Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ

Go through BSE Odisha Class 8 Science Notes Odia Medium and Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ to understand important concepts and topics more clearly.

8th Class Science Chapter 9 Notes Odia Medium

BSE Odisha Class 8 Science Chapter 9 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ମିଶ୍ରଣ ଓ ଏହାର ପ୍ରକାର ଭେଦ (Mixture and its types) :
ଦୁଇଟି ବା ତହିଁରୁ ଅଧୁକ ବସ୍ତର ଏକତ୍ରୀକରଣ ଦ୍ଵାରା ଯେଉଁ ପଦାର୍ଥ ତିଆରି ହୁଏ, ତାହାକୁ ମିଶ୍ରଣ କହନ୍ତି । ମିଶ୍ରଣରେ ଉପାଦାନଗୁଡ଼ିକର ବଣ୍ଟନ ପ୍ରକ୍ରିୟା ଦୃଷ୍ଟିକୋଣରୁ ଏହା ଦୁଇପ୍ରକାର ।
ଯଥା – ସମତୁଲ ମିଶ୍ରଣ ଓ ଅସମତୁଲ ମିଶ୍ରଣ ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 1
ଚିତ୍ର ଚିନି, ଲୁଣ ଏବଂ ଜଳଗୁଣ୍ଡ
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 2
ଚିତ୍ର (କ) ବାଲି ଏବଂ ଜଳର ମିଶ୍ରଣ (ଖ) କରତ ଗୁଣ୍ଡ ଏବଂ ଜଳର ମିଶ୍ରଣ

ଉଦାହରଣ : ଲୁଣ ଏବଂ ଚିନିକୁ ଜଳରେ ମିଶାଇଲେ ଉପାଦାନଗୁଡ଼ିକ ସମାନ ଭାବରେ ମିଶ୍ରିତ ହୁଏ, ସେଥ‌ିପାଇଁ ଏହାକୁ ସମତୁଲ ମିଶ୍ରଣ କୁହାଯାଏ ।
ଚକ୍ ଗୁଣ୍ଡ, ବାଲି, କିମ୍ବା କରତଗୁଣ୍ଡକୁ ଜଳରେ ମିଶାଇଲେ ଉପାଦାନଗୁଡ଼ିକ ସମାନ ଭାବରେ ମିଶି ନଥାଏ । ଏପରି ମିଶ୍ରଣଗୁଡ଼ିକୁ ଅସମତୁଲ (non- uniform) ମିଶ୍ରଣ ବୋଲି କୁହାଯାଏ । ଚିତ୍ରରେ ପ୍ରଦର୍ଶିତ ORS ଏକ ସମତୁଲ ମିଶ୍ରଣ

ଦ୍ରବ, ଦ୍ରାବକ ଓ ଦ୍ରବଣ (Solute, Solvent and Solution) :
ଜଳରେ ଲୁଣ କିମ୍ବା ଚିନି ପରି ଏକ ସମତୁଲ ମିଶ୍ରଣକୁ ଦ୍ରବଣ (solution) କୁହାଯାଏ ।
ଯେତେବେଳେ ଗୋଟିଏ କଠିନ ପଦାର୍ଥକୁ ତରଳ ପଦାର୍ଥରେ ମିଶ୍ରଣ କରି ଦ୍ରବଣ ଗଠନ କରାଯାଏ ସେତେବେଳେ କଠିନ ପଦାର୍ଥକୁ ଦ୍ରବ (solute) କୁହାଯାଏ ଏବଂ ତରଳ ଉପାଦାନକୁ ଦ୍ରାବକ କୁହାଯାଏ (solvent) କୁହାଯାଏ । ଦ୍ରାବକରେ ଦ୍ରବ ଦ୍ରବୀଭୂତ ହୋଇ ଏକ ଦ୍ରବଣ ସୃଷ୍ଟି କରେ ।
ଦ୍ରବ + ଦ୍ରାବକ. → ଦ୍ରବଣ (Solute + Solvent = Solution)
ଯେତେବେଳେ ଦୁଇଟି ତରଳ ପଦାର୍ଥର ମିଶ୍ରଣ ଦ୍ଵାରା ଏକ ଦ୍ରବଣ ସୃଷ୍ଟି ହୁଏ, ସେଥ‌ିରେ କେଉଁଟି ଦ୍ରବ ଓ କଉଁଟି ଦ୍ରାବକ ତାହା ସ୍ପଷ୍ଟ ଭାବରେ ଜଣାପଡ଼େ ନାହିଁ । ଏପରି କ୍ଷେତ୍ରରେ ଦ୍ରବଣରେ କମ୍ ପରିମାଣରେ ଥ‌ିବା ପଦାର୍ଥକୁ ଦ୍ରବ କୁହାଯାଏ ଏବଂ ଅଧ‌ିକ ପରିମାଣରେ ଥ‌ିବା ପଦାର୍ଥକୁ ଦ୍ରାବକ କୁହାଯାଏ ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 3
ଚିତ୍ର ଏକ ଦ୍ରାବକରେ ସମାନ ଭାବରେ ବଣ୍ଟନ ହୋଇଥିବା ଦ୍ରବ (ବର୍ଜିତ ଚିତ୍ର)

ବାୟୁରେ ଥ‌ିବା ଦ୍ରାବକ ଓ ଦ୍ରବ :
ତରଳ ପଦାର୍ଥ ପରି ଗ୍ୟାସଗୁଡ଼ିକ ମଧ୍ୟ ଦ୍ରବଣ ଗଠନ କରିଥାନ୍ତି । ଏହାର ଏକ ସାଧାରଣ ଉଦାହରଣ ହେଉଛି ବାୟୁ । ବାୟୁ ଏକ ଗ୍ୟାସୀୟ ଦ୍ରବଣ । ଯବକ୍ଷାରଜାନ ବାୟୁରେ ଅଧ‌ିକ ପରିମାଣରେ ଥ‌ିବାରୁ, ଏହାକୁ ସ୍ରାବକ ଏବଂ ଅମ୍ଳଜାନ, ଆର୍ଗନ୍, ଅଙ୍ଗାରକାମ୍ଳ ଏବଂ ଅନ୍ୟାନ୍ୟ ଗ୍ୟାସଗୁଡ଼ିକ ବାୟୁରେ କମ୍ ପରିମାଣରେ ଥବାରୁ ସେଗୁଡ଼ିକୁ ଦ୍ରବ ଭାବେ ନିଆଯାଏ ।

ଦ୍ରାବକର ପରିମାଣ ଦ୍ରବଠାରୁ ମଧ୍ଯ କମ୍ ହୋଇପାରେ – ରସଗୋଲାର ରସକୁ ‘ସିରା’ କହନ୍ତି । ଅଳ୍ପ ଜଳରେ ଅଧୂକ ଚିନି ମିଶାଇ ‘ସିରା’ ତିଆରି କରାଯାଏ । ଜଳର ପରିମାଣ ଚିନି ତୁଳନାରେ କମ୍ ହେଲେ ମଧ୍ୟ ଏଠାରେ ଜଳକୁ ସ୍ରାବକ ଓ ଚିନିକୁ ଦ୍ରବ କୁହାଯାଏ ।

ଅସଂତୃପ୍ତ ଓ ସଂତୃପ୍ତ ଦ୍ରବଣ କ’ଣ ଜାଣିବା ପାଇଁ ପରୀକ୍ଷା
କାର୍ଯ୍ୟ – ୧ : ଆସ ଅନୁସନ୍ଧାନ କରିବା
ଶିକ୍ଷଣର ଲକ୍ଷ୍ୟ : ଜଳରେ ଲୁଣର ଦ୍ରବଣତା କ୍ଷମତା ଏବଂ ସଂତୃପ୍ତ ଦ୍ରବଣ ଗଠନ ବିଷୟରେ ଜାଣିବା
କାର୍ଯ୍ୟ ପ୍ରଣାଳୀ :
(i) ଏକ ସଫା କାଚପାତ୍ର ନିଆଯାଉ ଏବଂ ଏହାକୁ ଅଧା ଜଳରେ ପୂର୍ଣ୍ଣ କରାଯାଉ ।
(ii) ଏଥ‌ିରେ ଗୋଟିଏ ଚାମଚ ଲୁଣ ମିଶାଯାଉ ଏବଂ ଏହା ସମ୍ପୂର୍ଣ୍ଣ ଦ୍ରବୀଭୂତ ହେବା ପର୍ଯ୍ୟନ୍ତ ଭଲ ଭାବରେ ଘଣ୍ଟାଯାଉ ।
(iii) ଧୀରେ ଧୀରେ କାଚ ପାତ୍ରରେ ଆଉ ଏକ ଚାମଚ ଲୁଣ ମିଶାଯାଉ ଏବଂ ଘଣ୍ଟାଯାଉ । ଏହା ସମ୍ପୂର୍ଣ୍ଣ ଦ୍ରବୀଭୂତ ହେବା ବନ୍ଦ ନ ହେବା ପର୍ଯ୍ୟନ୍ତ ଆମେ କେତେ ଚାମଚ ଲୁଣ ମିଶାଇଲେ ତାହା ଲକ୍ଷ୍ୟ କରିବା ।
(iv) ସାରଣୀରେ ପର୍ଯ୍ୟବେକ୍ଷଣ ଲିପିବଦ୍ଧ କରାଯାଉ ।

ସାରଣୀ : ଜଳରେ ଲୁଣର ଦ୍ରବଣୀୟତା

ନିଆଯାଇଥ‌ବା ଲୁଣର ପରିମାଣ (ଚାମଚରେ) ପର୍ଯ୍ୟବେକ୍ଷଣ (ଲୁଣ ଦ୍ରବୀଭୂତ ହୁଏ। ଲୁଣ ଦ୍ରବୀଭୂତ ହୁଏ ନାହିଁ
ଏକ ଲୁଣ ସଂପୂର୍ଣ୍ଣଭାବେ ଦ୍ରବୀଭୂତ ହେବ ।
ଦୁଇ ଲୁଣ ସଂପୂର୍ଣ୍ଣଭାବେ ଦ୍ରବୀଭୂତ ହେବ ।
ତିନି ଲୁଣ ସଂପୂର୍ଣ୍ଣଭାବେ ଦ୍ରବୀଭୂତ ହେବ ।
ଚାରି ଲୁଣ ଦ୍ରବୀଭୂତ ହେବ ନାହିଁ ।

ପର୍ଯ୍ୟବେକ୍ଷଣ :
ଯେତେବେଳେ ଲୁଣ ଆଉ ଦ୍ରବୀଭୂତ ହେଲାନାହିଁ ତା’ ପୂର୍ବରୁ ଆମେ ତିନି ଚାମଚ ଲୁଣ ଦ୍ରବୀଭୂତ କରିପାରିଥିଲେ । ଏଥୁରୁ ଜଳର ଲୁଣ ଦ୍ରବୀଭୂତ କରିବାର କ୍ଷମତା ବିଷୟରେ ସୂଚନା ମିଳିଲା
ଯଦି ଆମେ ନିର୍ଦ୍ଦିଷ୍ଟ ପରିମାଣର ଜଳରେ ଅଧ୍ବକ ଲୁଣ ମିଶାଇବା ତେବେ ଲୁଣ ଏକ ନିର୍ଦ୍ଦିଷ୍ଟ ମାତ୍ରାଠାରୁ ଅଧ‌ିକ ଦ୍ରବୀଭୂତ ହେବନାହିଁ ।
ପ୍ରାରମ୍ଭରେ ଲୁଣ ଜଳରେ ସମ୍ପୂର୍ଣ ଭାବରେ ଦ୍ରବୀଭୂତ ହୋଇ ଏକ ଦ୍ରବଣ ତିଆରି କରେ । ଚାମଚ ପରେ ଚାମଚ ଲୁଣ ମିଶାଇ ଚାଲିଲେ ଏପରି ଏକ ସମୟ ଆସେ, ଯେତେବେଳେ ଲୁଣ ସମ୍ପୂର୍ଣ୍ଣ ଭାବରେ ଆଉ ଦ୍ରବୀଭୂତ ହୁଏ ନାହିଁ ଏବଂ ଅଦ୍ରବଣୀୟ ଲୁଣ ତଳେ ସ୍ଥିର ହୋଇ ରହିଯାଏ । ଏହା ସୂଚାଇ ଦିଏ ଯେ, ଜଳ ଆଉ ଲୁଣକୁ ଦବୀଭୂତ କରି ପାରିବ ନାହିଁ କାରଣ ଏହା ତାର ଦ୍ରବୀଭୂତ କରିବା କ୍ଷମତାର ସୀମାରେ ପହଞ୍ଚି ଯାଇଛି ।

Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ

ସିଦ୍ଧାନ୍ତ : ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଦ୍ରାବକରେ ଯେତେବେଳେ ପର୍ଯ୍ୟନ୍ତ ଦ୍ରବ ଦ୍ରବୀଭୂତ ହେଉଥାଏ ସେତେବେଳ ପର୍ଯ୍ୟନ୍ତ ଦ୍ରବଣକୁ ଅସଂତୃପ୍ତ ଦ୍ରବଣ (unsaturated solution) କୁହାଯାଏ । କିନ୍ତୁ, ଯେତେବେଳେ ଦ୍ରବ ପଦାର୍ଥ ଦ୍ରବୀଭୂତ ହେବା ବନ୍ଦ ହୋଇ ତଳେ ସ୍ଥିର ହେବାକୁ ଆରମ୍ଭ କରେ, ଅର୍ଥାତ୍ ଆଉ ଅଧୁକ ଦ୍ରବ ଦ୍ରବୀଭୂତ ହୁଏ ନାହିଁ ସେତେବେଳେ ସେ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଦ୍ରବଣକୁ ଏକ ସଂତୃପ୍ତ ଦ୍ରବଣ (saturated solution) କୁହାଯାଏ (ଚିତ୍ର) ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 4

ଦ୍ରବଣରେ ଦ୍ରବର ସାନ୍ଦ୍ରତା ଦୃଷ୍ଟିକୋଣରୁ ଦ୍ରବଣ ପ୍ରକାରଭେଦ :
ଏକ ନିର୍ଦ୍ଦିଷ୍ଟ ପରିମାଣ ଦ୍ରବଣ (କିମ୍ବା ଦ୍ରାବକ)ରେ ଉପସ୍ଥିତି ଦ୍ରବର ପରିମାଣକୁ ଏହାର ସାନ୍ଦ୍ରତା (concentration) କୁହାଯାଏ । ଦ୍ରବଣରେ ଦ୍ରବର ସାନ୍ଦ୍ରତା ଦୃଷ୍ଟିରୁ ଏହା ଦୁଇ ପ୍ରକାର, ଯଥା ଲଘୁ (Dilute) ଦ୍ରବଣ ଓ ଗାଢ଼ ବା ସାନ୍ଦ୍ର (Concentrated) ଦ୍ରବଣ । ଯେଉଁ ଦ୍ରବଣରେ କମ୍ କରିମାଣର ଦ୍ରବ ଦ୍ରବୀଭୂତ ହୋଇଥାଏ ତାହାକୁ ଲଘୁ ଦ୍ରବଣ କହନ୍ତି । ଯେଉଁ ଦ୍ରବଣରେ ଅଧ‌ିକ ପରିମାଣର ଦ୍ରବ ଦ୍ରବୀଭୂତ ହୋଇଥାଏ ତାହାକୁ ଗାଢ଼ଦ୍ରବଣ ବା ଘନଦ୍ରବଣ ବା ସାନ୍ଦ୍ର ଦ୍ରବଣ କହନ୍ତି ।

ଲଘୁ ଓ ସାନ୍ଦ୍ର ହେଉଛି ଆପେକ୍ଷିକ ଶବ୍ଦ

ଦ୍ରବଣୀୟତା (Solubility) :
ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ କୌଣସି ଦ୍ରବଣରେ ଯେଉଁ ସର୍ବାଧ‌ିକ ପରିମାଣର ଦ୍ରବ ଦ୍ରବୀଭୂତ ହୋଇଥାଏ, ତାହାକୁ ଦ୍ରବର ଦ୍ରବଣୀୟତା କହନ୍ତି । ଦ୍ରବଣୀୟତା ଦ୍ରବଣର ତାପମାତ୍ରା, ଚାପ ଏବଂ ଦ୍ରବ ଓ ଦ୍ରାବକର ପ୍ରକୃତି ଉପରେ ନିର୍ଭରକରେ ।

ଦ୍ରବଣୀୟତା ଉପରେ ତାପମାତ୍ରାର ପ୍ରଭାବ ଜାଣିବା :
କାର୍ଯ୍ୟ –୨ : ଆସ ପରୀକ୍ଷା କରିବା
ଶିକ୍ଷଣର ଲକ୍ଷ୍ୟ : ତାପମାତ୍ରା ବୃଦ୍ଧି କିପରି ଏକ ପଦାର୍ଥର ଦ୍ରବଣତାକୁ ପ୍ରଭାବିତ କରେ ତାହା ପରୀକ୍ଷା କରିବା ।

କାର୍ଯ୍ୟ ପ୍ରଣାଳୀ :
(i) ଏକ ଗ୍ଲାସ ବିକରରେ ପ୍ରାୟ 50 ମିଲି ଜଳ ନିଆଯାଉ ଏବଂ ଏକ ପରୀକ୍ଷାଗାର ଥର୍ମୋମିଟର ବ୍ୟବହାର କରି ଏହାର ତାପମାତ୍ରା ମାପ କରାଯାଉ, ମନେକର ଏହାର ତାପମାତ୍ରା 20°C 1
(ii) ଜଳରେ ଏକ ଚାମଚ ବେକିଂ ସୋଡ଼ା (sodium hydrogen carbonate) ମିଶାଯାଉ ଏବଂ ଏହା ଦ୍ରବୀଭୂତ ହେବା ପର୍ଯ୍ୟନ୍ତ ଘଣ୍ଟାଯାଉ । ଘାଣ୍ଟିବା ସମୟରେ ଅଳ୍ପ ଅଳ୍ପ କରି ବେକିଂ ସୋଡ଼ା ମିଶାଯାଉ ଯେ ପର୍ଯ୍ୟନ୍ତ କିଛି କଠିନ ବେକିଂ ସୋଡ଼ା ଦ୍ରବୀଭୂତ ନ ହୋଇ ବିକରର ଜଳ ଭାଗରେ ବସି ନ ଯାଇଛି ।
(iii) ଏବେ ଘାଣ୍ଟୁ ଥ‌ିବା ସମୟରେ ସାମଗ୍ରୀକୁ 50 C ପର୍ଯ୍ୟନ୍ତ ଗରମ କରାଯାଉ ।
(iv) ବି କରର ତଳେ ବସିଯାଇଥ‌ିବା ଅଦ୍ରବୀଭୂ ତ ବେକିଂ ସୋଡ଼ା ଦ୍ରବୀଭୂତ ହେବାର ଦେଖାଯିବ ।
(v) ଏହି ତାପମାତ୍ରାରେ ଘାଣ୍ଟୁଥ‌ିବା ସମୟରେ ପୁଣି ଥରେ ଅଳ୍ପ ଅଳ୍ପ କରି ବେକିଂ ସୋଡ଼ା ମିଶାଇବା ଜାରି ରଖୁଲେ କିଛି ସମୟ ପରେ କିଛି ବେକିଂ ସୋଡ଼ା ଅଦ୍ରବୀଭୂତ ହୋଇ ତଳେ ବସି ଯିବାର ଦେଖାଯିବ ।
(vi) ଘାଣ୍ଟୁଥିବା ସମୟରେ ମିଶ୍ରଣକୁ 70° C ପର୍ଯ୍ୟନ୍ତ ଆଉଥରେ ଗରମ କଲେ ଅଦ୍ରବୀଭୂତ ବେକିଂ ସୋଡ଼ା ପାଣିରେ ଦ୍ରବୀଭୂତ ହେବ ।
(vii) 20 C ତାପମାତ୍ରାରେ ଜଳରେ ଯେତି କି ପରମାଣରେ ବେକିଙ୍ଗ ସୋଡ଼ା ଦ୍ରବୀଭୂତ ହୁଏ, 50° C ତାପମାତ୍ରାରେ ଜଳରେ ତା’ଠାରୁ ଅଧିକ ପରି ମାଣରେ ଦ୍ରବୀଭୂତ ହୁଏ । 70° C ତାପମାତ୍ରାରେ ବେକିଙ୍ଗ ସୋଡ଼ାର ପରିମାଣ ଆହୁରି ଅଧ‌ିକ ହୁଏ ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 5
ଚିତ୍ର ପାଣିରେ ବେକିଂ ସୋଡ଼ା ଗୋଳାଇବା
ସିଦ୍ଧାନ୍ତ : ପରୀକ୍ଷା କରି ଦେଖାଯାଇଛି ଯେ, ଅଧିକାଂଶ ପଦାର୍ଥ ପାଇଁ ତାପମାତ୍ରା ବୃଦ୍ଧି ସହିତ ଦ୍ରବଣୀୟତା ବୃଦ୍ଧି ପାଏ । ଅର୍ଥାତ୍ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଥିବା ଏକ ସଂତୃପ୍ତ ଦ୍ରବଣ ତାପମାତ୍ରା ବୃଦ୍ଧି ସହିତ ଏକ ଅସଂତୃପ୍ତ ଦ୍ରବଣ ପରି ବ୍ୟବହାର କରେ ।

ଭାରତୀୟ ଔଷଧ ପ୍ରଣାଳୀରେ ବିଭିନ୍ନ ପଦାର୍ଥକୁ ଦ୍ରାବକ ରୂପେ ବ୍ୟବହାର :
ଭାରତରେ ଆୟୁର୍ବେଦ, ସିଦ୍ଧ ଏବଂ ଅନ୍ୟାନ୍ୟ ପାରମ୍ପରିକ ଔଷଧ ପ୍ରସ୍ତୁତି ପ୍ରଣାଳୀରେ ଜଳକୁ ମୁଖ୍ୟତଃ ଦ୍ରାବକ ଭାବରେ ବ୍ୟବହାର କରାଯାଇ ଆସୁଛି । ଔଷଧୀୟ ଉଦ୍ଭଦ, ଜଳ ଓ ଆଲକୋହଲ ମିଶ୍ରଣକୁ ଅର୍କ କୁହାଯାଏ । ଏହି ଅର୍କକୁ ବ୍ୟବହାର କରି ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତ କରାଯାଏ । ଭାରତୀୟ ଔଷଧ ପ୍ରଣାଳୀରେ ଔଷଧର ଚିକିତ୍ସାତ୍ମକ ଉପଚାର ଉପଲବ୍ଧ କରିବା ପାଇଁ ତାହାର ପ୍ରସ୍ତୁତିରେ ତେଲ, ଘିଅ, ଦୁଗ୍ଧ ଓ ଅନ୍ୟାନ୍ୟ ପଦାର୍ଥକୁ ଦ୍ରାବକ ଭାବେ ବ୍ୟବହାର କରିବାର କଥା ମଧ୍ୟ ଉଲ୍ଲେଖ କରାଯାଇଛି ।

ରସାୟନବିଦ୍ ଡକ୍ଟର ଅସୀମା ଚାଟାର୍ଜୀଙ୍କ କୃତିତ୍ଵ :
ଡକ୍ଟର ଅସୀମା ଚାଟାର୍ଜୀ ଜଣେ ରସାୟନବିତ୍ । ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟରେ ମୂର୍ଚ୍ଛା ରୋଗ ପ୍ରତିରୋଧୀ ଏବଂ ମ୍ୟାଲେରିଆ ପ୍ରତିରୋଧୀ ଔଷଧର ବିକାଶ ଅନ୍ତର୍ଭୁକ୍ତ । ସେ ଔଷଧୀୟ ଉଦ୍ଭଦରୁ ଗୁରୁତ୍ଵପୂର୍ଣ୍ଣ ଯୌଗିକ ପଦାର୍ଥ ନିଷ୍କାସନ ଏବଂ ପୃଥକ୍ କରିବା ପାଇଁ ଦ୍ରାବକ ଏବଂ ଦ୍ରବଣକୁ ବ୍ୟାପକ ଭାବରେ ବ୍ୟବହାର କରିଥିଲେ । ଜାନକୀ ଆମ୍ମାଲଙ୍କ ପରେ ସେ ଦ୍ଵିତୀୟ ଭାରତୀୟ ମହିଳା ଭାବରେ ବିଜ୍ଞାନରେ ଡକ୍ଟରେଟ୍ ଉପାଧ୍ ହାସଲ କରିଥିଲେ । ସେ ରସାୟନ ବିଜ୍ଞାନରେ ଶାନ୍ତି ସ୍ଵରୂପ ଭଟ୍ଟନାଗର ପୁରସ୍କାର ପାଇଥିବା ପ୍ରଥମ ମହିଳା ଅଟନ୍ତି । ଏହା ସହିତ ସେ ପଦ୍ମଭୂଷଣ ଉପାର୍ଶ୍ଵରେ ମଧ୍ୟ ସମ୍ମାନିତ ହୋଇଥିଲେ ।

ଜଳରେ ଗ୍ୟାସଗୁଡ଼ିକର ଦ୍ରବଣୀୟତା :
(i) ଅମ୍ଳଜାନ ସମେତ ଅନେକ ଗ୍ୟାସ୍‌ ଜଳରେ ଦ୍ରବୀଭୂତ ହୁଏ । ଅମ୍ଳଜାନ କେବଳ ଅଳ୍ପ ପରିମାଣରେ ଜଳରେ ଦ୍ରବୀଭୂତ ହୁଏ । ଜଳରେ ଅଳ୍ପ ମାତ୍ରାରେ ଦ୍ରବୀଭୂତ ଏହି ଅମ୍ଳଜାନ ଜଳଜ ଉଭିଦ, ମାଛ ଓ ଅନ୍ୟାନ୍ୟ ସମସ୍ତ ଜଳଚର ଜୀବମାନଙ୍କୁ ବଞ୍ଚାଇ ରଖେ ।
(ii) ଜଳରେ ଗ୍ୟାସଗୁଡ଼ିକର ମିଶ୍ରଣକୁ ସମତୁଲ ମିଶ୍ରଣ କୁହାଯାଏ, କାରଣ ଗ୍ୟାସ ସମାନ ଭାବରେ ଦ୍ରବୀଭୂତ ହୋଇ ଦ୍ରବଣ ପ୍ରସ୍ତୁତ କରେ ।
(iii) ତାପମାତ୍ରା ବୃଦ୍ଧି ପାଇଲେ ଜଳରେ ଗ୍ୟାସଗୁଡ଼ିକର ଦ୍ରବଣୀୟତା ସାଧାରଣତଃ ହ୍ରାସପାଏ ।
(iv) ଏହି କାରଣରୁ ଥଣ୍ଡାଜଳରେ ଅଧିକ ଅମ୍ଳଜାନ ଦ୍ରବୀଭୂତ ହେବାରୁ ଜଳଚର ଜୀବମାନେ ଯଥେଷ୍ଟ ଅମ୍ଳଜାନ ପାଇଥାଆନ୍ତି । ଅନ୍ୟପକ୍ଷରେ ତାପମାତ୍ରା ବୃଦ୍ଧିହେଲେ ଜଳରେ ଅମ୍ଳଜାନର ଦ୍ରବଣୀୟତା ହ୍ରାସପାଏ ଯାହା ଫଳରେ ଜଳଚର ଜୀବମାନଙ୍କ ପାଇଁ ବିପଦ ଅଟେ ।

ଜଳରେ କେତେକ ବସ୍ତ ଭାସନ୍ତି ଏବଂ ଅନ୍ୟ କେତେକ ବସ୍ତ ବୁଡ଼ିଯିବାର କାରଣ :
ଗୋଟିଏ ବସ୍ତର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ ଅଧିକ ହେଲେ, ବସ୍ତଟି ଜଳରେ ବୁଡ଼ିଯାଏ । ଅନ୍ୟପକ୍ଷରେ ବସ୍ତର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ କମ୍ ହେଲେ ବସ୍ତୁଟି ଜଳରେ ଭାସିଥାଏ । ଜଳରେ ବସ୍ତୁଟି ଭାସିବା କେବଳ ବସ୍ତର ସାନ୍ଦ୍ରତା ଉପରେ ନିର୍ଭର କରେ ନାହିଁ କାରଣ ଏହା ବସ୍ତର ଆକାର ଓ ଆୟତନ ଉପରେ ମଧ୍ୟ ନିର୍ଭର କରେ ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 6
ଚିତ୍ର କିଛି ବସ୍ତୁ ଜଳରେ ଭାସେ ଓ କିଛି ବସ୍ତୁ ଜଳରେ ବୁଡ଼ିଯାଏ ।

ସାନ୍ଦ୍ରତା (Density) :
ବସ୍ତର ଏକକ ଆୟତନରେ ଥିବା ବସ୍ତତ୍ଵକୁ ସାନ୍ଦ୍ରତା କହନ୍ତି । ଗାଣିତିକ ଭାଷାରେ ସାନ୍ଦ୍ରତା ସୂତ୍ର ହେଉଛି-
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 7
ଏଣୁ ଆୟତନ ସମାନ ଥାଇ ବସ୍ତୁତ୍ଵ ବୃଦ୍ଧି ପାଇଲେ, ସାନ୍ଦ୍ରତା ବୃଦ୍ଧିପାଏ, ଅନ୍ୟ ପକ୍ଷରେ ବସ୍ତୁତ୍ଵ ସମାନ ଥାଇ ଆୟତନ ବୃଦ୍ଧି ପାଇଲେ, ସାନ୍ଦ୍ରତା ହ୍ରାସ ପାଏ । ପଦାର୍ଥର ସାନ୍ଦ୍ରତା ଏହାର ଆକାର କିମ୍ବା ଆକୃତି ଉପରେ ନିର୍ଭର କରେ ନାହିଁ । ସାନ୍ଦ୍ରତା ତାପମାତ୍ରା ଓ ଚାପ ଉପରେ ନିର୍ଭର କରେ । ଚାପ ମୁଖ୍ୟତଃ ଗ୍ୟାସ ଗୁଡ଼ିକର ସାନ୍ଦ୍ରତାକୁ ପ୍ରଭାବିତ କରେ । କଠିନ ଓ ତରଳ ପଦାର୍ଥର ସାନ୍ଦ୍ରତା ଉପରେ ଚାପର ପ୍ରଭାବ ନଗଣ୍ୟ ଅଟେ ।

ସାନ୍ଦ୍ରତାର ଏକକ :
ସାନ୍ଦ୍ରତାର ଏକକଗୁଡ଼ିକ ବସ୍ତୁତ୍ଵ ଓ ଆୟତନର ଏକକ ଉପରେ ନିର୍ଭର କରେ । ବସ୍ତୁତ୍ଵର SI ଏକକ କିଲୋଗ୍ରାମ (kg) ଏବଂ ଆୟତନର SI ଏକକ ଘନମିଟର (m3) । ଏଣୁ ସାନ୍ଦ୍ରତାର SI ଏକକ କି.ଗ୍ରା. ପ୍ରତି ଘନମିଟର ବା ସଂକ୍ଷେପରେ kg/m3 । ତରଳ ପଦାର୍ଥ କ୍ଷେତ୍ରରେ ସୁବିଧା ପାଇଁ ସାନ୍ଦ୍ରତାର ଅନ୍ୟାନ୍ୟ ଏକକ ଯଥା ଗ୍ରାମ ପ୍ରତି ମିଲିଲିଟର ବା g/mL ଏବଂ ଗ୍ରାମ ପ୍ରତି ଘନ ସେଣ୍ଟିମିଟର ବା g/cm ବ୍ୟବହାର କରାଯାଏ ।
ସାଧାରଣ ତାପମାତ୍ରାରେ 1 ମିଲିଲିଟର ଜଳର ବସ୍ତୁତ୍ଵ 1 ଗ୍ରାମ୍ । ଏଣୁ ଜଳର ବସ୍ତୁତ୍ୱ ମାପିବାପାଇଁ ଆମେ ଆୟତନକୁ ମିଲିଲିଟର (mL) ଓ ବସ୍ତୁତ୍ଵକୁ ଗ୍ରାମ (g) ରେ ପ୍ରକାଶ କରିଥାଉ ।

ସାନ୍ଦ୍ରତାର ରୂପାନ୍ତରିତ ଏକକ :
1kg/m3 = 1000 g/m3 = 1000g/1000L = 1g/L = 1g/1000mL = 1g/1000cm3 → 1g/cm2 = 1000 kg/m3
ସାଧାରଣ ତାକମାତ୍ରାରେ 1 ମିଲିଲିଟର (mL) ଜଳର ବସ୍ତୁତ୍ଵ ପ୍ରାୟ 1 ଗ୍ରାମ୍ (g) ହୋଇଥାଏ । ଜଳର ବସ୍ତୁତ୍ଵ ମାପିବା ପାଇଁ, ଆମେ ସାଧାରଣତଃ ଆୟତନକୁ (mL) ରେ ଏବଂ ତାର ବସ୍ତୁତ୍ଵକୁ (g) ରେ ବିଚାର କରିଥାଉ, ତେଣୁ 10 mL ପାଣିରେ ବସ୍ତୁତ୍ଵ ପ୍ରାୟ 10g ହେବ । ସେହିଭଳି 100mL ପାଣିର ବସ୍ତୁତ୍ଵ ପ୍ରାୟ 100g ହେବ ।
1 ଲିଟର (L) = 1000 ମିଲିଲିଟର (mL) = 1000 ଘନ ସେ.ମି. (cm’)
1 ଘନମିଟର (m3) = 1000 ଲିଟର (L)

ଆପେକ୍ଷିକ ସାନ୍ଦ୍ରତା (Relative Density) :
କୌଣସି ବସ୍ତର ଆପେକ୍ଷିକ ସାନ୍ଦ୍ରତା କହିଲେ ଆମେ ଉକ୍ତ ବସ୍ତର ସାନ୍ଦ୍ରତା ଓ ସମାନ ତାପମାତ୍ରାରେ ଜଳର ସାନ୍ଦ୍ରତାର ଅନୁପାତକୁ ବୁଝିଥାଉ ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 8
4° C ତାପମାତ୍ରାରେ ଜଳର ସାନ୍ଦ୍ରତା = \(\frac{1 \mathrm{~g}}{1 \mathrm{ml}}=\frac{1 \mathrm{~g}}{1 \mathrm{~cm}^3}\)
10 ଘନ ସେ.ମି. ଏଲୁମିନିୟମ୍‌ର ବସ୍ତୁତ୍ଵ 27 ଗ୍ରାମ୍, ଏଣୁ ଏହାର ସାନ୍ଦ୍ରତା = \(\begin{gathered}
27 \mathrm{~g} \\
10 \mathrm{~cm}^3=\frac{2.7 \mathrm{~g}}{\mathrm{~cm}^3}
\end{gathered}\)
ଏଥୁରୁ ଜଣାପଡ଼େ, ଏଲୁମିନିୟମ୍ ଜଳ ଅପେକ୍ଷା 2.7 ଗୁଣ ସାନ୍ଦ୍ର ଅଟେ । ତେଣୁ ଏଲୁମିନିୟମ୍‌ର ଆପେକ୍ଷିକ ସାନ୍ଦ୍ରତା 2.7 ଅଟେ ।

1 ଲିଟର ପ୍ୟାକେଟ ତେଲର ଓଜନ 910 ଗ୍ରାମ କାହିଁକି ? :
ଘିଅ କିମ୍ବା ତେଲର କିଛି ପ୍ୟାକେଟ ଉପରେ 1 ଲିଟର ଆୟତନ କିନ୍ତୁ ଓଜନର 910 ଗ୍ରାମ ଲେଖାଯାଇଥାଏ । ଏହାର କାରଣ ହେଲା l ମିଲିଲିଟର ବା 1 ଘନ ସେ.ମି. ଜଳର ବସ୍ତୁତ୍ଵ । ଗ୍ରାମ ବେଳେ ସମ ପରିମାଣର ତେଲ ବା ଘିଅର ବସ୍ତୁତ୍ଵ 0.91 ଗ୍ରାମ । ଏହା ସୂଚାଇଦିଏ ତେଲ ବା ଘିଅର ସାନ୍ଦ୍ରତା ଜଳର ସାନ୍ଦ୍ରତା ଠାରୁ କମ୍ । ତେଣୁ ତେଲ ଓ ଘିଅ, ଜଳରେ ଭାସନ୍ତି ଏବଂ 1 ଲିଟର ବା 1000 ମିଲିଲିଟର ତେଲ ଓ ଘିଅରେ 910 ଗ୍ରାମ ଓଜନର ପଦାର୍ଥ ରହେ ।

ସାନ୍ଦ୍ରତା ନିଶ୍ଚୟ :
ବସ୍ତର ସାନ୍ଦ୍ରତା ହେଉଛି ଏହାର ବସ୍ତୁତ୍ଵ ଓ ଆୟତନର ଅନୁପାତ । ଏଣୁ ବସ୍ତର ବସ୍ତତ୍ଵ ମାପକରି ଏବଂ ଏହାର ଆୟତନ ନିର୍ଣ୍ଣୟ କରିସାରିବା ପରେ ସାନ୍ଦ୍ରତା ନିର୍ଣ୍ଣୟ କରାଯାଏ । ବସ୍ତତ୍ଵ ମାପିବା ପାଇଁ ବିଭିନ୍ନ ପ୍ରକାରର ନିକିତି ବା ତରାଜୁ ବ୍ୟବହାର କରାଯାଏ । ବର୍ତ୍ତମାନ ଡିଜିଟାଲ ଓଜନ ମାପକ ନିକିତି ବ୍ୟବହାର କରାଯାଉଛି ।

ଡିଜିଟାଲ ଓଜନ ନିକିତିରେ ବସ୍ତତ୍ଵ ମାପ ପଦ୍ଧତି :
କାର୍ଯ୍ୟ – ୩ : ଆସ ମାପିବା
ଶିକ୍ଷଣର ଲକ୍ଷ୍ୟ : ଡିଜିଟାଲ୍ ଓଜନ ନିକିତିର ସଠିକ୍ ବ୍ୟବହାର କରି କୌଣସି କଠିନ ବସ୍ତର ବସ୍ତତ୍ଵ ମାପ କରିବା କାର୍ଯ୍ୟ ପ୍ରଣାଳୀ :
(i) ଡିଜିଟାଲ୍ ଓଜନ ନିକିତିକୁ ଚାଲୁ କରାଯାଉ ।
(ii) ଡିଜିଟାଲ୍ ଓଜନ ନିକିତିର ପରଦାରେ ଆରମ୍ଭରୁ ଦେଖାଯାଉଥ‌ିବା ପାଠକକୁ ଲକ୍ଷ୍ୟ କରାଯାଉ ।
(iii) ଏହା ଏକ ଶୂନ୍ୟ ପାଠ୍ୟଙ୍କ (zero reading) ଦେଖାଇବା ଉଚିତ୍ । ଯଦି ଦେଖାଉ ନାହିଁ ତେବେ ଆମକୁ ପାସଙ୍ଗ ଦେଇ କିମ୍ବା ଚେୟାର୍ ବା ରିସେଟ୍ ବଟନ୍ ଦବାଇ ଏହାକୁ ଶୂନ୍ୟକୁ ଆଣିବାକୁ ପଡ଼ିବ । (ଚିତ୍ର)
(iv) ନିକିତିର ପାତ୍ର ଉପରେ ଏକ ଶୁଖୁଲା ଏବଂ ସଫା ୱାଚ୍ ଗ୍ଲାସ୍ କିମ୍ବା ବଟର ପେପର୍ ରଖାଯାଉ ।
(v) ଡିଜିଟାଲ୍ ଓଜନ ନିକିତି ଉପରେ ପାଠ୍ୟଙ୍କ ଲକ୍ଷ୍ୟ କରାଯାଉ ।
(vi) ଚିତ୍ର ‘ଖ’ରେ ଦେଖାଯାଇଥ‌ିବା ଭଳି ପାସଙ୍ଗ ଦେଇ କିମ୍ବା ରିସେଟ୍ ବସନ୍ ଦବାଇ ଡିଜିଟାଲ୍ ଓଜନ ନିକିତିର ପାଠ୍ୟଙ୍କ ଶୂନ୍ୟକୁ ଅଣାଯାଉ ।
(vii) ବର୍ତ୍ତମାନ କଠିନ ବସ୍ତୁ, ଯେପରିକି ଏକ ପଥରକୁ ସତର୍କତାର ସହିତ ଓ୍ୱାଡ୍ ଗ୍ଲାସ୍ ଉପରେ (ଚିତ୍ର ଗ) ରଖାଯାଉ ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 9
ପର୍ଯ୍ୟବେକ୍ଷଣ : ନିକିତିରେ ଦେଖାଯାଉଥ‌ିବା ପଠନକୁ ଲକ୍ଷ୍ୟ କର, ଯାହା ପଥରର ବସ୍ତୁତ୍ଵ ଦେଖାଇଥାଏ । ତାହା ପଥରଟିର ବସ୍ତୁତ୍ଵ ଅଟେ । ବିଜ୍ଞାନରେ ବସ୍ତୁର ବସ୍ତୁତ୍ଵ ଓ ଓଜନ ଭିନ୍ନ ଅର୍ଥରେ ଦେଖାଯାଇଥାଏ ।

ସିଦ୍ଧାନ୍ତ : ବସ୍ତୁତ୍ଵ ହେଉଛି ପଦାର୍ଥର ପରିମାଣ ଯାହାର ଏକକ ଗ୍ରାମ ଓ କିଲୋଗ୍ରାମ କିନ୍ତୁ ଓଜନ ହେଉଛି ବସ୍ତୁ ସହ
ସଂଯୁକ୍ତ ପୃଥ‌ିବୀର ଆକର୍ଷଣ ବଳ ଯାହାର ଏକକ ନିଉଟନ୍ । ଅଧିକାଂଶ ନିକିତିରେ ଓଜନ ମପା ଯିବା ସମୟରେ ସୂଚକ ଗୁଡ଼ିକ ବସ୍ତୁତ୍ୱ ଏକକରେ ଲେଖାଯାଇଥାଏ ।

ତରଳ ପଦାର୍ଥର ଆୟତନ ମାପ :
ଗୋଟିଏ ବସ୍ତ୍ର ଯେତିକି ସ୍ଥାନ ଅସ୍ଵୀକାର କରେ ତାହାକୁ ତା’ର ଆୟତନ କହନ୍ତି । ଆୟତନର SI ଏକକ ଘନ ମିଟର ବା m୬, ଘନ ଡେସିମିଟର ବା dm କିମ୍ବା ଘନ ସେ.ମି. ଏକକ cm ବା cc । ତଳର ପଦାର୍ଥର ଆୟତନର ଏକକ ଲିଟର ଓ ମିଲିଲିଟର ।
1 ଲିଟର (L) = 1000 ମିଲିଲିଟର (mL)
1 ମିଲିଲିଟର (mL) = 1 ଘନ ସେ.ମି. (cm3 ବା cc)
1 ଘନମିଟର (m3) = 1000 ଲିଟର (L)

Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ

ମାପକ ସିଲିଣ୍ଡର (Measuring Cylinder) :
(i) ମାପକ ସିଲିଣ୍ଡର ହେଉଛି ଏକ ସରୁ, ସ୍ୱଚ୍ଛ ଓ ସିଲିଣ୍ଡର ଆକୃତିର ପାତ୍ର ଯାହାର ଗୋଟିଏ ପାର୍ଶ୍ଵ ଖୋଲା ଓ ଅନ୍ୟ ପାର୍ଶ୍ଵଟି ବନ୍ଦ ଥାଏ ।
(ii) ମାପକ ସିଲିଣ୍ଡର ଦ୍ଵାରା ଏକ ତରଳ ପଦାର୍ଥ ର ଆୟତନ ମପାଯାଏ ।
(iii) ଆୟତନ ମାପିବା ପାଇଁ ବିଭିନ୍ନ ଆୟତନର ମାପକ ସିଲିଣ୍ଡର ବ୍ୟବହାର କରାଯାଏ । ଯଥା 5 mL, 10 mL, 25 mL, 50 mL, 100 mL, 250 mL ଇତ୍ୟାଦି ।
(iv) ଗୋଟିଏ 100 mL ମାପକ ସିଲିଣ୍ଡରର 10 mL, 20 mL, 30 mL, 40 mL ପାଠ୍ୟଙ୍କ ଗୁଡ଼ିକ ବଡ଼ଚିହ୍ନ ଦ୍ଵାରା ସୂଚାଇ ଦିଆଯାଏ । ଦୁଇଟି ବଡ଼ଚିହ୍ନ ମଧ୍ୟରେ 10 ଟି ବିଭାଜନ ସଂଖ୍ୟା ଥାଏ । ଗୋଟିଏ ଛୋଟ ବିଭାଜନ 1 mL ମାପ କରିପାରେ । ଏହା କ୍ଷୁଦ୍ର ଆୟତନ ସୂଚାଙ୍କ ଅଟେ ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 10
ଚିତ୍ର ବିଭିନ୍ନ ଆୟତନର ମାପକ ସିଲିଣ୍ଡର
(v) ବିଭିନ୍ନ ଆୟତନର ମାପକ ସିଲିଣ୍ଡରର କ୍ଷୁଦ୍ରତ୍ତମ ବିଭାଜନ ମୂଲ୍ୟ ଭିନ୍ନ ଭିନ୍ନ ।
10 mL ଓ 25 mL କ୍ଷମତା ବିଶିଷ୍ଟ ସିଲିଣ୍ଡରର କ୍ଷୁଦ୍ରତମ ଆୟତନ ମାନ 0.1 mL.
100 mL କ୍ଷମତା ବିଶିଷ୍ଟ ସିଲିଣ୍ଡରର କ୍ଷୁଦ୍ରତ୍ତମ ଆୟତନ ମାନ 1 mL.
250 mL କ୍ଷମତା ବିଶିଷ୍ଟ ସିଲିଣ୍ଡରର କ୍ଷୁଦ୍ରତ୍ତମ ଆୟତନ ମାନ 2 mL.
ବିଶିଷ୍ଟ ସିଲିଣ୍ଡରର କ୍ଷୁଦ୍ରତ୍ତମ ଆୟତନ ମାନ 5 mL. 500 mL କ୍ଷମତା
(vi) 70 mL ଆୟତନ ତରଳର ଆୟତନ ମାପିବା ପାଇଁ 100 mL ମାପକ ସିଲିଣ୍ଡର ସବୁଠାରୁ ସୁବିଧାଜନକ ।

କାର୍ଯ୍ୟ ୪ : ଆସ ପର୍ଯ୍ୟବେକ୍ଷଣ କରିବା ଓ ଗଣନା କରିବା
ଶିକ୍ଷଣର ଲକ୍ଷ୍ୟ : ଏକ ମାପକ ସିଲିଣ୍ଡରର ଚିହ୍ନଗୁଡ଼ିକୁ ପର୍ଯ୍ୟବେକ୍ଷଣ କରି ଏହାର ଆୟତନ ମାପିବାର ସର୍ବନିମ୍ନ କ୍ଷମତା ନିର୍ଣ୍ଣୟ କରିବା ।

କାର୍ଯ୍ୟ ପ୍ରଣାଳୀ :
(i) ଏକ ମାପକ ସିଲିଣ୍ଡର ନେଇ ଏହାକୁ ଭଲଭାବରେ ଲକ୍ଷ୍ୟ କର ।
(ii) ଏହା ସର୍ବାଧ‌ିକ କେତେ ଆୟତନ ମାପିପାରିବ ତାହା ନିର୍ଦ୍ଧାରଣ କର ।
(iii) ପ୍ରତ୍ୟେକ ଦୁଇଟି ବଡ଼ ଚିହ୍ନ ମଧ୍ୟରେ ଥିବା ଆୟତନର ପାର୍ଥକ୍ୟକୁ ହିସାବ କର ।
(iv) ସେହି ବଡ଼ ଚିହ୍ନଗୁଡ଼ିକ ମଧ୍ୟରେ ଥିବା ଛୋଟ ବିଭାଜନ ସଂଖ୍ୟାକୁ ଗଣତି କର ।
(v) ଗୋଟିଏ ଛୋଟ ବିଭାଜନର ମୂଲ୍ୟ କେତେ ଆୟତନ ସୂଚାଉଛି ତାହା ଗଣନା କର ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 11
100 mL ମାପ ସିଲିଣ୍ଡର

ପର୍ଯ୍ୟବେକ୍ଷଣ :
(i) ସିଲିଣ୍ଡରଟିକୁ 100 mL ଭାବରେ ଚିହ୍ନିତ କରାଯାଇଛି । ତେଣୁ ଏହା
ସର୍ବାଧ‌ିକ 100 mL ପର୍ଯ୍ୟନ୍ତ ଆୟତନ ମାପ କରାଯାଇପାରିବ ।
(ii) ଦୁଇଟି ବଡ଼ ଚିହ୍ନ ମଧ୍ଯରେ ସୂଚିତ ଆୟତନର ପାର୍ଥକ୍ୟ ହେଉଛି 10 mL ।
(iii) ଦୁଇଟି ବଡ଼ ଚିହ୍ନ ମଧ୍ଯରେ 10 ଟି ଛୋଟ ବିଭାଜନ ଅଛି ।
ସିଦ୍ଧାନ୍ତ : ମାପକ ସିଲିଣ୍ଡରର ଛୋଟ ବିଭାଜନର ମାପ ଜାଣିବା ଦ୍ଵାରା
ତରଳ ପଦାର୍ଥର ଆୟତନକୁ ସଠିକ୍ ଭାବରେ ମାପ କରାଯାଇପାରିବ ।

ମାପକ ସିଲିଣ୍ଡରରେ 50 mL ଜଳ କିପରି ମାପ କରାଯାଏ :
କାର୍ଯ୍ୟ – ୫ : ଆସ 50 mL ଜଳ ମାପିବା

ଶିକ୍ଷଣର ଲକ୍ଷ୍ୟ : ଏକ ମାପକ ସିଲିଣ୍ଡରର ବ୍ୟବହାର କରି ତରଳ ପଦାର୍ଥର ଆୟତନ ସଠିକ୍ ଭାବରେ ମାପିବା ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 12
ଚିତ୍ର ମଫଳ ସିଲିଣ୍ଡରରେ ଜଳ କରିବା
କାର୍ଯ୍ୟ ପ୍ରଣାଳୀ :
ନିଜ ପାଠଙ୍କ ନିର୍ଣ୍ଣୟ କରିବା
(i) ଏକ ସମତଳ ପୃଷ୍ଠରେ ଏକ ସଫା ଓ ଶୁଖୁଲା ମାପକ ସିଲିଣ୍ଡର ରଖାଯାଉ ।
(ii) ମାପକ ସିଲିଣ୍ଡରରେ ଆବଶ୍ୟକ ଚିହ୍ନ ପର୍ଯ୍ୟନ୍ତ ଧୀରେ ଧୀରେ ଜଳ ଢଳାଯାଉ ।
(iii) ଯଦି ଆବଶ୍ୟକ ହୁଏ ଡ୍ରପର ସାହାଯ୍ୟରେ ଅଳ୍ପ ପରିମାଣର ଜଳ ମିଶାଇ କିମ୍ବା ବାହାର କରି ମାପକ ସିଲିଣ୍ଡରରେ ଜଳ ସ୍ତରକୁ 50 mL ଚିହ୍ନ ସହିତ ସମାନ କରାଯାଉ ।
(iv) ଧ୍ୟାନର ସହିତ ଲକ୍ଷ୍ୟ କଲେ ଆମେ ଦେଖୁବା ଯେ ମାପକ ସିଲିଣ୍ଡର ଭିତରେ ଜଳ ଏକ ବକ୍ର ପୃଷ୍ଠ ସୃଷ୍ଟି କରିଛି । ଏହି ବଜ୍ରପୃଷ୍ଠକୁ ତରଳ ବଜ୍ରପୃଷ୍ଠ (meniscus) କୁହାଯାଏ ।
(v) ଜଳ କିମ୍ବା ଅନ୍ୟାନ୍ୟ ରଙ୍ଗହୀନ ତରଳ ପଦାର୍ଥ ପାଇଁ ମେନିସ୍କସର ତଳ ଅଂଶ ସହିତ ମେଳ ଖାଉଥିବା ମାପକ ସିଲିଣ୍ଡରରେ ଥ‌ିବା ଚିହ୍ନକୁ ପଢାଯାଉ ।

ପର୍ଯ୍ୟବେକ୍ଷଣ :
(i) ପାଠ୍ୟଙ୍କଗୁଡ଼ିକୁ ଲକ୍ଷ୍ୟ କରିବା ସମୟରେ ଆଖୁ ଯେପରି ମେନିସ୍କସର ତଳ ଭାଗ ସହିତ ସମାନ ରହେ ତାହା ନିଶ୍ଚିତ କରାଯାଉ ।
(ii) ଏହା ଆବଶ୍ୟକ ସ୍ତର-ଅର୍ଥାତ୍ 50 mL ପହଞ୍ଚିବା ପରେ ଏହି ଜଳକୁ ଆବଶ୍ୟକ ପାତ୍ରଙ୍କୁ ସ୍ଥାନାନ୍ତର କରାଯାଉ । ରଙ୍ଗୀନ ତରଳ ପଦାର୍ଥ କ୍ଷେତ୍ରରେ ମାପକ ସିଲିଣ୍ଡରରେ ଥିବା ଚିହ୍ନ ମେନିସ୍କସ ଉପରେ ଅଂଶ ସହିତ ମେଳ ଖାଏ ।

ସିଦ୍ଧାନ୍ତ : ମାପକ ସିଲିଣ୍ଡରରେ ତରଳ ପଦାର୍ଥର ସଠିକ୍ ଆୟତନ ମାପିବା ପାଇଁ ତରଳର ବକ୍ରତଳକୁ ଆଖର ସିଧା ସ୍ତରରେ ରଖୁ ମାପ ନେବା ଅତ୍ୟନ୍ତ ଆବଶ୍ୟକ ।

ଆୟତନ (Volume) :
କୌଣସି ବସ୍ତୁ ଶୂନ୍ୟରେ ବା ତରଳ ପଦାର୍ଥରେ ଯେଉଁ ସ୍ଥାନ ଅଧିକାର କରେ ତାହାକୁ ଆୟତନ କହନ୍ତି । ଆୟତନ SI ଏକକ ଘନମିଟର ବା m । ଏହାର ଛୋଟ ଏକକ ଘନ ସେ.ମି. ବା cm ବା cc ହୋଇପାରିବ ।

ନିୟମିତ (Regular) ଆକୃତି କଠିନ ବସ୍ତର ଆୟତନ ନିର୍ଣ୍ଣୟ :

କାର୍ଯ୍ୟ – ୬ : ଆସି ଗଣନା କରିବା
ଶିକ୍ଷଣର ଲକ୍ଷ୍ୟ : ଏକ ନିୟମିତ ଆକୃତିର କଠିନ ବସ୍ତର ଆୟତନ ଏହାର ଲମ୍ବ, ପ୍ରସ୍ଥ, ଉଚ୍ଚତା ମାପି ଗଣନା କରିବା ।

କାର୍ଯ୍ୟ ପ୍ରଣାଳୀ :
(i) ନିଜ ପାଖରେ ଥିବା ଏକ ଘନାକୃତି ବସ୍ତୁ ବା ନୋଟ୍ ବୁକ୍ ସଂଗ୍ରହ କରାଯାଉ ।
(ii) ଏକ ସ୍କେଲ୍ ଦ୍ଵାରା ବସ୍ତୁଟିର ଲମ୍ବ (l), ପ୍ରସ୍ଥ (w) ଏବଂ ଉଚ୍ଚତା (h) ମାପ ।
ପର୍ଯ୍ୟବେକ୍ଷଣ : ମନେକର ଏକ ନୋଟ୍ ବୁକ୍‌ର ଦୈର୍ଘ୍ୟ (l) = 25 ସେ.ମି., ପ୍ରସ୍ଥ (b) = 12 ସେ.ମି. ଓ ଉଚ୍ଚତା (h)
= 2 ସେ.ମି. ।
ଆୟତନ = l × b × h
= 25 × 18 × 2
= 900 cm3
ସିଦ୍ଧାନ୍ତ : ନିୟମିତ ଆକୃତି ଧାରଣ କରିଥିବା କଠିନ ବସ୍ତୁର ନିର୍ଦ୍ଦିଷ୍ଟ ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା ଥାଏ । ଦୈର୍ଘ୍ୟ × ପ୍ରସ୍ଥ × ଉଚ୍ଚତାର ପରିମାଣ ଏହାର ଆୟତନ ସୂଚାଇଥାଏ ।

ଅନିୟମିତ ବସ୍ତ (Irregular bodies) ର ଆୟତନ ନିର୍ଣ୍ଣୟ :
କାର୍ଯ୍ୟ – ୭ : ଆସ ମାପ କରିବା
ଶିକ୍ଷଣର ଲକ୍ଷ୍ୟ : ଜଳ ଅପସାରଣ ପଦ୍ଧତି ମାଧ୍ୟମରେ ଅନିୟମିତ ଆକୃତିର କଠିନ ବସ୍ତଗୁଡ଼ିକର ଆୟତନ ନିର୍ଣ୍ଣୟ କରିବା ।
କାର୍ଯ୍ୟ ପ୍ରଣାଳୀ :
(i) ଚାରିପାଖରୁ ପଥର, ଧାତୁଚାବି ଭଳି ବିଭିନ୍ନ ବସ୍ତ ସଂଗ୍ରହ କରାଯାଉ ।
(ii) ଏକ ମାପକ ସିଲିଣ୍ଡରରେ ଇଚ୍ଛାନୁସାରେ ଯେ କୌଣସି ଆୟତନର ଜଳ ଭର୍ତ୍ତି କରାଯିବ, ଯେପରି 50 mL ଏବଂ ସାରଣୀରେ ପ୍ରାରମ୍ଭିକ ଆୟତନ ଲେଖୁ ରଖାଯାଉ ।
(iii) ଏକ ପଥରକୁ ସୂତା ସହିତ ବାନ୍ଧି ଧୀରେ ଧୀରେ ମାପକ ସିଲିଣ୍ଡରରେ ଭିତରକୁ ଓହ୍ଲାଇ ଦିଆଯାଉ ।
im-12
ଚିତ୍ର ମାପକ ସିଲିଣ୍ଡରରେ
ଜଳର ସ୍ତର (କ) ବସ୍ତୁ ବିନା (ଖ) ବସ୍ତ୍ ସହିତ
(iv) ଜଳ ସ୍ତର ବୃଦ୍ଧି ପରେ ଅନ୍ତିମ ଆୟତନ ଚିହ୍ନ ଦେଖୁ ଲେଖୁ ରଖୁ, ମନେକର, ଏହା 55 mL ହେଲା ।
(v) ବସ୍ତୁକୁ ମାପକ ସିଲିଣ୍ଡରରେ ରଖୁବା ପରେ ଅନ୍ତିମ ଆୟତନରୁ ପ୍ରାରମ୍ଭିକ ଆୟତନ ବିୟୋଗ କଲେ ଏହା ହେଉଛି ବସ୍ତର ଆୟତନ ।
(vi) ସାରଣୀରେ ପର୍ଯ୍ୟବେକ୍ଷଣଗୁଡ଼ିକ ଲେଖୁ ରଖୁବା ।

ସାରଣୀ ୯.୨ : ଅନିୟମିତ କଠିନର ଆୟତନ
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 13
(vii) ଏହି ପ୍ରକାରର ନିର୍ଣ୍ଣୟ କରାଯାଇଥିବା ବସ୍ତର (mL) ଏକକରେ ପ୍ରକାଶ କରାଯାଏ, ଯାହାକୁ କଠିନ ପଦାର୍ଥ ପାଇଁ ସମତୁଲ ଏକକ cm ରେ ଲେଖାଯାଇପାରିବ ।
ସିଦ୍ଧାନ୍ତ : କୌଣସି ଅନିୟମିତ ଆକୃତିର କଠିନ ବସ୍ତର ଆୟତନ ତାହାଦ୍ୱାରା ଅପସାରିତ ହେଉଥ‌ିବା ଜଳର ଆୟତନ ସହିତ ସମାନ ହୋଇଥାଏ । ଜଳରେ ବୁଡ଼ାଇ ସେହି ବୃଦ୍ଧି ପାଇଥିବା ଆୟତନ ମାପି ବସ୍ତର ଆୟତନ କରିହେବ ।

ପୃଥ‌ିବୀ ଗ୍ରହର ବଭିନ୍ନ ସ୍ତରଗୁଡ଼ିକର ସାନ୍ଦ୍ରତା :
ଭୂପୃଷ୍ଠରୁ ପୃଥ‌ିବୀର କେନ୍ଦ୍ର ଆଡ଼କୁ ରହିଥ‌ିବା ବିଭିନ୍ନ ସ୍ତରଗୁଡ଼ିକ ଯଥାକ୍ରମେ ଭୂଦ୍ରକ୍, ଉପର ମାଣ୍ଟାଲ, ନିମ୍ନ ମାଣ୍ଟାଲ, ବାହ୍ୟ କୋର୍ ଓ ଭିତର କୋର୍ ଅଟନ୍ତି । ଭୂପୃଷ୍ଠରୁ ପୃଥ‌ିବୀର କେନ୍ଦ୍ରଆଡ଼କୁ ତାପମାତ୍ରା ଓ ଚାପ ବୃଦ୍ଧିହେତୁ ଏହାର ସ୍ତରଗୁଡ଼ିକର ସାନ୍ଦ୍ରତା କ୍ରମଶଃ ବୃଦ୍ଧିପାଏ ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 14
ସାନ୍ଦ୍ରତା ଉପରେ ତାପମାତ୍ରା ଓ ଚାପର ପ୍ରଭାବ :
ତାପମାତ୍ରା ବୃଦ୍ଧିଘଟିଲେ କଠିନ, ତରଳ ଓ ଗ୍ୟାସୀୟ ପଦାର୍ଥର କଣିକାଗୁଡ଼ିକ ପରସ୍ପରଠାରୁ ଦୂରେଇ ଯାଆନ୍ତି । ଫଳରେ ସେମାନଙ୍କର ଆୟତନ ବୃଦ୍ଧିପାଏ ମାତ୍ର ବସ୍ତୁତ୍ଵର ପରିବର୍ତ୍ତନ ଘଟେ ନାହିଁ । ଆୟତନ ବୃଦ୍ଧିଯୋଗୁଁ ତାପମାତ୍ରା ବୃଦ୍ଧି କ୍ଷେତ୍ରରେ ସାନ୍ଦ୍ରତା କମିଯାଏ । ଏହି କାରଣରୁ ଗରମ ବାୟୁ ପୂର୍ଣ୍ଣ ବେଲୁନ୍ ଉପରକୁ ଉଠିଯାଏ ।
ଚାପ ବୃଦ୍ଧି ହେତୁ ଗ୍ୟାସଗୁଡ଼ିକର କଣିକା ନିକଟତର ହୁଅନ୍ତି । ଫଳରେ ଆୟତନ କମିଯାଏ ଏବଂ ସାନ୍ଦ୍ରତା ବୃଦ୍ଧିପାଏ । ତରଳ ପଦାର୍ଥ ଅସଙ୍କୋଚନୀୟ ହୋଇଥିବାରୁ ଏହାର ସାନ୍ଦ୍ରତା ଚାପଦ୍ଵାରା ସେତେ ପ୍ରଭାବିତ ହୁଏନାହିଁ । ଚାପ ପ୍ରୟୋଗ ଦ୍ଵାରା କଠିନ ପଦାର୍ଥ ସର୍ବନିମ୍ନ ପ୍ରଭାବିତ ହେବାଯୋଗୁଁ ସେଗୁଡ଼ିକର ସାନ୍ଦ୍ରତାରେ ପରିବର୍ତ୍ତନ ନଗଣ୍ୟ ହୁଏ ।

ବରଫ କାହିଁକି ଜଳରେ ଭାସେ ? :
4° C ତାପମାତ୍ରାରେ ଜଳ ସର୍ବାଧ‌ିକ ଓଜନପ୍ରାପ୍ତ ହୁଏ । ତାପମାତ୍ରା ୦° କୁ କମିଲେ ଜଳୁରୁ ଆଭ୍ୟନ୍ତରୀଣ ଗଠନରେ ପରିବର୍ତ୍ତନ ଘଟି ଏହାର ବରଫ ରୂପେ ଅଧୂକ ସ୍ଥାନ ନିଏ । ଆୟତନ ଅଧୁକ ଯୋଗୁଁ ସାନ୍ଦ୍ରତା କମିଯାଏ ।

Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ

ଆମେ ଯାହା ଜାଣିଲୁ

ସମତୁଲ ମିଶ୍ରଣ – ଯେଉଁ ମିଶ୍ରଣରେ ଉପାଦାନଗୁଡ଼ିକ ସମାନ ଭାବରେ ମିଶ୍ରିତ ହୁଏ ତାହାକୁ ସମତୁଲ ମିଶ୍ରଣ (Uniform Mixture) କହନ୍ତି ।
ଉଦାହରଣ : ଲୁଣ ଓ ଜଳର ମିଶ୍ରଣ, ଚିନି ଓ ଜଳର ମଶ୍ରଣ, ORS ଦ୍ରବଣ ପ୍ରଭୃତି ।

ଅସମତୁଲ ଦ୍ରବଣ – ଯେଉଁ ମିଶ୍ରଣରେ ଉପାଦାନଗୁଡ଼ିକ ସମାନ ଭାବରେ ମିଶି ନଥାଏ, ତାହାକୁ ଅସମତୁଲ ମିଶ୍ରଣ (Non-uniform Mixture) କୁହାଯାଏ ।
ଉଦାହରଣ : ଚକ୍ ଗୁଣ୍ଡ ଓ ବାଲିର ମିଶ୍ରଣ, କରତ ଗୁଣ୍ଡ ଓ ଜଳର ମିଶ୍ରଣ ଇତ୍ୟାଦି ।

ଦ୍ରବଣ (Solution) – ଗୋଟିଏ ସମତୁଲ ମିଶ୍ରଣ ଯାହାର ଉପାଦାନଗୁଡ଼ିକୁ ଖାଲିଆସ୍‌ରେ କିମ୍ବା ପରିବର୍ଷକ ଯନ୍ତ୍ର ସାହାଯ୍ୟରେ ଦେଖୁବା ସମ୍ଭବ ନୁହେଁ, ତାହାକୁ ଦ୍ରବଣ କହନ୍ତି । ଦ୍ରବଣର ଦୁଇ ପ୍ରକାର ଉପାଦାନ ହେଲା – ଦ୍ରବ (solute) ଓ ଦ୍ରାବକ (solvent) । ଏଣୁ ବୈଜ୍ଞାନିକ ଭାଷାରେ – ଦ୍ରବ + ଦ୍ରାବକ → ଦ୍ରବଣ

ଅସଂତୃପ୍ତ ଦ୍ରବଣ (Unsaturated Solution) – ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଯେଉଁ ଦ୍ରବଣ ତହିଁରେ ଆହୁରି ଅଧିକ ପରିମାଣରେ ଦ୍ରବ ଦ୍ରବୀଭୂତ କରିବାକୁ ଦେଇଥାଏ, ତାହାକୁ ଅସଂତୃପ୍ତ ଦ୍ରବଣ କୁହାଯାଏ ।

ସଂତୃପ୍ତ ଦ୍ରବଣ (Saturated Solution) – ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଯେଉଁ ଦ୍ରବଣ ତହିଁରେ ଆଉ ଅଧିକ ପରିମାଣରେ ଦ୍ରବ ଦ୍ରବୀଭୂତ କରିବାକୁ ଦିଏନାହିଁ, ତାହାକୁ ସଂତୃପ୍ତ ଦ୍ରବଣ କୁହାଯାଏ ।

ଲଘୁ ଓ ଘନ ଦ୍ରବଣ (Dilute and Concentrated Solution) ଦ୍ରବଣରେ ଦ୍ରବର ସାନ୍ଦ୍ରତାକୁ ଭିଭିକରି ଲଘୁ ଦବ୍ରଣ ଓ ଘନ ଦ୍ରବଣ ପ୍ରସ୍ତୁତ ହୁଏ । କମ୍ ପରିମାଣରେ ଦ୍ରବ ଥ‌ିବା ଦ୍ରବଣକୁ ଲଘୁ ଦ୍ରବଣ ଓ ଅଧୂକ ପରିମାଣରେ ଦ୍ରବଥୁବା ଦ୍ରବଣକୁ ଘନ ଦ୍ରବଣ କହନ୍ତି ।

ଦ୍ରବଣୀୟତା (Solubility) – ଏକ ନିର୍ଦ୍ଦିଷ୍ଟ ପରିମାଣର ଦ୍ରାବକ (ସାଧାରଣତଃ ୧୦୦ ମିଲିଲିଟର) ରେ ଯେଉଁ ସର୍ବାଧ‌ିକ ପରିମାଣର ଦ୍ରବ ଦ୍ରବୀଭୂତ ହୋଇପାରେ ତାହାକୁ ଦ୍ରବଣର ଦ୍ରବଣୀୟତା କୁହାଯାଏ । ଦ୍ରବଣୀୟତା ତାପମାତ୍ରା ଓ ଚାପ ଦ୍ଵାରା ପ୍ରଭାବିତ ହୁଏ ।

ସାନ୍ଦ୍ରତା (Density) – ବୈଜ୍ଞାନିକ ଭାଷାରେ ଏକକ ଆୟତନରେ ଥିବା ବସ୍ତର ବସ୍ତତ୍ଵକୁ ସାନ୍ଦ୍ରତା କୁହାଯାଏ ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 15
। ବସ୍ତର ସାନ୍ଦ୍ରତା ତାପମାତ୍ରା ଓ ଚାପଦ୍ଵାରା ପ୍ରଭାବିତ ହୁଏ ।

ଆପେକ୍ଷିକ ସାନ୍ଦ୍ରତା (Relative Density) – କୌଣସି ବସ୍ତର ସାନ୍ଦ୍ରତା ଓ ସମ ତାପମାତ୍ରାରେ ଜଳର ସାନ୍ଦ୍ରତାର ଅନୁପାତକୁ ଆପେକ୍ଷିକ ସାନ୍ଦ୍ରତା କହନ୍ତି । ଏହା ଏକ ଏକକ ବିହୀନ ସଂଖ୍ୟା ।

ବସ୍ତୁତ୍ଵ ଓ ଓଜନ (Mass and Weight ) – କୌଣସି ବସ୍ତୁରେ ଥିବା ପଦାର୍ଥର ପରିମାଣକୁ ବସ୍ତୁତ୍ଵ କହନ୍ତି କିନ୍ତୁ ବସ୍ତଠାରେ କାର୍ଯ୍ୟକାରୀ ହେଉଥ‌ିବା ପୃଥ‌ିବୀର ମାଧ୍ୟାକର୍ଷଣ ବଳକୁ ଓଜନ କହନ୍ତି ।

Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି: ମୌଳିକ, ଯୌଗିକ ଓ ମିଶ୍ରଣ

Go through BSE Odisha Class 8 Science Notes Odia Medium and Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି: ମୌଳିକ, ଯୌଗିକ ଓ ମିଶ୍ରଣ to understand important concepts and topics more clearly.

8th Class Science Chapter 8 Notes Odia Medium

BSE Odisha Class 8 Science Chapter 8 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ପଦାର୍ଥ ଓ ଏହାର ପ୍ରକାରଭେଦ (Matter & its Types) :
(i) ଆମ ଚତୁଃପାର୍ଶ୍ଵରେ ଥ‌ିବା ଯେଉଁ ସମସ୍ତ ବସ୍ତଗୁଡ଼ିକ ସଂସ୍ପର୍ଶରେ ଆମେ ଆସିଥାଉ, ବ୍ୟବହାର କରିଥାଉ କିମ୍ବା ଅନୁଭବ କରୁ, ସେଗୁଡ଼ିକୁ ପଦାର୍ଥ (Matter) କହନ୍ତି ।
(ii) ପଦାର୍ଥଗୁଡ଼ିକୁ ମୋଟାମୋଟି ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ, ଯଥା- ମିଶ୍ରଣ ଓ ବିଶୁଦ୍ଧ ପଦାର୍ଥ । (Mixture and pure substance).
(iii) ଦୁଇ ବା ତହିଁରୁ ଅଧିକ ପଦାର୍ଥ ଏକତ୍ର ହୋଇ ଗୋଟିଏ ପଦାର୍ଥ ଗଠନ କଲେ, ସେହି ପଦାର୍ଥକୁ ମିଶ୍ରଣ କହନ୍ତି । ମିଶ୍ରଣ ଦୁଇ ପ୍ରକାର ଯଥା ସମତୁଲ ମିଶ୍ରଣ ଓ ଅସମତୁଲ ମିଶ୍ରଣ ।
(iv) ଯେଉଁ ପଦାର୍ଥ ଗୁଡ଼ିକ କେବଳ ଏକ ପ୍ରକାରର କଣିକାମାନଙ୍କ ଦ୍ଵାରା ଗଠିତ, ସେଗୁଡ଼ିକୁ ବିଶୁଦ୍ଧ ପଦାର୍ଥ କହନ୍ତି । ମୌଳିକ ଓ ଯୌଗିକ ଗୁଡ଼ିକ ବିଶୁଦ୍ଧ ପଦାର୍ଥ ଅଟନ୍ତି ।
(v) ବାୟୁ ଏକ ସମତୁଲ ମିଶ୍ରଣ । ଜଳ ଏକ ଯୌଗିକ ପଦାର୍ଥ ଯାହା ଉଦ୍‌ଯାନ ଏବଂ ଅମ୍ଳଜାନରୁ ତିଆରି ।
(vi) ମୌଳିକ ପଦାର୍ଥ ଗୁଡ଼ିକ ବିଶୁଦ୍ଧ ପଦାର୍ଥ ଯାହା ସମଜାତୀୟ କ୍ଷୁଦ୍ରକଣିକା (ପରମାଣୁ)ରୁ ଗଠିତ । ମୌଳିକ ଗୁଡ଼ିକୁ ଧାତୁ, ଅଧାତୁ ଏବଂ ଉପଧାତୁ ଏହିପରି ତିନି ଭାଗରେ ବିଭକ୍ତ କରାଯାଇପାରେ ।
(vii) ଦୁଇ ବା ତହିଁରୁ ଅଧ‌ିକ ମୌଳିକ ପରସ୍ପର ମଧ୍ୟରେ ବନ୍ଧ ଗଠନ କରି ସଂଯୁକ୍ତ ହେଲେ ଯୌଗିକ ପଦାର୍ଥ ଗଠିତ ହୁଏ । ଜଳ, କଲିଚୂନ, ଅଙ୍ଗାରକାମ୍ଳ ଗ୍ୟାସ, ଚୂନପାଣି, ଚିନି, ହାଇଡ୍ରୋଜେନ ସଲଫାଇଡ଼ ପ୍ରଭୃତି ଯୌଗିକ ଅଟନ୍ତି ।
(viii) ମୌଳିକ, ଯୌଗିକ ଓ ମିଶ୍ରଣଗୁଡ଼ିକୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଏ ।

ଆମ ଚାରିପାଖରେ ଥ‌ିବା ମାଟି, ପାଣି, ପବନ, ବୃକ୍ଷଲତା, ଜୀବଜନ୍ତୁ ଏବଂ ଆମେ ବ୍ୟବହାର କରୁଥିବା ଖାଦ୍ୟ ପଦାର୍ଥ, ପୋଷାକ ପତ୍ର, ପୁସ୍ତକ, କ୍ରିଡ଼ାସାମଗ୍ରୀ ଯାନବାହାନ ଇତ୍ୟାଦି ସବୁଗୁଡ଼ିକ ପଦାର୍ଥ (Matter) ଅଟନ୍ତି । ପଦାର୍ଥଗୁଡ଼ିକ ମିଶ୍ରଣ କିମ୍ବା ବିଶୁଦ୍ଧ ପଦାର୍ଥ ଅଟନ୍ତି ।

ମିଶ୍ରଣ (Mixture)
(i) ଯେତେବେଳେ ଦୁଇ କିମ୍ବା ଅଧିକ ପଦାର୍ଥ ଏପରି ମିଶ୍ରିତ ହୁଏ ଯେ, ପ୍ରତ୍ୟେକ ପଦାର୍ଥ ଏହାର ଗୁଣ ବଜାୟ ରଖେ, ତାହାକୁ ମିଶ୍ରଣ କୁହାଯାଏ ।
(ii) ମିଶ୍ରଣ ତିଆରି କରୁଥିବା ପୃଥକ ପଦାର୍ଥଗୁଡ଼ିକ ମିଶ୍ରଣର ଉପାଦାନ (Component) କହନ୍ତି ।
(iii) ମିଶ୍ରଣର ଉପାଦାନଗୁଡ଼ିକ ପରସ୍ପର ସହିତ ରାସାୟନିକ ପ୍ରକ୍ରିୟା କରନ୍ତି ନାହିଁ ।
(iv) ମିଶ୍ରଣର ଉପାଦାନଗୁଡ଼ିକ ସହଜରେ ଯାନ୍ତ୍ରିକ ଉପାୟରେ ପରସ୍ପରଠାରୁ ଅଲଗା କରିହୁଏ ।
(v) ଆମେ ଖାଉଥ‌ିବା ଉପମା, ଗଜାମଞ୍ଜିସାଲାଡ୍, ଜଳରେ ଦ୍ରବିଦ୍ଭୁତ ଚିନି, ଲୁଣପାଣି, ଚା, ସୁପ୍, ଲେମ୍ବୁପାଣି ପ୍ରଭୃତି ମିଶ୍ରଣ ଅଟନ୍ତି ।
(vi) ମିଶ୍ରଣରେ ଉପାଦାନଗୁଡ଼ିକର ଅବସ୍ଥାନ ଦୃଷ୍ଟିରୁ ମିଶ୍ରଣକୁ ସମତୁଲ ଓ ଅସମତୁଲ (Uniform and Non-Uniform) ମିଶ୍ରଣ, ଏହିପରି ଦୁଇଭାଗରେ ବିଭକ୍ତ କରାଯାଇପାରେ ।

ସମତୁଲ ମିଶ୍ରଣ (Uniform Mixture):
କିଛି ମିଶ୍ରଣରେ ଏପରି ଉପାଦାନ ଥାଏ ଯାହାକୁ ପୃଥକ ଭାବରେ କିମ୍ବା ଅଣୁବୀକ୍ଷଣ ସାହାଯ୍ୟରେ ମଧ୍ୟ ଦେଖୁହୁଏ ନାହିଁ । ଏହି ପ୍ରକାରର ମିଶ୍ରଣରେ ଉପାଦାନଗୁଡ଼ିକ ସମାନ ଭାବରେ ମିଶିଥାଏ । ଏହାକୁ ସମତୁଲ ମିଶ୍ରଣ କହନ୍ତି । ଉଦାହରଣ ଚିନିପାଣି ଏବଂ ଲୁଣପାଣି ।
Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି ମୌଳିକ, ଯୌଗିକ ଓ ମିଶ୍ରଣ 10
ଚିନି ଏବଂ ଜଳର ସମତୁଲ ମିଶ୍ରଣ

ଅସମତୁଲ ମିଶ୍ରଣ (Non-Uniform Mixture)
ଯେଉଁ ମିଶ୍ରଣରେ ବିଭିନ୍ନ ଉପାଦାନଗୁଡ଼ିକ ସାଧାରଣ ଖାଲି ଆସ୍‌ରେ କିମ୍ବା ବର୍ଷକ/କାଚ ସାହାଯ୍ୟରେ ଦୃଶ୍ୟମାନ ହୁଏ, ସେଗୁଡ଼ିକୁ ଅସମତୁଲ ମିଶ୍ରଣ କହନ୍ତି । ଆମେ ଖାଉଥ‌ିବା ଉପମା ଓ ଗଜାମଞ୍ଜି ସାଲାଡ଼ ଅସମତୁଲ ମିଶ୍ରଣ ଅଟେ ।

ମିଶ୍ରଧାତୁ (Alloy) ଏକ ସମତୁଲ ମିଶ୍ରଣ
ଧାତୁ ସହିତ ଧାତୁ କିମ୍ବା ଧାତୁ ସହ ଅଧାତୁ ବା ଉପଧାତୁର ମିଶ୍ରଣରେ ଯେଉଁ ପଦାର୍ଥ ତିଆରି ହୁଏ ତାହାକୁ ମିଶ୍ରଧାତୁ ବା ଏଲୟ କହନ୍ତି । ମିଶ୍ରଧାତୁରେ ଉପାଦାନଗୁଡ଼ିକ ସମାନ ଭାବରେ ମିଶ୍ରିତ ହୋଇଥାଏ ଯେପରିକି ମିଶ୍ରଣଟିର ସବୁଅଂଶ ସମାନ ଦେଖାଯାଏ । ମିଶ୍ରଧାତୁର କୌଣସି ଗୋଟିଏ ଉପାଦାନ ଅନ୍ୟଠାରୁ ପୃଥକ କରାଯାଇପାରିବ ନାହିଁ । ମିଶ୍ରଧାତୁରେ ବାସନକୁସନ, ବିଭିନ୍ନ ପାତ୍ର ଏବଂ ଅନ୍ୟାନ୍ୟ ପଦାର୍ଥ ତିଆରି ହୁଏ । ମିଶ୍ରଧାତୁର ଉଦାହରଣ
(i) ଲୌହ, କ୍ରୋମିୟମ, ନିକେଲ ଏବଂ ଅଳ୍ପ ପରିମାଣରେ କାର୍ବନର ମିଶ୍ରଣରୁ ତିଆରି ଷ୍ଟେନ୍‌ଲେସ୍ ଷ୍ଟିଲ । ଏଥୁରେ କଳଙ୍କି ଲାଗେନାହିଁ ।
(ii) ତମ୍ବା ଓ ଦସ୍ତାରୁ ତିଆରି ପିତଳ ।
(iii) ତମ୍ବା ଓ ଟିଣରୁ ତିଆରି ବ୍ରୋଞ୍ଜ ।
(iv) ମିଶ୍ରଧାତୁ ବା ଏଲୟ ଗୋଟିଏ ସମତୁଲ ମିଶ୍ରଣ ।

ମିଶ୍ରଧାତୁର ଔଷଧୀୟ ଗୁଣ :
(i) ଦୁଇ କିମ୍ବା ଅଧ୍ବକ ଧାତୁର ମିଶ୍ରଣକୁ ମିଶ୍ରଲୌହ ନାମ ଦିଆଯାଇଥୁଲା, ଯାହାର ଧର୍ମ ନିଜର ଗଠନକାରୀ ଧାତୁଠାରୁ ଭିନ୍ନ ଥିଲା ।
(ii) ପ୍ରାଚୀନ ଭାରତୀୟ ଗ୍ରନ୍ଥଗୁଡ଼ିକ ଯେପରିକି ସୁଶ୍ରୁତ ସଂହିତା, ରଚକ ସଂହିତା, ରସଜଳନିଧ୍ୟ, ରସରନ୍ ସମୁଚ୍ଚୟ ଇତ୍ୟାଦି ଗ୍ରନ୍ଥରେ ଔଷଧୀୟ ଉଦ୍ଦେଶ୍ୟରେ ଏହି ମିଶ୍ରଣର ବ୍ୟବହାର ବିଷୟରେ ଉଲ୍ଲେଖ କରାଯାଇଛି ।
(iii) ଉଦାହରଣସ୍ୱରୂପ ବ୍ରୋଞ୍ଜ, ଯାହାକୁ କାଂସ୍ୟ ମଧ୍ୟ କୁହାଯାଏ, ତାହା ତମ୍ବା ଚାରିଭାଗ ଓ ଟିଣ ଏକ ଭାଗରେ ତିଆରି ।
(iv) ଏହା ପାଚକ ଶକ୍ତି ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାପାଇଁ ବ୍ୟବହୃତ ହେଉଥିଲା ।

Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି: ମୌଳିକ, ଯୌଗିକ ଓ ମିଶ୍ରଣ

ବାୟୁ ଏକ ସମତୁଲ ମିଶ୍ରଣ :
(i) ବାୟୁ ମୁଖ୍ୟତଃ ଯବକ୍ଷାରଜାନ, ଅମ୍ଳଜାନ, ଆର୍ଗନ୍, ଅଙ୍ଗାରକାମ୍ଳ ଓ ଜଳୀୟ ବାଷ୍ପର ଏକ ସମତୁଲ ମିଶ୍ରଣ ।
(ii) ଏଥୁମଧ୍ୟରୁ ଅମ୍ଳଜାନ ଅଧିକାଂଶ ସଜୀବ ପ୍ରାଣୀଙ୍କ ବଞ୍ଚିବାପାଇଁ ନିରନ୍ତର ଆବଶ୍ୟକ । ଏହା ଦହନରେ ମଧ୍ୟ ସାହାଯ୍ୟ କରେ ।
(iii) ଯବକ୍ଷାରଜାନ, ଯାହା ବାୟୁର ପ୍ରାୟ ୭୮% ଅଟେ । ଏହା ଦହନରେ ଅଂଶ ଗ୍ରହଣ କରେ ନାହିଁ ।
(iv) ବାୟୁରେ ଜଳୀୟବାଷ୍ପ ରହିଛି । ଯେତେବେଳେ ଉଷ୍ମ ବାୟୁ ଏକ ଶୀତଳ ପୃଷ୍ଠକୁ ସ୍ପର୍ଶ କରେ, ଜଳୀୟ ବାଷ୍ପ ଜଳରେ ପରିଣତ ହୁଏ ଏବଂ ଛୋଟ ଛୋଟ ଜଳବୁନ୍ଦା ସୃଷ୍ଟି କରେ ।
(v) ଆମେ ନିଶ୍ଵାସ ଛାଡୁଥ‌ିବା ବାୟୁରେ ଅଙ୍ଗାରକାମ୍ଳ ଉପସ୍ଥିତି ଥାଏ । ଆସ, ବାୟୁରେ ଅଙ୍ଗାରକାମ୍ଳ ଉପସ୍ଥିତି ବିଷୟରେ ନିଶ୍ଚିତ ହେବା ।

କାର୍ଯ୍ୟ – ୧ : ଆସ ପରୀକ୍ଷା କରିବା
ବୟୁରେ ଅଙ୍ଗାରକାମ୍ଳର ଉପସ୍ଥିତି ଜାଣିବାପାଇଁ ପରୀକ୍ଷା
(i) ଏକ କାଚପାତ୍ର ନିଆଯାଉ ଏବଂ ଏହାର ଅଧା ଜଳରେ ପୂର୍ଣ୍ଣ କରାଯାଉ ।
(ii) ଏଥ‌ିରେ ଧୀରେ ଧୀରେ ଅଳ୍ପ ପରିମାଣ ର କ୍ୟାଲ ସିୟମ ଅକ୍ସାଇଡ୍ (କଲିଚୂନ) ମିଶାଯାଉ ।
(iii) କ୍ୟାଲସିୟମ୍ ଅକ୍‌ସାଇଡ୍ ପାଣି ସହିତ ଖୁବ୍ ଜୋର ରେ ପ୍ରତି କ୍ରି ୟା କରି କ୍ୟାଲସିୟମ୍ ହାଇଡ୍ରୋକ୍‌ସାଇଡ୍ ସୃଷ୍ଟି କରିବ ଏବଂ ତାପ ନିର୍ଗତ ହେବ ।
(iv) କ୍ୟାଲ୍‌ସିୟମ ହାଇଡ୍ରୋକ୍‌ସାଇଡ୍ ଦ୍ରବଣ ତିଆରି କରିବାପାଇଁ ଗୋଟିଏ କାଠିରେ ନିର ନ୍ତ ର ଘଣ୍ଟାଯାଉ । ଏହି ଦ୍ରବଣ କୁ ଚୂନ ପାଣି କୁହାଯାଏ ।
Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି ମୌଳିକ, ଯୌଗିକ ଓ ମିଶ୍ରଣ 1
କାର୍ବନ ଡାଇଅକ୍ସାଇଡ୍ ଉପସ୍ଥିତିରେ ଚୁନ ଜଳ କ୍ଷୀର ଭଳି ହୋଇଯାଏ ।
(v) ଏହାକୁ ଛାଣି ଏହାର ରଙ୍ଗ ପର୍ଯ୍ୟବେକ୍ଷଣ କରାଯାଉ ।
(vi) ଏହି ରଙ୍ଗହୀନ ଦ୍ରବଣକୁ କିଛି ସମୟପାଇଁ ଏକ କାଚପାତ୍ରରେ (Ptri dish) ରଖାଯାଉ ।
(vii) ନିୟମିତ ବ୍ୟବଧାନରେ ଦ୍ରବଣକୁ ଘଣ୍ଟାଯାଉ ।
(viii) ଏହା ଦୁଧୂଆ ବର୍ଷ ଧାରଣ କରିବ ।
(vi) ଯେତେବେଳେ ଅଙ୍ଗାରକାମ୍ଳ କ୍ୟାଲସିୟମ୍ ହାଇଡ୍ରୋକ୍‌ସାଇଡ୍ ସହିତ ପ୍ରତିକ୍ରିୟା କରେ କ୍ୟାଲସିୟମ୍ କାର୍ବୋନେଟ୍ (ଅଦ୍ରବଣୀୟ ଧଳା କଣିକା) ଓ ଜଳ ତିଆରି କରେ । ତେଣୁ ଚୂନପାଣି ଦୁଧୂ ଦେଖାଯାଏ । ଯେହେତୁ ଚୂନପାଣି ବାୟୁ ସଂସ୍ପର୍ଶରେ ଆସିଲେ ଦୁଧୂଆ ବର୍ଷ ଧାରଣ କରେ, ଏହି କାର୍ଯ୍ୟ ବାୟୁରେ କାର୍ବନ ଡାଇଅକ୍‌ସାଇଡର ଉପସ୍ଥିତି ଦର୍ଶାଏ ।
କ୍ୟାଲସିୟମ୍ ହାଇଡ୍ରୋକ୍ସାଇଡ଼୍ + ଅଙ୍ଗାରକାମ୍ଳ = କ୍ୟାଲସିୟମ କାର୍ବୋନେଟ୍ + ଜଳ

ଧୂଳି କଣିକା (Dust Particles) :
(i) ବାୟୁରେ ଗ୍ୟାସ ବ୍ୟତୀତ ଅନ୍ୟ କିଛି ଥ‌ିବାର ଦେଖାଯାଏ ।
(ii) ସୂର୍ଯ୍ୟରଶ୍ମି ସହ କିଛି ଭାସୁଥିବା ଉଜ୍ଜ୍ଵଳ କ୍ଷୁଦ୍ର କଣିକା ଛାତର ଏକ ଛୋଟ ରନ୍ଧ୍ର ଦେଇ ଏକ ଅନ୍ଧାର କରାଯାଏ । କୋଠରୀରେ ପ୍ରବେଶ କରୁଥିବା ଲକ୍ଷ୍ୟ
(iii) ଏହି କଣିକାଗୁଡ଼ିକ ହେଉଛି ଧୂଳି କଣିକା

କାର୍ଯ୍ୟ – ୨ : ଆସ ଅନ୍ଵେଷଣ କରିବା
ବାୟୁରେ ଧୂଳିକଣିକାର ଅନ୍ଵେଷଣ :
(i) କଳା କାଗଜଟିଏ ନିଆଯାଉ । ନିଶ୍ଚିତ କରାଯାଉ ଯେ ଏଥିରେ କୌଣସି ଦୃଶ୍ୟମାନ ଧୂଳି କଣିକା ନାହିଁ ।
(ii) କଳା କାଗଜକୁ ଖୋଲା ଝରକା ପାଖରେ (ଚିତ୍ର ୮.୬କ) କିମ୍ବା ବଗିଚାରେ କିଛି ଘଣ୍ଟା ପାଇଁ ସ୍ଥିର ଭାବରେ ରଖାଯାଉ ।
(iii) ଏହାର ପୃଷ୍ଠରେ ଛୋଟ କଣିକାଗୁଡ଼ିକ ଲାଗିଥ‌ିବା ଦେଖୁବା । କଣିକାଗୁଡ଼ିକୁ ଅଧ୍ବକ ନିକଟରୁ ଦେଖିବାପାଇଁ ଏକ ବର୍ଷକ କାଚ ବ୍ୟବହାର କରିପାରିବା ।
(iv) ଏହା ଦର୍ଶାଏ ଯେ ଧୂଳି କଣିକାଗୁଡ଼ିକ ବାୟୁରେ ଭାସୁଥାନ୍ତି ।
(v) ସେମାନେ ବାୟୁର ଏକ ଅବିଚ୍ଛେଦ୍ୟ ଅଂଶ ନୁହଁନ୍ତି, ସେଥୁପାଇଁ ପ୍ରଦୂଷକ (pollutant) ଅଟନ୍ତି ।
(vi) ବାୟୁରେ ଧୂଳି କଣିକାର ପ୍ରକୃତି ଏବଂ ସଂଖ୍ୟା ସମୟ ଏବଂ ସ୍ଥାନ ଅନୁସାରେ ଭିନ୍ନ ହୋଇପାରେ ।
Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି ମୌଳିକ, ଯୌଗିକ ଓ ମିଶ୍ରଣ 2
କଳା କାଗଜ
(କ) ଧୂଳି କଣିକା ବିନା
(ଖ) ଧୂଳି କଣିକା ସହିତ

ବସ୍ତୁର ପ୍ରଦୂଷକ (Air pollutants) :
(i) ବାୟୁରେ ଉପସ୍ଥିତ ମୁଖ୍ୟ ପ୍ରଦୂଷକ ହେଉଛି (କାଳି, ଧୂଳି) କଣିକା ମନୋକ୍‌ସାଇଡ୍, ଓଜୋନ୍, ନାଇଟ୍ରୋଜେନ୍ ଡାଇଅକ୍‌ସାଇଡ୍ ଏବଂ ପରି ପଦାର୍ଥ ଏବଂ କାର୍ବନ ସଲଫର୍ ଡାଇଅକ୍‌ସାଇଡ୍ ପରି ଗ୍ୟାସ ।
(ii) ବାୟୁ ଗୁଣବତ୍ତା ସୂଚକ (Air Quality Index-AQI)ଙ୍କ ଦ୍ଵାରା ବାୟୁ ଗୁଣବତ୍ତା ମପା ଯାଇପାରେ ।

ବିଭିନ୍ନ ପ୍ରକାରର ମିଶ୍ରଣ :

କ୍ର.ନଂ. ମିଶ୍ରଣ ପ୍ରକାର ଉଦାହରଣ ସମତୁଲ ବା ଅସମତୁଲ
୧. ଗ୍ୟାସ ଓ ଗ୍ୟାସ ବାୟୁ ସମତୁଲ
୨. ଗ୍ୟାସ ଓ ତରଳ ସୋଡ଼ାପାଣି, ଜଳରେ ଦ୍ରବୀଭୂତ ଅମ୍ଳଜାନ ସମତୁଲ
୩. କଠିନ ଓ ଗ୍ୟାସ ବାୟୁରେ ଅଙ୍ଗାରକ କଣିକା ଅସମତୁଲ
୪. ତରଳ ଓ ତରଳ ଜଳରେ ଏସିଟିକ୍ ଏସିଡ୍, ତେଲ ଓ ଜଳ ସମତୁଲ | ଅସମତୁଲ
୫. କଠିନ ଓ ତରଳ ବାଲି ଓ ଜଳ, ସମୁଦ୍ର ପାଣି ଅସମତୁଲ
୬. କଠିନ ଓ କଠିନ ବେକିଙ୍ଗ୍ ପାଉଡ଼ର (ବେକିଙ୍ଗ ସୋଡ଼ା ଓ ଟାର୍ଟାରିକ ଅମ୍ଳ ମିଶ୍ରଣ) ମିଶ୍ରଧାତୁ ସମତୁଲ

ଅପମିଶ୍ରଣ (Adulteration) :
ଅପମିଶ୍ରଣ ହେଉଛି ଏକ ଅବୈଧ ପ୍ରକ୍ରିୟା ଯାହାଦ୍ଵାରା ଶସ୍ତା କିମ୍ବା
ମିଶା ଯାଇଥାଏ । ଏହା ସାଧାରଣତଃ ଜିନିଷର ପରିମାଣ ବୃଦ୍ଧି କରିବା କିମ୍ବା ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବାପାଇଁ କରାଯାଏ । ତଥାପି ଏହା ଉତ୍ପାଦନର ଗୁଣବତ୍ତା ହ୍ରାସ କରେ । ଏହି ଉତ୍ପାଦ ସ୍ଵାସ୍ଥ୍ୟପାଇଁ ବିପଜ୍ଜନକ ହୋଇପାରେ ।

ବିଶୁଦ୍ଧ ପଦାର୍ଥ (Pure Substance) :
ବିଜ୍ଞାନରେ ଏକ ବିଶୁଦ୍ଧ ପଦାର୍ଥ ହେଉଛି ସେହି ପଦାର୍ଥ ଯହିଁରେ ଅନ୍ୟ କୌଣସି ପଦାର୍ଥ ନଥାଏ । ବିଶୁଦ୍ଧ ପଦାର୍ଥକୁ କୌଣସି ଭୌତିକ ପ୍ରକ୍ରିୟାଦ୍ଵାରା ଅନ୍ୟ ପ୍ରକାରର ପଦାର୍ଥରେ ପୃଥକ କରାଯାଇପାରିବ ନାହିଁ । ବୈଜ୍ଞାନିକଙ୍କ ଭାଷାରେ ବିଶୁଦ୍ଧ ପଦାର୍ଥର ଅର୍ଥ ପଦାର୍ଥଟି ଏକ ପ୍ରକାର କଣିକାରେ ଗଠିତ । ବିଶୁଦ୍ଧ ପଦାର୍ଥ ସାଧାରଣତଃ ଦୁଇ ପ୍ରକାର ଯଥା— ମୌଳିକ ଓ ଯୌଗିକ (Element and compound) ।

ଜଳ ଗୋଟିଏ ବିଶୁଦ୍ଧ ପଦାର୍ଥ :
ଜଳକୁ ଥଣ୍ଡା କରିବାଦ୍ଵାରା ଏହା ବରଫରେ ପରିଣତ ହୁଏ । ଫୁଟାଇବା ସମୟରେ ଏହା ବାଷ୍ପରେ ପରିଣତ ହୁଏ । ଆମେ ବରଫକୁ ଗରମ କରି ଜଳ ଏବଂ ଜଳୀୟ ବାଷ୍ପକୁ ଥଣ୍ଡାକରି ଜଳକୁ ପୁନର୍ବାର ପାଇପାରିବା । ଏହା ପ୍ରମାଣିତ କରୁଛି ଯେ ଏହି ପ୍ରକ୍ରିୟାଗୁଡ଼ିକରେ ଜଳ କଣିକାଗୁଡ଼ିକ ସମାନ ରହିଥାଏ । ଏଣୁ ଜଳ ଏକ ବିଶୁଦ୍ଧ ପଦାର୍ଥ ।

ଜଳର ବିଦ୍ୟୁତ ବିଶ୍ଳେଷଣ :
ନିରାପତ୍ତା ପ୍ରତି ଧ୍ୟାନ ଏହି ପରୀକ୍ଷାଟି ଶିକ୍ଷକଙ୍କ ତତ୍ତ୍ଵାବଧାନରେ କରାଯିବା ଉଚିତ । ଗନ୍ଧକାମ୍ଳ (ସଲଫ୍ୟୁରିକ ଏସିଡ୍) ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ପରୀକ୍ଷାରେ ଲିଥ୍ୟମ– ଆୟନ ବ୍ୟାଟେରୀ ବ୍ୟବହାର କରାଯିବା ଉଚିତ ନୁହେଁ ।
(i) ଦୁଇଟି ଛୋଟ ପରୀକ୍ଷା ନଳୀ, ଏକ ବିକର କିମ୍ବା ଏକ କାଚ ପାତ୍ର ଏବଂ ଏକ 9V ବ୍ୟାଟେରୀ ସଂଗ୍ରହ କରାଯାଉ ।
(ii) ବିକରର ୨/୩ ଅଂଶ ଜଳରେ ପୂରଣ କରାଯାଉ ଏବଂ ସେଥ‌ିରେ କିଛି ବୁନ୍ଦା ଲଘୁଗନ୍ଧକାମ୍ଳ (dilute shulphuric acid) ମିଶାଯାଉ ।
(iii) ବିକରରୁ ନିଆଯାଇଥିବା ଜଳରେ ଉଭୟ ଛୋଟ ପରୀକ୍ଷା ନଳୀ ପୂର୍ଣ୍ଣ ଭାବରେ ପୂରଣ କରାଯାଉ ।
(iv) ବି କର ଭିତରେ ଏକ ୨V ବ୍ୟାଟେରୀ ରଖାଯାଉ ।
(v) ବ୍ୟାଟେରୀର ପ୍ରତ୍ୟେକ ମେରୁ ଦ୍ଵୟ ପାଖରେ ଜଳ ଥିବା ପରୀକ୍ଷା ନଳୀ ଦୁଇଟିକୁ ଓଲଟାଇ ସତର୍କତାର ସହ ରଖାଯାଉ ।
(vi) କିଛି ସମୟ ଅପେକ୍ଷା କରାଯାଉ ।
(vii) ପରୀକ୍ଷା ନଳୀ ଭିତରେ ଉଭୟ ମେରୁରେ ଭିନ୍ନ ଭିନ୍ନ ଗ୍ୟାସ୍ ବାହାରୁଥ‌ିବା
(viii) ଏହାକୁ ୧୦ ରୁ ୧୫ ମିନିଟ୍ ପାଇଁ ଜାରି ରହିବାକୁ ଦିଆଯାଉ ।
(ix) ପ୍ରତ୍ୟେକ ପରୀକ୍ଷା ନଳୀରେ ସଂଗୃହୀତ ଗ୍ୟାସ୍ ଆୟତନ ପର୍ଯ୍ୟବେକ୍ଷଣ କରାଯାଉ ।
(x) ଉଭୟ ପରୀକ୍ଷା ନଳୀରେ ସଂଗୃହୀତ ଗ୍ୟାସ୍‌ର ଆୟତନ ସମାନ ହେବନାହିଁ ।
(xi) ଏହି ପରୀକ୍ଷା ନଳୀଗୁଡ଼ିକୁ ଗୋଟିଏ ଗୋଟିଏ କରି ସତର୍କତାର ସହିତ ବାହାର କରାଯାଉ ।
(xii) ପରୀକ୍ଷା ନଳୀ ମୁଖ ପାଖରେ ଏକ ଜଳନ୍ତା ମହମବତୀ ଆଣି ଏହି ଗ୍ୟାସ୍‌ଗୁଡ଼ିକୁ ଗୋଟିଏ ଗୋଟିଏ କରି ପରୀକ୍ଷା କରାଯାଉ ।
(xiii) ଦୁଇଟି ପରୀକ୍ଷା ନଳୀରେ ଥ‌ିବା ଗ୍ୟାସ୍‌ଗୁଡ଼ିକୁ ପରୀକ୍ଷା କରିବାପାଇଁ ପ୍ରତ୍ୟେକ ପରୀକ୍ଷା ନଳୀର ମୁହଁ ପାଖକୁ ଏକ ଜଳନ୍ତା ମହମବତୀ ଆଣ । ଗୋଟିକରୁ ଏକ ‘ପପ୍’ ଶବ୍ଦ ଶୁଣାଯାଇ ପାରିବ ଯାହା ଉଦ୍‌ଜାନ ଗ୍ୟାସ୍‌ର ଉପସ୍ଥିତିକୁ ସୂଚିତ କରେ ।
(xiv) ଅନ୍ୟ ପରୀକ୍ଷା ନଳୀର ମୁହଁରେ ଜଳନ୍ତା ମହମବତୀ ଦେଖାଇଲେ ତାର ଶିଖା ଅଧ୍ୟକ ଉଜ୍ଜ୍ବଳ ହେବ, ଏହା ଅମ୍ଳଜାନ ଗ୍ୟାସ୍ ଉପସ୍ଥିତିକୁ ନିଶ୍ଚିତ କିରବ ।
Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି ମୌଳିକ, ଯୌଗିକ ଓ ମିଶ୍ରଣ 3
Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି ମୌଳିକ, ଯୌଗିକ ଓ ମିଶ୍ରଣ 4
ଗ୍ୟାସ୍ ପ୍ରକୃତି ପରୀକ୍ଷା- (କ) ହାଇଡ୍ରୋଜେନ୍ (ଖ) ଅମ୍ଳଜାନ

ପରୀକ୍ଷାରୁ ଜଣାପଡ଼ିଲା ଜଳ ଦୁଇଟି ଭିନ୍ନ ଉପାଦାନ ଯଥା— ଉଦ୍‌ଜାନ ଓ ଅମ୍ଳଜାନକୁ ନେଇ ଗଠିତ । ଜଳ → ଉଦ୍‌ଜାନ + ଅମ୍ଳଜାନ
ଜଳ ମଧ୍ୟରେ ବିଦ୍ୟୁତ୍ ପ୍ରବାହିତ ହେଲେ ଏହା ଉଦ୍‌ଜାନ ଓ ଅମ୍ଳଜାନରେ ବିଘଟିତ ହୁଏ । ଏହି ପ୍ରକ୍ରିୟା ଗୋଟିଏ ରାସାୟନିକ ପରିବର୍ତ୍ତନ ଅଟେ ।

ମୌଳିକ ପଦାର୍ଥ (Element) :
(i) ଯେଉଁ ପଦାର୍ଥଗୁଡ଼ିକ ସମାନ ପ୍ରକାରର କଣିକା ବା ପରମାଣୁ ଦ୍ଵାରା ଗଠିତ, ସେଗୁଡ଼ିକୁ ମୌଳିକ ପଦାର୍ଥ କହନ୍ତି ।
(ii) ଗୋଟିଏ ମୌଳିକର କଣିକାଗୁଡ଼ିକ ଅନ୍ୟ ଏକ ମୌଳିକର କଣିକାମାନଙ୍କ ଠାରୁ ଭିନ୍ନ ।
(iii) ମୌଳିକଗୁଡ଼ିକ ଏପରି ପଦାର୍ଥ ଯାହାକୁ ଆହୁରି ସରଳ ପଦାର୍ଥରେ ପରିଣତ କରାଯାଇପାରିବ ନାହିଁ ।
(iv) ମୌଳିକଗୁଡ଼ିକ ସମସ୍ତ ପଦାର୍ଥର ଗଠନର ଉତ୍ସ ଅଟନ୍ତି । ପ୍ରତ୍ୟେକ ପଦାର୍ଥର ଗଠନର ମୂଳ ପଦାର୍ଥ ହେଉଛି ମୌଳିକ ।
(v) ମୌଳିକ ପଦାର୍ଥଗୁଡ଼ିକୁ ଧାତୁ, ଅଧାତୁ ଓ ଉପଧାତୁ ଏହିପରି ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ ।
(vi) ସୁନା, ରୂପା, ତମ୍ବା, ଲୁହା, ସୋଡ଼ିୟମ, ପୋଟାସିୟମ, କ୍ୟାଲସିୟମ, ପାରଦ, ସୀସା ପ୍ରଭୃତି ଧାତୁ ଅଟନ୍ତି ।
(vii) ଉଦ୍‌ଯାନ, ଅମ୍ଳଜାନ, ଯବକ୍ଷାରଜାନ, ଫ୍ଲୋରିନ୍, କ୍ଲୋରିନ୍ ବ୍ରୋମିନ୍, ଆୟୋଡି଼ନ, ଗନ୍ଧକ, ଫସଫରସ ପ୍ରଭୃତି ମୌଳିକ ଅଧାତୁ ଅଟନ୍ତି ।
(viii) ବୋରନ୍, ସିଲିକନ, ଜର୍ମାନିୟମ, ଆର୍ସେନିକ, ଏଣ୍ଟ୍ରିମନି, ଟେଲୁରିୟମ ଓ ପୋଲୋନିୟମ ପ୍ରଭୃତି ୭ଟି ମୌଳିକ ଉପଧାତୁ ଅଟନ୍ତି । ଏମାନଙ୍କଠାରେ ଧାତୁ ଓ ଅଧାତୁର ମଧ୍ୟବର୍ତ୍ତୀ ଗୁଣ ରହିଥାଏ ।

ମୌଳିକମାନଙ୍କ ବିଷୟରେ ବିଶେଷ ତଥ୍ୟ :
ବର୍ତ୍ତମାନ ଜଣାଯାଇଥିବା ମୌଳିକ ସଂଖ୍ୟା ୧୧୮ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ କଠିନ ଅବସ୍ଥାରେ ଥାଆନ୍ତି ।
୧୧ଟି ମୌଳିକ ସାଧାରଣ ତାପମାତ୍ରାରେ ଗ୍ୟାସୀୟ ଅବସ୍ଥାରେ ଥାଆନ୍ତି । ସେଗୁଡ଼ିକ ଉଦଯାନ, ଅମ୍ଳଜାନ, ଯବକ୍ଷାରଜାନ, ଫ୍ଲୋରିନ୍, କ୍ଲୋରିନ, ହିଲିୟମ, ନିୟନ, ଆର୍ଶନ, କ୍ରିପ୍‌ଟନ, ଜେନନ୍ ଓ ରାଡ଼ନ୍ ।
କେବଳ ଦୁଇଟି ମୌଳିକ ସାଧାରଣ ତାପମାତ୍ରାରେ ତରଳ ଅବସ୍ଥାରେ ରହନ୍ତି, ଯଥା- ପାରଦ (ଧାତୁ) ଓ ବ୍ରୋମିନ (ଅଧାତୁ) ।
ଗାଲିୟମ ଏବଂ ସିଜିୟମ କଠିନ ମୌଳିକ ହେଲେ ମଧ୍ୟ ସେମାନେ ପ୍ରାୟ 30° C ତାପମାତ୍ରାରେ ତରଳ ଅବସ୍ଥା ଧାରଣ କରନ୍ତି ।

ମୌଳିକର କଣିକାମାନଙ୍କର ସ୍ଵାଧୀନ ସ୍ଥିତି :
ମୌଳିକମାନଙ୍କର କ୍ଷୁଦ୍ରତ୍ତମ କଣିକାକୁ ପରମାଣୁ (Atom) କହନ୍ତି ।
ଅଧିକାଂଶ ମୌଳିକର ପରମାଣୁ ସ୍ଵାଧୀନ ଭାବରେ ତିଷ୍ଠି ପାରନ୍ତି ନାହିଁ ।
ଏହିପରି ଦୁଇ କିମ୍ବା ଅଧ୍ଵ ପରମାଣୁ ମିଶି ସେହି ମୌଳିକର ଏକ ସ୍ଥାୟୀ କଣିକା ବା ଅଣୁ (Molecule) ଗଠନ କରନ୍ତି ।
ଦୁଇଟି ଉଦ୍‌ଜାନ ପରମାଣୁ ମିଶି ଉଦଜାନର ଗୋଟିଏ ଅଣୁ ଗଠନ କରନ୍ତି । ସେହିପରି ଦୁଇଟି ଅମ୍ଳଜାନ ପରମାଣୁ ମିଶି ଅମ୍ଳଜାନର ଗୋଟିଏ ଅଣୁ ଗଠନ କରନ୍ତି ।

ମୋବାଇଲ ଫୋନ୍‌ରେ ମୌଳିକର ବ୍ୟବହାର :
ମୋବାଇଲ୍ ଫୋନ୍ ତିଆରି କରିବାରେ ଆଲୁମିନିୟମ, ସୁନା, ଲିଥ୍ୟମ୍, କୋବାଲ, ସିଲିକନ୍, ତମ୍ବା, ରୂପା ପ୍ରଭୃତି ୪୫ରୁ ଅଧ‌ିକ ଭିନ୍ନ ଭିନ୍ନ ମୌଳିକ ବ୍ୟବହୃତ ହୁଏ, ମୋବାଇଲ ଫୋନ୍‌ର ପରଦା, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ଉପାଦାନ ଉଲ୍ଲିଖ୍ତ ମୌଳିକରୁ ତିଆରି ହୁଏ ।

Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି: ମୌଳିକ, ଯୌଗିକ ଓ ମିଶ୍ରଣ

ଯୌଗିକ ପଦାର୍ଥ (Compound) :
(i) ଯେତେବେଳେ ବିଭିନ୍ନ ଉପାଦାନ ନିର୍ଦ୍ଦିଷ୍ଟ ଅନୁପାତରେ ମିଳିତ ହୋଇ ସମ୍ପୂର୍ଣ୍ଣ ନୂତନ ପଦାର୍ଥ ଗଠନ କରନ୍ତି, ସେହି ନୂତନ ପଦାର୍ଥକୁ ଯୌଗିକ ପଦାର୍ଥ କହନ୍ତି ।
(ii) ଯୌଗିକ ପଦାର୍ଥର ଧର୍ମ ସେହି ଯୌଗିକ ଗଠନ କରୁଥିବା ମୌଳିକ ପଦାର୍ଥଗୁଡ଼ିକର ଗୁଣଠାରୁ ଭିନ୍ନ ଅଟେ ।
(iii) ଏକ ଯୌଗିକର ମୌଳିକଗୁଡ଼ିକୁ କୌଣସି ଭୌତିକ ପଦ୍ଧତିଦ୍ଵାରା ପୃଥକ କରାଯାଇପାରିବ ନାହିଁ ।
(iv) ଜଳ ଏକ ଯୌଗିକ ପଦାର୍ଥ ଯହିଁରେ ଉଦଜାନ ଏବଂ ଅମ୍ଳଜାନ ପରମାଣୁର ଅନୁପାତ 2 : 1 ନରମଧାତୁ
ସୋଡ଼ିୟମ ଏବଂ ବିପଦଜନକ ଗ୍ୟାସ କ୍ଲୋରିନ ମିଶି ସ୍ଵାଦ ବର୍ଷକ ପଦାର୍ଥ ସୋଡ଼ିୟମ କ୍ଲୋରାଇଡ଼ (Nacl) ବା ଖାଇବା ଲୁଣ ଗଠନ କରନ୍ତି । ଏହି ସୋଡ଼ିୟମ କ୍ଲୋରାଇଡ୍ ଏକ ଯୌଗିକ ଯହିଁରେ ସୋଡ଼ିୟମ ଏବଂ କ୍ଲୋରିନ ପରମାଣୁ ସଂଖ୍ୟାର ଅନୁପାତ 1 : 1 |

କାର୍ବନ, ଉଦ୍‌ଜାନ ଏବଂ ଅମ୍ଳଜାନଦ୍ୱାରା ଗଠିତ ପଦାର୍ଥ ଚିନି ମଧ୍ଯ ଏକ ଯୌଗିକ ପଦାର୍ଥ ।

କାର୍ଯ୍ୟ ୩ : ଆସ ପରୀକ୍ଷା କରିବା
ଚିନିରେ ଥିବା ମୌଳିକ ପଦାର୍ଥ ଜାଣିବାପାଇଁ ପରୀକ୍ଷା : (ପରୀକ୍ଷାଟି ଶିକ୍ଷକଙ୍କ ଉପସ୍ଥିତିରେ କରାଯିବା ଆବଶ୍ୟକ)
(i) ଏକ ଚାମଚ ଚିନିକୁ ପରୀକ୍ଷା ନଳୀରେ ନିଆଯାଉ ।
(ii) ଚିତ୍ର କରେ ଦେଖାଯାଇଥିବା ପରି ଏହାକୁ ଧୀରେ ଧୀରେ ଗରମ କରାଯାଉ ।
(iii) ଚିନିକୁ ଗରମ କଲେ ଏହା ବାଦାମୀ ରଙ୍ଗ ହୁଏ । (ଚିତ୍ର ଖ) ତା’ପରେ ଏହା ପୋଡ଼ି କଳା ପଡ଼ିବାକୁ ଆରମ୍ଭ କରେ ।
(iv) ପରୀକ୍ଷା ନଳୀର ଖୋଲା ମୁହଁ ନିକଟରେ କ୍ଷୁଦ୍ର ଜଳ ବିନ୍ଦୁ ଦେଖୁରିବା । ଏହି ଜଳ କେଉଁଠାରୁ ଆସିଲା ? ଏହା ଶୁଖୁଲା ଚିନିରେ ଥିଲା ବୋଲି ଜଣାପଡ଼ିବ ।
(v) ଜଳିବା ପରେ କ’ଣ ଅବଶେଷ ରହିଗଲା ? ଏହା କାଠ ଅଙ୍ଗାର ବା ଚାର୍ କୋଲ୍ (carbon) ଅଟେ । ଏହାକୁ ଏକ କାଚ ପାତ୍ରରେ ରଖ୍ ଜଳାଇଲେ ଏହା କୋଇଲା ପରି ଜଳିବାର ଦେଖାଯିବ ।
(vi) ଉତ୍ତାପ ପାଇଲେ ଚିନିର ବିଘଟନ ଘଟି ଅଙ୍ଗାରକ (carbon) ଏବଂ ଜଳ ସୃଷ୍ଟିହୁଏ ।
(vii) ଯେହେତୁ ଜଳ, ଉଦ୍‌ଜାନ୍ ଏବଂ ଅମ୍ଳଜାନରେ ଗଠିତ, ତେଣୁ ଚିନି ଏକ ମୌଳିକ ହୋଇ ନପାରେ ।
(viii) ଏଣୁ କୁହାଯାଇପାରେ ଯେ, ଅଙ୍ଗାରକ, ଉଦ୍‌ଜାନ୍ ଓ ଅମ୍ଳଜାନର ଏକ ରସାୟନିକ ଯୌଗିକ ପଦାର୍ଥ ହେଉଛି ଚିନି ।
Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି ମୌଳିକ, ଯୌଗିକ ଓ ମିଶ୍ରଣ 5
ଟ୍ୟୁବ୍‌ରେ ଗରମ ଚିନି

ଯୌଗିକ କିପରି ଗଠିତ ହୁଏ, ଜାଣିବାପାଇଁ ପରୀକ୍ଷଣ (ପ୍ରଦର୍ଶନ କାର୍ଯ୍ୟ)
(i) (ବିଶେଷ ନିରାପତ୍ତା ପ୍ରତିଧ୍ୟାନ ପରୀକ୍ଷଣ ଶିକ୍ଷକଙ୍କ ମାର୍ଗ ଦର୍ଶନରେ କରାଯିବା ଆବଶ୍ୟକ । ଧୂମ୍ର ନିଷ୍କାସନ ବ୍ୟବସ୍ଥା ଥିବା କିମ୍ବା ମୁକ୍ତ ବାୟୁ ଚଳାଚଳ ସ୍ଥାନରେ ଏହି କାର୍ଯ୍ୟ କରାଯିବା ଉଚିତ । ଉତ୍ପନ ଗ୍ୟାସକୁ ଆଘ୍ରାଣ କରାଯିବ ନାହିଁ ।)
(i) ପ୍ରଥମେ 5.6 ଗ୍ରାମ୍ ଲୁହାଗୁଣ୍ଡ ଓ 3.2 ଗ୍ରାମ ଗନ୍ଧକ ଗୁଣ୍ଡର ମିଶ୍ରଣକୁ ଏକ ୱାଚ୍ ଗ୍ଲାସରେ ନିଆଯାଉ । ଏଥ‌ିରେ ଲୁହାଗୁଣ୍ଡ ଓ ଗନ୍ଧକଗୁଣ୍ଡ ପୃଥକଭାବେ ଦୃଷ୍ଟିଗୋଚର ହେଉଥ‌ିବାରୁ, ଏହା ଏକ ଅସମତୁଲ ମିଶ୍ରଣ ।
(ii) ଏହି ମିଶ୍ରଣ ନମୁନା ‘କ’ ହେଉ ଏବଂ ଏହି ମିଶ୍ରଣରୁ ଅଧା ଏକ ଚିନାମାଟି କପ୍‌ରେ ନେଇ ମିଶ୍ରଣକୁ ଧୀରେ ଧୀରେ ଗରମ କରାଯାଉ ।
(iii) ଚିନାମାଟି ପାତ୍ରରେ ଉତ୍ପନ କଳାରଙ୍ଗର ପଦାର୍ଥକୁ ଥଣ୍ଡା କରିବାପରେ ଏକ ହେମଦସ୍ତାରେ ଗୁଣ୍ଡ କରାଯାଉ ।
Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି ମୌଳିକ, ଯୌଗିକ ଓ ମିଶ୍ରଣ 6
(କ) ଲୁହା ଗୁଣ୍ଡ (ଖ) ସଲ୍‌ଫର ପାଉଡ଼ର
(iv) ଗୁଣ୍ଡକୁ ଅନ୍ୟ ଏକ ୱାଚ ଗ୍ଲାସରେ ରଖ୍ ନମୁନା ‘ଖ’ ରୂପେ ଚିହ୍ନଟ କରାଯାଉ ।
(v) ନମୁନା ‘କ’ର ରଙ୍ଗର ଧୂସର-ହଳଦିଆ ଓ ନମୁନା ‘ଖ’ରେ ଥ‌ିବା ପଦାର୍ଥର ରଙ୍ଗ କଳାହେବ । ନମୁନା ‘କ’ରେ ଥ‌ିବା ପଦାର୍ଥ ବିନ୍ୟାସ ଶୁଷ୍କ, ଦାନାଦାର ଓ ନରମ ଅସମତୁଲ ମିଶ୍ରଣ ଏବଂ ନମୁନା ‘ଖ’ରେ ଥିବା ପଦାର୍ଥର ବିନ୍ୟାସ କଳା-ଧୂଷର, ଭଙ୍ଗୁରପ୍ରବଣ ବା ଧାତବ ଦ୍ୟୁତି ସମ୍ପନ୍ନ ସ୍ଫଟିକ ଆକୃତିର ଗୁଣ୍ଡରେ ପରିଣତ ହେବ ।
(vi) ନମୁନା ‘କ’ରେ ଥ‌ିବା ପଦାର୍ଥ (ଲୁହାଗୁଣ୍ଡ ଓ ଗନ୍ଧକ ଗୁଣ୍ଡ) ଉପରେ ଚୂମ୍ବକ ବୁଲାଇଲେ ଏହା ଲୁହାଗୁଣ୍ଡକୁ ଆକର୍ଷଣ କରିବ । ଫଳରେ ଲୁହାଗୁଣ୍ଡ ଓ ଗନ୍ଧକ ଗୁଣ୍ଡ ପରସ୍ପରଠାରୁ ପୃଥକ ହୋଇଯିବ । ନମୁନା ‘ଖ’ରେ ଥ‌ିବା ପଦାର୍ଥ ଉପରେ ଚୁମ୍ବକ ବୁଲାଇଲେ ଏହା ପଦାର୍ଥକୁ ଆକର୍ଷଣ କରିବ ନାହିଁ, କାରଣ ଏଥ‌ିରେ ଆଇରନ ସଲଫାଇଡ୍ ନାମକ ଯୌଗିକ ସୃଷ୍ଟି ହେବ ।
ଲୁହା + ଗନ୍ଧକ → ଆଇରନ୍ ସଲଫାଇଡ଼୍
(vii) ବର୍ତ୍ତମାନ ପରୀକ୍ଷା ନଳୀର ନମୁନା ‘କ’ରୁ ଅଳ୍ପ କିଛି ନେଇ ସେଥ‌ିରେ କିଛି ବୁନ୍ଦା ଲଘୁ ଲବଣାମ୍ଳ ମିଶାଯାଉ । (ଲବଣାମ୍ଳ ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ)
(viii) ପର୍ଯ୍ୟବେକ୍ଷଣ କଲେ କିଛିଗ୍ୟାସ ନିର୍ଗତ ହେବ । ଏହି ଗ୍ୟାସର ନାମ ଉଦ୍‌ଯାନ ।
ଲୁହା + ଲଘୁ ଲବଣାମ୍ଳ → ଆଇରନ୍ କ୍ଲୋରାଇଡ୍ + ଉଦ୍‌ଜାନ ଗ୍ୟାସ
(ix) ହାତ ପାପୁଲିରେ ଆଡ଼େଇ ନିର୍ଗତ ଗ୍ୟାସ ଆଘ୍ରାଣ କରେ ଏହା ଗନ୍ଧହିନ ଜଣାପଡ଼ିବ ।
(x) ପରୀକ୍ଷା ନଳୀର ମୁହଁ ନିକଟରେ ଏକ ଜଳନ୍ତା ମହମବତୀ କିମ୍ବା ଡିଆସିଲି କାଠିରüଲେ ଗ୍ୟାସ୍‌ ‘ପପ୍’ ଶବ୍ଦକରି ଜଳିଉଠିବ । ଏଣୁ ଗ୍ୟାସଟି ଉଦ୍‌ଯାନ ଗ୍ୟାସ ଅଟେ ।
(xi) ନମୁନା ‘ଖ’ରେ ଥ‌ିବା ପଦାର୍ଥରେ କିଛି ବୁନ୍ଦା ଲଘୁ ଲବଣାମ୍ଳ ମିଶାଇଲେ ଗୋଟିଏ ଗ୍ୟାସ ଉତ୍ପନ ହେବ ଯେଉଁ ଗ୍ୟାସଟି ପଚାଅଣ୍ଡା ଗନ୍ଧ ସୃଷ୍ଟି କରିବ ।
ଉକ୍ତ ଗ୍ୟାସଟି ହେଉଛି ହାଇଡ୍ରୋଜେନ ସଲଫାଇଡ୍ ।
Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି ମୌଳିକ, ଯୌଗିକ ଓ ମିଶ୍ରଣ 7
Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି ମୌଳିକ, ଯୌଗିକ ଓ ମିଶ୍ରଣ 8
ନମୁନା ‘ଖ’ ରେ ଘଟୁଥ‌ିବା ପରିବର୍ତ୍ତନ – ଲୁହା + ଗନ୍ଧକ → ଲୌହ ସଲଫାଇଡ୍
ଲୌହ ସଲଫାଇଡ୍ + ଲଘୁ ଲବଣାସ୍କ → ଲୌହ କ୍ଲୋରାଇଡ୍ + ହାଇଡ୍ରୋଜେନ ସଲଫାଇଡ୍
ଉକ୍ତ ପରୀକ୍ଷାରେ ବ୍ୟବହୃତ ପଦାର୍ଥଗୁଡ଼ିକ ମଧ୍ୟରେ ଲୁହା ଓ ଗନ୍ଧକ ଦୁଇଟି ମୌଳିକ । ଆଇନରନ୍‌ ସଲଫାଇଡ଼, ଲବଣାମ, ଲୌହ କ୍ଲୋରାଇଡ୍ ଏବଂ ହାଇଡ୍ରୋଜେନ ସଲଫାଇଡ୍ ପରି ପଦାର୍ଥଗୁଡ଼ିକ ଯୌଗିକ ଅଟନ୍ତି ।

ମୌଳିକ ପଦାର୍ଥ, ଯୌଗିକ ପଦାର୍ଥ ଏବଂ ମିଶ୍ରଣର ବ୍ୟବହାର :
ମୌଳିକ ପଦାର୍ଥର ବ୍ୟବହାର :
(i) ଆମେ ଶ୍ଵାସକ୍ରିୟାରେ ବ୍ୟବହାର କରୁଥିବା ବାୟୁରେ ଅମ୍ଳଜାନ ଓ ଯବକ୍ଷାରଜାନ ପ୍ରଭୃତି ମୌଳିକ ଥାଏ ।
(ii) ଜୀବନ ପାଇଁ ଅତ୍ୟାବଶ୍ୟକ ଜଳରେ ଉଦ୍‌ଜାନ ଓ ଅମ୍ଳଜାନ ପରି ଦୁଇଟି ମୌଳିକ ଥାଏ ।
(iii) ଲୁହା, ତମ୍ବା, ଦସ୍ତ ଓ ଏଲୁମିନିୟମ୍ ପରି ମୌଳିକ ଗୁଡ଼ିକର ସମତୁଲ ମିଶ୍ରଣ, ଏଲୟ ଭାବେ ବ୍ୟବହାର ହୁଏ ।
(iv) ମୌଳିକଗୁଡ଼ିକ ବିଭିନ୍ନ ଯୌଗିକ ଓ ମିଶ୍ରଣ ତିଆରିରେ ବ୍ୟବହୃତ ହୁଅନ୍ତି । ବିଭିନ୍ନ ମିଶ୍ରଧାତୁ ବା ଏଲୟ ମୌଳିକଗୁଡ଼ିକର ସମତୁଲ ମିଶ୍ରଣ ।
(v) ଖଣିଜ ପଦାର୍ଥରେ ଥିବା ସୁନା, ରୂପା, ତମ୍ବା ପ୍ରଭୃତି ମୂଲ୍ୟବାନ ମୌଳିକ ଥାଏ ।
(vi) ପ୍ରତିଟି ପଦାର୍ଥ ଏକ ବା ଏକାଧ୍ଵକ ମୌଳିକରୁ ସୃଷ୍ଟି ।

ଯୌଗିକ ପଦାର୍ଥର ବ୍ୟବହାର :
(i) ଅଙ୍ଗାରକାମ୍ଳ ଏକ ଯୌଗିକ ଯାହା ଉଦ୍ଦିଦର ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ହୁଏ ।
(ii) ସୋଡ଼ିୟମ କ୍ଲୋରାଇଡ଼, ସୋଡ଼ିୟମ୍ କାର୍ବୋନେଟ୍, ସୋଡ଼ିୟମ୍ ବାଇକାର୍ବୋନେଟ, ବ୍ଲିଚିଂପାଉଡ଼ର ପ୍ରଭୃତି ଯୌଗିକ ଭିନ୍ନଭିନ୍ନ କାର୍ଯ୍ୟରେ ଲାଗିଥାଏ ।
(iii) ଏମୋନିଆ, ଏମୋନିୟମ୍ ସଲଫେଟ୍, କ୍ୟାଲ୍‌ସିୟମ ଫସଫେଟ୍, ପ୍ରଭୃତି ଯୌଗିକ ରାସାୟନିକ ସାର ପ୍ରସ୍ତୁତିରେ
ଲାଗେ ।
(iv) ମିଥେନ୍, ଇଥେନ୍, ମ୍ୟୁଟେନ୍, ପ୍ରଭୃତି ଯୌଗିକ ଇନ୍ଧନ ଭାବେ ବ୍ୟବହାର ହୁଏ ।
(v) କେତେକ ଯୌଗିକରୁ ବିଭିନ୍ନ ପ୍ରକାରର ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତ ହୁଏ ।
(vi) ବିଭିନ୍ନ ଅମ୍ଳଗୁଡ଼ିକ ରାସାୟନିକ ଶିଳ୍ପ ଓ ବିଜ୍ଞାନଗାରରେ ବ୍ୟବହୃତ ହୁଏ ।
(vii) ଖଣିଜ ପଦାର୍ଥଗୁଡ଼ିକରେ ବିଭିନ୍ନ ପ୍ରକାରର ଧାତବ ଓ ଅଧାତବ ଯୌଗିକ ଥାଏ ।

ମିଶ୍ରଣର ବ୍ୟବହାର :
(i) ମିଶ୍ରଧାତୁଗୁଡ଼ିକରୁ ବାସନକୁସନ ଓ ଅନ୍ୟାନ୍ୟ ପଦାର୍ଥ ତିଆରି ହୁଏ ।
(ii) ଦୈନନ୍ଦିନ ଜୀବନରେ ବିଭିନ୍ନ ମିଶ୍ରଣ ବ୍ୟବହାର ଉପଯୋଗୀ ହୁଏ ।
(iii) ମିଶ୍ରଣ ମଧ୍ୟ ଔଷଧରୂପେ ବ୍ୟବହାର କରାଯାଏ ।

ଗ୍ରାଫିକ୍ ଏରୋଜେଲ୍ ଏହା କାର୍ବନରୁ ପ୍ରସ୍ତୁତ ପୃଥିବୀର ସବୁଠାରୁ ହାଲୁକା ପଦାର୍ଥ । ଛିଦ୍ରଯୁକ୍ତ ହୋଇଥିବାରୁ ଏହାର ଶୋଷଣ କ୍ଷମତା ଅଧ‌ିକ । ପରିବେଶ ସଫାକରିବା ପଦାର୍ଥଭାବେ, ସମୁଦ୍ର ଓ ସ୍ଥଳଭାଗରେ ତୈଳସ୍ତର ସଫାକରିବା କାର୍ଯ୍ୟରେ ଏହା ବ୍ୟବହୃତ ହୁଏ । ଶକ୍ତି ସଞ୍ଚୟକାରୀ ଉପକରଣ ଏବଂ କୋଠାଘରେ ସ୍ଵତନ୍ତ୍ର ପ୍ରଲେପ ତିଆରି କରିବାରେ ଉପଯୋଗୀ ହୋଇଥାଏ ।

ଭାରତୀୟ କଳାରେ ମୌଳିକ, ଯୋଗିକ ଏବଂ ମିଶ୍ର ମିଶ୍ରଣର ବ୍ୟବହାର
(i) ଢୋକ୍ରା କଳା (Dhokra Art) ହେଉଛି ବିହାର ଏବଂ ଓଡ଼ିଶାର ଏକ ପ୍ରାଚୀନ ଆଦିବାସୀ କଳା, ଯେଉଁଥିରେ ପ୍ରକୃତିଦ୍ଵାରା ଅନୁପ୍ରାଣିତ ସୁନ୍ଦର ଆକୃତି ସୃଷ୍ଟି କରିବା ପାଇଁ ବିଭିନ୍ନ ଧାତୁ ବ୍ୟବହାର କରାଯାଏ । ଏହି ପ୍ରକ୍ରିୟା ମହୁମାଛି ମହମ (bee wax)ରେ ଏକ ଆକୃତି ପ୍ରସ୍ତୁତିରୁ ଆରମ୍ଭ ହୁଏ । ଏହି ମହମ ମଡ଼େଲକୁ ମାଟିରେ ଆଚ୍ଛାଦିତ କରି ଏକ ଛାଞ୍ଚ କରାଯାଏ ।
(iii) ମାଟି କଠିନ ହେବା ପରେ ମହମକୁ ତରଳାଯାଏ ଏବଂ ଏହା ଏକ ଫାଙ୍କା ସ୍ଥାନ ଛାଡ଼ିଥାଏ ।
(iv) ଏହି ସ୍ଥାନଟି ତରଳ ପିତ୍ତଳ କିମ୍ବା କଂସାରେ ପରିପୂର୍ଣ୍ଣ କରାହୋଇଥାଏ ।
Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି ମୌଳିକ, ଯୌଗିକ ଓ ମିଶ୍ରଣ 9
ଢୋକ୍ରା କଳା ଚିତ୍ର
(v) ଏହା ‘ଢୋକ୍ରା’ କଳାକୁ ଶକ୍ତିଶାଳୀ କରିଥାଏ ଏବଂ ଏହାକୁ ଏକ ଚକଚକିଆ ସୁବର୍ଣ୍ଣ ରଙ୍ଗ ଦେଇଥାଏ ।
(vi) ଚିତ୍ରଗୁଡ଼ିକ ପ୍ରାୟତଃ ପ୍ରାଣୀ, ମଣିଷ ଏବଂ ପ୍ରକୃତିକୁ ଦର୍ଶାଏ ।
(vii) ଢୋକ୍ରାକାଳା ଆଦିବାସୀ ସୃଜନଶୀଳତା ଏବଂ ପରମ୍ପରାକୁ ପ୍ରତିଫଳିତ କରେ ।

Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି: ମୌଳିକ, ଯୌଗିକ ଓ ମିଶ୍ରଣ

ପାଠ୍ୟପୁସ୍ତକସ୍ଥ ଅନୁସନ୍ଧାନ ଓ ଚିନ୍ତନ ପ୍ରଶ୍ନୋତ୍ତର

ପାର୍ଶ୍ୱସ୍ଥ ଚିତ୍ରରେ ଥବା କେଉଁ ବସ୍ତ ପଦାର୍ଥକୁ ଗଠିତ ଏବଂ କେଉଁଟି ନୁହେଁ ?
ବସ୍ତଗୁଡ଼ିକ ସାଧାରଣତଃ ଏକ ବା ଏକାଧ୍ଵକ ପଦାର୍ଥ ରୁ ଗଠିତ ହୋଇଥାଏ । ପଦାର୍ଥରୁ ଗଠିତ ବସ୍ତୁଗୁଡ଼ିକ ହେଲା : ସ୍କୁଲ୍ କୋଠା, ଧାତୁରେ ରେଲିଂ, ବହି, ବ୍ୟାଗ୍, ପାଣିବୋତଲ, ବାଡ଼ି, ଖାଦ୍ୟ ବାକ୍ସ, ପୋଷାକ ।

ଏକ ଯୌଗିକ ପଦାର୍ଥ ଗଠନ ପାଇଁ ମୌଳିକଗୁଡ଼ିକୁ କିପରି ଏକାଠି କରାଯାଇପାରିବ ?
ରାସାୟନିକ ପ୍ରତିକ୍ରିୟା ଦ୍ଵାରା, ମୌଳିକ ଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ମିଶି ଏକ ଯୌଗିକ ଗଠନ କରନ୍ତି । ଉଦାହରଣ-1 : ଉଦ୍‌ଜାନ, କ୍ଲୋରିନ୍ ସହିତ ମିଶି ହାଇଡ୍ରୋଜେନ୍ କ୍ଲୋରାଇଡ୍ ଯୌଗିକ ସୃଷ୍ଟି କରେ ।
ଉଦଜାନ (H2) + କ୍ଲୋରିନ୍ (Cl2) → 2 × ହାଇଡ୍ରୋଜେନ୍ କ୍ଲୋରାଇଡ୍ (HCl)
ଉଦାହରଣ – 2 : ଉଦ୍‌ଜାନ ଅମ୍ଳଜାନ ସହିତ ମିଶି ଜଳ (HO) ସୃଷ୍ଟି କରେ ।
2 × ଉଦ୍‌ଜାନ (H2) + ଅମ୍ଳଜାନ (02) → 2 × ଜଳ (H2O)
ବାୟୁରୁ ଅଙ୍ଗାରକାମ୍ଳ ଗ୍ୟାସ ଶୋଷଣ କରୁଥିବା ଏକ ଯୌଗିକର ଆବିଷ୍କାର ପରିବେଶ ଗତ ସମସ୍ୟାର କିପରି ସମାଧାନ କରିପାରିବ ?
ପୋଟାସିୟମ ହାଇଡ୍ରକ୍ସାଇଡ଼୍ କିମ୍ବା ସୋଡ଼ିୟମ୍ ହାଇଡ୍ରକ୍ସାଇଡ଼୍ ଭଳି ଶକ୍ତିଶାଳୀ କ୍ଷାର ବାୟୁରେ ଉପସ୍ଥିତ ଅଙ୍ଗାରକାମ୍ଳ ସହିତ ପ୍ରତିକ୍ରିୟା କରି ଏହାକୁ ଶୋଷି ନେଇପାରନ୍ତି ।

ଏହା ସହିତ, ପଲିଥୁନ୍ ଇମାଇନ୍ ଭଳି ବିଶେଷ ପଲିମର, ସକ୍ରିୟ ଅଙ୍ଗାର ଭଳି ଛିଦ୍ରଯୁକ୍ତ ପଦାର୍ଥ ଏବଂ ଉଭିଦ ଭଳି ପ୍ରାକୃତିକ ଶୋଷକ ଗୁଡ଼ିକ ବାୟୁରୁ ଅଙ୍ଗାରକାମ୍ଳକୁ ଧରି ରଖିବାରେ ସାହାଯ୍ୟ କରିଥାଏ । ଏହି ପ୍ରକ୍ରିୟାଦ୍ଵାରା ପୃଥ‌ିବୀର ବାୟୁମଣ୍ଡଳରୁ କାର୍ବନ ଡାଇଅକ୍ସାଇଡ୍ ଶୋଷଣ କରାଯାଇ ଗ୍ଲୋବାଲ୍ ୱାମିଂ ହ୍ରାସ କରାଯାଇପାରିବ ।

Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

Go through BSE Odisha Class 8 Science Notes Odia Medium and Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା to understand important concepts and topics more clearly.

8th Class Science Chapter 6 Notes Odia Medium

BSE Odisha Class 8 Science Chapter 6 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ

ଚାପ (pressure):
ଏକକ କ୍ଷେତ୍ରଫଳ ଉପରେ କାର୍ଯ୍ୟ କରୁଥିବା ବଳର ପରିମାଣକୁ ଚାପ କହନ୍ତି ।
Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 1
ଏହି ବଳ ପୃଷ୍ଠତଳ ଉପରେ ଲମ୍ବ ଭାବରେ କାର୍ଯ୍ୟକରିଥାଏ ।

ଏକକ:
ବଳର ଆନ୍ତର୍ଜାତୀୟ ମାନକ (SI) ଏକକ ନିଉଟନ ବା N
ଏବଂ କ୍ଷେତ୍ରଫଳର ଆନ୍ତର୍ଜାତୀୟ ମାନକ (SI) ଏକକ ବର୍ଗ ମିଟର ବା m2
ଏଣୁ ଚାପର ଆନ୍ତର୍ଜାତୀୟ ମାନକ (SI) ଏକକ ନିଉଟନ/ବର୍ଗମିଟର ବା \(\frac{\mathrm{N}}{\mathrm{~m}^2}\)
ବୈଜ୍ଞାନିକ ବ୍ଲାଇଜ୍ ପାସକେଲ୍‌ଙ୍କ ନାମ ଅନୁସାରେ ଚାପର SI ଏକକ ପାସକେଲ ବା Pa ହୋଇପାରିବ ।
ଏଣୁ \(\frac{\mathrm{N}}{\mathrm{~m}^2}\) = Pa

ଯଦି 100 N ବଳ ଗୋଟିଏ 2m2 କାର୍ଡ଼ବୋର୍ଡ଼ ଉପରେ ପ୍ରୟୋଗ କରାଯାଏ ।
ତେବେ ଉକ୍ତ କାର୍ଡ଼ବୋହୂ ଉପରେ ଚାପର ପରିମାଣ = \(\frac{100 \mathrm{~N}}{2 \mathrm{~m}^2}\) = 50\(\frac{\mathrm{N}}{\mathrm{~m}^2}\)ବା 50 Pa ହେବ ।
କଠିନ, ତରଳ ଓ ଗ୍ୟାସିୟ ପଦାର୍ଥ ସମସ୍ତେ ଚାପ ପ୍ରଦାନ କରିବାକୁ ସକ୍ଷମ ।

  • ବଳ ସମାନ ଥାଇ କ୍ଷେତ୍ରଫଳ ବୃଦ୍ଧିପାଇଲେ ଚାପ କମିଯାଏ ।
  • ଅନ୍ୟପକ୍ଷରେ ସମାନ ବଳ ଥାଇ କ୍ଷେତ୍ରଫଳ ହ୍ରାସ ପାଇଲେ ଚାପ ବୃଦ୍ଧିପାଏ ।
  • କ୍ଷେତ୍ରଫଳ ସମାନ ଥାଇ ବଳ ବୃଦ୍ଧି ପାଇଲେ, ଚାପ ବୃଦ୍ଧିପାଏ ।
  • କ୍ଷେତ୍ରଫଳ ସମାନ ଥାଇ ବଳ ହ୍ରାସ ପାଇଲେ, ଚାପ ହ୍ରାସପାଏ ।
  • ଏଣୁ ଚାପର ପରିମାଣ ବଳର ପରିମାଣ ସହ ସମାନୁପାତି ଏବଂ କ୍ଷେତ୍ରଫଳର ପରିମାଣ ସହ ପ୍ରତିଲୋମାନୁପାତି

ସମାନ ପରିମାଣର ବଳ ଅଧୁକ କ୍ଷେତ୍ରଫଳ ଉପରେ ପ୍ରୟୋଗ କରାଗଲେ ଚାପ କମିଯାଏ ଏବଂ କମ୍ କ୍ଷେତ୍ରଫଳ ଉପରେ ବଳ ପ୍ରୟୋଗ କଲେ ଚାପ ବୃଦ୍ଧିପାଏ, ଏହାର ବିଭିନ୍ନ ଦୃଷ୍ଟାନ୍ତ ଦିଆଯାଇଛି
(i) ଛାତ୍ରଛାତ୍ରୀମାନେ ବହିପତ୍ର ଓ ବିଦ୍ୟାଳୟ ସରଞ୍ଜାମ କୌଣସି ଏକ ବ୍ୟାଗ ଭିତରେ ରଖୁ, ବ୍ୟାଗଟିକୁ କାନ୍ଧରେ ଝୁଲାଇ ବିଦ୍ୟାଳୟକୁ ଯାଆନ୍ତି । ବ୍ୟାଗ ଓ ଏହା ମଧ୍ୟରେ ଥିବା ସମସ୍ତ ପଦାର୍ଥର ଓଜନ ଯୋଗୁ ନିଦ୍ଦିଷ୍ଟ ବଳ ପିଲାଟିର କାନ୍ଧ ଉପରେ ପ୍ରୟୋଗ ହୋଇଥାଏ । ବ୍ୟାଗ୍ ସହ ଲାଗିଥିବା ଫିତାଟି କାନ୍ଧ ଉପରେ ରହୁଥ‌ିବାରୁ ଫିତାର କ୍ଷେତ୍ରଫଳ ସହ ସମାନ କାନ୍ଧର ଅଞ୍ଚଳ ଉପରେ ଏହି ବଳ କାର୍ଯ୍ୟକାରି ହୁଏ । ଯଦି ଫିତାଟି ଅତି ସରୁ ହୋଇଥାଏ ତେବେ ବଳ, କାନ୍ଧର ଅତିଅଳ୍ପ କ୍ଷେତ୍ରଫଳ ଉପରେ ପ୍ରୟୋଗ ହୁଏ । ଏହି କ୍ଷେତ୍ରରେ ଚାପ ଅଧିକ ହେବାରୁ ପିଲାଟି କଷ୍ଟ ଅନୁଭବ କରେ ଏବଂ ତାର କାନ୍ଧରେ ଆଘାତ ଲାଗିପାରେ ।
ଅନ୍ୟପକ୍ଷରେ ଫିତାଟି ଓସାରିଆ ହୋଇଥିଲେ ସମାନ ବଳ, କାନ୍ଧର ଅଧୂକ କ୍ଷେତ୍ରଫଳ ଅଞ୍ଚଳରେ ପ୍ରୟୋଗ ହୁଏ । ଏଠାରେ ଚାପ କମ୍ ହୁଏ । ଫଳରେ ପିଲାଟିକୁ ଆଦୌ କଷ୍ଟ ହୁଏନାହିଁ । ଏଣୁ ସମାନ ପରିମାଣର ବଳ ଅଧ୍ଵକ କ୍ଷେତ୍ରଫଳ ଉପରେ ପ୍ରୟୋଗ ହେଲେ ଚାପ ବୃଦ୍ଧିପାଏ ।

(ii) ପାଣିଥୁବା ବାଲଟିକୁ ବୋହିନେବାର ଅନୁଭୂତି ପ୍ରାୟ ସମସ୍ତଙ୍କର ଥାଏ । ବାଲଟିର ହ୍ୟାଣ୍ଡଲକୁ ହାତରେ ଧରିବାଦ୍ଵାରା ଆମ ହାତ ଉପରେ ଜଳପୂର୍ଣ୍ଣ ବାଲଟିର ଓଜନ ଜନିତ ବଳ କାର୍ଯ୍ୟକାରି ହୁଏ । ହ୍ୟାଣ୍ଡଲରଚଉଡ଼ା ଅଧିକ ଥିଲେ, ସ୍ଥାନର କ୍ଷେତ୍ରଫଳ ବୃଦ୍ଧିହୁଏ ଏବଂ ଚାପକମ୍ ହୁଏ । ଫଳରେ ହାତକୁ କଷ୍ଟଲାଗେନାହିଁ । ଅନ୍ୟ ପକ୍ଷରେ ହ୍ୟାଣ୍ଡଲଟି ସରୁଆ ହୋଇଥଲେ କ୍ଷେତ୍ରଫଳ କମିଯାଏ, ଫଳରେ ଚାପ ବୃଦ୍ଧିପାଏ ଏବଂ ହାତକୁ କଷ୍ଟଲାଗେ । ଏଣୁ ଚାପହ୍ରାସ କରିବାପାଇଁ ଓସାରିଆ ହ୍ୟାଣ୍ଡଲ ସୁବିଧା ଜନକ ହୋଇଥାଏ ।

(iii) ପନିକିରେ ପରିବା କଟାଯାଏ । ପନିକିର ଧାର ସୁକ୍ଷ୍ମ ହୋଇଥଲେ ଚାପ ଅଧିକ ହୁଏ, ଏଣୁ କମ୍ ବଳ ପ୍ରୟୋଗରେ କାର୍ଯ୍ୟ ହୋଇଥାଏ । ପନିକିର ଧାର ମୋଟା ଥିଲେ ଅଧ‌ିକ କ୍ଷେତ୍ରଫଳ ଉପରେ ଆବଶ୍ୟକ ଚାପ ପକାଇବାକୁ ଅଧିକ ବଳ ଦରକାର ହୁଏ । ଏଣୁ ଧାରୁଆ ପନିକିରେ ଚାପ ଅଧ୍ବକ ଅନୁଭୂତ ହେଉଥ‌ିବାରୁ ଏଥ‌ିରେ ପରିବା କାଟିବା ସହଜ ହୁଏ ।

(iv) ଆମେ କାନ୍ଥରେ ଫଟୋ ଟାଙ୍ଗିବାପାଇଁ ଲୁହାକଣ୍ଟା କାନ୍ଥ ମଧ୍ୟକୁ ପ୍ରବେଶ କରାଇଥାଉ । କଣ୍ଟାର ମୁନିଆ ଅଗ୍ରକାନ୍ଥ ଆଡ଼କୁ ରଖ୍ ହାତୁଡ଼ିରେ ପିଟିଲେ କଣ୍ଟାଟି ଚାପ ଅଧିକ ହେତୁ କାନ୍ଥ ମଧ୍ଯକୁ ସହଜରେ ପଶିଯାଏ । କଣ୍ଟାର ଅପରପାର୍ଶ୍ଵ କାନ୍ଥରେ ରଖ୍ ହାତୁଡ଼ିରେ ପିଟିଲେ, କଣ୍ଟା କାନ୍ଥ ଭିତରକୁ ଯାଏନାହିଁ । କାରଣ କ୍ଷେତ୍ରଫଳ ଅଧିକ ହେତୁ ଚାପ କମିଯାଏ ।

Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

ତରଳ ପଦାର୍ଥର ଚାପ :
କଠିନ ବସ୍ତର ଓଜନ ଓ ପ୍ରକୃତି ଯୋଗୁ ଏହା କେବଳ ନିମ୍ନଚାପ ବା ବଳଦିଗରେ ଚାପ ପ୍ରୟୋଗ କରେ । କିନ୍ତୁ ତରଳ ପଦାର୍ଥ ତାର ଓଜନ ଓ ପ୍ରକୃତି ଯୋଗୁଁ ସର୍ବଦିଗ ଉପରେ ଚାପ ପ୍ରୟୋଗ କରିଥାଏ ।
ଗୋଟିଏ ତରଳ ପଦାର୍ଥର ନିମ୍ନଚାପ ଏହା ଧାରଣ କରିଥିବା ପାତ୍ରର ପ୍ରସ୍ଥଚ୍ଛେଦର କ୍ଷେତ୍ରଫଳ ଉପରେ ନିର୍ଭର ନକରି ତରଳ ସ୍ତରର ଉଚ୍ଚତା ଉପରେ ନିର୍ଭର କରେ ।
ଏଣୁ ଜଳସ୍ତରର ଉଚ୍ଚତା ଅଧିକ ହେଲେ, ଏହାର ଚାପ ଅଧ୍ବକ ହୁଏ । ନିମ୍ନୋକ୍ତ, ପରୀକ୍ଷାରୁ ଏହା ପ୍ରମାଣିତ ହୋଇପାରିବ ।

କାର୍ଯ୍ୟ – ୧ : ଆସ ଜାଣିବାକୁ ଚେଷ୍ଟା କରିବା
ଶିକ୍ଷଣ ଲକ୍ଷ୍ୟ :
ଜଳସ୍ତମ୍ଭଦ୍ଵାରା ଚାପ ପ୍ରୟୋଗ କଲେ ଏହି ଚାପ ଜଳସ୍ତମ୍ଭର ଉଚ୍ଚତା ଉପରେ ନିର୍ଭର କଲେ ତାହା ପରୀକ୍ଷା କରି ଦେଖ୍ ।

କାର୍ଯ୍ୟ ପ୍ରଣାଳୀ :
(i) ଚିତ୍ରରେ ଦେଖାଯାଇଥ‌ିବା ପରି ସମାନ ଲମ୍ବ (ପ୍ରାୟ ୨୫ ସେ.ମି.) କିନ୍ତୁ ଭିନ୍ନ ବ୍ୟାସର ଦୁଇଟି ସ୍ଵଚ୍ଛ କାଚ କିମ୍ବା ପ୍ଲାଷ୍ଟିକ୍ ନଳୀ ନିଆଯାଉ ।
(ii) ଦୁଇଟି ଭଲ ରବର ବେଲୁନ୍ ନିଆଯାଉ । ପ୍ରତ୍ୟେକ ନଳୀର ଗୋଟିଏ ମୁଣ୍ଡରେ ସ୍ତଣ୍ଡ ସେଗୁଡ଼ିକୁ ଲଗାଯାଉ ।
(iii) ଚିତ୍ରରେ ଦେଖାଯାଉଥବାପରି ଏକ ଷ୍ଟାଣ୍ଡରେ ନଳୀଗୁଡ଼ିକୁ ସଜାଇ ରଖାଯାଉ ।
(iv) ବର୍ତ୍ତମାନ, ଉଭୟ ନଳୀକୁ ସମାନ ସ୍ତର ପୂର୍ଣ୍ଣ କରାଯାଉ ।
(v) ପ୍ରାୟ ଅଧା ଉଚ୍ଚତା ପର୍ଯ୍ୟନ୍ତ ପାଣିରେ ଦୁଇଟି ବେଲୁନ୍ ସମାନ ପରିମାଣରେ ଫୁଲିବାର ଦେଖାଯିବ ।
(vi) ଭିନ୍ନ ବ୍ୟାସ ହେତୁ, ଦୁଇଟି ନଳୀରେ ପାଣିର ଓଜନ ଭିନ୍ନ । ତଥାପି, ଉଭୟ ବେଲ୍‌ ନ୍ ସମାନ ଭାବରେ ଫୁଲି ଯାଆନ୍ତି ।
(vii) ଏହାର ଅର୍ଥ ହେଉଛି ନଳୀରେ ପାଣିର ଓଜନ ବେଲୁନ୍‌ର ଫୁଲିବାପାଇଁ ଦାୟୀ ହୋଇପାରିବ ନାହିଁ । ଜଳସ୍ତମ୍ଭ ଦ୍ଵାରା ପଡୁଥିବା ଚାପ ହିଁ ବେଲୁନ ଫୁଲିବାପାଇଁ ଦାୟୀ । ସେଥ‌ିପାଇଁ ସେମାନଙ୍କରର ବ୍ୟାସ ଭିନ୍ନ ହୋଇଥିଲେ ମଧ୍ୟ ସମାନ ଜଳସ୍ତମ୍ଭ ଉଚ୍ଚତା ବେଲୁନ୍‌ଗୁଡ଼ିକରେ ସମାନ ଭାବରେ ଫୁଲାଏ ।
Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 2
ଚିତ୍ର ଜଳ ସ୍ତମ୍ଭର ସମାନ ଉଚ୍ଚତା ହଁ ସମାନ ବେଲୁନ୍ ଫୁଲାଏ

(viii) ଚିତ୍ରରେ ଦେଖାଯାଇଥିବା ପରି ଯେକୌଣସି ନଳୀରେ ଅଧ୍ବକ ପାଣି ଢଳାଯାଉ । ବେଲୁନ୍‌ର ଫୁଲିବା ଦେଖାଯାଉ । ଏହି ପ୍ରକ୍ରିୟାକୁ କିଛିଥର ପୁନରାବୃତ୍ତି କରି, ପ୍ରତ୍ୟେକ ଥର ଅଧ‌ିକ ପାଣି ଢାଳ ଏବଂ ଚିତ୍ରରେ ଦେଖାଯାଇଥ‌ିବା ପରି ଫୁଲିବାର ପରିମାଣ ଲକ୍ଷ୍ୟ କରାଯାଉ ।
(ix) ଜଳସ୍ତରର ଉଚ୍ଚତା ବୃଦ୍ଧି ପାଇବା ସହିତ ବେଲୁନ୍ ଅଧ୍ଵ ଫୁଲିଯାଏ ।
(x) ତେଣୁ ନଳୀର ଜଳସ୍ତମ୍ଭର ଉଚ୍ଚତା ବୃଦ୍ଧି ପାଇବା ସହିତ, ନଳୀର ତଳ ଭାଗରେ ଚାପ ମଧ୍ଯ ବୃଦ୍ଧିପାଏ, ଯାହା ଫଳରେ ବେଲୁନ୍‌ ଅଧ୍ୟକ ଫୁଲେ । ତେଣୁ ଆମେ କହିପାରିବା ଯେ ପାତ୍ରରେ ତରଳ ପଦାର୍ଥ ଦ୍ଵାରା ପ୍ରଦତ୍ତ ଚାପ ଏହାର ସ୍ତମ୍ଭର ଉଚ୍ଚତା ଉପରେ ନିର୍ଭର କରେ । ଏହି କାରଣରୁ ଛାତ ଉପରେ ପାଣିଟାଙ୍କିଗୁଡ଼ିକୁ ଉଚ୍ଚତାରେ ରଖାଯାଏ ଯାହା ଫଳରେ ଟ୍ୟାପ୍‌ରେ ଚାପ ବୃଦ୍ଧିପାଏ ଓ ଜଳ ଭଲ ଭାବରେ ପ୍ରବାହିତ ହୁଏ ।
Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 3
ଚିତ୍ର : ଅଧ୍ବକ ଉଚ୍ଚତା ବିଶିଷ୍ଟ ଜଳସ୍ତର ବେଲୁନ୍‌କୁ ଅଧିକ ଫୁଲାଇ ଥାଏ

ତରଳ ପଦାର୍ଥର ପାର୍ଶ୍ଵଚାପ :
ତରଳ ପଦାର୍ଥ ଥିବା ପାତ୍ରର ପାର୍ଶ୍ଵ ଉପରେ ମଧ୍ୟ ଚାପ ପକାଇଥାଏ । ଏହାକୁ ପାର୍ଶ୍ଵଚାପ କହନ୍ତି । ପାର୍ଶ୍ବଚାପ ଜାଣିବାପାଇଁ ଆମେ ନମ୍ନ ପରୀକ୍ଷାଟି କରିପାରିବା ।

କାର୍ଯ୍ୟ – ୨ : ଆସ ଜାଣିବା
Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 4
ଚିତ୍ର ତରଳ ପଦାର୍ଥ ପାତ୍ରର ପାର୍ଶ୍ଵରେ

ପରୀକ୍ଷା :
(i) ଏକ ବ୍ୟବହୃତ ପ୍ଲାଷ୍ଟିକ୍ ବୋତଲ ନିଆଯାଉ ଏବଂ ଏହାର ଠିପି କାଢ଼ି ଦିଆଯାଉ । ଏକ ଛୁଞ୍ଚ୍ କିମ୍ବା କଣ୍ଟା ବ୍ୟବହାର କରି ଏହାର ଚାରିପାଖରେ ଚାରୋଟି ଛୋଟ ଛୋଟ ଛିଦ୍ର କରାଯାଉ ଯେପରି ଛିଦ୍ରଗୁଡ଼ିକ ତଳଠାରୁ ସମାନ ଉଚ୍ଚତାରେ ରହିବ ।
(ii) ଛିଦ୍ରଗୁଡ଼ିକୁ ଏକ ଟେପ୍‌ଦ୍ଵାରା ବନ୍ଦ କରି ବୋତଲରେ ପାଣି ଭର୍ତ୍ତି କରାଯାଉ ।
(iii) ବର୍ତ୍ତମାନ ଏକା ସମୟରେ ସମସ୍ତ ଛିଦ୍ରରୁ ଟେପ୍ ବାହାର କରାଯାଉ ।
ଚାପ ପ୍ରୟୋଗ କରେ
(iv) ବୋତଲର ପାର୍ଶ୍ଵରେ ଥିବା ଛିଦ୍ର ଦେଇ ପାଣି ବାହାରକୁ ପ୍ରବାହିତ ହେଉଥ‌ିବାର ଦେଖାଯିବ ।
(v) ଆମେ ଜାଣିଲୁ ପ୍ରକୃତରେ ତରଳ ପଦାର୍ଥ ସବୁ ଦିଗରେ ଚାପ ପ୍ରୟୋଗ କରେ ।

ନଦୀବନ୍ଧର ତଳଦେଶ ଆଧାର ଉପର ଭାଗ ଅପେକ୍ଷା ଅଧ୍ବକ ପ୍ରଶସ୍ତ କାହିଁକି ?
ଆମେ ଜାଣୁ ଯେ, ଜଳର ନିମ୍ନ ଚାପ ବ୍ୟତିତ ପାର୍ଶ୍ଵଚାପ ବା ଆନୁଭୂମିକ ଚାପ (horizontal pressure) ମଧ୍ଯ ରହିଛି । ନଦୀବନ୍ଧର ପ୍ରଶସ୍ତ ଆଧାର କେବଳ ବନ୍ଧର ନିର୍ମାଣକୁ ଶକ୍ତ କରେନାହିଁ । ଏହା ତଳଭାଗରେ ପଢୁଥିବା ଆନୁଭୂମିକ ଚାପକୁ ସହ୍ୟକରେ । ସଂରକ୍ଷିତଜଳ, ଜଳସ୍ତରର ଉଚ୍ଚତା ଯୋଗୁ ପାର୍ଶ୍ଵକାନ୍ଥରେ ଆନୁଭୂମିକ ଚାପ ପ୍ରୟୋଗ କରେ । ଏହାକୁ ସହ୍ୟ କରିବାପାଇଁ ବନ୍ଧର ଆଧାର ଉପରିଭାଗ ତୁଳନାରେ ଅଧିକ ପ୍ରଶସ୍ତ କରାଯାଇଥାଏ ।

ଚାୟୁ ଚାପ (Air Pressure) :
ବାୟୁ ବିଭିନ୍ନ ଗ୍ୟାସର ଏକ ସାଧାରଣ ମିଶ୍ରଣ । ଏହା ଭୂପୃଷ୍ଠରୁ ବହୁ ଉଚ୍ଚ (ପ୍ରାୟ 450 କି.ମି.) ପର୍ଯ୍ୟନ୍ତ ବିସ୍ତୃତ । ବାୟୁସ୍ତମ୍ଭ ତା’ର ଓଜନ ହେତୁ କ୍ଷେତ୍ରଫଳ ଉପରେ ବଳ ପ୍ରୟୋଗ କଲେ । ଏହାକୁ ବାୟୁ ଚାପ କହନ୍ତି । ବାୟୁଚାପ ସବୁ ଦିଗରେ ଅନୁଭୂତ ହୁଏ । ସମୁଦ୍ର ପତନରେ ବାୟୁଚାପ ସର୍ବାଧ‌ିକ ସ୍ଥାନରେ ଉଚ୍ଚତା ଯେତେ ଅଧ‌ିକ, ବାୟୁଚାପ ସେତେ କମ୍ ହୋଇଥାଏ । ବାୟୁ ଚାପର ବ୍ୟବହାରିକ ଏକକ ମିଲିବାର (mb) । ଏହା ଏକ ହେକ୍ଟୋପାସକେଲ ବା 100 ପାସ୍କେଲ ସଙ୍ଗେ ସମାନ ।
1 ମିଲିବାର (mb) = 1 ହେକ୍ଟୋପାସ୍କେଲ (hpa) 100 ପାସ୍କେଲ (pa)
ଏକ 15 ସେ.ମି. × 15 ସେ.ମି. କ୍ଷେତ୍ରଫଳ ଉପରେ ବାୟୁର ପ୍ରଯୁକ୍ତ ବଳ ପ୍ରାୟ 225 କି.ଗ୍ରା. । ବସ୍ତ ଉପରେ ପ୍ରଯୁକ୍ତ ମାଧ୍ୟାକର୍ଷଣ ବଳ ବା 2250 N ସହିତ ସମାନ ।

କାର୍ଯ୍ୟ ୩ : ଆସ ଅନ୍ଵେଷଣ କରିବା
ବାୟୁ ତାର ଓଜନ ହେତୁ କ୍ଷେତ୍ରଫଳ ଉପରେ ବଳ ପ୍ରୟୋଗ କରେ ।
କ୍ଷେତ୍ରଫଳ ଅଧ‌ିକ ହେଲେ, ବାୟୁର ଓଜନ ଜନିତ ବଳର ପରିମାଣ ବୃଦ୍ଧିପାଏ । ମାତ୍ର ଚାପ ଅପରିବର୍ତ୍ତିତ ରହେ । ଏକ ପରୀକ୍ଷା ଦ୍ଵାରା କ୍ଷେତ୍ରଫଳ ବୃଦ୍ଧିରେ ବାୟୁଦ୍ଵାରା ପ୍ରଦତ୍ତ ବଳ ବୃଦ୍ଧି ପରୀକ୍ଷା କରିହେବ ।
ପରୀକ୍ଷା :
(i) ଏକ କାଗଜ ପ୍ଲେଟ ନିଆଯାଉ । ଏହାକୁ ଓଲଟା କରି ଚିତ୍ର (କ)ରେ ଦେଖାଯାଉଥ‌ିବା ପରି ଏଥ‌ିରେ ଏକ କାଠି ଲଗାଯାଉ । ଏହାକୁ ଏକ ସମତଳ ପୃଷ୍ଠାରେ ରଖାଯାଉ ।
(ii) ଏହା 70 ସେ.ମି. × 56 ସେ.ମି. ଆକାରର ଦୁଇଟି ସମାନ ଚାର୍ଟ କାଗଜ ନିଆଯାଉ । ଗୋଟିଏ ସିଟ୍ କାଗଜକୁ ଦୁଇଥର ଭାଙ୍ଗି ଏହାର କେନ୍ଦ୍ରରେ ଏକ ଛିଦ୍ର କରାଯାଉ । ଯେପରି ଏହା ମଧ୍ୟଦେଇ କାଠିଟି ବାହାରି ପାରିବ ।
(iii) ଚିତ୍ର (ଖ)ରେ ଦେଖାଯାଇଥିବା ପରି ଓଲଟା କାଗଜ ପ୍ଲେଟ ଉପରେ ଦ୍ଵିଭାଙ୍ଗ ସିଟ୍ ରଖାଯାଉ ।
Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 5
ଓଲଟା କାଗଜ ପ୍ଲେଟ୍ ବ୍ୟବସ୍ଥା
(iv) ବର୍ଭମାନ, କାଠିଟି ବ୍ୟବହାର କରି ଦ୍ଵିଭାଙ୍ଗ ସିଟ୍ ସହିତ ଆଚ୍ଛାଦିତ କାଗଜ ପ୍ଲେଟ୍ ଉଠାଇବାକୁ ଚେଷ୍ଟା କରାଯାଉ ।
(v) ଏହା ଉଠାଇବାପାଇଁ ବଳର ଆବଶ୍ୟକ ହେବ ।
(vi) ଏବେ, ଦ୍ଵିଭାଙ୍ଗ ସିଟ୍ ସ୍ଥାନରେ ଦ୍ଵିତୀୟ ଖୋଲା ଚାର୍ଟ ପେପର ସିଟ୍ ରଖାଯାଉ । କାଠି ବାହାରି ଯିବା ପାଇଁ ଏହି ଚାର୍ଟ ପେପରର କେନ୍ଦ୍ରରେ ଏକ ଛିଦ୍ର କରାଯାଉ । ଚିତ୍ର (ଗ)ରେ ଦେଖାଯାଇଥିବା ପରି ଖୋଲା ଚାର୍ଟ ପେପର ସହିତ କାଗଜ ପ୍ଲେଟ ଘୋଡ଼ାଯାଉ ।
(vii) ପୁଣି ଥରେ କାଗଜ ପ୍ଲେଟ୍ ଉଠାଅ ଏବଂ ଏହା କରିବାରେ ଆବଶ୍ୟକ ବଳ ଅନୁଭବ କରାଯିବ ।
(viii) ଦ୍ଵିଭାଙ୍ଗ ଚାର୍ଟ ପେପର ଅପେକ୍ଷା ଖୋଲା ଚାର୍ଟ ପେପର ଦ୍ଵାରା ଆଚ୍ଛାଦିତ କାଗଜ ପ୍ଲେଟ୍ ଉଠାଇବା ପାଇଁ ଅଧିକ
ବଳ ଆବଶ୍ୟକ ।
(ix) ଯେତେବେଳେ ଆମେ କାଗଜ ପ୍ଲେଟକୁ ଖୋଲା ଚାର୍ଟ ପେପରରେ ଘୋଡ଼ାଉ, ସେତେବେଳେ ଆବରଣ ସିଟିର କ୍ଷେତ୍ରଫଳ ବୃଦ୍ଧିପାଏ । କାଗଜ ପ୍ଲେଟକୁ ଉଠାଇବାପାଇଁ ଆବଶ୍ୟକ ବଳ ବୃଦ୍ଧିପାଏ । ଆବରଣ ସିଟିର ଓଜନ ପରିବର୍ତ୍ତନ ହୋଇନାହିଁ ।
Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 6
ଚିତ୍ର (ଖ) ଦୁଇ ଭାଙ୍ଗ ହୋଇଥିବା ଓଲଟା ଚାର୍ଟ ପେପର ସହିତ ଓଲଟା କାଗଜ ପ୍ଲେଟ
Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 7
ଚିତ୍ର : (ଗ) ଖୋଲା ଚାର୍ଟ ପେପର ସହିତ ଓଲଟା କାଗଜ ପ୍ଲେଟ୍
(x) ଏହି ପର୍ଯ୍ୟବେକ୍ଷଣରୁ ଆମେ ଅନୁମାନ କରିପାରିବା ଯେ ବାୟୁ ଆବରଣ ସିଟି ଉପରେ ବଳ ପ୍ରୟୋଗ କରେ, ଯାହା କାଗଜ ପ୍ଲେଟକୁ ଉଠାଇବା କଷ୍ଟକର କରିଥାଏ । ଅଧୂକନ୍ତୁ, ଆବରଣ ସିଟିର କ୍ଷେତ୍ରଫଳ ବୃଦ୍ଧି ସହିତ ଏହି ବଳ ବୃଦ୍ଧିପାଏ । ଏହାର ଅର୍ଥ ହେଉଛି ବାୟୁ କାଗଜ ପ୍ଲେଟ ଉପରେ ଏକ ବଳ ପ୍ରୟୋଗ କରୁଛି, ଯାହା ଏହାକୁ ଆବଣ କରୁଥିବା ସିଟ୍‌ର କ୍ଷେତ୍ରଫଳ ବୃଦ୍ଧି ପାଇବା ସହିତ ବୃଦ୍ଧିପାଏ ।
(xi) ଯେହେତୁ ପ୍ରତି ଏକକ କ୍ଷେତ୍ରଫଳ ଉପରେ କାର୍ଯ୍ୟକରୁଥିବା ବଳ ହେଉଛି ଚାପ, ଆମେ ସିଦ୍ଧାନ୍ତ ନେଇପାରିବା ଯେ, ବାୟୁ କାଗଜ ସିଟ୍ ଉପରେ ଚାପ ପ୍ରୟୋଗ କରେ । ପ୍ରକୃତରେ, ବାୟୁ ସମସ୍ତ ବସ୍ତ ଉପରେ ଚାପ ପ୍ରୟୋଗ କରେ । ଆମ ଚାରିପାଖରେ ଥ‌ିବା ବାୟୁଦ୍ଵାରା ପ୍ରଯୁକ୍ତ ଚାପକୁ ବାୟୁମଣ୍ଡଳୀୟ ଚାପ (atmospheric pressure) କୁହାଯାଏ ।

Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

ବାୟୁର ସର୍ବଦିଗ ଚାପ :
(i) ତରଳ ପଦାର୍ଥ ପରି ବାୟୁର ସର୍ବଦିଗ ଚାପ ଅଛି । ଏହି ଚାପଗୁଡ଼ିକ ନିମ୍ନ ଚାପ, ପାର୍ଶ୍ଵଚାପ ଏବଂ ଉର୍ଦୁଚାପ ।
(ii) ଏକ ବେଲୁନ୍‌କୁ ଫୁଙ୍କିଲେ ଏହା ଫୁଲିଯାଏ । ବେଲୁନ୍ ଭିତରକୁ ପ୍ରବେଶ କରୁଥିବା ସର୍ବଦିଗ ଚାପ ଯୋଗୁ ଏହା ଫୁଲିଯାଏ ।
(iii) ଫୁଲା ଯାଇଥିବା ବେଲୁନର ମୁହଁ ଖୋଲିଦେଲେ ବାୟୁସବୁ ଦିଗକୁ ବାହାରି ଚାଲିଯାଏ ।

ପବନ :
ଗତିଶୀଳ ବୟୁକୁ ପବନ କହନ୍ତି । ବାୟୁ ମାଧ୍ୟମରେ ଗୋଟିଏ ସ୍ଥାନରେ ଅପ ଅଧ‌ିକ ଥିବା ସ୍ଥଳେ ଅନ୍ୟ ଏକ ସ୍ଥାନରେ ଚାପ କମ୍ବିଥାଏ । ପୃଷ୍ଠତଳର ସମତା ରକ୍ଷା କରିବା ଯେପରି ଜଳର ଧର୍ମ, ବାୟୁର ଧର୍ମ ହେଉଛି ଚାପର ସମତା ରକ୍ଷା କରିବା । ଫଳରେ ଅଧିକ ଚାପଥୁବା ସ୍ଥାନରୁ ବାୟୁ କମ୍ ଚାପଥିବା ସ୍ଥାନକୁ ପ୍ରବାହିତ ହୁଏ ।
ଗୋଟିଏ ଫୁଲିଯାଇଥିବା ବେଲୁନର ମୁହଁ ଖୋଲିଦେଲେ, ବେଲୁନ ଭିତରୁ ବାୟୁ ବାହାରକୁ ଚାଲିଯାଏ । ସାଇକେଲ ଟ୍ୟୁବ୍‌ରେ ଛିଦ୍ର ହେଲେ ବାୟୁ ବାହାରକୁ ଚାଲିଯିବାର ମଧ୍ୟ ଦେଖାଯାଏ, ଉଭୟ କ୍ଷେତ୍ରରେ ଚାପଥିବା ସ୍ଥାନକୁ ପ୍ରବାହିତ ହୁଏ । ଏହା ନିମ୍ନ ପରୀକ୍ଷାରୁ ପର୍ଯ୍ୟବେକ୍ଷଣ କରିହୁଏ ।

କାର୍ଯ୍ୟ – ୪ : ଆସ ପ୍ରଦର୍ଶନ କରିବା
(i) ଏକ ଭଲ ଗୁଣବତ୍ତାର ରବର ଶୋଷକ ନିଆଯାଉ । ଏହାକୁ ଏକ ମସୃଣ ସମତଳ ପୃଷ୍ଠ ଉପରେ ଦୃଢ଼ଭାବରେ ଚାପି ଦିଆଯାଉ ।
(ii) ଏବେ ଏହାକୁ ଟାଣିବାକୁ ଚେଷ୍ଟା କରାଯାଉ । ଏହାକୁ ଟାଣିବାରେ କଷ୍ଟ ହେଉଛି ।
Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 8
ଚିତ୍ର : ଏକ ରବର ଶୋଷକ

ଯେତେବେଳେ ଆମେ ଶୋଷକକୁ ଚାପି ଦେଉ, ତା’ର କପ୍ ଏବଂ ଏହାକୁ ରଖାଯାଇଥିବା ପୃଷ୍ଠ ମଧ୍ୟରେ ଥିବା ଅଧିକାଂଶ ବାୟୁ ବାହାରକୁ ଠେଲି ହୋଇଯାଏ ଏବଂ ତା’ ଭିତରେ ଥ‌ିବା ବାୟୁଚାପ ହ୍ରାସ ପାଏ । ଶୋଷକଟି ପୃଷ୍ଠ ସହିତ ଲାଗି ରହିଥାଏ, କାରଣ ଶୋଷକଟିକୁ ଘେରି ରହିଥ‌ିବା ବାୟୁର ଚାପ ଶୋଷକ ଭିତରେ ଥିବା ବାୟୁର ଚାପ ଅପେକ୍ଷା ଅଧ‌ିକ ଥାଏ । ଶୋଷକଟିକୁ ପୃଷ୍ଠରୁ ଟାଣି ବାହାର କରିବା ନିମିତ୍ତ ଶୋଷକ ବାହାରେ ଏବଂ ଶୋଷକ ଭିତରେ ଥୁବା ଚାପ ପାର୍ଥକ୍ୟକୁ ଅତିକ୍ରମ କରିବା ପାଇଁ ଯଥେଷ୍ଟ ବଳ ପ୍ରୟୋଗ ହେବା ଆବଶ୍ୟକ ।

କାର୍ଯ୍ୟ – ୫ : ଆସ ପର୍ଯ୍ୟବେକ୍ଷଣ କରିବା
(i) ପତଳା ରବରରେ ତିଆରି ଦୁଇଟି ସମାନ ବେଲୁନ ଏବଂ ଏକ ସରୁ ପାନୀୟ ନଳୀ ନିଆଯାଉ ।
(ii) ସରୁ ନଳୀର ଗୋଟିଏ ମୁଣ୍ଡକୁ ଗୋଟିଏ ବେଲୁନ୍‌ରେ ଭର୍ତ୍ତି କରାଯାଉ ଏବଂ ଏହାକୁ ଏକ ରବର ବ୍ୟାଣ୍ଡ କିମ୍ବା ସୂତା ସାହାଯ୍ୟରେ ବାନ୍ଧି ରଖାଯାଉ ।
(iii) ଏବେ ଦ୍ଵିତୀୟ ବେଲୁନ୍‌କୁ ଫୁଲାଯାଉ ଏବଂ ଆଙ୍ଗୁଠିରେ ଏହାର ମୁହଁକୁ ଧରି ରଖୁବା, ଯେପରି ବାୟୁ ବାହାରକୁ ନଯାଏ । ଫୁଲିଥୁବା ବେଲୁନର ବେକରେ ସରୁ ନଳୀର ଅନ୍ୟ ମୁକ୍ତ ମୁଣ୍ଡକୁ ଭର୍ତ୍ତି କରି ଏହାକୁ ଏକ ରବର ବ୍ୟାଣ୍ଡ କିମ୍ବା ସୂଚୀ ସାହାଯ୍ୟରେ ବାନ୍ଧି ରଖାଯାଉ ।
Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 9
ଚିତ୍ର : ବାୟୁ ଏକ ଉଚ୍ଚ ଚାପ ଅଞ୍ଚଳରୁ ଏକ ନିମ୍ନ ଚାପ ଅଞ୍ଚଳକୁ ଗତି କରେ
(iv) ନିଶ୍ଚିତ କର ଯେ, ବେଲୁନରେ ନଳୀ ଭର୍ତ୍ତି ହେବା ସମୟରେ ବାୟୁ ବାହାରକୁ ବାହାରି ନଯାଏ । ବର୍ତ୍ତମାନ ସରୁ ନଳୀର ଗୋଟିଏ ମୁଣ୍ଡ ଫୁଲାଯାଇଥିବା
ବେଲୁନ ଭିତରେ ଅଛି । ବେଲୁନର ଆକାରରେ ପରିବର୍ତ୍ତନ ଦେଖାଯିବ ।
(v) ବେଲୁନ ଭିତରେ ଏବଂ ଅନ୍ୟଟି ଫୁଲି ନଥୁବା
(vi) ଫୁଲିଥୁବା ବେଲୁନରେ ବାୟୁ ଚାପ ଫୁଲି ନ ଥ‌ିବା ବେଲୁନର ବାୟୁଚାପ ଅପେକ୍ଷା ଅଧିକ । ଫଳସ୍ଵରୂପ, ଫୁଲିଯାଇଥିବା ବେଲୁନରୁ କିଛି ବାୟୁ ଫୁଲି ନ ଥ‌ିବା ବେଲୁନକୁ ଗତି କରେ, ଯାହା ଫଳରେ ଉଭୟ ବେଲୁନର ଆକାରରେ ପରିବର୍ତ୍ତନ ହୁଏ ।
(vii) କିଛି ସମୟ ପରେ ଉଭୟ ବେଲୁନ ପ୍ରାୟ ସମାନ ଆରରେ ପହଞ୍ଚିଯାଏ ଏବଂ ବାୟୁ ପ୍ରବାହ ବନ୍ଦ ହୋଇଯାଏ ।
(viii) ଫୁଲିଯାଇଥିବା ବେଲୁନରେ ବାୟୁ ଚାପ ଫୁଲି ନଥୁବା ବେଲୁନର ବାୟୁଚାପ ଅପେକ୍ଷା ଅଧ‌ିକ ରହିଥ‌ିବା ପର୍ଯ୍ୟନ୍ତ ବାୟୁ ପ୍ରବାହ ଜାରି ରହେ । ଯେତେବେଳେ ଉଭୟ ବେଲୁନରେ ଚାପ ସମାନ ହୋଇଯାଏ ସେତେବେଳେ ବାୟୁ ପ୍ରବାହ ବନ୍ଦ ହୋଇଯାଏ । ଏହି ପର୍ଯ୍ୟାୟରେ, ଉଭୟ ବେଲୁନ ପ୍ରାୟ ସମାନ ଆକାରର ହୋଇଥାଏ ।
(ix) ତେଣୁ, ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ଉଚ୍ଚ ବାୟୁଚାପ ଅଞ୍ଚଳରୁ ବାୟୁ କମ୍ ବାୟୁଚାପ ଅଞ୍ଚଳକୁ ଗତି କରେ ।

ସମୁଦ୍ରବାୟୁ ଓ ସ୍ଥଳବାୟୁ (Sea breeze and Land breeze) :
ଆମେ ଜାଣୁ ଯେ, ବାୟୁମଣ୍ଡଳରେ ଦୁଇଟି ସ୍ଥାନ ମଧ୍ୟରେ ଚାପର ପାର୍ଥକ୍ୟ ଘଟିଲେ ବାୟୁ ପ୍ରବାହିତ ହୁଏ । ବାୟୁ ସାଧାରଣତଃ ଅଧିକ ଚାପଥୁବା ସ୍ଥାନରୁ କମ୍ ଚାପ ଥ‌ିବା ସ୍ଥାନକୁ ପ୍ରବାହିତ ହୁଏ । ଦିନବେଳା ସମୁଦ୍ର ଉପକୂଳସ୍ଥ ସ୍ଥଳଭାଗ, ଜଳଭାଗ ତୁଳନାରେ ଶିଘ୍ର ଉତ୍ତପ୍ତ ହୁଏ । ଫଳରେ ଜଳଭାଗ ଉପରେ ବାୟୁର ଚାପ ସ୍ଥଳଭାଗ ଉପରେ ବାୟୁସ୍ତରର ଚାପ ତୁଳନାରେ ଅଧ୍ଵ ହୁଏ । ଏହି ସମୟରେ ସମୁଦ୍ରଆଡୁ ବାୟୁ ସ୍ଥଳଭାଗ ଆଡ଼କୁ ପ୍ରବାହିତ ହେଲେ ଏହାକୁ ସମୁଦ୍ରବାୟୁ କହନ୍ତି । ରାତି ସମୟରେ ଓଲଟା ପରିସ୍ଥିତି ଘଟେ । ସ୍ଥଳଭାଗ ଶିଘ୍ର ତାପ ବିକିରଣ କରି ଥଣ୍ଡାହୁଏ । ଜଳଭାଗ ଏତେଶୀଘ୍ର ଥଣ୍ଡା ହୁଏନାହିଁ । ଏହି ସମୟରେ ସ୍ଥଳଭାଗ ଉପରେ ବାୟୁର ଚାପ ଜଳଭାଗ ତୁଳନାରେ ଅଧ‌ିକ । ଏଣୁ ରାତିରେ ବାୟୁ ସ୍ଥଳଭାଗରୁ ଜଳଭାଗ ଆଡ଼କୁ ପ୍ରବାହିତ ହୁଏ । ସମୁଦ୍ର ଉପରେ ଚାପର ପାର୍ଥକ୍ୟ ହେତୁ ସମୁଦ୍ର ବାୟୁ ଓ ସ୍ଥଳ ବାୟୁ ସୃଷ୍ଟି ଏହାକୁ ସ୍ଥଳବାୟୁ କହନ୍ତି । ସ୍ଥଳଭାଗ ହୋଇଥାଏ ।

କାର୍ଯ୍ୟ – ୬ : ଚାଲ ଦେଖିବା
ଉଚ୍ଚ–ବେଗ ପବନ ବାୟୁର ଚାପ ହ୍ରାସ କରେ । ଏହା ନିମ୍ନ ପର୍ଯ୍ୟବେକ୍ଷଣରୁ ଜାଣିହୁଏ ।
(i) ସମାନ ଆକାରର ଦୁଇଟି ବେଲୁନ୍ ନିଆଯାଉ ।
(ii) ଉଭୟ ବେଲୁନ୍କୁ ଫୁଙ୍କି ସେମାନଙ୍କୁ ସୂତାରେ ବାନ୍ଧି ଦିଆଯାଉ ।
(iii) ଦୁଇଟି ବେଲୁନ୍‌କୁ 6-10 ସେ.ମି. ବ୍ୟବଧାନ ଛାଡ଼ି ଏକ ବାଡ଼ି ଦ୍ଵାରା ଟଙ୍ଗାଯାଉ ।
(iv) ବର୍ତ୍ତମାନ, ଦୁଇ ବେଲୁନ୍ ମଧ୍ୟସ୍ଥ ସଂକୀର୍ଣ୍ଣ ସ୍ଥାନକୁ ଫୁଙ୍କ ଦ୍ଵାରା ବାୟୁ ପ୍ରବାହ କରାଯାଉ । ବେଲୁନ୍ ସହିତ କ’ଣ ହୁଏ ? ପର୍ଯ୍ୟବେକ୍ଷଣ କରାଯାଉ ।
(v) ବର୍ତ୍ତମାନ ଜୋର୍‌ରେ ଫୁଙ୍କି ଏବଂ ଅନୁଧ୍ୟାନ କରାଯାଉ ।
Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 10
ଚିତ୍ର : ଦୁଇଟି ବେଲୁନ ମଧ୍ୟରେ ଫୁଙ୍କିବା
(vi) ଯେତେବେଳେ ଆମେ ଦୁଇଟି ବେଲୁନ୍ ମଧ୍ୟରେ ଫୁଙ୍କିବା ଦେଖ‌ିବା ଯେ ସେମାନେ ପରସ୍ପର ଆଡ଼କୁ ଗତି କରନ୍ତି । ଏହାର କାରଣ ଯେତେବେଳେ ଆମେ ବେଲୁନ୍ ମଧ୍ୟରେ ବାୟୁକୁ ଫୁଙ୍କୁ, ସେମାନଙ୍କ ମଧ୍ୟରେ କମ୍ ଚାପ କ୍ଷେତ୍ର ସୃଷ୍ଟି ହୁଏ । ବେଲୁନ୍ ଚାରିପାଖରେ ଥିବା ଉଚ୍ଚ ବାୟୁ ଚାପ ଉଭୟ ବେଲୁନ୍‌କୁ ପରସ୍ପର ଆଡ଼କୁ ଠେଲିଦିଏ ।
(vii) ଯଦି ଦୁଇଟି ବେଲୁନ୍ ମଧ୍ଯରେ ଅଧ‌ିକ ଜୋରରେ ଫୁଙ୍କାଯାଏ, ଦେଖୁଛି । ଯେ ସେମାନେ ପରସ୍ପର ଆଡ଼କୁ . ଅଧ‌ିକ ବେଗରେ ଗତି କରନ୍ତି ।
(viii) ଉଚ୍ଚ ଗତି ପବନ ଏକ ନିମ୍ନ ବାୟୁ ଚାପ ସୃଷ୍ଟି କରିଥାଏ, ଏହା ପର୍ଯ୍ୟବେକ୍ଷଣରୁ ଜଣାପଡ଼ିବ ।

ପବନ ଜୋର୍‌ରେ ବହିବା ସମୟରେ ଘରର କବାଟ, ଝରକା ଖୋଲାରଖୁବା ଉଚିତ କାହିଁକି ?
ଘର ଉପରେ ଖୁବ୍ ଜୋର୍‌ରେ ପବନ ବହିବା ସମୟରେ ଘର ଉପରେ ଏକ ନିମ୍ନ-ଚାପ କ୍ଷେତ୍ର ସୃଷ୍ଟିହୁଏ । ଜୋର୍‌ରେ ପବନ ବହିଲେ ବାୟୁ ଚାପ ହ୍ରାସପାଏ । ଘରର ଛାତ ଉପର ଚାପ, ଘରର ନିମ୍ନ ଅଂଶରେ ଥିବା ଚାପଠାରୁ ଯଥେଷ୍ଟ କମ୍ ହୁଏ । ଚାପରେ ପ୍ରାର୍ଥକ୍ୟ ଅଧିକ ହେଲେ ଏବଂ ଘରର ଛାତ ଦୁର୍ବଳ ଥିଲେ, ଛାତ ଉଡ଼ିଯିବାର ସମ୍ଭାବନା ରହେ । ପବନ ସମୟରେ ଘରର କବାଟ, ଝରକା ଖୋଲା ରଖ‌ିଲେ ସମାନ ପବନ ଘରର ଛାତ ଓ ଘର ଭିତରେ ପ୍ରବାହିତ ହୁଏ । ଘରର ଛାତ ଓ ନିମ୍ନଅଂଶ ମଧ୍ଯରେ ଚାପ ପ୍ରାର୍ଥକ୍ୟ କମିଯାଏ । ଫଳରେ ଘରର ଛାତ ଉଡ଼ିଯିବାରେ ବାଧା ସୃଷ୍ଟିହୁଏ ଏବଂ ଏହା ବିପଦକୁ ରୋକିହୁଏ ।

ଝଡ଼ର ସୃଷ୍ଟି (Creation of Storm) :
(i) ଯେତେବେଳେ ସ୍ଥଳଭାଗରୁ ଉଷ୍ମ ଏବଂ ଆର୍ଦ୍ର ବାୟୁ ହାଲୁକା ହୋଇ ଉପରକୁ ଉଠେ, ଏହା ଏକ ନିମ୍ନଚାପ କ୍ଷେତ୍ର ସୃଷ୍ଟି କରେ ।
(ii) ଆଖପାଖର ଉଚ୍ଚ–ଚାପ କ୍ଷେତ୍ରରୁ ଶୀତଳ ବାୟୁ ଏହାର ସ୍ଥାନ ନେବାକୁ ପ୍ରବାହିତ ହୁଏ ।
(iii) ଏହି ବାୟୁ ସମୟ କ୍ରମେ ପୁଣି ଗରମ ହୋଇଉଠେ । ଏହା ପବନ ପ୍ରବାହର ଏକ ନିରନ୍ତର ପ୍ରକ୍ରିୟାରେ ପରିଣତ ହୁଏ ।
(iv) ଉପରକୁ ଉଠୁଥ‌ିବା ବାୟୁ ବିସ୍ତାର ଲାଭ କରେ, ଏହା ଘନୀଭୂତ ହୋଇ ଥଣ୍ଡା ହୋଇଥାଏ ଏବଂ ଏଥ‌ିରେ ଥ‌ିବା ଜଳୀୟ ବାଷ୍ପ ଶୀତଳୀକୃତ ହୋଇ ଜଳ ବିନ୍ଦୁରେ ପରିଣତ ହୁଏ ଏବଂ ମେଘ ସୃଷ୍ଟି ହୁଏ ।
(v) ଜଳବୁନ୍ଦା ମିଶି ବଡ଼ ଠୋପା ଆକାରରେ ବର୍ଷା, କୁଆପଥର, କିମ୍ବା ବରଫ ପରି ଭୂମିରେ ପଡ଼େ । ବର୍ଷା ସହିତ ଆସିଥିବା ପ୍ରବଳ ପବନକୁ ଝଡ଼ କୁହାଯାଏ ।
Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 11
ଚିତ୍ର : ପ୍ରବଳ ପବନ ଉପରକୁ ଏବଂ ତଳକୁ ଯାଉଛି
(vi) ଭାରତ ଭଳି ଉଷ୍ଣ, ଆର୍ଦ୍ର ଏବଂ ଉଷ୍ଣମଣ୍ଡଳୀୟ ଜଳବାୟୁ ଅଞ୍ଚଳରେ ଝଡ଼ବାତ୍ୟା ଅଧ‌ିକ ଏବଂ ବାରମ୍ବାର ଅନୁଭୂତ ହୁଏ ।
(vii) ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଉଷ୍ଣ ବାୟୁ ଅଧିକ ଉଚ୍ଚକୁ ଉଠି ପରିବ୍ୟାପ୍ତ ହେଲାବେଳେ ତାପମାତ୍ରା ହ୍ରାସ ଯୋଗୁଁ ଜଳ ବୁନ୍ଦାଗୁଡ଼ିକୁ ବରଫ କଣିକାରେ ପରିଣତ କରେ ।

ବିଦ୍ୟୁତ ଝଡ଼ (Thunderstorm)ର ସୃଷ୍ଟି :
ଭାରତ ଭଳି ଉଷ୍ଣମଣ୍ଡଳୀୟ ଜଳବାୟୁ ଅଞ୍ଚଳରେ ଝଡ଼ବର୍ଷା ବାରମ୍ବାର ହେବାର ଦେଖାଯାଏ । ଉଷ୍ଣବାୟୁ ଅଧିକ ଉଚ୍ଚକୁ ଉଠି ପରିବ୍ୟାପ୍ତ ହେଲାବେଳେ ତାପମାତ୍ରା ହ୍ରାସଯୋଗୁ ଜଳବୁନ୍ଦାଗୁଡ଼ିକ ବରଫ କଣିକାରେ ପରିଣତ ହୁଏ । ଉପର ଏବଂ ତଳକୁ ପ୍ରବାହିତ ପ୍ରବଳ ପବନଯୋଗୁ ଜଳବୁନ୍ଦା ଓ ବରଫ ମଧ୍ଯରେ ଘର୍ଷଣ ହେବା ଫଳରେ ବୀପରୀତ ଚାର୍ଜ ସୃଷ୍ଟିହୁଏ ।
(i) ଯେତେବେଳେ ଦୁଇଟି ବସ୍ତ ପରସ୍ପର ସହିତ ଘଷିହୁଏ, ସେତେବେଳେ ଚାର୍ଜିତ ହୋଇଯାଆନ୍ତି । ଏହି କ୍ଷେତ୍ରରେ ଉପରକୁ ଏବଂ ତଳକୁ ପ୍ରବଳ ପବନ ବହି ପରସ୍ପର ସହିତ ଘଷି ହେବା ଫଳରେ ମେଘ ମଧ୍ଯରେ ସ୍ଥିର ବୈଦ୍ୟୁତିକ ଚାର୍ଜ ସୃଷ୍ଟି ହୁଏ ।
(ii) ଯୁକ୍ତାତ୍ମକ ଚାର୍ଜ ବିଶିଷ୍ଟ ହାଲୁକା ବରଫ କଣିକା ଉପର ଆଡ଼କୁ ଗତି କରେ ଏବଂ ମେଘର ଉପର ଅଂଶକୁ ଅଧିକାର କରେ ।
(iii) ବିଯୁକ୍ତାତ୍ମକ ଚାର୍ଜଯୁକ୍ତ ଭାରୀ ଜଳ ବିନ୍ଦୁ ମେଘର ନିମ୍ନ ଅଂଶକୁ ଅଧିକାର କରେ ।
(iv) ଏହିପରି ମେଘ ମଧ୍ଯରେ ଏକ ଚାର୍ଜ ପୃଥକୀକରଣ ଘଟେ ।
Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 12
ଚିତ୍ର : ବିଜୁଳି
(v) ଏହା ସହିତ ଯେତେବେଳେ ମେଘର ବିଯୁକ୍ତାତ୍ମକ ଚାର୍ଜଯୁକ୍ତ ନିମ୍ନ ଅଂଶ ଭୂମି ନିକଟକୁ ଆସେ, ଏହା ଭୂମି ଏବଂ ନିକଟବର୍ତ୍ତୀ ବସ୍ତୁଗୁଡ଼ିକୁ ଯେପରିକି ଗଛ କିମ୍ବା କୋଠାମାନଙ୍କୁ ଯୁକ୍ତାତ୍ମକ ଚାର୍ଜଯୁକ୍ତ କରିଥାଏ ।
(vi) ସାଧାରଣତଃ, ବାୟୁ ଏକ ବୈଦ୍ୟୁତିକ କୁପରିବାହୀ ଭାବରେ କାର୍ଯ୍ୟ କରେ ଏବଂ ବିପରୀତ ଚାର୍ଜଗୁଡ଼ିକୁ ଏକାଠି ହେବାକୁ ଦିଏ ନାହିଁ, କିନ୍ତୁ ଯେତେବେଳେ ପୁଞ୍ଜିଭୂତ ଚାର୍ଜର ପରିମାଣ ବହୁତ ଅଧିକ ହୋଇଯାଏ, ବାୟୁରେ ଅନ୍ତର୍ନିହିତ ବିଦ୍ୟୁତ ବିରୋଧୀ ଗୁଣ ଲୋପ ପାଇଯାଏ । ହଠାତ୍ ବହୁ ମାତ୍ରାରେ ଚାର୍ଜ ପ୍ରବାହ ହୁଏ । ଏକ ଉଜ୍ଜ୍ଵଳ ଆଲୋକର ଝଲକ ସୃଷ୍ଟି ହୁଏ, ଯାହାକୁ ବିଜୁଳି କୁହାଯାଏ ।
(vii) ମେଘ ମଧ୍ଯରେ ବିପରୀତ ଚାର୍ଜ ଧକ୍କା ହେବା ସମୟରେ ବଜ୍ରପାତ ହୋଇପାରେ । ଏହା ମେଘ-ମେଘ ମଧ୍ୟରେ କିମ୍ବା ମେଘ ଏବଂ ଭୂମି ମଧ୍ଯରେ ହୋଇପାରେ । ବିଜୁଳି ଏହା ଚାରିପାଖରେ ଥିବା ବାୟୁକୁ ଦ୍ରୁତ ଗତିରେ ଗରମ କରିଦିଏ, ଯାହା ଫଳରେ ବାୟୁ ବିସ୍ତାରିତ ହୁଏ ଏବଂ ଏକ ଉଚ୍ଚ ଶବ୍ଦ ସୃଷ୍ଟି କରେ ଯାହା ଘଡ଼ଘଡ଼ି ନାମରେ ପରିଚିତ । ବିଜୁଳି ଏବଂ ଘଡ଼ଘଡ଼ି ସହିତ ଏକ ଝଡ଼କୁ ବଜ୍ର ବିଦ୍ୟୁତ ଝଡ଼
(Thunderstorm) କୁହାଯାଏ ।

Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

ଝଡ଼ବର୍ଷାର ସ୍ଥାନୀୟମାନ – ମୌସୁମୀ ଋତୁ ଆସିବା ପୂର୍ବରୁ ଭାରତର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ହୋଇଥାଏ । ପଶ୍ଚିମବଙ୍ଗ, ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡରେ ଏହାକୁ କାଳବୈଶାଖ୍ ଏବଂ ଆସାମରେ ବୋର୍ଡ଼ଇସିଲା କହନ୍ତି । କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁରେ ଏଗୁଡ଼ିକୁ ଆମ୍ବବର୍ଷା କହନ୍ତି । ତେଣୁ ବଜ୍ରପାତରୁ ରକ୍ଷା ପାଇବାପାଇଁ ଆମକୁ ନିମ୍ନ ସତର୍କତା ନେବା ଉଚିତ ।
ବିଜୁଳି ଓ ବଜ୍ରପାତ ବିପଦପୂର୍ଣ୍ଣ । ଏହା ନିଆଁ ଲଗାଇପାରେ, କୋଠାଘରକୁ କ୍ଷତି ପହଞ୍ଚାଇ ଏବଂ ମନୁଷ୍ୟ, ପଶୁମାନଙ୍କର ଗୁରୁତର ଦାହଜନି ଓ କ୍ଷତି ବା ମୃତ୍ୟୁର କାରଣ ହୋଇପାରେ ।

(i) ବଜ୍ରପାତ ସମୟରେ ଉଚ୍ଚ ବସ୍ତୁଗୁଡ଼ିକଠାରୁ ଦୂରରେ ରହିବା ଆବଶ୍ୟକ ।
(ii) ନିମ୍ନ ଓ ଖୋଲା ଅଞ୍ଚଳ ଏହି ସମୟରେ ନିରାପଦ ସ୍ଥାନ । ତେଣୁ ନିମ୍ନ ଓ ଖୋଲା ସ୍ଥାନରେ ରହିବା ଉଚିତ୍ ।
(iii) ଛାତିଆଡ଼କୁ ଆଣ୍ଠୁ ଭାଙ୍ଗି ନଇଁପଡ଼ି ଭୂମି ସହିତ ସମ୍ପର୍କ କମ୍ କରିବା ଆବଶ୍ୟକ ।
(iv) ସିଧାହୋଇ ଶୋଇବା ଅନୁଚିତ ।
(v) ଧାତୁର‍ଥିବା ଛତା ବ୍ୟବହାର କରିବା ଅନୁଚିତ ।
(vi) ପାଣିରେ ଥିଲେ ବାହାରି ଆସିବା ଉଚିତ ।
(vii) ବସ୍ ବା କାର ଭିତରେ ଥିଲେ ଅପେକ୍ଷାକୃତ ନିରାପଦ ଅଟେ ।
(viii) ଘରର ଛାତ ଉପରେ ବିଜୁଳି ପରିବାହି ସ୍ଥାପନ କରିବା ନିରାପଦ ।

ବିଜୁଳି ପରିବାହି (Lightening Conductor) :
ବିଜୁଳି ପରିବାହି ଏକ ଧାତବ ଦଣ୍ଡ । କୋଠାଘର ନିର୍ମାଣ ସମୟରେ ଏହାକୁ କାନ୍ଥ ସହ ସ୍ଥାପିତ କରାଯାଏ । ଦଣ୍ଡର ଗୋଟିଏ ପ୍ରାନ୍ତ ମୁନିଆ । ଏହି ପ୍ରାନ୍ତ କୋଠାଘରର ସର୍ବୋଚ୍ଚ ବିନ୍ଦୁଠାରୁ ଅଧ‌ିକ ଉଚ୍ଚରେ ରଖାଯାଏ । ଅନ୍ୟ ପ୍ରାନ୍ତକୁ ଭୂମିରେ ଗଭିର ଭାବରେ ପୋତି ଦିଆଯାଏ । ଦଣ୍ଡଟି ବିଦ୍ୟୁତ ଚାର୍ଜକୁ ଭୂମିକୁ ସ୍ଥାନାନ୍ତର କରେ ।

ଘୂର୍ଣ୍ଣିବାତ୍ୟାର ସୃଷ୍ଟି :
(i) ଘୂର୍ଣ୍ଣିବାତ୍ୟା ହେଉଛି ଏକ ପ୍ରବଳ ଝଡ଼ ଯାହା ଉଷ୍ମ ସମୁଦ୍ର ଜଳ ଉପରେ ସୃଷ୍ଟିହୁଏ ।
(ii) ସମୁଦ୍ର ଜଳ ଗରମ ହୋଇ ଏହା ଉପରେ ଥ‌ିବା ଉଷ୍ଣ ଏବଂ ଆର୍ଦ୍ର ବାୟୁ ଉପରକୁ ଉଠିବା ସହିତ ଜଳୀୟ ବାଷ୍ପ ଘନୀଭୂତ ହୋଇ ବର୍ଷାବିନ୍ଦୁ ସୃଷ୍ଟି କରେ ।
(iii) ଆମେ ଜାଣୁ ଯେ ବାଷ୍ପୀଭବନ ସମୟରେ ଜଳ ବାଷ୍ପରେ ପରିଣତ ହେବାପାଇଁ ତାପ ନେଇଥାଏ ।
(iv) ଯେତେବେଳେ ଏହି ଜଳୀୟବାଷ୍ପ ବର୍ଷା ବିନ୍ଦୁରେ ଘନୀଭୂତ ହୁଏ, ତାପ ପୁନର୍ବାର ବାୟୁମଣ୍ଡଳକୁ ମୁକ୍ତ ହୁଏ ।
(v) ଏହା ଊର୍ଦ୍ଧ୍ୱଗାମୀ ବାୟୁର ଉଷ୍ଣତା ବୃଦ୍ଧି ଉଚ୍ଚ/ଚାପ ନିମ୍ନ ଚାପ ଉଚ୍ଚ ବାପ କରେ ଯାହା ଏହାକୁ ଅଧିକ ଉପରକୁ ନେଇଯାଏ ଏବଂ ଆହୁରି ନିମ୍ନଚାପ ସୃଷ୍ଟିକରେ । ଚତୁଃପାର୍ଶ୍ୱସ୍ଥ ବାୟୁ ଏହି ନିମ୍ନ ଚାପ ଅଞ୍ଚଳକୁ ପ୍ରବାହିତ ହୁଏ ଏବଂ ଏହା ମଧ୍ୟ ଉପରକୁ ଉଠିବାକୁ ଆରମ୍ଭ କରେ । ଉଚ୍ଚ ଚାପ କ୍ଷେତ୍ରରୁ ନିମ୍ନ ଚାପ କ୍ଷେତ୍ରକୁ ପବନ ପ୍ରବାହିତ ହୁଏ ।
Class 8 Science Chapter 6 Notes Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 13

(vi) ପୃଥ‌ିବୀର ଘୂର୍ଣ୍ଣନ ଯୋଗୁଁ ଗତିଶୀଳ ବାୟୁ ଘୂର୍ଣ୍ଣନ କରେ । ଏହି ଚକ୍ରର ପୁନରାବୃତ୍ତି ହୁଏ, ଫଳସ୍ଵରୂପ ଏକ ଅତି ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହୁଏ – ବେଗରେ ପବନ ଘୂର୍ଣ୍ଣନ କରିଥାଏ । ଯାହାର ଚାରିପାଖରେ ଉଚ୍ଚ ମେଘ, ପବନ ଏବଂ ବର୍ଷାର ଏହି ଘୂର୍ଣ୍ଣନଶୀଳ ଅବସ୍ଥାକୁ ଘୂର୍ଣ୍ଣିବାତ୍ୟା କୁହାଯାଏ ।
(vii) ଏକ ଘୂଷ୍ଠିବାତ୍ୟାରେ ସର୍ବନିମ୍ନ ଚାପର ଅଞ୍ଚଳ କେନ୍ଦ୍ରରେ ଥାଏ ଯାହାକୁ ବାତ୍ୟାର ଆଖୁ କୁହାଯାଏ । ଘୂର୍ଣ୍ଣିବାତ୍ୟାର ଆଖରେ ପବନ ଶାନ୍ତ ଥାଏ କିନ୍ତୁ ଆଖପାଖ ଅଞ୍ଚଳରେ ପ୍ରବଳ ପବନ ଏବଂ ପ୍ରବଳ ବର୍ଷା ହୋଇଥାଏ ।
(viii) ଘୂର୍ଣ୍ଣିବାତ୍ୟା ସମୁଦ୍ରରୁ ଭୂମି ଆଡ଼କୁ ଗତି କରେ ।
(ix) ଏହା ସାଧାରଣତଃ ବଜ୍ରପାତ ଦ୍ଵାରା ଉତ୍ପନ୍ନ ପବନ ବେଗ ତୁଳନାରେ ଅଧ୍ଵ ପବନ ବେଗ ସୃଷ୍ଟି କରେ ।
(x) ଘୂର୍ଣ୍ଣିବାତ୍ୟା ସ୍ଥଳଭାଗରେ ପହଞ୍ଚିବା ପରେ ଆର୍ଦ୍ର ବାୟୁର ଉତ୍ସ ବିଚ୍ଛିନ୍ନ ହୋଇଥାଏ ଏବଂ ଏହା ଧୀରେ ଧୀରେ ତାର ଶକ୍ତି ହରାଇଥାଏ ।

ଭାରତୀୟ ପାଣିପାଗ ବିଭାଗ (Indian-Meteorogical Department) ର କାର୍ଯ୍ୟ :
(i) ଭାରତୀୟ ପାଣିପାଗ ବିଭାଗ ଘୂର୍ଣ୍ଣିବାତ୍ୟାର ପୂର୍ବାନୁମାନ କରେ ।
(ii) ପାଣିପାଗ ରିପୋର୍ଟ, ନିୟମିତ ସତର୍କତା ଓ ଚେତାବନୀ ବିଷୟରେ ଏହା ସଦ୍ୟତମ ଖବର ଦେଇଥାନ୍ତି ।
(iii) ଏହି ସଂସ୍ଥା ପାଣିପାଗ ପର୍ଯ୍ୟବେକ୍ଷଣ ସାଟେଲାଇଟ୍‌ର ସାହାଯ୍ୟ ନିଅନ୍ତି ।
(iv) ଏହି ସଂସ୍ଥାର ସାହାଯ୍ୟ ନେଇ ସରକାର ଓ ଜନସାଧାରଣ ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବାପାଇଁ ପ୍ରସ୍ତତ ହୁଅନ୍ତି ଏବଂ ଏଥିପାଇଁ ସରକାରି କଳ ବିଶେଷ ସଜାଗ ହୋଇଥାଏ ।
(v) ବିଭାଗର କଳନା ଓ ପୂର୍ବାନୁମାନ ଧନଜୀବନ ରକ୍ଷା କରେ ।

ଆମେ ଯାହା ଜାଣିଲୁ

  • ଚାପ (Pressure) – ଏକକ କ୍ଷେତ୍ରଫଳ ଉପରେ କାର୍ଯ୍ୟ କରୁଥିବା ବଳର ପରିମାଣକୁ ଚାପ କହନ୍ତି । ଚାପର SI ଏକକ ନିଉଟନ ପ୍ରତି ବର୍ଗମିଟର ବା \(\frac{\mathrm{N}}{\mathrm{~m}^2}\)। ଏହି ଏକକକୁ ‘ପାସ୍କେଲ’ ମଧ୍ୟ କୁହାଯାଏ ।
  • ବଳର ପରିମାଣ ସମାନ ଥାଇ କ୍ଷେତ୍ରଫଳ ବୃଦ୍ଧି ପାଇଲେ, ଚାପ କମିଯାଏ । ଅନ୍ୟପକ୍ଷରେ କ୍ଷେତ୍ରଫଳ କମିଗଲେ, ଚାପର ପରିମାଣ ବୃଦ୍ଧିପାଏ ।
  • ତରଳ ପଦାର୍ଥର ନିମ୍ନ ଚାପ ବ୍ୟତିତ ପାର୍ଶ୍ଵଚାପ ଥାଏ । ଏହାର ସର୍ବଦିଗଚାପ ରହିଛି ।
  • ଜଳସ୍ତରର ଚାପ, ଏହାର ଉଚ୍ଚତା ଉପରେ ନିର୍ଭର କରେ ଜଳସ୍ତରର ଉଚ୍ଚତା ଅଧ‌ିକ ହେଲେ, ଚାପ ଅଧ୍ଵକ ହୁଏ । ଜଳସ୍ତରର ଉଚ୍ଚତା ସମାନ ହେଲେ ଭୂମିର କ୍ଷେତ୍ରଫଳର ଭିନ୍ନତା ସତ୍ତ୍ଵେ ଚାପ ସମାନ ହୋଇଥାଏ ।
  • ଭୂସମାନ୍ତର ଭାବରେ କାର୍ଯ୍ୟ କରୁଥିବା ଚାପ ଏହାର ତଳ ପାର୍ଶ୍ଵରେ ଅଧୂକ ହୁଏ । ଏହି କାରଣରୁ ଜଳଭଣ୍ଡାରର ବନ୍ଧର ତଳଦେଶକୁ ପ୍ରଶସ୍ତ କରାଯାଇଥାଏ ।
  • ବାୟୁର ସର୍ବଦିଗ ଚାପ ଥାଏ । ବାୟୁଚାପର ବ୍ୟବହାରିକ ଏକକ ମିଲିବାର (mb), 1 ମିଲିବାର = 1 ହେକ୍ଟୋପାସାଲ = 100 ପାସକେଲ୍ ବାୟୁସ୍ତମ୍ଭ ତାର ଓଜନ ହେତୁ କ୍ଷେତ୍ରଫଳ ଉପରେ ଯେଉଁ ବଳ ପ୍ରଦାନ କରେ ତାହାକୁ ବାୟୁଚାପ କହନ୍ତି । ସମୁଦ୍ର ପତନରେ ବାୟୁଚାପ ସର୍ବାଧ୍ଵ । ସ୍ଥାନର ଉଚ୍ଚତା ବୃଦ୍ଧିରେ ବାୟୁଚାପ କମିଯାଏ । ଗତିଶୀଳ ବାୟୁକୁ ପବନ କହନ୍ତି । ବାୟୁମଣ୍ଡଳରେ ଚାପର ପ୍ରାର୍ଥକ୍ୟ ହେତୁ ପବନ ସୃଷ୍ଟି ହୁଏ ।
  • ଦିନବେଳା ସ୍ଥଳଭାଗ ଜଳଭାଗ ଅପେକ୍ଷା ଶିଘ୍ର ଉତ୍ତପ୍ତ ହୁଏ । ଏଣୁ ସ୍ଥଳଭାଗ ଉପରେ ନିମ୍ନଶ୍ୟପ ଓ ଜଳଭାଗ ଉପରେ ଗୁରୁଚାପ ଦେଖାଯାଏ । ଫଳରେ ଦିନବେଳା ସମୁଦ୍ରବାୟୁ ସ୍ଥଳଭାଗ ଆଡ଼କୁ ପ୍ରବାହିତ ହୁଏ । ରାତ୍ରିସମୟରେ ସ୍ଥଳଭାଗ ତାପ ବିକିରଣ କରି ଶିଘ୍ର ଥଣ୍ଡାହୁଏ । ଜଳଭାଗ ଅପେକ୍ଷାକୃତ ଉଷ୍ଣଥାଏ । ସ୍ଥଳଭାଗର ବାୟୁଚାପ ଅଧ‌ିକ ହେତୁ ରାତିରେ ସ୍ଥଳବାୟୁ ସମୁଦ୍ରଆଡ଼କୁ ପ୍ରବାହିତ ହୁଏ ।
  • ବର୍ଷାସହିତ ଆସିଥ‌ିବା ପ୍ରବଳ ପଦନକୁ ଝଡ଼ କୁହାଯାଏ ।
  • ମେଘ ମଧ୍ଯରେ ବିପରିତ ଚାର୍ଜ ଧକ୍କାହେବା ସମୟରେ ବଜ୍ରପାତ ହୋଇପାରେ । ଏହା ମେଘ-ମେଘ ମଧ୍ଯରେ କିମ୍ବା ମେଘ ଓ ଭୂମି ମଧ୍ଯରେ ହୋଇପାରେ । ଏହାକୁ ଘଡ଼ଘଡ଼ି କହନ୍ତି । ବିଜୁଳି ଏବଂ ଘଡ଼ଘଡ଼ି ସହିତ ଏକ ଝଡ଼କୁ ‘ବଜ୍ର ବିଦ୍ୟୁତ ଝଡ଼’ କୁହାଯାଏ ।
  • ଘଡ଼ଘଡ଼ି ସହ ଝଡ଼ବର୍ଷାକୁ ପଶ୍ଚିମବଙ୍ଗ, ବିହାର ଓ ଓଡ଼ିଶାରେ କାଳବୈଶାଖୀ ଏବଂ ଆସାମରେ ବୋର୍ଡ଼ଇସିଲା କହନ୍ତି । କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁରେ ଏହାକୁ ‘ଆମ୍ବ ବର୍ଷା’ କହନ୍ତି ।
  • ଘଡ଼ଘଡ଼ିରୁ ରକ୍ଷାପାଇବାପାଇଁ ଘରର ଛାତରେ ବିଜୁଳି ପରିବାହି ଲଗା ଯାଇଥାଏ ।
  • ଘୂର୍ଣ୍ଣିବାତ୍ୟା ହେଉଛି ଏକ ପ୍ରବଳ ଝଡ଼ ଯାହା ଉଷ୍ଣ ସମୁଦ୍ର ଜଳ ଉପରେ ସୃଷ୍ଟିହୁଏ । ଏହାର କେନ୍ଦ୍ରରେ ଲଘୁଚାପ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗୁରୁଚାପ ସୃଷ୍ଟିହୁଏ ।
  • ଭାରତୀୟ ପାଣିପାଗ ବିଭାଗ, ଝଡ଼ବର୍ଷା, ଘୂର୍ଣ୍ଣିବାତ୍ୟାର ପୂର୍ବାଭାସ କରାଇ ପୂର୍ବରୁ ସତର୍କ କରାଇଥାନ୍ତି । ଏହାଦ୍ଵାରା ଅନେକ ଧନଜୀବନ ରକ୍ଷାହୁଏ ।
  • ଆମେ ବେଳେବେଳେ ଦେଖିଥାଉ ଶୁଖୁଲା ପତ୍ରଗୁଡ଼ିକ ପବନରେ ଉଡ଼ଇଥାନ୍ତି । ଜୋରରେ ପବନ ବହିଲେ ବଡ଼ ବଡ଼ ଗଛ ଭାଙ୍ଗିପଡ଼େ । ତାହା ବଳର କ୍ରିୟାଦ୍ଵାରା ସମ୍ଭବ ହୋଇଥାଏ । ଯେତେବେଳେ ବଳ ଏକ କ୍ଷେତ୍ର ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଭାବରେ ଗତି କରେ, ତାହାକୁ ଚାପ କୁହାଯାଏ ।

Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ

Go through BSE Odisha Class 8 Science Notes Odia Medium and Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ to understand important concepts and topics more clearly.

8th Class Science Chapter 4 Notes Odia Medium

BSE Odisha Class 8 Science Chapter 4 Notes Odia Medium

ବିଷୟବସ୍ତ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ :

ଉପକ୍ରମ :
ବିଦ୍ୟୁତ୍ ଏକ ଶକ୍ତି । ଏହା ଆଧୁନିକ ବିଜ୍ଞାନର ମାନବ ସମାଜକୁ ଏକ ଅବଦାନ । 1800 ମସିହାରେ ଇଟାଲୀର ବୈଜ୍ଞାନିକ ଭୋଲ୍‌ଟା ଏକ ସରଳ ଭୋଲ୍‌ଟୀୟ ସେଲ୍ ତିଆରି କରିଥିଲେ । ଏହା ଥିଲା ବିଦ୍ୟୁତ୍ ସ୍ରୋତର ପ୍ରଥମ ମନୁଷ୍ୟକୃତ ଉତ୍ସ । ଏହାର ବହୁତ ବର୍ଷ ପୂର୍ବରୁ ଚୁମ୍ବକର ଆବିଷ୍କାର ହୋଇ ସାରିଥିଲା । ମାତ୍ର ଚୁମ୍ବକ ସହ ବିଦ୍ୟୁତ୍ ପ୍ରବାହର କିଛି ସମ୍ପର୍କ ଥାଇପାରେ ବୋଲି କେହି ଭାବୁ ନଥିଲେ । 1820 ମସିହାରେ ଡେନ୍‌ମାର୍କର ବୈଜ୍ଞାନିକ ହାନ୍ସ ଖ୍ରୀଷ୍ଟିଆନ ଓରଷ୍ଟେଡ଼ ସର୍ବପ୍ରଥମେ ବିଦ୍ୟୁତ୍ ପ୍ରବାହ ସହିତ ଚୁମ୍ବକତ୍ଵର ସମ୍ପର୍କ ସ୍ଥାପନ କରିଥିଲେ ।

ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ :
ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ ଜାଣିବାପାଇଁ ଏକ ସରଳ ପରୀକ୍ଷା :

କାର୍ଯ୍ୟ –୧ : ଆସ ଅନୁସନ୍ଧାନ କରିବା
ଆବଶ୍ୟକୀୟ ଉପକରଣ ଓ ପ୍ରଣାଳୀ :
(i) ଏକ ଚୁମ୍ବକୀୟ କମ୍ପାସ୍, ଏକ ବିଦ୍ୟୁତ୍ କୋଷ (Electric Cell), ଏକ କୋଷ ଧାରକ (Cell holder), ଦୁଇଟି ଡ୍ରଇଂ ପିନ୍, ଗୋଟିଏ ସେପ୍ଟି ପିନ୍, ଦୁଇଟି କଣ୍ଟା, ଦୁଇ ଖଣ୍ଡ ସଂଯୋକାରୀ ତାର (ଗୋଟିଏ ଲମ୍ବା ଓ ଗୋଟିଏ ଛୋଟ), ଆଉ ଦୁଇ ଖଣ୍ଡ ଛୋଟ କାର୍ଡ଼ବୋର୍ଡ଼ ସଂଗ୍ରହ କରାଯାଉ ।
(ii) ଦୁଇଟି ଡ୍ରଇଂ ପିନ୍, ଗୋଟିଏ ସେଫ୍‌ଟି ପିନ୍ ଏବଂ ଗୋଟିଏ କାର୍ଡ଼ବୋର୍ଡ଼ ଖଣ୍ଡ ବ୍ୟବହାର କରି ଗୋଟିଏ ସୁଇଚ୍ ତିଆରି କରାଯାଉ । ଯାହାର ବ୍ୟାଟେରୀ (କୋଷ)କୁ ଧାରକରେ ରଖାଯାଉ ।
(iii) ଦୁଇଟି କଣ୍ଟା ଗୋଟିଏ କାର୍ଡ଼ବୋର୍ଡ଼ ଖଣ୍ଡରେ ଲଗାଯାଉ । ଲମ୍ବା ତାରର ମଧ୍ୟ ଭାଗକୁ ଦୁଇ କଣ୍ଟା ମଧ୍ୟରେ ଟାଣି ରଖ, ଯାହା କାର୍ଡ଼ବୋର୍ଡ଼ ପୃଷ୍ଠରୁ ଟିକେ ଉପରେ ରହିବ । ସେହି ତାରର ଗୋଟିଏ ମୁଣ୍ଡକୁ କୋଷ ଧାରକ ସହିତ ଓ ଅନ୍ୟ ମୁଣ୍ଡକୁ ସୁଇଚ୍ ସହିତ ସଂଯୋଗ କରାଯାଉ ।
(iv) ଦ୍ଵିତୀୟ ତାରକୁ କୋଷ ଧାରକ ଓ ସୁଇଚ୍ ମଧ୍ଯରେ ସଂଯୋଗ କରାଯାଉ । ଚୁମ୍ବକୀୟ କମ୍ପାସକୁ ଦୁଇ କଣ୍ଟା ମଧ୍ୟରେ ଥିବା ତାର ତଳେ ରଖାଯାଉ ।
(v) କମ୍ପାସ ସୂଚୀକୁ ଦେଖୁଥ‌ିବା ସମୟରେ, ତାରରେ ବିଦ୍ୟୁତ୍ ପ୍ରବାହ ହେବାପାଇଁ ସୁଇଟ୍‌କୁ ଅନ୍ (ON) କରାଯାଉ । (ଚିତ୍ର-(ଖ) । ବର୍ତ୍ତମାନ ଆଉ ଥରେ କମ୍ପାସ୍ ସୂଚୀକୁ ଲକ୍ଷ୍ୟକରି ସୁଇଟ୍‌କୁ ଅଫ୍ (OFF) କରାଯାଉ । ସୁଇଟ୍‌କୁ ଅନ୍ ଏବଂ ଅଫ୍ ସ୍ଥିତି ମଧ୍ୟରେ କିଛି ଥର ଚଳାଅ । ପ୍ରତ୍ୟେକ ଥର କମ୍ପାସ୍ ସୂଚୀ କିପରି କାର୍ଯ୍ୟ କରୁଛି ତାହା ଭଲ ଭାବେ ପର୍ଯ୍ୟବେକ୍ଷଣ କର ।

ପର୍ଯ୍ୟବେକ୍ଷଣ :
ଯେତେବେଳେ ପରିପଥ ମଧ୍ଯରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ, କମ୍ପାସ୍ ସୂଚୀ ତାର ମୂଳ ସ୍ଥାନରୁ ବିକ୍ଷେପିତ ହୋଇଯାଏ । ଯେତେବେଳେ ବିଦ୍ୟୁତ୍ ପ୍ରବାହ ବନ୍ଦ ହୋଇଯାଏ, ସୂଚୀ ତାର ମୂଳ ସ୍ଥାନକୁ ଫେରିଯାଏ ।
Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ 1
ସିଦ୍ଧାନ୍ତ :
(i) କମ୍ପାସ୍ ସୂଚୀ ଏକ କ୍ଷୁଦ୍ର ଚୁମ୍ବକ ଯାହା ଅନ୍ୟ ଏକ ଚୁମ୍ବକକୁ ପାଖକୁ ଆଣିଲେ ଏହାର ସୂଚୀ ବିକ୍ଷେପିତ ହୁଏ । ମଝିରେ ଅଣଚୁମ୍ବକୀୟ ପଦାର୍ଥ ରହିଲେ ମଧ୍ୟ ଏହି ଚୁମ୍ବକୀୟ ପ୍ରଭାବ କାର୍ଯ୍ୟ କରେ ! କିନ୍ତୁ ତାରରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ପାଖରେ ଥିବା କମ୍ପାସ ସୂଚୀ ବିକ୍ଷେପିତ ହୋଇଥାଏ ।
(ii) ଏହି ବିକ୍ଷେପଣରୁ ଜଣାଯାଏ ଯେ, ବିଦ୍ୟୁତ୍ ସ୍ରୋତବାହୀ ତାରର ଚୁମ୍ବକୀୟ ପ୍ରଭାବ ଅଛି ଯାହା କମ୍ପାସ ସୂଚୀ ଉପରେ ପଡୁଛି । ଯେତେବେଳେ ବିଦ୍ୟୁତ୍ ସ୍ରୋତ ବନ୍ଦ ହୋଇଯାଇଛି, ଏହି ଚୁମ୍ବକୀୟ ପ୍ରଭାବ ଆଉ ରହେ ନାହିଁ, ତେଣୁ କମ୍ପାସ ସୂଚୀ ପୂର୍ବ ଅବସ୍ଥାକୁ ଫେରି ଆସିଥାଏ ।
ଏକ ଚୁମ୍ବକ ବା ବିଦ୍ୟୁସ୍ରୋତ ବହନକାରୀ ତାର ନିକଟସ୍ଥ ଅଞ୍ଚଳରେ ଚୁମ୍ବକୀୟ କ୍ଷେତ୍ର (Magnetic Field) ଥାଏ ଯେଉଁଠାରେ ଚୁମ୍ବକୀୟ ପ୍ରଭାବ ଅନୁଭୂତ ହୁଏ । ଏହି ତତ୍ତ୍ଵକୁ ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ କୁହାଯାଏ ।

Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ

ଓଷ୍ଟ୍ରେଡ୍‌ଙ୍କ ଆବିଷ୍କାର :
(i) 1820 ମସିହାରେ ଡେନ୍‌ମାର୍କର ବୈଜ୍ଞାନିକ ହାନ୍ସ ଖ୍ରୀଷ୍ଟିଆନ୍ ଓର୍ଷେଡ୍ ବିଦ୍ୟୁତ୍ ପ୍ରବାହ ସହିତ ଚୁମ୍ବକତ୍ଵର ସମ୍ପର୍କ ସ୍ଥାପନ କରିଥିଲେ । ସେ ଡେନ୍‌ମାର୍କର ଗୋଟିଏ ବିଶ୍ଵ ବିଦ୍ୟାଳୟରେ ପ୍ରଫେସର ଥିଲେ ।
(ii) ସେ ଦିନେ ଶ୍ରେଣୀରେ ବିଦ୍ୟୁତ୍ ବିଷୟରେ ପଢ଼ାଇଲା ସମୟରେ ଗୋଟିଏ କମ୍ପାସ ସୂଚୀର ନିକଟରେ ଥିବା ଧାତବ ତାରରେ ବିଦ୍ୟୁତ୍ ପ୍ରବାହ କରିବାରୁ କମ୍ପାସ୍ ସୂଚୀଟି ବିକ୍ଷେପିତ ହେଲା ।
(iii) ଏହି ପର୍ଯ୍ୟବେକ୍ଷଣରୁ ସେ ନିଶ୍ଚିତ ହେଲେ ଯେ ତାରରେ ତାଙ୍କ ବିଦ୍ୟୁତ୍ ପ୍ରବାହ ହେବାରୁ, ତାରଟି ଗୋଟିଏ ଚୁମ୍ବକ ଭଳି କାର୍ଯ୍ୟ କରୁଛି । ଅର୍ଥାତ୍, ବିଦ୍ୟୁତ୍ ସ୍ରୋତ ପ୍ରଭାବରେ ହାନ୍ସ ଖ୍ରୀଷ୍ଟିଆନ୍ ଓଷ୍ଟେଡ୍ ପ୍ରକୃତରେ କମ୍ପାସ୍ ସୂଚୀଟି ବିକ୍ଷେପିତ ହେଉଥାଏ ।

ବିଦ୍ୟୁତ୍ ଶକ୍ତିର ଚୁମ୍ବକୀୟ ପ୍ରଭାବକୁ ବିନିଯୋଗ କରି ବ୍ୟବହାରିକ କ୍ଷେତ୍ରରେ ବିଦ୍ୟୁତ୍ ଚୁମ୍ବକ, ବିଦ୍ୟୁତ୍ ଘଣ୍ଟି, ବୈଦ୍ୟୁତିକ ମୋଟର, ପଙ୍ଖା (Fan) ମାଇକ୍ ଓ ଡାକବାଜି ଯନ୍ତ୍ର (ମାଇକ୍ରୋଫୋନ୍) ଆଦି ନିର୍ମାଣ କରାଯାଇଛି ।
Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ 2
ବିଦ୍ୟୁତ୍ ଚୁମ୍ବକ :
ଯେତେବେଳେ ବିଦ୍ୟୁତ୍ ଶକ୍ତି ଏକ ତାର କୁଣ୍ଡଳୀ ମଧ୍ୟରେ ପ୍ରବେଶ କରେ, ଏହାର ଚାରି ପାଖରେ ଏକ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୁଏ, ଏହାକୁ ବିଦ୍ୟୁତ୍ ଚୁମ୍ବକ କୁହାଯାଏ ।

କାର୍ଯ୍ୟ -୨ : ଆସ ଅନ୍ଵେଷଣ କରିବା
ପ୍ରାୟ 50 ସେ.ମି. ଦୈର୍ଘ୍ୟର ନମନୀୟ ବିଦ୍ୟୁତ୍ ପ୍ରତିରୋଧ ଆବୃତ୍ତ ପରିବାହୀ ତାର, ଏକ ଲୁହା କଣ୍ଟା, ଏକ ବିଦ୍ୟୁତ୍ କୋଷ ଏବଂ କିଛି ଲୁହା କାଗଜ କ୍ଲିପ୍ ନି ଆଯାଉ ।
ପରିବାହୀର ତାରଟିକୁ କଣ୍ଟା ଚାରିପାଖରେ ଦୃଢ଼ ଭାବେ ଗୁଡ଼ାଇ କୁଣ୍ଡଳୀ (coil) ପ୍ରସ୍ତୁତ କର ଏବଂ ଏହାକୁ ଅଠା ଫିତା ଦ୍ଵାରା ବାନ୍ଧି ରଖାଯାଉ ।
Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ 3
କୋଷ ସହିତ ସଂଯୁକ୍ତ ତାର କୁଣ୍ଡଳୀ

ତାରର ମୁଣ୍ଡଗୁଡ଼ିକ ବ୍ୟାଟେରୀ ସହ ସଂଯୋଗ କରାଯାଉ । ଯେପରି ତାରଗୁଡ଼ିକୁ ବ୍ୟାଟେରୀ ସହ କିଛି ସେକେଣ୍ଡରୁ ଅଧ‌ିକ ସମୟ ଯୋଡ଼ି ହୋଇ ନ ରୁହେ, ନହେଲେ ବ୍ୟାଟେରୀ ଶୀଘ୍ର ଦୁର୍ବଳ ହୋଇଯିବ ।

ଲୁହା କଣ୍ଟାକୁ କାଗଜ କ୍ଲିପ୍ ଗୁଡ଼ିକ ନିକଟକୁ ଆଣି ଉପରକୁ ଉଠାଇଲେ । ଲୁହା କଣ୍ଟାର ଅଗ୍ରଭାଗରେ କ୍ଲିପ୍‌ଗୁଡ଼ିକ ଝୁଲି ହୋଇ ରହିବ । ତାରରେ ବିଦ୍ୟୁତ୍ ସ୍ରୋତ ବନ୍ଦ କରିବା ପାଇଁ ବ୍ୟାଟେରୀରୁ ତାର ଅଲଗା କଲେ, କ୍ଲିପ୍‌ଗୁଡ଼ିକ ତଳକୁ ଖସିଯାଉଛି ।

ସିଦ୍ଧାନ୍ତ :
ଯେତେବେଳେ ବିଦ୍ୟୁତ୍ ସ୍ରୋତ ପରିବାହୀ ତାରକୁଣ୍ଡଳୀ ମଧ୍ୟରେ ପ୍ରବାହିତ ହୁଏ, ସେତେବେଳେ କ୍ଲିପ୍‌ଗୁଡ଼ିକ ଏଠାରେ ଲାଗିଯାଏ । କିନ୍ତୁ ଯେତେବେଳେ ସ୍ରୋତ ବନ୍ଦ ହୋଇଯାଏ, କ୍ଲିପ୍‌ଗୁଡ଼ିକ ଆଉ ଏଠାରେ ଲାଗି ରହେ ନାହିଁ । ତଳକୁ ଖସି ଯାଇଥାଏ ।

କାର୍ଯ୍ୟ –୩ : ଆସ ପରୀକ୍ଷା କରିବା
ବିଦ୍ୟୁତ୍ ଚୁମ୍ବକର ପ୍ରସ୍ତୁତି ପ୍ରଣାଳୀ :
ପ୍ରାୟ 100 ସେ.ମି. ଦୈର୍ଘ୍ୟ ବିଶିଷ୍ଟ ଏକ ନମନୀୟ ବିଦ୍ୟୁତ୍ ରୋଧ ଆବୃତ ତାର, ଏକ ଚାର୍ଟ କାଗଜ ଖଣ୍ଡ, ଏକ ଲୁହା କଣ୍ଟା, ଏକ ବିଦ୍ୟୁତ୍ କୋଷ, ଦୁଇଟି ଚୁମ୍ବକୀୟ କମ୍ପାସ ଏବଂ କିଛି ଲୁହା ଇସ୍ପାତ କାଗଜ କ୍ଲିପ୍ ନିଆଯାଉ । ଚାର୍ଟ କାଗଜର ଗୋଟିଏ ଖଣ୍ଡକୁ ଗୁଡ଼େଇ ପେନସିଲ୍ ବ୍ୟାସ ସହ ସମାନ ବ୍ୟାସର ଏକ ସିଲିଣ୍ଡର ତିଆରି କରି ଏହାକୁ ଅଠା ଫିତା ସହ ବାନ୍ଧି ରଖାଯାଉ ।
Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ 4
(କ) ବିଦ୍ୟୁତ୍ରରୋଧ ଆବୃତ ତାର କୁଣ୍ଡଳୀ

ନମନୀୟ ବିଦ୍ୟୁତ୍ ପ୍ରତିରୋଧ ଆବୃତ ତାର ସିଲିଣ୍ଡର ଉପରେ ପ୍ରାୟ ୫୦ ଘେରା ଶକ୍ତ ଭାବେ ଗୁଡ଼ାଇ ଏକ ସିଲିଣ୍ଡର ଆକୃତିର କୁଣ୍ଡଳୀ ତିଆରି କର । ତାରକୁ ଅଠା ଫିତା ସହ ବାନ୍ଧି ରଖାଯାଉ ।
ସିଲିଣ୍ଡର ଆକୃତିର କୁଣ୍ଡଳୀର ଦୁଇ ମୁଣ୍ଡ ନିକଟରେ କମ୍ପାସଗୁଡ଼ିକୁ ରଖାଯାଉ କୁଣ୍ଡଳୀର ଦୁଇ ମୁଣ୍ଡକୁ ବ୍ୟାଟେରୀ ଦୁଇ ମୁଣ୍ଡ ସହ ଯୋଡ଼ ଏବଂ ଚୁମ୍ବକୀୟ କମ୍ପାସଗୁଡ଼ିକୁ ସୂଚୀ ବିକ୍ଷେପିତ ହେବ ।
କୋଷର ଦୁଇ ମେରୁରୁ ତାରକୁ ବିଚ୍ଛିନ୍ନ କଲେ କମ୍ପାସର ସୂଚୀଗୁଡ଼ିକ ନିଜ ମୂଳ ସ୍ଥାନକୁ ଫେରିଯାଉଛି । କାଗଜ ସିଲିଣ୍ଡରରେ ଗୋଟିଏ ଲୁହା କଣ୍ଟା ଭର୍ତ୍ତି କର ଏବଂ ଉପରୋକ୍ତ କାର୍ଯ୍ୟଗୁଡ଼ିକ ପୁନରାବୃତ୍ତି କର । କମ୍ପାସ ସୂଚୀଗୁଡ଼ିକର ବିକ୍ଷେପଣ ଅଧ‌ିକ ହେବ ।
ଲୁହା କଣ୍ଟାର ଦୁଇ ମୁଣ୍ଡ ନିକଟରେ କିଛି ଲୁହା, କାଗଜ କ୍ଲିପ୍ ରଖିଲେ । କ୍ଲିପ୍‌ଗୁଡ଼ିକ ଲୁହା କଣ୍ଟାର ମୁଣ୍ଡ ଆଡ଼କୁ ଆକର୍ଷିତ ହେବ ।
Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ 5
ସିଦ୍ଧାନ୍ତ :
(i) ଏହା ଦେଖାଯାଏ ଯେ, ଯେତେବେଳେ ବିଦ୍ୟୁତ୍ ସ୍ରୋତ ସିଲିଣ୍ଡର ଆକୃତିର କୁଣ୍ଡଳୀ ମଧ୍ୟରେ ପ୍ରବାହିତ ହୁଏ, ଏହା ଚୁମ୍ବକ ପରି ଆଚରଣ କରେ ଏବଂ କମ୍ପାସ ଭିତରେ ଥିବା ସୂଚୀକୁ ବିକ୍ଷେପିତ କରେ ।
(ii) କୁଣ୍ଡଳୀର ମଧ୍ୟ ଭାଗକୁ ଗୋଟିଏ ଲୁହାକଣ୍ଟା ଭର୍ତ୍ତି କରାଇଲେ, ତେବେ କୁଣ୍ଡଳୀ ପରିଣତ ହୁଏ ଏବଂ ଚୁମ୍ବକୀୟ କମ୍ପାସ ସୂଚୀର ବିକ୍ଷେପଣ ଅଧିକ ହୁଏ । ଏହା ଲୁହା କରେ । ଯେତେବେଳେ ବିଦ୍ୟୁତ୍ ସ୍ରୋତ ବନ୍ଦ ହୋଇଯାଏ, ସିଲିଣ୍ଡର ଆକୃତିର କୁଣ୍ଡଳୀ ହରାଇ ଥାଏ ।

ବିଦ୍ୟୁତ୍ ଚୁମ୍ବକ କ’ଣ :
ଗୋଟିଏ ବିଦ୍ୟୁତ୍ ସ୍ରୋତ ବହନକାରୀ କୁଣ୍ଡଳୀ ଏକ ଚୁମ୍ବକ ପରି ଆଚରଣ ପ୍ରଦର୍ଶନ କରିଥାଏ । ତାହାକୁ ବିଦ୍ୟୁତ୍ ଚୁମ୍ବକ (electromagnet) କୁହାଯାଏ । ବ୍ୟବହାରିକ ପ୍ରୟୋଗ ପାଇଁ, ଅଧିକାଂଶ ବିଦ୍ୟୁତ୍ ଚୁମ୍ବକର ଭିତରେ ଏକ ଲୌହ କୁଣ୍ଡଳୀ (core) ଥାଏ ଯାହା ଏହାକୁ ଏକ ଶକ୍ତିଶାଳୀ ଚୁମ୍ବକରେ ପରିଣତ କରେ ।

କାର୍ଯ୍ୟ –୪ : ଆସ ଅନୁସନ୍ଧାନ କରିବା
ବିଦ୍ୟୁତ୍ ଚୁମ୍ବକର ମେରୁ ନିର୍ଣ୍ଣୟ :
Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ 6
(i) ଦଣ୍ଡ ଚୁମ୍ବକ ପରି ବିଦ୍ୟୁତ୍ ଚୁମ୍ବକର ଦୁଇଟି ମେରୁ ଅଛି ଯଥା : ଉତ୍ତର ମେରୁ ଓ ଦକ୍ଷିଣ ମେରୁ ।
(ii) ଯେତେବେଳେ ଦୁଇଟି ଚୁମ୍ବକ ପରସ୍ପର ନିକଟବର୍ତ୍ତୀ ହୁଅନ୍ତି ବିଷମ ମେରୁ (ଉତ୍ତର-ଦକ୍ଷିଣ) ପରସ୍ପରକୁ ଆକର୍ଷଣ କରିଥାନ୍ତି । ଏଣୁ ଯଦି କମ୍ପାସ–ଚୁମ୍ବକର ଉତ୍ତର ମେରୁ ବିଦ୍ୟୁତ୍ ଚୁମ୍ବକର ‘A” ପ୍ରାନ୍ତକୁ ଆକର୍ଷଣ କରେ, ତେବେ ବିଦ୍ୟୁତ୍ ଚୁମ୍ବକର ‘A’ ପ୍ରାନ୍ତ ହେଉଛି ଦକ୍ଷିଣ ମେରୁ ।
(iii) ଏହି ପଦ୍ଧତିକୁ ଅନୁସରଣ କରି ଆମ ଜାଣି ପାରିବା ଯେ ବିଦ୍ୟୁତ୍ ଚୁମ୍ବକର ‘B’ ପ୍ରାନ୍ତଟି ‘A’ ପ୍ରାନ୍ତର ବିପରୀତ ମେରୁ ହେବ ଅର୍ଥାତ୍ ବିଦ୍ୟୁତ୍ ଚୁମ୍ବକର ‘B’ ପ୍ରାନ୍ତ ହେଉଛି ଉତ୍ତରମେରୁ ।

ଭାର ଉତ୍ତୋଳନକାରୀ ବିଦ୍ୟୁତ୍ ଚୁମ୍ବକ :
(i) ବିଦ୍ୟୁତ୍ ଚୁମ୍ବକ ହେଉଛି ଏକ ଶକ୍ତିଶାଳୀ ଚୁମ୍ବକ, ଯାହା କ୍ରେନ୍ ସହ ଝୁଲାଯାଇ ଭାରୀ ବସ୍ତୁକୁ ଉପରକୁ ଉଠାଇଥାଏ ।
(ii) ଏଥୁରେ କ୍ରେନଚାଳକ ବିଦ୍ୟୁତସ୍ରୋତ ଚାଲୁ (ON) କିମ୍ବା ବନ୍ଦ (OFF) କରି ଚୁମ୍ବକକୁ ନିୟନ୍ତ୍ରଣ କରେ ।
(iii) ଯେତେବେଳେ ବିଦ୍ୟୁତ ଶକ୍ତି ଚାଲୁ କରାଯାଏ, ସେତେବେଳେ ବିଦ୍ୟୁତ୍ ଚୁମ୍ବକ ଲୌହ ବସ୍ତଗୁଡ଼ିକୁ ଉପରକୁ ଉଠାଇଥାଏ ଏବଂ ବିଦ୍ୟୁସ୍ରୋତ ବନ୍ଦ କରାଗଲେ ଚୁମ୍ବକୀୟ କ୍ଷେତ୍ର ଅପସରି ଯାଏ ଏବଂ ବସ୍ତୁଗୁଡ଼ିକୁ ଛାଡ଼ିଦିଏ ।
(iv) ଭାର – ଉତ୍ତୋଳନ ବିଦ୍ୟୁତ୍ ଚୁମ୍ବକ ଗୁଡ଼ିକ କାରଖାନା, କବାଡ଼ିଖାନା (Scrap Yard) ରେ ଭାରୀ ଧାତୁର ଦ୍ରବ୍ୟଗୁଡ଼ିକ ଦକ୍ଷତାର ସହିତ ଘୂଞ୍ଚାଇବା, ଉଠାଇବା ଏବଂ ସଜାଇ ରଖିବା ପାଇଁ ବ୍ୟାପକ ଭାବରେ ବ୍ୟବହୃତ ହୁଏ ।

ବିଦ୍ୟୁତ୍ ଓ ଚୁମ୍ବକତ୍ଵ ମଧ୍ୟରେ ସମ୍ପର୍କ :
ଏକ ପରିବାହୀରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ, ଏହାର ଚାରିପାଖରେ ଏକ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୋଇଥାଏ । ଯେପରି ବିଦ୍ୟୁତ ଯୋଗୁଁ ଚୁମ୍ବକତ୍ଵ ସୃଷ୍ଟି ହୁଏ, ସେହିପରି ଗତିଶୀଳ ଚୁମ୍ବକ ମଧ୍ୟ ବିଦ୍ୟୁତ୍ ସ୍ରୋତ ସୃଷ୍ଟି କରେ । ଏଣୁ ବୈଦ୍ୟୁତିକ କ୍ଷେତ୍ର ଏବଂ ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ଅଦ୍ଭୁତ ସମ୍ପର୍କ ରହିଛି । ଏହା ଆମର ଦୈନନ୍ଦିନ ଜୀବନ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ, କାରଣ ବିଦ୍ୟୁତ୍ ମୋଟରଠାରୁ ଆରମ୍ଭ କରି ବିନତ୍ ଶକ୍ତି ଉତ୍ପାଦକ (Generator) ପର୍ଯ୍ୟନ୍ତ ଅନେକ ଯନ୍ତ୍ରର ଅଧାର ରୂପେ କାର୍ଯ୍ୟ କରିଥାଏ ।

ବିଦ୍ୟୁତ୍ ସ୍ରୋତ ପ୍ରବାହ ତାରରେ ତାପଶକ୍ତି ଉତ୍ପନ୍ନ :
କୌଣସି ପରିବାହୀରେ ବିଦ୍ୟୁତ ପ୍ରବାହିତ ହେଲେ ପରିବାହିଟି ଉତ୍ତପ୍ତ ହୁଏ । ଏହାକୁ ବିଦ୍ୟୁତଶକ୍ତିର ତାପୀୟ ପ୍ରଭାବ କହନ୍ତି, କାରଣ ଏଠାରେ ବିଦ୍ଯୁକ୍ତି ତାପଶକ୍ତିରେ ପରିଣତ ହୁଏ । ବିଦ୍ୟୁତ୍‌କ୍ତିର ତାପୀୟ ପ୍ରଭାବ ପରିବାହିର ପ୍ରତିରୋଧ (Resistance) ଉପରେ ନିର୍ଭର କରେ । ଯେଉଁ ପରିବାହିର ପ୍ରତିରୋଧ ଅଧିକ ହୋଇଥାଏ ସେଥ‌ିରେ ବିଦ୍ୟୁତ୍ ପ୍ରବାହ ଯୋଗୁଁ ଅଧ‌ିକ ତାପ ଉତ୍ପନ୍ନ ହୋଇଥାଏ ।

କାର୍ଯ୍ୟ –୫ : ଆସ ପର୍ଯ୍ୟବେକ୍ଷଣ କରିବା
ବିଦ୍ୟୁତ୍ ଶକ୍ତିର ତାପୀୟ ପ୍ରଭାବ ପାଇଁ ପରୀକ୍ଷା :
ଆବଶ୍ୟକୀୟ ଉପକରଣ ଓ ପ୍ରଣାଳୀ :
(i) ପ୍ରାୟ 10 ସେ.ମି. ଲମ୍ବ ଏବଂ 10 ସେ.ମି. ଚଉଡ଼ାର ଏକ କାର୍ଡ଼ବୋର୍ଡ଼ ଖଣ୍ଡ, ଦୁଇଟି କଣ୍ଟା, ପ୍ରାୟ 0.3 ମି.ମି. ମୋଟେଇ (26-28 ଗେଜ) ଏବଂ 10 ସେ.ମି. ଲମ୍ବର ନିକ୍ରୋମ ତାର, ଏକ ବିଦ୍ୟୁତ୍ କୋଷ, ଏକ କୋଷ ଧାରକ, ଏକ ସୁଡ୍ ଏବଂ ସଂଯୋଗ ତାର ନିଆଯାଉ ।

(ii) କାର୍ଡ଼ବୋର୍ଡ଼ରେ ପ୍ରାୟ 5 ସେ.ମି. ଦୂରରେ କଣ୍ଟାଗୁଡ଼ିକୁ ସ୍ଥାପନ କରାଯାଉ ।

(iii) ଏହି କଣ୍ଟାଗୁଡ଼ିକ ମଧ୍ୟରେ ନିକ୍ରୋମ ତାରକୁ ବାନ୍ଧି ଏବଂ ସୁଇଚ୍ ବନ୍ଦ (OFF) ଅବସ୍ଥାରେ ସଂଯୋଗ କରାଯାଉ ।

(iv) ନିକ୍ରୋମ ତାରକୁ ସ୍ପର୍ଶ କଲେ ଆମେ ତାପ ଅନୁଭବ କରିଥାଉ ।

(v) ସୁଇଟ୍‌କୁ ପ୍ରାୟ 30 ସେକେଣ୍ଡ ପାଇଁ ଚାଲୁ (ON) ଅବସ୍ଥାକୁ ନେଇ ଏବଂ ତାପରେ ସୁଇକୁ ବନ୍ଦ କରାଯାଉ । ନିକ୍ରୋମ ତାରକୁ କିଛି ସମୟ ପାଇଁ ସ୍ପର୍ଶ କଲେ (ନିକ୍ରୋମ ତାରକୁ ଧରି ରଖ ନାହିଁ), ଆମେ ତାରଟି ଉତ୍ତପ୍ତ ହେବା ଅନୁଭବ କରିଥାଉ ।

(vi) ନିକ୍ରୋମ ତାର ଦେଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ଏହା ଗରମ ଲାଗେ । କାରଣ, ଯେତେବେଳେ ଯେକୌଣସି ପରିବାହୀ ମଧ୍ୟରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ, ଏହା କିଛି ପ୍ରତିରୋଧର ସମ୍ମୁଖୀନ ହୁଏ । ବିଭିନ୍ନ ପରିବାହୀ ବିଦ୍ୟୁତ୍ ପ୍ରବାହ ପାଇଁ ବିଭିନ୍ନ ସ୍ତରର ପ୍ରତିରୋଧ ପ୍ରଦାନ କରିଥାନ୍ତି ।

(vii) ଉଦାହରଣସ୍ୱରୂପ, ସମାନ ଆକାର ଏବଂ ଲମ୍ବର ଏକ ନିକ୍ରୋମ ତାର ତମ୍ବା ତାର ତୁଳନାରେ ଅଧ‌ିକ ପ୍ରତିରୋଧ ପ୍ରଦାନ କରେ । ଏହି ପ୍ରତିରୋଧ କିଛି ବିଦ୍ୟୁତ୍ ଶକ୍ତିକୁ ତାପ ଶକ୍ତିରେ ରୂପାନ୍ତରିତ କରାଇଥାଏ ।

(viii) ଯେତେବେଳେ ଏକ ପରିବାହୀ ଦେଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ, ଏହା ଗରମ ହୋଇଯାଏ । ଏହିପରି ଗରମ ହେବାକୁ ବିଦ୍ୟୁତର ତାପୀୟ ପ୍ରଭାବ କୁହାଯାଏ ।
Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ 7

ବୈଦ୍ୟୁତିକ ତାପନ କେଉଁ କେଉଁ କାରକ (Factor) ଉପରେ ନିର୍ଭର କରେ :
ପରିବାହିରେ ବିଦ୍ୟୁତ୍ ପ୍ରଭାବ ଦ୍ଵାରା ଉତ୍ପନ୍ନ ତାପଶକ୍ତିକୁ ବୈଦ୍ୟୁତିକ ତାପନ କୁହାଯାଏ । ଏହାର ପରିମାଣ ପରିବାହିର ପ୍ରକୃତି, ମୋଟେଇ, ଲମ୍ବ, ବିଦ୍ୟୁତ୍ ସ୍ରୋତର ପରିମାଣ ଏବଂ ବିଦ୍ୟୁତ୍ ପ୍ରବାହ ସମୟ ଉପରେ ନିର୍ଭର କରେ ।

Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ

ବିଦ୍ୟୁତ୍ ପ୍ରବାହ ଦ୍ଵାରା ତାପଶକ୍ତି ଉତ୍ପନ୍ନ କରୁଥିବା । ଯକରଣ :
(i) ବିଭିନ୍ନ ଘରୋଇ ଉପକରଣ ଯଥା- ବିଦ୍ୟୁତ୍ ରୁମ୍ ହିଟର, ବିଦ୍ୟୁତ୍ ଚୁଲା, ଇସ୍ତ୍ରୀ, ବୁଡ଼ିରହିବା ଦଣ୍ଡ (Immersion Rod), ୱାଟର ହିଟର, କେଟଲୀ ଏବଂ ହେୟାର ଡ୍ରାୟର ଇତ୍ୟାଦି ବିଦ୍ୟୁତର ତାପୀୟ ପ୍ରଭାବ ଦ୍ଵାରା କାମକରିଥାଏ । ଏହି ସମସ୍ତ ଉପକରଣରେ ଏକ ଦଣ୍ଡ ବା ତାର କୁଣ୍ଡଳୀ ଥାଏ, ଯାହାକୁ ତାପ ଉତ୍ପାଦନକାରୀ ଉପାଦାନ କୁହାଯାଏ । କିଛି ଉପକରଣରେ ଏହି ଉପାଦାନ ଗରମ ହୋଇ ଉଜ୍ଜ୍ଵଳ ଓ ଲାଲ୍ ଦେଖାଯାଏ ।
(ii) ଦିପ୍ତିମାନ ବତୀ (Incandescent Lamp) ରେ ଥିବା ଫିଲାମେଣ୍ଟ ବିଦ୍ୟୁତ୍ ଦ୍ଵାରା ଉତ୍ତପ୍ତ ହୋଇ ଆଲୋକ ପ୍ରଦାନ କରେ ।
Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ 8
ସାଧାରଣ ବୈଦ୍ୟୁତିକ ତାପନ ଭିଭିକ ଘରୋଇ ଉପକରଣଗୁଡ଼ିକ (କ) ରୁମ୍ ହିଟର; (ଖ) ବୈଦ୍ୟୁତିକ ଚୁଲା; (ଗ) ବୈଦ୍ୟୁତିକ କେଟଲୀ (ଘ) ବୈଦ୍ୟୁତିକ ଇସ୍ତ୍ରୀ; (ଙ) ପାଣି ଗରମ କରୁଥିବା ଇମର୍ସନ କୁଣ୍ଡଳୀ; (ଚ) ହେୟାର ଡ୍ରାୟର (କେଶ ଶୁଖାଇବା ଯନ୍ତ୍ର)

ଶିଳ୍ପକ୍ଷେତ୍ରରେ ବିଦ୍ୟୁତ୍ ପ୍ରବାହର ତାପନ ପ୍ରଭାବର ବ୍ୟବହାର :
ଲୌହ ଇସ୍ପାତ ଶିଳ୍ପରେ ଏକ ସ୍ଵତନ୍ତ୍ର ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଇଥିବା ଉଚ୍ଚ ତାପମାତ୍ରା ଚୁଲା (Blast Furnace) ବିଦ୍ୟୁତ୍ ସ୍ରୋତ ବ୍ୟବହାର କରି ତାପ ଉତ୍ପାଦନ କରେ । ଏହା ବ୍ୟବହାର କରି ପୁରୁଣା ଇସ୍ପାତକୁ ତରଳାଇ ପୁନଃ ଚକ୍ରଣ ପଦ୍ଧତିରେ ବ୍ୟବହାରଯୋଗୀ ଇସ୍ପାତ ପ୍ରସ୍ତୁତ କରାଯାଏ ।

ଭୋଲ୍ଟାଇକ ବିଦ୍ୟୁତ୍‌ଷ Voltaic Cell
ଭୋଲ୍ଟାଇକ୍ କିମ୍ବା ଗାଲ୍‌ଭାନିକ ବିଦ୍ୟୁତ୍‌ଷ ଇଟାଲୀର ଦୁଇଜଣ ବୈଜ୍ଞାନିକ ଆଲସାର୍ଥେ ଭୋଲ୍‌ଟା ଏବଂ ଲୁଇଗାଲଭାନି ଉଦ୍ଭାବନ କରିଥିଲେ । ଏହା ଏକ ବ୍ୟବସ୍ଥା ଯାହାଦ୍ଵାରା ରାସାୟନିକ ଶକ୍ତି ବିଦ୍ୟୁତ୍ ଶକ୍ତିକୁ ରୂପାନ୍ତରିତ ହୁଏ । ଏହା ଏକ ପ୍ରାଥମିକ ବିଦ୍ୟୁତକୋଷ ଯାହା ଧାତୁ ଏବଂ ତରଳ ପଦାର୍ଥର ସମ୍ମିଶ୍ରଣ ରେ ଲେ ବିଦ୍ୟୁସ୍ରୋତ ସୃଷ୍ଟିହେବାର ପ୍ରମାଣ ଦେଲା ଏବଂ ପ୍ରଥମ ବ୍ୟାଟେରୀ ଉଦ୍ଭାବନର ପଥ ଦେଖାଇଲା ।

ଗଠନ ପ୍ରକ୍ରିୟା :
(i) ଭୋଲ୍ଟାଇକ କୋଷ ତିଆରି ପାଇଁ ଦୁଇଟି ଧାତବ ଫଳକ ଯଥା ତମ୍ବା ଓ ଦସ୍ତା ଏବଂ ଗୋଟିଏ ଇଲେକ୍ଟ୍ରୋଲାଇଟ୍ (Electrolyte) ଆବଶ୍ୟକ ହୋଇଥାଏ ।
(ii) ବିଦ୍ୟୁତ୍ ବତୀ ବିଦ୍ୟୁତ୍ । ସ୍ରୋତ ଗୋଟିଏ କାଚ କିମ୍ବା ପ୍ଲାଷ୍ଟିକ୍ ପାତ୍ରରେ ଇଲେକ୍ଟ୍ରୋଲାଇଟ୍ ରଖାଯାଏ ।
im-9
(iii) ଏହି ଧାତବ ଫଳକ ଦୁଇଟିକୁ ବିଦ୍ୟୁତ-ଅଗ୍ର (Electrode) କୁହାଯାଏ । ଇଲେକ୍ଟ୍ରୋଡ୍ ଦୁଇଟିକୁ ଆଂଶିକ ଭାବରେ ଇଲେକ୍ଟ୍ରୋଲାଇଟ୍‌ରେ ବୁଡ଼ାଇ ରଖାଯାଏ ।
(iv) ଫଳକ ଓ ଇଲେକ୍ଟ୍ରୋଲାଇଟ୍ ମଧ୍ଯରେ ରାସାୟନିକ ପ୍ରତିକ୍ରିୟା ଯୋଗୁ ବିଦ୍ୟୁତ୍ ଉତ୍ପାଦନ ହୋଇଥାଏ । (v) ସେଲ୍‌ରେ ଦସ୍ତା ବିଯୁକ୍ତ ବିଦ୍ୟୁତ୍ଵଗ୍ର ଓ ତମ୍ବାଯୁକ୍ତ ଅଗ୍ରଭାବରେ କାର୍ଯ୍ୟକରିଥାଏ ।
(vi) ସାଧାରଣତଃ ଲଘୁ ଗନ୍ଧକାମ୍ଳକୁ ଇଲେକ୍ଟ୍ରୋଲାଇଟ୍ ଭାବେ ନିଆଯାଏ ।
(vii) ଫଳକ ଦୁଇଟିକୁ ଏକ ପରିପଥ ଦ୍ଵାରା ସଂଯୁକ୍ତ କଲେ ଇଲେକ୍ଟ୍ରୋନ୍ ଗୁଡ଼ିକ ଦସ୍ତାରୁ ତମ୍ବା ଫଳକ ଆଡକୁ ଗତି କରିବେ କିନ୍ତୁ ବିଦ୍ୟୁତ ତମ୍ବାଫଳକରୁ ଦସ୍ତାଫଳକ ଦିଗରେ ପ୍ରବାହିତ ହେବ ।
(viii) କିଛି ସମୟ ପରେ ମିଶ୍ରଣରେ ଥିବା ଇଲେକ୍ଟ୍ରୋଲାଇଟ୍ ବ୍ୟବହୃତ ହୋଇ ଶେଷ ହୋଇଯାଏ ଏବଂ ବିଦ୍ୟୁତକୋଷ କାର୍ଯ୍ୟ କରିବା ବନ୍ଦ ହୋଇଯାଏ ।
(ix) ବିଦ୍ୟୁବାହ ବନ୍ଦ ହେବାପରେ ଏହାକୁ ମୃତ ବା ଅକାମୀ କୋଷବୋଲି କୁହାଯାଏ କାରଣ ଏହାର କୌଣସି ବିଦ୍ୟୁତ୍ ଉତ୍ପାଦନ କ୍ଷମତା ନଥାଏ ।
(x) ଦସ୍ତା ଫଳକଠାରେ,
Zn → Zn2+ + 2e–
Zn2+ + SO42- → ZnSO4
ତମ୍ବା ଫଳକଠାରେ, 2H+ + 2e– → H2
ସେଲ୍‌ରେ ଉପରୋକ୍ତ ରାସାୟନିକ ପ୍ରତିକ୍ରିୟାଗୁଡ଼ିକ ଦେଖାଯାଏ ।
(xi) ଫଳକ ଦୁଇଟି ମଧ୍ୟରେ ବିଦ୍ୟୁତ ବିଭବ ପାର୍ଥକ୍ୟ (1.08 ଭୋଲ୍‌ଟ) ରହୁଥ‌ିବା ଯୋଗୁ ବିଦ୍ୟୁତ୍ ପ୍ରବାହିତ ହୋଇଥାଏ ।

କାର୍ଯ୍ୟ –୬ : ଆସ ତିଆରି କରିବା
ଭୋଲ୍ଟେଇକ୍ ବିଦ୍ୟୁଷ ପାଇଁ ଆବଶ୍ୟକ ଧାତୁଯୋଡ଼ି (Metal Pair) :
ଭୋଲ୍ଟାଇକ୍ ବିଦ୍ୟୁଷ ନିର୍ମାଣ କରିବା ପାଇଁ ଯଥା ଦସ୍ତା ଓ ତମ୍ବା, ଦସ୍ତା ଓ ରୂପା, ଏଲୁମିନିୟମ୍ ଓ ତମ୍ବା, ଲୁହା ଓ ତମ୍ବା, ମାଗ୍ନେସିୟମ୍ ଓ ତମ୍ବା ଏବଂ ସୀସା ଓ ତମ୍ବା ଧାତୁଯୋଡ଼ି ଗୁଡ଼ିକ ବ୍ୟବହାର କରାଯାଇପାରିବ । ଧାତୁଗୁଡ଼ିକର ରାସାୟନିକ ଗୁଣ ଦୃଷ୍ଟିକୋଣରୁ ଧାତୁ ଯୋଡ଼ି ମଧ୍ୟରୁ ଗୋଟିଏ ଯୁକ୍ତ ଅଗ୍ର ଏବଂ ଅନ୍ୟଟି ବିଯୁକ୍ତ ଅଗ୍ର ଭାବେ କାର୍ଯ୍ୟ କରେ ।

ଆମେ କିପରି ଗୋଟିଏ ବିଦ୍ୟୁତ୍‌ଷ ତିଆରି କରିପାରିବା :
(i) ପାଞ୍ଚ କିମ୍ବା ଛଅଟି ରସାଳ ଲେମ୍ବୁ, ତମ୍ବା ତାରଖଣ୍ଡ (1-2 ମିମି ମୋଟା) ଏବଂ ଲୁହା କଣ୍ଟା ନିଆଯାଉ । ଏକ LED (ଏଲ୍.ଇ.ଡ଼ି.) Light Emitting Diode ଏବଂ କିଛି ସଂଯୋଗକାରୀ ତାର ମଧ୍ଯ ନିଆଯାଉ ।
(ii) ଗୋଟିଏ ଲେମ୍ବୁରେ ତମ୍ବା ତାର ଏବଂ ଲୁହା କଣ୍ଟାକୁ ଅଳ୍ପ ଦୂରତାରେ ରଖ୍ ପୋତି ଦିଆଯାଉ ।
(iii) ବାକି ସମସ୍ତ ଲେମ୍ବ ପାଇଁ ଉପରୋକ୍ତ ପଦ୍ଧତିର ପୁନରାବୃତ୍ତି କରାଯାଉ ।
(iv) ତମ୍ବା ତାର ଏବଂ କଣ୍ଟାଗୁଡ଼ିକୁ ଯୋଡ଼ାଯାଉ ।
(v) ସଂଯୋଗ କ। ର ତାର ବ୍ୟବ ହାର କରି ପ୍ର ଥମ ଲେମ୍ବୁର ତମ୍ବା ତାର ଏବଂ ଶେଷ ଲେମ୍ବୁର ଲୁହା କଣ୍ଟା |ଲେମ୍ବୁ ମଧ୍ୟରେ LED ସଂଯୋଗ କରାଇଲେ LED ଟି ଜଳି ଉଠିବ ।
Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ 10
(କ) ଲେମ୍ବୁ ବ୍ୟବହାର କରି ପ୍ରସ୍ତୁତ ବିଦ୍ୟୁତ୍ କୋଷ (ଖ) ଲେମ୍ବୁ କୋଷରେ ସଂଯୋଗ
ଲୁହା
କଣ୍ଟା
(vi) ଯଦି LED ଜଳୁ ନାହିଁ, ଏହାର ସଂଯୋଗ ଓଲଟା କରାଯାଉ । ଏବେ LED ଜଳି ଉଠିବ । ଜାଣିଛୁ କେବଳ LED ର ଯୁକ୍ତାତ୍ମକ ଅଗ୍ର (ତମ୍ବା ତାର) ବ୍ୟାଟେରୀର ଯୁକ୍ତ ଅଗ୍ର ସହ ଏବଂ LEDର ବିଯୁକ୍ତାତ୍ମକ ଅଗ୍ର (ଛୋଟ ତାର) ବ୍ୟାଟେରିର ବିଯୁକ୍ତାତ୍ମକ ଅଗ୍ର ସହିତ ସଂଯୁକ୍ତ LED ଦେଇ ବିଦ୍ୟୁତ୍ ପ୍ରବାହିତ ହୋଇଥାଏ । (vii) ଜଳୁଥିବା LED ସୂଚାଏ ଯେ ଆମର ବିଦ୍ୟୁତ କୋଷ କାମ କରୁଛି । ଏହି ବିଦ୍ୟୁତ କୋଷରେ ଧାତୁ ଅଗ୍ରଗୁଡ଼ିକ ହେଉଛି ତମ୍ବା ତାର ଏବଂ ଲୁହା କଣ୍ଟା । ଇଲେକ୍ଟ୍ରୋଲାଇଟ୍‌ ହେଉଛି ଲେମ୍ବୁ ରସ, ଯାହା ବିଦ୍ୟୁତ୍ ପରିବହନରେ ସାହାଯ୍ୟ କରେ । ଆମେ ଲେମ୍ବୁ ରସ ବଦଳରେ ଲୁଣ ଦ୍ରବଣ ମଧ୍ୟ ବ୍ୟବହାର କରିପାରିବା ।

ଶୁଷ୍କ ବିଦ୍ୟୁତକୋଷ Dry Cell :
ଭୋଲ୍ଟାଇକ୍ ବିଦ୍ୟୁତକୋଷରେ ପଦାର୍ଥ ବ୍ୟବହୃତ ଇଲେକ୍ଟ୍ରୋଲାଇଟ୍ ତରଳହୋଇଥିବାରୁ, ସେଲ୍‌କୁ ବ୍ୟବହାର କରିବା ସୁବିଧାଜନକ ନୁହେଁ । ଏହା ବଦଳରେ ଶୁଷ୍କ ବିଦ୍ୟୁତକୋଷ ବର୍ତ୍ତମାନ ସମୟରେ ସର୍ବାଧ‌ିକ ବ୍ୟବହୃତ ବିଦ୍ୟୁତ୍‌ଷ ମଧ୍ୟରୁ ଅନ୍ୟତମ ।
(i) ଶୁଷ୍କ ବିଦ୍ୟୁତ୍‌ଷରେ ଭୋଲ୍ହାଇକ୍ କୋଷପରି ରାସାୟନିକ ଶକ୍ତି ବିଦ୍ୟୁତଶକ୍ତିରେ ପରିଣତ ହୁଏ ।
(ii) ଏଥ୍ ରେ ବ୍ୟବହୃତ ଇଲେକେ । ଲ। ଇ ଟ୍ (ଏମୋନିୟମ କ୍ଲୋରାଇଡ୍ ଓ ଜିଙ୍କ୍ କ୍ଲୋରାଇଡ୍‌ର ମିଶ୍ରଣ) ତରଳ ନହୋଇ ଏକ ବହଳିଆ ମଣ୍ଡ ପରି ପଦାର୍ଥ ହୋଇଥାଏ ।
(iii) ଏଥୁରେ ସିଲିଣ୍ଡର ଆକୃତିର ଏକ ଜିକ୍ ପାତ୍ର ଥାଏ, ଯାହା ସେଲ୍‌ର ବିଦ୍ୟୁତ୍ ଅଗ୍ର ଭାବେ କାର୍ଯ୍ୟ କରେ ।
(iv) ସେଲ୍ ଭିତରେ ଏକ କାର୍ବନ ଦଣ୍ଡଥାଏ ଯାହା ଧାତୁ ଟୋପି ସହ ସଂଯୁକ୍ତ ହୋଇଥାଏ, ତାହାକୁ ସେଲ୍‌ର ଯୁକ୍ତ ଅଗ୍ର କହନ୍ତି ।
Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ 11
(କ) ଶୁଷ୍କ ବିଦ୍ୟୁତ୍ କୋଷ;
(ଖ) ଏହାର ଆଭ୍ୟନ୍ତରୀଣ ଗଠନ

(v) କାର୍ବନ ଦଣ୍ଡ ଚାରିପଟେ ମାଙ୍ଗାନିଜ ଡାଇଅକ୍‌ସାଇଡ୍‌ର ଏକ ମଣ୍ଡ ଦିଆଯାଏ ।
(vi) ଏହା ସେଲ୍‌ର ଯୁକ୍ତ ଅଗ୍ର ଅଟେ । ସେଲ୍ ଭିତରେ ଇଲେକ୍ଟ୍ରୋଲାଇଟରୁ ଜଳ ବାଷ୍ପିକରଣ ନହେବା ପାଇଁ ବ୍ୟବସ୍ଥା ଥାଏ ।
(vii) ଯୁକ୍ତ ଓ ବିଯୁକ୍ତ ଅଗ୍ର ସଂଯୁକ୍ତ ହେଲେ ସେଲ୍‌ରେ ବିଦ୍ୟୁତ୍ ପ୍ରବାହିତ ହୁଏ ।
(viii) ସେଲ୍‌କୁ ନେବା ଆଣିବା କରିବା ଏବଂ ବ୍ୟବହାର କରିବା ସ୍ରୋତ ନିରାପଦ ଅଟେ ।
(ix) ସେଲ୍‌ରେ ରାସାୟନିକ ପ୍ରତିକ୍ରିୟା ଚାଲିଥିବା ପର୍ଯ୍ୟନ୍ତ ବିଦ୍ୟୁତ୍ ପ୍ରବାହିତ ହୁଏ । ପ୍ରତିକ୍ରିୟା ବନ୍ଦ ହୋଇଗଲେ ସେଲ୍‌ ଅନୁପଯୋଗୀ ହୋଇଥାଏ ।
(x) ଶୁଷ୍କ ବିଦ୍ୟୁତ୍ ସେଲ୍ ଟର୍ଚ୍ଚିଲାଇଟ୍, କାନ୍ଥଘଣ୍ଟା, ରିମୋଟ୍ ଏବଂ କଣ୍ଢେଇ ଆଦି ପଦାର୍ଥରେ ଏହା ବ୍ୟବହାର
କରାଯାଏ ।

ଦୁଇ ବା ତହିଁରୁ ଅଧ‌ିକ ଶୁଷ୍କକୋଷର ସଂଯୋଗକୁ ବ୍ୟାଟେରୀ କହନ୍ତି ।

ପୁନଃ ଚାର୍ଜଯୋଗ୍ୟ ବ୍ୟାଟେରୀ (Rechargeable batteries)
ଯେଉଁ ବ୍ୟାଟେରିକୁ ରିଚାର୍ଜ କରି ଅନେକଥର ପୁନଃ ବ୍ୟବହାର କରାଯାଇପାରେ, ସେଗୁଡ଼ିକୁ ପୁନଃ ଚାର୍ଜଯୋଗ୍ୟ ବ୍ୟାଟେରି କହନ୍ତି । ଏହା ସମୟ ସହିତ ଅର୍ଥ ଅପଚୟ ରୋକିବାରେ ସାହାଯ୍ୟ କରେ ।
(i) ବିଭିନ୍ନ କ୍ଷେତ୍ରରେ ପ୍ରୟୋଗ ପାଇଁ ଅନେକ ପ୍ରକାରର ପୁନଃ ଚାର୍ଜଯୋଗ୍ୟ ବ୍ୟାଟେରି ବ୍ୟବହାର କରାଯାଏ ।
Class 8 Science Chapter 4 Notes Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ 12
ବିଭିନ୍ନ ସ୍ଥାନରେ ବ୍ୟବହୃତ ସାଧାରଣ ପୁନଃଚାର୍ଜଯୋଗ୍ୟ ବ୍ୟାଟେରି (କ) ଲ୍ୟାପଟପ୍; (ଖ) ମୋବାଇଲ୍‌ଫୋନ୍; (ଗ) କ୍ୟାମେରା; (ଘ) ଇନଭର୍ଟର; (ଙ) ଯାନବାହନ; (ଚ) ମୋବାଇଲ୍ ଫୋନ୍ ଚାର୍ଜ କରିବା
ଫୋନ୍‌ରେ ବ୍ୟବହୃତ ବ୍ୟାଟେରୀ, ଲ୍ୟାପଟପ୍ ଓ ଟ୍ୟାବଲେଟ୍‌ରେ ବ୍ୟବହୃତ ବ୍ୟାଟେରୀ, ଇନ୍‌ଭଟର୍ ଚଳାଇବା ପାଇଁ ଆବଶ୍ୟକ ବଡ଼ ବ୍ୟାଟେରୀ ଗୁଡ଼ିକ ଏକାଧ‌ିକ ଥର ଚାର୍ଜ କରାଯାଇ ବ୍ୟବହାର ଉପଯୋଗୀ କରାଯାଏ ।
(iii) ପୁନଃ ଚାର୍ଜଯୋଗୀ ବ୍ୟାଟେରି ମଧ୍ୟ ସ୍ଥାୟୀ ନୁହେଁ । ଅନେକଥର ଚାର୍ଜ ଏବଂ ବ୍ୟବହାର କରିବା ଫଳରେ ସେଗୁଡ଼ିକ ଧୀରେଧୀରେ କ୍ଷୟ ହୋଇ ଅବ୍ୟବହୃତ ହୋଇଯାଏ ।
(iv) ପ୍ରାୟ ସମସ୍ତ ଉପକରଣରେ ଲିଥୁମ୍-ଆୟନ୍ (Li-ion) ବ୍ୟାଟେରୀ ପୁନଃଚାର୍ଜଯୋଗ୍ୟ ବ୍ୟାଟେରି ରୂପେ ବ୍ୟବହାର କରାଯାଏ ।
(v) ଲିଥ୍ୟମ୍ ଓ କୋବାଲ୍ଟ ପରି ଧାତୁ ଗୁଡ଼ିକର ପରିମାଣ ବିଶ୍ଵରେ ସୀମିତ ସ୍ଥାନରେ ମିଳୁଥିବାରୁ ବିଭିନ୍ନ ଦେଶ ବ୍ୟାଟେରୀ ଯୋଗାଣ ସୁରକ୍ଷିତ କରିବା, ପୁର୍ନବ୍ୟବହାର କରିବା ଓ ନୂତନ ପ୍ରଯୁକ୍ତିବିଦ୍ୟା ବିକଶିତ କରିବାପାଇଁ ଧ୍ୟାନ ଦେଉଛନ୍ତି ।
(vi) ବୈଜ୍ଞାନିକମାନେ ‘କଠିନାବସ୍ଥା ବ୍ୟାଟେରୀ’’ (Solid State battery) ସମ୍ବନ୍ଧରେ କାର୍ଯ୍ୟ କରୁଛନ୍ତି । ଏଥ‌ିରେ କଠିନ ପଦାର୍ଥକୁ ଇଲେକ୍ଟ୍ରୋଲାଇଟ୍‌ ରୂପେ ବ୍ୟବହାର କରାଯାଏ । ଏହା ଅଧିକ ସୁରକ୍ଷିତ, ଦ୍ରୁତ ଚାର୍ଜ ଓ ଅଧିକ ସ୍ଥାୟୀହେବା ସଙ୍ଗେ ସଙ୍ଗେ ପରିବେଶ ଅନୁକୂଳ ହେବାର ସଙ୍କେତ ଦେଉଛି ।

ଆମେ ଯାହା ଜାଣିଲୁ

  • ଯେତେବେଳେ ବିଦ୍ୟୁତ୍ ସ୍ରୋତ ଏକ ପରିବାହୀ (ଯେପରିକି ତାର) ଦେଇ ପ୍ରବାହିତ ହୁଏ, ଏହା ତାହାର ଚାରିପାଖରେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରେ । ଏହି ଘଟଣାକୁ ବିଦ୍ୟୁତ୍ ପ୍ରବାହର ଚୁମ୍ବକୀୟ ପ୍ରଭାବ କୁହାଯାଏ । ବିଦ୍ୟୁତ୍ ସ୍ରୋତ ବହନ ତାର କରୁଥିବା କୁଣ୍ଡଳୀ ଯାହା ଚୁମ୍ବକ ପରି ବ୍ୟବହାର ହୁଏ ତାକୁ ବିଦ୍ୟୁତ– ଚୁମ୍ବକ କୁହାଯାଏ । ବ୍ୟବହାରିକ ପ୍ରୟୋଗ ପାଇଁ, ଅଧିକାଂଶ ବିଦ୍ୟୁତ୍ ଚୁମ୍ବକରେ ସେମାନଙ୍କୁ ଅଧିକ ଶକ୍ତିଶାଳୀ କରିବାପାଇଁ ଅନ୍ତସ୍ଥଳରେ ଲୁହା ରଖାଯାଇଥାଏ ।
  • ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଉଥ‌ିବା ପରିବାହୀରେ ତାପ ଉତ୍ପନ୍ନ ହେବାକୁ ବିଦ୍ୟୁତ୍ ପ୍ରବାହର ତାପାୟ ପ୍ରଭାବ କୁହାଯାଏ ।
  • ବିଦ୍ୟୁତ୍ କୋଷ କିମ୍ବା ବ୍ୟାଟେରି ହେଉଛି ଏକ ଉପକରଣ ଯାହା ଭିତରେ ଘଟୁଥ‌ିବା ରାସାୟନିକ ପ୍ରତିକ୍ରିୟା କାରଣରୁ ବିଦ୍ୟୁତ୍ ଉତ୍ପନ୍ନ ହୁଏ ।
  • ପୁନଃଚାର୍ଜଯୋଗ୍ୟ ବ୍ୟାଟେରିକୁ ରିଚାର୍ଜ କରି ଅନେକଥର ପୁନଃବ୍ୟବହାର କରାଯାଇପାରେ ।

Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ

Go through BSE Odisha Class 8 Science Notes Odia Medium and Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ to understand important concepts and topics more clearly.

8th Class Science Chapter 5 Notes Odia Medium

BSE Odisha Class 8 Science Chapter 5 Notes Odia Medium

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ :

କାର୍ଯ୍ୟ – ୧ : ଆସ ଅନ୍ଵେଷଣ କରିବା
ବଳ ସବୁକିଛି କରିପାରେ, ଯଥା- କାମ କରିବା, ଚାଲିବା ଓ ସାଇକେଲ ଚଳାଇବା ଇତ୍ୟାଦି ।
ଏହା ବସ୍ତକୁ ଗତିକରାଇବାରେ, ସ୍ଥିର କରିବାରେ, ଦିଗର ପରିବର୍ତ୍ତନ କରିବାରେ ସହାୟକ ହୋଇଥାଏ ।

ଠେଲା ବଳ ଏବଂ ଟଣା ବଳ ଅନୁଭବର ଦୃଷ୍ଟାନ୍ତ :-
(i) ଏକ ବଡ଼ କାର୍ଡବୋର୍ଡ ବାକ୍‌ସ ନିଆଯାଉ ।
(ii) ବିଭିନ୍ନ ଉପାୟରେ ବାକ୍‌ସକୁ ଘୁଞ୍ଚାଇବାକୁ ଚେଷ୍ଟା କରାଯାଉ ।
Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ 1
(iii) ବାକ୍ସକୁ ଘୁଞ୍ଚାଇବା ପାଇଁ ଯେଉଁସବୁ ଉପାୟ ଅବଲମ୍ବନ କରିବା, ତାହା ହେଲା ବାକ୍ସକୁ ଠେଲିବା କିମ୍ବା ଟାଣିବା । ସାଧାରଣତଃ ଏକ ବସ୍ତ ଉପରେ ପ୍ରୟୋଗ ହେଉଥ‌ିବା ଟଣାବଳ ଓ ଠେଲାବଳକୁ ବିଜ୍ଞାନରେ ‘ବଳ’’ (force) କୁହାଯାଏ ।

ବସ୍ତୁ ଉପରେ ପ୍ରାୟୋଗିତ ବଳର ପ୍ରଭାବ :
ନିମ୍ନଲିଖତ ପରିସ୍ଥିତିକୁ ବିଶ୍ଳେଷଣ କଲେ ଟଣାବଳ ଓ ଠେଲାବଳର ପ୍ରଭାବ ଅନୁଭୂତ ହୋଇଥାଏ ।

କାର୍ଯ୍ୟ-୨ ବିଭିନ୍ନ କାର୍ଯ୍ୟ ଏବଂ ସେଗୁଡ଼ିକର ପ୍ରଭାବ ।

କ୍ର. ନଂ. କାର୍ଯ୍ୟ ଠେଲା | ଟାଣିବା ପ୍ରଭାବ
୧. ତୁମର ବନ୍ଧୁ ତୁମର ଗତିଶୀଳ ସାଇକେଲର ଗତିକୁ ବନ୍ଦ କରିବା ପାଇଁ ଏହାକୁ ପଛକୁ ଧରିଛନ୍ତି । ଟାଣିବା ସାଇକେଲ୍ସକୁ ବନ୍ଦ କରିବା କିମ୍ବା ବେଗ ହ୍ରାସ କରିବା
୨. ବ୍ୟାଟ୍ ଦ୍ଵାରା ଏକ ଗତିଶୀଳ ବଲ୍‌କୁ ମାରିବା ଠେଲା କୂପରୁ ବାଲ୍ଟିରେ ପାଣି କାଢ଼ିବା ଟାଣିବା
୩. ଫୁଲିଥିବା ବେଲୁନ୍‌କୁ ଦବାଇବା ଠେଲା ବେଲୁନ୍‌ର ଆକାରରେ ପରିବର୍ତ୍ତନ ପତାକା
୪. ପତାକା ଉତ୍ତୋଳନ କରିବା ଟାଣିବା ସମ୍ପୂର୍ଣ୍ଣ ଖୋଲିଯାଏ
୫. ବଳ ପ୍ରୟୋଗ ହେଉଥ‌ିବା ଟାଣିବା ପାଣି ବାଲ୍ଟି ଉପରକୁ ଆସିଯାଏ
୬. ଛୋଟ ପିଲାଙ୍କୁ ଦୋଳିରେ ଝୁଲାଇବା ଠେଲା ଓ ଟଣା ଦୋଳିଟି ଆଗପଛ ହୁଏ

ଗତିଶୀଳ ବଲ୍‌ର ଦୁଗ୍ଧ ପରିବର୍ତ୍ତନ କରିବା ବିଭିନ୍ନ ପରିସ୍ଥିତିର ଉଦାହରଣ :
ଡ୍ରୟର ଖୋଲିବା, ରବର ବ୍ୟାଣ୍ଡ ଟାଣି ଲମ୍ବା କରିବା, ଜଣେ ଫିଲ୍ଡର ଏକ କ୍ରିକେଟ୍ ବଲ୍‌କୁ ଅଟକାଇବା, ଫୁଲ୍‌କୁ ଗୋଡ଼ରେ ମାରିବା, ଚଳନ୍ତା ସାଇକେଲ୍‌ରେ ବ୍ରେକ୍ ଦେବା, ରୁଟି ବେଲିବା କିମ୍ବା ଅଟୋରିକ୍ସାର ଷ୍ଟିୟରିଂ ବୁଲାଇବା ଇତ୍ୟାଦିରେ ବଳ ପ୍ରୟୋଗ କରାଯାଇଥାଏ ।

ବସ୍ତୁ ଉପରେ ପ୍ରୟୋଗ କରାଯାଉଥିବା ବଳର ପ୍ରଭାବ :
(i) ଏକ ବସ୍ତକୁ ସ୍ଥିରାବସ୍ଥାରୁ ଘୁଞ୍ଚାଇ ଦେଇଥାଏ ।
(ii) ଯଦି ଏକ ବସ୍ତୁ ଗତି କରୁଛି, ତେବେ ତାହାର ବେଗର ପରିବର୍ତ୍ତନ କରିପାରେ ।
(iii) ଏକ ବସ୍ତର ଗତିର ଦିଗ ପରିବର୍ତ୍ତନ କରିପାରେ ।
(iv) ଏକ ବସ୍ତର ଆକାରରେ ପରିବର୍ତ୍ତନ ଆଣିପାରେ ।
(v) ଏହି ପ୍ରଭାବଗୁଡ଼ିକ ମଧ୍ୟରୁ କେତେକ କିମ୍ବା ସମସ୍ତ ଘଟିପାରେ ।

ସନ୍ତୁଳିତ ବଳ (Balanced Force)
ଏକ ସ୍ଥିର ବସ୍ତୁ ଉପରେ କୌଣସି ବଳ କାର୍ଯ୍ୟ କରୁନାହିଁ ବୋଲି ଭାବିବା ଠିକ୍ ନୁହେଁ, କାରଣ ଏହା ଉପରେ କାର୍ଯ୍ୟ କରୁଥିବା ବଳଗୁଡ଼ିକ ପରସ୍ପରକୁ ସନ୍ତୁଳିତ କରୁଛନ୍ତି । ଏହାକୁ ସନ୍ତୁଳିତ ବଳ କହନ୍ତି ।

ବଳ ଦୁଇ କିମ୍ବା ଅଧିକ ବସ୍ତ ମଧ୍ଯରେ ଏକ ପାରସ୍ପରିକ କ୍ରିୟା :
ବଳ ସୃଷ୍ଟିର କାରଣ ହେଲା ଦୁଇ କିମ୍ବା ଅଧିକ ବସ୍ତ ମଧ୍ୟରେ ପାରସ୍ପରିକ କ୍ରିୟାର ଅନୁଭବ ହେବା । ଯେତେବେଳେ ଆମେ ଏକ ଟେବୁଲକୁ ଠେଲି ଥାଉ, ଆମର ହାତ ଗୋଟିଏ ବସ୍ତ ଯାହା ଅନ୍ୟ ଏକ ବସ୍ତ ଟେବୁଲ୍ ଉପରେ ବଳ ପ୍ରୟୋଗ କରେ । ସେହି ସମୟରେ ଟେବୁଲ୍ ମଧ୍ୟ ଆମ ହାତ ଉପରେ ସେହି ପରିମାଣର ବଳ ପ୍ରୟୋଗ କରିଥାଏ । ଏଠାରେ ଆମର ହାତ ଓ ଟେବୁଲ ହେଉଛି ଦୁଇଟି ବସ୍ତୁ ଯାହା ପରସ୍ପର ସହିତ ପ୍ରତିକ୍ରିୟା କରନ୍ତି ।

ଯେତେବେଳେ ଦୁଇଟି ବସ୍ତ୍ର କୌଣସି ନା କୌଣସି ଉପାୟରେ ପାରସ୍ପରିକ କ୍ରିୟା କରନ୍ତି ବଳ ସେହି ସମୟରେ ପ୍ରଭାବଶାଳୀ ହୁଏ । ଏଣୁ ବଳ କାର୍ଯ୍ୟକାରୀ ହେବାପାଇଁ ଅତି କମ୍‌ରେ ଦୁଇଟି ବସ୍ତୁକୁ ପାରସ୍ପରି କ କ୍ରିୟା କରିବାକୁ ପଡ଼େ ।

ବଳ ହେଉଛି ଗୋଟିଏ ବସ୍ତର ଅନ୍ୟ ଏକ ବସ୍ତ ସହିତ ପାରସ୍ପରିକ କ୍ରିୟାରୁ ଏହା ଉପରେ ସୃଷ୍ଟି ହୋଇଥିବା ଏକ ଠେଲା କିମ୍ବା ଟଣା କ୍ରିୟା ।
ବଳର SI ଏକକ ହେଉଛି ନ୍ୟୁଟନ୍ (Newton ଛୋଟ ‘n’ ସହିତ ଲେଖାଯାଏ) ଏବଂ ଏହାର ପ୍ରତୀକ ହେଉଛି N।

ବିଭିନ୍ନ ପ୍ରକାର ବଳ :
ସଂସ୍ପର୍ଶ ବଳ : (Contact Force) :
କୌଣସି ବସ୍ତୁ ଉପରେ ବଳ ପ୍ରୟୋଗ କରିବା ଆବଶ୍ୟକ ହୋଇଥାଏ । ଏହି ସଂସ୍ପର୍ଶ ପ୍ରତ୍ୟକ୍ଷ କିମ୍ବା ଅନ୍ୟ ଅଙ୍ଗ ବ୍ୟବହାର କରି, ପ୍ରତ୍ୟେକ୍ଷରେ ବାଡ଼ି ବା ବସ୍ତ ମଧ୍ଯରେ ଶାରୀରିକ ସଂସ୍ପର୍ଶ ଥିବା ବେଳେ କାର୍ଯ୍ୟ ପାଇଁ ଆମ ଶରୀର ଏବଂ ବସ୍ତୁ ମଧ୍ୟରେ ଶାରୀରିକ ସଂସ୍ପର୍ଶ ପରୋକ୍ଷ ଭାବରେ ହୋଇପାରେ । ଆମର ହାତ କିମ୍ବା ଶରୀରର ଦଉଡ଼ି ବ୍ୟବହାର କରି ପରୋକ୍ଷରେ ଏହି ପ୍ରକାର ବଳ କେବଳ କରିଥାଏ, ତାହାକୁ ସଂସ୍ପର୍ଶ ବଳ (Contact force) କୁହାଯାଏ ।

Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ

ମାଂସପେଶୀୟ ବଳ : (Muscular Force) :
(i) ସଂସ୍ପର୍ଶ ବଳର ଏକ ଉଦାହରଣ ହେଉଛି ମାଂସପେଶୀୟ ବଳ ।
(ii) ଆମ୍ଭେମାନେ ଚାଲି ବା, ଦୌଡ଼ିବା, କିଛି ପଦ । ର୍ଥ ଉଠାଇବା, ଡେଇଁବା, ପହଁରିବା ପ୍ରଭୃତି ଅଙ୍ଗ ଚାଳନ। ଭଳି ଶାରୀରିକ କାର୍ଯ୍ୟ କରିବ। ସମୟରେ ଆମ ଶରୀର ର ମାଂସପେଶୀର କାର୍ଯ୍ୟଯୋଗୁ ବଳ ସୃଷ୍ଟି ହୁଏ ।
(iii) ଆମ ଶରୀରରେ ମାଂସପେଶୀର ସଂକୋଚନ ଓ ପ୍ରସାରଣ ଯୋଗୁ ମାଂସପେଶୀ ବଳ ସୃଷ୍ଟି ହୁଏ । ଜୀବନ୍ତ ପ୍ରାଣୀମାନଙ୍କ ଦ୍ଵାରା ମାଂସପେଶୀୟ ବଳ ବ୍ୟବହାର
(iv) ପଶୁ, ପକ୍ଷୀ, ମାଛ ଏବଂ କୀଟପତଙ୍ଗ ପ୍ରଭୃତି ଗମନାଗମନ କରିବା ଏବଂ ବଞ୍ଚିବା ପାଇଁ ମାଂସପେଶୀୟ ବଳ ବ୍ୟବହାର କରିଥା’ନ୍ତି ।
(v) ମନୁଷ୍ୟ ଦୀର୍ଘଦିନ ଧରି ବିଭିନ୍ନ କାର୍ଯ୍ୟ କରିବା ପାଇଁ ଅନ୍ୟ କେତେକ ଯଥା ବଳଦ, ଘୋଡ଼ା, ଓଟ ଏବଂ ଗଧ ପ୍ରଭୃତି ପ୍ରାଣୀମାନଙ୍କର ମାଂସପେଶୀୟ ବଳ ବ୍ୟବହାର କରିଥା’ନ୍ତି ।
Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ 2

ମଣିଷ କାର୍ଯ୍ୟରେ ସହାୟତା କରିବା ପାଇଁ ପ୍ରାଣୀଙ୍କ ମାଂସପେଶୀୟ ବଳର ବ୍ୟବହାର – ଆମ ଶରୀରରେ ଖାଦ୍ୟ ମନୁଷ୍ୟ ଶରୀର ମଧ୍ୟରେ ମାଂସପେଶୀୟ ବଳର କାର୍ଯ୍ୟ ଚୋବାଇବା ଏବଂ ପାଚନ ପ୍ରକ୍ରିୟା ହେଉଥ‌ିବା ସମୟରେ ଖାଦ୍ୟନଳୀ ଦେଇ ଖାଦ୍ୟକୁ ଠେଲିବା, ରକ୍ତ ସଞ୍ଚାଳନ ପ୍ରକ୍ରିୟାରେ ମାଂସପେଶୀର ପ୍ରସାରଣ ଓ ସଂକୋଚନ ଘଟିବାପାଇଁ ମାଂସପେଶୀୟ ବଳ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଘର୍ଷଣ ବଳ (Frictional Force) :
ଏକ ସମତଳ ଭୂମିରେ ଗଡ଼ିଯାଉଥିବା ଏକ ବଲ୍‌ କିଛି ସମୟ ପରେ ଅଟକିଯାଏ । ଯଦି ଆମେ ଏକ ସମତଳ ରାସ୍ତାରେ ସାଇକେଲ ପେଡ଼ାଲ୍ ମାରିବା ବନ୍ଦ କରିଦେଉ ଏହା ଧୀର ହୋଇଯାଏ ଏବଂ କିଛି ସମୟ ପରେ ଅଟକି ଯାଏ । ଯଦି ରାସ୍ତା ବନ୍ଧୁର ବା ଅମସୃଣ ହୋଇଥାଏ, ତେବେ ସାଇକେଲ୍‌ ଏକ ମସୃଣ ରାସ୍ତା ଅପେକ୍ଷା ଶୀଘ୍ର ଅଟକି ଯାଇଥାଏ । ବସ୍ତର ଗତିର ପରିବର୍ତ୍ତନ କରିବା ପାଇଁ ଏକ ବଳ ଆବଶ୍ୟକ । କିନ୍ତୁ, ଏହି ପରିସ୍ଥିତିରେ ବସ୍ତଗୁଡ଼ିକ ଉପରେ କୌଣସି ବଳ କାର୍ଯ୍ୟକାରୀ ହେଉ ନଥାଏ । ସେମାନଙ୍କର ଗତି ଧୀରେ ଧୀରେ ହ୍ରାସ ପାଇ କିଛି ସମୟ ପରେ ବନ୍ଦ ହୋଇଯାଏ । ଏହା କେବଳ ଘର୍ଷଣ ବଳ ଯୋଗୁ ସମ୍ଭବ ହୋଇଥାଏ ।

କାର୍ଯ୍ୟ ୩ : ଆସ ଅନୁସନ୍ଧାନ କରିବା
ଘର୍ଷଣ ବଳ ଜାଣିବାପାଇଁ ଏକ ସରଳ ପରୀକ୍ଷା :
(i) ସମତଳ ଆଧାର ବିଶିଷ୍ଟ ଏକ ବସ୍ତୁ ନିଆଯାଉ ଏବଂ ଏହାକୁ ଏକ ଟେବୁଲ୍ କିମ୍ବା ସମତଳ ପୃଷ୍ଠରେ ରଖାଯାଉ ।
(ii) ଏହାକୁ ଧୀରେ ଠେଲି ଦିଆଯାଉ ଓ ପର୍ଯ୍ୟବେକ୍ଷଣ କରାଯାଉ । କିଛି ଦୂର ଗତି କରିବା ପରେ ଏହା ବନ୍ଦ ହୋଇଯାଏ ? ଏହା ଉପରେ କୌଣସି ବଳ କାର୍ଯ୍ୟ କରୁଛି ଯାହା ଫଳରେ ବସ୍ତ ସ୍ଥିର ହୋଇଯାଏ ।
(iii) ବର୍ତ୍ତମାନ ବସ୍ତକୁ ବିପରୀତ ଦିଗରେ ଠେଲିଲେ ଏହା କିଛି ଦୂର ଗତି କରିବା ପରେ ପୁଣି ବନ୍ଦ ହୋଇଯାଏ ।
Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ 3
ଘର୍ଷଣ ଦୁଇଟି ପୃଷ୍ଠ ମଧ୍ୟରେ କାର୍ଯ୍ୟ କରେ ଏବଂ ବସ୍ତୁର ଗତିକୁ ପ୍ରତିରୋଧ କରେ ।
(iv) ଠେଲିବା ସମୟରେ, ବସ୍ତୁଟି ଏକ ନିର୍ଦ୍ଦିଷ୍ଟ ଦୂରତାକୁ ଗତି କରିବା ଖସିବା ବସ୍ତୁର ପୃଷ୍ଠ ଏବଂ ଟେବୁଲ କିମ୍ବା ସମତଳ ପୃଷ୍ଠା ମଧ୍ଯରେ କାର୍ଯ୍ୟ
ପରେ ବନ୍ଦ ହୋଇଯାଏ । ଏହା ଉପରେ କରୁଥିବା ଏକ ବଳ ଯୋଗୁଁ ହୋଇଥାଏ ଏହି ବଳ ବସ୍ତୁ ଉପରେ ଏହାର ଗତିର ବିପରୀତ ଦିଗରେ କାର୍ଯ୍ୟ କରିଥାଏ । ଏହି ବଳ ହିଁ ବସ୍ତକୁ ଅଟକାଇଥାଏ । ଏହା ଉପରେ ଯେତେବେଳେ ଏକ ବସ୍ତ ଅନ୍ୟ ପୃଷ୍ଠ ଉପରେ ଗତି କରେ କିମ୍ବା ଗତି କରିବାକୁ ଚେଷ୍ଟା କରେ ସେତେବେଳେ ଯେଉଁ ବଳ କାର୍ଯ୍ୟକାରୀ ହୁଏ, ତାହାକୁ ‘ଘର୍ଷଣ ବଳ’ (force of friction) ବା ‘ଘର୍ଷଣ’ (friction) କୁହାଯାଏ । ବସ୍ତୁ ଯେଉଁ ଦିଗରେ ଗତି କରେ ଘର୍ଷଣ ସର୍ବଦା ତା’ର ବିପରୀତ ଦିଗରେ କାର୍ଯ୍ୟ କରେ । ଘର୍ଷଣ ବଳ ଦୁଇଟି ପୃଷ୍ଠର ସଂସ୍ପର୍ଶ ଯୋଗୁଁ ଉତ୍ପନ୍ନ ହୋଇଥିବାରୁ ଏହାକୁ ସଂସ୍ପର୍ଶ ବଳ କୁହାଯାଏ ।

ଘର୍ଷଣ ବଳ ସୃଷ୍ଟି ହେବାର କାରଣ :
ଘର୍ଷଣ ସଂସ୍ପର୍ଶରେ ଆସୁଥ‌ିବା ଦୁଇଟି ପୃଷ୍ଠରେ ଗଠନ ଗତ ଅନିୟମିତତା। (irregularities) ବା ଅସମାନତା ଯୋଗୁଁ ଘର୍ଷଣ ବଳ ସୃଷ୍ଟି ହୁଏ । ଯେଉଁ ପୃଷ୍ଠଗୁଡ଼ିକ ମସୃଣ ଦେଖାଯାଏ, ସେଥ‌ିରେ ମଧ୍ୟ ବହୁ ସଂଖ୍ୟକ ଅନିୟମିତତା ଥାଏ । ସେଗୁଡ଼ିକ ସଂସ୍ପର୍ଶରେ ଆସିବା ସମୟରେ, ଦୁଇଟି ପୃଷ୍ଠରେ ଅନିୟମିତତା ପରସ୍ପର ସହିତ ଛନ୍ଦି ହୋଇଯାଏ ଏବଂ ଗୋଟିଏ ପୃଷ୍ଠକୁ ଅନ୍ୟ ଏକ ପୃଷ୍ଠ ଉପରେ ଘୁଞ୍ଚାଇବା ପାଇଁ ଯେକୌଣସି ପ୍ରୟାସକୁ ବିରୋଧ କରେ ।
Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ 4
ଚିତ୍ର ଅନିୟମିତତା ଯୋଗୁଁ ଦୁଇଟି ପୃଷ୍ଠ ମଧ୍ୟରେ ସଂଘର୍ଷ

ଘର୍ଷଣ ବଳ ବସ୍ତର ପୃଷ୍ଠଦେଶର ଗଠନଗତ ଅନିୟମିତତା (irregularities) ଉପରେ ନିର୍ଭର କରେ । ଏକ ସମତଳ ଆଧାର ବିଶିଷ୍ଟ ବସ୍ତକୁ କାଠ, କପଡ଼ା, ସେରାମିକ୍ ଟାଇଲ ଏବଂ ବାଲି ପ୍ରଭୃତି ବିଭିନ୍ନ ପୃଷ୍ଠରେ ଠେଲି ଗତି କରାଇଲେ ସମତଳ ବସ୍ତର ବିଭିନ୍ନ ପୃଷ୍ଠରେ ଭିନ୍ନ ଭିନ୍ନ ଦୂରତା ଅତିକ୍ରମ କରି ସ୍ଥିର ହୁଏ । କାରଣ ଏହି ପୃଷ୍ଠଗୁଡ଼ିକର ଅନିୟମିତତା ଭିନ୍ନ ଭିନ୍ନ ଅଟେ । କାଚ ପୃଷ୍ଠ ଉପରେ ସର୍ବାଧ‌ିକ ଦୂରତା ଅତିକ୍ରମ କରୁଥିବା ସମୟରେ ବାଲିପୃଷ୍ଠ ଉପରେ ସର୍ବନିମ୍ନ ଦୂରତା ଅତିକ୍ରମ କରେ । ଏଣୁ ଅମସୃଣ ବା ରୁକ୍ଷ ପୃଷ୍ଠରେ ଘର୍ଷଣ ଅଧ‌ିକ ହୋଇଥାଏ ।

ଘର୍ଷଣବଳ ପ୍ରତିରୋଧ କରିବାପାଇଁ ଯାନବାହାନ ଗୁଡ଼ିକର ଆକୃତିରେ ବିଶେଷ ପରିବର୍ତ୍ତନ– ଘର୍ଷଣ ବଳ କେବଳ ବସ୍ତୁ କଠିନ ପୃଷ୍ଠ ଉପରେ ଗତି କରୁଥିବା ସମୟରେ କାର୍ଯ୍ୟ କରେ ନାହିଁ । ବାୟୁ, ଜଳ କିମ୍ବା ଅନ୍ୟାନ୍ୟ ତରଳ ପଦାର୍ଥର ପୃଷ୍ଠଭୂମି ଉପରେ ବସ୍ତୁ ଗତି କରିବା ସମୟରେ ମଧ୍ୟ ଘର୍ଷଣବଳ ଅନୁଭୂତ ହୋଇଥାଏ । ବିମାନ, ଜାହାଜ, ଡଙ୍ଗା କିମ୍ବା ଦ୍ରୁତଗାମୀ ଟ୍ରେନଭଳି ବସ୍ତୁଗୁଡ଼ିକୁ ସେମାନଙ୍କ ଚାରିପଟେ ଥିବା ବାୟୁ ଜଳଯୋଗୁ ସୃଷ୍ଟି ଘର୍ଷଣ ବଳକୁ ହ୍ରାସ କରିବାପାଇଁ ନିର୍ଦ୍ଦିଷ୍ଟ ଆକାରରେ ପ୍ରସ୍ତୁତ କରାଯାଇଥାଏ ।

କାର୍ଯ୍ୟ ୪ : ଅଣ-ସଂସ୍ପର୍ଶ ବଳ (Non-Contact Forces)
ଯେଉଁ ପ୍ରକାର ବଳ ବସ୍ତୁଗୁଡ଼ିକ ସଂସ୍ପର୍ଶରେ ନଥିଲେ ମଧ୍ୟ ଅନୁଭବ କରାଯାଇଥାଏ । ଏହି ବଳଗୁଡ଼ିକୁ ଅଣ- ସଂସ୍ପର୍ଶ ବଳ (non-contact forces) କୁହାଯାଏ । ଉଦାହରଣ : ଚୁମ୍ବକୀୟ ବଳ (Magnetic Force), ସ୍ଥିର ବିଦ୍ୟୁତ ବଳ (Electrostatic Force) ଏବଂ ମହାକର୍ଷଣ ବଳ (Gravitational Force) ପ୍ରଭୃତି ଅଣ-ସଂସ୍ପର୍ଶ ବଳ ।

ଚୁମ୍ବକୀୟ ବଳ (Magnetic Force)
(i) ଏକ ଚୁମ୍ବକ ଲୁହା, ନିକେଲ ଓ କୋବାଲଟ୍ ଆଦି ଚୁମ୍ବକୀୟ ସାମଗ୍ରୀରେ ତିଆରି ବସ୍ତୁଗୁଡ଼ିକୁ ଆକର୍ଷଣ କରେ ।
(ii) ଯେତେବେଳେ ଦୁଇଟି ଚୁମ୍ବକ ପରସ୍ପର ନିକଟତର ହୁଏ, ସମମେରୁ (ଉତ୍ତର-ଉତ୍ତର, ଦକ୍ଷିଣ–ଦକ୍ଷିଣ) ପରସ୍ପରକୁ ବିକର୍ଷଣ କରନ୍ତି ଏବଂ ବିଷମମେରୁ (ଉତ୍ତର-ଦକ୍ଷିଣ) ପରସ୍ପରକୁ ଆକର୍ଷଣ କରନ୍ତି ।
(iii) ବସ୍ତୁ ମଧ୍ୟରେ ଆକର୍ଷଣ ଏବଂ ବିକର୍ଷଣ ମଧ୍ଯ ଠେଲିବା ଏବଂ ଟାଣିବା ପରି ଏକ ପ୍ରକାର ବଳ ।
(iv) ସଂସ୍ପର୍ଶରେ ନ ଆସି, ଏକ ଚୁମ୍ବକ ଅନ୍ୟ ଏକ ଚୁମ୍ବକ କିମ୍ବା ଏକ ଚୁମ୍ବକୀୟ ପଦାର୍ଥ ଉପରେ ବଳ ପ୍ରୟୋଗ କରିପାରିଥାଏ ।
(v) ଏଣୁ ଚୁମ୍ବକୀୟ ବଳ ଏକ ଅଣ-ସଂସ୍ପର୍ଶ ବଳ ଏବଂ ଏହା ଆକର୍ଷଣ ବଳ ବା ବିକର୍ଷଣ ବଳ ହୋଇପାରେ ।
(vi) ଚୁମ୍ବକୀୟ ବଳର ଉତ୍ସ ହେଉଛି ଚୁମ୍ବକର ମେରୁ ।

କାର୍ଯ୍ୟ ୫ : ଆସ ପରୀକ୍ଷା କରିବା
ଚୁମ୍ବକୀୟ ବଳ ଏକ ଅଣ-ସଂସ୍ପର୍ଶ ବଳ, ଏହା ଜାଣିବା ପାଇଁ ଏକ ପରୀକ୍ଷା :
(i) ଦୁଇଟି ବଳୟ ଚୁମ୍ବକ (ring magnet) ଏବଂ କାଠ ଦଣ୍ଡ ନିଆଯାଉ ।
(ii) କାଠ ଟେବୁଲ୍ ଉପରେ ଉଲୁମ୍ବ ଭାବରେ କାଠଦଣ୍ଡକୁ ଧରି ରଖ୍ ତା’ ଉପରେ ଗୋଟିଏ ବଳୟ ଚୁମ୍ବକ ଭର୍ତ୍ତି କରାଯାଉ ।
(iii) ଦ୍ଵିତୀୟ ବଳୟ ଚୁମ୍ବକକୁ ଏହା ଉପରେ ଭର୍ତ୍ତି କରାଯାଉ ଯେପରି ଦୁଇଟି ଚୁମ୍ବକର ସମାନ ମେରୁ ପରସ୍ପରକୁ ମୁହାଁଇ ରହିବ । ଦ୍ଵିତୀୟ ଚୁମ୍ବକ ପ୍ରଥମ ଚୁମ୍ବକ ସହ ଲାଗି ନ ରହି, ଭାସମାନ ଅବସ୍ଥାରେ ରହିବା ଆବଶ୍ୟକ ।
(iv) ଦ୍ଵିତୀୟ ଚୁମ୍ବକକୁ ଧୀରେ ଧୀରେ ତଳକୁ ଠେଲିଲେ ଆମେ ଏଥରେ ଦୁଇଟି ବଳୟ ଚୁମ୍ବକ ମଧ୍ୟରେ ବଳ
(v) ଉଭୟ ଚୁମ୍ବକର ମେରୁକୁ ଓଲଟା ରଖାଯାଉ । ଦ୍ଵିତୀୟ ଚୁମ୍ବକ ଭାସମାନ ଅବସ୍ଥାରେ ରହିବ ।
(vi) ଆମେ ଜାଣିଲୁ ଯେ ଏକ ଚୁମ୍ବକ ଅନ୍ୟ ଏକ ଚୁମ୍ବକୀୟ ପଦାର୍ଥ ଉପରେ ପ୍ରୟୋଗ କରୁଥିବା ବଳକୁ ଚୁମ୍ବକୀୟ
ବଳ (magnetic force) କୁହାଯାଏ । ଯେହେତୁ ଦୁଇଟି ଚୁମ୍ବକ ସଂସ୍ପର୍ଶରେ ଆସି ଦୂରରୁ ପରସ୍ପର ବଳ ପ୍ରୟୋଗ କରିପାରିବେ ଏହାକୁ ଏକ ଅଣ-ସଂସ୍ପର୍ଶ ବଳ କୁହାଯାଏ ।
Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ 5

ସ୍ଥିର-ବୈଦ୍ୟୁତିକ ବଳ (Electrostatic Force)
ଦୁଇଟି ବସ୍ତକୁ ଗୋଟିଏ ପୃଷ୍ଠରେ ଏକାଠି ଘଷିଲେ, ଘଷାଯାଇଥିବା ପୃଷ୍ଠରେ ବୈଦ୍ୟୁତିକ ଚାର୍ଜ ଉତ୍ପନ୍ନ ହୁଏ । ଏହି ଚାର୍ଜଗୁଡ଼ିକୁ ସ୍ଥିରଚାର୍ଜ (Static charge) କୁହାଯାଏ । ସେମାନେ ଗତି କରନ୍ତି ନାହିଁ । ସ୍ଥିର ଚାର୍ଜ ଗ୍ରହଣ କରୁଥିବା ବସ୍ତୁକୁ ଏକ ଚାର୍ଜିତ ବସ୍ତୁ କୁହାଯାଏ । ଏକ ଚାର୍ଜିତ ବସ୍ତୁ ଅନ୍ୟ ଚାର୍ଜ ନଥିବା ବସ୍ତୁ ଯଥା ଛୋଟ କାଗଜ ଖଣ୍ଡ ଉପରେ ବଳ ପ୍ରୟୋଗ କରି ସେଗୁଡ଼ିକୁ ଆକର୍ଷଣ କରେ । ବସ୍ତୁଗୁଡ଼ିକ ସଂସ୍ପର୍ଶରେ ଆସି ମଧ୍ଯ ଏହି ବଳ କାର୍ଯ୍ୟକାରୀ ହେଉଥ‌ିବାରୁ ସ୍ଥିର ବୈଦ୍ୟୁତିକ ବଳକୁ ଏକ ଅଣ-ସଂସ୍ପର୍ଶୀ ବଳ କୁହାଯାଏ । ଏହି ବଳ ଆକର୍ଷଣ ବଳ କିମ୍ବା ବିକର୍ଷଣ ବଳ ହୋଇପାରେ । ଏହାର ଉତ୍ସ ହେଉଛି ଚାର୍ଜ ।

ଉଦାହରଣ :
(i) ଗୋଟିଏ ପାନିଆକୁ ମୁଣ୍ଡ ଚୁଟିରେ ଘଷିଲେ ଚୁଟି ଯୁକ୍ତ ଚାର୍ଜ ଓ ପାନିଆ ବିଯୁକ୍ତ ଚାର୍ଜ ପ୍ରାପ୍ତ ହୁଏ ।
(ii) ଗୋଟିଏ କାଚରଡ଼କୁ ରେଶମ କପଡ଼ାରେ ଘଷିଲେ କାଚଦଣ୍ଡ ଯୁକ୍ତ ଚାର୍ଜ ଓ ରେଶମ ବିଯୁକ୍ତ ଚାର୍ଜ ବହନ କରେ ।
(iii) ବେଲୁକୁ ପଶମ କପଡ଼ାରେ ଘଷିଲେ ପଶମ କପଡ଼ା ଯୁକ୍ତ ଚାର୍ଜ ଓ ବେଲୁନ୍ ବିଯୁକ୍ତ ଚାର୍ଜ ବହନ କରେ ।
(iv) ଦୁଇଟି ସମଚାର୍ଜ ପରସ୍ପରକୁ ବିକର୍ଷଣ କରନ୍ତି ଏବଂ ପରସ୍ପର ବିପରୀତ ଚାର୍ଜ ପରସ୍ପରକୁ ଆକର୍ଷଣ କରନ୍ତି ।

Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ

କାର୍ଯ୍ୟ ୬ : ଆସ ପରୀକ୍ଷଣ କରିବା
ସ୍ଥିର ବୈଦ୍ୟୁତିକ ବଳ ପାଇଁ ପରୀକ୍ଷା :
(i) ଏକ ପ୍ଲାଷ୍ଟିକ୍ ସ୍କେଲ୍ କିମ୍ବା ଏକ ସରୁ ପ୍ଲାଷ୍ଟିକ୍ ନଳୀ (straw), ପଲିଥୁନ୍ ଖଣ୍ଡ ଏବଂ ଛୋଟ କାଗଜ ଖଣ୍ଡ ନିଆଯାଉ ।
(ii) ପଲି ଥ୍ ନ୍ ସହିତ ପ୍ଲାଷ୍ଟିକ୍ ନଳୀ ବା ସ୍କେଲ୍ କୁ ଜୋର୍ ରେ ଘଷାଯାଉ । ଘଷି ହୋଇଥ‌ିବା ଅଂଶକୁ ହାତରେ କିମ୍ବା କୌଣସି ଧାତୁ ବସ୍ତରେ ସ୍ପର୍ଶ କରାନଯାଉ ।
(iii) ଏବେ, ଏହାକୁ ଟେବୁଲରେ ରଖାଯାଇଥିବା ଛୋଟ କାଗଜ ଖଣ୍ଡ ପାଖକୁ ଅଣାଯାଉ । କାଗଜ ଖଣ୍ଡକୁ ସ୍ପର୍ଶ ନକରିବା ପାଇଁ ସତର୍କ ରହିବା ଉଚିତ ।
ଛୋଟ କାଗଜ ଖଣ୍ଡକୁ ଆକର୍ଷିତ କରୁଥିବା ଚାର୍ଜିତ ପ୍ଲାଷ୍ଟିକ୍ ସ୍କେଲ୍
(iv) ପ୍ଲାଷ୍ଟିକ୍ ସ୍କେଲ୍‌ ବା ନଳୀ କାଗଜଖଣ୍ଡ ଆଡ଼କୁ ଆଣିଲେ ସେଗୁଡ଼ିକ ଟାଣି ହୋଇଯାଏ ଏବଂ ସ୍କେଲ୍/ନଳୀ ସହିତ ଲାଗିଯାଏ ।
Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ 6

କାର୍ଯ୍ୟ – ୭ : ଆସ ଆମେ ପରୀକ୍ଷଣ କରିବା
ଦୁଇଟି ସମଚାର୍ଜ ମଧ୍ଯରେ ବିକର୍ଷଣ ଏବଂ ପରସ୍ପର ବିପରୀତ ଚାର୍ଜ ମଧ୍ଯରେ ଆକର୍ଷଣ ଜାଣିବାପାଇଁ ପରୀକ୍ଷା :
(i) ଦୁଇଟି ବେଲୁନ୍, ଏକ ଲମ୍ବା ସୂତା ଏବଂ ପଶମ କପଡ଼ା ନି ଆଯାଉ ।
(ii) ଦୁଇଟି ବେଲୁନ୍ ଫୁଲାଇ ଏପରି ଭାବରେ ଟଣାଯାଉ ଯେ (ଚିତ୍ର (କ)ରେ ଦେଖାଯାଇଥିବା ପରି) ସେମାନେ ପରସ୍ପରକୁ ସ୍ପର୍ଶ କରିବେ ନାହିଁ ।
(iii) ପଶମ କପଡ଼ାରେ ଉଭୟ ବେଲୁନ୍ ଘଷି ସେଗୁଡ଼ିକୁ ଛାଡ଼ି ଦିଆଯାଉ । ଘଷି ହୋଇଥିବା ବେଲୁନ୍ ଆଙ୍ଗୁଠିରେ ସ୍ପର୍ଶ ନ କରିବା ଆବଶ୍ୟକ ଦେଖାଯିବ ଯେ ବେଲୁନ୍ ଦୁଇଟି ପରସ୍ପରଠାରୁ ଦୂରକୁ ଚାଲିଯାଉଛନ୍ତି ଯେପରି ସେମାନେ ପରସ୍ପରକୁ ବିକର୍ଷଣ କରୁଛନ୍ତି ।
(iv) ଏବେ ବେଲୁନ୍ ଘଷିବାପାଇଁ ବ୍ୟବହୃତ ପଶମ କପଡ଼ାକୁ ଘଷି ହୋଇଥବା ଗୋଟିଏ ବେଲୁନ୍ ପାଖକୁ ଅଣାଯାଉ । ସେମାନେ ପରସ୍ପର ଆଡ଼କୁ ଗତି କରୁଛନ୍ତି, ଯେପରି ସେମାନେ ପରସ୍ପରକୁ ଆକର୍ଷିତ କରୁଛନ୍ତି ।
Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ 7
(କ) ଦୁଇଟି ଚାର୍ଜ ହୋଇନଥିବା ବେଲୁନ (ଖ) ଦୁଇଟି ଚାର୍ଜ ହୋଇଥିବା ବେଲୁନ୍

ଏହି ପରୀକ୍ଷାରୁ ଜଣାଗଲା ଯେ, ବେଲୁନ୍ ଦୁଇଟି ସମଚାର୍ଜ (ବିଯୁକ୍ତ ଚାର୍ଜ) ପ୍ରାପ୍ତ ହୋଇଥିବାରୁ ସେମାନେ ବିକର୍ଷିତ ହୋଇ ପରସ୍ପର ଦୂରେଇ ଗଲେ । ଅନ୍ୟପକ୍ଷରେ ଚାର୍ଜଯୁକ୍ତ ବେଲୁନ୍ ଓ ଅଶମ କପଡ଼ା ପରସ୍ପରକୁ ଆକର୍ଷଣ କରିବେ । ଏଠାରେ ବେଲୁନ୍ ବିଯୁକ୍ତ ଚାର୍ଜ ଓ ପଶମ କପଡ଼ା ଯୁକ୍ତ ଚାର୍ଜ ବହନ କରିଥାନ୍ତି । ଏଣୁ ସ୍ଥିର ଚାର୍ଜ ଦୁଇ ପ୍ରକାର ହୋଇଥାଏ, ଯଥା— ଗୋଟିଏ ଯୁକ୍ତାତ୍ମକ (positive) ଚାର୍ଜ ଓ ଅନ୍ୟଟି ବିଯୁକ୍ତାତ୍ମକ ଚାର୍ଜ (Negative) ।

ପରିପଥରେ ବିଦ୍ୟୁତ୍ ସ୍ରୋତ – ଚାର୍ଜଗୁଡ଼ିକ ବୈଦ୍ୟୁତିକ ପରିପଥରେ ଗତି କରିବା ସମୟରେ ବିଦ୍ୟୁତ ପ୍ରବାହିତ ହୁଏ । ଏହି ସ୍ରୋତ ବତୀକୁ ଆଲୋକିତ କରେ ତାପ ଉତ୍ପନ୍ନକରେ ଏବଂ ଚୁମ୍ବକୀୟ ପ୍ରଭାବ ସୃଷ୍ଟି କରେ ।

ମାଧ୍ୟାକର୍ଷଣ ବଳ (Gravitational Force)
ମାଧ୍ୟାକର୍ଷଣ ବଳ ହେଉଛି ମହାକର୍ଷଣ ବଳର ଏକ ରୂପ । ବିଶ୍ଵରେ ଯେ କୌଣସି ଦୁଇଟି ଅଲଗା ଅଲଗା ବସ୍ତତ୍ଵ ଯୋଗୁ ପରସ୍ପରକୁ ଆକର୍ଷଣ କରନ୍ତି । ଏହାକୁ ମହାକର୍ଷଣ ବଳ କୁହାଯାଏ । ମହାକର୍ଷଣ ବଳ ଏକ ଆକର୍ଷଣ ବଳ ଏବଂ ଏହାର ଉତ୍ସ ହେଉଛି ବସ୍ତୁତ୍ଵ । ଯେଉଁ ବଳ ସାହାଯ୍ୟରେ ପୃଥ୍ବୀ ତାର କେନ୍ଦ୍ର ଆଡ଼କୁ ସମସ୍ତ ବସ୍ତୁକୁ ଆକର୍ଷଣ କରେ, ତାହାକୁ ମାଧ୍ୟାକର୍ଷଣ ବଳ କହନ୍ତି । ବିନା ସଂସ୍ପର୍ଶରେ ଏହି ବଳ କାର୍ଯ୍ୟ କରୁଥିବାରୁ ଏହା ଏକ ଅଣ-ସଂସ୍ପର୍ଶୀ ବଳ ଅଟେ ।

ଯେତେବେଳେ କୌଣସି ବସ୍ତୁକୁ ପୃଥ‌ିବୀ ପୃଷ୍ଠରୁ ସିଧା ଉପରକୁ ଫିଙ୍ଗି ଦିଆଯାଏ, ଏହା ଭୂଲମ୍ବ ଦିଗରେ ଉପରକୁ ଗତି କରେ । ଉଚ୍ଚତମ ବିନ୍ଦୁରେ କ୍ଷଣିକ ପାଇଁ ଏହା ଅଟକି ଯାଏ, ତା’ପରେ ସିଧା ଭୁଲମ୍ବ ପଥରେ ପୃଥିବୀ ପୃଷ୍ଠକୁ ଫେରିଆସେ । ଉପରକୁ ଉଠିବା ସମୟରେ ବସ୍ତର ବେଗ କ୍ରମଶଃ ହ୍ରାସପାଏ । ସେହିପରି ତଳକୁ ଖସିବା ସମୟରେ ଏହାର ବେଗ କ୍ରମଶଃ ବୃଦ୍ଧିପାଏ ଏବଂ ଭୂପୃଷ୍ଠରେ ପହଞ୍ଚିବା ସମୟରେ ବେଗ ସର୍ବାଧ୍ଯକ ହୁଏ । ଏହାକୁ ବସ୍ତର ଭୂଲମ୍ବଗତି (Vertical motion) କୁହାଯାଏ ।

କାର୍ଯ୍ୟ – ୮ : ଆସ ପର୍ଯ୍ୟବେକ୍ଷଣ କରିବା
ମାଧ୍ୟାକର୍ଷଣ ବଳ ପାଇଁ ଏକ ପର୍ଯ୍ୟବେକ୍ଷଣ :
(i) ଏକ ବଲ୍‌ ନିଆଯାଉ ଏବଂ ଏହାକୁ ଭୂଲମ୍ବ ଭାବରେ ଉପରକୁ ଫିଙ୍ଗି ଦିଆଯାଉ । କିଛି ଉପରକୁ ଯାଇ ଏହା ତଳକୁ ପଡ଼ିଯିବ ।
(ii) ଏବେ ଏହାକୁ ପୁଣି ଥରେ ଅଧ‌ିକ ଜୋର୍‌ରେ ଫିଙ୍ଗି ଦିଅ । ଏହା କ’ଣ ପୁଣି ତଳକୁ ଖସି ଭୂମିରେ ପଡ଼ିବ ।
(iii) ଆମ ଚାରିପାଖରେ ଥ‌ିବା ବିଭିନ୍ନ ପରିସ୍ଥିତି ବିଷୟରେ ଚିନ୍ତା କରାଯାଉ, ଯେଉଁଠାରେ ଯେକୌଣସି ଦିଗରେ ଫିଙ୍ଗା ଯାଇଥବା ଯେକୌଣସି ବସ୍ତୁ ଶେଷରେ ଭୂମିରେ ପଡ଼ିଯାଏ ।
(iv) ଯେହେତୁ ସମସ୍ତ ବସ୍ତୁ ପୃଥ‌ିବୀ ଆଡ଼କୁ ପଡ଼େ, ଏହାର ଅର୍ଥ ହେଉଛି ପୃଥ‌ିବୀ ସେମାନଙ୍କୁ ଆକର୍ଷଣ କରେ (ଟାଣିଥାଏ) । ଯେଉଁ ବଳ ସାହାଯ୍ୟରେ କୌଣସି ବସ୍ତୁ ସ୍ଵ ସ୍ଵ ବସ୍ତୁତ୍ଵ ଯୋଗୁଁ ଅନ୍ୟ ବସ୍ତୁକୁ ନିଜ ଆଡ଼କୁ ଆକର୍ଷିତ କରେ ତାହାକୁ ମହାକର୍ଷଣ ବଳ (gravitational force) ବା ଗୁରୁତ୍ୱାକର୍ଷଣ ବଳ କୁହାଯାଏ । ପୃଥ‌ିବୀ ଦ୍ଵାରା ଅନ୍ୟ ବସ୍ତ ଉପରେ ପ୍ରୟୋଗ କରାଯାଇଥିବା ମହାକର୍ଷଣ ବଳକୁ ମାଧ୍ୟାକର୍ଷଣ ବଳ (force of gravity) କିମ୍ବା କେବଳ ମାଧ୍ୟାକର୍ଷଣ (gravity) କୁହାଯାଏ ।
Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ 8
ଚିତ୍ର-ପୃଥ‌ିବୀ ଆଡ଼କୁ ପଢୁଥ‌ିବା କିଛି ବସ୍ତ

ଓଜନ ଏବଂ ଏହାର ମାପ (Weight and its measurement)
(i) ପୃଥ‌ିବୀ ଯେଉଁ ବଳ ସହିତ ଏକ ବସ୍ତୁକୁ ନିଜ ଆଡ଼କୁ ଟାଣେ ତାହାକୁ ବସ୍ତୁର ଓଜନ (Weight) କୁହାଯାଏ ।
(ii) ପୃଥ‌ିବୀ ଏକ ବସ୍ତୁକୁ କେତେ ଜୋରରେ ନିଜ ଆଡକୁ ଟାଣିଥାଏ, ତାହାର ଓଜନ ହିଁ ଏହାର ପରିମାପକ ।
(iii) ଯେହେତୁ ଓଜନ ଏକ ବଳ, ଏହାକୁ ବଳ ସହିତ ସମାନ ଏକକରେ ମାପ କରାଯାଏ । ତେଣୁ, ଓଜନର SI ଏକକ ମଧ୍ୟ ନ୍ୟୁଟନ୍ (Newton (N) ଅଟେ ।

କାର୍ଯ୍ୟ – ୯ : ଆସ ଅନ୍ଵେଷଣ କରିବା
ବିଭିନ୍ନ ବସ୍ତର ଓଜନ ଭିନ୍ନଭିନ୍ନ, ଏହାର ଏକ ଅନ୍ଵେଷଣ :
(i) ଏକ ସ୍ପ୍ରିଙ୍ଗ୍ ଏବଂ ବିଭିନ୍ନ ଓଜନର କିଛି ବସ୍ତୁ ନିଆଯାଉ, ଯେପରିକି ଏକ ପେନ୍‌ସିଲ୍ ବାକ୍ସ, ଏକ ଟିଫିନ୍ ବାକ୍ସ ଏବଂ ଏକ ଛୋଟ ପଥର ।
(ii) ସ୍ପ୍ରିଙ୍ଗ୍‌ର ଗୋଟିଏ ମୁଣ୍ଡକୁ ଏକ କଣ୍ଟାରୁ ଟଙ୍ଗାଯାଉ । ଅନ୍ୟ ମୁଣ୍ଡରୁ ଏକ ବସ୍ତକୁ ଝୁଲାଯାଉ ଏବଂ ସ୍ପ୍ରିଙ୍ଗ୍ ପର୍ଯ୍ୟବେକ୍ଷଣ କରାଯାଉ । ସ୍ପିଙ୍ଗ୍ କ’ଣ ପ୍ରସାରିତ ହେବ ।
(iii) ବର୍ତ୍ତମାନ ଅନ୍ୟ ବସ୍ତଗୁଡ଼ିକୁ ଗୋଟିଏ ଗୋଟିଏ କରି ଝୁଲାଯାଉ ଏବଂ ପ୍ରତ୍ୟେକ ଥର ସ୍ପ୍ରିଙ୍ଗର ବିସ୍ତାର ଲକ୍ଷ୍ୟ କରାଯାଉ । ପ୍ରତ୍ୟେକ ବସ୍ତଦ୍ୱାରା ସୃଷ୍ଟି ହୋଇଥିବା ବିସ୍ତାର କ’ଣ ସମାନ ହେବନାହିଁ ।
(iv) ସେତେ ବେଳେ ଏକ ବସ୍ତୁକୁ ସ୍ପ୍ରିଙ୍ଗ୍ରୁ ଝୁଲାଇ ଦି ଆଯାଏ, ସେତେବେଳେ ପୃଥବୀ ଦ୍ଵାରା ବସ୍ତୁ ଉପରେ ପ୍ରୟୋଗ ହୋଇଥୁବା ବଳ ଯୋଗୁଁ ସ୍ପ୍ରିଙ୍ଗ୍ ବିସ୍ତାରିତ ହୁଏ । ଆମେ ଦେଖୁ ଯେ ସ୍ପ୍ରିଙ୍ଗ୍‌ର ସୃଷ୍ଟି ହୋଇଥୁବା ବିସ୍ତାର ବିଭିନ୍ନ ବସ୍ତ ପାଇଁ ଭିନ୍ନ । ଏହା ସୂଚିତ କରେ ଯେ ପୃଥ‌ିବୀ ବିଭିନ୍ନ ବସ୍ତକୁ ବିଭିନ୍ନ ବଳରେ ଟାଣେ, ଅର୍ଥାତ୍‌, ବିଭିନ୍ନ ବସ୍ତୁର ଓଜନ ଭିନ୍ନ ଭିନ୍ନ ଅଟେ ।
Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ 9
(କ) ଝୁଲନ୍ତା ସ୍ପ୍ରିଙ୍ଗ୍
(ଖ) ସ୍ପ୍ରିଙ୍ଗ୍ରୁ ଦୁଇଟି ଝୁଲନ୍ତା ବସ୍ତୁ

ସ୍ପ୍ରିଙ୍ଗ୍ ନିକିତି (Spring Balance)
(i) ସ୍ପ୍ରିଙ୍ଗ୍ ନିକିତି (balance) ହେଉଛି ଓଜନ (ବଳ) ମାପ କରିବାପାଇଁ ବ୍ୟବହୃତ ଏକ ସରଳ ଉପକରଣ ।
(ii) ଏଥ‌ିରେ ଗୋଟିଏ ମୁଣ୍ଡରେ ଦୃଢ଼ ଭାବରେ ସଂଲଗ୍ନ ହୋଇଥିବା ଏକ ସ୍ପ୍ରିଙ୍ଗ ଥାଏ, ଅନ୍ୟ ମୁଣ୍ଡରେ ଏକ ହୁକ ଲାଗିଥାଏ ।
(iii) ଯେତେବେଳେ ଆମେ ହୁକରୁ ଏକ ବସ୍ତକୁ ଝୁଲାଇ ଦେଇ, ସ୍ପ୍ରିଙ୍ଗ୍ ବିସ୍ତାରିତ ହୁଏ ଏବଂ ବିସ୍ତାର ପରିମାଣ ବସ୍ତର ଓଜନ ସୂଚାଏ ।
(iv) ଏହାର ନିକିତି ଉପରେ ଏକ ସ୍କେଲ୍ ଅଛି ଯାହା ନ୍ୟୁଟନ (N) ଏକକରେ ଓଜନ (ବଳ) ଦେଖାଇବା ପାଇଁ ଚିହ୍ନିତ ହୋଇଥାଏ ।
(v) ସାଧାରଣତଃ, ବସ୍ତୁତ୍ଵର ଅନୁରୂପ ମୂଲ୍ୟ ଗ୍ରାମ (g)ରେ ଦେଖାଇବାପାଇଁ ଆଉ ଏକ ସ୍କେଲ୍ ମଧ୍ୟ ଅଛି ।
(vi) ଏହି ମୂଲ୍ୟଗୁଡ଼ିକୁ ଏହି ଧାରଣା ସହିତ ଚିହ୍ନିତ କରାଯାଇଛି ଯେ ସ୍ପ୍ରିଙ୍ଗ୍ ନିକିତି ପୃଥ‌ିବୀରେ ବ୍ୟବହୃତ ହୁଏ ଏବଂ ପୃଥ‌ିବୀର ମାଧ୍ୟାକର୍ଷଣ ବଳ ନିକଟବର୍ତ୍ତୀ ବସ୍ତୁକୁ ଆକର୍ଷିତ କରେ ।

କାର୍ଯ୍ୟ – ୧୦ : ଆସ ପର୍ଯ୍ୟବେକ୍ଷଣ କରିବା

ସ୍ପ୍ରିଙ୍ଗ ବାଲାନ୍ସ ମାପ କରିପାରୁଥିବା କ୍ଷୁଦ୍ରତ୍ତମ ମାନ :
(i) ସ୍ପ୍ରିଙ୍ଗ୍ ବାଲାନ୍ସ ଏକ ମାପକ ଯନ୍ତ୍ର ।
(ii) ଏହାର ମାପିବାର ସର୍ବାଧ‌ିକ ଓଜନ ହେଉଛି 10 N । ତେଣୁ, ଏହି ସ୍କେଲର ପରିସର 0 ରୁ 10 N ମଧ୍ୟରେ ହୋଇଥାଏ ।
(iii) ଦୁଇଟି ବଡ଼ ଚିହ୍ନ ମଧ୍ଯରେ ଓଜନ ପାର୍ଥକ୍ୟ ହୋଇଛି ? ) ଏବଂ 01 N ମଧ୍ଯରେ କିମ୍ବା କେତେ ସୂଚିତ 01 N ଏବଂ 02 N ମଧ୍ୟରେ ସୂଚିତ ଓଜନ ପାର୍ଥକ୍ୟ 1 N ଅଟେ ।
(iv) ଗୋଟିଏ ଛୋଟ ଭାଗ 1N/5 = 0.2N ସୂଚିତ କରୁଛି ।
(v) ତେଣୁ ସ୍ପ୍ରିଙ୍ଗ୍ ବାଲାନ୍ସ ପଢ଼ିପାରୁଥିବା ସବୁଠାରୁ ଛୋଟ ମୂଲ୍ୟ ହେଉଛି 0.2N ।

ସ୍ପ୍ରିଙ୍ଗ ବାଲାନ୍ସ ବ୍ୟବହାର କରି ବସ୍ତର ଓଜନ ନିର୍ଣ୍ଣୟ :
(i) ସ୍ପ୍ରିଙ୍ଗ୍ ବାଲାନ୍ସ ମାପ କରିପାରୁଥିବା ସର୍ବାଧ‌ିକ ଓଜନ ମୂଲ୍ୟ ଅପେକ୍ଷା କମ୍ ଓଜନର ବସ୍ତୁକୁ ଏଥିରେ ମାପ କରାଯାଏ । ଅଧିକ ଓଜନର ବସ୍ତର ଓଜନ ମାପକରିବାଦ୍ୱାରା ସ୍ପ୍ରିଙ୍ଗ୍ ବାଲାନ୍ସ କ୍ଷତିଗ୍ରସ୍ତ ହୋଇପାରେ ।
(ii) ସ୍ପ୍ରିଙ୍ଗ୍ ବାଲାନ୍ସର ହୁକରୁ ବସ୍ତୁଟିକୁ ଝୁଲାଇ ରଖାଯାଏ ।
(iii) ବସ୍ତର ବାମ ପାର୍ଶ୍ଵରେ ଦେଖାଯାଉଥିବା ସ୍କେଲରୁ ସ୍ପ୍ରିଙ୍ଗର ସର୍ବୋଚ୍ଚ ପ୍ରସାରଣ ସ୍ଥାନାଙ୍କ ଦେଖୁ ବସ୍ତୁଟିର ଓଜନ ନିରୂପଣ କରାଯାଏ ।

ବସ୍ତୁର ଓଜନରୁ ଏହାର ବସ୍ତୁତ୍ଵ ନିରୂପଣ :
(i) ସ୍ପ୍ରିଙ୍ଗ ବାଲାନ୍ସ ରେ ବସ୍ତୁର ଓଜନରୁ ଏହାର ବସ୍ତୁତ୍ଵକୁ ପରୋକ୍ଷରେ ମାପ କରାଯାଇପାରେ । ଏଠାରେ
Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ 10
(ii) ଅନ୍ୟ କୌଣସି ଜଣା ବସ୍ତତ୍ଵ ବିଶିଷ୍ଟ ବସ୍ତର ଓଜନ ସହିତ ଉକ୍ତ ବସ୍ତର ଓଜନକୁ ବିମ୍ ବାଲାନ୍ସଦ୍ୱାରା ତୁଳନା କରି ବସ୍ତର ନିର୍ଣ୍ଣୟ କରାଯାଇପାରେ ।
Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ 11

Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ

ବସ୍ତୁତ୍ଵ ଓ ଓଜନ ମଧ୍ୟରେ ପାର୍ଥକ୍ୟ :

ବସ୍ତତ୍ଵ (Mass) ଓଜନ (Weight)
(i) ବସ୍ତରେ ଥ‌ିବା ପଦାର୍ଥର ପରି ମାଣକୁ ବସ୍ତତ୍ଵ କହନ୍ତି । (i) ବସ୍ତଠାରେ କାର୍ଯ୍ୟକାରୀ ହେଉଥ‌ିବା ପୃଥ‌ିବୀର ମାଧ୍ୟାକର୍ଷଣ ବଳକୁ ବସ୍ତୁର ଓଜନ କହନ୍ତି ।
(ii) ବିଶ୍ଵର ବିଭିନ୍ନ ସ୍ଥାନରେ ବସ୍ତର ବସ୍ତୁତ୍ଵ ସମାନ । (ii) ବିଶ୍ୱର ବିଭିନ୍ନ ସ୍ଥାନରେ ବସ୍ତର ଓଜନ ଭିନ୍ନ ଭିନ୍ନ ।
(iii) ବସ୍ତୁତ୍ଵ ସାଧାରଣ ନିକିତିରେ ମାପ କରାଯାଏ । (iii) ଓଜନ କମାନୀ ନିକିତିରେ ମାପ କରାଯାଏ ।
(iv) ବସ୍ତତ୍ଵର ଏକକ ଗ୍ରାମ ବା କି.ଗ୍ରା. (iv) ଓଜନର ଏକକ ନିଉଟନ ।

ଗୋଟିଏ ବସ୍ତର ଓଜନ ବିଭିନ୍ନ ଗ୍ରହ/ଉପଗ୍ରହମାନଙ୍କରେ ଭିନ୍ନ ଭିନ୍ନ :
ବସ୍ତୁର ବସ୍ତୁତ୍ଵ ବିଶ୍ଵର ସବୁ ସ୍ଥାନରେ ସମାନ ହେଲେ ମଧ୍ୟ ସେହି ବସ୍ତର ଓଜନ ଭିନ୍ନ ଭିନ୍ନ ଗ୍ରହରେ ଭିନ୍ନଭିନ୍ନ । ଏହାର କାରଣ ହେଉଛି ଗୋଟିଏ ବସ୍ତ` ଉପରେ ବିଭିନ୍ନ ଗ୍ରହର ମାଧ୍ୟାକର୍ଷଣ ବଳ ଭିନ୍ନ ଭିନ୍ନ ଅଟେ ।
ଚନ୍ଦ୍ରର ମାଧ୍ୟାକର୍ଷଣବଳ ପୃଥ‌ିବୀର ମାଧ୍ୟାକର୍ଷଣ ବଳର \(\frac{1}{6}\) ଗୁଣ ଯୋଗୁଁ ଗୋଟିଏ ବସ୍ତର ଓଜନ ପୃଥ‌ିବୀ ପୃଷ୍ଠରେ ଯାହାହେବ ଚନ୍ଦ୍ରପୃଷ୍ଠରେ ଏହାର \(\frac{1}{6}\) ଗୁଣ ହେବ ।

ନିମ୍ନ ସାରଣୀରେ ଗୋଟିଏ ୧ କି.ଗ୍ରା. ବସ୍ତର ଓଜନ ବିଭିନ୍ନ ଗ୍ରହରେ କେତେହେବ ସେଗୁଡ଼ିକ ପ୍ରଦତ୍ତ ହେଲା ।
Class 8 Science Chapter 5 Notes Odia Medium ବଳର ଅନ୍ଵେଷଣ 12
ବୃହସ୍ପତି ଗ୍ରହର ମାଧ୍ୟାକର୍ଷଣବଳ ସର୍ବାଧ‌ିକ ଏବଂ ଚନ୍ଦ୍ରର ମାଧ୍ୟାକର୍ଷଣ ବଳ ସର୍ବନିମ୍ନ ।

ପ୍ଳବନ ବଳ (Buoyant Force)
କେତେକ ବସ୍ତୁ ଜଳରେ ବୁଡ଼ିଯାଆନ୍ତି ଏବଂ ଅନ୍ୟ କେତେକ ଜଳ ଉପରେ ଭାସିରହନ୍ତି । ପୃଥ‌ିବୀର ମାଧ୍ୟାକର୍ଷଣ ବଳ ପ୍ରତ୍ୟେକ ବସ୍ତ ଉପରେ କାର୍ଯ୍ୟକାରି ହେଲେ ମଧ୍ୟ କେତେକ ପଦାର୍ଥ ଜଳରେ ବୁଡ଼ିଯାଆନ୍ତି ନାହିଁ । ଠିପି ବନ୍ଦଥ‌ିବା ଗୋଟିଏ ଖାଲି ପ୍ଲାଷ୍ଟିକ୍ ବୋତଲକୁ ପାଣି ଭିତରକୁ ଠେଲିଲେ ବି ତାହା ଉପରକୁ ବା ଜଳପୃଷ୍ଠଦେଶ ଆଡ଼କୁ ଉଠିଆସେ । କାରଣ ଜଳ ବା ତରଳ ପଦାର୍ଥ ନିମଜ୍ଜିତ ବସ୍ତୁ ଉପରେ ସର୍ବଦା ଏକ ଉର୍ଦୁମୁଖୀ ବଳ ପ୍ରଦାନ କରେ । ଏହାକୁ ପ୍ଳବନ ବଳ ବା ପ୍ଲବତା କହନ୍ତି । ଏହି ପ୍ଲବନ ବଳ ଜଳ, ଅନ୍ୟାନ୍ୟ ତରଳ ଏପରିକି ବାୟୁର ମଧ୍ଯ ଥାଏ । ଏହା ଏକ ସଂସ୍ପର୍ଶୀ ବଳ ଅଟେ । ପ୍ଲବନବଳର ନିମ୍ନଲିଖ୍ ଲକ୍ଷଣଗୁଡ଼ିକ ଥାଏ ।

  • ପ୍ଲାବନ ବଳ ଏକ ଉର୍ଦୁମୁଖୁ ବଳ । ଏହା ଜଳ, ତରଳପଦାର୍ଥ ଓ ବାୟୁରେ ଥାଏ
  • ପ୍ଲବନ ବଳ ମାଧ୍ୟାକର୍ଷଣ ବଳର ବୀପରିତ ଦିଗରେ କାର୍ଯ୍ୟକରେ ।
  • ବସ୍ତ୍ର ଜଳ ବା ତରଳରେ ଯେତେ ଅଧିକ ନିମଜ୍ଜିତ ହୁଏ, ପ୍ଲାବନ ବଳ ଅନୁରୁପମାତ୍ରାରେ ବୃଦ୍ଧିପାଏ ।
  • ବସ୍ତୁ ଜଳରେ ସଂପୂର୍ଣ୍ଣ ନିମଜ୍ଜିତ ହେଲେ ପ୍ଲାବନ ବଳ ସ୍ଥିର ରହେ ।
  • ପ୍ଲବନ ବଳର ପରିମାଣ ବସ୍ତଠାରେ କାର୍ଯ୍ୟକାରି ମାଧ୍ୟାକର୍ଷଣ ବଳ ଅପେକ୍ଷା ଅଧ‌ିକ ହେଲେ ବା ସମାନ ହେଲେ ବସ୍ତୁଟି ଜଳ ବା ତରଳରେ ଭାସିବାକୁ ଲାଗେ ।
  • ପ୍ଲବନ ବଳର ପରିମାଣ ମାଧ୍ୟାପର୍ଷଣ ବଳ ଅପେକ୍ଷା କମ୍ ହେଲେ ବସ୍ତୁଟି ଜଳରେ ବୁଡ଼ିଯାଏ ।
  • ପ୍ଳବନ ବଳ ଜଳ ବା ତରଳର ଘନତା ଉପରେ ନିର୍ଭର କରେ । ଘନତା ଯେତେ ଅଧ୍ଵ ହୁଏ, ପ୍ଲବନ ବଳ ସେତେ ବୃଦ୍ଧିପାଏ ।

ଆର୍କିମିଡ଼ିସ୍‌ଙ୍କ ନୀତି (Archamedes Principle)
ପ୍ରସିଦ୍ଧ ଗ୍ରୀକ୍ ବୈଜ୍ଞାନିକ ଆର୍କିମିଡ଼ିସ୍‌ ଜଳ ବା ତରଳ ପଦାର୍ଥର କ୍ଲବନ ବଳ ଆବିଷ୍କାର କରିଥିଲେ । ‘‘ଯେତେବେଳେ କୌଣସି ବସ୍ତୁକୁ ଜଳ ବା କୌଣସି ତରଳ ପଦାର୍ଥରେ ଆଂଶିକ ବା ସଂପୂର୍ଣ୍ଣ ଭାବେ ବୁଡ଼ାଯାଏ, ସେତେବେଳେ ବସ୍ତଟି ଏକ ଉର୍ଦ୍ଧ୍ୱମୁଖୀ ବଳ ଅନୁଭବ କରେ ଏବଂ ଏହାର ଓଜନ ହ୍ରାସ ପାଇବା ପରି ଅନୁଭୂତ ହୁଏ । ଏହି ଉର୍ଦ୍ଧ୍ୱମୁଖୀ ବଳର ପରିମାଣ ବା ଆଭାସୀ ହ୍ରାସପ୍ରାପ୍ତ ଓଜନ ବସ୍ତୁଦ୍ଵାରା ବିସ୍ଥାପିତ ଜଳ ବା ତରଳର ଓଜନ ସହ ସମାନ । ଏହାକୁ ଆର୍କିମିଡ଼ିସ୍‌ଙ୍କ ନୀତି କହନ୍ତି । ଆର୍କିମିଡ଼ିସ୍‌ଙ୍କ ନୀତି ବସ୍ତର ଜଳ ବା ତରଳରେ ଭାସିବା ବା ବୁଡ଼ିବାର କାରଣ ଦର୍ଶାଇଥାଏ ।
ଏହି ନୀତିକୁ ଅନୁସରଣ କରି ହାଇଡ୍ରୋମିଟର ଓ ଲାକ୍ଟୋମିଟର ଯନ୍ତ୍ର କାର୍ଯ୍ୟକରେ । ବସ୍ତର ଆପେକ୍ଷିକ ସାନ୍ଦ୍ରତା ନିର୍ଣ୍ଣୟ କରିବା ପାଇଁ ଆକିମିଡ଼ିସ୍‌ଙ୍କ ସୂତ୍ର ପ୍ରୟୋଗ କରିବା ହୁଏ ।
ହାଇଡ୍ରୋମିଟର ତରଳର ଆପେକ୍ଷିକ ସାନ୍ଦ୍ରତା ନିର୍ଣ୍ଣୟ କରାଯାଏ ।
ଲାକ୍ଟୋମିଟର – କ୍ଷୀରର ସାନ୍ଦ୍ରତା ନିର୍ଣ୍ଣୟ କରାଯାଏ ।

ଜଳରେ ଭାସୁଥ‌ିବା ପଥର :
ହ୍ୟୁମିସ୍ (Pumice) ଏକ ପ୍ରକାର ପଥର ଯାହା ଆଗ୍ନେୟଗିରି ଉଦ୍‌ଗୀରଣ ସମୟରେ ସୃଷ୍ଟିହୁଏ । ଯେତେବେଳେ ପ୍ରଚୁର ଗ୍ୟାସ ଏବଂ ଜଳିୟ ବାଷ୍ପ ସହ ଲାଭା ଶିଘ୍ର ଥଣ୍ଡାହୁଏ । ଏହି ପଥର ମଧ୍ଯରେ ଗ୍ୟାସର ଛୋଟ ଫୋଟକା ଫସିଯାଇ ପଥରକୁ ହାଲୁକା ଓ ଛିଦ୍ରଯୁକ୍ତ କରାଇଥାଏ । ଏହି ଛିଦ୍ରରେ ବାୟୁ ପୂର୍ଣ୍ଣଥାଏ । ଏହି ପଥରର ଘନତା ଜଳର ଘନତାଠାରୁ କମ୍ ଯୋଗୁଁ ଏହା ଜଳରେ ଭାସେ ।

ଆମେ ଯାହା ଜାଣିଲୁ

  • ବଳ ଏକ ଭୌତିକ ପଦାର୍ଥ ଓ ବାକ୍ୟକାରକ ଯାହାକୁ କୌଣସି ବସ୍ତୁ ଉପରେ ପ୍ରୟୋଗ କଲେ’, ବସ୍ତୁଟିର ଅବସ୍ଥା (ସ୍ଥିରାବସ୍ଥା ଓ ଗତିଶୀଳ ଅବସ୍ଥା)ର ପରିବର୍ତ୍ତନ ଘଟିପାରେ । ବସ୍ତୁ ଉପରେ ପ୍ରୟୋଗ ହେଉଥିବା ଟଣା ଓ ଠେଲାକୁ ବିଜ୍ଞାନରେ ‘ବଳ’’ (Force) କୁହାଯାଏ ।
  • ଗୋଟିଏ ବସ୍ତର ଅନ୍ୟ ଏକ ବା ଏକାଧିକ ବସ୍ତର ପାରସ୍ପରିକ କ୍ରିୟାରୁ ବଳ ସୃଷ୍ଟି ହୁଏ । ଏହାର ଏକକ ହେଉଛି ନିଉଟନ୍ (Newton) ଓ ଡାଇନ୍ (Dyne).
    କୌଣସି ବସ୍ତୁ ଉପରେ ବଳ ପ୍ରୟୋଗ କରିବାପାଇଁ ଆମ ଶରୀର ଏବଂ ଭାବରେ ଶାରୀରିକ ସଂସ୍ପର୍ଶ ଆବଶ୍ୟକ ହେଲେ ଏହାକୁ ସଂସ୍ପର୍ଶ ବସ୍ତୁ ମଧ୍ୟରେ ପ୍ରତ୍ୟକ୍ଷରେ ବା ପରୋକ୍ଷ ବଳ କହନ୍ତି । ଠେଲାବଳ ଓ ଟଣାବଳ (push and pull), ମାଂସପେଶୀୟ ବଳ, ଘର୍ଷଣ ବଳ (Force of Friction) ପ୍ରଭୃତି ସଂସ୍ପର୍ଶ ବଳ କହନ୍ତି । ପ୍ଲବନ ବଳ ମଧ୍ଯ ଏକ ପ୍ରକାର ସଂସ୍ପର୍ଶ ବଳ ଅଟେ ।
  • ବସ୍ତୁ ସଂସ୍ପର୍ଶରେ ନଥିଲେ ମଧ୍ୟ ଯଦି ବସ୍ତୁ ଉପରେ ଯେଉଁ ବଳ ପ୍ରୟୋଗ କରାଯାଏ, ତାହାକୁ ଅଣ-ସଂସ୍ପର୍ଶ ବଳ (Non-Contact Force) କହନ୍ତି । ଚୁମ୍ବକୀୟ ବଳ (Magnetic Force), ସ୍ଥିର-ବୈଦ୍ୟୁତିକ ବଳ (Electrostatic Force), ମହାକର୍ଷଣ ବଳ (Gravitational Force) ଇତ୍ୟାଦି ଏହାର ଉଦାହରଣ ଅଟେ ।
    ପୃଥ‌ିବୀ ଯେଉଁ ବଳ ସହିତ ଏକ ବସ୍ତୁକୁ ନିଜ ଆଡକୁ ଆକର୍ଷଣ କରେ, ତାହାକୁ ବସ୍ତର ଓଜନ (weight) କହନ୍ତି । ଓଜନର ଏକକ ବଳର ଏକକ ସହ ସମାନ । ସ୍ପ୍ରିଙ୍ଗ ନିକିତିରେ ବସ୍ତର ଓଜନ ମାପ କରାଯାଏ ।
  • କୌଣସି ବସ୍ତୁକୁ ତରଳ ପଦାର୍ଥରେ ବୁଡ଼ାଇବା ସମୟରେ ତରଳ ପଦାର୍ଥ ବସ୍ତୁ ଉପରେ ଏକ ଉର୍ଦ୍ଧ୍ୱମୁଖୀ ବଳ ପ୍ରୟୋଗ କରେ । ଏହାକୁ ପ୍ଳବନ ବଳ (buoyant Force) କହନ୍ତି । ଏହା ପୃଥ‌ିବୀର ମାଧ୍ୟାକର୍ଷଣ ବଳ ବିରୁଦ୍ଧରେ କାର୍ଯ୍ୟ କରେ ।
  • ପ୍ରସିଦ୍ଧ ଗ୍ରୀକ୍ ବୈଜ୍ଞାନିକ ଆର୍କିମିଡ଼ିସ୍‌ ପ୍ଲବନ ବଳର ଆବିଷ୍କାର କରିଥିଲେ ।
  • ବସ୍ତ କୌଣସି ତରଳ ପଦାର୍ଥରେ ନିମଜ୍ଜିତ ହେବା ସମୟରେ ଏହା ଉପରେ ଉଭୟ ପୃଥ‌ିବୀର ମାଧ୍ୟାକର୍ଷଣ ବଳ ଏବଂ ତରଳର ପ୍ଳବନ ବଳ କାର୍ଯ୍ୟକାରୀ ହୁଏ । ପ୍ରବନ ବଳ ମାଧ୍ୟାକର୍ଷଣ ବଳ ସହ ସମାନ ହେଲେ କିମ୍ବା ଅଧୂକ ହେଲେ ବସ୍ତୁଟି ତରଳ ପୃଷ୍ଠରେ ଭାସିଥାଏ, କିନ୍ତୁ ପ୍ଳବନବଳର ପରିମାଣ ମାଧ୍ୟାକର୍ଷଣ ବଳଠାରୁ କମ୍ ହେଲେ ବସ୍ତୁଟି ତରଳରେ ବୁଡ଼ିଯାଏ ।

Class 8 Science Chapter 2 Notes Odia Medium ଅଣୁଜୀବ ଜଗତ

Go through BSE Odisha Class 8 Science Notes Odia Medium and Class 8 Science Chapter 2 Notes Odia Medium ଅଣୁଜୀବ ଜଗତ to understand important concepts and topics more clearly.

8th Class Science Chapter 2 Notes Odia Medium

BSE Odisha Class 8 Science Chapter 2 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ

ଯବକାଚ ବା ଲେନ୍ସ (Lens) :
ପୃଥ‌ିବୀର ଚତୁଃପାର୍ଶ୍ଵରେ ବିଭିନ୍ନ ଆକାର ଓ ଆକୃତିର ଜୀବ ଦେଖାଯାଆନ୍ତି । ସେମାନଙ୍କ ମଧ୍ୟରୁ କେତେକ ବଡ଼, କେତେକ ଛୋଟ ଓ ଆଉ କେତେକ ଅଛନ୍ତି ସେଗୁଡ଼ିକ ଅତି କ୍ଷୁଦ୍ର, ଯାହା ଖାଲି ଆସ୍‌ରେ ଦେଖାଯାଆନ୍ତି ନାହିଁ । ଏହି ଜୀବଗୁଡ଼ିକ ହେଲେ ଅଣୁଜୀବ ବା ଜୀବାଣୁ । ଏମାନଙ୍କୁ କେବଳ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖୁହୁଏ । ବହୁବର୍ଷ ପୂର୍ବରୁ ଲୋକମାନେ ଆବିଷ୍କାର କରିଥିଲେ ଯେ ଏକ ବକ୍ରାକାର କାଚଖଣ୍ଡ ଛୋଟଛୋଟ ଜିନିଷଗୁଡ଼ିକୁ ବଡ଼ ଆକାରରେ ଦେଖାଇପାରେ ।

କାଚଖଣ୍ଡଟି ମସୁର ଡାଲି ଆକୃତି ଯାହାର ମଝି ଅଂଶ ମୋଟା ଏବଂ ଦୁଇ ଧାର ପତଳା । ତେଣୁ ସେମାନେ ଏହି କାଚଖଣ୍ଡକୁ ଯବକାଚ ବା ଲେନ୍ସ (Lens) ବୋଲି କହିଲେ ।
ସରଳ ବର୍ଷକ କାଚ (magnifying glass) ଠାରୁ ଆରମ୍ଭ କରି ଅଣୁବୀକ୍ଷଣ ଯନ୍ତ୍ର ପର୍ଯ୍ୟନ୍ତ ପ୍ରତ୍ୟେକ ନୂଆ ନୂଆ ଉପକରଣ ମଣିଷକୁ ସେହିସବୁ ଜିନିଷ ଦେଖୁବାରେ ସାହାଯ୍ୟ କଲା ଯାହା ସେମାନଙ୍କ ଖାଲି ଆଖ ସହଜରେ ଦେଖୁ ପାରୁ ନଥିଲେ ।

ଅଣୁବୀକ୍ଷଣ ଯନ୍ତ୍ରର ଉଦ୍ଭାବନ ଫଳରେ ସୂକ୍ଷ୍ମଜୀବରେ ପରିପୂର୍ଣ୍ଣ ଥିବା ଲୁକ୍କାୟିତ ବିଶ୍ଵକୁ ଦେଖାଇବାରେ ସାହାଯ୍ୟ କଲା । ଏହି ଅଧ୍ୟାୟରେ କିଛି ସୂକ୍ଷ୍ମ ଜୀବ ବିଷୟରେ ଅନୁସନ୍ଧାନ କରାଯାଇଛି ।

ଆମ ଚାରିପାଖରେ କେତେ ସୁନ୍ଦର ଉଭିଦ ଓ ପ୍ରାଣୀ ଅଛନ୍ତି ! କିଛି ଜୀବ ଅତି କ୍ଷୁଦ୍ର, ଆଉ କିଛି ବହୁତ ବଡ଼ । ସେମାନେ କେବଳ ସେମାନଙ୍କର ଦେହର ଗଠନରେ ନୁହେଁ ବରଂ ଅନେକ ବୈଶିଷ୍ଟ୍ୟରେ ମଧ୍ୟ ପରସ୍ପରଠାରୁ ଭିନ୍ନ । ଉଭିଦ ହେଉ କିମ୍ବା ପ୍ରାଣୀ, ଏହି ସମସ୍ତଙ୍କୁ ଜୀବ କୁହାଯାଏ ।

କାର୍ଯ୍ୟ – ୧ : ଆସ ପର୍ଯ୍ୟବେକ୍ଷଣ କରିବା :

(i) ଗୋଟିଏ ଗୋଲାକାର ତଳବିଶିଷ୍ଟ କାଚ ଫ୍ଲସ୍କ (Round-bottom flask) ନେଇ ଫ୍ଲସ୍କର ମୁହଁକୁ ଗୋଟିଏ ଠିପି (cork) ଦ୍ଵାରା ଭଲ ଭାବରେ ବନ୍ଦ କରି ଦିଆଯାଉ ।
(ii) ବର୍ତ୍ତମାନ ପ୍ଳାସ୍କକୁ ଏକ ଖୋଲା ବହି ଉପରେ ରଖ୍ ଫ୍ଲସ୍କ ମଧ୍ୟ ଦେଇ ବହିର ଅକ୍ଷରଗୁଡ଼ିକୁ ଦେଖ‌ିବାକୁ ଚେଷ୍ଟାକରାଯାଉ ।
(iii) ଆମେ ଜଳପୂର୍ଣ୍ଣ ଫ୍ଲାସ୍କ ମାଧ୍ୟମରେ ଦେଖୁଲେ ବହିରେ ଥ‌ିବା ଅକ୍ଷରଗୁଡ଼ିକ ବଡ଼ ଆକାରରେ ଦେଖାଯାଉଛି ! କାରଣ ଜଳପୂର୍ଣ ଫ୍ଲାସ୍କଟି ଏକ ବର୍ଷକ କାଚ ପରି କାର୍ଯ୍ୟ କରିଥାଏ ।
(iv) ଏବେ ଗୋଟିଏ ପ୍ରକୃତ ବର୍ଷକ କାଚ ବ୍ୟବହାର କରି ପିମ୍ପୁଡ଼ି ପରି ଛୋଟ ଜୀବକୁ ଦେଖ‌ିଲେ । ଏହାର ଶରୀରର ଅଂଶଗୁଡ଼ିକ ଅଧ‌ିକ ସ୍ପଷ୍ଟ ଭାବରେ ଦେଖୁହେବ । ବିଜ୍ଞାନର ଏହି ଆବିଷ୍କାର ଆମକୁ ପ୍ରଥମ ଥର ପାଇଁ ଏହି କ୍ଷୁଦ୍ର ଜଗତକୁ ଦେଖ‌ିବାରେ ସାହାଯ୍ୟ କଲା ।
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 1

୧୬୬୫ ମସିହାରେ ବୈଜ୍ଞାନିକ ରବର୍ଟ ହୁକ୍ (Robert Hooke) ମାଇକ୍ରୋଗ୍ରାଫିଆ ନାମକ ଏକ ପୁସ୍ତକ ପ୍ରକାଶ କରିଥିଲେ । ଏହି ପୁସ୍ତକରେ ଲୋକମାନେ ପୂର୍ବରୁ ଦେଖୁ ନଥ‌ିବା ଛୋଟ ଛୋଟ ଜିନିଷଗୁଡ଼ିକର ବିସ୍ତୃତ ଭାବରେ ବର୍ଣ୍ଣନା ଥିବା ଚିତ୍ର ସେ ଅଙ୍କନ କରିଥିଲେ । ଏହି ଜିନିଷଗୁଡ଼ିକୁ ଦେଖ‌ିବା ପାଇଁ ସେ ବ୍ୟବହାର କରୁଥିବା ଉପକରଣଟିକୁ ଅଣୁବୀକ୍ଷଣ ଯନ୍ତ୍ର (microscope) କୁହାଯାଏ ।

ଅଣୁବୀକ୍ଷଣ ଯନ୍ତ୍ରରେ ସାହାଯ୍ୟରେ ଜଣେ ବ୍ୟକ୍ତି ଏକ ବସ୍ତକୁ ଖାଲି ଆଖ୍ ତୁଳନାରେ ୨୦୦ ରୁ ୩୦୦ ଗୁଣ ବଡ଼ କରି ଦେଖିପାରେ । ଦିନେ ରବର୍ଟ ହୁକ୍ କର୍କର ଏକ ପତଳା ଖଣ୍ଡକୁ ଅଣୁବୀକ୍ଷଣ ଯନ୍ତ୍ର ତଳେ ରଖ୍ ଦେଖ‌ିଲେ ଯେ ସେଠାରେ ମହୁଫେଣାର କୋଠରୀ ପରି ଅନେକ ଛୋଟ ଖାଲି ସ୍ଥାନ ଅଛି । ପ୍ରତ୍ୟେକ ଛୋଟ ସ୍ଥାନକୁ ଏକ କୋଷ (Cell) ବୋଲି କହିଲେ ।

୧୬୬୦ ଦଶକରେ, ଡଚ୍ ବୈଜ୍ଞାନିକ ଆଣ୍ଟୋନି ଭାନ୍ ଲିଉୱିନହକ୍ (Antoni Van Leeuwenhock) ଉନ୍ନତ ଲେନ୍ସ ତିଆରି କରିଥିଲେ । ତାକୁ ବ୍ୟବହାର କରି ସେ ଅଧୂକ ଉପଯୋଗୀ ଅଣୁବୀକ୍ଷଣ ଯନ୍ତ୍ର ତିଆରି କରିବାକୁ ସକ୍ଷମ ହୋଇଥିଲେ । ସେ ବୀଜାଣୁ ଏବଂ ରକ୍ତକୋଷ ଭଳି କ୍ଷୁଦ୍ର ଜୀବନ୍ତ ଜିନିଷଗୁଡ଼ିକୁ ସ୍ପଷ୍ଟ ଭାବରେ ଦେଖୁବା ଏବଂ ବର୍ଣ୍ଣନା କରିବାରେ ପ୍ରଥମ ବ୍ୟକ୍ତି ଥିଲେ । ଏହି କାରଣରୁ ତାଙ୍କୁ ଅଣୁଜୀବ ବିଜ୍ଞାନର ଜନକ ଭାବରେ ପରିଚିତ ଥିଲେ ।
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 2
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 3

କୋଷ (Cell) :
ସମସ୍ତ ଜୀବମାନଙ୍କର ଶରୀର କୋଷ ଦ୍ଵାରା ଗଠିତ । ଏହି କୋଷଗୁଡ଼ିକ ଖାଲି ଆସ୍‌ରେ ଦେଖୁହୁଏ ନାହିଁ । ଆମେ ଗୋଟିଏ ଅଣୁବୀକ୍ଷଣ ଯନ୍ତ୍ର ବ୍ୟବହାର କରି କୋଷର ଗଠନ ବିଷୟରେ ଜାଣିବା ।

Class 8 Science Chapter 2 Notes Odia Medium ଅଣୁଜୀବ ଜଗତ

କାର୍ଯ୍ୟ – ୨ : ଆସ ଗୋଟିଏ କୋଷ ଅଧ୍ୟୟନ କରିବା :
(i) ଏକ ପିଆଜ ନେଇ ଏହାକୁ ପାଣିରେ ଭଲ ଭାବରେ ଧୋଇ ଦିଆଯାଉ ।
(ii) ପିଆଜକୁ ଭୂଲମ୍ବ ଭାବରେ ଖଣ୍ଡ ଖଣ୍ଡ କରି କାଟି ଦିଆଯାଉ ।
(iii) କଟା ହୋଇଥିବା ପିଆଜରୁ ଖଣ୍ଡେ ନେଇ ଏବଂ ଫୋରସେପ (forcep) ସାହାଯ୍ୟରେ ଏହାର ଭିତର ପୃଷ୍ଠରୁ ପତଳା, ସ୍ଵଚ୍ଛ ସ୍ତର(ଅନ୍ତଃସ୍ତର)କୁ ବାହାର କରାଯାଉ । ଏହାକୁ କିଛି ବୁନ୍ଦା ସାଫ୍ରାନିନ୍ (ଲାଲ ରଙ୍ଗ) ଥିବା ଏକ ପେଟ୍ରିଡ଼ିସ୍‌ର ୩୦ ସେକେଣ୍ଡ ପାଇଁ ରଖାଯାଉ । ଏହା କୋଷଗୁଡ଼ିକୁ ଗୋଲାପୀ ରଙ୍ଗ କରିଦେବ ଏବଂ ଆମେ ଏହାକୁ ସ୍ପଷ୍ଟ ଭାବରେ ଦେଖୁପାରିବା ।
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 4
(iv) ପତଳା ବ୍ରଶ୍ ସାହାଯ୍ୟରେ ପିଆଜ ଅନ୍ତଃସ୍ତରକୁ ପାଣି ଥ‌ିବା ଅନ୍ୟ ଏକ ପେଟ୍ରି ଡି ସ୍‌ ରେ ରଖ୍, ଏହାକୁ ଧୋଇ ଦେଲେ ଏଥ‌ିରେ ଥ‌ିବା ଅତିରିକ୍ତ ରଙ୍ଗ ଛାଡ଼ିଯିବ ।
(v) ଏକ ପତଳା ବ୍ରଶ୍ ବ୍ୟବହାର କରି କାଚ ସ୍ଲାଇଡ଼ରେ ରଙ୍ଗ ହୋଇଥୁବ ପିଆଜ ଅନ୍ତଃସ୍ତରକୁ ସାବଧାନତାର ସହ ରଖାଯାଉ, ଯେପରି ଏହା ମାଡ଼ି ହୋଇ ନଯାଏ କିମ୍ବା ଛିଡ଼ି ନଯାଏ ।
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 5
(ଖ) ଛୁଞ୍ଚି ବ୍ୟବହାର କରି ଗ୍ଲିସେରିନ୍‌ରେ ପିଆଜ ସ୍ତର ଲଗାଇବା
(ଗ) ମହାଇକ୍ରୋସ୍କୋପ୍ ତଳେ ପିଆଜ ସ୍ତରରେ ଗଠନ
(vi) ସ୍ଲାଇଡ଼ରେ ଏହା ଉପରେ ଗୋଟିଏ ବୁନ୍ଦା ଗ୍ଲି ସେରି ନ ପକାଯାଉ । ଗ୍ଲି ସେରି ନ କୋଷଗୁଡ଼ିକୁ ସହଜରେ ଶୁଖିବାକୁ ଦେବ ନାହିଁ ଫଳରେ କୋଷଗୁଡ଼ିକ ଭଲ ଭାବରେ ଦେଖ୍ ହେବ ।
(vii) ଏକ ଛୁଞ୍ଚି ଦ୍ଵାରା ଧୀରେ ଧୀରେ ଏହି ସ୍ତର ଉପରେ ଏକ କଭରସ୍କ୍ରିପ୍ (Cover slip) ରଖ, ଯେପରି ତା’ ତଳେ ପବନ ରହି ନଯାଏ ।
(viii) କଭର ସ୍କ୍ରିପ୍ ଚାରିପାଖକୁ ବାହାରି ଆସିଥ‌ିବା ଅତିରିକ୍ତ ଗ୍ଲିସେରିନକୁ ଖଣ୍ଡେ ବ୍ଲଟିଂ ପେପର ନେଇ ଧୀରେ ପୋଛି ଦିଆଯାଉ ।
ସାଫ୍ରାନିନ ପିଆଜଚୋପା
ଏକ ଅଣୁବୀକ୍ଷଣ ଯନ୍ତ୍ର ତଳେ ଇଟାକାନ୍ତ ପରି ପ୍ରାୟ ଆୟତାକାର କୋଠରୀ ଦେଖାଯିବ । ଏଗୁଡ଼ିକ ପିଆଜ ସ୍ତରର କୋଷ, କୋଷଗୁଡ଼ିକ ଲାଗିଲାଗି ରହିଛି ଓ ସେମାନଙ୍କ ମଧ୍ୟରେ କୌଣସି ଖାଲି ସ୍ଥାନ ନାହିଁ । ଏହି ପର୍ଯ୍ୟବେକ୍ଷଣରୁ ଆମେ ଜାଣିଲ ଯେ, ସମସ୍ତ ଉଭିଦ କୋଷରେ ଗଠିତ ।
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 6
(ଘ) ଇଟାରେ ତିଆରି କାନ୍ଥ

କାର୍ଯ୍ୟ – ୩ : ଆସ ଅନୁସନ୍ଧାନ କରିବା :
(i) ସଫା ପାଣିରେ ତୁମ ମୁହଁକୁ ଧୋଇଦିଅ ।
(ii) ଗୋଟିଏ ସଫା ଦାନ୍ତଖୁଣ୍ଟାର ଦନ୍ଥରାମୁନ ସାହାଯ୍ୟରେ ଗାଲର ଭିତର ଭାଗକୁ ଧୀରେ ଧୀରେ ଘଷି ଦିଅ । ଗୋଟିଏ ସଫା କାଚ ସ୍ଲାଇଡ଼ରେ ପାଣି ବୁନ୍ଦାଏ ରଖୁ ସେହି ପାଣିରେ ଦାନ୍ତଖୁଣ୍ଟାରେ ଲାଗିଥିବା ଅଂଶକୁ ବୁଡ଼ାଇ ଖେଳାଇ ଦିଆଯାଉ ।
(iii) ସ୍ଲାଇଡ଼ ଉପରେ ଗୋଟିଏ ବୁନ୍ଦା ନୀଳ ମେଥୁଲିନ୍ (methylene) ପକାଇଲେ ଏହି ରଙ୍ଗ (ନୀଳ ରଙ୍ଗ) ଅଣୁବୀକ୍ଷଣ ଯନ୍ତ୍ର ତଳେ ବସ୍ତର ଦୃଶ୍ୟମାନତାକୁ ଉନ୍ନତ କରେ ।
(iv) ଗୋଟିଏ ମିନିଟ୍ ପରେ କୋଷଗୁଡ଼ିକ ନ ଶୁଖୁବା ପାଇଁ ସ୍ଲାଇଡ୍‌ରେ ଥ‌ିବା ସାମଗ୍ରୀ ଉପରେ ଗୋଟିଏ ବୁନ୍ଦା ଗ୍ଲିସେରିନ୍ ପକାଅ ।
(v) ଏବେ ସାମଗ୍ରୀ ଉପରେ ଏକ ସଫା କଭରକ୍ଲିପ୍ ରଖୁ, ବ୍ଲଟିଂ ପେପର ବ୍ୟବହାର କରି କଭରସ୍କ୍ରିପ୍‌ର ଧାରରୁ ବାହାରି ଆସିଥ‌ିବା ଅତିରିକ୍ତ ଗ୍ଲିସେରିନ୍ କୁ ପୋଛିଦିଆଯାଉ ।
ଏକ ବହୁଭୁଜ ଆକୃତିର ଚିତ୍ର ଆମେ ଦେଖୁବାକୁ ପାଇବା । । ଏଗୁଡ଼ିକ ହେଉଛି ଗାଲଭିତର କୋଷ, ଯାହା ମୁହଁର ଭିତର ପାଖ ଗଠନକୁ ସୂଚାଏ ।
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 7

ଏଥୁରୁ ଆମେ ଜାଣିଲୁ ଯେ –
(କ) କୋଷଗୁଡ଼ିକର ତିନୋଟି ମୁଖ୍ୟ ଅଂଶ ରହିଛି – ଏକ ପତଳା ବାହ୍ୟ ଆସ୍ତରଣ, ଏକ କେନ୍ଦ୍ରୀୟ ଅଞ୍ଚଳ ଏବଂ ଏହା ଭିତରେ ଏକ ଗୋଲାକୃତି ଅଂଶ ରହିଛି । ବାହ୍ୟ ସ୍ତରକୁ ‘କୋଷଝିଲ୍ଲୀ’ (Cell membrane) କୁହାଯାଏ । ମଧ୍ୟଭାଗରେ ଥିବା ଗୋଲାକାର ଅଂଶକୁ ନ୍ୟଷ୍ଟି ବା ନ୍ୟୁକ୍ଲିୟସ୍ (Nucleus), ଯାହା ଏକ ପତଳା ଝିଲ୍ଲୀ ଦ୍ଵାରା ମଧ୍ୟ ଆଚ୍ଛାଦିତ । କୋଷ ଝିଲ୍ଲୀ ଏବଂ ନ୍ୟଷ୍ଟି ମଧ୍ୟରେ ଥ‌ିବା ସ୍ଥାନ କୋଷଜୀବକ ବା ସାଇଟୋପ୍ଲାଜମ୍ (cytoplasm) ରେ ପୂର୍ଣ୍ଣ ହୋଇଥାଏ ।

(ଖ) ଏହି ତିନୋଟି ଅଂଶ – କୋଷଝିଲ୍ଲୀ, ସାଇଟୋପ୍ଲାଜମ୍ ଏବଂ ନ୍ୟଷ୍ଟି ଏକ କୋଷର ମୌଳିକ ଅଂଶ । ପିଆଜ ସ୍ତର କୋଷ ପରି କିଛି କୋଷର ଏକ ଅତିରିକ୍ତ ବାହ୍ୟ ସ୍ତର ଥାଏ, ତାହାକୁ କୋଷଭିଭି (cell wall) କୁହାଯାଏ ।

(ଗ) କୋଷଝିଲ୍ଲୀ, ସାଇଟୋପ୍ଲାଜମ୍ ଏବଂ ନ୍ୟୁକ୍ଲିୟସ୍‌କୁ ଘେରି ରଖେ । କୋଷଝିଲ୍ଲୀ ଗୋଟିଏ କୋଷକୁ ଅନ୍ୟ କୋଷରୁ ପୃଥକ୍ କରେ । ଏହା ଛିଦ୍ରଯୁକ୍ତ ଏବଂ ଜୀବନ ପ୍ରକ୍ରିୟା ପାଇଁ ଆବଶ୍ୟକୀୟ ସାମଗ୍ରୀକୁ ପ୍ରବେଶ କରିବାରେ ସାହାଯ୍ୟ କରେ ଓ ଅଦରକାରୀ ପଦାର୍ଥକୁ ବାହାର କରିଦିଏ ।

(ଘ) ସାଇଟୋପ୍ଲାମ୍‌ରେ କୋଷର ଅନ୍ୟାନ୍ୟ ଉପାଦାନ ଏବଂ ଯୌଗିକଗୁଡ଼ିକ ଥାଏ, ଯଥା- ଶ୍ଵେତସାର ବା କାର୍ବୋହାଇଡ୍ରେଟ୍, ପୁଷ୍ଟିସାର ବା ପ୍ରୋଟିନ୍, ଚର୍ବି ଏବଂ ଖଣିଜ ଲବଣ । ଅଧିକାଂଶ ଜୀବନ ପ୍ରକ୍ରିୟା ସାଇଟୋପ୍ଲାଜମ୍ ମଧ୍ୟରେ ଘଟେ । ନ୍ୟୁକ୍ଲିୟସ୍ କୋଷ ମଧ୍ଯରେ ଘଟୁଥ‌ିବା ସମସ୍ତ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ସହିତ ଏହା ବୃଦ୍ଧିକୁ ନିୟନ୍ତ୍ରଣ କରିଥାଏ ।

(ଙ) ଉଭିଦକୋଷରେ ଥ‌ିବା କୋଷଭିଭି ଉଭିଦଗୁଡ଼ିକୁ ଦୃଢ଼ତା ଏବଂ ଶକ୍ତି ପ୍ରଦାନ କରୁଥିବାରୁ ସମସ୍ତ କୋଷ ପରସ୍ପର ସହିତ ଘନିଷ୍ଠ ଓ ଦୃଢ଼ ଭାବରେ ଯୋଡ଼ି ହୋଇ ରହିଥିବାର ଦେଖାଯାଏ ।

ଉଭିଦର ପ୍ରତ୍ୟେକ ଅଂଶରେ ଥ‌ିବା କୋଷଗୁଡ଼ିକରେ ଏକ କ୍ଷୁଦ୍ର ରଡ଼୍ ଆକୃତିର ଅଙ୍ଗିକା (organelle) ରହିଥାଏ । ତାହାକୁ ଲବକ ବା ପ୍ଲାଷ୍ଟିଡ୍ (Plastid) କୁହାଯାଏ । କ୍ଲୋରୋପ୍ଲାଷ୍ଟ (ହରିତ୍‌ବକ) ପରି କେତେକ ପ୍ଲାଷ୍ଟିଡ୍‌ରେ ସବୁଜ କଣିକା ବା କ୍ଲୋରୋଫିଲ୍ (Chlorophyll) ଥାଏ, ଯାହା ସେମାନଙ୍କୁ ସବୁଜ କରିଥାଏ ଏବଂ ଆଲୋକ ସଂଶ୍ଳେଷଣରେ ସାହାଯ୍ୟ କରେ ।

ଉଭିଦ ଅଣୁ ସବୁଜ ଅଂଶରେ ପଦାର୍ଥ ସଂଚୟରେ ପ୍ଲାଷ୍ଟିଡ୍ ସାହାଯ୍ୟ କରେ । ଉଭିଦ କୋଷଗୁଡ଼ିକରେ ଏକ ବଡ଼ ଶୂନ୍ୟସ୍ଥାନ ରହି ଥାଏ, ଏହାକୁ ରସଧାନୀ (Vascular) କୁହାଯାଏ । ଏହା ଉଭିଦକୋଷକୁ ଗୁରୁତ୍ଵପୂର୍ଣ୍ଣ ପଦାର୍ଥ ସଂରକ୍ଷଣ କରିବାରେ, ଅଦରକାରୀ ପଦାର୍ଥଗୁଡ଼ିକୁ ବାହାର କରିବାରେ ଏବଂ କୋଷର ଆକୃତି ବଜାୟ ରଖିବାରେ ସାହାଯ୍ୟ କରେ । ଏହା ଉଭିଦକୁ ଶକ୍ତି ଏବଂ ସାମର୍ଥ୍ୟ ପ୍ରଦାନ କରେ ।

ପ୍ରା । ଣ 1 କ । ଷ ର ସାଧାର ଣତଃ ର ସଧାନୀ ନଥାଏ । ଯଦି ରହିଥାଏ, ତେବେ ସେମାନେ ଅତି ଛୋଟ ଛୋଟ ହୋଇଥା’ନ୍ତି । ଏହି ଛୋଟ ର ସଧାନୀଗୁଡ଼ିକ ପାଣିରେ ଦ୍ରବୀଭୂତ କେତେକ ପଦାର୍ଥ ସଂଚୟ କରନ୍ତି । ତେଣୁ, ଗୋଟିଏ କୋଷ କେବଳ ତରଳ ପଦାର୍ଥର ଏକ ସରଳ ଥଳି ନୁହେଁ – ଏହା ବିଭିନ୍ନ ଅଂଶରେ ଗଠିତ ଏକ ଜଟିଳ ସଂରଚନା । ଏକ ଉଦ୍ଭିଦ କୋଷ ଓ ପ୍ରାଣୀ କୋଷ ଆକୃତି ଓ ଗଠନରେ ପରଷ୍ପରଠାରୁ ଭିନ୍ନ ଅଟନ୍ତି ।
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 8
କୋଷଗୁଡ଼ିକର ଆକୃତି ଏବଂ ଗଠନରେ ଭିନ୍ନତା :
ମଣିଷର ମାଂସପେଶୀ କୋଷ ମାଂସପେଶୀ କୋଷ ଏକ ତାକୁଡ଼ି (spindle) ଆକୃତିର ହୋଇଥାଏ, କିନ୍ତୁ ସ୍ନାୟୁକୋଷ ବହୁତ ଲମ୍ବା ଏବଂ ପ୍ରଶାଖାଯୁକ୍ତ ହୋଇଥାଏ । କେତେକ କୋଷ ଗୋଲାକାର, କେତେକ ଲମ୍ବା ଏବଂ ପତଳା । ବିଭିନ୍ନ ଜୀବରେ କୋଷଗୁଡ଼ିକର ସଂଖ୍ୟା ମଧ୍ୟ ଅଲଗା ହୋଇଥାଏ ।
କୋଷଗୁଡ଼ିକର ଆକୃତି, ଆକାର ଏବଂ ଗଠନ ସେମାନଙ୍କୁ ସେମାନଙ୍କର ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାରେ ସାହାଯ୍ୟ କରେ ।

ଗାଲ ଭିତରେ ଥ‌ିବା କୋଷଗୁଡ଼ିକ ପତଳା ଏବଂ ସମତଳ । ସେମାନେ ଗାଲ ଭିତର ପାଖରେ ଏକ ସୁରକ୍ଷା ଆସ୍ତରଣ ସୃଷ୍ଟି କରିଥାନ୍ତି । ଏହି ସ୍ନାୟୁକୋଷଗୁଡ଼ିକୁ ନ୍ୟୁରନ୍ (Neuron) କୁହାଯାଏ, ଏହି ସ୍ନାୟୁକୋଷ ଆମ ଶରୀରରେ ବାର୍ତ୍ତା ବହନ କରିଥାନ୍ତି ।
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 9
ସ୍ନାୟୁକୋଷଗୁଡ଼ିକ ଲମ୍ବା ଆକୃତି ଏବଂ ଶାଖାପ୍ରଶାଖାଯୁକ୍ତ ହୋଇଥିବାରୁ ପରସ୍ପର ସମ୍ପର୍କଦ୍ଵାରା ଶରୀରର ବିଭିନ୍ନ ଅଂଶକୁ ଶୀଘ୍ର ବାର୍ତ୍ତା ପ୍ରଦାନ କରିବାରେ ସାହାଯ୍ୟ କରନ୍ତି ।
ପାଚନ ପ୍ରଣାଳୀର ବିଭିନ୍ନ ଅଂଶ ବିଭିନ୍ନ ପ୍ରକାରର କୋଷ ଦ୍ଵାରା ଗଠିତ ହୋଇଥାଏ । ଖାଦ୍ୟନଳୀରେ ମାଂସପେଶୀ କୋଷଗୁଡ଼ିକର ଏକ ଗୋଷ୍ଠୀ ତରଙ୍ଗ ପରି ସଙ୍କୁଚିତ ଏବଂ ପ୍ରସାରିତ ହୁଅନ୍ତ, ଫଳରେ ଖାଦ୍ୟ ପେଟ ଭିତରକୁ ଠେଲି ହୋଇଯାଏ ।
ମାଂସପେଶୀ କୋଷଗୁଡ଼ିକ ପତଳା, ନମନୀୟ ଏବଂ ତାକୁଡ଼ି ଆକୃତିର ହୋଇଥିବାରୁ ଏ ପ୍ରକାର ଗତି ସମ୍ଭବ ହୁଏ ।
ପାକସ୍ଥଳୀ ଭିତରେ ବିଭିନ୍ନ କାର୍ଯ୍ୟ କରିବା ପାଇଁ ବିଭିନ୍ନ ପ୍ରକାରର କୋଷ ରହି ଥାଏ । ପାକସ୍ଥଳୀରେ ଥିବା ମାଂସପେଶୀ କୋଷଗୁଡ଼ିକ ଖାଦ୍ୟକୁ ମନ୍ଥନ କରିବାରେ ସାହାଯ୍ୟ କରନ୍ତି ଏବଂ ଭିତର ଆସ୍ତରଣରେ ଥିବା ଅନ୍ୟ କୋଷଗୁଡ଼ିକ ପାଚକ ରସ ଏବଂ ଅମ୍ଳ ସୃଷ୍ଟି କରି ଖାଦ୍ୟକୁ ଭାଙ୍ଗିବାରେ ସାହାଯ୍ୟ କରନ୍ତି ।

ଜୀବ ଶରୀରରେ ସଂଗଠନର ସ୍ତରଗୁଡ଼ିକ କ’’ଣ ? :
ଜୀବ ଶରୀର ଏକ ଜଟିଳ ଉପାୟରେ ସଂଗଠିତ । କୋଷ ଜୀବନର ମୌଳିକ ଏକକ, ଯେପରି ଏକ ଇଟା ଘରକାନ୍ଥର ମୌଳିକ ଏକକ ।

ସମାନ କୋଷଗୁଡ଼ିକର ଏକ ଗୋଷ୍ଠୀ, ଏକ ପ୍ରକାରର ଟିସୁ (tissue) ବା ତନ୍ତୁ ଗଠନ କରେ । ଏକ ଅଙ୍ଗ (organ) ଗଠନ ପାଇଁ ବିଭିନ୍ନ ଟିସୁ ସଂଗଠିତ ହୋଇଥାଏ । ଅନେକ ଅଙ୍ଗ ଏକାଠି କାମ କରି ଏକ ଅଙ୍ଗସଂସ୍ଥା (organ system) ଗଠନ କରନ୍ତି ।

ସମସ୍ତ ଅଙ୍ଗ ସଂସ୍ଥା ଏକାଠି ହୋଇ ଏକ ଉଦ୍ଭିଦ କିମ୍ବା ଏକ ପ୍ରାଣୀ ପରି ଏକ ସମ୍ପୂର୍ଣ୍ଣ ଜୀବ ସୃଷ୍ଟି କରନ୍ତି ।

ଏହି ସଂଗଠନର ବିଭିନ୍ନ ସ୍ତରଗୁଡ଼ିକ ହେଉଛି :
କୋଷ → ଟିସୁ → ଅଙ୍ଗ।→ ଅଙ୍ଗ ସଂସ୍ଥା।→ ଜୀବ
ଜଟିଳ ଜୀବନ୍ତ ପ୍ରାଣୀର ଜୀବନ ଗୋଟିଏ କୋଷ– ‘ଡିମ୍ବ’ରୁ ଆରମ୍ଭ ହୋଇଥାଏ । କୌଣସି ଜୀବର ଡିମ୍ବକୋଷ ବାରମ୍ବାର ବିଭାଜିତ ହୋଇ ଅନେକ କୋଷ ଦ୍ଵାରା ଗଠିତ ଏକ ସମ୍ପୂର୍ଣ୍ଣ ବହୁକୋଷୀୟ ଜୀବ ସୃଷ୍ଟି କରେ । ମଣିଷ ସମେତ ପ୍ରାଣୀ ଏବଂ ଉଭିଦ ସମସ୍ତେ ବହୁକୋଷୀ ଜୀବଙ୍କ ଉଦାହରଣ ଅଟନ୍ତି ।

ଏକ ଓଟପକ୍ଷୀ ଅଣ୍ଡାର ହଳଦିଆ ଅଂଶ ବା ଡିମ୍ବ ହେଉଛି ଜୀବଜଗତର ଏକ ସର୍ବବୃହତ କୋଷ । ଏହାର ବ୍ୟାସ ପ୍ରାୟ ୧୩୦ ମିମି. ରୁ ୧୭୦ ମିମି. । ଅଣ୍ଡାରେ ଅତିରିକ୍ତ ଅଣକୋଷୀୟ ସାମଗ୍ରୀ ମଧ୍ୟ ଥାଏ ଯଥା ସୁରକ୍ଷା ପାଇଁ ଏକ ଶକ୍ତ ଆବରଣ ଏବଂ ନିରନ୍ତର ବିକାଶ ସମୟରେ ଏହାକୁ ପୋଷଣ ଯୋଗାଉଥିବା ଧଳା ତରଳ ପଦାର୍ଥ ।

ଅଣୁଜୀବ (MICRO ORGANISM) :
କେତେକ ଜୀବ ଗୋଟିଏ କିମ୍ବା ଅତି କମ୍ ସଂଖ୍ୟକ କୋଷଦ୍ଵାରା ଗଠିତ ହୋଇଥାଏ । ଏମାନେ ଅତି ଛୋଟ ହୋଇଥାନ୍ତି ଯେ ସେମାନଙ୍କୁ ଖାଲି ଆଖୁରେ ଦେଖ୍ ହୁଏ ନାହିଁ । ଏଗୁଡ଼ିକୁ ଅଣୁଜୀବ (microorganism) କୁହାଯାଏ ।

ଯେଉଁ ଅଣୁଜୀବ କେବଳ ଗୋଟିଏ କୋଷଦ୍ୱାରା ଗଠିତ ହୋଇଥାଏ । ସେମାନଙ୍କୁ ଏକକୋଷୀ କୁହାଯାଏ । ଯଥା – ବୀଜାଣୁ ଏବଂ ଏମିବା କବକ (fungi) ଏବଂ ଶୈବାଳ (algae) ଆଦି ଅନେକ କୋଷରେ ଗଠିତ ହୋଇଥାଆନ୍ତି – ଏମାନଙ୍କୁ ବହୁକୋଷୀ ପ୍ରାଣୀ କୁହାଯାଏ ।

ଏଗୁଡ଼ିକ ଆମ ଚାରିପାଖରେ ଥ‌ିବା ପାଣି, ମାଟି, ବାୟୁ ଏବଂ ଆମ ଶରୀର ଭିତରେ ଦେଖାଯାଆନ୍ତି । ଏକ ଅଣୁଜୀବର କୋଷକୁ ଦେଖିବା ପାଇଁ ଏକ ଅଣୁବୀକ୍ଷଣ ଯନ୍ତ୍ର ବ୍ୟବହାର ହୋଇଥାଏ । ଅଣୁବୀକ୍ଷଣ ଯନ୍ତ୍ରଦ୍ୱାରା ମାଧ୍ୟମରେ କୋଷର ଆକାର ବର୍ଦ୍ଧିତ ଓ ସ୍ପଷ୍ଟ ଭାବରେ ଦେଖାଯାଇଥାଏ ।

ବୈଜ୍ଞାନିକମାନେ ଏବେ କମ୍ ମୂଲ୍ୟରେ ଏବଂ ଭାଙ୍ଗି ହୋଇ ରଖାଯାଇପାରୁଥିବା କାଗଜ ମାଇକ୍ରୋସ୍କୋପ୍ ତିଆରି କରିଛନ୍ତି ଏହାକୁ ଫୋଲ୍ଡସ୍କୋପ୍ (foldscope) କୁହାଯାଏ ।

Class 8 Science Chapter 2 Notes Odia Medium ଅଣୁଜୀବ ଜଗତ

କାର୍ଯ୍ୟ – ୪ : ଆମେ ପୋଖରୀ ଜଳ ବା କୌଣସି ସ୍ଥିର ଜଳ ପର୍ଯ୍ୟବେକ୍ଷଣ କରିବା :
ଏକ ପାତ୍ର ନେଇ ସେଥ‌ିରେ ପୋଖରୀ କିମ୍ବା ଅନ୍ୟ କୌଣସି ସ୍ଥାନର ସ୍ଥିର ଜଳ ସଂଗ୍ରହ କରାଯାଉ । ଗୋଟିଏ ମାଇକ୍ରୋସ୍କୋପ କିମ୍ବା ଫୋଲ୍ଡସ୍କୋପ୍ ସ୍ଲାଇଡ଼ରେ ଡ୍ରପର ଦ୍ଵାରା ଏହି ସଂଗୃହୀତ ଜଳର ଏକ ବୁନ୍ଦା ରଖାଯାଉ । ଏକ କଭରକ୍ଲିପ୍ ରଖ୍ ଏହାକୁ ମାଇକ୍ରୋସ୍କୋପ୍ କିମ୍ବା ଫୋଲ୍ଡସ୍କୋପ୍ ତଳେ ପର୍ଯ୍ୟବେକ୍ଷଣ କରାଯାଉ । ପୋଖରୀ ବା ସ୍ଥିର ଜଳରେ ଦେଖାଯାଉଥ‌ିବା କ୍ଷୁଦ୍ର ଜୀବଗୁଡ଼ିକୁ ପର୍ଯ୍ୟବେକ୍ଷଣ କରାଯାଉ ।
ପର୍ଯ୍ୟବେକ୍ଷଣ : ପୋଖରୀ ବା ସ୍ଥିର ଜଳରେ ଅନେକ କ୍ଷୁଦ୍ର ଗତିଶୀଳ ଜୀବଗୁଡ଼ିକ ଦେଖାଯାଆନ୍ତି । ସେଗୁଡ଼ିକ ଅଣୁଜୀବ ଅଟନ୍ତି ।

କାର୍ଯ୍ୟ – ୫ : ଆମେ ଜଳରେ ଭାସମାନ ମୃତ୍ତିକା କଣିକା (soil suspension) ପର୍ଯ୍ୟବେକ୍ଷଣ କରିବା

  • ଏକ ବିକର ନେଇ ପାଖରେ ଥିବା କ୍ଷେତ କିମ୍ବା ବଗିଚାରୁ ଏକ ଚାମଚ କିମ୍ବା ହାତମୋଜା (gloves) ବ୍ୟବହାର କରି କିଛି ଓଦା ମାଟି ସଂଗ୍ରହ କରାଯାଉ ।
  • ବିକରରେ କିଛି ପାଣି ରଖୁ ଏହାକୁ ଏକ କାଚ ରଡ଼ ସାହାଯ୍ୟରେ ଘାଣ୍ଟି ଦିଆଯାଉ । ସେଥ୍ରେ ମାଟିର ଅତି ସୂକ୍ଷ୍ମ କଣିକା ଥ‌ିବାରୁ ଏହି ମିଶ୍ରଣ ମଇଳା ଆକାରରେ ଦେଖାଯାଇଥାଏ । ଏହାକୁ ମାଟିର ଭାସମାନ (Suspension) କୁହାଯାଏ । ଏହାକୁ କିଛି ସମୟ ପାଇଁ ସେହିଭଳି ଅବସ୍ଥାରେ ରଖ୍ ମିଶ୍ରଣକୁ ସ୍ଥିର ହେବାକୁ ଦିଆଯାଉ ।
  • ଏକ ଡ୍ରପର ବ୍ୟବହାର କରି ଏବଂ ଉପର ସ୍ତର ତଳୁ ଜଳର ଏକ ବୁନ୍ଦା ନିଆଯାଉ । ଏକ ମାଇକ୍ରୋସ୍କୋପ୍‌ର ସ୍ଲାଇଡ୍ ଉପରେ ଏହି ଜଳ ବୁନ୍ଦା ରଖାଯାଉ ।
  • ଏହାକୁ ଏକ କଭରସ୍କ୍ରିପ୍ ସହିତ ଧୀରେ ଘୋଡ଼ାଇ ଦିଅ ଏବଂ ମାଇକ୍ରୋସ୍କୋପ୍ ତଳେ ରଖ୍ ଛୋଟ ଗତିଶୀଳ ଜୀବମାନେ ଦେଖାଯିବ ।
  • ଏଥୁରୁ ଆମେ ଜାଣିଲୁ, ମାଟିର ମିଶ୍ରଣରେ ବିଭିନ୍ନ ପ୍ରକାରର କ୍ଷୁଦ୍ର ପ୍ରାଣୀ ଥାଆନ୍ତି ଯାହାକୁ ଖାଲି ଆଖୁରେ ଦେଖ୍ ହୁଏ ନାହିଁ, ସେମାନଙ୍କୁ ଅଣୁଜୀବ (microbe or microorganism) କୁହାଯାଏ । ଏହି ଅଣୁଜୀବଗୁଡ଼ିକ ଏମିଏବର୍ ପାରାମେସିୟମ ଶୈବାଳ ଅଟନ୍ତି ।

କାର୍ଯ୍ୟ – ୬ : ଆସ ଅଧ୍ୟୟନ କରିବା :
କେତେଜଣ ଶିକ୍ଷାର୍ଥୀ ଦଳଗତ ଭାବରେ ଉପରୋକ୍ତ କାର୍ଯ୍ୟ କରିଥିଲେ । ସେମାନେ ପୋଖରୀ ଜଳ ପର୍ଯ୍ୟବେକ୍ଷଣ ପରେ ପ୍ରାପ୍ତ ତଥ୍ୟ ଏବଂ ମୃଭିକାର ସସ୍ପେନ୍‌ସନ୍ ପର୍ଯ୍ୟବେକ୍ଷଣ ପରେ ପ୍ରାପ୍ତ ତଥ୍ୟ ଲେଖୁ ରଖୁଥିଲେ । ସେମାନେ ଅଣୁଜୀବଗୁଡ଼ିକୁ ପ୍ରୋଟୋଜୋଆ, ଶୈବାଳ, କବକ ଏବଂ ବୀଜାଣୁ (bacteria) ଭାବରେ ଚିହ୍ନଟ କରିଥିଲେ ।

ପୋଖରୀ ଜଳରେ ଥ‌ିବା ଅଣୁଜୀବ
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 10

ମୃତ୍ତିକାରେ ଥ‌ିବା ଅଣୁଜୀବ
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 11
ଅଣୁଜୀବଗୁଡ଼ିକ ସବୁଠାରେ ଜଳ ଓ ମାଟିପରି ସବୁଠାରେ ରହିଛନ୍ତି । ଏଗୁଡ଼ିକ କେବଳ ଅଣୁବିକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖାଯାଏ । ଏମାନଙ୍କ ଆକାର 100 ରୁ 400 ଗୁଣ ବୃଦ୍ଧି ହୋଇପାରେ ।

ଅଣୁଜୀବଗୁଡ଼ିକ ଆକାରରେ ଛୋଟ ହେଲେ ମଧ୍ୟ ସେମାନେ ଆମ ଜୀବନରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।
ଭୂତାଣୁ (virus) ଗୁଡ଼ିକ ଅତି କ୍ଷୁଦ୍ର ଏବଂ ଅଣକୋଷୀୟ । ଭୂତାଣୁଗୁଡ଼ିକ ଜୀବନ୍ତ କୋଷରେ ପ୍ରବେଶ କଲେ ସଂଖ୍ୟାରେ ବହୁଗୁଣିତ ହୁଅନ୍ତି । ସେମାନେ ଉଭିଦ, ପ୍ରାଣୀ କିମ୍ବା ବୀଜାଣୁ କୋଷକୁ ସଂକ୍ରମିତ କରିପାରନ୍ତି ଏବଂ ରୋଗ ସୃଷ୍ଟି କରିପାରନ୍ତି ।
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 12

ଆମେ ଅଣୁଜୀବମାନଙ୍କ ସହିତ କିପରି ଜଡ଼ିତ ? :
ଲେମ୍ବୁ, ଟମାଟୋ, କମଳା କିମ୍ବା ଅନ୍ୟ କୌଣସି ଖାଦ୍ୟ ପଦାର୍ଥକୁ କିଛି ସମୟ ପାଇଁ ବାହାରେ ରଖୁବା ପରେ ପଚିଯାଏ ।
ସେମାନଙ୍କ ଉପରେ ପାଉଡ଼ର କିମ୍ବା ତୁଳା ଭଳି କିଛି ସୃଷ୍ଟି ହୋଇଥ‌ିବାର ଦେଖାଯିବ । ସେମାନେ ଅଣୁଜୀବ ଦ୍ଵାରା ସଂକ୍ରମିତ ହୋଇଥିବାରୁ ଏପରି ଭାବରେ ଦେଖାଯାଆନ୍ତି । ଅଣୁଜୀବମାନେ ପାଣି, ମାଟି, ବାୟୁ ଏବଂ ଖାଦ୍ୟ ପଦାର୍ଥ ଇତ୍ୟାଦି ସବୁ ସ୍ଥାନରେ ରହିଥାନ୍ତି ।
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 13
(କ) ଉଭିଦର ପତ୍ର, କାଣ୍ଡ, ମୂଳ କିମ୍ବା ଅନ୍ୟ କୌଣସି ଅଂଶର ପୃଷ୍ଠ ଅନୁସନ୍ଧାନ କରିବା ପାଇଁ ଏକ ଫୋଲ୍ଡସ୍କୋପ୍ କିମ୍ବା ଏକ ମାଇକ୍ରୋସ୍କୋପ୍ ବ୍ୟବହାର କରି ଏହି ଅଣୁଜୀବମାନଙ୍କୁ ଦେଖୁପାରିବ ।
(ଖ) ଉଦ୍ଭିଦ ଓ ପ୍ରାଣୀମାନଙ୍କ ପରି ଅଣୁଜୀବମାନଙ୍କର ମଧ୍ୟ ଅନେକ ବିବିଧତା ଅଛି । ସେମାନଙ୍କ ମଧ୍ୟରୁ କେତେକ ସାଧାରଣ ତାପମାତ୍ରାରେ ମିଳୁଥିବା ବେଳେ ଆଉ କେତେକ ଅତି ପ୍ରତିକୂଳ ଜଳବାୟୁରେ ଯଥା- ଉଷ୍ମପ୍ରସ୍ରବଣର ଉତ୍ତପ୍ତ ଜଳ ଏବଂ ତୁଷାରାଚ୍ଛନ୍ନ ମେରୁ ଅଞ୍ଚଳରେ ରହିଥାନ୍ତି ।
(ଗ) ଜୀବମାନଙ୍କ ମଧ୍ୟରୁ କିଛି ଆମ ଶରୀର ଭିତରେ ଅନ୍ତନଳୀରେ ବାସ କରିନ୍ତି, ଯେଉଁମାନେ ହଜମକ୍ରିୟାରେ ସାହାଯ୍ୟ କରନ୍ତି ।
ଉଭିଦ ଏବଂ ପ୍ରାଣୀମାନଙ୍କ ପରି ଅଣୁଜୀବମାନଙ୍କ ଆକାର, ଆକୃତି ଏବଂ ଗଠନରେ ଭିନ୍ନ ଭିନ୍ନ ଦେଖାଯାଏ ।

ପରିବେଶ ସ୍ଵଚ୍ଛ ରଖୁବାରେ ଅଣୁଜୀବମାନଙ୍କର ପ୍ରମୁଖ ଭୂମିକା
କାର୍ଯ୍ୟ ୭ : ଆସ କରିବା

  • ଏକ ଖାଲି ପାତ୍ର ନେଇ ଏହାର ଅଧା ପର୍ଯ୍ୟନ୍ତ ବଗିଚା ମାଟିରେ ପୂରଣ କରାଯାଉ ।
  • ପାତ୍ରରେ କିଛି ଫଳ ଏବଂ ପନିପରିବା ଚୋପା ମିଶାଅ । ତା’ପରେ ଏହା ଉପରେ ମାଟିର ଏକ ସ୍ତର ରଖୁ ଏହାକୁ ସେହିପରି କିଛିଦିନ ରଖାଯାଉ ।
  • ୨–୩ ସପ୍ତାହ ପରେ, ଘଟିଥିବା ପରିବର୍ତ୍ତନଗୁଡ଼ିକୁ ଲକ୍ଷ୍ୟକରାଯାଉ ।

(କ) ପାତ୍ରରେ ଥିବା ପଦାର୍ଥରେ କୌଣସି ପାର୍ଥକ୍ୟ ଦେଖୁଛ କି ?
ଉ-
ଫଳ ଏବଂ ପନିପରିବାର ଚୋପା ଏକ ଗାଢ଼ ରଙ୍ଗର ପଦାର୍ଥରେ ପରିଣତ ହୋଇଛି । ଏହା ହେଉଛି ପୋଷକ ପଦାର୍ଥରେ ଭରପୁର ଉର୍ବରକ ସାର (manure) ବା ଖତ ଯାହା ମାଟିର ଉର୍ବରତା ବୃଦ୍ଧି କରିବାରେ ସାହାଯ୍ୟ କରେ ।

(ଖ) ଫଳ ଏବଂ ପନିପରିବାର ଚୋପା କିପରି ଖତରେ ପରିଣତ ହେଲା ?
ଉ-
ମାଟିରେ ବିଭିନ୍ନ ପ୍ରକାରର ଅଣୁଜୀବ ରହିଥା’ନ୍ତି । ଏମାନଙ୍କ ମଧ୍ୟରୁ କିଛି କବକ ଏବଂ ବୀଜାଣୁ ପରି କେତେକ ଅଣୁଜୀବ ଉଭିଦର ବର୍ଜ୍ୟବସ୍ତୁ ଉପରେ କାର୍ଯ୍ୟ କରନ୍ତି ଏବଂ ଧୀରେ ଧୀରେ ଏହାକୁ ସରଳ, ପୋଷକତତ୍ତ୍ଵରେ ଭରପୂର ପଦାର୍ଥରେ ପରିଣତ କରନ୍ତି ।

ଆମର ବୈଜ୍ଞାନିକ ଐତିହ୍ୟ : ପ୍ରାଚୀନ ଭାରତୀୟ ଗ୍ରନ୍ଥ ଯଥା– ବେଦରେ ‘କୃମି’ ଶବ୍ଦର ଉଲ୍ଲେଖ ଅଛି ଯାହାର ଅର୍ଥ ଉଭୟ ଦୃଶ୍ୟମାନ ଏବଂ ଅଦୃଶ୍ୟ ବିଭିନ୍ନ କ୍ଷୁଦ୍ର ସଭାକୁ ବୁଝାଏ । ବିଭିନ୍ନ ବୈଦିକ ଗ୍ରନ୍ଥଗୁଡ଼ିକରେ ସେମାନଙ୍କର ଉପକାରୀ ଏବଂ ଅପକାରୀ ପ୍ରଭାବ ବିଷୟରେ ଉଲ୍ଲେଖ ଅଛି । ଅଥର୍ବ ବେଦରେ ମଧ୍ୟ ‘କୃମି’ ଶବ୍ଦ ଉଲ୍ଲେଖ ଅଛି ।

ତୁମେ ବଗିଚାରେ ପଡ଼ିଥିବା ଗଛ ଓ ପତ୍ରଗୁଡ଼ିକ ପଚିଯିବା ଓ କିଛିଦିନପରେ ଅଦୃଶ୍ୟ ହୋଇଯିବାର କାରଣ କ’ଣ ?
ଉ-
ବଗିଚାରେ ପଡ଼ିଥିବା ଗଛ ଓ ପତ୍ରଗୁଡ଼ିକ ପଚିଯାଇ କିଛିଦିନପରେ ଅଦୃଶ୍ୟ ହୋଇଯାଇଥାଏ, କାରଣ ତଳେ ପଡ଼ିରହିଥ‌ିବା ସେହି ଗଛ ଓ ପତ୍ରକୁ ଅଣୁଜୀବମାନେ ସରଳୀକରଣ କରି ପୋଷକ ପଦାର୍ଥରେ ପରିଣତ କରନ୍ତି । ଏହି ପୋଷକ ପଦାର୍ଥଗୁଡ଼ିକ କ୍ରମଶଃ ମାଟିରେ ମିଶିଯାଏ ଏବଂ ସେହି ମାଟି ଗଛଗୁଡ଼ିକୁ ଭଲ ଭାବରେ ବଢ଼ିବାରେ ସାହାଯ୍ୟ କରେ ।

ଅଣୁଜୀବମାନେ ମାଟିରେ ପଡ଼ିରହିଥ‌ିବା ମୃତ ପ୍ରାଣୀଙ୍କ ଶରୀରକୁ ମଧ୍ୟ ବିଘଟିତ କରନ୍ତି । ଅଣୁଜୀବମାନେ ବର୍ଜ୍ୟପଦାର୍ଥର ପୁନଃଚକ୍ରଣ କରିବାରେ ସାହାଯ୍ୟ କରନ୍ତି ଏବଂ ଗୁରୁତ୍ଵପୂର୍ଣ୍ଣ ପୋଷକ ତତ୍ତ୍ଵଗୁଡ଼ିକୁ ଖତ ରୂପରେ ପ୍ରକୃତିକୁ ଫେରାଇ ଦିଅନ୍ତି । ଉପଯୁକ୍ତ ତାପମାତ୍ରା ଏବଂ ଆର୍ଦ୍ର ପରିବେଶରେ ଖତ ତିଆରି ହୋଇଥାଏ । ଅଣୁଜୀବମାନେ କେବଳ ଉଭିଦର ବୃଦ୍ଧିରେ ସାହାଯ୍ୟ କରନ୍ତି ନାହିଁ, ବରଂ ବର୍ଜ୍ୟପଦାର୍ଥକୁ ଅପଘଟନ କରି ଓ ମାଟିରେ ମିଶାଇ ଆମର ପରିବେଶକୁ ମଧ୍ୟ ସ୍ଵଚ୍ଛ ରଖନ୍ତି ।

ଜୈବ ଗ୍ୟାସର ଉତ୍ସ ଭାବରେ ଅଣୁଜୀବ : ବୀଜାଣୁ ଏବଂ କବକ ପରି ଅନେକ ଅଣୁଜୀବ ଅମ୍ଳଜାନର ଅନୁପସ୍ଥିତିରେ ମଧ୍ୟ ରହିପାରନ୍ତି । ଏହି ଅଣୁଜୀବମାନଙ୍କ ମଧ୍ୟରୁ କେତେକ ବୀଜାଣୁ ପରିବେଶ କିମ୍ବା ଘରୁ ନିର୍ଗତ ଅପରିଷ୍କାର ଜଳରେ ଥ‌ିବା ଉଭିଦ ଏବଂ ପ୍ରାଣୀ ଜନିତ ବର୍ଜ୍ୟବସ୍ତୁକୁ ବିଘଟନ କରିଥା’ନ୍ତି । ଏହି ପ୍ରକ୍ରିୟା ସମୟରେ ସେମାନେ ଅଙ୍ଗାରକାମ୍ଳ ଓ ଆନୁପାତିକ ଭାବେ ଅତ୍ୟଧ୍ବକ ମିଥେନ ଗ୍ୟାସ୍‌ର ମିଶ୍ରଣ ନିର୍ଗତ କରାନ୍ତି । ଏହି ଗ୍ୟାସକୁ ରୋଷେଇ କାର୍ଯ୍ୟ, ଜଳ ଗରମ କରିବା ବିଦ୍ୟୁତ ଉତ୍ପାଦନ ଏବଂ ଯାନବାହନ ଚଳାଇବା ଆଦି କାର୍ଯ୍ୟ ପାଇଁ ଇନ୍ଧନର ଉତ୍ସ ଭାବରେ ବ୍ୟବହାର କରାଯାଏ ।

ବୈଜ୍ଞାନିକଙ୍କଠାରୁ ପ୍ରେରଣା : ବୈଜ୍ଞାନିକ ଡକ୍ଟର ଆନନ୍ଦ ମୋହନ ଚକ୍ରବର୍ତୀ (୧୯୩୮– ୨୦୨୦) ବୀଜାଣୁମାନଙ୍କ ସମ୍ପର୍କରେ ଗଭୀର ଅଧ୍ୟୟନ କରିଥିଲେ । ୧୯୭୧ ମସିହାରେ, ସେ ଏକ ସ୍ଵତନ୍ତ୍ର ବୀଜାଣୁ ବିକଶିତ କରିଥିଲେ ଜଳ ଉପରେ ଭାସୁଥିବା ତେଲକୁ ବିଘଟନ କରି ପରିବେଶକୁ ସ୍ୱଚ୍ଛ ରଖିବାରେ ସାହାଯ୍ୟ କରିଥିଲେ । ତାଙ୍କ ଆବିଷ୍କାରକୁ ୧୯୮୦ ମସିହାରେ ପେଟେଣ୍ଟ ମିଳିଥିଲା । ପେଟେଣ୍ଟ (patent) ହେଉଛି ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିବା ଏକ କପିରାଇଟ୍ ଯାହା ଦ୍ଵାରା ଅନ୍ୟ କେହି ତାଙ୍କର ଉଦ୍ଭାବନକୁ ବିନା ଅନୁମତିରେ ନକଲ, ବ୍ୟବହାର କିମ୍ବା ବିକ୍ରୟ କରିପାରିବେ ନାହିଁ । ତାଙ୍କ କାର୍ଯ୍ୟ ଦେଖାଇଥିଲା ଯେ ପ୍ରଦୂଷଣ ଭଳି ପରିବେଶଗତ ସମସ୍ୟାର ସମାଧାନ ପାଇଁ କିପରି ଅଣୁଜୀବ ବ୍ୟବହାର କରାଯାଇପାରିବ ।
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 14

ଅଣୁଜୀବ ଏବଂ ଖାଦ୍ୟ (Microorganism and Food) :
ଆସ ରୋଷେଇ ଘରେ କିଛି କାର୍ଯ୍ୟ କରିବା ।

କାର୍ଯ୍ୟ ୮ : ଆସ ପ୍ରଦର୍ଶନ କରିବା :
(i) ଦୁଇଟି ପାତ୍ର କ ଏବଂ ଖ ନେଇ ପ୍ରତ୍ୟେକ ପାତ୍ରରେ ୨୦୦ ଗ୍ରାମ ଅଟା କିମ୍ବା ମଇଦା ନିଆଯାଉ ଏବଂ ଚିମୁଟାଏ ଚିନି ମିଶାଇ ଦିଆଯାଉ ।
(ii) ଏବେ ପାତ୍ର ‘କ’ରେ, ଅଳ୍ପ ପରିମାଣରେ ଇଷ୍ଟ ପାଉଡ଼ର ପକାଇ ଏହାକୁ ମଇଦା ସହିତ ଭଲ ଭାବରେ ଫେଣ୍ଟି ଦିଆଯାଉ ।
(iii) ପାତ୍ର ‘ଖ’ରେ କୌଣସି ଇଷ୍ଟ ପକାଇବା ନାହିଁ, ଯାହା ଦ୍ଵାରା ଆମେ ଦୁଇଟି ପାତ୍ରର ଫଳାଫଳ ତୁଳନା କରିପାରିବା ।
(iv) ଦୁଇଟି ପାତ୍ରର ମଇଦାକୁ ଉଷୁମ ପାଣିରେ ଚକଟି ନରମ କରାଯାଉ ଏବଂ ମଇଦାକୁ ଖଣ୍ଡେ ଓଦା କପଡ଼ାରେ ଘୋଡ଼ାଇ ଅପେକ୍ଷାକୃତ ଉଷୁମ ସ୍ଥାନରେ ରଖାଯାଉ । ୪-୫ ଘଣ୍ଟା ପରେ ଉଭୟ ପାତ୍ରକୁ ପର୍ଯ୍ୟବେକ୍ଷଣ କରାଯାଉ ।
(v) ପର୍ଯ୍ୟବେକ୍ଷଣ : ପାତ୍ର ‘କ’ ରେ ଥିବା ମଇଦା, ଯେଉଁଥରେ ଇଷ୍ଟ ମିଶା ଯାଇଥିଲା, ଟିକେ ଉପରକୁ ଉଠିଛି, ଫୁଲିଯାଇଛି, ଏବଂ ଇଷ୍ଟ ମିଶାଯାଇ ନଥିବା ମଇଦା ତୁଳନାରେ ଏଥରେ ଏକ ଭିନ୍ନ ଗନ୍ଧ ବାହାରୁଛି ।
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 15
ଇଷ୍ଟ ଏକ ପ୍ରକାର ଅଣୁଜୀବ । ଏହା କବକ ନାମକ ଅଣୁଜୀବଙ୍କ ଗୋଷ୍ଠୀର ଅନ୍ତର୍ଭୁକ୍ତ । ଉଷ୍ମ ପରିବେଶରେ ଇଷ୍ଟର ଉତ୍ତମ ବୃଦ୍ଧିହୁଏ ।
(vi) ଅନ୍ୟ ଜୀବମାନଙ୍କ ପରି ଇଷ୍ଟ ମଧ୍ୟ ଶ୍ଵାସକ୍ରିୟା କରେ ଏବଂ ଖାଦ୍ୟକୁ ଭାଙ୍ଗି ନିଜର ବୃଦ୍ଧି ପାଇଁ ଶକ୍ତି ନିର୍ଗତ କରେ ଏବଂ ବଂଶ ବୃଦ୍ଧି କରେ । ଏହି ପ୍ରକ୍ରିୟା ସମୟରେ, ଅଙ୍ଗାରକାମ୍ଳ ନିର୍ଗତ ହୋଇ ଏହାର ଫୋଟକା ଦ୍ଵାରା ଅଟାକୁ ନରମ ଏବଂ ହାଲୁକା କରିଥାଏ । ଇଷ୍ଟ ମଧ୍ୟ ଅଳ୍ପ ପରିମାଣର ସୁରାସାର ବା ଆଲକୋହଲ ଉତ୍ପାଦନ କରେ, ଯେଉଁଥ୍‌ପାଇଁ ଚକଟା ହୋଇଥିବା ମଇଦାରୁ ଟିକିଏ ଭିନ୍ନ ଗନ୍ଧ ଆସିଥାଏ ।

ଇଷ୍ଟ ବ୍ୟତୀତ କିଛି ଅଣୁଜୀବ, ଯଥା- ଲାକ୍ଟୋବାସିଲସ୍‌ର କିଣ୍ବନ (fermentation) ପ୍ରକ୍ରିୟାରୁ ପଖାଳ, ଦହି, ଇଡ଼ଲି, ଦୋସା ତିଆରି ପାଇଁ ପିଠଉ ପ୍ରସ୍ତୁତ ହୋଇଥାଏ । ସରସତିଆ ନାମକ ମିଠା ଗଞ୍ଜେଇ ନାମକ ଗଛର ଛାଲିର କିଣ୍ବତ ରସ ସହିତ ଚାଉଳଗୁଣ୍ଡ ମିଶାଇ ଏହି ଖାଦ୍ୟଟି ପ୍ରସ୍ତୁତ କରାଯାଏ ।

ଏହି ଜାତୀୟ ବୀଜାଣୁ ବାଉଁଶ ଗଜାରୁ କରଡ଼ି ପ୍ରସ୍ତୁତି ପାଇଁ କିଣ୍ବନ ପ୍ରକ୍ରିୟାରେ ମଧ୍ଯ ଅଂଶ ଗ୍ରହଣ କରିଥାନ୍ତି । ଏହି କରଡ଼ି ସୁସ୍ଵାଦୁବ୍ୟଞ୍ଜନ ପ୍ରସ୍ତୁତିରେ ବ୍ୟବହୃତ ହୁଏ ।

Class 8 Science Chapter 2 Notes Odia Medium ଅଣୁଜୀବ ଜଗତ

କାର୍ଯ୍ୟ – ୯ : ଆସ ପ୍ରସ୍ତୁତ କରିବା :
(i) ଦୁଇଟି ଛୋଟ କାଚ ପାତ୍ର ନେଇ ସେଗୁଡ଼ିକୁ ‘କ’ ଓ ‘ଖ’ ଭାବରେ ନାମକରଣ କରାଯାଉ । ପାତ୍ର ‘କ’ ରେ ଉଷୁମ କ୍ଷୀର ଏବଂ ପାତ୍ର ‘ଖ’ ରେ ଥଣ୍ଡା କ୍ଷୀର ନିଆଯାଉ ।
(ii) ଏବେ ପ୍ରତ୍ୟେକ ପାତ୍ରରେ ଗୋଟିଏ ଛୋଟ ଚାମଚ ଦହି ମିଶାଇ ଅନ୍ୟ ଏକ ଚାମଚ ବ୍ୟବହାର କରି ଭଲ ଭାବରେ ଗୋଳାଇ ଦିଆଯାଉ ।
(iii) ଉଭୟ ପାତ୍ରକୁ ଘୋଡ଼ାଇ ଦିଆଯାଉ । ପାତ୍ର ‘କ’ କୁ ଗରମ ସ୍ଥାନରେ ଏବଂ ପାତ୍ର ‘ଖ’ କୁ ରେଫ୍ରିଜରେଟର ପରି ଏକ ଥଣ୍ଡା ସ୍ଥାନରେ କିଛି ଘଣ୍ଟା କିମ୍ବା ରାତିସାରା ରଖାଯାଉ ।

ପର୍ଯ୍ୟବେକ୍ଷଣ :
(1) ପାତ୍ର ‘କ’ ରେ, କିଛି ଘଣ୍ଟା ପରେ କ୍ଷୀର ଦହିରେ ପରିଣତ ହୋଇଛି ଏବଂ ଟିକେ ଖଟା ଲାଗୁଛି । ଯଦିଓ ପାତ୍ର ‘ଖ’ ରେ କ୍ଷୀର ଦହିରେ ପରିଣତ ହୋଇନାହିଁ, କିନ୍ତୁ ଏହା ମଧ୍ୟ ଟିକେ ଖଟା ଲାଗିପାରେ ।

(2) କ୍ଷୀରରେ ଅନେକ ପ୍ରକାର ଜୀବାଣୁ ରହିଥାଏ । ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଲାକ୍ଟୋବାସିଲସ୍ (lactobacilus) । ଏହି ବୀଜାଣୁ କ୍ଷୀରରେ ଥ‌ିବା ଶର୍କରା (ଲାଣ୍ଡୋଜ୍)କୁ ଖାଦ୍ୟରୂପେ ବ୍ୟବହାର କରି ନିଜର ସଂଖ୍ୟା ବୃଦ୍ଧି କରେ ଏବଂ ଦହି ତିଆରି କରିବା ପାଇଁ କ୍ଷୀରକୁ କିଣ୍ବନ କରେ । କିଣ୍ବନ ସମୟରେ ଇଷ୍ଟ୍ ପରି ଆଲକୋହଲ୍ ଉତ୍ପାଦନ କରିବା ପରିବର୍ତ୍ତେ, ଏହି ବୀଜାଣୁ ଲାକ୍ଟିକ୍ ଅମ୍ଳ (lactic acid) ନିର୍ଗତ କରିଥାଏ ଯାହା ଦହିକୁ ଖଟା କରିଥାଏ ।

  • ଆଦି ପ୍ରାଣୀ, କବକ, ବୀଜାଣୁ, ଶୈବାଳ ଇତ୍ୟାଦି ବର୍ଗରେ ଆମେ ଅଣୁଜୀମାନଙ୍କୁ ବର୍ଗୀକୃତ କରିପାରିବା ।
  • ର। ଇଜୋବି ୟମ୍ (Rhizobium) ପରି କେତେକ ବୀଜାଣୁ ରେ ଦେଖାଯାଇଥ‌ିବା ପରି ଚେରରେ ଗଣ୍ଠି ତିଆରି କରି ସେଥ‌ିରେ ବାସ କରନ୍ତି । ଏହି ଗଣ୍ଠିକୁ ନୋଡୁଲ (nodule) କୁହାଯାଏ ।
  • ଶିମ୍ବ, ମଟର ଏବଂ ମସୁର ପରି ଡାଲିଜାତୀୟ ଉଦ୍ଭଦମୂଳରେ ଏହିପରି ନୋଡୁଲରେ ରାଇଜୋବିୟମ୍ ବୀଜାଣୁ ଥାଏ । ଏହି ବୀଜାଣୁ ବାୟୁମଣ୍ଡଳୀୟ ଯବକ୍ଷାରଜାନକୁ ଉଭିଦ ଉପଯୋଗୀ କରାଏ ।

Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 16
ଝୁଡ଼ଙ୍ଗ ଗଛ ଚେ ର ର ଗଣ୍ଠି ଯେଉଁଥ୍ ରେ ରାଇଜୋବି ୟମ୍ ଥାଏ ।

ରାସାୟନିକ ସାର ପ୍ରୟୋଗ’ ବିନା ଏହା ଉଭିଦଗୁଡ଼ିକୁ ଭଲ ଭାବରେ ବୃଦ୍ଧି କରିବାରେ ସାହାଯ୍ୟ କରେ । ସେଥ‌ିପାଇଁ ଚାଷୀମାନେ ପର୍ଯ୍ୟାୟ କ୍ରମରେ ଅନ୍ୟ ଫସଲ ପରେ ମୁଗ ବା ବିରି ପରି ଡାଲିଜାତୀୟ ଫସଲ ଚାଷ କରନ୍ତି । ଏହା ପ୍ରାକୃତିକ ଭାବରେ ମାଟିରେ ଯବକ୍ଷାରଜାନ ବୃଦ୍ଧି କରେ ଏବଂ ପରବର୍ତ୍ତୀ ଫସଲ ପାଇଁ ମାଟିକୁ ଉପଯୋଗୀ କରିଥାଏ ।

ବିସ୍ମୟକର ସୂକ୍ଷ୍ମ-ଶୈବାଳ : ଜଳରେ ଥିବା କ୍ଷୁଦ୍ର ସହାୟକ :
ସୂକ୍ଷ୍ମଶୈବାଳ ହେଉଛି ଉଭିଦପରି ଏକ ଅଣୁଜୀବ ଯେଉଁମାନେ ପାଣି, ମାଟି, ବାୟୁ ଏବଂ ଗଛରେ ମଧ୍ଯ ରହିଥାନ୍ତି । ସେମାନେ ସୂର୍ଯ୍ୟ କିରଣ ବ୍ୟବହାର କରି ନିଜର ଖାଦ୍ୟ ନିଜେ ପ୍ରସ୍ତୁତ କରନ୍ତି । ଏହି ପ୍ରକ୍ରିୟା ସମୟରେ ସେମାନେ ଅମ୍ଳଜାନ ନିର୍ଗତ କରନ୍ତି ଏବଂ ପୃଥ‌ିବୀର ଅମ୍ଳଜାନର ଅଧାରୁ ଅଧିକ ଉତ୍ପାଦନ କରନ୍ତି । ସୂକ୍ଷ୍ମ-ଶୈବାଳଗୁଡ଼ିକ ପୋଷକ ତତ୍ତ୍ଵରେ ପୂର୍ଣ ହୋଇଥବାରୁ ଅନେକ ଜଳଚର ପ୍ରାଣୀଙ୍କ ଖାଦ୍ୟ ଉତ୍ସ ଭାବରେ କାର୍ଯ୍ୟ କରନ୍ତି ।

ସ୍ପିରୁଲିନା (spirulina), କ୍ଲୋରେଲା (chlorella) ଏବଂ ଡାଏଟମ୍ (diatom) ପରି ସୂକ୍ଷ୍ମ-ଶୈବାଳଗୁଡ଼ିକ ମଣିଷ ଦ୍ଵାରା ସ୍ଵାସ୍ଥ୍ୟପ୍ରଦପୂରକ ଖାଦ୍ୟ (food-supplement) ତଥା ଔଷଧ ଭାବରେ ବ୍ୟବହୃତ ହୁଏ । ସୂକ୍ଷ୍ମ- ଶୈବାଳ ପାଣିକୁ ସଫା ରଖୁବାରେ ମଧ୍ୟ ସାହାଯ୍ୟ କରିବା ସହ ଜୈବ ଇନ୍ଧନ ତିଆରି କରିଥାଏ । ଏଣୁ ପରିବେଶକୁ ସୁରକ୍ଷା ଦେବା ଏବଂ ପୃଥ‌ିବୀରେ ଅମ୍ଳଜାନ ସନ୍ତୁଳନ ବଜାର ରଖିବା ପାଇଁ ଏହି କ୍ଷୁଦ୍ର ଜୀବମାନଙ୍କୁ ସଂରକ୍ଷଣ କରିବା ଗୁରୁତ୍ଵପୂର୍ଣ ।

‘ସ୍ପିରୁଲିନା’ ହେଉଛି ଏକ ପ୍ରକାର ନୀଳ-ସବୁଜ ଶୈବାଳ, ଯାହାକୁ ‘‘ସୁପର ଫୁଡ୍’’ ଭାବରେ ବିବେଚନା କରାଯାଏ । ଏହା ଆମ ଶରୀର ପାଇଁ ଅତ୍ୟାବଶ୍ୟକ ଭିଟାମିନ୍ ବି୧୨ ର ଏକ ଉତ୍ତମ ଖାଦ୍ୟ ଉତ୍ସ । ସିରିଲୁନାରେ ତା’ର ଶରୀର ଓଜନର ୬୦ ପ୍ରତିଶତରୁ ଅଧ‌ିକ ପ୍ରୋଟିନ୍ ଓ ସାମାନ୍ୟ ପରିମାଣରେ ଚର୍ବି ଏବଂ ଶର୍କରା ରହିଥାଏ ।
ଆଜିକାଲି ସ୍ପିରୁଲିନା ଚାଷ ଏକ ସମ୍ଭାବ୍ୟ ଜୀବିକା ଅର୍ଜନର ସୁଯୋଗ ପାଲଟଛି । ତୁମେ ଏହି ପଦକ୍ଷେପଗୁଡ଼ିକୁ ଅନୁସରଣ କରି ସହଜରେ ସ୍ପିରୁଲୁନା ଚାଷ କରିପାରିବ ।

୧. ସିଧାସଳଖ ସୂର୍ଯ୍ୟକିରଣ ପଡ଼ୁ ନଥିବା ଏକ ଉଜ୍ଜ୍ଵଳ ସ୍ଥାନରେ ଗୋଟିଏ ସ୍ଵଚ୍ଛ କାଚ ଟାଙ୍କି ରଖ ।
୨. ଟାଙ୍କିକୁ ଛାୟା-ଜାଲ (shadenet)ରେ ଢାଙ୍କିଦିଅ, କିମ୍ବା ଅଳ୍ପ ତାପ ପାଉଥିବା ଛାଇ ଜାଗାରେ ରଖ ।
୩. ଟାଙ୍କିକୁ ପୋଖରୀ ଜଳରେ ପୂର୍ଣ୍ଣ କର ।
୪. ଏହି ଜଳରେ ପୋଖରୀରୁ ସଂଗୃହୀତ ଜୀବନ୍ତ ସ୍ପିରୁଲିନା ମିଶାଅ ।
୫.ସପ୍ତାହରେ ଦୁଇଥର ବଢୁଥିବା ସ୍ପିରୁଲିନା ଘାଣ୍ଟିଦିଅ ।
୬.୩–୬ ସପ୍ତାହ ପରେ ଏକ ସୂକ୍ଷ୍ମ କପଡ଼ା ମାଧ୍ୟମରେ ଛାଣି ତୁମେ ସ୍ପିରିଲୁନା ଅମଳ କରିପାରିବ ।

ଖାଦ୍ୟ ସୁରକ୍ଷା ଏବଂ ଜୀବିକା ଅର୍ଜନ ସୁନିଶ୍ଚିତ କରିବା ପାଇଁ ସୂକ୍ଷ୍ମଶୈବାଳ ଉତ୍ପାଦନ ଓ ସଂରକ୍ଷଣ ଏକ ଭଲ ଅଭ୍ୟାସ ।

କୋଷକୁ ଜୀବନର ମୌଳିକ ଏକକ ବୋଲି କାହିଁକି ବିବେଚନା କରାଯାଏ ? :
(i) ସମସ୍ତ ଜୀବଙ୍କ ଶରୀର କୋଷ ନାମକ କ୍ଷୁଦ୍ର ଏକକରେ ଗଠିତ ଓ କୋଷରେ ଥ‌ିବ। ବିଭିନ୍ନ ଉପାଦାନ ଜୀବକୁ ବିଭିନ୍ନ କାର୍ଯ୍ୟ କରିବାରେ ସାହାଯ୍ୟ କରେ । ସମସ୍ତ ଉଭିଦ ଏବଂ ପ୍ରାଣୀଙ୍କ ଶରୀର ଅନେକ କୋଷରେ ଗଠିତ । ତେଣୁ ସେମାନଙ୍କୁ ବହୁକୋଷୀ ଜୀବ କୁହାଯାଏ । ବହୁକୋଷୀ ଜୀବମାନଙ୍କରେ କୋଷଗୁଡ଼ିକ ପୃଥକ୍ ଭାବରେ ବିଶେଷ କାର୍ଯ୍ୟ କରନ୍ତି ।
Class 8 Science Chapter 2 Notes Odia Medium ଅଣୁଜୀବ ଜଗତ 17
ନ୍ୟୁକ୍ଲିଅଏଡ଼୍ ଅଞ୍ଚଳ ଦେଖାଯାଉଥ‌ିବା ଏକ ବୀଜାଣୁ କୋଷ
(ii) କିଛି ଅଣୁଜୀବ, ଯେପରିକି ବୀଜାଣୁ ଏବଂ ପ୍ରୋଟୋଜୋଆ କେବଳ ଗୋଟିଏ କୋଷରେ ଗଠିତ । ଏମାନଙ୍କୁ ଏକକୋଷୀ ଜୀବ କୁହାଯାଏ । ସେମାନେ ଗୋଟିଏ କୋଷରେ ସେମାନଙ୍କର ବଞ୍ଚିବା ପାଇଁ ଆବଶ୍ୟକ ସମସ୍ତ କାର୍ଯ୍ୟ କରନ୍ତି ।

(iii) ଅନ୍ୟାନ୍ୟ ଅଣୁଜୀବ, ଯେପରିକି ଶୈବାଳ ଏବଂ କବକ, ଗୋଟିଏ କିମ୍ବା ଅଧ‌ିକ କୋଷରେ ଗଠିତ । ଉଦାହରଣ ସ୍ଵରୂପ, ଇଷ୍ଟ ଏକକୋଷୀ କବକ ହୋଇଥିବା ବେଳେ ଫିମ୍ପି ବହୁକୋଷୀ କବଳ ଅଟେ ।

(iv) ପ୍ରାଣୀ ଓ ଉଭିଦକୋଷ ପରି ଅଣୁଜୀବଙ୍କ କୋଷଗୁଡ଼ିକ ମଧ୍ୟ କୋଷଝୀଲ୍ଲୀ ଦ୍ଵାରା ଆବୃତ ହୋଇଥାଏ । କବକ କୋଷଗୁଡ଼ିକର ଅତିରିକ୍ତ ଭାବରେ ଏକ କୋଷଭିଭି ଥାଏ, କିନ୍ତୁ ସେମାନଙ୍କର କ୍ଲୋରୋପ୍ଲାଷ୍ଟ ନଥାଏ । ତେଣୁ ସେମାନେ ଆଲୋକ ସଂଶ୍ଳେଷଣ ମାଧ୍ୟମରେ ନିଜର ଖାଦ୍ୟ ପ୍ରସ୍ତୁତ କରିପାରନ୍ତି ନାହିଁ ।

(v) ବୀଜାଣୁର ସୁଗଠିତ ନ୍ୟଷ୍ଟି ଓ ନ୍ୟଷ୍ଟିଝିଲ୍ଲୀ ନ ଥାଏ ବରଂ ସେମାନଙ୍କର ଏକ ନ୍ୟୁକ୍ଲିଅଏଡ୍ (nucleoid) ଥାଏ । ଏହି ବୈଶିଷ୍ଟ୍ୟ ସେମାନଙ୍କୁ ଇଷ୍ଟ, ଆଦିପ୍ରାଣୀ, ଶୈବାଳ, କବଳ, ଉଭିଦ ଏବଂ ପ୍ରାଣୀଙ୍କ କୋଷଠାରୁ ପୃଥକ୍ କରେ ।

(vi) ବୀଜାଣୁମାନଙ୍କର ଉପକୋଷୀୟ (sub-cellular) ଉପାଦାନଗୁଡ଼ିକୁ ପର୍ଯ୍ୟବେକ୍ଷଣ କରିବା ପାଇଁ ଆମକୁ ଉଚ୍ଚ ବର୍ଜନ କ୍ଷମତା ଥିବା ମାଇକ୍ରୋସ୍କୋପ୍ ଆବଶ୍ୟକ । ଏକ ଇଲେକ୍ଟ୍ରୋନ୍ ମାଇକ୍ରୋସ୍କୋପ ବ୍ୟବହାର କରି କୋଷରେ ଥ‌ିବା ସୂକ୍ଷ୍ମ ସଂରଚନାକୁ ପ୍ରାୟ ୧୦,୦୦,୦୦୦ ଗୁଣ ବୃଦ୍ଧି କରି ଦେଖୁହୁଏ ।

(vii) ସମସ୍ତ ଜୀବ ଓ ଅଣୁଜୀବ ଗୋଟିଏ କିମ୍ବା ଏବଂ ଗଠନରେ ଭିନ୍ନ । ଉଦ୍ଭିଦ ଏବଂ ବୁଝିବା ଦ୍ଵାରା ଜୀବଗୁଡ଼ିକ କିପରି ଭିନ୍ନ
ଅଧିକ କୋଷ ଦ୍ଵାରା ଗଠିତ । ସେମାନଙ୍କର କୋଷ ଆକାର, ଆକୃତି ପ୍ରାଣୀକୋଷ ମଧ୍ୟରେ ବି କିଛି ପାର୍ଥକ୍ୟ ଅଛି । ଏହି ପାର୍ଥକ୍ୟଗୁଡ଼ିକୁ ଭାବରେ କାର୍ଯ୍ୟ କରନ୍ତି ।

ଆମେ ଯାହା ଜାଣିଲୁ

  • ଅଣୁଜୀବଗୁଡ଼ିକ ଅତି କ୍ଷୁଦ୍ର ହୋଇଥ‌ିବାରୁ ଅଣୁବିକ୍ଷଣ ଯନ୍ତ୍ର ବିନା ଆଖୁକୁ ଦୃଶ୍ୟମାନ ହୁଅନ୍ତି ନାହିଁ । ସେମାନେ ସବୁ ପରିବେଶରେ ଏବଂ ଉଭିଦ ଓ ପ୍ରାଣୀମାନଙ୍କ ଶରୀରରେ ମଧ୍ୟ ରହିପାରନ୍ତି । ଅଣୁଜୀବ ଏକକୋଷୀ କିମ୍ବା ବହୁକୋଷୀ ହୋଇଥାନ୍ତି । ବୀଜାଣୁ ଏବଂ ପ୍ରୋଟୋଜୋଆ ଏକକୋଷୀ; କବକ ଉଭୟ ଏକକୋଷୀ ବା ବହୁକୋଷୀ ହୋଇପାରେ, ଉଭିଦ ଏବଂ ପ୍ରାଣୀ ବହୁକୋଷୀ ।
  • କୋଷ ହେଉଛି ଜୀବନର ମୌଳିକ ଏକକ ।
  • ସମସ୍ତ ଜୀବଙ୍କ ଶରୀର କୋଷ ଦ୍ଵାରା ଗଠିତ । କୋଷରେ ଥ‌ିବା ବିଭିନ୍ନ ଉପାଦାନ ଜୀବମାନଙ୍କୁ ସେମାନଙ୍କର କାର୍ଯ୍ୟ କରିବା ଏବଂ ବଞ୍ଚିବାରେ ସାହାଯ୍ୟ କରେ ।
    ଏକ ସାଧାରଣ କୋଷ କୋଷଝିଲ୍ଲୀ ଦ୍ଵାରା ଆବୃତ୍ତ ଓ ସାଇଟୋପ୍ଲାଜମ୍ରେ ପରିପୂର୍ଣ୍ଣ ଥାଏ । ଏଥିରେ ଏକ ନ୍ୟଷ୍ଟି ଥାଏ । ଉଭିଦ, କବକ ଏବଂ ବୀଜାଣୁ କୋଷର କୋଷଝିଲ୍ଲୀ ଚାରିପାଖରେ ଏକ ଅତିରିକ୍ତ ଆବରଣ ଥାଏ, ଯାହାକୁ କୋଷଭିଭି କୁହାଯାଏ । ବୀଜାଣୁରେ ଏକ ସୁଗଠିତ ନ୍ୟଷ୍ଟି ନ ଥାଏ ।
  • କୋଷଗୁଡ଼ିକର ଆକୃତି ଏବଂ ଆକାର ଭିନ୍ନ ଭିନ୍ନ । ସେମାନଙ୍କର ଆକୃତି ସେମାନଙ୍କ ଦ୍ଵାରା ସମ୍ପାଦିତ କାର୍ଯ୍ୟ ସହିତ ଜଡ଼ିତ ।
  • ବୀଜାଣୁ, କବକ ଏବଂ ଆଦିପ୍ରାଣୀ ବିଭିନ୍ନ ପ୍ରକାରର ଅଣୁଜୀବ ।
  • ଭୂତାଣୁ ମଧ୍ଯ ଆକାରରେ ଛୋଟ କିନ୍ତୁ ଅନ୍ୟ ଅଣୁଜୀବଠାରୁ ଭିନ୍ନ କାରଣ ସେମାନେ ପୋଷକ ଜୀବ ଶରୀରରେ ପ୍ରଜନନ କରନ୍ତି ।
  • ଅଣୁଜୀବ ଆମ ପାଇଁ ଉପକାରୀ କିମ୍ବା ଅପକାରୀ ହୋଇପାରେ ।

Class 8 Science Chapter 2 Notes Odia Medium ଅଣୁଜୀବ ଜଗତ

Keywords:

  • କୋଷ – Cell
  • ବର୍ଦ୍ଧକ କାଚ – Magnifying glass
  • ଅଣୁବୀକ୍ଷଣ ଯନ୍ତ୍ର – Microscope
  • କୋଷଝିଲ୍ଲୀ – Plasma Membrane
  • କୋଷଜୀବକ – Cytoplasm
  • ନୀଳ ସବୁଜ ଶୈବାଳ – Spirulina
  • କେନ୍ଦ୍ର – Nucleus
  • ହରିତକ ଲବକ – Chloroplast
  • ବ୍ୟାକ୍ଟେରିଆ – Bacteria
  • ଭୂତାଣୁ – Virus
  • କବକ – Fungus

Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ

Go through BSE Odisha Class 8 Science Notes Odia Medium and Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ to understand important concepts and topics more clearly.

8th Class Science Chapter 3 Notes Odia Medium

BSE Odisha Class 8 Science Chapter 3 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ସ୍ଵାସ୍ଥ୍ୟ କ’ଣ କେବଳ ରୋଗରେ ନ ପଡ଼ିବାକୁ ବୁଝାଏ ? :
ଏହା ଆମ ପାଇଁ ଏକ ମୂଲ୍ୟବାନ ଯେ ଆମେ ଆମର ସ୍ଵାସ୍ଥ୍ୟକୁ ସବୁବେଳେ ଯନ୍ ନେବା ଉଚିତ । ସ୍ଵାସ୍ଥ୍ୟ କହିଲେ ଶାରୀରିକ ଭାବରେ ଠିକ୍ ଅନୁଭବ କରିବା, ସକାରାତ୍ମକ ଭାବରେ ରହିବା ଏବଂ ଅନ୍ୟମାନଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରିବା । ଜଣେ ସୁସ୍ଥ ବ୍ୟକ୍ତି ନିଜ ଶରୀରର ଯନ୍ ନିଏ, ଏକ ସକାରାତ୍ମକ ରୂପରେ ମାନସିକତା ବଜାୟ ରଖେ, ଏବଂ ସାମାଜିକ ଜୀବନକୁ ସୁନ୍ଦର ଭାବରେ ଉପଭୋଗ କରେ ।

କାର୍ଯ୍ୟ ୧ : ଆସ ପଢ଼ିବା :
ଜଣେ ଛାତ୍ର ଅନ୍ୟ ସ୍ଥାନରେ ଥିବା ଏକ ନୂଆ ସ୍କୁଲକୁ ସ୍ଥାନାନ୍ତରିତ ହୋଇଥିଲା । ତା’ର ନୂତନ ପରିବେଶରେ କୌଣସି ବନ୍ଧୁ ନଥିଲେ ଏବଂ ପିତାମାତା ସର୍ବଦା ବ୍ୟସ୍ତ ରହୁଥ‌ିବାରୁ ସେ ନିଜକୁ ସର୍ବଦା ଏକୁଟିଆ ଅନୁଭବ କରୁଥିଲା । ତା’ର ଏହି ଏକୁଟିଆ ଜୀବନଯାପନ ପ୍ରଣାଳୀକୁ ଭୁଲିବା ପାଇଁ ସବୁବେଳେ ମୋବାଇଲ ଫୋନ୍‌ରେ ଏବଂ ସାମାଜିକ ଗଣମାଧ୍ୟମରେ ଅଧିକ ସମୟ ବିତାଇଲା । ଫଳରେ ଏହା ତାକୁ ଅଧିକ ଖରାପ ଦିଗକୁ ପ୍ରେରିତ କଲା ।
ସେ କୌଣସି ନୂଆ ସାଙ୍ଗ କରିବାକୁ ଚେଷ୍ଟା କଲା ନାହିଁ, ଫଳରେ ତା’ର ମୁଣ୍ଡବିନ୍ଧା ଆରମ୍ଭ ହେଲା ଓ ଓଜନ କ୍ରମଶଃ ହ୍ରାସ ପାଇଲା, ତେଣୁ ସେ ଭଲ ଭାବରେ ଶୋଇ ପାରିଲା ନାହିଁ ।
ତା’ର ସ୍ଵାସ୍ଥ୍ୟକୁ ଉନ୍ନତ କରିବା ପାଇଁ ଜଣେ ଡାକ୍ତର ତାଙ୍କୁ ଫୋନ୍ ଓ ଟେଲିଭିଜନ ନ ଦେଖ୍ ସାଙ୍ଗମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ପରାମର୍ଶ ଦେଲେ ।

ଆସ ଚିନ୍ତା କରିବା ::
ବାଳକର ସ୍ଵାସ୍ଥ୍ୟ ସମସ୍ୟାର କାରଣ କ’ଣ ଥିଲା ? ତା’ର ଅଭ୍ୟାସ ଏବଂ ପାରିପାର୍ଶ୍ବକ ଅବସ୍ଥା କିପରି ତାକୁ ଅସୁସ୍ଥ କଲା ?
ଉ-
ବାଳକର ସ୍ୱାସ୍ଥ୍ୟ ସମସ୍ୟାର କାରଣ ଥିଲା, ଏକୁଟିଆ ଜୀବନ ବିତାଇବା, ବାପା ଓ ମାଆଙ୍କ ଅନୁପସ୍ଥିତି, ସାମାଜିକ ସହଯୋଗ ତଥା ସାଙ୍ଗସାଥୁମାନଙ୍କ ଅଭାବ, ଅଧ‌ିକ ସମୟ ମୋବାଇଲ୍ ଓ ଟେଲିଭିଜନ ଦେଖୁବା । ଏହି କାରଣ ଯୋଗୁଁ ତା’ର ମୁଣ୍ଡ ବ୍ୟଥା ହେବା, ନିଦ ନ ହେବା ଫଳରେ ଓଜନର ହ୍ରାସହେବା ଇତ୍ୟାଦି ତାକୁ ଅସୁସ୍ଥ କଲା ।
(i) ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ସ୍ଵାସ୍ଥ୍ୟକୁ ସମ୍ପୂର୍ଣ୍ଣ ଭାବରେ ଶାରୀରିକ, ମାନସିକ ଏବଂ ସାମାଜିକ ସୁସ୍ଥତାର ଅବସ୍ଥା କୁହାଯାଏ ।
(ii) ସ୍ଵାସ୍ଥ୍ୟ କହିଲେ କେବଳ ରୋଗର ଅନୁପସ୍ଥିତି ନୁହେଁ ବରଂ ଜଣେ ସୁସ୍ଥ ବ୍ୟକ୍ତି ବିଭିନ୍ନ କାର୍ଯ୍ୟକୁ ଅଧିକ ଦକ୍ଷତାର ସହିତ କରିପାରିବ । ଭିନ୍ନ ଏବଂ କଷ୍ଟକର ପରିସ୍ଥିତିକୁ ଭଲ ଭାବରେ ମୁକାବିଲା କରିପାରିବାକୁ ବୁଝାଏ । ଜଣେ ସୁସ୍ଥ ବ୍ୟକ୍ତି ସମକକ୍ଷ ଗୋଷ୍ଠୀ ଏବଂ ସମାଜର ଅନ୍ୟାନ୍ୟ ସଦସ୍ୟଙ୍କ ସହିତ ଭଲ ଭାବରେ ନିଜକୁ ସାମିଲ କରିପାରି ଥାଏ ।

ଆମ ବୈଜ୍ଞାନିକ ଐତିହ୍ୟ :
ଆୟୁର୍ବେଦ ଆମକୁ ଶିକ୍ଷା ଦିଏ ଯେ, ପ୍ରକୃତ ସ୍ଵାସ୍ଥ୍ୟ ହେଉଛି ଶରୀର, ମନ ଏବଂ ପରିବେଶର ଏକ ସନ୍ତୁଳନ । ଦିନଚର୍ଯ୍ୟା ଏବଂ ଋତୁକାଳୀନ ଋତୁଚର୍ଯ୍ୟା ଅନୁସରଣ କଲେ ସନ୍ତୁଳନ ବଜାୟ ରହିଥାଏ । ବ୍ୟକ୍ତିର ଶରୀର ଗଠନ ପାଇଁ ଉପଯୁକ୍ତ ସତେଜ ଓ ସୁଷମ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ ।
ନିୟମିତ ବ୍ୟାୟାମ, ପରିଷ୍କାର ପରିଚ୍ଛନ୍ନତା, ଗାଢ଼ ନିଦ୍ରା ଏବଂ ଶାନ୍ତ ମନ ସାମଗ୍ରିକ ସୁସ୍ଥତା ଦେଇଥାଏ । ଏହା ଏହି ସୁସ୍ଥତା ଯୋଗ ଧ୍ୟାନ ଭଳି ଅଭ୍ୟାସ ମାଧ୍ୟମରେ ମଧ୍ୟ ହାସଲ କରାଯାଇପାରିବ ।

ଆମେ କିପରି ସୁସ୍ଥ ରହିପାରିବା ?
ସୁସ୍ଥ ରହିବା ଅର୍ଥ ହେଉଛି ନିୟମିତ ପୁଷ୍ଟିକର ଖାଦ୍ୟ ଖାଇବା, ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖୁବା, ପରିଷ୍କାର ସ୍ଥାନରେ ବାସ କରିବା, ନିୟମିତ ବ୍ୟାୟାମ କରିବା, ଠିକ୍ ଭାବରେ ନିଦ୍ରା ଯିବା, ପରିବାର ଏବଂ ବନ୍ଧୁମାନଙ୍କ ସହିତ ଖୁସିରେ ଅଧୁକ ସମୟ ଅତିବାହିତ କରିବା ଏବଂ ସକରାତ୍ମକ ମନୋଭାବ ପୋଷଣ କରିବା ।
ବିଭିନ୍ନ ରୋଗର ପ୍ରତିକାର ପାଇଁ ଏକାଧ୍ଯକ ବ୍ୟବସ୍ଥା (Prescription) ରହିଛି । ଏହି ବ୍ୟବସ୍ଥାଗୁଡ଼ିକ ବହୁ ପରୀକ୍ଷିତ ହୋଇଛି । ଋତୁ ପରିବର୍ତ୍ତନ ସମୟରେ ଜଳବାୟୁ ଏବଂ ଆମମାନଙ୍କର ଆହାର ବିହାର ଶରୀରର ଦୋଷସମୂହ ଯଥା- ବାତ, ପିତ୍ତ, କଫ୍ କ୍ଷୟ ବୃଦ୍ଧି ହୋଇଥାଏ । ତେଣୁ ଯେ କୌଣସି ଔଷଧ ମଧ୍ୟ ଖାଇଲେ ଶରୀରର ବାତ, ପିତ୍ତ, କଫ ଦୋଷମାନଙ୍କର ସମତା ଆସିଥାଏ, ସେହି ଔଷଧରେ ଶରୀର ରୋଗମୁକ୍ତ ହୁଏ ।

ସ୍ଵାସ୍ଥ୍ୟ ସଂପର୍କୀୟ ସୂଚନା ‘ଲକ୍ଷ୍ମଣ ମିଶ୍ର’ଙ୍କ ‘ଘର ବଇଦ’’ ପୁସ୍ତକରୁ ମିଳେ ।
ନିଜକୁ ସୁସ୍ଥ ରଖୁବା ପାଇଁ ଆମେ କ’ଣ କରିବା ଉଚିତ ଏବଂ କ’ଣ କରିବା ଅନୁଚିତ ?

Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ

କାର୍ଯ୍ୟ ୨ : ଆସ ତାଲିକା କରିବା
ତୁମର ପିତାମାତା ଶିକ୍ଷକ କିମ୍ବା ବୟସ୍କ ଲୋକମାନେ ତୁମକୁ ଯେଉଁ ଭଲ ଅଭ୍ୟାସଗୁଡ଼ିକୁ ପାଳନ କରିବାକୁ ଉତ୍ସାହିତ କରନ୍ତି ସେଗୁଡ଼ିକ ତାଲିକା କର । ଏଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ତୁମର ଦୈନନ୍ଦିନ କାର୍ଯ୍ୟର ଅଂଶ ? ତୁମେ ଆଉ କ’ଣ ଅନୁସରଣ କରିବାକୁ ଚାହୁଁଛ ନିମ୍ନରେ ଥିବା ତାଲିକାରେ ଯୋଡ଼ ।
(୧) ନିୟମିତ ନିଜକୁ ପରିଷ୍କାର ରଖୁବା ଏବଂ ବ୍ୟକ୍ତିଗତ ପରିଚ୍ଛନ୍ନତା ବଜାୟ ରଖୁବା ।
(୨) ସବୁବେଳେ ସୁଷମ ଖାଦ୍ୟ ଖାଇବା ଉଚିତ୍ ।
(୩) ନିୟମିତ ବ୍ୟାୟାମ କରିବା ଉଚିତ୍ ।
(୪) ପ୍ରତିଦିନ କିଛି ସମୟ ଆରାମ କରିବା କିମ୍ବା ଯୋଗ କରିବା ପାଇଁ ସମୟ ବାହାର କରିବା ଉଚିତ୍ ।
ବର୍ତ୍ତମାନ ସେହି ଅଭ୍ୟାସଗୁଡ଼ିକ ବିଷୟରେ ଚିନ୍ତା କର ଯାହା ତୁମ ସ୍ଵାସ୍ଥ୍ୟ ପାଇଁ ଭଲ ନୁହେଁ ।

ଖରାପ ଅଭ୍ୟାସ :
(୧) ମୋବାଇଲ୍ ଫୋନ୍ କିମ୍ବା ଅନ୍ୟାନ୍ୟ ଡିଜିଟାଲ୍ ପରଦାରେ ଅଧିକ ସମୟ ବିତାଇବା ।
(୨) ପ୍ରତିଦିନ ଫାଷ୍ଟଫୁଡ୍ ଏବଂ ଅନ୍ୟାନ୍ୟ ଜଫୁଡ୍ ଖାଇବା ।
(୩) ରାତିରେ ବହୁତ ଡେରିରେ ଶୋଇବା କିମ୍ବା ପର୍ଯ୍ୟାପ୍ତ ପରିମାଣରେ ନିଦ ହେବା ।
(୪) ସକାଳ ଜଳଖୁ ନଖାଇ ଉପାସ ରହିବା ।

ଆମ ଶରୀର ଏବଂ ମନର ଯନ ରେ ନିହାତି ଆବଶ୍ୟକ । ସୁସ୍ଥ ଅଭ୍ୟାସ ସୁସ୍ଥ ଶରୀର ସହ ମନକୁ ସୁସ୍ଥ ମଧ୍ୟ ରଖୁଥାଏ ।
ଆମର ସ୍ଵାସ୍ଥ୍ୟ ଅନେକ କାରଣ ଉପରେ ନିର୍ଭର କରେ । ଏହି କାରଣଗୁଡ଼ିକ ମଧ୍ୟରେ ଆମର ଜୀବନଶୈଳୀ ଅନ୍ତର୍ଭୁକ୍ତ ।
Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ 1
ଏକ ସୁସ୍ଥ ଜୀବନଶୈଳୀ ବଜାୟ ରଖ :
ପ୍ରଚୁର ଫଳ, ପନିପରିବା ଏବଂ ଶସ୍ୟ ଜାତୀୟ ସନ୍ତୁଳିତ ଖାଦ୍ୟ ଖାଇବା ଉଚିତ । ପ୍ରକ୍ରିୟାକୃତ, ଚର୍ବିଯୁକ୍ତ କିମ୍ବା ଚିନିଯୁକ୍ତ ଖାଦ୍ୟ ଏବଂ ପାନୀୟ ପରିହାର କରିବା
ଉଚିତ ।
ବାହାରେ ଖେଳିବା, ଚାଲିବା, ଦୌଡ଼ିବା, ସାଇକେଲ ଚଳାଇବା କିମ୍ବା ବ୍ୟାୟାମ କରି ଶାରୀରିକ ଭାବରେ ସକ୍ରିୟ ରହିବା ଉଚିତ ।
ଫୋନ ଓ ଟେଲିଭିଜନ ଦେଖୁବା ସମୟ ସୀମିତ କରି ପ୍ରକୃତି ସହ ଅଧିକ ସମୟ ବିତାଇବା ଉଚିତ ।
ଶରୀର ଏବଂ ମନକୁ ବିଶ୍ରାମ ଦେବା ସହ ସୁସ୍ଥ ହେବା ପାଇଁ ଠିକ୍ ସମୟ ପର୍ଯ୍ୟନ୍ତ ଶୋଇବା ଉଚିତ ।
ନିୟମିତ ଭାବରେ ଯୋଗ କିମ୍ବା ପ୍ରାଣାୟମ ଭଳି ସରଳ ବ୍ୟାୟାମ ଅଭ୍ୟାସ କରିବା ଉଚିତ ଏବଂ ନିଶାଦ୍ରବ୍ୟକୁ ବର୍ଜନ କରିବା ଉଚିତ ।

ପରିବେଶକୁ ସଫା ରଖ :
କାର୍ଯ୍ୟ – ୩ : ଆସ ତୁଳନା କରିବା :
ଚିତ୍ରଗୁଡ଼ିକୁ ଦେଖ । ତୁମେ କେଉଁ ଖେଳପଡ଼ିଆରେ ଖେଳିବାକୁ ପସନ୍ଦ କରିବ ଏବଂ କାହିଁକି ?
ଉ-
ଆମ ମଧ୍ୟରୁ ଅଧିକାଂଶ ପ୍ରଥମ ଚି ତ୍ର ରେ ଦେଖାଯାଇଥ‌ିବା ଖେଳପଡ଼ିଆରେ ଖେଳିବାକୁ ପସନ୍ଦ କରିବା କାରଣ ଏହା ପରିଷ୍କାର ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଇ ସୁନ୍ଦର ଦେଖାଯାଉଛି ।
ଦ୍ଵିତୀୟ ଚିତ୍ରରେ ଥ‌ିବା ଖେଳପଡ଼ିଆ ପ୍ରଦୂଷିତ, ଅପରିଷ୍କାର ଏବଂ ମାଛି, ମଶା ଦ୍ଵାରା ପରିପୂର୍ଣ୍ଣ – ଏପରି ଅଞ୍ଚଳରେ ଖେଳିଲେ ରୋଗାକ୍ରାନ୍ତ ହୋଇଥା’ନ୍ତି ।
ଭଲ ଅଭ୍ୟାସ ଗ୍ରହଣ କରିବ। ଓ ସୁ ସ୍ଥ ଜୀବନଶୈଳୀ ପାଳନ ସହିତ ଆମେ ନିଜକୁ ଏବଂ ଆମର ଚାରିପାଖକୁ ସଫା ରଖୁବା ଉଚିତ ।
କୌଣସି ସମୟରେ ଧୂଆଁ କିମ୍ବା ଧୂଳି ଥ‌ିବା ସ୍ଥାନରେ ପ୍ରଶ୍ଵାସ ନେବାକୁ କଷ୍ଟ ଅନୁଭବ କରିଛ କି ? କାରଣ ସ୍ଵଚ୍ଛ ବାୟୁ ଏବଂ ଜଳ ଆମ ସ୍ଵାସ୍ଥ୍ୟ ପାଇଁ ଗୁରୁତ୍ଵପୂର୍ଣ୍ଣ । ସହରଗୁଡ଼ିକରେ ଯାନବାହନ ଏବଂ କାରଖାନା ଦ୍ଵାରା ହେଉଥ‌ିବା ବାୟୁ ପ୍ରଦୂଷଣ କାଶ କିମ୍ବା ଶ୍ଵାସରୋଗ ଭଳି ସମସ୍ୟା ସୃଷ୍ଟି କରିଥାଏ । ବାୟୁର ବିଶୁଦ୍ଧତା ଜାଣିବାରେ ଆମକୁ ବାୟୁ ଗୁଣବତ୍ତା ସୂଚକାଙ୍କ Air Quality Index (AQI) ର ସାହାଯ୍ୟ ନେବା ଉଚିତ ।
Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ 2
ଦୁଇଟି ଖେଳ ପଡ଼ିଆ
ଏକ ପରିଷ୍କାର ପରିବେଶ ଆମକୁ ସୁସ୍ଥ ରଖିବା ସହ ଉତ୍ତମ ଅନୁଭବ ଦେଇଥାଏ ।

ଆମେ ଅସୁସ୍ଥ ବୋଲି କିପରି ଜାଣିବା ?
ଆମ ଶରୀର ଭିତରେ କିଛି ବ୍ୟତିକ୍ରମ ଦେଖାଦେଲେ ଆମେ ଅସୁସ୍ଥ ଅନୁଭବ କରୁ । ଆମ ଶରୀରରେ ଯନ୍ତ୍ରଣା କିମ୍ବା ମୁଣ୍ଡବିନ୍ଧା, କ୍ଳାନ୍ତି ପ୍ରଭୃତି ଲକ୍ଷଣ ଏବଂ ଜ୍ଵର, ଉଚ୍ଚ ରକ୍ତଚାପ, ଫୋଟକା କିମ୍ବା ଶରୀରରେ ଫୁଲା ଭଳି ସଂକେତ ଆଦି ସୂଚାଇ ଥାଏ ଯେ ଆମେ ଅସୁସ୍ଥ ଅଛୁ ବୋଲି ଜାଣିଥାଉ ।

ରୋଗ : କାରଣ ଓ ପ୍ରକାରଭେଦ
ରୋଗ କ’ଣ ?
ରୋଗ ହେଉଛି ଏକ ଅବସ୍ଥା ଯାହା ଶରୀର କିମ୍ବା ମନର ସାଧାରଣ କାର୍ଯ୍ୟକୁ ପ୍ରଭାବିତ କରେ । ଯେତେବେଳେ ଗୋଟିଏ ବା ଏକାଧ୍ଵକ ଅଙ୍ଗ କିମ୍ବା ଅଙ୍ଗସଂସ୍ଥା ଠିକ୍ ଭାବରେ କାର୍ଯ୍ୟ କରିବା ବନ୍ଦ କରିଦିଅନ୍ତି ସେତେବେଳେ ଆମକୁ ରୋଗ ହୋଇଥାଏ ବୋଲି ଜାଣିବା ।

ରୋଗ କାରକ :
କିଛି ରୋଗ ବୀଜାଣୁ, ଭୂତାଣୁ କୃମି କିମ୍ବା ଆଦିପ୍ରାଣୀ, କବକ ଭଳି ଅଣୁଜୀବ (ଏକକୋଷୀ ପ୍ରାଣୀ)ମାନଙ୍କ ଦ୍ଵାରା ହୋଇଥାଏ । ଏହି ରୋଗ ସୃଷ୍ଟି କରୁଥିବା ଜୀବମାନଙ୍କୁ ରୋଗ କାରକ ବା ରୋଗାଣୁ ଅଣୁଜୀବ (Pathogens) କୁହାଯାଏ ।

ଅନ୍ୟ ରୋଗଗୁଡ଼ିକ ସଂକ୍ରମିତ ଖାଦ୍ୟ ବା ପୁଷ୍ଟିହୀନତା କିମ୍ବା ଅସ୍ଵାସ୍ଥ୍ୟକର ଜୀବନଶୈଳୀରୁ ହୋଇପାରେ । କିଛି ରୋଗ ଅଳ୍ପ ସମୟ ପାଇଁ ଶରୀରରେ ରହିଥାଏ ଏବଂ ଅନ୍ୟକେତେକ ଦୀର୍ଘ ସମୟ ପାଇଁ ଜାରି ରହିପାରେ ଏଥପାଇଁ ନିୟମିତ ଚିକିତ୍ସା ଓ ଯନ୍ତ୍ର ନେବା ଆବଶ୍ୟକ ହୋଇଥାଏ ।
ରୋଗଗୁଡ଼ିକୁ ସେମାନଙ୍କର କାରଣ ଏବଂ ବ୍ୟାପିବାର ପଦ୍ଧତି ଆଧାରରେ ଦୁଇ ଭାଗରେ ବିଭକ୍ତ କରାଯାଇପାରିବ ।
ଯଥା : (କ) ଅଣ-ସଂକ୍ରାମକ ରୋଗ
(ଖ) ସଂକ୍ରାମକ ରୋଗ
(କ) ଅଣ-ସଂକ୍ରାମକ ରୋଗ :
ପ୍ରତ୍ଯକ୍ଷ ସଂସ୍ପର୍ଶ
ବାୟୁ ଦ୍ବାରା
ପରୋକ୍ଷ ସଂସ୍ପର୍ଶ

(i) କିଛି ଅଣ-ସଂକ୍ରାମକ ରୋଗର ଉ ଦ। ହ ର ଣ ହେ ଉଛି ଶ୍ଵାସରୋଗ, ମଧୁମେହ, କର୍କଟ ଇତ୍ୟାଦି ।
(ii) ଏଗୁଡ଼ିକ ରେ।ଗକ।ରକ ଅଣୁ ଜୀବମାନଙ୍କ ଦ୍ଵାରା ହୁଏ ନାହିଁ ଏବଂ ଜଣେ ସଂକ୍ରମିତ ବ୍ୟକ୍ତି ଠାରୁ ଅନ୍ୟ ବ୍ୟକ୍ତିକୁ ବ୍ୟାପୀ ନ ଥାଏ । ଏଗୁଡ଼ିକ ସାଧାରଣତଃ ଜୀବନଶୈଳୀ, ଖାଦ୍ୟ ଏବଂ ପରିବେଶ ସହିତ ଜଡ଼ିତ ।
Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ 3
(ଖ) ସଂକ୍ରାମକ ରୋଗ :
(i) ରୋଗକାରକ ଅଣୁଜୀବ ଦ୍ଵାରା ହେଉଥ‌ିବା ରୋଗଗୁଡ଼ିକୁ ସଂକ୍ରାମକ ରୋଗ କୁହାଯାଏ । ଏଗୁଡ଼ିକ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ବ୍ୟକ୍ତିକୁ ବ୍ୟାପିପାରେ ।
(ii) ସଂକ୍ରାମକ ରୋଗର କିଛି ଉଦାହରଣ ହେଉଛି ଟାଇଫଏଡ୍, ଡେଙ୍ଗୁ, ଫ୍ଲୁ (ଥଣ୍ଡା) ମିଳିମିଳା ଏବଂ କୋଭିଡ୍ – 19 ଇତ୍ୟାଦି ।
ସାମ୍ପ୍ରତିକ ସମୟରେ ଭାରତରେ ହୃଦରୋଗ, କର୍କଟ ଏବଂ ମଧୁମେହ ଭଳି ଅଣସଂକ୍ରାକମ ରୋଗ (Non Contaminated Disease) ଗୁଡ଼ିକ ବ୍ୟାପକ ହୋଇଛି । ଏହା ଲୋକମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଘଟୁଛି, ଯେପରିକି ଅଧୂକ ପ୍ରକ୍ରିୟାକୃତ ଖାଦ୍ୟ ଗ୍ରହଣ, କମ୍ ବ୍ୟାୟାମ କରିବା ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ବଞ୍ଚିବା ଇତ୍ୟାଦି । ଆଜି ଭାରତରେ ଅଧିକାଂଶ ମୃତ୍ୟୁ ଅଣସଂକ୍ରମିତ ରୋଗ ଦ୍ଵାରା ହେଉଛି ।

ସଂକ୍ରାମକ ରୋଗ କିପରି ସୃଷ୍ଟି ହୁଏ ଏବଂ ବ୍ୟାପି ଥାଏ ?
ସମସ୍ତ ସଂକ୍ରାମକ ରୋଗ, ରୋଗ କାରକ ଅଣୁଜୀବ ଦ୍ଵାରା ସୃଷ୍ଟି ହୋଇଥାଏ । ଏହି ରୋଗଜୀବାଣୁ ଆମେ ପ୍ରଶ୍ଵାସ ନେବା ସମୟରେ ବାୟୁ ମାଧ୍ୟମରେ କିମ୍ବା ଦୂଷିତ ଖାଦ୍ୟ କିମ୍ବା ଜଳ ବ୍ୟବହାର କରିବା ସମୟରେ ଆମ ଶରୀରରେ ପ୍ରବେଶ କରିଥାଏ ।

ରୋଗଜୀବାଣୁ କିପରି ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବ୍ୟାପିଥାଏ ?
(i) ଏହା ସାଧାରଣତଃ ବାୟୁ ମାଧ୍ୟମରେ ସଂକ୍ରମିତ ବ୍ୟକ୍ତିଙ୍କର କାଶ କିମ୍ବା ଛିଙ୍କ ଦ୍ଵାରା କିମ୍ବା ପ୍ରତ୍ୟକ୍ଷ ସଂସ୍ପର୍ଶ ଯଥା ହାତ ମିଳାଇବା, ଜିନିଷପତ୍ର ବ୍ୟବହାର ଦ୍ଵାରା ସଂକ୍ରମିତ ବ୍ୟକ୍ତି ବ୍ୟବହାର କରୁଥିବା ବ୍ୟାପିଥାଏ ।
(ii) କିଛି ସଂକ୍ରାମକ ରୋଗ ଦୂଷିତ ପାନୀୟ ଜଳ କିମ୍ବା ଖାଦ୍ୟ ମାଧ୍ୟମରେ ବ୍ୟାପିଥାଏ । କିଛି ରୋଗକାରକ ଅଣୁଜୀବ ମଶା ଏବଂ ମାଛି ଭଳି କୀଟପତଙ୍ଗ ଦ୍ଵାରା ଜୀବ ଶରୀରରେ ରୋଗ ସୃଷ୍ଟି କରିଥାଏ । ଏହି କୀଟପତଙ୍ଗଗୁଡ଼ିକୁ ବାହାକ (vectors) କୁହାଯାଏ । ଯେପରି ମ୍ୟାଲେରିଆ ମାଈ ଏନୋଫିଲିସ୍ ମଶା ଦ୍ଵାରା ବ୍ୟାପିଥାଏ ।

Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ

କାର୍ଯ୍ୟ – ୪ : ଆସ ଜାଣିବା
I. ଏକ ସାମୂହିକ ଅଭିଯାନ ଏବଂ ଏକ ପାଠାଗାର ସର୍ଭେ ସମୟରେ ପୂର୍ବରୁ କେତେଜଣ ଶିକ୍ଷାର୍ଥୀ ସାଧାରଣ ସଂକ୍ରାମକ ରୋଗକୁ ନିମ୍ନରେ ଥ‌ିବା ସାରଣୀରେ ତାଲିକାଭୁକ୍ତ କରିଛନ୍ତି । ପୁସ୍ତକ, ବିଶ୍ଵସ୍ତ ୱେବ୍‌ସାଇଟ୍ ଦେଖୁ କିମ୍ବା ତୁମ ବିଜ୍ଞାନ ଶିକ୍ଷକଙ୍କୁ ପଚାରି ତାଲିକାଭୁକ୍ତ ସୂଚନାକୁ ଯାଞ୍ଚ କର । ଯଦି କୌଣସି ବିବରଣୀ ଅନ୍ତର୍ଭୁକ୍ତ ହୋଇନାହିଁ, ତାକୁ ଯୋଡ଼ ।
II. ସାରଣୀଟି ଅଧ୍ୟୟନ କର ଏବଂ ପ୍ରତ୍ୟେକ ରୋଗକୁ ପ୍ରତିରୋଧ କରିବାରେ ଯେଉଁ ସରଳ ପଦକ୍ଷେପ ସାହାଯ୍ୟ କରିପାରିବ ସେ ବିଷୟରେ ଚିନ୍ତା କର ।

ସାରଣୀ : ମଣିଷକୁ ପ୍ରଭାବିତ କରୁଥିବା କିଛି ସାଧାରଣ ସଂକ୍ରାମକ ରୋଗ
Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ 4
ସଂକ୍ରାମକ ରୋଗ କିପରି ବ୍ୟାପିଥାଏ ଏବଂ ସେଗୁଡ଼ିକୁ କିପରି ରୋକାଯାଇ ପାରିବ । ନିମ୍ନରେ କିଛି ସରଳ କିନ୍ତୁ ଗୁରୁତ୍ଵପୂର୍ଣ୍ଣ ସତର୍କତା ଦିଆଯାଇଛି :
(୧) ନିଜକୁ ଏବଂ ଆମର ଚତୁଃପାର୍ଶ୍ଵକୁ ସଫା ରଖୁବା ।
(୨) ପ୍ରତିଦିନ ମୌଳିକ ପରିଷ୍କାର ପରିଚ୍ଛନ୍ନତା ଅଭ୍ୟାସ କରିବା ।
(୩) ରୋଗ ଜୀବାଣୁମାନଙ୍କୁ ଦୂର କରିବା ପାଇଁ ସାବୁନ ଏବଂ ପାଣିରେ ହାତ ଧୋଇବା ।
(୪) କାଶିବା କିମ୍ବା ଛିଙ୍କିବା ସମୟରେ ଆମର ମୁହଁ ଏବଂ ନାକକୁ ଘୋଡ଼ାଇ ରଖୁବା ।
(୫) ଭିଡ଼ ସ୍ଥାନରେ ମାସ୍କ ପିନ୍ଧି ସୁରକ୍ଷିତ ରହିବା ।
(୬) ତଉଲିଆ ଏବଂ ରୁମାଲ ଭଳି ବ୍ୟକ୍ତିଗତ ଜିନିଷଗୁଡ଼ିକୁ ଅନ୍ୟ କାହାକୁ ବ୍ୟବହାର କରିବାକୁ ଦେବା ନାହିଁ ।
(୭) ଆମର ଘର, ଖାଦ୍ୟ ଏବଂ ପାଣିକୁ ପରିଷ୍କାର ରଖୁବା ।
(୮) ଆମେ ଅସୁସ୍ଥ ସମୟରେ ଘରେ ରହିବା ଏବଂ ବିଶ୍ରାମ ନେବା ଦ୍ଵାରା ଆମ ଶରୀର ସୁସ୍ଥ ରହିବା ସହ ଅନ୍ୟମାନଙ୍କୁ ରୋଗ ବ୍ୟାପିବାକୁ ଦିଏ ନାହିଁ ।

କିଛି ସଂକ୍ରାମକ ରୋଗ ଆମ ଶରୀର ଭିତରେ ରହୁଥ‌ିବା କୃମି ଦ୍ଵାରା ହୁଏ । ସେମାନେ ଶରୀରରୁ ପୋଷଣ ପଦାର୍ଥ ଗ୍ରହଣ କରି ପରଜୀବୀ ଭାବରେ ବଞ୍ଚନ୍ତି । ଯେଉଁମାନେ ଅନ୍ୟ ଜୀବ ଶରୀରରୁ ଖାଦ୍ୟ ଗ୍ରହଣ କରି ବଞ୍ଚନ୍ତି । ସେମାନଙ୍କୁ ପରଜିବୀ (Parasites) କୁହାଯାଏ ।

ଏହି କୃମିଗୁଡ଼ିକ ଦୂଷିତ ଖାଦ୍ୟ, ଜଳ, ମାଟି କିମ୍ବା ସଂକ୍ରମିତ ଲୋକ ଓ ପଶୁଙ୍କ ସଂସ୍ପର୍ଶ ଦ୍ଵାରା ବ୍ୟାପିଥାଏ ।

ଅଣସଂକ୍ରାମକ ରୋଗ କିପରି ସୃଷ୍ଟି ହୁଏ ?
କର୍କଟ, ମଧୁମେହ ଏବଂ ଶ୍ଵାସରୋଗ ଭଳି ଅଣସଂକ୍ରମିତ ରୋଗଗୁଡ଼ିକ ଜୀବନଶୈଳୀ, ଖାଦ୍ୟ କିମ୍ବା ପରିବେଶ ସହିତ ଜଡ଼ିତ । ଏଗୁଡ଼ିକ ଭାରତରେ ମୃତ୍ୟୁର ସବୁଠାରୁ ସାଧାରଣ କାରଣ । କେତେକ ସ୍ଵତନ୍ତ୍ର ପୋଷକ ଅଭାବରେ ହେଉଥ‌ିବା ସ୍କର୍ଭି, ରକ୍ତହୀନତା ଏବଂ ଗଳଗଣ୍ଡ ଭଳି ରୋଗ ବିଷୟରେ ତୁମେ ପୂର୍ବ ଶ୍ରେଣୀରେ ଜାଣିଛ । ଏଗୁଡ଼ିକ ଖାଦ୍ୟ ଅଭାବଜନିତ ରୋଗ ମାତ୍ର ସଂକ୍ରାମକ ରୋଗ ନୁହେଁ ।
କର୍କଟ, ମଧୁମେହ ଏବଂ ଶ୍ଵାସରୋଗ ଭଳି ରୋଗ ପ୍ରାୟତଃ ଦୀର୍ଘ ସମୟ (ତିନିମାସରୁ ଅଧ୍ବକ) ପର୍ଯ୍ୟନ୍ତ ରହିପାରେ ତେଣୁ ଏହାକୁ ଦୀର୍ଘକାଳୀନ (Chronic) ରୋଗ ବୋଲି କୁହାଯାଏ ।
ମଧୁମେହ ଏକ ସାଧାରଣ ରୋଗ ଯାହା ବୟସ୍କ ଏବଂ ପିଲାମାନଙ୍କୁ ଅଧିକ ହେଉଛି । ପ୍ରକୃତରେ ବର୍ତ୍ତମାନ ଭାରତରେ ବିଶ୍ଵର ସର୍ବାଧ‌ିକ ସଂଖ୍ୟକ ମଧୁମେହ ରୋଗୀ ଅଛନ୍ତି । ଏହା ପ୍ରାୟତଃ ହରମୋନ୍ ଅସନ୍ତୁଳନ, ଓଜନ ବୃଦ୍ଧି କିମ୍ବା ମେଦବହୁଳତା ଅସ୍ଵାସ୍ଥ୍ୟକର ଖାଦ୍ୟାଭ୍ୟାସ, ଶାରୀରିକ ପରିଶ୍ରମର ଅଭାବ ଏବଂ ଅନ୍ୟାନ୍ୟ କାରଣମାନଙ୍କର ସମାହାର ଯୋଗୁଁ ହୋଇଥାଏ ।

କାର୍ଯ୍ୟ – ୫ : ଆସ ସର୍ଭେ କରିବା
(୧) ତୁମ ପଡ଼ୋଶୀମାନଙ୍କଠାରେ ଦେଖାଯାଉଥ‌ିବା ଜୀବନଶୈଳୀ ସମ୍ବନ୍ଧୀୟ ତିନୋଟି ସାଧାରଣ ରୋଗର ତାଲିକା କରାଯାଉ ।
(୨) କି ପ୍ରକାରର ଜୀବନଶୈଳୀ ପରିବର୍ତ୍ତନ ଏହି ରୋଗଗୁଡ଼ିକୁ ପ୍ରତିରୋଧ କିମ୍ବା ପରିଚାଳନା କରିବାରେ ସାହାଯ୍ୟ କରିପାରିବ ବୁଝି ଲେଖୁବା । ଜଣେ ଡାକ୍ତର, ସ୍ଵାସ୍ଥ୍ୟକର୍ମୀ କିମ୍ବା ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ଜ୍ଞାନ ଥ‌ିବା ପରିବାରର ଜଣେ ସଦସ୍ୟ, ନର୍ସ ସହିତ କଥା ହେବ ।

ସାରଣୀକୁ ପୂରଣ କର ଏବଂ ଜୀବନଶୈଳୀ ସମ୍ବନ୍ଧୀୟ ରୋଗ ବିଷୟରେ ଅଧ‌ିକ ଜାଣ
ଅଣସଂକ୍ରାମକ ରୋଗ

କ୍ର.ନଂ ସାଧାରଣ ଜୀବନଶୈଳୀ ସମ୍ବନ୍ଧୀୟ ରୋଗଗୁଡ଼ିକର ନାମ ସଂକେତ ଏବଂ ଲକ୍ଷଣ ପ୍ରସ୍ତାବିତ ଜୀବନଶୈଳୀ ପରିବର୍ତ୍ତନ
1. ମେଦ ବହୁଳତା ଅଧୂକ ଓଜନ ଓ ମୋଟାପଣ ସନ୍ତୁଳିତ ଖାଦ୍ୟ ଖାଇବା ଏବଂ ନିୟମିତ ବ୍ୟାୟାମ କରିବା
2. ମଧୁମେହ
  • ବାରମ୍ବାର ପରିସ୍ରା
  • ଅତ୍ୟଧ‌ିକ ଶୋଷ
  • ଓଜନ ହ୍ରାସ
  • ଆରୋଗ୍ୟଲାଭରେ ମନ୍ଥରତା
ମିଠାର ପରିମାଣ କମାଇବା ପ୍ରତିଦିନ ଯୋଗ ଓ ବ୍ୟାୟାମ ଏକ ସନ୍ତୁଳିତ ଖାଦ୍ୟ
3. ଉଚ୍ଚ ରକ୍ତଚାପ ମୁଣ୍ଡ ବ୍ୟଥା ହେବା ଅଳ୍ପ ଲୁଣ ଖାଇବା
4. ମୁଣ୍ଡ ଘୂରାଇବା ଝାପ୍‌ସା ଦୃଷ୍ଟି ପ୍ରତିଦିନ ବ୍ୟାୟାମ କରିବା ଚାପ କମାଇବା

ବୈଜ୍ଞାନିକଙ୍କଠାରୁ ପ୍ରେରଣା :
ଡକ୍ଟର କମଲ ରାଣାଦିଭେ (୧୯୧୭-୨୦୦୧) ଜଣେ ଅଗ୍ରଣୀ ଜୈବ ଚିକିତ୍ସା ଗବେଷକ ଥିଲେ । ହରମୋନ୍ ଏବଂ କିଛି ଭୂତାଣୁ କର୍କଟରୋଗ ସହ କିପରି ସଂପୃକ୍ତ ସେ ତାହା ଅଧ୍ୟୟନ କରିଥିଲେ ଯାହା କର୍କଟରୋଗର ଚିକିତ୍ସା ଏବଂ ପ୍ରତିରୋଧକୁ ଉନ୍ନତ କରିବାରେ ସାହାଯ୍ୟ କରିଅଛି । ତାଙ୍କର କାର୍ଯ୍ୟ ଏହା ମଧ୍ୟ ଦର୍ଶାଇଥୁଲା ଯେ କିପରି ତମାଖୁ, ଖାଦ୍ୟ ଏବଂ ପ୍ରଦୂଷଣ ବିଶେଷ କରି କର୍କଟ ରୋଗର ବିପଦକୁ ବୃଦ୍ଧି କରିପାରେ । ସେ ସୁସ୍ଥ ଜୀବନଶୈଳୀର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ ।

ରୋଗକୁ କିପରି ପ୍ରତିରୋଧ ଏବଂ ନିୟନ୍ତ୍ରଣ କରିବ ?
ସଂକ୍ରାମକ ଏବଂ ଅଣସଂକ୍ରାମକ ରୋଗରୁ ନିଜକୁ ରକ୍ଷା କରିବା ଗୁରୁତ୍ଵପୂର୍ଣ୍ଣ ।

କାର୍ଯ୍ୟ – ୬ : ଆସ ପଢ଼ିବା
ଓଡ଼ିଶାରେ ଗୋଷ୍ଠୀ ନେତୃତ୍ୱାଧୀନ ପରିମଳ ଅଭିଯାନ :
ଏହାକୁ ଗୋଷ୍ଠୀ ପରିମଳ ଅଭିଯାନ ଦ୍ଵାରା ଅଧ୍ବକ ଲୋକଙ୍କୁ ଶୌଚାଳୟ ନିର୍ମାଣ ଏବଂ ବ୍ୟବହାର କରିବାରେ ସାହାଯ୍ୟ କରିଥାଏ । ଏହା ଖୋଲା ମଳତ୍ୟାଗକୁ ଯଥେଷ୍ଟ ହ୍ରାସ କରିବାସହ ତରଳ ଝାଡ଼ା ସଂକ୍ରମଣ ଘଟଣା ଏବଂ ଶିଶୁ ସ୍ଵାସ୍ଥ୍ୟରେ ଉନ୍ନତି ଆଣିଥାଏ ।

ଉତ୍ତମ ପରିମଳ ବ୍ୟବସ୍ଥା ଭଳି ସରଳ ପଦକ୍ଷେପଗୁଡ଼ିକ ସଂକ୍ରାମକ ରୋଗ ପ୍ରସାରକୁ ବହୁ ପରିମାଣରେ ହ୍ରାସ କରିଥାଏ ।

ରୋଗ ସହିତ ଲଢ଼ିବା ପାଇଁ ଶରୀରର କ୍ଷମତା :

  • ସମାନ ପରିବେଶରେ ରହି ମଧ୍ୟ କିଛି ଲୋକ ଅନ୍ୟମାନଙ୍କ ତୁଳନାରେ ଅଧ‌ିକ ଅସୁସ୍ଥ ହୋଇଥାନ୍ତି । ରୋଗ ସହିତ ଲଢ଼ିବା ପାଇଁ ଆମ ଶରୀରର ପ୍ରାକୃତିକ କ୍ଷମତାକୁ ରୋଗ ପ୍ରତିରୋଧକ (immunity) ଶକ୍ତି କୁହାଯାଏ । ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ନାମକ ଏକ ସ୍ଵତନ୍ତ୍ର ବ୍ୟବସ୍ଥା ଅଛି, ଯାହା ଶରୀର ରୋଗ ବିରୁଦ୍ଧରେ ଲଢ଼ିବାରେ ସାହାଯ୍ୟ କରେ ।
  • ପିଲାମାନେ ପୋଲିଓ, ଟିଟାନସ, ମିଳିମିଳା ଏବଂ ହେପାଟାଇଟିସ୍ ଭଳି କିଛି ରୋଗରୁ ରକ୍ଷା କରିବା ପାଇଁ କିଛି ବୁନ୍ଦା କିମ୍ବା ଇଞ୍ଜେକ୍‌ସନ୍ ନେଇଥାନ୍ତି । ଏଗୁଡ଼ିକ ହେଉଛି ଟିକା (vaccines) ଯାହା ଭୂତାଣୁ ଏବଂ ବୀଜାଣୁ ଦ୍ଵାରା ହେଉଥ‌ିବା ଗୁରୁତର ସଂକ୍ରମଣକୁ ରୋକିଥାଏ ।
  • ଏକ ଟିକା ଆମ ଶରୀରର କ୍ଷତିକାରକ ବୀଜାଣୁକୁ ଚିହ୍ନିବା ତଥା ପ୍ରତିରୋଧ କରିବା ପାଇଁ ପ୍ରତିରକ୍ଷା ପ୍ରଣାଳୀକୁ ବଢ଼ାଇ ଦେଇ କିଛି ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରେ । ଏକ ରୋଗ ପ୍ରତିରୋଧକ ଶକ୍ତି କିମ୍ବା ଟିକାର ସଂସ୍ପର୍ଶରେ ଆସିବା ପରେ ବିକଶିତ ହୋଇଥ‌ିବା ପ୍ରତିରୋଧକ ଶକ୍ତିକୁ ଅର୍ଜିତ ପ୍ରତିରକ୍ଷା ଶକ୍ତି (acqured immunity) କୁହାଯାଏ ।
  • ଦୁର୍ବଳ କିମ୍ବା ମୃତ ରୋଗକାରକ ଅଣୁଜୀବ (ଭୂତାଣୁ ଏବଂ ବୀଜାଣୁ) କିମ୍ବା ନିଷ୍କ୍ରିୟ ଓ ଅଣକ୍ଷତିକାରକ ରୋଗକାରକ ଅଣୁଜୀବର ଅଂଶକୁ ବିଭିନ୍ନ ଉପାୟରେ ଟୀକା ତିଆରି କରାଯାଇଥାଏ । କିଛି ନୂତନ ଟୀକା ଆମ ଶରୀରର କୋଷଗୁଡ଼ିକୁ ଜୀବାଣୁର ଅଣକ୍ଷତିକାରକ ଅଂଶ ତିଆରି କରିବାକୁ ନିର୍ଦ୍ଦେଶ ଦିଏ ଯାହା ସାହାଯ୍ୟରେ ଆମ ଶରୀର ରୋଗ ପ୍ରତିରକ୍ଷା ସଂସ୍ଥା ରୋଗ ବିରୁଦ୍ଧରେ ଲଢ଼ିବାକୁ ଶିଖେ ।
  • ଉଦାହରଣ ଆଘାତ ପରେ ଦିଆଯାଉଥ‌ିବା ଟିଟାନସ୍ ଟିକା ଟିଟାନାସ୍ ସୃଷ୍ଟିକାରୀ ଜୀବାଣୁ ଦ୍ଵାରା ସଂକ୍ରମଣରୁ ରକ୍ଷା କରେ । ଏଥିରେ ଏକ ନିଷ୍କ୍ରିୟ ଜୀବାଣୁ ପ୍ରତିଷେଧକ ଥାଏ, ଯାହା ରୋଗ ସୃଷ୍ଟି ନକରି ପ୍ରତିରକ୍ଷା ପ୍ରଣାଳୀକୁ ସୁରକ୍ଷା ପ୍ରଦାନ କରିଥାଏ ।

ଏଡୱାର୍ଡ଼ ଜେନର ଏବଂ ବସନ୍ତ ଟିକା :
ବସନ୍ତ ଏକ ମାରାତ୍ମକ ରୋଗ ଥିଲା, ଯାହା ଶରୀର ସାରା ଫୋଟକା ସୃଷ୍ଟି କରୁଥିଲା । ଲକ୍ଷ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରି ମାରି ଦେଉଥିଲା । ଗାଈମାନଙ୍କଠାରେ ଦେଖାଯାଉଥ‌ିବା ଗୋବସନ୍ତ ନାମକ ଅପେକ୍ଷାକୃତ କମ୍ ମାରାତ୍ମକ ରୋଗ ମଧ୍ୟ ମଣିଷକୁ ସଂକ୍ରମିତ ହୋଇପାରେ । ୧୭୦୦ ଦଶକର ଶେଷ ଆଡ଼କୁ ଇଂରାଜୀ ଡାକ୍ତର ଏଡୱାର୍ଡ଼ ଜେନର ଆବିଷ୍କାର କରିଥିଲେ ଯେ ଯେଉଁମାନେ ଗୋବସନ୍ତ ରୋଗରେ ଆକ୍ରାନ୍ତ ହୋଇଥିଲେ ସେମାନଙ୍କୁ ବସନ୍ତ ହୁଏ ନାହିଁ । ଏହାହିଁ ପ୍ରଥମ ଟିକା ଉଦ୍ଭାବନ କରିବାର ମାର୍ଗ ଦେଖାଇଥିଲା ଏବଂ ଲୋକଙ୍କୁ ବସନ୍ତରୁ ରକ୍ଷା କରିଥିଲା ।

ଆମର ବୈଜ୍ଞାନିକ ଐତିହ୍ୟ :
ଆଧୁନିକ ଟୀକାକରଣ ପୂର୍ବରୁ ଭାରତରେ ବସନ୍ତ ରୋଗରୁ ରକ୍ଷା କରିବା ପାଇଁ ପ୍ରତିରୋଧ ସୃଷ୍ଟିକାରୀ ଭେରିଓଲେସନ (Variolation) ନାମକ ଏକ ପାରମ୍ପରିକ ପଦ୍ଧତି ଥିଲା । ଏଥିରେ ଚର୍ମକୁ ସାମାନ୍ୟ କ୍ଷତ କରି ସ୍ଵଳ୍ପ ସଂକ୍ରମଣ ସୃଷ୍ଟି କରିବା ପାଇଁ ବସନ୍ତଜନିତ ଘା’ର କିଛି ଅଂଶ (ରସ) ବ୍ୟବହାର କରାଯାଇ ପ୍ରତିରୋଧକ ଶକ୍ତି ସୃଷ୍ଟି କରାଯାଉଥିଲା । ଏହି ପଦ୍ଧତି ପ୍ରୟୋଗ କରୁଥିବା ଲୋକଙ୍କୁ ଟୀକାଦାତା କୁହାଯାଏ ।

Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ

ବିଜ୍ଞାନୀ ଭଳି ଚିନ୍ତା କର
ପର୍ଯ୍ୟବେକ୍ଷଣ :
ଜେନର ଦେଖ‌ିଲେ ଯେ ଗୋବସନ୍ତ ହୋଇଥ‌ିବା ଗୋପାଳକମାନଙ୍କୁ ବସନ୍ତ ହୋଇ ନଥୁଲା, କାରଣ ଗୋବସନ୍ତ ଭୂତାଣୁ ଓ ମଣିଷ ବସନ୍ତ ଭୂତାଣୁ ଦୁଇଟି ପ୍ରାୟ ଏକା ଭଳି ।
Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ 5

ଅନୁମାନ :
ଗୋବସନ୍ତ ଫୋଟକାରେ ଥିବା ରସ ଲୋକଙ୍କୁ ବସନ୍ତରୁ ରକ୍ଷା କରିପାରିବ ।

ପରୀକ୍ଷଣ :
ସେ ଏକ ବାଳକକୁ ଗୋବସନ୍ତ ରସ ଇଞ୍ଜେକ୍ସନ ଦେଇ ଏହା ପରୀକ୍ଷା କରିଥିଲେ ଯେ ପରେ ବସନ୍ତ ସଂସ୍ପର୍ଶରେ ଆସିଲେ ମଧ୍ୟ ତାକୁ କୌଣସି ପ୍ରକାରର ସଂକ୍ରମଣ ହୋଇ ନଥିଲା ।
Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ 6
ପରିଣାମ :
ସେ ଜାଣିପାରିଲେ ଯେ ଗୋବସନ୍ତ ରସ ଦ୍ଵାରା ସଂକ୍ରମିତ ଲୋକମାନେ ଏବେ ବସନ୍ତ ରୋଗକୁ ପ୍ରତିରୋଧ କରିପାରିଥିଲେ ।

ପ୍ରୟୋଗ :
ଶେଷରେ ସାମୂହିକ ଟୀକାକରଣ ସାରା ବିଶ୍ଵରେ ବସନ୍ତ ରୋଗର ନିପାତ କରିବାରେ ସାହାଯ୍ୟ କରିଥିଲା ।
ଟିକା ହେଉଛି ଶିଶୁଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ବୟସର ଲୋକମାନଙ୍କୁ ଅନେକ ଗୁରୁତର ରୋଗରୁ ରକ୍ଷା କରିବାର ସବୁଠାରୁ ପ୍ରଭାବଶାଳୀ ଉପାୟ ମଧ୍ୟରୁ ଗୋଟିଏ ।
ଏହା ରୋଗକୁ ରୋକିବାରେ, ସଂକ୍ରମଣର ପ୍ରସାରକୁ ହ୍ରାସ କରିବାରେ ଏବଂ ପ୍ରତିବର୍ଷ ଲକ୍ଷ ଲକ୍ଷ ଜୀବନ ବଞ୍ଚାଇବାରେ ସାହାଯ୍ୟ କରେ । ଏହା ମନେ ରଖୁବା ଗୁରୁତ୍ଵପୂର୍ଣ୍ଣ ଯେ ଟିକାଗୁଡ଼ିକ କେବଳ ରୋଗର ପ୍ରତିରୋଧକ କିନ୍ତୁ ତାର ଚିକିତ୍ସା ନୁହେଁ ।

ତଥ୍ୟ ପ୍ରଦାନକାରୀ ଦେଶ ସଂଖ୍ୟା
କୌଣସି ଏକ ଗୁରୁତର ରୋଗ ଆକ୍ରମଣ କରିବା ପୂର୍ବରୁ ଏହା ତା’ର ବିସ୍ତାରକୁ କମ୍ କରିବାରେ ସାହାଯ୍ୟ କରିପାରେ କିନ୍ତୁ କେହି ଅସୁସ୍ଥ ହୋଇଯାଇଥିଲେ ଟୀକା ଦ୍ଵାରା ଚିକିତ୍ସା କରାଯାଏ ନାହିଁ ।
କିଛି ଲୋକ ଟିକାଗୁଡ଼ିକୁ ଭୟ କରନ୍ତି, କିମ୍ବା ସନ୍ଦେହ କରନ୍ତି କିନ୍ତୁ ବୈଜ୍ଞାନିକ ଏବଂ ଡାକ୍ତରମାନେ ସୁରକ୍ଷା ପାଇଁ ସେଗୁଡ଼ିକୁ ସତର୍କତାର ସହ ପରୀକ୍ଷା କରିଥାନ୍ତି ।
ଟୀକାକରଣ କେବଳ ଆପଣଙ୍କୁ ନୁହେଁ ବରଂ ଆପଣଙ୍କ ଚାରିପାଖରେ ଥିବା ଲୋକଙ୍କୁ ମଧ୍ୟ ସୁରକ୍ଷା ଦିଏ ।
Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ 7
ଟୀକା ଉତ୍ପାଦନରେ ଭାରତର ଭୂମିକା :
ଭାରତ ବିଶ୍ୱର ସର୍ବବୃହତ ଟୀକା ଉତ୍ପାଦନକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ । ଆମ ଦେଶ ବିପୁଳ ପରିମାଣରେ ଟୀକା ପ୍ରସ୍ତୁତ କରେ ଏବଂ ଅନେକ ଦେଶକୁ ଯୋଗାଇଥାଏ । ଭାରତୀୟ ଟୀକା କମ୍ପାନୀ ମହାମାରୀ Covid-19 ସମୟରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଏବଂ ବିଶ୍ଵ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମକୁ ଆମ ଦେଶର ସମର୍ଥନ ଜାରି ରହିଛି ।

ବୈଜ୍ଞାନିକଙ୍କଠାରୁ ପ୍ରେରଣା :
ଡକ୍ଟର ମହାରାଜ କିଶନ ଭାନ ଜଣେ ପ୍ରସିଦ୍ଧ ଭାରତୀୟ ଡାକ୍ତର ଏବଂ ବୈଜ୍ଞାନିକ ଥିଲେ । ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର ସଚିବ ଭାବରେ ସେ ଭାରତରେ ବିଜ୍ଞାନ ଏବଂ ସୃଜନଶୀଳତାକୁ ପ୍ରୋତ୍ସାହିତ କରିଥିଲେ । ସେ ରୋଟାଭାଇରସ୍ ଟିକା ବିକଶିତ କରିବାରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଯାହା ପିଲାମାନଙ୍କୁ ହଇଜାରୁ ରକ୍ଷା କରେ । ସେ ସୁଲଭ ସ୍ଵାସ୍ଥ୍ୟ ସେବା ସୃଷ୍ଟି କରିବା ପାଇଁ ଗବେଷଣାକୁ ବ୍ୟବହାର କରିବାରେ ବିଶ୍ଵାସ କରୁଥିଲେ ଏବଂ ଭାରତର ସ୍ଵାସ୍ଥ୍ୟ ଏବଂ ଜୈବ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିଥିଲେ ।

ରୋଗର ଚିକିତ୍ସା
ଯଦି ଆମର ପ୍ରତିରକ୍ଷା ପ୍ରଣାଳୀ ଆମକୁ ଏକ ସଂକ୍ରାମକ ରୋଗ ବିରୁଦ୍ଧରେ ସୁରକ୍ଷା ଦେବାରେ ବିଫଳ ହୁଏ, ତେବେ ଆମେ ଅସୁସ୍ଥ ହୋଇପଡୁ ଏବଂ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଥାଏ । ଡାକ୍ତର ଆମକୁ ପ୍ରତିଜୀବକ (antibiotics) ନାମକ ଔଷଧ ଦେଇପାରନ୍ତି ଯାହା ରୋଗ ସୃଷ୍ଟି କରିଥିବା ଜୀବାଣୁକୁ ମାରିଦିଏ । ଆଣ୍ଟିବାୟୋଟିକ୍ସ କେବଳ ଜୀବାଣୁ ସଂକ୍ରମଣ ବିରୁଦ୍ଧରେ କାମ କରେ, କାରଣ ସେମାନେ ନିର୍ଦ୍ଦିଷ୍ଟ ଭାବରେ ବୀଜାଣୁ କୋଷର ଅଂଶଗୁଡ଼ିକୁ ନଷ୍ଟ କରନ୍ତି ଯାହା ମଣିଷ କିମ୍ବା ଅନ୍ୟ ପ୍ରାଣୀ କୋଷଠାରୁ ଭିନ୍ନ ।

ମନେରଖ – ଆଣ୍ଟିବାୟୋଟିକ୍ସ ଆଦିପ୍ରାଣୀ ଓ ଭୂତାଣୁଦ୍ଵାରା ହେଉଥ‌ିବା ସଂକ୍ରମଣ ବିରୁଦ୍ଧରେ କାମ କରେ ଭିନ୍ନ ।

ପ୍ରଥମ ଆବିଷ୍କୃତ ପ୍ରତିଜୀବକ (Antibiotic) – ପେନିସିଲିନ୍
ପେନିସିଲିନ୍ ଲଣ୍ଡନର ଜଣେ ବୀଜାଣୁବିତ୍ ଆଲେକ୍‌ଜାଣ୍ଡାର ଫ୍ଲେମିଂଙ୍କ ଦ୍ଵାରା ୧୯୨୮ ରେ ଆବିଷ୍କାର କରାଯାଇଥିଲା । କ୍ଷତିକାରକ ବୀଜାଣୁ ଅଧ୍ୟୟନ କରୁଥିବା ସମୟରେ ସେ ଦେଖୁଲେ ଯେ ଏକ ଫିମ୍ପି ପରିତ୍ୟକ୍ତ କାଚ ପାତ୍ର ଉପରେ ବୀଜାଣୁର ବୃଦ୍ଧିକୁ ବନ୍ଦ କରିଦେଇଥିଲା । ସେ ଅନୁଭବ କଲେ ଯେ ସେହି ଫିମ୍ପି ଏପରି ଏକ ପଦାର୍ଥ ନିର୍ଗତ କରେ ଯାହା ରୋଗକାରକ ବୀଜାଣୁକୁ ମାରି ଦେଇଥିଲା । ଏହି ଆକସ୍ମିକ ଆବିଷ୍କାର ହିଁ ପେନିସିଲିନ୍ ଭଳି ପ୍ରତିଜୀବକର ସୃଷ୍ଟି କଲା ଯାହା ବୀଜାଣୁ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ପ୍ରଥମ ଆଣ୍ଟିବାୟୋଟିକ୍ ।

ସମ୍ପ୍ରଦାୟରେ ଆଣ୍ଟିବାୟୋଟିକ୍ ପ୍ରତିରୋଧକ କିପରି ବ୍ୟାପିଥାଏ ?
ଆବଶ୍ୟକ ନଥିବା ସମୟରେ ଆଣ୍ଟିବାୟୋଟିକ୍ ନେବା
Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ 8
ଚିତ୍ର (କ) : ସମାଜରେ ଆଣ୍ଟିବାୟୋଟିକ୍-ପ୍ରତିରୋଧ ବୀଜାଣୁ ବ୍ୟାପିବା
ଏହା ସାଧାରଣ ସଂକ୍ରମଣର ଚିକିତ୍ସା କରିବା କଷ୍ଟକର କରିଥାଏ ତଥା ରୋଗର ଜଟିଳତା ଓ ଦୀର୍ଘକାଳୀନ ଅସୁସ୍ଥତା ବୃଦ୍ଧି କରିବା ସହିତ ମୃତ୍ୟୁର କାରଣ ମଧ୍ୟ ହୋଇପାରେ ।

କାର୍ଯ୍ୟ – ୭ : ଆସ ସିଦ୍ଧାନ୍ତରେ ପହଞ୍ଚିବା
ରୋଗ ସୃଷ୍ଟିକାରୀ ବୀଜାଣୁରେ ଆଣ୍ଟିବାୟୋଟିକ୍ ପ୍ରତିରୋଧ କିପରି ବିକଶିତ ହୋଇଛି ବୋଲି ତୁମେ ଭାବୁଛ ? ଆଣ୍ଟିବାୟୋଟିକ୍ ପ୍ରତିରୋଧକୁ ହ୍ରାସ କରିବା ପାଇଁ ଆମେ କେଉଁ ସତର୍କତା ଅବଲମ୍ବନ କରିପାରିବା ?
ଆଣ୍ଟିବାୟୋଟିକ୍ ପ୍ରତିରୋଧ ସମସ୍ୟାର ମୁକାବିଲା କରିବା ପାଇଁ କେବଳ ଅନୁଭୂତିସମ୍ପନ୍ନ ଡାକ୍ତରଙ୍କ ପରାମର୍ଶରେ ଉପଯୁକ୍ତ ମାତ୍ରା ଓ ନିର୍ଦ୍ଦେଶିତ ସମୟ ଅନୁସାରେ ବ୍ୟବହାର କରିବା। ପ୍ରତିଜୀବକ (antibiotic) ର ଅନାବଶ୍ୟକ ବ୍ୟବହାରକୁ ପ୍ରତିହତ କଲେ ଉପକାରୀ ଅଣୁଜୀବଙ୍କ ସଂଖ୍ୟା ବୃଦ୍ଧିପାଏ ଏବଂ ପରବର୍ତ୍ତୀ ବଂଶଧରଙ୍କ ପାଇଁ ଏହା ଫଳପ୍ରଦ ହୁଏ ।
ସାଧାରଣ ସ୍ଵାସ୍ଥ୍ୟ ସମସ୍ୟା ପରିଚାଳନା ପାଇଁ ଆୟୁର୍ବେଦ, ସିଦ୍ଧ ଏବଂ ୟୁନାନି ଭଳି ପାରମ୍ପରିକ ଔଷଧ ପ୍ରଣାଳୀ ବହୁ ବର୍ଷ ଧରି ଭାରତର ବ୍ୟବହୃତ ହୋଇଆସୁଛି ରୋଗର ନିରାକରଣ ତଥା ସୁସ୍ଥ ଶରୀର ପାଇଁ ସେମାନେ ଉତ୍ତମ ଜୀବନଶୈଳୀ ଓ ସୁଷମ ଖାଦ୍ୟକୁ ପ୍ରୋତ୍ସାହିତ କରି ଚେରମୂଳି, ତେଲ ଓ ଖଣିଜ ପଦାର୍ଥ ଭଳି ପ୍ରାକୃତିକ ପଦାର୍ଥ ବ୍ୟବହାର କରୁଥିଲେ ।

ଆଣ୍ଟିବାୟୋଟିକ୍ ପ୍ରତି ବ୍ୟାକ୍ଟେରିଆ କିପରି ପ୍ରତିରୋଧୀ ହୁଏ ?
Class 8 Science Chapter 3 Notes Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ 9
ଆଣ୍ଟିବାୟୋଟିକ୍-ପ୍ରତିରୋଧୀ ବୀଜାଣୁର ବିକାଶ ଏବଂ ପ୍ରତିରୋଧକ ପଦକ୍ଷେପ
ଯଦିଓ ଏହି ବ୍ୟବସ୍ଥା କେତେକ ପରିସ୍ଥିତିରେ ଦୈନନ୍ଦିନ ସୁସ୍ଥତା ପାଇଁ ଉପଯୋଗୀ, କିନ୍ତୁ, ସେଗୁଡ଼ିକ ସମସ୍ତ ପ୍ରକାର ରୋଗ ଓ ରୋଗର ସବୁ ସ୍ତର ପାଇଁ ପ୍ରଭାବଶାଳୀ ହୋଇ ନପାରେ ।

ଅଣସଂକ୍ରମଣ ରୋଗ ପାଇଁ ଲକ୍ଷଣଗୁଡ଼ିକୁ ଠିକ୍ ଭାବରେ ପରିଚାଳନା କରି ଉପଯୁକ୍ତ ଔଷଧ ପ୍ରୟୋଗ ଓ ଜୀବନ ଶୈଳୀ ପରିବର୍ତ୍ତନ ଦ୍ଵାରା ଜୀବନର ଗୁଣବତ୍ତା ବୃଦ୍ଧିଭିତ୍ତିକ ଚିକିତ୍ସା ପଦ୍ଧତି ଉପରେ ଧ୍ୟାନ ଦିଆଯାଏ । ପ୍ରାରମ୍ଭିକ ଅବସ୍ଥାରେ ରୋଗ ଚିହ୍ନଟ ଏକ ନିରନ୍ତର ଯନ୍ତ୍ର ମାଧ୍ୟମରେ ରୋଗର ଅଗ୍ରଗତିକୁ ନିୟନ୍ତ୍ରଣ କରିବା ଓ ଜଟିଳତାକୁ ରୋକିବା ସମ୍ଭବ ହୋଇଥାଏ ।

ଆମେ ଯାହା ଜାଣିଲୁ ।

  • ସ୍ଵାସ୍ଥ୍ୟ କହିଲେ କେବଳ ରୋଗର ଅନୁପସ୍ଥିତି ନୁହେଁ ବରଂ ଶାରୀରିକ, ମାନସିକ ଏବଂ ସାମାଜିକ ସୁସ୍ଥତାକୁ ବୁଝାଇଥାଏ ।
    ଖୁସିରେ ରହିବା ଦ୍ଵାରା ଆମେ ସକ୍ରିୟ ଓ ସୁସ୍ଥ ରହିଥାଉ ଏବଂ ଉତ୍ତମ ସ୍ଵାସ୍ଥ୍ୟ ମଧ୍ଯ ଆମର ମନୋଭାବକୁ ଉନ୍ନତ କରେ । ଶାରୀରିକ ସ୍ଵାସ୍ଥ୍ୟ ଏବଂ ଖୁସି ଅନୁଭବ କରିବା ପରସ୍ପର ପରିପୂରକ ।
  • ଏକ ରୋଗ ଶରୀର କିମ୍ବା ମନର ସାଧାରଣ କାର୍ଯ୍ୟକୁ ପ୍ରଭାବିତ କରେ ।
  • ଲକ୍ଷଣଗୁଡ଼ିକ ହେଉଛି ଯାହା ଆମେ ଅନୁଭବ କରୁ (ଯେପରିକି ଯନ୍ତ୍ରଣା କିମ୍ବା କ୍ଳାନ୍ତି), କିନ୍ତୁ ସଙ୍କେତଗୁଡ଼ିକ ଦେଖାଯାଇପାରେ କିମ୍ବା ମାପ କରାଯାଇପାରେ (ଯେପରିକି ଜ୍ଵର କିମ୍ବା ଶରୀରରେ ଦାଗ) ।
  • ମଧୁମେହ ଏବଂ ହୃଦରୋଗ ପରି ଅଣସଂକ୍ରମିତ ରୋଗଗୁଡ଼ିକ ବୀଜାଣୁ ଦ୍ଵାରା ନୁହେଁ ବରଂ ଜୀବନଶୈଳୀ ଏବଂ ପରିବେଶଗତ କାରଣ ଦ୍ଵାରା ହୋଇଥାଏ ।
    ସୁସ୍ଥ ଅଭ୍ୟାସ, ଜୀବନଶୈଳୀ ପରିବର୍ତ୍ତନ ଏବଂ ନିୟମିତ ବ୍ୟାୟାମ ଦ୍ଵାରା ଏଗୁଡ଼ିକୁ ପ୍ରାୟତଃ ରୋକାଯାଇପାରିବ । ସଂକ୍ରାମକ ରୋଗଗୁଡ଼ିକ ବୀଜାଣୁ, ଭୂତାଣୁ କିମ୍ବା କୃମି ଦ୍ଵାରା ସୃଷ୍ଟି ହୋଇଥାଏ ।
  • ଆମର ପ୍ରତିରକ୍ଷା ପ୍ରଣାଳୀ ଆମକୁ କ୍ଷତିକାରକ ରୋଗଜୀବାଣୁଙ୍କଠାରୁ ରକ୍ଷା କରିବାରେ ସାହାଯ୍ୟ କରେ । ଜୀବାଣୁର ମୃତ, ଦୁର୍ବଳ କିମ୍ବା ଅଣକ୍ଷତିକାରକ ଅଂଶ ବ୍ୟବହାର କରି, ଟୀକା ରୋଗକୁ ରୋକିବା ପାଇଁ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ତାଲିମ ଦିଏ ।
  • ରୋଗର ପରିଚାଳନା ଏବଂ ନିରାକରଣ ପାଇଁ ରୋଗର ଚିହ୍ନଟ ଏବଂ ଚିକିତ୍ସା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

Class 8 Science Chapter 7 Notes Odia Medium ପଦାର୍ଥର କଣିକା ପ୍ରକୃତି

Go through BSE Odisha Class 8 Science Notes Odia Medium and Class 8 Science Chapter 7 Notes Odia Medium ପଦାର୍ଥର କଣିକା ପ୍ରକୃତି to understand important concepts and topics more clearly.

8th Class Science Chapter 7 Notes Odia Medium

BSE Odisha Class 8 Science Chapter 7 Notes Odia Medium

ବିଷୟଭିତ୍ତିକ ସୂଚନା ଓ ବିଶ୍ଳେଷଣ’
ପୃଥ‌ିବୀରେ ଥ‌ିବା ସମସ୍ତ ବସ୍ତ ପଦାର୍ଥର କଣିକାରେ ତିଆରି ହୋଇଥାଏ । ଛୋଟ ଛୋଟ ଲୁଣଦାନାରୁ ଆରମ୍ଭ କରି ବିଶାଳ ପର୍ବତ ଶିଖର ପର୍ଯ୍ୟନ୍ତ ସମସ୍ତ ବସ୍ତୁ କଣିକାରୁ ପ୍ରସ୍ତୁତ ।
ଯେଉଁ ପଦାର୍ଥରେ ଏକ ନିର୍ଦ୍ଦିଷ୍ଟ ବସ୍ତୁତ୍ଵ ଅଛି ଏବଂ କିଛି ସ୍ଥାନ ଅଧିକାର କରୁଛି ତାହାକୁ ପଦାର୍ଥ କୁହାଯାଏ ।

ପଦାର୍ଥ କାହାକୁ ନେଇ ଗଠିତ
କାର୍ଯ୍ୟ – ୧ : ଆସ ଅନୁସନ୍ଧାନ କରିବା
(i) ଏକ ଚକ୍ ଖଡ଼ି ନିଆଯାଉ ଏବଂ ଏହାକୁ ଦୁଇଖଣ୍ଡ କରାଯାଉ ।
(ii) ହାତରେ ଭାଙ୍ଗିବା କଷ୍ଟକର ହେବା ପର୍ଯ୍ୟନ୍ତ ଚକ୍‌ଟିକୁ ଭାଙ୍ଗିବା ଜାରି ରଖାଯାଉ ।
(iii) ଏହିପରି ମିଳିଥିବା ଛୋଟ ଛୋଟ ଚକ୍ ଖଣ୍ଡଗୁଡ଼ିକୁ ପେଷଣ ଯନ୍ତ୍ର (Mortar and pestile) ବ୍ୟବହାର କରି ପେଷି ଦିଆଯାଉ । ଏହାଦ୍ଵାରା ଚକ୍ ଖଣ୍ଡ ଚୂର୍ଣ୍ଣରେ ପରିଣତ ହୋଇଯିବ ।
(iv) ଏକ ବର୍ଷକ ଗ୍ଲାସ ସାହାଯ୍ୟରେ ଚକ୍ରର ସୂକ୍ଷ୍ମ ଚୂର୍ଣ୍ଣକୁ ପର୍ଯ୍ୟବେକ୍ଷଣ କରାଯାଉ । ପର୍ଯ୍ୟବେକ୍ଷଣ :
(v) ଆମେ ଦେଖୁ ଯେ ପ୍ରତ୍ୟେକ ଛୋଟ ଦାନା (grain) ଏବେ ବି ଏକ ଚକ୍ କଣିକା (speck of chalk) ଅଟେ ।
(vi) ଏହି ସୂକ୍ଷ୍ମ ଚକ୍ ଚୂର୍ଷରେ ପ୍ରତ୍ୟେକ କଣିକା ଏବେ ବି ସମାନ ପଦାର୍ଥରେ ଗଠିତ ।
(vii) ଚକ୍ ପେଷିବା ଏକ ଭୌତିକ ପରିବର୍ତ୍ତନ । ପେଷିବା ଦ୍ଵାରା ଚକ୍ ଏକ ନୂତନ ପଦାର୍ଥରେ ପରିବର୍ତ୍ତନ ହୁଏ ନାହିଁ । ଏହା ଏକ ଭୌତିକ ପରିବର୍ତ୍ତନ, ଯେଉଁଥରେ କେବଳ ପ୍ରତ୍ୟେକ ଚକ୍ କଣିକାର ଆକାର ଆହୁରି ହ୍ରାସ ପାଇଛି ।
Class 8 Science Chapter 7 Notes Odia Medium ପଦାର୍ଥର କଣିକା ପ୍ରକୃତି 1
ଚିତ୍ର. (କ) ଚକ୍ ଖଡ଼ି (ଖ) ଚକ୍ ଖଡ଼ି ଦୁଇ ଖଣ୍ଡରେ ଭାଙ୍ଗିଗଲା
(viii) ଏହି ଚକ୍ ଚୂର୍ଣ୍ଣର କଣିକାଗୁଡ଼ିକୁ ଅଧିକ ପେଷଣ ଦ୍ଵାରା ଆହୁରି ଛୋଟ ଛୋଟ କଣିକାରେ ଭଙ୍ଗାଯାଇ ପାରିବ । ଆସ କଳ୍ପନା କରିବା ଯେ ଏହି ପୋଷଣ ପ୍ରକ୍ରିୟା ଜାରି ରହିବା ଦ୍ଵାରା ଶେଷରେ ଏପରି ଅବସ୍ଥାରେ ପହଞ୍ଚିବ ଯେଉଁଠି ଚକ୍ କଣିକାଗୁଡ଼ିକୁ ଆଉ ଭାଙ୍ଗି ହେବ ନାହିଁ ।
(ix) ଏହି ପର୍ଯ୍ୟାୟରେ ପ୍ରାପ୍ତ କ୍ଷୁଦ୍ରତମ ଏକକ ହେଉଛି ମୌଳିକ ସଂରଚନାତ୍ମକ ଏକକ (building blocks) ଯେଉଁଥୁରୁ ଚକ୍ ତିଆରି ହୋଇଥିଲା ।
(x) ଏହାର ଅର୍ଥ ହେଉଛି ଗୋଟିଏ ସମ୍ପୂର୍ଣ ଚକ୍ ଖଣ୍ଡ ବହୁ ସଂଖ୍ୟକ କ୍ଷୁଦ୍ରତମ ଏକକକୁ ନେଇ ଗଠିତ ହୋଇଥିଲା । ଏହି ଏକକଗୁଡ଼ିକୁ ଚକ୍‌ର ଗଠନକାରୀ କଣିକା (constituent particle) କୁହାଯାଏ ।
ଏକ ଗଠନକାରୀ କଣିକା ହେଉଛି ମୌଳିକ ଏକକ ଯାହା ଏକ ପଦାର୍ଥ କିମ୍ବା ସାମଗ୍ରୀର ଏକ ବଡ଼ଖଣ୍ଡକୁ ଗଠନ କରେ ।
ଚକ୍ ପରି ବାଲି ଏବଂ ମାଟିର କଣିକା, ବଡ଼ ପଥରର ସବୁଠାରୁ ଛୋଟ ଏକକ ନୁହେଁ । ଏଗୁଡ଼ିକ ମଧ୍ୟ ବହୁ ସଂଖ୍ୟକ ଉପାଦାନ ବା କଣିକାକୁ ନେଇ ଗଠିତ ।

କାର୍ଯ୍ୟ – ୨ : ଆସ ପରୀକ୍ଷା କରିବା
Class 8 Science Chapter 7 Notes Odia Medium ପଦାର୍ଥର କଣିକା ପ୍ରକୃତି 2
ଚିନି ଜଳରେ ଦ୍ରବୀଭୂତ ହେଲେ କ’ଣ ଘଟେ, ଜାଣିବାପାଇଁ ପରୀକ୍ଷା :
(i) ଏକ କାଚ ପାତ୍ରରେ ପାନୀୟ ଜଳ ଭର୍ତ୍ତି କରାଯାଉ ।
(ii) ଏଥ‌ିରେ ଦୁଇ ଚାମଚ ଚିନି ପକାଇବା ପରେ ପାଣିକୁ ଘାଣ୍ଟିବା ନାହିଁ ।
(iii) କାଚ ପାତ୍ର ପାଣିର ଉପର ସ୍ତରରୁ ଗୋଟିଏ ଛୋଟ ଚାମଚ ପାଣି ନେଇ ଚାଖୁ, ପାଣି ମିଠା ଲାଗିବ ନାହିଁ ।
(iv) ବର୍ତ୍ତମାନ ଚିନି ସମ୍ପୂର୍ଣ୍ଣ ଭାବରେ ଦ୍ରବୀଭୂତ ନ ହେବା ପର୍ଯ୍ୟନ୍ତ ପାଣିକୁ ଘାଣ୍ଟିବ ।
(v) ପୁଣି ଥରେ ଉପର ସ୍ତରରୁ ଗୋଟିଏ ଚାମଚ ପାଣି ଚାଖୁବା । ସ୍ଵାଦରେ କିଛି ପାର୍ଥକ୍ୟ ଜଣାପଡ଼ିବ । ଏହାର ସ୍ଵାଦ ପୂର୍ବ ପାଣିଠାରୁ ମିଠା ହେବ । ଜଳରେ ଚିନି ମିଳେଇବା
(vi) ଚିନି ଦ୍ରବୀଭୂତ ହୋଇଯିବା ପରେ ପାଣିର ଉପର ସ୍ତରର ସ୍ଵାଦ ମିଠା ହେଉଥୁବାରୁ, ଦ୍ରବଣରେ ଏହାର ଉପସ୍ଥିତି ନିଶ୍ଚିତ କରିହୁଏ ଆମେ ଦ୍ରବଣରେ କୌଣସି ଚିନି କଣିକା ଦେଖୁ ପାରିବା ନାହିଁ ।
(vii) ଚିନି କଣିକାଗୁଡ଼ିକୁ ଆଉ ଦେଖାଯାଇ ପାରିବ ନାହିଁ, କିନ୍ତୁ ସ୍ଵାଦ ଦ୍ଵାରା ତା’ର ଉପସ୍ଥିତି ଅନୁଭବ କରାଯାଇପାରିବ ।
ଯେତେବେଳେ ଚିନି ପାଣିରେ ଦ୍ରବୀଭୂତ ହୁଏ, ଏହାର ଉପାଦାନଗୁଡ଼ିକ କଣିକାରେ ଭାଙ୍ଗିଯାଏ ଯାହାକୁ ଆଉ ପୁନର୍ବାର ଭାଙ୍ଗି ଦିଆଯାଇ ପାରିବ ନାହିଁ । ଚିନିର ପ୍ରତ୍ୟେକ ଦାନା ଲକ୍ଷ ଲକ୍ଷ କ୍ଷୁଦ୍ର କଣିକାରେ ଗଠିତ ।
(viii) କାର୍ଯ୍ୟ ୧ ଏବଂ ୨ ଏହି ଧାରଣାକୁ ସମର୍ଥନ କରେ ଯେ ପଦାର୍ଥ ବହୁ ସଂଖ୍ୟକ ଅତ୍ୟନ୍ତ କ୍ଷୁଦ୍ର କଣିକା ଦ୍ଵାରା ଗଠିତ । ଏହି କଣିକାଗୁଡ଼ିକ ଏତେ ଛୋଟ ଯେ ସାଧାରଣ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ମଧ୍ୟ ସେଗୁଡ଼ିକୁ ଦେଖୁପାରିବ ନାହିଁ ।
(ix) କ୍ଷୁଦ୍ର ଚିନି କଣିକାଗୁଡ଼ିକ ଜଳ କଣିକାଗୁଡ଼ିକ ମଧ୍ୟରେ ଥିବା ସ୍ଥାନଗୁଡ଼ିକ ଅଧ‌ିକାର କରନ୍ତି । କଣିକାଗୁଡ଼ିକ ମଧ୍ୟରେ ଥ‌ିବା ଏହି ସ୍ଥାନଗୁଡ଼ିକୁ ଆନ୍ତଃକଣିକା ସ୍ଥାନ (interparticle spaces) କୁହାଯାଏ ।

ଆନ୍ତଃକଣିକା ଆକର୍ଷଣ ବଳ (Interparticle attraction) – ପଦାର୍ଥର କଣିକାଗୁଡ଼ିକ ଯେଉଁ ସ୍ଵାଭାବିକ ଆକର୍ଷଣ ବଳ ଦ୍ଵାରା ଦୃତ ଭାବରେ ବାନ୍ଧି ହୋଇ ରହନ୍ତି ତାହାକୁ ଆନ୍ତଃକଣିକା ଆକର୍ଷଣ ବଳ କହନ୍ତି । ଏହି ଆକର୍ଷଣ ବଳ ପଦାର୍ଥର ପ୍ରକୃତି ଏବଂ ଆନ୍ତଃ କଣିକା ଦୂରତା ଉପରେ ନିର୍ଭର କରେ । ଦୂରତାରେ ବୃଦ୍ଧି ଘଟିଲେ ଆନ୍ତଃକଣିକା ବଳ ବହୁ ପରିମାଣରେ ହ୍ରାସ ପାଏ । ଏହି ବଳ ଗୁଡ଼ିକର ଶକ୍ତି ପଦାର୍ଥଗୁଡ଼ିକର ଭୌତିକ ଅବସ୍ଥା ନିର୍ଣ୍ଣୟ କରେ ।

ପରମାଣୁ (Atom) – ପ୍ରାଚୀନ ଭାରତୀୟ ଦାର୍ଶନିକ ଆଚାର୍ଯ୍ୟ କଣାଦ ପ୍ରଥମେ ପରମାଣୁର ଧାରଣା ଦେଇଥିଲେ । ସେ ବିଶ୍ଵାସ କରୁଥିଲେ ଯେ, ପଦାର୍ଥ କ୍ଷୁଦ୍ର, ଅବିଭାଜ୍ୟ ଚିରସ୍ଥାୟୀ କଣିକା ଦ୍ଵାରା ଗଠିତ, ଯାହାକୁ ପରମାଣୁ କୁହାଯାଏ । ତାଙ୍କର ଏହି ଧାରଣା ‘ବୈଶେଷିକ ସୂତ୍ର’’ରେ ଲିପିବଦ୍ଧ ହୋଇଥିଲା ।
କଠିନ ପଦାର୍ଥରେ କଣିକାଗୁଡ଼ିକର ସ୍ଥିତି :

କାର୍ଯ୍ୟ – ୩ : ଆସ ଜାଣିବା
(i) ଲୁହାଖଣ୍ଡ, ସୈନ୍ଧବ ଲବଣ, ପଥର, କାଠଖଣ୍ଡ, ଚାବିକାଠି ଏବଂ ଆଲୁମିନିୟମ ଖଣ୍ଡ ପ୍ରଭୃତି କଠିନ ପଦାର୍ଥ କହନ୍ତି ।
(ii) ଏହି ପଦାର୍ଥଗୁଡ଼ିକର ନିର୍ଦ୍ଦିଷ୍ଟ ଆକାର, ଆକୃତି ଓ ଆୟତନ ଥାଏ ।
(iii) ଏହି ପଦାର୍ଥରେ କଣିକା ଗୁଡ଼ିକ ଦୃଢ଼ ଭାବରେ ଏକାଠି ବାନ୍ଧି ହୋଇ ରହିଥାଏ ।
(iv) ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ବଳ ବହୁତ ଶକ୍ତିଶାଳୀ ହେତୁ ଏହି କଣିକା ଗୁଡ଼ିକ ଏକାଠି ବାନ୍ଧି ହୋଇ ରହିଥାଆନ୍ତି ।
(v) ଏହି ଆକର୍ଷଣ ବଳ ଯୋଗୁ କଠିନ ପଦାର୍ଥର କଣିକାଗୁଡ଼ିକ ମୁକ୍ତ ଭାବରେ ଗତି ନ କରି ଏକ ନିର୍ଦ୍ଦିଷ୍ଟ ଅବସ୍ଥାନ ଧାରଣ କରନ୍ତି ।
(vi) କଣିକା ଗୁଡ଼ିକ ଆଘାତ ପାଇଲେ ସେମାନେ ପରସ୍ପରକୁ ଅତିକ୍ରମ ନ କରି କେବଳ ନିଜ ସ୍ଥାନରେ ପ୍ରକମ୍ପିତ କିମ୍ବା ଦୋଳିତ (Vibrate or Oscillate) ହୁଅନ୍ତି ।

Class 8 Science Chapter 7 Notes Odia Medium ପଦାର୍ଥର କଣିକା ପ୍ରକୃତି

କଠିନ ପଦାର୍ଥର ଗଳନାଙ୍କ (Melting point) :
କଠିନ ପଦାର୍ଥକୁ ଗରମ କଲେ, ସେମାନଙ୍କର କଣିକାଗୁଡ଼ିକ ଅଧିକ ମାତ୍ରାରେ କମ୍ପିତ ହୁଅନ୍ତି । ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟରେ ପହଞ୍ଚିବା ପରେ ଏହି କମ୍ପନ ଏତେ ତିବ୍ର ହୋଇଥାଏ ଯେ କଣିକାଗୁଡ଼ିକ ସେମାନଙ୍କର ସ୍ଥାନ ଛାଡ଼ିବାକୁ ଆରମ୍ଭ କରନ୍ତି । ଆନ୍ତଃକଣିକା ଆକର୍ଷଣ ବଳ ଦୁର୍ବଳ ହୋଇଯାଏ ଏବଂ କଠିନ ପଦାର୍ଥ ତରଳ
ଅବସ୍ଥା ଧାରଣ କରେ ।
Class 8 Science Chapter 7 Notes Odia Medium ପଦାର୍ଥର କଣିକା ପ୍ରକୃତି 3
କଠିନରୁ ତରଳର ରୂପାନ୍ତରର ବର୍ଦ୍ଧିତ ପ୍ରତୀକ ଚିତ୍ର

ଯେଉଁ ତାପମାତ୍ରାରେ କଠିନ ପଦାର୍ଥ ତରଳ ପଦାର୍ଥକୁ ରୂପାନ୍ତରିତ ହୁଏ ତାହାକୁ କଠିନ ପଦାର୍ଥର ଗଳନାଙ୍କ କହନ୍ତି ।
ସାଧାରଣତଃ ତରଳ ଅବସ୍ଥାରେ ଥିବା ପଦାର୍ଥର କଣିକାଗୁଡ଼ିକ କଠିନ ଅବସ୍ଥାରେ ଥିବା କଣିକା ଗୁଡ଼ିକ ତୁଳନାରେ ପରସ୍ପରଠାରୁ ଅଧିକ ଦୂରତାରେ ଥାଆନ୍ତି (ବରଫ ଏକ ବ୍ୟତିକ୍ରମ, କାରଣ ବରଫର କଣିକାଗୁଡ଼ିକ, ଜଳର କଣିକା ତୁଳନାରେ ପରସ୍ପରଠାରୁ ଅଧ‌ିକ ଦୂରତାରେ ରହନ୍ତି ।)
ଯେଉଁ କଠିନ ପଦାର୍ଥର କଣିକା ମଧ୍ଯରେ ଆନ୍ତଃକଣିକା ଆକର୍ଷଣ ବଳ ଦୁର୍ବଳ, ସେମାନଙ୍କର ଗଳନାଙ୍କ କମ୍ ହୋଇଥାଏ । ଅନ୍ୟ ପକ୍ଷରେ ପଦାର୍ଥର କଣିକା ଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣବଳ ଅଧିକ ଥିଲେ ଏହାର ଗଳନାଙ୍କ ବୃଦ୍ଧି ପାଏ ।

ନିମ୍ନରେ କେତୋଟି କଠିନ ପଦାର୍ଥର ଗଳନାଙ୍କ ଦିଆଗଲା ।
Class 8 Science Chapter 7 Notes Odia Medium ପଦାର୍ଥର କଣିକା ପ୍ରକୃତି 4

ତରଳ ପଦାର୍ଥ (Liquid) :
(i) ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆକର ନଥାଏ । ଏହା ଯେଉଁ ପାତ୍ରରେ ରହେ ସେହି ପାତ୍ରର ଆକାର ଧାରଣ କରେ ।
(ii) ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆୟତନ ଥାଏ ।
(ii) ତରଳ ପଦାର୍ଥର ଆନ୍ତଃକଣିକା ଆକର୍ଷଣ ବଳ କଠିନ ପଦାର୍ଥ ତୁଳନାରେ ସାମାନ୍ୟ ଦୁର୍ବଳ କିନ୍ତୁ କଣିକାଗୁଡ଼ିକ ଏକାଠି ରହିବାପାଇଁ ଏହି ବଳ ଯଥେଷ୍ଟ ।
(iv) ତରଳ ପଦାର୍ଥରେ କଣିକାଗୁଡ଼ିକ ସ୍ଥିର ନଥାନ୍ତି, ତାପମାତ୍ରା ବୃଦ୍ଧି ପାଇଲେ ସେମାନଙ୍କର ଗତି ବୃଦ୍ଧି ପାଇଥାଏ ଏବଂ ତରଳ ପଦାର୍ଥ ଗ୍ୟାସୀୟ ପଦାର୍ଥକୁ ରୂପାନ୍ତରିତ ହୁଏ । ଏହି ତାପମାତ୍ରାକୁ ତରଳର ସ୍ଫୁଟନାଙ୍କ (boiling point) କହନ୍ତି ।
(v) ସ୍ଫୁଟନାଙ୍କ ଠାରୁ ନିମ୍ନ ତାପମାତ୍ରାରେ ମଧ୍ଯ ତରଳ ପଦାର୍ଥ ବାଷ୍ପରେ ପରିଣତ ହୁଏ, ଏହି ଧୀର ପ୍ରକ୍ରିୟାକୁ ବାଷ୍ପୀଭବନ (evaporation) କହନ୍ତି ।
(vi) ତରଳପଦାର୍ଥ ପ୍ରବାହମାନ ହୋଇଥିବାରୁ ଏହାକୁ ପ୍ରବାହି (Fluid) କହନ୍ତି ।

କାର୍ଯ୍ୟ – ୪ : ଆସ ଖୋଜିବା ଓ ଜାଣିବା
ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆୟତନ ଥାଏ, ଏହା ଜାଣିବା ପାଇଁ ପରୀକ୍ଷା :
(i) ବିଭିନ୍ନ ଆକୃତିର ତିନୋଟି ସଫା ଏବଂ ଶୁଖୁଲା ପାତ୍ରରେ ପାଣି ନିଆଯାଉ । ସେଗୁଡ଼ିକୁ କ, ଖ ଏବଂ ଗ ଭାବରେ ନାମିତ କରାଯାଉ ।
Class 8 Science Chapter 7 Notes Odia Medium ପଦାର୍ଥର କଣିକା ପ୍ରକୃତି 5
ବିଭିନ୍ନ ଆକୃତିର ପାତ୍ରରେ ପାଣି ନେବା
(ii) ପ୍ରତ୍ୟେକ ପାତ୍ରରେ 200 ମି.ଲି. ସ୍ତର (୧, ୨, ୩)କୁ ମାର୍କର ବ୍ୟବହାର କରି କିମ୍ବା କାଗଜର ଏକ ପତଳା ପଟି ଅଠାରେ ଲଗାଇ ଚିହ୍ନିତ କରାଯାଉ ।
(iii) ପାତ୍ର ‘କ’ରେ ଚିହ୍ନିତ ସ୍ତର ପର୍ଯ୍ୟନ୍ତ ପାଣି ଭର୍ତ୍ତି କରାଯାଉ ।
(iv) ପାଣିକୁ ଢାଳି ନ ଦେଇ ପାତ୍ର ‘କ’ରୁ ପାତ୍ର ‘ଖ’ କୁ ସତର୍କତା ସହ ସ୍ଥାନାନ୍ତର କରାଯାଉ ଏବଂ ପାଣିର ଆକୃତି ଏବଂ ସ୍ତର ଦେଖାଯାଉ ।
(v) ଏବେ, ସମାନ ପାଣିକୁ ପାତ୍ର ‘ଖ’ରୁ ପାତ୍ର ‘ଗ’କୁ ସତର୍କତାର ସହିତ ସ୍ଥାନାନ୍ତର କରି ଏହାର ଆକୃତି ଏବଂ ଏହାର ସ୍ତରକୁ ପୁଣି ଥରେ ପର୍ଯ୍ୟବେକ୍ଷଣ କରାଯାଉ ।
(vi) ଆମେ ଦେଖୁବା ଯେ ପାଣି ଯେଉଁ ପାତ୍ରରେ ଢାଳି ଦିଆଯାଏ ସେହି ପାତ୍ରର ଆକାର ଧାରଣ କରେ । ତେଣୁ, ତରଳ ପଦାର୍ଥଗୁଡ଼ିକର ଏକ ନିର୍ଦ୍ଦିଷ୍ଟ ଆକାର ନାହିଁ ଏବଂ ସେମାନେ ଯେଉଁ ପାତ୍ରରେ ରହନ୍ତି ସେହି ପାତ୍ରର ଆକାର ଧାରଣ କରନ୍ତି । ତରଳ ପଦାର୍ଥର କଣିକାଗୁଡ଼ିକ ମୁକ୍ତ ଭାବରେ ଗତି କରୁଥିବାରୁ ଏପରି ହୁଏ ।
(vii) ତିନୋଟି ପାତ୍ରରେ ଜଳସ୍ତର 200 ମି.ଲି. ଥିବାରୁ ଆୟତନରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହୁଏ ନାହିଁ । ତେଣୁ, ଆମେ କହିପାରିବା ଯେ ତରଳ ପଦାର୍ଥର ଏକ ନିର୍ଦ୍ଦିଷ୍ଟ ଆୟତନ ଅଛି । (ଯଦି ଏକ ପାତ୍ର ସଫା ନ ଥାଏ, ତେବେ କିଛି ପାଣି ଏହାର କାନ୍ଥରେ ଲାଗି ରହିପାରେ, ଯାହା ଫଳରେ ଢାଳିବା ପରେ ପରବର୍ତ୍ତୀ ପାତ୍ରରେ ଜଳସ୍ତର 200 ମି.ଲି. ରୁ ଟିକିଏ କମ୍ ହୋଇପାରେ) ।
Class 8 Science Chapter 7 Notes Odia Medium ପଦାର୍ଥର କଣିକା ପ୍ରକୃତି 6
ପାଣି ଭିତରେ ଆଙ୍ଗୁଠି ଘୁଞ୍ଚାଇବା
(viii) ତରଳ କଣିକାଗୁଡ଼ିକ କେବଳ ସୀମିତ ସ୍ଥାନ ମଧ୍ଯରେ ମୁକ୍ତ ଭାବରେ ଗତି କରିପାରିବେ । ତେଣୁ, ଆମେ ଅନୁମାନ କରିପାରିବା ଯେ ତରଳର କୌଣସି ନିର୍ଦ୍ଦିଷ୍ଟ ଆକାର ନାହିଁ କିନ୍ତୁ ଏକ ନିର୍ଦ୍ଦିଷ୍ଟ ଆୟତନ ରହିଥାଏ ।

ତରଳ ପଦାର୍ଥର ସ୍ଫୁଟନାଙ୍କ (Boiling point) :
ତରଳ ପଦାର୍ଥକୁ ଗରମ କଲେ, ଏକ ପର୍ଯ୍ୟାୟ ଆସେ ଯେତେବେଳେ ଏହା ଫୁଟିବା ଆରମ୍ଭ କରେ । ଏକ ବାୟୁମଣ୍ଡଳୀୟ ଚାପରେ ଯେଉଁ ତାପମାତ୍ରାରେ ତରଳ ପଦାର୍ଥ ଫୁଟି ବାଷ୍ପରେ ପରିଣତ ହୁଏ, ତାହାକୁ ଏହାର ସ୍ଫୁଟନାଙ୍କ କହନ୍ତି । କଣିକାଗୁଡ଼ିକର ଗତି ଏତେ ବୃଦ୍ଧିପାଏ ଯେ ସେମାନେ ପରସ୍ପରଠାରୁ ଦୂରେଇ ଯାଆନ୍ତି, ଯାହା ଫଳରେ ଆନ୍ତଃକଣିକା ଆକର୍ଷଣ ବଳ କମିଯାଏ । ଶେଷରେ ଉପାଦାନ କଣିକାଗୁଡ଼ିକ ତରଳ ଅବସ୍ଥାରୁ ମୁକ୍ତ ହୋଇ ବାଷ୍ପ କିମ୍ବା ଗ୍ୟାସୀୟ ଅବସ୍ଥାକୁ ପରିବର୍ତ୍ତିତ ହୁଏ । ଏହି ପ୍ରକ୍ରିୟା କେବଳ ତରଳର ପୃଷ୍ଠଭାଗରେ ନଘଟି ସମଗ୍ର ବସ୍ତତ୍ଵରେ ଘଟିଥାଏ । ତେଣୁ ତରଳ ପଦାର୍ଥରେ ଫୋଟକା ସୃଷ୍ଟି ହୁଏ ।

ବାଷ୍ପୀଭବନ (Evaporation) :
ତରଳଗୁଡ଼ିକର ବାଷ୍ପରେ ପରିଣତ ପ୍ରକ୍ରିୟା ସମସ୍ତ ତାପମାତ୍ରାରେ ହୋଇଥାଏ । ଏପରିକି ତରଳର ସ୍ଫୁଟନାଙ୍କଠାରୁ ନିମ୍ନ ତାପମାତ୍ରାରେ ମଧ୍ୟ ବାଷ୍ପ ସୃଷ୍ଟିହୁଏ । ଏହି ଧୀର ପ୍ରକ୍ରିୟାକୁ ବାଷ୍ପୀଭବନ କହନ୍ତି । ବାଷ୍ପୀଭବନର ପରିମାଣ ତାପମାତ୍ରା, ଚାପ, ବାୟୁପ୍ରବାହ, ବାୟୁର ଆର୍ଦ୍ରତା ପ୍ରଭୃତି କାରକଗୁଡ଼ିକ ଉପରେ ନିର୍ଭର କରେ ।

ଗ୍ୟାସୀୟ ଅବସ୍ଥା (Gaseous State) :
ଗ୍ୟାସୀୟ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର, ଆକୃତି କିମ୍ବା ଆୟତନ ନଥାଏ । ଏହାର କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ବା ଆନ୍ତଃକଣିକା ସ୍ଥାନ ବହୁତ ବେଶୀ । ସେମାନଙ୍କ ମଧ୍ୟରେ ଆନ୍ତଃ କଣିକା ଆକର୍ଷଣ ବଳ ସର୍ବନିମ୍ନ । ଗ୍ୟାସୀୟ ପଦାର୍ଥର ଆୟତନ ତାପମାତ୍ରା ଓ ଚାପଦ୍ଵାରା ବିଶେଷ ପ୍ରଭାବିତ ହୁଏ । ସର୍ବଦା ପ୍ରବହମାନ ହେତୁ ଗ୍ୟାସୀୟ ପଦାର୍ଥକୁ ପ୍ରବାହି (Fluid) ମଧ୍ୟ କୁହାଯାଏ ।

କାର୍ଯ୍ୟ – ୫ : ଆସ ଅନୁସନ୍ଧାନ କରିବା
(i) ଗ୍ୟାସର ନିର୍ଦ୍ଦିଷ୍ଟ ଆୟତନ ନଥାଏ, ଏହା ଜାଣିବାପାଇଁ ଏକ ପରୀକ୍ଷା ଦୁଇଟି ସ୍ଵଚ୍ଛ ଗ୍ୟାସ ଜାର କିମ୍ବା କାଚ ବିକର ନିଆଯାଉ ଏବଂ ସେଗୁଡ଼ିକୁ ‘କ’ ଏବଂ ‘ଖ’ ନାମରେ ଚିହ୍ନିତ କରାଯାଉ ।
(ii) ଧୂପକାଠି ଜାଳି କିଛି ଧୂଆଁ ସୃଷ୍ଟି କରାଯାଉ ।
(iii) ଧୂଆଁ ଉପରେ ଗ୍ୟାସ୍ ଜାର ‘କ’ କୁ ଓଲଟା କରି ଧରାଯାଉ ।
(iv) ଗ୍ୟାସ ଜାରଟିରେ ଧୂଆଁ ଭର୍ତ୍ତି କରି ରଖାଯାଉ ।
(v) ଏହାକୁ ଓଲଟାଇ ଏକ କାଚ ପ୍ଲେଟ୍ ଦ୍ଵାରା ଘୋଡ଼ାଇ ରଖାଯାଉ ।
(vi) ଆଉ ଏକ ଗ୍ୟାସ୍ ଜାର ‘ଖ’ କୁ ଓଲଟା ଧରାଯାଉ ଏବଂ ଏହାକୁ ଗ୍ୟାସ ଜାର ‘କ’ ଉପରେ ଘୋଡ଼ାଇ ରଖୁଥ‌ିବ। କାଚ ପ୍ଲେଟ ଉପରେ ଧୀରେ ଧୀରେ ରଖାଯାଉ ।
(vii) କାଚ ପ୍ଲେଟକୁ ଧୀରେ ଧୀରେ ବାହାର କରାଯାଉ ଏବଂ ନିଶ୍ଚିତ କର ଯେ ଉଭୟ ଗ୍ୟାସ ଜାର ଯଥେଷ୍ଟ ପାଖାପାଖୁ ଅଛି ଏବଂ ଧୂଆଁ ବାହାରିବା ପାଇଁ କୌଣସି ଫାଙ୍କ ନାହିଁ ।
Class 8 Science Chapter 7 Notes Odia Medium ପଦାର୍ଥର କଣିକା ପ୍ରକୃତି 7
ଗ୍ୟାସ୍ ଜାର ଭିତରେ ଧୂଆଁ ମୁକ୍ତ ଭାବରେ ବ୍ୟାପିଯାଏ
(viii) ଗ୍ୟାସ ଜାର ‘ଖ’ ଭିତରେ ଧୂଆଁ କିପରି ବ୍ୟାପିଥାଏ ତାହା ଦେଖାଯାଉ ।
(ix) ଧୂଆଁ ଗ୍ୟାସ୍ ଜାର ‘ଖ’ରେ ଥିବା ସେମାନେ ଯେଉଁ ପାତ୍ରରେ ଅଛନ୍ତି ସମ୍ପୂର୍ଣ୍ଣ ଉପଲବ୍ଧ ସ୍ଥାନ ଅଧିକାର କରିବାର ପ୍ରବୃତ୍ତି ରଖନ୍ତି । ତରଳ ପରି ତାହାର ଆକୃତି ମଧ୍ଯ ଧାରଣ କରନ୍ତି ।
(x) ଏହା ଦର୍ଶାଏ ଯେ ଗ୍ୟାସରେ ଥ‌ିବା କଣିକାଗୁଡ଼ିକ ସବୁ ଦିଗରେ ମୁକ୍ତ ଭାବରେ ଗତି କରନ୍ତି ଏବଂ ସେମାନଙ୍କ ଆନ୍ତଃକଣିକା ଆକର୍ଷଣ ବଳ ନଗଣ୍ୟ । ଫଳସ୍ଵରୂପ, ଗ୍ୟାସଗୁଡ଼ିକର ଏକ ନିର୍ଦ୍ଦିଷ୍ଟ ଆକାର କିମ୍ବା ଆୟତନ ନାହିଁ ।
(xi) ଧୂପକାଠିର ଧୂଆଁ ବଦଳରେ ଆୟୋଡ଼ିନ୍ ବାଷ୍ପ ବ୍ୟବହାର କରି ମଧ୍ୟ ଏହି ପ୍ରଦର୍ଶନ କରାଯାଇପାରିବ ।

କାର୍ଯ୍ୟ – ୬ : ଆସ ପରୀଷଣ କରିବା
ଆନ୍ତଃକଣିକା ବ୍ୟବଧାନ ପ୍ରତ୍ୟେକ ଅବସ୍ଥା (କଠିନ, ତରଳ ଏବଂ ଗ୍ୟାସ)ର ଧର୍ମ ଓ ଗୁଣ ନିର୍ଣ୍ଣୟ କରିବାରେ କ’ଣ ଭୂମିକା ଗ୍ରହଣ କରେ, ତାହା ଜାଣିବାପାଇଁ ପରୀକ୍ଷା
(i) ଛୁଞ୍ଚି ନ ଲାଗିଥିବା ଏକ ସିରିଞ୍ଜ ନିଆଯାଉ । ସିରିଞ୍ଜର ଭିତର ଅଂଶକୁ ସମ୍ପୂର୍ଣ୍ଣ ବିସ୍ତାରିତ କରି ବାହାରକୁ ଟଣାଯାଉ ।
(ii) ସିରିଞ୍ଜ ଭିତରେ ଥିବା ପବନକୁ ବାହାରକୁ ନ ଯିବାପାଇଁ ଆମେ ବୁଢ଼ା ଆଙ୍ଗୁଠିକୁ ସିରିଞ୍ଜର ଖୋଲା ପ୍ରାନ୍ତ ଉପରେ ରଖୁ ।
(iii) ବାହାର କୁ ଟଣା ଯାଇ ଥ୍ ବ। ଭି ତ ର ଅଂଶକୁ ଧୀରେ ଧୀରେ ଭିତରକୁ ଠେଲାଯାଉ ।
(iv) ଆମେ ଦେଖୁ ଯେ, ଆୟତ ନ ପାଉଛି । ସିରିଞ୍ଜ ଭିତରେ ବାୟୁର ହ୍ରାସ
(v) ସିରିଞ୍ଜକୁ ଭିତର ପଟକୁ ଠେଲି ବାୟୁକୁ ସଙ୍କୁଚିତ କଲେ, କଣିକାଗୁଡ଼ିକ ପାଖକୁ ଆସିବାପାଇଁ ବାଧ୍ୟ ହେଲେ । ଏହା ଦର୍ଶାଏ ଯେ, ଗ୍ୟାସ କଣିକାଗୁଡ଼ିକର ସ୍ଵାଭାବିକ ଅବସ୍ଥାରେ ସେମାନଙ୍କ ମଧ୍ୟରେ ବହୁତ ସ୍ଥାନ ଥାଏ ଏବଂ ବାହ୍ୟ ଚାପ ପ୍ରୟୋଗ କରି ଏହି ସ୍ଥାନକୁ ହ୍ରାସ କରାଯାଇପାରିବ ।
(vi) ଯଦି ଆମେ ସିରିଞ୍ଜକୁ ଭିତର ପଟକୁ ଠେଲିବା ବନ୍ଦ କରିବା, ତେବେ ଗ୍ୟାସ କଣିକାଗୁଡ଼ିକ ବିସ୍ତାରିତ ହୋଇଯାଆନ୍ତି ଏବଂ ଭିତର ନଳୀଟି ପୁଣି ତାର ମୂଳ ଅବସ୍ଥାକୁ ଫେରିଯାଏ । ଜଳ ବ୍ୟବହାର କରି ଏହି କାର୍ଯ୍ୟକୁ ପୁନରାବୃତ୍ତି କଲେ ଏବଂ ପର୍ଯ୍ୟବେକ୍ଷଣ କଲେ ଦେଖ‌ିବା ଜଳ ସଙ୍କୁଚିତ ହୋଇପାରେ ନାହିଁ ।
(vii) ଏଥୁରୁ ଜଣାଯାଏ ଯେ, ଗ୍ୟାସର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ଅଧିକ ହେତୁ ଏହା ଚାପ ପ୍ରୟୋଗଦ୍ଵାରା
ଆୟତନ ହ୍ରାସ କଲା । ଅନ୍ୟପକ୍ଷରେ ଜଳ କଣିକା ମଧ୍ଯରେ ଫାଙ୍କା ସ୍ଥାନ କମ୍ ଥ‌ିବାରୁ ଏହା ଉପରେ ଚାପର ପ୍ରଭାବ ନଗଣ୍ୟ ହେଲା । ଏଣୁ ଆନ୍ତଃକଣିକାସ୍ଥାନ ପଦାର୍ଥର ଭୌତିକ ଅବସ୍ଥାର ନିୟାମକ ।
Class 8 Science Chapter 7 Notes Odia Medium ପଦାର୍ଥର କଣିକା ପ୍ରକୃତି 8
ବିଭିନ୍ନ ଅବସ୍ଥାର ସିରିଞ୍ଜର ପିଷ୍ଟନ

କାର୍ଯ୍ୟ – ୭ : ଆସ ପର୍ଯ୍ୟବେକ୍ଷଣ କରିବା
ଜଳର କଣିକାଗୁଡ଼ିକ ମଧ୍ୟରେ ଥିବା ଫାଙ୍କାସ୍ଥାନ ଏଥ‌ିରେ ଦ୍ରବିଭୂତ ପଦାର୍ଥର କଣିକାଗୁଡ଼ିକୁ ଦଖଲ କରିବାକୁ ଦେଇଥାଏ, ଏହା ଜାଣିବାପାଇଁ ଏକ ପରୀକ୍ଷା–
(i) ଏକ କାଚପାତ୍ର ନିଆଯାଉ । ଏହାକୁ ପ୍ରାୟ ଅଧା ପାଣିରେ ପୂର୍ଣ୍ଣ କରି ପାଣିର ସ୍ତରକୁ ଚିହ୍ନଟ କରାଯାଉ ।
(ii) ଏଥ‌ିରେ ଦୁଇ ଚାମଚ ଚିନି ମିଶାଯାଉ ।
(iii) କାଚ ପାତ୍ରରେ ନୂତନ ଜଳସ୍ତର ‘ଖ’ ଚିହ୍ନଟ କରାଯାଉ ।
(iv) ଚିନିକୁ ଦ୍ରବୀଭୂତ କରିବାପାଇଁ ଏକ କାଚଦଣ୍ଡ ସାହାଯ୍ୟରେ ପାଣିକୁ ଗୋଳାଯାଉ
(v) ଚିହ୍ନିତ ହୋଇଥିବା ଜଳସ୍ତର ‘ଖ’ ତୁଳନାରେ ଜଳସ୍ତର ‘ଗ’ ବୃଦ୍ଧି ପାଇବ କି ହ୍ରାସ ପାଇବ ତାହା ଅନୁମାନ କରାଯାଉ ।
(vi) ଏହି ଜଳସ୍ତରକୁ ପୁଣି ଥରେ ‘ଗ’ ଭାବରେ ଚିହ୍ନିତ କରାଯାଉ ।
Class 8 Science Chapter 7 Notes Odia Medium ପଦାର୍ଥର କଣିକା ପ୍ରକୃତି 9
ଜଳସ୍ତରରେ ପରିବର୍ତ୍ତନ
(vii) ଆମେ ଦେଖୁ ଯେ, ପ୍ରାରମ୍ଭରେ ଚିନି ମିଶାଗଲେ ପାଣିର ସ୍ତର ବୃଦ୍ଧିପାଏ, କିନ୍ତୁ ଦ୍ରବୀଭୂତ ହେବା ପରେ ଏହା କିଛି ପରି ମାଣରେ ହ୍ରାସ ପାଇପାରେ । ଚିନି ଯେହେତୁ ଦ୍ରବଣର ଆୟତନ ପାଣି ଏବଂ ଚିନିର | କଣିକା ଆୟତନର ସମଷ୍ଟି ଅପେକ୍ଷା କମ୍ । ଏହା ସୂଚିତ କରେ ଯେ ଜଳ କଣିକାଗୁଡ଼ିକ ମଧ୍ୟରେ କିଛି ସ୍ଥାନ ଅଛି । ଦ୍ରବୀଭୂତ ପଦାର୍ଥର କଣିକାଗୁଡ଼ିକ ଏହି ସ୍ଥାନ ଅଧିକାର କରିଥାଏ ।

(viii) ଏହା ଦର୍ଶାଏ ଯେ, ଜଳ କଣିକାଗୁଡ଼ିକ ମଧ୍ୟରେ କିଛି ଶୂନ୍ୟସ୍ଥାନ ଅଛି ଯାହା ସେଥୁରେ ଦ୍ରବିଭୂତ ପଦାର୍ଥ (ଚିନି, ଲୁଣ, ଗ୍ଲୁକୋଜ ଇତ୍ୟାଦି)ର କଣିକାଗୁଡ଼ିକୁ ଦଖଲ କରିବାକୁ ଦେଇଥାଏ ।
Class 8 Science Chapter 7 Notes Odia Medium ପଦାର୍ଥର କଣିକା ପ୍ରକୃତି 10
ପାଣିରେ ଚିନି କଣିକା ବଣ୍ଟନର ବର୍ଦ୍ଧିତ ଚିତ୍ର

ଭୌତିକ ଅବସ୍ଥା :
ଭୌତିକ ଅବସ୍ଥା (କଠିନ, ତରଳ ଓ ଗ୍ୟାସୀୟ) ଭେଦରେ କଣିକାମାନଙ୍କ ମଧ୍ୟରେ ଆନ୍ତଃକଣିକା ବ୍ୟବଧାନ –
ବ।ଲି ଏକ କଠିନ ପଦାର୍ଥ ଯାହା ଜଳରେ ଅଦ୍ରବଣୀୟ । ଏଣୁ ଜଳଥିବା ଏକ ପାତ୍ରରେ ବାଲି ପକାଇଲେ ଏହା ପାତ୍ରର କିଛି ସ୍ଥାନ ଅଧିକାର କରି ଜଳସ୍ତରର ଉଚ୍ଚତା ବୃଦ୍ଧିକରେ । କଠିନ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ବ୍ୟବଧାନ କମ୍ ହେତୁ ସେଗୁଡ଼ିକ ଅନ୍ୟ ସ୍ଥାନକୁ ଗତି କରନ୍ତି ନାହିଁ । କଣିକାଗୁଡ଼ିକ ମଧ୍ୟରେ କେତେକ ସ୍ଥଳରେ ଖାଲିସ୍ଥାନ ଥିଲେ ମଧ୍ୟ ସେଥ‌ିରେ ବାୟୁମଧ୍ଯ ନଥାଏ ।

ତରଳ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃ କଣିକା ବ୍ୟବଧାନ ଅଧ୍ଵ ଓ ଅନିର୍ଦ୍ଦିଷ୍ଟ । ଏହା ପଦାର୍ଥର ଆୟତନ ପରିବର୍ତ୍ତନ ପାଇଁ ଦାୟୀ ।
Class 8 Science Chapter 7 Notes Odia Medium ପଦାର୍ଥର କଣିକା ପ୍ରକୃତି 11
ପଦାର୍ଥର ତିନୋଟି ଅବସ୍ଥାରେ ଆନ୍ତଃକଣିକା ବ୍ୟବଧାନର ବର୍ଦ୍ଧିତ ଚିତ୍ର

କାର୍ଯ୍ୟ – ୮ : ଆସି ପରୀଷଣ କରିବା
ଜଳରେ ଥିବା କଣିକାମାନଙ୍କର ନିରନ୍ତର ଗତି ଜାଣିବାପାଇଁ ପରୀକ୍ଷା :
(i) ଜଳଥିବା ଏକ ପାତ୍ର ନିଆଯାଉ ଏବଂ ସେଥ‌ିରେ କିଛି ପୋଟାସିୟମ୍ ପରମାଙ୍ଗାନେଟ୍ ଦାନା ଚାମଚ ସାହାଯ୍ୟରେ ପକାଯାଉ ।
(ii) ପ୍ରାରମ୍ଭରେ, ସେହି ଦାନାରୁ ଗୋଲାପୀ ରଙ୍ଗର କିଛି ଛଟା ବାହାରୁଥୁବା ଆମେ ଦେଖ‌ିବା ।
(iii) କିଛି ସମୟ ପରେ ସମ୍ପୂର୍ଣ୍ଣ ଜଳ ଗୋଲାପୀ ବର୍ଣ୍ଣରେ ପରିଣତ ହେବ ।
(iv) ଏପରି ହୋଇଥାଏ କାରଣ ଜଳ କଣିକାଗୁଡ଼ିକ ନିରନ୍ତର ଗତି ଶୀଳ ହୋଇଥାଆନ୍ତି । ଏହି କଣି କ।ରୁ ଡ଼ି କ ପ୍ରଥମେ ପୋଟାସି ୟମ୍ ପରମାଙ୍ଗାନେଟର ଦାନାର କଣିକାଗୁଡ଼ିକୁ ଭାଙ୍ଗି ଦେଇଥା’ନ୍ତି ଏବଂ ପରେ ସମଗ୍ର ତରଳ ପଦାର୍ଥରେ ଏହା ବିସ୍ତାରିତ କରନ୍ତି ।
Class 8 Science Chapter 7 Notes Odia Medium ପଦାର୍ଥର କଣିକା ପ୍ରକୃତି 12
(କ) ଗୋଲାପୀ ରଙ୍ଗର ଧାରା ବିସ୍ତାରିଣ
(ଖ) କାଚ ପାତ୍ର ସମ୍ପୂର୍ଣ ଗୋଲାପୀ ରଙ୍ଗ ହୋଇଯିବ।
(v) ପର୍ଯ୍ୟବେକ୍ଷଣରୁ ଜଣାଯାଏ ଯେ, ଜଳପରି ତରଳ ପଦାର୍ଥର କଣିକାଗୁଡ଼ିକ ନିରନ୍ତର ଗତି କରନ୍ତି ।

ତାପମାତ୍ରା ବୃଦ୍ଧିପାଇଲେ କଣିକାଗୁଡ଼ିକର ଗତି ବୃଦ୍ଧିପାଏ :
ପର୍ଯ୍ୟବେକ୍ଷଣ :
(i) ଆମେ ତିନୋଟି ସଫା କାଚପାତ୍ର ନେବା ।
(ii) ଗୋଟିକରେ ଗରମପାଣି, ଦ୍ଵିତୀୟ ପାତ୍ରରେ ସାଧାରଣ ତାପମାତ୍ରାରେ ପାଣି ଏବଂ ତୃତୀୟ ପାତ୍ରରେ ବରଫ ଭଳି ଥଣ୍ଡାପାଣି ନେବା ।
(iii) ପ୍ରତ୍ୟେକ ପାତ୍ରରେ ପୋଟାସିୟମ ପରମାଙ୍ଗାନେଟ୍‌ର ଗୋଟିଏ ଲେଖାଏ ଛୋଟ ଦାନା ପକାଇବା ।
(iv) କିଛି ସମୟପରେ ଦେଖାଯିବ ଗରମ ପାଣିରେ କଣିକାଗୁଡ଼ିକର ଗତି ସାଧାରଣ ତାପମାତ୍ରାରେ ଥିବା ଜଳ କଣିକା ତୁଳନାରେ ଦ୍ରୁତତର ହେବ । ବରଫଭଳି ଥଣ୍ଡା ପାଣିରେ କଣିକାଗୁଡ଼ିକର ଗତି ସର୍ବନିମ୍ନ ହେବ ।
(v) ଏଥୁରୁ ଜଣାଯାଏ ତାପମାତ୍ର ବୃଦ୍ଧିପାଇଲେ ପଦାର୍ଥର କଣିକାମାନଙ୍କର ଗତିରେ ବୃଦ୍ଧିଘଟେ ।

Class 8 Science Chapter 7 Notes Odia Medium ପଦାର୍ଥର କଣିକା ପ୍ରକୃତି

ଗ୍ୟାସୀୟ ପଦାର୍ଥର କଣିକାମାନଙ୍କର ନିରନ୍ତର ଗତିର ଦୃଷ୍ଟାନ୍ତ –
କାର୍ଯ୍ୟ ୯ : ଆସ ଜାଣିବା
(i) କୋଠରୀର ଗୋଟିଏ କୋଣରେ ଏକ ଧୂପକାଠି ଜଳାଯାଉ ।
(ii) କିଛି ମିନିଟ୍ ଅପେକ୍ଷାକରି ପର୍ଯ୍ୟବେକ୍ଷଣ କରାଯାଉ ।
(iii) ଆମେ ହଠାତ୍ ଦୂରରୁ ସୁଗନ୍ଧ ବାରିପାରିବା ନାହିଁ ।
(iv) ଯେତେବେଳେ କୋଠରୀର ଗୋଟିଏ କୋଣରେ ଧୂପକାଠି ଜଳାଯାଏ, ପ୍ରାରମ୍ଭରେ କେବଳ ଧୂପକାଠି ଚାରିପାଖରେ ସୁଗନ୍ଧ ଅନୁଭୂତ ହୁଏ ।
(v) ଅଳ୍ପ ସମୟ ପରେ ଆମେ ସାରା କୋଠରୀରେ ସୁଗନ୍ଧ ବାରି ପାରିବା । ଏପରି ହୋଇଥାଏ, କାରଣ ସୁଗନ୍ଧର କଣିକାଗୁଡ଼ିକ ସମଗ୍ର କୋଠରୀକୁ ବ୍ୟାପିଯାଏ ।
Class 8 Science Chapter 7 Notes Odia Medium ପଦାର୍ଥର କଣିକା ପ୍ରକୃତି 13
ଧୂପକାଠି ଜାଳିବା
(vi) ଏଥୁରୁ ଜଣାଯାଏ ଯେ, ବାୟୁ କଣିକାଗୁଡ଼ିକ ନିରନ୍ତର ଗତି କରୁଛନ୍ତି । ବାୟୁକଣିକାଗୁଡ଼ିକ ସୁଗନ୍ଧର କଣିକାଗୁଡ଼ିକୁ ଆଘାତ କରନ୍ତି ଏବଂ ସେମାନଙ୍କୁ ସମଗ୍ର କୋଠରୀରେ ବ୍ୟାପିବାରେ ସାହାଯ୍ୟ କରନ୍ତି ।

ସାବୁନ୍ କିପରି ପୋଷାକପତ୍ରରୁ ତେଲର ଦାଗ ଛଡ଼ାଇଥାଏ :
ପୋଷାକରେ ତେଲ ଦାଗ ଛଡ଼ାଇବାରେ ଆମେ ଏହାକୁ ଜଳରେ ପକାଇ ସାବୁନ ବ୍ୟବହାର କରି ଧୋଇଥାଉ । ଏହାଦ୍ଵାରା ଅନେକ ସାବୁନ୍ କଣିକା କପଡ଼ା ଉପରେ ଥିବା ତେଲ କଣିକାଗୁଡ଼ିକୁ ଘେରି ରହିଥାଏ । ସାବୁନ କଣିକାର ଗୋଟିଏ ପ୍ରାନ୍ତ ତେଲ ସହ ଓ ଅନ୍ୟପ୍ରାନ୍ତ ଜଳସହ ଲାଗିରହେ । ଫଳରେ ଏହା ତେଲକୁ ଉଠାଇନେଇ ଧୋଇବାରେ ସାହାଯ୍ୟ କରେ ।

ପଦାର୍ଥର କଣିକାଗୁଡ଼ିକ ଉପରେ ତାପୀୟ ଶକ୍ତି (Thermal Energy) ର ପ୍ରଭାବ :
(i) ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଆକର୍ଷଣ ବଳ ସେମାନଙ୍କ ମଧ୍ୟରେ ଥିବା ଦୂରତା ଉପରେ ନିର୍ଭର କରେ । ଏହି ଦୂରତା ମଧ୍ଯ କଣିକାଗୁଡ଼ିକର ତାପୀୟ ଶକ୍ତି ଉପରେ ନିର୍ଭରଶୀଳ । ଫଳରେ କଣିକାଗୁଡ଼ିକର ତାପ ଶକ୍ତି ପଦାର୍ଥର ଭୌତିକ ଅବସ୍ଥା ନିର୍ଣ୍ଣୟ କରେ ।
(ii) କଠିନ ଅବସ୍ଥାରେ କଣିକାମାନଙ୍କର ତାପୀୟ ଶକ୍ତି କମ୍ ଥାଏ । ତେଣୁ ସେମାନେ ପରସ୍ପର ନିକଟରେ ଥାଆନ୍ତି ଏବଂ ପ୍ରବଳ ଆନ୍ତଃକଣିକା ଆକର୍ଷଣରେ ବାନ୍ଧିହୋଇ ରହନ୍ତି । ସେମାନଙ୍କର ଗତି ଲଘୁ କମ୍ପନରେ ସୀମିତ ରହେ ।
(iii) ପଦାର୍ଥର ଗଳନାଙ୍କରେ କଣିକାଗୁଡ଼ିକର ଆକର୍ଷଣ ବଳକୁ କମାଇବାପାଇଁ ତାପଶକ୍ତି ବ୍ୟବହୃତ ହୁଏ, ଯାହା କଠିନକୁ ତରଳରେ ପରିଣତ କରେ । ଆନ୍ତଃକଣିକା ବ୍ୟବଧାନ ସାମାନ୍ୟ ବୃଦ୍ଧିପାଇ ଆକର୍ଷଣ ବଳକୁ ହ୍ରାସ କରେ ଯାହା କଣିକାଗୁଡ଼ିକୁ ସୀମିତ ସ୍ଥାନ ମଧ୍ଯରେ ଗତିକରିବାକୁ ସୁଯୋଗ ଦିଏ ।
(iv) ଗ୍ୟାସୀୟ ଅବସ୍ଥାରେ କଣିକାଗୁଡ଼ିକ ମଧ୍ୟରେ ଆକର୍ଷଣ ବଳକୁ କମାଇବା ଏବଂ ସମସ୍ତ ଦିଗକୁ ମୁକ୍ତ ଭାବରେ ଗତି କରିବାପାଇଁ ଯଥେଷ୍ଟ ଶକ୍ତିଥାଏ । ଏଣୁ ତାପୀୟ ଶକ୍ତି କଣିକାଗୁଡ଼ିକର ମଧ୍ୟରେ ବ୍ୟବଧାନ, ଆକର୍ଷଣବଳ ଓ କଣିକାର ଗତି ନିୟନ୍ତ୍ରଣ କରିବାରେ ଭୂମିକା ବହନ କରେ ।

ପଦାର୍ଥର ତିନୋଟି ଭୌତିକ ଅବସ୍ଥାରେ କଣିକାମାନଙ୍କର ପ୍ରକୃତିଗତ ତୁଳନା :
Class 8 Science Chapter 7 Notes Odia Medium ପଦାର୍ଥର କଣିକା ପ୍ରକୃତି 14

ପରମାଣୁ ଓ ଅଣୁ (Atoms and Molecules) :
ସମଗ୍ର ଉପଲବ୍ଧ ସ୍ଥାନରେ କଣିକାଗୁଡ଼ିକର ଗତି ଦେଖାଯାଏ ସମସ୍ତ ପଦାର୍ଥ ଗଠନ କରୁଥିବା କ୍ଷୁଦ୍ର କଣିକାଗୁଡ଼ିକ ପରମାଣୁ ଓ ଅଣୁ । ସୁନା, ରୂପା, ତମ୍ବା, ସୋଡ଼ିୟମ, ପୋଟାସିୟମ ପରି ପଦାର୍ଥର କ୍ଷୁଦ୍ରତମ କଣିକା ପରମାଣୁ ଏବଂ ଏମାନଙ୍କର ସ୍ଵାଧୀନ ସ୍ଥିତି ଅଛି । ଉଦ୍‌ଜାନ, ଅମ୍ଳଜାନ ଓ ଯବକ୍ଷାରଜାନ ପ୍ରଭୃତି ପଦାର୍ଥର କ୍ଷୁଦ୍ରତ୍ତମ କଣିକା ପରମାଣୁ ସ୍ଥାୟୀ ଭାବରେ ରହି ନପାରି ଯୋଡ଼ା ଯୋଡ଼ା ହୋଇରହନ୍ତି । ସେଗୁଡ଼ିକ ଅଣୁ । ଜଳ, ଏମୋନିଆ, ମିଥେନ ପରି ପଦାର୍ଥର କ୍ଷୁଦ୍ରତମ କଣିକା ଅଣୁ । ଅଣୁଗୁଡ଼ିକ ଏକ ବା ଏକାଧ୍ଵକ ପରମାଣୁକୁ ନେଇ ଗଠିତ ହୋଇଥାଏ ।

ଆମେ ଯାହା ଜାଣିଲୁ

  • କଣିକା (Particle) – ଆମେ ଦେଖୁଥ‌ିବା ସମସ୍ତ ପଦାର୍ଥକୁ ଭାଙ୍ଗି କ୍ଷୁଦ୍ର କ୍ଷୁଦ୍ର ଖଣ୍ଡ କଲେ ଶେଷରେ ଯେଉଁ କ୍ଷୁଦ୍ରଖଣ୍ଡ ଗୁଡ଼ିକ ମିଳେ ସେଗୁଡ଼ିକ କଣିକା ଅଟନ୍ତି । ସେହି କ୍ଷୁଦ୍ର ଦାନା ସଦୃଶ କଣିକା ଗୁଡ଼ିକର ସମଷ୍ଟିରେ ପଦାର୍ଥ ଗଠିତ ହୋଇଥାଏ ।
  • ପଦାର୍ଥର କ୍ଷୁଦ୍ରତମ ଏକକ – ପଦାର୍ଥଗୁଡ଼ିକ ଯେଉଁ କ୍ଷୁଦ୍ରତମ ଏକକ ବସ୍ତରେ ତିଆରି ସେଗୁଡ଼ିକ ମୌଳିକର ସଂରଚନାତ୍ମକ ଏକକ (building blocks) ଏବଂ ଏହି ଏକକ କଣିକା ଗୁଡ଼ିକୁ ଗଠନକାରୀ କଣିକା (constituent particle) କହନ୍ତି ।
  • ଆନ୍ତଃକଣିକା ସ୍ଥାନ ଓ ଆନ୍ତଃକଣିକା ଆକର୍ଷଣ ବଳ – ପଦାର୍ଥର କଣିକା ଗୁଡ଼ିକର ମଧ୍ୟବର୍ତ୍ତୀ ସ୍ଥାନକୁ ଆନ୍ତଃକଣିକା ସ୍ଥାନ ଏବଂ କଣିକା ଗୁଡ଼ିକ ମଧ୍ୟରେ ଥିବା ଆକର୍ଷଣ ବଳକୁ ଆନ୍ତଃକଣିକା ଆକର୍ଷଣ ବଳ କହନ୍ତି ।
  • ପରମାଣୁ (Atom) — ପ୍ରାଚୀନ ଭାରତୀୟ ଦାର୍ଶନିକ ଆଚାର୍ଯ୍ୟ କଣାଦ ପଦାର୍ଥର କ୍ଷୁଦ୍ରତମ କଣିକୁ ନେଇ ପରମାଣୁର ଧାରଣା ଦେଇଥିଲେ । ତାଙ୍କ ମତରେ ପରମାଣୁ ଗୁଡ଼ିକ କ୍ଷୁଦ୍ର, ଅବିଭାଜ୍ୟ ଚିରସ୍ଥାୟୀ କଣିକା ଯାହାକୁ ସେ ‘ବୈଶେଷିକ ସୂତ୍ର’ରେ ଲିପିବଦ୍ଧ କରିଥିଲେ ।
  • କଠିନ ପଦାର୍ଥ (Solids) – କଠିନ ପଦାର୍ଥଗୁଡ଼ିକର ନିର୍ଦ୍ଦିଷ୍ଟ ଆକାର ଓ ଆୟତନ ଥାଏ । ପଦାର୍ଥର କଣିକା ଗୁଡ଼ିକ ମଧ୍ୟରେ ଆନ୍ତଃ ଆକର୍ଷଣ ବଳ ବହୁତ ଶକ୍ତିଶାଳୀ ହେତୁ ସେଗୁଡ଼ିକ ଏକାଠି ରହିଥାନ୍ତି । କଣିକାମାନଙ୍କର କେବଳ କମ୍ପନ କିମ୍ବା ଦୋଳନ ଗତି ଦେଖାଯାଏ । କଠିନ ପଦାର୍ଥକୁ ଗରମ କଲେ ଏହା ତରଳ ହୁଏ । ଯେଉଁ ତାପମାତ୍ରାରେ କଠିନ ପଦାର୍ଥ ଉତ୍ତପ୍ତ ହୋଇ ତରଳରେ ପରିଣତ ହୁଏ, ତାହାକୁ ପଦାର୍ଥର ଗଳନାଙ୍କ (melting point) କହନ୍ତି ।
  • ତରଳ ପଦାର୍ଥ (Liquids) – ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ନଥାଏ । ଯେଉଁ ପାତ୍ରରେ ତରଳ ରଖାଯାଇଥାଏ, ତରଳ ପଦାର୍ଥ ସେହି ପାତ୍ରର ଆକାର ଧାରଣ କରେ । ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ବସ୍ତୁତ୍ଵ ଓ ଆୟତନ ଥାଏ । ତରଳର କଣିକା ଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ବଳ, କଠିନ ପଦାର୍ଥ ତୁଳନାରେ କମ୍ । କଣିକାଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ପରିସୀମା ଭିତରେ ଅନାୟାସରେ ଗତି କରିପାରନ୍ତି । ତରଳ ପଦାର୍ଥକୁ ଉତ୍ତପ୍ତ କଲେ ଏହା ଗ୍ୟାସୀୟ ଅବସ୍ଥାକୁ ପରିବର୍ତ୍ତିତ ହୁଏ । ଯେଉଁ ତାପମାତ୍ରାରେ ତରଳ ପଦାର୍ଥ ଫୁଟି ବାଷ୍ପରେ ପରିଣତ ହୁଏ ତାହାକୁ ତରଳର ସ୍ଫୁଟନାଙ୍କ (boiling point) କହନ୍ତି ।
  • ଗ୍ୟାସୀୟ ପଦାର୍ଥ (Gases) – ଗ୍ୟାସୀୟ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ବା ଆୟତନ ନଥାଏ । କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ଅଧ୍ବକ କିନ୍ତୁ ଆନ୍ତଃ କଣିକା ବଳ ବହୁତ କମ୍ । ଗ୍ୟାସୀୟ ପଦାର୍ଥର ଆକାର ଓ ଆୟତନ ତାପମାତ୍ରା ଓ ଚାପଦ୍ଵାରା ବିଶେଷ ଭାବେ ପ୍ରଭାବିତ ହୁଏ । ଉଭୟ ତରଳ ଓ ଗ୍ୟାସୀୟ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ନଥୁବାରୁ ଏବଂ ସେମାନେ ଅନିର୍ଦ୍ଦିଷ୍ଟ ଦିଗରେ ବହିଯାଉଥିବାରୁ ସେଗୁଡ଼ିକ ପ୍ରବାହମାନ (Fluid) କହନ୍ତି ।
  • କଣିକାଗୁଡ଼ିକର ଗତି – ପଦାର୍ଥକୁ ଗରମ କଲେ ଏହାର କଣିକାଗୁଡ଼ିକ ଗତିଶୀଳ ହୁଅନ୍ତି । ତାପମାତ୍ରା ବୃଦ୍ଧି କଣିକାମାନଙ୍କର ଗତିର ବେଗ ବୃଦ୍ଧି କରେ । ଅନ୍ୟ ପକ୍ଷରେ ତାପମାତ୍ରା ହ୍ରାସ ପାଇଲେ କଣିକା ମାନଙ୍କର ଗତିର ବେଗ ହ୍ରାସ ପାଏ ।

Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ

Go through BSE Odisha Class 8 Science Notes Odia Medium and Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ to understand important concepts and topics more clearly.

8th Class Science Chapter 1 Notes Odia Medium

BSE Odisha Class 8 Science Chapter 1 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ

କିପରି ଆମେ ଜଣେ ବୈଜ୍ଞାନିକପରି ଭାବିବା:

  • ପୂର୍ବ ଶ୍ରେଣୀରେ ଆମ ଚତୁଃପାର୍ଶ୍ଵରେ ଥ‌ିବା ପ୍ରାଣୀ, ଉଭିଦ ଓ ପ୍ରାକୃତିକ ପଦାର୍ଥ ମଧ୍ୟରେ ଥ‌ିବା ବିବିଧତା ବିଷୟରେ ଜାଣିଲେ । ସେମାନଙ୍କୁ କିପରି ବିଭିନ୍ନ ନୂଆ ପ୍ରଶ୍ନ ମାଧ୍ୟମରେ ଉତ୍ତର ଦେବା ।
  • ଜଳରେ ଛାଇ ଆକୃତିର ପରିବର୍ତ୍ତନ ହେବା, ଲୁଗା ଶୀଘ୍ର ଶୁଝିଯିବା, ହାତରେ ବରଫ ଧରିଲେ ତରଳିବା ଇତ୍ୟାଦି । ସମସ୍ତ ପ୍ରଶ୍ନର ଉତ୍ତରଗୁଡ଼ିକୁ ସମାଧାନ କରି ଶେଷରେ ସିଦ୍ଧାନ୍ତରେ ପହଞ୍ଚିଥାଉ ।
  • ଦେଖୁବା ଅପେକ୍ଷା ବିଜ୍ଞାନରେ ଉଦ୍ଭାବନ କରିବା ଅଧ୍ୟକ ହୋଇଥାଏ । ଆମେ ଏ ବିଷୟରେ ଅଧ୍ବକ ପ୍ରଶ୍ନ ପଚାରିବା ପାଇଁ ଆବଶ୍ୟକ କରିଥାଉ ଏବଂ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ଚିନ୍ତା କରିଥାଉ ।
  • ପ୍ରତ୍ୟେକ ବଡ଼ ବଡ଼ ଜିନିଷର ଆବିଷ୍କାରରେ ଆମ ମନରେ କାହିଁକି ଓ କିପରି ବୋଲି ପ୍ରଶ୍ନ ଆସିଥାଏ । ପ୍ରତ୍ୟେକ ଅଧ୍ୟାୟ ଆରମ୍ଭରେ କେତେଗୁଡ଼ିଏ ପ୍ରଶ୍ନ ଦିଆଯାଇଥାଏ । ଏଗୁଡ଼ିକ କେବଳ ବିଜ୍ଞାନ ଜଗତକୁ ଅନୁସନ୍ଧାନ କରିବା ପାଇଁ ଏକାନ୍ତ ଆବଶ୍ୟକ ।

ବିଜ୍ଞାନ ଜଗତକୁ ଯାତ୍ରା :

  • ବିଜ୍ଞାନ–ଜଗତ ବିଷୟରେ ଜାଣିବା ପାଇଁ ଆମର ଜିଜ୍ଞାସା ରହିଛି । ଦୁଃସାହସିକ ଓ ଅନୁସନ୍ଧାନ ମୂଳକ କାର୍ଯ୍ୟ ଦ୍ଵାରା ଏହା ସମ୍ଭବ ହୋଇପାରିବ । ପୂର୍ବରୁ ‘କିପରି ଓ କାହିଁକି ?’ ପ୍ରଶ୍ନ ମାଧ୍ୟମରେ ଆମ ଚତୁଃପାର୍ଶ୍ଵରେ ଥ‌ିବା ଆଶ୍ଚର୍ଯ୍ୟ ଜନକ ଘଟଣା ବିଜ୍ଞାନକୁ କିପରି ଆବିଷ୍କାର କରିଥିଲେ ତାହା ଆମେ ଜାଣିଛୁ ।
  • ବିଜ୍ଞାନର ବିକାଶ ଫଳରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଏକ ନୂଆ ରୂପରେ ଆଉ ଏକ ପ୍ରଶ୍ନ ତିଆରି କରି ଏହାର ଗଭୀର ଅନୁସନ୍ଧାନ ସହିତ ଆମର ଧାରଣାକୁ ଧୀରେ ଧୀରେ ପରିବର୍ତ୍ତନ କରିଥାଏ । ବର୍ତ୍ତମାନ ଏଠାରେ ଆମେ ବିଜ୍ଞାନ–ଜଗତ ବିଷୟରେ ଅଧ୍ବକ ଅନ୍ଵେଷଣ କରି ଜାଣିବା ଯେ, ବିସ୍ମୟ ଓ ବିବର୍ତ୍ତନ ଏକତ୍ରିତ ଭାବରେ ବିଜ୍ଞାନର କାର୍ଯ୍ୟକଳାପକୁ ବିକାଶର ଆଧାର ହୋଇଥାଏ ।
  • ନୂତନ ତଥ୍ୟକୁ ଖୋଜି ବାହାର କରିବା ଆମର ପ୍ରଥମ ଉଦ୍ଦେଶ୍ୟ । ବିଜ୍ଞାନରେ ଅନୁସନ୍ଧାନର ଅର୍ଥ ଅଧ୍ୟା ସୁଚିନ୍ତିତ ପ୍ରଶ୍ନ ପଚାରି ସେହି ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ସରଳ ପରୀକ୍ଷଣ କରିବାର ଉପାୟ ପ୍ରସ୍ତୁତ କରିପାରିବା ଏବଂ ବୋଧ ଗମ୍ୟତାର ଉନ୍ନତି କରିବା ପାଇଁ ପର୍ଯ୍ୟବେକ୍ଷଣ କରିପାରିବ ।
  • ପର୍ଯ୍ୟାୟକ୍ରମେ ଆମେ କିପରି ଏହି ନୂଆ ପ୍ରଶ୍ନଗୁଡ଼ିକର ପର୍ଯ୍ୟବେକ୍ଷଣ କରିପାରିବା, ଚିନ୍ତନ ସହ ପରୀକ୍ଷଣ କରିବା ଏବଂ ଆମେ ଯାହା ଦେଖୁଛୁ ତାହାକୁ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରିବା । ଏହାଦ୍ଵାରା କେବଳ ଶିକ୍ଷାର୍ଥୀ
  • ନୁହେଁ ବରଂ ଅନୁସନ୍ଧାନକାରୀ କୁନି ବୈଜ୍ଞାନିକ ହେବ ଏବଂ ବାସ୍ତବରେ ବିଶ୍ଵରେ ଥ‌ିବା ଦ୍ଵନ୍ଦ ଗୁଡ଼ିକର ଅନୁସନ୍ଧାନ କରିବେ । ଏହି ଯାତ୍ରା ଦୈନନ୍ଦିନ ଜୀବନରୁ ଆରମ୍ଭ ହୋଇ ବିଶ୍ଵର ବଡ଼ବଡ଼ ରହସ୍ୟକୁ ଭେଦ କରିପାରିବ ।

ବିଜ୍ଞାନର ମୁଖ୍ୟ ପ୍ରତୀକ :
ବହିର ପ୍ରତ୍ୟେକ ପୃଷ୍ଠାରେ ଆମେ ଆକର୍ଷଣୀୟ ଡିଜାଇନ୍‌କୁ ଦେଖ୍ ବିଜ୍ଞାନ ଶିଖୁବାର ଦୁଇଟି ଦିଗକୁ ଜାଣିପାରିବା । ପୁସ୍ତକର ବାମପୃଷ୍ଠାର ତଳେ ଏକ ମୂଳର ପ୍ରତିଛବି ଅଛି, ଯାହା ଗଭୀରଜ୍ଞାନ, ଦୃଢ଼ ଭିତ୍ତିଭୂମିର ପ୍ରତୀକ ଅଟେ ଓ ଏହା ଆମକୁ ଆମର ପରିବେଶ, ପରମ୍ପରା, ସାଂସ୍କୃତିକ ଓ ପ୍ରାକୃତିକ ଐତିହ୍ୟ ସହିତ ଯୋଡ଼ି ରଖୁଥାଏ ।

Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ

ଗୁଡ଼ି (Kite) :
ପୁସ୍ତକର ଡାହାଣ ପୃଷ୍ଠାର ଉପର କୋଣରେ ଥ‌ିବା ଗୁଡ଼ିର ଚିତ୍ରକୁ ଦେଖ‌ିଲେ ଆମକୁ ମନେ ପକାଇଦିଏ ଅଜଣାକୁ ଅନୁସନ୍ଧାନ କରିବାକୁ ହେଲେ, ଜିଜ୍ଞାସାର ସହ ଉଡ଼ିବାକୁ ପ୍ରେରଣା ଦିଏ । ଏକତ୍ରିତ ଭାବରେ ଏହି ଦୁଇଟି ପ୍ରତୀକ – ମୂଳ ଏବଂ ଗୁଡ଼ି – ପ୍ରକୃତ ପର୍ଯ୍ୟବେକ୍ଷଣ କରିବାକୁ ଉତ୍ସାହିତ କରିବ, ଯାହା ଆମର ଧାରଣାଗୁଡ଼ିକୁ ନୂତନ ଦିଗନ୍ତ ଆଡ଼କୁ ଯିବାକୁ ମାର୍ଗ ଦେଖାଇବ |
Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ 1

ବିଜ୍ଞାନରେ ଅନୁସନ୍ଧାନ ସେତେବେଳେ ସର୍ବୋତ୍ତମ ଫଳପ୍ରଦାନ କରେ ଯେତେବେଳେ ଆମେ ସ୍ଵାଧୀନ ଭାବରେ ସୃଜନଶୀଳ ଚିନ୍ତାଧାରା ସହିତ ସତର୍କ ପର୍ଯ୍ୟବେକ୍ଷଣ କରିଥାଉ ।

ଜଳର ଏକ କ୍ଷୁଦ୍ର କଣିକାର ପରୀକ୍ଷାରୁ ଆମେ ଏହା ଆରମ୍ଭ କରିବା । ଆମ ସହିତ ଗଭୀର ଭାବରେ ଜଡ଼ିତ କିନ୍ତୁ ଅଦୃଶ୍ୟ ସୂକ୍ଷ୍ମ ଜୀବମାନଙ୍କର ଏକ ଲୁକ୍କାୟିତ ଦୁନିଆକୁ ଉନ୍ମୋଚନ କରିବା । ଏମାନଙ୍କ ମଧ୍ୟରୁ କିଛି ଅଦୃଶ୍ୟ ଜୀବ, ଯାହା ଆମକୁ ଆମର ଖାଦ୍ୟ ହଜମ କରିବାରେ କିମ୍ବା ଔଷଧ ଉତ୍ପାଦନ କରିବାରେ ସାହାଯ୍ୟ କରେ ଏବଂ ଅନ୍ୟଗୁଡ଼ିକ କ୍ଷତିକାରକ ହୋଇପାରେ, ଯାହା ରୋଗ ସଂକ୍ରମଣ ସୃଷ୍ଟି କରିପାରେ ।
Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ 2
ପୁଷ୍ଟିକର ଖାଦ୍ୟ, ବ୍ୟାୟାମ୍ ଔଷଧ ଏବଂ ଟିକା ଆମକୁ ସୁସ୍ଥ ରଖ୍ ସହିତ ସଂକ୍ରମଣରୁ ରକ୍ଷା କରି ବାରେ ସାହାଯ୍ୟ କରେ । ଆଜିର ଦୁନିଆରେ ବିଜ୍ଞାନ ଆମର ଜୀବନକୁ ଉନ୍ନତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।
Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ 3
ବିଦ୍ୟୁତ ଶକ୍ତି (Electric Current) :
ଜୀବନକୁ ସହଜ କରିବା ପାଇଁ ଆମେ ବିଭିନ୍ନ କ୍ଷେତ୍ରରେ ବିଦ୍ୟୁତ ଶକ୍ତିକୁ ବ୍ୟବହାର କରିଥାଉ । ବୈଦ୍ୟୁତିକ ତାପନ ଆମ ଘରକୁ ଉଷ୍ଣ ରଖିବା ସମୟରେ ତା’ର ଚୁମ୍ବକୀୟ ପ୍ରଭାବ ମୋଟର ଓ ଯନ୍ତ୍ରପାତିଗୁଡ଼ିକୁ କାର୍ଯ୍ୟ କରିବାରେ ସାହାଯ୍ୟ କରେ ।

ଏହି ଘଟଣାଗୁଡ଼ିକ ବଳ ଉପରେ ନିର୍ଭର କରିଥାଏ । ତେଣୁ ବିଦ୍ୟୁତ୍ ଶକ୍ତିର କାର୍ଯ୍ୟକାରିତାକୁ ଜାଣିବା ପରେ, ଆମେ ବଳ ସମୂହକୁ ନିଜେ ଅଧ୍ୟୟନ କରିବାକୁ ଅଗ୍ରସର ହେବା । ଏହି ବଳ ବସ୍ତଗୁଡ଼ିକର ଗତିକୁ ବୃଦ୍ଧି କରେ, ମନ୍ଥର କରିପାରେ କିମ୍ବା ଦିଗ ପରିବର୍ତ୍ତନ କରିପାରେ ।
Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ 4
ବଳ ବିଷୟରେ ବୁଝିବା ଫଳରେ ଉପରକୁ ଫିଙ୍ଗାଯାଇଥିବା ଏକ ବଲ କାହିଁକି ତଳକୁ ଫେରିଆସେ କିମ୍ବା ବ୍ରେକ୍ ଲଗାଇଲେ ଏକ କାର କାହିଁକି ଅଟକି ଯାଏ, ତାହା ସହଜରେ ବ୍ୟାଖ୍ୟା କରିହୁଏ ।

ବଳ ଓ ଚାପ (Force and Pressure) :
ବଳ ଏବଂ ଚାପ ସମ୍ବନ୍ଧରେ ଏହି ଧାରଣା ଆମକୁ ଦିଏ ଯେ, ଏକ ବସ୍ତର ପୃଷ୍ଠ ଉପରେ ବଳ କିପରି ବିସ୍ତାରିତ ହୋଇ ପ୍ର ଯୁକ୍ତ ହୁଏ । ଏହାସହ ବାୟୁର ଗତି ବି ଷୟରେ ବୁଝାଇବାରେ ସାହାଯ୍ୟ କରେ । ଚାପରେ ଅଳ୍ପ ପାର୍ଥକ୍ୟରେ ମୃତ୍ୟୁ ପବନ ଏବଂ ବୃହତ୍ ପାର୍ଥକ୍ୟ ଯୋଗୁଁ ଘୂଣ୍ଠିବାତ୍ୟ ସୃଷ୍ଟି କରିପାରେ ତାହା ଆମେ ଜାଣିପାରୁ ।
ବଳ ଘୂର୍ଣ୍ଣିଝଡ଼ ପରି ପ୍ରାକୃତିକ ଘଟଣା ସହ ସମ୍ପୃକ୍ତ ଯାହାର ପ୍ରଭାବ କୃଷି ଓ ଆମର ସୁରକ୍ଷା ଭଳି ଦୈନନ୍ଦିନ ଜୀବନ ଉପରେ ପଡ଼ିଥାଏ ।
Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ 5

ପଦାର୍ଥ ଓ ଏହାର ପ୍ରକୃତି (Matter and its nature) :
ଆମ ଚାରିପାଖରେ ଥ‌ିବା ପଦାର୍ଥଗୁଡ଼ିକୁ ବର୍ଗୀକରଣ କରିବା ବିଜ୍ଞାନର ଏକ ଗୁରୁତ୍ଵପୂର୍ଣ୍ଣ ବୈଶିଷ୍ଟ୍ୟ । ପଦାର୍ଥଗୁଡ଼ିକ ଯଥାକ୍ରମେ ତିନୋଟି ପ୍ରକାରରେ ବିଭକ୍ତ କରାଯାଇପାରିବ । ଯଥା- (୧) ମୌଳିକ (ବିଶୁଦ୍ଧ ପଦାର୍ଥ) (୨) ଯୌଗିକ (ଦୁଇ କିମ୍ବା ଅଧିକ ଉପାଦାନ ଯାହା ଏକତ୍ର ବାନ୍ଧି ହୋଇ ରହିଥ‌ିବ) ଏବଂ (୩) ମିଶ୍ର ଣ (ଉଦନ।ନ ଗୁଡ଼ିକୁ ଭୌତିକ ଭାବରେ ପୃଥକ କରିପାରିବ) ।

କଣିକାଗୁଡ଼ିକ କିପରି ଏକାଠି ହୋଇ ମିଶ୍ରଣ ସୃଷ୍ଟି କରନ୍ତି, ତାହା ଜାଣିବା ପରେ, ଆମେ ଦ୍ରବଣଗୁଡ଼ିକୁ ବୁଝିପାରିବା । ଉଦାହରଣ ଚିନି ଚା’ରେ ଦ୍ରବୀଭୂତ ହୋଇ ମିଠା କରାଏ ।
Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ 6

ଆଲୋକ (Light) :
ଆଲୋକ ରଶ୍ମି ସମତଳ ଏବଂ ବକ୍ର ଦର୍ପଣରୁ ପ୍ରତିଫଳିତ ହୁଏ ଏବଂ ଲେନ୍ସ ମଧ୍ୟଦେଇ ଯିବା ସମୟରେ ଏହାର ଗତିପଥରୁ ବଙ୍କେଇ ଯାଏ । ଏକ ଚିକ୍କଣ ଧାତୁ ଚାମଚରେ ଏକ ପ୍ରତିଛବି ଦେଖୁବାବେଳେ କିମ୍ବା ଚଷମାଦ୍ଵାରା ସ୍ପଷ୍ଟ ଭାବରେ ଦେଖୁବା ପାଇଁ ଆଲୋକର ଦିଗ ପରିବର୍ତ୍ତନ ପ୍ରକ୍ରିୟା ସାହାଯ୍ୟ କରିଥାଏ । କେବଳ ଏକ ଚିକ୍କଣ ଦର୍ପଣ ଆଲୋକକୁ ପ୍ରତିଫଳିତ କରେ ନାହିଁ ବରଂ ଏକ ଅମସୃଣ ଏପରିକି ଚନ୍ଦ୍ରପୃଷ୍ଠ ମଧ୍ଯ ଆଲୋକକୁ ପ୍ରତିଫଳିତ କରେ ।

ମହାକାଶ ଓ ଚନ୍ଦ୍ରକଳା :
ପୃଥ‌ିବୀ, ଚନ୍ଦ୍ର ଏବଂ ସୂର୍ଯ୍ୟର ଆପେକ୍ଷିକ ସ୍ଥିତ ଉପରେ ନିର୍ଭର କରି, ପ୍ରତ୍ୟେକ ରାତିରେ ଚନ୍ଦ୍ରର କିଛି ଭିନ୍ନ ଅଂଶ ଆଲୋକିତ ହୁଏ, ଯାହା ଆକାଶରେ ଆମେ ଦେଖୁଥ‌ିବା ଆମେ ଦେଖୁଥ‌ିବା ସୁନ୍ଦର ଚନ୍ଦ୍ରକଳା ସୃଷ୍ଟି କରିଥାଏ ।

ଚନ୍ଦ୍ରକଳାର ହ୍ରାସବୃଦ୍ଧି ଦେଖୁବା ପରେ ମଣିଷ ପ୍ରଥମ କ୍ୟାଲେଣ୍ଡର ତିଆରି କରିବାରେ ସକ୍ଷମ ହୋଇପାରିଲା । ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ ଏବଂ ଚନ୍ଦ୍ରକଳାକୁ ପର୍ଯ୍ୟବେକ୍ଷଣ କରି ବିଭିନ୍ନ କ୍ୟାଲେଣ୍ଡର ସୃଷ୍ଟି ହେଲା । ଆମ ଗ୍ରହରେ ଥୁବା ବସ୍ତୁଗୁଡ଼ିକର ଗତି ସହିତ ପୃଥ‌ିବୀରେ ଆମର ଦିନଚର୍ଯ୍ୟା ନିର୍ଣ୍ଣୟ କରୁଥିବା କ୍ୟାଲେଣ୍ଡର ପ୍ରସ୍ତୁତ ହୋଇଛି ।
Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ 7
କ୍ୟାଲେଣ୍ଡର କେବଳ ସୂର୍ଯ୍ୟ ଏବଂ ଚନ୍ଦ୍ରର ଗତିବିଧ‌ି ସହିତ ଜଡ଼ିତ ନୁହେଁ । ପୃଥ‌ିବୀରେ ପ୍ରାଣୀ ଏବଂ ସେମାନଙ୍କର ପରିବେଶ ମଧ୍ୟ ରେ ଆଶ୍ଚର୍ଯ୍ୟଜନକ ଏବଂ ଜଟିଳ ସମ୍ପର୍କ ରହିଛି । ଛୋଟ କୀଟପତଙ୍ଗଠାରୁ ଆରମ୍ଭ କରି ବଡ଼ ତିମି ପର୍ଯ୍ୟନ୍ତ, ଛୋଟ ଘାସଠାରୁ ଆରମ୍ଭ କରି ମହାଦ୍ରୁମ ପର୍ଯ୍ୟନ୍ତ ପ୍ରତ୍ୟେକ ଜୀବ ଆମ ଗ୍ରହରେ ପରିସଂସ୍ଥା ଗଠନ କରୁଥିବା ବାୟୁ, ଜଳ, ସୂର୍ଯ୍ୟକିରଣ ଏବଂ ଅନ୍ୟାନ୍ୟ ଜୀବ ଉପରେ ନିର୍ଭରଶୀଳ ।
Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ 8

ପରିବେଶ (Environment) :
ପୃଥ‌ିବୀ ସୂର୍ଯ୍ୟଠାରୁ ନିର୍ଦ୍ଦିଷ୍ଟ ଦୂରତାରେ ଅବସ୍ଥିତ, ଯେଉଁଠାରେ ପାଣି ତରଳ ଅବସ୍ଥାରେ ରହିଥାଏ ଏବଂ ଏହାର ଏକ ବାୟୁମଣ୍ଡଳ ଅଛି, ଯାହା ଆମକୁ କ୍ଷତିକାରକ ଅତିବାଇଗଣୀ ରଶ୍ମିରୁ ରକ୍ଷା କରିବା ସହିତ ଆମ ଶ୍ଵାସକ୍ରିୟା ପାଇଁ ଅମ୍ଳଜାନ ଯୋଗାଇଥାଏ । କିନ୍ତୁ ମାନବକୃତ କାର୍ଯ୍ୟ ଯୋଗୁଁ ପୃଥ‌ିବୀର ତାପମାତ୍ରାରେ ହେଉଥ‌ିବା ପରିବର୍ତ୍ତନ ଯୋଗୁଁ ଜଳବାୟୁ ସ୍ଥିତିକୁ ପ୍ରଭାବିତ କରି ଆମକୁ ବିପଜ୍ଜନକ ପରିସ୍ଥିତି ଆଡକୁ ନେଇଯାଇପାରେ ।
Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ 9
ଜଳବାୟୁର ପରିବର୍ତ୍ତନ :
ଆମେ ପୃଥ‌ିବୀର ଜଳବାୟୁକୁ ପ୍ରଭାବିତ କରୁଛୁ । ଆମେ ମଧ୍ୟ ସେହି ପ୍ରାଣୀ ଯେଉଁମାନେ ଏହି ପରି ବର୍ଷ ନ ଗୁଡ଼ିକୁ ବୁଝିବା ଏବଂ ଆମର କାର୍ଯ୍ୟଗୁଡ଼ିକୁ ପରିମାର୍ଜନା କରିବା ପାଇଁ ବିଜ୍ଞାନକୁ ଏହା ଆମକୁ ହିଁ କରିବାକୁ ଆଧାର କରିପାରିବା

ପର୍ଯ୍ୟବେକ୍ଷଣ, ମାପନ, ପରୀକ୍ଷଣ – ଏଗୁଡ଼ିକ ଜୀବନ ନିର୍ଭର କରୁଥିବା ସୂକ୍ଷ୍ମ ସନ୍ତୁଳନକୁ ସୁରକ୍ଷା ଦେବାରେ ଆମକୁ ବିଶେଷ ଭାବରେ ସାହାଯ୍ୟ କରିବ ।
ବିଜ୍ଞାନ ସବୁଠାରେ ରହିଛି । ଏକ ସରଳ ପରୀକ୍ଷଣ କରିବା ପାଇଁ ଏକ ସୁନ୍ଦର ପ୍ରୟୋଗଶାଳାର ଆବଶ୍ୟକତା ନାହିଁ । ଘରେ ରୋଷଇ ଘର ମଧ୍ଯ ପର୍ଯ୍ୟବେକ୍ଷଣ ଏବଂ ପ୍ରଶ୍ନ ପଚାରିବା ପାଇଁ ଏକ ସୁନ୍ଦର ସ୍ଥାନ ।’

ବୈଜ୍ଞାନିକ ଚିନ୍ତନର ଏକ ଉଦାହରଣ :
ଗରମ ତେଲରେ ପୁରି କିମ୍ବା ପରଟା ରଖୁଲେ ଫୁଲିଯାଏ । ଗରମ ରୁଟି ସିଧାସଳଖ ଶିଖା ଉପରେ ରଖୁଲେ ଫୁଲିଯାଏ ।

ସମସ୍ୟା/ପ୍ରଶ୍ନ :
କେଉଁ କେଉଁ କାରଣ ଯୋଗୁଁ ପୁରି ବେଲୁନ୍ ଭଳି ଫୁଲିଉଠେ ? ଏହାର ଉତ୍ତର ଦେବା ପାଇଁ ଆମେ କିଛି ସରଳ ପରୀକ୍ଷଣ କରିବା ।
ଏହାର ଉତ୍ତର ପାଇଁ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରାଯାଇପାରେ ।

Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ

ପରୀକ୍ଷଣ ପ୍ରଣାଳୀ (ପରିବର୍ତ୍ତନୀୟ କାରକ) :
ଆମେ ଚକଟା ଯାଇଥିବା ଅଟାର ମୋଟେଇ ଏବଂ ଆକାର ପରିବର୍ତ୍ତନ କରିବା ବିଷୟରେ ଚିନ୍ତା କରିବା । ଆମେ ବିଭିନ୍ନ ପ୍ରକାରର ଚୁନା (ଅଟା, ମଇଦା ଇତ୍ୟାଦି) ବ୍ୟବହାର କରିପାରିବା । ଛାଣିବା ସମୟରେ ଗରମ ତେଲର ତାପମାତ୍ରା ପରିବର୍ତ୍ତନ କରିପାରିବା କିମ୍ବା ମଇଦା ଗୁଳାଗୁଡ଼ିକୁ ଏହି ତେଲ ଭିତରେ ବିଭିନ୍ନ ଉପାୟରେ ଯଥା ଲମ୍ବ ଭାବରେ କିମ୍ବା କରେଇର ଏକ ପାର୍ଶ୍ଵରୁ ଖସାଇ କିମ୍ବା ଧୀରେଧୀରେ ପକାଇ ପାରିବା ।
Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ 10
ପରିବର୍ତ୍ତନଗୁଡ଼ିକୁ ବୁଝିବା ପାଇଁ ଆମକୁ ଏହା ମଧ୍ୟ ଚିନ୍ତା କରିବାକୁ ପଡ଼ିବ ଯେ ଆମେ କ’ଣ କ’ଣ ପର୍ଯ୍ୟବେକ୍ଷଣ କରିପାରିବୁ କିମ୍ବା ମାପି ପାରିବୁ । କେତେକ କ୍ଷେତ୍ରରେ ମାପିବା ପାଇଁ ଏକ ସଂଖ୍ୟା ଥାଇପାରେ । ହୁଏତ ଆମ ପୁରି ଫୁଲୁଛି କି ନାହିଁ କିମ୍ବା ଫୁଲିବାକୁ ଲାଗୁଥୁବା ସମୟ ମାପପାରିବୁ ଏହିଭଳି ପରୀକ୍ଷଣ ଆରମ୍ଭ କରିପାରିବା । ଆମେ ଦେଖିପାରିବା ଯେ ଅଟାର ଏକ ମୋଟା ସ୍ତର ଏବେ ବି ପୁରିକୁ ପତଳା ପାର୍ଶ୍ୱ ଦେଉଛି କି ନାହିଁ । ଏହା ବ୍ୟତୀତ ଏପରି ପରୀକ୍ଷଣ କରିବା ସମୟରେ ଅନ୍ୟ ଅବସ୍ଥାଗୁଡ଼ିକୁ ସମାନ ରଖ୍ ଗୋଟିଏ ସମୟରେ କେବଳ ଗୋଟିଏ ଜିନିଷ ପରିବର୍ତ୍ତନ କରିବା ଭଲ । ଉଦାହରଣ – ଆମେ ଅତ୍ୟଧୂକ ଗରମ କିମ୍ବା କମ୍ ଗରମ ଥିବା ତେଲର ପ୍ରଭାବ ଦେଖିବାକୁ ଚାହୁଁ, ତେବେ ଆମେ ସମାନ ମୋଟେଇର ଅଟା ଗୁଳା ବ୍ୟବହାର କରିବା ଏବଂ ସେଗୁଡ଼ିକୁ ସମାନ ଭାବରେ ପକାଇବା ।

ପରୀକ୍ଷଣ କରିବା ସମୟରେ ଯାହା ଦେଖ‌ିବା ଓ ଅନୁଭବ କରିବା ଏବଂ ତାହା ସବୁକିଛି ଲେଖୁ ରଖୁବା ମଧ୍ୟ ଏକ ଭଲ ଅଭ୍ୟାସ । ରୋଷେଇ କଲାବେଳେ ତେଲ ବ୍ୟବହାର କଲେ ଗନ୍ଧ ବା ଧୂଆଁ ବାହାରିଲା କି ? ଏହି ପରୀକ୍ଷଣର ଗୋଟିଏ ପର୍ଯ୍ୟାୟ କରିବା ପରେ, ତୁମେ ଅଧିକ ପ୍ରଶ୍ନ ଭାବିପାର । ଜଳଖ୍ୟାର ପୁରିଗୁଡ଼ିକ ସତେଜ କିମ୍ବା ବାସି ଅଟାରୁ ତିଆରି ହେଲେ ଭଲ ଫୁଲି ଥାଏ ।

ସରଳରୁ ଜଟିଳ ପର୍ଯ୍ୟନ୍ତ ସମସ୍ତ ବୈଜ୍ଞାନିକ ପରୀକ୍ଷଣ ଠିକ୍ ଏହିପରି କରାଯାଏ । ଏହା ହେଉଛି ବ୍ୟବସ୍ଥିତ ନିରୀକ୍ଷଣର ଚିନ୍ତାଧାରା । ଆମେ ଜାଣିପାରିବା ଯେ ପୁରି ଫୁଲିବାର ଏହି ସରଳ ଦୈନନ୍ଦିନ ପରୀକ୍ଷଣ ଆଜି ମଧ୍ୟ ବୈଜ୍ଞାନିକମାନେ ସମ୍ପୂର୍ଣ୍ଣ ଭାବରେ ବୁଝିନାହାନ୍ତି ।

ତେଣୁ ପୁରିର ଫୁଲା ହେଉ କିମ୍ବା ପୂର୍ଣ୍ଣିମା ପରେ ଚନ୍ଦ୍ରର ସଙ୍କୁଚିତ ଉଜ୍ଜ୍ଵଳ ଅଂଶ ହେଉ, ତୁମର ସତର୍କ ନିରୀକ୍ଷଣ ହିଁ ସଠିକ୍ ମାର୍ଗଦର୍ଶନ କରାଇ ତୁମକୁ ବିଜ୍ଞାନର ଅନୁସନ୍ଧାନ ଜଗତରେ ଆଗେଇ ନେଉ ।

Class 8 Science Chapter 11 Question Answer Odia Medium ଆକାଶ: ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା

Go through 8th Class Science Book Odia Medium Question Answer and Class 8 Science Chapter 11 Question Answer Odia Medium ଆକାଶ: ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା to understand textbook questions more clearly.

8th Class Science Chapter 11 Question Answer Odia Medium

Class 8 Science Chapter 11 Odia Medium

ଜିଜ୍ଞାସା ବଜାୟ ରଖ

Question 1.
ନିମ୍ନଲିଖ୍ତ ଉକ୍ତିଗୁଡ଼ିକ ସତ୍ୟ କି ମିଥ୍ୟା ଲେଖ ।
(i) ଆମେ କେବଳ ଚନ୍ଦ୍ରର ସେହି ଅଂଶକୁ ଦେଖୁପାରୁ ଯାହା ଆମ ଆଡ଼କୁ ସୂର୍ଯ୍ୟକିରଣ ପ୍ରତିଫଳିତ କରେ ।
(ii) ପୃଥ‌ିବୀର ଛାୟା ସୂର୍ଯ୍ୟକିରଣକୁ ଚନ୍ଦ୍ରରେ ପହଞ୍ଚିବା ପାଇଁ ଅବରୋଧ କରେ ଯାହା ପର୍ଯ୍ୟାୟ ସୃଷ୍ଟିକରେ ।
(ii) କ୍ୟାଲେଣ୍ଡର ଗୁଡ଼ିକ ବିଭିନ୍ନ ଜ୍ୟୋର୍ତିବିଜ୍ଞାନ ଚକ୍ର ଉପରେ ଆଧାରିତ ଯାହା ପୂର୍ବାନୁମାନ ଯୋଗ୍ୟ ଭିଭିରେ ପୁନରାବୃତ୍ତି ହୁଏ ।
(iv) ଚନ୍ଦ୍ର କେବଳ ରାତିରେ ଦେଖାଯାଏ ।
Answer:
(i) ସତ୍ୟ
(ii) ମିଥ୍ୟା
(iii) ସତ୍ୟ
(iv) ମିଥ୍ୟା

Question 2.
ଦିଲ୍ଲୀପ ୨୭ ଜୁନ୍ ପୂର୍ଣିମା ଦିନ ଜନ୍ମଗ୍ରହଣ କରିଥିଲା । ତାର ଜନ୍ମଦିନ ପ୍ରତିବର୍ଷ ପୂର୍ଣ୍ଣିମା ଦିନ ପଡ଼ିବ କି ? ଉତ୍ତର ଦିଅ ।
Answer:
ଦିଲ୍ଲୀପର ଜନ୍ମଦିନ ପ୍ରତିବର୍ଷ ପୂର୍ଣ୍ଣିମା ଦିନ ପଡ଼ିବ ନାହିଁ । ଗୋଟିଏ ଚାନ୍ଦବର୍ଷ ୩୫୪ ଦିନ ହେବା ସ୍ଥଳେ ସୌରବର୍ଷ ୩୬୫ ଦିନ ହୋଇଥାଏ । ଏହାଛଡ଼ା ପ୍ରତି ଚାରିବର୍ଷରେ ଅଧୂବର୍ଷଟି ୩୬୬ ଦିନ ହୋଇଥାଏ । ଚାନ୍ଦ ମାସ ଓ ସୌର ମାସ ମଧ୍ୟରେ ଅବଧୂର ପାର୍ଥକ୍ୟ ହେତୁ ପୂର୍ଣ୍ଣିମା ତିଥ୍ୟ ପ୍ରତିବର୍ଷ ଜୁନ୍ ୨୭ରେ ପଡ଼ିବ ନାହିଁ । ଏଣୁ ଦିଲ୍ଲୀପର ଜନ୍ମଦିନ ପ୍ରତିବର୍ଷ ପୂର୍ଣ୍ଣିମା ଦିନ ପଡ଼ିବ ନାହିଁ ।

Question 3.
ଚିତ୍ର ୧୧.୧୦ରେ ଭୁଲଥୁବା ଦୁଇଟି ତଥ୍ୟର ନାମଲେଖ ।
Class 8 Science Chapter 11 Question Answer Odia Medium ଆକାଶ ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା 1
Answer:
(i) ଚିତ୍ରରେ ବାଦଲ (Clouds) ଗୁଡ଼ିକ ଚନ୍ଦ୍ର ପୃଷ୍ଠରେ ଦେଖାଯାଉଛନ୍ତି ଯାହା ସତ୍ୟ ନୁହେଁ କାରଣ ବାଦଲ ବା ମେଘ କେବଳ ପୃଥ‌ିବୀ ବାୟୁମଣ୍ଡଳର ଟ୍ରପୋସ୍ପିୟରରେ ଦେଖାଯାଏ ।
(ii) ତାରକା ଗୁଡ଼ିକ ଚନ୍ଦ୍ରର ଉଜ୍ଜ୍ଵଳ ପୃଷ୍ଠରେ ଦୃଷ୍ଟିଗୋଚର ହେଉଛନ୍ତି ଯାହା ସତ୍ୟ ନୁହେଁ । ତାରକା ଗୁଡ଼ିକ କେବଳ ଚନ୍ଦ୍ରର ପଛ ଭାଗରେ ରହନ୍ତି ଏବଂ ସେଗୁଡ଼ିକ ଦିନବେଳା କିମ୍ବା ଚନ୍ଦ୍ରର ଉଜ୍ଜ୍ଵଳ ପୃଷ୍ଠ ପାଖରେ ଦେଖାଯିବା ସମ୍ଭବ ନୁହେଁ ।

Question 4.
ଚିତ୍ର ୧୧.୧୧ରେ ଚନ୍ଦ୍ରର ଚିତ୍ରଦେଖୁ ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
Class 8 Science Chapter 11 Question Answer Odia Medium ଆକାଶ ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା 2
(i) ଉପରୋକ୍ତ ଚିତ୍ରଗୁଡ଼ିକରେ ଦେଖାଯାଉଥ‌ିବା ଚନ୍ଦ୍ରକଳାର ପର୍ଯ୍ୟାୟ ସହିତ ସମ୍ବନ୍ଧିତ ସଠିକ୍ ସଂଖ୍ୟା ଲେଖ ।
Class 8 Science Chapter 11 Question Answer Odia Medium ଆକାଶ ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା 3
Answer:

ଚିତ୍ର ଲେବଲ୍ (ଯଥା A, B, C ଇତ୍ୟାଦି) ଚନ୍ଦ୍ର ପର୍ଯ୍ୟାୟ
D ଅମାବାସ୍ୟା ତିନିଦିନ ପରେ
E ପୂର୍ଣ୍ଣିମା
F ପୂର୍ଣ୍ଣିମା ତିନିଦିନ ପରେ
B ପୂର୍ଣ୍ଣିମାର ଏକ ସପ୍ତାହ ପରେ
A ଅମାବାସ୍ୟା ଦିନ

(ii) ଚିତ୍ର B ବ୍ୟତୀତ ଉପରୋକ୍ତ ସମସ୍ତ ଚନ୍ଦ୍ର ପର୍ଯ୍ୟାୟଗୁଡ଼ିକ ପୃଥ‌ିବୀରୁ ଦେଖାଯାଇଥାଏ । B ବ୍ୟତୀତ କୌଣସି ପର୍ଯ୍ୟାୟ ପୃଥ‌ିବୀର ଦୃଷ୍ଟିର ଅନ୍ତରାଳେ ନଥାଏ । ଚିତ୍ର B ରେ ଚନ୍ଦ୍ରର ଉଜ୍ଜ୍ୱଳତମ ଅଂଶ ପୃଥ‌ିବୀର ବିପରୀତ ପାର୍ଶ୍ଵର ଥ‌ିବାରୁ ଏହା ଦେଖାଯିବ ନାହିଁ ।

Class 8 Science Chapter 11 Question Answer Odia Medium ଆକାଶ: ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା

Question 5.
ମଞ୍ଜୁଳା ସୂର୍ଯ୍ୟାସ୍ତ ସମୟରେ ଆକାଶରେ ଚନ୍ଦ୍ରକୁ ମୁଣ୍ଡ ଉପରେ ଦେଖୁଥିଲା ।
(i) ମଞ୍ଜୁଳା ଦେଖୁଥ‌ିବା ଚନ୍ଦ୍ରର ପର୍ଯ୍ୟାୟ ଗୁଡ଼ିକ ଆଙ୍କ ।
(ii) ଚନ୍ଦ୍ର କ’ଣ ବୃଦ୍ଧି ପାଉଥ‌ିବା କିମ୍ବା ହ୍ରାସ ପାଉଥ‌ିବା ପର୍ଯ୍ୟାୟରେ ଅଛି କି ?
Answer:
(i) ମଞ୍ଜୁଳା ସୂର୍ଯ୍ୟାସ୍ତ ସମୟରେ ଆକାଶରେ ଚନ୍ଦ୍ରକୁ ମୁଣ୍ଡ ଉପରେ ଦେଖୁଲା ଏହା ଶୁକ୍ଳପକ୍ଷ ଆରମ୍ଭର ଏକ ସପ୍ତାହପରେ ଚନ୍ଦ୍ରର ଉଜ୍ଜ୍ୱଳତମ ଅଂଶ ଅର୍ଥବୃତ୍ତାକାର ପରି ଦେଖାଯିବ ।
Class 8 Science Chapter 11 Question Answer Odia Medium ଆକାଶ ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା 4
(ii) ଏହା ଚନ୍ଦ୍ରର ବୃଦ୍ଧି ପାଉଥ‌ିବା ପର୍ଯ୍ୟାୟ (Waxing period) ର ଏକ ନମୁନା ଅଟେ ।

Question 6.
ଶିବ କହିଲା, ‘ମୁଁ ଏକ ଅଦ୍ଧଚନ୍ଦ୍ର ଦେଖୁଲି ଏବଂ ଏହା ପୂର୍ବ ଦିଗରେ ଉଦୟ ହେଉଥୁଲା ଯେତେବେଳେ ସୂର୍ଯ୍ୟ ଅସ୍ତ ହେଉଥୁଲା’’ ସ୍ନିଗ୍ଧା କହିଲା, ‘ଥରେ ମୁଁ ପୂର୍ବ ଦିଗରେ ଅପରାହ୍ନ ସମୟରେ ଗିବସ୍ ଚନ୍ଦ୍ର ଦେଖୁଲି’’ ଦୁଇଜଣଙ୍କ ମଧ୍ୟରୁ କିଏ ସତ୍ୟ କହୁଛି ?
Answer:
ସୂର୍ଯ୍ୟ ଅସ୍ତ ହେଉଥ‌ିବା ସମୟରେ ପୂର୍ବ ଦିଗରେ ଅର୍ଦ୍ଧଚନ୍ଦ୍ର ଉଦୟ ହେବାର ଦେଖାଯାଏ ନାହିଁ । ଅପରାହ୍ଣ ସମୟରେ ପୂର୍ବ ଦିଗରେ ‘ଗିବସ୍ ଚନ୍ଦ୍ର’ ଦେଖାଯିବା ସମ୍ଭବ । ଏଣୁ ସ୍ନିଗ୍ଧାର କଥା ସତ୍ୟ ଅଟେ ।

Question 7.
ବୈଜ୍ଞାନିକ-ଅଧ୍ୟୟନରୁ ଜଣାପଡ଼ିଛି ଯେ ଚନ୍ଦ୍ର ପୃଥ‌ିବୀଠାରୁ ଦୂରେଇ ଯାଉଛି ଏବଂ ଏହାର ପରିବର୍ତ୍ତନରେ ଧୀର ହେଉଛି । ଏହି ପରିପ୍ରେକ୍ଷୀରେ ଚନ୍ଦ୍ର-ସୌର କ୍ୟାଲେଣ୍ଡରକୁ ଏକ ମଳମାସ ଅଧ୍ବକ କିମ୍ବା କମ୍‌ଥର ଆବଶ୍ୟକ ହେବ ।
Answer:
ଚନ୍ଦ୍ର ପୃଥ‌ିବୀ ଠାରୁ ଦୂରେଇ ଯିବା ଦ୍ଵାରା ଚନ୍ଦ୍ରକଳାର ଚକ୍ର ଅବଧୂ ବୃଦ୍ଧି ପାଇବ ଯାହାଦ୍ଵାରା ଚାନ୍ଦ୍ର ବର୍ଷର ଦିନ ସଂଖ୍ୟା ବଢ଼ିଯିବ । ଫଳରେ ଚାନ୍ଦ୍ରବର୍ଷ ଓ ସୌରବର୍ଷ ମଧ୍ୟରେ ବ୍ୟବଧାନ ହ୍ରାସ ପାଇବ । ପାର୍ଥକ୍ୟ ହ୍ରାସ ପାଇବା ଦ୍ଵାରା ମଳମାସ ସଂଖ୍ୟା ମଧ୍ୟ କମିଯିବ ।

Question 8.
ଏକ ସୌର କ୍ୟାଲେଣ୍ଡରରେ ୩ ବର୍ଷ ମଧ୍ୟରେ ମୋଟ ୩୭ଟି ପୂର୍ଣ୍ଣଚନ୍ଦ୍ର ଘଟେ । ଦେଖ ଯେ ସୌର କ୍ୟାଲେଣ୍ଡରର ସେହି ମାସରେ ୩୭ ପୂର୍ଣ୍ଣଚନ୍ଦ୍ର ମଧ୍ୟରୁ ଅତି କମ୍‌ରେ ଦୁଇଟି ନିଶ୍ଚିତ ଭାବରେ ଘଟିବ ? କିମ୍ବା, ଏକ ସୌର କ୍ୟାଲେଣ୍ଡରରେ ୩ ବର୍ଷ ମଧ୍ୟରେ ମୋଟ ୩୭ଟି ପୂର୍ଣ୍ଣଚନ୍ଦ୍ର ଘଟେ । ଦର୍ଶାଅ ଯ ୩୭ଟି ପୂର୍ଣ୍ଣଚନ୍ଦ୍ର ମଧ୍ୟରୁ ସୌର କ୍ୟାଲେଣ୍ଡରର ଗୋଟିଏ ମାସରେ ଦୁଇଟି ପୂର୍ଣ୍ଣଚନ୍ଦ୍ର ଦେଖାଯିବ ।
Answer:
ଗୋଟିଏ ସୌରବର୍ଷରେ 12 ଟି ମାସ ରହୁଥ‌ିବାରୁ 3 ବର୍ଷରେ 12 x 3 = 36 ଟି ମାସ ରହିବ । ପ୍ରତି ମାସରେ ଗୋଟିଏ ପୂର୍ଣ୍ଣଚନ୍ଦ୍ର ଦେଖାଗଲେ ମୋଟ 36 ଟି ପୂର୍ଣ୍ଣଚନ୍ଦ୍ର ଦେଖାଯିବା ସ୍ଵାଭାବିକ । ପ୍ରକୃତରେ 37 ଟି ପୂର୍ଣ୍ଣଚନ୍ଦ୍ର ଦେଖାଯାଉଥ‌ିବାରୁ କୌଣସି ଏକ ମାସରେ 2 ଟି ପୂର୍ଣ୍ଣଚନ୍ଦ୍ର ଦେଖାଯିବାର ବିରଳ ଦୃଷ୍ଟାନ୍ତ ରହିବ ।

Question 9.
ଏକ ନିର୍ଦ୍ଦିଷ୍ଟ ରାତିରେ, ରମା ସୂର୍ଯ୍ୟାସ୍ତରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଆକାଶରେ ଚନ୍ଦ୍ର ଦେଖୁଥିଲା । ଚନ୍ଦ୍ରର କେଉଁ ପର୍ଯ୍ୟାୟ ସେ ଲକ୍ଷ୍ୟ କରୁଥିଲା ?
Answer:
କେବଳ ପୂର୍ଣ୍ଣିମାରେ ଚନ୍ଦ୍ର ସୂର୍ଯ୍ୟାସ୍ତରେ ଉଦୟ ହୋଇ ସୂର୍ଯ୍ୟୋଦୟରେ ଅସ୍ତଗାମୀ ହୁଏ । ଏଣୁ ‘ରମା’ ଚନ୍ଦ୍ରର ‘ବୃଦ୍ଧିକାଳୀନ ପର୍ଯ୍ୟାୟ’ (Waxing period)ର ପୂର୍ଣ୍ଣିମା ଦିନ ଚନ୍ଦ୍ରକୁ ନିରୀକ୍ଷଣ କରୁଥିଲା ।

Question 10.
ଯଦି ଆମେ ଅଧୁବର୍ଷ ହେବା ବନ୍ଦ କରିଦେଉ, ତେବେ ପ୍ରାୟ କେତେବର୍ଷ ପରେ ଭାରତୀୟ ସ୍ଵାଧୀନତା ଦିବସ ଶୀତଦିନରେ ପାଳିତ ହେବ ?
Answer:
ସ୍ଵାଧୀନତା ଦିବସ ଅଗଷ୍ଟ 15 ତାରିଖରେ ପଡେ । ଡିସେମ୍ବର 21 ତାରିଖ ସୂର୍ଯ୍ୟ ମକରକ୍ରାନ୍ତି ଉପରେ ଅବସ୍ଥାନ କରୁଥିବାରୁ ଆମ ଦେଶରେ ଶୀତଋତୁ ହୁଏ । ଏହି ଦୁଇଟି ଦିବସ ମଧ୍ୟରେ ବ୍ୟବଧାନ 16 + 30 + 31 + 30 + 21 = 128 ଦିନ । ଅଧୁବର୍ଷ ପ୍ରତି 4 ବର୍ଷରେ ଥରେ ଆସେ ଏବଂ ବର୍ଷରେ l ଦିନ ବୃଦ୍ଧି ହୁଏ । 128 ଦିନ ବୃଦ୍ଧି ପାଇଁ 128 x 4 = 512 ବର୍ଷ କିମ୍ବା ଅନ୍ୟୁନ୍ୟ 500 ବର୍ଷ ଲାଗିବ । ଏଣୁ ପାଖାପାଖୁ 500 ବର୍ଷପରେ ସ୍ଵାଧୀନତା ଦିବସ ଶୀତଦିନେ ପାଳନ କରାଯିବ ।

Question 11.
କୃତ୍ରିମ ଉପଗ୍ରହ ଉତ୍‌କ୍ଷେପଣ କରିବାର ଉଦ୍ଦେଶ୍ୟ କ’ଣ ?
Answer:
ସାଧାରଣତଃ ଯୋଗାଯୋଗ, ସମୁଦ୍ର ମଧ୍ୟରେ ଦିଗ ନିର୍ଣ୍ଣୟ, ପାଣିପାଗ ନିରୀକ୍ଷଣ, ବିପର୍ଯ୍ୟୟ ପରିଚାଳନା ଏବଂ ବୈଜ୍ଞାନିକ ଗବେଷଣା ପାଇଁ କୃତ୍ରିମ ଉପଗ୍ରହ ଗୁଡ଼ିକ ଉତ୍‌କ୍ଷେପଣ କରାଯାଏ ।

Question 12.
କେଉଁ ପର୍ଯ୍ୟାୟକ୍ରମ ଉପରେ ନିମ୍ନଲିଖୁତ ମାପ ଆଧାରିତ ?
(i) ଦିନ
(ii) ମାସ
(iii) ବର୍ଷ
Answer:
(i) ଦିନ – ପୃଥ‌ିବୀର ଆବର୍ତ୍ତନ ପର୍ଯ୍ୟାୟ (Rotation) (ହାରାହାରି 24 ଘଣ୍ଟା)
(ii) ମାସ – ଚନ୍ଦ୍ରର ପୃଥ‌ିବୀକୁ ପରିକ୍ରମଣ (Revolution) ଯାହା ଚନ୍ଦ୍ରକଳାର ହ୍ରାସ ବୃଦ୍ଧିର ଏକ ସଂପୂର୍ଣ ଚକ୍ର ଅଟେ (ପ୍ରାୟ 29.5 ଦିନ)
(iii) ବର୍ଷ – ପୃଥ‌ିବୀର ସୂର୍ଯ୍ୟ ଚାରିପଟେ ପରିକ୍ରମଣରେ (Revolution) (ପ୍ରାୟ 365.25 ଦିନ)

ପାଠ୍ୟପୁସ୍ତକସ୍ଥ ଅନୁସନ୍ଧାନ ଓ ଚିନ୍ତନ ପ୍ରଶ୍ନୋତ୍ତର

Question 1.
ତୁମେ କେବେ ଦିନବେଳା ଆକାଶରେ ଚନ୍ଦ୍ର ଦେଖୁଛ କି ? ଆକାଶରେ ସୂର୍ଯ୍ୟ ଥ‌ିବା ସମୟରେ ବେଳେବେଳେ ଚନ୍ଦ୍ର ଦେଖାଯିବାର କାରଣ କ’ଣ ?
Answer:
ଆକାଶରେ ଚନ୍ଦ୍ର ଦିନବେଳେ ମଧ୍ୟ ଦେଖାଯାଏ । ସୂର୍ଯ୍ୟକିରଣ ଚନ୍ଦ୍ର ଉପରେ ପଡି ପ୍ରତିଫଳିତ ହେଲେ ଚନ୍ଦ୍ର ଦୃଶ୍ୟମାନ ହୁଏ । ଏହାର ଦୃଶ୍ୟମାନତା ସୂର୍ଯ୍ୟ, ପୃଥ‌ିବୀ ଓ ଚନ୍ଦ୍ରର ଅବସ୍ଥାନ ବ୍ୟତୀତ ଆକାଶରେ ଉଜ୍ଜ୍ୱଳତା ଉପରେ ନିର୍ଭର କରେ । ସୂର୍ଯ୍ୟଙ୍କର ରଶ୍ମୀ ଯେତେ ଅଧିକ ଉଜ୍ଜ୍ଵଳ ହୁଏ ଏବଂ ଆକାଶର ବର୍ଷ ଅଧିକ ନୀଳହେଲେ, ଚନ୍ଦ୍ର ଅଧିକ ଦୃଶ୍ୟମାନ ହ ଏ ।

Question 2.
ମନେକର ତୁମେ ପୃଥବୀ ପରିବର୍ତ୍ତେ ଚନ୍ଦ୍ର ପୃଷ୍ଠରେ ରହୁଛ । ତୁମେ କିପରି ଗୋଟିଏ ଦିନ, ଗୋଟିଏ ମାସ କିମ୍ବା ଗୋଟିଏ ବର୍ଷ ଗଣନା କରିବ ?
Answer:
(i) ଆମେ ଚନ୍ଦ୍ର ପୃଷ୍ଠରେ ଥ‌ିବା ସମୟରେ ଚନ୍ଦ୍ରର ଆବର୍ତ୍ତନ ସମୟ ଆମ ପାଇଁ ଗୋଟିଏ ଦିନ ହେବ ।
(ii) ଚନ୍ଦ୍ର ଯେଉଁ ଅବଧ୍ୟରେ ପୃଥ‌ିବୀକୁ ପରିକ୍ରମଣ କରିବ, ସେହି ଅବଧୂ ଆମ ପାଇଁ ଗୋଟିଏ ମାସ ହେବ ।
(iii) ସେହିପରି ପୃଥ‌ିବୀ ସୂର୍ଯ୍ୟଙ୍କୁ ପରିକ୍ରମଣ କରିବା ପାଇଁ 365 ଦିନ 6 ଘଣ୍ଟା ସମୟ ନିଏ । ଏହା ଆମ ପାଇଁ ଗୋଟିଏ ବର୍ଷ ହେବ ।

Question 3.
ଯଦି ପୃଥ‌ିବୀର ଗୋଟିଏ ପରିବର୍ତ୍ତେ ଦୁଇଟି ଚନ୍ଦ୍ର ଥାଆନ୍ତା, ତେବେ କ’ଣ ହୁଅନ୍ତା ? ଏହା ରାତିଆକାଶରେ କି ପରିବର୍ତ୍ତନ ଦେଖାଯାଆନ୍ତା ?
Answer:
(i) ଯଦି ପୃଥ‌ିବୀର ଗୋଟିଏ ପରିବର୍ତ୍ତେ ଦୁଇଟି ଚନ୍ଦ୍ର ଥାଆନ୍ତା, ଆକାଶ ଆହୁରି ଅଧିକ ଆଲୋକିତ ହୁଅନ୍ତା ।
(ii) ଦୁଇଟି ଚନ୍ଦ୍ରର୍ କଳାର ହ୍ରାସ ବୃଦ୍ଧି ଭିନ୍ନ ଭିନ୍ନ ଚିତ୍ର ଦର୍ଶାଉଥାନ୍ତା ।
(iii) ପୃଥ‌ିବୀରେ ସମୁଦ୍ର ଜୁଆରରେ ପ୍ରଭାବ ପଡ଼ନ୍ତା ।
(iv) ଚନ୍ଦ୍ର ଦୁଇଟି ମଧ୍ୟରେ ଧକ୍କା ହେବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇ ନପାରେ ।
(v) ପୃଥ‌ିବୀର ମାଧ୍ୟାକର୍ଷଣରେ ମଧ୍ୟ ପରିବର୍ତ୍ତନ ଦେଖାଯାଆନ୍ତା ।

Question 4.
ଯଦି ଆମର ଘଣ୍ଟା କିମ୍ବା କ୍ୟାଲେଣ୍ଡର ନଥାନ୍ତା, ଆମେ କିପରି ସମୟ ଗଣନା କରିପାରନ୍ତେ ?
Answer:
(i) ଆମ ପାଖରେ ଘଣ୍ଟା କିମ୍ବା କ୍ୟାଲେଣ୍ଡର ନଥୁଲେ, ଆମେ ପ୍ରାକୃତିକ ଘଟଣା ଓ ମହାଜାଗତିକ ବସ୍ତୁମାନଙ୍କର ଗତିବିଧ‌ି ଲକ୍ଷ୍ୟ କରି ସମୟ ନିରୂପଣ କରନ୍ତେ ।
(ii) ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତକୁ ଲକ୍ଷ୍ୟକରି ଦିନ ନିରୂପଣ କରାଯାଇ ପାରନ୍ତା ।
(iii) ଚନ୍ଦ୍ରକଳାର ହ୍ରାସବୃଦ୍ଧିକୁ ଲକ୍ଷ୍ୟକରି ଗୋଟିଏ ପୂର୍ଣ୍ଣଚନ୍ଦ୍ରକୁ ମାସର ଅବଧୂ ବୋଲି ଧରି ହୁଅନ୍ତା ।
(iv) ନକ୍ଷତ୍ରପୁଞ୍ଜର ଅବସ୍ଥିତି କିମ୍ବା ସୂର୍ଯ୍ୟଙ୍କର ଉତ୍ତରାୟଣ ଓ ଦକ୍ଷିଣାୟନ ଗତିକୁ ଲକ୍ଷ୍ୟକରି ବର୍ଷ ନିରୂପଣ କରାଯାଇ ଥାଆନ୍ତା ।
(v) ଋତୁଚକ୍ରକୁ ଅନୁଧ୍ୟାନ କରି ଦୁଇଟି କ୍ରମିକ ସମଋତୁ ମଧ୍ୟରେ ପ୍ରଭେଦକୁ ଗୋଟିଏ ବର୍ଷର ଅବଧୂ ରୂପେ ଗଣନା କରିହୁଅନ୍ତା ।

Question 5.
ଚନ୍ଦ୍ର, ସୂର୍ଯ୍ୟଙ୍କର ଯେତେ ନିକଟ ହୁଏ, ପୃଥ‌ିବୀ ପୃଷ୍ଠରୁ ଲକ୍ଷ୍ୟକଲେ ଏହାର ଉଜ୍ଜ୍ଵଳ ଅଂଶ ସେତେ କମି କମି ଯାଏ କିପରି ?
Answer:
ପୃଥ‌ିବୀର ଆବର୍ତ୍ତନ, ଚନ୍ଦ୍ରର ପରିକ୍ରମଣ ଫଳସ୍ଵରୂପ ଆକାରରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥ‌ିବୀର ଅବସ୍ଥାନରେ ପରିବର୍ତ୍ତନ ଆସେ । ଏହାର ପରିଣାମ ସ୍ୱରୂପ ଚନ୍ଦ୍ରର ପୃଥିବୀକୁ ମୁହଁ କରିଥିବା ଅର୍ଥ ବୃତ୍ତାକାର ଅଂଶର କିଛି ଅଂଶ ବା ସଂପୂର୍ଣ୍ଣ ଅଂଶ ଯାହା ସୂର୍ଯ୍ୟରଶ୍ମୀକୁ ପ୍ରତିଫଳନ କଲେ ଦୃଷ୍ଟିଗୋଚର ହୁଏ । ଚନ୍ଦ୍ର, ସୂର୍ଯ୍ୟଙ୍କର ଯେତେ ନିକଟତର ହୁଏ ଏହାର ପୃଥ‌ିବୀ ମୁହଁ ଆଲୋକିତ ଅଂଶ କ୍ରମଶଃ ହ୍ରାସ ପାଏ । ନିକଟତମ ଅବସ୍ଥାରେ ଚନ୍ଦ୍ରର ଆଲୋକିତ ଅକ୍ଷାଂଶ ଆଦୌ ପୃଥ‌ିବୀ ମୁହାଁ ହୋଇପାରେ ନାହିଁ । ଫଳରେ ଚନ୍ଦ୍ର ଦୃଷ୍ଟିଗୋଚର ହୁଏ ନାହିଁ । ଏହାକୁ ଅମାବାସ୍ୟା କହନ୍ତି । ଏହାକୁ ଚନ୍ଦ୍ରର କ୍ଷୟପ୍ରାପ୍ତ ପର୍ଯ୍ୟାୟ କହନ୍ତି । ପରବର୍ତୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଚନ୍ଦ୍ର ସୂର୍ଯ୍ୟଙ୍କ ଠାରୁ ଦୂରକୁ ଦୂରକୁ ଗତିକଲେ ଚନ୍ଦ୍ରର ଆଲୋକିତ ଅଂଶ କ୍ରମଶଃ ବୃଦ୍ଧିପାଏ । ଏହାକୁ ଚନ୍ଦ୍ରର କ୍ରମ ବୃଦ୍ଧିପର୍ଯ୍ୟାୟ (Waxing phase) କହନ୍ତି ।

Question 6.
ଅଧିକାଂଶ ଭାରତୀୟ ପର୍ବ ପ୍ରତିବର୍ଷ ଭିନ୍ନ ଭିନ୍ନ ତାରିଖରେ ପଢ଼ିବାର କାରଣ କ’ଣ ?
Answer:
ଅଧିକାଂଶ ଭାରତୀୟ ପର୍ବ ଚନ୍ଦ୍ର ପଞ୍ଜିକାର ଗଣନା ଉପରେ ଆଧାରିତ । ଗୋଟିଏ ଚାନ୍ଦ୍ରବର୍ଷ ଓ ସୌରବର୍ଷ ମଧ୍ୟରେ ସମୟର ବ୍ୟବଧାନ ପ୍ରାୟ 11 ଦିନ । ଏହି ବ୍ୟବଧାନ ପର୍ବଗୁଡ଼ିକର ତାରିଖ ବଦଳାଇ ଦିଏ କାରଣ ଗ୍ରେଗୋରିଆନ କ୍ୟାଲେଣ୍ଡର ସୌର ପଞ୍ଜିକାକୁ ଅନୁସରଣ କରିଥାଏ ।

Question 7.
ସନ୍ଧ୍ୟା ଆକାଶକୁ ଦେଖୁଲେ କେତେକ ଉଜ୍ଜ୍ୱଳ ଗତିଶୀଳ ବସ୍ତୁ ଦେଖାଯାଏ । ସେଗୁଡ଼ିକ କ’ଣ ? ସେମାନଙ୍କର ଗତି ସାମୟିକ କି ?
Answer:
ସନ୍ଧ୍ୟା ଆକାରରେ ଗତିଶୀଳ ଉଜ୍ଜ୍ଵଳ ବସ୍ତୁଗୁଡ଼ିକ କୃତ୍ରିମ ଉପଗ୍ରହ । ସେମାନଙ୍କର ଗତି ସାମୟିକ । ଏକ ନିର୍ଦ୍ଦିଷ୍ଟ ସମୟରେ ସେମାନେ ପୃଥ‌ିବୀକୁ ପ୍ରଦକ୍ଷିଣ କରନ୍ତି ।

ଅତିରିକ୍ତ ଅଭ୍ୟାସ ପ୍ରଶ୍ନୋତ୍ତର

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର
(କ) ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ବେଳେବେଳେ ଚନ୍ଦ୍ର ଆକାଶରେ ଅପରାହ୍ନରେ ଦେଖାଯିବାର କାରଣ କ’ଣ ?
(a) ଏହାର ନିଜର ଆଲୋକ ଅଛି ।
(b) ସୂର୍ଯ୍ୟ ତୁଳନାରେ ଏହା ପୃଥ‌ିବୀର ନିକଟତର ।
(c) ଏହା ସୂର୍ଯ୍ୟରଶ୍ମୀ ପ୍ରତିଫଳନ କରେ ଏବଂ ଦିନରେ ଉଦୟ ହୁଏ ।
(d) ଏହା ସର୍ବଦା ସୂର୍ଯ୍ୟର ବିପରୀତ ଦିଗରେ ଥାଏ ।
Answer:
(c) ଏହା ସୂର୍ଯ୍ୟରଶ୍ମୀ ପ୍ରତିଫଳନ କରେ ଏବଂ ଦିନରେ ଉଦୟ ହୁଏ ।

Question 2.
ପୂର୍ଣ୍ଣିମାର ଏକ ସପ୍ତାହ ପରେ ଚନ୍ଦ୍ରର କେଉଁ ପର୍ଯ୍ୟାୟ ଆସେ ?
(a) ବୃଦ୍ଧିକାଳୀନ କେସେଣ୍ଟ ପର୍ଯ୍ୟାୟ
(b) କ୍ଷୟକାଳୀନ ଗି ପର୍ଯ୍ୟାୟ
(c) ଅମାବାସ୍ଯା
(d) ପ୍ରଥମ ଚତୁର୍ଥାଂଶ
Answer:
(b) କ୍ଷୟକାଳୀନ ଗି ପର୍ଯ୍ୟାୟ

Question 3.
ଚନ୍ଦ୍ର, ପୃଥ‌ିବୀ ଓ ସୂର୍ଯ୍ୟ ମଧ୍ୟରେ ଅବସ୍ଥାନ କଲେ କ’ଣ ଘଟେ ?
(a) ପୂର୍ଣ୍ଣିମା
(b) ସୂର୍ଯ୍ୟପରାଗ
(c) ଅମାବାସ୍ଯା
(d) ଚନ୍ଦ୍ରଗ୍ରହଣ
Answer:
(b) ସୂର୍ଯ୍ୟପରାଗ

Question 4.
ଯେଉଁ କ୍ୟାଲେଣ୍ଡରରେ ବର୍ଷକ 354 ଦିନ ତାହାକୁ କ’ଣ୍ କହନ୍ତି ?
(a) ସିଡ଼େରାଲ କ୍ୟାଲେଣ୍ଡର
(b) ସୌର କ୍ୟାଲେଣ୍ଡର
(c) ଚନ୍ଦ୍ର କ୍ୟାଲେଣ୍ଡର
(d) କ୍ରାନ୍ତିୟ କ୍ୟାଲେଣ୍ଡର
Answer:
(c) ଚନ୍ଦ୍ର କ୍ୟାଲେଣ୍ଡର

Class 8 Science Chapter 11 Question Answer Odia Medium ଆକାଶ: ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା

Question 5.
ଶତାବ୍ଦୀ ଗୁଡ଼ିକ କେଉଁ ସଂଖ୍ୟା ଦ୍ଵାରା ବିଭାଜିତ ନହେଲେ ସେଗୁଡ଼ିକ ଅଧୂବର୍ଷ ହେବନାହିଁ ?
(a) 10
(b) 100
(c) 50
(d) 400
Answer:
(d) 400

Question 6.
ସୌର–ଚନ୍ଦ୍ର କ୍ୟାଲେଣ୍ଡରରେ ମଳମାସ କାହିଁକି ଯୋଗ ହୁଏ ?
(a) ନୂତନ ପର୍ବ ଯୋଗ କରିବାକୁ
(b) କ୍ୟାଲେଣ୍ଡରକୁ ଚନ୍ଦ୍ର-କ୍ୟାଲେଣ୍ଡର କରିବାକୁ
(c) ଚନ୍ଦ୍ର ଓ ସୌର କ୍ୟାଲେଣ୍ଡର ମଧ୍ୟରେ ସମନ୍ଵୟ ରକ୍ଷା କରିବାକୁ
(d) ଅଧ୍ବବର୍ଷ ହଟାଇଦେବାକୁ
Answer:
(c) ଚନ୍ଦ୍ର ଓ ସୌର କ୍ୟାଲେଣ୍ଡର ମଧ୍ୟରେ ସମନ୍ଵୟ ରକ୍ଷା କରିବାକୁ

Question 7.
ପ୍ରତିଦିନ ଚନ୍ଦ୍ର ପୂର୍ବଦିନ ଅପେକ୍ଷା 50 ମିନିଟ୍ ବିଳମ୍ବରେ ଉଦୟ ହୁଏ କାରଣ-
(a) ପୃଥ‌ିବୀର ଆବର୍ତ୍ତନ
(b) ଚନ୍ଦ୍ର ପୃଥ‌ିବୀକୁ ପରିକ୍ରମଣ ଓ ପୃଥ‌ିବୀର ଆବର୍ତ୍ତନ
(c) ସୂର୍ଯ୍ୟ ଶୀଘ୍ର ଅସ୍ତ ହୁଅନ୍ତି
(d) ଚନ୍ଦ୍ରର ଆକାର ବୃଦ୍ଧି ହୁଏ ।
Answer:
(b) ଚନ୍ଦ୍ର ପୃଥ‌ିବୀକୁ ପରିକ୍ରମଣ ଓ ପୃଥ‌ିବୀର ଆବର୍ତ୍ତନ

Question 8.
ଚନ୍ଦ୍ର ସାଧାରଣତଃ କେଉଁ ଦିଗରେ ଉଦୟ ହୁଅନ୍ତି ?
(a) ଉତ୍ତର
(b) ଦକ୍ଷିଣ
(c) ପୂର୍ବ
(d) ପଶ୍ଚିମ
Answer:
(c) ପୂର୍ବ

Question 9.
ପ୍ରଥମ ସାତଦିନରେ ଚନ୍ଦ୍ରର ଉଜ୍ଜ୍ଵଳ ଅଂଶ ଅର୍ଥବୃତ୍ତ ଠାରୁ ଅଧିକ ହେଲେ କେଉଁ ପର୍ଯ୍ୟାୟ ଆସେ ?
(a) ବୃଦ୍ଧିକାଳୀନ କ୍ରସେଣ୍ଟ ପର୍ଯ୍ୟାୟ
(b) ବୃଦ୍ଧିକାଳୀନ ଗିବସ୍ ପର୍ଯ୍ୟାୟ
(c) କ୍ଷୟକାଳୀନ ଗି ପର୍ଯ୍ୟାୟ
(d) ଶେଷ ଚତୁର୍ଥାଂଶ
Answer:
(b) ବୃଦ୍ଧିକାଳୀନ ଗିବସ୍ ପର୍ଯ୍ୟାୟ

Question 10.
ଜ୍ୟୋତିର୍ବିଜ୍ଞାନୀମାନେ ପୃଥ‌ିବୀ ପୃଷ୍ଠରୁ ତାରକା ପୁଞ୍ଜର ଅବସ୍ଥାନ ଜାଣିବା ପାଇଁ କେଉଁ କ୍ୟାଲେଣ୍ଡର ବ୍ୟବହାର କରନ୍ତି ?
(a) ଚନ୍ଦ୍ର କ୍ୟାଲେଣ୍ଡର
(b) ସିଡେରାଲ କ୍ୟାଲେଣ୍ଡର
(c) ସୌର କ୍ୟାଲେଣ୍ଡର
(d) ସୌର-ଚନ୍ଦ୍ର କ୍ୟାଲେଣ୍ଡର
Answer:
(b) ସିଡେରାଲ କ୍ୟାଲେଣ୍ଡର

Question 11.
ନିମ୍ନୋକ୍ତ କେଉଁ ପର୍ଯ୍ୟାୟରେ ଚନ୍ଦ୍ରର ଉଜ୍ଜ୍ଵଳ ଅଂଶ ହ୍ରାସ ପାଇଥାଏ ?
Class 8 Science Chapter 11 Question Answer Odia Medium ଆକାଶ ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା 5
Answer:
Class 8 Science Chapter 11 Question Answer Odia Medium ଆକାଶ ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା 6

Question 12.
ଗ୍ରେଗୋରିଆନ୍ କ୍ୟାଲେଣ୍ଡରର କେଉଁ ତାରିଖରୁ ଭାରତୀୟ ଜାତୀୟ କ୍ୟାଲେଣ୍ଡରରେ ବର୍ଷ ଆରମ୍ଭ ହୁଏ ?
(a) 1 ଜାନୁଆରୀ
(b) 15 ଏପ୍ରିଲ୍
(c) 22 ମାର୍ଚ୍ଚ
(d) 23 ସେପ୍ଟେମ୍ବର
Answer:
(c) 22 ମାର୍ଚ୍ଚ

Question 13.
ଭାରତୀୟ କ୍ୟାଲେଣ୍ଡର ସଂସ୍କାର କମିଟିର ଅଧ୍ୟକ୍ଷ କିଏ ଥିଲେ ?
(a) ବିକ୍ରମ ସରଭାଇ
(b) ହୋମି ଭାବା
(c) ସି.ଭି. ରମଣ
(d) ମେଘନାଦ ସାହା
Answer:
(d) ମେଘନାଦ ସାହା

Question 14.
ରାତ୍ରି ଆକାଶରେ କୃତ୍ରିମ ଉପଗ୍ରହ ବୁଲୁଥିବାର ଦେଖାଯିବାର କାରଣ-
(a) ସେମାନେ ସୌରଶକ୍ତି ଦ୍ଵାରା ଉଜ୍ଜ୍ୱଳ ଦେଖାଯାଆନ୍ତି
(b) ସେମାନେ ପ୍ରଚଣ୍ଡ ବେଗରେ ପୃଥ‌ିବୀ ପ୍ରଦକ୍ଷିଣ କରନ୍ତି ।
(c) ସେମାନଙ୍କର ଆଲୋକ ଦ୍ରୁତ ବେଗରେ ଗତିକରେ
(d) ସେଗୁଡ଼ିକ ତାରା ତୁଳନାରେ ଅଧ‌ିକ ନିକଟବର୍ତ୍ତୀ
Answer:
(b) ସେମାନେ ପ୍ରଚଣ୍ଡ ବେଗରେ ପୃଥ‌ିବୀ ପ୍ରଦକ୍ଷିଣ କରନ୍ତି ।

(ଖ) ଶୂନ୍ୟସ୍ଥାନ ପୂରଣ କର ।

1. ତତ୍ତ୍ୱ ______ ରୁ ପ୍ରତିଫଳନ କରିବାଦ୍ୱାରା। ଏହା ପୃଥିବୀଠାରୁ ଦୃଶ୍ୟଗୋଚର ହୁଏ।
Answer:
ସୂର୍ଯ୍ୟାଲୋକ

2. ______ କ୍ୟାଲେଣ୍ଡରର ପ୍ରଥମ ସୂର୍ଯ୍ୟଙ୍କୁ ପରିକ୍ରମଣ ଉପରେ ପ୍ରତିଷ୍ଠିତ।
Answer:
ସୌର

3. ଗୋଟିଏ ସଂଖ୍ୟା ତତ୍ତ୍ୱ ହାସଲ କରିବାକୁ ତତ୍ତ୍ୱ ______ ସମୟ ନେଇଥାଏ।
Answer:
29.5 ଦିନ

4. ଭାରତୀୟ ଜାତୀୟ କ୍ୟାଲେଣ୍ଡରର ଅନୁସାରେ ______ ଦିନଠାରୁ ବର୍ଷ ଆରମ୍ଭ ହୁଏ।
Answer:
22 ମାର୍ଚ୍ଚ

5. ______ ପର୍ଯ୍ୟାୟରେ ଚନ୍ଦ୍ର ଦୃଶ୍ୟମାନ ଅଂଶ ବୃଦ୍ଧିପାଏ।
Answer:
ବୃଦ୍ଧିପ୍ରାପ୍ତ ପର୍ଯ୍ୟାୟ

(ଗ) ସତ୍ୟ କିମ୍ବା ମିଥ୍ୟା ଲେଖ ।

1. ଚନ୍ଦ୍ର ତା ନିଜର ଆଲୋକ ପ୍ରଦାନ କରେ ।
Answer:
ମିଥ୍ୟା

2. ଚନ୍ଦ୍ର, ପୃଥ‌ିବୀ ଓ ସୂର୍ଯ୍ୟ ମଧ୍ୟରେ ଅବସ୍ଥାନ କରିବା ସମୟରେ ପୂର୍ଣ୍ଣିମା ହୁଏ ।
Answer:
ମିଥ୍ୟା

3. ଅଧ୍ଵବର୍ଷର ଅନ୍ତର୍ଭୁକ୍ତ ପ୍ରକ୍ରିୟା କ୍ୟାଲେଣ୍ଡରକୁ ଋତୁଚକ୍ର ସହ ସମନ୍ବିତ କରେ ।
Answer:
ସତ୍ୟ

4. ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ ମକର ସଂକ୍ରାନ୍ତି ବିଭିନ୍ନ ବର୍ଷ ଭିନ୍ନ ଭିନ୍ନ ତାରିଖରେ ପଡ଼େ ।
Answer:
ମିଥ୍ୟା

5. କୃତ୍ରିମ ଉପଗ୍ରହ ଗୁଡ଼ିକୁ ପୃଥ‌ିବୀକୁ ପରିକ୍ରମଣ କରୁଥିବା ସମୟରେ ଗତିଶୀଳ ଆଲୋକ ପିଣ୍ଡ ପରି ଦେଖାଯାଆନ୍ତି ।
Answer:
ସତ୍ଯ

(ଘ) ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭକୁ ମିଳନ କର

‘କ’ ସ୍ତମ୍ଭର ଶବ୍ଦଗୁଡ଼ିକ ସହ ‘ଖ’ ସ୍ତମ୍ଭର ବ୍ୟାଖ୍ୟା ଗୁଡ଼ିକୁ ମିଳନ କର ।

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
A. ପୂର୍ଣ୍ଣିମା i. ଚନ୍ଦ୍ର ସଂପୂର୍ଣ୍ଣ ଅଦୃଶ୍ୟ
B. ପ୍ରଥମ ଚତୁର୍ଥାଂଶ ii. ଚନ୍ଦ୍ରର ଅଳ୍ପ କିଛି ଅଂଶ ଉଜ୍ଜ୍ଵଳ
C. ବୃଦ୍ଧିପ୍ରାପ୍ତ କ୍ରସେଣ୍ଟ ପର୍ଯ୍ୟାୟ iii. ଚନ୍ଦ୍ରର ଅର୍ଦ୍ଧେକ ଦୃଶ୍ୟମାନ
D. ଅମାବାସ୍ଯା iv. ସଂପୂର୍ଣ୍ଣ ବୃତ୍ତାକାର ଚନ୍ଦ୍ର ଦୃଶ୍ୟମାନ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
A. ପୂର୍ଣ୍ଣିମା iv. ସଂପୂର୍ଣ୍ଣ ବୃତ୍ତାକାର ଚନ୍ଦ୍ର ଦୃଶ୍ୟମାନ
B. ପ୍ରଥମ ଚତୁର୍ଥାଂଶ iii. ଚନ୍ଦ୍ରର ଅର୍ଦ୍ଧେକ ଦୃଶ୍ୟମାନ
C. ବୃଦ୍ଧିପ୍ରାପ୍ତ କ୍ରସେଣ୍ଟ ପର୍ଯ୍ୟାୟ ii. ଚନ୍ଦ୍ରର ଅଳ୍ପ କିଛି ଅଂଶ ଉଜ୍ଜ୍ଵଳ
D. ଅମାବାସ୍ଯା i. ଚନ୍ଦ୍ର ସଂପୂର୍ଣ୍ଣ ଅଦୃଶ୍ୟ

Question 2.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
A. ସୌର କ୍ୟାଲେଣ୍ଡର i. ମୁସଲମାନ ପର୍ବ ପାଇଁ ଚନ୍ଦ୍ର କଳା ଉପରେ ପ୍ରତିଷ୍ଠିତ
B. ଚନ୍ଦ୍ର କ୍ୟାଲେଣ୍ଡର ii. ପୃଥ‌ବୀଦ୍ଵାରା ସୂର୍ଯ୍ୟକୁ ପରିକ୍ରମଣ ଉପରେ ପ୍ରତିଷ୍ଠିତ
C. ସୌର-ଚନ୍ଦ୍ର କ୍ୟାଲେଣ୍ଡର iii. ଋତୁଚକ୍ରର ସମନ୍ଵୟ ପାଇଁ ମଳମାସ ଯୋଗ
D. ସିଡ଼େରାଲ କ୍ୟାଲେଣ୍ଡର iv. ତାରକା ପୁଞ୍ଜଦେଇ ପୃଥ‌ିବୀର କକ୍ଷ ପଥ ଅନୁସରଣରେ ବ୍ୟବହାର

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
A. ସୌର କ୍ୟାଲେଣ୍ଡର ii. ପୃଥ‌ବୀଦ୍ଵାରା ସୂର୍ଯ୍ୟକୁ ପରିକ୍ରମଣ ଉପରେ ପ୍ରତିଷ୍ଠିତ
B. ଚନ୍ଦ୍ର କ୍ୟାଲେଣ୍ଡର i. ମୁସଲମାନ ପର୍ବ ପାଇଁ ଚନ୍ଦ୍ର କଳା ଉପରେ ପ୍ରତିଷ୍ଠିତ
C. ସୌର-ଚନ୍ଦ୍ର କ୍ୟାଲେଣ୍ଡର iii. ଋତୁଚକ୍ରର ସମନ୍ଵୟ ପାଇଁ ମଳମାସ ଯୋଗ
D. ସିଡ଼େରାଲ କ୍ୟାଲେଣ୍ଡର iv. ତାରକା ପୁଞ୍ଜଦେଇ ପୃଥ‌ିବୀର କକ୍ଷ ପଥ ଅନୁସରଣରେ ବ୍ୟବହାର

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ

Question 1.
ପୂର୍ଣ୍ଣିମା ଠିକ୍ ପରଦିନ ଚନ୍ଦ୍ର କେଉଁ ଦିଗରେ ଉଦୟ ହୁଏ ?
Answer:
ପଶ୍ଚିମ ଦିଗରେ

Question 2.
କୃଷ୍ଣପକ୍ଷ (Waxing phase) ରେ ଚନ୍ଦ୍ରର ଆକୃତିରେ କି ପରିବର୍ତ୍ତନ ଘଟେ ?
Answer:
କ୍ରମଶଃ ହ୍ରାସପାଏ

Question 3.
ପୂର୍ଣ୍ଣିମାରେ କେତେଦିନ ପରେ ଚନ୍ଦ୍ର ଆଦୌ ଦେଖାଯାଏ ନାହିଁ ?
Answer:
15 ଦିନପରେ

Question 4.
ଅମାବାସ୍ୟାର ଏକ ସପ୍ତାହ ପରେ ଚନ୍ଦ୍ରର ଆକୃତି କିପରି ଦେଖାଯାଏ ?
Answer:
ଅର୍ବବୃତ୍ତ

Question 5.
ଚନ୍ଦ୍ରର କ୍ଷୟକାଳୀନ ସମୟ (Waxing period) କୁ କ’ଣ କହନ୍ତି ?
Answer:
କୃଷ୍ଣପକ୍ଷ

Question 6.
ଚନ୍ଦ୍ରର ବୃଦ୍ଧିକାଳୀନ ସମୟ (Waxing period) କୁ କ’ଣ କହନ୍ତି ?
Answer:
ଶୁକ୍ଳପକ୍ଷ

Question 7.
ଚନ୍ଦ୍ର ସୂର୍ଯ୍ୟୋଦୟ ସମୟରେ ମୁଣ୍ଡ ଉପରେ ଥିଲେ ଏହାର ଆକାର କିପରି ହୁଏ ?
Answer:
ଅର୍ଥବୃତ୍ତ

Question 8.
ବୃଦ୍ଧିକାଳୀନ ଚନ୍ଦ୍ର (Waxing Moon) କେତେବେଳେ ଦେଖାଯାଏ ?
Answer:
ସୂର୍ଯ୍ୟାସ୍ତ ସମୟରେ

Question 9.
କ୍ଷୟକାଳୀନ ଚନ୍ଦ୍ର (Waning Moon) କେତେବେଳେ ଦେଖାଯାଏ ?
Answer:
ସୂର୍ଯ୍ୟୋଦୟ ସମୟରେ

Question 10.
କେଉଁଦିନ ଆକାଶରେ ଚନ୍ଦ୍ର, ସୂର୍ଯ୍ୟ ଠାରୁ ସର୍ବାଧ‌ିକ ଦୂରରେ ଥିବାର ଦେଖାଯାଏ ?
Answer:
ପୂର୍ଣ୍ଣିମା

Question 11.
କେଉଁଦିନ ଆକାଶରେ ଚନ୍ଦ୍ର, ସୂର୍ଯ୍ୟର ନିକଟତମ ହୁଏ ?
Answer:
ଅମାବାସ୍ଯା

Question 12.
ପ୍ରତିଦିନ ଚନ୍ଦ୍ର, ଠିକ୍ ପୂର୍ବଦିନ ଅପେକ୍ଷା କେତେ ସମୟ ବିଳମ୍ବରେ ଉଦୟ ହୁଏ ?
Answer:
ପ୍ରାୟ 50 ମିନିଟ୍

Question 13.
ଉଦୟ ସମୟରେ ଚନ୍ଦ୍ରକୁ ଦେଖିବାପାଇଁ କେତେ ସମୟ ଅପେକ୍ଷା କରାଯାଏ ?
Answer:
ପ୍ରାୟ 30 ମିନିଟ୍

Question 14.
କେଉଁଦିନ ଆମେ ଚନ୍ଦ୍ରର ଆଲୋକିତ ଅଂଶ ଆଦୌ ଦେଖୁପାରିବା ନାହିଁ ?
Answer:
ଅମାବାସ୍ୟା

Question 15.
ଚନ୍ଦ୍ର, ସୂର୍ଯ୍ୟର ନିକଟତର ହେଲେ ଏହାର ଦୃଶ୍ୟମାନ ଆଲୋକିତ ଅଂଶରେ କି ପରିବର୍ତ୍ତନ ଘଟେ ?
Answer:
ହ୍ରାସ ପାଏ

Question 16.
କେଉଁ ପର୍ଯ୍ୟାୟରେ ଚନ୍ଦ୍ରର ଆଲୋକିତ ଅଂଶର ଅଧାରୁ ଅଧିକ ଦେଖାଯାଏ ?
Answer:
ଗି ପର୍ଯ୍ୟାୟ

Question 17.
କେଉଁ ପର୍ଯ୍ୟାୟରେ ଚନ୍ଦ୍ରର ଆଲୋକିତ ଅଂଶର ଅଧାରୁ କମ୍ ଦେଖାଯାଏ ?
Answer:
କ୍ରେସଣ୍ଟ ପର୍ଯ୍ୟାୟ

Question 18.
ପୃଥ‌ିବୀ ତାର କକ୍ଷ ଚାରିପଟେ ଗୋଟିଏ ଘୂର୍ଣ୍ଣନ (Rotation) କେତେ ଘଣ୍ଟାରେ ସମାପ୍ତ କରେ ?
Answer:
24 ଘଣ୍ଟା

Question 19.
ଚନ୍ଦ୍ର ଉପରେ ପୃଥିବୀର ଛାୟା କ’ଣ ସୃଷ୍ଟି କରେ ?
Answer:
ଚନ୍ଦ୍ର ଗ୍ରହଣ

Question 20.
ଚନ୍ଦ୍ରଗ୍ରହଣ କେବଳ କେଉଁଦିନ ହୋଇପାରେ ?
Answer:
ପୂର୍ଣ୍ଣିମା

Question 21.
ସୂର୍ଯ୍ୟପରାଗ କେବଳ କେଉଁଦିନ ହୋଇପାରେ ?
Answer:
ଅମାବାସ୍ଯା

Question 22.
ଚନ୍ଦ୍ରର ଛାୟା ପୃଥ‌ିବୀ ଉପରେ ପଡ଼ିଲେ କ’ଣ ଘଟେ ?
Answer:
ସୂର୍ଯ୍ୟପରାଗ

Question 23.
ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଘଟଣା ଦୁଇଟି କେଉଁ କାରଣରୁ ଘଟିଥାଏ ?
Answer:
ପୃଥ‌ିବୀର ଆବର୍ତ୍ତନ

Class 8 Science Chapter 11 Question Answer Odia Medium ଆକାଶ: ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା

Question 24.
କେତେବେଳେ ଛାଇର ଲମ୍ବ ସର୍ବନିମ୍ନ ହୁଏ ?
Answer:
ସୂର୍ଯ୍ୟ ସର୍ବୋଚ୍ଚ ସ୍ଥାନରେ ଥିଲେ

Question 25.
ଗୋଟିଏ ସୌରଦିବସର ଅବଧୂ କେତେ ?
Answer:
24 ଘଣ୍ଟା

Question 26.
ଚନ୍ଦ୍ର ଏହାର କଳାର ସମସ୍ତ ପର୍ଯ୍ୟାୟ ଶେଷ କରିବାକୁ କେତେ ସମୟ ନିଏ ?
Answer:
ପ୍ରାୟ 29.5 ଦିନ

Question 27.
ସୂର୍ଯ୍ୟ ଚାରିପଟେ ଗୋଟିଏ ଘୂର୍ଣ୍ଣନ ସମାପ୍ତ କରିବାକୁ ପୃଥ‌ିବୀ କେତେ ସମୟ ନିଏ ?
Answer:
ପ୍ରାୟ 365.25 ଦିନ

Question 28.
ଗୋଟିଏ ଚନ୍ଦ୍ରବର୍ଷ କେତେ ଦିନ ଅଟେ ?
Answer:
354 ଦିନ

Question 29.
କେଉଁ କ୍ୟାଲେଣ୍ଡରରେ ଋତୁଗୁଡ଼ିକ ନିୟମିତ ଭାବରେ ପ୍ରତିବର୍ଷ ମାସ ସହିତ ମେଳ ରଖିପାରେ ନାହିଁ ?
Answer:
ଚନ୍ଦ୍ର କ୍ୟାଲେଣ୍ଡର

Question 30.
ଗ୍ରେଗୋରିୟନ କ୍ୟାଲେଣ୍ଡର କି ପ୍ରକାର କ୍ୟାଲେଣ୍ଡର ଅଟେ ?
Answer:
ସୌର କ୍ୟାଲେଣ୍ଡର

Question 31.
କେଉଁ ଦୁଇଟି ଦିନ ସୂର୍ଯ୍ୟ ଠିକ୍ ପୂର୍ବ ଦିଗରେ ଉଦୟ ହୋଇ ପଶ୍ଚିମରେ ଅସ୍ତ ହୁଅନ୍ତି ?
Answer:
ମାର୍ଚ୍ଚ 21 ଏବଂ ସେପ୍ଟେମ୍ବର 23

Question 32.
ଗୋଟିଏ ଅଧୂବର୍ଷର ଅବଧୂ କେତେ ?
Answer:
366 ଦିନ

Question 33.
କେଉଁ କ୍ୟାଲେଣ୍ଡରରେ ଅଧୂବର୍ଷର ଧାରଣା ଥାଏ ?
Answer:
ସୌର କ୍ୟାଲେଣ୍ଡର

Question 34.
କେଉଁ ଶତାବ୍ଦୀ ବର୍ଷ ଗୁଡ଼ିକ ଅଧୂବର୍ଷ ଅଟନ୍ତି ?
Answer:
400 ଦ୍ଵାରା ବିଭାଜ୍ୟ ହେଉଥ‌ିବା ଶତାବ୍ଦୀ ବର୍ଷ

Question 35.
କେଉଁ ଶତାବ୍ଦୀ ବର୍ଷଗୁଡ଼ିକ ଅଧୂବର୍ଷ ନୁହଁନ୍ତି ?
Answer:
400 ଦ୍ଵାରା ବିଭାଜ୍ୟ ହେଉ ନଥ‌ିବା ଶତାବ୍ଦୀ ବର୍ଷ

Question 36.
କେଉଁ ଦିନକୁ ବାସନ୍ତିକ ସମଦିବାରାତ୍ର (Spring equinox) ଦିବସ କହନ୍ତି ?
Answer:
ମାର୍ଚ୍ଚ 21

Question 37.
କେଉଁ ଦିନକୁ ଶାରଦୀୟ ସମଦିବାରାତ୍ର ଦିବସ କୁହାଯାଏ ?
Answer:
ସେପ୍ଟେମ୍ବର 23

Question 38.
ଦୁଇଟି କ୍ରମିକ ବସନ୍ତ ବିଷୁବ ମଧ୍ୟରେ ବ୍ୟବଧାନକୁ କ’ଣ କହନ୍ତି ?
Answer:
କ୍ରାନ୍ତୀୟ ବର୍ଷ

Question 39,
ସୂର୍ଯ୍ୟାସ୍ତ ସମୟରେ ଦିଶୁଥ‌ିବା ତାରକାଗଣ ଆକାଶରେ ଯେଉଁ ସମୟ ବ୍ୟବଧାନରେ ପୁଣିଥରେ ସେହି ସମୟରେ ଏବଂ ସେହି ସ୍ଥାନରେ ଦେଖାଯାଆନ୍ତି, ତାକୁ କ’ଣ କୁହାଯାଏ ?
Answer:
ନାକ୍ଷତ୍ରିକ ବର୍ଷ (Sideral year)

Question 40.
ଗୋଟିଏ ନାକ୍ଷତ୍ରିକ ବର୍ଷ ଗୋଟିଏ କ୍ରାନ୍ତୀୟ ବର୍ଷ ଅପେକ୍ଷା କେତେ ସମୟ ଅଧିକ ?
Answer:
20 ମିନିଟ୍

Question 41.
ଜ୍ୟୋତିର୍ବିଜ୍ଞାନୀ ମାନେ ସୂର୍ଯ୍ୟଙ୍କର ପରିକ୍ରମଣ ପଥ ଅନୁଧ୍ୟାନ କରିବାକୁ କେଉଁ ବର୍ଷ ବ୍ୟବହାର କରନ୍ତି ?
Answer:
ନାକ୍ଷତ୍ରିକ ବର୍ଷ

Question 42.
କେଉଁ ଦିନଠାରୁ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ଆରମ୍ଭ ହୁଏ ?
Answer:
ଜୁନ୍ 21

Question 43.
କେଉଁଦିନଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୁଏ ?
Answer:
ଡିସେମ୍ବର 21

Question 44.
କେଉଁ ପ୍ରାଚୀନ ଗ୍ରନ୍ଥରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଦକ୍ଷିଣାୟନ ଗତି ବର୍ଣ୍ଣିତ ହୋଇଛି ?
Answer:
ତୈଭୀରୀୟ ସଂହିତା

Question 45.
ସୂର୍ଯ୍ୟଙ୍କର ଉତ୍ତରାୟନ ଓ ଦକ୍ଷିଣାୟନ ଗତି ପ୍ରତ୍ୟେକ କେତେ ମାସ ପାଇଁ ହୋଇଥାଏ ?
Answer:
6 ମାସ

Question 46.
ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି କେଉଁ ରାଶିରେ ପ୍ରବେଶ ଠାରୁ ଆରମ୍ଭ ହୁଏ ?
Answer:
ମକର

Question 47.
ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି କେଉଁ ରାଶିରେ ପ୍ରବେଶଠାରୁ ଆରମ୍ଭ ହୁଏ ?
Answer:
କର୍କଟ

Question 48.
ପ୍ରାଚୀନ ଭାରତର କେଉଁ ଗ୍ରନ୍ଥରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଓ ଦକ୍ଷିଣାୟନ ଗତି ବର୍ଣ୍ଣିତ ହୋଇଛି ?
Answer:
ସୂର୍ଯ୍ୟ ସିଦ୍ଧାନ୍ତ

Question 49.
କେଉଁ କ୍ୟାଲେଣ୍ଡରରେ ଅତିରିକ୍ତ ମାସ ବା ମଳମାସ ଯୋଡ଼ା ଯାଇଥାଏ ? କରିଥିଲେ ?
Answer:
ସୌର-ଚନ୍ଦ୍ର କ୍ୟାଲେଣ୍ଡର

Question 50.
ପଠାଣି ସାମନ୍ତ କେଉଁ ପ୍ରସିଦ୍ଧ ଗ୍ରନ୍ଥ ରଚନା
Answer:
‘‘ସିଦ୍ଧାନ୍ତ ଦର୍ପଣ’’

Question 51.
ସୂର୍ଯ୍ୟଘଡ଼ି କିଏ ନିର୍ମାଣ କରିଥିଲେ ?
Answer:
ପଠାଣି ସାମନ୍ତ ବା ସାମନ୍ତ ଚନ୍ଦ୍ରଶେଖର ମହାପାତ୍ର

Question 52.
କୋଣାର୍କ ସୂର୍ଯ୍ୟମନ୍ଦିରର ଚକଗୁଡ଼ିକ କାହାର ପ୍ରତିକାତ୍ମକ ଚିତ୍ର ?
Answer:
ଋତୁ ଓ ମାସ

Question 53.
କୋଣାର୍କ ମନ୍ଦିରର ସୂର୍ଯ୍ୟମୂର୍ତ୍ତି କେଉଁ ପଦାର୍ଥରୁ ତିଆରି ?
Answer:
ଅଷ୍ଟଧାତୁ (ମିଶ୍ରଧାତୁ)

Question 54.
ଅମାନ୍ତ କ୍ୟାଲେଣ୍ଡରରେ ନୂତନ ମାସ କେଉଁଦିନ ଆରମ୍ଭ ହୁଏ ?
Answer:
ଅମାବାସ୍ୟାର ଠିକ୍ ପରଦିନ ଠାରୁ

Question 55.
ପୂର୍ଣ୍ଣିମାତ୍ କ୍ୟାଲେଣ୍ଡରରେ ନୂତନ ମାସ କେଉଁଦିନ ଆରମ୍ଭ ହୁଏ ?
Answer:
ପୂର୍ଣ୍ଣିମାର ଠିକ୍ ପରଦିନ ଠାରୁ

Question 56.
ଭାରତୀୟ ଜାତୀୟ କ୍ୟାଲେଣ୍ଡରରେ ନୂତନ ବର୍ଷ କେଉଁ ଦିନରୁ ଆରମ୍ଭ ହୁଏ ?
Answer:
ମାର୍ଚ୍ଚ 22

Question 57.
ଭାରତୀୟ ଜାତୀୟ କ୍ୟାଲେଣ୍ଡରରେ ଅଧ‌ିବର୍ଷ ଗୁଡ଼ିକରେ କେଉଁ ମାସରେ ଗୋଟିଏ ଦିନ ଯୋଗ କରାଯାଏ ?
Answer:
ଚୈତ୍ର

Question 58.
ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ ଅଧୂବର୍ଷ କେଉଁ ଦିନଠାରୁ ଆରମ୍ଭ ହୁଏ ?
Answer:
ମାର୍ଚ୍ଚ 21

Question 59.
ଭାରତ ସରକାର କେବେ କ୍ୟାଲେଣ୍ଡରରେ ସଂସ୍କାର କମିଟି ଗଠନ କଲେ ?
Answer:
1952

Question 60.
ଏକୀକରଣ ଜାତୀୟ କ୍ୟାଲେଣ୍ଡର’’ କେବେଠାରୁ ବ୍ୟବହାର ଯୋଗ୍ୟ ହେଲା ?
Answer:
1956 ମାର୍ଚ୍ଚ 21

Question 61.
ଭାରତୀୟ ଜାତୀୟ କ୍ୟାଲେଣ୍ଡର କେଉଁ ପ୍ରାଚୀନ ଗ୍ରନ୍ଥର ନୀତି ଅନୁସରଣ କରେ ?
Answer:
ସୂର୍ଯ୍ୟ ସିଦ୍ଧାନ୍ତ

Question 62.
ଭାରତୀୟ କ୍ୟାଲେଣ୍ଡର ସଂସ୍କାର କମିଟିର ଅଧ୍ୟକ୍ଷ କିଏ ଥିଲେ ?
Answer:
ମେଘନାଦ ସାହା

Question 63.
କାର୍ତ୍ତିକ ମାସ ଅମାବାସ୍ୟାରେ କେଉଁ ପର୍ବ ପଡ଼େ ?
Answer:
ଦୀପାବଳୀ

Question 64.
କେଉଁ ମାସରେ ବୁଦ୍ଧ ପୂର୍ଣ୍ଣିମା ପଡେ ?
Answer:
ବୈଶାଖ

Question 65.
ଆଷାଢ଼ ମାସ ଶୁକ୍ଳପକ୍ଷ ଦଶମୀରେ କେଉଁ ପର୍ବ ପାଳନ କରାଯାଏ ?
Answer:
ଦଶହରା

Question 66.
କେଉଁ କ୍ୟାଲେଣ୍ଡରରେ ‘ଇଦ୍-ଉଲ୍-ଫିତର’ ବିଭିନ୍ନ ବର୍ଷରେ ଭିନ୍ନ ଭିନ୍ନ ମାସରେ ପାଳନ କରାଯାଏ ?
Answer:
ଗ୍ରେଗୋରିଆନ୍ କ୍ୟାଲେଣ୍ଡର

Question 67.
କେଉଁ ପର୍ବ ପ୍ରତି 71 ବର୍ଷରେ ନିର୍ଦ୍ଧାରିତ ଦିନର ଗୋଟିଏ ଦିନ ଆଗରୁ ପଡ଼ିଥାଏ ?
Answer:
ମକର ସଂକ୍ରାନ୍ତି

Question 68.
ଭାରତ ସରକାରଙ୍କ ଜ୍ୟୋତିର୍ବିଜ୍ଞାନ କେନ୍ଦ୍ର ପ୍ରତିବର୍ଷ କ’ଣ ପ୍ରକାଶ କରେ ?
Answer:
ରାଷ୍ଟ୍ରୀୟ ପଞ୍ଚାଙ୍ଗ ‘

Question 69.
ଭାରତ ସରକାର ପର୍ବପର୍ବାଣୀରେ ଛୁଟି ଘୋଷଣା ପାଇଁ କେଉଁ କ୍ୟାଲେଣ୍ଡର ଅନୁସରଣ କରେ ?
Answer:
ରାଷ୍ଟ୍ରୀୟ ପଞ୍ଚାଙ୍ଗ

Question 70.
ଓଡ଼ିଶାର କେଉଁ ଚନ୍ଦ୍ରଭିତ୍ତିକ ପର୍ବରେ ସଙ୍ଗୀତର ପ୍ରଭାବ ଲକ୍ଷ୍ୟ କରାଯାଏ ?
Answer:
କୁମାର ପୂର୍ଣ୍ଣିମା

Question 71.
ଅସ୍ଵୀକାଂଶ କୃତ୍ରିମ ଉପଗ୍ରହ ପୃଥ‌ିବୀ ପୃଷ୍ଠରୁ କେତେ ଉଚ୍ଚତାରେ ପୃଥ‌ିବୀ ପରିକ୍ରମଣ କରନ୍ତି ?
Answer:
800 କିଲୋମିଟର

Question 72.
କୃତ୍ରିମ ଉପଗ୍ରହ ପୃଥ‌ିବୀ ପରିକ୍ରମଣ ପାଇଁ କେତେ ସମୟ ନିଏ ?
Answer:
ପ୍ରାୟ 100 ମିନିଟ୍

Question 73.
ଭାରତରେ କେଉଁ ସଂସ୍ଥା କୃତ୍ରିମ ଉପଗ୍ରହ ପ୍ରେରଣ କରିଥାଏ ?
Answer:
ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)

Question 74.
ISRO ର କେଉଁ ଉପଗ୍ରହ ପୃଥ‌ିବୀର ଉଚ୍ଚମାନର ଚିତ୍ର ଉତ୍ତୋଳନ କରେ ?
Answer:
କାଠୋପନିଷଦ

Question 75.
କେଉଁ ମାନଚିତ୍ର ମଞ୍ଚ କୃତ୍ରିମ ଉପଗ୍ରହ ଦ୍ଵାରା ଉତ୍ତୋଳନ ଫଟୋ ଭୂମିରୂପ, ମୃତ୍ତିକା, ଉଭିଦ ମଣ୍ଡଳ ଦେଖାଇବା ପାଇଁ ବ୍ୟବହାର କରେ ?
Answer:
ଭୂବନ

Question 76.
କେଉଁ ମିଶନ ତାରା ଓ ମହାଜାଗତିକ ବସ୍ତୁମାନଙ୍କର ବୈଜ୍ଞାନିକ ପର୍ଯ୍ୟବେକ୍ଷଣ କରେ ?
Answer:
ଆଷ୍ଟୋସାଟ୍

Class 8 Science Chapter 11 Question Answer Odia Medium ଆକାଶ: ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା

Question 77.
ଓଡ଼ିଶାର କେଉଁଠାରେ ସମୁଦ୍ର କିଛି ସମୟ ପାଇଁ ଅଦୃଶ୍ୟ ହୋଇଯାଏ ?
Answer:
ଚାନ୍ଦୋଗ୍ୟ

Question 78.
କେଉଁ ଦ୍ଵୀପଟି ‘ଡକ୍ଟର କାଲାମ୍ ଦ୍ଵୀପ’’ ଭାବେ ପରିଚିତ ?
Answer:
ହିଲର ଦ୍ଵୀପ

Question 79.
ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ କେଉଁ କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଛି ?
Answer:
ପୃଥୀ, ଅଗ୍ନି, ସୌର୍ଯ୍ୟ, ଆକାଶ

Question 80.
କୃତ୍ରିମ ଉପଗ୍ରହ ପ୍ରେରଣର ମୁଖ୍ୟ ସମସ୍ୟା କ’ଣ ?
Answer:
ଅନ୍ତରିକ୍ଷା ଆବର୍ଜନାର ସଦୁପଯୋଗର ଅଭାବ

Question 81.
ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ କିଏ ?
Answer:
ବିଜ୍ଞାନ ଅଧ୍ୟାୟର ସର୍ବାଧିକ

Question 82.
ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ର କେଉଁଠାରେ ଅଛି ?
Answer:
ତିରୁବନ୍ତପୁରମ୍

Question 83.
ଭାରତୀୟ ଛାତ୍ରମାନଙ୍କୁ ଛୋଟ ଉପଗ୍ରହ ନିର୍ମାଣ ଏବଂ ପ୍ରକ୍ଷେପଣ ପାଇଁ କେଉଁ ସଂସ୍ଥା ଅନୁମତି ଦିଏ ?
Answer:
ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ପ୍ରଶ୍ନୋତ୍ତର

Question 1.
ଚନ୍ଦ୍ରର ବୃଦ୍ଧିକାଳୀନ ପର୍ଯ୍ୟାୟ ଓ କ୍ଷୟକାଳୀନ ପର୍ଯ୍ୟାୟ ମଧ୍ୟରେ କି ପାର୍ଥକ୍ୟ ଅଛି ?
Answer:
ଅମାବାସ୍ୟା ଠିକ୍ ପରଦିନ ଠାରୁ ଚନ୍ଦ୍ରର ବୃଦ୍ଧିକାଳୀନ ପର୍ଯ୍ୟାୟ (Waxing Period) ଆରମ୍ଭ ହୁଏ ଏବଂ ଏହି ସମୟରେ ପୃଥ‌ିବୀରୁ ଚନ୍ଦ୍ରର ଦୃଶ୍ୟମାନ ଆଲୋକିତ ଅଂଶ କ୍ରମଶଃ ବୃଦ୍ଧି ଘଟେ । ଏହାକୁ ଶୁକ୍ଳପକ୍ଷ କହନ୍ତି । ପୂର୍ଣ୍ଣିମାର ଠିକ୍ ପରଦିନ ଠାରୁ ଚନ୍ଦ୍ରର କ୍ଷୟକାଳୀନ ପର୍ଯ୍ୟାୟ (Waxing period) ଆରମ୍ଭ ହୁଏ ଏବଂ ଏହି ସମୟରେ ପୃଥିବୀରୁ ଚନ୍ଦ୍ରର ଦୃଶ୍ୟମାନ ଆଲୋକିତ ଅଂଶ କ୍ରମଶଃ ହ୍ରାସ ପାଏ । ଏହାକୁ କୃଷ୍ଣପକ୍ଷ କହନ୍ତି ।

Question 2.
ଆକାଶରେ ଚନ୍ଦ୍ରର ଅବସ୍ଥାନ ଏହାର ଦୃଶ୍ୟମାନ ଆଲୋକିତ ଅଂଶକୁ କିପରି ପ୍ରଭାବିତ କରେ ?
Answer:
ଚନ୍ଦ୍ର, ପୃଥ‌ିବୀକୁ ଏକ ନିର୍ଦ୍ଦିଷ୍ଟ କକ୍ଷରେ ପ୍ରଦକ୍ଷିଣ କରୁଥିବାରୁ ଏହା ପୂର୍ବଦିନ ତୁଳନାରେ 50 ମିନିଟ୍ ବିଳମ୍ବରେ ଉଦୟ ହୁଏ । ପରିକ୍ରମଣ ଯୋଗୁ ପ୍ରତିଦିନ ଏହା ପୂର୍ବଦିଗକୁ ଘୁଞ୍ଚି ଘୁଞ୍ଚି ଚାଲେ ।

Question 3.
‘ମଳମାସ’ ବା ‘ଅଧୁକା ମାସ’ କ’ଣ ? ଏହା କିପରି ଭାରତୀୟ କ୍ୟାଲେଣ୍ଡର ସହ ଯୋଗ ହୁଏ ?
Answer:
ଗୋଟିଏ ଚାନ୍ଦ ବର୍ଷ 2-3 ବର୍ଷରେ ଗୋଟିଏ ‘ଅଧ୍ୟା (354 ଦିନ) ଓ ସୌରବର୍ଷ (365 ଦିନ) ମଧ୍ୟରେ ବ୍ୟବଧାନ 11 ଦିନ ଥ‌ିବାରୁ ପ୍ରତି ମାସ’ ବା ‘ମଳମାସ’ ସୌର-ଚନ୍ଦ୍ର କ୍ୟାଲେଣ୍ଡରରେ ଯୋଗହୁଏ । ଏହା ବିଭିନ୍ନ ପର୍ବପର୍ବାଣୀ ଓ ଋତୁଚକ୍ର ମଧ୍ୟରେ ସମନ୍ଵୟ ରକ୍ଷା କରିବା ପାଇଁ ଯୋଗ ହୋଇଥାଏ ।

Question 4.
ଚନ୍ଦ୍ରର ପର୍ଯ୍ୟାୟ ଚକ୍ର ସହ ସଂଯୁକ୍ତ ପର୍ବପର୍ବାଣୀ ଗୁଡ଼ିକ ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଦିନରେ ପଡ଼େ ନାହିଁ କାହିଁକି ?
Answer:
ଚନ୍ଦ୍ର କ୍ୟାଲେଣ୍ଡରରେ ଗୋଟିଏ ବର୍ଷ 354 ଦିନ ଥ‌ିବା ସ୍ଥଳେ ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ ଏହା 365 ଦିନ । ଏଣୁ ଦୀପାବଳୀ ଓ ଇଦ୍ ପ୍ରଭୃତି ଚନ୍ଦ୍ର ଭିତ୍ତିକ ପର୍ବ ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ ପ୍ରତିବର୍ଷ 10-11 ଦିନ ଆଗୁଆ ପଡ଼ିଯାଏ ।

Question 5.
ଜ୍ୟୋର୍ତିବିଜ୍ଞାନରେ ନାକ୍ଷତ୍ରିକ ବର୍ଷର ମହତ୍ତ୍ଵ କ’ଣ ?
Answer:
ପୃଥ‌ିବୀ ସୂର୍ଯ୍ୟକୁ ଥରେ ପ୍ରଦକ୍ଷିଣ କରିବାକୁ ଦେଉଥ‌ିବା 365.26 ଦିନକୁ ଗୋଟିଏ ନାକ୍ଷତ୍ରିକ ବର୍ଷ କହନ୍ତି । ଏହି ବ୍ୟବଧାନରେ ସନ୍ଧ୍ୟା ଆକାଶରେ ନିର୍ଦ୍ଦିଷ୍ଟ ନକ୍ଷତ୍ର ପୁଞ୍ଜ ପ୍ରତୀୟମାନ ହୁଅନ୍ତି । ଏହା ଜ୍ୟୋତିର୍ବିଦ୍‌ମାନଙ୍କୁ ପୃଥ‌ିବୀର ବିଭିନ୍ନ ସମୟରେ ଅବସ୍ଥାନ ନିର୍ଣ୍ଣୟ କରିବାରେ ସହାୟକ ହୋଇଥାଏ ।

Question 6.
ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ କାହିଁକି ଅଧ୍ବବର୍ଷ ଯୋଗହୁଏ ?
Answer:
ପୃଥ‌ିବୀ ସୂର୍ଯ୍ୟ ଚାରିପଟେ ଥରଟିଏ ଘୂର୍ଶନ କରିବାକୁ 365.25 ଦିନ ନିଏ । କିନ୍ତୁ ଗ୍ରେଗୋରିଆନ୍ କ୍ୟାଲେଣ୍ଡରେ ବର୍ଷକ 365 ଦିନ ଧରାଯାଏ । ବଳକା \(\frac{1}{4}\) ଦିନ ପ୍ରତି ଚାରିବର୍ଷରେ 1 ଦିନ ହୋଇ ଅଧ୍ବବର୍ଷ ଭାବରେ ଫେବୃୟାରୀ ମାସରେ ଯୋଗହୁଏ ଯାହାଦ୍ଵାରା ଋତୁଚକ୍ର ମଧ୍ୟରେ ସମନ୍ବିତ କରିବା ସମ୍ଭବ ହୁଏ ।

Question 7.
ଅମାନ୍ତ ଓ ପୂର୍ଣ୍ଣିମାତ୍ ମାସ ପ୍ରଥା ଗୁଡ଼ିକ କ’ଣ ?
Answer:
‘ଅମାନ୍ତ’ ମାସ ପଦ୍ଧତିରେ ଗୋଟିଏ ମାସ ଅମାବାସ୍ୟାର ଠିକ୍ ପରଦିନ ଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ଅମାବାସ୍ୟାରେ ଶେଷ ହୁଏ । ‘ପୂର୍ଣ୍ଣିମାତ’ ମାସ ପ୍ରକ୍ରିୟାରେ ଗୋଟିଏ ମାସ ପୂର୍ଣ୍ଣିମାର ଠିକ୍ ପରଦିନ ଠାରୁ ଆରମ୍ଭ ହୋଇ ପୂର୍ଣ୍ଣିମା ଦିନ ଶେଷ ହୁଏ ।

Question 8.
ଚନ୍ଦ୍ର ଦିନବେଳା ସମୟେ ସମୟେ ଦେଖାଯାଏ କିପରି ?
Answer:
ଚନ୍ଦ୍ର ପୃଥ‌ିବୀକୁ ପରିକ୍ରମଣ କରୁଥିବା ସମୟରେ ଏହା 24 ଘଣ୍ଟା ମଧ୍ୟରୁ 12 ଘଣ୍ଟା ଦିଗ୍‌ବଳୟ ଉପରେ ରହେ । ଏହି ସମୟରେ ଏହାର ପ୍ରତିଫଳନ ରଶ୍ମୀର ଉଜ୍ଜ୍ୱଳତା ଆକାଶର ନୀଳବର୍ଣ୍ଣର ଆଲୋକକୁ ଅତିକ୍ରମ କରି ପାରୁଥ‌ିବାରୁ ଦିନବେଳା ଚନ୍ଦ୍ର ଦେଖାଯାଏ । ଏହି ଦୃଷ୍ଟାନ୍ତ ଉଭୟ ଚନ୍ଦ୍ରର ବୃଦ୍ଧିକାଳୀନ ଓ କ୍ଷୟକାଳୀନ ପର୍ଯ୍ୟାୟରେ ଘଟିଥାଏ ।

Question 9.
ନିମ୍ନୋକ୍ତ ପ୍ରସଙ୍ଗ ଉପରେ ଭିତ୍ତିକରି ଚନ୍ଦ୍ର କ୍ୟାଲେଣ୍ଡର, ସୌର କ୍ୟାଲେଣ୍ଡର ଏବଂ ସୌର-ଚନ୍ଦ୍ର କ୍ୟାଲେଣ୍ଡର ଗୁଡ଼ିକ ମଧ୍ୟରେ ପ୍ରଭେଦ ଲେଖ ।
(i) ମାପ ବା କଳନାର ଆଧାର
(ii) ବର୍ଷର ଅବଧୂ
(iii) ଉଦାହରଣ:
Answer:

କ୍ୟାଲେଣ୍ଡରର ପ୍ରକାର ମାପ ବା କଳନାର ଆଧାର ବର୍ଷର ଅବଧୂ ଉଦାହରଣ
ଚନ୍ଦ୍ର କ୍ୟାଲେଣ୍ଡର ଚନ୍ଦ୍ରର ପର୍ଯ୍ୟାୟ ଚକ୍ର 354 ଦିନ
  • ମୁସଲମାନ
  • ସମ୍ପ୍ରଦାୟର
  • କ୍ୟାଲେଣ୍ଡର
ସୌର କ୍ୟାଲେଣ୍ଡର ପୃଥ‌ବୀର ପରିକ୍ରମଣ 365/366 ଦିନ ଗ୍ରେଗୋରିୟନ୍
ସୌର-ଚନ୍ଦ୍ର କ୍ୟାଲେଣ୍ଡର
  • ଚାନ୍ଦ୍ରମାସ ଓ
  • ସୌରବର୍ଷର
  • ସମନ୍ବୟ
  • 365 ଦିନ
  • (ପ୍ରାୟ)
ହିନ୍ଦୁ କ୍ୟାଲେଣ୍ଡର

Question 10.
ଚନ୍ଦ୍ରକଳାର ହ୍ରାସବୃଦ୍ଧି କିପରି ଘଟେ ? ଏହା ପୃଥ‌ିବୀର ଚନ୍ଦ୍ର ଉପରେ ଛାୟାର ପ୍ରଭାବ ନୁହେଁ କିପରି ?
Answer:
ଚନ୍ଦ୍ରର ନିଜର ଆଲୋକ ନାହିଁ । ଏହା ସୂର୍ଯ୍ୟାଲୋକ ପ୍ରତିଫଳନ କରି ଉଜ୍ଜ୍ଵଳ ଦେଖାଯାଏ । ସର୍ବଦା ଚନ୍ଦ୍ରର ଅର୍ଦ୍ଧେକ ଅଂଶ ଯାହା ବୃତ୍ତାକାର, ଉକ୍ତ ଅଂଶଟି ସୂର୍ଯ୍ୟାଲୋକ ପ୍ରତିଫଳନ କରେ । ଚନ୍ଦ୍ର ସର୍ବଦା ପୃଥ‌ିବୀକୁ ପରିକ୍ରମଣ କରୁଥିବାରୁ ଏବଂ ପୃଥ‌ିବୀ ଏହାର ଅକ୍ଷ ଚାରିପଟେ ଘୂରୁଥିବାରୁ ଚନ୍ଦ୍ର, ସୂର୍ଯ୍ୟ ଓ ପୃଥ‌ିବୀ ମଧ୍ଯରେ କୋଣର ପରିବର୍ତ୍ତନ ଘଟେ । ତେଣୁ ଆମେ ଚନ୍ଦ୍ରର ସଂପୂର୍ଣ୍ଣ ଆଲୋକିତ ଅଂଶ କେତେବେଳେ ଦେଖୁ ତ ଅନ୍ୟ ସମୟରେ ଏହାର ଆଂଶିକ ଦେଖୁଥାଉ । ପ୍ରତିଫଳନ ପୃଷ୍ଠ ପୃଥ‌ିବୀ ଠାରୁ ଦୂରେଇ ଗଲେ ଚନ୍ଦ୍ରର ଆଲୋକିତ ଅଂଶ ଆଦୌ ଦେଖୁହୁଏ ନାହିଁ । କେବଳ ଚନ୍ଦ୍ରଗ୍ରହଣ ସମୟରେ ପୃଥ‌ିବୀର ଛାଇ ଚନ୍ଦ୍ର ପୃଷ୍ଠରେ ପଡିଥାଏ କିନ୍ତୁ ଏହି ଛାଇର ପ୍ରଭାବ ଚନ୍ଦ୍ରର ବୃଦ୍ଧିକାଳୀନ ପର୍ଯ୍ୟାୟ କିମ୍ବା କ୍ଷୟକାଳୀନ ପର୍ଯ୍ୟାୟ ସମୟରେ ଆଦୌ ପଡ଼ି ନଥାଏ ।

Question 11.
ଚନ୍ଦ୍ର କିପରି ସମୟ ନିରୂପଣରେ ସାହାଯ୍ୟ କରେ, ଏହାର ତିନୋଟି ଉପାୟ ଲେଖ ।
Answer:
(i) ଚନ୍ଦ୍ରକଳାର ହ୍ରାସବୃଦ୍ଧିର ସଂପୂର୍ଣ୍ଣ ପର୍ଯ୍ୟାୟ ସଂଘଟିତ ହେବାପାଇଁ ପ୍ରାୟ 29.5 ଦିନ ଲାଗେ । ଏହାକୁ ଚାନ୍ଦ୍ରମାସ କହନ୍ତି । 12 ଟି ଚାନ୍ଦ୍ରମାସରେ ଗୋଟିଏ ଚାନ୍ଦ୍ରବର୍ଷ ହୁଏ ଯାହା 354 ଦିନ ଅଟେ ।
(ii) ବିଭିନ୍ନ ଧର୍ମର ପର୍ବପର୍ବାଣୀ ଯଥା ଦିପାବଳୀ, ହୋଲି, ଜନ୍ମାଷ୍ଟମୀ, ଇଦୁଲ୍‌ଫିତର ପ୍ରଭୃତି ଚନ୍ଦ୍ରକଳାର ଚକ୍ର ଉପରେ ପର୍ଯ୍ୟବେସିତ ।
(iii) ଚନ୍ଦ୍ର ଉଦୟ ଓ ଅସ୍ତକୁ ଲକ୍ଷ୍ୟକରି କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଏ ।

Question 12.
ପୃଥ‌ିବୀର ପରିକ୍ରମଣରେ ଅବଧୂର ସମନ୍ଵୟ ପାଇଁ ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ କି ପରିବର୍ତ୍ତନ କରାଯାଏ ?
Answer:
(i) ଗ୍ରେଗୋରିୟାନ କ୍ୟାଲେଣ୍ଡରରେ ଗୋଟିଏ ବର୍ଷର ଅବଧୂ 365 ଦିନ କିନ୍ତୁ ପୃଥ‌ିବୀର ପରିକ୍ରମଣ ସମୟ 365.25 ଦିନ ହେତୁ, ଗ୍ରେଗୋରିୟାନ କ୍ୟାଲେଣ୍ଡରରେ ପ୍ରତି 4 ବର୍ଷରେ ଗୋଟିଏ ବର୍ଷ ଅଧ୍ବବର୍ଷ (leap year) ହୁଏ ।
(ii) ଯେଉଁ ମସିହା 4 ଦ୍ଵାରା ବିଭାଜ୍ୟ ସେ ବର୍ଷଟି ଅଧୁବର୍ଷ ହୁଏ ଏବଂ ଉକ୍ତ ବର୍ଷ ଫେବୃୟାରୀ ମାସ 29 ଦିନ ଧରାଯାଏ ।
(ii) ଯେଉଁ ଶତାବ୍ଦୀ ବର୍ଷଗୁଡ଼ିକ 400 ଦ୍ଵାରା ବିଭାଜ୍ୟ ନୁହେଁ ଯଥା- 1700, 1800 ଓ 1900 ପ୍ରଭୃତି ମସିହା ଗୁଡ଼ିକରେ ଅଧ୍ବବର୍ଷ ରହେ ନାହିଁ ।
(iv) ଯେଉଁ ଶତାବ୍ଦୀ ବର୍ଷ 400 ଦ୍ଵାରା ବିଭାଜ୍ୟ, ତାହା ଅଧ୍ଵବର୍ଷ ହୁଏ । କ୍ୟାଲେଣ୍ଡରକୁ ତ୍ରୁଟିଶୂନ୍ୟ କରିବାପାଇଁ ଅଧୂବର୍ଷ ଉପରୋକ୍ତ ଭାବେ ହିସାବ କରାଯାଏ ।

Question 13.
କୃତ୍ରିମ ଉପଗ୍ରହ ଗୁଡ଼ିକ ଦ୍ଵାରା କେଉଁ କେଉଁ କାର୍ଯ୍ୟ ସାଧୁତ ହେଉଛି ?
Answer:
(i) ଯୋଗାଯୋଗ ଦ୍ଵାରା ଟେଲିଫୋନ୍, ଟେଲିଭିଜନ ଓ ଇଣ୍ଟରନେଟ୍ ଗୁଡ଼ିକ କାର୍ଯ୍ୟ କରିପାରୁଛି ।
(ii) ପାଣିପାଗ ନିରୀକ୍ଷଣ ଦ୍ଵାରା ବୃଷ୍ଟିର ପରିମାଣ, ବନ୍ୟା ଓ ବାତ୍ୟାର ପୂର୍ବାନୁମାନ କରାଯାଇପାରୁଛି ।
(iii) ସମୁଦ୍ରରେ ଜାହାଜଗୁଡ଼ିକର ଅବସ୍ଥିତି, ଗତିବିଧ‌ି, ଦିଗ ନିର୍ଣ୍ଣୟରେ ସହାୟକ ହେଉଛି ।
(iv) ବୈଜ୍ଞାନିକ ଗବେଷଣା ଓ ପରିବେଶ ସୁରକ୍ଷା ପାଇଁ ଫଟୋଚିତ୍ର ଗୁଡ଼ିକ ସହାୟକ ହେଉଛି ।

Question 14.
ଭାରତରେ ପର୍ବପର୍ବାଣୀ ଗୁଡ଼ିକ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଦିନ ଗୁଡ଼ିକରେ ପାଳନ କରାଯାଉଥୁବାର କାରଣ ଗୁଡ଼ିକ ଲେଖ ।
Answer:
(i) ଭାରତର ପୂର୍ବାଞ୍ଚଳରେ ପଶ୍ଚିମାଞ୍ଚଳ ଅପେକ୍ଷା ସୂର୍ଯ୍ୟୋଦୟ ପ୍ରାୟ ଦୁଇଘଣ୍ଟା ପୂର୍ବରୁ ଦେଖାଯାଏ ।
(ii) ଭାରତରେ ଅମାନ୍ତ (ମାସ ଗଣନା ଅମାବାସ୍ୟା ପରଦିନଠାରୁ ପରବର୍ତ୍ତୀ ଅମାବାସ୍ୟା ପର୍ଯ୍ୟନ୍ତ) ଓ ପୂର୍ଣ୍ଣିମାତ (ପୂର୍ଣ୍ଣିମା ପରଦିନଠାରୁ ପରବର୍ତ୍ତୀ ପୂର୍ଣ୍ଣିମା ପର୍ଯ୍ୟନ୍ତ ମାସଗଣନା) କ୍ୟାଲେଣ୍ଡର ଗୁଡ଼ିକ ଭିନ୍ନ ଭିନ୍ନ ଅଞ୍ଚଳରେ ପ୍ରଚଳିତ ହୁଏ ।
(iii) କେତେକ ପର୍ବ ଚନ୍ଦ୍ରର ଅବସ୍ଥାନ ଭିଭିରେ ପାଳନ କରାଯାଏ ଯାହାର ପାଳନ ଦିଗ ସ୍ଥାନର ଅବସ୍ଥିତିକୁ ନେଇ ବଦଳିଥାଏ ।

Question 15.
କ୍ରାନ୍ତୀୟ ବର୍ଷ ଓ ନାକ୍ଷତ୍ରିକ ବର୍ଷ ମଧ୍ୟରେ ପାର୍ଥକ୍ୟ କ’ଣ । ସେଗୁଡ଼ିକ କିପରି ବ୍ୟବହାର କରାଯାଏ ?
Answer:
(i) ଦୁଇଟି କ୍ରମିକ ବସନ୍ତ ବିଷୁବ (Spring equinox) ମଧ୍ୟବର୍ତ୍ତୀ ସମୟକୁ କ୍ରାନ୍ତୀୟ ବର୍ଷ (Tropical year) କହନ୍ତି ।
ପୃଥ‌ିବୀର ପରିକ୍ରମଣ ଗତି ଯୋଗୁଁ ସନ୍ଧ୍ୟା ଆକାଶରେ ଦୃଶ୍ୟମାନ ତାରକାପୁଞ୍ଜ ବର୍ଷସାରା ସ୍ଥାନ ପରିବର୍ତ୍ତନ କରି ଏକ ନିର୍ଦ୍ଦିଷ୍ଟ ସମୟ ପରେ ପୁନର୍ବାର ସେହି ସ୍ଥାନରେ ଦୃଶ୍ୟମାନ ହୁଅନ୍ତି । ଏହି ଅବଧୂକୁ ଗୋଟିଏ ନାକ୍ଷତ୍ରିକ ବର୍ଷ (Sideral year) କହନ୍ତି ।
(ii) ଗ୍ରେଗୋରିୟାନ କ୍ୟାଲେଣ୍ଡର କ୍ରାନ୍ତୀୟ ବର୍ଷକୁ ଭିଭିକରି ପ୍ରସ୍ତତ ମାତ୍ର ନାକ୍ଷତ୍ରିକ ବର୍ଷକୁ ଜ୍ୟୋତିର୍ବିଦ୍‌ମାନେ ପୃଥ‌ିବୀର ଗତି ନିରୀକ୍ଷଣ ପାଇଁ ବ୍ୟବହାର କରନ୍ତି ।
(ii) ନାକ୍ଷତ୍ରିକ ବର୍ଷ, କ୍ରାନ୍ତୀୟ ବର୍ଷ ତୁଳନାରେ 20 ମିନିଟ୍ ଅଧ‌ିକ ତେଣୁ ଏ ଦୁଇଟି ମଧ୍ଯରେ ପାର୍ଥକ୍ୟ ଅତି ନଗଣ୍ୟ ।

Class 8 Science Chapter 11 Question Answer Odia Medium ଆକାଶ: ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା

Question 16.
ଭାରତୀୟ କ୍ୟାଲେଣ୍ଡର ସଂସ୍କାର ଓ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ମେଘନାଦ ଶାହାଙ୍କ ଅବଦାନ କ’ଣ ?
Answer:
ମେଘନାଦ ଶାହା ଭାରତର ଜଣେ ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀ । ସେ ତାରକାପୁଞ୍ଜ ଓ ସେମାନଙ୍କର ତାପମାତ୍ରା ସମ୍ବନ୍ଧରେ ଅଧ୍ୟୟନ କରିଥିଲେ । ସେ ଏହା ଉପରେ ଏକ ଗାଣିତିକ ସମୀକରଣ ‘ସାହା ସମୀକରଣ’’ ପ୍ରତିପାଦନ କରିଥିଲେ । କଲିକତାର ‘ସାହା ଇନଷ୍ଟିଚ୍ୟୁଟ୍ ଅଫ୍ ନିଉକ୍ଲିୟର ଫିଜିକ୍‌ସ’’ ତାଙ୍କ ନାମରେ ନାମିତ । ସେ ଭାରତୀୟ କ୍ୟାଲେଣ୍ଡର ସଂସ୍କାର କମିଟିର ଅଧ୍ୟକ୍ଷ ଭାବେ ସମଗ୍ର ଦେଶପାଇଁ ‘ଏକୀକରଣ ଜାତୀୟ କ୍ୟାଲେଣ୍ଡର’’ ସୁପାରିଶ କରିଥିଲେ ଯାହା ‘ସୂର୍ଯ୍ୟସିଦ୍ଧାନ୍ତ’’ର ସାଧାରଣ ନୀତି ଅନୁସରଣ କରେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ପ୍ରଶ୍ନୋତ୍ତର

Question 1.
(i) ଚନ୍ଦ୍ର କିପରି ଆଲୋକ ପ୍ରଦାନ କରେ ?
(ii) ଚନ୍ଦ୍ରକଳାର ହ୍ରାସ ବୃଦ୍ଧି କିପରି ଘଟେ ?
(iii) ଅମାବାସ୍ୟାରେ ଚନ୍ଦ୍ର ଦେଖାଯାଏ ନାହିଁ କାହିଁକି ?
(iv) ଚନ୍ଦ୍ର ଗୋଟିଏ ପର୍ଯ୍ୟାୟ ଚକ୍ର ପୂରଣ କରିବାକୁ କେତେ ସମୟ ନିଏ ?
Answer:
(i) ଚନ୍ଦ୍ରର ନିଜର ଆଲୋକ ନାହିଁ । ଏହା ସୂର୍ଯ୍ୟାଲୋକକୁ ପ୍ରତିଫଳନ କରି ଉଜ୍ଜ୍ଵଳ ଦେଖାଯାଏ ।
(ii) ଚନ୍ଦ୍ର ପୃଥ‌ିବୀକୁ 29.5 ଦିନରେ ଥରେ ପରିକ୍ରମଣ କରେ । ଏହାର ପରିକ୍ରମଣ ଓ ପୃଥ‌ିବୀର ଆବର୍ତ୍ତନ ଯୋଗୁଁ ଚନ୍ଦ୍ର, ସୂର୍ଯ୍ୟ ପୃଥ‌ିବୀ ମଧ୍ୟରେ କୋଣର ପରିବର୍ତ୍ତନ ଘଟେ, ଫଳରେ ଚନ୍ଦ୍ରର ଆଲୋକିତ ଅଂଶ ଯାହା ପୃଥ‌ିବୀରୁ ଦୃଶ୍ୟମାନ ହୁଏ ; କ୍ରମାଗତ ବଦଳିଯାଏ । ଏଣୁ ଚନ୍ଦ୍ରକଳାର ହ୍ରାସ ବୃଦ୍ଧି ଘଟେ ।
(iii) ଅମାବାସ୍ୟାରେ ଚନ୍ଦ୍ରର ଅଣ ଆଲୋକିତ (Non illuminated part) ଅଂଶ ପୃଥ‌ିବୀକୁ ମୁହଁ କରିଥାଏ । ଏଣୁ ଚନ୍ଦ୍ର ଦେଖାଯାଏ ନାହିଁ ।
(iv) ଚନ୍ଦ୍ର ଏହାର କଳାର ଗୋଟିଏ ପର୍ଯ୍ୟାୟ ପୂରଣ କରିବାକୁ 29.5 ଦିନୟ ସମୟ ନେଇଥାଏ ।

Question 2.
(i) ଚନ୍ଦ୍ର କ୍ୟାଲେଣ୍ଡର କ’ଣ ଏହା କିପରି ସୌର କ୍ୟାଲେଣ୍ଡର ଠାରୁ ଭିନ୍ନ ଅଟେ ?
(ii) ସୌର-ଚନ୍ଦ୍ର କ୍ୟାଲେଣ୍ଡର କ’’ଣ ?
(iii) ‘ଅଧୁକା ମାସ’’ କଣ ଏହା କାହିଁକି ଯୋଗ କରାଯାଏ ?
(iv) ଚନ୍ଦ୍ର ଗଣନା ସମ୍ବନ୍ଧିତ ଦୁଇଟି ଭାରତୀୟ ପର୍ବର ନାମ ଲେଖ ।
Answer:
(i) ଚନ୍ଦ୍ର କ୍ୟାଲେଣ୍ଡର ଚନ୍ଦ୍ର କଳାର ପର୍ଯ୍ୟାୟ ଚକ୍ର ଉପରେ ଆଧାରିତ । ଏହି କ୍ୟାଲେଣ୍ଡର ଦିନ ସମୟର କ୍ଷୁଦ୍ରତ୍ତମ ଏକକ । ଚନ୍ଦ୍ର ତାର ସମସ୍ତ ପର୍ଯ୍ୟାୟ ଚକ୍ର ପୂରଣ କରିବାକୁ ମୋଟ 29.5 ଦିନ ସମୟ ନିଏ, ଯାହା ଗୋଟିଏ ଚାନ୍ଦ ମାସ । ଏହିପରି 12ଟି ଚାନ୍ଦ ମାସରେ ଗୋଟିଏ ଚାନ୍ଦବର୍ଷ ହୁଏ ଯାହା 354 ଦିନ
ଅଟେ ।
ସୌର କ୍ୟାଲେଣ୍ଡର ପୃଥ‌ିବୀର ଆବର୍ତ୍ତନ ଓ ପରିକ୍ରମଣ ସମୟ ଉପରେ ଆଧାରିତ । ଏହି କ୍ୟାଲେଣ୍ଡର ଅନୁଯାଇ ଗୋଟିଏ ଦିନ 24 ଘଣ୍ଟା ଏବଂ ଗୋଟିଏ ବର୍ଷ ଯାହା 12ଟି ମାସକୁ ନେଇ ଗଠିତ, ଯାହା 365 ଦିନ । ଏଣୁ ଗୋଟିଏ ସୌରବର୍ଷ ଗୋଟିଏ ଚାନ୍ଦ ବର୍ଷ ଅପେକ୍ଷା 11 ଦିନ ଅଧ‌ିକ ।
(ii) ଚାନ୍ଦ୍ରମାସ (29.5 ଦିନ) ଓ ସୌରବର୍ଷ (365 ଦିନ)କୁ ମିଶାଇ ଗଠିତ କ୍ୟାଲେଣ୍ଡରକୁ ସୌର–ଚନ୍ଦ୍ର କ୍ୟାଲେଣ୍ଡର କହନ୍ତି । ଏହି କ୍ୟାଲେଣ୍ଡରରେ ଚାନ୍ଦ୍ରବର୍ଷ ସହ ପ୍ରତି 2-3 ବର୍ଷରେ ଗୋଟିଏ ଅଧିକା ମାସ ବା ମଳମାସ ଯୋଗ କରାଯାଏ ।
(iii) ଗୋଟିଏ ଚାନ୍ଦ୍ରବର୍ଷ 354 ଦିନ ମାତ୍ର ସୌରବର୍ଷ 365 ଦିନ । ଏ ଦୁଇଟି ବର୍ଷ ମଧ୍ୟରେ ପ୍ରଭେଦ 11 ଦିନ । ଏଣୁ ପ୍ରତି 2-3 ବର୍ଷରେ ଚାନ୍ଦ୍ରବର୍ଷରେ ଏକ ଅଧ୍ବକା ମାସ ଯୋଗ କରାଯାଏ । ଏହା ସୌରବର୍ଷ ଓ ଚାନ୍ଦ୍ରବର୍ଷ ମଧ୍ୟରେ ତାଳମେଳ ରଖେ ।
(iv) ଚନ୍ଦ୍ରଗଣନା ସମ୍ବନ୍ଧିତ ଦୁଇଟି ଭାରତୀୟ ପର୍ବ ହେଉଛି ଦିପାବଳୀ ଓ ହୋଲି ।

Question 3.
(i) ଭାରତୀୟ ଜାତୀୟ କ୍ୟାଲେଣ୍ଡର କ’’ଣ ?
(ii) ଭାରତରେ ନୂତନ ବର୍ଷ କେବେ ଆରମ୍ଭ ହୁଏ ?
(iii) ଏହାର ମାସ ଗୁଡ଼ିକ କ’ଣ ?
(iv) ଏହା ଗ୍ରେଗୋରିଆନ୍ କ୍ୟାଲେଣ୍ଡର ସହ ସଦୃଶ କିପରି ?
Answer:
(i) ଭାରତୀୟ କ୍ୟାଲେଣ୍ଡର ସଂସ୍କାର କମିଟି ଦ୍ଵାରା ସୁପାରିଶ ‘‘ଏକୀକରଣ ଜାତୀୟ କ୍ୟାଲେଣ୍ଡର’’କୁ ଭାରତୀୟ ଜାତୀୟ କ୍ୟାଲେଣ୍ଡର କହନ୍ତି ।
(ii) ଭାରତରେ ନୂତନ ବର୍ଷ ମାର୍ଚ୍ଚ 22 ରୁ ଆରମ୍ଭ ହୁଏ ।
(iii) ଏହାର ମାସ ଗୁଡ଼ିକ ଚୈତ୍ର, ବୈଶାଖ, ଜ୍ୟେଷ୍ଠ, ଆଷାଢ଼, ଶ୍ରାବଣ, ଭାଦ୍ରବ, ଆଶ୍ବିନ, କାର୍ତ୍ତିକ, ମାର୍ଗଶୀର, ପୌଷ, ମାଘ ଓ ଫାଲ୍‌ଗୁନ ।
(iv) ଗ୍ରେଗୋରିଆନ୍ କ୍ୟାଲେଣ୍ଡର ପରି ଏହାର ଗୋଟିଏ ବର୍ଷ 365 ଦିନ ଏବଂ ପ୍ରତି ଚାରି ବର୍ଷରେ ଗୋଟିଏ ଅଧୂବର୍ଷ ହୋଇଥାଏ ।

Question 4.
ଚନ୍ଦ୍ରକଳାର ସଂପୂର୍ଣ୍ଣ ପର୍ଯ୍ୟାୟ ଲେଖ ଏବଂ ଏପରି ଘଟିବାର କାରଣ ଲେଖ । ପୃଥ‌ିବୀର ଛାୟା ଉପରେ ଥିବା ଭୁଲଧାରଣାଟି ବୁଝାଇଲେଖ ।
Answer:
(i) ଚନ୍ଦ୍ରଙ୍କର ଆଲୋକିତ ଅଂଶର ସେତିକି ଅଂଶ ପୃଥ‌ିବୀକୁ ଦେଖାଯାଏ ତାହାକୁ’ଚନ୍ଦ୍ରକଳାର ପର୍ଯ୍ୟାୟ କହନ୍ତି । ଚନ୍ଦ୍ର, ପୃଥିବୀକୁ ପ୍ରଦକ୍ଷିଣ କରୁଥିବାରୁ ଏପରି ଘଟିଥାଏ ।
(ii) ଚନ୍ଦ୍ରଙ୍କର ବିଭିନ୍ନ ପର୍ଯ୍ୟାୟଗୁଡ଼ିକ ଅମାବାସ୍ୟା → ବୃଦ୍ଧିକାଳୀନ କ୍ରସେଣ୍ଟ ପର୍ଯ୍ୟାୟ → ପ୍ରଥମ ଚତୁର୍ଥାଂଶ → ବୃଦ୍ଧିକାଳୀନ ଗି ପର୍ଯ୍ୟାୟ → ପୂର୍ଣ୍ଣିମା → କ୍ଷୟକାଳୀନ ଗି ପର୍ଯ୍ୟାୟ → ଶେଷ ଚତୁର୍ଥାଂଶ → କ୍ଷୟକାଳୀନ କ୍ରେସେଣ୍ଟ ପର୍ଯ୍ୟାୟ → ଅମାବାସ୍ୟା ।
(iii) ଏହି ସମୟ ପର୍ଯ୍ୟାୟ ଚକ୍ର ଘଟିବାର ଅବଧୂ 29.5 ଦିନ ଯାହାକୁ ଗୋଟିଏ ଚାନ୍ଦ୍ରମାସ କହନ୍ତି ।
(iv) ଏକ ସାଧାରଣ ଭୂଲଧାରଣା ଏହି କି ଯେ ପୃଥ‌ିବୀର ଛାୟା ଚନ୍ଦ୍ରର ଏହି ସମସ୍ତ ପର୍ଯ୍ୟାୟ ଘଟାଇଥାଏ ମାତ୍ର ପୃଥ‌ିବୀର ଛାୟା କେବଳ ଚନ୍ଦ୍ରଗ୍ରହଣ ସମୟରେ ଅନୁଭୂତ ହୁଏ ।
(v) ଚନ୍ଦ୍ର ସୂର୍ଯ୍ୟାଲୋକ ପ୍ରତିଫଳନ କରୁଥିବାରୁ ଏହାର ଆଲୋକିତ୍ ଅଂଶ ପୃଥ‌ିବୀକୁ ଦୃଶ୍ୟମାନ ହୁଏ ଏବଂ ଏହି ଦୃଶ୍ୟମାନ ଅଂଶର ପରିମାଣ ଚନ୍ଦ୍ରର ପୃଥ‌ିବୀ ଓ ସୂର୍ଯ୍ୟ ସହ ଆପେକ୍ଷିକ ଅବସ୍ଥାନର ପରିବର୍ତ୍ତନ ଯୋଗୁଁ କ୍ରମାଗତ ବଦଳୁଥାଏ ।

ଦୃଢୋକ୍ତି–କାରଣ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର

ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକ ପ୍ରତ୍ୟେକରେ ଦୁଇଟି ଭକ୍ତି’ ରହିଛି । ପ୍ରଥମଟି ଦୃଢୋକ୍ତି ବା Assertion (A) ଏବଂ ଦ୍ଵିତୀୟଟି କାରଣ ବା Reason (R) ।
(A) ଉଭୟ A ଓ R ସତ୍ୟ ଅଟେ ଏବଂ R ହେଉଛି A ର ସଠିକ୍ ବାଖ୍ୟାକରଣ ।
(B) ଉଭୟ A ଓ R ସତ୍ୟ କିନ୍ତୁ R, A ର ସଠିକ୍ ବାଖ୍ୟାକରଣ ନୁହେଁ ।
(C) A ସତ୍ୟ କିନ୍ତୁ R ମିଥ୍ୟା ।
(D) ଉଭୟ A ଔ R ମିଥ୍ୟା ।

Question 1.
ଦୃଢୋକ୍ତି (Assertion) (A) : ଚନ୍ଦ୍ର କ୍ୟାଲେଣ୍ଡର ଋତୁଚକ୍ର ସହ ସମନ୍ଵୟ ରକ୍ଷା କରେ ନାହିଁ ।
କାରଣ (Reason) (R) : ଗୋଟିଏ ଚାନ୍ଦ୍ରବର୍ଷର ଦିନ ସଂଖ୍ୟା, ସୌରବର୍ଷ ତୁଳନାର କମ୍ ।
Answer:
(A) ଉଭୟ A ଓ R ସତ୍ୟ ଅଟେ ଏବଂ R ହେଉଛି A ର ସଠିକ୍ ବାଖ୍ୟାକରଣ ।

Question 2.
ଦୃଢୋକ୍ତି (Assertion) (A) : ପୃଥ‌ିବୀର ଚନ୍ଦ୍ର ଉପରେ ଛାଇ ଯୋଗୁଁ ଚନ୍ଦ୍ରକଳାର ସୃଷ୍ଟି ।
କାରଣ (Reason) (R) : ପୃଥ‌ିବୀ, ଚନ୍ଦ୍ରରେ ସୂର୍ଯ୍ୟାଲୋକ ପଡ଼ିବାରେ ବାଧା ଦିଏ ।
Answer:
(D) ଉଭୟ A ଔ R ମିଥ୍ୟା ।

Question 3.
ଦୃଢୋକ୍ତି (Assertion) (A) : ପୂର୍ଣିମା ଦିନ ଚନ୍ଦ୍ର ରାତି ସାରା ଦେଖାଯାଏ ।
କାରଣ (Reason) (R) : ସୂର୍ଯ୍ୟଠାରୁ ଚନ୍ଦ୍ର, ପୃଥ‌ିବୀର ବିପରୀତ ପାର୍ଶ୍ଵରେ ଥାଏ ।
Answer:
(A) ଉଭୟ A ଓ R ସତ୍ୟ ଅଟେ ଏବଂ R ହେଉଛି A ର ସଠିକ୍ ବାଖ୍ୟାକରଣ ।

Question 4.
ଦୃଢୋକ୍ତି (Assertion) (A) : ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ ଦିପାବଳୀ ତାରିଖ ପ୍ରତିବର୍ଷ ବଦଳିଥାଏ ।
କାରଣ (Reason) (R) : ଦିପାବଳୀ ସୌର କ୍ୟାଲେଣ୍ଡର ଅନୁସାରେ ପଡେ ।
Answer:
(C) A ସତ୍ୟ କିନ୍ତୁ R ମିଥ୍ୟା ।

Question 5.
ଦୃଢୋକ୍ତି (Assertion) (A) : ସୌରଚନ୍ଦ୍ର କ୍ୟାଲେଣ୍ଡର ଭାରତରେ ପର୍ବପର୍ବାଣୀ ନିମନ୍ତେ ପ୍ରଚଳିତ ହୁଏ ।
କାରଣ (Reason) (R) : ଏହା ଚାନ୍ଦ୍ରମାସକୁ ସୌରବର୍ଷ ସହ ସମନ୍ବିତ କରିଥାଏ ।
Answer:
(A) ଉଭୟ A ଓ R ସତ୍ୟ ଅଟେ ଏବଂ R ହେଉଛି A ର ସଠିକ୍ ବାଖ୍ୟାକରଣ ।

ଘଟଣା ଉପରେ ଆଧାରିତ ପ୍ରଶ୍ନ

Question 1.
ରାଘବ ଦେଖିଲା ଯେ ସକାଳେ ବିଳମ୍ବିତ ସମୟ ପର୍ଯ୍ୟନ୍ତ କିଛି ଦିନ ଧରି ଚନ୍ଦ୍ର ପ୍ରତୀୟମାନ ହେଲା । ପ୍ରଥମେ ଏହା ସଂପୂର୍ଣ୍ଣ ଚନ୍ଦ୍ର ଥିଲା ପରେ କ୍ରମେ କ୍ରମେ ଏହା ଛୋଟ ହୋଇଗଲା । ସେ ଚନ୍ଦ୍ର କ୍ୟାଲେଣ୍ଡର ଦେଖିବାକୁ ଲାଗିଲା ଏବଂ ଦେଖୁଲା ଆଗକୁ ଜନ୍ମାଷ୍ଟମୀ ପର୍ବ ଆସୁଛି । ଏହିପର୍ବ କୃଷ୍ଣପକ୍ଷରେ ପାଳିତ ହୁଏ । ସେ ମଧ୍ୟ ଦେଖୁଲା ଚନ୍ଦ୍ର ପ୍ରତିଦିନ ପୂର୍ବଦିନ ଅପେକ୍ଷା 50 ମିନିଟ୍ ବିଳମ୍ବରେ ଦେଖାଯାଉଛି । ସେ ଗୋଟିଏ ଦିନ ରାତି 9.30 ଏବଂ ପରଦିନ ରାତି 10.20 ରେ ଦେଖୁଥିଲା । ପରିସ୍ଥିତିକୁ ଅନୁଧ୍ୟାନ କରି ନିମ୍ନୋକ୍ତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଅ ।
(i) ସପ୍ତାହ ଆରମ୍ଭରୁ ରାଘବ ଚନ୍ଦ୍ରର କେଉଁ ପର୍ଯ୍ୟାୟ ଦେଖୁଥିଲା ?
(a) ବୃଦ୍ଧିକାଳୀନ ଗିବସ୍ ପର୍ଯ୍ୟାୟ
(b) ପୂର୍ଣ୍ଣିମା
(c) କ୍ଷୟକାଳୀନ ଗି ପର୍ଯ୍ୟାୟ
(d) ଅମାବାସ୍ଯା
Answer:
(c) କ୍ଷୟକାଳୀନ ଗି ପର୍ଯ୍ୟାୟ

(ii) ଜନ୍ମାଷ୍ଟମୀ ପର୍ବ ଚନ୍ଦ୍ରଚକ୍ରର କେଉଁଦିନ ପଡ଼େ ?
(a) ବୃଦ୍ଧିକାଳୀନ କ୍ରସେଣ୍ଟ ପର୍ଯ୍ୟନ୍ତ
(b) କ୍ଷୟକାଳୀନ ପର୍ଯ୍ୟାୟ
(c) ପୂର୍ଣ୍ଣିମା
(d) ଅମାବାସ୍ଯା
Answer:
(b) କ୍ଷୟକାଳୀନ ପର୍ଯ୍ୟାୟ

(iii) ଚନ୍ଦ୍ର ପ୍ରତିଦିନ ପୂର୍ବଦିନ ତୁଳନାରେ 50 ମିନିଟ୍ ବିଳମ୍ବରେ ଉଦୟ ହେଲା କାରଣ-
(a) ପୃଥ‌ିବୀର ତଳି ରହିଥ‌ିବା ଅକ୍ଷ
(b) ପୃଥ‌ିବୀର ଆବର୍ତ୍ତନ ଧୀର ହେବା
(c) ଚନ୍ଦ୍ର ପୃଥବୀ ଚାରିପଟେ ଘୂରୁଥିବା ଯୋଗୁ
(d) ସୂର୍ଯ୍ୟଙ୍କର ଅବସ୍ଥାନରେ ପରିବର୍ତ୍ତନ
Answer:
(c) ଚନ୍ଦ୍ର ପୃଥବୀ ଚାରିପଟେ ଘୂରୁଥିବା ଯୋଗୁ

(iv) ଆଜି ଯଦି କୃଷ୍ଣପକ୍ଷ ଅଷ୍ଟମୀ ହୁଏ, ଏହା ଚନ୍ଦ୍ରର କେଉଁ ପର୍ଯ୍ୟାୟ-
(a) ଅର୍ଦ୍ଧଚନ୍ଦ୍ର
(c) ପୂର୍ଣ୍ଣିମା
(b) ଅଦୃଶ୍ୟ କ୍ରସେଣ୍ଟ ପର୍ଯ୍ୟାୟ
(d) ବୃଦ୍ଧିକାଳୀନ ଗି ପର୍ଯ୍ୟାୟ
Answer:
(a) ଅର୍ଦ୍ଧଚନ୍ଦ୍ର

Class 8 Science Chapter 11 Question Answer Odia Medium ଆକାଶ: ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା

Question 2.
ଶରତ ଋତୁ ପୂର୍ଣ୍ଣିମାରେ ଅନୟା ଦେଖିଲା ଯେ ରାତ୍ରର ଅଧୁକାଂଶ ସମୟ ଚନ୍ଦ୍ର ଦେଖାଗଲା ଏବଂ ସଂପୂର୍ଣ୍ଣ ଗୋଲ ଦେଖାଯାଉଥିଲା । ଜେଜେମା କହିଲେ ସେଦିନ ପୂର୍ଣ୍ଣିମା ଥିଲା ଏବଂ ଏହା ସେ ରାତିଟି ଗୋଟିଏ ଅତ୍ୟନ୍ତ ଶୁଭରାତ୍ରି ଥିଲା । ଜିଜ୍ଞାସୁ ହୋଇ ଅନୟା ପରବର୍ତ୍ତୀ 10 ଦିନ ଧରି ଚନ୍ଦ୍ରକୁ ନିରୀକ୍ଷଣ କଲା ଏବଂ ଦେଖୁଲେ ଦିନକୁ ଦିନ ଚନ୍ଦ୍ରର ଆକାର ହ୍ରାସ ପାଉଥିଲା ଏବଂ ଏହାର ଉଦୟ ସମୟ ଦିନକୁ ଦିନ ବିଳମ୍ବିତ ହେଉଥିଲା । ପଞ୍ଚାଙ୍ଗ କ୍ୟାଲେଣ୍ଡର ଦେଖ‌ିଲେ ଜାଣିଲା ସେ ମାସଟି ଅମାବାସ୍ୟାରେ ସମାପ୍ତ ହେଉଛି । ଘଟଣାଟି ଅନୁଧ୍ୟାନ କରି ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
(i) ଶରତ ପୂର୍ଣ୍ଣିମାରେ ସେ ଚନ୍ଦ୍ରର କେଉଁ ପର୍ଯ୍ୟାୟ ଦେଖୁଥିଲା ?
(ii) ପୂର୍ଣ୍ଣିମା ପରେ ଏବଂ ଅମାବାସ୍ୟା ପୂର୍ବରୁ କେଉଁ ପର୍ଯ୍ୟାୟ ଆସିଥିଲା ?
(ii) ଚନ୍ଦ୍ର କାହିଁକି ପରବର୍ତ୍ତୀ ଦିନ ଗୁଡ଼ିକରେ ବିଳମ୍ବରେ ଉଦୟ ହେଉଥିଲା ?
(iv) କେଉଁ କ୍ୟାଲେଣ୍ଡର ତାକୁ ଶରତ ପୂର୍ଣ୍ଣିମାର ତାରିଖ ଜଣାଇଲା ?
(v) ଅମାବାସ୍ୟାର ଚାନ୍ଦ୍ରମାସର ସମାପ୍ତ ସହ ସମ୍ବନ୍ଧ କ’ଣ ?
Answer:
(i) ଚନ୍ଦ୍ରର ପର୍ଯ୍ୟାୟଟି ପୂର୍ଣ୍ଣିମା ଥିଲା ଯେଉଁଦିନ ଚନ୍ଦ୍ରର ଆଲୋକିତ ଅଂଶ ସଂପୂର୍ଣ୍ଣ ଭାବେ ପୃଥ‌ିବୀକୁ ଦେଖାଯାଉଥିଲା ।
(ii) ପୂର୍ଣ୍ଣିମା ପର ଓ ଅମାବାସ୍ୟା ପୂର୍ବ ପର୍ଯ୍ୟାୟକୁ କ୍ଷୟକାଳୀନ ପର୍ଯ୍ୟାୟ (Waxing period) ବା କୃଷ୍ଣପକ୍ଷ କହନ୍ତି ।
(iii) ଚନ୍ଦ୍ର ପ୍ରତିଦିନ ତାର ଠିକ୍ ପୂର୍ବଦିନ ତୁଳନାରେ 50 ମିନିଟ୍ ପରେ ଉଦୟ ହେଉଥିଲା । ଏହାର କାରଣ ହେଉଛି, ଚନ୍ଦ୍ର ସର୍ବଦା ପୃଥ‌ିବୀକୁ ପରିକ୍ରମଣ କରେ ଏବଂ ଏହି ସମୟରେ ପୃଥ‌ିବୀର ଆବର୍ତ୍ତନ ଯୋଗୁ ଚନ୍ଦ୍ରକୁ ଦେଖ‌ିବାକୁ ଅଧ‌ିକ 50 ମିନିଟ୍ ଲାଗେ ।
(iv) ସୌର-ଚନ୍ଦ୍ର କ୍ୟାଲେଣ୍ଡରରୁ ଶରତ ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା)ର ଦିନଟି ଜାଣି ହୁଏ ।
(v) ଅମାବାସ୍ୟା ଚାନ୍ଦ୍ର ମାସର ଶେଷଦିନ କାରଣ ସେଦିନ ଚନ୍ଦ୍ର, ପୃଥ‌ିବୀ ପୃଷ୍ଠରୁ ଆଦୌ ଦେଖାଯାଏ ନାହିଁ ।

Class 8 Science Chapter 12 Question Answer Odia Medium ପ୍ରକୃତିର ସମନ୍ବୟ

Go through 8th Class Science Book Odia Medium Question Answer and Class 8 Science Chapter 12 Question Answer Odia Medium ପ୍ରକୃତିର ସମନ୍ବୟ to understand textbook questions more clearly.

8th Class Science Chapter 12 Question Answer Odia Medium

Class 8 Science Chapter 12 Odia Medium

ଜିଜ୍ଞାସା ବଜାୟ ରଖ

Question 1.
ପ୍ରଦତ୍ତ ଚିତ୍ର ଦେଖ ଏବଂ ଭୁଲ୍ ଉକ୍ତିଟି ଚୟନ କର ।
Class 8 Science Chapter 12 Question Answer Odia Medium ପ୍ରକୃତିର ସମନ୍ବୟ 1
(i) ଏକ ଜୀବଗୋଷ୍ଠୀ ଏକ ଜୀବସଂଖ୍ୟା ଅପେକ୍ଷା ବଡ଼ ।
(ii) ଏକ ଜୀବଗୋଷ୍ଠୀ ଏକ ପରିସଂସ୍ଥା ଅପେକ୍ଷା ଛୋଟ ।
(iii) ଏକ ପରିସଂସ୍ଥା ଏକ ଜୀବଗୋଷ୍ଠୀର ଅଂଶ ।
Answer:
(iii) ଏକ ପରିସଂସ୍ଥା ଏକ ଜୀବଗୋଷ୍ଠୀର ଅଂଶ

Question 2.
ଏକ ଜୀବସଂଖ୍ୟା ଏକ ଜୀବଗୋଷ୍ଠୀର ଅଂଶ । ଯଦି ସମସ୍ତ ଅପଘଟକ ଏକ ଜଙ୍ଗଲ ପରିସଂସ୍ଥାରୁ ହଠାତ୍ ଅଦୃଶ୍ୟ ହୋଇଯିବେ, ତେବେ କ’ଣ ପରିବର୍ତ୍ତନ ଘଟିବ ବୋଲି ତୁମେ ଭାବୁଛ ? ପରିସଂସ୍ଥାରେ ଅପଘଟକ କାହିଁକି ଅତ୍ୟାବଶ୍ୟକ ତାହା ବୁଝାଅ ।
Answer:
A. ପରିବର୍ତ୍ତନ :

  • ମୃତ ଜୀବମାନଙ୍କ ଶରୀର ମାଁଟି ଉପରେ ଜମାହୋଇ ରହିବ ।
  • ପୋଷକ ଚକ୍ର ବାଧା ପ୍ରାପ୍ତ ହେବ ।
  • ଉଭିଦର ବୃଦ୍ଧି ବାଧାପ୍ରାପ୍ତ ହେବ ।
  • ଖାଦ୍ୟ ଅଭାବ କାରଣରୁ ତୃଣଭୋଜୀ ସଂଖ୍ୟା ହ୍ରାସ ପାଇବ । ପରିସଂଘୀୟ ସନ୍ତୁଳନ ବିପର୍ଯ୍ୟସ୍ତ ହେବ ।

B. କାହିଁକି ଅତ୍ୟାବଶ୍ୟକ :

  • ପୋଷକର ପୁନଃଚକ୍ରଣ ପ୍ରକ୍ରିୟା ହ୍ରାସ ପାଇବ ।
  • ଖାଦ୍ୟ ଶୃଙ୍ଖଳ ଓ ଖାଦ୍ୟ ଜାଲି ସମ୍ଭବ ହେବ ନାହିଁ ।
  • ମୃତଜୀବ ଶରୀର ବିଘଟିତ ହୋଇପାରିବ ନାହିଁ ।

Question 3.
ତାମିଲନାଡୁର କୁଡ଼ାଲୋର ଜିଲ୍ଲାର ସେଲଭାମ କହୁଥିଲେ ଯେ ୨୦୦୪ ମସିହାରେ ସୁନାମି ଆସିଥିଲା । ମାତ୍ର ହେନ୍ତାଳ ଜଙ୍ଗଲ ଥିବାରୁ ତାଙ୍କ ଗ୍ରାମ, ଅନ୍ୟ ନିକଟସ୍ଥ ଗ୍ରାମ ତୁଳନାରେ କମ୍ କ୍ଷତିଗ୍ରସ୍ତ ହୋଇଥିଲା । ଏହା ଶୁଣି ଦୀପା, ରୂପା ଏବଂ ସିଦ୍ଧି ଆଶ୍ଚର୍ଯ୍ୟ ହେଲେ । ସେମାନେ ବିସ୍ମିତ ହୋଇ ଚିନ୍ତା କଲେ ହେନ୍ତାଳ ଜଙ୍ଗଲ ଗାଁକୁ କିପରି ସୁରକ୍ଷା କିପରି ଦେଲା ? ତୁମେ କ’ଣ ସେମାନଙ୍କୁ ଏହା ବୁଝାଇ ପାରିବ ?
Answer:

  • ହେନ୍ତାଳ ଜଙ୍ଗଲ ପ୍ରାକୃତିକ ପ୍ରତିବନ୍ଧକ ଭାବେ କାର୍ଯ୍ୟ କରେ ।
  • ସାମୁଦ୍ରିକ ଝଡ଼ ଓ ସୁନାମି ସମୟରେ ଏହା ପ୍ରବଳ ପବନ ଓ ତରଙ୍ଗର ଗତିକୁ ମନ୍ଥର କରେ ।
  • ହେନ୍ତାଳ ଜଙ୍ଗଲରେ ଥିବା ଉଭିଦ ମାନଙ୍କରେ ସ୍ଵତନ୍ତ୍ର ଚେର ମାଟିକୁ ଧରି ରଖୁବାରେ ସାହାଯ୍ୟ କରେ ।
  • ଏହି ଶ୍ରେଣୀର ଉଭିଦମାନେ ମୃତ୍ତିକା କ୍ଷୟକୁ ହ୍ରାସ କରିଥାନ୍ତି ।
  • ଜଳ ପ୍ରଭାବକୁ ନିୟନ୍ତ୍ରଣକ କରି ଉପକୂଳକୁ ସୁରକ୍ଷା ଦେଇଥାନ୍ତି ।
  • ପଶ୍ଚିମବଙ୍ଗର ସୁନ୍ଦରବନ ହେନ୍ତାଳ ଜଙ୍ଗଲକୁ ଏହାର ଗୁରୁତ୍ଵ ଦୃଷ୍ଟିରୁ ‘ବିଶ୍ଵ ଐତିହ୍ୟ ସ୍ଥଳ’’ର ମାନ୍ୟତା ପ୍ରଦାନ କରାଯାଇଛି ।

Class 8 Science Chapter 12 Question Answer Odia Medium ପ୍ରକୃତିର ସମନ୍ବୟ

Question 4.
ଏହି ଖାଦ୍ୟଶୃଙ୍ଖଳଟି ଦେଖ :
ଘାସ → ଝିଣ୍ଟିକା → ବେଙ୍ଗ → ସାପ
ଯଦି ଏହି ପରିସଂସ୍ଥାରୁ ବେଙ୍ଗ ଅଦୃଶ୍ୟ ହୋଇଯାଏ, ତେବେ ଝିଣ୍ଟିକା ଏବଂ ସାପ ସଂଖ୍ୟାର କ’ଣ ପରିବର୍ତ୍ତନ ହେବ ? କାହିଁକି ?
Answer:
ଏହିପରି ସଂସ୍ଥାରୁ ବେଙ୍ଗ ଅଦୃଶ୍ୟ ହୋଇଗଲେ ଏହାର ପ୍ରଭାବ ଝିଣ୍ଟିକା ଓ ସାପ ସଂଖ୍ୟାକୁ ପ୍ରଭାବିତ କରିବ ।
ବେଙ୍ଗ ଖାଦ୍ୟ ପାଇଁ ଝିଣ୍ଟିକାକୁ ଶିକାର କରିଥାଏ । ବେଙ୍ଗ ଅଦୃଶ୍ୟ ହେଲେ ଝିଣ୍ଟିକାମାନଙ୍କ ସଂଖ୍ୟା ବହୁମାତ୍ରାରେ ବୃଦ୍ଧିପାଇବ ।
ବେଙ୍ଗ, ସାପର ପ୍ରାଥମିକ ଶିକାର ଅଟେ । ବେଙ୍ଗ ଅଦୃଶ୍ୟ ହେଲେ ସାପମାନଙ୍କ ପାଇଁ ଖାଦ୍ୟ ଅଭାବ ଦେଖାଯିବ ଓ ଏମାନଙ୍କ ସଂଖ୍ୟା ହ୍ରାସ ପାଇବ ।
ଏକ ଖାଦ୍ୟ ଶୃଙ୍ଖଳରେ ଗୋଟିଏ ଖାଦ୍ୟ ସ୍ତରର ଅନୁପସ୍ଥିତି ସନ୍ତୁଳନକୁ ବିପର୍ଯ୍ୟସ୍ତ କରିବ ଓ ଏହା ପରିସଂସ୍ଥାରୁ ସବୁଦିନ ପାଇଁ ଲୋପ ପାଇଯିବ ।

Question 5.
ଗୋଟିଏ ସ୍କୁଲ ବଗିଚାରେ ଛାତ୍ରମାନେ ପୂର୍ବ ଋତୁରେ କମ୍ ପ୍ରଜାପତି ଥିବା ଲକ୍ଷ୍ୟ କରିଥିଲେ । ଏହାର ସମ୍ଭାବ୍ୟ କାରଣଗୁଡ଼ିକ କ’ଣ ହୋଇପାରେ ? ବିଦ୍ୟାଳୟ ପରିସରରେ ଅଧ୍ବକ ପ୍ରଜାପତି ସଂଖ୍ୟା ବୃଦ୍ଧି ପାଇଁ ଛାତ୍ରଛାତ୍ରୀମାନେ କ’ଣ ପଦକ୍ଷେପ ନେଇପାରିବେ ?
Answer:
A. କମ୍ ପ୍ରଜାପତି ଲକ୍ଷ୍ୟ କରିବାର ସମ୍ଭାବ୍ୟ କାରଣ :
କୀଟନାଶକର ଅତ୍ୟଧ୍ଵକ ବ୍ୟବହାର ହୋଇଥାଇପାରେ ।
ଫୁଲଗଛର ସଂଖ୍ୟା କମି ଯାଇଥାଇପାରେ ।
ଶିକାରୀ ପକ୍ଷୀମାନଙ୍କର ସଂଖ୍ୟା ବୃଦ୍ଧି ହୋଇଥାଇପାରେ ।
ବାୟୁ ବା ଜଳ ପ୍ରଦୂଷଣଦ୍ଵାରା ବାସସ୍ଥାନର ଗୁଣବତ୍ତା ହ୍ରାସ ହୋଇଥାଇପାରେ ।

B. ଆବଶ୍ୟକ ପଦକ୍ଷେପ :
ଅଧିକ ପରିମାଣରେ ଫୁଲଗଛ ଲଗାଇବା ।
କୀଟନାଶକ ବ୍ୟବହାର କରିବା ନାହିଁ ।
ପ୍ରଜାପତିଙ୍କ ଖାଦ୍ୟ ବଗିଚାରେ ରଖୁପାରିବା ।
ଜଳର ଉତ୍ସ (କୃତ୍ରିମ ଝରଣା) ତିଆରି କରିବା ।

Question 6.
କେବଳ ଉତ୍ପାଦକ ଥ‌ିବା ଏବଂ କୌଣସି ଭକ୍ଷକ କିମ୍ବା ଅପଘଟକ ନଥିବା ଏକ ପରିସଂସ୍ଥା କାହିଁକି ସମ୍ଭବ ନୁହେଁ ?
Answer:
A. କେବଳ ଉତ୍ପାଦକ ଥୁବା ପରିସଂସ୍ଥା ସମ୍ଭବ ନୁହେଁ, କାରଣ

  • ଉତ୍ପାଦକ ମାନଙ୍କ ଉପରେ ନିର୍ଭର କରୁଥିବା ତୃଣଭୋଜୀ ନ ରହିଲେ ଉତ୍ପାଦକର ପରିମାଣ ବୃଦ୍ଧିପାଇବ ।
  • ଉଭିଦଗୁଡ଼ିକ ଉପଯୁକ୍ତ ପୋଷକ ଓ ସୂର୍ଯ୍ୟାଲୋକ ପାଇଁ ପରସ୍ପର ମଧ୍ୟରେ ପ୍ରତିପୋଷଣ କରିବେ ।
  • କେବଳ ବଡ଼ ଗଛ ରହିବ ଓ ଏହାତଳେ ଛୋଟ ଗଛ ଗୁଡ଼ିକ ଆଲୋକଶ୍ଳେଷଣ କରିପାରିବେ ନାହିଁ ।

B. କୌଣସି ଭକ୍ଷକ କିମ୍ବା ଅପଘଟକ ନଥିବା ପରିସଂସ୍ଥା ସମ୍ଭବ ନୁହେଁ, କାରଣ :

  • ଭକ୍ଷକର ଅନୁପସ୍ଥିତି ଉତ୍ପାଦକମାନଙ୍କର ସଂଖ୍ୟା ବୃଦ୍ଧିକୁ ପ୍ରୋତ୍ସାହୀତ କରିବ ।
  • ଅପଘଟକମାନଙ୍କର ଅନୁପସ୍ଥିତିରୁ ମୃତ ଜୀବମାନଙ୍କର ଶରୀର ମାଟି ଉପରେ ସେହିପରି ଅବସ୍ଥାରେ ପଡ଼ିରହିବ ।
  • ପୋଷକଚକ୍ର ବାଧାପ୍ରାପ୍ତ ହେବ ଓ ଜୀବସଂଖ୍ୟା କ୍ରମଶଃ ହ୍ରାସ ପାଇବ ।

Question 7.
ତୁମ ଘର କିମ୍ବା ବିଦ୍ୟାଳୟ ନିକଟରେ ଦୁଇଟି ଭିନ୍ନ ସ୍ଥାନ (ଯଥା, ଗୋଟିଏ ପାର୍କ ଏବଂ ରାସ୍ତାର ଗୋଟିଏ ପାର୍ଶ୍ୱ) ପର୍ଯ୍ୟବେକ୍ଷଣ କର । ତୁମେ ଦେଖୁଥ‌ିବା ସଜୀବ ଏବଂ ନିର୍ଜୀବ ଉପାଦାନଗୁଡ଼ିକର ତାଲିକା କର । ପରିସଂସ୍ଥା ଦୁଇଟି ପରସ୍ପରଠାରୁ କିପରି ଭିନ୍ନ ?
Answer:
A. ପାର୍କରେ ଥ‌ିବା ଉପାଦାନଗୁଡ଼ିକର ତାଲିକା :
ଗଛ, ପକ୍ଷୀ, ଘାସ, ମଣିଷ – ସଜୀବ ଅଟନ୍ତି ।
ମାଟି, ପାଣି, ସୂର୍ଯ୍ୟକିରଣ, ବତୀଖୁଣ୍ଟ – ନିର୍ଜୀବ ଅଟନ୍ତି ।

B. ରାସ୍ତା ପାର୍ଶ୍ଵରେ ଥ‌ିବା ଉପାଦାନଗୁଡ଼ିକର ତାଲିକା :
ଘାସ, କୀଟପତଙ୍ଗ, କୁକୁର, ମଣିଷ ସଜୀବ ଅଟନ୍ତି ।
ଅଳିଆ ଆବର୍ଜନା, ପ୍ଲାଷ୍ଟିକ, କାଚ, ମାଟି, ଗୋଡ଼ି – ନିର୍ଜୀବ ଅଟନ୍ତି ।

C. ପାର୍ଥକ୍ୟ :
ପାର୍କ ହେଉଛି ଏକ ପରିସଂସ୍ଥା ଯେଉଁଠାରେ ପ୍ରାଣୀ ଓ ଉଦ୍ଭିଦମାନେ ପରସ୍ପର ମଧ୍ୟରେ ସନ୍ତୁଳନ ରକ୍ଷାକରି ଏହାକୁ ସୁନ୍ଦରଭାବରେ ଗଢ଼ି ତୋଳିଛନ୍ତି ।
ରାସ୍ତା ପାର୍ଶ୍ଵରେ ଜୀବଜନ୍ତୁମାନଙ୍କର ସମନ୍ଵୟ ନଥିବାରୁ ଏଠାରେ ପ୍ରଦୂଷଣର ମାତ୍ରା ଅଧ‌ିକ ଓ ଉଭିଦମାନଙ୍କର ସଂଖ୍ୟା ବହୁତ କମ୍ ।

Question 8.
‘କୃଷି କ୍ଷେତ୍ର ଭଳି ମନୁଷ୍ୟକୃତ ପରିସଂସ୍ଥା ଆବଶ୍ୟକ, କିନ୍ତୁ ସେଗୁଡ଼ିକୁ ବ୍ୟବହାରଯୋଗ୍ୟ କରିବାକୁ ପଡ଼ିବ ।? ଏହି ବିବୃତ୍ତି ଉପରେ ତୁମର ମତାମତ ଦିଅ ।
Answer:
ମନୁଷ୍ୟକୃତ ପରିସଂସ୍ଥାଗୁଡ଼ିକ ବ୍ୟବହାରଯୋଗ୍ୟ କରିବାକୁ ପଡ଼ିବ କାରଣ :

  • ଜଳ ଓ ମୃତ୍ତିକା ପ୍ରଦୂଷଣର ମାତ୍ରା ହ୍ରାସ କରିବାକୁ ପଡ଼ିବ ।
  • ପ୍ରଚୁର ପରିମାଣରେ ବୃକ୍ଷରୋପଣ କରିବାକୁ ହେବ ।
  • କୃତ୍ରିମ ରାସାୟନିକ ସାର ବଦଳରେ ଜୈବସାର ଅଧ‌ିକ ପ୍ରୟୋଗ କରିବାକୁ ପଡ଼ିବ ।
  • ଫସଲ ପର୍ଯ୍ୟାୟ ଆବର୍ତ୍ତନ ସହ ଜଳସେଚନକୁ ଗୁରୁତ୍ୱ ଦେବାକୁ ପଡ଼ିବ ।
  • ଦୀର୍ଘକାଳୀନ ଉତ୍ପାଦକତା ଓ ପରିବେଶଗତ ସ୍ଵାସ୍ଥ୍ୟ ସୁନିଶ୍ଚିତ କରିବାକୁ ହେବ ।

Question 9.
ଯଦି ଭାରତୀୟ ଠେକୁଆ ଜୀବସଂଖ୍ୟା (ଚିତ୍ର) କୌଣସି ରୋଗ ଯୋଗୁଁ ହ୍ରାସ ପାଏ, ତେବେ ଏହା ଅନ୍ୟ ଜୀବସଂଖ୍ୟାକୁ କିପରି ପ୍ରଭାବିତ କରିବ ?
Class 8 Science Chapter 12 Question Answer Odia Medium ପ୍ରକୃତିର ସମନ୍ବୟ 2
Answer:
ଠେକୁଆ ଗୋଟିଏ ତୃଣଭୋଜୀ ପ୍ରାଣୀ ।
ଠେକୁଆ ସଂଖ୍ୟା ହ୍ରାସ ପାଇଲେ ଏହାର ଖାଦ୍ୟ ଭାବେ ଗ୍ରହଣ କରୁଥିବା ଜୀବସଂଖ୍ୟା ପ୍ରଭାବିତ ହେବ ଓ କାଳକ୍ରମେ ଲୋପ ପାଇବ ।
ଠେକୁଆ ସଂଖ୍ୟା ଲୋପ ପାଇଲେ, ଉତ୍ପାଦକ ସଂଖ୍ୟା ବୃଦ୍ଧିପାଇବ ଓ ବାସସ୍ଥାନ ପାଇଁ ସେମାନଙ୍କ ମଧ୍ୟରେ ପ୍ରତିଯୋଗୀତା ଆରମ୍ଭ ହେବ ।
ହରିଣ ଓ ଚିଲ ସଂଖ୍ୟାରେ ପରିବର୍ତ୍ତନ ହେବ ନାହିଁ କାରଣ ଏମାନେ ଅନ୍ୟ ଏକ ଖାଦ୍ୟ ଶୃଙ୍ଖଳର ଉପାଦନା ଅଟନ୍ତି ।
ସୁତରାଂ ଏକ ପରିସଂସ୍ଥାରେ ମାଂସପେଶୀମାନଙ୍କ ସଂଖ୍ୟା ତୃଣଭୋଜୀ ମାନଙ୍କ ଉପରେ ନିର୍ଭର କରିଥାଏ ।

ଆବିଷ୍କାର, ପରିକଳ୍ପନା, ବିତର୍କ

Question 1.
ବିଦ୍ୟାଳୟ କିମ୍ବା ନିକଟସ୍ଥ ପାର୍କରେ ଏକ ସଫେଇ ଦିବସ ପାଳନ ପାଇଁ ଯୋଜନା କର । ହାତମୋଜା ଗ୍ଲୋଭସ୍ (gloves) ପିନ୍ଧି ଏବଂ ଆବର୍ଜନା ସଂଗ୍ରହ ବ୍ୟାଗ୍ ବ୍ୟବହାର କରି, ତୁମେ ଯେଉଁ ଅଳିଆ ଆବର୍ଜନା ପାଉଛି ତାହାସଂଗ୍ରହ କର । ତୁମେ କ’ଣ କ’ଣ ପାଇଲ, ତାହା ଆଲୋଚନା କର । କେଉଁଗୁଡ଼ିକ ସବୁଠାରୁ ସାଧାରଣ ଥୁଲା ? ଆମେ ଏପରି ଅଳିଆ ଆବର୍ଜନା ଗୁଡ଼ିକ କିପରି ହ୍ରାସ କରିପାରିବା ?
Answer:
Class 8 Science Chapter 12 Question Answer Odia Medium ପ୍ରକୃତିର ସମନ୍ବୟ 3

Question 2.
ଅରୁଣାଚଳ ପ୍ରଦେଶରେ, ନିଶି ଏବଂ ମିଶି ଜନଜାତି ଲୋକମାନେ ବାଘକୁ ପବିତ୍ର ମନେ କରନ୍ତି । ଛତିଶଗଡ଼ରେ, ବାଇଗା ଜନଜାତି ବାଘେଶ୍ଵର କିମ୍ବା ବାଗେସୁର ଦେବଙ୍କୁ ପୂଜା କରନ୍ତି ଏବଂ ବିଶ୍ଵାସ କରନ୍ତି ଯେ ବାଘ ଜଙ୍ଗଲରେ ରକ୍ଷକ । ଓଡ଼ିଶାର ଜୁଆଙ୍ଗ ଜନଜାତି ମଧ୍ୟ ବାଘକୁ ପୃଥ‌ିବୀ ଦେବୀଙ୍କ ପୁତ୍ର ମାନି ପୂଜା କରନ୍ତି । ଯେକୌଣସି ପ୍ରଣାଳୀ ସହିତ ଏହିପରି ବିଶେଷ ସମ୍ପର୍କ ରଖୁଥ‌ିବା ଅନ୍ୟ ଭାରତୀୟ ଜନଜାତି ବିଷୟରେ ତଥ୍ୟ ସଂଗ୍ରହ କର ।
Answer:

  • ରାଜସ୍ଥାନର ବିଷୋଇ ସଂପ୍ରଦାୟ କୃଷ୍ଣସାର ମୃଗ ଏବଂ ଡଙ୍କାରା ହରିଣଙ୍କୁ ସୁରକ୍ଷା ଦେଇଥାନ୍ତି । ପ୍ରାୟତଃ ଅନାଥ ହରିଣ ଛୁଆଙ୍କୁ ପାଳିଥା’ନ୍ତି ।
  • ମଧ୍ୟପ୍ରଦେଶର ଗୋଣ୍ଡା ସମ୍ପ୍ରଦାୟର ଲୋକମାନେ ମୟୁର ଏବଂ ଭାରତୀୟ ଗୟଳଙ୍କୁ ପୂଜା କରିଥାନ୍ତି । ସେମାନଙ୍କର ପ୍ରତିଛବିକୁ ପାରମ୍ପରିକ କଳାରେ ସାମିଲ କରିଥାନ୍ତି ।
  • ଅରୁଣାଚଳ ପ୍ରଦେଶର ନିଶି ଏବଂ ମିଶି ଜନଜାତିର ଲୋକମାନେ ବାଘକୁ ଏକ ପବିତ୍ର ପ୍ରାଣୀ ଓ ଜଙ୍ଗଲର ରକ୍ଷକ ଭାବେ ଭାବିଥା’ନ୍ତି ।
  • ଅରୁଣାଚଳ ପ୍ରଦେଶର ଆଦି ଜନଜାତି, ବାଘ, ପାଙ୍ଗୋଲିନ୍ ଏବଂ ଚଢ଼େଇମାନଙ୍କୁ ମାନବତାର ବିଶେଷ ବନ୍ଧୁ ଭାବରେ ଦେଖୁଥାନ୍ତି ଏବଂ ସେମାନଙ୍କୁ ଶିକାର କରନ୍ତି ନାହିଁ।
  • ଛତିଶଗଡ଼ର ବାଇଗା ସଂପ୍ରଦାୟ ବାଘକୁ ସେମାନଙ୍କର ରକ୍ଷକ ବୋଲି ବିଶ୍ଵାସ କରନ୍ତି । ସେମାନେ ବାଘେଶ୍ଵର କିମ୍ବା ବାଗେଶ୍ଵର ଦେବୀଙ୍କୁ ପୂଜା ମଧ୍ୟ କରିଥାନ୍ତି ।
  • ଅରୁଣାଚଳ ପ୍ରଦେଶର ମେନଷା ଜନଜାତିର ଲୋକମାନେ ଚମରୀ ଗାଈଙ୍କୁ ଉତ୍ସର୍ଗୀକୃତ ସ୍ଵତନ୍ତ୍ର ନୃତ୍ୟ ସହିତ ଉତ୍ସବ ପାଳନ କରିଥାନ୍ତି ।
  • ଏହି ସମ୍ପର୍କ ଗୁଡ଼ିକ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ପରିବେଶଗତ ସମନ୍ଵୟ ପ୍ରତି ଏକ ଗଭୀର, ପାରିମ୍ପରିକ ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିଥାଏ ।

Class 8 Science Chapter 12 Question Answer Odia Medium ପ୍ରକୃତିର ସମନ୍ବୟ

Question 3.
ତୁମ ଘର କିମ୍ବା ସ୍କୁଲ ନିକଟରେ ଏକ ଗଛ ଚୟନ କର । ସପ୍ତାହରେ ଥରେ ୪ ସପ୍ତାହ ପାଇଁ ଏହାକୁ ପର୍ଯ୍ୟବେକ୍ଷଣ କର । କୌଣସି ନୂତନ ପତ୍ର, ଫୁଲ, ଫଳ କିମ୍ବା ସେଠାକୁ ଆସୁଥ‌ିବା ପକ୍ଷୀ ଏବଂ କୀଟପତଙ୍ଗକୁ ଧ୍ୟାନ ଦିଅ । ତୁମ ପର୍ଯ୍ୟବେକ୍ଷଣ ଲିପିବଦ୍ଧ କର । ତୁମେ ୱେବସାଇଟ୍‌ରେ ମଧ୍ୟ ତୁମର ନିଷ୍କର୍ଷ (ଅପଲୋଡ଼ ମଧ୍ୟ କରିପାରିବ) ସଂଗ୍ରହ କରିଥିବା ତଥ୍ୟ (www.seasonswatch.in) ୱେବସାଇଟ୍‌ରେ ମଧ୍ୟ ଅପ୍‌ଲୋଡ କରିପାରିବ ଏବଂ ଜଣେ କିଶୋର ବୈଜ୍ଞାନିକ ହୋଇପାରିବ ।
Answer:
ଅଭିଭାବକ ବା ଶିକ୍ଷକ, ଶିକ୍ଷୟତ୍ରୀଙ୍କ ପରିମର୍ଶରେ ନିଜ ଘର କିମ୍ବା ବିଦ୍ୟାଳୟ ପାଖ ଗଛରେ ପର୍ଯ୍ୟବେକ୍ଷଣ କରି www.seasons watch.in ୱେବ୍‌ସାଇଟ୍‌ରେ ଅପଲୋଡ୍ କରି କିଶୋର ବୈଜ୍ଞାନିକ ହୋଇପାରିବେ ।

ପାଠ୍ୟପୁସ୍ତକସ୍ଥ ଅନୁସନ୍ଧାନ ଏବଂ ଚିନ୍ତନ ପ୍ରଶ୍ନୋତ୍ତର

Question 1.
ଜଙ୍ଗଲ କ୍ଷୟ ଏବଂ ବୃଷ୍ଟିପାତର ସମୟ ଓ ପରିମାଣରେ ପରିବର୍ତ୍ତନ କିପରି ହାତୀମାନଙ୍କର ଜନବସତି ଓ ଚାଷ ଜମିରେ ପ୍ରବେଶର କାରଣ ହୋଇଥାଏ ?
Answer:
ନିମ୍ନଲିଖୂ ପରିସ୍ଥିତିଗୁଡ଼ିକ ହାତୀମାନଙ୍କର ଜନବସତି ଓ ଚାଷ ଜମିରେ ପ୍ରବେଶର କାରଣ ହୋଇଥାଏ :
(i) ଜଙ୍ଗଲ ଆଚ୍ଛାଦନ ହ୍ରାସ
(ii) ବୃକ୍ଷଲତା ଏବଂ ବାସସ୍ଥାନ ହ୍ରାସ
(iii) ବର୍ଷା ଢାଞ୍ଚାରେ ପରିବର୍ତ୍ତନ
(iv) ଶୁଷ୍କ ଜଳାଶୟ
ହାତୀମାନେ କଦଳୀ ଏବଂ ଆଖୁଭଳି ଫସଲ ଖୋଜିବାପାଇଁ ନିକଟବର୍ତ୍ତୀ ଚାଷଜମି ଏବଂ ଗ୍ରାମଗୁଡ଼ିକରେ ଘୁରି ବୁଲିଥାନ୍ତି ।
ଏହାଦ୍ଵାରା ଫସଲ କ୍ଷତି ଏବଂ ମଣିଷ ଓ ପଶୁମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ।

Question 2.
କଳ୍ପନା କର ଯେ ତୁମେ ଘଞ୍ଚ ଜଙ୍ଗଲରେ ଥିବା ଏକ ଗଛ । ଜଳ, ସୂର୍ଯ୍ୟକିରଣ, ଅନ୍ୟାନ୍ୟ ପ୍ରାଣୀ ଏବଂ ଜଙ୍ଗଲର ଅନ୍ୟାନ୍ୟ ଉପାଦାନ ସହିତ ତୁମର କି ପ୍ରକାରର ସମ୍ପର୍କ ରହିବ ?
Answer:
ଉଭିଦ ଭାବରେ ଆମର ପ୍ରଥମ ଆବଶ୍ୟକତା ରହିବ, କିପରି ଭାବରେ ମାଟିରୁ ଜଳ, ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ୟାସ ଓ ଦିନବେଳା ସୂର୍ଯ୍ୟାଲୋକ ମିଳିପାରିବ । ଯାହାଫଳରେ ଆଲୋକଶ୍ଳେଷଣ ସମ୍ଭବ ହେବ ।
ବୀଜ ବିକ୍ଷେପ ପାଇଁ ଅନ୍ୟ ପ୍ରାଣୀମାନଙ୍କ ସହିତ ସମ୍ପର୍କ ଏକାନ୍ତ ଆବଶ୍ୟକ ।
ଉଭିଦ ଭାବରେ ଭୌତିକ କାରକମାନଙ୍କ ଉପରେ ମଧ୍ୟ ନିର୍ଭରଶୀଳ ହେବାକୁ ପଡ଼ିବ । ମୃତ୍ତିକା କ୍ଷୟ, ଜଳସେଚନ, ଉପଯୁକ୍ତ ପୋଷକ ମଧ୍ୟ ଉଭିଦର ବୃଦ୍ଧିପାଇଁ ଆବଶ୍ୟକ ହୋଇଥାଏ ।

Question 3.
ତୁମେ ଭାବୁଛ କି ମଣିଷ ବିନା ପୃଥବୀ ତିଷ୍ଠି ରହିବ ? ପୃଥ‌ିବୀ ବିନା ମଣିଷ ବଞ୍ଚି ରହିପାରିବ କି ?
Answer:
ମଣିଷବିନା ପୃଥବୀ
ମଣିଷ ବିନା ପୃଥ‌ିବୀର ଉନ୍ନତି ସମ୍ଭବ ଅଟେ । ଜଙ୍ଗଲ ଓ ଜଳଜ ପରିସ୍ଥାନ ଗୁଡ଼ିକ ମାନବିକ ହସ୍ତକ୍ଷେପବିନା କାର୍ଯ୍ୟ କରିଥାଏ । ଜାତୀୟ ଉଦ୍ୟାନ ଓ ଜୈବମଣ୍ଡଳଗୁଡ଼ିକ ପ୍ରମାଣୀତ କରିଥାଏ ଯେ ମନୁଷ୍ୟର ବିନା ହସ୍ତକ୍ଷେପରେ ପୃଥ‌ିବୀ ଅଧ୍ବକ ଆତ୍ମନିର୍ଭରଶୀଳ ହୋଇପାରିବ ।

ପୃଥ‌ିବୀ ବିନା ମଣିଷ
ପୃଥ‌ିବୀ ବିନା ମନୁଷ୍ୟର ସ୍ଥିତି ଅସମ୍ଭବ ଅଟେ, କାରଣ ମନୁଷ୍ୟ ବଞ୍ଚିବାପାଇଁ ଆବଶ୍ୟକ କରୁଥିବା ପ୍ରାୟ ସମସ୍ତ ସମ୍ବଳ (ଉପାଦାନ) ସେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ହିଁ ପ୍ରକୃତିରୁ ସଂଗ୍ରହ କରିଥାଏ । ବାୟୁ, ଜଳ, ମୃଭିକା, ଖଣିଜ ସମ୍ପଦ ଇତ୍ୟାଦି ପୃଥ‌ିବୀରେ ବଞ୍ଚିବାପାଇଁ ମୁଖ୍ୟ ସମ୍ବଳର ଉଦାହରଣ ଅଟେ ।

Question 4.
ଯଦି ଦୁଇ ପ୍ରକାରର ପକ୍ଷୀ ଗୋଟିଏ ସମାନ ଫଳ ପାଇଁ ପ୍ରତିଯୋଗିତା କରନ୍ତି, ତେବେ ସମୟ ସହିତ ସେମାନଙ୍କର ଜୀବନଶୈଳୀ କିପରି ପରିବର୍ତ୍ତନ ହୋଇପାରେ ?
Answer:

  • ସମୟ ସହିତ ନିମ୍ନଲିଖୁ ପରିବର୍ତ୍ତନ ଦେଖିବାକୁ ମିଳିବ ।
  • ଥଣ୍ଡର ଆକାରରେ ପରିବର୍ତ୍ତନ ହୋଇପାରେ ।
  • ଖାଦ୍ୟ ଆଚରଣରେ ପାର୍ଥକ୍ୟ ଆସିପାରେ ।
  • ଗୋଟିଏ ପ୍ରଜାତି ପ୍ରାଧାନ୍ୟ ବିସ୍ତାର କରିପାରେ (ପ୍ରଭାବୀ) ।
  • ଅନ୍ୟ ପ୍ରଜାତି ଦୂରସ୍ଥାନକୁ ସ୍ଥାନାନ୍ତରିତ ହୋଇପାରେ (ଅପ୍ରଭାବୀ) ।

Question 5.
ମଣିଷର କାର୍ଯ୍ୟଗୁଡ଼ିକ ପ୍ରାକୃତିକ ବିପର୍ଯ୍ୟୟର କାରଣ ହୋଇପାରେ କି ?
Answer:

  • ନିମ୍ନଲିଖତ କାର୍ଯ୍ୟ ପ୍ରାକୃତିକ ବିପର୍ଯ୍ୟୟର କାରଣ ଅଟେ ।
  • ଜଙ୍ଗଲ କ୍ଷୟ କରି ଗମନାଗମନ ଓ ଜନବସତି ନିର୍ମାଣ ।
  • ଉଚ୍ଚ ନଦୀବନ୍ଧ ନିର୍ମାଣ ।
  • ହେନ୍ତାଳ ଜଙ୍ଗଲ ନଷ୍ଟ ।
  • ଚାଷ ଜମିର ପରିମାଣ ହ୍ରାସ ।
  • ବାୟୁ, ଜଳ ଓ ମୃତ୍ତିକା ପ୍ରଦୂଷଣ ।
  • ଆଣବିକ / ପାରମାଣବିକ ବୋମାର ପରୀକ୍ଷଣ ।
  • କୀଟନାଶକର ଅତ୍ୟଧ୍ଵକ ବ୍ୟବହାର ।
  • ରାସାୟନିକ ସାରର ଅତ୍ୟଧ‌ିକ ବ୍ୟବହାର ।

କୃଷିପାଇଁ ଦେଶୀ ଅଭ୍ୟାସ

Question 1.
କୃଷକମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ଦ୍ଵାରା ଅନୁସୃତ ବ୍ୟବହାର୍ଯ୍ୟ କୃଷି ପାଇଁ ଦେଶୀ ଅଭ୍ୟାସଗୁଡ଼ିକ ଲେଖୁରଖ । ଘରେ କିମ୍ବା ବିଦ୍ୟାଳୟରେ ଏକ ବ୍ୟବହାର୍ଯ୍ୟ ଔଷଧୀୟ ବଗିଚା ବା ପ୍ରାକୃତିକ ଫାର୍ମ ତିଆରି କର । ଏହା ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସହିତ ଏକ ଦଳଗତ କାର୍ଯ୍ୟ ଭାବରେ କରାଯାଇପାରିବ ।
Answer:

  • କୌଶଳ ଅବଲମ୍ବନକରି ଜମିରେ ଫସଲ ପରିବର୍ତ୍ତନ । (ଫସଲ ପର୍ଯ୍ୟାୟ)
  • ଅନ୍ତଃ ଫସଲ ଚୟନ ।
  • ପ୍ରାକୃତିକ ସାର ସହିତ କମ୍ପୋଷ୍ଟର ବ୍ୟବହାର । (ସବୁଜ ସାର ବ୍ୟବହାର)
  • ପଥର ବନ୍ଧ ଭଳି ପାରମ୍ପରିକ ଜଳ ପରିଚାଳନା
  • ଭାରତୀୟ ପଞ୍ଚଶସ୍ୟ ପଦ୍ଧତି ଅବଲମ୍ବନ
  • ଜୈବ ବିବିଧତାକୁ ପ୍ରୋତ୍ସାହନ
  • କୃଷି ବନୀକରଣ ଓ ପାରମ୍ପରିକ ଜ୍ଞାନ
  • ପ୍ରାକୃତିକ ସାମଗ୍ରୀ ବ୍ୟବହାର କରି ବିହନ ସଂରକ୍ଷଣ

ପରିବେଶ ଅନୁକୂଳ କୃଷି ପଦ୍ଧତି

Question 1.
ଚିତ୍ର ଦେଖ୍ ଚାଷୀମାନଙ୍କ ଦ୍ଵାରା ଅନୁସୃତ ବିଭିନ୍ନ ପଦ୍ଧତିକୁ ବୁଝ କିମ୍ବା ଜଣେ ବୟସ୍କ ବ୍ୟକ୍ତି ସହିତ ନିକଟସ୍ଥ ଏକ ଫାର୍ମକୁ ପରିଦର୍ଶନରେ ଯାଇ ସେହି ବିଷୟରେ ଅନୁଧ୍ୟାନ କର । ପରିବେଶ ଅନୁକୂଳ ଏବଂ ବ୍ୟବହାର୍ଯ୍ୟ କୌଶଳ ଗ୍ରହଣ କରି କୃଷି ପଦ୍ଧତିକୁ ଉନ୍ନତ କରିବାପାଇଁ ତୁମ ଖାତାରେ କିଛି ପରାମର୍ଶ ଲେଖ । ଏ ବିଷୟରେ ବିଦ୍ୟାଳୟ କାର୍ଯ୍ୟ, ବିଜ୍ଞାନ ମେଳା କିମ୍ବା କୃଷି ମେଳାରେ ଅଂଶ ଗ୍ରହଣ କରିବା ସମୟରେ ତୁମେ ପୋଷ୍ଟର କିମ୍ବା ମଡ଼େଲ ପ୍ରସ୍ତୁତ କରି ପ୍ରଦର୍ଶନ କରିପାରିବ । ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ସହିତ ପ୍ରଚଳିତ କୃଷି ପଦ୍ଧତି ବିଷୟରେ ଆଲୋଚନା କରିବାପାଇଁ ବିଦ୍ୟାଳୟ ତରଫରୁ କୃଷି ବୈଜ୍ଞାନିକ, କୃଷକ ଏବଂ ବିଶେଷଜ୍ଞମାନଙ୍କୁ ମଧ୍ୟ ଆମନ୍ତ୍ରଣ କରିପାର ?
Class 8 Science Chapter 12 Question Answer Odia Medium ପ୍ରକୃତିର ସମନ୍ବୟ 4
Answer:

  • ଉପଯୁକ୍ତ ମୃଭିକା କର୍ଷଣ (କ୍ଷୟ ହ୍ରାସ କରିବା) ।
  • ମୃତ୍ତିକାର ଉର୍ବରତା ବୃଦ୍ଧିକରିବା (ଜୈନପଦାର୍ଥ ଯୋଗ କରିବା) ।
  • ଗୋବରଖତ, ଜିଆଖତ ମାଟିରେ ମିଶାଇବା ।
  • ବୁନ୍ଦା ଜଳସେଚନ କରାଇବା ।
  • ବର୍ଷାଜଳ ସଂରକ୍ଷଣ କିର ଜଳସେଚନ କରାଇବା ।
  • ଜୈବିକ, ସାଂସ୍କୃତିକ ଓ ଯାନ୍ତ୍ରିକ ଉପକରଣ ଦ୍ଵାରା କୀଟପତଙ୍ଗ ପରିଚାଳନା କରିବା ।
  • ଫସଲ ପର୍ଯ୍ୟାୟ ଆବର୍ତ୍ତନ ପାଳନ କରିବା ।
  • ରାସାୟନିକ କୀଟନାଶକ ଓ ସାର ପରିହାର କରିବା ।

ଅତିରିକ୍ତ ଅଭ୍ୟାସ ପ୍ରଶ୍ନୋତ୍ତର

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ବିଶ୍ଵର ସର୍ବବୃହତ ହେନ୍ତାଳ ଜଙ୍ଗଲ କେଉଁଠାରେ ଅବସ୍ଥିତ ?
(a) ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
(i) ପଶ୍ଚିମବଙ୍ଗର ସୁନ୍ଦରବନ
(ii) ଓଡ଼ିଶାର ଭିତରକନିକା
(iii) ଗେଆର ପାନାଜି
(iv) ଆଣ୍ଡାମାନ ଦ୍ଵୀପର ପୋର୍ଟ ବ୍ଲେୟାର
Answer:
(i) ପଶ୍ଚିମବଙ୍ଗର ସୁନ୍ଦରବନ

(b) ଆସାମରେ କେଉଁ ଜାତୀୟ ଉଦ୍ୟାନ ଅଛି ?
(i) ଇଗଲନେଷ୍ଟ ବନ୍ୟପ୍ରାଣୀ ଅଭୟାରଣ୍ୟ
(ii) ମାନସ ଜାତୀୟ ଉଦ୍ୟାନ
(iii) ଜିମ୍ କାର୍ଟେଟ୍ ଜାତୀୟ ଉଦ୍ୟାନ
(iv) ନୀଳଗିରି ଜୈବମଣ୍ଡଳ ସଂରକ୍ଷଣ
Answer:
(ii) ମାନସ ଜାତୀୟ ଉଦ୍ୟାନ

(c) ମଣିପୁରରେ ଥିବା ଜାତୀୟ ଉଦ୍ୟାନର ନାମ କ’ଣ ?
(i) ଚିଲିକା ହ୍ରଦ
(ii) ହେମିସ୍ ଜାତୀୟ ଉଦ୍ୟାନ
(iii) ପିରୋଟାନ୍ ଜାତୀୟ ଉଦ୍ୟାନ
(iv) କେଇବୁଲ ଲାମଜାଓ ଜାତୀୟ ଉଦ୍ୟାନ
Answer:
(iv) କେଇବୁଲ ଲାମଜାଓ ଜାତୀୟ ଉଦ୍ୟାନ

(d) ଓଡ଼ିଶାରେ କାହାକୁ ଔଷଧୀୟ ବୃକ୍ଷର ସ୍ଵର୍ଗ କୁହାଯାଇଥାଏ ?
(i) ମହେନ୍ଦ୍ରଗିରି
(ii) ଗୁପ୍ତେଶ୍ଵ ର
(iii) ଗନ୍ଧମାର୍ଦ୍ଦନ
(iv) ତପ୍ତପାଣି
Answer:
(iii) ଗନ୍ଧମାର୍ଦ୍ଦନ

(e) ରାମାୟଣରେ କେଉଁ ପର୍ବତ ବିଷୟରେ ବର୍ଣ୍ଣନା କରାଯାଇଛି ?
(i) ମଣ୍ଡାସାରୁ
(ii) ମହେନ୍ଦ୍ରଗିରି
(iii) ଶିମିଳିପାଳ
(iv) ଗୁପ୍ତେଶ୍ଵର
Answer:
(ii) ମହେନ୍ଦ୍ରଗିରି

Class 8 Science Chapter 12 Question Answer Odia Medium ପ୍ରକୃତିର ସମନ୍ବୟ

ଶୂନ୍ୟସ୍ଥାନ ପୂରଣ କର ।

1. ଏକ ଜଳାଶୟ ବାସସ୍ଥାନରେ ଏକାଠି ରହୁଥ‌ିବା ସମାନ ପ୍ରକାରର ମାଛର ଗୋଷ୍ଠୀକୁ ସେହି ନିର୍ଦ୍ଦିଷ୍ଟ ମାଛର ________ କୁହାଯାଏ ।
Answer:
ଜୀବସଂଖ୍ୟା

2. ସମାନ ବାସସ୍ଥାନରେ ବିଭିନ୍ନ ଜୀବସଂଖ୍ୟାକୁ ନେଇ ________ ଗଠିତ ହୋଇଥାଏ ।
Answer:
ଜୀବଗୋଷ୍ଠୀ

3. ଫଳ ଓ ବୀଜ ଗଠନ ପାଇଁ ________ ଏକାନ୍ତ ଆବଶ୍ୟକ ଅଟେ ।
Answer:
ପରାଗଣ

4. ଜୀବ କିମ୍ବା ଜୀବଗୋଷ୍ଠୀ ସେମାନଙ୍କର ବଞ୍ଚିବା ପାଇଁ ________ ଉପାଦାନ ଗୁଡ଼ିକ ଉପରେ ନିର୍ଭର କରନ୍ତି ।
Answer:
ଅଜୈବିକ

5. ସବୁଜ ଉଭିଦମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତତ କରିଥାନ୍ତି, ତେଣୁ ସେମାନଙ୍କୁ ________ କୁହାଯାଏ ।
Answer:
ଉତ୍ପାଦକ

ଭୁଲଥୁଲେ (✓) ଓ ଠିକ୍ ଥିଲେ (✗) ଚିହ୍ନ ଦିଅ ।

1. ପରଭୋଜୀମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରନ୍ତି ନାହିଁ ।
Answer:
✓

2. ଯେଉଁ ଜୀବମାନେ କେବଳ ଉଭିଦଜାତ ପଦାର୍ଥ ଖାଇଥାନ୍ତି ସେମାନଙ୍କୁ ଶାକାହାରୀ କୁହାଯାଏ ।
Answer:
✓

3. ଯେଉଁମାନେ ଉଭୟ ଉଭିଦ ଓ ପ୍ରାଣୀମାନଙ୍କୁ ଖାଇଥାନ୍ତି, ସେମାନଙ୍କୁ ସର୍ବାହାରୀ କୁହାଯାଏ ।
Answer:
✓

4. ଖାଦ୍ୟ ଶୃଙ୍ଖଳ ହେଉଛି ଏକ ସରଳକ୍ରମ, ଯାହା ଏକ ପରିସଂସ୍ଥାରେ ‘କିଏ କାହାକୁ ଖାଏ’’ ତାହା ଦର୍ଶାଇଥାଏ ।
Answer:
✓

5. ପରିସଂସ୍ଥାରେ ଖାଦ୍ୟ ଶୃଙ୍ଖଳଗୁଡ଼ିକ ପରସ୍ପର ସହିତ ଛନ୍ଦିହୋଇ ଏକ ଜାଲ ଗଠନ କରିଥାନ୍ତି ଏହାକୁ ପିରାମିଡ୍ କୁହାଯାଏ ।
Answer:
✗

‘କ’ ଓ ‘ଖ’ ମଧ୍ୟରେ ସମ୍ପର୍କ ସ୍ଥାପନ କର :

Question 1.

‘କ’ ‘ଖ’
ଫ୍ଲେମିଙ୍ଗୋ ସହଭୋଜିତା
ବୀଜାଣୁ ପରିବ୍ରାଜକ ପକ୍ଷୀ
ମହୁମାଛି ଓ ଫୁଲ ଅପଘଟନ ପ୍ରକ୍ରିୟା
ଗଛଡ଼ାଳ ଉପରେ ଅର୍କିଡ୍ ପରଜୀବିତା
କୁକୁର ଶରୀରରେ ଟିଙ୍କ ସହଭାଗିତା

Answer:

‘କ’ ‘ଖ’
ଫ୍ଲେମିଙ୍ଗୋ ପରିବ୍ରାଜକ ପକ୍ଷୀ
ବୀଜାଣୁ ଅପଘଟନ ପ୍ରକ୍ରିୟା
ମହୁମାଛି ଓ ଫୁଲ ସହଭୋଜିତା
ଗଛଡ଼ାଳ ଉପରେ ଅର୍କିଡ୍ ସହଭାଗିତା
କୁକୁର ଶରୀରରେ ଟିଙ୍କ ପରଜୀବିତା

ଶୂନ୍ୟସ୍ଥାନ ପୂରଣ କର ।

1. ମଣ୍ଡାସାରୁ : କନ୍ଧମାଳ :: ଶିମିଳିପାଳ : ________
Answer:
ମୟୁରଭଞ୍ଜ

2. ମହେନ୍ଦ୍ରଗିରି : ପୂର୍ବଘାଟ ପର୍ବତମାଳା :: ଗୁପ୍ତେଶ୍ୱର : ________
Answer:
କୋରାପୁଟ ଜିଲ୍ଲା

3. ତପ୍ତପାଣି : ଗଞ୍ଜାମ :: ଗନ୍ଧମାର୍ଦ୍ଦନ : ________
Answer:
ବଲାଙ୍ଗୀର

4. ଔଷଧୀୟ ବୃକ୍ଷର ଭଣ୍ଡାର : ଗନ୍ଧମାର୍ଦ୍ଦନ :: ଓଡ଼ିଶାର ଶାନ୍ତା ଉପତ୍ୟକା : ________
Answer:
ମଣ୍ଡାସାରୁ

5. ଓଡ଼ିଶାର ଦ୍ଵିତୀୟ ଉଚ୍ଚତମ ଗିରିଶୃଙ୍ଗ : ମହେନ୍ଦ୍ରଗିରି :: ଗଞ୍ଜାମ ଜିଲ୍ଲାର ଉଷ୍ଣପ୍ରସ୍ରବଣ : ________
Answer:
ତପ୍ତପାଣି

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଜୈବିକ ଉପାଦାନ ଓ ଅଜୈବିକ ଉପାଦାନ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:

ଜୈବିକ ଉପାଦାନ ଅଜୈବିକ ଉପାଦାନ
(i) କୌଣସି ଏକ ବାସସ୍ଥାନରେ ସଜୀବ ମାନଙ୍କୁ ଜୈବିକ ଉପାଦାନ ଭାବରେ ପରିଗଣିତ କରାଯାଇଥାଏ । (i) କୌଣସି ଏକ ବାସସ୍ଥାନରେ ନିର୍ଜୀବମାନଙ୍କୁ ଅଜୈବିକ ଉପାଦାନ ଭାବରେ ପରିଗଣିତ କରାଯାଏ ।
(ii) ବାସସ୍ଥାନରେ ରହୁଥ‌ିବା ସମସ୍ତ ପ୍ରାଣୀ, ସବୁଜ ଉଭିଦ, ଅଣୁଜୀବମାନେ ଜୈବିକ ଉପାଦାନର ଉଦାହରଣ ଅଟନ୍ତି । (ii) ମୃତ୍ତିକା, ବାୟୁ, ଜଳ, ତାପମାତ୍ରା, ଆର୍ଦ୍ରତା ଇତ୍ୟାଦି ବାସସ୍ଥାନର ଅଜୈବିକ ଉପାଦାନର ଉଦାହରଣ ଅଟନ୍ତି ।

Question 2.
ଜୀବମାନେ ଗୋଟିଏ ବାସସ୍ଥାନରେ କିପରି ସମନ୍ଵୟ ରକ୍ଷାକରି ସହାବସ୍ଥାନ କରିଥାନ୍ତି, ଉଦାହରଣ ସହ ଉତ୍ତର ପ୍ରଦାନ କର ।
Answer:
(i) ପ୍ରତ୍ୟେକ ବାସସ୍ଥାନରେ ଜୈବିକ ଓ ଅଜୈବିକ ଉପାଦାନ ମାନ ରହିଥାଏ । ସମାନ ବାସସ୍ଥାନରେ ଥିଲେ ମଧ୍ୟ ବିଭିନ୍ନ ଜୀବ ବିଭିନ୍ନ ଉପାୟରେ ମିଳୁଥିବା ସମ୍ବଳକୁ ବିନିଯୋଗ କରି ବଞ୍ଚି ରୁହନ୍ତି ।
(ii) ଜଙ୍ଗଲ ଦିନରେ ଗରମ ଓ ରାତିରେ ଥଣ୍ଡା ହୋଇଯାଏ । ଏଣୁ ସାପ ରାତିରେ ବାହାରକୁ ଆସେ । କିନ୍ତୁ ମୂଷା ଦିନରେ ସକ୍ରିୟ ହୁଏ । ସେମାନେ ସମାନ ବାସସ୍ଥାନରେ ରହୁଥିଲେ ମଧ୍ୟ ଭିନ୍ନ ଭିନ୍ନ ପରିସ୍ଥିତିରେ ସମ୍ମୁଖୀନ ହୋଇଥାନ୍ତି ।

Question 3.
ଜୀବସଂଖ୍ୟା କାହାକୁ କୁହାଯାଏ ? ଜୀବଗୋଷ୍ଠୀ କିପରି ଗଠିତ ହୁଏ ?
Answer:
(i) ଏକ ନିର୍ଦ୍ଦିଷ୍ଟ ସମୟରେ ଏକ ନିର୍ଦ୍ଦିଷ୍ଟ ବାସସ୍ଥାନରେ ସମାନ ପ୍ରକାରର ଜୀବମାନଙ୍କର ସମୂହକୁ ଜୀବସଂଖ୍ୟା କୁହାଯାଏ ।
(ii) ବିଭିନ୍ନ ପ୍ରକାରର ଜୀବ ଗୋଟିଏ ବାସସ୍ଥାନରେ ଏକାଠି ରୁହନ୍ତି । ସମାନ ବାସସ୍ଥାନରେ ବିଭିନ୍ନ ଜୀବସଂଖ୍ୟାକୁ ନେଇ ଜୀବଗୋଷ୍ଠୀ ଗଠିତ ହୋଇଥାଏ । ଏହି ଜୀବମାନେ ପାରସ୍ପରିକ କ୍ରିୟା ମଧ୍ୟରେ ପରସ୍ପର ଉପରେ ନିର୍ଭର ହୋଇ ବଞ୍ଚୁହନ୍ତି ।

Question 4.
ଜୀବ ଏବଂ ସେମାନଙ୍କ ପରିବେଶ ମଧ୍ୟରେ ବିଭିନ୍ନ ପ୍ରକାରର ପାରସ୍ପରିକ କ୍ରିୟାଗୁଡ଼ିକର ନାମ ଉଦାହରଣ ସହ ଲେଖ ।
Answer:
(i) ଉଭିଦ ଓ ପ୍ରାଣୀମାନଙ୍କର ବୃଦ୍ଧିପାଇଁ ବାୟୁ, ଜଳ, ମାଟି ଏବଂ ସୂର୍ଯ୍ୟାଲୋକ ଆବଶ୍ୟକ ଅଟେ । ଜୀବ କିମ୍ବା ଜୀବଗୋଷ୍ଠୀ ସେମାନଙ୍କର ବଞ୍ଚିବା ପାଇଁ ଅଜୈବିକ ଉପାଦାନ ଗୁଡ଼ିକ ଉପରେ ନିର୍ଭର କରିଥାନ୍ତି ।
(ii) ଉଦ୍ଭିଦ ଓ ପ୍ରାଣୀମାନେ ମଧ୍ୟ ପୋଷଣ, ଶ୍ଵାସକ୍ରିୟା ଏବଂ ପ୍ରଜନନ ପାଇଁ ପରସ୍ପର ଉପରେ ନିର୍ଭର କରନ୍ତି । ଏଗୁଡ଼ିକୁ ଜୈବିକ ଉପାଦାନମାନଙ୍କର ପାରସ୍ପରିକ କ୍ରିୟା ବୋଲି କୁହାଯାଏ । ଯେକୌଣସି ବାସସ୍ଥାନରେ ଏହି କ୍ରିୟା ବଞ୍ଚିବାପାଇଁ ଗୁରୁତ୍ଵପୂର୍ଣ୍ଣ ଅଟେ ।

Question 5.
ପରିସଂସ୍ଥା କିପରି ଗଠିତ ହୁଏ ? ଏହାର ଶ୍ରେଣୀବିଭାଗ କର ।
Answer:
(i) କୌଣସି ବାସସ୍ଥାନରେ ଥ‌ିବା, ଜୈବିକ ଉପାଦାନଗୁଡ଼ିକ ଯଥା ଜଳ, ପ୍ରାଣୀ, ଉଭିଦ ଏବଂ ଅଣୁଜୀବ ଏବଂ ଅଜୈବିକ ଉପାଦାନ ଯଥା ବାୟୁ, ଜଳ, ମୃତ୍ତିକା ପରସ୍ପର ସହିତ କ୍ରିୟା କରି ଏକ ପରିସଂସ୍ଥା ଗଠନ କରନ୍ତି ।
(ii) ଗୋଟିକର ପରିସଂସ୍ଥାରେ ବିଭିନ୍ନ ଜୀବଗୋଷ୍ଠୀ ଖାଦ୍ୟ, ଆଶ୍ରୟ ଏବଂ ସୁରକ୍ଷା ପାଇଁ ଅଜୈବିକ ଉପାଦାନ ଗୁଡ଼ିକ ସହିତ ପାରସ୍ପରିକ କ୍ରିୟା କରନ୍ତି । ପ୍ରକୃତିରେ 2 ପ୍ରକାର ପରିସଂସ୍ଥା ଅଛି । ଯଥା- 1- ଜଳୀୟ ପରିସଂସ୍ଥା ଓ II- ସ୍ଥଳୀୟ ପରିସଂସ୍ଥା ।

Question 6.
ଖାଦ୍ୟ ଶୃଙ୍ଖଳ କାହାକୁ କୁହାଯାଏ ? ତୃଣଭୂମି ପରିସଂସ୍ଥାରେ ସମ୍ପାଦିତ ହେଉଥ‌ିବା ଗୋଟିଏ ଖାଦ୍ୟ ଶୃଙ୍ଖଳର ଉଦାହରଣ ଦିଅ ।
Answer:
(i) ଏକ ଖାଦ୍ୟ ଶୃଙ୍ଖଳ ହେଉଛି ଏକ ସରଲକ୍ରମ, ଯାହା ଏକ ପରିସଂସ୍ଥାରେ ‘କିଏ କାହାକୁ ଖାଏ’’ ତାହା ଦର୍ଶାଇଥାଏ ।
(ii) ଏକ ତୃଣଭୂମି ପରିସଂସ୍ଥାରେ ଏହିପରି ଭାବରେ ଗୋଟିଏ ଖାଦ୍ୟ ଶୃଙ୍ଖଳ କଳ୍ପନା କରାଯାଇପାରିବ ।
ଯଥା –
ଘାସ → ଝିଣ୍ଟିକା → ବେଙ୍ଗ → ସାପ → ଚିଲ

Question 7.
ଖାଦ୍ୟସ୍ତର କାହାକୁ କୁହାଯାଏ ? ଉଦାହରଣ ସହ ଉତ୍ତର ପ୍ରଦାନ କର ।
Answer:
(i) ଏକ ଖାଦ୍ୟ ଶୃଙ୍ଖଳରେ ପ୍ରତ୍ୟେକ ଜୀବର ଏକ ନିର୍ଦ୍ଦିଷ୍ଟ ସ୍ଥାନ ରହିଥାଏ । ଏହାକୁ ଖାଦ୍ୟସ୍ତର କୁହାଯାଏ ।
(ii) ଏକ ଖାଦ୍ୟ ଶୃଙ୍ଖଳରେ ସବୁଜ ଉଭିଦ ଭଳି ଉତ୍ପାଦକମାନେ ପ୍ରଥମ ଖାଦ୍ୟ ସ୍ତରରେ ରହିଥାନ୍ତି । ଠେକୁଆ ଓ ହରିଣ ପରି ତୃଣଭୋଜୀମାନେ 2ୟ ଖାଦ୍ୟ ସ୍ତରରେ ଏବଂ ବେଙ୍ଗ ପରି ଛୋଟ ମାଂସାଶୀ ପ୍ରାଣୀମାନେ ତୃତୀୟ ସ୍ତରରେ ଏବଂ ବାଘ ଓ ଶାଗୁଣାପରି ବଡ଼ ମାଂସାଶୀ ପ୍ରାଣୀମାନେ ପରବର୍ତ୍ତୀ ସ୍ତରରେ ରହିଥାନ୍ତି ।

Question 8.
ଖାଦ୍ୟଜାଲି କାହାକୁ କୁହାଯାଏ ? ଜୀବନର ଜୀବନଚକ୍ର କେଉଁ କାରଣରୁ ଗୁରୁତ୍ଵ ପୂର୍ଣ ଅଟେ ?
Answer:
(i) ଏକ ପରିସଂସ୍ଥାରେ ବିଭିନ୍ନ ଖାଦ୍ୟ ଶୃଙ୍ଖଳଗୁଡ଼ିକ ପରସ୍ପର ସହିତ ଜଡ଼ିତ ଅଟନ୍ତି । ଏଠାରେ ପ୍ରତ୍ୟେକ ଜୀବକୁ ଦୁଇ କିମ୍ବା ଅଧିକ ପ୍ରକାରର ଜୀବ ଖାଇପାରନ୍ତି । ଖାଦ୍ୟ ଶୃଙ୍ଖଳ ଗୁଡ଼ିକ ପରସ୍ପର ସହିତ ଛନ୍ଦିହୋଇ ଯେଉଁ ଜାଲ ଗଠନ କରନ୍ତି, ତାହାକୁ ଖାଦ୍ୟଜାଲି କୁହାଯାଏ ।
(ii) ଜୀବମାନେ ଜନ୍ମପରେ ବୃଦ୍ଧି ପାଇ ବିକଶିତ ହୁଅନ୍ତି ଓ ଶେଷରେ ମୃତ୍ୟୁବରଣ କରିଥାନ୍ତି । ଜୀବମାନେ ନିଜ ଜୀବନ ଚକ୍ରରେ ମୃତ ପଦାର୍ଥ ଏବଂ ଖାଦ୍ୟ ବର୍ଜ୍ୟବସ୍ତୁ ସହିତ ଅନେକ ଆବର୍ଜନା ସୃଷ୍ଟି କରିଥାନ୍ତି ।

Question 9.
ପ୍ରକୃତିରେ ବର୍ଜ୍ୟବସ୍ତୁର ପରିଣତି କ’ଣ ହୁଏ ?
Answer:
(i) କବକ ଓ ବୀଜାଣୁ ଭଳି ଅଣୁଜୀବମାନେ ମୃତ ଉଦ୍ଭିଦ ଓ ପ୍ରାଣୀମାନଙ୍କର ଶରୀରରେ ଥିବା ଜଟିଳ ପଦାର୍ଥକୁ ଭାଙ୍ଗି ସରଳ ପଦାର୍ଥରେ ପରିଣତ କରିଦିଅନ୍ତି । ଏହି ପ୍ରକ୍ରିୟାକୁ ଅପଘଟନ କୁହାଯାଏ ଏବଂ ଏହି ପ୍ରକ୍ରିୟା କରୁଥିବା ଜୀବମାନଙ୍କୁ ଅପଘଟକ କୁହାଯାଏ ।
(ii) ଉଭିଦ ଗୁଡ଼କ ମାଟିରେ ବଢ଼ନ୍ତି ଏବଂ ମାଟିରେ ଥ‌ିବା ଅନେକ ପୋଷକ ପଦାର୍ଥ ଅପଘଟନ ପ୍ରକ୍ରିୟାରୁ ଆସିଥାଏ । ପ୍ରକୃତିରେ କିଛି ବି ନଷ୍ଟ ହୁଏ ନାହିଁ । ସବୁକିଛି ପୁନଃ ବ୍ୟବହୃତ ହୋଇଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଗୋଟିଏ ପରିବର୍ତ୍ତନ କିପରି ଅନ୍ୟ ଏକ ପରିବର୍ତ୍ତନର କାରଣ ହୋଇପାରେ ଉଦାହରଣ ସହ ଉତ୍ତର ପ୍ରଦାନ କର ।
Answer:
(i) ପ୍ରଦୂଷଣ କାରଣରୁ ପୋଖରୀରେ ଥ‌ିବା ଅନେକ ଉଦ୍ଭଦ ଲୋପ ପାଇଥାନ୍ତି । ଉଦ୍ଭଦ ସଂଖ୍ୟା କମିଗଲେ ଜଳରେ ଅଳ୍ପ ଅମ୍ଳଜାନ ଉତ୍ପାଦିତ ହେବ, ଯାହାଦ୍ଵାରା ସେହି ଜଳାଶୟରେ ମାଛସଂଖ୍ୟାହ୍ରାସ ପାଇବ । ମାଛସଂଖ୍ୟା ହ୍ରାସର ବ୍ୟାପକ ପ୍ରଭାବ ପଡ଼ିବ ଏବଂ ଜଳାଶୟରେ ଭକ୍ଷକମାନଙ୍କ ସଂଖ୍ୟା କମିଯିବ ।
(ii) ଉପରୋକ୍ତ କାରଣରୁ କୀଟପତଙ୍ଗ ସଂଖ୍ୟା ବୃଦ୍ଧିପାଇବ । ଏହି କୀଟପତଙ୍ଗ ନିକଟସ୍ଥ କୃଷିକ୍ଷେତ୍ରକୁ ବ୍ୟାପିଯିବେ । ଫଳରେ ଚାଷିମାନେ ସେମାନଙ୍କ ଫସଲର ସୁରକ୍ଷା ଓ ବୃଦ୍ଧିପାଇଁ କୀଟନାଶକ ବ୍ୟବହାର କରିବେ, ଫଳରେ ଏହାର ପ୍ରଭାବ ପରିବେଶ ଉପରେ ପଡ଼ିବ ।

Question 2.
ପରାଗଣ କ’ଣ ? ଫୁଲରେ କୀଟପତଙ୍ଗ ଦ୍ଵାରା ପରାଗଣ କିପରି ହୁଏ, ବର୍ଣ୍ଣନା କର ।
(i) ଗୋଟିଏ ଫୁଲରେ ଏକ ବୃନ୍ତ, ବୃତ୍ତି, ରଙ୍ଗୀନ ପାଖୁଡ଼ା ଏବଂ ଦୁଇଟି ପ୍ରଜନନ ଅଂଶ ରହିଥାଏ । ସ୍ତ୍ରୀ ପ୍ରଜନନ ଅଂଶକୁ ଗର୍ଭକେଶର ଓ ପୁଂ ପ୍ରଜନନ ଅଂଶକୁ ପୁଂକେଶର କୁହାଯାଏ ।
(ii) ପୁଂକେଶର ଫାଟିଲେ ସେଥୁରୁ ହଳଦିଆ ଧୂଳି ଭଳି ପରାଗରେଣୁ ନିର୍ଗତ ହୋଇଥାଏ । ପବନ, ଜଳ, କୀଟପତଙ୍ଗ, ବାଦୁଡ଼ି ଏବଂ ପକ୍ଷୀମାନେ ପରାଗରେଣୁକୁ ପୁଂକେଶରରୁ ସେହି ଫୁଲ ଏବଂ ଭିନ୍ନ ଫୁଲର ଗର୍ଭକେଶର ପର୍ଯ୍ୟନ୍ତ ନେବାରେ ସାହାଯ୍ୟ କରନ୍ତି ।
(iii) ଏହି ପ୍ରକ୍ରିୟାକୁ ପରାଗଣ କୁହାଯାଏ । ଗୋଟିଏ ଫୁଲରେ ଏହା ଦେହରେ ଏହାକୁ ସ୍ଵପରାଗଣ ଓ ଅନ୍ୟ ଫୁଲ ସହିତ ହେଲେ ଏହାକୁ ପରପରଗଣ କୁହାଯାଏ । ଫଳ ଏବଂ ବୀଜ ଗଠନ ପାଇଁ ଏହା ଏକ ଅତ୍ୟାବଶ୍ୟକ ପ୍ରକ୍ରିୟା ଅଟେ ।

Question 3.
ପୁଷ୍କରିଣୀ ଏକ ସ୍ଵୟଂ ସମ୍ପୂର୍ଣ୍ଣ ପରିସଂସ୍ଥା ଅଟେ । ଓଡ଼ିଶାରେ ଥିବା ବୃହତ ପୁଷ୍କରିଣୀର ଉଦାହରଣ ଦେଇ ଯଥାର୍ଥତା ପ୍ରତିପାଦନ କର ।
Answer:
(i) ପୁରୀର ନରେନ୍ଦ୍ର ପୁଷ୍କରିଣୀ, ଭୁବନେଶ୍ଵରର ବିନ୍ଦୁସାଗର, ଯାଜପୁରୁ କୁସୁମ ପୋଖରୀ ଇତ୍ୟାଦିରେ ମଧୁରଜଳ ରହିଥାଏ । ପ୍ରାକୃତିକ ହ୍ରଦ, ଚିଲିକା ଅନେକ ପ୍ରକାର ପକ୍ଷୀକୁ ଏହାକୁ ଆକର୍ଷିତ କରିଥାଏ ।
(ii) ଗଞ୍ଜାମର ତାମ୍ପରା, କେଉଁଝରର ଡେରାସ, କାଞ୍ଜିଆଇତ୍ୟାଦି ଜଳୀୟ ବାସସ୍ଥାନରେ ଅନେକ ଜୈବିକ ଉପାଦାନ ଯଥା- ଶୈବାଳ, ୟୁଲୋଥୁଗ୍ଧ, ଟେରିଡ଼ୋଡ଼ାଇଟା ଓ ସପୁଷ୍ପକ ଉଦ୍ଭଦ ଇତ୍ୟାଦି ଦେଖାଯାଇଥାନ୍ତି ।
(iii) ବିଲାତିଦଳ, ଚିଙ୍ଗୁଡ଼ିଆ ଦଳ ଇତ୍ୟାଦି ଭାସମାନ ଅବସ୍ଥାରେ ରହିଥାନ୍ତି । ଏଠାରେ ୟୁଗ୍ନିନା ଶିଉଳିକୁ ଖାଏ, ବଡ଼ ଶିଉଳି ଛୋଟ ମାଛକୁ ଖାଏ । ଛୋଟମାଛ ଜଳ ପୋକକୁ ଖାଏ ଓ ପରେ ବଡ଼ମାଛର ଶିକାର ହୋଇଥାଏ । ପୋଖରୀର ତଳଭାଗରେ ଗେଣ୍ଡାମାନେ ରହିଥାନ୍ତି । ଜଳପୋକକୁ ବେଙ୍ଗ ଖାଇଥାନ୍ତି । ବଗ, ପାଣିକୁଆ ଓ ହଂସ ଇତ୍ୟାଦି ଜଳ ଜୀବନ ଏଠାରୁ ଖାଦ୍ୟ ପାଇଥାନ୍ତି ।

Question 4.
ବିଭିନ୍ନ ପ୍ରକାର ଜୀବମାନଙ୍କର ଖାଦ୍ୟାଭାସ ସମ୍ପର୍କରେ ବୁଝାଇ ଲେଖ ?
Answer:
(i) ଉଭିଦମାନେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଦ୍ଵାରା ନିଜଖାଦ୍ୟ ନିଜେ ପ୍ରସ୍ତୁତ କରନ୍ତି । ତେଣୁ ସେମାନଙ୍କୁ ଉତ୍ପାଦକ କିମ୍ବା ସ୍ଵଭୋଜୀ କୁହାଯାଏ ।
ସ୍ଵଭୋଜୀ = ସ୍ଵ(ନିଜ) + (ଭୋଜୀ)(ଖାଦ୍ୟ)
(ii) ଯେଉଁ ଜୀବମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରନ୍ତି ନାହିଁ ଏବଂ ଖାଦ୍ୟ ପାଇଁ ଅନ୍ୟ ଜୀବମାନତ୍ତ୍ଵ ଉପରେ ନିର୍ଭର କରନ୍ତି, ସେମାନଙ୍କୁ ଭକ୍ଷକ କୁହାଯାଏ ।
ପରଭୋଜୀ = ପର / ଅନ୍ୟ + ଭୋଜୀ (ଖାଦ୍ୟ)
(iii) ଯେଉଁ ଜୀବମାନେ କେବଳ ଉଭିଦ ବା ଉଭିଦଜାତ ପଦାର୍ଥ ଭକ୍ଷଣ କରିଥାନ୍ତି ସେମାନଙ୍କୁ ତୃଣଭୋଜୀ ବା ଶାକାହାରୀ କୁହାଯାଏ ।
ଉଦାହରଣ – ହରିଣ, ଠେକୁଆ, ଛେଳି, ମେଣ୍ଢା ଇତ୍ୟାଦି ।
(iv) ଯେଉଁମାନେ କେବଳ ଅନ୍ୟ ପ୍ରାଣୀମାନଙ୍କୁ ଖାଆନ୍ତି, ସେମାନଙ୍କୁ ମାଂସାଶୀ ବା ମାଂସାହାରୀ କୁହାଯାଏ । ଉଦାହରଣ- ବାଘ, ସିଂହ, ଇତ୍ୟାଦି ।
(v) ଯେଉଁମାନେ ଉଭୟ ଉଭିଦ ଏବଂ ପ୍ରାଣୀଙ୍କୁ ଖାଦ୍ୟଭାବେ ଗ୍ରହଣ କରିଥାନ୍ତି, ସେମାନଙ୍କୁ ସର୍ବାହାରୀ କୁହାଯାଏ । ଉଦାହରଣ- କାଉ, ବିଲୁଆ, ମୂଷା ଓ କୁକୁର ଇତ୍ୟାଦି ।

Class 8 Science Chapter 12 Question Answer Odia Medium ପ୍ରକୃତିର ସମନ୍ବୟ

Question 5.
ଯେ କୌଣସି ବାସ ସ୍ଥାନରେ ଜୀବମାନଙ୍କ ମଧ୍ଯର ମୁଖ୍ୟ ସମ୍ପର୍କ ଗୁଡ଼ିକ ସମ୍ବନ୍ଧରେ ଲେଖ ।
Answer:
(i) ସହଭାଗିତା– ଏଥୁରେ ଉଭୟ ଜୀବ ଉପକୃତ ହୁଅନ୍ତି । ଉଦାହରଣସ୍ୱରୂପ – ମହୁମାଛି ଏବଂ ଫୁଲ ।
(ii) ସହଭୋଜିତା– ଏଥରେ ଗୋଟିଏ ଜୀବ ଉପକୃତ ହୁଏ ମାତ୍ର ଅନ୍ୟଟି ପ୍ରଭାବିତ ହୁଏ ନାହିଁ । ଉଦାହରଣ ସ୍ଵରୂପ ଗଛ ଡାଳ ଉପରେ ଅର୍କିଡ୍ ।
(iii) ପରଜୀବିତା – ଏଥରେ ଗୋଟିଏ ଜୀବ ଉପକୃତ ହୁଏ କିନ୍ତୁ ଅନ୍ୟଟି କ୍ଷତିଗ୍ରସ୍ତ ହୁଏ । ଉଦାହରଣସ୍ୱରୂପ : କୁକୁର ଶରୀରରେ ଟିଙ୍କ ।
ଏହିସବୁ ପାରସ୍ପରିକ କ୍ରିୟା ପରିସଂସ୍ଥାରେ ଜୀବମାନଙ୍କର ଅସ୍ତିତ୍ଵ ଏବଂ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରନ୍ତି ।