Go through 8th Class Science Book Odia Medium Question Answer and Class 8 Science Chapter 8 Question Answer Odia Medium ପଦାର୍ଥର ପ୍ରକୃତି: ମୌଳିକ, ଯୌଗିକ ଓ ମିଶ୍ରଣ to understand textbook questions more clearly.
8th Class Science Chapter 8 Question Answer Odia Medium
Class 8 Science Chapter 8 Odia Medium
ଜିଜ୍ଞାସା ବଜାୟ ରଖ
Question 1.
ଦୁଇଟି ପଦାର୍ଥ ‘କ’ ଏବଂ ‘ଖ’ ମିଳିତ ହୋଇ ଏକ ଉତ୍ପାଦ ‘ଗ’ ସୃଷ୍ଟି କରୁଥିବା ପ୍ରତିକ୍ରିୟାଟି ବଚାର କର ।
କ + ଖ → ଗ
ଧରିନିଅ ଯେ, ‘କ’ ଏବଂ ‘ଖ’ ରାସାୟନିକ ପ୍ରତିକ୍ରୟାଦ୍ଵାରା ସରଳ ପଦାର୍ଥରେ ଭାଙ୍ଗି ପାରିବ ନାହିଁ । ଏହି ସୂଚନା ଆଧାରରେ କେଉଁ ଉକ୍ତିଟି ଠିକ୍ ?
(କ) କ, ଖ ଏବଂ ଗ ସମସ୍ତ ଯୌଗିକ ଏବଂ କେବଳ ‘ଗ’ର ଏକ ନିର୍ଦ୍ଦିଷ୍ଟ ଗଠନ ଅଛି ।
(ଖ) ‘ଗ’ ଏକ ଯୌଗିକ ଏବଂ ‘କ’ ଏବଂ ‘ଖ’ ର ଏକ ନିର୍ଦ୍ଦିଷ୍ଟ ଗଠନ ଅଛି ।
(ଗ) ‘କ’ ଏବଂ ‘ଖ’ ଯୌଗିକ ଏବଂ ‘ଗ’ର ଏକ ନିର୍ଦ୍ଦିଷ୍ଟ ଗଠନ ଅଛି ।
(ଘ) ‘କ’ ଏବଂ ‘ଖ’ ହେଉଛି ମୌଳିକ ‘ଗ’ ଏକ ଯୌଗିକ ଯାହାର ନିର୍ଦ୍ଦିଷ୍ଟ ଗଠନ ଅଛି ।
Answer:
(ଘ) ‘କ’ ଏବଂ ‘ଖ’ ହେଉଛି ମୌଳିକ ‘ଗ’ ଏକ ଯୌଗିକ ଯାହାର ନିର୍ଦ୍ଦିଷ୍ଟ ଗଠନ ଅଛି ।
Question 2.
ସ୍ଵଷ୍ଟୋକ୍ତି : ବାୟୁ ଏକ ମିଶ୍ରଣ
କାରଣ : କୌଣସି ରାସାୟନିକ ପରିବର୍ତ୍ତନ ନଘଟି ଦୁଇ ବା ତତୋଧ୍ଵକ ପଦାର୍ଥ ମିଶ୍ରିତ ହେଲେ ଏକ ମିଶ୍ରଣ ସୃଷ୍ଟିହୁଏ ।
କେଉଁଟି ଠିକ୍ :
(କ) ଉଭୟ ସମ୍ଭୋକ୍ତି ଓ କାରଣ ସତ୍ୟ ଏବଂ କାରଣ ହେଉଛି ସ୍ପଷ୍ଟୋକ୍ତିର ସଠିକ୍ ବ୍ୟାଖ୍ୟା ।
(ଖ) ଉଭୟ ସ୍ପଷ୍ଟୋକ୍ତି ଓ କାରଣ ସତ୍ୟ କିନ୍ତୁ କାରଣ ସ୍ପଷ୍ଟୋକ୍ତିର ସଠିକ୍ ବ୍ୟାଖ୍ୟା ନୁହେଁ ।
(ଗ) ସ୍ପଷ୍ଟୋକ୍ତି ସତ୍ୟ କିନ୍ତୁ କାରଣ ମିଥ୍ୟା
(ଘ) ସ୍ପଷ୍ଟୋକ୍ତି ମିଥ୍ୟା କିନ୍ତୁ କାରଣ ସତ୍ୟ ।
Answer:
(କ) ଉଭୟ ସମ୍ଭୋକ୍ତି ଓ କାରଣ ସତ୍ୟ ଏବଂ କାରଣ ହେଉଛି ସ୍ପଷ୍ଟୋକ୍ତିର ସଠିକ୍ ବ୍ୟାଖ୍ୟା
ସ୍ପଷ୍ଟୋକ୍ତି : ବାୟୁ ଯବକ୍ଷାରଜାନ, ଅମ୍ଳଜାନ ଓ ଅଙ୍ଗାରକାମ୍ଳର ଏକ ମିଶ୍ରଣ । ଏମାନଙ୍କ ମଧ୍ୟରେ କୌଣସି ରାସାୟନିକ ପ୍ରକ୍ରିୟା ଘଟେ ନାହିଁ । ଏଥୁରେ ପ୍ରତ୍ୟେକ ଉପାଦାନଗୁଡ଼ିକ ନିଜର ଗୁଣ ବଜାଇ ରଖୁଥା’ନ୍ତି ।

Question 3.
ଜଳ ଏକ ଯୌଗିକ, ଏହାର ଧର୍ମ ଅମ୍ଳଜାନ ଏବଂ ଉଦ୍ଜାନ ମୌଳିକ ତୁଳନାରେ ଭିନ୍ନ ଅଟେ । ଏହି ବିବୃତ୍ତିର ଯଥାର୍ଥତା ପ୍ରତିପାଦନ କର ।
Answer:
ଉଦ୍ଜାନ ଏବଂ ଅମ୍ଳଜାନ ରାସାୟନିକ ପ୍ରତିକ୍ରିୟା ମାଧ୍ୟମରେ ସଂଯୁକ୍ତ ହୋଇ ଜଳ ଗଠନ କରନ୍ତି । ଜଳର ଧର୍ମ ଉଦ୍ଜାନ ଏବଂ ଅମ୍ଳଜାନର ଧର୍ମଠାରୁ ଭିନ୍ନ, କାରଣ-
(i) ଉଦ୍ଜାନ ଏବଂ ଅମ୍ଳଜାନ ଉଭୟ ଗ୍ୟାସୀୟ ପଦାର୍ଥ ମାତ୍ର ଜଳ ଏକ ତରଳ ପଦାର୍ଥ ଅଟେ ।
(ii) ଉଦ୍ଜାନ ନିଜେ ଜଳେ ଏବଂ ଅମ୍ଳଜାନ ଜଳିବାରେ ସାହାଯ୍ୟ କରେ କିନ୍ତୁ ଜଳ ନିଜେ ଜଳେନାହିଁ କି ଜଳିବାରେ ସାହାଯ୍ୟ କରେନାହିଁ ବରଂ ଜଳ ନିଆଁ ଲିଭାଇଦିଏ ।
ଏଣୁ ଜଳର ପ୍ରକୃତି ଏହାର ଗଠନକାରୀ ମୌଳିକ ଉଦ୍ଜାନ ଅମ୍ଳଜାନର ପ୍ରକୃତିଠାରୁ ଭିନ୍ନ ଅଟେ ।
Question 4.
ନିମ୍ନଲିଖୂ କେଉଁ କ୍ଷେତ୍ରରେ ସମସ୍ତ ଉଦାହରଣ ସଠିକ୍ ଭାବରେ ମେଳ ଖାଉଛି । ତୁମ ଉତ୍ତର ସପକ୍ଷରେ କାରଣଗୁଡ଼ିକ ଲେଖ ।
(କ) ମୌଳିକ : ଜଳ, ଯବକ୍ଷାରଜାନ, ବାୟୁ, ଲୁହା
(ଖ) ସମତୁଲ ମିଶ୍ରଣ : ବାୟୁ, କାଂସ୍ୟ, ସମୁଦ୍ର ଜଳ, ଖଣିଜ
(ଗ) ବିଶୁଦ୍ଧ ପଦାର୍ଥ : ଅଙ୍ଗାରକାମ୍ଳ, ଲୁହା, ଅମ୍ଳଜାନ, ଚିନି
(ଘ) ଅସମତୁଲ ମିଶ୍ରଣ : କାଦୁଅ, ଜଳ, ପିତ୍ତଳ, ବାଲି, ବାୟୁ
Answer:
(ଗ) ବିଶୁଦ୍ଧ ପଦାର୍ଥ : ଅଙ୍ଗାରକାମ୍ଳ, ଲୁହା, ଅମ୍ଳଜାନ, ଚିନି
କ୍ଷେତ୍ରରେ ସମସ୍ତ ଉଦାହରଣ ବିଶୁଦ୍ଧ ପଦାର୍ଥ ହୋଇଥିବାରୁ ସେଗୁଡ଼ିକ ସଠିକ୍ ଭାବେ ମେଳଖାଉଛ ।
ଆମେ ଜାଣୁ ଯେ ଉଭୟ ମୌଳିକ ଏବଂ ଯୌଗିକଗୁଡ଼ିକ ବିଶୁଦ୍ଧ ପଦାର୍ଥ ଅଟନ୍ତି । ଉପରୋକ୍ତ ଉଦାହରଣରେ ଲୁହା ଓ ଅମ୍ଳଜାନ ଦୁଇଟି ମୌଳିକ ଏବଂ ଅଙ୍ଗାରକାମ୍ଳ ଓ ଚିନି ଦୁଇଟି ଯୌଗିକ ପଦାର୍ଥ ହୋଇଥିବାରୁ ସବୁଗୁଡ଼ିକ ବିଶୁଦ୍ଧ ପଦାର୍ଥ ଅଟନ୍ତି ।
Question 5.
ଲୁହା ଆର୍ଦ୍ରବାୟୁ ସହିତ ପ୍ରତିକ୍ରିୟା କରି ଲୌହ ଅକ୍ସାଇଡ଼ ତିଆରି କରେ ଏବଂ ମାଗ୍ନେସିୟମ୍ ଅମ୍ଳଜାନରେ ଜଳି ମାଗ୍ନେସିୟମ୍ ଅକ୍ସାଇଡ୍ ତିଆରି କରେ । ଉପରୋକ୍ତ ପ୍ରତିକ୍ରିୟାଗୁଡ଼ିକରେ ସାମିଲ ସମସ୍ତ ପଦାର୍ଥକୁ ଯଥାର୍ଥତା ସହିତ ମୌଳିକ, ଯୌଗିକ କିମ୍ବା ମିଶ୍ରଣ ଭାବରେ ଅଲଗା କର ।
Answer:
(କ) ଲୁହା – ଏକ ମୌଳିକ ପଦାର୍ଥ କାରଣ ଲୁହାକୁ ଭାଙ୍ଗି କ୍ଷୁଦ୍ରତ୍ତମ କଣିକା (ପରମାଣୁ)ରେ ପରିଣତ କଲେ ସେଗୁଡ଼ିକ ସମ ଆକୃତି ଓ ସମାନ ଧର୍ମ ପ୍ରଦର୍ଶନ କରନ୍ତି ।
(ଖ) ଆର୍ଦ୍ରବାୟୁ – ଏହା ଏକ ସମତୁଲ ମିଶ୍ରଣ । ଶୁଷ୍କବାୟୁ ବିଶେଷକରି ଅମ୍ଳଜାନ, ଯବକ୍ଷାରଜାନ ପ୍ରଭୃତିର ଜଳୀୟବାଷ୍ପ ମିଶିଥିବାରୁ ଏହାକୁ ମିଶ୍ରଣ କହନ୍ତି ।
(ଗ) ଲୌହ ଅକ୍ସାଇଡ୍ – ଏହା ଏକ ଯୌଗିକ କାରଣ ଲୁହା, ଆର୍ଦ୍ରବାୟୁରେ ଥିବା ଜଳୀୟବାଷ୍ପସହ ରାସାୟନିକ ପ୍ରତିକ୍ରିୟା କରି ଲୌହ ଅକ୍ସାଇଡ୍ ସୃଷ୍ଟିକରେ । ଏଥିରେ ଲୁହା ଓ ଅମ୍ଳଜାନ ପରମାଣୁଗୁଡ଼ିକ ଥାଆନ୍ତି ।
(ଘ) ମାଗ୍ନେସିୟମ୍ – ଏହା ଏକ ମୌଳିକ କାରଣ ଏହାକୁ ଭାଙ୍ଗି କ୍ଷୁଦ୍ରତ୍ତମ କଣିକା (ପରମାଣୁ ବା ଅଣୁ)ରେ ବିଭକ୍ତ କଲେ ସେଗୁଡ଼ିକର ଆକାର ଓ ଧର୍ମ ସମାନ ଥାଏ ।
(ଙ) ଅମ୍ଳଜାନ – ଏହା ଏକ ମୌଳିକ କାରଣ ଏକା ପ୍ରକାର ପରମାଣୁକୁ ନେଇ ଗଠିତ ।
(ଚ) ମାଗ୍ନେସିୟମ ଅକସାଇଡ଼ – ଏହା ଏକ ଯୌଗିକ କାରଣ ମାଗ୍ନେସିୟମ ଓ ଅମ୍ଳଜାନ ରାସାୟନିକ ପ୍ରତିକ୍ରିୟା ଦ୍ଵାରା ନିର୍ଦ୍ଦିଷ୍ଟ ଅନୁପାତରେ ସଂଯୁକ୍ତ ହୋଇ ମାଗ୍ନେସିୟମ ଅକସାଇଡ୍ ଗଠନ କରନ୍ତି ।
Question 6.
ସାରଣୀ ୮.୩ରେ ନିମ୍ନଲିଖତ ପଦାର୍ଥଗୁଡ଼ିକୁ ମୌଳିକ, ଯୌଗିକ କିମ୍ବା ମିଶ୍ରଣ ଭାବରେ ଅଲଗା କର । ଅଙ୍ଗାରକାମ୍ଳ, କାଦୁଅ ଜ୍ଵାଳ, ମାଗ୍ନେସିୟମ୍ ଅକ୍ସାଇଡ୍, ସମୁଦ୍ରଜଳ, ବାଲି, ବାୟୁ, ଗ୍ଲୁକୋଜ, ଲୌହ ସଲଫାଇଡ଼, କଳଙ୍କି, ଅମ୍ଳଜାନ, ସୁନା, ଏଲୁମିନିୟମ୍, ଫଳରସ, ଯବକ୍ଷାରଜାନ, ସଲ୍ଫର, ସୋଡ଼ିୟମ୍ କ୍ଲୋରାଇଡ଼, ଉଦ୍ଜାନ, ଖାଇବାସୋଡ଼ା ।
Answer:
ସାରଣୀ ୮.୩
| ମୌଳିକ |
ଯୌଗିକ |
ମିଶ୍ରଣ |
| ଅମ୍ଳଜାନ |
ଅଙ୍ଗାରକାମ୍ଳ |
କାଦୁଅ ଜଳ |
| ସୁନା |
ମାଗ୍ନେସିୟମ୍ ଅକସାଇଡ୍ |
ସମୁଦ୍ରଜଳ |
| ଆଲୁମିନିୟମ୍ |
ଗ୍ଲୁକୋଜ |
ବାଲି |
| ଯବକ୍ଷାରଜାନ |
ଲୌହ ସଲ୍ଫାଇଡ଼୍ |
ଫଳରସ |
| ସଲଫର |
କଳଙ୍କି |
ବାୟୁ |
|
ସୋଡ଼ିୟମ୍ କ୍ଲୋରାଇଡ୍ |
|
|
ଖାଇବା ସୋଡ଼ା |
|
Question 7.
ଯେତେବେଳେ ଲୁହାଗୁଣ୍ଡ ଓ ସଲଫର ପାଉଡ଼ର ଗରମ କରାଯାଏ, ସେତେବେଳେ କେଉଁ ନୂଆ ପଦାର୍ଥ ସୃଷ୍ଟିହୁଏ ? ତାହା ମୂଳ ମିଶ୍ରଣଠାରୁ କିପରି ଭିନ୍ନ ? ସଂଯୁକ୍ତ ପ୍ରତିକ୍ରିୟା ପାଇଁ ଶବ୍ଦ ସମୀକରଣ ଲେଖ ।
Answer:
(i) ଯେତେବେଳେ ଲୁହାଗୁଣ୍ଡ ଓ ସଲଫର ପାଉଡ଼ର ଗରମ କରାଯାଏ, ସେତେବେଳେ ଆଇରନ୍ ସଲଫାଇଡ୍ ନାମକ ଏକ କଳାରଙ୍ଗର ଯୌଗିକ ସୃଷ୍ଟିହୁଏ ।
(ii) ଉତ୍ପନ୍ନ ଆଇରନ ସଲ୍ଫାଇଡ୍, ଲୁହାଗୁଣ୍ଡ ଓ ସଲ୍ଫର ପାଉଡ଼ରର ମୂଳ ମିଶ୍ରଣଠାରୁ ଭିନ୍ନ । ଆଇରନ ସଲଫାଇଡ଼, ଆଇରନ୍ ଓ ସଲ୍ଫରର ରାସାୟନିକ ପ୍ରତିକ୍ରିୟାଦ୍ଵାରା ଗଠିତ ହେବାରୁ ଏହା ଯୌଗିକ ଏବଂ ଏହାର ରଙ୍ଗ କଳା ହୁଏ ।
(iii) କିନ୍ତୁ ମୂଳ ମିଶ୍ରଣରେ ଲୁହାଗୁଣ୍ଡ ଧୂସର ଓ ସଲଫର୍ ପାଉଡ଼ର (ହଳଦିଆ) ନିଜ ନିଜର ଧର୍ମ ବଜାୟ ରଖୁଥାଆନ୍ତି । ତେଣୁ ମୂଳ ମିଶ୍ରଣଟି ଯୌଗିକ ନୁହେଁ । ମୂଳ ମିଶ୍ରଣରେ ଖଣ୍ଡେ ଚୁମ୍ବକ ଚଳାଇଲେ ଲୁହାଗୁଣ୍ଡଗୁଡ଼ିକ ଆକର୍ଷିତ ହୋଇ ସଲଫରଠାରୁ ଅଲଗା ହୋଇଯାଏ କିନ୍ତୁ ଆଇରନ୍ ସଲ୍ଫାଇଡ୍ କ୍ଷେତ୍ରରେ ଚୁମ୍ବକୀୟ ବଳ କାର୍ଯ୍ୟକରେ ନାହିଁ । ଆଇରନ ସଲ୍ଫାଇଡ୍ ଗଠନ ସହ ସଂପୃକ୍ତ ପ୍ରତିକ୍ରିୟାର ଶବ୍ଦ ସମୀକରଣ ହେଲା ·
(v) ଆଇରନ + ସଲଫର → ଆଇରନ୍ ସଲଫାଇଡ୍
Question 8.
ଏକ ପଦାର୍ଥକୁ ମୌଳିକ ଏବଂ ଯୌଗିକ ଉଭୟ ଭାବରେ ଅଲଗା କରିବା ସମ୍ଭବ କି ? କାହିଁକି କିମ୍ବା କାହିଁକି ନୁହେଁ ଲେଖ ।
Answer:
ଏକ ପଦାର୍ଥକୁ ମୌଳିକ ଏବଂ ଯୌଗିକ ଉଭୟ ଭାବରେ ବିବେଚନା କରିବା ସମ୍ଭବ ନୁହେଁ । ମୌଳିକ ଏକ ପ୍ରକାର କଣିକା(ପରମାଣୁ) ଗୁଡ଼ିକୁ ନେଇ ଗଠିତ । ଯୌଗିକର କ୍ଷୁଦ୍ରତ୍ତମ କଣିକାରେ ଏକାଧ୍ଯକ ମୌଳିକର କଣିକାଗୁଡ଼ିକ (ପରମାଣୁ) ଥାଆନ୍ତି । ମୌଳିକର ଧର୍ମ ଯୌଗିକର ଧର୍ମଠାରୁ ପୃଥକ ଅଟେ । ତେଣୁ ମୌଳିକ ଏବଂ ଯୌଗିକ ଉଭୟ ବିଶୁଦ୍ଧ ପଦାର୍ଥ ହେଲେ ମଧ୍ୟ ଗଠନ ଓ ଧର୍ମ ଦୃଷ୍ଟିକୋଣରୁ ସେମାନେ ଦୁଇଟି ଭିନ୍ନ ପଦାର୍ଥ ଅଟନ୍ତି ।
Question 9.
ଜଳ ଯଦି ଗୋଟିଏ ଯୌଗିକ ନହୋଇ ଉଦ୍ଜାନ ଓ ଅମ୍ଳଜାନର ମିଶ୍ରଣ ହୋଇଥାନ୍ତା, ତେବେ ଆମର ଦୈନନ୍ଦିନ ଜୀବନ କିପରି ପ୍ରଭାବିତ ହୁଅନ୍ତା ?
Answer:
ଜଳ ଯଦି ଗୋଟିଏ ଯୌଗିକ ନ ହୋଇ ଉଦ୍ଜାନ ଓ ଅମ୍ଳଜାନର ମିଶ୍ରଣ ହୋଇଥାନ୍ତା ତେବେ ଏହାକୁ ଆୟତ୍ତ କରିବା ସହଜ ହୋଇନଥାନ୍ତା । ଉଦ୍ଜାନ ଦହନଶୀଳ ଓ ଅମ୍ଳଜାନ ଦହନରେ ସହାୟକ ହେତୁ ଟିକିଏ ଅଗ୍ନି ସଂଯୋଗରେ ଆସି ବିସ୍ଫୋରଣ ସୃଷ୍ଟି କରନ୍ତା । ଅନ୍ୟପକ୍ଷରେ ଜଳ ହିଁ ଜୀବନ ଓ ସମସ୍ତ ଜୀବଜଗତ ବଞ୍ଚି ରହିବା ପାଇଁ ଅତ୍ୟାବଶ୍ୟକ ବସ୍ତ୍ର । ଜଳ ନଥିଲେ ଜୀବଜଗତ ତିଷ୍ଠି ରହି ପାରନ୍ତା ନାହିଁ ।
Question 10.
ଚିତ୍ର ୮.୨୪ ବିଶ୍ଳେଷଣ କର । ଗ୍ୟାସଟିକୁ ଚିହ୍ନଟ କର । ରାସାୟନିକ ପ୍ରତିକ୍ରିୟାର ସମୀକରଣ ମଧ୍ୟ ଲେଖ ।

Answer:
(i) ଷ୍ଟାଣ୍ଡ୍ରେ ରଖାଯାଇଥିବା ଗୋଟିଏ ପରୀକ୍ଷା ନଳୀ ଭିତରେ ଲୌହଗୁଣ୍ଡ ନିଆଯାଇ ଏହା ମଧ୍ୟକୁ ଲଘୁ ଲବଣାମ୍ଳ ପ୍ରବେଶ କରାଯାଇଛି । ପରୀକ୍ଷା ନଳୀକୁ କର୍କଦ୍ଵାରା ବନ୍ଦକରି କର୍କ ମଧ୍ୟରେ ସରୁ କାଚନଳୀ ଭର୍ତ୍ତି କରାଯାଇଛି ।
(ii) ଏଠାରେ ଲୌହଗୁଣ୍ଡ ଓ ଲଘୁ ଲବଣାମ୍ଳ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଘଟିବ ।
ଉତ୍ପନ ଗ୍ୟାସଟିକୁ ଜଳାଇଲେ ଏହା ‘ପପ୍’ ଶବ୍ଦ କରି ଜଳିବ । ଏଣୁ ଏହା ଉଦ୍ଜାନ ଗ୍ୟାସ ।
ପରୀକ୍ଷାନଳୀ ଭିତରେ ଆଇରନ୍ କ୍ଲୋରାଇଡ୍ ଲବଣ ସୃଷ୍ଟିହେବ ଲୁହା + ଲଘୁ ଲବଣାସ୍କ → ଆଇରନ୍ କ୍ଲୋରାଇଡ୍ + ଉଦ୍ଜାନ
Question 11.
କେବଳ ଅଧାତୁରୁ ତିଆରି ଯେକୌଣସି ଦୁଇଟି ଯୌଗିକର ନାମ ଲେଖୁ ପ୍ରତ୍ୟେକର ଦୁଇଟି ବ୍ୟବହାର ଲେଖ ।
Answer:
(କ) କାର୍ବନ ଓ ଅମ୍ଳଜାନରୁ ତିଆରି ଯୌଗିକ କାର୍ବନ ଡାଇଅକ୍ସାଇଡ୍
କାର୍ବନ + ଅମ୍ଳଜାନ → କାର୍ବନ ଡାଇଅକ୍ସାଇଡ୍
(i) ଉଭିଦମାନେ ଖାଦ୍ୟ ପ୍ରସ୍ତୁତିପାଇଁ ଅଙ୍ଗାରକାମ୍ଳ ବ୍ୟବହାର କରନ୍ତି ।
(ii) ଅଗ୍ନି ନିର୍ବାପକ ଯନ୍ତ୍ରରେ ଅଙ୍ଗାରକାମ୍ଳ ଗ୍ୟାସ ଉତ୍ପନ୍ନ ହୋଇ ନିଆଁକୁ ଆୟତ କରେ ।
(ଖ) ଉଦ୍ଜାନ ଓ ଅମ୍ଳଜାନର ରାସାୟନିକ ସଂଯୋଗରୁ ଉତ୍ପନ୍ନ ଯୌଗିକଟି ହେଉଛି ଜଳ । ଉଦ୍ଜାନ + ଅମ୍ଳଜାନ → ଜଳ
(i) ବଞ୍ଚି ରହିବାପାଇଁ ଜୀବଜଗତ ଜଳ ଆବଶ୍ୟକ କରେ ।
(ii) ଜଳଦ୍ଵାରା ଲୁଗାପଟା ସଫା କରାଯାଏ ଓ କଳକାରଖାନାରେ ବ୍ୟବହାର କରାଯାଏ ।
Question 12.
ସୁନାକୁ ଖଣିଜ ଓ ଧାତୁ ଉଭୟ ଭାବରେ କିପରି ବର୍ଗୀକୃତ କରାଯାଇପାରିବ ?
Answer:
ସୁନା ଖଣିରୁ ଉତ୍ତୋଳନ କରାଯାଏ, ଏହା ସର୍ବନିମ୍ନ ପ୍ରତିକ୍ରିୟାଶୀଳ ଧାତୁ ହେତୁ ଏହାକୁ ମୂଳ ଖଣିଜ (Native metal) କହନ୍ତି । ଏଣୁ ସୁନା ଏକ ଖଣିଜ ।
ସୁନା ଏକ ଧାତୁ କାରଣ ଏହା
ଧାତୁର ସମସ୍ତ ଭୌତିକ ଧର୍ମ ଧାରଣ କରେ । ତନ୍ୟତା, ନମନିୟତା, ଔଜଲ୍ୟତା, ଗୁଣଗୁଡ଼ିକ ଏହାକୁ ମୂଲ୍ୟବାନ ଧାତୁ ରୂପେ ପରିଗଣିତ କରେ ।
ଅତିରିକ୍ତ ଅଭ୍ୟାସ ପ୍ରଶ୍ନୋତ୍ତର
ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର
(କ) ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
Question 1.
ଯେଉଁ ପଦାର୍ଥରେ ଥିବା ଭିନ୍ନ ଭିନ୍ନ ଉପାଦାନଗୁଡ଼ିକ ନିଜ ନିଜର ଧର୍ମକୁ ଅକ୍ଷୁର୍ଣ୍ଣ ରଖୁଥାଆନ୍ତି ତାହାକୁ କ’ଣ କହନ୍ତି ?
Answer:
ମିଶ୍ରଣ
Question 2.
କେଉଁ ପଦାର୍ଥରେ ଉପାଦାନଗୁଡ଼ିକ ରାସାୟନିକ ପ୍ରତିକ୍ରିୟା କରନ୍ତି ନାହିଁ ?
Answer:
ମିଶ୍ରଣ
Question 3.
କେଉଁ ମିଶ୍ରଣର ଉପାଦାନଗୁଡ଼ିକୁ ଖାଲି ଆଖରେ କିମ୍ବା ବର୍ଷକ କାଚରେ ଦେଖିବା ସମ୍ଭବ ହୁଏ ?
Answer:
ଅସମତୁଲ ମିଶ୍ରଣ
Question 4.
ଯେଉଁ ମିଶ୍ରଣରେ ଉପାଦାନଗୁଡ଼ିକ ସମଭାବରେ ବଣ୍ଟନ ହୋଇଥାଆନ୍ତି ଏବଂ ସେଗୁଡ଼ିକୁ ପୃଥକ ଭାବେ ଚିହ୍ନିବା ସମ୍ଭବ ନୁହେଁ, ତାହାକୁ କ’ଣ କହନ୍ତି ?
Answer:
ସମତୁଲ ମିଶ୍ରଣ
Question 5.
ଏଲୟ କି ପ୍ରକାର ମିଶ୍ରଣ ?
Answer:
ଉ- ସମତୁଲ
Question 6.
କଳଙ୍କିହୀନ ଇସ୍ପାତ କେଉଁ କେଉଁ ପଦାର୍ଥର ସମତୁଲ ମିଶ୍ରଣ ?
Answer:
ଲୁହା, ନିକେଲ, କ୍ରୋମିୟମ ଏବଂ ଅଳ୍ପପରିମାଣର କାର୍ବନ
Question 7.
ପିତଳ କେଉଁ କେଉଁ ପଦାର୍ଥର ମିଶ୍ରଧାତୁ ?
Answer:
ତମ୍ବା ଓ ଦସ୍ତା

Question 8.
ବ୍ରୋଞ୍ଜ ବା କାଂସ୍ୟ କେଉଁ ଦୁଇଟି ପଦାର୍ଥର ସମତୁଲ ମିଶ୍ରଣ ?
Answer:
ତମ୍ବା ଓ ଟିଣ
Question 9.
ପ୍ରାଚୀନ ଭାରତୀୟ ଗ୍ରନ୍ଥରେ ଏଲୟଗୁଡ଼ିକ କ’ଣ ଭାବରେ ବ୍ୟବହୃତ ହେଉଥିଲା ?
Answer:
ଔଷଧ
Question 10.
ପ୍ରାଚୀନ ଭାରତରେ ହଜମ ବୃଦ୍ଧି ଓ ରୋଗପ୍ରତିରୋଧ ଶକ୍ତି ସୃଷ୍ଟିପାଇଁ କେଉଁ ଏଲୟର ବ୍ୟବହାର ଥିଲା ?
Answer:
ବ୍ରୋଞ୍ଜ
Question 11.
ଏଲୟ କାହିଁକି ପ୍ରସ୍ତୁତ କରାଯାଏ ?
Answer:
ଶକ୍ତତା ବୃଦ୍ଧି, ସ୍ଥାୟିତ୍ଵ ବୃଦ୍ଧି ଓ କ୍ଷୟ ପ୍ରତିରୋଧ ପାଇଁ
Question 12.
କଲିଚୂନ (quick lime)ର ରାସାୟନିକ ନାମ କ’ଣ ?
Answer:
କ୍ୟାଲସିୟମ ଅକସାଇଡ୍
Question 13.
କ୍ୟାଲସିୟମ ଅକସାଇଡ୍ ଜଳ ସହ ପ୍ରତିକ୍ରିୟା କଲେ କ’ଣ ଉତ୍ପନ୍ନ ହୁଏ ?
Answer:
କ୍ୟାଲସିୟମ ହାଇଡ୍ରିକ୍ସାଇଡ୍ (Lime water)
Question 14.
କ୍ୟାଲସିୟମ୍ ହାଇଡ୍ରିକସାଇଡ୍ ଉତ୍ପନ୍ନ ବେଳେ ତାପଶକ୍ତିର କି ପରିବର୍ତ୍ତନ ଦେଖାଯାଏ ?
Answer:
ତାପ ଉତ୍ପନ୍ନ ହୁଏ ।
Question 15.
କ୍ୟାଲସିୟମ ହାଇଡ୍ରିକସାଇଡ୍ ଦ୍ରବଣ ଉପରେ ଅଙ୍ଗରାରକାମ୍ଳ ପ୍ରତିକ୍ରିୟା କଲେ କ’ଣ ଉତ୍ପନ୍ନ ହୁଏ ?
Answer:
କ୍ୟାଲସିୟମ୍ କାର୍ବୋନେଟ୍
Question 16.
ଅଙ୍ଗାରକାମ୍ଳ, କ୍ୟାଲସିୟମ୍ ହାଇଡ୍ରେକସାଇଡ଼ର ରଙ୍ଗରେ କି ପରିବର୍ତ୍ତନ ଆଣେ ?
Answer:
ଦ୍ରବଣକୁ ଦୁଧୂ ରଙ୍ଗ କରେ ।
Question 17.
ଶୂନ୍ୟସ୍ଥାନ ପୂରଣ କର ।
କ୍ୟାଲସିୟମ୍ ହାଇଡ୍ରେକସାଡ଼୍ + କାର୍ବନ ଡାଇଅକ୍ସାଡ୍ → କ୍ୟାଲସିୟମ୍ କାର୍ବୋନେଟ୍ + ____________
Answer:
ଜଳ
Question 18.
ବାୟୁରେ ବିଭିନ୍ନ ଗ୍ୟାସ ଥିବାବେଳେ କେଉଁ କଣିକା ରହିଥାଏ ?
Answer:
ଧୂଳିକଣା
Question 19.
ବାୟୁର ଗୁଣର ପରିମାପକ କ’ଣ ?
Answer:
ବାୟୁଗୁଣବତ୍ତା ସୂଚକ ବା Air Quality Index (AQI)
Question 20.
କାର୍ବନ୍ ଓ ଅମ୍ଳଜାନରୁ ଗଠିତ କେଉଁ ପଦାର୍ଥ ବସ୍ତୁର ଏକ ପ୍ରଦୂଷକ ?
Answer:
କାର୍ବନ ମନୋକ୍ସାଇଡ୍ (CO)
Question 21.
ଅମ୍ଳଜାନ ଏକ ରୂପ ବାୟୁ ପ୍ରଦୂଷକ । ଏହା କ’ଣ ?
Answer:
ଓଜନ (Oη)
Question 22.
ବାୟୁର ୫ଟି ପ୍ରଦୂଷକ ନାମ ଦିଅ ।
Answer:
ଧୂଳିକଣା, କାର୍ବନ୍ ମନୋକ୍ସାଇଡ଼, ଓଜନ, ନାଇଟ୍ରୋଜେନ ଅକ୍ସାଇଡ୍ ଏବଂ ସଲ୍ଫର୍ ଡାଇଅକ୍ସାଇଡ୍
Question 23.
ଗ୍ୟାସ୍ ଓ ଗ୍ୟାସ୍ର ସମତୁଲ ମିଶ୍ରଣ କିଏ ?
Answer:
ବାୟୁ
Question 24.
ଗ୍ୟାସ୍ ଓ ତରଳର ସମତୁଲ ମିଶ୍ରଣର ଗୋଟିଏ ଉଦାହରଣ ଦିଅ ।
Answer:
ସୋଡ଼ାପାଣି
Question 25.
ତରଳ ଓ ତରଳର ସମତୁଲ ମିଶ୍ରଣର ଏକ ଉଦାହରଣ ଦିଅ ।
Answer:
ଭିନେଗାର । ଏହା ଏସିଟିକ୍ ଏସିଡ୍ ଓ ଜଳର ମିଶ୍ରଣ ।
Question 26.
ଦୁଇଟି କଠିନ ପଦାର୍ଥର ସମତୁଲ ମିଶ୍ରଣର ଉଦାହରଣ ଦିଅ ।
Answer:
ବେକିଂ ପାଉଡ଼ର (ବେକିଂ ସୋଡ଼ା ଓ ଟାର୍ଟାରିକ୍ ଏସିଡ୍ର ମିଶ୍ରଣ)
ଏଲୟ (ଦୁଇ ବା ତତୋଧ୍ଵକ ଧାତୁ ବା ଧାତୁ + ଅଧାତୁର ମିଶ୍ରଣ)
Question 27.
ଉତ୍ପାଦିତ ବସ୍ତର ଗୁଣାତ୍ମକ ମାନ କିପରି କ୍ଷୟହୁଏ ?
Answer:
ଅପମିଶ୍ରଣ
Question 28.
ଏକାପ୍ରକାର କଣିକା (ଆକୃତି ଓ ଧର୍ମ ସମାନ)କୁ ନେଇ ଗଠିତ ପଦାର୍ଥ କ’ଣ ?
Answer:
ବିଶୁଦ୍ଧ ପଦାର୍ଥ
Question 29.
ଜଳର ବିଦ୍ୟୁତ ବିଶ୍ଳେଷଣପାଇଁ ଏଥରେ କ’ଣ ମିଶାଯାଏ ?
Answer:
ଲଘୁ ଗନ୍ଧକାମ୍ଳ
Question 30.
ଜଳର ବିଦ୍ୟୁତ ବିଶ୍ଳେଷଣରୁ ନିର୍ଗତ ଗ୍ୟାସ ଦୁଇଟି ମଧ୍ୟରୁ କାହାର ଆୟତନ ଅଧିକ ?
Answer:
ଉଦ୍ଜାନ
Question 31.
ଜଳର ବିଦ୍ୟୁତ ବିଶ୍ଳେଷଣ କେଉଁ ଯନ୍ତ୍ରରେ ହୋଇପାରିବ ?
Answer:
ଭୋଲଟାମିଟର
Question 32.
ଜଳର ବିଦ୍ୟୁତ ବିଶ୍ଳେଷଣବେଳେ କେତେ ଭୋଲଟ୍ର ବ୍ୟାଟେରି ଦରକାର ?
Answer:
୯ ଭୋଲଟ୍
Question 33.
ଜଳର ବିଦ୍ୟୁତ ବିଶ୍ଳେଷଣବେଳେ ଉତ୍ପନ ଉଦଜାନ ଓ ଅମ୍ଳଜାନର ଆୟତନର ଅନୁପାତ କେତେ ?
Answer:
୨ : ୧
Question 34.
କେଉ ଗ୍ୟାସ୍ ‘ପପ’ ଶବ୍ଦକରି ଜଳିପାରେ ?
Answer:
ଉଦ୍ଜାନ
Question 35.
କେଉଁ ଗ୍ୟାସ୍ ଜଳିବାରେ ସାହାଯ୍ୟ କରେ ?
Answer:
ଅମ୍ଳଜାନ
Question 36.
ଜଳର ବିଦ୍ୟୁତ ବିଶ୍ଳେଷଣରୁ ମିଳୁଥିବା ଗ୍ୟାସ୍ ଜଳୀୟ ବାଷ୍ପ ନୁହେଁ ବୋଲି କିପରି ଜାଣିବ ?
Answer:
ଏହା ଥଣ୍ଡା ହୋଇ ଜଳବିନ୍ଦୁରେ ପରିଣତ ହୁଏନାହିଁ ।
Question 37.
ଜଳର ବିଦ୍ୟୁତ ବିଶ୍ଳେଷଣ କି ପରିବର୍ତ୍ତନ ?
Answer:
ରାସାୟନିକ ପରିବର୍ତ୍ତନ
Question 38.
ଗୋଟିଏ ଉଦ୍ଜାନ ଅଣୁରେ କେତୋଟି ପରମାଣୁ ଥାଏ ?
Answer:
ଦୁଇଟି
Question 39.
ଗୋଟିଏ ଓଜନ ଅଣୁରେ କେତୋଟି ପରମାଣୁ ଥାଏ ?
Answer:
ତିନୋଟି
Question 40.
ଧାତୁ ଓ ଅଧାତୁର ମଧ୍ୟବର୍ତ୍ତୀ ଗୁଣ ଧାରଣ କରିଥିବା ମୌଳିକକୁ କ’ଣ କହନ୍ତି ?
Answer:
ଉପଧାତୁ

Question 41.
ଦୁଇଟି ଉପଧାତୁର ନାମ ଲେଖ ।
Answer:
ବୋରନ, ସିଲିକନ
Question 42.
ମୋଟ ଉପଧାତୁ ସଂଖ୍ୟା କେତେ ?
Answer:
7 ଟି
Question 43.
କେତୋଟି ମୌଳିକ ସାଧାରଣ ତାପମାତ୍ରାରେ ଗ୍ୟାସୀୟ ଅବସ୍ଥାରେ ଅଛନ୍ତି ?
Answer:
୧୧ ଟି
Question 44.
କେଉଁ ଧାତୁ ତରଳ ଅଟେ ?
Answer:
ପାରଦ
Question 45.
କେଉଁ ଅଧାତୁ ତରଳ ଅଟେ ।
Answer:
ବ୍ରୋମିନ୍
Question 46.
କେଉଁ କଠିନ ମୌଳିକ ଦୁଇଟି ୩୦°C ରେ ମଧ୍ୟ ତରଳି ଯାଆନ୍ତି ?
Answer:
ଗାଲିୟମ୍ ଓ ସିଜିୟମ୍
Question 47.
ବର୍ତ୍ତମାନ ସୁଦ୍ଧା ଜଣାଥବା ମୌଳିକ ସଂଖ୍ୟା କେତେ ?
Answer:
୧୧୮
Question 48.
ମୋବାଇଲ ଫୋନ୍ରେ କେତୋଟିରୁ ଅଧ୍ବକ ଧାତୁଥାଏ ?
Answer:
୪୫
Question 49.
ସାଧାରଣ ଲୁଣ ଓ ଚିନି କି ପ୍ରକାର ପଦାର୍ଥ ?
Answer:
ଯୌଗିକ
Question 50.
ସୋଡ଼ିୟମ କ୍ଲୋରାଇଡ୍ (ସାଧାରଣ ଲୁଣ)ରେ ସୋଡ଼ିୟମ ଓ କ୍ଲୋରିନ ପରମାଣୁ ସଂଖ୍ୟାର ଅନୁପାତ କେତେ ?
Answer:
୧:୧
Question 51.
ଉତ୍ତପ୍ତ କଲେ ଚିନି ବିଘଟିତ ହୋଇ କେଉଁ ଦୁଇଟି ପଦାର୍ଥ ଦିଏ ?
Answer:
କାର୍ବନ୍ ଓ ଜଳ
Question 52.
ଚିନି କେଉଁ ମୌଳିକ ତିନିଟି ଦ୍ଵାରା ତିଆରି ?
Answer:
କାର୍ବନ, ଉଦ୍ଜାନ ଓ ଅମ୍ଳଜାନ
Question 53.
ଲୁହାଗୁଣ୍ଡ ଓ ସଲଫର ପାଉଡ଼ର ମିଶାଇ ଉତ୍ତପ୍ତ କଲେ କେଉଁ ପଦାର୍ଥ ତିଆରି ହୁଏ ?
Answer:
ଆଇରନ ସଲ୍ଫାଇଡ୍
Question 54.
ଆଇରନ ସଲ୍ଫାଇଡ୍ ଲଘୁ ଲବଣାମ୍ଳ ସହ ପ୍ରତିକ୍ରିୟା କଲେ କ’ଣ ଉତ୍ପନ୍ନ ହୁଏ ?
Answer:
ଆଇରନ କ୍ଲୋରାଇଡ୍ ଓ ହାଇଡ୍ରୋଜେନ ସଲ୍ଫାଇଡ୍
Question 55.
ହାଇଡ୍ରୋଜେନ ସଲ୍ଫାଇଡ୍ର ଗନ୍ଧ କିପରି ?
Answer:
ପଚା ଅଣ୍ଡାଯୁକ୍ତ ଗନ୍ଧ
Question 56.
ଲୁହା ଲଘୁ ଲବଣାସ୍କ ସହ ପ୍ରତିକ୍ରିୟା କଲେ କ’ଣ ମିଳେ ?
Answer:
ଆଇଗନ୍ କ୍ଲୋରାଇଡ୍ ଏବଂ ଉଦ୍ଜାନ
Question 57.
ଆଇରନ ସଲଫାଇଡ୍ ଓ ଲଘୁ ଲବଣାମ୍ଳ ମଧ୍ୟରେ ରାସାୟନିକ ପ୍ରତିକ୍ରିୟାର ଶବ୍ଦ ସମୀକରଣ ଲେଖ ।
Answer:
ଆଇରନ୍ ସଲଫାଇଡ୍ + ଲଘୁ ଲବଣାସ୍କ → ଆଇରନ କ୍ଲୋରାଇଡ଼ + ହାଇଡ୍ରୋଜେନ୍ ସଲ୍ଫାଇଡ୍
Question 58.
ଲୁହା ଓ ଲଘୁ ଲବଣାମ୍ଳ ମଧ୍ୟରେ ପ୍ରତିକ୍ରିୟାର ଶବ୍ଦ ସମୀକରଣ କ’ଣ ?
Answer:
ଆଇରନ + ଲଘୁ ଲବଣାମ୍ଳ → ଆଇରନ୍ କ୍ଲୋରାଇଡ୍ + ଉଦ୍ଜାନ
Question 59.
କେଉଁ ପଦାର୍ଥ ଜଳରୁ ତେଲସ୍ତର ଅଲଗା କଲେ ?
Answer:
ଗ୍ରାଫିନ୍ ଏରୋଜେଲ୍
Question 60.
ମୂଳ ଖଣିଜ (Native Meineral) କିଏ ?
Answer:
ସୁନା, ରୂପା, ପ୍ଲାଟିନମ୍
Question 61.
ଧୋକ୍ରା ଆର୍ଟରେ କେଉଁ କେଉଁ ଏଲୟ ବ୍ୟବହାର କରାଯାଏ ?
Answer:
ତରଳ, ପିତଳ ଓ ବ୍ରୋଞ୍ଜ
Question 62.
ଧୋକ୍ରା ଆର୍ଟ କେଉଁ କେଉଁ ରାଜ୍ୟରେ ଆଦୃତ ଥିଲା ?
Answer:
ବିହାର, ଓଡ଼ିଶା
ଖ) ଚାରୋଟି ବିକଳ୍ପ ଉତ୍ତର ମଧ୍ଯରୁ ଠିକ୍ ଉତ୍ତରଟି ବାଛି ଲେଖ ।
Question 1.
କେଉଁ ପଦ୍ଧତିରେ ମିଶ୍ରଣର ଉପାଦାନଗୁଡ଼ିକୁ ସେମାନଙ୍କର ରାସାୟନିକ ପ୍ରକୃତିକୁ ନ ବଦଳାଇ ପୃଥକ କରାଯାଇ ପାରିବ?
(a) ରାସାୟନିକ ପ୍ରତିକ୍ରିୟା
(b) ଭୌତିକ ପଦ୍ଧତି
(c) ବୈଦ୍ୟୁତିକ ପଦ୍ଧତି
(d) ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
Answer:
(b) ଭୌତିକ ପଦ୍ଧତି
Question 2.
ଯେତେବେଳେ ଦୁଇ କିମ୍ବା ଅଧୂକ ପଦାର୍ଥ ମିଶ୍ରିତ ହୋଇ ଗୋଟିଏ ମିଶ୍ରଣ ଗଠନ କରନ୍ତି ସେତେବେଳେ
ପଦାର୍ଥଗୁଡ଼ିକର ମୂଳଧର୍ମରେ କ’ଣ ଘଟେ ?
(a) ନୂଆ ପଦାର୍ଥ ତିଆରି ହୁଏ
(b) ମୂଳ ଧର୍ମ ପରିବର୍ତ୍ତିତ ହୁଏ
(c) ମୂଳଧର୍ମ ପୂର୍ବପରି ରହେ
(d) ସର୍ବଦା ସଂପୂର୍ଣ୍ଣ ଭାବେ ଦ୍ରବୀଭୂତ ହୋଇଯାଏ
Answer:
(c) ମୂଳଧର୍ମ ପୂର୍ବପରି ରହେ
Question 3.
ଜଣେ ଛାତ୍ର ଚିନି ଦ୍ରବଣ ତିଆରିକରି ଚିନିକୁ ପୃଥକ କରିବାକୁ ଜଳର ବାଷ୍ପୀକରଣ କଲା । ଏହି ପଦ୍ଧତି କି ପ୍ରକାର ଅଟେ ?
(a) ଗୋଟିଏ ଯୌଗିକ ଭାଙ୍ଗି ମୌଳିକ ହେବା
(b) ଭୌତିକ ଉପାୟରେ ମିଶ୍ରଣର ପୃଥକୀ କରଣ
(c) ଗୋଟିଏ ରାସାୟନିକ ପରିବର୍ତ୍ତନ
(d) ନୂତନ ପଦାର୍ଥର ସୃଷ୍ଟି
Answer:
(b) ଭୌତିକ ଉପାୟରେ ମିଶ୍ରଣର ପୃଥକୀ କରଣ
Question 4.
ନିମ୍ନଲିଖତ ପଦାର୍ଥଗୁଡ଼ିକ ମଧ୍ୟରୁ କେଉଁଟି ସର୍ବୋତ୍ତମ ମିଶ୍ରଣ ?
(a) ଜଳ
(b) ବାୟୁ
(c) ଉଦ୍ଜାନ
(d) ଅଙ୍ଗାରକାମ୍ଳ
Answer:
(b) ବାୟୁ
Question 5.
ନିମ୍ନଲିଖତ ମିଶ୍ରଣଗୁଡ଼ିକ ମଧ୍ୟରୁ କେଉଁଟି ସମତୁଲ ମିଶ୍ରଣ ?
(a) ପରିବା ସାଲଡ଼୍
(b) ବାଲି ଏବଂ ଜଳ
(c) ଯବକ୍ଷାରଜାନରେ ଅମ୍ଳଜାନ
(d) ବାଲିକଣା ଓ ଧୂଳି
Answer:
(c) ଯବକ୍ଷାରଜାନରେ ଅମ୍ଳଜାନ
Question 6.
ନିମ୍ନଲିଖୁ କେଉଁ ମିଶ୍ରଣରେ ଉପାଦାନଗୁଡ଼ିକ ସହଜରେ ଜାଣିହୁଏ ଏବଂ ମିଶ୍ରଣଟିରେ ଉଦାନଗୁଡ଼ିକର ସମଭାବରେ ବଣ୍ଟନ ହୋଇନଥାଏ ?
(a) ତମ୍ବା ଓ ଦସ୍ତାର ମିଶ୍ରଧାତୁ
(b) ଚିନି ଓ ଜଳର ଦ୍ରବଣ
(c) ବାଲି ଓ ଲୁହାଗୁଣ୍ଡ
(d) ବନ୍ଦ ଥିବା ବୋତଲ ମଧ୍ୟରେ ବାୟୁ
Answer:
(c) ବାଲି ଓ ଲୁହାଗୁଣ୍ଡ
Question 7.
ବ୍ରୋଞ୍ଜ, ତମ୍ବା ଓ ଟିଣରୁ ତିଆରି । ଯଦି ଗୋଟିଏ ବ୍ରୋଞ୍ଜ ମୂର୍ତ୍ତିକୁ ଭାଙ୍ଗି ଦିଆଯାଏ, ଭଗ୍ନଅଂଶ ଗୁଡ଼ିକ କ’ଣ ହେବେ ?
(a) ଗୋଟିଏ ନୂତନ ଯୌଗିକ
(b) ଗୋଟିଏ ମୌଳିକ
(c) ଗୋଟିଏ ଭୌତିକ ସମତୁଲ ମିଶ୍ରଣ
(d) ଗୋଟିଏ ଦ୍ରବଣ
Answer:
(c) ଗୋଟିଏ ଭୌତିକ ସମତୁଲ ମିଶ୍ରଣ
Question 8.
ଚୂନପାଣି (କ୍ୟାଲସିୟମ ହାଇଡ୍ରେକ୍ସାଇଡ୍) କେଉଁଗ୍ୟାସ୍ ସଂସ୍ପର୍ଶରେ ଆସିଲେ ରାସାୟନିକ ପ୍ରତିକ୍ରିୟା କରି ଦୁଆ (Milky) ରଙ୍ଗ ଧାରଣ କରେ ?
(a) ଯବକ୍ଷାରଜାନ
(b) ଅମ୍ଳଜାନ
(c) ଅଙ୍ଗାରକାମ୍ଳ
(d) ଆର୍ଗନ
Answer:
(c) ଅଙ୍ଗାରକାମ୍ଳ
Question 9.
କ୍ଷୁଦ୍ର ଧୂଳିକଣା ଯେଉଁଗୁଡ଼ିକ ଘରଭିତରେ ଏବଂ ବାହାରେ ବାୟୁରେ ଭାସୁଥିବାର କିମ୍ବା ଝୁଲି ରହିଥିବାର ଦେଖାଯାଏ, ସେଗୁଡ଼ିକ ହେଉଛି
(a) ବାୟୁର ଉପାଦାନ
(b) ସମତୁଲ ଗ୍ୟାସୀୟ ମିଶ୍ରଣର ଅଂଶ
(c) ପ୍ରଦୂଷକ
(d) ଗ୍ୟାସୀୟ କଣିକା
Answer:
(c) ପ୍ରଦୂଷକ
Question 10.
ଅରୁଣ ବିଜ୍ଞାନାଗାରରେ ଜଳର ବିଭିନ୍ନ ବିଶେଷଣ କଲା । ସେ ଦୁଇଟି ପରୀକ୍ଷା ନଳରେ ଭିନ୍ନ ଭିନ୍ନ ବାଷ୍ପ ସଂଗ୍ରହ କଲା । ଗୋଟିଏ ବାଷ୍ପ ପାଖରେ ଜଳତା ମହମବତୀ ଦେଖାଇବାରୁ ଏହା ‘ପଦ’ ଶବ୍ଦକୁ ଜଳି ଉଠିଲା ଏବଂ ଅନ୍ୟ ବାଷ୍ପଟି ପାଖରେ ମହମବତୀଟି ଆଣିବା ହେବା ଜଳିଥିଲା । ଏହି ପର୍ଯ୍ୟବେକ୍ଷଣ କ’ଣ ସୂଚାଏ ?
(a) ଉଭୟ ପରୀକ୍ଷା ନଳୀରେ ଅଙ୍ଗାରକାମ୍ଳ ଥିଲା ।
(b) ପ୍ରଥମ ଗ୍ୟାସ୍ଟି ଉଦ୍ଜାନ ଏବଂ ଦ୍ଵିତୀୟଟି ଅମ୍ଳଜାନ ।
(c) ପ୍ରଥମ ଗ୍ୟାସ୍ ଅମ୍ଳଜାନ ଏବଂ ଦ୍ୱିତୀୟଟି ଉଦ୍ଜାନ ।
(d) ଉଭୟ ଗ୍ୟାସ୍ ହେଉଛି ଜଳୀୟବାଷ୍ପ ।
Answer:
(b) ପ୍ରଥମ ଗ୍ୟାସ୍ଟି ଉଦ୍ଜାନ ଏବଂ ଦ୍ଵିତୀୟଟି ଅମ୍ଳଜାନ ।
Question 11.
ମନେକର ଜଳ ହେଉଛି ଉଦ୍ଜାନ ଓ ଅମ୍ଳଜାନ ଗ୍ୟାସର ଏକ ମିଶ୍ରଣ । ତେବେ ଜଳର ପ୍ରକୃତି କ’ଣ ?
(a) ଜଳ ନିଆଁକୁ ଲିଭାଇଦିଏ ।
(b) ଏହା ସର୍ବଦା ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଫୁଟିଥାଏ ।
(c) ଅଗ୍ନିଶିଖା ସଂସ୍ପର୍ଶରେ ଆସିଲେ ଏହା ବିସ୍ପୋରଣ କରେ ।
(d) ଏହା ଅଧ୍ବକ ଚିନି ଦ୍ରବିଭୂତ କରେ ।
Answer:
(c) ଅଗ୍ନିଶିଖା ସଂସ୍ପର୍ଶରେ ଆସିଲେ ଏହା ବିସ୍ପୋରଣ କରେ ।

Question 12.
ବିଜ୍ଞାନଗାରରେ ଜଳର ବିଦ୍ୟୁତ ବିଶ୍ଳେଷଣ କରିବା ପୂର୍ବରୁ ଜଳରେ ଅଳ୍ପ ପରିମାଣରେ ଲଘୁ ଗନ୍ଧକାମ୍ଳ ମିଶାଯାଏ କାହିଁକି ?
(a) ଏହା ସଲଫର ଗ୍ୟାସ ଦିଏ ।
(b) ଏହା ବିଦ୍ୟୁତ ସ୍ରୋତ ପ୍ରବାହ ବୃଦ୍ଧିକରେ
(c) ଏହା ଅମ୍ଳଜାନର ବିଘଟନ ବନ୍ଦକରେ
(d) ଏହା ଜଳର ସ୍ଫୁଟନାଙ୍କ କମାଇଦିଏ ।
Answer:
(b) ଏହା ବିଦ୍ୟୁତ ସ୍ରୋତ ପ୍ରବାହ ବୃଦ୍ଧିକରେ
Question 13.
ମୌଳିକ ବିଶୁଦ୍ଧ ପଦାର୍ଥ ଯାହା କେଉଁ କ୍ଷୁଦ୍ରତ୍ତମ କଣିକାକୁ ନେଇ ଗଠିତ ?
(a) ଅଣୁ
(b) ପରମାଣୁ
(c) ଆୟନ
(d) ଅବପରମାଣୁ
Answer:
(b) ପରମାଣୁ
Question 14.
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଉପଧାତୁ ?
(a) ବୋରନ
(b) ଅମ୍ଳଜାନ
(c) ସୁନା
(d) ଗନ୍ଧକ
Answer:
(a) ବୋରନ
Question 15.
ଭୌତିକ ଓ ରାସାୟନିକ ଧର୍ମ ଦୃଷ୍ଟିରୁ କେଉଁଟି ଅଧାତୁ ଅଟେ ?
(a) ତମ୍ବା
(b) ଅମ୍ଳଜାନ
(c) ଆଲୁମିନିୟମ୍
(d) ସୁନା
Answer:
(b) ଅମ୍ଳଜାନ
Question 16.
ଜଳ କାହିଁକି ମୌଳିକ କିମ୍ବା ମିଶ୍ରଣ ପରିବର୍ତ୍ତେ ଏକ ରାସାୟନିକ ଯୌଗିକ ?
(a) ଏହା ଭୌତିକ ପଦ୍ଧତିରେ ପୃଥକୀକରଣ କରିହୁଏ ।
(b) ଏହା ରାସାୟନିକ ବନ୍ଧଦ୍ଵାରା ଦୁଇଟି ମୌଳିକର ସଂଯୋଗ ।
(c) ଏହା ଉଦ୍ଜାନ ଓ ଅମ୍ଳଜାନର ଧର୍ମ ବଜାୟ ରଖେ ।
(d) ଏହାର ଗଠନର ଭିନ୍ନତା ଥାଏ ।
Answer:
(b) ଏହା ରାସାୟନିକ ବନ୍ଧଦ୍ଵାରା ଦୁଇଟି ମୌଳିକର ସଂଯୋଗ ।
Question 17.
ଭୌତିକ ପଦ୍ଧତିରେ ସାଧାରଣ ଲୁଣ (Sodium Chloride) ରୁ ସୋଡ଼ିୟମ ଏବଂ କ୍ଲୋରିନକୁ ଅଲଗା କରିହୁଏ ନାହିଁ କାହିଁକି ?
(a) ଏହା ଏକ ମିଶ୍ରଣ ।
(b) ଏହା ଏକ ବିଶୁଦ୍ଧ ମୌଳିକ ।
(c) ଏହା ନିର୍ଦ୍ଦିଷ୍ଟ ଅନୁପାତ ଧାରଣ କରିଥିବା ଯୌଗିକ ।
(d) ଏହା ଏକ ମିଶ୍ରଧାତୁ ।
Answer:
(c) ଏହା ନିର୍ଦ୍ଦିଷ୍ଟ ଅନୁପାତ ଧାରଣ କରିଥିବା ଯୌଗିକ ।
Question 18.
ଜୟ ଅନୁଧ୍ୟାନ କଲା ତାଙ୍କ ଶିକ୍ଷକ ଗୋଟିଏ ପରୀକ୍ଷା କଲା ଏବଂ ଜଳବିନ୍ଦୁ ପରୀକ୍ଷା ନଳୀ ମୁହଁରେ ସୃଷ୍ଟି ବୁଝିପାରିଲା ?
(a) ଉଦଜାନ, ଅମ୍ଳଜାନ, କାର୍ବନ
(b) କାର୍ବନ, କ୍ୟାଲସିୟମ, ଗନ୍ଧକ
(c) ଅମ୍ଳଜାନ, ଯବକ୍ଷାରଜାନ, ସୋଡ଼ିୟମ
(d) ଉଦ୍ଜାନ, ଯବକ୍ଷାରଜାନ, ଅଙ୍ଗାରକାମ୍ଳ
Answer:
(a) ଉଦଜାନ, ଅମ୍ଳଜାନ, କାର୍ବନ
Question 19.
ନଳୀରେ ଚିନିକୁ ଗରମ କଲେ । ଚିନ କଳାରଙ୍ଗ ଧାରଣ ହେଲା । ଚିନି କେଉଁ ପଦାର୍ଥରୁ ତିଆରି ବୋଲି ଜୟ
(a) ଭୌତିକ ପରି ବର୍ତ୍ତନ
(b) ରାସାୟନିକ ପ୍ରତିକ୍ରିୟାରୁ ଆଇରନ ସଲଫାଇଡ଼୍ ଉତ୍ପନ
(c) ଅସମତୁଲ ମିଶ୍ରଣ ପ୍ରସ୍ତୁତି
(d) କେବଳ ସଲ୍ଫର୍ର ତରଳନ
Answer:
(b) ରାସାୟନିକ ପ୍ରତିକ୍ରିୟାରୁ ଆଇରନ ସଲଫାଇଡ଼୍ ଉତ୍ପନ
Question 20.
ଜଣେ ରସାୟନବିଜ୍ଞାନବିତ୍ ଲୁହାଗୁଣ୍ଡ ଓ ସଲଫରଗୁଣ୍ଡକୁ ମିଶାଇ ଗରମ କଲେ ଏବଂ ଏହା ଚୁମ୍ବକଦ୍ଵାରା ପ୍ରଭାବିତ ହେଲାନାହିଁ । ଏହି ପରିବର୍ତ୍ତନଟି କ’ଣ ?
(a) କ୍ୱାର୍ଡ
(b) ସୁନା
(c) କାଲ୍ ସାଇଟ୍
(d) ଟାଲ୍
Answer:
(b) ସୁନା
Question 21.
ନିମ୍ନଲିଖିତ ରେଖା ଶକ୍ତିତ ପ୍ରକୃତିରେ ମୂଳରୂପରେ (Native form) ରେ ମିଳେ ?
(a) ଟାଲ୍କ
(b) କ୍ୱାର୍କ
(c) ଗ୍ରାଫିନ୍
(d) ସୀସା
Answer:
(a) ଟାଲ୍କ
Question 22.
ଘରକରଣା ଜୀନିଷ ଓ ପ୍ରସାଧନ ସାମଗ୍ରୀ ତିଆରିରେ ବ୍ୟବହୃତ ଟାଲକମ୍ ପାଉଡ଼ର କେଉଁ ପ୍ରାକୃତିକ ଖଣିଜରୁ ପ୍ରସ୍ତୁତ ହୁଏ ?
(a) ଅଭ୍ର
(b) ଟାଲକ
(c) ପାଇରୋକ୍ସିନ୍
(d) କାଲ୍ ସାଇଟ୍
Answer:
(b) ଟାଲକ
Question 23.
ଇସା ଗୋଟିଏ ନିର୍ମାଣ ସ୍ଥାନ ପରିଦର୍ଶନ କରି ସେଠାରେ କଂକ୍ରିଟ ଓ ଇସ୍ପାତ ବ୍ୟବହାର ଦେଖୁଲା । ସେଠାକାର ଇଞ୍ଜିନିୟରକୁ ପଚାରିବାରୁ ସେ ପଦାର୍ଥଗୁଡ଼ିକୁ କିପରି ବୁଝାଇଲେ ?
(a) ପଦାର୍ଥଗୁଡ଼ିକ ମୌଳିକ ଏବଂ ଯୋଗିକ
(b) ଭୌତିକ ପଦ୍ଧତି
(c) ପଦାର୍ଥଗୁଡ଼ିକ ମିଶ୍ରଣ
(d) ପଦାର୍ଥଗୁଡ଼ିକ କଠିନ ଧାତୁ
Answer:
(c) ପଦାର୍ଥଗୁଡ଼ିକ ମିଶ୍ରଣ
(ଗ) ଶୂନ୍ୟସ୍ଥାନ ପୂରଣ କର ।
1. ମିଶ୍ରଣର ବିଭିନ୍ନ ଉପାଦାନ ଯଥା କଠିନରୁ କଠିନ କିମ୍ବା ବିଭିନ୍ନ ଆକୃତିର ଦୁଇଟି କଠିନ ପରସ୍ପରଠାରୁ ____________ ପଦ୍ଧତିରେ ଅଲଗା ହୋଇପାରିବେ ।
Answer:
ଭୌତିକ
2. ଯଦି ଏକ ଲବଣ ଜଳରେ ସଂପୂର୍ଣ୍ଣଭାବେ ଦ୍ରବୀଭୂତ ହୋଇଯାଏ ତେବେ ଦ୍ରବଣଟି ____________ ମିଶ୍ରଣ ଅଟେ ।
Answer:
ସମତୁଲ ଅଣୁ
3. ବାୟୁ ଯେକି ଏକାଧ୍ଵ ଗ୍ୟାସ୍ର ମିଶ୍ରଣ ଗୋଟିଏ ____________ ମିଶ୍ରଣ ।
Answer:
ସମତୁଲ
4. ପିତଳ ଯାହା ସାଧାରଣତଃ ବୈଦ୍ୟୁତିକ ମରାମତି ଓ ସାଜସଜା ଉପକରଣ ପାଇଁ ବ୍ୟବହାର କରାଯାଏ ଓ ____________ ର ମିଶ୍ରଣ ।
Answer:
ତମ୍ବା, ଦସ୍ତା
5. ଯେତେବେଳେ ତେଲ ଜଳରେ ମିଶି ସମତୁଲ ମିଶ୍ରଣ କରି ନପାରି ଜଳ ଉପରେ ଏକ ପୃଥକ୍ ସ୍ତର ତିଆରି କରେ, ଏହା ସେତେବେଳେ ____________ ଓ ____________ ମିଶ୍ରଣ ହୁଏ ।
Answer:
ତରଳ, ତରଳ
6. ଯୌଗିକର କ୍ଷୁଦ୍ରତମ ଏକକକୁ ____________ କହନ୍ତି ।
Answer:
ଅଣୁ
7. ଯେଉଁ ପ୍ରକାର କେବଳ ଗୋଟିଏ ପ୍ରକାର ପରମାଣୁରେ ଗଠିତ, ତାହାକୁ ____________ କହନ୍ତି ।
Answer:
ମୌଳିକ
8. ସିଲିକନ ମୌଳିକ ଯାହା ସାଧାରଣ ଇଲେକ୍ଟ୍ରୋନିକ ସାମଗ୍ରୀ ଏବଂ ଅର୍ଥ ପରିବାହୀ ଭାବରେ ବ୍ୟବହୃତ ହୁଏ, ତାକୁ ____________ ଶ୍ରେଣୀଭୂକ୍ତ କରାଯାଏ ।
Answer:
ଉପଧାତୁ
9. ଯେଉଁ ମୌଳିକ ଦୁଇଟି ସାଧାରଣ ତାପମାତ୍ରାରେ ତରଳ ଅବସ୍ଥାରେ ଥାଆନ୍ତି, ତାହା ହେଉଛି ____________ ଓ ____________ ।
Answer:
ପାରଦ, ବ୍ରୋମିନ୍
10. ସମୁଦ୍ର ଓ ସ୍ଥଳଭାଗରେ ତୈଳସ୍ତର ସଫାକରିବାପାଇଁ ଯେଉଁ ସ୍ଵତନ୍ତ୍ର ପଦାର୍ଥ ବ୍ୟବହାର କରାଯାଏ ତାହା ହେଉଛି ____________।
Answer:
ଗ୍ରାଫିନ୍ ଏରୋଜେଲ୍
(ଘ) ଉକ୍ତିଗୁଡ଼ିକ ସତ୍ୟ କି ମିଥ୍ୟା
1. ବାଲି ଓ ଲୁଣର ମିଶ୍ରଣ କିମ୍ବା ତେଲ ଓ ଜଳର ମିଶ୍ରଣକୁ କେବଳ ରାସାୟନିକ ପ୍ରତିକ୍ରିୟା ମାଧ୍ୟମରେ ସେଗୁଡ଼ିକର ଉପାଦାନମାନଙ୍କୁ ପୃଥକୀକରଣ କରାଯାଏ ।
Answer:
ମିଥ୍ୟା
2. ଯେତେବେଳେ ଚିନି ଜଳରେ ସଂପୂର୍ଣ୍ଣ ଦ୍ରବୀଭୂତ ହୋଇଯାଏ ଉତ୍ପନ୍ନ ମିଶ୍ରଣଟି ସମତୁଲ ମିଶ୍ରଣ ହୁଏ ।
Answer:
ସତ୍ୟ
3. ବାୟୁମଣ୍ଡଳରେ ଥିବା ବାୟୁ ମୁଖ୍ୟତ ଯବକ୍ଷାରଜାନ ଓ ଅମ୍ଳଜାନର ମିଶ୍ରଣ ଏବଂ ଏହି ଗ୍ୟାସଗୁଡ଼ିକ ରାସାୟନିକ ବନ୍ଧଦ୍ଵାରା ସଂଯୁକ୍ତ ହୋଇଥିବାରୁ ବାୟୁ ଗୋଟିଏ ଯୌଗିକ ପଦାର୍ଥ ।
Answer:
ମିଥ୍ୟା
4. ପଦାର୍ଥର ସରଳ ରୂପରେ ଥିବା ଉଦଜାନ ଓ କାର୍ବନ ପରି ମୌଳିକଗୁଡ଼ିକ ଭୌତିକ ପଦ୍ଧତି ଯଥା ପରିସ୍ରବଣ କିମ୍ବା ବାଷ୍ପୀକରଣ ପଦ୍ଧତିରେ ଆହୁରି ଭାଙ୍ଗିଯାଇ ସରଳତମ ପଦାର୍ଥରେ ପରିଣତ ହୁଅନ୍ତି ।
Answer:
ମିଥ୍ୟା
5. ଜଳ ଓ ଅଙ୍ଗାରକାମ୍ଳ ପରି ଯୌଗିକଗୁଡ଼ିକ ମୌଳିକ ପରମାଣୁଗୁଡ଼ିକ ନିର୍ଦ୍ଦିଷ୍ଟ ଅନୁପାତରେ ସଂଯୋଗ ଘଟି ସୃଷ୍ଟି ହୋଇଥାଏ ।
Answer:
ସତ୍ୟ

(ଙ) ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭକୁ ମିଳନ କର ।
Question 1.
ସ୍ତମ୍ଭର ଶବ୍ଦଗୁଡ଼ିକ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦଗୁଡ଼ିକୁ ମିଳନ କରି ।
| ‘କ’ ସ୍ତମ୍ଭ |
‘ଖ’ ସ୍ତମ୍ଭ |
| (a) ଜଳ |
(1) ମୌଳିକ |
| (b) ସଲ୍ଫର୍ |
(2) ସମତୁଲ ମିଶ୍ରଣ |
| (c) ବାୟୁ |
(3) ଯୌଗିକ |
| (d) ବ୍ରୋଞ୍ଜ |
(4) ମିଶ୍ରଧାତୁ |
| (e) ଜଳରେ ମିଶ୍ରିତ ବାଲି |
(5) ଅସମତୁଲ ମିଶ୍ରଣ |
Answer:
| ‘କ’ ସ୍ତମ୍ଭ |
‘ଖ’ ସ୍ତମ୍ଭ |
| (a) ଜଳ |
(3) ଯୌଗିକ |
| (b) ସଲ୍ଫର୍ |
(1) ମୌଳିକ |
| (c) ବାୟୁ |
(2) ସମତୁଲ ମିଶ୍ରଣ |
| (d) ବ୍ରୋଞ୍ଜ |
(4) ମିଶ୍ରଧାତୁ |
| (e) ଜଳରେ ମିଶ୍ରିତ ବାଲି |
(5) ଅସମତୁଲ ମିଶ୍ରଣ |
Question 2.
‘କ’ ସ୍ତମ୍ଭ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ତଥ୍ୟକୁ ମିଳନ କର ।
| ‘କ’ ସ୍ତମ୍ଭ |
‘ଖ’ ସ୍ତମ୍ଭ |
| (a) ଟାଲ୍ କମ୍ |
(1) ସିମେଣ୍ଟ ତିଆରିରେ ଲାଗେ |
| (b) କାଲ୍ସାଇଟ୍ |
(2) ଟାଲକମ ପାଉଡ଼ର ତିଆରି ହୁଏ |
| (c) କ୍ୱାର୍କ |
(3) ଟାଲକମ୍ ଖଣିଜରୁ ମିଳେ |
| (d) ସୁନା |
(4) ମୂଳ ଧାତୁ |
| (e) ଟାଲ୍କମ୍ ପାଉଡ଼ର |
(5) କାଚ ତିଆରିରେ ଲାଗେ |
Answer:
| ‘କ’ ସ୍ତମ୍ଭ |
‘ଖ’ ସ୍ତମ୍ଭ |
| (a) ଟାଲ୍ କମ୍ |
(2) ଟାଲକମ ପାଉଡ଼ର ତିଆରି ହୁଏ |
| (b) କାଲ୍ସାଇଟ୍ |
(1) ସିମେଣ୍ଟ ତିଆରିରେ ଲାଗେ |
| (c) କ୍ୱାର୍କ |
(5) କାଚ ତିଆରିରେ ଲାଗେ |
| (d) ସୁନା |
(4) ମୂଳ ଧାତୁ |
| (e) ଟାଲ୍କମ୍ ପାଉଡ଼ର |
(3) ଟାଲକମ୍ ଖଣିଜରୁ ମିଳେ |
ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ରାହୁଲ ଗୋଟିଏ ପାତ୍ରରେ ଥିବା ଜଳରେ କିଛି ତେଲ ମିଶାଇଲା । ଘାଣ୍ଟିବା ପରେ ସେ ପାତ୍ରରେ ଦୁଇଟି ସ୍ତର ଥୁବା ତରଳ ପଦାର୍ଥ ଦେଖୁଲା । ଏହା କି ପ୍ରକାର ମିଶ୍ରଣ ?
Answer:
ଭକ୍ତ ମିଶ୍ରଣଟି ଅସମତୁଲ ମିଶ୍ରଣ । ତେଲ ଓଜନ ସମଭାବରେ ପରସ୍ପର ସହ ମିଶି ନପାରି ପ୍ରତ୍ୟେକ ଭିନ୍ନ ଭିନ୍ନ ସ୍ତର ସୃଷ୍ଟି କରନ୍ତି ।
Question 2.
ରିନା ଗୋଟିଏ ଗ୍ଲାସରେ ଜଳନେଇ କିଛି ଲୁଣ ମିଶାଇଲା । ସେ ଘାଣ୍ଟିବାରୁ ଦେଖାଗଲା ଲୁଣ ଅଦୃଶ୍ୟ ହୋଇ ଏକ ସ୍ଵଚ୍ଛ ଦ୍ରବଣ ତିଆରି ହେଲା । ରିନାର ମିଶ୍ରଣଟି ବର୍ତ୍ତମାନ କି ପ୍ରକାର ?
Answer:
ଏଠାରେ ଦ୍ରବଣଟି ଲୁଣ ଓ ଜଳର ଏକ ସମତୁଲ ଦ୍ରବଣ । କାରଣ ଦ୍ରବଣର ସବୁଅଂଶର ଗଠନ ସମାନ ରହିଥାଏ ।
Question 3.
ଚିନି ଦ୍ରବଣ ଏକ ମିଶ୍ରଣ ଅଥବା ବିଶୁଦ୍ଧ ପଦାର୍ଥ ?
Answer:
ଚିନି ଦ୍ରବଣ ଗୋଟିଏ ସମତୁଲ ମିଶ୍ରଣ । ଏହା ବିଶୁଦ୍ଧ ପଦାର୍ଥ ନୁହେଁ । ଚିନି ଓ ଜଳ ଭୌତିକ ପ୍ରକ୍ରିୟାରେ
ମିଶ୍ରଣ ହୋଇଥାଏ ଏବଂ ମିଶ୍ରଣରୁ ଏହାର ଉପାଦାନଗୁଡ଼ିକ ପୃଥକ କରିହୁଏ ।
Question 4.
ପିତଳ ଓ ବ୍ରୋଞ୍ଜ ଉଭୟରେ ଥିବା ସାଧାରଣ ଧାତୁଟି କିଏ ?
Answer:
ପିତଳ– ତମ୍ବା ଓ ଦସ୍ତାର ମିଶ୍ରଧାତୁ
ବ୍ରୋଞ୍ଜ– ତମ୍ବା ଓ ଟିଣର ମିଶ୍ରଧାତୁ
ଏଣୁ ପିତଳ ଓ ବ୍ରୋଞ୍ଜ ଉଭୟରେ ଥିବା ସାଧାରଣ ଧାତୁଟି ତମ୍ବା ଅଟେ ।
Question 5.
କାବ୍ୟ ତା ବିଜ୍ଞାନ ପୁସ୍ତକରେ ‘ଢୋକ୍ରା ଆର୍ଟ’ (Dhokra Art) ବିଷୟରେ ଅବଗତ ହେଲା । ଏହି କଳାକୃତିରେ କେଉଁ ଏଲୟ (ମିଶ୍ରଧାତୁ) ବ୍ୟବହୃତ ହେଉଥିଲା ?
Answer:
ଡ଼ୋକ୍ରା ଆର୍ଟରେ ବ୍ୟବହୃତ ଏଲୟ ହେଉଛି ବ୍ରୋଞ୍ଜ ଯାହା ତମ୍ବା ଓ ଟିଣର ମିଶ୍ରଧାତୁ ।
Question 6.
ଯେତେବେଳେ ଅଙ୍ଗାରକାମ୍ଳ ଗ୍ୟାସ ବୃନପାଣି ସଂସ୍ପର୍ଶରେ ଆସେ ରାସାୟନିକ ପ୍ରତିକ୍ରିୟା ଘଟେ । ଏଥିପାଇଁ ଉଦ୍ଦିଷ୍ଟ ଶବ୍ଦ ସମୀକରଣଟି ପୂର୍ଣ୍ଣ କର ।
କ୍ୟାଲସିୟମ ହାଇଡ୍ରକ୍ସାଇଡ଼ + ଅଙ୍ଗାରକାମ୍ଳ → ____________ + ____________
Answer:
କ୍ୟାଲସିୟମ ହାଇଡ୍ରିକ୍ସାଇଡ଼ + ଅଙ୍ଗାରକାମ୍ଳ → କ୍ୟାଲସିୟମ କାର୍ବୋନେଟ + ଜଳ
Question 7.
ବିଜ୍ଞାନଗାରରେ ଏକ ପରୀକ୍ଷଣରେ ଶିକ୍ଷକ ଗୋଟିଏ ନଳୀ ସାହାଯ୍ୟରେ ପାତ୍ରରେ ଥିବା ଚୂନପାଣିକୁ କିଛି ବାୟୁ ଯୋଗାଇବାରୁ ଚୂନପାଣି ଦୁଧୂଆ ରଙ୍ଗ ଧାରଣ କଲା । କେଉଁ ଗ୍ୟାସ ଯୋଗୁଁ ଚୂନପାଣି ଦୁଧ ହେଲା ।
Answer:
କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ ଯୋଗୁଁ ଚୂନପାଣି ଦୁଧୂଆ ରଙ୍ଗ ଧାରଣ କଲା । ଅଙ୍ଗାରକାମ୍ଳ (କାର୍ବନ ଡାଇଅକସାଇଡ଼) ଚୂନପାଣି ସହ ରାସାୟନିକ ପ୍ରତିକ୍ରିୟା କରି କ୍ୟାଲସିୟମ କାର୍ବୋନେଟ ଉତ୍ପନ୍ନ କରେ ଯାହାର ରଙ୍ଗ ଦୁଆ ଅଟେ ।
Question 8.
ପ୍ରକୃତିରେ ମିଳୁଥିବା ସବୁଠାରୁ ଜଣାଥିବା ଯୌଗିକ ‘ଜଳ’ । ଏଥରେ କେତୋଟି ମୌଳିକ ଅଛି ?
Answer:
ଜଳ ଗୋଟିଏ ପ୍ରାକୃତିକ ଯୌଗିକ ଯାହା ଦୁଇଟି ମୌଳିକ ଉଦ୍ଜାନ ଏବଂ ଅମ୍ଳଜାନକୁ ନେଇ ଗଠିତ । ଜଳ ଅଣୁରେ ଉଦ୍ଜାନ ପରମାଣୁ ଏବଂ ଅମ୍ଳଜାନ ପରମାଣୁର ସଂଖ୍ୟାର ଅନୁପାତ 2:1
Question 9.
ବ୍ରିନ୍ଦା ବିଜ୍ଞାନଗାରରେ ବୋତଲରେ ଗୋଟିଏ ଲାଲ୍-ବାଦାମୀ ରଙ୍ଗର ପଦାର୍ଥ ଏବଂ ସେଥୁରେ ବ୍ରୋମିନ୍ ଲେଖାଥିବାର ଦେଖୁଲା । ଏହା କେଉଁ ଭୌତିକ ଅବସ୍ଥା ଧାରଣ କରିଥିଲା
Answer:
ବ୍ରୋମିନ୍ ସାଧାରଣ ଅବସ୍ଥାରେ ତରଳ ଅବସ୍ଥାରେ ଥାଏ । ଏଣୁ ଏହା ଗୋଟିଏ ତରଳ ଅଧାତୁ ମୌଳିକ ।
Question 10.
ସମର ବାଲି ଓ ଲୁହାଗୁଣ୍ଡର ଗୋଟିଏ ମିଶ୍ରଣ ତିଆରି କଲା । ମିଶ୍ରଣରୁ ମୂଳ ପଦାର୍ଥଗୁଡ଼ିକ ସେ କିପରି ଅଲଗା କରିବ ?
Answer:
ଗୋଟିଏ ଚୁମ୍ବକ ଦେଖାଇଲେ ଲୁହାଗୁଣ୍ଡଗୁଡ଼ିକ ଆକର୍ଷିତ ହୋଇ ବାଲିଠାରୁ ଅଲଗା ହେବେ । ଏହା ଏକ ଭୌତିକ ପଦ୍ଧତି ଏହାକୁ ଚୁମ୍ବକୀୟ ପୃଥକୀକରଣ କହନ୍ତି ।
Question 11.
ରାସାୟନିକ ପ୍ରତିକ୍ରିୟା ସମ୍ବନ୍ଧିତ ନିମ୍ନୋକ୍ତ ଶବ୍ଦ ସମୀକରଣରେ ଶୂନ୍ୟସ୍ଥାନ ପୂରଣ କର ।
ଚିନି (ତାପ ପ୍ରୟୋଗ) → ____________ + ____________
ଜଳ (ବିଦ୍ୟୁତ ବିଶ୍ଳେଷଣ) → ____________ ଗ୍ୟାସ୍ + ____________ ଗ୍ୟାସ୍
Answer:
ଚିନି (ତାପ ପ୍ରୟୋଗ) → କାର୍ବନ (କଳା ଅବଶେଷ) + ଜଳୀୟ ବାଷ୍ପ
ଜଳ (ବିଦ୍ୟୁତ ବିଶ୍ଳେଷଣ) → ଉଦ୍ଜାନ ଗ୍ୟାସ୍ + ଅମ୍ଳଜାନ ଗ୍ୟାସ୍
Question 12.
ନିମ୍ନୋକ୍ତ ଟେବୁଲଟି ସଂପୂର୍ଣ କର ।
| ପଦାର୍ଥର ନାମ |
ମୌଳିକ/ଯୌଗିକ ମିଶ୍ରଣ |
| ପାରଦ |
|
| ଇସ୍ପାତ |
|
| ଜଳ |
|
Answer:
ପାରଦ – ମୌଳିକ
ଇସ୍ପାତ – ମିଶ୍ରଣ
ଜଳ – ଯୌଗିକ
Question 13.
ଟେବୁଲକୁ ଅନୁଧ୍ୟାନ କରି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ
| ପଦାର୍ଥ |
ପ୍ରକାର |
ଧର୍ମ |
| ଜଳ |
ଯୌଗିକ |
ନିର୍ଦ୍ଦିଷ୍ଟ ଅନୁପାତ, ସ୍ତର ବିହୀନ |
| ତମ୍ବା |
ମୌଳିକ |
ଉତ୍ତମ ପରିବାହୀ |
| ମାଟି |
ମିଶ୍ରଣ |
ସ୍ଥାନକୁ ସ୍ଥାନରେ ବିଭିନ୍ନତା |
Answer:
(i) କେଉଁଟି ରାସାୟନିକ ପ୍ରତିକ୍ରିୟା ଦ୍ଵାରା ଗଠିତ ? – ଜଳ
(ii) କେଉଁଟି ବିଦ୍ୟୁତ ସର୍ବାଧିକ ପରିବହନ କରେ ? – ତମ୍ବା
(iii) କେଉଁଟିରେ ଉପାଦାନଗୁଡ଼ିକର ଧର୍ମ ଅକ୍ଷୁର୍ଣ୍ଣ ଥାଏ ? – ମାଟି
(iv) କେଉଁଟି ବିଶୁଦ୍ଧ ପଦାର୍ଥ ନୁହେଁ ? – ମାଟି
(v) କେଉଁଟି ଏଲୟ ପ୍ରସ୍ତୁତିରେ ବ୍ୟବହୃତ ହୁଏ ? – ତମ୍ବା

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ମୌଳିକ ଗୁଡ଼ିକ କିପରି ଭାବରେ ସଂଯୁକ୍ତ ହୋଇ ଯୌଗିକ ଗଠନ କରନ୍ତି ?
Answer:
ରାସାୟନିକ ପ୍ରତିକ୍ରିୟା ମାଧ୍ୟମରେ ମୌଳିକଗୁଡ଼ିକ ସଂଯୁକ୍ତ ହୋଇ ଯୌଗିକ ଗଠନ କରନ୍ତି । ସେମାନଙ୍କର ପରମାଣୁଗୁଡ଼ିକ ନିର୍ଦ୍ଦିଷ୍ଟ ଅନୁପାତରେ ସଂଯୁକ୍ତ ହୋଇ ଭିନ୍ନ ଧର୍ମ ଧାରଣ କରିଥିବା ନୂତନ ପଦାର୍ଥ ସୃଷ୍ଟି କରନ୍ତି । ସଂପୃକ୍ତ ମୌଳିକଗୁଡ଼ିକ ନିଜ ନିଜର ଧର୍ମ ହରାଇବସନ୍ତି ।
Question 2.
ବାୟୁରୁ ଅଙ୍ଗାରକାମ୍ଳ ଶୋଷି ପାରୁଥିବା ଯୌଗିକର ଆବିଷ୍କାର ପରିବେଶ ସୁରକ୍ଷା ସମ୍ବନ୍ଧୀୟ ସମସ୍ୟା ସମାଧାନ କରେ ?
Answer:
କ୍ୟାଲସିୟମ୍ ହାଇଡ୍ରକ୍ସାଇଡ଼, ସୋଡ଼ିୟମ୍ ହାଇଡ୍ରିକସାଇଡ୍ ପୋଟାସିୟମ୍ ହାଇଡୁକସାଇଡ଼୍ ଏବଂ ଲିଥ୍ୟମ ହାଇଡ୍ରେକସାଇଡ୍ ପ୍ରଭୃତି ଯୌଗିକ ବାୟୁରେ ପୂବା ଅଙ୍ଗାରକାମ୍ଳ ସହ ପ୍ରତିକ୍ରିୟା କରି ଏଥିରେ ଅତ୍ୟଧିକ ଅଙ୍ଗାରକାମ୍ଳ ପରିମାଣ କମାଇ ଦିଅନ୍ତି । ଅଙ୍ଗାରକାମ୍ଳ ସୂର୍ଯ୍ୟଙ୍କର ଅବଲୋହିତ ରଶ୍ମି ଶୋଷଣ କରି ତାପମାତ୍ରା ବୃଦ୍ଧିର କାରଣ ହୁଏ । ତେଣୁ ଉପରୋକ୍ତ ଯୌଗିକ ଗୁଡ଼ିକ ପରିବେଶ ପ୍ରଦୂଷଣ ସମ୍ବନ୍ଧୀୟ ସମସ୍ୟା ସମାଧାନ ଦିଗରେ ସହାୟକ ହୋଇଥାଆନ୍ତି ।
Question 3.
କେତେକ ସମତୁଲ ମିଶ୍ରଣର ଉଦାହରଣ ଦିଅ ।
Answer:
ଲୁଣପାଣି, ଚିନିପାଣି, ବାୟୁ, ଭିନେଗାର, ପିତଳ, କଳଙ୍କିହୀନ ଇସ୍ପାତ, କାଂସ୍ୟ ଇତ୍ୟାଦି ।
Question 4.
ବାୟୁ ଏକ ମିଶ୍ରଣ କି ? ଏହା କି ପ୍ରକାର ମିଶ୍ରଣ ?
Answer:
ବାୟୁ ଏକ ସମତୁଲ ମିଶ୍ରଣ । ଏଥୁରେ ଯବକ୍ଷାରଜାନ, ଅମ୍ଳଜାନ, ଅଙ୍ଗାରକାମ୍ଳ ଆର୍ଗନ, ଜଳୀୟବାଷ୍ପ ପ୍ରଭୃତି ଉପାଦାନ ଥାଏ ।
Question 5.
ବିଭିନ୍ନ ଗ୍ୟାସ ବ୍ୟତିତ ବାୟୁରେ ଅନ୍ୟ କିଛି ପଦାର୍ଥ ଥାଏ କି ? ଯଦି ଥାଏ, ସେହି ପଦାର୍ଥଗୁଡ଼ିକ କ’ଣ ?
Answer:
ବେଳେବେଳେ ବାୟୁରେ ଧୂଳିକଣା, ଧୂଆଁ, ଅଙ୍ଗାରକ କଣିକା ବାୟୁରେ ରହିଥାଏ । ଏଗୁଡ଼ିକ ବାୟୁର ପ୍ରଦୂଷକ ଭାବରେ ପରିଗଣିତ ହୁଅନ୍ତି ।
Question 6.
ବିଜ୍ଞାନ ଦୃଷ୍ଟିରୁ କ୍ଷୀର, ଫଳରସ ପ୍ୟାକେଟ, ବେକିଂସୋଡ଼ା, ଚିନି ଓ ମୃତ୍ତିକା ମଧ୍ୟରୁ କେଉଁଗୁଡ଼ିକ ମିଶ୍ରଣ ଓ କେଉଁଗୁଡ଼ିକ ବିଶୁଦ୍ଧ ପଦାର୍ଥ ?
Answer:
ମିଶ୍ରଣ – କ୍ଷୀର, ଫଳରସ, ମୁଭିକା
ବିଶୁଦ୍ଧ ପଦାର୍ଥ – ବେକିଂସୋଡ଼ା, ଚିନି
Question 7.
ଯେତେବେଳେ ଜଳ ମଧ୍ୟଦେଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ କେତେକ ଗ୍ୟାସ୍ ଉତ୍ପନ୍ନ ହୁଏ । ସେହି ସଂଗୃହିତ ଗ୍ୟାସ ଜଳୀୟବାଷ୍ପ କି ?
Answer:
ଉତ୍ପନ୍ନ ଗ୍ୟାସ୍ ଜଳୀୟ ବାଷ୍ପ ନୁହେଁ । ଜଳର ବିଦ୍ୟୁତ ବିଶ୍ଳେଷଣବେଳେ କ୍ୟାଥୋଡ଼ଠାରେ ଉଦ୍ଜାନ ଗ୍ୟାସ୍ ଏବଂ ଏନୋଡ଼ଠାରେ ଅମ୍ଳଜାନ ଗ୍ୟାସ୍ ଉତ୍ପନ୍ନ ହୁଏ ।
Question 8.
ଜଳର ବିଦ୍ୟୁତ ବିଶ୍ଳେଷଣ ଏକ ରାସାୟନିକ ପରିବର୍ତ୍ତନ କି ଭୌତିକ ପରିବର୍ତ୍ତନ ବୁଝାଇ ଲେଖ ।
Answer:
ଜଳର ବିଦ୍ୟୁତ ବିଶ୍ଳେଷଣ ଏକ ରାସାୟନିକ ପରିବର୍ତ୍ତନ । କାରଣ, ଏହି ପ୍ରତିକ୍ରିୟାରେ ନୂତନ ପଦାର୍ଥ ଯଥା- ଉଦ୍ଜାନ ଗ୍ୟାସ୍ ଏବଂ ଅମ୍ଳଜାନ ଗ୍ୟାସ୍ ଉତ୍ପନ୍ନ ହୁଏ ।
Question 9.
ଭୌତିକ ଉପାୟରେ ଜଳରେ ଥିବା ଉଦ୍ଜାନ ଓ ଅମ୍ଳଜାନକୁ ଅଲଗା କରି ହେବ ନାହିଁ କାହିଁକି ?
Answer:
ଜଳରେ ଥିବା ମୌଳିକ ଉପାଦାନ ଉଦ୍ଜାନ ଓ ଅମ୍ଳଜାନକୁ ଭୌତିକ ପଦ୍ଧତିରେ ପୃଥକ କରିହେବନାହିଁ । ଜଳ ଏକ ଯୌଗିକ ହୋଇଥିବାରୁ ରାସାୟନିକ ପରିବର୍ତ୍ତନ ଘଟି ଉପାଦାନଗୁଡ଼ିକର ପୃଥକୀକରଣ ସମ୍ଭବ ।
Question 10.
ସାଧାରଣ ଲୁଣ (ଖାଇବା ଲୁଣ) ଓ ଚିନି ମୌଳିକ ନା ଯୌଗିକ ?
Answer:
ସାଧାରଣ ଲୁଣ (Common salt) ଏବଂ ଚିନି ଉଭୟ ଯୌଗିକ ଲୁଣ, ସୋଡ଼ିୟମ ଓ କ୍ଲୋରିନ ନାମକ ଦୁଇଟି ମୌଳିକର ରାସାୟନିକ ସଂଯୋଗରୁ ସୃଷ୍ଟି । ସେହିପରି ଚିନିରେ କାର୍ବନ, ଉଦ୍ଜାନ ଏବଂ ଅମ୍ଳଜାନ ପରମାଣୁ ନିର୍ଦ୍ଦିଷ୍ଟ ଅନୁପାତରେ ରହିଥାଆନ୍ତି ।
Question 11.
ସୋଡ଼ିୟମ୍ କ୍ଲୋରାଇଡ୍ସର ମୌଳିକ ଗୁଡ଼ିକ ଭୌତିକ ପଦ୍ଧତିରେ ଅଲଗା କରିହେବ କି ?
Answer:
ସୋଡ଼ିୟମ କ୍ଲୋରାଇଡ଼୍ ଗୋଟିଏ ଯୌଗିକ ପଦାର୍ଥ । ଏଥିରେ ସୋଡ଼ିୟମ ଓ କ୍ଲୋରିନ ପରମାଣୁ ଦୃଢ଼ ବନ୍ଧଦ୍ଵାରା ସଂଯୁକ୍ତ । ଏଣୁ ଏହି ମୌଳିକଗୁଡ଼ିକୁ ଭୌତିକ ପ୍ରକ୍ରିୟାରେ ପୃଥକ୍ କରିହେବନାହିଁ । ରାସାୟନିକ ପଦ୍ଧତିରେ ଏହି ଉପାଦାନଗୁଡ଼ିକ ପୃଥକୀକରଣ ସମ୍ଭବ ।
Question 12.
ରାହୁଲ ଗୋଟିଏ ପାତ୍ରରେ ଥିବା ଜଳରେ ବାଲି ମିଶାଇଲା । ପରେ ସେ ଏହାକୁ ଘାଣ୍ଟିଲା । କିଛି ସମୟପରେ ବାଲିଗୁଣ୍ଡଗୁଡ଼ିକ ଜଳର ନିମ୍ନସ୍ତରକୁ ଖସି ଜମା ହୋଇଗଲା । ଏହା କି ପ୍ରକାର ମିଶ୍ରଣ ?
Answer:
ଏହା ଏକ ଅସମତୁଲ ମିଶ୍ରଣ, କାରଣ ବାଲି ଜଳରେ ଅଦ୍ରବଣୀୟ । ଏହାର ସାନ୍ଦ୍ରତା ଅଧୁକ ଯୋଗୁଁ ବାଲି ଜଳସ୍ତରର ନିମ୍ନରେ ଜମିଯାଏ । ମିଶ୍ରଣରେ ଉପାଦାନଗୁଡ଼ିକ ସର୍ବତ୍ର ସମଭାବରେ ବଣ୍ଟନ ହୋଇପାରୁ ନଥିବାରୁ ଏହାକୁ ଅସମତୁଲ ମିଶ୍ରଣ କୁହାଯିବ ।
Question 13.
ଏଲ୍ୟର ସଂଜ୍ଞାଲେଖ । ଏହା ବିଭିନ୍ନ ପ୍ରକାର ଯନ୍ତ୍ରପାତି ତିଆରିରେ ବ୍ୟବହୃତ ହେବାର କାରଣ କ’ଣ ?
Answer:
ଦୁଇ ବା ଅଧୁକ ଧାତୁ କିମ୍ବା ଧାତୁ ସହ ଅଧାତୁର ସମତୁଲ ମିଶ୍ରଣକୁ ଏଲୟ କହନ୍ତି । ଏଲୟ ଯନ୍ତ୍ରପାତି ତିଆରିରେ ବ୍ୟବହାର କରାଯାଏ କାରଣ ଏହାର ଅଧିକ ଶକ୍ତ, ସ୍ଥାୟୀ ଏବଂ ଏହାର କ୍ଷୟ ପ୍ରତିରୋଧକ ଶକ୍ତି ଅଧିକ ।
Question 14.
ଚୂନପାଣି ମଧ୍ୟକୁ ଅଙ୍ଗାରକାମ୍ଳ ଗ୍ୟାସ ଅତିକ୍ରମ କରାଇଲେ କ’ଣ ଘଟେ ?
Answer:
ଚୂନପାଣି ମଧ୍ୟକୁ ଅଙ୍ଗାରକାମ୍ଳ ଗ୍ୟାସ ଅତିକ୍ରମ କରାଇଲେ ଚୂନପାଣି (କ୍ୟାଲସିୟମ ହାଇଡ୍ରକ୍ସାଇଡ୍ ) ଏବଂ ଅଙ୍ଗାରକାମ୍ଳ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଘଟେ । ଚୂନପାଣି ଦୁଧୂ ରଙ୍ଗ ଧାରଣ କରେ ଏବଂ ଯେଉଁ ଅବକ୍ଷେପ (Precipiate) ସୃଷ୍ଟିହୁଏ ତାହା ହେଉଛି କ୍ୟାଲସିୟମ କାର୍ବୋନେଟ ।
କ୍ୟାଲସିୟମ ହାଇଡ୍ରକ୍ସାଇଡ଼ + କାର୍ବନ ଡାଇଅକ୍ସାଇଡ୍ (ଅଙ୍ଗାରକାମ୍ଳ) → କ୍ୟାଲସିୟମ କାର୍ବୋନେଟ + ଜଳ
Question 15.
ଜଳାଶ୍ରୟ ପାଖରେ ଗୋଟିଏ ତେଲଟାଙ୍କିର ଛିଦ୍ରରୁ ତେଲ ବାହାରି ଜଳରେ ମିଶିଯାଇଛି । କେଉଁ ପଦାର୍ଥ ବ୍ୟବହାର କରି ତେଲ କଣିକାଗୁଡ଼ିକ ଜଳରୁ ମୁକ୍ତ କରାଯାଇ ପାରିବ ଓ କିପରି ?
Answer:
ଗ୍ରାଫିନ୍ ଏରୋଜେଲ ଗୋଟିଏ ହାଲୁକା ପଦାର୍ଥ ଯାହା ତେଲ କଣିକାଗୁଡ଼ିକୁ ଜଳପୃଷ୍ଠରୁ ଶୋଷିନେବାପାଇଁ ଉପଯୁକ୍ତ । ଏହା ଜଳକୁ ଶୋଷଣ ନକରି କେବଳ ତେଲସ୍ତର ଶୋଷିନେବାର ବିଶେଷ ଗୁଣ ଧାରଣ କରିଥାଏ । ଏହି ପଦାର୍ଥ କାର୍ବନଦ୍ଵାରା ତିଆରି ଛିଦ୍ରଯୁକ୍ତ ପଦାର୍ଥ ଯାହା ପରିବେଶ ସୁରକ୍ଷାରେ ଗୁରୁତ୍ଵ ବହନ କରେ ।
Question 16.
ରାକ୍ଷୀ, ଚିନିକୁ ଗରମ କରି ପରୀକ୍ଷା କରୁଛି । କେଉଁ ଦୁଇଟି ପର୍ଯ୍ୟବେକ୍ଷଣ ସୂଚାଇବ ଯେ ଚିନି କାର୍ବନ, ଉଦ୍ଜାନ ଓ ଅମ୍ଳଜାନରେ ତିଆରି ଏକ ଯୌଗିକ ।
Answer:
(i) ଚିନିକୁ ଉତ୍ତପ୍ତ କରିବାଦ୍ଵାରା ଏହା କଳାରଙ୍ଗର ଅବଶେଷ (କାର୍ବନ) ଓ ଜଳୀୟବାଷ୍ପରେ ପରିଣତ ହେବ । ଏହା ଦର୍ଶାଇବ ଯେ ଚିନି କାର୍ବନ, ଉଦଜାନ ଓ ଅମ୍ଳଜାନରୁ ତିଆରି ।
(ii) ରାସାୟନିକ ପରିବର୍ତ୍ତନ ଦ୍ଵାରା ଚିନି ଭାଙ୍ଗି ନୂଆ ନୂଆ ପଦାର୍ଥ ସୃଷ୍ଟିହେବ ଯାହା ସୂଚନା ଦେବ ଯେ ଚିନି ଉପରୋକ୍ତ ତିନିଗୋଟି ମୌଳିକର ରାସାୟନିକ ସଂଯୋଗରୁ ତିଆରି ଏବଂ ଏହା ଏକ ଯୌଗିକ ପଦାର୍ଥ ।
Question 17.
ଜଣେ ଛାତ୍ର ଲୁହାଗୁଣ୍ଡ ଓ ଗନ୍ଧକ ପାଉଡ଼ର ଗୋଟିଏ ଛୋଟ ଥାଳି (Petri dish)ରେ ନେଲା । ଏହାକୁ ଗରମ କରିବା ପରେ ଯେଉଁ ନୂଆ ପଦାର୍ଥ ତିଆରି ହେଲା । ସେ ଚୁମ୍ବକ ସହିତ କିଛି ପ୍ରତିକ୍ରିୟା କଲାନାହିଁ । ଏହା କ’ଣ ସୂଚାଇଲା ?
Answer:
ପରୀକ୍ଷାଟି ସୂଚାଇଲା ଯେ ଲୁହାଗୁଣ୍ଡ ଓ ଗନ୍ଧକ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଘଟି ଆଇରନ୍ ସଲଫାଇଡ୍ ନାମକ ଏକ ନୂତନ ପଦାର୍ଥ ତିଆରି ହେଲା । ଆଇରନ ସଲଫାଇଡ଼ ଲୁହାର ଏକ ଯୌଗିକ ହେତୁ ଏଥୁରେ ଲୁହା ଚୁମ୍ବକୀୟ ଧର୍ମ ହରାଇଲା । ଏଣୁ ପ୍ରାଥମିକ ମିଶ୍ରଣରେ ଲୁହାର ଚୁମ୍ବକୀୟ ଧର୍ମ ଯୌଗିକ ଗଠନ ହେଲାପରେ ଲୋପ ପାଇଲା ।
Question 18.
ରିୟାର ଶିକ୍ଷକ ତାକୁ ସୁନା ଓ ଜ୍ଵାର୍ଜ (Quartz) ର ନମୁନା ଦେଲେ । କେଉଁଟି ମୂଳ ଖଣିଜ (Native Mineral) ଏବଂ କେଉଁଟି ଯୌଗିକ ବୋଲି ରିଆକୁ ପ୍ରଶ୍ନହେଲା । ରିଆ କ’ଣ ଉତ୍ତରର ଦେବ ।
Answer:
ସୁନା ଗୋଟିଏ ମୂଳ ଖଣିଜ କାରଣ ଏହା ବିଶୁଦ୍ଧ ମୌଳିକ ରୂପରେ ମିଳେ । କ୍ୱାର୍ଡ ଗୋଟିଏ ସିଲିକନ ଓ ଅମ୍ଳଜାନରୁ ତିଆରି ଯୌଗିକ ଖଣିଜ ବୋଲି ରିଆ ଉତ୍ତର ଦେବ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ରାଷ୍ଟ୍ର ତାଙ୍କ ବିଦ୍ୟାଳୟର ବିଜ୍ଞାନଗାରରେ ଜଳର ବୈଦ୍ୟୁତିକ ବିଶ୍ଳେଷଣ ପରୀକ୍ଷା କରୁଥିଲା । ସେ ଦୁଇଟି ଭିନ୍ନ ପରୀକ୍ଷାନଳୀରେ ପୃଥକ୍ ପୃଥକ୍ ଗ୍ୟାସ୍ ଉତ୍ପନ୍ନ ହେବାର ଦେଖୁଲା । ଗୋଟିଏ ଗ୍ୟାସ୍ ଜଳନ୍ତା ମହମବତୀ ସଂସ୍ପର୍ଶରେ ଆସି ‘ପପ୍’ ଶବ୍ଦ କରି ଜଳିଲା ଅନ୍ୟଟି ମହମବତୀ ଆହୁରି ଉଜ୍ଜ୍ଵଳ ଶିଖା ସହ ଜଳିବାରେ ସାହାଯ୍ୟ କଲା ।

ଗ୍ୟାସ୍ ପ୍ରକୃତି ପରୀକ୍ଷା– (କ) ହାଇଡ୍ରୋଜେନ୍ (ଖ) ଅମ୍ଳଜାନ
ପରିସ୍ଥିତିକୁ ଅନୁଧ୍ୟାନ କରି ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(i) ଗ୍ୟାସ୍ ଦୁଇଟିକୁ ଚିହ୍ନଟ କର ।
(ii) ବିଦ୍ୟୁତ ବିଶ୍ଳେଷଣକୁ ସରଳ ଭାଷାରେ ବୁଝାଅ ।
(iii) କାହିଁକି ସଂଗୃହିତ ଗ୍ୟାସର ଆୟତନ ଅନୁପାତ ୨ : ୧ ହେବ
(iv) ଏହି ପରୀକ୍ଷା କିପରି ପ୍ରମାଣ କରିବ ଯେ ଜଳ ଗୋଟିଏ ଯୌଗିକ ?
Answer:
(i) ‘ପପ୍’ ଶବ୍ଦକରି ନିଜେ ଜଳିପାରୁଥିବା ଗ୍ୟାସ ଉଦ୍ଯାନ ଯାହା ଚିତ୍ର (କ)ରେ ବାହାରୁଛି । ମହମବତୀ ଅଧିକ ଜ୍ଵଳନଶୀଳ କରୁଥିବା ଗ୍ୟାସ ଚିତ୍ର (ଖ)ରେ ହେଉଛି ଅମ୍ଳଜାନୁ ।
(ii) ପଦାର୍ଥର ଜଳୀୟ ଦ୍ରବଣରେ ବିଦ୍ୟୁତସ୍ରୋତ ପ୍ରବାହିତ କରାଯାଇ ପଦାର୍ଥକୁ ଭାଙ୍ଗି ଏହାର ଗଠନକାରୀ ମୌଳିକକୁ ପୃଥକ୍ କରିବା ପ୍ରକ୍ରିୟାକୁ ବିଦ୍ୟୁତ ବିଶ୍ଳେଷଣ (Electrolysis) କହନ୍ତି । ଏହା ଏକ ରାସାୟନିକ ପରିବର୍ତ୍ତନ ।
(iii) ଦୁଇଟି ଉଦଜାନ ପରମାଣୁ ଓ ଗୋଟିଏ ଅମ୍ଳଜାନ ପରମାଣୁରେ ଗୋଟିଏ ଜଳ ଅଣୁ ତିଆରି । ତେଣୁ ବିଦ୍ୟୁତ୍ ବିଶ୍ଳେଷଣବେଳେ ନିର୍ଗତ ଉଦ୍ଜାନ ଗ୍ୟାସର ଆୟତନ ଅମ୍ଳଜାନ ଆୟତନର ୨ଗୁଣ ହେତୁ ସେମାନଙ୍କର ଆୟତନର ଅନୁପାତ ୨ : ୧ ହେବ ।
(iv) ବିଦ୍ୟୁତ ବିଶ୍ଳେଷଣରେ ଜଳ ବିଭାଜିତ ହୋଇ ଦୁଇଟି ପୃଥକ୍ ପଦାର୍ଥରେ ପରିଣତ ହୁଏ । ଗୋଟିଏ ଉଦ୍ଜାନ ଯାହା ନିଜେ ଜଳେ ଏବଂ ଅନ୍ୟଟି ଅମ୍ଳଜାନ ଯାହା ଜଳିବାରେ ସାହାର୍ଯ୍ୟ କରେ । ଏଥୁରୁ ଜଣାପଡ଼େ ଜଳ ଉଦ୍ଜାନ ଓ ଅମ୍ଳଜାନରୁ ତିଆରି ଏକ ଯୌଗିକ । ପଦାର୍ଥ ଦୁଇଟି ରାସାୟନିକ ବନ୍ଧଦ୍ଵାରା ସଂଯୁକ୍ତ ହୋଇ ଯୌଗିକ ଗଠନ କରିଥିବାରୁ ସେମାନଙ୍କୁ ଭୌତିକ ପଦ୍ଧତିରେ ପୃଥକ କରିହୁଏ ନାହିଁ ।
Question 2.
ଅରଭ ଲୁହାଗୁଣ୍ଡ ସହ ସଲଫର ପାଉଡ଼ରକୁ ମିଶାଇ ଦେଇଛି । କେଉଁ ଉପାୟ କଲେ ସେ ମିଶ୍ରିତ ପଦାର୍ଥରୁ ଏହାର ଉପାଦାନଗୁଡ଼ିକ ପୃଥକ କରିପାରିବ ।
Answer:
ଗୋଟିଏ ଚୁମ୍ବକର ବ୍ୟବହାର ମିଶ୍ରଣରେ ଚୁମ୍ବକଟିଏ ଚଳାଇଲେ ଏହା ଲୁହାଗୁଣ୍ଡଗୁଡ଼ିକୁ ଆକର୍ଷଣ କରିବ । ଏହାଦ୍ଵାରା ଲୁହାଗୁଣ୍ଡ ସଲଫର ପାଉଡ଼ରଠାରୁ ଅଲଗା ହୋଇଯିବ ।
ଭୌତିକ ଧର୍ମର ବିଚାର – ମିଶ୍ରଣରେ ଲୁହାଗୁଣ୍ଡ ଓ ସଲଫର ପାଉଡ଼ର ସେମାନଙ୍କର ଭୌତିକ ଧର୍ମ ବଜାୟ ରଖନ୍ତି । ଲୁହାଗୁଣ୍ଡକୁ ଚୁମ୍ବକ ସାହାଯ୍ୟରେ ଯେପରି ଅଲଗା କରାଯାଏ, ସଲଫର ପାଉଡ଼ର ତାର ହଳଦିଆ ରଙ୍ଗ ଦ୍ଵାରା ଭିନ୍ନ ପରିଦୃଷ୍ଟ ହୁଏ ।
ସିଦ୍ଧାନ୍ତ – ଯେହେତୁ ଉପାଦାନ ଗୁଡ଼ିକ ଭୌତିକ ପଦ୍ଧତି ଦ୍ଵାରା ପୃଥକ ହୁଅନ୍ତି ଏବଂ କୌଣସି ନୂଆ ପଦାର୍ଥ ସୃଷ୍ଟିହୁଏ ନାହିଁ । ପଦାର୍ଥଟି ମିଶ୍ରଣ ଅଟେ ଏବଂ ଏହା ଯୌଗିକ ନୁହେଁ
Question 3.
ଲୁହା ଓ ସଲଫର ମିଶାଇ ଉତ୍ତପ୍ତ କଲେ ନୂଆ ପଦାର୍ଥ କାହିଁକି ସୃଷ୍ଟିହୁଏ ? ଉତ୍ପନ୍ନ ପଦାର୍ଥରେ ସବୁ ଲବଣାମ୍ଳ ସହ ପ୍ରତିକ୍ରିୟା କଲେ କେଉଁ ଗ୍ୟାସ୍ ଉତ୍ପନ୍ନ ହୁଏ ? ଏହା କିପରି ଏକ ରାସାୟନିକ ପରିବର୍ତ୍ତନ ?
Answer:
ଯେତେବେଳେ ଲୁହା ଓ ସଲଫର ମିଶାଇ ଉତ୍ତପ୍ତ କରାଯାଏ, ସେଗୁଡ଼ିକ ରାସାୟନିକ ପ୍ରତିକ୍ରିୟା କରି ଆଇରନ ସଲଫାଇଡ୍ ନାମକ ଯୌଗିକ ଗଠନ କରନ୍ତି । ଏହା ଏକ ନୂଆପଦାର୍ଥ ଏବଂ ଏହାର ଧର୍ମ ଲୁହା ଓ ଗନ୍ଧକଠାରୁ ସମ୍ପୂର୍ଣ୍ଣ ଭିନ୍ନ ।
ଯେତେବେଳେ ଲଘୁ ଲବଣାମ୍ଳ, ଆଇରନ ସଲଫାଇଡ୍ ସହ ପ୍ରତିକ୍ରିୟା କରେ ସେତେବେଳେ ହାଇଡ୍ରୋଜେନ ସଲଫାଇଡ୍ ନାମକ ପଚାଅଣ୍ଡା ଗନ୍ଧ ସୃଷ୍ଟି କରୁଥିବା ଗ୍ୟାସ ଉତ୍ପନ କରେ ।
ଆଇରନ୍ + ସଲ୍ଫର୍ → ଆଇରନ ସଲ୍ଫାଇଡ୍
ଆଇରନ ସଲ୍ଫାଇଡ୍ + ଲଘୁ ଲବଣାମ୍ଳ → ଆଇରନ କ୍ଲୋରାଇଡ୍ + ହାଇଡ୍ରୋଜେନ୍ ସଲ୍ଫାଇଡ୍
ଏହି ରାସାୟନିକ ପ୍ରତିକ୍ରିୟା ପ୍ରତ୍ୟାବର୍ତ୍ତନଶୀଳ (Reversible) ନୁହେଁ ଏବଂ ନୂତନ ପଦାର୍ଥ ଓ ପଦାର୍ଥର ନୂତନ ଧର୍ମ ସୂଚାଇଦିଏ ଯେ ଏଠାରେ ରାସାୟନିକ ପରିବର୍ତ୍ତନ ଘଟି ଯୌଗିକ ସୃଷ୍ଟିହୁଏ । ପ୍ରତିକ୍ରିୟାରେ କୌଣସି ମିଶ୍ରଣ ସୃଷ୍ଟି ହୁଏନାହିଁ । ଯୌଗିକ ଗୁଡ଼ିକରେ ଲୁହା ଓ ଗନ୍ଧକ ନିଜ ନିଜର ଧର୍ମ ହରାଇ ବସନ୍ତି ।
ଦୃଢୋକ୍ତି – କାରଣ ପ୍ରଶ୍ନୋତ୍ତର (Assertion – Reason Question Answers)
ନିମ୍ନଲିଖତ ବାକ୍ୟଗୁଡ଼ିକ ପ୍ରତ୍ୟେକରେ ଦୁଇଟି ଉକ୍ତି ରହିଛି । ପ୍ରଥମଟି ଦୃଢୋକ୍ତି Assertion (A) ଏବଂ ଦ୍ଵିତୀୟଟି କାରଣ (Reason) (R) ନିମ୍ନୋକ୍ତ ଉତ୍ତରଗୁଡ଼ିକ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
(a) ଉଭୟ A ଏବଂ R ଠିକ୍ ଏବଂ R ହେଉଛି A ର ସଠିକ ବ୍ୟାଖ୍ୟାକରଣ
(b) ଉଭୟ A ଏବଂ R ଠିକ୍ ଏବଂ R ହେଉଛି A ର ସଠିକ୍ ବ୍ୟାଖ୍ୟାକରଣ ନୁହେଁ
(c) A ଠିକ୍ କିନ୍ତୁ R ଭୁଲ୍
(d) A ଭୁଲ୍ କିନ୍ତୁ R ଠିକ୍
Question 1.
ଦୃଢୋକ୍ତି (Assertion) (A) : ଚିନି ଓ ଜଳର ଦ୍ରବଣ ଗୋଟିଏ ସମତୁଲ ଦ୍ରବଣ ।
କାରଣ (Reason) (R) : କଠିନ ଚିନି ଜଳରେ ଦ୍ରବିଭୂତ ନହୋଇ ଧାରଣ ପାତ୍ରର ନିମ୍ନରେ ଜମିରହେ ।
Answer:
(c) A ଠିକ୍ କିନ୍ତୁ R ଭୁଲ୍
Question 2.
ଦୃଢୋକ୍ତି (Assertion) (A) : ବାୟୁ ଏକ ଯୌଗିକ ନୁହେଁ ବରଂ ଏହା ଏକ ମିଶ୍ରଣ ।
କାରଣ (Reason) (R) : ବାୟୁରେ ଥିବା ଯବକ୍ଷାରଜାନ, ଅମ୍ଳଜାନ ଓ ଅଙ୍ଗରାରକାମ୍ଳ ପ୍ରଭୃତି ଗ୍ୟାସଗୁଡ଼ିକ ନିର୍ଦ୍ଦିଷ୍ଟ ଅନୁପାତରେ ରାସାୟନିକ ପ୍ରତିକ୍ରିୟାଦ୍ଵାରା ସଂଯୁକ୍ତ ହୋଇଥାଆନ୍ତି ।
Answer:
(c) A ଠିକ୍ କିନ୍ତୁ R ଭୁଲ୍
Question 3.
ଦୃଢୋକ୍ତି (Assertion) (A) : ଏଲୟଗୁଡ଼ିକ ମିଶ୍ରଣ ମାତ୍ର ବିଶୁଦ୍ଧ ପଦାର୍ଥ ନୁହଁନ୍ତି ।
କାରଣ (Reason) (R) : ଏଲୟଗୁଡ଼ିକ ଦୁଇ ବା ଅଧ୍ବକ ଧାତୁଗୁଡ଼ିକର ଭୌତିକ ମିଶ୍ରଣ ଏବଂ ଏହାର ଗଠନରେ ରାସାୟନିକ ପ୍ରତିକ୍ରିୟା ଦେଖାଯାଏ ନାହିଁ ।
Answer:
(a) ଉଭୟ A ଏବଂ R ଠିକ୍ ଏବଂ R ହେଉଛି A ର ସଠିକ ବ୍ୟାଖ୍ୟାକରଣ
Question 4.
ଦୃଢୋକ୍ତି (Assertion) (A) : ପରିସ୍ରବଣରେ ଏବଂ ବାଷ୍ପୀକରଣ ପରି ଭୌତିକ ପ୍ରକ୍ରିୟାଦ୍ଵାରା ଯୌଗିକର ମୌଳିକ ଉପାଦାନଗୁଡ଼ିକୁ ଅଲଗା କରାଯାଏ ।
କାରଣ (Reason) (R) : ଯୌଗିକଗୁଡ଼ିକ ବିଭିନ୍ନ ମୌଳିକର ରାସାୟନିକ ପ୍ରତିକ୍ରିୟା ମାଧ୍ୟମରେ ମିଶ୍ରଣ ।
Answer:
(d) A ଭୁଲ୍ କିନ୍ତୁ R ଠିକ୍
Question 5.
ଦୃଢୋକ୍ତି (Assertion) (A) : ଲୁହା ଓ ଗନ୍ଧକର ମିଶ୍ରଣକୁ ଗୋଟିଏ ଚୁମ୍ବକଦ୍ଵାରା ଅଲଗା କରିହୁଏ ।
କାରଣ (Reason) (R) : ଗନ୍ଧକ ସହ ମିଶ୍ରଣ ହେବା ପରେ ମଧ୍ୟ ଲୁହା ତା’ର ଚୁମ୍ବକୀୟ ଧର୍ମ ଧାରଣ କରିଥାଏ ।
Answer:
(a) ଉଭୟ A ଏବଂ R ଠିକ୍ ଏବଂ R ହେଉଛି A ର ସଠିକ ବ୍ୟାଖ୍ୟାକରଣ
ଘଟଣା ଆଧାରିତ ପ୍ରଶ୍ନୋତ୍ତର :
Question 1.
ରିୟା ତିନିଟି ବିକରରେ ପ୍ରତ୍ୟେକଟିରେ ସମାନ ପରିମାଣର ଜଳ ନେଲା । ପ୍ରଥମଟିରେ ସେ ଲୁଣ, ଦ୍ଵିତୀୟରେ ବାଲି ଓ ତୃତୀୟରେ ଚିନି ମିଶାଇଲା । ସେ ୨ ମିନିଟ୍ ଧରି ପ୍ରତ୍ୟେକ ମିଶ୍ରଣରୁ ପୃଥକଭାବେ ଘାଣ୍ଟିଲା । ତାପରେ ଦ୍ରବଣରୁ ନିଜ ନିଜ ସ୍ଥିତିରେ ରଖୁଲା । ଘଟଣାକୁ ଅନୁଧ୍ୟାନ କରି ନିମ୍ନୋକ୍ତ ପ୍ରଶ୍ନର ଉତ୍ତର ଲେଖ ।
(i) ପଦାର୍ଥଗୁଡ଼ିକ ପ୍ରକୃତି ଏବଂ ଦ୍ରବଣୀୟତା ଲକ୍ଷ୍ୟକରି କେଉଁ ବିକରର ଦ୍ରବ ସଂପୂର୍ଣ୍ଣ ଦ୍ରବୀଭୂତ ହୋଇ ଦ୍ରବଣ ତିଆରି କରିବ ?
(a) ପ୍ରଥମ ଓ ଦ୍ଵିତୀୟ
(b) ଦ୍ଵିତୀୟ ଓ ତୃତୀୟ
(c) ପ୍ରଥମ ଓ ତୃତୀୟ
(d) ସମସ୍ତ ବିକରରେ
Answer:
(c) ପ୍ରଥମ ଓ ତୃତୀୟ
(ii) ମିଶ୍ରଣଗୁଡ଼ିକୁ ଭଲଭାବରେ ନିରିକ୍ଷଣ କରି କେଉଁ ବିକରରେ ଜଳରେ ପକାଯାଇଥୁବା ବସ୍ତୁଗୁଡ଼ିକ
ସମଭାବରେ ବଣ୍ଟନ ହୋଇ ନଥିବାର ଦେଖାଯିବ ?
(a) ଲବଣ ମିଶ୍ରିତ ବିକର ଜଳ
(b) ବାଲିମିଶ୍ରିତ ବିକର ଜଳ
(c) ଚିନିମିଶ୍ରିତ ବିକର ଜଳ
(d) ସମସ୍ତ ବିକରରେ
Answer:
(b) ବାଲିମିଶ୍ରିତ ବିକର ଜଳ

(iii) ଚିନିର ଗଠନକୁ ବିଚାରକୁ ନେଇ ଏହା କି ପ୍ରକାର ପଦାର୍ଥ ବୋଲି ତୁମେ ଭାବୁଛ ?
(a) ମିଶ୍ରଣ
(b) ମୌଳିକ
(c) ଯୌଗିକ
(d) ଏଗୁଡ଼ିକ ମଧ୍ୟରୁ କେଉଁଟି ନୁହେଁ…
Answer:
(c) ଯୌଗିକ
Question 2.
ବିଜ୍ଞାନଗାରରେ ଅର୍ଜୁନ ଗୋଟିଏ ପାତ୍ରରେ ଏହାକୁ ଭଲଭାବରେ ମିଶାଇ ଗରମ କଲା ଲୁହାଗୁଣ୍ଡ ଏବଂ ସଲଫର ପାଉଡ଼ରର ମିଶ୍ରଣ ନେଲା । ସେ । ଦେଖାଗଲା ଗୋଟିଏ କଳାରଙ୍ଗର ନୂତନ ପଦାର୍ଥ ତିଆରି ହୋଇଛି ଏବଂ ଏହି ପଦାର୍ଥରେ ଲୁହା କିମ୍ବା ସଲଫର୍ର ଧର୍ମ କିଛି ନାହିଁ । ଘଟଣାଟିକୁ ଅନୁଧ୍ୟାନ କରି ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(i) ଗରମ କରିବା ସମୟରେ ମିଶ୍ରଣରେ କି ପରିବର୍ତ୍ତନ ଘଟିଲା ?
(a) ଭୌତିକ
(b) କିଛି ପରିବର୍ତ୍ତନ ଘଟିଲା ନାହିଁ
(c) ରାସାୟନିକ
(d) ବିପରୀତ ପ୍ରତିକ୍ରିୟା
Answer:
(c) ରାସାୟନିକ
(ii) ଉତ୍ପନ୍ନ କଳାରଙ୍ଗର ପଦାର୍ଥ ଯାହା ମୂଳ ପଦାର୍ଥପରି ଦେଖାଯାଉ ନଥୁଲା, ତାହା କ’ଣ ?
(a) ମିଶ୍ରଣ
(b) ମୌଳିକ
(c) ଯୌଗିକ
(d) ଏଲୟ
Answer:
(c) ଯୌଗିକ
(iii) ଉତ୍ପନ୍ନ ନୂଆ ପଦାର୍ଥର ଉପାଦାନଗୁଡ଼ିକୁ ଚୁମ୍ବକଦ୍ଵାରା ଅଲଗା କରିହେବ କି ?
(a) ନାଁ
(b) ନାଁ
(c) ନିର୍ଣ୍ଣୟ କରିହେବନାହିଁ
(d) ସମ୍ଭବ ହୋଇପାରେ
Answer:
(b) ନାଁ
Question 3.
ଅନୟା ତା’ର ସାଙ୍ଗମାନଙ୍କ ସହ ସ୍ଥାନୀୟ ହସ୍ତଶିଳ୍ପ ମେଳାକୁ ଯାଇଥିଲା । ଗୋଟିଏ ସ୍ଥାନରେ ଜଣେ ଶିଳ୍ପୀ ଢୋକ୍ରାଆର୍ଟ (Dhokra Art) ପ୍ରଦର୍ଶନ କରିଥିଲେ । ଶିଳ୍ପୀଙ୍କ କହିବା ଅନୁସାରେ ସେଠାରେ ବ୍ୟବହୃତ ଏଲୟ ମୂର୍ତ୍ତିଗୁଡ଼ିକର ଶକ୍ତତା ଓ ସ୍ଥାୟିତ୍ଵ ବୃଦ୍ଧିକରେ । ଅନ୍ୟ ଏକ ସ୍ଥାନରେ ଅନୟା କ୍ୱାର୍କସ୍ପଟିକ ଘଣ୍ଟା । କାଚସାମଗ୍ରିରେ ବ୍ୟବହାର ଦେଖୁବାକୁ ପାଇଥିଲା । ମେଳାର ପ୍ରଦର୍ଶନକୁ ଭିତ୍ତିକରି ନିମ୍ନୋକ୍ତ ପ୍ରଶ୍ନର ଉତ୍ତର ଦିଅ ।
(i) ଢୋକ୍ରାଆର୍ଟରେ କେଉଁ ପଦାର୍ଥ ବ୍ୟବହାର ହୋଇଥିଲା । ପଦାର୍ଥଟି କ’ଣ ଓ କାହିଁକି ବ୍ୟବହାର ହୋଇଥିଲା ?
(ii) କ୍ଵାର୍ଜ ପଦାର୍ଥଟି ମୌଳିକ କିମ୍ବା ଯୌଗିକ ? ଯଦି ଯୌଗିକ ଏହା କେଉଁ ପଦାର୍ଥରୁ ତିଆରି ?
(iii) ଖଣିଜଗୁଡ଼ିକ ମୂଳ ମୌଳିକ (Native element) ଠାରୁ ଭିନ୍ନ କିପରି ?
Answer:
(i) ଢୋକ୍ରାଆର୍ଟରେ ବ୍ୟବହୃତ ପଦାର୍ଥ ହେଉଛି ବ୍ରୋଞ୍ଜ । ଏହା ଏକ ସମତୁଲ ମିଶ୍ରଣ (କଠିନ + କଠିନ) ଓ ଏହାକୁ ଏଲୟ କହନ୍ତି । ତମ୍ବା ଓ ଟିଣ ଏହାର ଉପାଦାନ । ଏହା ଯୌଗିକ ନୁହେଁ । ଏଲୟରେ ତିଆରି ପଦାର୍ଥ ଶକ୍ତି, ସ୍ଥାୟୀ ଓ କ୍ଷୟଶୀଳ ନୁହେଁ
(ii) କ୍ଵାର୍ଜ ଗୋଟିଏ ଯୌଗିକ । ଏହା ସିଲିକନ୍ ଓ ଅମ୍ଳଜାନରୁ ତିଆରି । ଏହାର ରାସାୟନିକ ସଂଯୁକ୍ତି ନିର୍ଦ୍ଦିଷ୍ଟ (SiO,) । ଏହାର ଉପାଦାନ ସିଲିକନ ଓ ଅମ୍ଳଜାନ ନିର୍ଦ୍ଦିଷ୍ଟ ଅନୁପାତରେ ରାସାୟନିକ ପ୍ରକ୍ରିୟାରେ ସଂଯୁକ୍ତ ହୋଇଥାଆନ୍ତି ।
(iii) ଖଣିଜ ଗୁଡ଼ିକ ପ୍ରାୟତଃ ବିଭିନ୍ନ ମୌଳିକର ଯୌଗିକ । ମୂଳ ମୌଳିକ (Native Element) ଯଥା ସୁନା, ରୂପା, ପ୍ଲାଟିନମ୍ଗୁଡ଼ିକ ବିଶୁଦ୍ଧ ଅବସ୍ଥାରେ ପ୍ରକୃତିରେ ମିଳନ୍ତି । ଖଣିଜକୁ ଯାନ୍ତ୍ରିକ ରାସାୟନିକ ପଦ୍ଧତି ପ୍ରୟୋଗ କରାଯାଇ ସେଥୁରୁ ଧାତୁକୁ ମୁକ୍ତ କରାଯାଏ । କେତେକ ଖଣିଜ ଅଧାତବ ଏବଂ ସେଗୁଡ଼ିକ ବିଭିନ୍ନ କାର୍ଯ୍ୟରେ ବ୍ୟବହୃତ ହୁଅନ୍ତି ।
Question 4.
ପେଟ୍ରୋଲିୟମ୍ ପରିବହନ କରୁଥିବା ଗୋଟିଏ ଟ୍ୟାଙ୍କର ନଦୀକୂଳ ରାସ୍ତାରେ ଯିବା ସମୟରେ ନଦୀକୁ ଖସି ପଡ଼ିବାରୁ ତେଲ କିଛି ପରିମାଣରେ ନଦୀଜଳରେ ମିଶିଗଲା । ସ୍ଥାନୀୟ ବିଜ୍ଞାନ ବିଶେଷଜ୍ଞମାନଙ୍କୁ କ୍ଷତି ନିୟନ୍ତ୍ରଣ କରିବାକୁ ଡକାଗଲା । ସେମାନେ ଗୋଟିଏ ସ୍ପଞ୍ଜ ପରି ହାଲୁକା ପଦାର୍ଥ ସାହାଯ୍ୟରେ ଜଳରେ ଭାସୁଥୁବା ତେଲ ସ୍ତରକୁ ଶୋଷି ଜଳଠାରୁ ପୃଥକ କରିଦେଲେ । ଟିମ୍ ସେହି ନୂଆ ପଦାର୍ଥର ଗୁଣ ବୁଝାଇଲେ । ପଦାର୍ଥଟି ଜଳରୁ ତେଲ ଜାତୀୟ ପଦାର୍ଥକୁ ମୁକ୍ତ କରି ଜଳଚର ଜୀବଙ୍କୁ କିପରି ରକ୍ଷା କରେ ତାହା ପ୍ରଦର୍ଶନ କଲେ ।
ପରିସ୍ଥିତିକୁ ଅନୁଧ୍ୟାନ କରି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(i) ତେଲ ଜଳରେ ପଡ଼ିବାପରେ କି ପ୍ରକାର ମିଶ୍ରଣ ତିଆରି ହେଲା ଏବଂ କାହିଁକି ?
(ii) ଜଳରେ ଭାସୁଥିବା ତେଲକୁ କେଉଁ ପଦାର୍ଥଦ୍ଵାରା ସଫା କରିହୁଏ ? ଏହାର କେଉଁ ସ୍ଵତନ୍ତ୍ର ଗୁଣଥାଏ ।
(iii) ଏହି ପରିସ୍ଥିତିରେ ଭୌତିକ ପଦ୍ଧତିଦ୍ଵାରା ଜଳରୁ ମିଳିଥୁବା ତେଲ ପୃଥକ କରିବା କିପରି ସମ୍ଭବ ହେଲା ? ବ୍ୟବହୃତ ପଦାର୍ଥର ଧର୍ମ କ’ଣ ?
Answer:
(i) ଟ୍ୟାଙ୍କରରୁ ଲିକ୍ ହୋଇଥୁବା ତେଲ ଜଳରେ ମିଶିଲେ ଅସମତୁଲ ମିଶ୍ରଣ ସୃଷ୍ଟିହୁଏ । ତେଲର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ କମ୍ । ଏଣୁ ତେଲ ଜଳ ଉପରେ ଏକସ୍ତର ସୃଷ୍ଟିକରେ ।
(ii) ଜଳ ମଧ୍ୟକୁ ଲିକ୍ହୋଇଥ୍ବା ତେଲକୁ ଗ୍ରାଫିନ୍ ଏରୋଜେଲ ନାମକ ପଦାର୍ଥ ଦ୍ଵାରା ଅଲଗା କରାଯାଏ । ଗ୍ରାଫିନ୍ ଏରୋଜେଲ ପୃଥୁବୀର ସବୁଠାରୁ ହାଲୁକା ପଦାର୍ଥ । ଏହା କାର୍ବନ କଣିକାରେ ତିଆରି ଛିଦ୍ରଯୁକ୍ତ । ଏହାର ଉଚ୍ଚ ଶୋଷଣ କ୍ଷମତା ଥାଏ । ପରିବେଶ ସୁରକ୍ଷାରେ ଏହାର ଭୂମିକା ଗୁରୁତ୍ଵପୂର୍ଣ୍ଣ ।
(iii) ତେଲ ଓ ଜଳ ମିଶି ମିଶ୍ରଣ ସୃଷ୍ଟି କରନ୍ତି । ଏଠାରେ କୌଣସି ଯୌଗିକ ସୃଷ୍ଟି ହୁଏନାହିଁ । ଏଣୁ ସେଗୁଡ଼ିକୁ ଭୌତିକ ଉପାୟରେ (ଗ୍ରାଫିନ୍ ଏରୋଜଲ ବ୍ୟବହାର କରି) ଅଲଗା କରିବା ସମ୍ଭବ ।