ଘ) ସମସ୍ତ କୋଣ ସମକୋଣ – ୨ଟି

Question 8.
ଏଠାରେ କେତେଗୁଡ଼ିଏ ଚାରି ବାହୁ ବିଶିଷ୍ଟ ଆକୃତି ଅଛି ।
ଆୟତଚିତ୍ର ଏବଂ ବର୍ଗଚିତ୍ର ଏହି ଆକୃତିଗୁଡ଼ିକଠାରୁ କେଉଁ କାରଣରୁ ଭିନ୍ନ ?
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 72
Solution:
କାରଣ ଆୟତଚିତ୍ର ଏବଂ ବର୍ଗଚିତ୍ରରେ ପ୍ରତ୍ୟେକ କୋଣ ସମକୋଣ ହୋଇଥାଏ ।

ଶିକ୍ଷକଙ୍କ ପାଇଁ ସୂଚନା : ଗୋଟିଏ ବର୍ଗଚିତ୍ର ଏବଂ ଗୋଟିଏ ଆୟତଚିତ୍ର ମଧ୍ୟରେ ଥ‌ିବା ସମାନତା ଏବଂ ପାର୍ଥକ୍ୟ ସମ୍ପର୍କରେ ଆଲୋଚନା କରନ୍ତୁ । ଏକ ଆୟତଚିତ୍ର ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଏକ ବର୍ଗଚିତ୍ର ହେବ ବୋଲି ଶିକ୍ଷାର୍ଥୀମାନେ ଅନୁଭବ କରିବା ଆବଶ୍ୟକ । ଆବଶ୍ୟକ ହେଲେ, ଶିକ୍ଷକ ଅଧିକ ସଂଖ୍ୟକ ଡଟ୍ ଗ୍ରିଡ୍ ପିଲାଙ୍କୁ ଦେଇପାରିବେ ।

Question 9.
ଏହି ପାଞ୍ଚଟି ଧାର ବିଶିଷ୍ଟ ଆକୃତିର ସମସ୍ତ ଧାରକୁ ସମାନ କରିବାକୁ ଚେଷ୍ଟାକର । (ପଞ୍ଚଭୁଜ)
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 73
ଏହି ଆକୃତିର ପ୍ରତ୍ୟେକ କୋଣ ସମକୋଣ କି ?
Solution:
ନା, ସେଗୁଡ଼ିକ ସ୍ଥୂଳକୋଣ ।

ଯଦି ଆମେ ଏହାର ଗୋଟିଏ ପାର୍ଶ୍ଵକୁ ଧୀରେ ଧୀରେ ଠେଲି ଦେବା, ତେବେ କ’ଣ ପଞ୍ଚଭୁଜର ଆକୃତିରେ ପରିବର୍ତ୍ତନ ହେବ ? [ହଁ | ନା]
Solution:
ହଁ ।

ଏପରି କରିବା ଦ୍ଵାରା କୋଣ ଗୁଡିକର କିପରି ପରିବର୍ତ୍ତନ ହେବ ?
Solution:
କୋଣର ଆକୃତି ସାମାନ୍ୟ ପରିବର୍ତ୍ତନ ହେବ ।

Question 10.
ତୁମେ କ’ଣ ପ୍ଲାଷ୍ଟିକ ନଳୀ ବ୍ୟବହାର କରି ଏକ ବୃତ୍ତ ତିଆରି କରିପାରିବ ?
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 74
ଚିତ୍ରଟିକୁ ଦେଖ । ଏହି ଚିତ୍ରରେ ପ୍ଲାଷ୍ଟିକ ନଳୀଗୁଡ଼ିକର ଲମ୍ବ… (ସମାନ/ଅସମାନ) ।
Solution:
ସମାନ ।

ଯଦି ଆମେ ଅସମାନ ଲମ୍ବର ପ୍ଲାଷ୍ଟିକ ନଳୀ ନେବା ତେବେ କ’ଣ ହେବ ?
Solution:
ଚକଟି ଗୋଲାକାର ହେବ ନାହିଁ ଏବଂ ଗଡିବ ନାହିଁ ।

Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି

ଆସ ତିଆରି କରିବା

ତୁମେ ଗୋଟିଏ ବୃତ୍ତ ଆଙ୍କିବା ପାଇଁ ସ୍କେଲ୍ ବ୍ୟବହାର କରିପାରିବ କି ? ଆସ ଦେଖୁ ।
ଏକ ବିନ୍ଦୁ ଚିହ୍ନିତ କର | ତା’ର ନାମ “କ” ଦିଅ ।
ବିନ୍ଦୁ “କ”ରୁ ସମାନ ଦୂରତାରେ ଥ‌ିବା ଅନେକଗୁଡ଼ିଏ ବିନ୍ଦୁ ଦିଅ ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 75
Question 1.
ବିନ୍ଦୁ ଗୁଡ଼ିକୁ ଖାଲିହାତରେ ଯୋଡ଼ (କୌଣସି ଉପକରଣ ନ ନେଇ) । ତୁମେ କ’ଣ ପାଇଲ ?
Solution:
ଏକ ବୃତ୍ତ ।
ବିନ୍ଦୁ ‘କ’ ହେଉଛି ବୃତ୍ତର କେନ୍ଦ୍ର ଏବଂ କେନ୍ଦ୍ର ବିନ୍ଦୁ ଓ ବୃତ୍ତ ଉପରିସ୍ଥ ଯେ କୌଣସି ବିନ୍ଦୁକୁ ଯୋଡିଲେ ଯେଉଁ ରେଖାଖଣ୍ଡ ମିଳିବ ତାହା ହେଉଛି ବୃତ୍ତର ଗୋଟିଏ ବ୍ୟାସାର୍ଦ୍ଧ ।

ଆକର୍ଷଣୀୟ ବୃତ୍ତ

Page No. (୧୭ to ୧୯)

Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 76
(କ) ଗୋଟିଏ ବୃତ୍ତାକୃତି କାଗଜ ନିଅ ।
(ଖ) କାଗଜକୁ ଅଧାରୁ ଭାଙ୍ଗିଦିଅ ଏବଂ ଏହାକୁ ଭଲ ଭାବରେ ଭାଙ୍ଗ କରି ବିନ୍ଦୁଦ୍ବାରା ଦାଗ ଦିଅ ।
(ଗ) ଭାଙ୍ଗକୁ ଖୋଲ ଏବଂ ଏକ ସୂତା ବ୍ୟବହାର କରି ବିନ୍ଦୁ ଦାଗ ଦିଆଯାଇଥିବା
ରେଖାଖଣ୍ଡର ଦୈର୍ଘ୍ୟ ମାପ ।
(ଘ) କାଗଜକୁ ଅଲଗା ଭାବେ ଭାଙ୍ଗ ଯେପରି ଦୁଇ ସମାନ ଭାଗ ହେବ । ଏହାକୁ ଭଲ ଭାବରେ
ଭାଙ୍ଗ କରି ବିନ୍ଦୁଦ୍ବାରା ଦାଗ ଦିଅ ।
(ଙ) ଭାଙ୍ଗକୁ ଖୋଲ ଏବଂ ବିନ୍ଦୁ ଚିହ୍ନିତ ଦାଗର ଲମ୍ବକୁ ସୂତାଦ୍ବାରା ମାପ କର ।
(ଟ) ଏହିଭଳି ଭିନ୍ନଭିନ୍ନ ଉପାୟରେ କାଗଜର ଅଧାକୁ ମୋଡି ବିନ୍ଦୁଦ୍ବାରା ଦାଗ ଦିଅ ।
(ଛ) ଭାଙ୍ଗକୁ ଖୋଲ, ବିନ୍ଦୁର ଦାଗର ଲମ୍ବକୁ ସୂତା ଦ୍ବାରା ମାପ କର ।

Question 1.
ସମସ୍ତ କ୍ଷେତ୍ରରେ ଦାଗର ଦୈର୍ଘ୍ୟ …………………….. (ସମାନ / ଅସମାନ)।
Solution:
ସମାନ (ବୃତ୍ତର ସମସ୍ତ ବ୍ୟାସ ସମାନ ଅଟେ ।)

Question 2.
ଏହି ବିନ୍ଦୁର ଦାଗଗୁଡ଼ିକୁ ଯୋଗ କଲେ ଯେଉଁ ରେଖାଖଣ୍ଡ ମିଳେ ତାହାକୁ ବୃତ୍ତର ବ୍ୟାସ କୁହାଯାଏ ।
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 77

Question 3.
କେନ୍ଦ୍ର କେଉଁଠାରେ ଅବସ୍ଥିତ ତାହା ଆଲୋଚନା କର । ତୁମେ ଲକ୍ଷ୍ୟ କରିଛ କି ସମସ୍ତ ବ୍ୟାସ ବୃତ୍ତର କେନ୍ଦ୍ରବିନ୍ଦୁ ଦେଇଯାଇଛି ?
Solution:
ହଁ ।

Question 4.
ବୃତ୍ତର କେନ୍ଦ୍ରରୁ ବୃତ୍ତ ଉପରିସ୍ଥ ଯେ କୌଣସି ବିନ୍ଦୁକୁ ଯୋଗ କରୁଥିବା ରେଖାଖଣ୍ଡର ଦୈର୍ଘ୍ୟ ମାପ । ଏହି ରେଖାଖଣ୍ଡକୁ ବ୍ୟାସାର୍ଦ୍ଧ କୁହାଯାଏ ।

Question 5.
ବୃତ୍ତର ବ୍ୟାସାର୍ଦ୍ଧ ଏବଂ ବ୍ୟାସ ମଧ୍ଯରେ ସମ୍ପର୍କ ଅଛି କି ନାହିଁ ଆଲୋଚନା କର ।
Solution:
ହଁ, ବ୍ୟାସର ଲମ୍ବ ବ୍ୟାସାର୍ଦ୍ଧର ଦୁଇଗୁଣ ଅଟେ । (ବ୍ୟାସ = ୨ × ବ୍ୟାସାର୍ଦ୍ଧ)
ଶିକ୍ଷକଙ୍କ ପାଇଁ ସୂଚନା : ପିଲାମାନେ କାଗଜ ପଟି, ସୂତା କିମ୍ବା ସ୍କେଲ୍ ବ୍ୟବହାର କରି ରେଖାଖଣ୍ଡର ଦୈର୍ଘ୍ୟ ମାପିପାରିବେ ।

ଆସ କାମଟି କରିବା

Question 1.
ଗୋଟିଏ ବୃତ୍ତାକୃତି କାଗଜକୁ ଦୁଇ ସମାନ ଭାଗରେ ଭାଙ୍ଗିଦିଅ ।
ଏବେ ପ୍ରତ୍ୟେକ ଅଧାକୁ ପୁଣି ଦୁଇ ସମାନ ଭାଗକରି ଭାଙ୍ଗିଦିଅ ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 78
ବ୍ୟାସର ଲମ୍ବ ବ୍ୟାସାର୍ଦ୍ଧ ଲମ୍ବର …………………….. (ଅଧା / ଦୁଇଗୁଣ) ।
Solution:
ଦୁଇଗୁଣ ।

Question 2.
କମ୍ପାସ ବ୍ୟବହାର କରି ଏକ ବୃତ୍ତ ସହଜରେ ତିଆରି କରାଯାଇପାରିବ । ଆବଶ୍ୟକସ୍ଥଳେ ତୁମେ କମ୍ପାସ ବ୍ୟବହାର କରି ବୃତ୍ତ ଅଙ୍କନ ପାଇଁ ଶିକ୍ଷକଙ୍କର ସାହାଯ୍ୟ ନେଇପାର । ନିମ୍ନଲିଖ ଆକୃତି ପ୍ରସ୍ତୁତ କରିବାକୁ ଚେଷ୍ଟା କର ।
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 79

Question 3.
କାର୍ପେଟ/ଗାଲିଚା ଆକୃତିକୁ ଦେଖ । ଏହା ଏକ ସୁନ୍ଦର ବୃତ୍ତ କି ? (ଠିକ୍ ନା ଭୁଲ୍)
Solution:
ଠିକ୍ (ଏହା ବୃତ୍ତାକାର ଡିଜାଇନ୍ ଅଟେ ।)
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 80 ଏହି ବୃତ୍ତାକାର ଆକୃତିର କେନ୍ଦ୍ର, ବ୍ୟାସାର୍ଦ୍ଧ ଏବଂ ବ୍ୟାସରେ ତୁମ ପସନ୍ଦର ରଙ୍ଗ ଦିଅ ।
ଶିକ୍ଷକଙ୍କ ପାଇଁ ସୂଚନା : କମ୍ପାସ ବ୍ୟବହାର କରି ପିଲାମାନଙ୍କୁ ବୃତ୍ତ ଆଙ୍କିବାରେ ସାହାଯ୍ୟ କରନ୍ତୁ । ଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ଆକାରର ବୃତ୍ତ ଆଙ୍କିବାକୁ ଉତ୍ସାହିତ କରନ୍ତୁ ।

Question 4.
ଚକ ଗୁଡ଼ିକୁ ଦେଖ ।
ଚକ ଗୁଡ଼ିକ କିପରି ଦେଖାଯାଉଛି ?
ଚକ ଗୁଡ଼ିକୁ ନିମ୍ନ ସୂଚନା ଅନୁସାରେ ଚିହ୍ନାଅ ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 81
୧. ବୃହତ୍ତମ ବ୍ୟାସାର୍ଦ୍ଧ ______________________
Solution:
ଶଗଡ଼ ଚକ

୨. କ୍ଷୁଦ୍ରତମ ବ୍ୟାସାର୍ଦ୍ଧ _____________________
Solution:
ଟାୟାର ରିମ୍

୩. ବୃହତ୍ତମ ବ୍ୟାସ ______________________
Solution:
ଶଗଡ଼ ଚକ

୪. କ୍ଷୁଦ୍ରତମ ବ୍ୟାସ _______________________
Solution:
ଟାୟାର ରିମ୍

Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି

ଆକୃତିର ପ୍ରହେଳିକା

Page No. (୧୯ to ୨୦)

Question 1.
ଲୁଚି ରହିଥ‌ିବା ଆକୃତିଗୁଡ଼ିକୁ ଚିହ୍ନଟ କର ଏବଂ ସେମାନଙ୍କର ନାମ ଲେଖ ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 82
Solution:
ଗୋଟିଏ ଚିତ୍ରରେ ଅନେକଗୁଡ଼ିଏ ଜ୍ୟାମିତିକ ଆକୃତି (ବୃତ୍ତ, ତ୍ରିଭୁଜ, ବର୍ଗକ୍ଷେତ୍ର, ସିଲିଣ୍ଡର) ମିଶି ରହିଛନ୍ତି ।

Question 2.
ଅଙ୍କା ଯାଇଥିବା ତ୍ରିଭୁଜକୁ ଗୋଟିଏ ବର୍ଗକ୍ଷେତ୍ର ଏବଂ ୨ଟି ତ୍ରିଭୁଜରେ ବିଭକ୍ତ କରିବା ପାଇଁ ୨ଟି ରେଖାଖଣ୍ଡ ଅଙ୍କନ କର ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 83
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 84

Question 3.
ଦୁଇଟି ରେଖାଖଣ୍ଡ ଅଙ୍କନ କରି ବର୍ଗକ୍ଷେତ୍ରକୁ ୩ଟି ତ୍ରିଭୁଜରେ ବିଭକ୍ତ କର ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 85
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 86

Question 4.
ଡାହାଣ ପାର୍ଶ୍ଵରେ ଛୋଟ ଆକୃତି ପାଇବା ପାଇଁ ବାମ ପାର୍ଶ୍ବ ଆକୃତିରେ ଆବଶ୍ୟକୀୟ ଅଂଶଗୁଡ଼ିକ ଦେଖାଇବା ପାଇଁ ରେଖାଖଣ୍ଡ ଅଙ୍କନ କର ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 87
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 88

କାଡ଼ ଖେଳ

Page No. (୨୦ to ୨୩)

Question 1.
ପାଠ୍ୟପୁସ୍ତକର ୨୦୯ ପୃଷ୍ଠାରେ ଦିଆଯାଇଥ‌ିବା ଦ୍ଵିମାତ୍ରିକ ଆକୃତିର କାର୍ଡଗୁଡ଼ିକୁ ସେମାନଙ୍କ ପାର୍ଶ୍ବ ଅନୁସାରେ ତିନୋଟି ଦଳରେ ସଜାଅ ।
ତଳେ ଦିଆଯାଇଥ‌ିବା ସ୍ଥାନରେ ସଜାଯାଇଥିବା ଆକୃତିଗୁଡ଼ିକୁ ଅଙ୍କନ କର । ତୁମେ କାହିଁକି ଏହିପରି ଭାବରେ ତୁମର ଆକୃତିଗୁଡ଼ିକୁ ସଜାଡ଼ିଛ ତାହା ବର୍ଣ୍ଣନା କର ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 89
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 90

Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି

ଆସ ଚେଷ୍ଟା କରିବା

Question 1.
ବୁଢିଆଣୀ ଜାଲ
ବୁଢିଆଣୀ ବିଭିନ୍ନ ଆକୃତିର ଜାଲ ତିଆରି କରିବାକୁ ପସନ୍ଦ କରେ । ଦିନେ ଏକ ବୁଢିଆଣୀ ତ୍ରିଭୂଜାକୃତି ଜାଲ ତିଆରି କରିବା ଆରମ୍ଭ କଲା । ତା’ର ଜାଲରେ କେତୋଟି ତ୍ରିଭୁଜ ଅଛି ?
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 91
୧୦ଟି
ସେ ପ୍ରତିଦିନ ସକାଳେ ଚାଲିବାକୁ ପସନ୍ଦ କରେ ଏବଂ ତା ଜାଲର କାନ୍ଥଗୁଡ଼ିକ ମଜବୁତ କି ନାହିଁ ପରୀକ୍ଷା କରେ ।

ସେ ବିନ୍ଦୁ ‘କ’ରୁ ଆରମ୍ଭ କରି କୌଣସି କାନ୍ଥରେ ଏକାଧୂକ ଥର ନ ଚାଲି ଫୁଣିଥରେ ସେହି ‘କ’ ବିନ୍ଦୁରେ ପହଞ୍ଚିପାରିବ କି ?
ବୁଢିଆଣୀ କେଉଁ ରାସ୍ତାରେ ଯିବ ତାହାକୁ ଦର୍ଶାଅ ।
Solution:
ହଁ (ଯଦି ସମସ୍ତ ଶୀର୍ଷରୁ ବାହାରିଥିବା ରେଖା ସଂଖ୍ୟା ଯୁଗ୍ମ ହୋଇଥାଏ ।)

ଦିନେ ତାର ଭାଇ, ଆୟତ ଚିତ୍ର ଆକୃତିର ବ୍ୟବହାର କରି ଏକ ଜାଲ ତିଆରି କରିଥିଲା । ତା’ର ଜାଲରୁ ତୁମେ କେତୋଟି ଆୟତଚିତ୍ର ପାଇପାରିବ ?
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 92
Solution:
୧୨ଟି
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 93

ସେ ପ୍ରତ୍ୟେକ ଦିନର ଶେଷରେ ଚାଲିବାକୁ ପସନ୍ଦ କରେ ଏବଂ ତା’ର ଜାଲର କାନ୍ଥଗୁଡ଼ିକ ମଜବୁତ କି ନାହିଁ ପରୀକ୍ଷା କରେ । ସେ ବିନ୍ଦୁ ‘କ’ରୁ ଯାତ୍ରା ଆରମ୍ଭ କରି ସମସ୍ତ କାନ୍ଥରେ ଥରେ ମାତ୍ର ଚାଲି ‘ଖ’ ସ୍ଥାନରେ ପହଞ୍ଚିପାରିବ କି ?
Solution:
ହଁ । ପହଞ୍ଚିପାରିବ ।
ସେ ଯେଉଁ ରାସ୍ତା ଦେଇ ଯିବ ତାହାକୁ ଚିହ୍ନାଅ ।

Question 2.
୫ଟି ଦିଆସିଲି କାଠି ବ୍ୟବହାର କରି ୨ଟି ତ୍ରିଭୁଜ ତିଆରି କର । କୋଠରି ମଧ୍ଯରେ ତାହାକୁ ଅଙ୍କନ କର ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 94
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 95

Question 3.
ନିମ୍ନ ଚିତ୍ରରୁ ଯେ କୌଣସି ଦୁଇଟି ଦିଆସିଲି କାଠିକୁ ଘୁଞ୍ଚାଇ ୪ଟି ତ୍ରିଭୁଜ ଅଙ୍କନ କର ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 96
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 97

Question 4.
କେବଳ ୩ଟି ତ୍ରିଭୁଜ ପାଇବା ପାଇଁ ଏଥୁରୁ ୪ଟି ଦିଆସିଲି କାଠି ବାହାର କର ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 98
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 99

Question 5.
ମଡ଼େଲ୍ ପ୍ରସ୍ତୁତିରେ ଚ୍ୟାଲେଞ୍ଜ
ଘନ ଆକୃତିର ଏକ ମଡେଲ ତୁମେ ତିଆରି କରିପାରିବ କି ? ଯାହା
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 100
(କ) ୧୨ଟି ପ୍ଲାଷ୍ଟିକ୍ ନଳୀ ଏବଂ ୮ଟି ମାଟି ବଲରେ ତିଆରି ହେବ ।
Solution:
ସମଘନ ବା ଆୟତଘନ ।

(ଖ) ୯ଟି ପ୍ଲାଷ୍ଟିକ୍ ନଳୀ ଏବଂ ୬ଟି ମାଟି ବଲରେ ତିଆରି ହେବ ।
Solution:
ତ୍ରିଭୁଜାକୃତି ପ୍ରିଜିମ୍ ।

(ଗ) ୧୫ଟି ପ୍ଲାଷ୍ଟିକ୍ ନଳୀ ୧୦ ଟି ମାଟି ବଲରେ ତିଆରି ହେବ ।
Solution:
ପଞ୍ଚଭୁଜାକୃତି ପ୍ରିଜିମ୍ ।

(ଘ) ୧୦ଟି ପ୍ଲାଷ୍ଟିକ୍ ନଳୀ ଏବଂ ୬ଟି ମାଟି ବଲରେ ତିଆରି ହେବ ।
Solution:
ପଞ୍ଚଭୁଜାକୃତି ପିରାମିଡ୍ ।

Question 6.
କୋଣ ସଂଖ୍ୟା ଆଧାରରେ ଏହି ଆକୃତିଗୁଡ଼ିକ ବର୍ଗୀକରଣ କର ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 101
Solution:
ଯେତିକି ପାର୍ଶ୍ଵ (ବାହୁ) ସେତିକି କୋଣ ଥାଏ (ଯଥା: ୩ଟି ବାହୁ ଥୁଲେ ୩ଟି କୋଣ, ୪ଟି ବାହୁ ଥିଲେ ୪ଟି କୋଣ) ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 102

ପାର୍ଶ୍ୱ ସଂଖ୍ୟା ଏବଂ କୋଣ ସଂଖ୍ୟା ମଧ୍ଯରେ ତୁମେ କ’ଣ ସମ୍ପର୍କ ଲକ୍ଷ୍ୟ କରୁଛ ?
Solution:
ପାର୍ଶ୍ଵ ସଂଖ୍ୟା = କୋଣ ସଂଖ୍ୟା ଅର୍ଥାତ୍ ଯେତିକି ପାର୍ଶ୍ଵ (ବାହୁ) ସେତିକି କୋଣ ଥାଏ । ଯେପରି ତ୍ରିଭୁଜର ବାହୁସଂଖ୍ୟା ୩ ଓ କୋଣ ସଂଖ୍ୟା ୩, ସେହିପରି ବର୍ଗକ୍ଷେତ୍ର ଓ ଆୟତକ୍ଷେତ୍ରର ବାହୁ ସଂଖ୍ୟା ୪ ଓ କୋଣ ସଂଖ୍ୟା ୪, ୫ଟି ବାହୁ ଓ ୫ଟି କୋଣ ସଂଖ୍ୟା କ୍ଷେତ୍ରଟି ପଞ୍ଚଭୂଜାକୃତି କ୍ଷେତ୍ର ହେବ ।

Question 7.
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 103
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 104

Question 8.
ସମକୋଣଗୁଡ଼ିକୁ ଚିହ୍ନଟ କର ଏବଂ ପ୍ରତ୍ୟେକ ଚିତ୍ରରେ ସମକୋଣର ସଂଖ୍ୟା ଲେଖ ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 105
ଉପରୋକ୍ତ କେଉଁ ଆକୃତିରେ କେବଳ ସମକୋଣ ଅଛି ?
Solution:
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 106
ଆୟତଚିତ୍ର ଏବଂ ବର୍ଗଚିତ୍ର ଆକୃତିରେ କେବଳ ସମକୋଣ ଅଛି ।

Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି

Question 9.
ନିମ୍ନଲିଖତ ଆକୃତିଗୁଡ଼ିକୁ ଲକ୍ଷ୍ୟ କର ।
Class 4 Maths Chapter 1 Question Answer Odia Medium ଆମ ଚାରିପାଖର ଆକୃତି 107
ଏପରି ଆକୃତି ଚିହ୍ନଟ କର, ଯାହାର-

• ୨ଟି ସମକୋଣ, ଗୋଟିଏ ସୂକ୍ଷ୍ମକୋଣ ଏବଂ ଗୋଟିଏ ସ୍ଥୂଳକୋଣ ଅଛି ।
Solution:
ଟ୍ରାପିଜିୟମ୍ (୨, ୭, ଚିତ୍ର)

• ଗୋଟିଏ ସମକୋଣ, ୨ଟି ସ୍ଥୂଳକୋଣ, ଏବଂ ଗୋଟିଏ ସୂକ୍ଷ୍ମକୋଣ ଅଛି ।
Solution:
ଚିତ୍ର – ୧୦

• ୨ଟି ସ୍ଥୂଳକୋଣ, ଏବଂ ୨ଟି ସୂକ୍ଷ୍ମକୋଣ ଅଛି ।
Solution:
ଚିତ୍ର (୩, ୫, ୮, ୯, ୧୧ ଓ ୧୩)

• ୪ଟି ସମକୋଣ ଅଛି ।
Solution:
ଚିତ୍ର ୪, ୬, ୧୨ ଓ ୧୪ ।