Class 8 Science Chapter 13 Question Answer Odia Medium ଆମ ପୃଥିବୀ: ଜୀବନଧାରଣକାରୀ ଏକ ଅନ୍ୟନ୍ୟ ଗ୍ରହ

Go through 8th Class Science Book Odia Medium Question Answer and Class 8 Science Chapter 13 Question Answer Odia Medium ଆମ ପୃଥିବୀ: ଜୀବନଧାରଣକାରୀ ଏକ ଅନ୍ୟନ୍ୟ ଗ୍ରହ to understand textbook questions more clearly.

8th Class Science Chapter 13 Question Answer Odia Medium

Class 8 Science Chapter 13 Odia Medium

ଜିଜ୍ଞାସା ବଜାୟ ରଖ

Question 1.
ପୃଥ‌ିବୀ ପରି ମଙ୍ଗଳ ଗ୍ରହରେ ଜୀବନ ସମ୍ଭବ ନ ହେବାର ମୁଖ୍ୟ କାରଣ କ’ଣ ?
(i) ଏଥ‌ିରେ ଅନେକ ଆଗ୍ନେୟଗିରି ଅଛି ।
(ii) ଏହା ସୂର୍ଯ୍ୟର ଅତ୍ୟଧ୍ବକ ନିକଟରେ ଅଛି ।
(iii) ଏଥୁରେ ଘନ ବାୟୁମଣ୍ଡଳ ଓ ତରଳ ଜଳର ଅଭାବ ଅଛି ।
(iv) ଏହାର ଚୁମ୍ବକୀୟ କ୍ଷେତ୍ର ଅତ୍ୟଧ୍ଵକ ଶକ୍ତିଶାଳୀ ।
Answer:
(iii) ଏଥୁରେ ଘନ ବାୟୁମଣ୍ଡଳ ଓ ତରଳ ଜଳର ଅଭାବ ଅଛି ।

Question 2.
ଏଥୁମଧ୍ୟରୁ କେଉଁଟି ଭୂ-ବିବିଧତାର ଉଦାହରଣ ?
(i) ଜଙ୍ଗଲରେ ବିଭିନ୍ନ ପକ୍ଷୀଙ୍କର ଭାବ ।
(ii) ପର୍ବତ, ଉପତ୍ୟକା ଓ ମରୁଭୂମି ଭଳି ବିଭିନ୍ନ ଭୂମିରୂପ ।
(iii) ମୌସୁମୀ ସମୟରେ ପାଗର ପରିବର୍ତ୍ତନ ।
(iv) ପୋଖରୀରେ ବିଭିନ୍ନ ପ୍ରକାରର ମାଛର ସଂଖ୍ୟା
Answer:
(ii) ପର୍ବତ, ଉପତ୍ୟକା ଓ ମରୁଭୂମି ଭଳି ବିଭିନ୍ନ ଭୂମିରୂପ ।

Question 3.
ଯଦି ପୃଥ‌ିବୀ ସମାନ ଘନତା ସହିତ ଛୋଟ ହୋଇଥାନ୍ତା, ତେବେ ଏହାର ବାୟୁମଣ୍ଡଳରେ କ’ଣ ଘଟିଥାନ୍ତା ?
(i) ଏହା ଘନ ଏବଂ ଉତ୍ତପ୍ତ ହୋଇଥାନ୍ତା ।
(ii) ଦୁର୍ବଳ ମାଧ୍ୟାକର୍ଷଣ ଯୋଗୁଁ ଏହା ମହାକାଶକୁ ପଳାଇ ଯାଇଥାନ୍ତା ।
(iii) ଏହା ବରଫ ହୋଇଥାନ୍ତା ।
(iv) ଏହା ଅଧ୍ଵକ ଶକ୍ତିଶାଳୀ ପବନ ସୃଷ୍ଟି କରିଥାନ୍ତା ।
Answer:
(ii) ଦୁର୍ବଳ ମାଧ୍ୟାକର୍ଷଣ ଯୋଗୁଁ ଏହା ମହାକାଶକୁ ପଳାଇ ଯାଇଥାନ୍ତା ।

Question 4.
ଲିଙ୍ଗୀୟ ପ୍ରଜନନରେ ସନ୍ତାନସନ୍ତତି ସେମାନଙ୍କ ପିତାମାତାଙ୍କଠାରୁ କାହିଁକି ଭିନ୍ନ ?
(i) ସେମାନେ ଭିନ୍ନ ଜଳବାୟୁରେ ବଢ଼ନ୍ତି ।
(ii) ସେମାନେ ଭିନ୍ନ ଖାଦ୍ୟ ଖାଆନ୍ତି ।
(iii) ଜନ୍ମ ପରେ ସେମାନେ ନୂତନ ନିର୍ଦେଶାଳବୀ ହାସଲ କରନ୍ତି ।
(iv) ସେମାନେ ଉଭୟ ପିତାମାତାଙ୍କଠାରୁ ମିଶ୍ରିତ ନିର୍ଦ୍ଦେଶାବଳୀ (ଜିନ୍) ପାଆନ୍ତି ।
Answer:
(iv) ସେମାନେ ଉଭୟ ପିତାମାତାଙ୍କଠାରୁ ମିଶ୍ରିତ ନିର୍ଦ୍ଦେଶାବଳୀ (ଜିନ୍) ପାଆନ୍ତି ।

Question 5.
ମୌସୁମୀ ବର୍ଷା ପରେ ତୁମେ ନିଜ ବିଦ୍ୟାଳୟର କାନ୍ଥର ଫାଟରେ କ୍ଷୁଦ୍ର ସବୁଜ ଉଭିଦ ବୃଦ୍ଧି ପାଉଥ‌ିବା ଦେଖୁଥ‌ିବ । ତୁମେ ଭାବ ମଞ୍ଜିଗୁଡ଼ିକ କେଉଁଠାରୁ ଆସିଲା ବୋଲି ତୁମେ ଭାବୁଛ ? କେଉଁ ପରିସ୍ଥିତି ଏହି ଉଭିଦମାନଙ୍କୁ ସେଠାରେ ବୃଦ୍ଧି ପାଇବାରେ ସାହାଯ୍ୟ କଲା ?
Answer:
ପବନ, ପକ୍ଷୀ କିମ୍ବା କୀଟପତଙ୍ଗ ଦ୍ଵାରା ବୃକ୍ଷ ଗୁଡ଼ିକରୁ ମଞ୍ଜି ଆସିଥାଏ । ବର୍ଷା ଜଳ ଅଙ୍କୁରିତ ହେବାପାଇଁ ଆବଶ୍ୟକ ଆର୍ଦ୍ରତା ପ୍ରଦାନ କରିଥାଏ ।
କାଛୁ ଫାଟ ମଧ୍ୟରେ କିଛି ଧୂଳି କିମ୍ବା ଜୈବପଦାର୍ଥ ଲାଗି ରହିଯାଏ । କାନ୍ଥ ପୃଷ୍ଠରେ ଅଳ୍ପ ପରିମାଣର ପୋଷକତତ୍ତ୍ଵ ଉଭିଦ ବୃଦ୍ଧିରେ ସହାୟକ ହୋଇଥାଏ ।
କାନ୍ଥ ପୃଷ୍ଠରେ ସୂର୍ଯ୍ୟକିରଣ ଏବଂ ପବନ ଚାରାଗୁଡ଼ିକୁ ଆଲୋକ ସଂଶ୍ଳେଷଣ ଏବଂ ବୃଦ୍ଧି ପାଇଁ ଆବଶ୍ୟକ ଉପାଦାନ ଯୋଗାଇ ଦେଇଥାଏ । ଆର୍ଦ୍ରତା, ମାଟି, ମଞ୍ଜି ଏବଂ ସୂର୍ଯ୍ୟକିରଣ ସହାୟତାରେ ଏକ ଅନୁକୂଳ ସୂକ୍ଷ୍ମ ବାସସ୍ଥାନ ଗଠିତ ହୋଇଥାଏ ।

Question 6.
ଏକ ସହରରେ ନୂତନ ରାସ୍ତା ଓ ଅଟ୍ଟାଳିକା ନିର୍ମାଣ ପାଇଁ ନିକଟସ୍ଥ ଏକ ବଡ଼ ଜଙ୍ଗଲ କାଟି ଦିଆଯାଇଛି । ସ୍ଥାନୀୟ ଜଳବାୟୁ ଓ ଜୈବ ବିବିଧତା ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ଆଲୋଚନା କର । ଏହା ସେହି ଅଞ୍ଚଳରେ ଜଳ ଉପଲବ୍ଧତା କିମ୍ବା ଗୁଣବତ୍ତାକୁ କିପରି ପ୍ରଭାବିତ କରିପାରେ ?
Answer:

  • ସ୍ଥାନୀୟ ଜଳବାୟୁ ଉପରେ ପ୍ରଭାବ : ଗଛ କାଟିବା ଦ୍ଵାରା ଛାଇ ଏବଂ ବାଷ୍ପୀଭବନ ହ୍ରାସପାଏ । ପ୍ରାୟତଃ ସ୍ଥାନୀୟ ତାପମାତ୍ରା ବୃଦ୍ଧିପାଏ ଏବଂ ସ୍ଥାନୀୟ ବର୍ଷାର ପରିମାଣ ହ୍ରାସ ପାଇଥାଏ । ଏହାଦ୍ଵାରା ଏହି ଅଞ୍ଚଳର ପରିସ୍ଥିତି ଶୁଷ୍କ ଓ ଗରମ ହୋଇଥାଏ ।
  • ଜୈବ ବିବିଧତା ଉପରେ ପ୍ରଭାବ : ଜଙ୍ଗଲ ସଫା କରିବା ଦ୍ଵାରା ବାସସ୍ଥାନ ଏବଂ ଖାଦ୍ୟ ଉତ୍ସ ନଷ୍ଟ ହୋଇଥାଏ । ଯାହା ଫଳରେ ପ୍ରାଣୀ ଓ ଉଭିଦ ପ୍ରଜାତି ନଷ୍ଟ ହୁଏ ଏବଂ ସାମଗ୍ରିକ ଭାବେ ଜୈବ ବିବିଧତା ହ୍ରାସ ପାଇଥାଏ । ଅନେକ ପ୍ରାଣୀ ସ୍ଥାନାନ୍ତରିତ ହେବାପାଇଁ ବାଧ୍ୟ ହୋଇଥାନ୍ତି କିମ୍ବା ମୃତ୍ୟୁବରଣ କରି ପାରନ୍ତି ..
  • ଜଳ ଉପଲବ୍ଧଚ୍ଛା ଏବଂ ଗୁଣବକ୍ତା ଉପରେ ପ୍ରଭାବ : ଗଛ ଗୁଡ଼ିକ ମାଟି ଏବଂ ଜଳକୁ ଧରି ରଖୁବାରେ ସାହାଯ୍ୟ କରିଥାନ୍ତି । ଏହାବିନା ମାଟି କ୍ଷୟ ବୃଦ୍ଧି ପାଇଥାଏ । ଏହା ଭୂତଳ ଜଳ ପୁନଃଭରଣକୁ ହ୍ରାସକରେ ଏବଂ କମ୍ ନିର୍ଭରଯୋଗ୍ୟ ଜଳ ଯୋଗାଣର କାରଣ ହୋଇଥାଏ । କ୍ଷୟ ହୋଇଥିବା ମାଟି ନଦୀ ଓ ହ୍ରଦରେ ପ୍ରବେଶ କରି ମନୁଷ୍ୟ ସମେତ ଜଳଚର ଜୀବଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ ।

Class 8 Science Chapter 13 Question Answer Odia Medium ଆମ ପୃଥିବୀ: ଜୀବନଧାରଣକାରୀ ଏକ ଅନ୍ୟନ୍ୟ ଗ୍ରହ

Question 7.
ଜଣେ ବନ୍ଧୁ କହନ୍ତି, ‘‘ଅତୀତରେ ପୃଥ‌ିବୀରେ ସର୍ବଦା ଜଳବାୟୁ ପରିବର୍ତ୍ତନ ହୋଇଛି, ତେଣୁ ଆଜିର ବିଶ୍ଵ ତାପନ କିଛି ନୂଆ ନୁହେଁ ।’’ ତୁମର ବିଜ୍ଞାନ ମହିର ଅନ୍ୟାନ୍ୟ ଅଧ୍ୟାୟରୁ ଯାହା ଶିଖୁଛ ତାହା ବ୍ୟବହାର କରି ତୁମେ କିପରି ଏହାର ଉତ୍ତର ଦେବ ?
Answer:

  • ପୂର୍ବ କାଳରେ ପୃଥ‌ିବୀରେ ବରଫ ଯୁଗ ଥିଲା । ବର୍ତ୍ତମାନ ସମୟରେ ଜୀବାଶ୍ମ ଇନ୍ଧନର ଦହନ, ଜଙ୍ଗଲକ୍ଷୟ, ପାରମାଣବିକ ବିକିରଣ ଇତ୍ୟାଦି କାର୍ଯ୍ୟକଳାପ ଯୋଗୁଁ ଏହାର ପ୍ରଭାବ ପୃଥ‌ିବୀ ଉପରେ ପଡୁଛି ।
  • ଉପରୋକ୍ତ କାର୍ଯ୍ୟମାନଙ୍କ ଯୋଗୁଁ ବାୟୁମଣ୍ଡଳରେ ସବୁଜ ଗୃହ ଗ୍ୟାସ ସ୍ତର ବୃଦ୍ଧି ପାଉଅଛି । ଫଳରେ ଉତ୍ତାପ ବୃଦ୍ଧି ପାଉଛି ଏବଂ ପାଣିପାଗରେ ଅନେକ ପ୍ରକାର ପରିବର୍ତ୍ତନ ପରିଲକ୍ଷିତ ହେଉଅଛି ।
  • ସୁତରାଂ ମାନବୀୟ କାର୍ଯ୍ୟ ଯୋଗୁଁ ଆଜିର ଉଷ୍ଣତା ଏକ ଗମ୍ଭୀର ସମସ୍ୟା ଭାବରେ ଉଭା ହୋଇଅଛି । ପରିସଂସ୍ଥାର ସୁରକ୍ଷା ମାନବ ହାତରେ ରହିଥିବାରୁ ଏଥିପାଇଁ ଆମେ ଯଶୀଳ ହେବା ଆବଶ୍ୟକ ।

Question 8.
କଳ୍ପନା କର ପୃଥବୀର ଚୁମ୍ବକୀୟ କ୍ଷେତ୍ର ହଠାତ୍ ଉଭେଇ ଗଲା । ଏହାଫଳରେ ପୃଥ‌ିବୀରେ ଜୀବନ ପାଇଁ କେଉଁ ପ୍ରକାରର ସମସ୍ୟା ଉତ୍ପନ୍ନ ହୋଇପାରେ ? ବ୍ୟାଖ୍ୟା କର ।
Answer:
ପୃଥ‌ିବୀର ଚୁମ୍ବକୀୟ କ୍ଷେତ୍ର ଏକ ସୁରକ୍ଷା ଢାଲ ପରି କାମ କରେ । ଚୁମ୍ବକୀୟ କ୍ଷେତ୍ର ବିନା, ସୂର୍ଯ୍ୟ ଏବଂ ମହାଜାଗତିକ ରଶ୍ମିରୁ ଚାର୍ଜିତ କଣିକାଗୁଡ଼ିକ ବାୟୁମଣ୍ଡଳକୁ ଅଧିକ ସିଧାସଳଖ ପ୍ରଭାବିତ କରିବ । ଏହାଦ୍ଵାରା ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ପାଇବ ।
ଓଜୋନ ସ୍ତରରେ ରନ୍ଧ୍ର ଅଧିକ ହେବା କାରଣରୁ ଏହାର ପ୍ରଭାବ ପ୍ରାଣୀମାନଙ୍କ ଉପରେ ପଡ଼ିବ । କର୍କଟ ରୋଗର ଆଶଙ୍କା ବୃଦ୍ଧି ପାଇବ ।
ଉପଗ୍ରହ ଏବଂ ଯୋଗାଯୋଗ ବ୍ୟବସ୍ଥାରେ ବାଧା ସୃଷ୍ଟି ହେବ । ଦୀର୍ଘସମୟ ଧରି ଏପରି ପରିବର୍ତ୍ତନ ପୃଥ‌ିବୀରେ ଜୀବନଧାରଣର ମାନ ହ୍ରାସ କରିବ ।

Question 9.
ତୁମକୁ ମଙ୍ଗଳ ଗ୍ରହରେ ମଣିଷମାନଙ୍କ ପାଇଁ ଏକ ନୂତନ ଜନବସତି ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦିଆଯାଇଛି । ସେଠାରେ ମାନବ ଜୀବନକୁ ସମର୍ଥନ କରିବା ପାଇଁ ପୁନଃ ସୃଷ୍ଟି କରିବାକୁ ଆବଶ୍ୟକ ହେଉଥ‌ିବା ପୃଥ‌ିବୀର ତିନୋଟି ଜିନିଷର ନାମ ଲେଖ । ଏଥୁମଧ୍ୟରୁ କେଉଁଟି ନକଲ କରିବା ସବୁଠାରୁ କଠିନ ବୋଲି ତୁମେ ଭାବୁଛ ଏବଂ କାହିଁକି ?
Answer:
(i) ତରଳ ଜଳ — ସାଧାରଣ ଭାବେ ବଞ୍ଚିବା ପାଇଁ, ପରିଷ୍କାର ପରିଚ୍ଛନ୍ନତା ପାଇଁ ଏବଂ ଜୀବର ବୃଦ୍ଧିପାଇଁ ଏହା ଅନିବାର୍ଯ୍ୟ ଅଟେ |
(ii) ଶ୍ଵାସକ୍ରିୟା ପାଇଁ ବାୟୁମଣ୍ଡଳ ଜୀବର ଶ୍ଵାସକ୍ରିୟା ପାଇଁ ଉପଯୁକ୍ତ ବାୟୁମଣ୍ଡଳ ଯେଉଁଥୁରେ ଅମ୍ଳଜାନ 21% ରହିଥ‌ିବ ଓ ବିଷାକ୍ତ ଉପାଦାନ ନଥ‌ିବ ।
(iii) ତାପମାତ୍ରା ନିୟନ୍ତ୍ରଣ ଏବଂ ଆଶ୍ରୟ ସ୍ଥଳ – ନିୟନ୍ତ୍ରିତ ତାପମାତ୍ରା ଏବଂ ସଠିକ୍ ବାୟୁ ଚାପ ଜୀବନ ଧାରଣ ପାଇଁ ଏକାନ୍ତ ଆବଶ୍ୟକ ଅଟେ । ବିକିରଣ ପ୍ରଭାବରୁ ମଧ୍ୟ ଏହା ମୁକ୍ତ ରହିବା ଆବଶ୍ୟକ ଅଟେ ।
ସବୁଠାରୁ କଷ୍ଟକର କାର୍ଯ୍ୟ- ମଙ୍ଗଳ ପୃଷ୍ଠରେ ଏକ ସ୍ଥିର ବାୟୁମଣ୍ଡଳ ସୃଷ୍ଟି କରିବା ସବୁଠାରୁ କଷ୍ଟକର କାର୍ଯ୍ୟ ଅଟେ ।

Question 10.
ଗୋଟିଏ ଗାଁରେ ଗତ କିଛି ବର୍ଷ ଧରି ତାପମାତ୍ରା ବୃଦ୍ଧି ପାଉଛି ଏବଂ ବର୍ଷା ଅନିୟମିତ ହେଉଅଛି । ଏହି ପରିବର୍ତ୍ତନର କାରଣ କ’ଣ ହୋଇପାରେ ? ଗାଁ ଏହି ନୂତନ ଅବସ୍ଥା ସହିତ ଖାପଖୁଆଇ ନେବା ପାଇଁ ଦୁଇଟି ପରାମର୍ଶ ଦିଅ ।
Answer:
କାରଣ :
(i) ସବୁଜ ଗ୍ୟାସ ନିର୍ଗମନ ଅଧ‌ିକ ହୋଇଥାଇପାରେ ।
(ii) ଜଙ୍ଗଲ କ୍ଷୟର ପରିମାଣ ଅତ୍ୟଧ‌ିକ ହୋଇଥାଇପାରେ ।
(iii) ଭୂମି ବ୍ୟବହାରରେ ପରିବର୍ତ୍ତନ ହୋଇଥାଇପାରେ ।

ପରାମର୍ଶ :
(i) ଜଳ ସଂରକ୍ଷଣ ବର୍ଷାଜଳ ଅମଳ ପ୍ରଣାଳୀ ଏବଂ ଛୋଟ ଆଡ଼ି ବନ୍ଧ ନିର୍ମାଣ ଦ୍ଵାରା ଜଳର ସଂରକ୍ଷଣ ହୋଇପାରିବ ଓ ଆବଶ୍ୟକ ସମୟରେ ଏହି ଜଳକୁ ବ୍ୟବହାର କରାଯାଇପାରିବ ।
(ii) ସ୍ଥାୟୀ କୃଷି– ମରୁଡ଼ି ପ୍ରତିରୋଧୀ ଫସଲ ଚୟନ କରି କୃଷିକାର୍ଯ୍ୟ କରାଯାଇପାରିବ । ଡ୍ରିପ୍ ଜଳସେଚନ କରାଗଲେ ଜମିର ଆର୍ଦ୍ରତା ବଜାୟ ରହିପାରିବ ।

Question 11.
ଯଦି ପୃଥ‌ିବୀରେ କୌଣସି ବାୟୁମଣ୍ଡଳ ନଥାନ୍ତା, ଗ୍ରହର ଜୀବନ, ତାପମାତ୍ରା ଓ ଜଳ ଉପରେ ଏହାର ପ୍ରଭାବ ପଡ଼ନ୍ତା କି ? ବ୍ୟାଖ୍ୟା କର ।
Answer:
(i) ଜୀବନ ଉପରେ ପ୍ରଭାବ – ବାୟୁମଣ୍ଡଳ ବିନା ପୃଥ‌ିବୀ ପୃଷ୍ଠରେ ଜୀବ ବଞ୍ଚିବା ଅସମ୍ଭବ ହୋଇପଡ଼ିବ କାରଣ ପ୍ରାଣୀମାନେ ଶ୍ଵାସକ୍ରିୟାରେ ଅମ୍ଳଜାନ ଗ୍ୟାସ୍ ନେଇଥାନ୍ତି ଏବଂ ଉଭିଦମାନେ ଆଲୋକଶ୍ଳେଷଣ ପ୍ରକ୍ରିୟାରେ ଅଙ୍ଗାରକାମ୍ଳ ଗ୍ୟାସ୍ ଆବଶ୍ୟକ କରିଥାନ୍ତି ।
(ii) ତାପମାତ୍ରା ଉପରେ ପ୍ରଭାବ – ବାୟୁମଣ୍ଡଳ ବିନା ଏହାର ପ୍ରଭାବ ତାପମାତ୍ରା ଉପରେ ପଡ଼ିବ । ଦିନରେ ଅତ୍ୟଧ୍ଵକ ଗରମ ଓ ରାତିରେ ଅଧ୍ବକ ଥଣ୍ଡା ଅନୁଭୂତ ହେବ । ସବୁଜ ଗୃହ ପ୍ରଭାବ ହ୍ରାସ ପାଇବ ଓ ବାୟୁମଣ୍ଡଳୀୟ ପରିଚଳନ ପ୍ରକ୍ରିୟା ବାଧାପ୍ରାପ୍ତ ହେବ ।
(iii) ଜଳ ଉପରେ ପ୍ରଭାବ – ତରଳ ଜଳ ସ୍ଥିର ଭାବରେ ରହି ପାରିବ ନାହିଁ । କମ୍ ଚାପ ଏବଂ ବାୟୁମଣ୍ଡଳୀୟ ଜଳୀୟ ବାଷ୍ପର ଅଭାବ ଏବଂ ଏକ ସାଧାରଣ ଜଳଚକ୍ର ଯୋଗୁଁ ଏହା ଜମାଟ ବାନ୍ଧିବ ବା ମହାକାଶକୁ ବାଷ୍ପୀଭୂତ ହୋଇ ଚାଲିଯିବ ।

Question 12.
କାୟିକ ପ୍ରବର୍ଷକ (vegetation propagation)ର ପାଞ୍ଚଟି ଉଦାହରଣ ଆଲୋଚନା କର ।
Answer:
(i) ମନିପ୍ଲାଣ୍ଟ– ଏହି ଗଛର ଗୋଟିଏ କାଣ୍ଡକୁ କାଟି ମାଟିରେ ବା ପାଣିରେ ରଖୁଲେ ଏହାର ଗଣ୍ଠି ସ୍ଥାନରୁ ଚେର ବାହାରିଥାଏ ଓ ଏହା ଏକ ନୂତନ ଗଛରେ ପରିଣତ ହୁଏ ।
(ii) ଆଳୁ – ଆଳୁର କେତେକ ଅଂଶରେ ଅଙ୍କୁରିତ ଆଖୁ ରହିଥାଏ । ଏହାକୁ କାଟି ମାଟିରେ ଲଗାଇଲେ ଏହି ସ୍ଥାନରୁ ନୂତନ ଉଭିଦ ସୃଷ୍ଟି ହୋଇଥାଏ ।
(iii) ଅଦା– ଅଦା ଗଛର ଗଣ୍ଠି ଗୁଡ଼ିକୁ କାଟି ଲଗାଇଲେ ଏହି ସ୍ଥାନରୁ ନୂତନ ଉଭିଦ ସୃଷ୍ଟି ହୋଇଥାଏ ।
(iv) ଆଖୁ – ଆଖୁ ଗଛର ଗଣ୍ଠି ଗୁଡ଼ିକ କାଟି ମାଟିରେ ଲଗାଇଲେ ଏଥୁରୁ ନୂତନ ଗଛ ସୃଷ୍ଟି ହୋଇଥାଏ ।
(v) ବାଉଁଶ – ଏହି ଉଦ୍ଭଦ ଭୂମିଗତ ରାଇଜୋମ୍ ଏବଂ କାଣ୍ଡର ଅଂଶ ଦ୍ଵାରା ବ୍ୟାପି ନୂତନ ଗଛ ସୃଷ୍ଟି ହୋଇଥାଏ ।

ଆବିଷ୍କାର, ପରିକଳ୍ପନା ଓ ତର୍କ

Question 1.
ପୃଥ‌ିବୀରେ ବଞ୍ଚିବା ପାଇଁ (Earth survival kit) ଏକ କିଟ୍ ତିଆରି କର । କଳ୍ପନା କର ତୁମେ ଅନ୍ୟ ଗ୍ରହ ପାଇଁ ପୃଥ‌ିବୀର ଏକ କ୍ଷୁଦ୍ର ମଡ଼େଲ୍ ନିର୍ମାଣ କରୁଛ । ଜୀବନ ଧାରଣ ପାଇଁ ଏଥରେ କ’ଣ ଥିବା ଆବଶ୍ୟକ ଏବଂ କାହିଁକି ?
Answer:
କିଟ୍‌ରେ ନିମ୍ନସ୍ଥ ଉପାଦାନଗୁଡ଼ିକ ରହିବା ଆବଶ୍ୟକ :
(i) ତରଳ ଜଳ— ସମସ୍ତ ଜୀବନ ପ୍ରକ୍ରିୟା ପାଇଁ ଏହା ଏକ ଅତ୍ୟାବଶ୍ୟକ ଉପାଦାନ ଅଟେ ।
(ii) ଶ୍ଵାସକ୍ରିୟା ଯୋଗ୍ୟ ବାୟୁ – ଜୀବ ଶ୍ଵାସକ୍ରିୟା ପାଇଁ ଅମ୍ଳଜାନ ଓ ଉଭିଦର ଆଲୋକ ସଂଶ୍ଳେଷଣ ପାଇଁ ଅଙ୍ଗାରକାମ୍ଳ ଗ୍ୟାସ୍ ।
(iii) ପୁଷ୍ଟିକର ପଦାର୍ଥ ସହିତ ମାଟି- ଉଭିଦର ବୃଦ୍ଧି ଏବଂ ଜୈବ ପଦାର୍ଥର ପୁନଃଚକ୍ରଣ ପାଇଁ ଏହା ଅତ୍ୟାବଶ୍ୟକ ଅଟେ ।
(iv) ସୂର୍ଯ୍ୟାଲୋକର କୃତ୍ରିମ ବ୍ୟବସ୍ଥା– ଆଲୋକ ସଂଶ୍ଳେଷଣ ଓ ଶରୀରର ଉଷ୍ଣତା ପାଇଁ ଏହା ଆବଶ୍ୟକ ଅଟେ ।
(v) ବିକିରଣ ସୁରକ୍ଷା– କ୍ଷତିକାରକ ଅତି ବାଇଗଣୀ ରଶ୍ମୀ (UV) ପ୍ରଭାବରୁ ନିଜକୁ ରକ୍ଷା କରିବାପାଇଁ ବା ସୁରକ୍ଷା ଦେବାପାଇଁ ଏକ କୃତ୍ରିମ ବଳୟ ।

Question 2.
ଭାରତ ଏକ ଆହ୍ବାନପୂର୍ଣ୍ଣ ଚନ୍ଦ୍ର ମିଶନ ଚନ୍ଦ୍ରାୟନ-୪ ପାଇଁ ଯୋଜନା କରୁଛି, ଯାହା ଚନ୍ଦ୍ରରୁ ମାଟି ନେଇ ଫେରିବ । ଯଦି ଚନ୍ଦ୍ରରେ ଜଳ ଥାଆନ୍ତା, ତେବେ କ’ଣ ସେହି ମାଟିରେ ଗଛ ବଢ଼ିପାରିବ ? କିଛି ପରୀକ୍ଷଣ ବିଷୟରେ ଭାବ, ଯାହା ତୁମମାନଙ୍କୁ ଅନୁସନ୍ଧାନ କରିବାରେ ସାହାଯ୍ୟ କରିପାରିବ, ଚନ୍ଦ୍ରରେ ଗଛ ବୃଦ୍ଧି ସମ୍ଭବ କି ନୁହେଁ ?
Answer:
ଚନ୍ଦ୍ରରୁ ସଂଗୃହୀତ ମାଟିରେ ଜୈବ ପଦାର୍ଥର ଅଭାବ ରହିଥାଏ । ତିନିଟି କୁଣ୍ଡ ନିଆଯାଉ ଗୋଟିଏ କୁଣ୍ଡରେ ସୂକ୍ଷ୍ମ ବାଲି କିମ୍ବା ଜ୍ଵାଳାମୁଖୀ ପାଉଁଶ ନିଆଯାଉ ।
ଅନ୍ୟ ଏକ କୁଣ୍ଡରେ 50 ଭାଗ ଉପରୋକ୍ତ ବାଲି ବା ପାଉଁଶ ସହିତ 50 ଭାଗ ଉର୍ବର ମାଟି ଏବଂ ୩ୟ କୁଣ୍ଡରେ କେବଳ ଉର୍ବର ମାଟି ନିଆଯାଉ ।
ପ୍ରତ୍ୟେକରେ ସମାନ ମଞ୍ଜି ରୋପଣ କରି ପାଣି ଦିଆଯାଉ ଓ ସୂର୍ଯ୍ୟାଲୋକରେ ରଖାଯାଉ । କିଛି ସପ୍ତାହ ପର୍ଯ୍ୟନ୍ତ ଅଙ୍କୁରୋଦଗମ୍ଭିକୁ ଅନୁଧ୍ୟାନ କଲେ ଆମେ ଜାଣିପାରିବା ଯେ 1ମ କୁଣ୍ଡରେ ବୃଦ୍ଧି ସମ୍ଭବ ହେଉନାହିଁ ବା ଅଙ୍କୁରିତ ହୋଇ ମରିଯାଉଛି ।
ସୁତରାଂ ଆମେ ଏହି ସିଦ୍ଧାନ୍ତ ନେଇପାରିବା ଯେ, ଚନ୍ଦ୍ରପରି ମାଟିରେ ଗଛର ବୃଦ୍ଧି ସମ୍ଭବ ହେଉନାହିଁ । ଯଦି ଏହା ଏଥୁରେ ଅଧ‌ିକ ପରିମାଣରେ ଜୈବପଦାର୍ଥ ମିଶାଯାଇପାରିବ ତେବେ ଏହା ଗଛ ପାଇଁ ଅନୁକୂଳ ହେବ ।

Question 3.
ଫୁଲଗୁଡ଼ିକ ପ୍ରାୟତଃ ଉଜ୍ଜ୍ଵଳ ରଙ୍ଗର ଏବଂ ସୁଗନ୍ଧିତ । ଏହା କିପରି ଉଭିଦର ପ୍ରଜନନରେ ସାହାଯ୍ୟ କରେ ବୋଲି ତୁମେ ଭାବୁଛ ?
Answer:
ଫୁଲ ଗୁଡ଼ିକର ଉଜ୍ଜ୍ଵଳ ରଙ୍ଗ ଓ ସୁଗନ୍ଧିତ ଗୁଣରେ କୀଟ, ପତଙ୍ଗ ଓ ପକ୍ଷୀମାନେ ଆକର୍ଷିତ ହୋଇ ଆସିଥା’ନ୍ତି ।
ଏହି ପ୍ରକ୍ରିୟାରେ ସେମାନେ ଗୋଟିଏ ଫୁଲରୁ ପରାଗରେଣୁ ନେଇ ଅନ୍ୟ ଫୁଲକୁ ଯାଇଥାନ୍ତି । ଏହାକୁ ପରାଗ ସଙ୍ଗମ କୁହାଯାଏ ।
ପରାଗଣ ପ୍ରକ୍ରିୟା ଦ୍ଵାରା ଯୁଗ୍ମଜ ଗଠନ କରେ ଯାହା ଫୁଲରୁ ଫଳ ଓ ଫଳରେ ମଞ୍ଜି ସୃଷ୍ଟି ହୋଇଥାଏ । ମଞ୍ଜିରୁ ନୂତନ ଗଛ ସୃଷ୍ଟି ହୁଏ ।
ସୁତରାଂ ଏହି ପ୍ରକ୍ରିୟା ପ୍ରଜନନ ହାରକୁ ବୃଦ୍ଧି କରିଥାଏ ।

Question 4.
ମାଛ ଓ ବେଙ୍ଗ ଭଳି ପ୍ରାଣୀମାନେ କାହିଁକି ଏକ ସମୟରେ ଶହ ଶହ ଏପରିକି ହଜାର ହଜାର ଅଣ୍ଡା ଦିଅନ୍ତି ଯେତେବେଳେ ଅନ୍ୟ ପ୍ରାଣୀମାନେ ଅଳ୍ପସଂଖ୍ୟା ଅଣ୍ଡା ଦିଅନ୍ତି ? ଏତେ ଅଧିକ ଅଣ୍ଡା ଦେବାରେ ସୁବିଧା ଓ ଅସୁବିଧା କ’ଣ ହୋଇପାରେ ?
Answer:
(i) ସୁବିଧା – ସାଧାରଣତଃ ମାଛ ଓ ବେଙ୍ଗ ପରି ପ୍ରାଣୀମାନେ ବହୁ ଅଧିକ ସଂଖ୍ୟାରେ ଅଣ୍ଡା ଦେଇଥାନ୍ତି । ଏମାନଙ୍କ ଅଣ୍ଡା ଶିକାରୀ ପ୍ରାଣୀ, ରୋଗ ଏବଂ ପରିବେଶଗତ ବିପଦର ସମ୍ମୁଖୀନ ହୋଇଥାନ୍ତି । ଅଣ୍ଡା ସଂଖ୍ୟା ଅଧ‌ିକ ହୋଇଥିବାରୁ ସେମାନଙ୍କ ମଧ୍ୟରୁ ଅଳ୍ପକିଛି ବିକଶିତ ହୋଇ ବଂଶରକ୍ଷା କରିଥା’ନ୍ତି ।
(ii) ଅସୁବିଧା– ଏହି ଅଣ୍ଡାମାନଙ୍କୁ ଖାଦ୍ୟଭାବେ ଗ୍ରହଣ କରୁଥିବା ଜୀବମାନଙ୍କର ସଂଖ୍ୟା ବୃଦ୍ଧିପାଏ ଓ ପରିବେଶ ସନ୍ତୁଳନ ବିପର୍ଯ୍ୟସ୍ତ ହୋଇଥାଏ ।

Question 5.
ଘରଚଟିଆ ଭଳି ପକ୍ଷୀମାନେ ବସା ତିଆରି କରି ନିଜ ଡିମ୍ବାଣୁ ଓ ଛୁଆର ଯନ୍ତ୍ର ନିଅନ୍ତି, ଯେତେବେଳେ ସାପ ଭଳି ସରୀସୃପମାନେ ସାଧାରଣତଃ ନିଜ ଅଣ୍ଡା ଦେଇ ବିନା ସୁରକ୍ଷାରେ ଛାଡ଼ି ଦିଅନ୍ତି । ପିତାମାତାଙ୍କ ଯକ୍ଷେତ୍ରରେ ଏହି ପାର୍ଥକ୍ୟ ଛୁଆମାନଙ୍କ ବଞ୍ଚିବାର ସମ୍ଭାବନାକୁ କିପରି ପ୍ରଭାବିତ କରିପାରେ ?
Answer:
ପିତାମାନଙ୍କର ଯନ୍ ଦ୍ଵାରା ଚଢ଼େଇ ମାନଙ୍କଠାରେ ଅପତ୍ୟମାନଙ୍କର ବଞ୍ଚିବାର ସମ୍ଭାବନାକୁ ବୃଦ୍ଧି କରିଥାଏ କାରଣ ଏମାନେ ବସା ମଧ୍ଯରେ ସୁରକ୍ଷିତ ଭାବେ ରୁହନ୍ତି ଏବଂ ପିତାମାତାଙ୍କଠାରୁ ଖାଦ୍ୟ ପାଇଥାନ୍ତି ।
ଉପରୋକ୍ତ କାରଣରୁ ଏମାନଙ୍କର ବଞ୍ଚିବାର ହାର ଅଧ‌ିକ ହୋଇଥାଏ । ଅପରପକ୍ଷରେ ସାପ ତାର ଅଣ୍ଡାକୁ ଯଦି ମାଟି ଭିତରେ ଭଲ ଭାବରେ ଲୁଚାଇ ନରଖୁପାରିବ, ତେବେ ଅଣ୍ଡାରେ ଶାବକର ବିକଶିତ ହାର ହ୍ରାସ ପାଇବ ।

ପାଠ୍ୟପୁସ୍ତକସ୍ଥ ଅନୁସନ୍ଧାନ ଓ ଚିନ୍ତନମୂଳକ ପ୍ରଶ୍ନୋତ୍ତର

Question 1.
ଯଦି ପୃଥ‌ିବୀରେ କୌଣସି ଜୀବନ ଆଦୌ ନଥାନ୍ତା, ତେବେ ଏହା କିପରି ଦେଖାଯାଇଥାନ୍ତା ବୋଲି ତୁମେ ଭାବୁଛ ?
Answer:
ପୃଥ‌ିବୀ ଏକ ଶୁଷ୍କ, ପଥୁରିଆ ଭୂମି ପରି ଦେଖାଯାଆନ୍ତା, ଯେଉଁଥରେ ଖାଲି ଭୂମିର ଏକ ବଡ଼ ପ୍ରାନ୍ତ ସହ ଶୁଖୁଲା ନଦୀପଠା ଏବଂ ଏକ ନିରକ ଉପତ୍ୟକା ଭଳି ଦେଖାଯାଉଥାନ୍ତା ।
ମାଟିକୁ ଏକତ୍ର ରଖୁବା ପାଇଁ ଉଭିଦ ବିନା, କ୍ଷୟ ଏବଂ ଧୂଳି ଝଡ଼ ସହ ସାମଗ୍ରିକ ଭାବେ ମଙ୍ଗଳ କିମ୍ବା ଚନ୍ଦ୍ରପରି ଏକ ନିର୍ଜୀବ ଓ ସ୍ଥିର ଗ୍ରହ ପରି ଦୃଶ୍ୟମାନ ହୁଅନ୍ତା ।

Question 2.
ପୃଥ‌ିବୀରେ କୋଟି କୋଟି ବର୍ଷ ଧରି ଜୀବନ ତିଷ୍ଠି ରହିଛି । ଅନେକ ପରିବର୍ତ୍ତନ ଓ ବିପର୍ଯ୍ୟୟ ସତ୍ତ୍ଵେ ଏହା କିପରି ହୋଇପାରିଛି ?
Answer:
ପୃଥ‌ିବୀରେ ବାୟୁ, ଜଳ, ସୂର୍ଯ୍ୟକିରଣ ଏବଂ ମାଟିର ସନ୍ତୁଳନ ଏହାକୁ ଏକ ବାସଯୋଗ୍ୟ ଅଞ୍ଚଳରେ ପରିଣତ କରିପାରିଛି । ଏହି ଉପାଦାନ ଗୁଡ଼ିକର ସ୍ଥିତି ଜୀବନକୁ ଅନୁକୂଳ କରିବାରେ ସାହାଯ୍ୟ କରିଅଛି । ଜୀବ ଭିତରେ ଥିବା ପ୍ରଜନନ କ୍ଷମତା ଯୋଗୁଁ ଜୀବ ସଂଖ୍ୟାରେ ବୃଦ୍ଧି ଘଟିଛି । ପ୍ରାକୃତିକ ବିପର୍ଯ୍ୟୟ ଓ ଜଳବାୟୁ ପରିବର୍ତ୍ତନ ସତ୍ତ୍ଵେ ଜୀବ ଶରୀରରେ ଉପଯୋଜନ ପ୍ରକ୍ରିୟା ଦ୍ଵାରା ଓ ନିର୍ଜୀବର ପୁନଶ୍ଚଚକ୍ର ଦ୍ଵାରା ଆମ ପରିସଂସ୍ଥା ତିଷ୍ଠି ରହିବା ସମ୍ଭବ ହୋଇପାରିଛି ।

Question 3.
କୁକୁର କାହିଁକି ଅଣ୍ଡା ଦିଏ ନାହିଁ କିମ୍ବା କୁକୁଡ଼ା କାହିଁକି ଛୁଆ ଜନ୍ମ କରେ ନାହିଁ ?
Answer:
ବିବର୍ତ୍ତନ ପ୍ରକ୍ରିୟାରେ ପୃଥ‌ିବୀ ପୃଷ୍ଠରେ ଜୀବର ବିକାଶ ହୋଇଅଛି । ସମୟ ଅନୁସାରେ ବିଭିନ୍ନ ଗୋଷ୍ଠୀର ଜୀବ ପୃଥ‌ିବୀରେ ସୃଷ୍ଟି ହୋଇଛନ୍ତି ।
ପକ୍ଷୀମାନେ ଆକାଶରେ ଉଡ଼ନ୍ତି ଓ ଗଛ କୋରଡ଼ରେ ଅଣ୍ଡାକୁ ସୁରକ୍ଷିତ ରଖୁବାକୁ ସମର୍ଥ ହୋଇଥାନ୍ତି । ପକ୍ଷୀମାନଙ୍କଠାରୁ ଉନ୍ନତ ଜୀବ ହେଉଛି ସ୍ତନ୍ୟପାୟୀ । ଏମାନଙ୍କର ବିଶେଷତ୍ଵ ହେଉଛି ଯେ, ଏମାନେ ଶାବକକୁ ଜନ୍ମ ଦେଇ ସ୍ତନ୍ୟପାନ କରାଇଥାନ୍ତି ।

Question 4.
ଯଦି ଏକ ମହାକାଶଯାନ ଦ୍ଵାରା ମଙ୍ଗଳ ଗ୍ରହକୁ ମାଟି ଓ ଜଳ ନେବା, ତେବେ କ’ଣ ସେଠାରେ ଗଛଲତା ବଢ଼ି ପାରିବ କି ?
Answer:
ମଙ୍ଗଳ ଗ୍ରହର ବାୟୁମଣ୍ଡଳ ଅତ୍ୟନ୍ତ ପତଳା ଓ ଏଠାରେ ଶ୍ଵାସକ୍ରିୟା ପାଇଁ ଅମ୍ଳଜାନର ଅଭାବ ସହିତ ଉଦ୍ଭିଦର ବୃଦ୍ଧିପାଇଁ ଆଲୋକ ସଂଶ୍ଳେଷଣ ଅସମ୍ଭବ ହେବ । କାରଣ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସର ଅଭାବ ।
ପରୀକ୍ଷଣରୁ ଜଣାପଡ଼ିଛି ଯେ, କିଛି ଜୀବାଣୁ ମଙ୍ଗଳ ପୃଷ୍ଠରେ ବଢ଼ିପାରିବେ । କିନ୍ତୁ ଉଭିଦର ବୃଦ୍ଧି ଏଠାରେ ଅସମ୍ଭବ ହେବ । ବାୟୁଚାପ ଓ ବିକିରଣ ଉଭିଦ ବୃଦ୍ଧିର ପ୍ରତିବନ୍ଧକ ଭାବେ କାର୍ଯ୍ୟକରିବ ।

Question 5.
ଗୋଟିଏ ଫୁଲର ଚିତ୍ର ଅଙ୍କନ କରି ଏଥରେ ପୁଂକେଶର ଉପର ଭାଗ ଓ ଡ଼ିମ୍ବାଣୁର ଅବସ୍ଥାନ ଦର୍ଶାଅ । (ବର୍ଣ୍ଣନା ଅନାବଶ୍ୟକ)
Answer:
Class 8 Science Chapter 13 Question Answer Odia Medium ଆମ ପୃଥିବୀ ଜୀବନଧାରଣକାରୀ ଏକ ଅନ୍ୟନ୍ୟ ଗ୍ରହ 1

Question 6.
ମାଛ କିମ୍ବା ବେଙ୍ଗ ଇତ୍ୟାଦି ପ୍ରାଣୀମାନଙ୍କର ଯୁଗ୍ମଜ କିପରି ସୃଷ୍ଟି ହୁଏ ବୁଝାଅ ।
Answer:
ପୁଂ ଯୁଗ୍ମକକୁ ଶୁକ୍ରାଣୁ ଓ ସ୍ତ୍ରୀ ଯୁଗ୍ମକକୁ ଡ଼ିମ୍ବାଣୁ କୁହାଯାଏ ।
ମାଛ କିମ୍ବା ବେଙ୍ଗ ପରି ଜୀବମାନଙ୍କ ଠାରେ ଶୁକ୍ରାଣୁ ଓ ଡ଼ିମ୍ବାଣୁ ଜଳକୁ ଆସିଥାନ୍ତି । ଯେଉଁଠାରେ ସେଗୁଡ଼ିକ ମିଶି ଯୁଗ୍ମଜ ଗଠନ କରିଥାନ୍ତି ।
ଏହି ପ୍ରାଣୀମାନଙ୍କ ଠାରେ ଯୁଗ୍ମଜର ଭୂଣରେ ବିକାଶ ମଧ୍ଯ ଜଳରେ ଘଟିଥାଏ ।

Question 7.
ବାସଯୋଗ୍ୟ ଅଞ୍ଚଳ କହିଲେ କ’ଣ ବୁଝ ? ଜୀବ ବଞ୍ଚି ରହିବାପାଇଁ ପୃଥ‌ିବୀ କାହିଁକି ଉପଯୁକ୍ତ ଅଟେ ।
Answer:
ସୂର୍ଯ୍ୟଠାରୁ ପୃଥ‌ିବୀର ଦୂରତ୍ଵ ଜଳକୁ ମୁଖ୍ୟତଃ ତରଳ ରୂପରେ ରହିବା ପାଇଁ ସାହାଯ୍ୟ କରିଥାଏ । ଏହା ଜୀବର ବିକାଶ ଓ ବଞ୍ଚରହିବା ପାଇଁ ଅତ୍ୟାବଶ୍ୟକ ଅଟେ ।
ସୂର୍ଯ୍ୟରୁ ଯେଉଁ ଦୂରତ୍ୱର ପରିସରରେ ଜଳ ତରଳ ରୁହେ, ତାହାକୁ ବାସଯୋଗ୍ୟ ଅଞ୍ଚଳ କୁହାଯାଏ । ଏହାକୁ ବେଳେବେଳେ ମଧ୍ୟ ଗୋଲଡ଼ିଲକ୍‌ ଅଞ୍ଚଳ ମଧ୍ୟ କୁହାଯାଇଥାଏ ।
ସୂର୍ଯ୍ୟଙ୍କଠାରୁ ପୃଥ‌ିବୀ ଅନନ୍ୟ ଦୂରତ୍ୱକୁ ଏଥ‌ିରେ ଜୀବଜଗତକୁ ବଞ୍ଚାଇ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯଦି ପୃଥ‌ିବୀ ସୂର୍ଯ୍ୟର ନିକଟରେ ରହିଥାନ୍ତା, ତେବେ ଅତ୍ୟଧିକ ଗରମ ହୁଅନ୍ତା ଓ ଯଦି ଏହା ଅଧ୍ବକ ଦୂରରେ ରହିଥାନ୍ତା ତେବେ ଅତ୍ୟଧ‌ିକ ଥଣ୍ଡା ଅନୁଭୂତ ହୁଅନ୍ତା ।

Question 8.
ଯଦି ପୃଥ‌ିବୀ ବହୁତ ଛୋଟ ହୋଇଥାନ୍ତା ବା ଅତ୍ୟଧିକ ବଡ଼ ହୋଇଥାନ୍ତା, ତେବେ ଏହାର ପ୍ରଭାବ କିପରି ରହିଥାନ୍ତା ବୋଲି ତୁମେ ଭାବୁଛ ?
Answer:
ଯଦି ପୃଥ‌ିବୀ ବହୁତ ଛୋଟ ହୋଇଥାନ୍ତା, ତେବେ ଏହାର ମାଧ୍ୟାକର୍ଷଣ ଅତ୍ୟଧ‌ିକ ଦୁର୍ବଳ ହୋଇଥାନ୍ତା ଏବଂ ଏହା ଆମ ବାୟୁମଣ୍ଡଳର ଗ୍ୟାସ ଗୁଡ଼ିକୁ ଧରି ରଖୁବାପାଇଁ ଅକ୍ଷମ ହୁଅନ୍ତା, ଫଳରେ ଏଗୁଡ଼ିକ ମହାକାଶରେ ମିଶିଯାଇଥାନ୍ତା । ମଙ୍ଗଳ ଗ୍ରହରେ ଥ‌ିବା ବାୟୁମଣ୍ଡଳ ପୃଥ‌ିବୀଠାରୁ 100 ଗୁଣ ପତଳା ଅଟେ ଏବଂ ବୁଧ ଗ୍ରହର କୌଣସି ବାୟୁମଣ୍ଡଳ ନାହିଁ ।
ଅନ୍ୟପକ୍ଷରେ ଯଦି ଆମ ପୃଥ‌ିବୀ ଅତ୍ୟଧ‌ିକ ବଡ଼ ହୋଇଥାନ୍ତା, ତେବେ ଏହା ଆମକୁ ଏତେ ବଳ ସହିତ ପୃଥ‌ିବୀର ସଠିକ ଆକାର ଗ୍ରହ ଆଡ଼କୁ ଟାଣିଥାନ୍ତା ଯେ ଆମର ହାତଗୁଡ଼ିକ ଭାଙ୍ଗି ଯାଆନ୍ତା । ସୁତରାଂ ହେତୁ ଏହା ବାୟୁମଣ୍ଡଳକୁ ଧାରଣ କରିବାରେ ସକ୍ଷମ ହୋଇଅଛି, ଯାହା ଜୀବନ ପାଇଁ ନିତାନ୍ତ ଆବଶ୍ୟକ ଅଟେ ।

ଅତିରିକ୍ତ ଅଭ୍ୟାସ ପ୍ରଶ୍ନୋତ୍ତର

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

(କ) ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ବୁଧ, ଶୁକ୍ର, ପୃଥ‌ିବୀ ଓ ମଙ୍ଗଳ ଗ୍ରହରେ କେଉଁଟି ସାଧାରଣ ବୈଶିଷ୍ଟ୍ୟ ଅଟେ ?
(i) ଛୋଟ ଓ ପଥୁରିଆ
(ii) ଗ୍ୟାସ୍‌ରେ ଗଠିତ
(iii) ଆକାରରେ ବଡ଼ ଓ ବଳୟ ବିଶିଷ୍ଟ
(iv) ଥଣ୍ଡା ଓ ବରଫରେ ଗଠିତ
Answer:
(i) ଛୋଟ ଓ ପଥୁରିଆ

Question 2.
ବୁଧ ଗ୍ରହର ହାରାହାରି ତାପମାତ୍ରା କେତେ °C ଅଟେ ?
(i) 170
(ii) 450
(iii) 15
(iv) 150
Answer:
(i) 170

Question 3.
କେଉଁ କାରଣରୁ ଶୁକ୍ର ଗ୍ରହର ହାରାହାରି ତାପମାତ୍ରା ସର୍ବାଧ‌ିକ ଅଟେ ?
(i) ସୂର୍ଯ୍ୟର ନିକଟତମ ଗ୍ରହ
(ii) ଘନ ବାୟୁମଣ୍ଡଳ ଉତ୍ତାପକୁ ଧରି ରଖେ
(iii) ଏହାର ପୃଷ୍ଠ ପଥୁରିଆ
(iv) ଏହାର ଘୂର୍ଣ୍ଣନ ବେଗ ସର୍ବାଧ‌ିକ
Answer:
(ii) ଘନ ବାୟୁମଣ୍ଡଳ ଉତ୍ତାପକୁ ଧରି ରଖେ

Question 4.
ସୂର୍ଯ୍ୟରୁ ଯେଉଁ ଦୂରତ୍ୱର ପରିସରରେ ଜଳ ତରଳ ଅବସ୍ଥାରେ ରୁହେ ତାହାକୁ କେଉଁ ଅଞ୍ଚଳ କୁହାଯାଇଥାଏ ?
(i) ବାସଯୋଗ୍ୟ
(ii) ଗୋଲଡ଼ିଲକସ୍
(iii) ଉଭୟ (i) ଓ (ii)
(iv) (i) କିମ୍ବା (ii)
Answer:
(iv) (i) କିମ୍ବା (ii)

Class 8 Science Chapter 13 Question Answer Odia Medium ଆମ ପୃଥିବୀ: ଜୀବନଧାରଣକାରୀ ଏକ ଅନ୍ୟନ୍ୟ ଗ୍ରହ

Question 5.
କେଉଁ କାରଣରୁ ପୃଥ‌ିବୀକୁ ନୀଳଗ୍ରହ କୁହାଯାଇଥାଏ ।
(i) ବାୟୁମଣ୍ଡଳରେ ଅମ୍ଳଜାନ ଥ‌ିବା କାରଣରୁ
(ii) ଭୂଗର୍ଭରେ ଲାର୍ଭା ଥ‌ିବା କାରଣରୁ
(iii) ବିପୁଳ ଜଳ ଥ‌ିବା କାରଣରୁ
(iv) ପୃଥିବୀରେ ଜୀବଜଗତ ଥିବା କାରଣରୁ
Answer:
(iii) ବିପୁଳ ଜଳ ଥ‌ିବା କାରଣରୁ

Question 6.
ମଙ୍ଗଳ ଗ୍ରହରେ ଥ‌ିବା ବାୟୁମଣ୍ଡଳ ପୃଥିବୀର ବାୟୁମଣ୍ଡଳ ଠାରୁ କେତେ ଗୁଣ ପତଳା ଅଟେ ?
(i) 10 ଗୁଣ
(ii) 100 ଗୁଣ
(iii) \(\frac{1}{10}\) ଗୁଣ
(iv) \(\frac{1}{100}\) ଗୁଣ
Answer:
(ii) 100 ଗୁଣ

Question 7.
ଶୁକ୍ର ଗ୍ରହର ବାୟୁମଣ୍ଡଳ ପ୍ରାୟ ସମ୍ପୂର୍ଣ୍ଣ ଭାବେ କେଉଁ ଗ୍ୟାସରେ ଗଠିତ ଅଟେ ?
(i) ଯବକ୍ଷାରଜାନ ଗ୍ୟାସ୍
(iii) ହିଲିୟମ୍ ଗ୍ୟାସ୍
(ii) ଅମ୍ଳଜାନ ଗ୍ୟାସ୍
(iv) ଅଙ୍ଗାରକାମ୍ଳ ଗ୍ୟାସ୍
Answer:
(iv) ଅଙ୍ଗାରକାମ୍ଳ ଗ୍ୟାସ୍

Question 8.
ଯେଉଁ କଣିକା ଗୁଡ଼ିକ ବିଶ୍ଵରେ ଅନେକ ଦୂରରୁ ଆସିଥାଏ, ତାହାକୁ କ’ଣ କୁହାଯାଏ ?
(i) ସୌରରଶ୍ମି
(ii) ମହାଜାଗତିକ ରଶ୍ମି
(iii) ଅତିବାଇଗଣୀ ରଶ୍ମି
(iv) ପାରବାଇଗଣୀ ରଶ୍ମି
Answer:
(ii) ମହାଜାଗତିକ ରଶ୍ମି

(ଖ) ଶୂନ୍ୟସ୍ଥାନ ପୂରଣ କର ।

(a) ସୂର୍ଯ୍ୟଙ୍କ ଠାରୁ ଆସୁଥିବା କଣିକାଗୁଡ଼ିକୁ __________ କୁହାଯାଏ ।
Answer:
ସୌରପବନ

(b) ଓଜନସ୍ତର __________ ରଶ୍ମିକୁ ବିକିରଣ କରେ ।
Answer:
UV

(c) ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ __________ ଗ୍ୟାସ୍ ନିର୍ଗତ ହୁଏ ।
Answer:
ଅମ୍ଳଜାନ

(d) ଜଳ ଉଦ୍ଭଦରେ ମାଟିରୁ ପତ୍ରକୁ __________ ପରିବହନ କରେ ।
Answer:
ପୋଷକତତ୍ତ୍ଵ

(e) ବାୟୁରେ ଥ‌ିବା __________ ମେଘ ଗଠନ କରେ ।
Answer:
ଜଳୀୟବାଷ୍ପ

(f) ସମସ୍ତ ସଜୀବ ପ୍ରାଣୀ ଓ ସେମାନେ ବାସ କରୁଥିବା ସ୍ଥାନ ମିଶି __________ ଗଠନ କରନ୍ତି ।
Answer:
ଜୈବ ମଣ୍ଡଳ

(g) ଉଭିଦମାନେ __________ ଦ୍ଵାରା ଖାଦ୍ୟ ପ୍ରସ୍ତୁତ କରନ୍ତି ।
Answer:
ଆଲୋକ ସଂଶ୍ଳେଷଣ

(h) ଜୀବକୋଷ ଭିତରେ __________ କୁ ଏକ ବିସ୍ତୃତ ନିର୍ଦ୍ଦେଶ ପୁସ୍ତିକା ଭାବରେ ଗ୍ରହଣ କରାଯାଇପାରିବ ।
Answer:
ଜିନ୍

(i) ଜୀବନକୁ ପରିବର୍ତ୍ତନ ସହ ଖାପ ଖୁଆଇ ନୂତନ ରୂପରେ __________ ସାହାଯ୍ୟ କରିଥାଏ ।
Answer:
ପ୍ରଜନନ

(j) ବିବର୍ତ୍ତିତ ହେବାରେ ବୈଜ୍ଞାନିକମାନେ ପ୍ରାଣୀମାନଙ୍କ ଠାରେ ପୁନରୁଭବନ ବୁଝିବାପାଇଁ __________ ଜୀବକୁ ଗବେଷଣା କରିଥାନ୍ତି ।
Answer:
ପ୍ଲାନେରି ଆ

(k) ଯୁଗ୍ମକ ଗୁଡ଼ିକର ମିଳନ ହୋଇ __________ ଗଠିତ ହୋଇଥାଏ ।
Answer:
ଯୁଗ୍ମଜ

(l) ଯୁଗ୍ମକ ଗୁଡ଼ିକ ପିତା ଓ ମାତାଙ୍କଠାରୁ ଅର୍ଦ୍ଧେକ __________ ବହନ କରିଥାନ୍ତି ।
Answer:
ଗୁଣସୂତ୍ର

(m) ଉଭିଦ ଗୁଡ଼ିକ ପୁରୁଷ ଓ ସ୍ତ୍ରୀ ଯୁଗ୍ମକ ସୃଷ୍ଟି କରିବାପାଇଁ __________ ର ବିଭିନ୍ନ ଅଂଶ ବ୍ୟବହାର କରିଥାନ୍ତି ।
Answer:
ଫୁଲ

(n) ଫୁଲର ପରାଗ କୋଷ ଭିତରେ ଥ‌ିବା __________ ପୁଂ ଯୁଗ୍ମକ ଅଟେ ।
Answer:
ପରାଗରେଣୁ

(o) ପରାଗରେଣୁ ସ୍ଥାନାନ୍ତରଣ ପ୍ରକ୍ରିୟାକୁ __________ କୁହାଯାଏ ।
Answer:
ପରାଗସଙ୍ଗମ

(p) ଯେତେବେଳେ ପୁରୁଷ ଓ ସ୍ତ୍ରୀ ଯୁଗ୍ମକ ମିଶେ, ଏହାକୁ ଏହି ପ୍ରକ୍ରିୟାକୁ __________ କୁହାଯାଏ ।
Answer:
ସମାୟନ

(q) ସମାୟନ ପ୍ରକ୍ରିୟାରେ ଯୁଗ୍ମଜ __________ ପରିଣତ ହୁଏ ।
Answer:
ମଞ୍ଜି

Class 8 Science Chapter 13 Question Answer Odia Medium ଆମ ପୃଥିବୀ: ଜୀବନଧାରଣକାରୀ ଏକ ଅନ୍ୟନ୍ୟ ଗ୍ରହ

(r) ଜାୟକ ଚାରିପଟେ ଫୁଲର ମାଂସଳ ଅଂଶ __________ ରେ ପରିଣତ ହୁଏ ।
Answer:
ଫଳ

(s) ପୁରୁଷ ଯୁଗ୍ମକକୁ __________ କୁହାଯାଏ ।
Answer:
ଶୁକ୍ରାଣୁ

(t) ସ୍ତ୍ରୀ ଯୁଗ୍ମକକୁ __________ କୁହାଯାଏ ।
Answer:
ଡ଼ିମ୍ବାଣୁ

(ଗ) ଠିକ୍ ଉତ୍ତର ପାଖରେ ଠିକ୍ (✓) ଚିହ୍ନ ଓ ଭୁଲ୍ ଉତ୍ତର ପାଖରେ ଭୁଲ୍ (✗) ଚିହ୍ନ ଦିଅ ।

(a) ମାଈପକ୍ଷୀ ସମାୟନରୁ ଅଣ୍ଡା ଦେଇଥାଏ ।
Answer:
✓

(b) ସ୍ତନ୍ୟପାୟୀ ପ୍ରାଣୀମାନଙ୍କରେ ଭ୍ରୂଣର ବିକାଶ ସ୍ତ୍ରୀ ଶରୀର ବାହାରେ ହୁଏ ।
Answer:
✗

(c) ପୃଥ‌ିବୀରେ ଜୀବନ ଜୀବର ଏକ ସୂକ୍ଷ୍ମ ସନ୍ତୁଳନ ଉପରେ ନିର୍ଭର କରେ ।
Answer:
✓

(d) ଅମ୍ଳଜାନ ଓ ଉଦ୍‌ଜାନ ସବୁଜକୋଠରୀ ଗ୍ୟାସ୍ ଅଟନ୍ତି ।
Answer:
✗

(e) ତାପମାତ୍ରା, ବର୍ଷା ଓ ପାଗ ପ୍ରଭୃତିରେ ଦୀର୍ଘମିଆଦୀ ପରିବର୍ତ୍ତନ ଗୁଡ଼ିକୁ ଜଳବାୟୁ ପରିବର୍ତ୍ତନ କୁହାଯାଏ ।
Answer:
✓

(f) ପରିବେଶ ସୁରକ୍ଷା ପାଇଁ ବିଶ୍ଵର ଦେଶଗୁଡ଼ିକ ବିଶ୍ଵବ୍ୟାପୀ ଚୁକ୍ତିନାମା କରିଛନ୍ତି ।
Answer:
✓

(g) କ୍ଲୋରୋଫ୍ଲୋରୋ କାର୍ବନର ସଙ୍କେତ CCF ଅଟେ ।
Answer:
✗

(h) ପୃଥ‌ିବୀ ଶିଖର ସମ୍ମିଳନୀ 1992 ରେ ହୋଇଥିଲା ।
Answer:
✓

(i) କ୍ୟାଟୋ ପ୍ରୋଟୋକଲ୍ 2004 ମସିହାରେ ସ୍ଵାକ୍ଷରିତ ହୋଇଥିଲା ।
Answer:
✗

(j) ପ୍ୟାରିସ୍ ଚୁକ୍ତିନାମା 2015 ମସିହାରେ ସ୍ଵାକ୍ଷରିତ ହୋଇଥିଲା ।
Answer:
✓

(k) ଜଳ ଓ ମୃର୍ତ୍ତିକା ପ୍ରଦୂଷଣ ଜୀବନ ପାଇଁ ଗମ୍ଭୀର ବିପଦ ଅଟେ ।
Answer:
✓

(l) ଅତ୍ୟଧ‌ିକ ସାର ପ୍ରୟୋଗ ମାଟିକୁ ପ୍ରଦୂଷିତ କରେ ନାହିଁ ।
Answer:
✗

(m) ଆମର ପୃଥିବୀ ସୌରଜଗତର ଏକ ଅନନ୍ୟ ଗ୍ରହ ଅଟେ ।
Answer:
✓

(n) ପୃଥ‌ିବୀ ସୂର୍ଯ୍ୟ ଚାରିପଟେ ପ୍ରାୟ ବୃତ୍ତାକାର କକ୍ଷପଥରେ ପରିକ୍ରମା କରେ ନାହିଁ ।
Answer:
✗

(o) ଓଜୋନ ଗ୍ୟାସ୍ ଅତିବାଇଗଣୀ ରଶ୍ମୀକୁ ପ୍ରତିଫଳିତ କରେ ।
Answer:
✓

(p) ପ୍ରଜନନ ପ୍ରକ୍ରିୟା ସର୍ବଦା ଲିଙ୍ଗୀୟ ଅଟେ ।
Answer:
✗

(q) ପୃଥ‌ିବୀର ହାରାହାରି ତାପମାତ୍ରା 15°C ଅଟେ ।
Answer:
✓

(r) ପୃଥ‌ିବୀ ତୁଳନାରେ ଶୁକ୍ରଗ୍ରହର ବ୍ୟାସାର୍ଦ୍ଧ 11 ଅଟେ ।
Answer:
✗

(s) ଶୁକ୍ର ଗ୍ରହରେ ବାୟୁମଣ୍ଡଳ ଅଛି ।
Answer:
✓

(t) ସୂର୍ଯ୍ୟଠାରୁ ଦୂରକୁ ଗଲେ ଥଣ୍ଡା ଲାଗେ ।
Answer:
✓

(u) ଶୁକ୍ରର ଘନ ବାୟୁମଣ୍ଡଳ ଉତ୍ତାପକୁ ଧରି ରଖେ ।
Answer:
✓

Class 8 Science Chapter 13 Question Answer Odia Medium ଆମ ପୃଥିବୀ: ଜୀବନଧାରଣକାରୀ ଏକ ଅନ୍ୟନ୍ୟ ଗ୍ରହ

(ଘ) ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭକୁ ମିଳନ କର ।

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(I) ଗ୍ରହର କକ୍ଷପଥ ବାୟୁମଣ୍ଡଳ ନାହିଁ
(II) ଓଜୋନ ସ୍ତର ଛୋଟ ଓ ପଥୁରିଆ
(III) ବୁଧ ଗ୍ରହ ଘନ ବାୟୁମଣ୍ଡଳ ଅଛି
(IV) ଶୁକ୍ରଗ୍ରହ ବୃତ୍ତାକାର
(V) ବୁଧ ଓ ଶୁକ୍ର ରଶ୍ମିର ଅବରୋଧ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(I) ଗ୍ରହର କକ୍ଷପଥ ବୃତ୍ତାକାର
(II) ଓଜୋନ ସ୍ତର ରଶ୍ମିର ଅବରୋଧ
(III) ବୁଧ ଗ୍ରହ ବାୟୁମଣ୍ଡଳ ନାହିଁ
(IV) ଶୁକ୍ରଗ୍ରହ ଘନ ବାୟୁମଣ୍ଡଳ ଅଛି
(V) ବୁଧ ଓ ଶୁକ୍ର ଛୋଟ ଓ ପଥୁରିଆ

Question 2.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(I) ବୁଧ 450°C
(II) ଶୁକ୍ର ନୀଳ ଗ୍ରହ
(III) ଶୁକ୍ର ଓ ପୃଥ‌ିବୀ 170°C
(IV) ପୃଥ‌ିବୀ ଅମ୍ଳଜାନ
(V) ଜୀବର ଶ୍ଵାସକ୍ରିୟା ସବୁଜ କୋଠରୀ ପ୍ରଭାବ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(I) ବୁଧ 170°C
(II) ଶୁକ୍ର 450°C
(III) ଶୁକ୍ର ଓ ପୃଥ‌ିବୀ ସବୁଜ କୋଠରୀ ପ୍ରଭାବ
(IV) ପୃଥ‌ିବୀ ନୀଳ ଗ୍ରହ
(V) ଜୀବର ଶ୍ଵାସକ୍ରିୟା ଅମ୍ଳଜାନ

Question 3.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(I) ଜଳ ଜିନ୍
(II) ଜୀବର ରୂପ ଓ ଗୁଣ ପୁଂଯୁଗ୍ମକ
(III) ପ୍ରତିଜୀବକ ଉତ୍ତମ ଦ୍ରାବକ
(IV) ପରାଗରେଣୁ ସ୍ତ୍ରୀ-ଯୁଗ୍ମକ
(V) ଜାୟକ ଆଣ୍ଟିବାୟୋଟିକ୍

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(I) ଜଳ ଉତ୍ତମ ଦ୍ରାବକ
(II) ଜୀବର ରୂପ ଓ ଗୁଣ ଜିନ୍
(III) ପ୍ରତିଜୀବକ ଆଣ୍ଟିବାୟୋଟିକ୍
(IV) ପରାଗରେଣୁ ପୁଂଯୁଗ୍ମକ
(V) ଜାୟକ ସ୍ତ୍ରୀ-ଯୁଗ୍ମକ

Question 4.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(I) ଯୁଗ୍ମ କ ପୁନରୁ ଭବନ
(II) କ୍ୟାଟୋ ପ୍ରୋଟୋକଲ୍ 2015
(III) ପ୍ୟାରିସ୍ ଚୁକ୍ତିନାମା ଶୁକ୍ରାଣୁ ଓ ଡ଼ିମ୍ବାଣୁ
(IV) ଏମିବା 2005
(V) ପ୍ଲାନେରି ଆ ଏକକୋଷୀ ଜୀବ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(I) ଯୁଗ୍ମ କ ଶୁକ୍ରାଣୁ ଓ ଡ଼ିମ୍ବାଣୁ
(II) କ୍ୟାଟୋ ପ୍ରୋଟୋକଲ୍ 2005
(III) ପ୍ୟାରିସ୍ ଚୁକ୍ତିନାମା 2015
(IV) ଏମିବା ଏକକୋଷୀ ଜୀବ
(V) ପ୍ଲାନେରି ଆ ପୁନରୁ ଭବନ

(ଙ) ବାମ ପାର୍ଶ୍ଵର ସମ୍ପର୍କକୁ ଲକ୍ଷକରି ଡାହାଣ ପାର୍ଶ୍ଵରେ ଥିବା ଶୂନ୍ୟସ୍ଥାନ ପୂରଣ କର ।
(a) ବୁଧ ଗ୍ରହ : ବାୟୁମଣ୍ଡଳ ନାହିଁ :: ଶୁକ୍ର ଗ୍ରହ : __________
Answer:
ଘନ ବାୟୁମଣ୍ଡଳ ଅଛି

(b) ବୁଧ : 120°C :: ଶୁକ୍ର : __________
Answer:
450°C

(c) ପରାଗରେଣୁ : ପୁଂଯୁଗ୍ମକ :: ଜାୟକ : __________
Answer:
ସ୍ତ୍ରୀ ଯୁଗ୍ମକ

(d) ପ୍ୟାରିସ୍ ଚୁକ୍ତିନାମା : 2015 :: କ୍ୟାଟୋ ପ୍ରୋଟୋକଲ : __________
Answer:
2005

(e) କ୍ଲୋରୋଫ୍ଲୋରୋ କାର୍ବନ : CFC :: ଭାରତୀୟ ମହାକାଶ ଗବେଷଣା ସଂଗଠନ : __________
Answer:
ISRO

(f) ପୃଥ‌ିବୀର କେନ୍ଦ୍ର : ଅନ୍ତଃସ୍ତର : ପୃଥ‌ିବୀର ଉପରିଭାଗ : __________
Answer:
ଭୂତ୍ବକ

(g) ସୂର୍ଯ୍ୟର ନିକଟତମ : ବୁଧ :: ସୂର୍ଯ୍ୟଠାରୁ ଦୂରତମ : __________
Answer:
ନେପ୍ ନ୍

(h) ଶନି : ବଳୟଗ୍ରହ :: ପୃଥ‌ିବୀ : __________
Answer:
ନୀଳଗ୍ରହ

(i) ବିଶ୍ଵ : ମହାଜାଗତିକ ରଶ୍ମି :: ସୂର୍ଯ୍ୟ : __________
Answer:
ସୌରପବନ

(j) ମନିପ୍ଲାଣ୍ଟ : କଟା ହୋଇଥିବା କାଣ୍ଡ :: ଅଙ୍କୁରିତ ଆଳୁ : __________
Answer:
ଆଖ୍

(k) ହାଇଡ୍ରା : ସରଳ ପ୍ରାଣୀ :: ପ୍ଲାନାରିଆ : __________
Answer:
ଚେପ୍‌ଟା କୃମି

(l) ପୁରୁଷ : ଶୁକ୍ରାଣୁ :: ସ୍ତ୍ରୀ : __________
Answer:
ଡ଼ିମ୍ବାଣୁ

(m) ମଣ୍ଟ୍ରିକଲ୍ ପ୍ରୋଟୋକଲ୍ : 1987 :: ପୃଥ‌ିବୀ ଶିଖର ସମ୍ମିଳନୀ : __________
Answer:
1992

(n) କୋଇଲା, ତେଲ : ଜୀବାଶ୍ମ ଇନ୍ଧନ :: ଅଙ୍ଗାର କାମ୍ଳ ଓ ମିଥେନ୍ : __________
Answer:
ସବୁଜ କୋଠରୀ ଗ୍ୟାସ

(o) ପୃଥ‌ିବୀ : 01 :: ଶୁକ୍ର : __________
Answer:
0.95

(ଚ) ଗୋଟିଏ ଶବ୍ଦ | ପଦରେ ଉତ୍ତର ଦିଅ ।

(a) ପୃଥ‌ିବୀର କଠିନ ବହିଃରାବଣ –
Answer:
ଭୂତ୍ଵକ

(b) ସବୁଜ ଉଭିଦର ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା –
Answer:
ଆଲୋକ ସଂଶ୍ଳେଷଣ

(c) ନେପ୍‌ନ ଗ୍ରହର ହାରାହାରି ତାପମାତ୍ରା-
Answer:
-200°C

(d) ସବୁଜ କୋଠରୀ ଗ୍ୟାସ୍‌ –
Answer:
ଅଙ୍ଗାରକାମ୍ଳ, ମିଥେନ୍

(e) ପୃଥ‌ିବୀର ଅନ୍ୟ ନାମ –
Answer:
ନୀଳଗ୍ରହ

(f) ତିନି ପରମାଣୁ ବିଶିଷ୍ଟ ଅମ୍ଳଜାନ ଅଣୁ –
Answer:
ଓଜୋନ୍

(g) ମହାକାଶରୁ ଆସୁଥ‌ିବା ଉଚ୍ଚ ଶକ୍ତି ବିଶିଷ୍ଟ କଣିକା –
Answer:
ମହାଜାଗତିକ ରଶ୍ମି

(h) ପୃଥ‌ିବୀର କଠିନ ଅଂଶ –
Answer:
ଭୂମଣ୍ଡଳ

(i) ପରାଗରେଣୁର ସ୍ଥାନାନ୍ତରଣ ପ୍ରକ୍ରିୟା –
Answer:
ପରାଗ ସଙ୍ଗମ

(j) ଜାୟକ ଚାରିପଟେ ଫୁଲର ମାଂସଳ ଅଂଶ –
Answer:
ଫଳ

(k) ଜୀବାଶ୍ମ ଇନ୍ଧନ –
Answer:
କୋଇଲା, ପେଟ୍ରୋଲିୟମ୍

Class 8 Science Chapter 13 Question Answer Odia Medium ଆମ ପୃଥିବୀ: ଜୀବନଧାରଣକାରୀ ଏକ ଅନ୍ୟନ୍ୟ ଗ୍ରହ

(l) ତାପମାତ୍ରା, ବର୍ଷା ଓ ପାଗରେ ଦୀର୍ଘମିଆଦି ପରିବର୍ତ୍ତନ –
Answer:
ଜଳବାୟୁ ପରିବର୍ତ୍ତନ

(m) ନବୀକରଣ ଯୋଗ୍ୟ ଶକ୍ତିର ଉଦାହରଣ –
Answer:
ସୌରଶକ୍ତି, ପବନ ଶକ୍ତି

(n) ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ହ୍ରାସ ଓ ପ୍ରଦୂଷଣ –
Answer:
ତୈଳାଗ୍ରହୀୟ ସଙ୍କଟ

(o) ପୃଥ‌ିବୀରେ ଜୀବନର ନିରନ୍ତରତା ସୁନିଶ୍ଚିତ କରିବା ପ୍ରକ୍ରିୟା-
Answer:
ପ୍ରଜନନ

Class 8 Science Chapter 10 Question Answer Odia Medium ଆଲୋକ: ଦର୍ପଣ ଓ ଲେନ୍‌ସ

Go through 8th Class Science Book Odia Medium Question Answer and Class 8 Science Chapter 10 Question Answer Odia Medium ଆଲୋକ: ଦର୍ପଣ ଓ ଲେନ୍‌ସ to understand textbook questions more clearly.

8th Class Science Chapter 10 Question Answer Odia Medium

Class 8 Science Chapter 10 Odia Medium

ଜିଜ୍ଞାସା ବଜାୟ ରଖ

Question 1.
ଆଲୋକ ରଶ୍ମି ଏକ ଦର୍ପଣ ଉପରେ ପଡୁଛି ଏବଂ ଏହାଦ୍ଵାରା ପ୍ରତିଫଳିତ ହେଉଛି (ଚିତ୍ର ୧୦.୨୧) । ଦର୍ପଣ ପ୍ରତି ଅଭିଲମ୍ବ ଓ ଆପତିତ ରଶ୍ମି ଦ୍ଵାରା ସୃଷ୍ଟି ହେଉଥ‌ିବା କୋଣ (i) ହେଉଛି 40° । ଦର୍ପଣ ପ୍ରତି ଅଭିଲମ୍ବ ଓ ପ୍ରତିଫଳିତ ରଶ୍ମିଦ୍ଵାରା ସୃଷ୍ଟି ହୋଇଥିବା କୋଣ କେତେ ?
Class 8 Science Chapter 10 Question Answer Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 1
(i) 40°
(iii) 45°
(ii) 50°
(iv) 60°
Answer:
(i) 40° (ଦଉଅଛି ଆପତନ କୋଣର ପରିମାଣ 40° ।)
ଆଲୋକ ପ୍ରତିଫଳନ ନିୟମ ଦୃଷ୍ଟିରୁ ଆପତନ କୋଣ = ପ୍ରତିଫଳନ କୋଣ = 40°
(ଦର୍ପଣର ସମତଳ ଓ ପ୍ରତିଫଳିତ ରଶ୍ମି ମଧ୍ଯରେ କୋଣ 90° – 40° = 50°)

Question 2.
ଚିତ୍ର ୧୦.୨୨ ତିନୋଟି ଭିନ୍ନ ପରିସ୍ଥିତି ଦେଖାଉଛି ଯେଉଁଠାରେ ଏକ ଆଲୋକ ରଶ୍ମି ଏକ ଦର୍ପଣ ଉପରେ ପଡୁଛି ।
Class 8 Science Chapter 10 Question Answer Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 2
(i) ଆଲୋକ ରଶ୍ମି ଅଭିଲମ୍ବ ଦିଗରେ ପଡେ ।
(ii) ଦର୍ପଣକୁ ସାମାନ୍ୟ ବଙ୍କାକଲେ ମଧ୍ୟ ଆଲୋକ ରଶ୍ମି ଅଭିଲମ୍ବ ଦିଗରେ ପଡେ ।
(iii) ଦର୍ପଣକୁ ସାମାନ୍ୟ ବଙ୍କାକଲେ ଆଲୋକରଶ୍ମି ଅଭିଲମ୍ବ ସହ 20° କୋଣ କରି ପଡେ ।
ରୁଲର ଓ ପ୍ରୋଟ୍ରାକ୍ଟର ସାହାଯ୍ୟରେ ପ୍ରତିଫଳିତ ରଶ୍ମି ଅଙ୍କନ କର । ପ୍ରତିକ୍ଷେତ୍ରରେ ପ୍ରତିଫଳନ କୋଣ କେତେ ?
Answer:
(i) ଆଲୋକରଶ୍ମି ଅଭିଲମ୍ବ ଦିଗରେ ପଡ଼ିଲେ ଆପତନ କୋଣ ୦° ହେବ । ଏଣୁ ପ୍ରତିଫଳନ କୋଣ ମଧ୍ଯ 0° ହେବ ।
(ii) ଦର୍ପଣଟି ସାମାନ୍ୟ ଢ଼ଳିଗଲେ ମଧ୍ୟ ଆପତନ ରଶ୍ମି ଅଭିଲମ୍ବ ଦେଇଯିବ । ଏଠାରେ ଆପତନ କୋଣ ଓ ପ୍ରତିଫଳନ କୋଣ ପ୍ରତ୍ୟେକଟି ୦° ହେବ । ପ୍ରତିଫଳନ ରଶ୍ମି ମଧ୍ୟ ଅଭିଲମ୍ବ ଦେଇ ପ୍ରତ୍ୟାବର୍ତ୍ତନ କରିବ ।
(iii) ଆପତନ କୋଣ 20° ହେଲେ ପ୍ରତିଫଳନ କୋଣ 20° ହେବ । ପ୍ରତିଫଳନ ରଶ୍ମି ଅଭିଲମ୍ବ ସହ 20° କୋଣ କରି ପ୍ରତ୍ୟାବର୍ତ୍ତନ କରିବ ।
Class 8 Science Chapter 10 Question Answer Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 3

Class 8 Science Chapter 10 Question Answer Odia Medium ଆଲୋକ: ଦର୍ପଣ ଓ ଲେନ୍‌ସ

Question 3.
ଚିତ୍ର ୧୦.୨୩ରେ ଏକ ସ୍କେଚ୍ ପେନ୍‌ର କ୍ୟାପ ତିନି ପ୍ରକାରର ଦର୍ପଣ ସମ୍ମୁଖରେ ରଖାଯାଇଛି । ପ୍ରତ୍ୟେକ ପ୍ରତିବିମ୍ବକୁ ସଠିକ ଦର୍ପଣ ସହ ମେଳକର । (ପ୍ରଶ୍ନ ସହ ଉତ୍ତର)
Class 8 Science Chapter 10 Question Answer Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 4
Class 8 Science Chapter 10 Question Answer Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 5
Answer:

ଚିତ୍ରର ନାମ ପ୍ରତିବିମ୍ବ ଦର୍ପଣ
(i) ପ୍ରତିବିମ୍ବ ସାନ ଓ ସଳଖ ଉତ୍ତଳ ଦର୍ପଣ
(ii) ପ୍ରତିବିମ୍ବ ସଳଖ ଓ ବର୍ଷିତ ଅବତଳ ଦର୍ପଣ
(iii) ପ୍ରତିବିମ୍ବ ସଳଖ ଓ ସମାନ ସମତଳ ଦର୍ପଣ

Question 4.
ଚିତ୍ର ୧୦.୨୪ରେ ଏକ ସ୍କେଚ୍ ପେନ୍‌ର କ୍ୟାପ ଏକ ଉତ୍ତଳ ଲେନ୍ସ, ଏକ ଅବତଳ ଲେନ୍ସ ଏବଂ ଏକ ସମତଳ ସ୍ଵଚ୍ଛ କାଚଖଣ୍ଡ ପଛରେ ସମାନ ଦୂରତାରେ ରଖାଯାଇଛି । ପ୍ରତ୍ୟେକ ପ୍ରତିବିମ୍ବକୁ ସଠିକ୍ ପ୍ରକାରର ଲେନ୍ସ କିମ୍ବା କାଚ ସହିତ ମେଳକର ।
Class 8 Science Chapter 10 Question Answer Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 6
Class 8 Science Chapter 10 Question Answer Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 7
Answer:

ପ୍ରତିବିମ୍ବ ଲେନ୍ସ/ଦର୍ପଣ
(i) ଉତ୍ତଳ ଲେନ୍ସ
(ii) ସମତଳ ସ୍ଵଚ୍ଛ କାଚଖଣ୍ଡ
(iii) ଅବତଳ ଲେନ୍ସ

Question 5.
ଯେତେବେଳେ ଆଲୋକ ପର୍ଦାରେ ଅଭିଲମ୍ବ ବିନ୍ଦୁରେ ଆପତିତ ହୁଏ, ନିମ୍ନଲିଖିତ ଉକ୍ତିଗୁଡ଼ିକ ମଧ୍ୟରୁ କେଉଁଟି ସତ୍ୟ ?
(i) ଆପତନ କୋଣ ୯୦°
(ii) ଆପତନ କୋଣ ୦°
(iii) ପ୍ରତିଫଳନ କୋଣ ୬୦°
(iv) ଆଲୋକର କୌଣସି ପ୍ରତିଫଳନ ଘଟେ ନାହିଁ
Answer:
(ii) ଆପତନ କୋଣ ୦°
(କାରଣ ଆଲୋକ ଦର୍ପଣର ଅଭିଲମ୍ବ ଦିଗରେ ଆପତିତ ହେଲେ ଆପତନ ରଶ୍ମୀ ଓ ଅଭିଲମ୍ବ ମଧ୍ୟରେ କୋଣ ୦° ହୁଏ । ଏଠାରେ ପ୍ରତିଫଳନ କୋଣ ମଧ୍ୟ ୦° ହୁଏ ।)

Question 6.
ଚିତ୍ର ୧୦.୨୫ରେ ତିନୋଟି ଦର୍ପଣ ଯଥା ସମତଳ, ଅବତଳ ଓ ଉତ୍ତଳ ଅଛି । ଗ୍ରାଫ୍ କାଗଜର ଦର୍ପଣଗୁଡ଼ିକ ଦ୍ଵାରା ସୃଷ୍ଟି ପ୍ରତିବିମ୍ବ ଆଧାରରେ ଦର୍ପଣଗୁଡ଼ିକର ପ୍ରକାର ଚିହ୍ନଟ କରି ଉକ୍ତ ଦର୍ପଣ ଉପରେ ଲେଖ ।
Class 8 Science Chapter 10 Question Answer Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 8
Answer:

ଚିତ୍ର ପ୍ରତିବିମ୍ବ ଦର୍ପଣର ପ୍ରକାର
(i) ପ୍ରତିବିମ୍ବ ସମାନ ଓ ସଳଖ ସମତଳ ଦର୍ପଣ
(ii) ପ୍ରତିବିମ୍ବ ବର୍ଦ୍ଧିତ ଓ ନିକଟତର ଅବତଳ ଦର୍ପଣ
(iii) ପ୍ରତିବିମ୍ବ ଅତି କ୍ଷୁଦ୍ର ଓ ଅଦୃଶ୍ୟପ୍ରାୟ ଉତ୍ତଳ ଦର୍ପଣ

Question 7.
ଏକ ସଂଗ୍ରହାଳୟ ଜଣେ ମହିଳା ଏକ ବଡ଼ ଉତ୍ତଳ ଦର୍ପଣ ଆଡ଼କୁ ଯାଉଛନ୍ତି (ଚିତ୍ର ୧୦.୨୬) । ସେ ଦେଖ‌ିବେ :
Class 8 Science Chapter 10 Question Answer Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 9
(i) ତାଙ୍କର ସିଧା ପ୍ରତିବିମ୍ବ ଆକାରରେ ହ୍ରାସ ପାଉଛି ।
(ii) ତାଙ୍କର ଓଲଟା ପ୍ରତିବିମ୍ବ ଆକାରରେ ହ୍ରାସ ପାଉଛି ।
(iii) ତାଙ୍କର ଓଲଟା ପ୍ରତିବିମ୍ବ ଆକାରରେ ବୃଦ୍ଧି ପାଉଛି ଏବଂ ଶେଷରେ ସିଧା ଏବଂ ବଡ଼ ହୋଇଯାଏ ।
(iv) ତାଙ୍କର ସିଧା ପ୍ରତିବିମ୍ବ ଆକାରରେ ବୃଦ୍ଧି ପାଉଛି ।
Answer:
(i) ତାଙ୍କର ସିଧା ପ୍ରତିବିମ୍ବ ଆକାରରେ ହ୍ରାସ ପାଉଛି ।

Question 8.
ବହି ଉପରେ ଏକ ବର୍ଷକ କାଚ ଧରି ରଖ ଏବଂ କେଉଁ ଦୂରତାରେ ତୁମେ ଅକ୍ଷରଗୁଡ଼ିକ ମୂଳଲେଖା ଠାରୁ ବଡ଼ ଦେଖୁପାରିବ । ଏବେ କାଚକୁ ଅକ୍ଷରଠାରୁ ଦୂରକୁ ଘୁଞ୍ଚାଅ । ତୁମେ କ’ଣ ଲକ୍ଷ୍ୟ କରିବ । ଏକ ବର୍ଷକ କାଚ କେଉଁ ପ୍ରକାରର ଲେନ୍ସ ହୋଇଥାଏ ।
Answer:
ଅକ୍ଷରଗୁଡ଼ିକ ବର୍ଷକ କାଚର ଫୋକସ ଦୂରତାଠାରୁ କମ୍ ଦୂରତାରେ ରହିଲେ ବା ଲେନ୍ସର ଆଲୋକ କେନ୍ଦ୍ର ଓ ଫୋକସ୍ ମଧ୍ୟରେ ରହିଲେ ପ୍ରତିବିମ୍ବ ସଳଖ ଓ ବର୍ଦ୍ଧିତ ହେବ । ଲେନ୍‌ସକୁ ଅକ୍ଷରଠାରୁ ଦୂରକୁ ନେଲେ ଅର୍ଥାତ ଅକ୍ଷରଗୁଡ଼ିକ ଫୋକସ୍ ବା ଏହାଠାରୁ ଅଧିକ ଦୂରତାରେ ରହିଲେ ପ୍ରତିବିମ୍ବ ଓଲଟା ହେବ । ବର୍ଷକ କାଚକୁ ଉତ୍ତଳ ଲେନ୍ସ କୁହାଯାଏ ।

Question 9.
(i) ସ୍ତମ୍ଭ ସହିତ (ii) ସ୍ତମ୍ଭରେ ଥ‌ିବା ଲେଖାଗୁଡ଼ିକ ମେଳକର । (ପ୍ରଶ୍ନ ସହ ଉତ୍ତର)
Answer:

(i) ସ୍ତମ୍ଭ (ii) ସ୍ତମ୍ଭ
ଅବତଳ ଦର୍ପଣ (କ) ଏକ ବର୍ତ୍ତୁଳ ଦର୍ପଣ ଯାହାର ପ୍ରତିଫଳକ ପୃଷ୍ଠ ଭିତରକୁ ବକ୍ର ହୋଇଯାଏ ।
ଉତ୍ତଳ ଦର୍ପଣ (ଖ) ଏହା ଏକ ପ୍ରତିବିମ୍ବ ଗଠନ କରେ ଯାହା ସର୍ବଦା ସିଧା ଏବଂ ଆକାରରେ ଛୋଟଥାଏ ।
ଉତ୍ତଳ ଲେନ୍ସ (ଗ) ଏହା ପଛରେ ରଖାଯାଇଥିବା ବସ୍ତୁ କିଛି ଦୂରତାରେ ଓଲଟା ଦେଖାଯାଇପାରେ ।
ଅବତଳ ଲେନ୍ସ (ଘ) ଏହା ପଛରେ ରଖାଯାଇଥିବା ବସ୍ତୁ ସର୍ବଦା ଛୋଟ ଆକାରର ଦେଖାଯାଏ

Question 10.
ନିମ୍ନଲିଖତ ପ୍ରଶ୍ନଟି ଏକ ସ୍ପଷ୍ଟୋକ୍ତି ଏବଂ ଏହାକୁ ବୁଝାଉଥବା ବ୍ୟାଖ୍ୟା ବା କାରଣ ଉପରେ ଆଧାରିତ ।
ସ୍ପଷ୍ଟୋକ୍ତି – ଉତ୍ତଳ ଦର୍ପଣ ଆମ ପଛରେ ଟ୍ରାଫିକ ଦେଖିବାପାଇଁ ବ୍ୟବହାର କରାଯାଏ ।
କାରଣ – ଉତ୍ତଳ ଦର୍ପଣ ସମତଳ ଦର୍ପଣ ଅପେକ୍ଷା ବ୍ୟାପକ ଦୃଶ୍ୟ ଦୃଷ୍ଟିକ୍ଷେତ୍ର ପ୍ରଦାନ କରେ । ସଠିକ୍ ବିକଳ୍ପ ବାଛ ।
(i) ଉକ୍ତି ଏବଂ କାରଣ ଉଭୟ ଠିକ୍ ଏବଂ କାରଣ ହେଉଛି ଉକ୍ତିପାଇଁ ସଠିକ୍ ବ୍ୟାଖ୍ୟା ।
(ii) ଉଭୟ ଉକ୍ତି ଏବଂ କାରଣ ଠିକ୍ କିନ୍ତୁ କାରଣ ଉକ୍ତିପାଇଁ ସଠିକ୍ ବ୍ୟାଖ୍ୟା ନୁହେଁ ।
(iii) ଉକ୍ତି ଠିକ୍ କିନ୍ତୁ କାରଣ ଭୁଲ୍ ।
(iv) ଉଭୟ ଉକ୍ତି ଓ କାରଣ ଭୁଲ୍ ଅଟେ ।
Answer:
(i) ଉକ୍ତି ଏବଂ କାରଣ ଉଭୟ ଠିକ୍ ଅଟେ ଏବଂ କାରଣ ହେଉଛି ଉକ୍ତିପାଇଁ ସଠିକ୍ ବ୍ୟାଖ୍ୟା

Question 11.
ଚିତ୍ର ୧୦.୨୭ରେ ଧ୍ୟାନ ଦିଅ ଯେ ବସ୍ତୁକୁ ‘୦’ ଦର୍ପଣକୁ ‘M’ ଓ ପ୍ରତିବିମ୍ବକୁ ‘T’ ଅକ୍ଷରରେ ଚିହ୍ନିତ କରାଯାଇଛି । ନିମ୍ନଲିଖୂତ ଉକ୍ତିଗୁଡ଼ିକ ମଧ୍ୟରୁ କେଉଁଟି ସତ୍ୟ ?
Class 8 Science Chapter 10 Question Answer Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 10
(i) ଚିତ୍ର (କ) ଏକ ସମତଳ ଦର୍ପଣକୁ ସୂଚିତ କରେ ଏବଂ ଚିତ୍ର (ଖ) ଏକ ଅବତଳ ଦର୍ପଣକୁ ସୂଚିତ କରେ ।
(ii) ଚିତ୍ର (କ) ଏକ ଉତ୍ତଳ ଦର୍ପଣକୁ ସୂଚିତ କରେ ଏବଂ ଚିତ୍ର (ଖ) ଏକ ଅବତଳ ଦର୍ପଣକୁ ସୂଚିତ କରେ ।
(iii) ଚିତ୍ର (କ) ଏକ ଅବତଳ ଦର୍ପଣ ଏବଂ ଚିତ୍ର (ଖ) ଏକ ଉତ୍ତଳ ଦର୍ପଣକୁ ସୂଚିତ କରେ ।
(iv) ଚିତ୍ର (କ) ଏକ ସମତଳ ଦର୍ପଣକୁ ସୂଚିତ କରେ ଏବଂ ଚିତ୍ର (ଖ) ଏକ ଉତ୍ତଳ ଦର୍ପଣକୁ ସୂଚିତ କରେ ।
Answer:
(ii) ଚିତ୍ର (କ) ଏକ ଉତ୍ତଳ ଦର୍ପଣକୁ ସୂଚିତ କରେ ଏବଂ ଚିତ୍ର (ଖ) ଏକ ଅବତଳ ଦର୍ପଣକୁ ସୂଚିତ କରେ । (ଏହାର କାରଣ ହେଲା ଚିତ୍ର ‘କ’ରେ ପ୍ରତିବିମ୍ବ ସାନ, ସଳଖ ଆଭାସୀ ଏବଂ ଦର୍ପଣର ଆରପଟେ ସୃଷ୍ଟି ହୁଏ । ଚିତ୍ର (ଖ)ରେ ଅବତଳ ଦର୍ପଣରେ ବସ୍ତ ଫୋକସ ଓ ମେରୁ ମଧ୍ୟରେ ଥ‌ିବାରୁ ସଳଖ, ଆଭାସୀ, ବଦ୍ଧିତ ପ୍ରତିବିମ୍ବ ଦର୍ପଣର ଅନ୍ୟପଟେ ସୃଷ୍ଟି ହୁଏ ।)

Question 12.
ଏକ ସ୍ଵଚ୍ଛ କାଚ ଗ୍ଲାସ ପଛରେ ଏକ ପେନ୍‌ସିଲ୍ ରଖ (ଚିତ୍ର ୧୦.୨୮
(କ)) । ଏବେ ଗ୍ଲାସକୁ ଅଧା ପାଣିରେ ପୂର୍ଣକର (ଚିତ୍ର ୧୦.୨୮
(ଖ)) । ପାଣି ମଧ୍ୟଦେଇ ଦେଖିଲେ ପେନସିଲ୍ କି ପରି ଦେଖାଯାଏ ? ଏହାର ଆକୃତି କାହିଁକି ପରିବର୍ତ୍ତିତ ଦେଖାଯାଏ ତାହା ବ୍ୟାଖ୍ୟା କର ।
Class 8 Science Chapter 10 Question Answer Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 11
Answer:

  • ଚିତ୍ର (କ) ରେ ପେନ୍‌ସିଲ୍ କାଚ ଗ୍ଲାସ ମଧ୍ୟ ଦେଇ ଦେଖାଯାଉଛି। ଚିତ୍ର (ଖ) ରେ ପାଣିଉପରେ ଥ‌ିବା ପେନ୍‌ସିଲ୍‌ର ଉପର ଅଂଶ କାଚଦେଇ ଦେଖାଯାଏ । ତେଣୁ ଏହା ପୂର୍ବପରି ଅର୍ଥାତ୍ ଚିତ୍ର (କ) ପରି ଦେଖାଯାଉଛି ।
  • ଚିତ୍ର (ଖ)ରେ ଜଳର ପୃଷ୍ଠତଳଠାରୁ ପେନସିଲ୍ ବଜ୍ର ବା ଭାଙ୍ଗିଯିବାର ଦେଖାଯିବ । କାରଣ ଆଲୋକ ଜଳ ମାଧ୍ୟମରୁ ବାୟୁ ମାଧ୍ୟମକୁ ଗତି କରିବା ସମୟରେ ଅଭିଲମ୍ବଠାରୁ ଦୂରେଇ ଯିବ, ଯାହାଦ୍ଵାରା ବୁଡ଼ିଥିବା ଅଂଶ ପୃଥକ ଭାବେ ଦେଖାଯିବ । ଏହା ଆଲୋକ ପ୍ରତିସରଣ ଯୋଗୁଁ ଘଟିଥାଏ ।

ଆବିଷ୍କାର, ପରିକଳ୍ପନା ଏବଂ ବିତର୍କ କର

ତୁମର ଶିକ୍ଷକ କିମ୍ବା ପିତାମାତାଙ୍କ ସହିତ ନିକଟସ୍ଥ ହସ୍ପିଟାଲ କିମ୍ବା କର୍ଣ୍ଣ, ନାସା, ଗଳା ବିଶେଷଜ୍ଞ କିମ୍ବା ଦନ୍ତ ଚିକିତ୍ସକ କ୍ଲିନିକ୍ ପରିଦର୍ଶନ କର । କର୍ଣ୍ଣ, ନାସା, ଗଳା ଏବଂ ଦାନ୍ତ ପରୀକ୍ଷା କରିବା ପାଇଁ ବ୍ୟବହୃତ ଦର୍ପଣ ଦେଖାଇବାକୁ ଡାକ୍ତରଙ୍କୁ ଅନୁରୋଧ କର । ଏହି ଉପକରଣଗୁଡ଼ିକରେ ବ୍ୟବହୃତ ଦର୍ପଣର ପ୍ରକାର ଚିହ୍ନଟ କର । ସୂର୍ଯ୍ୟାଲୋକର ଉପଯୋଗ କରିବା ଭବିଷ୍ୟତର ଶକ୍ତି ସମସ୍ୟାର ସମାଧାନ ପାଇଁ ଏକ ବିକଳ୍ପ । ସୌର ରନ୍ଧକ (ଚିତ୍ର ୧୦.୨୯) ଭଳି ଉପକରଣଗୁଡ଼ିକରେ ସୂର୍ଯ୍ୟକିରଣକୁ ଏକତ୍ରିତ କରିବା ଏବଂ ତାପ ଉତ୍ପାଦନ କରିବା ପାଇଁ ଦର୍ପଣ ବ୍ୟବହାର କରାଯାଏ । ଭାରତରେ ଗ୍ରାମଗୁଡ଼ିକରେ ଏପରି ବ୍ୟବସ୍ଥା କରାଯାଏ । ଯାହା ଫଳରେ ବିଦ୍ୟୁତ୍ ସଞ୍ଚୟ ହୁଏ ଏବଂ ଜୀବାଶ୍ମ ଇନ୍ଧନ ବ୍ୟବହାରରେ ହ୍ରାସ ହୁଏ । ତୁମର ସ୍କୁଲ କିମ୍ବା ଘର ପାଇଁ ଏକ ସୌର ରନ୍ଧକ ବ୍ୟବହାର ପାଇଁ ଡିଜାଇନ୍ ବିଷୟରେ ଚିନ୍ତାକର ଏବଂ ଆବଶ୍ୟକ ଖର୍ଚ୍ଚ ହିସାବ ସହିତ ଏହା ପାଇଁ ଏକ ବିସ୍ତୃତ ପ୍ରସ୍ତାବ ପ୍ରସ୍ତୁତି କର ।
ବର୍ତ୍ତୁଳ ଦର୍ପଣ ଏବଂ ଲେନ୍ସ ସହିତ ଅଭାସୀ ପରୀକ୍ଷଣ (virtual experiment) କରିବାକୁ ଅନଲାଇନ୍ ଉପକରଣ କିମ୍ବା ଆନିମେସନ୍ ବ୍ୟବହାର କର । ଅନୁରୂପଣ (Simulation) କରି ବସ୍ତୁଗୁଡ଼ିକୁ ଘୁଞ୍ଚାଅ ଏବଂ ପ୍ରତିବିମ୍ବ କିପରି ପରିବର୍ତ୍ତନ ହୁଏ ତାହା ଦେଖ ।

Class 8 Science Chapter 10 Question Answer Odia Medium ଆଲୋକ: ଦର୍ପଣ ଓ ଲେନ୍‌ସ

ପାଠ୍ୟପୁସ୍ତକସ୍ଥ ଅନୁସନ୍ଧାନ ଓ ଚିନ୍ତନ ପ୍ରଶ୍ନୋତ୍ତର

Question 1.
ଆମେ କ’ଣ ଏପରି ଦର୍ପଣ ତିଆରି କରିପାରିବା ଯାହା ବସ୍ତୁଠାରୁ ବଡ଼ କିମ୍ବା ଛୋଟ ଆକାରର ପ୍ରତିବିମ୍ବ ସୃଷ୍ଟି କରିପାରିବ ?
Answer:
ହଁ, ଆମେ ବକ୍ର ଦର୍ପଣ ଯଥା ଅବତଳ ଓ ଉତ୍ତଳ ଦର୍ପଣ ବ୍ୟବହାର କରି ବସ୍ତୁଠାରୁ ବଡ଼ କିମ୍ବା ଛୋଟ ପ୍ରତିବିମ୍ବ ପାଇପାରିବା ।

Question 2.
ମୋଟରଗାଡ଼ିର ପାର୍ଶ୍ଵ-ଦୃଶ୍ୟ ଦର୍ପଣରେ, ଏକ ସତର୍କ ବାର୍ତ୍ତା ଥାଏ । ‘ଦର୍ପଣରେ ଦେଖାଯାଉଥ‌ିବା ଦୂରତା ତୁଳନାରେ ବାସ୍ତବରେ ବସ୍ତୁଗୁଡ଼ିକ ଅପେକ୍ଷାକୃତ ନିକଟତର ଦୂରତାରେ ଅଛନ୍ତି ।’’ ଏହା ସେଠାରେ କାହିଁକି ଲେଖାଯାଇଛି ।
Answer:
ଯାନବାହାନରେ ବ୍ୟବହୃତ ପାର୍ଶ୍ବ ଦର୍ପଣଗୁଡ଼ିକ ହେଉଛି ଉତ୍ତଳ ଦର୍ପଣ, ଯାହା ବସ୍ତୁଗୁଡ଼ିକୁ ଛୋଟ ଏବଂ ପ୍ରକୃତ ଦୂରତାଠାରୁ ଅଧିକ ଦୂରତା ଥ‌ିବା ପରି ଦେଖାଏ । ଏହା ଫଳରେ ପଛରେ ଥିବା ଗାଡ଼ିର ଦୂରତା ଆକଳନରେ ଭୁଲ୍ ହୋଇ ଦୁର୍ଘଟଣା ଘଟିପାରେ । ତେଣୁ ଡ୍ରାଇଭରମାନଙ୍କୁ ସତର୍କ କରିବା ପାଇଁ ଏକ ସାବଧାନତା ମୂଳକ ପଦକ୍ଷେପ ଭାବରେ ସେଠାରେ ସତର୍କ ବାର୍ତ୍ତା ଦିଆଯାଇଥାଏ ।

Question 3.
କେତେକ ପଠନ ଚଷମାରେ କାହିଁକି ଏକ ବକ୍ର ରେଖା ଥାଏ ?
Answer:
ଚାଳିଶା ରୋଗରେ ପୀଡ଼ିତ ବ୍ୟକ୍ତିମାନେ ପଢ଼ିବା ପାଇଁ ଯେଉଁ ଚଷମା ବ୍ୟବହାର କରନ୍ତି, ତାହା ହେଉଛି ଦ୍ୱି- ଫୋକସ୍ ଯୁକ୍ତ ଲେନ୍ସ । ଏହାର ନିମ୍ନ ଭାଗରେ ନିକଟ ବସ୍ତ୍ର ଦେଖିବା ପାଇଁ ଉତ୍ତଳ ଲେନ୍ସ ଏବଂ ଉପର ଭାଗରେ ଦୂର ବସ୍ତୁ ଦେଖୁବା ପାଇଁ ଅବତଳ ଲେନ୍ସ ଥାଏ । ଏହି ଦୁଇଟି ଲେନ୍ସର ସୀମା ରେଖା ଏକ ବକ୍ର ରେଖା ପରି ଦେଖାଯାଏ ।

ଅତିରିକ୍ତ ଅଭ୍ୟାସ ପ୍ରଶ୍ନୋତ୍ତର

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

(କ) ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
କେଉଁ ପ୍ରକାର ଦର୍ପଣ ଉଭୟ ବାସ୍ତବ ଓ ଆଭାସୀ ପ୍ରତିବିମ୍ବ ଗଠନ କରେ ?
(a) ସମତଳ ଦର୍ପଣ
(b) ଉତ୍ତଳ ଦର୍ପଣ
(c) ଅବତଳ ଦର୍ପଣ
(d) ଉପରୋକ୍ତ ସମସ୍ତ
Answer:
(c) ଅବତଳ ଦର୍ପଣ

Question 2.
ରାହୁଲ ଟେବୁଲ ଉପରେ ଗୋଟିଏ ଲେନ୍ସ ରଖୁଲା । ଏହି ଲେନ୍ସ ମାଧ୍ୟମରେ ସେ ଏକ ବସ୍ତୁ ଦେଖୁବାରୁ ବସ୍ତୁଟି ସବୁକ୍ଷେତ୍ରରେ ସାନ ଦେଖାଗଲା । ସେ କି ପ୍ରକାର ଲେନ୍ସ ରଖୁଥୁଲା ?
(a) ଉତ୍ତଳ ଲେନ୍ସ
(b) ଅବତଳ ଲେନ୍ସ
(c) ସମତଳ କାଚ,
(d) ପରିବର୍ଷକ କାଚ
Answer:
(b) ଅବତଳ ଲେନ୍ସ

Question 3.
ଗୋଟିଏ କାର୍ଡବୋର୍ଡ଼ ସମ୍ମୁଖରେ ଏକ କ୍ଷୁଦ୍ର ଦର୍ପଣ ରଖାଯାଇଛି । A, B, C ଓ Ð ଚିତ୍ରରେ କାର୍ଡବୋଡ୍ଟି ଗୋଟିଏ ବିଦ୍ୟୁତ୍ ବଲ୍‌ବଦ୍ଵାରା ଆଲୋକିତ ହେଉଛି । କେଉଁ ଅବସ୍ଥାନରେ ଦର୍ପଣଟି ଦୃଶ୍ୟମାନ ହେବ ?
Class 8 Science Chapter 10 Question Answer Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 12
(a) A
(b) B
(c) C
(d) D
Answer:
(a) A

Question 4.
ଦୁଇଟି ଦର୍ପଣ ପରସ୍ପର ୨୦° କୋଣରେ ଆନତ ଅଟନ୍ତି । A ଦର୍ପଣରେ ଏକ ଆପତନ ରଶ୍ମୀ 20° ଆପତନ କୋଣ କରି ପ୍ରତିଫଳନ ପରେ B ଦର୍ପଣ ଉପରେ ପଡ଼ିଲା । B ଦର୍ପଣ ପୃଷ୍ଠରେ ପ୍ରତିଫଳନ କୋଣ କେତେ ହେବ ?
Class 8 Science Chapter 10 Question Answer Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 13
(a) 25°
(b) 70°
(c) 50°
(d) 115°
Answer:
(b) 70°

Question 5.
ଗୋଟିଏ କାର୍ଡ ବୋର୍ଡ଼ରେ P ଠାରେ କ୍ଷୁଦ୍ରର ନ୍ଧ୍ର ଟି କରାଗଲା । ଟର୍ଚ୍ଚ ସାହାଯ୍ୟରେ ରନ୍ଧ୍ର ମଧ୍ୟଦେଇ ଆଲୋକ ପଠାଗଲା । ଆଲୋକ ରଶ୍ମୀ ରନ୍ଧ୍ରଦେଇ ଗୋଟିଏ ଦର୍ପଣ ଉପରେ ପଡ଼ିଲା । କେଉଁ ସ୍ଥାନରୁ ଆଖୁରେ ଦେଖ‌ିଲେ ରନ୍ଧ୍ରଟି ଦୃଶ୍ୟମାନ ହେବ ?
Class 8 Science Chapter 10 Question Answer Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 14
(a) A
(b) B
(c) C
(d) D
Answer:
(a) A

Question 6.
ଚିତ୍ରରେ S1 S2, ଓ S3, ପୃଷ୍ଠତଳ ଉପରେ ଆଲୋକ ରଶ୍ମୀ
କେଉଁଠାରେ ଆପତନ କୋଣ ପ୍ରତିଫଳନ କୋଣ ସହ ସମାନ ହେବ ?
Class 8 Science Chapter 10 Question Answer Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 15
(a) କେବଳ S2
(b) S1 ଓ S2 ଉପରେ
(c) S1 ଓ S3 ଉପରେ
(d) ସମସ୍ତ ପୃଷ୍ଠତଳ ଉପରେ
Answer:
(d) ସମସ୍ତ ପୃଷ୍ଠତଳ ଉପରେ

Question 7.
ଗୋଟିଏ ସିନେମା ପ୍ରୋଜେକ୍ଟରରେ କେଉଁ ଆଲୋକୀୟ ଉପକରଣ ବ୍ୟବହାର କରାଯାଏ ନାହିଁ ?
(a) ଅବତଳ ଦର୍ପଣ
(b) ଉତ୍ତର ଲେନ୍ସ
(c) ସମତଳ ଦର୍ପଣ
(d) ଉତ୍ତଳ ଦର୍ପଣ
Answer:
(b) ଉତ୍ତର ଲେନ୍ସ

Question 8.
ତୁମେ ଏକ ସମତଳ ଦର୍ପଣ ସମ୍ମୁଖରେ ଠିଆହୋଇ ତୁମର ଡାହାଣ ଗାଲକୁ ଆମ୍ପୁଡ଼ି ଦେଲେ ତୁମ ପ୍ରତିବିମ୍ବରେ କ’ଣ ଦେଖାଯିବ ?
(a) ଡାହାଣ ଗାଲରେ ଆମ୍ପୁଡ଼ା ଦାଗ
(b) ବାମ ଗାଲରେ ଆମ୍ପୁଡ଼ା ଦାଗ
(c) ଉଭୟ ଗାଲରେ ଆମ୍ପୁଡ଼ା ଦାଗ
(d) ଦାଗ କିଛି ଦେଖାଯିବନି
Answer:
(b) ବାମ ଗାଲରେ ଆମ୍ପୁଡ଼ା ଦାଗ

Question 9.
ବହିର ଛୋଟ ଛୋଟ ଅକ୍ଷରଗୁଡ଼ିକୁ ବଡ଼ ଆକାରରେ ଦେଖୁ ପଢ଼ିବାପାଇଁ ତୁମେ ଏକ ପ୍ରକାର ଲେନ୍ସ ବ୍ୟବହାର କରୁଛ । ତୁମର ଲେନ୍ସଟି କି ପ୍ରକାର ଲେନ୍ସ ?
(a) ଅବତଳ
(b) ଉତ୍ତଳ
(c) ସିଲିଣ୍ଡରୀୟ
(d) ସମତଳ କାଚଖଣ୍ଡ
Answer:
(b) ଉତ୍ତଳ

Question 10.
ଅବତଳ ଲେନ୍ସ ପାଇଁ ନିମ୍ନୋକ୍ତ କେଉଁ ଉକ୍ତିଟି ଠିକ୍ ?
(a) ଏହା ସର୍ବଦା ବାସ୍ତବ ପ୍ରତିବିମ୍ବ ଗଠନ କରେ ।
(b) ଧାର ତୁଳନାରେ ଏହାର ମଝି ଅଂଶ ମୋଟା ।
(c) ଏହା ଦୂରବୀକ୍ଷଣରେ ବ୍ୟବହୃତ ହୁଏ ।
(d) ଏହା ଆଲୋକରଶ୍ମୀ ଗୁଡ଼ିକୁ ଅଭିସାରିତ କରେ ।
Answer:
(b) ଧାର ତୁଳନାରେ ଏହାର ମଝି ଅଂଶ ମୋଟା ।

Question 11.
ଆଖ୍ ପରୀକ୍ଷା କରିବା ସମୟରେ ଚକ୍ଷୁ ବିଶେଷଜ୍ଞ ଏକ ସ୍ଵତନ୍ତ୍ର ପ୍ରକାରର ଲେନ୍ସ ବ୍ୟବହାର କରନ୍ତି । ଏହା ପ୍ରକାର ଲେନ୍ସ ?
(a) ଉତ୍ତଳ ଲେନ୍ସ
(b) ଅବତଳ ଲେନ୍ସ
(c) ସମତଳ ଦର୍ପଣ
(d) ପ୍ରିଜିମ୍
Answer:
(a) ଉତ୍ତଳ ଲେନ୍ସ

Question 12.
ଟର୍ଚ୍ଚଲାଇଟ୍ ଅଗ୍ରରେ ଗୋଟିଏ ଲେନ୍ସ ରଖିଲେ ଏହା ଶକ୍ତିଶାଳୀ କେନ୍ଦ୍ରୀଭୂତ ଆଲୋକ ପକାଇଥାଏ । ଏଥୁରେ କି ପ୍ରକାର ଲେନ୍ସ ବ୍ୟବହାର ହୁଏ ଏବଂ ଏହାର କାର୍ଯ୍ୟ କ’ଣ ?
(a) ଉତ୍ତଳ ଲେନ୍ସ – ଏହା ଆଲୋକ ରଶ୍ମୀକୁ ଅଭିସାରିତ କରେ ।
(b) ଅବତଳ ଲେନ୍ସ – ଏହା ଆଲୋକ ରଶ୍ମୀଗୁଡ଼ିକୁ ବିଚ୍ଛୁରିତ କରେ ।
(c) ସମତଳ କାଚ – ଏହାର ଆଲୋକ ଉପରେ ପ୍ରଭାବ ନାହିଁ ।
(d) ଦର୍ପଣ – କେବଳ ଆଲୋକ ପ୍ରତିଫଳନ କରେ ।
Answer:
(a) ଉତ୍ତଳ ଲେନ୍ସ – ଏହା ଆଲୋକ ରଶ୍ମୀକୁ ଅଭିସାରିତ କରେ ।

Class 8 Science Chapter 10 Question Answer Odia Medium ଆଲୋକ: ଦର୍ପଣ ଓ ଲେନ୍‌ସ

(ଖ) ଶୂନ୍ୟସ୍ଥାନ ପୂରଣ କର ।

1. ଗୋଟିଏ ______ ଦର୍ପଣ ସର୍ବଦା ସମ, ସମଲମ୍ବ ଓ ଆଭାସୀ ପ୍ରତିବିମ୍ବ ଗଠନ କରେ ।
Answer:
ଉତ୍ତଳ

2. ଯେତେବେଳେ ଗୋଟିଏ ଉଜ୍ଜ୍ୱଳ ଲେନ୍ସକୁ କେନ୍ଦ୍ର ମଧ୍ୟଦେଇ ଆଲୋକିତ ଭାବେ କାଚି ଦିଆଯାଏ, ଏହାର ଦ୍ୱିମ ଅଂଶାଙ୍କ ଆଲୋକ ରଶ୍ମିକୁ ______ କରିବ ।
Answer:
କେନ୍ଦ୍ରୀଭୂତ

3. ଗୋଟିଏ ମସୃଣ ପୃଷ୍ଠତଳ ଉପରେ ଆଲୋକ ରଶ୍ମି ପଡ଼ି ପୁନର୍ବାର ଲେଉଟି ଆସିବାର ଦିଗକୁ ଆପତିତ ଦିଗଠାରୁ ______ କହନ୍ତି ।
Answer:
ପ୍ରତିଫଳନ

4. ଆପତନ ରଶ୍ମି, ପ୍ରତିଫଳନ ରଶ୍ମି ଓ ଅଭିଲମ୍ବ ______ ସମତଳ ଉପରେ ଅବସ୍ଥାନ କରନ୍ତି ।
Answer:
ଏକା

5. ଜଣେ ଛାତ୍ର ଦେଖିଲା ଯେ ଦର୍ପଣରେ ବସ୍ତୁର ପ୍ରତିବିମ୍ବ ସର୍ବଦା ସମ ଓ ସମଲମ୍ବ ହେଲା । ଦର୍ପଣଟି ______ ଦର୍ପଣ ଅଟେ ।
Answer:
ଉତ୍ତଳଦର୍ପଣ

6. ତେବେ ଗୋଟିଏ ଲେନ୍ସରେ ତା’ର ବସ୍ତୁର ପ୍ରତିବିମ୍ବ ଦେଖିଲା, କିନ୍ତୁ ଲେନ୍ସକୁ ଦୂରକୁ ହଟାଇବାବେଳେ ଯଥେଷ୍ଟ ଛବି ଅନୁଭବ ହେଲା । ଏହା ନିଶ୍ଚିତ ______ ଲେନ୍ସ ଅଟେ ।
Answer:
ଉତ୍ତଳ

(ଗ) ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

1. କେଉଁ ଆଲୋକୀୟ ଉପକରଣରେ ଆଲୋକ ପ୍ରତିଫଳନ ଘଟି ବସ୍ତର ପ୍ରତିବିମ୍ବ ସୃଷ୍ଟି ହୁଏ ?
Answer:
ଦର୍ପଣ

2. କେଉଁ ଦର୍ପଣରେ ପ୍ରତିବିମ୍ବ ସଳଖ, ଆଭାସୀ ଏବଂ ସମାନ ହୋଇଥାଏ ?
Answer:
ସମତଳ ଦର୍ପଣ

3. କେଉଁ ଦର୍ପଣଷର ସର୍ବଦା ସାନ, ସଳଖ ଓ ଆଭାସୀ ପ୍ରତିବିମ୍ବ ସୃଷ୍ଟି ହୁଏ ?
Answer:
ଉତ୍ତଳ ଦର୍ପଣ

4. କେଉଁ ଦର୍ପଣରେ ବସ୍ତର ବାସ୍ତବ ଏବଂ ଓଲଟା ପ୍ରତିବିମ୍ବ ସୃଷ୍ଟି ହୁଏ ?
Answer:
ଅବତଳ ଦର୍ପଣ

5. କେଉଁ ଦର୍ପଣର ପ୍ରତିଫଳନ ପୃଷ୍ଠ ଖାଲୁଆ ବା ଚାମଚର ଭିତର ପୃଷ୍ଠ ପରି ?
Answer:
ଅବତଳ ଦର୍ପଣ

6. କେଉଁ ଦର୍ପଣର ପ୍ରତିଫଳନ ପୃଷ୍ଠ ସ୍ତ୍ରୀତ ବା ଚାମଚର ବାହାର ପୃଷ୍ଠ ପରି ?
Answer:
ଉତ୍ତଳ ଦର୍ପଣ

7. ଦର୍ପଣର ମଝି ଅଂଶକୁ କ’ଣ କହନ୍ତି ?
Answer:
ମେରୁ ବା ପୋଲ୍ (Pole)

8. କେଉଁ ଦର୍ପଣକୁ ଅଭିସାରୀ ଦର୍ପଣ (Converging Mirror) କହନ୍ତି ?
Answer:
ଅବତଳ

9. କେଉଁ ଦର୍ପଣକୁ ଅପସାରୀ ଦର୍ପଣ (Diverging Mirror) କହନ୍ତି ?
Answer:
ଉତ୍ତଳ

10. କେଉଁ ଦର୍ପଣରେ ଉଭୟ ବାସ୍ତବ ଓ ଆଭାସୀ ପ୍ରତିବିମ୍ବ ଗଠନ ସମ୍ଭବ ?
Answer:
ଅବତଳ

11. କେଉଁ ଦର୍ପଣରେ ଉଭୟ ସଳଖ ଓ ଓଲଟା ପ୍ରତିବିମ୍ବ ଗଠନ ସମ୍ଭବ ?
Answer:
ଅବତଳ

12. ଅବତଳ ଦର୍ପଣରେ ବସ୍ତ କେଉଁଠାରେ ରହିଲେ ପ୍ରତିବିମ୍ବ ଆଭାସୀ, ସଳଖ ଓ ବଡ଼ ହୁଏ ?
Answer:
ମେରୁ ଓ ଫୋକସ୍ ମଧ୍ୟରେ

13. ଅବତଳ ଦର୍ପଣରେ କେଉଁ ସ୍ଥାନରେ ବସ୍ତ ରହିଲେ ପ୍ରତିବିମ୍ବର ଆକାର ବସ୍ତ ସହ ସମାନ ହୁଏ ?
Answer:
ବକ୍ରତା କେନ୍ଦ୍ର

14. ବର୍ତ୍ତୁଳ ଦର୍ପଣ କାହାର ଅଂଶବିଶେଷ ପରି ମନେହୁଏ ?
Answer:
କାଳ୍ପନିକ ଫମ୍ପାଗୋଲକ

15. ବର୍ତ୍ତୁଳ ଦର୍ପଣରେ ସମାନ୍ତର ଆଲୋକରଶ୍ମୀ ପ୍ରତିଫଳନ ପରେ କେଉଁଠାରେ କେନ୍ଦ୍ରୀଭୂତ ହୁଏ ?
Answer:
ଫୋକସ ବା ରଶ୍ମୀକେନ୍ଦ୍ର

16. କେଉଁ ଦର୍ପଣରେ ବସ୍ତ ଓ ପ୍ରତିବିମ୍ବ ଦର୍ପଣର ଦୁଇ ବିପରୀତ ପାର୍ଶ୍ବରେ ରହନ୍ତି ?
Answer:
ସମତଳ ଦର୍ପଣ ଓ ଉତ୍କଳ ଦର୍ପଣ

17. କେଉଁ ଦର୍ପଣରେ ପ୍ରତିବିମ୍ବ, ବସ୍ତୁଥିବା ପାର୍ଶ୍ଵରେ ତିଆରି ହୁଏ ?
Answer:
ଅବତଳ

18. କେଉଁ ପ୍ରକାର ପୃଷ୍ଠତଳରେ ଆଲୋକ ପ୍ରତିଫଳନ ଘଟିଥାଏ ?
Answer:
ମସୃଣ ଏବଂ ଚିକ୍କଣ

19. ଦର୍ପଣରେ ପ୍ରତିଫଳନ ପାଇଁ କେଉଁ କେଉଁ ପଦାର୍ଥ ଲେପନ କରାଯାଇଥାଏ ?
Answer:
ସିଲଭର୍ କିମ୍ବା ଆଲୁମିନିୟମ୍

20. ଅସମ ପ୍ରତିଫଳନରେ କେଉଁ ରଶ୍ମୀଗୁଡ଼ିକ ସମାନ୍ତର ନୁହଁନ୍ତି ?
Answer:
ପ୍ରତିଫଳନ ରଶ୍ମୀ

21. ପ୍ରତିଫଳନ ପୃଷ୍ଠରେ ଆପତନ ରଶ୍ମୀ ଓ ପ୍ରତିଫଳନ ରଶ୍ମୀ ମଧ୍ୟବର୍ତ୍ତୀ କୋଣକୁ କିଏ ସମଦ୍ଵିଖଣ୍ଡ କରେ ?
Answer:
ଅଭିଲମ୍ବ (Normal)

22. ପ୍ରତିଫଳନ ପୃଷ୍ଠରେ ଆପତନ କୋଣ 30° ହେଲେ ପ୍ରତିଫଳନ ସମତଳ ଏବଂ ଆପତନ ରଶ୍ମୀ ମଧ୍ୟସ୍ଥ କୋଣ କେତେ ?
Answer:
60°

23. ଆପତନ କୋଣ 35° ହେଲେ ଆପତନ ରଶ୍ମୀ ଓ ପ୍ରତିଫଳନ ରଶ୍ମୀ ମଧ୍ଯରେ କୋଣ କେତେ ?
Answer:
70°

24. ଆପତନ କୋଣ 0° ହେଲେ ପ୍ରତିଫଳନ କୋଣ କେତେ ହେବ ?
Answer:
0°

25. ସଳଖ ଆଲୋକ ରଶ୍ମୀ’ ପାଇଁ ଆପତନ କୋଣ କେତେ ହୁଏ ?
Answer:
90°

26. ମଟରଗାଡ଼ି ହେଡ୍‌ଲାଇଟ୍‌ରେ କେଉଁ ଦର୍ପଣ ବ୍ୟବହାର ହୁଏ ?
Answer:
ଅବତଳ

27. କ୍ଷୌର ହେବା ଦର୍ପଣ (Shaving Glass) କି ପ୍ରକାର ?
Answer:
ଅବତଳ

28. ଦନ୍ତ ଚିକିତ୍ସକମାନେ କେଉଁ ଦର୍ପଣ ବ୍ୟବହାର କରନ୍ତି ?
Answer:
ଅବତଳ

29. ଟର୍ଚ୍ଚ ଲାଇଟ୍‌ରେ କେଉଁ ଦର୍ପଣ ଥାଏ ?
Answer:
ଅବତଳ

30. ପଛ ଯାନବାହାନ ଦେଖିବାକୁ ଗାଡ଼ି ଚାଳକ ପାଖରେ କେଉଁ ଦର୍ପଣ ଥାଏ ?
Answer:
ଉତ୍ତଳ

31. ପରସ୍ପର ଛେଦି ରାସ୍ତାର ଛକ ସ୍ଥାନରେ ଚାଳକମାନଙ୍କ ସୁବିଧା ପାଇଁ କେଉଁ ଦର୍ପଣ ଖଞ୍ଜାଯାଇଥାଏ ?
Answer:
ଉତ୍ତଳ

Class 8 Science Chapter 10 Question Answer Odia Medium ଆଲୋକ: ଦର୍ପଣ ଓ ଲେନ୍‌ସ

32. ବଡ଼ ବଡ଼ ଦୋକାନ ବା ମଲ୍ ଗୁଡ଼ିକରେ ଚୋରି ରୋକିବାପାଇଁ କେଉଁ ଦର୍ପଣ ଥାଏ ?
Answer:
ଉତ୍ତଳ

33. କେଉଁ ଆଲୋକୀୟ ଉପକରଣରେ ଆଲୋକର ପ୍ରତିସରଣ ଘଟି ପ୍ରତିବିମ୍ବ ସୃଷ୍ଟି ହୁଏ ?
Answer:
ଲେନ୍ସ

34. ଯେଉଁ ଲେନ୍ସର ମଝି ଅଂଶ ମୋଟା ଓ ଧାର ଆଡ଼କୁ ଏହା କ୍ରମଶଃ ସରୁ, ତାହାକୁ କେଉଁ ପ୍ରକାର ଲେନ୍ସ କହନ୍ତି ?
Answer:
ଉତ୍ତଳ

35. ଯେଉଁ ଲେନ୍ସର ମଝି ଅଂଶ ସରୁ ଓ ଧାର ଆଡ଼କୁ କ୍ରମଶଃ ମୋଟା, ତାହା କି ପ୍ରକାର ଲେନ୍‌ସ ?
Answer:
ଅବତଳ

36. କେଉଁ ଲେନ୍ସକୁ ଅଭିସାରୀ ଲେନ୍ସ କହନ୍ତି ?
Answer:
ଉତ୍ତଳ

37. କେଉଁ ଲେନ୍ସକୁ ଅପସାରୀ ଲେନ୍ସ କହନ୍ତି ?
Answer:
ଅବତଳ

38. କେଉଁ ଲେନ୍ସରେ ପ୍ରତିବିମ୍ବ ସାନ, ସଳଖ ଓ ଆଭାସୀ ?
Answer:
ଅବତଳ

39. କେଉଁ ଲେନ୍ସରେ ଉଭୟ ବାସ୍ତବ ଓ ଆଭାସୀ ପ୍ରତିବିମ୍ବ ଗଠିତ ହୁଏ ?
Answer:
ଉତ୍ତଳ

40. କେଉଁ ଲେନ୍ସରେ ଉଭୟ ସଳଖ ଓ ଓଲଟା ପ୍ରତିବିମ୍ବ ଗଠିତ ହୁଏ ?
Answer:
ଉତ୍ତଳ

41. ଲେନ୍ସର ମଧ୍ୟବିନ୍ଦୁକୁ କ’ଣ କହନ୍ତି ?
Answer:
ଆଲୋକ କେନ୍ଦ୍ର

42. ଲେନ୍ସ କାହାର ଅଂଶ ବିଶେଷ ବୋଲି ଅନୁମାନ କରାଯାଏ ?
Answer:
କାଳ୍ପନିକ ଫମ୍ପା/ କାଚ ଗୋଲକ

43. କେଉଁ ଲେନ୍ସରେ ପ୍ରତିବିମ୍ବର ଆକାର ବସ୍ତୁର ଆକାର ସହ ସମାନ ହୋଇପାରିବ ?
Answer:
ଉତ୍ତଳ

44. କେଉଁ ଆଲୋକୀୟ ଉପକରଣରେ ପ୍ରତିବିମ୍ବ ପାର୍ଶ୍ଵ ପରିବର୍ତ୍ତନ କରେ ?
Answer:
ସବୁପ୍ରକାର ଦର୍ପଣ

45. କେଉଁ ଆଲୋକୀୟ ଉପକରଣରେ ଦର୍ପଣଠାରୁ ବସ୍ତୁ ଦୂରତା, ଦର୍ପଣଠାରୁ ପ୍ରତିବିମ୍ବ ଦୂରତା ସହ ସମାନ ହୁଏ ?
Answer:
ସମତଳ ଦର୍ପଣ

46. ଛୋଟ ଛୋଟ ଅକ୍ଷରଗୁଡ଼ିକ ପଢ଼ିବାପାଇଁ କେଉଁ ଲେନ୍ସ ବ୍ୟବହାର କରାଯାଏ ?
Answer:
ଉତ୍ତଳ

47. ଦୂରବୀକ୍ଷଣ ଓ ଅଣୁବୀକ୍ଷଣରେ କେଉଁ ଲେନ୍ସ ବ୍ୟବହାର ହୁଏ ?
Answer:
ଉତ୍ତଳ

48. ଦୂରଦୃଷ୍ଟିଦୋଷ ପ୍ରତିକାର ପାଇଁ କେଉଁ ଲେନ୍ସର ଚଷମା ବ୍ୟବହାର ହୁଏ ?
Answer:
ଉତ୍ତଳ

49. ଛୋଟ ପିଲାମାନଙ୍କର ଦୃଷ୍ଟିଦୋଷ ପ୍ରତିକାର ପାଇଁ କେଉଁ ଲେନ୍ସର ଚଷମା ବ୍ୟବହାର ହୁଏ ?
Answer:
ଅବତଳ

50. ମନୁଷ୍ୟ ଚକ୍ଷୁ କି ପ୍ରକାର ଲେନ୍ସ ?
Answer:
ଉତ୍ତଳ

51. ମନୁଷ୍ୟ ଚକ୍ଷୁରେ ଦୂରରେ ଥିବା ବସ୍ତୁ ଦେଖ୍ହୁଏ କିପରି ?
Answer:
ମନୁଷ୍ୟ ଚକ୍ଷୁ ଲେନ୍ସର ଆକାର

52. ବସ୍ତୁକୁ ଲେନ୍‌ସଠାରୁ ଦୂରକୁ ଦୂରକୁ ନେଲେ ପ୍ରତିବିମ୍ବ ଆକୃତିରେ କି ପରିବର୍ତ୍ତନ ଘଟେ ?
Answer:
ପ୍ରତିବିମ୍ବର ଆକାର ହ୍ରାସ ପାଏ

53. ସୌର ବୁଲାରେ କି ପ୍ରକାର ପ୍ରତିଫଳକ ବ୍ୟବହାର କରାଯାଏ ?
Answer:
ଅବତଳ

54. ବକ୍ର ଜଳ ବିନ୍ଦୁ କେଉଁ ଆଲୋକୀୟ ଉପକରଣ ପରି କାର୍ଯ୍ୟ କରେ ?
Answer:
ଲେନ୍ସ

55. ଉତ୍ତଳ ଲେନ୍ସରେ ଗଠିତ ପ୍ରତିବିମ୍ବ କେଉଁ ଦର୍ପଣରେ ଗଠିତ ପ୍ରତିବିମ୍ବର ଅନୁରୂପ ?
Answer:
ଅବତଳ ଦର୍ପଣ

56. କେଉଁ ଦର୍ପଣରେ ସମାନ୍ତର ଆପାତିତ ରଶ୍ମୀ ଗୁଡ଼ିକର ପ୍ରତିଫଳନ ରଶ୍ମୀ ଗୁଡ଼ିକ ସମାନ୍ତର ?
Answer:
ସମତଳ ଦର୍ପଣ

(ଖ) ଉତ୍ତରଗୁଡ଼ିକର ସତ୍ୟ କି ମିଥ୍ୟା ଲେଖ :

1. ଗୋଟିଏ ଉତ୍ତଳ ଲେନ୍ସ ସର୍ବଦା ବସ୍ତୁର ପ୍ରତିବିମ୍ବ ଗଠନ କରେ ।
Answer:
ମିଥ୍ୟା

2. ସମସ୍ତକାର ପୃଷ୍ଠତଳ ପାଇଁ ଆପତନ କୋଣ ପ୍ରତିଫଳନ କୋଣ ସହ ସମାନ ହେବ ।
Answer:
ମିଥ୍ୟା

3. ଅବତଳ ଲେନ୍ସର କେନ୍ଦ୍ର ଏହାର ଧାର ତୁଳନାରେ ମୋଟା ।
Answer:
ମିଥ୍ୟା

4. ଅଭିସାରୀ ପୃଷ୍ଠତଳରେ ଆପତନ କୋଣ ପ୍ରତିଫଳନ କୋଣ ଅପେକ୍ଷା ବୃହତ୍ତର ହୋଇପାରିବ ।
Answer:
ମିଥ୍ୟା

5. ବିବର୍ତ୍ତନ ନିୟମ ପ୍ରକାରେ ଆପତନ ରଶ୍ମି ଓ ପ୍ରତିଫଳନ ରଶ୍ମି ପରସ୍ପର ପ୍ରତି ଲମ୍ବ ରହିବା ସୁନିଶ୍ଚିତ ।
Answer:
ମିଥ୍ୟା

6. ଦୁଇ ବିନ୍ଦୁରୁ ଦର୍ପଣରେ ଆଲୋକ ପଡ଼ିଲେ ଦର୍ପଣରେ ପ୍ରତିବିମ୍ବ ଗଠନ ହେବା ସମ୍ଭବ ।
Answer:
ମିଥ୍ୟା

7. ଦର୍ପଣରେ ଆଲୋକର ପ୍ରତିଫଳନ ସମୟରେ ଯଦି ଆପତନ ରଶ୍ମି ଅଭିଲମ୍ବ ସହ ୦° କୋଣ କରେ ତେବେ ପ୍ରତିଫଳନ ରଶ୍ମି ଅଭିଲମ୍ବ ସହ ମିଶିଯିବ ।
Answer:
ସତ୍ୟ

(ଙ) ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭକୁ ମିଳନ କର ।

Question 1.

‘କ’ ସ୍ତମ୍ଭ (ଅବଧାରଣା) ‘ଖ’ ସ୍ତମ୍ଭ (ବ୍ୟାଖ୍ୟା/ପ୍ରତିବିମ୍ବ | ବ୍ୟବହାର )
A. ପ୍ରତିଫଳନର ପ୍ରଥମ ନିୟମ 1. ପ୍ରତିବିମ୍ବ ବାମ–ଦକ୍ଷିଣ ପାର୍ଶ୍ଵ ବଦଳାଇଥାଏ
B. ପ୍ରତିଫଳନର ଦ୍ଵିତୀୟ ନିୟମ 2. ଆପତନ କୋଣ = ପ୍ରତିଫଳନ କୋଣ
C. ସମତଳ ଦର୍ପଣ 3. ଆପତନ ରଶ୍ମି, ପ୍ରତିଫଳନ ରଶ୍ମି ଓ ଅଭିଲମ୍ବ ଗୋଟିଏ ସମତଳରେ ରହନ୍ତି
D. ପାର୍ଶ୍ୱ ପରିବର୍ତ୍ତନ 4. ସଳଖ, ଆଭାସୀ ଓ ସମାନ ଆକୃତି ପ୍ରତିବିମ୍ବ
E. ଯାନବାହାନରେ ପଛରେ ଥ‌ିବା ଅଞ୍ଚଳ ଦେଖାଉଥ‌ିବା ଦର୍ପଣ 5. ଉତ୍ତଳ ଦର୍ପଣବିସ୍ତୀର୍ଣ୍ଣ ଅଞ୍ଚଳ ଉପରେ ଦୃଷ୍ଟି

Answer:

‘କ’ ସ୍ତମ୍ଭ (ଅବଧାରଣା) ‘ଖ’ ସ୍ତମ୍ଭ (ବ୍ୟାଖ୍ୟା/ପ୍ରତିବିମ୍ବ | ବ୍ୟବହାର )
A. ପ୍ରତିଫଳନର ପ୍ରଥମ ନିୟମ 2. ଆପତନ କୋଣ = ପ୍ରତିଫଳନ କୋଣ
B. ପ୍ରତିଫଳନର ଦ୍ଵିତୀୟ ନିୟମ 3. ଆପତନ ରଶ୍ମି, ପ୍ରତିଫଳନ ରଶ୍ମି ଓ ଅଭିଲମ୍ବ ଗୋଟିଏ ସମତଳରେ ରହନ୍ତି
C. ସମତଳ ଦର୍ପଣ 4. ସଳଖ, ଆଭାସୀ ଓ ସମାନ ଆକୃତି ପ୍ରତିବିମ୍ବ
D. ପାର୍ଶ୍ୱ ପରିବର୍ତ୍ତନ 1. ପ୍ରତିବିମ୍ବ ବାମ–ଦକ୍ଷିଣ ପାର୍ଶ୍ଵ ବଦଳାଇଥାଏ
E. ଯାନବାହାନରେ ପଛରେ ଥ‌ିବା ଅଞ୍ଚଳ ଦେଖାଉଥ‌ିବା ଦର୍ପଣ 5. ଉତ୍ତଳ ଦର୍ପଣବିସ୍ତୀର୍ଣ୍ଣ ଅଞ୍ଚଳ ଉପରେ ଦୃଷ୍ଟି

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଗୋଟିଏ ଦର୍ପଣ ‘LEFT’ ଶବ୍ଦଟି ‘TEL? ପରି ଦେଖାଯାଏ କାହିଁକି ?
Answer:
ଦର୍ପଣରେ ବସ୍ତର ପାର୍ଶ୍ଵ ପରିବର୍ତ୍ତନ ଘଟିଥାଏ ।

Question 2.
ବର୍ଷନ କାଚରେ କେଉଁ ଲେନ୍ସ ବ୍ୟବହାର ହୁଏ ?
Answer:
ଉତ୍ତଳ ଲେନ୍ସ

Question 3.
ଆଲୋକ ପ୍ରତିଫଳନର ନିୟମ ଦୁଇଟି କ’ଣ ?
Answer:
ପ୍ରଥମ ନିୟମ ଆପତନ ରଶ୍ମି, ପ୍ରତିଫଳନ ରଶ୍ମି ଓ ଅଭିଲମ୍ବ ଏକ ସମତଳରେ ରହନ୍ତି ।
ଦ୍ଵିତୀୟ ନିୟମ – ଆପତନ କୋଣ ପ୍ରତିଫଳନ କୋଣ ସହ ସମାନ ।

Class 8 Science Chapter 10 Question Answer Odia Medium ଆଲୋକ: ଦର୍ପଣ ଓ ଲେନ୍‌ସ

Question 4.
ଗାଡ଼ି ଚାଳକ ପାଖରେ ପଶ୍ଚାତ ପାର୍ଶ୍ଵ ଦୃଶ୍ୟ ଦେଖିବାକୁ ସମତଳ ଓ ଅବତଳ ଦର୍ପଣ ବଦଳରେ ଉତ୍ତଳ ଦର୍ପଣ କାହିଁକି ବ୍ୟବହାର ହୁଏ ?
Answer:
ଉତ୍କଳ ଦର୍ପଣଷର ପଛ ଅଂଶର ଏକ ବିସ୍ତୀର୍ଣ୍ଣ ଅଞ୍ଚଳ ଦେଖାଯିବା ସଙ୍ଗେ ସଙ୍ଗେ ବସ୍ତୁଗୁଡ଼ିକର ପ୍ରତିବିମ୍ବ ସଳଖ ଓ ସାନ ଦେଖାଯାଏ ।

Question 5.
ସମତଳ ଦର୍ପଣ ସମ୍ମୁଖରେ ଦଣ୍ଡାୟମାନ ବାଳକଟି ତାର ଦକ୍ଷିଣ ହସ୍ତ ଉପରକୁ ଉଠାଇଲା । ପ୍ରତିବିମ୍ବରେ କେଉଁ ହାତ ଉଠିବାର ଦେଖାଯିବ ?
Answer:
ବାମହାତ ଉପରକୁ ଉଠିବାର ଦେଖାଯିବ ।

Question 6.
ଦୈନନ୍ଦିନ ଜୀବନରେ ପାର୍ଶ୍ଵ ପରିବର୍ତ୍ତନ (Lateral Inversion) ର ଏକ ଉଦାହରଣ ଦିଅ ।
Answer:
ଦର୍ପଣରେ ବହିର ଶବ୍ଦ ଗୁଡ଼ିକ ଓଲଟା ଦେଖାଯିବାକୁ ପଡ଼ିବାରେ ଅସୁବିଧା ହୁଏ ।

Question 7.
ନିରାପତ୍ତା ଦର୍ପଣ ପାଇଁ ଉତ୍ତଳ ଦର୍ପଣ କାହିଁକି ଉପଯୁକ୍ତ ?
Answer:
ଉତ୍ତଳ ଦର୍ପଣରେ ଏକ ବିସ୍ତୀର୍ଣ୍ଣ ଅଞ୍ଚଳ ଦେଖାଯିବା ସଙ୍ଗେସଙ୍ଗେ ବସ୍ତର ପ୍ରତିବିମ୍ବ ଗୁଡ଼ିକ ସଳଖ ଦେଖାଯାଏ ।

Question 8.
ସମତଳ ଦର୍ପଣରେ ‘MIRROR’ କିପରି ଦେଖାଯାଏ ?
Answer:
‘MIRROR’ ଶବ୍ଦଟି ସମତଳ ଦର୍ପଣରେ ‘RORRIM’ ଦେଖାଯାଏ ।

Question 9.
ଏକ କାଗଜ ଫର୍ଦ୍ଦ ଆଲୋକ ପ୍ରତିଫଳନ କରୁଥିଲେ ମଧ୍ୟ ଆମେ ଏଥରେ ନିଜର ପ୍ରତିବିମ୍ବ କାହିଁକି ଦେଖୁପାରୁ ନାହୁଁ ?
Answer:
କାଗଜର ପୃଷ୍ଠତଳ ଅସମତଳ । ଏହା ଆଲୋକ ରଶ୍ମୀଗୁଡ଼ିକୁ ବିଭିନ୍ନ ଦିଗକୁ ପ୍ରତିଫଳିତ କରେ । ତେଣୁ ପ୍ରତିଫଳନ ସ୍ପଷ୍ଟ ହୁଏ ନାହିଁ ।

Question 10.
ସମତଳ ଦର୍ପଣରେ ଗଠିତ ପ୍ରତିବିମ୍ବ ପରଦାରେ ଧରିହେବ କି ?
Answer:
ସମତଳ ଦର୍ପଣରେ ଆଭାସୀ ପ୍ରତିବିମ୍ବ ସୃଷ୍ଟି ହେବାରୁ ପରଦାରେ ଧରି ହୁଏ ନାହିଁ ।

Question 11.
ପଠନ ଚଷମାରେ ଗୋଟିଏ ବକ୍ରରେଖା କାହିଁକି ଥାଏ ?
Answer:
ବକ୍ରରେଖାଟି ପଠନକାଚକୁ ଦୁଇଟି ଅଂଶରେ ବିଭକ୍ତ କରେ । ଗୋଟିଏ ଅଂଶରେ ନିକଟ ବସ୍ତର ବର୍ଷିତ ପ୍ରତିବିମ୍ବ ଓ ଅନ୍ୟ ଅଂଶରେ ଦୂର ବସ୍ତର ପ୍ରତିବିମ୍ବ ଦେଖୁବା ସମ୍ଭବ ହୁଏ ।

Question 12.
ବିଭିନ୍ନ ଦର୍ପଣ ଗୁଡ଼ିକରେ ବସ୍ତର ପ୍ରତିବିମ୍ବ ଗଠନର ନିର୍ଦ୍ଦିଷ୍ଟ ନିୟମ ଅଛି କି ?
Answer:
ବିଭିନ୍ନ ଦର୍ପଣରେ ବସ୍ତର ପ୍ରତିବିମ୍ବ ଗଠନ ପାଇଁ ଆଲୋକ ପ୍ରତିଫଳନ ନିୟମ କାର୍ଯ୍ୟକାରୀ ହୋଇଥାଏ ।

Question 13.
ବର୍ତ୍ତୁଳ ଦର୍ପଣ କ୍ଷେତ୍ରରେ ଆଲୋକ ପ୍ରତିଫଳନ ନିୟମଗୁଡ଼ିକ କାର୍ଯ୍ୟକାରୀ ହୁଏ କି ?
Answer:
ସମତଳ ଦର୍ପଣ ପରି ବର୍ତ୍ତୁଳ ଦର୍ପଣରେ (ଉତ୍ତଳ ବା ଅବତଳ) ଆଲୋକ ପ୍ରତିଫଳନର ନିୟମ ଦୁଇଟି କାର୍ଯ୍ୟକାରୀ ହୁଏ ।

Question 14.
ଅବତଳ ଦର୍ପଣରେ ଆଲୋକ ରଶ୍ମିଗୁଡ଼ିକ ଅଭିସାରିତ ହୋଇ ଏକ ଛୋଟ ଅଞ୍ଚଳରେ ସକେନ୍ଦ୍ରିତ ହୁଅନ୍ତି କିପରି ?
Answer:
ଅବତଳ ଦର୍ପଣ ଆଲୋକ ରଶ୍ମିଗୁଡ଼ିକୁ ଅବନତି କରି ଏକ ନିର୍ଦ୍ଦିଷ୍ଟ ବିନ୍ଦୁ ମୁହାଁ କରିଥାଏ । ଏଣୁ ଆଲୋକ ରଶ୍ମିଗୁଡ଼ିକ ଏକ ଛୋଟ ଅଞ୍ଚଳରେ କେନ୍ଦ୍ରୀଭୂତ ହୁଅନ୍ତି

Question 15.
ବଜ୍ରପୃଷ୍ଠତଳାକାର ସ୍ଵଚ୍ଛକାଚ ମାଧ୍ୟମରେ ବସ୍ତୁ କିପରି ଦେଖାଯାଏ ?
Answer:
ବକ୍ର ପୃଷ୍ଠତଳାକାର ସ୍ଵଚ୍ଛକାଚ ମାଧ୍ୟମରେ ବସ୍ତୁକୁ ଦେଖ‌ିଲେ ବସ୍ତୁଟି ବଡ଼ କିମ୍ବା ସାନ କିମ୍ବା ବକ୍ର ଦେଖାଯାଏ, ଏହା ପୃଷ୍ଠତଳର ଆକୃତି ଉପରେ ନିର୍ଭର କରେ ।

Question 16.
ଲେନ୍ସ ମାଧ୍ଯମରେ ବସ୍ତୁକୁ ଦେଖୁଲେ ବସ୍ତୁର କି ପରିବର୍ତ୍ତନ ଦେଖାଯାଏ ?
Answer:
ଲେନ୍ସ ମାଧ୍ୟମରେ ବସ୍ତକୁ ଦେଖୁଲେ ଏହା ବଡ଼, ସାନ, ସଳଖ, ଓଲଟା ଲେନ୍‌ସର ନିକଟବର୍ତ୍ତୀ କିମ୍ବା ଲେନ୍ସଠାରୁ ଦୂରରେ ଦେଖାଯଏ । ଗଠନ ଓ ଅବସ୍ଥାନ ଲେନ୍‌ସର ପ୍ରକୃତି ଓ ବସ୍ତର ଅବସ୍ଥାନ ଉପରେ ନିର୍ଭର କରେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଉତ୍ତଳ ଲେନ୍ସ କିପରି ଆଲୋକ ରଶ୍ମୀଗୁଡ଼ିକୁ ଅଭିସାରିତ କରେ ଯେତେବେଳେ ଅବତଳ ଲେନ୍ସ ସେଗୁଡ଼ିକର ଅପସାରିତ କରେ ?
Answer:
ଉତ୍ତଳ ଲେନ୍ସର ମଝି ଅଂଶ ମୋଟା ଏବଂ ଧାର ଆଡକୁ ସରୁ । ଏଣୁ ଏହା ସମାନ୍ତରାଳ ରଶ୍ମୀଗୁଡ଼ିକୁ ପ୍ରଧାନ ଅକ୍ଷ ଦିଗରେ କେନ୍ଦ୍ରୀଭୂତ କରାଏ । ଅବତଳ ଲେନ୍ସର ମଝି ଅଂଶ ସରୁ ଏବଂ ଧାର ଆଡ଼କୁ ମୋଟା । ଏଣୁ ଏହା ଏହା ସମାନ୍ତରାଳ ରଶ୍ମୀଗୁଡ଼ିକୁ ପ୍ରଧାନ ଅକ୍ଷଠାରୁ ଦୂରେଇ ଦିଏ ।

Question 2.
ଦୈନନ୍ଦିନ ଜୀବନରେ ସମତଳ ଦର୍ପଣର ଦୁଇଟି ଉଦାହରଣ ଦିଅ ।
Answer:
(i) ଶୋଇବା କୋଠରି ଏବଂ ଗାଧୋଇବା ଘରେ ନିଜ ମୁହଁ ବା ଶରୀର ଦେଖିବାପାଇଁ ସମତଳ ଦର୍ପଣ ବ୍ୟବହାର ହୁଏ ।
(ii) କାର (Car) ଭିତରେ ପଛ ଦେଖିବାକୁ ବ୍ୟବହାର କରାଯାଏ ।

Question 3.
ଚିତ୍ରଟିକୁ ଦେଖ । ପିଲାଟିର ପ୍ରତିବିମ୍ବ ପରଦାରେ ଧରି ହେବକି ?
Answer:
ପିଲାଟିର ପ୍ରତିବିମ୍ବ ବାସ୍ତବ ପ୍ରତିବିମ୍ବ ନୁହେଁ ।
ଏହା ଆଭାସୀ ପ୍ରତିବିମ୍ବ ହେତୁ ପରଦାରେ ଧରିହେବ ନାହିଁ ।
ସମତଳ ଦର୍ପଣରେ କେବଳ ଆଭାସୀ ପ୍ରତିବିମ୍ବ ସୃଷ୍ଟି ହେଉଥ‌ିବାରୁ ସେଗୁଡ଼ିକୁ ପରଦାରେ ଧରିହୁଏ ନାହିଁ ।

Question 4.
ନିମ୍ନୋକ୍ତ ଚିତ୍ରରେ ଆପତନ କୋଣ ଓ ପ୍ରତିଫଳନ କୋଣ ଦର୍ଶାଅ ।
Class 8 Science Chapter 10 Question Answer Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 16
Answer:
Class 8 Science Chapter 10 Question Answer Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 17
X → ଆପତନ କୋଣ
Y → ପ୍ରତିଫଳନ କୋଣ

Question 5.
ସମ ପ୍ରତିଫଳନ କ୍ଷେତ୍ରରେ କେବଳ ଆଲୋକ ପ୍ରତିଫଳନର ନିୟମଗୁଡ଼ିକ ପ୍ରଯୁଜ୍ୟ ହୋଇଥାଏ । ଉକ୍ତିଟି ସତ୍ୟ କି ମିଥ୍ୟା ବୁଝାଇଲେଖ ।
Answer:
ଉକ୍ତିଟି ସତ୍ୟ ନୁହେଁ କାରଣ ଆଲୋକ ପ୍ରତିଫଳନର ନିୟମ ଉଭୟ ସମ ଓ ଅସମ ପ୍ରତିଫଳନ ପାଇଁ ଉଦ୍ଦିଷ୍ଟ ଥାଏ । ଅସମ ପ୍ରତିଫଳନରେ ପୃଷ୍ଠତଳଟି ଅସମତଳ ହୋଇଥିବାରୁ ପ୍ରତିଫଳିତ ରଶ୍ମୀଗୁଡ଼ିକ ଭିନ୍ନ ଭିନ୍ନ ଦିଗରେ ଏବଂ ପୃଷ୍ଠତଳ ସହ ଭିନ୍ନ ଭିନ୍ନ କୋଣ ସୃଷ୍ଟି କରି ବିଚ୍ଛୁରିତ ହୋଇଯାଆନ୍ତି ।

Question 6.
ଆଲୋକ ରଶ୍ମୀକୁ ପ୍ରତିଫଳନ କରିବା ଦୃଷ୍ଟିରୁ ଗୋଟିଏ ଅବତଳ ଦର୍ପଣ ଗୋଟିଏ ଉତ୍ତଳ ଦର୍ପଣଠାରୁ କିପରି ଭିନ୍ନ ଅଟେ ?
Answer:
ଅବତଳ ଦର୍ପଣରେ ସମାନ୍ତରାଳ ଆଲୋକ ରଶ୍ମୀ ଗୁଡ଼ିକ ପ୍ରତିଫଳିତ ହୋଇ ଗୋଟିଏ ବିନ୍ଦୁରେ ମିଳିତ ହୁଅନ୍ତି, ଫଳରେ ବାସ୍ତବ ପ୍ରତିବିମ୍ବ ଗଠିତ ହୁଏ । ଅନ୍ୟ ପକ୍ଷରେ ଉତ୍ତଳ ଦର୍ପଣରେ ଏହି ରଶ୍ମୀଗୁଡ଼ିକ ପରସ୍ପରଠାରୁ ଦୂରେଇ ଯାଆନ୍ତି ସତେଯେପରି ସେଗୁଡ଼ିକ ଦର୍ପଣ ପଛପଟୁ ଗୋଟିଏ ବିନ୍ଦୁରୁ ନିର୍ଗତ ହୋଇଥାଆନ୍ତି । ଏହି କ୍ଷେତ୍ରରେ କେବଳ ଆଭାସୀ ପ୍ରତିବିମ୍ବ ସୃଷ୍ଟି ହୁଏ ।

Question 7.
ଗୋଟିଏ ଚାମଚ ହାତରେ ଧର
ଏହାର ଉଭୟ ପାର୍ଶ୍ଵରେ ଆଲୋକ ରଶ୍ମୀର ପ୍ରତିଫଳନକୁ ଲକ୍ଷ୍ୟ କର । କ’ଣ ଦେଖୁଛ । ଚାମଚର ଦୁଇ ପାର୍ଶ୍ଵ କେଉଁ କେଉଁ ଦର୍ପଣର ଧାରଣ ଦେଉଛି ?
Answer:
ଯେତେବେଳେ ଆମେ ଚାମଚର ବାହାର ପାର୍ଶ୍ଵ (ସ୍ଥିତ ପାର୍ଶ୍ୱ)ରେ ପ୍ରତିଫଳନ ଦେଖୁବା ସେଥ‌ିରେ ଅଧିକ ସ୍ଥାନକୁ କେନ୍ଦ୍ରକରି ସାନ ଓ ସଳଖ ପ୍ରତିବିମ୍ବ ଗୁଡ଼ିକ ଦେଖୁବା । ଏଣୁ ଏହା ଉତ୍ତଳ ଦର୍ପଣର ଧାରଣା ଦେବ । ଚାମଚର ଖାଲୁଆ ଅଂଶରେ ପ୍ରତିଫଳନକୁ ଲକ୍ଷ୍ୟକଲେ ଏହାର ଖୁବ୍ ନିକଟ ବସ୍ତର ବର୍ଦ୍ଧିତ ପ୍ରତିବିମ୍ବ ଦେଖୁବା ମାତ୍ର ଟିକିଏ ଦୂରରେ ଥ‌ିବା ବସ୍ତୁଗୁଡ଼ିକର ଓଲଟା ପ୍ରତିବିମ୍ବ ଦେଖୁବା । ଏହି ଅଂଶ ଏକ ଅବତଳ ଦର୍ପଣ ସଦୃଶ ଅଟେ ।

Question 8.
ମନେକର ଏକ ଅନ୍ଧକାର କୋଠରୀରେ ଏକ ଟର୍ଚ୍ଚ ଗୋଟିଏ ଦର୍ପଣ ଉପରେ ଆଲୋକ ପକାଉଛି । ଦର୍ପଣଟି ପଢ଼ୁଥିବା ଆଲୋକ ସହ କି ଆଚରଣ କରିବ ।
Answer:
ଅନ୍ଧକାର କୋଠରୀରେ ଦର୍ପଣ ଉପରେ ଟର୍ଜଲାଇଟ୍‌ ଆଲୋକ ପଡ଼ିଲେ ଦର୍ପଣ ଏହି ଆଲୋକକୁ ପ୍ରତିଫଳନ କରିବ । ପ୍ରତିଫଳନର ନିୟମ ଦୃଷ୍ଟିରୁ ପ୍ରତିଫଳିତ ରଶ୍ମୀ ଅନ୍ଧକାର କୋଠରୀର ଏକ ଅଂଶକୁ ଆଲୋକିତ କରିବ ।

Question 9.
ସମତଳ ଦର୍ପଣରେ ଗଠିତ ପ୍ରତିବିମ୍ବ ଗୁଡ଼ିକ କାହିଁକି ସଳଖ ଓ ଆଭାସୀ ?
Answer:
ପ୍ରତିଫଳିତ ରଶ୍ମୀ ଦର୍ପଣ ପଛପଟେ ପରସ୍ପରକୁ ଛେଦ କରିବେ । ପ୍ରତିବିମ୍ବ ଦେଇ ବାସ୍ତବ ରଶ୍ମୀ ଅତିକ୍ରମ କରେ ନାହିଁ । ତେଣୁ ପ୍ରତିବିମ୍ବ ଆଭାସୀ ହୋଇଯାଏ । ବସ୍ତପରି ପ୍ରତିବିମ୍ବର ଉପର ଓ ନିମ୍ନ ଅଂଶ ରଶ୍ମୀଗୁଡ଼ିକ ସମଦିଗରେ ପ୍ରତିଫଳିତ ହୁଅନ୍ତି । ଏଣୁ ପ୍ରତିବିମ୍ବ ସଳଖ ହୁଏ ।

Class 8 Science Chapter 10 Question Answer Odia Medium ଆଲୋକ: ଦର୍ପଣ ଓ ଲେନ୍‌ସ

Question 10.
ବର୍ଦ୍ଧିତ କିମ୍ବା କ୍ଷୁଦ୍ରତର ପ୍ରତିବିମ୍ବ ସୃଷ୍ଟି କରିପାରୁଥିବା ଦର୍ପଣଗୁଡ଼ିକ କିଏ ?
Answer:
ଅବତଳ ଦର୍ପଣ ଦ୍ଵାରା ବର୍ଦ୍ଧିତ ପ୍ରତିବିମ୍ବ ଓ ଉତ୍ତଳ ଦର୍ପଣଦ୍ଵାରା ସାନ ପ୍ରତିବିମ୍ବ ସୃଷ୍ଟି କରାଯାଇ ପାରିବ । ଅବତଳ ଦର୍ପଣ କ୍ଷେତ୍ରରେ ବର୍ଦ୍ଧିତ ପ୍ରତିବିମ୍ବ ଗଠନ ପାଇଁ ବସ୍ତକୁ ଦର୍ପଣଠାରୁ ନିର୍ଦ୍ଦିଷ୍ଟ ଦୂରତା ପରିସର ମଧ୍ୟରେ ରଖୁବାକୁ ପଡ଼ିବ ।

Question 11.
ଆମେ ଅବତଳ ଓ ଉତ୍ତଳ ଦର୍ପଣ ମଧ୍ୟରେ କି କି ପାର୍ଥକ୍ୟ ଦେଖୁବା
Answer:

ଅବତଳ ଦର୍ପଣ ଉତ୍ତଳ ଦର୍ପଣ
1. ଗଠନ ଦର୍ପଣରେ ଖାଲୁଆ ଅଂଶରେ ଆଲୋକ ପ୍ରତିଫଳନ ଘଟେ ଦର୍ପଣର ସ୍ଥିତ ଅଂଶରେ ଆଲୋକ ପ୍ରତିଫଳନ ଘଟେ
2. ପ୍ରତିବିମ୍ବ ବାସ୍ତବ|ଅଭାସୀ, ବଡ଼/ସାନ ଓ ସମାନ ପ୍ରତିବିମ୍ବ ସମ୍ଭବ ପ୍ରତିବିମ୍ବ ସାନ, ସଳଖ, ଆଭାସୀ
3. ବ୍ୟବହାର କ୍ଷୌର ଦର୍ପଣ, ଟର୍ଚ୍ଚଲାଇଟ୍ ଓ ଦନ୍ତ ଚିକିତ୍ସକ ବ୍ୟବହାରରେ ଲାଗେ ଯାନବାହାନରେ ପଛରେ ଥିବା ଅଞ୍ଚଳ ଦେଖିବାକୁ ଚାଳକ ପାର୍ଶ୍ଵରେ ଥାଏ ।

Question 12.
ପ୍ରତିବିମ୍ବକୁ ଲକ୍ଷ୍ୟକରି ତୁମେ ଦର୍ପଣକୁ ସମତଳ, ଅବତଳ କି ଉତ୍ତଳ କିପରି ଚିହ୍ନିବ ?
Answer:
ଦର୍ପଣଠାରୁ ସମଦୂରତାରେ ସମାନ ଆକୃତି ବିଶିଷ୍ଟ ସଳଖ ପ୍ରତିବିମ୍ବ ସମତଳ ଦର୍ପଣର ସୂଚନା ଦେବ ଦର୍ପଣର ନିକଟବର୍ତ୍ତୀ ବସ୍ତର ବର୍ଦ୍ଧିତ ଓ ଓଲଟା ପ୍ରତିବିମ୍ବ ଓ ଦୂରରେ ଥ‌ିବା ବସ୍ତର ସାନ ଓ ଓଲଟା ପ୍ରତିବିମ୍ବ ଅବତଳ ଦର୍ପଣର ସୂଚନା ଦେବ ।
ଦର୍ପଣରେ ସବୁକ୍ଷେତ୍ରରେ ସାନ, ସଳଖ ଓ ଆଭାସୀ ପ୍ରତିବିମ୍ବ ଉତ୍ତଳ ଦର୍ପଣର ସୂଚନା ଦେବ ।

Question 13.
ଆମ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ କେଉଁଠାରେ ଅବତଳ ଓ କେଉଁଠାରେ ଉତ୍ତଳ ଦର୍ପଣ ବ୍ୟବହାର କରାଯାଏ ?
Answer:
ଯାନବାହାନର ହେଡ୍‌ଲାଇଟ୍, ଟର୍ଚ୍ଚିଲାଇଟ୍, ଦନ୍ତ ଚିକିତ୍ସକମାନଙ୍କ ଦ୍ୱାରା ବ୍ୟବହୃତ ଟର୍ଚ୍ଚଲାଇଟ୍ ଏବଂ କ୍ଷୌର ଦର୍ପଣରେ ଆମେ ଅବତଳ ଦର୍ପଣର ବ୍ୟବହାର ଦେଖ‌ିବା । ଗାଡ଼ିଚାଳକ ପାଖରେ, ରାସ୍ତାର ବକ୍ର ସ୍ଥାନରେ, ମଲ୍‌ଗୁଡ଼ିକରେ ଆମେ ଉତ୍ତଳ ଦର୍ପଣର ବ୍ୟବହାର ଦେଖୁପାରିବା ।

Question 14.
ଆଲୋକ ଗୁଚ୍ଛକୁ ଅବତଳ ଓ ଉତ୍ତଳ ଦର୍ପଣ ଗୁଡ଼ିକ କିପରି ପ୍ରତିକ୍ରିୟା ଦେଖାନ୍ତି ?
Answer:
ଆଲୋକ ଗୁଚ୍ଛ (ସମାନ୍ତର ଆଲୋକ ରଶ୍ମି) ଅବତଳ ଦର୍ପଣରେ ପ୍ରତିଫଳିତ ହେଲାପରେ ପ୍ରତିଫଳିତ ରଶ୍ମି ଗୁଡ଼ିକ ଗୋଟିଏ ବିନ୍ଦୁ (ଫୋକସ୍‌ରେ) ମିଳିତ ହୁଅନ୍ତି । ଉତ୍ତଳ ଦର୍ପଣରେ ସମାନ୍ତର ରଶ୍ମୀଗୁଚ୍ଛ ପ୍ରତିଫଳନ ପରେ ବିସ୍ତାରିତ ବିଚ୍ଛିନ୍ନ କରିଥାଏ ।

Question 15.
ଲେନ୍‌ସଗୁଡ଼ିକ ଆଲୋକ ରଶ୍ମୀ ଗୁଚ୍ଛକୁ ଅଭିସାରୀ ବା ଅପସାରିତ କରନ୍ତି କି ?
Answer:
ଆଲୋକରଶ୍ମୀ ଲେନ୍ସରେ ପ୍ରତିସୃତ ହେଲେ ଏହା ଅଭିସାରିତ ବା ଅପସାରିତ ହୁଏ । ଗୋଟିଏ ଉତ୍ତଳ ଲେନ୍ସ ଆଲୋକ ରଶ୍ମୀକୁ ଅବନତ କରାଇ ଅଭିସାରିତ କରେ । ଅନ୍ୟ ପକ୍ଷରେ ଅବତଳ ଲେନ୍ସରେ ଆଲୋକ ରଶ୍ମୀ ଅପସାରିତ ହୁଏ ।

Question 16.
ଉତ୍ତଳଲେନ୍ସ ଆଲୋକ ରଶ୍ମୀକୁ ଅଭିସାରିତ କରେ । ଏହା ଗୋଟିଏ କାଗଜଖଣ୍ଡକୁ ଜାଳିପାରେ କି ?
Answer:
ଉତ୍କଳ ଲେନ୍ସ ଆଲୋକ ରଶ୍ମୀକୁ ଅଭିସାରିତ କରେ । ସୂର୍ଯ୍ୟରଶ୍ମୀ ଗୁଡ଼ିକ ଏହି ଲେନ୍ସ ମଧ୍ୟରେ ଅଭିସାରିତ ହୋଇ ଗୋଟିଏ ବିନ୍ଦୁରେ ମିଳିତ ହୁଅନ୍ତି । ସେହି ବିନ୍ଦୁଟି କାଗଜ ଉପରେ ସଂସ୍ଥାପନ କଲେ ସୂର୍ଯ୍ୟାଲୋକ କେନ୍ଦ୍ରୀଭୂତ ହୋଇ ପ୍ରଖର ତାପଦ୍ଵାରା କାଗଜକୁ ପୋଡ଼ି ଦିଏ ।

Question 17.
ଲେନ୍ସ ଗୁଡ଼ିକର ବ୍ୟବହାର ଲେଖ ।
Answer:
ଉତ୍ତଳ ଲେନ୍ସ ବର୍ଷକ କାଚ, ଅଣୁବୀକ୍ଷଣ, ଦୂରବୀକ୍ଷଣ, କ୍ୟାମେରା ଓ ପ୍ରୋଜେକ୍ଟରରେ ବ୍ୟବହାର ହୁଏ । ଏହା ଦୂରଦୃଷ୍ଟି ନିରାକରଣ ପାଇଁ ଚଷମାରେ ବ୍ୟବହାର ହୁଏ । ଅବତଳ ଲେନ୍ସ ସମୀପ ଦୃଷ୍ଟିଦୋଷ ପ୍ରତିକାର ପାଇଁ ଏବଂ ସୌରଚୁଲାରେ ଅବତଳ ଫଳକ ବ୍ୟବହାର କରାଯାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ନିମ୍ନୋକ୍ତ ରେଖାଚିତ୍ରରେ (a), (b) ଓ (c) ରେ ଗୋଟିଏ ଲେଖାଏଁ ତ୍ରୁଟି ରହିଛି । ଆବଶ୍ୟକ ମତେ ସେଗୁଡ଼ିକୁ ସଂଶୋଧନ କର ।
Class 8 Science Chapter 10 Question Answer Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 18
Answer:
ସଂଶୋଧୃତ ଚିତ୍ର ଗୁଡ଼ିକ ନିମ୍ନରେ ପ୍ରଦାନ ହେଲା ।
Class 8 Science Chapter 10 Question Answer Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 19

Question 2.
ସମତଳ ଦର୍ପଣରେ ପ୍ରତିଫଳନ ଦର୍ଶାଉଥବା ଏକ ରେଖାଚିତ୍ର ପ୍ରଦାନ କର ।
Answer:
Class 8 Science Chapter 10 Question Answer Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 20

Question 3.
ଡାକ୍ତରଖାନା ଆମ୍ବୁଲାନ୍ସରେ ‘AMBULANCE” ଶବ୍ଦଟ ଓଲଟା ରୂପେ ଲେଖାଯିବାର କାରଣ କ’ଣ ?
Answer:
ଆମ୍ବୁଲାନ୍ସର ସମ୍ମୁଖରେ (ଆଗରେ) ଯାଉଥ‌ିବା ଯାନବାହାନର ଦର୍ପଣରେ AMBULANCE” ଶବ୍ଦର ପ୍ରତିବିମ୍ବ ‘HDMAJUMMA’ ରୂପେ ଦେଖାଯାଏ । ଆଗରେ ଥିବା ଗାଡ଼ିର ସମତଳ ଦର୍ପଣ ଏହି ପାର୍ଶ୍ୱ ପରିବର୍ତ୍ତନ ଶୀଳ ପ୍ରତିବିମ୍ବ ଗଠନ କରେ । ଏଣୁ ଶବ୍ଦଟିକୁ ଠିକ୍ ଭାବରେ ପଢ଼ି ରୋଗୀଥୁବା ଗାଡ଼ିକୁ ରାସ୍ତା ଛାଡ଼ିଦେବା ପାଇଁ ସମ୍ମୁଖରେ ଗାଡ଼ିକୁ ‘AMBULANCE” ଶବ୍ଦ ଠିକ୍ ଭାବେ ପଢ଼ିବାପାଇଁ ରୋଗୀଗାଡ଼ି ସମ୍ମୁଖର ଶବ୍ଦଟିକୁ ଓଲଟା ଲେଖାଯାଇଥାଏ । ଯଥା ‘HDMAJUMMA’ ।

Question 4.
ଗୋଟିଏ ଦର୍ପଣରେ ‘REST ଶବ୍ଦଟି ଦୁଇ ପ୍ରକାରରେ ଲେଖାଯାଇଛି । ଶବ୍ଦଟି କେଉଁ ରୂପରେ ଦେଖାଯିବ ।
Class 8 Science Chapter 10 Question Answer Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 21
Answer:
ସମତଳ ଦର୍ପଣରେ ପ୍ରତିଫଳନର ଧର୍ମ ଦୃଷ୍ଟିରୁ ସମଆକୃତି ବିଶିଷ୍ଟ କିନ୍ତୁ ବସ୍ତର ଓଲଟା ପ୍ରତିବିମ୍ବ ଦର୍ପଣରେ ଦେଖାଯିବ ।
Class 8 Science Chapter 10 Question Answer Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 22

Question 5.
ପିଲାଟି କହିଲା ଯେ ଦର୍ପଣରେ ଗଠିତ ପ୍ରତିବିମ୍ବ ବସ୍ତୁଠାରୁ ସାନ ଦେଖାଯାଉଛି । ପିଲାଟି କି ପ୍ରକାର ଦର୍ପଣରେ ଦେଖୁଛି ଓ କାହିଁକି ?
Answer:
(i) ଉତ୍ତଳ ଦର୍ପଣରେ ସର୍ବଦା ସାନ, ସଳଖ ଓ ଆଭାସୀ ପ୍ରତିବିମ୍ବ ଦେଖାଯାଏ । ତେଣୁ ପିଲାଟି ଉତ୍ତଳ ଦର୍ପଣରେ ପ୍ରତିବିମ୍ବ ଅନୁଧ୍ୟାନ କରୁଛି ।
(ii) ଉତ୍ତଳ ଦର୍ପଣରେ ପ୍ରତିଫଳନ ପୃଷ୍ଠ ବାହାର ଆଡକୁ କ୍ରମଶଃ ବକ୍ର ହୋଇଥାଏ । ଏଥୁରେ ଆଲୋକ ରଶ୍ମୀ ଗୁଡ଼ିକର ପ୍ରତିଫଳିତ ରଶ୍ମୀ ଗୁଡ଼ିକ ପ୍ରତିଫଳନଠାରୁ ପରସ୍ପର ଠାରୁ ଦୂରେଇ ଯାଆନ୍ତି । ଜଣାଯାଏ ପ୍ରତିଫଳିତ ରଶ୍ମୀଗୁଡ଼ିକ ସତେ ଯେପରି ଦର୍ପଣ ପଛପଟୁ ଗୋଟିଏ ବିନ୍ଦୁରୁ ନିର୍ଗତ ହୋଇଥାଆନ୍ତି । ତେଣୁ ପ୍ରତିବିମ୍ବ ସାନ ହୋଇଯାଏ ।

Question 6.
ଦୃଢୋକ୍ତି–କାରଣ (Assertion-Reason) ପ୍ରଶ୍ନବଳୀ
ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକ ଦୁଇଟି ଉକ୍ତିକୁ ନେଇ ଗଠିତ । ପ୍ରଥମଟି ଦୃଢୋକ୍ତି (Assertion) (A) ଏବଂ ଅନ୍ୟଟି କାରଣ (Reason) ।
ପ୍ରଶ୍ନଗୁଡ଼ିକର ଉତ୍ତର ପାଇଁ (a), (b), (c) ଓ (d) ମଧ୍ୟରୁ କେଉଁଟି ଉପଯୁକ୍ତ ଦର୍ଶାଅ
(a) ଉଭୟ A ଏବଂ R ସତ୍ୟ ଏବଂ R ହେଉଛି A ର ସଠିକ୍ ବ୍ୟାଖ୍ୟା କରଣ ।
(b) ଉଭୟ A ଏବଂ R ସତ୍ୟ ଏବଂ R, A ର ସଠିକ୍ ବ୍ୟାଖ୍ୟା କରଣ ନୁହେଁ ।
(c) A ସତ୍ୟ କିନ୍ତୁ R ମିଥ୍ୟା ।
(d) A ମିଥ୍ୟା କିନ୍ତୁ R ମିଥ୍ୟା ।

1. ଦୃଢୋକ୍ତି (A) : ସମତଳ ଦର୍ପଣରେ ଗଠିତ ପ୍ରତିବିମ୍ବ ସର୍ବଦା ଆଭାସୀ ଏବଂ ସଳଖ ।
କାରଣ (R) : ଆଲୋକ ରଶ୍ମୀ ପ୍ରତିଫଳନ ପରେ ବାସ୍ତବରେ ପରସ୍ପର ସହ ମିଳିତ ହୁଅନ୍ତି ।
Answer:
(c) A ସତ୍ୟ କିନ୍ତୁ R ମିଥ୍ୟା ।

2. ଦୃଢୋକ୍ତି (A) : ଆପତନ କୋଣ ସର୍ବଦା ପ୍ରତିଫଳନ କୋଣ ସହ ସମାନ ।
କାରଣ (R) : ମସୃଣ ପୃଷ୍ଠତଳ ଉପରେ ଆଲୋକ ପ୍ରତିଫଳନ ଏକ ସମ ପ୍ରତିଫଳନ ଅଟେ ।
Answer:
(b) ଉଭୟ A ଏବଂ R ସତ୍ୟ ଏବଂ R, A ର ସଠିକ୍ ବ୍ୟାଖ୍ୟା କରଣ ନୁହେଁ ।

3. ଦୃଢୋକ୍ତି (A) : ସମତଳ ଦର୍ପଣରେ ପ୍ରତିବିମ୍ବ ପାର୍ଶ୍ୱ ପରିବର୍ତ୍ତନ କରିବାର ଦେଖାଯାଏ ।
କାରଣ (R) : ସମତଳ ଦର୍ପଣରେ ଆଲୋକ ପ୍ରତିଫଳନ ଘଟେ ନାହିଁ ।
Answer:
(c) A ସତ୍ୟ କିନ୍ତୁ R ମିଥ୍ୟା ।

4. ଦୃଢୋକ୍ତି (A) : ଆମ୍ବୁଲାନ୍ସ ଗାଡ଼ିରେ ‘AMBULANCE” ଶବ୍ଦଟିର Letter ଗୁଡ଼ିକ ଓଲଟା ଭାବେ ଲେଖାଯାଇଥାଏ ।
କାରଣ (R) : ସମ୍ମୁଖରେ ଥିବା ଗାଡ଼ି ଚାଳକ ତାର ପାର୍ଶ୍ଵରେ ଥିବା ପଶ୍ଚାତ୍ ଅଂଶ ଦେଖିପାରୁଥିବା ଉତ୍ତଳ ଦର୍ପଣରେ ଏହାକୁ ସିଧା ପଡ଼ିପାରିବାକୁ ସମର୍ଥ ହୁଏ ।
Answer:
(a) ଉଭୟ A ଏବଂ R ସତ୍ୟ ଏବଂ R ହେଉଛି A ର ସଠିକ୍ ବ୍ୟାଖ୍ୟା କରଣ ।

Class 8 Science Chapter 10 Question Answer Odia Medium ଆଲୋକ: ଦର୍ପଣ ଓ ଲେନ୍‌ସ

ଘଟଣା ଉପରେ ଆଧାରିତ ପ୍ରଶ୍ନ

Question 1.
ଗୋଟିଏ କାଗଜ ଫର୍ଦ୍ଦ ଉପରେ ରଖାଯାଇଥ‌ିବା ଦର୍ପଣରୁ ସମାନ୍ତରାଳ ଆଲୋକ ରଶ୍ମୀ ଗୁଡ଼ିକ ପ୍ରତିଫଳିତ ହେଉଛି । ଯେତେବେଳେ କାଗଜ ଫର୍କଟିକୁ ଟିକିଏ ବଙ୍କା କରିଦିଆଯାଏ, ପ୍ରତିଫଳିତ ରଶ୍ମୀଗୁଡ଼ିକ ଅଦୃଶ୍ୟ ହୋଇଯାଆନ୍ତି ଏବଂ କାଗଜଟିକୁ ପୂର୍ବାବସ୍ଥା ନେଲେ ପୁଣି ଦୃଶ୍ୟମାନ ହୁଅନ୍ତି । ଏହା ଦର୍ଶାଅ ଯେ ଆପତନ ରଶ୍ମି, ପ୍ରତିଫଳନ ରଶ୍ମି ଓ ଅଭିଲମ୍ବ ଏକ ସମତଳ ଉପରେ ରହନ୍ତି ।
ଘଟଣାଟି ଉପରେ ଦୃଷ୍ଟି ରଖୁ ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ବାଛିଲେଖ ।
Class 8 Science Chapter 10 Question Answer Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 23

(i) କାଗଜଟିକୁ ଟିକିଏ ଭାଙ୍ଗିଦେଲେ ପ୍ରତିଫଳିତ ରଶ୍ମିଗୁଡ଼ିକର କ’ଣ ଘଟେ ?
(a) ଏଗୁଡ଼ିକ ଉଜ୍ଜ୍ୱଳତର ହୁଅନ୍ତି
(b) ଏଗୁଡ଼ିକ ଅଦୃଶ୍ୟ ହୋଇଯାଆନ୍ତି
(c) ଏଗୁଡ଼ିକ ବଙ୍କା ହୋଇଯାଆନ୍ତି
(d) ଏହା ଭାଙ୍ଗି ଦୁଇଟି ଆଲୋକ ଗୁଚ୍ଛ ହୋଇଯାଆନ୍ତି
Answer:
(b) ଏଗୁଡ଼ିକ ଅଦୃଶ୍ୟ ହୋଇଯାଆନ୍ତି

(ii) କାଗଜ ଖଣ୍ଡଟି ବଙ୍କା ହେବାବେଳେ ପ୍ରତିଫଳିତ ରଶ୍ମିଗୁଡ଼ିକ କାହିଁକି ଅଦୃଶ୍ୟ ହୁଅନ୍ତି ?
(a) ଦର୍ପଣ ଆଲୋକକୁ ଶୋଷିନିଏ
(b) ଆପତନ ରଶ୍ମୀ ଅଟକିଯାଏ
(c) ନୂଆ ପୃଷ୍ଠତଳ ସମତୁଲ ହୁଏ ନାହିଁ
(d) ଦର୍ପଣଟି ହଟିଯାଇଥାଏ
Answer:
(c) ନୂଆ ପୃଷ୍ଠତଳ ସମତୁଲ ହୁଏ ନାହିଁ

(iii) ଏହି ପରୀକ୍ଷଣ କ’ଣ ଦର୍ଶାଉଛି ?
(a) ଆପତନ କୋଣର ପରିମାଣ 0°
(b) ଆଲୋକ କୋଣଗୁଡ଼ିକରେ ବଙ୍କା ହୋଇଯାଏ
(c) ଆପତନ ରଶ୍ମି, ପ୍ରତିଫଳନ ରଶ୍ମି, ଅଭିଲମ୍ବ ଏକ ସମତଳରେ ରହନ୍ତି
(d) ଆଲୋକର ବେଗ କମିଯାଏ
Answer:
(c) ଆପତନ ରଶ୍ମି, ପ୍ରତିଫଳନ ରଶ୍ମି, ଅଭିଲମ୍ବ ଏକ ସମତଳରେ ରହନ୍ତି

(iv) ଦ୍ଵିତୀୟ ଚିତ୍ରରେ ଆପତନ କୋଣ ବଦଳିଗଲେ ମଧ୍ୟ କ’ଣ ବଦଳେ ନାହିଁ ?
(a) ଅଭିଲମ୍ବ ଦିଗ ବଦଳେ
(b) ପ୍ରତିଫଳନ ରଶ୍ମୀ ଅନିର୍ଦ୍ଦିଷ୍ଟ
(c) ସବୁ ରଶ୍ମୀ ଗୋଟିଏ ସମତଳରେ ରହନ୍ତି
(d) ଦର୍ପଣଟି ଘୁଞ୍ଚିଯାଏ
Answer:
(c) ସବୁ ରଶ୍ମୀ ଗୋଟିଏ ସମତଳରେ ରହନ୍ତି

Question 2.
ନିମ୍ନ ଚିତ୍ରଗୁଡ଼ିକରେ ଆପତନ ରଶ୍ମି ଗୋଟିଏ ସମତଳ ଦର୍ପଣରେ ତିନିଟି ପରିସ୍ଥିତିରେ ପତିତ ହୋଇଛି । ଚିତ୍ର ଅନୁକରଣ କରି ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
Class 8 Science Chapter 10 Question Answer Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 25
(i) (a) ଚିତ୍ରରେ ଆପତନ କୋଣର ପରିମାଣ କେତେ ?
(a) 0°
(b) 90°
(c) 45°
(d) 180°
Answer:
(a) 0°

(ii) (a) ଚିତ୍ରରେ ଆପତନ ରଶ୍ମିର କ’ଣ ଘଟୁଛି ?
(a) ଏହା ଲମ୍ବ ଦିଗରେ ପ୍ରତିଫଳିତ ହେଉଛି ।
(b) ଏହା ଦର୍ପଣ ମଧ୍ୟଦେଇ ଗତି କରୁଛି
(c) ଏହା ଦର୍ପଣକୁ ସ୍ପର୍ଶ କରୁନାହିଁ ।
(d) ଏହା ଦର୍ପଣଆଡ଼କୁ ବକ୍ର ହୋଇଅଛି ।
Answer:
(a) ଏହା ଲମ୍ବ ଦିଗରେ ପ୍ରତିଫଳିତ ହେଉଛି ।

(iii) ଚିତ୍ର (b) ରେ ଆପତନ କୋଣ କାହାସହ ସମାନ ?
(a) ଆପତନ ରଶ୍ମି ଓ ଦର୍ପଣ ପୃଷ୍ଠତଳ ମଧ୍ୟବର୍ତ୍ତୀ କୋଣ
(b) ଆପତନ ରଶ୍ମି ଓ ଅଭିଲମ୍ବ ମଧ୍ୟବର୍ତ୍ତୀ କୋଣ
(c) ସର୍ବଦା 0°
(d) ସର୍ବଦା ୨୦°
Answer:
(b) ଆପତନ ରଶ୍ମି ଓ ଅଭିଲମ୍ବ ମଧ୍ୟବର୍ତ୍ତୀ କୋଣ

(iv) ଚିତ୍ର (c) ରେ ପ୍ରତିଫଳନ କୋଣ କେତେ ?
(a) 20°
(b) 40°
(c) 0°
(d) 70°
Answer:
(a) 20°

(v) ଚିତ୍ରଗୁଡ଼ିକର କେଉଁ ନିୟମ ପ୍ରତିଫଳିତ ହେଉଛି ?
(a) ସ୍କେଲଙ୍କ ନିୟମ
(b) ପ୍ରତିସରଣ ନିୟମ
(c) ପ୍ରତିଫଳନ ନିୟମ
(d) ଆଲୋକ ବିଚ୍ଛୁରଣ ନିୟମ
Answer:
(c) ପ୍ରତିଫଳନ ନିୟମ

Class 8 Science Chapter 9 Question Answer Odia Medium ଦ୍ରବ, ଦ୍ରାବକ, ଦ୍ରବଣ

Go through 8th Class Science Book Odia Medium Question Answer and Class 8 Science Chapter 9 Question Answer Odia Medium ଦ୍ରବ, ଦ୍ରାବକ, ଦ୍ରବଣ to understand textbook questions more clearly.

8th Class Science Chapter 9 Question Answer Odia Medium

Class 8 Science Chapter 9 Odia Medium

ଜିଜ୍ଞାସା ବଜାୟ ରଖ

Question 1.
୬। ତଳେ ଦିଆଯାଇଥିବା ଉକ୍ତିଗୁଡ଼ିକ ସତ୍ୟ (T) କି ମିଥ୍ୟା (F) ତାହା ଚିହ୍ନ । ମିଥ୍ୟା ହେଲେ ସଂଶୋଧନ କର ।
(i) ଅମ୍ଳଜାନ ଗ୍ୟାସ ଥଣ୍ଡାଜଳ ଅପେକ୍ଷା ଗରମ ଜଳରେ ଅଧିକ ଦ୍ରବଣୀୟ ।
(ii) ବାଲି ଏବଂ ଜଳର ମିଶ୍ରଣ ଏକ ଦ୍ରବକ ।
(iii) ଯେ କୌଣସି ବସ୍ତୁଦ୍ୱାରା ଅଧିକାର କରାଯାଇଥିବା ସ୍ଥାନର ପରିମାଣକୁ ଏହାର ବସ୍ତୁତ୍ଵ କୁହାଯାଏ ।
(iv) ଅସଂତୃପ୍ତ ଦ୍ରବଣରେ ଆଉ କିଛି ପରିମାଣରେ ଦ୍ରବ ଦ୍ରବୀଭୂତ ହୋଇପାରିବ କିନ୍ତୁ ସଂତୃପ୍ତ ଦ୍ରବଣରେ ଆଉ ଦ୍ରବ ଦ୍ରବୀଭୂତ ହୋଇପାରିବ ନାହିଁ ।
Answer:
(i) ଅମ୍ଳଜାନ ଗ୍ୟାସ ଥଣ୍ଡାଜଳ ଅପେକ୍ଷା ଗରମ ଜଳରେ ଅଧ‌ିକ ଦ୍ରବଣୀୟ । (F)
ଠିକ୍ ଉକ୍ତି : ଅମ୍ଳଜାନ ଗ୍ୟାସ ଗରମ ଜଳ ଅପେକ୍ଷା ଥଣ୍ଡା ଜଳରେ ଅଧିକ ଦ୍ରବଣୀୟ ।

(ii) ବାଲି ଏବଂ ଜଳର ମିଶ୍ରଣ ଏକ ଦ୍ରବକ । (F)
ଠିକ୍ ଉକ୍ତି : ବାଲି ଏବଂ ଜଳର ମିଶ୍ରଣ ଏକ ସସ୍ପେନସନ୍ (suspension) ।

(iii) ଯେ କୌଣସି ବସ୍ତଦ୍ୱାରା ଅଧିକାର କରାଯାଇଥିବା ସ୍ଥାନର ପରିମାଣକୁ ଏହାର ବସ୍ତୁତ୍ଵ କୁହାଯାଏ । (F)
ଠିକ୍ ଉକ୍ତି : ଯେ କୌଣସି ବସ୍ତୁଦ୍ଵାରା ଅଧୁକାର କରାଯାଇଥିବା ସ୍ଥାନର ପରିମାଣକୁ ଏହାର ଆୟତନ କୁହାଯାଏ ।

(iv) ଅସଂତୃପ୍ତ ଦ୍ରବଣରେ ଆଉ କିଛି ପରିମାଣରେ ଦ୍ରବ ଦ୍ରବୀଭୂତ ହୋଇପାରିବ କିନ୍ତୁ ସଂତୃପ୍ତ ଦ୍ରବଣରେ
ଆଉ ଦ୍ରବ ଦ୍ରବୀଭୂତ ହୋଇପାରିବ ନାହିଁ । (T)

Question 2.
ଖାଲିସ୍ଥାନ ପୂରଣ କର ।
(i) ଏକ କଠିନ ବସ୍ତର ଆୟତନ ଅପସାରଣ ପଦ୍ଧତିଦ୍ଵାରା ମାପ କରାଯାଏ, ଯେଉଁଠାରେ କଠିନକୁ ପାଣିରେ __________ ଏବଂ ଜଳସ୍ତରର __________ ମାପ କରାଯାଏ ।
Answer:
ବୁଡ଼ାଯାଏ, ବୃଦ୍ଧିକୁ,

(ii) ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ କୌଣସି ନିର୍ଦ୍ଦିଷ୍ଟ ପରିମାଣର __________ ରେ ଦ୍ରବୀଭୂତ ହୋଇପାରୁଥିବା __________ ର ସର୍ବାଧ‌ିକ ପରିମାଣକୁ ତାହାର ଦ୍ରବଣୀୟତା କୁହାଯାଏ ।
Answer:
ଦ୍ରାବକ, ଦ୍ରବ

(iii) ସାଧାରଣତଃ ତାପମାତ୍ରାରେ ବୃଦ୍ଧି ସହିତ ସାନ୍ଦ୍ରତା __________ ହୁଏ ।
Answer:
ହ୍ରାସ,

(iv) ଯେଉଁ ଦ୍ରବଣରେ ଗ୍ଲୁକୋଜ ପାଣି ସଂପୂର୍ଣ୍ଣ ଭାବରେ ଦ୍ରବୀଭୂତ ହୋଇଯାଏ ଏବଂ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଆଉ କୌଣସି ଗ୍ଲୁକୋଜ ଦ୍ରବୀଭୂତ ହୋଇପାରେ ନାହିଁ, ତାହାକୁ ଗ୍ଲୁକୋଜର __________ ଦ୍ରବଣ କୁହାଯାଏ ।
Answer:
ସଂତୃପ୍ତ ଦ୍ରବଣ

Question 3.
ତୁମେ କିଛି ଜଳଥିବା ଏକ ଗ୍ଲାସରେ ତେଲ ପକାଅ । ତେଲ ଜଳ ଉପରେ ଭାସୁଥିବାର ଦେଖୁବ । ଏଥୁରୁ ତୁମେ କ’ଣ ଜାଣିଲ ?
(i) ତେଲ ଜଳ ଅପେକ୍ଷା ଅଧିକ ସାନ୍ଦ୍ର
(ii) ଜଳ ତେଲ ଅପେକ୍ଷା ଅଧିକ ସାନ୍ଦ୍ର
(iii) ତେଲ ଓ ଜଳର ସାନ୍ଦ୍ରତା ସମାନ
(iv) ତେଲ ଜଳରେ ଦ୍ରବୀଭୂତ ହୁଏ
Answer:
(ii) ଜଳ ତେଲ ଅପେକ୍ଷା ଅଧିକ ସାନ୍ଦ୍ର
କାରଣ : ଯେଉଁ ବସ୍ତୁଗୁଡ଼ିକ ତରଳ ପଦାର୍ଥରେ ଭାସନ୍ତି ସେଗୁଡ଼ିକ ତରଳ ପଦାର୍ଥ ଅପେକ୍ଷା କମ୍ ସାନ୍ଦ୍ରତା ବିଶିଷ୍ଟ । ଯେହେତୁ ତେଲ ଜଳ ଉପରେ ଭାସୁଛି ତେଣୁ ତେଲର ସାନ୍ଦ୍ରତା ଜଳର ସାନ୍ଦ୍ରତା

Class 8 Science Chapter 9 Question Answer Odia Medium ଦ୍ରବ, ଦ୍ରାବକ, ଦ୍ରବଣ

Question 4.
ଏକ ପଥର ମୂର୍ତ୍ତିରେ ଓଜନ 225 ଗ୍ରାମ ଏବଂ ଏହାର ଆୟତନ 90 cm3 । ଏହାର ସାନ୍ଦ୍ରିତ ଗଣନା କର ଏବଂ ଏହା ଜଳରେ ଭାସିବ କିମ୍ବା ବୁଡ଼ିବ ତାହା ଆକଳନ କର ।
Answer:
Class 8 Science Chapter 9 Question Answer Odia Medium ଦ୍ରବ, ଦ୍ରାବକ, ଦ୍ରବଣ 1
\(\frac{225 \mathrm{gm}}{90 \mathrm{~cm}^3}\) = 2.5 \(\frac{\mathrm{~g}}{\mathrm{~cm}^3}\)
ଜଳର ସାନ୍ଦ୍ରତା = \(\frac{1 \mathrm{~g}}{\mathrm{~cm}^3}\)
ଯେଉଁ ବସ୍ତୁର ସାନ୍ଦ୍ରତା ଜଳଠାରୁ ଅଧିକ ତାହା ଜଳରେ ବୁଡ଼ିଯାଏ । ଏଠାରେ ପଥର ମୂର୍ତ୍ତିର ସାନ୍ଦ୍ରତା 2.5 \(\frac{\mathrm{~g}}{\mathrm{~cm}^3}\) ଯାହା ଜଳର ସାନ୍ଦ୍ରତା \(\frac{1 \mathrm{~g}}{\mathrm{~cm}^3}\) ଠାରୁ ଅଧ‌ିକ । ତେଣୁ ପଥର ମୂର୍ତ୍ତିଟି ଜଳରେ ବୁଡ଼ିଯିବ ।

Question 5.
ନିମ୍ନଲିଖତ ଉକ୍ତ ମଧ୍ୟରୁ କେଉଁଟି ସବୁଠାରୁ ଉପଯୁକ୍ତ ଏବଂ ଅନ୍ୟ ଉକ୍ତିଗୁଡ଼ିକ କାହିଁକି ଉପଯୁକ୍ତ ନୁହେଁ ।
(i) ଏକ ସଂତୃପ୍ତ ଦ୍ରବଣ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଅଧିକ ଦ୍ରବ ଦ୍ରବୀଭୂତ କରିପାରେ ।
(ii) ଏକ ଅସଂତୃପ୍ତ ଦ୍ରବଣ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ସର୍ବାଧ‌ିକ ପରିମାଣରେ ଦ୍ରବ ଦ୍ରବୀଭୂତ କରିପାରେ ।
(iii) ସେହି ତାପମାତ୍ରାରେ ସଂତୃପ୍ତ ଦ୍ରବଣରେ ଆଉ କୌଣସି ଦ୍ରବ ଦ୍ରବୀଭୂତ ହୋଇପାରିବ ନାହିଁ ।
(iv) ଏକ ସଂତୃପ୍ତ ଦ୍ରବଣ କେବଳ ଉଚ୍ଚ ତାପମାତ୍ରାରେ ସୃଷ୍ଟି ହୁଏ ।
Answer:
ସବୁଠାରୁ ଉପଯୁକ୍ତ ଉକ୍ତି :
(iii) ସେହି ତାପମାତ୍ରାରେ ସଂତୃପ୍ତ ଦ୍ରବଣରେ ଆଉ କୌଣସି ଦ୍ରବ ଦ୍ରବୀଭୂତ ହୋଇପାରିବ ନାହିଁ ।

ଉପଯୁକ୍ତ ଉକ୍ତି ନୁହେଁ :
(i) ଏକ ସଂକ୍ଷିପ୍ତ ଦ୍ରବଣ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଅଧିକ ଦ୍ରବ ଦ୍ରବୀଭୂତ କରିପାରେ, ଉକ୍ତିଟି ଠିକ୍ ନୁହେଁ କାରଣ ସଂତୃପ୍ତ ଦ୍ରବଣ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଆଉ ଅଧୁକ ଦ୍ରବ ଦ୍ରବୀଭୂତ କରିପାରିବ ନାହିଁ ।
(ii) ଏକ ଅସଂତୃପ୍ତ ଦ୍ରବଣ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ସର୍ବାଧ‌ିକ ପରିମାଣରେ ଦ୍ରବ ଦ୍ରବୀଭୂତ କରିପାରେ, ଉକ୍ତିଟି ଠିକ୍ ନୁହେଁ କାରଣ ଅସଂତୃପ୍ତ ଦ୍ରବଣରେ ସର୍ବଦା କମ୍ ପରମାଣରେ ଦ୍ରବ ଦ୍ରବୀଭୂତ ହୋଇଥାଏ ।
(iv) ଏକ ସଂତୃପ୍ତ ଦ୍ରବଣ କେବଳ ଉଚ୍ଚ ତାପମାତ୍ରାରେ ସୃଷ୍ଟି ହୁଏ ଉକ୍ତିଟି ଠିକ୍ ନୁହେଁ କାରଣ ସଂତୃପ୍ତ ଦ୍ରବଣ ଯେ କୌଣସି ତାପମାତ୍ରାରେ ସୃଷ୍ଟି ହୋଇପାରିବ ।

Question 6.
ତୁମର 2 ଲିଟର ଆୟତନ ବିଶିଷ୍ଟ ବୋତଲ ଅଛି । ତୁମେ ଏଥରେ 500 ମି.ଲି. ଜଳ ଢାଳିଲ । ବୋତଲଟିରେ ଆଉ କେତେ ଅଧ‌ିକ ଜଳ ଧରିବ ?
Answer:
1 ଲିଟର = 1000 ମି.ଲି., 2 ଲିଟର = 2000 ମି.ଲି.
ବୋତଲର ଆୟତନ = 2 ଲି = 2000 ମିଲି ଲିଟର
500 ml ଜଳ ଢଳାଯାଇଛି ।
ବୋତଲ ଆହୁରି ଧାରଣ କରୁଥିବା ଜଳର ପରିମାଣ = 2000 mL – 500 mL = 1500 mL ବା 1.5 ଲିଟର
ଜଳ ଅଧକ ବୋତଲରେ ରହିପାରିବ ।
ବୋତଲରେ 500 ମିଲିଲିଟର ପାଣି ଢାଳିବାପରେ ଆହୁରି 1500 ମିଲିଲିଟର ଜଳ ଖୋଲ ଧ୍ୟାରଣ କରିପାରିବ ।

Question 7.
ଏକ ବସ୍ତର ବସ୍ତତ୍ଵ 400 ଗ୍ରାମ ଏବଂ ଆୟତନ 40 cm3 । ଏହାର ସାନ୍ଦ୍ରତା କେତେ ?
Answer:
Class 8 Science Chapter 9 Question Answer Odia Medium ଦ୍ରବ, ଦ୍ରାବକ, ଦ୍ରବଣ 2
ବସ୍ତର ସାନ୍ଦ୍ରତା
= \(\frac{400 \mathrm{gm}}{40 \mathrm{~cm}^3}=\frac{10 \mathrm{~g}}{\mathrm{~cm}^3}\)
∴ ବସ୍ତର ସାନ୍ଦ୍ରତା = \(\frac{10 \mathrm{~g}}{\mathrm{~cm}^3}\)

Question 8.
ଚିତ୍ର ୯.୨୫ (କ) ଏବଂ ୯.୨୫ (ଖ) ବିଶ୍ଳେଷଣ କର । କାହିଁକି ଚୋପା ଥ‌ିବା କମଳା ଭାସିଥାଏ ଓ ଚୋପାଛଡ଼ା କମଳା ବୁଡ଼ିଯାଏ ? ବ୍ୟାଖ୍ୟା କର ।
Class 8 Science Chapter 9 Question Answer Odia Medium ଦ୍ରବ, ଦ୍ରାବକ, ଦ୍ରବଣ 3
Answer:
କମଳା ଚୋପାରେ ଅସଂଖ୍ୟ ଛିଦ୍ର ଥାଏ ଯାହା ମଧ୍ଯରେ ବାୟୁ ଭର୍ତ୍ତି ହୋଇଥାଏ । ବାୟୁପୂର୍ଣ୍ଣ ଛିଦ୍ରଯୁକ୍ତ କମଳାର ସାନ୍ଦ୍ରତା ଜଳର ସାନ୍ଦ୍ରତା ଅପେକ୍ଷା
କମ୍ ହେତୁ ଏହା ଜଳରେ ଭାସେ ।
ଅନ୍ୟ ପକ୍ଷରେ କମଳା ଚୋପା ଛଡ଼ାଇ ଦେଲେ ଅବଶିଷ୍ଟ ଅଂଶରେ ବାୟୁପୂର୍ଣ୍ଣ ଥଳୀ ନଥିବାରୁ ଏହାର ସାନ୍ଦ୍ରତା ଜଳର ସାନ୍ଦ୍ରତା ଠାରୁ ଅଧିକ ହୁଏ । ଫଳରେ କମଳା ଜଳରେ ବୁଡ଼ିଯାଏ ।

Question 9.
ବସ୍ତୁ À ର ବସ୍ତୁତ୍ଵ 200 ଗ୍ରାମ ଓ ଆୟତନ 40 cm3 । ବସ୍ତୁ B ର ବସ୍ତୁତ୍ଵ 240 ଗ୍ରାମ୍ ଏବଂ ଆୟତନ 60 cm3 । ଦୁଇଟି ମଧ୍ୟରେ କାହାର ସାନ୍ଦ୍ରତା ଅଧିକ ।
Answer:
Class 8 Science Chapter 9 Question Answer Odia Medium ଦ୍ରବ, ଦ୍ରାବକ, ଦ୍ରବଣ 4
ଏଠାରେ 5 > 4, ଏଣୁ ବସ୍ତ A ର ସାନ୍ଦ୍ରତା ବସ୍ତ୍ର B ର ସାନ୍ଦ୍ରତା ଠାରୁ ଅଧ‌ିକ ।

Question 10.
ତୁଲସୀ ପାଖରେ 120 ଗ୍ରାମ ଓଜନର ମଡ଼େଲିଂ ମାଟିର ଏକ ଖଣ୍ଡ ଅଛି । ସେ ପ୍ରଥମେ ଏହାକୁ 60 cm3 ଆୟତନ ବିଶିଷ୍ଟ ଏକ ଘନବସ୍ତୁରେ ପରିଣତ କଲା । ପରେ, ସେ ଏହାକୁ ଚେପଟା କରି ଏକ ପତଳା ଚାଦରରେ ପରିଣତ କଲା । ଏହାର ସାନ୍ଦ୍ରତାରେ କ’ଣ ପରିବର୍ତ୍ତନ ଘଟିବ ଅନୁମାନ କର ।
Answer:
ତୁଳସୀ ପ୍ରଥମେ 120 ଗ୍ରାମ୍ ମଡେଲିଂ ମାଟିକୁ 60 cm3 ଆୟତନ ବିଶିଷ୍ଟ ଘନବସ୍ତ କଲା ।
∴ ଏହି ଘନବସ୍ତର ସାନ୍ଦ୍ରତା = \(\frac{120 \mathrm{gm}}{60 \mathrm{~cm}^3}=\frac{2 \mathrm{~g}}{\mathrm{~cm}^3}\)
ମଡେଲିଂ ମାଟି ଏକ କଠିନ ପଦାର୍ଥ ହୋଇଥିବାରୁ ଏହାକୁ ଚେପଟା କଲେ ଆକାର ବଦଳାଇଲେ ମଧ୍ୟ ଆୟତନ ବଦଳିବ ନାହିଁ ।
ଏଣୁ ବସ୍ତୁତ୍ଵ ଓ ଆୟତନର ପରିବର୍ତ୍ତନ ଘଟୁ ନଥ‌ିବାରୁ ସାନ୍ଦ୍ରତାର ପରିବର୍ତ୍ତନ ନ ହୋଇ ପୂର୍ବପରି ରହିବ ।

Question 11.
A ଲୁହାଖଣ୍ଡର ବସ୍ତୁତ୍ଵ 600 ଗ୍ରାମ ଏବଂ ସାନ୍ଦ୍ରତା 7.9\(\frac{\mathrm{g}}{\mathrm{~m}^3}\)। ଏହାର ଆୟତନ କେତେ ?
Answer:
Class 8 Science Chapter 9 Question Answer Odia Medium ଦ୍ରବ, ଦ୍ରାବକ, ଦ୍ରବଣ 5
∴ ଲୁହାଗୁଣ୍ଡର ଆୟତନ ପ୍ରାୟ 75.95 cm3 ।

Question 12.
ଚିତ୍ର ୯.୨୬ ‘କ’ ଓ ୯.୨୬ ‘ଖ’ ରେ ଦେଖାଯାଇଥିବା ପରି ତୁମକୁ ଏକ ପରୀକ୍ଷାମୂଳକ ବ୍ୟବସ୍ଥା ପ୍ରଦାନ କରାଯାଇଛି । ଗରମ ଜଳ (70°C) ଥିବା ଏକ ବିକରରେ ପରୀକ୍ଷାନଳୀ (ଚିତ୍ର ୯.୨୬ ‘ଖ’) ରଖୁବା ଦ୍ଵାରା କାଚ ନଳୀରେ ଜଳସ୍ତର ବୃଦ୍ଧିପାଏ । ଏହା ସାନ୍ଦ୍ରତାକୁ କିପରି ପ୍ରଭାବିତ କରେ ?
Class 8 Science Chapter 9 Question Answer Odia Medium ଦ୍ରବ, ଦ୍ରାବକ, ଦ୍ରବଣ 6
Answer:
ଯେତେବେଳେ କିଛି ପାଣିଥୁବା ପରୀକ୍ଷାନଳୀକୁ ଗରମ ପାଣିଥୁବରା ବିକରରେ ରଖାଯାଏ, ପରୀକ୍ଷା ନଳୀ ଭିତରେ ଥିବା ବାୟୁ ସମ୍ପ୍ରସାରିତ ହୋଇ ଅଧ‌ିକ ଆୟତନ ଅଧିକାର କରେ । ପରୀକ୍ଷା ନଳୀରେ ଗରମ ଜଳ (70° C)ଥ‌ିବା ଏକ ବିକରରେ ରଖୁବାଦ୍ଵାରା ପରୀକ୍ଷା ନଳୀର ଜଳପତ୍ତନ ବୃଦ୍ଧି ପାଇବ । ବାୟୁର ବସ୍ତୁତ୍ଵ ସମାନ ଥାଇ ଅୟତନ ବୃଦ୍ଧି ପାଉଥ‌ିବାରୁ ସାନ୍ଦ୍ରତା କମିଯିବ । ପରୀକ୍ଷାଟି ସୂଚାଇ ଦିଏ ତାପମାତ୍ରା ବୃଦ୍ଧିଘଟି ବସ୍ତୁର ଆୟତନ ବୃଦ୍ଧି ପାଇଲେ ସାନ୍ଦ୍ରତା କମିଯିବ ।

ଆବିଷ୍କାର, ଡିଜାଇନ୍ ଏବଂ ବିତର୍କ କର

ମୃତ ସାଗର (dead sea) ଉପରେ ଗବେଷଣା ପ୍ରକଳ୍ପ : ମୃତ ସାଗରରେ କାହିଁକି କୌଣସି ଜଳଜୀବ ନାହାନ୍ତି ? ମୃତ ସାଗର ପରି ଅନ୍ୟ କୌରସି ଜନଭାଗ ଅଛି କି ନାହିଁ ତାହା ଜାଣିବାକୁ ଚେଷ୍ଟା କର ।
ଜଳ, ଭିନେଗାର ଏବଂ ତେଲ ଭଳି ବିଭିନ୍ନ ଦ୍ରାବକରେ ସାଧାରଣ ଲୁଣ କେତେ ଭଳ ଭାବରେ ଦ୍ରବୀଭୂତ ହୁଏ ତାହା ଅନୁସନ୍ଧାନ କର । ପ୍ରତ୍ୟେକ ଦ୍ରାବକରେ ଲୁଣର ଦ୍ରବଣାୟତା ତୁଳନା କର ଏବଂ ତୁମ ପର୍ଯ୍ୟବେକ୍ଷଣ ଲେଖୁ ରଖ ।
ଶ୍ରେଣୀରେ ବିତର୍କ କର – ଜଳ କ’ଣ ପ୍ରକୃତରେ ଏକ ବହୁମୁଖୀ (versatile) ଦ୍ରାବକ ?

ଆମ ବୈଜ୍ଞାନିକ ଐତିହ୍ୟ :
ମଣିପୁରର ନୌବାଲ ଜିଲ୍ଲାର ଗ୍ରାମ ହେଉଛି ଏପରି ଏକ ସ୍ଥାନ ଯେଉଁଠାରେ ଏବେ ବି ପାରମ୍ପରିକ ପଦ୍ଧତିରେ ଲୁଣ ଉତ୍ପାଦନ କରାଯାଏ । ଏହି ଗ୍ରାମରେ କିଛି ଲୁଣ କୂପ ଅଛି । ସେହି କୂପମାନଙ୍କ ମଧ୍ୟରେ ଗୋଟି, କୂପର ଧାର 100 ବର୍ଷ ପୁରୁଣା କାଠରେ ତିଆରି ହୋଇଛି । ଏହି କୂପରୁ ପରିବାରର ମହିଳାମାନେ ଲୁଣ ଦ୍ରବର ସଂଗ୍ରହ କରନ୍ତି । ତା’ପରେ କାଠ ଭାତି ଉପରେ ବଡ଼ ଧାତୁ ପାତ୍ରରେ ଦ୍ରବଣକୁ ଫୁଟାଇଥା’ନ୍ତି । ଫଳରେ ଜଳ ବାଷ୍ପୀଭୂତ ହୋଇ ଲୁଣ ସ୍ଫଟିକ ସୃଷ୍ଟି ହୁଏ ପରେ ସ୍ଫଟିକଗୁଡ଼ିକୁ କଦଳପତ୍ର ଏବଂ ହସ୍ତନିର୍ମିତ ଉପକରଣ ଉପରେ ରଖ୍ ସେଥୁରୁ ଗୋଲାକାର ‘ଲୁଣ ପିଠା’ ତିଆରି କରନ୍ତି । ଏହି ପିଠାଗୁଡ଼ିକୁ ପାରମ୍ପରିକ କପଡ଼ା ଫାନେକ (phanek) ରେ ଗୁଡ଼ାଇ ସାଇତି ରଖନ୍ତି । ଲୁଣ ପିଠାଗୁଡ଼ିକରେ କିଛି ଔଷଧୀୟ ମୂଲ୍ୟ ମଧ୍ଯ ଅଛି ବୋଲି ସେଠାରେ ଲୋକମାନେ ବିଶ୍ଵାସ କରନ୍ତି । ନିଙ୍ଗେଲରେ ଲୁଣ କେବଳ ଖାଦ୍ୟ ନୁହେଁ । ଏହା ଇତିହାସ, ସଂସ୍କୃତି, ବିଶ୍ଵାସ ଓ ଭାରତର ଜୀବନ୍ତ ଐତିହ୍ୟର ଏକ ସୁନ୍ଦର ଉଦାହରଣ ।

ଅତିରିକ୍ତ ଅଭ୍ୟାସ ପ୍ରଶ୍ନୋତ୍ତର

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

(କ) ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ନିମ୍ନୋକ୍ତ କେଉଁଟି ଦ୍ରବଣର ସଂଜ୍ଞାକୁ ବୁଝାଏ ?
(a) ଏକ ପ୍ରକାର କଣିକାମାନଙ୍କ ଦ୍ଵାରା ଗଠିତ ଏକ ବିଶୁଦ୍ଧ ପଦାର୍ଥ
(b) ବାୟୁରେ ମିଶ୍ରିତ ଏକ କଠିନ ପଦାର୍ଥ
(c) ଦ୍ରବ ଓ ଦ୍ରାବକର ଏକ ସମତୁଲ ମିଶ୍ରଣ
(d) ଆକୃତି ପରିବର୍ତ୍ତନ କରିପାରୁଥିବା ଏକ ତରଳ
Answer:
(c) ଦ୍ରବ ଓ ଦ୍ରାବକର ଏକ ସମତୁଲ ମିଶ୍ରଣ

Question 2.
ଗୋଟିଏ ଦ୍ରବଣର ନିମ୍ନୋକ୍ତ କେଉଁ ଧର୍ମଗୁଡ଼ିକ ଥାଏ ?
(i) ଏହା ଏକ ସମତୁଲ ମିଶ୍ରଣ
(ii) ଏହା ଏକ ଦ୍ରବ ଓ ଦ୍ରାବକର ଧାରଣ କରେ
(iii) ଏହା ସର୍ବଦା କଠିନ

ଠିକ୍ ତଥ୍ୟଗୁଡ଼ିକ ହେଲା
(a) ଉଭୟ (i) ଓ (ii)
(b) ଉଭୟ (i) ଓ (iii)
(c) ଉଭୟ (i) ଓ (iii)
(d) (i), (ii) ଓ (iii) ସମସ୍ତ
Answer:
(a) ଉଭୟ (i) ଓ (ii)

Class 8 Science Chapter 9 Question Answer Odia Medium ଦ୍ରବ, ଦ୍ରାବକ, ଦ୍ରବଣ

Question 3.
ଦ୍ରବ, ଦ୍ରବୀଭୂତ ହେଉଥ‌ିବା ମିଶ୍ରଣର ତରଳ ଉପାଦାନକୁ କ’ଣ କୁହାଯିବ ?
(a) ଘନ
(b) ଦ୍ରବଣୀୟ
(c) ଦ୍ରାବକ
(d) ବିଚ୍ଛୁରଣକାରୀ
Answer:
(c) ଦ୍ରାବକ

Question 4.
ଯେତେବେଳେ ଦ୍ରବ, ଦ୍ରାବକରେ ସଂପୂର୍ଣ୍ଣ ଦ୍ରବୀଭୂତ ହୁଏ, କ’ଣ ଘଟେ ?
(a) ଯୌଗିକ
(b) ଦ୍ରବଣୀୟ ଗ୍ୟାସ
(c) ଦ୍ରବଣ
(d) ସଂତୃପ୍ତ
Answer:
(c) ଦ୍ରବଣ

Question 5.
ଆଦିତି କିଛି ଜଳରେ ଲୁଣ ମିଶାଇବାରେ ଲାଗିଲା । କିଛି ଚାମଚ ଲୁଣ ମିଶାଇବା ପରେ ଆଉ ଅଧ‌ିକ ଲୁଣ
ଜଳରେ ଦ୍ରବୀଭୂତ ହୋଇ ନପାରି ଦ୍ରବଣର ନିମ୍ନ ଅଂଶରେ ସ୍ଥିର ହୋଇ ରହିଗଲା । ଏହା କ’ଣ ସୂଚାଉଛି ?
(a) ଲବଣ ପଥର ପାଲଟିଗଲା
(b) ଜଳ ଦ୍ରବଣୀୟତା ସୀମା ହାସଲ କଲା
(c) ସଂତୃପ୍ତ ଦ୍ରବଣ
(d) ଘନ ଦ୍ରବଣ
Answer:
(b) ଜଳ ଦ୍ରବଣୀୟତା ସୀମା ହାସଲ କଲା

Question 6.
ଦ୍ରବଣରେ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଦ୍ରାବକ ତୁଳନାରେ ଅଧିକ ଦ୍ରବ ଦ୍ରବୀଭୂତ ହୋଇଥିଲେ, ଏହାକୁ କ’ଣ କୁହାଯିବ ?
(a) ଅସଂତୃପ୍ତ ଦ୍ରବଣ
(b) ଲଘୁ ଦ୍ରବଣ
(c) ସଂତୃପ୍ତ ଦ୍ରବଣ
(d) ଘନ ଦ୍ରବଣ
Answer:
(c) ସଂତୃପ୍ତ ଦ୍ରବଣ

Question 7.
ନିମ୍ନୋକ୍ତ ମଧ୍ଯରୁ କେଉଁଟି ଅସଂତୃପ୍ତ ଦ୍ରବଣ ?
(a) ଲୁଣ ଦ୍ରବଣରେ ଅଦ୍ରବଣୀୟ ହୋଇଥିଲେ
(b) ଆଉ ଅଧିକ ଦ୍ରବ ଦ୍ରବୀଭୂତ ହୋଇପାରୁ ନଥିଲେ
(c) ସମସ୍ତ ଦ୍ରବ ଦ୍ରବୀଭୂତ ହୋଇ ଯାଇଥିଲେ
(d) ଦ୍ରବ ଏକ ସ୍ଵତନ୍ତ୍ର ସ୍ତର ଗଠନ କରେ
Answer:
(c) ସମସ୍ତ ଦ୍ରବ ଦ୍ରବୀଭୂତ ହୋଇ ଯାଇଥିଲେ

Question 8.
ଏକା ପ୍ରକାର ଓ ଏକା ପରିମାଣ ଦୁଇଟି ସ୍ରାବକ ମଧ୍ୟରୁ ଗୋଟିକରେ ଅନ୍ୟଠାରୁ କମ୍ ଦ୍ରବ ଦ୍ରବୀଭୂତ ହୋଇଥିଲେ ଏହାକୁ କ’ଣ କୁହାଯିବ
(a) ସଂତୃପ୍ତ ଦ୍ରବଣ
(b) ଘନ ଦ୍ରବଣ
(c) ଲଘୁ ଦ୍ରବଣ
(d) ଦ୍ରବଣୀୟ
Answer:
(c) ଲଘୁ ଦ୍ରବଣ

Question 9.
ଦ୍ରବଣର ‘ଘନତା’ କ’ଣ ?
(a) ଦ୍ରବଣର ରଙ୍ଗ
(b) ଦ୍ରବଣର ତାପମାତ୍ରା
(c) ନିର୍ଦ୍ଦିଷ୍ଟ ପରିମାଣ ଦ୍ରାବକରେ ଦ୍ରବୀଭୂତ ଦ୍ରବର ପରିମାଣ
(d) ଦ୍ରବଣରେ ପ୍ରୟୋଗିତ ଚାପ
Answer:
(c) ନିର୍ଦ୍ଦିଷ୍ଟ ପରିମାଣ ଦ୍ରାବକରେ ଦ୍ରବୀଭୂତ ଦ୍ରବର ପରିମାଣ

Question 10.
ନିର୍ଦ୍ଦିଷ୍ଟ ତାପମାତ୍ରାରେ ଦ୍ରାବକରେ ସର୍ବୋଚ୍ଚ ପରମାଣର ଦ୍ରବ ଦ୍ରବୀଭୂତ ହେବାକୁ କ’ଣ କୁହାଯାଏ ?
(a) ଦ୍ରବଣୀୟତା
(b) ଘନତା
(c) ସାନ୍ଦ୍ରତା
(d) ପରିପୃକ୍ତ
Answer:
(a) ଦ୍ରବଣୀୟତା

Question 11.
ନିମ୍ନୋକ୍ତ ଉକ୍ତିଗୁଡ଼ିକ ମଧ୍ୟରୁ ଠିକ୍ ଉକ୍ତିଗୁଡ଼ିକ ବାଛି ଲେଖ ।
(i) ଦ୍ରବ ହେଉଛି ସେହି ପଦାର୍ଥ ଯାହା ଦ୍ରାବକରେ ଦ୍ରବୀଭୂତ ହୁଏ ।
(ii) ଅଧିକାଂଶ କ୍ଷେତ୍ରରେ ତାପମାତ୍ରା ବୃଦ୍ଧିଯୋଗୁ ଦ୍ରବର ଦ୍ରବଣୀୟତା ବୃଦ୍ଧିପାଏ ।
(iii) ନିର୍ଦ୍ଦିଷ୍ଟ ତାପମାତ୍ରାରେ ଏକ ସଂତୃପ୍ତ ଦ୍ରବ ଆହୁରି ଅଧ‌ିକ ଦ୍ରବ ଦ୍ରବୀଭୂତ କରିପାରିବ ।
(iv) ଦୈନନ୍ଦିନ ଜୀବନରେ ଜଳକୁ ସାଧାରଣତଃ ଏକ ଦ୍ରାବକ ରୂପେ ବ୍ୟବହାର କରାଯାଏ ।
(a) (i), (ii), (iv)
(b) (ii), (iii), (iv)
(c) (i), (iii), (iv)
(d) (i), (ii), (iii)
Answer:
(a) (i), (ii), (iv)

Question 12.
ଏକ ପରୀକ୍ଷଣରେ ରିଆ ଦେଲା ଯେ ଯେତେବେଳେ ଜଳର ତାପମାତ୍ରା 30° C ରୁ 70 C କୁ ବୃଦ୍ଧି କରାଗଲା, ସେତେବେଳେ ଆହୁରି ଅଧ‌ିକ ପରିମାଣରେ ବେକିଂ ସୋଡ଼ା ଜଳରେ ଦ୍ରବୀଭୂତ ହେଲା । ଏହା କ’ଣ ସୂଚାଉଛି ?
(a) ତାପମାତ୍ରା ଦ୍ରବଣୀୟତା କମାଇ ଦିଏ ।
(b) ଦ୍ରବଣୀୟତା ବୃଦ୍ଧି, ତାପମାତ୍ରା ବୃଦ୍ଧି ଯୋଗୁ ସମ୍ଭବ ।
(c) ଉଚ୍ଚ ତାପମାତ୍ରାରେ ବେକିଂ ସୋଡ଼ା କଠିନ ହୋଇଯାଏ ।
(d) ଜଳ ବହଳିଆ ହୋଇଯାଏ ।
Answer:
(b) ଦ୍ରବଣୀୟତା ବୃଦ୍ଧି, ତାପମାତ୍ରା ବୃଦ୍ଧି ଯୋଗୁ ସମ୍ଭବ ।

Question 13.
ଜଳକୁ ଉତ୍ତପ୍ତ କଲେ ଏଥୁରେ ଦ୍ରବୀଭୂତ ପଦାର୍ଥ ଅଧ୍ବକ ମାତ୍ରାରେ କାହିଁକି ଦ୍ରବୀଭୂତ ହୁଏ ?
(a) ତାପ, ଦ୍ରବକୁ ପରିର୍ଜନ କରେ ।
(b) ତାପ ଦ୍ରବଣୀୟତା ବୃଦ୍ଧି କରେ ।
(c) ତାପ ଜଳକୁ ହାଲୁକା କରେ ।
(d) ତାପ ଘନତା କମାଇ ଦିଏ ।
Answer:
(b) ତାପ ଦ୍ରବଣୀୟତା ବୃଦ୍ଧି କରେ ।

Class 8 Science Chapter 9 Question Answer Odia Medium ଦ୍ରବ, ଦ୍ରାବକ, ଦ୍ରବଣ

Question 14.
ସାଧାରଣ ତାପମାତ୍ରାରେ ଜଳରେ ଦ୍ରବଣୀୟତା କ୍ରମରେ କେଉଁଟି ଠିକ୍ ?
(a) ଚକ୍‌ଗୁଣ୍ଡ < ଲବଣ < ଲେମ୍ବୁରସ
(c) ଲେମ୍ବୁରସ < ଚକ୍‌ଗୁଣ୍ଡ < ଲବଣ
(b) ଲବଣ < ଲେମ୍ବୁରସ < ଚକ୍‌ଗୁଣ୍ଡ
(d) ଚକ୍‌ଗୁଣ୍ଡ < ଲେମ୍ବୁରସ < ଲବଣ
Answer:
(d) ଚକ୍‌ଗୁଣ୍ଡ < ଲେମ୍ବୁରସ < ଲବଣ

Question 15.
ଗୋଟିଏ 100 mL ମାପକ ସିଲିଣ୍ଡରର ଆୟତନର କ୍ଷୁଦ୍ରତମ ମାପ ହେଉଛି –
(a) 10 mL
(b) 2 mL
(c) 1 mL
(d) 0.1 mL
Answer:
(c) 1 mL

Question 16.
ରିଶଭ ଗୋଟିଏ ମାପକ ସିଲିଣ୍ଡର ଜଳସ୍ତର ମାପିକାକୁ ଉପର ପଟୁ ଲକ୍ଷ୍ୟକଲା । ତାର ମାପ ଭୁଲ ହେଲା । ତା’ର କ’ଣ କରିବା ଉଚିତ ଥିଲା ?
(a) ସିଲିଣ୍ଡରକୁ ଟିକେ ଅବନତ କରିପାରିଥା’ନ୍ତା
(b) ପାର୍ଶ୍ଵରୁ ସେ ଜଳସ୍ତର ପାଠ୍ୟଙ୍କ ପଢ଼ିଥା’ନ୍ତା
(c) ମେନିସ୍‌କସ୍‌ର ନିମ୍ନସ୍ତର ପଢ଼ିଥା’ନ୍ତା
(d) ସିଲିଣ୍ଡର ବଦଳରେ ବିକର ନେଇ ମାପିଥା’ନ୍ତା
Answer:
(c) ମେନିସ୍‌କସ୍‌ର ନିମ୍ନସ୍ତର ପଢ଼ିଥା’ନ୍ତା

Question 17.
ଗୋଟିଏ ମାପକ ସିଲିଣ୍ଡରରେ ମେନିଷ୍ଠକସ୍‌ର ତଳ ଚିହ୍ନକୁ ଦେଖିବା ଗୁରୁତ୍ଵପୂର୍ଣ୍ଣ କାହିଁକି ?
(a) ଏହା ସଠିକ୍ ଆୟତନ ମାପିଥାଏ ।
(b) ଏହା ଦ୍ରବର ସ୍ତର ସୂଚାଏ ।
(c) ଏହା ବସ୍ତୁତ୍ଵ ମାପକରେ ।
(d) ଏହା ବାୟୁସ୍ତର ମାପକରେ ।
Answer:
(a) ଏହା ସଠିକ୍ ଆୟତନ ମାପିଥାଏ ।

Question 18.
ତନ୍‌ ଗୋଟିଏ ଆୟତଘନାକାର ବାକ୍ସର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତାକୁ ନେଇ ଏହାର ଆୟତନ ନିର୍ଣ୍ଣୟ କଲା । ସେ କେଉଁ ସୂତ୍ର ବ୍ୟବହାର କଲା ?
(a) ଆୟତନ = 1 + w + h
(b) ଆୟତନ = 1 × w × h
(c) ଆୟତନ =1 – w – h
(d) ଆୟତନ = 1 ÷ w – h
Answer:
(b) ଆୟତନ = 1 × w × h

Question 19.
ମାପକ ସିଲିଣ୍ଡରରେ ଗୋଟିଏ ବସ୍ତୁକୁ ବୁଡ଼ାଇଲେ ଜଳସ୍ତରର ଉନ୍ନତି କ’ଣ ସୂଚାଇଥାଏ ?
(a) ବସ୍ତର ବସ୍ତୁତ୍ଵ
(b) ବସ୍ତୁର ଦ୍ରବଣୀୟତା
(c) ବସ୍ତର ଆୟତନ
(d) ବସ୍ତୁର ସାନ୍ଦ୍ରତା
Answer:
(c) ବସ୍ତର ଆୟତନ

Question 20.
ବେଲୁନ ଭିତରେ ଗରମ ବାୟୁ ଭର୍ତ୍ତିକଲେ ଏହା ଉପରକୁ ଉଠେ କାହିଁକି ?
(a) ବେଲୁନ ଭିତରେ ବାୟୁଚାପ କମି ବେଲୁନ୍‌କୁ ହାଲୁକା କରେ ।
(b) ଗରମ ବାୟୁର ସାନ୍ଦ୍ରତା କମ୍ ଯାହା ଉପରକୁ ଉଠେ ।
(c) ବେଲୁନ ତଳକୁ ଭାରି ଗ୍ୟାସ ନିମ୍ନକୁ ଠେଲେ ।
(d) ବେଲୁନ ଭିତରେ ବସ୍ତୁତ୍ୱ ଶୂନ ହୋଇଯାଏ ।
Answer:
(b) ଗରମ ବାୟୁର ସାନ୍ଦ୍ରତା କମ୍ ଯାହା ଉପରକୁ ଉଠେ ।

Question 21.
ପୃଥ‌ିବୀର ଆଭ୍ୟନ୍ତର ସ୍ତରର ସାନ୍ଦ୍ରତା ଅଧିକ ହେବାର କାରଣ –
(a) ଆଭ୍ୟନ୍ତର ସ୍ତରରେ ଓଜନିଆ ଧାତୁଥାଏ ।
(b) ଅଭ୍ୟନ୍ତରରେ ଚାପ ଓ ତାପମାତ୍ରା ଅଧ‌ିକ ଯାହା ଧାତୁଗୁଡ଼ିକୁ ଓଜନିଆ ଓ ଦୃଢ଼ କରେ ।
(c) ବାହ୍ୟସ୍ତର ଅଧିକାଂଶ ସମୟରେ ବସ୍ତୁତ୍ଵ ହରାଏ ।
(d) ପୃଥ୍ବୀ ଅଭ୍ୟନ୍ତରର ହାଲୁକା ଗ୍ୟାସ ଉପରକୁ ଉଠେ ।
Answer:
(b) ଅଭ୍ୟନ୍ତରରେ ଚାପ ଓ ତାପମାତ୍ରା ଅଧ‌ିକ ଯାହା ଧାତୁଗୁଡ଼ିକୁ ଓଜନିଆ ଓ ଦୃଢ଼ କରେ ।

Question 22.
ବରଫ ଓ ଜଳ ଏକ ପ୍ରକାର ପଦାର୍ଥରେ ତିଆରି ହୋଇ ମଧ୍ୟ ବରଫ କାହିଁକି ଜଳରେ ଭାସେ ?
(a) ବରଫର ଜଳ ତୁଳନାରେ କଣିକା ସଂଖ୍ୟା ଅଧିକ ।
(b) ବରଫର ବସ୍ତୁତ୍ଵ ଏହାର ସମଆୟତନ ଜଳର ବସ୍ତୁତ୍ୱଠାରୁ କମ୍ ।
(c) ବରଫ କଣିକା ଦ୍ରୁତବେଗରେ ଉପରକୁ ଗତିକରନ୍ତି ।
(d) ବରଫ ଜଳ ତୁଳନାରେ ଓଜନିଆ ।
Answer:
(b) ବରଫର ବସ୍ତୁତ୍ଵ ଏହାର ସମଆୟତନ ଜଳର ବସ୍ତୁତ୍ୱଠାରୁ କମ୍ ।

(ଖ) ଶୂନ୍ୟସ୍ଥାନ ପୂରଣ କର ।

1. ଯେତେବେଳେ ଦ୍ରବ, ଦ୍ରାବକ ସହ ସମ୍ପୂର୍ଣ୍ଣଭାବେ ମିଶି ଏକ ସମତୁଲ ମିଶ୍ରଣ ଗଠନ କରେ, ଉତ୍ପନ୍ନ ପଦାର୍ଥଟିକୁ __________ କହନ୍ତି ।
Answer:
ଦ୍ରବଣ,

2. ଲୁଣ ପରି କଠନ ଦ୍ରବ ଜଳରେ ଶିଘ୍ର ଦ୍ରବୀଭୂତ ହୋଇପାରିବ, ଯଦି ଜଳକୁ ଘାଣ୍ଟି ଦିଆଯିବ କିମ୍ବା ଏହାର __________ ବୃଦ୍ଧି କରାଯିବ ।
Answer:
ତାପମାତ୍ରା,

3. ଯେଉଁ ଦ୍ରବଣରେ ଦ୍ରାବକ ତୁଳନାରେ ଦ୍ରବର ପରିମାଣ କମ୍ ହୋଇଥାଏ, ତାହାକୁ __________ ଦ୍ରବଣ କହନ୍ତି ।
Answer:
ଲଘୁ,

4. ଗୋଟିଏ ସଂତୃପ୍ତ ଦ୍ରବଣରେ ଦ୍ରବ ଦ୍ରବୀଭୂତ ନ ହୋଇପାରି ପାତ୍ରରେ ଥ‌ିବା ଦ୍ରବଣର ନିମ୍ନ ଦେଶରେ __________ ହେବାକୁ ଆରମ୍ଭ କରେ ।
Answer:
ବସିଯାଏ,

5. ନିର୍ଦ୍ଦିଷ୍ଟ ଦ୍ରାବକରେ ପଦାର୍ଥର ଦ୍ରବୀଭୂତ ହେବାର କ୍ଷମତାକୁ __________ କହନ୍ତି ।
Answer:
ଦ୍ରବଣୀୟତା,

6. ବସ୍ତର __________ ଓ ଆୟତନର ଅନୁପାତକୁ ଏହାର ସାନ୍ଦ୍ରତା କହନ୍ତି ଏବଂ ଏହି ପଦାର୍ଥ ତରଳରେ ଭାସିବ କି ବୁଡ଼ିଯିବ ତାହା ନିର୍ଣ୍ଣୟ କରିବାରେ ସହାୟକ ହୁଏ ।
Answer:
ବସ୍ତତ୍ଵ

(ଗ) ଭୁଲ୍ ଥିଲେ ଠିକ୍ କରି ଲେଖ ।

ନିମ୍ନଲିଖୂତ ଭକ୍ତିଗୁଡ଼ିକ ମଧ୍ୟରୁ କେଉଁଟି ସତ୍ୟ (T) କି ମିଥ୍ୟା (F) ଲେଖ । ମିଥ୍ୟା ଉକ୍ତିଗୁଡ଼ିକ ସଂଶୋଧନ କର ।

1. ସମସ୍ତ ପଦାର୍ଥ ପ୍ରତ୍ୟେକ ଦ୍ରାବକରେ ସମ୍ପୂର୍ଣ୍ଣଭାବେ ଦ୍ରବୀଭୂତ ହୁଏ ।
Answer:
ଉକ୍ତିଟି ମିଥ୍ୟା (F) କାରଣ ବିଭିନ୍ନ ପଦାର୍ଥ ସେମାନଙ୍କର ଦ୍ରବଣୀୟତା ଏବଂ ଦ୍ରବ ଓ ଦ୍ରାବକର ପ୍ରକୃତି ଉପରେ ନିର୍ଭର କରି ଭିନ୍ନ ଭିନ୍ନ ଦ୍ରାବକରେ ଦ୍ରବୀଭୂତ ହୋଇଥାଏ ।

2. ଦ୍ରବଣ ହେଉଛି ଦ୍ରବ ଓ ଦ୍ରାବକର ଏକ ସମତୁଲ ମିଶ୍ରଣ ।
Answer:
ଉକ୍ତିଟି ସତ୍ୟ (T)

3. ଦ୍ରବଣରେ କମ୍ କରିମାଣର ରହିଥିବା ଉପାଦନାଟି ସ୍ରାବକ ଅଟେ ।
Answer:
ଉକ୍ତିଟି ମିଥ୍ୟା (F) କାରଣ ଦ୍ରବଣରେ ସାଧାରଣତଃ କମ୍ ପରିମାଣରେ ଥ‌ିବା ଉପାଦାନଟିକୁ ଦ୍ରବ କୁହାଯାଏ ।

4. ଅଧୁକାଂଶ କଠିନ ପଦାର୍ଥର ଦ୍ରବଣୀୟତା ତାପମାତ୍ରା ବୃଦ୍ଧିରେ ବୃଦ୍ଧି ହୋଇଥାଏ ।
Answer:
ଉକ୍ତିଟି ସତ୍ୟ (T)

5. ଦ୍ରାବକରେ ଦ୍ରବ କେତେ ଶୀଘ୍ର ଦ୍ରବୀଭୂତ ହେବ ତାହା ଘାଣ୍ଟିବା ଉପରେ ନିର୍ଭର କରେ ନାହିଁ ।
Answer:
ଉକ୍ତିଟି ମିଥ୍ୟା (F) କାରଣ ଦ୍ରବଣକୁ ଘାଣ୍ଟିରେ ଏଥରେ ଦ୍ରବ ଦ୍ରାବକରେ ଶୀଘ୍ର ଦ୍ରବୀଭୂତ ହୋଇଯାଏ ।

(ଘ) ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭକୁ ମିଳନ କର ।

Question 1.
‘କ’ ସ୍ତମ୍ଭର ଶବ୍ଦ|ଶବ୍ଦାବଳୀ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦାବଳୀକୁ ସଂଯୋଗ କର ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ଦ୍ରବ 1. ପଦାର୍ଥର ଏକକ ଆୟତନ ପାଇଁ ବସ୍ତୁତ୍ଵ
(b) ଦ୍ରାବକ 2. ଦ୍ରବଣରେ ଅଳ୍ପ ପରିମାଣରେ ଥାଏ
(c) ବକ 3. ଦ୍ରବ ଓ ଦ୍ରାବକର ସମତୁଲ ମିଶ୍ରଣ
(d) ଦ୍ରବଣ 4. ଦ୍ରବଣରେ ଅଧ‌ିକ ପରିମାଣରେ ଥାଏ
(e) ସାନ୍ଦ୍ରତା 5. ସାର୍ବଜନୀନ ଦ୍ରାବକ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ଦ୍ରବ 2. ଦ୍ରବଣରେ ଅଳ୍ପ ପରିମାଣରେ ଥାଏ
(b) ଦ୍ରାବକ 4. ଦ୍ରବଣରେ ଅଧ‌ିକ ପରିମାଣରେ ଥାଏ
(c) ବକ 5. ସାର୍ବଜନୀନ ଦ୍ରାବକ
(d) ଦ୍ରବଣ 3. ଦ୍ରବ ଓ ଦ୍ରାବକର ସମତୁଲ ମିଶ୍ରଣ
(e) ସାନ୍ଦ୍ରତା 1. ପଦାର୍ଥର ଏକକ ଆୟତନ ପାଇଁ ବସ୍ତୁତ୍ଵ

 

Class 8 Science Chapter 9 Question Answer Odia Medium ଦ୍ରବ, ଦ୍ରାବକ, ଦ୍ରବଣ

Question 2.
‘କ’ ସ୍ତମ୍ଭର ଶବ୍ଦଗୁଡ଼ିକ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ତଥ୍ୟ ସଂଯୋଗ କର ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ସଂତୃପ୍ତ ଦ୍ରବଣ 1. ଅଳ୍ପ ପରିମାଣରେ ଦ୍ରବ ଧାରଣ କରେ
(b) ଅସଂତୃପ୍ତ ଦ୍ରବଣ 2. ନିର୍ଦ୍ଦିଷ୍ଟ ତାପମାତ୍ରାରେ ଅଧ‌ିକ ଦ୍ରବ ଦ୍ରବୀଭୂତ କରିପାରେନାହିଁ
(c) ଦ୍ରବଣୀୟତା 3. ଅଧିକ ଦ୍ରବ ଦ୍ରବୀଭୂତ ହେବା ସମ୍ଭବ
(d) ତାପମାତ୍ରା 4. ଦ୍ରାବକରେ ଧାରଣ କରୁଥିବା ସର୍ବାଧ‌ିକ ପରିମାଣର ଦ୍ରବ
(e) ଲଘୁ ଦ୍ରବଣ ପରମାଙ୍ଗାନେଟ୍‌ର ମିଶ୍ରଣ 5. କଠିନ ଦ୍ରବର ଦ୍ରବଣୀୟତାକୁ ପ୍ରଭାବିତ କରେ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ସଂତୃପ୍ତ ଦ୍ରବଣ 2. ନିର୍ଦ୍ଦିଷ୍ଟ ତାପମାତ୍ରାରେ ଅଧ‌ିକ ଦ୍ରବ ଦ୍ରବୀଭୂତ କରିପାରେନାହିଁ
(b) ଅସଂତୃପ୍ତ ଦ୍ରବଣ 3. ଅଧିକ ଦ୍ରବ ଦ୍ରବୀଭୂତ ହେବା ସମ୍ଭବ
(c) ଦ୍ରବଣୀୟତା 4. ଦ୍ରାବକରେ ଧାରଣ କରୁଥିବା ସର୍ବାଧ‌ିକ ପରିମାଣର ଦ୍ରବ
(d) ତାପମାତ୍ରା 5. କଠିନ ଦ୍ରବର ଦ୍ରବଣୀୟତାକୁ ପ୍ରଭାବିତ କରେ
(e) ଲଘୁ ଦ୍ରବଣ ପରମାଙ୍ଗାନେଟ୍‌ର ମିଶ୍ରଣ 1. ଅଳ୍ପ ପରିମାଣରେ ଦ୍ରବ ଧାରଣ କରେ

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଦ୍ରବଣୀୟତାର ସଂଜ୍ଞାଲେଖୁ ଏହାର ଏକକ ପ୍ରଦାନ କର ।
Answer:
ନିର୍ଦ୍ଦିଷ୍ଟ ତାପମାତ୍ରାରେ 100 mL ଦ୍ରାବକରେ ଯେଉଁ ସର୍ବାଧ‌ିକ ପରିମାଣର ଦ୍ରବ ଦ୍ରବୀଭୂତ ହୋଇ ଏକ ସମତୁଲ ଦ୍ରବଣ ପ୍ରସ୍ତୁତ କରେ, ତାହାକୁ ଦ୍ରବର ଦ୍ରବଣୀୟତା କହନ୍ତି । ଏହାର ଏକକ ଗ୍ରାମ/ 100 mL ।

Question 2.
ଗରମ ପାଣି ତୁଳନାରେ ଥଣ୍ଡା ପାଣିରେ ଅକ୍ସିଜେନ କାହିଁକି ଅଧ୍ବକ ଥାଏ ?
Answer:
ତାପମାତ୍ରା ବୃଦ୍ଧି ଘଟିଲେ ଗ୍ୟାସର ଦ୍ରବଣୀୟତା କମିଯାଏ । ଥଣ୍ଡା ଜଳର ସାନ୍ଦ୍ରତା ଅଧିକ ଥିବାରୁ ଏଥ‌ିରେ ଅଧ୍ୟକ ପରିମାଣର ଅମ୍ଳଜାନ ଦ୍ରବୀଭୂତ ହୁଏ ଏବଂ ଏହା ଜଳଚର ଜୀବମାନଙ୍କୁ ଶ୍ଵାସକ୍ରିୟାରେ ସହାୟକ ହୁଏ ।

Question 3.
‘ଗୋଲାପଜାମୁ ଶିରା’ ରେ ଦ୍ରବ ଓ ଦ୍ରାବକ କିଏ ?
Answer:
‘ଗୋଲାପଜାମୁ ଶିରା’ ରେ ଚିନି ଦ୍ରବ ଓ ଜଳ ଦ୍ରାବକ । ଯଦିଓ ଚିନିର ପରିମାଣ ଅଧ୍ବକ ଓ ଜଳର ପରିମାଣ କମ୍ ଜଳ ଅଧ‌ିକ ଚିନିକୁ ଦ୍ରବୀଭୂତ କରାଉଥିବାରୁ ଏହା ଦ୍ରାବକ ।

Question 4.
ଜାହାଜ ଲୁହାରେ ତିଆରି ହୋଇ କିପରି ଜଳରେ ଭାସେ ?
Answer:
ଜାହାଜ ଲୁହାରେ ତିଆରି ହେଲେ ମଧ୍ୟ ଏହାର ମଝିଅଂଶ ଉନ୍ମୁକ୍ତ ଓ ବାୟୁପୂର୍ଣ୍ଣ । ଲୁହାର ସାନ୍ଦ୍ରତା ଜଳର ସାନ୍ଦ୍ରତା ଠାରୁ ଅଧିକ ହେଲେ ମଧ୍ୟ ଜାହାଜର ଆକାର (ଆୟତନ) ଏହାର ସାନ୍ଦ୍ରତାକୁ ଜଳଠାରୁ କମ୍ କରେ । ଏଣୁ ଜାହାଜ ଜଳରେ ଭାସେ ।

Question 5.
ଉପଯୁକ୍ତ ସଂଯୋଗ (combination) ଲେଖ ।

(i) ସମତୁଲ ଦ୍ରବଣ (a) ଅଧିକ ଦ୍ରବ ଦ୍ରବୀଭୂତ କରିପାରିବ
(ii) ଅସମତୁଲ ଦ୍ରବଣ (b) ଅଧିକ ଦ୍ରବ ଦ୍ରବୀଭୂତ କରିପାରିବ ନାହିଁ

Answer:

(i) ସମତୁଲ ଦ୍ରବଣ (b) ଅଧିକ ଦ୍ରବ ଦ୍ରବୀଭୂତ କରିପାରିବ ନାହିଁ
(ii) ଅସମତୁଲ ଦ୍ରବଣ (a) ଅଧିକ ଦ୍ରବ ଦ୍ରବୀଭୂତ କରିପାରିବ

Question 6.
ଜଳର ସାନ୍ଦ୍ରତାଠାରୁ କମ୍ ହେତୁ ତେଲ ଜଳରେ ଭାସେ, ଏହା କିପରି ଯୁକ୍ତି ସଙ୍ଗତ ?
Answer:
ତରଳ ପଦାର୍ଥ ଯାହାର ସାନ୍ଦ୍ରତା, ଜଳର ସାନ୍ଦ୍ରତାଠାରୁ କମ୍ ଜଳ ଉପରେ ଭାସନ୍ତି । ଜଳର ସାନ୍ଦ୍ରତା ଅଧ୍ୟକ ହେତୁ ଏହା କମ୍ ସାନ୍ଦ୍ରତା ବିଶିଷ୍ଟ ତେଲ ମଧ୍ଯରେ ବୁଡ଼ିଯାଏ । ଏଣୁ ତେଲ ଜଳ ଉପରେ ଭାସେ ।

Question 7.
କେଉଁ ଉପକରଣ ତରଳର ଆୟତନ ଠିକ୍ ଭାବରେ ମାପ କରେ ?
Answer:
ମାପକ ସିଲିଣ୍ଡରର ଉଚ୍ଚତା ଏହାର ଭୂମିର ବ୍ୟାସ ଅପେକ୍ଷା ଯଥେଷ୍ଟ ଅଧ‌ିକ । ଏଥ‌ିରେ ଆୟତନ ମାପ କରିବା ପାଇଁ ଉଦ୍ଦିଷ୍ଟ ଚିହ୍ନଗୁଡ଼ିକ ଠିକ୍ ପଢ଼ାଯାଇପାରେ ।

Question 8.
ପାଣିକୁ ଉତ୍ତପ୍ତ କଲେ ବେକିଂ ସୋଡ଼ା ଏଥିରେ ସହଜରେ ଦ୍ରବୀଭୂତ ହୁଏ କିପରି ?
Answer:
ପାଣିକୁ ଗରମ କଲେ କଣିକାଗୁଡ଼ିକର ଗତି ବୃଦ୍ଧିପାଏ । ବେକିଂ ସୋଡ଼ାର କଣିକା ଭିତରେ ଥିବା ବନ୍ଧ ଭାଙ୍ଗିଯାଏ ଓ କଣକାଗୁଡ଼ିକ ଜଳକଣିକା ମଧ୍ଯସ୍ଥ ସ୍ଥାନ ଦଖଲ କରିନିଅନ୍ତି ।

Question 9.
X = ବସ୍ତୁତ୍ୱ/ଆୟତନ । ଏଠାରେ X କ’ଣ ଦର୍ଶାଏ ଏବଂ ଏହାର SI ଏକକ କ’’ଣ ?
Answer:
ବସ୍ତୁତ୍ୱ/ଆୟତନ, ଏଠାରେ X ପଦାର୍ଥର ସାନ୍ଦ୍ରତା ଦର୍ଶାଇଥାଏ । ସାନ୍ଦ୍ରତାର SI ଏକକ କି.ଗ୍ରା. ଘନମିଟର ବା \(\frac{\mathrm{kg}}{\mathrm{~m}^3}\) ।

Question 10.
‘a’ ଲୁଣପାଣି, ‘b’ ବାଲି + ଜଳ, ‘c? ଚିନି ଶିରା ଏମାନଙ୍କ ମଧ୍ୟରୁ କେଉଁଟି ଅନ୍ୟ ଦୁଇଟି ଠାରୁ ପୃଥକ୍ ଓ କାହିଁକି ?
Answer:
‘b’ ବାଲି + ଜଳ ଅନ୍ୟ ଦୁଇଟିଠାରୁ ପୃଥକ୍, କାରଣ ଏହା ସମତୁଲ ମିଶ୍ରଣ ନୁହେଁ । ଅନ୍ୟ ଦୁଇଟି ‘a’ ଲୁଣପାଣି ଓ ‘c’ ଚିନି ସିରା ସମତୁଲ ମିଶ୍ରଣ ହୋଇଥ‌ିବାରୁ ସେଗୁଡ଼ିକ ଦ୍ରବଣ ଅଟନ୍ତି ।

Question 11.
ORS ଦ୍ରବଣର ସବୁ ଅଂଶର ସ୍ଵାଦ ଏକାପରି କାହିଁକି ?
Answer:
ORS ଦ୍ରବଣରେ ଚିନି ଓ ଲୁଣ ଜଳରେ ଦ୍ରବୀଭୂତ ହୋଇଥାଏ । ଏହା ଗୋଟିଏ ସମତୁଲ ମିଶ୍ରଣ ହୋଇଥିବାରୁ ଏହାର ପ୍ରତି ବୁନ୍ଦାର ସ୍ଵାଦ ଏକାପରି ହୋଇଥାଏ ।

Question 12.
ଚକ୍‌ଗୁଣ୍ଡ ଓ ଜଳର ମିଶ୍ରଣ ସମତୁଲ କି ?
Answer:
ଚଗୁଣ୍ଡ ଓ ଜଳର ମିଶ୍ରଣ ସମତୁଲ ନୁହେଁ, କାରଣ ଚକ୍‌ଗୁଣ୍ଡ ଜଳସ୍ତରର ନିମ୍ନକୁ ଖସିଆସ୍ତେ ଓ କଣିକାଗୁଡ଼ିକ ଦୃଶ୍ୟମାନ ହୁଏ ।

Question 13.
ନିର୍ଦ୍ଦିଷ୍ଟ ପରିମାଣର ଜଳରେ ଆମେ ଅଧ‌ିକରୁ ଅଧ୍ଵତର ଲୁଣ ମିଶାଇବା ଚାଲୁରଖୁ କ’ଣ ଘଟେ ?
Answer:
ଦ୍ରବଣଟି ସଂପୃକ୍ତ ଦ୍ରବଣର ରୂପନିଏ ଏବଂ ଅଧିକ ଲୁଣ ଦ୍ରବୀଭୂତ ହୋଇ ନପାରି ଜଳସ୍ତରର ନିମ୍ନଦେଶରେ ଜମିଯାଏ ।

Question 14.
100 ml ଜଳରେ 2 ଚାମଚ ଲୁଣ ମିଶାଇବା ଏବଂ 50 ml ଜଳରେ 4 ଚାମଚ ଲୁଣ ମିଶାଇବା କ୍ଷେତ୍ରରେ କେଉଁଟି ଗାଢ଼ ବା ସାନ୍ଦ୍ର ଦ୍ରବଣରେ ପରିଣତ ହେବ ।
Answer:
50 mL ଜଳରେ 4 ଚାମଚ ଲୁଣ ମିଶାଇବା ଦ୍ଵାରା ଏହାର 100 mL ଜଳରେ 2 ଚାମଚ ମିଶ୍ରଣ ଜଳ ଅପେକ୍ଷା ଅଧୂକ ଘନ ବା ସାନ୍ଦ୍ର ହେବ ।

Question 15.
ଜଳରେ ଅଦ୍ରବଣୀୟତା ଅବସ୍ଥାରେ ଥ‌ିବା ବେକିଂ ସୋଡ଼ାର ଦ୍ରବଣକୁ ଉତ୍ତପ୍ତ କଲେ କ’ଣ ଘଟେ ?
Answer:
ବେକିଂ ସୋଡ଼ା ଦ୍ରବୀଭୂତ ହେବାକୁ ଲାଗେ କାରଣ ତାପମାତ୍ରା ବୃଦ୍ଧିଯୋଗୁ ବେକିଂ ସୋଡ଼ାର ଦ୍ରବଣୀୟତା ବୃଦ୍ଧିପାଏ ।

Question 16.
ଗ୍ୟାସଗୁଡ଼ିକ ଜଳରେ ଦ୍ରବଣୀୟ କି ?
Answer:
ଗ୍ୟାସଗୁଡ଼ିକ ଜଳରେ ଦ୍ରବଣୀୟ । ଉଦାହାଣ ସ୍ଵରୂପ ଜଳରେ ଦ୍ରବୀଭୂତ ଅମ୍ଳଜାନ ଜଳଚର ପ୍ରାଣୀମାନଙ୍କ ଶ୍ଵାସକ୍ରିୟାରେ ବିନିଯୋଗ ହୁଏ ।

Question 17.
ଜଳରେ ଗ୍ୟାସର ମିଶ୍ରଣ ସମତୁଲ କିମ୍ବା ଅସମତୁଲ ଲେଖ ।
Answer:
ଜଳରେ ଗ୍ୟାସର ମିଶ୍ରଣ ଏକ ସମତୁଲ ମିଶ୍ରଣ ।

Question 18.
ଜଳରେ ଗ୍ୟାସର ଦ୍ରବଣୀୟତାକୁ ତାପମାତ୍ରା ପ୍ରଭାବିତ କରେ କି ?
Answer:
ଜଳରେ ଗ୍ୟାସର ଦ୍ରବଣୀୟତା ତାପମାତ୍ରା ଦ୍ଵାରା ପ୍ରଭାବିତ ହୁଏ । ତାପମାତ୍ରା ବୃଦ୍ଧି ଘଟିଲେ, ଜଳରେ ଗ୍ୟାସର ଦ୍ରବଣୀୟତା ହ୍ରାସ ପାଏ । ତାପମାତ୍ରା ହ୍ରାସ ପାଇଲେ, ଜଳରେ ଗ୍ୟାସର ଦ୍ରବଣୀୟତା ବୃଦ୍ଧିପାଏ । ଥଣ୍ଡା ଜଳରେ ଅମ୍ଳଜାନ ଉତ୍ତପ୍ତ ଜଳ ତୁଳନାରେ ଅଧ‌ିକ ଦ୍ରବୀଭୂତ ହୁଏ ।

Question 19.
କରତ ଗୁଣ୍ଡ ଜଳରେ ଭାସେ କିନ୍ତୁ ବାଲି ଜଳରେ ବୁଡ଼ିଯାଏ କାହିଁକି ?
Answer:
କରତ ଗୁଣ୍ଡର ସାନ୍ଦ୍ରତା ଜଳର ସାନ୍ଦ୍ରତା ଠାରୁ କମ୍ । ଏଣୁ କରତଗୁଣ୍ଡ ଜଳରେ ଭାସେ । ବାଲିର ସାନ୍ଦ୍ରତା, ଜଳର ସାନ୍ଦ୍ରତା ଅପେକ୍ଷା ଅଧିକ, ତେଣୁ ବାଲି ଜଳରେ ବୁଡ଼ିଯାଏ ।

Question 20.
ତେଲ ପ୍ୟାକେଟରେ 1 ଲିଟର ଲେଖା ଯାଇଥିବା ବେଳେ ଏହାର ଓଜନ 910 ଗ୍ରାମ କାହିଁକି ହୁଏ ? –
Answer:
ଜଳର ସାନ୍ଦ୍ରତା \(\frac{1 \mathrm{~g}}{\mathrm{~cm}^3}\) କିନ୍ତୁ ତେଲର ସାନ୍ଦ୍ରତା 0.91\(\frac{\mathrm{g}}{\mathrm{~cm}^3}\) ଏଣୁ ତେଲର ସାନ୍ଦ୍ରତା ଜଳର ସାନ୍ଦ୍ରତା ଠାରୁ କମ୍, ଫଳରେ 1 ଲିଟର ତେଲର ଓଜନ 910 ଗ୍ରାମ ହୋଇଥାଏ ।

Question 21.
ମାପକ ସିଲିଣ୍ଡରରେ କ୍ଷୁଦ୍ରତମ ଏକକର ଆୟତନ କେତେ ?
Answer:
ମାପକ ସିଲିଣ୍ଡରରେ କ୍ଷୁଦ୍ରତମ ଏକକ 1 mL ଆୟତନ ସୂଚାଇଥାଏ ।

Question 22.
ମାପକ ସିଲିଣ୍ଡରକୁ ସରୁ ଓ ଉଚ୍ଚତା ବିଶିଷ୍ଟ କରାଯାଇଥାଏ ମାତ୍ର ବିକର ଭଳି ପୃଷ୍ଠତଳ ଚଉଡ଼ା କରାଯାଇ ନଥାଏ କାହିଁକି ?
Answer:
ମାପକ ସିଲିଣ୍ଡରକୁ ସରୁ ଓ ଉଚ୍ଚତା ବିଶିଷ୍ଟ କରିବା ଦ୍ଵାରା ଅଳ୍ପ ଆୟତନ ସ୍ତର ସହଜରେ ମାପ କରାଯାଏ । ଅଣଓସାରିଆ (unwide) ପୃଷ୍ଠତଳ ମେନିସ୍‌କସ୍ ମାପ ପାଇଁ ଉପଯୁକ୍ତ ହୁଏ ।

Class 8 Science Chapter 9 Question Answer Odia Medium ଦ୍ରବ, ଦ୍ରାବକ, ଦ୍ରବଣ

Question 23.
ମାପକ ସିଲିଣ୍ଡରରେ ରଙ୍ଗିନ ତରଳ ପଦାର୍ଥର ସ୍ତର କିପରି ମାପ କରାଯାଏ ?
Answer:
ରଙ୍ଗିନ ତରଳର ଉଚ୍ଚତା ମାପିବା ପାଇଁ ମେନିସ୍କମସର ଉପରିଭାଗ ବିକ୍ରସ୍ତର ମାପ କରାଯାଏ । ସେଠାରେ ତରଳର ଉଚ୍ଚତା ମାପ ଚିହ୍ନ ପର୍ଯ୍ୟନ୍ତ ଯାଇଥାଏ ।

Question 24.
ଗୋଟିଏ କଞ୍ଚାଅଣ୍ଡା ଜଳରେ ଭାସିବା ପାଇଁ ତମେ କ’ଣ କରିବ ?
Answer:
ଜଳରେ ଲୁଣ ମିଶାଇଲେ ଜଳର ସାନ୍ଦ୍ରତା ବୃଦ୍ଧି ପାଇବ । ଏହା କଞ୍ଚା ଅଣ୍ଡାର ସାନ୍ଦ୍ରତାକୁ ଟପିଯିବ । ଫଳରେ କଞ୍ଚା ଅଣ୍ଡା ଜଳରେ ଭାସିବ ।

Question 25.
ତାପମାତ୍ରା ବୃଦ୍ଧି ଘଟିଲେ ଗ୍ୟାସର ସାନ୍ଦ୍ରତା କମିଯାଏ । ଉଦାହରଣ ଦିଅ ।
Answer:
ବେଲୁନ୍ ମଧ୍ୟକୁ ଉତ୍ତପ୍ତ ବାୟୁ ଭର୍ତ୍ତିକଲେ ଏହି ବାୟୁର ସାନ୍ଦ୍ରତା ପାର୍ଶ୍ଵବର୍ତୀ ବାୟୁର ସାନ୍ଦ୍ରତାଠାରୁ କମ୍ ହେବାରୁ ବେଲୁନ୍‌ ବାୟୁରେ ଉପରକୁ ଉଠିଯାଏ । ଏଣୁ ତାପମାତ୍ରା ବୃଦ୍ଧି ଘଟିଲେ ଗ୍ୟାସର ସାନ୍ଦ୍ରତା କମିଯାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ତୁମେ ଚାହାରେ ଅତ୍ୟକ ଚିନି ମିଶାଇଲେ କ’ଣ ଘଟିବ ? କିଛି ଚିନି ଅଦ୍ରବଣୀୟ ହେଲେ ତୁମେ କିପରି ଏହାକୁ ଦ୍ରବୀଭୂତ କରାଇବ ?
Answer:
ଚାହାରେ ମାତ୍ରାତ୍ଵିକ ଚିନି ମିଶାଇଲେ କିଛି ପରିମାଣରେ ଚିନି ଅଦ୍ରବଣୀୟ ଅବସ୍ଥାରେ ଥ‌ିବା ଦେଖାଯିବ । ଏହି ପରିସ୍ଥିତିରେ ଚାହାକୁ ଗରମ କଲେ ଚିନିର ଦ୍ରବଣୀୟତା ବୃଦ୍ଧିପାଇ ଅଧୂକ ଚିନି ଦ୍ରବୀଭୂତ ହେବ । ପକ୍ଷାନ୍ତରେ ଦ୍ରାବକ (ଜଳ) ର ପରିମାଣ ବୃଦ୍ଧି କରି ମିଶାଯାଇଥୁବା ଚିନିକୁ ଦ୍ରବୀଭୂତ କରାଯାଇ ପାରିବ ।

Question 2.
ଚିନି ଓ ଲୁଣ ଜଳରେ ଦ୍ରବୀଭୂତ ହେଉଥ‌ିବା ସ୍ଥଳେ ସେଗୁଡ଼ିକ ତେଲରେ ଦ୍ରବୀଭୂତ ହୁଅନ୍ତି ନାହିଁ । ଜଳ କାହିଁକି ଏକ ଉତ୍ତମ ଦ୍ରାବକ ?
Answer:
ଜଳର କଣିକା (ଅଣୁ) ଧ୍ରୁବୀୟ ଏବଂ ଚିନି ଓ ଲୁଣର କଣିକା (ଅଣୁ) ଗୁଡ଼ିକ ଧ୍ରୁବୀୟ ହୋଇଥିବାରୁ ସମଜାତୀୟ ସମଜାତୀୟକୁ ଦ୍ରବୀଭୂତ କରିବା (Like dissolves like) ନିୟମ ଅନୁଯାଇ ସେଗୁଡ଼ିକ ଜଳରେ ଦ୍ରବଣୀୟ । ତେଲର କଣିକା ଅଧ୍ରୁବୀୟ ହୋଇଥିବାରୁ ଚିନି ଓ ଲୁଣ ପରି ପଦାର୍ଥ ଏଥୁରେ ଦ୍ରବୀଭୂତ ହୋଇପାରନ୍ତି ନାହିଁ । ଜଳରେ ଅଧିକାଂଶ ଦ୍ରବ ଦ୍ରବୀଭୂତ ହୋଇ ପାରୁଥିବାରୁ ଏହା ଏକ ଉତ୍ତମ ସ୍ରାବକ । ଏହା ଜଳର ଧ୍ରୁବୀୟ ଅଣୁ ଯୋଗୁ ସମ୍ଭବ ।

Question 3.
ପାଣି ବୋତଲଗୁଡ଼ିକ ଗୋଲକାକୃତି ନ ହୋଇ ସିଲିଣ୍ଡରୀୟ ଓ ଲମ୍ବା ହେବାର କାରଣ କ’ଣ ?
Answer:
ପାଣି ବୋତଲଗୁଡ଼ିକ ଲମ୍ବା ଓ ସିଲିଣ୍ଡରୀୟ ହୋଇଥିବା ହେତୁ ଏହାର ଧରିବା ଓ ବ୍ୟବହାର କରିବା ଏବଂ ଅନେକ ସଂଖ୍ୟାରେ ଥାକକରି ରଖୁବା ସହଜ । ଗୋଲକାକୃତି ହୋଇଥିଲେ ଏହା ଅଧିକ ସ୍ଥାନ ଦଖଲ କରିନ୍ତା ଓ ବ୍ୟବହାର ଦୃଷ୍ଟିରୁ ସହଜ ହୁଅନ୍ତା ନାହିଁ ।

Question 4.
ତାପମାତ୍ରା, ଦ୍ରବର ଦ୍ରବଣୀୟତାକୁ ପ୍ରଭାବିତ କରେ କି ?
Answer:
ଦ୍ରବଣର ତାପମାତ୍ରା ବୃଦ୍ଧି କରାଗଲେ, ଦ୍ରବଣର ଦ୍ରବଣୀୟତା ବୃଦ୍ଧିପାଏ । ଉଦାହରଣ ସ୍ଵରୂପ ନିର୍ଦ୍ଦିଷ୍ଟ ପରିମାଣର ଜଳ 50° C ରେ ଯେତିକି ବେକିଂ ସୋଡ଼ା ଦ୍ରବୀଭୂତ କରାଏ, ଏହା 70°C ରେ ଅଧିକ ବେକିଂ ସୋଡ଼ା ଦ୍ରବୀଭୂତ କରାଇଥାଏ । କିନ୍ତୁ ତାପମାତ୍ରା ବୃଦ୍ଧି ଘଟିଲେ ଜଳରେ ଅମ୍ଳଜାନ ପ୍ରଭୃତି ଗ୍ୟାସର ଦ୍ରବଣୀୟତା ହ୍ରାସପାଏ ।

Question 5.
ବରଫ କଠିନ ହେଲେ ମଧ୍ୟ ପାଣିରେ କିପରି ଭାସେ ?
Answer:
4C ତାପରେ ଜଳର ସାନ୍ଦ୍ରତା ସର୍ବାଧ‌ିକ ଏବଂ ଏହା 1g/1 cm3 ତାପମାତ୍ରା 0°C କୁ ହ୍ରାସ ପାଇଲେ ଜଳ ବରଫ ହୁଏ । ଏହି କ୍ଷେତ୍ରରେ ଆୟତନ ବୃଦ୍ଧି କରୁଥିବାର ସାନ୍ଦ୍ରତା ସାନ୍ଦ୍ରତା ଜଳର ସାନ୍ଦ୍ରତା ଠାରୁ କମ୍ ହେବାରୁ ବରଫ ଜଳରେ ଭାସେ ।

Question 6.
ବାୟୁ ଗୋଟିଏ ଗ୍ୟାସୀୟ ଦ୍ରବଣ । ଏହାର ସ୍ରାବକ କିଏ ?
Answer:
ବାୟୁରେ ଅମ୍ଳଜାନ, ଯବକ୍ଷାରଜାନ, ଉଦ୍‌ଜାନ, ଅଙ୍ଗାରକାମ୍ଳ, ହିଲିୟମ, ଆର୍ଶନ ପ୍ରଭୃତି ଉପାଦାନ ସମତୁଲ ଭାବେ ଥିବାରୁ ଏହା ଏକ ଗ୍ୟାସୀୟ ଦ୍ରବଣ । ଏଥ‌ିରେ ଯବକ୍ଷାରଜାନ ସର୍ବାଧ‌ିକ ପରିମାଣ (78%) ଥିବାରୁ ଏହାକୁ ସ୍ରାବକ ରୂପେ ବିବେଚନା କରାଯାଏ ।

Question 7.
ଗୋଟିଏ ପଦାର୍ଥର ବସ୍ତୁତ୍ଵ 300 gm ଓ ଆୟତନ 50 emè । ଏହାର ସାନ୍ଦ୍ରତା କେତେ ? ଏହା ଜଳରେ ଭାସିବ କି ?
Answer:
Class 8 Science Chapter 9 Question Answer Odia Medium ଦ୍ରବ, ଦ୍ରାବକ, ଦ୍ରବଣ 7
ଏଣୁ ପଦାର୍ଥର ସାନ୍ଦ୍ରତା ଜଳର ସାନ୍ଦ୍ରତା ଅପେକ୍ଷା ଅଧିକ ହୋଇଥିବାରୁ ପଦାର୍ଥଟି ଜଳରେ ବୁଡ଼ିଯିବ ।

Question 8.
ନିମ୍ନଲିଖୁତ ଉପକରଣଗୁଡ଼ିକର ନାମ ଓ ବ୍ୟବହାର ଲେଖ ।
Answer:
im-8
ଚିତ୍ର A ହେଉଛି ଡିଜିଟାଲ ମାପ ଯନ୍ତ୍ର ।
ଏଥୁରେ ପଦାର୍ଥର ଓଜନ ମାପ କରାଯାଏ ।
ଚିତ୍ର B ହେଉଛି ମାପକ ସିଲିଣ୍ଡର ।
ଏହାଦ୍ଵାରା ବସ୍ତର ଆୟତନ ମାପ କରାଯାଏ ।

Question 9.
‘ଗୋଲାପଜାମୁ ସିରା’ରେ ଚିନି ଅଧ୍ବକ ପରିମାଣରେ ଏବଂ ଜଳ କମ୍ ପରିମାଣରେ ଥାଏ, ତଥାପି ଜଳ ଦ୍ରାବକ ଅଟେ କାହିଁକି ?
Answer:
ଦ୍ରାବକ ତହିଁରେ ଦ୍ରବକୁ ଦ୍ରବୀଭୂତ କରିବାକୁ ଦେଇଥାଏ । ଚିନି ଓ ଜଳର ମିଶ୍ରଣକୁ ଗରମ କରି ସିରା ପ୍ରସ୍ତୁତ କରାଯାଏ । ଏହି ସମୟରେ ଚିନି କଣିକାଗୁଡ଼ିକ ଜଳ କଣିକା ମଧ୍ଯସ୍ଥ ଖାଲିସ୍ଥାନ ଦଖଲ କରନ୍ତି । ଜଳର ପରିମାଣ କମ୍ ହେଲେ ମଧ୍ୟ ଏହା ଚିନିକୁ ଦ୍ରବୀଭୂତ କରାଉଥ‌ିବାରୁ ଏଠାରେ ଜଳ ଦ୍ରାବକ ଅଟେ ।

Question 10.
ଖଣ୍ଡେ ଲୁହା କଣ୍ଟା ଜଳରେ ବୁଡ଼ିଯାଏ କିନ୍ତୁ ଲୁହାରେ ତିଆରି ଜାହାଜ ଜଳରେ ଭାସେ କିପରି ?
Answer:
କଠିନ ଲୁହାର ସାନ୍ଦ୍ରତା \(\frac{1}{2}\)। ଜଳର ସାନ୍ଦ୍ରତା \(\frac{1}{2}\)। ଲୁହାର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ ଅଧୂକ ହେତୁ ଲୁହା ଜଳରେ ବୁଡ଼ିଯାଏ । ଲୁହାରେ ତିଆରି ଜାହାଜର ଅଭ୍ୟନ୍ତର ଫମ୍ପା ଏବଂ ଏହା ଅଧିକ ସ୍ଥାନ ଦଖଲ କରୁଥିବାରୁ ଏହାର ଆୟତନ ଯଥେଷ୍ଟ ଅଧିକ । ଫଳରେ ଜଳର ସାନ୍ଦ୍ରତାଠାରୁ କମ୍ ହେତୁ ଏହା

Question 11.
ଜାହାଜ ଭାସେ । ୧୧ । ଜଳରେ ଦ୍ରବୀଭୂତ ଅମ୍ଳଜାନ ଜଳଚର ପ୍ରାଣୀମାନଙ୍କ ପାଇଁ ଅତ୍ୟାବଶ୍ୟକ । ମାଛମାନେ ଉଷ୍ଣଜଳ ତୁଳନାରେ ଥଣ୍ଡା ଜଳରେ ରହିବାକୁ ଠିକ୍ ମନେକରନ୍ତି କାହିଁକି ।
Answer:
ଜଳଚର ପ୍ରାଣୀମାନେ ଜଳରେ ଦ୍ରବୀଭୂତ ଅମ୍ଳଜାନ ଶ୍ଵାସକ୍ରିୟାରେ ବିନିଯୋଗ କରନ୍ତି । ଜଳର ତାପମାତ୍ରା ବୃଦ୍ଧି ପାଇଲେ ଅମ୍ଳଜାନର ଦ୍ରବଣୀୟତା କମିଯାଏ । ଅନ୍ୟପକ୍ଷରେ ଥଣ୍ଡାଜଳରେ ଅମ୍ଳଜାନ ଅଧିକ ମାତ୍ରାରେ ଦ୍ରବୀଭୂତ ହୁଏ । ଏହି କାରଣରୁ ମାଛମାନେ ଥଣ୍ଡା ଜଳରେ ରହିବାକୁ ଠିକ୍ ମନେକରନ୍ତି ।

Question 12.
ସଂତୃପ୍ତ ଓ ଅସଂତୃପ୍ତ ଦବ୍ରଣ ମଧ୍ୟରେ ଦୁଇଟି ପାର୍ଥକ୍ୟ ଲେଖ ।
Answer:

ସଂତୃପ୍ତ ଦ୍ରବଣ ଅସଂତୃପ୍ତ ଦ୍ରବଣ
ନିର୍ଦ୍ଦିଷ୍ଟ ତାପମାତ୍ରାରେ ସଂତୃପ୍ତ ଦ୍ରବଣରେ ଆଉ ଅଧିକ ଦବୁ ଦ୍ରବୀଭୂତ ହୋଇପାରେ ନାହିଁ । 1. ଅସଂତୃପ୍ତ ଦ୍ରବଣ ଆହୁରି ଅଧିକ ଦ୍ରବ ଦ୍ରବୀଭୂତ କରିବାକୁ ଦେଇଥାଏ ।
ଅଧିକ ଦ୍ରବ ଦ୍ରବଣର ନିମ୍ନ ଦେଶରେ ଜମିଯାଏ । | 2. ଅସଂତୃପ୍ତ ଦ୍ରବଣରେ ଦ୍ରବର ପୃଥକ ସ୍ତର ନଥାଏ ।

Question 13.
ବେଲୁନ ମଧ୍ୟକୁ ଭର୍ତ୍ତି ହେଉଥ‌ିବା ଉଷ୍ଣବାୟୁର ସାନ୍ଦ୍ରତାରେ କି ପ୍ରଭାବ ପଡ଼େ ?
Answer:
ଉଷ୍ଣ ବାୟୁର ସାନ୍ଦ୍ରତା ସାଧାରଣ ବାୟୁ ତୁଳନାରେ କମ୍ ସାନ୍ଦ୍ରତା ବିଶିଷ୍ଟ ହୋଇଥାଏ । ବେଲୁନ ମଧ୍ୟକୁ ଉଷ୍ଣ ବାୟୁ ପ୍ରବେଶ କରାଇଲେ ଏହା ବେଲୁନ ଚାରିପଟେ ଥ‌ିବା ବାୟୁ ସ୍ତରର ସାନ୍ଦ୍ରତାଠାରୁ କମ୍ ସାନ୍ଦ୍ରତା ପ୍ରାପ୍ତ ହୋଇଥିବାରୁ ଅନାୟାସରେ ବାୟୁରେ ଭାସିବୁଲେ ଓ ଉପରକୁ ଉଠିଯାଏ ।

Question 14.
ନିମ୍ନଲିଖତ ଦ୍ରବଣରେ ଦ୍ରବ ଓ ଦ୍ରାବକ ଚିହ୍ନଟ କର । (a) ଲେମ୍ବୁରସ ଓ ଜଳର ମିଶ୍ରଣ, (b) ଅଙ୍ଗାରକାମ୍ଳ ମିଶ୍ରିତ ସୋଡ଼ାପାଣି ।
Answer:
(a) ଲେମ୍ବୁରସ ଓ ଜଳର ମିଶ୍ରଣ ଗୋଟିଏ ଦ୍ରବଣ ଯେଉଁଥରେ ଦ୍ରବ ଓ ଦ୍ରାବକ ଉଭୟ ତରଳ ପଦାର୍ଥ । ଏଥିରେ ଲେମ୍ବୁରସ ଦ୍ରବ ଓ ଜଳ ଦ୍ରାବକ ।
(b) ଅଙ୍ଗାରକାମ୍ଳ ମିଶ୍ରିତ ଜଳ ଗୋଟିଏ ଗ୍ୟାସ୍ ଓ ତରଳର ଦ୍ରବଣ । ଏଥ‌ିରେ ଅଙ୍ଗାରକାମ୍ଳ ଦ୍ରବ ଓ ଜଳ ଦ୍ରାବକ ।

Question 15.
ବିକର ତୁଳନାରେ ମାପକ ସିଲିଣ୍ଡରରେ ଆୟତନର ମାପର ସଠିକତା ଅଧୁକ କାହିଁକି ?
Answer:
ମାପକ ସିଲିଣ୍ଡର ସରୁ ଓ ଲମ୍ବ ହୋଇଥିବାରୁ ଏହାର ମାପ ଚିହ୍ନଗୁଡ଼ିକ ସ୍ପଷ୍ଟ ଓ ଏଥ‌ିରେ ଅଳ୍ପ ଆୟତନ ମାପିବା ସହଜ । ବିକରର ପୃଷ୍ଠତଳ ଓସାରିଆ ହେତୁ ଜଳର ସ୍ଵଳ୍ପ ଆୟତନ ବୃଦ୍ଧିକୁ ମାପିବା ସହଜ ହୁଏ ନାହିଁ । ମାପକ ସିଲିଣ୍ଡରରେ ସ୍ଵଳ୍ପ ଆୟତନ ବୃଦ୍ଧି, ସିଲିଣ୍ଡରର ବ୍ୟାସ କମ୍ ହେତୁ ଅଧିକ ଉପରକୁ ଉଠେ ଓ ମାପ ଠିକ୍ ଜାଣିହୁଏ । ଜଳସ୍ତରର ବଜ୍ରତା ବା ମିନିସ୍‌କସ ମାପିବା କେବଳ ମାପକ ସିଲିଣ୍ଡରରେ ସମ୍ଭବ ହୁଏ ।

Question 16.
ରିମା 120 ଗ୍ରାମ୍, 60 cm ସମଘନାକାର ମାଟିକୁ ହାତରେ ଚାପ ପ୍ରୟୋଗ କରି ପତଳା ଚଦର ପରି ଆକୃତି କଲା । ଏଠାରେ ସାନ୍ଦ୍ରତାର କି ପରିବର୍ତ୍ତନ ଘଟିଲା
Answer:
ମାଟିର ବସ୍ତୁତ୍ଵ ଓ ଆୟତନ ବଦଳୁ ନଥ‌ିବାରୁ ସାନ୍ଦ୍ରତା \(\frac{120 \mathrm{~g}}{60 \mathrm{~m}^3}=\frac{2.0 \mathrm{~g}}{\mathrm{~cm}^3}\) ଅପରିବର୍ତିତ ରହିବ ।

Question 17.
ନିମ୍ନଲିଖତ ପଦାର୍ଥଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ଜଳରେ ଭାସେ ଏବଂ କେଉଁଗୁଡ଼ିକ ଜଳରେ ବୁଡ଼ିଯାଏ ?
(a) କାଠଖଣ୍ଡ
(b) ଲୁହାକଣ୍ଟା
(c) ପ୍ଲାଷ୍ଟିକ ବୋତଲ
(d) କାଚ
(e) ମାର୍ବଲ
Answer:

ପଦାର୍ଥର ନାମ ଭାସିବ | ବୁଡ଼ିଯିବ
(a) କାଠ ଖଣ୍ଡ ଭାସିବ
(b) ଲୁହାକଣ୍ଟା ବୁଡ଼ିଯିବ
(c) ପ୍ଲାଷ୍ଟିକ ବୋତଲ ଭାସିବ
(d) କାଚ ବୁଡ଼ିଯିବ
(e) ମାର୍ବଲ ବୁଡ଼ିଯିବ

Class 8 Science Chapter 9 Question Answer Odia Medium ଦ୍ରବ, ଦ୍ରାବକ, ଦ୍ରବଣ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଭୂପୃଷ୍ଠରୁ ପୃଥ‌ିବୀର କେନ୍ଦ୍ର ଆଡ଼କୁ ସାନ୍ଦ୍ରତା ବୃଦ୍ଧି ପାଇବାର କାରଣ କ’ଣ ?
Answer:
ଭୂପୃଷ୍ଠର ଭୂତ୍ୱକ୍ (crust) ଠାରୁ ଆରମ୍ଭ କରି କୋର୍ (core) ପର୍ଯ୍ୟନ୍ତ ସ୍ତରର ସାନ୍ଦ୍ରତା କ୍ରମଶଃ ବୃଦ୍ଧି ପାଏ । ଭୂତ୍ଵ କରେ ହାଲୁକା ଧାତୁଗୁଡ଼ି କ ଥ‌ିବାବେଳେ କୋର୍‌ରେ ଲୁହା, ନିକେଲ ପରି ଓଜନିଆ ଧାତୁ ଥାଏ । ଏହା ବ୍ୟତୀତ ପୃଥ‌ିବୀର ଅଭ୍ୟନ୍ତର ଅଧୂକ ତାପମାତ୍ରା ଓ ଚାପଦ୍ଵାରା ପ୍ରଭାବିତ ହୁଏ । ସାନ୍ଦ୍ରତାକୁ ଭିଭିକରି ସ୍ତରଗୁଡ଼ିକୁ ଭୂତ୍ଵକ, ଉପର ମାଣ୍ଟାଲ, ନିମ୍ନ ମାଣ୍ଟାଲ, ବାହ୍ୟକୋର ଓ ଭିତର କୋର ଏହିପରି 5 ଟି ବିଭିନ୍ନ ସ୍ତରରେ ବିଭକ୍ତ କରାଯାଇଛି । ଭୂତ୍ଵକରେ ହାଲୁକା ଧାତୁ ଓ ଅଧାତବ ଯୌଗିକଗୁଡ଼ିକର ତାପମାତ୍ରା ଓ ଚାପ କମ୍ବାରୁ ଏହାର ସାନ୍ଦ୍ରତା କମ୍‌ହୁଏ । ନିମ୍ନ କୋରରେ ଓଜନିଆ ଧାତୁ ସହ ତାପମାତ୍ରା ଓ ଚାପର ଆଧ‌ିକ୍ୟ ଯୋଗୁଁ ସେଠାରେ ସାନ୍ଦ୍ରତା ସର୍ବାଧିକ ହୁଏ ।
Class 8 Science Chapter 9 Question Answer Odia Medium ଦ୍ରବ, ଦ୍ରାବକ, ଦ୍ରବଣ 9

Question 2.
ତାପମାତ୍ରା ଜଳରେ ବେକିଂ ସୋଡ଼ାର ଦ୍ରବଣୀୟତା କିପରି ବୃଦ୍ଧି କରେ, ଏହା ଦର୍ଶାଇବା ପାଇଁ ଗୋଟିଏ ପରୀକ୍ଷା କର । ପରୀକ୍ଷାଟିର ପର୍ଯ୍ୟବେକ୍ଷଣ ଓ ସିଦ୍ଧାନ୍ତ ଲେଖ ।
Answer:
(i) ଗୋଟିଏ ବିକରରେ 20° C ତାପମାତ୍ରାରେ 50 mL ଜଳ ନିଆଯାଉ ।
(ii) ଜଳରେ ବେକିଂସୋଡ଼ା ପକାଇଲେ, ଏହା ଦ୍ରବୀଭୂତ ହେବାକୁ ଲାଗିବ । ଆବଶ୍ୟକ ସ୍ଥଳେ ଜଳକୁ ଗୋଟିଏ କାଚ ରଡ଼ରେ ଘଣ୍ଟାଯାଉ ।
(iii) କିଛି ସମୟରେ ବେକିଂସୋଡ଼ା ଆଉ ଦ୍ରବୀଭୂତ ହୋଇ ନ ପାରିଲେ ଦ୍ରବଣଟି ଏକ ସଂତୃପ୍ତ ଦ୍ରବଣରେ ପରିଣତ ହେବ ।
(iv) ବିକରରେ ତାପମାତ୍ରା 50°C କୁ ବୃଦ୍ଧି କରାଗଲେ ଅଦ୍ରବଣୀୟ ବେକିଂସୋଡ଼ା ଦ୍ରବୀଭୂତ ହେବାକୁ ଲାଗିବ ।
(v) ଦ୍ରବଣର ତାପମାତ୍ରା 70°C ପର୍ଯ୍ୟନ୍ତ ବୃଦ୍ଧି କରାଯାଉ । ଫଳରେ ଆଉ ଅଧ‌ିକ ବେକିଂସୋଡ଼ା ଏଥ‌ିରେ ଦ୍ରବୀଭୂତ ହେବ ଏବଂ ଦ୍ରବଣଟି ପୂନର୍ବାର ସଂତୃପ୍ତ ଦ୍ରବଣ (Saturated solution) ରେ ପରିଣତ ହେବ ।
ପର୍ଯ୍ୟବେକ୍ଷଣ :
(i) ପରୀକ୍ଷାରୁ ଜଣାପଡ଼ିଲା ଯେ ତାପମାତ୍ରା ବୃଦ୍ଧି ସମୟରେ ଗୋଟିଏ ସଂତୃପ୍ତ ଦ୍ରବଣ ମଧ୍ଯ ଅସଂତୃପ୍ତ ଦ୍ରବଣ ପରି ମନେହେବ ଏବଂ ଅଧ‌ିକ ପରିମାଣରେ ବେକିଂ ସୋଡ଼ା ଏଥ‌ିରେ ଦ୍ରବୀଭୂତ ହେବ ।
ସିଦ୍ଧାନ୍ତ :
ତାପମାତ୍ରା ବୃଦ୍ଧି ଦ୍ରବଣରେ କଠିନ ପଦାର୍ଥରେ (ଦ୍ରବର) ଦ୍ରବଣୀୟତା ବୃଦ୍ଧି କରେ । ଏହି ପରିସ୍ଥିତିରେ ତାପୀୟ ଶକ୍ତି ଦ୍ରବର ଅଣୁମାନଙ୍କ ମଧ୍ଯର ଥ‌ିବା ବନ୍ଧ ଭାଙ୍ଗିଦେଇ ଅଣୁଗୁଡ଼ିକୁ ମୁକ୍ତ କରେ ଯାହା ଜଳରେ ଦ୍ରବୀଭୂତ ହୋଇଥାଏ ।

Question 3.
୩। ତାପମାତ୍ରା ପରିବର୍ତ୍ତନ କ୍ଷେତ୍ରରେ କଠିନ ଦ୍ରବ ଓ ଗ୍ୟାସୀୟ ଦ୍ରବର ଦ୍ରବଣୀୟତାର ପରିବର୍ତ୍ତନକୁ ତୁଳନା କରି ଦ୍ରବଣୀୟତା ହ୍ରାସ ବୃଦ୍ଧି କିପରି ଘଟେ ବୁଝାଇ ଲେଖ ।
Answer:
(i) ତାପମାତ୍ରା ବୃଦ୍ଧି ଘଟିଲେ ଲବଣ ପରି କଠିନ ଦ୍ରବଗୁଡ଼ିକର ଆନ୍ତଃକଣିକା ସ୍ଥାନ ବୃଦ୍ଧିପାଇ କଣିକାଗୁଡ଼ିକ ମୁକ୍ତ ହୋଇଯିବାରୁ ସେମାନେ ଜଳରେ ଦ୍ରବୀଭୂତ ହେବେ ।
(ii) ଏଠାରେ ତାପୀୟ ଶକ୍ତି ଆନ୍ତଃକଣିକା ଆକର୍ଷଣ ଶକ୍ତିକୁ ଅତିକ୍ରମ କରିଯାଏ ।
(iii) ଅନ୍ୟ ପକ୍ଷରେ ଜଳର ତାପମାତ୍ରା ବୃଦ୍ଧି କରାଗଲେ ଏଥୁରେ ଅମ୍ଳଜାନ ପରି ଗ୍ୟାସୀୟ ଦ୍ରବର ଦ୍ରବଣୀୟତା କମିଯାଏ । ତାପୀୟ ଶକ୍ତି ଜଳ ଅଣୁର ଗତି ବୃଦ୍ଧିକରି ଗ୍ୟାସ୍ତ୍ରୀୟ କଣିକା ଉପରେ ଚାପ ପ୍ରଦାନ କରେ ଓ ଗ୍ୟାସ କଣିକାଗୁଡ଼ିକୁ ଠେଲିଦିଏ ।
(iv) ଏଥ‌ିପାଇଁ ଥଣ୍ଡା ଜଳରେ ଅଧ‌ିକ ପରିମାଣରେ ଅମ୍ଳଜାନ ଦ୍ରବୀଭୂତ ହୋଇଥାଏ ଯାହା ମାଛ ଓ ଅନ୍ୟ ଜଳଚର ପ୍ରାଣୀମାନଙ୍କ ଶ୍ଵାସକ୍ରିୟାରେ ସହାୟକ ହୋଇଥାଏ ।
(v) ଅନ୍ୟ ପକ୍ଷରେ ଥଣ୍ଡାପାଣିରେ ଗରମ ପାଣି ତୁଳନାରେ ଲବଣ କିମ୍ବା ବେକିଂସୋଡ଼ା ପରି ଦ୍ରବର ଦ୍ରବଣୀୟତା କମିଯାଏ ।
(vi) ଏଣୁ ପର୍ଯ୍ୟବେକ୍ଷଣଟି ସୂଚାଇଦିଏ ଯେ ତାପମାତ୍ରା ବୃଦ୍ଧି କଠିନ ଦ୍ରବଗୁଡ଼ିକର ଦ୍ରବଣୀୟତା ବୃଦ୍ଧି କରୁଥିବା ସମୟରେ ଗ୍ୟାସୀୟ ପଦାର୍ଥର ଦ୍ରବଣୀୟତା କମାଇଯିଏ ।

Question 4.
ମାପକ ସିଲିଣ୍ଡରର ମେନିସକସ୍ (meniscus) ସ୍ତର ସୃଷ୍ଟି କ୍ଷେତ୍ରରେ ରଙ୍ଗହୀନ ଓ ରଙ୍ଗୀନ ତରଳର ଆୟତନ କିପରି ମାପ କରାଯାଏ ବର୍ଣ୍ଣନା କର ।
Answer:
(i) ମାପକ ସିଲିଣ୍ଡର ଗଠନ ଯୋଗୁ ଏଥିରେ ସବୁ ପ୍ରକାର ତରଳର ଆୟତନ ସଠିକ୍ ଭାବେ ମାପ କରିହୁଏ ।
(ii) ରଙ୍ଗହୀନ ତରଳର ଆୟତନ ମାପିବା ପାଇଁ ମେନିସ୍‌କସର ଅବତଳ ସ୍ତରର ନିମ୍ନସ୍ତରକୁ ଆମ ଆଖୁ ଉଚ୍ଚତାରେ ମାପ କରାଯାଏ ।
(iii) କାଳିପରି ରଙ୍ଗୀନ ତରଳର ଆୟତନ ମାପିବା ପାଇଁ ମେନିସ୍‌କସ୍‌ର ଉତ୍ତଳ ଆକୃତିର ଉପର ସ୍ତର ପର୍ଯ୍ୟନ୍ତ ମାପ ନିଆଯାଏ ।
(iv) ସିଲିଣ୍ଡର ଅଣ ଓସାରିଆ ଆକୃତି ତରଳର ସ୍ତମ୍ଭର ଉଚ୍ଚତା ବୃଦ୍ଧି କରିପାରୁଥିବାରୁ ଆୟତନର କ୍ଷୁଦ୍ରତମ ଏକକ 1 ml ମଧ୍ଯ ଏଥ‌ିରେ ମାପିହୁଏ ।
(v) ଗୋଟିଏ 100 ml ମାପକ ସିଲିଣ୍ଡର ନେଲେ ଏଥରେ ପରିବର୍ତ୍ତିତ ଆୟତନ 1ml (କ୍ଷୁଦ୍ରତମ ଏକକ) ପର୍ଯ୍ୟନ୍ତ ମାପ କରିହୁଏ ।
(vi) ଅନ୍ୟପକ୍ଷରେ ମାପକ ସିଲିଣ୍ଡର ବଦଳରେ ବିକରରେ ତରଳର ଆୟତନ ମାପିଲେ ଆୟତନର ସାମାନ୍ୟ ପରିବର୍ତ୍ତନ ଠିକ୍‌ରୂପେ ଦୃଷ୍ଟିଗୋଚର ହୁଏନାହିଁ ।

Question 5.
‘ଚାପ’ କିପରି କଠିନ, ତରଳ ଓ ଗ୍ୟାସୀୟ ପଦାର୍ଥକୁ ପ୍ରଭାବିତ କରେ ଆଲୋଚ୍ୟ ବିଷୟକୁ କେନ୍ଦ୍ରକରି ବୁଝାଇ ଲେଖ ।
Answer:
(i) ଚାପ ଗ୍ୟାସୀୟ ବସ୍ତୁକୁ ସର୍ବାଧ‌ିକ ପ୍ରଭାବିତ କରେ, ଏହାର ଦୃଷ୍ଟାନ୍ତ ହେଉଛି ସିରିଞ୍ଜ ଉପରେ ଚାପଦେଲେ ସିରିଞ୍ଜ ଭିତରେ ଆବଦ୍ଧ ଥ‌ିବା ବାୟୁର ଆୟତନ କମିଯାଏ ।
(ii) ଚାପ ପ୍ରୟୋଗଦ୍ଵାରା ତରଳର ସାନ୍ଦ୍ରତା ସାମାନ୍ୟ ପରିବର୍ତ୍ତିତ ହୁଏ, ଏହାର କାରଣ ହେଲା ତରଳର କଣିକାଗୁଡ଼ିକ ମଧ୍ୟରେ ଶୂନ୍ୟସ୍ଥାନ ନଗଣ୍ୟ ହେତୁ ଏହା ସମ୍ପିଡଶୀଳ (compressible) ନୁହେଁ ।
(iii) ଚାପ କଠିନ ବସ୍ତୁକୁ ସର୍ବନିମ୍ନ ପ୍ରଭାବିତ କରେ କାରଣ କଠିନ ପଦାର୍ଥର କଣିକାଗୁଡ଼ିକ ଦୃଢ଼ଭାବରେ ବନ୍ଧା ଏବଂ କଣିକାଗୁଡ଼ିକ ମଧ୍ୟରେ ଶୂନ୍ୟସ୍ଥାନ ନଥାଏ । ତେଣୁ ଚାପ ଧାତୁ, ଇଟା, ପଥରପରି କଠିନ ବସ୍ତର ଆୟତନରେ ପରିବର୍ତ୍ତନ ଆଣିପାରେ ନାହିଁ ।
(iv) ପଦାର୍ଥଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ଏହା ଉପରେ ଚାପର ପ୍ରଭାବକୁ ନିୟନ୍ତ୍ରଣ କରେ ।
(v) ଗ୍ୟାସ, ତରଳ ଓ କଠିନ ପଦାର୍ଥର କଣିକାମାନଙ୍କ ମଧ୍ୟରେ ବ୍ୟବଧାନ ଯଥାକ୍ରମେ ସର୍ବାଧ୍ଵରୁ ସର୍ବନିମ୍ନ ହୋଇଥ‌ିବାରୁ ଏହି ପଦାର୍ଥଗୁଡ଼ିକ ଉପରେ ଚାପର ପ୍ରଭାବ ସର୍ବାଧୁକରୁ ସର୍ବନିମ୍ନ ହୋଇଥାଏ ।
(vi) ଏଣୁ ଚାପ ଗ୍ୟାସୀୟ ପଦାର୍ଥର ଆୟତନ ଦୃଷ୍ଟାନ୍ତମୂଳକଭାବେ ହ୍ରାସକରେ । ତରଳର ଆୟତନ ସାମାନ୍ୟ ହ୍ରାସକରେ ମାତ୍ର କଠିନ ବସ୍ତର ଆୟତନ ହ୍ରାସ ପ୍ରାୟ ଘଟେ ନାହିଁ ।

Question 6.
ଗୋଟିଏ ଦ୍ରବଣ ସଂତୃପ୍ତ (Saturated) କି ଅସଂତୃପ୍ତ (unsaturated) କିପରି ପରୀକ୍ଷାକରି ଜାଣିପାରିବ ବୁଝାଇ ଲେଖ ।
Answer:
(i) ଯଦି ଦ୍ରବଣର ନିମ୍ନଦେଶରେ କିଛି ଅଦ୍ରବଣୀୟ ଦ୍ରବ ରହିଯାଇଥାଏ ତେବେ ଦ୍ରବଣଟି ସଂତୃପ୍ତ ହୋଇଛି ବୋଲି ଧରାଯାଏ ।
(ii) ଦ୍ରବଣଟିର ତାପମାତ୍ର! ବୃଦ୍ଧି ନକରି ଯଦି ଏଥରେ ଆଉ ଅଧିକ ପରିମାଣର ଦ୍ରବ ଦ୍ରବୀଭୂତ କରିହେଲା, ତେବେ ଦ୍ରବଣଟି ଅସଂପୃକ୍ତ ବୋଲି ମନେକରାଯିବ ।
(iii) ଅପରିବର୍ତ୍ତନୀୟ ତାପମାତ୍ରାରେ ଦ୍ରବଣରେ ଯଦି ଆଉ ଅତ୍ମକ ଦ୍ରବ ଦ୍ରବୀଭୂତ ହେଲାନାହିଁ, ତାହା ସଂପୃକ୍ତ ଦ୍ରବଣ ଅଟେ ।
(iv) ତାପମାତ୍ରା ବୃଦ୍ଧିକଲେ ଗୋଟିଏ ସଂତୃପ୍ତ ଦ୍ରବଣରେ ଅଧିକ ଦ୍ରବ ଦ୍ରବିଭୂତ ହେବାର ଦେଖାଯାଏ । ଏହି କ୍ଷେତ୍ରରେ ସଂତୃପ୍ତ ଦ୍ରବଣଟି ଗୋଟିଏ ଅସଂତୃପ୍ତ ଦ୍ରବଣ ପରି ଆଚରଣ କରେ ।
(v) ସ୍ଥଳ ବିଶେଷରେ ସଂତୃପ୍ତ ଦ୍ରବଣରେ ମାତ୍ରାଧିକ ଦ୍ରବ ତାପମାତ୍ରା ବୃଦ୍ଧିଯୋଗୁଁ ଦ୍ରବୀଭୂତ ହୋଇଥାଏ । ତାପମାତ୍ରା ହ୍ରାସକଲେ ଦ୍ରବିଭୂତ ଅବସ୍ଥାରେ ଥ‌ିବା ଦ୍ରବ ପୂର୍ବପରି ରହେ । ଏହା ଅସ୍ଥାୟୀ ଦ୍ରବଣ ଓ ଏହାକୁ ଅତି ସଂପୃକ୍ତ (Super Saturated Solution) କହନ୍ତି ।
(vi) ଏଣୁ ଦ୍ରବଣୀୟତାର ମାତ୍ରା ଦ୍ରବଣଟିକୁ ସଂତୃପ୍ତ ବା ଅସଂପୃକ୍ତ କରିଥାଏ ।

Question 7.
(i) ଦ୍ରବଣ କ’ଣ ? ଏହା କିପରି ଅସମତୁଲ ମିଶ୍ରଣଠାରୁ ଭିନ୍ନ ?
(ii) ଦ୍ରବଣ ଓ ସମତୁଲ ମିଶ୍ରଣ ମଧ୍ୟରେ ସମ୍ବନ୍ଧ କ’ଣ ? ତୁମ ଘରେ ଥ‌ିବା ତିନିଟି ଅସମତୁଲ ମିଶ୍ରଣର ନାମ ଲେଖ ।
Answer:
(i) (a) ଦ୍ରବଣ ହେଉଛି ଏକ ସମତୁଲ ମିଶ୍ରଣ ଯେଉଁଥରେ ଗୋଟିଏ ପଦାର୍ଥ ଅନ୍ୟଟିରେ ଦ୍ରବୀଭୂତ ହୋଇ ଅଦୃଶ୍ୟ ହୋଇଯାଏ । ଏହାର ଉପାଦାନଗୁଡ଼ିକୁ ପୃଥକ ଭାବେ ଦେଖ‌ିବା ସମ୍ଭବ ହୁଏନାହିଁ ।
(b) ଅସମତୁଲ ମିଶ୍ରଣରେ ଉପାଦାନଗୁଡ଼ିକ ସମଭାବରେ ବଣ୍ଟନ ହୋଇପାରନ୍ତି ନାହିଁ । କୌଣସି ଅଂଶରେ
ଗୋଟିଏ ଉପାଦାନର ମାତ୍ରା ଅଧ‌ିକ ଥିଲେ, ମିଶ୍ରଣର ଅନ୍ୟ ଅଂଶରେ ଏହାର ମାତ୍ରା କମ୍ ଥାଏ ।
(c) ଦ୍ରବଣ ହେଉଛି ଦ୍ରବ ଓ ଦ୍ରାବକର ସମତୁଲ ମିଶ୍ରଣ । ଏହାର ସବୁ ଅଂଶର ଗଠନ ଏକାପରି । ଉପାଦାନଗୁଡ଼ିକୁ ଖାଲି ଆଖୁରେ ଦେଖୁହୁଏ ନାହିଁ ।
(d) ଅସମତୁଲ ମିଶ୍ରଣର ଉପାଦାନଗୁଡ଼ିକୁ ଖାଲିଆଟ୍‌ରେ ବା ପରିବର୍ଷକ ଯନ୍ତ୍ର ସାହାଯ୍ୟରେ ଦେଖୁବା ସମ୍ଭବ ହୁଏ ।

(ii) (a) ଦ୍ରବଣ ହେଉଛି ଦ୍ରବ ଓ ଦ୍ରାବକର ସମତୁଲ ମିଶ୍ରଣ । ସମତୁଲ ମିଶ୍ରଣରେ ଉପାଦାନଗୁଡ଼ିକ ମିଶ୍ରଣର ସବୁଅଂଶରେ ସମଭାବରେ ବଣ୍ଟନ ହୋଇଥାଏ ।
(b) ଦ୍ରବଣରେ ଥିବା ଦ୍ରବ ଏହାର ସ୍ରାବକରେ ଦ୍ରବୀଭୂତ ହୋଇଯାଏ । ସମତୁଲ ମିଶ୍ରର ଦ୍ରବୀକରଣ ବିନା ମଧ୍ୟ ସମ୍ଭବ ।
(c) ସମସ୍ତ ଦ୍ରବଣ ସମତୁଲ ମିଶ୍ରଣ କିନ୍ତୁ ସମସ୍ତ ସମତୁଲ ମିଶ୍ରଣ ଦ୍ରବଣ ହୋଇନପାରେ ।
ଘରେ ବ୍ୟବହୃତ ସମତୁଲ ଓ ଅସମତୁଲ ମିଶ୍ରଣ

ସମତୁଲ ମିଶ୍ରଣ ଅସମତୁଲ ମିଶ୍ରଣ
ଚିନିସିରା ବାଲିମିଶ୍ରିତ ଜଳ
ORS ଦ୍ରବଣ କରତଗୁଣ୍ଡ ମିଶ୍ରିତ ଜଳ
ଲୁଣପାଣି ତେଲ ମିଶ୍ରିତ ଜଳ

ଦୃଢୋକ୍ତି (Assertion) – କାରଣ (Reason) ପ୍ରଶ୍ନବଳୀ

ନିମ୍ନଲିଖୂତ ପ୍ରଶ୍ନଗୁଡ଼ିକରେ ପ୍ରତ୍ୟେକଟିରେ ଦୁଇଟି ଉକ୍ତି ରହିଛି । ପ୍ରଥମଟି ଦୃଢୋକ୍ତି (A) ବା Assertion, ଦ୍ୱିତୀୟଟି କାରଣ (R) ବା (Reason) । ଉକ୍ତିଗୁଡ଼ିକ ପାଇଁ ପ୍ରଯୁଜ୍ୟ ସମ୍ଭାବ୍ୟ ଉତ୍ତରଗୁଡ଼ିକ ବାଛି ଲେଖ ।
(a) ଉଭୟ A ଏବଂ R ଠିକ୍ ଏବଂ R ହେଉଛି A ର ଉପଯୁକ୍ତ ବ୍ୟାଖ୍ୟାକରଣ
(b) ଉଭୟ A ଏବଂ R ଠିକ୍ ଏବଂ R, A ର ଉପଯୁକ୍ତ ବ୍ୟାଖ୍ୟାକରଣ ନୁହେଁ
(c) A ସତ୍ୟ କିନ୍ତୁ R ମିଥ୍ୟା
(d) A ମିଥ୍ୟା କିନ୍ତୁ R ସତ୍ୟ

Question 1.
ଦୃଢୋକ୍ତି (Assertion) (A) : ଗୋଟିଏ ସମତୁଲ ମିଶ୍ରଣର ରୂପ ଓ ଗଠନ ସବୁଅଂଶରେ ସମାନ ।
କାରଣ (Reason) (R) : ଦ୍ରବ କଣିକାଗୁଡ଼ିକ ଦ୍ରାବକ କଣିକା ମଧ୍ୟରେ ସମଭାବରେ ବାଣ୍ଟି ହୋଇଥାଏ ।
Answer:
(a) ଉଭୟ A ଓ R ଠିକ୍ ଏବଂ R ହେଉଛି A ର ଉପଯୁକ୍ତ ବ୍ୟାଖ୍ୟାକରଣ ।

Question 2.
ଦୃଢୋକ୍ତି (Assertion) (A) : ଜଳକୁ ସାର୍ବଜନୀନ ଦ୍ରାବକ କହନ୍ତି ।
କାରଣ (Reason) (R) : ଜଳ ବିଶ୍ୱର ସମସ୍ତ ପଦାର୍ଥକୁ ଦ୍ରବୀଭୂତ କରିବାକୁ ଦେଇଥାଏ ।
Answer:
(c) A ସତ୍ୟ କିନ୍ତୁ R ମିଥ୍ୟା

Question 3.
ଦୃଢୋକ୍ତି (Assertion) (A) : ଘନ ଦ୍ରବଣରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଦ୍ରାବକରେ ଅଧିକ ପରିମାଣର ଦ୍ରବ ଦ୍ରବୀଭୂତ ହୋଇଥାଏ ।
କାରଣ (Reason) (R): ଘନ ଦ୍ରବଣରେ ଦ୍ରାବକର ପରିମାଣ ବୃଦ୍ଧି କରାଗଲେ ଏହା ଅଧିକ ସଂତୃପ୍ତ ହୋଇଯାଏ ।
Answer:
(c) A ସତ୍ୟ କିନ୍ତୁ R ମିଥ୍ୟା

Question 4.
ଦୃଢୋକ୍ତି (Assertion) (A) : ନିର୍ଦ୍ଦିଷ୍ଟ ତାପମାତ୍ରାରେ ଗୋଟିଏ ସମତୁଲ ଦ୍ରବଣ ଆଉ ଅଧିକ ଦ୍ରବ ଦ୍ରବୀଭୂତ କରିବାକୁ ଦିଏ ନାହିଁ ।
କାରଣ (Reason) (R: ଦ୍ରାବକରେ କଣିକାମାନଙ୍କ ମଧ୍ୟରେ ଥିବା ଫାଙ୍କା ସ୍ଥାନ ଦ୍ରବ କଣିକା ଦ୍ଵାରା ପୂର୍ଣ ହୋଇଯାଇଥାଏ ।
Answer:
(b) ଉଭୟ A ଏବଂ R ସତ୍ୟ

Question 5.
ଦୃଢୋକ୍ତି (Assertion) (A) : ବିଜ୍ଞାନାଗାରରେ ତରଳର ଆୟତନ ମାପିବା ପାଇଁ ସାଧାରଣତଃ ମାପକ ସିଲିଣ୍ଡର ବ୍ୟବହାର କରାଯାଏ ।
କାରଣ (Reason) (R) : ମାପକ ସିଲିଣ୍ଡରରେ କଠିନ ବସ୍ତର ବସ୍ତତ୍ଵ ମାପିବା ପାଇଁ ଉପଯୁକ୍ତ ଚିହ୍ନିତ ଦାଗ ରହିଛି ।
Answer:
(c) A ସତ୍ୟ କିନ୍ତୁ R ମିଥ୍ୟା

Class 8 Science Chapter 9 Question Answer Odia Medium ଦ୍ରବ, ଦ୍ରାବକ, ଦ୍ରବଣ

ଘଟଣା ଆଧାରିତ ପ୍ରଶ୍ନବଳୀ (Case Based Questions) :

Question 1.
ରବି ଗୋଟିଏ ଆକ୍ୱାରିୟମ ପରିଦର୍ଶନରେ ଯାଇ ଦେଖିଲା ଯେ ଏକ ବଡ଼ ପଷ୍କରଣୀରେ ବିଭିନ୍ନ ରକମର ମାଛ ଅନାୟାସରେ ପହଁରୁ ଛନ୍ତି । ସେ ଲକ୍ଷ୍ୟକଲା ଯେ ଛୋଟ ଛୋଟ ବାୟୁ ପମ୍ପଗୁଡ଼ିକରେ ପୁଷ୍ପରଣୀକୁ ଜଳଫୋଟକାଗୁଡ଼ିକ ଛଡ଼ାଯାଇଛି । ଆକ୍ୱାରିୟମ୍‌ର ଦାୟିତ୍ଵରେ ଥିବା ବ୍ୟକ୍ତି ତାଙ୍କୁ ବୁଝାଇଲେ ଯେ ପାଣି ପମ୍ପରେ ଆସୁଥ‌ିବା ଛୋଟ ଛୋଟ ଫୋଟକା ମିଶ୍ରିତ ଜଳ, ପୁଷ୍କରଣୀ ମାଛମାନଙ୍କ ପାଇଁ ଆବଶ୍ୟକ ଅମ୍ଳଜାନ ସ୍ତର ସୁରକ୍ଷିତ କରୁଛି । ଅନ୍ୟ ଏକ ସ୍ଥାନରେ ସେ ଦେଖିଲା ଯେ ଗୋଟିଏ ପୁଷ୍କରଣୀ ମାଛମାନେ ନିର୍ଜିବ ଭାବରେ ପାଣି ଉପରେ ଭାସୁଅଛନ୍ତି । ସେଠାରେ ଥିବା ଅସ୍ଵାଭାବିକ ଭାବେ ବୃଦ୍ଧିପାଇଛି ।
ବିଜ୍ଞାପନ ଜଣାଇଦେଲା ଯେ ଗ୍ରୀଷ୍ମଋତୁରେ ଜଳର ତାପମାତ୍ରା
ପରିସ୍ଥିତିକୁ ଲକ୍ଷ୍ୟକରି ପ୍ରଶ୍ନଗୁଡ଼ିକର ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖି ।

(i) ଜଳ ଭିତରେ ମାଛ ଓ ଅନ୍ୟ ଜଳଜୀବମାନେ ଯେଉଁ କାରଣରୁ ଶ୍ଵାସକ୍ରିୟା କରନ୍ତି, ତାହା ହେଉଛି :
(a) ଜଳ ଅମ୍ଳଜାନ ଉତ୍ପନ୍ନ କରେ ।
(b) ମାଛ ଶରୀର ମଧ୍ୟରେ ଗ୍ୟାସ ଉତ୍ପନ୍ନ ହୁଏ ।
(c) ଅମ୍ଳଜାନ ଜଳରେ ଦ୍ରବୀଭୂତ ହୋଇଥାଏ ।
(d) ମାଛମାନେ ଅମ୍ଳଜାନ ଦରକାର କରନ୍ତି ନାହିଁ ।
Answer:
(c) ଅମ୍ଳଜାନ ଜଳରେ ଦ୍ରବୀଭୂତ ହୋଇଥାଏ

(ii) ଯେତେବେଳେ ଜଳ ଉତ୍ତପ୍ତ ହୁଏ, ସେତେବେଳେ ଅମ୍ଳଜାନର ଦ୍ରବଣୀୟତା କିପରି ପ୍ରଭାବିତ ହୁଏ ?
(a) ବୃଦ୍ଧିପାଏ
(b) ଅପରିବର୍ତିତ ରହେ
(c) ପ୍ରଥମେ ବୃଦ୍ଧିପାଏ ପରେ ହ୍ରାସପାଏ
(d) ଦ୍ରବଣୀୟତା ହ୍ରାସ ପାଏ
Answer:
(d) ଦ୍ରବଣୀୟତା ହ୍ରାସ ପାଏ

(iii) ଉତ୍ତପ୍ତ ଜଳରେ ଜଳଚର ପ୍ରାଣୀ ବଞ୍ଚିବା ପାଇଁ ସଂଘର୍ଷ କରିବାର ସଠିକ କାରଣ ହେଉଛି :
(a) ଉତ୍ତପ୍ତ ଜଳରେ ଆବଶ୍ୟକ ଖାଦ୍ୟ ମିଳେନା
(b) ଜଳ ଉତ୍ତପ୍ତ ହେଲେ ବିଷାକ୍ତ ହୋଇଯାଏ
(c) ଉତ୍ତପ୍ତ ଜଳରେ ଅମ୍ଳଜାନର ଦ୍ରବୀକରଣ ହ୍ରାସପାଏ
(d) ମାଛମାନେ ଉତ୍ତପ୍ତ ଜଳରେ ରହିବାକୁ ଇଚ୍ଛା କରନ୍ତି ନାହିଁ
Answer:
(c) ଉତ୍ତପ୍ତ ଜଳରେ ଅମ୍ଳଜାନର ଦ୍ରବୀକରଣ ହ୍ରାସପାଏ

Question 2.
ମୀନା ଲେମ୍ବୁ ସରବତ୍ ତିଆରି କରୁଥିଲା । ସେ ଚିନି, ଲେମ୍ବୁରସ ଓ ଜଳକୁ ମିଶାଇ ମିଶ୍ରଣକୁ ଠିକ୍ ଭାବରେ ଘାଣ୍ଟିଲା । ଚିନି ସେଥୁରୁ କିପରି ଅଦୃଶ୍ୟ ହୋଇଗଲା ବୋଲି ତା’ ଭାଇ ପ୍ରଶ୍ନକଲା । ସେ କହିଲା ଯେ ଚିନି ସରବତ୍ର ଏକ ଅଂଶ ପାଲିଟି ଗଲା ଏବଂ ଆଉ ଦେଖାଗଲା ନାହିଁ ।
ପରିସ୍ଥିତିକୁ ଅନୁଧ୍ୟାନ କରି ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(i) ଲେମ୍ବୁ ସରବତର କେଉଁ ଉପାଦାନଟି ଦ୍ରବ ଅଟେ ?
(a) ଲେମ୍ବୁ ରସ
(b) ଚିନି
(c) ଜଳ
(d) କାଚଗ୍ଲାସ
Answer:
(b) ଚିନି

(ii) ମିଶ୍ରଣର ଠିକ୍ ସଂଯୋଗଟି କ’ଣ ?
(a) କଠିନ + କଠିନ → ଦ୍ରବଣ
(b) ତରଳ + ଗ୍ୟାସ୍ → ଦ୍ରବଣ
(c) ଦ୍ରବ + ଦ୍ରାବକ → ଦ୍ରବଣ
(d) ଦ୍ରାବକ + ଧାରଣ ପାତ୍ର → ଦ୍ରବଣ
Answer:
(c) ଦ୍ରବ + ଦ୍ରାବକ → ଦ୍ରବଣ

(iii) ନିମ୍ନୋକ୍ତ କେଉଁ ଉକ୍ତିଟି ଦ୍ରବଣର ଉପଯୁକ୍ତ ସଜ୍ଞା ନେଇଥାଏ ?
(a) ତରଳର ନିମ୍ନ ସ୍ତରରେ କଠିନ ପଦାର୍ଥ ଜମା ହେବ ।
(b) ମିଶ୍ରଣ ପରେ ଉପାଦାନ ଦୁଇଟି ପରସ୍ପର ଠାରୁ ଅଲଗା ହୋଇଯିବ ।
(c) ଏକ ସ୍ଵଚ୍ଛ ମିଶ୍ରଣ ଯେଉଁଥରେ ଦ୍ରବ ସମତୁଲଭାବେ ଦ୍ରାବକରେ ମିଶିୟାଏ ।
(d) କଠିନ ଉପାଦାନ ତରଳରେ ଦ୍ରବୀଭୂତ ନ ହୋଇ ଏହା ଉପରେ ଭାସେ ।
Answer:
(c) ଏକ ସ୍ଵଚ୍ଛ ମିଶ୍ରଣ ଯେଉଁଥରେ ଦ୍ରବ ସମତୁଲଭାବେ ଦ୍ରାବକରେ ମିଶିୟାଏ ।

Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି

Go through 8th Class Science Book Odia Medium Question Answer and Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି to understand textbook questions more clearly.

8th Class Science Chapter 7 Question Answer Odia Medium

Class 8 Science Chapter 7 Odia Medium

ଜିଜ୍ଞାସା ବଜାୟ ରଖ

Question 1.
କଠିନ ଏବଂ ତରଳ ମଧ୍ୟରେ ପ୍ରାଥମିକ ପାର୍ଥକ୍ୟ ହେଉଛି ଯେ ଏହାର କଣିକାଗୁଡ଼ିକ :
(i) କଠିନ ପଦାର୍ଥରେ ଦୃଢ଼ ଭାବରେ ବନ୍ଧା ହୋଇଥିବାବେଳେ ସେଗୁଡ଼ିକ ତରଳ ପଦାର୍ଥରେ ସ୍ଥିର ଥା’ନ୍ତି ।
(ii) କଠିନ ପଦାର୍ଥରେ ପରସ୍ପରଠାରୁ ବହୁତ ଦୂରରେ ଏବଂ ତରଳ ପଦାର୍ଥରେ ନିର୍ଦ୍ଦିଷ୍ଟ ସ୍ଥାନରେ ରହିଥା’ନ୍ତି ।
(iii) ସର୍ବଦା କଠିନ ପଦାର୍ଥରେ ଗତି କରନ୍ତି ଏବଂ ତରଳ ପଦାର୍ଥରେ ନିର୍ଦ୍ଦିଷ୍ଟ ସ୍ଥାନରେ ରହିଥା’ନ୍ତି ।
(iv) କଠିନ ପଦାର୍ଥରେ ନିବିଡ଼ ଭାବରେ ବନ୍ଧା ହୋଇଥାନ୍ତି ଏବଂ ତରଳ ପଦାର୍ଥରେ ପରସ୍ପରକୁ ଅତିକ୍ରମକରି ଗତି କରୁଥା’ନ୍ତି ।
Answer:
(iv) କଠିନ ପଦାର୍ଥରେ ନିବିଡ଼ ଭାବରେ ବନ୍ଧା ହୋଇଥାନ୍ତି ଏବଂ ତରଳ ପଦାର୍ଥରେ ପରସ୍ପରକୁ ଅତିକ୍ରମକରି ଗତି କରୁଥା’ନ୍ତି ।

Question 2.
ନିମ୍ନଲିଖ ଉକ୍ତିଗୁଡ଼ିକ ମଧ୍ୟରୁ କେଉଁଟି ସତ୍ୟ ? ମିଥ୍ୟା ଉକ୍ତିଗୁଡ଼ିକୁ ସଂଶୋଧନ କର । (ପ୍ରଶ୍ନ ସହ ଉତ୍ତର)
(i) ବରଫକୁ ତରଳାଇ ପାଣିରେ ପରିଣତ କରିବା ଏକ କଠିନ ପଦାର୍ଥର ତରଳ ପଦାର୍ଥରେ ପରିବର୍ତ୍ତନର ଏକ ଉଦାହରଣ ।
Answer:
ସତ୍ୟ

(ii) ତରଳିବା ପ୍ରକ୍ରିୟାରେ ବସ୍ତୁର ଅବସ୍ଥାରେ ପରିବର୍ତ୍ତନ ସମୟରେ ଆନ୍ତଃକଣିକା ଆକର୍ଷଣ ହ୍ରାସପାଏ ।
Answer:
ସତ୍ୟ

(iii) କଠିନ ପଦାର୍ଥର ଏକ ନିର୍ଦ୍ଦିଷ୍ଟ ଆକାର ଏବଂ ଆୟତନ ଥାଏ ।
Answer:
ସତ୍ୟ

(iv) କଠିନ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ପାରସ୍ପରିକ କ୍ରିୟା ଅଧିକ ଶକ୍ତିଶାଳୀ ଏବଂ ଆନ୍ତଃକଣିକା ସ୍ଥାନଗୁଡ଼ିକ ଅତି କମ୍ ।
Answer:
ସତ୍ୟ

(v) ଯେତେବେଳେ ଆମେ କୋଠରୀର ଗୋଟିଏ କୋଣରେ କର୍ପୂର ଗରମ କରୁ, ସେତେବେଳେ ଏହାର ସୁଗନ୍ଧ କୋଠରୀର ସମସ୍ତ କୋଣରେ ପହଞ୍ଚିଯାଏ ।
Answer:
ସତ୍ୟ

(vi) ଗରମ କରିବାଦ୍ଵାରା ଆମେ କର୍ପୂରକୁ ଶକ୍ତି ଯୋଗାଇଥାଉ ଏବଂ ଏହି ଶକ୍ତି ଗନ୍ଧ ଭାବରେ ନିର୍ଗତ ହୋଇଥାଏ ।
Answer:
ମିଥ୍ୟା

ସଂଶୋଧ ଉକ୍ତି : ଗରମ କରିବାଦ୍ଵାରା ଆମେ ଯୋଗାଉଥ‌ିବା ଶକ୍ତି ବଳରେ କର୍ପୁର କଣିକାଗୁଡ଼ିକ ଆନ୍ତଃକଣିକା ଆକର୍ଷଣ ବଳ ଅତିକ୍ରମ କରି କଠିନ ଅବସ୍ଥାରୁ ସିଧାସଳଖ ଗ୍ୟାସୀୟ ଅବସ୍ଥା ଧାରଣ କରେ । ଗ୍ୟାସୀୟ ଅବସ୍ଥାରେ କର୍ପୁର କଣିକାଗୁଡ଼ିକର ବିଚ୍ଛରଣ ଯୋଗୁଁ ସେଥୁରୁ ଗନ୍ଧ ନିର୍ଗତ ହୋଇଥାଏ ।

Question 3.
ଯଥାର୍ଥତା ସହିତ ସଠିକ୍ ଉତ୍ତର ବାଛ । ଯଦି ଆମେ ଚୌକିରୁ ସମସ୍ତ ଗଠନକାରୀ କଣିକାଗୁଡ଼ିକୁ ବାହାର କରିପାରିବା, ତେବେ କ’ଣ ହେବ ?
(i) କିଛି ପରିବର୍ତ୍ତନ ହେବ ନାହିଁ ।
(ii) କଣିକା କମିଯିବା ଯୋଗୁଁ ଚୌକିର ଓଜନ କମ୍ ହେବ ।
(iii) ଚୌକିର କିଛି ଅସ୍ତିତ୍ଵ ରହିବ ନାହିଁ ।
Answer:
(iii) ଚୌକିର କିଛି ଅସ୍ତିତ୍ଵ ରହିବ ନାହିଁ ।
ଯଥାର୍ଥତା : ଚୌକିର ଏକ ନିର୍ଦ୍ଦିଷ୍ଟ ଆକାର, ଆୟତନ ଓ ବସ୍ତତ୍ଵ ଅଛି । ଯେତେବେଳେ ସମସ୍ତ ଉପାଦାନ ଚୌକିର ବାହାର କରିଦିଆଯାଏ ତେବେ ଚୌକିର କିଛି ଅସ୍ତିତ୍ଵ ରହିବ ନାହିଁ ।

Question 4.
ଗ୍ୟାସଗୁଡ଼ିକ ସହଜରେ ମିଶି ଯାଉଥ‌ିବାବେଳେ କାହିଁକି କଠିନ ପଦାର୍ଥଗୁଡ଼ିକ ସହଜରେ ମିଶି ନଥାଏ ?
Answer:
ଗ୍ୟାସ୍ କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ବ୍ୟବଧାନ ଯଥେଷ୍ଟ ଅଧିକ ଏବଂ କଣିକା ଗୁଡ଼ିକ ମୁକ୍ତାଭାବରେ ସବୁଦିଗରେ ଗତି କରନ୍ତି । କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ବଳ ନଗଣ୍ୟ । ଏଣୁ କଣିକାଗୁଡ଼ିକ ବିଚ୍ଛୁରିତ (Diffusion) ହୋଇ ସହଜରେ ପରସ୍ପର ମିଶିଯାଆନ୍ତି । ଅନ୍ୟପକ୍ଷରେ କଠିନ ପଦାର୍ଥ କଣିକାଗୁଡ଼ିକ ଦୃଢ଼ ଆନ୍ତଃକଣିକା ଆକର୍ଷଣ ବଳଦ୍ଵାରା ସଂଯୁକ୍ତ । କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ନଗଣ୍ୟ । କଣିକାଗୁଡ଼ିକର ସ୍ଥାନାନ୍ତରିତ ଗତି ନଥାଇ କେବଳ ଦୋଳନ ଗତିଥାଏ । କଣିକାଗୁଡ଼ିକ ସ୍ଥାନାନ୍ତରିତ ହୋଇପାରୁ ନଥିବାରୁ ପରସ୍ପର ମିଶି ପାରନ୍ତି ନାହିଁ ।

Question 5.
କାଚ ଗ୍ଲାସରୁ କ୍ଷୀର ଟେବୁଲ ଉପରେ ଢାଳିଦେଲେ କ୍ଷୀର ବହିଯାଏ ଏବଂ ବାହାରକୁ ଖେଳେଇ ହୋଇଯାଏ, କିନ୍ତୁ ଗ୍ଲାସଟି ସମାନ ଆକାରରେ ରହିଥାଏ । ଏହି କଥାର ଯଥାର୍ଥତା ପ୍ରମାଣ କର ।
Answer:
କ୍ଷୀର ଗୋଟିଏ ତରଳ ପଦାର୍ଥ । ଏହାର କଣିକାଗୁଡ଼ିକ ପରସ୍ପର ହାଲୁକା ଭାବରେ ସଂଯୁକ୍ତ । ସେଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ବଳ କଠିନ ପଦାର୍ଥ କଣିକା ତୁଳନାରେ କମ୍ । ତେଣୁ ସେଗୁଡ଼ିକ ମୁକ୍ତ ଭାବରେ ପରସ୍ପରକୁ ଅତିକ୍ରମ କରି ଗତି କରିପାରନ୍ତି । କଣିକାଗୁଡ଼ିକ ଧାରଣ କରିଥିବା ପାତ୍ର ଭିତରେ କିମ୍ବା କୌଣସି ପୃଷ୍ଠତଳ ଉପରେ ଅନାୟାସରେ ଗତି କରନ୍ତି । ଅନ୍ୟପକ୍ଷରେ ଗ୍ଲାସ ଗୋଟିଏ କଠିନ ପଦାର୍ଥ । ଏହାର କଣିକାଗୁଡ଼ିକ ଦୃଢ଼ ଆକର୍ଷଣ ବଳଦ୍ଵାରା ବାନ୍ଧି ହୋଇଥ‌ିବାରୁ ସ୍ଥାନାନ୍ତରିତ ହେବା ସମ୍ଭବ ନୁହେଁ । ସେଗୁଡ଼ିକ ବସ୍ତୁକୁ ନିର୍ଦ୍ଦିଷ୍ଟ ଆକାର ଦିଅନ୍ତି ଯାହା ସହଜରେ ପରିବର୍ତ୍ତିତ ହୁଏନାହିଁ । ଏଣୁ କଣିକାଗୁଡ଼ିକର ସ୍ଥିତି ଓ ଧର୍ମର ପ୍ରଭେଦ ହେତୁ କ୍ଲାସରୁ ଢଳାଯାଇଥିବା କ୍ଷୀର ଟେବୁଲ ଉପରେ ବହିଯାଏ ମାତ୍ର କାଚ ଗ୍ଲାସର ଆକୃତିରେ ପରିବର୍ତ୍ତନ ଘଟେନାହିଁ ।

Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି

Question 6.
ବରଫ ତରଳି ଜଳ ହେବ। ଏବଂ ତାହା ଜଳୀୟବାଷ୍ପରେ ପରିଣତ ହେବା ପ୍ରକ୍ରିୟାରେ କଣିକାଗୁଡ଼ିକର ବ୍ୟବସ୍ଥାରେ ପରିବର୍ତ୍ତନକୁ ଚିତ୍ର ମାଧ୍ୟମରେ ଦର୍ଶାଅ ।
Answer:
ବରଫ ତରଳି ଜଳ ହେବ। ଏବଂ ଜଳ, ଜଳୀୟବାଷ୍ପରେ ପରିଣତ ହେବା ପ୍ରକ୍ରିୟାରେ କଣିକାଗୁଡ଼ିକର ମଧ୍ୟରେ ଆନ୍ତଃକଣିକା ବ୍ୟବଧାନ ବୃଦ୍ଧି ଓ କଣିକାଗୁଡ଼ିକର ଗତିରେ ପରିବର୍ତ୍ତନ ଯୋଗୁ ସମ୍ଭବ ହୁଏ । ଏହିକ୍ରମ ପରିବର୍ତ୍ତନ କଣିକାଗୁଡ଼ିକର ତାପୀୟ ଶକ୍ତି ବୃଦ୍ଧି ଯୋଗୁ ଘଟିଥାଏ । ତାପମାତ୍ରା ବୃଦ୍ଧି ହେଲେ ବରଫକଣିକାଗୁଡ଼ିକ ମଧ୍ୟରେ ଆକର୍ଷଣ ବଳ ହ୍ରାସପାଏ ଏବଂ ବରଫକୁ ଜଳରେ ପରିଣତ କରେ । ତାପୀୟ ଶକ୍ତି ଜଳକଣିକାଗୁଡ଼ିକର ପାରସ୍ପରିକ ଆକର୍ଷଣ ଶକ୍ତି ହାସକରି କଣିକାଗୁଡ଼ିକର ଗତି ବୃଦ୍ଧି କରୁଥିବାରୁ ଜଳ, ଜଳୀୟବାଷ୍ପରେ ପରିଣତ ହୁଏ ।
Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି 1

Question 7.
ନିମ୍ନଲିଖତ ପଦାର୍ଥରେ ଉପସ୍ଥିତ କଣିକାଗୁଡ଼ିକର ବ୍ୟବସ୍ଥାକୁ ଦର୍ଶାଉଥବା ଏକ ଚିତ୍ର ଆଙ୍କ :
(i) ପତଳା ଆଲୁମିନିୟମ ପଟି (Foil)
(ii) ଗ୍ଲିସେରିନ୍‌
(iii) ମିଥେନ ଗ୍ୟାସ
Answer:
Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି 2
(i) ପତଳା ଆଲୁମିନିୟମ ପଟି (Foil) – ଏହା ଏକ କଠିନ ବସ୍ତ ହୋଇଥିବାରୁ କଣିକାଗୁଡ଼ିକ ପରସ୍ପର ଦୃଢ଼ ଭାବରେ ସଂଯୁକ୍ତ ଏବଂ କଣିକାଗୁଡ଼ିକ ସମଭାବରେ ସ୍ଥିର ସଂରଚନା ପ୍ରାପ୍ତ ହୋଇଥାନ୍ତି ।
(ii) ଗ୍ଲି ସେରିନ୍ – ଏହା ଏକ ତରଳ ପଦ। ର୍ଥ ହୋଇଥିବାରୁ ଏହାର କଣିକାଗୁଡ଼ିକ ଦୃଢ଼ଭାବରେ ସଂଯୁକ୍ତ ନହୋଇ ହାଲୁକା ଭାବରେ ଆକର୍ଷିତ ହୋଇ ପରସ୍ପର ଚାରିପଟେ ଗତିଶୀଳ ।
(iii) ମିଥେନଗ୍ୟାସ – ଏହା ଗୋଟିଏ ଗ୍ୟାସୀୟ ପଦାର୍ଥ ଯୋଗୁ କଣିକାଗୁଡ଼ିକ ପରସ୍ପରଠାରୁ ଅଧିକ ବ୍ୟବଧାନ ଧାରଣ କରନ୍ତି ଏବଂ ସେଗୁଡ଼ିକ ସବୁଦିଗରେ ଗତି କରନ୍ତି ।

Question 8.
ଚିତ୍ର (କ) ଦେଖ, ଯେଉଁଥରେ କିଛି ସମୟ ଜଳିବା ପରେ ଲିଭି ଯାଇଥିବା ଏକ ମହମବତୀର ପ୍ରତିଛବି ଦେଖାଯାଇଛି । ଚିତ୍ରରେ ମହମର ବିଭିନ୍ନ ଅବସ୍ଥା ଚିହ୍ନଟ କର ଏବଂ କଣିକାଗୁଡ଼ିକର ଅବସ୍ଥିତି ଦେଖାଯାଉଥ‌ିବା ଚିତ୍ର (ଖ) ସହିତ ମେଳାଅ ।
Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି 3
Answer:
ମହ ମବ ତୀ ଟି କିଛି ଜଳିବାପରେ ଯେଉଁ ଅବଶେଷ ରହିଲା ତାହା ତାର ପୂର୍ବ ଆକୃତିକୁ ଧାରଣ କରି ରଖୁବ, କାରଣ କଠିନ ଅବସ୍ଥାରେ କଣିକାଗୁଡ଼ିକ ପରସ୍ପର ସଂଘଟିତ ହୋଇ ପଦାର୍ଥର ଆକୃତି ଅପରିବର୍ତ୍ତନୀୟ ରଖେ । ମହମବତୀଟି ଲିଭିବା ସମୟରେ ଏହାର ପ୍ରଜ୍ଜ୍ୱଳନ ସଳି ତା ପାଖରେ ତରଳ ମହମ ସୃଷ୍ଟିହେବ । କଠିନ ଅବସ୍ଥାରୁ ତରଳ ଅବସ୍ଥାକୁ ରୂପାନ୍ତରିତ ହେବା ସମୟରେ କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ବୃଦ୍ଧିପାଏ ଓ ଅନ୍ତଃକଣିକା ଆକର୍ଷଣ ବଳ କମିଯାଏ ।

ମହମବତୀ ଜଳିଲେ ଯେଉଁ ଧୂଆଁ ସୃଷ୍ଟି ହୁଏ, ତାହା ଗ୍ୟାସୀୟ ପଦାର୍ଥ ହୋଇଥିବାରୁ ସେଥ‌ିରେ କଣିକାଗୁଡ଼ିକର ଆନ୍ତଃକଣିକା ଆକର୍ଷଣ ବଳ ହ୍ରାସପାଇ ସେଗୁଡ଼ିକ ପରସ୍ପରଠାରୁ ଦୂରେଇଯିବେ । ଏଣୁ ମହମବତୀ ଜଳି ଲିଭିଗଲା ପରେ ଦୃଶ୍ୟମାନ କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ଦୃଷ୍ଟିରୁ ଆମେ କଠିନ, ତରଳ ଓ ଗ୍ୟାସୀୟ ଏହିପରି ତିନୋଟି ଭୌତିକ ଅବସ୍ଥା ଦେଖୁପାରିବା । ଏହି ସମସ୍ତ ପ୍ରକ୍ରିୟା ତାପମାତ୍ରା ପ୍ରଭାବରେ ଘଟିଥାଏ ।

Question 9.
ସମୁଦ୍ରର ପାଣି କାହିଁକି ଲୁଣିଆ ଲାଗେ, ଯଦିଓ ଲୁଣ ଦେଖାଯାଏ ନାହିଁ, ବାଖ୍ୟା କର ।
Answer:
ଯେତେବେଳେ ବିଭିନ୍ନ ଲବଣପଦାର୍ଥ ସମୁଦ୍ର ଜଳରେ ଦ୍ରବିଭୂତ ହୁଏ ସେଗୁଡ଼ିକ କ୍ଷୁଦ୍ର କ୍ଷୁଦ୍ର କଣିକାରେ ପରିଣତ ହୁଏ । ଏହି କଣିକାଗୁଡ଼ିକ ଜଳକଣିକାଗୁଡ଼ିକର ଫାଙ୍କାସ୍ଥାନ ଅଧିକାର କରନ୍ତି । ଲବଣ କଣିକାଗୁଡ଼ିକ ଅତିକ୍ଷୁଦ୍ର ହୋଇଥ‌ିବାରୁ ଖାଲିଆସ୍‌ରେ ଦେଖ‌ିବା ସମ୍ଭବ ନୁହେଁ । କିନ୍ତୁ ଜଳରେ ସେଗୁଡ଼ିକର ଉପସ୍ଥିତି ଯୋଗୁଁ ଜଳକୁ ଲବଣାକ୍ତ କରେ । ସେଥ‌ିପାଇଁ ସମୁଦ୍ର ଜଳରେ କୌଣସି ଲବଣ ଦେଖିବା ସମ୍ଭବ ନହେଲେ ମଧ୍ୟ ଜଳ ଲୁଣିଆ ଲାଗେ ।

Question 10.
ଚାଉଳ ଏବଂ ଚାଉଳର ଚୁନା ବିଭିନ୍ନ ପାତ୍ରରେ ରଖୁଲେ ପାତ୍ରର ଆକାର ଗ୍ରହଣ କରେ । ସେଗୁଡ଼ିକ କଠିନ ନା ତରଳ ? ବ୍ୟାଖ୍ୟା କର ।
Answer:
ଆମେ ଜାଣୁ ଯେ କୌଣସି ତରଳ ପଦାର୍ଥ, ଏହା ରଖାଯାଇଥିବା ପାତ୍ରର ଆକାର ଧାରଣ କରେ କାରଣ ତରଳର ନିର୍ଦ୍ଦିଷ୍ଟ ଆକୃତି ନଥାଏ । କିନ୍ତୁ ଚାଉଳ ଏବଂ ଚାଇଳର ଚୁନା ବିଭିନ୍ନ ପାତ୍ରରେ ରଖୁ ସେଗୁଡ଼ିକ ଯଦିଓ ପାତ୍ରର ଆକାର ଧାରଣ କରନ୍ତି, ସେଗୁଡ଼ିକ କଠିନ ପଦାର୍ଥ ଅଟନ୍ତି । ଚାଉଳ ଓ ଚାଉଳଚୂନାର କଣିକାଗୁଡ଼ିକ ତରଳ କଣିକା ପରି ଆଚରଣ ନକରି କଠିନ ପଦାର୍ଥର କଣିକାର ଧର୍ମ ପ୍ରଦର୍ଶନ କରନ୍ତି । ଏହାର କଣିକାଗୁଡ଼ିକ ତରଳ କଣିକା ପରି ମୁକ୍ତ ଭାବରେ ଗତି କରନ୍ତି ନାହିଁ । ଚାଉଳଦାନା ଓ ଚାଉଳଚୂନା କଣିକାଗୁଡ଼ିକ କଠିନ ବସ୍ତୁ ହେଲେ ମଧ୍ୟ ଆକାରରେ କ୍ଷୁଦ୍ରତାହେତୁ ସେମାନେ ରଖାଯାଇଥିବା ପାତ୍ରର ଆକାର ଧାରଣ କରନ୍ତି । ମାତ୍ର ସେଗୁଡ଼ିକ କଠିନ ପଦାର୍ଥର ଧର୍ମ ବଜାଇ ରଖନ୍ତି ।

ଅତିରିକ୍ତ ଅଭ୍ୟାସ ପ୍ରଶ୍ନୋତ୍ତର

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

(କ) ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ପଦାର୍ଥର ନିମ୍ନଲିଖତ ପ୍ରକୃତିଗୁଡ଼ିକ ଥାଏ ।
(i) ଏହା ସ୍ଥାନ ଅଧିକାର କରେ
(ii) ଏହାର ବସ୍ତତ୍ଵ ଅଛି
(iii) ଗରମ କଲେ ଏହା ଅବସ୍ଥା ପରିବର୍ତ୍ତନ କରେ ନାହିଁ
(a) ଉଭୟ (i) ଓ (ii) ଠିକ୍
(b) (ii) ଓ (iii) ଠିକ୍
(c) (i) ଓ (iii) ଠିକ୍
(d) (i), (ii) ଓ (iii) ଠିକ୍
Answer:
(a) ଉଭୟ (i) ଓ (ii) ଠିକ୍

Question 2.
ସମୁଦ୍ର କୂଳରେ ଖେଳିବା ସମୟରେ ମିରା ବାଲିଦାନା ସଂଗ୍ରହ କଲା । ସେ ଭାବିଲା ଦାନାଗୁଡ଼ିକ ପଦାର୍ଥର କ୍ଷୁଦ୍ରତମ ଏକକ । ପରେ ସେ ଦେଖୁଲା ପ୍ରତ୍ୟେକ ଦାନାକୁ ଆହୁରି କ୍ଷୁଦ୍ରକଣିକାରେ ପରିଣତ କରି ହେଉଛି । ଏହା ପଦାର୍ଥ ବିଷୟରେ କି ଧାରଣା ଦେଲା ?
(a) ପଦାର୍ଥ ସ୍ଥାୟୀ ଓ ଏହା ଭାଙ୍ଗି ହେବନାହିଁ
(b) ପଦାର୍ଥ କ୍ଷୁଦ୍ର, ଅଦୃଶ୍ୟ କଣିକାକୁ ନେଇ ଗଠିତ
(c) ବାଲି ଏକ ସ୍ଵତନ୍ତ୍ର ପ୍ରକାର ତରଳ
(d) ବାଲିଦାନ ପଦାର୍ଥର କ୍ଷୁଦ୍ରତମ ଏକକ
Answer:
(b) ପଦାର୍ଥ କ୍ଷୁଦ୍ର, ଅଦୃଶ୍ୟ କଣିକାକୁ ନେଇ ଗଠିତ

Question 3.
ଦୁଇଜଣ ଛାତ୍ର ପାଣିରେ ଚିନି ପକାଇ ଘାଣ୍ଟିଲେ । ସେମାନେ ଦେଖ‌ିଲେ ଯେ ଚିନି ଅଦୃଶ୍ୟ ହୋଇଗଲା । କିନ୍ତୁ ପାଣି ମିଠା ଲାଗିଲା । ସେମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ
(a) ଚିନିକଣିକାଗୁଡ଼ିକ ବାଷ୍ପୀଭୂତ ହୋଇଗଲା ।
(b) ଚିନି, ପାଣି ସହ ପ୍ରତିକ୍ରିୟା କରି ଗୋଟିଏ ନୂଆ ଯୌଗିକ ତିଆରି କଲା ।
(c) ଚିନି କଣିକାଗୁଡ଼ିକ, ଜଳ କଣିକା ମଧ୍ୟରେ ଥ‌ିବା ଶୂନ୍ୟସ୍ଥାନ ଅଧିକାର କରିନେଲେ ।
(d) ଚିନିକୁ ଜଳରୁ ପରିସ୍ରବଣ କରାଗଲା ।
Answer:
(c) ଚିନି କଣିକାଗୁଡ଼ିକ, ଜଳ କଣିକା ମଧ୍ୟରେ ଥ‌ିବା ଶୂନ୍ୟସ୍ଥାନ ଅଧିକାର କରିନେଲେ ।

Question 4.
କେଉଁ ଦୃଷ୍ଟାନ୍ତ ପ୍ରମାଣ କରେ ଯେ ପଦାର୍ଥ କ୍ଷୁଦ୍ର କଣିକାମାନଙ୍କୁ ନେଇ ଗଠିତ ?
(a) ଗରମ କଲେ ବରଫ ତରଳିଯାଏ ।
(b) ପାଣିରେ ଚିନି ଅଦୃଶ୍ୟ ହୋଇଯାଏ କିନ୍ତୁ ପାଣିକୁ ଚାଲେ ମିଠାଲାଗେ ।
(c) ଗରମ କଲେ ଜଳ ବାଷ୍ପ ହୁଏ ।
(d) କାଠ ଭାଙ୍ଗି ଖଣ୍ଡଖଣ୍ଡ ହୋଇଯାଏ ।
Answer:
(b) ପାଣିରେ ଚିନି ଅଦୃଶ୍ୟ ହୋଇଯାଏ କିନ୍ତୁ ପାଣିକୁ ଚାଲେ ମିଠାଲାଗେ ।

Question 5.
ଗୋଟିଏ ଚକ୍‌ଖଣ୍ଡକୁ ବାରମ୍ବାର ଭାଙ୍ଗିବାକୁ ଦିଆଗଲା । ଶେଷରେ ଏହା ସୁକ୍ଷ୍ମଗୁଣ୍ଡରେ ପରିଣତ ହେଲା । ଏହି କାର୍ଯ୍ୟ କ’ଣ ପ୍ରଦର୍ଶନ କରୁଛି ?
(a) ଚକ୍ରର ରାସାୟନିକ ପରିବର୍ତ୍ତନ ଘଟିଲା ।
(b) ଚକ୍ ତରଳରେ ପରିଣତ ହେଲା ।
(c) ପଦାର୍ଥ ସ୍ଥାୟୀ
(d) ପଦାର୍ଥ କ୍ଷୁଦ୍ର କଣିକାଗୁଡ଼ିକୁ ନେଇ ଗଠିତ ।
Answer:
(d) ପଦାର୍ଥ କ୍ଷୁଦ୍ର କଣିକାଗୁଡ଼ିକୁ ନେଇ ଗଠିତ ।

Question 6.
କେଉଁ ପରୀକ୍ଷଣ ପ୍ରମାଣ କରେ ଯେ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଶୂନ୍ୟସ୍ଥାନ ଥାଏ ?
(a) ମହମ ତରଳିବା
(b) ଜଳ ଗରମ ହେବା
(c) ଜଳରେ ଚିନି ଦ୍ରବୀଭୂତ ହେବା
(d) କଠିନ ବସ୍ତୁକୁ ଚାପଦେବା
Answer:
(c) ଜଳରେ ଚିନି ଦ୍ରବୀଭୂତ ହେବା

Question 7.
ଧାରଣ ପାତ୍ରର ସମଗ୍ର ସ୍ଥାନକୁ ଗ୍ୟାସ କଣିକାଗୁଡ଼ିକ ବିସ୍ତାରିତ ହେବା ଏବଂ ଅଧ୍ଯକୃତ କରିବା ମୂଳରେ କେଉଁଟି ପ୍ରକୃତ କାରଣ ?
(a) ଦୁର୍ବଳ ଆନ୍ତଃକଣିକା ଆକର୍ଷଣ ଓ ଅଧିକ ଶୂନ୍ୟସ୍ଥାନ
(b) ଦୃଢ଼ ଆକର୍ଷଣ ଓ ଅଧିକ ଶୂନ୍ୟସ୍ଥାନ
(c) ନିର୍ଦ୍ଦିଷ୍ଟ ଆକାର ଅଧ୍ବକ ଶୂନ୍ୟସ୍ଥାନ
(d) ଉଚ୍ଚ ସାନ୍ଦ୍ରତା
Answer:
(a) ଦୁର୍ବଳ ଆନ୍ତଃକଣିକା ଆକର୍ଷଣ ଓ ଅଧିକ ଶୂନ୍ୟସ୍ଥାନ

Question 8.
ଗ୍ୟାସ୍‌ର କେଉଁ ଧର୍ମଯୋଗୁ ଏହା ଖୁବ୍ ଶିଘ୍ର ବ୍ୟାପିଯାଏ ଏବଂ ଅଧ୍ବକୃତ ସ୍ଥାନ ଦଖଲ କରେ ?
(a) ନିମ୍ନ ସାନ୍ଦ୍ରତା
(b) ଶକ୍ତିଶାଳୀ ଆକର୍ଷଣ
(c) କଣିକାଗୁଡ଼ିକର ଦ୍ରୁତଗତି
(d) ନିର୍ଦ୍ଦିଷ୍ଟ ଆକୃତି
Answer:
(c) କଣିକାଗୁଡ଼ିକର ଦ୍ରୁତଗତି

Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି

Question 9.
ଗୋଟିଏ ପଦାର୍ଥର କଣିକାଗୁଡ଼ିକ ଦୃଢ଼ଭାବରେ ସଂଯୁକ୍ତ ଓ ନିର୍ଦ୍ଦିଷ୍ଟ ସ୍ଥାନରେ ରହି କମ୍ପିତ ହୁଏ । ପଦାର୍ଥଟି ହେଉଛି –
(a) ଗ୍ୟାସ
(b) ତରଳ
(c) କଠିନ
(d) ଦ୍ରବଣ
Answer:
(c) କଠିନ

Question 10.
କଠିନ ବସ୍ତମାନଙ୍କ ସମ୍ବନ୍ଧରେ କେଉଁ ଉକ୍ତିଟି ଠିକ୍ ହେବନାହିଁ ?
(a) ସେମାନଙ୍କର ନିର୍ଦ୍ଦିଷ୍ଟ ଆକାର ଓ ଆୟତନ ଅଛି ।
(b) ସେମାନଙ୍କର କଣିକାଗୁଡ଼ିକ ମୁକ୍ତ ଭାବରେ ଗତି କରନ୍ତି ।
(c) ସେଗୁଡ଼ିକ ଚାପ ସହନଶୀଳ ନୁହଁନ୍ତି ।
(d) ସେମାନଙ୍କର କଣିକା ନିର୍ଦ୍ଦିଷ୍ଟ ସ୍ଥାନରେ ଥାଇ କମ୍ପନ କରନ୍ତି ।
Answer:
(b) ସେମାନଙ୍କର କଣିକାଗୁଡ଼ିକ ମୁକ୍ତ ଭାବରେ ଗତି କରନ୍ତି ।

Question 11.
ପଦାର୍ଥ x ବହିଯାଏ, ଧାରଣ ପାତ୍ରର ଆକାର ନିଏ କିନ୍ତୁ ସଂପିଡ଼ନଶୀଳ ନୁହେଁ । ପଦାର୍ଥ y, ଧାରଣ ପାତ୍ରର ସବୁ ସ୍ଥାନକୁ ବ୍ୟାପିଯାଏ ଏବଂ ପାତ୍ରର କାନ୍ଥ ଉପରେ ଚାପ ପ୍ରୟୋଗ କରେ । ତେବେ x ଓ y କୁ ଚିହ୍ନଟ କର ।
(a) x – ତରଳ, y – ଗ୍ୟାସ୍
(b) x – ଗ୍ୟାସ୍ , y – ତରଳ
(c) x – କଠିନ, Y – ତରଳ
(d) x – ବାଷ୍ପ, y – କଠିନ
Answer:
(a) x – ତରଳ, y – ଗ୍ୟାସ୍

Question 12.
ପଦାର୍ଥର କେଉଁ ଅବସ୍ଥାରେ କଣିକାଗୁଡ଼ିକ କଠିନ ବସ୍ତ ପରି ଦୃଢ଼ଭାବେ ସଂଯୁକ୍ତ ନୁହଁନ୍ତି କିମ୍ବା ଗ୍ୟାସ ପରି ମୁକ୍ତ ନୁହଁନ୍ତି ?
(a) ତରଳ
(b) ଗ୍ୟାସ
(c) କଠିନ
(d) ବାଷ୍ପ
Answer:
(a) ତରଳ

Question 13.
ଆନ୍ତଃକଣିକା ସ୍ଥାନ ସର୍ବନିମ୍ନରୁ ସର୍ବାଧ‌ିକ କ୍ରମରେ କେଉଁଠି ଠିକ୍ ?
(a) କଠିନ < ତରଳ < ଗ୍ୟାସ
(b) ଗ୍ୟାସ < ତରଳ < କଠିନ
(c) ତରଳ < କଠିନ < ଗ୍ୟାସ
(d) କଠିନ < ଗ୍ୟାସ < ତରଳ
Answer:
(a) କଠିନ < ତରଳ < ଗ୍ୟାସ

Question 14.
ଯେତେବେଳେ ଗୋଟିଏ ପଦାର୍ଥକୁ ଉତ୍ତପ୍ତ କରାଯାଏ, ଏହାର କଣିକାଗୁଡ଼ିକର ଗତିରେ କି ପରିବର୍ତ୍ତନ ଦେଖାଯାଏ ?
(a) ହ୍ରାସପାଏ
(b) ଗତି ସ୍ଥିର ରହେ
(c) ବୃଦ୍ଧିପାଏ
(d) କଣିକା ଅଦୃଶ୍ୟ ହୋଇଯାଏ
Answer:
(c) ବୃଦ୍ଧିପାଏ

Question 15.
କରଣ ଗୋଟିଏ ସିରିଞ୍ଜକୁ ଜଳପୂର୍ଣ୍ଣ କରି ଏହାର ସ୍କଙ୍ଗରକୁ ଚାପି ରଖୁଲା । ସେ କିଛିଟା କଷ୍ଟ ଅନୁଭବ କଲା । ଏହା କ’ଣ ସୂଚାଉଛି ?
(a) ଜଳକଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ଅଧିକ
(b) ତରଳ ପଦାର୍ଥଗୁଡ଼ିକ ସଂପୀଡ଼ନଶୀଳ
(c) ତରଳ ପଦାର୍ଥର ବସ୍ତୁତ୍ଵ ନଗଣ୍ୟ
(d) ଆନ୍ତଃକଣିକା ସ୍ଥାନ କମ୍‌ବାରୁ ତରଳକୁ ସଂପୀଡ଼ନ କରାଯାଇ ପାରିବ ନାହିଁ
Answer:
(d) ଆନ୍ତଃକଣିକା ସ୍ଥାନ କମ୍‌ବାରୁ ତରଳକୁ ସଂପୀଡ଼ନ କରାଯାଇ ପାରିବ ନାହିଁ

Question 16.
ଜଣେ ଛାତ୍ର ଏକ ବିକରରେ ଜଳର ରଙ୍ଗ ଧୀରେ ଧୀରେ ଗୋଲାପୀ ହେବା ଲକ୍ଷ୍ୟ କଲା । ଏହା କେଉଁ ପ୍ରକ୍ରିୟାର ଦୃଷ୍ଟାନ୍ତ ?
(a) ଘନୀକରଣ
(b) ଅବକ୍ଷେପଣ
(c) ବିଚ୍ଛୁରଣ
(d) ତରଳନ
Answer:
(c) ବିଚ୍ଛୁରଣ

Question 17.
ଗରମ ଜଳ, ଥଣ୍ଡାଜଳ ତୁଳନାରେ ପୋଟାସିୟମ ପରମାଙ୍ଗାନେଟ୍‌କୁ ଶିଘ୍ର ଦ୍ରବୀଭୂତ କରାଏ । କାରଣ କ’ଣ ?
(a) ଜଳ କଣିକା ଶିଘ୍ର ଥଣ୍ଡା ହୋଇଯାଏ ।
(b) ଉଚ୍ଚ ତାପମାତ୍ରାରେ କଣିକାଗୁଡ଼ିକର ଗତି ଦ୍ରୁତ ଥାଏ ।
(c) ପୋଟାସିୟମ୍ ପରମାଙ୍ଗାନେଟ୍ ହାଲୁକା ।
(d) ରଙ୍ଗ, ଗରମ ଜଳରେ ଭଲଭାବରେ ଦ୍ରବୀଭୂତ ହୁଏ ।
Answer:
(b) ଉଚ୍ଚ ତାପମାତ୍ରାରେ କଣିକାଗୁଡ଼ିକର ଗତି ଦ୍ରୁତ ଥାଏ ।

Question 18.
ରିୟା ତିନିଗୋଟି ବିଭିନ୍ନ ଆକୃତି ପାତ୍ରରେ ଜଳ ରଖୁଲା । ପ୍ରତ୍ୟେକଟିରେ ଜଳସ୍ତର ସମାନହେଲା କିନ୍ତୁ ଆକୃତି ଭିନ୍ନ ଥିଲା । ଏହା ଦର୍ଶାଉଛି ଯେ
(a) ଜଳ ସଂପାଡ଼ନଶୀଳ
(b) ତରଳର ନିର୍ଦ୍ଦିଷ୍ଟ ଆକୃତି ଥାଏ
(c) ତରଳ ଧାରଣ ପାତ୍ରର ଆକୃତି ନିଏ କିନ୍ତୁ ଏହାର ଆୟତନ ସ୍ଥିର ଥାଏ
(d) ତରଳର ଆକୃତି ନଥାଏ
Answer:
(c) ତରଳ ଧାରଣ ପାତ୍ରର ଆକୃତି ନିଏ କିନ୍ତୁ ଏହାର ଆୟତନ ସ୍ଥିର ଥାଏ

Question 19.
ଆୟୋଡ଼ିନ୍ ବାଷ୍ପ ଥିବା ଗୋଟିଏ ଗ୍ୟାସ ଜାର୍‌କୁ ଗୋଟିଏ ଖାଲିଥିବା ଜାର୍ ଉପରେ ରଖିଲେ କ’ଣ ହୁଏ ?
(a) ବାଷ୍ପ ଘନୀଭୂତ ହୁଏ
(b) ବାଷ୍ପ ନିମ୍ନରେ ଥ‌ିବା ଜାରେ ରହେ
(c) ବାଷ୍ପ ଉଭୟ ଜାର୍‌କୁ ବ୍ୟାପିଯାଏ
(d) ବାଷ୍ପ ତଳକୁ ବସିଯାଏ
Answer:
(c) ବାଷ୍ପ ଉଭୟ ଜାର୍‌କୁ ବ୍ୟାପିଯାଏ

Question 20.
ଗ୍ୟାସ କାହିଁକି ଧାରଣ ପାତ୍ରର କାନ୍ଥ ଉପରେ ଚାପ ପ୍ରଦାନ କରେ ?
(a) ଗ୍ୟାସର କଣିକାଗୁଡ଼ିକ ସ୍ଥିର ।
(b) କଣିକାଗୁଡ଼ିକ ଦୃଢ଼ଭାବେ ସଂଯୁକ୍ତ ।
(c) କଣିକାଗୁଡ଼ିକ ଏଣେତେଣେ ଗତିକରି କାନ୍ଥରେ ଧକ୍କା ଖାଆନ୍ତି ।
(d) ଗ୍ୟାସର ନିର୍ଦ୍ଦିଷ୍ଟ ଆୟତନ ଥାଏ ।
Answer:
(c) କଣିକାଗୁଡ଼ିକ ଏଣେତେଣେ ଗତିକରି କାନ୍ଥରେ ଧକ୍କା ଖାଆନ୍ତି ।

Question 21.
ପଦାର୍ଥର କଣିକାମାନଙ୍କ ପାଇଁ କେଉଁଟି ଠିକ୍ ଉକ୍ତି ?
(a) ପଦାର୍ଥର କଣିକାଗୁଡ଼ିକ ସର୍ବଦା ଗତିଶୀଳ ।
(b) ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଫାଙ୍କା ସ୍ଥାନ ଥାଏ ।
(c) କଣିକାଗୁଡ଼ିକ ପରସ୍ପରକୁ ଆକର୍ଷଣ କରନ୍ତି ନାହିଁ ।
(d) କଣିକାଗୁଡ଼ିକ ତାପମାତ୍ରାଦ୍ଵାରା ପ୍ରଭାବିତ ହୁଅନ୍ତି ନାହିଁ ।
Answer:
(b) ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଫାଙ୍କା ସ୍ଥାନ ଥାଏ ।

Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି

Question 22.
ଗୋଟିଏ ଛାତ୍ର ଧୂପକାଠି ଧୂଆଁକୁ ଗୋଟିଏ ଜାର୍ ମଧ୍ୟରେ ପୂର୍ଣ୍ଣକରି ଏହାକୁ ଅନ୍ୟ ଏକ ଜାର ମୁହଁରେ ଓଲଟାଇ ରଖୁଲେ । ପରେ ଉଭୟ ଜାର୍ ମଧ୍ଯରେ ଧୂଆ ଖେଳିଗଲା । ଏହା ଦର୍ଶାଉଛି ଯେ-
(a) ଧୂଆଁ ବାୟୁସହ ପ୍ରତିକ୍ରିୟା କରେ ।
(b) ଧୂଆଁ ତଳକୁ ଟାଣିହୁଏ ।
(c) ଧୂଆଁ ସବୁଆଡ଼େ ବ୍ୟାପିଯାଏ ଓ ସ୍ଥାନ ଅଧିକାର କରେ ।
(d) ଗ୍ୟାସଗୁଡ଼ିକ ବାୟୁଠାରୁ ଓଜନିଆ ।
Answer:
(c) ଧୂଆଁ ସବୁଆଡ଼େ ବ୍ୟାପିଯାଏ ଓ ସ୍ଥାନ ଅଧିକାର କରେ ।

ଖ) ଶୂନ୍ୟସ୍ଥାନ ପୂରଣ କର ।

1. ପଦାର୍ଥ କ୍ଷୁଦ୍ର କ୍ଷୁଦ୍ର ଏକକ କଣିକାକୁ ନେଇ ଗଠିତ ଯାହା ହେଉଛି ____________ ଏବଂ ଯାହାକୁ ଆଖ୍ୟାରେ ଦେଖୁହୁଏ ନାହିଁ ।
Answer:
ଗଠନକାରୀ କଣିକା,

2. ଯେତେବେଳେ ଗୋଟିଏ କଠିନ ପଦାର୍ଥକୁ ଭାଙ୍ଗି ଗୁଣ୍ଡ କରଯାଏ, ପ୍ରତ୍ୟେକ କ୍ଷୁଦ୍ରଖଣ୍ଡ ମୂଳ ପଦାର୍ଥର ____________ ପ୍ରଦର୍ଶନ କରେ ।
Answer:
ଧର୍ମ,

3. କଣିକାଗୁଡ଼ିକ ମଧ୍ୟରେ ଆକର୍ଷଣ କଠିନ ବସ୍ତୁରେ ଶକ୍ତିଶାଳୀ ଏବଂ ଗ୍ୟାସଗୁଡ଼ିକରେ ____________
Answer:
ଦୁର୍ବଳ,

4. ଯେତେବେଳେ ପଦାର୍ଥକୁ ତାକ ପ୍ରୟୋଗ କରାଯାଏ, ଏହାର କଣିକାଗୁଡ଼ିକର ଗତି ଅଧ‌ିକ ____________ ହୁଏ ।
Answer:
ଦ୍ରୁତ,

5. ପଦାର୍ଥର ଏକ ଭୌତିକ ଅବସ୍ଥା ଯେଉଁଥରେ କଣିକାଗୁଡ଼ିକ ହାଲୁକା ଭାବରେ ସଂଯୁକ୍ତ ଏବଂ ପରସ୍ପର ସହ ଘଷିହୋଇ ଗତି ____________ କରନ୍ତି ।
Answer:
ତରଳ,

6. ଯେଉଁ ତାପମାତ୍ରାରେ କଠିନବସ୍ତୁ ଉତ୍ତପ୍ତ ହୋଇ ତରଳ ହୁଏ ତାହାକୁ ____________ କହନ୍ତି ।
Answer:
ଗଳନାଙ୍କ

(ଗ) ଉକ୍ତିଗୁଡ଼ିକ ସତ୍ୟ କି ମିଥ୍ୟା ଲେଖ ।

1. ଚକ୍‌କୁ ଭାଙ୍ଗି ସେଥୁରୁ ମିଳୁଥିବା ଗୁଣ୍ଡ ବିଭିନ୍ନ ପଦାର୍ଥରେ ତିଆରି ।
Answer:
ମିଥ୍ୟା, ଚକ୍‌ର କ୍ଷୁଦ୍ର କ୍ଷୁଦ୍ର ଦାନାରେ ଏକ ପ୍ରକାର ପଦାର୍ଥ ଥାଏ ।

2. ଚିନି ଜଳରେ ପଡ଼ିଲେ ଏହା ଜଳସହ ରାସାୟନିକ ପ୍ରତିକ୍ରିୟା କରୁଥିବାରୁ ଅଦୃଶ୍ୟ ହୋଇଯାଏ ।
Answer:
ମିଥ୍ୟା, ଚିନି ଜଳରେ ଦ୍ରବୀଭୂତ ହୁଏ ମାତ୍ର ଜଳସହ କୌଣସି ରାସାୟନିକ ପ୍ରତିକ୍ରିୟା କରେ ନାହିଁ ।

3. କଠିନ ବସ୍ତର କଣିକାଗୁଡ଼ିକ ନିଜ ନିଜ ସ୍ଥାନରୁ ସ୍ଥାନାନ୍ତର ନ ହୋଇ କେବଳ କମ୍ପିତ ହୁଅନ୍ତି ।
Answer:
ସତ୍ୟ

4. ପଦାର୍ଥର ତିନିଗୋଟି ଭୌତିକ ଅବସ୍ଥା ମଧ୍ୟରେ ଗ୍ୟାସଗୁଡ଼ିକର କଣିକା ମଧ୍ୟରେ ସର୍ବାଧ‌ିକ ଆକର୍ଷଣ ବଳ ଥାଏ ।
Answer:
ମିଥ୍ୟା, ତିନିଗୋଟି ଭୌତିକ ଅବସ୍ଥା ମଧ୍ୟରେ ଗ୍ୟାସର କଣିକାଗୁଡ଼ିକ ମଧ୍ୟରେ ସବୁଠାରୁ ଦୁର୍ବଳ ଆକର୍ଷଣ ବଳ ଥାଏ ।

5. ତରଳର ନିର୍ଦ୍ଦିଷ୍ଟ ଆୟତନ ନଥାଏ ।
Answer:
ମିଥ୍ୟା, ତରଳର ନିର୍ଦ୍ଦିଷ୍ଟ ଆୟତନ ଥାଏ ମାତ୍ର ନିର୍ଦ୍ଦିଷ୍ଟ ଆକୃତି ନଥାଏ ।

(ଘ) ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭକୁ ମିଳନ କର ।

Question 1.
‘କ’ ସ୍ତମ୍ଭର ଶବ୍ଦ|ଶବ୍ଦାବଳୀ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦାବଳୀକୁ ସଂଯୋଗ କର ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(A) କଠିନ 1. ବହିଯାଏ ମାତ୍ର ନିର୍ଦ୍ଦିଷ୍ଟ ଆୟତନ ଥାଏ
(B) ତରଳ 2. ନିର୍ଦ୍ଦିଷ୍ଟ ଆକାର ଓ ଆୟତନ ନ ଥାଏ
(C) ଗ୍ୟାସ 3. କଣିକା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥାଇ କମ୍ପନ କରେ
(D) ଆନ୍ତଃକଣିକା ସ୍ଥାନ 4. କଠିନ ଅବସ୍ଥାରୁ ଗ୍ୟାସୀୟ ଅବସ୍ଥାକୁ ବୃଦ୍ଧିପାଏ
(E) ସୁଗନ୍ଧିତ କଣିକା 5. କଣିକାମାନଙ୍କର ବିଚ୍ଛୁରଣ ଯୋଗ ବ୍ୟାପିଯାଏ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(A) କଠିନ 3. କଣିକା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥାଇ କମ୍ପନ କରେ
(B) ତରଳ 1. ବହିଯାଏ ମାତ୍ର ନିର୍ଦ୍ଦିଷ୍ଟ ଆୟତନ ଥାଏ
(C) ଗ୍ୟାସ 2. ନିର୍ଦ୍ଦିଷ୍ଟ ଆକାର ଓ ଆୟତନ ନ ଥାଏ
(D) ଆନ୍ତଃକଣିକା ସ୍ଥାନ 4. କଠିନ ଅବସ୍ଥାରୁ ଗ୍ୟାସୀୟ ଅବସ୍ଥାକୁ ବୃଦ୍ଧିପାଏ
(E) ସୁଗନ୍ଧିତ କଣିକା 5. କଣିକାମାନଙ୍କର ବିଚ୍ଛୁରଣ ଯୋଗ ବ୍ୟାପିଯାଏ

Question 2.
ସ୍ତମ୍ଭର ଶବ୍ଦଗୁଡ଼ିକ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ତଥ୍ୟ ସଂଯୋଗ କର ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(A) ଚକ୍ ଗୁଣ୍ଡ 1. ଉଚ୍ଚ ତାପମାତ୍ରା ଯୋଗୁ ଦ୍ରୁତ ବେଗରେ ବ୍ୟାପିଥାଏ
(B) ଜଳରେ ଚିନିର ମିଶ୍ରଣ 2. କଣିକାଗୁଡ଼ିକ ଦ୍ରୁତବେଗରେ କମ୍ପନ କରନ୍ତି
(C) କଠିନକୁ ଉତ୍ତପ୍ତ କଲେ 3. ଆନ୍ତଃକଣିକା ସ୍ଥାନକୁ ଅସ୍ଵୀକାର କରେ
(D) ଆୟୋଡ଼ିନ୍ ବାଷ୍ପ 4. ଧାରଣ ପାତ୍ର ପୂର୍ଣ୍ଣ କରେ
(E) ଉତ୍ତପ୍ତ ଜଳରେ ପୋଟାସିୟମ୍ ପରମାଙ୍ଗାନେଟ୍‌ ମିଶ୍ରଣ 5. ଭୌତିକ ପରିବର୍ତ୍ତନ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(A) ଚକ୍ ଗୁଣ୍ଡ 5. ଭୌତିକ ପରିବର୍ତ୍ତନ
(B) ଜଳରେ ଚିନିର ମିଶ୍ରଣ 3. ଆନ୍ତଃକଣିକା ସ୍ଥାନକୁ ଅସ୍ଵୀକାର କରେ
(C) କଠିନକୁ ଉତ୍ତପ୍ତ କଲେ 2. କଣିକାଗୁଡ଼ିକ ଦ୍ରୁତବେଗରେ କମ୍ପନ କରନ୍ତି
(D) ଆୟୋଡ଼ିନ୍ ବାଷ୍ପ 4. ଧାରଣ ପାତ୍ର ପୂର୍ଣ୍ଣ କରେ
(E) ଉତ୍ତପ୍ତ ଜଳରେ ପୋଟାସିୟମ୍ ପରମାଙ୍ଗାନେଟ୍‌ ମିଶ୍ରଣ 1. ଉଚ୍ଚ ତାପମାତ୍ରା ଯୋଗୁ ଦ୍ରୁତ ବେଗରେ ବ୍ୟାପିଥାଏ

 

Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ପଦାର୍ଥର କେଉଁ କ୍ଷୁଦ୍ରତମ ଏକକ ପଦାର୍ଥର ପରିଚୟ (ଗୁଣ) ଧାରଣ କରିଥାଏ ?
Answer:
ପଦାର୍ଥର କ୍ଷୁଦ୍ରତ୍ତମ ଏକକ ହେଉଛି ଗଠନକାରୀ କଣିକା ଯେଉଁଗୁଡ଼ିକ ପଦାର୍ଥ ଗଠନ କରନ୍ତି ଏବଂ ପଦାର୍ଥର ସମସ୍ତ ପ୍ରକୃତି ଧାରଣ କରନ୍ତି । ଭାରତୀୟ ଦାର୍ଶନିକ ଆଚାର୍ଯ୍ୟ କଣାଦ ଏହାକୁ ପରମାଣୁ ବୋଲି ଧାରଣ ସୃଷ୍ଟି କରିଥିଲେ ।

Question 2.
ଗୋଟିଏ ଚକ୍ ଖଣ୍ଡ ଆଖୁକୁ ମସୃଣ ଦେଖାଯାଏ, କିନ୍ତୁ ଯେତେବେଳେ ଏହାକୁ ଭାଙ୍ଗି ଖଣ୍ଡ ଖଣ୍ଡ କରାଯାଏ, ଏହା ନରମ ଗୁଣ୍ଡରେ ପରିଣତ ହୁଏ । ଏହି କାର୍ଯ୍ୟ ପଦାର୍ଥର ପ୍ରକୃତି ସମ୍ବନ୍ଧରେ କି ଧାରଣା ଦିଏ ?
Answer:
ଚକ୍‌କୁ ଭାଙ୍ଗି ଗୁଣ୍ଡ କଲାପରେ ଏହା ଦେଖାଯାଏ ଯେ ପଦାର୍ଥ ଅତି କ୍ଷୁଦ୍ର କଣିକାମାନଙ୍କୁ ନେଇ ଗଠିତ । କଣିକାଗୁଡ଼ିକ ପଦାର୍ଥର ଗଠନକାରୀ ଏକକ ଏବଂ ସେଗୁଡ଼ିକ ପଦାର୍ଥର ସମସ୍ତ ପ୍ରକୃତି ଧାରଣ କରିଥାଆନ୍ତି । ୩ । ରିଆ, ଜଳରେ କିଛି ଲବଣ ମିଶାଇ ଘାଣ୍ଟିବାକୁ ଲାଗିଲା । ଦ୍ରବଣଟି ପରିଷ୍କାର ଦେଖାଗଲା ଯେଉଁଥିରେ ଲବଣ ଦୃଷ୍ଟିଗୋଚର ହେଲାନାହିଁ । ଏହି ଦୃଷ୍ଟାନ୍ତ କଣିକାର ଆକାର ଓ ଗତି ସମ୍ବନ୍ଧରେ କି କି ସୂଚନା ଦିଏ ? ଉ- ଲବଣରେ ଥିବା କଣିକାଗୁଡ଼ିକ ଅତି କ୍ଷୁଦ୍ର । ସେଗୁଡ଼ିକ ଜଳରେ ସମାନ ଭାବରେ ବାଣ୍ଟିହୋଇ ରହିଥାଏ । ଏହା ସୂଚାଏ ଯେ ଲବଣ କ୍ଷୁଦ୍ର କ୍ଷୁଦ୍ର କଣିକାଦ୍ଵାରା ଗଠିତ ଯାହା ଗତିଶୀଳ ଏବଂ ଜଳରେ ମିଶ୍ରଣୀୟ ।

Question 3.
ଆନ୍ତଃକଣିକା ସ୍ଥାନ କହିଲେ କ’ଣ ବୁଝାଯାଏ
Answer:
ପଦାର୍ଥର କଣିକାମାନଙ୍କ ମଧ୍ୟରେ ଥ‌ିବା ଶୂନ୍ୟସ୍ଥାନକୁ ଆନ୍ତଃକଣିକା ସ୍ଥାନ କହନ୍ତି । କଠିନ ପଦାର୍ଥ ପାଇଁ ଏହି ସ୍ଥାନ ନଗଣ୍ୟ, ତରଳ ପଦାର୍ଥରେ ଏହି ସ୍ଥାନ ସାମାନ୍ୟ ଅଧ‌ିକ ଏବଂ ଗ୍ୟାସ ପାଇଁ ଏହି ସ୍ଥାନ ସର୍ବାଧ୍ଵକ । ପଦାର୍ଥର କଣିକାମାନଙ୍କର ପାରସ୍ପରିକ ଆକର୍ଷଣ ଏହି ସ୍ଥାନ ଉପରେ ନିର୍ଭରଶୀଳ । ଏହାଯୋଗୁ ଚିନି ଓ ଲବଣ ପ୍ରଭୃତି ଜଳରେ ସହଜରେ ଦ୍ରବଣୀୟ ।

Question 4.
କଠିନ ପଦାର୍ଥଗୁଡ଼ିକର କଣିକାଗୁଡ଼ିକ ତରଳ ଓ ଗ୍ୟାସ କଣିକାପରି ପ୍ରବାହମାନ ଗତି ନକରି କାହିଁକି କେବଳ କମ୍ପନ ଗତି ଦେଖାନ୍ତି ?
Answer:
କଠିନ ବସ୍ତୁର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିବା ସ୍ଥାନ ନଗଣ୍ୟ । କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ସର୍ବାଧ‌ିକ । ସେଗୁଡ଼ିକ ଦୃଢ଼ଭାବେ ବନ୍ଧା ହୋଇଥିବାରୁ ପ୍ରବହମାନ ଗତି ଦେଖାନ୍ତି ନାହିଁ ଏବଂ କେବଳ ନିଜ ନିଜ ଅବସ୍ଥାନରେ ରହି କମ୍ପିତ ହୁଅନ୍ତି ।

Question 5.
ଜଳରେ ଚିନି ଦ୍ରବୀଭୂତ ହେବାପରେ ଜଳସ୍ତର ବୃଦ୍ଧି ନ ହେବାର କାରଣ କ’ଣ ?
Answer:
ଚିନି ଜଳରେ ଦ୍ରବୀଭୂତ ହେବା ସମୟରେ ଚିନି କଣିକାଗୁଡ଼ିକ ଜଳ କଣିଚ୍ଛାଗୁଡ଼ିକ ମଧ୍ୟରେ ଥିବା ଫାଙ୍କା ସ୍ଥାନ ଦଖଲ କରିନିଅନ୍ତି । ଏଣୁ ଚିନି ଜଳରେ ଦ୍ରବୀଭୂତ ହେବା ସମୟରେ ଜଳପତନ ବୃଦ୍ଧିହେବାର ଦୃଷ୍ଟିଗୋଚର ହୁଏ ନାହିଁ ।

Question 6.
କେଉଁ ପ୍ରାଚୀନ ଭାରତୀୟ ଦାର୍ଶନିକ ‘ପରମାଣୁ’ର ଧାରଣ ଦେଇଥିଲେ ?
Answer:
ପ୍ରାଚୀନ ଭାରତୀୟ ଦାର୍ଶନିକ ଆଚାର୍ଯ୍ୟ କଣାଦ ପ୍ରଥମେ ପଦାର୍ଥର କ୍ଷୁଦ୍ରତମ କଣିକା ବା ‘ପରମାଣୁ’ର ଧାରଣା ଦେଇଥିଲେ । ସେ ବିଶ୍ଵାସ କରୁଥିଲେ ଯେ ପରମାଣୁ ପଦାର୍ଥର କ୍ଷୁଦ୍ରତ୍ତମ କଣିକା ଯାହା ଅବିଭାଜ୍ୟ ।

Question 7.
କଠିନ ପଦାର୍ଥର କାହିଁକି ନିର୍ଦ୍ଦିଷ୍ଟ ଆକୃତି ଥାଏ ?
Answer:
କଠିନ ପଦାର୍ଥର ଅଣୁଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ଅତି ନଗଣ୍ୟ । କଣିକାଗୁଡ଼ିକ ଦୃଢ଼ଭାବରେ ବନ୍ଧା (Closely packed) । କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ସର୍ବାଧ‌ିକ । କଣିକାଗୁଡ଼ିକ ମୁକ୍ତ ଭାବରେ ଗତି କରି ନପାରି କେବଳ ନିଜ ନିଜ ସ୍ଥାନରେ କମ୍ପିତ ହୁଅନ୍ତି । ଏଣୁ କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ଥାଏ ।

Question 8.
ଯେତେବେଳେ ଗଳନାଙ୍କର କୌଣସି କଠିନ ପଦାର୍ଥ, ତରଳ ପଦାର୍ଥରେ ପରିଣତ ହୁଏ, ସେତେବେଳେ କଣିକାଗୁଡ଼ିକ ମଧ୍ୟରେ ଥିବା ଆକର୍ଷଣ ବଳରେ କି ପରିବର୍ତ୍ତନ ଦେଖାଯାଏ ?
Answer:
କଠିନ ପଦାର୍ଥର ଗଳନାଙ୍କରେ ତାପୀୟ ଶକ୍ତିର ପ୍ରଭାବରେ କଣିକାମାନଙ୍କ ମଧ୍ୟରେ ଆକର୍ଷଣ ବଳ ହ୍ରାସ ପାଏ । କଣିକାଗୁଡ଼ିକ ମୁକ୍ତଭାବରେ ଗତି କରିବାକୁ ସକ୍ଷମ ହେବାରୁ କଠିନ ପଦାର୍ଥ ତରଳରେ ପରିଣତ ହୁଏ ।

Question 9.
ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି ନଥାଇ ମଧ୍ୟ ନିର୍ଦ୍ଦିଷ୍ଟ ଆୟତନ ଥାଏ । ଏହା କିପରି ସମ୍ଭବ ?
Answer:
ତରଳ ପଦାର୍ଥର କଣିକାଗୁଡ଼ିକ ମୁକ୍ତଭାବରେ ପ୍ରବହମାନ ହେବାଯୋଗୁ ଏହାର ନିର୍ଦ୍ଦିଷ୍ଟ ଆକର ନଥାଏ, ଏହା କେବଳ ଧାରଣ ପାତ୍ରର ଆକୃତି ଗ୍ରହଣ କରେ କିନ୍ତୁ କଣିକାଗୁଡ଼ିକ ସର୍ବଦା ନିର୍ଦ୍ଦିଷ୍ଟ ସ୍ଥାନରେ ସୀମାବଦ୍ଧ ଥ‌ିବାରୁ ତରଳର ଆୟତନରେ ପରିବର୍ତ୍ତନ ଘଟେନାହିଁ ।

Question 10.
ଉତ୍ତପ୍ତ ଜଳରେ ପୋଟାସୟମ ପରମାଙ୍ଗାନେଟ ଦ୍ରୁତଭାବରେ ବିଚ୍ଛୁରିତ ହୁଏ କିପରି ?
Answer:
ତାପ, ଜଳ ଅଣୁଗୁଡ଼ିକର୍ ଗତିର ବେଗ ବୃଦ୍ଧି କରେ । ଏହାଦ୍ଵାରା ପୋଟାସିୟମ ପରମାଙ୍ଗାନେଟ ଅଣୁଗୁଡ଼ିକ ଖୁବ୍ ଶିଘ୍ର ଜଳରେ ଖେଳେଇ ହୋଇଯାଏ ଏବଂ ଦ୍ରବଣର ରଙ୍ଗ ଗୋଲାପୀ ହୁଏ ।

Question 11.
ଗ୍ୟାସଗୁଡ଼ିକ ଧାରଣ ପାତ୍ରର ସବୁ ଅଂଶକୁ ବ୍ୟାପିଯାଏ କିପରି ?
Answer:
ଗ୍ୟାସ କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ସର୍ବାଧ‌ିକ । କଣିକାଗୁଡ଼ିକ ମୁକ୍ତଭାବରେ ସବୁଦିଗରେ ଗତିକରିନ୍ତି । ଏଣୁ ଧାରଣ ପାତ୍ରର ସବୁ ଅଂଶରେ କଣିକାଗୁଡ଼ିକ ବ୍ୟାପିଯିବାର ଦେଖାଯାଏ ।

Question 12.
ସିରିଞ୍ଜରେ ଗ୍ୟାସ କଣିକାଗୁଡ଼ିକ ଉପରେ ଚାପ ପ୍ରଦାନ କଲେ, କ’ଣ ଘଟେ ?
Answer:
ସିରିଞ୍ଜଦ୍ଵାରା ଗ୍ୟାସକଣିକା ଉପରେ ଚାପ ପ୍ରଦାନ କଲେ, ଗ୍ୟାସର ଆୟତନ କମିଯାଏ । ଗ୍ୟାସ କଣିକା ମଧ୍ୟରେ ଅଧ‌ିକ ଫାଙ୍କା ସ୍ଥାନ ଥିବାରୁ ଗ୍ୟାସଗୁଡ଼ିକ ସଂପୀଡ଼ନଶୀଳ ବୋଲି ଉପଲବ୍ଧ ହୁଏ ।

Question 13.
ରବି ହଠାତ ତା’ର ସୁଗନ୍ଧ ପଦାର୍ଥ ବୋତଲର ଠିପିକୁ ଗୋଟିଏ କୋଠାରୀର ଏକ କୋଣରେ ଖୋଲିଦେଲା । ମାତ୍ର କେତେ ମିନିଟ୍ ମଧ୍ୟରେ ତା’ର ସୁଗନ୍ଧ ଘର ସାରା ଅନୁଭୂତ ହେଲା । କାହିଁକି ଏପରି ଘଟେ ?
Answer:
ସୁଗନ୍ଧି ପଦାର୍ଥର କଣିକାଗୁଡ଼ିକ ସର୍ବଦା ଗତିଶୀଳ । କଣିକାଗୁଡ଼ିକ ମଧ୍ୟରେ ଫାଙ୍କାସ୍ଥାନ ଅଧ୍ବକ । ଆକର୍ଷଣ ବଳ କମ୍ ହେତୁ କଣିକାଗୁଡ଼ିକର ଦ୍ରୁତ ବିଚ୍ଛୁରଣ (diffusion) ଘଟେ । ଏଣୁ ଖୁବ୍‌ଶିଘ୍ର ଘରସାରା ସୁଗନ୍ଧ ଅନୁଭୂତ ହୁଏ ।

Question 14.
ଯେତେବେଳେ ବାଲି ଜଳରେ ପକାଯାଏ, ଏହା ଜଳସ୍ତରର ନିମ୍ନକୁ ଖସିଯାଏ । ଏହା ବାଲି କଣିକାର କେଉଁ ଗୁଣ ସୂଚାଏ ?
Answer:
ବାଲି କଣିକାଗୁଡ଼ିକ ଆକାରରେ ବଡ଼ ଓ ଜଳରେ ଅଦ୍ରବଣୀୟ ସେଗୁଡ଼ିକ ଚିନି କିମ୍ବା ଲବଣ କଣିକାଗୁଡ଼ିକ ପରି ଜଳକଣିକା ମଧ୍ୟସ୍ଥ ଫାଙ୍କା ସ୍ଥାନ ଅଧିକାର କରନ୍ତି ନାହିଁ । ସାନ୍ଦ୍ରତା ଅଧ୍ବକ ହେତୁ କଣିକାଗୁଡ଼ିକ ନିମ୍ନକୁ ଖସିପଡ଼ନ୍ତି । ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 15.
ପଥର କିମ୍ବା ବାଲିଗଦା ତିଆରି କରିବା ସମ୍ଭବ । କିନ୍ତୁ ପାଣି ବା ତରଳ ପଦାର୍ଥରେ ଏପରି ଗଦା ତିଆରି କରିବା ସମ୍ଭବ ନୁହେଁ କାହିଁକି ?
Answer:
ପଥର କିମ୍ବା ବାଲି କଠିନ ପଦାର୍ଥ । ସେଗୁଡ଼ିକର କଣିକାଗୁଡି଼କ ପରସ୍ପର ଦୃଢ଼ଭାବେ ସଂଯୁକ୍ତ ଏବଂ ‘‘କଣିକାଗୁଡ଼ିକର ସର୍ବଦା ସ୍ଥାନାନ୍ତରଣ ଗତି ନଥାଏ । ତେଣୁ ପଥର କିମ୍ବା ବାଲିରେ ଗଦା (Pile) ତିଆରି କରିବା ସମ୍ଭବ । ଅନ୍ୟ ପକ୍ଷରେ ଜଳ କିମ୍ବା ତରଳ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଦୃଢ଼ ଆନ୍ତଃକଣିକା ଆକର୍ଷଣ ନଥାଏ । କଣିକାଗୁଡ଼ିକ ପରସ୍ପରକୁ ଅତିକ୍ରମ କରି ସର୍ବଦା ଗତି କରିବାକୁ ଚେଷ୍ଟା କରନ୍ତି । ଏଣୁ ଜଳ କିମ୍ବା ତରଳ ପଦାର୍ଥରେ ଗଦା ତିଆରି କରିବା ସମ୍ଭବ ନୁହେଁ ।

Question 16.
ଦୁଇହାତ ପାପୁଲିରେ ପାଣି ଧାରଣ କଲେ, ପାଣି ନିର୍ଦ୍ଦିଷ୍ଟ ଆକାର ଧାରଣ କରେ, କିନ୍ତୁ ପାଣି ଢାଳିଦେବାପରେ ସେ ଆକାର ରହେନାହିଁ କାହିଁକି ?
Answer:
ପାଣି ଗୋଟିଏ ତରଳ ପଦାର୍ଥ । ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ନଥାଏ । ଏହା ଯେଉଁ ପାତ୍ରରେ ରହେ, ସେହି ପାତ୍ରର ଆକୃତି ଧାରଣ କରେ । ଏଣୁ ହାତ ପାପୁଲିରେ ପାଣି ଧାରଣ କଲେ ଏହା ପାପୁଲିଦ୍ଵୟ ସଂଯୋଗର ଆକୃତି ନିଏ । ପାଣି ଢାଳିଦେଲାପରେ ଏହା ସମତଳରେ ବହିଯାଏ ଏବଂ ସମତଳରେ ଏହା ନୂଆ ଆକାର ନିଏ, କାରଣ ପାଣିର କଣିକାଗୁଡ଼ିକ ମୁକ୍ତ ଭାବରେ ସବୁଦିଗରେ ଗତିକରିବାର ପ୍ରୟାସ କରନ୍ତି ।

Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି

Question 17.
ଆମେ ବାୟୁକୁ ଦେଖିପାରୁ ନାହୁଁ କିନ୍ତୁ ଫୁଲିଥୁବା ବେଲୁନ୍ ଭିତରେ ରହି ଏହା କିପରି ବେଲୁନ୍‌ର ଓଜନ ବୃଦ୍ଧି କରୁଛି ?
Answer:
ବାୟୁ ଏକ ଗ୍ୟାସୀୟ ପଦାର୍ଥ ଯାହାର କଣିକାଗୁଡ଼ିକ ଆମକୁ ଆଦୌ ଦେଖାଯାଏ ନାହିଁ । ବେଲୁନ୍‌ ଫୁଲିଥିବା ସମୟରେ ଏହାର ଅନ୍ତର୍ଦ୍ଦେଶରେ ବାୟୁକଣିକା ଭରିହୋଇ ରହିଥାଏ । ଏହି କଣିକାଗୁଡ଼ିକ ଦୃଶ୍ୟମାନ ନହେଲେ ମଧ୍ୟ ଏହାର ବସ୍ତୁତ୍ଵଥିବାରୁ ଏହା ବେଲୁନ୍‌ର ଓଜନ ବୃଦ୍ଧିକରେ ।

Question 18.
ଆଜି ଆମେ ଶ୍ଵାସକ୍ରିୟାରେ ଯେଉଁ ବାୟୁ ବ୍ୟବହାର କରୁଛୁ, ତାହା କ’ଣ ହଜାର ହଜାର ବର୍ଷ ପୂର୍ବେ ଥ‌ିବା ବାୟୁସହ ସମାନ କି ?
Answer:
ବାୟୁ ଗ୍ୟାସୀୟ କଣିକାଗୁଡ଼ିକର ମିଶ୍ରଣ ଯାହା ସର୍ବଦା ଗତିଶୀଳ । ସେହି ସମାନ ବାୟୁ କଣିକାଗୁଡ଼ିକ ପ୍ରକୃତିରେ ବିଦ୍ୟମାନ ଥାଏ ଏବଂ ପୁନଃ ପୁନଃ ବ୍ୟବହୃତ ହୁଏ । ଏଣୁ ଶ୍ଵାସକ୍ରିୟାରେ ବ୍ୟବହୃତ ବାୟୁ ହଜାର ହଜାର ବର୍ଷ ପୂର୍ବେ ଥ‌ିବା ବାୟୁର ନରବଚ୍ଛିନ୍ନ ସ୍ଥିତି ଅଟେ ।

Question 19.
ଚକ୍‌ଗୁଣ୍ଡର ପ୍ରତି କଣିକା ଏକା ପ୍ରକାର ବସ୍ତୁରୁ ତିଆରି କିମ୍ବା ଏହାକୁ ଭାଙ୍ଗି ଆହୁରି କ୍ଷୁଦ୍ରକଲେ ଆମେ କ’ଣ କିଛି ନୂଆ ପଦାର୍ଥ ପାଇବା ?
Answer:
ଚକ୍‌ଗୁଣ୍ଡକୁ ଯେତେ ଭାଙ୍ଗି କ୍ଷୁଦ୍ରକ୍ଷୁଦ୍ର କଣିକାରେ ବିଭକ୍ତ କଲେ ଏକ ନିର୍ଦ୍ଦିଷ୍ଟ ପଦାର୍ଥର ସଂଯୁକ୍ତି ବୋଲି ଜାଣିପାରିବା । ଚକ୍‌ଗୁଣ୍ଡ ଭାଙ୍ଗିବା ଏଥୁରୁ ସର୍ବଦା ଏକ ପ୍ରକାରର କଣିକା ମିଳିବ । ଭାଙ୍ଗିବାଦ୍ଵାରା କିଛି ନୂଆ ମଧ୍ୟ ଆମେ ଏହାର ଗଠନ ଦୃଷ୍ଟିରୁ ସର୍ବଦା ଗୋଟିଏ ଭୌତିକ ପରିବର୍ତ୍ତନ ହୋଇଥିବାରୁ ପଦାର୍ଥ ସୃଷ୍ଟିହେବନାହିଁ ।

Question 20.
ଚକ୍‌କୁ ଭାଙ୍ଗି ଭାଙ୍ଗି ଗଲେ ବା ଚୂର୍ୟକଲେ ଆମେ ଏହାର କ୍ଷୁଦ୍ରତମ କଣିକା ପାଇପାରିବା କି ?
Answer:
ଚକ୍‌କୁ ଭାଙ୍ଗି ଭାଙ୍ଗି ଚାଲିଲେ ଆମେ ଏହାର କ୍ଷୁଦ୍ରତମ କଣିକା ସହଜଙ୍କର ପାଇପାରିବା ନାହିଁ । କଣିକାଗୁଡ଼ିକ ପୁନର୍ବାର ବିଭାଜନ ହୋଇପାରିବ ଯେପର୍ଯ୍ୟନ୍ତ ଗଠନାତ୍ମକ କଣିକା ପ୍ରାପ୍ତ ନହୋଇଛି । ଏହା ଭୌତିକ ପଦ୍ଧତିଦ୍ଵାରା ସମ୍ଭବ ନୁହେଁ ।

Question 21.
ଚିନିକୁ ପାଣିରେ ପକାଇ ଘାଣ୍ଟିଲେ କ’ଣ ହେବ ?
Answer:
ଚିନିକୁ ପାଣିରେ ପକାଇ ଘାଣ୍ଟିଲେ ଚିନି ପାଣିରେ ଦ୍ରବୀଭୂତ ହେବ । ଏହି ପ୍ରକ୍ରିୟାରେ ଚିନିରେ ଥ‌ିବା କଣିକାଗୁଡ଼ିକ ଜଳ କଣିକାଗୁଡ଼ିକର ମଧ୍ୟବର୍ତ୍ତୀ ଶୂନ୍ୟସ୍ଥାନ ଦଖଲ କରିନେବେ । ଫଳରେ ପାଣିକୁ ଚାଖୁଲେ ମିଠା ଲାଗିବ ।

Question 22.
ଜଳରେ ଦ୍ରବୀଭୂତ ହେବାପରେ ଚିନି ଅଦୃଶ୍ୟ ହୋଇଯାଏ କିନ୍ତୁ ଏହାର ସ୍ଵାଦ ଅନୁଭୂତ ହୁଏ କିପରି ?
Answer:
ଜଳରେ ପଡ଼ିଲେ ଚିନି ଅଦୃଶ୍ୟ କ୍ଷୁଦ୍ର କ୍ଷୁଦ୍ର କଣିକାରେ ପରିଣତ ହୁଏ । କିନ୍ତୁ କଣିକାଗୁଡ଼ିକ ଜଳଅଣୁ ମଧ୍ୟରେ ରହି ଜଳକୁ ମିଠାସ୍ଵାଦ ଦେଇଥାଆନ୍ତି ।

Question 23.
ଚକ୍ ଏବଂ ଚିନିକୁ ଭାଙ୍ଗି ସେମାନଙ୍କର ଗଠନକାରୀ କଣିକାରେ ପରିଣତ କରାଯାଇପାରେ, କିନ୍ତୁ ଗଠନକାରୀ କଣିକାଗୁଡ଼ିକ ଏକାଠି ହୋଇ କିପରି ଆମେ ଦେଖିପାରୁଥିବା ଚକ୍ ଓ ଚିନି ଗଠନ କରନ୍ତି ?
Answer:
ଗଠନକାରୀ କଣିକାଗୁଡ଼ିକ ପଦାର୍ଥର ମୌଳିକ ଏକକ ଯାହା ମୂଳ ପଦାର୍ଥକୁ ଗଠନ କରିଥାଆନ୍ତି । ଚକ୍ ଓ ଚିନି ଉଭୟ କଠିନ ପ୍ରଦାର୍ଥ ହୋଇଥିବାରୁ ସେମାନଙ୍କର ଗଠନକାରୀ କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ବଳ ଅଧୂକ । ଏହି ବଳ କଣିକାମାନଙ୍କୁ ସଙ୍ଗଠିତ କରି ପଦାର୍ଥକୁ ନିର୍ଦ୍ଦିଷ୍ଟ ସ୍ଥିତି, ଆକାର ଓ ଆୟତନ ଦେଇଥାଏ ।

Question 24.
କଠିନ ଅବସ୍ଥାରେ କଣିକାମାନଙ୍କ ମଧ୍ୟରେ କିପରି ବ୍ୟବଧାନ ବୃଦ୍ଧି କରାଯାଇପାରିବ ?
Answer:
କଠିନ ପଦାର୍ଥକୁ ଉତ୍ତପ୍ତ କରିବାଦ୍ଵାରା ଏହାର କଣିକାମାନଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି କରାଯାଇ ପାରିବ । ତାପମାତ୍ରା ବୃଦ୍ଧିଯୋଗୁ କଣିକାଗୁଡ଼ିକ ଦୋଳନ କରିବାଦ୍ଵାରା ସେମାନଙ୍କ ମଧ୍ୟରେ ଆକର୍ଷଣ ବଳ ହ୍ରାସ ପାଇବ ଏବଂ କଣିକାଗୁଡ଼ିକର ଗତିରେ ପରିବର୍ତ୍ତନ ଦେଖାଯିବ । କଣିକାଗୁଡ଼ିକୁ ପରସ୍ପରକୁ ଅତିକ୍ରମ କରିବାକୁ ପ୍ରୟାସ କରି ତରଳ ଅବସ୍ଥା ଧାରଣ କରିବେ । ଫଳରେ କଣିକାମାନଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧି ଘଟିବ ।

Question 25.
କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆୟତନ ଥାଏ । ତରଳ ଓ ଗ୍ୟାସୀୟ ପଦାର୍ଥର ଆୟତନକୁ ନେଇ କ’ଣ କୁହାଯାଇପାରିବ ?
Answer:
ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି ନଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଆୟତନ ଥାଏ । ଏହାର ଆକୃତି ଧାରଣ କରିଥିବା ପାତ୍ରର ଆକୃତି ଉପରେ ନିର୍ଭର କରେ । ଗ୍ୟାସୀୟ ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି କି ଆୟତନ ନଥାଏ । ଏହା ଅବସ୍ଥାନ କରିଥିବା ସମଗ୍ର ସ୍ଥାନକୁ ବ୍ୟାପିଯାଏ ।

Question 26.
ଜଳ କାହିଁକି ଧାରଣ ପାତ୍ରର ଆକୃତି ନିଏ ଯଦିଓ ଏହାର ଆୟତନ ନିର୍ଦ୍ଦିଷ୍ଟ ?
Answer:
ଜଳ କଣିକାଗୁଡ଼ିକ ମୁକ୍ତ ଭାବରେ ସବୁଦିଗକୁ ଗତି କରିପାରୁଥ‌ିବାରୁ ଏହା ଧାରଣ କରିଥିବା ପାତ୍ରର ଆକୃତି ନିଏ । କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ଓ ଆନ୍ତଃକଣିକା ଆକର୍ଷଣ ସମାନ ରହୁଥ‌ିବାରୁ ଆୟତନରେ ପରିବର୍ତ୍ତନ ହୁଏନାହିଁ ।

Question 27.
ଗ୍ୟାସର ନିର୍ଦ୍ଦିଷ୍ଟ ଆୟତନ ଥାଏ କି ?
Answer:
ଗ୍ୟାସର ନିର୍ଦ୍ଦିଷ୍ଟ ଆୟତନ ନଥାଏ । ଗ୍ୟାସ କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ଅଧ୍ବକ ଓ ଅନିର୍ଦ୍ଦିଷ୍ଟ । କଣିକାଗୁଡ଼ିକ ଅନାୟାସରେ ସବୁ ଦିଗରେ ଗତି କରିପାରନ୍ତି । କଣିକାଗୁଡ଼ିକ ଅନାୟାସରେ ସବୁ ଦିଗରେ ଗତି କରିପାରନ୍ତି । କଣିକାଗୁଡ଼ିକ ଲଭ୍ୟ ସ୍ଥାନର ସବୁ ଅଂଶକୁ ବ୍ୟାପିଯିବାରୁ ଏହାର ଆୟତନ ପରିବର୍ତ୍ତନୀୟ ।

Question 28.
କଠିନ, ତରଳ ଓ ଗ୍ୟାସୀୟ ଅବସ୍ଥାପାଇଁ ଆନ୍ତଃକଣିକା ସ୍ଥାନର ଭୂମିକା କ’ଣ ?
Answer:
କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକାସ୍ଥାନ ସେମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ଆକର୍ଷଣ ବଳକୁ ପ୍ରଭାବିତ କରେ । କଠିନ ବସ୍ତର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ବ୍ୟବଧାନ ସର୍ବନିମ୍ନ ହୋଇଥିବାରୁ କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ସର୍ବାଧ‌ିକ । କଣିକାମାନଙ୍କର ଏହି ଅବସ୍ଥା କଠିନ ବସ୍ତୁକୁ ନିର୍ଦ୍ଦିଷ୍ଟ ଆକାର ଓ ଆୟତନ ଦେଇଥାଏ । ତରଳ ପଦାର୍ଥର କଣିକାମାନଙ୍କ ମଧ୍ୟରେ ବ୍ୟବଧାନ ସାମାନ୍ୟ ଅଧିକ ହେତୁ ଆକର୍ଷଣ ବଳ କଠିନ ପଦାର୍ଥ ତୁଳନାରେ କମ୍ । ଏଣୁ ତରଳର ନିର୍ଦ୍ଦିଷ୍ଟ ଆକୃତି ନଥାଏ କେବଳ ନିର୍ଦ୍ଦିଷ୍ଟ ଆୟତନ ଥାଏ । ଗ୍ୟାସୀୟ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ସର୍ବାଧ‌ିକ ହୋଇଥିବାରୁ ଆକର୍ଷଣ ବଳ ସର୍ବନିମ୍ନ ଓ କଣିକାମାନଙ୍କର ଗତି ଅଧ୍ୟକ । ଫଳରେ ଗ୍ୟାସୀୟ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ବା ଆୟତନ ନଥାଏ ।

Question 29.
ଚିନି ଓ ବାଲି ଉଭୟ କଠିନ ପଦାର୍ଥ । ଚିନି ଜଳରେ ଦ୍ରବୀଭୂତ ହେବା ସମୟରେ ବାଲୁ କାହିଁକି ଦ୍ରବିଭୂତ ହୁଏନାହିଁ ?
Answer:
ଚିନିର କଣିକାଗୁଡ଼ିକ ଅତି କ୍ଷୁଦ୍ର ଓ ଖାଲି ଆଖୁକୁ ଦେଖାଯାଆନ୍ତି ନାହିଁ । ସେଗୁଡ଼ିକ ଜଳ କଣିକା ମଧ୍ଯରେ ଥ‌ିବା ଶୂନ୍ୟସ୍ଥାନ ଦଖଲ କରି ନିଅନ୍ତି । ଫଳରେ ଚିନି ଜଳରେ ଦ୍ରବିଭୂତ ହୁଏ । ବାଲି କଣିକାଗୁଡ଼ିକ ଅପେକ୍ଷାକୃତ ବଡ଼ । ସେଗୁଡ଼ିକ ଜଳ କଣିକା ମଧ୍ୟସ୍ଥ ଶୂନ୍ୟସ୍ଥାନରେ ରହିପାରନ୍ତି ନାହିଁ । ତେଣୁ ବାଲି ଜଳରେ ଦ୍ରବିଭୂତ ନହୋଇ ଅଧ‌ିକ ସାନ୍ଦ୍ରତା ହେତୁ ଜଳସ୍ତରର ନିମ୍ନରେ ରହେ ।

Question 30.
କଠିନ ପଦାର୍ଥର ଆନ୍ତଃକଣିକାସ୍ଥାନ କିପରି ଥାଏ ?
Answer:
କଠିନ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ନଗଣ୍ୟ କାରଣ କରିକାଗୁଡ଼ିକ ଦୃତ ଭାବରେ ସଂଯୁକ୍ତ । କଣିକାଗୁଡ଼ିକ ମଧ୍ୟରେ ଶୂନ୍ୟସ୍ଥାନ ସର୍ବନିମ୍ନ ହେତୁ ସେମାନଙ୍କ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ସର୍ବାଧ‌ିକ । ଏହା କଠିନ ପଦାର୍ଥକୁ ନିର୍ଦ୍ଧିଷ୍ଟ ଆକୃତି ଓ ଆୟତନ ଦେଇଥାଏ ଓ କଣିକାମାନଙ୍କର ଗତି କମ୍ପନ ବା ଦୋଳନରେ ସୀମିତ ରହେ ।

Question 31.
ପୋଟାସିୟମ ପରମାଙ୍ଗାନେଟକୁ ଜଳରେ ପକାଇଲେ କ’ଣ ଘଟେ ?
Answer:
ପୋଟାସିୟମ ପରମାଙ୍ଗାନେଟ୍ ଜଳରେ ପଡ଼ିଲେ ଏହା ଧୀରେ ଧୀରେ ଜଳରେ ଦ୍ରବୀଭୂତ ହେବାକୁ ଲାଗେ । ଜଳ କଣିକାଗୁଡ଼ିକର ନିରବଚ୍ଛିନ୍ନ ଗତିଯୋଗୁ ଦ୍ରବଣର ରଙ୍ଗ ଗୋଲାପୀ ହେବାକୁ ଲାଗେ ।

Question 32.
ଖାଲି ଆଖୁରେ ଦେଖିପାରୁ ନଥ‌ିବା ଗ୍ୟାସୀୟ କଣିକା ଗୁଡ଼ିକର ଗତି ଆମେ କିପରି ପ୍ରଦର୍ଶନ କରିପାରିବା ?
Answer:
ଆମେ କୋଠରୀର ଏକ କୋଣରେ ଧୂପ କାଠିଟିଏ ଜାଳିବା । କିଛି ସମୟପରେ ଏହାର ବାସନା ସମଗ୍ର କୋଠରୀରେ ବ୍ୟାପିଯିବାର ଅନୁଭବ ହେବ । ଏହା ପ୍ରମାଣିତ କରିବ ଗ୍ୟାସ କଣିକାଗୁଡ଼ିକର ସବୁଦିଗରେ ଗତିଯୋଗୁ କୋଠରିସାରା ଧୂପ କାଠିର ସୁଗନ୍ଧ ବାରିହେବ ।

Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି

Question 33.
ପଦାର୍ଥର କ୍ଷୁଦ୍ରତ୍ତମ କଣିକା ସମ୍ବନ୍ଧରେ ଦାର୍ଶନିକ କଣାଦ କି ମତ ଦେଇଥିଲେ ?
Answer:
ପ୍ରାଚୀନ ଭାରତୀୟ ଦାର୍ଶନିକ ଆଚାର୍ଯ୍ୟ କଣାଦ ‘ପରମାଣୁ’ର ଧାରଣ ଦେଇଥିଲେ । ତାଙ୍କ ମତରେ ‘ପରମାଣୁ’ ପଦାର୍ଥର କ୍ଷୁଦ୍ରତ୍ତମ କଣିକା ଯାହା ଅବିଭାଜ୍ୟ ଓ ଚିରସ୍ଥାୟୀ । ସବୁ ପଦାର୍ଥ ଏହି ପରମାଣୁରୁ ଗଠିତ । ତାଙ୍କଦ୍ୱାରା ରଚିତ ପୁସ୍ତକ ‘ବୈଶେଷିକ ସୂତ୍ର’ରେ ସେ ଏହି ତଥ୍ୟ ପ୍ରଦାନ କରିଥିଲେ ।

Question 34.
କଠିନ ପଦାର୍ଥର ୪ଟି ଧର୍ମ ଲେଖ ।
Answer:
(i) କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି ଓ ଆୟତନ ଥାଏ ।
(ii) କଠିନ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ଅତି ନଗଣ୍ୟ ।
(iii) କଠିନ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ଶକ୍ତି ସର୍ବାଧ‌ିକ ଯାହାଦ୍ଵାରା କଣିକାଗୁଡ଼ିକ ଦୃତଭାବେ ବାନ୍ଧିହୋଇ ରହିଥାଆନ୍ତି ।
(iv) କଠିନ ଅବସ୍ଥାରେ କଣିକାଗୁଡ଼ିକର କେବଳ କମ୍ପନ ବା ଦୋଳନ ଗତି ଦେଖାଯାଏ ମାତ୍ର ସେଗୁଡ଼ିକ ସ୍ଥାନାନ୍ତରିତ ହୁଅନ୍ତି ନାହିଁ ।

Question 35.
ପଦାର୍ଥର ଗଳନାଙ୍କ (Melting point) କ’ଣ ?
Answer:
ଏକ ବାୟୁମଣ୍ଡଳୀୟ ଚାପରେ ଯେଉଁ ନିର୍ଦ୍ଦିଷ୍ଟ ତାପମାତ୍ରାରେ କଠିନ ପଦାର୍ଥ ଉତ୍ତପ୍ତ ହୋଇ ତରଳ ପଦାର୍ଥରେ ପରିଣତ ହୁଏ, ତାହାକୁ ପଦାର୍ଥର ଗଳନାଙ୍କ କହନ୍ତି । ଧାତୁଗୁଡ଼ିକର ଗଳନାଙ୍କ ଅଧ‌ିକ ।

Question 36.
ତରଳ ପଦାର୍ଥର ପ୍ରକୃତିଗୁଡ଼ିକ ଲେଖ । ଏହାକୁ ପ୍ରବାହୀ (Fluid) କାହିଁକି କୁହାଯାଏ ?
Answer:
(i) ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି ନଥାଏ, ଏହା ଧାରଣ କରିଥିବା ପାତ୍ରର ଆକୃତି ନଇଥାଏ । ତରଳର ନିର୍ଦ୍ଦିଷ୍ଟ ଆୟତନ ଥାଏ ।
(ii) ତରଳ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ କଠିନ ପଦାର୍ଥ ତୁଳନାରେ ଅଥକ, ଏଣୁ କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ବଳ କଠିନ ପଦାର୍ଥ ତୁଳନାରେ କମ୍ ।
(iii) ତରଳ ପଦାର୍ଥର କଣିକାଗୁଡ଼ିକ ମୁକ୍ତଭାବରେ ଗତିକରି ପରସ୍ପରକୁ ଅତିକ୍ରମ କରନ୍ତି । ସେଗୁଡ଼ିକର ଗତି ଆବଦ୍ଧ ପାତ୍ରର ପରିସୀମା ମଧ୍ୟରେ ସୀମିତ ରହେ ।
(iv) ତରଳ ପଦାର୍ଥର ପ୍ରବହମାନ ଗତି ଯୋଗୁ ଏହାକୁ ପ୍ରବାହୀ କହନ୍ତି ।

Question 37.
ଗ୍ୟାସ୍‌ର ପ୍ରକୃତି କ’ଣ ? ଏହାକୁ ପ୍ରବାହୀ କାହିଁକି କୁହାଯାଏ ?
Answer:
(i) ଗ୍ୟାସର ନିର୍ଦ୍ଦିଷ୍ଟ ପ୍ରକୃତି କିମ୍ବା ଆୟତନ ନଥାଏ । ଏହା ଉପଲବ୍ଧ ସ୍ଥାନର ସବୁ ଅଂଶ ଦଖଲ କରେ
(ii) ଗ୍ୟାସର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ସର୍ବାଧ‌ିକ, ଏଣୁ ଆକର୍ଷଣ ବଳ ସର୍ବନିମ୍ନ ।
(iii) ଗ୍ୟାସ କଣିକାଗୁଡ଼ିକ ଉପଲବ୍ଧ ସ୍ଥାନରେ ସବୁ ଦିଗରେ ଅନାୟାସରେ ଗତି କରନ୍ତି ।
(iv) ଗ୍ୟାସର ପ୍ରବହମାନ ଗତିଯୋଗୁ ଏହାକୁ ପ୍ରବାହୀ କହନ୍ତି ।

Question 38.
ପୋଷାକପତ୍ରରେ ତେଲର ଦାଗ ଛଡ଼ାଇବାକୁ ସାବୁନ କାହିଁକି ବ୍ୟବହାର କରାଯାଏ ?
Answer:
ପୋଷାକପତ୍ର ଜଳରେ ଭିଜାଇ ତହିଁରେ ସାବୁନ ବ୍ୟବହାର କଲେ ଅନେକ ସାବୁନ କଣିକା କପଡ଼ା ଉପରେ ଥୁବା ତେଲ ସହ ଲାଗିରହେ । ସାବୁନ କଣିକାର ଗୋଟିଏ ପ୍ରାନ୍ତ ତେଲ ସହ ଓ ଅନ୍ୟ ପ୍ରାନ୍ତ ଜଳ ସହ ଲାଗିରହେ । ଫଳରେ ସାବୁନ କଣିକା ତେଲକୁ ଉଠାଇଆଣି ଧୋଇବାରେ ସାହାଯ୍ୟ କରେ ।

Question 39.
ପଦାର୍ଥର ଆନ୍ତଃକଣିକା ଆକର୍ଷଣ ଶକ୍ତି କିପରି ପଦାର୍ଥର ଭୌତିକ ଅବସ୍ଥାକୁ ପ୍ରଭାବିତ କରେ ? ଏଥିପାଇଁ କଣିକାଗୁଡ଼ିକ ମଧ୍ୟରେ ଥିବା ଆନ୍ତଃକଣିକା ସ୍ଥାନର ଭୂମିକା କ’ଣ ?
Answer:
ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ସର୍ବାଧ୍ଵକ ହେଲେ କଣିକାଗୁଡ଼ିକ ଦୃଢ଼ଭାବରେ ବାନ୍ଧିହୋଇ ରହନ୍ତି, ଫଳରେ କଠିନ ପଦାର୍ଥ ସୃଷ୍ଟି ହୁଏ । କଣିକାଗୁଡ଼ିକ ଆକର୍ଷଣ ବଳ ବଧ୍ୟବିତ୍ତ ହେଲେ ଆମେ ପଦାର୍ଥର ତରଳ ଅବସ୍ଥା ଦେଖୁଥାଉ । ଅନ୍ୟପକ୍ଷରେ ଆନ୍ତଃଆକର୍ଷଣ ବଳ ସର୍ବନିମ୍ନ ଥୁବା ଗ୍ୟାସୀୟ ପଦାର୍ଥରେ ଦେଖାଯାଏ । ଆନ୍ତଃକଣିକା ସ୍ଥାନ ଦୃଷ୍ଟିରୁ ଏହି ପ୍ରକୃତି କଠିନ ପଦାର୍ଥରେ ସର୍ବନିମ୍ନ । ତରଳରେ ସାମାନ୍ୟ ଅଧ୍ଵ ଓ ଗ୍ୟାସୀୟ ଅବସ୍ଥାରେ ଏହା ସର୍ବାଧ୍ଵକ ।

Question 40.
ଯେତେବେଳେ କଠିନ ବସ୍ତୁ ଉତ୍ତପ୍ତ ହୁଏ, କଣିକାଗୁଡ଼ିକ ଦ୍ରୁତବେଗରେ କମ୍ପିତ ହୁଅନ୍ତି । କିଛି ସମୟପରେ କଠିନ ବସ୍ତୁ ତରଳିଯାଏ । ଏହି ଦୃଷ୍ଟାନ୍ତ ତାପ ଓ ଆନ୍ତଃକଣିକା ସ୍ଥାନ ମଧ୍ୟରେ କି କ୍ଲମ୍ବନ୍ଧ ସୂଚାଏ ?
Answer:
କଠିନ ବସ୍ତକୁ ଉତ୍ତପ୍ତ କଲେ ଏହାର କଣିକାଗୁଡ଼ିକରେ କମ୍ପନ ଜାତ ହୁଏ । ତାପୀୟ ଶକ୍ତି ବୃଦ୍ଧି ହେଲେ କମ୍ପନ ଦ୍ରୁତତ୍ତର ହୁଏ ଓ କିଛି ସମୟ ପରେ କଠିନ ବସ୍ତୁ ତରଳରେ ପରିଣତ ହୁଏ । ଏଠାରେ କଣିକାମାନଙ୍କର ତାପୀୟ ଶକ୍ତି ଦ୍ଵାରା କଣିକାଗୁଡ଼ିକ ମୁକ୍ତ ଭାବରେ ଗତିଶୀଳ ହେବାରୁ ସେମାନଙ୍କ ମଧ୍ୟରେ ଆନ୍ତଃକଣିକା ସ୍ଥାନ ବୃଦ୍ଧି ପାଇଥାଏ । କଣିକାଗୁଡ଼ିକର ବନ୍ଧନର ଦୃଢ଼ତା କମିଯାଏ ଓ କଠିନ ବସ୍ତୁ ତରଳ ଅବସ୍ଥା ଧାରଣ କରେ ।

Question 41.
ବରଫ, ୟୁରିଆ ଓ ଲୁହାର ଗଳନାଙ୍କ ଯଥାକ୍ରମେ 0° C, 133° C ଏବଂ 1538°C । ଏହି ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ବଳ ସମ୍ବନ୍ଧରେ ଏହା କି ସୂଚନା ଦିଏ ?
Answer:
କଠିନ ବସ୍ତର ଗଳନାଙ୍କ ଏହାର ଆନ୍ତଃକଣିକା ଆକର୍ଷଣ ବଳ ଉପରେ ନିର୍ଭର କଲେ । ଯେଉଁ କଠିନ ବସ୍ତୁର ଗଳନାଙ୍କ ଯେତେ ଅଧିକ, ସେହି ବସ୍ତୁର କଣିକାମାନଙ୍କ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ସେତେ ଅଧିକ । ବରଫର ଗଳନାଙ୍କ ସର୍ବନିମ୍ନ ହୋଇଥିବାରୁ ବରଫର କଣିକାଗୁଡ଼ିକ ମଧ୍ୟରେ ଆକର୍ଷଣ ବଳ ସର୍ବନିମ୍ନ । ଲୁହାର ଗଳନାଙ୍କ ସର୍ବାଧ‌ିକ ହୋଇଥିବାରୁ ଏହାର କଣିକାଗୁଡ଼ିକ ମଧ୍ୟରେ ଆକର୍ଷଣ ସର୍ବାଧ‌ିକ । ଇଉରିଆର ଗଳନାଙ୍କ ସୂଚାଇଦିଏ ଯେ ଏହାର କଣିକାର ଆକର୍ଷଣ ବଳ ବରଫ କଣିକା ତୁଳନାରେ ଅଧିକ ମାତ୍ର ଲୁହାରେ ଥିବା କଣିକାମାନଙ୍କ ତୁଳନାରେ ଯଥେଷ୍ଟ କମ୍ ।

Question 42.
ରିନା ଗୋଟିଏ ପାତ୍ରରେ ଜଳ ଗରମ କରିବା ସମୟରେ ଦେଖିଲା ଯେ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଜଳରେ ଫୋଟକା ସୃଷ୍ଟିହେଲା ।
(i) କେଉଁ ତାପମାତ୍ରାରେ ଜଳରେ ଫୋଟକା ସୃଷ୍ଟିହେବାର ଦେଖାଗଲା ?
(ii) କାହିଁକି ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଫୋଟକା ସୃଷ୍ଟିହେଲା ଏବଂ ଏହି ତାପମାତ୍ରା ପୂର୍ବରୁ ସୃଷ୍ଟିହେଲା ନାହିଁ ?
Answer:
(i) ଯେଉଁ ତାପମାତ୍ରାରେ ଜଳରେ ଫୋଟକା ସୃଷ୍ଟିହେବାର ଦେଖାଗଲା ତାହାକୁ ଜଳର ସ୍ଫୁଟନାଙ୍କ (boiling point) କହନ୍ତି । ଏହା 100°C ଅଟେ ।
(ii) ଏହି ନିର୍ଦ୍ଦିଷ୍ଟ ତାପମାତ୍ରାରେ ଜଳକଣିକା ମଧ୍ୟରେ ଥ‌ିବା ଆନ୍ତଃକଣିକା ଆକର୍ଷଣ ବଳ ଭାଙ୍ଗିଗଲା । କଣିକାଗୁଡ଼ିକ ମୁକ୍ତହୋଇ ଗତିଶୀଳ ହେଲେ ଓ ଜଳ ଗ୍ୟାସୀୟ ଅବସ୍ଥାକୁ ରୂପାନ୍ତରିତ ହେଲା । ସ୍ଫୁଟନାଙ୍କଠାରୁ କମ୍ ତାପମାତ୍ରାରେ ଆକର୍ଷଣ ବଳ ଭାଙ୍ଗି ନଥିବାରୁ ଫୋଟକା ସୃଷ୍ଟି ହୋଇ ନଥିଲା ।

Question 43.
ଚଟାଣରେ ଢଳାଯାଇଥିବା ଥଣ୍ଡା ଜଳ ମଧ୍ୟ କିଛି ସମୟ ପରେ ଅଦୃଶ୍ୟ ହୋଇଯାଏ । ଏହା ଜଳକଣିକା ଓ ଗ୍ୟାସକଣିକା ଗତି ସମ୍ବନ୍ଧରେ କି କି ସୂଚନା ଦିଏ ?
Answer:
ଚଟାଣରେ ଢଳାଯାଇଥିବା ଜଳ କଣିକା ଗତିଶୀଳ ହୋଇ ଚଟାଣ ପୃଷ୍ଠରୁ ହଟିଯାଇ ବାୟୁ କଣିକାରେ ମିଶିଯାଏ । ଗ୍ୟାସ କଣିକାଗୁଡ଼ିକ ସର୍ବଦା ଗତିଶୀଳ ଏବଂ ସେଗୁଡ଼ିକ ମଧ୍ୟରେ ଯଥେଷ୍ଟ ଶୂନ୍ୟସ୍ଥାନ ଥ‌ିବାରୁ ଜଳ କଣିକାଗୁଡ଼ିକ ସେହି ଶୂନ୍ୟସ୍ଥାନ ଅଧିକାର କରିନିଅନ୍ତି । ଏହି ପ୍ରକ୍ରିୟା ଉଭୟ ଜଳ ଓ ବାୟୁର କଣିକାମାନଙ୍କର ମୁକ୍ତ ଗତିର ସୂଚନା ଦିଏ ।

Question 44.
ଗ୍ୟାସଗୁଡ଼ିକ ଅତିମାତ୍ରାରେ ସମ୍ପିଡ଼ନଶୀଳ ମାତ୍ର କଠିନ ପଦାର୍ଥରେ ଏହି ଗୁଣ ଦେଖାଯାଏ ନାହିଁ । କଣିକାଗୁଡ଼ିକର ସଂଗଠନକୁ ବିଚାରକୁ ନେଇ ଏହାର ଯଥାର୍ଥତା ପ୍ରତିପାଦନ କର ।
Answer:
ଗ୍ୟାସ କଣିକାଗୁଡ଼ିକ ମଧ୍ୟରେ ପ୍ରଚୁର ଶୂନ୍ୟସ୍ଥାନ ଥିବାରୁ ଏହା ଅତ୍ୟନ୍ତ ସମ୍ପିଡ଼ନଶୀଳ । କଠିନ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଶୂନ୍ୟସ୍ଥାନ ଅତି ନଗଣ୍ୟ ହେତୁ ଏହା ଉପରେ ଚାପର ପ୍ରଭାବ ନଥାଏ । ଏଣୁ ଗ୍ୟାସ ଓ କଠିନ ବସ୍ତରେ ଥ‌ିବା କଣିକାଗୁଡ଼ିକର ସଂଗଠନ ପଦାର୍ଥର ରୂପ ସହନଶୀଳତାର ନିର୍ଣ୍ଣାୟକ ।

Question 45.
କାରଣ ଦର୍ଶାଅ ।
(i) ତରଳ ବହିଯାଏ ମାତ୍ର କଠିନ ପଦାର୍ଥର ଏହି ଗୁଣ ନଥାଏ
(ii) ଗ୍ୟାସ ତାର ଧାରଣ ପାତ୍ରର ସମଗ୍ର ଅଞ୍ଚଳ ଦଖଲ କରେ ।
Answer:
(i) ତରଳ ବହିଯାଏ ମାତ୍ର କଠିନ ପଦାର୍ଥର ଏହି ଗୁଣ ନଥାଏ – ତରଳ ପଦାର୍ଥର କଣିକାମାନଙ୍କ ମଧ୍ୟରେ ଆକର୍ଷଣ ବଳ ଦୁର୍ବଳ ହେତୁ ଏହାର କଣିକାଗୁଡ଼ିକ ପରସ୍ପରକୁ ଅତିକ୍ରମ କରିବାକୁ ସକ୍ଷମ ହୁଅନ୍ତି । ଫଳରେ ତରଳର ପ୍ରବହମାନ ଗତି ଦେଖାଯାଏ । କଠନି ପଦାର୍ଥର କଣିକା ମଧ୍ଯରେ ଦୃଢ଼ ଆକର୍ଷଣ ବଳ ଥିବାରୁ କଣିକାଗୁଡ଼ିକ ନିର୍ଦ୍ଦିଷ୍ଟ ସ୍ଥାନରେ ରହି କମ୍ପିତ ହୁଅନ୍ତି ଓ ସେଗୁଡ଼ିକ ପ୍ରବହମାନ ନୁହଁନ୍ତି ।

(ii) ଗ୍ୟାସ ତାର ଧାରଣ ପାତ୍ରର ସମଗ୍ର ଅଞ୍ଚଳ ଦଖଲ କରେ – ଗ୍ୟାସ କଣିକାଗୁଡ଼ିକ ମଧ୍ୟରେ ଶୂନ୍ୟସ୍ଥାନ ଅଧୁକ ଓ ଆକର୍ଷଣ ବଳ ନଗଣ୍ୟ ହେତୁ କଣିକାଗୁଡ଼ିକ ଅନାୟାସରେ ସର୍ବତ୍ର ଗତିଶୀଳ । ଏଣୁ ଧାରଣ ପାତ୍ରରେ ସବୁ ଅଂଶକୁ ବ୍ୟାପିଯାଇ ଗ୍ୟାସ ଧାରଣ ପାତ୍ର ପୂର୍ଣ୍ଣ କରିଥାଆନ୍ତି ।

Question 46.
ଆବଦ୍ଧ ଗ୍ୟାସ ଜାର୍ ମଧ୍ଯରେ କଠିନ ଆୟୋଡ଼ିନ୍ ଧୀରେ, ଧୀରେ ବାଷ୍ପ ହୋଇ ଜାର ଭିତରର ସମସ୍ତ ଅଂଶ ପୂରଣ କରେ ।
(i) ଗ୍ୟାସରେ କଣିକାମାନଙ୍କର ଗତି ସମ୍ବନ୍ଧରେ ଏହା କି ସୂଚନା ଦିଏ ?
(ii) ଆୟୋଡ଼ିନ ବାଷ୍ପ ଆପେ ଆପେ କିପରି ଗ୍ୟାସ ଜାର ପୂର୍ଣ କରେ ?
Answer:
(i) ଗ୍ୟାସ କଣିକାଗୁଡ଼ିକ ମୁକ୍ତ ଭାବରେ ସବୁ ଦିଗରେ ଗତିକରି ପାରୁଥିବାରୁ ଏହା ଲଭ୍ୟ ଶୂନ୍ୟସ୍ଥାନକୁ ଦଖଲ କରିନିଏ ।
(ii) ଆୟୋଡ଼ିନ ବାଷ୍ପର କଣିକାଗୁଡ଼ିକ ମଧ୍ୟରେ ଆକର୍ଷଣ ଦୃଢ଼ ନୁହେଁ ଏବଂ କଣିକାଗୁଡ଼ିକ ମୁକ୍ତ ଭାବରେ ଗତିଶୀଳ ହେତୁ ଜାରର ସବୁ ଅଂଶରେ କଣିକାଗୁଡ଼ିକ ବ୍ୟାପିଯାଆନ୍ତି ।

Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି

Question 47.
ନିମ୍ନଲିଖୂତ ପଦାର୍ଥଗୁଡ଼ିକୁ କଠିନ, ତରଳ ଓ ଗ୍ୟାସୀୟ ପଦାର୍ଥ ଭାବେ ଚିହ୍ନଟ କର ।
ଲବଣ, ତେଲ, ଯବକ୍ଷାରଜାନ, ପଥର, ଭିନେଗାର, କାର୍ବନ ଡାଇଅକ୍‌ସାଇଡ୍
Answer:
କଠନି ପଦାର୍ଥ – ଲବଣ, ପଥର
ତରଳ ପଦାର୍ଥ – ତେଲ, ଭିନେଗାର
ଗ୍ୟାସୀୟ ପଦାର୍ଥ – ଯବକ୍ଷାରଜାନ, କାର୍ବନ ଡାଇଅକସାଇଡ଼୍

Question 48.
କଣିକା ଶବ୍ଦଟି ଉଭୟ ବିଜ୍ଞାନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବ୍ୟବହୃତ ହୁଏ । ବାୟୁ ପ୍ରଦୂଷଣ କ୍ଷେତ୍ରରେ ଭାସମାନ ପଦାର୍ଥର କଣିକା (Suspended Particulate Matter – SPM) ଉପରୋକ୍ତ କଣିକାଠାରୁ କିପରି ଭିନ୍ନ ଅଟେ ଆଲୋଚ୍ୟ ‘‘ପଦାର୍ଥର କଣିକା ପ୍ରକୃତି” ବିଷୟକୁ ନେଇ ବୁଝାଇ ଲେଖ ।
Answer:
ଭାସମାନ ପଦାର୍ଥର କଣିକା (SPM) କହିଲେ ବାୟୁରେ ଭାସୁଥ‌ିବା ଅନାବଶ୍ୟକ କଣିକା ବା କ୍ଷୁଦ୍ରବସ୍ତ ଯାହା ଖାଲିଆସ୍‌ରେ ବା ପରିବର୍ଷକ ଦ୍ଵାରା ଦେଖୁବା ସମ୍ଭବ ହୁଏ । ଏଗୁଡ଼ିକ ବାୟୁର ପ୍ରଦୂଷକ ଅଟନ୍ତି । ବିଜ୍ଞାନରେ ‘କଣିକା’ (particle) କହିଲେ ପଦାର୍ଥର ଗଠନକାରୀ ଏକକ ଯାହା ଖାଲି ଆଖୁରେ ଦେଖୁବା ସମ୍ଭବ ନୁହେଁ କିମ୍ବା ସାଧାରଣ ଅଣୁବୀକ୍ଷଣରେ ମଧ୍ୟ ଦେଖୁହୁଏ ନାହିଁ । ପଦାର୍ଥର କଣିକାର ପ୍ରକୃତି କହିଲେ ପଦାର୍ଥର କ୍ଷୁଦ୍ରତମ କଣିକା ବା ପରମାଣୁର ପ୍ରକୃତିକୁ ବୁଝାଏ । ଭାସମାନ ପଦାର୍ଥର କଣିକା, ପରମାଣୁ ପରି ଗଠନକାରୀ ଏକକ ନୁହଁନ୍ତି ଏଗୁଡ଼ିକ ଆକାରରେ ସାନ ହୋଇଥିବାରୁ କଣିକା ନାମ ବହନ କରନ୍ତି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
(i) କଣିକାମାନଙ୍କର ସଂଗଠନ ଦୃଷ୍ଟିରୁ କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି ଓ ଆୟତନ ଥିବାବେଳେ ଗ୍ୟାସୀୟ ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି ଓ ଆୟତନ ନଥାଏ କାହିଁକି ବୁଝାଇ ଲେଖ ।
(ii) କଣିକାମାନଙ୍କ ମଧ୍ୟରେ ବ୍ୟବଧାନ କିପରି ପଦାର୍ଥର କଠିନ, ତରଳ ଓ ଗ୍ୟାସୀୟ ଅବସ୍ଥାର ନିୟାମକ ତାହା ବ୍ୟାଖ୍ୟା କର ।
Answer:
(i) କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି ଓ ଆୟତନ ଥାଏ । ପଦାର୍ଥରେ କଣିକାମାନଙ୍କର ସଂଗଠନ ଓ ଗତି ଯୋଗୁ ଏହା ସମ୍ଭବ । କଠିନ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ଅତି ନଗଣ୍ୟ । ଫଳରେ କଣିକାଗୁଡ଼ିକ ମଧ୍ୟରେ ଆନ୍ତଃଆଣବିକ ଆକର୍ଷଣ ବଳ ସର୍ବାଧ‌ିକ । ଏହାଦ୍ଵାରା କଣିକାଗୁଡ଼ିକ ଦୃଢ଼ଭାବରେ ସଂଯୁକ୍ତ । କଣିକାମାନେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥାଇ କମ୍ପନ ବା ଦୋଳନ କରନ୍ତି । ତେଣୁ କଠିନ ବସ୍ତୁର ଆକାର ଓ ଆୟର ନିର୍ଦ୍ଦିଷ୍ଟ ।
ଅନ୍ୟ ପକ୍ଷରେ ଗ୍ୟାସୀୟ ପଦାର୍ଥର କଣିକାମାନଙ୍କ ମଧ୍ୟରେ ପ୍ରଚୁର ଶୂନ୍ୟସ୍ଥାନ ଥାଏ । କଣିକାମାନଙ୍କର ଆନ୍ତଃକଣିକା ଆକର୍ଷଣ ବଳ ସର୍ବନିମ୍ନ । କଣିକାଗୁଡ଼ିକ ଅନୀୟାସରେ ସବୁଦିଗରେ ଗତିକରନ୍ତି । ତେଣୁ ଗ୍ୟାସୀୟ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର କି ଆୟତନ ନଥାଏ ।

(ii) ଆନ୍ତଃକଣିକା ବ୍ୟବଧାନ ପଦାର୍ଥମାନଙ୍କର ଭୌତିକ ଅବସ୍ଥା ଭେଦରେ ଭିନ୍ନ ଭିନ୍ନ ଅଟେ ।
(a) କଠିନ ପଦାର୍ଥରେ କଣିକାମାନଙ୍କ ମଧ୍ୟରେ ବ୍ୟବଧାନ ଅତି ନଗଣ୍ୟ । ତେଣୁ କଣିକାଗୁଡ଼ିକ ଦୃଢ଼ଭାବେ ସଂଯୁକ୍ତ ।
(b) ତରଳ ପଦାର୍ଥରେ କଣିକାମାନଙ୍କ ମଧ୍ୟରେ ଶୂନ୍ୟସ୍ଥାନ କଠିନ ବସ୍ତୁ ତୁଳନାରେ ଅଧିକ ଯାହା କଣିକାମାନଙ୍କର ଆକର୍ଷର ବଳ ହ୍ରାସକରି କଣିକାଗୁଡ଼ିକୁ ଗତିଶୀଳ କରାଇଥାଏ ।
(c) ଗ୍ୟାସୀୟ ପଦାର୍ଥର କଣିକାଗୁଡ଼ିକ ମଧ୍ୟରେ ଶୂନ୍ୟସ୍ଥାନ ସର୍ବାଧ‌ିକ ଓ ଆକର୍ଷଣ ବଳ ସର୍ବନିମ୍ନ । କଣିକାଗୁଡ଼ିକ ସର୍ବଦା ଗତିଶୀଳ ଯାହା ଗ୍ୟାସୀୟ ପଦାର୍ଥକୁ ନିର୍ଦ୍ଦିଷ୍ଟ ଆକାର ଓ ଆୟତନ ଦେଇପାରେ ନାହିଁ ।

Question 2.
ତୁମ ଚତୁଃପାର୍ଶ୍ଵରେ ଦେଖପାରୁଥିବା କଠିନ, ତରଳ ଓ ଗ୍ୟାସୀୟ ପଦାର୍ଥ ପ୍ରତ୍ୟେକରୁ ଦୁଇଟି ଲେଖାଏଁ ଉଦାହରଣ ଦିଅ । ପ୍ରତ୍ୟେକଟିର ଭୌତିକ ଅବସ୍ଥା ଦର୍ଶାଇବା ପାଇଁ ଗୋଟିଏ ଲେଖାଏଁ ପ୍ରକୃତି ଲେଖ ।
Answer:

ପଦାର୍ଥର ଭୌତିକ ଅବସ୍ଥା ପଦାର୍ଥର ନାମ ପ୍ରକୃତି
କଠିନ (i) ପଥର ନିର୍ଦ୍ଦିଷ୍ଟ ଆକୃତି ଓ ଆୟତନ ଥାଏ ।
(ii) ଲବଣ ଚାପ ପ୍ରୟୋଗ ପ୍ରଭାବିତ କରେନାହିଁ ଏବଂ ପାତ୍ରରେ ରଖାଗଲେ ମଧ୍ୟ ନିଜ ଆକୃତି ହରାଏ ନାହିଁ ।
ତରଳ (i) ଊମ ଧାରଣ କରିଥିବା ପାତ୍ରର ଆକୃତି ନିଏ କିନ୍ତୁ ଆୟତନ ସ୍ଥିର ରହେ ।
(ii) କ୍ଷୀର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବହିଯାଏ ଓ ନିର୍ଦ୍ଦିଷ୍ଟ ଆକାର ଦେଇପାରେ ନାହିଁ ।
ଗ୍ୟାସ (i) ଅମ୍ଳଜାନ ଦେଖୁହୁଏ ନାହିଁ । ଧାରଣ ପାତ୍ରର ସବୁ ଅଂଶକୁ ବିସ୍ତାରିତ ହୁଏ କିମ୍ବା କୋଠରୀର ସବୁ ଅଂଶକୁ ଖେଳିଯାଏ ।
(ii) ବାମ୍ଫ ସବୁଦିଗକୁ ଗତିକରେ, ନିର୍ଦ୍ଦିଷ୍ଟ ଆକୃତି ବା ଆୟତନ ନଥାଏ ।

Question 3.
ଅଙ୍କୁଶ ଦେଖୁଲା ଯେ କାଚଗ୍ଲାସରେ ଥିବା ଜଳର ସ୍ତର ଗ୍ଲାସର ଆକୃତି ବଦଳରେ ମଧ୍ୟ ସମାନ ରହେ । ପରେ ଦେଖୁଲା ଯେ ଟେବୁଲ ଉପରେ ଢଳାଯାଇଥିବା ଜଳ କିଛି ସମୟ ପରେ ଅଦୃଶ୍ୟ ହୋଇଯାଏ ଯଦିଓ କୋଠରୀର ତାପମାତ୍ରା ବଦଳି ନଥାଏ । ତାର ଏହି ଦୃଷ୍ଟାନ୍ତକୁ ଭିତ୍ତିକରି ନିମ୍ନୋକ୍ତ ପ୍ରଶ୍ନର ଉତ୍ତର ଦିଅ ।
(i) ଜଳ କାହିଁକି ଧାରଣ ପାତ୍ରର ଆକାର ନିଏ ?
(ii) ଜଳର ଆୟତନ ଅପରିବର୍ତ୍ତିତ ରହିବା ତରଳର କେଉଁ ଗୁଣ ସୂଚାଏ ?
(iii) ଅଙ୍କୁଶ କିପରି ସହଜରେ ଜଳରେ ତାର ଅଙ୍ଗୁଳି ଚାଳନା କରିପାରେ ଯାହା କଠିନ ବସ୍ତ କ୍ଷେତ୍ରରେ ସମ୍ଭବ ନୁହେଁ ।
(iv) ଟେବୁଲ ଉପରେ ଢଳାଯାଇଥିବା ଜଳ ତାପମାତ୍ରା ବୃଦ୍ଧି ଘଟୁ ନଥ‌ିବା ବେଳେ ମଧ୍ୟ ଅଦୃଶ୍ୟ ହୋଇଯାଏ କାହିଁକି ?
(v) ବାଷ୍ପୀକରଣ କିପରି ସ୍ଫୁଟନଠାରୁ ଭିନ୍ନ ଅଟେ ।
Answer:
(i) ଜଳ କଣିକାଗୁଡ଼ିକ ମଧ୍ୟରେ ଆକର୍ଷଣ ବଳ କମ୍‌ବାରୁ ସେମାନେ ମୁକ୍ତ ଭାବରେ ପରସ୍ପରକୁ ଅତିକ୍ରମ କରି ଗତି କରନ୍ତି ଓ ଶେଷରେ ଧାରଣ ପାତ୍ରର କାନ୍ଥରେ ବାଧାପାଇ ଗତିର ଦିଗ ବଦଳାଇଥା’ନ୍ତି । ପାତ୍ରର କାନ୍ଥ ମଧ୍ୟରେ କଣିକାମାନଙ୍କ ଗତି ସୀମିତ ରହୁଥ‌ିବାରୁ ସେମାନେ ଧାରଣ ପାତ୍ରର ଆକାର ନେଇଥା’ନ୍ତି ।
(ii) ଜଳର ସ୍ଥିର ଆୟତନ ତରଳ ପଦାର୍ଥର ନିର୍ଦ୍ଦିଷ୍ଟ ଆୟତନର ସୂଚନା କଣିକାଗୁଡ଼ିକ ପରସ୍ପରଠାରୁ ଅଲଗା ହୁଅନ୍ତି ନାହିଁ । ଫଳରେ ଏହା ଦିଏ । ଗତିଶୀଳ ହେବା ସତ୍ତ୍ଵେ ଜଳ ନିର୍ଦ୍ଦିଷ୍ଟ ଆୟତନ ଧାରଣ କରେ ।
(ii) ତରଳ ପଦାର୍ଥର ଆନ୍ତଃକଣିକା ଆକର୍ଷଣ ବଳ କଠିନ ପଦାର୍ଥ ତୁଳନାରେ କମ୍ । କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ କଠିନ ବସ୍ତର କଣିକାମାନଙ୍କ ତୁଳନାରେ ଅଧିକ । ତେଣୁ ଜଳରେ ଅଙ୍କୁଶ ସହଜରେ ଅଙ୍ଗୁଠି ବୁଲାଇ ପାରୁଥିବା ସ୍ଥଳେ କାଠ ମଧ୍ଯରେ ବୁଲାଇବା ସମ୍ଭବ ନୁହେଁ ।
(iv) ଜଳ କଣିକାଗୁଡ଼ିକ ବାଷ୍ପିକରଣ ଦ୍ଵାରା ମୁକ୍ତହୋଇ ବାୟୁ କଣିକା ମଧ୍ଯରେ ଧୀରେ ଧୀରେ ମିଶିଯାଆନ୍ତି । ବାୟୁ କଣିକା ମଧ୍ୟରେ ଥ‌ିବା ଶୂନ୍ୟସ୍ଥାନ ଏହି ପ୍ରକ୍ରିୟାକୁ ତ୍ୱରାନ୍ବିତ କରେ । ଫଳରେ ପ୍ରଭାବିତ ଜଳ କିଛି ସମୟ ପରେ ଅଦୃଶ୍ୟ ହୋଇଯାଏ ।
(v) ସ୍ଫୁଟନାଙ୍କ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଘଟେ ଏବଂ ଏହା’ ଜଳ ବା ତରଳର ସମଗ୍ର ବସ୍ତୁତ୍ଵକୁ ଗ୍ୟାସୀୟ ଅବସ୍ଥାକୁ ରୂପାନ୍ତରିତ ହୁଏ । ଅନ୍ୟପକ୍ଷରେ ବାଷ୍ପୀକରଣ ସବୁ ତାପମାତ୍ରାରେ ସମ୍ଭବ ଏବଂ ଏହା ଜଳ ବା ତରଳର ପୃଷ୍ଠଦେଶରୁ ଆରମ୍ଭ ହୁଏ । ସ୍ଫୁଟନାଙ୍କ କେବଳ ତାପମାତ୍ରା ଉପରେ ନିର୍ଭର କରେ କିନ୍ତୁ ବାଷ୍ପୀଭବନ ତାପମାତ୍ରା, ବାୟୁଚାପ, ଆର୍ଦ୍ରତା, ପବନର ଦିଗ ଉପରେ ନିର୍ଭର କରେ ।

Question 4.
ପଦାର୍ଥର ତିନିଗୋଟି ଭୌତିକ ଅବସ୍ଥାରେ କଣିକାମାନଙ୍କର ସଜ୍ଜା ଚିତ୍ର A, B ଓ C ରେ ଲକ୍ଷ୍ୟ କର । କଣିକା ସଂଗଠନକୁ ଭିଭିକରି ପ୍ରତ୍ୟେକଟିର ଭୌତିକ ଅବସ୍ଥା ଚିହ୍ନଟ କର ।
Answer:
ଚିତ୍ର A ତରଳ ପଦାର୍ଥର କଣିକାମାନଙ୍କର ସଂଗଠନ ବୁଝାଉଛି । ଏଠାରେ କଣିକାଗୁଡ଼ିକ ପାଖାପାଖୁ ଥିଲେ ମଧ୍ୟ ସ୍ଥିର ଅବସ୍ଥାରେ ନାହାନ୍ତି । ସେଗୁଡ଼ିକ ଏକ ସୀମିତ ସ୍ଥାନ ମଧ୍ଯରେ ଗତିଶୀଳ ଅଛନ୍ତି ।
ଚିତ୍ର B ରେ କଠିନ ପଦାର୍ଥର କଣିକା ଚିତ୍ର ଦିଆଯାଇଛି । କଣିକାଗୁଡ଼ିକ ଦୃଢଭାବେ ସଂଯୁକ୍ତ । ସେମାନଙ୍କ ସ୍ଥିତି ଶୃଙ୍ଖଳିତ ଓ ସେମାନଙ୍କ ମଧ୍ୟରେ ଦୃଢ଼ ଆନ୍ତଃକଣିକା ଆକର୍ଷଣ ରହିଛି ।
Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି 4
ଚିତ୍ର C ରେ ଗ୍ୟାସୀୟ ପଦାର୍ଥର କଣିକାଗୁଡ଼ିକ ପ୍ରଦର୍ଶିତ ହୋଇଛି । କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ଅଧିକ ଓ ଆନ୍ତଃକଣିକା ଆକର୍ଷଣ ଖୁବ୍ କମ୍ । ସେଗୁଡ଼ିକ ଏଣେତେଣେ ଗତିଶୀଳ ।

Question 5.
ପଦାର୍ଥର କଣିକାର ପ୍ରକୃତିକୁ ଭିତ୍ତିକରି ଦୈନନ୍ଦିନ ଜୀବନରେ ବ୍ୟବହୃତ 5 ଟି ପଦାର୍ଥର ନାମ ଲେଖ । ସେଗୁଡ଼ିକର ଭୌତିକ ପରିବର୍ତ୍ତନ ଓ ପ୍ରକୃତି ଆଲୋଚନା କର ।
Answer:
(i) ବେଲୁନ୍‌କୁ ବାୟୁଦ୍ଵାରା ପୂର୍ଣ୍ଣ କରାଯାଏ କାରଣ ବାୟୁର କଣିକା ମୁକ୍ତ ଭାବରେ ଗତି କରନ୍ତି ଓ ବେଲୁନ ଭିତରେ ସବୁଦିଗରେ ଚାପ ପ୍ରଦାନ କରନ୍ତି ।
(ii) ଚିନି ଜଳରେ ଦ୍ରବୀଭୂତ ହେବା ସମୟରେ ଚିନି କଣିକାଗୁଡ଼ିକ ଜଳକଣିକା ମଧ୍ୟବର୍ତ୍ତୀ ଶୂନ୍ୟସ୍ଥାନ ଦଖଲ କରନ୍ତି । ଚିନି ଅଦୃଶ୍ୟ ହୋଇଯାଏ ଏବଂ ଜଳକୁ ଚାଲେ ମିଠାଲାଗେ ।
(iii) କପଡ଼ାରେ ତେଲ ଦାଗ ଛଡ଼ାଇବା ସମୟରେ ସାବୁନ କଣିକାଗୁଡ଼ିକର ଗୋଟିଏ ପ୍ରାନ୍ତ ତେଲ କଣିକା ସହ ଓ ଅନ୍ୟପ୍ରାନ୍ତ ଜଳ କଣିକା ସହ ଲାଗିରହି କପଡ଼ାରୁ ତେଲ ଛଡ଼ାଇଦିଏ ।
(iv) କୋଠରୀର ଏକ କୋଣରେ ଧୂପକାଠି ଜାଳିଲେ ଏହାର ଧୂଆଁ କଣିକା ଖୁବ୍ ଶିଘ୍ର ଘରସାରା ବ୍ୟାପିଯାଇ କୋଠରିକୁ ସୁଗନ୍ଧଯୁକ୍ତ କରେ । ଏଠାରେ କଣିକାମାନଙ୍କର ବିଚ୍ଛୁରଣ (diffusion) ପରିଲକ୍ଷିତ ହୁଏ ।
(v) ଜଳରେ ଲୁଣ ମିଶିଲେ ଲୁଣ କଣିକା ଗତିଶୀଳ ହୋଇ ଜଳକଣିକା ମଧ୍ଯସ୍ଥ ଶୂନ୍ୟସ୍ଥାନ ଦଖଲ କରେ । ଲୁଣ ଅଦୃଶ୍ୟ ହୋଇଯାଏ ।

ଦୃଢୋକ୍ତି–କାରଣ ପ୍ରଶ୍ନବଳୀ

ନିମ୍ନଲିଖତ ପ୍ରଶ୍ନଗୁଡ଼ିକରେ ପ୍ରତ୍ୟେକଟିରେ ଦୁଇଟି ଭକ୍ତି ରହିଛି । (A) ଦୃଢୋକ୍ତି ଏବଂ (R) ରେ କାରଣ ଦିଆଯାଇଛି । (A) ଓ (R) କୁ ବିଚାରକୁ ନେଇ (a), (b), (c) ଓ (d) ମଧ୍ୟରୁ କେଉଁ ତଥ୍ୟଟି ଠିକ୍ ଲେଖ ।
(a) ଉଭୟ A ଏବଂ R ସତ୍ୟ ଅଟେ, ଏବଂ R ହେଉଛି A ର ସଠିକ ବ୍ୟାଖା କରଣ ।
(b) ଉଭୟ A ଓ R ସତ୍ୟ କିନ୍ତୁ R, A ର ସଠିକ୍ ବ୍ୟାଖ୍ୟା କରଣ ନୁହେଁ ।
(c) A ସତ୍ୟ କିନ୍ତୁ R ମିଥ୍ୟା
(d) A ମିଥ୍ୟା କିନ୍ତୁ R ସତ୍ୟ

Question 1.
ଦୃଢୋକ୍ତି (Assertion) (A) : ଆମ ଚାରିପଟେ ଥିବା ସମସ୍ତ ପଦାର୍ଥ ଖାଲିଆଖରେ ଦେଖାଯାଉଥ‌ିବା କ୍ଷୁଦ୍ରକ୍ଷୁଦ୍ର କଣିକାକୁ ନେଇ ଗଠିତ ।
କାରଣ (Reason) (R): ଯେତେବେଳେ ଚିନି ଜଳରେ ମିଶିଯାଏ, ଚିନି ଅଦୃଶ୍ୟ ହୋଇଯାଏ କାରଣ ଏହା ଜଳସହ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି କରେ ।
Answer:
(c) A ସତ୍ୟ କିନ୍ତୁ R ମିଥ୍ୟା

Question 2.
ଦୃଢୋକ୍ତି (Assertion) (A) : ସାଧାରଣ ଅବସ୍ଥାରେ ଗୋଟିଏ କଠିନ ପଦାର୍ଥ ନିର୍ଦ୍ଦିଷ୍ଟ ଆକାର ଓ ଆୟତନ ଧାରଣ କରେ ।
କାରଣ (Reason) (R): କଠିନ ପଦାର୍ଥର କଣିକାଗୁଡ଼ିକ ହାଲୁକା ଭାବରେ ବନ୍ଧା ଯାହା କଣିକାଗୁଡ଼ିକର ଗତିକୁ ସୀମିତ କରାଇଥାଏ ।
Answer:
(c) A ସତ୍ୟ କିନ୍ତୁ R ମିଥ୍ୟା

Question 3.
ଦୃଢୋକ୍ତି (Assertion) (A) : ଯେତେବେଳେ ଚିନି ଜଳରେ ଦ୍ରବୀଭୂତ ହୁଏ ସେତେବେଳେ ଜଳସ୍ତର ଆଶାଜନକ ଭାବେ ବୃଦ୍ଧି ହୁଏନାହିଁ ।
କାରଣ (Reason) (R): ଚିନିକଣିକାଗୁଡ଼ିକ ଜଳକଣିକାଗୁଡ଼ିକର ଫାଙ୍କା ସ୍ଥାନ ଦଖଲ କରିନିଏ ଯାହାଦ୍ଵାରା ଜଳର ଆୟତନର ଆଖୁଦୃଶିଆ ବୃଦ୍ଧି ଘଟେ ନାହିଁ ।
Answer:
(a) ଉଭୟ A ଏବଂ R ସତ୍ୟ ଅଟେ, ଏବଂ R ହେଉଛି A ର ସଠିକ ବ୍ୟାଖା କରଣ ।

Question 4.
ଦୃଢୋକ୍ତି (Assertion) (A) : ଥଣ୍ଡା ଜଳ ତୁଳନାରେ ଉତ୍ତପ୍ତ ଜଳରେ ପୋଟାସିୟମ ପରମାଙ୍ଗାନେଟ୍ ସ୍ଫଟିକ ଶିଘ୍ର ଦ୍ରବୀଭୂତ ହୋଇ ଖେଳେଇ ହୋଇଯାଏ ।
କାରଣ (Reason) (R): ତାପମାତ୍ରା ଜଳକଣିକାଗୁଡ଼ିକର ଗତିଜ ଶକ୍ତି ବୃଦ୍ଧି କରେ ଯାହା ଦ୍ରବ କଣିକାଗୁଡ଼ିକର ବିଚ୍ଛୁରଣକୁ ତ୍ୱରାନ୍ଵିତ କରେ ।
Answer:
(a) ଉଭୟ A ଏବଂ R ସତ୍ୟ ଅଟେ, ଏବଂ R ହେଉଛି A ର ସଠିକ ବ୍ୟାଖା କରଣ ।

Class 8 Science Chapter 7 Question Answer Odia Medium ପଦାର୍ଥର କଣିକା ପ୍ରକୃତି

Question 5.
ଦୃଢୋକ୍ତି (Assertion) (A): ଗ୍ୟାସ କଣିକାଗୁଡ଼ିକ ସବୁଦିଗରେ ଦ୍ରୁତଭାବରେ ଗତିକରି ଉପଲବ୍‌ଧ ସ୍ଥାନକୁ ସଂପୂର୍ଣ୍ଣ ଦଖଲ କରିଥା’ନ୍ତି ।
କାରଣ (Reason) (R): ଗ୍ୟାସ୍ କଣିକାଗୁଡ଼ିକର ଆନ୍ତଃକଣିକା ଆକର୍ଷଣ ଖୁବ୍ ଦୁର୍ବଳ ଏବଂ ସେଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ଅଧ‌ିକ ଥିବାରୁ କଣିକାଗୁଡ଼ିକ ମୁକ୍ତ ଭାବରେ ଗତିଶୀଳ ହୋଇଯାଆନ୍ତି ।
Answer:
(a) ଉଭୟ A ଏବଂ R ସତ୍ୟ ଅଟେ, ଏବଂ R ହେଉଛି A ର ସଠିକ ବ୍ୟାଖା କରଣ ।

ଘଟଣା ଆଧାରିତ ପ୍ରଶ୍ନ (Case Based Questions) :

Question 1.
ଗୋଟିଏ ବିକରରେ ନିମ୍ନଦେଶରେ କିଛି କଠିନ ଲବଣ ରଖାଯାଇଛି । ଏଥରେ ପାଣି ମିଶାଇ ଘାଣ୍ଟି ଦିଆଗଲା । କିଛି ସମୟ ପରେ ଲବଣ ଅଦୃଶ୍ୟ ହୋଇଗଲା । ଦବ୍ରଣଟି ପରିଷ୍କାର ଦେଖାଗଲା କିନ୍ତୁ ଲବଣର କୌଣସି କଣିକା ଦୃଶ୍ୟମାନ ହେଲାନାହିଁ । ପଦାର୍ଥର କଣିକାର ପ୍ରକୃତି ଉପରେ ପ୍ରତିଷ୍ଠିତ ଏହି ଘଟଣା ସାଧାରଣତଃ
ଘରମାନଙ୍କରେ ଦେଖାଯାଏ ।
ଘଟଣାଟିକୁ କେନ୍ଦ୍ରକରି ନିମ୍ନଲିଖ ପ୍ରଶ୍ନଗୁଡ଼ିକର ସମ୍ଭାବ୍ୟ ଉତ୍ତରଗୁଡ଼ିକ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(i) ଜଳରେ ଲବଣର ଅଦୃଶ୍ୟ ହେବା ପଦାର୍ଥର କଣିକା ସମ୍ବନ୍ଧରେ କ’ଣ ସୂଚାଏ ?
(a) କଣିକାଗୁଡ଼ିକ ସ୍ଵ ସ୍ଵ ସ୍ଥାନରେ ସ୍ଥିର ।
(b) କଣିକାଗୁଡ଼ିକ ଅନ୍ୟ କଣିକା ସହ ମିଶିଯାଆନ୍ତି ଏବଂ ଅନ୍ୟ କଣିକା ମଧ୍ୟରେ ଥିବା ଫାଙ୍କା ସ୍ଥାନ ଦଖଲ କରିନିଅନ୍ତି ।
(c) କଣିକାଗୁଡ଼ିକ ସେମାନଙ୍କର ପରିଚୟ ହରାଇ ବସନ୍ତି ।
(d) କଣିକାଗୁଡ଼ିକ ଜଳରେ ଅଧ‌ିକ ଓଜନିଆ ହୋଇଯାଆନ୍ତି ।
Answer:
(b) କଣିକାଗୁଡ଼ିକ ଅନ୍ୟ କଣିକା ସହ ମିଶିଯାଆନ୍ତି ଏବଂ ଅନ୍ୟ କଣିକା ମଧ୍ୟରେ ଥିବା ଫାଙ୍କା ସ୍ଥାନ ଦଖଲ କରିନିଅନ୍ତି ।

(ii) ଜଳର କେଉଁ ଗୁଣ ଲବଣ କଣିକାଗୁଡ଼ିକୁ ସର୍ବତ୍ର ବିସ୍ତାରିତ ହେବାରେ ସହାୟକ ହୁଏ ?
(a) ଜଳ କଣିକାଗୁଡ଼ିକ ଦୃତ ।
(b) ଜଳ କଣିକାଗୁଡ଼ିକ ଶୃଙ୍ଖଳିତ ଏବଂ ସ୍ଥିର ।
(c) ଜଳ କଣିକାଗୁଡ଼ିକ ସର୍ବଦା ଗତିଶୀଳ ଏବଂ ସେଗୁଡ଼ିକ ମଧ୍ୟରେ ଫାଙ୍କା ସ୍ଥାନ ଥାଏ ।
(d) ଜଳ କଣିକା ଲବଣକୁ ତଳକୁ ଠେଲି ଦିଅନ୍ତି ।
Answer:
(c) ଜଳ କଣିକାଗୁଡ଼ିକ ସର୍ବଦା ଗତିଶୀଳ ଏବଂ ସେଗୁଡ଼ିକ ମଧ୍ୟରେ ଫାଙ୍କା ସ୍ଥାନ ଥାଏ ।

(iii) ନିମ୍ନୋକ୍ତ କେଉଁ ଉକ୍ତ କଣିକା ମିଶ୍ରଣର ଅବଧାରଣା ଦିଏ ?
(a) ବରଫ ତରଳିବା ।
(b) ତେଲ, ଜଳ ଉପରେ ଭାସିବା ।
(c) ଚିନି, ଚା (tea)ରେ ଦ୍ରବୀଭୂତ ହେବା
(d) ଜଳ ବାଷ୍ପରେ ପରିଣତ ହେବା
Answer:
(c) ଚିନି, ଚା (tea)ରେ ଦ୍ରବୀଭୂତ ହେବା

Question 2.
ଅନୟା ଖଣ୍ଡେ ଲୁହାକୁ କିଛି ଲବଣ ସହ ତୁଳନା କଲା । ସେ ଦେଖିଲା ଲୁହା କଣ୍ଟା ସହଜରେ ଭାଙ୍ଗିଲା ନାହିଁ କିନ୍ତୁ ଲବଣ ଖଣ୍ଡ ଭାଙ୍ଗି ଛୋଟ ଛୋଟ ଖଣ୍ଡ ହୋଇଗଲା । ଏହି ଘଟଣାରୁ ସେ କଣିକାଗୁଡ଼ିକ କଠିନ ପଦାର୍ଥରେ କିପରି ସଜେଇ ହୋଇଥାଆନ୍ତି ଏବଂ ସେଗୁଡ଼ିକ ମଧ୍ୟରେ ଆକର୍ଷଣ ବଳ କିପରି ଦୃତ ବୁଝି ପାରିଲା । ଅନୟାର ଅନୁଭବକୁ କେନ୍ଦ୍ରକରି ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(i) ଉପରୋକ୍ତ ଘଟଣାଟି କଠିନ ପଦାର୍ଥର କଣିକା ସମ୍ବନ୍ଧରେ କ’ଣ ସୂଚାଉଛି ?
(a) କଠିନ ପଦାର୍ଥର କଣିକା ମଧ୍ଯରେ ଦୁର୍ବଳ ଆକର୍ଷଣ ବଳ ଥାଏ ।
(b) କଠିନ ପଦାର୍ଥର କଣିକା ମଧ୍ୟରେ ଅଧ‌ିକ ଶୂନ୍ୟସ୍ଥାନ ଅଛି ।
(c) କଠିନ ପଦାର୍ଥର କଣିକାଗୁଡ଼ିକ ଦୃଢ଼ ଭାବରେ ବନ୍ଧା (closely packed)
(d) କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ନଥାଏ
Answer:
(c) କଠିନ ପଦାର୍ଥର କଣିକାଗୁଡ଼ିକ ଦୃଢ଼ ଭାବରେ ବନ୍ଧା (closely packed)

(ii) ଲୁହା କଣ୍ଟାଟି ସହଜରେ ଭାଙ୍ଗିଲାନି କାହିଁକି ?
(a) ଏହା ଲବଣଠାରୁ ଓଜନିଆ ।
(b) ଏହାର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ଦୃଢ଼ ।
(c) ଏହାର ରଙ୍ଗ ଲବଣ ତୁଳନାରେ ଅଧ‌ିକ ଦୃଶ୍ୟମାନ ।
(d) ଏହା କ୍ଷୁଦ୍ର କ୍ଷୁଦ୍ର କଣିକାରେ ଗଠିତ ।
Answer:
(b) ଏହାର କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ଦୃଢ଼ ।

(iii) ଘଟଣାରେ କଠିନ ପଦାର୍ଥର ପ୍ରକୃତିକୁ ନେଇ ଉକ୍ତିଗୁଡ଼ିକର ସତ୍ୟତା ପ୍ରତିପାଦନ କର ।
(a) କଠିନ ପଦାର୍ଥରେ ଆନ୍ତଃକଣିକା ଆକର୍ଷଣ ବଳ ଦୃଢ଼ Yes/No
(b) କଠିନ ପଦାର୍ଥର କଣିକା ପରସ୍ପରକୁ ଅତିକ୍ରମ କି ଗତିକରନ୍ତି Yes/No
(c) କଠିନ ପଦାର୍ଥର ଆକୃତି ନିର୍ଦ୍ଦିଷ୍ଟ ଏବଂ ଏହା ଧାରଣ ପାତ୍ରର ଆକୃତି ଉପରେ ନିର୍ଭର କରେନାହିଁ Yes/No
Answer:
(a) Yes (b) No (c) Yes

ଘଟଣାଭିଭିକ ପ୍ରଶ୍ନୋତ୍ତର (Case Study) :

Question 1.
ଅର୍ଜୁନ ଗୋଟିଏ ଗ୍ଲାସରେ ଥ‌ିବା ଜଳରେ 2 ଚାମଚ ଲୁଣ ମିଶାଇ ସ୍ତରର ନିମ୍ନରେ ବସିଯାଇଛି । ଘାଣ୍ଟିବାପରେ ଲୁଣ ସଂପୂର୍ଣ୍ଣ ଅଦୃଶ୍ୟ ଦେଖିଲା ଯେ ଆରମ୍ଭରେ ଲୁଣ ଜଳ ହୋଇଗଲା । ପୁନର୍ବାର 2 ଚାମଚ ଲୁଣ ମିଶାଇବାରୁ ଏହା ଶିଘ୍ର ଜଳରେ ଦ୍ରବୀଭୂତ ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖ୍ ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
(i) ଜଳକୁ ଘାଣ୍ଟିବା ପରେ ଲୁଣ କାହିଁକି ଅଦୃଶ୍ୟ ହେଲା ?
(ii) ପରୀକ୍ଷାଟି ପଦାର୍ଥର କଣିକା ସମ୍ବନ୍ଧରେ କ’ଣ ସୂଚାଉଛି ?
(iii) ଲୁଣି କାହିଁକି ସାଧାରଣ ଜଳ ତୁଳନାରେ ଉତ୍ତପ୍ତ ଜଳରେ ଶିଘ୍ର ଦ୍ରବୀଭୂତ ହୁଏ ।
Answer:
(i) ଘାଣ୍ଟିବା ପରେ ଲୁଣ କ୍ଷୁଦ୍ର କଣିକାରେ ପରିଣତ ହେଲା ଏବଂ ସେଗୁଡ଼ିକ ଜଳକଣିକା ମଧ୍ୟରେ ଥ‌ିବା ସେ ଉତ୍ତପ୍ତ ଜଳନେଇ ଫାଙ୍କାସ୍ଥାନ ଅଧିକାର କଲା । ଫଳରେ ଲୁଣ ଅଦୃଶ୍ୟ ହେଲା ।
(ii) ପରୀକ୍ଷାଟି ଦର୍ଶାଉଛି ଯେ ପଦାର୍ଥ କଣିକାମାନଙ୍କ ଦ୍ଵାରା ଗଠିତ ଯେଉଁ କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ରହିଥାଏ ।
(iii) ଉତ୍ତପ୍ତ ଜଳରେ ଜଳ କଣିକାର ତାପୀୟ ଶକ୍ତି ଜଳ କଣିକାର ଗତିର ବେଗ ବୃଦ୍ଧି କରେ ଫଳରେ ଲୁଣ ଏଥୁରେ ଶୀଘ୍ର ଦ୍ରବୀଭୂତ ହୁଏ ।

Question 2.
ପ୍ରତ୍ୟେକରେ ଆୟତନ ମାପିବା ଚିହ୍ନଥ‌ିବା ଗୋଟିଏ ସିଲିଣ୍ଡରୀୟ ଗୋଟିଏ କୋଡ୍ ଆକାର ଓ ଗୋଟିଏ ଆୟତା ଘନାକାର । ଏହିପରି 3 ଟି କାଚପାତ୍ରରେ ଜଣେ ଛାତ୍ର 200 ମି.ଲି. ଲେଖାଏଁ ଜଳ ଭର୍ତ୍ତି କଲା । ସବୁ ପାତ୍ରରେ ଜଳ 200 ମି.ଲି. ଚିହ୍ନ ଛୁଇଁଲା ମାତ୍ର ବିଭିନ୍ନ ପାତ୍ରରେ ଜଳର ଆକୃତି ଭିନ୍ନ ଭିନ୍ନ ହେଲା । ପରିସ୍ଥିତିକୁ ଲକ୍ଷ୍ୟକରି ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(i) ଏହି ପରିକ୍ଷଣ ତରଳର ଆକୃତି ସମ୍ବନ୍ଧରେ କି ସୂଚନା ଦିଏ ?
(ii) କୌଣସି ପାତ୍ରରେ ଜଳର ଆୟତନ ବଦଳିଲା କି ? ହଁ କି ନାହିଁ କାରଣ ଲେଖ ।
(iii) ଜଳର କେଉଁ ପ୍ରକୃତି ଏହି ପରୀକ୍ଷଣରେ ପ୍ରଦର୍ଶିତ ହେଲା ?
Answer:
(i) ପରୀକ୍ଷଣ ଦର୍ଶାଉଛି ଯେ ତରଳର ଆକୃତି ଏହା ଧାରଣ କରିଥିବା ପାତ୍ରର ଆକୃତି ଉପରେ ନିର୍ଭର କରେ ।
(ii) ନାଁ, କୌଣସି ପାତ୍ରରେ ଜଳର ଆୟତନରେ ପରିବର୍ତ୍ତନ ଦେଖାଯିବ ନାହିଁ । ଏହାର କାରଣ ଜଳ କଣିକା ମଧ୍ୟରେ ଆକର୍ଷଣ କଣିକାଗୁଡ଼ିକର ଆପେକ୍ଷିକ ସ୍ଥିତି ବଜାୟ ରଖୁବ ।
(iii) ତରଳର ନିର୍ଦ୍ଦିଷ୍ଟ ଆକୃତି ନଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଆୟତନ ଥାଏ ।

Question 3.
କୋଠାରିର ଏକ କୋଣରେ ମନିକା ଧୂପକାଠିଟିଏ ଜାଳିଲା । କୋଠରିର ବିପରୀତ ପାର୍ଶ୍ଵରେ ବସିଥିବା ଛାତ୍ରଛାତ୍ରୀମାନେ ଧୂପକାଠି ବାସନା ଅନୁଭବ କଲେ ଯଦିଓ ଧୂପକାଠି ଦୂରରେ ଜଳାଯାଇଥିଲା । ପରିସ୍ଥିତିକୁ ଦେଖୁ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(i) ଏହି ପରୀକ୍ଷଣ ଗ୍ୟାସ କଣିକାର କି ପ୍ରକୃତି ସୂଚାଉଛି ?
(ii) ଗ୍ୟାସର କେଉଁ ପ୍ରକୃତି ସୁଗନ୍ଧ ଘରସାରା ପହଞ୍ଚାଇ ପାରିଲା ?
(iii) ଏହି ପର୍ଯ୍ୟବେକ୍ଷଣରେ ବାୟୁକଣିକାର ଭୂମିକା କ’ଣ ?
Answer:
(i) ପର୍ଯ୍ୟବେକ୍ଷଣ ଦର୍ଶାଏ ଯେ ଗ୍ୟାସ କଣିକା ମୁକ୍ତ ଭାବରେ ସବୁଦିଗରେ ଗତି କରନ୍ତି ।
(ii) ଗ୍ୟାସର ନିର୍ଦ୍ଦିଷ୍ଟ ଆକାର ବା ଆୟତନ ନାହିଁ ଏହା ଲଭ୍ୟ ସ୍ଥାନର ସଂପୂର୍ଣ୍ଣ ଅଞ୍ଚଳକୁ ବ୍ୟାପିଯାଏ ।
(iii) ବାୟୁ କଣିକାର ଅବିଚଳିତ ଗତି ଧୂପକାଠି ଧୂଆଁ କଣିକା ସହ ମିଶ୍ରଣ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରେ ଓ ଉଭୟ ପ୍ରକାର କଣିକାଗୁଡ଼ିକର ସଂଘାତ ଘଟିଥାଏ ।

Class 8 Science Chapter 8 Question Answer Odia Medium ପଦାର୍ଥର ପ୍ରକୃତି: ମୌଳିକ, ଯୌଗିକ ଓ ମିଶ୍ରଣ

Go through 8th Class Science Book Odia Medium Question Answer and Class 8 Science Chapter 8 Question Answer Odia Medium ପଦାର୍ଥର ପ୍ରକୃତି: ମୌଳିକ, ଯୌଗିକ ଓ ମିଶ୍ରଣ to understand textbook questions more clearly.

8th Class Science Chapter 8 Question Answer Odia Medium

Class 8 Science Chapter 8 Odia Medium

ଜିଜ୍ଞାସା ବଜାୟ ରଖ

Question 1.
ଦୁଇଟି ପଦାର୍ଥ ‘କ’ ଏବଂ ‘ଖ’ ମିଳିତ ହୋଇ ଏକ ଉତ୍ପାଦ ‘ଗ’ ସୃଷ୍ଟି କରୁଥିବା ପ୍ରତିକ୍ରିୟାଟି ବଚାର କର ।
କ + ଖ → ଗ
ଧରିନିଅ ଯେ, ‘କ’ ଏବଂ ‘ଖ’ ରାସାୟନିକ ପ୍ରତିକ୍ରୟାଦ୍ଵାରା ସରଳ ପଦାର୍ଥରେ ଭାଙ୍ଗି ପାରିବ ନାହିଁ । ଏହି ସୂଚନା ଆଧାରରେ କେଉଁ ଉକ୍ତିଟି ଠିକ୍ ?
(କ) କ, ଖ ଏବଂ ଗ ସମସ୍ତ ଯୌଗିକ ଏବଂ କେବଳ ‘ଗ’ର ଏକ ନିର୍ଦ୍ଦିଷ୍ଟ ଗଠନ ଅଛି ।
(ଖ) ‘ଗ’ ଏକ ଯୌଗିକ ଏବଂ ‘କ’ ଏବଂ ‘ଖ’ ର ଏକ ନିର୍ଦ୍ଦିଷ୍ଟ ଗଠନ ଅଛି ।
(ଗ) ‘କ’ ଏବଂ ‘ଖ’ ଯୌଗିକ ଏବଂ ‘ଗ’ର ଏକ ନିର୍ଦ୍ଦିଷ୍ଟ ଗଠନ ଅଛି ।
(ଘ) ‘କ’ ଏବଂ ‘ଖ’ ହେଉଛି ମୌଳିକ ‘ଗ’ ଏକ ଯୌଗିକ ଯାହାର ନିର୍ଦ୍ଦିଷ୍ଟ ଗଠନ ଅଛି ।
Answer:
(ଘ) ‘କ’ ଏବଂ ‘ଖ’ ହେଉଛି ମୌଳିକ ‘ଗ’ ଏକ ଯୌଗିକ ଯାହାର ନିର୍ଦ୍ଦିଷ୍ଟ ଗଠନ ଅଛି ।

Question 2.
ସ୍ଵଷ୍ଟୋକ୍ତି : ବାୟୁ ଏକ ମିଶ୍ରଣ
କାରଣ : କୌଣସି ରାସାୟନିକ ପରିବର୍ତ୍ତନ ନଘଟି ଦୁଇ ବା ତତୋଧ୍ଵକ ପଦାର୍ଥ ମିଶ୍ରିତ ହେଲେ ଏକ ମିଶ୍ରଣ ସୃଷ୍ଟିହୁଏ ।
କେଉଁଟି ଠିକ୍ :
(କ) ଉଭୟ ସମ୍ଭୋକ୍ତି ଓ କାରଣ ସତ୍ୟ ଏବଂ କାରଣ ହେଉଛି ସ୍ପଷ୍ଟୋକ୍ତିର ସଠିକ୍ ବ୍ୟାଖ୍ୟା ।
(ଖ) ଉଭୟ ସ୍ପଷ୍ଟୋକ୍ତି ଓ କାରଣ ସତ୍ୟ କିନ୍ତୁ କାରଣ ସ୍ପଷ୍ଟୋକ୍ତିର ସଠିକ୍ ବ୍ୟାଖ୍ୟା ନୁହେଁ ।
(ଗ) ସ୍ପଷ୍ଟୋକ୍ତି ସତ୍ୟ କିନ୍ତୁ କାରଣ ମିଥ୍ୟା
(ଘ) ସ୍ପଷ୍ଟୋକ୍ତି ମିଥ୍ୟା କିନ୍ତୁ କାରଣ ସତ୍ୟ ।
Answer:
(କ) ଉଭୟ ସମ୍ଭୋକ୍ତି ଓ କାରଣ ସତ୍ୟ ଏବଂ କାରଣ ହେଉଛି ସ୍ପଷ୍ଟୋକ୍ତିର ସଠିକ୍ ବ୍ୟାଖ୍ୟା

ସ୍ପଷ୍ଟୋକ୍ତି : ବାୟୁ ଯବକ୍ଷାରଜାନ, ଅମ୍ଳଜାନ ଓ ଅଙ୍ଗାରକାମ୍ଳର ଏକ ମିଶ୍ରଣ । ଏମାନଙ୍କ ମଧ୍ୟରେ କୌଣସି ରାସାୟନିକ ପ୍ରକ୍ରିୟା ଘଟେ ନାହିଁ । ଏଥୁରେ ପ୍ରତ୍ୟେକ ଉପାଦାନଗୁଡ଼ିକ ନିଜର ଗୁଣ ବଜାଇ ରଖୁଥା’ନ୍ତି ।

Class 8 Science Chapter 8 Question Answer Odia Medium ପଦାର୍ଥର ପ୍ରକୃତି: ମୌଳିକ, ଯୌଗିକ ଓ ମିଶ୍ରଣ

Question 3.
ଜଳ ଏକ ଯୌଗିକ, ଏହାର ଧର୍ମ ଅମ୍ଳଜାନ ଏବଂ ଉଦ୍‌ଜାନ ମୌଳିକ ତୁଳନାରେ ଭିନ୍ନ ଅଟେ । ଏହି ବିବୃତ୍ତିର ଯଥାର୍ଥତା ପ୍ରତିପାଦନ କର ।
Answer:
ଉଦ୍‌ଜାନ ଏବଂ ଅମ୍ଳଜାନ ରାସାୟନିକ ପ୍ରତିକ୍ରିୟା ମାଧ୍ୟମରେ ସଂଯୁକ୍ତ ହୋଇ ଜଳ ଗଠନ କରନ୍ତି । ଜଳର ଧର୍ମ ଉଦ୍‌ଜାନ ଏବଂ ଅମ୍ଳଜାନର ଧର୍ମଠାରୁ ଭିନ୍ନ, କାରଣ-
(i) ଉଦ୍‌ଜାନ ଏବଂ ଅମ୍ଳଜାନ ଉଭୟ ଗ୍ୟାସୀୟ ପଦାର୍ଥ ମାତ୍ର ଜଳ ଏକ ତରଳ ପଦାର୍ଥ ଅଟେ ।
(ii) ଉଦ୍‌ଜାନ ନିଜେ ଜଳେ ଏବଂ ଅମ୍ଳଜାନ ଜଳିବାରେ ସାହାଯ୍ୟ କରେ କିନ୍ତୁ ଜଳ ନିଜେ ଜଳେନାହିଁ କି ଜଳିବାରେ ସାହାଯ୍ୟ କରେନାହିଁ ବରଂ ଜଳ ନିଆଁ ଲିଭାଇଦିଏ ।
ଏଣୁ ଜଳର ପ୍ରକୃତି ଏହାର ଗଠନକାରୀ ମୌଳିକ ଉଦ୍‌ଜାନ ଅମ୍ଳଜାନର ପ୍ରକୃତିଠାରୁ ଭିନ୍ନ ଅଟେ ।

Question 4.
ନିମ୍ନଲିଖୂ କେଉଁ କ୍ଷେତ୍ରରେ ସମସ୍ତ ଉଦାହରଣ ସଠିକ୍ ଭାବରେ ମେଳ ଖାଉଛି । ତୁମ ଉତ୍ତର ସପକ୍ଷରେ କାରଣଗୁଡ଼ିକ ଲେଖ ।
(କ) ମୌଳିକ : ଜଳ, ଯବକ୍ଷାରଜାନ, ବାୟୁ, ଲୁହା
(ଖ) ସମତୁଲ ମିଶ୍ରଣ : ବାୟୁ, କାଂସ୍ୟ, ସମୁଦ୍ର ଜଳ, ଖଣିଜ
(ଗ) ବିଶୁଦ୍ଧ ପଦାର୍ଥ : ଅଙ୍ଗାରକାମ୍ଳ, ଲୁହା, ଅମ୍ଳଜାନ, ଚିନି
(ଘ) ଅସମତୁଲ ମିଶ୍ରଣ : କାଦୁଅ, ଜଳ, ପିତ୍ତଳ, ବାଲି, ବାୟୁ
Answer:
(ଗ) ବିଶୁଦ୍ଧ ପଦାର୍ଥ : ଅଙ୍ଗାରକାମ୍ଳ, ଲୁହା, ଅମ୍ଳଜାନ, ଚିନି

କ୍ଷେତ୍ରରେ ସମସ୍ତ ଉଦାହରଣ ବିଶୁଦ୍ଧ ପଦାର୍ଥ ହୋଇଥିବାରୁ ସେଗୁଡ଼ିକ ସଠିକ୍ ଭାବେ ମେଳଖାଉଛ ।
ଆମେ ଜାଣୁ ଯେ ଉଭୟ ମୌଳିକ ଏବଂ ଯୌଗିକଗୁଡ଼ିକ ବିଶୁଦ୍ଧ ପଦାର୍ଥ ଅଟନ୍ତି । ଉପରୋକ୍ତ ଉଦାହରଣରେ ଲୁହା ଓ ଅମ୍ଳଜାନ ଦୁଇଟି ମୌଳିକ ଏବଂ ଅଙ୍ଗାରକାମ୍ଳ ଓ ଚିନି ଦୁଇଟି ଯୌଗିକ ପଦାର୍ଥ ହୋଇଥିବାରୁ ସବୁଗୁଡ଼ିକ ବିଶୁଦ୍ଧ ପଦାର୍ଥ ଅଟନ୍ତି ।

Question 5.
ଲୁହା ଆର୍ଦ୍ରବାୟୁ ସହିତ ପ୍ରତିକ୍ରିୟା କରି ଲୌହ ଅକ୍‌ସାଇଡ଼ ତିଆରି କରେ ଏବଂ ମାଗ୍ନେସିୟମ୍ ଅମ୍ଳଜାନରେ ଜଳି ମାଗ୍ନେସିୟମ୍ ଅକ୍‌ସାଇଡ୍ ତିଆରି କରେ । ଉପରୋକ୍ତ ପ୍ରତିକ୍ରିୟାଗୁଡ଼ିକରେ ସାମିଲ ସମସ୍ତ ପଦାର୍ଥକୁ ଯଥାର୍ଥତା ସହିତ ମୌଳିକ, ଯୌଗିକ କିମ୍ବା ମିଶ୍ରଣ ଭାବରେ ଅଲଗା କର ।
Answer:
(କ) ଲୁହା – ଏକ ମୌଳିକ ପଦାର୍ଥ କାରଣ ଲୁହାକୁ ଭାଙ୍ଗି କ୍ଷୁଦ୍ରତ୍ତମ କଣିକା (ପରମାଣୁ)ରେ ପରିଣତ କଲେ ସେଗୁଡ଼ିକ ସମ ଆକୃତି ଓ ସମାନ ଧର୍ମ ପ୍ରଦର୍ଶନ କରନ୍ତି ।
(ଖ) ଆର୍ଦ୍ରବାୟୁ – ଏହା ଏକ ସମତୁଲ ମିଶ୍ରଣ । ଶୁଷ୍କବାୟୁ ବିଶେଷକରି ଅମ୍ଳଜାନ, ଯବକ୍ଷାରଜାନ ପ୍ରଭୃତିର ଜଳୀୟବାଷ୍ପ ମିଶିଥିବାରୁ ଏହାକୁ ମିଶ୍ରଣ କହନ୍ତି ।
(ଗ) ଲୌହ ଅକ୍‌ସାଇଡ୍ – ଏହା ଏକ ଯୌଗିକ କାରଣ ଲୁହା, ଆର୍ଦ୍ରବାୟୁରେ ଥିବା ଜଳୀୟବାଷ୍ପସହ ରାସାୟନିକ ପ୍ରତିକ୍ରିୟା କରି ଲୌହ ଅକ୍‌ସାଇଡ୍ ସୃଷ୍ଟିକରେ । ଏଥ‌ିରେ ଲୁହା ଓ ଅମ୍ଳଜାନ ପରମାଣୁଗୁଡ଼ିକ ଥାଆନ୍ତି ।
(ଘ) ମାଗ୍ନେସିୟମ୍ – ଏହା ଏକ ମୌଳିକ କାରଣ ଏହାକୁ ଭାଙ୍ଗି କ୍ଷୁଦ୍ରତ୍ତମ କଣିକା (ପରମାଣୁ ବା ଅଣୁ)ରେ ବିଭକ୍ତ କଲେ ସେଗୁଡ଼ିକର ଆକାର ଓ ଧର୍ମ ସମାନ ଥାଏ ।
(ଙ) ଅମ୍ଳଜାନ – ଏହା ଏକ ମୌଳିକ କାରଣ ଏକା ପ୍ରକାର ପରମାଣୁକୁ ନେଇ ଗଠିତ ।
(ଚ) ମାଗ୍ନେସିୟମ ଅକସାଇଡ଼ – ଏହା ଏକ ଯୌଗିକ କାରଣ ମାଗ୍ନେସିୟମ ଓ ଅମ୍ଳଜାନ ରାସାୟନିକ ପ୍ରତିକ୍ରିୟା ଦ୍ଵାରା ନିର୍ଦ୍ଦିଷ୍ଟ ଅନୁପାତରେ ସଂଯୁକ୍ତ ହୋଇ ମାଗ୍ନେସିୟମ ଅକସାଇଡ୍ ଗଠନ କରନ୍ତି ।

Question 6.
ସାରଣୀ ୮.୩ରେ ନିମ୍ନଲିଖତ ପଦାର୍ଥଗୁଡ଼ିକୁ ମୌଳିକ, ଯୌଗିକ କିମ୍ବା ମିଶ୍ରଣ ଭାବରେ ଅଲଗା କର । ଅଙ୍ଗାରକାମ୍ଳ, କାଦୁଅ ଜ୍ଵାଳ, ମାଗ୍ନେସିୟମ୍ ଅକ୍‌ସାଇଡ୍, ସମୁଦ୍ରଜଳ, ବାଲି, ବାୟୁ, ଗ୍ଲୁକୋଜ, ଲୌହ ସଲଫାଇଡ଼, କଳଙ୍କି, ଅମ୍ଳଜାନ, ସୁନା, ଏଲୁମିନିୟମ୍, ଫଳରସ, ଯବକ୍ଷାରଜାନ, ସଲ୍‌ଫର, ସୋଡ଼ିୟମ୍‌ କ୍ଲୋରାଇଡ଼, ଉଦ୍‌ଜାନ, ଖାଇବାସୋଡ଼ା ।
Answer:
ସାରଣୀ ୮.୩

ମୌଳିକ ଯୌଗିକ ମିଶ୍ରଣ
ଅମ୍ଳଜାନ ଅଙ୍ଗାରକାମ୍ଳ କାଦୁଅ ଜଳ
ସୁନା ମାଗ୍ନେସିୟମ୍ ଅକସାଇଡ୍ ସମୁଦ୍ରଜଳ
ଆଲୁମିନିୟମ୍ ଗ୍ଲୁକୋଜ ବାଲି
ଯବକ୍ଷାରଜାନ ଲୌହ ସଲ୍‌ଫାଇଡ଼୍ ଫଳରସ
ସଲଫର କଳଙ୍କି ବାୟୁ
ସୋଡ଼ିୟମ୍‌ କ୍ଲୋରାଇଡ୍
ଖାଇବା ସୋଡ଼ା

Question 7.
ଯେତେବେଳେ ଲୁହାଗୁଣ୍ଡ ଓ ସଲଫର ପାଉଡ଼ର ଗରମ କରାଯାଏ, ସେତେବେଳେ କେଉଁ ନୂଆ ପଦାର୍ଥ ସୃଷ୍ଟିହୁଏ ? ତାହା ମୂଳ ମିଶ୍ରଣଠାରୁ କିପରି ଭିନ୍ନ ? ସଂଯୁକ୍ତ ପ୍ରତିକ୍ରିୟା ପାଇଁ ଶବ୍ଦ ସମୀକରଣ ଲେଖ ।
Answer:
(i) ଯେତେବେଳେ ଲୁହାଗୁଣ୍ଡ ଓ ସଲଫର ପାଉଡ଼ର ଗରମ କରାଯାଏ, ସେତେବେଳେ ଆଇରନ୍ ସଲଫାଇଡ୍ ନାମକ ଏକ କଳାରଙ୍ଗର ଯୌଗିକ ସୃଷ୍ଟିହୁଏ ।
(ii) ଉତ୍ପନ୍ନ ଆଇରନ ସଲ୍‌ଫାଇଡ୍, ଲୁହାଗୁଣ୍ଡ ଓ ସଲ୍ଫର ପାଉଡ଼ରର ମୂଳ ମିଶ୍ରଣଠାରୁ ଭିନ୍ନ । ଆଇରନ ସଲଫାଇଡ଼, ଆଇରନ୍ ଓ ସଲ୍‌ଫରର ରାସାୟନିକ ପ୍ରତିକ୍ରିୟାଦ୍ଵାରା ଗଠିତ ହେବାରୁ ଏହା ଯୌଗିକ ଏବଂ ଏହାର ରଙ୍ଗ କଳା ହୁଏ ।
(iii) କିନ୍ତୁ ମୂଳ ମିଶ୍ରଣରେ ଲୁହାଗୁଣ୍ଡ ଧୂସର ଓ ସଲଫର୍ ପାଉଡ଼ର (ହଳଦିଆ) ନିଜ ନିଜର ଧର୍ମ ବଜାୟ ରଖୁଥାଆନ୍ତି । ତେଣୁ ମୂଳ ମିଶ୍ରଣଟି ଯୌଗିକ ନୁହେଁ । ମୂଳ ମିଶ୍ରଣରେ ଖଣ୍ଡେ ଚୁମ୍ବକ ଚଳାଇଲେ ଲୁହାଗୁଣ୍ଡଗୁଡ଼ିକ ଆକର୍ଷିତ ହୋଇ ସଲଫରଠାରୁ ଅଲଗା ହୋଇଯାଏ କିନ୍ତୁ ଆଇରନ୍ ସଲ୍‌ଫାଇଡ୍ କ୍ଷେତ୍ରରେ ଚୁମ୍ବକୀୟ ବଳ କାର୍ଯ୍ୟକରେ ନାହିଁ । ଆଇରନ ସଲ୍‌ଫାଇଡ୍ ଗଠନ ସହ ସଂପୃକ୍ତ ପ୍ରତିକ୍ରିୟାର ଶବ୍ଦ ସମୀକରଣ ହେଲା ·
(v) ଆଇରନ + ସଲଫର → ଆଇରନ୍ ସଲଫାଇଡ୍

Question 8.
ଏକ ପଦାର୍ଥକୁ ମୌଳିକ ଏବଂ ଯୌଗିକ ଉଭୟ ଭାବରେ ଅଲଗା କରିବା ସମ୍ଭବ କି ? କାହିଁକି କିମ୍ବା କାହିଁକି ନୁହେଁ ଲେଖ ।
Answer:
ଏକ ପଦାର୍ଥକୁ ମୌଳିକ ଏବଂ ଯୌଗିକ ଉଭୟ ଭାବରେ ବିବେଚନା କରିବା ସମ୍ଭବ ନୁହେଁ । ମୌଳିକ ଏକ ପ୍ରକାର କଣିକା(ପରମାଣୁ) ଗୁଡ଼ିକୁ ନେଇ ଗଠିତ । ଯୌଗିକର କ୍ଷୁଦ୍ରତ୍ତମ କଣିକାରେ ଏକାଧ୍ଯକ ମୌଳିକର କଣିକାଗୁଡ଼ିକ (ପରମାଣୁ) ଥାଆନ୍ତି । ମୌଳିକର ଧର୍ମ ଯୌଗିକର ଧର୍ମଠାରୁ ପୃଥକ ଅଟେ । ତେଣୁ ମୌଳିକ ଏବଂ ଯୌଗିକ ଉଭୟ ବିଶୁଦ୍ଧ ପଦାର୍ଥ ହେଲେ ମଧ୍ୟ ଗଠନ ଓ ଧର୍ମ ଦୃଷ୍ଟିକୋଣରୁ ସେମାନେ ଦୁଇଟି ଭିନ୍ନ ପଦାର୍ଥ ଅଟନ୍ତି ।

Question 9.
ଜଳ ଯଦି ଗୋଟିଏ ଯୌଗିକ ନହୋଇ ଉଦ୍‌ଜାନ ଓ ଅମ୍ଳଜାନର ମିଶ୍ରଣ ହୋଇଥାନ୍ତା, ତେବେ ଆମର ଦୈନନ୍ଦିନ ଜୀବନ କିପରି ପ୍ରଭାବିତ ହୁଅନ୍ତା ?
Answer:
ଜଳ ଯଦି ଗୋଟିଏ ଯୌଗିକ ନ ହୋଇ ଉଦ୍‌ଜାନ ଓ ଅମ୍ଳଜାନର ମିଶ୍ରଣ ହୋଇଥାନ୍ତା ତେବେ ଏହାକୁ ଆୟତ୍ତ କରିବା ସହଜ ହୋଇନଥାନ୍ତା । ଉଦ୍‌ଜାନ ଦହନଶୀଳ ଓ ଅମ୍ଳଜାନ ଦହନରେ ସହାୟକ ହେତୁ ଟିକିଏ ଅଗ୍ନି ସଂଯୋଗରେ ଆସି ବିସ୍ଫୋରଣ ସୃଷ୍ଟି କରନ୍ତା । ଅନ୍ୟପକ୍ଷରେ ଜଳ ହିଁ ଜୀବନ ଓ ସମସ୍ତ ଜୀବଜଗତ ବଞ୍ଚି ରହିବା ପାଇଁ ଅତ୍ୟାବଶ୍ୟକ ବସ୍ତ୍ର । ଜଳ ନଥିଲେ ଜୀବଜଗତ ତିଷ୍ଠି ରହି ପାରନ୍ତା ନାହିଁ ।

Question 10.
ଚିତ୍ର ୮.୨୪ ବିଶ୍ଳେଷଣ କର । ଗ୍ୟାସଟିକୁ ଚିହ୍ନଟ କର । ରାସାୟନିକ ପ୍ରତିକ୍ରିୟାର ସମୀକରଣ ମଧ୍ୟ ଲେଖ ।
Class 8 Science Chapter 8 Question Answer Odia Medium ପଦାର୍ଥର ପ୍ରକୃତି ମୌଳିକ, ଯୌଗିକ ଓ ମିଶ୍ରଣ 1
Answer:
(i) ଷ୍ଟାଣ୍ଡ୍‌ରେ ରଖାଯାଇଥ‌ିବା ଗୋଟିଏ ପରୀକ୍ଷା ନଳୀ ଭିତରେ ଲୌହଗୁଣ୍ଡ ନିଆଯାଇ ଏହା ମଧ୍ୟକୁ ଲଘୁ ଲବଣାମ୍ଳ ପ୍ରବେଶ କରାଯାଇଛି । ପରୀକ୍ଷା ନଳୀକୁ କର୍କଦ୍ଵାରା ବନ୍ଦକରି କର୍କ ମଧ୍ୟରେ ସରୁ କାଚନଳୀ ଭର୍ତ୍ତି କରାଯାଇଛି ।
(ii) ଏଠାରେ ଲୌହଗୁଣ୍ଡ ଓ ଲଘୁ ଲବଣାମ୍ଳ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଘଟିବ ।
ଉତ୍ପନ ଗ୍ୟାସଟିକୁ ଜଳାଇଲେ ଏହା ‘ପପ୍’ ଶବ୍ଦ କରି ଜଳିବ । ଏଣୁ ଏହା ଉଦ୍‌ଜାନ ଗ୍ୟାସ ।
ପରୀକ୍ଷାନଳୀ ଭିତରେ ଆଇରନ୍ କ୍ଲୋରାଇଡ୍ ଲବଣ ସୃଷ୍ଟିହେବ ଲୁହା + ଲଘୁ ଲବଣାସ୍କ → ଆଇରନ୍ କ୍ଲୋରାଇଡ୍ + ଉଦ୍‌ଜାନ

Question 11.
କେବଳ ଅଧାତୁରୁ ତିଆରି ଯେକୌଣସି ଦୁଇଟି ଯୌଗିକର ନାମ ଲେଖୁ ପ୍ରତ୍ୟେକର ଦୁଇଟି ବ୍ୟବହାର ଲେଖ ।
Answer:
(କ) କାର୍ବନ ଓ ଅମ୍ଳଜାନରୁ ତିଆରି ଯୌଗିକ କାର୍ବନ ଡାଇଅକ୍‌ସାଇଡ୍
କାର୍ବନ + ଅମ୍ଳଜାନ → କାର୍ବନ ଡାଇଅକ୍‌ସାଇଡ୍
(i) ଉଭିଦମାନେ ଖାଦ୍ୟ ପ୍ରସ୍ତୁତିପାଇଁ ଅଙ୍ଗାରକାମ୍ଳ ବ୍ୟବହାର କରନ୍ତି ।
(ii) ଅଗ୍ନି ନିର୍ବାପକ ଯନ୍ତ୍ରରେ ଅଙ୍ଗାରକାମ୍ଳ ଗ୍ୟାସ ଉତ୍ପନ୍ନ ହୋଇ ନିଆଁକୁ ଆୟତ କରେ ।

(ଖ) ଉଦ୍‌ଜାନ ଓ ଅମ୍ଳଜାନର ରାସାୟନିକ ସଂଯୋଗରୁ ଉତ୍ପନ୍ନ ଯୌଗିକଟି ହେଉଛି ଜଳ । ଉଦ୍‌ଜାନ + ଅମ୍ଳଜାନ → ଜଳ
(i) ବଞ୍ଚି ରହିବାପାଇଁ ଜୀବଜଗତ ଜଳ ଆବଶ୍ୟକ କରେ ।
(ii) ଜଳଦ୍ଵାରା ଲୁଗାପଟା ସଫା କରାଯାଏ ଓ କଳକାରଖାନାରେ ବ୍ୟବହାର କରାଯାଏ ।

Question 12.
ସୁନାକୁ ଖଣିଜ ଓ ଧାତୁ ଉଭୟ ଭାବରେ କିପରି ବର୍ଗୀକୃତ କରାଯାଇପାରିବ ?
Answer:
ସୁନା ଖଣିରୁ ଉତ୍ତୋଳନ କରାଯାଏ, ଏହା ସର୍ବନିମ୍ନ ପ୍ରତିକ୍ରିୟାଶୀଳ ଧାତୁ ହେତୁ ଏହାକୁ ମୂଳ ଖଣିଜ (Native metal) କହନ୍ତି । ଏଣୁ ସୁନା ଏକ ଖଣିଜ ।
ସୁନା ଏକ ଧାତୁ କାରଣ ଏହା
ଧାତୁର ସମସ୍ତ ଭୌତିକ ଧର୍ମ ଧାରଣ କରେ । ତନ୍ୟତା, ନମନିୟତା, ଔଜଲ୍ୟତା, ଗୁଣଗୁଡ଼ିକ ଏହାକୁ ମୂଲ୍ୟବାନ ଧାତୁ ରୂପେ ପରିଗଣିତ କରେ ।

ଅତିରିକ୍ତ ଅଭ୍ୟାସ ପ୍ରଶ୍ନୋତ୍ତର

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

(କ) ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

Question 1.
ଯେଉଁ ପଦାର୍ଥରେ ଥିବା ଭିନ୍ନ ଭିନ୍ନ ଉପାଦାନଗୁଡ଼ିକ ନିଜ ନିଜର ଧର୍ମକୁ ଅକ୍ଷୁର୍ଣ୍ଣ ରଖୁଥାଆନ୍ତି ତାହାକୁ କ’ଣ କହନ୍ତି ?
Answer:
ମିଶ୍ରଣ

Question 2.
କେଉଁ ପଦାର୍ଥରେ ଉପାଦାନଗୁଡ଼ିକ ରାସାୟନିକ ପ୍ରତିକ୍ରିୟା କରନ୍ତି ନାହିଁ ?
Answer:
ମିଶ୍ରଣ

Question 3.
କେଉଁ ମିଶ୍ରଣର ଉପାଦାନଗୁଡ଼ିକୁ ଖାଲି ଆଖରେ କିମ୍ବା ବର୍ଷକ କାଚରେ ଦେଖିବା ସମ୍ଭବ ହୁଏ ?
Answer:
ଅସମତୁଲ ମିଶ୍ରଣ

Question 4.
ଯେଉଁ ମିଶ୍ରଣରେ ଉପାଦାନଗୁଡ଼ିକ ସମଭାବରେ ବଣ୍ଟନ ହୋଇଥାଆନ୍ତି ଏବଂ ସେଗୁଡ଼ିକୁ ପୃଥକ ଭାବେ ଚିହ୍ନିବା ସମ୍ଭବ ନୁହେଁ, ତାହାକୁ କ’ଣ କହନ୍ତି ?
Answer:
ସମତୁଲ ମିଶ୍ରଣ

Question 5.
ଏଲୟ କି ପ୍ରକାର ମିଶ୍ରଣ ?
Answer:
ଉ- ସମତୁଲ

Question 6.
କଳଙ୍କିହୀନ ଇସ୍ପାତ କେଉଁ କେଉଁ ପଦାର୍ଥର ସମତୁଲ ମିଶ୍ରଣ ?
Answer:
ଲୁହା, ନିକେଲ, କ୍ରୋମିୟମ ଏବଂ ଅଳ୍ପପରିମାଣର କାର୍ବନ

Question 7.
ପିତଳ କେଉଁ କେଉଁ ପଦାର୍ଥର ମିଶ୍ରଧାତୁ ?
Answer:
ତମ୍ବା ଓ ଦସ୍ତା

Class 8 Science Chapter 8 Question Answer Odia Medium ପଦାର୍ଥର ପ୍ରକୃତି: ମୌଳିକ, ଯୌଗିକ ଓ ମିଶ୍ରଣ

Question 8.
ବ୍ରୋଞ୍ଜ ବା କାଂସ୍ୟ କେଉଁ ଦୁଇଟି ପଦାର୍ଥର ସମତୁଲ ମିଶ୍ରଣ ?
Answer:
ତମ୍ବା ଓ ଟିଣ

Question 9.
ପ୍ରାଚୀନ ଭାରତୀୟ ଗ୍ରନ୍ଥରେ ଏଲୟଗୁଡ଼ିକ କ’ଣ ଭାବରେ ବ୍ୟବହୃତ ହେଉଥିଲା ?
Answer:
ଔଷଧ

Question 10.
ପ୍ରାଚୀନ ଭାରତରେ ହଜମ ବୃଦ୍ଧି ଓ ରୋଗପ୍ରତିରୋଧ ଶକ୍ତି ସୃଷ୍ଟିପାଇଁ କେଉଁ ଏଲୟର ବ୍ୟବହାର ଥିଲା ?
Answer:
ବ୍ରୋଞ୍ଜ

Question 11.
ଏଲୟ କାହିଁକି ପ୍ରସ୍ତୁତ କରାଯାଏ ?
Answer:
ଶକ୍ତତା ବୃଦ୍ଧି, ସ୍ଥାୟିତ୍ଵ ବୃଦ୍ଧି ଓ କ୍ଷୟ ପ୍ରତିରୋଧ ପାଇଁ

Question 12.
କଲିଚୂନ (quick lime)ର ରାସାୟନିକ ନାମ କ’ଣ ?
Answer:
କ୍ୟାଲସିୟମ ଅକସାଇଡ୍

Question 13.
କ୍ୟାଲସିୟମ ଅକସାଇଡ୍ ଜଳ ସହ ପ୍ରତିକ୍ରିୟା କଲେ କ’ଣ ଉତ୍ପନ୍ନ ହୁଏ ?
Answer:
କ୍ୟାଲସିୟମ ହାଇଡ୍ରିକ୍‌ସାଇଡ୍ (Lime water)

Question 14.
କ୍ୟାଲସିୟମ୍ ହାଇଡ୍ରିକସାଇଡ୍ ଉତ୍ପନ୍ନ ବେଳେ ତାପଶକ୍ତିର କି ପରିବର୍ତ୍ତନ ଦେଖାଯାଏ ?
Answer:
ତାପ ଉତ୍ପନ୍ନ ହୁଏ ।

Question 15.
କ୍ୟାଲସିୟମ ହାଇଡ୍ରିକସାଇଡ୍ ଦ୍ରବଣ ଉପରେ ଅଙ୍ଗରାରକାମ୍ଳ ପ୍ରତିକ୍ରିୟା କଲେ କ’ଣ ଉତ୍ପନ୍ନ ହୁଏ ?
Answer:
କ୍ୟାଲସିୟମ୍ କାର୍ବୋନେଟ୍

Question 16.
ଅଙ୍ଗାରକାମ୍ଳ, କ୍ୟାଲସିୟମ୍ ହାଇଡ୍ରେକସାଇଡ଼ର ରଙ୍ଗରେ କି ପରିବର୍ତ୍ତନ ଆଣେ ?
Answer:
ଦ୍ରବଣକୁ ଦୁଧୂ ରଙ୍ଗ କରେ ।

Question 17.
ଶୂନ୍ୟସ୍ଥାନ ପୂରଣ କର ।
କ୍ୟାଲସିୟମ୍ ହାଇଡ୍ରେକସାଡ଼୍ + କାର୍ବନ ଡାଇଅକ୍‌ସାଡ୍ → କ୍ୟାଲସିୟମ୍‌ କାର୍ବୋନେଟ୍ + ____________
Answer:
ଜଳ

Question 18.
ବାୟୁରେ ବିଭିନ୍ନ ଗ୍ୟାସ ଥିବାବେଳେ କେଉଁ କଣିକା ରହିଥାଏ ?
Answer:
ଧୂଳିକଣା

Question 19.
ବାୟୁର ଗୁଣର ପରିମାପକ କ’ଣ ?
Answer:
ବାୟୁଗୁଣବତ୍ତା ସୂଚକ ବା Air Quality Index (AQI)

Question 20.
କାର୍ବନ୍ ଓ ଅମ୍ଳଜାନରୁ ଗଠିତ କେଉଁ ପଦାର୍ଥ ବସ୍ତୁର ଏକ ପ୍ରଦୂଷକ ?
Answer:
କାର୍ବନ ମନୋକ୍‌ସାଇଡ୍ (CO)

Question 21.
ଅମ୍ଳଜାନ ଏକ ରୂପ ବାୟୁ ପ୍ରଦୂଷକ । ଏହା କ’ଣ ?
Answer:
ଓଜନ (Oη)

Question 22.
ବାୟୁର ୫ଟି ପ୍ରଦୂଷକ ନାମ ଦିଅ ।
Answer:
ଧୂଳିକଣା, କାର୍ବନ୍ ମନୋକ୍‌ସାଇଡ଼, ଓଜନ, ନାଇଟ୍ରୋଜେନ ଅକ୍‌ସାଇଡ୍‌ ଏବଂ ସଲ୍‌ଫର୍‌ ଡାଇଅକ୍‌ସାଇଡ୍

Question 23.
ଗ୍ୟାସ୍ ଓ ଗ୍ୟାସ୍‌ର ସମତୁଲ ମିଶ୍ରଣ କିଏ ?
Answer:
ବାୟୁ

Question 24.
ଗ୍ୟାସ୍ ଓ ତରଳର ସମତୁଲ ମିଶ୍ରଣର ଗୋଟିଏ ଉଦାହରଣ ଦିଅ ।
Answer:
ସୋଡ଼ାପାଣି

Question 25.
ତରଳ ଓ ତରଳର ସମତୁଲ ମିଶ୍ରଣର ଏକ ଉଦାହରଣ ଦିଅ ।
Answer:
ଭିନେଗାର । ଏହା ଏସିଟିକ୍ ଏସିଡ୍ ଓ ଜଳର ମିଶ୍ରଣ ।

Question 26.
ଦୁଇଟି କଠିନ ପଦାର୍ଥର ସମତୁଲ ମିଶ୍ରଣର ଉଦାହରଣ ଦିଅ ।
Answer:
ବେକିଂ ପାଉଡ଼ର (ବେକିଂ ସୋଡ଼ା ଓ ଟାର୍ଟାରିକ୍ ଏସିଡ୍‌ର ମିଶ୍ରଣ)
ଏଲୟ (ଦୁଇ ବା ତତୋଧ୍ଵକ ଧାତୁ ବା ଧାତୁ + ଅଧାତୁର ମିଶ୍ରଣ)

Question 27.
ଉତ୍ପାଦିତ ବସ୍ତର ଗୁଣାତ୍ମକ ମାନ କିପରି କ୍ଷୟହୁଏ ?
Answer:
ଅପମିଶ୍ରଣ

Question 28.
ଏକାପ୍ରକାର କଣିକା (ଆକୃତି ଓ ଧର୍ମ ସମାନ)କୁ ନେଇ ଗଠିତ ପଦାର୍ଥ କ’ଣ ?
Answer:
ବିଶୁଦ୍ଧ ପଦାର୍ଥ

Question 29.
ଜଳର ବିଦ୍ୟୁତ ବିଶ୍ଳେଷଣପାଇଁ ଏଥରେ କ’ଣ ମିଶାଯାଏ ?
Answer:
ଲଘୁ ଗନ୍ଧକାମ୍ଳ

Question 30.
ଜଳର ବିଦ୍ୟୁତ ବିଶ୍ଳେଷଣରୁ ନିର୍ଗତ ଗ୍ୟାସ ଦୁଇଟି ମଧ୍ୟରୁ କାହାର ଆୟତନ ଅଧିକ ?
Answer:
ଉଦ୍‌ଜାନ

Question 31.
ଜଳର ବିଦ୍ୟୁତ ବିଶ୍ଳେଷଣ କେଉଁ ଯନ୍ତ୍ରରେ ହୋଇପାରିବ ?
Answer:
ଭୋଲଟାମିଟର

Question 32.
ଜଳର ବିଦ୍ୟୁତ ବିଶ୍ଳେଷଣବେଳେ କେତେ ଭୋଲଟ୍‌ର ବ୍ୟାଟେରି ଦରକାର ?
Answer:
୯ ଭୋଲଟ୍

Question 33.
ଜଳର ବିଦ୍ୟୁତ ବିଶ୍ଳେଷଣବେଳେ ଉତ୍ପନ ଉଦଜାନ ଓ ଅମ୍ଳଜାନର ଆୟତନର ଅନୁପାତ କେତେ ?
Answer:
୨ : ୧

Question 34.
କେଉ ଗ୍ୟାସ୍ ‘ପପ’ ଶବ୍ଦକରି ଜଳିପାରେ ?
Answer:
ଉଦ୍‌ଜାନ

Question 35.
କେଉଁ ଗ୍ୟାସ୍ ଜଳିବାରେ ସାହାଯ୍ୟ କରେ ?
Answer:
ଅମ୍ଳଜାନ

Question 36.
ଜଳର ବିଦ୍ୟୁତ ବିଶ୍ଳେଷଣରୁ ମିଳୁଥିବା ଗ୍ୟାସ୍ ଜଳୀୟ ବାଷ୍ପ ନୁହେଁ ବୋଲି କିପରି ଜାଣିବ ?
Answer:
ଏହା ଥଣ୍ଡା ହୋଇ ଜଳବିନ୍ଦୁରେ ପରିଣତ ହୁଏନାହିଁ ।

Question 37.
ଜଳର ବିଦ୍ୟୁତ ବିଶ୍ଳେଷଣ କି ପରିବର୍ତ୍ତନ ?
Answer:
ରାସାୟନିକ ପରିବର୍ତ୍ତନ

Question 38.
ଗୋଟିଏ ଉଦ୍‌ଜାନ ଅଣୁରେ କେତୋଟି ପରମାଣୁ ଥାଏ ?
Answer:
ଦୁଇଟି

Question 39.
ଗୋଟିଏ ଓଜନ ଅଣୁରେ କେତୋଟି ପରମାଣୁ ଥାଏ ?
Answer:
ତିନୋଟି

Question 40.
ଧାତୁ ଓ ଅଧାତୁର ମଧ୍ୟବର୍ତ୍ତୀ ଗୁଣ ଧାରଣ କରିଥିବା ମୌଳିକକୁ କ’ଣ କହନ୍ତି ?
Answer:
ଉପଧାତୁ

Class 8 Science Chapter 8 Question Answer Odia Medium ପଦାର୍ଥର ପ୍ରକୃତି: ମୌଳିକ, ଯୌଗିକ ଓ ମିଶ୍ରଣ

Question 41.
ଦୁଇଟି ଉପଧାତୁର ନାମ ଲେଖ ।
Answer:
ବୋରନ, ସିଲିକନ

Question 42.
ମୋଟ ଉପଧାତୁ ସଂଖ୍ୟା କେତେ ?
Answer:
7 ଟି

Question 43.
କେତୋଟି ମୌଳିକ ସାଧାରଣ ତାପମାତ୍ରାରେ ଗ୍ୟାସୀୟ ଅବସ୍ଥାରେ ଅଛନ୍ତି ?
Answer:
୧୧ ଟି

Question 44.
କେଉଁ ଧାତୁ ତରଳ ଅଟେ ?
Answer:
ପାରଦ

Question 45.
କେଉଁ ଅଧାତୁ ତରଳ ଅଟେ ।
Answer:
ବ୍ରୋମିନ୍

Question 46.
କେଉଁ କଠିନ ମୌଳିକ ଦୁଇଟି ୩୦°C ରେ ମଧ୍ୟ ତରଳି ଯାଆନ୍ତି ?
Answer:
ଗାଲିୟମ୍ ଓ ସିଜିୟମ୍

Question 47.
ବର୍ତ୍ତମାନ ସୁଦ୍ଧା ଜଣାଥବା ମୌଳିକ ସଂଖ୍ୟା କେତେ ?
Answer:
୧୧୮

Question 48.
ମୋବାଇଲ ଫୋନ୍‌ରେ କେତୋଟିରୁ ଅଧ୍ବକ ଧାତୁଥାଏ ?
Answer:
୪୫

Question 49.
ସାଧାରଣ ଲୁଣ ଓ ଚିନି କି ପ୍ରକାର ପଦାର୍ଥ ?
Answer:
ଯୌଗିକ

Question 50.
ସୋଡ଼ିୟମ କ୍ଲୋରାଇଡ୍ (ସାଧାରଣ ଲୁଣ)ରେ ସୋଡ଼ିୟମ ଓ କ୍ଲୋରିନ ପରମାଣୁ ସଂଖ୍ୟାର ଅନୁପାତ କେତେ ?
Answer:
୧:୧

Question 51.
ଉତ୍ତପ୍ତ କଲେ ଚିନି ବିଘଟିତ ହୋଇ କେଉଁ ଦୁଇଟି ପଦାର୍ଥ ଦିଏ ?
Answer:
କାର୍ବନ୍ ଓ ଜଳ

Question 52.
ଚିନି କେଉଁ ମୌଳିକ ତିନିଟି ଦ୍ଵାରା ତିଆରି ?
Answer:
କାର୍ବନ, ଉଦ୍‌ଜାନ ଓ ଅମ୍ଳଜାନ

Question 53.
ଲୁହାଗୁଣ୍ଡ ଓ ସଲଫର ପାଉଡ଼ର ମିଶାଇ ଉତ୍ତପ୍ତ କଲେ କେଉଁ ପଦାର୍ଥ ତିଆରି ହୁଏ ?
Answer:
ଆଇରନ ସଲ୍‌ଫାଇଡ୍

Question 54.
ଆଇରନ ସଲ୍‌ଫାଇଡ୍ ଲଘୁ ଲବଣାମ୍ଳ ସହ ପ୍ରତିକ୍ରିୟା କଲେ କ’ଣ ଉତ୍ପନ୍ନ ହୁଏ ?
Answer:
ଆଇରନ କ୍ଲୋରାଇଡ୍ ଓ ହାଇଡ୍ରୋଜେନ ସଲ୍‌ଫାଇଡ୍

Question 55.
ହାଇଡ୍ରୋଜେନ ସଲ୍‌ଫାଇଡ୍‌ର ଗନ୍ଧ କିପରି ?
Answer:
ପଚା ଅଣ୍ଡାଯୁକ୍ତ ଗନ୍ଧ

Question 56.
ଲୁହା ଲଘୁ ଲବଣାସ୍କ ସହ ପ୍ରତିକ୍ରିୟା କଲେ କ’ଣ ମିଳେ ?
Answer:
ଆଇଗନ୍ କ୍ଲୋରାଇଡ୍ ଏବଂ ଉଦ୍‌ଜାନ

Question 57.
ଆଇରନ ସଲଫାଇଡ୍ ଓ ଲଘୁ ଲବଣାମ୍ଳ ମଧ୍ୟରେ ରାସାୟନିକ ପ୍ରତିକ୍ରିୟାର ଶବ୍ଦ ସମୀକରଣ ଲେଖ ।
Answer:
ଆଇରନ୍ ସଲଫାଇଡ୍ + ଲଘୁ ଲବଣାସ୍କ → ଆଇରନ କ୍ଲୋରାଇଡ଼ + ହାଇଡ୍ରୋଜେନ୍‌ ସଲ୍‌ଫାଇଡ୍

Question 58.
ଲୁହା ଓ ଲଘୁ ଲବଣାମ୍ଳ ମଧ୍ୟରେ ପ୍ରତିକ୍ରିୟାର ଶବ୍ଦ ସମୀକରଣ କ’ଣ ?
Answer:
ଆଇରନ + ଲଘୁ ଲବଣାମ୍ଳ → ଆଇରନ୍ କ୍ଲୋରାଇଡ୍ + ଉଦ୍‌ଜାନ

Question 59.
କେଉଁ ପଦାର୍ଥ ଜଳରୁ ତେଲସ୍ତର ଅଲଗା କଲେ ?
Answer:
ଗ୍ରାଫିନ୍ ଏରୋଜେଲ୍

Question 60.
ମୂଳ ଖଣିଜ (Native Meineral) କିଏ ?
Answer:
ସୁନା, ରୂପା, ପ୍ଲାଟିନମ୍

Question 61.
ଧୋକ୍ରା ଆର୍ଟରେ କେଉଁ କେଉଁ ଏଲୟ ବ୍ୟବହାର କରାଯାଏ ?
Answer:
ତରଳ, ପିତଳ ଓ ବ୍ରୋଞ୍ଜ

Question 62.
ଧୋକ୍ରା ଆର୍ଟ କେଉଁ କେଉଁ ରାଜ୍ୟରେ ଆଦୃତ ଥିଲା ?
Answer:
ବିହାର, ଓଡ଼ିଶା

ଖ) ଚାରୋଟି ବିକଳ୍ପ ଉତ୍ତର ମଧ୍ଯରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
କେଉଁ ପଦ୍ଧତିରେ ମିଶ୍ରଣର ଉପାଦାନଗୁଡ଼ିକୁ ସେମାନଙ୍କର ରାସାୟନିକ ପ୍ରକୃତିକୁ ନ ବଦଳାଇ ପୃଥକ କରାଯାଇ ପାରିବ?
(a) ରାସାୟନିକ ପ୍ରତିକ୍ରିୟା
(b) ଭୌତିକ ପଦ୍ଧତି
(c) ବୈଦ୍ୟୁତିକ ପଦ୍ଧତି
(d) ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
Answer:
(b) ଭୌତିକ ପଦ୍ଧତି

Question 2.
ଯେତେବେଳେ ଦୁଇ କିମ୍ବା ଅଧୂକ ପଦାର୍ଥ ମିଶ୍ରିତ ହୋଇ ଗୋଟିଏ ମିଶ୍ରଣ ଗଠନ କରନ୍ତି ସେତେବେଳେ
ପଦାର୍ଥଗୁଡ଼ିକର ମୂଳଧର୍ମରେ କ’ଣ ଘଟେ ?
(a) ନୂଆ ପଦାର୍ଥ ତିଆରି ହୁଏ
(b) ମୂଳ ଧର୍ମ ପରିବର୍ତ୍ତିତ ହୁଏ
(c) ମୂଳଧର୍ମ ପୂର୍ବପରି ରହେ
(d) ସର୍ବଦା ସଂପୂର୍ଣ୍ଣ ଭାବେ ଦ୍ରବୀଭୂତ ହୋଇଯାଏ
Answer:
(c) ମୂଳଧର୍ମ ପୂର୍ବପରି ରହେ

Question 3.
ଜଣେ ଛାତ୍ର ଚିନି ଦ୍ରବଣ ତିଆରିକରି ଚିନିକୁ ପୃଥକ କରିବାକୁ ଜଳର ବାଷ୍ପୀକରଣ କଲା । ଏହି ପଦ୍ଧତି କି ପ୍ରକାର ଅଟେ ?
(a) ଗୋଟିଏ ଯୌଗିକ ଭାଙ୍ଗି ମୌଳିକ ହେବା
(b) ଭୌତିକ ଉପାୟରେ ମିଶ୍ରଣର ପୃଥକୀ କରଣ
(c) ଗୋଟିଏ ରାସାୟନିକ ପରିବର୍ତ୍ତନ
(d) ନୂତନ ପଦାର୍ଥର ସୃଷ୍ଟି
Answer:
(b) ଭୌତିକ ଉପାୟରେ ମିଶ୍ରଣର ପୃଥକୀ କରଣ

Question 4.
ନିମ୍ନଲିଖତ ପଦାର୍ଥଗୁଡ଼ିକ ମଧ୍ୟରୁ କେଉଁଟି ସର୍ବୋତ୍ତମ ମିଶ୍ରଣ ?
(a) ଜଳ
(b) ବାୟୁ
(c) ଉଦ୍‌ଜାନ
(d) ଅଙ୍ଗାରକାମ୍ଳ
Answer:
(b) ବାୟୁ

Question 5.
ନିମ୍ନଲିଖତ ମିଶ୍ରଣଗୁଡ଼ିକ ମଧ୍ୟରୁ କେଉଁଟି ସମତୁଲ ମିଶ୍ରଣ ?
(a) ପରିବା ସାଲଡ଼୍
(b) ବାଲି ଏବଂ ଜଳ
(c) ଯବକ୍ଷାରଜାନରେ ଅମ୍ଳଜାନ
(d) ବାଲିକଣା ଓ ଧୂଳି
Answer:
(c) ଯବକ୍ଷାରଜାନରେ ଅମ୍ଳଜାନ

Question 6.
ନିମ୍ନଲିଖୁ କେଉଁ ମିଶ୍ରଣରେ ଉପାଦାନଗୁଡ଼ିକ ସହଜରେ ଜାଣିହୁଏ ଏବଂ ମିଶ୍ରଣଟିରେ ଉଦାନଗୁଡ଼ିକର ସମଭାବରେ ବଣ୍ଟନ ହୋଇନଥାଏ ?
(a) ତମ୍ବା ଓ ଦସ୍ତାର ମିଶ୍ରଧାତୁ
(b) ଚିନି ଓ ଜଳର ଦ୍ରବଣ
(c) ବାଲି ଓ ଲୁହାଗୁଣ୍ଡ
(d) ବନ୍ଦ ଥ‌ିବା ବୋତଲ ମଧ୍ୟରେ ବାୟୁ
Answer:
(c) ବାଲି ଓ ଲୁହାଗୁଣ୍ଡ

Question 7.
ବ୍ରୋଞ୍ଜ, ତମ୍ବା ଓ ଟିଣରୁ ତିଆରି । ଯଦି ଗୋଟିଏ ବ୍ରୋଞ୍ଜ ମୂର୍ତ୍ତିକୁ ଭାଙ୍ଗି ଦିଆଯାଏ, ଭଗ୍ନଅଂଶ ଗୁଡ଼ିକ କ’ଣ ହେବେ ?
(a) ଗୋଟିଏ ନୂତନ ଯୌଗିକ
(b) ଗୋଟିଏ ମୌଳିକ
(c) ଗୋଟିଏ ଭୌତିକ ସମତୁଲ ମିଶ୍ରଣ
(d) ଗୋଟିଏ ଦ୍ରବଣ
Answer:
(c) ଗୋଟିଏ ଭୌତିକ ସମତୁଲ ମିଶ୍ରଣ

Question 8.
ଚୂନପାଣି (କ୍ୟାଲସିୟମ ହାଇଡ୍ରେକ୍‌ସାଇଡ୍) କେଉଁଗ୍ୟାସ୍ ସଂସ୍ପର୍ଶରେ ଆସିଲେ ରାସାୟନିକ ପ୍ରତିକ୍ରିୟା କରି ଦୁଆ (Milky) ରଙ୍ଗ ଧାରଣ କରେ ?
(a) ଯବକ୍ଷାରଜାନ
(b) ଅମ୍ଳଜାନ
(c) ଅଙ୍ଗାରକାମ୍ଳ
(d) ଆର୍ଗନ
Answer:
(c) ଅଙ୍ଗାରକାମ୍ଳ

Question 9.
କ୍ଷୁଦ୍ର ଧୂଳିକଣା ଯେଉଁଗୁଡ଼ିକ ଘରଭିତରେ ଏବଂ ବାହାରେ ବାୟୁରେ ଭାସୁଥିବାର କିମ୍ବା ଝୁଲି ରହିଥ‌ିବାର ଦେଖାଯାଏ, ସେଗୁଡ଼ିକ ହେଉଛି
(a) ବାୟୁର ଉପାଦାନ
(b) ସମତୁଲ ଗ୍ୟାସୀୟ ମିଶ୍ରଣର ଅଂଶ
(c) ପ୍ରଦୂଷକ
(d) ଗ୍ୟାସୀୟ କଣିକା
Answer:
(c) ପ୍ରଦୂଷକ

Question 10.
ଅରୁଣ ବିଜ୍ଞାନାଗାରରେ ଜଳର ବିଭିନ୍ନ ବିଶେଷଣ କଲା । ସେ ଦୁଇଟି ପରୀକ୍ଷା ନଳରେ ଭିନ୍ନ ଭିନ୍ନ ବାଷ୍ପ ସଂଗ୍ରହ କଲା । ଗୋଟିଏ ବାଷ୍ପ ପାଖରେ ଜଳତା ମହମବତୀ ଦେଖାଇବାରୁ ଏହା ‘ପଦ’ ଶବ୍ଦକୁ ଜଳି ଉଠିଲା ଏବଂ ଅନ୍ୟ ବାଷ୍ପଟି ପାଖରେ ମହମବତୀଟି ଆଣିବା ହେବା ଜଳିଥିଲା । ଏହି ପର୍ଯ୍ୟବେକ୍ଷଣ କ’ଣ ସୂଚାଏ ?
(a) ଉଭୟ ପରୀକ୍ଷା ନଳୀରେ ଅଙ୍ଗାରକାମ୍ଳ ଥିଲା ।
(b) ପ୍ରଥମ ଗ୍ୟାସ୍‌ଟି ଉଦ୍‌ଜାନ ଏବଂ ଦ୍ଵିତୀୟଟି ଅମ୍ଳଜାନ ।
(c) ପ୍ରଥମ ଗ୍ୟାସ୍‌ ଅମ୍ଳଜାନ ଏବଂ ଦ୍ୱିତୀୟଟି ଉଦ୍‌ଜାନ ।
(d) ଉଭୟ ଗ୍ୟାସ୍ ହେଉଛି ଜଳୀୟବାଷ୍ପ ।
Answer:
(b) ପ୍ରଥମ ଗ୍ୟାସ୍‌ଟି ଉଦ୍‌ଜାନ ଏବଂ ଦ୍ଵିତୀୟଟି ଅମ୍ଳଜାନ ।

Question 11.
ମନେକର ଜଳ ହେଉଛି ଉଦ୍‌ଜାନ ଓ ଅମ୍ଳଜାନ ଗ୍ୟାସର ଏକ ମିଶ୍ରଣ । ତେବେ ଜଳର ପ୍ରକୃତି କ’ଣ ?
(a) ଜଳ ନିଆଁକୁ ଲିଭାଇଦିଏ ।
(b) ଏହା ସର୍ବଦା ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଫୁଟିଥାଏ ।
(c) ଅଗ୍ନିଶିଖା ସଂସ୍ପର୍ଶରେ ଆସିଲେ ଏହା ବିସ୍ପୋରଣ କରେ ।
(d) ଏହା ଅଧ୍ବକ ଚିନି ଦ୍ରବିଭୂତ କରେ ।
Answer:
(c) ଅଗ୍ନିଶିଖା ସଂସ୍ପର୍ଶରେ ଆସିଲେ ଏହା ବିସ୍ପୋରଣ କରେ ।

Class 8 Science Chapter 8 Question Answer Odia Medium ପଦାର୍ଥର ପ୍ରକୃତି: ମୌଳିକ, ଯୌଗିକ ଓ ମିଶ୍ରଣ

Question 12.
ବିଜ୍ଞାନଗାରରେ ଜଳର ବିଦ୍ୟୁତ ବିଶ୍ଳେଷଣ କରିବା ପୂର୍ବରୁ ଜଳରେ ଅଳ୍ପ ପରିମାଣରେ ଲଘୁ ଗନ୍ଧକାମ୍ଳ ମିଶାଯାଏ କାହିଁକି ?
(a) ଏହା ସଲଫର ଗ୍ୟାସ ଦିଏ ।
(b) ଏହା ବିଦ୍ୟୁତ ସ୍ରୋତ ପ୍ରବାହ ବୃଦ୍ଧିକରେ
(c) ଏହା ଅମ୍ଳଜାନର ବିଘଟନ ବନ୍ଦକରେ
(d) ଏହା ଜଳର ସ୍ଫୁଟନାଙ୍କ କମାଇଦିଏ ।
Answer:
(b) ଏହା ବିଦ୍ୟୁତ ସ୍ରୋତ ପ୍ରବାହ ବୃଦ୍ଧିକରେ

Question 13.
ମୌଳିକ ବିଶୁଦ୍ଧ ପଦାର୍ଥ ଯାହା କେଉଁ କ୍ଷୁଦ୍ରତ୍ତମ କଣିକାକୁ ନେଇ ଗଠିତ ?
(a) ଅଣୁ
(b) ପରମାଣୁ
(c) ଆୟନ
(d) ଅବପରମାଣୁ
Answer:
(b) ପରମାଣୁ

Question 14.
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଉପଧାତୁ ?
(a) ବୋରନ
(b) ଅମ୍ଳଜାନ
(c) ସୁନା
(d) ଗନ୍ଧକ
Answer:
(a) ବୋରନ

Question 15.
ଭୌତିକ ଓ ରାସାୟନିକ ଧର୍ମ ଦୃଷ୍ଟିରୁ କେଉଁଟି ଅଧାତୁ ଅଟେ ?
(a) ତମ୍ବା
(b) ଅମ୍ଳଜାନ
(c) ଆଲୁମିନିୟମ୍
(d) ସୁନା
Answer:
(b) ଅମ୍ଳଜାନ

Question 16.
ଜଳ କାହିଁକି ମୌଳିକ କିମ୍ବା ମିଶ୍ରଣ ପରିବର୍ତ୍ତେ ଏକ ରାସାୟନିକ ଯୌଗିକ ?
(a) ଏହା ଭୌତିକ ପଦ୍ଧତିରେ ପୃଥକୀକରଣ କରିହୁଏ ।
(b) ଏହା ରାସାୟନିକ ବନ୍ଧଦ୍ଵାରା ଦୁଇଟି ମୌଳିକର ସଂଯୋଗ ।
(c) ଏହା ଉଦ୍‌ଜାନ ଓ ଅମ୍ଳଜାନର ଧର୍ମ ବଜାୟ ରଖେ ।
(d) ଏହାର ଗଠନର ଭିନ୍ନତା ଥାଏ ।
Answer:
(b) ଏହା ରାସାୟନିକ ବନ୍ଧଦ୍ଵାରା ଦୁଇଟି ମୌଳିକର ସଂଯୋଗ ।

Question 17.
ଭୌତିକ ପଦ୍ଧତିରେ ସାଧାରଣ ଲୁଣ (Sodium Chloride) ରୁ ସୋଡ଼ିୟମ ଏବଂ କ୍ଲୋରିନକୁ ଅଲଗା କରିହୁଏ ନାହିଁ କାହିଁକି ?
(a) ଏହା ଏକ ମିଶ୍ରଣ ।
(b) ଏହା ଏକ ବିଶୁଦ୍ଧ ମୌଳିକ ।
(c) ଏହା ନିର୍ଦ୍ଦିଷ୍ଟ ଅନୁପାତ ଧାରଣ କରିଥିବା ଯୌଗିକ ।
(d) ଏହା ଏକ ମିଶ୍ରଧାତୁ ।
Answer:
(c) ଏହା ନିର୍ଦ୍ଦିଷ୍ଟ ଅନୁପାତ ଧାରଣ କରିଥିବା ଯୌଗିକ ।

Question 18.
ଜୟ ଅନୁଧ୍ୟାନ କଲା ତାଙ୍କ ଶିକ୍ଷକ ଗୋଟିଏ ପରୀକ୍ଷା କଲା ଏବଂ ଜଳବିନ୍ଦୁ ପରୀକ୍ଷା ନଳୀ ମୁହଁରେ ସୃଷ୍ଟି ବୁଝିପାରିଲା ?
(a) ଉଦଜାନ, ଅମ୍ଳଜାନ, କାର୍ବନ
(b) କାର୍ବନ, କ୍ୟାଲସିୟମ, ଗନ୍ଧକ
(c) ଅମ୍ଳଜାନ, ଯବକ୍ଷାରଜାନ, ସୋଡ଼ିୟମ
(d) ଉଦ୍‌ଜାନ, ଯବକ୍ଷାରଜାନ, ଅଙ୍ଗାରକାମ୍ଳ
Answer:
(a) ଉଦଜାନ, ଅମ୍ଳଜାନ, କାର୍ବନ

Question 19.
ନଳୀରେ ଚିନିକୁ ଗରମ କଲେ । ଚିନ କଳାରଙ୍ଗ ଧାରଣ ହେଲା । ଚିନି କେଉଁ ପଦାର୍ଥରୁ ତିଆରି ବୋଲି ଜୟ
(a) ଭୌତିକ ପରି ବର୍ତ୍ତନ
(b) ରାସାୟନିକ ପ୍ରତିକ୍ରିୟାରୁ ଆଇରନ ସଲଫାଇଡ଼୍ ଉତ୍ପନ
(c) ଅସମତୁଲ ମିଶ୍ରଣ ପ୍ରସ୍ତୁତି
(d) କେବଳ ସଲ୍‌ଫର୍‌ର ତରଳନ
Answer:
(b) ରାସାୟନିକ ପ୍ରତିକ୍ରିୟାରୁ ଆଇରନ ସଲଫାଇଡ଼୍ ଉତ୍ପନ

Question 20.
ଜଣେ ରସାୟନବିଜ୍ଞାନବିତ୍ ଲୁହାଗୁଣ୍ଡ ଓ ସଲଫରଗୁଣ୍ଡକୁ ମିଶାଇ ଗରମ କଲେ ଏବଂ ଏହା ଚୁମ୍ବକଦ୍ଵାରା ପ୍ରଭାବିତ ହେଲାନାହିଁ । ଏହି ପରିବର୍ତ୍ତନଟି କ’ଣ ?
(a) କ୍ୱାର୍ଡ
(b) ସୁନା
(c) କାଲ୍‌ ସାଇଟ୍
(d) ଟାଲ୍‌
Answer:
(b) ସୁନା

Question 21.
ନିମ୍ନଲିଖିତ ରେଖା ଶକ୍ତିତ ପ୍ରକୃତିରେ ମୂଳରୂପରେ (Native form) ରେ ମିଳେ ?
(a) ଟାଲ୍‌କ
(b) କ୍ୱାର୍କ
(c) ଗ୍ରାଫିନ୍
(d) ସୀସା
Answer:
(a) ଟାଲ୍‌କ

Question 22.
ଘରକରଣା ଜୀନିଷ ଓ ପ୍ରସାଧନ ସାମଗ୍ରୀ ତିଆରିରେ ବ୍ୟବହୃତ ଟାଲକମ୍ ପାଉଡ଼ର କେଉଁ ପ୍ରାକୃତିକ ଖଣିଜରୁ ପ୍ରସ୍ତୁତ ହୁଏ ?
(a) ଅଭ୍ର
(b) ଟାଲକ
(c) ପାଇରୋକ୍ସିନ୍
(d) କାଲ୍‌ ସାଇଟ୍
Answer:
(b) ଟାଲକ

Question 23.
ଇସା ଗୋଟିଏ ନିର୍ମାଣ ସ୍ଥାନ ପରିଦର୍ଶନ କରି ସେଠାରେ କଂକ୍ରିଟ ଓ ଇସ୍ପାତ ବ୍ୟବହାର ଦେଖୁଲା । ସେଠାକାର ଇଞ୍ଜିନିୟରକୁ ପଚାରିବାରୁ ସେ ପଦାର୍ଥଗୁଡ଼ିକୁ କିପରି ବୁଝାଇଲେ ?
(a) ପଦାର୍ଥଗୁଡ଼ିକ ମୌଳିକ ଏବଂ ଯୋଗିକ
(b) ଭୌତିକ ପଦ୍ଧତି
(c) ପଦାର୍ଥଗୁଡ଼ିକ ମିଶ୍ରଣ
(d) ପଦାର୍ଥଗୁଡ଼ିକ କଠିନ ଧାତୁ
Answer:
(c) ପଦାର୍ଥଗୁଡ଼ିକ ମିଶ୍ରଣ

(ଗ) ଶୂନ୍ୟସ୍ଥାନ ପୂରଣ କର ।

1. ମିଶ୍ରଣର ବିଭିନ୍ନ ଉପାଦାନ ଯଥା କଠିନରୁ କଠିନ କିମ୍ବା ବିଭିନ୍ନ ଆକୃତିର ଦୁଇଟି କଠିନ ପରସ୍ପରଠାରୁ ____________ ପଦ୍ଧତିରେ ଅଲଗା ହୋଇପାରିବେ ।
Answer:
ଭୌତିକ

2. ଯଦି ଏକ ଲବଣ ଜଳରେ ସଂପୂର୍ଣ୍ଣଭାବେ ଦ୍ରବୀଭୂତ ହୋଇଯାଏ ତେବେ ଦ୍ରବଣଟି ____________ ମିଶ୍ରଣ ଅଟେ ।
Answer:
ସମତୁଲ ଅଣୁ

3. ବାୟୁ ଯେକି ଏକାଧ୍ଵ ଗ୍ୟାସ୍‌ର ମିଶ୍ରଣ ଗୋଟିଏ ____________ ମିଶ୍ରଣ ।
Answer:
ସମତୁଲ

4. ପିତଳ ଯାହା ସାଧାରଣତଃ ବୈଦ୍ୟୁତିକ ମରାମତି ଓ ସାଜସଜା ଉପକରଣ ପାଇଁ ବ୍ୟବହାର କରାଯାଏ ଓ ____________ ର ମିଶ୍ରଣ ।
Answer:
ତମ୍ବା, ଦସ୍ତା

5. ଯେତେବେଳେ ତେଲ ଜଳରେ ମିଶି ସମତୁଲ ମିଶ୍ରଣ କରି ନପାରି ଜଳ ଉପରେ ଏକ ପୃଥକ୍ ସ୍ତର ତିଆରି କରେ, ଏହା ସେତେବେଳେ ____________ ଓ ____________ ମିଶ୍ରଣ ହୁଏ ।
Answer:
ତରଳ, ତରଳ

6. ଯୌଗିକର କ୍ଷୁଦ୍ରତମ ଏକକକୁ ____________ କହନ୍ତି ।
Answer:
ଅଣୁ

7. ଯେଉଁ ପ୍ରକାର କେବଳ ଗୋଟିଏ ପ୍ରକାର ପରମାଣୁରେ ଗଠିତ, ତାହାକୁ ____________ କହନ୍ତି ।
Answer:
ମୌଳିକ

8. ସିଲିକନ ମୌଳିକ ଯାହା ସାଧାରଣ ଇଲେକ୍ଟ୍ରୋନିକ ସାମଗ୍ରୀ ଏବଂ ଅର୍ଥ ପରିବାହୀ ଭାବରେ ବ୍ୟବହୃତ ହୁଏ, ତାକୁ ____________ ଶ୍ରେଣୀଭୂକ୍ତ କରାଯାଏ ।
Answer:
ଉପଧାତୁ

9. ଯେଉଁ ମୌଳିକ ଦୁଇଟି ସାଧାରଣ ତାପମାତ୍ରାରେ ତରଳ ଅବସ୍ଥାରେ ଥାଆନ୍ତି, ତାହା ହେଉଛି ____________ ଓ ____________ ।
Answer:
ପାରଦ, ବ୍ରୋମିନ୍

10. ସମୁଦ୍ର ଓ ସ୍ଥଳଭାଗରେ ତୈଳସ୍ତର ସଫାକରିବାପାଇଁ ଯେଉଁ ସ୍ଵତନ୍ତ୍ର ପଦାର୍ଥ ବ୍ୟବହାର କରାଯାଏ ତାହା ହେଉଛି ____________।
Answer:
ଗ୍ରାଫିନ୍ ଏରୋଜେଲ୍

(ଘ) ଉକ୍ତିଗୁଡ଼ିକ ସତ୍ୟ କି ମିଥ୍ୟା

1. ବାଲି ଓ ଲୁଣର ମିଶ୍ରଣ କିମ୍ବା ତେଲ ଓ ଜଳର ମିଶ୍ରଣକୁ କେବଳ ରାସାୟନିକ ପ୍ରତିକ୍ରିୟା ମାଧ୍ୟମରେ ସେଗୁଡ଼ିକର ଉପାଦାନମାନଙ୍କୁ ପୃଥକୀକରଣ କରାଯାଏ ।
Answer:
ମିଥ୍ୟା

2. ଯେତେବେଳେ ଚିନି ଜଳରେ ସଂପୂର୍ଣ୍ଣ ଦ୍ରବୀଭୂତ ହୋଇଯାଏ ଉତ୍ପନ୍ନ ମିଶ୍ରଣଟି ସମତୁଲ ମିଶ୍ରଣ ହୁଏ ।
Answer:
ସତ୍ୟ

3. ବାୟୁମଣ୍ଡଳରେ ଥିବା ବାୟୁ ମୁଖ୍ୟତ ଯବକ୍ଷାରଜାନ ଓ ଅମ୍ଳଜାନର ମିଶ୍ରଣ ଏବଂ ଏହି ଗ୍ୟାସଗୁଡ଼ିକ ରାସାୟନିକ ବନ୍ଧଦ୍ଵାରା ସଂଯୁକ୍ତ ହୋଇଥିବାରୁ ବାୟୁ ଗୋଟିଏ ଯୌଗିକ ପଦାର୍ଥ ।
Answer:
ମିଥ୍ୟା

4. ପଦାର୍ଥର ସରଳ ରୂପରେ ଥ‌ିବା ଉଦଜାନ ଓ କାର୍ବନ ପରି ମୌଳିକଗୁଡ଼ିକ ଭୌତିକ ପଦ୍ଧତି ଯଥା ପରିସ୍ରବଣ କିମ୍ବା ବାଷ୍ପୀକରଣ ପଦ୍ଧତିରେ ଆହୁରି ଭାଙ୍ଗିଯାଇ ସରଳତମ ପଦାର୍ଥରେ ପରିଣତ ହୁଅନ୍ତି ।
Answer:
ମିଥ୍ୟା

5. ଜଳ ଓ ଅଙ୍ଗାରକାମ୍ଳ ପରି ଯୌଗିକଗୁଡ଼ିକ ମୌଳିକ ପରମାଣୁଗୁଡ଼ିକ ନିର୍ଦ୍ଦିଷ୍ଟ ଅନୁପାତରେ ସଂଯୋଗ ଘଟି ସୃଷ୍ଟି ହୋଇଥାଏ ।
Answer:
ସତ୍ୟ

Class 8 Science Chapter 8 Question Answer Odia Medium ପଦାର୍ଥର ପ୍ରକୃତି: ମୌଳିକ, ଯୌଗିକ ଓ ମିଶ୍ରଣ

(ଙ) ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭକୁ ମିଳନ କର ।

Question 1.
ସ୍ତମ୍ଭର ଶବ୍ଦଗୁଡ଼ିକ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦଗୁଡ଼ିକୁ ମିଳନ କରି ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ଜଳ (1) ମୌଳିକ
(b) ସଲ୍‌ଫର୍ (2) ସମତୁଲ ମିଶ୍ରଣ
(c) ବାୟୁ (3) ଯୌଗିକ
(d) ବ୍ରୋଞ୍ଜ (4) ମିଶ୍ରଧାତୁ
(e) ଜଳରେ ମିଶ୍ରିତ ବାଲି (5) ଅସମତୁଲ ମିଶ୍ରଣ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ଜଳ (3) ଯୌଗିକ
(b) ସଲ୍‌ଫର୍ (1) ମୌଳିକ
(c) ବାୟୁ (2) ସମତୁଲ ମିଶ୍ରଣ
(d) ବ୍ରୋଞ୍ଜ (4) ମିଶ୍ରଧାତୁ
(e) ଜଳରେ ମିଶ୍ରିତ ବାଲି (5) ଅସମତୁଲ ମିଶ୍ରଣ

Question 2.
‘କ’ ସ୍ତମ୍ଭ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ତଥ୍ୟକୁ ମିଳନ କର ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ଟାଲ୍‌ କମ୍ (1) ସିମେଣ୍ଟ ତିଆରିରେ ଲାଗେ
(b) କାଲ୍‌ସାଇଟ୍ (2) ଟାଲକମ ପାଉଡ଼ର ତିଆରି ହୁଏ
(c) କ୍ୱାର୍କ (3) ଟାଲକମ୍ ଖଣିଜରୁ ମିଳେ
(d) ସୁନା (4) ମୂଳ ଧାତୁ
(e) ଟାଲ୍‌କମ୍ ପାଉଡ଼ର (5) କାଚ ତିଆରିରେ ଲାଗେ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ଟାଲ୍‌ କମ୍ (2) ଟାଲକମ ପାଉଡ଼ର ତିଆରି ହୁଏ
(b) କାଲ୍‌ସାଇଟ୍ (1) ସିମେଣ୍ଟ ତିଆରିରେ ଲାଗେ
(c) କ୍ୱାର୍କ (5) କାଚ ତିଆରିରେ ଲାଗେ
(d) ସୁନା (4) ମୂଳ ଧାତୁ
(e) ଟାଲ୍‌କମ୍ ପାଉଡ଼ର (3) ଟାଲକମ୍ ଖଣିଜରୁ ମିଳେ

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ରାହୁଲ ଗୋଟିଏ ପାତ୍ରରେ ଥ‌ିବା ଜଳରେ କିଛି ତେଲ ମିଶାଇଲା । ଘାଣ୍ଟିବା ପରେ ସେ ପାତ୍ରରେ ଦୁଇଟି ସ୍ତର ଥୁବା ତରଳ ପଦାର୍ଥ ଦେଖୁଲା । ଏହା କି ପ୍ରକାର ମିଶ୍ରଣ ?
Answer:
ଭକ୍ତ ମିଶ୍ରଣଟି ଅସମତୁଲ ମିଶ୍ରଣ । ତେଲ ଓଜନ ସମଭାବରେ ପରସ୍ପର ସହ ମିଶି ନପାରି ପ୍ରତ୍ୟେକ ଭିନ୍ନ ଭିନ୍ନ ସ୍ତର ସୃଷ୍ଟି କରନ୍ତି ।

Question 2.
ରିନା ଗୋଟିଏ ଗ୍ଲାସରେ ଜଳନେଇ କିଛି ଲୁଣ ମିଶାଇଲା । ସେ ଘାଣ୍ଟିବାରୁ ଦେଖାଗଲା ଲୁଣ ଅଦୃଶ୍ୟ ହୋଇ ଏକ ସ୍ଵଚ୍ଛ ଦ୍ରବଣ ତିଆରି ହେଲା । ରିନାର ମିଶ୍ରଣଟି ବର୍ତ୍ତମାନ କି ପ୍ରକାର ?
Answer:
ଏଠାରେ ଦ୍ରବଣଟି ଲୁଣ ଓ ଜଳର ଏକ ସମତୁଲ ଦ୍ରବଣ । କାରଣ ଦ୍ରବଣର ସବୁଅଂଶର ଗଠନ ସମାନ ରହିଥାଏ ।

Question 3.
ଚିନି ଦ୍ରବଣ ଏକ ମିଶ୍ରଣ ଅଥବା ବିଶୁଦ୍ଧ ପଦାର୍ଥ ?
Answer:
ଚିନି ଦ୍ରବଣ ଗୋଟିଏ ସମତୁଲ ମିଶ୍ରଣ । ଏହା ବିଶୁଦ୍ଧ ପଦାର୍ଥ ନୁହେଁ । ଚିନି ଓ ଜଳ ଭୌତିକ ପ୍ରକ୍ରିୟାରେ
ମିଶ୍ରଣ ହୋଇଥାଏ ଏବଂ ମିଶ୍ରଣରୁ ଏହାର ଉପାଦାନଗୁଡ଼ିକ ପୃଥକ କରିହୁଏ ।

Question 4.
ପିତଳ ଓ ବ୍ରୋଞ୍ଜ ଉଭୟରେ ଥିବା ସାଧାରଣ ଧାତୁଟି କିଏ ?
Answer:
ପିତଳ– ତମ୍ବା ଓ ଦସ୍ତାର ମିଶ୍ରଧାତୁ
ବ୍ରୋଞ୍ଜ– ତମ୍ବା ଓ ଟିଣର ମିଶ୍ରଧାତୁ
ଏଣୁ ପିତଳ ଓ ବ୍ରୋଞ୍ଜ ଉଭୟରେ ଥ‌ିବା ସାଧାରଣ ଧାତୁଟି ତମ୍ବା ଅଟେ ।

Question 5.
କାବ୍ୟ ତା ବିଜ୍ଞାନ ପୁସ୍ତକରେ ‘ଢୋକ୍ରା ଆର୍ଟ’ (Dhokra Art) ବିଷୟରେ ଅବଗତ ହେଲା । ଏହି କଳାକୃତିରେ କେଉଁ ଏଲୟ (ମିଶ୍ରଧାତୁ) ବ୍ୟବହୃତ ହେଉଥିଲା ?
Answer:
ଡ଼ୋକ୍ରା ଆର୍ଟରେ ବ୍ୟବହୃତ ଏଲୟ ହେଉଛି ବ୍ରୋଞ୍ଜ ଯାହା ତମ୍ବା ଓ ଟିଣର ମିଶ୍ରଧାତୁ ।

Question 6.
ଯେତେବେଳେ ଅଙ୍ଗାରକାମ୍ଳ ଗ୍ୟାସ ବୃନପାଣି ସଂସ୍ପର୍ଶରେ ଆସେ ରାସାୟନିକ ପ୍ରତିକ୍ରିୟା ଘଟେ । ଏଥ‌ିପାଇଁ ଉଦ୍ଦିଷ୍ଟ ଶବ୍ଦ ସମୀକରଣଟି ପୂର୍ଣ୍ଣ କର ।
କ୍ୟାଲସିୟମ ହାଇଡ୍ରକ୍‌ସାଇଡ଼ + ଅଙ୍ଗାରକାମ୍ଳ → ____________ + ____________
Answer:
କ୍ୟାଲସିୟମ ହାଇଡ୍ରିକ୍‌ସାଇଡ଼ + ଅଙ୍ଗାରକାମ୍ଳ → କ୍ୟାଲସିୟମ କାର୍ବୋନେଟ + ଜଳ

Question 7.
ବିଜ୍ଞାନଗାରରେ ଏକ ପରୀକ୍ଷଣରେ ଶିକ୍ଷକ ଗୋଟିଏ ନଳୀ ସାହାଯ୍ୟରେ ପାତ୍ରରେ ଥ‌ିବା ଚୂନପାଣିକୁ କିଛି ବାୟୁ ଯୋଗାଇବାରୁ ଚୂନପାଣି ଦୁଧୂଆ ରଙ୍ଗ ଧାରଣ କଲା । କେଉଁ ଗ୍ୟାସ ଯୋଗୁଁ ଚୂନପାଣି ଦୁଧ ହେଲା ।
Answer:
କାର୍ବନ ଡାଇଅକ୍‌ସାଇଡ୍ ଗ୍ୟାସ ଯୋଗୁଁ ଚୂନପାଣି ଦୁଧୂଆ ରଙ୍ଗ ଧାରଣ କଲା । ଅଙ୍ଗାରକାମ୍ଳ (କାର୍ବନ ଡାଇଅକସାଇଡ଼) ଚୂନପାଣି ସହ ରାସାୟନିକ ପ୍ରତିକ୍ରିୟା କରି କ୍ୟାଲସିୟମ କାର୍ବୋନେଟ ଉତ୍ପନ୍ନ କରେ ଯାହାର ରଙ୍ଗ ଦୁଆ ଅଟେ ।

Question 8.
ପ୍ରକୃତିରେ ମିଳୁଥିବା ସବୁଠାରୁ ଜଣାଥିବା ଯୌଗିକ ‘ଜଳ’ । ଏଥରେ କେତୋଟି ମୌଳିକ ଅଛି ?
Answer:
ଜଳ ଗୋଟିଏ ପ୍ରାକୃତିକ ଯୌଗିକ ଯାହା ଦୁଇଟି ମୌଳିକ ଉଦ୍‌ଜାନ ଏବଂ ଅମ୍ଳଜାନକୁ ନେଇ ଗଠିତ । ଜଳ ଅଣୁରେ ଉଦ୍‌ଜାନ ପରମାଣୁ ଏବଂ ଅମ୍ଳଜାନ ପରମାଣୁର ସଂଖ୍ୟାର ଅନୁପାତ 2:1

Question 9.
ବ୍ରିନ୍ଦା ବିଜ୍ଞାନଗାରରେ ବୋତଲରେ ଗୋଟିଏ ଲାଲ୍-ବାଦାମୀ ରଙ୍ଗର ପଦାର୍ଥ ଏବଂ ସେଥୁରେ ବ୍ରୋମିନ୍ ଲେଖାଥିବାର ଦେଖୁଲା । ଏହା କେଉଁ ଭୌତିକ ଅବସ୍ଥା ଧାରଣ କରିଥିଲା
Answer:
ବ୍ରୋମିନ୍ ସାଧାରଣ ଅବସ୍ଥାରେ ତରଳ ଅବସ୍ଥାରେ ଥାଏ । ଏଣୁ ଏହା ଗୋଟିଏ ତରଳ ଅଧାତୁ ମୌଳିକ ।

Question 10.
ସମର ବାଲି ଓ ଲୁହାଗୁଣ୍ଡର ଗୋଟିଏ ମିଶ୍ରଣ ତିଆରି କଲା । ମିଶ୍ରଣରୁ ମୂଳ ପଦାର୍ଥଗୁଡ଼ିକ ସେ କିପରି ଅଲଗା କରିବ ?
Answer:
ଗୋଟିଏ ଚୁମ୍ବକ ଦେଖାଇଲେ ଲୁହାଗୁଣ୍ଡଗୁଡ଼ିକ ଆକର୍ଷିତ ହୋଇ ବାଲିଠାରୁ ଅଲଗା ହେବେ । ଏହା ଏକ ଭୌତିକ ପଦ୍ଧତି ଏହାକୁ ଚୁମ୍ବକୀୟ ପୃଥକୀକରଣ କହନ୍ତି ।

Question 11.
ରାସାୟନିକ ପ୍ରତିକ୍ରିୟା ସମ୍ବନ୍ଧିତ ନିମ୍ନୋକ୍ତ ଶବ୍ଦ ସମୀକରଣରେ ଶୂନ୍ୟସ୍ଥାନ ପୂରଣ କର ।
ଚିନି (ତାପ ପ୍ରୟୋଗ) → ____________ + ____________
ଜଳ (ବିଦ୍ୟୁତ ବିଶ୍ଳେଷଣ) → ____________ ଗ୍ୟାସ୍ + ____________ ଗ୍ୟାସ୍
Answer:
ଚିନି (ତାପ ପ୍ରୟୋଗ) → କାର୍ବନ (କଳା ଅବଶେଷ) + ଜଳୀୟ ବାଷ୍ପ
ଜଳ (ବିଦ୍ୟୁତ ବିଶ୍ଳେଷଣ) → ଉଦ୍‌ଜାନ ଗ୍ୟାସ୍ + ଅମ୍ଳଜାନ ଗ୍ୟାସ୍

Question 12.
ନିମ୍ନୋକ୍ତ ଟେବୁଲଟି ସଂପୂର୍ଣ କର ।

ପଦାର୍ଥର ନାମ ମୌଳିକ/ଯୌଗିକ ମିଶ୍ରଣ
ପାରଦ
ଇସ୍ପାତ
ଜଳ

Answer:
ପାରଦ – ମୌଳିକ
ଇସ୍ପାତ – ମିଶ୍ରଣ
ଜଳ – ଯୌଗିକ

Question 13.
ଟେବୁଲକୁ ଅନୁଧ୍ୟାନ କରି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ

ପଦାର୍ଥ ପ୍ରକାର ଧର୍ମ
ଜଳ ଯୌଗିକ ନିର୍ଦ୍ଦିଷ୍ଟ ଅନୁପାତ, ସ୍ତର ବିହୀନ
ତମ୍ବା ମୌଳିକ ଉତ୍ତମ ପରିବାହୀ
ମାଟି ମିଶ୍ରଣ ସ୍ଥାନକୁ ସ୍ଥାନରେ ବିଭିନ୍ନତା

Answer:
(i) କେଉଁଟି ରାସାୟନିକ ପ୍ରତିକ୍ରିୟା ଦ୍ଵାରା ଗଠିତ ? – ଜଳ
(ii) କେଉଁଟି ବିଦ୍ୟୁତ ସର୍ବାଧ‌ିକ ପରିବହନ କରେ ? – ତମ୍ବା
(iii) କେଉଁଟିରେ ଉପାଦାନଗୁଡ଼ିକର ଧର୍ମ ଅକ୍ଷୁର୍ଣ୍ଣ ଥାଏ ? – ମାଟି
(iv) କେଉଁଟି ବିଶୁଦ୍ଧ ପଦାର୍ଥ ନୁହେଁ ? – ମାଟି
(v) କେଉଁଟି ଏଲୟ ପ୍ରସ୍ତୁତିରେ ବ୍ୟବହୃତ ହୁଏ ? – ତମ୍ବା

Class 8 Science Chapter 8 Question Answer Odia Medium ପଦାର୍ଥର ପ୍ରକୃତି: ମୌଳିକ, ଯୌଗିକ ଓ ମିଶ୍ରଣ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ମୌଳିକ ଗୁଡ଼ିକ କିପରି ଭାବରେ ସଂଯୁକ୍ତ ହୋଇ ଯୌଗିକ ଗଠନ କରନ୍ତି ?
Answer:
ରାସାୟନିକ ପ୍ରତିକ୍ରିୟା ମାଧ୍ୟମରେ ମୌଳିକଗୁଡ଼ିକ ସଂଯୁକ୍ତ ହୋଇ ଯୌଗିକ ଗଠନ କରନ୍ତି । ସେମାନଙ୍କର ପରମାଣୁଗୁଡ଼ିକ ନିର୍ଦ୍ଦିଷ୍ଟ ଅନୁପାତରେ ସଂଯୁକ୍ତ ହୋଇ ଭିନ୍ନ ଧର୍ମ ଧାରଣ କରିଥିବା ନୂତନ ପଦାର୍ଥ ସୃଷ୍ଟି କରନ୍ତି । ସଂପୃକ୍ତ ମୌଳିକଗୁଡ଼ିକ ନିଜ ନିଜର ଧର୍ମ ହରାଇବସନ୍ତି ।

Question 2.
ବାୟୁରୁ ଅଙ୍ଗାରକାମ୍ଳ ଶୋଷି ପାରୁଥିବା ଯୌଗିକର ଆବିଷ୍କାର ପରିବେଶ ସୁରକ୍ଷା ସମ୍ବନ୍ଧୀୟ ସମସ୍ୟା ସମାଧାନ କରେ ?
Answer:
କ୍ୟାଲସିୟମ୍ ହାଇଡ୍ରକ୍‌ସାଇଡ଼, ସୋଡ଼ିୟମ୍ ହାଇଡ୍ରିକସାଇଡ୍ ପୋଟାସିୟମ୍ ହାଇଡୁକସାଇଡ଼୍ ଏବଂ ଲିଥ୍ୟମ ହାଇଡ୍ରେକସାଇଡ୍ ପ୍ରଭୃତି ଯୌଗିକ ବାୟୁରେ ପୂବା ଅଙ୍ଗାରକାମ୍ଳ ସହ ପ୍ରତିକ୍ରିୟା କରି ଏଥ‌ିରେ ଅତ୍ୟଧିକ ଅଙ୍ଗାରକାମ୍ଳ ପରିମାଣ କମାଇ ଦିଅନ୍ତି । ଅଙ୍ଗାରକାମ୍ଳ ସୂର୍ଯ୍ୟଙ୍କର ଅବଲୋହିତ ରଶ୍ମି ଶୋଷଣ କରି ତାପମାତ୍ରା ବୃଦ୍ଧିର କାରଣ ହୁଏ । ତେଣୁ ଉପରୋକ୍ତ ଯୌଗିକ ଗୁଡ଼ିକ ପରିବେଶ ପ୍ରଦୂଷଣ ସମ୍ବନ୍ଧୀୟ ସମସ୍ୟା ସମାଧାନ ଦିଗରେ ସହାୟକ ହୋଇଥାଆନ୍ତି ।

Question 3.
କେତେକ ସମତୁଲ ମିଶ୍ରଣର ଉଦାହରଣ ଦିଅ ।
Answer:
ଲୁଣପାଣି, ଚିନିପାଣି, ବାୟୁ, ଭିନେଗାର, ପିତଳ, କଳଙ୍କିହୀନ ଇସ୍ପାତ, କାଂସ୍ୟ ଇତ୍ୟାଦି ।

Question 4.
ବାୟୁ ଏକ ମିଶ୍ରଣ କି ? ଏହା କି ପ୍ରକାର ମିଶ୍ରଣ ?
Answer:
ବାୟୁ ଏକ ସମତୁଲ ମିଶ୍ରଣ । ଏଥୁରେ ଯବକ୍ଷାରଜାନ, ଅମ୍ଳଜାନ, ଅଙ୍ଗାରକାମ୍ଳ ଆର୍ଗନ, ଜଳୀୟବାଷ୍ପ ପ୍ରଭୃତି ଉପାଦାନ ଥାଏ ।

Question 5.
ବିଭିନ୍ନ ଗ୍ୟାସ ବ୍ୟତିତ ବାୟୁରେ ଅନ୍ୟ କିଛି ପଦାର୍ଥ ଥାଏ କି ? ଯଦି ଥାଏ, ସେହି ପଦାର୍ଥଗୁଡ଼ିକ କ’ଣ ?
Answer:
ବେଳେବେଳେ ବାୟୁରେ ଧୂଳିକଣା, ଧୂଆଁ, ଅଙ୍ଗାରକ କଣିକା ବାୟୁରେ ରହିଥାଏ । ଏଗୁଡ଼ିକ ବାୟୁର ପ୍ରଦୂଷକ ଭାବରେ ପରିଗଣିତ ହୁଅନ୍ତି ।

Question 6.
ବିଜ୍ଞାନ ଦୃଷ୍ଟିରୁ କ୍ଷୀର, ଫଳରସ ପ୍ୟାକେଟ, ବେକିଂସୋଡ଼ା, ଚିନି ଓ ମୃତ୍ତିକା ମଧ୍ୟରୁ କେଉଁଗୁଡ଼ିକ ମିଶ୍ରଣ ଓ କେଉଁଗୁଡ଼ିକ ବିଶୁଦ୍ଧ ପଦାର୍ଥ ?
Answer:
ମିଶ୍ରଣ – କ୍ଷୀର, ଫଳରସ, ମୁଭିକା
ବିଶୁଦ୍ଧ ପଦାର୍ଥ – ବେକିଂସୋଡ଼ା, ଚିନି

Question 7.
ଯେତେବେଳେ ଜଳ ମଧ୍ୟଦେଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ କେତେକ ଗ୍ୟାସ୍ ଉତ୍ପନ୍ନ ହୁଏ । ସେହି ସଂଗୃହିତ ଗ୍ୟାସ ଜଳୀୟବାଷ୍ପ କି ?
Answer:
ଉତ୍ପନ୍ନ ଗ୍ୟାସ୍ ଜଳୀୟ ବାଷ୍ପ ନୁହେଁ । ଜଳର ବିଦ୍ୟୁତ ବିଶ୍ଳେଷଣବେଳେ କ୍ୟାଥୋଡ଼ଠାରେ ଉଦ୍‌ଜାନ ଗ୍ୟାସ୍ ଏବଂ ଏନୋଡ଼ଠାରେ ଅମ୍ଳଜାନ ଗ୍ୟାସ୍ ଉତ୍ପନ୍ନ ହୁଏ ।

Question 8.
ଜଳର ବିଦ୍ୟୁତ ବିଶ୍ଳେଷଣ ଏକ ରାସାୟନିକ ପରିବର୍ତ୍ତନ କି ଭୌତିକ ପରିବର୍ତ୍ତନ ବୁଝାଇ ଲେଖ ।
Answer:
ଜଳର ବିଦ୍ୟୁତ ବିଶ୍ଳେଷଣ ଏକ ରାସାୟନିକ ପରିବର୍ତ୍ତନ । କାରଣ, ଏହି ପ୍ରତିକ୍ରିୟାରେ ନୂତନ ପଦାର୍ଥ ଯଥା- ଉଦ୍‌ଜାନ ଗ୍ୟାସ୍ ଏବଂ ଅମ୍ଳଜାନ ଗ୍ୟାସ୍ ଉତ୍ପନ୍ନ ହୁଏ ।

Question 9.
ଭୌତିକ ଉପାୟରେ ଜଳରେ ଥ‌ିବା ଉଦ୍‌ଜାନ ଓ ଅମ୍ଳଜାନକୁ ଅଲଗା କରି ହେବ ନାହିଁ କାହିଁକି ?
Answer:
ଜଳରେ ଥ‌ିବା ମୌଳିକ ଉପାଦାନ ଉଦ୍‌ଜାନ ଓ ଅମ୍ଳଜାନକୁ ଭୌତିକ ପଦ୍ଧତିରେ ପୃଥକ କରିହେବନାହିଁ । ଜଳ ଏକ ଯୌଗିକ ହୋଇଥିବାରୁ ରାସାୟନିକ ପରିବର୍ତ୍ତନ ଘଟି ଉପାଦାନଗୁଡ଼ିକର ପୃଥକୀକରଣ ସମ୍ଭବ ।

Question 10.
ସାଧାରଣ ଲୁଣ (ଖାଇବା ଲୁଣ) ଓ ଚିନି ମୌଳିକ ନା ଯୌଗିକ ?
Answer:
ସାଧାରଣ ଲୁଣ (Common salt) ଏବଂ ଚିନି ଉଭୟ ଯୌଗିକ ଲୁଣ, ସୋଡ଼ିୟମ ଓ କ୍ଲୋରିନ ନାମକ ଦୁଇଟି ମୌଳିକର ରାସାୟନିକ ସଂଯୋଗରୁ ସୃଷ୍ଟି । ସେହିପରି ଚିନିରେ କାର୍ବନ, ଉଦ୍‌ଜାନ ଏବଂ ଅମ୍ଳଜାନ ପରମାଣୁ ନିର୍ଦ୍ଦିଷ୍ଟ ଅନୁପାତରେ ରହିଥାଆନ୍ତି ।

Question 11.
ସୋଡ଼ିୟମ୍ କ୍ଲୋରାଇଡ୍ସର ମୌଳିକ ଗୁଡ଼ିକ ଭୌତିକ ପଦ୍ଧତିରେ ଅଲଗା କରିହେବ କି ?
Answer:
ସୋଡ଼ିୟମ କ୍ଲୋରାଇଡ଼୍ ଗୋଟିଏ ଯୌଗିକ ପଦାର୍ଥ । ଏଥିରେ ସୋଡ଼ିୟମ ଓ କ୍ଲୋରିନ ପରମାଣୁ ଦୃଢ଼ ବନ୍ଧଦ୍ଵାରା ସଂଯୁକ୍ତ । ଏଣୁ ଏହି ମୌଳିକଗୁଡ଼ିକୁ ଭୌତିକ ପ୍ରକ୍ରିୟାରେ ପୃଥକ୍ କରିହେବନାହିଁ । ରାସାୟନିକ ପଦ୍ଧତିରେ ଏହି ଉପାଦାନଗୁଡ଼ିକ ପୃଥକୀକରଣ ସମ୍ଭବ ।

Question 12.
ରାହୁଲ ଗୋଟିଏ ପାତ୍ରରେ ଥ‌ିବା ଜଳରେ ବାଲି ମିଶାଇଲା । ପରେ ସେ ଏହାକୁ ଘାଣ୍ଟିଲା । କିଛି ସମୟପରେ ବାଲିଗୁଣ୍ଡଗୁଡ଼ିକ ଜଳର ନିମ୍ନସ୍ତରକୁ ଖସି ଜମା ହୋଇଗଲା । ଏହା କି ପ୍ରକାର ମିଶ୍ରଣ ?
Answer:
ଏହା ଏକ ଅସମତୁଲ ମିଶ୍ରଣ, କାରଣ ବାଲି ଜଳରେ ଅଦ୍ରବଣୀୟ । ଏହାର ସାନ୍ଦ୍ରତା ଅଧୁକ ଯୋଗୁଁ ବାଲି ଜଳସ୍ତରର ନିମ୍ନରେ ଜମିଯାଏ । ମିଶ୍ରଣରେ ଉପାଦାନଗୁଡ଼ିକ ସର୍ବତ୍ର ସମଭାବରେ ବଣ୍ଟନ ହୋଇପାରୁ ନଥ‌ିବାରୁ ଏହାକୁ ଅସମତୁଲ ମିଶ୍ରଣ କୁହାଯିବ ।

Question 13.
ଏଲ୍‌ୟର ସଂଜ୍ଞାଲେଖ । ଏହା ବିଭିନ୍ନ ପ୍ରକାର ଯନ୍ତ୍ରପାତି ତିଆରିରେ ବ୍ୟବହୃତ ହେବାର କାରଣ କ’ଣ ?
Answer:
ଦୁଇ ବା ଅଧୁକ ଧାତୁ କିମ୍ବା ଧାତୁ ସହ ଅଧାତୁର ସମତୁଲ ମିଶ୍ରଣକୁ ଏଲୟ କହନ୍ତି । ଏଲୟ ଯନ୍ତ୍ରପାତି ତିଆରିରେ ବ୍ୟବହାର କରାଯାଏ କାରଣ ଏହାର ଅଧ‌ିକ ଶକ୍ତ, ସ୍ଥାୟୀ ଏବଂ ଏହାର କ୍ଷୟ ପ୍ରତିରୋଧକ ଶକ୍ତି ଅଧିକ ।

Question 14.
ଚୂନପାଣି ମଧ୍ୟକୁ ଅଙ୍ଗାରକାମ୍ଳ ଗ୍ୟାସ ଅତିକ୍ରମ କରାଇଲେ କ’ଣ ଘଟେ ?
Answer:
ଚୂନପାଣି ମଧ୍ୟକୁ ଅଙ୍ଗାରକାମ୍ଳ ଗ୍ୟାସ ଅତିକ୍ରମ କରାଇଲେ ଚୂନପାଣି (କ୍ୟାଲସିୟମ ହାଇଡ୍ରକ୍‌ସାଇଡ୍ ) ଏବଂ ଅଙ୍ଗାରକାମ୍ଳ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଘଟେ । ଚୂନପାଣି ଦୁଧୂ ରଙ୍ଗ ଧାରଣ କରେ ଏବଂ ଯେଉଁ ଅବକ୍ଷେପ (Precipiate) ସୃଷ୍ଟିହୁଏ ତାହା ହେଉଛି କ୍ୟାଲସିୟମ କାର୍ବୋନେଟ ।
କ୍ୟାଲସିୟମ ହାଇଡ୍ରକ୍‌ସାଇଡ଼ + କାର୍ବନ ଡାଇଅକ୍‌ସାଇଡ୍ (ଅଙ୍ଗାରକାମ୍ଳ) → କ୍ୟାଲସିୟମ କାର୍ବୋନେଟ + ଜଳ

Question 15.
ଜଳାଶ୍ରୟ ପାଖରେ ଗୋଟିଏ ତେଲଟାଙ୍କିର ଛିଦ୍ରରୁ ତେଲ ବାହାରି ଜଳରେ ମିଶିଯାଇଛି । କେଉଁ ପଦାର୍ଥ ବ୍ୟବହାର କରି ତେଲ କଣିକାଗୁଡ଼ିକ ଜଳରୁ ମୁକ୍ତ କରାଯାଇ ପାରିବ ଓ କିପରି ?
Answer:
‍ଗ୍ରାଫିନ୍ ଏରୋଜେଲ ଗୋଟିଏ ହାଲୁକା ପଦାର୍ଥ ଯାହା ତେଲ କଣିକାଗୁଡ଼ିକୁ ଜଳପୃଷ୍ଠରୁ ଶୋଷିନେବାପାଇଁ ଉପଯୁକ୍ତ । ଏହା ଜଳକୁ ଶୋଷଣ ନକରି କେବଳ ତେଲସ୍ତର ଶୋଷିନେବାର ବିଶେଷ ଗୁଣ ଧାରଣ କରିଥାଏ । ଏହି ପଦାର୍ଥ କାର୍ବନଦ୍ଵାରା ତିଆରି ଛିଦ୍ରଯୁକ୍ତ ପଦାର୍ଥ ଯାହା ପରିବେଶ ସୁରକ୍ଷାରେ ଗୁରୁତ୍ଵ ବହନ କରେ ।

Question 16.
ରାକ୍ଷୀ, ଚିନିକୁ ଗରମ କରି ପରୀକ୍ଷା କରୁଛି । କେଉଁ ଦୁଇଟି ପର୍ଯ୍ୟବେକ୍ଷଣ ସୂଚାଇବ ଯେ ଚିନି କାର୍ବନ, ଉଦ୍‌ଜାନ ଓ ଅମ୍ଳଜାନରେ ତିଆରି ଏକ ଯୌଗିକ ।
Answer:
(i) ଚିନିକୁ ଉତ୍ତପ୍ତ କରିବାଦ୍ଵାରା ଏହା କଳାରଙ୍ଗର ଅବଶେଷ (କାର୍ବନ) ଓ ଜଳୀୟବାଷ୍ପରେ ପରିଣତ ହେବ । ଏହା ଦର୍ଶାଇବ ଯେ ଚିନି କାର୍ବନ, ଉଦଜାନ ଓ ଅମ୍ଳଜାନରୁ ତିଆରି ।
(ii) ରାସାୟନିକ ପରିବର୍ତ୍ତନ ଦ୍ଵାରା ଚିନି ଭାଙ୍ଗି ନୂଆ ନୂଆ ପଦାର୍ଥ ସୃଷ୍ଟିହେବ ଯାହା ସୂଚନା ଦେବ ଯେ ଚିନି ଉପରୋକ୍ତ ତିନିଗୋଟି ମୌଳିକର ରାସାୟନିକ ସଂଯୋଗରୁ ତିଆରି ଏବଂ ଏହା ଏକ ଯୌଗିକ ପଦାର୍ଥ ।

Question 17.
ଜଣେ ଛାତ୍ର ଲୁହାଗୁଣ୍ଡ ଓ ଗନ୍ଧକ ପାଉଡ଼ର ଗୋଟିଏ ଛୋଟ ଥାଳି (Petri dish)ରେ ନେଲା । ଏହାକୁ ଗରମ କରିବା ପରେ ଯେଉଁ ନୂଆ ପଦାର୍ଥ ତିଆରି ହେଲା । ସେ ଚୁମ୍ବକ ସହିତ କିଛି ପ୍ରତିକ୍ରିୟା କଲାନାହିଁ । ଏହା କ’ଣ ସୂଚାଇଲା ?
Answer:
ପରୀକ୍ଷାଟି ସୂଚାଇଲା ଯେ ଲୁହାଗୁଣ୍ଡ ଓ ଗନ୍ଧକ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଘଟି ଆଇରନ୍ ସଲଫାଇଡ୍ ନାମକ ଏକ ନୂତନ ପଦାର୍ଥ ତିଆରି ହେଲା । ଆଇରନ ସଲଫାଇଡ଼ ଲୁହାର ଏକ ଯୌଗିକ ହେତୁ ଏଥୁରେ ଲୁହା ଚୁମ୍ବକୀୟ ଧର୍ମ ହରାଇଲା । ଏଣୁ ପ୍ରାଥମିକ ମିଶ୍ରଣରେ ଲୁହାର ଚୁମ୍ବକୀୟ ଧର୍ମ ଯୌଗିକ ଗଠନ ହେଲାପରେ ଲୋପ ପାଇଲା ।

Question 18.
ରିୟାର ଶିକ୍ଷକ ତାକୁ ସୁନା ଓ ଜ୍ଵାର୍ଜ (Quartz) ର ନମୁନା ଦେଲେ । କେଉଁଟି ମୂଳ ଖଣିଜ (Native Mineral) ଏବଂ କେଉଁଟି ଯୌଗିକ ବୋଲି ରିଆକୁ ପ୍ରଶ୍ନହେଲା । ରିଆ କ’ଣ ଉତ୍ତରର ଦେବ ।
Answer:
ସୁନା ଗୋଟିଏ ମୂଳ ଖଣିଜ କାରଣ ଏହା ବିଶୁଦ୍ଧ ମୌଳିକ ରୂପରେ ମିଳେ । କ୍ୱାର୍ଡ ଗୋଟିଏ ସିଲିକନ ଓ ଅମ୍ଳଜାନରୁ ତିଆରି ଯୌଗିକ ଖଣିଜ ବୋଲି ରିଆ ଉତ୍ତର ଦେବ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ରାଷ୍ଟ୍ର ତାଙ୍କ ବିଦ୍ୟାଳୟର ବିଜ୍ଞାନଗାରରେ ଜଳର ବୈଦ୍ୟୁତିକ ବିଶ୍ଳେଷଣ ପରୀକ୍ଷା କରୁଥିଲା । ସେ ଦୁଇଟି ଭିନ୍ନ ପରୀକ୍ଷାନଳୀରେ ପୃଥକ୍ ପୃଥକ୍ ଗ୍ୟାସ୍ ଉତ୍ପନ୍ନ ହେବାର ଦେଖୁଲା । ଗୋଟିଏ ଗ୍ୟାସ୍ ଜଳନ୍ତା ମହମବତୀ ସଂସ୍ପର୍ଶରେ ଆସି ‘ପପ୍’ ଶବ୍ଦ କରି ଜଳିଲା ଅନ୍ୟଟି ମହମବତୀ ଆହୁରି ଉଜ୍ଜ୍ଵଳ ଶିଖା ସହ ଜଳିବାରେ ସାହାଯ୍ୟ କଲା ।
Class 8 Science Chapter 8 Question Answer Odia Medium ପଦାର୍ଥର ପ୍ରକୃତି ମୌଳିକ, ଯୌଗିକ ଓ ମିଶ୍ରଣ 2
ଗ୍ୟାସ୍ ପ୍ରକୃତି ପରୀକ୍ଷା– (କ) ହାଇଡ୍ରୋଜେନ୍ (ଖ) ଅମ୍ଳଜାନ

ପରିସ୍ଥିତିକୁ ଅନୁଧ୍ୟାନ କରି ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(i) ଗ୍ୟାସ୍ ଦୁଇଟିକୁ ଚିହ୍ନଟ କର ।
(ii) ବିଦ୍ୟୁତ ବିଶ୍ଳେଷଣକୁ ସରଳ ଭାଷାରେ ବୁଝାଅ ।
(iii) କାହିଁକି ସଂଗୃହିତ ଗ୍ୟାସର ଆୟତନ ଅନୁପାତ ୨ : ୧ ହେବ
(iv) ଏହି ପରୀକ୍ଷା କିପରି ପ୍ରମାଣ କରିବ ଯେ ଜଳ ଗୋଟିଏ ଯୌଗିକ ?
Answer:
(i) ‘ପପ୍’ ଶବ୍ଦକରି ନିଜେ ଜଳିପାରୁଥିବା ଗ୍ୟାସ ଉଦ୍‌ଯାନ ଯାହା ଚିତ୍ର (କ)ରେ ବାହାରୁଛି । ମହମବତୀ ଅଧିକ ଜ୍ଵଳନଶୀଳ କରୁଥିବା ଗ୍ୟାସ ଚିତ୍ର (ଖ)ରେ ହେଉଛି ଅମ୍ଳଜାନୁ ।
(ii) ପଦାର୍ଥର ଜଳୀୟ ଦ୍ରବଣରେ ବିଦ୍ୟୁତସ୍ରୋତ ପ୍ରବାହିତ କରାଯାଇ ପଦାର୍ଥକୁ ଭାଙ୍ଗି ଏହାର ଗଠନକାରୀ ମୌଳିକକୁ ପୃଥକ୍ କରିବା ପ୍ରକ୍ରିୟାକୁ ବିଦ୍ୟୁତ ବିଶ୍ଳେଷଣ (Electrolysis) କହନ୍ତି । ଏହା ଏକ ରାସାୟନିକ ପରିବର୍ତ୍ତନ ।
(iii) ଦୁଇଟି ଉଦଜାନ ପରମାଣୁ ଓ ଗୋଟିଏ ଅମ୍ଳଜାନ ପରମାଣୁରେ ଗୋଟିଏ ଜଳ ଅଣୁ ତିଆରି । ତେଣୁ ବିଦ୍ୟୁତ୍ ବିଶ୍ଳେଷଣବେଳେ ନିର୍ଗତ ଉଦ୍‌ଜାନ ଗ୍ୟାସର ଆୟତନ ଅମ୍ଳଜାନ ଆୟତନର ୨ଗୁଣ ହେତୁ ସେମାନଙ୍କର ଆୟତନର ଅନୁପାତ ୨ : ୧ ହେବ ।
(iv) ବିଦ୍ୟୁତ ବିଶ୍ଳେଷଣରେ ଜଳ ବିଭାଜିତ ହୋଇ ଦୁଇଟି ପୃଥକ୍ ପଦାର୍ଥରେ ପରିଣତ ହୁଏ । ଗୋଟିଏ ଉଦ୍‌ଜାନ ଯାହା ନିଜେ ଜଳେ ଏବଂ ଅନ୍ୟଟି ଅମ୍ଳଜାନ ଯାହା ଜଳିବାରେ ସାହାର୍ଯ୍ୟ କରେ । ଏଥୁରୁ ଜଣାପଡ଼େ ଜଳ ଉଦ୍‌ଜାନ ଓ ଅମ୍ଳଜାନରୁ ତିଆରି ଏକ ଯୌଗିକ । ପଦାର୍ଥ ଦୁଇଟି ରାସାୟନିକ ବନ୍ଧଦ୍ଵାରା ସଂଯୁକ୍ତ ହୋଇ ଯୌଗିକ ଗଠନ କରିଥିବାରୁ ସେମାନଙ୍କୁ ଭୌତିକ ପଦ୍ଧତିରେ ପୃଥକ କରିହୁଏ ନାହିଁ ।

Question 2.
ଅରଭ ଲୁହାଗୁଣ୍ଡ ସହ ସଲଫର ପାଉଡ଼ରକୁ ମିଶାଇ ଦେଇଛି । କେଉଁ ଉପାୟ କଲେ ସେ ମିଶ୍ରିତ ପଦାର୍ଥରୁ ଏହାର ଉପାଦାନଗୁଡ଼ିକ ପୃଥକ କରିପାରିବ ।
Answer:
ଗୋଟିଏ ଚୁମ୍ବକର ବ୍ୟବହାର ମିଶ୍ରଣରେ ଚୁମ୍ବକଟିଏ ଚଳାଇଲେ ଏହା ଲୁହାଗୁଣ୍ଡଗୁଡ଼ିକୁ ଆକର୍ଷଣ କରିବ । ଏହାଦ୍ଵାରା ଲୁହାଗୁଣ୍ଡ ସଲଫର ପାଉଡ଼ରଠାରୁ ଅଲଗା ହୋଇଯିବ ।
ଭୌତିକ ଧର୍ମର ବିଚାର – ମିଶ୍ରଣରେ ଲୁହାଗୁଣ୍ଡ ଓ ସଲଫର ପାଉଡ଼ର ସେମାନଙ୍କର ଭୌତିକ ଧର୍ମ ବଜାୟ ରଖନ୍ତି । ଲୁହାଗୁଣ୍ଡକୁ ଚୁମ୍ବକ ସାହାଯ୍ୟରେ ଯେପରି ଅଲଗା କରାଯାଏ, ସଲଫର ପାଉଡ଼ର ତାର ହଳଦିଆ ରଙ୍ଗ ଦ୍ଵାରା ଭିନ୍ନ ପରିଦୃଷ୍ଟ ହୁଏ ।
ସିଦ୍ଧାନ୍ତ – ଯେହେତୁ ଉପାଦାନ ଗୁଡ଼ିକ ଭୌତିକ ପଦ୍ଧତି ଦ୍ଵାରା ପୃଥକ ହୁଅନ୍ତି ଏବଂ କୌଣସି ନୂଆ ପଦାର୍ଥ ସୃଷ୍ଟିହୁଏ ନାହିଁ । ପଦାର୍ଥଟି ମିଶ୍ରଣ ଅଟେ ଏବଂ ଏହା ଯୌଗିକ ନୁହେଁ

Question 3.
ଲୁହା ଓ ସଲଫର ମିଶାଇ ଉତ୍ତପ୍ତ କଲେ ନୂଆ ପଦାର୍ଥ କାହିଁକି ସୃଷ୍ଟିହୁଏ ? ଉତ୍ପନ୍ନ ପଦାର୍ଥରେ ସବୁ ଲବଣାମ୍ଳ ସହ ପ୍ରତିକ୍ରିୟା କଲେ କେଉଁ ଗ୍ୟାସ୍ ଉତ୍ପନ୍ନ ହୁଏ ? ଏହା କିପରି ଏକ ରାସାୟନିକ ପରିବର୍ତ୍ତନ ?
Answer:
ଯେତେବେଳେ ଲୁହା ଓ ସଲଫର ମିଶାଇ ଉତ୍ତପ୍ତ କରାଯାଏ, ସେଗୁଡ଼ିକ ରାସାୟନିକ ପ୍ରତିକ୍ରିୟା କରି ଆଇରନ ସଲଫାଇଡ୍ ନାମକ ଯୌଗିକ ଗଠନ କରନ୍ତି । ଏହା ଏକ ନୂଆପଦାର୍ଥ ଏବଂ ଏହାର ଧର୍ମ ଲୁହା ଓ ଗନ୍ଧକଠାରୁ ସମ୍ପୂର୍ଣ୍ଣ ଭିନ୍ନ ।
ଯେତେବେଳେ ଲଘୁ ଲବଣାମ୍ଳ, ଆଇରନ ସଲଫାଇଡ୍ ସହ ପ୍ରତିକ୍ରିୟା କରେ ସେତେବେଳେ ହାଇଡ୍ରୋଜେନ ସଲଫାଇଡ୍ ନାମକ ପଚାଅଣ୍ଡା ଗନ୍ଧ ସୃଷ୍ଟି କରୁଥିବା ଗ୍ୟାସ ଉତ୍ପନ କରେ ।
ଆଇରନ୍ + ସଲ୍‌ଫର୍‌ → ଆଇରନ ସଲ୍‌ଫାଇଡ୍
ଆଇରନ ସଲ୍‌ଫାଇଡ୍ + ଲଘୁ ଲବଣାମ୍ଳ → ଆଇରନ କ୍ଲୋରାଇଡ୍ + ହାଇଡ୍ରୋଜେନ୍‌ ସଲ୍‌ଫାଇଡ୍
ଏହି ରାସାୟନିକ ପ୍ରତିକ୍ରିୟା ପ୍ରତ୍ୟାବର୍ତ୍ତନଶୀଳ (Reversible) ନୁହେଁ ଏବଂ ନୂତନ ପଦାର୍ଥ ଓ ପଦାର୍ଥର ନୂତନ ଧର୍ମ ସୂଚାଇଦିଏ ଯେ ଏଠାରେ ରାସାୟନିକ ପରିବର୍ତ୍ତନ ଘଟି ଯୌଗିକ ସୃଷ୍ଟିହୁଏ । ପ୍ରତିକ୍ରିୟାରେ କୌଣସି ମିଶ୍ରଣ ସୃଷ୍ଟି ହୁଏନାହିଁ । ଯୌଗିକ ଗୁଡ଼ିକରେ ଲୁହା ଓ ଗନ୍ଧକ ନିଜ ନିଜର ଧର୍ମ ହରାଇ ବସନ୍ତି ।

ଦୃଢୋକ୍ତି – କାରଣ ପ୍ରଶ୍ନୋତ୍ତର (Assertion – Reason Question Answers)

ନିମ୍ନଲିଖତ ବାକ୍ୟଗୁଡ଼ିକ ପ୍ରତ୍ୟେକରେ ଦୁଇଟି ଉକ୍ତି ରହିଛି । ପ୍ରଥମଟି ଦୃଢୋକ୍ତି Assertion (A) ଏବଂ ଦ୍ଵିତୀୟଟି କାରଣ (Reason) (R) ନିମ୍ନୋକ୍ତ ଉତ୍ତରଗୁଡ଼ିକ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(a) ଉଭୟ A ଏବଂ R ଠିକ୍ ଏବଂ R ହେଉଛି A ର ସଠିକ ବ୍ୟାଖ୍ୟାକରଣ
(b) ଉଭୟ A ଏବଂ R ଠିକ୍ ଏବଂ R ହେଉଛି A ର ସଠିକ୍ ବ୍ୟାଖ୍ୟାକରଣ ନୁହେଁ
(c) A ଠିକ୍ କିନ୍ତୁ R ଭୁଲ୍
(d) A ଭୁଲ୍ କିନ୍ତୁ R ଠିକ୍

Question 1.
ଦୃଢୋକ୍ତି (Assertion) (A) : ଚିନି ଓ ଜଳର ଦ୍ରବଣ ଗୋଟିଏ ସମତୁଲ ଦ୍ରବଣ ।
କାରଣ (Reason) (R) : କଠିନ ଚିନି ଜଳରେ ଦ୍ରବିଭୂତ ନହୋଇ ଧାରଣ ପାତ୍ରର ନିମ୍ନରେ ଜମିରହେ ।
Answer:
(c) A ଠିକ୍ କିନ୍ତୁ R ଭୁଲ୍

Question 2.
ଦୃଢୋକ୍ତି (Assertion) (A) : ବାୟୁ ଏକ ଯୌଗିକ ନୁହେଁ ବରଂ ଏହା ଏକ ମିଶ୍ରଣ ।
କାରଣ (Reason) (R) : ବାୟୁରେ ଥ‌ିବା ଯବକ୍ଷାରଜାନ, ଅମ୍ଳଜାନ ଓ ଅଙ୍ଗରାରକାମ୍ଳ ପ୍ରଭୃତି ଗ୍ୟାସଗୁଡ଼ିକ ନିର୍ଦ୍ଦିଷ୍ଟ ଅନୁପାତରେ ରାସାୟନିକ ପ୍ରତିକ୍ରିୟାଦ୍ଵାରା ସଂଯୁକ୍ତ ହୋଇଥାଆନ୍ତି ।
Answer:
(c) A ଠିକ୍ କିନ୍ତୁ R ଭୁଲ୍

Question 3.
ଦୃଢୋକ୍ତି (Assertion) (A) : ଏଲୟଗୁଡ଼ିକ ମିଶ୍ରଣ ମାତ୍ର ବିଶୁଦ୍ଧ ପଦାର୍ଥ ନୁହଁନ୍ତି ।
କାରଣ (Reason) (R) : ଏଲୟଗୁଡ଼ିକ ଦୁଇ ବା ଅଧ୍ବକ ଧାତୁଗୁଡ଼ିକର ଭୌତିକ ମିଶ୍ରଣ ଏବଂ ଏହାର ଗଠନରେ ରାସାୟନିକ ପ୍ରତିକ୍ରିୟା ଦେଖାଯାଏ ନାହିଁ ।
Answer:
(a) ଉଭୟ A ଏବଂ R ଠିକ୍ ଏବଂ R ହେଉଛି A ର ସଠିକ ବ୍ୟାଖ୍ୟାକରଣ

Question 4.
ଦୃଢୋକ୍ତି (Assertion) (A) : ପରିସ୍ରବଣରେ ଏବଂ ବାଷ୍ପୀକରଣ ପରି ଭୌତିକ ପ୍ରକ୍ରିୟାଦ୍ଵାରା ଯୌଗିକର ମୌଳିକ ଉପାଦାନଗୁଡ଼ିକୁ ଅଲଗା କରାଯାଏ ।
କାରଣ (Reason) (R) : ଯୌଗିକଗୁଡ଼ିକ ବିଭିନ୍ନ ମୌଳିକର ରାସାୟନିକ ପ୍ରତିକ୍ରିୟା ମାଧ୍ୟମରେ ମିଶ୍ରଣ ।
Answer:
(d) A ଭୁଲ୍ କିନ୍ତୁ R ଠିକ୍

Question 5.
ଦୃଢୋକ୍ତି (Assertion) (A) : ଲୁହା ଓ ଗନ୍ଧକର ମିଶ୍ରଣକୁ ଗୋଟିଏ ଚୁମ୍ବକଦ୍ଵାରା ଅଲଗା କରିହୁଏ ।
କାରଣ (Reason) (R) : ଗନ୍ଧକ ସହ ମିଶ୍ରଣ ହେବା ପରେ ମଧ୍ୟ ଲୁହା ତା’ର ଚୁମ୍ବକୀୟ ଧର୍ମ ଧାରଣ କରିଥାଏ ।
Answer:
(a) ଉଭୟ A ଏବଂ R ଠିକ୍ ଏବଂ R ହେଉଛି A ର ସଠିକ ବ୍ୟାଖ୍ୟାକରଣ

ଘଟଣା ଆଧାରିତ ପ୍ରଶ୍ନୋତ୍ତର :

Question 1.
ରିୟା ତିନିଟି ବିକରରେ ପ୍ରତ୍ୟେକଟିରେ ସମାନ ପରିମାଣର ଜଳ ନେଲା । ପ୍ରଥମଟିରେ ସେ ଲୁଣ, ଦ୍ଵିତୀୟରେ ବାଲି ଓ ତୃତୀୟରେ ଚିନି ମିଶାଇଲା । ସେ ୨ ମିନିଟ୍ ଧରି ପ୍ରତ୍ୟେକ ମିଶ୍ରଣରୁ ପୃଥକଭାବେ ଘାଣ୍ଟିଲା । ତାପରେ ଦ୍ରବଣରୁ ନିଜ ନିଜ ସ୍ଥିତିରେ ରଖୁଲା । ଘଟଣାକୁ ଅନୁଧ୍ୟାନ କରି ନିମ୍ନୋକ୍ତ ପ୍ରଶ୍ନର ଉତ୍ତର ଲେଖ ।
(i) ପଦାର୍ଥଗୁଡ଼ିକ ପ୍ରକୃତି ଏବଂ ଦ୍ରବଣୀୟତା ଲକ୍ଷ୍ୟକରି କେଉଁ ବିକରର ଦ୍ରବ ସଂପୂର୍ଣ୍ଣ ଦ୍ରବୀଭୂତ ହୋଇ ଦ୍ରବଣ ତିଆରି କରିବ ?
(a) ପ୍ରଥମ ଓ ଦ୍ଵିତୀୟ
(b) ଦ୍ଵିତୀୟ ଓ ତୃତୀୟ
(c) ପ୍ରଥମ ଓ ତୃତୀୟ
(d) ସମସ୍ତ ବିକରରେ
Answer:
(c) ପ୍ରଥମ ଓ ତୃତୀୟ

(ii) ମିଶ୍ରଣଗୁଡ଼ିକୁ ଭଲଭାବରେ ନିରିକ୍ଷଣ କରି କେଉଁ ବିକରରେ ଜଳରେ ପକାଯାଇଥୁବା ବସ୍ତୁଗୁଡ଼ିକ
ସମଭାବରେ ବଣ୍ଟନ ହୋଇ ନଥିବାର ଦେଖାଯିବ ?
(a) ଲବଣ ମିଶ୍ରିତ ବିକର ଜଳ
(b) ବାଲିମିଶ୍ରିତ ବିକର ଜଳ
(c) ଚିନିମିଶ୍ରିତ ବିକର ଜଳ
(d) ସମସ୍ତ ବିକରରେ
Answer:
(b) ବାଲିମିଶ୍ରିତ ବିକର ଜଳ

Class 8 Science Chapter 8 Question Answer Odia Medium ପଦାର୍ଥର ପ୍ରକୃତି: ମୌଳିକ, ଯୌଗିକ ଓ ମିଶ୍ରଣ

(iii) ଚିନିର ଗଠନକୁ ବିଚାରକୁ ନେଇ ଏହା କି ପ୍ରକାର ପଦାର୍ଥ ବୋଲି ତୁମେ ଭାବୁଛ ?
(a) ମିଶ୍ରଣ
(b) ମୌଳିକ
(c) ଯୌଗିକ
(d) ଏଗୁଡ଼ିକ ମଧ୍ୟରୁ କେଉଁଟି ନୁହେଁ…
Answer:
(c) ଯୌଗିକ

Question 2.
ବିଜ୍ଞାନଗାରରେ ଅର୍ଜୁନ ଗୋଟିଏ ପାତ୍ରରେ ଏହାକୁ ଭଲଭାବରେ ମିଶାଇ ଗରମ କଲା ଲୁହାଗୁଣ୍ଡ ଏବଂ ସଲଫର ପାଉଡ଼ରର ମିଶ୍ରଣ ନେଲା । ସେ । ଦେଖାଗଲା ଗୋଟିଏ କଳାରଙ୍ଗର ନୂତନ ପଦାର୍ଥ ତିଆରି ହୋଇଛି ଏବଂ ଏହି ପଦାର୍ଥରେ ଲୁହା କିମ୍ବା ସଲଫର୍‌ର ଧର୍ମ କିଛି ନାହିଁ । ଘଟଣାଟିକୁ ଅନୁଧ୍ୟାନ କରି ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(i) ଗରମ କରିବା ସମୟରେ ମିଶ୍ରଣରେ କି ପରିବର୍ତ୍ତନ ଘଟିଲା ?
(a) ଭୌତିକ
(b) କିଛି ପରିବର୍ତ୍ତନ ଘଟିଲା ନାହିଁ
(c) ରାସାୟନିକ
(d) ବିପରୀତ ପ୍ରତିକ୍ରିୟା
Answer:
(c) ରାସାୟନିକ

(ii) ଉତ୍ପନ୍ନ କଳାରଙ୍ଗର ପଦାର୍ଥ ଯାହା ମୂଳ ପଦାର୍ଥପରି ଦେଖାଯାଉ ନଥୁଲା, ତାହା କ’ଣ ?
(a) ମିଶ୍ରଣ
(b) ମୌଳିକ
(c) ଯୌଗିକ
(d) ଏଲୟ
Answer:
(c) ଯୌଗିକ

(iii) ଉତ୍ପନ୍ନ ନୂଆ ପଦାର୍ଥର ଉପାଦାନଗୁଡ଼ିକୁ ଚୁମ୍ବକଦ୍ଵାରା ଅଲଗା କରିହେବ କି ?
(a) ନାଁ
(b) ନାଁ
(c) ନିର୍ଣ୍ଣୟ କରିହେବନାହିଁ
(d) ସମ୍ଭବ ହୋଇପାରେ
Answer:
(b) ନାଁ

Question 3.
ଅନୟା ତା’ର ସାଙ୍ଗମାନଙ୍କ ସହ ସ୍ଥାନୀୟ ହସ୍ତଶିଳ୍ପ ମେଳାକୁ ଯାଇଥିଲା । ଗୋଟିଏ ସ୍ଥାନରେ ଜଣେ ଶିଳ୍ପୀ ଢୋକ୍ରାଆର୍ଟ (Dhokra Art) ପ୍ରଦର୍ଶନ କରିଥିଲେ । ଶିଳ୍ପୀଙ୍କ କହିବା ଅନୁସାରେ ସେଠାରେ ବ୍ୟବହୃତ ଏଲୟ ମୂର୍ତ୍ତିଗୁଡ଼ିକର ଶକ୍ତତା ଓ ସ୍ଥାୟିତ୍ଵ ବୃଦ୍ଧିକରେ । ଅନ୍ୟ ଏକ ସ୍ଥାନରେ ଅନୟା କ୍ୱାର୍କସ୍ପଟିକ ଘଣ୍ଟା । କାଚସାମଗ୍ରିରେ ବ୍ୟବହାର ଦେଖୁବାକୁ ପାଇଥିଲା । ମେଳାର ପ୍ରଦର୍ଶନକୁ ଭିତ୍ତିକରି ନିମ୍ନୋକ୍ତ ପ୍ରଶ୍ନର ଉତ୍ତର ଦିଅ ।
(i) ଢୋକ୍ରାଆର୍ଟରେ କେଉଁ ପଦାର୍ଥ ବ୍ୟବହାର ହୋଇଥିଲା । ପଦାର୍ଥଟି କ’ଣ ଓ କାହିଁକି ବ୍ୟବହାର ହୋଇଥିଲା ?
(ii) କ୍ଵାର୍ଜ ପଦାର୍ଥଟି ମୌଳିକ କିମ୍ବା ଯୌଗିକ ? ଯଦି ଯୌଗିକ ଏହା କେଉଁ ପଦାର୍ଥରୁ ତିଆରି ?
(iii) ଖଣିଜଗୁଡ଼ିକ ମୂଳ ମୌଳିକ (Native element) ଠାରୁ ଭିନ୍ନ କିପରି ?
Answer:
(i) ଢୋକ୍ରାଆର୍ଟରେ ବ୍ୟବହୃତ ପଦାର୍ଥ ହେଉଛି ବ୍ରୋଞ୍ଜ । ଏହା ଏକ ସମତୁଲ ମିଶ୍ରଣ (କଠିନ + କଠିନ) ଓ ଏହାକୁ ଏଲୟ କହନ୍ତି । ତମ୍ବା ଓ ଟିଣ ଏହାର ଉପାଦାନ । ଏହା ଯୌଗିକ ନୁହେଁ । ଏଲୟରେ ତିଆରି ପଦାର୍ଥ ଶକ୍ତି, ସ୍ଥାୟୀ ଓ କ୍ଷୟଶୀଳ ନୁହେଁ
(ii) କ୍ଵାର୍ଜ ଗୋଟିଏ ଯୌଗିକ । ଏହା ସିଲିକନ୍ ଓ ଅମ୍ଳଜାନରୁ ତିଆରି । ଏହାର ରାସାୟନିକ ସଂଯୁକ୍ତି ନିର୍ଦ୍ଦିଷ୍ଟ (SiO,) । ଏହାର ଉପାଦାନ ସିଲିକନ ଓ ଅମ୍ଳଜାନ ନିର୍ଦ୍ଦିଷ୍ଟ ଅନୁପାତରେ ରାସାୟନିକ ପ୍ରକ୍ରିୟାରେ ସଂଯୁକ୍ତ ହୋଇଥାଆନ୍ତି ।
(iii) ଖଣିଜ ଗୁଡ଼ିକ ପ୍ରାୟତଃ ବିଭିନ୍ନ ମୌଳିକର ଯୌଗିକ । ମୂଳ ମୌଳିକ (Native Element) ଯଥା ସୁନା, ରୂପା, ପ୍ଲାଟିନମ୍‌ଗୁଡ଼ିକ ବିଶୁଦ୍ଧ ଅବସ୍ଥାରେ ପ୍ରକୃତିରେ ମିଳନ୍ତି । ଖଣିଜକୁ ଯାନ୍ତ୍ରିକ ରାସାୟନିକ ପଦ୍ଧତି ପ୍ରୟୋଗ କରାଯାଇ ସେଥୁରୁ ଧାତୁକୁ ମୁକ୍ତ କରାଯାଏ । କେତେକ ଖଣିଜ ଅଧାତବ ଏବଂ ସେଗୁଡ଼ିକ ବିଭିନ୍ନ କାର୍ଯ୍ୟରେ ବ୍ୟବହୃତ ହୁଅନ୍ତି ।

Question 4.
ପେଟ୍ରୋଲିୟମ୍ ପରିବହନ କରୁଥିବା ଗୋଟିଏ ଟ୍ୟାଙ୍କର ନଦୀକୂଳ ରାସ୍ତାରେ ଯିବା ସମୟରେ ନଦୀକୁ ଖସି ପଡ଼ିବାରୁ ତେଲ କିଛି ପରିମାଣରେ ନଦୀଜଳରେ ମିଶିଗଲା । ସ୍ଥାନୀୟ ବିଜ୍ଞାନ ବିଶେଷଜ୍ଞମାନଙ୍କୁ କ୍ଷତି ନିୟନ୍ତ୍ରଣ କରିବାକୁ ଡକାଗଲା । ସେମାନେ ଗୋଟିଏ ସ୍ପଞ୍ଜ ପରି ହାଲୁକା ପଦାର୍ଥ ସାହାଯ୍ୟରେ ଜଳରେ ଭାସୁଥୁବା ତେଲ ସ୍ତରକୁ ଶୋଷି ଜଳଠାରୁ ପୃଥକ କରିଦେଲେ । ଟିମ୍ ସେହି ନୂଆ ପଦାର୍ଥର ଗୁଣ ବୁଝାଇଲେ । ପଦାର୍ଥଟି ଜଳରୁ ତେଲ ଜାତୀୟ ପଦାର୍ଥକୁ ମୁକ୍ତ କରି ଜଳଚର ଜୀବଙ୍କୁ କିପରି ରକ୍ଷା କରେ ତାହା ପ୍ରଦର୍ଶନ କଲେ ।
ପରିସ୍ଥିତିକୁ ଅନୁଧ୍ୟାନ କରି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(i) ତେଲ ଜଳରେ ପଡ଼ିବାପରେ କି ପ୍ରକାର ମିଶ୍ରଣ ତିଆରି ହେଲା ଏବଂ କାହିଁକି ?
(ii) ଜଳରେ ଭାସୁଥିବା ତେଲକୁ କେଉଁ ପଦାର୍ଥଦ୍ଵାରା ସଫା କରିହୁଏ ? ଏହାର କେଉଁ ସ୍ଵତନ୍ତ୍ର ଗୁଣଥାଏ ।
(iii) ଏହି ପରିସ୍ଥିତିରେ ଭୌତିକ ପଦ୍ଧତିଦ୍ଵାରା ଜଳରୁ ମିଳିଥୁବା ତେଲ ପୃଥକ କରିବା କିପରି ସମ୍ଭବ ହେଲା ? ବ୍ୟବହୃତ ପଦାର୍ଥର ଧର୍ମ କ’ଣ ?
Answer:
(i) ଟ୍ୟାଙ୍କରରୁ ଲିକ୍ ହୋଇଥୁବା ତେଲ ଜଳରେ ମିଶିଲେ ଅସମତୁଲ ମିଶ୍ରଣ ସୃଷ୍ଟିହୁଏ । ତେଲର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ କମ୍ । ଏଣୁ ତେଲ ଜଳ ଉପରେ ଏକସ୍ତର ସୃଷ୍ଟିକରେ ।
(ii) ଜଳ ମଧ୍ୟକୁ ଲିକ୍‌ହୋଇଥ୍‌ବା ତେଲକୁ ଗ୍ରାଫିନ୍ ଏରୋଜେଲ ନାମକ ପଦାର୍ଥ ଦ୍ଵାରା ଅଲଗା କରାଯାଏ । ଗ୍ରାଫିନ୍ ଏରୋଜେଲ ପୃଥୁବୀର ସବୁଠାରୁ ହାଲୁକା ପଦାର୍ଥ । ଏହା କାର୍ବନ କଣିକାରେ ତିଆରି ଛିଦ୍ରଯୁକ୍ତ । ଏହାର ଉଚ୍ଚ ଶୋଷଣ କ୍ଷମତା ଥାଏ । ପରିବେଶ ସୁରକ୍ଷାରେ ଏହାର ଭୂମିକା ଗୁରୁତ୍ଵପୂର୍ଣ୍ଣ ।
(iii) ତେଲ ଓ ଜଳ ମିଶି ମିଶ୍ରଣ ସୃଷ୍ଟି କରନ୍ତି । ଏଠାରେ କୌଣସି ଯୌଗିକ ସୃଷ୍ଟି ହୁଏନାହିଁ । ଏଣୁ ସେଗୁଡ଼ିକୁ ଭୌତିକ ଉପାୟରେ (ଗ୍ରାଫିନ୍ ଏରୋଜଲ ବ୍ୟବହାର କରି) ଅଲଗା କରିବା ସମ୍ଭବ ।

Class 8 Science Chapter 5 Question Answer Odia Medium ବଳର ଅନ୍ଵେଷଣ

Go through 8th Class Science Book Odia Medium Question Answer and Class 8 Science Chapter 5 Question Answer Odia Medium ବଳର ଅନ୍ଵେଷଣ to understand textbook questions more clearly.

8th Class Science Chapter 5 Question Answer Odia Medium

Class 8 Science Chapter 5 Odia Medium

ଜିଜ୍ଞାସା ବଜାୟ ରଖ

Question 1.
ସ୍ତମ୍ଭରେ ଦର୍ଶାଯାଇଥିବା ବିଭିନ୍ନ ପ୍ରକାର ବଳ ସହିତ ‘ଖ’ ସ୍ତମ୍ଭର ଦୃଷ୍ଟାନ୍ତଗୁଡ଼ିକ ସହ ମେଳ କର ।
Class 8 Science Chapter 5 Question Answer Odia Medium ବଳର ଅନ୍ଵେଷଣ 1
Answer:

‘କ’ ସ୍ତମ୍ଭ (ବଳର ପ୍ରକାର) ‘ଖ’ ସ୍ତମ୍ଭ (ଉଦାହରଣ)
(i) ମାଂସପେଶୀୟ ବଳ (b) ଏକ ପିଲା ସ୍କୁଲବ୍ୟାଗ ଉଠାଉଛି
(ii) ଚୂମ୍ବକୀୟ ବଳ (e) ଉତ୍ତର ଦୀଗକୁ ମୁଖ କରିଥିବା କମ୍ପାସ ସୂଚୀ
(iii) ଘର୍ଷଣ ବଳ (a) ସୀମାରେଖା ସ୍ପର୍ଶ କରିବା ପୂର୍ବରୁ ଏକ କ୍ରିକେଟ ବଲ ନିଜେ ଅଟକି ଯାଉଛି
(iv) ମାଧ୍ୟାକର୍ଷଣ ବଳ (c) ଗଛରୁ ପଡୁଥିବା ଫଳ
(iv) ସ୍ଥିର ବୈଦ୍ୟୁତିକ ବଳ (d) ପଶମ କପଡ଼ା ଉପରେ ଘର୍ଷିତ ବେଲୁନ୍ ଯାହା କେଶସୂତ୍ରକୁ ଆକର୍ଷଣ କରେ

Question 2.
ପଶମ କପଡ଼ା ଉପରେ ଘର୍ଷିତ ବେଲୁନ୍ ଯାହା କେଶସୂତ୍ରକୁ ଆକର୍ଷଣ କରେ
(i) ଏକ ବସ୍ତର ଗତିର ବେଗ ପରିବର୍ତ୍ତନ କରିବାପାଇଁ ସର୍ବଦା ଏକ ବଳ ଆବଶ୍ୟକ ।
Answer:
ସତ୍ଯ

(ii) ଘର୍ଷଣଯୋଗୁ ଏକ ସମତଳ ଭୂମିରେ ବଲ୍ ଗଡ଼ିବାର ବେଗ ବୃଦ୍ଧିପାଏ ।
Answer:
ମିଥ୍ୟା

(iii) ଅଳ୍ପ ବ୍ୟବଧାନରେ ରଖାଯାଇଥିବା ଦୁଇଟି ଚାର୍ଜଯୁକ୍ତ ବସ୍ତୁ ମଧ୍ୟରେ କୌଣସି ବଳ ନାହିଁ
Answer:
ମିଥ୍ୟା

Question 3.
ପଶମ କପଡ଼ାରେ ଘଷି ହୋଇଥିବା ଦୁଇଟି ବେଲୁନ୍ ପରସ୍ପର ପାଖକୁ ଅଣାଗଲେ କ’ଣ ହେବ, କାହିଁକି ?
Answer:
ପଶମ କପଡ଼ାରେ ଘଷିହୋଇଥିବା ଦୁଇଟି ବେଲୁନ୍ ପରସ୍ପର ପାଖକୁ ଅଣାଗଲେ ବେଲୁନ ଦୁଇଟି ସମାନ ପ୍ରକାର ଚାର୍ଜ ବହନ କରି ପରସ୍ପରକୁ ବିକର୍ଷଣ କରିବେ ଅର୍ଥାତ୍ ପରସ୍ପରଠାରୁ ଦୂରେଇ ଯିବେ । ଉକ୍ତ କ୍ଷେତ୍ରରେ ବେଲୁନଦ୍ଵୟ ଉଭୟ ଋଣାତ୍ମକ ଚାର୍ଜ ବହନ କରିଥାଆନ୍ତି । ସମଚାର୍ଜ ମଧ୍ଯରେ ବିକର୍ଷଣ ଓ ପରସ୍ପର ବୀପରିତ ଚାର୍ଜ ମଧ୍ୟରେ ଆକର୍ଷଣ ବୈଦ୍ୟୁତିକ ବଳର ନିୟମ ହେତୁ, ବେଲୁନ୍‌ଦ୍ଵୟ ପରସ୍ପରଠାରୁ ଦୂରେଇଯିବେ । ଏଠାରେ ଅନୁଭୂତ ବଳକୁ ସ୍ଥିର ବୈଦ୍ୟୁତିକ ବଳ କହନ୍ତି ।

Question 4.
ଯେତେବେଳେ ତୁମେ ଏକ ଗ୍ଲାସ ପାଣିରେ ଗୋଟିଏ ମୁଦ୍ରା ପକାଅ, ଏହା ବୁଡ଼ିଯାଏ, କିନ୍ତୁ ଯେତେବଳେ ଏକ ବଡ଼କାଠଖଣ୍ଡ ପାଣିରେ ରଖ, ଏହା ଭାସିଥାଏ । ବ୍ୟାଖ୍ୟା କର ।
Answer:
ମୁଦ୍ରାର ସାନ୍ଦ୍ରତା ଜଳର ସାନ୍ଦ୍ରତା ଅପେକ୍ଷା ଅଧ‌ିକ ହେତୁ ଜଳରେ ମୁଦ୍ରାଟିଏ ପକାଇଲେ ଏକା ବୁଡ଼ିଯାଏ । ଏଠାରେ ମୁଦ୍ରାର ଓଜନ ବା ମୁଦ୍ରାପାଇଁ ପୃଥ‌ିବୀର ମାଧ୍ୟାକର୍ଷଣ ବଳ ଏହା ଉପରେ ଜଳର ଉର୍ଦ୍ଧ୍ୱମୁଖୀ ବଳ ବା ପ୍ଳବନ ବଳ ଅପେକ୍ଷା ଅଧ‌ିକ ହୋଇଥାଏ । ଅନ୍ୟ ପକ୍ଷରେ ବଡ଼ କାଠଖଣ୍ଡର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ କମ୍ । ବଡ଼କାଠଖଣ୍ଡପାଇଁ ଜଳର ଉର୍ଦ୍ଧ୍ୱମୁଖୀ ବଳ ବା ପ୍ଲାବନ ବଳ ଏହାର ଓଜନ ଅପେକ୍ଷା ଅଧିକ ହେତୁ କାଠଖଣ୍ଡ ଜଳରେ ଭାସେ ।

Question 5.
ଯଦି ଏକ ବଲ୍ ଉପରକୁ ଫିଙ୍ଗାଯାଏ, ତେବେ ଏହା ଧୀର ହୋଇଯାଏ ଏବଂ ତା’ପରେ ଭୂମିରେ ପଡ଼ିଯାଏ । ବଲ୍ ଉପରେ କାର୍ଯ୍ୟ କରୁଥିବା ବଳଗୁଡ଼ିକର ନାମ ଉଲ୍ଲେଖ କର ଏବଂ ସେମାନଙ୍କର ଦିଗ ନିର୍ଣ୍ଣୟ କର ।
(i) ଏହା ଉପରକୁ ଗତି କରିବା ସମୟରେ
(ii) ଏହାର ନିମ୍ନଗାମୀ ଗତି ସମୟରେ
(iii) ଏହାର ସର୍ବୋଚ୍ଚ ସ୍ଥାନରେ
Answer:
(i) ବଲ୍ଟି ଉପରକୁ ଗତିକରିବା ସମୟରେ ବଲ୍ ଉପରେ ମାଂସପେଶୀୟ ବଳ ଓ ପୃଥ‌ିବୀର ମାଧ୍ୟାକର୍ଷଣ ବଳ କାର୍ଯ୍ୟକାରୀ ହୁଏ । ବଳଦୁଇଟି ପରସ୍ପର ବିପରୀତ ଦିଗରେ ଥାଏ । ମାଂସପେଶୀୟ ବଳ ମାଧ୍ୟାକର୍ଷଣ ବଳ ଅପେକ୍ଷା ଅଧିକ ହେବା ସମୟରେ ବିଲ୍ ଉପରକୁ ଉଠେ ମାତ୍ର ଏହାର ବେଗ କ୍ରମଶଃ ହ୍ରାସପାଏ । ମାଂସପେଶୀୟ ବଳର ଦିଗ ଉର୍ଦ୍ଧ୍ୱମୁଖୀ ହୋଇଥିବାବେଳେ, ମାଧ୍ୟାକର୍ଷଣ ବଳର ଦିଗ ନିମ୍ନମୁଖୀ ବା ପୃଥ‌ିବୀର କେନ୍ଦ୍ରଆଡ଼କୁ ଥାଏ ।

(ii) ବଲ୍‌ର ନିମ୍ନମୁଖୀ ଗତି ସମୟରେ ଏହା ଉପରେ ପୃଥ‌ିବୀର ମାଧ୍ୟାକର୍ଷଣ ବଳ କାର୍ଯ୍ୟକାରୀ ହୁଏ । ତେଣୁ, ଏହାର ଦିଗ ପୃଥ‌ିବୀର କେନ୍ଦ୍ର ଆଡ଼କୁ ଥାଏ ।

(iii) ବଲ୍ଟି ସର୍ବୋଚ୍ଚ ସ୍ଥାନରେ କ୍ଷଣିକ ପାଇଁ ଥିବା ସମୟରେ ମାଂସପେଶୀୟ ବଳ ଓ ମାଧ୍ୟାକର୍ଷଣ ବଳ ମୂହୁର୍ଭକ ପାଇଁ ସନ୍ତୁଳିତ ହୋଇଥାଏ, ମାତ୍ର ମାଧ୍ୟାକର୍ଷଣର ପ୍ରଭାବ ନିରବଚ୍ଛିନ୍ନ ଥ‌ିବାରୁ ବଲଟି ଭୂପୃଷ୍ଠକୁ ଖସିବାକୁ ଆରମ୍ଭ କରେ ଏବଂ ଭୂମିଆଡ଼କୁ ଏହାର ବେଗ କ୍ରମଶଃ ବୃଦ୍ଧିପାଏ ।

Question 6.
ଏକ ବଲ୍ P ବିନ୍ଦୁରୁ ଗଡ଼ାଗଲା ଏବଂ ଏହା ଏକ ଆନତ ସମତଳ ଉପରେ ଗଢ଼ି କରି ତା’ପରେ ଚିତ୍ର ୫.୧୬ରେ ଦେଖାଯାଉଥବାପରି ଏକ ଭୂସମାନ୍ତର ପୃଷ୍ଠରେ ଗତିକରେ । ଏହା ଭୂସମାନ୍ତର ପୃଷ୍ଠରେ (A) ବିନ୍ଦୁରେ ଅଟକିଯାଏ । ଏକ ଉପାୟ ଚିନ୍ତାକର ଯାହାଦ୍ଵାରା ବଲ୍‌ P ବିନ୍ଦୁରେ ଗଡ଼ାହେଲେ, ଏହା
(i) ବିନ୍ଦୁ A ପୂର୍ବରୁ ବନ୍ଦ ହୋଇଯିବ
(ii) A ବିନ୍ଦୁ ଅତିକ୍ରମ କରିବା ପରେ କିଛି ବାଟ ଅଗ୍ରସର ହୋଇ ବନ୍ଦହେବ ।
Class 8 Science Chapter 5 Question Answer Odia Medium ବଳର ଅନ୍ଵେଷଣ 2
Answer:
(i) ବଲ୍ଟି A ବିନ୍ଦୁରେ ପହଞ୍ଚିବା ପୂର୍ବରୁ ଯେଉଁ ସମତଳରେ ଅଟକି ଯାଉଛି, ଉକ୍ତ ସମତଳକୁ ଅଧିକ ଅନିୟମିତ ବା ଆବଡ଼ା ଖାବଡ଼ା କରାଗଲେ ଘର୍ଷଣ ବଳ ଅଧୂକ ହେବ ଏବଂ ବଲ୍‌ କମ୍ ବାଟ ଅତିକ୍ରମ କରି A ବିନ୍ଦୁରେ ପହଁଞ୍ଚିବା ପୂର୍ବରୁ ଅଟକି ଯିବ ।
(ii) ବଲ୍‌ ଯେଉଁ ସମତଳରେ ଗତିକରି A ବିନ୍ଦୁରେ ପହଁଞ୍ଚିଲା ସେହି ପଥକୁ ଅଧିକ ମସୃଣ ବା ଅଧିକ ସମତଳ କରାଗଲେ, ଗଡ଼ିବା ପଥର ଘର୍ଷଣ ବଳ କମିଯିବ । ବଲ ଅନାୟାସରେ ଗତିକରି A ବିନ୍ଦୁ ଅତିକ୍ରମ କରି ଆହୁରି ଆଗକୁ ଯାଇପାରିବ । ବଳର ଅନ୍ତିମ ସ୍ଥିତି ଗଡ଼ିବା ପଥର ଘର୍ଷଣ ବଳ ଉପରେ ନିର୍ଭର କରେ ।

Class 8 Science Chapter 5 Question Answer Odia Medium ବଳର ଅନ୍ଵେଷଣ

Question 7.
ଆମେ ବେଳେ ବେଳେ ବରଫ କିମ୍ବା ପଲିସ୍ ହୋଇଥୁବା ଚଟାଣ ପରି ମସୃଣ ପୃଷ୍ଠରେ କାହିଁକି ଖସିଯାଉ ? ବ୍ୟାଖ୍ୟା କର ।
Answer:
ବରଫ କିମ୍ବା ପଲିସ୍ ହୋଇଥିବା ଚଟାଣ ପରି ମସୃଣ ପୃଷ୍ଠରେ ଆମେ ଅଧିକାଂଶ କ୍ଷେତ୍ରରେ ଖସିଯାଉ, ଏହାର କାରଣ ହେଉଛି ପୃଷ୍ଠତଳ ଯେତେ ଅଧ‌ିକ ମସୃଣ ହୁଏ, ଘର୍ଷଣ ବଳ ସେତେ କମ୍ ହୁଏ । ଆମପାଦ ପୃଷ୍ଠତଳକୁ ଧରି ରଖୁପାରେ ନାହିଁ । ପୃଷ୍ଠତଳର ଘର୍ଷଣ ବଳ ଅଧ‌ିକ ହୋଇଥିଲେ ଆମେ ଚାଲୁଥିବା ସମୟରେ ଆମ୍ବ ପାଦ ପୃଷ୍ଠତଳ ଭଲଭାବରେ ଧରି ରଖୁରନ୍ତା । ମସୃଣ ପୃଷ୍ଠର ଘର୍ଷଣ ବଳ କହେତୁ ଏହା ଆମ ପାଦକୁ ଠେଲିଦିଏ, ଯାହାଦ୍ଵାରା ଆମେ ଶରୀରର ଭାରସାମ୍ୟ ରଖୁନପାରି ଖସିଯାଉ ।

Question 8.
ଅସମାନ ଗତିରେ ଥିବା ଏକ ବସ୍ତୁ ଉପରେ କୌଣସି ବଳ ପ୍ରୟୋଗ କରାଯାଉଅଛି କି ?
Answer:
ଅସମ ଗତି କ୍ଷେତ୍ରରେ ବସ୍ତର ବେଗ ଓ ଦିଗ ସମାନ ନ ଥାଏ । କେବଳ ବଳର ପ୍ରଭାବରେ ବସ୍ତର ବେଗ ଓ ଦିଗ ପରିବର୍ତ୍ତିତ ହୋଇଥାଏ । ବସ୍ତୁ ଉପରେ ବଳର ପ୍ରଭାବ ନଥିଲେ, ବସ୍ତର ବେଗ କିମ୍ବା ଗତିର ଦିଗ ବଦଳିପାରିବ ନାହିଁ । ଏଣୁ ଅସମଗତିରେ ବସ୍ତ ଉପରେ ଘର୍ଷଣ ବଳ କିମ୍ବା ଅନ୍ୟ କୌଣସି ବଳ କାର୍ଯ୍ୟକାରୀ ହୋଇ ଏହାର ବେଗ ଓ ଦିଗରେ ପରିବର୍ତ୍ତନ ଆଣିଥାଏ ।

Question 9.
ଚନ୍ଦ୍ରରେ ଏକ ବସ୍ତୁର ଓଜନ, ପୃଥ‌ିବୀରେ ଏହାର ଓଜନର ଏକ ଷଷ୍ଠାଶ ହୋଇଥାଏ । ଏହି ପରିବର୍ତ୍ତନର କାରଣ କଣ ? ସେଠାରେ ବସ୍ତୁର ବସ୍ତୁତ୍ଵ ପୃଥ‌ିବୀ ପୃଷ୍ଠରେ ଏହାର ବସ୍ତୁତ୍ଵର ଏକ ଷକ୍ଷାଂଶ ହୋଇଯାଏ କି ?
Answer:
ବସ୍ତୁର ବସ୍ତୁତ୍ଵ ବିଶ୍ଵରେ ସର୍ବତ୍ର ସମାନ । ଏଣୁ ପୃଥ‌ିବୀ ପୃଷ୍ଠରେ ବସ୍ତୁର ବସ୍ତୁତ୍ଵ ଯାହା, ଚନ୍ଦ୍ରପୃଷ୍ଠରେ ବସ୍ତୁର ବସ୍ତୁତ୍ଵ ମଧ୍ଯ ତାହା । କିନ୍ତୁ ପୃଥ‌ିବୀର ବସ୍ତୁତ୍ଵ ଚନ୍ଦ୍ରର ବସ୍ତୁତ୍ଵ ଅପେକ୍ଷା ଅଧିକ ହେତୁ ଏହାର ମାଧ୍ୟାକର୍ଷଣ ବଳ ଚନ୍ଦ୍ରର ମାଧ୍ୟାକର୍ଷଣ ବଳର ପ୍ରାୟ ୬ ଗୁଣ । ବସ୍ତୁ ଉପରେ କାର୍ଯ୍ୟକାରୀ ମାଧ୍ୟାକର୍ଷଣ ବଳକୁ ଓଜନ କରନ୍ତି । ଏଣୁ ପୃଥ‌ିବୀରେ କୌଣସି ବସ୍ତୁର ଓଜନ ଯାହା ଚନ୍ଦ୍ରରେ ସେହି ବସ୍ତୁର ଓଜନ ଏହାର ଏକ ଷତାଂଶ ହୋଇଥାଏ ।
(ଓଜନ = ବସ୍ତତ୍ଵ × ମାଧ୍ୟାକର୍ଷଣ ଜନିତ ତ୍ଵରଣ or w = mg
ଚନ୍ଦ୍ରର g, ପୃଥିବୀର \(\frac{1}{6}\) ଗୁଣ)

Question 10.
ସମାନ ଆକାର ଏବଂ ଆକୃତିର ଭିନ୍ନ ଭିନ୍ନ ସାମଗ୍ରୀରେ ତିଆରି ତିନୋଟି ବସ୍ତ୍ର 1, 2 ଓ 3 ପାଣିରେ ରଖାଗଲା । ଚିତ୍ରରେ ଦେଖାଯାଉଥ‌ିବା ପରି ସେମାନେ ଭିନ୍ନ ଭିନ୍ନ ଗଭୀରତା ପର୍ଯ୍ୟନ୍ତ ବୁଡ଼ି ରହିଲେ । ଯଦି ବସ୍ତୁ 1, 2 ଓ 3 ର ଓଜନ ଯଥାକ୍ରମେ W1, W2, ଓ W3, ହୋଇଥାଏ, ତେବେ କେଉଁଠି ଠିକ୍ ?
Class 8 Science Chapter 5 Question Answer Odia Medium ବଳର ଅନ୍ଵେଷଣ 3
(i) W1 = W2 = W3
(ii) W1 > W2 > W3
(iii) W2 > W3 > W1
(iv)W3 > W1 > W2
Answer:
(ii) W1 > W2 > W3, ଠିକ୍ (ଏକ ବସ୍ତର ଓଜନ ଯେତେ ଅଧ‌ିକ ହେବ, ଏହା ତରଳ ପଦାର୍ଥ ଭିତରେ ସେତେ ଗଭୀରକୁ ବୁଡ଼ିବ ।

ପାଠ୍ୟପୁସ୍ତକସ୍ଥ ଅନୁସନ୍ଧାନ ଓ ଚିନ୍ତନ ପ୍ରଶ୍ନୋତ୍ତର

Question 1.
ସମତଳ ଭୂମି ତୁଳନାରେ ପାହାଡ଼ ଉପରକୁ ଉଠିବା ସମୟରେ ସାଇକେଲର ପେଡ଼ାଲ ଘୂରାଇବା କଷ୍ଟସାଧ୍ୟ କାହିଁକି ?
Answer:
ସାଇକେଲ ପାହାଡ଼ ଉପରକୁ ଉଠିବା ସମୟରେ ଆମକୁ ମାଧ୍ୟାକର୍ଷଣ ବଳର ବିରୁଦ୍ଧରେ ମାଂସପେଶୀୟ ବଳ ପ୍ରୟୋଗ କରିବାକୁ ପଡ଼ିଥାଏ । ଏହା ବ୍ୟତୀତ ଘର୍ଷଣବଳ ମଧ୍ଯ ବିପରୀତ ପ୍ରଭାବ ପକାଇଥାଏ । ସମତଳ ଭୂମିରେ ଉପରୋକ୍ତ ବଳଦ୍ଵୟର ପ୍ରଭାବ ସେତେ ଅଧ‌ିକ ନୁହେଁ । ଏଣୁ ପାହାଡ଼ ଉପରକୁ ସାଇକେଲ୍ ଚଳାଇ ଯିବାବେଳେ ପେଡ଼ାଲ ଘୂରାଇବା କଷ୍ଟସାଧ୍ୟ ହୋଇଥାଏ ।

Question 2.
ଓଦା ପୃଷ୍ଠରେ ଖସିବା କାହିଁକି ସହଜ ?
Answer:
ସୁଖୁଲା ପୃଷ୍ଠ ତୁଳନାରେ ଓଦା ପୃଷ୍ଠରେ ଘର୍ଷଣ ବଳ ସର୍ବନିମ୍ନ । ଘର୍ଷଣ ବଳ ଆମେ ଚାଲିବା ସମୟରେ ଆମ ଗୋଡ଼ସହ ପ୍ରତିକ୍ରିୟା କରି ଆମର ସ୍ଥିରତା ଆଣିଥାଏ । ଓଦା ପୃଷ୍ଠରେ ଘର୍ଷଣ ବଳ ଆମ ପାଦ ଉପରେ ବିଶେଷ କ୍ରିୟାଶୀଳ ହେଉନଥିବାରୁ ଆମ ପାଦକୁ ଅଟକାଇ ପାରେନାହିଁ । ତେଣୁ ଆମ ପାଦ ଖସିଯାଇ ଭୂମି ଉପରେ ପଡ଼ିଯିବାର ସମ୍ଭାବନା ରହେ ।

Question 3.
ଆମର ଦୋଳି ସର୍ବୋଚ୍ଚ ସ୍ଥାନରେ ପହଞ୍ଚ୍ ତଳକୁ ଆସିବା ଆରମ୍ଭ କରିବା ପରେ ଆମେ କାହିଁକି ‘ହାଲୁକା’ ଅନୁଭବ କରୁ ଏବଂ ଆମେ ‘ଭାସିବା’ ପରି ଅନୁଭବ କରୁ ?
Answer:
ଦୋଳିରେ ସର୍ବୋଚ୍ଚ ସ୍ଥାନକୁ ଉଠେ, ଏକ ମୁହୁର୍ଭକ ପାଇଁ ଅଟକି ଯାଇ ଖସିବା ସମୟରେ ମାଧ୍ୟାକର୍ଷଣ ବଳ ଆମକୁ ତଳକୁ ଟାଣେ । ଆମେ ସେତେବେଳେ ମୁକ୍ତ ପତନ ବସ୍ତୁପରି (ହାଲୁକା) ଅନୁଭବ କରୁ । ଦୋଳିର ଓଜନ କମିଯାଏ ଫଳରେ ଆମେ ନିଜର ଓଜନ ଅନୁଭବ କରି ନପାରି ଭାସିବା ପରି ଅନୁଭବ କରୁ ।

ପାଠ୍ୟ ବିଷୟ ଅନ୍ତର୍ଗତ ପ୍ରଶ୍ନୋତ୍ତର

Question 1.
ଯେତେବେଳେ ବସ୍ତୁର ବେଗ, ଦିଗ ଓ ଆକୃତି ବଦଳିଯାଏ, ସେତେବେଳେ ବସ୍ତୁ ଉପରେ ବଳର ପ୍ରଭାବ ହୋଇଥାଏ । ଏହା ସତ୍ୟ କି ?
Answer:
କେବଳ ପ୍ରୟୋଗିତ ବଳର ପ୍ରଭାବରେ ବସ୍ତୁର ଗତି, ଗତିର ଦିଗ ଆକୃତି ବଦଳିବା ସମ୍ଭବ । ବସ୍ତର ଗତିରେ ପରିବର୍ତ୍ତନ ଓ ଅବସ୍ଥାନର ବିଚ୍ୟୁତି ବଳଯୋଗୁ ଘଟିଥାଏ । ତେଣୁ ବସ୍ତରେ ଉପରୋକ୍ତ ପରିବର୍ତ୍ତନ ବଳ ପ୍ରୟୋଗଯୋଗୁଁ ସମ୍ଭବ ହୁଏ ।

Question 2.
ମାଂସପେଶୀୟ ବଳ ଓ ଘର୍ଷଣ ବଳ ବ୍ୟତୀତ ଅନ୍ୟକିଛି ସମ୍ପର୍କ ବଳ ଅଛି କି ? ବୁଝାଇ ଲେଖ ।
Answer:
ମାଂସପେଶୀୟ ବଳ ଓ ଘର୍ଷଣ ବଳ ବ୍ୟତୀତ ଅନ୍ୟକିଛି ସମ୍ପର୍କ ବଳ ମଧ୍ୟ ରହିଛି । ଜଳ ଓ ବାୟୁର ଉର୍ଦ୍ଧ୍ୱମୁଖବଳ ବା ପ୍ଳବନ ବଳ ମଧ୍ଯ ଗୋଟିଏ ସଂସ୍ପର୍ଶ ବଳ । ବସ୍ତଟିଏ ଏହାର ପୃଷ୍ଠତଳ ଉପରେ ରହିଥ‌ିବା ବଳ ଉପରେ ଯେଉଁ ଉର୍ଦ୍ଧ୍ୱମୁଖୀ ବଳ ପ୍ରଦାନ କରେ ତାହା ମଧ୍ୟ ଏକ ସସ୍ପର୍ଶ ବଳ । ପ୍ରତିକ୍ରିୟା ବଳ ମଧ୍ଯ ଏକ ସସ୍ପର୍ଶ ବଳ ଅଟେ ।

Question 3.
ବସ୍ତୁଟିଏ କୌଣସି ପୃଷ୍ଠତଳ ଉପରେ ଘସିହୋଇ ଗତିକରୁଥିଲେ ଘର୍ଷଣ ବଳ ଅଧ୍ବକ ହୁଏ କିପରି ?
Answer:
ଗୋଟିଏ ବସ୍ତୁ ଅନ୍ୟ ଏକ ବସ୍ତୁର ପୃଷ୍ଠତଳ ଉପରେ ଗତିକରୁଥ‌ିବା ସମୟରେ ଉଭୟ ବସ୍ତୁର ପୃଷ୍ଠତଳ ଉପରେ ଘର୍ଷଣ ବଳ ନିର୍ଭର କରେ । ଯଦି ଉଭୟର ପୃଷ୍ଠତଳ ଅନିୟମିତ ବା ଅସମ ହୋଇଥାଏ ତେବେ ଘର୍ଷଣ ବଳ ଅଧିକ ହୁଏ । ଅସମ ପୃଷ୍ଠତଳରେ ବସ୍ତଦ୍ଵୟ ମଧ୍ଯରେ ଅଧୁକ ଅନିୟମିତ (irregularies) ଥିବାରୁ ସେଗୁଡ଼ିକ ପରସ୍ପର ଛନ୍ଦିହୋଇ ଯାଆନ୍ତି, ଯାହାଦ୍ଵାରା ଘର୍ଷଣ ବଳ ଅଧ୍ଵକ ହୁଏ । ଏହା ଗତିଶୀଳ ବସ୍ତୁର ଗତିର ପ୍ରତିରୋଧରୁ ଜଣାପଡ଼େ ।

Question 4.
ଗୋଟିଏ ବସ୍ତ ଅନ୍ୟ ବସ୍ତ ଉପରେ ବଳ ପ୍ରୟୋଗ କରିବା ପାଇଁ ସର୍ବଦା ତା’ସହିତ ସଂସ୍ପର୍ଶରେ ରହିବା ଜରୁରୀ କି ?
Answer:
ଗୋଟିଏ ବସ୍ତୁ ଅନ୍ୟ ଉପରେ ବଳ ପ୍ରଦାନ କରିବା ବା ପରସ୍ପର ଉପରେ ବଳ ପ୍ରଦାନ କରିବାପାଇଁ ସଂପର୍ଶ (contact) ଏକାନ୍ତ ଆବଶ୍ୟକ ନୁହେଁ । ବିନା ସଂପର୍ଶରେ ମଧ୍ୟ ବଳ ଅନୁଭୂତ ହୁଏ । ଚୁମ୍ବକୀୟ ବଳ, ସ୍ଥିର ବିଦ୍ୟୁତ ବଳ ଓ ମହାକର୍ଷଣ ବଳ ବିନା ସଂସ୍ପର୍ଶରେ ଅନୁଭୂତ ହୁଏ । ପୃଥ‌ିବୀ ବିନା ସଂସ୍ପର୍ଶରେ ବିଭିନ୍ନ ବସ୍ତୁ ଉପରେ ଆକର୍ଷଣ ବଳ ପ୍ରଦାନକରେ ଯାହାକୁ ମାଧ୍ୟାକର୍ଷଣ ବଳ କହନ୍ତି ।

Question 5.
ବିଦ୍ୟୁତ ଚାର୍ଜ କେତେ ପ୍ରକାର ?
Answer:
ବିଦ୍ୟୁତ୍ ଚାର୍ଜ ଦୁଇପ୍ରକାର ଯଥା— ଯୁକ୍ତାତ୍ମକ ଓ ବିଯୁକ୍ତାତ୍ମକ । ଯେଉଁ ବସ୍ତୁରେ ଇଲେକ୍ଟ୍ରୋ, ନ ସଂଖ୍ୟା ଅଧିକ ତାହା ବିଯୁକ୍ତାତ୍ମକ ଓ ଯାହାର କମ୍ ତାହା ଯୁକ୍ତାତ୍ମକ । ଦୁଇଟି ସମଚାର୍ଜ ମଧ୍ଯରେ ବିକର୍ଷଣ ବଳ ଓ ଦୁଇଟି ପରସ୍ପର ବୀପରୀତ ଚାର୍ଜ ମଧ୍ଯରେ ଆକର୍ଷଣ ବଳ ଦେଖାଯାଏ ।

Question 6.
ବସ୍ତୁଗୁଡ଼ିକ ପୃଥ‌ିବୀ ପୃଷ୍ଠରେ ପଡ଼ିଯିବାର କାରଣ କ’ଣ ସେଗୁଡ଼ିକ ଉପରେ କିଛି ବଳ ଅନୁଭୂତ ହୁଏ କି ?
Answer:
ପୃଥ‌ିବୀର ବସ୍ତୁତ୍ଵ ଯୋଗୁ ଏହା ମାଧ୍ୟାକର୍ଷଣ ବଳ ଧାରଣ କରେ । ପୃଥ‌ିବୀ ନିକଟବର୍ତ୍ତୀ ବସ୍ତୁ ଏହି ବଳଦ୍ଵାରା ପୃଥୁବୀର କେନ୍ଦ୍ର ଆଡ଼କୁ ଆକର୍ଷିତ ହୁଅନ୍ତି । ବସ୍ତର ମୁକ୍ତ ପତନ ପାଇ ମାଧ୍ୟାକର୍ଷଣ ଦାୟୀ । ଏଣୁ ପୃଥ‌ିବୀ ପୃଷ୍ଠରେ ପଡୁଥ‌ିବା ସମସ୍ତ ବସ୍ତୁ ଉପରେ ପୃଥ‌ିବୀର ମାଧ୍ୟାକର୍ଷଣ ବଳ କାର୍ଯ୍ୟକାରୀ ହୁଏ । ପୃଥ‌ିବୀ ପୃଷ୍ଠରେ ଥିବା ବିଭିନ୍ନ ବସ୍ତର ଓଜନ ମଧ୍ୟ ମାଧ୍ୟାକର୍ଷଣ ବଳ ଅଟେ ।

Question 7.
ପୃଥ‌ିବୀ ସବୁ ବସ୍ତୁକୁ ସମାନ ପରିମିତ ବଳରେ ଆକର୍ଷଣ କରେ କି ?
Answer:
ପୃଥ‌ିବୀ ସବୁ ବସ୍ତୁକୁ ସମପରିମିତ ବଳଦ୍ଵାରା ଆକର୍ଷଣ କରେନାହିଁ । ବସ୍ତୁର ବସ୍ତୁତ୍ଵ ଅଧିକ ହେଲେ ଆକର୍ଷଣ ବଳ (ମାଧ୍ୟାକର୍ଷଣ) ଅଧିକ ହୁଏ । ବସ୍ତୁତ୍ଵ କମ୍ ହେଲେ ଏହି ବଳର ପରିମାଣ କମିଯାଏ । ଏଣୁ ଭାରି ପଦାର୍ଥଗୁଡ଼ିକ ପାଇଁ ପୃଥ‌ିବୀର ଆକର୍ଷଣ ବଳ ଅଧ‌ିକ । ଖଣ୍ଡିଏ ଲୁହା ଓ ଖଣ୍ଡିଏ କାଠ ସମାନ ଉଚ୍ଚତାରୁ ଭୂପୃଷ୍ଠରେ ପଡ଼ିଲେ ଲୁହା ଶିଘ୍ର ଭୂପୃଷ୍ଠରେ ପହଞ୍ଚିବାର କାରଣ ଏହା ଉପରେ ମାଧ୍ୟାକର୍ଷଣ ବଳର ପ୍ରଭାବ ଅଧିକ ।

Question 8.
ବସ୍ତୁତ୍ଵ ଓ ଓଜନ ମଧ୍ୟରେ ପାର୍ଥକ୍ୟ କ’ଣ ?
Answer:
(i) ବସ୍ତୁରେ ଥିବା ପଦାର୍ଥର ମାତ୍ରାକୁ ବସ୍ତୁତ୍ଵ କହନ୍ତି କିନ୍ତୁ ବସ୍ତୁ ସହ ସଂଯୁକ୍ତ ପୃଥ‌ିବୀର ମାଧ୍ୟାକର୍ଷଣ ବଳକୁ ଓଜନ କହନ୍ତି ।
(ii) ବସ୍ତୁର ବସ୍ତୁତ୍ଵ ବିଶ୍ଵରେ ସର୍ବତ୍ର ସମାନ କିନ୍ତୁ ଓଜନ ବିଶ୍ଵର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ।
(iii) ବସ୍ତୁତ୍ୱ ସାଧାରଣ ନିକିତିରେ ମାପ କରାଯାଏ କିନ୍ତୁ ଓଜନ କମାନୀ ନିକିତିରେ ମାପ କରାଯାଏ ।
(iv) ବସ୍ତତ୍ଵର SI ଏକକ କି.ଗ୍ରା. କିନ୍ତୁ ଓଜନର SI ଏକକ ନିଉଟନ ।

Question 9.
ଜଳରେ କିଛି ବସ୍ତୁକୁ ପକାଇଲେ କେତେକ ବସ୍ତୁ ଭାସନ୍ତି ଓ ଅନ୍ୟଗୁଡ଼ିକ ବୁଡ଼ି ନିମ୍ନକୁ ଖସିଯାଆନ୍ତି । ମାଧ୍ୟାକର୍ଷଣ ବଳ ସମସ୍ତ ବସ୍ତୁ ଉପରେ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ସମସ୍ତ ବସ୍ତୁ ତଳକୁ କାହିଁକି ପଡୁନାହିଁ ?
Answer:
ପୃଥ‌ିବୀର ମାଧ୍ୟାକର୍ଷଣ ବଳ ସମସ୍ତ ବସ୍ତୁ ଉପରେ କାର୍ଯ୍ୟ କରୁଥିଲେ ମଧ୍ୟ ସମସ୍ତ ବସ୍ତ ଜଳରେ ବୁଡ଼ିଯାଆନ୍ତି ନାହିଁ । ଜଳର ଉର୍ଦ୍ଧମୁଖୀ ବଳ ଏଥିପାଇଁ ଦାୟୀ । ଯଦି ବସ୍ତପାଇଁ ଜଳର ଉର୍ଦ୍ଧ୍ୱମୁଖୀ ବଳ ବା ପ୍ଳବନ ବଳ, ସେହି ବସ୍ତ ନିମିତ୍ତ ମାଧ୍ୟାକର୍ଷଣ ବଳ ଅପେକ୍ଷା ଅଧିକ ହୁଏ ତେବେ ବସ୍ତୁ ଜଳରେ ଭାସେ । ଅନ୍ୟ ପକ୍ଷରେ ଯଦି ବସ୍ତୁପାଇଁ ପ୍ଳବନ ବଳ, ଏହା ସହ ସଂଯୁକ୍ତ ମାଧ୍ୟାକର୍ଷଣ ବଳଠାରୁ କମ୍ ହୁଏ ତେବେ ବସ୍ତୁଟି ଜଳରେ ବୁଡ଼ିଯାଏ । ତେଣୁ ବସ୍ତୁଟି ଜଳରେ ଭାସିବା ବା ବୁଡ଼ିବା ଏହାର ସାନ୍ଦ୍ରତା (density) ଉପରେ ନିର୍ଭର କରେ । ବସ୍ତର ସାନ୍ଦ୍ରତା ଜଳର ସାନ୍ଦ୍ରତା ଅପେକ୍ଷା ଅଧିକ ହେଲେ ଏହା ଜଳରେ ବୁଡ଼ିଯାଏ ଏବଂ କମ୍ ହେଲେ ବସ୍ତ ଜଳରେ ଭାସେ

ଅତିରିକ୍ତ ଅଭ୍ୟାସ ପ୍ରଶ୍ନୋତ୍ତର

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

(କ) ମୌଖିକ ଶବ୍ଦରେ ଉତ୍ତର ଦିଅ ।

Question 1.
ଉଚ୍ଚରୁ ନିଜକୁ ଗଡ଼ାଣି ରାସ୍ତାରେ କେଉଁ ବଳ ସାଇକେଲର ବେଗ ଗଢ଼ାଇ ଦିଏ ?
Answer:
ପୃଥ‌ିବୀର ମାଧ୍ୟାକର୍ଷଣ ବଳ

Question 2.
ତେଲାଟିଏ ସିଧା ଉପରକୁ ଗତି କରୁଥିବା ସମୟରେ କେଉଁ ବଳର ପ୍ରଭାବରେ ଏହା ଗତିକରେ ?
Answer:
ମାଂସପେଶୀୟ ବଳ

Question 3.
ଆମେ ସର୍ବଦା କେଉଁ ଦୁଇପ୍ରକାର ବଳ ଅନୁଭବ କରୁ ?
Answer:
ଟଣା ଓ ଠେଲା ବଳ

Class 8 Science Chapter 5 Question Answer Odia Medium ବଳର ଅନ୍ଵେଷଣ

Question 4.
ଗତିଶୀଳ ବଲ୍ଟିକୁ ବ୍ୟାଟ୍‌ରେ ଆଘାତ କଲେ କ’ଣ ଘଟେ ଏବଂ କେଉଁ ପ୍ରକାର ବଳ ପ୍ରଭାବ ଘଟେ ?
Answer:
ବଲ୍‌ର ଗତିର ଦିଗ ପରିବର୍ତ୍ତିତ ହୁଏ, ମାସପେଶୀୟ ବଳର ପ୍ରଭାବ

Question 5.
ଜଳରେ ପହଁରିବା ସମୟରେ କେଉଁ ବଳ ପ୍ରୟୋଗିତ ହୁଏ ?
Answer:
ମାଂସପେଶୀୟ ବଳ

Question 6.
ଡ୍ରୟର ଖୋଲିଲାବେଳେ କି ପ୍ରକାର ବଳ ଅନୁଭୂତ ହୁଏ ?
Answer:
ଟଣାବଳ

Question 7.
ଗୋଟିଏ ସ୍ଥିର ବସ୍ତରେ ଅନୁଭୂତ ବଳଗୁଡ଼ିକ କେଉଁ ଅବସ୍ଥାରେ ଥାଆନ୍ତି ?
Answer:
ସଜ୍ଜ୍ବଳନ

Question 8.
ଅତି କମ୍‌ରେ କେତୋଟି ବଳର ପାରସ୍ପରିକ କ୍ରିୟାଦ୍ଵାରା ବଳ ସୃଷ୍ଟିହୁଏ ?
Answer:
ଦୁଇଟି

Question 9.
ବଳର SI ଏକକ କ’ଣ ?
Answer:
ନିଉଟନ ବା N

Question 10.
ମାଂସପେଶୀୟ ବଳ କେଉଁ ପ୍ରକାର ବଳର ଉଦାହରଣ ?
Answer:
ସଂସ୍ପର୍ଶବଳ

Question 11.
ମାସପେଶୀୟ ବଳ ପ୍ରୟୋଗ ବେଳେ ମାଂସପେଶୀଗୁଡ଼ିକରେ କ’ଣ ଘଟେ ?
Answer:
ସଙ୍କୋଚନ ଓ ପ୍ରସାରଣ

Question 12.
ପକ୍ଷୀଟି ଉଡ଼ିବା ସମୟରେ ଏହା କେଉଁ ବଳ ପ୍ରୟୋଗ କରେ ?
Answer:
ମାଂସପେଶୀୟ ବଳ

Question 13.
ପରିବହନ କାର୍ଯ୍ୟରେ ପଶୁମାନଙ୍କର କେଉଁ ବଳ ବିନିଯୋଗ ହୁଏ ?
Answer:
ମାଂସପେଶୀୟ` ବଳ

Question 14.
ରକ୍ତ ସଞ୍ଚାଳନ ସମୟରେ ଆମ ଶରୀରରେ କେଉଁ ବଳ ଅନୁଭୂତ ହୁଏ ?
Answer:
ମାଂସପେଶୀୟ ବଳ

Question 15.
ପଡ଼ିଆରେ ଗଡ଼ି ଗଡ଼ି ଯାଉଥବା ବଲ୍‌ କେଉଁ ବଳ ପ୍ରଭାବରେ ଆପେ ଅଟକି ଯିବାର ଦେଖାଯାଏ ?
Answer:
ଘର୍ଷଣ ବଳ

Question 16.
କେତୋଟି ପୃଷ୍ଠତଳ ମଧ୍ୟରେ ଘର୍ଷଣ ବଳ କାର୍ଯ୍ୟକରେ ?
Answer:
ଦୁଇଟି

Question 17.
ବସ୍ତର ଗତିର ବିପରୀତ ଦିଗରେ କେଉଁ ବଳ କାର୍ଯ୍ୟକାରୀ ହୁଏ ?
Answer:
ଘର୍ଷଣ ବଳ

Question 18.
ଘର୍ଷଣ ବଳର ମୁଖ୍ୟ କାର୍ଯ୍ୟ କ’ଣ ?
Answer:
ବସ୍ତର ଗତିକୁ ବାଧାଦେବା

Question 19.
କେଉଁ ପୃଷ୍ଠରେ ଘର୍ଷଣ ବଳ ସର୍ବାଧ୍ଯକ ହୋଇଥାଏ ?
Answer:
ଅସମ ପୃଷ୍ପ (ଆବଡ଼ାଖାବଡ଼ା, ଖଦଡ଼ା, ଖାଲଢ଼ିପ)

Question 20.
କଠିନ, ତରଳ ଏବଂ ବାୟୁ ମଧ୍ୟରୁ କାହାର ଘର୍ଷଣ ବଳ ସର୍ବାଧ‌ିକ ?
Answer:
କଠିନ

Question 21.
ଗୋଟିଏ ଚାର୍ଜିତ ବସ୍ତୁ ଅନ୍ୟ ଏକ ଚାର୍ଜିତ ବା ଅଣଚାର୍ଜିତ ବସ୍ତୁ ଉପରେ ପ୍ରୟୋଗ କରୁଥିବା ବଳକୁ କ’ଣ କହନ୍ତି ?
Answer:
ସ୍ଥିର ବୈଦ୍ୟୁତିକ ବଳ

Question 22.
ପ୍ଲାଷ୍ଟିକ ପାନିଆକୁ ମୁଣ୍ଡଚୁଟିରେ ଘଷିଲେ ପାନିଆ କେଉଁ ଚାର୍ଜ ପ୍ରାପ୍ତ ହୁଏ ?
Answer:
ବିଯୁକ୍ତାତ୍ମକ

Question 23.
ଗୋଟିଏ କାଚରଡ଼କୁ ପଶମ କପଡ଼ାରେ ଘଷିଲେ କାଚରଡ଼ କେଉଁ ଚାର୍ଜ ବହନ କରେ ?
Answer:
ଯୁକ୍ତଚାର୍ଜ

Question 24.
ଗୋଟିଏ ବେଲୁନ୍‌କୁ ପଶମ କନାରେ ଘଷିଲେ ବେଲୁନ୍ କେଉଁ ଚାର୍ଜ ପ୍ରାପ୍ତହୁଏ ?
Answer:
ବିଯୁକ୍ତ ଚାର୍ଜ

Question 25.
କେଉଁ ବଳ ଦୁଇଟିର ଉଭୟ ଆକର୍ଷଣ ଓ ବିକର୍ଷଣ ଗୁଣଥାଏ ?
Answer:
ଚୁମ୍ବକୀୟ ବଳ ଓ ବୈଦ୍ୟୁତିକ ବଳ

Question 26.
କେଉଁ ଅଣ-ସଂସ୍ପର୍ଶ ବଳର କେବଳ ଆକର୍ଷଣ ଗୁଣ ଥାଏ ?
Answer:
ମହାକର୍ଷଣ

Question 27.
ଉପରକୁ ଫିଙ୍ଗାଯାଇଥୁବା ବସ୍ତ ସର୍ବୋଚ୍ଚ ଉଚ୍ଚତାରେ ଥ‌ିବା ସମୟରେ ଏହା ଉପରେ କେଉଁ ବଳର ପ୍ରଭାବ ଥାଏ ।
Answer:
ପୃଥ‌ିବୀର ମାଧ୍ୟାକର୍ଷଣ

Question 28.
ଓଜନ ଏକ ବଳ । ଉକ୍ତିଟି ସତ୍ୟ ନା ମିଥ୍ୟା ?
Answer:
ସତ୍ୟ

Question 29.
ସ୍ତ୍ରୀଙ୍ଗ୍ ତରାଜୁରେ ଗୋଟିଏ ଛୋଟ ବିଭାଗ (Small Division) କେତେ ଓଜନ ସୂଚାଏ ?
Answer:
0.2 ନିଉଟନ୍

Question 30.
ବସ୍ତତ୍ଵର SI ଏକକ କ’ଣ ?
Answer:
କିଲୋଗ୍ରାମ୍

Question 31.
କେଉଁ ବଳର ମାନ ବିଭିନ୍ନ ଗ୍ରହରେ ଭିନ୍ନ ଭିନ୍ନ ?
Answer:
ମାଧ୍ୟାକର୍ଷଣ

Question 32.
ପୃଥ‌ିବୀ ପୃଷ୍ଠରେ ମାଧ୍ୟାକର୍ଷଣ ତ୍ଵରଣର ହାରାହାରି ମାନ କେତେ ?
Answer:
୨.୫ ମିଟର / ବର୍ଗସେକେଣ୍ଡ

Question 33.
ପୃଥ‌ିବୀ, ମଙ୍ଗଳ, ଶୁକ୍ର ଏବଂ ବୃହସ୍ପତି ଗ୍ରହ ମଧ୍ୟରୁ କେଉଁଠାରେ ବସ୍ତର ଓଜନ ସର୍ବାଧ‌ିକ ଏବଂ କେଉଁଠାରେ ସର୍ବନିମ୍ନ ?
Answer:
ବୃହସ୍ପତିରେ ସର୍ବାଧ‌ିକ ଓ ମଙ୍ଗଳର ସର୍ବନିମ୍ନ

Class 8 Science Chapter 5 Question Answer Odia Medium ବଳର ଅନ୍ଵେଷଣ

Question 34.
ପୃଥ‌ିବୀ ପୃଷ୍ଠରେ କେଉଁ ସ୍ଥାନରେ ବସ୍ତର ଓଜନ ସର୍ବାଧ‌ିକ ହେବ ?
Answer:
ଉଭୟ ମେରୁଠାରେ

Question 35.
ପୃଥ‌ିବୀରେ 60 କି.ଗ୍ରା. ଓଜନ ବସ୍ତର ଓଜନ ଚନ୍ଦ୍ରପୃଷ୍ଠରେ କେତେ ହେବ ?
Answer:
10 କି.ଗ୍ରା.

Question 36.
ବସ୍ତର ବସ୍ତୁତ୍ଵ ଓ ଆୟତନର ଅନୁପାତକୁ କ’ଣ କହନ୍ତି ?
Answer:
ସାନ୍ଦ୍ରତା

Question 37.
ସାନ୍ଦ୍ରତାର ଏକକ କ’ଣ ?
Answer:
କି.ଗ୍ରା.|ଘନମିଟର ବା ଗ୍ରାମ/ଘନସେ.ମି.

Question 38.
ତରଳର ଉର୍ଦ୍ଧମୁଖୀ ବଳକୁ କ’ଣ କହନ୍ତି ?
Answer:
ପ୍ଳବନ ବଳ

Question 39.
ଜଳରେ ବସ୍ତର ଭାସମାନ ନିୟମ କିଏ ଆବିଷ୍କାର କରିଥିଲେ ?
Answer:
ଗ୍ରିକ୍ ବୈଜ୍ଞାନିକ ଆର୍କିମିଡିସ୍

Question 40.
କେଉଁ ପଥର ଜଳରେ ଭାସେ ?
Answer:
ପୁଂମିସ୍

Question 41.
ବସ୍ତପାଇଁ ତରଳର ପ୍ଳବନ ବଳ, ମାଧ୍ୟାକର୍ଷଣ ବଳ ସହ ସମାନ ହେଲେ, ଭାସମାନ ସ୍ଥିତିରେ କ’ଣ ଘଟିବ ?
Answer:
ବସ୍ତୁଟି ସ୍ଥିର ହୋଇ ଭାସିବ

Question 42.
ସମ ଆକୃତି ଓ ସମଆୟତନ ବିଶିଷ୍ଟ ଦୁଇଟି ବସ୍ତୁ A ଓ B ର ଓଜନ ଯଥାକ୍ରମେ W1 ଓ W2 I ବସ୍ତୁ ଦ୍ଵୟ ଜଳରେ ପଢ଼ିବା ପରେ B ବସ୍ତୁଟି ଅଧୁକ ନିମଜ୍ଜିତ ହେଲା । ତେବେ W1 ଓ W2 ମଧ୍ୟରେ ସମ୍ବନ୍ଧ କ’ଣ ?
Answer:
W1 > W2

(ଖ) ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

ପ୍ରତ୍ୟେକ ପ୍ରଶ୍ନତଳେ ଚାରୋଟି ସମ୍ଭାବ୍ୟ ଉତ୍ତର ଦଉଅଛି । ଠିକ ଉତ୍ତରଟି ବାଛି ଲେଖ ।

Question 1.
ଚିତ୍ରରେ A ଓ B ଦୁଇଟି ବାଳକ ଗୋଟିଏ ବାକ୍ସକୁ ପରସ୍ପର ଦିଗରେ ଠେକୁଛନ୍ତି । ବାକ୍ସଟି ଦକ୍ଷିଣ ଦିଗକୁ ଗତିକଲେ କେଉଁଟି ଠିକ୍ ।
(a) A ପ୍ରୟୋଗ କରୁଥ‌ିବା ବଳର ପରିମାଣ B ପ୍ରୟୋଗ କରୁଥ‌ିବା ବ ବଳ ଠାରୁ ଅଧିକ ।
(b) A ପ୍ରୟୋଗ କରୁଥିବା ବଳର ପରିମାଣ B ର ବଳ ଅପେକ୍ଷା କମ୍ ।
(c) A ଦିଗରେ ପରିଣାମ ବଳ କ୍ରିୟାଶୀଳ ।
(d) A ଓ B ଦ୍ଵାରା ପ୍ରୟୋଗିତ ବଳ ଦୁଇଟିର ପରିମାଣ ସମାନ ।
Answer:
(a) A ପ୍ରୟୋଗ କରୁଥ‌ିବା ବଳର ପରିମାଣ B ପ୍ରୟୋଗ କରୁଥ‌ିବା ବ ବଳ ଠାରୁ ଅଧିକ ।

Question 2.
ଓଜନର SI ଏକକ ହେଉଛି ।
(a) କିଲୋଗ୍ରାମ
(b) ନିଉଟନ
(c) ଗ୍ରାମ
(d) ମିଟର
Answer:
(b) ନିଉଟନ

Question 3.
ନିମ୍ନୋକ୍ତ କେଉଁଟି ସଂପର୍ଶ ବଳ ଅଟେ ?
(a) ମାଧ୍ୟାକର୍ଷଣ
(b) ଘର୍ଷଣ ବଳ
(c) ଚୁମ୍ବକୀୟ ବଳ
(d) ସ୍ଥିର ବୈଦ୍ୟୁତିକ ବଳ
Answer:
(b) ଘର୍ଷଣ ବଳ

Question 4.
ନିମ୍ନୋକ୍ତ କେଉଁ କ୍ଷେତ୍ରରେ ଘର୍ଷଣ ବଳ ଅଧୂକ ଅନୁଭୂତ ହେଉଛି ?
(a) ଶୁଷ୍କ ଚଟାଣ
(b) ଆର୍ଦ୍ର ସମତଳ ଚଟାଣ
(c) ଗୋଟିଏ ସମତଳ କାଚ ପୃଷ୍ଠ
(d) ତେଲିଆ ଇସ୍ପାତ ପୃଷ୍ଠତଳ
Answer:
(a) ଶୁଷ୍କ ଚଟାଣ

Class 8 Science Chapter 5 Question Answer Odia Medium ବଳର ଅନ୍ଵେଷଣ

Question 5.
ଶୁଖୁଲା ପାଗରେ ମୁଣ୍ଡ କୁଣ୍ଡାଇଲେ ଚୁଟିଗୁଡ଼ିକ ଛଡ଼ାଛଡ଼ା ହୋଇ ଯାଆନ୍ତି । ଏଥିପାଇଁ କେଉଁ ବଳ ଦାୟୀ ?
(a) ମାଧ୍ୟାକର୍ଷଣ
(b) ସ୍ଥିର ବୈଦ୍ୟୁତିକ ବଳ
(c) ଘର୍ଷଣ ବଳ
(d) ରବର ବଲ୍
Answer:
(b) ସ୍ଥିର ବୈଦ୍ୟୁତିକ ବଳ

Question 6.
ଗୋଟିଏ ଚୁମ୍ବକୀୟ ବଳ କେଉଁ ବସ୍ତରେ ଅନୁଭୂତ ହୁଏ ?
(a) ପ୍ଲାଷ୍ଟିକ
(b) କାଠଖଣ୍ଡ
(c) ଲୁହାଖଣ୍ଡ
(d) ଚୁମ୍ବକୀୟ ବଳ
Answer:
(c) ଲୁହାଖଣ୍ଡ

Question 7.
ତମେ ଟେବୁଲ ଉପରେ ବହିଟିଏ ରଖୁଲ । ବହିଟି ପଡ଼ି ଯାଉନାହିଁ କାହିଁକି ?
(a) ଏହା ଉପରେ କିଛି ବଳ ଅନୁଭୂତ ହେଉନାହିଁ
(b) କେବଳ ମାଧ୍ୟାକର୍ଷଣ ଏହାକୁ ଟାଣୁଛି
(c) ଟେବୁଲ୍‌ର ଉର୍ନମୁଖୀ ବଳ ମାଧ୍ୟାକର୍ଷଣକୁ ସନ୍ତୁଳନ କରୁଛି
(d) ବହିଟିର ଓଜନ ନାହିଁ
Answer:
(c) ଟେବୁଲ୍‌ର ଉର୍ନମୁଖୀ ବଳ ମାଧ୍ୟାକର୍ଷଣକୁ ସନ୍ତୁଳନ କରୁଛି

Question 8.
ଉପରକୁ ଫିଙ୍ଗାଯାଇଥ‌ିବା ବଲ୍‌ ତଳକୁ କାହିଁକି ଖସିଆସେ ?
(a) ପବନର ପ୍ରତିରୋଧ ହେତୁ
(b) ଏହା ବେଗ ଅଧିକ ହେତୁ
(c) ଚୂମ୍ବକୀୟ ବଳ ଯୋଗୁଁ
(d) ମାଧ୍ୟାକର୍ଷଣ ବଳଯୋଗୁଁ
Answer:
(d) ମାଧ୍ୟାକର୍ଷଣ ବଳଯୋଗୁଁ

Question 9.
ବସ୍ତୁତ୍ଵ ଓ ଓଜନକୁ ନେଇ କେଉଁ ଉକ୍ତିଟି ଠିକ୍ ?
(a) ବସ୍ତୁତ୍ୱ ଓ ଓଜନର ପରିମାଣ ସମାନ
(b) ବସ୍ତୁତ୍ୱ ସ୍ଥାନକୁ ସ୍ଥାନ ବଦଳେ କିନ୍ତୁ ଓଜନ ବଦଳେ ନାହିଁ
(c) ବସ୍ତୁତ୍ୱ ସ୍ଥିର କିନ୍ତୁ ଓଜନ ମାଧ୍ୟାକର୍ଷଣକୁ ନେଇ ବଦଳେ
(d) ତାପମାତ୍ରା ଯୋଗୁ ଉଭୟ ବସ୍ତୁତ୍ଵ ଓ ଓଜନ ବଦଳିଯାଏ
Answer:
(c) ବସ୍ତୁତ୍ୱ ସ୍ଥିର କିନ୍ତୁ ଓଜନ ମାଧ୍ୟାକର୍ଷଣକୁ ନେଇ ବଦଳେ

Question 10.
ପଥରଟି ଜଳରେ ବୁଡ଼ିଯାଏ କିନ୍ତୁ ପ୍ଲାଷ୍ଟିକ ବଲ ଜଳରେ ଭାସିବାର କାରଣ କ’ଣ ?
(a) ପଥର ଓଜନିଆ
(b) ପ୍ଲାଷ୍ଟିକ ବଲ୍‌ ଆକାରରେ ବଡ଼
(c) ପଥରର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ ଅଧିକ
(d) ପଥର ନରମ
Answer:
(c) ପଥରର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ ଅଧିକ

Question 11.
ଗୋଟିଏ ବସ୍ତୁ ଜଳରେ ଭାସିବ ଯଦି
(a) ଏହାର ଓଜନ ଉÉମୁଖୁ ବଳଠାରୁ ଅଧିକ ହୁଏ
(b) ଏହାର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ ଅଧୂକ ହୁଏ
(c) ଏହାର ଓଜନ ଜଳର ଉର୍ଦ୍ଧ୍ୱମୁଖୁ ବଳ ସହ ସମାନ ହୁଏ
(d) ଯଦି ମାଧ୍ୟାକର୍ଷଣ ବଳ ନ ଥାଏ
Answer:
(c) ଏହାର ଓଜନ ଜଳର ଉର୍ଦ୍ଧ୍ୱମୁଖୁ ବଳ ସହ ସମାନ ହୁଏ

Question 12.
ଜଳରେ ବସ୍ତଟି ବୁଡ଼ିବାପାଇଁ କେଉଁଠି ଠିକ୍ ?
(a) ପ୍ଲବନ ବଳ ବସ୍ତର ଓଜନ ଠାରୁ ଅଧ‌ିକ
(b) କ୍ଲବନ ବଳ ବସ୍ତର ଓଜନ ସହ ସମାନ
(c) ବସ୍ତର ଓଜନ ପ୍ଲବନ ବଳ ଅପେକ୍ଷା ଅଧିକ
(d) କୌଣସି ବଳ କାର୍ଯ୍ୟକାରୀ ନହୁଏ
Answer:
(c) ବସ୍ତର ଓଜନ ପ୍ଲବନ ବଳ ଅପେକ୍ଷା ଅଧିକ

(ଗ) ଶୂନ୍ୟସ୍ଥାନ ପୂରଣ କର ।

1. ଯଦି ବସ୍ତୁ ଉପରେ ପ୍ରୟୋଗିକ ଦୁଇଟି ବଳର ପରିମାଣ ସମାନ ଏବଂ ପରସ୍ପର ବିପରୀତ ଦିଗରେ ଅନୁଭୂତ ହୁଏ, ତେବେ ସେ ବଳ ଦୁଇଟି _______ ବଳ ଅଟନ୍ତି ।
Answer:
ସମତୁଲ

2. ମନୁଷ୍ୟ କିମ୍ବା ପ୍ରାଣୀମାନଙ୍କର ମାଂସପେଶୀଦ୍ଵାରା ପ୍ରୟୋଗିତ ବଳକୁ _______ ବଳ କହନ୍ତି ।
Answer:
ମାଂସପେଶୀୟ

3. ଯଦି ଗୋଟିଏ ବସ୍ତୁ ତା’ର ଗତିର ବେଗ ବୃଦ୍ଧିକରେ ତେବେ ବଳ ଏହାର ଗତିର _______ ଦିଗରେ କ୍ରିୟାଶୀଳ ହୁଏ ।
Answer:
ସମ

4. ଗୋଟିଏ ସମତଳ ପୃଷ୍ଠରେ ଗଡ଼ଗଡ଼ି ଯାଉଥବା ବଲ୍‌ ଅଧ‌ିକ ସମୟ ଗଡ଼ିଚାଲେ ତେବେ ପୃଷ୍ଠର _______ କମ୍ ଅଛି ବୋଲି ଜଣାପଡ଼େ ।
Answer:
ଘର୍ଷଣ

5. ଚୁମ୍ବକର ସମମେରୁ ପରସ୍ପରକୁ _______ ଓ ବିଷମମେରୁ ପରସ୍ପରକୁ _______ କରନ୍ତି ।
Answer:
ବିକର୍ଷଣ, ଆକର୍ଷଣ

6. ଓଜନ ଯନ୍ତ୍ରରେ ପାଠ୍ୟଙ୍କ ପୃଥ‌ିବୀ ତୁଳନାରେ ଚନ୍ଦ୍ରପୃଷ୍ଠରେ କମ୍ ହୁଏ କାରଣ ଚନ୍ଦ୍ରରେ _______ ର ମାନ କମ୍ ଅଟେ ।
Answer:
ମାଧ୍ୟାକର୍ଷଣ

7. ଯଦିଓ ଦୁଇଟି ବ୍ୟାଗ ସମାନ ଆକୃତିର ସେଥୁରୁ ଗୋଟିଏ ଅନ୍ୟଠାରୁ ଓଜନିଆ ଜଣାପଡ଼େ କାରଣ ଏହା ଭିତରେ ଅଧ୍ବକ _______ ଥାଏ ।
Answer:
ବସ୍ତ

8. ଆମେ ପହଁରିବା ସମୟରେ ଆମ ଶରୀର ହାଲୁକା ମନେହୁଏ କାରଣ ଜଳ ଶରୀର ଉପରେ ଯେଉଁ ଉର୍ଦ୍ଧ୍ୱମୁଖୀ ବଳ ପ୍ରଦାନ କରେ ତାହା ହେଉଛି _______ ବଳ ।
Answer:
ଉର୍ଦ୍ଧ୍ୱମୁଖୀବଳ

9. ଲୁହାରେ ତିଆରି ଜାହାଜଟି ଜଳରେ ଭାସେ କାରଣ ଏହାର ମୋଟାମୋଟି ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ କମ୍ ଯେହେତୁ ଏହାର ଭିତର ଅଂଶର _______ ର ଆୟତନ ବହୁତ ବେଶୀ ।
Answer:
ବାୟୁ

10. ଜଳ ବସ୍ତସହ ଉର୍ଦୁମୁଖୀ ବଳ ଏହାର ଓଜନଠାରୁ କମିଗଲା ତେବେ ବସ୍ତଟି ଜଳରେ _______ ।
Answer:
ବୁଡ଼ିଯିବ

Class 8 Science Chapter 5 Question Answer Odia Medium ବଳର ଅନ୍ଵେଷଣ

(ଘ) ଉକ୍ତିଗୁଡ଼ିକ ସତ୍ୟ କି ମିଥ୍ୟା ଲେଖ ।

1. ବସ୍ତୁକୁ ଗତିଶୀଳ କରିବାପାଇଁ ବଳ ଦରକାର ମାତ୍ର ଦିଗ ପରିବର୍ତ୍ତନ ପାଇଁ ନୁହେଁ ।
Answer:
ମିଥ୍ୟା

2. ସମତୁଲ ବଳ ବସ୍ତର ଆକୃତି ପରିବର୍ତ୍ତନ କରିପାରେ ।
Answer:
ସତ୍ଯ

3. ମାଂଶପେଶୀୟ ବଳ କିଛି ଦୂରରୁ ପ୍ରୟୋଗିତ ହୋଇପାରିବ ।
Answer:
ମିଥ୍ୟା

4. ଘର୍ଷଣ ଗୋଟିଏ ଅଣ-ସମ୍ପର୍କ ବଳ ।
Answer:
ମିଥ୍ୟା

5. ପଶମରେ ଘଷାଯାଇଥ‌ିବା ବେଲୁନ୍ କାଗଜ ଟୁକୁଡ଼ାକୁ ଆକର୍ଷଣ କରିପାରିବ ।
Answer:
ସତ୍ଯ

6. କେବଳ ଗତିଶୀଳ ବସ୍ତରେ ମାଧ୍ୟାକର୍ଷଣ ବଳ କାର୍ଯ୍ୟକରେ ।
Answer:
ମିଥ୍ୟା

7. ଚନ୍ଦ୍ରର ମାଧ୍ୟାକର୍ଷଣ ନଥ‌ିବାରୁ ବସ୍ତର ଓଜନ ସେଠାରେ ଶୂନ ।
Answer:
ମିଥ୍ୟା

8. ସ୍ଥିର ବିଦ୍ୟୁତ ବଳ କିଛି ଦୂରରୁ ଅନୁଭୂତ ହୋଇପାରେ ।
Answer:
ସତ୍ଯ

9. ଗୋଟିଏ କାଠବାକ୍ସ କଠିନ ପଦାର୍ଥ ହୋଇଥିବାରୁ ଜଳରେ ବୁଡ଼ିଯାଏ ।
Answer:
ମିଥ୍ୟା

10. ବସ୍ତ ତରଳରେ ଅଧିକରୁ ଅଧିକ ବୁଡୁଥିବା ସମୟରେ ପ୍ଲବନ ବଳ ବୃଦ୍ଧିପାଏ ।
Answer:
ସତ୍ଯ

(ଖ) ‘କ’ ଶବ୍ଦ ସହିତ ‘ଖ’ ଶବ୍ଦକୁ ମିଳନ କର ।

Question 1.
‘କ’ ସ୍ତମ୍ଭ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ତଥ୍ୟକୁ ମିଳନ କର ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ମାଧ୍ୟାକର୍ଷଣ ବଳ (1) ଚୁମ୍ବକ ନିକଟରେ ଲୁହାକଣ୍ଟା ରଖୁଲେ
(b) ପ୍ଳବନ ବଳ (2) କିଛି ଉଚ୍ଚତାରୁ ପଥର ଖସିଲେ
(c) ଚୁମ୍ବକୀୟ ବଳ (3) ସୋଲ ପାଣିରେ ଭାସିଲେ
(d) ସଂସ୍ପର୍ଶ ବଳ (4) ଟେବୁଲକୁ ଠେଲିଲେ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ମାଧ୍ୟାକର୍ଷଣ ବଳ (2) କିଛି ଉଚ୍ଚତାରୁ ପଥର ଖସିଲେ
(b) ପ୍ଳବନ ବଳ (3) ସୋଲ ପାଣିରେ ଭାସିଲେ
(c) ଚୁମ୍ବକୀୟ ବଳ (1) ଚୁମ୍ବକ ନିକଟରେ ଲୁହାକଣ୍ଟା ରଖୁଲେ
(d) ସଂସ୍ପର୍ଶ ବଳ (4) ଟେବୁଲକୁ ଠେଲିଲେ

Question 2.
‘କ’ ସ୍ତମ୍ଭ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ତଥ୍ୟକୁ ମିଳନ କର ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ହାତ ପାପୁଲି ଦ୍ଵୟକୁ ଘଷିଲେ (1) ସ୍ଥିର ବୈଦ୍ୟୁତିକ ବଳ
(b) ବେଲୁନ କାଗଜକୁ ଆକର୍ଷଣ କଲେ (2) ଘର୍ଷଣ ବଳ
(c) ବସ୍ତର ମୁକ୍ତ ପତନ ଘଟିଲେ (3) ମାଧ୍ୟାକର୍ଷଣ ବଳ
(d) ଲୁହାଖଣ୍ଡକୁ ଚୁମ୍ବକ ଟାଣିଲେ (4) ଚୁମ୍ବକୀୟ ବଳ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ହାତ ପାପୁଲି ଦ୍ଵୟକୁ ଘଷିଲେ (2) ଘର୍ଷଣ ବଳ
(b) ବେଲୁନ କାଗଜକୁ ଆକର୍ଷଣ କଲେ (1) ସ୍ଥିର ବୈଦ୍ୟୁତିକ ବଳ
(c) ବସ୍ତର ମୁକ୍ତ ପତନ ଘଟିଲେ (3) ମାଧ୍ୟାକର୍ଷଣ ବଳ
(d) ଲୁହାଖଣ୍ଡକୁ ଚୁମ୍ବକ ଟାଣିଲେ (4) ଚୁମ୍ବକୀୟ ବଳ

ଅତି ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ପିଲାଟିଏ ତାର ସବୁ ବଳ ପ୍ରୟୋଗ କରି କାନ୍ଥକୁ ଠେଲୁଛି କିନ୍ତୁ କାନ୍ଥ ଗତିକରୁନାହିଁ । ପ୍ରୟୋଗିତ ବଳ ଏବଂ ଗତି ସମ୍ବନ୍ଧରେ ଏହା କ’ଣ ସୂଚାଉଛି ?
Answer:
କାନ୍ଥ ଉପରେ ବଳ ପ୍ରୟୋଗ ହେଉଛି ମାତ୍ର କାନ୍ଥ ଚଳୁନାହିଁ । କାରଣ କାନ୍ଥଦ୍ଵାରା ସୃଷ୍ଟି ସମାନ ଓ ବିପରୀତ ବଳ ଯୋଗୁ ଏହା ସନ୍ତୁଳିତ ହୋଇଯାଉଛି । ଅସନ୍ତୁଳିତ ବଳ ବିନା ଗତି ସମ୍ଭବ ନୁହେଁ ।

Question 2.
ତମେ ବହିଟିଏ ଟେବୁଲ ଉପରେ ଘୂଞ୍ଚାଇ ଦେଲ ଏବଂ ତୁମେ ପୁନର୍ବାର ଛୁଇଁବା ପୂର୍ବରୁ ଏହା ସ୍ଥିର ହୋଇଗଲା । କେଉଁ ଅଦୃଶ୍ୟ ବଳ ବହିଟିକୁ ସ୍ଥିର କଲା ?
Answer:
ବହି ଓ ଟେବୁଲ ପୃଷ୍ଠ ମଧ୍ୟରେ ସୃଷ୍ଟି ଘର୍ଷଣ ବଳ ବହିର ଗତିକୁ ବାଧା ଦେଲା ଏବଂ କ୍ରମେ କ୍ରମେ ଧୀର କରି ଶେଷରେ ସ୍ଥିର କଲା ।

Question 3.
ମସୃଣ ବରଫ ପୃଷ୍ଠରେ ଚାଲିବା କଷ୍ଟସାଧ୍ୟ କାହିଁକି ?
Answer:
ମସୃଣ ବରଫ ପୃଷ୍ଠ ଅଳ୍ପ ମାତ୍ରାରେ ଘର୍ଷଣ ବଳ ସୃଷ୍ଟି କରେ । ଏଣୁ ଆମ ପାଦ ପୃଷ୍ଠତଳକୁ ଚାପିଧରି ପାରେନାହିଁ ଏବଂ ଫଳରେ ଚାଲିବା କଷ୍ଟକର ହୁଏ ।

Question 4.
ଶୁଖୁଲା ପାଗରେ କୃତ୍ରିମ ତନ୍ତୁରେ ତିଆରି ପୋଷାକ ବହୁକ୍ଷେତ୍ରରେ ଆମ ଚର୍ମକୁ ଫୋଡ଼ିଦିଏ । ଏହି ଦୃଷ୍ଟାନ୍ତ ପାଇଁ କେଉଁ ପ୍ରକାର ବଳ ଦାୟୀ ?
Answer:
ଶୁଖୁଲା ପାଗରେ, ତନ୍ତୁରେ ତିଆରି ପୋଷାକ ଆମ ଚର୍ମକୁ ସ୍ଥିର ବୈଦ୍ୟୁତିକ ବଳ ପ୍ରଭାବରେ ଆଘାତ ହୁଏ ।

Question 5.
ଦୁଇଟି ଚୁମ୍ବକର ସମମେରୁ ପରସ୍ପର ମୁଖା ହୋଇଛନ୍ତି । ସେମାନେ ପରସ୍ପରକୁ ଠେଲିବା ଆରମ୍ଭ କରିବେ । ଏହା କି ପ୍ରକାର ବଳ ?
Answer:
ଏହା ହେଉଛି ଅଣ-ସଂସ୍ପର୍ଶୀ ଚୁମ୍ବକୀୟ ବଳ । ସମମେରୁ ଦ୍ଵୟ ପାଖାପାଖୁ ଥ‌ିବାରୁ ବିକର୍ଷଣ କରିବେ । ବିନା ସ୍ପର୍ଶରେ ଏହି ବଳ ଅନୁଭୂତ ହୋଇଥାଏ ।

Question 6.
ତୁମେ ଗୋଟିଏ ପମ୍ପାବୋତଲକୁ ଜଳପୂର୍ଣ୍ଣ କରି ଗୋଟିଏ ବାଲଟି ଭିତରକୁ ପକାଇ ଦେଲ । ଏହା ବାଲଟିରେ ଥ‌ିବା ଜଳ ଭିତରେ ବୁଡ଼ିଗଲା । ତାପରେ ତୁମେ ଠିପିବନ୍ଦ ଖାଲି ବୋତଲଟି ବାଲଟିରେ ପକାଇବାକୁ ଏହା ଭାସିଲା । ଜଳରେ ବସ୍ତୁର ଭାସମାନ ନିୟମ ଉପରେ ଏହି ପରୀକ୍ଷାଟି କି ସୂଚନା ଦେଲା ?
Answer:
ଠିପି ବନ୍ଦ ଖାଲି ବୋତଲର ସାନ୍ଦ୍ରତା ଜଳର ସାନ୍ଦ୍ରତା ଠାରୁ କମ୍ । ଏହାଦ୍ଵାରା ଅପସାରିତ ଜଳ ଯେଉଁ ଉର୍ଦ୍ଧ୍ୱମୁଖୀ ବଳ ପ୍ରଦାନ କଲା ତାହା ବୋତଲର ଓଜନଠାରୁ ଅଧିକ । ତେଣୁ ଏହା ଜଳରେ ଭାସେ । ଜଳପୂର୍ଣ୍ଣ ବୋତଲଟିର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ ଅଧ‌ିକ ହୋଇଥିବାରୁ ଏହା ଜଳରେ ବୁଡ଼ିଯାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ

Question 1.
ଗୋଟିଏ ରୁଟି ତିଆରି ଯନ୍ତ୍ର ଅଟାଗୁଳାଗୁଡ଼ିକୁ ରୁଟିରେ ପରିଣତ କରେ । ଏହି ପ୍ରକ୍ରିୟାରେ ବଳର କେଉଁ ପ୍ରଭାବ ପରିଲକ୍ଷିତ ହୁଏ ?
Answer:
ରୁଟି ତିଆରି ଯନ୍ତ୍ର ଦୁଇଟି ଉତ୍ତପ୍ତ ପ୍ଲେଟ ମଧ୍ୟରେ ଅଟାଗୁଳାକୁ ରଖ୍ ଚାପ ପ୍ରୟୋଗ କରେ । ଏଠାରେ ପ୍ରୟୋଗିକ ବଳ ଅଟାଗୁଳାକୁ ପତଳା ଗୋଲାକାର ରୁଟିରେ ପରିଣତ କରେ । ଦୃଷ୍ଟାନ୍ତଟି ବଳ ପ୍ରଭାବରେ ବସ୍ତର ଆକାର ପରିବର୍ତ୍ତନ ପ୍ରଭାବ ଦର୍ଶାଇଥାଏ ।

Question 2.
ବିଭିନ୍ନ ବସ୍ତୁତ୍ଵର ଦୁଇଟି ଲୁହା ବ୍ଲକ୍ ଗୋଟିଏ ସିମେଣ୍ଟ ଚଟାଣ ଉପରେ ରଖାଯାଇଛି । ସ୍ଥିରାବସ୍ଥାରୁ ଗତିକରିବାପାଇଁ କେଉଁଟି ଅଧୁକ ବଳ ଆବଶ୍ୟକ କରିବ ?
Answer:
ଚିତ୍ରରେ ଥ‌ିବା 2-Unit ବସ୍ତୁତ୍ଵ ବିଶିଷ୍ଟ ଲୁହା ବ୍ଲକ୍ ଗତିଶୀଳ ହେବାପାଇଁ ଅଧୁକ ବଳ ଆବଶ୍ୟକ କରିବ । ବ୍ଲକ୍ ଓ ସିମେଣ୍ଟ ଚଟାଣ ମଧ୍ୟରେ ଥିବା ଘର୍ଷଣ ବଳ ବ୍ଲକ ଦୁଇଟିର ଓଜନ ଉପରେ ନିର୍ଭର କରେ । 2-Unit ବ୍ଲକ୍‌ର ବସ୍ତତ୍ଵ ଅଧିକ ଥିବାରୁ ଏହା ଯୋଗୁ ଘର୍ଷଣ ବଳ ଅଧ‌ିକ ହେବ । ଏହି ବୃହତ୍ତର ଘର୍ଷଣ ବଳକୁ ଅତିକ୍ରମ କରି ବ୍ଲକ୍‌ଟିକୁ ଗତିଶୀଳ କରାଇବାକୁ ଅଧିକ ବଳ ଆବଶ୍ୟକ ହେବ ।

Class 8 Science Chapter 5 Question Answer Odia Medium ବଳର ଅନ୍ଵେଷଣ

Question 3.
ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରୁ ଏକ ମାର୍ବଲ ଆନତ ସମତଳ ଉପରେ ଗଡ଼ଗଡ଼ି ତଳକୁ ଖସିଲା । ଆନତ ସମତଳର ପାଦଦେଶରେ ଏହା ଆନୁଭୂମିକ ସମତଳରେ ଗତିକଲା । ପଥମେ ଏହା ରେଶମ କପଡ଼ାରେ ଆବୃତ ପୃଷ୍ଠତଳ ଏହାପରେ ବାଲିସ୍ତରଦ୍ଵାରା ଆବୃତ ପୃଷ୍ଠତଳ ଓ ଶେଷରେ ଏକ କାଚ ଚଦରଦ୍ଵାରା ଆବୃତ ପୃଷ୍ଠତଳ ଉପରେ ଗତିକଲା । କେଉଁ ପୃଷ୍ଠତଳ ଉପରେ ଏହା ନିମ୍ନରେ ଦୂରତା ଅତିକ୍ରମ କରିବ ବୁଝାଇଲେଖ ।
Answer:
ମାର୍ବଲ ଖଣ୍ଡଟି ବାଲୁକାସ୍ତର ଚଟାଣ ଉପରେ ସର୍ବନିମ୍ନ ଦୂରତା ଅତିକ୍ରମ କରିବ । ବାଲୁକା ସ୍ତର ଆବୃତ ଚଟାଣର ଘର୍ଷଣ ବଳଠାରୁ ଅଧିକ । ଘର୍ଷଣ ବଳ ବସ୍ତର ଗତିକୁ ପ୍ରତିରୋଧ କରୁଥିବାରୁ ବାଲୁକାସ୍ତର ଥିବା ଚଟାଣ ଉପରେ ମାର୍ବଲଟି ସର୍ବନିମ୍ନ ଦୂରତା ଅତିକ୍ରମ କରିବ ।

Question 4.
ଗୋଟିଏ ସରଳ ପରୀକ୍ଷାଦ୍ଵାରା ତୁମେ କିପରି ପ୍ରମାଣ କରିବ ଯେ ଚୁମ୍ବକୀୟ ବଳ ଗୋଟିଏ ଅଣ ସଂସ୍ପର୍ଶୀବଳ ଅଟେ ?
Answer:
ଗୋଟିଏ ଚୁମ୍ବକକୁ କିଛି ଲୁହା କଣ୍ଟାର ନିକଟକୁ ଅଣାଯାଉ । ଚୁମ୍ବକଟି ଲୁହାକଣ୍ଟାର ନିକଟକୁ ଅଣାଗଲେ, କଣ୍ଟାଗୁଡ଼ିକ ଚୁମ୍ବକ ଆଡ଼କୁ ଟାଣି ହୋଇଯିବେ । ଏଠାରେ ଚୁମ୍ବକ ଲୁହାକଣ୍ଟା ପରସ୍ପରକୁ ସ୍ପର୍ଶ କରୁନଥିଲେ ସୁଦ୍ଧା ଲୁହାକଣ୍ଟାଗୁଡ଼ିକ ଆକର୍ଷଣ ବଳ ଦ୍ଵାରା ପ୍ରଭାବିତ ହେବେ । ଏହା ପ୍ରମାଣିତ କରେ ଚୁମ୍ବକୀୟ ବଳ କିଛି ଦୂରରୁ ଅନୁଭୂତ ହୁଏ ତେଣୁ ଏହା ଏକ ଅଣ ସଂସ୍ପର୍ଶୀ ବଳ ଅଟେ ।

Question 5.
ଗୋଟିଏ ଚୁମ୍ବକ ଏବଂ ବସ୍ତୁ ମଧ୍ୟରେ ଥ‌ିବା ଦୂରତା କିପରି ବସ୍ତୁ ଉପରେ କ୍ରିୟାଶୀଳ ଚୁମ୍ବକୀୟ ବଳକୁ ପ୍ରଭାବିତ କରେ ବୁଝାଇଲେଖ ।
Answer:
ଦୂରତା ବୃଦ୍ଧିପାଇଲେ ଚୁମ୍ବକୀୟ ବଳ ହ୍ରାସପାଏ ଏବଂ ଦୂରତା କମିଲେ ଚୁମ୍ବକୀୟ ବଳ ବୃଦ୍ଧିପାଏ । ବସ୍ତୁଟି ଚୁମ୍ବକର ଯେତେ ନିକଟବର୍ତ୍ତୀ ହେବ, ଚୁମ୍ବକୀୟ ବଳ ସେତେ ଶକ୍ତିଶାଳୀ ହେବ । ଯଦି ବସ୍ତୁଟି ଚୁମ୍ବକଠାରୁ ଦୂରରେ ରହିବ, ତେବେ ଚୁମ୍ବକୀୟ ବଳ ଦୁର୍ବଳ ହେବ ଏବଂ ବସ୍ତୁଟିକୁ ପ୍ରଭାବିତ କରିନପାରେ ।

Question 6.
ଧାତବ ପଦାର୍ଥ ଧରି କାର୍ପେଟ ଉପରେ ଚାଲିଲେ ଆମେ ବେଳେବେଳେ ସାମାନ୍ୟ ବିଦ୍ୟୁତ୍ ଚାର୍ଜ ଅନୁଭବ କରୁ କାହିଁକି ?
Answer:
କାର୍ପେଟ ଉପରେ ଚାଲିବା ସମୟରେ ଆମର ପାଦ ଓ କାର୍ପେଟ ମଧ୍ଯରେ ଘର୍ଷଣ ହେତୁ ଆମ ଶରୀରରେ ଚାର୍ଜ ଅନୁଭୂତ ହୁଏ । ଆମ ଶରୀରରେ ଏହି ସମୟରେ ସ୍ଥିର ବିଦ୍ୟୁତ ସୃଷ୍ଟିହୁଏ । ଆମେ ଯଦି ଏକ ଧାତବ ପଦାର୍ଥ ସଂସ୍ପର୍ଶରେ ଆସୁ, ମାତ୍ରାତ୍ଵିକ ଚାର୍ଜ ଆମ ଶରୀର ମଧ୍ୟଦେଇ ଧାତୁକୁ ସ୍ଥାନାନ୍ତରିତ ହୁଏ । ଏହା ଏକ ମଧ୍ୟମଧରଣ ବିଦ୍ୟୁତ ସଂଘାତ ଯାହା ସ୍ଥିର ବୈଦ୍ୟୁତିକ ବଳର ପ୍ରଭାବ ଯୋଗୁ ଦେଖାଯାଏ ।

Question 7.
ଦୁଇଟି ପ୍ଲାଷ୍ଟିକ ନଳୀକୁ କପଡ଼ାରେ ଘଷିଲେ ସେମାନେ ପରସ୍ପରଠାରେ ଦୂରେଇ ଯାଆନ୍ତି କାହିଁକି ?
Answer:
ଯେତେବେଳେ ପ୍ଲାଷ୍ଟିକ ନଳୀଦ୍ଵୟ ଗୋଟିଏ କପଡ଼ାରେ ଘଷାଯାଏ ଉଭୟ ଏକ ପ୍ରକାର ଚାର୍ଜ (ଋଣାତ୍ମକ) ପ୍ରାପ୍ତ ହୁଅନ୍ତି । ସମଚାର୍ଜ ପରସ୍ପରକୁ ବିକର୍ଷଣ କରୁଥିବାରୁ ପ୍ଲାଷ୍ଟିକ ନଳୀଦ୍ଵୟ ନିକଟବର୍ତ୍ତୀ ହେଲେ ପରସ୍ପରକୁ ବିକର୍ଷଣ କରନ୍ତି ।

Question 8.
ମାଧ୍ୟାକର୍ଷଣ ବଳ ଧୂଳିକଣା ଉପରେ କାର୍ଯ୍ୟ କରେ କି ?
Answer:
ଧୂଳିକଣା ଉପରେ ମାଧ୍ୟାକର୍ଷଣ ବଳ କାର୍ଯ୍ୟକରେ । ଧୂଳିକଣା ଗୁଡ଼ିକ ଅତି କ୍ଷୁଦ୍ର ଓ ହାଲୁକା ହେଲେ ମଧ୍ୟ ସେଗୁଡ଼ିକର ବସ୍ତୁତ୍ଵ ଥାଏ । ଯେକୌଣସି ପଦାର୍ଥର ବସ୍ତୁତ୍ଵ ଥିଲେ ଏଥିରେ ଆକର୍ଷଣ ବଳ ଅନୁଭୂତ ହୁଏ । ପୃଥ‌ିବୀ ଏହି କଣିକାଗୁଡ଼ିକ ନିମ୍ନକୁ ଆକର୍ଷଣ କରେ ଯାହାଦ୍ଵାରା ସେଗୁଡ଼ିକ ଭୂପୃଷ୍ଠରେ ଜମା ହୋଇଯାଆନ୍ତି ଏବଂ ବାୟୁସ୍ରୋତରେ ଭାସିବାର ଦେଖାଯାଏ ନାହିଁ ।

Question 9.
ଯଦି ବାୟୁର ଉÉମୁଖୀ ବଳ (ପ୍ଳବନବଳ) ଅଧୁକ ହୁଏ କିମ୍ବା ବେଲୁନଠାରେ ଅନୁଭୂତ ମାଧ୍ୟାକର୍ଷଣ ଅପେକ୍ଷା କମ ହୁଏ, ତେବେ ବେଲୁନ୍‌ ଉପରକୁ ଉଠେ କାହିଁକି ?
Answer:
ବାୟୁ ପୂର୍ଣ୍ଣ ବେଲୁନ୍ ସେତିକି ବେଳେ ଉପରକୁ ଉଠେ ଯେତେବେଳେ ଏହାପ୍ରତି ବାୟୁର ପ୍ଳବନ ବଳ ବେଲୁନର ମାଧ୍ୟାକର୍ଷଣ ବଳ ବା ଓଜନକୁ ଅତିକ୍ରମ କରିଥାଏ । ବେଲୁନ ଉପରେ ଅସନ୍ତୁଳନ ବଳ କ୍ରିୟାଶୀଳ ହେଉଥ‌ିବାରୁ ବେଲୁନ ଉପରକୁ ଉଠେ । ଯେକୌଣସି ପଦାର୍ଥ ପାଇଁ ବାୟୁର ଉର୍ଦ୍ଧ୍ୱମୁଖୀ ବଳ ବସ୍ତୁର ଓଜନଠାରୁ ଅଧିକ ହେଲେ ବସ୍ତୁଟି ବାୟୁ ମାଧ୍ୟମରେ ଉପରକୁ ଉଠେ ।

Question 10.
ଗୋଟିଏ କାଠଖଣ୍ଡ ଜଳରେ ଭାସେ କିନ୍ତୁ ଲୁହା କଣ୍ଟା ଜଳରେ ବୁଡ଼ିଯାଏ । ଯଦିଓ ଉଭୟ ପଦାର୍ଥକୁ ଧୀରେ ଧୀରେ ଜଳପୃଷ୍ଠରେ ମୁକ୍ତ କରାଯାଏ ଏପରି ଘଟେ କାହିଁକି ?
Answer:
କାଠଖଣ୍ଡର ସାନ୍ଦ୍ରତା ଜଳଠାରୁ କମ୍ ହୋଇଥିବାରୁ ଏହାପ୍ରତି ଜଳର ପ୍ଳବନ ବଳ, କାଠ ପ୍ରତି ପୃଥ‌ିବୀର ମାଧ୍ୟାକର୍ଷଣ ବଳ ଅପେକ୍ଷା ଅଧୂକ ହୋଇ କାଠଖଣ୍ଡକୁ ଜଳରେ ଭସାଇଥାଏ । ଅନ୍ୟପକ୍ଷରେ ଲୁହାଖଣ୍ଡର ସାନ୍ଦ୍ରତା ଅଧିକ ଥିବାରୁ ଏବଂ ଆୟତନ କମ୍ ହେତୁ ଏହା ପ୍ରତି ଜଳର ପ୍ଳବନବଳ କମ୍ ହୁଏ । କଣ୍ଟାର ଓଜନ ବା ପୃଥ‌ିବୀର ମାଧ୍ୟାକର୍ଷଣ ଅଧ‌ିକ ହୋଇ କଣ୍ଟାଟିକୁ ଜଳରେ ବୁଡ଼ାଇଦିଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
(କ) ଦୁଇଜଣ ସାଙ୍ଗ ଗୋଟିଏ ବଡ଼ ଲୁହାବାକ୍ସକୁ ଠେଲିବାରେ କଷ୍ଟ ଅନୁଭବ କରୁଛନ୍ତି କାହିଁକି ?
Answer:
ବାକ୍ସଟି ଓଜନିଆ । ଏହାର ବସ୍ତୁତ୍ଵ ଅଧିକ ହେତୁ ଜଡ଼ତା ଅଧିକ । ବାକ୍ସ ଭୂମି ଓ ଚଟାଣର ପୃଷ୍ଠତଳ ମଧ୍ୟରେ ଘର୍ଷଣ ବଳ ଅଧୂକ । ଏହି ଘର୍ଷଣ
ବଳ ଠେଲାବଳକୁ ବାଧାଦିଏ । ପିଲା ଦୁଇଟି କୌଣସି ଯାନ୍ତ୍ରିକ ମାଧ୍ୟମ ଗ୍ରହଣ ନକରି ସେମାନଙ୍କ ହାତରେ ବାକ୍ସକୁ ଠେଲିବାକୁ ଅଧିକ ମାଂସପେଶୀୟ ବଳ ଆବଶ୍ୟକ ହେଉଛି ।

(ଖ) କେଉଁ ଉପାୟ କଲେ ଠେଲିବା ସହଜ ହେବ ?
Answer:
ରୋଲର କିମ୍ବା ଟ୍ରଲି ବ୍ୟବହାର କରାଗଲେ କାର୍ଯ୍ୟ ସହଜ ହେବ । ଏହା ବାକ୍ସ ଓ ଟ୍ରଲି ମଧ୍ଯରେ ଘର୍ଷଣ ବଳ କମାଇଦେବ । ଏହାଛଡ଼ା ପୃଷ୍ଠତଳ ଗୁଡ଼ିକରେ ଗ୍ରିଜ୍ ବା ତେଲ ଘଷିଲେ, ଘର୍ଷଣ ବଳ ହ୍ରାସ ପାଇ ବାକ୍ସଟିକୁ ଆଗକୁ ଠେଲି ହୋଇ ପାରିବ । ସମତଳଟି ଆନତ ହେଲେ (ଗଡ଼ାଣିଆ) ଟ୍ରଲି ଘୂଞ୍ଚିବା ସହଜ ହେବ । ସାଙ୍ଗଦ୍ଵୟ ଏକା ସଙ୍ଗରେ ଏବଂ ଏକାଦିଗରେ ମାଂସ ପେଶୀୟ ବଳ ପ୍ରୟୋଗ କରିବା ଉଚିତ୍ ।

Question 2.
ଜଣେ ଧନୁ ଧାରଣକାରୀ (archer) ଆନୁଭୂମିକ (ଭୂମି ସହ ସମାନ୍ତର) ଦିଗରେ ତୀର ମାରିଲା ଦୂର ଯିବାପରେ ତୀରଟି ଭୂମିଉପରେ ପଡ଼ିଲା । କିଛି ତୀର ଗତିର ଆରମ୍ଭରେ କେଉଁ ବଳ କାର୍ଯ୍ୟକାରୀ ହେଲା ? ତୀରଟି ଶେଷରେ ଭୂମି ଉପରେ ପଡ଼ିବାର କାରଣ କ’ଣ ?
Answer:
ପ୍ରାରମ୍ଭରେ ତୀରରେ ପ୍ରୟୋଗିତ ବଳ ହେଉଛି ଧନୁ ଧାରଣକାରୀର ମାଂସପେଶୀୟ ବଳ । ଧନୁ ଧାରଣକାରୀ ଯେତେବେଳେ ଧନୁର ସୂତାକୁ ପଛକୁ ଟାଣିଧରେ ଏବଂ ଛାଡ଼େ, ତୀରରେ ସ୍ଥିତିଜ ଶକ୍ତି ଗତିଜ ଶକ୍ତିକୁ ରୂପାନ୍ତରଣ ହୋଇ ତୀର ଉପରେ ଅନୁଭୂତ ହୁଏ । ଏଣୁ ମାଂସପେଶୀୟ ବଳ ତୀରକୁ ପ୍ରାରମ୍ଭିକ ଠେଲା ପ୍ରଦାନ କରେ । ତେଣୁ ତୀରଟି ସିଧା ଗତିକରେ । ତୀରଟି ବାୟୁରେ ଅନାୟାସରେ ଗତି କରେ । ଏହି ସମୟରେ ମାଧ୍ୟାକର୍ଷଣ ବଳ ଅନବରତ ତୀର ଉପରେ କ୍ରିୟାଶୀଳ ହୁଏ । ଏହା ତୀରକୁ ସର୍ବଦା ଭୂପୃଷ୍ଠକୁ ଟାଣିବାକୁ ଚେଷ୍ଟାକରେ । ଯଦିଓ ତୀରଟିରେ ଆନୁଭୂମିକ ଗତି ଦେଖାଯାଇଥାଏ । ଶେଷରେ ଏହାର ଭୂଲମ୍ବ ଗତି ନିମ୍ନକୁ ମାଧ୍ୟାକର୍ଷଣ ପ୍ରଭାବରେ ଘଟିଥାଏ ।

ଏଣୁ ତୀର ଉପରେ ଆନୁଭୂମିକ ମାଂସପେଶୀୟ ବଳ ଓ ଭୂଲମ୍ବ ମାଧ୍ୟାକର୍ଷଣ ବଳ ଏକ ସଙ୍ଗରେ କାର୍ଯ୍ୟକରେ । ଏହା ତୀରକୁ ଏକ ବକ୍ରାକାର ପଥକୁ (projectile) ଟାଣିନିଏ । ଶେଷରେ ଏହା ଭୂପୃଷ୍ଠରେ ପଡ଼ିଯାଏ । ଏଥିପାଇଁ ବାୟୁର ଘର୍ଷଣ ବଳ ମଧ୍ଯ ଭୂମିକା ଗ୍ରହଣ କରେ ।

Question 3.
ତୁମ ପାଖରେ ଏକ ଦଣ୍ଡ ଚୁମ୍ବକ ଏବଂ କିଛି ଅନେକ ଅଜଣା ଧାତବପଦାର୍ଥ ରହିଛି । ଧାତୁଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ଚୁମ୍ବକୀୟ ଧାତୁ ତାହା ଜାଣିବାପାଇଁ ଏକ ସରଳ ପରୀକ୍ଷା କର । ପରୀକ୍ଷାରେ କ’ଣସବୁ ଲକ୍ଷ୍ୟ କରିବ ଏବଂ ଏହାର ସିଦ୍ଧାନ୍ତ କ’ଣ ହେବ ଉଲ୍ଲେଖ କର ।
Answer:
ପୃଥକ ଭାବେ ପ୍ରତ୍ୟେକଟି ଧାତବ ପଦାର୍ଥ ନିକଟକୁ ଦଣ୍ଡ ଚୁମ୍ବକଟିକୁ ଅଣାଯିବ । ଯେଉଁ ପଦାର୍ଥଗୁଡ଼ିକ ଦଣ୍ଡ ଚୂମ୍ବକ ଆଡ଼କୁ ଆକର୍ଷିତ ହୋଇ ଟାଣି ହୋଇଯିବେ ସେଗୁଡ଼ିକ ଲୁହା, ନିକେଲ କିମ୍ବା କୋବାଲ୍ଟ ପରି ଚୁମ୍ବକୀୟ ଧାତୁରେ ତିଆରି ବୋଲି ଜଣାପଡ଼ିବ । ଯେଉଁ ପଦାର୍ଥଗୁଡ଼ିକ ଦଣ୍ଡଚୁମ୍ବକଦ୍ୱାରା ଆକର୍ଷିତ ହେବେନାହିଁ, ସେଗୁଡ଼ିକ ଅଚୁମ୍ବକୀୟ ଧାତୁରେ ତିଆରି ବୋଲି ଧରାଯିବ ।
ପରୀକ୍ଷାଟି ସୂଚାଇ ଦେବ ରୂମ୍ବକୀୟ ବଳ କେବଳ ଲୁହା, ନିକେଲ ଓ କୋବାଲଟ ପରି ଚୂମ୍ବକୀୟ ଧାତୁ ଉପରେ ପ୍ରଭାବ ପକାଇବ । ଅନ୍ୟପକ୍ଷରେ ଏହି ବଳବିନା ସ୍ପର୍ଶରେ ଅନୁଭୂତ ହେଉଥିବାରୁ ଚୁମ୍ବକୀୟ ବଳ ଏକ ଅଣ-ସଂସ୍ପର୍ଶ ବଳ ବୋଲି ପ୍ରମାଣିତ ହେବ । ପରୀକ୍ଷାଟି ଚୁମ୍ବକୀୟ ବଳର ଧର୍ମ ସମ୍ବନ୍ଧରେ କିଛି ସୂଚନା ପ୍ରଦାନ କରିବ ।

Question 4.
ତୁମେ ତୁମ ସାର୍ଟରେ ଗୋଟିଏ ପ୍ଲାଷ୍ଟିକ ସ୍କେଲକୁ ଘଷିଲ, ଏହାକୁ କାଗଜ ଟୁକୁଡ଼ାପରି ସୂକ୍ଷ୍ମ ପଦାର୍ଥ ନିକଟକୁ ଆଣିଲ । ପଦାର୍ଥଗୁଡ଼ିକ ସ୍କୁଲ ପାଖକୁ ଟାଣିହୋଇଗଲା ଏବଂ ସ୍କେଲରେ ଲାଗି ରହିଲା । କିଛି ସମୟ ପରେ ସେଗୁଡ଼ିକ ଖସି ପଡ଼ିଲା । କାହିଁକି ଏପରି ଘଟିଲା ବୁଝାଇଲେଖ ।
Answer:
ସ୍କେଲଟିକୁ ସାର୍ଟରେ ଘଷିବାଦ୍ଵାରା ଏହା ବିଯୁକ୍ତାତ୍ମକ ଚାର୍ଜ ପ୍ରାପ୍ତ ହୁଏ । ଫଳରେ ଏହା କାଗଜ ଟୁକୁଡ଼ା ପରି ସୁକ୍ଷ୍ମ ପଦାର୍ଥଗୁଡ଼ିକୁ ଆକର୍ଷଣ କରେ । କିଛି ସମୟପରେ ଚାର୍ଜ କଣିକାଗୁଡ଼ିକ ବାୟୁକୁ ସ୍ଥାନାନ୍ତରିତ ହୁଏ କିମ୍ବା ଆର୍ଦ୍ରବାୟୁ ସଂସ୍ପର୍ଶରେ ଆସି ସ୍କେଲ୍‌ ଚାର୍ଜବିହୀନ ହୋଇଯାଏ । ସ୍କେଲଟି ଚାର୍ଜଯୁକ୍ତ କଣିକା ହରାଇବା ପରେ ସ୍ଥିର ବୈଦ୍ୟୁତିକ ବଳ ଅପସରି ଯାଏ । ଏହା ପ୍ରମାଣ କରେ ସ୍ଥିର ବୈଦ୍ୟୁତିକ ବଳ ଅସ୍ଥାୟୀ ଏବଂ ଏହା ଶୁଷ୍କ ଅବସ୍ଥାରେ ଥିବା ଅଣଚାର୍ଜିତ ବସ୍ତୁକୁ ଆକର୍ଷଣ କରିବାରେ । ବିନା ସ୍ପର୍ଶରେ ପଦାର୍ଥଗୁଡ଼ିକ ସ୍କେଲ ଆଡ଼କୁ ଆକର୍ଷିତ ହେଉଥ‌ିବାରୁ ସ୍ଥିର ବୈଦ୍ୟୁତିକ ବଳ ଗୋଟିଏ ଅଣ ସଂସ୍ପର୍ଶୀ ବଳ ଅଟେ ।

Question 5.
ତୁମେ ଗୋଟିଏ ପୋଖରିରେ ପହଁରୁଛ । ସ୍ଥଳଭାଗରେ ଥିବା ସମୟ ତୁଳନାରେ ତୁମ ପହଁରିବା ସମୟରେ ନିଜକୁ ହାଲୁକା ମନେକରୁଛ ।
(i) ଏହି ପ୍ରକାର ଚିନ୍ତାଧାରାର କାରଣ କ’ଣ ?
(ii) ଏଥପାଇଁ କେଉଁ ପ୍ରକାର ବଳ ଦାୟୀ ଏବଂ ଏହା କିପରି କାର୍ଯ୍ୟକରେ ?
(iii) ଏହାକୁ ଉର୍ଦ୍ଧ୍ୱମୁଖୀ ବଳସହ ସମ୍ବନ୍ଧିତ କର ।
Answer:
(i) ଆମେ ଜଳରେ ପହଁରିବା ସମୟରେ ହାଲୁକା ଅନୁଭବ କରୁ । ଏହାର କାରଣ ହେଲା ଜଳ ଆମ ଶରୀର ପ୍ରତି ଏକ ଉମୁଖୁ ବଳ ପ୍ରୟୋଗ କରେ । ଏହି ଉର୍ଦ୍ଧ୍ୱମୁଖୀ ବଳ ଆମର ଆଭାସୀ ଓଜନ ହ୍ରାସପାଇଁ ଦାୟୀ । ତେଣୁ ଭୂମି ଉପର ତୁଳନାରେ ଜଳ ଭିତରେ ଆମେ ହାଲୁକା ଅନୁଭବ କରୁ ।

(ii) ଏହି ଉର୍ଦୁମୁଖୀ ବଳକୁ ଜଳର ପ୍ଳବନ ବଳ (buoyant force) କହନ୍ତି । ଜଳର ଗଭୀରତା ବୃଦ୍ଧିରେ ଏହାର ଉÉଚାପ ବୃଦ୍ଧି ହୁଏ । ଶରୀରର ନିମ୍ନଅଂଶ (ଜଳକୁ ଲାଗିଥିବା ଅଂଶ) ଉପରଅଂଶ ତୁଳନାରେ ଅଧିକ ଚାପର ସମ୍ମୁଖୀନ ହୁଏ । ଏଠାରେ ଶରୀର ଉପରେ ପରିଣାମୀ ବଳ ଉର୍ଦ୍ଧ୍ୱମୁଖୀ ହୋଇଥାଏ ।

(iii) ଆର୍କିମିଡ଼ିସ୍‌ଙ୍କ ନୀତି ଅନୁଯାଇ ଜଳରେ ଆମ ଶରୀର ଯେଉଁ ଜଳ ଅପସାରଣ କରେ ତାର ଓଜନ ଉର୍ଦ୍ଧ୍ୱମୁଖୀ ବଳ ସହ ସମାନ । ଉର୍ଦ୍ଧ୍ୱମୁଖୁ ବଳ ଦ୍ଵାରା ଆମେ ହାଲୁକା ଅନୁଭବ କରୁ ।

ଘଟଣା ଆଧାରିତ ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ

(i) ରିଆ ବିଦ୍ୟାଳୟର ବିଜ୍ଞାନ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରେ । ଆମ ଦୈନନ୍ଦିନ ଜୀବନରେ ଘର୍ଷଣ ବଳର ପ୍ରଭାବ ଦର୍ଶାଇବାକୁ ସେ ସ୍ଥିର କଲା । ସେ ଗୋଟିଏ ରାମ୍ଫ (Ramp) ତିଆରି କରି ସେଣ୍ଡ୍‌ରେ ଗୋଟିଏ କାଠ ବାକ୍ସ, ଗୋଟିଏ ଇସ୍ପାତ ବଲ୍ ଏବଂ ଗୋଟିଏ ପ୍ଲାଷ୍ଟିକ ବଲ ଗଡ଼ାଇବା ଦେଖାଇଲା । ପରେ ସେ ରାମ୍ପରେ ପ୍ରଥମେ ପ୍ଲାଷ୍ଟିକ ଚଦର ଓ ପରେ ବାଲିକାଗଜ ଏବଂ ଗାମୁଛାଟିଏ ପକାଇଲା । ଗଡ଼ାଯାଇଥିବା ପଦାର୍ଥଗୁଡ଼ିକ ପ୍ରତ୍ୟେକ କେତେଦୂର ଗତିକଲା ସେଗୁଡ଼ିକ ଲିପିବଦ୍ଧ କଲା ।
ସେ ଦେଖୁଲା ଯେ ଇସ୍ପାତ କମ୍ ପ୍ଲାଷ୍ଟିକ ଚଦର ଉପରେ ଅନ୍ୟ ଦୁଇଟି ବସ୍ତୁ ତୁଳନାରେ ଅଧିକ ପଥ ଅତିକ୍ରମ କଲା ଏବଂ ରବର ବଲ୍‌ ସର୍ବନିମ୍ନ ବାଟ ଗଲା । ସେ ବୁଝାଇଲା ବିଭିନ୍ନ ସମତଳ ଉପରେ ଏବଂ ଭିନ୍ନ ଭିନ୍ନ ପଦାର୍ଥକୁ ନେଇ ଘର୍ଷଣ ବଳ ଭିନ୍ନ ଭିନ୍ନ ହୁଏ । ଏହାକୁ ଅନୁଧ୍ୟାନ କରି ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
ରବର ବଲ୍‌ ବାଲିକାଗଜ ଉପରେ ଗଡ଼ଗଡ଼ି ଯିବା ତୁଳନାରେ ଇସ୍ପାତ ବଲ୍‌ ପ୍ଲାଷ୍ଟିକ ଚଦର ଉପରେ ଗଡ଼ି ଅଧ୍ବକ ଦୂର ଅତିକ୍ରମ କଲା କାହିଁକି ? ଏହା ଘର୍ଷଣ ବଳ ବିଷୟରେ କି ତଥ୍ୟ ଦିଏ ।

(ii) ରିଆ ରାମ୍ପ (Ramp) ର ଘର୍ଷଣ ବଳକୁ କମାଇବାକୁ ଚାହିଁଲା । ଏହାଦ୍ଵାରା ବସ୍ତୁ ସହଜରେ ଗଡ଼ିପାରିବ ବୋଲି ସେ ମନେକଲା । ସେ କି ପ୍ରକାର ଉପାୟ କଲା ଏବଂ ଏହା ବସ୍ତର ଗତିକୁ କିପରି ପ୍ରଭାବିତ କଲା ?

(iii) ଯଦିଓ ଘର୍ଷଣ ଗତିକୁ ପ୍ରତିରୋଧ କରେ, ରିଆ ତା’ର ଲେଖାରେ ଘର୍ଷଣ ବଳ ଆବଶ୍ୟକ ବୋଲି ଦର୍ଶାଇ ଥଲା । ତେଣୁ କେଉଁ ଦୃଷ୍ଟିରୁ ଘର୍ଷଣ ବଳ ଉଭୟ ଉପକାରି ଓ ଅଦରକାରି ?
Answer:
(i) ଇସ୍ପାତ ବଲ ପ୍ଲାଷ୍ଟିକ ଚଦର ପୃଷ୍ଠତଳ ଉପରେ ଗଡ଼ି ଅଧ‌ିକ ପଥ ଅତିକ୍ରମ କରିବ କାରଣ ପ୍ଲାଷ୍ଟିକ ଚଦରର ଘର୍ଷଣ ବଳ ସର୍ବନିମ୍ନ । ଏହା ବ୍ୟତୀତ ଇସ୍ପାତ ବଲ୍‌ର ସାନ୍ଦ୍ରତା ଅଧ‌ିକ ହେତୁ ଏହା ଉପରେ ମାଧ୍ୟାକର୍ଷଣ ବଳ ମଧ୍ୟ ଅଧିକ ହେବ । ଏଥୁରୁ ଜଣାପଡ଼େ ଘର୍ଷଣ ବଳ ପୃଷ୍ଠତଳର ପ୍ରକୃତି ଉପରେ ନିର୍ଭର କରେ ।

(ii) ରିଆ ରାମ୍ପ ଉପରେ ତେଲ, ଗ୍ରିଜ୍ କିମ୍ବା ପାଉଡ଼ର ପ୍ରୟୋଗ କରି ପୃଷ୍ଠତଳର ସମତା ବୃଦ୍ଧି କରିପାରିବ ଏବଂ ଘର୍ଷଣ ବଳ କମାଇପାରିବ । ଏହାଦ୍ଵାରା ଘଣେ କମିଯିବ ଏବଂ ବସ୍ତୁ ସହଜରେ ଗଡ଼ି ଅଧ‌ିକ ଦୂରତା ଅତିକ୍ରମ କରିବେ ।

(iii) ଘର୍ଷଣ ବଳ ଗତିକୁ ପ୍ରତିରୋଧ କରେ । ଏହାର ଉପକାରିତା ଓ ଅପକାରିତା ଦୈନନ୍ଦିନ ଜୀବନରେ ଉପଲବ୍‌ଧ । ଘର୍ଷଣ ବଳଯୋଗୁ ଆମେ ଚଟାଣରେ ଚାଲିବା ଓ ଗାଡ଼ିମଟର ରାସ୍ତାରେ ଗଡ଼ିବା ସହଜ ହୁଏ । କୌଣସି ପଦାର୍ଥକୁ ଜାବୁଡ଼ି ଧରିବା, ପେନ୍ ଓ ପେନ୍‌ସିଲ୍‌ରେ ଲେଖିବାରେ ଘର୍ଷଣ ବଳ ସହାୟକ ହୁଏ । ଘର୍ଷଣ ଯୋଗୁ ଯାନବାହନରେ ବ୍ରେକ୍ ଦେବା ସହଜ ।
ଘର୍ଷଣ ବଳ କମ୍ ହେଲେ ଚାଲିବା ସମୟରେ ଦୁର୍ଘଟଣା ଘଟେ । ଘର୍ଷଣ ବଳ ନ ଥିଲେ ଆମେ ଗତିଶୀଳ ବସ୍ତକୁ ନିଜ ହାତକୁ ଆଣିପାରିବା ନାହିଁ ।

Class 8 Science Chapter 5 Question Answer Odia Medium ବଳର ଅନ୍ଵେଷଣ

Question 6.
ରୋହନ ଗ୍ରୀଷ୍ମ ଛୁଟିରେ ଗାଁକୁ ଗଲା । ଗାଁ ପୋଖରୀରୁ ପାଣି ବାଲଟି ଉଠାଇବା ବେଳେ ପାଣି ଭିତରେ ବାଲ୍ଟି ହାଲୁକା ଲାଗିଲା । କିନ୍ତୁ ପାଣି ସ୍ତର ଉପରକୁ ବାଲ୍ଟି ଆସିବାପରେ ଓଜନିଆ ହେଲା । ଉତ୍ସାହିତ ହୋଇ ସେ ଗୋଟିଏ ବାୟୁ ଭିର୍ଜି ପ୍ଲାଷ୍ଟିକ ବୋତଲକୁ ଜଳରେ ବୁଡ଼ାଇବାକୁ ଯାଇ ସଫଳ ହେଲାନାହିଁ । ସେତେବେଳେ ସେ ଠିପିଖୋଲି ପାଣି ଭର୍ତ୍ତିକଲା, ବୋତଲ ପାଣିରେ ବୁଡ଼ିଗଲା । ଘଟଣାକୁ ଅନୁଧ୍ୟାନ କରି ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର
ଦିଅ ।
(i) ପାଣିରେ ବୁଡ଼ି ରହିଥୁବା ସମୟରେ ବାଲ୍‌ଟି ହାଲୁକା ଲାଗେ କିନ୍ତୁ ପାଣି ସ୍ତର ଉପରକୁ ଆସିଲେ ଓଜନିଆ ଲାଗେ କାହିଁକି ?
(ii) ବାୟୁପୂର୍ଣ ପ୍ଲାଷ୍ଟିକ ବୋତଲ ଜଳରେ ଭାସେ କିନ୍ତୁ ଜଳପୂର୍ଣ ବୋତଲ ବୁଡ଼ିଯାଏ । ବଳ ଓ ଓଜନ ଦୃଷ୍ଟିରୁ ବିଚାର କର ।
(iii) ଉର୍ଦ୍ଧ୍ୱମୁଖୀ ବଳର ଅବଧାରଣା ବାସ୍ତବ ଜୀବନରେ କାହିଁକି ଗୁରୁତ୍ଵପୂର୍ଣ୍ଣ ?
Answer:
(i) ପାଣିରେ ବୁଡ଼ିଥିବା ସମୟରେ ଜଳ ବାଲ୍ଟି ଉପରେ ଉର୍ଦ୍ଧ୍ୱମୁଖୀ ବଳ ପ୍ରୟୋଗ କରୁଥିବାରୁ ଏହାର ଓଜନ ହ୍ରାସପରି ଲାଗେ । ଏହା ପ୍ଳବନ ବଳ ଅଟେ । ବାଲଟି ଜଳପୂର୍ଣ୍ଣ ହୋଇ ଜଳସ୍ତର ଛାଡ଼ିବାପରେ ଏହା ଉପରେ ଜଳର ପ୍ଳବନ ବଳ ନଥାଏ କେବଳ ପୃଥ‌ିବୀର ମାଧ୍ୟାକର୍ଷଣ ବଳ (ଓଜନ) ଅନୁଭୂତ ହୁଏ । ଫଳରେ ବାଲଟି ଓଜନିଆ ଲାଗେ ।

(ii) ଠିପିବନ୍ଦ ବାୟୁପୂର୍ଣ୍ଣ ପ୍ଲାଷ୍ଟିକ ବୋତଲର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ କମ୍ । ଜଳରେ ବୋତଲକୁ ବୁଡ଼ାଇବା ସମୟରେ ଜଳର ପ୍ଳବନ ବଳ ବୋତଲ ଉପରେ ପୃଥ‌ିବୀର ମାଧ୍ୟାକର୍ଷଣ ବଳ ଅପେକ୍ଷା ଅଧିକ ହୁଏ । ତେଣୁ ଏହା ଜଳରେ ଭାସେ । କିନ୍ତୁ ପାଣିଭର୍ତ୍ତି ହୋଇଥିବା ପ୍ଲାଷ୍ଟିକ ବୋତଲର ସାନ୍ଦ୍ରତା ଜଳର ସାନ୍ଦ୍ରତା ଅପେକ୍ଷା ଅଧିକ । ଏଠାରେ ବୋତଲ ଉପରେ ଜଳର ପ୍ଳବନ ବଳ ମାଧ୍ୟାକର୍ଷଣ ବଳ ଅପେକ୍ଷା କମ୍ । ଏଣୁ ଜଳପୂର୍ଣ୍ଣ ବୋତଲ ପାଣିରେ ବୁଡ଼ିଯାଏ ।

(iii) ଜାହାଜ ଓ ଡଙ୍ଗା ଲୁହାରେ ତିଆରି ହୋଇ ମଧ୍ୟ ସେଗୁଡ଼ିକ ମଧ୍ୟରେ ଥିବା ଫମ୍ପା ସ୍ଥାନଯୋଗୁ ଆୟତନ ଅଧିକ ହୋଇ ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ କମିଯାଏ । ତେଣୁ ସେଗୁଡ଼ିକ ଜଳରେ ଭାସେ । ଜଳର ଉର୍ଦ୍ଧ୍ୱମୁଖୀବଳ ଆମକୁ ପହଁରିବାରେ ସାହାଯ୍ୟ କରେ । ବାୟୁର ପ୍ଳବନ ବଳ ବେଲୁନକୁ ଉପରକୁ ଉଠାଇବାରେ ଓ ପାରାଚୁଟ୍‌ରେ ଓହ୍ଲାଇବାରେ ସହାୟକ ହୁଏ ।

ଦୃଢୋକ୍ତି – କାରଣ ପ୍ରଶ୍ନୋତ୍ତର (Assertion – Reason Question Answers)

ନିମ୍ନଲିଖତ ପ୍ରଶ୍ନଗୁଡ଼ିକରେ ପ୍ରତ୍ୟେକରେ ଦୁଇଟି ଉକ୍ତି ରହିଛି । ପ୍ରଥମଟି ଦୃଢୋକ୍ତି (Assertion) ବା (A) ଏବଂ ଦ୍ଵିତୀୟଟି କାରଣ (Reason) ବା (R) ସଠିକ ତଥ୍ୟ ଭିଭିରେ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଉଭୟ A ଏବଂ R ସତ୍ୟ ଏବଂ R ହେଉଛି A ର ସଠିକ ବ୍ୟାଖ୍ୟାକରଣ
(ଖ) ଉଭୟ A ଏବଂ R ସତ୍ୟ ଏବଂ R, A ର ସଠିକ ବ୍ୟାଖ୍ୟାକରଣ ନୁହେଁ
(ଗ) A ସତ୍ୟ କିନ୍ତୁ R ମିଥ୍ୟା
(ଘ) A ମିଥ୍ୟା କିନ୍ତୁ R ସତ୍ୟ

1. ଦୃଢୋକ୍ତି (A) : ଗୋଟିଏ ରବର ବଲକୁ ଚାପ ପ୍ରୟୋଗ କଲେ ଏହାର ଆକାରର ପରିବର୍ତ୍ତନ ଘଟେ ।
କାରଣ (R) : ବଳ ନରମ ବସ୍ତର ଆକୃତିରେ ପରିବର୍ତ୍ତନ ଆଣେ ।
Answer:
ଉଭୟ A ଓ R ସତ୍ୟ ଏବଂ R ହେଉଛି A ର ସଠିକ ବ୍ୟାଖ୍ୟାକରଣ

2. ଦୃଢୋକ୍ତି (A) : ଘର୍ଷଣ ବଳ ଗତିଶୀଳ ବସ୍ତର ଗତିକୁ କମାଇଦିଏ ।
କାରଣ (R) : ଘର୍ଷଣ ବଳ ସର୍ବଦା ବସ୍ତର ଗତିର ଦିଗରେ କାର୍ଯ୍ୟକ୍ରରେ ।
Answer:
A ସତ୍ୟ କିନ୍ତୁ R ମିଥ୍ୟା

3. ଦୃଢୋକ୍ତି (A) : ଚାଲିବାବେଳେ ଘର୍ଷଣ ବଳ ଦରକାର ହୁଏ ନାହିଁ ।
କାରଣ (R) : ଘର୍ଷଣ ଆମର ଗତିକରିବାର ଦକ୍ଷତା କମାଇଦିଏ ।
Answer:
A ମିଥ୍ୟା କିନ୍ତୁ R ସତ୍ୟ

4. ଦୃଢୋକ୍ତି (A) : ବସ୍ତୁ ଜଳରେ ନିମଜ୍ଜିତ ଅବସ୍ଥାରେ ଉମୁଖୀ ବଳ ଅନୁଭବ କରେ ।
କାରଣ (R) : ତରଳ ନିମଜ୍ଜିତ ବସ୍ତ ଉପରେ ଉର୍ଷ୍ଟବଳ ପ୍ରୟୋଗ କରେ ।
Answer:
ଉଭୟ A ଓ R ସତ୍ୟ ଏବଂ R ହେଉଛି Aର ସଠିକ ବ୍ୟାଖ୍ୟାକରଣ

5. ଦୃଢୋକ୍ତି (A) : ବ୍ୟକ୍ତି ସାଧାରଣ ଜଳ ତୁଳନାରେ ଲୁଣାଜଳରେ ସହଜରେ ଭାସିପାରେ ।
କାରଣ (R) : ଲବଣଯୁକ୍ତ ଜଳର ସାନ୍ଦ୍ରତା ଅଧିକ ଏବଂ ଏହା ଅଧିକ ଉର୍ଷ୍ଟବଳ ଦେଇଥାଏ ।
Answer:
ଉଭୟ À ଉଭୟ R ସତ୍ୟ ଏବଂ R ହେଉଛି A ର ସଠିକ ବ୍ୟାଖ୍ୟାକରଣ

ଘଟଣା ଆଧାରିତ ପ୍ରଶ୍ନୋତ୍ତର :

Question 1.
ଗୋଟିଏ ପରିବା ବୋଝେଇ ଶଗଡ଼ ଗାଡ଼ିକୁ ଠେଳିବାରେ ରବି, ବାପାଙ୍କୁ ସାହାଯ୍ୟ କଲା । ଶଗଡ଼ଟି ସିମେଣ୍ଟ ତିଆରି କଂକ୍ରିଟ ରାସ୍ତାଦେଇ ଗଲା । ରବି ଦେଖୁଲା ଶଗଡ଼ଟିକୁ ଠେଲିବାପାଇଁ ଅଧୁକ ବଳ ଦରକାର ହେଲା । ସେ ଠେଲିବା ବନ୍ଦ କରିଦେବାରୁ ଶଗଡ଼ଟି ଧୀରେ ଧୀରେ ଅଟକିଗଲା । ବାପା କହିଲେ ରାସ୍ତାଟି ଅସମତଳ ଥ‌ିବାରୁ ଶଗଡ଼ର ଗତିରେ ବାଧାସୃଷ୍ଟି ହେଉଛି । ଘଟଣାଟି ଅନୁଧ୍ୟାନ କରି ନିମ୍ନୋକ୍ତ ପ୍ରଶ୍ନର ଉତ୍ତର ଦିଅ ।

(i) ଶଗଡ଼ ଠେଲିବାରେ ରବି କି ପ୍ରକାର ବଳ ପ୍ରୟୋଗ କଲା ?
(a) ମାଧ୍ୟାକର୍ଷଣ
(c) ଚୁମ୍ବକୀୟ
(b) ମାଂସପେଶୀୟ
(d) ସ୍ଥିର ବୈଦ୍ୟୁତିକ
Answer:
(b) ମାଂସପେଶୀୟ

(ii) ରବି ଠେଲିବା ବନ୍ଦ କଲାପରେ ଶଗଡ଼ଟି ଅଟକି ଗଲା କାହିଁକି ?
(a) ବାୟୁଚାପର ଅଭାବ ଯୋଗୁ
(b) ଚୁମ୍ବକୀୟ ଆକର୍ଷଣ ଯୋଗୁଁ
(c) ଶଗଡ଼ ଚକ ଓ ରାସ୍ତା ମଧ୍ୟରେ ଘର୍ଷଣ ବଳ ଯୋଗୁଁ
(d) ମାଧ୍ୟାକର୍ଷଣ ବିକର୍ଷଣ ଯୋଗୁଁ
Answer:
(c) ଶଗଡ଼ ଚକ ଓ ରାସ୍ତା ମଧ୍ୟରେ ଘର୍ଷଣ ବଳ ଯୋଗୁଁ

(iii) ରାସ୍ତାଟି ସଂପୂର୍ଣ୍ଣ ସମତଳ ହୋଇଥିଲେ କ’ଣ ଘଟିଥାଆନ୍ତା ?
(a) ଶଗଡ଼ ଦ୍ରୁତ ବେଗରେ ଗତି କରିଥାଆନ୍ତା
(b) ଶଗଡ଼ଟି ଉଡ଼ି ଥାଆନ୍ତା
(c) ଘର୍ଷଣବଳ ବୃଦ୍ଧି ହୋଇଥାଆନ୍ତା
(d) ଶଗଡ଼ ଉଠାତ ଅଟକି ଯାଇଥାଆନ୍ତା
Answer:
(a) ଶଗଡ଼ ଦ୍ରୁତ ବେଗରେ ଗତି କରିଥାଆନ୍ତା

Question 2.
ପ୍ରିୟା ତାର ବିଜ୍ଞାନ ବହିରେ ପଢ଼ିଥିଲା ଯେ ପୃଥିବୀରେ ୬୦ ନିଉଟନ ଓଜନର ବସ୍ତୁକୁ ଚନ୍ଦ୍ରପୃଷ୍ଠରେ ଓଜନ କଲେ ୧୦ ନିଉଟନ ହୁଏ । ସେ ଦ୍ଵନ୍ଦରେ ପଡ଼ିଲା କାରଣ ସେ ଭାବିଲା ଯେ ବସ୍ତୁ ସବୁ ଯାଗାରେ ସମାନ । ତା’ର ଶିକ୍ଷକ ବୁଝାଇଲେ ବସ୍ତୁର ବସ୍ତୁତ୍ଵ ସବୁ ଯାଗାରେ ସମାନ କିନ୍ତୁ ଓଜନ ଗ୍ରହ କିମ୍ବା ଚନ୍ଦ୍ରର ମାଧ୍ୟାକର୍ଷଣ ବଳର ଭିନ୍ନତା ଯୋଗୁ ଭିନ୍ନ ଭିନ୍ନ ହୁଏ । ପରିସ୍ଥିତିକୁ ଅନୁଧ୍ୟାନ କରି ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(i) କାହିଁକି ବସ୍ତର ଓଜନ ଚନ୍ଦ୍ରପୃଷ୍ଠରେ ବଦଳିଗଲା ?
(a) ବାୟୁଚାପର ପରିବର୍ତ୍ତନ
(b) ମାଧ୍ୟାକର୍ଷଣ ବଳର ପରିବର୍ତ୍ତନ
(c) ବସ୍ତୁତ୍ଵର ପରିବର୍ତ୍ତନ
(d) ବସ୍ତର ଆକୃତିର ପରିବର୍ତ୍ତନ
Answer:
(b) ମାଧ୍ୟାକର୍ଷଣ ବଳର ପରିବର୍ତ୍ତନ

(ii) ନିମ୍ନୋକ୍ତ ମଧ୍ୟରୁ ବସ୍ତୁର କେଉଁଟି ସର୍ବତ୍ର ସମାନ ?
(a) ଓଜନ
(b) ଆୟତନ
(c) ବସ୍ତତ୍ଵ
(d) ମାଧ୍ୟାକର୍ଷଣ ଆକର୍ଷଣ ଯୋଗୁ
Answer:
(c) ବସ୍ତତ୍ଵ

(iii) ଓଜନ କେଉଁ ଯନ୍ତ୍ରରେ ମାପ କରାଯାଏ ?
(a) ଚୁଲର୍
(b) ଥର୍ମୋମିଟର
(c) ସ୍ପ୍ରିଙ୍ଗ୍ ନିକିତି
(d) ମାପକ ସିଲିଣ୍ଡର
Answer:
(c) ସ୍ପ୍ରିଙ୍ଗ୍ ନିକିତି

Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

Go through 8th Class Science Book Odia Medium Question Answer and Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା to understand textbook questions more clearly.

8th Class Science Chapter 6 Question Answer Odia Medium

Class 8 Science Chapter 6 Odia Medium

ଜିଜ୍ଞାସା ବଜାୟ ରଖ

Question 1.
ସଠିକ୍ ବକ୍ତବ୍ୟ ବାଛ ।
(i) ଚିତ୍ର6.21କୁ ସତର୍କତା ସହିତ ଦେଖ । ପାତ୍ର R ଜଳରେ ପରିପୂର୍ଣ୍ଣ ହୋଇଛି । ଯେତେବେଳେ ପାଣି ଢାଳିବା ବନ୍ଦ କରିବ, ସେତେବେଳେ ଜଳରସ୍ତର ________ ହେବ
Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 1
(a) ପାତ୍ର P ରେ ସର୍ବୋଚ୍ଚ
(b) ପାତ୍ର Q ରେ ସର୍ବୋଚ୍ଚ
(c) ପାତ୍ର R ରେ ସର୍ବୋଚ୍ଚ
(d) ତିନୋଟି ପାତ୍ରରେ ସମାନ
Answer:
(d) ତିନୋଟି ପାତ୍ରରେ ସମାନ (କାରଣ ପାତ୍ରର ଆକାର ଯାହା ହେଉ, ସମାନ ଉଚ୍ଚତାରେ ଜଳସ୍ତର ସମାନ ରହିବ ।

(ii) ଏକ ରବର ଶୋଷକ (M)କୁ ଏକ ସମତଳ ମସୃଣ ପୃଷ୍ଠରେ ଚାପି ଦିଆଯାଏ ଏବଂ ଏକ ସମାନ ପ୍ରକାର ଶେଷକ (N) କୁ ଏକ ଅମସୃଣ ପୃଷ୍ଠରେ ଚାପି ଦିଆଯାଏ ।
(a) M ଓ N ଉଭୟ ସେମାନଙ୍କ ପୃଷ୍ଠରେ ଲାଗି ରହିବେ ।
(b) M ଓ N ଉଭୟ ସେମାନଙ୍କ ପୃଷ୍ଠରେ ଲାଗି ରହିବେ ନାହିଁ ।
(c) M ଲାଗି ରହିବ କିନ୍ତୁ N ଲାଗି ରହିବ ନାହିଁ ।
(d) M ଲାଗି ରହିବ ନାହିଁ କିନ୍ତୁ N ଲାଗି ରହିବ ।
Answer:
(c) M ଲାଗି ରହିବ କିନ୍ତୁ N ଲାଗି ରହିବ ନାହିଁ ।

(iii) ଏକ କୋଠାର ଛାତ ଉପରେ ‘H’ ଉଚ୍ଚତାରେ ଏକ ପାଣିଟାଙ୍କି ରଖାଯାଇଛି । ଭୂତଳ ମହଲାରେ ଅଧୁକ ଚାପ ସହିତ ପାଣି ପାଇବାପାଇଁ ଜଣକୁ :
(a) ଟାଙ୍କି ଯେଉଁ ଉଚ୍ଚତା ‘H’ ରେ ରଖାଯାଇଛି ତାହା ଉଚ୍ଚତା ‘H’ ବୃଦ୍ଧି କର
(b) ଟାଙ୍କି ଯେଉଁ ଉଚ୍ଚତା ‘H’ ରେ ରଖାଯାଇଛି ତରାହା ‘H’ ହ୍ରାସ କର ।
(c) ଏହି ଟାଙ୍କି ବଦଳାଇ ସମାନ ଉଚ୍ଚତାରେ ଅନ୍ୟ ଏକ ଟାଙ୍କି ରଖ ଯାହା ଅଧ୍ବକ ପାଣି ଧରିପାରିବ ।
(d) ଏହି ଟାଙ୍କି ବଦଳାଇ ସମାନ ଉଚ୍ଚତାରେ ଅନ୍ୟ ଏକ ଟାଙ୍କି ରଖ ଯାହା କଣ ପାଣି ଧରିପାରିବ ।
Answer:
(a) ଟାଙ୍କି ଯେଉଁ ଉଚ୍ଚତା ‘H’ ରେ ରଖାଯାଇଛି ତାହା ଉଚ୍ଚତା ‘H’ ବୃଦ୍ଧି କର

(iv) ଦୁଇଟି ପାତ୍ର A ଏବଂ B ଚିତ୍ରରେ ଦେଖାଯାଉଥ‌ିବାପରି ସମାନ ସ୍ତର ପର୍ଯ୍ୟନ୍ତ ପାଣି ଧାରଣ କରନ୍ତି । PA ଏବଂ PB ପାତ୍ର ଦୁଇଟିର ତଳ ଭାଗରେ ପଡୁଥ‌ିବା ଚାପ । FA ଏବଂ FB ପାତ୍ର A ଓ B ତଳଭାଗରେ ପାଣିଦ୍ଵାରା ପ୍ରଦତ୍ତ ବଳ ।
Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 2
(a) PA = PB ଏବଂ FA = FB
(b) PA = PB ଏବଂ FA < FB
(c) PA < PB ଏବଂ FA = FB
(d) PA > PB ଏବଂ FA > FB
Answer:
(b) PA = PB ଏବଂ FA < FB

Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

Question 2.
ନିମ୍ନଲିଖତ ବିବୃତ୍ତିଗୁଡ଼ିକ ସତ୍ୟ (T) କିମ୍ବା ମିଥ୍ୟା (F) ଲେଖ ।
(a) ଉଚ୍ଚଚାପ କ୍ଷେତ୍ରରୁ ନିମ୍ନଚାପ କ୍ଷେତ୍ରକୁ ବାୟୁ ପ୍ରବାହିତ ହୁଏ ।
(b) ତରଳ ପଦାର୍ଥ କେବଳ ପାତ୍ରର ତଳ ଭାଗରେ ଚାପ ପ୍ରୟୋଗ କରେ ।
(c) ଘୂର୍ଣ୍ଣିବାତ୍ୟାର ଆଖ୍ ଅଞ୍ଚଳରେ ପାଗ ଝଡ଼ମୟ ହୋଇଥାଏ ।
(d) ବଜ୍ରପାତ ସମୟରେ ଗାଡ଼ି ଭିତରେ ରହିବା ସୁରକ୍ଷିତ
Answer:
(a) ସତ୍ଯ
(b) ମିଥ୍ୟା
(c) ମିଥ୍ୟା
(d) ସତ୍ଯ

Question 3.
ଚିତ୍ର 6.23 ‘କ’ରେ ଗୋଟିଏ ବାଳକ ଭୂସମାନ୍ତର ଭାବରେ ଶୋଇଥ‌ିବା ଦେଖାଯାଇଛି ଏବଂ ଚିତ୍ର 6.23 ‘ଖ’ରେ ବାଳକଟି ଏକ ଖୋଲା ବାଲିଶର୍ଯ୍ୟାରେ ଭୂଲମ୍ବ ଭାବରେ ଠିଆ ହୋଇଛି । କେଉଁ କ୍ଷେତ୍ରରେ ବାଳକ ବାଲିରେ ଅଧୁକ ବୁଡ଼ିଯାଏ ? କାରଣ ଦିଅ ।
Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 3
Answer:
ଚିତ୍ର ‘ଖ’ କ୍ଷେତ୍ରରେ ବାଳକ ବାଲିରେ ଅଧ‌ିକ ବୁଡ଼ି ରହିବେ । ଉଭୟ ଚିତ୍ର କ୍ଷେତ୍ରରେ ବାଳକର ଓଜନ ସମାନ (ମାଧ୍ୟାକର୍ଷଣ ବଳ) ମାତ୍ର ଚିତ୍ର ‘କ’ରେ ବଳ ଅଧ୍ଵକ କ୍ଷେତ୍ରଫଳ ଉପରେ ପ୍ରୟୋଗିକ ହେବାରୁ ଚାପ କମ୍ ହେବ । ଅନ୍ୟପକ୍ଷରେ ଚିତ୍ର ‘B’ ରେ କମ୍ କ୍ଷେତ୍ରଫଳ ଉପରେ ସମାନ ବଳ ପ୍ରୟୋଗ ହୋଇ ଅଧ‌ିକ ଚାପ ସୃଷ୍ଟି କରିବ । ଫଳରେ ବାଳକଟି ଅଧ୍ଵକ ବାଲିରେ ବୁଡ଼ିଯିବ ।

Question 4.
ଗୋଟିଏ ହାତୀ ଚାରିଗୋଟି ପାଦ ଉପରେ ଠିଆ ହୋଇଛି । ଯଦି ଗୋଟିଏ ପାଦଦ୍ଵାରା ଆଚ୍ଛାଦିତ ସ୍ଥାନର କ୍ଷେତ୍ରଫଳ 0.25 ବର୍ଗମିଟର ହୁଏ ତେବେ ହାତୀଟି ଭୂମିରେ ପ୍ରୟୋଗ କରୁଥିବା ଚାପ ଗଣନା କର ଯଦି ତାହାର ଓଜନ 20000 N ହୁଏ ।
Answer:
ଗୋଟିଏ ପାଦଦ୍ଵାରା ଆଚ୍ଛାଦିତ ସ୍ଥାନର କ୍ଷେତ୍ରଫଳ 0.25 ବର୍ଗମିଟର
4ଟି ପାଦଦ୍ଵାରା ଆଚ୍ଛାଦିତ ସ୍ଥାନର କ୍ଷେତ୍ରଫଳ = 0.25 × 4 = 1 ବର୍ଗମିଟର
ହାତୀର ଓଜନ F = 20,000 ନିଉଟନ
4ଟି ପାଦଦ୍ଵାରା ଆଚ୍ଛାଦିତ ସ୍ଥାନର କ୍ଷେତ୍ରଫଳ A = 1 ବର୍ଗମିଟର
ଚାପ P = \(\frac{\mathrm{F}}{\mathrm{~A}}=\frac{20,000 \mathrm{~N}}{\mathrm{Im}^2}\) = 20,000 \(\frac{\mathrm{N}}{\mathrm{~m}^2}\) = 20,000 Pa

Question 5.
A ଓ B ଦୁଇଟି ଡଙ୍ଗାଅଛି । ଡଙ୍ଗା A ର ତଳପୃଷ୍ଠର କ୍ଷେତ୍ରଫଳ 7m? ଏବଂ ଏଥ‌ିରେ 5 ଜଣ ବ୍ୟକ୍ତି ବସିଛନ୍ତି । ଡଙ୍ଗା B ର ତଳପୃଷ୍ଠର କ୍ଷେତ୍ରଫଳ 3.5m? ଏବଂ ଏଥ‌ିରେ 3 ଜଣ ବ୍ୟକ୍ତି ବସିଛନ୍ତି । ଯଦି ପ୍ରତ୍ୟେକ ବ୍ୟକ୍ତିଙ୍କ ଓଜନ 700 N, ତେବେ କେଉଁ ଡଙ୍ଗା ଏହାର ତଳପୃଷ୍ଠ ଉପରେ ଅଧିକ ଚାପ ଅନୁଭବ କରିବ ଏବଂ ଏହି ନିର୍ଣ୍ଣୟ କର ।
Answer:
ଡଙ୍ଗା A ରେ ବସିଥୁବା 5 ଜଣ ବ୍ୟକ୍ତିର ଓଜନ = 5 × 700 N = 3500 N
ଡଙ୍ଗା B ରେ ବସିଥ‌ିବା 3 ଜଣ ବ୍ୟକ୍ତିଙ୍କ ଓଜନ = 3 × 700 N = 2100 N
ଡଙ୍ଗା A ପାଇଁ F = 3500 N ଏବଂ A = 7m2
ଏଣୁ P = \(\frac{F}{A}=\frac{3500 \mathrm{~N}}{7 \mathrm{~m}^2}\) = 500 \(\frac{\mathrm{N}}{\mathrm{~m}^2}\)
ଡଙ୍ଗା B ପାଇଁ F = 2100 N ଏବଂ A = 3.5m2
ଏଣୁ P = \(\frac{F}{A}=\frac{2100 \mathrm{~N}}{3.5 \mathrm{~m}^2}\) = 600\(\frac{\mathrm{N}}{\mathrm{~m}^2}\)
600\(\frac{\mathrm{N}}{\mathrm{~m}^2}\) – 500\(\frac{\mathrm{N}}{\mathrm{~m}^2}\) = 100\(\frac{\mathrm{N}}{\mathrm{~m}^2}\)
ଏଣୁ ଡଙ୍ଗା B ରେ ଚାପ ଅଧ‌ିକ ହେବ ଏବଂ ଏହା ଡଙ୍ଗା A ଅପେକ୍ଷା 100\(\frac{\mathrm{N}}{\mathrm{~m}^2}\) ଚାପ ଅଧିକ ପ୍ରୟୋଗ କରିବ ।

Question 6.
ଯଦି ବାୟୁ ଏବଂ ମେଘ ବିଦ୍ୟୁତ୍‌ର ସୁପରିବାହୀ ହୋଇଥାନ୍ତେ ତେବେ ବଜ୍ରପାତ ଘଟିଥାନ୍ତା କି ? ତୁମ ଉତ୍ତର କାରଣ ଦିଅ ।
Answer:
ଯଦି ବାୟୁ ଏବଂ ମେଘ ବିଦ୍ୟୁତ୍‌ର ସୁପରିବାହୀ ହୋଇଥାନ୍ତେ ତେବେ ବଜ୍ରପାତ ଘଟିନଥାନ୍ତା । କାରଣ ସୁପରିବାହୀ ପଦାର୍ଥ ମଧ୍ୟରେ ବିଦ୍ୟୁତ ଚାର୍ଜ ସହଜରେ ପ୍ରବାହିତ ହୋଇପାରନ୍ତା । ମାତ୍ର ଜମିଯାଇ ସ୍ଥିର ବୈଦ୍ୟୁତିକ ଚାର୍ଜ ସୃଷ୍ଟି କରନ୍ତା ନାହିଁ । କୁପରିବାହୀ ପଦାର୍ଥରେ ବିଦ୍ୟୁତ ଚାର୍ଜ ପୃଥକୀକରଣ ଯୋଗ କମିଯିବା ଫଳରେ ଏହାର ହଠାତ ବିସର୍ଜନ (discharge) ଘଡ଼ଘଡ଼ି ସୃଷ୍ଟି କରିଥାଏ । ସୁପରିବାହୀ ହୋଇଥିଲେ ଚାର୍ଜଗୁଡ଼ିକୁ (ପରସ୍ପର ବିପରୀତ) ମାଧ୍ୟମକୁ ପ୍ରଭାବହୀନ କରନ୍ତା ବା ସମତୁଲ କରନ୍ତା ଫଳରେ ଉଚ୍ଚ ଭୋଲଟ୍ ସୃଷ୍ଟି ହୁଅନ୍ତା ନାହିଁ ।

Question 7.
ଚିତ୍ରରେ ଦେଖାଯାଉଥ‌ିବା ଦୁଇଟି ସମାନ ବେଲୁନ À ଏବଂ B ର କ’ଣ ହେବ ? ଫୁଲିଯିବ କି ? ଯଦି ହଁ, ତେବେ ସେମାନେ ସମାନ ଭାବରେ ଫୁଲିଯିବେ କି ? ତୁମ ଉତ୍ତର ବ୍ୟାଖ୍ୟାକର ।
Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 4
Answer:
ଉଭୟ ବେଲୁନ୍ ସମାନ ଭାବରେ ଫୁଲିଯିବେ ଯଦି ସେମାନେ ସମାନ ଉଚ୍ଚତା ସ୍ତରରେ ସଂଯୁକ୍ତ ହୋଇଥ‌ିବେ । ତରଳର ଚାପ ସ୍ତରର ଉଚ୍ଚତା ଉପରେ ନିର୍ଭର କରେ । ସମାନ ଉଚ୍ଚତାରେ ସମାନ ଚାପ ପ୍ରଦାନ କରେ । ଏହା ପାତ୍ରର ଆୟତନ ଉପରେ ନିର୍ଭରକରେ ନାହିଁ ।

Question 8.
ଏକ ଝଡ଼ କିପରି ଏକ ଘୂଷ୍ଠିବାତ୍ୟାରେ ପରିଣତ ହୁଏ ତାହା ବ୍ୟାଖ୍ୟା କର ।
Answer:
ସମୁଦ୍ର ଜଳ ଗରମ ହୋଇ ଏହା ଉପରେ ଥ‌ିବା ଉଷ୍ଣ ଓ ଆର୍ଦ୍ର ବାୟୁ ଉପରକୁ ଉଠିବା ସହିତ ଜଳୀୟବାଷ୍ପ ଘନିଭୂତ ହୋଇ ବର୍ଷା ବିନ୍ଦୁ ସୃଷ୍ଟିକରେ । ତାପ ପୁନର୍ବାର ବାୟୁମଣ୍ଡଳକୁ ମୁକ୍ତହୁଏ । ଏହା ଉର୍ଦ୍ଧ୍ୱଗାମୀ ବାୟୁର ଉଷ୍ଣତା ବୃଦ୍ଧିକରେ ଯାହା ଏହାକୁ ଅଧ‌ିକ ଉଚ୍ଚକୁ ନେଇଯାଏ ଏବଂ ଆହୁରି ଅଧିକ ନିମ୍ନଚାପ ସୃଷ୍ଟିହୁଏ । ଚତୁଃ ପାର୍ଶ୍ଵରେ ଥିବା ଗୁରୁଚାପ ଅଞ୍ଚଳରୁ ଏହି ଅଞ୍ଚଳକୁ ବାୟୁ ପ୍ରବାହିତ ହୋଇ ଏହା ମଧ୍ଯ ଉପରକୁ ଉଠିବାକୁ ଆରମ୍ଭ ହୁଏ । ପୃଥ‌ିବୀ ଗ୍ରହର ଘୂର୍ଣ୍ଣନ ଏହି ଗତିଶୀତ ବାୟୁର ଘୂର୍ଣ୍ଣନକୁ ତ୍ୱରାନ୍ଵିତ କରେ । ଫଳରେ ଏକ ଅତି ନିମ୍ନରୂପର କେନ୍ଦ୍ରରେ ଏକ ‘ଆଖ୍’ ସୃଷ୍ଟିହୁଏ । ଏହାର ଚାରିପଟ ମେଘ, ପବନ ଏବଂ ବର୍ଷାର ପୂର୍ବନଶୀଳ ଅବସ୍ଥା ଘୂର୍ଣ୍ଣିବାତ୍ୟା ସୃଷ୍ଟିକରେ । ଏଣୁ ଘୂଷ୍ଠିବାତ୍ୟା ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ଗତିକରେ ।

Question 9.
ଚିତ୍ରରେ ଗ୍ରୀଷ୍ମ ଅପରାହ୍ନରେ ସମୁଦ୍ର କୂଳରେ ଗଛ ଦେଖାଯାଉଛି । କେଉଁ ପାର୍ଶ୍ଵ (A କିମ୍ବା B) ସ୍ଥଳଭାଗ ତାହା ଚିହ୍ନଟ କର । ତୁମ ଉତ୍ତର ବ୍ୟାଖ୍ୟାକର ।
Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 5
Answer:
ଉପରୋକ୍ତ ଚିତ୍ରରେ À ସ୍ଥଳଭାଗ ଏବଂ B ଜଳଭାଗ । ଗ୍ରୀଷ୍ମଋତୁ ଅପରାହ୍ନରେ ସ୍ଥଳଭାଗ ଜଳଭାଗ ଅପେକ୍ଷା ଅଧିକ ଉତ୍ତପ୍ତ ହେତୁ ଏହା ଉପରେ ବାୟୁଚାପ କମ୍ବିଥାଏ । ସମୁଦ୍ର ଜଳ ସ୍ଥଳଭାଗ ଅପେକ୍ଷା କମ୍ ଉତ୍ତପ୍ତ ଥ‌ିବାରୁ ଏହା ଉପରେ ଚାପ ଅଧିକ ଥାଏ । ସ୍ଥଳଭାଗ ଓ ଜଳଭାଗ ମଧ୍ୟରେ ଚାପ ପାର୍ଥକ୍ୟ ଯୋଗୁ ସମୁଦ୍ରବାୟୁ ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ପ୍ରବାହିତ ହେଉଛି । ଗଛଗୁଡ଼ିକର ନଇଁଯିବା ସମୁଦ୍ରବାୟୁ ପ୍ରବାହ ଦର୍ଶାଉଛି ଏବଂ A ଦିଗରେ ଗଛଗୁଡ଼ିକ ନଇଁଯିବାରୁ A ସ୍ଥଳଭାଗର ସୂଚନା ପ୍ରଦାନ କରୁଛି ।

Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

Question 10.
ଏକ କାର୍ଯ୍ୟ ବର୍ଣ୍ଣନା କର ଯାହା ଦେଖାଇବ ଯେ ବାୟୁ ଉଚ୍ଚତାପ କ୍ଷେତ୍ରରୁ କମ୍‌ପ କ୍ଷେତ୍ରକୁ ପ୍ରବାହିତ ହେବ ?
Answer:
ଉଚ୍ଚ ଚାପ କ୍ଷେତ୍ରରୁ ନିମ୍ନ ଚାପ କ୍ଷେତ୍ରକୁ ବାୟୁ ପ୍ରବାହ ଦର୍ଶାଇବାପାଇଁ ଆମେ ନିମ୍ନ କାର୍ଯ୍ୟ କରିପାରିବା ।
Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 6
(i) ସମାନ ଆକାରର ଦୁଇଟି ବେଲୁନ୍ ନି ଆଯାଉ ।
(ii) ଉଭୟ ବେଲୁନ୍‌କୁ ଫୁଙ୍କି ସେମାନଙ୍କୁ ସୂତାରେ ବନ୍ଧାଯଉ
(iii) ଦୁଇଟି ବେଲୁନ୍ କୁ 6-10 ସେ.ମି. (ଚିତ୍ର)ର ବ୍ୟବଧାନ ଛାଡ଼ି ଏକ ବାଡ଼ିଦ୍ଵାରା ଟଙ୍ଗାଯାଉ । ଚିତ୍ର : ଦୁଇଟି ବେଲୁନ ମଧ୍ୟରେ ଫୁଙ୍କିବା
(iv) ବର୍ତ୍ତମାନ, ଦୁଇ ବେଲୁନ୍ ମଧ୍ୟସ୍ଥ ସଂକୀର୍ଣ୍ଣ ସ୍ଥାନକୁ ଫୁଙ୍କ ଦ୍ଵାରା ବାୟୁ ପ୍ରବାହ କରାଯାଉ । ବେଲୁନ୍ ସହିତ କ’ଣ ହୁଏ ? ପର୍ଯ୍ୟବେକ୍ଷଣ କରାଯାଉ ।
(v) ବର୍ତ୍ତମାନ ଜୋର୍‌ରେ ଫୁଙ୍କି ଏବଂ ଅନୁଧ୍ୟାନ କରାଯାଉ ।
(vi) ଯେତେବେଳେ ଆମେ ଦୁଇଟି ବେଲୁନ୍ ମଧ୍ୟରେ ଫୁଙ୍କିବା ଦେଖୁ ଯେ ସେମାନେ ପରସ୍ପର ଆଡ଼କୁ ଗତି କରନ୍ତି । ଏହାର କାରଣ ଯେତେବେଳେ ଆମେ ବେଲୁନ୍ ମଧ୍ଯରେ ବାୟୁକୁ ଫୁଙ୍କୁ, ସେମାନଙ୍କ ମଧ୍ୟରେ କମ୍ ଚାପ କ୍ଷେତ୍ର ସୃଷ୍ଟି ହୁଏ । ବେଲୁନ୍ ଚାରିପାଖରେ ଥ‌ିବା ଉଚ୍ଚ ବାୟୁ ଚାପ ଉଭୟ ବେଲୁନ୍‌କୁ ପରସ୍ପର ଆଡ଼କୁ ଠେଲିଦିଏ ।
(vii) ଯଦି ଦୁଇଟି ବେଲୁନ୍ ମଧ୍ଯରେ ଅଧ‌ିକ ଜୋରରେ ଫୁଙ୍କାଯାଏ, ଦେଖିବା ଯେ ସେମାନେ ପରସ୍ପର ଆଡ଼କୁ ଅଧ‌ିକ ବେଗରେ ଗତି କରନ୍ତି ।
(viii) ଉଚ୍ଚ ଗତି ପବନ ଏକ ନିମ୍ନ ବାୟୁ ଚାପ ସୃଷ୍ଟି କରିଥାଏ । ଏହା ପର୍ଯ୍ୟବେକ୍ଷଣରୁ ଜଣାପଡ଼ିବ ।

Question 11.
ବଜ୍ରପାତ କ’ଣ ? ଏହାର ଗଠନ ପ୍ରକ୍ରିୟା ବ୍ୟାଖ୍ୟା କର ?
Answer:
ଶକ୍ତିଶାଳୀ ପବନ, ଘଡ଼ଘଡ଼ି, ବିଜୁଳି ଓ ବୃଷ୍ଟିପାତର ଏକ ସାମୟିକ ଅବସ୍ଥାକୁ ବଜ୍ରପାତ କହନ୍ତି । ଯେତେବେଳେ ଭୂପୃଷ୍ଠ ଶୀଘ୍ର ଉତ୍ତପ୍ତ ହୁଏ ଏବଂ ଏହା ଉପରିସ୍ଥ ବାୟୁ ଗରମ ହୋଇଥାଏ । ସେତେବେଳେ ଉଷ୍ଣବାୟୁ ଉପରକୁ ଉଠି ବାୟୁମଣ୍ଡଳର ଉଚ୍ଚସ୍ତରରେ ଥଣ୍ଡା ହୁଏ । ଏହା ବିରାଟକାୟ ମେଘ (Cloud) ସୃଷ୍ଟିକରେ । ଉପରକୁ ଉଠିଥିବା ବାୟୁ ଉର୍ଦ୍ଧ୍ୱମୁଖୀ ଓ ନିମ୍ନମୁଖୀ ପବନ ସୃଷ୍ଟିକରେ । ଫଳରେ ଯୁକ୍ତଚାର୍ଜିତ ହାଲୁକା ବରଫ ଉର୍ଦ୍ଧ୍ୱମୁଖୀ ହୁଏ ଏବଂ ବିଯୁକ୍ତ ଚାର୍ଜିତ ଭାରିଜଳ ମେଘର ନିମ୍ନ ଅଂଶକୁ ଆସେ । ମେଘ ମଧ୍ଯରେ ଚାର୍ଜ ପୃଥକୀକରଣ ଘଟେ । ମେଘର ବିଯୁକ୍ତ ଚାର୍ଜ ଭୂମି ନିକଟକୁ ଆସି ଭୂମି ଓ ନିକଟବର୍ତ୍ତୀ ବସ୍ତ୍ର ଯଥା ଗଛ କିମ୍ବା କୋଠାଘରକୁ ଯୁକ୍ତଚାର୍ଜ କରାଇଥାଏ । ଘଡ଼ଘଡ଼ି ସହ ବିଦ୍ୟୁତ ବିସର୍ଜନକୁ ବଜ୍ରପାତ କହନ୍ତି । ବର୍ଷପାତ ଶବ୍ଦ ବହୁତ ଭୟଙ୍କର ଅଟେ । ସାଧାରଣତଃ ଏହି ସମୟରେ ପବଳ ବର୍ଷାହୁଏ ।

Question 12.
ବଜ୍ରପାତ ଘଟାଉଥ‌ିବା ପ୍ରକ୍ରିୟା ବ୍ୟାଖ୍ୟା କର ?
Answer:
(i) ବାଦଲ ଭିତରେ ଜଳବିନ୍ଦୁ ଓ ବରଫ କଣିକା ପରସ୍ପର ସହ ଘଷିହୁଏ ।
(ii) ଏହାଦ୍ଵାରା ବିଦ୍ୟୁତ ଚାର୍ଜ ସୃଷ୍ଟି ହୁଏ ।
(iii) ମେଘର ଉପରି ଭାଗରେ ଯୁକ୍ତାତ୍ମକ ଚାର୍ଜ ସୃଷ୍ଟି ହୁଏ ।
(iv) ମେଘର ନିମ୍ନ ଭାଗରେ ବିଯୁକ୍ତାତ୍ମକଚାର୍ଜ ସୃଷ୍ଟି ହୁଏ ।
(v) ଏହିପରି ମେଘଖଣ୍ଡ ମଧ୍ୟରେ ଚାର୍ଜ ପୃଥକୀକରଣ ଦେଖାଯାଏ ।
(vi) ଏହି ପୃଥକୀକରଣ ବା ଚାର୍ଜ ପ୍ରାର୍ଥକ୍ୟ ଅଧିକ ହେଲେ ମେଘଖଣ୍ଡ ବିଦ୍ୟୁତ ବିସର୍ଜନ (discharge) କରନ୍ତି ।
(vii) ଫଳରେ ମେଘ ମେଘ ମଧ୍ଯରେ କିମ୍ବା ମେଘ ଓ ଭୂମି ମଧ୍ୟରେ ଚାର୍ଜ ଧକ୍କା ହୋଇ ବଜ୍ରପାତ ଘଟେ ।

Question 13.
ବ୍ୟାନର ଏବଂ ହୋଲିଂରେ କାହିଁକି ଛିଦ୍ର କରାଯାଏ, ବ୍ୟାଖ୍ୟା କର ।
Answer:
ଶକ୍ତିଶାଳୀ ପବନ ଉପରି ଭାଗରେ ବହୁଥ‌ିବା ସମୟରେ ନିମ୍ନଅଂଶରେ ଚାପ ଅଧ‌ିକ ଥାଏ । ଉପର ଅଂଶରେ ଚାପ କମ୍ବିଥାଏ । ଏହି ଚାପ ପ୍ରାର୍ଥକ୍ୟ ହେତୁ ବ୍ୟାନର ବା ହୋଡ଼ିଗୁଡ଼ିକ ଫାଟିଯାଆନ୍ତି କିମ୍ବା ବିଚ୍ଛିନ୍ନ ହୋଇ ଯିବାର ଦେଖାଯାଏ । ବ୍ୟାନର ଓ ହୋଲିଂ ମଧ୍ଯରେ ଛିଦ୍ର ରହିଲେ ଦ୍ରୁତଗାମୀ ପବନ ଏହା ମଧ୍ୟରେ ଅତିକ୍ରମ କରି ଚାପର ତାରତମ୍ୟ କମାଇଦିଏ, ଫଳରେ ବ୍ୟାନର ଓ ହୋଡି଼ଗୁଡ଼ିକ ଶକ୍ତିଶାଳି ପବନକୁ ସହ୍ୟ କରିପାରନ୍ତି ଏବଂ ଅନ୍ୟତ୍ର ଉଡ଼ିଯାଆନ୍ତି ନାହିଁ ।

ପାଠ୍ୟପୁସ୍ତକସ୍ଥ ଅନୁସନ୍ଧାନ ଓ ଚିନ୍ତନ ପ୍ରଶ୍ନୋତ୍ତର

Question 1.
ଅନ୍ୟଦିନ ଅପେକ୍ଷା ବେଳେବେଳେ ପବନ କାହିଁକି ଅଧୁକ ଶକ୍ତିଶାଳୀ ହୁଏ ?
Answer:
ପବନ ଗୁରୁଚାପ ସ୍ଥାନରୁ ଲଘୁଚାପ ବିଶିଷ୍ଟ ସ୍ଥାନକୁ ପ୍ରବାହିତ ହୁଏ । ବେଳେବେଳେ ସ୍ଥାନ ଦୁଇଟି ମଧ୍ୟରେ ବାୟୁଚାପର ପ୍ରାର୍ଥକ୍ୟ ଯଥେଷ୍ଟ ଥାଏ । ଏହି ପରିସ୍ଥିତିରେ ପବନର ବେଗ ଶକ୍ତିଶାଳୀ ହୁଏ । ବାୟୁମଣ୍ଡଳରେ ଦୁଇଟି ସ୍ଥାନ ମଧ୍ୟରେ ତାପମାତ୍ରାରେ ପ୍ରାର୍ଥକ୍ୟ ଚାପ ମଧ୍ୟରେ ପ୍ରାର୍ଥକ୍ୟ ସୃଷ୍ଟିକରେ । ଦୁଇଟି ସ୍ଥାନ ମଧ୍ଯରେ ଅତ୍ୟତ୍ଵିକ ଚାପ ପାର୍ଥକ୍ୟ ପବନର ବେଗ ବୃଦ୍ଧିକରି ଏହାକୁ ଶକ୍ତିଶାଳୀ କରାଏ ।

Question 2.
ସାଧାରଣତଃ ପାଣିଟାଙ୍କି କାହିଁକି ଉଚ୍ଚସ୍ଥାନ ବା ଛାତ ଉପରେ ସ୍ଥାପନ କରାଯାଏ ?
Answer:
ପାଣିଟାଙ୍କି ଉଚ୍ଚସ୍ଥାନରେ ବା ଛାତ ଉପରେ ସ୍ଥାପନ କଲେ ଉଚ୍ଚତା ବୃଦ୍ଧି ହେତୁ ଜଳର ସ୍ଥିତିଜ ଶକ୍ତି ଅଧ‌ିକ ହୁଏ ଫଳରେ ପୃଥ‌ିବୀର ମାଧ୍ୟାକର୍ଷଣ ଅଧୂକ ହୁଏ । ଅଧ୍ବକ ବଳ (ସମାନ କ୍ଷେତ୍ରଫଳ ଉପରେ) ଅଧ‌ିକ ଚାପ ପ୍ରଦାନ କରେ । ଜଳର ଚାପ ଅଧ‌ିକ ହେତୁ ପାଣିଗ୍ୟାପ୍‌ରେ ଜଳ ଦ୍ରୁତ ବେଗରେ ଅଧିକ ପରିମାଣରେ ଆସିଥାଏ ।

Question 3.
ବାୟୁଚାପ ପ୍ରକୃତରେ ଆମକୁ ଚାପି ଦେଇପାରେ କି ?
Answer:
ଗୋଟିଏ 15 ସେ.ମି. × 15 ସେ.ମି. କ୍ଷେତ୍ରଫଳ ଉପରେ ବାୟୁଚାପ ପ୍ରାୟ 2250 N ବଳ ପ୍ରଦାନ କରେ । ଏହି ଓଜନ ପରିମାଣ ବଳଦ୍ଵାରା ଆମେ ଚାପି ନହେବାର କାରଣ ହେଲା ଆମ ଶରୀର ଭିତରେ ଚାପ ମଧ୍ୟ ବାୟୁମଣ୍ଡଳୀୟ ଚାପ ସହ ସମାନ ଥାଏ । ଏହା ବାୟୁର ଚାପକୁ ସନ୍ତୁଳିତ କରେ । ଆମ ଶରୀରର ଟିସୁ ଏବଂ ଅଙ୍ଗଗୁଡ଼ିକରେ ତରଳ ଓ ଗ୍ୟାସୀୟ ପଦାର୍ଥର ଗତିଯୋଗୁ ଶରୀର ଭିତରେ ଏହି ଚାପ ସୃଷ୍ଟିହୁଏ ।

Question 4.
ଝଡ଼ ଓ ଘୂଷ୍ଠିବାତ୍ୟାର କାରଣ କ’ଣ ? ଯଦି ପୃଥ‌ିବୀର ଆବର୍ତ୍ତନ ବନ୍ଦ ହୋଇଯାଏ, ତେବେ କ’ଣ ଘୂର୍ଣ୍ଣିବାତ୍ୟା ସୃଷ୍ଟିହେବ ?
Answer:
ଉଷ୍ଣ ଓ ଆର୍ଦ୍ରବାୟୁ ସମୁଦ୍ର ଜଳରାଶି ଉପରେ ଉର୍ଦ୍ଧ୍ୱମୁଖାହେଲେ ଝଡ଼ ଓ ବାତ୍ୟା ସୃଷ୍ଟିହୁଏ । ସେଠାରେ ଲଘୁଚାପ ସୃଷ୍ଟିହୁଏ । ଏଣୁ ଚାରିପଟୁ ପବନ ଉକ୍ତ ସ୍ଥାନକୁ ଦ୍ରୁତ ବେଗରେ ବହିଥାଏ । ପୃଥ‌ିବୀର ଆବର୍ତ୍ତନ ପବନର ବେଗ ବୃଦ୍ଧିକରେ । ପୃଥ‌ିବୀର ଆବର୍ଜନ ନଥିଲେ ଝଡ଼ ଓ ବାତ୍ୟା ସୃଷ୍ଟିହେବା ସମ୍ଭବ ହୋଇନଥାନ୍ତା ।

ପାଠ୍ୟ ବିଷୟ ଅନ୍ତର୍ଗତ ପ୍ରଶ୍ନୋତ୍ତର

Question 1.
ତରଳ ପଦାର୍ଥ ପାତ୍ରର କାନ୍ଥ ଉପରେ ଚାପ ପ୍ରଦାନ କରେ କି ?
Answer:
ତରଳ ପଦାର୍ଥ ଯେଉଁ ପାତ୍ରରେ ଥାଏ, ସେହି ପାତ୍ରର ନିମ୍ନ ଦେଶରେ ଏବଂ କାନ୍ଥରେ ଏହା ଯଥାକ୍ରମେ ନିମ୍ନଚାପ ଓ ପାର୍ଶ୍ଵଚାପ ପ୍ରଦାନ କରେ । ତରଳ ପଦାର୍ଥର ଗଭିରତା ବୃଦ୍ଧିରେ ଚାପ ବୃଦ୍ଧିଘଟେ । ତରଳର ଓଜନ ହେତୁ ଏହା ଚାପ ପ୍ରଦାନ କରିବାକୁ ସକ୍ଷମ । ବାସ୍ତବରେ ତରଳ ପଦାର୍ଥର ସର୍ବଦିଗ ଚାପ ଥାଏ ।

Question 2.
ଗୋଟିଏ କାଚ ବା ପ୍ଲାଷ୍ଟିକ ନଳୀର ଏକ ମୁଣ୍ଡରେ ବେଲୁନଟି ବାନ୍ଧିରଖ୍ ନଳୀଭିତରେ ଜଳସ୍ତର ବୃଦ୍ଧିକଲେ ବେଲୁନ୍‌ର ଆୟତନରେ କି ପରିବର୍ତ୍ତନ ଘଟିବ ?
Answer:
ଆମେ ଯଦି ନଳୀର ଜଳସ୍ତର ବୃଦ୍ଧି କରିବା, ଜଳର ଚାପ ଅଧିକ ହେବ । ଏହାଦ୍ଵାରାରା ବେଲୁନ୍‌ ଅଧ୍ୟକ ଫୁଲି ଉଠିବ ।

Question 3.
ବାୟୁମଣ୍ଡଳରେ ଚାପର ପ୍ରାର୍ଥକ୍ୟ ପବନ ସୃଷ୍ଟିହେବାର କାରଣ କି ?
Answer:
ବାୟୁମଣ୍ଡଳରେ ଚାପର ପ୍ରାର୍ଥକ୍ୟ ଏହା ଅଧିକ ଚାପ ଅଞ୍ଚଳରୁ କମ୍ ଚାପ ଥିବା ପବନ ବହିବା ସମ୍ଭବ ହେବନାହିଁ । ହେତୁ ବାୟୁ ଗତିଶୀଳ ହୋଇ ପବନ ସୃଷ୍ଟିକରେ । ବାୟୁର ଧର୍ମହେଲା ଅଞ୍ଚଳକୁ ପ୍ରବାହିତ ହେବ । ବାୟୁମଣ୍ଡଳରେ ଚାପର ତାରତମ୍ୟ ନଥିଲେ ଚଳନ କରିବା ସହଜ ହେଉନାହିଁ ।

Question 4.
ପବନ କିପରି ସୃଷ୍ଟିହୁଏ ?
Answer:
ଗତିଶୀଳ ବାୟୁକୁ ପବନ କହନ୍ତି । ବାୟୁମଣ୍ଡଳ ଉତ୍ତପ୍ତ ହେଲେ ଏହାର ଚାପ କମିଯାଏ । ବାୟୁ ଥଣ୍ଡାହେଲେ ଚାପ ବଢ଼ିଯାଏ । ଏହି ଚାପର ତାରତମ୍ୟ ହେତୁ ବାୟୁ ଗୁରୁଚାପ ଅଞ୍ଚଳରୁ ଲଘୁଚାପ ଅଞ୍ଚଳକୁ ପ୍ରବାହିତ ହୁଏ । ଏହାକୁ ପବନ କହନ୍ତି ।

Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

ଅତିରିକ୍ତ ଅଭ୍ୟାସ ପ୍ରଶ୍ନୋତ୍ତର

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

(କ) ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

Question 1.
ଚାପ କେଉଁ ଦୁଇଟି ରାଶି ଉପରେ ନିର୍ଭର କରେ ?
Answer:
ବଳ ଏବଂ ବଳପ୍ରୟୋଗିତ ସ୍ଥାନର କ୍ଷେତ୍ରଫଳ ।

Question 2.
ଚାପର ଦୁଇଟି ଏକକ କ’ଣ ?
Answer:
ଚାପର ଦୁଇଟି ଏକକ ହେଲା – \(\frac{\mathrm{N}}{\mathrm{~m}^2}\) ଏବଂ 1\(\frac{\mathrm{N}}{\mathrm{~m}^2}\) = 1 Pa

Question 3.
ବଳ ସମାନ ଥାଇ ସ୍ଥାନର କ୍ଷେତ୍ରଫଳ ବୃଦ୍ଧିପାଇଲେ, ଚାପର କି ପରିବର୍ତ୍ତନ ଘଟେ ?
Answer:
ଚାପ ହ୍ରାସପାଏ

Question 4.
କ୍ଷେତ୍ରଫଳ ସମାନ ଥାଇ ବଳର ପରିମାଣ ବୃଦ୍ଧିପାଇଲେ, ଚାପର କି ପରିବର୍ତ୍ତନ ଘଟେ ?
Answer:
ଚାପ ବୃଦ୍ଧିପାଏ

Question 5.
500 N ବଳ ଗୋଟିଏ 10m କ୍ଷେତ୍ରଫଳ ବସ୍ତୁ ଉପରେ ପ୍ରୟୋଗ କରାଗଲେ ବସ୍ତୁ ଉପରେ ଚାପର ପରିମାଣ କେତେହେବ ?
Answer:
\(\frac{500 \mathrm{~N}}{10 \mathrm{~m}^2}=\frac{50 \mathrm{~N}}{\mathrm{~m}^2}\) କିମ୍ବା 50 Pa ।

Question 6.
ସରୁଫିତା କିମ୍ବା ଓସାରିଆ ଫିତା ମଧ୍ୟରୁ କେଉଁଟି ବ୍ୟାଗରେ ଲାଗିଥିଲେ, ବ୍ୟାଗଟିକୁ କାନ୍ଧରେ ବୋହିନେବା ସୁବିଧା ଜନକ ?
Answer:
ଓସାରିଆ ଫିତା

Question 7.
ଦୁଇଟି ଅସମାନ ପାତ୍ରରେ ଜଳସ୍ତରର ଉଚ୍ଚତା ସମାନ ହେଲେ କ’ଣ ସମାନ ହୁଏ ?
Answer:
ଚାପ

Question 8.
ଗୋଟିଏ ପାତ୍ରରେ ଥ‌ିବା ତରଳ ପଦାର୍ଥର ଚାପ କାହା ଉପରେ ନିର୍ଭର କରେ ?
Answer:
ତରଳ ପଦାର୍ଥ ସ୍ତମ୍ଭ ଉଚ୍ଚତା

Question 9.
ଗୋଟିଏ ତିନିମହଲା ଘର ଛାତ ଉପରେ ପାଣିଟାଙ୍କି ଥିଲେ କେଉଁ ମହଲାର ଲୋକମାନେ ସର୍ବାଧକ ଜଳ ପ୍ରବାହ ଦେଖୁବେ ?
Answer:
ପ୍ରଥମ ମହଲା

Question 10.
ତରଳ କେଉଁ ଦିଗରେ ଚାପ ପ୍ରଦାନ କରେ ?
Answer:
ସବୁ ଦିଗରେ

Question 11.
ଜଳ ଭଣ୍ଡାରରେ ଥିବା ଜଳର ଆନୁଭୂମିକ ଚାପ (Horizontal Pressure) କାହା ଉପରେ ପଡ଼େ ?
Answer:
ଜଳ ଭଣ୍ଡାରର କାନ୍ଥ (wall) ଉପରେ

Question 12.
ଜଳ ଭଣ୍ଡାରେ ଜଳର ଉଲମ୍ବ ଚାପ (vertical pressure) କାହା ଉପରେ ପଡ଼େ ?
Answer:
ଚଟାଣ ଉପରେ

Question 13.
ସ୍ଥାନର କ୍ଷେତ୍ରଫଳ ବୃଦ୍ଧିପାଇଲେ ବାୟୁଦ୍ଵାରା ପ୍ରଦତ୍ତ ବଳରେ କି ପରିବର୍ତ୍ତନ ଘଟେ ?
Answer:
ପ୍ରଦତ୍ତ ବଳ ଅଧିକ ହୁଏ

Question 14.
ଗୋଟିଏ 15 ସେ.ମି. x 15 ସେ.ମି. କ୍ଷେତ୍ରଫଳ ପରିମିତ ଅଞ୍ଚଳରେ ବାୟୁମଣ୍ଡଳ ପ୍ରୟୋଗ କରୁଥିବା ବଳର ପରିମାଣ କେତେ ?
Answer:
ପ୍ରାୟ 2250 ନିଉଟନ

Question 15.
ଗୋଟିଏ 30 ସେ.ମି. ଉଚ୍ଚ ଜଳପୂର୍ଣ ସିଲିଣ୍ଡରୀୟ ପାତ୍ର ଭିତର ପାର୍ଶ୍ଵରେ ଜଳର ନିମ୍ନଦେଶରୁ ଯଥାକ୍ରମେ 5 ସେ.ମି., 10 ସେ.ମି. ଓ 15 ସେ.ମି. ଉଚ୍ଚତାରେ ତିନୋଟି ବିନ୍ଦୁ A, B ଓ C ଚିହ୍ନଟ ହୋଇଛି । କେଉଁ ବିନ୍ଦୁରେ ଜଳର ପାର୍ଶ୍ଵଚାପ ସର୍ବନିମ୍ନ ହେବ ?
Answer:
C ବିନ୍ଦୁରେ

Question 16.
ବାୟୁ ଚାପର ବ୍ୟବହାରିକ ଏକକ କ’ଣ ?
Answer:
ମିଲିବାର (mb)

Question 17.
1 ମିଲିବାର କେତେ ପାସକେଲ୍ ସହ ସମାନ ?
Answer:
100 Pa

Question 18.
ବନ୍ଧୁ ଚାପର ପ୍ରଭେଦ କ’ଣ ସୃଷ୍ଟିକରେ ?
Answer:
ପବନ (Wind)

Question 19.
ବାୟୁ କେଉଁ ଅଞ୍ଚଳରୁ କେଉଁ ଅଞ୍ଚଳକୁ ପ୍ରବାହିତ ହୁଏ ?
Answer:
ଉଚ୍ଚଚାପ ଅଞ୍ଚକ୍କଳରୁ ନିମ୍ନଚାପ ଅଞ୍ଚଳକୁ ପ୍ରବାହିତ ହୁଏ ।

Question 20.
ସ୍ଥଳଭାଗ ଓ ସମୁଦ୍ର ମଧ୍ୟରେ ଚାପର ପ୍ରାର୍ଥକ୍ୟ ଯୋଗୁ କେଉଁ ଦୁଇପ୍ରକାର ସ୍ଥାନୀୟ ବାୟୁ ପ୍ରବାହ ଦେଖାଯାଏ ?
Answer:
ସମୁଦ୍ର ବାୟୁ ଓ ସ୍ଥଳବାୟୁ

Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

Question 21.
ଘର ଉପରେ ପବନ ଦ୍ରୁତ ବେଗରେ ବହିଲେ ସେଠାରେ ବାୟୁର ଚାପ କ’ଣ ଘଟେ ?
Answer:
ନିମ୍ନଚାପ ସୃଷ୍ଟି ହୁଏ

Question 22.
ପବନ ଦ୍ରୁତଗତିରେ ବହୁଥ‌ିବାବେଳେ ଘରର ଝରକା ଓ କବାଟ ଖୋଲାରଖୁଲେ ଘରଭିତର ଓ ଛାତ ମଧ୍ଯରେ ଚାପର ପ୍ରାର୍ଥକ୍ୟ ଉପରେ କି ପ୍ରଭାବ ପଡ଼େ ?
Answer:
ଚାପର ପ୍ରାର୍ଥକ୍ୟ କମିଯାଏ, ଫଳରେ ଛାତ ଉଡ଼ିଯାଏ ନାହିଁ

Question 23.
ବୃଷ୍ଟିପାତ ସହ ଶକ୍ତିଶାଳୀ ପବନ ବହିଲେ କ’ଣ ସୃଷ୍ଟିହୁଏ ?
Answer:
ଝଡ଼ (Storm)

Question 24.
ଭାରତରେ ବାରମ୍ବାର ଝଡ଼ ସୃଷ୍ଟିର କାରଣ କ’ଣ ?
Answer:
ଭାରତ ଏକ ଉଷ୍ଣ, ଆର୍ଦ୍ର ଓ କ୍ରାନ୍ତୀୟ ଅଞ୍ଚଳରେ ଅବସ୍ଥିତ ।

Question 25.
ଘଡ଼ଘଡ଼ି ମାରିବା ପୂର୍ବରୁ ମେଘର ଉପରି ଭାଗରେ ଥିବା ବରଫ କଣିକାଗୁଡ଼ିକ କେଉଁ ଚାର୍ଜ ଧାରଣ କରନ୍ତି ?
Answer:
ଯୁକ୍ତାତ୍ମକ ଚାର୍ଜ

Question 26.
ମେଘର ନିମ୍ନ ଭାଗରେ ଓଜନିଆ ଜଳ କଣିକାଗୁଡ଼ିକ କେଉଁ ଚାର୍ଜ ପ୍ରାପ୍ତ ହୁଅନ୍ତି ?
Answer:
ବିଯୁକ୍ତାତ୍ମକ ଚାର୍ଜ

Question 27.
ବିଦ୍ୟୁତ ପରିବାହିତା ଦୃଷ୍ଟିରୁ ବାୟୁ କି ପ୍ରକାର ପଦାର୍ଥ ?
Answer:
କୁପରିବାହି

Question 28.
କେଉଁ କେଉଁ ରାଜ୍ୟରେ ଝଡ଼ ତୋଫାନକୁ କାଳବୈଶାଖୁ କହନ୍ତି ?
Answer:
ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ଝାଡ଼ଖଣ୍ଡ

Question 29.
ଆସାମରେ ପ୍ରାକ୍ ମୌସୁମୀ ଝଡ଼କୁ କ’ଣ କୁହାଯାଏ ?
Answer:
ବରଦୋଇସିଲା

Question 30.
ଦକ୍ଷିଣ ଭାରତରେ ଗ୍ରୀଷ୍ମକାଳୀନ ଝଡ଼କୁ କ’ଣ କହନ୍ତି ?
Answer:
ଆମ୍ରବୃଷ୍ଟି

Question 31.
ଘଡ଼ଘଡ଼ିରୁ ରକ୍ଷା ପାଇବାକୁ ଘରର ଛାତ ଉପରେ କ’ଣ ସଂଯୁକ୍ତ କରାଯାଏ ?
Answer:
ବିଦ୍ୟୁତ୍ ପରିବାହି (Lishtening conductor)

Question 32.
ମେଘ, ପବନ ଓ ବୃଷ୍ଟିପାତର ଘୂର୍ଣାୟମାନ ଅବସ୍ଥାକୁ କ’ଣ କହନ୍ତି ?
Answer:
ବାତ୍ୟା

Question 33.
ବାତ୍ୟାର କେନ୍ଦ୍ରରେ ବାୟୁଚାପ କିପରି ଥାଏ ?
Answer:
ଲଘୁଚାପ

Question 34.
ବାତ୍ୟାର ‘ଆଖୁ’ ସ୍ଥାନରେ ପବନର ବେଗ କେତେ ?
Answer:
ପବନ ସ୍ଥିରଥାଏ ।

Question 35.
2020 ର ଅମ୍ପାନ ବାତ୍ୟାରେ ପବନର ବେଗ କେତେ ଥିଲା ?
Answer:
୨୭୦ କି.ମି. ଘଣ୍ଟାକୁ

Question 36.
କେଉଁ ସଂସ୍ଥା ବାତ୍ୟାର ପୂର୍ବ ସୂଚନା ଦିଏ ?
Answer:
ଭାରତୀୟ ପାଣିପାଗ ବିଭାଗ

Question 37.
ଓଡ଼ିଶାରେ 1999 ମହାବାତ୍ୟାରେ ପବନର ସର୍ବାଧୁକ ବେଗ କେତେ ଥିଲା ?
Answer:
300 କି.ମି. ଘଣ୍ଟାକୁ

Question 38.
ଭୂପୃଷ୍ଠରୁ ଉପରକୁ ଉପରକୁ ଗଲେ ବାୟୁ ଚାପର କି ପରିବତ୍ତର୍ନ ଦେଖାଯିବ ?
Answer:
ସମୁଦ୍ର ପତନରେ

Question 39.
ପୃଥ‌ିବୀ ପୃଷ୍ଠରେ କେଉଁ ସ୍ଥାନରେ ବାୟୁଚାପ ସର୍ବାଧ୍ଵକ ?
Answer:
ସମୁଦ୍ର ପତନରେ

Question 40.
ଘଡ଼ଘଡ଼ି ମାରିବା ସମୟରେ ବିଜୁଳି ଆଲୋକ ପ୍ରଥମେ ଦେଖାଯାଏ ଓ ପରେ ଶବ୍ଦ ଶୁଣାଯାଏ କାହିଁକି ?
Answer:
ଆଲୋକର ବେଗ ଶବ୍ଦର ବେଗଠାରୁ ଯଥେଷ୍ଟ ଅଧ‌ିକ ।

Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

(ଖ) ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ଫୁଟାଯାଇଥିବା ଦୁଇଟି ବେଲୁନ ମଧ୍ୟରେ ଥ‌ିବା ବାୟୁକୁ ଅପସାରଣ କରାଗଲେ, ବେଲୁନ୍ ଦୁଇଟି ପରସ୍ପର ନିକଟବର୍ତ୍ତୀ ହେବା କ’ଣ ସୂଚାଏ ?
(a) ବାୟୁ ସବୁଦିଗରେ ସମାନ ଚାପ ପ୍ରଦାନ କରେ ।
b) ପବନରେ ବେଗ ବୃଦ୍ଧିହେଲେ ବାୟୁ ଚାପ ବୃଦ୍ଧିହୁଏ ।
(c) ପବନର ବେଗ ବୃଦ୍ଧି ହେଲେ ବାୟୁ ଚାପ କମିଯାଏ ।
(d) ବାୟୁର ଓଜନ ଥାଏ ।
Answer:
(c) ପବନର ବେଗ ବୃଦ୍ଧି ହେଲେ ବାୟୁ ଚାପ କମିଯାଏ ।

Question 2.
ପବନର ବେଗ ବୃଦ୍ଧିହେଲେ ବାୟୁଚାପରେ କି ପରିବର୍ତ୍ତନ ଘଟେ ?
(a) ବୃଦ୍ଧିପାଏ
(b) ହ୍ରାସପାଏ
(c) ସମାନ ରହେ
(d) ତାପମାତ୍ରା ଉପରେ ନିର୍ଭର କରେ
Answer:
(b) ହ୍ରାସପାଏ

Question 3.
ଝୁଲୁଥୁବା ଦୁଇଟି ବେଲୁନ ମଧ୍ୟରେ ବାୟୁକୁ ଫୁଙ୍କି ହଟାଇଲେ ବେଲୁନ୍ ଦୁଇଟି ପରସ୍ପର ନିକଟ ହୁଅନ୍ତି । ଏହା ବାୟୁର କି ପ୍ରକୃତି ସୂଚାଇଥାଏ ?
(a) ବାୟୁ ଗୁରୁଚାପ ସ୍ଥାନରୁ ଲଘୁଚାପ ସ୍ଥାନକୁ ପ୍ରବାହିତ ହୁଏ ।
(b) ବାୟୁ ଲଘୁଚାପ ସ୍ଥାନରୁ ଗୁରୁଚାପ ସ୍ଥାନକୁ ପ୍ରବାହିତ ହୁଏ ।
(c) ବାୟୁ ଚାପ ପ୍ରଦାନ କରେ ନାହିଁ ।
(d) ବାୟୁ ସବୁଳିଗକୁ ଗତିକରେ ।
Answer:
(a) ବାୟୁ ଗୁରୁଚାପ ସ୍ଥାନରୁ ଲଘୁଚାପ ସ୍ଥାନକୁ ପ୍ରବାହିତ ହୁଏ ।

Question 4.
ଆମେ ପାହାଡ଼ ଉପରକୁ ଗଲେ ଶ୍ଵାସକ୍ରିୟା କଷ୍ଟସାଧ୍ୟ ହୁଏ କାହିଁକି ?
(a) ଅଧ‌ିକ ଉଚ୍ଚତାରେ ଅମ୍ଳଜାନ ଅଧିକ ।
(b) ବାୟୁଚାପ କମିବାରୁ ଫୁସ୍‌ଫୁସ୍ ପ୍ରସାରିତ ହେବା ସହଜ ହୁଏନାହିଁ ।
(c) ଅଧ‌ିକ ଉଚ୍ଚତାରେ ଅମ୍ଳଜାନ କମ୍ ।
(d) ଅଧିକ ଉଚ୍ଚତା ପବନ ଜୋର୍‌ରେ ବହେ ।
Answer:
(b) ବାୟୁଚାପ କମିବାରୁ ଫୁସ୍‌ଫୁସ୍ ପ୍ରସାରିତ ହେବା ସହଜ ହୁଏନାହିଁ ।

Question 5.
ଶକ୍ତିଶାଳୀ ଝଡ଼ରେ ଘରର ଛାତ ଉଡ଼ିଯାଏ କାହିଁକି ?
(a) ଛାତତଳେ ଥିବା ବାୟୁ ଦ୍ରୁତ ବେଗରେ ଗତିକରେ
(b) ଛାତ ଉପରେ ବାୟୁର ଚାପ ଛାତତଳେ ବାୟୁର ଚାପଠାରୁ କମ୍ ହୁଏ
(c) ଛାତ ତଳେ ଥ‌ିବା ବାୟୁ ହାଲୁକା ହୋଇଯାଏ
(d) ଛାତ ଯୁକ୍ତାତ୍ମକ ଚାର୍ଜ ବହନ କରେ
Answer:
(b) ଛାତ ଉପରେ ବାୟୁର ଚାପ ଛାତତଳେ ବାୟୁର ଚାପଠାରୁ କମ୍ ହୁଏ

Question 6.
ପବନ ସୃଷ୍ଟିପାଇଁ କେଉଁ ସଇଁ ଦାୟୀ
(a) ସବୁଆଡ଼େ ବାୟୁଚାପ ସମାନ ରହିବ
(b) ନିମ୍ନଚାପ ଓ ଉଚ୍ଚଚାପ ବିଭିନ୍ନ ଅଞ୍ଚଳରେ ଦେଖାଯିବ
(c) ଜଳୀୟବାଷ୍ପର ଘନୀକରଣ
(d) ଜଳବିନ୍ଦୁ ମଧ୍ୟରେ ଘର୍ଷଣ
Answer:
(b) ନିମ୍ନଚାପ ଓ ଉଚ୍ଚଚାପ ବିଭିନ୍ନ ଅଞ୍ଚଳରେ ଦେଖାଯିବ

Question 7.
ବେଲୁନକୁ ଅତିମାତ୍ରାରେ ଫୁଙ୍କିଲେ ଏହା ଫାଟିଯାଏ କାରଣ
(a) ବାୟୁଚାପ ହରାଏ
(b) ବେଲୁନ୍ ଭିତରେ ଚାପ ଅତିଶୟ ବୃଦ୍ଧିହୁଏ
(c) ବେଲୁନ ଭିତର ଓ ବାହାର ଚାପ ସମାନ ହୁଏ
(d) ବାୟୁ ହାଲୁକା ହୁଏ
Answer:
(b) ବେଲୁନ୍ ଭିତରେ ଚାପ ଅତିଶୟ ବୃଦ୍ଧିହୁଏ

Question 8.
ବାତ୍ୟା ସୃଷ୍ଟିହେବାର ମୁଖ୍ୟ କାରଣ :
(a) ଅତି ବୃଷ୍ଟି ବନ୍ୟା ସୃଷ୍ଟିକରେ
(b) ସମୁଦ୍ର ଜଳରାଶି ଉପରେ ଉଷ୍ଣ ଓ ଆର୍ଦ୍ରବାୟୁ ଉପରକୁ ଉଠେ
(c) ପୃଥ‌ିବୀର ଆବର୍ତ୍ତନ ଉଚ୍ଚତାପ ସୃଷ୍ଟିକରେ
(d) ସ୍ଥଳଭାଗରୁ ସମୁଦ୍ରକୁ ଶକ୍ତିଶାଳୀ ପବନ ବହେ
Answer:
(b) ସମୁଦ୍ର ଜଳରାଶି ଉପରେ ଉଷ୍ଣ ଓ ଆର୍ଦ୍ରବାୟୁ ଉପରକୁ ଉଠେ

Question 9.
ବିଜୁଳି ସୃଷ୍ଟି ହେବାର କାରଣ :
(a) ସୂର୍ଯ୍ୟାଲୋକ ଯୋଗୁ ବାୟୁ ଉତ୍ତପ୍ତ ହୁଏ
(b) ମେଘରେ ଜଳବିନ୍ଦୁ ଓ ବରଫ ମଧ୍ଯରେ ଘର୍ଷଣ
(c) ସମୁଦ୍ର ବାୟୁ ପ୍ରବାହ
(d) ଜଳୀୟବାଷ୍ପର ହଠାତ ଘନୀକରଣ
Answer:
(b) ମେଘରେ ଜଳବିନ୍ଦୁ ଓ ବରଫ ମଧ୍ଯରେ ଘର୍ଷଣ

Question 10.
ଉଚ୍ଚ ଚାପରୁ ନିମ୍ନ ଚାପକୁ ବାୟୁର ଗତି କ’ଣ ସୃଷ୍ଟି କରେ
(a) ବାତ୍ଯା
(b) ପବନ
(c) ବିଜୁଳି
(d) ଘଡ଼ଘଡ଼ି
Answer:
(b) ପବନ

Question 11.
ସମୁଦ୍ର ଉପକୂଳରେ ଦିନବେଳେ ପବନ କେଉଁଆଡୁ ବହେ ?
(a) ସ୍ଥଳଭାଗରୁ ସମୁଦ୍ରକୁ
(b) ସମୁଦ୍ରରୁ ସ୍ଥଳଭାଗକୁ
(c) ସ୍ଥଳଭାଗ ଓ ଜଳଭାଗ ପରସ୍ପର ଦିଗରେ
(d) ଏଗୁଡ଼ିକ ମଧ୍ୟରୁ କେଉଁଟି ନୁହେଁ
Answer:
(b) ସମୁଦ୍ରରୁ ସ୍ଥଳଭାଗକୁ

Question 12.
ଉଷ୍ଣ ସମୁଦ୍ର ଜଳରାଶି ଉପରେ ବାତ୍ୟା ଶକ୍ତିଶାଳୀ କାହିଁକି ହୁଏ ?
(a) ଉର୍ଦୁମୁର୍ଖ ବାୟୁକୁ ତାପଶକ୍ତି ଯୋଗାଏ
(b) ଚାପ ବୃଦ୍ଧି ଘଟେ
(c) ସମୁଦ୍ର ଜଳସ୍ତର କମିଯାଏ।
(d) ପୃଥ‌ିବୀର ଆଳର୍ଶନ ବନ୍ଦ ହୋଇଯାଏ
Answer:
(a) ଉର୍ଦୁମୁର୍ଖ ବାୟୁକୁ ତାପଶକ୍ତି ଯୋଗାଏ

Question 13.
ବାତ୍ୟାର କେନ୍ଦ୍ରକୁ କ’ଣ କୁହାଯାଏ ?
(a) କ୍ରୋଧୃତ ଆଖ୍
(b) ଶାନ୍ତ ବଳୟ
(c) ଝଡ଼ର ଆଖ୍
(d) ମଧ୍ଯଚାପ
Answer:
(c) ଝଡ଼ର ଆଖ୍

Question 14.
କେଉଁ ଦୃଷ୍ଟାନ୍ତ ବାୟୁର ସର୍ବଦିଗ ଚାପ ସୂଚାଏ ?
(a) ଘରର ଛାତ ଉଡ଼ିଯିବା
(b) ଟାୟାର ଫାଟିଯିବା
(c) ପବନ ବାହାରି ଗଲେ ବେଲୁନ ସଙ୍କୁଚିତ ହେବା
(d) ଗରମ ଜଳ
Answer:
(c) ପବନ ବାହାରି ଗଲେ ବେଲୁନ ସଙ୍କୁଚିତ ହେବା

Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

Question 15.
ଘଡ଼ଘଡ଼ି ସମୟରେ କାର୍‌ରେ ଥ‌ିବା ନିରାପଦ କାହିଁକି ?
(a) ଟାୟାର ବିଦ୍ୟୁତ ପ୍ରବାହ ଅଟକାଏ
(b) କାର ଦ୍ରୁତ ବେଗରେ ଗତିକରେ
(c) ଧାତୁ ଭୂତଳକୁ ବିଦ୍ୟୁତ ସ୍ରୋତ ସଞ୍ଚାରିତ କରେ
(d) କାଠ ଝରକା ଚାର୍ଜ ପ୍ରବାହ ବନ୍ଦ କରେ
Answer:
(c) ଧାତୁ ଭୂତଳକୁ ବିଦ୍ୟୁତ ସ୍ରୋତ ସଞ୍ଚାରିତ କରେ

(ଖ) ଶୂନ୍ୟସ୍ଥାନ ପୂରଣ କର ।

1. ବାୟୁ ସର୍ବଦା ________ ଚାପ ଅଞ୍ଚଳରୁ ________ ଚାପ ଅଞ୍ଚଳକୁ ପ୍ରବାହିତ ହୁଏ ।
Answer:
ଉଚ୍ଚ, ନିମ୍ନ,

2. ଆମ ଚାରିପଟେ ବାୟୁ ପ୍ରଦାନ କରୁଥିବା ଚାପକୁ ________ ଚାପ କହନ୍ତି ।
Answer:
ବାୟୁମଣ୍ଡଳୀୟ,

3. ବାତ୍ୟାର କେନ୍ଦ୍ର ଯେଉଁଠାରେ ପାଗର ଅବସ୍ଥା ଶାନ୍ତ ଥାଏ, ତାହାକୁ ________ କହନ୍ତି ।
Answer:
ଆଖୁ,

4. ଉଷ୍ଣବାୟୁ ଶୀତଳ ବାୟୁ ଅପେକ୍ଷା ________ ହେତୁ ଉପରକୁ ଉଠେ ।
Answer:
ହାଲୁକା,

5. ପବନର ବେଗ ଦ୍ରୁତହେଲେ ସେଠାରେ ________ କମିଯାଏ ।
Answer:
ବାୟୁଚାପ,

6. ବାତ୍ଯା ________ ସମୁଦ୍ର ଜଳରାଶି ଉପରେ ସୃଷ୍ଟିହୁଏ ଯେଉଁଠାରେ ଗରମ ଓ ଆର୍ଦ୍ରବାୟୁ ଉପରକୁ ଉଠେ ।
Answer:
ଉଷ୍ଣ,

7. ପଶ୍ଚିମବଙ୍ଗ ଓ ବିହାରରେ ଘଡ଼ଘଡ଼ି ସହ ବର୍ଷାର ସ୍ଥାନିୟନାମ ________ ।
Answer:
କାଳବୈଶାଖୁ,

8. ମେଘ ଭିତରେ ________ ପରିବର୍ତ୍ତନ ଯୋଗୁ ବିଜୁଳି ସୃଷ୍ଟିହୁଏ ।
Answer:
ଚାର୍ଜ

(ଗ) ଉକ୍ତିଗୁଡ଼ିକ ସତ୍ୟ କି ମିଥ୍ୟା ଲେଖ ।

1. ପବନର ବେଗ ବୃଦ୍ଧିପାଇଲେ ବାୟୁ ଚାପ ବୃଦ୍ଧିପାଏ ।
Answer:
ମିଥ୍ୟା

2. ପବନ ଅଧୁକ ଚାପ ସ୍ଥାନରୁ କମ୍ ଚାପ ସ୍ଥାନକୁ ପ୍ରବାହିତ ହୁଏ ।
Answer:
ମିଥ୍ୟା

3. ଉଷ୍ଣ ବାୟୁ ଶୀତଳ ବାୟୁ ଅପେକ୍ଷା ଓଜନିଆ ।
Answer:
ସତ୍ୟ

4. ବାତ୍ୟାର ଆଖୁ ପାଗରେ ପାଗ ଶାନ୍ତ ରହେ ଏବଂ ମେଘ ନଥାଏ ।
Answer:
ମିଥ୍ୟା

5. ଦକ୍ଷିଣ ଭାରତରେ ଆମ୍ରବୃଷ୍ଟି, ଆମ୍ବ ପାଚିବାରେ ସାହାଯ୍ୟ କରେ ।
Answer:
ସତ୍ୟ

6. ପୃଥ‌ିବୀର ଆବର୍ତ୍ତନ ଯୋଗୁ ବିଜୁଳି ସୃଷ୍ଟିହୁଏ ।
Answer:
ମିଥ୍ୟା

7. ଉତ୍ତର ଆମେରିକାରେ ବାତ୍ୟାଗୁଡ଼ିକୁ ହରିକେନ୍ କହନ୍ତି ।
Answer:
ସତ୍ୟ

8. ଘଡ଼ଘଡ଼ି ସମୟରେ ଗଛତଳେ ଆଶ୍ରୟଦେବା ନିରାପଦ ।
Answer:
ମିଥ୍ୟା

9. ବାତ୍ୟା ସର୍ବଦା ଉଷ୍ଣ ସାମୁଦ୍ରିକ ଜଳରାଶି ଉପରେ ସୃଷ୍ଟିହୁଏ ।
Answer:
ସତ୍ୟ

10. ଉଚ୍ଚ ବେଗରେ ବହୁଥୁବା ପବନ ଘରର ଛାତ ଉଡ଼ାଇ ନିଏ ।
Answer:
ସତ୍ୟ

Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

(ଖ) ‘କ’ ଯୁକ୍ତ ସହିତ ‘ଖ’ ଶବ୍ଦ ମିଳାଇ କର ।

Question 1.
‘କ’ ସ୍ତମ୍ଭ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ଅର୍ଥକୁ ଯୋଗ କର ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(A) ଚାପ 1. ଶକ୍ତିଶାଳୀ ପବନ + ବୃଷ୍ଟିପାତ
(B) ପବନ 2. ଝଡ଼ + ବିଜୁଳି
(C) ଝଡ଼ 3. କ୍ଷେତ୍ରଫଳ ପ୍ରତି ବଳ
(D) ଘଡ଼ଘଡ଼ି 4. ବାୟୁ ଅଧିକ ଚାପ ସ୍ଥାନରୁ କମ୍ ଚାପ ସ୍ଥାନକୁ ପ୍ରବାହ
(E) ବାତ୍ଯା 5. ଘୂର୍ଣ୍ଣାୟମାନ ଲଘୁଚାପ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(A) ଚାପ 3. କ୍ଷେତ୍ରଫଳ ପ୍ରତି ବଳ
(B) ପବନ 4. ବାୟୁ ଅଧିକ ଚାପ ସ୍ଥାନରୁ କମ୍ ଚାପ ସ୍ଥାନକୁ ପ୍ରବାହ
(C) ଝଡ଼ 1. ଶକ୍ତିଶାଳୀ ପବନ + ବୃଷ୍ଟିପାତ
(D) ଘଡ଼ଘଡ଼ି 2. ଝଡ଼ + ବିଜୁଳି
(E) ବାତ୍ଯା 5. ଘୂର୍ଣ୍ଣାୟମାନ ଲଘୁଚାପ

Question 2.
‘କ’ ସ୍ଥାନର ଶବ୍ଦଗୁଡ଼ିକ ସହ ‘ଖ’ ସ୍ଥାନର ଉପଯୁକ୍ତ ତଥ୍ୟ ସଂଯୋଗ କର ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(A) ବ୍ୟାଗରେ ସରୁ ଫିତାଦ୍ଵାରା ଆଘାତ 1. ଉଚ୍ଚ ଚାପ ଛାତକୁ ଠେଲିନିକ
(B) ମୁଣ୍ଡ ଉପରେ ବୋଝ ତଳେ ଠକା 2. ହାଲୁକା ଉଷ୍ଣବାୟୁ ଉପରକୁ ଉଠେ
(C) ବେଲୁନ ଦୁଇଟି ମଧ୍ୟରେ ବାୟୁକୁ ଫୁଙ୍କି ଉଡ଼ାଇଦେବା 3. ଅଧ୍ଵକ କ୍ଷେତ୍ରଫଳ ଚାପ କମାଏ
(D) ଝଡ଼ର ଛାତ ଉଡ଼ିଯିବା 4. ବେଲୁନ ଦୁଇଟି ମଧ୍ଯରେ ଲଘୁଚାପ କମିଯାଏ
(E) ଉତ୍ତପ୍ତ ସ୍ଥଳବାୟୁ 5. କ୍ଷେତ୍ରଫଳ ହ୍ରାସ ଚାପ ବୃଦ୍ଧିକରେ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(A) ବ୍ୟାଗରେ ସରୁ ଫିତାଦ୍ଵାରା ଆଘାତ 5. କ୍ଷେତ୍ରଫଳ ହ୍ରାସ ଚାପ ବୃଦ୍ଧିକରେ
(B) ମୁଣ୍ଡ ଉପରେ ବୋଝ ତଳେ ଠକା 3. ଅଧ୍ଵକ କ୍ଷେତ୍ରଫଳ ଚାପ କମାଏ
(C) ବେଲୁନ ଦୁଇଟି ମଧ୍ୟରେ ବାୟୁକୁ ଫୁଙ୍କି ଉଡ଼ାଇଦେବା 4. ବେଲୁନ ଦୁଇଟି ମଧ୍ଯରେ ଲଘୁଚାପ କମିଯାଏ
(D) ଝଡ଼ର ଛାତ ଉଡ଼ିଯିବା 1. ଉଚ୍ଚ ଚାପ ଛାତକୁ ଠେଲିନିକ
(E) ଉତ୍ତପ୍ତ ସ୍ଥଳବାୟୁ 2. ହାଲୁକା ଉଷ୍ଣବାୟୁ ଉପରକୁ ଉଠେ

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ବ୍ୟାଗରେ ସରୁ କିମ୍ବା ମୋଟା ଫିତା, ଚାପର ଉଦାହରଣ କିପରି ?
Answer:
ସରୁଫିତାର କ୍ଷେତ୍ରଫଳ କମ୍ ହେତୁ ଏହା କାନ୍ଧ ଉପରେ ଅଧିକ ଚାପ ପକାଏ । ମୋଟା ଫିତାର କ୍ଷେତ୍ରଫଳ ଅଧ୍ଵକ ହେତୁ କାନ୍ଧ ଉପରେ ପଡୁଥିବା ଚାପ କମିଯାଏ ।

Question 2.
କେଉଁ ଯନ୍ତ୍ରରେ ବାୟୁମଣ୍ଡଳୀୟ ଚାପ ମାପ କରାଯାଏ ?
Answer:
ବାରୋମିଟର

Question 3.
ବାୟୁଦ୍ଵାରା କେଉଁ ଚାପ ଅନୁଭୂତ ହୁଏ ? ଆମେ କାହିଁକି ଏହା ଅନୁଭବ କରୁନାହୁଁ ?
Answer:
ବାୟୁଦ୍ଵାରା ଅନୁଭୂତ ଚାପକୁ ବାୟୁମଣ୍ଡଳୀୟ ଚାପ କହନ୍ତି । କିନ୍ତୁ ତାହା ଆମେ ଅନୁଭବ କରିପାରୁ ନାହୁଁ । କାରଣ ଆମ ଶରୀରର ଚାପ ବାୟୁମଣ୍ଡଳୀୟ ଚାପକୁ ସନ୍ତୁଳିତ କରେ ।

Question 4.
Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 7
ଉପରୋକ୍ତ ପାତ୍ର A, B, C, D ଗୁଡ଼ିକର ଚାପ ହ୍ରାସ କ୍ରମରେ ସଜାଇ ଲେଖ ।
Answer:
B > D > A > C
(ଯେଉଁ ପାତ୍ରରେ ଜଳସ୍ତର ଯେତେ ଅଧ‌ିକ ସେଥୁରେ ଚାପ ସେତେ ଅଧ୍ବକ)

Question 5.
ଶକ୍ତିଶାଳୀ ପବନରେ କୁଡ଼ିଆ ଘର ଛପର ଉଡ଼ିଯାଏ କାହିଁକି ?
Answer:
ଶକ୍ତିଶାଳୀ ପବନ ସମୟରେ ଘରର ଛାତ ଉପରେ ଚାପ ଯଥେଷ୍ଟ କମ୍ ଥାଏ । ଘରର ନିମ୍ନଦେଶରେ ଚାପ ଅଧିକ ଥାଏ । ଏଣୁ ପବନ ଘରର ନିମ୍ନଦେଶରୁ ବହି ଛାତକୁ ଠେଲି ଉଡ଼ାଇ ଦିଏ ।

Question 6. ଉଷ୍ଣ ବାୟୁ ଉପରକୁ ଉଠେ । ଏହା କିପରି ପବନ ସୃଷ୍ଟିକରେ ?
Answer:
ଉଷ୍ଣବାୟୁ ଉପରକୁ ଉଠିଲେ ସେଠାରେ ଚାପ କମିଯାଏ । ଚାରିପଟୁ ଶୀତଳ ବାୟୁର ଉଚ୍ଚଚାପ ଥାଏ । ଏଣୁ ପବନ ଅଧିକ ଚାପ ସ୍ଥାନରୁ କମ୍ ଚାପଥିବା ସ୍ଥାନକୁ ପ୍ରବାହିତ ହୁଏ ।

Question 7.
ବିଜୁଳି ସମୟରେ ଗଛମୂଳେ ଆଶ୍ରୟ ନେବା ନିରାପଦ ନୁହେଁ, କିପରି ?
Answer:
ବିଜୁଳିର ଆଘାତ ପ୍ରଥମେ ପାର୍ଶ୍ଵବର୍ତୀ ଉଚ୍ଚ ପଦାର୍ଥକୁ ଆଘାତ ଦିଏ । ଏଣୁ ବିଦ୍ୟୁତ ଚାର୍ଜ ଗଛଦେଇ ଆସି ଆଶ୍ରିତ ଲୋକର ଜୀବନ ପ୍ରତି ବିପଦ ସୃଷ୍ଟିକରେ ।

Question 8.
ଝଡ଼ର ଦୁଇଟି ସ୍ଥାନୀୟ ନାମ ଲେଖ । କେଉଁ ରାଜ୍ୟରେ ଏହି ନାମରେ ଝଡ଼ ଦେଖାଯାଏ ?
Answer:
କାଳବୈଶାଖ୍ – ପଶ୍ଚିମବଙ୍ଗ, ଓଡ଼ିଶା, ବିହାର
ବରଦୋଇସିଲା – ଆସାମ

Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

Question 9.
ଆମ୍ରବୃଷ୍ଟି (Mango shower) କ’ଣ ? ଏହା କିପରି ଉପକାରୀ ?
Answer:
କେରଳ କିମ୍ବା କର୍ଣ୍ଣାଟକର ପ୍ରାକ୍ ମୌସୁମୀ ଝଡ଼କୁ ଆମ୍ରବୃଷ୍ଟି କହନ୍ତି । ଏହା ଆମ୍ବ ପାଚିବାରେ ସାହାଯ୍ୟ

Question 10.
ଉଷ୍ଣ ସମୁଦ୍ର ଜଳ ଉପରେ ବାତ୍ୟା କାହିଁକି ଅଧୁକ ଶକ୍ତିଶାଳୀ ?
Answer:
ଉଷ୍ଣ ସମୁଦ୍ରଜଳ ଆର୍ଦ୍ରବାୟୁକୁ ଉର୍ଦ୍ଧ୍ୱଗାମୀ କରେ । ଘନୀକରଣ ତାପ ମୁକ୍ତ କରେ ଓ ପବନର ବେଗ ବୃଦ୍ଧିପାଏ । ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର କରେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ପାର୍ଶ୍ୱ ସ୍ଥ ଚିତ୍ରରେ ବେଲୁନ୍ ଦୁଇଟି ମଧ୍ୟରେ ବାୟୁକୁ ଫୁଙ୍କି ଉଡ଼ାଇଦେଲେ କ’ଣ ହେବ ?
Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା 8
Answer:
ବେଲୁନ ଦୁଇଟି ମଧ୍ୟରେ ବାୟୁକୁ ଫୁଙ୍କି ଉଡ଼ାଇଦେଲେ ସେଠାରେ ବାୟୁ ଚାପ କମିଯିବ । ପାର୍ଶ୍ଵବର୍ତ୍ତୀ ସ୍ଥାନରୁ ଚାପ ଅଧ‌ିକ ଯୋଗୁ ବେଲୁନଦ୍ଵୟ ପରସ୍ପରର ନିକଟବର୍ତ୍ତୀ ହେବେ ।

Question 2.
ଜଳପୂର୍ଣ ଗ୍ଳାସର ନିମ୍ନକୁ ଲାଗିଥିବା କାର୍ଡ଼ବୋର୍ଡ଼ ଖସି ନପଡ଼ିବାର କାରଣ କ’ଣ ?
im-9
Answer:
ଜଳର ନିମ୍ନମୁଖୀ ଚାପ ଓ ବାୟୁର ଉର୍ଦ୍ଧ୍ୱମୁଖୀ ଚାପ ପରସ୍ପରକୁ ସନ୍ତୁଳନ କରନ୍ତି । ତେଣୁ କାର୍ଡ଼ବୋର୍ଡ଼ ଖସିପଡ଼େନାହିଁ ।

Question 3.
ବହିପତ୍ରଥ‌ିବା ବ୍ୟାଗରେ ଚଉଡ଼ାଫିତା କାହିଁକି ଲଗାଯାଏ ।
Answer:
ବ୍ୟାଗ୍ଟିକୁ କାନ୍ଧରେ ଝୁଲାଇ ନିଆଯାଏ । ଚଉଡ଼ା ଫିତାର କ୍ଷେତ୍ରଫଳ ଅଧିକ, ଏଣୁ ବ୍ୟାଗ ଏହାଦ୍ଵାରା କାନ୍ଧ ଉପରେ କମ୍ ଚାପ ପକାଏ ।

Question 4.
ଗୋଟିଏ ପାଣିଟାଙ୍କିରେ ବିଭିନ୍ନ ଉଚ୍ଚତାରେ ତିନିଟି କଣା ଅଛି । ଯେଉଁ କଣାଟି ଅଧ୍ବକ ଦୂର ଜଳ ବିକ୍ଷେପଣ କରନ୍ତି ।
Answer:
ନିମ୍ନତମ କଣା ଅଧ୍ଵକଦୂର ଜଳ ବିକ୍ଷେପଣ କରିବ । ଅନ୍ୟ ଦୁଇଟି କଣା ତୁଳନାରେ ନିମ୍ନରେ ଥିବା କଣା ଉପରେ ଜଳସ୍ତରର ଗଭୀରତା ସର୍ବାଧ‌ିକ ଥିବାରୁ ସେଠାରେ ପାର୍ଶ୍ଵଚାପ ଅଧୂକ ହେବ ।

Question 5.
ପାଇପ୍‌ରେ କଣା ହେଲେ ଜଳ ପାର୍ଶ୍ଵକୁ ଝରଣା ପଡ଼ି ଛିଡ଼ିକି ଯାଏ । ଏହା ତରଳର କେଉଁ ଚାପ ସୂଚାଏ ?
Answer:
ଜଳ କେବଳ ପାତ୍ର ଉପରେ ନିମ୍ନଚାପ ପକାଏ ନାହିଁ, ଏହା ପାର୍ଶ୍ଵଚାପ ମଧ୍ୟ ପ୍ରଦାନ କରେ । ଏଣୁ ପାଇଟ୍‌ରେ ଥ‌ିବା ଜଳର ପାର୍ଶ୍ଵଚାପ ଯୋଗୁଁ ଜଳ ନିମ୍ନଗାମୀ ନହୋଇ ପାର୍ଶ୍ବ ଦିଗକୁ ପିଚକାରି ପରି ଛିଡ଼ିକିଯାଏ ।

Question 6.
ଗୋଟିଏ କାଗଜ ପ୍ଲେଟ ବଡ଼ କାଗଜ ଫର୍କଦ୍ଵାରା ଘୋଡ଼ା ହୋଇଥିଲେ ଏହାକୁ ଉଠାଇବା ସହଜ ହୁଏନାହିଁ କାହିଁକି ?
Answer:
ବଡ଼ କାଗଜ ଫର୍ଦ୍ଦର କ୍ଷେତ୍ରଫଳ ଅଧ‌ିକ । ବାୟୁ ଅଧ‌ିକ କ୍ଷେତ୍ରଫଳ ଉପରେ ଅଧିକ ଚାପ ପକାଇଥାଏ । ଏଣୁ କାଗଜ ପ୍ଲେଟ ଉଠାଇବା ସହଜ ହୁଏନାହିଁ ।

Question 7.
ଘଡ଼ଘଡ଼ି ସୃଷ୍ଟି କରୁଥିବା ମେଘରେ ଚାର୍ଜର ପୃଥକୀକରଣ କିପରି ଘଟେ ?
Answer:
ଘଡ଼ଘଡ଼ି ସମୟରେ ଜଳବିନ୍ଦୁ ଓ ବରଫ କଣିକା ମଧ୍ଯରେ ଘର୍ଷଣ ଦେଖାଯାଏ । ଏହାଦ୍ଵାରା ଚାର୍ଜ ଉତ୍ପନ ହୁଏ । ମେଘର ଉପର ଅଂଶ ବରଫରେ ଯୁକ୍ତ ଚାର୍ଜ
ନିମ୍ନଅଂଶରେ ବିଯୁକ୍ତ ଚାର୍ଜ ସୃଷ୍ଟିହୁଏ । ଫଳରେ ଓଜନିଆ ଜଳବିନ୍ଦୁଗୁଡ଼ିକ ବିଯୁକ୍ତାତ୍ମକ ଚାର୍ଜ ବହନ କରି ତଳକୁ ଖସନ୍ତି ଏବଂ ବିଦ୍ୟୁତ ବିଭବ ପ୍ରାର୍ଥକ୍ୟ ସୃଷ୍ଟି କରନ୍ତି ।

Question 8.
ଘଡ଼ଘଡ଼ି କ’ଣ ? ଝଡ଼ କିପରି ଘଡ଼ଘଡ଼ିରେ ପରିଣତ ହୁଏ ?
Answer:
ଶବ୍ଦ ଓ ବିଜୁଳି ସହ ସଂଯୁକ୍ତ ଝଡ଼ ବର୍ଷାକୁ ଘଡ଼ଘଡ଼ି କହନ୍ତି । ଯେତେବେଳେ ପବନ ଶକ୍ତିଶାଳୀ ହୁଏ, ବିଦ୍ୟୁତ ବିସର୍ଜନ ଘଟେ ସେତେବେଳେ ‘ଝଡ଼’ ଘଡ଼ଘଡ଼ିରେ ପରିଣତ ହୁଏ ।

Question 9.
ବାତ୍ୟାର ଆଖୁ ପାଖରେ ପାଣିପାଗର ଦୁଇଟି ପ୍ରକୃତି ଲେଖ ?
Answer:
ବାତ୍ୟାର ଆଖ୍ ଚାରିପଟେ ଦ୍ରୁତବେଗରେ ପବନ ସହ ଘୂର୍ଣାୟମାନ ବୃଷ୍ଟି ଦେଖାଯାଏ । କିନ୍ତୁ କେନ୍ଦ୍ରସ୍ଥଳରେ ଥିବା ଆଖୁ ପାଖରେ ପବନ ଶାନ୍ତ ରହେ ଯେଉଁଠାରେ ପାଗ ସାଧାରଣ ଓ ପବନର ବେଗ ନଗଣ୍ୟ ଥାଏ ।

Question 10.
ଧନଜୀବନ ଉପରେ ବାତ୍ୟାର ଦୁଇଟି ପ୍ରଭାବ ଲେଖ ?
Answer:
(i) ବାତ୍ୟା ଘରଗୁଡ଼ିକ ଭାଙ୍ଗିଦିଏ ଏବଂ ବଡ଼ ବଡ଼ ଗଛ ଉପୁଡ଼ାଇ ଦିଏ ।
(ii) ବାତ୍ୟା ବନ୍ୟା ସୃଷ୍ଟିକଲେ ଏବଂ ଭୂସ୍ଖଳନ ମଧ୍ୟ କରିଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଗ୍ରୀଷ୍ମଋତୁର ଏକ ଅପରାହ୍ନରେ ମିରା ଦେଖୁଲା ଯେ ତାଙ୍କ ଘର ଝରକାଗୁଡ଼ିକ କଡ଼କଡ଼ ଶବ୍ଦ କରୁଛି ଏବଂ ପବନ ବାହାରେ ଦ୍ରୁତ ବେଗରେ ବହୁଛି । ସେ ହଠାତ୍ ଗ୍ୟାସ ଚୂଲା ବନ୍ଦ କରିଦେଲା ଏବଂ ମେନ୍ ସୁଇଚ ଅଫ୍ କରି ବିଦ୍ୟୁତ ଯୋଗାଣ କାଟିଦେଲ ।
(i) ଗ୍ରୀଷ୍ମଦିନ ଅପରାହ୍ନ ମିରା କିପରି ପବନ ଜୋର୍‌ରେ ବହିବା ଅନୁଭବ କଲା ?
(ii) ଝଡ଼ ସମୟରେ ମିରା ପକ୍ଷରେ ଗ୍ୟାସଚୂଲା ଏବଂ ବିଦ୍ୟୁତ ସରବରାହ ବନ୍ଦ କରିବା ଗୁରୁତ୍ଵପୂର୍ଣ୍ଣ ଥିଲା କାହିଁକି ?
(iii) ମିରା ନିରାପତ୍ତାପାଇଁ କି କି ପଦକ୍ଷେପ ନେଲା ଏବଂ ଆଉ ନିରାପତ୍ତା ପାଇଁ ଆଉ ଅଧ୍ବକ କି ବ୍ୟବସ୍ଥା କରିପାରିଥାନ୍ତା ?
Answer:
(i) ଗ୍ରୀଷ୍ମକାଳ ଅପରାହ୍ନରେ ଭୂମି ଉତ୍ତପ୍ତ ହେବାରୁ ଏହାକୁ ଲାଗିଥିବା ବାୟୁସ୍ତର ଉତ୍ତପ୍ତ ହୋଇ ଉପରକୁ ଉଠେ । ଏହା ଏକ ନିମ୍ନଚାପ ଅଞ୍ଚଳ ସୃଷ୍ଟିକରେ । ଚାରିପଟୁ ଥଣ୍ଡାବାୟୁ ସେହି ଲଘୁଚାପ ଅଞ୍ଚଳକୁ ଦ୍ରୁତ ବେଗରେ ବହେ । ଫଳରେ ମିରା ଶକ୍ତିଶାଳୀ ପବନ ବହୁଥ‌ିବାର ଅନୁଭବ କରିବ ।
(ii) ଝଡ଼ ସମୟରେ ବିଦ୍ୟୁତ ପରିବାହୀ ତାର ଭାଙ୍ଗିଯାଇ ସର୍ଟ ସକ୍ୟୁଟିଂ ହେବାର ସମ୍ଭାବନା ଥାଏ । ହଠାତ ବାୟୁଚାପ ଯୋଗୁ ଗ୍ୟାସଷ୍ଟୋଭ୍ରେ ନିଆଁ ଲାଗିଯିବାର ସମ୍ଭାବନା ମଧ୍ଯ ଥାଏ । ସେଗୁଡ଼ିକ ବନ୍ଦ କରିଦେବା ଝଡ଼ ସମୟରେ ନିରାପତ୍ତା ପାଇଁ ଉଚିତ ପଦକ୍ଷେପ ଅଟେ ।
(iii) ମିରା ଦୁଇଟି ପଦକ୍ଷେପ ନେଲା । ସେ ଗ୍ୟାସଷ୍ଟୋଭ ବନ୍ଦକଲା ଏବଂ ମେନ୍ ସୁଇଚ୍ ବନ୍ଦକରି ବିଦ୍ୟୁତ ଯୋଗାଣ ବ୍ୟାହତ କଲା । ଏହା ବ୍ୟତିତ ସେ ଝରକା ଓ ଦ୍ଵାରଠାରୁ ନିଜକୁ ଦୂରେଇ ରହିବା ଉପରେ ଗୁରୁତ୍ଵ ଦେଇଥିଲେ, ପବନରେ ଉଡ଼ି ଆସୁଥୁବା ପଦାର୍ଥଗୁଡ଼ିକର ଧକ୍କା ଖାଇବାରୁ ନିଜକୁ ରକ୍ଷା କରି ପାରିଥାଆନ୍ତା ।

Question 2.
ରବି ଗୋଟିଏ ପାଣିପାଗ ରିପୋର୍ଟରୁ ଉପକୂଳବର୍ତୀ ଅଞ୍ଚଳରେ ଗୋଟିଏ ସମ୍ଭାବ୍ୟ ବାତ୍ୟାର ସମ୍ବନ୍ଧରେ ସତର୍କ ବାଣୀ ପ୍ରାପ୍ତ ହେଲା । ସେ ଦେଖିଲା ଲୋକମାନେ ଖୁବ୍ ଶିଘ୍ର ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେଉଥିଲେ ।
(i) ବାତ୍ୟାଗୁଡ଼ିକ କିପରି ସଂଘଟିତ ହୁଏ ବୁଝାଅ ।
(ii) ସମୁଦ୍ର ଉପକୂଳରେ ଅଭ୍ୟନ୍ତର ସ୍ଥଳଭାଗ ତୁଳନାରେ ଅଧିକ ବାତ୍ୟା ସୃଷ୍ଟି ହେବାର କାରଣ କ’ଣ ?
(iii) ବାତ୍ୟା ଆସିବା ପୂର୍ବରୁ ଲୋକମାନେ ଯେଉଁସବୁ ସତର୍କତା ଅବଲମ୍ବନ କରିବା ବିଧେୟ, ସେଥିରୁ ଦୁଇଟି ଉଲ୍ଲେଖ କର ।
Answer:
(i) ସମୁଦ୍ରର ଉଷ୍ଣ ଜଳରାଶି ଉପରେ ଯେତେବେଳେ ଉଚ୍ଚ ତାପମାତ୍ରା ଅଧ‌ିକ ବାଷ୍ପୀକରଣ ଘଟାଏ, ସେତେବେଳେ ବାତ୍ୟା ସୃଷ୍ଟିପାଇ ଅନୁକୂଳ ପରିସ୍ଥିତି ଦେଖାଯାଏ । ଉର୍ଦ୍ଧ୍ୱଗାମୀ ଉଷ୍ଣବାୟୁ ଲଘୁଚାପ ସୃଷ୍ଟିକରେ । ଚତୁଃପାର୍ଶ୍ବରେ ଥ‌ିବା ବାୟୁର ଚାପ ଅଧିକ ଥାଏ । ଏଣୁ ବାୟୁ ଚତୁଃପାର୍ଶ୍ବରୁ ଲଘୁଚାପ କେନ୍ଦ୍ରଆଡ଼କୁ ପ୍ରବାହିତ ହେବାକୁ ଲାଗେ । ଏହି ସମୟରେ ଶକ୍ତିଶାଳୀ ପବନ, ପୃଥ‌ିବୀର ଆବର୍ତ୍ତନଦ୍ଵାରା ପ୍ରଭାବିତ ହୋଇ ଘୂର୍ଣ୍ଣନଗତି ଦେଖାଏ । ଏହିପରି ବାତ୍ୟା ସୃଷ୍ଟିହୁଏ ।

(ii) ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ବୃହଦାକାର ଜଳରାଶି ନିକଟରେ ଅବସ୍ଥିତ ଯେଉଁଠାରେ ବାଷ୍ପୀକରଣ ପ୍ରକ୍ରିୟା ସର୍ବାଧ‌ିକ । ସେଠାରେ ଉତ୍ତପ୍ତ ଆର୍ଦ୍ରବାୟୁ ବାତ୍ୟାପାଇଁ ଅନୁକୂଳ ହୁଏ । ଆଭ୍ୟନ୍ତରୀଣ ଅଞ୍ଚଳରେ ବୃହତ୍ ଜଳରାଶି ନଥିବାରୁ ଏହି ପ୍ରାକୃତିକ ପ୍ରକ୍ରିୟା ସେଠାରେ ଘଟିପାରେ ନାହିଁ । ଏଣୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ଆଭ୍ୟନ୍ତରୀଣ ଅଞ୍ଚଳ ତୁଳନାରେ ଅଧ‌ିକ ବାତ୍ୟାପ୍ରବଣ ହୋଇଥାଏ ।

(iii) (a) ପ୍ରଥମେ ଲୋକମାନେ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ ହେବା ଉଚିତ ।
(b) ଲୋକମାନେ ଶୁଖୁଲାଖାଦ୍ୟ, ପାନୀୟଜଳ ବାତ୍ୟା ପୂର୍ବରୁ ବ୍ୟବସ୍ଥା କରିବା ସହିତ ସେମାନଙ୍କର ଅତିଦରକାରୀ ଓ ମୂଲ୍ୟବାନ ବସ୍ତୁଗୁଡ଼ିକୁ ସୁରକ୍ଷିତ ରଖୁବା ଉଚିତ ।

Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

Question 3.
ଗୋଟିଏ ବିଜ୍ଞାନ ପ୍ରଦର୍ଶନୀରେ ପିଲାମାନେ ଗୋଟିଏ ପାତ୍ରରେ ଜଳ ରଖୁ ଏହାକୁ ଉତ୍ତପ୍ତ କଲେ । ସେଥିରେ ସେମାନେ ଜଳ ଫୋଟକାଗୁଡ଼ିକ ସୃଷ୍ଟିହେବାର ଦେଖୁଲେ । ଶିକ୍ଷକ ସେମାନଙ୍କୁ ବାଣ୍ଟୁ ଓ ଜଳ ଉପରେ ତାପର ପ୍ରଭାବ ବୁଝାଇଲେ ।
(i) ଗରମ କଲେ ବାୟୁ ହାଲୁକା ହୁଏ କାହିଁକି ?
(ii) ବାୟୁର ଏହି ପ୍ରକୃତି କିପରି ପବନ ସୃଷ୍ଟି କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଏ ?
(iii) ଗୋଟିଏ ପ୍ରାକୃତିକ ଘଟଣାକୁ ଉପରୋକ୍ତ ପର୍ଯ୍ୟବେକ୍ଷଣ ସହ ସମ୍ବନ୍ଧିତ କର ।
Answer:
(i) ଯେତେବେଳେ ବାୟୁ ଉତ୍ତପ୍ତ ହୁଏ ଏହାର କଣିକାଗୁଡ଼ିକ ମଧ୍ୟରେ ବ୍ୟବଧାନ ବୃଦ୍ଧିପାଏ । ଫଳରେ ବାୟୁର ଆୟତନ ବୃଦ୍ଧିପାଇ ସାନ୍ଦ୍ରତା କମିଯାଏ । ତେଣୁ ଉଷ୍ଣବାୟୁ ଶୀତଳ ବାୟୁ ଅପେକ୍ଷା ଅଧିକ ହାଲୁକା ହୋଇଯାଏ ।
(ii) ଉଷ୍ଣବାୟୁ ଉପରକୁ ଉଠେ ଏବଂ ଏକ ନିମ୍ନଚାପ ଅଞ୍ଚଳ ସୃଷ୍ଟିକରେ । ଥଣ୍ଡାବାୟୁ ସେହି ସ୍ଥାନକୁ ପ୍ରବାହିତ ହୋଇ ଶୂନ୍ୟସ୍ଥାନ ପୂରଣ କରେ । ଫଳରେ ବାୟୁ ଗତିଶୀଳ ହୋଇ ପବନରେ ପରିଣତ ହୁଏ ।
(iii) ଦିନବେଳା ସୃଷ୍ଟି ସମୁଦ୍ର ବାୟୁ ଏହାର ଏକ ଉଦାହରଣ । ସ୍ଥଳଭାଗ ଶିଘ୍ର ଉତ୍ତପ୍ତ ହେବାରୁ ଏହା ଉପରେ ଲଘୁଚାପ ସୃଷ୍ଟିହୁଏ । ସମୁଦ୍ରଜଳ ଅପେକ୍ଷାକୃତ ଶୀତଳ ଥିବାରୁ ଏହା ଉପରେ ଚାପ ଅଧ‌ିକ ଥାଏ । ସମୁଦ୍ର ଓ ସ୍ଥଳଭାଗ ମଧ୍ୟରେ ବାୟୁଚାପର ପ୍ରଭେଦ ଯୋଗୁ ସମୁଦ୍ର ବାୟୁ ଦିନବେଳା ସମୁଦ୍ରଆଡୁ ସ୍ଥଳଭାଗ ଦିଗରେ ପ୍ରବାହିତ ହୁଏ ।

Question 4.
ରୋହିତ ବଣଭୋଜି କରୁଥିବା ସମୟରେ ଆକାଶରେ ବିଜୁଳି ସହ ଘଡ଼ଘଡ଼ି ବାରମ୍ବାର ଦେଖୁଲା । ସେ ଏପରି କାହିଁକି ହେଉଛି ଜାଣିବାକୁ ବ୍ୟଗ୍ର ହେଲା ।
(i) ଆମେ କାହିଁକି ଘଡ଼ଘଡ଼ି ପୂର୍ବରୁ ବିଜୁଳି ଦେଖୁଥାଉ ?
(ii) ବିଜୁଳି ମାରିବା ସମୟରେ ରୋହିତ କି କି ସତର୍କତା ଅବଲମ୍ବନ କରିବା ଉଚିତ ?
(iii) ମେଘ ଭିତରେ ବିଜୁଳି କିପରି ସୃଷ୍ଟିହୁଏ ? ବୁଝାଇ ଲେଖ ।
Answer:
(i) ଆଲୋକର ବେଗ ଶବ୍ଦର ବେଗଠାରୁ ଯଥେଷ୍ଟ ଅଧିକ । ଏଣୁ ବିଜୁଳି ସହ ଘଡ଼ଘଡ଼ି ମାରିବା ସମୟରେ ଆମେ ପ୍ରଥମେ ବିଜୁଳି ଆଲୋକ ଦେଖୁ ଏବଂ କିଛି ସମୟପରେ ଶବ୍ଦ ଶୁଣିବାକୁ ପାଇଥାଏ ।
(ii) ରୋହିତ କୌଣସି ଉଚ୍ଚ ଗଛ ମୂଳରେ ଆଶ୍ରୟ ନେବା ଉଚିତ ନୁହେଁ । ଲୁହାବେଣ୍ଟ ଥିବା ଛତା ଧରିବା ଉଚିତ ନୁହେଁ । ପାଣି ଭିତରେ ଥିଲେ ହଠାତ୍ ବାହାରକୁ ଆସିବା ଉଚିତ । ଖୋଲାଜାଗାରେ ବୁଲାବୁଲି ନକରି କୌଣସି ଆବଦ୍ଧ କୋଠରି ମଧ୍ୟରେ ରହିବା ନିରାପଦ ଅଟେ ।
(iii) ମେଘରେ ଚାର୍ଜର ପୃଥକୀକରଣ ଯୋଗୁ ବିଜୁଳିର ସୃଷ୍ଟି । ବରଫ କଣିକା ଓ ଜଳବିନ୍ଦୁର ଘର୍ଷଣ ଯୋଗୁ ଚାର୍ଜ ସୃଷ୍ଟିହୁଏ । ମେଘର ଉପରିଭାଗରେ ହାଲୁକା ବରଫ ଖଣ୍ଡ ଯୁକ୍ତାତ୍ମକ ଚାର୍ଜ ବହନ କରନ୍ତି । ଓଜନିଆ ଜଳବିନ୍ଦୁଗୁଡ଼ିକ ମେଘର ନିମ୍ନ ପ୍ରଦେଶରେ ବିଯୁକ୍ତାତ୍ମକ ଚାର୍ଜ ବହନ କରନ୍ତି । ଏହିପରି ଚାର୍ଜର ତାରତମ୍ୟ ଅଧିକ ହୁଏ ବାୟୁସ୍ତର ଭାଙ୍ଗିଯାଏ ଏବଂ ବିଦ୍ୟୁତ ବିସର୍ଜନ ହୁଏ । ଏହାକୁ ଆମେ ବିଜୁଳି କହିଥାଉ ।

Question 5.
ନେହା ଦେଖୁଲା ଯେ ଜୋର୍‌ରେ ପବନ ବହୁଥ‌ିବା ସମୟରେ ଅନେକ ଲୋକ ଧରିଥିବା ଛତାଗୁଡ଼ିକ ଓଲଟି ଯାଉଛି । ଏପରି କାହିଁକି ହୁଏ ? ବାୟୁର କେଉଁ ପ୍ରକୃତି ଏଥିପାଇଁ ଦାୟୀ । ବାସ୍ତବ ଜୀବନରେ ଏହିପରି ଘଟୁଥ‌ିବା ଅନ୍ୟ ଏକ ଘଟଣା ଉଲ୍ଲେଖ କର ।
Answer:
ଛଡ଼ା ଉପରେ ଦ୍ରୁତଗାମୀ ବାୟୁ ଲଘୁଚାପ ସୃଷ୍ଟିକରେ । ଛତାତଳ ସ୍ଥିର ବାୟୁର ଚାପ ଅଧୁକ ଥାଏ । ଏଣୁ ଛତାର ନିମ୍ନଅଂଶରୁ ବାୟୁ ଉପରକୁ ଉଠି ଛତା ଉପରେ ଚାପ ପ୍ରଦାନ କରେ । ଗତିଶୀଳ ବାୟୁର ଖସ ସ୍ଥିର ବାୟୁର ଚାପ ଅପେକ୍ଷା କମ୍ । ଝଡ଼ ସମୟରେ ଏହି କାରଣରୁ ଘରର ଦୁର୍ବଳ ଛାତ ଉଡ଼ିଯିବାର ଦେଖାଯାଏ । ବାୟୁର ଉର୍ଦ୍ଧ୍ବସ୍ତର ଓ ନିମ୍ନସ୍ତର ମଧ୍ଯରେ ଚାପ ପ୍ରାର୍ଥକ୍ୟ ଯୋଗୁ ଉଡ଼ାଯାହାଜ ଭୂମି ଛାଡ଼ି ଉପରକୁ ଉଠିବାରେ ସହାୟକ ହୋଇଥାଏ ।

ଦୃକ୍ତି–କାରଣ ପ୍ରଶ୍ନୋତ୍ତର

ନିମ୍ନ ପ୍ରଶ୍ନଗୁଡ଼ିକ ପ୍ରତ୍ୟେକରେ ଦୁଇଟି ଉକ୍ତି ରହିଛି । ପ୍ରଥମଟି ଦୃଢୋକ୍ତି (Assertion) A ଏବଂ ଅନ୍ୟଟି କାରଣ (Reason) (R). a, b, c, d ମଧ୍ୟରୁ ଉପଯୁକ୍ତ ସଂଯୋଗ ବାଛି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(a) ଉଭୟ A ଏବଂ R ଠିକ୍ ଏବଂ R ହେଉଛି A ର ସଠିକ ବ୍ୟାଖାକରଣ ଅଟେ ।
(b) ଉଭୟ A ଓ R ଠିକ୍ ଏବଂ R, A ର ସଠିକ୍ ବ୍ୟାଖ୍ୟାକରଣ ନୁହେଁ ।
(c) A ସତ୍ୟ କିନ୍ତୁ R ମିଥ୍ୟା
(d) A ମିଥ୍ୟ କିନ୍ତୁ R ସତ୍ୟ

Question 1.
ଦୃଢୋକ୍ତି (Assertion) (A) : ସ୍କୁଲ ବ୍ୟାଗ୍‌ରେ ମୋଟା ଫିତା ତୁଳନାରେ ସରୁ ଫିତା ଲାଗିଥିଲେ କାନ୍ଧକୁ ଅଧିକ ଆଘାତ ଦିଏ ।
କାରଣ (Reason) (R) : ସମାନ ବଳପାଇଁ କ୍ଷେତ୍ରଫଳ କମିଲେ ଚାପ ବଢ଼ିଯାଏ ।
Answer:
(a) ଉଭୟ A ଓ R ସତ୍ୟ ଏବଂ R ହେଉଛି A ର ସଠିକ୍ ବ୍ୟାଖ୍ୟାକରଣ ।

Question 2.
ଦୃଢୋକ୍ତି (Assertion) (A) : ଭିଷଣ ଝଡ଼ରେ ଛାତର ଟିଣ ଫର୍ଦ୍ଦଗୁଡ଼ିକ ଉଡ଼ିଯାଏ ।
କାରଣ (Reason) (R) : ଛାତ ଉପରେ ଦ୍ରୁତଗାମୀ ପବନ ଚାପ କମାଇଦିଏ । ଏଣୁ ଛାତ ତଳର ଉଚ୍ଚତାପ ଛାତର ଟିଣ ଫର୍ଦଗୁଡ଼ିକୁ ଠେଲିବାକୁ ଲାଗେ ।
Answer:
(a) ଉଭୟ A ଓ R ସତ୍ୟ ଏବଂ R ହେଉଛି A ର ସଠିକ୍ ବ୍ୟାଖ୍ୟାକରଣ ।

Question 3.
ଦୃଢୋକ୍ତି (Assertion) (A) : ବାୟୁଗୁଡ଼ିକ ବିଷୁବ ବୃତ୍ତଠାରୁ ମେରୁ ଆଡ଼କୁ ପ୍ରବାହିତ ହୁଅନ୍ତି ।
କାରଣ (Reason) (R) : ବିଷୁବ ବୃତ୍ତ ନିକଟରେ ତାପମାତ୍ରା ଅଧିକ ଥାଏ । ଏଣୁ ବାୟୁର ଚାପ କମିଯାଇ ଏହା ଉପରକୁ ଉଠେ ।
Answer:
(d) A ମିଥ୍ୟ କିନ୍ତୁ R ସତ୍ୟ

Question 4.
ଦୃଢୋକ୍ତି (Assertion) (A) : ଘଡ଼ଘଡ଼ି ସମୟରେ ଉଚ୍ଚ ଗଛତଳେ ଆଶ୍ରୟ ନେବା ନିରାପଦ ନୁହେଁ ।
କାରଣ (Reason) (R) : ବିଜୁଳି ଉଚ୍ଚ ବସ୍ତୁକୁ ଆଘାତ ଦିଏ ଏବଂ ବିଦ୍ୟୁତ ଚାର୍ଜ ଗଛ ମଧ୍ୟଦେଇ ଭୂମିକୁ ସ୍ଥାନାନ୍ତରିତ ହୁଏ ।
Answer:
(a) ଉଭୟ A ଓ R ସତ୍ୟ ଏବଂ R ହେଉଛି A ର ସଠିକ୍ ବ୍ୟାଖ୍ୟାକରଣ ।

Question 5.
ଦୃଢୋକ୍ତି (Assertion) (A) : ବାତ୍ୟାବେଳେ କେନ୍ଦ୍ର ଅଞ୍ଚଳରେ ଚାପ ବହୁତ କମ୍ କିନ୍ତୁ ଏହାର ଚାରିପଟେ ଚାପ ଯଥେଷ୍ଟ ଅଧିକ ।
କାରଣ (Reason) (R): ବାୟୁ ଲଘୁଚାପ ଅଞ୍ଚଳରୁ ସର୍ବଦା ଗୁରୁଚାପ ଅଞ୍ଚଳକୁ ଗତିକରେ ।
Answer:
(c) A ସତ୍ୟ କିନ୍ତୁ R ମିଥ୍ୟା

ଘଟଣା ଆଧାରିତ ପ୍ରଶ୍ନ (Case Based Questions) :

Question 1.
ଦିନବେଳା ସ୍ଥଳଭାଗ, ଜଳଭାଗ ତୁଳନାରେ ଶୀଘ୍ର ଉତ୍ତପ୍ତ ହୁଏ । ସ୍ଥଳଭାଗ ଉପରିସ୍ଥ ଉଷ୍ଣବାୟୁ ଉର୍ଦ୍ଧ୍ୱମୁଖୀ ହୁଏ ଏବଂ ନିମ୍ନଚାପ ସୃଷ୍ଟିକରେ । ଜଳଭାଗ ଉପରେ ବାୟୁର ଚାପ ଅଧିକ ଥାଏ । ତେଣୁ ବାୟୁ ଜଳଭାଗରୁ ସ୍ଥଳଭାଗକୁ ପ୍ରବାହିତ ହୁଏ । ଏହି ବାୟୁ ସମୁଦ୍ର ଉପକୂଳ ଅଞ୍ଚଳରେ ଲୋକମାନଙ୍କୁ ଆଶ୍ୱସ୍ତି ଦିଏ । ପରିସ୍ଥିତିକୁ ଅନୁଧ୍ୟାନ କରି ନିମ୍ନ ପ୍ରଶ୍ନଗୁଡ଼ିକର ସଠିକ୍ ଉତ୍ତର ବାଛ ।
(i) କି ପ୍ରକାର ଚାପ ଉପରୋକ୍ତ ଅନୁଚ୍ଛେଦରେ ବାୟୁ ପ୍ରବାହ ପାଇଁ ଦାୟୀ ?
(a) ସ୍ଥଳଭାଗରେ ଉଚ୍ଚଚାପ ଏବଂ ଜଳଭାଗରେ ନିମ୍ନଚାପ
(b) ସ୍ଥଳଭାଗରେ ନିମ୍ନଚାପ ଏବଂ ଜଳଭାଗରେ ଉଚ୍ଚଚାପ
(c) ଉଭୟ ସ୍ଥଳଭାଗ ଓ ଜଳଭାଗରେ ଉଚ୍ଚଚାପ
(d) ଉଭୟ ସ୍ଥଳଭାଗ ଓ ଜଳଭାଗରେ ନିମ୍ନଚାପ
Answer:
(b) ସ୍ଥଳଭାଗରେ ନିମ୍ନଚାପ ଏବଂ ଜଳଭାଗରେ ଉଚ୍ଚଚାପ

(ii) ଘଟଣାଟିରେ କେଉଁ ଦୃଷ୍ଟାନ୍ତ ରହିଛି ?
(a) ସ୍ଥଳବାୟୁ
(c) ମୌସୁମୀ ବାୟୁ
(b) ସମୁଦ୍ର ବାୟୁ
(d) ବାତ୍ୟା ଜନିତ ବାୟୁ
Answer:
(b) ସମୁଦ୍ରବାୟୁ

Class 8 Science Chapter 6 Question Answer Odia Medium ଚାପ, ବାୟୁ ପ୍ରବାହ ଓ ଝଡ଼ ବାତ୍ୟା

(iii) ଦିନବେଳା ସ୍ଥଳଭାଗର ବାୟୁ କାହିଁକି ଉର୍ଦ୍ଧ୍ୱମୁଖା ହୁଏ ?
(a) ସ୍ଥଳଭାଗ ଅଧିକ ତାପ ପ୍ରତିଫଳନ କରେ ।
(b) ସ୍ଥଳଭାଗ ଜଳଭାଗ ଅପେକ୍ଷା ଶୀଘ୍ର ଥଣ୍ଡାହୁଏ ।
(c) ସ୍ଥଳଭାଗ ଶୀଘ୍ର ଉତ୍ତପ୍ତ ହୋଇ ବାୟୁକୁ ଉଷ୍ପକରେ ।
(d) ଜଳଭାଗ ସ୍ଥଳଭାଗ ଅପେକ୍ଷା ଶୀଘ୍ର ଉତ୍ତପ୍ତ ହୁଏ ।
Answer:
(c) ସ୍ଥଳଭାଗ ଶୀଘ୍ର ଉତ୍ତପ୍ତ ହୋଇ ବାୟୁକୁ ଉଷ୍ଣକରେ ।

Class 8 Science Chapter 1 Question Answer Odia Medium ବିଜ୍ଞାନ ଜଗତର ଅନ୍ଵେଷଣ

Go through 8th Class Science Book Odia Medium Question Answer and Class 8 Science Chapter 1 Question Answer Odia Medium ବିଜ୍ଞାନ ଜଗତର ଅନ୍ଵେଷଣ to understand textbook questions more clearly.

8th Class Science Chapter 1 Question Answer Odia Medium

Class 8 Science Chapter 1 Odia Medium

ପାଠ୍ୟପୁସ୍ତକସ୍ଥ ଅନୁସନ୍ଧାନ ଓ ଚିନ୍ତନ ପ୍ରଶ୍ନୋତ୍ତର

Question 1.
ତୁମେ ଜଳରେ ଖାଉଥ‌ିବା ପୁରୀର ଗୋଟିଏ ପାର୍ଶ୍ଵ ଅନ୍ୟ ପାର୍ଶ୍ଵ ଅପେକ୍ଷା ପତଳା କାହିଁକି ?
Answer:
ପୁରୀ ବେଲିବା ସମୟରେ ଅସମାନ ଚାପ କିମ୍ବା ଛାଣିବା ସମୟରେ ତେଲର ତାପମାତ୍ରା ପ୍ରଭାବରେ ଏପରି ହୋଇପାରେ । ବାଷ୍ପର ଚାପ ଯେଉଁ ପଟେ ବେଶୀ ପଡ଼େ, ସେ ପଟ ପତଳା ହୋଇଯାଇପାରେ ।

Question 2.
ସମୁଦ୍ର ବେଳାଭୂମିରେ ଓ ମରୁଭୂମିରେ ଥିବା ବାଲି ସଂଖ୍ୟା ଅଧ୍ବକ ନା ଆମ ଗ୍ୟାଲେକ୍ସିରେ ଥିବା ତାରାମାନଙ୍କ ସଂଖ୍ୟା ଅଧିକ ?
Answer:
ପୃଥ‌ିବୀର ସମୁଦ୍ର ବେଳାଭୂମି ଓ ମରୁଭୂମିରେ ଥ‌ିବା ବାଲି କଣିକାର ସଂଖ୍ୟା ଆମ ଗ୍ୟାଲେକ୍ସିରେ (Milky Way) ଥ‌ିବା ତାରାମାନଙ୍କ ସଂଖ୍ୟା ଠାରୁ ବହୁତ ଅଧିକ ହୋଇଥାଏ । ଗୋଟିଏ ଗ୍ୟାଲେକ୍ସିରେ ପ୍ରାୟ ୧୦୦-୪୦୦ ବିଲିୟନ୍ ତାରା ଥାଆନ୍ତି, କିନ୍ତୁ ପୃଥ‌ିବୀରେ ଥ‌ିବା ବାଲି କଣିକାର ସଂଖ୍ୟା ଅଗଣିତ ।

Question 3.
ପ୍ରକୃତି କାହିଁକି ଏତେ ବିଶାଳ ବିବିଧତା ସୃଷ୍ଟି କରିଛି ?
Answer:
ବିଭିନ୍ନ ପରିବେଶରେ ଖାପ ଖୁଆଇ ବଞ୍ଚିବା ପାଇଁ ଏବଂ ପରିସଂସ୍ଥାର (Ecosystem) ସନ୍ତୁଳନ ରକ୍ଷା କରିବା ପାଇଁ ପ୍ରକୃତିରେ ଏତେ ବିଶାଳ ବିବିଧତା ସୃଷ୍ଟି ହୋଇଛି । ପ୍ରତ୍ୟେକ ଜୀବ (କୀଟପତଙ୍ଗ ଠାରୁ ଆରମ୍ଭକରି ତିମି ପର୍ଯ୍ୟନ୍ତ) ପରସ୍ପର ଉପରେ ଏବଂ ପରିବେଶ ଉପରେ ନିର୍ଭରଶୀଳ ହୋଇଥିବାରୁ ଏହି ବିବିଧତା ଜରୁରୀ ଅଟେ ।

Question 4.
ବିଶ୍ଵ ସମ୍ପର୍କରେ ଜିଜ୍ଞାସୁ କରାଉଥ‌ିବା ଆଉ କିଛି ପ୍ରଶ୍ନ ତୁମ ମନରେ ଅଛି କି ?
Answer:
ଆମ ମନରେ ଅନେକ ପ୍ରଶ୍ନ ଅଛି, ଯେପରିକି- ‘ଆକାଶର ରଙ୍ଗ କାହିଁକି ନୀଳ ଦେଖାଯାଏ ?? ‘ବର୍ଷା କିପରି ହୁଏ ?’’ ‘ଗଛରୁ ଫଳ କିପରି ଖସୁଛି ?’’ । ନିଜ ମନରେ ଆସୁଥ‌ିବା ଯେକୌଣସି ବୈଜ୍ଞାନିକ କୌତୁହଳ ବିଷୟରେ ଏଠାରେ ଚିନ୍ତା କରିପାରିବ ।

Class 8 Science Chapter 1 Question Answer Odia Medium ବିଜ୍ଞାନ ଜଗତର ଅନ୍ଵେଷଣ

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

(କ) ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ବିଜ୍ଞାନ ଜଗତକୁ ଜାଣିବାପାଇଁ ପ୍ରଥମ ପଦକ୍ଷେପ କ’ଣ ଥିଲା ?
(a) ଘୋଷିବା
(b) ଜିଜ୍ଞାସା ବା କୌତୁହଳ
(c) ପରୀକ୍ଷା ଦେବା
(d) ଉତ୍ତର ଲେଖୁବା
Answer:
(b) ଜିଜ୍ଞାସା ବା କୌତୁହଳ

Question 2.
ଯେଉଁ ଜୀବମାନଙ୍କୁ ଆମେ ଖାଲି ଆଖିରେ ଦେଖିପାରିବା ନାହିଁ, ସେମାନଙ୍କୁ କ’ଣ କୁହାଯାଏ ?
(a) ବୃହତ୍ ଜୀବ
(b) ଅଣୁଜୀବ
(c) କୀଟପତଙ୍ଗ
(d) ଜଳଚର ଜୀବ
Answer:
(b) ଅଣୁଜୀବ

Question 3.
ଇସ୍ତ୍ରୀ ଓ ହିଟର ବିଦ୍ୟୁତର କେଉଁ ପ୍ରଭାବ ଯୋଗୁଁ କାମ କରିଥାଏ ?
(a) ଚୁମ୍ବକୀୟ ପ୍ରଭାବ
(b) ତାପନ ପ୍ରଭାବ
(c) ରାସାୟନିକ ପ୍ରଭାବ
(d) ଆଲୋକ ପ୍ରଭାବ
Answer:
(b) ତାପନ ପ୍ରଭାବ

Question 4.
ବାୟୁ ଚାପରେ ଅତ୍ୟଧିକ ପାର୍ଥକ୍ୟ ଘଟିଲେ କ’ଣ ସୃଷ୍ଟି ହୁଏ ?
(a) ବର୍ଷା
(b) ଶୀତ
(c) ଘୂର୍ଣ୍ଣିବାତ୍ୟା
(d) ଭୂମିକମ୍ପ
Answer:
(c) ଘୂର୍ଣ୍ଣିବାତ୍ୟା

Question 5.
ଖାଇବା ଲୁଣ କି ପଦାର୍ଥ ?
(a) ମୌଳିକ
(b) ଯୌଗିକ
(c) ମିଶ୍ରଣ
(d) ଦ୍ରବଣ
Answer:
(b) ଯୌଗିକ

Question 6.
ଆଲୋକ ଦର୍ପଣରୁ ପଛକୁ ଫେରି ଆସିବା ପ୍ରକ୍ରିୟାକୁ କ’ଣ କୁହାଯାଏ ?
(a) ପ୍ରତିସରଣ
(b) ପ୍ରତିଫଳନ
(c) ବିଚ୍ଛୁରଣ
(d) ଶୋଷଣ
Answer:
(b) ପ୍ରତିଫଳନ

Question 7.
ମଣିଷ ପ୍ରଥମେ କ୍ୟାଲେଣ୍ଡର କାହାକୁ ଆଧାର କରି ତିଆରି କରିଥିଲା ?
(a) ତାରାମାନଙ୍କ ଗତି
(b) ଚନ୍ଦ୍ରକଳା ଓ ସୂର୍ଯ୍ୟଙ୍କ ଗତି
(c) ବାୟୁର ଗତି
(d) ସମୁଦ୍ରର ଜୁଆର
Answer:
(b) ଚନ୍ଦ୍ରକଳା ଓ ସୂର୍ଯ୍ୟଙ୍କ ଗତି

Question 8.
ପୁରୀ ଛାଣିବା ବେଳେ ଫୁଲିବାର ମୁଖ୍ୟ କାରଣ କ’ଣ ?
(a) ତେଲର ଥଣ୍ଡା ପଣ
(b) ଅଟା ଭିତରେ ଥିବା ଜଳୀୟ ବାଷ୍ପର ଚାପ
(c) ବାୟୁମଣ୍ଡଳୀୟ ଚାପ
(d) ଲୁଣର ପରିମାଣ
Answer:
(b) ଅଟା ଭିତରେ ଥିବା ଜଳୀୟ ବାଷ୍ପର ଚାପ

Question 9.
ଆମ ପରିବେଶରେ ଜୀବ ଓ ନିର୍ଜୀବ ବସ୍ତ ମିଶି କ’ଣ ଗଠନ କରନ୍ତି ?
(a) ପରିସଂସ୍ଥା
(b) ସମାଜ
(c) ପରିବାର
(d) ଜଙ୍ଗଲ
Answer:
(a) ପରିସଂସ୍ଥା

Question 10.
ନିମ୍ନୋକ୍ତ କେଉଁଟି ବିଦ୍ୟୁସ୍ରୋତର ଚୁମ୍ବକୀୟ ପ୍ରଭାବ ଯୋଗୁ କାର୍ଯ୍ୟ କରେ ?
(a) ଗ୍ରିଜର
(b) କ୍ରେନ୍
(c) ଇସ୍ତ୍ରୀ
(d) ହିଟର
Answer:
(b) କ୍ରେନ୍

Question 11.
କେଉଁ ପ୍ରକ୍ରିୟା କୁଣ୍ଡଳୀରେ ଚୁମ୍ବକୀୟ କ୍ଷେତ୍ର ବୃଦ୍ଧିର କାରଣ ନୁହେଁ ?
(a) କୁଣ୍ଡଳୀର ଘେରସଂଖ୍ୟା ବୃଦ୍ଧି
(b) ଉଚ୍ଚ ପ୍ରତିରୋଧଥ‌ିବା ପରିବାହୀ
(c) ବିଦ୍ୟୁତ୍ ସ୍ରୋତ ବୃଦ୍ଧି
(d) ସଲିନଏଡ୍ ମଧ୍ଯରେ ଲୁହାରଡ୍‌ର ସ୍ଥିତି
Answer:
(b) ଉଚ୍ଚ ପ୍ରତିରୋଧଥ‌ିବା ପରିବାହୀ

Question 12.
ବୈଦ୍ୟୁତିକ ଇସ୍ତ୍ରୀ ବା ହିଟରରେ କେଉଁ ପଦାର୍ଥ ବ୍ୟବହାର ହୁଏ ?
(a) ଏଲୁମିନିୟମ୍
(b) ତମ୍ବା
(c) ନିକ୍ରୋମ
(d) ଇସ୍ପାତ
Answer:
(c) ନିକ୍ରୋମ

Question 13.
ପଥରଟି ଜଳରେ ବୁଡ଼ିଯାଏ କିନ୍ତୁ ପ୍ଲାଷ୍ଟିକ ବଲ ଜଳରେ ଭାସିବାର କାରଣ କ’ଣ ?
(a) ପଥର ଓଜନିଆ
(b) ପ୍ଲାଷ୍ଟିକ ବଲ୍‌ ଆକାରରେ ବଡ଼
(c) ପଥରର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ ଅଧୂକ
(d) ପଥର ନରମ
Answer:
(c) ପଥରର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ ଅଧୂକ

(ଖ) ଶୂନ୍ୟସ୍ଥାନ ପୂରଣ କର ।

1. ରୋଗ ପ୍ରତିରୋଧ ପାଇଁ ଶିଶୁମାନଙ୍କୁ __________ ଦିଆଯାଏ ।
Answer:
ଟିକା

2. ବୈଦ୍ୟୁତିକ ପଙ୍ଖା ବିଦ୍ୟୁତ୍‌ର __________ ପ୍ରଭାବ ଦ୍ଵାରା ଘୂରେ ।
Answer:
ଚୁମ୍ବକୀୟ

3. ବିଶୁଦ୍ଧ ପଦାର୍ଥକୁ __________ କୁହାଯାଏ ।
Answer:
ମୌଳିକ

4. __________ କୁ ଆଧାର କରି କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି ।
Answer:
ଚନ୍ଦ୍ରକଳା

5. ପରୀକ୍ଷଣ ସମୟରେ ଯାହାକୁ ବଦଳାଯାଏ, ତାକୁ __________ କୁହାଯାଏ ।
Answer:
ପରିବର୍ତ୍ତନୀୟ କାରକ

6. __________ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ନଥାଏ କିନ୍ତୁ ଆୟତନ ଥାଏ ।
Answer:
ତରଳ

(ଗ) ଠିକ୍ ଉତ୍ତର ପାଖରେ ( ✓) ଚିହ୍ନ ଓ ଭୁଲ୍ ଉତ୍ତର ପାଖରେ (✗) ଚିହ୍ନ ଦିଅ ।

1. ଅଣୁଜୀବମାନେ ସର୍ବଦା ଆମର କ୍ଷତି କରନ୍ତି ।
Answer:
✗

2. ବାୟୁ ସବୁ ଦିଗରେ ଚାପ ପ୍ରୟୋଗ କରେ ।
Answer:
✓

3. ଲେନ୍ସ ମଧ୍ୟ ଦେଇ ଗଲେ ଆଲୋକର ପ୍ରତିସରଣ ହୁଏ ।
Answer:
✓

4. ଜଳବାୟୁ ପରିବର୍ତ୍ତନ ପାଇଁ ମଣିଷର କାର୍ଯ୍ୟକଳାପ ଦାୟୀ ।
Answer:
✓

(କ) ‘କ’ ପ୍ରଶ୍ନ ସହିତ ‘ଖ’ ପ୍ରଶ୍ନକୁ ମିଳକ କର ।

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
1. ପର୍ଯ୍ୟବେକ୍ଷଣ (କ) ଉତ୍ତର ପାଇବାପାଇଁ କାମ କରିବା
2. ପ୍ରଶ୍ନ ପଚାରିବା (ଖ) ଘଟଣାକୁ ଧ୍ୟାନର ସହ ଦେଖୁବା
3. ପରୀକ୍ଷଣ (ଗ) ଶେଷ ନିଷ୍ପଭି
4. ସିଦ୍ଧାନ୍ତ (ଘ) କାହିଁକି ଓ କିପରି

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
1. ପର୍ଯ୍ୟବେକ୍ଷଣ (ଖ) ଘଟଣାକୁ ଧ୍ୟାନର ସହ ଦେଖୁବା
2. ପ୍ରଶ୍ନ ପଚାରିବା (ଘ) କାହିଁକି ଓ କିପରି
3. ପରୀକ୍ଷଣ (କ) ଉତ୍ତର ପାଇବାପାଇଁ କାମ କରିବା
4. ସିଦ୍ଧାନ୍ତ (ଗ) ଶେଷ ନିଷ୍ପଭି

(ଘ) ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

1. ପୃଥ‌ିବୀର କେଉଁ ବଳ ବସ୍ତୁକୁ ନିଜ ଆଡ଼କୁ ଆକର୍ଷିତ କରେ ?
Answer:
ମାଧ୍ୟାକର୍ଷଣ ବଳ

2. ଆଲୋକ ଗୋଟିଏ ମାଧ୍ୟମରୁ ଅନ୍ୟ ମାଧ୍ୟମକୁ ଗଲେ ବଙ୍କେଇ ଯିବାକୁ କ’ଣ କୁହାଯାଏ ?
Answer:
ପ୍ରତିସରଣ

3. ଜୀବମାନଙ୍କ ମଧ୍ୟରେ ଥ‌ିବା ଭିନ୍ନତାକୁ କ’ଣ କୁହାଯାଏ ?
Answer:
ଜୈବ ବିବିଧତା

4. ବାୟୁମଣ୍ଡଳର କେଉଁ ସ୍ତର ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମିକୁ ଅଟକାଏ ?
Answer:
ଓଜୋନ୍ ସ୍ତର

5. ଏକ ବୃକ୍ଷର ‘ମୂଳ’ ଚିତ୍ର ବିଜ୍ଞାନରେ କାହାର ପ୍ରତୀକ ?
Answer:
ଦୃଢ଼ ଭିଭିଭୂମି ଏବଂ ପରମ୍ପରା

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଘଡ଼ଘଡ଼ି କ’ଣ ? ଝଡ଼ କିପରି ଘଡ଼ଘଡ଼ିରେ ପରିଣତ ହୁଏ ?
Answer:
ଶବ୍ଦ ଓ ବିଜୁଳି ସହ ସଂଯୁକ୍ତ ଝଡ଼ ବର୍ଷାକୁ ଘଡ଼ଘଡ଼ି କହନ୍ତି । ଯେତେବେଳେ ପବନ ଶକ୍ତିଶାଳୀ ହୁଏ, ବିଦ୍ୟୁତ ବିସର୍ଜନ ଘଟେ ସେତେବେଳେ ‘ଝଡ଼’ ଘଡ଼ଘଡ଼ିରେ ପରିଣତ ହୁଏ ।

Question 2.
ବାତ୍ୟାର ଆଖୁ ପାଖରେ ପାଣିପାଗର ଦୁଇଟି ପ୍ରକୃତି ଲେଖ ?
Answer:
ବାତ୍ୟାର ଆଖ୍ ଚାରିପଟେ ଦ୍ରୁତବେଗରେ ପବନ ସହ ଘୂର୍ଣାୟମାନ ବୃଷ୍ଟି ଦେଖାଯାଏ । କିନ୍ତୁ କେନ୍ଦ୍ରସ୍ଥଳରେ ଥ‌ିବା ଆଖୁ ପାଖରେ ପବନ ଶାନ୍ତ ରହେ ଯେଉଁଠାରେ ପାଗ ସାଧାରଣ ଓ ପବନର ବେଗ ନଗଣ୍ୟ ଥାଏ ।

Question 3.
ଦୁଇଟି ପ୍ଲାଷ୍ଟିକ ନଳୀକୁ କପଡ଼ାରେ ଘଷିଲେ ସେମାନେ ପରସ୍ପରଠାରେ ଦୂରେଇ ଯାଆନ୍ତି କାହିଁକି ?
Answer:
ଯେତେବେଳେ ପ୍ଲାଷ୍ଟିକ ନଳୀଦ୍ଵୟ ଗୋଟିଏ କପଡ଼ାରେ ଘଷାଯାଏ ଉଭୟ ଏକ ପ୍ରକାର ଚାର୍ଜ (ଋଣାତ୍ମକ) ପ୍ରାପ୍ତ ହୁଅନ୍ତି । ସମଚାର୍ଜ ପରସ୍ପରକୁ ବିକର୍ଷଣ କରୁଥିବାରୁ ପ୍ଲାଷ୍ଟିକ ନଳୀଦ୍ଵୟ ନିକଟବର୍ତ୍ତୀ ହେଲେ ପରସ୍ପରକୁ ବିକର୍ଷଣ କରନ୍ତି ।

Question 4.
ମାଧ୍ୟାକର୍ଷଣ ବଳ ଧୂଳିକଣା ଉପରେ କାର୍ଯ୍ୟ କରେ କି ?
Answer:
ଧୂଳିକଣା ଉପରେ ମାଧ୍ୟାକର୍ଷଣ ବଳ କାର୍ଯ୍ୟକରେ । ଧୂଳିକଣା ଗୁଡ଼ିକ ଅତି କ୍ଷୁଦ୍ର ଓ ହାଲୁକା ହେଲେ ମଧ୍ୟ ସେଗୁଡ଼ିକର ବସ୍ତୁତ୍ଵ ଥାଏ । ଯେକୌଣସି ପଦାର୍ଥର ବସ୍ତୁତ୍ଵ ଥିଲେ ଏଥିରେ ଆକର୍ଷଣ ବଳ ଅନୁଭୂତ ହୁଏ । ପୃଥ‌ିବୀ ଏହି କଣିକାଗୁଡ଼ିକ ନିମ୍ନକୁ ଆକର୍ଷଣ କରେ ଯାହାଦ୍ଵାରା ସେଗୁଡ଼ିକ ଭୂପୃଷ୍ଠରେ ଜମା ହୋଇଯାଆନ୍ତି ଏବଂ ବାୟୁସ୍ରୋତରେ ଭାସିବାର ଦେଖାଯାଏ ନାହିଁ ।

Question 5.
ଇଷ୍ଟରେ କେଉଁ ବିଶେଷଗୁଣ ରହିଥିବାରୁ ଏହାକୁ କେକ୍ ତିଆରିରେ ବ୍ୟବହାର କରାଯାଏ ?
Answer:
(i) ଇଷ୍ଟ ଏକ ପ୍ରକାର ଅଣୁଜୀବ ଅଟେ । ଉଷ୍ମ ପରିବେଶରେ ଇଷ୍ଟର ଉତ୍ତମ ବୃଦ୍ଧି ହୁଏ । ଅନ୍ୟ ଜୀବମାନଙ୍କ ପରି ଇଷ୍ଟ ମଧ୍ୟ ଶ୍ଵାସକ୍ରିୟା କରେ ଏବଂ ଖାଦ୍ୟକୁ ଭାଙ୍ଗି ନିଜର ବୃଦ୍ଧିପାଇଁ ଶକ୍ତି ନିର୍ଗତ କରେ ।
(ii) ଏହି ପ୍ରକ୍ରିୟାରେ ଅଙ୍ଗାରକାମ୍ଳ ନିର୍ଗତ ହୋଇ ଏହାର ଗ୍ୟାସୀୟ ଫୋଟାକା ଦ୍ଵାରା ଅଟାକୁ ନରମ ଓ ହାଲୁକା କରିଥାଏ । ଏହା ଅଳ୍ପ ପରିମାଣରେ ସୁରାସ୍କାର ବା ଆଲ୍‌କହଲ ମଧ୍ୟ ଉତ୍ପାଦନ କରେ । ଏହି ବିଶେଷ ଗୁଣ ଯୋଗୁଁ ଇଷ୍ଟକୁ ରୁଟି ଓ କେକ୍ ତିଆରିରେ ବ୍ୟବହାର କରାଯାଇଥାଏ ।

Question 6.
ସାଧାରଣ ଲୁଣ (ଖାଇବା ଲୁଣ) ଓ ଚିନି ମୌଳିକ ନା ଯୌଗିକ ?
Answer:
ସାଧାରଣ ଲୁଣ (Common salt) ଏବଂ ଚିନି ଉଭୟ ଯୌଗିକ ଲୁଣ, ସୋଡ଼ିୟମ କ୍ଲୋରିନ ନାମକ ଦୁଇଟି ମୌଳିକର ରାସାୟନିକ ସଂଯୋଗରୁ ସୃଷ୍ଟି । ସେହିପରି ଚିନିରେ କାର୍ବନ, ଉଦ୍‌ଜାନ ଏବଂ ଅମ୍ଲଜାନ ପରମାଣୁ ନିର୍ଦ୍ଦିଷ୍ଟ ଅନୁପାତରେ ରହିଥାଆନ୍ତି ।

Class 8 Science Chapter 1 Question Answer Odia Medium ବିଜ୍ଞାନ ଜଗତର ଅନ୍ଵେଷଣ

Question 7.
ଚୂନପାଣି ମଧ୍ୟକୁ ଅଙ୍ଗାରକାମ୍ଳ ଗ୍ୟାସ ଅତିକ୍ରମ କରାଇଲେ କ’ଣ ଘଟେ ?
Answer:
ଚୂନପାଣି ମଧ୍ୟକୁ ଅଙ୍ଗାରକାମ୍ଳ ଗ୍ୟାସ ଅତିକ୍ରମ କରାଇଲେ ଚୂନପାଣି (କ୍ୟାଲସିୟମ ହାଇଡ୍ରେକ୍‌ସାଇଡୁ) ଏବଂ ଅଙ୍ଗାରକାମ୍ଳ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଘଟେ । ଚୂନପାଣି ଦୁଧୂ ରଙ୍ଗ ଧାରଣ କରେ ଏବଂ ଯେଉଁ ଅବକ୍ଷେପ (Precipiate) ସୃଷ୍ଟିହୁଏ ତାହା ହେଉଛି କ୍ୟାଲସିୟମ କାର୍ବୋନେଟ ।
କ୍ୟାଲସିୟମ ହାଇଡ୍ରକ୍‌ସାଇଡ଼ + କାର୍ବନ ଡାଇଅକ୍‌ସାଇଡ୍ (ଅଙ୍ଗାରକାମ୍ଳ) → କ୍ୟାଲସିୟମ କାର୍ବୋନେଟ + ଜଳ

Question 8.
କଠିନ ପଦାର୍ଥର କାହିଁକି; ନିର୍ଦ୍ଦିଷ୍ଟ ଆକୃତି ଥାଏ ?
Answer:
କଠିନ ପଦାର୍ଥର ଅଣୁଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ସ୍ଥାନ ଅତି ନଗଣ୍ୟ । କଣିକାଗୁଡ଼ିକ ଦୃଢ଼ଭାବରେ ବନ୍ଧା (Closely packed) । କଣିକାଗୁଡ଼ିକ ମଧ୍ୟରେ ଆନ୍ତଃକଣିକା ଆକର୍ଷଣ ସର୍ବାଧ‌ିକ । କଣିକାଗୁଡ଼ିକ ମୁକ୍ତ ଭାବରେ ଗତି କରି ନପାରି କେବଳ ନିଜ ନିଜ ସ୍ଥାନରେ କମ୍ପିତ ହୁଅନ୍ତି । ଏଣୁ କଠିନ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ଥାଏ ।

Question 9.
ଯେତେବେଳେ ଗଳନାଙ୍କର କୌଣସି କଠିନ ପଦାର୍ଥ, ତରଳ ପଦାର୍ଥରେ ପରିଣତ ହୁଏ, ସେତେବେଳେ କଣିକାଗୁଡ଼ିକ ମଧ୍ୟରେ ଥ‌ିବା ଆକର୍ଷଣ ବଳରେ କି ପରିବର୍ତ୍ତନ ଦେଖାଯାଏ ?
Answer:
କଠିନ ପଦାର୍ଥର ଗଳନାଙ୍କରେ ତାପୀୟ ଶକ୍ତିର ପ୍ରଭାବରେ କଣିକାମାନଙ୍କ ମଧ୍ୟରେ ଆକର୍ଷଣ ବଳ ହ୍ରାସ ପାଏ । କଣିକାଗୁଡ଼ିକ ମୁକ୍ତଭାବରେ ଗତି କରିବାକୁ ସକ୍ଷମ ହେବାରୁ କଠିନ ପଦାର୍ଥ ତରଳରେ ପରିଣତ ହୁଏ ।

Question 10.
ପଦାର୍ଥର ନିର୍ଦ୍ଦିଷ୍ଟ ଆକୃତି ନଥାଇ ମଧ୍ୟ ନିର୍ଦ୍ଦିଷ୍ଟ ଆୟତନ ଥାଏ । ଏହା କିପରି ସମ୍ଭବ ?
Answer:
ତରଳ ପଦାର୍ଥର କଣିକାଗୁଡ଼ିକ ମୁକ୍ତଭାବରେ ପ୍ରବହମାନ ହେବାଯୋଗୁ ଏହାର ନିର୍ଦ୍ଦିଷ୍ଟ ଆକର ନଥାଏ, ଏହା କେବଳ ଧାରଣ ପାତ୍ରର ଆକୃତି ଗ୍ରହଣ କରେ କିନ୍ତୁ କଣିକାଗୁଡ଼ିକ ସର୍ବଦା ନିର୍ଦ୍ଦିଷ୍ଟ ସ୍ଥାନରେ ସୀମାବଦ୍ଧ ଥ‌ିବାରୁ ତରଳର ଆୟତନରେ ପରିବର୍ତ୍ତନ ଘଟେନାହିଁ ।

Question 11.
ଦ୍ରବଣ କିପରି ପ୍ରସ୍ତୁତ କରାଯାଏ ? ଉଦାହରଣ ଦିଅ ।
Answer:
(i) କଣିକାଗୁଡ଼ିକ ପରସ୍ପର ସହିତ ମିଶିଗଲେ ଦ୍ରବଣ ସୃଷ୍ଟି ହୁଏ ।
(ii) ଉଦାହରଣ : ଚିନି ପାଣିରେ ଦ୍ରବୀଭୂତ ହୋଇ ମିଳେଇଯାଏ ଏବଂ ଏହାକୁ ମିଠା କରେ ।

Question 12.
ଚନ୍ଦ୍ରକଳା କିପରି ସୃଷ୍ଟି ହୁଏ ?
Answer:
(i) ପୃଥ‌ିବୀ, ଚନ୍ଦ୍ର ଏବଂ ସୂର୍ଯ୍ୟର ଆପେକ୍ଷିକ ସ୍ଥିତି ବଦଳିବା ଯୋଗୁଁ ଚନ୍ଦ୍ରକଳା ଦେଖାଯାଏ ।
(ii) ସୂର୍ଯ୍ୟାଲୋକ ପଡୁଥୁବା ଚନ୍ଦ୍ରର ଅଂଶ କ୍ରମାଗତ ଭାବେ ବଦଳୁଥ‌ିବାରୁ ଆମେ ଚନ୍ଦ୍ରର ଭିନ୍ନ ଭିନ୍ନ ରୂପ ଦେଖୁ ।

Question 13.
ପରିସଂସ୍ଥାରେ ଜୀବମାନଙ୍କର ନିର୍ଭରଶୀଳତା ବୁଝାଅ
Answer:
(i) ଛୋଟ କୀଟପତଙ୍ଗ ଠାରୁ ଆରମ୍ଭ କରି ବଡ଼ ତିମି ପର୍ଯ୍ୟନ୍ତ ସମସ୍ତେ ପରସ୍ପର ଉପରେ ନିର୍ଭରଶୀଳ ।
(ii) ସମସ୍ତ ଜୀବ ବଞ୍ଚିବାପାଇଁ ବାୟୁ, ଜଳ ଏବଂ ସୂର୍ଯ୍ୟକିରଣ ଉପରେ ନିର୍ଭର କରନ୍ତି ।

Question 14.
ବୈଜ୍ଞାନିକ ପଦ୍ଧତିର ମୁଖ୍ୟ ସୋପାନଗୁଡ଼ିକ କ’ଣ କ’ଣ ?
Answer:
(i) ପର୍ଯ୍ୟବେକ୍ଷଣ ବା ଘଟଣାକୁ ଲକ୍ଷ୍ୟ କରିବା ।
(ii) ପ୍ରଶ୍ନ ପଚାରିବା
(iii) ପରୀକ୍ଷଣ କରିବା ।
(iv) ସିଦ୍ଧାନ୍ତରେ ଉପନୀତ ହେବା ।

ପାର୍ଥକ୍ୟ ଦର୍ଶାଅ :

Question 15.
ମୌଳିକ ଓ ଯୌଗିକ :

ମୌଳିକ : ଯୌଗିକ
(i) ଏହା ଏକ ବିଶୁଦ୍ଧ ପଦାର୍ଥ ଅଟେ । (i) ଦୁଇ ବା ଅଧିକ ଉପାଦାନର ସଂଯୋଗରେ ଏହା ଗଠିତ ।
(ii) ଏଥିରେ କେବଳ ଗୋଟିଏ ପ୍ରକାରର କଣିକା ଥାଏ । (ii) ଏଥୁରେ ଭିନ୍ନ ଭିନ୍ନ ମୌଳିକର ପରମାଣୁ ଏକାଠି ବାନ୍ଧି ହୋଇ ରହନ୍ତି ।
(iii) ଉଦାହରଣ : ସୁନା, ଲୁହା, ଅମ୍ଳଜାନ । (iii) ଉଦାହରଣ : ଜଳ, ଲୁଣ ।

କାରଣ ଦର୍ଶାଅ :

Question 16.
ଘୂଷ୍ଣିବାତ୍ୟା ସୃଷ୍ଟି ହୁଏ କାହିଁକ ?
Answer:
(i) ବାୟୁମଣ୍ଡଳରେ କୌଣସି ସ୍ଥାନରେ ବାୟୁ ଚାପ ହଠାତ୍ କମିଗଲେ ସେଠାରେ ଲଘୁଚାପ ସୃଷ୍ଟି ହୁଏ ।
(ii) ଉଚ୍ଚ ଚାପ ଅଞ୍ଚଳରୁ ବାୟୁ ଦ୍ରୁତ ଗତିରେ ସେହି ଲଘୁଚାପ ଅଞ୍ଚଳକୁ ପ୍ରବାହିତ ହୁଏ ।
(iii) ଚାପରେ ଏହି ବୃହତ୍ ପାର୍ଥକ୍ୟ ଯୋଗୁଁ ପ୍ରବଳ ବେଗରେ ପବନ ବହି ଘୂର୍ଣ୍ଣିବାତ୍ୟା ସୃଷ୍ଟି କରେ ।

Question 17.
ପୁରି ଫୁଲିବାର ପରୀକ୍ଷଣ : ରୋଷେଇ ଘର ମଧ୍ଯ ଏକ ବିଜ୍ଞାନାଗାର ହୋଇପାରେ । ଗରମ ତେଲରେ ପୁରି ଛାଣିଲେ, ଅଟା ଭିତରେ ଥିବା ପାଣି ବାଷ୍ପରେ ପରିଣତ ହୁଏ । ଏହି ବାଷ୍ପ ବାହାରକୁ ବାହାରିବାକୁ ଚେଷ୍ଟା କରି ପୁରିକୁ ଫୁଲାଇ ଦିଏ । ଏହି ପରୀକ୍ଷଣ ମାଧ୍ୟମରେ ଆମେ ପର୍ଯ୍ୟବେକ୍ଷଣ ଓ ନିୟନ୍ତ୍ରିତ ପରୀକ୍ଷଣ ବିଷୟରେ ଶିଖୁରିବା ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ପଦାର୍ଥର ତିନୋଟି ଅବସ୍ଥା ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
(i) କଠିନ ଅବସ୍ଥା – ଏହାର ନିର୍ଦ୍ଦିଷ୍ଟ ଆକାର ଏବଂ ଆୟତନ ଥାଏ । କଣିକାଗୁଡ଼ିକ ଖୁବ୍ ପାଖାପାଖି ଏବଂ ଦୃଢ଼ ଭାବରେ ବାନ୍ଧି ହୋଇ ରହନ୍ତି (ଯଥା : ବରଫ, ପଥର) ।
(ii) ତରଳ ଅବସ୍ଥା – ଏହାର ନିର୍ଦ୍ଦିଷ୍ଟ ଆୟତନ ଥାଏ କିନ୍ତୁ ନିର୍ଦ୍ଦିଷ୍ଟ ଆକାର ନଥାଏ । ଏହା ଯେଉଁ ପାତ୍ରରେ ରହେ, ତାହାର ଆକାର ଧାରଣ କରେ । କଣିକାଗୁଡ଼ିକ ଅଳ୍ପ ଦୂରରେ ଥାଆନ୍ତି (ଯଥା : ଜଳ, କ୍ଷୀର) ।
(iii) ଗ୍ୟାସୀୟ ଅବସ୍ଥା – ଏହାର ନିର୍ଦ୍ଦିଷ୍ଟ ଆକାର କିମ୍ବା ଆୟତନ କିଛି ନଥାଏ । କଣିକାଗୁଡ଼ିକ ମୁକ୍ତ ଭାବରେ ବହୁତ ଦୂରରେ ଥାଆନ୍ତି ଏବଂ ଦ୍ରୁତ ଗତି କରନ୍ତି (ଯଥା- ବାୟୁ ଓ ଅମ୍ଳଜାନ) ।
(iv) ତାପ ପାଇଲେ ପଦାର୍ଥ ଗୋଟିଏ ଅବସ୍ଥାରୁ ଅନ୍ୟ ଅବସ୍ଥାକୁ (କଠିନ → ତରଳ → ଗ୍ୟାସ) ପରିବର୍ତ୍ତନ ହୋଇପାରେ ।

Question 2.
ଆଲୋକର ପ୍ରତିସରଣ କ’ଣ ? ଗୋଟିଏ ଉଦାହରଣ ସହ ବୁଝାଅ ।
Answer:
(i) ଆଲୋକ ରଶ୍ମି ଗୋଟିଏ ସ୍ୱଚ୍ଛ ମାଧ୍ୟମରୁ (ଯଥା- ବାୟୁ) ଅନ୍ୟ ଏକ ସ୍ୱଚ୍ଛ ମାଧ୍ୟମକୁ (ଯଥା- ଜଳ କିମ୍ବା କାଚ) ଗତି କଲାବେଳେ ଏହାର ଗତିପଥରେ ପରିବର୍ତ୍ତନ ହୁଏ ବା ବଙ୍କେଇ ଯାଏ । ଏହାକୁ ଆଲୋକର ପ୍ରତିସରଣ କୁହାଯାଏ ।
(ii) ବିଭିନ୍ନ ମାଧ୍ୟମରେ ଆଲୋକର ବେଗ ଅଲଗା ଅଲଗା ହୋଇଥିବାରୁ ଏପରି ଘଟେ ।
(iii) କାଚ ଗ୍ଲାସ୍‌ରେ ଅଧା ପାଣି ଭର୍ତ୍ତି କରି ସେଥିରେ ଗୋଟିଏ ପେନ୍‌ସିଲ୍‌ ବୁଡ଼ାଇଲେ ପାଣି ଓ ବାୟୁର ସଂଯୋଗ ସ୍ଥଳରେ ପେନ୍‌ସିଲ୍‌ଟି ଭାଙ୍ଗି ଗଲା ପରି ବା ବଙ୍କା ଦେଖାଯାଏ ।
(iv) ଚଷମା ଓ କ୍ୟାମେରାରେ ବ୍ୟବହୃତ ଲେନ୍ସ ଏହି ନିୟମରେ କାମ କରେ ।

Question 3.
ଜଳବାୟୁ ପରିବର୍ତ୍ତନର କାରଣ ଓ ପ୍ରଭାବ ସମ୍ପର୍କରେ ଲେଖ ।
Answer:
କାରଣ :
(i) ମଣିଷର କାର୍ଯ୍ୟକଳାପ ଯଥା ଗାଡ଼ିମୋଟର ଚଳାଚଳ, କଳକାରଖାନା ଧୂଆଁ ଏବଂ ଜଙ୍ଗଲ କ୍ଷୟ ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ (CO₂) ପରିମାଣ ବଢୁଛି ।
(ii) ଏହା ସବୁଜ ଗୃହ ପ୍ରଭାବ ସୃଷ୍ଟି କରି ପୃଥିବୀର ତାପମାତ୍ରା ବଢ଼ାଉଛି ।

ପ୍ରଭାବ :
(iii) ତାପମାତ୍ରା ବଢ଼ିବା ଯୋଗୁଁ ମେରୁ ଅଞ୍ଚଳର ବରଫ ତରଳୁଛି, ଯାହା ଫଳରେ ସମୁଦ୍ର ପତ୍ତନ ବୃଦ୍ଧି ପାଉଛି ।
(iv) ପାଣିପାଗର ଅନିୟମିତତା ଦେଖାଦେଉଛି (ଯଥା- ଅଧିକ ବାତ୍ୟା, ମରୁଡ଼ି) ।

Class 8 Science Chapter 3 Question Answer Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ

Go through 8th Class Science Book Odia Medium Question Answer and Class 8 Science Chapter 3 Question Answer Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ to understand textbook questions more clearly.

8th Class Science Chapter 3 Question Answer Odia Medium

Class 8 Science Chapter 3 Odia Medium

ଜିଜ୍ଞାସା ବଜାୟ ରଖ

Question 1.
ନିମ୍ନ ଛବିଗୁଡ଼ିକରେ ଦେଖାଯାଇଥିବା ରୋଗଗୁଡ଼ିକୁ ସଂକ୍ରାମକ କିମ୍ବା ଅଣସଂକ୍ରାମକ ଭାବରେ ଶ୍ରେଣୀଭୁକ୍ତ କର ।
Class 8 Science Chapter 3 Question Answer Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ 1
Answer:
ସଂକ୍ରାମକ ରୋଗ – ଥଣ୍ଡା ଏବଂ ଫ୍ଲୁ, ଟାଇଫଏଡ୍, ମିଳିମିଳା
ଅଣସଂକ୍ରାମକ ରୋଗ – ମଧୁମେହ, ଶ୍ଵାସରୋଗ

Question 2.
ରୋଗଗୁଡ଼ିକୁ ବ୍ୟାପକ ଭାବରେ ସଂକ୍ରାମକ ଏବଂ ଅଣସଂକ୍ରାମକ ରୋଗରେ ବିଭକ୍ତ କରାଯାଇପାରିବ । ତଳେ ଦିଆଯାଇଥିବା ବିକଳ୍ପଗୁଡ଼ିକରୁ ଅଣସଂକ୍ରାମକ ରୋଗଗୁଡ଼ିକୁ ଚିହ୍ନଟ କର ।
(i) ଟାଇଫଏଡ଼୍
(ii) ଶ୍ଵାସରୋଗ
(iii) ମଧୁମେହ
(iv) ମିଳିମିଳା
(a) (i) ଓ (ii)
(b) (ii) ଓ (iii)
(c) (i) ଓ (iv)
(d) (ii) ଓ (iv)
Answer:
(b) (ii) (iii) – (ଶ୍ଵାସରୋଗ ଏବଂ ମଧୁମେହ ଅଣସଂକ୍ରାମକ ରୋଗ ଅଟେ ।)

Question 3.
ତୁମ ବିଦ୍ୟାଳୟରେ ଫ୍ଲର ପ୍ରକୋପ ଚାଲିଛି । ଅନେକ ସହପାଠୀ ଅନୁପସ୍ଥିତି ଅଛନ୍ତି, ସେତେବେଳେ ମଧ୍ୟ କିଛି ପିଲା କାଶିବା ଏବଂ ଛିଙ୍କିବା ସହ ବିଦ୍ୟାଳୟକୁ ଆସୁଛନ୍ତି ।
(i) ଅଧୁକ ବ୍ୟାପିବାକୁ ରୋକିବା ପାଇଁ ବିଦ୍ୟାଳୟ ତୁରନ୍ତ କ’ଣ ପଦକ୍ଷେପ ନେବା ଉଚିତ୍ ?
Answer:

  • ଅଧ‌ିକ ବ୍ୟାପିବାକୁ ରୋକିବାପାଇଁ ବିଦ୍ୟାଳୟ ତୁରନ୍ତ ନିମ୍ନଲିଖୁତ ପଦକ୍ଷେପ ନେବା
  • ବିଦ୍ୟାଳୟକୁ ଅସ୍ଥାୟୀ ଭାବେ ବନ୍ଦକରିବା ।
  • ଶ୍ରେଣୀ ଗୃହକୁ ସଫା କରିବା (ସାନିଟାଇଜ୍ କରିବା) ।
  • ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ନ ଆସିବା ପାଇଁ ପରାମର୍ଶ ଦେବା ।
  • ଚିକିତ୍ସକଙ୍କୁ ବିଦ୍ୟାଳୟକୁ ଡାକି ସମସ୍ତଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଇବା ।
  • SMC ବୈଠକ ଡାକିବା ଓ ଅଭିଭାବକମାନଙ୍କୁ ସଚେତନ କରିବା ।

(ii) ଯଦି ତୁମ ପାଖରେ ବସୁଥ‌ିବା ସହପାଠୀଙ୍କ ଠାରେ ଥଣ୍ଡା, ଜ୍ଵରର ଲକ୍ଷଣ ଦେଖାଦିଏ, ତେବେ ତୁମେ କିପରି ଭଦ୍ର ଓ ବିଚାରଶୀଳ ଭାବରେ ପ୍ରତିକ୍ରିୟା ପ୍ରଦର୍ଶନ କରିବ ?
Answer:

  • ସହପାଠୀଙ୍କ ଡାକ୍ତରଙ୍କୁ ଦେଖାକରିବାକୁ ଏବଂ ଘରେ ବିଶ୍ରାମ ନେବା ପାଇଁ ବିନମ୍ରତାର ସହିତ ପରମର୍ଶ ଦେଇପାରିବା ।
  • ବିଦ୍ୟାଳୟରେ ପଢ଼ାଯାଉଥ‌ିବା ପାଠର ନୋଟ୍ ତାଙ୍କୁ ପ୍ରଦାନ କରିପାରିବା ।

(iii) ତୁମେ ଏହି ପରିସ୍ଥିତିରେ କିପରି ନିଜକୁ ଏବଂ ଅନ୍ୟମାନଙ୍କୁ ସଂକ୍ରମିତ ହେବାରୁ ରକ୍ଷା କରିପାରିବ ?
Answer:

  • ନିଜକୁ ଏବଂ ଅନ୍ୟମାନଙ୍କୁ ସଂକ୍ରମିତ ହେବାରୁ ରକ୍ଷାକରିବାପାଇଁ ନିମ୍ନଲିଖ ପଦକ୍ଷେପମାନ ନେବା ଉଚିତ୍‌ :
  • ନିୟମିତ ହାତଧୋଇବା (ସାନିଟାଇଜର ବ୍ୟବହାର କରିବା), ପରିଷ୍କାର ପରିଚ୍ଛନ୍ନ ରହିବା
  • ନିଜେ ମାସ୍କ ପିନ୍ଧିବା
  • ସଂକ୍ରମିତ ଛାତ୍ର/ଛାତ୍ରୀଙ୍କଠାରୁ ଖାଦ୍ୟ ଗ୍ରହଣ ନ କରିବା ।
  • ତାଙ୍କର ପାଣି ବୋତଲରୁ ପାଣି ନ ପିଇବା ।

Class 8 Science Chapter 3 Question Answer Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ

Question 4.
ତୁମ ପରିବାର ମ୍ୟାଲେରିଆ ବ୍ୟାପିଥ‌ିବା ଅନ୍ୟ ଏକ ସହରକୁ ଯାତ୍ରା କରିବାକୁ ଯୋଜନା କରୁଛନ୍ତି । ଏଠାରେ…..
(i) ଯାତ୍ରା ପୂର୍ବରୁ, ଯାତ୍ରା ସମୟରେ ଏବଂ ଯାତ୍ରା ପରେ ତୁମେ କ’ଣ ସତର୍କତା ଅବଲମ୍ବନ କରିବା ଉଚିତ୍ ?
Answer:
ଯାତ୍ରା ସମୟରେ ଆମ ପରିବାରକୁ ମ୍ୟାଲେରିଆରୁ ରକ୍ଷା କରିବାପାଇଁ ଆମେ ନିମ୍ନଲିଖତ ସତର୍କତା ପ୍ରତି ଧ୍ୟାନ ଦେବା ।
ଯାତ୍ରା ପୂର୍ବରୁ :

  • ଡାକ୍ତରଙ୍କ ସହିତ ପରାମର୍ଶ କରିବା ।
  • ଆବଶ୍ୟକ ଟୀକା ଓ ଔଷଧ ସାଙ୍ଗରେ ରଖୁବା ।
  • ସାଙ୍ଗରେ ମଶାରୀ ନେବା ।
  • ସୁରକ୍ଷିତ ପୋଷକ ବ୍ୟବହାର କରିବା ।

ଯାତ୍ରା ସମୟରେ :

  • ପ୍ରତିରୋଧକ ଔଷଧ ବ୍ୟବହାର ଜାରି ରଖୁବା ।
  • ଶରୀରକୁ ଆବୃତ କରି ରଖୁବା ।
  • ମଶାରୀ ପକାଇ ରାତ୍ରୀଯାପନ କରିବା ।

ଯାତ୍ରାପରେ :

  • ରୋଗର ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରମର୍ଶ ନେବା ।
  • ପୋଷାକଗୁଡ଼ିକୁ ବିଶୋଧନ କରିବା ।

(ii) ତୁମେ ତୁମର ଭାଇଭଉଣୀଙ୍କୁ ମଶାରୀ ଓ ମଶା ପ୍ରତିରୋଧକର ଗୁରୁତ୍ଵ କିପରି ବୁଝାଇ ପାରିବ ?
Answer:
ମଶା କାମୁଡ଼ିଲେ ମ୍ୟାଲେରିଆ ଜ୍ଵର ହୋଇଥାଏ । ତେଣୁ ଆମର ଭାଇ ଓ ଭଉଣୀମାନଙ୍କୁ ମଶାରୀ ବ୍ୟବହାର ସହିତ ଘରେ ଅଲ୍‌ଆଉଟ୍ ବା ଗୁଡ଼ନାଇଟ୍ ଭଳି ବିଦ୍ୟୁତ୍ ଚାଳିତ ମଶା ଘଉଡ଼ାଇବା ଉପକରଣ ବ୍ୟବହାର କରିବାକୁ କହିପାରିବା ।

(iii) ଯଦି ଯାତ୍ରୀମାନେ ଏପରି ଅଞ୍ଚଳରେ ସ୍ଵାସ୍ଥ୍ୟ ପରାମର୍ଶକୁ ଅଣଦେଖା କରନ୍ତି ତେବେ କ’ଣ ହୋଇପାରେ ?
ଉ –
ଯଦି ଯାତ୍ରୀମାନେ ସ୍ଵାସ୍ଥ୍ୟ ପରାମର୍ଶକୁ ଅଣଦେଖା କରନ୍ତି ତେବେ ଅସୁସ୍ଥତା ଗୁରୁତର ହୋଇପାରେ ଓ ସେମାନେ ମୃତ୍ୟୁମୁଖରେ ପଡ଼ିପାରନ୍ତି ।

Class 8 Science Chapter 3 Question Answer Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ

Question 5.
ତୁମ ଦାଦା ତାଙ୍କ ବନ୍ଧୁମାନଙ୍କ ସହିତ ମିଶି ଧୂମ୍ରପାନ ଆରମ୍ଭ କରିଛନ୍ତି, ଯଦିଓ ଏହା ସମସ୍ତେ ଜାଣନ୍ତି ଯେ ଧୂମ୍ରପାନ ଶରୀରକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇବା ସହ ମୃତ୍ୟୁ ମୁଖରେ ପକାଇଥାଏ ।
(i) କଠୋର ନ ହୋଇ ତାଙ୍କୁ ବନ୍ଦ କରିବା ପାଇଁ ତୁମେ କ’ଣ କହିବ ?
Answer:
ଧୂମପାନ ହୃଦ୍‌ରୋଗ ଓ ଫୁସ୍‌ଫୁସ୍ କର୍କଟର କାରଣ ହୋଇଥାଏ । ଏହା ଶରୀରରେ ଗମ୍ଭୀର ସ୍ଵାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ଏହାକୁ ପରିତ୍ୟାଗ କଲେ ସ୍ଵାସ୍ଥ୍ୟରେ ଉନ୍ନତି ଆସିବ । -ଏହା ଆମେ ଦାଦାଙ୍କୁ କହିପାରିବ ।

(ii) ଯଦି ତୁମର ବନ୍ଧୁ ଏକ ଭୋଜିରେ ତୁମକୁ ସିଗାରେଟ୍‌ଟିଏ ଦିଅନ୍ତି, ତେବେ ତୁମେ କ’ଣ କରିବ ?
Answer:
ଯଦି ଆମର ବନ୍ଧୁ ଏକ ଭୋଜିରେ ଆମକୁ ସିଗାରେଟ୍ ଦିଅନ୍ତି ତେବେ ଭଦ୍ରାମୀର ସହିତ ଏହାକୁ ପ୍ରତ୍ୟାଖ୍ୟାନ କରିବା । ସିଗାରେଟ୍ ସେବନର ଭୟାବହତା ସମ୍ବନ୍ଧରେ ଆମେ ବନ୍ଧୁଙ୍କ ସହିତ ଆଲୋଚନା କରିପାରିବା ।

(iii) ସ୍କୁଲଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ଏପରି କ୍ଷତିକାରକ ଅଭ୍ୟାସରୁ ନିବୃତ୍ତ ରହିବା ପାଇଁ କିପରି ସାହାଯ୍ୟ କରିପାରିବେ ?
Answer:
ବିଦ୍ୟାଳୟମାନଙ୍କରେ ଆମେ ସ୍ଵାସ୍ଥ୍ୟ ବିପଦ ବିଷୟରେ ଶିକ୍ଷା ଦେଇପାରିବା ଓ ନିୟମିତ ଭାବରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରି ଏପରି ଅଭ୍ୟାସରେ ଲିପ୍ତ ହେବାରୁ ନିବୃତ୍ତ କରିପାରିବା ।

Question 6.
ସରସ୍ଵତୀ ତାର ସାଙ୍ଗ ବନିତାକୁ କହୁଛି ‘‘ଆଣ୍ଟିବାୟୋଟିକ୍ ଯେକୌଣସି ସଂକ୍ରମଣରୁ ଆମକୁ ରକ୍ଷା କରିପାରେ, ତେଣୁ ଆମକୁ ରୋଗ ଭଲ ହେବା ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ ।’? ସରସ୍ଵତୀ ତା’ର ବକ୍ତବ୍ୟ ଭୁଲ୍ ଅଛି ବୋଲି ବୁଝିବା ପାଇଁ ବନିତା ତାକୁ କେଉଁ ପ୍ରଶ୍ନ ପଚାରି ପାରିବ ?
Answer:

  • ତୁମେ କ’ଣ ଜାଣ ଯେ, ଆଣ୍ଟିବାୟୋଟିକ୍ ଭୂତାଣୁକୁ ନଷ୍ଟ କରିପାରେ ନାହିଁ ?
  • ଆଣ୍ଟିବାୟୋଟିକ୍ କେବଳ ଜୀବାଣୁ ସଂକ୍ରମଣ ପାଇଁ ଉପଯୋଗୀ ।
  • ସେଥ‌ିପାଇଁ କେବଳ ଅନୁଭୂତି ସମ୍ପର୍ଣ୍ଣ ଡାକ୍ତରଙ୍କ ପରାମର୍ଶରେ ଆଣ୍ଟିବାୟୋଟିକ୍ ନିଆଯାଇଥାଏ ।

Question 7.
ନିମ୍ନଲିଖୂତ ସାରଣୀରେ ଏକ ବର୍ଷ ମଧ୍ୟରେ ହସ୍ପିଟାଲରେ ରିପୋର୍ଟ ହୋଇଥିବା ଡେଙ୍ଗୁ ମାମଲା ସଂଖ୍ୟା ବିଷୟରେ ସୂଚନା ଦିଆଯାଇଛି :
Class 8 Science Chapter 3 Question Answer Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ 2
Y-ଅକ୍ଷରେ ରୋଗୀ ସଂଖ୍ୟା ଏବଂ X-ଅକ୍ଷରେ ମାସ ନେଇ ଏକ ବାର୍ ଗ୍ରାଫ୍ ତିଆରି କର । ତୁମ ଫଳାଫଳକୁ ଭଲ ଭାବରେ ବିଶ୍ଳେଷଣ କରି ନିମ୍ନଲିଖୂ ଉତ୍ତର ଦିଅ ।
Class 8 Science Chapter 3 Question Answer Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ 3
(i) କେଉଁ ତିନି ମାସରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସର୍ବାଧ‌ିକ ଥିଲା ?
Answer:
ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ଏହି ତିନିମାସରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସର୍ବାଧ‌ିକ ଥିଲା ।
(ii) କେଉଁ ମାସରେ ସବୁଠାରୁ କମ୍ ରୋଗୀ ସଂଖ୍ୟା ଥିଲା ?
Answer:
ଜାନୁଆରୀ ମାସରେ

(iii) କେଉଁ ମାସଗୁଡ଼ିକରେ ପ୍ରାକୃତିକ କିମ୍ବା ପରିବେଶଗତ କାରଣ ଯୋଗୁଁ ଡେଙ୍ଗୁ ରୋଗୀ ସଂଖ୍ୟା ଅଧିକ ବୃଦ୍ଧି ପାଇଛି ?
Answer:
ବର୍ଷାଋତୁରେ

(iv) ଡେଙ୍ଗୁ ରୋଗର ପ୍ରସାରକୁ ହ୍ରାସ କରିବା ପାଇଁ ଗୋଷ୍ଠୀ କିମ୍ବା ସରକାର ସଂକ୍ରମଣ ବୃଦ୍ଧି ପାଉଥ‌ିବା ଋତୁ ପୂର୍ବରୁ କ’ଣ ପ୍ରତିରୋଧକ ପଦକ୍ଷେପ ନେଇ ପାରିବେ ତୁମେ ପରାମର୍ଶ ଦିଅ ।
Answer:
ମ୍ୟୁନିସିପାଲିଟି କର୍ମଚାରୀ ବା ଗ୍ରାମସଭା କରି ଜମିରହିଥିବା ପାଣିକୁ ସଫାକରିବା, ମଶାରୀ ବ୍ୟବହାର କରିବା, ନିୟମିତଭାବେ ପ୍ରତିଷେଧକ ଔଷଧ ବ୍ୟବହାର କରିବା ପାଇଁ ଆମେ ପରାମର୍ଶ ଦେଇପାରିବା ।

Question 8.
କଳ୍ପନା କର ଯେ ତୁମେ ଏକ ବିଦ୍ୟାଳୟ ସ୍ୱାସ୍ଥ୍ୟ ଅଭିଯାନର ଦାୟିତ୍ଵରେ ଅଛ । ସଂକ୍ରାମକ ଏବଂ ଅଣସଂକ୍ରାମକ ରୋଗ ହ୍ରାସ କରିବା ପାଇଁ ତୁମେ କେଉଁ କେଉଁ ମୁଖ୍ୟ ବାର୍ତ୍ତା ବ୍ୟବହାର କରିବ ?
Answer:
ସଂକ୍ରାମକ ଏବଂ ଅଣ ସଂକ୍ରାମକ ରୋଗ ହ୍ରାସ କରିବାପାଇଁ ଏକ ବିଦ୍ୟାଳୟ ସ୍ଵାସ୍ଥ୍ୟ ଅଭିଯାନର ମୁଖ୍ୟ ବାର୍ତ୍ତାଗୁଡ଼ିକ ହେଉଛି :

  • ନିୟମିତ ହାତକୁ ସାନିଟାଇଜର ଦ୍ଵାରା ସଫାରଖୁ
  • ସୁଷମ ଖାଦ୍ୟ ଖାଇବା
  • ପ୍ରତ୍ୟେକ ଦିନ ବ୍ୟାୟାମ କରିବା
  • ଟୀକାକରଣ କରିବା
  • ଧୂମ୍ରପାନ ପରିହାର କରିବା
  • ପରିବେଶକୁ ପରିଷ୍କାର ରଖୁ ।

Question 9.
ଥଣ୍ଡା କାଶ କିମ୍ବା ଫ୍ଲୁ ଭଳି ଭୂତାଣୁ ସଂକ୍ରମଣ ପାଇଁ ଆମେ ଆଣ୍ଟିବାୟୋଟିକ୍ ନେବା ଉଚିତ ନୁହେଁ ବୋଲି ସୁପାରିଶ କରାଯାଇଛି । ତୁମେ ଏହି ସୁପାରିଶର ସମ୍ଭାବ୍ୟ କାରଣ କହି ପାରିବ କି ?
Answer:
ଆଣ୍ଟିବାୟୋଟିକ୍ କେବଳ ବୀଜାଣୁ ସଂକ୍ରମଣ ବିରୁଦ୍ଧରେ କାମ କରେ କିନ୍ତୁ ଏହା ଭୂତାଣୁମାନଙ୍କୁ ମାରିପାରେ ନାହିଁ କିମ୍ବା ସେମାନଙ୍କ ବଂଶବୃଦ୍ଧିକୁ ବନ୍ଦ କରିପାରେ ନାହିଁ । ତେଣୁ ଥଣ୍ଡା କାଶ ବା ଫ୍ଲୁ ଭଳି ରୋଗର ନିଦାନ ପାଇଁ ଆଣ୍ଟିବାଇଓଟିକ୍ ବ୍ୟବହାର କରିବା ଉଚିତ ନୁହେଁ ।

Question 10.
ନିମ୍ନଲିଖୂତ ମଧ୍ୟରୁ କେଉଁ ରୋଗ ବ୍ୟାପିବାର ସମ୍ଭାବନା ରହିଛି ? ହେପାଟାଇଟିସ୍−ଏ, ଯକ୍ଷ୍ମା, ହଇଜା, ପୋଲିଓ ଏବଂ ହାଡ଼ଫୁଟି ।
Answer:
ଯଦି ସଂକ୍ରମିତ ବ୍ୟକ୍ତିଙ୍କ ମଳ ଦ୍ଵାରା ପାନୀୟ ଜଳ ଦୂଷିତ ହୁଏ ତେବେ ହେପାଟାଇଟସ୍- A
ପୋଲିଓ ଏବଂ ହଇଜା : ଏହି ରୋଗଗୁଡ଼ିକ ବ୍ୟାପିବାର ସମ୍ଭାବନା ରହିଅଛି ।

Class 8 Science Chapter 3 Question Answer Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ

Question 11.
ଯେତେବେଳେ ଆମର ଶରୀର ପ୍ରଥମ ଥର ପାଇଁ ଏକ ରୋଗକାରକ ଅଣୁଜୀବର ସମ୍ମୁଖୀନ ହୁଏ, ସେତେବେଳେ ରୋଗ ପ୍ରତିରୋଧକ ପ୍ରତିକ୍ରିୟା ସାଧାରଣତଃ କମ୍ ଥାଏ କିନ୍ତୁ ପୁନର୍ବାର ସେହି ରୋଗଜୀବାଣୁ ସଂସ୍ପର୍ଶରେ ଆସିଲେ ଶରୀରର ରୋଗ ପ୍ରତିରୋଧର ପ୍ରତିକ୍ରିୟା ବହୁତ ଅଧିକ ହୋଥାଏ । ଏହା କାହିଁକି ?
Answer:
ପ୍ରଥମ ସଂକ୍ରମଣ ସମୟରେ :

  • ଶରୀର ରୋଗର କାରକକୁ ଚିହ୍ନଟ କରେ ।
  • ନିର୍ଦ୍ଦିଷ୍ଟ ଆଣ୍ଟିବଡ଼ି ଶରୀରରେ ପ୍ରସ୍ତୁତ ହୁଏ ।
  • ସ୍ମୃତିକୋଷରେ ଏହି ତଥ୍ୟ ସୁରକ୍ଷିତ ରୁହେ ।

ପରବର୍ତୀ ସଂକ୍ରମଣ ସମୟରେ :

  • ସ୍ମୃତିକୋଷ ଶିଘ୍ର ସଠିକ୍ ଆଣ୍ଟିବଡ଼ି ଉତ୍ପାଦନ କରେ ।
  • ଆଣ୍ଟିବଡ଼ି ସଂକ୍ରମିତ କୋଷକୁ ଶୀଘ୍ର ନଷ୍ଟ କରିଦିଏ ।

ଆବିଷ୍କାର, ପରିକଳ୍ପନା ଓ ତର୍କ

Question 1.
ତୁମ୍ଭେମାନେ ଗୋଟିଏ ମାସର ନିଜର ଖାଦ୍ୟ, ନିଦ୍ରା, ବ୍ୟାୟାମ, ପରିଷ୍କାର ପରିଚ୍ଛନ୍ନତା, ମୋବାଇଲ ଓ ଟେଲିଭିଜନ ଦେଖୁବା ସମୟ ଏବଂ ଭାବପ୍ରବଣ ମାନସିକ ସ୍ଥିତି ଏକ ସ୍ଵାସ୍ଥ୍ୟ ଡାଏରୀରେ ଲେଖୁ ରଖ ।
Answer:

  • ସୁସ୍ଥ ଅଭ୍ୟାସ ଗଠନ ପାଇଁ ଜଣେ ଛାତ୍ର ସ୍ଵାସ୍ଥ୍ୟ ପରିଷ୍କାର ପରିଚ୍ଛନ୍ନତା, ମୋବାଇଲ ଦେଖିବା, ସମ୍ବନ୍ଧରେ ଉଲ୍ଲେଖ କରିବା ଆବଶ୍ୟକ । ଡାଏରୀରେ ନିଜର ଖାଦ୍ୟ, ନିଦ୍ରା, ବ୍ୟାୟାମ, TV ଦେଖିବା ଏବଂ ଭାବପ୍ରବଣ ମାନସିକ ସ୍ଥିତି ଏହା ନମୁନା ଚିହ୍ନଟ କରିବାରେ, ସୁସ୍ଥତାରେ ଉନ୍ନତି ଆଣିବାରେ ଏବଂ ସୁସ୍ଥତା ଲକ୍ଷ୍ୟ ସ୍ଥିର କରିବାରେ ସାହାଯ୍ୟ କରିଥାଏ ।
  • ପ୍ରତିଦିନ ଡାଏରୀ ପୂରଣ କରିବା ଆବଶ୍ୟକ ଅଟେ । ବିଶେଷକରି ଶୋଇବା ପୂର୍ବରୁ ଏହା କରାଗଲେ ଭଲ ।
    ପ୍ରତ୍ୟେକ ମାସର ଶେଷରେ ଉନ୍ନତି ପାଇଁ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରାଯାଇପାରିବ ଏବଂ ଅଭିଭାବକଙ୍କ ସହ ତଥ୍ୟଗୁଡ଼ିକର ବିଶ୍ଳେଷଣ କରାଯାଇପାରିବ ।
  • ଏଥିପାଇଁ ଏକ ସ୍ଵତନ୍ତ୍ର ନୋଟବୁକ୍, ବୁଲେଟ୍ ଜର୍ଣ୍ଣାଲ୍ କିମ୍ବା ଟ୍ରାଙ୍କ୍ ଆପ୍ ବ୍ୟବହାର କରାଯାଇପାରିବ ।

ଦୈନିକ ତଥ୍ୟ ଗ୍ରହଣ ପାଇଁ ନମୁନା :
Class 8 Science Chapter 3 Question Answer Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ 4

Question 2.
ସ୍ଵାସ୍ଥ୍ୟ ଏବଂ ରୋଗ କ୍ଷେତ୍ରରେ ସୁନୀତି ସୋଲୋମନ, ଡକ୍ଟର ୟେଲାପ୍ରଗଦା ସୁବାରାଓ, ଅସୀମା ଚାଟାର୍ଜୀ, ଡକ୍ତଟ ମେରୀ ପୁନେନ ଲୁକୋସେଙ୍କ ଭଳି ଭାରତୀୟ ବୈଜ୍ଞାନିକଙ୍କ ବିଷୟରେ ପଢ଼ ।
Answer:
(i) ସୁନିତି ସୋଲୋମନ (Suniti Solomon, 1938-2015) : ଏହି ମହିଳା ତାଙ୍କ ଛାତ୍ର ନିର୍ମଳାଙ୍କ ସହିତ ଚେନ୍ନାଇ ଯୌନକର୍ମୀଙ୍କ ମଧ୍ୟରେ ପ୍ରଥମ ଭାରତୀୟ AIDS ମାମଲା ନିର୍ଣ୍ଣୟ କରିବା ପରେ ଭାରତରେ AIDS ଗବେଷଣା ଏବଂ ନିବାରଣର ପଥ ପ୍ରଦର୍ଶକ ଥିଲେ । AIDS ନିୟନ୍ତ୍ରଣ ସମାଜ ଦ୍ଵାରା ଜୀବନବ୍ୟାପୀ ସାଧନା ପୁରସ୍କାର ପାଇଥିଲେ ।

(ii) ଡକ୍ଟର ୟେଲାପ୍ରଗଦା ସୁବାରାଓ (Dr. Yellapragada Subbarao, 1895-1948) : ଅଙ୍କୋଲୋଜି ଏବଂ ସଂକ୍ରାମକ ରୋଗପାଇଁ ତାଙ୍କର ଅବଦାନ ରହିଅଛି । ଏକ ପ୍ରାରମ୍ଭିକ କେମୋଥେରାପି ଔଷଧ ବିକଶିତ କରିବାରେ ଏବଂ ବିଶ୍ୱର ପ୍ରଥମ ଆଣ୍ଟିବାଇଓଟିକ୍ ଟେଟ୍ରାସାଇକ୍ଲିନ୍ ଆବିଷ୍କାର କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହି ଜୈବ ରସାୟନବିତ୍ ATP ର କାର୍ଯ୍ୟ ଆବିଷ୍କାର କରିଥିଲେ ।

(iii) ଅସୀମା ଚାଟାର୍ଜୀ (Asima Chatterjee, 1917-2006) : ସେ ଜଣେ ଭାରତୀୟ ଜୈବ ରସାୟନବିତ୍ ଥିଲେ ଯାହା ଜୈବ ରସାୟନ ବିଜ୍ଞାନ ଏବଂ ଫାଇଟୋମେଡ଼ିସିନ୍ କ୍ଷେତ୍ରରେ କାର୍ଯ୍ୟ ପାଇଁ ପ୍ରସିଦ୍ଧ ଥିଲେ । ମ୍ୟାଲେରିଆ ପ୍ରତିରୋଧକ ଔଷଧର ବିକାଶରେ ତାଙ୍କର ଅବଦାନ ଗୁରୁତ୍ଵପୂର୍ଣ୍ଣ ଥିଲା । ସେ ଜାତୀୟ ଓ ଆନ୍ତର୍ଜାତୀୟ ପତ୍ରିକାରେ ଉଭିଦ ଔଷଧ ଉପରେ 400 ରୁ ଅଧ‌ିକ ଗବେଷଣା ପ୍ରବନ୍ଧ ପ୍ରକାଶ କରିଅଛନ୍ତି ।

(iv) ଡକ୍ଟର ମେରୀ ପୁନେନ ଲୁକୋସେ (Dr. Mary Poonen Lukose, 1886-1976) : ସେ ଜଣେ ଭାରତୀୟ ସ୍ତ୍ରୀ ରୋଗ ବିଶେଷଜ୍ଞ ଏବଂ ପ୍ରସୂତି ବିଶେଷଜ୍ଞ ଅଟନ୍ତି । ସେ ଭାରତର ପ୍ରଥମ ମହିଳା ସର୍ଜନ ଜେନେରାଲ ଥିଲେ । ସେ ମାଡ୍ରାସ୍ ବିଶ୍ଵବିଦ୍ୟାଳୟରୁ ପ୍ରଥମ ମହିଳା ସ୍ନାତକ ଏବଂ MBBS ପଢ଼ିବା ପାଇଁ ପ୍ରଥମ ଭାରତୀୟ କଳା ସ୍ନାତକ ହୋଇ ଶିକ୍ଷାଗତ ଉତ୍କର୍ଷତା ହାସଲ କରିଥିଲେ ।

Question 3.
ଟୀକାକରଣ ଦ୍ଵାରା ବସନ୍ତ ପରି ମାରାତ୍ମକ ରୋଗକୁ ମଧ୍ଯ ଦୂର କରାଯାଇ ପାରିଥିଲା । ଏହା କିପରି କରାଯାଇଥିଲା ଏବଂ ଏହା କାହିଁକି ସଫଳତାର ସହ କାର୍ଯ୍ୟ କରିଥିଲା ତାହା ଅନୁସନ୍ଧାନ କର । ଅନ୍ୟମାନଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତଙ୍କୁ ଟୀକାକରଣ କରାଯିବା ଆବଶ୍ୟକ କି ନାହିଁ ତାହା ବିତର୍କ କର ।
Answer:
ପାରମ୍ପରିକ ଚିକିତ୍ସା ପଦ୍ଧତିରେ ଭାରତୀୟ ଓ ଚୀନ ଦେଶର ଚିକିତ୍ସକମାନେ ବସନ୍ତ ରୋଗୀର ବକଳା ଖଣ୍ଡକୁନେଇ ସୁସ୍ତ ଲୋକ ଶରୀରରେ ଘଷିବାର ଉଦାହରଣ ରହିଛି । ସେମାନେ ବିଶ୍ଵାସ କରୁଥିଲେ ଯେ ଏପରି କରିବା ଦ୍ଵାରା ସୁସ୍ଥ ଲୋକର ଶରୀରରେ ବସନ୍ତ ରୋଗର ଅଣୁଜୀବ ପ୍ରବେଶ କରିବ ଓ ସେହି ରୋଗ ବିରୁଦ୍ଧରେ ସୁସ୍ଥ ଶରୀରରେ ରୋଗ ପ୍ରତିରୋଧ ଉତ୍ପନ୍ନ ହେବ । ଫଳରେ ସୁସ୍ଥ ଲୋକଙ୍କ ଆଉ ବସନ୍ତ ରୋଗଗ୍ରସ୍ଥ ହେବନାହିଁ ।

ଆଜକୁ ଦୁଇଶହ ବର୍ଷ ପୁର୍ବେ ଜଣେ ଇଂରେଜ ଡାକ୍ତର ଏଡଓ୍ବାର୍ଡ ଜେନର୍ ଦେଖୁଲେ ଯେ ଯେଉଁ ଗୋପାଳକମାନଙ୍କ ଗୋରୁ ମାନଙ୍କୁ ଗୋବସନ୍ତ ହୋଇଛି, ସେହି ଗୋପାଳକମାନଙ୍କୁ ବସନ୍ତ ରୋଗ ମହାମାରୀ ସମୟରେ ମଧ୍ୟ ହେଉନାହିଁ । ଗୋ-ବସନ୍ତ କ୍ଵଚିତ୍ ଦେଖାଯାଏ । ଗୋବସନ୍ତ ଭୂତାଣୁ ଓ ମଣିଷ ବସନ୍ତ ଭୂତାଣୁ ମଧ୍ୟରେ ସାମଞ୍ଜସ୍ୟ ଅଧୂକ । ଜେନର୍ ଏହି ଗୋବସନ୍ତ ଭୂତାଣୁକୁ ଆଣି ମଣିଷ ଶରୀରରେ ପ୍ରବେଶ କରାଇଲେ । ଫଳରେ ସେହି ମଣିଷ ଶରୀରରେ ରୋଗ ପ୍ରତିରୋଧ କ୍ଷମତା ଅଧିକ ହେଲା ଓ ସେମାନେ ବସନ୍ତ ରୋଗକୁ ପ୍ରତିରୋଧ କରିପାରିଲେ ।

ଲାଟିନ୍‌ର ଗାଈକୁ ‘ଭାକା’’ (Vacca) ଏବଂ ଗୋବସନ୍ତକୁ ଭାକ୍‌ସିନିଆ ( Vaccinia) କୁହାଯାଏ । ଉଭୟର ସଂଯୋଗରେ ଟୀକାକରଣକୁ ହ୍ୟାକ୍‌ସିନେସନ (Vaccination) କୁହାଗଲା ।
= ଅନ୍ୟମାନଙ୍କୁ ସୁରକ୍ଷା ଦେବାପାଇଁ ସମସ୍ତଙ୍କୁ ଟୀକାକରଣ କରାଯିବାର ଆବଶ୍ୟକତା ରହିଛି । ଏହାଦ୍ଵାରା ରୋଗର ମୂଳୋତ୍ପାଟନ ହୋଇପାରିବ ।

Question 4.
ବର୍ତ୍ତମାନର ନର୍ଦ୍ଦେଶାବଳୀ ଅନୁସାରେ ହଠାତ୍ ଶ୍ଵାସକ୍ରିୟା ବନ୍ଦ ହୋଇଯିବା କ୍ଷେତ୍ରରେ ଜଣେ ବୟସ୍କ ବ୍ୟକ୍ତିଙ୍କ ଉପରେ ହୃଦ୍–ଫୁସ୍‌ଫୁସୀୟ ପୁନଃରୁତ୍ଥାନ (Cardio Pulmonary Resuscitation-CPR) କରିବା ପାଇଁ ପଦକ୍ଷେପଗୁଡ଼ିକର ସଠିକ୍ କ୍ରମ ଶିଖ । ସ୍କୁଲ୍‌କୁ ଜଣେ ଡାକ୍ତର କିମ୍ବା ଜଣେ ବୃତ୍ତିଗତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରି ମକ୍ ଡ୍ରିଲ୍ ପ୍ରଦର୍ଶନ କରିବାକୁ କୁହାଯାଇପାରେ I
Answer:

  • ଜଣେ ଅଣନିଃଶ୍ଵାସୀ ବ୍ୟକ୍ତି ପାଇଁ ହୃଦ-ଫୁସଫୁସୀୟ ପୁନଃରୁତ୍ଥାନ ଆରମ୍ଭ କରାଯାଇ ପାରିବ । ଏହି ପ୍ରକ୍ରି ୟାରେ 30 ଥରି ଦ୍ରୁତ ଛାତି ସଙ୍କୋଚନ ଏବଂ ତା’ପରେ 2 ଥର ଉଦ୍ଧାର ନିଶ୍ଵାସ (30 : 2) ଚକ୍ର ଜାରି ରଖୁବାକୁ ପଡ଼ିଥାଏ ।
  • ବ୍ୟକ୍ତି ପ୍ରତିକ୍ରିୟା ପ୍ରଦର୍ଶନ କରୁଛନ୍ତି କି ନାହିଁ ତାହା ପରୀକ୍ଷା କରାଯାଉ । ଯଦି କୌଣସି ପ୍ରତିକ୍ରିୟା ହେଉ ନଥାଏ ତେବେ ଜରୁରୀକାଳୀନ ସେବା ସହିତ ଯୋଗାଯୋଗ କରାଯାଉ ।
  • ବିନାବାଧାରେ 30 : 2 ଚକ୍ର (30 ଥର ସଙ୍କୋଚନ ଓ 2 ଥର ନିଶ୍ଵାସ) ଜାରି ରଖୁବା ଆବଶ୍ୟକ ।

Question 5.
ସ୍କୁଲ୍‌କୁ ଜଣେ ଡାକ୍ତରଙ୍କୁ ନିମନ୍ତ୍ରଣ କରି ଛାତ୍ରଛାତ୍ରୀମାନଙ୍କୁ କୁପୋଷଣ (କମ୍ ପୁଷ୍ଟିସାର ଏବଂ ଅତ୍ୟଧ୍ବକ ପୁଷ୍ଟିସାର) ସମସ୍ୟା ଉପରେ ଡାକ୍ତରଙ୍କ ସହ ଆଲୋଚନା କରିବାକୁ ଉତ୍ସାହିତ କରାଯାଇପାରେ ।
Answer:
କୁ ପୋଷଣ (Malnutrition) :

  • କୁ-ପୋଷଣ ହେଉଛି ଅସନ୍ତୁଳିତ ଖାଦ୍ୟଗ୍ରହଣ – ଅତ୍ୟଧିକ କମ୍ ଅନୁପଯୁକ୍ତ ଖାଦ୍ୟ ଗ୍ରହଣ ଦ୍ଵାରା ଶରୀରରେ ପ୍ରତିକୂଳ ଅବସ୍ଥାର ଏକ ସୋପାନ ।
  • ଏଥୁରେ ଅପପୁଷ୍ଟି ଏବଂ ଅତ୍ୟଧ୍ବକ ପୁଷ୍ଟିକତା ଉଭୟ ଅନ୍ତର୍ଭୁକ୍ତ ଅଟେ । ଏହା ଥକ୍କାପଣ, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଏବଂ ଦୀର୍ଘକାଳୀନ ରୋଗ ଭଳି ଗୁରୁତ୍ଵପୂର୍ଣ୍ଣ ଶାରୀରିକ ଏବଂ ମାନସିକ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିଥାଏ ।
  • ଏହା ସମସ୍ତ ବୟସର ବ୍ୟକ୍ତିଙ୍କୁ ହୋଇଥାଏ, କିନ୍ତୁ ଏହା ପିଲାମାନଙ୍କ ପାଇଁ ବିଶେଷ ଭାବରେ ବିପଜ୍ଜନକ ଅଟେ । ଏହା ରୋଗ ଓ ମୃତ୍ୟୁର ଆଶଙ୍କା ବୃଦ୍ଧିକରେ ।

Question 6.
ଯଦି ତୁମକୁ ଏକ ସ୍ଵାସ୍ଥ୍ୟ କାର୍ଡ଼ ତିଆରି କରିବାର ସୁଯୋଗ ଦିଆଯାଏ, ତେବେ ତୁମେ ଏଥରେ କ’ଣ ସବୁ ଅନ୍ତର୍ଭୁକ୍ତ କରିବାକୁ ଚାହିଁବ ? ତୁମେ ନିଜର ସ୍ଵାସ୍ଥ୍ୟ କାର୍ଡ଼ ତିଆରି କର ଏବଂ ଏହା ବିଷୟରେ ଅଲୋଚନା କର ।
Answer:
ନିଜର ସ୍ଵାସ୍ଥ୍ୟ କାର୍ଡ଼ ତିଆରି ପାଇଁ ନିମ୍ନଲିଖତ ସୂଚନା ଅନ୍ତର୍ଭୁକ୍ତ କରିବାକୁ ଚାହିଁବ ।
(ନାମ, ଜନ୍ମ ତାରିଖ, ଯୋଗାଯୋଗ ବିବରଣୀ)

  • ପରିଚୟ
  • ଡାକ୍ତରଙ୍କ ପରାମର୍ଶ
  • ହେଉଥ‌ିବା ରୋଗର ନାମ
  • ଓଜନ
  • ରକ୍ତ ପରୀକ୍ଷା ରିପୋର୍ଟ
  • ଡାକ୍ତରଙ୍କ ପ୍ରେସ୍‌କିପ୍‌ସନ୍
  • ଗ୍ରହଣ କରୁଥିବା ଔଷଧର ବିବରଣୀ
  • ଉଚ୍ଚତା

Class 8 Science Chapter 3 Question Answer Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ

Question 7.
ସାଥୀମାନଙ୍କ ଉପରେ ଫାଷ୍ଟଫୁଡ୍‌ର କୁପ୍ରଭାବ ଅଛି କି ? ଏକ ବିତର୍କ କର ।
Answer:
ଫାଷ୍ଟଫୁଡ (Fast Food) :

  • ଏହା ପ୍ରକ୍ରିୟାକୃତ ଉପାଦାନରୁ ପ୍ରସ୍ତୁତ ହୋଇଥାଏ । ଏଥିରେ ସୁଲଭତା ଓ ସୁବିଧାକୁ ପ୍ରାଥମିକତା ପ୍ରଦାନ କରାଯାଇଥାଏ ।
  • ଏହା ବ୍ୟସ୍ତବହୁଳ ଜୀବନଶୈଳୀ ପାଇଁ ସୁବିଧାଜନକ ଅଟେ । ପିଜା, ବର୍ଗର, କେକ୍ ଇତ୍ୟାଦି ଏହାର ଉଦାହରଣ ଅଟେ ।
  • ଏଥୁରେ ଫାଇବର, ଭିଟାମିନ୍ ଓ ଖଣିଜ ପଦାର୍ଥ କମ୍ ପରିମାଣରେ ରହିଥାଏ । କ୍ୟାଲୋରୀ, ଚର୍ବି, ଚିନି, ସୋଡ଼ିୟମ ଓ ରିଫାଇନ୍ ଶସ୍ୟର ପରିମାଣ ଅଧ‌ିକ ରହିଥାଏ । ଏହାର କୁପ୍ରଭାବ ଶରୀର ଉପରେ ପଡ଼ିଥାଏ ।

ପାଠ୍ୟପୁସ୍ତକସ୍ଥ ଅନୁସନ୍ଧାନ ଓ ଚିନ୍ତନ ପ୍ରଶ୍ନୋତ୍ତର

Question 1.
ସାଧାରଣ ଥଣ୍ଡା ଭଳି ସଂକ୍ରମଣ ପ୍ରତି ତୁମ ଶରୀର କିପରି ପ୍ରତିକ୍ରିୟା କରେ ?
Answer:
(କ) ସାଧାରଣ ଥଣ୍ଡା ରୋଗ ଭୂତାଣୁ ସଂକ୍ରମଣ ଯୋଗୁଁ ହୋଇଥାଏ । ଆମ ଶରୀରର ପ୍ରତିରକ୍ଷା ପ୍ରଣାଳୀ ସାଧାରଣ ଥଣ୍ଡା ରୋଗ ପ୍ରତି ପ୍ରତିକ୍ରିୟା ପ୍ରକାଶ କରିଥାଏ ।
(ଖ) ଆମ ଶରୀର ସଂକ୍ରମଣ ସହିତ ଲଢ଼ିବା ସମୟରେ ନାକରୁ ପାଣି ବୋହିବା, ଗଳାରେ ଯନ୍ତ୍ରଣା ଅନୁଭବ ହେବା ଓ କାଶ ଭଳି ଲକ୍ଷଣ ଦେଖାଯାଇଥାଏ ।
(ଗ) ଶରୀରର ପ୍ରତିରକ୍ଷା ପ୍ରଣାଳୀ ଭୂତାଣୁକୁ ନିରପେକ୍ଷ କରିବା ପାଇଁ ଆଣ୍ଟିବଡ଼ି ଉତ୍ପାଦନ କରେ ଓ ଶ୍ଵେତରକ୍ତ କଣିକା (WBC) ସଂକ୍ରମିତ କୋଷଗୁଡ଼ିକୁ ସୁରକ୍ଷା ପ୍ରଦାନ କରିଥାଏ ।
(ଘ) ବିଶ୍ରାମ, ଜଳୀୟ ଅଂଶ ଏବଂ କେତେକ ସମୟରେ ଔଷଧ ଶରୀରକୁ ଆରୋଗ୍ୟ କରିବାରେ ସାହାଯ୍ୟ କରେ ।

Question 2.
ଆଜିକାଲି ଆମେ ଦେଖୁ ବସନ୍ତ କିମ୍ବା ପୋଲିଓ ଭଳି ରୋଗ କମ୍ ବ୍ୟାପୁଛି କିନ୍ତୁ ମଧୁମେହ ଓ ହୃଦ୍ ସମସ୍ୟା ସାଧାରଣତଃ ଅଧିକ ସଂଖ୍ୟାରେ ହେଉଛି କାହିଁକି ?
Answer:
(କ) ବ୍ୟାପକ ଟୀକାକରଣ କାର୍ଯ୍ୟକ୍ରମ ଯୋଗୁଁ ବସନ୍ତ ଏବଂ ପୋଲିଓ ଭଳି ରୋଗର ସମ୍ପୂର୍ଣ୍ଣ ନିରାକରଣ ସମ୍ଭବ ହୋଇପାରିଛି ।
(ଖ) ଆଧୁନିକ ଜୀବନଶୈଳୀ କାରଣରୁ ଏବଂ ପ୍ରକ୍ରିୟାକୃତ ଚର୍ବିଯୁକ୍ତ କିମ୍ବା ଚିନିଯୁକ୍ତ ଖାଦ୍ୟର ବ୍ୟାପକ ବ୍ୟବହାର ହେତୁ ମଧୁମେହ ଓ ହୃଦ୍‌ରୋଗ ଭଳି ଅଣ ସଂକ୍ରାମକ ରୋଗର ପରିମାଣ ବୃଦ୍ଧି ପାଉଅଛି ।

Question 3.
ଜଳବାୟୁ ପରିବର୍ତ୍ତନ ଯୋଗୁଁ ନୂତନ ପ୍ରକାରର ରୋଗ ସୃଷ୍ଟି ହୋଇପାରେ କି ?
Answer:
(କ) ଜଳବାୟୁ ପରିବର୍ତ୍ତନ ଯୋଗୁଁ ନୂତନ ପ୍ରକାରର ରୋଗ ସୃଷ୍ଟିହେବାର ସମ୍ଭାବନା ଅଧିକ ଥାଏ ।
(ଖ) ଉଷ୍ଣ ତାପମାତ୍ରା ଏବଂ ପରିବର୍ତ୍ତନଶୀଳ ପାଣିପାଗ ଯୋଗୁଁ ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗ ବାହକ ଜୀବାଣୁମାନଙ୍କର ପରିସର ବିସ୍ତାରିତ ହେଉଛି ।
(ଗ) ଜଳର ଗୁଣବତ୍ତା ହ୍ରାସ ପାଉଥିବା କାରଣରୁ ନୂତନ ପ୍ରଜାତିର ରୋଗଜୀବାଣୁର ଆବିର୍ଭାବ ହେଉଅଛି ଓ ଏହାଦ୍ଵାରା ଅସ୍ଵାଭାବିକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି ।

Question 4.
ମାନସିକ ଚାପ କିମ୍ବା ଚିନ୍ତା ଆମକୁ କିପରି ପ୍ରଭାବିତ କରେ ଏବଂ ଏହା ଆମକୁ ଅସୁସ୍ଥ କରିଥାଏ କି ?
Answer:
(କ) ମାନସିକ ଚାପ ଓ ଚିନ୍ତା ଆମ ଶରୀରରେ କର୍ଟିସୋଲ ଭଳି ହରମୋନ୍ କ୍ଷରଣ କରି ପ୍ରତିରକ୍ଷା ପ୍ରଣାଳୀକୁ ଦୁର୍ବଳ କରିଥାଏ । ଏହାଦ୍ଵାରା ଶରୀର ବିଭିନ୍ନ ପ୍ରକାର ଜୀବାଣୁ ସଂକ୍ରମଣ ପ୍ରତି ଅଧିକ ସମ୍ବେଦନଶୀଳ ହୋଇଥାଏ ।
(ଖ) ଦୀର୍ଘକାଳୀନ ମାନସିକ ଚାପ, ନିଦ୍ରାହୀନତା, କୁପୋଷଣ ଇତ୍ୟାଦି ମାନସିକ ସ୍ଵାସ୍ଥ୍ୟକୁ ପ୍ରଭାବିତ କରେ । ଏହାଯୋଗୁଁ ଉଚ୍ଚ ରକ୍ତଚାପ ଓ ମଧୁମେହ ପରି ଅଣ-ସଂକ୍ରମଣକାରୀ ରୋଗର ଭୟାବହତା ବୃଦ୍ଧି ପାଉଥାଏ ।

Question 5.
ରୋଗ ବ୍ୟାପିବା ସମୟରେ ନିର୍ଦ୍ଦିଷ୍ଟ ଗୋଷ୍ଠୀ କାହିଁକି ଅନ୍ୟମାନଙ୍କ ଅପେକ୍ଷା ଅଧିକ ପ୍ରଭାବିତ ହୁଅନ୍ତି ?
Answer:
(କ) ଯେଉଁମାନଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଯଥା ପିଲା ଓ ବୃଦ୍ଧମାନେ ଅଧିକ ପରିମାଣରେ ପ୍ରଭାବିତ ହୋଇଥା’ନ୍ତି ।
(ଖ) ଅସ୍ୱାସ୍ଥ୍ୟକର ପରିବେଶ, କୁପୋଷଣ ବା ପୂର୍ବରୁ ଶରୀରରେ ସ୍ଵାସ୍ଥ୍ୟ ସମସ୍ୟା ରହିଥିଲେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ରୋଗ ବ୍ୟାପିବା ସମୟରେ ଅଧ‌ିକ ପ୍ରଭାବିତ ହୋଇଥାନ୍ତି ।
(ଗ) ଜନଗହଳିପୂର୍ଣ୍ଣ ବାସସ୍ଥାନ କିମ୍ବା ସୀମିତ ସ୍ଵାସ୍ଥ୍ୟସେବା ଉପଲବ୍ଧତା ଭଳି ସାମାଜିକ କାରଣଗୁଡ଼ିକ ମଧ୍ୟ ଦୁର୍ବଳତାକୁ ବୃଦ୍ଧି କରିଥାନ୍ତି ।

ଅତିରିକ୍ତ ଅଭ୍ୟାସ ପ୍ରଶ୍ନୋତ୍ତର

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
(i) ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ । କେଉଁଟି ‘ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ’କୁ ବୁଝାଇଥାଏ ?
(a) WHO
(b) OHW
(c) HOW
(d) OWH
Answer:
(a) WHO

(ii) ଔଷଧ ସେବନ କଲେ କାହା ମଧ୍ୟରେ ସମତା ଆସିଥାଏ ?
(a) ବାତ ଓ ପିତ୍ତ ମଧ୍ୟରେ
(b) ପିତ୍ତ ଓ କଫ ମଧ୍ଯରେ
(c) ବାତ ଓ କଫ ମଧ୍ଯରେ
(d) ବାତ, ପିତ୍ତ ଓ କଫ ମଧ୍ୟରେ
Answer:
(d) ବାତ, ପିତ୍ତ ଓ କଫ ମଧ୍ୟରେ

(iii) କେଉଁଟିକୁ ଅବଲମ୍ବନ କଲେ ଆମେ ସୁସ୍ଥ ଜୀବନଶୈଳୀ ବଜାୟ ରଖ୍ଯାରିବା ?
(a) ପ୍ରଚୁର ଫଳ, ପନିପରିବା ଓ ଶସ୍ୟଜାତୀୟ ଖାଦ୍ୟ ଖାଇଲେ
(b) ପ୍ରକ୍ରିୟାକୃତ ଖାଦ୍ୟ, ଚିନିଯୁକ୍ତ ଖାଦ୍ୟ ପରିହାର କଲେ
(c) ଶାରୀରିକ ଭାବେ ସକ୍ରିୟ ରହିଲେ
(d) ଉପରୋକ୍ତ ସମସ୍ତ ପାଳନ କଲେ
Answer:
(d) ଉପରୋକ୍ତ ସମସ୍ତ ପାଳନ କଲେ

(iv) କେଉଁଟି ଅଣସଂକ୍ରାମକ ରୋଗ ଅଟେ ?
(a) ଟାଇଫଏଡ୍
(b) କର୍କଟ
(c) ଡେଙ୍ଗୁ
(d) ମିଳିମିଳା
Answer:
(b) କର୍କଟ

(v) କେଉଁ ରୋଗଟି ଭୂତାଣୁ ଯୋଗୁଁ ବ୍ୟାପିଥାଏ ?
(a) ହସ୍ତୀ
(b) ଆନ୍ତ୍ରିକ ଜ୍ଵର
(c) ହେପାଟାଇଟିସ୍ – A
(d) ଗୋଲକୃମି ରୋଗ
Answer:
(c) ହେପାଟାଇଟିସ୍ – A

ଶୂନ୍ୟସ୍ଥାନ ପୂରଣ କର ।

(a) ହାଡ଼ଫୁଟି __________ ଯୋଗୁ ହୋଇଥାଏ ।
Answer:
ଭୂତାଣୁ

(b) ମ୍ୟାଲେରିଆ __________ ଯୋଗୁ ହୋଇଥାଏ ।
Answer:
ଆଦିପ୍ରାଣୀ

(c) 3 ମାସରୁ ଅଧ‌ିକ ସମୟ ଧରି ଦେଖାଯାଉଥ‌ିବା ରୋଗକୁ __________ ରୋଗ କୁହାଯାଏ ।
Answer:
ଦୀର୍ଘକାଳୀନ

(d) ଏଡ଼ୱାର୍ଡ଼ ଜେନର __________ଟୀକା ଉଦ୍ଭାବନ କରିଥିଲେ ।
Answer:
ବସନ୍ତ

(e) ରୋଟାଭାଇରସ ଟୀକା ବିକଶିତ କରିବାରେ __________ ଭାରତୀୟ ଡାକ୍ତର ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
Answer:
ଡକ୍ଟର ମହାରାଜ କିଶନ

Class 8 Science Chapter 3 Question Answer Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ

ଠିକ୍ ଉତ୍ତର ପାଖରେ (✓) ଚିହ୍ନ ଓ ଭୁଲ୍ ଉତ୍ତର ପାଖରେ (✗) ଚିହ୍ନ ଦିଅ ।

(a) ଶାରୀରିକ ସ୍ଵାସ୍ଥ୍ୟ ଏବଂ ଖୁସି ଅନୁଭବ କରିବା ପରସ୍ପର ପରିପୂରକ ଅଟେ ।
Answer:
✓

(b) ରୋଗ ଶରୀର କିମ୍ବା ମନର ସାଧାରଣ କାର୍ଯ୍ୟକୁ ପ୍ରଭାବିତ କରେ ନାହିଁ ।
Answer:
✗

(c) ମଧୁମେହ ଏବଂ ହୃଦରୋଗ ଅଣସଂକ୍ରାମଣ ରୋଗ ଅଟେ ।
Answer:
✓

(d) ସଂକ୍ରାମକ ରୋଗଗୁଡ଼ିକ ବୀଜାଣୁ, ଭୂତାଣୁ କିମ୍ବା କୃମି ଦ୍ଵାରା ସୃଷ୍ଟି ହୋଇ ନଥାଏ ।
Answer:
✗

(e) ରୋଗର ପରିଚାଳନା ଏବଂ ନିରାକରଣ ପାଇଁ ରୋଗର ଚିହ୍ନଟ ଏବଂ ଚିକିତ୍ସା ଅତ୍ୟନ୍ତ ଗୁରୁତ୍ଵପୂର୍ଣ ଅଟେ ।
Answer:
✓

‘କ’ ସ୍ତମ୍ଭ ଓ ‘ଖ’ ସ୍ତମ୍ଭ ମଧ୍ଯରେ ସମ୍ପର୍କ ସ୍ଥାପନ କର ।

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ପେନିସିଲିନ୍ ଡକ୍ଟର ମହାରାଜ କିଶନ
(b) ରୋଟାଭାଇରସ୍ ଟିକା ଡକ୍ଟର କମଲ ରାଣାଦିଭେ
(c) ଭୂତାଣୁ ଓ କର୍କଟ ରୋଗ ଏଡ୍ର୍ଡ଼ ଜେନର
(d) ବସନ୍ତ ଟିକା ବସନ୍ତରୋଗର ଚିକିତ୍ସା
(e) ଭେରି ଓଲେସନ ଆଲେକ୍‌ଜାଣ୍ଡର ଫ୍ଲେମିଂ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(a) ପେନିସିଲିନ୍ ଆଲେକ୍‌ଜାଣ୍ଡର ଫ୍ଲେମିଂ
(b) ରୋଟାଭାଇରସ୍ ଟିକା ଡକ୍ଟର ମହାରାଜ କିଶନ
(c) ଭୂତାଣୁ ଓ କର୍କଟ ରୋଗ ଡକ୍ଟର କମଲ ରାଣାଦିଭେ
(d) ବସନ୍ତ ଟିକା ଏଡ୍ର୍ଡ଼ ଜେନର
(e) ଭେରି ଓଲେସନ ବସନ୍ତରୋଗର ଚିକିତ୍ସା

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଆୟୁର୍ବେଦ ଆମକୁ କ’ଣ ଶିକ୍ଷା ଦିଏ ?
Answer:
(i) ଆୟୁର୍ବେଦ ଆମକୁ ଶିକ୍ଷା ଦିଏ ଯେ, ପ୍ରକୃତି ସ୍ଵାସ୍ଥ୍ୟ ହେଉଛି ଶରୀର, ମନ ଏବଂ ପରିବେଶର ଏକ ଉପଯୁକ୍ତ ସନ୍ତୁଳନ । ଦିନଚର୍ଯ୍ୟା ଏବଂ ଋତୁକାଳୀନ ଋତୁଚର୍ଯ୍ୟା ଅନୁସରଣ କଲେ ସନ୍ତୁଳନ ବଜାୟ ରୁହେ ।
(ii) ବ୍ୟକ୍ତିର ଶରୀର ଗଠନ ପାଇଁ ଉପଯୁକ୍ତ ସତେଜ ଓ ସୁଷମ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ ଅଟେ । ନିୟମିତ ବ୍ୟାୟାମ, ପରିଷ୍କାର ପରିଚ୍ଛନ୍ନତା, ଗାଢ଼ ନିଦ୍ରା ଏବଂ ଶାନ୍ତ ମନ ସାମଗ୍ରିକ ସୁସ୍ଥତା ପ୍ରଦାନ କରିଥାଏ । ଏହାକୁ ଯୋଗ ଓ ଧ୍ୟାନ ଦ୍ଵାରା ହାସଲ କରାଯାଇପାରିବ ।

Question 2.
ସୁସ୍ଥ ରହିବା ପାଇଁ ଭଲ ଅଭ୍ୟାସ ଗୁଡ଼ିକର ତାଲିକା ପ୍ରଦାନ କର ।
Answer:
(i) ନିଜକୁ ପରିଷ୍କାର ରଖୁବା
(ii) ବ୍ୟକ୍ତିଗତ ପରିଚ୍ଛନ୍ନତା ବଜାୟ ରଖୁବା
(iii) ସୁଷମ ଖାଦ୍ୟ ଖାଇ ନିୟମିତ ବ୍ୟାୟାମ କରିବା
(iv) ବିଶ୍ରାମ ନେବା ଓ ଧ୍ୟାନ କରିବା

Question 3.
କେଉଁ ମନ୍ଦ ଅଭ୍ୟାସଗୁଡ଼ିକ ଆମ ସ୍ଵାସ୍ଥ୍ୟପାଇଁ ଭଲ ନୁହେଁ ତାହାର ତାଲିକା ପ୍ରଦାନ କର ।
Answer:
(i) ମୋବାଇଲ୍ ଫୋନ୍, କମ୍ୟୁଟର, ଟି.ଭି. ଅଧ‌ିକ ସମୟ ଦେଖିବା
(ii) ଫାଷ୍ଟଫୁଡ୍ ଓ ଜଙ୍କ ଫୁଡ଼୍ ଦୈନିକ ଖାଇବା
(iii) ଡେରିରେ ଶୋଇବା ଓ ପର୍ଯ୍ୟାପ୍ତ ନିଜ ନ ହେବା
(iv) ସକାଳ ଜଳଖୁ ନ ଖାଇ ଉପାସ ରହିବା

Class 8 Science Chapter 3 Question Answer Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ

Question 4.
ଆମେ ଅସୁସ୍ଥ ବୋଲି କିପରି ଜାଣିବା ?
Answer:
(i) ଆମ ଶରୀରରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, କ୍ଳାନ୍ତି ପ୍ରଭୃତି ଲକ୍ଷଣ ଏବଂ ଜ୍ଵର, ଉଚ୍ଚ ରକ୍ତଚାପ, ଫୋଟକା କିମ୍ବା ଶରୀରରେ ଫୁଲା ଭଳି ସଂକେତ ଇତ୍ୟାଦି ସୂଚାଇଥାଏ ଯେ, ଆମେ ଅସୁସ୍ଥ ଅଛୁ ।
(ii) ଏକ ଲକ୍ଷଣ ହେଉଛି ତାହା, ଯାହା ଆମେ ଅନୁଭବ କରିଥାଉ (ଯେପରିକି ଯନ୍ତ୍ରଣା) ଏବଂ ଅନ୍ୟଟି ହେଉଛି ସଂକେତ ଯାହାକୁ ଦେଖାଯାଇପାରେ କିମ୍ବା ମାପ କରାଯାଇପାରେ (ଜ୍ୱର) । ଏଗୁଡ଼ିକ ଡାକ୍ତରମାନଙ୍କୁ ଚିକିତ୍ସା କରିବାରେ ସହାୟତା ପ୍ରଦାନ କରିଥାଏ ।

Question 5.
ରୋଗ କାହାକୁ କୁହାଯାଏ ? ରୋଗ ସୃଷ୍ଟି କରିବାରେ ରୋଗ କାରକର ଭୂମିକା କ’ଣ ?
Answer:
(i) ରୋଗ ହେଉଛି ଏକ ଅବସ୍ଥା ଯାହା ଶରୀର କିମ୍ବା ମନର ସାଧାରଣ କାର୍ଯ୍ୟକୁ ପ୍ରଭାବିତ କରିଥାଏ । ଯେତେବେଳେ ଶରୀରର ଗୋଟିଏ ବା ଦୁଇଟି ଅଙ୍ଗ ବା ଅଙ୍ଗ ସଂସ୍ଥା ଠିକ୍‌ଭାବେ କାର୍ଯ୍ୟ ନ କରନ୍ତି, ସେତେବେଳେ ଏହା ହୋଇଥାଏ ।
(ii) କିଛି ରୋଗ, ବୀଜାଣୁ, ଭୂତାଣୁ, କୃମି ଆଦିପ୍ରାଣୀ, କବକ ଭଳି ଅଣୁଜୀବମାନଙ୍କଦ୍ଵାରା ହୋଇଥାଏ । ଏହି ରୋଗ ସୃଷ୍ଟିକରୁଥିବା ଜୀବମାନଙ୍କୁ ରୋଗ କାରକ ବା ରୋଗାଣୁ ଅଣୁଜୀବ କୁହାଯାଏ ।

Question 6.
କେଉଁ କାରଣରୁ ଭାରତରେ ଅଣ-ସଂକ୍ରାମକ ରୋଗ ବ୍ୟାପୁଅଛି ?
Answer:
(i) ସାମ୍ପ୍ରତିକ ସମୟରେ ଭାରତରେ ହୃଦ୍‌ରୋଗ, କର୍କଟ ରୋଗ ଏବଂ ମଧୁମେହ ପରି ଅଣସଂକ୍ରାମକ ରୋଗଗୁଡ଼ିକ ବହୁ ମାତ୍ରାରେ ବ୍ୟାପୁଛି । ଏହା ଲୋକମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଘଟୁଅଛି ।
(ii) ଅଧୂକ ମାତ୍ରାରେ ପ୍ରକ୍ରିୟାକୃତ ଖାଦ୍ୟଗ୍ରହଣ, କମ୍ ବ୍ୟାୟାମ କରିବା ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ବଞ୍ଚିରହିବା ପାଇଁ ଚେଷ୍ଟାକରିବା ଇତ୍ୟାଦି ଏହାର ଅନ୍ୟତମ କାରଣ ଅଟେ ।

Question 7.
ସଂକ୍ରାମକ ରୋଗ କିପରି ସୃଷ୍ଟି ହୁଏ ଓ ବ୍ୟାପିଥାଏ ?
Answer:
(i) ସମସ୍ତ ପ୍ରକାର ସଂକ୍ରାମକ ରୋଗ, ରୋଗ କାରକ ଅଣୁଜୀବଦ୍ଵାରା ସୃଷ୍ଟି ହୋଇଥାଏ । ଏହି ରୋଗଜୀବାଣୁ ଆମେ ପ୍ରଶ୍ଵାସ ନେବା ସମୟରେ ବାୟୁ ମାଧ୍ୟମରେ କିମ୍ବା ଦୂଷିତ ଖାଦ୍ୟ ବା ଜଳ ବ୍ୟବହାର କରିବା କରିବା ଦ୍ଵାରା ଆମ ଶରୀରରେ ପ୍ରବେଶ କରିଥାଏ ।
(ii) ଏହା ସାଧାରଣତଃ ବାୟୁ ମାଧ୍ୟମରୁ ସଂକ୍ରମିତ ବ୍ୟକ୍ତିଙ୍କର କାଶ କିମ୍ବା ଛିଙ୍କଦ୍ଵାରା କିମ୍ବା ପ୍ରତ୍ୟକ୍ଷ ସଂସ୍ପର୍ଶ ଯଥା ହାତ ମିଳାଇବା, ସଂକ୍ରମିତ ବ୍ୟକ୍ତି ବ୍ୟବହାର କରୁଥିବା ଜିନିଷପତ୍ର ବ୍ୟବହାର କରିବା ଦ୍ଵାରା ବ୍ୟାପିଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ବାୟୁ ମାଧ୍ଯମରେ ବ୍ୟାପୁଥ‌ିବା 4 ଟି ସଂକ୍ରମଣ ରୋଗର ନାମ, କାରକ ଓ ସଂକ୍ରମଣ ସ୍ଥାନ ସମ୍ବନ୍ଧରେ ତଥ୍ୟ ପ୍ରଦାନ କର ।
Answer:

କ୍ରମାଙ୍କ ରୋଗର ନାମ କାରକ ସଂକ୍ରମଣ ସ୍ଥାନ
1. ସାଧାରଣ ଥଣ୍ଡାଜ୍ୱର ଭୂତାଣୁ ଶ୍ଵାସନଳୀ
2. ହାଡ଼ଫୁଟି ଭୂତାଣୁ ଶ୍ଵାସନଳୀ ଓ ଚର୍ମ
3. ମିଳିମିଳା ଭୂତାଣୁ ଶ୍ଵାସନଳୀ ଓ ଚର୍ମ
4. ଯକ୍ଷ୍ମା (T.B.) ବୀଜାଣୁ ଫୁସ୍‌ଫୁସ୍

Question 2.
ଦୂଷିତ ଖାଦ୍ୟ ଓ ଜଳ ଦ୍ଵାରା ବ୍ୟାପୁଥ‌ିବା ଏକ ସଂକ୍ରାମକ ରୋଗର ନାମ, କାରକ ଓ ସ୍ଥାନ ସମ୍ବନ୍ଧରେ ତଥ୍ୟ ପ୍ରଦାନ କରେ ।
Answer:

କ୍ରମାଙ୍କ ରୋଗର ନାମ କାରକ ସଂକ୍ରମଣ ସ୍ଥାନ
1. ହେପାଟାଇଟିସ୍ A ଭୂତାଣୁ ଯକୃତ
2. ହଇଜା ଜୀବାଣୁ ଅନ୍ତ୍ରନଳୀ
3. ଆମ୍ବିକ ଜ୍ଵର ଜୀବାଣୁ ଅନ୍ତ୍ରନଳୀ
4. ଗୋଲକୃତି କୀଟ ଅନ୍ତ୍ରନଳୀ

Question 3.
କୀଟପତଙ୍ଗ ଦ୍ଵାରା ବ୍ୟାପୁଥୁବା 2 ଟି ସଂକ୍ରମିତ ରୋଗର ନାମ, କାରକ ଓ ଲକ୍ଷଣ ସମ୍ପର୍କରେ ତଥ୍ୟ ପ୍ରଦାନ କର ।
Answer:

କ୍ରମାଙ୍କ ରୋଗର ନାମ କାରକ ଲକ୍ଷଣ
1. ମ୍ୟାଲେରିଆ ଆଦିପ୍ରାଣୀ
  • ପ୍ରବଳ ଜ୍ଵର
  • ପ୍ରଚୁର ଝାଳ ବୋହିବା
  • ବେଳେବେଳେ ଥଣ୍ଡା ଲାଗିବା
2. ଡେଙ୍ଗୁ ଜ୍ୱର ଭୂତାଣୁ
  • ଜ୍ଵର
  • ମୁଣ୍ଡବିନ୍ଧା
  • ମାଂସପେଶୀ ଓ
  • ତଣ୍ଟିରେ ଯନ୍ତ୍ରଣା
  • ଅରୁଚି

Question 4.
କେଉଁ ଉପାୟ ଅବଲମ୍ବନ କଲେ ଆମେ ଏକ ସୁସ୍ଥ ଜୀବନଶୈଳୀ ପ୍ରଚୁର ଫଳ, ବଜାୟ ରଖୁପାରିବା ?
Answer:

  • ପନିପରିବା ଓ ଶସ୍ୟଜାତୀୟ ଖାଦ୍ୟ ଖାଇବା ।
  • ପ୍ରକ୍ରିୟାକୃତ, ଚର୍ବି ଓ ଚିନିଜାତୀୟ ଖାଦ୍ୟ କମ୍ ବ୍ୟବହାର କରିବା ।
  • ବିଭିନ୍ନ ପ୍ରକାର ବ୍ୟାୟାମ କରି ଶାରୀରିକ ଭାବେ ସୁସ୍ଥ ରହିବା ।
  • ଫୋନ୍, କମ୍ପ୍ୟୁଟର ଓ TV ଦେଖୁବା ସମୟ ସୀମିତ କରିବା ।
  • ଶରୀର ଓ ମନକୁ ବିଶ୍ରାମ ଦେବା ସହ ପର୍ଯ୍ୟାପ୍ତ ନିଦ୍ରା ଯିବା ।
  • ନିୟମିତ ଭାବେ ଯୋଗ ଓ ପ୍ରାଣାୟାମ ସହିତ ନିଶା ସେବନ ନ କରିବା ।

Question 5.
ଆମେ କିପରି ସୁସ୍ଥ ରହିପାରିବା ? ଏ ସମ୍ବନ୍ଧୀୟ ସୂଚନା କେଉଁ ପୁସ୍ତକରୁ ମିଳିଥାଏ ।
Answer:

  • ପୁଷ୍ଟିକର ଖାଦ୍ୟ ଖାଇବା, ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖୁ, ପରିଷ୍କାର ସ୍ଥାନରେ ବାସ କରିବା, ନିୟମିତ ବ୍ୟାୟାମ କରିବା, ଠିକ୍ ନିଦ୍ରାଯିବା, ପରିବାର ଓ ବନ୍ଧୁମାନଙ୍କ ସହିତ ଅଧ‌ିକ ସମୟ ଅତିବାହିତ କରିବା ଓ ସକରାତ୍ମକ ମନୋଭାବ ପୋଷଣ କରିବା ଦ୍ଵାରା ଆମେ ସୁସ୍ଥ ରହି ପାରିବା ।
  • ଋତୁ ପରିବର୍ତ୍ତନ ସମୟର ଜଳବାୟୁ ଏବଂ ଆମମାନଙ୍କ ଆହାର, ବିହାର, ଶରୀରର ଦୋଷ ସମୂହ ଯଥା– ବାତ, ପିତ୍ତ, କଫ ଓ କ୍ଷୟ ବୃଦ୍ଧି ହୋଇଥାଏ । ସୁତରାଂ ଯେଉଁ ଔଷଧ ଖାଇଲେ ଏହି ଦୋଷମାନଙ୍କ ମଧ୍ୟରେ ସମତା ଆସିଥାଏ । ସେହି ଔଷଧରେ ଶରୀର ରୋଗମୁକ୍ତ ହୋଇଥାଏ ।
  • ଏହି ଔଷଧଗୁଡ଼ିକର ବ୍ୟବହାର ସମ୍ପର୍କିତ ସୂଚନା ଲକ୍ଷ୍ମଣ ମିଶ୍ରଙ୍କ ‘ଘର ବଇଦ’ ପୁସ୍ତକରୁ ସଂଗୃହୀତ ହୋଇପାରିବ ।

Class 8 Science Chapter 3 Question Answer Odia Medium ସ୍ଵାସ୍ଥ୍ୟ ହିଁ ସମ୍ପଦ

Question 6.
ସଂକ୍ରାମକ ରୋଗ ଓ ଅଣ ସଂକ୍ରାମକ ରୋଗ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ସଂକ୍ରାମକ ରୋଗ

  • ରୋଗ କାରକ ଅଣୁଜୀବ ଦ୍ଵାରା ହେଉଥ‌ିବା ରୋଗଗୁଡ଼ିକୁ ସଂକ୍ରାମକ ରୋଗ କୁହାଯାଏ ।
  • ଏଗୁଡ଼ିକ ଜଣେ ବ୍ୟକ୍ତିଠାରୁ ଅନ୍ୟ ବ୍ୟକ୍ତିକୁ ବ୍ୟାପିଥାଏ ।
  • ସଂକ୍ରାମକ ରୋଗର ଉଦାହରଣ :-
    • ଟାଇଫଏଡ଼୍
    • ଡେଙ୍ଗୁ
    • ଫ୍ଲୁ (ଥଣ୍ଡା)
    • ମିଳିମିଳା
    • କୋଭିଡ଼୍ – 19

ଅଣସଂକ୍ରାମକ ରୋଗ

  • ଯେଉଁ ରୋଗଗୁଡ଼ିକ ସାଧାରଣତଃ ଜୀବନଶୈଳୀ, ଖାଦ୍ୟ ଏବଂ ପରିବେଶ ସହିତ ଜଡ଼ିତ ରହିଥାଏ, ତାହାକୁ ଅଣସଂକ୍ରାମକ ରୋଗ କୁହାଯାଏ ।
  • ଏହି ରୋଗଗୁଡ଼ିକ ଜଣେ ସଂକ୍ରମିତ ବ୍ୟକ୍ତିଠାରୁ ଅନ୍ୟ ବ୍ୟକ୍ତିକୁ ବ୍ୟାପି ନ ଥାଏ ।
  • ଅଣସଂକ୍ରାମକ ରୋଗର ଉଦାହରଣ :
    • ଶ୍ଵାସରୋଗ
    • ମଧୁମେହ
    • କର୍କଟ
    • ଗଳଗଣ୍ଡ
    • ମେଦବହୁଳତା

Question 7.
ସଂକ୍ରାମକ ରୋଗକୁ କିପରି ରୋକାଯାଇ ପାରିବ, ସେ ସମ୍ବନ୍ଧରେ ତଥ୍ୟ ଉପସ୍ଥାପିତ କର ।
Answer:

  • ନିଜକୁ ଏବଂ ଆମର ଆଖପାଖକୁ ସଫା ରଖୁବା ।
  • ପ୍ରତିଦିନ ମୌଳିକ ପରିଷ୍କାର ପରିଚ୍ଛନ୍ନତା ଅଭ୍ୟାସ କରିବା ।
  • ରୋଗ ଜୀବାଣୁମାନଙ୍କୁ ଦୂର କରିବା ପାଇଁ ସାବୁନ ଏବଂ ପାଣିରେ ହାତ ଧୋଇବା ।
  • କାଶିବା କିମ୍ବା ଛିଙ୍କିବା ସମୟରେ ଆମର ମୁହଁ ଏବଂ ନାକକୁ ଘୋଡ଼ାଇ ରଖୁବା ।
  • ଭିଡ଼ ସ୍ଥାନରେ ମାସ୍କ ପିନ୍ଧି ସୁରକ୍ଷିତ ରହିବା ।
  • ତଉଲିଆ ଏବଂ ରୁମାଲ ଭଳି ବ୍ୟକ୍ତିଗତ ଜିନିଷଗୁଡ଼ିକୁ ଅନ୍ୟ କାହାକୁ ବ୍ୟବହାର କରିବାକୁ ଦେବା ନାହିଁ ।
  • ଆମର ଘର, ଖାଦ୍ୟ ଏବଂ ପାଣିକୁ ପରିଷ୍କାର ରଖୁବା ।
  • ଆମେ ଅସୁସ୍ଥ ସମୟରେ ଘରେ ରହିବା ଏବଂ ବିଶ୍ରାମ ନେବା ଦ୍ଵାରା ଆମ ଶରୀର ସୁସ୍ଥ ରହିବା ସହ ଅନ୍ୟମାନଙ୍କୁ ରୋଗ ବ୍ୟାପିବାକୁ ଦିଏ ନାହିଁ ।

Question 8.
ଅଣ ସଂକ୍ରାମକ ରୋଗ କେଉଁ କାରଣରୁ ହୋଇଥାଏ ? ଦୀର୍ଘକାଳୀନ ରୋଗ କାହାକୁ କୁହାଯାଏ ? ମଧୁମେହ ରୋଗର କାରଣ ଲେଖ ।
Answer:

  • କର୍କଟ, ମଧୁମେହ ଏବଂ ଶ୍ଵାସରୋଗ ଭଳି ଅଣସଂକ୍ରମିତ ରୋଗଗୁଡ଼ିକ ଜୀବନ ଶୈଳ, ଖାଦ୍ୟ କିମ୍ବା ପରିବେଶ ସହିତ ଜଡ଼ିତ ହୋଇଥାଏ । ସେହିପରି ସ୍କର୍ଭ, ରକ୍ତହୀନତା ଏବଂ ଗଳଗଣ୍ଡ ପରି ରୋଗ ସ୍ଵତନ୍ତ୍ର ପୋଷକର ଅଭାବରୁ ହୋଇଥାଏ ।
  • କର୍କଟ, ମଧୁମେହ ଏବଂ ଶ୍ଵାସରୋଗ ପ୍ରାୟତଃ ତିନିମାସରୁ ଅଧ‌ିକ ବା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିପାରେ ଏବଂ ଏହାକୁ ଦୀର୍ଘକାଳୀନ ରୋଗ ବୋଲି କୁହାଯାଏ ।
  • ମଧୁମେହ ଏକ ସାଧାରଣ ରୋଗ ଯାହା ବୟସ୍କ ଏବଂ ପିଲାମାନଙ୍କୁ ଅଧ୍ୟକ ପରିମାଣରେ ହେଉଅଛି । ଏହା ପ୍ରାୟତଃ ହରମୋନ୍ ଅସନ୍ତୁଳନ, ଓଜନ ବୃଦ୍ଧି କିମ୍ବା ମେଦବହୁଳତା, ଅସ୍ଵାସ୍ଥ୍ୟକର ଖାଦ୍ୟାଭ୍ୟାସ, ଶାରୀରିକ ପରିଶ୍ରମର ଅଭାବ ଓ ଅନ୍ୟାନ୍ୟ କାରଣ ଯୋଗୁ ହୋଇଥାଏ ।

Question 9.
ପ୍ରତିବର୍ଷକ କାହାକୁ କୁହାଯାଏ ? ବୀଜାଣୁ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ପ୍ରଥମ ଆଣ୍ଟିବାୟୋଟିକ୍‌ର ନାମ ଲେଖୁ ଏହା କିପରି ଆବିଷ୍କୃତ ହୋଇଥିଲା ବର୍ଣ୍ଣନା କର ।
Answer:

  • ଯଦି ଆମର ପ୍ରତିରକ୍ଷା ପ୍ରଣାଳୀ ଆମକୁ ଏକ ସଂକ୍ରାମକ ରୋଗ ବିରୁଦ୍ଧରେ ସୁରକ୍ଷା ଦେବାରେ ବିଫଳ ହୁଏ, ତେବେ ଆମକୁ ଆଣ୍ଟିବାୟୋଟିକ୍ ନେବାକୁ ପଡ଼ିଥାଏ । ଏହା କେବଳ ବୀଜାଣୁ ସଂକ୍ରମଣ ବିରୁଦ୍ଧରେ କାର୍ଯ୍ୟ କରିଥାଏ କିନ୍ତୁ ଆଦିପ୍ରାଣୀ ଓ ଭୂତାଣୁ ବିରୁଦ୍ଧରେ କାର୍ଯ୍ୟ କରିବାରେ ନାହିଁ ।
  • ପ୍ରଥମ ଆବିଷ୍କୃତ ଆଣ୍ଟିବାୟୋଟିକ୍ ନାମ ପେନିସିଲିନ୍ ଅଟେ । ଏହା ଲଣ୍ଡନର ଜଣେ ବୀଜାଣୁବିତ୍ ଆଲେକ୍‌ଜାଣ୍ଡାର ଫ୍ଲେମିଂଙ୍କ ଦ୍ଵାରା 1928 ରେ ଆବିଷ୍କୃତ ହୋଇଥିଲା ।
  • ସେ ଜାଣିବାକୁ ପାଇଥିଲେ ଯେ, ଫିମ୍ପି ଜୀବାଣୁର ବୃଦ୍ଧିକୁ ବନ୍ଦକରି ଦେଇପାରୁଛି । ଏହି ଆକସ୍ମିକ ଆବିଷ୍କାର ହିଁ ପେନ୍‌ସିଲିନ୍ ଭଳି ପ୍ରତୀଜୀବକ ସୃଷ୍ଟି କରିଥିଲା ଯାହା ବୀଜାଣୁ ସଂକ୍ରମଣର ଚିକିତ୍ସାପାଇଁ ବ୍ୟବହୃତ ପ୍ରଥମ ଆଣ୍ଟିବାୟୋଟିକ୍ ଅଟେ ।

Question 10.
ରୋଗ ପ୍ରତିରୋଧକ ଶକ୍ତି ବିରୁଦ୍ଧରେ ଟିକା କିପରି କାର୍ଯ୍ୟ କରେ ?
Answer:

  • ରୋଗ ସହିତ ଲଢ଼ିବା ପାଇଁ ଆମ ଶରୀରର ପ୍ରାକୃତିକ କ୍ଷମତାକୁ ରୋଗ ପ୍ରତିରୋଧକ ଶକ୍ତି କୁହାଯାଏ । ଏହି ସ୍ଵତନ୍ତ୍ର ବ୍ୟବସ୍ଥା ଦ୍ଵାରା ଶରୀର ରୋଗ ବିରୁଦ୍ଧରେ ଲଢ଼େଇ କରି ତାହାକୁ ମାରିବାକୁ ସକ୍ଷମ ହୋଇଥାଏ
  • ପୋଲିଓ, ଟିଟାନସ୍, ମଳିମିଳା ଏବଂ ହେପାଟାଇଟିସ୍ ଭଳି କିଛି ରୋଗରୁ ନିଜକୁ ରକ୍ଷାକରିବା ପାଇଁ ଯେଉଁ କିଛି ବୁନ୍ଦା ବା ଇଞ୍ଜେକ୍‌ସନ୍ ନିଆଯାଏ, ତାହାକୁ ଟିକା କୁହାଯାଏ । ଏହା ଭୂତାଣୁ ଏବଂ ବୀଜାଣୁ ଦ୍ଵାରା ହେଉଥ‌ିବା ଗୁରୁତର ସଂକ୍ରମଣକୁ ରୋକିଥାଏ ।
  • ଟିକା ଆମ ଶରୀରର କ୍ଷତିକାରକ ବୀଜାଣୁକୁ ଚିହ୍ନଟ କରି ଏହାକୁ ପ୍ରତିରୋଧ କରିବା ସହ ପ୍ରତିରକ୍ଷା ପ୍ରଣାଳୀକୁ ବଢ଼ାଇ ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରେ ।
  • ଟିକାର ସଂସ୍ପର୍ଶରେ ଆସିବା ପାଇଁ ଶରୀରରେ ବିକଶିତ ହେଉଥ‌ିବା ପ୍ରତିରୋଧକ ଶକ୍ତିକୁ ଅର୍ଜିତ ପ୍ରତିରକ୍ଷା ଶକ୍ତି କୁହାଯାଏ । ଆଘାତ ପରେ ଦିଆଯାଉଥ‌ିବା ଟିଟାନସ୍ ଟିକା ଟିଟାସନ୍ ସୃଷ୍ଟିକାରୀ ବୀଜାଣୁ ଦ୍ଵାରା ସଂକ୍ରମଣରୁ ଆମକୁ ରକ୍ଷା କରେ ।
  • ଏଥୁରେ ଏକ ନିଷ୍କ୍ରିୟ ବୀଜାଣୁ ପ୍ରତିଷେଧକ ରହିଥାଏ, ଯାହା ରୋଗ ସୃଷ୍ଟି ନକରି ପ୍ରତିରକ୍ଷା ପ୍ରଣାଳୀକୁ ସୁରକ୍ଷା ପ୍ରଦାନ କରିଥାଏ ଓ ରୋଗ ବିରୁଦ୍ଧରେ ଲଢ଼ିବାକୁ ସମର୍ଥ ହୋଇଥାଏ ।

Class 8 Science Chapter 4 Question Answer Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ

Go through 8th Class Science Book Odia Medium Question Answer and Class 8 Science Chapter 4 Question Answer Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ to understand textbook questions more clearly.

8th Class Science Chapter 4 Question Answer Odia Medium

Class 8 Science Chapter 4 Odia Medium

ଜିଜ୍ଞାସା ବଜାୟ ରଖ

Question 1.
ଖାଲି ସ୍ଥାନ ପୂରଣ କର ।

(i) ଭୋଲ୍ଟାଇକ୍ ବିଦ୍ୟୁତ୍ କୋଷରେ ବ୍ୟବହୃତ ଦ୍ରବଣକୁ ___________ କୁହାଯାଏ ।
Answer:
ଇଲେକ୍ଟ୍ରୋଲାଇଟ୍ (ବିଦ୍ୟୁତ୍ ବିଶ୍ଳେଷ୍ୟ)

(ii) ବିଦ୍ୟୁତ୍ ସ୍ରୋତ ବହନ କରୁଥିବା ତାରକୁଣ୍ଡଳୀ ___________ ପରି ବ୍ୟବହାର କରେ ।
Answer:
ଚୁମ୍ବକ

Question 2.
ସଠିକ୍ ବିକଳ୍ପ ବାଛ :
(i) ଭୋଲ୍ଟେଇକ୍ ବିଦ୍ୟୁତ୍‌ଷ ତୁଳନାରେ ଶୁଷ୍କ ବିଦ୍ୟୁତ୍ କୋଷଗୁଡ଼ିକ ସହଜରେ ନେବା ଆଣିବା କରିହୁଏ । (ସତ୍ୟ/ମିଥ୍ୟା)
(ii) ଗୋଟିଏ କୁଣ୍ଡଳୀ କେବଳ ସେତେବେଳେ ବିଦ୍ୟୁତ୍ ଚୁମ୍ବକ ହୋଇଯାଏ, ଯେତେବେଳେ ଏହାଦେଇ ବିଦ୍ୟୁତ୍ ପ୍ରବାହ ହୁଏ । (ସତ୍ୟ/ମିଥ୍ୟା)
(iii) ଗୋଟିଏ ବିଦ୍ୟୁଷ ବ୍ୟବହାର କରୁଥିବା ବିଦ୍ୟୁତ୍ ଚୁମ୍ବକ, ୨ଟି ବିଦ୍ୟୁତ୍ କୋଷର ବ୍ୟବହାର କରୁଥ‌ିବା ସମାନ ବିଦ୍ୟୁତ୍ ଚୁମ୍ବକ ତୁଳନାରେ ଅଧ‌ିକ ଲୁହା କାଗଜ କ୍ଲିପ୍ ଆକର୍ଷଣ କରେ । (ସତ୍ୟ/ମିଥ୍ୟା)
Answer:
(i) (ସତ୍ୟ),
(ii) (ସତ୍ୟ),
(iii) (ମିଥ୍ୟା)

Question 3.
ଏକ ବିଦ୍ୟୁସ୍ରୋତ ନିକ୍ରୋମ ତାରଦେଇ ଅଳ୍ପ ସମୟ ପାଇଁ ପ୍ରବାହିତ ହେଲେ–
(i) ତାରଟି ଗରମ ହୋଇଯାଏ ।
(ii) ତାର ତଳେ ରଖାଯାଇଥିବା ଚୁମ୍ବକ କମ୍ପାସ ବିକ୍ଷେପିତ ହୁଏ ।
ଉପରୋକ୍ତ ମଧ୍ଯରୁ ସଠିକ୍ ବିକଳ୍ପ ବାଛ :
(କ) କେବଳ (i) ଠିକ୍ ।
(ଖ) କେବଳ (ii) ଠିକ୍
(ଗ) (i) ଓ (ii) ଉଭୟ ଠିକ୍ ।
(ଘ) (i) ଓ (ii) କୌଣସିଟି ଠିକ୍ ନୁହେଁ
Answer:
(ଗ) (i) ଓ (ii) ଉଭୟ ଠିକ୍ ।

Question 4.
ସ୍ତମ୍ଭର ଜିନିଷଗୁଡ଼ିକୁ ‘ଖ’ ସ୍ତମ୍ଭର ତଥ୍ୟ ସହ ମିଳାଅ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(କ) ଭୋଲ୍ହାଇକ୍ କୋଷ (i) ବିଦ୍ୟୁତ୍ ହିଟର ପାଇଁ ସର୍ବାଧ‌ିକ ଉପଯୋଗୀ
(ଖ) ବିଦ୍ୟୁତ୍ ଇସ୍ତ୍ରୀ (ii) ବିଦ୍ୟୁତ ସ୍ରୋତର ଚୁମ୍ବକୀୟ ପ୍ରଭାବ ଭିଭିରେ କାର୍ଯ୍ୟକରେ
(ଗ) ନିକ୍ରୋମ ତାର (iii) ବିଦ୍ୟୁତ୍ ସ୍ରୋତର ତାପନ ପ୍ରଭାବ ଭିଭିରେ କାର୍ଯ୍ୟକରେ
(ଘ) ବିଦ୍ୟୁତ୍ ଚୁମ୍ବକ (iv) ରାସାୟନିକ ପ୍ରତିକ୍ରିୟା ଦ୍ଵାରା ବିଦ୍ୟୁତ୍ ଉତ୍ପନ୍ନ କରେ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(କ) ଭୋଲ୍ଟେଇକ୍ କୋଷ (iv) ରାସାୟନିକ ପ୍ରତିକ୍ରିୟା ଦ୍ଵାରା ବିଦ୍ୟୁତ୍ ଉତ୍ପନ୍ନ କରେ
(ଖ) ବିଦ୍ୟୁତ୍ ଇସ୍ତ୍ରୀ (iii) ବିଦ୍ୟୁତ୍ ସ୍ରୋତର ତାପନ ପ୍ରଭାବ ଭିଭିରେ କାର୍ଯ୍ୟକରେ
(ଗ) ନିକ୍ରୋମ ତାର (i) ବିଦ୍ୟୁତ୍ ହିଟର ପାଇଁ ସର୍ବାଧ‌ିକ ଉପଯୋଗୀ
(ଘ) ବିଦ୍ୟୁତ୍ ଚୁମ୍ବକ (ii) ବିଦ୍ୟୁତ ସ୍ରୋତର ଚୁମ୍ବକୀୟ ପ୍ରଭାବ ଭିତ୍ତିରେ କାର୍ଯ୍ୟକରେ

Question 5.
ନିକ୍ରୋମ ତାରକୁ ସାଧାରଣତଃ ବିଦ୍ୟୁତ୍ ତାପ ଉତ୍ପାଦନ କରୁଥିବା ଯନ୍ତ୍ରରେ ବ୍ୟବହାର କରାଯାଏ, କାରଣ ଏହା
(i) ବିଦ୍ୟୁତ୍ ସୁପରିବାହୀ
(ii) ବିଦ୍ୟୁତ୍ ସ୍ରୋତରୁ ଅଧିକ ଉତ୍ତାପ ସୃଷ୍ଟିକରେ
(iii) ତମ୍ବାଠାରୁ ଶସ୍ତା
(iv) ବିଦ୍ୟୁତ୍ କୁପରିବାହୀ
Answer:
(ii) ବିଦ୍ୟୁତ୍ ସ୍ରୋତରୁ ଅଧିକ ଉତ୍ତାପ ସୃଷ୍ଟିକରେ

Class 8 Science Chapter 4 Question Answer Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ

Question 6.
ବୈଦ୍ୟୁତିକ ତାପନ ଉପକରଣଗୁଡ଼ିକ (ଯେପରିକି ବିଦ୍ୟୁତ୍ ହିଟର କିମ୍ବା ଚୁଲା) ପାରମ୍ପରିକ ତାପନ ପଦ୍ଧତି (ଯେପରିକି କାଠ କିମ୍ବା ଅଙ୍ଗାର ଜଳାଇବା) ଠାରୁ ଅଧିକ ସୁବିଧା ଜନକ ବୋଲି ବିବେଚନା କରାଯାଏ । ସାମାଜିକ ପ୍ରଭାବକୁ ବିଚାରକରି ଏହି ତଥ୍ୟକୁ ସମର୍ଥନ କରିବାପାଇଁ କାରଣଗୁଡ଼ିକ ଦିଅ ।
Answer:
(i) ବୈଦ୍ୟୁତିକ ତାପକ ଉପକରଣ ଗୁଡ଼ିକ ଅଧ୍ବକ ସୁବିଧାଜନକ ହୋଇଥାଏ । କାରଣ ସେଗୁଡ଼ିକର ବ୍ୟବହାର କାଠ ଓ ଅଙ୍ଗାର ତୁଳନାରେ ନିରାପଦ ଏବଂ ପ୍ରଦୂଷଣ ମୁକ୍ତ ଏବଂ ଘରେ କମ୍ ସ୍ଥାନ ଅଧିକାର କରିଥାଏ । କାଠ ଓ କୋଇଲା ଜାଳିଲେ କାର୍ବନ ଡାଇଅକ୍‌ସାଇଡ଼ ଏବଂ କାର୍ବନ ମନୋଅକ୍ସାଇଡ଼ପରି ପ୍ରଦୂଷକ
(ii) ଗ୍ୟାସ ଉତ୍ପନ୍ନ ହୁଏ, କିନ୍ତୁ ବୈଦ୍ୟୁତିକ ତାପକ ଗୁଡ଼ିକ କୌଣସି କ୍ଷତିକାରକ ଗ୍ୟାସ ଉତ୍ପନ୍ନ କରନ୍ତି ନାହିଁ । ଏଗୁଡ଼ିକର ବ୍ୟବହାର ସହଜ ହୋଇଥାଏ ।
(iii) ସୁଇଚ୍ ଅନ୍ କଲେ ଚାଲେ ଓ ଅଫ୍ କଲେ, ଏହାର ଚାଲୁ ବନ୍ଦ ହୁଏ । ଖୁବ୍ ଶୀଘ୍ର ତାପଶକ୍ତି ମିଳିଥାଏ । ତାହା ସମୟ ବଞ୍ଚାଏ ଏବଂ ଘରପରିବେଶକୁ ପ୍ରଦୂଷିତ ହେବାରୁ ରକ୍ଷା କରେ ।
(iv) ସେଗୁଡ଼ିକର ବ୍ୟବହାର ଯୋଗୁ କାଠର ଚାହିଦା କମିଯାଏ, ଫଳରେ ଜାଳେଣୀ କାଠ ପାଇଁ ଜଙ୍ଗଲ କ୍ଷୟ ହୋଇ ନଥାଏ । ପରିବେଶ ଉପରେ ଏହାର ସୁପ୍ରଭାବ ପଡ଼େ ।

Question 7.
ଚିତ୍ର ୪.୪ (କ) କୁ ଦେଖ । ଯଦି କୁଣ୍ଡଳୀ ପାଖରେ ରଖାଯାଇଥିବା କମ୍ପାସ ବିକ୍ଷେପିତ ହୁଏ :
(i) ବିଦ୍ୟୁତ୍ ପ୍ରବାହର ପଥ ଦେଖାଇବା ପାଇଁ ଚିତ୍ରରେ ଏକ ତୀର ଆଙ୍କ ।
(ii) ବିଦ୍ୟୁତ୍ ପ୍ରବାହିତ ହେଲେ କମ୍ପାସ ସୂଚୀ କାହିଁକି ଗତିକରେ ତାହା ବୁଝାଅ ।
(iii) ଯଦି ତୁମେ ବ୍ୟାଟେରିର ଅଗ୍ରଗୁଡ଼ିକୁ ପରିବର୍ତ୍ତନ କର ତେବେ ବିକ୍ଷେପଣ କେମିତି ହେବ ତାହା ପୂର୍ବାନୁମାନ କର ।
Answer:
Class 8 Science Chapter 4 Question Answer Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ 1
(i) ବିଦ୍ୟୁତ୍ ସ୍ରୋତ ସର୍ବଦା ବ୍ୟାଟେରିର ଯୁକ୍ତ (+) ଅଗ୍ରଠାରୁ ବିଯୁକ୍ତ (–) ଅଗ୍ରକୁ ପ୍ରବାହିତ ହୋଇଥାଏ । A ମଧ୍ୟଦେଇ A ଠାରୁ B ପର୍ଯ୍ୟନ୍ତ ଏବଂ B ଠାରୁ ବ୍ୟାଟେରିର ବିଯୁକ୍ତ (–) ଅଗ୍ର ଆଡ଼କୁ ଯିବ !
(ii) ଯେତେବେଳେ କୁଣ୍ଡଳୀରେ ବିଦ୍ୟୁତସ୍ରୋତ ପ୍ରବାହିତ ହୁଏ, ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୁଏ ଓ ଏହା କମ୍ପାସ ଚୁମ୍ବକକୁ ପ୍ରଭାବିତ କରେ ।
(iii) ବ୍ୟାଟେରୀକୁ ଓଲଟା ଦିଗରେ ରଖିଲେ, କୁଣ୍ଡଳୀରେ ବିଦ୍ୟୁତ୍ ପ୍ରବାହ ବିପରୀତ ଦିଗରେ ହୁଏ । ଏଣୁ କମ୍ପାସ ଚୁମ୍ବକ ବିପରୀତ ଦିଗରେ ବିକ୍ଷେପଣ କରେ ।

Question 8.
ପ୍ରାରମ୍ଭିକ କାହାଣୀରେ ଥବା ଶୁଭଶ୍ରୀ ତାର ଉତ୍ତୋଳନକ ବିଦ୍ୟୁତ୍ ଚୁମ୍ବକ ମଡ଼େଲର ସୁଇକୁ ବନ୍ଦ କରିବାକୁ ଭୁଲିଗଲା । କିଛି ସମୟପରେ, ଲୁହା କଣ୍ଟା ଆଉ ଲୁହା କାଗଜ କ୍ଲିପ୍ ଗୁଡ଼ିକୁ ଉଠାଇ ପାରୁନାହିଁ । କିନ୍ତୁ ଲୁହା କଣ୍ଟାରେ ଗୁଡ଼ାଯାଇଥବା ତାର ଏ ପର୍ଯ୍ୟନ୍ତ ଗରମ ଅଛି । ଉତ୍ତୋଳକ ବିଦ୍ୟୁତ୍ ଚୁମ୍ବକ କାହିଁକି କ୍ଲିପ୍‌ଗୁଡ଼ିକୁ ଉଠାଇବା ବନ୍ଦ କଲା ? ସମ୍ଭାବ୍ୟ କାରଣଗୁଡ଼ିକ ଦିଅ ।
Answer:
କ୍ଲିପ୍ ନଉଠାଇବାର କାରଣ :
(i) ନିରବଚ୍ଛିନ୍ନ ଭାବେ ବିଦ୍ୟୁତ୍ ପ୍ରବାହ ଯୋଗୁ ବ୍ୟାଟେରୀ ଦୁର୍ବଳ ହୋଇଗଲା କିମ୍ବା ବ୍ୟାଟେରିରେ ଥିବା ସ୍ଥିର ବିଦ୍ୟୁତ୍ ଶକ୍ତି ଶେଷ ହୋଇଗଲା । ସୁଇଚ୍ ଅଫ୍ ନ କରିବାର ସମ୍ଭାବ୍ୟ ପରିଣାମ ।
(ii) ବ୍ୟାଟେରୀର କ୍ଷମତା କମିଗଲେ ତାରରେ ପ୍ରବାହିତ ବିଦ୍ୟୁତସ୍ରୋତ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରି ପାରେ ନାହିଁ ।
(iii) ସେଥ‌ିପାଇଁ ଲୁହାକଣ୍ଟା, ଲୁହା ପେପର କ୍ଲିପ୍ ଗୁଡ଼ିକ ଉଠାଇପାରିଲା ନାହିଁ ।
(iv) କିଛି ସମୟ ଧରି ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେବା ସମୟରେ ତାରଟି ଗରମ ଥିଲା, ଯେତେବେଳେ ବିଦ୍ୟୁତ ପ୍ରବାହ ବନ୍ଦ ହୋଇଯାଏ, ସେତେବେଳେ ବୈଦ୍ୟୁତିକ ପ୍ରବାହର ଗରମ ପ୍ରବାହ ବନ୍ଦ ହୋଇଯାଏ କିନ୍ତୁ ଉଷ୍ଣ ହୋଇଯାଇଥିବା ତାର ସାଧାରଣ ତାପମାତ୍ରାକୁ ଥଣ୍ଡା ହେବାପାଇଁ କିଛି ସମୟ ନେଇଥାଏ । ତେଣୁ ତାରଟି କିଛି ସମୟ ପାଇଁ ଗରମ ଲାଗିଥାଏ ।

Question 9.
ଚିତ୍ର ୪.୧୧ରେ କେଉଁ କ୍ଷେତ୍ରରେ ସୁଇଚ୍ ମୁଦିତ (closed) ହେଲେ LED ଜଳିବ ?
Class 8 Science Chapter 4 Question Answer Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ 2
Answer:
(i) ‘କ’ କ୍ଷେତ୍ରରେ ସୁଇଚ ମୁଦିତ ହେଲେ ମଧ୍ୟ (LED) ଜଳିବ । କାରଣ ‘କ’ରେ ଲେମ୍ବୁରସ (ଯାହା ଏକ ଇଲେକ୍ଟ୍ରି ଲାଇଟ୍) ବ୍ୟବହୃତ ହେବା ଯୋଗୁଁ, ଏହା ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଘଟି ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୁଏ, ଫଳରେ ପରିପଥ ସମ୍ପୂର୍ଣ୍ଣ ହୋଇ (LED) ଜଳିବ ।
(ii) କିନ୍ତୁ ‘B’ ରେ ବିଶୁଦ୍ଧ ଜଳ ବ୍ୟବହୃତ ଫଳରେ ଏହା ଏକ କୁପରିବାହୀ ଓ ଇଲେକ୍ଟ୍ରୋଲାଇଟ୍ ଭାବରେ କାର୍ଯ୍ୟ କରେ ନାହିଁ । ତେଣୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ନ ହୋଇ LED କୁ ଜଳାଇବ ନାହିଁ ।

Question 10.
କାର୍ଯ୍ୟ ୪.୪ ପରି ନେହା କୁଣ୍ଡଳୀକୁ ସମାନ ରଖୁଛି କିନ୍ତୁ ଲୁହା କଣ୍ଟାକୁ ବାହାରକରି କେବଳ କୁଣ୍ଡଳୀ ତାର ଛାଡ଼ିଛି । କୁଣ୍ଡଳୀ ତଥାପି କମ୍ପାସ ଚୁମ୍ବକକୁ ବିକ୍ଷେପିତ କରିବ କି ? ଯଦି ହଁ ବିକ୍ଷେପନ ପୂର୍ବ ଅପେକ୍ଷା ଅଧୁକ ନା କମ୍ ହେବ ?
Class 8 Science Chapter 4 Question Answer Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ 3
ଊ–
କୁଣ୍ଡଳୀଟି ତଥାପି କମ୍ପାସ ଚୁମ୍ବକକୁ ବିକ୍ଷେପିତ କରିବ । କାରଣ ଏହା ମଧ୍ୟଦେଇ ବିଦ୍ୟୁତସ୍ରୋତ ପ୍ରବାହିତ ହେଉଛି ଏବଂ ଏହାର ଚାରିପାଖରେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହେଉଛି । ଲୁହାକଣ୍ଟା କାଢ଼ି ନିଆଗଲେ ଚୁମ୍ବକୀୟ ପ୍ରଭାବ ପୂର୍ବଠାରୁ କମ୍ ହେବ । ଲୁହାକଣ୍ଟା ବାହାରି ଯିବାରୁ ଚୁମ୍ବକୀୟ କ୍ଷେତ୍ର ହ୍ରାସ ପାଇଥାଏ । ତେଣୁ କମ୍ପାସ ସୂଚୀରେ ବିକ୍ଷେପଣ କମ୍ ହୁଏ ।

Question 11.
ଆମ ପାଖରେ ସମାନ ଆକୃତି ଓ ଆକାରର 4 ଟି କୁଣ୍ଡଳୀ ଅଛି । ସେଗୁଡ଼ିକ ଲୁହା, ତମ୍ବା, ଆଲୁମିନିୟମ ଏବଂ ନିକ୍ରୋମରେ ତିଆରି ।
Class 8 Science Chapter 4 Question Answer Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ 4
ଯେତେବେଳେ କୁଣ୍ଡଳୀ ଗୁଡ଼ିକ ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହ କରାଯାଏ, କେଉଁ କ୍ଷେତ୍ରରେ କୁଣ୍ଡଳୀ ନିକଟରେ ଥ‌ିବା କମ୍ପାସ ସୂଚୀ ଗୁଡ଼ିକ ବିକ୍ଷେପିତ ହୋଇଥାଏ ।
(i) କେବଳ ପରିପଥ (କ)
(ii) କେବଳ ପରିପଥ (କ) ଏବଂ (ଖ)
(iii) କେବଳ ପରିପଥ (କ), (ଖ) ଓ (ଗ)
(iv) ସମସ୍ତ ଚାରୋଟି ପରିପଥ
Answer:
(iv) ସମସ୍ତ ଚାରୋଟି ପରିପଥ । କୁଣ୍ଡଳୀଗୁଡ଼ିକ ଯେଉଁ ଧାତୁରେ ତିଆରି ଯଥା ଲୁହା, ତମ୍ବା, ଆଲୁମିନିୟମ୍ ଏବଂ ନିକ୍ରୋମ ସବୁଗୁଡ଼ିକ ବିଦ୍ୟୁତ୍ ସୁପରିବାହୀ ଏବଂ ଏହା ସୃଷ୍ଟି କରନ୍ତି । ଏଣୁ ସମସ୍ତ ପରିପଥରେ ଥିବା କମ୍ପାସ ସୂଚୀ ସମାନ ହେବ ନାହିଁ । କାରଣ ଏକ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ତାର କୁଣ୍ଡଳୀ ତିଆରି ହୋଇଥିବା ପ୍ରକୃତି ଉପରେ ନିର୍ଭର କରୁଥିବାରୁ ଲୁହାରେ ସର୍ବାଧ‌ିକ ହେବ । ଚାରିପଟେ ବିଦ୍ୟୁତ୍ ପ୍ରବାହ ସମୟରେ ଚୁମ୍ବକୀୟ କ୍ଷେତ୍ର ବିକ୍ଷେପିତ ହେବ । କିନ୍ତୁ ସମସ୍ତ କ୍ଷେତ୍ରରେ ବିକ୍ଷେପଣ ହେଉଥ‌ିବା ପରିବାହୀର ଚାରିପଟେ ଥିବା ଚୁମ୍ବକୀୟ କ୍ଷେତ୍ର

ପାଠ୍ୟପୁସ୍ତକସ୍ଥ ଅନୁସନ୍ଧାନ ଓ ଚିନ୍ତନ

Question 1.
ଏକ ବିଦ୍ୟୁତ୍ କୋଷ ସହିତ ବିଦ୍ୟୁତ୍ ପରିପଥ ତିଆରି କରିବା ସମୟରେ ଯଦି ଆମ ପାଖରେ ବିଦ୍ୟୁତ୍ ବତୀ ନାହିଁ, ତେବେ ପରିପଥରେ ବିଦ୍ୟୁତ୍ ପ୍ରବାହ ହେଉଛି କି ନାହିଁ ତାହା ଜାଣିବାର ଅନ୍ୟ କୌଣସି ଉପାୟ ଅଛି କି ?
Answer:
ହଁ, ଆମେ ଏକ ଚୁମ୍ବକୀୟ କମ୍ପାସ୍ ବ୍ୟବହାର କରି ଏହା ଜାଣିପାରିବା । ଯଦି ତାର ପାଖରେ କମ୍ପାସ୍ ରଖୁଲେ ଏହାର ସୂଚୀ ବିକ୍ଷେପିତ ହୁଏ, ତେବେ ପରିପଥରେ ବିଦ୍ୟୁତ୍ ପ୍ରବାହ ହେଉଛି ବୋଲି ଜଣାପଡ଼ିବ ।

Question 2.
ଅସ୍ଥାୟୀ ଚୁମ୍ବକ ତିଆରି କରିବା ସମ୍ଭବ କି ? ଏଗୁଡ଼ିକ କିପରି ତିଆରି କରାଯାଇପାରିବ ?
ଭ–
ହଁ ଅସ୍ଥାୟୀ ଚୁମ୍ବକ (ବିଦ୍ୟୁତ୍ ଚୁମ୍ବକ) ତିଆରି କରିବା ସମ୍ଭବ । ଏକ ଲୁହା କଣ୍ଟା ଉପରେ ବିଦ୍ୟୁତ୍ ରୋଧୀ ତାର ଗୁଡ଼ାଇ ସେଥୁରେ ବିଦ୍ୟୁତ୍ ପ୍ରବାହ କଲେ ଏହା ଚୁମ୍ବକରେ ପରିଣତ ହୁଏ ।

Question 3.
ଜୀବାଶ୍ମ ଇନ୍ଧନ ଓ କାଠ ଜାଣି ଆମେ ଉତ୍ତାପ ସୃଷ୍ଟି କରିପାରୁ, କିନ୍ତୁ ବିଭିନ୍ନ ବୈଦ୍ୟୁତିକ ଉପକରଣରେ ଉତ୍ତାପ କିପରି ସୃଷ୍ଟି ହୁଏ ?
Answer:
ବୈଦ୍ୟୁତିକ ଉପକରଣରେ ବିଦ୍ୟୁତ୍ ସ୍ରୋତ କୌଣସି ତାର (ଯଥା କୌଣସି ବିଦ୍ୟୁତ୍ କୋଷ କିମ୍ବା ବିଦ୍ୟୁତ୍ ସ୍ରୋତର ତାପୀୟ ପ୍ରଭାବ ଯୋଗୁଁ ଉତ୍ତାପ ସୃଷ୍ଟିହୁଏ ।

Question 4.
ଯେତେବେଳେ ନିକ୍ରୋମ) ଦେଇ ଗତି କରେ, ପ୍ରତିରୋଧ ଯୋଗୁଁ ତାହା ଗରମ ହୋଇଯାଏ । ବ୍ୟାଟେରୀ ଅଚଳ କି ନୁହେଁ ଆମେ କିପରି ଜାଣିବା ? ସବୁ ବିଦ୍ୟୁତ୍ କୋଷ ଓ ବ୍ୟାଟେରୀ ପୁନଃ ଚାର୍ଜିତ କରାଯାଇପାରିବ କି ?
Answer:
ଯଦି ବ୍ୟାଟେରୀ ସଂଯୁକ୍ତ ବତୀ ଜଳେ ନାହିଁ, ତେବେ ବ୍ୟାଟେରୀ ଅଚଳ ବୋଲି ଜଣାପଡ଼େ । ନା, ସବୁ ବ୍ୟାଟେରୀ ପୁନଃ ଚାର୍ଜିତ ହୋଇପାରିବ ନାହିଁ, କେବଳ ରିଚାର୍ଡେବଲ୍ ବ୍ୟାଟେରୀ (ଯଥା- ଲିଥୁମ୍-ଆୟନ) ଚାର୍ଜ କରାଯାଇପାରେ, ଶୁଷ୍କ କୋଷକୁ ନୁହେଁ ।

Class 8 Science Chapter 4 Question Answer Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ

ଅତିରିକ୍ତ ଅଭ୍ୟାସ ପ୍ରଶ୍ନୋତ୍ତର

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

(କ) ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

Question 1.
ବିଦ୍ୟୁତ୍ ପ୍ରବାହି ତାରରେ ଚୁମ୍ବକତ୍ଵ ସୃଷ୍ଟି କେଉଁ ବୈଜ୍ଞାନିକଙ୍କ ଅବଦାନ ?
Answer:
ହାନ୍ସ ଖ୍ରୀଷ୍ଟିୟାନ ଓଏରଷ୍ଟାର୍ଡ଼

Question 2.
ଓଏରଷ୍ଟର୍ଡଙ୍କ ପରୀକ୍ଷାରେ କାହାର ବିକ୍ଷେପଣ ବିଦ୍ୟୁତ୍ ପ୍ରବାହି ତାରର ଚୁମ୍ବକତ୍ଵ ପ୍ରାପ୍ତି ଗୁଣର ସୂଚନା ଦେଲା ?
Answer:
ସୂଚୀ ଚୁମ୍ବକ

Question 3.
ଗୋଟିଏ ଚୁମ୍ବକ ଚାରିପଟେ ଯେଉଁ ସୀମିତ ଅଞ୍ଚଳରେ ଚୁମ୍ବକତ୍ଵ ଦେଖାଯାଏ ତାହାକୁ କ’ଣ କହନ୍ତି ?
Answer:
ଚୁମ୍ବକୀୟ କ୍ଷେତ୍ର

Question 4.
ଓଏର୍‌ଷ୍ଟାର୍ଡ଼ କେଉଁ ଦେଶର ବୈଜ୍ଞାନିକ ?
Answer:
ଡେନ୍‌ମାର୍କ

Question 5.
ବିଦ୍ୟୁସ୍ରୋତର ଚୁମ୍ବକୀୟ ପ୍ରଭାବ କେଉଁ ଯନ୍ତ୍ର ବା ଉପକରଣ ଗୁଡ଼ିକରେ ପ୍ରୟୋଗ ହୋଇଥାଏ ?
Answer:
ବିଦ୍ୟୁତ୍ ଚୁମ୍ବକ, ବିଦ୍ୟୁତ୍ ଘଣ୍ଟା, ମୋଟର, ଫ୍ୟାନ୍, ଡାକବାଜିଯନ୍ତ୍ର ।

Question 6.
ଚୁମ୍ବକର ସମମେରୁ ଓ ବିଷମମେରୁ ମଧ୍ୟରେ କି କି ପ୍ରକାର ବଳ ଦେଖାଯାଏ ?
Answer:
ବିକର୍ଷଣ ଓ ଆକର୍ଷଣ ବଳ

Question 7.
ବିଦ୍ୟୁତ୍ ଚୁମ୍ବକ ପ୍ରସ୍ତତ ବେଳେ ସିଲିଣ୍ଡରୀୟ କୁଣ୍ଡଳୀ ଭିତରେ ଲୁହାକଣ୍ଟା କାହିଁକି ନିଆଯାଏ ?
ଭ–
କୁଣ୍ଡଳୀଟି ଶକ୍ତିଶାଳୀ ଚୁମ୍ବକ ହେବାପାଇଁ

Question 8.
ବିଦ୍ୟୁତ୍ ଚୁମ୍ବକ ଏକ ସ୍ଥାୟୀ ଅଥବା ଅସ୍ଥାୟୀ ଚୁମ୍ବକ ?
Answer:
ଅସ୍ଥାୟୀ ଚୁମ୍ବକ

Question 9.
ବିଦ୍ୟୁତ୍ ଚୁମ୍ବକ ମଧ୍ଯକୁ ବିଦ୍ୟୁତ୍ ପ୍ରବାହ ବନ୍ଦ କରାଗଲେ କ’ଣ ଘଟେ ?
Answer:
କୁଣ୍ଡଳୀଟି ଚୁମ୍ବକତ୍ଵ ହରାଇ ବସେ

Question 10.
ବିଦ୍ୟୁତ୍ ଚୁମ୍ବକର ମେରୁ କେଉଁ ସ୍ଥାୟୀ ଚୁମ୍ବକ ସହ ସଦୃଶ ?
Answer:
ଦଣ୍ଡ ଚୁମ୍ବକ

Question 11.
ବିଦ୍ୟୁତ୍ ଚୁମ୍ବକର ଯେଉଁ ପ୍ରାନ୍ତ କମ୍ପାସ ସୂଚୀର ଉତ୍ତର ମେରୁ ଆଡ଼କୁ ଆକର୍ଷିତ ହୁଏ, ସେହି ପ୍ରାନ୍ତଟି କେଉଁ ମେରୁ ?
Answer:
ଦକ୍ଷିଣମେରୁ

Question 12.
ଚୁମ୍ବକର କେଉଁ ସ୍ଥାନରେ ସର୍ବାଧ‌ିକ ଚୁମ୍ବକତ୍ଵ ଥାଏ ?
Answer:
ଉଭୟ ମେରୁ

Question 13.
କେଉଁ ଦୁଇଟି କାରକ ଦ୍ଵାରା ବିଦ୍ୟୁତ୍ ଚୁମ୍ବକ ଶକ୍ତିଶାଳୀ ହୋଇଥାଏ ?
Answer:
ଚୁମ୍ବକର ଘେର ସଂଖ୍ୟା ବୃଦ୍ଧି ଏବଂ ବିଦ୍ୟୁତ୍ ପ୍ରବାହର ପରିମାଣ ବୃଦ୍ଧି ।

Question 14.
ପୃଥିବୀର କେନ୍ଦ୍ରରେ କିପରି ବିଦ୍ୟୁତ୍ ପ୍ରବାହିତ ହୁଏ ?
Answer:
ତରଳ ଲୁହାସ୍ତର ଗତିଯୋଗୁ

Question 15.
କାହାର ପ୍ରଭାବରେ ଦଣ୍ଡଚୁମ୍ବକ ଏବଂ ସୂଚୀଚୁମ୍ବକ ସର୍ବଦା ଉତ୍ତର-ଦକ୍ଷିଣ ଦିଗରେ ରହନ୍ତି ?
Answer:
ଚୁମ୍ବକ (Earth Magnet)

Question 16.
ଭ୍ରାମ୍ୟମାନ ପକ୍ଷୀ, ମାଛ ଓ ଜଳଚର ଜୀବମାନେ କ’ଣ ବ୍ୟବହାର କରି ମହାଦେଶ ଓ ମହାସାଗର ଅତିକ୍ରମ କରନ୍ତି ?
Answer:
ଚୁମ୍ବକର ଚୁମ୍ବକୀୟ କ୍ଷେତ୍ର

Question 17.
ଭାର ଉତ୍ତୋଳନକାରୀ ବିଦ୍ୟୁତ୍ ଚୁମ୍ବକ କେଉଁ କେଉଁ କ୍ଷେତ୍ରରେ ବ୍ୟବହୃତ ହୁଏ ?
Answer:
କ୍ରେନ୍, କାରଖାନା ଓ କବାଡ଼ିଖାନା

Question 18.
ମୋଟରରେ କେଉଁ ଶକ୍ତି କେଉଁ ଶକ୍ତିରେ ପରିଣତ ହୁଏ ?
Answer:
ବିଦ୍ୟୁତ୍ ଶକ୍ତିରୁ ଯାନ୍ତ୍ରିକ ଶକ୍ତି

Question 19.
ଜେନେରେଟରରେ କେଉଁ ଶକ୍ତି କେଉଁ ଶକ୍ତିରେ ପରିଣତ ହୁଏ ?
Answer:
ଯାନ୍ତ୍ରିକ ଶକ୍ତିରୁ ବିଦ୍ୟୁତ୍ ଶକ୍ତି

Question 20.
ମାଇକେଲ୍‌ ଫାରାଡ଼େ କ’ଣ ଆବିଷ୍କାର କରିଥିଲେ ?
Answer:
ଚୁମ୍ବକୀୟ ଶକ୍ତିରୁ ବିଦ୍ୟୁତ୍ ଶକ୍ତି

Question 21.
ବିଦ୍ୟୁତ୍ ଶକ୍ତି ଓ ଚୁମ୍ବକୀୟ ଶକ୍ତି ମଧ୍ୟରୁ କେଉଁଟି କାରଣ ଏବଂ କେଉଁଟି ପ୍ରଭାବ ?
Answer:
ପରସ୍ପର କାରଣ ଓ ପ୍ରଭାବ ହୋଇପାରନ୍ତି ।

Question 22.
ବିଦ୍ୟୁତ୍ ପ୍ରବାହି ତାରର ଦୁଇଟି ଗୁଣ କ’ଣ ?
Answer:
(i) ଏହା ଏକ ଚୁମ୍ବକ ପରି କାର୍ଯ୍ୟ କରେ ।
(ii) ଏହା ଉତ୍ତପ୍ତ ହୋଇ ତାପ ବିକିରଣ କରେ ।

Question 23.
ବୈଦ୍ୟୁତିକ ତାପକ ଗୁଡ଼ିକରେ ତମ୍ବା ତାର ପରିବର୍ତ୍ତେ ନିକ୍ରୋମ ତାର କାହିଁକି ବ୍ୟବହାର କରାଯାଏ ?
Answer:
ନିକ୍ରୋମ ତାରର ପ୍ରତିରୋଧ ଅଧ‌ିକ ହେତୁ ଏହା ଶୀଘ୍ର ଉତ୍ତପ୍ତ ହୋଇ ଅଧ୍ବକ ତାପ ପ୍ରଦାନ କରେ ।

Question 24.
ପରିବାହୀର ପ୍ରତିରୋଧ କାହା ଉପରେ ନିର୍ଭର କରେ ?
Answer:
ପ୍ରକୃତୀ ଆକୃତି ଓ ତାପମାତ୍ରା ।

Question 25.
ପରିବାହୀର ଦୈର୍ଘ୍ୟ ବୃଦ୍ଧି ଘଟିଲେ ପରିବାହୀର ପ୍ରତିରୋଧରେ କି ପରିବର୍ତ୍ତନ ଘଟେ ?
Answer:
ପ୍ରତିରୋଧ ବୃଦ୍ଧିପାଏ

Question 26.
ପରିବାହୀର ମୋଟେଇ ବୃଦ୍ଧି ପାଇଲେ ପରିବାହୀର ପ୍ରତିରୋଧରେ କି ପରିବର୍ତ୍ତନ ଘଟେ ?
Answer: .
ପ୍ରତିରୋଧ କମିଯାଏ

Question 27.
ବିଦ୍ୟୁତ୍ ପ୍ରବାହରେ ଉତ୍ପନ୍ନ ତାପଶକ୍ତି କେଉଁ କେଉଁ କାରକ ଉପରେ ନିର୍ଭର କରେ ?
Answer:
ବିଦ୍ୟୁତ୍ ପ୍ରବାହର ମାନ, ପରିବାହୀର ପ୍ରତିରୋଧ, ଦୈର୍ଘ୍ୟ ଓ ପ୍ରସ୍ଥଛେଦର କ୍ଷେତ୍ରଫଳ ଏବଂ ବିଦ୍ୟୁତ୍ ପ୍ରବାହ ସମୟ ।

Question 28.
ବିଦ୍ୟୁତ୍ ବଲ୍‌ବର ଫିଲାମେଣ୍ଟ କେଉଁ ଧାତୁରେ ତିଆରି ହୋଇଥାଏ ?
Answer:
ଟଙ୍ଗଷ୍ଟନ୍

Question 29.
କେଉଁ ଉପକରଣରେ ବୈଦ୍ୟୁତିକ ତାପନ ଦେଖାଯାଏ ?
Answer:
ଇଲେକ୍ଟ୍ରିକ୍ ହିଟର, ଇସ୍ତ୍ରୀ, ଗ୍ରିଜର, ଓଭାନ୍, କେଟଲ୍ ଓ ହେୟାର ଡ୍ରାଏର୍

Question 30.
ବୈଦ୍ୟୁତିକ ତାପନ ଉପକରଣଗୁଡ଼ିକୁ ଅତ୍ୟଧ‌ିକ ବ୍ୟବହାର କଲେ କ’ଣ ଘଟେ ?
Answer:
ପ୍ଲଗ୍ ଓ ସକେଟ୍ ନଷ୍ଟ ହୋଇଯାଏ

Class 8 Science Chapter 4 Question Answer Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ

Question 31.
କେଉଁ କାରଖାନାରେ ବୈଦ୍ୟୁତିକ ତାପନର ଚାହିଦା ଅଧ୍ଵକ ?
Answer:
ଇସ୍ପାତଶିଳ୍ପ କାରଖାନା

Question 32.
ପ୍ରାଥମିକ ବିଦ୍ୟୁତ୍ କୋଷ କିଏ ?
Answer:
ଭୋଲ୍‌ଟାଇକ୍ କୋଷ

Question 33.
ଭୋଲ୍‌ଟାଇଡ୍ କୋଷରେ କେଉଁ ଶକ୍ତି ବିଦ୍ୟୁତ୍‌ଶକ୍ତିରେ ପରିଣତ ହୁଏ ?
Answer:
ରାସାୟନିକ ଶକ୍ତି

Question 34.
ଭୋଲ୍‌ଟାଇକ୍ କୋଷ ପ୍ରଥମେ କିଏ ନିର୍ମାଣ କରିଥିଲେ ?
Answer:
ଲୁଇ ଗାଲଭାନୀ

Question 35.
ଭୋଲ୍‌ଟାଇକ୍ କୋଷରେ କେତୋଟି ଧାତୁପ୍ଲେଟ୍ ବ୍ୟବହୃତ ହୁଏ ?
Answer:
ଦୁଇଟି ଭିନ୍ନଧାତୁ (ଉଦାହରଣ- ତମ୍ବା ଓ ଦସ୍ତା)

Question 36.
ଭୋଲଟାଇକ୍ କୋଷର ତରଳ ପଦାର୍ଥଟି କ’ଣ ?
Answer:
ଲଘୁ ଗନ୍ଧକାମ୍ଳ

Question 37.
ଭୋଲ୍‌ଟିକ୍ କୋଷରେ ବିଦ୍ୟୁତ୍ ସ୍ରୋତ ପ୍ରବାହର ଦିଗଟି କ’ଣ ?
Answer:
ଯୁକ୍ତ ଅଗ୍ରରୁ ବିଯୁକ୍ତ ଅଗ୍ରକୁ ପ୍ରବାହିତ ହୁଏ

Question 38.
ଭୋଲଟାଇକ୍ କୋଷରେ କାହାର ଗତିର ବିପରୀତ ଦିଗରେ ବିଦ୍ୟୁତ ସ୍ରୋତ ପ୍ରବାହିତ ହୁଏ ?
Answer:
ଇଲେକ୍‌ଟ୍ରୋନ

Question 39.
ଭୋଲ୍‌ଟାଇକ୍ କୋଷର ଦୁଇ ଅଗ୍ର ମଧ୍ୟରେ ବିଦ୍ୟୁତ୍ ବିଭବ ପାର୍ଥକ୍ୟ କେତେ ?
Answer:
1.08 ଭୋଲ୍‌ଟ

Question 40.
ବେଙ୍ଗର ମାଂସପେଶୀରୁ ବିଦ୍ୟୁତ୍ ଉତ୍ପନ୍ନ ହୁଏ ବୋଲି କେଉଁ ବୈଜ୍ଞାନିକ କହିଥିଲେ ?
Answer:
ଗାଲଭାନୀ

Question 41.
ଦୁଇଟି ଭିନ୍ନ ଧାତୁ ଏବଂ ଏକ ତରଳ ଇଲେକ୍ଟ୍ରୋଲାଇଟ୍‌ର ପ୍ରଭାବରୁ ବିଦ୍ୟୁତ୍ ଉତ୍ପନ୍ନ ହୁଏ ବୋଲି କିଏ ମତ ଦେଇଥିଲେ ?
Answer:
ଆବ୍ରୋ ଭୋଲ୍‌ଟା

Question 42.
LED ର ଯୁକ୍ତ ଅଗ୍ର ବ୍ୟାଟେରୀର କେଉଁ ଅଗ୍ର ସହ ସଂଯୁକ୍ତ ହେବା ଆବଶ୍ୟକ ?
Answer:
ଯୁକ୍ତ ଅଗ୍ର

Question 43.
ଶୁଷ୍କକୋଷରେ ଥ‌ିବା ଇଲେକ୍ଟ୍ରୋଲାଇଟ୍ କିଏ ?
Answer:
ଏମୋନିୟମ୍ କ୍ଲୋରାଇଡ୍ ଏବଂ ଜିଙ୍କ୍ କ୍ଲୋରାଇଡ୍

Question 44.
ଶୁଷ୍କକୋଷର ଯୁକ୍ତ ଅଗ୍ର କିଏ ?
Answer:
କାର୍ବନ ଦଣ୍ଡ

Question 45.
ଶୁଷ୍କକୋଷର ବିଯୁକ୍ତ ଅଗ୍ର କିଏ ?
Answer:
ଦସ୍ତା ସିଲିଣ୍ଡର

Question 46.
ଶୁଷ୍କକୋଷର ବିଦ୍ୟୁତ୍ ବିଭବ ପାର୍ଥକ୍ୟ କେତେ ?.
Answer:
1.5 ଭୋଲ୍ଟ

Question 47.
ପୁନଃ ଚାର୍ଜଯୋଗ୍ୟ ବ୍ୟାଟେରୀ କେଉଁ ଉପକରଣରେ ବ୍ୟବହାର କରାଯାଏ ?
Answer:
ମୋବାଇଲ୍ ଫୋନ୍, ଲାପଟପ୍, କ୍ୟାମେରା, ଇନଭର୍ଟର

Question 48.
ପୁନଃ ଚାର୍ଜ ବ୍ୟାଟେରିକୁ କ’ଣ କହନ୍ତି ?
Answer:
ଲିଥୁମ୍-ଆୟନ ବ୍ୟାଟେରୀ

Question 49.
ଲିଥ୍ୟମ୍ -ଆୟନ୍ ବ୍ୟାଟେରୀରେ କେଉଁ ଦୁଇଟି ଧାତୁ ଥାଏ ?
Answer:
ଲିଥ୍ୟମ୍, କୋବାଲଟ୍

Question 50.
ବୈଜ୍ଞାନିକମାନେ ବର୍ତ୍ତମାନ କେଉଁ ପ୍ରକାର ବ୍ୟାଟେରୀ ଉପରେ ଗବେଷଣା କରୁଛନ୍ତି ?
Answer:
କଠିନ ଅବସ୍ଥା ବ୍ୟାଟେରୀ ଯେଉଁଥିରେ ଇଲେକ୍ଟ୍ରୋଲାଇଟ୍ କଠିନ ହୋଇଥାଏ ।

(ଖ) ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ଗୋଟିଏ କୁଣ୍ଡଳୀ ମଧ୍ୟରେ ଥ‌ିବା କେଉଁ ପଦାର୍ଥ ଶକ୍ତିଶାଳୀ ଚୁମ୍ବକରେ ପରିଣତ ହୁଏ ?
(a) କାଠ
(b) ପ୍ଲାଷ୍ଟିକ୍
(c) ଲୁହା
(d) ତମ୍ବା
Answer:
(c) ଲୁହା

Question 2.
ବିଦ୍ୟୁତ୍ ଚୁମ୍ବକ କ’ଣ ?
(a) ଲୁହାରୁ ତିଆରି ଏକ ସ୍ଥାୟୀ ଚୁମ୍ବକ
(b) କୁଣ୍ଡଳୀ ମଧ୍ଯରେ ବିଦ୍ୟୁତସ୍ରୋତ ପ୍ରବାହ ଯୋଗୁ ସୃଷ୍ଟି ଚୁମ୍ବକ
(c) ବିଦ୍ୟୁସ୍ରୋତ ପ୍ରବାହ ସମୟରେ ତାପ ଉତ୍ପନ୍ନ କରୁଥିବା ପରିବାହୀ
(d) ବିଦ୍ୟୁସ୍ରୋତ ମାପି ପାରୁଥିବା ଯନ୍ତ୍ର
Answer:
(d) ବିଦ୍ୟୁସ୍ରୋତ ମାପି ପାରୁଥିବା ଯନ୍ତ୍ର

Question 3.
ନିମ୍ନୋକ୍ତ କେଉଁ କ୍ଷେତ୍ରରେ ବିଦ୍ୟୁତ୍ ଶକ୍ତିର ତାପୀୟ ପ୍ରଭାବ ବ୍ୟବହାର ଉପଯୋଗୀ ନୁହେଁ ?
(a) ଇଲେକ୍ଟିକ୍ କେଟ୍‌ଲି
(b) ଇଲେକ୍ଟ୍ରିକ୍ ଇସ୍ତ୍ରୀ
(c) ଫ୍ୟୁଜ୍ ତାର
(d) ମୋବାଇଲ୍ ଚାର୍ଜର
Answer:
(d) ମୋବାଇଲ୍ ଚାର୍ଜର

Question 4.
ନିମ୍ନୋକ୍ତ କେଉଁଟି ବିଦ୍ୟୁସ୍ରୋତର ଚୁମ୍ବକୀୟ ପ୍ରଭାବ ଯୋଗୁ କାର୍ଯ୍ୟ କରେ ?
(a) ଗ୍ରିଜର
(b) କ୍ରେନ୍
(c) ଇସ୍ତ୍ରୀ
(d) ହିଟର
Answer:
(b) କ୍ରେନ୍

Question 5.
କେଉଁ ପ୍ରକ୍ରିୟା କୁଣ୍ଡଳୀରେ ଚୁମ୍ବକୀୟ କ୍ଷେତ୍ର ବୃଦ୍ଧିର କାରଣ ନୁହେଁ ?
(a) କୁଣ୍ଡଳୀର ଘରସଂଖ୍ୟା ବୃଦ୍ଧି
(b) ଉଚ୍ଚ ପ୍ରତିରୋଧଥିବା ପରିବାହୀ
(c) ବିଦ୍ୟୁତ୍ ସ୍ରୋତ ବୃଦ୍ଧି
(d) ସଲିନଏଡ୍ ମଧ୍ଯରେ ଲୁହାରଡ୍‌ର ସ୍ଥିତି
Answer:
(b) ଉଚ୍ଚ ପ୍ରତିରୋଧଥିବା ପରିବାହୀ

Question 6.
ବୈଦ୍ୟୁତିକ ଇସ୍ତ୍ରୀ ବା ହିଟରରେ କେଉଁ ପଦାର୍ଥ ବ୍ୟବହାର ହୁଏ ?
(a) ଏଲୁମିନିୟମ୍
(b) ତମ୍ବା
(c) ନିକ୍ରୋମ
(d) ଇସ୍ପାତ
Answer:
(c) ନିକ୍ରୋମ

Question 7.
ପରିବାହିରେ ବିଦ୍ୟୁସ୍ରୋତ ବୃଦ୍ଧିହେଲେ ଉତ୍ପନ୍ନ ତାପଶକ୍ତିର କି ପରିବର୍ତ୍ତନ ଘଟେ ?
(a) ହ୍ରାସପାଏ
(b) ସମାନରହେ
(c) ବୃଦ୍ଧିପାଏ
(d) ଲୋପପାଏ
Answer:
(c) ବୃଦ୍ଧିପାଏ

Question 8.
ଘରେ ବୈଦ୍ୟୁତିକ ପରିପଥରେ ଆମେ ସରୁତାର ବା ନଷ୍ଟ ହୋଇଥିବା ତାର ବ୍ୟବହାର କରିବା ଉଚିତ ନୁହେଁ କାହିଁକି ?
(a) ସେଗୁଡ଼ିକ ପୁରୁଣା
(b) ସକେଟ୍‌ରେ ସେଗୁଡ଼ିକ ବ୍ୟବହୃତ ହୋଇପାରିବ ନାହିଁ
(c) ସେଗୁଡ଼ିକ ଉତ୍ତପ୍ତ ହୋଇ ଜଳିଯିବେ
(d) ସେଗୁଡ଼ିକ ବଲବ୍‌ ଉଜ୍ଜଳତା କମାଇଦେବେ
Answer:
(c) ସେଗୁଡ଼ିକ ଉତ୍ତପ୍ତ ହୋଇ ଜଳିଯିବେ

Question 9.
ଶୁଷ୍କକୋଷରେ କେଉଁଟି ଯୁକ୍ତାତ୍ମକ ଶେଷାଗ୍ର ଅଟେ ?
(a) ଦସ୍ତା
(b) ଲୁହାକଣ୍ଟା
(c) ଧାତବ କ୍ୟାପଥ‌ିବା କାର୍ବନଦଣ୍ଡ
(d) ତରଳ ଇଲେକ୍ଟ୍ରୋଲାଇଟ୍
Answer:
(c) ଧାତବ କ୍ୟାପଥ‌ିବା କାର୍ବନଦଣ୍ଡ

Question 10.
ରବି ଗୋଟିଏ ତାର କୁଣ୍ଡଳୀନେଇ ବିଦ୍ୟୁତ୍ ଚୁମ୍ବକ ତିଆରି କଲା କରିବାକୁ ପଡ଼ିଲା । । ତାକୁ ବ୍ୟାଟେରି ଓ ଲୁହାକଣ୍ଟା ସେ ଦେଖିଲା କୁଣ୍ଡଳୀରେ 10 ଟି ଘରଥିଲା ଯୋଗାଡ଼ ବେଳେ ଏହା 4 ଟି କାଗଜ କ୍ଲିପ୍ ଉଠାଇଲା । ଯଦି ଘେରସଂଖ୍ୟା 20 କୁ ବୃଦ୍ଧି କରାଯାଏ, ତେବେ 8 ଟି କାଗଜ କ୍ଲିପ୍ ଉଠାଇଲା । କେଉଁ ସିଦ୍ଧାନ୍ତ ଠିକ୍ ?
(a) ଘେରସଂଖ୍ୟା କମାଇଲେ ଚୁମ୍ବକୀୟତା ବୃଦ୍ଧିପାଏ ।
(b) ଅଧିକ ଘରସଂଖ୍ୟା ଚୁମ୍ବକୀୟତା ବୃଦ୍ଧିକରେ ।
(c) ବିଦ୍ୟୁତ୍ ଚୁମ୍ବକ ଲୁହାକଣ୍ଟା। ବିନା ଭଲ କାମକରେ ।
(d) କାଗଜ କ୍ଲିପ୍, ଚୁମ୍ବକୀୟତାର ପ୍ରଭାବରେ ଆସେନାହିଁ ।
Answer:
(b) ଅଧିକ ଘରସଂଖ୍ୟା ଚୁମ୍ବକୀୟତା ବୃଦ୍ଧିକରେ ।

Question 11.
ବ୍ୟବହୃତ ବ୍ୟାଟେରିକୁ ଅଳିଆଗଦାରେ ପକାଇବା ଅନୁଚିତ କାହିଁକି ?
(a) ଏଥୁରେ କାଗଜ ଓ ପ୍ଲାଷ୍ଟିକ୍ ଥାଏ
(b) ସେଗୁଡ଼ିକ ତଥାପି ଉପଯୋଗୀ
(c) ସେଥୁରେ କ୍ଷତିକାରକ ଧାତୁ ଓ ରାସାୟନିକ ପଦାର୍ଥ ଥାଏ
(d) ସେଗୁଡ଼ିକ ଓଜନିଆ
Answer:
(c) ସେଥୁରେ କ୍ଷତିକାରକ ଧାତୁ ଓ ରାସାୟନିକ ପଦାର୍ଥ ଥାଏ

Question 12.
ଶୁଷ୍କକୋଷ, ଭୋଲ୍‌ଟାଇକ୍ କୋଷ ସ୍ଖଳନାରେ ଅଧିକ ବ୍ୟବହାର ଉପଯୋଗୀ କାହିଁକି ?
(a) ଏହା ଓଜନିଆ
(b) ଏହା ଜଳରେ ପୂର୍ଣ
(c) ଏହା କଠିନ ଓ ନେବାଆଣିବା ପାଇଁ ସହଜ
(d) ଏହା ପଦାର୍ଥକୁ ତରଳାଇ ପାରେ
Answer:
(c) ଏହା କଠିନ ଓ ନେବାଆଣିବା ପାଇଁ ସହଜ

(କ) ଶୂନ୍ୟସ୍ଥାନ ପୂରଣ କର ।

1. ବିଦ୍ୟୁତ୍ ପ୍ରବାହ ଦ୍ୱାରା ଚୁମ୍ବକପରି କାର୍ଯ୍ୟ କରୁଥିବା ତାର କୁଣ୍ଡଳୀକୁ ______ କହନ୍ତି ।
Answer:
ବିଦ୍ୟୁତ୍ ଚୁମ୍ବକ,

2. ______ ତାର ବୈଦ୍ୟୁତିକ ହିଟର (ବୁଲା)ରେ ବ୍ୟବହାର କରାଯାଏ କାରଣ ଏହା ସହଜରେ ତରଳି ନଯାଇ ଉତ୍ତପ୍ତ ହୁଏ ।
Answer:
ନିକ୍ରୋମ୍,

3. ବିଦ୍ୟୁତ୍ ଚୁମ୍ବକରେ କୁଣ୍ଡଳୀ ମଧ୍ୟରେ ______ ରଡ୍ ପ୍ରବେଶ କରାଇଲେ ଚୁମ୍ବକୀୟ ଶକ୍ତି ବୃଦ୍ଧି ପାଏ ।
Answer:
ଲୁହା,

4. ଯେତେବେଳେ ପରିବାହୀରେ ବିଦ୍ୟୁତ୍‌ସ୍ରୋତ ପ୍ରବାହିତ ହୁଏ, ଏହା ଚାରିପଟେ ______ କ୍ଷେତ୍ର ସୃଷ୍ଟି କରେ ।
Answer:
ଚୁମ୍ବକୀୟ

5. ଗୋଟିଏ ଭୋଲ୍ଟାଇକ୍ କୋଷ ______ ପ୍ରତିକ୍ରିୟା ଦ୍ୱାରା ବିଦ୍ୟୁତ୍ ଉତ୍ପନ୍ନ କରେ ।
Answer:
ରାସାୟନିକ,

6. ଶୁଷ୍କକୋଷରେ କାର୍ବନ ଦଣ୍ଡ ______ ଶେଷାଗ୍ରର କାର୍ଯ୍ୟକରେ ।
Answer:
ଧନାଗ୍ର

(ଖ) ଉକ୍ତିଗୁଡ଼ିକ ସତ୍ୟ କି ମିଥ୍ୟା ଲେଖ ।

1. ବିଦ୍ୟୁତ୍ ପରିପଥ ଅତ୍ୟଧିକ ଉତ୍ତପ୍ତ ହେଲେ ପୋଡ଼ିଯିବାର ବିପଦ ଥାଏ ।
Answer:
ସତ୍ୟ,

2. ବିଦ୍ୟୁତ୍ ପ୍ରବାହ ବନ୍ଦ ହେଲେ ବିଦ୍ୟୁତ୍ ଚୁମ୍ବକ ତାର ଚୁମ୍ବକୀୟ ଧର୍ମ ହରାଏ ।
Answer:
ସତ୍ୟ,

3. ମୋବାଇଲ ଫୋନ୍ ଏବଂ ଲାପଟପ୍‌ରେ ସାଧାରଣତଃ ଭୋଲ୍ଟାଇକ୍ କୋଷ ବ୍ୟବହାର କରାଯାଏ ।
Answer:
ମିଥ୍ୟା,

4. ଲୁହା ଗୋଟିଏ ଅଚୁମ୍ବକୀୟ ପଦାର୍ଥ ଏବଂ ଏହା ବିଦ୍ୟୁତ୍ ଚୁମ୍ବକରେ ବ୍ୟବହାର କରାଯାଏ ନାହିଁ ।
Answer:
ମିଥ୍ୟା,

5. ବ୍ୟବହୃତ ବ୍ୟାଟେରୀକୁ ଗୃହ ଆବର୍ଜନା ଫିଙ୍ଗାସ୍ଥାନକୁ ପକାଇଦେବା ଉଚିତ ।
Answer:
ମିଥ୍ୟା,

6. ବିଦ୍ୟୁତ୍ ଯାନବାହାନରେ ଲିଥିୟମ୍-ଆୟନ ବ୍ୟାଟେରୀ ବ୍ୟବହୃତ ହୁଏ ।
Answer:
ସତ୍ୟ

Class 8 Science Chapter 4 Question Answer Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ

(ଗ) ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭକୁ ମିଳନ କର ।

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
A. ସେଲ୍ (cell) ର ଅତିରିକ୍ତ ବ୍ୟବହାର 1. ପୁନର୍ବାର ଚାର୍ଜ କରି ବ୍ୟବହାର ଯୋଗ୍ୟ
B. ତାରଟି ଉତ୍ତପ୍ତ ହେବା 2. ବ୍ୟାଟେରୀ ବାରମ୍ବାର ଚାର୍ଜ ଆବଶ୍ୟକ କରେ
C. କୁଣ୍ଡଳୀ ଭିତରେ ଲୁହାରଡ୍ 3. ବିଦ୍ୟୁତ୍ ପ୍ରବାହ, ସମୟ ଓ ପ୍ରତିରୋଧ ଉପରେ ନିର୍ଭର
D. ପୁନଃଚାର୍ଜ ହେଉଥିବା ବ୍ୟାଟେରୀ 4. ଅମ୍ଳୀୟ ଇଲେକ୍ଟ୍ରୋଲାଇଟ୍
E. ଶୁଷ୍କକୋଷ 5. ଚୁମ୍ବକୀୟ କ୍ଷେତ୍ର ଶକ୍ତିଶାଳୀ କରେ
F. ବିଦ୍ୟୁତ୍ ଚୁମ୍ବକ 6. କୁଣ୍ଡଳୀ ସଂଖ୍ୟା ବୃଦ୍ଧିରେ ଚୁମ୍ବକୀୟ କ୍ଷେତ୍ର ବୃଦ୍ଧି କରେ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
A. ସେଲ୍ (cell) ର ଅତିରିକ୍ତ ବ୍ୟବହାର 2. ବ୍ୟାଟେରୀ ବାରମ୍ବାର ଚାର୍ଜ ଆବଶ୍ୟକ କରେ
B. ତାରଟି ଉତ୍ତପ୍ତ ହେବା 3. ବିଦ୍ୟୁତ୍ ପ୍ରବାହ, ସମୟ ଓ ପ୍ରତିରୋଧ ଉପରେ ନିର୍ଭର
C. କୁଣ୍ଡଳୀ ଭିତରେ ଲୁହାରଡ୍ 5. ଚୁମ୍ବକୀୟ କ୍ଷେତ୍ର ଶକ୍ତିଶାଳୀ କରେ
D. ପୁନଃଚାର୍ଜ ହେଉଥିବା ବ୍ୟାଟେରୀ 1. ପୁନର୍ବାର ଚାର୍ଜ କରି ବ୍ୟବହାର ଯୋଗ୍ୟ
E. ଶୁଷ୍କକୋଷ 4. ଅମ୍ଳୀୟ ଇଲେକ୍ଟ୍ରୋଲାଇଟ୍
F. ବିଦ୍ୟୁତ୍ ଚୁମ୍ବକ 6. କୁଣ୍ଡଳୀ ସଂଖ୍ୟା ବୃଦ୍ଧିରେ ଚୁମ୍ବକୀୟ କ୍ଷେତ୍ର ବୃଦ୍ଧି କରେ

Question 2.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
A. ନିକ୍ରୋମ ତାର 1. ସ୍ମାର୍ଟଫୋନ୍ ଓ ଲାପ୍‌ଟପ୍‌ର ବ୍ୟବହାଇ
B. କମ୍ପାସ ସୂଚୀର ବିକ୍ଷେପଣ 2. ବିଦ୍ୟୁସ୍ରୋତର ତାପୀୟ ପ୍ରଭାବ
C. ଲିଥ୍ୟମ୍ -ଆୟନ ବ୍ୟାଟେରୀ 3. ଚୁମ୍ବକୀୟ କ୍ଷେତ୍ରର ସୂଚନା
D. କ୍ରେନ୍‌ରେ ବିଦ୍ୟୁତ୍ ଚୁମ୍ବକ ବ୍ୟବହାର 4. ଅବ୍ୟବହୃତ ଧାତୁ ଉପରକୁ ଉଠାଇବା
E. ପୁରୁଣା ବ୍ୟାଟେରୀର ପୁନଃଚକ୍ରଣ 5. ପରିବେଶ କ୍ଷତି ପାଇଁ ପ୍ରତିକାର
F. କଠିନ-ଅବସ୍ଥା ବ୍ୟାଟେରୀ 6. କଠିନ ଇଲେକ୍ଟ୍ରୋଲାଇଟ୍‌ର ବ୍ୟବହାର

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
A. ନିକ୍ରୋମ ତାର 2. ବିଦ୍ୟୁସ୍ରୋତର ତାପୀୟ ପ୍ରଭାବ
B. କମ୍ପାସ ସୂଚୀର ବିକ୍ଷେପଣ 3. ଚୁମ୍ବକୀୟ କ୍ଷେତ୍ରର ସୂଚନା
C. ଲିଥ୍ୟମ୍ -ଆୟନ ବ୍ୟାଟେରୀ 1. ସ୍ମାର୍ଟଫୋନ୍ ଓ ଲାପ୍‌ଟପ୍‌ର ବ୍ୟବହାଇ
D. କ୍ରେନ୍‌ରେ ବିଦ୍ୟୁତ୍ ଚୁମ୍ବକ ବ୍ୟବହାର 4. ଅବ୍ୟବହୃତ ଧାତୁ ଉପରକୁ ଉଠାଇବା
E. ପୁରୁଣା ବ୍ୟାଟେରୀର ପୁନଃଚକ୍ରଣ 5. ପରିବେଶ କ୍ଷତି ପାଇଁ ପ୍ରତିକାର
F. କଠିନ-ଅବସ୍ଥା ବ୍ୟାଟେରୀ 6. କଠିନ ଇଲେକ୍ଟ୍ରୋଲାଇଟ୍‌ର ବ୍ୟବହାର

(ଚ) ସଂକ୍ଷେପରେ ଉତ୍ତର ଲେଖ ।

Question 1.
ଗୋଟିଏ ଚୁମ୍ବକ ତିଆରି ପାଇଁ ଆମେ ବିଦ୍ୟୁସ୍ରୋତ ବ୍ୟବହାର କରିପାରିବା କି ?
Answer:
ଯେତେବେଳେ ଗୋଟିଏ ତାର କୁଣ୍ଡଳୀ ମଧ୍ୟଦେଇ ବିଦ୍ୟୁସ୍ରୋତ ପ୍ରବାହିତ ହୁଏ, ଏହା ଚୁମ୍ବକୀୟ କ୍ଷେତ୍ର ଉତ୍ପନ୍ନ କରେ ଏବଂ କୁଣ୍ଡଳୀଟି ଏକ ଚୁମ୍ବକ ପରି କାର୍ଯ୍ୟକରେ । ଏହି ଅସ୍ଥାୟୀ ଚୁମ୍ବକକୁ ବିଦ୍ୟୁତ୍ ଚୁମ୍ବକ କହନ୍ତି । ଏଣୁ ଚୁମ୍ବକ ତିଆରି କରିବାପାଇଁ ଆମେ ବିଦ୍ୟୁତ୍ ସ୍ରୋତ ବ୍ୟବହାର କରିପାରିବା ।

Question 2.
ଦଣ୍ଡ ଚୁମ୍ବକ ପରି ବିଦ୍ୟୁତ୍ ଚୁମ୍ବକର ଦୁଇଟି ମେରୁ ଥାଏ କି ?
Answer:
ଦଣ୍ଡ ଚୁମ୍ବକ ପରି ବିଦ୍ୟୁତ ଚୁମ୍ବକର ଦୁଇଟି ମେରୁ ଥାଏ; ଯଥା- ଉତ୍ତରମେରୁ ଓ ଦକ୍ଷିଣମେରୁ । ଗୋଟିଏ କମ୍ପାସ ସୂଚୀ କିମ୍ବା ସ୍ଥାୟୀ ଦଣ୍ଡ ଚୁମ୍ବକକୁ ବିଦ୍ୟୁତ୍ ଚୁମ୍ବକ ନିକଟକୁ ଆଣି ଏହାର ମେରୁ ଦୁଇଟି ନିର୍ଣ୍ଣୟ କରିହେବ ।

Question 3.
ବାସ୍ତବ ଜୀବନରେ ବିଭିନ୍ନ ପଦାର୍ଥ ଉଠାଇବା ପାଇଁ ବିଦ୍ୟୁତ୍ ଚୁମ୍ବକ ବ୍ୟବହାର କରାଯାଏ କି ?
Answer:
ଶକ୍ତିଶାଳୀ ବିଦ୍ୟୁତ ଚୁମ୍ବକ କେନ୍ଦ୍ର ସହ ସଂଯୁକ୍ତ ହୋଇ କବାଡ଼ିଖାନାରେ ଲୁହା, ନିକେଲ ପଦାର୍ଥ ଗୁଡ଼ିକ ନିରାପଦରେ ଉଠାଯାଇ ପାରିବ ।

Question 4.
ବିଦ୍ୟୁତ୍ ଚୁମ୍ବକ ପ୍ରସ୍ତୁତ କରିବା ସମୟରେ ତୁମେ ପରିବାହିର ଦୁଇ ପ୍ରାନ୍ତ ଉତ୍ତପ୍ତ ହେବା ଦେଖୁଛ କି ? କାହିଁକି ଏପରି ହୁଏ ?
Answer:
ବିଦ୍ୟୁତ୍ ଚୁମ୍ବକ ପ୍ରସ୍ତୁତ କରିବା ସମୟରେ ପରିବାହିର ଦୁଇପ୍ରାନ୍ତ ଉତ୍ତପ୍ତ ହୋଇଯାଏ । ଏହାର କାରଣ ହେଉଛି ବିଦ୍ୟୁତ୍ ସ୍ରୋତ ପରିବାହୀର ପ୍ରତିରୋଧକୁ ସମ୍ମୁଖୀନ ହୁଏ । ବିଦ୍ୟୁତ୍ ଶକ୍ତି କିଛି ପରିମାଣରେ ତାପଶକ୍ତିରେ ପରିଣତ ହୁଏ । ଏହାକୁ ବୈଦ୍ୟୁତିକ ତାପନ କହନ୍ତି ।

Question 5.
ସେଲ୍ ଓ ବ୍ୟାଟେରୀ ଭିତରେ କେଉଁସବୁ ପଦାର୍ଥ ରହି ବିଦ୍ୟୁତ୍ ପ୍ରବାହ ସୃଷ୍ଟି କରେ ?
Answer:
ସେଲ ଓ ବ୍ୟାଟେରୀ ମଧ୍ୟରେ ଦୁଇଟି ଭିନ୍ନ ଧାତୁର ଇଲେକ୍ଟ୍ରୋଡ୍ ଏବଂ ଗୋଟିଏ ଇଲେକ୍ଟ୍ରୋ ।ଲଇଟ୍ ଥାଏ । ଏହା ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଘଟି ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ ।

Question 6.
ଆମ ପାଖରେ ଥିବା ପଦାର୍ଥ ସବୁ ନେଇ ଆମେ ଭୋଲ୍‌ଟାଇକ୍ କୋଷ ତିଆରି କରିପାରିବା କି ?
Answer:
ଲେମ୍ବୁରସ, ତମ୍ବା ଓ ଲୁହା କଣ୍ଟା ନେଇ ଆମେ ଭୋଲଟିକ୍ କୋଷ ତିଆରି କରିପାରିବା । ଲେମ୍ବୁ ରସରେ ଥିବା ଅମ୍ଳ ଏଠାରେ ଇଲେକ୍ଟ୍ରୋଲାଇଟ୍ କାର୍ଯ୍ୟକରେ ଯାହା ଯୋଗୁ ବିଦ୍ୟୁତ୍ ପ୍ରବାହ ହୋଇଥାଏ ।

Question 7.
ବିଦ୍ୟୁତ୍ ଚୁମ୍ବକ ପ୍ରସ୍ତୁତ କରିବା ସମୟରେ ଭାନୁ କୁଣ୍ଡଳୀ ମଧ୍ଯରେ ଲୁହାରଡ଼ ପରିବର୍ତ୍ତେ ଗୋଟିଏ ପ୍ଲାଷ୍ଟିକ୍ ରଡ଼ ରଖିଲା । ଏଥୁରୁ ଫଳ କଣ ହେଲା ଏବଂ କାହିଁକି ?
Answer:
ବିଦ୍ୟୁତ୍ ଚୁମ୍ବକ ଦୁର୍ବଳ ହେବ ଏବଂ ଏହା କାର୍ଯ୍ୟଶୀଳ ହୋଇନପାରେ । ଲୁହାପରି ପ୍ଲାଷ୍ଟିକ୍ ଚୁମ୍ବକୀୟ ବସ୍ତ ନୁହେଁ ଏଣୁ ବିଦ୍ୟୁତ୍ ଚୁମ୍ବକ ଅତି ଦୁର୍ବଳ ହେବ ।

Question 8.
ବିଦ୍ୟୁତ୍ ଚୁମ୍ବକର ମେରୁ ବଦଳାଯାଇ ପାରିବ କି ? ଯଦି ପାରିବ ତେବେ କାହିଁକି ?
Answer:
କୁଣ୍ଡଳୀରେ ବିଦ୍ୟୁତ୍ ପ୍ରବାହର ଗତିର ଦିଗ ବଦଳାଇଲେ ବିଦ୍ୟୁତ୍ ଚୁମ୍ବକର ମେରୁ ଓଲଟିଯାଏ । ଏହା ବିଦ୍ୟୁତ୍ ପ୍ରବାହ ଓ ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ସମ୍ବନ୍ଧିତ ନିୟମ ଉପରେ ପ୍ରତିଷ୍ଠିତ ।

Question 9.
ଗୋଟିଏ ଦଣ୍ଡଚୁମ୍ବକ ଓ ଗୋଟିଏ ବିଦ୍ୟୁତ୍ ଚୁମ୍ବକ ମଧ୍ଯରେ ପାର୍ଥକ୍ୟ କ’ଣ ?
Answer:
ଦଣ୍ଡ ଚୁମ୍ବକ ଏକ ସ୍ଥାୟୀ ପର୍ଯ୍ୟନ୍ତ ଏହାର ଚୁମ୍ବକୀୟତା ଚୁମ୍ବକ ମାତ୍ର ବିଦ୍ୟୁତ୍ ଚୁମ୍ବକ ଅସ୍ଥାୟୀ । ବିଦ୍ୟୁତ୍ ଚୁମ୍ବକରେ ବିଦ୍ୟୁତ୍ ପ୍ରବାହ ବଜାୟ ରହେ । ଦଣ୍ଡ ଚୁମ୍ବକର ମେରୁ ଅପରିବର୍ତ୍ତନୀୟ ମାତ୍ର ବିଦ୍ୟୁତ୍ ଚୁମ୍ବକର ମେରୁ ବିଦ୍ୟୁତ୍ ପ୍ରବାହର ଦିଗ ଉପରେ ନିର୍ଭରଶୀଳ ।

Question 10.
ମାୟା ଦେଖୁଲା ଗୋଟିଏ କ୍ରେନ କବାଡ଼ି ଖାନାରେ ଲୌହ ନିର୍ମିତ ଅନୁପଯୋଗ୍ୟ ପଦାର୍ଥ ଉଠାଉଛି । ଏହା କି ପ୍ରକାର ଚୁମ୍ବକ ବ୍ୟବହାର କରୁଛି ?
Answer:
ଏହା ଶକ୍ତିଶାଳୀ ବିଦ୍ୟୁତ୍ ଚୁମ୍ବକ । ବିଦ୍ୟୁତ୍ ପ୍ରବାହ ବେଳେ ଚୁମ୍ବକୀୟତା ପ୍ରାପ୍ତ ହୋଇ ପଦାର୍ଥଗୁଡ଼ିକୁ ଉଠାଉଛି । ବିଦ୍ୟୁତ୍ ପ୍ରବାହ ବନ୍ଦ କଲେ ପଦାର୍ଥଗୁଡ଼ିକୁ ଯଥା ସ୍ଥାନରେ ରଖୂପାରୁଛି ।

Question 11.
କୁଣ୍ଡଳୀରେ ଶକ୍ତିଶାଳୀ ଚୁମ୍ବକ ତିଆରି କରିବାପାଇଁ କ’ଣ କରିବା ଆବଶ୍ୟକ ?
Answer:
କୁଣ୍ଡଳୀର ଘେରସଂଖ୍ୟା ବୃଦ୍ଧିକଲେ ବିଦ୍ୟୁତ୍ ଚୁମ୍ବକ ଆହୁରି ଶକ୍ତିଶାଳୀ ହୁଏ କିମ୍ବା ବିଦ୍ୟୁତ୍ ପ୍ରବାହ ମାନ ବୃଦ୍ଧିକଲେ ମଧ୍ୟ ଚୁମ୍ବକୀୟତା ବୃଦ୍ଧି ପାଇବ ।

Question 12.
ଗୋଟିଏ ପରିବାହୀରେ ବିଦ୍ୟୁତ୍ ପ୍ରବାହ ବୃଦ୍ଧି କଲେ ଏହାର ତାପୀୟ ପ୍ରଭାବରେ କି ପରିବର୍ତ୍ତନ ଦେଖାଯାଏ ?
Answer:
ବିଦ୍ୟୁତ୍ ପ୍ରବାହ ବୃଦ୍ଧିକଲେ ପରିବାହୀ ଅଧ୍ବକ ଉତ୍ତପ୍ତ ହୋଇ ଅଧିକ ତାପ ପ୍ରଦାନ କରେ ।

Question 13.
ହିଟରରେ ବ୍ୟବହୃତ କୁଣ୍ଡଳୀରେ ମୋଟାତାର ବ୍ୟବହାର କଲେ ତାପୀୟ କ୍ଷମତାରେ କି ପରିବର୍ତ୍ତନ ଘଟେ ?
Answer:
କୁଣ୍ଡଳୀର ତାର ମୋଟା ହେଲେ ପ୍ରତିରୋଧ କମିଯାଏ । ଫଳରେ ତାପ ଉତ୍ପାଦନ କ୍ଷମତା ହ୍ରାସ ପାଏ ।

Question 14.
ଗିଜର (Geyser) ର କୁଣ୍ଡଳୀ ଖରାପ ଥିଲେ କ’ଣ ଘଟେ ?
Answer:
ଗିଜର କୁଣ୍ଡଳୀ ତାର ଖରାପ ଥିଲେ ଏହା କମ୍ ତାପ ପ୍ରଦାନ ନାହିଁ । ଓ ଜଳ ଆଶାନୁରୂପ ଉତ୍ତପ୍ତ ହୁଏ

Question 15.
ବିଦ୍ୟୁତ୍ ବଲ୍‌ବର ଫିଲାମେଣ୍ଟ କାହିଁକି ଆଲୋକ ଦିଏ ଯେତେବେଳେ ପରିବାହୀ ଆଲୋକ ଦିଏ ନାହିଁ ?
Answer:
ଫିଲାମେଣ୍ଟ ଟଙ୍ଗଷ୍ଟନ ଧାତୁରେ ତିଆରି ଯାହାର ପ୍ରତିରୋଧ ଅଧ‌ିକ । ଏଥ‌ିରେ ବିଦ୍ୟୁତ୍ ପ୍ରବାହିତ ହେଲେ ଏହା ଉତ୍ତପ୍ତ ହୋଇ ଆଲୋକ ଦିଏ । ପରିବାହୀ ତାରର ପ୍ରତିରୋଧ କମ୍ ହେତୁ ଏହା ଉତ୍ତପ୍ତ ହୁଏ ସତ ଆଲୋକ ପ୍ରଦାନ କରେ ନାହିଁ ।

Question 16.
ବ୍ୟାଟେରୀ ସେଲଗୁଡ଼ିକ ସଂଯୁକ୍ତ ଥ‌ିବା ସମୟରେ ରିମୋଟ୍ ସମୟେ ସମୟେ କାମ କରେନାହିଁ କାହିଁକି ?
Answer:
ସେଲ୍ ଭିତରେ ଥିବା ଇଲେକ୍ଟ୍ରୋଲାଇଟ୍ ଉପଯୋଗୀତା ହରାଇଲେ ବିଦ୍ୟୁସ୍ରୋତ ପ୍ରବାହିତ ହୁଏ ନାହିଁ । ସେଲଗୁଡ଼ିକ ସଂଯୋଗ ଭୁଲ୍ ଥିଲେ ମଧ୍ୟ ରିମୋଟ୍ ଠିକ୍ କାମ କରେ ନାହିଁ ।

Question 17.
ଶୁଷ୍କକୋଷର ମୁଖ୍ୟ ଅଂଶ ଓ ବିଦ୍ୟୁତ୍ ଅଂଶ କ’ଣ ?
ଉ:-
ଶୁଷ୍କକୋଷର କାର୍ବନଦଣ୍ଡ ମୁଖ୍ୟ ଅଂଶ ଏବଂ ଦସ୍ତା ସିଲିଣ୍ଡର ବିଦ୍ୟୁତ୍ ଅଂଶ ଭାବେ କାର୍ଯ୍ୟ କରନ୍ତି ।

Question 18.
ଶୁଷ୍କକୋଷ ଓ ଭୋଲ୍ଟାଇକ୍ କୋଷ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ କ’ଣ ?
ଉ:
ଶୁଷ୍କକୋଷରେ ଏମୋନିୟମ୍ କ୍ଲୋରାଇଡ୍ କିମ୍ବା ଏହା ସହ ଜିଙ୍କ୍ କ୍ଲୋରାଇଡ୍ ମିଶ୍ରିତ ଯାହା ଅର୍ଦ୍ଧତରଳ (paste) ଅବସ୍ଥାରେ ଥାଏ । ମାତ୍ର ଭୋଲ୍ଟାଇକ୍ କୋଷରେ ଲଘୁ ସଲଫ୍ୟୁରିକ୍ (ତେଜାବ) ରହିଥାଏ ।

Question 19.
ଆଦିତ୍ୟ ତାଙ୍କ ଘରେ କେତେକ ମୃତ ବ୍ୟାଟେରୀକୋଷ ପାଇଲା । ସେଗୁଡ଼ିକୁ ସେ ଅଳିଆ ମଳାରେ ନଫିଙ୍ଗିବାର କାରଣ କ’ଣ ?
Answer:
ମୃତ୍ତ ବ୍ୟାଟେରୀ କୋଷରେ କ୍ଷତିକାରକ ରାସାୟନିକ ପଦାର୍ଥ ଥାଏ । ସେଗୁଡ଼ିକ ଅଳିଆ ଗଦାରେ ନ ଫିଙ୍ଗି ଆବର୍ଜନା ପୁନଃଚକ୍ରଣ କେନ୍ଦ୍ରକୁ ପଠାଇବା ଉଚିତ ହେତୁ ସେ ଅଳିଆଗଦାକୁ ଫିଙ୍ଗି ନଥାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ

Question 1.
ବେଙ୍ଗଗୋଡ଼ ପରୀକ୍ଷାରେ ବୈଜ୍ଞାନିକ ଲୁଇ ଗାଲଭାନୀ ଦେଖ‌ିଲେ ମୃତ୍ତ ବେଙ୍ଗର ଗୋଡ଼ ଦୁଇଟି ଭିନ୍ନ ଧାତୁ ସଂସ୍ପର୍ଶରେ ଆସି ସମ୍ବେଦନଶୀଳ ହେଲା । ଏହି ଦୃଷ୍ଟାନ୍ତ ପଛରେ କେଉଁ ବୈଜ୍ଞାନିକ ସତ୍ୟ ରହିଛି ?
Answer:
ପରୀକ୍ଷାଟି ଦର୍ଶାଉଛି ବେଙ୍ଗର ଗୋଡ଼ରେ ଦୁଇଟି ଭିନ୍ନଧାତୁ ସଂଯୋଗ କରିବାକୁ ବେଙ୍ଗର ମାଂସପେଶୀରେ ସଙ୍କୋଚନ ଓ ପ୍ରସାରଣ ଘଟିଲା । ଏହା କେବଳ ବିଦ୍ୟୁତ୍ ପ୍ରବାହର ସୂଚନା ଦେଲା । ପ୍ରମାଣିତ ହେଲା ମାଂସପେଶୀ ବିଦ୍ୟୁତ୍ ପ୍ରବାହ ସୃଷ୍ଟିକରେ ନାହିଁ । ଦୁଇଟି ଧାତୁ ଏକ ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଆସିଲେ ବିଦ୍ୟୁତ୍ ପ୍ରବାହ ସୃଷ୍ଟିକରେ । ପରୀକ୍ଷାଟି ତାଙ୍କୁ ଭୋଲଟୀୟ କୋଷ ନିର୍ମାଣ ପାଇଁ ପ୍ରେରଣା ଯୋଗାଇଲା ।

Question 2.
ବିଦ୍ୟୁତ୍ ଚୁମ୍ବକ ତିଆରି ବେଳେ ବ୍ୟାଟେରୀକୁ ଖୁବ୍ କମ୍ ସମୟ ପାଇଁ ବ୍ୟବହାର କରିବା ପଛରେ କେଉଁ ଯଥାର୍ଥତା ରହିଛି ?
Answer:
ବିଦ୍ୟୁତ୍ ସେଲ୍ ଅଧ‌ିକ ସମୟ ବ୍ୟବହାର କଲେ ସେଲ୍‌ର ବିଦ୍ୟୁତ୍ ଉତ୍ପାଦନ ଶକ୍ତି ଦ୍ରୁତ ବେଗରେ ହ୍ରାସ ପାଏ । ଫଳରେ ବିଦ୍ୟୁତ୍ ଚୁମ୍ବକ ଶକ୍ତିଶାଳୀ ନହୋଇ ଦୁର୍ବଳ ହେବାକୁ ଲାଗେ । କୁଣ୍ଡଳୀ ତାର ଉତ୍ତପ୍ତ ହୋଇ ପରିପଥ ନଷ୍ଟ କରିବାର ସମ୍ଭାବନା ରହେ । ଏଣୁ ଅଳ୍ପ ସମୟପରେ ସେଲକୁ ଅଫ୍ (off) କରିବା ଆବଶ୍ୟକ ହୋଇଥାଏ ।

Class 8 Science Chapter 4 Question Answer Odia Medium ବିଦ୍ୟୁତ୍‌ର ଚୁମ୍ବକୀୟ ଓ ତାପୀୟ ପ୍ରଭାବ

Question 3.
ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ କ’ଣ ? ଏହା କିପରି ଆବିଷ୍କୃତ ହେଲା ?
Answer:
ଯେତେବେଳେ କୌଣସି ପରିବାହୀରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ, ପରିବାହୀର ଚତୁଃପାର୍ଶ୍ଵରେ ଏକ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୁଏ, ପରିବାହିଟି ଗୋଟିଏ ଅସ୍ଥାୟୀ ଚୁମ୍ବକରେ ପରିଣତ ହୁଏ । ବିଦ୍ୟୁତ୍ ପ୍ରବାହ ବନ୍ଦ ହେଲେ, ପରିବାହୀଟି ତାର ଚୁମ୍ବକତ୍ଵ ହରାଇଥାଏ । ଏହାକୁ ବିଦ୍ୟୁତ୍‌ତର ଚୁମ୍ବକୀୟ ପ୍ରଭାବ କହନ୍ତି । 1820 ଖ୍ରୀଷ୍ଟାବ୍ଦରେ ଡେନ୍‌ମାର୍କର ଗୋଟିଏ ବିଶ୍ଵବିଦ୍ୟାଳୟର ପ୍ରଫେସର ହାନ୍ସ ଖ୍ରୀଷ୍ଟିୟାନ୍ସ ଓଏରଷ୍ଟର୍ଡ ଶ୍ରେଣୀଗୃହରେ ପ୍ରଦର୍ଶନ କରୁଥ‌ିବା ଏକ ପରୀକ୍ଷାରେ ଏହା ପ୍ରମାଣିତ କରିଥିଲେ । ଏକ ପରିବାହୀରେ ବିଦ୍ୟୁତ୍ ପ୍ରବାହିତ କରିବା ସମୟରେ ଏହା ନିକଟରେ ଏକ କମ୍ପାସ ସୂଚୀର ବିକ୍ଷେପଣ ଦେଖୁ ସେ ପରୀକ୍ଷଣଟିକୁ ସଂପୂର୍ଣ୍ଣ କରିଥିଲେ । ବିଦ୍ୟୁତ୍ ପ୍ରବାହ ବନ୍ଦ ହେଲେ ସୂଚୀ ଚୁମ୍ବକ ତାର ସ୍ଵାଭାବିକ ଅବସ୍ଥାନ ଧାରଣ କରୁଥିଲା । ସୂଚୀ ଚୁମ୍ବକର ପ୍ରତିକ୍ରିୟା ଅନୁଧ୍ୟାନ କରି ସେ ଏହା ନିକଟରେ ଅନ୍ୟ ଏକ ଚୁମ୍ବକର ଉପସ୍ଥିତି ଉପଲବ୍ଧ କଲେ ଏବଂ ଶେଷରେ ବିଦ୍ୟୁତ୍ ପ୍ରବାହି ପରିବାହିଟି ଆବିଶ୍ୟକ ଚୁମ୍ବକ ପରି କାର୍ଯ୍ୟକରୁଛି ବୋଲି ପ୍ରମାଣ କଲେ ।

Question 4.
ବୈଦ୍ୟୁତିକ ଉପକରଣ ଗୁଡ଼ିକରେ ନିକ୍ରୋମ ତାର ତାପ ଉତ୍ପାଦନ ପାଇଁ ଉପଯୁକ୍ତ ପରିବାହୀ କିପରି ?
Answer:
ନିକ୍ରୋମ ତାରର ପ୍ରତିରୋଧ ଅଧ‌ିକ ଯାହାବଳରେ ଏହା ମଧ୍ୟରେ ବିଦ୍ୟୁତ୍ ପ୍ରବାହ ଘଟିଲେ ନିକ୍ରୋମ କଣିକା ଓ ଇଲେକ୍ଟ୍ରୋନ୍ ମଧ୍ଯରେ ସଂଘାତ ଘଟି ତାପଶକ୍ତି ଉତ୍ପନ୍ନ ହୁଏ । ପ୍ରତିରୋଧ ଅଧ‌ିକ ହେତୁ ବିଦ୍ୟୁତ୍ ପ୍ରବାହ ବୃଦ୍ଧିରେ ନିକ୍ରୋମ ତାର ତରଳେ ନାହିଁ । ଏହା ଦୀର୍ଘ ସମୟ ତାପ ଧରିରଖେ । ତେଣୁ ବିଦ୍ୟୁତ୍ ଚୁଲା, ବୈଦ୍ୟୁତିକ ଇସ୍ତ୍ରୀ ପ୍ରଭୃତିରେ ବୈଦ୍ୟୁତିକ ତାପନ ପାଇଁ ନିକ୍ରୋମ ତାର ବ୍ୟବହାର କରାଯାଏ ।

Question 5.
ଶୁଷ୍କକୋଷଗୁଡ଼ିକୁ ବ୍ୟବହାର ପରେ ଅଳିଆଗଦାକୁ ନଫିଙ୍ଗି ପୁନଃଚକ୍ରଣ ପାଇଁ ବ୍ୟବସ୍ଥା କରାଯାଏ କାହିଁକି ?
Answer:
ଶୁଷ୍କକୋଷ ମଧ୍ୟରେ ସୀସା, ଲିଥ୍ୟମ୍, କାର୍ଡ଼ମିୟମ୍ ପରି ଧାତୁ ଏବଂ ଆଲୁମିନିୟମ୍ କ୍ଲୋରାଇଡ୍ ପରି ରାସାୟନିକ ପଦାର୍ଥ ଥାଏ । ଉପଯୋଗୀତା ହରାଇବା ପରେ ଏହାକୁ ମୃତକୋଷ (Dead Cell) କହନ୍ତି । ପଦାର୍ଥ ଗୁଡ଼ିକ ଅଳିଆଗଦାକୁ ଗଲେ ପରିବେଶ ପ୍ରଦୂଷଣରେ କିମ୍ବା ଅଗ୍ନିସ୍ଫୁଲିଙ୍ଗ ସୃଷ୍ଟି କରିପାରେ । ଏଣୁ ଏହାକୁ ପୁନଃଚକ୍ରଣ କେନ୍ଦ୍ରକୁ ପଠାଯାଇ ଏହାର ଅଂଶଗୁଡ଼ିକୁ ବ୍ୟବହାର ଉପଯୋଗୀ କରାଯାଏ ।

Question 6.
ବୈଜ୍ଞାନିକମାନେ ‘କଠିନାବସ୍ଥା ବ୍ୟାଟେରୀ’’ (Solid State battery) ସମ୍ବନ୍ଧରେ କାର୍ଯ୍ୟ କରୁଛନ୍ତି କାହିଁକି ?
Answer:
ସାଧାରଣତଃ ବ୍ୟାଟେରୀରେ ତରଳ କିମ୍ବା ମଣ୍ଡଭଳି ପଦାର୍ଥକୁ ଇଲେକ୍ଟ୍ରୋଲାଇଟ୍ ଭାବେ ବ୍ୟବହାର କରାଯାଏ । କିନ୍ତୁ ‘କଠିନାବସ୍ଥା ବ୍ୟାଟେରୀରେ’’ କଠିନ ପଦାର୍ଥକୁ ଇଲେକ୍ଟ୍ରୋଲାଇଟ୍ ଭାବେ ବ୍ୟବହାର କରାଯାଇଥାଏ । ଏହାଦ୍ଵାରା ବ୍ୟଟେରୀଗୁଡ଼ିକ ଅଧ୍ଵକ ସ୍ଥାୟୀ, ସୁରକ୍ଷିତ ଓ ଦ୍ରୁତଚାର୍ଜିତ ହେବ । ପରିବେଶ ଅନୁକୂଳ ଶକ୍ତି ଉତ୍ସ ଭାବେ ଏହା ଅଧିକ ଆଦୃତ ହେବ ।

Question 7.
ବିଦ୍ୟୁତ୍ ଶକ୍ତିର ଉତ୍ସ ଉପରେ ଗାଲଭାନୀ ଏବଂ ଭୋଲ୍‌ଟାଙ୍କ ମଧ୍ୟରେ ବୁଝାମଣାରେ ମୁଖ୍ୟ ପାର୍ଥକ୍ୟ କ’ଣ ?
Answer:
ଗାଲଭାନୀ ବିଶ୍ଵାସ କରୁଥିଲେ ବେଙ୍ଗର ମାଂସପେଶୀ ବିଦ୍ୟୁତ୍ ଶକ୍ତିର ଉତ୍ସ, ମାତ୍ର ଭୋଲ୍‌ଟାଙ୍କ ଅନୁସାରେ ଦୁଇଟି ଭିନ୍ନ ଧାତୁ ମଧ୍ୟରେ ପାରସ୍ପରିକ କ୍ରିୟାର ପରିଣାମ ଯୋଗୁ ବିଦ୍ୟୁତ୍‌ର ସୃଷ୍ଟି । ପରବର୍ତ୍ତୀ କାଳରେ ଭୋଲଟାଙ୍କ ପରୀକ୍ଷାରେ ଦୁଇଟି ଭିନ୍ନ ଧାତୁ ଓ ଇଲେକ୍ଟ୍ରୋଲାଇଟ୍‌ର ସଂଯୋଗରୁ ବିଦ୍ୟୁତ୍ ଉତ୍ପନ୍ନ ହେଲା । କିନ୍ତୁ ପ୍ରାଣୀମାନଙ୍କ ମାଂସପେଶୀରୁ ବିଦ୍ୟୁତ୍ ଉତ୍ପନ୍ନ ହେବାର ପ୍ରମାଣ ମିଳିଲା ନାହିଁ ।

Question 8.
ଲିଥୁମ୍-ଆୟନ ବ୍ୟାଟେରିର ପୁନଃ ଚକ୍ରଣ ପାଇଁ ବିଶ୍ୱସ୍ତରୀୟ ପ୍ରଚେଷ୍ଟା ଚାଲିବାର କାରଣ କ’ଣ ?
Answer:
ଲିଥୁମ୍-ଆୟନ ବ୍ୟାଟେରିରେ ଲିଥ୍ୟମ୍ ଏବଂ କୋବାଲ୍‌ ପରି ମୂଲ୍ୟବାନ ଧାତୁ ଥାଏ ଯାହା ପୃଥ‌ିବୀର ଅଳ୍ପକିଛି ଅଂଶରେ ମିଳେ । ପୁନଃ ଚକ୍ରଣ ଦ୍ଵାରା ଏହାର ସଂରକ୍ଷଣ, ଉତ୍ପାଦନ ଜନିତ ପରିବେଶ ପ୍ରଦୂଷଣ ଚାହିଦା ବୃଦ୍ଧି ସମସ୍ୟାର ସମାଧାନ ହୋଇପାରିବ ଯାହାଦ୍ୱାରା ବିଦ୍ୟୁତ୍‌କ୍ତି ସୁପରିବହନ ମଧ୍ୟ ସମ୍ଭବ ହେବ । ଗୋଟିଏ କୁଣ୍ଡଳି ଆବୃତ୍ତ କାଗଜ ନଳୀ

Question 9.
କାଗଜ ନଳୀ ନେଇଥିଲେ କି ପ୍ରଭେଦ ଭିତରେ ତୁମେ ଲୁହା କଣ୍ଟା ପ୍ରବେଶ ନକରି କେବଳ କୁଣ୍ଡଳି ଆବୃତ୍ତ ଦେଖାଯାଇଥାନ୍ତା
Answer:
ଲୁହାକଣ୍ଟା କୁଣ୍ଡଳୀର ଚୁମ୍ବକୀୟତା ବୃଦ୍ଧିକରେ ଯାହାଦ୍ଵାରା ଶକ୍ତିଶାଳୀ ବିଦ୍ୟୁତ୍ ଚୁମ୍ବକ ସୃଷ୍ଟି ହୁଏ । କୁଣ୍ଡଳୀ ପାଖରେ କମ୍ପାସସୂଚୀର ମାତ୍ରାଧ‌ିକ ବିକ୍ଷେପଣ ଏହାର ପ୍ରମାଣ ଦିଏ । ଲୁହାକଣ୍ଟା ପ୍ରବେଶ ନକରାଇଲେ ଏହା ଦୁର୍ବଳ ଚୁମ୍ବକ ହେବ ଏବଂ ନିକଟବର୍ତ୍ତୀ କମ୍ପାସସୂଚୀକୁ କମ୍ ବିକ୍ଷେପିତ କରିବ ।

Question 10.
ଗୋଟିଏ ଇସ୍ପାତ ଚାମଚ ଉପରେ ତାର ଗୁଡ଼ାଯାଇଛି । ବିଦ୍ୟୁତ୍ ପ୍ରବାହ କଲେ କ’ଣ ଦେଖାଯିବ ?
Answer:
ଇସ୍ପାତ ଚାମଚ ଉପରେ ତାର ଗୁଡ଼ାଇ ବିଦ୍ୟୁତ୍ ପ୍ରବାହ କରାଇଲେ ତାରଟି ଉତ୍ତପ୍ତ ହେବ ଏବଂ ତାପଶକ୍ତି ଇସ୍ପାତ ଚାମଚକୁ ସ୍ଥାନାନ୍ତରିତ ହୋଇ ଏହାକୁ ଉତ୍ତପ୍ତ କରିବ । ଏହା ବ୍ୟତୀତ ଇସ୍ପାତ ଚାମଚଟି ଏକ ସ୍ଥାୟୀ ଦୁର୍ବଳ ଚୁମ୍ବକରେ ପରିଣତ ହେବ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ

Question 1.
ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ କ’ଣ ? କ୍ରେନ୍‌ଦ୍ୱାରା ପୁରୁଣା ଧାତୁ ତିଆରି ପଦାର୍ଥ ଉଠାଇବାରେ ଏହା କିପରି କାର୍ଯ୍ୟ କରେ ? ବିଦ୍ୟୁତ୍ ଚୁମ୍ବକର ଚୁମ୍ବକୀୟତା ବୃଦ୍ଧିପାଇଁ ଦୁଇଟି ଉପାୟ ଲେଖ ।
Answer:
କୌଣସି ପରିବାହିରେ ବିଦ୍ୟୁସ୍ରୋତ ପ୍ରବାହିତ ହେଲେ, ପରିବାହିର ଚତୁଃପାର୍ଶ୍ଵରେ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୁଏ ଏବଂ ପରିବାହିଟି ଏକ ଅସ୍ଥାୟୀ ଚୁମ୍ବକରେ ପରିଣତ ହୁଏ । ବିଦ୍ୟୁତ୍ ପ୍ରବାହ ବନ୍ଦ ହେଲେ ପରିବାହିଟି ତାର ଚୁମ୍ବକତ୍ଵ ହରାଏ । ଏହାକୁ ବିଦ୍ୟୁତ୍ ଶକ୍ତିର ଚୁମ୍ବକୀୟ ପ୍ରଭାବ କହନ୍ତି । 1820 ଖ୍ରୀଷ୍ଟାବ୍ଦରେ ଡେନ୍‌ମାର୍କର ବୈଜ୍ଞାନିକ ହାନ୍ସ ଖ୍ରୀଷ୍ଟିୟାନ୍ ଓଏରଷ୍ଟର୍ଡ଼ ପ୍ରଥମେ ଏହି ସତ୍ୟ ଆବିଷ୍କାର କରିଥିଲେ ଗୋଟିଏ କ୍ରେନ୍‌ରେ ଏକ ଶକ୍ତିଶାଳୀ ବିଦ୍ୟୁତ୍ ଚୁମ୍ବକ ସଂଯୁକ୍ତ ହୋଇଥାଏ । ବିଦ୍ୟୁତ୍ ପ୍ରବାହ କଲେ ବା ସୁଇଚ୍ ଅନ୍ (ON) କଲେ ଏହା ତାର ଚୁମ୍ବକ ଗୁଣ ପ୍ରଦର୍ଶନ କରି ଚୁମ୍ବକୀୟ ବସ୍ତ ଯଥା ଲୁହା, ନିକେଲ ଓ କୋବାଲଟ୍ ଆକର୍ଷଣ କରିପାରେ । ବିଦ୍ୟୁତ୍ ଚୁମ୍ବକର ଗଠନ ପ୍ରଣାଳୀ ଓଏରଷ୍ଟଡ୍‌ଙ୍କ ଆବିଷ୍କାର ଉପରେ ପ୍ରତିଷ୍ଠିତ । ଏହା ବିଦ୍ୟୁତ୍ ପ୍ରଭାବରେ ଚୁମ୍ବକୀୟ ଶକ୍ତି ଉତ୍ପନ୍ନର ଏକ ଦୃଷ୍ଟାନ୍ତ । ଶକ୍ତିଶାଳୀ ଚୁମ୍ବକ ହୋଇଥିବାରୁ କ୍ରେନ୍ ସାହାଯ୍ୟରେ ବିରାଟକାୟ ଲୌହଖଣ୍ଡ ଉଠାଯାଇପାରୁଛି ଏବଂ ସୁଇଚ୍ ‘ଅଫ୍’ କରି ଆବଶ୍ୟକ ସ୍ଥାନରେ ରଖାଯାଇପାରୁଛି ।

ବିଦ୍ୟୁତ୍ ଚୁମ୍ବକକୁ ଶକ୍ତିଶାଳୀ କରିବାପାଇଁ ଏଥିରେ ବ୍ୟବହୃତ ତାର କୁଣ୍ଡଳୀର ଘେରସଂଖ୍ୟା ବୃଦ୍ଧି କରାଯାଇଥାଏ । ଅନ୍ୟପକ୍ଷରେ ବିଦ୍ୟୁତ୍ ସ୍ରୋତର ପରିମାଣ ବୃଦ୍ଧି କରାଯାଇ ମଧ୍ୟ ଶକ୍ତିଶାଳୀ ବିଦ୍ୟୁତ୍ ଚୁମ୍ବକ ପ୍ରାପ୍ତ ହେବା ସମ୍ଭବ ହୋଇଥାଏ ।

Question 2.
ରିଆ ଦେଖିଲା ତାର ବୈଦ୍ୟୁତିକ ଇସ୍ତ୍ରୀ (Electric Iron) କୁ ପ୍ଲଗରେ ସଂଯୋଗ କରିବାପରେ ଏହା ଶୀଘ୍ର ଉତ୍ତପ୍ତ ହୋଇଯାଉଛି । କିନ୍ତୁ ସଂଯୋଗୀ ତାର ଯାହା ମଧ୍ୟଦେଇ ବିଦ୍ୟୁତ୍ ପ୍ରବାହିତ ହେଉଛି ତାହା ଥଣ୍ଡା ରହୁଛି ।
(i) ଇସ୍ତ୍ରୀ ଭିତରେ ଥ‌ିବା ଉପାଦାନ ଶୀଘ୍ର ଗରମ ହେଉଥିବା ସ୍ଥଳେ, ସଂଯୋଗୀ ତାର କାହିଁକି ଉତ୍ତପ୍ତ ହେଉନାହିଁ ?
(ii) ପରିବାହିରେ ଉତ୍ପନ୍ନ ତାପକୁ ନିୟନ୍ତ୍ରଣ କରୁଥିବା କାରକ ଗୁଡ଼ିକ କ’ଣ ଓ ଏହାର ପ୍ରଭାବ କିପରି ?
(iii) ବୈଦ୍ୟୁତିକ ତାପନ ଉପକରଣ ଗୁଡ଼ିକରେ ତମ୍ବା ପରିବର୍ତ୍ତେ ନିକ୍ରୋମ ତାର କାହିଁକି ବ୍ୟବହୃତ ହୁଏ ?
(iv) ଘରେ ବୈଦ୍ୟୁତିକ ତାପନ ଉପକରଣ ବ୍ୟବହାର କ୍ଷେତ୍ରରେ କି କି ସାବଧାନତା ଅବଲମ୍ବନ କରାଯିବା ଉଚିତ୍ ?
Answer:
(i) ବୈଦ୍ୟୁତିକ ତାପକ ଗୁଡ଼ିକ ଭିତର ଉପାଦାନ ନିକ୍ରୋମ ତାର, ଯାହାର ପ୍ରତିରୋଧ ଅଧ୍ବକ । ଉଚ୍ଚ ପ୍ରତିରୋଧ ହେତୁ ବିଦ୍ୟୁତ୍ ପ୍ରବାହ ଯୋଗୁ ଏହା ଶୀଘ୍ର ଉତ୍ତପ୍ତ ହୋଇ ତାପଶକ୍ତି ପ୍ରଦାନ କରେ । ଉପକରଣ ଗୁଡ଼ିକର ସଂଯୋଗୀ ତାର ତମ୍ବାରେ ତିଆରି ଯାହାର ପ୍ରତିରୋଧ କମ୍ । କମ୍ ପ୍ରତିରୋଧ ହେତୁ ଏହି ତାର ବିଦ୍ୟୁତ୍ ପ୍ରବାହରେ ସେତେ ଉତ୍ତପ୍ତ ହୁଏ ନାହିଁ ।

(ii) ପରିବାହୀର ତାପ ଉତ୍ପାଦନ କ୍ଷମତା ଏହାର ପ୍ରକୃତି, ଆକୃତି, ବିଦ୍ୟୁତ୍ ପ୍ରବାହର ମାନ ଏବଂ ପ୍ରବାହ ସମୟ ଉପରେ ନିର୍ଭର କରେ । ତମ୍ବା, ଏଲୁମିନିୟମ୍ ତୁଳନାରେ ନିକ୍ରୋମର ପ୍ରତିରୋଧ ଅଧ‌ିକ ହେତୁ ଏହା ଶୀଘ୍ର ଉତ୍ତପ୍ତ ହୋଇ ଅଧୂକ ତାପଶକ୍ତି ପ୍ରଦାନ କରେ ।
ପରିବାହିର ଦୈର୍ଘ୍ୟ ଅଧ‌ିକ ହେଲେ ପ୍ରତିରୋଧ ଅଧିକ ହେବାରୁ ଅଧିକ ତାପଶକ୍ତି ପ୍ରଦାନ କରେ । ପରିବାହୀର ମୋଟେଇ ଅଧ‌ିକ ହେଲେ ପ୍ରତିରୋଧ କମ୍ ହେବାରୁ ଉତ୍ପନ୍ନ ତାପଶକ୍ତି କମିଯାଏ । ବିଦ୍ୟୁତ୍ ପ୍ରବାହର ମାନ ବୃଦ୍ଧି ଘଟିଲେ ଅଧ‌ିକ ତାପଶକ୍ତି ଉତ୍ପନ୍ନ ହୁଏ । ବିଦ୍ୟୁତ୍ ପ୍ରବାହର ସମୟ ବୃଦ୍ଧି ଘଟିଲେ ମଧ୍ୟ ତାପଶକ୍ତି ଅଧ୍ବକ ଉତ୍ପନ୍ନ ହୁଏ ଏଣୁ ତାପଶକ୍ତି H = I2RT ।

(iii) ନିକ୍ରୋମର ପ୍ରତିରୋଧ ଅଧ୍ବକ ହେତୁ ଏହା ବିଦ୍ୟୁତ୍ ପ୍ରବାହରେ ଅଧୂକ ତାପଶକ୍ତି ପ୍ରଦାନ କରେ ଏବଂ ତରଳେ ନାହିଁ । ତମ୍ବାର ପ୍ରତିରୋଧ କମ୍ ହେତୁ ଏହା ଯଥେଷ୍ଟ ତାପ ଉତ୍ପନ୍ନ କରିପାରେ ନାହିଁ ।

(iv) ବୈଦ୍ୟୁତିକ ତାପନ ଉପକରଣରେ ସରୁ ଓ ଖରାପ ତାର ବ୍ୟବହାର କରାଯିବା ଉଚିତ ନୁହେଁ । ସୁଇଚ୍‌କୁ ମାତ୍ରାଧ‌ିକ ସମୟ ‘ଅନ୍’ କରି ରଖୁବା ଆଦୌ ଠିକ୍ ନୁହେଁ । ଜ୍ଵଳନଶୀଳ ପଦାର୍ଥ ଗୁଡ଼ିକ ଉପକରଣ ଠାରୁ ଦୂରରେ ରଖାଯିବା ଉଚିତ୍ ।

Question 3.
ବିଶ୍ଵରେ ବିଦ୍ୟୁତ୍ ଚାଳିତ ଯାନବାହାନ ଓ ଇଲେକ୍ଟ୍ରୋ ।ନିକ୍ସ ଯନ୍ତ୍ରପାତି ଉପକରଣର ଚାହିଦା ବୃଦ୍ଧି ଘଟୁଥ‌ିବାରୁ ଲିଥୁୟମ-ଆୟନ ବ୍ୟାଟେରୀ ବ୍ୟବହାର ଗୁରୁତ୍ଵପୂର୍ଣ୍ଣ । ଆଧୁନିକ ଉପକରଣରେ ଏହାର ବହୁଳ ବ୍ୟବହାରର କାରଣ କ’ଣ ? ବ୍ୟାଟେରୀରେ ବ୍ୟବହୃତ ପଦାର୍ଥ ଗୁଡ଼ିକର ପ୍ରାଧାନ୍ୟ ଏବଂ ସେଗୁଡ଼ିକର ପୁନଃଚକ୍ରଣ ପ୍ରକ୍ରିୟା ଉପରେ ଆଲୋକପାତ କର ।
Answer:
ଲିଥୁମ୍-ଆୟନ ବ୍ୟାଟେରୀ ଗୁଡ଼ିକ ହାଲୁକା, ପୁନଃ ଚାର୍ଜଯୁକ୍ତ ଏବଂ ଏଥ‌ିରେ ପ୍ରଚୁର ଶକ୍ତି ସଂରକ୍ଷିତ ହୋଇପାରୁଥିବାରୁ ଏହା ବିଶେଷ ଲୋକପ୍ରିୟ । ଏଥିପାଇଁ ଏହା ମୋବାଇଲ୍ ଫୋନ୍, ଲାପଟପ୍ ଏବଂ ବୈଦ୍ୟୁତିକ ମଟରଗାଡ଼ିରେ ବହୁ ମାତ୍ରାରେ ବ୍ୟବହୃତ ହୋଇଥାଏ ।

ମାତ୍ର ଏହି ବ୍ୟାଟେରୀରେ ଲିଥ୍ୟମ୍, କୋବାଲଟ୍‌ ପରି ବିରଳ ଧାତୁ ଯାହା ବିଶ୍ଵର ଅଳ୍ପକିଛି ସ୍ଥାନରେ ଲଭ୍ୟ ହୋଇଥାଏ ଏବଂ ପରିମାଣ ସୀମିତ ବ୍ୟବହାର କରାଯାଏ । ଖଣିରୁ ସେଗୁଡ଼ିକ ଉତ୍ପାଦନ ପ୍ରକ୍ରିୟା ପରିବେଶ ଉପରେ ପ୍ରଭାବ ପକାଇଥାଏ ।

ଏହାର ସଙ୍କଟ ଏଡାଇବାକୁ ପଦାର୍ଥ ଗୁଡ଼ିକର ପୁନଃ ଚକ୍ରଣ ଏକମାତ୍ର ବିକଳ୍ପ । ପୁନଃଚକ୍ରଣ ବର୍ଦ୍ଧିଷ୍ଠ ଚାହିଦା ପୂରଣ କରିବା ସଙ୍ଗେ ସଙ୍ଗେ ପରୋକ୍ଷରେ ପରିବେଶ ଉପରେ କୁ ପ୍ରଭାବରୁ ରକ୍ଷା କରିବ ବୋଲି ବୈଜ୍ଞାନିକ ମାନେ ମତ ଦିଅନ୍ତି ଏବଂ ଏହା ଉପରେ ଅଧ‌ିକ ଗବେଷଣା କରନ୍ତି ।

Class 8 Science Chapter 2 Question Answer Odia Medium ଅଣୁଜୀବ ଜଗତ

Go through 8th Class Science Book Odia Medium Question Answer and Class 8 Science Chapter 2 Question Answer Odia Medium ଅଣୁଜୀବ ଜଗତ to understand textbook questions more clearly.

8th Class Science Chapter 2 Question Answer Odia Medium

Class 8 Science Chapter 2 Odia Medium

ଜିଜ୍ଞାସା ବଜାୟ ରଖ

Question 1.
ଏକ କୋଷର ବିଭିନ୍ନ ଅଂଶ ତଳେ ଦିଆଯାଇଛି ।
ପାର୍ଶ୍ୱସ୍ଥ ଚିତ୍ରରେ ଉପଯୁକ୍ତ ସ୍ଥାନରେ ସେଗୁଡ଼ିକୁ ଲେଖ । (ପ୍ରଶ୍ନ ସହ ଉତ୍ତର)
Class 8 Science Chapter 2 Question Answer Odia Medium ଅଣୁଜୀବ ଜଗତ 1
(a) ନ୍ୟଷ୍ଟି
(b) କୋଷଜୀବକ
(c) ହରିତ୍ରବକ
(d) କୋଷଭିଭି
(e) କୋଷଝିଲ୍ଲୀ
(f) ନ୍ୟୁକ୍ଲି ଅଏଡ଼୍
Answer:
କେବଳ ଉଦ୍ଭିଦ କୋଷରେ:

  • କୋଷପ୍ରାଚୀର
  • ହରିତଲବକ
  • ବଡ଼ ରସଧାନୀ (ଭାକ୍ୟୁଓଲ୍)

ଉଭୟ ଉଦ୍ଭିଦ ଓ ପ୍ରାଣୀ କୋଷରେ:

  • କୋଷଝିଲ୍ଲୀ
  • କୋଷଜୀବଦ୍ରବ୍ୟ (ସାଇଟୋପ୍ଲାଜମ୍)
  • ନ୍ୟୁକ୍ଲିଅସ୍ (କେନ୍ଦ୍ରକ)

କେବଳ ପ୍ରାଣୀ କୋଷରେ:
ସେଣ୍ଟ୍ରୋସୋମ୍ / ସେଣ୍ଟ୍ରିଓଲ୍

Question 2.
ଆନନ୍ଦ ଦୁଇଟି ପରୀକ୍ଷାନଳୀ ନେଇ ସେଗୁଡ଼ିକୁ କ ଏବଂ ଖ ଭାବରେ ଚିହ୍ନିତ କଲା । ସେ ପ୍ରତ୍ୟେକ ପରୀକ୍ଷାନଳୀରେ ଦୁଇ ଚାମଚ ଲେଖାଏଁ ଚିନି ଦ୍ରବଣ ପକାଇଲା । ପରୀକ୍ଷାନଳୀ ‘ଖ’ ରେ, ସେ ଏକ ଚାମଚ ଇଷ୍ଟ ପକାଇଲା । ତା’ପରେ ସେ ପ୍ରତ୍ୟେକ ପରୀକ୍ଷାଳନୀର ମୁହଁରେ ଦୁଇଟି ଅଳ୍ପ ଫୁଲାଯାଇଥିବା ବେଲୁନ୍ ବାନ୍ଧିଦେଲା । ତା’ପରେ ସେ ଏହାକୁ ନେଇ ସୂର୍ଯ୍ୟକିରଣରୁ ଦୂରରେ ଏକ ଉଷ୍ମ ସ୍ଥାନରେ ରଖୁଲା ।
Class 8 Science Chapter 2 Question Answer Odia Medium ଅଣୁଜୀବ ଜଗତ 2
(i) ୩-୪ ଦିନ ପରେ କ’ଣ ହେବ ବୋଲି ତୁମେ ଅନୁମାନ କରୁଛ ? ସେ ଦେଖୁଲା ଯେ ପରୀକ୍ଷାନଳୀ ‘ଖ’ ସହିତ ସଂଲଗ୍ନ ବେଲୁନ୍ ଫୁଲିଯାଇଥିଲା । ଏହାର ସମ୍ଭାବ୍ୟ କାରଣ କ’ଣ ହୋଇପାରେ ?
(a) ପରୀକ୍ଷା ନଳୀ’‘ଖ’ ରେ ପାଣି ବାଷ୍ପୀଭୂତ ହୋଇଗଲା ଏବଂ ବେଲୁନ୍‌କୁ ଜଳୀୟ ବାଷ୍ପରେ ପୂର୍ଣ୍ଣ କଲା ।
(b) ଉଷ୍ମ ବାୟୁମଣ୍ଡଳ ପରୀକ୍ଷା ନଳୀ ‘ଖ’ ଭିତରେ ଥ‌ିବା ବାୟୁକୁ ବିସ୍ତାରିତ କଲା, ଯାହା ବେଲୁନକୁ ଫୁଲାଇଲା ।
(c) ଇଷ୍ଟ ପରୀକ୍ଷାଳନୀ ‘ଖ’ ଭିତରେ ଏକ ଗ୍ୟାସ୍ ଉତ୍ପାଦନ କଲା ଯାହା ବେଲୁନ୍‌କୁ ଫୁଲାଇଲା ।
(d) ଚିନି ଉଷ୍ମ ପବନ ସହିତ ପ୍ରତିକ୍ରିୟା କରି ଏକ ଗ୍ୟାସ୍ ଉତ୍ପାଦନ କଲା
Answer:
(c) ଇଷ୍ଟ ପରୀକ୍ଷାଳନୀ ‘ଖ’ ଭିତରେ ଏକ ଗ୍ୟାସ୍ ଉତ୍ପାଦନ କଲା ଯାହା ବେଲୁନ୍‌କୁ ଫୁଲାଇଲା ।

(ii) ସେ ଆଉ ଏକ ପରୀକ୍ଷାନଳୀ ନେଲା, ଯାହାର ୧/୪ ଅଂଶ ଚୂନ ପାଣିରେ ପୂର୍ଣ୍ଣ ଥିଲା । ସେ ପରୀକ୍ଷାଳନୀ ‘ଖ’ ରୁ ବେଲୁନକୁ ଏପରି ଭାବରେ ବାହାର କଲା ଯେପରି ବେଲୁନ ଭିତରେ ଥ‌ିବା ଯାଇପାରିବ ନାହିଁ । ସେହି ବେଲୁନକୁ ଚୂନ ପାଣି ଥୁବା ପରୀକ୍ଷାନଳୀ ମୁହଁରେ ବାନ୍ଧିଦେଲା ଭାବରେ ହଲାଇଲା । ସେ କ’ଣ ଜାଣିବାକୁ ଚାହୁଁଛି ବୋଲି ତୁମେ ଭାବୁଛ ?
Answer:
ଆନନ୍ଦ ପରୀକ୍ଷା କରିବାକୁ ଚାହୁଁଥିଲା ଯେ, ଉତ୍ପାଦିତ ଗ୍ୟାସ୍ ଅଙ୍ଗାରକାମ୍ଳ କି ନୁହେଁ । ଏଠାରେ ଉତ୍ପାଦିତ ଗ୍ୟାସ୍ ଚୂନ ପାଣି ସହ ପ୍ରତିକ୍ରିୟା କରି କ୍ୟାଲସିୟମ୍ କାର୍ବୋନେଟ୍ ପ୍ରସ୍ତତ କରୁଅଛି । ଫଳରେ ଚୂନପାଣି କ୍ଷୀର ଭଳି ବର୍ଷ ଧାରଣ କରୁଅଛି ।

Question 3.
ଜଣେ ଚାଷୀ ତାଙ୍କ କ୍ଷେତରେ ଗହମ ଚାଷ କରୁଥିଲେ । ସେ ଭଲ ଅମଳ ପାଇବା ପାଇଁ ସେ ମାଟିରେ ଯବକ୍ଷାରଜାନଯୁକ୍ତ ସାର ମିଶାଇଲେ । ପାଖ ପଡ଼ିଆରେ ଆଉ ଜଣେ ଚାଷୀ ବିରି ଫସଲ କରୁଥିଲେ, କିନ୍ତୁ ସେ ଭଲ ଫସଲ ପାଇବା ପାଇଁ ଯବକ୍ଷାରଜାନ ସାର ମିଶାଇବାକୁ ପସନ୍ଦ କଲେ ନାହିଁ । ଏହାର କାରଣଗୁଡ଼ିକ ଭାବିପାରୁଛ କି ?
Answer:
ବିରି ହେଉଛି ଏକ ଡାଲି ଜାତୀୟ ଫସଲ । ଡାଲି ଜାତୀୟ ଉଦ୍ଭିଦର ଚେରର ଗଣ୍ଠିରେ ରାଇଜୋବିୟମ୍ ବୀଜାଣୁ ସହଜୀବୀ ଭାବରେ ବାସ କରେ । ଏହି ବୀଜାଣୁ ବାୟୁମଣ୍ଡଳରୁ ଯବକ୍ଷାରଜାନକୁ ଆଣି ଉଭିଦକୁ ଯୋଗାଇଥାଏ । ତେଣୁ ବିରି ଫସଲ କଲାବେଳେ ମାଟିରେ କୃତ୍ରିମ ଯବକ୍ଷାରଜାନ ଯୁକ୍ତ ସାର ମିଶେଇବାର ଆବଶ୍ୟକତା ନଥାଏ । ଏହି କାର୍ଯ୍ୟ ରାଇଜୋବିୟମ୍ ବୀଜାଣୁ ଦ୍ଵାରା ପ୍ରାକୃତିକ ଉପାୟରେ ଆପେ ଆପେ ହୋଇଥାଏ ।

Question 4.
ତନ୍ମୟୀ ନିଜ ବଗିଚାରେ ଦୁଇଟି ଗାତ ‘କ’ ଓ ‘ଖ’ ଖୋଳିଲା । ଗାତ ‘କ’ ରେ ଫଳ ଓ ପନିପରିବା ଚୋପା ସହିତ ଶୁଖୁଲା ପତ୍ର ମିଶାଇ ପକାଇଲା । ଗାତ ‘ଖ’ରେ ଫଳ ଓ ପନିପରିବା ଚୋପା ସହିତ ଶୁଖୁଲା ପତ୍ର ମିଶ୍ରଣ କଲା ନାହିଁ । ତା’ପରେ ଉଭୟ ଗାତକୁ ମାଟିରେ ଘୋଡ଼ାଇ ଦେଲା ପର୍ଯ୍ୟବେକ୍ଷଣ କଲା । ସେ କ’ଣ ପରୀକ୍ଷା କରିବାକୁ ଚେଷ୍ଟା କରୁଛି ?
Answer:
(i) ଏଠାରେ ତନ୍ମୟୀ କମ୍ପୋଷ୍ଟର ପ୍ରଭାବ ପରୀକ୍ଷା କରିବାକୁ ଚେଷ୍ଟା କରୁଅଛି । ଗାତ ‘କ’ ରେ ସବୁଜ ଅଳିଆ ଏବଂ ଶୁଖୁଲା ପତ୍ରର ମିଶ୍ରଣ ପଚନ ପାଇଁ ଆବଶ୍ୟକ ହେଉଥ‌ିବା କାର୍ବନ -ଯବକ୍ଷାରଜାନ ସନ୍ତୁଳନ ପ୍ରଦାନ କରିଥାଏ ।
(ii) ଗାଛ (କ) ରେ ଉପସ୍ଥିତ ପଦାର୍ଥର ଅଭାବ ରହିଥାଏ, ତେଣୁ ଏହା ଧୀରେ ଧୀରେ ପରିବର୍ତ୍ତିତ ଏବଂ ନୂତନ ରୂପ ଧାରଣ କରିଥାଏ । ସୁତରାଂ ଏହା ପ୍ରମାଣିତ ହେଉଛି ଯେ, କାର୍ବନ ସମୃଦ୍ଧ ଏବଂ ଯସାୟନିକ ସମୃଦ୍ଧ ସାମଗ୍ରୀ ଉପରେ ଉପସ୍ଥିତି ରହିଲେ ଅଣୁଜୀବମାନଙ୍କ ଦ୍ୱାରା ଅପଘଟନ ବୃଦ୍ଧିତ ହୋଇଥାଏ ।

Question 5.
ନିମ୍ନଲିଖିତ ଅଣୁଜୀବମାନଙ୍କୁ ଚିହ୍ନଟ କର ।
(i) ମୁଁ ସବୁ ପ୍ରକାର ପରିବେଶରେ ଏବଂ ତୁମ ଅନ୍ତନଳୀ ଭିତରେ ରହେ ।
(ii) ମୁଁ ଦୁଧ ଏବଂ ପିଠାକୁ ଫୁଲାଇ ଦିଏ ଓ ନରମ କରେ ।
(iii) ମୁଁ ଭାକ୍ସିନ୍‌ର ସହାୟତାରେ ତେଣ୍ଟେରେ ଗୁହଁ ଏବଂ ସେମାନଙ୍କ ବୃଦ୍ଧି ପାଇଁ ପୋଷକ ଯୋଗାଇଥାଏ ।
Answer:
(i) ଜୀବାଣୁ
(ii) ଇଷ୍ଟ
(iii) ରାଇଜୋବିୟମ୍

Class 8 Science Chapter 2 Question Answer Odia Medium ଅଣୁଜୀବ ଜଗତ

Question 6.
ଅଣୁଜୀବମାନଙ୍କୁ ସେମାନଙ୍କ ବୃଦ୍ଧି ପାଇଁ ସର୍ବୋତ୍ତମ ତାପମାତ୍ରା, ବାୟୁ ଏବଂ ଆର୍ଦ୍ରତା ଆବଶ୍ୟକ ବୋଲି ଜାଣିବା ପାଇଁ ଏକ ପରୀକ୍ଷା ପ୍ରସ୍ତୁତ କର ।
Answer:
ପରୀକ୍ଷଣ : ୩ଟି ପାର୍ଥକ୍ୟ ଶଙ୍ଖ ସଂଗ୍ରହ କରାଯାଉ ।

  • 1ମ ଦିନ ଉଷ୍ଣ ଓ ଆର୍ଦ୍ର ପରିବେଶରେ (ବିଦ୍ୟୁତ ନିକଟରେ) ରଖାଯାଉ ।
  • 2ୟ ଦିନ ଶୁଷ୍କ ପରିବେଶରେ (ତଳ ଭିତରେ) ରଖାଯାଉ ।
  • 3ୟ ଦିନ ଥଣ୍ଡା ପରିବେଶରେ (ରେଫ୍ରିଜେରେଟରରେ) ରଖାଯାଉ ।
  • ପର୍ଯ୍ୟବେକ୍ଷଣ : 3 ଦିନ ପରେ ଦେଖାଯିବ ଯେ, ୧ମ ପାର୍ଥର ଶଙ୍ଖରେ ସର୍ବାଧିକ ପରିମାଣରେ କବକର ବଂଶବିସ୍ତାର ହୋଇଛି ।
  • ସିଦ୍ଧାନ୍ତ : ତାପମାତ୍ରା, ଆର୍ଦ୍ରତା ଓ ବାୟୁ ଉପଯୁକ୍ତ ପରିମାଣରେ ମିଳିଲେ କବକମାନଙ୍କର ବୃଦ୍ଧି ତ୍ୱରାନ୍ୱିତ ହୋଇଥାଏ ।

Question 7.
ଦୁଇ ଖଣ୍ଡ ପାଉଁରୁଟି ନିଅ । ସେଥିରୁ ଖଣ୍ଡେ ହାତଘଣ୍ଟା ଜାଗା ପାଖରେ ଏକ ପ୍ଲେଟ୍‌ରେ ରଖ । ଅନ୍ୟ ଖଣ୍ଡକୁ ଫ୍ରିଜ୍‌ରେ ରଖ । ତିନି ଦିନ ପରେ ତୁଳନା କର । ତୁମର ପର୍ଯ୍ୟବେକ୍ଷଣକୁ ଲେଖ । ତୁମର ପର୍ଯ୍ୟବେକ୍ଷଣକୁ ବ୍ୟାଖ୍ୟା କର ।
Answer:
ପର୍ଯ୍ୟବେକ୍ଷଣ : ହାତଘଣ୍ଟା ଜାଗାପାଖରେ ପ୍ଲେଟ୍‌ରେ ରଖାଯାଇଥିବା ପାଉଁରୁଟିରେ କବକର ବୃଦ୍ଧି ଅଧିକ ପରିମାଣରେ ହୋଇଥାଏ । କିନ୍ତୁ ଫ୍ରିଜ୍‌ରେ ରଖାଯାଇଥିବା ପାଉଁରୁଟିରେ କବକର ବୃଦ୍ଧି ହୋଇ ନଥାଏ ।
ବ୍ୟାଖ୍ୟା : ହାତଘଣ୍ଟା ସ୍ଥାନରେ ଉଷ୍ମ ଓ ଆର୍ଦ୍ର ପରିବେଶ ଥିବାରୁ କବକର ବଂଶବିସ୍ତାର ପାଇଁ ଅନୁକୂଳ ହୋଇଥାଏ । କିନ୍ତୁ ଫ୍ରିଜ୍‌ରେ ଥଣ୍ଡା ପରିବେଶ କବକମାନଙ୍କ ବଂଶବିସ୍ତାର ପାଇଁ ପ୍ରତିକୂଳ ସ୍ଥାନ ହୋଇଥାଏ ।

Question 8.
ପାଉଁରୁଟି ଲକ୍ଷ୍ୟ କଲା ଯେ ସେତେବେଳେ କିଛି ଗୋଟିଏ ଦିନ ପାଇଁ ଫ୍ରିଜ୍‌ରେ ରଖି ଦିଆଯାଏ, ତାହା ଅଧିକ ଖଟା ହୋଇଥାଏ । ଏହି ପର୍ଯ୍ୟବେକ୍ଷଣରେ ଦୁଇଟି ସମ୍ଭାବ୍ୟ ବ୍ୟାଖ୍ୟା କ’ଣ ହୋଇପାରେ ?
Answer:
(i) ଦହିରେ ଅଣୁଜୀବମାନେ ବଂଶବିସ୍ତାର କରି ଲାକ୍ଟିକ୍ ଅମ୍ଳ ସୃଷ୍ଟି କରିଥାନ୍ତି । ଏହି ଅମ୍ଳ ମାତ୍ରା ଅଧିକ ହୋଇଥିବାରୁ ଦହି ଖଟା ଲାଗିଥାଏ ।
(ii) ଉଷ୍ମ ତାପମାତ୍ରାରେ ବଂଶବିସ୍ତାର ଦ୍ରୁତ ହୋଇଥାଏ, ତେଣୁ ଅଣୁଜୀବ ଦ୍ରୁତ ବଢ଼ିବାରୁ ଦହି ଅଧିକ ଖଟା ହୋଇଥାଏ ।

Question 9.
ଚିତ୍ର ୨.୧୫ ରେ ଦିଆଯାଇଥିବା ଚିତ୍ରକୁ ଦେଖ ଏବଂ ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
Class 8 Science Chapter 2 Question Answer Odia Medium ଅଣୁଜୀବ ଜଗତ 3
(i) ଫ୍ଲାସ୍କ ‘କ’ ରେ ଥବା ଚିନି ଦ୍ରବଣରେ କ’ଣ ଦେଖୁଛ ?
Answer:
ଫ୍ଲାସ୍କ ‘କ’ ରେ ଚିନି ଦ୍ରବଣରେ କିଣ୍ବନ ପ୍ରକ୍ରିୟା ସମ୍ପାଦିତ ହୁଏ । ଏହି ପ୍ରକ୍ରି ୟାରେ ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗତ ହୋଇଥାଏ । ଏହି ପ୍ରକ୍ରିୟାରେ ଅଳ୍ପ ପରିମାଣରେ ଆଲକହଲ ମଧ୍ୟ ଉତ୍ପାଦିତ ହୋଇଥାଏ ।

(ii) ଚାରି ଘଣ୍ଟା ପରେ ତୁମେ ପରୀକ୍ଷାନଳୀ ‘ଖ’ ରେ କ’ଣ ଦେଖୁବ ? ଏହା କାହିଁକି ଘଟିଲା ବୋଲି ତୁମେ ଭାବୁଛ ?
Answer:
4 ଘଣ୍ଟା ପରେ ‘ଖ’ ପରୀକ୍ଷାନଳୀରେ ଚୂନପାଣି ଦୁଗ୍ଧ ବର୍ଷ ଧାରଣ କରୁଥିବାର ଦେଖାଯାଇଥାଏ । କାରଣ କିଣ୍ବନ ପ୍ରକ୍ରିୟାରୁ ସୃଷ୍ଟି ହେଉଥ‌ିବା ଅଙ୍ଗାରକାମ୍ଳ ଗ୍ୟାସ୍ ପ୍ଳାସ୍କ (କ) ରୁ ପରୀକ୍ଷାନଳୀ (ଖ) ମଧ୍ୟକୁ ଆସି ଚୂନପାଣି ସହ ପ୍ରତିକ୍ରିୟା କରିଥାଏ । ତେଣୁ ଏଠାରେ ଅଙ୍ଗାରକାମ୍ଳ ଗ୍ୟାସର ଉପସ୍ଥିତି ସୁନିଶ୍ଚିତ ହୋଇପାରୁଛି ।

(iii) ପ୍ଳାସ୍କ ‘କ’ ରେ ଯଦି ଇଷ୍ଟ ମିଶ୍ରଣ କରା ନ ଯାଏ ତେବେ କ’ଣ ହେବ ?
Answer:
ଫ୍ଲାସ୍କ (କ) ରେ ଯଦି ଇଷ୍ଟ ମିଶ୍ରଣ କରା ନଯାଏ, ତେବେ କିଣ୍ବନ ପ୍ରକ୍ରିୟା ସମ୍ପାଦିତ ହେବ ନାହିଁ ଓ ଅଙ୍ଗାରକାମ୍ଳ ଗ୍ୟାସ ପରୀକ୍ଷା ନଳୀ (ଖ) ମଧ୍ୟକୁ ଯିବ ନାହିଁ । ଏଠାରେ ଥିବା ଚୂନ ପାଣିର ବର୍ଷରେ କୌଣସି ପରିବର୍ତ୍ତନ ହେବନାହିଁ ।

ଆବିଷ୍କାର, ଡିଜାଇନ୍ ଏବଂ ବିତର୍କ କର

Question 1.
ଭାରତରେ ବାୟୋଗ୍ୟାସ୍ ଉତ୍ପାଦନର ଏକ ଦୀର୍ଘ ଇତିହାସ ଅଛି । ଆମର ସର୍ବପୁରାତନ ବାୟୋଗ୍ୟାସ୍ ପ୍ଲାଣ୍ଟ ମଧ୍ୟରୁ ଗୋଟିଏ ୧୮୫୦ ଦଶକର ଶେଷ ଭାଗରେ ସ୍ଥାପିତ ହୋଇଥିଲା । ଭାରତ ସରକାଙ୍କ ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ଦ୍ଵାରା ଆରମ୍ଭ ହୋଇଥିବା ବାୟୋଗ୍ୟାସ୍ କାର୍ଯ୍ୟକ୍ରମ ବିଷୟରେ ତଥ୍ୟ ସଂଗ୍ରହ କର ।
Answer:
ବାୟୋଗ୍ୟାସ୍ ପ୍ଲାଣ୍ଟର ଗଠନ :
(i) ଅମ୍ଳଜାନ ଅନୁପସ୍ଥିତିରେ ଜୈବ ପଦାର୍ଥର ବିଘଟନ ଦ୍ଵାରା ନିର୍ଗତ ଗ୍ୟାସର ମିଶ୍ରଣକୁ ଜୈବଗ୍ୟାସ (Biogas) କୁହାଯାଏ ।
(ii) ବିଶେଷ କ୍ଷେତ୍ରରେ ଗୋବରରୁ ଏହି ଗ୍ୟାସ ମିଳୁଥିବାରୁ ଓ ଗୋବର ପ୍ରାରମ୍ଭିକ ପଦାର୍ଥ ଭାବେ ବ୍ୟବହାର କରାଯାଉଥ‌ିବାରୁ ଏହାକୁ ସାଧାରଣରେ ଗୋବର ଗ୍ୟାସ ବୋଲି ମଧ୍ୟ କୁହାଯାଇଥାଏ ।
ଗୋବର ଗ୍ୟାସ୍ ପ୍ଲାଣ୍ଟର ଗଠନ : ଗୋବର ଗ୍ୟାସ୍‌ ପ୍ଲାଣ୍ଟର ନିମ୍ନଲିଖ୍ଯ ଅଂଶ ରହିଥାଏ । ଯଥା- ପ୍ରବେଶ ପାତ୍ର, ଡାଇଜେଷ୍ଟ କୂପ, ଧାତୁ ନିର୍ମିତ ଡୋମ୍ ଓ ନିର୍ଗମ ନଳୀ ।

(i) ପ୍ରବେଶ ପାତ୍ର :
ଏଥ‌ିରେ ଗୋବର ଓ ପାଣି 4:5 ଆୟତନ ଅନୁପାତ ରେ ମି ଶା। ଇ ଭଲଭାବରେ ଫେଣ୍ଟି ମଣ୍ଡ କରାଯାଏ ଓ ଏହି ମଣ୍ଡକୁ ପ୍ରବେଶ ପାତ୍ରରେ ଭର୍ତ୍ତି କରାଯାଏ ।
ଏହି ମିଶ୍ରଣ ଏକ ନଳଭିତର ଦେଇ ଆପେ ଆପେ ଡାଇଜେଷ୍ଟର କୂପକୁ ଚାଲିଯାଏ ।

(ii) ଡାଇଜେଷ୍ଟର କୂପ :
ଏହାର ଚାରିକାନ୍ଥ ଇଟା ଓ ସିମେଣ୍ଟରେ ତିଆରି ହୋଇଥାଏ । ଏହାର ପ୍ରାୟ ଏକ ତୃତୀୟାଂଶ ଭୂମିର ଉପରକୁ ଓ ଦୁଇ ତୃତୀୟାଂଶ ଭୂମିଠାରୁ ତଳକୁ ଥାଏ । ଗୋବର ଓ ପାଣିର ମିଶ୍ର ଣ ଏଠାରେ ଜମା ହୁଏ ।

(iii) ଧାତୁନିର୍ମିତ ଡୋମ୍ :
ସାଧାରଣତଃ ଏହି ଡୋମ୍‌ ଇସ୍ପାତରେ ତିଆରି ।
ଏବେ ସିମେଣ୍ଟ ଓ କଂକ୍ରିଟରେ ଡୋମ୍ ନିର୍ମାଣ କରାଯାଉଛି । ଏହା କୂପକୁ ସମ୍ପୂର୍ଣ୍ଣରୂପେ ଘୋଡ଼ାଇ ବାୟୁରୋଧୀ କରିଦିଏ ।
ଅମ୍ଳଜାନ ଅନୁପସ୍ଥିତିରେ ବଢ଼ି ପାରୁଥବା ମିଥାନୋଜେନ ଓ ଅନ୍ୟାନ୍ୟ ବ୍ୟାକ୍ଟେରିଆ ଏହି ମିଶ୍ରଣରୁ କିଣ୍ବନ ଦ୍ଵାରା ମିଥେନ୍ , କାର୍ବନ ଡାଇଅକ୍‌ସାଇଡ୍, ହାଇଡ୍ରୋଜେନ୍ , ହାଇଡ୍ରୋଜେନ ସଲଫାଇଡ୍ ଗ୍ୟାସ୍ ଉତ୍ପନ୍ନ କରନ୍ତି । ଏଥ‌ିରେ ମିଥେନ୍ଽଗ୍ୟାସ୍ ଶତକଡ଼ା ପ୍ରାୟ 65-75 ଭାଗ ଥାଏ । ଗ୍ୟାସ୍ ଚାପରେ ଡୋମ୍ ଉପରକୁ ଉଠେ ।

(iv) ନିର୍ଗମ ନଳୀ :
ଏହି ଧାତବନଳୀ ବାଟଦେଇ ଗ୍ୟାସ୍ ରୋଷେଇଘର ଚୂଲାକୁ ଯାଏ ।
ନିୟନ୍ତ୍ରିତ ଚାପରେ ଏହାକୁ ଜଳାଇବାର ବ୍ୟବସ୍ଥା ହୋଇଥାଏ ।
(a) ଗୋବର ଗ୍ୟାସ୍ ଏକ ଅତ୍ୟନ୍ତ ଉତ୍କୃଷ୍ଟ ଧରଣର ଜାଳେଣି ଓ ଶୁଖୁଲା ଗୋବରଠାରୁ ଜାଳେଣି ହିସାବରେ ପ୍ରାୟ 6 ଗୁଣ ଦକ୍ଷ । ଏଥ‌ିରେ ଧୂଆଁ ହୁଏନାହିଁ । ଫଳରେ ଘର କଳା ହୁଏ ନାହିଁ । ଧୂମବିହୀନ ହୋଇଥିବାରୁ ଚକ୍ଷୁ ବା ଶ୍ଵାସସମ୍ପର୍କିତ ରୋଗ ହେବାର ଆଶଙ୍କା ନଥାଏ ।

(b) ଗୋବର ବିନିଯୋଗ ହୋଇଯାଉଥ‌ିବାରୁ ଗୋବରଦ୍ଵାରା ପରିବେଶ ପ୍ରଦୂଷଣ ହେବାର ଆଶଙ୍କା ଥାଏ ବା ଗୋବର ଜମି ରହି ମଶା, ମାଛି ଜନ୍ମ ହୁଏନାହିଁ । ଗୋବରକୁ ସିଧା ଖତ କଲେ ଶତକଡ଼ା ପ୍ରାୟ 50 ଭାଗ ନଷ୍ଟ ହୁଏ । ଗୋବର ଗ୍ୟାସ୍ ବାହାର କଲାପରେ ଖଦାକୁ ଖତଭାବେ ବ୍ୟବହାର କରାଯାଇପାରେ ଓ ଏଥିରେ ମାତ୍ର ଶତକଡ଼ା 25 ଭାଗ ନଷ୍ଟହୁଏ ।

(c) ଗୋବର ଖଦାର ଦୁର୍ଗନ୍ଧ ନଥାଏ ଓ ଏହା ମାଟିରେ ଭଲଭାବେ ମିଶିପାରେ । ଜୈବଗ୍ୟାସରୁ ରୋଷେଇ କରିବା, ବତି ଜଳାଇବା ବ୍ୟତୀତ ଜେନେରେଟର ଚଳାଇ ବିଦ୍ୟୁତ୍ ଉତ୍ପାଦନ କରାଯାଇପାରେ ଓ ବୈଦ୍ୟୁତିକ ଉପକରଣ ମଧ୍ଯ ଚଳାଯାଇପାରେ ।

Question 2.
ଭାରତର କିଛି ଅଞ୍ଚଳରେ କିଣ୍ବନ କରାଯାଇଥିବା ସୋୟାବିନ୍ ଓ ବାଉଁଶ କାଣ୍ଡ ପରି ଖାଦ୍ୟ ସାମଗ୍ରୀକୁ ପାରମ୍ପରିକ ଖାଦ୍ୟ ଭାବରେ ବ୍ୟବହୃତ କରାଯାଏ । ତୁମ ପିତାମାତା ଏବଂ ଶିକ୍ଷକଙ୍କ ସହାୟତାରେ କିଣ୍ବନ ପ୍ରକ୍ରିୟାକୁ ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ତୁମ ଅଞ୍ଚଳର କିଛି ପାରମ୍ପରିକ ଖାଦ୍ୟ ସାମଗ୍ରୀର ତାଲିକା କର । ଏହି କିଣ୍ଡିତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହୃତ ଉପାଦାନ, ସେଗୁଡ଼ିକୁ ପ୍ରସ୍ତୁତ କରିବାର ପଦ୍ଧତି, ଖାଦ୍ୟର କିଣ୍ବନ ପାଇଁ ଦାୟୀ ଅଣୁଜୀବ ତଥା କିମ୍ବିତ ଖାଦ୍ୟର ପୁଷ୍ଟିକର ଗୁରୁତ୍ଵ ଅନୁସନ୍ଧାନ କର ।
Answer:
(i) ଭାରତର ମଣିପୁର ଅଞ୍ଚଳରେ କିତ୍ସିତ ସୋୟାବିନ ଓ ବାଉଁଶ କାଣ୍ଡକୁ ପାରମ୍ପରିକ ଖାଦ୍ୟ ଭାବରେ ଗ୍ରହଣ କରାଯାଇଥାଏ ।
(ii) ଏହି ପ୍ରକ୍ରିୟାରେ କଟାଯାଇଥିବା କୋମଳ ବାଉଁଶ ଡାଳକୁ 3-12 ମାସ ପାଇଁ ବନ୍ଦ ପାତ୍ରରେ ରଖ୍ କିଣ୍ବନ କରାଯାଏ । ଏହାର ସ୍ଵାଦ ଖଟା ଓ ରଙ୍ଗ ଧଳା ହୋଇଥାଏ ।
(iii) ଏହି ଖାଦ୍ୟ ପ୍ରୋବାୟୋଟିକ୍ସରେ ପରିପୂର୍ଣ୍ଣ ଅଟେ । ଏହା ପୁଷ୍ଟିସାର ପାଚନ କ୍ଷମତାକୁ ଉନ୍ନତ କରେ ଏବଂ ଜୀବାଣୁ କାର୍ଯ୍ୟ ମାଧ୍ୟମରେ ପୁଷ୍ଟିକର ମୂଲ୍ୟ ବୃଦ୍ଧି କରିଥାଏ ।
(iv) ବିଭିନ୍ନ ପର୍ବପର୍ବାଣୀରେ ଏହାକୁ ଏକ ପୁଷ୍ଟିକର ଖାଦ୍ୟ ଭାବରେ ବ୍ୟବହାର କରାଯାଏ । ଏହାକୁ ପ୍ରସ୍ତୁତ କରିବା ସମୟରେ ପରିଷ୍କାର କରିବା, ସୋୟାବିନ୍‌କୁ ଫୁଟାଇବା, ଭିଜାଇବା ଓ ପ୍ରାକୃତିକ ଉପାୟରେ କିଣ୍ବନ କରିବା ସୋପାନଗୁଡ଼ିକ ଅନ୍ତର୍ଭୁକ୍ତ ଅଟେ ।

Question 3.
ଏକ ବର୍ଷକ କାଚ ଓ ଅଣୁବୀକ୍ଷଣ ଯନ୍ତ୍ର କିମ୍ବା ଫୋଲ୍ଡସ୍କୋପ୍ ବ୍ୟବହାର କରି ଏକ ଛତୁର ବିଭିନ୍ନ ଅଂଶ ଅଧ୍ୟୟନ କର । ବରିଷ୍ଠ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କ ସାହାଯ୍ୟ ନିଅ ଏବଂ ତୁମ ସ୍କୁଲ ପରୀକ୍ଷାଗାରରେ ଅଣୁବୀକ୍ଷଣ ଯନ୍ତ୍ର, ଫୋଲ୍ଡସ୍କୋପ୍ ତଳେ ଛତୁର ବିଭିନ୍ନ ଅଂଶ/ଆଭ୍ୟନ୍ତରୀଣ ଗଠନ ଅନୁଧ୍ୟାନ କର ।
Answer:
(i) ଛତୁ ହେଉଛି ଏକ ଖାଦ୍ୟ ଉପଯୋଗୀ ପୁଷ୍ଟିକର କବକ । ଏଥ‌ିରେ ପୁଷ୍ଟିସାର, ଭିଟାମିନ – B, ଭିଟାମିନ – D ଏବଂ ପ୍ରଦୂର ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ ।
(ii) ଏହାର କମ୍ କ୍ୟାଲୋରୀ, ପୁଷ୍ଟିସାର, ସେଲେନିୟମ୍ ଏବଂ ପୋଟାସିୟମ୍ ପରି ଧାତୁସାରର ଉପସ୍ଥିତି ଏହାକୁ ସ୍ଵାଦିଷ୍ଟ କରିଥାଏ ।
(iii) ବଟମ୍ ଛତୁ ସବୁଠାରୁ ସାଧାରଣ କିନ୍ତୁ ଓଏଷ୍ଟର ଏବଂ ଧାନ ନଡ଼ା ଛତୁ ମଧ୍ଯ ଲୋକପ୍ରିୟ ଅଟେ ।
(iv) ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ଶରୀରରେ ଥ‌ିବା କୋଷଗୁଡ଼ିକୁ କ୍ଷତିରୁ ବଞ୍ଚାଇଥାଏ ।
(v) ଏକ ଛତୁ 2 ମିଲିମିଟରରୁ କମ୍ ବ୍ୟାସର ଏକ ନୋଡ୍ୟୁଲ୍‌ରୁ ବିକଶିତ ହୁଏ । ଏହାକୁ ପ୍ରାଇମୋଡ଼ିୟମ୍ କୁହାଯାଏ ।
(vi) ଏହା ମାଇସେଲିୟମ୍ ମଧ୍ୟରେ ସୂତାପରି ହାଇଫାର ପିଣ୍ଡ ଦ୍ଵାରା ଏହା ଗଠିତ ହୋଇଥାଏ ।
(vii) ପ୍ରାଇମୋଡ଼ିୟମ୍ ଏକ ଅଣ୍ଡା ସଦୃଶ ଏକ ଗୋଲାକାର ଆକୃତିରେ ବିସ୍ତାରିତ ହୁଏ, ଯାହାକୁ ବଟମ୍ କୁହାଯାଏ ।
(viii) ଏକ ହାଇମୋନିୟମ୍ ହେଉଛି ସୂକ୍ଷ୍ମ ଜୀବାଣୁ ବାହକ କୋଷଗୁଡ଼ିକର ସ୍ତର ଯାହା ଗିଳ୍ପର ପୃଷ୍ଠକୁ ଆଚ୍ଛାଦିତ କରିଥାଏ । ଏଥ‌ିରେ ସ୍କୋର (ରେଣୁ) ଗଠିତ ହୁଏ ।
(ix) ଏହି ରେଣୁଗୁଡ଼ିକର ଗୋଟିଏ ମୁଣ୍ଡରେ ଏକ ପେଟ୍ୟୁସନ ରହିଥାଏ ଓ ଏହାକୁ ଆପିକୁଲସ୍ କୁହାଯାଏ ।
(x) ଏହାର ଅଙ୍କୁରଣରୁ ହାଇଫା ବାହାରି ପରେ ବଡ଼ ଛତୁରେ ପରିଣତ ହୋଇଥାଏ ।

Question 4.
ଜଣେ ଉଦ୍ୟୋଗୀଙ୍କ ସହିତ ଯୋଗାଯୋଗ କର ଏବଂ ଛତୁଚାଷ ପାଇଁ ପଦକ୍ଷେପଗୁଡ଼ିକ ଶିଖ । ଉ ଛତୁଚାଷ ପ୍ରକ୍ରିୟା :
Answer:
(i) ବନ୍ଧ୍ୟାକରଣ : ପ୍ରଦୂଷକମାନଙ୍କୁ ମାରିବା ପାଇଁ ସବଷ୍ଟ୍ରେଟ୍‌କୁ ପ୍ରଥମେ ବିଶୋଧୃତ କରାଯାଏ ।
(ii) ଟିକାକରଣ : ସବଷ୍ଟେଟରେ ଅଣ୍ଡା ମିଶ୍ରଣ କରାଯାଏ ।
(iii) ଇନ୍‌କ୍ୟୁବେସନ୍ : ମାଇସେଲିୟମ୍ ବ୍ୟାପିବା ପାଇଁ ଏହାକୁ ଅନ୍ଧାର ଓ ଉଷ୍ମ ସ୍ଥାନରେ ରଖାଯାଏ ।
(iv) ଅମଳ : ପିନ୍‌ହେଡ଼୍ ବାହାରିବାର ୩-୪ ଦିନ ପରେ ଛତୁ ଅମଳ କରାଯାଏ ।

Class 8 Science Chapter 2 Question Answer Odia Medium ଅଣୁଜୀବ ଜଗତ

ପାଠ୍ୟପୁସ୍ତକସ୍ଥ ଅନୁସନ୍ଧାନ ଓ ଚିନ୍ତନ ପ୍ରଶ୍ନୋତ୍ତର

Question 1.
ତୁମେ କେବେ ଭାବିଛ କି ଯଦି ତୁମ ଚାରିପାଖରେ ଥିବା ଅଦୃଶ୍ୟ ଜଗତ ତୁମକୁ ଦୃଶ୍ୟ ହୁଏ, ତେବେ କ’ଣ ସବୁ ଦେଖୁ ?
Answer:
(i) ଯଦି ଆମେ ସମସ୍ତ ଅଣୁଜୀବ (ଜୀବାଣୁ, ଭୂତାଣୁ, କବକ) ମାନଙ୍କୁ ଦେଖିବା ତାହା ଅତ୍ୟନ୍ତ ଆକର୍ଷଣୀୟ ହେବ ।
(ii) ଏହି ଅଣୁଜୀବମାନେ ଆମ ପରିବେଶର ଓ ଆମ ଶରୀର ଭିତରେ କିପରି କାର୍ଯ୍ୟ କରୁଛନ୍ତି ତାହା ଦେଖ୍ହେବ ।
(iii) ଆମ ପରିବେଶ ଓ ଆମ ଶରୀରକୁ ଅଣୁଜୀବମାନଙ୍କ ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରାଯାଇପାରିବ ।

Question 2.
ଏହି ଅଦୃଶ୍ୟ ଜଗତର ପର୍ଯ୍ୟବେକ୍ଷଣ ଏଥରେ ଜୀବମାନଙ୍କର ଆକାର, ଜଟିଳତା କିମ୍ବା ଜୀବର ଯେଉଁ ଲକ୍ଷଣ ତାକୁ ‘‘ଜୀବିତ’’ ବୋଲି ପରିଚିତ କରିଥାଏ, ସେ ବିଷୟରେ ତୁମ ଚିନ୍ତାଧାରାକୁ କିପରି ପରିବର୍ତ୍ତନ କରିପାରିବ ବୋଲି ଭାବୁଛ ?
Answer:
(i) ଏହି ରହସ୍ୟମୟ ବିଶ୍ଵକୁ ପର୍ଯ୍ୟବେକ୍ଷଣ କରିବାଦ୍ୱାରା ଜଣାପଡ଼ିବ ଯେ, ଅତି କ୍ଷୁଦ୍ର ଜୀବମାନେ ମଧ୍ୟ ଗତି, ବଂଶବିସ୍ତାର ଓ ଉତ୍ତେଜନା ପ୍ରତି କିପରି ଜଟିଳ ଆଚରଣ ପ୍ରଦର୍ଶନ କରୁଅଛନ୍ତି ।
(ii) ଏହା ଜୀବ ଭାବରେ କ’ଣ ଯୋଗ୍ୟ ତାହା ସମ୍ବନ୍ଧରେ ଆମର ବୁଝାମଣାକୁ ଗଭୀର କରିବ ଏବଂ ଦେଖାଇବ ଯେ, ଜୀବମାନଙ୍କର ଆକାର ଜୀବନର ଜଟିଳତାକୁ ସୀମିତ କରେ ନାହିଁ ।

Question 3.
ତୁମେ କେବେ ଚିନ୍ତା କରିଛ କି ଏହି କ୍ଷୁଦ୍ର ଜୀବମାନେ ପରସ୍ପର ସହିତ କିପରି ପ୍ରତିକ୍ରିୟା କରନ୍ତି ? ତୁମର ପ୍ରଶ୍ନ ବା ମତାମତ ଲେଖ –
Answer:
(i) ଅଣୁଜୀବମାନେ ପରସ୍ପର ମଧ୍ୟରେ ନିରନ୍ତର କ୍ରିୟା ସମ୍ପାଦନ କରିଥାନ୍ତି, ଯେତେବେଳେ ପରିବେଶରେ ଅନ୍ୟ ପ୍ରାଣୀମାନେ ସମ୍ବଳ ପାଇଁ ପ୍ରତିଯୋଗୀତା କରିଥାନ୍ତି ବା ଶିକାର କରିଥାନ୍ତି ।
(ii) ଉଦାହରଣ : ବୀଜାଣୁମାନେ ହଜମ କ୍ରିୟାରେ ସାହାଯ୍ୟ କରିଥାନ୍ତି କିମ୍ବା ରୋଗ ସୃଷ୍ଟି କରିପାରନ୍ତି । କବକମାନେ ଜୈବ ପଦାର୍ଥକୁ ବିଘଟିତ କରି ମାଟିକୁ ସମୃଦ୍ଧ କରିଥାନ୍ତି ।
(iii) ଏହି କ୍ରିୟାଗୁଡ଼ିକ ଅନେକ ପରିବେଶଗତ ପ୍ରକ୍ରିୟାର ମୁଳୁଦୁଆ ଗଠନ କରିଥାନ୍ତି ।

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

(କ) ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
କେଉଁମାନେ ଏକକୋଷୀ, ଗତିଶୀଳ ଓ ଅନିୟମିତ ଆକାର ବିଶିଷ୍ଟ ଅଟନ୍ତି ?
(a) ଏମିବା (ଆଦିପ୍ରାଣୀ)
(b) ପାରାମେସିୟମ୍ (ଆଦିପ୍ରାଣୀ)
(c) ଶୈବାଳ
(d) କବକ (ପାଉଁରୁଟି ଫିମ୍ପି)
Answer:
(a) ଏମିବା (ଆଦିପ୍ରାଣୀ)

Question 2.
କେଉଁମାନେ ଏକକୋଷୀ ଓ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଗତିକରିବା ପାଇଁ ବିଶେଷ ଅଙ୍ଗର ସାହାଯ୍ୟ ନେଇଥାନ୍ତି ?
(a) ଏମିବା (ଆଦିପ୍ରାଣୀ)
(b) ପାରାମେସିୟମ୍ (ଆଦିପ୍ରାଣୀ)
(c) ବୀଜାଣୁ
(d) ଭୂତାଣୁ
Answer:
(b) ପାରାମେସିୟମ୍ (ଆଦିପ୍ରାଣୀ)

Question 3.
କେଉଁଟି ଏକକୋଷୀ ଓ ସବୁଜକଣାର ଉପସ୍ଥିତି ଯୋଗୁଁ ସବୁଜ ଦେଖାଯିବା ସହ ବିଶେଷ ଅଙ୍ଗ ସାହାଯ୍ୟରେ ଗତି କରିଥାଏ ?
(a) ଏମିବା
(b) ପାରାମେସିୟମ୍
(c) ୟୁକ୍ଲିନା
(d) ଇଷ୍ଟ
Answer:
(c) ୟୁକ୍ଲିନା

Question 4.
କେଉଁମାନେ କେବଳ ପୋଷକଜୀବ ଶରୀରରେ ପ୍ରଜନନ କରିବାକୁ ସକ୍ଷମ ଅଟନ୍ତି ?
(a) ଶୈବାଳ
(b) କବକ
(c) ଆଦିପ୍ରାଣୀ
(d) ଭୂତାଣୁ
Answer:
(d) ଭୂତାଣୁ

Question 5.
ରାଇଜୋବିୟମ୍ ବୀଜାଣୁ ଉଭିଦକୁ କ’ଣ ଯୋଗାଇଥାଏ ?
(a) ଯବକ୍ଷାର ଜାନ
(b) ଉଦ୍‌ଜାନ
(c) ଅମ୍ଳଜାନ
(d) ଅଙ୍ଗାରକାମ୍ଳ ଗ୍ୟାସ୍
Answer:
(d) ଅଙ୍ଗାରକାମ୍ଳ ଗ୍ୟାସ୍

(ଖ) ଶୂନ୍ୟସ୍ଥାନ ପୂରଣ କର ।

(a) ଦହି ପ୍ରସ୍ତୁତି ପରି କିଣ୍ବନ ପ୍ରକ୍ରିୟାରେ ___________ ବ୍ୟବହୃତ ହୋଇଥାଏ ।
Answer:
ଲାକ୍ଟୋବାସିଲସ

(b) ___________ ଆମପାଇଁ ଉପକାରୀ କିମ୍ବା ଅପକାର ହୋଇପାରେ ।
Answer:
ଅଣୁଜୀବ

(c) ବୀଜାଣୁ, କବକ ଓ ଆଦିପ୍ରାଣୀ ବିଭିନ୍ନ ପ୍ରକାରର ___________ ଅଟନ୍ତି ।
Answer:
ଅଣୁଜୀବ

(d) ___________ ହେଉଛି ଜୀବନର ମୌଳିକ ଏକକ ।
Answer:
ଜୀବକୋଷ

(e) ବୀଜାଣୁରେ ଏକ ସୁଗଠିତ ___________ ନଥାଏ ।
Answer:
ନ୍ୟଷ୍ଟି

(ଗ) ଠିକ୍ ଉତ୍ତର ପାଖରେ (✓) ଚିହ୍ନ ଓ ଭୁଲ୍ ଉତ୍ତର ପାଖରେ (✗) ଚିହ୍ନ ଦିଅ ।

(a) ଇଲେକ୍‌ଟ୍ରନ ଅଣୁବିକ୍ଷଣ ଯନ୍ତ୍ର କୋଷକୁ ପ୍ରାୟ ୧୦ ଲକ୍ଷ ଗୁଣ ବୃଦ୍ଧି କରିଥାଏ ।
Answer:
✓

(b) ବୀଜାଣୁରେ ଏକ ସୁଗଠିତ ନ୍ୟଷ୍ଟି ନଥାଏ ।
Answer:
✓

(c) କୋଷ ହେଉଛି ଜୀବନର ମୌଳିକ ଏକକ ।
Answer:
✓

(d) ଅଣୁଜୀବମାନେ କେବଳ ଏକକୋଷ ଅଟନ୍ତି ।
Answer:
✗

(e) ଅଣୁଜୀବମାନେ ଅଣୁବିକ୍ଷଣ ଯନ୍ତ୍ର ବିନା
Answer:
✓

(ଘ) ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭକୁ ମିଳନ କର ।

Question 1.

‘କ’ ସ୍ତମ୍ଭ  ‘ଖ’ ସ୍ତମ୍ଭ
(a) ସ୍ପିରୁଲିନା  ଲାକ୍ସୋବାସିଲସ୍ କିଶ୍ଵ ନ
(b) ପ୍ରୋଟୋଜୋଆ  ଅଣୁଜୀବ
(c) ଦହି  ଲୋକପ୍ରିୟ ଖାଦ୍ୟ
(d) ଇଷ୍ଟ  ସରସତିଆ
(e) ସୁପରଫୁଡ୍  କେବଳ ଗୋଟିଏ କୋଷରେ ଗଠିତ

Answer:

‘କ’ ସ୍ତମ୍ଭ  ‘ଖ’ ସ୍ତମ୍ଭ
(a) ସ୍ପିରୁଲିନା  ସରସତିଆ
(b) ପ୍ରୋଟୋଜୋଆ କେବଳ ଗୋଟିଏ କୋଷରେ ଗଠିତ
(c) ଦହି  ଲାକ୍ସୋବାସିଲସ୍ କିଶ୍ଵ ନ
(d) ଇଷ୍ଟ  ଅଣୁଜୀବ
(e) ସୁପରଫୁଡ୍  ଲୋକପ୍ରିୟ ଖାଦ୍ୟ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଅଣୁଜୀବ ବିଜ୍ଞାନର ଜନକ କିଏ ? ସେ କେଉଁ କାର୍ଯ୍ୟ ସମ୍ପାଦନ କରିବାରେ ପ୍ରଥମ ବ୍ୟକ୍ତି ଥିଲେ ?
Answer:
(i) 1965 ମସିହାରେ ରବର୍ଟ ହୁକ୍ ଅଣୁବୀକ୍ଷଣ ଯନ୍ତ୍ର ଉଦ୍ଭାବନ କରିଥିଲେ । 1660 ଦଶକରେ ଡଚ୍ ବୈଜ୍ଞାନିକ ଭାନ୍ ଲିଉୱିନ୍‌ହକ୍ ଉନ୍ନତ ଲେନ୍ସ ତିଆରି କରି ଅଧ୍ବକ ଉପଯୋଗୀ ଅଣୁବୀକ୍ଷଣ ଯନ୍ତ୍ର ତିଆରି କରିଥିଲେ ।
(ii) ସେ ବୀଜାଣୁ ଏବଂ ରକ୍ତକୋଷ ଭଳି କ୍ଷୁଦ୍ର ଜୀବନ୍ତ ଜିନିଷ ଗୁଡ଼ିକୁ ସ୍ପଷ୍ଟ ଭାବରେ ଦେଖବବା ଏବଂ ବର୍ଣ୍ଣନା କରିବାରେ ପ୍ରଥମ ବ୍ୟକ୍ତି ଥିଲେ । ଏହି କାରଣରୁ ଡଚ୍ ଅଣୁଜୀବ ବିଜ୍ଞାନର ଜନକ ଭାବରେ ଜଣାଯାଏ ।

Question 2.
କେଉଁ ଗୁଡ଼ିକ କୋଷର ମୌଳିକ ଅଂଶ ଅଟନ୍ତି ? ସେମାନଙ୍କର ନାମ ଲେଖ ।
Answer:
(i) କୋଷଗୁଡ଼ିକର 3 ଟି ମୁଖ୍ୟ ଅଂଶ ଅଛି । ଯଥା- (I) ପତଳା ନାହ୍ୟ ଆସ୍ତରଣ, (II) ଏକ କେନ୍ଦ୍ରୀୟ ଅଞ୍ଚଳ ଓ (III) ଭିତରେ ଥିବା ଏକ ଗୋଲାକୃତି ଅଂଶ ।
(ii) ବାହ୍ୟସ୍ତରକୁ କୋଷଝିଲ୍ଲୀ, ମଧ୍ୟଭାଗରେ ଥ‌ିବା ଗୋଲାକାର ଅଂଶକୁ ନ୍ୟଷ୍ଟି ବା ନ୍ୟୁକ୍ଲିୟସ୍ ଏବଂ କୋଷଝିଲ୍ଲୀ ଓ ନ୍ୟଷ୍ଟି ମଧ୍ୟରେ ଥ‌ିବା ସ୍ଥାନ କୋଷଜୀବକ ବା ସାଇଟୋପ୍ଲାଜମ୍‌ରେ ପୂର୍ଣ ଅଟେ । ଏଗୁଡ଼ିକୁ କୋଷର ମୌଳିକ ଅଂଶ କୁହାଯାଏ ।

Question 3.
ଜୀବକୋଷର ମୌଳିକ ଅଂଶ ଗୁଡ଼ିକ କେଉଁ କାର୍ଯ୍ୟ ସମ୍ପାଦନ କରନ୍ତି ସଂକ୍ଷେପରେ ଲେଖ ।
Answer:
(i) କୋଷଝିଲ୍ଲୀ, ସାଇଟୋପ୍ଲାଜମ୍ ଓ ନିଉକ୍ଲିୟସ୍‌କୁ ଘେରି ରଖେ । କୋଷଝିଲ୍ଲୀ ଗୋଟିଏ କୋଷକୁ ଅନ୍ୟ କୋଷରୁ ପୃଥକ କରେ । ଏହା ଛିଦ୍ରଯୁକ୍ତ ଏବଂ ଜୀବନ ପ୍ରକ୍ରିୟା ପାଇଁ ଆବଶ୍ୟକୀୟ ସାମଗ୍ରୀର ପ୍ରବେଶରେ ସାହାଯ୍ୟ କରେ ଓ ଅଦରକାରୀ ପଦାର୍ଥକୁ ବାହାର କରିଦିଏ ।
(ii) ସାଇଟୋପ୍ଲାଜମ୍‌ରେ କୋଷରୁ ଅନ୍ୟାନ୍ୟ ଉପାଦାନ ଏବଂ ଯୌଗିକ ଗୁଡ଼ିକ ରହିଥାଏ, ଯେପରିକି ଶ୍ଵେତସାର, ପୁଷ୍ଟିସାର ଓ ଚର୍ବି ସହିତ କିଛି ଖଣିଜ ଲବଣ । ଅଧିକାଂଶ ଜୀବନ ପ୍ରକ୍ରିୟା ସାଇଟୋପ୍ଲାଜମ୍‌ରେ ଘଟିଥାଏ ।
(iii) ନ୍ୟଷ୍ଟି କୋଷ ମଧ୍ୟରେ ଘଟୁଥିବା ସମସ୍ତ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ସହିତ ବୃଦ୍ଧିରେ ମଧ୍ଯ ନିୟନ୍ତ୍ରଣ କରେ । ଉଭିଦ କୋଷରେ ଥ‌ିବା କୋଷଭିତ୍ତିକ ଉଭିଦଗୁଡ଼ିକୁ ଦୃଢ଼ତା ଏବଂ ଶକ୍ତିପ୍ରଦାନ କରେ । ଏହି କାରଣରୁ ସମସ୍ତ କୋଷ ପରସ୍ପର ସହିତ ଯୋଡ଼ିହୋଇ ରହିଥାନ୍ତି ।

Question 4.
ଗୋଟିଏ କୋଷ କେବଳ ତରଳ ପଦାର୍ଥର ଏକ ସରଳ ଥଳି ନୁହେଁ– ଏହା ବିଭିନ୍ନ ଅଂଶରେ ଗଠିତ ଏକ ଜଟିଳ ସଂରଚନା – ଉକ୍ତିର ଯଥାର୍ଥତା ପ୍ରତିପାଦନ କର ।
Answer:
(i) ଉଭିଦ କୋଷରେ ଲବକ ନାମକ କ୍ଷୁଦ୍ର ରଡ୍ ଆକୃତିର ଅଙ୍ଗିକା ରହିଥାଏ । କ୍ଲୋରୋପ୍ଲାଷ୍ଟ ପରି କେତେକ ପ୍ଲାଷ୍ଟିଡ୍‌ରେ ସବୁଜକଣିକା ବା କ୍ଲୋରୋଫିଲ୍ ରହିଥାଏ, ଯାହା ସେମାନଙ୍କୁ ସବୁଜ କରିଥାଏ । ଉଭିଦର ଅଣ ସବୁଜ ଅଂଶରେ ପଦାର୍ଥ ସଂଚୟରେ ପ୍ଲାଷ୍ଟିଡ୍ ସାହାଯ୍ୟ କରେ ।
(ii) ଉଭିଦ କୋଷ ଗୁଡ଼ିକରେ ଗୋଟିଏ ବଡ଼ ଶୂନ୍ୟସ୍ଥାନ ରହିଥାଏ । ଏହାକୁ ରସଧାନୀ ଏହା ଉଦ୍ଭଦ କୋଷକୁ ଗୁରୁତ୍ଵପୂର୍ଣ୍ଣ ପଦାର୍ଥ ସଂରକ୍ଷଣ କରିବାରେ, ଅଦରକାରୀ କରିବାରେ ଏବଂ କୋଷର ଆକୃତି ବଜାୟ ରଖିବାରେ ସାହାଯ୍ୟ କରେ । ଏହା ସାମର୍ଥ୍ୟ ପ୍ରଦାନ କରିଥାଏ ।

Question 5.
କୋଷଗୁଡ଼ିକର ଆକୃତି ଓ ଗଠନରେ କେଉଁ ପ୍ରକାର ଭିନ୍ନତା ପରିଲକ୍ଷିତ ହୁଏ ବୁଝାଅ ।
Answer:
(i) ଆମ ଶରୀରରେ ଥିବା ମାଂସପେଶୀ କୋଷ ଗୁଡ଼ିକ ଏକ ତାକୁଡ଼ି ଆକୃତିର ହୋଇଥାଏ । ସ୍ନାୟୁକୋଷ ଗୁଡ଼ିକ ବହୁତ ଲମ୍ବା ଏବଂ ପ୍ରଶାଖାଯୁକ୍ତ ହୋଇଥାଏ ।
(ii) ସେହିପରି କେତେକ କୋଷ ଗୋଲାକାର, କେତେକ ଲମ୍ବା ଏବଂ ପତଳା ମଧ୍ୟ ହୋଇଥାନ୍ତି । କୋଷ ଗୁଡ଼ିକର ଅନନ୍ୟ ଆକୃତି, ଆକାର ଏବଂ ଗଠନ ସେମାନଙ୍କୁ ସେମାନଙ୍କର ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ ।
(iii) ଗାଲ ଭିତରେ କୋଷଗୁଡ଼ିକ ପତଳା ଏବଂ ସମତଳ ଅଟନ୍ତି । ଏଗୁଡ଼ିକ ଗାଲ ଭିତର ପାଖରେ ଏକ ସୁରକ୍ଷା ଆସ୍ତରଣ ସୃଷ୍ଟି କରିଥାନ୍ତି । ସ୍ନାୟୁକୋଷ ଗୁଡ଼ିକ ଲମ୍ବା ଆକୃତିର ଓ ଶାଖାପ୍ରଶାଖା ଯୁକ୍ତ ହୋଇଥିବାରୁ ଶରୀରର ବିଭିନ୍ନ ଅଂଶକୁ ଶୀଘ୍ର ବାର୍ତ୍ତା ପ୍ରଦାନ କରିବାରେ ସାହାଯ୍ୟ କରନ୍ତି ।

Question 6.
ପାକସ୍ଥଳୀ କୋଷଗୁଡ଼ିକର ଗଠନ ଓ କାର୍ଯ୍ୟ ସମ୍ବନ୍ଧରେ ତଥ୍ୟ ପ୍ରଦାନ କର ।
Answer:
(i) ପାକସ୍ଥଳୀରେ ଥ‌ିବା ମାଂସପେଶୀ କୋଷଗୁଡ଼ିକ ଖାଦ୍ୟକୁ ମନ୍ଥନ କରିବାରେ ସାହାଯ୍ୟ କରିଥାନ୍ତି ଏବଂ ଭିତର ଆସ୍ତରଣରେ ଥ‌ିବା ଅନ୍ୟ କୋଷଗୁଡ଼ିକ ପାଚକରସ ଏବଂ ଅମ୍ଳ ସୃଷ୍ଟିକରି ଖାଦ୍ୟକୁ ଭାଙ୍ଗିବାରେ ସାହାଯ୍ୟ କରନ୍ତି ।
(ii) ଖାଦ୍ୟନଳୀରେ ମାଂସପେଶୀ କୋଷ ଗୁଡ଼ିକର ଏକ ଗୋଷ୍ଠୀ ତରଙ୍ଗ ପରି ସଙ୍କୁଚିତ ଏବଂ ପ୍ରସାରିତ ହୁଅନ୍ତି । ଏହା ଫଳରେ ଖାଦ୍ୟ ପେଟ ଭିତରକୁ ଠେଲି ହୋଇଯାଏ । ମାଂସପେଶୀ କୋଷଗୁଡ଼ିକ ପତଳା, ନମନୀୟ ଏବଂ ତାକୁଡ଼ି ଆକୃତିର ହୋଇଥିବାରୁ ଏପ୍ରକାର ଗତି ସମ୍ଭବ ହୋଇଥାଏ ।

Question 7.
ଜୀବ ଶରୀରରେ ସଂଗଠନର ସ୍ତରଗୁଡ଼ିକ ସମ୍ବନ୍ଧରେ ସୂଚନା ପ୍ରଦାନ କର ।
Answer:
(i) ଜୀବର ଶରୀର ଏକ ଜଟିଳ ଉପାୟରେ ସଂଗଠିତ ହୋଇଥାଏ । ସମାନ କୋଷଗୁଡ଼ିକର ,କ ଗୋଷ୍ଠୀ, ଏକ ପ୍ରକାର ଟିସୁ ବା ତନ୍ତୁ ଗଠନ କରେ ।
(ii) ଏକ ଅଙ୍ଗ ଗଠନ ପାଇଁ ବିଭିନ୍ନ ଟିସୁ ସଂଗଠିତ ହୋଇଥାଏ । ଅନେକ ଅଙ୍ଗ ଏକାଠି କାମ କରି ଏକ ଅଙ୍ଗ ସଂସ୍ଥା ଗଠନ କରନ୍ତି । ଯାହା ଶରୀରର ଏକ ପ୍ରମୁଖ ଅଂଶ ଭାବେ କାର୍ଯ୍ୟକରେ ।
(iii) ସମସ୍ତ ଅଙ୍ଗ ସଂସ୍ଥା ଏକାଠି ହୋଇ ଏକ ଉଭିଦ କିମ୍ବା ଏକ ପ୍ରାଣୀ ପରି ଏକ ସମ୍ପୂର୍ଣ୍ଣ ଜୀବ ସୃଷ୍ଟି କରିଥାନ୍ତି । ସଂଗଠନର ବିଭିନ୍ନ ସ୍ତର ଗୁଡ଼ିକ ହେଉଛି –
କୋଷ → ଟିସୁ → ଅଙ୍ଗ → ଅଙ୍ଗ ସଂସ୍ଥା → ଜୀବ ।

Question 8.
ଦୁଇଟି ଏକକୋଷୀ ଆଦିପ୍ରାଣୀ ଓ ଗୋଟିଏ ଏକକୋଷୀ ଶୈବାଳର ନାମ ଲେଖୁ ଏହାର ଗଠନ ଓ ସ୍ଥାନାନ୍ତରଣ ପ୍ରକ୍ରିୟା ସମ୍ବନ୍ଧରେ ଲେଖ ।
Answer:
(i) 01. ଏମିଏବା (ଆଦିପ୍ରାଣୀ) :
ଏହା ଏକ ଏକକୋଷୀ, ଗତିଶୀଳ ଜୀବ ଅଟେ । ଏହାର ଆକାର ଅନିୟମିତ ଆକାର ଅଟେ । କୂଟପାଦ ସାହାଯ୍ୟରେ ଏହା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାଏ ।

(ii) 02. ପାରାମୋସିୟମ୍ (ଆଦିପ୍ରାଣୀ)
ଏହା ଏକ ଏକକୋଷୀ, ଗତିଶୀଳ ଜୀବ ଅଟେ । ଏହାର ଶରୀରରେ ଥିବା ଏକ ବିଶେଷ ଅଙ୍ଗ ସାହାଯ୍ୟରେ ଏହା ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଗତି କରିଥାଏ ।

(iii) 03. ଶୈବାଳ (ୟୁଗ୍ଣନା)
ଏହା ଏକ ଏକକୋଷୀ ଜୀବ ଅଟେ । ସବୁଜ କଣାର ଉପସ୍ଥିତି ଯୋଗୁଁ ଏହା ସବୁଜ ଦେଖାଯାଏ । ଶରୀରରେ ଥ‌ିବା ବିଶେଷ ଅଙ୍ଗ (ଫ୍ଲାଜୋଲା) ସହାୟତାରେ ଏହା ଜଳରେ ଗତି କରିପାରେ ।

Class 8 Science Chapter 2 Question Answer Odia Medium ଅଣୁଜୀବ ଜଗତ

Question 9.
ଜୈବ ଗ୍ୟାସର ଉତ୍ସ ଭାବେ ଅଣୁଜୀବ କିପରି କାର୍ଯ୍ୟକରେ ବୁଝାଅ ।
Answer:
(i) ବୀଜାଣୁ ଓ କବକ ପରି ଅନେକ ଅଣୁଜୀବ ଅମ୍ଳଜାନର ଅନୁପସ୍ଥିତିରେ ରହିପାରନ୍ତି । କେତେକ ବୀଜାଣୁ ପରିବେଶ କିମ୍ବା ଘରୁ ନିର୍ଗତ ଅପରିଷ୍କାର ଜଳରେ ଥ‌ିବା ଉଭିଦ ଏବଂ ପ୍ରାଣୀ ଜନିତ ବର୍ଜ୍ୟବସ୍ତକୁ ବିଘଟନ କରିପାରନ୍ତି ।

(ii) ଏହି ପ୍ରକ୍ରିୟା ସମୟରେ ସେମାନେ ଅଙ୍ଗାରକାମ୍ଳ ଓ ଆନୁପାତିକ ଭାବେ ଅତ୍ୟଧ୍ଵ ମିଥେନ୍ ଗ୍ୟାସର ମିଶ୍ରଣ ନିର୍ଗତ କରାଇଥା’ନ୍ତି । ଏହି ଗ୍ୟାସ୍‌କୁ ରୋଷେଇ କାର୍ଯ୍ୟ, ଜଳ ଗରମ କରିବା ଏବଂ ବିଦ୍ୟୁତ୍ ଉତ୍ପାଦନ ଭଳି କାର୍ଯ୍ୟରେ ବ୍ୟବହାର କରାଯାଇପାରେ ।

Question 10.
ଇଷ୍ଟରେ କେଉଁ ବିଶେଷଗୁଣ ରହିଥିବାରୁ ଏହାକୁ କେକ୍ ତିଆରିରେ ବ୍ୟବହାର କରାଯାଏ ?
Answer:
(i) ଇଷ୍ଟ ଏକ ପ୍ରକାର ଅଣୁଜୀବ ଅଟେ । ଉଷ୍ମ ପରିବେଶରେ ଇଷ୍ଟର ଉତ୍ତମ ବୃଦ୍ଧି ହୁଏ । ଅନ୍ୟ ଜୀବମାନଙ୍କ ପରି ଇଷ୍ଟ ମଧ୍ୟ ଶ୍ଵାସକ୍ରିୟା କରେ ଏବଂ ଖାଦ୍ୟକୁ ଭାଙ୍ଗି ନିଜର ବୃଦ୍ଧିପାଇଁ ଶକ୍ତି ନିର୍ଗତ କରେ ।
(ii) ଏହି ପ୍ରକ୍ରିୟାରେ ଅଙ୍ଗାରକାମ୍ଳ ନିର୍ଗତ ହୋଇ ଏହାର ଗ୍ୟାସୀୟ ଫୋଟାକା ଦ୍ଵାରା ଅଟାକୁ ନରମ ଓ ହାଲୁକା କରିଥାଏ । ଏହା ଅଳ୍ପ ପରିମାଣରେ ସୁରାସାର ବା ଆଲ୍‌କହଲ ମଧ୍ୟ ଉତ୍ପାଦନ କରେ । ଏହି ବିଶେଷ ଗୁଣ ଯୋଗୁଁ ଇଷ୍ଟକୁ ରୁଟି ଓ କେକ୍ ତିଆରିରେ ବ୍ୟବହାର କରାଯାଇଥାଏ ।

Question 11.
କେଉଁ କାରଣରୁ ଚାଷୀମାନେ ପର୍ଯ୍ୟାୟ କ୍ରମରେ ଅନ୍ୟ ଫସଲ ପରେ ମୁଗ ବା ବିରି ପରି ଡ଼ାଲିଜାତୀୟ ଫସଲ ଚାଷ କରିଥାନ୍ତି ?
Answer:
(i) ରାଇଜୋବିୟମ୍ ପରି କେତେକ ବୀଜାଣୁ ଚେରରେ ଗଣ୍ଠି ତିଆରି କରି ସେଥ‌ିରେ ବାସ କରନ୍ତି । ଏହି ଗଣ୍ଠିକୁ ନୋଡୁଲ୍ କୁହାଯାଏ । ଶିମ୍ବ, ମଟର ଏବଂ ମସୁର ପରି ଡ଼ାଲି ଜାତୀୟ ଉଦ୍ଭଦ ମୂଳରେ ଏହିପରି ନୋଡୁଲ୍‌ରେ ରାଇଜୋବିୟମ୍ ବୀଜାଣୁ ରହିଥାଏ ।
(ii) ଏହି ବୀଜାଣୁ ବାୟୁମଣ୍ଡଳୀୟ ଯବକ୍ଷାରଜାନକୁ ଉଭିଦ ଉପଯୋଗୀ କରାଇଥାଏ । ରାସାୟନିକ ସାର ପ୍ରୟୋଗ ବିନା ଏହି ଉଭିଦ ଗୁଡ଼ିକୁ ଭଲ ଭାବରେ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହି କାରଣରୁ ଚାଷୀମାନେ ପର୍ଯ୍ୟାୟ କ୍ରମରେ ଅନ୍ୟ ଫସଲ ପରେ ମୁଗ ବା ବିରିପରି ଡ଼ାଲି ଜାତୀୟ ଫସଲ ଚାଷ କରିଥା’ନ୍ତି ।

Question 12.
ଜଳରେ ବଢୁଥ‌ିବା ସୂକ୍ଷ୍ମ-ଶୈବାଳ ମାନଙ୍କର ଭୂମିକା କାହିଁକି ବିସ୍ମୟକର ଅଟେ, ବୁଝାଅ ।
Answer:
(i) ସୂକ୍ଷ୍ମ ଶୈବାଳମାନେ ହେଉଛନ୍ତି ଉଭିଦ ପରି ଅଣୁଜୀବ । ଯେଉଁମାନେ ପାଣି, ମାଟି, ବାୟୁ ଏବଂ ଗଛରେ ମଧ୍ୟ ରହିପାରନ୍ତି । ଏମାନେ ସୂର୍ଯ୍ୟକିରଣ ବ୍ୟବହାର କରି ନିଜର ଖାଦ୍ୟ ନିଜେ ତିଆରି କରନ୍ତି ।
(ii) ଏହି ପ୍ରକ୍ରିୟାରେ ସେମାନେ ଅମ୍ଳଜାନ ନିର୍ଗତ କରନ୍ତି ଯାହାକି ପୃଥ‌ିବୀର ଅମ୍ଳଜାନ ଉତ୍ପାଦନର ଅଧାରୁ ଅଧିକ ଅଟେ । ଏଗୁଡ଼ିକ ପୋଷକ ତତ୍ତ୍ଵରେ ପୂର୍ଣ୍ଣ ହୋଇଥିବାରୁ ଅନେକ ଜଳଚର ପ୍ରାଣୀଙ୍କ ପାଇଁ ଖାଦ୍ୟ ଉତ୍ସ ଭାବରେ କାର୍ଯ୍ୟ କରିଥାନ୍ତି ।
(iii) ସ୍ଵରିଲୁନା, କ୍ଲୋରେଲା ଏବଂ ଡ଼ାଏଟସ୍ ପରି ସୂକ୍ଷ୍ମ ଶୈବାଳ ଗୁଡ଼ିକ ମଣିଷ ଦ୍ଵାରା ସ୍ଵାସ୍ଥ୍ୟପ୍ରଦ ପୂରକ ଖାଦ୍ୟ ତଥା ଔଷଧ ଭାବରେ ବ୍ୟବହୃତ ହୋଇଥାନ୍ତି । ଏଗୁଡ଼ିକ ପାଣିକୁ ସଫା ରଖୁବାରେ ସାହାଯ୍ୟ କରିବା ସହ ଜୈବ ଇନ୍ଧନ ମଧ୍ଯ ତିଆରି କରିଥାନ୍ତି ।

Question 13.
କୋଷକୁ ଜୀବନର ମୌଳିକ ଏକକ ବୋଲି କାହିଁକି ବିବେଚନା କରାଯାଏ ?
Answer:
(i)
Class 8 Science Chapter 2 Question Answer Odia Medium ଅଣୁଜୀବ ଜଗତ 4
(ii) ସମସ୍ତ ଜୀବଙ୍କ ଶରୀରକୋଷ ନାମକ କ୍ଷୁଦ୍ର ଏକକରେ ଗଠିତ ଓ କୋଷରେ ଥ‌ିବା ବିଭିନ୍ନ ଉପାଦାନ ଜୀବକୁ ବିଭିନ୍ନ କାର୍ଯ୍ୟ କରିବାରେ ସାହାଯ୍ୟ କରେ । ସମସ୍ତ ଉଭିଦ ଏବଂ ପ୍ରାଣୀଙ୍କ ଶରୀର ଅନେକ କୋଷରେ ଗଠିତ । ତେଣୁ ସେମାନଙ୍କୁ ବହୁକୋଷୀ ଜୀବ କୁହାଯାଏ । ବହୁକୋଷୀ ଜୀବମାନଙ୍କରେ କୋଷଗୁଡ଼ିକ ପୃଥକ୍ ଭାବରେ ବିଶେଷ କାର୍ଯ୍ୟ କରନ୍ତି କିନ୍ତୁ ବଞ୍ଚିବାର ସମ୍ଭାବନା ବୃଦ୍ଧି କରିବାପାଇଁ ପରସ୍ପର ସହିତ ସହଯୋଗ ମଧ୍ୟ କରନ୍ତି ।

(iii) କିଛି ଅଣୁଜୀବ, ଯେପରିକି ବୀଜାଣୁ ଏବଂ ପ୍ରେଟୋଜୋଆ କେବଳ ଗୋଟିଏ କୋଷରେ ଗଠିତ । ଏମାନଙ୍କୁ ଏକକୋଷୀ ଜୀବ କୁହାଯାଏ । ସେମାନେ ଗୋଟିଏ କୋଷରେ ସେମାନଙ୍କର ବଞ୍ଚିବା ପାଇଁ ଆବଶ୍ୟକ ସମସ୍ତ କାର୍ଯ୍ୟ କରନ୍ତି । ଅନ୍ୟାନ୍ୟ ଅଣୁଜୀବ, ଯେପରିକି ଶୈବାଳ ଏବଂ କବକ, ଗୋଟିଏ କିମ୍ବା ଅଧୂକ କୋଷରେ ଗଠିତ । ଉଦାହରଣ ସ୍ଵରୂପ, ଇଷ୍ଟ ଏକକୋଷୀ କବକ ହୋଇଥିଲା ବେଳେ ଫିମ୍ପି ବହୁକୋଷୀ କବକ ଅଟେ ।

(iv) ପ୍ରାଣୀ ଏବଂ ଉଭିଦକୋଷ ପରି ଅଣୁଜୀବଙ୍କ କୋଷଗୁଡ଼ିକ ମଧ୍ୟ କୋଷଝିଲ୍ଲୀ ଦ୍ଵାରା ଆବୃତ୍ତ ହୋଇଥାଏ । କବକ କୋଷଗୁଡ଼ିକର ଅତିରିକ୍ତ ଭାବରେ ଏକ କୋଷଭିଭି ଥାଏ, କିନ୍ତୁ ସେମାନଙ୍କର କ୍ଲୋରୋପ୍ଲାଷ୍ଟ ନ ଥାଏ । ତେଣୁ ସେମାନେ ଆଲୋକ ସଂଶ୍ଳେଷଣ ମାଧ୍ୟମରେ ନିଜର ଖାଦ୍ୟ ପ୍ରସ୍ତତ କରିପାରନ୍ତି ନାହିଁ । ବୀଜାଣୁର ସୁଗଠିତ ନ୍ୟଷ୍ଟି ଓ ନ୍ୟଷ୍ଟିଝିଲ୍ଲୀ ନ ଥାଏ ବରଂ ସେମାନଙ୍କର ଏକ ନ୍ୟୁକ୍ଲିଅଏଡ୍ ଥାଏ (nucleoid) । ଏହି ବୈଶିଷ୍ଟ୍ୟ ସେମାନଙ୍କୁ ଇଷ୍ଟ, ଆଦିପ୍ରାଣୀ, ଶୈବାଳ, କବକ, ଉଭିଦ ଏବଂ ପ୍ରାଣୀଙ୍କ କୋଷଠାରୁ ପୃଥକ୍ କରେ ।

Question 14.
ଗୋଟିଏ ସୁପର୍ ଫୁଡ୍‌ର ନାମ ଲେଖ । ଏହାର ପୋଷକତ୍ଵ ଏବଂ ଆବଶ୍ୟକତା ସମ୍ବନ୍ଧରେ ସୂଚନା ପ୍ରଦାନ କର ।
Answer:
(i) ସ୍ପିରିଲୁନା ହେଉଛି ଏକ ପ୍ରକାର ନୀଳ-ସବୁଜ ଶୈବାଳ, ଯାହାକୁ ସୁପରଫୁଡ୍ ଭାବରେ ବିବେଚନା କରାଯାଏ । ଏହା ଆମ ଶରୀରପାଇଁ ଅତ୍ୟାବଶ୍ୟକ ଭିଟାମିନ୍ B-12 ର ଏକ ଉତ୍ତମ ଖାଦ୍ୟ ଉତ୍ସ ଅଟେ ।
(ii) ରିଲୁନାରେ ତା’ର ଶରୀର ଓଜନର 60 ପ୍ରତିଶତରୁ ଅଧ‌ିକ ପ୍ରୋଟିନ୍ ଓ ସାମାନ୍ୟ ପରିମାଣରେ ଚର୍ବି ଓ ଶର୍କରା ରହିଥାଏ । ଖାଦ୍ୟ ସୁରକ୍ଷା ଏବଂ ଜୀବିକା ଅର୍ଜନ ସୁନିଶ୍ଚିତ କରିବାପାଇଁ ସୂକ୍ଷ୍ମ ଶୈବାଳ ଉତ୍ପାଦନ ଓ ସଂରକ୍ଷଣ ଏକ ଭଲ ଅଭ୍ୟାସ ଅଟେ ।

Question 15.
ଗୋଟିଏ ପ୍ରାଣୀକୋଷ ଓ ଉଭିଦକୋଷର ନାମାଙ୍କିତ ଚିତ୍ର ଅଙ୍କନ କର । (ବର୍ଣ୍ଣନା ଅନାବଶ୍ୟକ)
Answer:
Class 8 Science Chapter 2 Question Answer Odia Medium ଅଣୁଜୀବ ଜଗତ 5

Question 16.
ଜୀବ ସଂଗଠନର ବିଭିନ୍ନ ସ୍ତରକୁ ଚିତ୍ରରେ ଦର୍ଶାଅ । (ବର୍ଣ୍ଣନା ଅନାବଶ୍ୟକ)
Answer:
Class 8 Science Chapter 2 Question Answer Odia Medium ଅଣୁଜୀବ ଜଗତ 6