BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

Odisha State Board BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର Textbook Exercise Questions and Answers.

BSE Odisha Class 9 Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ଡେଙ୍ଗା, କୃତକାର୍ଯ୍ୟ, ଅଭିଶାପ, ଖର୍ଚ୍ଚ, ଆଦେଶ,
Answer:
ଡେଙ୍ଗା – ଗେଡ଼।
କୃତକାର୍ଯ୍ୟ – ଅକୃତକାର୍ଯ୍ୟ
ଅଭିଶାପ – ଆଶୀର୍ବ।ଦ
ଖର୍ଚ୍ଚ – ସଞ୍ଚୟ
ଆଦେଶ – ଅନୁରୋଧ
ଅକ୍ଷମ – କ୍ଷମ

Question ୨।
ସନ୍ଧିବିଚ୍ଛେଦ କର ।
ଅଚ୍ଛାଧ୍ଵକ, ଉନ୍ନତି, ଉଜ୍ଜ୍ବଳ, ସନ୍ତୁଷ୍ଟ, ସଂଯୋଗ
Answer:
ଅଚ୍ଛାଧ୍ଵକ = ଅଚ୍ସ + ଅଧ୍ଵକ
ଉନ୍ନତି = ଉତ୍ + ନତ୍
ଉଜ୍ଜ୍ବଳ = ଉତ୍ + ଜ୍ୱଳ
ସନ୍ତୁଷ୍ଟ = ସମ୍ + ତୁଷ୍ନ
ସଂଯୋଗ = ସମ୍ + ଯୋଗ

Question ୩।
‘କ’ ସ୍ତମ୍ଭ ସହ ସମ୍ପର୍କ ଥ‌ିବା ‘ଖ’ ସ୍ତମ୍ଭର ଶବ୍ଦକୁ ଯୋଗକର ।
BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର 1
Answer:
BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର 2

Question ୪।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ପୃଥ‌ିବୀ ବିଖ୍ୟାତ _______________ ଇଟାଭାଟିରେ କାମ କରି ପିଲାଦିନେ ପେଟ୍ ପୋଷୁଥିଲେ ।
(ଷ୍ଟାଲିନ୍, ମୁସୋଲିନ୍, ହିଟ୍‌ଲର, ଈଶ୍ଵରଚନ୍ଦ୍ର)
Answer:
ହିଟ୍‌ର

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

(ଖ) ବେଶି ଝିଅ ଜନ୍ମହେଲେ କେହି କେହି ତାକୁ ____________ ମଣନ୍ତି ।
(ଆଶୀର୍ବାଦ, ପୁରସ୍କାର, ସମସ୍ୟା, ଅଭିଶାପ)
Answer:
ଅଭିଶାପ

(ଗ) ________________ ଦେଶର ନାରୀ ପୁରୁଷ ଅପେକ୍ଷା ପ୍ରବଳ ।
(ଭାରତ, ବର୍ମା, ଗ୍ରୀନ୍‌ଲାଣ୍ଡ, ସୁଇଜରଲାଣ୍ଡ)
Answer:
ବର୍ମା

(ଘ) ଶିଶୁଗୀତ ଏକ ________________ କହିଲେ ଚଳେ ।
(ମୃଗତୃଷ୍ଣା, ମନୋରଞ୍ଜନ, ଖ୍ଆଲ, ମଜାଗୀତ)
Answer:
ମୃଗତୃଷ୍ଣା

Question ୫।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକରେ ଉପସର୍ଗ ବ୍ୟବହାର କରି ନୂଆ ନୂଆ ଶବ୍ଦମାନ ଗଢ଼ ।
ନିଧ୍ର, ବଳ, ବାସ, ଘାତ, ବାଦ
Answer:
BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର 3

କ୍ଷୁଦ୍ର ଭତ୍ତରମୂଳକ ପ୍ରଶ୍ନୋତ୍ତର

Question ୬।
ବାମନ ଚନ୍ଦ୍ରକୁ ହାତ ବଢ଼ାଇବା ଚେଷ୍ଟା ନିତାନ୍ତ ହାସ୍ୟାସ୍ପଦ କାହିଁକି ?
Answer:
ଲୋକମାନଙ୍କର ଏକ ସାଧାରଣ ଉଚ୍ଚତା ଅଛି । କେତେକ ଲୋକ ଦୋଷଯୁକ୍ତ ପିଣ୍ଡ (ଜିନ୍) ଯୋଗୁଁ ସାଧାରଣ ଉଚ୍ଚତା ପର୍ଯ୍ୟନ୍ତ ନ ବଢ଼ି କ୍ଷୁଦ୍ରକାୟ ହୋଇଥା’ନ୍ତି । ସେମାନଙ୍କୁ ବାମନ କୁହାଯାଏ । ସେମାନଙ୍କ ହାତ ଛୋଟ ହୋଇଥିବାରୁ ବେଶି ଉଚ୍ଚକୁ ପାଏ ନାହିଁ । ତେଣୁ ବାମନ ହୋଇ ଚନ୍ଦ୍ରକୁ ଧରିବାକୁ ହାତ ବଢ଼ାଇଲେ ସେ ହାସ୍ୟାସ୍ପଦ ହୁଏ ।

Question ୭ ।
ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଜନ୍ମ କେଉଁଠାରେ ହୋଇଥିଲା ?
Answer:
ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଜନ୍ମ ଭାରତର ସାମାନ୍ୟ ଜଣେ ପୂଜାରୀ ଘରେ ହୋଇଥିଲା ।

Question ୮।
ଇତାଲୀର ଭାଗ୍ୟବିଧାତା କିଏ ଓ ତାଙ୍କର ଜନ୍ମ କେଉଁଠାରେ ହୋଇଥିଲା ?
Answer:
ଇତାଲୀର ଭାଗ୍ୟବିଧାତା ଥିଲେ ମୁସୋଲିନ୍ । ତାଙ୍କର ଜନ୍ମ ଦରିଦ୍ର କମାର ଘରେ ହୋଇଥିଲା ।

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

Question ୯।
କେଉଁମାନେ ବନର ମାଳତୀ ପରି ବନରେ ଫୁଟି ଝଡ଼ି ପଡୁଛନ୍ତି ?
Answer:
କୋଟି କୋଟି ବାମନ ଏ ପୃଥ‌ିବୀକୁ ଆସି ବନର ମାଳତୀ ପରି ବନରେ ଫୁଟି ଝଡ଼ି ପଡୁଛନ୍ତି ।

Question ୧୦ ।
ଷାଠିଏ ପଉଟି ଘିଅ ହେବ ନା ରାଧା ନାଚିବେ ?– ଏକଥା କାହିଁକି ଶିକ୍ଷକ ମାଧବ ମିଶ୍ର ଲେଖକଙ୍କୁ କହିଲେ ?
Answer:
ଲେଖକ ଦରିଦ୍ର ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଏଣ୍ଟ୍ରାନ୍ସ ପଢ଼ିବା ନିମନ୍ତେ ପ୍ରବାସରେ ଯାଇ ରହିବା, ଆହାର ଯୋଗାଡ଼ କରିବା ତଥା ବହିପତ୍ର କିଣିବାପାଇଁ ବହୁ ଅର୍ଥ ଆବଶ୍ୟକ, ଯେଉଁ ଅର୍ଥ ଦାରିଦ୍ର୍ୟ ପ୍ରପୀଡ଼ିତ ଲେଖକଙ୍କ ପାଇଁ ଥିଲା ଷାଠିଏ ପଉଟି ଘିଅ ସଦୃଶ । ତେଣୁ ଶିକ୍ଷକ ମାଧବ ମିଶ୍ର ଲେଖକଙ୍କୁ ଏପରି କହିଥିଲେ ।

Question ୧୧ ।
ରାମକୃଷ୍ଣ ବୋଷ କିଏ ଓ ସେ କେଉଁଠି ରହୁଥିଲେ ?
Answer:
ରାମକୃଷ୍ଣ ବୋଷ ଥିଲେ ସେ ଯୁଗର କଟକର ଖ୍ୟାତନାମା ଓକିଲ ହରିବଲ୍ଲଭ ବୋଷଙ୍କ ପୁତୁରା । ସେ ‘ଶଶିନିକେତନ’ରେ ରହୁଥିଲେ ।

Question ୧୨ ।
ନାରୀଜାତିର ମହୀୟସୀ ପ୍ରତିନିଧୂ ରୂପେ କେଉଁମାନେ ପୂଜା ପାଉଛନ୍ତି ?
Answer:
ନାରୀଜାତିର ମହୀୟସୀ ପ୍ରତିନିଧ୍ଵ ରୂପେ ଦୁର୍ଗା, ଲକ୍ଷ୍ମୀ, ସରସ୍ଵତୀ ପୂଜା ପାଉଛନ୍ତି ।

Question ୧୩ ।
ବେଶି ଝିଅ ଜନ୍ମକୁ କେହି କେହି ଅଭିଶାପ ମଣିଥା’ନ୍ତି କାହିଁକି ?
Answer:
ପ୍ରଚଳିତ ଯୌତୁକ ପ୍ରଥା, ଝିଅର ଆଚରଣଜନିତ ସାମାଜିକ ଲାଞ୍ଛନା ତଥା ଉପଯୁକ୍ତ ପାତ୍ର ସହିତ ବିବାହ ଦେବା ଅସମ୍ଭବ ହେଉଥ‌ିବାରୁ କେତେକ ବେଶି ଝିଅ ଜନ୍ମକୁ ଅଭିଶାପ ବୋଲି ମନେ କରିଥା’ନ୍ତି ।

Question ୧୪ ।
କେଉଁ ଦେଶର ପୁରୁଷମାନେ ଘରଧନ୍ଦା ବୁଝିବା ସହ ସନ୍ତାନମାନଙ୍କର ଲାଳନପାଳନ କରିଥା’ନ୍ତି ?
Answer:
ଗ୍ରୀନ୍‌ଲାଣ୍ଡ ତଥା ସୁଇଜରଲାଣ୍ଡ ଦେଶର ପୁରୁଷମାନେ ଘରଧନ୍ଦୀ ବୁଝିବା ସହ ସନ୍ତାନମାନଙ୍କର ଲାଳନପାଳନ କରିଥା’ନ୍ତି ।

Question ୧୫ ।
ରାମକୃଷ୍ଣ ବୋଷ କି ପ୍ରକାର ଲୋକ ଥିଲେ ?
Answer:
ରାମକୃଷ୍ଣ ବୋଷ ଜଣେ ଧର୍ମଭୀରୁ ଲୋକ ଥିଲେ । ସେ ବି. ଏ. ପାସ୍ କରି ମଧ୍ୟ ଅର୍ଥୋପାର୍ଜନ ପନ୍ଥା ଛାଡ଼ି ଜଗନ୍ନାଥଧାମରେ ରହୁଥିଲେ । ସେ ଥିଲେ ଅତ୍ୟନ୍ତ ସଂଯମୀ ତଥା ନିରାମିଷାଶୀ । ବେକରେ ବଡ଼ ବଡ଼ ତୁଳସୀର ମାଳା ଧାରଣ କରି ସେ କୀର୍ତ୍ତନରେ କାଳଯାପନ କରୁଥିଲେ ।

Question ୧୬ ।
ଦୀନବନ୍ଧୁ ନରେନ୍ଦ୍ର ସିଂହ ଲେଖକଙ୍କୁ କ’ଣ କହିଥିଲେ ?
Answer:
ଦୀନବନ୍ଧୁ ନରେନ୍ଦ୍ର ସିଂହ ତାଙ୍କର ପାଇବାକୁ ଥିବା କୋଡ଼ିଏ ଟଙ୍କା ବୃଦ୍ଧି ମଧ୍ୟରୁ ମାସିକ ୧୫ ଟଙ୍କା ଖର୍ଚ୍ଚ ଯିବା ପରେ ବଳକା ପାଞ୍ଚଟଙ୍କା ଲେଖକଙ୍କୁ ଦେବାକୁ କହି ଚିନ୍ତା ନ କରିବାକୁ ସାଣ୍ଟୋନା ଦେଇଥିଲେ ।

Question ୧୭ ।
ବିବାହିତ ପୁଅ ଓ ବିବାହିତା ଝିଅଙ୍କୁ କ’ଣ କୁହାଯାଏ ?
Answer:
ବିବାହିତ ପୁଅକୁ ଭର୍ଭା ଓ ବିବାହିତା ଝିଅକୁ ଭାର୍ଯ୍ୟା କୁହାଯାଏ ।

Question ୧୮ ।
ରାମକୃଷ୍ଣ ବୋଷଙ୍କ ଘରେ ଲେଖକଙ୍କୁ କାହିଁକି ପୂଜାରୀ ବୋଲି ମନେକଲେ ?
Answer:
ଲେଖକଙ୍କ ମୁଣ୍ଡରେ ପେଣ୍ଡାବାଳ ଥିବା ହେତୁ ରାମକୃଷ୍ଣ ବୋଷଙ୍କ ଘରେ ତାଙ୍କୁ ପୂଜାରୀ ବୋଲି ମନେକଲେ ।

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

Question ୧୯ ।
ପଇସାର ଅଭାବ ପଡ଼ିଲେ ଲେଖକ କ’ଣ କରୁଥିଲେ ?
Answer:
ପଇସାର ଅଭାବ ପଡ଼ିଲେ ଛାତ୍ରାବାସରେ ଲେଖକଙ୍କ ପାଇଁ ଚାଉଳ ପଡ଼ିବା ବନ୍ଦ ହୋଇଯାଏ । ଲେଖକ ଅନ୍ୟତ୍ର ଖାଇବା କଥା କହି ସମୁଦ୍ର କୂଳକୁ ଯାଇ ପବନ ଖାଇ ଉପାସ ରହିଯାଆନ୍ତି ।

Question ୨୦ ।
ଲେଖକ କାହିଁକି ବଡ଼ଦାଣ୍ଡ ବା ବଡ଼ ଦେଉଳକୁ ବେଶି ଯାଉନଥିଲେ ?
Answer:
ବଡ଼ଦାଣ୍ଡରେ ସୁସଜ୍ଜିତ ଗୁଡ଼ିଆ ଦୋକାନ ଦେଖ‌ିଲେ ଲେଖକଙ୍କ ଜିହ୍ବାଲାଳସା ପ୍ରବଳ ହୋଇଉଠେ । କିନ୍ତୁ ସେହି ଜିହ୍ବାଲାଳସାକୁ ଚରିତାର୍ଥ କରିବାକୁ ଲେଖକଙ୍କ ପାଖରେ ଆବଶ୍ୟକ ଅର୍ଥ ନଥାଏ । ତେଣୁ ଲେଖକ ବଡ଼ଦାଣ୍ଡ ବା ବଡ଼ ଦେଉଳକୁ ବେଶି ଯାଉନଥିଲେ ।

Question ୨୧ ।
ମା’ମାନେ ପିଲାଙ୍କୁ ସାନ୍ତନା ଦେବାପାଇଁ କେଉଁ ଗୀତ ଗାଆନ୍ତି ?
Answer:
ମା’ମାନେ ପିଲାଙ୍କୁ ସାନ୍ତନା ଦେବାପାଇଁ ଗାଇଆ’ ନ୍ତି –
‘ଆ ଜହ୍ନମାମୁ ସରଗ ଶଶୀ,
ମୋ କାହ୍ନୁ ହାତରେ ପଡ଼ରେ ଖସି ।

Question ୨୨ ।
ମୃଗତୃଷ୍ଣା କ’ଣ ?
Answer:
ପ୍ରଖର ସୂର୍ଯ୍ୟକିରଣରେ ବାୟୁମଣ୍ଡଳରେ ସୃଷ୍ଟି ହେଉଥିବା ଜଳର ଭ୍ରମକୁ ମୃଗତୃଷ୍ଣା ବା ମରୀଚିକା କୁହାଯାଏ ।

Question ୨୩ ।
ଲେଖକ କ’ଣ ପାଇଁ ଦୁଃଖକଷ୍ଟ ସହି ମାଟିକାମୁଡ଼ି ପଡ଼ିରହିଥିଲେ ?
Answer:
ଲେଖକ ଆର୍ଥିକ ଅଭାବ ସତ୍ତ୍ଵେ ଉଚ୍ଚଶିକ୍ଷା ଲାଭକରି ମଣିଷରେ ଗଣାହେବା ପାଇଁ ଦୁଃଖକଷ୍ଟ ସହି ମାଟିକାମୁଡ଼ି ପଡ଼ି ରହିଥିଲେ ।

ସପ୍ରସଙ୍ଗ ସରଳାର୍ଥ ଲେଖ

Question ୨୪ ।
କୋଟି କୋଟି ବାମନ ଆକାଶରେ ଉଜ୍ଜ୍ଵଳ ଚନ୍ଦ୍ରମଣ୍ଡଳକୁ ଦେଖ୍ ଲୋଭ ସମ୍ବରଣ କରିନପାରି ହାତ ବଢ଼ାଉଛନ୍ତି, ମାତ୍ର ଧରି ନ ପାରି ହାସ୍ୟାସ୍ପଦ ହେଉଛନ୍ତି ।
Answer:
କୋଟି କୋଟି……………………………………ହାସ୍ୟାସ୍ପଦ ହେଉଛନ୍ତି ।
ଉକ୍ତ ଗଦ୍ୟାଶଟି ପଠିତ ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ଶୀର୍ଷକ ପ୍ରବନ୍ଧର ସଂଗୃହୀତ । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରଚିତ ‘ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ନାମଧେୟ ଆତ୍ମଜୀବନୀରୁ ସମାନୀତ ଉକ୍ତ ପ୍ରବନ୍ଧରେ ପ୍ରାବନ୍ଧିକ ଚନ୍ଦ୍ରକୁ ଧରିବାପାଇଁ ହାତ ବଢ଼ାଇ ଅନେକ ବାମନ କିପରି ହାସ୍ୟାସ୍ପଦ ହେଉଛନ୍ତି, ତାହା ଉପସ୍ଥାପନ କରିଛନ୍ତି ।

ଲୋକମାନଙ୍କର ଏକ ସାଧାରଣ ଉଚ୍ଚତା ଅଛି । ଦୋଷଯୁକ୍ତ ପିଣ୍ଡ (ଜିନ୍) ଯୋଗୁଁ ସାଧାରଣ ଉଚ୍ଚତା ପର୍ଯ୍ୟନ୍ତ ନ ବଢ଼ି ଯେଉଁମାନେ କ୍ଷୁଦ୍ରକାୟ ହୋଇଥା’ନ୍ତି, ସେମାନଙ୍କୁ ବାମନ କୁହାଯାଏ । ସେମାନଙ୍କ ହାତ ଛୋଟ ହୋଇଥିବାରୁ ବେଶି ଉଚ୍ଚକୁ ପାଏ ନାହିଁ । ତେଣୁ ବାମନ ହୋଇ କେହି ଚନ୍ଦ୍ରକୁ ଧରିବାକୁ ହାତ ବଢ଼ାଇଲେ ହାସ୍ୟାସ୍ପଦ ହୁଏ ।

କେବଳ ବାମନ ନୁହେଁ, କୌଣସି ଲୋକର ହାତ ଚନ୍ଦ୍ରକୁ ପାଇବ ନାହିଁ । ଏହାର ଉପଲକ୍ଷ୍ୟ ଚନ୍ଦ୍ର ବା ବାମନ ନୁହେଁ । ଏଠାରେ ଚନ୍ଦ୍ର ଉଚ୍ଚାଭିଳାଷର ପ୍ରତୀକ ଓ ବାମନ କ୍ଷୁଦ୍ରଶକ୍ତିର ପ୍ରତୀକ । ଶକ୍ତି ବା ସାମର୍ଥ୍ୟ ନ ଥାଇ ବୃହତ୍ କର୍ମ କରିବାକୁ ଆଗେଇ ଆସି କେତେକ ବ୍ୟକ୍ତି ଅସଫଳ ହେବା ସହ ଲୋକହସା ହୁଅନ୍ତି । ତଥାପି ଏ ସଂସାରରେ କେତେକ ବାମନ ନିଷ୍ଠା ଓ ସାଧନା ବଳରେ ଅସଂଖ୍ୟ ଡେଙ୍ଗା ଲୋକଙ୍କୁ ଟପି ଆକାଶର ଚନ୍ଦ୍ରକୁ ଧରିବାରେ କୃତକାର୍ଯ୍ୟ ହୋଇଥିବାର ପ୍ରମାଣ ଇତିହାସ ପ୍ରଦାନ କରେ ।

ଦରିଦ୍ର କମାର ଘରେ ଜନ୍ମ ହୋଇଥିବା ବାମନରୂପୀ ମୁସୋଲିନ୍ ଦିନେ ହୋଇଥିଲେ ଇତାଲୀର ଭାଗ୍ୟବିଧାତା । ମୋଚିପିଲା ଷ୍ଟାଲିନ୍ ହୋଇଥଲେ ରୁଷିଆର କର୍ଣ୍ଣଧାର । ଇଟାଭାଟିରେ କାମ କରି ପେଟ ପୋଷୁଥିବା ହିଟ୍‌ଲର୍ ହୋଇଥିଲେ ବିଶ୍ୱବିଖ୍ୟାତ । କୋଟି କୋଟି ବାମନ ପୃଥ‌ିବୀରେ ଜନ୍ମ ନେଇ ବନର ମାଳତୀ ପରି ବନରେ ଫୁଟି ଝଡ଼ି ପଡ଼ୁଥିଲେ ମଧ୍ୟ ଗଭୀର ଅଧ୍ୟବସାୟ ଓ ଦୃଢ଼ ଆତ୍ମପ୍ରତ୍ୟୟ ବଳରେ କେତେକ ବାମନ ଆକାଶର ଚନ୍ଦ୍ରକୁ ଧରି ସମାଜର ଶ୍ରେଷ୍ଠସ୍ଥାନ ଅଧିକାର କରୁଛନ୍ତି । କିନ୍ତୁ କୋଟି କୋଟି ବାମନ ଆକାଶର ସେହି ସମୁଜ୍ଜ୍ବଳ ଚନ୍ଦ୍ରମଣ୍ଡଳକୁ ଦେଖ୍ ଲୋଭ ତ୍ୟାଗ କରି ନପାରି ଧରିବାକୁ ହାତ ବଢ଼ାଉଛନ୍ତି କିନ୍ତୁ ଧରି ନପାରି ହାସ୍ୟାସ୍ପଦ ହେଉଛନ୍ତି ।

ମଧ୍ଯ ଓଡ଼ିଆ ବିଦ୍ୟାଳୟର ଦ୍ଵିତୀୟ ଶିକ୍ଷକ ମାଧବ ମିଶ୍ରଙ୍କ ଦୃଷ୍ଟିରେ ଦରିଦ୍ର ଲେଖକ ଥିଲେ ବାମନ ସଦୃଶ । ତାଙ୍କ ପାଇଁ ବ୍ୟୟବହୁଳ ଏଣ୍ଟ୍ରାନ୍ସ ପାସ୍‌ କରିବା ଥିଲା ଆକାଶର ଚନ୍ଦ୍ର ସଦୃଶ । ବାମନ ହୋଇ ଚନ୍ଦ୍ରକୁ ଧରିବା ତାଙ୍କ ପାଇଁ ସହଜ ନଥିଲା । ଲୋକହସା ହେବା ହିଁ ସାର ଥିଲା ।

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

Question ୨୫ ।
ସେହି କାରଣରୁ ବିବାହିତ ପୁଅର ନାମ ଭର୍ତ୍ତା ।
Answer:
ସେହି କାରଣରୁ …………………………..ପୁଅର ନାମ ଭତ୍ତା ।
ଉକ୍ତ ଗଦ୍ୟାଶଟି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କଦ୍ଵାରା ପ୍ରଣୀତ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ଶୀର୍ଷକ ଆତ୍ମଜୀବନୀର ଅଂଶବିଶେଷ ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ନାମଧେୟ ପ୍ରବନ୍ଧରୁ ସଂଗୃହୀତ । ଏଠାରେ ପ୍ରାବନ୍ଧିକ ‘ଭତ୍ତା’ ଶବ୍ଦର ତାତ୍ତ୍ଵିକ ଅର୍ଥ ଉପରେ ଆଲୋକପାତ କରିଛନ୍ତି ।

ସମାଜରେ ପୁଅ ଓ ଝିଅ ଉଭୟଙ୍କର ସମାନ ଆବଶ୍ୟକତା ଥିଲେ ମଧ୍ଯ ଝିଅଙ୍କ ତୁଳନାରେ ପୁଅମାନେ ଅଧିକ ଆଦର ଲାଭ କରିଥା’ନ୍ତି । କାରଣ ହିନ୍ଦୁ ସମାଜରେ ପୁଅ ହିଁ ପିଣ୍ଡ ଦେବାପାଇଁ ଯୋଗ୍ୟ । ପୁନଶ୍ଚ ପରିବାର ମଧ୍ୟରେ ଜୀବିକାର୍ଜନର ଭାର ରହିଛି ପୁରୁଷ କାନ୍ଧରେ । ନାରୀ ଉପରେ ବିଧାତା ନ୍ୟସ୍ତ କରିଛନ୍ତି କଠୋର କର୍ତ୍ତବ୍ୟ । ସେହି କର୍ତ୍ତବ୍ୟ ପରିପାଳନ ହିଁ ନାରୀର ଗର୍ବ ଓ ମହତ୍ତ୍ଵର ପ୍ରତିଫଳନ ।

ଯଦ୍ୟପି ଗ୍ରୀନ୍‌ଲାଣ୍ଡ ତଥା ସୁଇଜରଲାଣ୍ଡ ଦେଶର ନାରୀମାନେ ବାହାରର ସକଳ କାର୍ଯ୍ୟ ନିର୍ବାହ କରିବା ସହିତ ଜୀବିକାର୍ଜନ ମଧ୍ୟ କରିଥା’ନ୍ତି, ପୁରୁଷମାନେ ଘରେ ରହି ଘରଧନ୍ଦା ବୁଝି ସନ୍ତାନମାନଙ୍କ ଲାଳନପାଳନ କରିଥା’ନ୍ତି, ବର୍ମାଦେଶର ନାରୀ ମଧ୍ୟ ପୁରୁଷ ଅପେକ୍ଷା ପ୍ରବଳ, ତଥାପି ମାନବ ସମାଜରେ ସଚରାଚର କୁଟୁମ୍ବ ପୋଷିବା କାମ ପୁରୁଷର, ନାରୀର ନୁହେଁ । ତେଣୁ ଯଥାର୍ଥରେ ବିବାହିତ ପୁଅର ନାମ ଭର୍ତ୍ତା ତଥା ବିବାହିତା ନାରୀର ନାମ ଭାର୍ଯ୍ୟା ।

Question ୨୬ ।
ପୁରୁଷ ସହିତ ନାରୀର ସମ୍ପର୍କ ନିୟନ୍ତ୍ରଣ କରିବା ଗୋଟିଏ ବଡ଼ ସାମାଜିକ ସମସ୍ୟା ।
Answer:
ପୁରୁଷ ସହିତ…………………………………ସାମାଜିକ ସମସ୍ୟା ।
ଶଂସିତ ଗଦ୍ୟାଶଟି ପଠିତ ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ନାମଧେୟ ପ୍ରବନ୍ଧରୁ ସଂଗୃହୀତ । ଏଠାରେ ପ୍ରାବନ୍ଧିକ ପଣ୍ଡିତ ଗୋଦାବରୀଶ ମିଶ୍ର ସମାଜରେ ପୁରୁଷ ସହିତ ନାରୀର ସମ୍ପର୍କ କିପରି ଏକ ସମସ୍ୟାରେ ପରିଣତ ହୋଇଛି, ତାହା ଉପସ୍ଥାପନ କରିଛନ୍ତି ।

ସମାଜରେ ପୁଅ ଓ ଝିଅ ଉଭୟଙ୍କର ସମାନ ଆବଶ୍ୟକତା ରହିଛି । ହିନ୍ଦୁ ସମାଜରେ ପୁଅ ପିଣ୍ଡଦାନ ନିମନ୍ତେ ଯୋଗ୍ୟ ହେତୁ ଝିଅ ଅପେକ୍ଷା ତା’ର ଆଦର ଅଧୂକ । କିନ୍ତୁ ପ୍ରାୟ ପ୍ରତ୍ୟେକ ସମାଜରେ ଝିଅ ଅପେକ୍ଷା ପୁଅ ଅଧ୍ଵ ଆଦର ପାଉଥ‌ିବା ବେଳେ ଝିଅ ଏକ ସମସ୍ୟାରୂପେ ପରିଗଣିତ ହେଉଅଛି । କେତେକ ଝିଅ ଜନ୍ମକୁ ଅଭିଶାପ ବୋଲି ମନେକରୁଛନ୍ତି । କାରଣ, ପୁଅକୁ ଯେତେ ବୟସ ପର୍ଯ୍ୟନ୍ତ ଅବିବାହିତ ରଖୁହୁଏ, ଝିଅକୁ ରଖୁହୁଏ ନାହିଁ । ପୁଅର ଯେଉଁ ଦୋଷ ପୌରୁଷ ଭାବେ ବିବେଚିତ ହୁଏ, ଝିଅ ପକ୍ଷେ ତାହା ମାରାତ୍ମକ ସ୍ଖଳନ ।

ନାରୀର ସତୀତ୍ଵ ଉପରେ ସମାଜ ଦେଇଥାଏ ତୀବ୍ର ଦୃଷ୍ଟି । ଝିଅର ଆଚରଣ ସମାଜରେ ବାପା ମାଆଙ୍କୁ ଲାଞ୍ଛିତ ଓ ଅପମାନିତ କରେ । ତେଣୁ ଝିଅକୁ ଘରେ ନ ରଖ୍ ଶୀଘ୍ର ବିବାହ କରାଇଦେବା ନିମନ୍ତେ ପିତା-ମାତା ବ୍ୟାକୁଳ ହୋଇପଡ଼ନ୍ତି । ସେହି ବ୍ୟାକୁଳତାରୁ କନ୍ୟା-ଶୁଳ୍‌କର ସୃଷ୍ଟି । ଏହି କନ୍ୟା-ଶୁଳ୍‌କ ଦେବାପାଇଁ ଦରିଦ୍ର ପିତାମାତା ଅକ୍ଷମ୍ ହୋଇଥିବାରୁ କେତେ କନ୍ୟା ଆତ୍ମହତ୍ୟା କରୁଛନ୍ତି, କେତେକ ଅବିବାହିତା ରହିବାକୁ ପ୍ରୟାସୀ ହେଉଅଛନ୍ତି । ଏହି ପାରିବାରିକ ଜୀବନାଦର୍ଶ ଯଥାର୍ଥ କି ନା ତାହା କ୍ରମେ ସନ୍ଦେହ ପଦବାଚ୍ୟ ହୋଇପଡ଼ୁଛି । ପୁରୁଷ ସହିତ ନାରୀର ସମ୍ପର୍କକୁ ନିୟନ୍ତ୍ରଣ କରିବା ଗୋଟିଏ ବଡ଼ ସାମାଜିକ ସମସ୍ୟାରୂପେ ଦଣ୍ଡାୟମାନ ହୋଇଛି ।

Question ୨୭ ।
ଚନ୍ଦ୍ର ଆଖୁ ଦାଉ ଦାଉ ଦିଶୁଥିଲା; କିନ୍ତୁ ତାହା ଯେ କେତେ ଦୂରରେ ଥିଲା, ମୁଁ ବୁଝିବି କିପରି ?
Answer:
ଚନ୍ଦ୍ର ଆଖ୍……………..ବୁଝିବି କିପରି ?
ଉକ୍ତ ଗଦ୍ୟାଶଟି ପଠିତ ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ଶୀର୍ଷକ ପ୍ରବନ୍ଧରୁ ସମାନୀତ । ଏଠାରେ ଲେଖକ ପଣ୍ଡିତ ଗୋଦାବରୀଶ ମିଶ୍ର ବାମନ ହୋଇ ଆକାଶର ଚନ୍ଦ୍ରକୁ ଧରିବାପାଇଁ କିପରି ହାତ ବଢ଼ାଇଛନ୍ତି ତାହା ଉପସ୍ଥାପନ କରିଛନ୍ତି ।

ମଧ୍ୟ-ଓଡ଼ିଆ ବିଦ୍ୟାଳୟର ଦ୍ଵିତୀୟ ଶିକ୍ଷକ ମାଧବ ମିଶ୍ରଙ୍କ ଦୃଷ୍ଟିରେ ଲେଖକ ଥିଲେ ବାମନ ସଦୃଶ । କାରଣ ସେ ଦରିଦ୍ର ପରିବାରରେ ଜନ୍ମ ହୋଇଥିଲେ । ମଣିଷରେ ଗଣା ହେବାପାଇଁ ଅର୍ଥ ବ୍ୟୟ କରି ଏଣ୍ଟ୍ରାନ୍ସ ପାସ୍ କରିବା ଥିଲା ତାଙ୍କ ପାଇଁ ଦୂର ଆକାଶର ଚନ୍ଦ୍ର ସଦୃଶ । ଲେଖକ ସେହି ଦୂର ଆକାଶର ସମୁଜ୍ଜ୍ବଳ ଚନ୍ଦ୍ରକୁ ଧରିବାକୁ ଯାଇ ମାସ ମାସ ଧରି ନୈରାଶ୍ୟର ବହ୍ନିରେ ଜଳିଛନ୍ତି । ପରିଶେଷରେ ଖୋରଧାର ତହସିଲଦାରଙ୍କ ସୁପାରିସ କ୍ରମେ ରାମକୃଷ୍ଣ ବୋଷଙ୍କ ସୁଦୟା ପ୍ରଦତ୍ତ ପାଞ୍ଚଟଙ୍କା ପାଇ ସେ ପୁରୀ ଜିଲ୍ଲାସ୍କୁଲରେ ନାମ ଲେଖାଇଛନ୍ତି ।

ପାଠପଢ଼ା ଖର୍ଚ୍ଚ ନିମନ୍ତେ ପୈତୃକ ସମ୍ପତ୍ତି ବିକ୍ରି ହୋଇଛି । ପିତାଙ୍କ ଅନ୍ତେ କଲେଜରେ ପଢ଼ିବାବେଳେ ସେ ପଢ଼ାଖର୍ଚ୍ଚ ପାଇଁ ପୂଜାରୀ ଭାବେ କାର୍ଯ୍ୟ କରିଛନ୍ତି । ଛାତ୍ରାବାସକୁ ନିର୍ଦ୍ଦିଷ୍ଟ ସମୟରେ ଟଙ୍କା ଦେଇ ନପାରି ସମୁଦ୍ରକୂଳ ପବନ ଖାଇ ଅନେକ ଦିନ ଉପବାସ ରହିଛନ୍ତି । ବହୁ ଦୁଃଖକଷ୍ଟ ସହି ସେ ଅଭାବ ଅନଟନ ମଧ୍ୟରେ ମାଟି କାମୁଡ଼ି ପଡ଼ି ରହିଛନ୍ତି । କାରଣ ସେ ନିଜକୁ ବାମନ ବୋଲି ମନେ କରୁଥିଲେ । ମଣିଷରେ ଗଣାହେବା ରୂପକ ଦୂର ଆକାଶର ଚନ୍ଦ୍ର ତାଙ୍କ ଆଖୁକୁ ଦାଉ ଦାଉ ହୋଇ ଦିଶୁଥିଲା ।

କିନ୍ତୁ ସେ ଚନ୍ଦ୍ର କେତେ ଦୂରରେ ଥିଲା, ତାହା ସେ ଜାଣି ନଥିଲେ, ତଥାପି ଧରିବା ଚେଷ୍ଟାରୁ ସେ କଦାପି ବିରତ ହୋଇନଥିଲେ । କାରଣ, ତାଙ୍କ କାନରେ ପଡ଼ିଯାଉଥିଲା ‘ଆ, ଜହ୍ନମାମୁ ସରଗ ଶଶୀ, ମୋ କାହ୍ନୁ ହାତରେ ପଡ଼ରେ ଖସି’ ରୂପକ ଶିଶୁଗୀତ । ତାହା ଏକ ମୃଗତୃଷ୍ଣା ଜାଣି ମଧ୍ୟ ଲେଖକ ସମସ୍ତଙ୍କ ଭିତରେ ଜଣେ ହୋଇ ସେହି ଚନ୍ଦ୍ରକୁ ଧରିବାପାଇଁ ଧାଇଁଛନ୍ତି ।

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୨୮ ।
ପଠିତ ବିଷୟରୁ ଲେଖକଙ୍କ ବାଲ୍ୟଶିକ୍ଷା ସମ୍ପର୍କରେ ଉଲ୍ଲେଖ କର ।
କିମ୍ବା, ଲେଖକ ଗୋଦାବରୀଶଙ୍କ ବାଲ୍ୟଜୀବନ କିପରି ସଂଘର୍ଷମୟ ଥିଲା, ପଠିତ ପ୍ରବନ୍ଧ ଅବଲମ୍ବନରେ ତାହା ଉଲ୍ଲେଖ କର ।
କିମ୍ବା, ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବାର ଦୁର୍ବାର ପ୍ରବୃତ୍ତି ଲେଖକଙ୍କ ବାଲ୍ୟ ଜୀବନରେ ହିଁ ଉଙ୍କି ମାରିଥିଲା– ଏହାର ସତ୍ୟତା ପଠିତ ପ୍ରବନ୍ଧ ଛାୟାରେ ପ୍ରତିପାଦନ କର ।
କିମ୍ବା, ପଠିତ ବିଷୟକୁ ଅବଲମ୍ବନ କରି ଗୋଦାବରୀଶଙ୍କ ବାଲ୍ୟଶିକ୍ଷା ସମ୍ପର୍କରେ ଆଲୋଚନା କର ।
Answer:
ସତ୍ୟବାଦୀ ସାହିତ୍ୟକୁ ସ୍ବୀୟ ସାରସ୍ଵତ ପ୍ରତିଭା ପ୍ରଭାରେ ସତତ ସମୁଜ୍ଜ୍ବଳ କରିଥିବା ପଣ୍ଡିତ ଗୋଦାବରୀଶ ମିଶ୍ର ଥିଲେ ଜଣେ ବହୁମୁଖୀ ପ୍ରତିଭାଧର ଅମର ମଣିଷ ତଥା ଉତ୍କଳର ସ୍ୱୟଂସମ୍ପୂର୍ଣ୍ଣ ଅନୁଷ୍ଠାନ । ସେବା, ତ୍ୟାଗ, ସାମ୍ବାଦିକତା, ରାଜନୀତି ତଥା ସାହିତ୍ୟ କ୍ଷେତ୍ରରେ ବହୁ ସୁଖ୍ୟାତି ଅର୍ଜନ କରିଥିବା ସତ୍ୟବାଦୀ ବନବିଦ୍ୟାଳୟର ସେହି ଆଦର୍ଶ, ଶୃଙ୍ଖଳିତ ତଥା ମେଧାବୀ ଶିକ୍ଷକଙ୍କ ଲେଖନୀ ନିଃସୃତ ‘ଆଲେଖ୍କା’, ‘କିଶଳୟ’, ‘ଗୀତାୟନ’ ଆଦି କବିତାଗୁଚ୍ଛ; ‘ପୁରୁଷୋତ୍ତମ’, ‘ମୁକୁନ୍ଦଦେବ’ ଆଦି ନାଟକ; ‘ଅଭାଗିନୀ’, ‘ଘଟାନ୍ତର’ ଆଦି ଉପନ୍ୟାସ; ‘ପଞ୍ଚବୀର’ ଓ ‘ପୁଆଣିଘର’ ଗଳ୍ପ ସଂକଳନ ତାଙ୍କ ପ୍ରଜ୍ଞାମାନସର ପରିଚୟ ପ୍ରଦାନ କରେ ।

ତହିଁରେ ମୋ ସ୍ଥାନ’ ଶୀର୍ଷକ ଆତ୍ମଜୀବନୀରୁ ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ନାମଧେୟ ପ୍ରବନ୍ଧଟି ସଂଗୃହୀତ । ଏଠାରେ ପ୍ରାବନ୍ଧିକ ନିଜର ଉଚ୍ଚ ବିଦ୍ୟାଳୟ ଶିକ୍ଷା ତଥା ତତ୍କାଳୀନ ଶିକ୍ଷାପଦ୍ଧତି ସମ୍ପର୍କରେ ଆଲୋକପାତ କରିଛନ୍ତି ।

ଗୋଦାବରୀଶ ଥିଲେ ଜଣେ ମେଧାବୀ ଛାତ୍ର । କିନ୍ତୁ ଶିକ୍ଷାକ୍ଷେତ୍ରରେ ତାଙ୍କର ମୁଖ୍ୟ ପ୍ରତିବନ୍ଧକ ଥିଲା ଦାରିଦ୍ର୍ୟ । ତେଣୁ ମଧ୍ୟ-ଓଡ଼ିଆ ବିଦ୍ୟାଳୟର ଦ୍ଵିତୀୟ ଶିକ୍ଷକ ମାଧବ ମିଶ୍ର ତାଙ୍କୁ କହିଥିଲେ –
‘‘ଏଣ୍ଟ୍ରାନ୍ସ ଖଣ୍ଡକ ପାସ୍ କରିଗଲେ ମଣିଷରେ ଗଣା ହୁଅନ୍ତୁ । ମାତ୍ର ତୋ ପକ୍ଷରେ ଏ ତ ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା ନ୍ୟାୟ– କ’ଣ ପଡ଼ିଛି ? ବହିପତ୍ର କିଣିବୁ, ଖୋରାକ ଧରିବୁ, ପ୍ରବାସରେ ଯାଇ ରହିବୁ— ସବୁ କରିପାରିଲେ ସିନା ହବ । ଏ ଷାଠିଏ ପଉଟି ଘିଅ ହବ ନା ରାଧା ନାଚିବେ ।’’

ବର୍ତ୍ତମାନ ମାଟ୍ରିକ୍ୟୁଲେସନ ପରୀକ୍ଷାର ନାମ ଥିଲା ସେ କାଳର ଏଣ୍ଟ୍ରାନ୍ସ । ଏହି ଏଣ୍ଟ୍ରାନ୍ସ ପାସ୍କକଲେ ଯେ ମଣିଷରେ ଗଣା ହୁଅନ୍ତି, ତାହା ବାଣପୁରର ଷାଠିଏ ହଜାର ଲୋକଙ୍କ ମଧ୍ୟରେ ଜଣେ ଏଣ୍ଟ୍ରାନ୍ସ ପାସ୍ କରି ଖୋରଧା କଚେରିରେ କିରାନି କାମ କରୁଥିବା ବ୍ୟକ୍ତିଙ୍କୁ ଦେଖ‌ିଲେ ଜଣାପଡ଼େ । ତାଙ୍କ ପଛକୁ ପ୍ରାବନ୍ଧିକ ଆଉ ଜଣେ ହୋଇ ବାହାରିବେ ବୋଲି ଧରିନେଇ ଅନେକ ପ୍ରାବନ୍ଧିକଙ୍କୁ କହୁଥିଲେ, ‘ଟିକିଏ ଦୟା ରଖୁଥିବଟି ।’’

ସେହି ଦୟା ରଖୁବା ଅବସ୍ଥାକୁ ଯିବା ନିମନ୍ତେ ଉଚ୍ଚଶିକ୍ଷା ଆବଶ୍ୟକ । କିନ୍ତୁ ଦାରିଦ୍ର୍ୟପୀଡ଼ିତ ପ୍ରାବନ୍ଧିକ ଥିଲେ ବାମନ ସଦୃଶ । ଅର୍ଥସାପେକ୍ଷ ଉଚ୍ଚଶିକ୍ଷା ଥିଲା ଦୂର ଆକାଶର ଉଜ୍ଜ୍ବଳ ଚନ୍ଦ୍ରମଣ୍ଡଳ ସଦୃଶ । ତେଣୁ ହାତ ବଢ଼ାଇ ମଧ୍ୟ ମାସ ମାସ ଧରି ନୈରାଶ୍ୟ ବହ୍ନିରେ ତାଙ୍କୁ ଜଳିବାକୁ ପଡ଼ିଥିଲା । ସେ ନିତି ଅସ୍ଥାୟୀ ମାଇନର ସ୍କୁଲରେ ଯାଇ ବସୁଥିଲେ । ଦିନେ ଖୋରଧାର ତହସିଲଦାର ସ୍କୁଲ ପରିଦର୍ଶନରେ ଆସିଥିଲେ । ପ୍ରାବନ୍ଧିକଙ୍କୁ ସେଠାରେ ଦେଖୁ ତା’ର କାରଣ ଶିକ୍ଷକଙ୍କଠାରୁ ଶୁଣିବା ପରେ ଦୟାପୂର୍ବକ ଖଣ୍ଡେ ଚିଠି ପ୍ରାବନ୍ଧିକଙ୍କ ହାତରେ ଦେଇ ପୁରୀକୁ ରାମକୃଷ୍ଣ ବୋଷଙ୍କ ନିକଟକୁ ପଠାଇଥିଲେ ।

ପ୍ରାବନ୍ଧିକ ପିତାଙ୍କ ସହ ପୁରୀ ଯାଇ ରାମକୃଷ୍ଣ ବୋଷଙ୍କୁ ସାକ୍ଷାତ କରି ଚିଠିଟି ଦେଲେ । ସେ ମହାଶୟ ଚିଠି ପଢ଼ି ସୁଦୟା କରି ପାଞ୍ଚଟଙ୍କା ଦେଇ ପୁନର୍ବାର ନ ଆସିବାକୁ ଶୁଣାଇଦେଲେ । ବର୍ତ୍ତମାନ ବିଦ୍ୟାଳୟର ଶ୍ରେଣୀସବୁ ନିଶୁଣିରେ ଚଢ଼ିବା କ୍ରମରେ ତଳୁ ଉପରକୁ ଗଣାଯାଉଛି; କିନ୍ତୁ ସେ କାଳରେ ଉପରୁ ତଳ ଆଡ଼କୁ ଗଣାଯାଉଥିଲା । ଆଜିକାଲି ସପ୍ତମ ଶ୍ରେଣୀର ନାମ ସେକାଳରେ ଥିଲା ପଞ୍ଚମ ଶ୍ରେଣୀ । ତେଣୁ ପ୍ରାବନ୍ଧିକ ପୁରୀ ଜିଲ୍ଲାସ୍କୁଲରେ ପଞ୍ଚମ ଶ୍ରେଣୀରେ ନାମ ଲେଖାଇ ଦୁର୍ଗାପୂଜା ଛୁଟିର କିଛିଦିନ ପୂର୍ବରୁ ବିଦ୍ୟାଳୟରେ ପ୍ରବେଶ କଲେ । ସେ ବର୍ଷର ଅବଶିଷ୍ଟ କେତେମାସ ତଥା ଚତୁର୍ଥ ଶ୍ରେଣୀ ବର୍ଷଟି ତାଙ୍କ ପିତାଙ୍କୁ ଜମି ବିକ୍ରିକରି ପଢ଼ାଖର୍ଜ ଯୋଗାଇବାକୁ ପଡ଼ିଥିଲା ।

ରାମକୃଷ୍ଣ ବାବୁଙ୍କ ନିକଟକୁ ପୁନର୍ବାର ଯିବା ନିମନ୍ତେ ପ୍ରାବନ୍ଧିକଙ୍କର ସାହସ ତଥା ଇଚ୍ଛା ମଧ୍ଯ ନଥିଲା । କାରଣ, ରାମକୃଷ୍ଣ ବାବୁଙ୍କ ଘରେ ତାଙ୍କୁ ପୂଜାରୀ ବୋଲି ମନେକରିଥିଲେ । ଦରିଦ୍ର ହେଲେ ମଧ୍ୟ ସେ ଥିଲେ ପିତାମାତାଙ୍କର ଗେହ୍ଲାପୁଅ । ସୁତରାଂ ଏହି ପୂଜାରୀ ଆଖ୍ୟା ପାଇବାକୁ ସେ ପ୍ରସ୍ତୁତ ନଥିଲେ । ଏହି ପୂଜାରୀ ଡାକ ତାଙ୍କ ମନରେ ଦୁଃଖ ଦେଉଥିଲେ ମଧ୍ୟ ତା’ର କାରଣ ଥିଲା । ସେତେବେଳେ ପଲ୍ଲୀର ପୁରୁଷମାନେ, ଆବାଳ-ବୃଦ୍ଧ ସମସ୍ତେ ପେଣ୍ଡାବାଳ ରଖୁଥିଲେ, ଯାହାର ପ୍ରଚଳନ ସହରରେ ନଥିଲା ।

ପ୍ରାବନ୍ଧିକଙ୍କ ମୁଣ୍ଡରେ ମଧ୍ୟ ପେଣ୍ଡାଏ ବାଳ ତଥା କାନରେ ଦୁଇପଟ ପେଟୁଆ ନୋଳି ଝୁଲୁଥିଲା । ତେଣୁ ତାଙ୍କୁ ସମସ୍ତେ ନାଟୁଆ ପିଲା ବୋଲି ଚିଡ଼ାଉଥିଲେ । ତା’ଠାରୁ ପୂଜାରୀ ହେବାଟା ଅଧିକ ସ୍ପୃହଣୀୟ ବୋଲି ପ୍ରାବନ୍ଧିକ ମନେକରୁଥିଲେ । ତେଣୁ ପିତାଙ୍କ ଅନ୍ତେ କଲେଜର ପଢ଼ିବାବେଳେ ପଢ଼ାଖର୍ଚ୍ଚ ଉଠାଇବାପାଇଁ ସେ ଅନେକ କାଳ ପୂଜାରୀଭାବେ କାର୍ଯ୍ୟ କରିଥିଲେ ।

ପୈତୃକ ଜମି ବିକ୍ରି ଉପରେ ନିର୍ଭର କରି ସେ ପାଠ ପଢ଼ିଥିଲେ । କିନ୍ତୁ ସମୁଦାୟ ଅଢ଼େଇ ଏକର ମଧ୍ୟରୁ ପ୍ରାୟ ଏକରକରୁ ବେଶି ଜମି ବିକ୍ରି କରି ପାଇଥିଲେ ଷାଠିଏ ଟଙ୍କା । ତେଣୁ ତାଙ୍କୁ ଖର୍ଚ୍ଚ କମାଇ ଚଳିବାକୁ ପଡ଼ିଥିଲା । ଛାତ୍ରାବାସର କୋଠ ରୋଷେଇ ପାଣ୍ଠିକୁ ନିର୍ଦ୍ଦିଷ୍ଟ ଦିନ ଟଙ୍କା ଦେଇ ନ ପାରି ତାଙ୍କୁ ଉପବାସ ରହିବାକୁ ପଡ଼ିଛି । ଚାଉଳ ପଡ଼ିବା ବନ୍ଦ ଆଦେଶ ମିଳିବା ପୂର୍ବରୁ ସେ ଅବସ୍ଥା ବୁଝି ଅନ୍ୟତ୍ର ଖାଇବେ ବୋଲି କହି ସମୁଦ୍ରକୂଳକୁ ଯାଇ ପବନ ଖାଇ ରହିଯାଆନ୍ତି । ତାଙ୍କୁ ସ୍କୁଲରେ ବେତନ ଦେବାକୁ ପଡ଼ୁନଥିଲା । ଖାଇବା ଖର୍ଚ୍ଚ ମାସକୁ ପଡୁଥିଲା ହାରାହାରି ତିନିଟଙ୍କା ଚାରିଅଣା । ମାସିକ ଚାରିଟଙ୍କାରେ ତାଙ୍କର ଯାବତୀୟ ଖର୍ଚ୍ଚ ଚଳୁଥିଲା ।

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

ବଡ଼ଦାଣ୍ଡରେ ସୁସଜ୍ଜିତ ଗୁଡ଼ିଆ ଦୋକାନ ଦେଖ୍ ପ୍ରାବନ୍ଧିକଙ୍କ ଜିହ୍ବାଲାଳସା ପ୍ରବଳ ହୋଇଉଠେ । କିନ୍ତୁ ଅର୍ଥାଭାବ ଥିଲା ମୁଖ୍ୟ ପ୍ରତିବନ୍ଧକ । ତେଣୁ ସେ ବଡ଼ଦାଣ୍ଡ ବା ବଡ଼ଦେଉଳକୁ ବେଶି ଯାଆନ୍ତି ନାହିଁ । ଥରେ ଏକ ପଇସା ଦେଇ ସିଂହଦ୍ଵାରସ୍ଥ ରାମକୃଷ୍ଣ ଦୋକାନୀକୁ ହାତରେ ଦେଖାଇ ଦେଇ ଗୋଟିଏ ଜିନିଷ ଆଣି ତାକୁ ‘ମିଠା ଲାଗିବ ତ’ ବୋଲି ପଚାରିଥିଲେ । ତାଙ୍କ ପ୍ରଶ୍ନ ଶୁଣି ଦୋକାନୀ ଦୟାରେ ଚାରି ଛ ଟୋପା ଅଠାଳିଆ ପଦାର୍ଥ ପକାଇ ଦେଇଥିଲା । କେତେଦିନ ପରେ ସେ ଜାଣିଲେ ଯେ ତାଙ୍କ କିଣା ଜିନିଷର ନାମ ‘ପୁରି’ ଓ ଦୟାପ୍ରଦତ୍ତ ପଦାର୍ଥଟି ରସଗୋଲାର ରସ । ଏହା ତାଙ୍କ ଦାରିଦ୍ର୍ୟପୀଡ଼ିତ ଛାତ୍ର ଜୀବନର ଏକ ବାସ୍ତବ ପ୍ରତିଛବି ।

ତାଙ୍କ ଦୁଃଖରେ ଦୁଃଖୀ ହୋଇ ପାଖ ଗ୍ରାମର ଦୀନବନ୍ଧୁ ନରେନ୍ଦ୍ର ସିଂହ ପ୍ରବେଶିକା ପରୀକ୍ଷା ପରେ ଲବ୍ଧ କୋଡ଼ିଏ ଟଙ୍କା ବୃତ୍ତିରୁ ପାଞ୍ଚଟଙ୍କା ପ୍ରାବନ୍ଧିକଙ୍କୁ ଦେବେ ବୋଲି କହିଥିଲେ । କିନ୍ତୁ ସେ ଆଶା ମଧ୍ୟ ବୃଥା ହୋଇଥିଲା । କାରଣ ନରେନ୍ଦ୍ର ସିଂହ ଚାରିବର୍ଷ ଫେଲ୍ ହୋଇ ୧୯୦୬ ମସିହାରେ ପ୍ରାବନ୍ଧିକଙ୍କ ସାଙ୍ଗରେ ପ୍ରବେଶିକା ପାସ୍‌ କଲେ । ପ୍ରାବନ୍ଧିକ ଦ୍ୱିତୀୟ ଶ୍ରେଣୀରେ ଓ ସେ ତୃତୀୟ ଶ୍ରେଣୀରେ ପାସ୍ କରିଥିଲେ ।
ପ୍ରାବନ୍ଧିକ କିନ୍ତୁ ଦୁଃଖକଷ୍ଟ ସହି ଅଭାବ ଅନଟନ ମଧ୍ୟରେ ମାଟି କାମୁଡ଼ି ପଡ଼ିରହିଥିଲେ । କାରଣ ସେ ବାମନ ହୋଇ ମଧ୍ଯ ଚନ୍ଦ୍ରକୁ ଧରିବାପାଇଁ ହାତ ବଢ଼ାଇଥିଲେ । ବିଭିନ୍ନ ପ୍ରତିକୂଳ ପରିବେଶରେ ମଧ୍ୟ ନିଜର ସ୍ବାଭିମାନକୁ ବଜାୟ ରଖ୍, ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ କରି ଦୃଢ଼ତାର ସହ ଶିକ୍ଷାକ୍ଷେତ୍ରରେ ସୋପାନ ପରେ ସୋପାନ ଆରୋହଣ କରିଚାଲିଥିଲେ ।

Question ୨୯ ।
ତତ୍‌କାଳୀନ ସମାଜରେ ନାରୀମାନଙ୍କ ପ୍ରତି ରହିଥ‌ିବା ସାମାଜିକ ଦୃଷ୍ଟିଭଙ୍ଗୀ ସମ୍ପର୍କରେ ଆଲୋଚନା କର ।
କିମ୍ବା, କିନ୍ତୁ ପ୍ରାୟ ସବୁ ସମାଜରେ ଝିଅ ଅଚ୍ଛାଧିକ ପରିମାଣରେ ଏକ ସମସ୍ୟା– ଏହା ତତ୍‌କାଳୀନ ସମାଜରେ କିପରି ପ୍ରତିଫଳିତ ହୋଇଛି ଆଲୋଚନା କର ।
କିମ୍ବା, ଯୁଗେ ଯୁଗେ ନାରୀ କିପରି ସମାଜର କୁ-ସଂସ୍କାର ଭିତରେ ସନ୍ତୁଳିତ ହୋଇ ଆସିଛି ଏବଂ ତାହାର ଏକ ଝଲକ ଲେଖକଙ୍କ ପ୍ରବନ୍ଧରେ କିପରି ପ୍ରତିଫଳିତ ହୋଇଛି ତାହା ଉଲ୍ଲେଖ କର ।
Answer:
ସତ୍ୟବାଦୀ ଗୋଷ୍ଠୀର ଅନ୍ୟତମ ବଳିଷ୍ଠ ସାରସ୍ଵତ ସାଧକ ପଣ୍ଡିତ ଗୋଦାବରୀଶ ମିଶ୍ର ଥିଲେ ଏକାଧାରରେ ଜଣେ ସୁସାହିତ୍ୟିକ, ସମାଜସେବୀ ତଥା ଆଦର୍ଶ ରାଜନୀତିକ ନେତା । ବିଭିନ୍ନ ପ୍ରତିକୂଳ ପରିବେଶରେ ମଧ୍ୟ ସ୍ବୀୟ ସ୍ବାଭିମାନକୁ ବଜାୟ ରଖ୍ ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ କରି ସେ ହୋଇଥିଲେ ଉଚ୍ଚତର ଡିଗ୍ରୀର ଅଧିକାରୀ । ସତ୍ୟବାଦୀ ବନବିଦ୍ୟାଳୟର ଜଣେ ଆଦର୍ଶ, ଶୃଙ୍ଖଳିତ ଓ ମେଧାବୀ ଶିକ୍ଷକ ଭାବେ ବହୁ ସୁଖ୍ୟାତିର ଅଧିକାରୀ ହୋଇଥ‌ିବା ସେହି ଅମର ମଣିଷଙ୍କ ଲେଖନୀ ନିଃସୃତ ‘ଆଲେଖ୍କା’, ‘କିଶଳୟ’, ‘ଗୀତାୟନ’, ‘ପୁରୁଷୋତ୍ତମଦେବ’, ‘ଅଭାଗିନୀ’, ‘ଘଟାନ୍ତର’, ‘ନିର୍ବାସିତ’ ତଥା ‘ପଞ୍ଚବୀର’ ପ୍ରଭୃତି କାଳଜୟୀ କୃତି ତାଙ୍କ ଅମ୍ଳାନ ସାରସ୍ଵତ ପ୍ରତିଭାର ପରିଚୟ ପ୍ରଦାନ କରେ ।

ପ୍ରାବନ୍ଧିକଙ୍କୁ ମରଣୋତ୍ତର କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରରେ ବିଭୂଷିତ କରିଥିବା ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ଶୀର୍ଷକ ଆତ୍ମଜୀବନୀରୁ ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ନାମଧେୟ ପ୍ରବନ୍ଧଟି ସଂଗୃହୀତ । ଏଠାରେ ପ୍ରସଙ୍ଗକ୍ରମେ ପ୍ରାବନ୍ଧିକ ତତ୍କାଳୀନ ସମାଜରେ ନାରୀମାନଙ୍କ ପ୍ରତି ରହିଥ‌ିବା ସାମାଜିକ ଦୃଷ୍ଟିଭଙ୍ଗୀ ସମ୍ପର୍କରେ ଆଲୋକପାତ କରିଛନ୍ତି ।

ସମାଜରେ ପୁଅ ଓ ଝିଅ ଉଭୟଙ୍କର ସମାନ ଆବଶ୍ୟକତା ଥିଲେ ମଧ୍ୟ ପୁଅମାନେ ଝିଅମାନଙ୍କ ଅପେକ୍ଷା ଅଧିକ ଆଦର ଲାଭ କରିଥା’ନ୍ତି । ପରିବାର ମଧ୍ୟରେ ଜୀବିକାର୍ଜନର ଭାର ପୁରୁଷ କାନ୍ଧରେ ନ୍ୟସ୍ତ ଥିଲେ ମଧ୍ୟ ବିଧାତା ନାରୀ ମୁଣ୍ଡରେ ଲଦିଛି କଠୋର କର୍ତ୍ତବ୍ୟ । ସେହି କଠୋର କର୍ତ୍ତବ୍ୟକୁ ବହନ କରି ନାରୀ ସମାଜର ସମୁଚ୍ଚସ୍ତରକୁ ଉଠିପାରିବାର ପଥ ତତ୍କାଳୀନ ସମାଜରେ ପରିଷ୍କାର ହୋଇନଥିଲା । କିନ୍ତୁ ସେହି କର୍ତ୍ତବ୍ୟ ପାଳନଦ୍ୱାରା ନାରୀ ସମାଜରେ ଗୌରବ ଲାଭ କରିବା ସଙ୍ଗେ ସଙ୍ଗେ ନାରୀଜାତିର ମହତ୍ତ୍ବ ପ୍ରତିପାଦନ କରେ । ସେହି ନାରୀଜାତିର ମହୀୟସୀ ପ୍ରତିନିଧ୍ ରୂପେ ଦୁର୍ଗା, ଲକ୍ଷ୍ମୀ, ସରସ୍ଵତୀ ପୂଜା ପାଉଛନ୍ତି । ସ୍ଵୟଂ ଶକ୍ତି ସୃଷ୍ଟି ସର୍ଜନା କରୁଛି ।

ଗ୍ରୀନ୍‌ଲାଣ୍ଡ, ସୁଇଜରଲାଣ୍ଡ ପ୍ରଭୃତି ଦେଶର ନାରୀମାନେ ପୁରୁଷଙ୍କୁ ଘରେ ରଖାଇ ନିଜେ ବାହାରର ସକଳ କାର୍ଯ୍ୟ ନିର୍ବାହ ସହ ଜୀବିକାର୍ଜନ ମଧ୍ଯ କରିଥା’ନ୍ତି । ପୁରୁଷମାନେ ଘରଧନ୍ଦା ବୁଝିବା ସହିତ ସନ୍ତାନର ଲାଳନପାଳନ ଦାୟିତ୍ଵ ନିଅନ୍ତି । ବର୍ମା ଦେଶର ନାରୀ ମଧ୍ୟ ପୁରୁଷ ଅପେକ୍ଷା ପ୍ରବଳ । ତଥାପି ମାନବ ସମାଜରେ କୁଟୁମ୍ବ ପୋଷିବା କାମ ପୁରୁଷର, ନାରୀର ନୁହେଁ । ତେଣୁ ବିବାହିତ ପୁଅର ନାମ ଭର୍ଭା ଓ ବିବାହିତା ଝିଅ ହେଉଛି ଭାର୍ଯ୍ୟା ।

ହିନ୍ଦୁ ସମାଜରେ ପୁଅ ପିଣ୍ଡଦାନ ନିମନ୍ତେ ଯୋଗ୍ୟ ହୋଇଥ‌ିବାରୁ ଝିଅଠାରୁ ତା’ର ଆଦର ଅଧ୍ଵ । ତଥାପି ସମାଜରେ ଝିଅ ଅଳ୍ପାଧ୍ଵ ପରିମାଣରେ ଏକ ସମସ୍ୟାରେ ପରିଣତ ହୋଇଛି । କେହି କେହି ମଧ୍ୟ ଝିଅଜନ୍ମକୁ ଏକ ଅଭିଶାପ ବୋଲି ମନେ କରୁଛନ୍ତି । କାରଣ, କନ୍ୟାକୁ ଉପଯୁକ୍ତ ପାତ୍ର ସହିତ ବିବାହ ଦେବା କ୍ଵଚିତ୍ ସମ୍ଭବ ହୁଏ । ପୁଅମାନଙ୍କୁ ଅବିବାହିତ ଅବସ୍ଥାରେ ଯେତେବର୍ଷ ପର୍ଯ୍ୟନ୍ତ ରଖିହୁଏ, ଝିଅମାନଙ୍କୁ ରଖୁହୁଏ ନାହିଁ । ନାରୀର ସତୀତ୍ୱ ଉପରେ ସମାଜ ଦେଇଥାଏ ତୀବ୍ର ଦୃଷ୍ଟି । ପୁଅର ଯେଉଁ ଦୋଷ ପୌରୁଷ ଭାବେ ବିବେଚିତ ହୁଏ, ଝିଅ ପକ୍ଷେ ତାହା ମାରାତ୍ମକ ସ୍ଖଳନ । ଝିଅର ଆଚରଣ ଯୋଗୁଁ ଅନେକ ପିତାମାତା ସମାଜରେ ଲାଞ୍ଛିତ ଓ ଅପମାନିତ ହେବାର ଦେଖାଯାଏ ।

ତେଣୁ ପିତାମାତାମାନେ ଝିଅକୁ ଘରେ ନରଖ୍ ଯଥାଶୀଘ୍ର ବିବାହ ଦେବା ନିମନ୍ତେ ବ୍ୟାକୁଳ ହୋଇଉଠନ୍ତି । ସେହି ବ୍ୟାକୁଳତା ମଧ୍ୟରୁ ବରପାତ୍ରମାନେ ଉଠାଇବାକୁ ଚାହୁଁଥିବା ଲାଭରୁ ହିଁ କେତେ କନ୍ୟା ଆତ୍ମହତ୍ୟା କରୁଛନ୍ତି, କେତେକ ମଧ୍ଯ ଅବିବାହିତା ରହିବାକୁ ଶ୍ରେୟ ମନେ କରୁଛନ୍ତି । ଆଇନରେ ବିବାହ ବୟସ ବୃଦ୍ଧି କରାଯାଇଥିବାରୁ ତାହା ସମ୍ଭବ ହୋଇପାରୁଛି । ଫଳରେ ପୁରୁଷ ସହିତ ନାରୀର ସମ୍ପର୍କ ନିୟନ୍ତ୍ରଣ କରିବା ଗୋଟିଏ ବଡ଼ ସାମାଜିକ ସମସ୍ୟାରୂପେ ଦଣ୍ଡାୟମାନ ହୋଇଛି । ପାରିବାରିକ ଜୀବନାଦର୍ଶ ଯଥାର୍ଥ କି ନା, କ୍ରମେ ସନ୍ଦେହର ବିଷୟ ହୋଇପଡ଼ିଛି । ପୁରୁଷଙ୍କ ପରି ନାରୀମାନେ ରାଜନୀତି କ୍ଷେତ୍ରରେ ବଡ଼ ବଡ଼ ପୀଠରେ ବସିଲେ ମଧ୍ୟ ସମାଜରେ ଝିଅ ଅପେକ୍ଷା ପୁଅର ଅଧ୍ଵ ଆଦର ପରିଦୃଷ୍ଟ ହେଉଅଛି । ଯେପର୍ଯ୍ୟନ୍ତ ଏହି ସାମାଜିକ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ନ ଆସିଛି, ପୁଅ ସହିତ ଝିଅ ସମାନ ଆଦର ତଥା ଅସ୍‌କାର ଲାଭ ନ କରିଛି, ସେପର୍ଯ୍ୟନ୍ତ ସମାଜର ଉନ୍ନତି ଅସମ୍ଭବ ।

Question ୩୦ ।
ଲେଖକ ନିଜକୁ କାହିଁକି ବାମନ ବୋଲି କହିଥିଲେ ?
କିମ୍ବା, ଲକ୍ଷ୍ୟ ଏବଂ ବାସ୍ତବତା ଭିତରେ ଥ‌ିବା ବ୍ୟବଧାନ ସମୟ ସମୟରେ ମଣିଷ ଭିତରେ ନୈରାଶ୍ୟବାଦ ସୃଷ୍ଟି କରିଥାଏ– ଏହା ଲେଖକଙ୍କ ଆତ୍ମଜୀବନୀରେ କିପରି ପ୍ରତିଫଳିତ ହୋଇଛି, ତାହାର ଏକ ସମୀକ୍ଷା କର ।
କିମ୍ବା, ଆର୍ଥିକ ଦୁଃସ୍ଥିତି, ଉଚ୍ଚ ଆଶାପୋଷଣ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ଅଭିଶାପ ଏହା ଲେଖକଙ୍କ ଜୀବନୀରେ କିପରି ପ୍ରତିଫଳିତ ହୋଇଛି, ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କର ।
Answer:
ସତ୍ୟବାଦୀ ବନବିଦ୍ୟାଳୟର ଜଣେ ଆଦର୍ଶ, ଶୃଙ୍ଖଳିତ ଓ ମେଧାବୀ ଶିକ୍ଷକ ଭାବେ ବହୁ ସୁଖ୍ୟାତିର ଅଧିକାରୀ ହୋଇଥବା ପଣ୍ଡିତ ଗୋଦାବରୀଶ ମିଶ୍ର ଥିଲେ ଏକାଧାରରେ ଜଣେ ସୁସାହିତ୍ୟିକ, ସମାଜସେବୀ ତଥା ଆଦର୍ଶ ରାଜନୀତିକ ନେତା । ସତ୍ୟବାଦୀ ଗୋଷ୍ଠୀର ସେହି ବଳିଷ୍ଠ ସାରସ୍ଵତ ସାଧକଙ୍କ ଲେଖନୀ ନିଃସୃତ ‘ଆଲେଖ୍କା’, ‘କିଶଳୟ’, ‘ଗୀତାୟନ’ ଆଦି କବିତାଗୁଚ୍ଛ; ‘ପୁରୁଷୋତ୍ତମ’ ଓ ‘ମୁକୁନ୍ଦଦେବ’ ଆଦି ନାଟକ; ‘ଅଭାଗିନୀ’, ‘ଘଟାନ୍ତର’ପ୍ରଭୃତି ଉପନ୍ୟାସ; ‘ପଞ୍ଚବୀର’ ଓ ‘ପୁଆଣିଘର’ ଆଦି ଗଳ୍ପ ସଂକଳନ ତାଙ୍କ ଅମ୍ଳାନ ସାରସ୍ବତ ପ୍ରତିଭାର ପରିଚୟ ପ୍ରଦାନ କରେ ।

ପ୍ରାବନ୍ଧିକଙ୍କୁ ମରଣୋତ୍ତର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ବିଭୂଷିତ କରାଇଥ‌ିବା ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ଶୀର୍ଷକ ଆତ୍ମଜୀବନୀରୁ ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ନାମଧେୟ ପ୍ରବନ୍ଧଟି ସମାନୀତ । ଏଠାରେ ପ୍ରାବନ୍ଧିକ ନିଜକୁ କିପରି ବାମନ ବୋଲି ମନେ କରୁଥିଲେ ସେ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଦୋଷଯୁକ୍ତ ପିଣ୍ଡ (ଜିନ୍) ଯୋଗୁଁ ଲୋକମାନଙ୍କର ସାଧାରଣ ଉଚ୍ଚତା ପର୍ଯ୍ୟନ୍ତ ନ ବଢ଼ି କ୍ଷୁଦ୍ର ଶରୀର ଧାରଣ କରିଥିବା ବ୍ୟକ୍ତିକୁ ଏ ସଂସାର ବାମନ ଆଖ୍ୟା ଦେଇଛି । ବେଶି ଉଚ୍ଚକୁ ପାଉନଥ‌ିବା କ୍ଷୁଦ୍ର ହାତରେ ସେହି ବାମନ ଆକାଶର ଚନ୍ଦ୍ରକୁ ଧରିବାକୁ ଇଚ୍ଛାକରି ହାତ ବଢ଼ାଇ ଲୋକହସା ହୁଏ । କେବଳ ବାମନ ନୁହେଁ, ସଂସାରରେ କୌଣସି ଲୋକର ହାତ ଚନ୍ଦ୍ରକୁ ପାଏ ନାହିଁ । ଏହା ହେଉଛି ଏକ ଉପଲକ୍ଷ୍ୟ । ଚନ୍ଦ୍ର ହେଉଛି ଉଚ୍ଚାଭିଳାଷର ପ୍ରତୀକ, ବାମନ ହେଉଛି ଅତ୍ୟନ୍ତ କ୍ଷୁଦ୍ରଶକ୍ତିର ପ୍ରତୀକ । ସ୍ଵଳ୍ପ ଧନ ବା ଶକ୍ତିକୁ ଆଧାର କରି ବୃହତ୍ ଅଭିଳାଷକୁ ଚରିତାର୍ଥ କରିବାକୁ ଆଗେଇ ଆସି ବ୍ୟକ୍ତି ନିରାଶ ଓ ଲୋକହସା ହୋଇଥାଏ । ତେଣୁ ଅଯୋଗ୍ୟ ଲୋକର ଉଚ୍ଚତର ଅଭିଳାଷକୁ ବ୍ୟଙ୍ଗ କରାଯାଇ ‘ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା’ବୋଲି କୁହାଯାଏ ।

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

ପ୍ରାବନ୍ଧିକ ଜଣେ ମେଧାବୀ ଛାତ୍ର ଥିଲେ ମଧ୍ୟ ତାଙ୍କ ବାଲ୍ୟକାଳ ଥିଲା ଦାରିଦ୍ର୍ୟପୀଡ଼ିତ । ଶିକ୍ଷାଲାଭ ନିମନ୍ତେ ଆବଶ୍ୟକ ଅର୍ଥ ବ୍ୟବସ୍ଥା କରିବାର ସାମର୍ଥ୍ୟ ତାଙ୍କ ପରିବାରର ନଥିଲା । ତେଣୁ ମଧ୍ୟ-ଓଡ଼ିଆ ବିଦ୍ୟାଳୟର ଦ୍ଵିତୀୟ ଶିକ୍ଷକ ମାଧବ ମିଶ୍ର ତାଙ୍କୁ ଥରେ କହିଥିଲେ–

‘‘ଏଣ୍ଟ୍ରାନ୍ସ ଖଣ୍ଡକ ପାସ୍ କରିଗଲେ ମଣିଷରେ ଗଣା ହୁଅନ୍ତୁ । ମାତ୍ର ତୋ ପକ୍ଷରେ ଏ ତ ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା ନ୍ୟାୟ– କ’ଣ ପଡ଼ିଛି ? ବହିପତ୍ର କିଣିବୁ, ଖୋରାକ ଧରିବୁ, ପ୍ରବାସରେ ଯାଇ ରହିବୁ— ସବୁ କରିପାରିଲେ ସିନା ହବ । ଏ ଷାଠିଏ ପଉଟି ଘିଅ ହବ ନା ରାଧା ନାଚିବେ ?’’

ଶିକ୍ଷକ ମାଧବ ମିଶ୍ରଙ୍କର ଏହି ଉକ୍ତି ପ୍ରାବନ୍ଧିକଙ୍କ ଦରିଦ୍ରତାକୁ ସୂଚିତ କରିବା ସହିତ ତାଙ୍କୁ ବାମନରେ ପରିଣତ କରିଦେଇଥିଲା । ବର୍ତ୍ତମାନ ମାଟ୍ରିକ୍ୟୁଲେସନ ପରୀକ୍ଷାର ନାମ ସେ ସମୟରେ ଥିଲା ଏଣ୍ଟ୍ରାନ୍ସ । ପ୍ରାବନ୍ଧିକ ଏଣ୍ଟ୍ରାନ୍ସ ପାସ୍ କରି ମଣିଷରେ ଗଣା ହେବେ ବୋଲି ବିଶ୍ଵାସ କରି ସେତେବେଳେ ଲୋକମାନେ ପ୍ରାବନ୍ଧିକଙ୍କୁ କହୁଥିଲେ, ‘ଟିକିଏ ଦୟା ରଖୁଥବଟି ।’’

ସେହି ଦୟା ରଖୁବା ଅବସ୍ଥାକୁ ଯିବାପୂର୍ବରୁ ଏଣ୍ଟ୍ରାନ୍ସ ପଢ଼ିବା ରୂପକ ଚନ୍ଦ୍ରକୁ ଧରିବାପାଇଁ ହାତ ବଢ଼ାଇ ପ୍ରାବନ୍ଧିକ ବିଫଳ ହେଲେ । ଦରିଦ୍ର ରାକ୍ଷସ ତାଙ୍କୁ ମାସ ମାସ ଧରି ଜଳାଇବା ସହିତ ବାମନ ବୋଲି ବିବେଚନା କରିବାକୁ ବାଧ୍ୟ କରିଥିଲା । ଆକାଶ କର୍ମା ଚିଲିକା ମାଛର ଆକସ୍ମିକ ସଂଯୋଗ ହେବା ପରି ସେ ଖୋରଧା ତହସିଲଦାରଙ୍କ ସୁଦୟା ଲାଭକଲେ । ତାଙ୍କଠାରୁ ଚିଠି ନେଇ ପ୍ରାବନ୍ଧିକ ରାମକୃଷ୍ଣ ବୋଷଙ୍କୁ ସାକ୍ଷାତ କରିବାକୁ ପୁରୀ ଗଲେ ।

ତାଙ୍କ ଦୟାଦତ୍ତ ପାଞ୍ଚଟଙ୍କା ଲାଭକରି ପୁରୀ ଜିଲ୍ଲାସ୍କୁଲରେ ପଞ୍ଚମ ଶ୍ରେଣୀରେ ନାମ ଲେଖାଇଲେ । ସେ ବର୍ଷର କେତେ ମାସ ତଥା ଚତୁର୍ଥ ବର୍ଷର ପଢ଼ାଖର୍ଚ୍ଚ ନିମନ୍ତେ ତାଙ୍କ ପିତାଙ୍କୁ ଜମି ବିକ୍ରି କରିବାକୁ ପଡ଼ିଥିଲା । ବାପା ମାଆଙ୍କର ଗେହ୍ଲାପୁଅ ହେତୁ ପୂଜାରୀ ଆଖ୍ୟା ପାଇବାକୁ ସେ ପ୍ରସ୍ତୁତ ନ ଥିଲେ ମଧ୍ୟ ରାମକୃଷ୍ଣ ବାବୁଙ୍କ ଘରେ ପୂଜାରୀ ଆଖ୍ୟା ତଥା ପିତାଙ୍କ ଅନ୍ତେ କଲେଜରେ ପଢ଼ିବାବେଳେ ଅନେକ କାଳ ପୂଜାରୀ ଭାବେ କାର୍ଯ୍ୟ କରି ତାଙ୍କୁ ପଢ଼ାଖର୍ଚ୍ଚ ଉଠାଇବାକୁ ପଡ଼ିଥିଲା । ମୁଣ୍ଡରେ ପେଣ୍ଡାବାଳ ତଥା କାନରେ ଦୁଇପଟ ପେଟୁଆ ନୋଳି ଥ‌ିବାରୁ ସେ ‘ନାଟୁଆ ପିଲା’ର ଆଖ୍ୟା ପାଇବା ସହ ଥଟ୍ଟାର ପାତ୍ର ମଧ୍ୟ ହୋଇଛନ୍ତି । ପୈତୃକ ସମ୍ପତ୍ତିରୁ ଏକରକରୁ ଅଧ୍ଵ ବିକ୍ରିକରି ସେ ପାଇଥିଲେ ମାତ୍ର ଷାଠିଏ ଟଙ୍କା ।

ସ୍କୁଲରେ ବେତନ ଦେବାକୁ ପଡୁନଥୁଲେ ମଧ୍ଯ ଖାଇବା ଖର୍ଚ୍ଚ ହାରାହାରି ତିନିଟଙ୍କା ଚାରିଅଣା ସହ ଯାବତୀୟ ଖର୍ଚ୍ଚମାନ ପାଇଁ ମାସକୁ ଆବଶ୍ୟକ ହେଉଥିଲା ଚାରିଟଙ୍କା । ତେଣୁ ଅର୍ଥାଭାବରୁ ଖର୍ଚ୍ଚ କମାଇବାକୁ ଯାଇ ପ୍ରାବନ୍ଧିକଙ୍କୁ ଅନେକଦିନ ଉପବାସରେ ରହିବାକୁ ପଡ଼ିଥିଲା । ଛାତ୍ରାବାସର କୋଠ ରୋଷେଇ ପାଣ୍ଠିକୁ ନିର୍ଦ୍ଦିଷ୍ଟ ଦିନ ଟଙ୍କା ଦେଇ ନପାରି ଅନ୍ୟତ୍ର ଖାଇବା କଥା କହି ସେ ସମୁଦ୍ରକୂଳକୁ ଯାଇ ପବନ ଖାଇ ରହିଯାଉଥିଲେ । ଅର୍ଥାଭାବରୁ ଜିହ୍ବାଲାଳସାକୁ ଚରିତାର୍ଥ କରିପାରିବେ ନାହିଁ ବୋଲି ସେ ସୁସଜ୍ଜିତ ଗୁଡ଼ିଆ ଦୋକାନ ଥ‌ିବା ବଡ଼ଦାଣ୍ଡ ବା ବଡ଼ଦେଉଳକୁ ମଧ୍ୟ ଯାଉନଥିଲେ ।

କାରଣ ସେ ଭଲଭାବରେ ଉପଲବ୍ଧି କରିଥିଲେ ଯେ, ଦାରିଦ୍ର୍ୟ ତାଙ୍କୁ ବାମନ କରିଦେଇଛି । ତାଙ୍କ ଆଖୁକୁ ଦାଉ ଦାଉ ହୋଇ ଦେଖାଯାଉଥ‌ିବା ଉଚ୍ଚଶିକ୍ଷା ରୂପକ ଚନ୍ଦ୍ରକୁ ଧରିବାକୁ ସେ ହାତ ବଢ଼ାଇଥିଲେ । ହେଲେ ସେ ଚନ୍ଦ୍ର କେତେ ଦୂରରେ ଥିଲା ତାହା ତାଙ୍କୁ ଥୁଲା ଅଜଣା । ତଥାପି ‘ପିଲାଙ୍କୁ ସାନ୍ତନା ଦେଉଥ‌ିବା ଶିଶୁଗୀତ ରୂପକ ମୃଗତୃଷ୍ଣା ତାଙ୍କ କାନ ପାଖରେ ବାରମ୍ବାର ପ୍ରତିଧ୍ଵନିତ ହେଉଥିଲା । ତେଣୁ ସେ ତାକୁ ଛୁଇଁବାକୁ ସମସ୍ତଙ୍କ ମଧ୍ୟରେ ଜଣେ ହୋଇ ଧାଇଁବାରେ ଲାଗିଥିଲେ । କାରଣ ସେ ମଧ୍ୟ ନିଜକୁ ବାମନ ବୋଲି ଭାବୁଥୁଲେ ।

ତୁମପାଇଁ କାମ

୩୧ । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଅନ୍ୟାନ୍ୟ ରଚନାବଳୀ ସଂଗ୍ରହ କରି ପଢ଼ ।
୩୨ । ବାମନ ଓ ଚନ୍ଦ୍ର ସମ୍ପର୍କରେ ତୁମେ ମନରୁ ଗୋଟିଏ ଅନୁଚ୍ଛେଦ ଲେଖ ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ଦୀନବନ୍ଧୁ ନରେନ୍ଦ୍ର ସିଂହ ଲେଖକଙ୍କୁ କ’ଣ କହିଥିଲେ ?
Answer:
ଦୀନବନ୍ଧୁ ନରେନ୍ଦ୍ର ସିଂହ ତାଙ୍କର ପାଇବାକୁ ଥିବା ବୃତ୍ତି ମଧ୍ୟରୁ ବଳକା ପାଞ୍ଚଟଙ୍କା ଲେଖକଙ୍କୁ ଦେବାକୁ କହିଥିଲେ ।

2. ବିବାହିତ ପୁଅ ଭର୍ତ୍ତା ଓ ବିବାହିତା ଝିଅକୁ କ’ଣ କୁହାଯାଏ ?
Answer:
ବିବାହିତ ପୁଅକୁ ଭର୍ତ୍ତା ଓ ବିବାହିତା ଝିଅକୁ ଭାର୍ଯ୍ୟା କୁହାଯାଏ ।

3. ରାମକୃଷ୍ଣ ବୋଷଙ୍କ ଘରେ ଲେଖତାଙ୍କୁ ପୂଜାରୀ ବୋଲି ମନେକଲେ ?
Answer:
ଲେଖକଙ୍କ ମୁଣ୍ଡରେ ପେଣ୍ଡାବାଳ ଥିବା ହେତୁ ରାମକୃଷ୍ଣ ବୋଷଙ୍କ ଘରେ ତାଙ୍କୁ ପୂଜାରୀ ବୋଲି ମନେକଲେ ।

4. ପଇସାର ଅଭାବ ପଡ଼ିଲେ ଲେଖକ କ’ଣ କରୁଥିଲେ ?
Answer:
ପଇସାର ଅଭାବ ପଡ଼ିଲେ ଛାତ୍ରାବାସରେ ଲେଖକ ଅନ୍ୟତ୍ର ଖାଇବା କଥା କହି ସମୁଦ୍ର କୂଳରେ ପବନ ଖାଇ ଉପାସ ରହିଯାଉଥିଲେ ।

5. ଲେଖକ କାହିଁକି ବଡ଼ଦାଣ୍ଡ ବା ବଡ଼ ଦେଉଳକୁ ବେଶି ଯାଉନଥିଲେ ?
Answer:
ବଡ଼ଦାଣ୍ଡରେ ସୁସଜ୍ଜିତ ଗୁଡ଼ିଆ ଦୋକାନ ଦେଖ‌ିଲେ ଜିହ୍ବାଲାଳସାକୁ ଚରିତାର୍ଥ କରିବାକୁ ଲେଖକଙ୍କ ପାଖରେ ଅର୍ଥ ନଥ‌ିବାରୁ ଲେଖକ ବଡ଼ଦାଣ୍ଡ ବା ବଡ଼ ଦେଉଳକୁ ବେଶି ଯାଉନଥିଲେ ।

6. ମା’ ମାନେ ପିଲାଙ୍କୁ ସାନ୍ତନା ଦେବାପାଇଁ କେଉଁ ଗୀତ ଗାଆନ୍ତି ?
Answer:
ମା’ମାନେ ପିଲାମାନଙ୍କୁ ସାନ୍ତନା ଦେବାପାଇଁ ଗାଇଆ ନ୍ତି –
‘ଆ ଜହ୍ନମାମୁ ସରଗଶଶୀ,
ମୋ କାହ୍ନୁ ହାତରେ ପଡ଼ରେ ଖସି ।

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

7. ମୃଗତୃଷ୍ଣା କ’ଣ ?
Answer:
ପ୍ରଖର ସୂର୍ଯ୍ୟକିରଣରେ ବାୟୁମଣ୍ଡଳରେ ସୃଷ୍ଟି ହେଉଥ‌ିବା ଜଳର ଭ୍ରମକୁ ମୃଗତୃଷ୍ଣା ବା ମରୀଚିକା କୁହାଯାଏ ।

8. ଲେଖକ କ’ଣ ପାଇଁ ଦୁଃଖକଷ୍ଟ ସହି ମାଟିକାମୁଡ଼ି ପଡ଼ିରହିଥିଲେ ?
Answer:
ଲେଖକ ଆର୍ଥିକ ଅଭାବ ସତ୍ତ୍ଵେ ଉଚ୍ଚଶିକ୍ଷା ଲାଭକରି ମଣିଷରେ ଗଣା ହେବାପାଇଁ ଦୁଃଖକଷ୍ଟ ସହି ମାଟିକାମୁଡ଼ି ପଡ଼ି ରହିଥିଲେ ।

9. ବାମନ ଚନ୍ଦ୍ରକୁ ହାତ ବଢ଼ାଇବା ଚେଷ୍ଟା ନିତାନ୍ତ ହାସ୍ୟାସ୍ପଦ କାହିଁକି ?
Answer:
ବାମନମାନଙ୍କର ହାତ ଛୋଟ ହୋଇଥିବାରୁ ବେଶି ଉଚ୍ଚକୁ ପାଏ ନାହିଁ; ତେଣୁ ବାମନ ହୋଇ ଚନ୍ଦ୍ରକୁ ଧରିବାକୁ ହାତ ବଢ଼ାଇଲେ ସେମାନେ ହାସ୍ୟାସ୍ପଦ ହୁଅନ୍ତି ।

10. ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ଜନ୍ମ କେଉଁଠାରେ ହୋଇଥିଲା ?
Answer:
ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ଜନ୍ମ ଭାରତର ଜଣେ ସାମାନ୍ୟ ପୂଜାରୀ ଘରେ ହୋଇଥିଲା ।

11. ଇତାଲୀର ଭାଗ୍ୟବିଧାତା କିଏ ଓ ତାଙ୍କର ଜନ୍ମ କେଉଁଠାରେ ହୋଇଥିଲା ?
Answer:
ଇତାଲୀର ଭାଗ୍ୟବିଧାତା ଥିଲେ ମୁସୋଲିନ୍ ଏବଂ ତାଙ୍କର ଜନ୍ମ ଦରିଦ୍ର କମାର ଘରେ ହୋଇଥିଲା ।

12. କେଉଁମାନେ ବନର ମାଳତୀ ପରି ବନରେ ଫୁଟି ଝଡ଼ି ପଡ଼ୁଛନ୍ତି ?
Answer:
କୋଟି କୋଟି ବାମନ ଏ ପୃଥ‌ିବୀକୁ ଆସି ବନର ମାଳତୀ ପରି ବନରେ ଫୁଟି ଝଡ଼ି ପଡୁଛନ୍ତି ।

13. ରାମକୃଷ୍ଣ ବୋଷ କିଏ ଓ ସେ କେଉଁଠି ରହୁଥିଲେ ?
Answer:
ରାମକୃଷ୍ଣ ବୋଷ ଥ୍ଲେ ସେ ଯୁଗର କ ଟକ ର ଖ୍ୟାତନାମା ଓକିଲ ହରିବଲ୍ଲଭ ବୋଷଙ୍କ ପୁତୁରା ଓ ସେ

14. ନାରୀଜାତିର ମହୀୟସୀ ପ୍ରତିନିଧ୍ ରୂପେ କେଉଁମାନେ ପୂଜା ପାଉଛନ୍ତି ?
Answer:
ନାରୀଜାତିର ମହୀୟସୀ ପ୍ରତିନିଧୂ ରୂପେ ଦୁର୍ଗା, ଲକ୍ଷ୍ମୀ, ସରସ୍ବତୀ ପୂଜା ପାଉଛନ୍ତି ।

15. ବେଶି ଝିଅ ଜନ୍ମକୁ କେହି କେହି ଅଭିଶାପ ମଣିଥା’ନ୍ତି କାହିଁକି ?
Answer:
ପ୍ରଚଳିତ ଯୌତୁକ ପ୍ରଥା, ଝିଅର ଆଚରଣଜନିତ ସାମାଜିକ ଲାଞ୍ଛନା ତଥା ଉପଯୁକ୍ତ ପାତ୍ର ସହିତ ବିବାହ ଦେବା ଅସମ୍ଭବ ହେଉଥ‌ିବାରୁ କେତେକ ବେଶି ଝିଅ ଜନ୍ମକୁ ଅଭିଶାପ ବୋଲି ମନେ କରିଥା’ନ୍ତି ।

16. କେଉଁ ଦେଶର ପୁରୁଷମାନେ ଘରଧନ୍ଦା ବୁଝିବା ସହ ସନ୍ତାନମାନଙ୍କର ଲାଳନପାଳନ କରିଥା’ନ୍ତି ?
Answer:
ଗ୍ରୀନ୍‌ଲାଣ୍ଡ ଓ ସୁଇଜରଲାଣ୍ଡ ଦେଶର ପୁରୁଷମାନେ ଘର ଧନ୍ଦା ବୁଝିବା ସହ ସନ୍ତାନ ମାନଙ୍କ ର ଲାଳନପାଳନ କରିଥା’ନ୍ତି ।

17. ରାମକୃଷ୍ଣ ବୋଷ କି ପ୍ରକାର ଲୋକ ଥିଲେ ?
Answer:
ରାମକୃଷ୍ଣ ବୋଷ ଜଣେ ଧର୍ମଭୀରୁ ଲୋକ ଥିଲେ ।

18. ରାମକୃଷ୍ଣ ବୋଷ ବି.ଏ. ପାଶ୍ କଲାପରେ କ’ଣ କରୁଥିଲେ ?
Answer:
ରାମକୃଷ୍ଣ ବୋଷ ବି.ଏ. ପାଶ୍ କଲାପରେ ଅର୍ଥୋପାର୍ଜନ ପନ୍ଥା ଛାଡି ଜଗନ୍ନାଥଧାମ ପୁରୀରେ ରହୁଥିଲେ ।

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

19. ରାମକୃଷ୍ଣ ବୋଷ କିପରି କାଳଯାପନ କରୁଥିଲେ ?
Answer:
ରାମକୃଷ୍ଣ ବୋଷ ବେକରେ ବଡ଼ ବଡ଼ ତୁଳସୀର ମାଳା ଧାରଣ କରି କୀର୍ତ୍ତନରେ କାଳଯାପନ କରୁଥିଲେ ।

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
1. କାହାର କାହାକୁ ହାତ ବଢ଼ାଇବା ଚେଷ୍ଟା ନିତାନ୍ତ ହାସ୍ୟାସ୍ପଦ ?
Answer:
ବାମନର ଚନ୍ଦ୍ରକୁ

2. ଚେକୋସ୍ଲୋଭାକିଆ ରାଜ୍ୟ ପ୍ରତିଷ୍ଠା କରିଥିବା ସାମରିକ ବ୍ୟକ୍ତି ଜଣକ କାହାର ପୁତ୍ର ଥିଲେ ?
Answer:
କଚୁଆନର

3. ଇତାଲୀର ଭାଗ୍ୟବିଧାତା ମୁସୋଲିନ୍ କେଉଁ ପରିବାରରେ ଜନ୍ମ ହୋଇଥିଲେ ?
Answer:
ଦରିଦ୍ର କମାର

4. ଜଣେ ମୋଚି ପିଲା ହୋଇ ମଧ୍ୟ କିଏ ରୁଷିଆର କର୍ଣ୍ଣଧାର ସାଜିଥିଲେ ?
Answer:
ଷ୍ଟାଲିନ୍

5. ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କର ଜନ୍ମ କେଉଁ ପରିବାରରେ ହୋଇଥିଲା ?
Answer:
ପୂଜାରୀ

6. ପ୍ରାବନ୍ଧିକ ପଢୁଥ‌ିବା ମଧ-ଓଡ଼ିଆ ବିଦ୍ୟାଳୟର ଦ୍ବିତୀୟ ଶିକ୍ଷକଙ୍କ ନାମ କ’ଣ ଥିଲା ?
Answer:
ମାଧବ ମିଶ୍ର

7. _______________ ଘିଅ ହେବ ନା ରାଧା ନାଚିବ ?
Answer:
ଷାଠିଏ ପଉଟି

8. ବର୍ତ୍ତମାନର ମାଟ୍ରିକ୍ୟୁଲେସନ ପରୀକ୍ଷାର ନାମ ସେ କାଳରେ କ’ଣ ଥିଲା ?
Answer:
ଏଣ୍ଟ୍ରାନ୍ସ

9. କେଉଁମାନେ ବନର ମାଳତୀ ପରି ବନରେ ଫୁଟି ଝଡ଼ି ପଡୁଛନ୍ତି ?
Answer:
କୋଟି କୋଟି ବାମନ

10. କଟକର ଖ୍ୟାତନାମା ଓକିଲ ସେ ସମୟର କିଏ ଥିଲେ ?
Answer:
ହରିବଲ୍ଲଭ ବୋଷ

11. ଚନ୍ଦ୍ରକୁ ହାତ ବଢ଼ାଇବା ଚେଷ୍ଟା କାହା ନିମନ୍ତେ ଏକ ହାସ୍ୟାସ୍ପଦ ବ୍ୟାପାର ବୋଲି ପ୍ରାବନ୍ଧିକ କହିଛନ୍ତି ?
Answer:
ବାମନ

12. ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ପ୍ରବନ୍ଧଟି କେଉଁ ଲେଖକଙ୍କ ଆତ୍ମଜୀବନୀର ଏକ ଅଂଶବିଶେଷ ?
Answer:
ଗୋଦାବରୀଶ ମିଶ୍ର

13. ବାଣପୁରର କେତେ ଲୋକଙ୍କ ମଧ୍ୟରୁ କେବଳ ଜଣେ ଏଣ୍ଟ୍ରାନ୍ସ ପାସ୍ କରିଥିଲେ ?
Answer:
ଷାଠିଏ ହଜାର

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

14. ଲେଖକ ନାମ ଲେଖାଇବାକୁ କେଉଁସ୍ଥାନକୁ ଗଲେ ?
Answer:
ପୁରୀ

15. ରାମକୃ ଷ୍ଣ ବୋଷ ଲେଖକଙ୍କୁ କେତେ ଟଙ୍କା ଦେଇଥିଲେ ?
Answer:
ପାଞ୍ଚ

16. କେଉଁ ପୃଥ‌ିବୀ ପ୍ରସିଦ୍ଧ ବ୍ୟକ୍ତି ଇଟାଭାଟିରେ କାମକରି ପିଲାଦିନେ ପେଟ ପୋଷୁଥିଲେ ?
Answer:
ହିଟ୍‌ର୍

17. ବେଶି ଝିଅ ଜନ୍ମ ହେଲେ କେହି କେହି ତାକୁ କ’ଣ ମଣନ୍ତି ?
Answer:
ଅଭିଶାପ

18. କେଉଁ ଦେଶର ନାରୀ ପୁରୁଷ ଅପେକ୍ଷା ପ୍ରବଳ ?
Answer:
ବର୍ମା

19. ଶିଶୁଗୀତ ଏକ କ’ଣ କହିଲେ ଚଳେ ?
Answer:
ମୃଗତୃଷ୍ଣା

20. ପ୍ରଖର ସୂର୍ଯ୍ୟ କିରଣରେ ସୃଷ୍ଟି ହେଉଥ‌ିବା ଜଳର ଭ୍ରମକୁ କ’ଣ କୁହାଯାଏ ?
Answer:
ମୃଗତୃଷ୍ଣା

21. ବିବାହିତା ଝିଅକୁ କ’ଣ କୁହାଯାଏ ?
Answer:
ଭାର୍ଯ୍ୟା

22. ହିନ୍ଦୁ ସମାଜରେ ପିଣ୍ଡ ଦେବାକୁ କିଏ ଯୋଗ୍ୟ ବିବେଚିତ ହୋଇଥାଏ ?
Answer:
ପୁତ୍ର

23. ପ୍ରାୟ ସବୁ ସମାଜରେ ଝିଅ ଅଚ୍ଛାଧିକ ପରିମାଣରେ କ’ଣ ଭାବେ ବିବେଚନା କରାଯାଏ ?
Answer:
ଏକ ସମସ୍ୟା

24. କାହାର ସତୀତ୍ଵ ଉପରେ ସମାଜ ତୀବ୍ର ଦୃଷ୍ଟି ଦେଇଥାଏ ?
Answer:
ନାରୀର

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

25. ପୁଅର ଯେଉଁ ଦୋଷ ପୌରୁଷ ବିବେଚିତ ହୁଏ, ଝିଅ ପକ୍ଷେ ତାହା କ’ଣ ?
Answer:
ମାରତ୍ମକ ସ୍ଖଳନ

C ଶୂନ୍ୟସ୍ଥାନ ପୂରଣ କର ।
1. ପ୍ରାବନ୍ଧିକ ________________ ଶ୍ରେଣୀରେ ପ୍ରବେଶିକା ପାସ୍ କଲେ ।
Answer:
ଦ୍ଵିତୀୟ

2. ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ କରି ଉଚ୍ଚତର ଡିଗ୍ରୀ ଲାଭ କରିଥିଲେ ମଧ୍ୟ ଲୋଭନୀୟ ସରକାରୀ ଚାକିରି ତ୍ୟ।ଗକରି ___________________ ସତ୍ୟବାଦୀ ବନ ବିଦ୍ୟାଳୟଠାରେ ଯୋଗ ଦେଇଥିଲେ ।
Answer:
ଗୋଦାବରୀଶ ମିଶ୍ର

3. ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ପ୍ରବନ୍ଧଟି ପ୍ରାବନ୍ଧିକଙ୍କ _____________________ ଗ୍ରନ୍ଥର ଅଂଶବିଶେଷ ।
Answer:
ଆତ୍ମଜୀବନୀ

4. ଅର୍ଥାଭାବ ଯୋଗୁଁ ଚା’ ନ ପାଇ ଗରମପାଣି ପିଇ ଶୀତ ନିବାରଣ କରୁଥିବା ପିଲାଟି ପରେ ବିଲାତର _____________ ହୋଇଥିଲା ।
Answer:
ପ୍ରଧାନମନ୍ତ୍ରୀ

5. ଘରେ ଆଲୁଅ ଜାଳିବାକୁ ପଇସା ନ ପାଇ ସଡ଼କ ଆଲୁଅରେ ବସି ପାଠ ପଢୁଥିବା ଗରିବ ପିଲାଟି ପରେ ଯୁକ୍ତରାଜ୍ୟର _________________ ଆସନରେ ବସିଥିଲା ।
Answer:
ସଭାପତି

6. ଯୁକ୍ତରାଜ୍ୟର ଜଣେ ସଭାପତିଙ୍କ ଉନ୍ନତି _______________________ କୁ ରାଜପ୍ରାସାଦକୁ ହୋଇଥିଲେ ।
Answer:
ପତ୍ରକୁଡ଼ିଆ

7. ବଙ୍ଗ ପ୍ରଦେଶକୁ ଆସିଥ‌ିବା ଜଣେ ଗୋରା ଲାଟ୍ ଦିନେ ଜଣେ _______________________ ଭାବରେ ଜୀବିକାର୍ଜନ କରୁଥିଲେ ।
Answer:
କୁଲି

8. ପ୍ରଥମ ମହାସମରର ବିରାଟ ମନ୍ଥନ ମଧ୍ଯରୁ ___________________ ରାଜ୍ୟ ପ୍ରତିଷ୍ଠା ହୋଇଥିଲା ।
Answer:
ଚେକୋସ୍ଲୋଭାକିଆ

9. କୋଟି କୋଟି ବାମନ ପୃଥ‌ିବୀକୁ ଆସି _______________ ପରି ବନରେ ଫୁଟି ଝଡ଼ୁଅଛନ୍ତି ।
Answer:
ବନର ମାଳତୀ

10. କୋଟି କୋଟି ବାମନଙ୍କ ମଧ୍ୟରୁ ଯିଏ ହାତ ବଢ଼ାଇ _________________ କୁ ଧରିପାରୁଛି, ସେ ଉଚ୍ଚତାରେ ଲକ୍ଷ ଲକ୍ଷ ଡେଙ୍ଗା ଲୋକଙ୍କୁ ଟପି ବଡ଼ ହେଉଛି ।
Answer:
ଚନ୍ଦ୍ର

11. ‘‘ଏତିକି ନିଅ, ଆଉ ଆସିବ ନାହିଁ?’ – ଏକଥା ପ୍ର।ବନ୍ଧିକଙ୍କୁ ________________________ କହିଥିଲେ ।
Answer:
ରାମକୃଷ୍ଣ ବୋଷ

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

12. ରାମକୃଷ୍ଣ ବୋଷ ଜଣେ ___________________ ପ୍ରକୃତିର ଲୋକ ।
Answer:
ଧର୍ମ ଭୀରୁ

13. ରାମକୃଷ୍ଣ ବୋଷ ଉପାର୍ଜନ ପନ୍ଥା ଛାଡ଼ି _____________________ ଧାମକୁ ଆଶ୍ରୟ କରିଥିଲେ ।
Answer:
ଜଗନ୍ନାଥ

14. ରାମକୃଷ୍ଣ ବୋଷ ବେକରେ _____________________ ମାଳ ପିନ୍ଧିଥିଲେ ।
Answer:
ତୁଳସୀକଣ୍ଠି

15. ସେ ସମୟରେ ପଲ୍ଲୀର ଆବାଳବୃଦ୍ଧ ପ୍ରାୟ ସମସ୍ତେ ____________________ ରଖୁଥିଲେ ।
Answer:
ପେଣ୍ଡାବାଳ

16. ପ୍ରବନ୍ଧର ପ୍ରାବନ୍ଧିକଙ୍କୁ ସମସ୍ତେ ________________________ ବୋଲି ଚିଡ଼ାଉଥିଲେ ।
Answer:
ନାଟୁଆ ପିଲା

17. ପ୍ରବନ୍ଧର ପ୍ରାବନ୍ଧିକ ______________________ ପରିଷଦର ସଦସ୍ୟ ଥିଲେ ।
Answer:
ବିହାର-ଓଡ଼ିଶା ବ୍ୟବସ୍ଥାପକ

18. ସେତେବେଳେ ଚାଉଳ ଟଙ୍କାରେ ମିଳୁଥିଲା କଟକୀ ______________________ ସେର ।
Answer:
୧୬-୧୭

19. ପ୍ରାବନ୍ଧିକ __________________________ ମସିହାରେ ପ୍ରବେଶିକା ପାସ୍‌ କଲେ ।
Answer:
୧୯୦୬

20. ପ୍ରାବନ୍ଧିକ ବଡ଼ଦେଉଳ ବା ବଡ଼ଦାଣ୍ଡକୁ ________________ ପାଇଁ ବେଶି ଯାଉନଥିଲେ ।
Answer:
ପଇସା ଅଭାବ

21. _______________ ଶକ୍ତି ସୃଷ୍ଟି ସର୍ଜନା କରୁଛି ।
Answer:
ନାରୀଶକ୍ତି

22. ଗ୍ରୀନ୍‌ଲାଣ୍ଡ, ସୁଇଜରଲାଣ୍ଡ ପ୍ରଭୃତି ସ୍ଥାନରେ _____________________ ମାନେ ଘରଧନ୍ଦା ବୁଝନ୍ତି ଓ ସନ୍ତାନର ଲାଳନପାଳନର ଭାର ମୁଣ୍ଡାନ୍ତି ।
Answer:
ପୁରୁଷ

23. ମାନବ ସମାଜରେ ସଚରାଚର କୁଟୁମ୍ବ ପୋଷିବା କାମ ___________________ ମାନଙ୍କର ।
Answer:
ପୁରୁଷ

24. ସମାଜରେ _____________________ ମାନଙ୍କକୁ ଅବିବାହିତ ଅବସ୍ଥ।ରେ ବେଶି ବୟସ ପର୍ଯ୍ୟନ୍ତ ରହୁଏ ।
Answer:
ପୁଅ

25. ସମାଜରେ _________________ ମାନଙ୍କକୁ ଅବିବାହିତ ଅବସ୍ଥ।ରେ ଅଧିକ ବୟସ ପର୍ଯ୍ୟନ୍ତ ରଖୁହୁଏ ନାହିଁ ।
Answer:
ଝିଅ

D ଠିକ୍ କିମ୍ବା ଭୁଲ୍ ଲେଖ ।
1. ପ୍ରାବନ୍ଧିକ ପଢୁଥ‌ିବା ମଧ-ଓଡ଼ିଆ ବିଦ୍ୟାଳୟର ଦ୍ଵିତୀୟ ଶିକ୍ଷକଙ୍କ ନାମ ସାଧବ ମିଶ୍ର ଥିଲା ।
Answer:
ଭୁଲ୍

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

2. ‘‘ଷାଠିଏ ପଉଟି ଘିଅ ହେବ ନା ରାଧା ନାଚିବ ?’’ ଏକଥା ଶିକ୍ଷକ ମାଧବ ମିଶ୍ର ଲେଖକଙ୍କୁ କହିଥିଲେ ।
Answer:
ଠିକ୍

3. କଟକର ସେ ସମୟର ଖ୍ୟାତନାମା ଓକିଲ ରାମକୃଷ୍ଣ ବୋଷ ଥିଲେ ।
Answer:
ଭୁଲ୍

4. ‘ବାମନର ହାତ ଓ ଆକାଶର ଚନ୍ଦ୍ର’ ପ୍ରବନ୍ଧଟି ଗୋଦାବରୀଶ ମିଶ୍ରଙ୍କ ଆତ୍ମଜୀବନୀର ଏକ ଅଂଶବିଶେଷ ।
Answer:
ଠିକ୍

5. ବାଣପୁରର ତିରିଶ ହଜାର ଲୋକଙ୍କ ମଧ୍ୟରୁ କେବଳ ଜଣେ ଏଣ୍ଟ୍ରାନ୍ସ ପାସ୍ କରିଥିଲେ ।
Answer:
ଭୁଲ୍

6. ରାମକୃଷ୍ଣ ବୋଷ ଲେଖକଙ୍କୁ ପାଞ୍ଚ ହଜାର ଟଙ୍କା ଦେଇଥିଲେ ।
Answer:
ଠିକ୍

7. ପୃଥ‌ିବୀ ପ୍ରସିଦ୍ଧ ବ୍ୟକ୍ତି ହିଟ୍‌ଲର୍ ଇଟାଭାଟିରେ କାମକରି ପିଲାଦିନେ ପେଟ ପୋଷୁଥିଲେ ।
Answer:
ଠିକ୍

8. ହିନ୍ଦୁ ସମାଜରେ ପିଣ୍ଡ ଦେବାକୁ ଝିଅ ଯୋଗ୍ୟ ବିବେଚିତ ହୋଇଥାଏ ।
Answer:
ଭୁଲ୍

9. ବିଧାତା ନାରୀ ମୁଣ୍ଡରେ କଠୋର କର୍ଭବ୍ୟ ଲଦିଛି ।
Answer:
ଠିକ୍

10. ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ କରି ଉଚ୍ଚତର ଡିଗ୍ରୀ ଲାଭ କରିଥିଲେ ମଧ୍ୟ ଲୋଭନୀୟ ସରକାରୀ ଚାକିରି ତ୍ୟାଗକରି ଗୋଦାବରୀଶ ମିଶ୍ର ସତ୍ୟବାଦୀ ବନ ବିଦ୍ୟାଳୟରେ ଯୋଗ ଦେଇଥିଲେ ।
Answer:
ଠିକ୍

11. ସେତେବେଳେ ଚାଉଳ ଟଙ୍କାରେ ମିଳୁଥିଲା କଟକୀ ୨୦୨୫ ସେର ।
Answer:
ଭୁଲ୍

12. ପ୍ରାବନ୍ଧିକ ୧୯୦୮ ମସିହାରେ ପ୍ରବେଶିକା ପାସ୍ କଲେ ।
Answer:
ଭୁଲ୍

13. ପ୍ରାବନ୍ଧିକଙ୍କ ଭଉଣୀ ପ୍ରାବନ୍ଧିକଙ୍କଠାରୁ ଆଠ ବର୍ଷ ସାନ ଥିଲେ ।
Answer:
ଠିକ୍

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

14. ଛାତ୍ରାବାସରେ ଚାଉଳ ପଡ଼ିବା ବନ୍ଦ ଆଦେଶ ମିଳିବା ପୂର୍ବରୁ ପ୍ରାବନ୍ଧିକ ଅନ୍ୟତ୍ର ଖାଇବା କଥା କହି ସମୁଦ୍ରକୂଳ ଯାଇ ପବନ ଖାଉଥ୍ଲେ ।
Answer:
ଠିକ୍

15. ପ୍ରାବନ୍ଧିକ ମାତାଙ୍କ ସହିତ ପୁରୀ ଯିବାପାଇଁ ଘରୁ ଗୋଡ଼ କାଢ଼ିଲେ ।
Answer:
ଭୁଲ୍

16. ରାମକୃଷ୍ଣ ବୋଷ ମାଟ୍ରିକ୍ ପାସ୍ କରିଥିଲେ ।
Answer:
ଭୁଲ୍

17. ଦିନେ ପୁରୀର ରାଜା ମୁକୁନ୍ଦଦେବ ଉଆରେଣ୍ଟରେ ଧରାହୋଇ ସୁଆରିରେ ବସି କଚେରିକୁ ଯାଉଥିଲେ ।
Answer:
ଠିକ୍

18. ପୁରୀ ରାଜା ‘ଶଶିନିକେତନ’ ଆଗରେ ଯିବାବେଳେ ରାମକୃଷ୍ଣ ବୋଷ ସଡ଼କର ନାଲିଧୂଳି ଉପରେ ଶୋଇ ଦଣ୍ଡପ୍ରଣାମ କରିଥିଲେ ।
Answer:
ଠିକ୍

19. ପ୍ରାବନ୍ଧିକ ଜିଲ୍ଲା ସ୍କୁଲରେ ଲେଖାଇଥିବା ପଞ୍ଚମ ଶ୍ରେଣୀର ନାମ ଆଜିକାଲି ସପ୍ତମ ଶ୍ରେଣୀ ହୋଇଛି ।
Answer:
ଠିକ୍

20. ଦୀନବନ୍ଧୁ ନରେନ୍ଦ୍ର ସିଂହ ମାସିକ ଚାଳିଶ ଟଙ୍କା ବୃଦ୍ଧି ପାଇ କଟକରେ ପଢ଼ିବେ ବୋଲି ପ୍ରାବନ୍ଧିକଙ୍କୁ କହିଥିଲେ ।
Answer:
ଭୁଲ୍

E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1.କାହାର ଚନ୍ଦ୍ରକୁ ହାତ ବଢ଼ାଇବା ଚେଷ୍ଟା ନିତାନ୍ତ ହାସ୍ୟାସ୍ପଦ ?
(A) ମାନବର
(B) ବାମନର
(C) ଡେଙ୍ଗାଲୋକର
(D) ସମସ୍ତଙ୍କର
Answer:
(B) ବାମନର

2. ଚେକୋସ୍ଲୋଭାକିଆ ରାଜ୍ୟ ପ୍ରତିଷ୍ଠା କରିଥିବା ସାମରିକ ବ୍ୟକ୍ତି ଜଣକ କାହାର ପୁତ୍ର ଥିଲେ ?
(A) କଟୁଆଳର
(B) ଲାଟ୍ ସାହେବଙ୍କର
(C) କଚୁଆନର
(D) ସେନାପତିଙ୍କର
Answer:
(C) କଚୁଆନର

3. ଇତାଲୀର ଭାଗ୍ୟବିଧାତା ମୁସୋଲିନ୍ ଦରିଦ୍ର __________________ ଘରେ ଜନ୍ମ ହୋଇଥିଲେ ?
(A) କମାର
(B) କୁମ୍ଭାର
(C) ତେଲି
(D) ଗୋପାଳ
Answer:
(A) କମାର

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

4. ରୁଷିଆର କର୍ଣ୍ଣଧାର – ଥିଲେ ଜଣେ ମୋଚି ପିଲା ?
(A) ଈଶ୍ଵରଚନ୍ଦ୍ର
(B) ଷ୍ଟାଲିନ
(C) ମୁସୋଲିନ୍
(D) ହିଟ୍‌ର
Answer:
(B) ଷ୍ଟାଲିନ

5. ଈଶ୍ବରଚନ୍ଦ୍ର ବିଦ୍ୟାସାଗରଙ୍କର ଜନ୍ମ କାହା ଘରେ ହୋଇଥିଲା ?
(A) ପୂଜାରୀ
(B) ଶଙ୍ଖାରି
(C) ପାନରା
(D) ପାଟରା
Answer:
(A) ପୂଜାରୀ

6. ପ୍ରାବନ୍ଧିକ ପଢୁଥ‌ିବା ମଧ୍ୟ-ଓଡ଼ିଆ ବିଦ୍ୟାଳୟର ଦ୍ୱିତୀୟ ଶିକ୍ଷକଙ୍କ ନାମ କ’ଣ ଥିଲା ?
(A) ବିକ୍ରମ ମିଶ୍ର
(B) ରମାନାଥ ମିଶ୍ର
(C) ମାଧବ ମିଶ୍ର
(D) ନିରଞ୍ଜନ ମିଶ୍ର
Answer:
(C) ମାଧବ ମିଶ୍ର

7. _______________ ଘିଅ ହେବ ନା ରାଧା ନାଚିବ ?
(A) ପଉଟିଏ
(B) ଛଅ ପଉଟି
(C) ଚାଳିଶ ପଉଟି
(D) ଷାଠିଏ ପଉଟି
Answer:
(D) ଷାଠିଏ ପଉଟି

8. ବର୍ତ୍ତମାନ ମାଟ୍ରିକ୍ୟୁଲେସନ ପରୀକ୍ଷାର ନାମ ସେକାଳରେ କ’ଣ ଥିଲା ?
(A) ମାଇନର୍
(B) ମାଟ୍ରିକ୍
(C) ସ୍ନାତକ
(D) ଏଣ୍ଟ୍ରାନ୍ସ
Answer:
(D) ଏଣ୍ଟ୍ରାନ୍ସ

9. କେଉଁମାନେ ବନର ମାଳତୀ ପରି ବନରେ ଫୁଟି ଝଡ଼ିପଡୁଛନ୍ତି ?
(A) କୋଟି କୋଟି ମଣିଷ
(B) କୋଟି କୋଟି ବାମନ
(C) ଶହ ଶହ ସାଧୁ
(D) ହଜାର ହଜାର ଜ୍ଞାନୀ
Answer:
(B) କୋଟି କୋଟି ବାମନ

10. କଟକର ସେ ସମୟର ଖ୍ୟାତନାମା ଓକିଲ କିଏ ଥିଲେ ଥିଲେ ?
(A) ରାମକୃଷ୍ଣ ବୋଷ
(B) ହରିବଲ୍ଲଭ ବୋଷ
(C) ଦୁର୍ଗାବଲ୍ଲଭ ବୋଷ
(D) ଶଶିବଲ୍ଲଭ ବୋଷ
Answer:
(B) ହରିବଲ୍ଲଭ ବୋଷ

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

11. ବିବାହିତା ଝିଅକୁ କ’ଣ କୁହାଯାଏ ?
(A) ଭାର୍ଯ୍ୟା
(B) ବିବାହିତା
(C) ଅନୂଢ଼ା
(D) ବାଗ୍‌ଦତ୍ତା
Answer:
(A) ଭାର୍ଯ୍ୟା

12. ହିନ୍ଦୁ ସମାଜରେ ପିଣ୍ଡ ଦେବାକୁ କିଏ ଯୋଗ୍ୟ ବିବେଚିତ ହୋଇଥାଏ ?
(A) ପୁତ୍ର
(B) କନ୍ଯା
(C) ବଧୂ
(D) ଜାମାତା
Answer:
(A) ପୁତ୍ର

13. ପ୍ରାୟ ସବୁ ସମାଜରେ ଝିଅ ଅଚ୍ଛାତ୍ମକ ପରିମାଣରେ ଏକ ____________________ ।
(A) ଅଭିଶାପ
(B) ସମସ୍ଯା
(C) ବିପଦ
(D) ଆଶୀର୍ବାଦ
Answer:
(B) ସମସ୍ଯା

14. ନାରୀର ______________ ଉପରେ ସମାଜ ତୀବ୍ର ଦୃଷ୍ଟି ଦେଇଥାଏ ।
(A) ସୌନ୍ଦର୍ଯ୍ୟ
(B) ସତୀତ୍ଵ
(C) ଆଚରଣ
(D) କର୍ମ
Answer:
(B) ସତୀତ୍ଵ

15. ପୁଅର ଯେଉଁ ଦୋଷ ପୌରୁଷ ବିବେଚିତ ହୁଏ, ଝିଅ ପକ୍ଷେ ତାହା ______________ ।
(A) ଏକ ସୁଗୁଣ
(B) ବଦ୍‌ଗୁଣ
(C) କୁକର୍ମ
(D) ମାରାତ୍ମକ ସ୍ଖଳନ
Answer:
(A) ଏକ ସୁଗୁଣ

16. ଝିଅକୁ ଯଥାଶୀଘ୍ର ବିବାହ କରାଇଦେବା ନିମନ୍ତେ ପିତାମାତାଙ୍କ ବ୍ୟାକୁଳତାରୁ କାହାର ଉତ୍ପତ୍ତି ହେଉଛି ?
(A) କନ୍ୟାରତ୍ନର
(B) କନ୍ୟା – ଶୁଳ୍‌କର
(C) କନ୍ୟାସୁନାର
(D) କନ୍ଯାଧନର
Answer:
(B) କନ୍ୟା – ଶୁଳ୍‌କର

17. ପୁରୁଷ ସହିତ ନାରୀର ସମ୍ପର୍କକୁ ନିୟନ୍ତ୍ରଣ କରିବା ଗୋଟିଏ ବଡ଼ ସାମାଜିକ ________________ ।
(A) ସମାସ୍ୟା
(B) ସମସ୍ଯା
(C) ସାମାସ୍ୟା
(D) ସମାଷ୍ୟା
Answer:
(B) ସମସ୍ଯା

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

18. ପ୍ରାବନ୍ଧିକଙ୍କ ଅନ୍ଧୁଣୀ ବୁଢ଼ୀମା’ଙ୍କ ପାଇଁ ଅନ୍ଧର ଲଉଡ଼ି କିଏ ଥୁଲା ?
(A) ନିଜେ ପ୍ରାବନ୍ଧିକ
(B) ନାତୁଣୀ
(C) ପୁଅ
(D) ଝିଅ
Answer:
(B) ନାତୁଣୀ

ପ୍ରାବନ୍ଧିକଙ୍କ ପରିଚୟ :
ପ୍ରାବନ୍ଧିକଙ୍କ ନାମ – ଗୋଦାବଶ ମିଶ୍ର
ପିତାଙ୍କ ନାମ – ଶ୍ରୀ ଲିଙ୍ଗରାଜ ମିଶ୍ର
ମାତାଙ୍କ ନାମ- ଶ୍ରୀମତୀ ଅପ୍‌ସରା ଦେବୀ
ଜନ୍ନସ୍ଥ।ନ – ପୁରୀ ଜିଲ୍ଲାର ବାଣପୁର ଥାନା ଅନ୍ତର୍ଗତ ଶାଳିଆ ନଦୀ ତଟଦେଶରେ ଅବସ୍ଥିତ ଶ୍ରୀନିବାସପୁର ଶାସନ

ସୃଷ୍ଟି ସମ୍ପଦ :
କବିତାଗ୍ରନ୍ଥ – ଆଲେଖ୍କା, କିଶଳୟ, କୁସୁମ କଳିକା, କବିତା ଚୟନ, ଗୀତିଗୁଚ୍ଛ, ଗୀତାୟନ
ନାଟକ – ପୁରୁଷୋତ୍ତମଦେବ, ମୁକୁନ୍ଦଦେବ
ଉପନ୍ୟ।ସ – ଅଭାଗିନୀ, ୧୮୧୭, ଘଟାନ୍ତର,
ଗଚ୍ପ ସଂକଳନ – ପଞ୍ଚବୀର, ପୁଆଣିଘର
ଆମଜୀବନୀ – ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’
(ତାଙ୍କ ଆତ୍ମଜୀବନୀ ପାଇଁ ସେ ୧୯୬୨ ମସିହାରେ ମରଣୋତ୍ତର କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର ଲାଭ

ସତ୍ୟବାଦୀ ସାହିତ୍ୟର ଅନ୍ୟତମ ବଳିଷ୍ଠ ସାରସ୍ବତ ସାଧକ ପଣ୍ଡିତ ଗୋଦାବରୀଶ ମିଶ୍ର ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, ବିଶିଷ୍ଟ ଦାର୍ଶନିକ, ଦାୟିକ ବ୍ୟବସ୍ଥାପକ, ନିଃସ୍ୱାର୍ଥପର ଜନସେବକ, ବଳିଷ୍ଠ ସମାଜ ସଂସ୍କାରକ, ନିର୍ଭିକ ସମାଲୋଚକ ସର୍ବୋପରି ଜଣେ ମହାନ୍ ଜନନାୟକ । ଜନସାଧାରଣଙ୍କ ପାଖରେ ‘ପଣ୍ଡିତ ଆପଣେ’ ନାମରେ ଖ୍ୟାତ ସେହି ଯୋଗଜନ୍ମା ବରପୁତ୍ର କେବଳ ଜଣେ ବହୁମୁଖୀ ପ୍ରତିଭାଧର ଅମର ମଣିଷ ନ ଥିଲେ, ଥୁଲେ ଉତ୍କଳର ଏକ ସ୍ବୟଂସମ୍ପୂର୍ଣ ଅନୁଷ୍ଠାନ । ସେବା, ସାମ୍ବାଦିକତା, ସାହିତ୍ୟ ଓ ମନ୍ତ୍ରୀତ୍ଵ ଆଦି କ୍ଷେତ୍ରରେ ସ୍ୱୀୟ ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ କରି ସେ ଉତ୍କଳ ଜନନୀର ମୁଖକୁ କରିଥିଲେ ସମୁଜ୍ଜ୍ବଳ । ମାତୃଭୂମି ପାଇଁ ତାଙ୍କର ସାଧନା, ତ୍ୟାଗ ଓ ଅବଦାନ ତାଙ୍କୁ ଯୁଗ ଯୁଗ ଧରି ଉତ୍କଳର ଜନମାନସରେ ଉଜ୍ଜୀବିତ କରି ରଖୁ– ଏହା ନିଃସନ୍ଦେହ ।

ପ୍ରାବନ୍ଧିକଙ୍କ ଆଭିମୁଖ୍ୟ :
‘ବାମନର ହାତ ଓ ଆକାଶର ଚନ୍ଦ୍ର’ ଶୀର୍ଷକ ପ୍ରବନ୍ଧଟି ପ୍ରାବନ୍ଧିକଙ୍କଦ୍ବାରା ପ୍ରଣୀତ ‘ଅର୍ବଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ ନାମଧେୟ ଆତ୍ମଜୀବନୀର ଏକ ଅଂଶବିଶେଷ । ଏଠାରେ ପ୍ରାବନ୍ଧିକ ତତ୍କାଳୀନ ଶିକ୍ଷା ପଦ୍ଧତି ସମ୍ପର୍କରେ ଆଲୋକପାତ କରିବା ସହିତ ସ୍ୱୀୟ ଉଚ୍ଚ ବିଦ୍ୟାଳୟ ଶିକ୍ଷା ସମ୍ବନ୍ଧରେ କେତେକ ରୋମାଞ୍ଚକର ଘଟଣାର ସୂଚନା ଦେଇଛନ୍ତି ।

ପ୍ରବନ୍ଧର ସାରମର୍ମ :
ଆକୃତିରେ ଅତି କ୍ଷୁଦ୍ର ମାନବକୁ ଏ ସଂସାର ବାମନର ଆଖ୍ୟା ଦେଇଛି । ସେ ଯଦି ପୃଥ‌ିବୀଠାରୁ ବହୁ ଦୂରରେ ଆକାଶ ବକ୍ଷରେ ଲୋଭନୀୟ ଦିଶୁଥ‌ିବା ଚନ୍ଦ୍ରମଣ୍ଡଳକୁ ଧରିବାପାଇଁ ହସ୍ତ ପ୍ରସାରଣ କରେ, ତେବେ ତା’ର ସେପରି ଚେଷ୍ଟା ଯୋଗୁଁ ସେ ଲୋକହସା ହେବ; ଏହା ନିଃସନ୍ଦେହ । କେବଳ ସେ ନୁହେଁ, ପୃଥ‌ିବୀର ସବୁଠାରୁ ଡେଙ୍ଗା ଲୋକ ଯଦି ଚନ୍ଦ୍ରକୁ ଧରିବାକୁ ଚେଷ୍ଟାକରେ; ସେ ମଧ୍ୟ ଲୋକହସା ହେବ । ତଥାପି ଇତିହାସ କହେ, କେତେକ ବାମନ ଅସଂଖ୍ୟ ଡେଙ୍ଗାଲୋକଙ୍କୁ ଟପି ଚନ୍ଦ୍ରକୁ ହାତ ବଢ଼ାଇ କୃତକାର୍ଯ୍ୟ ହୋଇଛନ୍ତି । ଅର୍ଥାଭାବ ଯୋଗୁ ଚା’ ନ ପାଇ ଗରମପାଣି ପାନ କରି ଶୀତ ନିବାରଣ କରୁଥିବା ବିଲାତର ଅନାମଧେୟ ପିଲାଟି ପରବର୍ତ୍ତୀ କାଳରେ ପ୍ରଧାନମନ୍ତ୍ରୀ ହୋଇଥିଲା ।

ପଇସା ଅଭାବରୁ ଘରେ ଆଲୁଅ ଜାଳି ନ ପାରି ସଡ଼କ ଆଲୁଅରେ ପାଠ ପଢୁଥିବା ଆମେରିକା ଯୁକ୍ତରାଜ୍ୟର ଗରିବ ପିଲାଟି ଦିନେ ଯୁକ୍ତରାଜ୍ୟର ସଭାପତି ଆସନରେ ବସିଥିଲା । ସେହି ଯୁକ୍ତରାଜ୍ୟର ଜଣେ ସଭାପତିଙ୍କ ଉନ୍ନତି ହୋଇଥିଲା ପତ୍ରକୁଡ଼ିଆରୁ ରାଜାପ୍ରସାଦ ମଧ୍ୟକୁ । ବଙ୍ଗ ପ୍ରଦେଶକୁ ଆସିଥ‌ିବା ଜଣେ ଗୋରା ଲାସାହେବ ଦିନେ କୁଲିଭାବରେ ଜୀବିକା ଉପାର୍ଜନ କରୁଥିଲେ । ଜଣେ ସାମାନ୍ୟ କଚୁଆନର ପୁଅ ପ୍ରଥମ ମହାସମରର ବିରାଟ ମନ୍ଥନ ମଧ୍ୟରୁ ଚେକୋସ୍ଲୋଭାକିଆ ଭଳି ରାଜ୍ୟ ପ୍ରତିଷ୍ଠା କରିଥିଲେ । ଦରିଦ୍ର କମାର ଘରେ ଜନ୍ମ ହୋଇଥିବା ମୁସୋଲିନ୍ ଦିନେ ହେଲେ ଇତାଲୀର ଭାଗ୍ୟବିଧାତା ।

ଇଟାଭାଟିରେ କାମ କରି ପେଟ ପୋଷୁଥ‌ିବା ପିଲାଟି ଦିନେ ହିଟ୍‌ଲର୍ ରୂପେ ହୋଇଥିଲେ ପୃଥ‌ିବୀ ବିଖ୍ୟାତ । ମୋଚିପିଲା ହୋଇ ମଧ୍ୟ ଷ୍ଟାଲିନ୍ ହେଲେ ରୁଷିଆର କର୍ଣ୍ଣଧାର । ଭାରତର ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କର ଜନ୍ମ ମଧ୍ୟ ହୋଇଥିଲା ସାମାନ୍ୟ ପୂଜାରୀ ଘରେ । ଏମାନେ ବାମନ ହୋଇ ଜନ୍ମ ହୋଇଥିଲେ ମଧ୍ୟ ଆକାଶର ଚନ୍ଦ୍ର ଧରିବାକୁ ସମର୍ଥ ହୋଇଥିଲେ । କିନ୍ତୁ ଏହିପରି କୋଟି କୋଟି ବାମନ ପୃଥ‌ିବୀକୁ ଆସି ବଣର ମାଳତୀ ପରି ବନରେ ଫୁଟି ଝଡ଼ି ପଡୁଛନ୍ତି । ଆକାଶ ବକ୍ଷରେ ଥ‌ିବା ଉଜ୍ଜ୍ଵଳ ଚନ୍ଦ୍ରମଣ୍ଡଳକୁ ଦେଖ୍ ଲୋଭସମ୍ବରଣ କରିନପାରି ଯିଏ ଚନ୍ଦ୍ରକୁ ହାତ ବଢ଼ାଇ ଧରିପାରୁଛି, ସେ ଉଚ୍ଚତାରେ ଲକ୍ଷ ଲକ୍ଷ ଡେଙ୍ଗା ଲୋକଙ୍କୁ ଟପି ଯାଉଛି, ଯିଏ ଧରି ନପାରୁଛି ସେ ହାସ୍ୟାସ୍ପଦ ହେଉଅଛି ।

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

ମଧ୍ୟ-ଓଡ଼ିଆ ବିଦ୍ୟାଳୟର ଦ୍ଵିତୀୟ ଶିକ୍ଷକ ମାଧବ ମିଶ୍ରଙ୍କ ଦୃଷ୍ଟିରେ ପ୍ରାବନ୍ଧିକ ଥିଲେ ବାମନ ସଦୃଶ । କାରଣ ସେ ଥିଲେ ଅତ୍ୟନ୍ତ ଦରିଦ୍ର ଘରର ସନ୍ତାନ । ଉଚ୍ଚ ଶିକ୍ଷା ନିମନ୍ତେ ପ୍ରବାସକୁ ଯାଇ ସେଠାରେ ରହିବା, ଖାଇବା ଓ ବହିପତ୍ର କିଣିବାପାଇଁ ସମ୍ବଳ ତାଙ୍କ ପାଖରେ ନଥିଲା । ମଣିଷରେ ଗଣା ହେବାପାଇଁ ଏଣ୍ଟ୍ରାନ୍ସ ଖଣ୍ଡକ ପାସ୍ କରିବା ଦରକାର । ପ୍ରାବନ୍ଧିକଙ୍କ ପାଇଁ ଏଣ୍ଟ୍ରାନ୍ସ ଥୁଲା ଆକାଶର ଚନ୍ଦ୍ର ସଦୃଶ । ତେଣୁ ମାଧବ ମିଶ୍ର ପ୍ରାବନ୍ଧିକଙ୍କୁ କହିଥିଲେ– ‘ତୋ ପକ୍ଷରେ ଏ ତ ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା ନ୍ୟାୟ– କ’ଣ ପଡ଼ିଛି ?’’

ବର୍ତ୍ତମାନର ମାଟ୍ରିକ୍ୟୁଲେସନ୍ ହିଁ ଥିଲା ସେ ସମୟର ଏଣ୍ଟ୍ରାନ୍ସ । ବାଣପୁରର ଷାଠିଏ ହଜାର ଲୋକଙ୍କ ମଧ୍ୟରୁ ପ୍ରାବନ୍ଧିକଙ୍କ ପୂର୍ବରୁ ଜଣେ ଏଣ୍ଟ୍ରାନ୍ସ ପାସ୍କରି ଖୋରଧା କଚେରିରେ କିରାନି କାମରେ ରହିଥିଲେ । ତାଙ୍କ ମୁହଁରୁ ପଦେ କଥା ଶୁଣିବାପାଇଁ ଶହ ଶହ ଲୋକ, ଦଶପଚାଶ ସରବରକାର ଯାଇ ତାଙ୍କ ଦ୍ବାରରେ ଚାହିଁ ବସିଥା’ନ୍ତି । ଏଣ୍ଟ୍ରାନ୍ସ ପାସ୍ କଲେ ଯେ ମଣିଷରେ ଗଣା ହୁଅନ୍ତି, ତାହା ତାଙ୍କୁ ଦେଖ‌ିଲେ ସ୍ପଷ୍ଟ ଜଣାପଡୁଥିଲା । ତାଙ୍କ ପଛକୁ ପୁରୀରେ ପଢୁଥ‌ିବା ପ୍ରାବନ୍ଧିକ ଆଉଜଣେ ହୋଇ ବାହାରିବେ ବୋଲି ବିବେଚନା କରି ସେ ଛୁଟିରେ ଘରକୁ ଆସିଲେ ତାଙ୍କୁ ସମସ୍ତେ କହୁଥିଲେ, ‘ ଟିକିଏ ଦୟା ରଖୁଥ‌ିବଟି ।’’
ଦୟା କରିବା ଅବସ୍ଥାରେ ଉପନୀତ ହେବାପାଇଁ ଏଣ୍ଟ୍ରାନ୍ସ ପାସ୍ କରିବା ଆବଶ୍ୟକ ।

ଏଣ୍ଟ୍ରାନ୍ସ ପାସ୍ କରିବାପାଇଁ ଉଚ୍ଚ ବିଦ୍ୟାଳୟରେ ପଢ଼ିବା ପ୍ରାବନ୍ଧିକଙ୍କ ପାଇଁ ଥୁଲା ଆକାଶର ଚନ୍ଦ୍ର ସଦୃଶ, ଯାହାକୁ ଧରିବାପାଇଁ ହାତ ବଢ଼ାଇ ଧରି ନପାରି ନୈରାଶ୍ୟ ବହ୍ନିରେ ତାଙ୍କୁ ମାସ ମାସ ଧରି ଜଳିବାକୁ ହୋଇଛି । ପରିଶେଷରେ ଆକସ୍ମିକ ଭାବେ ଆକାଶ କର୍ମା ଚିଲିକା ମାଛର ସଂଯୋଗ ଘଟିଛି । ପ୍ରାବନ୍ଧିକ ଅସ୍ଥାୟୀ ମାଇନର ସ୍କୁଲରେ ଯାଇ ବସନ୍ତି । ଦିନେ ବିଦ୍ୟାଳୟ ପରିଦର୍ଶନରେ ଆସିଥିବା ଖୋରଧାର ତହସିଲଦାର ତାଙ୍କ ବିଷୟରେ ଶୁଣିବା ପରେ ଖଣ୍ଡେ ଚିଠି ଲେଖୁ ପ୍ରାବନ୍ଧିକଙ୍କ ହାତରେ ଦେଲେ ଏବଂ ପୁରୀ ଯାଇ ରାମକୃଷ୍ଣ ବୋଷଙ୍କୁ ସାକ୍ଷାତ କରିବାକୁ କହିଲେ । ସମାଜରେ ପୁଅ ଓ ଝିଅ ଉଭୟଙ୍କର ଆବଶ୍ୟକତା ସମାନ ହେଲେ ମଧ୍ୟ ଝିଅମାନଙ୍କ ତୁଳନାରେ ପୁଅମାନେ ଅଧ୍ଵ ଆଦର ପାଆନ୍ତି । ବିଧାତା ନାରୀମୁଣ୍ଡରେ ଲଦିଥ‌ିବା କର୍ତ୍ତବ୍ୟର ଯଥୋଚିତ ପରିପାଳନ ହିଁ ନାରୀର ଗର୍ବ ତଥା ମହତ୍ତ୍ବର ପ୍ରତିଫଳନ ।

ଶକ୍ତି ସୃଷ୍ଟି ସର୍ଜନା କରିବା ସହିତ ଦୁର୍ଗା, ଲକ୍ଷ୍ମୀ, ସରସ୍ଵତୀ ପ୍ରଭୃତି ନାରୀ ଜାତିର ମହୀୟସୀ ପ୍ରତିନିଧୂରୂପେ ସଂସାରରେ ପୂଜା. ପାଉଛନ୍ତି । ଆମ ସମାଜରେ ଜୀବିକାର୍ଜନ ଦାୟିତ୍ଵ ପୁରୁଷ କାନ୍ଧରେ ନ୍ୟସ୍ତ । କିନ୍ତୁ ଗ୍ରୀନ୍‌ଲାଣ୍ଡ, ସୁଇଜରଲାଣ୍ଡ ପ୍ରଭୃତି ସ୍ଥାନରେ ନାରୀମାନେ ବାହାରର ସକଳ କାର୍ଯ୍ୟ ନିର୍ବାହ କରିବା ସହିତ ଜୀବିକାର୍ଜନ ମଧ୍ଯ କରିଥା’ନ୍ତି । ପୁରୁଷମାନେ ଘରେ ରହି ଘରଧନ୍ଦା କରିବା ସଙ୍ଗେ ସଙ୍ଗେ ସନ୍ତାନର ଲାଳନପାଳନ କରନ୍ତି । ସେହିପରି ବର୍ମା ଦେଶର ନାରୀ ପୁରୁଷ ଅପେକ୍ଷା ପ୍ରବଳ । ତଥାପି ମାନବ ସମାଜରେ କୁଟୁମ୍ବ ପୋଷିବା କାମ ପୁରୁଷର, ନାରୀର ନୁହେଁ । ତେଣୁ ବିବାହିତ ପୁଅର ନାମ ଭର୍ଭା ଓ ବିବାହିତା ଝିଅ ହେଉଛି ଭାର୍ଯ୍ୟା ।

ହିନ୍ଦୁ ସମାଜରେ ପୁଅ ପିଣ୍ଡଦାନ ନିମନ୍ତେ ଯୋଗ୍ୟ ହୋଇଥିବା ଯୋଗୁଁ ଝିଅଠାରୁ ତା’ର ଆଦର ଅଧ୍ଵ । ସାମ୍ପ୍ରତିକ ସମାଜରେ ଝିଅଜନ୍ମକୁ ଏକ ସମସ୍ୟା ତଥା ଅଭିଶାପରୂପେ ବିବେଚନା କରାଯାଉଛି । କାରଣ, ଝିଅକୁ ଉପଯୁକ୍ତ ପାତ୍ର ସହିତ ବିବାହ ଦେବା କ୍ଵଚିତ୍ ସମ୍ଭବପର ହୋଇଥାଏ । ନାରୀର ସତୀତ୍ୱ ଉପରେ ସମାଜ ତୀବ୍ର ଦୃଷ୍ଟି ଦେଇଥାଏ । ଝିଅର ଆଚରଣ ଯୋଗୁଁ ଅନେକ ବାପା ମା’ ସମାଜରେ ଲାଞ୍ଛନା ଭୋଗିବାର ଦେଖାଯାଏ । ଯେଉଁ ଦୋଷ ପୁଅ ପାଇଁ ପୌରୁଷର ପରିଚୟ, ଝିଅ ପକ୍ଷେ ତାହା ମାରାତ୍ମକ ସ୍ଖଳନ । ତେଣୁ ଝିଅକୁ ଘରେ ନରଖ୍ ବିବାହ ଦେବା ନିମନ୍ତେ ପିତାମାତାଙ୍କ ହୃଦୟରେ ସୃଷ୍ଟି ହେଉଥ‌ିବା ବ୍ୟାକୁଳ ଭାବରୁ ବରପାତ୍ରମାନେ ଲାଭ ଉଠାଇବାକୁ ଚାହାନ୍ତି । ସେହି ଲାଭରୁ ହିଁ ଉତ୍ପତ୍ତି ହୋଇଛି କନ୍ୟା ଶୁଳ୍କ ।

ସେହି କନ୍ୟା ଶୁଳ୍କ ଦେଇପାରୁ ନଥ‌ିବା ପିତା-ମାତାଙ୍କର କେତେକ କନ୍ୟା ଆତ୍ମହତ୍ୟା କରିବା ସହ ଆଉ କେତେକ ଅବିବାହିତା ରହିବାକୁ ଶ୍ରେୟ ମନେକରୁଛନ୍ତି । ପୁରୁଷ ସହିତ ନାରୀର ସମ୍ପର୍କ ନିୟନ୍ତ୍ରଣ କରିବା ଗୋଟିଏ ବଡ଼ ସାମାଜିକ ସମସ୍ୟାରୂପେ ଦେଖାଦେଇଛି । ପାରିବାରିକ ଜୀବନ ଯଥାର୍ଥ ଆଦର୍ଶ କି ନା, କ୍ରମେ ସନ୍ଦେହର ବିଷୟ ହୋଇପଡ଼ିଛି । ପୁରୁଷଙ୍କ ପରି ନାରୀମାନେ ସମାଜରେ, ରାଜନୀତି କ୍ଷେତ୍ରରେ ବଡ଼ ବଡ଼ ପୀଠରେ ବସିବାକୁ ଆରମ୍ଭ କଲେ ମଧ୍ୟ ଆଜି ଝିଅ ଅପେକ୍ଷା ପୁଅର ଆଦର ବେଶି ରହିଅଛି ।

ଦରିଦ୍ର ଘରର ବଡ଼ ସମ୍ପଦ ହେଉଛି ତା’ର ସନ୍ତାନ । ଘରେ ପ୍ରାବନ୍ଧିକଙ୍କଠାରୁ ଦଶବର୍ଷ ସାନ ଭଉଣୀ ରହୁଥିଲେ ମଧ୍ୟ ପ୍ରାବନ୍ଧିକ ପାଠ ପଢ଼ିବାପାଇଁ ପୁରୀ ଯିବା ଦିନ ତାଙ୍କ ବୋଉ ତାଙ୍କୁ ଧରି ବହୁତ କାନ୍ଦିଥିଲେ । ତାଙ୍କ ଭଉଣୀ ତାଙ୍କ ଅନ୍ଧୁଣୀ ବୁଢ଼ୀ ମା’ଙ୍କ ପାଇଁ ଥିଲା ଅନ୍ଧର ଲଉଡ଼ି । ତଥାପି ସେ ସେଦିନ ପ୍ରାବନ୍ଧିକଙ୍କୁ କୁଣ୍ଢାଇ ଧରି ବହୁତ କାନ୍ଦିଥିଲେ । ତାଙ୍କ ଆଖୁ ଲୁହ ଝରଝର ଗଡ଼ିଯାଇଥିଲା । ତଥାପି ସେ ପରିବାରର ବହୁ ବନ୍ଧନକୁ ଗୋଟି ଗୋଟି କରି ଛିଣ୍ଡାଇ, ଲେଉଟ ଚକୁଳି ଖାଇ ବାପାଙ୍କ ସଙ୍ଗେ ରେଳରେ ପୁରୀ ଗଲେ । ସେଠାରେ ରାମକୃଷ୍ଣ ବୋଷଙ୍କୁ ସାକ୍ଷାତ କରି ଚିଠି ଦେଲେ । ଚିଠି ପଢ଼ି ବୋଷ ମହାଶୟ ପ୍ରାବନ୍ଧିକଙ୍କ ହାତରେ ପାଞ୍ଚଟି ଟଙ୍କା ଦେଇ ଆଉ ନ ଆସିବାକୁ କହିଲେ ।

ରାମକୃଷ୍ଣ ବୋଷ ଥିଲେ କଟକର ସେ ଯୁଗର ଖ୍ୟାତନାମା ଓକିଲ ହରିବଲ୍ଲଭ ବୋଷଙ୍କ ପୁତୁରା । ପୁରୀସ୍ଥ ‘ଶଶିନିକେତନ’ରେ ରହୁଥ‌ିବା ସେହି ମହାଶୟ ଥିଲେ ଜଣେ ଧର୍ମଭୀରୁ ଲୋକ । ବି.ଏ. ପାଶ୍ କରି ମଧ୍ୟ ଅର୍ଥ ଉପାର୍ଜନ ପନ୍ଥା ଛାଡ଼ି ଜଗନ୍ନାଥଧାମ ଆଶ୍ରୟ କରିଥା’ନ୍ତି । ବେକରେ ତୁଳସୀମାଳ ପିନ୍ଧି ଆମିଷ ତ୍ୟାଗକରି କୀର୍ତ୍ତନରେ ଜୀବନଯାପନ କରୁଥିଲେ । ଯୌବନର ମଧ୍ୟାହ୍ନ ୩୨/୩୩ ବର୍ଷ ବୟସରେ ତାଙ୍କ ପରି ସଂଯମରେ ରହିବା ଲୋକ ବିରଳ । ଦିନେ ଉଆରେଣ୍ଟରେ ପୁରୀ ରାଜା ମୁକୁନ୍ଦଦେବ, ସୁଆରିରେ ବସି କଚେରିକୁ ଯାଉଥିବାବେଳେ ସେହି ଦୃଶ୍ୟ ଦେଖିବାକୁ ବାଟଯାକ ଲୋକାରଣ୍ୟ ହୋଇଥିଲା । ସୁଆର ‘ଶଶିନିକେତନ’ ଆଗରେ ଗଲାବେଳେ ରାମକୃଷ୍ଣବାବୁ ଧାଇଁ ଆସି ସଡ଼କର ଲାଲଧୂଳି ଉପରେ ଲମ୍ବହୋଇ ଦଣ୍ଡ ପ୍ରଣାମ କରିଥିଲେ ।

ବର୍ତ୍ତମାନ ବିଦ୍ୟାଳୟର କ୍ରମସବୁ ନିଶୁଣିରେ ଚଢ଼ିବା କ୍ରମରେ ତଳୁ ଉପରକୁ ଗଣା ହେଉଅଛି । କିନ୍ତୁ ପ୍ରାବନ୍ଧିକଙ୍କ ସମୟରେ ଉପରୁ ତଳ ଆଡ଼କୁ ଗଣାଯାଉଥିଲା । ସୁତରାଂ ଆଜିର ସପ୍ତମ ଶ୍ରେଣୀ ଥିଲା ସେ କାଳର ପଞ୍ଚମ ଶ୍ରେଣୀ । ପ୍ରାବନ୍ଧିକ ଦୁର୍ଗାପୂଜା ଛୁଟିର କିଛିଦିନ ପୂର୍ବରୁ ପୁରୀ ଜିଲ୍ଲାସ୍କୁଲରେ ପଞ୍ଚମ ଶ୍ରେଣୀରେ ନାମ ଲେଖାଇଲେ । ବର୍ଷର ବାକି କେତେ ମାସ ତଥା ଚତୁର୍ଥ ଶ୍ରେଣୀ ବର୍ଷଟିର ପଢ଼ାଖର୍ଜ ତାଙ୍କ ପିତା ଜମି ବିକ୍ରିକରି ଚଳାଇଥିଲେ । କାରଣ ପୁନର୍ବାର ରାମକୃଷ୍ଣ ବୋଷଙ୍କ ନିକଟକୁ ଯିବାପାଇଁ ପ୍ରାବନ୍ଧିକଙ୍କର ସାହସ କିମ୍ବା ଇଚ୍ଛା ମଧ୍ଯ ନ ଥିଲା । କାରଣ ରାମକୃଷ୍ଣବାବୁଙ୍କ ପାଖକୁ ପ୍ରଥମେ ଯିବା ଦିନ ତାଙ୍କ ଘରୁ ଜଣେ ବାବୁ ବାହାରି ଆସି ପ୍ରାବନ୍ଧିକଙ୍କୁ ରୋଷେଇବାସ କର କି ବୋଲି ପଚାରିବା ସହିତ ତାଙ୍କର ପୂଜାରୀ ଅଛି ବୋଲି ଟିପ୍‌ପଣୀ ଦେଇଥିଲେ । ଦରିଦ୍ର ହେଲେ ବି ପ୍ରାବନ୍ଧିକ ଥିଲେ ପିତାମାତାଙ୍କର ଗେହ୍ଲା ପୁଅ । ତେଣୁ ପୂଜାରୀ ଆଖ୍ୟା ପାଇବାକୁ ସେ ପ୍ରସ୍ତୁତ ନଥିଲେ ।

ମାତ୍ର ପିତାମାତାଙ୍କ ଅନ୍ତେ କଲେଜରେ ପଢ଼ିବାବେଳେ ପୂଜାରୀଭାବେ ତାଙ୍କୁ ପଢ଼ାଖର୍ଚ୍ଚ ଉଠାଇବାକୁ ହୋଇଥିଲା । ସେ ସମୟରେ ପଲ୍ଲୀର ପୁରୁଷମାନେ, ଆବାଳ-ବୃଦ୍ଧ ପ୍ରାୟ ସମସ୍ତେ ପେଣ୍ଡାବାଳ ରଖୁଥିଲେ । ଯାହାର ପ୍ରଚଳନ ସହର ପିଲାମାନଙ୍କ ମଧ୍ୟରେ ନ ଥିଲା । ତେଣୁ ପ୍ରାବନ୍ଧିକଙ୍କ ମୁଣ୍ଡରେ ପେଣ୍ଡାଏ ବାଳ ଓ କାନରେ ଝୁଲୁଥ‌ିବା ଦୁଇପଟ ପେଟୁଆ ନୋଳି ଦେଖୁ ସମସ୍ତେ ତାଙ୍କୁ ‘ନାଟୁଆ ପିଲା’ ବୋଲି ଚିଡ଼ାଉଥିଲେ । ତା’ ଅପେକ୍ଷା ପୂଜାରୀ ହେବା ସ୍ପୃହଣୀୟ, ତେଣୁ ପୂଜାରୀ ଡାକରେ ପ୍ରାବନ୍ଧିକ ବିଚଳିତ ହେଉ ନଥିଲେ ।

ଅନେକ ବର୍ଷ ପରେ ବିହାର-ଓଡ଼ିଶା ବ୍ୟବସ୍ଥା ପରିଷଦର ସଦସ୍ୟ ଥ‌ିବାବେଳେ ପ୍ରାବନ୍ଧିକ କଲିକତାର ଜଣେ ବାରିଷ୍ଟର ବନ୍ଧୁଙ୍କ ଘରେ ଅତିଥୁ ହୋଇଥିଲେ । ପ୍ରାବନ୍ଧିକ ଗାଧୋଇସାରି ଫେରିବାବେଳେ ବନ୍ଧୁଙ୍କ ପାଞ୍ଚବର୍ଷର ପୁଅ ତାଙ୍କୁ ଦେଖୁ ପଚାରିଲା, ‘ତୁମେ କ’ଣ ରୋଷେୟା ପୂଜାରୀ ?’’ ଏହି ପ୍ରଶ୍ନଟି ପ୍ରାବନ୍ଧିକଙ୍କ ହୃଦୟରେ ବାଇଶବର୍ଷ ତଳର ବିସ୍ତୃତ ଅନୁଭୂତିକୁ ଜାଗ୍ରତ କରିଦେଇଥିଲା । ପିଲାଟିକୁ ନାସ୍ତି ଉତ୍ତର ନଦେଇ ‘ହଁ’, କହିବା ମାତ୍ରେ ସେ ସନ୍ତୁଷ୍ଟ ନହୋଇ ‘ପୂଜାରୀ ତ, ତେବେ ଏତେ ଗୋରା କାହିଁକି ?’’ ବୋଲି ପୁନଃ ପ୍ରଶ୍ନ କରିଥିଲା । ସେହି ପ୍ରଶ୍ନର ଉତ୍ତର ଦେବାପାଇଁ ପ୍ରାବନ୍ଧିକଙ୍କ ବୁଦ୍ଧି ହାର ମାନିଥିଲା ।
ପୈତୃକ ଜମି ବିକ୍ରି ଉପରେ ନିର୍ଭର କରି ପ୍ରାବନ୍ଧିକ ପାଠ ପଢ଼ିଲେ ।

କିନ୍ତୁ ତାଙ୍କର ସମୁଦାୟ ଜମି ଥିଲା ଅଢ଼େଇ ଏକର । ଏକରକ ଉପରେ ବିକ୍ରି ସରିବା ପରେ ରହିଥିଲା ପ୍ରାୟ ଦେଢ଼ ଏକର । ସେହି ଏକରକ ଜମି ବିକ୍ରିରୁ ମିଳିଥିଲା ଷାଠିଏ ଟଙ୍କା । ତେଣୁ ଖର୍ଚ୍ଚ କମାଇ ଅନେକ ଦିନ ଉପବାସ ରହି ପ୍ରାବନ୍ଧିକଙ୍କୁ ଚଳିବାକୁ ପଡ଼ିଛି । ଛାତ୍ରାବାସର ରୋଷେଇ ପାଣ୍ଠିକୁ ନିର୍ଦ୍ଦିଷ୍ଟ ଦିନ ଟଙ୍କା ନ ଦେଲେ ଚାଉଳ ପଡ଼ିବା ବନ୍ଦ ହୋଇଯାଏ । କିନ୍ତୁ ପ୍ରାବନ୍ଧିକ ବନ୍ଦ ଆଦେଶ ମିଳିବା ପୂର୍ବରୁ ଅବସ୍ଥା ବୁଝି ଅନ୍ୟତ୍ର ଖାଇବା କଥା କହି ସମୁଦ୍ରକୂଳ ଯାଇ ପବନ ଖାଆନ୍ତି ।

BSE Odisha 9th Class Odia Solutions Chapter 10 ବାମନର ହାତ ଓ ଆକାଶର ଚନ୍ଦ୍ର

ସୁସଜ୍ଜିତ ଗୁଡ଼ିଆ ଦୋକାନ ଦେଖ୍ ପାଟି ଟାକୁ-ଟାକୁ ହୁଏ ବୋଲି ପ୍ରାବନ୍ଧିକ ପଇସା ଅଭାବରୁ ବଡ଼ଦାଣ୍ଡ ବା ବଡ଼ଦେଉଳକୁ ବେଶି ଯାଆନ୍ତି ନାହିଁ । ଥରେ ସେ ଗୋଟିଏ ପଇସା ନେଇ ସିଂହଦ୍ଵାର ପାଖରେ ଥ‌ିବା ଗୁଡ଼ିଆ ଦୋକାନୀକୁ ପଇସାଟିଏ ଦେଇ ଗୋଟିଏ ଜିନିଷ ଦେଖାଇଦେଲେ । ଦୋକାନୀ ଜିନିଷରୁ ଗୋଟିଏ ଦେବାବେଳେ ପ୍ରାବନ୍ଧିକ ତାକୁ ମିଠା ଲାଗିବ କି ନାହିଁ ବୋଲି ପଚାରିଲେ । ତହୁଁ ଦୋକାନୀ ରାମକୃଷ୍ଣ କଟମଟ କରି ଚାହିଁ କରଚୁଲିରେ ମହୁ ପରି ଅଠାଳିଆ ପଦାର୍ଥ ଆଣି ଚାରି ଛ’ଟୋପା ସେହି ଜିନିଷ ଉପରେ ପକାଇଦେଲା । ଅନେକଦିନ ପରେ ପ୍ରାବନ୍ଧିକ ବୁଝିଲେ ସେହି ଜିନିଷର ନାମ ‘ପୁରି’ ଓ ଦୋକାନୀ ରାମକୃଷ୍ଣ ଅନୁଗ୍ରହ କରି ଦେଇଥ‌ିବା ପଦାର୍ଥର ନାମ ‘ରସ’, ଯେଉଁଥରେ ରସଗୋଲାର ଗୋଲାଶ ଭାସିଥାଏ ।

ସେ ଦୟାପରବଶ ହୋଇ ପ୍ରାବନ୍ଧିକଙ୍କୁ କହିଲେ ଯେ ସେ ମାସିକ କୋଡ଼ିଏ ଟଙ୍କା ବୃଦ୍ଧି ପାଇ କଟକରେ ପଢ଼ିବେ । ମାସିକ ପନ୍ଦର ଟଙ୍କା ଖର୍ଚ୍ଚ ଗଲେ, ଅବଶିଷ୍ଟ ପାଞ୍ଚଟଙ୍କା ପ୍ରାବନ୍ଧିକଙ୍କୁ ଦେବେ, ତେଣୁ ତାଙ୍କର ଚିନ୍ତା କରିବାର ଆବଶ୍ୟକ ନାହିଁ । ସେତେବେଳେ ପ୍ରବେଶିକା ପରୀକ୍ଷା ଫଳ ଉପରେ ସମଗ୍ର ବଙ୍ଗ, ବିହାର ଓ ଓଡ଼ିଶାରେ ପ୍ରଥମ ଦଶଜଣ ପରୀକ୍ଷାର୍ଥୀ ମାସିକ କୋଡ଼ିଏ ଟଙ୍କା ଲେଖାଏଁ ବୃତ୍ତି ପାଉଥିଲେ । ତେଣୁ ସେଥିରୁ ପାଞ୍ଚଟଙ୍କା ପାଇବାର ଆଶା ପ୍ରାବନ୍ଧିକଙ୍କର ବୃଥା ହୋଇଗଲା । ନରେନ୍ଦ୍ର ସିଂହ ଚାରିବର୍ଷ ଫେଲ୍ ହୋଇ ପ୍ରାବନ୍ଧିକଙ୍କ ସହିତ ୧୯୦୬ ମସିହାରେ ପାସ୍ କଲେ ତୃତୀୟ ଶ୍ରେଣୀରେ, ପ୍ରାବନ୍ଧିକ ପାସ୍କକଲେ ଦ୍ଵିତୀୟ ଶ୍ରେଣୀରେ ।

ପ୍ରାବନ୍ଧିକ ସମସ୍ତ ଦୁଃଖକଷ୍ଟ ସହି ମାଟି କାମୁଡ଼ି ପଡ଼ିରହିଲେ । କାରଣ ସେ ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇଥିଲେ । ଚନ୍ଦ୍ର ଆଖୁକୁ ଦାଉ ଦାଉ ହୋଇ ଦିଶୁଥିଲା । କିନ୍ତୁ କେତେ ଦୂରରେ ଥିଲା, ତାହା ସେ ବୁଝିପାରୁ ନ ଥିଲେ । ଶିଶୁ ମା’ କାଖରେ ବସି ଚନ୍ଦ୍ରକୁ ହାତ ବଢ଼ାଇବାବେଳେ ମାଆ ତାକୁ ସାନା ଦେବାକୁ ଯାଇ କହନ୍ତି –

‘ଆ, ଜହ୍ନ ମାମୁ ସରଗ ଶଶୀ,
ମୋ କାହ୍ନୁ ହାତରେ ପଡ଼ରେ ଖସି ।’

ସେହି ଗୀତପଦକ ପ୍ରାବନ୍ଧିକଙ୍କ କାନରେ ବରାବର ପଡୁଥାଏ । ସେହି ମୃଗତୃଷ୍ଣା ରୂପକ ଶିଶୁଗୀତ ପଛରେ ଧାଇଁ ଧାଇଁ ହଜାରକେ ନଅଶହ ଅନେଶତ ନିରାଶ ହୁଅନ୍ତି, କେହି ଜଣେ ଅବା ତାକୁ ଛୁଇଁପାରେ । ସେହି ଦୌଡ଼ ପ୍ରତିଯୋଗିତାରେ ନଅଶହ ଅନେଶତଙ୍କ ଭିତରେ ଜଣେ ହୋଇ ପ୍ରାବନ୍ଧିକ ମଧ୍ଯ ଧାଇଁବାରେ ଲାଗିଲେ ।

ବିଷୟଗତ ଶବ୍ଦ ଓ ଅର୍ଥ :

  • ବାମନ – ଖର୍ବକାୟ ବ୍ୟକ୍ତି ।
  • ଖୋରାକ – ଆହାର ଖାଦ୍ୟଦ୍ରବ୍ୟ ।
  • ପ୍ରବାସ – ବିଦେଶରେ ଥ‌ିବା ବାସସ୍ଥାନ ।
  • ପଉଟି – କୋଡ଼ିଏ ଗୌଣୀ ପରିମାଣ ।
  • ସରବରାକାର – ଖଜଣା ଅସୁଲକାରୀ ଜମିଦାର ବା ସରକାରଙ୍କଠାରେ ଦାଖଲକାରୀ କର୍ମଚାରୀ ।
  • ବହ୍ନି – ନିଅଁ।
  • ବରାବର – ସବୁ ସମୟରେ ।
  • ଆକସ୍ନି – ହଠାତ୍ ।
  • ପ୍ରତିଷିତ – ସ୍ଥାପିତ ।
  • ସଚରାଚର- ସର୍ବତ୍ର ।
  • କ୍ୱଚିତ୍ – କେବେକେବେ ।
  • ଆଚରଣ – କାର୍ଯ୍ୟକଳାପ ।
  • ସ୍ମଳନ – ପତନ ।
  • ପ୍ର।ଞ୍ଜଳ – ପରିଷ୍କାର / ଜଟିଳତାଶୂନ୍ୟ ।
  • ଧର୍ମଭୀରୁ – ଧର୍ମକୁ ଭୟକରୁଥ୍ବା ବ୍ର।ହ୍ମଣ
  • ପୂଜାରୀ – ଖାଦ୍ୟ ପ୍ରସ୍ତୁତ କରୁଥିବା ବ୍ରାହ୍ମଣ ।
  • ପୈତୃକ ଜମି – ବାପ ଅମଳର ଜମି ।
  • ମୄଗତୄଷା – ମରୀଚିକ। / ପ୍ରଖର କିରଣରେ ଜଳର ଭ୍ରମ ।
  • କଚୁଆନ – ଘୋଡ଼ାଗାଡ଼ିର ଚାଳକ ।
  • ହେତୁ – କାରଣ ।
  • ନୈରାଶ୍ୟ – ଆଶାଶୂନ୍ୟ ।
  • ଦରିଦ୍ର କୁଟୀର – ଗରିବ ଘର ।
  • ସର୍ଜନା – ତିଆରି ।
  • ଲେଉଟ ଚକୁଳି – ବିଶ୍ଵାସ ଅଛି, ଘରର କୌଣସି ବ୍ୟକ୍ତି ବିଦେଶ ଗମନ କରୁଥିବାବେଳେ ତାକୁ ଲେଉଟ ଚକୁଳି ପିଠା ଖାଇବାକୁ ଦେଲେ, ସେ ଘରକୁ ଶୀଘ୍ର ଫେରି ଆସିଥାଏ ।
  • ତୀବ୍ର ଦୃଷ୍ଟି – ଶାଣିତ ଦୃଷ୍ଟି ।
  • ଲାଞ୍ଛନା – ମନସ୍ତାପ, ଅପମାନ ।
  • ମାରାମକ – ଭୟଙ୍କର, ଗୁରୁତ୍ଵପୂର୍ଣ୍ଣ ।
  • ବ୍ୟ।କୁଳ – ବିକଳ ।
  • କନ୍ୟ।ଶୁଳ୍କ – ବିବାହର ପଣ, ଯୌତୁକ ।
  • ବିସ୍ନତ – ବିସ୍ମରଣ ହୋଇଥିବା ।
  • କୋଠ ରୋଷେଇ – ସମ୍ମିଳିତ ରୋଷେଇ ।
  • ଶୁଳ୍କ – ମାସୁଲ / ବିବାହରେ ପଣ / ଯୌତୁକ ।
  • ବିସୁଖ – ଦୁଃଖ ।
  • ଏକର – ପଚିଶ ଗୁଣ ପରିମାଣର ଜମି।
  • ଏକଗୁଣ – ଚାରି ଡିସିମିଲ ପରିମାଣର ଜମି ।

BSE Odisha 9th Class Odia Grammar କାରକ ଓ ବିଭକ୍ତି

Odisha State Board BSE Odisha 9th Class Odia Solutions କାରକ ଓ ବିଭକ୍ତି Textbook Exercise Questions and Answers.

BSE Odisha Class 9 Odia Grammar କାରକ ଓ ବିଭକ୍ତି

A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
Question 1.
କାରକ କାହାକୁ କୁହାଯାଏ ?
Answer:
ବାକ୍ୟ ମଧ୍ଯରେ କ୍ରିୟାପଦ ସହିତ ଅନ୍ୟ ପଦଗୁଡ଼ିକର ଯେଉଁ ସମ୍ବନ୍ଧ ରହିଥାଏ ତାହାକୁ କାରକ କୁହାଯାଏ ।

Question 2.
କର୍ତ୍ତାକାରକ କାହାକୁ କୁହାଯାଏ ?
Answer:
‘‘ବାକ୍ୟରେ ଯେ କ୍ରିୟା ସଂପାଦନ କରେ, କରାଏ ଅଥବା ଯାହା ବିଷୟରେ କ୍ରିୟା କୁହାଯାଇଥାଏ ତାହା କର୍ତ୍ତାକାରକ ।’’

Question 3.
ପ୍ରୟୋଜକ କର୍ତ୍ତା କାହାକୁ କୁହାଯାଏ ?
Answer:
ଯେଉଁ କର୍ତ୍ତା ଅନ୍ୟଦ୍ୱାରା କ୍ରିୟା ସଂପାଦନ କରେ ତାହାକୁ ‘ପ୍ରଯୋଜକ କର୍ତ୍ତା’ କୁହାଯାଏ ।

Question 4.
ପ୍ରଯୋଜ୍ୟ କର୍ତ୍ତା କୁହାଯାଏ ?
Answer:
କର୍ତ୍ତା ଯାହାଦ୍ୱାରା କ୍ରିୟ ସମ୍ପାଦନ କରାଏ ତାହାକୁ ‘ପ୍ରଯୋଜ୍ୟ କର୍ତ୍ତା’ କହନ୍ତି ।

Question 5.
କର୍ମକାରକ କାହାକୁ କୁହାଯାଏ ?
Answer:
କର୍ତ୍ତାର କ୍ରିୟା ସାଧନରେ ଯାହା ଅଭିଳଷିତ ବା ଅବଲମ୍ବିତ ତାହା କର୍ମକାରକ । ଯଥା – ଶିକ୍ଷକ ଛାତ୍ରକୁ ଡାକିଲେ ।

BSE Odisha 9th Class Odia Grammar କାରକ ଓ ବିଭକ୍ତି

Question 6.
ମୁଖ୍ୟ କର୍ମ କାହାକୁ କୁହାଯାଏ ?
Answer:
କ୍ରିୟା ସହିତ ଯେଉଁ କର୍ମ ପଦ ସିଧାସଳଖ ଜଡ଼ିତ ତାହା ମୁଖ୍ୟ କର୍ମ ।

Question 7.
ଗୌଣ କର୍ମ କାହାକୁ କୁହାଯାଏ ?
Answer:
ମୁଖ୍ୟ କର୍ମକୁ ଯେଉଁ କର୍ମ ଅନୁସରଣ କରିଥାଏ ତାହା ଗୌଣ କର୍ମ କୁହାଯାଏ ।

Question 8.
କରଣ କାରକ କାହାକୁ କୁହାଯାଏ ?
Answer:
‘ଯାହା ସାହାଯ୍ୟରେ କ୍ରିୟା ସାଧୂ ହୁଏ ବା କ୍ରିୟା ସାଧନରେ ଯିଏ ପ୍ରକୃଷ୍ଟ କାର୍ଯ୍ୟକାରୀ ତାହା କରଣ କାରକ ।’ ଯଥା –
ସେ କଲମରେ ଲେଖୁଛି ।

Question 9.
ସଂପ୍ରଦାନ କାରକ କାହାକୁ କୁହାଯାଏ ?
Answer:
ଯାହାକୁ କୌଣସି ବସ୍ତୁ ସମ୍ୟକ୍ ବା ସଂପୂର୍ଣ୍ଣ ଭାବେ ଦାନ କରାଯାଏ, ତାହାର ସଂପ୍ରଦାନ କାରକ ହୁଏ । ଯଥା –
କପିଳେନ୍ଦ୍ରଦେବ ଶ୍ରୀମନ୍ଦିରକୁ ଶହେ ମହଣ ସୁନା ଦାନ କରିଥିଲେ ।

Question 10.
ଅପାଦାନ କାରକ କାହାକୁ କୁହାଯାଏ ?
Answer:
କ୍ରିୟାଦ୍ଵାରା ଗୋଟିଏ ବସ୍ତୁ ଅନ୍ୟବସ୍ତୁଠାରୁ ବିଚ୍ଛିନ୍ନ ହେଲେ ତାହାଠାରେ ‘ଅପାଦାନ କାରକ’ ହୋଇଥାଏ । ଯଥା –
କାଲି ମନ୍ଦିରରୁ ପଥର ଖସିଲା ।

Question 11.
ଅଧ୍ଵରଣ କାରକ କାହାକୁ କୁହାଯାଏ ?
Answer:
କ୍ରିୟା ଯେଉଁ ସ୍ଥାନରେ ଅଥବା ଯେଉଁ ସମୟରେ ସାଧୂ ହୁଏ, ସେହି ସ୍ଥାନ ଓ ସମୟସୂଚକ ପଦର ଅଧିକରଣ କାରକ ହୁଏ । ଯଥା –
ପୂର୍ଣ୍ଣମୀରେ ପ୍ରବଳ ଜୁଆର ଉଠେ ।

BSE Odisha 9th Class Odia Grammar କାରକ ଓ ବିଭକ୍ତି

Question 12.
ସ୍ଥାନାଧ୍ଵରଣ କାରକ କାହାକୁ କୁହାଯାଏ ?
Answer:
ବାକ୍ୟରେ ଯେଉଁ ପଦଦ୍ୱାରା ସ୍ଥାନ ସୂଚିତ ହୁଏ, ତାହା ସ୍ଥାନାଧ୍ଵରଣ ପଦ । ଯଥା –
ସେ ହେଟେଲରେ ଖାଇଲା ।

B ଗୋଟିଏ ପଦରେ ଉତ୍ତର ଲେଖ ।
Question 1.
କାରକ କେତେ ପ୍ରକାରର ?
Answer:
୬ ପ୍ରକାର

Question 2.
କର୍ତ୍ତା କାରକରେ କେଉଁ ବିଭକ୍ତି ହୁଏ ?
Answer:
ପ୍ରଥମ ବିଭକ୍ତି

Question 3.
ସାଧାରଣତଃ କ୍ରିୟାପଦ ପୂର୍ବରୁ କିଏ ବା କ’ଣ ଲଗାଇ ପ୍ରଶ୍ନ କଲେ ଉତ୍ତରରେ ଯାହା ଆସେ ତାହା କେଉଁ କାରକ ?
Answer:
କର୍ତ୍ତା କାରକ

Question 4.
ବିବେକାନନ୍ଦ ଆମେରିକାରେ ଓଜସ୍ୱ ନୀ ଭାଷଣ ଦେଇଥିଲେ । – ରେଖାଙ୍କିତ ପଦଟି କେଉଁ କାରକ ଅଟେ ?
Answer:
କର୍ତ୍ତା କାରକ

Question 5.
ଯେଉଁ ବର୍ଣ୍ଣ ବା ବର୍ଣ୍ଣସମଷ୍ଟି ଦ୍ୱାରା ସଂଖ୍ୟା, କାରକ ସୂଚିତ ହୁଏ ତାହାକୁ କ’ଣ କୁହାଯାଏ ?
Answer:
ବିଭକ୍ତି

Question 6.
ବାକ୍ୟ ମଧ୍ଯରେ କ୍ରିୟାପଦ ସହିତ ସମ୍ପର୍କ ନଥାଇ ଯେଉଁ ପଦର ଅନ୍ୟ ବିଶେଷ୍ୟ ପଦ ସହିତ ସମ୍ପର୍କ ଥାଏ ତାକୁ କ’ଣ କୁହାଯାଏ ?
Answer:
ସମ୍ୱନ୍ଧ ପଦ

Question 7.
‘ନିଜ ଦୋଷରୁ ପ୍ରାଣୀ କଷ୍ଟ ପାଏ’ – ଏଠାରେ କେଉଁ କାରଣରୁ ୫ମୀ ବିଭକ୍ତି ହୋଇଛି ?
Answer:
ହେତୁ ଅର୍ଥରେ

Question 8.
ପବନର ପୁତ୍ର – ଏଠାରେ କେଉଁ ଅର୍ଥରେ ଷଷ୍ଠୀ ବିଭକ୍ତି ହୋଇଛି ?
Answer:
ଜନ୍ୟ ଜନକ ସମ୍ବନ୍ଧ

Question 9.
ବାକ୍ୟ ମଧ୍ୟରେ କ୍ରିୟାପଦ ସହିତ ଅନ୍ୟ ପଦମାନଙ୍କର ଯେଉଁ ସମ୍ବନ୍ଧ ଥାଏ, ତା’କୁ କ’ଣ କହନ୍ତି ?
Answer:
କାରକ

BSE Odisha 9th Class Odia Grammar କାରକ ଓ ବିଭକ୍ତି

Question 10.
ଲୋକଟି ଲଙ୍ଗଳରେ ଚାଷ କରୁଛି । (ରେଖାରୂଢ଼ି ପଦର କାରକ ନିର୍ଣ୍ଣୟ କର ।)
Answer:
କରଣକାରକ

Question 11.
ବିଭକ୍ତି କେତେ ଭାଗରେ ବିଭକ୍ତ ?
Answer:
୭ ଭାଗରେ

Question 12.
ନବମ ଶ୍ରେଣୀରେ ଉମାଭାରତୀ ବୋଲି ଝିଅଟିଏ ପଢୁଛି । (ରେଖାଙ୍କିତ ପଦର ସକାରଣ ବିଭକ୍ତି ନିର୍ଣ୍ଣୟ କର ।)
Answer:
ଅବ୍ୟୟଯୋଗେ ୧ମା

Question 13.
ପିଲାମାନେ ବିଦ୍ୟାଳୟକୁ ଯାଉଛନ୍ତି । (ବାକ୍ୟରେ ଥିବା କର୍ମପଦ ଚିହ୍ନାଅ ।)
Answer:
ବିଦ୍ୟାଳୟକୁ

Question 14.
‘ଅନୁସାରେ’ ଏହି ଅର୍ଥ ବୁଝାଇବା ପାଇଁ କେଉଁ ବିଭକ୍ତି ?
Answer:
୨ୟା

Question 15.
ମୂର୍ଖକୁ ଧ୍ଵ । ରେଖାଙ୍କିତ ପଦଟିର ସକାରଣ ବିଭକ୍ତି ନିର୍ଣ୍ଣୟ କରୁଣ ଳଗ ।
Answer:
‘ଧୂକ୍’ ଯୋଗେ ୨ୟା

C ଶୂନ୍ୟସ୍ଥାନ ପୂରଣ କର ।
1. ଯେ କ୍ରିୟା ସମ୍ପାଦନ କରେ, ତା’କୁ __________________ କୁହାଯାଏ ।
Answer:
କର୍ତ୍ତା

2. ଯେଉଁ କର୍ତ୍ତା ନିଜେ କ୍ରିୟା ସମ୍ପାଦନ ନ କରି ଅନ୍ୟଦ୍ୱାରା କରାଏ, ତାକୁ ______________ କର୍ତ୍ତା କୁହାଯାଏ ।
Answer:
ପ୍ରୟୋଜକ

3. କର୍ତ୍ତା ଯାହାଦ୍ଵାରା କାର୍ଯ୍ୟ କରାଏ, ତାହାକୁ _________________ କର୍ତ୍ତା କୁହାଯାଏ ।
Answer:
ପ୍ରୟୋଜ୍ୟ

BSE Odisha 9th Class Odia Grammar କାରକ ଓ ବିଭକ୍ତି

4. କପିଳେନ୍ଦ୍ର ଦେବ ଏକ ବିଶାଳ ରାଜ୍ୟ ପ୍ରତିଷ୍ଠା କରିଥିଲେ । – ଏହି ବାକ୍ୟରେ ଥ‌ିବା କର୍ତ୍ତାପଦଟି __________________ ।
Answer:
କପିଳେନ୍ଦ୍ରଦେବ

5. କର୍ଭର କ୍ରିୟା ସାଧନରେ ଯାହା ଅଭିଳଷିତ, ତାକୁ ______________________ କୁହାଯାଏ ।
Answer:
କର୍ମ

6. ଯାହା ସାହାଯ୍ୟରେ କ୍ରିୟା ସାଧୁତ ହୁଏ, ତାକୁ _________________________ କହନ୍ତି ।
Answer:
କରଣ

7. ଯାହାକୁ କୌଣସି ବସ୍ତୁ ସମ୍ୟରୂପେ ଦାନ କରାଯାଏ, ତାକୁ _______________________ କାରକ କୁହାଯାଏ ।
Answer:
ସମ୍ପ୍ରଦାନ

8. ସମ୍ପ୍ରଦାନ କାରକରେ _____________________ ବିଭକ୍ତି ହୁଏ ।
Answer:
୪ର୍ଥୀ

9. କରଣ କାରକରେ ___________________ ବିଭକ୍ତି ହୁଏ ।
Answer:
୩ୟା

10. କର୍ମ କାରକରେ _________________ ବିଭକ୍ତି ହୁଏ ।
Answer:
୨ୟା

D ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ଯେ କ୍ରିୟା-ସମ୍ପାଦନ କରେ, ତା’କୁ କ’ଣ କୁହାଯାଏ ?
(A) କର୍ତ୍ତୃକାରକ
(B) କର୍ମକାରକ
(C) ପ୍ରୟୋଜନ କର୍ତ୍ତା
(D) କରଣକାରକ
Answer:
(A) କର୍ତ୍ତୃକାରକ

BSE Odisha 9th Class Odia Grammar କାରକ ଓ ବିଭକ୍ତି

2. ଯେଉଁ କର୍ମା ନିଜେ କ୍ରିୟା ସମ୍ପାଦନ ନ କରି ଅନ୍ୟଦ୍ୱାରା କରାଏ, ତାକୁ କି କର୍ତ୍ତା କୁହାଯାଏ ?
(A) କର୍ରା
(B) ପ୍ରୟୋଜନ କର୍ତ୍ତା
(C) ପ୍ରୟୋଜ୍ୟ କର୍ତ୍ତା
(D) ଅନୁକ୍ତ କର୍ତ୍ତା
Answer:
(B) ପ୍ରୟୋଜନ କର୍ତ୍ତା

3. କର୍ତ୍ତା ଯାହାଦ୍ଵାରା କାର୍ଯ୍ୟ କରାଏ, ତାହାକୁ କି କର୍ତ୍ତା କୁହାଯାଏ ?
(A) ପ୍ରୟୋଜକ କର୍ତ୍ତା
(B) ପ୍ରୟୋଜ୍ୟ କର୍ତ୍ତା
(C) ଅପ୍ରଧାନ କର୍ତ୍ତା
(D) ପ୍ରଧାନ କର୍ତ୍ତା
Answer:
(B) ପ୍ରୟୋଜ୍ୟ କର୍ତ୍ତା

4. କପିଳେନ୍ଦ୍ର ଦେବ ଏକ ବିଶାଳ ରାଜ୍ୟ ପ୍ରତିଷ୍ଠା କରିଥିଲେ । – ଏହି ବାକ୍ୟରେ ଥ‌ିବା କର୍ରାପଦ ଚିହ୍ନାଅ ।
(A) ବିଶାଳ
(B) ରାଜ୍ୟ
(C) କପିଳେନ୍ଦ୍ରଦେବ
(D) ପ୍ରତିଷ୍ଠା
Answer:
(C) କପିଳେନ୍ଦ୍ରଦେବ

5. କର୍ତ୍ତାର କ୍ରିୟା ସାଧନରେ ଯାହା ଅଭିଳଷିତ, ତାକୁ କ’ଣ କୁହାଯାଏ ?
(A) କରଣ
(B) ସମ୍ପ୍ରଦାନ
(C) ଅଷ୍କରଣ
(D) କର୍ମ
Answer:
(D) କର୍ମ

6. ଯାହା ସାହାଯ୍ୟରେ କ୍ରିୟା ସାଧୂ ହୁଏ, ତାକୁ କ’ଣ କହନ୍ତି ?
(A) କର୍ମ
(B) କର୍ତ୍ତା
(C) କରଣ
(D) ସମ୍ପ୍ରଦାନ
Answer:
(C) କରଣ

7. ଯାହାକୁ କୌଣସି ବସ୍ତୁ ସମ୍ୟକ୍‌ରୂପେ ଦାନ କରାଯାଏ, ତାକୁ କି କାରକ କୁହାଯାଏ ?
(A) କରଣ କାରକ
(B) କର୍ମ କାରକ
(C) ଅପାଦାନ କାରକ
(D) ସମ୍ପ୍ରଦାନ କାରକ
Answer:
(D) ସମ୍ପ୍ରଦାନ କାରକ

BSE Odisha 9th Class Odia Grammar କାରକ ଓ ବିଭକ୍ତି

8. ସମ୍ପ୍ରଦାନ କାରକରେ କେଉଁ ବିଭକ୍ତି ହୁଏ ?
(A) ୩ୟା
(B) ୨ୟା
(C) ୫ମୀ
(D) ୪ର୍ଥ।
Answer:
(D) ୪ର୍ଥ।

9. କରଣ କାରକରେ କେଉଁ ବିଭକ୍ତି ହୁଏ ?
(A) ୨ୟା
(B) ୩ୟା
(C) ୪ର୍ଥ।
(D) ୫ମୀ
Answer:
(B) ୩ୟା

10. କର୍ମ କାରକରେ କେଉଁ ବିଭକ୍ତି ହୁଏ ?
(A) ୩ୟ
(B) ୧ମା
(C) ୨ୟା
(D) ୪ର୍ଥ।
Answer:
(C) ୨ୟା

11. କାରକ କେତେ ପ୍ରକାରର ?
(A) ୬
(B) ୫
(C) ୭
(D) ୪
Answer:
(A) ୬

12. କର୍ତ୍ତା କାରକରେ କେଉଁ ବିଭକ୍ତି ହୁଏ ?
(A) ଦ୍ଵିତୀୟା
(B) ପ୍ରଥମା
(C) ତୃତୀୟା
(D) ଚତୁର୍ଥୀ
Answer:
(B) ପ୍ରଥମା

13. ସାଧାରଣତଃ କ୍ରିୟାପଦ ପୂର୍ବରୁ କିଏ ବା କ’ଣ ଲଗାଇ ପ୍ରଶ୍ନ କଲେ ଉତ୍ତରରେ ଯାହା ଆସେ ତାହା କେଉଁ କାରକ ?
(A) କର୍ତ୍ତା କାରକ
(B) କର୍ମ କାରକ
(C) ଅପାଦାନ କାରକ
(D) ଅଧ୍ୟାକରଣ କାରକ
Answer:
(A) କର୍ତ୍ତା କାରକ

BSE Odisha 9th Class Odia Grammar କାରକ ଓ ବିଭକ୍ତି

14. ବିବେକାନନ୍ଦ ଆମେରିକାରେ ଓଜସ୍ବିନୀ ଭାଷଣ ଦେଇଥିଲେ । – ରେଖାଙ୍କିତ ପଦଟି କେଉଁ କାରକ ଅଟେ ?
(A) କର୍ତ୍ତା କାରକ
(B) କରଣ କାରକ
(C) ଅପାଦ କାରକ
(D) କର୍ମ କାରକ
Answer:
(A) କର୍ତ୍ତା କାରକ

15. ଯେଉଁ ବର୍ଣ୍ଣ ବା ବର୍ଣ୍ଣସମଷ୍ଟି ଦ୍ୱାରା ସଂଖ୍ୟା, କାରକ ସୂଚିତ ହୁଏ ତାହାକୁ କ’ଣ କୁହାଯାଏ ?
(A) ବିଭକ୍ତି
(B) କାରକ
(C) ସମ୍ବନ୍ଧ ପଦ
(D) ଅବ୍ୟୟପଦ
Answer:
(A) ବିଭକ୍ତି

CHSE Odisha Class 12 Psychology Unit 1 Objective Questions in Odia Medium

Odisha State Board CHSE Odisha Class 12 Psychology Solutions Unit 1 ଜୀବନବ୍ୟାପୀ ବିକାଶ & ସ୍ଵୟଂ ତଥା ବ୍ୟକ୍ତିତ୍ଵ Objective Questions.

CHSE Odisha 12th Class Psychology Unit 1 Objective Questions in Odia Medium

ସମ୍ଭାବ୍ୟ ଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତର ବାଛି ଲେଖ ।
୧। ବିକାଶ କାହା ଦ୍ଵାରା ପ୍ରଭାବିତ ହୋଇଥାଏ ?
(କ) ପରିପକ୍ଵନ ଏବଂ ଶିକ୍ଷଣ
(ଖ) କେବଳ ଶିକ୍ଷଣ
(ଗ) କେବଳ ପରିପକ୍ବନ
(ଘ) ଅନ୍ୟ।ନ୍ୟ
Answer:
(କ) ପରିପକ୍ଵନ ଏବଂ ଶିକ୍ଷଣ

୨। ଗର୍ଭଧାରଣରୁ ଜନ୍ମ ପର୍ଯ୍ୟନ୍ତ ସମୟର ନାମ କ’ଣ ?
(କ) ପ୍ରାକ୍ ବାଲ୍ୟାବସ୍ଥା
(ଖ) ପ୍ରାକ୍ ଜନନ ଅବସ୍ଥା
(ଗ) ଭୃଣାବସୁ
(ଘ) ଗର୍ଭାବସ୍ଥା
Answer:
(ଖ) ପ୍ରାକ୍ ଜନନ ଅବସ୍ଥା

୩। ମଣିଷର ପ୍ରତ୍ୟେକ କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନକୁ କ’ଣ କୁହାଯାଏ ?
(କ) ବୃଦ୍ଧି
(ଖ) ବିକାଶ
(ଗ) ବୟସ
(ଘ) ବ୍ୟବହାର
Answer:
(ଖ)ବିକାଶ

୪। ମନୁଷ୍ୟର କ୍ରମିକ ଓ ପ୍ରଗତିଶୀଳ ପରିବର୍ତ୍ତନକୁ କ’ଣ କୁହାଯାଏ ?
(କ) ବୃଦ୍ଧି
(ଖ) ବୟସ
(ଗ) ବ୍ୟବହାର
(ଘ) ବିକାଶ
Answer:
(ଘ) ବିକାଶ

୫। ସ୍ଥୂଳ ଓ ସୂକ୍ଷ୍ମ ଗୁଣାତ୍ମକ କୌଶଳ ଶିଶୁଟିର କେଉଁ ସମୟରେ ଦେଖା ଦେଇଥାଏ ?
(କ) ଶୈଶବାବସ୍ଥା
(ଖ) ବାଲ୍ୟାବସ୍ଥା
(ଗ) ପ୍ରାକ୍ – ପ୍ରସବାବସ୍ଥ।
(ଘ) କିଶୋରାବସ୍ଥା
Answer:
(କ) ଶୈଶବାବସ୍ଥା

୬। ନିଜ ପ୍ରତି ଧ୍ୟାନ ଆକର୍ଷିତ କରିବାର ପ୍ରବୃତ୍ତିକୁ କ’ଣ କୁହାଯାଏ ?
(କ) ପରକୈନ୍ଦ୍ରିକତା
(ଖ) ଆତ୍ମକୈନ୍ଦ୍ରିକତା
(ଗ) ଆତ୍ମ ନିର୍ଭରଶୀଳତା
(ଘ) ଆତ୍ମ ପରିଚୟ
Answer:
(ଖ) ଆତ୍ମକୈନ୍ଦ୍ରିକତା

CHSE Odisha Class 12 Psychology Unit 1 Objective Questions in Odia Medium

୭। ନବଜାତ ଶିଶୁ ଉଦ୍ଦୀପକ ପ୍ରତି ଦେଖାଉଥ‌ିବା ସ୍ଵଚାଳିତ ଅନୁକ୍ରିୟାକୁ କ’ଣ କୁହାଯାଏ ?
(କ) ବ୍ୟବହାର
(ଖ) ପ୍ରତିବର୍ତ୍ତ
(ଗ) ସ୍ଵାବଲମ୍ବନଶୀଳତା
(ଘ) ସମୟାନୁବତ୍ତତା
Answer:
(ଖ) ପ୍ରତିବର୍ତ୍ତ

୮। ସାମାଜିକୀକରଣ ପ୍ରକ୍ରିୟା କେଉଁଠାରେ ଆରମ୍ଭ ହୋଇଥାଏ ?
(କ) ଗୃହ
(ଖ) ବିଦ୍ୟ
(ଗ) କ୍ରୀଡ଼ା ପ୍ରାଙ୍ଗଣ
(ଘ) ପରିବେଶ
Answer:
(କ)ଗୃହ

୯। କୌଣସି ବିଶେଷଧରଣର ବ୍ୟବହାରର ଆବିର୍ଭାବ ସମୟକୁ କ’ଣ କୁହାଯାଇଥାଏ ?
(କ) କ୍ରାନ୍ତିକ ପର୍ଯ୍ୟାୟ
(ଖ) ଅଙ୍କୁରଣ ପର୍ଯ୍ୟାୟ
(ଗ) ଭୃଣ ପର୍ଯ୍ୟାୟ
(ଘ) ସମ୍ବେଦନଶୀଳ ଅବସ୍ଥା
Answer:
(କ)କ୍ରାନ୍ତିକ ପର୍ଯ୍ୟାୟ

୧୦ । ଜନ୍ମଠାରୁ ଏକମାସ ହେବା ପର୍ଯ୍ୟନ୍ତ ବୟସର ଶିଶୁକୁ କ’ଣ କୁହାଯାଏ ?
(କ) ନବଜାତ
(ଖ) ଭୃଣ
(ଗ) ଶିଶୁ
(ଘ) ଫେଟସ
Answer:
(କ)ନବଜାତ

୧୧। ବ୍ୟକ୍ତିତ୍ବକୁ ଅନ୍ତର୍ମୁଖୀ, ଓ ବହିର୍ମୁଖୀ ରୂପେ ଦୁଇଟି ଶ୍ରେଣୀରେ କିଏ ବର୍ଗୀକରଣ କରିଥିଲେ ?
(କ) କ୍ୟାଟେଲ
(ଖ) ଆଲପୋର୍ଟ
(ଗ) ୟୁଇ
(ଘ) ସେଲଡ଼ନ୍
Answer:
(ଗ)ୟୁଙ୍ଗ୍

୧୨। ବ୍ୟକ୍ତିତ୍ଵ ଆକଳନ ନିମନ୍ତେ କାଳିଛିଟା ପରୀକ୍ଷଣ କିଏ ବିକଶିତ କରିଥିଲେ ?
(କ) ବି. ପି ମୁଥେୟା
(ଖ) ରୋର୍ଶ।କ୍
(ଗ) ମର୍ଗାନ
(ଘ) ହାରିସନ୍ ଗଫ୍
Answer:
(ଖ)ରୋର୍ଶକ୍

୧୩। ବ୍ୟକ୍ତି ନିଜର ଶାରୀରିକ, ମାନସିକ ଏବଂ ସାମାଜିକ ଗୁଣାବଳୀ ସମ୍ବନ୍ଧୀୟ ବିକଶିତ ଧାରଣାକୁ କ’ଣ କୁହାଯାଏ ?
(କ) ସ୍ଵପ୍ରତ୍ୟୟ
(ଖ) ଶୀଳଗୁଣ
(ଗ) ବ୍ୟକ୍ତିତ୍ବ
‍(ଘ) ଅନ୍ୟ।ନ୍ୟ
Answer:
(କ) ସ୍ଵପ୍ରତ୍ୟୟ

୧୪। ହିପୋକ୍ରେଟସ୍ କେଉଁ ପ୍ରାଚୀନ ଦେଶର ଭେଷଜ ବିଜ୍ଞାନୀ ଅଟନ୍ତି ?
(କ) ଗ୍ରୀସ୍
(ଖ) ଭାରତ
(ଗ) ଚୀନ୍
(ଘ) ସ୍ବିଜରଲାଣ୍ଡ୍
Answer:
(କ) ଗ୍ରୀସ୍

CHSE Odisha Class 12 Psychology Unit 1 Objective Questions in Odia Medium

୧୫। ନିଜର ସାମର୍ଥ୍ୟକୁ ବାସ୍ତବ ରୂପ ଦେବାର ଅଭିଳାଷକୁ କ’ଣ କୁହାଯାଏ ?
(କ) ଆତ୍ମସିଦ୍ଧି
(ଖ) ସ୍ଵଚେତନା
(ଗ) ସ୍ୱଦକ୍ଷତା
(ଘ) ସ୍ୱପରିଚୟ
Answer:
(କ)ଆତ୍ମସିଦ୍ଧି

୧୬। ଅନ୍ୟମାନଙ୍କ ସହିତ ସମାନତା ଓ ଅସମାନତା ଆଧାରରେ ନିଜର ସ୍ଵତନ୍ତ୍ରତାକୁ ଅନୁଭବ କରିବାକୁ କ’ଣ କୁହାଯାଏ ?
(କ) ସ୍ଵଚେତନା
(ଖ) ସ୍ଵପରିଚୟ
(ଗ) ସ୍ଵଦକ୍ଷତା
(ଘ) ଆତ୍ମସିଦ୍ଧି
Answer:
(ଖ) ସ୍ଵପରିଚୟ

୧୭। “ ପରସୋନା” କେଉଁ ଭାଷାର ଏକ ଶବ୍ଦ ଅଟେ ?
(କ) ଗ୍ରୀକ୍
(ଖ) ଲାଟିନ୍
(ଗ) ଇଂରାଜୀ
(ଘ) ସଂସ୍କୃତ
Answer:
(କ) ଗ୍ରୀକ୍

୧୮। କ୍ରେଚମର ବ୍ୟକ୍ତିତ୍ଵକୁ କେତେଗୋଟି ବର୍ଗରେ ବିଭକ୍ତ କରିଅଛନ୍ତି ?
(କ) ୩
(ଖ) ୨
(ଗ) ୪
(ଘ) ୫
Answer:
(କ) ୩

୧୯। ନିର୍ଦ୍ଦିଷ୍ଟ କ୍ଷେତ୍ରରେ ନିଜର ପ୍ରତିଭା ବା ସାମର୍ଥ୍ୟ କେତେ, ଏହାର ଧାରଣାକୁ କ’ଣ କହନ୍ତି ?
(କ) ସ୍ଵଦକ୍ଷତା
(ଖ) ସ୍ଵଚେତନା
(ଗ) ଆତ୍ମସିଦ୍ଧି
(ଘ) ସ୍ୱପ୍ରତ୍ୟୟ
Answer:
(କ) ସ୍ଵଦକ୍ଷତା

୨୦। ସର୍ବପ୍ରଥମେ କିଏ ଶୀଳଗୁଣ ସିଦ୍ଧାନ୍ତ ପ୍ରଦାନ କରିଥିଲେ ?
(କ) ସେଲଡ଼ନ
(ଖ) ଆଲ୍‌ପୋର୍ଟ
(ଗ) କେଚନର
(ଘ) ହିପୋକ୍ରେଟସ୍
Answer:
(ଖ) ଆଲପୋର୍ଟ

ଶୂନ୍ୟସ୍ଥାନ ପୂରଣ କର

ସମ୍ଭାବ୍ୟ ଉତ୍ତରମାନଙ୍କ ମଧ୍ୟରୁ ଉପଯୁକ୍ତ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
୧। ଗୋଟିଏ ନିଷିକ୍ତ ଡିମ୍ବାଣୁ ପ୍ରାୟ _____________________ ଦିନ ମଧ୍ୟରେ ଏକ ନବଜାତ ଶିଶୁରେ ପରିଣତ ହୁଏ।
(କ) ୩୦୦
(ଖ) ୩୧୦
(ଗ)୨୮୦
(ଘ) ୨୭୦
Answer:
(ଗ)୨୮୦

CHSE Odisha Class 12 Psychology Unit 1 Objective Questions in Odia Medium

୨। ମାତୃଗର୍ଭରେ ଶିଶୁଟି ପ୍ରାୟ _________________ ସପ୍ତାହ ରହିଥାଏ ।
(କ) ୪୦
(ଖ) ୨୧
(ଗ) ୩୬
(ଘ) ୩୮
Answer:
(କ)୪୦

୩। ବିକାଶର ଅଧୁକାଂଶ ଲକ୍ଷଣ __________________ଅଟେ ।
(କ)ସହସମ୍ବନ୍ଧୀୟ
(ଖ) ଅସହସମ୍ବନ୍ଧୀୟ
(ଗ) ପରିବର୍ତ୍ତନୀୟ
(ଘ) ଅପରିବର୍ତ୍ତନୀୟ
Answer:
(କ)ସହସମ୍ବନ୍ଧୀୟ

୪। ଗୋଟିଏ ନିଷିକ୍ତ ଡିମ୍ବାଣୁକୁ __________________ କୁହାଯାଏ ।
(କ) ଆଦ୍ୟଭ୍ରୂଣ
(ଖ) ଏକ ଯୁଗ୍ମଜ
(ଗ) ଏକ ପରିପକ୍ଵ ଭ୍ରୂଣ
(ଘ) ଅନ୍ୟ।ନ୍ୟ
Answer:
(ଖ)ଏକ ଯୁଗ୍ମଜ

୫। _____________________ ଜନନସୂତ୍ରିକା ଝିଅ ଜନ୍ମ ପାଇଁ ଦାୟୀ ।
(କ) XX
(ଖ) XY
(ଗ) YY
(ଘ) XXY
Answer:
(କ) XX

୬। ପ୍ର।କଜନନ କାଳରେ _________________________ ମାଧ୍ୟମରେ ଶିଶୁ ମାଆଠାରୁ ଖାଦ୍ୟ ଗ୍ରହଣ କରେ ।
(କ) ଗର୍ତ୍ତନାଳ
(ଖ) ଗର୍ଭାଶୟ
(ଗ) ଡିମ୍ବାଣୁ
(ଘ) ଗର୍ତ୍ତଫୁଲ
Answer:
(କ) ଗର୍ଭନାଳ

୭। ଶୁକ୍ରାଣୁ ଓ ଡିମ୍ବାଣୁ __________________ ମିଳନରେ ସୃଷ୍ଟି ହୁଏ ।
(କ) ଭୃଣ
(ଖ) ଡିମ୍ବକୋଷ
(ଗ) ଯୁଗ୍ମଜ
(ଘ) ଗୁଣସୂତ୍ର
Answer:
(ଗ) ଯୁଗ୍ମଜ

୮। ବିକାଶ ___________________ ରୁ ସ୍ଵତନ୍ତ୍ରତାକୁ ଗତି କରିଥାଏ ।
(କ)ସାଧାରଣ
(ଖ) ଜଟିଳ
(ଗ) ଆତ୍ମକୈନ୍ଦ୍ରିକତା
‍(ଘ) ପରକୈନନ୍ଦ୍ରିକତା
Answer:
(କ)ସାଧାରଣ

CHSE Odisha Class 12 Psychology Unit 1 Objective Questions in Odia Medium

୯। କିଶୋରମାନଙ୍କର ଯୌନଗ୍ରନ୍ଥରୁ ନିଃସୃତ ହେଉଥିବା ସେକ୍‌ସ ହରମୋନକୁ _________________ କୁହାଯାଏ।
(କ) ଏଣ୍ଡ୍ରୋଜେନ୍
(ଖ) ଏଷ୍ଟ୍ରୋଜେନ୍
(ଗ) ପ୍ରୋଜେଷ୍ଟୋନ୍
(ଘ) ଶୁକ୍ରାଣୁ
Answer:
(କ) ଏଣ୍ଡ୍ରୋଜେନ୍

୧୦। ___________________ ବିକାଶର ଏକ ନିୟମ ନୁହେଁ ।
(କ) ଧାରାବାହିକ
(ଖ) ବ୍ୟକ୍ତିଗତ ଭିନ୍ନତା
(ଗ) ନିର୍ଭରଶୀଳତା
(ଘ) ନିରବଚ୍ଛିନ୍ନତା
Answer:
(ଗ) ନିର୍ଭରଶୀଳତା

୧୧। ଗର୍ଭଧାରଣର _____________________ ମାସରେ ଶିଶୁଟି ମା’ପେଟରେ ତା’ର ଚକ୍ଷୁ ଖୋଲିପାରିଥାଏ ।
(କ)୪
(ଖ) ୬
(ଗ) ୮
(ଘ) ୯
Answer:
(ଖ)୬

୧୨। __________________ କିଶୋର କିଶୋରୀଙ୍କ ଚିନ୍ତନର ବିଶେଷତା ଅଟେ ।
(କ) ଆତ୍ମକୈନ୍ଦ୍ରିକତା
(ଖ) ନିର୍ଭରଶୀଳତା
(ଗ) ଯୌନଗତ ପରିପକ୍ବତା
(ଘ) ସ୍ଵେଚ୍ଛାଚାରିତା
Answer:
(କ) ଆତ୍ମକୈନ୍ଦ୍ରିକତା

୧୩। ଏକ ନିର୍ଦ୍ଦିଷ୍ଟ ବୟସରେ ସାମାଜିକ ପ୍ରତ୍ୟାଶାକୁ __________________ କୁହାଯାଏ ।
(କ) ସାମାଜିକତା
(ଖ) ବିକାଶାତ୍ମକ କାର୍ଯ୍ୟ
(ଗ) ପରିପକ୍ବତା
(ଘ ନୈତିକତା
Answer:
(ଖ) ବିକାଶାତ୍ମକ କାର୍ଯ୍ୟ

୧୪। ଜୀବନ _______________ ଠାରୁ ଆରମ୍ଭ ହୋଇଥାଏ ।
(କ) ଜନ୍ମ ସମୟ
(ଖ) ଗର୍ଭ ଧାରଣ ସମୟ
(ଗ) ବାଲ୍ୟ।ବସ୍ଥ।
(ଘ) ଶୈଶବାବସ୍ଥ।
Answer:
(ଖ) ଗର୍ଭ ଧାରଣ ସମୟ

୧୫। ଭୃଣ ସମୟ ଗର୍ଭଧାରଣର __________________ ସପ୍ତ।ହଠାଋୁ ଆରମ୍ଭ ହୋଇଥାଏ ।
(କ) ପ୍ରଥମ
(ଖ) ଦ୍ଵିତୀୟ
(ଗ) ତୃତୀୟ
(ଘ) ଚତୁର୍ଥ
Answer:
(ଖ) ଦ୍ଵିତୀୟ

CHSE Odisha Class 12 Psychology Unit 1 Objective Questions in Odia Medium

୧୬। ଜନ୍ମ ହେବା ଦିନଠାରୁ ଆରମ୍ଭ କରି ୬ ବର୍ଷ ପର୍ଯ୍ୟନ୍ତ ସମୟକୁ ______________________ କୁହାଯାଏ ।
(କ) ବାଲ୍ୟ।ବସ୍ଥା
(ଖ) ଶୈଶବାବସ୍ଥା
(ଗ) କିଶୋରାବସ୍ତୁ
(ଘ) ନବଜାତ ଅବସ୍ଥା
Answer:
(ଖ) ଶୈଶବାବସ୍ଥା

୧୭। ଅପରାଧପ୍ରବଣତା ________________ ସମୟର ଏକ ସମସ୍ୟା |
(କ) ଶୈଶବାବସ୍ଥା
(ଖ) କିଶୋରାବସ୍ଥା
(ଗ) ବାଲ୍ୟାବସ୍ଥା
(ଘ)ପୌ୍ରଢ଼ବସ୍ଥା
Answer:
(ଖ) କିଶୋରାବସ୍ଥା

୧୮। ଜୀବନର ବ୍ୟାବହାରିକ ତଥ୍ୟ ସମ୍ବନ୍ଧରେ ନିପୁଣତାକୁ ______________________ କୁହାଯାଏ ।
(କ) ଚିନ୍ତନ
(ଖ) ଜ୍ଞ।ନ
(ଗ) ଆତ୍ମକୈନ୍ଦ୍ରିକତା
(ଘ) ବିବେକ
Answer:
(ଖ) ଜ୍ଞ।ନ

୧୯। ଏକ ନିଷିକ୍ତ ଡିମ୍ବକୋଷ __________________ ଯୋଡ଼ା ଜନନସୂତ୍ରିକା ଧାରଣ କରିଥାଏ ।
(କ) ୨୩
(ଖ) ୧୨
(ଗ) ୩୨
(ଘ) ୨୫
Answer:
(କ) ୨୩

୨୦। ବାଲ୍ୟାବସ୍ଥାରେ କ୍ରାନ୍ତିକ ପର୍ଯ୍ୟାୟର ପ୍ରଭାବରେ ଦେଖାଯାଉଥ‌ିବା ସମୟ କାଳକୁ __________________ ଅବସ୍ଥା କୁହାଯାଉଥାଏ ।
(କ) ସମ୍ବେଦନଶୀଳ ଅବସ୍ଥା
(ଖ) ଯୌବନାବସ୍ଥା
(ଗ) ସାମାଜିକୀକରଣ ଅବସ୍ଥା
(ଘ) ଅନ୍ୟ।ନ୍ୟ
Answer:
(କ) ସମ୍ବେଦନଶୀଳ ଅବସ୍ଥା

୨୧। ବ୍ୟକ୍ତିର ନିଜର ଗୁଣାବଳୀ, ଅଭିଜ୍ଞତା, ସାମର୍ଥ୍ୟ ଏବଂ ଦୋଷତ୍ରୁଟି ସମ୍ବନ୍ଧୀୟ ଧାରଣାକୁ __________________ କୁହାଯାଏ ।
(କ) ସ୍ଵମୂଲ୍ୟ।ୟନ
(ଖ) ସ୍ଵପ୍ରତ୍ୟୟ
(ଗ) ସ୍ଵପରିବୀକ୍ଷଣ
(ଘ) ସ୍ଵପରିଚୟ
Answer:
(ଖ) ସ୍ଵପ୍ରତ୍ୟୟ

୨୨। ଅନ୍ୟମାନଙ୍କ ସହିତ ସାମଞ୍ଜସ୍ୟ ଓ ଅସାମଞ୍ଜସ୍ୟ ଆଧାରରେ ନିଜର ସ୍ଵତନ୍ତ୍ରତାକୁ ଅନୁଭବ କରିବା ହେଉଛି _________________ ।
(କ) ସ୍ଵପରିଚୟ
(ଖ) ସ୍ଵଦକ୍ଷତା
(ଗ) ସ୍ଵପ୍ରତ୍ୟୟ
(ଘ) ସ୍ଵମୂଲ୍ୟ।ୟନ
Answer:
(କ) ସ୍ଵପରିଚୟ

CHSE Odisha Class 12 Psychology Unit 1 Objective Questions in Odia Medium

୨୩। ଭାରତୀୟ ଭେଷଜ ବିଜ୍ଞାନ ବା ଆୟୁର୍ବେଦର ଜନକ ____________________ ଅଟନ୍ତି ।
(କ) ରାମଦେବ
(ଖ) ଚୂରକ
(ଗ) ବିଶ୍ୱ।ମିତ୍ର
(ଘ) ହିପୋକ୍ରେଟସ୍
Answer:
(ଖ) ଚୂରକ

୨୪। ବାୟୁ ଓ ଆକାଶରେ ଅନ୍ତଃକ୍ରିୟାରୁ ________________________ ସୃଷ୍ଟି ହୁଏ ।
(କ) ପିତ୍ତ
(ଖ) ବାତ
(ଗ) କଫ
(ଘ) ଅନ୍ୟାନ୍ୟ
Answer:
(ଖ) ବାତ

୨୫। ବାୟୁ ଓ ଅଗ୍ନିର ଅନ୍ତଃକ୍ରିୟାରୁ _________________ ଜାତ ହୁଏ ।
(କ) କଫ
(ଖ) ପିତ୍ତ
(ଗ) ବାତ
(ଘ) ଅନ୍ୟାନ୍ୟ
Answer:
(ଖ) ପିତ୍ତ

୨୬। ଜଳ ଓ ଭୂମିର ଅନ୍ତଃକ୍ରିୟାରୁ _________________ ର ସୃଷ୍ଟି ।
(କ) ବାତ
(ଖ) ପିତ୍ତ
(ଗ) କଫ
(ଘ) ଅନ୍ତର୍ମୁଖୀ
Answer:
(ଗ) କଫ

୨୭। _________________ ପ୍ରକାର ବ୍ୟକ୍ତି ହୃଦୟ ଧମନୀ ରୋଗରେ ପୀଡ଼ିତ ହେବାର ଆଶଙ୍କା ଥାଏ ।
(କ) A – ପ୍ରକାର
(ଖ) B – ପ୍ରକାର
(ଗ) C – ପ୍ରକାର
(ଘ) ଅନ୍ତର୍ମୁଖୀ
Answer:
(କ) A – ପ୍ରକାର

୨୮। ପ୍ରକାର ବ୍ୟକ୍ତି କର୍କଟ ରୋଗରେ ପୀଡ଼ିତ ହେବାର ସମ୍ଭାବନା ଅଧିକ ।
(କ) A – ପ୍ରକାର
(ଖ) C – ପ୍ରକାର
(ଗ) B – ପ୍ରକାର
(ଘ) ବହି୍ମୁଖୀ
Answer:
(ଖ) C – ପ୍ରକାର

୨୯। _____________________ ପ୍ରକାର ବ୍ୟକ୍ତି ଅତ୍ୟନ୍ତ ମହତ୍ତ୍ୱାକାଂକ୍ଷୀ ।
(କ) A – ପ୍ରକାର
(ଖ) C – ପ୍ରକାର
(ଗ) B – ପ୍ରକାର
(ଘ) ଆମୋଦପ୍ରିୟ
Answer:
‍(କ) A – ପ୍ରକାର

CHSE Odisha Class 12 Psychology Unit 1 Objective Questions in Odia Medium

୩୦। ଅନ୍ତର୍ମୁଖୀର ବ୍ୟକ୍ତିମାନେ ____________________ ଅଟନ୍ତି ।
(କ) ମେଳାପୀ
(ଖ) ଲାଜୁକ
(ଗ) ଗପୁଡ଼ି
(ଘ) ଅନ୍ୟାନ୍ୟ
Answer:
(ଖ) ଲାଜୁକ

୩୧। ୧୬ PF ପ୍ରଶ୍ନବଳୀକୁ ____________________ ବ୍ୟକ୍ତିତ୍ଵ ଆକଳନ ନିମନ୍ତେ ବିକଶିତ କରିଥିଲେ ।
(କ) ସେଲଡ଼ନ୍
(ଖ) କ୍ୟାଟେଲ
(ଗ) ଲୁଇ
‍(ଘ) ଆଇଜେ
Answer:
(ଖ) କ୍ୟାଟେଲ

୩୨। ବ୍ୟକ୍ତି – ଅଙ୍କନ ପରୀକ୍ଷଣ __________________ ଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିଲା ।
(ଖ) କ୍ୟାଟେଲ
(ଖ) ଫ୍ରଏଡ୍
(ଗ) ଆଇଜେ
‍(ଘ) ମାକୋଭର
Answer:
‍(ଘ) ମାକୋଭର

୩୩। ବ୍ୟକ୍ତିତ୍ଵ ମାପନ ନିମନ୍ତେ ___________________ କଥାବସ୍ତୁ ସଂପ୍ରତ୍ୟକ୍ଷ ପରୀକ୍ଷଣ ବିକଶିତ କରିଥିଲେ ।
(କ) ଫ୍ରଏଡ଼ ଓ ୟୁଇ
(ଖ) କ୍ୟାଟେଲ ଓ ଆଲପୋର୍ଟ
(ଗ) ମରେ ଓ ମର୍‌ଗାନ
(ଘ) ପଲକୋଷ୍ଟା ଓ ମାକ୍‌
Answer:
(ଗ) ମରେ ଓ ମର୍‌ଗାନ

୩୪। କ୍ୟାଟେଲ _______________ ଗୋଟି ଶୀଳଗୁଣକୁ ବ୍ୟକ୍ତିତ୍ଵର ମୂଳ ଲକ୍ଷଣ ଭାବେ ବିଚାର କରନ୍ତି ।
(କ) ୨୧
(ଖ)୧୬
(ଗ) ୨୬
(ଘ) ୨
Answer:
(ଖ)୧୬

୩୫। ଆଲପୋର୍ଟ _______________________ ଗୋଟି ମୁଖ୍ୟ ପ୍ରକାର ଶୀଳଗୁଣ ବ୍ୟକ୍ତିତ୍ଵର ରଚନା କରେ ବୋଲି ମତ ଦେଇଥିଲେ ।
(କ) ୨
(ଖ) ୩
(ଘ) ୬
(ଗ) ୪
Answer:
(ଘ) ୩

୩୬। ବ୍ୟକ୍ତିତ୍ଵ ବିଶ୍ଳେଷଣ ତଥ୍ୟ ମାପନ ପାଇଁ ବ୍ୟବହୃତ ଔପଚାରିକ ପ୍ରକ୍ରିୟାର ନାମ ______________ ଅଟେ ।
(କ) ବ୍ୟକ୍ତିତ୍ଵ ଆକଳନ
(ଖ) ପ୍ରେକ୍ଷକ ପ୍ରତିବେଦନ
(ଗ) ମୂଲ୍ୟ ନିର୍ଦ୍ଧାରଣ
(ଘ) ପାରିସ୍ଥିତିକ ପରୀକ୍ଷଣ
Answer:
(କ) ବ୍ୟକ୍ତିତ୍ଵ ଆକଳନ

CHSE Odisha Class 12 Psychology Unit 1 Objective Questions in Odia Medium

୩୭। ରୋର୍ଶାକ୍ କାଳିଛିଟା ପରୀକ୍ଷଣ _________________ ର ଏକ ଉଦାହରଣ ।
(କ) ବସ୍ତୁନିଷ୍ଠ ପରୀକ୍ଷଣ
(ଖ) ପ୍ରକ୍ଷେପୀ ପରୀକ୍ଷଣ
(ଗ) ପାରିସ୍ଥିତିକ ପରୀକ୍ଷଣ
(ଘ) ମୂଲ୍ୟ – ନିଦ୍ଧରଣ
Answer:
(ଖ) ପ୍ରକ୍ଷେପୀ ପରୀକ୍ଷଣ

୩୮। ___________________ ମନୁଷ୍ୟର ଶାରୀରିକ ଗଠନ ଆଧାରରେ ବ୍ୟକ୍ତିତ୍ଵ ଓ ବ୍ୟବହାର ସମ୍ବନ୍ଧରେ ଅଧ୍ୟୟନ କରିଥିଲେ ।
(କ) ସେଲଡ଼ନ୍
(ଖ) ହିପୋକ୍ରେଟସ୍
(ଗ) ୟୁଙ୍ଗ୍
(ଘ) ଚରକ
Answer:
(କ) ସେଲଡ଼ନ୍

୩୯। _________________ ବ୍ୟକ୍ତିମାନେ ସାମାଜିକ ପ୍ରଥା ଓ ପରମ୍ପରା ପ୍ରତି ଦୃଢ଼ବିଶ୍ଵାସୀ ହୋଇଥାନ୍ତି ।
(କ) ସୁଳାକୃତି
(ଖ) ମଧମକାୟ
(ଗ) କୃଶାକୃତି
(ଘ) କୋପଶୀଳ
Answer:
(କ) ସ୍ଥୁଳାକୃତି

୪୦। ସାମଗ୍ରିକ ଭାବରେ ନିଜ ସମ୍ବନ୍ଧରେ ଥିବା ବିଶ୍ଵାସ ଓ ଅନୁଭୂତିକୁ _________________ କୁହାଯାଏ ।
(କ) ସମାଜ
(ଖ) ସ୍ଵ
(ଗ) ବ୍ୟକ୍ତିତ୍ୱ
(ଘ) ସଂସ୍କୃତି
Answer:
(ଖ) ସ୍ଵ

ନିମ୍ନରେ ଦିଆଯାଇଥ‌ିବା ଉକ୍ତିଗୁଡ଼ିକ “ଠିକ୍” କିମ୍ବା “ଭୁଲ” ଦର୍ଶାଅ ।
୧। ପରିମାଣାତ୍ମକ ପରିବର୍ତ୍ତନକୁ ବିକାଶ କୁହାଯାଏ ।
Answer:
ଭୁଲ

୨। କ୍ରମ-ବିକାଶ ଧାରାବାହିକ ନୁହେଁ ।
Answer:
ଭୁଲ୍

୩। ବିକାଶ ପ୍ରକ୍ରିୟା ମୁଣ୍ଡରୁ ଆରମ୍ଭ ହୋଇ ପାଦ ପର୍ଯ୍ୟନ୍ତ ଗତି କରିବାକୁ ସମୀପ ଦୂରାଭିମୁଖୀ ବିକାଶ କୁହାଯାଏ ।
Answer:
ଭୁଲ୍

CHSE Odisha Class 12 Psychology Unit 1 Objective Questions in Odia Medium

୪। ବିକାଶ ପ୍ରକ୍ରିୟା ହାରରେ ବ୍ୟକ୍ତିଗତ ଭିନ୍ନତା ଥାଏ ।
Answer:
ଠିକ୍

୫। ବାଲ୍ୟାବସ୍ଥାରେ ବୃଦ୍ଧି ଓ ବିକାଶର ମାତ୍ରା ଅତ୍ୟନ୍ତ କ୍ଷିପ୍ର ହୋଇଥାଏ ।
Answer:
ଠିକ୍

୬। ନବଜାତ ଶିଶୁଠାରେ ପ୍ରଥମେ ସାଧାରଣ ଉତ୍ତେଜନା ପ୍ରକାଶ ପାଏ ।
Answer:
ଠିକ୍

୭। ବିକାଶ ପ୍ରକ୍ରିୟା ଶରୀରର କେନ୍ଦ୍ରରୁ ଆରମ୍ଭ କରି ପରିଧ୍ଵ ଆଡ଼କୁ କ୍ରମାନୁସାରେ ଗତି କରିବାକୁ ସମୀପ-ଦୂରାଭିମୁଖୀ ବିକାଶ କୁହାଯାଏ ।
Answer:
ଠିକ୍

୮। ଡିମ୍ବାବସ୍ଥା ଶିଶୁଟିର ଜୀବନ ଧାରଣ ଦିନଠାରୁ ୨ ସପ୍ତାହର ଶେଷ ପର୍ଯ୍ୟନ୍ତ ଗତି କରିଥାଏ ।
Answer:
ଠିକ୍

୯। ବାଲ୍ୟାବସ୍ଥା ସାଧାରଣତଃ ୧୨ବର୍ଷ ବୟସଠାରୁ ଆରମ୍ଭ ହୋଇ ପ୍ରଜନନ କ୍ଷମତାପ୍ରାପ୍ତ ହେବା ପର୍ଯ୍ୟନ୍ତ ଗତି କରିଥାଏ ।
Answer:
ଭୁଲ୍

୧୦। ଅପରାଧୂକ ପ୍ରବୃତ୍ତି ଥିବା କିଶୋର କିଶୋରୀମାନଙ୍କର ଉପଲବ୍ଧର ସ୍ତର ନିମ୍ନ ରହିଥାଏ ।
Answer:
ଠିକ୍

୧୧। ଜଣେ କାର୍ଯ୍ୟକ୍ଷମ ବା ଚାକିରିରେ ଥିବା ବ୍ୟକ୍ତିଙ୍କୁ ପ୍ରୌଢ଼ କୁହାଯାଏ ।
Answer:
ଭୁଲ୍

୧୨। B – ପ୍ରକାରର ବ୍ୟକ୍ତି ଅତ୍ୟନ୍ତ ଉଚ୍ଚାଭିଳାଷୀ ଅଟନ୍ତି |
Answer:
ଭୁଲ

୧୩। ଏଣ୍ଡୋମର୍ଫିକ୍ ବ୍ୟକ୍ତି ଶାନ୍ତ ତଥା ମେଳାପି ହୋଇଥାନ୍ତି ।
Answer:
ଠିକ୍

୧୪। ବ୍ୟକ୍ତିତ୍ଵର ଶୀଳଗୁଣ ସିଦ୍ଧାନ୍ତଗୁଡ଼ିକ ବ୍ୟକ୍ତିତ୍ଵର ମୂଳ ଆଧାରକୁ ବୁଝିବାରେ ସାହାଯ୍ୟ କରେ।
Answer:
ଠିକ୍

୧୫। ଏକ ଜ୍ଞାତା ରୂପରେ ସ୍ୱ ‘ମୋର’ କୁ ଇଙ୍ଗିତ କରିଥାଏ ଏବଂ ଜ୍ଞେୟ ରୂପରେ ଏହା ‘ମୁଁ’କୁ ଇଙ୍ଗିତ କରିଥାଏ ।
Answer:
ଭୁଲ୍

୧୬। ପ୍ରତ୍ୟେକ ବ୍ୟକ୍ତିତ୍ଵ ସ୍ଵତନ୍ତ୍ର ଓ ଅନନ୍ୟ ।
Answer:
ଠିକ୍

୧୭। ଅନ୍ତର୍ମୁଖ ବ୍ୟକ୍ତି ସଫଳ ନେତୃତ୍ବ ଗ୍ରହଣ କରିପାରେ ।
Answer:
ଭୁଲ

CHSE Odisha Class 12 Psychology Unit 1 Objective Questions in Odia Medium

୧୮। ପଲ୍‌କୋଷ୍ଟା ଓ ଆଇଜେଙ୍କ ବ୍ୟକ୍ତିତ୍ଵର ବୃହତ୍ ପାଞ୍ଚ କାରକୀୟ ମତବାଦ ଉପସ୍ଥାପନ କରିଛନ୍ତି |
Answer:
ଭୁଲ

୧୯। କୃଷ୍ଣ ପିତ୍ତର ପ୍ରାବଲ୍ୟତା ବ୍ୟକ୍ତିକୁ ବିଷାଦମୁଖୀ କରାଏ ।
Answer:
ଠିକ୍

୨୦। ଶୀଳଗୁଣର ମାତ୍ରା ଓ ପରିମାଣକୁ ଏକ ସାଂଖ୍ୟକ ମୂଲ୍ୟରେ ବ୍ୟକ୍ତ କରିବା ମୂଲ୍ୟ ନିର୍ଦ୍ଧାରଣ ପଦ୍ଧତିର ମୁଖ୍ୟ ଉଦ୍ଦେଶ୍ୟ ଅଟେ ।
Answer:
ଠିକ୍

CHSE Odisha Class 12 Education Solutions Chapter 11 ପରିବେଶ ଶିକ୍ଷା

Odisha State Board CHSE Odisha Class 12 Foundation of Education Solutions Chapter 11 ପରିବେଶ ଶିକ୍ଷା Questions and Answers.

CHSE Odisha 12th Class Education Solutions Chapter 11 ପରିବେଶ ଶିକ୍ଷା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. କେଉଁ ଦିନକୁ ବିଶ୍ଵ ପରିବେଶ ଦିବସ ଭାବରେ ପାଳନ କରାଯାଏ ?
(i) ମେ ୫
(ii) ଜୁନ୍ ୫
(iii) ଜୁଲାଇ ୫
(iv) ଅଗଷ୍ଟ ୫
Answer:
(ii) ଜୁନ୍ ୫

2. ପରିବେଶ ଶିକ୍ଷାକୁ କେଉଁ ଶ୍ରେଣୀରୁ ଆରମ୍ଭ କରାଯିବା ଉଚିତ ?
(i) ପ୍ରଥମ
(ii) ଦ୍ବିତୀୟ
(iii) ତୃତୀୟ
(iv) ଚତୁର୍ଥ
Answer:
(i) ପ୍ରଥମ

3. କେଉଁ ମସିହାରେ ଆନ୍ତର୍ଜାତିକ ପରିବେଶ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ?
(i) ୧୯୮୪
(ii) ୧୯୬୨
(iii) ୧୯୬୪
(iv) ୧୯୭୨
Answer:
(iv) ୧୯୭୨

4. ବନ ମହୋତ୍ସବର କାରଣ କ’ଣ ?
(i) ବଣଭୋକି
(ii) ବଣ ବୁଲିଯିବା
(iii) ବୃକ୍ଷରୋପଣ
(iv) ବୃକ୍ଷ କାଟିବା
Answer:
(iii) ବୃକ୍ଷରୋପଣ

CHSE Odisha Class 12 Education Solutions Chapter 11 ପରିବେଶ ଶିକ୍ଷା

5. ପରିବେଶ ପ୍ରଦୂଷଣ ରୋକିବାପାଇଁ କେଉଁ ପଦକ୍ଷେପଟି ଜରୁରୀ ?
(i) ପଲିଥନ୍‌ର ବ୍ୟବହାର କମାଇବା
(ii) ପୋଡୁଚାଷକୁ ରୋକିବା
(iii) ବୃକ୍ଷରୋପଣକୁ ପ୍ରୋତ୍ସାହନ କରିବା
(iv) ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ
Answer:
(iv) ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ

6. କେଉଁ ଶ୍ରେଣୀରୁ ପରିବେଶ ଶିକ୍ଷା ଦିଆଯିବା ଆବଶ୍ୟକ ?
(i) ମହାବିଦ୍ୟାଳୟ
(ii) ବିଶ୍ୱବିଦ୍ୟାଳୟ
(iii) ମାଧ୍ୟମିକ
(iv) ପ୍ରାଥମିକ
Answer:
(iv) ପ୍ରାଥମିକ

7. ପରିବେଶ ଶିକ୍ଷାରେ ନିମ୍ନୋକ୍ତ କେଉଁ ବିଷୟଟିକୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ ?
(i) ଖାଦ୍ୟ ଓ ପୁଷ୍ଟି
(ii) ଏଡ଼ସ ଓ ଏଚ୍.ଆଇ.ଭି.
(iii)ସମ୍ପଦ ଓ ସଂରକ୍ଷଣ
(iv) ଜନସଂଖ୍ୟା
Answer:
(ii) ଏଡ଼ସ ଓ ଏଚ୍.ଆଇ.ଭି.

8. କେଉଁଟି ପରିବେଶ ଶିକ୍ଷାର ଲକ୍ଷ୍ୟ ନୁହେଁ ?
(i) ପରିବେଶ ସଚେତନତା ସୃଷ୍ଟି କରିବା
(ii) ଶିଳ୍ପାୟନକୁ ସମ୍ପୂର୍ଣ୍ଣ ବନ୍ଦ କରିବା
(iii) ପ୍ରାକୃତିକ ସଂପଦର ସୁରକ୍ଷାର ଉପାୟ ବାହାର କରିବା
(iv) ପରିବେଶ ପ୍ରଦୂଷଣକୁ ରୋକିବାର ଦାୟିତ୍ୱବୋଧ ସୃଷ୍ଟି କରିବା ।
Answer:
(ii) ଶିଳ୍ପାୟନକୁ ସମ୍ପୂର୍ଣ୍ଣ ବନ୍ଦ କରିବା

9. କେଉଁଟି ପରିବେଶ ପ୍ରଦୂଷିତ ହେବାର ମୁଖ୍ୟ କାରଣ ନୁହେଁ ?
(i) ନିଶାଦ୍ରବ୍ୟ ସେବନ
(ii) ଯାନବାହନ ସଂଖ୍ୟା ବୃଦ୍ଧି
(iii) କୀଟନାଶକ ଔଷଧ ବ୍ୟବହାର
(iv) ଦ୍ରୁତ ଶିଳ୍ପାୟନ
Answer:
(i) ନିଶାଦ୍ରବ୍ୟ ସେବନ

10. ପରିବେଶ ଶିକ୍ଷା ନିମନ୍ତେ ବିଦ୍ୟାଳୟରେ ___________ କ୍ଲବ୍ ଗଠନ କରାଯାଇଛି ।
(i) ଗାଇଡ୍
(ii) ସ୍କାଉଟ୍
(iii) ଇକୋକ୍ଳବ୍
(iv) ବିଜ୍ଞାନ କ୍ଲବ୍
Answer:
(iii) ଇକୋକ୍ଳବ୍

CHSE Odisha Class 12 Education Solutions Chapter 11 ପରିବେଶ ଶିକ୍ଷା

B. ଶୂନ୍ୟସ୍ଥାନ ପୂରଣ କର ।

1. ପରିବେଶ କହିଲେ ଆମର ___________ କୁ ବୁଝାଏ ।
Answer:
ପରିବେଷ୍ଟନୀ

2. ଦ୍ରୁତ ସହରୀକରଣ ପରିବେଶ ପ୍ରଦୂଷଣର ଏକ ___________ ।
Answer:
କାରଣ

3. ପରିବେଶ ଶିକ୍ଷାକୁ ପାଠ୍ୟକ୍ରମରେ ସାମିଲ କରି ଶିକ୍ଷାଦାନ କରିବା ପରିବେଶ ଶିକ୍ଷାଦାନର ଏକ ___________ ପଦ୍ଧତି ।
Answer:
ଆନୁଷ୍ଠାନିକ

4. ବିଶ୍ବ ପରିବେଶ ଦିବସ, ___________ ତାରିଖରେ ପାଳନ କରାଯାଇଥାଏ ।
Answer:
ଜୁନ୍ ୫

5. ଶାନ୍ତିପୂର୍ଣ୍ଣ ଏବଂ ସୁସ୍ଥ ଜୀବନଯାପନ ନିମନ୍ତେ ___________ ଶିକ୍ଷାର ଆବଶ୍ୟକତା ଅଛି ।
Answer:
ପରିବେଶ

6. ସାମାଜିକ ଶିକ୍ଷାର ପ୍ରକୃତ ପର୍ଯ୍ୟବେକ୍ଷଣ ଓ ସ୍ୱାସ୍ଥ୍ୟଶିକ୍ଷା ପ୍ରାଥମିକ ସ୍ତରରେ ___________ ଶିକ୍ଷାରେ ଅନ୍ତର୍ଭୁକ୍ତ କରିବା ଉଚିତ ।
Answer:
ପରିବେଶ

C. ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରିବା ପରିବେଶ ଶିକ୍ଷାର ଅନ୍ତର୍ଗତ ।
Answer:
ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରିବା ପରିବେଶ ଶିକ୍ଷାର ଅନ୍ତର୍ଗତ ।

2. “ଇକୋ କ୍ଲବ୍’’ ଗଠନ ଜନସଂଖ୍ୟା ଶିକ୍ଷା ବିଷୟବସ୍ତୁ ସହିତ ସମ୍ପୃକ୍ତ ।
Answer:
“ଇକୋ କ୍ଲବ୍” ଗଠନ ପରିବେଶ ଶିକ୍ଷା ବିଷୟବସ୍ତୁ ସହିତ ସମ୍ପୃକ୍ତ ।

3. ନିଶାଦ୍ରବ୍ୟ ସେବନ ପରିବେଶ ପ୍ରଦୂଷଣର ଏକ ମୁଖ୍ୟ କାରଣ ।
Answer:
ଯାନବାହନ ସଂଖ୍ୟା ବୃଦ୍ଧି ପରିବେଶ ପ୍ରଦୂଷଣର ଏକ ମୁଖ୍ୟ କାରଣ ।

4. ଆମ ଚତୁଃପାର୍ଶ୍ଵକୁ ବାହାର କୁହାଯାଏ ।
Answer:
ଆମ ଚତୁଃପାର୍ଶ୍ୱକୁ ପରିବେଶ କୁହାଯାଏ ।

5. ଦ୍ରୁତ ସହରୀକରଣ ପରିବେଶ ସୁରକ୍ଷା କରିଥାଏ ।
Answer:
ଦ୍ରୁତ ସହରୀକରଣ ପରିବେଶ ପ୍ରଦୂଷଣ କରିଥାଏ ।

6. ପରିବେଶ ପ୍ରଦୂଷଣ ରୋକିବା ଏବଂ ପରିବେଶ ସୁରକ୍ଷା କରିବା ଜନସଂଖ୍ୟା ଶିକ୍ଷା ଅଟେ ।
Answer:
ପରିବେଶ ପ୍ରଦୂଷଣ ରୋକିବା ଓ ପରିବେଶ ସୁରକ୍ଷା କରିବା ପରିବେଶ ଶିକ୍ଷା ଅଟେ ।

7. ବନ୍ୟଜନ୍ତୁ ସଂରକ୍ଷଣ ଦିବସ ଏଡ୍‌ସ ସଚେତନତା ପାଇଁ ପାଳନ କରାଯାଇଥାଏ ।
Answer:
ବନ୍ୟଜନ୍ତୁ ସଂରକ୍ଷଣ ଦିବସ ପରିବେଶ ସୁରକ୍ଷା ପାଇଁ ପାଳନ କରାଯାଇଥାଏ ।

8. ମାଧ୍ୟମିକ ସ୍ତରରୁ ପରିବେଶ ଶିକ୍ଷା ଦିଆଯିବା ଦରକାର ।
Answer:
ପ୍ରାଥମିକ ସ୍ତରରୁ ପରିବେଶ ଶିକ୍ଷା ଦିଆଯିବା ଦରକାର ।

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

1. ପରିବେଶ ଶିକ୍ଷା କ’ଣ ?
Answer:
ଯେଉଁ ଶିକ୍ଷାଦ୍ବାରା ଛାତ୍ରଛାତ୍ରୀମାନେ ପରିବେଶ ସଂପର୍କରେ ସଚେତନ ହୋଇ ପରିବେଶ ସୁରକ୍ଷା ପାଇଁ ଚେଷ୍ଟା କରନ୍ତି, ତାହା ପରିବେଶ ଶିକ୍ଷା ଅଟେ ।

2. ପରିବେଶ ଶିକ୍ଷାର ଏକ ସଂଜ୍ଞା ଲେଖ ।
Answer:
‘ପରିବେଶ ଶିକ୍ଷା ପରିବେଶ ସୁରକ୍ଷାର ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିଥାଏ’ – UNESCO Conference, 1974 ।

3. ପରିବେଶ ଶିକ୍ଷାର ଗୋଟିଏ ଲକ୍ଷ୍ୟ ଲେଖ ।
Answer:
ପରିବେଶ ଶିକ୍ଷାର ଲକ୍ଷ୍ୟ ହେଉଛି ଶିକ୍ଷାର୍ଥୀମାନଙ୍କ ମନରେ ପରିବେଶ ସଚେତନତା ସୃଷ୍ଟି କରିବା ।

4. ପ୍ରାଥମିକ ଶିକ୍ଷାରେ ପରିବେଶ ଶିକ୍ଷା ପାଇଁ ଏକ ପାଠ୍ୟକ୍ରମର ଉଦାହରଣ ଦିଅ ।
Answer:
ସାମାଜିକ ଏବଂ ପରିବେଶ ଶିକ୍ଷା – ଯାହାଦ୍ୱାରା ଆମେ ଆମ ଚାରିପାଖ ସମ୍ପର୍କରେ ଅଧ୍ୟୟନ କରିବା ।

5. ପରିବେଶ ପ୍ରଦୂଷଣର ଏକ କାରଣ ଲେଖ ।
Answer:
ଜନସଂଖ୍ୟା ବୃଦ୍ଧି ସହ ଯାନବାହନର ମାତ୍ରାତ୍ମକ ବୃଦ୍ଧିଦ୍ୱାରା ପରିବେଶ ପ୍ରଦୂଷଣ ହେଉଛି ।

6. ପରିବେଶ ଶିକ୍ଷା ପାଇଁ ଏକ ସହ-ପାଠ୍ୟକ୍ରମ ଦର୍ଶାଅ ।
Answer:
ବିଦ୍ୟାଳୟ ଏବଂ ସମାଜର ପତିତ ଜମିରେ ବୃକ୍ଷରୋପଣ କରିବା ସହ ପରିବେଶ ସଂକ୍ରାନ୍ତୀୟ ଆଲୋଚନାଚକ୍ରରେ ଭାଗ ନେବା ।

CHSE Odisha Class 12 Education Solutions Chapter 11 ପରିବେଶ ଶିକ୍ଷା

7. ପରିବେଶ ଶିକ୍ଷା ପରିସରର ଅନ୍ତର୍ଭୁକ୍ତ ଏକ ବିଷୟ ଲେଖ ।
Answer:
ବାୟୁ, ଜଳ, ସ୍ଥଳ ଏବଂ ଶବ୍ଦ ଇତ୍ୟାଦି ପ୍ରଦୂଷଣର କାରଣ ଏବଂ ପ୍ରତିକାର ଇତ୍ୟାଦି ପରିବେଶ ଶିକ୍ଷା ପରିସରର ଅନ୍ତର୍ଭୁକ୍ତ ।

8. ପରିବେଶ ଶିକ୍ଷାର ଏକ ଆବଶ୍ୟକତା ଦର୍ଶାଅ ।
Answer:
ପରିବେଶ ଶିକ୍ଷା ବ୍ୟକ୍ତି ଏବଂ ପ୍ରକୃତି ମଧ୍ଯରେ ସୁସଂପର୍କ ରକ୍ଷା କରିବାପାଇଁ ଆବଶ୍ୟକ ।

9. ପରିବେଶ ଶିକ୍ଷା ପାଇଁ ଶିକ୍ଷକଙ୍କର ଗୋଟିଏ ଭୂମିକା ଲେଖ ।
Answer:
ପରିବେଶ ପ୍ରଦୂଷଣର କାରଣ ଏବଂ ପ୍ରତିକାର ସଂପର୍କରେ ଶିକ୍ଷକ ବିଭିନ୍ନ ପ୍ରକାର ତର୍କ ପ୍ରତିଯୋଗିତା, ଆଲୋଚନା ଚକ୍ର, କଳା ପ୍ରତିଯୋଗିତା, ପ୍ରାଚୀରପତ୍ର ପ୍ରତିଯୋଗିତା ଇତ୍ୟାଦି କାର୍ଯ୍ୟକ୍ରମମାନ ବିଦ୍ୟାଳୟରେ ଆୟୋଜନ କରିବା ଉଚିତ ।

10. ବିଦ୍ୟାଳୟର କେଉଁ ସ୍ତରରୁ ପରିବେଶ ଶିକ୍ଷା ପଢ଼ାଯିବା ଉଚିତ ?
Answer:
ବିଦ୍ୟାଳୟର ପ୍ରାଥମିକ ସ୍ତରରୁ ପରିବେଶ ଶିକ୍ଷା ପଢ଼ାଯିବା ଉଚିତ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A . ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ପରିବେଶ ଶିକ୍ଷାର ୪ଟି ଉଦ୍ଦେଶ୍ୟ ଲେଖ ।
କିମ୍ବା, ପରିବେଶ ଶିକ୍ଷାର ୪ଟି ଆବଶ୍ୟକତା ଲେଖ ।
Answer:
ପରିବେଶ ଶିକ୍ଷାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ :
(i) ପରିବେଶ ସଂପର୍କରେ ଶିକ୍ଷାର୍ଥୀମାନଙ୍କୁ ଜ୍ଞାନ ପ୍ରଦାନ କରିବା ।
(ii) ପାରିପାର୍ଶ୍ବକ ଭାରସାମ୍ୟର ଅବକ୍ଷୟ ଏବଂ ତା’ର କାରଣ ସଂପର୍କରେ ବୁଝିବା ।
(iii) ପରିବେଶଜନିତ ସମସ୍ୟାର ସମାଧାନର ଉପାୟ ନିର୍ଦ୍ଧାରଣ କରିବା ।
(iv) ପରିବେଶ ସୁରକ୍ଷା ପାଇଁ ନିଜର ଦାୟିତ୍ୱବୋଧ ସମ୍ପର୍କରେ ସଚେତନ ହେବା ।

2. ପରିବେଶ ଶିକ୍ଷା ପାଠ୍ୟକ୍ରମର ଯେକୌଣସି ୪ଟି ବିଷୟର ନାମ ଲେଖ ।
Answer:
ନିମ୍ନଲିଖ ବିଷୟଗୁଡ଼ିକ ପରିବେଶ ଶିକ୍ଷା ପାଠ୍ୟକ୍ରମ ସହ ଅନ୍ତର୍ଭୁକ୍ତ ।
(i) ସମାଜ ବିଜ୍ଞାନ ଏବଂ ପରିବେଶ
(ii) ପ୍ରାକୃତିକ ଏବଂ ଶାରୀରିକ ବିଜ୍ଞାନ
(iii) ପରିବେଶ ସଂରକ୍ଷଣ ଏବଂ ପ୍ରଦୂଷଣର ପ୍ରତିରୋଧ
(iv) ସ୍ଵାସ୍ଥ୍ୟ ଏବଂ ସ୍ଵାସ୍ଥ୍ୟରକ୍ଷା

3. ପରିବେଶ ପ୍ରଦୂଷଣର କାରଣ କାରଣଗୁଡ଼ିକ ଉଲ୍ଲେଖ କର ।
Answer:
ପରିବେଶ ପ୍ରଦୂଷଣର ଅନେକ କାରଣ ରହିଛି । ତନ୍ମଧ୍ୟରୁ ମୁଖ୍ୟ କାରଣଗୁଡ଼ିକ ହେଉଛି
(i) ଦ୍ରୁତ ଶିଳ୍ପାୟନ
(ii) ଯାନବାହନ ସଂଖ୍ୟାର ମାତ୍ରାଧିକ ବୃଦ୍ଧି
(iii) ଜନସଂଖ୍ୟା ବୃଦ୍ଧି

4. ପରିବେଶ ଶିକ୍ଷାର ସଫଳ ରୂପାୟନ ନିମନ୍ତେ ଶିକ୍ଷକଙ୍କର ଯେକୌଣସି ଦୁଇଗୋଟି ଭୂମିକା ଲେଖ ।
Answer:
ଜଣେ ଶିକ୍ଷକଙ୍କର ପରିବେଶ ଶିକ୍ଷା ନିମନ୍ତେ ଅନେକ ଦାୟିତ୍ଵ ରହିଛି, ତନ୍ମଧ୍ୟରୁ ଦୁଇଗୋଟି ହେଲା –
(i) ଆବଶ୍ୟକସ୍ଥଳେ ସ୍ଵାସ୍ଥ୍ୟ କର୍ମଚାରୀମାନଙ୍କୁ ବିଦ୍ୟାଳୟକୁ ନିମନ୍ତ୍ରଣ କରି ଶିକ୍ଷାର୍ଥୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ସ୍ବାସ୍ଥ୍ୟ ରକ୍ଷଣ ସମ୍ବନ୍ଧରେ ସୂଚନା ପ୍ରଦାନ କରିବେ ।
(ii) ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକରେ ପରିବେଶ ସମ୍ବନ୍ଧୀୟ କାର୍ଯ୍ୟକ୍ରମମାନ ଆୟୋଜନ କରି ସେଥରେ କିପରି ପିତାମାତା ତଥା ଅଭିଭାବକମାନେ ଯୋଗଦେବେ ସେ ସମ୍ବନ୍ଧରେ ପଦକ୍ଷେପ ଗ୍ରହଣ କରିବେ ।

5. ପରିବେଶ ଶିକ୍ଷା ଶିକ୍ଷାଦାନ ପଦ୍ଧତି ମଧ୍ୟରୁ ଯେକୌଣସି ଦୁଇଗୋଟି ସମ୍ବନ୍ଧରେ ଲେଖ ।
Answer:
ପରିବେଶ ଶିକ୍ଷା ପ୍ରଦାନ ସମୟରେ ଶିକ୍ଷକ ନିମ୍ନୋକ୍ତ ପଦ୍ଧତିମାନ ଅବଲମ୍ବନ କର ।
(i) ସମସ୍ୟା ସମାଧାନ ପଦ୍ଧତି – ଏହି ପଦ୍ଧତି ମାଧ୍ୟମରେ ଶିକ୍ଷକ ପରିବେଶଜନିତ ସମସ୍ୟା ସମ୍ବନ୍ଧରେ ସୂଚନା, ଜ୍ଞାନ ଓ ତଥ୍ୟ ପ୍ରଦାନ କରନ୍ତି, ଫଳରେ ଶିକ୍ଷାର୍ଥୀର ସମସ୍ୟା ସମାଧାନ ଦକ୍ଷତା ବୃଦ୍ଧି ପାଇଥାଏ ।
(ii) ପରିଭ୍ରମଣ ପଦ୍ଧତି – ପରିଭ୍ରମଣ ମାଧ୍ୟମରେ ଶିକ୍ଷାର୍ଥୀ ବିଭିନ୍ନ ସ୍ଥାନ ସମ୍ବନ୍ଧରେ ପ୍ରତ୍ୟକ୍ଷ ଅଭିଜ୍ଞତା ଓ ଜ୍ଞାନ ଲାଭ କରିଥାଏ, ଯାହାକି ଭବିଷ୍ୟତରେ ଶିକ୍ଷାର୍ଥୀମାନଙ୍କ ବ୍ୟବହାରରେ ଆସିଥାଏ ।

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଦିଅ ।

1. ଦ୍ରୁତ ସହରୀକରଣ କିପରି ପରିବେଶ ପ୍ରଦୂଷଣ ବୃଦ୍ଧିରେ ସାହାଯ୍ୟ କରେ ?
Answer:
(i) କଳକାରଖାନା ସ୍ଥାପନ ଏବଂ ସହର ଓ ନଗରରେ କୋଠାଘରର ବୃଦ୍ଧି ସହ ଯାନବାହନର ସଂଖ୍ୟା ବୃଦ୍ଧି ପରିବେଶକୁ ପ୍ରଦୂଷିତ କରେ ।
(ii) ସହରରେ ଅଧ‌ିକ ସଂଖ୍ୟକ ଲୋକ କମ୍ ସ୍ଥାନରେ ବସବାସ କରୁଥିବାରୁ ସେମାନଙ୍କର ବର୍ଜ୍ୟବସ୍ତୁ ଏଣେତେଣେ ଜମା ହୋଇ ପରିବେଶ ପ୍ରଦୂଷଣ ବୃଦ୍ଧି କରିଥାଏ ।

2. ପରିବେଶ ଶିକ୍ଷାର ଯେକୌଣସି ୪ଟି ସହ-ପାଠ୍ୟକ୍ରମ କାର୍ଯ୍ୟକ୍ରମ ଲେଖ ।
Answer:
ନିମ୍ନଲିଖ ସହ-ପାଠ୍ୟକ୍ରମମାନଙ୍କ ମାଧ୍ୟମରେ ପରିବେଶ ଶିକ୍ଷା ପ୍ରଦାନ କରାଯାଇଥାଏ; ଯଥା –
(i) ବିଦ୍ୟାଳୟର ପରିଷ୍କାର ପରିଚ୍ଛନ୍ନତାରେ ଛାତ୍ରଛାତ୍ରୀମାନଙ୍କର ଯୋଗଦାନ; ଯଥା – ବିଦ୍ୟାଳୟ ବଗିଚାର ଯତ୍ନ,
ଆଲୋକ ଗମନାଗମନର ସୁବିଧା ପ୍ରଦାନ ଇତ୍ୟାଦି ।
(ii) ସମାଜରେ ଲୋକମାନଙ୍କୁ ପରିବେଶ ପ୍ରଦୂଷଣ ନ କରିବାପାଇଁ ସଚେତନ କରିବା ।
(iii) ମଝିରେ ମଝିରେ ସ୍ବାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା କରିବା ।
(iv) ଆଲୋଚନା, କର୍ମଶାଳାଦ୍ୱାରା ପରିବେଶ ସମ୍ପର୍କରେ ଅନେକ ତଥ୍ୟ ସଂଗ୍ରହ କରିବା ।

3. ପରିବେଶ ଶିକ୍ଷାର ସଫଳତା ପାଇଁ ଶିକ୍ଷକଙ୍କର ଭୂମିକା ବା ଦାୟିତ୍ଵ କ’ଣ ?
Answer:
ପରିବେଶ ଶିକ୍ଷାର ସଫଳତା ପାଇଁ ଶିକ୍ଷକଙ୍କର ଦାୟିତ୍ଵ ଅନେକ । ସେ ନିମ୍ନଲିଖ୍ କାର୍ଯ୍ୟକ୍ରମମାନ ହାତକୁ ନେଇପାରିବେ ।
(i) ନିଜେ ପରିଷ୍କାର ପରିଚ୍ଛନ୍ନ ରହି ଅନ୍ୟମାନଙ୍କୁ ଏ ବିଷୟରେ ତାଲିମ୍ ପ୍ରଦାନ କରିବେ ।
(ii) ନିଜର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖ୍ ସହ ଅନ୍ୟମାନଙ୍କର ପରିବେଶକୁ ପରିଷ୍କାର ରଖୁବାପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଯୋଗାଇବେ ।
(iii) ସ୍ଵାସ୍ଥ୍ୟ ବିଭାଗର କର୍ମକର୍ତ୍ତାମାନଙ୍କୁ ଡାକି ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟରକ୍ଷା ସଂପର୍କରେ ସୂଚନା ଦେବେ ।
(iv) ବୃକ୍ଷଲତାର ଉପକାରିତା ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ବୃକ୍ଷରୋପଣରେ ସେମାନଙ୍କୁ ନିୟୋଜିତ କରିବେ ।
(v) ପରିବେଶ ସୁରକ୍ଷା କାର୍ଯ୍ୟକ୍ରମରେ ପିତାମାତାଙ୍କୁ ଭାଗ ନେବାର ସୁଯୋଗ ଦେବେ ।

CHSE Odisha Class 12 Education Solutions Chapter 11 ପରିବେଶ ଶିକ୍ଷା

4. ପରିବେଶ ପ୍ରଦୂଷଣର ମୁଖ୍ୟ କାରଣଗୁଡ଼ିକ କ’ଣ ?
Answer:
ପରିବେଶ ପ୍ରଦୂଷଣର ମୁଖ୍ୟ କାରଣଗୁଡ଼ିକ ହେଉଛି :
(i) ସଚେତନତାର ଅଭାବ ଓ ଅଜ୍ଞତା
(ii) ଦାରିଦ୍ର୍ୟ
(iii) ସ୍ଵଳ୍ପକାଳୀନ ବିକାଶ କାର୍ଯ୍ୟକ୍ରମରେ ପରିବେଶର କ୍ଷତି
(iv) ଦ୍ରୁତ ଶିଳ୍ପାୟନ ଓ ଯାନବାହନ ସଂଖ୍ୟା ବୃଦ୍ଧି
(v) ଦ୍ରୁତ ଜନସଂଖ୍ୟା ବୃଦ୍ଧି ଓ ସହରୀକରଣ
(vi) ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଥବା ଅତ୍ୟାଧୁନିକ ସୌଖ୍ ଦ୍ରବ୍ୟର ବ୍ୟାପକ ବ୍ୟବହାର
(vii) ଜଙ୍ଗଲ କ୍ଷୟ ଓ ଜଙ୍ଗଲ ପୋଡ଼ି
(viii) ବୃକ୍ଷରୋପଣ ନିମିତ୍ତ ସଚେତନତାର ଅଭାବ ଇତ୍ୟାଦି ।

5. ପରିବେଶ ଶିକ୍ଷାକୁ ସହଜ ଓ ସରଳ କରିବାପାଇଁ କି କି ସହପାଠ୍ୟକ୍ରମର ବ୍ୟବସ୍ଥା କରାଯିବା ଉଚିତ ?
Answer:
ପରିବେଶ ଶିକ୍ଷାକୁ ପ୍ରାଥମିକ ସ୍ତରରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ପାଠ୍ୟକ୍ରମର ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ । ତେଣୁ ଶିକ୍ଷାର ସ୍ତର ଅନୁଯାୟୀ ନିମ୍ନଲିଖ୍ ସହପାଠ୍ୟକ୍ରମର ବ୍ୟବସ୍ଥା କରାଯିବା ଆବଶ୍ୟକ ।
(i) ପରିବେଶ ଦିବସ (ଜୁନ୍ ୫) ପାଳନ କରିବା ।
(ii) ବିଦ୍ୟାଳୟ ପରିସର ଭିତରେ ଓ ବାହାରେ ବୃକ୍ଷରୋପଣ କରାଇବା ।
(iii) ପରିବେଶ ଆଧାରିତ ପଥପ୍ରାନ୍ତ ନାଟକ, ଡ୍ରାମା, ବକ୍ତୃତା ପ୍ରତିଯୋଗିତା ଇତ୍ୟାଦି ଆୟୋଜନ କରିବା ।
(iv) ଜଙ୍ଗଲକ୍ଷୟକୁ ରୋକିବାପାଇଁ ଯୋଜନା ପ୍ରସ୍ତୁତ କରିବା ।

6. ପରିବେଶ ଶିକ୍ଷାର ଶିକ୍ଷାଦାନ ପଦ୍ଧତି ସମ୍ବନ୍ଧରେ ଲେଖ ।
Answer:
(i) ସମସ୍ୟା ସମାଧାନ ପଦ୍ଧତି – ଏହି ପଦ୍ଧତି ମାଧ୍ୟମରେ ପରିବେଶଜନିତ ସମସ୍ୟା ସମ୍ବନ୍ଧରେ ସୂଚନା, ଜ୍ଞାନ ଏବଂ ତଥ୍ୟ ସଂଗ୍ରହ କରିବା ଫଳରେ ଶିକ୍ଷାର୍ଥୀର ସମସ୍ୟା ସମାଧାନ ଦକ୍ଷତା ବୃଦ୍ଧି ପାଇଥାଏ ।
(ii) ପରିଭ୍ରମଣ – ଏହି ପଦ୍ଧତିରେ ଶିକ୍ଷାର୍ଥୀମାନେ ବିଭିନ୍ନ ସ୍ଥାନ ପରିଭ୍ରମଣ କରିବା ଫଳରେ ସେହି ସ୍ଥାନର ପରିବେଶ ସମ୍ବନ୍ଧରେ ତଥ୍ୟ ସଂଗ୍ରହ ତଥା ଅଭିଜ୍ଞତା ଅର୍ଜନ କରିପାରିଥା’ନ୍ତି, ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ଶିକ୍ଷାର୍ଥୀମାନଙ୍କୁ ସହାୟକ ହୋଇଥାଏ ।
(iii) ସ୍ପଷ୍ଟୀକରଣ ପଦ୍ଧତି – ଏହି ପଦ୍ଧତି ଅନୁସାରେ ପରିବେଶ ସମ୍ବନ୍ଧୀୟ ଯେକୌଣସି ସମସ୍ୟାର ସମାଧାନ ନିମନ୍ତେ ବିଭିନ୍ନ ଅନୁଷ୍ଠାନର ବ୍ୟକ୍ତିମାନଙ୍କ ସହିତ ଆଲୋଚନା ଓ ପର୍ଯ୍ୟାଲୋଚନା କରି ସମସ୍ତ ସମସ୍ୟାର ସମାଧାନ କରାଯାଇପାରିବ ।

7. ପରିବେଶ ପ୍ରଦୂଷଣର ଦୁଇଟି ପ୍ରଧାନ କାରଣ ଲେଖ ।
Answer:
ପରିବେଶ ଦୂଷିତ ହେବାର କାରଣ – ନିମ୍ନଲିଖ୍ କାରଣପାଇଁ ପରିବେଶ ଦୂଷିତ ହେଉଛି ।
(i) ପ୍ରାକୃତିକ ସମ୍ବଳକୁ ସୀମାହୀନଭାବେ ଉପଯୋଗ – ଅର୍ଥନୈତିକ ବିକାଶ ନାମରେ ପ୍ରାକୃତିକ ସମ୍ବଳର ମାତ୍ରାଧ୍ଵ ବ୍ୟବହାରଦ୍ୱାରା ପ୍ରାକୃତିକ ସମ୍ବଳର ଅଭାବ ସୃଷ୍ଟି ହେଉଛି । ପ୍ରକୃତିର ପୁନରୁତ୍ପାଦନ ବା ପୁନର୍ଜନନ (Regenerative) ଓ ଏକୀକରଣ (Assimilative) କ୍ଷମତାର ଏକ ନିର୍ଦ୍ଦିଷ୍ଟ ସୀମା ଅଛି । ଏହା ଜାଣିବା ଉଚିତ ।
(ii) ଦ୍ରୁତ ଶିଳ୍ପାୟନ – ଅର୍ଥନୈତିକ ବିକାଶ ପାଇଁ ଦ୍ରୁତ ଶିଳ୍ପାୟନର ବିକାଶ ଦରକାର । ମାତ୍ର ଏହା ନାମରେ ଯଦି ପ୍ରାକୃତିକ ସମ୍ବଳର ଅଭାବ ଦେଖାଯାଏ ତେବେ ପ୍ରକୃତି ତା’ର ଭାରସାମ୍ୟ ରକ୍ଷା କରିପାରିବ ନାହିଁ ।
(iii) ଯାନବାହନର ଅତ୍ୟଧିକ ବୃଦ୍ଧି – ବାୟୁମଣ୍ଡଳ ପରିବେଶର ଅନ୍ତର୍ଭୁକ୍ତ । ଏହା ଦୂଷିତ ହେବାର କାରଣ ହେଉଛି ଯାନବାହନ ସଂଖ୍ୟାର ମାତ୍ରାଧୁକ ବୃଦ୍ଧି । ବିଶେଷକରି ଅଟୋରିକ୍ସା, ଟ୍ରକ୍ ଏବଂ ବସ୍‌ଗୁଡ଼ିକ ବାୟୁମଣ୍ଡଳକୁ ଅତ୍ୟଧିକ ଦୂଷିତ କରିଥା’ନ୍ତି । ଯାନବାହନ ବ୍ୟବହାର ଯୋଗୁଁ ଶତକଡ଼ା ୬୫ ଭାଗ ବାୟୁ ଦୂଷିତ ହେଉଛି । ବାୟୁ ପ୍ରଦୂଷଣରେ ମୃତ୍ୟୁସଂଖ୍ୟା ୧୯୯୫ ସୁଦ୍ଧା ୫୧,୭୭୯ ହୋଇଥିଲା ବୋଲି କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡର ରିପୋର୍ଟରୁ ସୂଚନା ମିଳିଥିଲା । ବାୟୁ ପ୍ରଦୂଷଣଦ୍ଵାରା ଲୋକମାନେ ହୃଦ୍‌ରୋଗ, ଆଜ୍‌ମା, ଯକ୍ଷ୍ମା ଏବଂ ବ୍ରୋଙ୍କାଇଟିସ୍ ରୋଗରେ ଆକ୍ରାନ୍ତ ହୁଅନ୍ତି । (ଛାତ୍ରଛାତ୍ରୀମାନେ ଯେକୌସି ଦୁଇଟି କାରଣ ଲେଖୁରିବେ)

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ପରିବେଶ କ’ଣ ? ଏହାର ପ୍ରଦୂଷଣର କେତୋଟି କାରଣ ଦର୍ଶାଅ । ଏହାକୁ ଶିକ୍ଷା ମାଧ୍ୟମରେ ଦୂର କରାଯାଇପାରିବ କି ? ଯଦି ହଁ, କେଉଁ ଶିକ୍ଷାଦ୍ବାରା ଏହା କରାଯାଇପାରିବ – ଦର୍ଶାଅ ।
Answer:
‘ପରିବେଶ’ ହେଉଛି ବେଷ୍ଟନୀ ଯାହା ସମସ୍ତ ବାହ୍ୟ ଅବସ୍ଥା ବା ସ୍ଥିତି ଏବଂ ପ୍ରଭାବ ବା ଶକ୍ତିକୁ ଅନ୍ତର୍ଭୁକ୍ତ କରି
ସଜୀବ ପଦାର୍ଥଗୁଡ଼ିକର ଜୀବନ ଏବଂ ବିକାଶକୁ ପ୍ରଭାବିତ କରିଥାଏ । ସାଧାରଣତଃ ପଞ୍ଚ ମହାଭୂତ; ଯଥା– ପୃଥ‌ିବୀ, ଜଳ,
ବାୟୁ, ଅଗ୍ନି ଓ ଆକାଶ ବ୍ୟତୀତ ମନୁଷ୍ୟ, ଜୀବଜନ୍ତୁ ଏବଂ ବୃକ୍ଷଲତାର ସମାହାରକୁ ପରିବେଶ କୁହାଯାଏ । ନିର୍ଜୀବ (Non-living) ଏବଂ ସଜୀବ (Living) ଉପାଦାନକୁ ନେଇ ପ୍ରାକୃତିକ ପରିବେଶ ଗଠିତ ।

ନିର୍ଜୀବ ଉପାଦାନ (Non-living elements) : ପରିବେଶର ନିର୍ଜୀବ ଉପାଦାନଗୁଡ଼ିକ ହେଲା- ମାଟି, ଜଳ, ବାୟୁ ।

ସଜୀବ ଉପାଦାନ (Living elements) : ପରିବେଶର ସଜୀବ ଉପାଦାନଗୁଡ଼ିକ ହେଲା- ବୃକ୍ଷଲତା ଏବଂ ପ୍ରାଣୀ । ବିରାଟ ହସ୍ତୀ ଏବଂ ବୃକ୍ଷଲତାଠାରୁ ଆରମ୍ଭ କରି କ୍ଷୁଦ୍ର ଜୀବାଣୁ ଏହି ସଜୀବ ଉପାଦାନର ଅନ୍ତର୍ଭୁକ୍ତ ।

ଉଭୟ ସଜୀବ ଏବଂ ନିର୍ଜୀବ ଉପାଦାନଗୁଡ଼ିକ ଆମର ପ୍ରାକୃତିକ ସମ୍ପଦ । ପ୍ରତ୍ୟକ୍ଷ ଏବଂ ପରୋକ୍ଷଭାବରେ ଏଗୁଡ଼ିକର ସୁରକ୍ଷା ଆମର କର୍ତ୍ତବ୍ୟ । ଉକ୍ତ ପରିବେଶ ବର୍ତ୍ତମାନ ସୁରକ୍ଷିତ ନାହିଁ । ଏହା ପ୍ରଦୂଷିତ ହୋଇ ଜୀବଜଗତକୁ ପ୍ରଭାବିତ କରୁଛି ।

ପରିବେଶ ଦୂଷିତ ହେବାର କାରଣ – ନିମ୍ନଲିଖୁ କାରଣ ପାଇଁ ପରିବେଶ ଦୂଷିତ ହେଉଛି ।
(i) ପ୍ରାକୃତିକ ସମ୍ବଳକୁ ସୀମାହୀନଭାବେ ଉପଯୋଗ – ଅର୍ଥନୈତିକ ବିକାଶ ନାମରେ ପ୍ରାକୃତିକ ସମ୍ବଳର ମାତ୍ରାତ୍ମକ ବ୍ୟବହାରଦ୍ୱାରା ପ୍ରାକୃତିକ ସମ୍ବଳର ଅଭାବ ସୃଷ୍ଟି ହେଉଛି । ପ୍ରକୃତିର ପୁନରୁତ୍ପାଦନ ବା ପୁନର୍ଜନନ (Regeneration) ଓ ଏକୀକରଣ (Assimilation) କ୍ଷମତାର ଏକ ନିର୍ଦ୍ଦିଷ୍ଟ ସୀମା ଅଛି । ଏହା ଜାଣିବା ଉଚିତ ।

(ii) ଦୃତ ଶିଳ୍ପାୟନ – ଅର୍ଥନୈତିକ ବିକାଶ ପାଇଁ ଦ୍ରୁତ ଶିଳ୍ପାୟନର ବିକାଶ ଦରକାର । ମାତ୍ର ଏହା ନାମରେ ଯଦି ପ୍ରାକୃତିକ ସମ୍ବଳର ଅଭାବ ଦେଖାଯାଏ ତେବେ ପ୍ରକୃତି ତା’ର ଭାରସାମ୍ୟ ରକ୍ଷା କରିପାରିବ ନାହିଁ ।

(iii) ଯାନବାହନ ସଂଖ୍ୟାର ଅତ୍ୟଧିକ ବୃଦ୍ଧି – ବାୟୁମଣ୍ଡଳ ପରିବେଶର ଅନ୍ତର୍ଭୁକ୍ତ । ଏହା ଦୂଷିତ ହେବାର କାରଣ ହେଉଛି ଯାନବାହନ ସଂଖ୍ୟାର ମାତ୍ରାଧ‌ିକ ବୃଦ୍ଧି । ବିଶେଷକରି ଅଟୋରିକ୍ସା, ଟ୍ରକ୍ ଏବଂ ବସ୍‌ଗୁଡ଼ିକ ବାୟୁମଣ୍ଡଳକୁ ଅତ୍ୟଧିକ ଦୂଷିତ କରିଥା’ନ୍ତି । ଯାନବାହନ ବ୍ୟବହାର ଯୋଗୁଁ ଶତକଡ଼ା ୬୫ ଭାଗ ବାୟୁ ଦୂଷିତ ହେଉଛି । ବାୟୁ ପ୍ରଦୂଷଣରେ ମୃତ୍ୟୁସଂଖ୍ୟା ୧୯୯୫ ସୁଦ୍ଧା ୫୧,୭୭୯ ହୋଇଥିଲା ବୋଲି କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡର ରିପୋର୍ଟରୁ ସୂଚନା ମିଳିଥିଲା । ବାୟୁ ପ୍ରଦୂଷଣ ଯୋଗୁଁ ଲୋକମାନେ ହୃଦ୍‌ରୋଗ, ଆଜ୍‌ମା, ଯକ୍ଷ୍ମା ଏବଂ ବ୍ରୋଙ୍କାଇଟିସ୍ ରୋଗରେ ଆକ୍ରାନ୍ତ ହୁଅନ୍ତି ।

(iv) ଦୂଷିତ ଜଳ ନିଷ୍କାସନ – କଳକାରଖାନା ଏବଂ ବଡ଼ ବଡ଼ ସହରରୁ ଦୂଷିତ ଜଳ ନିଷ୍କାସନ ହୋଇ ନଦୀଗର୍ଭରେ ପଡ଼ିଥାଏ । ଏପରି ପାଣିକୁ ପାଟିରେ ଦେବାକୁ ଘୃଣା ଲାଗେ; ମାତ୍ର ଲୋକମାନେ ଏହାକୁ ବ୍ୟବହାର କରି ରୋଗାକ୍ରାନ୍ତ ହୁଅନ୍ତି ।

CHSE Odisha Class 12 Education Solutions Chapter 11 ପରିବେଶ ଶିକ୍ଷା

(v) କୀଟନାଶକ ଔଷଧ ବ୍ୟବହାର – ଲୋକମାନଙ୍କଦ୍ୱାରା କୀଟନାଶକ ଔଷଧ ବ୍ୟବହାରଦ୍ୱାରା କୀଟ, ପତଙ୍ଗ ଏବଂ ବିଭିନ୍ନ ଜୀବଜନ୍ତୁମାନଙ୍କର ମୃତ୍ୟୁ ଘଟିଥାଏ । ମାଟିରେ ଏହା ମିଶିବାଦ୍ଵାରା ମାଟିର ଉର୍ବରତା ନଷ୍ଟ ହୁଏ ।

(vi) ଉଚ୍ଚ ଡାକବାଜି ଯନ୍ତ୍ରର ବ୍ୟବହାର – ପ୍ରତ୍ୟେକ ସ୍ତରର ଲୋକମାନେ ସଙ୍ଗୀତ ଶୁଣିବାପାଇଁ ଉଚ୍ଚ ଡାକବାଜି ଯନ୍ତ୍ରର ବ୍ୟବହାର କରିଥା’ନ୍ତି । ସେମାନେ ବିବାହ, ପୂଜା ଏବଂ ପର୍ବପର୍ବାଣି ପାଳନ ସମୟରେ ଏହାର ବହୁଳ ବ୍ୟବହାର କରିଥା’ନ୍ତି । ଏହାର ପ୍ରଭାବରେ ସାଇପଡ଼ିଶା ଲୋକମାନେ ଅସ୍ତବ୍ୟସ୍ତ ହୋଇପଡ଼ନ୍ତି । ଏହାଦ୍ଵାରା ଶବ୍ଦ ପ୍ରଦୂଷଣ ହୋଇଥାଏ ।

(vii) ସୌଖୀନ୍ ମନୋବୃତ୍ତ – ଉପଭୋଗବାଦକୁ ବିଚାର କରାଯାଉ । ଅର୍ଥନୀତି ଅନୁସାରେ ଉପଭୋକ୍ତା ହେଉଛନ୍ତି ବିଶେଷକରି ଧନୀଲୋକମାନେ । ଏମାନଙ୍କର କ୍ରୟଶକ୍ତି ଅନେକ । ଏମାନେ ଶାଳ, ଶିଶୁ ଏବଂ ଶାଗୁଆନ କାଠରେ ସୌଖୀନ୍ ଆସବାବପତ୍ର ନିର୍ମାଣ କରିଥା’ନ୍ତି । ଏୟାର୍ କଣ୍ଡିସନର ଏବଂ ରେଫ୍ରିଜେରେଟରରୁ ନିର୍ଗତ କ୍ଲୋରୋଙ୍କ୍ ରୋ କାର୍ବନ୍ ଗ୍ୟାସ୍ ଯୋଗୁଁ ପରିବେଶ ପ୍ରଦୂଷଣ ହେଉଛି ।

ପରିବେଶ ପ୍ରଦୂଷଣର ମୁଖ୍ୟତଃ ଦୁଇଟି କାରଣ ରହିଛି; ଯଥା – ଦ୍ରୁତ ଜନସଂଖ୍ୟା ବୃଦ୍ଧି ଏବଂ ମନୁଷ୍ୟର ଉପଭୋଗବାଦ । ମାନବ ସମାଜ ଆଗରେ ସଂପ୍ରତି ପରିବେଶ ପ୍ରଦୂଷଣଜନିତ ସମସ୍ୟା ଦେଖାଦେଇଅଛି । ବିଶେଷଭାବେ ଏହା ଜୀବନ ଏବଂ ଜୀବିକା ଉପରେ ପ୍ରଭାବ ପକାଇଥାଏ । ଏହାର ସ୍ଥାୟୀ ପ୍ରତିକାର ବା ସମାଧାନ ଏକାନ୍ତ ପ୍ରୟୋଜନୀୟ । ଲୋକମାନଙ୍କର ମାନସିକ ଚିନ୍ତାଧାରାରେ ଯେପର୍ଯ୍ୟନ୍ତ ପରିବର୍ତ୍ତନ ନ ହୋଇଛି ସେପର୍ଯ୍ୟନ୍ତ ପରିବେଶର ସୁରକ୍ଷା ସମ୍ଭବ ନୁହେଁ ।

ଆମେ ପରିବେଶକୁ ସୁରକ୍ଷା କରିପାରିବା କି ? ଏହାର ଉତ୍ତର, ହଁ । ପ୍ରାୟ ପୃଥ‌ିବୀରେ ପାଞ୍ଚ ଲକ୍ଷ ଜାତିର ଉଭିଦ ଏବଂ ଦଶ ଲକ୍ଷ ଜାତିର ପ୍ରାଣୀ ଅଛନ୍ତି । ଉଭିଦମାନେ ପରିବେଶର ସୁରକ୍ଷାରେ ସାହାଯ୍ୟ କରିଥା’ନ୍ତି । ଏମାନଙ୍କର ସୁରକ୍ଷା ନ ହେଲେ ପରିବେଶର ସୁରକ୍ଷା ହୋଇପାରିବ ନାହିଁ ।

ପରିବେଶର ସୁରକ୍ଷା ପାଇଁ ପରିବେଶର ସନ୍ତୁଳନ ଦରକାର । ଉଭିଦ ଏବଂ ପ୍ରାଣୀ ମଧ୍ୟରେ ସଂପର୍କ ରକ୍ଷା ଏକାନ୍ତ ପ୍ରୟୋଜନୀୟ । ତାପମାତ୍ରାର ଅତ୍ୟଧିକ ବୃଦ୍ଧି ଅଂଶୁଘାତ ସୃଷ୍ଟି କରିଥାଏ । ପବନର ଗତି ବଢ଼ିଲେ ମହାବାତ୍ୟା ହୁଏ । ଜଙ୍ଗଲକ୍ଷୟ ଅନାବୃଷ୍ଟି, ମରୁଡ଼ି ସୃଷ୍ଟି କରିଥାଏ । ଜଳ ସଂପଦର ବୃଦ୍ଧି ବନ୍ୟାର ସୂଚନା ଦେଇଥାଏ ।

ତେଣୁ ଏ ସଂପର୍କରେ ଯଦି ଆମେ ସଚେତନ ହୋଇପାରିବା ତେବେ ପରିବେଶର ସୁରକ୍ଷା ହୋଇପାରିବ । ଏହା କେବଳ ଶିକ୍ଷାଦ୍ବାରା ସମ୍ଭବ । ଯେଉଁ ଶିକ୍ଷା ପରିବେଶର ପ୍ରଦୂଷଣ ଏବଂ ସୁରକ୍ଷାର ସୂଚନା ପ୍ରଦାନ କରିଥାଏ ତାହା ପରିବେଶ ଶିକ୍ଷା । ପ୍ରାଥମିକ ସ୍ତରରୁ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ଶିକ୍ଷା ଦେଲେ ନିଶ୍ଚୟ ଉପକାର ଉପଲବ୍ଧ ହୋଇପାରିବ ।

2. ପରିବେଶ ଶିକ୍ଷା କ’ଣ ? ଏହାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଆଲୋଚନା କର ।
Answer:
‘ପରିବେଶ’ ହେଉଛି ବେଷ୍ଟନୀ ଯାହା ସମସ୍ତ ବାହ୍ୟ ଅବସ୍ଥା ଏବଂ ସ୍ଥିତି ଏବଂ ପ୍ରଭାବ ବା ବ୍ୟକ୍ତିକୁ ଅନ୍ତର୍ଭୁକ୍ତ କରି ସଜୀବ ପଦାର୍ଥଗୁଡ଼ିକର ଜୀବନ ଏବଂ ବିକାଶକୁ ପ୍ରଭାବିତ କରିଥାଏ । ସାଧାରଣତଃ ପରିବେଶ (Environment) କହିଲେ ଯାହା ଆମ ଚାରିପାଖରେ ବା ଚତୁଃପାର୍ଶ୍ଵରେ ଅଛି (Environment means all that surrounds us.) ତାହାକୁ ବୁଝାଏ । ଏହି ପରିପ୍ରେକ୍ଷୀରେ ଆମର ପରିବେଶ ମୃତ୍ତିକା, ଜଳ, ତାପମାତ୍ରା ଏବଂ ଆଲୋକକୁ ବୁଝାଇଥାଏ ।

ପରିବେଶ (Environment) – ଉଡ୍ ୱର୍ଥ (Wood Worth) ଙ୍କ ମତରେ, ଜୀବନର ଆରମ୍ଭରୁ ଯେଉଁ ବାହ୍ୟ ଶକ୍ତିଗୁଡ଼ିକ ବ୍ୟକ୍ତିକୁ ପ୍ରଭାବିତ କରିଥାଏ ତାହା ପରିବେଶ । କିନ୍ତୁ ତାହା ବ୍ୟକ୍ତିର ବଂଶଗୁଣ ବ୍ୟତିରେକ ଅନ୍ୟସବୁ ଅଟେ । (Environment covers all the outside factors that have acted on the individual since he began life. The environment is everything that affects the individual except his genes.) ।

ଶିକ୍ଷା (Education) – ଶିକ୍ଷା ମନୁଷ୍ୟକୁ ବାହ୍ୟ ପରିବେଶ ସହ ସମଯୋଜିତ କରିବାରେ ସାହାଯ୍ୟ କରିଥାଏ । ଶିକ୍ଷାଦ୍ଵାରା ବ୍ୟକ୍ତିର ସର୍ବାଙ୍ଗୀନ ଉନ୍ନତି ହୋଇଥାଏ; ଯଥା – ଶାରୀରିକ, ମାନସିକ, ବୌଦ୍ଧିକ, ସାମାଜିକ ଏବଂ ଆଧ୍ୟାତ୍ମିକ । ସମସ୍ତ ବିକାଶ ସାଧନ ଶିକ୍ଷାର ଲକ୍ଷ୍ୟ ।

ପରିବେଶ ଶିକ୍ଷା (Environmental Education) – ଉଭିଦ ଏବଂ ଜୀବ ମଧ୍ଯରେ ସନ୍ତୁଳନ ନ ରହିଲେ ବ୍ୟକ୍ତିର ବିକାଶ ହୋଇପାରିବ ନାହିଁ । ପରିବେଶର ପ୍ରଦୂଷଣର କାରଣ ବୁଝି ଏହାର ପ୍ରତିକାର କରିବା ଏବଂ ନିଜର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଶିକ୍ଷାର ଲକ୍ଷ୍ୟ ହେବା ଉଚିତ । ନିଜର ସୁବିଧା ପାଇଁ ପରିବେଶର ଧ୍ୱଂସ ଆମର କାମ୍ୟ ହେବା ଅନୁଚିତ ।

ଲୋକମାନଙ୍କ ମନରେ ସଚେତନତା ସୃଷ୍ଟି କରାଯାଇପାରିଲେ ପରିବେଶ ପ୍ରଦୂଷଣ ଏବଂ ଅବକ୍ଷୟକୁ ରୋକାଯାଇପାରିବ । ଛାତ୍ରଛାତ୍ରୀମାନଙ୍କ ମନରେ ପରିବେଶ ସୁରକ୍ଷା ମନୋଭାବ ସୃଷ୍ଟି ହେବା ଦରକାର । ପରିବେଶ ଶିକ୍ଷା ସେମାନଙ୍କୁ ପରିବେଶ ସଂପର୍କରେ ସୂଚନା ଦେବା ସହ ଏହାର ସୁରକ୍ଷାର ଉପାୟମାନ ସୂଚନା ମାଧ୍ୟମରେ ପ୍ରଦାନ କରିଥାଏ ।

ପରିବେଶ ଶିକ୍ଷା, ପ୍ରାକୃତିକ ଓ ମଣିଷ ତିଆରି ପରିବେଶ ସହିତ ମଣିଷର ସଂପର୍କକୁ ବୁଝାଇଥାଏ । ପରିବେଶ ସଚେତନତା ସୃଷ୍ଟି ପରିବେଶ ଶିକ୍ଷା ଅଟେ । ପରିବେଶ ସଚେତନତା ସୃଷ୍ଟିଦ୍ୱାରା ବ୍ୟକ୍ତି ପରିବେଶ ସମସ୍ୟାର ସମାଧାନ କରିଥାଏ ।

ପରିବେଶ ଶିକ୍ଷାର ଲକ୍ଷ୍ୟ (Aims of Environmental Education) – ପରିବେଶ ଶିକ୍ଷାର ଲକ୍ଷ୍ୟଗୁଡ଼ିକୁ ତିନି ଭାଗରେ ବିଭକ୍ତ କରାଯାଇପାରେ –
(1) ଜ୍ଞାନାତ୍ମକ (Cognitive),
(2) ଭାବାତ୍ମକ (Affective) ଏବଂ
(3) କୌଶଳାତ୍ମକ (Psychomotor) ।

1. ଜ୍ଞାନାତ୍ମକ (Cognitive) : ଜ୍ଞାନାତ୍ମକ ଲକ୍ଷ୍ୟଗୁଡ଼ିକ ହେଲା :

  • ପରିବେଶ ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିବା ।
  • ପରିବେଶର ମୌଳିକ ଉପାଦାନ- ସଜୀବ ଏବଂ ନିର୍ଜୀବମାନଙ୍କ ସମ୍ପର୍କରେ ଜାଣିବା ।
  • ଉଦ୍ଭିଦ ଏବଂ ଜୀବମାନଙ୍କ ସମ୍ପର୍କ ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିବା ।
  • ଜନସଂଖ୍ୟା ବୃଦ୍ଧି ଏବଂ ପରିବେଶ ଅବକ୍ଷୟର କାରଣ ଜାଣିବା ।
  • ପ୍ରାକୃତିକ ସମ୍ପଦର ସୁରକ୍ଷାର ଉପାୟ ସମ୍ପର୍କରେ ସୂଚନା ପାଇବା ।
  • ପରିବେଶ ପ୍ରତି ଦାୟିତ୍ବବୋଧ ସମ୍ପର୍କରେ ସଚେତନ ହେବା ।
  • ପ୍ରାକୃତିକ ସମ୍ପଦର ଉପଯୁକ୍ତ ବିନିଯୋଗ କରିବାର ଜ୍ଞାନକୌଶଳ ଜାଣିବା ।

CHSE Odisha Class 12 Education Solutions Chapter 11 ପରିବେଶ ଶିକ୍ଷା

2. ଭାବାତ୍ମକ (Affective) – ଭାବାତ୍ମକ ଲକ୍ଷ୍ୟଗୁଡ଼ିକ ହେଲା :

  • ପରିବେଶ ସୁରକ୍ଷା ପ୍ରତି ସୁସ୍ଥ ମନୋଭାବ ସୃଷ୍ଟି କରିବା ।
  • ପରିବେଶ ସମ୍ପର୍କରେ ଅଧିକ ଜାଣିବାପାଇଁ ଆଗ୍ରହ ସୃଷ୍ଟି କରିବା ।
  • ପରିବେଶର ସୁନ୍ଦରତାକୁ ଅନୁଭବ କରିବା ।
  • ପ୍ରାକୃତିକ ପରିବେଶ ମଧ୍ୟରେ ନିଜକୁ ହଜାଇଦେବା ।

3. କୌଶଳାତ୍ମକ (Psychomotor) – କୌଶଳାତ୍ମକ ଲକ୍ଷ୍ୟଗୁଡ଼ିକ ହେଲା :

  • ନିଜକୁ ପରିଷ୍କାର ରଖୁବା ସହ ନିଜର ପରିବେଶର ସୁସ୍ଥ ପରମ୍ପରା ସୃଷ୍ଟି କରିବା ।
  • ବିଭିନ୍ନ କାର୍ଯ୍ୟକ୍ରମ; ଯଥା – ସମାଜସେବା, ବୃକ୍ଷରୋପଣ, ମୃତ୍ତିକା ସଂରକ୍ଷଣ ଇତ୍ୟାଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ।

U. N. E. P. (United Nations Environmental Programme) ଅନୁସାରେ ପରିବେଶ ଶିକ୍ଷାର ଲକ୍ଷ୍ୟ :

  1. ଆନ୍ତର୍ଜାତିକ ସ୍ତରରେ ପରିବେଶ ସୁରକ୍ଷା ପାଇଁ ମିଳିତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ।
  2. ଆନ୍ତର୍ଜାତିକ ସ୍ତରରେ ଶିକ୍ଷା ମାଧ୍ୟମରେ ପରିବେଶ ଜ୍ଞାନକୌଶଳରେ ଆଦାନପ୍ରଦାନ କରିବା ।
  3. ପାଠ୍ୟକ୍ରମ ଏବଂ ଅଣ-ପାଠ୍ୟକ୍ରମରେ ପରିବେଶ ଶିକ୍ଷାର ବିଷୟବସ୍ତୁ ସଂଯୁକ୍ତ କରିବା ଏବଂ ଶିକ୍ଷାଦାନ ପ୍ରଣାଳୀ ନିରୂପଣ କରିବା ।
  4. ପରିବେଶ ଜ୍ଞାନ ଆଲୋଚନା, ସେମିନାର ଏବଂ କର୍ମଶାଳା ମଧ୍ଯରେ ପ୍ରଦାନ କରିବା ।
    ପରିବେଶ ସୁରକ୍ଷା ପାଇଁ ଜନସଚେତନତାର ଆବଶ୍ୟକତା ରହିଛି । ତେଣୁ ପରିବେଶ ସୁରକ୍ଷା ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ଭବପର ହୋଇପାରିବ ।

3. ପରିବେଶ ଶିକ୍ଷା ଶିକ୍ଷାଦାନରେ ଶିକ୍ଷକଙ୍କର ଭୂମିକା ଆଲୋଚନା କର ।
Answer:
ଶିକ୍ଷକ ପରିବେଶ ଶିକ୍ଷା ଶିକ୍ଷାଦାନ ଏବଂ ଶିକ୍ଷଣକୁ ଫଳପ୍ରଦ ଏବଂ ଅର୍ଥପୂର୍ଣ୍ଣ କରିଥା’ନ୍ତି । ଶିକ୍ଷକ ପରିବେଶ ଶିକ୍ଷା ଶିକ୍ଷାଦାନ ପାଇଁ ନିମ୍ନଲିଖ ଭୂମିକା ଅବଲମ୍ବନ କରିଥା’ନ୍ତି :

  1. ପରିବେଶ ଶିକ୍ଷାର ଫଳପ୍ରଦ ଶିକ୍ଷଣ ପାଇଁ ଶିକ୍ଷକ ଫଳପ୍ରଦ ଶିକ୍ଷାଦାନ କୌଶଳ ଅବଲମ୍ବନ କରିଥା’ନ୍ତି; ଯଥା – ସମସ୍ୟା ସମାଧାନ ପ୍ରଣାଳୀ, ପରିଭ୍ରମଣ, ଅଭିନୟ ଏବଂ ଘଟଣା ଅନୁଧ୍ୟାନ ।
  2. ବିଭିନ୍ନ ଶିକ୍ଷକ ସହାୟକ ସାମଗ୍ରୀ; ଯଥା – ପାଠ୍ୟପୁସ୍ତକ, ଶିକ୍ଷକ ସହାୟକ ପୁସ୍ତକ, ଚାର୍ଟ, ମଡ଼େଲ୍ ,ସମ୍ବାଦପତ୍ରର ଛବି, NCERT ର ବିଜ୍ଞାନ ପେଟିକା ଶିକ୍ଷକ ଶିକ୍ଷାଦାନ ସମୟରେ ବ୍ୟବହାର କରିଥା’ନ୍ତି ।
  3. ପରିବେଶ ସଂକ୍ରାନ୍ତୀୟ ବିଭିନ୍ନ ପ୍ରକାର ପ୍ରତିଯୋଗିତା (ତର୍କ, ବକ୍ତୃତା, ଚିତ୍ରାଙ୍କନ, କବିତା) ସେ ସୁଚାରୁରୂପେ ପରିଚାଳନା କରିଥା’ନ୍ତି ।
  4. ଜଙ୍ଗଲ ମଧ୍ୟରେ ବଣଭୋଜି ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ପରିଭ୍ରମଣ (Visit) ର ସୁଯୋଗ ସୃଷ୍ଟି କରିବା ଦାୟିତ୍ଵ ଶିକ୍ଷକଙ୍କର ।
  5. ସେ ଦୃଶ୍ୟଶ୍ରାବ୍ୟ ଉପକରଣ ମାଧ୍ୟମରେ ପରିବେଶ ସଂକ୍ରାନ୍ତୀୟ ଜ୍ଞାନ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରିଥା’ନ୍ତି ।
  6. ଶିକ୍ଷକ ଛାତ୍ରଛାତ୍ରୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା ବିଦ୍ୟାଳୟରେ କରିଥା’ନ୍ତି ।
  7. ସେ ପରିବେଶ ଦିବସ ପାଳନ କରିବା ଅବସରରେ ବୃକ୍ଷରୋପଣ ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥା’ନ୍ତି ।
  8. ସେ ପରିବେଶ ସୁରକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କ ସହ ଅଭିଭାବକମାନଙ୍କୁ ସାମିଲ କରିବାପାଇଁ ଚେଷ୍ଟା କରିଥା’ନ୍ତି ।
  9. ବୃକ୍ଷରୋପଣ ଭଳି ମହାନ୍ ଦାୟିତ୍ଵକୁ ଛାତ୍ରଛାତ୍ରୀମାନଙ୍କ ଉପରେ ନ୍ୟସ୍ତ କରି ତା’ର ସୁଫଳ ସମ୍ପର୍କରେ ଆଲୋଚନା କରିଥା’ନ୍ତି ।
  10. ବିଦ୍ୟାଳୟର ପାଠାଗାରରେ ପରିବେଶ ଶିକ୍ଷା ସଂକ୍ରାନ୍ତୀୟ ପୁସ୍ତକସଂଖ୍ୟା ବୃଦ୍ଧି କରିବା ଦାୟିତ୍ଵ ଶିକ୍ଷକଙ୍କର ।
  11. TV ଏବଂ Radio ର ପରିବେଶ ଶିକ୍ଷା ସଂପର୍କୀୟ କାର୍ଯ୍ୟକ୍ରମଗୁଡ଼ିକୁ ଜାଣିବାପାଇଁ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରିବାର ଗୁରୁଦାୟିତ୍ବ ସେ ନେଇଥା’ନ୍ତି ।
  12. SCERT ଏବଂ NCERT ର ସହଯୋଗରେ ପରିବେଶ ସଂକ୍ରାନ୍ତୀୟ ଆଲୋଚନାଚକ୍ରରେ ନିଜେ ଭାଗ ନେଇ ଅଧିକ ଜ୍ଞାନ ଏବଂ କୌଶଳ ଅବଲମ୍ବନ କରିଥା’ନ୍ତି ।

ଶିକ୍ଷକ ଉପରୋକ୍ତ ଦାୟିତ୍ଵକୁ ସୁଚାରୁରୂପେ ନିର୍ବାହ କରିପାରିଲେ ପରିବେଶ ଶିକ୍ଷା ଶିକ୍ଷାଦାନ ଫଳପ୍ରଦ ହୋଇପାରିବ । ଶିକ୍ଷକ ମାନବ ସମ୍ବଳକୁ ଉପଯୁକ୍ତଭାବରେ ବିନିଯୋଗ କରିବାପାଇଁ ସୁଯୋଗ ସୃଷ୍ଟି କରିପାରିବେ । ଶିଶୁର ବିବେକ ଏବଂ ସୃଜନଶୀଳ ଚିନ୍ତାଧାରାକୁ ବିକାଶ କରିବାପାଇଁ ଶିକ୍ଷକର ଦାୟିତ୍ବବୋଧ ଅନେକ । ଏହାର ସଦୁପଯୋଗ ଏକାନ୍ତ ପ୍ରୟୋଜନୀୟ ।

4. ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ପାଇଁ ସଚେତନତା କିପରି ସୃଷ୍ଟି କରାଯାଇ ପାରିବ ?
Answer:
ପରିବେଶ ଶିକ୍ଷା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିଥାଏ । ମନୁଷ୍ୟର ପରିବେଶ ସହ ସମ୍ପର୍କ ଅତି ନିଗୂଢ଼ । ଉଭୟ ପରସ୍ପରର ପରିପୂରକ । ପରିବେଶ ପ୍ରତ୍ୟକ୍ଷ ଏବଂ ପରୋକ୍ଷଭାବରେ ବ୍ୟକ୍ତିର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଭାବ ପକାଇଥାଏ । ସଂପ୍ରତି ସମାଜ ଆଗରେ ଦେଖାଯାଇଥିବା ପରିବେଶ ପ୍ରଦୂଷଣଜନିତ ସମସ୍ୟା ବିଶେଷ କରି ତା’ର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କେବଳ ପରିବେଶ ଅଧ୍ୟୟନ ବା ଶିକ୍ଷାଦ୍ବାରା ସମ୍ଭବପର । ଏହା ଶିକ୍ଷାର୍ଥୀମାନଙ୍କ ମନରେ ଏକ ମାନସିକ ପ୍ରସ୍ତୁତି ସୃଷ୍ଟି କରିଥାଏ ।

ପରିବେଶ ଶିକ୍ଷାର ପାଠ୍ୟକ୍ରମ (Curriculum of Environmental Education) – ୧୯୮୬ ଜାତୀୟ ଶିକ୍ଷାନୀତି ଏବଂ ୧୯୯୨ ଶିକ୍ଷାନୀତି ପରିବେଶ ଶିକ୍ଷା ଉପରେ ଗୁରୁତ୍ବ ଆରୋପ କରିଛି । NCERT ର ଅନୁମୋଦନ କ୍ରମେ ପରିବେଶ ଶିକ୍ଷାର ବିଷୟବସ୍ତୁଗୁଡ଼ିକ ନିମ୍ନରେ ଦିଆଗଲା :
(i) ଜନସଂଖ୍ୟା (Population)
(ii) ଭୂମି ଏବଂ ଏହାର ବ୍ୟବହାର (Land and its uses)
(iii) ବିଭିନ୍ନ ସମ୍ପଦ ଏବଂ ତା’ର ବ୍ୟବହାର (Different types of resources and their uses)
(iv) ଖାଦ୍ୟ (Food)
(v) ପ୍ରଦୂଷଣ (Pollution)
(vi) ମଣିଷ ଏବଂ ପ୍ରକୃତି ମଧ୍ୟରେ ସମ୍ପର୍କ (Relation between man and nature)

ପ୍ରାଥମିକ ସ୍ତରରେ ପରିବେଶ ଶିକ୍ଷା (Environmental Education in Primary Stage) – ପରିବେଶ ସଂରକ୍ଷଣ ଏବଂ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ପାଇଁ ୧୯୮୮ ମସିହାରେ NCERT ତରଫରୁ ପୁସ୍ତକ ପ୍ରଣୟନ କରାଯାଇଛି ।
(i) ପ୍ରଥମ ଏବଂ ଦ୍ଵିତୀୟ ଶ୍ରେଣୀରେ ଏହାକୁ ଏକ ସମନ୍ବିତ ଶିକ୍ଷାରୂପେ ଗ୍ରହଣ କରାଯାଇଛି ।
(ii) ତୃତୀୟରୁ ପଞ୍ଚମ ଶ୍ରେଣୀ ପାଇଁ ଏହାକୁ ଦୁଇଟି ଅଲଗା ପାଠ୍ୟକ୍ରମରୂପେ ବିଚାର କରାଯାଇଛି :
1. (a) ପରିବେଶ ଶିକ୍ଷା, (b) ସାମାଜିକ ଓ ପରିବେଶ ଶିକ୍ଷା 2, ବିଜ୍ଞାନ
ପରିବେଶ ବିଜ୍ଞାନ ନିଜର ଚତୁଃପାର୍ଶ୍ଵରେ ଘଟୁଥ‌ିବା ଘଟଣାବଳୀର ବୈଜ୍ଞାନିକ ତଥ୍ୟାବଳୀକୁ ଆବିଷ୍କାର ଏବଂ ହୃଦୟଙ୍ଗମ ରେ ସାହାଯ୍ୟ କରିଥାଏ ।

ଉଚ୍ଚ ପ୍ରାଥମିକ ସ୍ତରରେ ପରିବେଶ ଶିକ୍ଷା (Environmental Education in Upper Primary Stage) – ମନୋଭାବକୁ ଉଦ୍ରେକ କରିବାପାଇଁ ପରିବେଶ ଶିକ୍ଷା ବିଜ୍ଞାନ (Science) ମାଧ୍ୟମରେ ଦିଆଯିବା ଉଚିତ । ନିମ୍ନଲିଖ ବିଷୟବସ୍ତୁଗୁଡ଼ିକୁ ଏଥରେ ଅନ୍ତର୍ଭୁକ୍ତ କରାଯାଇପାରେ :
(i) ଉଭିଦ ଉପରେ ପ୍ରାଣୀଙ୍କର ନିର୍ଭରଶୀଳତା
(ii) ପ୍ରକୃତିର ସନ୍ତୁଳନ
(iii) ଜନସଂଖ୍ୟା ବୃଦ୍ଧି ଏବଂ ତା’ର ପରିବେଶ ଉପରେ ପ୍ରତିକୂଳ ପ୍ରଭାବ
(iv) ନିଜ ଚତୁଃପାର୍ଶ୍ଵର ଘଟଣାବଳୀର ବୈଜ୍ଞାନିକ ବିଶ୍ଳେଷଣ

CHSE Odisha Class 12 Education Solutions Chapter 11 ପରିବେଶ ଶିକ୍ଷା

ସହ-ପାଠ୍ୟକ୍ରମ ମାଧ୍ୟମରେ ପରିବେଶ ଶିକ୍ଷା (Environmental Education through co-curricular activities) – ପରିବେଶ ଶିକ୍ଷା ପ୍ରଦାନ ପାଇଁ ଶିକ୍ଷକମାନେ ବିଦ୍ୟାଳୟରେ ନିମ୍ନଲିଖ୍ କାର୍ଯ୍ୟକ୍ରମଗୁଡ଼ିକ ଅନ୍ତର୍ଭୁକ୍ତ କରିବା ଉଚିତ ।
(i) ପରିବେଶ ସଂକ୍ରାନ୍ତୀୟ ଆଲୋଚନା ଚକ୍ର ।
(ii) S.U.P.W. ମାଧ୍ୟମରେ ବିଦ୍ୟାଳୟର ପରିବେଶକୁ ସଫାସୁତୁରା ରଖୁ ।
(iii) ବୃକ୍ଷରୋପଣ, ଘର ଚାରିପାଖ, ଡାକ୍ତରଖାନା, ସ୍ବାସ୍ଥ୍ୟକେନ୍ଦ୍ର, ବଜାର ଏବଂ ଉପାସନାସ୍ଥଳୀ ପ୍ରଭୃତି ସ୍ଥାନ ସଫା କରିବା, ପାଇଖାନା ବ୍ୟବହାର, ଅପରିଷ୍କାର ଖାଦ୍ୟଦ୍ରବ୍ୟ ବର୍ଜନ ଏବଂ ବୃକ୍ଷଲତା ଓ ପଶୁପକ୍ଷୀମାନଙ୍କ ପ୍ରତି ମମତା ସୃଷ୍ଟି କରିବା ।
(iv) ପରିବେଶ ସଚେତନତା ପ୍ରତି NCC, Guide and Scout ର କାର୍ଯ୍ୟକ୍ରମମାନ ସୃଷ୍ଟି କରିବା ।
(v) ଖେଳ, ସଙ୍ଗୀତ, ନାଚ ଏବଂ ଚିତ୍ରକଳା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ।

ପ୍ରକୃତିକୁ ପର୍ଯ୍ୟବେକ୍ଷଣ କରିବାପାଇଁ ବିଦ୍ୟାଳୟରେ ସୁଯୋଗ ସୃଷ୍ଟି କରାଯାଇଥାଏ । ବିଦ୍ୟାଳୟର ବଗିଚା ବିଦ୍ୟାଳୟର ଶୋଭାବର୍ତ୍ତନ କରିଥାଏ । ସେଠାରେ ଛାତ୍ରଟିଏ ଗଛ ଲଗାଇବା, ଗଛର ଯତ୍ନ ନେବା, ଗଛକୁ ଧ୍ୱଂସ ନ କରିବାପାଇଁ ପ୍ରେରଣା ପାଇଥାଏ । ବର୍ଷାର ଆଗମନରେ ସବୁଜ ପୃଥ‌ିବୀକୁ ଦେଖୁ ସେ ଆନନ୍ଦିତ ହୋଇଉଠେ । ଏହା ପିଲାମାନଙ୍କ ମନରେ ସୌନ୍ଦର୍ଯ୍ୟବୋଧ ସୃଷ୍ଟି କରିଥାଏ ।

5. ପରିବେଶ ଶିକ୍ଷା କ’ଣ ? ବିଦ୍ୟାଳୟ ସ୍ତରରେ ଏହି ଶିକ୍ଷାର ଗୁରୁତ୍ଵ ଏବଂ କାର୍ଯ୍ୟକ୍ରମ ଆଲୋଚନା କର ।
Answer:
ଉଭିଦ ଏବଂ ଜୀବ ମଧ୍ଯରେ ସନ୍ତୁଳନ ନ ରହିଲେ ବ୍ୟକ୍ତିର ବିକାଶ ହୋଇପାରିବ ନାହିଁ । ପରିବେଶର ପ୍ରଦୂଷଣର କାରଣ ବୁଝି ଏହାର ପ୍ରତିକାର କରିବା ଏବଂ ନିଜର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଶିକ୍ଷାର ଲକ୍ଷ୍ୟ ହେବା ଉଚିତ । ନିଜର ସୁବିଧା ପାଇଁ ପରିବେଶର ଧ୍ୱଂସ ଆମର କାମ୍ୟ ହେବା ଅନୁଚିତ । ଲୋକମାନଙ୍କ ମନରେ ସଚେତନତା ସୃଷ୍ଟି କରାଯାଇପାରିଲେ ପରିବେଶ ପ୍ରଦୂଷଣ ଏବଂ ଅବକ୍ଷୟକୁ ରୋକାଯାଇପାରିବ । ଛାତ୍ରଛାତ୍ରୀମାନଙ୍କ ମନରେ ପରିବେଶ ସୁରକ୍ଷା ମନୋଭାବ ସୃଷ୍ଟି ହେବା ଦରକାର । ପରିବେଶ ଶିକ୍ଷା ସେମାନଙ୍କୁ ପରିବେଶ ସଂପର୍କରେ ସୂଚନା ଦେବା ସହ ଏହାର ସୁରକ୍ଷାର ଉପାୟମାନ ସୂଚନା ମାଧ୍ୟମରେ ପ୍ରଦାନ କରିଥାଏ ।

ପରିବେଶ ଶିକ୍ଷା, ପ୍ରାକୃତିକ ଓ ମଣିଷ ତିଆରି ପରିବେଶ ସହିତ ମଣିଷର ସଂପର୍କକୁ ବୁଝାଇଥାଏ । ପରିବେଶ ସଚେତନତା ସୃଷ୍ଟି ପରିବେଶ ଶିକ୍ଷା ଅଟେ । ପରିବେଶ ସଚେତନତା ସୃଷ୍ଟିଦ୍ୱାରା ବ୍ୟକ୍ତି ପରିବେଶ ସମସ୍ୟାର ସମାଧାନ କରିଥାଏ ।

⇒ ବିଦ୍ୟାଳୟ ସ୍ତରରେ ପରିବେଶ ଶିକ୍ଷାର ଗୁରୁତ୍ଵ
ବିଭିନ୍ନ ପାଠ୍ୟକ୍ରମ ଓ ବିଷୟବସ୍ତୁକୁ ପରିବେଶ ଶିକ୍ଷାରେ ଅନ୍ତର୍ଭୁକ୍ତ କରାଯାଇଛି; ଯଥା –
(i) ଜନସଂଖ୍ୟା
(ii) ଭୂମି ଓ ଏହାର ବ୍ୟବହାର
(iii) ସମ୍ପଦ ଓ ଏହାର ବ୍ୟବହାର
(iv) ଖାଦ୍ୟ
(v) ପ୍ରଦୂଷଣ
(vi) ପରିବେଶ ଓ ମନୁଷ୍ୟ ମଧ୍ୟରେ ସମ୍ପର୍କ
(vii) ପରିବେଶ ପ୍ରଦୂଷଣର ବିଭିନ୍ନ ପ୍ରଭାବ

ଏହି ଶିକ୍ଷାକୁ ପ୍ରାଥମିକ ଶିକ୍ଷାରୁ ଆରମ୍ଭ କରାଯାଇ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଏହାର ପରିସରକୁ ବୃଦ୍ଧି କରାଯାଇପାରିବ । ଏହା ସହିତ ବିଭିନ୍ନ ସହପାଠ୍ୟକ୍ରମ କାର୍ଯ୍ୟାବଳୀ ମାଧ୍ୟମରେ ପରିବେଶ ଶିକ୍ଷା ପରି ଏକ ସମ୍ବେଦନଶୀଳ ଶିକ୍ଷାକୁ ସହଜରେ ବିଦ୍ୟାଳୟରେ କାର୍ଯ୍ୟକାରୀ କରାଯାଇପାରିବ; ଯଥା –
(1) ପରିବେଶ ଦିବସ ପାଳନ (ଜୁନ୍-୫)
(2) ବୃକ୍ଷରୋପଣ
(3) ଖେଳ, ନାଚ ଓ ଗୀତ ପ୍ରତିଯୋଗିତା ଆୟୋଜନ
(4) ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜନ
(5) ବୃକ୍ଷ କାଟିବା, ଜଙ୍ଗଲପୋଡ଼ିକୁ ରୋକିବା ନିମନ୍ତେ ପ୍ରୟାସ

ଉପଯୁକ୍ତ ଶିକ୍ଷାଦାନ ପ୍ରଣାଳୀ ମାଧ୍ୟମରେ ଏହାକୁ ସଫଳ କରାଯାଇପାରିବ । ଏଥିରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ । ବିଶେଷକରି ପରିବେଶ ପ୍ରଦୂଷଣ ରୋକିବା ନିମନ୍ତେ ସମସ୍ତଙ୍କର ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ପରିବେଶକୁ ସୁନ୍ଦର ଓ ସତେଜ ରଖିବାପାଇଁ ପରିବେଶ ଶିକ୍ଷାର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ।

⇒ ବିଦ୍ୟାଳୟ ସ୍ତରରେ ପରିବେଶ ଶିକ୍ଷାର କାର୍ଯ୍ୟକ୍ରମ
ପ୍ରାଥମିକ ସ୍ତରରେ ପରିବେଶ ଶିକ୍ଷା (Environmental Education in Primary Stage) – ପରିବେଶ ସଂରକ୍ଷଣ ଏବଂ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ପାଇଁ ୧୯୮୮ ମସିହାରେ NCERT ତରଫରୁ ପୁସ୍ତକ ପ୍ରଣୟନ କରାଯାଇଛି ।
(i) ପ୍ରଥମ ଏବଂ ଦ୍ଵିତୀୟ ଶ୍ରେଣୀରେ ଏହାକୁ ଏକ ସମନ୍ବିତ ଶିକ୍ଷାରୂପେ ଗ୍ରହଣ କରାଯାଇଛି ।
(ii) ତୃତୀୟରୁ ପଞ୍ଚମ ଶ୍ରେଣୀ ପାଇଁ ଏହାକୁ ଦୁଇଟି ଅଲଗା ପାଠ୍ୟକ୍ରମରୂପେ ବିଚାର କରାଯାଇଛି :
1. (a) ପରିବେଶ ଶିକ୍ଷା, (b) ସାମାଜିକ ଓ ପରିବେଶ ଶିକ୍ଷା 2, ବିଜ୍ଞାନ
ପରିବେଶ ବିଜ୍ଞାନ ନିଜର ଚତୁଃପାର୍ଶ୍ଵରେ ଘଟୁଥ‌ିବା ଘଟଣାବଳୀର ବୈଜ୍ଞାନିକ ତଥ୍ୟାବଳୀକୁ ଆବିଷ୍କାର ଏବଂ ହୃଦୟଙ୍ଗମ ରେ ସାହାଯ୍ୟ କରିଥାଏ ।

ଉଚ୍ଚ ପ୍ରାଥମିକ ସ୍ତରରେ ପରିବେଶ ଶିକ୍ଷା (Environmental Education in Upper Primary Stage) – ମନୋଭାବକୁ ଉଦ୍ରେକ କରିବାପାଇଁ ପରିବେଶ ଶିକ୍ଷା ବିଜ୍ଞାନ (Science) ମାଧ୍ୟମରେ ଦିଆଯିବା ଉଚିତ । ନିମ୍ନଲିଖ
ବିଷୟବସ୍ତୁଗୁଡ଼ିକୁ ଏଥରେ ଅନ୍ତର୍ଭୁକ୍ତ କରାଯାଇପାରେ :
(i) ଉଭିଦ ଉପରେ ପ୍ରାଣୀଙ୍କର ନିର୍ଭରଶୀଳତା
(ii) ପ୍ରକୃତିର ସନ୍ତୁଳନ
(iii) ଜନସଂଖ୍ୟା ବୃଦ୍ଧି ଏବଂ ତା’ର ପରିବେଶ ଉପରେ ପ୍ରତିକୂଳ ପ୍ରଭାବ
(iv) ନିଜ ଚତୁଃପାର୍ଶ୍ଵର ଘଟଣାବଳୀର ବୈଜ୍ଞାନିକ ବିଶ୍ଳେଷଣ

ସହ-ପାଠ୍ୟକ୍ରମ ମାଧ୍ୟମରେ ପରିବେଶ ଶିକ୍ଷା (Environmental Education through co-curricular activities) – ପରିବେଶ ଶିକ୍ଷା ପ୍ରଦାନ ପାଇଁ ଶିକ୍ଷକମାନେ ବିଦ୍ୟାଳୟରେ ନିମ୍ନଲିଖ୍ କାର୍ଯ୍ୟକ୍ରମଗୁଡ଼ିକ ଅନ୍ତର୍ଭୁକ୍ତ କରିବା ଉଚିତ ।
(i) ପରିବେଶ ସଂକ୍ରାନ୍ତୀୟ ଆଲୋଚନା ଚକ୍ର ।
(ii) S.U.P.W. ମାଧ୍ୟମରେ ବିଦ୍ୟାଳୟର ପରିବେଶକୁ ସଫାସୁତୁରା ରଖୁ ।
(iii) ବୃକ୍ଷରୋପଣ, ଘର ଚାରିପାଖ, ଡାକ୍ତରଖାନା, ସ୍ବାସ୍ଥ୍ୟକେନ୍ଦ୍ର, ବଜାର ଏବଂ ଉପାସନାସ୍ଥଳୀ ପ୍ରଭୃତି ସ୍ଥାନ ସଫା କରିବା, ପାଇଖାନା ବ୍ୟବହାର, ଅପରିଷ୍କାର ଖାଦ୍ୟଦ୍ରବ୍ୟ ବର୍ଜନ ଏବଂ ବୃକ୍ଷଲତା ଓ ପଶୁପକ୍ଷୀମାନଙ୍କ ପ୍ରତି ମମତା ସୃଷ୍ଟି କରିବା ।
(iv) ପରିବେଶ ସଚେତନତା ପ୍ରତି NCC, Guide and Scout ର କାର୍ଯ୍ୟକ୍ରମମାନ ସୃଷ୍ଟି କରିବା ।
(v) ଖେଳ, ସଙ୍ଗୀତ, ନାଚ ଏବଂ ଚିତ୍ରକଳା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ।

ପ୍ରକୃତିକୁ ପର୍ଯ୍ୟବେକ୍ଷଣ କରିବାପାଇଁ ବିଦ୍ୟାଳୟରେ ସୁଯୋଗ ସୃଷ୍ଟି କରାଯାଇଥାଏ । ବିଦ୍ୟାଳୟର ବଗିଚା ବିଦ୍ୟାଳୟର ଶୋଭାବର୍ତ୍ତନ କରିଥାଏ । ସେଠାରେ ଛାତ୍ରଟିଏ ଗଛ ଲଗାଇବା, ଗଛର ଯତ୍ନ ନେବା, ଗଛକୁ ଧ୍ୱଂସ ନ କରିବାପାଇଁ ପ୍ରେରଣା ପାଇଥାଏ । ବର୍ଷାର ଆଗମନରେ ସବୁଜ ପୃଥ‌ିବୀକୁ ଦେଖୁ ସେ ଆନନ୍ଦିତ ହୋଇଉଠେ । ଏହା ପିଲାମାନଙ୍କ ମନରେ ସୌନ୍ଦର୍ଯ୍ୟବୋଧ ସୃଷ୍ଟି କରିଥାଏ ।

CHSE Odisha Class 12 Education Solutions Chapter 11 ପରିବେଶ ଶିକ୍ଷା

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ମନୁଷ୍ୟ ଏକ ସଜୀବ । ନିଜର ଆବଶ୍ୟକତା ମେଣ୍ଟାଇବାପାଇଁ ସେ ସର୍ବଦା ପରିବେଶ ଉପରେ ନିର୍ଭରଶୀଳ । ପରିବେଶଦ୍ୱାରା ସଜୀବ ବହୁମାତ୍ରାରେ ପରିଚାଳିତ ହୋଇଥାଏ । ବିଭିନ୍ନ ସମୟରେ ପରିବେଶର ପ୍ରତିକୂଳତା ହେତୁ, ବିଭିନ୍ନ ଜୀବର ଲୋପ ବା ବିବର୍ତ୍ତନ ହୋଇଯାଇଛି । ବିଶେଷକରି ବର୍ତ୍ତମାନ ଆମେ ଦେଖୁଛୁ ଯେ ମନୁଷ୍ୟ ବହୁମାତ୍ରାରେ ପ୍ରାକୃତିକ ପରିବେଶର କ୍ଷତି ଘଟାଉଛି । ତେଣୁ ପରିବେଶ ବର୍ତ୍ତମାନ ଅବକ୍ଷୟ ଅବସ୍ଥାରେ ରହିଛି ।

ଏହା ବର୍ତ୍ତମାନର ମନୁଷ୍ୟ, ପ୍ରାଣୀଜଗତ, ଉଭିଦ ତଥା ଭବିଷ୍ୟତର ବଂଶଧରମାନଙ୍କ ଉପରେ ବହୁ ପ୍ରତିକୂଳ ପ୍ରଭାବ ପକାଇବ । ତେଣୁ ଏହି ପରିବେଶକୁ ସୁନ୍ଦର ଓ ନିର୍ମଳ କରିବାପାଇଁ ପରିବେଶ ପ୍ରଦୂଷଣକୁ ରୋକିବାକୁ ପଡ଼ିବ । ବିଭିନ୍ନ ମାଧ୍ଯମ, ସାଧନ ମାଧ୍ୟମରେ ଏହାର ପ୍ରଚାର ଓ ପ୍ରସାର ହେଉଥିଲେ ମଧ୍ୟ ବିଶେଷକରି ଶିକ୍ଷା ଏକ ମୁଖ୍ୟ ଅସ୍ତ୍ର ଯାହା ପରିବେଶକୁ ରକ୍ଷା କରିପାରିବ ।

ପରିବେଶ ଶିକ୍ଷା (Environmental Education) :
ପରିବେଶ ହେଉଛି ବେଷ୍ଟନୀ ଯାହା ସମସ୍ତ ବାହ୍ୟ ଅବସ୍ଥା, ସ୍ଥିତି ଏବଂ ପ୍ରଭାବ ବା ଶକ୍ତିକୁ ଅନ୍ତର୍ଭୁକ୍ତ କରି ସଜୀବଗୁଡ଼ିକର ଜୀବନ ଏବଂ ବିକାଶକୁ ପ୍ରଭାବିତ କରିଥାଏ । ସାଧାରଣତଃ ପରିବେଶ (Environment) କହିଲେ ଯାହା ଆମ ଚାରିପାଖରେ ବା ଚତୁଃପାର୍ଶ୍ଵରେ ଅଛି ତାହାକୁ ବୁଝାଏ (Environment means all that surrounds us.) ।

ଏହି ପରିପ୍ରେକ୍ଷୀରେ ଆମର ପରିବେଶ – ମୃତ୍ତିକା, ଜଳ, ତାପମାତ୍ରା ଏବଂ ଆଲୋକକୁ ବୁଝାଇଥାଏ । ବର୍ତ୍ତମାନ ଏହି ଦୁଇ ଶବ୍ଦର ଅର୍ଥକୁ ବିଶ୍ଳେଷଣ କରାଗଲା ।

ପରିବେଶ (Environment) – ଉଡ୍ ୱର୍ଥ (Wood Worth) ଙ୍କ ମତରେ, ଜୀବନର ଆରମ୍ଭରୁ ଯେଉଁ ବାହ୍ୟଶକ୍ତିଗୁଡ଼ିକ ବ୍ୟକ୍ତିକୁ ପ୍ରଭାବିତ କରିଥାଏ, ତାହା ପରିବେଶ । କିନ୍ତୁ ତାହା ବ୍ୟକ୍ତିର ବଂଶଗତ ବ୍ୟତିରେକ ଅନ୍ୟସବୁ ଅଟେ । (Environment covers all the outside factors that have acted on the individual since he began life. The environment is everything that affects the individual except his genes.)

ଶିକ୍ଷା (Education) – ଶିକ୍ଷା ମନୁଷ୍ୟକୁ ବାହ୍ୟ ପରିବେଶ ସହ ସମଯୋଜିତ କରିବାରେ ସାହାଯ୍ୟ କରିଥାଏ । ଶିକ୍ଷାଦ୍ବାରା ବ୍ୟକ୍ତିର ସର୍ବାଙ୍ଗୀନ ଉନ୍ନତି ହୋଇଥାଏ; ଯଥା – ଶାରୀରିକ, ମାନସିକ, ବୌଦ୍ଧିକ, ସାମାଜିକ ଏବଂ ଆଧ୍ୟାତ୍ମିକ । ପରିବେଶର ବିକାଶ ସାଧନ ଶିକ୍ଷାର ଲକ୍ଷ୍ୟ ହେବା ବିଧେୟ ।

ପରିବେଶ ଶିକ୍ଷା (Environmental Education) – ଉଭିଦ ଏବଂ ଜୀବ ମଧ୍ଯରେ ସନ୍ତୁଳନ ନ ରହିଲେ ବ୍ୟକ୍ତିର ବିକାଶ ହୋଇପାରିବ ନାହିଁ । ପରିବେଶ ପ୍ରଦୂଷଣର କାରଣ ବୁଝି ଏହାର ପ୍ରତିକାର କରିବା ଏବଂ ନିଜର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଶିକ୍ଷାର ଲକ୍ଷ୍ୟ ହେବା ଉଚିତ । ନିଜର ସୁବିଧା ପାଇଁ ପରିବେଶର ଧ୍ୱଂସ ଆମର କାମ୍ୟ ହେବା ଅନୁଚିତ ।

କେବଳ ଲୋକମାନଙ୍କ ମନରେ ସଚେତନତା ସୃଷ୍ଟି କରାଯାଇପାରିଲେ ପରିବେଶ ପ୍ରଦୂଷଣ ଏବଂ ଅବକ୍ଷୟକୁ ରୋକାଯାଇ ପାରିବ । ଛାତ୍ରଛାତ୍ରୀମାନଙ୍କ ମନରେ ମଧ୍ୟ ପରିବେଶ ସୁରକ୍ଷା ମନୋଭାବ ସୃଷ୍ଟି କରିବା ଦରକାର । ପରିବେଶ ଶିକ୍ଷା ସେମାନଙ୍କୁ ପରିବେଶ ସମ୍ପର୍କର ସୂଚନା ଦେବା ସହ ଏହାର ସୁରକ୍ଷାର ଉପାୟମାନ ସୂଚନା ମାଧ୍ୟମରେ ପ୍ରଦାନ କରିଥାଏ ।

ପରିବେଶ ଶିକ୍ଷା, ପ୍ରାକୃତିକ ଓ ମଣିଷ ତିଆରି ପରିବେଶ ସହିତ ମନୁଷ୍ୟର ସମ୍ପର୍କକୁ ବୁଝାଇଥାଏ । ପରିବେଶ ସଚେତନତା ସୃଷ୍ଟି ପରିବେଶ ଶିକ୍ଷା ଅଟେ । ପରିବେଶ ସଚେତନତା ସୃଷ୍ଟିଦ୍ୱାରା ବ୍ୟକ୍ତି ପରିବେଶ ସମସ୍ୟାର ସମାଧାନ କରିଥାଏ ।

ପରିବେଶର ସୁରକ୍ଷା ପାଇଁ ପରିବେଶର ସନ୍ତୁଳନ ରକ୍ଷା ହେବା ଦରକାର । ଉଭିଦ ଏବଂ ପ୍ରାଣୀ ମଧ୍ୟରେ ସମ୍ପର୍କ ରକ୍ଷା ଏକାନ୍ତ ପ୍ରୟୋଜନ । ତାପମାତ୍ରାର ଅତ୍ୟଧିକ ବୃଦ୍ଧି ଅଂଶୁଘାତ ସୃଷ୍ଟି କରିଥାଏ । ପବନର ଗତି ବଢ଼ିଲେ ମହାବାତ୍ୟା ହୁଏ । ଜଙ୍ଗଲ କ୍ଷୟ ଅନାବୃଷ୍ଟି ଓ ମରୁଡ଼ି ସୃଷ୍ଟି କରିଥାଏ । ଜଳସମ୍ପଦର ବୃଦ୍ଧି ବନ୍ୟାର ସୂଚନା ଦେଇଥାଏ । ତେଣୁ ଏ ସମ୍ପର୍କରେ ଯଦି ଆମେ ସଚେତନ ହୋଇପାରିବା, ତେବେ ପରିବେଶର ସୁରକ୍ଷା ହୋଇପାରିବ ।

ଏହା କେବଳ ଶିକ୍ଷାଦ୍ବାରା ସମ୍ଭବ । ଯେଉଁ ଶିକ୍ଷା ପରିବେଶର ପ୍ରଦୂଷଣ ଏବଂ ସୁରକ୍ଷାର ସୂଚନା ପ୍ରଦାନ କରିଥାଏ’ତାହା ପରିବେଶ ଶିକ୍ଷା । ପ୍ରାଥମିକ ସ୍ତରରୁ ଏହି ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ଦେଲେ ନିଶ୍ଚୟ ଉପକାର ଉପଲବ୍ଧ ହୋଇପାରିବ ।

ପରିବେଶ ସୁରକ୍ଷା ପାଇଁ ଶିକ୍ଷା କାର୍ଯ୍ୟକ୍ରମ :

  1. ପରିବେଶ ଶିକ୍ଷାର ପାଠ୍ୟକ୍ରମକୁ ପ୍ରଥମ ଶ୍ରେଣୀରୁ ଆରମ୍ଭ କରିବା ।
  2. ପରିବେଶ ଶିକ୍ଷା ଗବେଷଣା ଉପରେ ଗୁରୁତ୍ବ ଦେବା ।
  3. ବିଭିନ୍ନ ପାଠ୍ୟକ୍ରମ ଓ ସହପାଠ୍ୟକ୍ରମ କାର୍ଯ୍ୟ ମାଧ୍ୟମରେ ପରିବେଶ ସଚେତନତା ସୃଷ୍ଟି କରିବା ।
  4. ବିଦ୍ୟାଳୟରେ ପରିବେଶ ଅନୁକୂଳ ବାତାବରଣ ଉପରେ ଗୁରୁତ୍ଵ ଦେବା ।
  5. ଉତ୍ତମ ସ୍ଵାସ୍ଥ୍ୟ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ।
  6. ପରିବେଶକୁ ନଷ୍ଟ କରୁଥିବା କାରକ ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ।
  7. ବିଭିନ୍ନ ବିଦ୍ୟାଳୟରେ ପରିବେଶ ସଂକ୍ରାନ୍ତୀୟ ଆଲୋଚନା ଓ କାର୍ଯ୍ୟକ୍ରମ ଆୟୋଜନ କରିବା ।
  8. ବିଦ୍ୟାଳୟରେ ‘ଇକୋ କ୍ଲବ୍’ ଗଠନ ଉପରେ ଗୁରୁତ୍ଵ ଦେବା ।
  9. ଗଛ ଲଗାଇବା, ବନମହୋତ୍ସବ ଆଦି କାର୍ଯ୍ୟକ୍ରମର ପ୍ରସାର ଓ ପ୍ରଚାର କରିବା ଇତ୍ୟାଦି ।

BSE Odisha 7th Class Odia Solutions Chapter 12 ସଡ଼କ ନିରାପତ୍ତା

Odisha State Board BSE Odisha 7th Class Odia Solutions Chapter 12 ସଡ଼କ ନିରାପତ୍ତା Textbook Exercise Questions and Answers.

BSE Odisha Class 7 Odia Solutions Chapter 12 ସଡ଼କ ନିରାପତ୍ତା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ଯାତାୟାତ ପାଇଁ ଆମେ କେଉଁସବୁ ଯାନ ବ୍ୟବହାର କରିଥାଉ ?
Answer:
ଯାତାୟାତ ପଇଁ ଆମେ ସ୍କୁଟି, ଲୁନା, ସ୍କୁଟର, ମଟରସାଇକେଲ ଆଦି ଦୁଇଚକିଆ ଯାନ ଜିପ୍, କାର, ଟ୍ରେକର ଆଦି ଚାରିଚକିଆ ଓ ଅଟୋରିକ୍ସା ପରି ତିନିଚକିଆ ଯାନ ବ୍ୟବହାର କରିଥାଉ । ପୁନଶ୍ଚ ସୁବିଧାପାଇଁ କେତେକ ଲୋକ ବସ୍ ଭଳି ବଡ଼ ଯାନରେ ଯାତାୟାତ କରନ୍ତି ।

(ଖ) ଦୁର୍ଘଟଣା ଯୋଗୁଁ ଆମର କ’ଣ କ୍ଷତି ହୁଏ ?
Answer:
ଦୁର୍ଘଟଣା ଯୋଗୁଁ ଆମର ଉଭୟ ଧନ ଓ ଜୀବନହାନି ଘଟିଥାଏ । କେତେକ କ୍ଷେତ୍ରରେ ଲୋକମାନେ ଆହତ କିମ୍ବା ବିକଳାଙ୍ଗ ହୋଇଯା’ନ୍ତି।

(ଗ) ନଗରମାନଙ୍କରେ ରାସ୍ତାର କେଉଁ ପଟରେ ଚାଲିବା ଉଚିତ ?
Answer:
ନଗରମାନଙ୍କରେ ରାସ୍ତାର ଉଭୟ ପାର୍ଶ୍ଵରେ ଥ‌ିବା ପାଦଚଲା ରାସ୍ତାରେ ଚାଲିବା ଉଚିତ !

(ଘ) ରାସ୍ତାପାର ହେଲାବେଳେ କ’ଣ କରିବ ?
Answer:
ରାସ୍ତା ପାରି ହେଲାବେଳେ ପ୍ରଥମେ ଡାହାଣକୁ, ତା’ପରେ ବାମକୁ ଦେଖୁ । ପୁଣି ଥରେ ଡାହାଣକୁ ଦେଖୁ ଯଦି ଗାଡ଼ିମଟର ଆସୁନଥାଏ, ତେବେ ରାସ୍ତା ପାରିହେବୁ ।

(ଙ) ଜେବ୍ରା କ୍ରସିଙ୍ଗ୍ କ’ଣ ?
Answer:
ଜେବ୍ରା କ୍ରସିଂ ରାସ୍ତାର ଅପରପାର୍ଶ୍ଵକୁ ଯିବାପାଇଁ ପଥଚାରୀମାନଙ୍କ ପାଦଚଲା ରାସ୍ତା । ଜେବ୍ରା ଦେହରେ ଧଳାଦାଗ ପରି ସହର ରାସ୍ତାରେ ସ୍ଥାନେ ସ୍ଥାନେ ଏହି ଚିହ୍ନ ଦିଆଯାଇଥାଏ ।

BSE Odisha 7th Class Odia Solutions Chapter 11 ମୃତ୍ୟୁ ବିଜୟୀ ବାଳକ

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ଦୁଇଚକିଆ ଓ ଚାରିଚକିଆ ଯାନରେ ଗଲାବେଳେ ଚାଳକ କ’ଣ ବ୍ୟବହାର କରିବା ଉଚିତ ?
Answer:
ଦୁଇଚକିଆ ଯାନରେ ଗଲାବେଳେ ଚାଳକ ହେଲ୍‌ମେଟ୍ ଓ ଚାରିଚକିଆ ଯାନରେ ଗଲାବେଳେ ସିଗ୍‌ବେଲ୍‌ ବ୍ୟବହାର କରିବା ଉଚିତ୍‌ ।

(ଖ) ଟ୍ରାଫିକ୍ ଛକରେ ଲାଲବତୀ ଓ ସବୁଜବତୀ ଆମକୁ କି ସୂଚନା ଦିଏ ?
Answer:
ଟ୍ରାଫିକ୍ ଛକରେ ଲାଲବତୀ ଗାଡ଼ି ଅଟକିବା ଓ ସବୁଜବତୀ ଗାଡ଼ି ଆଗକୁ ଯିବାପାଇଁ ସୂଚନା ଦିଏ ।

(ଗ) ‘ଅମନଯୋଗୀ ହୋଇ ଚାଲିବା’ କହିଲେ କ’ଣ ବୁଝ ?
Answer:
‘ ଅମନଯୋଗୀ ହୋଇ ଚାଲିବା’ କହିଲେ ଅନ୍ୟମନସ୍କ ହୋଇ ଚାଲିବାକୁ ବୁଝୁ ।

(ଘ) ଗାଡ଼ି ଚାଳନାବେଳେ ଚାଳକ କ’ଣ ବ୍ୟବହାର ନକରିବା ଉଚିତ ?
Answer:
ଗାଡ଼ି ଚାଳନାବେଳେ ଚାଳକ ମୋବାଇଲ ଫୋନ୍ ଓ ଇଅର ଫୋନ୍ ବ୍ୟବହାର ନ କରିବା ଉଚିତ ।

(ଙ) ସଡ଼କ ସତର୍କତା ସମ୍ପର୍କରେ ଆମେ ସଚେତନ ହେବା କାହିଁକି ?
Answer:
ଆମେ ନିଜର ତଥା ଦେଶର ଧନଜୀବନର ସୁରକ୍ଷା ପାଇଁ ସଡ଼କ ସତର୍କତା ସମ୍ପର୍କରେ ସଚେତନ ହେବା ଉଚିତ ।

Question ୩।
ସରଳାର୍ଥ ଲେଖ ।
(କ) ଏହା କେବଳ ଓଡ଼ିଶା ବା ଭାରତର ସମସ୍ୟା ନୁହେଁ । ସମଗ୍ର ବିଶ୍ବର ଏକ ପ୍ରମୁଖ ସମସ୍ୟା ।
Answer:
ଏହା କେବଳ ……………………. ଏକ ପ୍ରମୁଖ ସମସ୍ୟା।
ଉକ୍ତ ଗଦ୍ୟାଶଟି ପଠିତ ସାହିତ୍ୟ ବହିର ଡ. ଲିଙ୍ଗରାଜ ରଥଙ୍କ ରଚିତ ‘ସଡ଼କ ନିରାପତ୍ତା’ ପ୍ରବନ୍ଧରୁ ଆନୀତ । ଏଠାରେ ପ୍ରାବନ୍ଧିକ ସଡ଼କ ସତର୍କତା ସମ୍ବନ୍ଧରେ ସମସ୍ତେ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି । ମଣିଷ ଘରୁ ଗୋଡ଼ କାଢ଼ିଲେ ସଡ଼କକୁ ବ୍ୟବହାର କରିଥାଏ । ସଡ଼କରେ ସେ ଚାଲିବା ସହିତ ବିଭିନ୍ନ ପ୍ରକାର ଯାନବାହନରେ ଯିବାଆସିବା କରେ । ଏହି ଯିବାଆସିବା ସମୟରେ ସେ ଅନେକ ଦୁର୍ଘଟଣାର ସମ୍ମୁଖୀନ ହୁଏ । ଯାହାଫଳରେ ବହୁତ ଧନଜୀବନ ହାନି ହୁଏ । ଏହାର ମୁଖ୍ୟ କାରଣ ହେଲା ଲୋକମାନେ ‘ସଡ଼କ ସତର୍କତା’ ସମ୍ବନ୍ଧରେ ସଚେତନ ନୁହଁନ୍ତି । ଏହା କେବଳ ଓଡ଼ିଶା ବା ଭାରତର ସମସ୍ୟା ନୁହେଁ, ସମଗ୍ର ବିଶ୍ଵର ଏକ ପ୍ରମୁଖ ସମସ୍ୟା । ପରିସଂଖ୍ୟାନରୁ ଜଣାଯାଏ ଯେ ସମଗ୍ର ପୃଥ‌ିବୀରେ ସଡ଼କ ଦୁର୍ଘଟଣାରେ ପ୍ରତିବର୍ଷ ପ୍ରାୟ ବାରଲକ୍ଷ ଲୋକ ପ୍ରାଣ ହରାଉଛନ୍ତି ଏବଂ ପାଞ୍ଚକୋଟି ଲୋକ ଆହତ କିମ୍ବା ବିକଳାଙ୍ଗ ହେଉଛନ୍ତି । ତେଣୁ ଲୋକମାନେ ସଡ଼କ ସତର୍କତା ସମ୍ବନ୍ଧରେ ସଚେତନ ହେଲେ ନିରାପଦରେ ସଡ଼କ ଉପରେ ଯାତାୟାତ କରିପାରିବେ ।

(ଖ). ସଡ଼କ ନିରାପତ୍ତା ଓ ଟ୍ରାଫିକ୍ ସଙ୍କେତ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବଭଳି ।
Answer:
ସଢ଼କ ନିରାପତ୍ତା ……………………….. ଦୁଇ ପାର୍ଶ୍ଵଭଳି।
ଶଂସିତ ଗଦ୍ୟାଶଟି ଆମ ପଠିତ ସାହିତ୍ୟ ବହିର ଡ, ଲିଙ୍ଗରାଜ ରଥଙ୍କ ରଚିତ ‘ସଡ଼କ ନିରାପତ୍ତା’ ପ୍ରବନ୍ଧରୁ ଆନୀତ । ଏଠାରେ ପ୍ରାବନ୍ଧିକ ‘ସଡ଼କ ନିରାପତ୍ତା’ ଓ ‘ଟ୍ରାଫିକ୍ ସଙ୍କେତ’କୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ସହିତ ତୁଳନା କରିଛନ୍ତ୍ରା ରାସ୍ତାରେ ଯାତାୟାତ କରୁଥିବା ପ୍ରତ୍ୟେକ ଯାତ୍ରୀ ସଡ଼କ ନିରାପତ୍ତାର ସମସ୍ତ ନୟମ ଜାଣିବା ଉଚିତ । କେଉଁ ସ୍ଥାନରେ କିଭଳି ଭାବରେ ରାସ୍ତା ପାରି ହେବାକୁ ହୁଏ, ତାହା ଜାଣି ନ ଥିଲେ ଦୁର୍ଘଟଣା ଘଟିବାର ଆଶଙ୍କା ଥାଏ। ନଗରମାନଙ୍କରେ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ପାଦଚଲା ରାସ୍ତାରେ ଚାଲିବା ସବୁଠାରୁ ନିରାପଦ । ସେହିପରି ରାସ୍ତା ଉପରେ ଗଲାବେଳେ ଟ୍ରାଫିକ୍ ସଙ୍କେତକୁ ବୁଝି ଯତ୍ନ ସହକାରେ ପାଳନ କରିବା ଉଚିତ । ଟ୍ରାଫିକ୍ ସଙ୍କେତଗୁଡ଼ିକ ଆମ ଧନଜୀବନର ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ତେଣୁ ‘ସଡ଼କ ନିରାପତ୍ତା’ ଓ ‘ଟ୍ରାଫିକ୍ ସଙ୍କେତ’ ଉଭୟ ଆମ ପାଇଁ ଜାଣିବା ଗୁରୁତ୍ଵପୂର୍ଣ୍ଣ । ଗୋଟିଏକୁ ଜାଣି ଅନ୍ୟଟିକୁ ନଜାଣିବା ଆମ ପାଇଁ ମୂଲ୍ୟହୀନ ହେବ । ତେଣୁ ‘ସଡ଼କ ନିରାପତ୍ତା’ ଓ ‘ଟ୍ରାଫିକ୍ ସଙ୍କେତ’ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵଭଳି ।

(ଗ) ସଙ୍କେତଗୁଡ଼ିକ ରାସ୍ତାର ନିୟମକୁ ସ୍ପଷ୍ଟ କରିଥା’ନ୍ତି ।
Answer:
ସଙ୍କେତଗୁଡ଼ିକ …………………………… ସ୍ଠଷ୍ମ କରିଥା’ନ୍ତ୍ରା
ଶଂସିତ ଗଦ୍ୟାଶଟି ଆମ ପଠିତ ସାହିତ୍ୟ ବହିର ଡ. ଲିଙ୍ଗରାଜ ରଥଙ୍କ ରଚିତ ‘ସଡ଼କ ନିରାପତ୍ତା’ ପ୍ରବନ୍ଧରୁ ଆନୀତ । ଏଠାରେ ପ୍ରାବନ୍ଧିକ ‘ଟ୍ରାଫିକ୍ ସଙ୍କେତ’ଗୁଡ଼ିକ କିପରି ରାସ୍ତାର ନିୟମକୁ ସ୍ପଷ୍ଟ କରିଥା’ନ୍ତି ତାହା ବର୍ଣ୍ଣନା କରିଛନ୍ତି । ଆଜିର ଯୁଗରେ ସହର ଓ ନଗରର ଛକ ସ୍ଥାନମାନଙ୍କରେ ଟ୍ରାଫିକ୍ ବ୍ୟବସ୍ଥା ଦେଖିବାକୁ ମିଳେ । ଏହି ବ୍ୟବସ୍ଥା ଆଜିର ଯୁଗରେ ସହର ଓ ନଗରର ଛକ ସ୍ଥାନମାନଙ୍କରେ ଟ୍ରାଫିକ୍ ବ୍ୟବସ୍ଥା ଦେଖିବାକୁ ମିଳେ । ଏହି ବ୍ୟବସ୍ଥା ନୀରବରେ ଯାତାୟାତ ସମ୍ପର୍କୀୟ ବହୁ ଗୁରୁତ୍ଵପୂର୍ଣ୍ଣ ସୂଚନା ପ୍ରଦାନ କରିଥା’ନ୍ତି । ରାସ୍ତାରେ ଯାଉଥିବା ଲୋକମାନଙ୍କୁ ସବୁକଥା କହିହେବ ନାହିଁ କି ଲେଖା ହୋଇଥିଲେ କେହି ପଢ଼ିବାକୁ ବେଳ ନାହିଁ । କିନ୍ତୁ ସଙ୍କେତଗୁଡ଼ିକ ରାସ୍ତାର ନିୟମକୁ ସ୍ପଷ୍ଟ କରିଥା’ନ୍ତି । ଯେପରି ଟ୍ରାଫିକ୍ ଛକର ନାଲି ଆଲୋକ ଅଟକିବାପାଇଁ ଓ ସବୁଜ ଆଲୋକ ଆଗକୁ ଯିବାପାଇଁ ସୂଚନା ଦିଏ । ଏହିପରି ଶହଶହ ସଙ୍କେତ ରହିଛି । ତେଣୁ ସଙ୍କେତଗୁଡ଼ିକୁ ଦେଖ୍, ବୁଝି ରାସ୍ତାରେ ଯାତାୟାତ କଲେ ଆମେ ନିରାପଦରେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବା ।

BSE Odisha 7th Class Odia Solutions Chapter 11 ମୃତ୍ୟୁ ବିଜୟୀ ବାଳକ

Question ୪ ।
ବାକ୍ୟରେ ବ୍ୟବହାର କର । (ପ୍ରଶ୍ନ ସହ ଉତ୍ତର)
Answer:
ପ୍ରମୁଖ – ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ଦେଶ କିମ୍ବା ରାଜ୍ୟର ପ୍ରମୁଖ ଖବର ଛପାଯାଇଥାଏ ।
ଅବରୋଧ – ରାସ୍ତା ଅବରୋଧ କରି ଖେଳିବା ଉଚିତ ନୁହେଁ ।
ନିରାପତ୍ତା – ଆମେ ଆମର ନିରାପତ୍ତା ପାଇଁ ହେଲ୍‌ମେଟ୍ ପିନ୍ଧି ଗାଡ଼ି ଚଳାଇବା ଉଚିତ ।
ଆଶଙ୍କା – ରାସ୍ତାର ନିୟମ ନଜାଣି ଗାଡ଼ି ଚଳାଇଲେ ଦୁର୍ଘଟଣା ଘଟିବାର ଆଶଙ୍କା ଥାଏ ।
ସୁରୁଖୁରୁ – ରାମବାବୁଙ୍କର ଝିଅ ବାହାଘର ସୁରୁଖୁରୁ ରେ ସମ୍ପନ୍ନ ହେଲା ।

Question ୫।
ବିପରୀତ ଅର୍ଥ ବୁଝାଉଥ‌ିବା ଶବ୍ଦ ଲେଖ । (ପ୍ରଶ୍ନ ସହ ଉତ୍ତର)
Answer:
ସ୍ଵାଭାବିକ – ଅସ୍ୱାଭାବିକ
ସତର୍କ – ଅସତର୍କ
ମନଯୋଗ – ଅମନଯେ।ଗ
ଲକ୍ଷ୍ୟ – ଲଯ୍ୟଭ୍ରଷ୍ଟ / ଲକ୍ଷ୍ୟଚ୍ୟୁତ
ଚାଟ – ଅବାଟ
ଯତ୍ନ – ଅପତ୍ନ
ସୃଷ୍ଟ – ଅସୃଷ୍ଟ

Question ୬।
‘ବହନ’ ଶବ୍ଦ ପୂର୍ବରୁ ‘ପରି’ ଲେଖାଗଲେ ‘ପରିବହନ’ ହୁଏ । ସେହିପରି ଆରମ୍ଭରେ ‘ପରି’ ଲେଖାଥାଇ ପାଞ୍ଚଟି ଶବ୍ଦ ଲେଖ ।
Answer:
ପରିଶୋଧ, ପରିଭ୍ରମଣ, ପରିକ୍ରମଣ, ପରିମଳ, ପରିଶ୍ରମ

Question ୭।
ବନ୍ଧନୀରୁ ଶବ୍ଦ ନେଇ ଶୂନ୍ୟସ୍ଥାନ ପୂରଣ କର ।
(ବିକଳାଙ୍ଗ, ସବୁଜ ରଙ୍ଗ, ଲାଲ ରଙ୍ଗ, ଜେବ୍ରା କ୍ରସିଙ୍ଗ୍, ହେଲ୍‌ମେଟ୍, ସିଟ୍ ବେଲ୍ସ)
(କ) ଦୁଇଚକିଆ ଯାନରେ ଯାନରେ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି _________ ବ୍ୟବହାର କରିବା ଉଚିତ।
(ଖ) ଟ୍ରାଫିକ୍ ଛକରେ _______ ବତା ଆଗକୁ ଯିବାର ସୂଚକା
(ଗ) ପ୍ରତିବର୍ଷ ହର୍ଘଟଣାରେ ଅନେକ ଲୋକ _________ ହୁଅନ୍ତି ।
(ଘ) ନଗରମାନଙ୍କରେ ପଦଚାରାମାନେ ରାସ୍ତାପାର ହେବାପାଇଁ _________ ଚିହ୍ନ ଥାଏ।
(ଙ) ଗାଡ଼ିକୁ ଅଟକିବାପାଇଁ ଟ୍ରାଫିକ୍ ଛକରେ _________ ବତା ସୂଚନା ଦିଏ ।
Answer:
(କ) ଦୁଇଚକିଆ ଯାନରେ ଯାନରେ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ହେଲ୍‌ମେଟ୍ ବ୍ୟବହାର କରିବା ଉଚିତ।
(ଖ) ଟ୍ରାଫିକ୍ ଛକରେ ସବୁଜ ରଙ୍ଗ ବତା ଆଗକୁ ଯିବାର ସୂଚକା
(ଗ) ପ୍ରତିବର୍ଷ ହର୍ଘଟଣାରେ ଅନେକ ଲୋକ ବିକଳାଙ୍ଗ ହୁଅନ୍ତି ।
(ଘ) ନଗରମାନଙ୍କରେ ପଦଚାରାମାନେ ରାସ୍ତାପାର ହେବାପାଇଁ ଜେବ୍ରା କ୍ରସିଙ୍ଗ୍ଚି ହ୍ନ ଥାଏ।
(ଙ) ଗାଡ଼ିକୁ ଅଟକିବାପାଇଁ ଟ୍ରାଫିକ୍ ଛକରେ ଲାଲ ରଙ୍ଗ ବତା ସୂଚନା ଦିଏ ।

Question ୮।
ଠିକ୍ ଉତ୍ତରଟି ବାଛି ଲେଖ ।
(କ) ସାଙ୍ଗମାନେ ରାସ୍ତାରେ ସାଇକେଲରେ ଗଲାବେଳେ
(i) ରାସ୍ତା ଅବରୋଧ କରି ଯିବା ଉଚିତ ।
(ii) କଥାବାର୍ତ୍ତା ହୋଇଯିବା ଉଚିତ ।
(iii) ଆଗପଛ ହୋଇ ଯିବା ଉଚିତ ।
(iv) ମୋବାଇଲରୁ ଗୀତ ଶୁଣି ଶୁଣି ଯିବା ଉଚିତ ।
Answer:
(iii) ଆଗପଛ ହୋଇ ଯିବା ଉଚିତ ।

(ଖ) ରାସ୍ତାକୁ ଯାନଟିଏ ବାହାର କରିବା ପୂର୍ବରୁ କେଉଁଟି ଗୁରୁତ୍ଵପୂର୍ଣ ନୁହେଁ ?
(i) ନମ୍ବର ପ୍ଲେଟ୍
(ii) ବ୍ରେକ୍, ବେଲ୍, ହର୍ଶ, ଦର୍ପଣ
(iii) ଚାଳକଙ୍କ ଫଟୋ
(iv) ଚାଳକଙ୍କ ଶିକ୍ଷାଗତ ଯୋଗ୍ୟତା
Answer:
(iv) ଚାଳକଙ୍କ ଶିକ୍ଷାଗତ ଯୋଗ୍ୟତା

(ଗ) ସଡ଼କ ନିରାପତ୍ତା ସମ୍ପର୍କରେ ସଚେତନ ହେବାପାଇଁ ଆମକୁ କ’ଣ ଜାଣିବାକୁ ପଡ଼ିବ ?
(i) ଦୁର୍ଘଟଣାର ନିରାକରଣ
(ii) ରାସ୍ତାର ଗଠନ
(iii) ରାସ୍ତାର ପ୍ରକାର
(iv) ସଡ଼କ ଦୁର୍ଘଟଣାର କାରଣ
Answer:
(iv) ସଡ଼କ ଦୁର୍ଘଟଣାର କାରଣ

(ଘ) ରାସ୍ତାର ଗୋଟିଏ ପାଖକୁ ଅନ୍ୟ ପାଖକୁ ଗଲାବେଳେ ଆମେ କିପରି ପାର ହେବା ?
(i) ଅନ୍ୟମନସ୍କ ହୋଇ
(ii) କୌଣସି ଆଡ଼କୁ ଲକ୍ଷ୍ୟ ନ କରି
(iii) ଦୁଇପାଖକୁ ଲକ୍ଷ୍ୟକରି
(iv) ମୋବାଇଲରେ କଥା ହୋଇ
Answer:
(iii) ଦୁଇପାଖକୁ ଲକ୍ଷ୍ୟକରି

(ଙ) ଚାରିଚକିଆ ଯାନର ଚାଳକ ଗାଡ଼ି ଚଳାଇଲାବେଳେ
(i) ସିଗ୍‌ବେଲ୍ସ ବ୍ୟବହାର କରିବେ
(ii) ହେଲ୍‌ମେଟ୍ ବ୍ୟବହାର କରିବେ
(iii) ଇଅରଫୋନ୍ ବ୍ୟବହାର କରିବେ
(iv) ୱାଇପର ବ୍ୟବହାର କରିବେ
Answer:
(i) ସିଗ୍‌ବେଲ୍ସ ବ୍ୟବହାର କରିବେ

BSE Odisha 7th Class Odia Solutions Chapter 11 ମୃତ୍ୟୁ ବିଜୟୀ ବାଳକ

Question ୯ ।
ଠିକ୍ ଉତ୍ତର ପାଖରେ ‘✓ ’ ଚିହ୍ନ ଓ ଭୁଲ୍ ଭକ୍ତି ପାଖରେ ‘✗’ ଚିହ୍ନ ଦିଅ ।
(କ) ନଗରମାନଙ୍କରେ ପଦଚାରୀଙ୍କ ପାଇଁ ସଡ଼କ ମଝିରେ ରାସ୍ତା
(ଖ) ନାଲିବତି ଜଳିଲେ ଗାଡ଼ି ଅଟକିଯାଏ ।
(ଗ) ଜେବ୍ରା କ୍ରସିଙ୍ଗ୍ରେ ଗାଡ଼ି ପାର ହୁଏ ।
(ଘ) ଦୁଇଚକିଆ ଯାନର ଚାଳକ ସିଗ୍‌ବେଲ୍ଟ ସବୁଜ ବତୀ ଗାଡ଼ି ଆଗକୁ ଯିବାର ସଚକ ।
(ଙ) ସବୁଜ ବତା ଗାଡ଼ି ଆଗକୁ ଯିବାର ସୂଚକା
Answer:
(କ) ନଗରମାନଙ୍କରେ ପଦଚାରୀଙ୍କ ପାଇଁ ସଡ଼କ ମଝିରେ ରାସ୍ତା (✗)
(ଖ) ନାଲିବତି ଜଳିଲେ ଗାଡ଼ି ଅଟକିଯାଏ । (✓)
(ଗ) ଜେବ୍ରା କ୍ରସିଙ୍ଗ୍ରେ ଗାଡ଼ି ପାର ହୁଏ । (✗)
(ଘ) ଦୁଇଚକିଆ ଯାନର ଚାଳକ ସିଗ୍‌ବେଲ୍ଟ ସବୁଜ ବତୀ ଗାଡ଼ି ଆଗକୁ ଯିବାର ସଚକ । (✗)
(ଙ) ସବୁଜ ବତା ଗାଡ଼ି ଆଗକୁ ଯିବାର ସୂଚକା (✓)

ତୁମ ପାଇଁ କାମ :

  • ସଡ଼କ ସୁରକ୍ଷା ସମ୍ପର୍କିତ କେତୋଟି ସ୍ଲୋଗାନ୍ ସଂଗ୍ରହ କରି କିମ୍ବା ନିଜେ ମନରୁ ଲେଖୁ ଆଣ ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ ସଂଗ୍ରହ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧।
ସଡ଼କ ସତର୍କତାର ମୁଖ୍ୟ ବିଷୟ କ’ଣ ?
Answer:
ଦୁର୍ଘଟଣାର ସମ୍ମୁଖୀନ ନ ହୋଇ ସମସ୍ତେ ନିରାପଦରେ ସଡ଼କ ଉପରେ ଯାତାୟାତ କରିବା ହେଉଛି ସଡ଼କ ସତର୍କତାର ମୁଖ୍ୟ ବିଷୟ ।

Question ୨।
ସମଗ୍ର ପୃଥ‌ିବୀରେ ସଡ଼କ ଦୁର୍ଘଟଣାରେ ପ୍ରତିବର୍ଷ କେତେ ଲୋକ ମୃତ୍ୟୁବରଣ କରନ୍ତି ?
Answer:
ସମଗ୍ର ପୃଥ‌ିବୀରେ ସଡ଼କ ଦୁର୍ଘଟଣାରେ ପ୍ରତିବର୍ଷ ପ୍ରାୟ ବାରଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି ।

Question ୩ ।
ସମଗ୍ର ପୃଥ‌ିବୀରେ ସଡ଼କ ଦୁର୍ଘଟଣାରେ ପ୍ରତିବର୍ଷ କେତେ ଲୋକ ଆହତ କିମ୍ବା ବିକଳାଙ୍ଗ ହୁଅନ୍ତି ?
Answer:
ସମଗ୍ର ପୃଥ‌ିବୀରେ ସଡ଼କ ଦୁର୍ଘଟଣାରେ ପ୍ରତିବର୍ଷ ପ୍ରାୟ ପାଞ୍ଚକୋଟି ଲୋକ ଆହତ କିମ୍ବା ବିକଳାଙ୍ଗ ହୁଅନ୍ତି ।

Question ୪।
ସଡ଼କ ଦୁର୍ଘଟଣା ଯୋଗୁ ବିଶ୍ବର ବିଭିନ୍ନ ଦେଶରେ ମୋଟ ଜାତୀୟ ଉତ୍ପାଦର ପ୍ରାୟ ଶତକଡ଼ା କେତେ ଭାଗ ନଷ୍ଟ ହୋଇଥାଏ ?
Answer:
ସଡ଼କ ଦୁର୍ଘଟଣା ଯୋଗୁଁ ବିଶ୍ବର ବିଭିନ୍ନ ଦେଶରେ ମୋଟ ଜାତୀୟ ଉତ୍ପାଦର ପ୍ରାୟ ଶତକଡ଼ା ଚାଳିଶ ଭାଗ ନଷ୍ଟ ହୋଇଥାଏ ।

BSE Odisha 7th Class Odia Solutions Chapter 11 ମୃତ୍ୟୁ ବିଜୟୀ ବାଳକ

Question ୫।
କେତେବେଳେ ଦ୍ରୁତଗାମୀ ଗାଡ଼ିର ଯିବା ଆସିବା ସମ୍ପର୍କରେ ଠିକ୍ ସମୟରେ ଜଣାପଡ଼େ ନାହିଁ ?
Answer:
ଅନ୍ୟମନସ୍କ ହୋଇ ଚାଲିବାଦ୍ଵାରା ଦ୍ରୁତଗାମୀ ଗାଡ଼ିର ଯିବା ଆସିବା ସମ୍ପର୍କରେ ଠିକ୍ ସମୟରେ ଜଣାପଡ଼େ ନାହିଁ

Question ୬।
‘ଜେବ୍ରା କ୍ରସିଂ’କୁ କେତେବେଳେ ବ୍ୟବହାର କରିବା ?
Answer:
ରାସ୍ତା ପାର ହେଲାବେଳେ ‘ଜେବ୍ରା କ୍ରସିଂ’କୁ ବ୍ୟବହାର କରିବା । କାହାର ହାତଧରି ରାସ୍ତା ପାର ହେବା

Question ୭।
ଯେକୌଣସି ଯାନ ଚଳାଇ ରାସ୍ତାରେ ଯିବା ସମୟରେ କାନରେ କ’ଣ ଲଗାଇ ସଙ୍ଗୀତ ଶୁଣିବା ଉଚିତ ନୁହେଁ ?
Answer:
ଯେକୌଣସି ଯାନ ଚଳାଇ ରାସ୍ତାରେ ଯିବା ସମୟରେ କାନରେ ‘ଇଅରଫୋନ୍’ ଲଗାଇ ସଙ୍ଗୀତ ଶୁଣିବା ଉଚିତ୍ ନୁହେଁ ।

Question ୯ ।
ରାସ୍ତାରେ ଗଲାବେଳେ ପକେଟ୍‌ରେ କେଉଁ ତଥ୍ୟ ରଖୁବା ଆବଶ୍ୟକ ?
Answer:
ରାସ୍ତାରେ ଗଲାବେଳେ ପକେଟ୍‌ରେ ନିଜ ନାମ, ଠିକଣା, ଘରର ଫୋନ୍ ନମ୍ବର, ରକ୍ତ ଗ୍ରୁପ୍ ଇତ୍ୟାଦି ତଥ୍ୟ ରଖୁବା ଆବଶ୍ୟକ ।

Question ୧୦।
କେଉଁଗୁଡ଼ିକ ରାସ୍ତାର ନିୟମକୁ ସ୍ପଷ୍ଟ କରିଥା’ନ୍ତି ?
Answer:
ଟ୍ରାଫିକ୍ ସଙ୍କେତଗୁଡ଼ିକ ରାସ୍ତାର ନିୟମକୁ ସ୍ପଷ୍ଟ କରିଥା’ନ୍ତି ।

ଲେଖକ ପରିଚୟ :

ଡକ୍ଟର ଲିଙ୍ଗରାଜ ରଥ ଆଧୁନିକ ଓଡ଼ିଆ ସାହିତ୍ୟରେ ଜଣେ ସାରସ୍ଵତ ସ୍ରଷ୍ଟା । ସେ ୧୯୫୭ ମସିହା ଫେବୃଆରୀ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଅନେକଗୁଡ଼ିଏ ନିବନ୍ଧ, କବିତା ସଂକଳନ, ଗୀତିକବିତା ରଚନା କରିଥିଲେ ମଧ୍ୟ ଶିଶୁ ସାହିତ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି । ତାଙ୍କର ଶିଶୁ ସାହିତ୍ୟ ମଧ୍ୟରେ ‘ଗପପେଡ଼ି’, ‘ଭାରତ ମୋର ଦେଶ’, ‘ମନଛୁଆଁ ଗପ’, ‘ଗଢ଼ିବା ନୂଆ ରାଇଜ’, ‘ତୁମେ ହିଁ ହସିଲେ ଜଗତ ହସିବ’ ଇତ୍ୟାଦି ପ୍ରଧାନ । ଡ.ରଥ ଓଡ଼ିଶା ଶିଶୁ ଲେଖକ ଏକାଡ଼େମୀଦ୍ଵାରା ଶିଶୁ ସାହିତ୍ୟ ରଚନାପାଇଁ ସମ୍ମାନିତ ହୋଇଛନ୍ତି ।

ସଡ଼କ ନିରାପତ୍ତା:

ଗାଁଠାରୁ ଆରମ୍ଭକରି ସହର ନଗର ପର୍ଯ୍ୟନ୍ତ୍ର ସବୁଠାରେ ସଢ଼କ ରହିଛି । ସାରା ବିଶ୍ଵର ଲୋକମାନେ ପ୍ରତ୍ୟେକ ଦିନ ସଡ଼କପଥ ବ୍ୟବହାର କରନ୍ତି । କିଏ ଏଥରେ ଚାଲି ଚାଲି ଯାଏ ତ କିଏ ବିଭିନ୍ନ ଗାଡ଼ିମଟରରେ ଯାତାୟାତ କରେ । ସମସ୍ତେ ସଡ଼କ ନିରାପତ୍ତାର ନିୟମ ଓ ଟ୍ରାଫିକ୍ ସଙ୍କେତ ଜାଣିବା ନିହାତି ଆବଶ୍ୟକ । ଏହା ନଜାଣି ସଡ଼କପଥ ବ୍ୟବହାର କଲେ ଦୁର୍ଘଟଣା ଘଟିଥାଏ । ଅକାଳରେ ବହୁ ଧନ ଓ ଜୀବନ ନଷ୍ଟ ହୁଏ । ପ୍ରାବନ୍ଧିକ ଡ. ଲିଙ୍ଗରାଜ ତଥ ଉକ୍ତ ପ୍ରବନ୍ଧରେ ସଡ଼କ ସୁରକ୍ଷା, ଦୁର୍ଘଟଣାର କାରଣ, ଟ୍ରାଫିକ୍ ନିୟମ, ଯାତାୟାତଜନିତ ସତର୍କତା ସମ୍ପର୍କରେ ଆଲୋଚନା କରିଛନ୍ତି ।

ପ୍ରବନ୍ଧର ସାରକଥା :

ଚାଲିବା ବୁଲିବାପାଇଁ ଲୋକମାନେ ପ୍ରତ୍ୟେକ ଦିନ ସଡ଼କ ପଥକୁ ବ୍ୟବହାର କରନ୍ତି । ସେମାନେ ଏହି ପଥରେ ପାଦରେ ଚାଲିବା ଏହି ପଥରେ ଲୋକମାନେ ଯାତାୟାତ ପାଇଁ ସାଇକେଲ, ସ୍କୁଟି, କାର୍, ଜିପ୍, ମଟରସାଇକେଲ ଆଦି ବ୍ୟବହାର କରନ୍ତି । ପୁଣି ଲୋକମାନଙ୍କ ସୁବିଧା ପାଇଁ ବସ୍ ଭଳି ବଡ଼ ଯାନ ଏବଂ ଜିନିଷପତ୍ର ପରିବହନ ପାଇଁ ମିନିଟ୍ରକ୍ ଓ ବଡ଼ ଟ୍ରକ୍ ମଧ୍ଯ କାର୍ଯ୍ୟରେ ଲାଗେ । ସମସ୍ତେ କିପରି ଦୁର୍ଘଟଣାର ସମ୍ମୁଖୀନ ନ ହୋଇ ନିରାପଦରେ ସଡ଼କ ଉପରେ ଯାତାୟାତ କରିପାରିବେ ତାହାହିଁ ସଡ଼କ ସତର୍କତାର ମୁଖ୍ୟ ବିଷୟ । ସଡ଼କ ସତର୍କତା ସମ୍ବନ୍ଧରେ ଲୋକମାନେ ସଚେତନ ନୁହଁନ୍ତି ।

ଏହା କେବଳ ଓଡ଼ିଶା ବା ଭାରତର ସମସ୍ୟା ନୁହେଁ, ସମଗ୍ର ବିଶ୍ବର ଏକ ପ୍ରମୁଖ ସମସ୍ୟା। ପରିସଂଖ୍ୟାନରୁ ଜଣାଯାଏ ଯେ ସମଗ୍ର ପୃଥ‌ିବୀରେ ସଡ଼କ ଦୁର୍ଘଟଣାରେ ପ୍ରତିବର୍ଷ ପ୍ରାୟ ବାରଲକ୍ଷ ଲୋକ ପ୍ରାଣ ହରାଉଥ‌ିବାବେଳେ ଆହୁରି ପ୍ରାୟ ପାଞ୍ଚକୋଟି ଲୋକ ଆହତ କିମ୍ବା ବିକଳାଙ୍ଗ ହୋଇଥା’ନ୍ତି । ଭାରତରେ ମଧ୍ୟ ପ୍ରତିବର୍ଷ ଏହି ସଂଖ୍ୟା ସର୍ବାଧ୍ଵ । ଜୀବନହାନି ସହିତ ଆର୍ଥିକ ଦୃଷ୍ଟିକୋଣରୁ ସଡ଼କ ଦୁର୍ଘଟଣା ଅତ୍ୟନ୍ତ କ୍ଷତିକାରକ ।

ସଡ଼କ ଦୁର୍ଘଟଣା ଯୋଗୁ ବିଶ୍ବର ବିଭିନ୍ନ ଦେଶରେ ମୋଟ ଜାତୀୟ ଉତ୍ପାଦର ପ୍ରାୟ ଶତକଡ଼ା ଚାଳିଶ ଭାଗ ନଷ୍ଟ ହୋଇଥାଏ । ସଡ଼କ ନିରାପତ୍ତା ପାଇଁ ସତର୍କତା ଅବଲମ୍ବନ କଲେ ଏହି ହାରକୁ ଅନେକାଂଶରେ କମାଇ ଦିଆଯାଇପାରିବ। ସଡ଼କ ନିରାପତ୍ତା ସମ୍ପର୍କରେ ପିଲାମାନଙ୍କୁ ସଚେତନ କରିବା ନିହାତି ଆବଶ୍ୟକ । ଏଥିପାଇଁ ସେମାନେ ପ୍ରଥମେ ସଡ଼କ ଦୁର୍ଘଟଣାର କାରଣ ସମ୍ପର୍କରେ ଜାଣିବା ଆବଶ୍ୟକ । କେଉଁ ସ୍ଥାନରେ କିଭଳି ଭାବରେ ରାସ୍ତା ପାରିହେବାକୁ ହୁଏ, ତାହା ଜାଣିନଥୁଲେ ଦୁର୍ଘଟଣା ଘଟିବାର ଆଶଙ୍କା ଥାଏ ।

ନଗରମାନଙ୍କରେ ରାସ୍ତାର ଉଭୟ ପାର୍ଶ୍ଵରେ ଥ‌ିବା ପାଦଚଲା ରାସ୍ତାରେ ଚାଲିବା ସବୁଠାରୁ ନିରାପଦ । ଜେବ୍ରା ଦେହରେ ଧଳାଦାଗ ପରି ସହରମାନଙ୍କରେ ରାସ୍ତାରେ ଚିହ୍ନ ଦିଆଯାଇଥାଏ। ଏହାକୁ ଜେବ୍ରା କ୍ରେସିଂ କୁହାଯାଏ । ପଥଚାରୀମାନେ ରାସ୍ତା ପାର ହେଲାବେଳେ ଏହି ସ୍ଥାନକୁ ବ୍ୟବହାର କରିବା ଉଚିତ । ଯେଉଁଠାରେ ଜୋବ୍ରା କ୍ରସିଂ ନାହିଁ, ସେଠାରେ ରାସ୍ତାର ଅପରପାର୍ଶ୍ଵକୁ ଯିବାକୁ ହେଲେ, ପ୍ରଥମେ ଡାହାଣକୁ ଦେଖ୍, ତା’ପରେ ବାମକୁ । ପୁଣି ଥରେ ଡାହାଣକୁ ଦେଖୁ ଯଦି ଗାଡ଼ି ମଟର ନଥାଏ ତେବେ ରାସ୍ତାର ଗୋଟିଏ ପଟରୁ ଅନ୍ୟପଟକୁ ଯିବା ଆବଶ୍ୟକ ।

ରାସ୍ତାରେ ଗଲାବେଳେ ହାତ ଧରାଧରି ହୋଇ ଚାଲିବା ବା ରାସ୍ତା ପାର ହେବା ଉଚିତ ନୁହେଁ । ଅତି ଛୋଟପିଲାର ହାତ ଧରି ରାସ୍ତା ପାରହେବା ବାଞ୍ଛନୀୟ । ରାସ୍ତା ଉପରେ ଖେଳାବୁଲା ବା ଦୌଡ଼ାଦୌଡ଼ି କରିବା ଅନୁଚିତ । ରାସ୍ତାରେ ଗଲାବେଳେ ଟ୍ରାଫିପ୍ ସଙ୍କେତକୁ ବୁଝି ଯତ୍ନ ସହକାରେ ପାଳନ କରିବା ଉଚିତ । ପିଲାମାନଙ୍କୁ କାର୍‌ରେ ବା ଦୁଇଚକିଆ ଯାନରେ ନେବା ସମୟରେ ପିତାମାତା ବା ଅଭିଭାବକ କାର୍‌ର ସିଟ୍ ବେଲ୍ଟ କିମ୍ବା ହେଲ୍‌ମେଟ୍ ବ୍ୟବହାର କରିବା ଆବଶ୍ୟକ । ଯେକୌଣସି ଯାନ ଚଳାଇ ରାସ୍ତାରେ ଯିବା ସମୟରେ ମୋବାଇଲ୍ ଫୋନ୍ ବା ଇଅର ଫୋନ୍ ବ୍ୟବହାର କରିବା ଉଚିତ ନୁହେଁ । ସାଙ୍ଗହୋଇ ଯିବା ସମୟରେ ଆଗପଛ ହୋଇ ଯିବା ଉଚିତ । ରାସ୍ତା ଅବରୋଧ କରି ଗାଡ଼ି ଚଳାଇବା ଉଚିତ ନୁହେଁ।

ସାଇକେଲ୍, ମୋଟରସାଇକେଲ ବା କାର୍, ଜିପ୍ ଆଦି ଯାନ ରାସ୍ତାକୁ ବାହାର କରିବା ପୂର୍ବରୁ ସେଗୁଡ଼ିକର ବ୍ରେକ୍, ବେଲ୍, ଲାଇଟ୍, ହର୍ଣ୍ଣ ଏବଂ ଦର୍ପଣ ଠିକ୍ ଅଛି କି ନାହିଁ ଦେଖୁବା ଆବଶ୍ୟକ । ରାସ୍ତାରେ ଗଲାବେଳେ ପକେଟ୍‌ରେ ନିଜ ରଖୁ ନାମ, ଠିକଣା, ଘରର ଫୋନ୍ ନମ୍ବର, ରକ୍ତ ଗ୍ରୁପ୍ ଇତ୍ୟାଦି ତଥ୍ୟ ଆବଶ୍ୟକ । ସଡ଼କ ନିରାପତ୍ତା ଓ ଟ୍ରାଫିକ୍ ସଙ୍କେତ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି । ଟ୍ରାଫିକ୍ ସଙ୍କେତଗୁଡ଼ିକ ନୀରବରେ ଯାତାୟାତ ସମ୍ପର୍କୀୟ ବହୁ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରିଥା’ନ୍ତି । ତେଣୁ ନିଜର ତଥା ଦେଶର ଧନଜୀବନ ସୁରକ୍ଷା ପାଇଁ ଆମେ ସଡ଼କ ନିରାପତ୍ତା ସମ୍ବନ୍ଧୀୟ ନିୟମ ଓ ସଙ୍କେତଗୁଡ଼ିକ ଜାଣି ସେଗୁଡ଼ିକୁ ଅଭ୍ୟାସରେ ପରିଣତ କରିବା ନିତାନ୍ତ ଆବଶ୍ୟକ ।

କଠିନ ଶବ୍ଦ।ର୍ଥ :

  • ସ୍ଵାଭାବିକ – ସାଧାରଣଭାବେ ଯାହା ହୁଏ
  • ଯାତାୟାତ – ଯିବା ଆସିବା
  • ସଚେତନ – ସତର୍କତା ଅବଲମ୍ବନ
  • ବିକଳାଙ୍ଗ – ଅଙ୍ଗ ପ୍ରତ୍ୟଙ୍ଗରେ କ୍ଷତି
  • ନିରାପତ୍ତା – ବିପତ୍ତିରୁ ରକ୍ଷା ପାଇ ନିରାପଦରେ ରହିବା
  • ଦ୍ରୁତଗାମା – ଅତି ବେଶରେ ଯିବା
  • ଅବରୋଧ – ବାଧା ସୃଷ୍ଟି କରିବା
  • ଅମନଯୋଗା – ଏବେତେଣେ ମନ ଲଗାଇବା
  • ପ୍ରମୁଖ – ମୁଖ୍ୟ ବା ପ୍ରଧାନ
  • ରାସ୍ତା ସଙ୍କେତ – ରାସ୍ତାରେ ନିରାପଦରେ ଯିବାଆସିବାର ନିୟମ ସୂଚକ

BSE Odisha 9th Class Odia Grammar ସମାସ

Odisha State Board BSE Odisha 9th Class Odia Solutions ସମାସ Textbook Exercise Questions and Answers.

BSE Odisha Class 9 Odia Grammar ସମାସ

A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
Question 1.
ସମାସ କାହାକୁ କହନ୍ତି ?
Answer:
ପରସ୍ପର ସମ୍ବନ୍ଧ ରହିଥ‌ିବା ଦୁଇ ବା ତହିଁରୁ ଅଧ୍ଵ ପଦକୁ ଏକପଦରେ ପରିଣତ କରିବାର ପ୍ରକ୍ରିୟାକୁ ‘ସମାସ’ କହନ୍ତି ।

Question 2.
ବିଗ୍ରହ ବାକ୍ୟ କାହାକୁ କହନ୍ତି ?
Answer:
ସମାସରେ ଥ‌ିବା ପଦଗୁଡ଼ିକର ପରସ୍ପର ସମ୍ବନ୍ଧ ଜାଣିବା ପାଇଁ ଯେଉଁ ବାକ୍ୟଟି ଗଢ଼ାଯାଏ, ସେହି ବାକ୍ୟକୁ ବିଗ୍ରହ ବାକ୍ୟ କୁହାଯାଏ; ଯଥା— ଜଳଦାନ କରେ ଯେ = ଜଳଦ । ଏଠାରେ ଜଳ ଦାନ କରେ କରେ ଯେ = ଜଳଦ । ଏଠାରେ ଜଳ ଦାନ କରେ

Question 3.
ସମସ୍ୟାମାନ ପଦ କାହାକୁ କହନ୍ତି ?
Answer:
ଯେଉଁ ପଦଗୁଡ଼ିକର ମିଶ୍ରଣରେ ସମସ୍ତପଦ (ସମାସପଦ) ଗଠିତ ହୁଏ ସେହି ପଦଗୁଡ଼ିକୁ ସମାସ୍ୟାମାନ ପଦ କୁହାଯାଏ । ଯଥା – ଧନକୁ ପ୍ରାପ୍ତ = ଧନପ୍ରାପ୍ତ । ଏଠି ‘ଧନ’ ଓ ‘ପ୍ରାପ୍ତ’ ଗୋଟିଏ ଗୋଟିଏ ସମସ୍ୟାମାନ ପଦ ।

Question 4.
ପୂର୍ବପଦପ୍ରଧାନ ସମାସଗୁଡ଼ିକର ନାମ ଲେଖ ।
Answer:
ଦ୍ବିଗୁ ଓ ଅବ୍ୟୟୀଭାବ ସମାସ ଦୁଇଟି ପୂର୍ବପଦପ୍ରଧାନ ସମାସ ।

Question 5.
ଉପପଦ କାହାକୁ କହନ୍ତି ?
Answer:
ପଦ ଗଠନ କାଳରେ ‘ଧାତୁ’ ପୂର୍ବରେ ଯୋଗ ହୋଇଥ‌ିବା ଅନ୍ୟ ପଦଟିକୁ ‘ଉପପଦ’ କହନ୍ତି ।

BSE Odisha 9th Class Odia Grammar ସମାସ

Question 6.
ଉପମେୟ କାହାକୁ କହନ୍ତି ?
Answer:
ଯାହା ବିଷୟରେ ତୁଳନା ଦିଆଯାଏ ସେହି ପ୍ରକୃତ ବର୍ଣ୍ଣନୀୟ ବସ୍ତୁକୁ ‘ଉପମେୟ’ କୁହାଯାଏ ।

Question 7.
ସମାସ ନିଷ୍ପନ୍ନ ପଦକୁ କ’ଣ କୁହାଯାଏ ?
Answer:
ସମାସ ନିଷ୍ପନ୍ନ ପଦକୁ ସମସ୍ତପଦ କୁହାଯାଏ ।

Question 8.
ବିଗ୍ରହବାକ୍ୟର ଅନ୍ୟ ନାମ ଦୁଇଟି କ’ଣ କ’ଣ ?
Answer:
ବ୍ୟାସକାବ୍ୟ ଓ ସମାସବାକ୍ୟ ।

Question 9.
ସମସ୍ୟମାନ ପଦ ଦୁଇଟିକୁ କ’ଣ କୁହାଯାଏ ?
Answer:
ପରପଦ ଓ ପୂର୍ବପଦ ।

Question 10.
ଯେଉଁ ସମାସରେ ପରପଦ ଓ ପୂର୍ବପଦର ଅର୍ଥପ୍ରାଧାନ୍ୟ ରହିଥାଏ ?
Answer:
ଦ୍ବନ୍ଦ୍ବ ସମାସରେ ପରପଦ ଓ ପୂର୍ବପଦର ଅର୍ଥପ୍ରାଧାନ୍ୟ ରହିଥାଏ ।

Question 11.
କେଉଁ ସମାସ ଦୁଇଟି ଉତ୍ତରପଦ ପ୍ରଧାନ ?
Answer:
ତପୁରୁଷ ଓ କର୍ମଧାରୟ ସମାସ ଦୁଇଟି ଉତ୍ତରପଦ ପ୍ରଧାନ ।

B ଗୋଟିଏ ପଦରେ ଉତ୍ତର ଲେଖ ।
Question 1.
ଅର୍ଥର ପ୍ରାଧାନ୍ୟ ଦୃଷ୍ଟିରୁ ସମାସକୁ ମୁଖ୍ୟତଃ କେତେ ଭାଗରେ ବିଭକ୍ତ କରାଯାଇଛି ?
Answer:
ଛଅ

Question 2.
ପୂର୍ବପଦ ପ୍ରଧାନ ସମାସର ଗୋଟିଏ ଉଦାହରଣ ଲେଖ ।
Answer:
ଅବ୍ୟୟୀ ଭାବ

Question 3.
ଉତ୍ତରପଦ ପ୍ରଧାନ ସମାସର ଗୋଟିଏ ଉଦାହରଣ ଲେଖ ।
Answer:
ତପୁରୁଷ

Question 4.
ଉଭୟ ପଦ ପ୍ରଧାନ ସମାସ ଗୋଟିଏ ଉଦାହରଣ ଲେଖ ।
Answer:
ଦ୍ବନ୍ଦ୍ବ

Question 5.
କାହାକୁ ଅନ୍ୟ ପଦ ପ୍ରଧାନ ସମାସ କୁହାଯାଏ ?
Answer:
ବହୁବ୍ରୀହି

BSE Odisha 9th Class Odia Grammar ସମାସ

Question 6.
ଧନପ୍ରାପ୍ତ – ସମାସର ନାମ ଲେଖ ।
Answer:
୨ୟା ତତ୍

Question 7.
ଶୋକାକୁଳ – ଶୁଦ୍ଧ ବ୍ୟାସବାକ୍ୟଟି ଲେଖ ।
Answer:
ଶୋକରେ ଆକୁଳ

Question 8.
ପୁତ୍ର ନିମିତ୍ତ ଶୋକ – ସମସ୍ତପଦ କ’ଣ ହେବ ?
Answer:
ପୁତ୍ରଶୋକ

Question 9.
ରୋଗମୁକ୍ତ – ବ୍ୟାସବାକ୍ୟଟି କ’ଣ ହେବ ?
Answer:
ରୋଗରୁ ମୁକ୍ତ

Question 10.
ଚନ୍ଦ୍ରର ଅର୍ଥ – ସମସ୍ତପଦଟି କ’ଣ ହେବ ?
Answer:
ଅର୍ଦ୍ଧଚନ୍ଦ୍ର

Question 11.
‘ଅନାବିଳ’ – ଏହା କି ପ୍ରକାର ସମାସ ?
Answer:
ନଞ୍ଚ୍ ତତ୍‌ପୁରୁଷ

Question 12.
‘ଘରମୁହାଁ’ – ଏହି ପଦଟିର ବ୍ୟାସବାକ୍ୟ କ’ଣ ହେବ ?
Answer:
ଘରକୁ ମୁହାଁ

Question 13.
କିଏ ‘ନିତ୍ୟ ଅର୍ଥ ପ୍ରଧାନ ସମାସ ଅଟେ ?
Answer:
ବହୁବ୍ରୀହି

Question 14.
‘ସୁନାମୁଦି’ – ଏହାର ବିଗ୍ରହ ବାକ୍ୟ କ’ଣ ହେବ ?
Answer:
ସୁନାରେ ତିଆରି ମୁଦି

Question 15.
ରାମ ନିଜର ଶକ୍ତିକୁ ଅତିକ୍ରମ ନକରି ଭିକାରିକୁ ଦାନ କଲା – ସମାସଜନିତ ପଦ ବ୍ୟବହାର କଲେ କ’ଣ ହେବ ?
Answer:
ଯଥାଶକ୍ତି

BSE Odisha 9th Class Odia Grammar ସମାସ

Question 16.
‘ପୋକଶୁଙ୍ଘା’ – ଏହା କି ପ୍ରକାର ସମାସ ?
Answer:
ନିତ୍ୟ ସମାସ

Question 17.
ପରସ୍ପର ସମ୍ବନ୍ଧ ଥିବା ଦୁଇ ବା ତତୋଽଧ୍ଵ ପଦକୁ ଏକପଦରେ ପରିଣତ କରିବାକୁ କ’ଣ କୁହାଯାଏ ?
Answer:
ସମାସ

C ଶୂନ୍ୟସ୍ଥାନ ପୂରଣ କର ।

1. ନାହିଁ ପତ୍ନୀ ଯାହାର – ସମସ୍ତପଦଟି _________________ ।
Answer:
ବିପତ୍ନୀକ

2. ନାହିଁ କାର ଯାହାର – ସମସ୍ତ ପଦଟି __________________ ।
Answer:
ବେକାର

3. ଅଗାଧ – ବ୍ୟ।ସବାକ୍ୟଟି _______________ ।
Answer:
ନାହିଁ ଗାଧ ଯାହାର

4. ନିରାକାର – ସମାସର ନାମ ____________________ ।
Answer:
ନିଷେଧାର୍ଥକ ବହୁବ୍ରୀହି

5. ଅନ୍ୟପଦ ସହିତ ‘ସହ’ ଶବ୍ଦ ଯୋଗରେ ଯେଉଁ ବହୁବ୍ରୀହି ସମାସ ହୁଏ, ତାହାକୁ ____________________ ସମାସ କୁହାଯାଏ ।
Answer:
ସହାର୍ଥକ ବହୁବ୍ରୀହି

6. ଶିଷ୍ୟ ସହିତ ଅଛନ୍ତି ଯେ – ସମସ୍ତପଦଟି ______________ ହେବ ।
Answer:
ସଶିଷ୍ୟ ସହିତ ଅଛନ୍ତି ଯେ

7. ସସ୍ରୀକ – ବ୍ୟ।ସବାକ୍ୟଟି _____________________ ହେବ ।
Answer:
ସ୍ତ୍ରୀ

8. ସବିନୟ – ସମାସର ନାମ ______________ ।
Answer:
ସହାର୍ଥକ ବହୁବ୍ରୀହି

9. ‘ସମାନ’ ଶବ୍ଦ ସହିତ ବହୁବ୍ରୀହି ସମାସ ହେଲେ ‘ସମାନ’ ସ୍ଥ।ନରେ ____________________ ହୁଏ ।
Answer:

BSE Odisha 9th Class Odia Grammar ସମାସ

10. ସମାନ ଗୋତ୍ର ଯାହାର – ସମସ୍ତପଦଟି _______________________ ହେବ ।
Answer:
ସଗୋତ୍ର

11. ହରିହର – ବିଗ୍ରହ ବାକ୍ୟଟି _______________ ।
Answer:
ହରି ଓ ହର

12. ଯେଉଁ ସମାସରେ ସଂଖ୍ୟାବାଚକ ଶବ୍ଦ ପୂର୍ବରେ ଥାଇ ସମସ୍ତପଦଟି ସମାହାର ବା ସମଷ୍ଟିକୁ ବୁଝାଉଥାଏ, ତାକୁ _______________ ସମାସ କୁହା
Answer:
ଦ୍ବିଗୁ

13. ଚଉପଦୀ – ସମାସର ନାମ _____________________ ।
Answer:
ଦ୍ବିଗୁ

14. ତିନି ଫଳର ସମାହାର– ସମସ୍ତପଦଟି ________________ ହେବ ।
Answer:
ତ୍ରିଫଳା

15. ପଞ୍ଚବଟୀ – ଶୁଦ୍ଧ ବ୍ୟାସବାକ୍ୟଟି ___________________ ।
Answer:
ପଞ୍ଚ ବଟର ସମାହାର

16. ଯେଉଁ ସମାସରେ ସମସ୍ତପଦ ସମସ୍ୟମାନ ପଦମାନଙ୍କ ମଧ୍ୟରୁ କାହାରି ଅର୍ଥକୁ ନ ବୁଝାଇ ଅନ୍ୟକୁ ବୁଝାଏ, ତାକୁ ______________________ ସମାସ କୁହାଯାଏ ।
Answer:
ବହୁବ୍ରୀହି

D ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ଅର୍ଥର ପ୍ରାଧାନ୍ୟ ଦୃଷ୍ଟିରୁ ସମାସକୁ ମୁଖ୍ୟତଃ କେତେ ଭାଗରେ ବିଭକ୍ତ କରାଯାଇଛି ?
(A) ଦୁଇ
(B) ଚାରି
(C) ପାଞ୍ଚ
(D) ଛଅ
Answer:
(D) ଛଅ

2. ନିମ୍ନପ୍ରଦତ୍ତ ମଧ୍ୟରୁ କେଉଁଟି ପୂର୍ବପଦ ପ୍ରଧାନ ସମାସ ଅଟେ ?
(A) ବହୁବ୍ରୀହି
(B) ଅବ୍ୟୟୀଭାଗ
(C) ଦ୍ବନ୍ଦ୍ବ
(D) ତତ୍‌ପୁରୁଷ
Answer:
(B) ଅବ୍ୟୟୀଭାଗ

3. କେଉଁଟି ଉତ୍ତରପଦ ପ୍ରଧାନ ସମାସ ଅଟେ ?
(A) ତପୁରୁଷ
(B) ଅବ୍ୟୟୀଭାବ
(C) ଦ୍ବନ୍ଦ୍ବ
(D) ବହୁବ୍ରୀହି
Answer:
(A) ତପୁରୁଷ

BSE Odisha 9th Class Odia Grammar ସମାସ

4. କେଉଁଟି ଉଭୟ ପଦ ପ୍ରଧାନ ସମାସ ଅଟେ ?
(A) ତପୁରୁଷ
(B) ଅବ୍ୟୟୀଭାବ
(C) ଦ୍ବନ୍ଦ୍ବ
(D) ବହୁବ୍ରୀହି
Answer:
(C) ଦ୍ବନ୍ଦ୍ବ

5. କାହାକୁ ଅନ୍ୟ ପଦ ପ୍ରଧାନ ସମାସ କୁହାଯାଏ ?
(A) ତପୁରୁଷ
(B) ଦ୍ବନ୍ଦ୍ବ
(C) କର୍ମଧାରୟ
(D) ବହୁବ୍ରୀହି
Answer:
(D) ବହୁବ୍ରୀହି

6. ଧନପ୍ରାପ୍ତ – ସମାସର ନାମ ଲେଖ ।
(A) କର୍ମଧାରୟ
(B) ୨ୟା ତତ୍
(C) ୩ୟା ତତ୍
(D) ୪ର୍ଥୀ ତତ୍
Answer:
(B) ୨ୟା ତତ୍

7. ଶୋକାକୁଳ – ଶୁଦ୍ଧ ବ୍ୟାସବାକ୍ୟଟି ବାଛ ।
(A) ଶୋକପାଇଁ ଆକୁଳ
(B) ଶୋକକୁ ଆକୁଳ
(C) ଶୋକରେ ଆକୁଳ
(D) ଶୋକ ନାଁ ମି ଭ ଆକୁଳ
Answer:
(C) ଶୋକରେ ଆକୁଳ

8. ପୁତ୍ର ନିମିତ୍ତ ଶୋକ – ସମସ୍ତ ପଦଟିକୁ ବାଛ ?
(A) ପୁତ୍ରଶୋକ
(B) ପୁତ୍ରାଶୋକ
(C) ପୁତ୍ରନିମିତ୍ତ ଶୋକ
(D) ପୁତ୍ରନିମିତ୍ତା ଶୋକ
Answer:
(A) ପୁତ୍ରଶୋକ

9. ରୋଗମୁକ୍ତ – ବ୍ୟାସବାକ୍ୟଟି ବାଛ ।
(A) ରୋଗଦ୍ଵାରା ମୁକ୍ତ
(B) ରୋଗରୁ ମୁକ୍ତ
(C) ରୋଗରେ ମୁକ୍ତ
(D) ରୋଗର ମୁକ୍ତ
Answer:
(B) ରୋଗରୁ ମୁକ୍ତ

10. ଚନ୍ଦ୍ରର ଅର୍ଥ – ସମସ୍ତ ପଦଟି କ’ଣ ହେବ ?
(A) ଚନ୍ଦ୍ରାଦ୍ଧ
(B) ଚନ୍ଦ୍ରାର୍କ
(C) ଅର୍ଦ୍ଧଚନ୍ଦ୍ର
(D) ଚନ୍ଦ୍ରଅର୍ଦ୍ଧ
Answer:
(C) ଅର୍ଦ୍ଧଚନ୍ଦ୍ର

BSE Odisha 9th Class Odia Grammar ସମାସ

11. ‘ଅନାବିଳ’ – ଏହା କି ପ୍ରକାର ସମାସ ?
(A) ଦ୍ଵିତୀୟା ତତ୍‌ପୁରୁଷ
(B) ନଟ୍ ତତ୍‌ପୁରୁଷ
(C) ଚତୁର୍ଥୀ ତତ୍‌ପୁରୁଷ
(D) ଉ ପ ପ ଦ ତତ୍‌ପୁରୁଷ
Answer:
(B) ନଟ୍ ତତ୍‌ପୁରୁଷ

12. ‘ଘରମୁହାଁ’ – ଏହି ପଦଟିର ବ୍ୟାସବାକ୍ୟ କ’ଣ ହେବ ?
(A) ଘରକୁ ମୁହାଁ
(B) ଘରଆଡ଼େ ମୁହାଁ
(C) ଘରପାଇଁ ମୁହଁ
(D) ଘରର ମୁହଁ
Answer:
(A) ଘରକୁ ମୁହାଁ

13. ନିମ୍ନୋକ୍ତ ମଧ୍ଯରୁ କିଏ ‘ନିତ୍ୟ ଅର୍ଥ’ ପ୍ରଧାନ ସମାସ ଅଟେ ?
(A) ଦ୍ବନ୍ଦ୍ବ
(B) ତପୁରୁଷ
(C) କର୍ମଧାରୟ
(D) ବହୁବ୍ରୀହି
Answer:
(D) ବହୁବ୍ରୀହି

14. ‘ସୁନାମୁଦି’ – ଏହାର ବିଗ୍ରହ ବାକ୍ୟ କ’ଣ ହେବ ?
(A) ସୁନାର ମୁଦି
(B) ସୁନା ଓ ମୁଦି
(C) ସୁନାରେ ତିଆରି ମୁଦି
(D) ସୁନାପରି ମୁଦି
Answer:
(C) ସୁନାରେ ତିଆରି ମୁଦି

15. ରାମ ନିଜର ଶକ୍ତିକୁ ଅତିକ୍ରମ ନକରି ଭିକାରିକୁ ଦାନ କଲା। – ରେଖାଙ୍କିତ ପଦ ସ୍ଥାନରେ ଉପଯୁକ୍ତ ସମାସଜନିତ ପଦ ବ୍ୟବହାର କଲେ କ’ଣ ହେବ ?
(A) ଶକ୍ତିକୁ ଚାହିଁ
(B) ଯଥାଶକ୍ତି
(C) ଶକ୍ତି ଭିତରେ
(D) ଶକ୍ତିମୁତାବକ
Answer:
(B) ଯଥାଶକ୍ତି

16. ‘ପୋକଶୁଙ୍ଘା’ – ଏହା କି ପ୍ରକାର ସମାସ ?
(A) ଅଲୁକ୍ ସମାସ
(B) ନିତ୍ୟ ସମାସ
(C) ଅବ୍ୟୟୀଭାବ ସମାସ
(D) ତ ତ୍ ପୁ ରୁ ଷ ସମାସ
Answer:
(B) ନିତ୍ୟ ସମାସ

17. ପରସ୍ପର ସମ୍ବନ୍ଧ ଥ‌ିବା ଦୁଇ ବା ତତୋଽଧ୍ଵକ ପଦକୁ ଏକପଦରେ ପରିଣତ କରିବାକୁ କ’ଣ କୁହାଯାଏ ?
(A) ସନ୍ଧି
(C) ତଦ୍ଧିତ
(B) କୃଦନ୍ତ
(D) ସମାସ
Answer:
(D) ସମାସ

BSE Odisha 9th Class Odia Grammar ସମାସ

18. ସମାସରେ ପଦଗୁଡ଼ିକ ମିଳିତ ହେବାପରେ ଯେଉଁ ପଦ ସୃଷ୍ଟି ହୁଏ, ତାକୁ କ’ଣ କହନ୍ତି ?
(A) ସନ୍ଧିପଦ
(B) ଶିଷ୍ଟପଦ
(C) ସରଳପଦ
(D) ସମସ୍ତପଦ
Answer:
(D) ସମସ୍ତପଦ

19. ଯେଉଁ ପଦଗୁଡ଼ିକର ମିଶ୍ରଣରେ ସମସ୍ତପଦ ଗଠିତ ହୁଏ, ସେହିପଦଗୁଡ଼ିକୁ କି ପଦ କୁହାଯାଏ ?
(A) ସମସ୍ତପଦ
(B) ସମାସପଦ
(C) ସରଳ ପଦ
(D) ସ ମ ସ୍ୟ ମ । ନ ପଦ
Answer:
(D) ସ ମ ସ୍ୟ ମ । ନ ପଦ

20. ସମାସ ଅନ୍ତର୍ଗତ ପଦମାନଙ୍କର ପରସ୍ପର ସମ୍ବନ୍ଧ କୁହାଯାଏ ?
(A) ସରଳ ବାକ୍ୟ
(B) ବିଗ୍ରହ ବାକ୍ୟ
(C) ଜଟିଳ ବାକ୍ୟ
(D) ମିଶ୍ର ବାକ୍ଯ
Answer:
(B) ବିଗ୍ରହ ବାକ୍ୟ

21. କୁଳବୁଡ଼ା – ଶୁଦ୍ଧ ବ୍ୟାସବାକ୍ୟଟି ବାଛ ।
(A) କୁଳର ବୁଡ଼ା
(B) କୁଳ ବୁଡ଼ି ଛି
(C) କୁଳ ବୁଡ଼ାଏ ଯେ
(D) କୁଳରେ ବୁଡ଼ା
Answer:
(C) କୁଳ ବୁଡ଼ାଏ ଯେ

22. ଜଳଦ – ସମାସର ନାମ ଲେଖ ।
(A) ଷଷ୍ଠୀ ତତ୍
(B) ୭ମୀ ତତ୍
(C) କର୍ମଧାରୟ
(D) ଉପପଦ ତତ୍
Answer:
(D) ଉପପଦ ତତ୍

23. ଯେଉଁ ସମାସରେ ସମସ୍ତପଦରେ ବିଭକ୍ତି ଚିହ୍ନ ଲୁପ୍ତ ହୁଏ ନାହିଁ, ତାକୁ କି ସମାସ କହନ୍ତି ?
(A) ବହୁବ୍ରୀହି
(B) ଦ୍ବିଗୁ
(C) କର୍ମଧାରୟ
(D) ଅଲୁକ୍
Answer:
(D) ଅଲୁକ୍

BSE Odisha 9th Class Odia Grammar ସମାସ

24. ବନେଚର– ବିଗ୍ରହ ବାକ୍ୟଟି କ’ଣ ହେବ ?
(A) ବନେ ଚରେ ଯେ
(B) ବନକୁ ଚରେ ଯେ
(C) ବନର ଚର
(D) ବନରେ ଚର
Answer:
(A) ବନେ ଚରେ ଯେ

CHSE Odisha Class 12 Sociology Unit 5 Objective Questions in Odia Medium

Odisha State Board CHSE Odisha Class 12 Sociology Solutions Unit 5 ଭାରତରେ ପରିବର୍ତ୍ତନ ଓ ବିକାଶ Objective Questions.

CHSE Odisha 12th Class Sociology Unit 5 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(କ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ‘‘ଜଗତୀକରଣ ଏକ ପ୍ରକ୍ରିୟା ଯାହାଦ୍ଵାରା ଚିନ୍ତାଧାରା, ଲୋକସଂଖ୍ୟା, ଦ୍ରବ୍ୟ ଏବଂ ପୁଞ୍ଜିର ମୁକ୍ତ ଓ ଅବାଧ ପ୍ରବାହ ଘଟେ, ଯାହାକି ଅର୍ଥନୀତି ଓ ସମାଜର ସଂହତି ଆଣିଥାଏ ।’’ ଜଗତୀକରଣର ଏହି ସଂଜ୍ଞା କିଏ ପ୍ରଦାନ କରିଥିଲେ ?
(କ) ଅଗଷ୍ଟ କମ୍‌
(ଖ) ମୋରିସ୍ ଜିନ୍‌ସବର୍ଗ
(ଗ) ଆନିତାତ୍
(ଘ) ରବର୍ଟସନ୍
Answer:
(ଗ) ଆନିତାତ୍

୨ । ନିମ୍ନୋକ୍ତ ମଧ୍ୟରୁ ଭାରତୀୟ ସମାଜ ଉପରେ ଜଗତୀକରଣର ପ୍ରଭାବ କେଉଁଟି ?
(କ) ଅଧୁକ ନିଯୁକ୍ତି
(ଖ) ଉଭୟ ଅଧୁକ ଓ କମ୍ ନିଯୁକ୍ତି
(ଗ) କମ୍ ନିଯୁକ୍ତି
(ଘ) କୌଣସିଟି ନୁହେଁ
Answer:
(କ) ଅଧ୍ବକ ନିଯୁକ୍ତି

୩ । କେତେ ମସିହାରେ ଭାରତୀୟ ଅର୍ଥନୀତିକୁ ଜଗତୀକରଣ ପାଇଁ ଉନ୍ମୁକ୍ତ କରାଗଲା ?
(କ) ୧୯୧୮
(ଖ) ୧୯୮୦
(ଗ) ୧୯୮୧
(ଘ) ୧୯୮୫
Answer:
(ଖ) ୧୯୮୦

CHSE Odisha Class 12 Sociology Unit 5 Objective Questions in Odia Medium

୪ । ବିଶ୍ୱୟନ ପ୍ରକ୍ରିୟା ସାରା ବିଶ୍ୱକୁ କ’ଣ ଭାବେ ବିଚାର କରିଥାଏ ?
(କ) ଏକ ରାଷ୍ଟ୍ର
(ଖ) ଏକ ପରିବାର
(ଗ) ଏକ ବଜାର
(ଘ) ଏକ ସମୁଦାୟ
Answer:
(ଗ) ଏକ ବଜାର

81 ନିମ୍ନଲିଖ୍ କାରଣଗୁଡ଼ିକ ମଧ୍ୟରୁ କେଉଁଟି ସହରୀକରଣର ପ୍ରମୁଖ କାରଣ ଅଟେ ?
(କ) ଉଦ୍ୟୋଗୀକରଣ
(ଖ) ସ୍ଥାନାନ୍ତରଣ
(ଗ) ଜନସଂଖ୍ୟା ବୃଦ୍ଧି
(ଘ) ଆଧୁନିକ ଶିକ୍ଷା
Answer:
(କ) ଉଦ୍ୟୋଗୀକରଣ

୬ । ସାମାଜିକ ପରିବର୍ତ୍ତନ କହିଲେ ନିମ୍ନଲିଖ୍ କେଉଁଟିକୁ ବୁଝାଏ ?
(କ) ସାମାଜିକ ସମ୍ପର୍କରେ ପରିବର୍ତ୍ତନ
(ଖ) ସାମାଜିକ ସଂରଚନାରେ ପରିବର୍ତ୍ତନ
(ଗ) ସାମାଜିକ ସଂଗଠନରେ ପରିବର୍ତ୍ତନ
(ଘ) ଉପରୋକ୍ତ ସମସ୍ତ
Answer:
(ଘ) ଉପରୋକ୍ତ ସମସ୍ତ

୭ । ଜଗତୀକରଣର ଲକ୍ଷ୍ୟ କେଉଁଟି ?
(କ) ଏକ ଆର୍ଥିକ ବ୍ୟବସ୍ଥା
(ଖ) ଏକ ରାଜନୈତିକ ବ୍ୟବସ୍ଥା
(ଗ) ସହରୀକରଣ
(ଘ) ଏ ସମସ୍ତ
Answer:
(କ) ଏକ ଆର୍ଥିକ ବ୍ୟବସ୍ଥା

୮ । ସର୍ବପ୍ରଥମେ କିଏ ‘ବିଶ୍ୱାୟନ’ ଶବ୍ଦର ବ୍ୟବହାର କରିଥିଲେ ?
(କ) ଲୁଇସ୍ ଥମ୍ପସନ୍
(ଖ) ରୋନଲଡ୍ ରବର୍ଟସନ୍
(ଗ) ଭି.ପାରିଟୋ
(ଘ) କୌଣସିଟି ନୁହେଁ
Answer:
(ଖ) ରୋନଲଡ୍ ରବର୍ଟସନ୍

୯ । ବିଶ୍ୱାୟନ ବା ଜଗତୀକରଣ ମୁଖ୍ୟତଃ ଏକ କେଉଁ ପ୍ରକ୍ରିୟା ଭାବେ ପରିଚିତ ?
(କ) ସାମାଜିକ
(ଖ) ରାଜନୈତିକ
(ଗ) ଅର୍ଥନୈତିକ
(ଘ) ଉଭୟ (କ) ଓ (ଖ)
Answer:
(ଗ) ଅର୍ଥନୈତିକ

୧୦ । କିଏ ବିଶ୍ଵାୟନର ଜନକ ଭାବେ ପରିଚିତ ?
(କ) ରୋନାଲଡ୍ ରବର୍ଟସନ୍
(ଖ) ଥମ୍ପସନ୍
(ଗ) ରିଚାର୍ଡ଼ ନିକ୍‌ସ
(ଘ) କୌଣସିଟି ନୁହେଁ
Answer:
(କ) ରୋନାଲଡ୍ ରବର୍ଟସନ୍

CHSE Odisha Class 12 Sociology Unit 5 Objective Questions in Odia Medium

୧୧ । ବିଶ୍ୱୟନର ଲକ୍ଷ୍ୟ କେଉଁଟି ?
(କ) ଏକ ଆର୍ଥିକ ବ୍ୟବସ୍ଥା
(ଖ) ସହରୀକରଣ
(ଗ) ସଙ୍କୁଚିତ ବାଣିଜ୍ୟ
(ଘ) ଏ ସମସ୍ତ
Answer:
(କ) ଏକ ଆର୍ଥିକ ବ୍ୟବସ୍ଥା

୧୨ । ବିଶ୍ୱୟନ ବା ଜଗତୀକରଣ ଏକ କେଉଁ ପ୍ରକ୍ରିୟା ଭାବେ ପରିଚିତ ?
(କ) ସହଜ ପ୍ରକ୍ରିୟା
(ଖ) ଜଟିଳ ପ୍ରକ୍ରିୟା
(ଗ) ଗ୍ରାମ୍ୟ ପ୍ରକ୍ରିୟା
(ଘ) ଉପରୋକ୍ତ ସମସ୍ତ
Answer:
(ଖ) ଜଟିଳ ପ୍ରକ୍ରିୟା

୧୩ । କିଏ ପାର୍ସୀକରଣ ଶବ୍ଦର ବ୍ୟବହାର କରିଥିଲେ ?
(କ) ଏମ୍. ଏନ୍. ଶ୍ରୀନିବାସ
(ଖ) ସି.ବି. ମେମୋରିଆ
(ଗ) ୱାଇ. ସିଂହ
(ଘ) କୌଣସିଟି ନୁହେଁ
Answer:
(କ) ଏମ. ଏନ୍. ଶ୍ରୀନିବାସ

୧୪ । ସହରୀକରଣ ଏକ :
(କ) ଗ୍ରାମାଞ୍ଚଳ ଲୋକମାନଙ୍କୁ ସହରାଭିମୁଖୀ କରାଏ
(ଖ) ପରିବାର ସଂରଚନାରେ ପରିବର୍ତ୍ତନ ଆଣିଥାଏ
(ଗ) ପରିବାର ସଂରଚନାରେ ସଂସ୍କାର ଆଣିଥାଏ
(ଘ) ଉଭୟ (କ) ଓ (ଖ)
Answer:
(କ) ଗ୍ରାମାଞ୍ଚଳର ଲୋକମାନଙ୍କୁ ସହରାଭିମୁଖୀ କରାଏ

୧୫ । ସହରୀକରଣ କେଉଁଥରେ ପରିବର୍ତ୍ତନ ଆଣିଥାଏ ?
(କ) ପରିବାର ସଂରଚନାରେ ସ୍ଥିରତା ଆଣିଥାଏ
(ଖ) ପରିବାର ସଂରଚନାରେ ପରିବର୍ତ୍ତନ ଆଣିଥାଏ ।
(ଗ) ପରିବାର ସଂରଚନାରେ ସଂସ୍କାର ଆଣିଥାଏ
(ଘ) ଉପରୋକ୍ତ ସମସ୍ତ
Answer:
(କ) ପରିବାର ସଂରଚନାରେ ସ୍ଥିରତା ଆଣିଥାଏ

୧୬ । ମୁଖ୍ୟତଃ ଅଥବା ପ୍ରଧାନତଃ କୃଷିକାର୍ଯ୍ୟରେ ନିୟୋଜିତ ସମୁଦାୟ ସାଧାରଣତଃ ସରକାରୀ, ବାଣିଜ୍ୟ ଉତ୍ପାଦନ କିମ୍ବା ଅନ୍ୟାନ୍ୟ ସମାନ ପ୍ରକାରର କାର୍ଯ୍ୟରେ ସମ୍ପୃକ୍ତ ସମୁଦାୟର ପରିବର୍ତ୍ତନ ପ୍ରକ୍ରିୟା ସହରୀକରଣ ଅଟେ – ଏହି ଉକ୍ତିଟି କିଏ ଉଲ୍ଲେଖ କରିଥିଲେ ?
(କ) ମ୍ପସନ୍‌ ଓ୍ବାରେନ୍
(ଖ) ଫେୟାର ଚାଇଲ୍ଡ
(ଗ) ଗୋଟକ୍
(ଘ) କୌଣସିଟି ନୁହେଁ
Answer:
(କ) ଥମ୍ପସନ୍‌ ଓ୍ବାରେନ୍

୧୭ । ସହରାଞ୍ଚଳର ନାଗରିକ ତଥ୍ୟ ଅନୁଯାୟୀ ଭାରତ ବିଶ୍ଵର କେଉଁ ସ୍ଥାନରେ ଅଛି ?
(କ) ପଞ୍ଚମ ବୃହତ୍ତମ ରାଷ୍ଟ୍ର ଅଟେ
(ଖ) ଦ୍ଵିତୀୟ ବୃହତ୍ତମ ରାଷ୍ଟ୍ର ଅଟେ
(ଗ) ଚତୁର୍ଥ ବୃହତ୍ତମ ରାଷ୍ଟ୍ର ଅଟେ
(ଘ) କୌଣସିଟି ନୁହେଁ
Answer:
(ଖ)ଦ୍ୱିତୀୟ ବୃହତ୍ତମ ରାଷ୍ଟ୍ର ଅଟେ

୧୮ । ୨୦୦୧ ତଥ୍ୟ ଅନୁଯାୟୀ ଭାରତର କେତେ ନାଗରିକ ସହରାଞ୍ଚଳରେ ବାସ କରନ୍ତି ?
(କ) ୨୮୦ ନିୟୁତ
(ଖ) ୨୮୫ ନିୟୁତ
(ଗ) ୨୯୦ ନିୟୁତ
(ଘ) କୌଣସିଟି ନୁହେଁ
Answer:
(ଖ) ୨୮୫ ନିୟୁତ

୧୯ । ଭାରତୀୟ ଜନସଂଖ୍ୟାର ଶତକଡ଼ା କେତେ ଲୋକ ସହରରେ ବସବାସ କରିଥାନ୍ତି ?
(କ) ୨୫ ଭାଗ
(ଖ) ୨୭.୮ ଭାଗ
(ଗ) ୨୦ ଭାଗ
(ଘ) କୌଣସିଟି ନୁହେଁ
Answer:
(ଖ) ୨୭.୮ ଭାଗ

୨୦ । ମେଗା ସହରରର ନିର୍ଦ୍ଧାରିତ ଜନସଂଖ୍ୟା କେତେ ?
(କ) ୫୦ ଲକ୍ଷ
(ଖ) ୮୦ ଲକ୍ଷ
(ଗ) ୫ ଲକ୍ଷରୁ ଅଧିକ
(ଘ) ଏ ସମସ୍ତ
Answer:
(ଗ) ୫ ଲକ୍ଷରୁ ଅଧିକ

CHSE Odisha Class 12 Sociology Unit 5 Objective Questions in Odia Medium

୨୧ । ଜଗତୀକରଣ ଶବ୍ଦର ଜନକ କିଏ ?
(କ) ମାଲକମ୍ ୱାଟରସ୍
(ଖ) ରୋଲାଣ୍ଡ ରବର୍ଟସନ୍
(ଗ) ଆଛୋନୀ ଗଜେନସ୍
(ଘ) ଉଭୟ (କ) ଓ (ଖ)
Answer:
(ଖ) ରୋଲାଣ୍ଡ ରବର୍ଟସନ୍

୨୨ । ଜଗତୀକରଣ ଆଧୁନିକୀକରଣର ଏକ ପ୍ରତ୍ୟକ୍ଷ ଫଳାଫଳ ଅଟେ – ଏହି ଉକ୍ତିଟିକୁ କିଏ କହିଥିଲେ ?
(କ) ଆଛୋନୀ ମ୍ୟାକ୍‌ଗ୍ରୀକ୍
(ଖ) ଆଛୋନୀ ଗିଡ଼େନସ୍
(ଗ) ଏମ୍. ଏନ୍. ଶ୍ରୀନିବାସ
(ଘ) କୌଣସିଟି ନୁହେଁ
Answer:
(ଖ) ଆଛୋନୀ ଗିଡ଼େନସ୍

୨୩ । ‘ଭାରତୀୟ ପରମ୍ପରାର ଆଧୁନିକୀକରଣ’ ପୁସ୍ତକ କିଏ ରଚନା କରିଥିଲେ ?
(କ) ଯୋଗେନ୍ଦ୍ର ସିଂହ
(ଖ) ଏମ.ଏନ୍.ଶ୍ରୀନିବାସ
(ଗ) ଜି. ଏସ୍. ଘୂରେ
(ଘ) କୌଣସିଟି ନୁହେଁ
Answer:
(କ) ଯୋଗେନ୍ଦ୍ର ସିଂହ

୨୪ । କେଉଁ ସମାଜବିଜ୍ଞାନୀ ଦକ୍ଷିଣ ଭାରତରେ କୁର୍ଗମାନଙ୍କ ସମ୍ବନ୍ଧରେ ଅଧ୍ୟୟନ କରିଥିଲେ ?
(କ) ଏମ୍. ଏନ୍. ଶ୍ରୀନିବାସ
(ଖ) ଯୋଗେନ୍ଦ୍ର ସିଂହ
(ଗ) ଏସ୍. ସି. ଦୁବେ
(ଘ) ଉଭୟ (କ) ଓ (ଖ)
Answer:
(କ) ଏମ୍. ଏନ୍. ଶ୍ରୀନିବାସ

୨୫ । ଜଗତୀକରଣ ଫଳରେ କେଉଁ ବଜାର ବ୍ୟବସ୍ଥା ପ୍ରଚଳନ ହୋଇଥାଏ ?
(କ) ସଙ୍କୁଚିତ
(ଖ) ନିୟନ୍ତିତ
(ଗ) ମୁକ୍ତ
(ଘ) ଏ ସମସ୍ତ
Answer:
(ଗ) ମୁକ୍ତ

୨୬ । ଜଗତୀକରଣ ପ୍ରକ୍ରିୟା ଫଳରେ ସାମଗ୍ରୀର ମୂଲ୍ୟ କେଉଁ ମାଧ୍ୟମରେ ନିର୍ଦ୍ଧାରିତ ହୋଇଥାଏ ?
(କ) ବଜାର ବ୍ୟବସ୍ଥା
(ଖ) ଶ୍ରମିକ
(ଗ) ସରକାର
(ଘ) କୌଣସିଟି ନୁହେଁ
Answer:
(କ) ବଜାର ବ୍ୟବସ୍ଥା

୨୭ । ଜଗତୀକରଣ ପ୍ରକ୍ରିୟା ଫଳରେ ଧନୀଦରିଦ୍ର ମଧ୍ୟରେ କ’ଣ ବୃଦ୍ଧି ପାଇଥାଏ ?
(କ) ସହଯୋଗ
(ଖ) ପାରମ୍ପରିକ ସମ୍ପର୍କ
(ଗ) ତାରତମ୍ୟ
(ଘ) ଉଭୟ (କ) ଓ (ଖ)
Answer:
(ଗ) ତାରତମ୍ୟ

୨୮ । ଜଗତୀକରଣ ପ୍ରକ୍ରିୟା ଫଳରେ କେଉଁଟି ସମ୍ଭବପର ହୋଇପାରିଛି ?
(କ) ବିଦେଶୀମୁଦ୍ରା ସଞ୍ଚୟ ଅଭିବୃଦ୍ଧି
(ଖ) ଆର୍ଥିକ ବିଶୃଙ୍ଖଳା
(ଗ) ଶ୍ରମ ଆଇନର ସଂଶୋଧନ
(ଘ) ଉପରୋକ୍ତ ସମସ୍ତ
Answer:
(ଘ) ଉପରୋକ୍ତ ସମସ୍ତ

CHSE Odisha Class 12 Sociology Unit 5 Objective Questions in Odia Medium

୨୯ । ଜଗତୀକରଣ ପ୍ରକ୍ରିୟା ଫଳରେ ଭୌଗୋଳିକ ଦୂରତ୍ବର କ’ଣ ଘଟିଛି ?
(କ) ପ୍ରସାର
(ଖ) ବୃଦ୍ଧି
(ଗ) ସ୍ଥିର ରହିଛି
(ଘ) ହ୍ରାସ
Answer:
(ଘ) ହ୍ରାସ

୩୦ । ଜଗତୀକରଣ ଫଳରେ କେଉଁ ପରିସ୍ଥିତି ସୃଷ୍ଟି ହୋଇଛି ?
(କ) ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି
(ଖ) ଜୀବନଧାରଣ ମାନର ଅଭିବୃଦ୍ଧି ଘଟିଛି
(ଗ) ଦାରିଦ୍ର୍ୟ ସମସ୍ୟାର ସମାଧାନ ହୋଇଛି
(ଘ) ଉପରୋକ୍ତ ସମସ୍ତ
Answer:
(ଘ) ଉପରୋକ୍ତ ସମସ୍ତ

୩୧ । ସହରୀକରଣର ଫଳାଫଳ ରୂପେ ନିମ୍ନୋକ୍ତ କେଉଁଟି ବିବେଚିତ ହୋଇଥାଏ ।
(କ) ଘରୋଇକରଣ
(ଖ) ଉପନିବେଣବାଦ
(ଗ) ସ୍ଥାନାନ୍ତରୀକରଣ
(ଘ) ଉପରୋକ୍ତ ସମସ୍ତ
Answer:
(ଗ) ସ୍ଥାନାନ୍ତରୀକରଣ

୩୨ । ନିମ୍ନ ପ୍ରଦତ୍ତ କେଉଁ ବ୍ୟକ୍ତି ‘ବିଶ୍ୱଗ୍ରାମ’ ସଂପ୍ରତ୍ୟୟକୁ ପ୍ରଥମେ ବ୍ୟବହାର କରିଥିଲେ ?
(କ) ମାର୍ଶାଲ୍ ମ୍ୟାକ୍‌ଲୁହାନ୍
(ଖ) ଗୋରାନ୍ ଥରବର୍ଣ୍ଣ
(ଗ) ମାଲକମ୍ ୱାଟରସ୍
(ଘ) ଏମ୍. ଏସ୍. ଆର୍ଚର୍
Answer:
(କ) ମାର୍ଶାଲ୍ ମ୍ୟାକ୍‌ହାନ୍

୩୩ । କେଉଁମାନଙ୍କ ସହିତ ଭାରତୀୟମାନେ ସର୍ବପ୍ରଥମେ ପ୍ରତ୍ୟକ୍ଷ ଯୋଗାଯୋଗରେ ଆସିଥିଲେ ?
(କ) ପର୍ତ୍ତୁଗୀଜ୍
(ଖ) ଡବ୍
(ଗ) ଇଂରେଜ
(ଘ) ଫରାସା
Answer:
(କ) ପର୍ତ୍ତୁଗୀଜ୍

୩୩ । କେଉଁମାନଙ୍କ ସହିତ ଭାରତୀୟମାନେ ସର୍ବପ୍ରଥମେ ପ୍ରତ୍ୟକ୍ଷ ଯୋଗାଯୋଗରେ ଆସିଥିଲେ ?
(କ) ପର୍ତ୍ତୁଗୀଜ୍
(ଖ) ଡବ୍
(ଗ) ଇଂରେଜ
(ଘ) ଫରାସା
Answer:
(କ) ପର୍ତ୍ତୁଗୀଜ୍

୩୪ । ଆଧୁନିକୀକରଣର ଇଂରାଜୀ ଶବ୍ଦ ମଡ଼ର୍ଣ୍ଣାଇଜେସନ (Modernisation) ଶବ୍ଦଟି କେଉଁ ଶବ୍ଦରୁ ଆସିଅଛି ?
(କ) ମୋଡ଼ୋ
(ଖ) ଗ୍ଲୋବାଲ୍
(ଗ) କାଷ୍ଟା
(ଘ) କୌଣସିଟି ନୁହେଁ
Answer:
(କ) ମୋଡ଼ୋ

୩୫ । ଆଧୁନିକୀକରଣ ପ୍ରଥମେ କେଉଁ ସମାଜରେ ଦେଖାଦେଇଥିଲା ?
(କ) ପାଶ୍ଚାତ୍ୟ
(ଖ) ଫ୍ରାନ୍ସ
(ଗ) ଭାରତ
(ଘ) ଏ ସମସ୍ତ
Answer:
(କ) ପାଶ୍ଚାତ୍ୟ

୩୬ । ଆଧୁନିକୀକରଣ ଏକ କି ପ୍ରକ୍ରିୟା ?
(କ) ସାର୍ବଜନୀନ ଓ ବିଶ୍ଵସ୍ତରୀୟ
(ଖ) ବ୍ୟକ୍ତିଗତ
(ଗ) ଉପରୋକ୍ତ ସମସ୍ତ
(ଘ) କୌଣସିଟି ନୁହେଁ
Answer:
(କ) ସାର୍ବଜନୀନ ଓ ବିଶ୍ବସ୍ତରୀୟ

CHSE Odisha Class 12 Sociology Unit 5 Objective Questions in Odia Medium

୩୭ । କାହାର ମତରେ, ‘ଜଗତୀକରଣ ଏକ ସାମାଜିକ ପ୍ରକ୍ରିୟା ଯେଉଁଥିରେ ସାମାଜିକ ଓ ସାଂସ୍କୃତିକ ବ୍ୟବସ୍ଥାରେ ଥିବା ଯେ ସେମାନଙ୍କ ମଧ୍ୟରେ ଥିବା ଦୂରତ୍ବ ହଟି ଯାଇଛି ।’’
(କ) ମାଲକମ୍ ୱାଟରସ୍
(ଖ) ଆଛୋନୀ ମ୍ୟାକଗ୍ରୀଭ୍
(ଗ) ଆନିତାତ୍
(ଘ) ଆଛୋନୀ ଗିଡ଼େନସ୍
Answer:
(କ) ମାଲକମ୍ ୱାଟରସ୍

୩୮ । କାହାର ମତରେ, ‘ଆଧୁନିକୀକରଣ କୌଣସି ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣରୁ ବିଚାର ନ କରି ସାର୍ବଜନୀନ ଦୃଷ୍ଟିକୋଣରୁ ସାମାଜିକ ଘଟଣା ଏବଂ ତାହାର ମୂଲ୍ୟାୟନ ପ୍ରତି ଯୁକ୍ତିବାଦ ଭାବବୃତ୍ତିକୁ ସୂଚାଇଥାଏ ।”
(କ) ପ୍ରଫେସର ଯୋଗେନ୍ଦ୍ର ସିଂହ
(ଖ) ପ୍ରଫେସର ଡାନିଏଲ୍‌ ଲର୍ସର
(ଗ) ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ
(ଘ) ଏମାନେ ସମସ୍ତେ
Answer:
(କ) ପ୍ରଫେସର ଯୋଗେନ୍ଦ୍ର ସିଂହ

୩୯ । କାହାର ମତରେ, ‘ଆଧୁନିକୀକରଣ ସାମାଜିକ ପରିବର୍ତ୍ତନରେ ଏକ ପ୍ରକ୍ରିୟା ଯାହାଦ୍ଵାରା ଅପେକ୍ଷାକୃତ କମ୍ ବିକାଶଶୀଳ ସମାଜଗୁଡ଼ିକ ଅଧ୍ଵ ବିକାଶଶୀଳ ସମାଜର ସାଧାରଣ ବୈଶିଷ୍ଟ୍ୟଗୁଡ଼ିକୁ ଗ୍ରହଣ କରିଥାନ୍ତି ।’’
(କ) ପ୍ରଫେସର ଯୋଗେନ୍ଦ୍ର ସିଂହ
(ଖ) ପ୍ରଫେସର ଡାନିଏଲ୍‌ ଲର୍ସର
(ଗ) ମାଲକମ୍ ୱାଟରସ୍
(ଘ) ଏହା ଏକ ସାର୍ବଜନୀନ ପ୍ରକ୍ରିୟା
Answer:
(ଖ) ପ୍ରଫେସର ଡାନିଏଲ ଲଣ୍ଡର

୪୦ । ଆଧୁନିକୀକରଣ ଏକ କେଉଁ ପ୍ରକ୍ରିୟା ନୁହେଁ ?
(କ) ଏକ ବହୁମୁଖୀ ପ୍ରକ୍ରିୟା ନୁହେଁ
(ଖ) ଏକ ବୈପ୍ଳବିକ ପ୍ରକ୍ରିୟା
(ଗ) ଏହା ଏକ ନିରବଚ୍ଛିନ୍ନ ପ୍ରକ୍ରିୟା
(ଘ) ଏମାନଙ୍କ ମଧ୍ୟରୁ କୌଣସି ନୁହେଁ
Answer:
(କ) ଏକ ବହୁମୁଖୀ ପ୍ରକ୍ରିୟା ନୁହେଁ

୪୧ । କେଉଁଟି ଦ୍ରୁତ ସହରୀକରଣର ମୁଖ୍ୟ କାରକ ନୁହେଁ ?
(କ) ପ୍ରାକୃତିକ ଜନସଂଖ୍ୟା ବୃଦ୍ଧି
(ଖ) ସ୍ଥାନାନ୍ତରଣ
(ଗ) ସୀମା ପରିବର୍ତ୍ତନ
(ଘ) କୌଣସିଟି ନୁହେଁ
Answer:
(ଘ) କୌଣସିଟି ନୁହେଁ

୪୨ । ନିମ୍ନୋକ୍ତ କେଉଁଟି ସହରୀକରଣର ଲକ୍ଷଣ ନୁହେଁ ?
(କ) ବ୍ଯକ୍ତିବାଦ
(ଖ) ଅଣ କୃଷିଭିତ୍ତିକ ବୃରି
(ଗ) ସାମାଜିକ ସଂଚଳନ
(ଘ) କୌଣସିଟି ନୁହେଁ
Answer:
(ଘ) କୌଣସିଟି ନୁହେଁ

୪୩ । ଜଗତୀକରଣର ଲକ୍ଷଣ କେଉଁଟି ନୁହେଁ ?
(କ) ଏକ ଜଟିଳ ପ୍ରକ୍ରିୟା
(ଖ) ଏହା ଏକ ବହୁମୁଖୀ ପ୍ରକ୍ରିୟା
(ଗ) ଏହା ଏକ ସରଳ ପ୍ରକ୍ରିୟା
(ଘ) ଏହା ଏକ ଏକତ୍ରୀକରଣ ପ୍ରକ୍ରିୟା
Answer:
(ଗ) ଏହା ଏକ ସରଳ ପ୍ରକ୍ରିୟା

୪୪ । କେଉଁଟି ଜଗତୀକରଣର ଏକ ସକାରାତ୍ମକ ପ୍ରଭାବ ନୁହେଁ ?
(କ) ବିଶ୍ୱଗ୍ରାମ ସୃଷ୍ଟି
(ଖ) ଆନ୍ତର୍ଜାତିକ ସହଯୋଗିତା ସୃଷ୍ଟି
(ଗ) ସଂସ୍କୃତିର ପ୍ରସାର
(ଘ) ବ୍ଯକ୍ତିବାଦ
Answer:
(ଘ) ବ୍ଯକ୍ତିବାଦ

୪୫ । କେଉଁଟି ଜଗତୀକରଣର ଏକ ନକାରାତ୍ମକ ପ୍ରଭାବ ନୁହେଁ ?
(କ) ଅସମାନତା ସୃଷ୍ଟି
(ଖ) କ୍ଷୁଦ୍ରଶିଳ୍ପ ପ୍ରତି ବିପଦ
(ଗ) ସମାଜର ବିଖଶ୍ଵିକରଖ
(ଘ) ଶୋଷଣମୁକ୍ତ
Answer:
(ଘ) ଶୋଷଣମୁକ୍ତ

୪୬ । କାହାର ମତରେ, ‘ଜଗତୀକରଣ ଶବ୍ଦଟି ଆନ୍ତର୍ଜାତୀୟ ସ୍ତରରେ ଅଭିବୃଦ୍ଧି ଘଟୁଥ‌ିବା ଅର୍ଥନୈତିକ ସଂହତିକୁ ବୁଝାଇଥାଏ,
(କ) ଆଛୋନୀ ଗିଡ଼େନସ୍
(ଖ) ଅନିତାତ୍
(ଗ) ଡି. ଏନ୍. ଏ. ଧନାଗରେ
(ଘ) ଆଛୋନୀ ମ୍ୟାକ୍‌ଗ୍ରୀର୍ଭ
Answer:
(ଗ) ଡି. ଏନ୍. ଏ. ଧନାଗରେ

CHSE Odisha Class 12 Sociology Unit 5 Objective Questions in Odia Medium

୪୭ । କାହାର ମତରେ, ‘ଜଗତୀକରଣ ହେଉଛି ଏକ ପ୍ରକ୍ରିୟା ଯାହାଦ୍ଵାରା ଚିନ୍ତାଧାରା, ବ୍ୟକ୍ତିବିଶେଷ, ଦ୍ରବ୍ୟ ଏବଂ ପୁଞ୍ଜି ଆଦିର ବିଶେଷ ମାତ୍ରାରେ ମୁକ୍ତ ପ୍ରବାହ ହୋଇଥାଏ, ଯାହାକି ଅର୍ଥନୀତି ଓ ସମାଜର ସଂହତି ଆଣିଥାଏ ।’’
(କ) ଆଁନିତାତ୍
(ଖ) ଆଛୋନୀ ଗିଡ଼େନ୍ସ
(ଗ) ଯୋଗେନ୍ଦ୍ର ସିଂହ
(ଘ) ଏମାନଙ୍କ ମଧ୍ୟରୁ କେହି ନୁହଁନ୍ତି
Answer:
(କ) ଆନିତାତ୍

୪୮ । କେଉଁ କମିଶନ ମତରେ, ‘ଜଗତୀକରଣ ହେଉଛି ଏକ ପ୍ରକ୍ରିୟା ଯାହାଦ୍ୱାରା ଦ୍ରବ୍ୟ ଏବଂ ସେବାରେ ବାଣିଜ୍ୟିକ ଗତିଶୀଳତା ଏବଂ ପୁଞ୍ଜି ବୈଷୟିକ ଜ୍ଞାନର ପ୍ରବାହ ଯୋଗୁଁ ବିଭିନ୍ନ ଦେଶର ବଜାର ଏବଂ ଉତ୍ପାଦନଗୁଡ଼ିକ ଅଧ୍ଵ ମାତ୍ରାରେ ପରସ୍ପର ଉପରେ ନିର୍ଭରଶୀଳ ।”
(କ) The American New Deal Commission
(ଖ) ଭାରତୀୟ ବୈଷୟିକ କମିଶନ
(ଗ) The European Commission
(ଘ) ଆନ୍ତର୍ଜାତିକ ମୁଦ୍ରା କମିଶନ
Answer:
(ଗ) The European Commission

୪୯ । ଭାରତ ସରକାର ପ୍ରଥମ ଶିଳ୍ପନୀତି କେବେ ଘୋଷଣା କରିଥିଲେ ?
(କ) ୧୯୪୭
(ଖ) ୧୯୫୬
(ଗ) ୧୯୪୮
(ଘ) ୧୯୬୦
Answer:
(ଗ) ୧୯୪୮

୫୦ । ପ୍ରଥମ ଶିଳ୍ପନୀତି ଶିଳ୍ପକୁ କେତୋଟି ଶ୍ରେଣୀରେ ବିଭକ୍ତ କଲା ?
(କ) ଦୁଇଟି
(ଖ) ଚାରିଟି
(ଗ) ତିନୋଟି
(ଘ) ପାଞ୍ଚଟି
Answer:
(ଖ) ଚାରିଟି

୫୧ । ୧୯୫୬ ମସିହା ଶିଳ୍ପନୀତି ଶିଳ୍ପକୁ କେତୋଟି ଶ୍ରେଣୀରେ ବିଭକ୍ତ କଲା ?
(କ) ଦୁଇଟି
(ଖ) ଚାରିଟି
(ଗ) ତିନୋଟି
(ଘ) ପାଞ୍ଚଟି
Answer:
(ଗ) ତିନୋଟି

୫୨ । ୧ ୯୧ ୬ ମସିହା ଶିବନୀଠି ଅନମନୀ ‘ଖ’ ରେ କେତୋଟି ଶିଳ୍ପ ରହିଲା ?
(କ) ୧୭ଟି
(ଖ) ୨୨ଟି
(ଗ) ୨୦ଟି
(ଘ) ୧୨ଟି
Answer:
(କ) ୧୭ଟି

୫୩। ୧୯୫୬ ମସିହା ଶିଜନୀତି ଅନୁସୂଚୀ ‘କ’ ରେ କେତୋଟି ଶିଳ୍ପ ରଖାଗଲା ?
(କ) ୧୭ଟି
(ଖ) ୨୨ଟି
(ଗ) ୨୦ଟି
(ଘ) ୧୨ଟି
Answer:
(କ) ୧୭ଟି

୫୪ । କେଉଁ ଶିଳ୍ପନୀତିକୁ ଭାରତର ଅର୍ଥନୈତିକ ସମ୍ବିଧାନ ବୋଲି କୁହାଯାଏ ?
(କ) ୧୯୪୮ ମସିହା ଶିଳ୍ପନୀତି
(ଖ) ୧୯୭୭ ମସିହା ଶିଳ୍ପନୀତି
(ଗ) ୧୯୫୬ ମସିହା ଶିଳ୍ପନୀତି
(ଘ) ୧୯୯୧ ମସିହା ଶିଳ୍ପନୀତି
Answer:
(ଘ) ୧୯୯୧ ମସିହା ଶିଳ୍ପନୀତି

୫୫ । ୧୯୯୧ ମସିହା ଶିଳ୍ପନୀତି କେତେ କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ ପ୍ରଦୂଷଣପ୍ରବଣ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁମତି ଦେଇ ନାହିଁ ?
(କ) ୨୦ କି.ମି.
(ଖ) ୨୭ କି.ମି.
(ଗ) ୨୫ କି.ମି.
(ଘ) ୩୦ କି.ମି.
Answer:
(କ) ୨୦ କି.ମି.

CHSE Odisha Class 12 Sociology Unit 5 Objective Questions in Odia Medium

୫୬ । ୧୯୯୧ ମସିହା ଶିଳ୍ପନୀତି କ୍ଷୁଦ୍ରଶିଳ୍ପର ବିନିଯୋଗ ସୀମା କେତେକୁ ଧାର୍ଯ୍ୟ କରିଛି ?
(କ) ୫୦ ଲକ୍ଷ
(ଖ) ୬୦ ଲକ୍ଷ
(ଗ) ୫୫ ଲକ୍ଷ
(ଘ) ୩୦ ଲକ୍ଷ
Answer:
(ଖ) ୬୦ ଲକ୍ଷ

୫୭ । ନିମ୍ନୋକ୍ତ କେଉଁ ଶିଳ୍ପ ନିମନ୍ତେ ଲାଇସେନ୍ସ ବାଧ୍ୟତାମୂଳକ ନୁହେଁ ?
(କ) ତମାଖୁ
(ଖ) ଚିନି
(ଗ) ପ୍ରତିରକ୍ଷା ସାମଗ୍ରୀ
(ଘ) ନିଶାମୁକ୍ତପାନୀୟ
Answer:
(ଖ) ଚିନି

୫୮ । ୧୯୯୧ ମସିହା ଶିଳ୍ପନୀତି କେତୋଟି ଶିଳ୍ପକୁ ରାଷ୍ଟ୍ରାୟତ୍ତ କ୍ଷେତ୍ର ପାଇଁ ସଂରକ୍ଷଣ କଲା ?
(କ) ୧୭ ଟି
(ଖ) ୭ ଟି
(ଗ) ୮ ଟି
(ଘ) ୫ ଟି
Answer:
(ଘ) ୫ ଟି

୫୯ । ବର୍ତ୍ତମାନ ଭାରତର ରାଷ୍ଟ୍ରାୟତ୍ତ ଶିଳ୍ପ ସଂଖ୍ୟା କେତେ ?
(କ) ୮ ଟି
(ଖ) ୪ ଟି
(ଗ) ୧୧ ଟି
(ଘ) ୧୩ ଟି
Answer:
(ଘ) ୧୩ ଟି

୬୦ । ୧୯୪୮ ମସିହା ଶିଜନୀତିରେ ଦ୍ୱିତୀୟ ଶ୍ରେଣୀରେ ଅନ୍ତର୍ଭୁକ୍ତ ଶିଳ୍ପସଂଖ୍ୟା କେତୋଟି ?
(କ) ୩ ଟି
(ଖ) ୨୦ ଟି
(ଗ) ୬ ଟି
(ଘ) କେଉଁଟି ନୁହେଁ
Answer:
(ଖ) ୨୦ ଟି

୬୧ । ୧୯୪୮ ମସିହା ଶିଳ୍ପନୀତି ଶିଳ୍ପକୁ କେତୋଟି ଶ୍ରେଣୀରେ ବିଭକ୍ତ କରିଥିଲା ?
(କ) ୨ ଟି
(ଖ) ୪ ଟି
(ଗ) ୩ ଟି
(ଘ) ୫ ଟି
Answer:
(ଖ) ୪ ଟି

୬୨ । କେଉଁ ଶିଳ୍ପନୀତି ଭାରତକୁ ମିଶ୍ରିତ ଅର୍ଥନୀତିର ମାନ୍ୟତା ପ୍ରଦାନ କଲା ?
(କ) ୧୯୪୮ ମସିହା ଶିଳ୍ପନୀତି
(ଖ) ୧୯୭୭ ମସିହା ଶିଳ୍ପନୀତି
(ଗ) ୧୯୫୬ ମସିହା ଶିଳ୍ପନୀତି
(ଘ) ୧୯୯୧ ମସିହା ଶିଳ୍ପନୀତି
Answer:
(କ) ୧୯୪୮ ମସିହା ଶିଳ୍ପନୀତି

୬୩ । ୧୯୯୧ ମସିହା ଶିଚ୍ଛନୀତିରେ ଅତି କ୍ଷୁଦ୍ର ଶିଳ୍ପର ବିନିଯୋଗ ସୀମା କେତେ ?
(କ) ୫ ଲକ୍ଷରୁ ଉର୍ଦ୍ଧ୍ବ
(ଖ) ୮ ଲକ୍ଷ
(ଗ) ୨ ଲକ୍ଷ
(ଘ) ୪ ଲକ୍ଷ
Answer:
(କ) ୫ ଲକ୍ଷରୁ ଉର୍ଦ୍ଧ୍ବ

୬୪ । ୧୯୯୧ ମସିହା ଶିଳ୍ପନୀତିରେ ଆନୁଷଙ୍ଗିକ ଶିଳ୍ପର ବିନିଯୋଗ ସୀମା କେତେ ?
(କ) ୮୦ଲକ୍ଷ
(ଖ) ୨ କୋଟି
(ଗ) ୭୫ ଲକ୍ଷ
(ଘ) ଏକ ଲକ୍ଷ
Answer:
(ଘ) ଏକ ଲକ୍ଷ

୬୫ । ନିମ୍ନ ପ୍ରଦତ୍ତ କେଉଁ ବ୍ୟକ୍ତି ଜଗତୀକରଣର ଜନକରୂପେ ପରିଗଣିତ ହୁଅନ୍ତି ?
(କ) ରୋନାଲ୍ଡ ରବର୍ଟସନ୍
(ଖ) ଆଛୋନି ଗିଡ଼େନସ୍
(ଗ) ଗୋରାନ୍ ଥର୍‌ବର୍ଣ୍ଣ
(ଘ) ଜର୍ଜ ସିମେଇ
Answer:
(କ) ରୋନାଲ୍ଡ ରବର୍ଟସନ୍

୬୬ । ନିମ୍ନପ୍ରଦତ୍ତ କେଉଁ ବ୍ୟକ୍ତି ‘‘ବିଶ୍ବ ଗ୍ରାମ’’ ସଂପ୍ରତ୍ୟୟକୁ ପ୍ରଥମେ ବ୍ୟବହାର କରିଥିଲେ ?
(କ) ମାର୍ଶାଲ୍ ମ୍ୟାକ୍‌ଲୁହାନ୍
(ଖ) ଗୋରାନ୍ ଥରବର୍ଷ
(ଗ) ମାଲକମ୍ ୱାଟରସ୍
(ଘ) ଏମ୍. ଏସ୍. ଆରଚର୍
Answer:
(କ) ମାର୍ଶାଲ୍ ମ୍ୟାକ୍‌ହାନ୍

CHSE Odisha Class 12 Sociology Unit 5 Objective Questions in Odia Medium

୬୭ । ଜଗତୀକରଣର ଲକ୍ଷ୍ୟ କେଉଁଟି ଅଟେ ?
(କ) ଏକ ଆର୍ଥିକ ବ୍ୟବସ୍ଥା
(ଖ) ଏକ ରାଜନୈତିକ ବ୍ୟବସ୍ଥା
(ଗ) ସହରୀକରଣ
(ଘ) ସାମାଜିକ ବ୍ୟବସ୍ଥା
Answer:
(କ) ଏକ ଆର୍ଥିକ ବ୍ୟବସ୍ଥା

୬୮ । ପାଶ୍ଚାତ୍ୟ ମୂଲ୍ୟବୋଧ ଓ ସଂସ୍କୃତିର ପ୍ରସାରକୁ କ’ଣ କୁହାଯାଏ ?
(କ) ପାଶ୍ଚାତ୍ୟକରଣ
(ଖ) ସହରୀକରଣ
(ଗ) ଉଦାରୀକରଣ
(ଘ) ଧର୍ମନିରପେକ୍ଷକରଣ
Answer:
(କ) ପାଶ୍ଚାତ୍ୟକରଣ

୬୯ । ‘ଜଗତୀକରଣ ଏକ ପ୍ରକ୍ରିୟା ଯାହାଦ୍ଵାରା ଚିନ୍ତାଧାରା, ଲୋକସଂଖ୍ୟା, ଦ୍ରବ୍ୟ ଏବଂ ପୁଞ୍ଜିର ମୁକ୍ତ ଓ ଅବାଧ ପ୍ରବାହ ଘଟେ, ଯାହାକି ଅର୍ଥନୀତି ଓ ସମାଜର ସଂହତି ଆଣିଥାଏ ।’’ ଜଗତୀକରଣର ଏହି ସଂଜ୍ଞା କିଏ ପ୍ରଦାନ କରିଥିଲେ ?
(କ) ଅଗଷ୍ଟ କମ୍‌
(ଖ) ମୋରିସ୍ ଜିନ୍‌ସ୍‌ବର୍ଗ
(ଗ) ଆନିତାତ୍
(ଘ) ରବର୍ଟସନ୍
Answer:
(ଗ) ଆନିତାତ୍

୭୦ । ଜଗତୀକରଣ ମୁଖ୍ୟତଃ ଏକ କେଉଁ ପ୍ରକ୍ରିୟାଭାବେ ପରିଚିତ ଅଟେ ?
(କ) ରାଜନୈତିକ
(ଖ) ଅର୍ଥନୈତିକ
(ଗ) ସାମାଜିକ
(ଘ) ମନସ୍ତାତ୍ତ୍ଵିକ
Answer:
(ଖ) ଅର୍ଥନୈତିକ

୭୧ । ‘‘ଜଗତୀକରଣ ଏକ ପ୍ରକ୍ରିୟା ଯାହାଦ୍ଵାରା ଚିନ୍ତାଧାରା ଲୋକସଂଖ୍ୟା, ଦ୍ରବ୍ୟ ଏବଂ ପୁଞ୍ଜିର ମୁକ୍ତ ଓ ଅବାଧ ପ୍ରବାହ ଘଟେ, ଯାହାକି ଅର୍ଥନୀତି ଓ ସମାଜର ସଂହତି ଆଣିଥାଏ ।’’ ଜଗତୀକରଣର ଏହି ସଂଜ୍ଞା କିଏ ପ୍ରଦାନ କରିଥିଲେ ?
(କ) ଅଗଷ୍ଟ କମ୍‌
(ଖ) ମୋରିସ୍ ଜିନ୍‌ସ୍‌ବର୍ଗ
(ଗ) ଆନିତାତ୍
(ଘ) ସି.ଏଚ୍. କୁଲେ
Answer:
(ଗ) ଆନିତାତ୍

୭୨ । ଜଗତୀକରଣର ଲକ୍ଷ୍ୟ କେଉଁଟି ?
(କ) ଏକ ଆର୍ଥିକ ବ୍ୟବସ୍ଥା
(ଖ) ରାଜନୈତିକ ବ୍ୟବସ୍ଥା
(ଗ) ସହରୀକରଣ
(ଘ) ଏକ ସାମାଜିକ ବ୍ୟବସ୍ଥା
Answer:
(କ) ଏକ ଆର୍ଥିକ ବ୍ୟବସ୍ଥା

୭୩ । ସର୍ବପ୍ରଥମେ କିଏ ଜଗତୀକରଣ ଶବ୍ଦର ବ୍ୟବହାର କରିଥିଲେ ?
(କ) ଲୁଇସ୍ ଥମ୍ପସନ୍
(ଖ) ରୋନାଲଡ୍ ରବର୍ଟସନ୍‌
(ଗ) ରିଚାର୍ଡ଼ ନିକ୍‌ସନ୍
(ଘ) ଅଗଷ୍ଟ କମ୍‌
Answer:
(ଖ) ରୋନାଲଡ୍ ରବର୍ଟସନ୍‌

୭୪ । ଔଦ୍ୟୋଗୀକରଣର ପ୍ରଭାବଟି କିଏ ?
(କ) ଯୌଥ ପରିବାର ବିଘଟନ
(ଖ) ଜାତିବାଦ
(ଗ) ଆତଙ୍କବାଦ
(ଘ) ଜନଜାତି ଧର୍ମବିଶ୍ଵାସ
Answer:
(କ) ଯୌଥ ପରିବାର ବିଘଟନ

(ଖ) ଶୂନ୍ୟସ୍ଥାନ ପୂରଣ କର ।

୧ । ଆଧୁନିକୀକରଣ ପ୍ରକ୍ରିୟାଦ୍ଵାରା ପାଶ୍ଚାତ୍ୟ ସଂସ୍କୃତି ଓ ସଭ୍ୟତା ମୁଖ୍ୟତଃ ___________ ସମାଜଗୁଡ଼ିକୁ ପ୍ରସାରିତ ହୋଇଥାଏ ।
Answer:
ଅଣପାଶ୍ଚାତ୍ୟ

୨ । ___________ ମସିହାରେ ଭାରତୀୟ ଅର୍ଥନୀତିକୁ ଜଗତୀକରଣ ସ୍ରୋତରେ ସଂଯୁକ୍ତ କରାଗଲା ।
Answer:
୧୯୯୧

୩ । ଜଗତୀକରଣ ବିଶ୍ଵାୟନ କହିଲେ ଏକ ___________ ବିଶ୍ୱକୁ ବୁଝାଏ ।
Answer:
ନୂଆ

୪ । ___________ ପ୍ରଥମେ ‘ବିଶ୍ୱଗ୍ରାମ’ ସଂପ୍ରତ୍ୟୟକୁ ବ୍ୟବହାର କରିଥିଲେ ।
Answer:
ମାର୍ଶାଲ୍ ମ୍ୟାକ୍‌ଲୁହାନ୍

୫ । ସହର ବଜାରଗୁଡ଼ିକର ବୃଦ୍ଧି ଓ ବିକାଶକୁ ___________ କୁହାଯାଏ ।
Answer:
ସହରୀକରଣ

୬ । ପ୍ରଧାନମନ୍ତ୍ରୀ ___________ ଙ୍କ ସମୟରେ ଭାରତରେ ଜଗତୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
Answer:
ପି.ଭି. ନରସିଂହ ରାଓ

୭ । ଜଗତୀକରଣ ଏକ ___________ ପ୍ରକ୍ରିୟା ଅଟେ ।
Answer:
ଅର୍ଥନୈତିକ

୮ । ___________ ଙ୍କୁ ଜଗତୀକରଣ ପ୍ରକ୍ରିୟାର ଜନକ କୁହାଯାଏ ।
Answer:
ରୋନାଲଡ୍ ରବର୍ଟସନ୍

CHSE Odisha Class 12 Sociology Unit 5 Objective Questions in Odia Medium

୯ । ଜଗତୀକରଣ ସାରା ବିଶ୍ୱକୁ ___________ ଭାବେ ବିଚାର କରିଥାଏ ।
Answer:
ଏକ ବଜାର

୧୦ । ___________ ଙ୍କ ମତରେ ପରିବର୍ତ୍ତନ ଏକ ପ୍ରକ୍ରିୟା, ଯାହାଦ୍ଵାରା ଭବିଷ୍ୟତ ଆମ ଜୀବନକୁ ଅନୁପ୍ରବେଶ କରିଥାଏ ।
Answer:
ଆଲଭିନୄ ଟଫ୍ଲର୍

୧୧ । ପ୍ରଫେସର ___________ ‘ଭାରତୀୟ ପରମ୍ପରା’ ଆଧୁନିକୀକରଣର ପୁସ୍ତକ ରଚନା କରିଛନ୍ତି ।
Answer:
ଯୋଗେନ୍ଦ୍ର ସିଂହ

୧୨ । ଦେଶୀୟ ବା ଜାତୀୟ ବଜାରକୁ ବିଶ୍ୱବଜାର ପାଇଁ ଉନ୍ମୁକ୍ତ ରଖିବାକୁ ___________ ପ୍ରକ୍ରିୟା କୁହାଯାଏ ।
Answer:

୧୩ । ଜଗତୀକରଣ ଫଳରେ, ___________ ବଜାର ବ୍ୟବସ୍ଥା ପ୍ରଚଳନ ହୋଇଥାଏ ।
Answer:
ମୁକ୍ତ

୧୪ । ___________ ଜଗତୀକରଣ ପ୍ରକ୍ରିୟାର ଏକ ବିଶେଷ ଅଂଶ ।
Answer:
ଉଦାରୀକରଣ

୧୫ । ଜଗତୀକରଣ ପ୍ରକ୍ରିୟା ଫଳରେ ସାମଗ୍ରୀର ମୂଲ୍ୟ ___________ ଦ୍ଵାରା ନିର୍ଦ୍ଧାରିତ ହୋଇଥାଏ ।
Answer:
ବଜାର ବ୍ୟବସ୍ଥା

୧୬ । କୋଟା, ପରମିଟ୍, ଲାଇସେନ୍ସ ବ୍ୟବହାର ___________ ଫଳରେ ସମ୍ଭବପର ହୋଇଥାଏ ।
Answer:
ଜଗତୀକରଣ

୧୭ । ଭାରତରେ ___________ ମସିହାରୁ ଜଗତୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
Answer:
୧୯୯୧

୧୮ । ଜଗତୀକରଣ ସୁସ୍ଥ ___________ କୁ ପ୍ରୋତ୍ସାହିତ କରିଥାଏ ।
Answer:
ପ୍ରତିଯୋଗିତା

୧୯ । ଜଗତୀକରଣ ଫଳରେ ଧନୀ ଦରିଦ୍ର ମଧ୍ୟରେ ___________ ବୃଦ୍ଧିପାଏ ।
Answer:
ତାରତମ୍ୟ

୨୦ । ଜଗତୀକରଣ ପ୍ରକ୍ରିୟା ___________ ସାର୍ବଭୌମତ୍ୱ ଉପରେ ପ୍ରଭାବ ପକାଇଛି ।
Answer:
ଆର୍ଥିକ

୨୧ । ଜଗତୀକରଣ ଫଳରେ ମହିଳାମାନଙ୍କର ପ୍ରସ୍ଥିତିରେ ___________ ଦେଖାଯାଏ ।
Answer:
ଉନ୍ନତି

୨୨ । ଶିଳ୍ପକୁ ନିୟନ୍ତ୍ରଣମୁକ୍ତ କରିବା ___________ ପ୍ରକ୍ରିୟାର ଲକ୍ଷ୍ୟ ଅଟେ ।
Answer:
ଜଗତୀକରଣ

୨୩ । ___________ ମସିହାରେ ନରସିଂହ ରାଓ ସରକାର ଦେଶର ଶିଳ୍ପନୀତିରେ ବ୍ୟାପକ ପରିବର୍ତ୍ତନ ଘୋଷଣା କରିଥିଲେ ।
Answer:
୧୯୯୧

୨୪ । ଜଗତୀକରଣ ___________ ର ମୁଖ୍ୟ ଆୟୁଧ ଅଟେ ।
Answer:
ଅର୍ଥନୀତି

CHSE Odisha Class 12 Sociology Unit 5 Objective Questions in Odia Medium

୨୫ । ଜଗତୀକରଣ ଶବ୍ଦର ପ୍ରୟୋଗ ଭାରତୀୟ ___________ ରେ ନୂତନ ଅର୍ଥନୀତି ପ୍ରଣୟନଠାରୁ ହୋଇ ଆସୁଅଛି ।
Answer:
ଆର୍ଥିକ ବ୍ୟବସ୍ଥା

୨୬ । ଜଗତୀକରଣ ପ୍ରକ୍ରିୟା ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ___________ ବ୍ୟାପାରରେ ଲିପ୍ତ ରହିବାପାଇଁ ସୁଯୋଗ ଦେଇଥାଏ ।
Answer:
ଉଦ୍ୟୋଗ

୨୭ । ଜଗତୀକରଣ ___________ ସ୍ଥିତିକୁ ସୁଦୃଢ଼ କରିପାରିଛି ।
Answer:
ଅର୍ଥନୈତିକ

୨୮ । ___________ ମସିହାରେ ‘ଜଗତୀକରଣ’ ଶବ୍ଦ ବ୍ୟବହୃତ ହୋଇଥିଲା ।
Answer:
୧୯୬୦

୨୯ । ଜଗତୀକରଣ ଏକ ___________ ବଜାର ସୃଷ୍ଟି କରିଥାଏ ।
Answer:
ଏକକ

୩୦ । ଜଗତୀକରଣ ସମୟ ଓ ___________ କୁ ସଙ୍କୁଚିତ କରାଇବାରେ ସହାୟକ ହୋଇଥାଏ ।
Answer:
କାରକ

୩୧ । ସହରୀକରଣ ___________ ର ଏକ ମାଧ୍ୟମ ଅଟେ ।
Answer:
ଉଦ୍ୟୋଗୀକରଣ

୩୨ । ସହରୀକରଣ ସାମାଜିକ ସଂରଚନାରେ ___________ ଆଣିଥାଏ ।
Answer:
ଉନ୍ନତି

୩୩ । ___________ ର ଉନ୍ନତି ସହରୀକରଣକୁ ସକ୍ରିୟ କରାଇଥାଏ ।
Answer:
ଶିଳ୍ପ

୩୪ । ___________ ସହରୀକରଣର ପ୍ରଧାନ ବୈଶିଷ୍ଟ୍ୟ ଅଟେ ।
Answer:
ବ୍ୟକ୍ତିବାଦ

୩୫ । ସହରୀକରଣର ସାଧାରଣ ତଥା ପ୍ରଧାନ ବୈଶିଷ୍ଟ୍ୟ ହେଉଛି ___________ ହେବା ।
Answer:
ସହରାଭିମୁଖୀ

୩୬ । ___________ ଲୋକ ବାସ କରୁଥିବା ସହରକୁ ମେଗା ସହର ବୋଲାଯାଏ ।
Answer:
୫ ଲକ୍ଷରୁ ଊର୍ଦ୍ଧ୍ବ

୩୭ । ସହରୀକରଣ ପ୍ରକ୍ରିୟାରେ ସହରାଞ୍ଚଳଭିତ୍ତିକ ___________ ଓ ___________ ସମୟ ଅନୁସାରେ ବୃଦ୍ଧି ପାଇଥା’ନ୍ତି ।
Answer:
ଅର୍ଥନୀତି, ପ୍ରଶାସନ

୩୮ । ସହର ନାଗରିକ ତଥ୍ୟ ଅନୁଯାୟୀ ଭାରତ ବିଶ୍ୱର ___________ ବୃହତ୍ତମ ରାଷ୍ଟ୍ର ଅଟେ ।
Answer:
ଦ୍ବିତୀୟ

୩୯ । ଭାରତୀୟ ଜନସଂଖ୍ୟା ଶତକଡ଼ା ___________ ଭାଗ ଲୋକ ସହରର ଅଧ୍ବବାସୀ ଅଟନ୍ତି ।
Answer:
୨୭.୮

୪୦ । ୨୦୦୧ ଭାରତୀୟ ଜନଗଣନାନୁଯାୟୀ ___________ ଲୋକ ସହରାଞ୍ଚଳରେ ବାସ କରନ୍ତି ।
Answer:
୨୮୫.୩୫ ନିୟୁତ

CHSE Odisha Class 12 Sociology Unit 5 Objective Questions in Odia Medium

୪୧ । ଭାରତରେ ଇଂରାଜୀ ଶିକ୍ଷା ପ୍ରଚଳନ ଇଂରେଜ ଶାସକ ___________ କରିଥିଲେ ।
Answer:
ଲର୍ଡ ବେଣ୍ଟିଙ୍ଗ୍

୪୨ । ___________ ଭାରତକୁ ଏକ ଆଧୁନିକ ରାଷ୍ଟ୍ରରୂପେ ଗଢ଼ି ତୋଳିବାକୁ ଉଦ୍ୟମ କରିଥିଲେ ।
Answer:
ଇଂରେଜମାନେ

୪୩ । ଆନ୍ତର୍ଜାତିକ ବାଣିଜ୍ୟ ଓ ବ୍ୟବସାୟ ପ୍ରତି ଧ୍ୟାନ ଆକର୍ଷଣ କରିବାକୁ ___________ ବୁଝାଏ ।
Answer:
ଜଗତୀକରଣ

୪୪ । ଭାରତର ଦୁଇଟି ପୁରାତନ ସହର ଅଟେ ___________ ଓ ___________ ।
Answer:
ହରପ୍‌ପା ଓ ମହେଞ୍ଜୋଦାରୋ

୪୫ । ___________, ___________ ଓ ___________ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।
Answer:
ଉଦାରୀକରଣ, ଜଗତୀକରଣ, ଘରୋଇକରଣ

୪୬ । ରୋନାଲଡ୍ ରବର୍ଟସନ ତାଙ୍କର ___________ ପ୍ରଟକ୍ଷରେ ଜଗତୀକରଣ ସଂପ୍ରତ୍ୟୟଟି ବିଣେଷଭାବରେ ବ୍ୟବହାର କରିଥିଲେ ।
Answer:
Mapping the Global Condition : Globalisation as the Central Concept.

୪୭ । ___________ ଙ୍କ ମତରେ, ‘ଜଗତୀକରଣ ବିଶ୍ବସ୍ତରୀୟ ପ୍ରଚଳିତ ସେହି ପ୍ରକ୍ରିୟାକୁ ବୁଝାଇଥାଏ, ଯାହା ଜାତୀୟ ପରିସୀମାକୁ ଅତିକ୍ରମ କରିଥାଏ, କାଳ ଓ ସ୍ଥାନ ମଧ୍ୟରେ ସମନ୍ଵୟ ରକ୍ଷାକରି ସମୁଦାୟ ଏବଂ ସଙ୍ଗଠନଗଡ଼ିକୁ ଏକୀଭୂତ ବା ସଂଯୋଜିତ କରିଥାଏ, ବିଶ୍ୱକୁ ବାସ୍ତବ ଏବଂ ଅନୁଭୂତିଶୀଳ କରାଇ ଅଧ୍ବକ ଭାବରେ ସଂଯୋଜିତ କରିଥାଏ ।’’
Answer:
ଆଣ୍ଟୋନୀ ମ୍ୟାକ୍‌ଭ୍

୪୮ । ___________ ଙ୍କ ମତରେ, ‘ଜଗତୀକରଣ ହେଉଛି ଏକ ପ୍ରକ୍ରିୟା ଯାହାଦ୍ଵାରା ଚିନ୍ତାଧାରା, ବ୍ୟକ୍ତିବିଶେଷ, ଦ୍ରବ୍ୟ ଏବଂ ପୁଞ୍ଜି ଆଦିର ବିଶେଷମାତ୍ରାରେ ମୁକ୍ତ ପ୍ରବାହ ହୋଇଥାଏ, ଯାହାକି ଅର୍ଥନୀତି ଓ ସମାଜର ସଂହତି ଆଣିଥାଏ ।’’
Answer:
ଆନିତାତ

୫୦ । ___________ ଙ୍କ ମତରେ, ‘ଜଗତୀକରଣ ଶବ୍ଦଟି ଅନ୍ତର୍ଜାତୀୟ ସ୍ତରରେ ଅଭିବୃଦ୍ଧି ଘଟୁଥିବା ଅର୍ଥନୈତିକ ସଂହତିକୁ ବୁଝାଇଥାଏ, ଯାହାକି ବିଶେଷଭାବେ ବହୁରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକର କାର୍ଯ୍ୟକଳାପ ଉପରେ ପ୍ରତିଷ୍ଠିତ ।’’
Answer:
ଡି.ଏନ୍.ଏ. ଧନାଗରେ

୫୧ । ଜଗତୀକରଣ ଏକ ___________ ଓ ___________ ପ୍ରକ୍ରିୟା ଅଟେ ।
Answer:
ଜଟିଳ, ସମ୍ମିଶ୍ରିତ

୫୨ । ___________ କ୍ଷେତ୍ରରେ ବୈଦେଶିକ ଆଦାନପ୍ରଦାନ ଏବଂ ପୁଞ୍ଜିବଜାର ବିଶ୍ବ ଆଧାରରେ ସଂପୃକ୍ତ ।
Answer:
ଜଗତୀକରଣ

୫୩ । ___________ ଦେଶଗୁଡ଼ିକର ଅର୍ଥନୈତିକ ବ୍ୟବସ୍ଥାର ଏକତ୍ରୀକରଣକୁ ବୁଝାଇଥାଏ ।
Answer:
ଜଗତୀକରଣ

୫୪ । ___________ ସୂଚନା, ପ୍ରଯୁକ୍ତିବିଦ୍ୟା ଏବଂ ନୂତନ ଜ୍ଞାନକୌଶଳ, ଯୋଗାଯୋଗ କ୍ଷେତ୍ରରେ ବହୁ ପରିବର୍ତ୍ତନ ଆଣିଥାଏ ।
Answer:
ଜଗତୀକରଣ

୫୫ । ___________ ମାଧ୍ୟମରେ ଜଗତୀକରଣ ଏକକ ବିଶ୍ଵବଜାର ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି ।
Answer:
ଆଦାନପ୍ରଦାନ

୫୬ । ରାଜନୈତିକ ଦୃଷ୍ଟିକୋଣରୁ, ଜଗତୀକରଣ ଏକ __________ ର ଅଭ୍ୟୁତ୍‌ଥାନକୁ ଦର୍ଶାଇଥାଏ ।
Answer:
ବିଣ୍ୱରାକ୍ଷ୍ର

୫୭ । ____________ ଜଗତୀକରଣର ମୁଖ୍ୟ ଲକ୍ଷଣ ଅଟେ ।
Answer:
ମୁକ୍ତ ଅର୍ଥନାତି

୫୮ । ___________ ଓ _____________ ଜଗତୀକରଣର ଦୁଇଟି ମୁଖ୍ୟ ଲକ୍ଷଣ ଅଟେ ।
Answer:
କାର୍ଯ୍ୟଦକ୍ଷତା ବୃଦ୍ଧି, ଆର୍ଥିକ ଅବସ୍ଥାରେ ଉନ୍ନତି

୫୯ । ______________ କୁ ଜଗତୀକରଣ ମଜଭୁତ କରିଥାଏ ।
Answer:
ଗଣତନୃ

୬୦ । _____________ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ ।
Answer:
ଜଗତୀକରଣ

୬୧ । ___________ ଫଳରେ ସଂସ୍କୃତିର ପ୍ରସାର ଓ ବିଶ୍ବଗ୍ରାମ ସୃଷ୍ଟି ହୋଇଥାଏ ।
Answer:
ଜଗତୀକରଣ

୬୨ । __________ ଓ ________________ ଜଗତୀକରଣର ନକାରାତ୍ମକ ପ୍ରଭାବ ଅଟେ ।
Answer:
ଅସମାନତା ସୃଷ୍ଟି କରିବା, ସମାଜକୁ ଭାଗଭାଗ କରିବା

୬୩ । ଭାରତରେ ଏକ ଲକ୍ଷରୁ ଅଧିକ ଲୋକସଂଖ୍ୟା ଥିବା ସହରକୁ ____________ ସହର କୁହାଯାଏ ।
Answer:
ବଡ଼

CHSE Odisha Class 12 Sociology Unit 5 Objective Questions in Odia Medium

୬୪ । ଯେଉଁ ସହରରେ ୧ ନିୟୁତରୁ ୫ ନିୟୁତ ସଂଖ୍ୟକ ଲୋକେ ବାସ କରନ୍ତି ତାକୁ _____________ କୁହାଯାଏ ।
Answer:
ମହାନଗର

୬୫ । ପାଞ୍ଚଲକ୍ଷରୁ ଅଧିକ ବାସ କରୁଥିବା ସହରଗୁଡ଼ିକୁ __________ ସହର କୁହାଯାଏ ।
Answer:
ମେଗା

୬୬ ୮ ______________ ଙ୍କ ମତରେ, ‘ସହରୀକରଣ କେବଳ ଗ୍ରାମାଞ୍ଚଳରୁ ସହରକୁ ଗତିଶୀଳତାକୁ କୁହାଯାଇ ନ ଥାଏ; ଏହା ବୃତ୍ତିରେ ପରିବର୍ତ୍ତନ ଏବଂ ସ୍ଥାନାନ୍ତରଗାମୀ ବା ପ୍ରବାସୀମାନଙ୍କ ମନୋବୃତ୍ତି, ବିଶ୍ବାସ, ମୂଲ୍ୟବୋଧ ଏବଂ ଆଚାର ବ୍ୟବହାରର ପରିବର୍ତ୍ତନକୁ ବୁଝାଇଥାଏ ।’’
Answer:
ଆଣ୍ଡରସନ୍

୬୭ । ଯେଉଁ ଲୋକମାନେ ଗ୍ରାମରୁ ସହରାଞ୍ଚଳକୁ ସ୍ଥାନାନ୍ତର ହୋଇଥା’ନ୍ତି, ସେମାନଙ୍କର ମୂଲ୍ୟବୋଧ, ଭାବମୂର୍ତ୍ତି, ଜୀବଶୈଳୀର ପରିବର୍ତ୍ତନର ପ୍ରକ୍ରିୟାକୁ ___________ କୁହାଯାଏ ।
Answer:
ସହରୀକରଣ

୬୮ । _____________, ___________ ଏବଂ ____________ ଆଦି କାରକ ସହରୀକରଣ ନିମନ୍ତେ ସାହାଯ୍ୟ କରିଥା’ନ୍ତି ।
Answer:
ଜନସଂଖ୍ୟାର ଘନତ୍ଵ, ଆଦର୍ଶ, ବ୍ୟବହାର ଶୈଳୀ ଏବଂ ସାମାଜିକ ପ୍ରତିମାନ ଓ ମୂଲ୍ୟବୋଧରେ ପରିବର୍ତ୍ତନ, ଗ୍ରାମରୁ ସହରକୁ ଜନସଂଖ୍ୟାର ସ୍ଥାନାନ୍ତରଣ

୬୯ । _____________ କହିଲେ କାର୍ଯ୍ୟସ୍ଥିତି, ଖାଦ୍ୟ ଅବସ୍ଥା, ପୋଷାକପରିଚ୍ଛଦ ଆଦି ପରିପ୍ରେକ୍ଷୀରେ ଏକ ଜୀବନଶୈଳୀକୁ ବୁଝାଏ ।
Answer:
ସହର

୭୦। ______________ ଜୀବନର ଏକ ଧାରା ଓ ଅବସ୍ଥାକୁ ବୁଝାଇଥାଏ ।
Answer:
ସହରବାଦ

୭୧। _____________ ସହରବାଦର କେତେକ ଗୁଣକୁ ଦର୍ଶାଇଛନ୍ତି; ଯଥା- କ୍ଷଣସ୍ଥାୟିତ୍ଵ, ନାମବିହୀନତା, ଅଗଭୀରତା, ବ୍ୟକ୍ତିବାଦ ।_________
Answer:
ଲୁଇସ୍ ରିଥ୍

୭୨ ।  ___________ ଙ୍କ ମତରେ, ‘ସହରୀକରଣ ସହରୀ ହେବାର ଏକ ପ୍ରକ୍ରିୟା, ସହର ଅଞ୍ଚଳକୁ ଲୋକମାନଙ୍କୁ ଗତିଶୀଳତା ଏବଂ ସହରାଞ୍ଚଳ ଜନସଂଖ୍ୟାର ବୃଦ୍ଧିକୁ ବୁଝାଇଥାଏ ।’’
Answer:
ଫେୟାର ଚାଇଲ୍‌ଡ୍

୭୩ । ________________ ଙ୍କ ମତରେ, ‘ସହରୀକରଣ ସହରୀ ହେବାର ଏକ ପ୍ରକ୍ରିୟା, ସହରକୁ ଗତିକରିବା ଏବଂ ବ୍ୟବହାର ପଦ୍ଧତିରେ ଅନୁରୂପ ପରିବର୍ତ୍ତନକୁ ବୁଝାଇଥାଏ ।’’
Answer:
ଜେ. କ୍ଲାଇଡ୍ ମିଟଚେଲ୍

୭୪ । ଜଗତୀକରଣ ଏକ _____________ ପ୍ରକ୍ରିୟା ଅଟେ ।
Answer:
ଅର୍ଥନୈତିକ ।

୭୫ । ଜଗତୀକରଣ ସାରା ବିଶ୍ୱକୁ ___________ ଭାବେ ବିଚାର କରିଥାଏ ।
Answer:
ଏକ ବଜାର ।

୭୬ । _____________ ଙ୍କ ମତରେ, ପରିବର୍ତ୍ତନ ଏକ ପ୍ରକ୍ରିୟା, ଯାହାଦ୍ବାରା ଭବିଷ୍ୟତ ଆମ ଜୀବନକୁ ଅନୁପ୍ରବେଶ କରିଥାଏ ।
Answer:
ଆଲ୍‌ଭିନ୍ ଟଫ୍‌ଲର ।

୭୭ । ପ୍ରଫେସର ______________ ‘ଭାରତୀୟ ପରମ୍ପରାର ଆଧୁନିକୀକରଣ’ ପୁସ୍ତକ ରଚନା କରିଛନ୍ତି ।
Answer:
ଯୋଗେନ୍ଦ୍ର ସିଂହ ।

୭୮ । ଦେଶ ବା ଜାତୀୟ ବଜାରକୁ ବିଶ୍ୱବଜାର ପାଇଁ ଉନ୍ମୁକ୍ତ ରଖୁବାକୁ ___________ ପ୍ରକ୍ରିୟା କୁହାଯାଏ ।
Answer:
ସହରୀକରଣ

୭୯ । ଉଦାରୀକରଣ _____________ ଜଗତୀକରଣର ଏକ ଅଂଶ ଅଟେ ।
Answer:
ଅର୍ଥନୈତିକ ।

୮୦ । ____________ ଙ୍କ ମତରେ ‘ସହରୀକରଣ ହେଉଛି ସହରୀ ହେବାର ଏକ ପ୍ରକ୍ରିୟା, ସହର ଅଞ୍ଚଳକୁ ଲୋକମାନଙ୍କର ଗତି ଏବଂ ସହରାଞ୍ଚଳର ଜନସଂଖ୍ୟା ବୃଦ୍ଧି ।’’
Answer:
ଫେୟାର୍ ଚାଇଲ୍‌ଡ଼ ।

୮୧ । ଭାରତରେ ______________ ଠାରୁ ଜଗତୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ?
Answer:
୧୯୯୧

୮୨ । ଜଗତୀକରଣ ଏକ, __________ ପ୍ରକ୍ରିୟା ଅଟେ ।
Answer:
ଅର୍ଥନୈତିକ ।

୮୩ । ___________ କୁ ଜଗତୀକରଣର ଜନକ କୁହାଯାଏ ।
Answer:
ରୋନାଲଡ୍ ରବର୍ଟସନ୍‌ ।

(ଗ) ଭ୍ରମ ସଂଶୋଧନ କର ।

୧ । ସହରୀକରଣ ପ୍ରକ୍ରିୟାରେ ଗ୍ରାମାଞ୍ଚଳର ଲୋକମାନେ ଗ୍ର।ମାଞ୍ଚଳକୁ ସ୍ଥାନାନ୍ତରିତ ହୁଅନ୍ତି ।
Answer:
ସହରୀକରଣ ପ୍ରକ୍ରିୟାରେ ଗ୍ରାମାଞ୍ଚଳର ଲୋକମାନେ ସହରାଞ୍ଚଳକୁ ସ୍ଥାନାନ୍ତରିତ ହୁଅନ୍ତି ।

୨ । ନେହରୁଙ୍କ ସମୟରୁ ଭାରତରେ ଜଗତୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।
Answer:
ପି.ଭି. ନରସିଂହ ରାଓଙ୍କ ସମୟରୁ ଭାରତରେ ଜଗତୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

୩ । ଜଗତୀକରଣ ଚିନ୍ତାଧାରା ୧୯୪୭ ରେ ଭାରତରେ ଆରମ୍ଭ ହୋଇଥିଲା ।
Answer:
ଜଗତୀକରଣ ଚିନ୍ତାଧାରା ୧୯୪୭ ରେ ଆମେରିକାରେ ‘ଆରମ୍ଭ ହୋଇଥିଲା ।

CHSE Odisha Class 12 Sociology Unit 5 Objective Questions in Odia Medium

୪ । ଥମ୍ପସନ୍‌ଙ୍କୁ ଜଗତୀକରଣ ପ୍ରକ୍ରିୟାର ଜନକ ବୋଲି କୁହାଯାଏ ।
Answer:
ରୋନାଲଡ୍ ରବର୍ଟସନ୍‌ଙ୍କୁ ଜଗତୀକରଣ ପ୍ରକ୍ରିୟାର ଜନକ ବୋଲି କୁରାଯାଏ ।

୫ । ନଗରୀକରଣ ଯୋଗୁଁ ଜନସଂଖ୍ୟା ବୃଦ୍ଧି ଘଟିଛି ।
Answer:
ଠିକ୍ ଅଛି ।

୬ । ଜଗତୀକରଣ କହିଲେ ଏକ ପୁରାତନ ବିଶ୍ୱକୁ ବୁଝାଏ ?
Answer:
ଜଗତୀକରଣ କହିଲେ ଏକ ନୂତନ ବିଶ୍ୱକୁ ବୁଝାଏ ?

୭ । ଜଗତୀକରଣ ଏକ ବିସ୍ତୃତ, ସରଳ ଏବଂ ବହୁମୁଖୀ ପଦକ୍ଷେପ ।
Answer:
ଜଗତୀକରଣ ଏକ ବିସ୍ତୃତ, ଜଟିଳ ଏବଂ ବହୁମୁଖୀ ପଦକ୍ଷେପ ।

୮ । ଭାରତୀୟମାନେ ସର୍ବପ୍ରଥମେ ପର୍ତ୍ତୁଗୀଜ୍‌ମାନଙ୍କ ସହ ପ୍ରତ୍ୟକ୍ଷ ଯୋଗାଯୋଗରେ ଆସିଥିଲେ ।
Answer:
ଠିକ୍ ଅଛି ।

୯ । ଏକ ପ୍ରକାର ରାଜନୈତିକ ବ୍ୟବସ୍ଥାର ପ୍ରଚଳନ ବିଶ୍ଵାୟନର ଲକ୍ଷ୍ୟ ଅଟେ ।
Answer:
ଏକ ପ୍ରକାର ଆର୍ଥିକ ବ୍ୟବସ୍ଥାର ପ୍ରଚଳନ ବିଶ୍ୱାୟନର ଲକ୍ଷ୍ୟ ଅଟେ ।

୧୦ । ଏମ୍. ଏନ୍. ଶ୍ରୀନିବାସ ‘‘ଭାରତୀୟ ପରମ୍ପରାର ଆଧୁନିକୀକରଣ’’ ପୁସ୍ତକ ରଚନା କରିଛନ୍ତି ।
Answer:
ପ୍ରଫେସର ଯୋଗେନ୍ଦ୍ର ସିଂହ ‘ଭାରତୀୟ ପରମ୍ପରାର ଆଧୁନିକୀକରଣ’’ ପୁସ୍ତକ ରଚନା କରିଛନ୍ତି ।

୧୧ । ଦେଶ ଓ ଜାତୀୟ ବଜାରକୁ ବିଶ୍ୱବଜାର ପାଇଁ ଉନ୍ମୁକ୍ତ ରଖୁବା ପ୍ରକ୍ରିୟାକୁ ଆଧୁନିକୀକରଣ କୁହାଯାଏ ।
Answer:
ଦେଶ ଓ ଜାତୀୟ ବଜାରକୁ ବିଶ୍ୱବଜାର ପାଇଁ ଉନ୍ମୁକ୍ତ ରଖୁବା ପ୍ରକ୍ରିୟାକୁ ବିଶ୍ୱାୟନ କୁହାଯାଏ ।

୧୨ । ବିଶ୍ୱୟନ ପ୍ରକ୍ରିୟା ଭାରତରେ ୧୯୪୭ ରୁ ଆରମ୍ଭ ହୋଇଥିଲା ।
Answer:
ବିଶ୍ୱୟନ ପ୍ରକ୍ରିୟା ଭାରତରେ ୧୯୯୦ ରୁ ଆରମ୍ଭ ହୋଇଥିଲା ।

୧୩ । ଅଧିକ ଜନସଂଖ୍ୟା ଘନତ୍ଵ ଥିବା ଏବଂ ୭୫ ଭାଗରୁ ଅଧ‌ିକ ପୁରୁଷ ଅଣକୃଷି ସମ୍ପର୍କିତ କାର୍ଯ୍ୟରେ ନିୟୋଜିତ ଥ‌ିବା ଅଞ୍ଚଳକୁ ଗ୍ରାମ କୁହାଯାଏ ।
Answer:
ଅଧିକ ଜନସଂଖ୍ୟା ଘନତ୍ଵ ଥିବା ଏବଂ ୭୫ ଭାଗରୁ ଅଧ‌ିକ ପୁରୁଷ ଅଣକୃଷି ସମ୍ପର୍କିତ କାର୍ଯ୍ୟରେ ନିୟୋଜିତ ଥ‌ିବା ଅଞ୍ଚଳକୁ ସହର କୁହାଯାଏ ।

୧୪ । ଜଗତୀକରଣ ଏକ ସରଳ ପ୍ରକ୍ରିୟା ଅଟେ ।
Answer:
ଜଗତୀକରଣ ଏକ ଜଟିଳ ପ୍ରକ୍ରିୟା ଅଟେ ।

୧୫ । ସହରୀକରଣ ଓ ଉଦ୍ୟୋଗୀକରଣ ପରସ୍ପର ବିରୋଧୀ ଅଟେ ।
Answer:
ସହରୀକରଣ ଓ ଉଦ୍ୟୋଗୀକରଣ ପରସ୍କର ପରିପୂରକ ଅଟେ ।

୧୬ । ସହରୀକରଣ ଫଳରେ ଯୌଥ ପରିବାରର ସଂଖ୍ୟା ବୃଦ୍ଧି ହୋଇଥାଏ ।
Answer:
ସହରୀକରଣ ଫଳରେ ଯୌଥ ପରିବାର ସଂଖ୍ୟା ହ୍ରାସ ପାଇଥାଏ ।

୧୭ । ଆନ୍ତର୍ଜାତିକ ବାଣିଜ୍ୟ ଓ ବ୍ୟବସାୟ ପ୍ରତି ଧ୍ୟାନ ଆକର୍ଷଣ କରିବାକୁ ଉଦାରୀକରଣ କୁହାଯାଏ ।
Answer:
ଆନ୍ତର୍ଜାତିକ ବାଣିଜ୍ୟ ଓ ବ୍ୟବସାୟ ପ୍ରତି ଧ୍ୟାନ ଆକର୍ଷଣ କରିବାକୁ ଜଗତୀକରଣ କୁହାଯାଏ ।

୧୮। ଉଦାରୀକରଣ ସମଗ୍ର ବିଶ୍ୱକୁ ଏହାର ବଜାର ବୋଲି ବିବେଚନା କରେ ।
Answer:
ଜଗତୀକରଣ ସମଗ୍ର ବିଶ୍ବକୁ ଏହାର ବଜାର ବୋଲି ବିବେଚନା କରେ ।

୧୯ । ୧୯୮୧ ମସିହାରେ ଭାରତୀୟ ଅର୍ଥନୀତିକୁ ଜଗତୀକରଣ ପାଇଁ ଉନ୍ମକ୍ତ କରାଗଲା ।
Answer:
୧୯୮୦ ମସିହାରେ ଭାରତୀୟ ଅର୍ଥନୀତିକୁ ଜଗତୀକରଣ ପାଇଁ ଉନ୍ମୁକ୍ତ କରାଗଲା ।

୨୦ । ଭାରତୀୟ ଜନସଂଖ୍ୟା ଶତକଡ଼ା ୨୫ ଭାଗ ସହରରେ ବାସ କରନ୍ତି ।
Answer:
ଭାରତୀୟ ଜନସଂଖ୍ୟାର ଶତକଡ଼ା ୨୭ ଭାଗ ସହରରେ ବାସ କରନ୍ତି ।

୨୧ । ଭାରତର ୨୦୦୧ ଜନଗଣନା ଅନୁଯାୟୀ ୨୦୦ ନିୟୁତ ନାଗରିକ ସହରରେ ବାସ କରନ୍ତି ।
Answer:
ଭାରତର ୨୦୦୧ ଜନଗଣନା ଅନୁଯାୟୀ ୨୮୫.୩୫ ନିୟୁତ ନାଗରିକ ସହରରେ ବାସ କରନ୍ତି ।

୨୨ । ସହରାଞ୍ଚଳ ତଥ୍ୟ ଅନୁଯାୟୀ ଭାରତ ବିଶ୍ବର ପ୍ରଥମ ବୃହତ୍ତମ ରାଷ୍ଟ୍ର ଅଟେ ।
Answer:
ସହରାଞ୍ଚଳ ତଥ୍ୟ ଅନୁଯାୟୀ ଭାରତ ବିଶ୍ୱର ଦ୍ଵିତୀୟ ବୃହତ୍ତମ ରାଷ୍ଟ୍ର ଅଟେ ।

୨୩ । ଶିଳ୍ପ ବିପ୍ଳବ ଗ୍ରାମାଞ୍ଚଳରେ ଉନ୍ନତି ଆଣିଥାଏ ।
Answer:
ଶିଳ୍ପ ବିପ୍ଳବ ସହରାଞ୍ଚଳରେ ଉନ୍ନତି ଆଣିଥାଏ ।

୨୪ । ଉଦାରୀକରଣ ସହରୀକରଣ ପ୍ରକ୍ରିୟାକୁ ଉତ୍ସାହିତ କରିଥାଏ ।
Answer:
ଜଗତୀକରଣ ସହରୀକରଣ ପ୍ରକ୍ରିୟାକୁ ଉତ୍ସାହିତ କରିଥାଏ ।

୨୫ । ସହରୀକରଣ ଭାରତୀୟ ଯୌଥ ପରିବାର ଉପରେ ପ୍ରଭାବ ପକାଇ ନ ଥାଏ ।
Answer:
ସହରୀକରଣ ଭାରତୀୟ ଯୌଥ ପରିବାର ଉପରେ ପ୍ରଭାବ ପକାଇଥାଏ ।

CHSE Odisha Class 12 Sociology Unit 5 Objective Questions in Odia Medium

୨୬ । ସହରୀକରଣ ନାରୀ ସ୍ବାଧୀନତା ଆଣିପାରେ ନାହିଁ ।
Answer:
ସହରୀକରଣ ନାରୀ ସ୍ବାଧୀନତା ଆଣେ ।

୨୭ । ଜଗତୀକରଣ ଏକ ସମ୍ପର୍କ ଅଟେ ।
Answer:
ଜଗତୀକରଣ ଏକ ସାମାଜିକ ପ୍ରକ୍ରିୟା ଅଟେ ।

୨୮ । ଆଛୋନୀ ଗିଡ଼େନସ୍ ‘ଜଗତୀକରଣ’ ଶବ୍ଦ ପ୍ରୟୋଗ କରିଥିଲେ ।
Answer:
ରୋନାଲ୍ଡ ରବର୍ଟସନ୍‌ ‘ଜଗତୀକରଣ’ ଶବ୍ଦ ପ୍ରୟୋଗ କରିଥିଲେ ।

୨୯ । ଜଗତୀକରଣ ପ୍ରକ୍ରିୟାରେ ସାମାଜିକ ଓ ସାଂସ୍କୃତିକ ବ୍ୟବସ୍ଥାରେ ଥିବା ଭୌଗୋଳିକ କଟକଣା ଥାଏ ।
Answer:
ଠିକ୍ ଅଛି ।

୩୦ । ‘ବିଶ୍ବଗ୍ରାମ’ ଶବ୍ଦର ବ୍ୟବହାର ଆଛୋନୀ ଗିଡ଼େନସ୍ କରିଛନ୍ତି ।
Answer:
‘ବିଶ୍ୱଗ୍ରାମ’ ଶବ୍ଦର ବ୍ୟବହାର ମାର୍ଶାଲ୍ ମ୍ୟାକ୍‌ହାନ୍ କରିଛନ୍ତି ।

୩୧ । ଜଗତୀକରଣ ସଂକୀର୍ଣ୍ଣ ପ୍ରକ୍ରିୟା ଅଟେ ।
Answer:
ଜଗତୀକରଣ ଏକ ବ୍ୟାପକ ପ୍ରକ୍ରିୟା ଅଟେ ।

୩୨ । ଜଗତୀକରଣ ସାର୍ବଜନୀନ ମାନବୀୟ ସମୁଦାୟ ଗଠନ କରିବାରେ ଅସମର୍ଥ ଅଟେ ।
Answer:
ଜଗତୀକରଣ ସାର୍ବଜନୀନ ମାନବୀୟ ସମୁଦାୟ ଗଠନ କରିବାରେ ସମର୍ଥ ଅଟେ ।

୩୩ । ଜଗତୀକରଣ ମାଧ୍ୟମରେ ଉଦାରୀକରଣ ଏବଂ ବଜାର ଶକ୍ତିର ଗୁରୁତ୍ବ/ପ୍ରାଧାନ୍ୟ ହ୍ରାସ ପାଇଥାଏ ।
Answer:
ଜଗତୀକରଣ ମାଧ୍ୟମରେ ଉଦାରୀକରଣ ଏବଂ ବଜାର ଶକ୍ତିର ଗୁରୁତ୍ବ/ପ୍ରାଧାନ୍ୟ ବୃଦ୍ଧି ପାଇଥାଏ ।

୩୪ । ଜଗତୀକରଣ ଭାରତୀୟଙ୍କ ଦୃଷ୍ଟିଭଙ୍ଗୀକୁ ଆଞ୍ଚଳିକଭିତ୍ତିକ କରାଇପାରୁଛି ।
Answer:
ଜଗତୀକରଣ ଭାରତୀୟଙ୍କ ଦୃଷ୍ଟିଭଙ୍ଗୀକୁ ବିଶ୍ୱଗ୍ରାମଭିତ୍ତିକ କରାଇଥାଏ ।

୩୫ । ଜଗତୀକରଣ ଦାରିଦ୍ର୍ୟତା ବୃଦ୍ଧି କରିଥାଏ ।
Answer:
ଠିକ୍ ଅଛି ।

୩୬ । ଜଗତୀକରଣ କୃଷି ଉପରେ କୌଣସି ପ୍ରଭାବ ପକେଇ ନ ଥାଏ ।
Answer:
ଜଗତୀକରଣ କୃଷି ଉପରେ କିଛି ପ୍ରଭାବ ପକେଇ ଥାଏ ।

୩୭ । ସହରୀକରଣ ମୁକ୍ତ ପ୍ରତିଯୋଗିତାରେ ବିଶ୍ବାସ କରେ ।
Answer:
ଠିକ୍ ଅଛି ।
୩୮ । ଭାରତରେ ଏକ ଲକ୍ଷରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ସହରକୁ ‘ଛୋଟ ସହର’ କୁହାଯାଏ ।

Answer:
ଭାରତରେ ଏକ ଲକ୍ଷରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ସହରକୁ ‘ବଡ଼ ସହର’ କୁହାଯାଏ ।

୩୯ । ନଗର / ସହରରେ ୧ ନିୟୁତରୁ ୫ ନିୟୁତ ସଂଖ୍ୟକ ଲୋକେ ବାସ କରନ୍ତି ।-
Answer:
‘ମହାନଗରରେ’ ୧ ନିୟୁତରୁ ୫ ନିୟୁତ ସଂଖ୍ୟକ ଲୋକେ ବାସ କରନ୍ତି ।

୪୦ । ପାଞ୍ଚଲକ୍ଷରୁ ଅଧିକ ବାସ କରୁଥିବା ସହରଗୁଡ଼ିକୁ ‘ମହାନଗର’ କୁହାଯାଏ ।
Answer:
ପାଞ୍ଚଲକ୍ଷରୁ ଅଧିକ ବାସ କରୁଥିବା ସହରଗୁଡ଼ିକୁ ‘ମେଗା ସହର’ କୁହାଯାଏ ।

୪୧ । ଜଗତୀକରଣ ଏକ ସାମାଜିକ ଅର୍ଥନୈତିକ ପ୍ରକ୍ରିୟାର ଏକ ସାର୍ବଜନୀନ ପ୍ରକ୍ରିୟା ଅଟେ ।
Answer:
ଠିକ୍ ଅଛି ।

୪୨ । ସହରୀକରଣ ଫଳରେ ଯୌଥ ପରିବାର ସୃଷ୍ଟି ହୋଇଥାଏ ।
Answer:
ସହରୀକରଣ ଫଳରେ ଯୌଥ ପରିବାର ବିଘଟିତ ହୋଇଥାଏ ।

୪୩ । ଜଗତୀକରଣ ଫଳରେ ନିୟନ୍ତ୍ରିତ ବଜାର ବ୍ୟବସ୍ଥା ସୃଷ୍ଟି ହୋଇଥାଏ ।
Answer:
ଜଗତୀକରଣ ଫଳରେ ମୁକ୍ତ ବଜାର ବ୍ୟବସ୍ଥା ସୃଷ୍ଟି ହୋଇଥାଏ ।

୪୪ । ଜଗତୀକରଣ ଫଳରେ ମୁଣ୍ଡପିଛା ଆୟ ହ୍ରାସ ପାଇଥାଏ ।
Answer:
ଜଗତୀକରଣ ଫଳରେ ମୁଣ୍ଡପିଛା ଆୟବୃଦ୍ଧି ଘଟିଥାଏ ।

୪୫ । ଜଗତୀକରଣ ପ୍ରକ୍ରିୟା ସରକାରୀ କ୍ଷେତ୍ରରେ ନିୟନ୍ତ୍ରଣରେ ପରିବର୍ତ୍ତନ ଆଣିଥାଏ ।
Answer:
ଜଗତୀକରଣ ପ୍ରକ୍ରିୟା ସରକାରୀ କ୍ଷେତ୍ରରେ ଯୋଗାଣରେ ପରିବର୍ତ୍ତନ ଆଣିଥାଏ ।

୪୬ । ଜେ.କ୍ଲାଇଡ୍ ମିଲ୍‌ଙ୍କ ମତରେ, ‘ସହରୀକରଣ ସହରୀ ହେବାର ଏକ ପ୍ରକ୍ରିୟା, ସହର ଅଞ୍ଚଳକୁ ଲୋକମାନଙ୍କର ଗତିଶୀଳତା ଏବଂ ସହରାଞ୍ଚଳ ଜନସଂଖ୍ୟାର ବୃଦ୍ଧିକୁ ବୁଝାଇଥାଏ ।’’
Answer:
ଫେୟାର ଚାଇଲଡ୍‌ଙ୍କ ମତରେ, ‘ସହରୀକରଣ ସହରୀ ହେବାର ଏକ ପ୍ରକ୍ରିୟା, ସହର ଅଞ୍ଚଳକୁ ଲୋକମାନଙ୍କର ଗତିଶୀଳତା ଏବଂ ସହରାଞ୍ଚଳ ଜନସଂଖ୍ୟାର ବୃଦ୍ଧିକୁ ବୁଝାଇଥାଏ ।’’

୪୭ । ଜି. ଏସ୍. ଘୂରେଙ୍କ ମତରେ, ‘ସହରୀକରଣ ସହରୀ ହେବାର ଏକ ପ୍ରକ୍ରିୟା, ସହରକୁ ଗତି କରିବା ଏବଂ ବ୍ୟବହାର ପଦ୍ଧତିରେ ଅନୁରୂପ ପରିବର୍ତ୍ତନକୁ ବୁଝାଇଥାଏ ।’’
Answer:
ଜେ. କ୍ଲାଇଡ୍ ମିଚେଲ୍‌ଙ୍କ ମତରେ, ‘ସହରୀକରଣ ସହରୀ ହେବାର ଏକ ପ୍ରକ୍ରିୟା, ସହରକୁ ଗତିକରିବା ଏବଂ ବ୍ୟବହାର ପଦ୍ଧତିରେ ଅନୁରୂପ ପରିବର୍ତ୍ତନକୁ ବୁଝାଇଥାଏ ।’’

CHSE Odisha Class 12 Sociology Unit 5 Objective Questions in Odia Medium

୪୮ । ଫେୟାରଚାଇଲ୍ଡଙ୍କ ମତରେ, ‘‘ସହରୀକରଣ ଲୋକମାନଙ୍କର ଗ୍ରାମରୁ ସହରକୁ ସ୍ଥାନାନ୍ତରଣକୁ ବୁଝାଇଥାଏ ଏବଂ ସ୍ଥାନାନ୍ତରଗାମୀ, ସେମାନଙ୍କର ପରିବାର ଓ ସହଯୋଗୀମାନଙ୍କ ଉପରେ ଏହି ଗତିଶୀଳତାର ପ୍ରଭାବକୁ ଦର୍ଶାଇଥାଏ ।’’
Answer:
ଜି. ଏସ୍. ଘୂରେଙ୍କ ମତରେ, ‘ସହରୀକରଣ ଲୋକମାନଙ୍କର ଗ୍ରାମରୁ ସହରକୁ ସ୍ଥାନାନ୍ତରଣକୁ ବୁଝାଇଥାଏ ଏବଂ ସ୍ଥାନାନ୍ତରଗାମୀ, ସେମାନଙ୍କର ପରିବାର ଏବଂ ସହଯୋଗୀମାନଙ୍କ ଉପରେ ଏହି ଗତିଶୀଳତାର ପ୍ରଭାବକୁ ଦର୍ଶାଇଥାଏ ।

୪୯ । କୃଷିଭିତ୍ତିକ ବୃତ୍ତି, ବ୍ୟକ୍ତିଗତ ସମ୍ପର୍କ ଆଦି ସହରୀକରଣର ଲକ୍ଷଣ ଅଟେ ।
Answer:
ଅଣକୃଷିଭିତ୍ତିକ, ଅବୈୟକ୍ତିକ ସମ୍ପର୍କ ସହରୀକରଣର ଲକ୍ଷଣ ଅଟେ ।

୫୦ । ସ୍ଥାନାନ୍ତରଣ ଓ ପ୍ରାକୃତିକ ଜନସଂଖ୍ୟା ସହରୀକରଣର କାରଣ ନୁହେଁ
Answer:
ସ୍ଥାନାନ୍ତରଣ ଓ ପ୍ରାକୃତିକ ଜନସଂଖ୍ୟା ସହରୀକରଣର କାରଣ ଅଟେ ।

୫୧ । ଦ୍ରୁତ ବ୍ୟକ୍ତିବାଦ ଯୋଗୁଁ ସହରୀକରଣର ସଂପ୍ରସାରଣ ଘଟିଥାଏ ।
Answer:
ଦ୍ରୁତ ଶିଳ୍ପାୟନ ଫଳରେ ସହରୀକରଣର ସଂପ୍ରସାରଣ ଘଟିଥାଏ ।

୫୨। ଜଗତୀକରଣ ଶବ୍ଦଟି ଇଂରାଜୀ ଶବ୍ଦ Civilisation ରୁ ଆସିଅଛି ।
Answer:
ଜଗତୀକରଣ ଶବ୍ଦଟି ଇଂରାଜୀ ଶବ୍ଦ Globalisation ରୁ ଆସିଅଛି ।

୫୩ । ଜଗତୀକରଣ, ‘Global’ ଶବ୍ଦରୁ ଆସିଅଛି, ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ୱକୁ ଅସଂପୃକ୍ତ କରିବା ।
Answer:
ଜଗତୀକରଣ ଶବ୍ଦଟି ‘Global’ ଶବ୍ଦରୁ ଆସିଅଛି, ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ବକୁ ସଂପୃକ୍ତ କରିବା ।

୫୪ । ସୀମାହୀନ ପୃଥ‌ିବୀ ଗଠନ କରିବା ସଂସ୍କୃତୀକରଣର ଲକ୍ଷ୍ୟ ଅଟେ ।
Answer:
ସୀମାହୀନ ପୃଥ‌ିବୀ ଗଠନ କରିବା ଜଗତୀକରଣର ଲକ୍ଷ୍ୟ ଅଟେ ।

୫୫ । ଆନିତାତ୍‌ଙ୍କ ମତରେ, ‘ଜଗତୀକରଣ ଏକ ସାମାଜିକ ପ୍ରକ୍ରିୟା ଯେଉଁଥରେ ସାମାଜିକ ଓ ସାଂସ୍କୃତିକ ବ୍ୟବସ୍ଥାରେ ଥ‌ିବା ଭୌଗୋଳିକ ବାଧାବିଘ୍ନ ପ୍ରତ୍ୟାହୃତ ହୋଇଥାଏ ଏବଂ ଯେଉଁଥରେ ବ୍ୟକ୍ତିବିଶେଷ ଅଧିକ ମାତ୍ରାରେ ସଚେତନ ହୋଇଥା’ନ୍ତି ଯେ ସେମାନଙ୍କ ମଧ୍ୟରେ ଥିବା ଦୂରତ୍ୱ ହଟିଯାଇଛି ।’’
Answer:
ମଲକମ୍ ୱାଟରସ୍‌ଙ୍କ ମତରେ, ‘ଜଗତୀକରଣ ଏକ ସାମାଜିକ ପ୍ରକ୍ରିୟା ଯେଉଁଥରେ ସାମାଜିକ ଓ ସାଂସ୍କୃତିକ ବ୍ୟବସ୍ଥାରେ ଥ‌ିବା ଭୌଗୋଳିକ ବାଧାବିଘ୍ନ ପ୍ରତ୍ୟାହୃତ ହୋଇଥାଏ ଏବଂ ଯେଉଁଥରେ ବ୍ୟକ୍ତିବିଶେଷ ଅଧିକ ମାତ୍ରାରେ ସଚେତନ ହୋଇଥା’ନ୍ତି ଯେ ସେମାନଙ୍କ ମଧ୍ୟରେ ଥିବା ଦୂରତ୍ବ ହଟିଯାଇଛି ।’’

୫୬ । ଆଧୁନିକ ଶବ୍ଦଟି ଇଂରାଜୀ ଶବ୍ଦ Global ରୁ ଆସିଅଛି ।
Answer:
ଆଧୁନିକ ଶବ୍ଦଟି ଇଂରାଜୀ ଶବ୍ଦ Moderns ରୁ ଆସିଅଛି ।

୫୭ । Modern ର ଆଭିଧାନିକ ଅର୍ଥ ହେଉଛି ଗତକାଲି ସମୟ ।
Answer:
Modern ର ଆଭିଧାନିକ ଅର୍ଥ ହେଉଛି ବର୍ତ୍ତମାନ ସମୟ ।

୫୮ । ଆଧୁନିକୀକରଣ ପ୍ରଥମେ ଭାରତୀୟ ସମାଜରେ ଶିଳ୍ପ ବିପ୍ଳବ ଯୋଗୁଁ ଦେଖାଯାଇଥିଲା ।
Answer:
ପ୍ରଥମେ ପାଶ୍ଚାତ୍ୟ ସମାଜରେ ଶିଳ୍ପବିପ୍ଳବ ଯୋଗୁଁ ଦେଖାଯାଇଥିଲା ।

୫୯’। ପ୍ରଫେସର ଡାନିଏଲ୍‌ ଲଣ୍ଡରଙ୍କ ମତରେ, ‘ଆଧୁନିକୀକରଣ କୌଣସି ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣରୁ ବିଚାର ନ କରି ସାର୍ବଜନୀନ ଦୃଷ୍ଟିକୋଣରୁ ସାମାଜିକ ଘଟଣା ଏବଂ ତାହାର ମୂଲ୍ୟାୟନ ପ୍ରଯୁକ୍ତବାଦୀ ଭାବବୃତ୍ତିକୁ ସୂଚାଇଥାଏ ।’’
Answer:
ପ୍ରଫେସର ଯୋଗେନ୍ଦ୍ର ସିଂହଙ୍କ ମତରେ, ‘ଆଧୁନିକୀକରଣ କୌଣସି ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣରୁ ବିଚାର ନ କରି ସାର୍ବଜନୀନ ଦୃଷ୍ଟିକୋଣରୁ ସାମାଜିକ ଘଟଣା ଏବଂ ତାହାର ମୂଲ୍ୟାୟନ ପ୍ରଯୁକ୍ତବାଦୀ ଭାବବୃତ୍ତିକୁ ସୂଚାଇଥାଏ ।’’

୬୦ । ଜଗତୀକରଣ ଏକ ସରଳ ପ୍ରକ୍ରିୟା ଅଟେ ।
Answer:
ଜଗତୀକରଣ ଏକ ଜଟିଳ ପ୍ରକ୍ରିୟା ଅଟେ ।

୬୧ । ସହରୀକରଣ ଓ ଉଦ୍ୟୋଗୀକରଣ ପରସ୍ପର ବିରୋଧୀ ଅଟନ୍ତି ।
Answer:
ସହରୀକରଣ ଓ ଉଦ୍ୟୋଗୀକରଣ ପରସ୍ପର ପରିପୂରକ ଅଟନ୍ତି ।

୬୨ । ସହରୀକରଣ ଫଳରେ ଯୌଥ ପରିବାରର ସଂଖ୍ୟାବୃଦ୍ଧି ହୋଇଥାଏ ।
Answer:
ସହରୀକରଣ ଫଳରେ ଯୌଥ ପରିବାରର ବିଘଟିତ ହୋଇଥାଏ ।

୬୩ । ଅଧିକ ଜନସଂଖ୍ୟା ଘନତ୍ବ ଥିବା ଏବଂ 75 ଭାଗରୁ ଅଧିକ ପୁରୁଷ ଅଣ କୃଷି ସମ୍ପର୍କିତ କାର୍ଯ୍ୟରେ ନିୟୋଜିତ ଥ‌ିବା ଅଞ୍ଚଳକୁ ଗ୍ରାମ କୁହାଯାଏ ।
Answer:
ଅଧିକ ଜନସଂଖ୍ୟା ଘନତ୍ଵ ଥିବା ଏବଂ 75 ଭାଗରୁ ଅଧ‌ିକ ପୁରୁଷ ଅଣକୃଷି ସମ୍ପର୍କିତ କାର୍ଯ୍ୟରେ ନିୟୋଜିତ ଥ‌ିବା ଅଞ୍ଚଳକୁ ସହର କୁହାଯାଏ ।

୬୪ । ପାଶ୍ଚାତ୍ୟ ମୂଲ୍ୟବୋଧ, ମତବାଦ ଓ ଜୀବନ ଦର୍ଶନର ପ୍ରସାରଣ ପ୍ରକ୍ରିୟା ଆଧୁନିକୀକରଣ ନାମରେ ପରିଚିତ
ଅଟେ ।
Answer:
ପଶ୍ଚାତ୍ୟ ମୂଲ୍ୟବୋଧ, ମତବାଦ ଓ ଜୀବନ ଦର୍ଶନର ପ୍ରସାରଣ ପ୍ରକ୍ରିୟା ପାଶ୍ଚାତ୍ୟକରଣ ନାମରେ ପରିଚିତ ଅଟେ ।

CHSE Odisha Class 12 Sociology Unit 5 Objective Questions in Odia Medium

(ଘ) ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

୧ । “‘ପରିବର୍ତ୍ତନ ଏକ ପ୍ରକ୍ରିୟା ଯାହାଦ୍ଵାରା ଭବିଷ୍ୟତ ଆମ ଜୀବନକୁ ଅନୁପ୍ରବେଶ ବା ଆକ୍ରମଣ କରେ’’ – ଏହା କିଏ କହିଥିଲେ ?
Answer:
ଆଲିଭନ୍ ଟଫଲର୍

୨ । ‘ଭାରତୀୟ ପରମ୍ପରାର ଆଧୁନିକୀକରଣ’ ପୁସ୍ତକ କିଏ ଲେଖୁଥିଲେ ?
Answer:
ପ୍ରଫେସର ଯୋଗେନ୍ଦ୍ର ସିଂହ

୩ । ସର୍ବପ୍ରଥମେ ଭାରତୀୟମାନେ କେଉଁ ପାଶ୍ଚାତ୍ୟ ଲୋକମାନଙ୍କ ଯୋଗାଯୋଗରେ ଆସିଥିଲେ ?
Answer:
ପର୍ତ୍ତୁଗାକ୍

୪ । ବିଶ୍ୱାୟନ ବା ଜଗତୀକରଣ ଚିନ୍ତାଧାରାର ସୃଷ୍ଟି କେବେ ଓ କେଉଁଠି ହୋଇଥିଲା ?
Answer:
୧୯୪୭ ରେ, ଆମେରିକାରେ

୫ । କିଏ ବିଶ୍ୱାୟନ ପ୍ରକ୍ରିୟାର ଜନକ ଭାବେ ପରିଚିତ ?
Answer:
ରୋନାଲଡ୍ ରବର୍ଟସନ୍

୬ । କିଏ ସର୍ବପ୍ରଥମେ ବିଶ୍ୱୟନ (Globalization) ଶବ୍ଦର ପ୍ରୟୋଗ କରିଥିଲେ ?
Answer:
ରୋନାଲଡ୍ ରବର୍ଟସନ୍

୭ । ଦେଶ ବା ଜାତୀୟ ବଜାରକୁ ବିଶ୍ଵ ବଜାର ପାଇଁ ଉନ୍ମୁକ୍ତ ରଖୁବା ପ୍ରକ୍ରିୟାକୁ କ’ଣ କୁହାଯାଏ ?
Answer:
ବିଶ୍ୱୟନ

୮। ବାଣିଜ୍ୟ ଓ ବିନିଯୋଗରେ ବାଧା ଅପସାରଣ କରି ସ୍ଥାନୀୟ ଅର୍ଥନୀତିକୁ ବିଶ୍ବ ଅର୍ଥନୀତି ସହ ଯୋଡ଼ିବାକୁ କ’ଣ କୁହାଯାଏ ?
Answer:
ବିଶ୍ୱାୟନ

୯ । ବିଶ୍ୱୟନ ପ୍ରକ୍ରିୟାର ଏକ ଲକ୍ଷ୍ୟ ଦର୍ଶାଅ ।
Answer:
ଏକ ଆର୍ଥିକ ବ୍ୟବସ୍ଥାର ବିକାଶ ।

୧୦ । ବିଶ୍ୱାୟନର ଏକ ଲକ୍ଷଣ ଉଲ୍ଲେଖ କର ।
Answer:
ଏକ ଜଟିଳ ପ୍ରକ୍ରିୟା ।

୧୧ । ବିଶ୍ୱୟନ ପ୍ରକ୍ରିୟାର ଏକ ଅପକାରିତା ଦର୍ଶାଅ
Answer:
ଅନିଶ୍ଚିତତାକୁ ସୃଷ୍ଟିକରେ ।

୧୨ । ଭାରତରେ କେବେଠାରୁ ବିଶ୍ୱାୟନ ବା ଜଗତୀକରଣ ପ୍ରକ୍ରିୟା ଆରମ୍ଭ ହେଲା ?
Answer:
୧୯୯୦ ଠାରୁ

୧୩ । କେଉଁ ପ୍ରଧାନମନ୍ତ୍ରୀଙ୍କ ସମୟରେ ଭାରତରେ ବିଶ୍ବୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ?
Answer:
ପି.ଭି. ନରସିଂହ ରାଓ

୧୪ । ପ୍ରାଚୀନ ଭାରତର ଦୁଇଟି ସହରର ନାମ ଲେଖ ।
Answer:
ହରପ୍‌ପା ଓ ମହେଞ୍ଜୋଦାରୋ

୧୫ । ଅଧିକ ଜନସଂଖ୍ୟା ଘନତ୍ଵ ଥିବା ଏବଂ ୭୫ ଭାଗରୁ ଅଧ୍ବକ ପୁରୁଷ ଅଣକୃଷି ସମ୍ପର୍କିତ କାର୍ଯ୍ୟରେ ନିୟୋଜିତ ଥ‌ିବା ଅଞ୍ଚଳକୁ କ’ଣ କୁହାଯାଏ ?
Answer:
ସହର

୧୬ । ଗ୍ରାମରୁ ସହରକୁ ଲୋକମାନଙ୍କର ଗତି, ସହରାଞ୍ଚଳର ବୃଦ୍ଧି, କୃଷିକାର୍ଯ୍ୟରୁ ଶିଳ୍ପକାର୍ଯ୍ୟକୁ ଲୋକମାନଙ୍କର ଗତି ଏବଂ ଚିନ୍ତାଧାରା, ମୂଲ୍ୟବୋଧ ଓ ଜୀବନଶୈଳୀରେ ପରିବର୍ତ୍ତନକୁ କ’ଣ କୁହାଯାଏ ?
Answer:
ସହରୀକରଣ

୧୭ । ‘‘ସହରୀକରଣ ହେଉଛି ସହରୀ ହେବାର ଏକ ପ୍ରକ୍ରିୟା, ସହର ଅଞ୍ଚଳକୁ ଲୋକମାନଙ୍କର ଗତି ଏବଂ ସହରାଞ୍ଚଳର ଜନସଂଖ୍ୟା ବୃଦ୍ଧି ।” – ଏହି ସଂଜ୍ଞା କିଏ ଦେଇଥିଲେ ?
Answer:
ଫେୟାର ଚାଇଲ୍ଡ

୧୮ । ‘‘ସହରୀ ହେବାର ପ୍ରକ୍ରିୟା, ସହରକୁ ଗତି କରିବା ଏବଂ ବ୍ୟବହାର ଓ ଚରିତ୍ରରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିବାକୁ ସହରୀକରଣ କୁହାଯାଏ ।’’ ଏହା କିଏ କହିଥିଲେ ?
Answer:
ଜେ. ସି. ମିଲ୍‌

CHSE Odisha Class 12 Sociology Unit 5 Objective Questions in Odia Medium

୧୯ । ‘‘ସହରୀକରଣର ଅର୍ଥ ହେଉଛି ଗ୍ରାମରୁ ସହରକୁ ଲୋକଙ୍କ ସ୍ଥାନାନ୍ତରଣ ଏବଂ ଏହି ସ୍ଥାନାନ୍ତରଣର ଭ୍ରମଣକାରୀଙ୍କ ଉପରେ ତଥା ସେମାନଙ୍କର ପରିବାର ଓ ଗ୍ରାମରେ ଥ‌ିବା ଅନ୍ୟାନ୍ୟ ଲୋକମାନଙ୍କ ଉପରେ ପ୍ରଭାବ ।’’ – ଏହି ସଂଜ୍ଞା କିଏ ଦେଇଥିଲେ ?
Answer:
ଜି. ଏସ୍. ୟୂରେ

୨୦ । ସହରୀକରଣର ଏକ ଲକ୍ଷଣ ଲେଖ ।
Answer:
ଔପଚାରିକ ସମ୍ପର୍କ

୨୧ । ସହରୀକରଣର ଯେକୌଣସି ଏକ ପ୍ରଭାବ ଉଲ୍ଲେଖ କର ।
Answer:
ନୈତିକ ମୂଲ୍ୟବୋଧ ହ୍ରାସ ଓ ବସ୍ତିର ବିକାଶ

୨୨ । ଯେଉଁ ପ୍ରକ୍ରିୟାଦ୍ଵାରା ବିଶ୍ବ ଦେଶ ଦେଶ ମଧ୍ୟରେ ଥ‌ିବା ସୀମାରେଖାରୁ ଉର୍କରେ ରହି ସମଗ୍ର ମାନବ ସମାଜକୁ ସହଯୋଗ ଓ ସହାନୁଭୂତିରେ ବାନ୍ଧି ରଖୁଥାଏ ତାହାକୁ କ’ଣ କୁହାଯାଏ ?
Answer:
ଜଗରୀକରଣ

୨୩। ନଗରୀକରଣର ଯେକୌଣସି ଏକ ପ୍ରକାର୍ଯ୍ୟାତ୍ମକ ଆନୁଷଙ୍ଗିକ ପ୍ରଦାନ କର ।
Answer:
ଜନସଂଖ୍ୟା ବୃଦ୍ଧି

୨୪ । ଜଗତୀକରଣ ପ୍ରକ୍ରିୟାକୁ ସହାୟତା କରୁଥିବା ଗୋଟିଏ ପ୍ରଭାବ ଉଲ୍ଲେଖ କର ।
Answer:
ମୁକୁବକା ଅର୍ଥନାତି

୨୫ । ସମଗ୍ର ବିଶ୍ୱକୁ ବଜାର ଭାବେ କେଉଁଥ‌ିରେ ବିବେଚନା କରାଯାଏ ?
Answer:
ଜଗତୀକରଣ

୨୬ । ମୁକ୍ତ ଅର୍ଥନୀତିର ଯେକୌଣସି ଗୋଟିଏ ଉଦାହରଣ ଲେଖ ।
Answer:
ଜଗରୀକରଣ

୨୭ । ସହରୀକରଣର ଯେକୌଣସି ଏକ ପ୍ରଭାବ ଉଲ୍ଲେଖ କର ।
Answer:
ନୈତିକ ମୂଲ୍ୟବୋଧ ହ୍ରାସ ଓ ବସ୍ତିର ବିକାଶ

୨୮ । ସହରୀକରଣର ଯେକୌଣସି ଏକ କାରଣ ଲେଖ ।
Answer:
ଉଦୋଗାକରଣ

୨୯ । କେଉଁ ବ୍ୟକ୍ତି ‘ବିଶ୍ବଗ୍ରାମ’ ସଂପ୍ରତ୍ୟୟକୁ ପ୍ରଥମେ ବ୍ୟବହାର କରିଥିଲେ ?
Answer:
ମାର୍ଶାଲ୍ ମ୍ୟାକ୍‌ହାନ୍

୩୦ । ପ୍ରଥମ ବିଶ୍ଵ ଜନସଂଖ୍ୟା ଦିବସ କେବେ, କେଉଁଠାରେ ଓ କେଉଁ ତାରିଖରେ ପାଳିତ ହୋଇଥିଲା ?
Answer:
୧୯୮୯ ମସିହା ଜୁଲାଇ ମାସ ୧୧ ତାରିଖରେ ନାଇରୋବୀଠାରେ

୩୧ । ‘ଜଗତୀକରଣ’ ସାରା ବିଶ୍ୱକୁ କ’ଣ ଭାବେ ବିଚାର କରିଥାଏ ?
Answer:
ଏକ ବଜାର

୩୨ । ୨୦୦୧ ଜନଗଣନାନୁଯାୟୀ ସହରାଞ୍ଚଳରେ ବାସ କରୁଥିବା ଲୋକସଂଖ୍ୟା କେତେ ଅଟନ୍ତି ?
Answer:
୨୮୫.୩୫ ନିୟୁତ

୩୩ । ସହରାଞ୍ଚଳ ନାଗରିକ ତଥ୍ୟ ଅନୁଯାୟୀ ଭାରତ ବିଶ୍ଵର କେତେ ନମ୍ବର ବୃହତ୍ତମ ରାଷ୍ଟ୍ର ଅଟେ ?
Answer:
ଦ୍ବିତୀୟ

CHSE Odisha Class 12 Sociology Unit 5 Objective Questions in Odia Medium

୩୪ । ମେଗା ସହରର ଜନସଂଖ୍ୟା କେତେ ହୋଇଥାଏ ?
Answer:
୧ ନିୟୁତରୁ ୫ ନିୟୁତ

୩୫ । ଭାରତରେ ଶତକଡ଼ା କେତେ ଭାଗ ଲୋକ ସହରରେ ବସବାସ କରିଥା’ନ୍ତି ?
Answer:
୨୭%

୩୬ । ସହରୀକରଣର ସଂଜ୍ଞା ନିରୂପିତ କରିଥିବା ଜଣେ ସମାଜଶାସ୍ତ୍ରବିତ୍‌ଙ୍କ ନାମ ଉଲ୍ଲେଖ କର ।
Answer:
ବରଜେଲ୍

୩୭ । ସହରୀକରଣର ଗୋଟିଏ ବୈଶିଷ୍ଟ୍ୟ ଉଲ୍ଲେଖ କର ।
Answer:
ବସ୍ତିବାସିନ୍ଦା

୩୮ । ଆଣ୍ଡରସନ୍‌ଙ୍କ ପ୍ରଦତ୍ତ ଗୋଟିଏ ସହରୀକରଣର ବୈଶିଷ୍ଟ୍ୟ ଉଲ୍ଲେଖ କର ।
Answer:
ଲିଖ୍ତ ଦଲିଲ୍

୩୯ । ସହରୀକରଣର ପ୍ରାଧାନ୍ୟ ବା ଗୁରୁତ୍ଵର ଗୋଟିଏ କାରଣ ଉଲ୍ଲେଖ କର ।
Answer:
ଉଦୋଗାକରଣ

୪୦ । ଦୃତ ସହରୀକରଣର ଗୋଟିଏ କାରକ ବା କାରଣ ଦର୍ଶାଅ ।
Answer:
ଉଦୋଗାକରଣ

୪୧ । ସହରୀକରଣର ଗୋଟିଏ ସ୍ଵାସ୍ଥ୍ୟକର ବା ସକାରାତ୍ମକ ଦିଗ ଉଲ୍ଲେଖ କର ।
Answer:
ଗମନାଗମନ ଓ ଯୋଗାଯୋଗ ସୁବିଧା

୪୨ । ସହରୀକରଣର ଗୋଟିଏ ଅସ୍ବାସ୍ଥ୍ୟକର ବା ନକାରାତ୍ମକ ଦିଗ ଉଲ୍ଲେଖ କର ।
Answer:
ଦୂଷିତ ପରିବେଶ

୪୩ । ଜଗତୀକରଣର ମୁଖ୍ୟ ଉଦ୍ଦେଶ୍ୟ କ’ଣ ?
Answer:
ଅର୍ଥନୈତିକ ସଂସୃ‍।ର

୪୪ । ରବର୍ଟସନ୍‌ଙ୍କ ପ୍ରଦତ୍ତ ଜଗତୀକରଣର ବିକାଶ ପ୍ରକ୍ରିୟା ମଧ୍ୟରୁ ଗୋଟିଏ ଉଲ୍ଲେଖ କର ।
Answer:
ଅର୍ଥନୈତିକ ବିକାଶ

୪୫ । ଜଗତୀକରଣ କିପରି ଏକ ବିଶ୍ଵବଜାର ସୃଷ୍ଟି କରେ ?
Answer:
ଅର୍ଥନୈତିକ ପ୍ରକ୍ରିୟା ମାଧ୍ୟମରେ

୪୬ । ଜଗତୀକରଣ ଭାରତୀୟ ସମାଜକୁ ପ୍ରଭାବିତ କରୁଥିବା ଗୋଟିଏ ପ୍ରକାର୍ଯ୍ୟ ଉଲ୍ଲେଖ କର ।
Answer:
ଉଦ୍ୟୋଗୀକରଣ

୪୭ । ଜଗତୀକରଣର ଗୋଟିଏ ନକାରାତ୍ମକ ପ୍ରଭାବ ଲେଖ ।
Answer:
ଧନୀଦରିଦ୍ର ମଧ୍ୟରେ ପାର୍ଥକ୍ୟ ବୃଦ୍ଧି

୪୮ । ବିଶ୍ବର ବିଭିନ୍ନ ଦେଶର ଆର୍ଥନୀତିକ କେନ୍ଦ୍ରୀକରଣ ପ୍ରକ୍ରିୟାକୁ କ’ଣ କହନ୍ତି ?
Answer:
ଜଗତୀକରଣ

୪୯ । ଯେକୌଣସି ଏକ ସାମାଜିକ ପରିବର୍ତ୍ତନ ପ୍ରକ୍ରିୟା ଦର୍ଶାଅ ।
Answer:
ସହର।କରଣ

୫୦ । ଆଧୁନିକୀକରଣ କହିଲେ କ’ଣ ବୁଝ ?
Answer:
ଆଧୁନିକୀକରଣ କହିଲେ ନୂତନ କଳା, ନୂତନ ବସ୍ତ୍ର, ନୂତନ ଚିନ୍ତାଧାରାକୁ ବୁଝାଇଥାଏ ।

୫୧ । ଜଗତୀକରଣ କହିଲେ କ’ଣ ବୁଝ ?
Answer:
ଜଗତୀକରଣ କହିଲେ ବିଶ୍ବ ଅର୍ଥନୀତିର ସଂସ୍କାର ଆନ୍ଦୋଳନକୁ ବୁଝାଏ, ଯାହା ମାଧ୍ୟମରେ ସମଗ୍ର ବିଶ୍ବର ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆର୍ଥିକ ସମ୍ପର୍କ ପ୍ରତିଷ୍ଠା କରାଯାଇଥାଏ ।

୫୨ । ଭାରତ ପ୍ରଥମ ଶିଚ୍ଛନୀତି କେବେ ଘୋଷଣା କଲା ?
Answer:
୧୯୪୮

୫୩ । ୧୯୫୬ ମସିହା ଶିଳ୍ପନୀତି ଶିଳ୍ପକୁ କେତୋଟି ବର୍ଗରେ ବିଭକ୍ତ କଲା ?
Answer:
ତିନୋଟି

୫୪। ୧୯୫୬ ମସିହା ଶିଳ୍ପନୀତିର ଅନୁସୂଚୀ- ‘ଖ’ ରେ କେତୋଟି ଶିଳ୍ପ ରଖାଗଲା ?
Answer:
୧୨ଟି

CHSE Odisha Class 12 Sociology Unit 5 Objective Questions in Odia Medium

୫୫ । ୧୯୫୬ ମସିହା ଶିଳ୍ପନୀତିର ପ୍ରମୁଖ ଆଭିମୁଖ୍ୟ କ’ଣ ଥିଲା ?
Answer:
ସମାଜବାଦୀ ଢାଞ୍ଚାର ସମାଜଗଠନ

୫୬ । ନୂତନ ଶିଚ୍ଛନୀତି କେବେ ଘୋଷିତ ହେଲା ?
Answer:
୧୯୯୧

୫୭ । ଲାଇସେନ୍ସ ଆବଶ୍ୟକ କରୁଥିବା ଦୁଇଟି ଶିଳ୍ପର ନାମ ଲେଖ ।
Answer:
ତମାଖୁ, ଔଷଧ

୫୮ । ୧୯୯୧ ମସିହା ଶିଚ୍ଛନୀତିର ଗୋଟିଏ ଆଭିମୁଖ୍ୟ ଲେଖ ।
Answer:
ଅମଲାତାନ୍ତ୍ରିକ ନ୍ୟାୟିକ ମୁକ୍ତି

୫୯ । ବର୍ତ୍ତମାନ କେତୋଟି ଶିଳ୍ପପାଇଁ ଲାଇସେନ୍ସ ବାଧ୍ୟତାମୂଳକ?
Answer:
୭ଟି ଶିଳ୍ପ

୬୦ । ୧୯୯୧ ମସିହା ଶିଚ୍ଛନୀତି ବିଦେଶୀ ନିବେଶକାରୀଙ୍କୁ ଦେଇଥ‌ିବା ନିବେଶ କ୍ଷମତାର ଅଂଶଧନ କେତେ?
Answer:
୪୦ ପ୍ରତିଣତ

୬୧ । ଅତି କ୍ଷୁଦ୍ରଶିଳ୍ପର ବର୍ତ୍ତମାନ ବିନିଯୋଗ ସୀମା କେତେ?
Answer:
୫ ଲକ୍ଷ

୬୨ । କେତୋଟି ଶିଳ୍ପ ରାଷ୍ଟ୍ରାୟତ୍ତ କ୍ଷେତ୍ର ପାଇଁ ବର୍ତ୍ତମାନ ସଂରକ୍ଷିତ ?
Answer:
୮ଟି ଶିଳ୍ପ

୬୩ । MRIP ଆଇନ କେବେ ପ୍ରବର୍ତ୍ତନ କରାଯାଇଥିଲା ?
Answer:
୧୯୯୧ ମସିହା

୬୪ । ‘‘ଭାରତୀୟ ପରମ୍ପରାର ଆଧୁନିକୀକରଣ’’ (Modernisation of Indian Tradition) ପୁସ୍ତକର ରଚୟିତା କିଏ ?
Answer:
ପ୍ରଫେସର ଯୋଗିନ୍ଦର ସିଂହ ।

୬୫ । କିଏ ଜଗତୀକରଣ ପ୍ରକ୍ରିୟାର ଜନକ ରୂପେ ପରିଚିତ ଅଟନ୍ତି ?
Answer:
ରୋନାଲଡ୍ ରବସନ୍‌ ।

୬୬ । ଜଗତୀକରଣ ଚିନ୍ତାଧାରାର ସୃଷ୍ଟି କେବେ ଓ କେଉଁଠି ହୋଇଥିଲା ?
Answer:
1947ରେ ଆମେରିକାରେ ।

୬୭ । ସହରୀକରଣର ଯେକୌଣସି ଏକ ପ୍ରଭାବକୁ ଉଲ୍ଲେଖ କର ।
Answer:
ନୈତିକ ମୂଲ୍ୟବୋଧ ହ୍ରାସ ଓ ବସ୍ତିର ବିକାଶ ।

୬୮ । ସହରୀକରଣର ଏକ ମୁଖ୍ୟ କାରକର ନାମ ଲେଖ ।
Answer:
ଶିଳ୍ପୀକରଣ ।

୬୯ । ସହରୀକରଣର ଏକ ଲକ୍ଷଣ ଉଲ୍ଲେଖ କର ।
Answer:
ଔପଚାରିକ ସମ୍ପର୍କ

CHSE Odisha Class 12 Sociology Unit 5 Objective Questions in Odia Medium

୭୦ । ‘‘ସହରୀକରଣର ଅର୍ଥ ହେଉଛି ଗ୍ରାମରୁ ସହରକୁ ଲୋକମାନଙ୍କର ସ୍ଥାନାନ୍ତରଣ ଏବଂ ଏହି ସ୍ଥାନାନ୍ତରଣର ଭ୍ରମଣକାରୀଙ୍କ ଉପରେ ସେମାନଙ୍କର ପରିବାର ଓ ଗ୍ରାମରେ ଥ‌ିବା ଅନ୍ୟାନ୍ୟ ଲୋକମାନଙ୍କର ପ୍ରଭାବ ପଢ଼ିଥାଏ ।’? ଏହି ସଂଜ୍ଞାଟି କିଏ ପ୍ରଦାନ କରିଥିଲେ ?
Answer:
ପ୍ରଫେସର ଜି.ଏସ୍. ଘୁରେ ।

୭୧ । ଗ୍ରାମରୁ ସହରକୁ ଲୋକମାନଙ୍କର ଗତି, ସହରାଞ୍ଚଳର ବୃଦ୍ଧି, କୃଷି କାର୍ଯ୍ୟରୁ ଶିଳ୍ପ କାର୍ଯ୍ୟକୁ ଲୋକମାନଙ୍କର ଗତି ଏବଂ ଚିନ୍ତାଧାରା, ମୂଲ୍ୟବୋଧ ଓ ଜୀବନଶୈଳୀରେ ପରିବର୍ତ୍ତନକୁ କ’ଣ କୁହାଯାଏ ?
Answer:
ସହର।କରଣ

୭୨ । କେଉଁ ପ୍ରଧାନମନ୍ତ୍ରୀଙ୍କ ସମୟରେ ଭାରତରେ ଜଗତୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ?
Answer:
ପି.ଭି. ନରସିଂହ ରାଓ ।

୭୩ । ଭାରତରେ କେବେଠାରୁ ଜଗତୀକରଣ ପ୍ରକ୍ରିୟା ଆରମ୍ଭ ହେଲା ?
Answer:
1990 ଠାରୁ

୭୪ । ଜଗତୀକରଣ ପ୍ରକ୍ରିୟାର ଏକ ଉପକାରିତାକୁ ଦର୍ଶାଅ
Answer:
ଏହା ଦକ୍ଷତା ବୃଦ୍ଧିରେ ସହାୟକ ହୁଏ ।

୭୫ । ଜଗତୀକରଣର ଏକ ଲକ୍ଷଣ ଉଲ୍ଲେଖ କର ।
Answer:
ଏହା ଏକ ଜଟିଳ ପ୍ରକ୍ରିୟା ଅଟେ ।

୭୬ । ଜଗତୀକରଣ ପ୍ରକ୍ରିୟାର ଏକ ଲକ୍ଷ୍ୟକୁ ଦର୍ଶାଅ ।
Answer:
ଏକ ଆର୍ଥିକ ବ୍ୟବସ୍ଥାର ବିକାଶ ହେଉଛି ଜଗତୀକରଣର ଏକ ମୌଳିକ ଲକ୍ଷ୍ୟ ।

୭୭ | କିଏ ଜଗତୀକରଣ ପ୍ରକ୍ରିୟାର ପିତା ବା ଜନକ ରୂପେ ପରିଚିତ ଅଟନ୍ତି ?
Answer:
ରୋନାଲ୍ଡ ରବର୍ଟସନ୍

୭୮। କେଉଁ ବ୍ୟକ୍ତି ‘ବିଶ୍ବ ଗ୍ରାମ’ ସଂପ୍ରତ୍ୟୟକୁ ପ୍ରଥମେ ବ୍ୟବହାର କରିଥିଲେ ?
Answer:
ମାର୍ଶାଲ ମ୍ୟାକ୍‌ହାନ୍

୭୯। ଜଗତୀକରଣ ମୁଖ୍ୟତଃ ଏକ କେଉଁ ପ୍ରକ୍ରିୟାଭାବେ ପରିଚିତ ଅଟେ ?
Answer:
ଅର୍ଥନୈତିକ ପ୍ରକ୍ରିୟା ।

୮୦। ଭାରତରେ ଜଗତୀକରଣ ପ୍ରକ୍ରିୟା କେଉଁ ପ୍ରଧାନମନ୍ତ୍ରୀଙ୍କ ସମୟରେ ଆରମ୍ଭ ହୋଇଥିଲା ?
Answer:
ପି. ଭି. ନରସିଂହରାଓ

୮୧ ‘ଜଗତୀକରଣ’ ସାରା ବିଶ୍ୱକୁ କ’ଣ ଭାବେ ବିଚାର କରିଥାଏ ?
Answer:
‘ଏଜ ବକାର’

୮୨।ଜଗତୀକରଣ ଚିନ୍ତାଧାରାର ସୃଷ୍ଟି କେବେ ଓ କେଉଁଠି ହୋଇଥିଲା ?
Answer:
1947 ରେ ଆମେରିକାରେ ।

୮୩ । ଦେଶ ବା ଜାତୀୟ ବଜାରକୁ ବିଶ୍ବ ବଜାର ପାଇଁ ଉନ୍ମୁକ୍ତ ରଖୁବାର ପ୍ରକ୍ରିୟାକୁ କ’ଣ କୁହାଯାଏ ?
Answer:
ଜଗତୀକରଣ ବା ବିଶ୍ଵାୟନ (Globalization)

୮୪ । ଜଗତୀକରଣ ପ୍ରକ୍ରିୟାର ଏକ ଲକ୍ଷ୍ୟ ଦର୍ଶାଅ ।
Answer:
ଏକ ଆର୍ଥିକ ବ୍ୟବସ୍ଥାର ବିକାଶ ।

୮୫ । ଜଗତୀକରଣ ପ୍ରକ୍ରିୟାର ଏକ ଉପକାରିତାର ନାମ ଲେଖ ।
Answer:
ଏହା ଦକ୍ଷିତା ବୃଦ୍ଧି କରେ ।

୮୬ । ଭାରତରେ କେବେଠାରୁ ଜଗତୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ?
Answer:
1991 ଠାରୁ

୮୭ । ଗ୍ରାମରୁ ସହରକୁ ଲୋକମାନଙ୍କର ଗତି, ସହରାଞ୍ଚଳର ବୃଦ୍ଧି, କୃଷି କାର୍ଯ୍ୟରୁ ଶିଳ୍ପକାର୍ଯ୍ୟକୁ ଲୋକମାନଙ୍କର ଗତି ଏବଂ ଚିନ୍ତାଧାରା, ମୂଲ୍ୟବୋଧ ଓ ଜୀବନଶୈଳୀରେ ପରିବର୍ତ୍ତନ କ’ଣ କୁହାଯାଏ ?
ଉ- ସହରୀକରଣ (Urbanization)

୮୮ । ‘ସହରୀକରଣର ଅର୍ଥ ହେଉଛି ଗ୍ରାମରୁ ସହରକୁ ଲୋକମାନଙ୍କର ସ୍ଥାନାନ୍ତରଣ ଏବଂ ଏହି ସ୍ଥାନାନ୍ତରଣର ଭ୍ରମଣକାରୀଙ୍କ ଉପରେ ସେମାନଙ୍କର ପରିବାର ଓ ଗ୍ରାମରେ ଥ‌ିବା ଅନ୍ୟାନ୍ୟ ଲୋକମାନଙ୍କର ପ୍ରଭାବ ।’’ – ସହରୀକରଣ ଏହି ସଂଜ୍ଞାଟି କିଏ ପ୍ରଦାନ କରିଥିଲେ ?
Answer:
ପ୍ରଫେସର ଜି. ଏସ୍. ଘୁରେ (Prof. G.S. Ghurey)

୮୯ । ସହରୀକରଣର ଏକ ଲକ୍ଷଣର ନାମ ଲେଖ ।
Answer:
ଔପଚାରିକ ସମ୍ପର୍କ ।

CHSE Odisha Class 12 Sociology Unit 5 Objective Questions in Odia Medium

୯୦ । ସହରୀକରଣର ଏକ କାରଣର ନାମ ଲେଖ ।
Answer:
ଶିଳ୍ପୀକରଣ ।

୯୧ । ସହରୀକରଣର ଏକ ପ୍ରଭାବର ନାମ ଲେଖ ।
Answer:
ନୈତିକ ମୂଲ୍ୟବୋଧ ହ୍ରାସ ଓ ବସ୍ତିର ବିକାଶ ।

୯୨ । ‘ସହରୀକରଣ ହେଉଛି ସହରୀ ହେବାର ଏକ ପ୍ରକ୍ରିୟା, ସହର ଅଞ୍ଚଳକୁ ଲୋକମାନଙ୍କର ଗତି ଏବଂ ସହରାଞ୍ଚଳର ଜନସଂଖ୍ୟା ବୃଦ୍ଧି ।’’ – ଏହି ସଂଜ୍ଞାଟି କିଏ ପ୍ରଦାନ କରିଥିଲେ ?
Answer:
ଫେୟାର ଚାଇଲ୍‌

CHSE Odisha Class 12 Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

Odisha State Board CHSE Odisha Class 12 Foundation of Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା Questions and Answers.

CHSE Odisha 12th Class Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. କିଏ କହିଥିଲେ ‘‘ଜାତୀୟ ସଂହତି କେବଳ ନିହଣ ବା ହାତୁଡ଼ି ମାଧ୍ୟମରେ ହୁଏ ନାହିଁ । ଏହା କେବଳ ଶିକ୍ଷା ମାଧ୍ୟମରେ ଧୀରେ ଧୀରେ ବିକାଶଲାଭ କରିଥାଏ ।’
(i) ମହାତ୍ମା ଗାନ୍ଧି
(ii) ଗୋପବନ୍ଧୁ ଦାସ
(iii) ରବୀନ୍ଦ୍ରନାଥ
(iv) ରାଧାକ୍ରିଷ୍ଣନ୍
Answer:
(iv) ରାଧାକ୍ରିଷ୍ଣନ୍

2. କେଉଁଟି ଜାତୀୟ ସଂହତିର ପ୍ରତିବନ୍ଧକ ନୁହେଁ ?
(i) ସାମ୍ପ୍ରଦାୟିକତା
(ii) ଜାତୀୟ ଭାଷା
(iii) ବିଭିନ୍ନତା
(iv) ପ୍ରଚଳିତ ବହୁଭାଷା
Answer:
(ii) ଜାତୀୟ ଭାଷା

3. ଜାତୀୟ ସଂହତି ନିମିତ୍ତ ହୋଇଥିବା ଶିକ୍ଷା ପାଠ୍ୟକ୍ରମ ବିକାଶ କମିଟିର ଅଧ୍ୟକ୍ଷ କିଏ ଥିଲେ ?
(i) ଏସ୍. ରାଧାକ୍ରିଷ୍ଣନ୍
(ii) ଏସ୍. ମୁଦାଲିୟର
(iii) ଚିନ୍ମୟାନନ୍ଦ
(iv) ସମ୍ପୂର୍ଣ୍ଣାନନ୍ଦ
Answer:
(iv) ସମ୍ପୂର୍ଣ୍ଣାନନ୍ଦ

4. ଜାତୀୟ ସଂହତି ପାଇଁ କେଉଁଟି ଏକ ସହପାଠ୍ୟକ୍ରମ କାର୍ଯ୍ୟ ହୋଇପାରିବ ନାହିଁ ?
(i) ଜାତୀୟ ସଂହତି ଗାନ
(ii) ଏକ ଧର୍ମର ବିଶେଷତ୍ଵ ବର୍ଣ୍ଣନା
(iii) ପ୍ରାର୍ଥନା ଗାନ
(iv) ବିଭିନ୍ନ ସ୍ଥାନ ପରିଭ୍ରମଣ
Answer:
(iv) ବିଭିନ୍ନ ସ୍ଥାନ ପରିଭ୍ରମଣ

CHSE Odisha Class 12 Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

5. ବର୍ତ୍ତମାନ ଭାରତର ସମ୍ବିଧାନରେ କେତୋଟି ଭାଷା ସ୍ଥାନିତ ହୋଇଛି ?
(i) ୧୦
(ii) ୧୫
(iii) ୧୮
(iv) ୧୪
Answer:
(iii) ୧୮

6. ନଗର ବିଜ୍ଞାନ ଶିକ୍ଷାଦାନଦ୍ୱାରା କେଉଁ ମନୋଭାବର ଉଦ୍ରେକ ହେବ ?
(i) ଦେଶପ୍ରୀତି ଶିକ୍ଷା
(ii) ନାଗରିକତା ଶିକ୍ଷା
(iii) ରାଷ୍ଟ୍ରୀୟ ଚେତନା
(iv) ଏଥୁରୁ କେଉଁଟି ନୁହେଁ
Answer:
(ii) ନାଗରିକତା ଶିକ୍ଷା

7. ଜାତୀୟ ସଂହତି (National Integration) ପ୍ରତିଷ୍ଠା ପାଇଁ କାହାକୁ ମୁଖ୍ୟ ଅସ୍ତ୍ରରୂପେ ବ୍ୟବହାର କରାଯାଇପାରିବ ?
(i) ଧନ
(ii) ରାଜନୀତି
(iii) ଶିକ୍ଷା
(iv) କର୍ମତତ୍ପରତା
Answer:
(iii) ଶିକ୍ଷା

8. ନିମ୍ନୋକ୍ତ କେଉଁଟି ବିଦ୍ୟାଳୟରେ ଜାତୀୟ ମନୋଭାବ ସୃଷ୍ଟି କରିପାରିବନି ?
(i) ଜାତୀୟ ଦିବସ ପାଳନ
(ii) ଜାତୀୟ ନେତାଙ୍କର ଜନ୍ମଦିନ ପାଳନ
(iii) ସମାଜର ଗଣ୍ଡଗୋଳ ସମାଧାନ କରିବା
(iv) ଜାତୀୟ ଗଣ୍ଡଗୋଳ ସମାଧାନ କରିବା
Answer:
(iv) ଜାତୀୟ ଗଣ୍ଡଗୋଳ ସମାଧାନ କରିବା

9. ଦେଶର ଜାତୀୟ ସଂହତି ରକ୍ଷା କରିବା ପାଇଁ କେଉଁ ଉକ୍ତିଟି ଠିକ୍ ?
(i) ସମସ୍ତଙ୍କୁ ଏକ ଧର୍ମାବଲମ୍ବୀ କରାଇବା
(ii) ଗୋଟିଏ ଭାଷା ଉପରେ ପ୍ରାଧାନ୍ୟ ଦେବା
(iii) ସମସ୍ତଙ୍କ ମଧ୍ୟରେ ଐକ୍ୟ ଭାବନା ସୃଷ୍ଟି କରିବା
(iv) ଶାସନ ବ୍ୟବସ୍ଥାକୁ କେନ୍ଦ୍ରୀକରଣ କରିବା
Answer:
(iii) ସମସ୍ତଙ୍କ ମଧ୍ୟରେ ଐକ୍ୟ ଭାବନା ସୃଷ୍ଟି କରିବା

10. କେଉଁ ସ୍ତରରୁ ଜାତୀୟ ସଂହତିର ପାଠ ପଢ଼ାଯିବା ପାଇଁ ବ୍ୟବସ୍ଥା ହେବା ଆବଶ୍ୟକ ?
(i) ମାଧ୍ୟମିକ
(ii) ଉଚ୍ଚ ପ୍ରାଥମିକ
(iii) ବିଶ୍ଵବିଦ୍ୟାଳୟ
(iv) ପ୍ରାଥମିକ
Answer:
(iv) ପ୍ରାଥମିକ

11. ବିଶ୍ଵର ସମସ୍ତ ରାଷ୍ଟ୍ର ମଧ୍ୟରେ ଏକତ୍ଵ ଭାବ ଜାଗ୍ରତ କରିବାର ଉଦ୍ୟମକୁ କ’ଣ କୁହାଯାଏ ?
(i) ଜାତୀୟ ସଂହତି
(ii) ଆବେଗିକ ସଂହତି
(iii) ଆନ୍ତର୍ଜାତିକ ବୁଝାମଣା
(iv) ଧର୍ମଗତ ସହିଷ୍ଣୁତା
Answer:
(iii) ଆନ୍ତର୍ଜାତିକ ବୁଝାମଣା

12. ପୃଥିବୀର ସମସ୍ତ ନାଗରିକମାନଙ୍କୁ ସମାନ ସୁବିଧା ସୁଯୋଗ ଓ ଅଧିକାର ପ୍ରଦାନ କରାଯିବାପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ହେଉଛି ଆନ୍ତର୍ଜାତିକ ସଦ୍‌ଭାବର ଏକ –
(i) ସୁଚିନ୍ତିତ ଯୋଜନା
(ii) ମୌଳିକ ନୀତି
(iii) ଉପାୟ
(iv) ଆଦର୍ଶ
Answer:
(ii) ମୌଳିକ ନୀତି

13. ନିମ୍ନୋକ୍ତ କେଉଁଟି ଆନ୍ତର୍ଜାତିକ ଶିକ୍ଷାର ଏକ ଲକ୍ଷ୍ୟ ?
(i) ସହଯୋଗିତା ଗୁଣର ବିକାଶ
(ii) ପରସ୍ପର ପ୍ରତି ଅସୂୟାଭାବ ପ୍ରଦର୍ଶନ
(iii) ଅନ୍ୟ ଦେଶକୁ ଧମକ ଦେବା
(iv) ଆନ୍ତର୍ଜାତିକ ବୁଝାମଣା ପ୍ରତି ବେଖାତିର ଭାବ
Answer:
(i) ସହଯୋଗିତା ଗୁଣର ବିକାଶ

14. ଆନ୍ତର୍ଜାତିକ ସଦ୍‌ଭାବ କହିଲେ ଆମେ କ’ଣ ବୁଝୁ ?
(i) ନିଜକୁ ନିଜ ପ୍ରଦେଶର ନାଗରିକ ବୋଲି ଭାବିବା
(ii) ଜାତୀୟ ସଂହତି ପ୍ରତିଷ୍ଠା ପାଇଁ ପ୍ରୟାସ କରିବା
(iii) ନିଜକୁ ପୂର୍ବାଞ୍ଚଳର ଅଧିବାସୀ ବୋଲି ଭାବିବା
(iv) ନିଜକୁ ସମଗ୍ର ବିଶ୍ବର ନାଗରିକ ବୋଲି ଭାବିବା
Answer:
(iv) ନିଜକୁ ସମଗ୍ର ବିଶ୍ବର ନାଗରିକ ବୋଲି ଭାବିବା

CHSE Odisha Class 12 Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

15. ନିମ୍ନୋକ୍ତ ଆନ୍ତର୍ଜାତିକ ସଦ୍‌ଭାବନା ପ୍ରତିଷ୍ଠା ନିମିତ୍ତ ବିଦ୍ୟାଳୟର କେଉଁଟି ଗୋଟିଏ ଶୈକ୍ଷିକ କାର୍ଯ୍ୟକ୍ରମ ?
(i) ଜାତିସଂଘ ପ୍ରତିଷ୍ଠା ଦିବସ ପାଳନ
(ii) ଜାତୀୟ ଦିବସ ପାଳନ
(iii) ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ
(iv) ସନ୍ଥମାନଙ୍କୁ ସମ୍ମାନ ପ୍ରଦର୍ଶନ
Answer:
(i) ଜାତିସଂଘ ପ୍ରତିଷ୍ଠା ଦିବସ ପାଳନ

16. ‘ଆନ୍ତର୍ଜାତିକ ସଦ୍‌ଭାବନା ପ୍ରତିଷ୍ଠା ପାଇଁ ବିଭିନ୍ନ ଦେଶମାନଙ୍କର ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ର ଓ ଅଧ୍ୟାପକଙ୍କର ବହୁସଂଖ୍ୟାରେ ବିନିମୟ ହେବା ଦରକାର’ ବୋଲି କିଏ ମତପ୍ରଦାନ କରିଥିଲେ ?
(i) ଆବେଗିକ କମିଟି
(ii) UNESCO
(iii) UNICEF
(iv) DPEP କର୍ତ୍ତୃପକ୍ଷ
Answer:
(ii) UNESCO

17. ‘‘ଆନ୍ତର୍ଜାତିକ ବୁଝାମଣା ଏକ ଭାବନା ବା ଧାରଣା ଯାହାଦ୍ୱାରା ବ୍ୟକ୍ତି ନିଜକୁ ନିଜ ରାଷ୍ଟ୍ରର ସଦସ୍ୟ ନ ଭାବି ନିଜକୁ ବିଶ୍ବର ଜଣେ ସଦସ୍ୟ ବୋଲି ଭାବିଥାଏ ।’’ ଏ ଉକ୍ତିଟି କାହାର ?
(i) ଓଲିଭର ଗୋଲ୍ଡସ୍ମିଥ୍
(ii) ଅଗଷ୍ଟ କମ୍‌
(iii) ଋଷୋ
(iv) ମହାତ୍ମା ଗାନ୍ଧି
Answer:
(i) ଓଲିଭର ଗୋଲ୍ଡସ୍ମିଥ୍

18. ଆନ୍ତର୍ଜାତିକ ବୁଝାମଣାର ଗୋଟିଏ ଆବଶ୍ୟକତା ହେଉଛି –
(i) ଦେଶର ବିଭିନ୍ନ ଅଞ୍ଚଳର ଏକତ୍ରୀକରଣ
(iii) ପ୍ରାଦେଶିକ ମନୋଭାବର ନିୟନ୍ତ୍ରଣ
(ii) ବିଶ୍ୱଯୁଦ୍ଧଗୁଡ଼ିକୁ ଏଡ଼େଇବା ପାଇଁ ପ୍ରୟାସ
(iv) ଜାତୀୟ ସଦ୍‌ଭାବନା ସୃଷ୍ଟି
Answer:
(iii) ପ୍ରାଦେଶିକ ମନୋଭାବର ନିୟନ୍ତ୍ରଣ

B. ଶୂନ୍ୟସ୍ଥାନ ପୂରଣ କର ।

1. ବିଭିନ୍ନ ତାରତମ୍ୟ ମଧ୍ୟରେ ଦେଶର ଏକତା ଭାବନାକୁ ___________ କୁହାଯାଏ ।
Answer:
ଜାତୀୟ ସଂହତି

2. ଜାତୀୟ ସଂହତି ପ୍ରତିଷ୍ଠାରେ ଜାତିପ୍ରଥା ଏକ ___________ ଅଟେ ।
Answer:
ପ୍ରତିବନ୍ଧକ

3. ଶିକ୍ଷାର୍ଥୀମାନଙ୍କୁ ଜାତୀୟ ଜୀବନସ୍ରୋତରେ ସାମିଲ କରିବା ଜାତୀୟ ସଂହତିର ଏକ ___________ ଅଟେ ।
Answer:
ଲକ୍ଷ୍ୟ

4. ଜାତୀୟ ସଂଗୀତ ଗାନଦ୍ୱାରା ଆମ ମନରେ ___________ ଭାବ ଜାଗ୍ରତ ହୁଏ ।
Answer:
ଆୟୋଗମ୍କ ସଂହତି

5. ଜାତୀୟ ସଂହତି ପ୍ରତିଷ୍ଠା ପାଇଁ ___________ କୁ ମୁଖ୍ୟ ଅସ୍ତ୍ରରୂପେ ବ୍ୟବହାର କରାଯାଇପାରିବ ।
Answer:
ଶିକ୍ଷା

6. ଜାତୀୟ ସଂହତି ନିମନ୍ତେ ___________ କମିଟି ପ୍ରସ୍ତାବିତ ହୋଇଥିଲା ।
Answer:
ସଂପୂର୍ଣ୍ଣାନନଦ

7. ଜାତୀୟ ସଂହତି ନିମନ୍ତେ ସଂପୂର୍ଣ୍ଣାନନ୍ଦ କମିଟି ___________ ମସିହାରେ ଗଠିତ ହୋଇଥିଲା ।
Answer:
୧୯୬୧

8. ୧୯୫୦ ମସିହାରେ ଭାରତକୁ ଏକ ___________ ରାଷ୍ଟ୍ରରୂପେ ଘୋଷଣା କରାଗଲା ।
Answer:
ସାଧାରଣତନ୍ତ୍ର

9. ଦେଶରେ ଥିବା ବିଭିନ୍ନତା ମଧ୍ୟରେ ଏକତା ମନୋଭାବକୁ ___________ କୁହାଯାଏ ।
Answer:
ଜାତୀୟ ସଂହତି

10. ଜାତୀୟ ସଂହତିର ଶ୍ରେଷ୍ଠ ଉପାଦାନଟି ___________ ।
Answer:
ଶିକ୍ଷା

11. ‘‘ଆନ୍ତର୍ଜାତିକ ବୁଝାମଣା ଏକ ଭାବନା ବା ଧାରଣା ଯାହାଦ୍ୱାରା ବ୍ୟକ୍ତି ନିଜକୁ ନିଜ ଦେଶର ନାଗରିକ ନ ଭାବି ସମଗ୍ର ବିଶ୍ଵର ସଦସ୍ୟ ବୋଲି ଭାବିଥାଏ’’ ___________ ଏହା ___________ କହିଥିଲେ ।
Answer:
ଓଲିଭର ଗୋଲ୍ଡସ୍ମିଥ୍

12. ‘ବିଶ୍ୱଯୁଦ୍ଧକୁ ଦୂରେଇଦେବା’, ଆନ୍ତର୍ଜାତିକ ସଦ୍‌ଭାବନାର ___________ ଅଟେ ।
Answer:
ଆବଶ୍ୟକତା

CHSE Odisha Class 12 Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

13. ___________ ମାଧ୍ୟମରେ ସମଗ୍ର ବିଶ୍ବରେ ଐକ୍ୟ ପ୍ରତିଷ୍ଠା ସମ୍ଭବପର ହୋଇପାରିବ ।
Answer:
ଆନ୍ତର୍ଜାତିକ ବୁଝାମଣା

14. ‘ସହଯୋଗିତା ଗୁଣର ବିକାଶ କରିବା’ ଏହା ଆନ୍ତର୍ଜାତିକ ବୁଝାମଣାର ମୁଖ୍ୟ ___________ ଅଟେ ।
Answer:
ଉଦ୍ଦେଶ୍ୟ

15. ଜାତିସଂଘ ଦିବସ ପାଳନ କରିବାଦ୍ୱାରା ମନରେ ___________ ଜାଗ୍ରତ ହୋଇଥାଏ ।
Answer:
ଆନ୍ତର୍ଜାତିକ ସଦ୍‌ଭାବନା

C. ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ଗାନ୍ଧି କହିଥିଲେ, “ଜାତୀୟ ସଂହତି କେବଳ ନିହଣ ବା ହାତୁଡ଼ି ମାଧ୍ୟମରେ ହୁଏ ନାହିଁ, ଏହା କେବଳ ଶିକ୍ଷା ମାଧ୍ୟମରେ ଧୀରେ ଧୀରେ ବିକାଶଲାଭ କରିଥାଏ ।’
Answer:
ରାଧାକ୍ରିଷ୍ଣନ୍ କହିଥିଲେ, “ଜାତୀୟ ସଂହତି କେବଳ ନିହଣ ବା ହାତୁଡ଼ି ମାଧ୍ୟମରେ ହୁଏ ନାହିଁ, ଏହା କେବଳ ଶିକ୍ଷା ମାଧ୍ୟମରେ ଧୀରେ ଧୀରେ ବିକାଶଲାଭ କରିଥାଏ ।’’

2. ଶିକ୍ଷା ଜାତୀୟ ସଂହତିର ପ୍ରଧାନ ପ୍ରତିବନ୍ଧକ ।
Answer:
ସାମ୍ପ୍ରଦାୟିକତା ଜାତୀୟ ସଂହତିର ପ୍ରଧାନ ପ୍ରତିବନ୍ଧକ ।

3. ଜାତୀୟ ସଂହତି ନିମିତ୍ତ ଗଠିତ ହୋଇଥିବା ଶିକ୍ଷା ପାଠ୍ୟକ୍ରମ ବିକାଶ କମିଟିର ଅଧ୍ୟକ୍ଷ ଥିଲେ ଏସ୍. ରାଧାକ୍ରିଷ୍ଣନ୍ ।
Answer:
ଜାତୀୟ ସଂହତି ନିମିତ୍ତ ଗଠିତ ହୋଇଥିବା ଶିକ୍ଷା ପାଠ୍ୟକ୍ରମ ବିକାଶ କମିଟିର ଅଧ୍ୟକ୍ଷ ଥିଲେ ସମ୍ପୂର୍ଣ୍ଣାନନ୍ଦ ।

4. ଜାତୀୟ ସଂହତି ପାଇଁ ଜାତୀୟ ସଙ୍ଗୀତ ଗାନ ଏକ ସହପାଠ୍ୟକ୍ରମ କାର୍ଯ୍ୟ ହୋଇପାରିବ ନାହିଁ ।
Answer:
ଜାତୀୟ ସଂହତି ପାଇଁ ଜାତୀୟ ସଙ୍ଗୀତ ଗାନ ଏକ ସହପାଠ୍ୟକ୍ରମ କାର୍ଯ୍ୟ ହୋଇପାରିବ ।

5. ନଗର ବିଜ୍ଞାନ ଶିକ୍ଷାଦାନଦ୍ୱାରା ରାଷ୍ଟ୍ରଚେତନା ମନୋଭାବର ଉଦ୍ରେକ ହେବ ।
Answer:
ନଗର ବିଜ୍ଞାନ ଶିକ୍ଷାଦାନଦ୍ୱାରା ନାଗରିକତା ଶିକ୍ଷା ମନୋଭାବର ଉଦ୍ରେକ ହେବ ।

6. ଦେଶରେ ଥିବା ବିଭିନ୍ନତା ମଧ୍ୟରେ ଐକ୍ୟ ପ୍ରତିଷ୍ଠାକୁ ଆନ୍ତର୍ଜାତିକ ବୁଝାମଣା କୁହାଯାଏ ।
Answer:
ଦେଶରେ ଥିବା ବିଭିନ୍ନତା ମଧ୍ୟରେ ଐକ୍ୟ ପ୍ରତିଷ୍ଠାକୁ ଜାତୀୟ ସଂହତି କୁହାଯାଏ ।

7. ବିଶ୍ବଯୁଦ୍ଧଗୁଡ଼ିକୁ ଏଡ଼ାଇଦେବା, ଆନ୍ତର୍ଜାତିକ ସଦ୍‌ଭାବନା ସୃଷ୍ଟି ଦିଗରେ ପ୍ରତିବନ୍ଧକ ଅଟେ ।
Answer:
ବିଶ୍ବଯୁଦ୍ଧଗୁଡ଼ିକୁ ଏଡ଼ାଇଦେବା, ଆନ୍ତର୍ଜାତିକ ସଦ୍‌ଭାବନା ସୃଷ୍ଟି ଦିଗରେ ଆବଶ୍ୟକତା ଅଟେ ।

8. ବିଶ୍ବର ସମସ୍ତ ରାଷ୍ଟ୍ର ମଧ୍ୟରେ ଐକ୍ୟଭାବ ସୃଷ୍ଟି କରିବାକୁ ଜାତୀୟ ସଂହତି କୁହାଯାଏ ।
Answer:
ବିଶ୍ବର ସମସ୍ତ ରାଷ୍ଟ୍ର ମଧ୍ୟରେ ଐକ୍ୟଭାବ ସୃଷ୍ଟି କରିବାକୁ ଆନ୍ତର୍ଜାତିକ ସଦ୍‌ଭାବ କୁହାଯାଏ ।

9. ‘ସହଯୋଗିତା ଗୁଣର ବିକାଶ’ ଏହା ଜାତୀୟ ସଂହତିର ଗୋଟିଏ ଲକ୍ଷ୍ୟ ।
Answer:
‘ସହଯୋଗିତା ଗୁଣର ବିକାଶ’ ଏହା ଆନ୍ତର୍ଜାତିକ ସଦ୍‌ଭାବନାର ଏକ ଲକ୍ଷ୍ୟ ।

10. ଜାତିସଂଘ ପ୍ରତିଷ୍ଠା ଦିବସ ପାଳନ କରିବା ଫଳରେ ଜାତୀୟ ସଂହତି ସୃଷ୍ଟି ହୁଏ ।
Answer:
ଜାତିସଂଘ ପ୍ରତିଷ୍ଠା ଦିବସ ପାଳନ କରିବା ଫଳରେ ଆନ୍ତର୍ଜାତିକ ସଦ୍‌ଭାବନା ସୃଷ୍ଟି ହୁଏ ।

11. UNICEF ମତରେ, “ଆନ୍ତର୍ଜାତିକ ବୁଝାମଣା ପାଇଁ ବିଭିନ୍ନ ଦେଶର ଶିକ୍ଷାର୍ଥୀ ଓ ଶିକ୍ଷକମାନଙ୍କ ମଧ୍ୟରେ ବ୍ୟାପକ ବିନିମୟ ହେବା ଉଚିତ ।’’
Answer:
UNESCO ମତରେ, “ଆନ୍ତର୍ଜାତିକ ବୁଝାମଣା ପାଇଁ ବିଭିନ୍ନ ଦେଶର ଶିକ୍ଷାର୍ଥୀ ଓ ଶିକ୍ଷକମାନଙ୍କ ମଧ୍ୟରେ ବ୍ୟାପକ ବିନିମୟ ହେବା
ଉଚିତ ।’’

12. ଆନ୍ତର୍ଜାତିକ ସଭାବ କହିଲେ ଆମେ ନିଜକୁ ନିଜ ଦେଶର ନାଗରିକ ବୋଲି ବୁଝିଥାଉ ।
Answer:
ଆନ୍ତର୍ଜାତିକ ସଭାବ କହିଲେ ଆମେ ନିଜକୁ ସମଗ୍ର ବିଶ୍ବର ସଦସ୍ୟ ବୋଲି ବୁଝିଥାଉ ।

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

1. ଜାତୀୟ ସଂହତି କ’ଣ ?
Answer:
ବିଭିନ୍ନତା ମଧ୍ୟରେ ଏକତାର ସୃଷ୍ଟିକୁ ଜାତୀୟ ସଂହତି କୁହାଯାଏ ।

2. ଶିକ୍ଷାଦ୍ବାରା ଜାତୀୟ ସଂହତି କିପରି ରକ୍ଷା କରାଯାଇପାରିବ ?
Answer:
ଶିକ୍ଷାଦ୍ବାରା ଶିକ୍ଷାର୍ଥୀର ମନରେ ଜାତୀୟତାବୋଧ, ଭାବାତ୍ମକ ଏକତା, ପରସ୍ପର ପ୍ରତି ସହଯୋଗିତା ଓ ଆବେଗିକ ସଂହତି ଅଣାଯାଇପାରିବ ।

3. ଜାତୀୟ ସଂହତି ପ୍ରତିଷ୍ଠା କ୍ଷେତ୍ରରେ ଗୋଟିଏ ପ୍ରତିବନ୍ଧକ ଲେଖ ।
Answer:
ଜାତିଆଣ ମନୋଭାବ/ଧର୍ମାନ୍ଧତା ଜାତୀୟ ସଂହତିର ପ୍ରଧାନ ପ୍ରତିବନ୍ଧକ ଅଟେ ।

4. ଜାତୀୟ ସଂହତିର ଆବଶ୍ୟକତା ମଧ୍ୟରୁ ଗୋଟିଏ ଉଲ୍ଲେଖ କର ।
Answer:
ଶାନ୍ତିରେ କାଳାତିପାତ କରିବାପାଇଁ ଜାତୀୟ ସଂହତିର ଆବଶ୍ୟକତା ରହିଛି ।

CHSE Odisha Class 12 Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

5. ଜାତୀୟ ସଂହତିର ଶ୍ରେଷ୍ଠ ଉପାଦାନ କ’ଣ ?
Answer:
ଜାତୀୟ ସଂହତିର ଶ୍ରେଷ୍ଠ ଉପାଦାନ ହେଉଛି ଶିକ୍ଷା ।

6. ଜାତୀୟ ସଂହତିର ଦୁଇଟି ଶୈକ୍ଷିକ କାର୍ଯ୍ୟ ଉଲ୍ଲେଖ କର ।
Answer:
ମହାପୁରୁଷଙ୍କ ଜୀବନୀ ଅଧ୍ୟୟନ ଏବଂ ପରିଭ୍ରମଣ ହେଉଛି ଜାତୀୟ ସଂହତିର ଦୁଇଟି ଶୈକ୍ଷିକ ଉପାଦାନ ।

7. ଜାତୀୟ ସଂହତି ପାଇଁ କେବେ କେଉଁ କମିଟି ସୁପାରିସ କରିଥିଲେ ?
Answer:
ଜାତୀୟ ସଂହତି ପାଇଁ ୧୯୬୧ ମସିହାରେ ସଂପୂର୍ଣ୍ଣାନନ୍ଦ କମିଟି ସୁପାରିସ କରିଥିଲେ ।

8. ଜାତୀୟ ସଂହତି ଦୃଷ୍ଟିରୁ ଶିକ୍ଷାର୍ଥୀଙ୍କୁ କିପରି ଅନୁପ୍ରାଣିତ କରିବା ଉଚିତ ?
Answer:
ଜାତୀୟ ସଂହତି ଦୃଷ୍ଟିରୁ ଶିକ୍ଷାର୍ଥୀଙ୍କୁ ଆବେଗିକ ସଂହତିର ଭାବାର୍ଥରେ ଅନୁପ୍ରାଣିତ କରିବା ଉଚିତ ।

9. ଜାତୀୟ ସଂହତି ଦୃଷ୍ଟିରୁ ଶିକ୍ଷା କେଉଁ କେଉଁ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ?
Answer:
ଜାତୀୟ ସଂହତି ଦୃଷ୍ଟିରୁ ଶିକ୍ଷା ଶିକ୍ଷାର୍ଥୀମାନଙ୍କର ଜାତିପ୍ରୀତି, ବ୍ୟକ୍ତିତ୍ଵ, ଦାୟିତ୍ବବୋଧତା, ସମୟାନୁବର୍ତ୍ତିତା ଓ କର୍ତ୍ତବ୍ୟପରାୟଣତା ଇତ୍ୟାଦି ଗୁଣାବଳୀର ବିକାଶ ପାଇଁ ଧ୍ୟାନ ଦେବା ଉଚିତ ।

10. ଜାତୀୟ ସଂହତିର ସୁରକ୍ଷା ଦିଗରେ ବିଦ୍ୟାଳୟର କାର୍ଯ୍ୟକ୍ରମରୁ ଦୁଇଟି ଉଲ୍ଲେଖ କର ।
Answer:
ଜାତୀୟ ସଂହତିର ସୁରକ୍ଷା ନିମନ୍ତେ ସ୍ଵାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ, ଶିକ୍ଷକ ଦିବସ, ଶିକ୍ଷାର୍ଥୀ ଦିବସ, ମହାପୁରୁଷଙ୍କ ଜୟନ୍ତୀ ପାଳନ, ସହପାଠ୍ୟକ୍ରମରେ ଅଂଶଗ୍ରହଣ ଇତ୍ୟାଦି ବିଦ୍ୟାଳୟ କାର୍ଯ୍ୟକ୍ରମ ରହିଛି ।

11. ଜାତୀୟ ଦିବସ କାହିଁକି ପାଳନ କରାଯାଏ ?
Answer:
ଶିକ୍ଷାର୍ଥୀଙ୍କ ମନରେ ଜାତୀୟ ଚେତନା ସୃଷ୍ଟି ପାଇଁ ଜାତୀୟ ଦିବସ ପାଳନ କରାଯାଏ ।

12. ବିଦ୍ୟାଳୟ ପୋଷାକ କାହିଁକି ପ୍ରଚଳିତ ?
Answer:
ଶିକ୍ଷାର୍ଥୀଙ୍କ ମନରେ ଏକତ୍ଵ ଭାବ ବା ଜାତୀୟତା ଭାବ ସୃଷ୍ଟି ପାଇଁ ବିଦ୍ୟାଳୟ ପୋଷାକ ପ୍ରଚଳିତ ।

13. ବିଦ୍ୟାଳୟରେ ଜାତୀୟ ସଂହତି ଉଦ୍ରେକ ନିମନ୍ତେ ଅନୁସୃତ ଗୋଟିଏ | ଦୁଇଟି ସହପାଠ୍ୟକ୍ରମର ଉଦାହରଣ ଦିଅ ।
Answer:
ବିଦ୍ୟାଳୟରେ ପରିଭ୍ରମଣ ଓ ଆଲୋଚନାଚକ୍ର/ଜାତୀୟ ଦିବସ ପାଳନ ଏବଂ ସମାଜସେବା ପ୍ରଭୃତି ସହପାଠ୍ୟକ୍ରମ ଜାତୀୟ ସଂହତି ଉଦ୍ରେକ ନିମନ୍ତେ ସାହାଯ୍ୟ କରେ ।

14. ୧୯୬୧ ମସିହାରେ ଭାରତ ସରକାରଙ୍କଦ୍ଵାରା ନିଯୁକ୍ତ ଜାତୀୟତା ଭାବନାତ୍ମକ ସଂହତି କମିଟିର ଅଧ୍ୟକ୍ଷ କିଏ ଥିଲେ ?
Answer:
୧୯୬୧ ମସିହାରେ ଭାରତ ସରକାରଙ୍କଦ୍ୱାରା ନିଯୁକ୍ତ ଜାତୀୟତା ଭାବନାତ୍ମକ ସଂହତି କମିଟିର ଅଧ୍ୟକ୍ଷ ଡ. ସମ୍ପର୍ଣ୍ଣାନନ୍ଦ ଥିଲେ ।

15. ଜାତୀୟ ସଙ୍ଗୀତ ଗାନଦ୍ଵାରା ମନରେ କେଉଁ ଭାବ ଜାଗ୍ରତ ହୁଏ ?
Answer:
ଜାତୀୟ ସଙ୍ଗୀତ ଗାନଦ୍ଵାରା ମନରେ ଜାତୀୟତା ଭାବ ବା ଜାତୀୟ ସଂହତି ସୃଷ୍ଟି ହୁଏ ।

16. ଆନ୍ତର୍ଜାତିକ ସଦ୍‌ଭାବ କହିଲେ କ’ଣ ବୁଝାଏ ?
Answer:
ଯାହା ମାଧ୍ୟମରେ ସମଗ୍ର ବିଶ୍ଵରେ ଐକ୍ୟ ପ୍ରତିଷ୍ଠା କରାଯାଏ, ତାହାକୁ ଆନ୍ତର୍ଜାତିକ ସଦ୍‌ଭାବ କୁହାଯାଏ ।

CHSE Odisha Class 12 Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

17. ଆନ୍ତର୍ଜାତିକ ସଭାବ ପ୍ରତିଷ୍ଠାର ଗୋଟିଏ ଆବଶ୍ୟକତା ଲେଖ ।
Answer:
ଦେଶ-ଦେଶ, ଜାତି-ଜାତି ମଧ୍ୟରେ ଯେଉଁ ବିବାଦ, କଳହ, ରକ୍ତପାତ ଓ ମତାନ୍ତର ସୃଷ୍ଟି ହେଉଛି ତାହାର ନିରାକରଣ ନିମନ୍ତେ ଆନ୍ତର୍ଜାତିକ ସଦ୍‌ଭାବ ପ୍ରତିଷ୍ଠାର ଆବଶ୍ୟକତା ରହିଛି ।

18. ଆନ୍ତର୍ଜାତିକ ସଦ୍‌ଭାବର ଗୋଟିଏ ମୁଖ୍ୟ ଉଦ୍ଦେଶ୍ୟ ଲେଖ ।
Answer:
ଆନ୍ତର୍ଜାତିକ ସଦ୍‌ଭାବର ଗୋଟିଏ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମନୁଷ୍ୟ ମଧ୍ୟରେ ପରସ୍ପର ପ୍ରତି ସହଯୋଗିତା ଗୁଣର ବିକାଶ କରିବା ।

19. ଆନ୍ତର୍ଜାତିକ ସଦ୍‌ଭାବ ସୃଷ୍ଟି ନିମିତ୍ତ ବିଦ୍ୟାଳୟର ଗୋଟିଏ ଶୈକ୍ଷିକ କାର୍ଯ୍ୟକ୍ରମ ଉଲ୍ଲେଖ କର ।
Answer:
ବିଦ୍ୟାଳୟଗୁଡ଼ିକରେ ରେଡକ୍ରସ ଦିବସ, ଜାତିସଂଘ ପ୍ରତିଷ୍ଠା ଦିବସ, ବିଶ୍ୱଶାନ୍ତି ପ୍ରତିଷ୍ଠା ଦିବସ ଭଳି ଅନ୍ତଃରାଷ୍ଟ୍ରୀୟ ଦିବସ ଆଦି ପାଳନ କରିବା ଆନ୍ତର୍ଜାତିକ ସଦ୍‌ଭାବ ସୃଷ୍ଟି ଦିଗରେ ସହାୟତା କରିଥାଏ ।

20. ଆନ୍ତର୍ଜାତିକ ବୁଝାମଣାର ଏକ ମୌଳିକ ନୀତି ଉଲ୍ଲେଖ କର ।
Answer:
ଆନ୍ତର୍ଜାତିକ ବୁଝାମଣାର ଏକ ମୌଳିକ ନୀତି ହେଉଛି ପୃଥିବୀର ସମସ୍ତ ନାଗରିକମାନଙ୍କୁ ସମାନ ସୁବିଧା ସୁଯୋଗ ଓ ଅଧିକାର ପ୍ରଦାନ କରିବାପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ଜାତୀୟ ସଂହତିର ଆବଶ୍ୟକତା କ’ଣ ?
Answer:
ଜାତୀୟ ସଂହତିର ଆବଶ୍ୟକତା :
(i) ଜାତୀୟ ଏକତା ବୃଦ୍ଧିକରି ଏକ ସୁସ୍ଥ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ରାଷ୍ଟ୍ର ଗଠନ କରିବା ।
(ii) ଦେଶରେ ବସବାସ କରୁଥିବା ଲୋକମାନଙ୍କ ମଧ୍ୟରୁ ଜାତି, ଧର୍ମ ଓ ବର୍ଣ୍ଣ ଉପରେ ଆଧାରିତ ଭେଦଭାବ ଦୂର କରିବା ।
(iii) ନିଜ ଦେଶକୁ ବାହ୍ୟଶତ୍ରୁ ଆକ୍ରମଣରୁ ରକ୍ଷା କରିବା ।
(iv) ଏକ ସୁସ୍ଥ, ଶାନ୍ତି ଓ ସୁଖମୟ ଜୀବନଯାପନ ପ୍ରଣାଳୀରେ ସହାୟକ ହେବା ।
(v) ଜାତୀୟ ସଂସ୍କୃତି, ଭାଷା ଓ ସାହିତ୍ୟର ଉନ୍ନତି ସାଧନ କରିବା ।

2. ଜାତୀୟ ସଂହତି ରକ୍ଷାର ଦୁଇଟି ପ୍ରତିବନ୍ଧକ ଲେଖ ।
Answer:
ଜାତୀୟ ସଂହତି ରକ୍ଷାର ଦୁଇଟି ମୁଖ୍ୟ ପ୍ରତିବନ୍ଧକ ହେଉଛି :
(i) ଭାଷାଗତ ବିରୋଧ – ଭାରତରେ ବିଭିନ୍ନ ଭାଷାଭାଷୀ ଲୋକ ରହୁଥିବାରୁ ବେଳେବେଳେ ଏ ନେଇ ଦେଶର ସଂହତି ପ୍ରତି ବିପଦ ସୃଷ୍ଟି ହୋଇଥାଏ । ଅତୀତରେ ହିନ୍ଦୀକୁ ରାଷ୍ଟ୍ରଭାଷାର ମାନ୍ୟତା ଦେବାଲାଗି ବିରୋଧାଭାସ ଉଠିଥିଲା ।
(ii) ଧର୍ମଗତ ପାର୍ଥକ୍ୟ ବା ଧର୍ମାନ୍ଧତା – ଭାରତ ବିଭିନ୍ନ ଧର୍ମର ଲୋକଙ୍କୁ ସମଭାବରେ ଆଶ୍ରୟ ଦେଇଥିଲେ ମଧ୍ୟ ବେଳେବେଳେ ଉଚ୍ଚ ଧାର୍ମିକ ମନୋଭାବ ବା ଧର୍ମଗତ ମତପାର୍ଥକ୍ୟ ଯୋଗୁଁ ଦେଶକୁ ବହୁମୂଲ୍ୟ ଦେବାକୁ ପଡ଼ିଥାଏ । ତେଣୁ ଏହାଦ୍ଵାରା ଜାତୀୟ ସଂହତି ବହୁମାତ୍ରାରେ ବାଧା ପାଇଥାଏ ।

3. ଜାତୀୟ ସଂହତି ସୃଷ୍ଟି କରୁଥିବା ଦୁଇଟି ଉପାଦାନ ଲେଖ ।
Answer:
ଜାତୀୟ ସଂହତି ସୃଷ୍ଟିକାରୀ ଦୁଇଟି ମୁଖ୍ୟ ଉପାଦାନ :
(i) ଜାତୀୟ ଦିବସ ପାଳନ ।
(ii) ସ୍ଵାଧୀନତା ସଂଗ୍ରାମୀଙ୍କ ଜୀବନୀ ଅଧ୍ୟୟନ ।

4. ଯେକୌଣସି ଗୋଟିଏ ପାଠ୍ୟକ୍ରମର ଉଦାହରଣ ଦେଇ ତାହାଦ୍ୱାରା ଜାତୀୟ ସଂହତି କିପରି ବୃଦ୍ଧି କରାଯାଇପାରିବ ଲେଖ ।
Answer:
ନଗର ବିଜ୍ଞାନ (Civics) ଅଧ୍ୟୟନ ଶିକ୍ଷାର୍ଥୀମାନଙ୍କ ମନରେ ଜାତୀୟ ସଂହତି ସୃଷ୍ଟି କରିଥାଏ । ଏହା ସେମାନଙ୍କୁ ନାଗରିକର ଦାୟିତ୍ୱ, କର୍ତ୍ତବ୍ୟ ଏବଂ ଅଧିକାର ବିଷୟରେ ସଚେତନ କରିଥାଏ ଓ ଜାତୀୟ ସଂହତି ବୃଦ୍ଧିରେ ସହାୟକ ହୋଇଥାଏ ।

5. ଜାତୀୟ ସଂହତିର ଲକ୍ଷ୍ୟ କ’ଣ ?
Answer:
ଜାତୀୟ ସଂହତିର ଲକ୍ଷ୍ୟ
(i) ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ପ୍ରଦାନ କରିବା ।
(ii) ଏକ ସୁସ୍ଥ ଶକ୍ତିଶାଳୀ ରାଷ୍ଟ୍ର ଗଠନ ପାଇଁ ଦୃଢ଼ପରିକର ହେବା ।

6. ସମ୍ପୂର୍ଣ୍ଣାନନ୍ଦ କମିଟିଙ୍କ ମତରେ ଜାତୀୟ ସଂହତି କିପରି ଉଦ୍ରେକ କରାଯାଇପାରିବ ?
Answer:
୧୯୬୧ ମସିହାରେ ସମ୍ପୂର୍ଣାନନ୍ଦ କମିଟି ଗଠିତ ହୋଇଥିଲା । ଏହି କମିଟି ମତରେ ଶିକ୍ଷାଦ୍ବାରା ଛାତ୍ରଛାତ୍ରୀମାନଙ୍କର ବ୍ୟକ୍ତିତ୍ଵ, ଐକ୍ୟଭାବ, ସହନଶୀଳତା ମନୋଭାବର ବିକାଶ ସାଧନ କରାଯାଇପାରିବ ।

7. ଜାତୀୟ ସଂହତି ବିକାଶ ପାଇଁ ଯେଉଁ କମିଟିଗୁଡ଼ିକ ଶିକ୍ଷା ଉପରେ ଗୁରୁତ୍ଵ ଦେଇଛନ୍ତି, ସେମାନଙ୍କ ମଧ୍ୟରୁ ଦୁଇଟି କମିଟିର ନାମ ଲେଖ ।
Answer:
୧୯୬୧ ମସିହାରେ ସମ୍ପୂର୍ଣ୍ଣାନନ୍ଦ କମିଟି ଓ ୧୯୬୪-୬୬ ମସିହାର କୋଠାରୀ କମିଶନ ଜାତୀୟ ସଂହତି ପ୍ରତିଷ୍ଠା ପାଇଁ ଶିକ୍ଷାର ଭୂମିକା ବିଷୟରେ ଅନୁଧ୍ୟାନ କରି ସୁପାରିସ କରିଥିଲେ ।

CHSE Odisha Class 12 Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

8. ଜାତୀୟ ସଂହତିର ଅର୍ଥ କ’ଣ ?
Answer:
ଜାତୀୟ ସଂହତିର ଅର୍ଥ ଜାତୀୟ ଐକ୍ୟ ବା ସମାନତା; ଅର୍ଥାତ୍ ଅନେକପ୍ରକାର ବୈଷମ୍ୟ ମଧ୍ଯରେ ସୁସଙ୍ଗଠିତ ଏକତାକୁ ଜାତୀୟ ସଂହତି କୁହାଯାଏ । ଏହା ସାମାଜିକ, ରାଜନୈତିକ, ଅର୍ଥନୈତିକ, ଧର୍ମଗତ, ଭାଷାଗତ ଓ ସାଂସ୍କୃତିକ ଏକତାକୁ ବୁଝାଏ । ଜାତୀୟ ଭାବଧାରା ଚିନ୍ତା, ଆଦର୍ଶ, ଆଚାର-ବ୍ୟବହାର ଓ ମୂଲ୍ୟବୋଧ ପ୍ରଭୃତିର ଅଭିନ୍ନତା, ସମାଜର ବିଭିନ୍ନ ବ୍ୟକ୍ତିମାନଙ୍କ ମଧ୍ୟରେ ସମପ୍ରାଣତା ଓ ଐକ୍ୟବୋଧ ସୃଷ୍ଟି କରିଥାଏ । ଏହି ସମତା ଓ ଅଭିନ୍ନତାବୋଧଦ୍ୱାରା ଜାତୀୟ ସଂହତିର ଅକ୍ଷୁଣ୍ଣତା ତିଷ୍ଠି ରହେ । ଏହାଦ୍ୱାରା ବିଭିନ୍ନ ସଂସ୍କୃତି ମଧ୍ୟରେ ଏକ ଅନ୍ତର୍ନିହିତ ପରିବ୍ୟାପୀ ସମତା ଆଣିବା ସମ୍ଭବ ହୋଇଥାଏ ।

9. ଜାତୀୟ ସଂହତିର ବିକାଶ ନିମନ୍ତେ ବିଦ୍ୟାଳୟର ଦୁଇଗୋଟି ପାଠ୍ୟ କାର୍ଯ୍ୟ ଉଲ୍ଲେଖ କର ।
Answer:
ଜାତୀୟ ସଂହତିର ବିକାଶ ନିମନ୍ତେ ବିଦ୍ୟାଳୟରେ ନିମ୍ନଲିଖ ପାଠ୍ୟକାର୍ଯ୍ୟଗୁଡ଼ିକ ସାହାଯ୍ୟ କରିଥାଏ ।
(i) ଇତିହାସ (History) – ଯେଉଁ ପ୍ରସଙ୍ଗଗୁଡ଼ିକ ଜାତିଆଣ ଭାବ, ସାଂପ୍ରଦାୟିକତା ସୃଷ୍ଟି କରୁଛି ତାକୁ ବାଇ ଦେଶପ୍ରେମୀମାନଙ୍କର ତ୍ୟାଗ, ନିଷ୍ଠା ସମ୍ପର୍କିତ ପାଠ୍ୟବିଷୟଗୁଡ଼ିକୁ ସ୍ଥାନ ଦେବା ଉଚିତ ।
(ii) ନଗରବିଜ୍ଞାନ (Civics) – ଗଣତାନ୍ତ୍ରିକ ସରକାର, ନ୍ୟାୟାଳୟର କାର୍ଯ୍ୟ ଏବଂ ନାଗରିକମାନଙ୍କର ଅଧିକାର ଏବଂ କର୍ତ୍ତବ୍ୟ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବା ସହ ଦେଶ ପ୍ରତି ନିଜର କର୍ତ୍ତବ୍ୟବୋଧ ନଗରବିଜ୍ଞାନ ଅଧ୍ୟୟନରୁ ଛାତ୍ରଛାତ୍ରୀ ଜାଣିଥାଏ ।

10. ଜାତୀୟ ସଂହତି ଶିକ୍ଷାଦାନରେ ଶିକ୍ଷକଙ୍କର ଭୂମିକା ଲେଖ ।
Answer:
ଜାତୀୟ ସଂହତି ଶିକ୍ଷାଦାନରେ ଶିକ୍ଷକ କେନ୍ଦ୍ରବିନ୍ଦୁ ସ୍ବରୂପ କାର୍ଯ୍ୟ କରନ୍ତି । କେବଳ ବକ୍ତୃତା ବା ଉପଦେଶଦ୍ବାରା ଜାତୀୟ ସଂହତି ବିକଶିତ ହେବନାହିଁ । ତେଣୁ ଶିକ୍ଷକ ଶ୍ରେଣୀ ବାହାରେ ଓ ଶ୍ରେଣୀ ମଧ୍ୟରେ ବିଭିନ୍ନ କାର୍ଯ୍ୟ ମାଧ୍ୟମରେ ଜାତୀୟ ସଂହତି ବିଷୟରେ ଧାରଣା ଛାତ୍ରଛାତ୍ରୀଙ୍କ ମନରେ କ୍ରମେ କ୍ରମେ ପ୍ରବେଶ କରାଇବେ । ଶିକ୍ଷକ ଯଦି ବିଭେଦକାରୀ ଚିନ୍ତାଧାରା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତେବେ ଛାତ୍ରଛାତ୍ରୀମାନେ ବିଭେଦକାରୀ ଧାରଣାର ଶିକାର ହେବା ନିଶ୍ଚିତ; ତେଣୁ ଶିକ୍ଷକ ଏହାର ଦୃଢ଼ ପ୍ରତିରୋଧ କରିବା ବାଞ୍ଛନୀୟ ।

11. ପ୍ରାଥମିକ ବିଦ୍ୟାଳୟ ଶିକ୍ଷାର୍ଥୀମାନଙ୍କଠାରେ ଜାତୀୟ ସଂହତି ମୂଲ୍ୟବୋଧ ସଞ୍ଚାରିତ କରିବାପାଇଁ ଯେକୌଣସି ତିନିଟି ଯୁକ୍ତିଯୁକ୍ତ ସହପାଠ୍ୟ କାର୍ଯ୍ୟକ୍ରମର ଉଦାହରଣ ବୁଝାଅ ।
Answer:
ପ୍ରାଥମିକ ବିଦ୍ୟାଳୟରେ ନିମ୍ନଲିଖିତ ସହପାଠ୍ୟ କାର୍ଯ୍ୟକ୍ରମଗୁଡ଼ିକଦ୍ୱାରା ଜାତୀୟ ସଂହତି ମନୋଭାବ ଜାଗ୍ରତ କରିହେବ; ଯଥା-
(i) ପରିଭ୍ରମଣ (ଅନ୍ୟ ରାଜ୍ୟ)
(iii) ଜାତୀୟ ଦିବସ ପାଳନ
(ii) ଜାତୀୟ ସଙ୍ଗୀତ ଗାନ
(iv) ମହାପୁରୁଷଙ୍କ ଜୟନ୍ତୀ ପାଳନ

12. ଜାତୀୟ ସଂହତିର ପରିସର ସଂକ୍ଷେପରେ ଉଲ୍ଲେଖ କର ।
Answer:
ବିଭିନ୍ନ ବୈଷମ୍ୟ ମଧ୍ୟରେ ଏକତା ହେଉଛି ଜାତୀୟ ସଂହତିର ମୂଳମନ୍ତ୍ର । ଜାତି, ବର୍ଣ୍ଣ, ଭାଷା ଓ ଧର୍ମଗତ ପାର୍ଥକ୍ୟ ନିର୍ବିଶେଷରେ ଆମମାନଙ୍କ ମଧ୍ୟରେ ଥିବା ଆବେଗିକ ସଂହତି ହିଁ ଆମକୁ ଭାରତୀୟ ବୋଲି ପରିଚୟ ଦେବାକୁ ପ୍ରେରଣା ଦେଇଥାଏ ଓ ଏଥିପାଇଁ ଆମେ ମଧ୍ୟ ଗର୍ବ ଅନୁଭବ କରିଥାଉ ।

13. କେବେ କୋଠାରୀ କମିଶନ ସାମାଜିକ ଏବଂ ଜାତୀୟ ସଂହତି ପ୍ରତିଷ୍ଠା ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ସୁପାରିସ କରିଥିଲେ ? ସେଥିରୁ ଗୋଟିଏ କାର୍ଯ୍ୟକ୍ରମର ନାମ ଲେଖ ।
Answer:
୧୯୬୪-୬୬ ମସିହାରେ କୋଠାରୀ କମିଶନ ସାମାଜିକ ଏବଂ ଜାତୀୟ ସଂହତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ସୁପାରିସ କରିଥିଲେ । ଶିକ୍ଷାର ପ୍ରତ୍ୟେକ ସ୍ତରରେ ସାମାଜିକ ଓ ଜାତୀୟ ସେବାକୁ ଗୁରୁତ୍ବ ଦେବାପାଇଁ ସେ ମତ ଦେଇଥିଲେ ।

14. ଆନ୍ତର୍ଜାତିକ ସଦ୍‌ଭାବର ଦୁଇଟି ଆବଶ୍ୟକତା ଲେଖ ।
Answer:
ଆନ୍ତର୍ଜାତିକ ସଦ୍‌ଭାବ ସୃଷ୍ଟିର ଦୁଇଟି ଆବଶ୍ୟକତା ହେଉଛି –
(i) ବିଶ୍ୱଯୁଦ୍ଧର ଦୂରୀକରଣ କରିବା ।
(ii) ପ୍ରତ୍ୟେକ ରାଷ୍ଟ୍ରର ସାର୍ବଭୌମତ୍ୱ ରକ୍ଷା କରିବା ।

15. ଆନ୍ତର୍ଜାତିକ ସଦ୍‌ଭାବର ଦୁଇଟି ମୌଳିକ ନୀତି ଲେଖ ।
Answer:
ଆନ୍ତର୍ଜାତିକ ସଦ୍‌ଭାବର ଦୁଇଟି ମୌଳିକ ନୀତି ହେଲା –
(i) ପିଲାମାନଙ୍କୁ ବିଭିନ୍ନ ଦେଶ ସମ୍ବନ୍ଧରେ ଅଧିକ ବିଷୟ ଜଣାଇବାପାଇଁ ବିଭିନ୍ନ ଦେଶର ମୁଦ୍ରା ଓ ଡାକଟିକଟ ସଂଗ୍ରହ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ।
(ii) ବିଦ୍ୟାଳୟମାନଙ୍କରେ ରେଡ଼କ୍ରସ ଦିବସ, ଜାତିସଂଘ ପ୍ରତିଷ୍ଠା ଦିବସ, ବିଶ୍ୱଶାନ୍ତି ପ୍ରତିଷ୍ଠା ଦିବସ ପ୍ରଭୃତି ଆନ୍ତର୍ଜାତିକ ଦିବସ ପାଳନ କରିବା ।

16. ଆନ୍ତର୍ଜାତିକ ସଦ୍‌ଭାବ କ’ଣ ?
Answer:
ଆନ୍ତର୍ଜାତିକ ସଦ୍‌ଭାବ କହିଲେ ପୃଥିବୀର ବିଭିନ୍ନ ଦେଶଗୁଡ଼ିକ ମଧ୍ୟରେ ପାରସ୍ପରିକ ବୁଝାମଣା, ବିଶ୍ୱାସ ଓ ସମ୍ମାନକୁ ବୁଝାଇଥାଏ । ଯେତେବେଳେ ମନୁଷ୍ୟ ନିଜକୁ ନିଜ ଦେଶର ନାଗରିକ ନଭାବି ସମଗ୍ର ବିଶ୍ବର ନାଗରିକ ବୋଲି ଭାବେ, ସେତେବେଳେ ତା’ ମନରେ ସୃଷ୍ଟି ହେଉଥିବା ଭାବନା ବା ଧାରଣାକୁ ଆନ୍ତର୍ଜାତିକ ସଦ୍‌ଭାବ କୁହାଯାଏ ।

17. ଆନ୍ତର୍ଜାତିକ ଶିକ୍ଷାର ୩ଟି ଲକ୍ଷ୍ୟ ଲେଖ ।
Answer:
ଆନ୍ତର୍ଜାତିକ ଶିକ୍ଷାର ୩ଟି ଲକ୍ଷ୍ୟ ହେଉଛି –
(i) ସ୍ଵାଧୀନ ଚିନ୍ତାଧାରାର ବିକାଶ ସାଧନ କରିବା
(ii) ଦେଶାତ୍ମବୋଧକ ମନୋଭାବର ବିକାଶ କରିବା
(iii) ସହଯୋଗିତା ଗୁଣର ବିକାଶ କରିବା

18. UNESCOଙ୍କ ମତରେ ୨ଟି ଶୈକ୍ଷିକ କାର୍ଯ୍ୟକ୍ରମ କ’ଣ ହେବା ଉଚିତ ?
Answer:
(i) ବିଭିନ୍ନ ଦେଶଗୁଡ଼ିକର ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ର ଓ ଅଧ୍ୟାପକଙ୍କର ବହୁସଂଖ୍ୟାରେ ବିନିମୟ ହେବା ଉଚିତ ।
(ii) ପୃଥିବୀର ବିଭିନ୍ନ ଦେଶଗୁଡ଼ିକ ମଧ୍ୟରେ ଶୈକ୍ଷିକ, ବୈଜ୍ଞାନିକ ତଥା ସାଂସ୍କୃତିକ ପ୍ରଗତି ବିଷୟକ ଜ୍ଞାନ, କୌଶଳ ଇତ୍ୟାଦିର ବିନିମୟ ହେବା ଉଚିତ ।

CHSE Odisha Class 12 Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

19. UNESCOଙ୍କ ମତରେ ଆନ୍ତର୍ଜାତିକ ସଦ୍‌ଭାବ ପ୍ରତିଷ୍ଠା ପାଇଁ କେଉଁ ଶୈକ୍ଷିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯିବା ଉଚିତ ?
Answer:
UNESCOଙ୍କ ମତରେ ଆନ୍ତର୍ଜାତିକ ସଦ୍‌ଭାବ ପ୍ରତିଷ୍ଠା ପାଇଁ ପୃଥିବୀର ବିଭିନ୍ନ ଦେଶମାନଙ୍କର ଶୈକ୍ଷିକ, ବୈଜ୍ଞାନିକ ତଥା ସାଂସ୍କୃତିକ ପ୍ରଗତି ବିଷୟକ ଜ୍ଞାନକୌଶଳ ଓ ମନୋଭାବର ବିନିମୟ କରିବା ନିମନ୍ତେ ବିଭିନ୍ନ ଦେଶଗୁଡ଼ିକର ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ର ଓ ଅଧ୍ୟାପକଙ୍କର ବହୁସଂଖ୍ୟାରେ ବିନିମୟ ହେବା ଦରକାର । ଶିକ୍ଷା ମାଧ୍ୟମରେ ଶିକ୍ଷାର୍ଥୀଙ୍କର ମଧ୍ୟରେ କିପରି ବିଶ୍ୱଭ୍ରାତୃତ୍ୱ ସୃଷ୍ଟି କରାଯାଇପାରିବ ସେଥୂପାଇଁ ବିଦ୍ୟାଳୟମାନଙ୍କରେ ଉପଯୁକ୍ତ ସୁବିଧା ସୁଯୋଗ ପ୍ରଦାନ କରିବା ଓ ଉତ୍ତମ ପରିବେଶ ସୃଷ୍ଟି କରିବା ଆବଶ୍ୟକ ।

20. ଆନ୍ତର୍ଜାତିକ ସଦ୍‌ଭାବ ପ୍ରତିଷ୍ଠାର ତିନୋଟି ମୌଳିକ ନୀତି ଉଲ୍ଲେଖ କର ।
Answer:
(i) ଆନ୍ତର୍ଜାତିକ ସଦ୍‌ଭାବ ପ୍ରତିଷ୍ଠାପାଇଁ ସହାୟକ କେତୋଟି ମୌଳିକ ନୀତି ହେଉଛି – ପ୍ରଥମତଃ ପୃଥିବୀର ସମସ୍ତ ନାଗରିକମାନଙ୍କୁ ସମାନ ସୁବିଧା, ସୁଯୋଗ ଓ ଅଧିକାର ପ୍ରଦାନ କରାଯିବା ନିମନ୍ତେ ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ।
(ii) ଦ୍ବିତୀୟତଃ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାପାଇଁ ଉପଯୁକ୍ତ ମନୋଭାବ ଓ ଦକ୍ଷତା ପ୍ରତ୍ୟେକ ବ୍ୟକ୍ତିଠାରେ ସୃଷ୍ଟି କରିବା ।
(iii) ତୃତୀୟତଃ ସ୍ଵାଧୀନ ଓ ନିର୍ଭିକ ଭାବରେ ଚିନ୍ତା କରିବାର ମନୋଭାବ ଓ ଦକ୍ଷତା ପ୍ରତ୍ୟେକ ବ୍ୟକ୍ତିଠାରେ ସୃଷ୍ଟି କରିବା ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଦିଅ ।

1. ଜାତୀୟ ସଂହତି କ’ଣ ?
Answer:
ଆଧୁନିକ ସମାଜରେ ବୈଷମ୍ୟର ମାତ୍ରା ଏତେ ବେଶି ଯେ, ବୈଷମ୍ୟ ମଧ୍ୟରେ ଏକତା ଆଣିବା ଏକ ପ୍ରଧାନ ଆବଶ୍ୟକତା ହୋଇଉଠିଛି । ଏହି ବୈଷମ୍ୟ ମଧ୍ୟରେ ଏକତାକୁ ଆମେ ଜାତୀୟ ସଂହତି ବୋଲି କହିଥାଉ । ଆମର ଭାରତବର୍ଷ ଏହାର ଏକ ଜ୍ଵଳନ୍ତ ଉଦାହରଣ । ଏହା ବହୁ ବାଧାବିଘ୍ନ ଦେଇ ଗତି କରିଆସିଛି । ଏଠାରେ ବିଭିନ୍ନ ଭାଷା, ଧର୍ମ, ଜାତି, ଗୋଷ୍ଠୀ ଆଦି ଏକତ୍ର ବାସ କରନ୍ତି । ଏମାନଙ୍କ ମଧ୍ୟରେ ଏକତା ଆଣିବାପାଇଁ ଅତୀତରୁ ଚେଷ୍ଟା ହୋଇଆସୁଛି ଏବଂ ବର୍ତ୍ତମାନ ମଧ୍ୟ ଅହରହ ଚେଷ୍ଟା ଚାଲିଅଛି । ଏହି ଜାତୀୟ ସଂହତି ସଂରକ୍ଷଣରେ ବହୁ ବାଧା ସୃଷ୍ଟି ହୋଇଥାଏ ।

ଶିକ୍ଷା ଜାତୀୟ ସଂହତିର ପ୍ରଧାନ ପୃଷ୍ଠପୋଷକ । ଜାତୀୟ ସଂହତିର ବିକାଶ ଦିଗରେ ଶିକ୍ଷାର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଅନୈକ୍ୟ ମଧ୍ୟରେ ଐକ୍ୟ ପ୍ରତିଷ୍ଠା, ଗଣତନ୍ତ୍ରର ସୁରକ୍ଷା ଓ ସମୃଦ୍ଧି ସମ୍ପୂର୍ଣ ଶିକ୍ଷା ଉପରେ ନିର୍ଭର କରିଥାଏ । ଏ ବିଷୟରେ ଶିକ୍ଷାର୍ଥୀମାନଙ୍କୁ ସଚେତନ କରିବାର ଦାୟିତ୍ଵ ଶିକ୍ଷାର । ଶିକ୍ଷା ଛାତ୍ରଛାତ୍ରୀମାନଙ୍କ ମନରେ ସେମାନଙ୍କ ପଡ଼ୋଶୀମାନଙ୍କ ଚାଲିଚଳଣ, ଚିନ୍ତା ଓ ଭାବନା, ଭାଷା ଓ ସାହିତ୍ୟ ଆଦି ସମ୍ପର୍କରେ ଧାରଣା ଦେଇଥାଏ । ବିଭିନ୍ନ ଦେଶ ଓ ଜାତି, ଜାତି ଓ ଜାତି ମଧ୍ୟରେ ରହିଥିବା ଭାବାତ୍ମକ ସଂହତି ଓ ସମ୍ପର୍କ ବିଷୟରେ ଶିକ୍ଷାଦ୍ଵାରାହିଁ ଶିକ୍ଷାର୍ଥୀକୁ ସଚେତନ କରାଯାଇଥାଏ ।

2. ଜାତୀୟ ସଂହତି ପଥରେ କେତୋଟି ପ୍ରତିବନ୍ଧକ ଲେଖ ।
Answer:
ଜାତୀୟ ସଂହତି ପ୍ରତିଷ୍ଠାର ମୁଖ୍ୟ ପ୍ରତିବନ୍ଧକଗୁଡ଼ିକ ହେଉଛି :
(i) ଭାଷାଗତ ବିରୋଧ – ଭାରତରେ ବିଭିନ୍ନ ଭାଷାଭାଷୀ ଲୋକ ରହୁଥିବାରୁ ବେଳେବେଳେ ଏ ନେଇ ଦେଶର ସଂହତି ପ୍ରତି ଅସୁବିଧା ସୃଷ୍ଟି ହୋଇଥାଏ । ଅତୀତରେ ହିନ୍ଦୀକୁ ରାଷ୍ଟ୍ରଭାଷାର ମାନ୍ୟତା ଦେବାଲାଗି ବିରୋଧାଭାସ ଉଠିଥିଲା ।
(ii) ଧର୍ମଗତ ପାର୍ଥକ୍ୟ ବା ଧର୍ମାନ୍ଧତା – ଭାରତ ବିଭିନ୍ନ ଧର୍ମର ଲୋକଙ୍କୁ ସମଭାବରେ ଆଶ୍ରୟ ଦେଇଥିଲେ ମଧ୍ୟ ବେଳେବେଳେ ଉଚ୍ଚଧାର୍ମିକ ମନୋଭାବ ବା ଧର୍ମଗତ ମତପାର୍ଥକ୍ୟ ଯୋଗୁଁ ଦେଶକୁ ବହୁମୂଲ୍ୟ ଦେବାକୁ ପଡ଼ିଥାଏ । ତେଣୁ ଏହାଦ୍ଵାରା ଜାତୀୟ ସଂହତି ବହୁମାତ୍ରାରେ ବାଧା ପାଇଥାଏ ।
(iii) ଅର୍ଥନୈତିକ ଅବସ୍ଥା – ସ୍ଵାଧୀନତାପ୍ରାପ୍ତି ପରେ ୬୦ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଦେଶରୁ ଦାରିଦ୍ର୍ୟ, ବେକାରୀ, ଅଜ୍ଞାନତା ଆଦି କମିନାହିଁ । ଫଳସ୍ବରୂପ ଦେଶର ଅର୍ଥନୀତି ବହୁତ ପଛରେ ପଡ଼ିଛି । ଲୋକମାନଙ୍କର ଜୀବନଧାରଣର ମାନ ଅନୁନ୍ନତ ଓ ଧନୀ ଗରିବଙ୍କ ମଧ୍ୟରେ ବହୁତ ପାର୍ଥକ୍ୟ ରହୁଥିବାରୁ ଦେଶର ଏକତା ପ୍ରତି ଏହା ବିପଦ ସୃଷ୍ଟି କରୁଛି ।

3. ଜାତୀୟ ସଂହତିର ପାଞ୍ଚଟି ଆବଶ୍ୟକତା ଉଲ୍ଲେଖ କର ।
Answer:
ଭାରତ ପରି ବୈଷମ୍ୟ ବିଭବମୟ ଦେଶ ପାଇଁ ଓ ବିଶେଷକରି ସମଗ୍ର ବିଶ୍ବରେ ଐକ୍ୟ, ଶାନ୍ତି, ମୈତ୍ରୀ, ପ୍ରୀତିସମ୍ପନ୍ନ ମାନବ ସଭ୍ୟତାର ପ୍ରତିଷ୍ଠା ପାଇଁ ଜାତୀୟ ସଂହତିର ନିମ୍ନଲିଖ୍ ଆବଶ୍ୟକତା ରହିଛି ।
(i) ସାଂପ୍ରଦାୟିକତା ମନୋଭାବର ଦୂରୀକରଣ ।
(ii) ସାମାଜିକ ଓ ସାଂସ୍କୃତିକ ବ୍ୟାପାରର ପୁନର୍ଜାଗରଣ ।
(iii) ଜାତିଆଣ ମନୋଭାବର ବିଲୋପ ।
(iv) ପ୍ରାଦେଶିକ ମନୋଭାବର ଦୂରୀକରଣ ଓ ଶାନ୍ତି ସ୍ଥାପନ ।
(v) ଅର୍ଥନୈତିକ ସମାନତା ପ୍ରଦାନ ଓ ଜାତୀୟ ଶିକ୍ଷାନୀତିର ତାରତମ୍ୟ ଦୂରକରି ଶିକ୍ଷାର ଲକ୍ଷ୍ୟ ସମ୍ପାଦନ ।

4. ଜାତୀୟ ସଂହତିର ବିକାଶ ନିମନ୍ତେ ବିଦ୍ୟାଳୟର ଦୁଇଟି କାର୍ଯ୍ୟ ଲେଖ ।
Answer:
ଜାତୀୟ ସଂହତିର ବିକାଶ ପାଇଁ ବିଦ୍ୟାଳୟର ଦୁଇଟି କାର୍ଯ୍ୟ ହେଲା –
(i) ଶୈକ୍ଷିକ କାର୍ଯ୍ୟ :
(a) ଛାତ୍ରଛାତ୍ରୀମାନଙ୍କ ମନରେ ଗଣତାନ୍ତ୍ରିକ ଚିନ୍ତାଧାରା ସୃଷ୍ଟି କରିବା ।
(b) ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଏକାଠି ନେଇ ଖେଳିବା, ବୁଲିବା, ପଢ଼ିବା, କାମ କରିବାପାଇଁ ସୁଯୋଗ ସୃଷ୍ଟି କରିବା ।
(ii) ବାଧ୍ୟତାମୂଳକ କାର୍ଯ୍ୟ : ରାଷ୍ଟ୍ରୀୟ ଦିବସଗୁଡ଼ିକ ପାଳନ କରିବା; ଯଥା – ସାଧାରଣତନ୍ତ୍ର ଦିବସ, ସ୍ଵାଧୀନତା ଦିବସ ଇତ୍ୟାଦି ।

5. ଜାତୀୟ ସଂହତି ସୃଷ୍ଟି କରିବାରେ ଶିକ୍ଷକଙ୍କର ଭୂମିକା କ’ଣ ?
Answer:
(i) ଶିକ୍ଷାବ୍ୟବସ୍ଥା ଆନୁଷ୍ଠାନିକ ବା ଅନୌପଚାରିକ ହେଲେ ମଧ୍ୟ ଜାତୀୟ ସଂହତି ରକ୍ଷା କରିବା ଦିଗରେ ଶିକ୍ଷା ଏକ ମୁଖ୍ୟ ମାଧ୍ୟମ ରୂପେ କାର୍ଯ୍ୟ କରିଥାଏ ।
(ii) ଶିକ୍ଷାବ୍ୟବସ୍ଥା ଯେପରି ହେଉନା କାହିଁକି ଶିକ୍ଷକଙ୍କର ଭୂମିକା ଏଥରେ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଅଟେ ।
(iii) ଶିକ୍ଷକ ଯଦି ଅବହେଳା କରନ୍ତି ତେବେ କୌଣସି ବ୍ୟବସ୍ଥା ଏହାର ପ୍ରକୃତ ଲକ୍ଷ୍ୟ ହାସଲ କରିପାରିବ ନାହିଁ ।
(iv) ତେଣୁ ଶିକ୍ଷକ ବିଭିନ୍ନ ସମୟରେ ନିଜର କର୍ତ୍ତବ୍ୟ ସୁଚାରୁରୂପେ ସମ୍ପାଦନ କରିବାପାଇଁ ଗୁରୁତ୍ୱ ଦେବା ଆବଶ୍ୟକ ।
ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ଯେପରି ଗଢ଼ନ୍ତି ଛାତ୍ରଛାତ୍ରୀମାନେ ସେପରି ହୋଇଥା’ନ୍ତି । ଏଣୁ ଜାତୀୟ ସଂହତି ରକ୍ଷା କରିବାରେ ଶିକ୍ଷକମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ ।

CHSE Odisha Class 12 Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

6. ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜାତୀୟ ସଂହତି ସୃଷ୍ଟି ନିମନ୍ତେ କେଉଁସବୁ ସହପାଠ୍ୟକ୍ରମ କାର୍ଯ୍ୟାବଳୀ ହାତକୁ ନିଆଯାଇପାରେ ?
Answer:
ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜାତୀୟ ସଂହତି ସୃଷ୍ଟି ନିମନ୍ତେ ବିଦ୍ୟାଳୟରେ ସଙ୍ଗଠିତ ବିଭିନ୍ନ ସହପାଠ୍ୟକ୍ରମ କାର୍ଯ୍ୟାବଳୀ ହେଉଛି –
(i) ବିଦ୍ୟାଳୟରେ ବିଭିନ୍ନ ଜାତୀୟ ଦିବସ ପାଳନ କରିବା ।
(ii) ବିଭିନ୍ନ ପ୍ରକାରର ସମାଜ ଓ ଗୋଷ୍ଠୀ ଉନ୍ନୟନ ନିମନ୍ତେ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିବା ।
(iii) ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତା ଆୟୋଜନ କରିବା ।
(iv) ବିଭିନ୍ନ ଜାତୀୟ ଗୁରୁତ୍ୱସମ୍ପନ୍ନ ବ୍ୟକ୍ତିଙ୍କର ଜନ୍ମଦିନ ପାଳନ କରିବା ଇତ୍ୟାଦି ।

7. ଆନ୍ତର୍ଜାତୀୟ ସଦ୍‌ଭାବ ପ୍ରତିଷ୍ଠା କରିବାର କି ଆବଶ୍ୟକତା ରହିଛି ?
Answer:
ବିଭିନ୍ନ ଆନ୍ତର୍ଜାତିକ ଦ୍ବନ୍ଦ୍ବ, ଦେଶଗୁଡ଼ିକ ସମ୍ପର୍କରେ ଭ୍ରାନ୍ତ ଧାରଣା, ଅନ୍ଧବିଶ୍ୱାସର ଦୂରୀକରଣ ନିମନ୍ତେ ଆନ୍ତର୍ଜାତିକ ବୁଝାମଣାର ଆବଶ୍ୟକତା ରହିଛି । ଦେଶ ଦେଶ ମଧ୍ୟରେ ସଦ୍‌ଭାବ ପ୍ରତିଷ୍ଠାକୁ ଆନ୍ତର୍ଜାତିକ ସଦ୍‌ଭାବ କୁହାଯାଏ ।

ଦେଶ ଦେଶ ମଧ୍ୟରେ ସଂଘର୍ଷ ଓ ଶତ୍ରୁତା ଦୂର କରି ବିଶ୍ୱଭ୍ରାତୃତ୍ଵ ଓ ଈଶ୍ୱରଙ୍କ ପିତୃତ୍ଵ ମନୋଭାବ ଉଦ୍ରେକ କରିବା, ଲୋକମାନଙ୍କ ମଧ୍ୟରେ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ, ରାଜନୈତିକ ଓ ବୈଜ୍ଞାନିକ ସହଯୋଗ ନିମିତ୍ତ ସଂକୀର୍ଣ୍ଣ ଜାତୀୟତା ଭାବ ଦୂର କରିବା ଏବଂ ବିଶ୍ୱଶାନ୍ତି ପ୍ରତିଷ୍ଠା ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନିମିତ୍ତ ଆନ୍ତର୍ଜାତିକ ସଦ୍‌ଭାବ ଓ ବୁଝାମଣାର ଆବଶ୍ୟକତା ରହିଛି ।

ସେହିପରି ବିଭିନ୍ନ ରାଷ୍ଟ୍ରର ସାର୍ବଭୌମତ୍ୱ ରକ୍ଷା, ବିଶ୍ୱଯୁଦ୍ଧକୁ ଟାଳିବା, ପଛୁଆ ରାଷ୍ଟ୍ରର ଉନ୍ନତି ସାଧନ ଓ ପୃଥିବୀର ବିଭିନ୍ନ ଦେଶଗୁଡ଼ିକ ମଧ୍ୟରେ ଯୋଗାଯୋଗ ସ୍ଥାପନ ପାଇଁ ଆନ୍ତର୍ଜାତିକ ସଦ୍‌ଭାବର ଯଥେଷ୍ଟ ଆବଶ୍ୟକତା ରହିଛି ।

8. ଆନ୍ତର୍ଜାତିକ ସଦ୍‌ଭାବ ପ୍ରତିଷ୍ଠା ଦିଗରେ ଶିକ୍ଷକଙ୍କର କି ଭୂମିକା ରହିଛି ?
Answer:
ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଆନ୍ତର୍ଜାତିକ ସଦ୍‌ଭାବ ପ୍ରତିଷ୍ଠା କ୍ଷେତ୍ରରେ ଶିକ୍ଷକଙ୍କର ଭୂମିକା ଅତୀବ ଗୁରୁତ୍ଵପୂର୍ଣ୍ଣ । ଶିକ୍ଷାର୍ଥୀମାନଙ୍କର କ୍ରମବର୍ଦ୍ଧମାନ ସ୍ଵାଧୀନ ଚେତନା, ଆତ୍ମନିର୍ଭରଶୀଳତା, ଦାୟିତ୍ବବୋଧ ତଥା ସହନଶୀଳତା ଇତ୍ୟାଦି ଗୁଣଗୁଡ଼ିକୁ ହୃଦୟଙ୍ଗମ କରି ସେମାନଙ୍କ ମନରେ ବିଶ୍ଵ ଐକ୍ୟ ମନୋଭାବକୁ ଜାଗ୍ରତ କରିବା ହେଉଛି ଶିକ୍ଷକଙ୍କର ପ୍ରଧାନ କର୍ତ୍ତବ୍ୟ ।

ଶିକ୍ଷକଙ୍କର ଉତ୍ତମ ଚରିତ୍ର, ବ୍ୟକ୍ତିତ୍ଵ, ସୁଦୂରପ୍ରସାରୀ ମନୋଭାବ ଏବଂ ସହନଶୀଳତା ଆଦି ଗୁଣ ଉପରେ ଭିତ୍ତିକରି ଶିକ୍ଷାର୍ଥୀମାନଙ୍କର ବ୍ୟକ୍ତିତ୍ଵ ଓ ଚରିତ୍ର ଗଠନ ହୋଇଥାଏ । ତେଣୁ ଶିକ୍ଷକ ସର୍ବଦା ବିଭିନ୍ନ ଜାତି, ବର୍ଣ୍ଣ ଓ ଧର୍ମଗତ ବାଛବିଚାର ଊର୍ଦ୍ଧ୍ବରେ ରହିବା ଉଚିତ । ଶିକ୍ଷକ ନିଜର ରୁଚିକର ଭାଷା, ବୈଜ୍ଞାନିକ ବିଶ୍ଳେଷଣ, ନିରପେକ୍ଷ ବିଚାର, ସୃଜନାତ୍ମକ କଳ୍ପନାଶକ୍ତି ସାହାଯ୍ୟରେ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଆନ୍ତର୍ଜାତିକ ସଭାବର ଉଦ୍ରେକ କରାଇପାରିବେ ।

9. ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ UNESCOଙ୍କ ମତ ସଂକ୍ଷେପରେ ଆଲୋଚନା କର ।
Answer:
ପ୍ରକୃତ ବିଶ୍ବମୈତ୍ରୀ ଓ ସଦ୍‌ଭାବ ପ୍ରତିଷ୍ଠା କ୍ଷେତ୍ରରେ ମନୁଷ୍ୟର ସଂକୀର୍ଣ୍ଣ ମନୋଭାବହିଁ ପ୍ରଧାନ ପ୍ରତିବନ୍ଧକ । ତେଣୁ ମନୁଷ୍ୟ ଯେତେଦିନ ପର୍ଯ୍ୟନ୍ତ ନିଜ ମନ ଭିତରୁ ସଂକୀର୍ଣ୍ଣ ମନୋବୃତ୍ତିକୁ ପରିହାର ନ କରିଛି ସେତେଦିନ ପର୍ଯ୍ୟନ୍ତ ବିଶ୍ୱଶାନ୍ତି ପ୍ରତିଷ୍ଠା ସମ୍ଭବ ନୁହେଁ ।

ଯୁଦ୍ଧର କାରଣ ଓ ନିରାକରଣ ପନ୍ଥା ସମ୍ପର୍କରେ ମତଦେଇ UNESCO କହନ୍ତି ଯେ, ଯୁଦ୍ଧ ମନୁଷ୍ୟ ମନରେ ଆରମ୍ଭ ହୁଏ, ତେଣୁ ସେହି ମନୁଷ୍ୟ ମନରେ ହିଁ ଶାନ୍ତରକ୍ଷା ପାଇଁ ଉଦ୍ୟମ ହେବା ଆବଶ୍ୟକ । ଶାନ୍ତି ପାଇଁ ଏହି ବ୍ୟାକୁଳତା ମନୁଷ୍ୟ ମନରେ ପ୍ରଥମରୁ ସ୍ଥାନ ପାଇବା ଦରକାର । ତେବେଯାଇ କେବଳ ବିଶ୍ବ ଶାନ୍ତି ପ୍ରତିଷ୍ଠା ହୋଇପାରିବ ।

10. ଆନ୍ତର୍ଜାତିକ ସଦ୍‌ଭାବ ସ୍ଥାପନା ନିମନ୍ତେ ବିଦ୍ୟାଳୟରେ ସଂଘଟିତ କେତୋଟି ଶୈକ୍ଷିକ କାର୍ଯ୍ୟକ୍ରମ ଲେଖ ।
Answer:
ଆନ୍ତର୍ଜାତିକ ସଦ୍‌ଭାବ ସ୍ଥାପନ ନିମନ୍ତେ ବିଦ୍ୟାଳୟରେ ଅନେକ ଶୈକ୍ଷିକ କାର୍ଯ୍ୟକ୍ରମ ସଂଘଟିତ ହୋଇଥାଏ ।
ସେଗୁଡ଼ିକ ହେଲା –
(i) ବିଦ୍ୟାଳୟମାନଙ୍କର ରେଡ଼କ୍ରସ୍ ଦିବସ, ଜାତିସଂଘ ପ୍ରତିଷ୍ଠା ଦିବସ, ବିଶ୍ୱଶାନ୍ତି ପ୍ରତିଷ୍ଠା ଦିବସ ପ୍ରଭୃତି ବିଭିନ୍ନ ଅନ୍ତଃରାଷ୍ଟ୍ରୀୟ ଦିବସ ପାଳିତ ହେବା ଉଚିତ ।
(ii) ପୃଥିବୀର ବିଭିନ୍ନ ମହାପୁରୁଷଙ୍କ ଜନ୍ମ ଓ ମୃତ୍ୟୁ ଦିବସ ପାଳନ କରିବା ଉଚିତ ।
(iii) ପିଲାମାନଙ୍କୁ ବିଭିନ୍ନ ଦେଶ ସମ୍ବନ୍ଧରେ ଅଧିକ ବିଷୟ ଜଣାଇବାପାଇଁ ବିଭିନ୍ନ ଦେଶର ମୁଦ୍ରା ଓ ଡାକଟିକଟ ପିଲାମାନଙ୍କ ମଧ୍ୟରେ ବିତରଣ କରିବା ଆବଶ୍ୟକ ।
(iv) ଛାତ୍ରଛାତ୍ରୀମାନଙ୍କୁ ଦୈନିକ ଖବରକାଗଜ କିମ୍ବା ରେଡ଼ିଓ ମାଧ୍ୟମରେ ପୃଥିବୀର ବିଭିନ୍ନ ଅଞ୍ଚଳର ଖବର ସଂଗ୍ରହ ପାଇଁ ଶିକ୍ଷକମାନେ ଉତ୍ସାହିତ କରିବା ଆବଶ୍ୟକ ।
(v) ଛାତ୍ରଛାତ୍ରୀମାନଙ୍କୁ ଅନ୍ୟ ଦେଶର ପିଲାମାନଙ୍କ ସହିତ ପତ୍ରବନ୍ଧୁ ସମ୍ପର୍କ ସ୍ଥାପନ କରିବା ନିମିତ୍ତ ଉତ୍ସାହ ଦେବା ବାଞ୍ଛନୀୟ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଜାତୀୟ ସଂହତି କ’ଣ ? ଜାତୀୟ ସଂହତିର ପ୍ରତିବନ୍ଧକଗୁଡ଼ିକ ଲେଖ ।
କିମ୍ବା, ଜାତୀୟ ସଂହତି କହିଲେ କ’ଣ ବୁଝାଯାଏ ? କେଉଁ କେଉଁ କାରଣରୁ ଆମର ଜାତୀୟ ସଂହତି ବାଧାପ୍ରାପ୍ତ ହେଉଛି – ଉଲ୍ଲେଖ କର ।
Answer:
ଜାତୀୟ ସଂହତିର ଅର୍ଥ – ପୃଥିବୀରେ ମାନବଜାତି କେତେଗୁଡ଼ିଏ ଦେଶ ସୃଷ୍ଟି କଲେ । ସେହି ଦେଶଗୁଡ଼ିକରେ ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ ଆଦିର ବିକାଶ ଘଟିଲା । ନିଜର ମତବ୍ୟକ୍ତ କରିବାପାଇଁ ମଣିଷ ବିଭିନ୍ନ ଭାଷାର ଆଶ୍ରୟ ନେଲା । ବିଭିନ୍ନ ଜାତି ସେମାନଙ୍କର ସ୍ଵତନ୍ତ୍ର ଭାବଧାରା, ଚିନ୍ତା, ଆଦର୍ଶ, ମୂଲ୍ୟବୋଧ, ବିଶ୍ଵାସ ଆଦି ସୃଷ୍ଟି କଲେ । ଫଳରେ ବୈଷମ୍ୟର ସୃଷ୍ଟି ହେଲା । ଏହି ବିଭିନ୍ନତା ଓ ବୈଷମ୍ୟ ଜାତୀୟ ଏକତାର ପ୍ରତିବନ୍ଧକ ହେଲା ।

ଜାତୀୟ ସଂହତି ଅର୍ଥ ଜାତୀୟ ଐକ୍ୟ ବା ସମାନତା; ଅର୍ଥାତ୍ ଅନେକପ୍ରକାର ବୈଷମ୍ୟ ମଧ୍ଯରେ ସୁସଙ୍ଗଠିତ ଏକତାକୁ ଜାତୀୟ ସଂହତି କୁହାଯାଏ । ଏହା ସାମାଜିକ, ରାଜନୈତିକ, ଅର୍ଥନୈତିକ, ଧର୍ମଗତ, ଭାଷାଗତ ଓ ସାଂସ୍କୃତିକ ଏକତାକୁ କୁହାଯାଏ । ଜାତୀୟ ଭାବଧାରା, ଚିନ୍ତା, ଆଦର୍ଶ, ଆଚାର, ବ୍ୟବହାର ଓ ମୂଲ୍ୟବୋଧ ପ୍ରଭୃତିର ଅଭିନ୍ନତା ସମାଜର ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ମଧ୍ୟରେ ସମପ୍ରାଣତା ବା ଐକ୍ୟବୋଧ ସୃଷ୍ଟି କରିଥାଏ ।

ଏହି ସମତା ଓ ଅଭିନ୍ନତାବୋଧଦ୍ବାରା ଜାତୀୟ ସଂହତିର ଅକ୍ଷୁଣ୍ଣତା ସୃଷ୍ଟି ହୋଇଥାଏ । ଏହାଦ୍ୱାରା ସଂସ୍କୃତି ମଧ୍ୟରେ ଏକ ଅନ୍ତର୍ନିହିତ ଦେଶବ୍ୟାପୀ ସମତା ଆଣିବା ସମ୍ଭବ ହୋଇଥାଏ । ଆମର ଭାରତବର୍ଷ ଏହାର ଏକ ଜ୍ଵଳନ୍ତ ଉଦାହରଣ । ଏହା ବହୁ ବାଧାବିଘ୍ନ ଦେଇ ଗତି କରୁଛି । ଏଠାରେ ବିଭିନ୍ନ ଭାଷା, ଧର୍ମ, ଜାତି, ଗୋଷ୍ଠୀ ଆଦି ଏକତ୍ର ବାସକରନ୍ତି । ଏମାନଙ୍କ ମଧ୍ୟରେ ଏକତା ଆଣିବାପାଇଁ ଅତୀତରୁ ଚେଷ୍ଟା ହୋଇ ଆସୁଅଛି । କେତେକ କାରଣ ଯୋଗୁଁ ଜାତୀୟ ସଂହତି ସଂରକ୍ଷଣରେ ବହୁ ବାଧା ସୃଷ୍ଟି ହୋଇଥାଏ । ନିମ୍ନରେ କେତେଗୁଡ଼ିଏ ଉଦାହରଣ ଦିଆଗଲା ।

ଜାତୀୟ ସଂହତି ପ୍ରତିଷ୍ଠାର ପ୍ରତିବନ୍ଧକଗୁଡ଼ିକ ହେଲା :
(i) ଭାଷାଗତ ବିରୋଧ – ଭାଷାଗତ ପାର୍ଥକ୍ୟ ହେତୁ ଦେଖାଯାଉଥିବା ଭାଷାଗତ ବିରୋଧ ଜାତୀୟ ସଂହତିର ପ୍ରଧାନ ପ୍ରତିବନ୍ଧକ ଅଟେ ।
(ii) ସ୍ଥାନଗତ ବିରୋଧ – ଗୋଟିଏ ଦେଶରେ ଥିବା ବିଭିନ୍ନ ରାଜ୍ୟର ବିଭିନ୍ନ ଗୋଷ୍ଠୀର ଲୋକମାନଙ୍କ ମଧ୍ୟରେ ସ୍ଥାନ ଅଧିକାର ନିମନ୍ତେ ସର୍ବଦା ସଂଘର୍ଷ ଚାଲିଛି । ଏହାଫଳରେ ଦେଶରେ ସାଂପ୍ରଦାୟିକ ଗଣ୍ଡଗୋଳ ସୃଷ୍ଟି ହେଉଛି । ଏହାହିଁ ଜାତୀୟ ସଂହତି ପ୍ରତିଷ୍ଠା ଦିଗରେ ଅନ୍ତରାୟ ସୃଷ୍ଟି କରେ ।
(iii) ଧର୍ମଗତ ବିରୋଧ – ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ଏଠାରେ ବିଭିନ୍ନ ଧର୍ମାବଲମ୍ବୀ ଲୋକମାନେ ବାସ କରନ୍ତି । ଧର୍ମଗତ ପ୍ରଭାବକୁ କେନ୍ଦ୍ରକରି ସୃଷ୍ଟି ହେଉଥିବା କଳହସବୁ ଜାତୀୟ ସଂହତି ପ୍ରତିଷ୍ଠା ଦିଗରେ ଅନ୍ତରାୟ ସୃଷ୍ଟି କରେ ।
(iv) ରାଜନୈତିକ ବିରୋଧ – ବର୍ତ୍ତମାନ ସୃଷ୍ଟି ହେଉଥିବା ରାଜନୈତିକ ଦ୍ବନ୍ଦ୍ବ ଓ ମତଭେଦ ଜାତୀୟ ସଂହତି ପ୍ରତିଷ୍ଠା କ୍ଷେତ୍ରରେ ଅନ୍ୟତମ ପ୍ରତିବନ୍ଧକ ଅଟେ ।
(v) ଅର୍ଥନୈତିକ ବିରୋଧ – ଜନବହୁଳ ଭାରତବର୍ଷରେ ଦାରିଦ୍ର୍ୟର ସୀମାରେଖା ତଳେ ବହୁଲୋକ ନିଷ୍ପେଷିତ । ଶିଳ୍ପାନ୍ନତି କ୍ଷେତ୍ରରେ ମଧ୍ୟ ଭାରତର ସ୍ଥାନ ବହୁ ପଛରେ । ତେଣୁ ଅର୍ଥନୈତିକ ବୈଷମ୍ୟ ହେତୁ ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ, ଗୋଷ୍ଠୀ-ଗୋଷ୍ଠୀ ମଧ୍ୟରେ ସଂହତି ଆଣିବା ସମ୍ଭବ ହେଉନାହିଁ ।

CHSE Odisha Class 12 Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

2. ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଜାତୀୟ ସଂହତି କିପରି ବୃଦ୍ଧି କରାଯାଇପାରିବ, ଆଲୋଚନା କର ।
କିମ୍ବା, ବିଦ୍ୟାଳୟରେ କେଉଁ କାର୍ଯ୍ୟକ୍ରମଦ୍ୱାରା ଆମେ ଜାତୀୟ ସଂହତି ମନୋଭାବ ସୃଷ୍ଟି କରିପାରିବା, ଆଲୋଚନା କର ।
କିମ୍ବା, ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଆବେଗାତ୍ମକ ସଂହତି କିପରି ବୃଦ୍ଧି କରାଯାଇପାରିବ, ଆଲୋଚନା କର ।
Answer:
ବିଶ୍ବମାନବୀୟ ଭାବଧାରାରେ ସମଗ୍ର ବିଶ୍ବକୁ ଅବଗାହିତ କରିହୁଏ । ଶାନ୍ତି, ଐକ୍ୟ, ମୈତ୍ରୀ, ପ୍ରୀତିର ପ୍ରତିଷ୍ଠାକୁ ଜାତୀୟ ସଂହତି କୁହାଯାଏ । ଜାତୀୟ ସଂହତି ବ୍ୟତୀତ ପୃଥିବୀପୃଷ୍ଠରେ ମାନବ ସଭ୍ୟତା ତିଷ୍ଠି ରହିବା ଅସମ୍ଭବ । ସାଂପ୍ରତିକ ପରିପ୍ରେକ୍ଷୀରେ ସମଗ୍ର ମାନବଜାତି ପାଇଁ ଜାତୀୟ ସଂହତି ଏକ ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତା । ଶିକ୍ଷା ଜାତୀୟ ସଂହତିର ପ୍ରଧାନ ପୃଷ୍ଠପୋଷକ । ଜାତୀୟ ସଂହତିର ବିକାଶ ଦିଗରେ ଶିକ୍ଷାର ଭୂମିକା ଗୁରୁତ୍ଵପୂର୍ଣ୍ଣ ।

ଅନୈକ୍ୟ ମଧ୍ୟରେ ଐକ୍ୟ ପ୍ରତିଷ୍ଠା, ଗଣତନ୍ତ୍ରର ସୁରକ୍ଷା ଓ ସମୃଦ୍ଧି ସମ୍ପୂର୍ଣ ଶିକ୍ଷା ଉପରେ ନିର୍ଭର କରିଥାଏ । ଏ ବିଷୟରେ ଶିକ୍ଷାର୍ଥୀମାନଙ୍କୁ ସଚେତନ କରିବା ଶିକ୍ଷାର ମୁଖ୍ୟ ଲକ୍ଷ୍ୟ ଅଟେ । ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ପଡ଼ୋଶୀ ରାଜ୍ୟ ବା ଦେଶର ଶିକ୍ଷା, ସଂସ୍କୃତି, ଐତିହ୍ୟ ସମ୍ପର୍କରେ ଅବଗତ କରାଏ । ସେମାନଙ୍କର ଚିନ୍ତା, ଭାବନା, ଭାଷା ଓ ସାହିତ୍ୟର ଅନୁଭବ ପ୍ରଦାନ କରେ । ବିଭିନ୍ନ ଦେଶ ଓ ଜାତି ମଧ୍ୟରେ ରହିଥିବା ଆବେଗାତ୍ମକ ସଂହତି ଓ ସମ୍ପର୍କ ବିଷୟରେ ଶିକ୍ଷା ସଚେତନ କରାଏ ।

ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଜାତୀୟ ସଂହତିର ବୃଦ୍ଧି ନିମନ୍ତେ ନିମ୍ନଲିଖୁତ ପଦକ୍ଷେପଗୁଡ଼ିକ ନିତାନ୍ତରୂପେ ଗ୍ରହଣଯୋଗ୍ୟ ।
ଶିକ୍ଷାଦାନ ବ୍ୟବସ୍ଥା ମଧ୍ୟରେ ଏଗୁଡ଼ିକୁ ଅନ୍ତର୍ଭୁକ୍ତ ହେବା ଏକାନ୍ତ ଅପରିହାର୍ଯ୍ୟ । ସେଗୁଡ଼ିକ ହେଲା –
(i) ଜାତୀୟ ଚେତନାର ଅଭିବୃଦ୍ଧି
(ii) ସୁନାଗରିକତା ଶିକ୍ଷା
(iii) ସାର୍ବଜନୀନ ଶିକ୍ଷା
(iv) ଯୁବ ଶିକ୍ଷା
(v) ବୃତ୍ତିମୂଳକ ଶିକ୍ଷା
(vi) ସହପାଠ୍ୟକ୍ରମ

(i) ଜାତୀୟ ଚେତନାର ଅଭିବୃଦ୍ଧି – ଜାତୀୟ ଚେତନାର ଅଭିବୃଦ୍ଧିଦ୍ୱାରା ଶିକ୍ଷାର୍ଥୀମାନଙ୍କ ମନରେ ଜାତୀୟ ସଂହତିର ବୀଜ ବପନ ସମ୍ଭବ ହୋଇଥାଏ । ତେଣୁ ଜାତୀୟ ଚେତନାର ଅଭିବୃଦ୍ଧି ଶିକ୍ଷାର ଏକ ପ୍ରଧାନ ଲକ୍ଷ୍ୟ ହେବା ଆବଶ୍ୟକ । ଏଥିପାଇଁ ପ୍ରତ୍ୟେକ ଛାତ୍ର ନିଜ ଦେଶର୍ ବିଭିନ୍ନ ଅଞ୍ଚଳ ଓ ସମ୍ପ୍ରଦାୟ ସେମାନଙ୍କର ସଂସ୍କୃତି ସମ୍ପର୍କରେ ବ୍ୟାପକଭାବରେ ଜାଣିବା ଉଚିତ ।

ନିଜର ସାଂସ୍କୃତିକ ପରମ୍ପରାକୁ ଠିକ୍‌ଭାବରେ ବୁଝି ଓ ସେସବୁର ପୁନଃମୂଲ୍ୟାୟନ କରିବାଦ୍ୱାରା ହିଁ ଜାତୀୟ ଚେତନାର ଅଭିବୃଦ୍ଧି ସମ୍ଭବ ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତି ଯେତେବେଳେ ବୁଝିବେ ଯେ, ରାଷ୍ଟ୍ରର ଅସ୍ତିତ୍ଵ ଓ ପ୍ରଗତି ଉପରେ ବୈଭିକ ଅସ୍ତିତ୍ଵ ଓ ପ୍ରଗତି ନିର୍ଭର କରେ, ସେତେବେଳେ ପ୍ରକୃତ ଜାତୀୟତାବୋଧ ଜାଗ୍ରତ ହେବ ।

ସୁତରାଂ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଏପରି ପ୍ରସ୍ତୁତ ହେବା ଆବଶ୍ୟକ ଯାହା ଫଳରେ ଜାତୀୟ ସଂହତି ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଗଣତାନ୍ତ୍ରିକ ମୂଲ୍ୟବୋଧ ମଧ୍ୟ ସୁଦୃଢ଼ ହେବ ।

(ii) ସୁନାଗରିକତା ଶିକ୍ଷା – ବ୍ୟକ୍ତି ରାଷ୍ଟ୍ର ପ୍ରତି ନିଜର ଅଧିକାର ସମ୍ପର୍କରେ ସଚେତନ ହୋଇପାରିଲେ ଯାଇ ଜଣେ ସୁନାଗରିକଭାବେ ବିବେଚିତ ହୋଇପାରେ । ତେଣୁ ପ୍ରତ୍ୟେକ ନାଗରିକକୁ ତା’ର କର୍ତ୍ତବ୍ୟ ଓ ଦାୟିତ୍ଵ ସମ୍ପର୍କରେ ସଚେତନ କରାଇବା ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ହେବା ଉଚିତ । ଆତ୍ମତ୍ୟାଗ, ଗଣତାନ୍ତ୍ରିକ ବିଶ୍ଵାସ, ସହଯୋଗିତା, ସହିଷ୍ଣୁତା ପ୍ରଭୃତି ସୁନାଗରିକର ଲକ୍ଷଣ । ଜାତୀୟ ସଂହତି ରକ୍ଷା ପାଇଁ ଏ ସମସ୍ତ ଉପାଦାନର ଯଥେଷ୍ଟ ଆବଶ୍ୟକତା ରହିଛି ।

ସୁତରାଂ ଶିକ୍ଷା ଏପରି ହେବା ଆବଶ୍ୟକ ଯାହା ଶିକ୍ଷାର୍ଥୀଙ୍କୁ ଦେଶପ୍ରେମ, ସହଯୋଗ ଓ ସହନଶୀଳତା ଆଦି ଗୁଣଗୁଡ଼ିକ ଶିକ୍ଷା ଦେବ । ସୁନାଗରିକ ଏହି ଲକ୍ଷ୍ୟ ପ୍ରାପ୍ତ ହୋଇ ଜାତୀୟ ସଂହତିର ପ୍ରତିଷ୍ଠା ଓ ସୁରକ୍ଷା ପାଇଁ ସାହାଯ୍ୟ କରିଥାଏ ।

(iii) ସାର୍ବଜନୀନ ବାଧ୍ୟତାମୂଳକ ଶିକ୍ଷା – ଜାତୀୟ ସଂହତି ପ୍ରତିଷ୍ଠା ପାଇଁ ସାର୍ବଜନୀନ ବାଧ୍ୟତାମୂଳକ ଶିକ୍ଷା ଏକାନ୍ତ ଅପରିହାର୍ଯ୍ୟ । ଶିକ୍ଷା ବିନା ଗଣତନ୍ତ୍ରର ସଫଳତା ଅସମ୍ଭବ । ଜାତୀୟ ସଂହତି ଓ ସାର୍ବଜନୀନ ଶିକ୍ଷା ଅଙ୍ଗାଙ୍ଗୀଭାବେ ଜଡ଼ିତ । ଗଣତନ୍ତ୍ରର ଉପଯୋଗରେ ଜାତୀୟ ସଂହତି ପ୍ରତିଷ୍ଠାର ଲକ୍ଷ୍ୟ ନେଇ ଶିକ୍ଷା ଅଭିପ୍ରେତ ହେବା ଆବଶ୍ୟକ । ସାର୍ବଜନୀନ ଶିକ୍ଷା ମାଧ୍ୟମରେ ସାଧାରଣ ବିଦ୍ୟାଳୟ ବ୍ୟବସ୍ଥାର ପ୍ରଗତି ଓ ଉନ୍ନତି ଜାତୀୟ ଲକ୍ଷ୍ୟରୂପେ ଗୃହୀତ ହେବା ଆବଶ୍ୟକ ।

(iv) ଯୁବ ଶିକ୍ଷା – ଯୁବ ଶିକ୍ଷାଦ୍ଵାରା ଜାତୀୟ ସଂହତି ସ୍ଥାୟୀ ଓ ସୁଦୃଢ଼ ହୋଇଥାଏ । ଯୁବକମାନେ ବିଭିନ୍ନ ଗଠନମୂଳକ କାର୍ଯ୍ୟଦ୍ବାରା ଜାତୀୟ ସଂହତିର ପରିବାହକ ହୋଇଥା’ନ୍ତି । ତେଣୁ ଉପଯୁକ୍ତ ଗଠନମୂଳକ ଯୁବଶିକ୍ଷା ଜାତୀୟ ସଂହତିର ପ୍ରଧାନ ସହାୟକ ହୋଇଥାଏ ।

CHSE Odisha Class 12 Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

(v) ବୃତ୍ତିମୂଳକ ଶିକ୍ଷା – ବୃତ୍ତିମୂଳକ ଶିକ୍ଷା ମଧ୍ୟ ଜାତୀୟ ସଂହତି ଗଠନରେ ସହାୟକ ହୋଇଥାଏ । ଏହି ଶିକ୍ଷାଦ୍ବାରା ଜୀବିକାର୍ଜନ ସମସ୍ୟା ସମାଧାନ ହେବା ସଙ୍ଗେ ସଙ୍ଗେ ଦେଶର ଆର୍ଥିକ ବିକାଶ ସଂଗଠିତ ହୋଇଥାଏ । ଏହା ଜାତୀୟ ସଂହତି ପ୍ରତିଷ୍ଠା ଦିଗରେ ସାହାଯ୍ୟ କରେ ।

(vi) ସହ-ପାଠ୍ୟକ୍ରମ – ବିଦ୍ୟାଳୟ ପାଠ୍ୟକ୍ରମରେ ଥିବା ଅନେକ ପାଠ୍ୟବିଷୟ ସହପାଠ୍ୟ କାର୍ଯ୍ୟକ୍ରମ ଜାତୀୟ ସଂହତି ସ୍ଥାପନରେ ସାହାଯ୍ୟ କରିଥାଏ । ବିଦ୍ୟାଳୟରେ ଜାତୀୟ ଦିବସ; ଯଥା – ସ୍ଵାଧୀନତା ଦିବସ, ଗଣତନ୍ତ୍ର ଦିବସ, ଶିକ୍ଷକ ଦିବସ ଓ ଶିକ୍ଷାର୍ଥୀ ଦିବସ ଇତ୍ୟାଦି ପାଳନଦ୍ୱାରା ଶିକ୍ଷାର୍ଥୀ ହୃଦୟରେ ଜାତୀୟତା ଭାବ ସୃଷ୍ଟି ହୋଇଥାଏ ।

ଜାତୀୟ ସଙ୍ଗୀତ ଗାନ ବା ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ, ବିଭିନ୍ନ ଦେଶାତ୍ମବୋଧ କବିତା, ସଙ୍ଗୀତ ଆଦି ଗାୟନଦ୍ୱାରା ଶିକ୍ଷାର୍ଥୀ ହୃଦୟରେ ମଧ୍ୟ ଜାତୀୟତାବୋଧ ସୃଷ୍ଟି ହୋଇଥାଏ । ଦେଶର ମହାନ୍ ନେତା, ମହାପୁରୁଷ, ସ୍ଵାଧୀନତା ସଂଗ୍ରାମୀମାନଙ୍କ ଜୀବନୀ ପାଠଦ୍ଵାରା ଶିକ୍ଷାର୍ଥୀମାନେ ସେମାନଙ୍କ ଆଦର୍ଶ ଓ ବ୍ୟକ୍ତିତ୍ବରେ ଅନୁପ୍ରାଣିତ ହୋଇଥା’ନ୍ତି । ଏହିସବୁ ମହାପୁରୁଷମାନଙ୍କର ଜନ୍ମ ଦିବସ ପାଳନଦ୍ୱାରା ଶିକ୍ଷାର୍ଥୀମାନେ ଜାତୀୟ ଐକ୍ୟର ଆବଶ୍ୟକତା ଉପଲବ୍ଧି କରିଥା’ନ୍ତି ।

ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷା ସହିତ ଶିକ୍ଷାର୍ଥୀମାନଙ୍କ ପାଇଁ ସବୁ ସ୍ତରରେ ସାମାଜିକ ଓ ଜାତୀୟ ସେବା ବାଧ୍ୟତାମୂଳକ ହେବା ଦରକାର । ଜାତୀୟ ସଂହତିର ବିକାଶ ନିମିତ୍ତ ଶିକ୍ଷାର୍ଥୀମାନେ ବିଭିନ୍ନ ପ୍ରକାର ସମାଜସେବା ଓ ଉନ୍ନୟନମୂଳକ ପ୍ରୋଜେକ୍ଟଗୁଡ଼ିକରେ ଅଂଶଗ୍ରହଣ କରିବା ଆବଶ୍ୟକ । ଏହାଦ୍ଵାରା ସେମାନଙ୍କ ଐକ୍ୟ ଭାବର ଅନୁଭୂତି ସୃଷ୍ଟି ହୁଏ ।

ଏହି ସମସ୍ତ ଶିକ୍ଷାଦ୍ବାରା ଶିକ୍ଷାର୍ଥୀମାନଙ୍କ ଜାତୀୟ ସଂହତି ବୃଦ୍ଧି କରାଯାଇପାରିବ ।

3. ଆନ୍ତର୍ଜାତିକ ସଦ୍‌ଭାବ କହିଲେ କ’ଣ ବୁଝ ? ଏହାର ଗୁରୁତ୍ଵ ବର୍ଣ୍ଣନା କର ।
Answer:
ଏହି ବିଶାଳ ବିଶ୍ବରେ ମଣିଷର ସ୍ଥିତି କେବଳ ନିଜ ଦେଶର ସଂକୀର୍ଣ୍ଣ ସୀମା ମଧ୍ୟରେ ସୀମାବଦ୍ଧ ନୁହେଁ । ବର୍ତ୍ତମାନ ଯୁଗରେ ସେ ସମଗ୍ର ପୃଥିବୀର ଜଣେ ଅଧସୀ ଭାବରେ ପରିଗଣିତ ହେଉଛି । ବିଜ୍ଞାନର ଉନ୍ନତି ଫଳରେ ପୃଥିବୀ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି ।

ଦେଶ ଦେଶ ମଧ୍ୟରେ ଯାତାୟାତର ସୁବିଧା, ରେଡ଼ିଓ, ଟେଲିଭିଜନ ଓ ଅନ୍ୟାନ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରସାର ଫଳରେ ପୃଥିବୀର ଅତି ଦୂରସ୍ଥାନରେ ଥିବା ଲୋକେ ପରସ୍ପର ମଧ୍ୟରେ ଘନିଷ୍ଠ ସମ୍ପର୍କ ରକ୍ଷା କରିବାରେ ସକ୍ଷମ ହେଉଛନ୍ତି । ସୁତରାଂ ସାଂପ୍ରତିକ ବିଶ୍ଵରେ କୌଣସି ଦେଶ ଏକୁଟିଆ ହୋଇ ରହିପାରିବ ନାହିଁ । କାରଣ ଗୋଟିଏ ଦେଶର ଘଟଣାବଳୀ ଖୁବ୍ ଶୀଘ୍ର ଅନ୍ୟ ଦେଶବାସୀ ଜାଣିପାରୁଛନ୍ତି ।

ଏହା କେବଳ ଆନ୍ତର୍ଜାତିକ ବୁଝାମଣା ଯୋଗୁଁ ସମ୍ଭବ ହୋଇପାରୁଛି । ଏକବିଂଶ ଶତାବ୍ଦୀରେ ମାନବଜାତିର ଏକ ସ୍ବପ୍ନ ହେଉଛି ଜାତି, ଧର୍ମ, ବର୍ଣ୍ଣ ଓ ଗୋଷ୍ଠୀର ବୈଷମ୍ୟ ସତ୍ତ୍ଵେ ଏକ ଅଖଣ୍ଡ ବିଶ୍ବ ଗଠନ କରିବା । ତେଣୁ ଯଥାର୍ଥରେ ଦେଶ-ଦେଶ ଓ ଜାତି-ଜାତି ମଧ୍ୟରେ ସଦ୍‌ଭାବ ପ୍ରତିଷ୍ଠାକୁ ଆନ୍ତର୍ଜାତିକ ସଦ୍‌ଭାବ କୁହାଯାଏ ।

ଆନ୍ତର୍ଜାତିକ ସଦ୍‌ଭାବ କହିଲେ ପୃଥିବୀର ବିଭିନ୍ନ ଦେଶଗୁଡ଼ିକ ମଧ୍ୟରେ ପାରସ୍ପରିକ ବୁଝାମଣା, ବିଶ୍ଵାସ ଓ ସମ୍ମାନକୁ ବୁଝାଏ । ଯେତେବେଳେ ମନୁଷ୍ୟ ନିଜକୁ ନିଜ ଦେଶର ନାଗରିକ ନଭାବି ସମଗ୍ର ପୃଥିବୀର ନାଗରିକ ବୋଲି ଭାବିଥାଏ, ସେତେବେଳେ ହିଁ ଆନ୍ତର୍ଜାତିକ ସଦ୍‌ଭାବର ସୃଷ୍ଟି ହୋଇଥାଏ ।

ମନୁଷ୍ୟ ଯେତେବେଳେ ଭାବେ ଯେ, ପୃଥିବୀର ସମସ୍ତ ଅଧିବାସୀ ଗୋଟିଏ ଈଶ୍ୱରଙ୍କ ସନ୍ତାନ ଏବଂ ସମଗ୍ର ପୃଥିବୀ ଗୋଟିଏ ପରିବାର ସଦୃଶ, ସେତେବେଳେ ତା’ ମନରେ ବିଶ୍ଵମନୋଭାବ ସୃଷ୍ଟି ହୋଇଥାଏ । ଏହାଦ୍ଵାରା ତା’ ମନରେ ‘ବସୁଧୈବ କୁଟୁମ୍ବକମ୍’ ଧାରଣା ଦୃଢ଼ୀଭୂତ ହୋଇଥାଏ ।

ଆନ୍ତର୍ଜାତିକ ସଦ୍‌ଭାବରେ ଅର୍ଥ ନିରୂପଣ କରିବାକୁ ଯାଇ ଡଃ. ୱାଲ୍‌ଟର କହନ୍ତି, “ଆନ୍ତର୍ଜାତିକ ବୁଝାମଣା ଏକ ଦକ୍ଷତା’’ ଯାହାକି ସାଂସ୍କୃତିକ ଓ ଜାତୀୟ ବୈଷମ୍ୟ ନିର୍ବିଶେଷରେ ବିଶ୍ଵର ପ୍ରତି ସ୍ଥାନରେ ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିତ୍ବକୁ ଗ୍ରହଣ କରିଥାଏ । ଏହାଦ୍ୱାରା ଜଣେ ବ୍ୟକ୍ତି ନିଜକୁ ନିଜ ସଂସ୍କୃତି ଓ ଜାତୀୟ ନୀତିନିୟମଠାରୁ ଦୂରେଇ ନେଇ ବିଶ୍ବର ପ୍ରତ୍ୟେକ ରାଷ୍ଟ୍ରର ଅଧିବାସୀଙ୍କୁ ସମାନ ଦୃଷ୍ଟିରେ ବିଚାର କରିଥାଏ ।

ତେଣୁ ଆମେ ଏହି ଆନ୍ତର୍ଜାତିକ ମନୋଭାବର ପ୍ରତିଷ୍ଠା, ବିଶ୍ବ ପରିବାର ଓ ବିଶ୍ବ ନାଗରିକତା ଗଠନ ନିମନ୍ତେ ଶିକ୍ଷା ଦେବା ଉଚିତ । ଆଧୁନିକ ଯୁଗରେ ଉପଯୁକ୍ତ ଶିକ୍ଷା ହିଁ ଦେଶପ୍ରୀତି ଓ ଆନ୍ତର୍ଜାତିକ ସଦ୍‌ଭାବରେ ମଧ୍ଯରେ ଯଥାର୍ଥ ସମନ୍ଵୟ ପ୍ରତିଷ୍ଠା କରିଥାଏ ।

ଓଲିଭର ଗୋଲ୍ଡସ୍ମିଥଙ୍କ ମତରେ ‘‘ଏହା ଏକ ଭାବନା ବା ଧାରଣା, ଯାହାଦ୍ୱାରା ବ୍ୟକ୍ତି ନିଜକୁ ନିଜ ରାଷ୍ଟ୍ରର ସଦସ୍ୟ ନ ଭାବି ନିଜକୁ ବିଶ୍ବର ଜଣେ ସଦସ୍ୟ ବୋଲି ଭାବିଥାଏ ।’’

ଆନ୍ତର୍ଜାତିକତା ବର୍ତ୍ତମାନ ଶତାବ୍ଦୀର ଏକ ଆଦର୍ଶ ରୂପେ ପରିଗଣିତ । ଏହି ଭାବନା ପ୍ରାୟତଃ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଗଭୀର ଭାବରେ ଅନୁଭୂତ ହୋଇଛି । ଆଜିର ବିଶ୍ଵ ପରମାଣୁ ଶକ୍ତି ପରି ଧ୍ୱଂସକାରୀ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ରହିଛି । ତେଣୁ ପୃଥିବୀରେ ଦୀର୍ଘସ୍ଥାୟୀ ‘ଶାନ୍ତି’ର ଆବଶ୍ୟକତା ରହିଛି । ଏଥପାଇଁ ଆନ୍ତର୍ଜାତିକ ବୁଝାମଣା ଅନିବାର୍ଯ୍ୟ । ପୃଥିବୀର ପ୍ରତ୍ୟେକ ରାଷ୍ଟ୍ରର ନେତୃବୃନ୍ଦ ଏକତ୍ଵର ଭାବନା ନେଇ କାର୍ଯ୍ୟକଲେ, ଆନ୍ତର୍ଜାତିକ ସଦ୍‌ଭାବ ସମ୍ଭବ ହୋଇପାରିବ ।

ଆନ୍ତର୍ଜାତିକ ସଦ୍‌ଭାବର ଅନେକ କାରକମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତ ହୋଇଥାଏ । ଯେମିତିକି ବିଜ୍ଞାନ ଓ କାରିଗରୀ ବିଦ୍ୟାର ଅଗ୍ରଗତି ଧ୍ୱଂସକାରୀ ମାରଣାସ୍ତ୍ର ପ୍ରସୂତିରେ ସାହାଯ୍ୟ କରୁଛି । ଦ୍ବିତୀୟ ବିଶ୍ୱଯୁଦ୍ଧ ସମୟରେ ହିରୋସୀମା ଓ ନାଗାସାକୀ ଧ୍ୱଂସକାରୀ ଦୃଶ୍ୟ ଏବେବି ଲୋକମାନଙ୍କ ମଧ୍ୟରେ ଜୀବିତ ହୋଇ ରହିଛି । ଆନ୍ତର୍ଜାତିକ ସଦ୍‌ଭାବର ଗୁରୁତ୍ଵ ଓ ଆବଶ୍ୟକତା ନିମ୍ନଲିଖ୍ କାରଣଗୁଡ଼ିକ ରହିଛି ।
(କ) ବିଶ୍ୱଯୁଦ୍ଧଗୁଡ଼ିକୁ ଦୁରେଇବା
(ଖ) ପ୍ରତ୍ୟେକ ରାଷ୍ଟ୍ରର ସାର୍ବଭୌମତ୍ୱ ରକ୍ଷା କରିବ
(ଗ) ପଛୁଆ ରାଷ୍ଟ୍ରଗୁଡ଼ିକର ଉନ୍ନତି ସାଧନ କରିବା
(ଘ) ଗୋଟିଏ ରାଷ୍ଟ୍ର ସହ ଅନ୍ୟ ରାଷ୍ଟ୍ରର ଯୋଗାଯୋଗର ଉନ୍ନତିକରଣ କରିବ ।

ଦେଶମାନଙ୍କ ମଧ୍ୟରେ ସମ୍ପର୍କରେ ଭ୍ରାନ୍ତ ଧାରଣା ଦୂର କରିବାପାଇଁ ଏହାର ଆବଶ୍ୟକତା ରହିଛି । ଦେଶ, ଦେଶ ମଧ୍ୟରେ ସଂଘର୍ଷ ଓ ଶତ୍ରୁତା ଦୂର କରି ବିଶ୍ବଭ୍ରାତୃତ୍ୱ ମନୋଭାବ ଉଦ୍ରେକ କରିବା, ଦେଶ-ଦେଶମାନଙ୍କ ମଧ୍ୟରେ ସାମାଜିକ, ସାଂସ୍କୃତିକ ଅର୍ଥନୈତିକ ରାଜନୈତିକ ଓ ବୈଜ୍ଞାନିକ ସହଯୋଗ ନିମିତ୍ତ ସଂକୀର୍ୟ ଜାତୀୟତା ଆଦି ଦୂର କରିବାପାଇଁ ବିଶ୍ୱଭାବନାର ଆବଶ୍ୟକତା ରହିଛି ।

4. ଆନ୍ତର୍ଜାତିକ ସଦ୍‌ଭାବ ପ୍ରତିଷ୍ଠା କ୍ଷେତ୍ରରେ ଶିକ୍ଷାର ଭୂମିକା ଆଲୋଚନା କର ।
Answer:
ଆନ୍ତର୍ଜାତିକ ସଦ୍‌ଭାବ କହିଲେ ପୃଥିବୀର ବିଭିନ୍ନ ଦେଶଗୁଡ଼ିକ ମଧ୍ୟରେ ପାରସ୍ପରିକ ବୁଝାମଣା, ବିଶ୍ଵାସ ଓ ସମ୍ମାନକୁ ବୁଝାଇଥାଏ । ଯେତେବେଳେ ବ୍ୟକ୍ତି ନିଜକୁ ନିଜ ରାଷ୍ଟ୍ରର ନାଗରିକ ବୋଲି ନ ଭାବି ସମଗ୍ର ବିଶ୍ଵର ସଦସ୍ୟ ବୋଲି ବିବେଚନା କରେ, ସେତେବେଳେ ଆନ୍ତର୍ଜାତିକ ବୁଝାମଣା ସମ୍ଭବ ହୋଇଥାଏ ।

ମନୁଷ୍ୟ ଯେତେବେଳେ ଭାବେ ଯେ, ପୃଥିବୀର ସମସ୍ତ ଅଧ୍ବବାସୀ ଗୋଟିଏ ଈଶ୍ବରଙ୍କ ସନ୍ତାନ, ସମଗ୍ର ପୃଥିବୀ ଗୋଟିଏ ପରିବାର ପରି ଓ ପୃଥିବୀର ସମସ୍ତ ମନୁଷ୍ୟ ଭାଇଭଉଣୀ ପରି, ସେତେବେଳେ ତା’ମନରେ ବିଶ୍ବମନୋଭାବ ଉଦ୍ରେକ ହୋଇଥାଏ । ଏହାଦ୍ଵାରା ସେ ସମଗ୍ର ବିଶ୍ୱକୁ “ବସୁଧୈବ କୁଟୁମ୍ବକମ୍’’ ନୀତିରେ ଆପଣାର ମଣେ । ତେଣୁ ଏହି ମନୋଭାବକୁ ପୃଥିବୀର ସମସ୍ତ ଲୋକଙ୍କ ମନରେ ସୃଷ୍ଟି କରିବାପାଇଁ ବିଭିନ୍ନ ବିଶ୍ବ ସଂସ୍ଥା ଯଥା ଜାତିସଂଘ ଉଦ୍ୟମ କରି ଆସୁଛି ।

ସମସ୍ତଙ୍କ ମନରେ ବିଶ୍ବଭ୍ରାତୃତ୍ଵ ଭାବ ଉଦ୍ରେକ କରାଇବାରେ ଶିକ୍ଷା ମହତ୍ତ୍ବପୂର୍ଣ ଭୂମିକା ଗ୍ରହଣ କରିଥାଏ । ଶିକ୍ଷା ବିଶ୍ଵ ଏକତା ଆନୟନର ଏକ ମୁଖ୍ୟ ଆୟୁଧ ସଦୃଶ କାର୍ଯ୍ୟକରେ । ପୃଥିବୀରେ ଭୌଗୋଳିକ ଓ ପ୍ରାକୃତିକ କାରଣଗୁଡ଼ିକ ଯୋଗୁଁ ବିଭିନ୍ନ ଅଞ୍ଚଳ ମଧ୍ୟରେ ଅନେକ ପାର୍ଥକ୍ୟ ପରିଲକ୍ଷିତ ହୁଏ । ଏହାକୁ ଦୂର କରିବାରେ ଶିକ୍ଷାହିଁ ମାଧ୍ୟମ ରୂପେ କାର୍ଯ୍ୟ କରିଥାଏ । ଏ ସମ୍ପର୍କରେ UNESCO ମତ ପ୍ରଦାନ କରିଛନ୍ତି ଯେ, ଯୁଦ୍ଧ ମନୁଷ୍ୟ ମନରେ ଆରମ୍ଭ ହୁଏ ।

ତେଣୁ ସେହି ମନୁଷ୍ୟ ମନରେ ହିଁ ଶାନ୍ତିରକ୍ଷା ପାଇଁ ଉଦ୍ୟମ ହେବା ଉଚିତ । ଶାନ୍ତି ପାଇଁ ଏକ ବ୍ୟାକୁଳତା ମନୁଷ୍ୟ ମନରେ ପ୍ରଥମରୁ ସ୍ଥାନ ପାଇବା ଆବଶ୍ୟକ, ତଦ୍ବାରା କେବଳ ଶାନ୍ତି ପ୍ରତିଷ୍ଠା ହୋଇପାରିବ । ପୃଥିବୀରେ ଶାନ୍ତି ପ୍ରତିଷ୍ଠା ପାଇଁ ମିଳିତ ଜାତିସଂଘ ଭଳି ସଙ୍ଗଠନ ଗଠନ କରାଯାଇଛି । ଏସବୁ ସତ୍ତ୍ଵେ ଯଦି ମନୁଷ୍ୟ ମନରୁ ସଂକୀର୍ଣ୍ଣତା ଦୂର ନ ହୁଏ ସବୁପ୍ରକାର ପ୍ରଚାର ସଙ୍ଗଠନ ବିଶ୍ୱଶାନ୍ତି ପ୍ରତିଷ୍ଠାରେ ବିଫଳ ହେବେ । ଏହି ସଂକୀର୍ଣ୍ଣତା ଦୂର କରିବାରେ ଶିକ୍ଷାହିଁ ସାହାଯ୍ୟ କରିଥାଏ ।

ଶିକ୍ଷା ମାଧ୍ୟମରେ ଶିଶୁ ମନରେ ପୃଥିବୀର ସମସ୍ତ ଅଧିବାସୀ ଏକ ଓ ଅବିଚ୍ଛିନ୍ନ ଏବଂ ସମସ୍ତେ ଭାଇଭଉଣୀ ସଦୃଶ, ଏହି ମନୋଭାବ ଉଦ୍ରେକ କରାଇବା ସମ୍ଭବ ହୋଇଥାଏ । ଆନ୍ତର୍ଜାତିକ ସଦ୍‌ଭାବ ପ୍ରତିଷ୍ଠା ପାଇଁ ନିମ୍ନଲିଖ ଶୈକ୍ଷିକ ପଦକ୍ଷେପମାନ ଗ୍ରହଣ କରାଯିବା ଆବଶ୍ୟକ ।

(କ) ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକଗୁଡ଼ିକର ପୁନର୍ଗଠନ – ବିଦ୍ୟାଳୟରେ ପ୍ରତ୍ୟେକ ସ୍ତରରେ ଶିକ୍ଷା ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକଗୁଡ଼ିକର ପୁନର୍ଗଠନର ଆବଶ୍ୟକତା ରହିଛି । ବିଭିନ୍ନ ପାଠ୍ୟ ବିଷୟ ଯଥା – ଇତିହାସ, ଭୂଗୋଳ, ବିଜ୍ଞାନ ଓ ଭାଷାରେ ବିଶ୍ଵ ସମ୍ବନ୍ଧୀୟ ଜ୍ଞାନ, ସମସ୍ୟା ଓ ତାହାର ସମାଧାନ ଇତ୍ୟାଦି ସ୍ଥାନ ପାଇବା ବିଧେୟ । ଏହି ପୁନର୍ଗଠିତ ପାଠ୍ୟକ୍ରମ ଜରିଆରେ ଶିକ୍ଷାର୍ଥୀମାନେ ନିମ୍ନଲିଖ ଜ୍ଞାନ ହାସଲ କରିପାରିବେ ।

  1. ପୃଥିବୀର ବିଭିନ୍ନ ଦେଶଗୁଡ଼ିକ ମଧ୍ୟରେ ପାରସ୍ପରିକ ନିର୍ଭରଶୀଳତା ବିଷୟରେ ଜ୍ଞାନ ହାସଲ କରିବା ।
  2. ବିଭିନ୍ନ ଦେଶଗୁଡ଼ିକର ଧର୍ମ ସମ୍ବନ୍ଧରେ ଅବଗତ ହେବା ।
  3. ପୃଥିବୀର ବିଭିନ୍ନ ସଂସ୍କୃତି ବିଷୟରେ ଅବଗତ ହେବା ।
  4. ଶାନ୍ତି ପ୍ରତିଷ୍ଠା ପାଇଁ ବିଭିନ୍ନ ଲୋକମାନଙ୍କର ପ୍ରୟାସ ବିଷୟରେ ଜାଣିବା ।

CHSE Odisha Class 12 Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

(ଖ) ସଠିକ୍ ସହପାଠ୍ୟକ୍ରମ ପରିଚାଳିତ କରିବା – ଆନ୍ତର୍ଜାତିକ ବୁଝାମଣା ବିଭିନ୍ନ ସହପାଠ୍ୟକ୍ରମ କାର୍ଯ୍ୟାବଳୀ ମାଧ୍ୟମରେ ସୃଷ୍ଟି କରାଯାଇପାରେ । ଯେପରିକି, ପୃଥିବୀର ପ୍ରସିଦ୍ଧ ଲୋକମାନଙ୍କର ଜନ୍ମ ଦିବସ ପାଳନ କରିବା, ବିଭିନ୍ନ ଆନ୍ତର୍ଜାତିକ ଦିବସ ଯଥା ଜାତିସଂଘ ପ୍ରତିଷ୍ଠା ଦିବସ, ମାନବାଧ‌ିକାର ଦିବସ, ପୃଥିବୀ ସ୍ଵାସ୍ଥ୍ୟ ଦିବସ ଇତ୍ୟାଦି ପାଳନ କରିବା ଆବଶ୍ୟକ ।
(ଗ) ସାଂସ୍କୃତିକ ଭାବ ବିନିମୟ କାର୍ଯ୍ୟକ୍ରମ : ସାଂସ୍କୃତିକ ଭାବ ବିନିମୟ ଯଥା – ବିଭିନ୍ନ ଶିକ୍ଷକ, ଛାତ୍ର, ଶିକ୍ଷାବିତ୍, କଳାକାର, ଲେଖକ ଏବଂ କବି ଇତ୍ୟାଦିଙ୍କୁ ବିଶ୍ବର ବିଭିନ୍ନ ରାଷ୍ଟ୍ରକୁ ପଠାଯିବା ଆବଶ୍ୟକ । ସେହିପରି ଆମ୍ଭେମାନେ ମଧ୍ୟ ପାଶ୍ଚାତ୍ୟ ଶିକ୍ଷାବିତ୍, ଦାର୍ଶନିକ, ଲେଖକ ଇତ୍ୟାଦିଙ୍କୁ ଆମ ଦେଶକୁ ନିମନ୍ତ୍ରଣ କରିବା ଉଚିତ । ଏହାଦ୍ଵାରା ଆମ ସଂସ୍କୃତିରେ ଥିବା ଭ୍ରମାତ୍ମକ ଚିନ୍ତାଧାରା ଦୂରୀଭୂତ ହୋଇପାରିବ ।
(ଘ) ଶିକ୍ଷାର୍ଥୀମାନଙ୍କୁ ଦୈନିକ ଖବରକାଗଜ, ଦୂରଦର୍ଶନ କିମ୍ବା ରେଡ଼ିଓ ମାଧ୍ୟମରେ ପୃଥିବୀର ବିଭିନ୍ନ ଅଞ୍ଚଳ ବିଷୟରେ ଖବର ସଂଗ୍ରହ ପାଇଁ ଶିକ୍ଷକମାନେ ଉତ୍ସାହିତ କରିବା ଉଚିତ ।
(ଙ) ବିଶ୍ବର ବିଭିନ୍ନ ଲୋକଙ୍କର ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ ଶିକ୍ଷକ ଜ୍ଞାନ ପ୍ରଦାନ କରିବା ଉଚିତ ।
(ଚ) ଛାତ୍ରଛାତ୍ରୀମାନଙ୍କୁ ଅନ୍ୟ ଦେଶର ପିଲାମାନଙ୍କ ସହ ପତ୍ରବନ୍ଧୁ ସମ୍ପର୍କ ସ୍ଥାପନକୁ ଉତ୍ସାହିତ କରିବା ଉଚିତ ।
(ଛ) ଆନ୍ତର୍ଜାତିକ ସଦ୍‌ଭାବ ପ୍ରତିଷ୍ଠା ଦିଗରେ ଶିକ୍ଷକଙ୍କର ଭୂମିକା ଅତୀବ ଗୁରୁତ୍ଵପୂର୍ଣ୍ଣ । ଶିକ୍ଷାର୍ଥୀମାନଙ୍କର କ୍ରମବର୍ଷମାନ ସ୍ଵାଧୀନ ଚେତନା, ଆତ୍ମନିର୍ଭରଶୀଳତା, ଦାୟିତ୍ୱବୋଧ ତଥା ସହନଶୀଳତା ଇତ୍ୟାଦି ଗୁଣଗୁଡ଼ିକୁ ହୃଦୟଙ୍ଗମ କରି ସେମାନଙ୍କ ମଧ୍ୟରେ ବିଶ୍ଵ ଐକ୍ୟ ମନୋଭାବକୁ ଜାଗ୍ରତ କରିବା ଶିକ୍ଷକଙ୍କର ପ୍ରଧାନ କାର୍ଯ୍ୟ ହେବା ଉଚିତ ।

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ଜାତୀୟ ସଂହତି :
ଏକ ରାଷ୍ଟ୍ରର ଅଖଣ୍ଡତା, ସମୃଦ୍ଧି ଏହାର ଐକ୍ୟ ବା ଜାତୀୟ ସଂହତି ଉପରେ ପର୍ଯ୍ୟବସିତ । ଭାରତ ଏକ ଏପରି ରାଷ୍ଟ୍ର ଯେଉଁଠି ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ, ଭାଷା ଓ ବିଶ୍ବାସର ଲୋକ ଏକାଠି କେଉଁ ପ୍ରାଚୀନ କାଳରୁ ରହିଆସୁଛନ୍ତି । ସେମାନଙ୍କ ମଧ୍ୟରେ ବିଭିନ୍ନତା ଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଥିବା ବିଶ୍ଵାସ, ଦେଶପ୍ରୀତି, ଭ୍ରାତୃଭାବ ପ୍ରତ୍ୟେକ ଭାରତୀୟଙ୍କୁ ଏକତାର ମନ୍ତ୍ରରେ ବାନ୍ଧିରଖୁଛି । ବିଭିନ୍ନତା ହିଁ ପତନର ମୂଳବିନ୍ଦୁ । ତେଣୁ ଶିକ୍ଷାରେ ଜାତୀୟ ସଂହତି ଉପରେ ସର୍ବଦା ଗୁରୁତ୍ୱ ଦିଆଯାଉଛି । କୋମଳମତି ଛାତ୍ରଛାତ୍ରୀମାନେ ନିଜ ଦେଶର ବିଭିନ୍ନତାକୁ ବିଶ୍ଳେଷଣ କରି ଅହିଂସା ଓ ସଂହତିର ପଥ ଅନୁସରଣ କରି ଦେଶକୁ ଅଖଣ୍ଡ ଓ ବିକାଶଶୀଳ କରିବା ନିମନ୍ତେ ବ୍ରତୀ ହେବାପାଇଁ ଏହା ଏକାନ୍ତ ଆବଶ୍ୟକ ।

ଜାତୀୟ ସଂହତିର ଅର୍ଥ ଜାତୀୟ ଐକ୍ୟ ବା ସମାନତା । ଅର୍ଥାତ୍ ଅନେକ ପ୍ରକାର ବୈଷମ୍ୟ ମଧ୍ୟରେ ସୁସଂଗଠିତ ଏକତାକୁ ଜାତୀୟ ସଂହତି କୁହାଯାଏ । ଏହା ସାମାଜିକ, ରାଜନୈତିକ, ଅର୍ଥନୈତିକ, ଧର୍ମଗତ, ଭାଷାଗତ ଓ ସାଂସ୍କୃତିକ ଏକତାକୁ ବୁଝାଏ । ଜାତୀୟ ଭାବଧାରା, ଆଦର୍ଶ, ଆଚାର-ବ୍ୟବହାର ଓ ମୂଲ୍ୟବୋଧ ପ୍ରଭୃତିର ଅଭିନ୍ନତା, ସମାଜର ବିଭିନ୍ନ ବ୍ୟକ୍ତିମାନଙ୍କ ମଧ୍ୟରେ ସମପ୍ରାଣତା ବା ଐକ୍ୟବୋଧ ସୃଷ୍ଟି କରିଥାଏ । ଏହି ସମତା ଓ ଅଭିନ୍ନତାବୋଧଦ୍ଵାରା ଜାତୀୟ ସଂହତିର ଅକ୍ଷୁଣ୍ଣତା ତିଷ୍ଠି ରହେ । ଏହାଦ୍ୱାରା ବିଭିନ୍ନ ସଂସ୍କୃତି ମଧ୍ୟରେ ଏକ ଅନ୍ତର୍ନିହିତ ପରିବ୍ୟାପ୍ତ ସମତା ଆଣିବା ସମ୍ଭବ ହୋଇଥାଏ ।

1. ଜାତୀୟ ସଂହତି ରକ୍ଷାର ଆବଶ୍ୟକତା
(i) ଦେଶର ପ୍ରତିରକ୍ଷା (Security of the nation): ଦେଶର ପ୍ରତିରକ୍ଷା ପାଇଁ ଆମ ଦେଶରେ ଜାତୀୟ ସଂହତି ରକ୍ଷା ଏକାନ୍ତ ଆବଶ୍ୟକ ।
(ii) ଆଭ୍ୟନ୍ତରୀଣ ଶୃଙ୍ଖଳା (Internal Discipline)
(iii) ଆର୍ଥିକ ସମୃଦ୍ଧତା (Economic Prosperity)

2. ଜାତୀୟ ସଂହତି ରକ୍ଷାର ପ୍ରତିବନ୍ଧକ :
(i) ସାମାଜିକ ଓ ସାଂସ୍କୃତିକ ବୈଷମ୍ୟ
(ii) ଜାତିଆଣ ମନୋଭାବ
(iii) ଧର୍ମଗତ ପାର୍ଥକ୍ୟ ଓ ସାମ୍ପ୍ରଦାୟିକତା
(iv) ଭାଷାଗତ ବୈଷମ୍ୟ
(v) ଭୌଗୋଳିକ ପାର୍ଥକ୍ୟ
(vi) ଆଦର୍ଶ ଓ ସୁସ୍ଥ ନେତୃତ୍ଵର ଅଭାବ
(vii) ରାଜନୈତିକ ବୈଷମ୍ୟ
(viii)ବେକାର ସମସ୍ୟା

3. ଜାତୀୟ ସଂହତିର ପ୍ରତିଷ୍ଠା ପାଇଁ ଏକ ସୁସଙ୍ଗଠିତ କାର୍ଯ୍ୟକ୍ରମ :
(i) ସାଧାରଣ ବିଦ୍ୟାଳୟ ବ୍ୟବସ୍ଥା
(ii) ଭାଷା ଶିକ୍ଷା
(iii) ଶିକ୍ଷାନୁଷ୍ଠାନରେ ଦୈନନ୍ଦିନ କାର୍ଯ୍ୟାବଳୀ
(iv) ସମାଜସେବା ଓ ସମୂହ କାର୍ଯ୍ୟ
(v) ସମାଜ ଉପଯୋଗୀ ପାଠ୍ୟକ୍ରମ
(vi) ସହପାଠ୍ୟକ୍ରମ ବ୍ୟବସ୍ଥା

CHSE Odisha Class 12 Education Solutions Chapter 10 ଜାତୀୟ ସଂହତି ଓ ଆନ୍ତର୍ଜାତିକ ବୁଝାମଣା ପାଇଁ ଶିକ୍ଷା

ଆନ୍ତର୍ଜାତିକ ବୁଝାମଣା :
ଏହି ବିଶାଳ ବିଶ୍ବରେ ମଣିଷର ସ୍ଥିତି କେବଳ ନିଜ ଦେଶରେ ସଂକୀର୍ଣ୍ଣ ସୀମା ମଧ୍ୟରେ ସୀମାବଦ୍ଧ ନୁହେଁ । ବର୍ତ୍ତମାନ ଯୁଗରେ ସେ ସମଗ୍ର ପୃଥ‌ିବୀର ଜଣେ ଅଧ୍ବବାସୀ ଭାବରେ ପରିଗଣିତ ହେଉଛି । ବିଜ୍ଞାନର ଉନ୍ନତି ଫଳରେ ପୃଥ‌ିବୀ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି । ଦେଶ ଦେଶ ମଧ୍ୟରେ ଯାତାୟାତର ସୁବିଧା, ରେଡ଼ିଓ, ଟେଲିଭିଜନ ଓ ଅନ୍ୟାନ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରସାର ଫଳରେ ପୃଥ‌ିବୀର ଅତି ଦୂରସ୍ଥାନରେ ଥିବା ଲୋକେ ପରସ୍ପର ମଧ୍ୟରେ ଘନିଷ୍ଠ ସମ୍ପର୍କ ରକ୍ଷା କରିବାରେ ସକ୍ଷମ ହେଉଛନ୍ତି । ସୁତରାଂ ସାଂପ୍ରତିକ ବିଶ୍ଵରେ କୌଣସି ଦେଶ ଏକୁଟିଆ ହୋଇ ରହିପାରିବ ନାହିଁ । କାରଣ ଗୋଟିଏ ଦେଶର ଘଟଣାବଳୀ ଖୁବ୍ ଶୀଘ୍ର ଅନ୍ୟଦେଶବାସୀ ଜାଣିପାରୁଛନ୍ତି । ଏହା କେବଳ ଆନ୍ତର୍ଜାତିକ ବୁଝାମଣା ଯୋଗୁଁ ସମ୍ଭବ ହୋଇପାରୁଛି । ଏକବିଂଶ ଶତାବ୍ଦୀରେ ମାନବଜାତିର ଏକ ସ୍ବପ୍ନ ହେଉଛି ଜାତି, ଧର୍ମ, ବର୍ଣ୍ଣ ଓ ଗୋଷ୍ଠୀର ବୈଷମ୍ୟ ସତ୍ତ୍ଵେ ଏକ ଅଖଣ୍ଡ ବିଶ୍ଵ ଗଠନ କରିବା । ତେଣୁ ଯଥାର୍ଥରେ ଦେଶ-ଦେଶ ଓ ଜାତି-ଜାତି ମଧ୍ୟରେ ସଦ୍‌ଭାବ ପ୍ରତିଷ୍ଠାକୁ ଆନ୍ତର୍ଜାତିକ ସଦ୍‌ଭାବ କୁହାଯାଏ ।

ଆନ୍ତର୍ଜାତିକ ସଦଭାବ :
ଆନ୍ତର୍ଜାତିକ ସଦ୍‌ଭାବ କ୍ଷେତ୍ରରେ ୟୁନେସ୍କୋ (UNESCO)ର ଭୂମିକା : ମିଳିତ ଜାତିସଂଘର ଶିକ୍ଷା, ବିଜ୍ଞାନ, ସାଂସ୍କୃତିକ ସଙ୍ଗଠନ (UNESCO) ୧୯୪୬ ମସିହା ନଭେମ୍ବର ୪ ତାରିଖରେ ଗଠିତ ହୋଇଛି । ମିଳିତ ଜାତିସଂଘର ବାଣୀକୁ ଆନ୍ତର୍ଜାତିକ ସଦ୍‌ଭାବ ସୃଷ୍ଟି କରିବା ନିମନ୍ତେ ଏହି UNESCO (ୟୁନେସ୍କୋ) ସୃଷ୍ଟି କରାଯାଇଛି ।
UNESCO ର ଲକ୍ଷ୍ୟ –
(i) ରାଷ୍ଟ୍ରମାନଙ୍କ ମଧ୍ୟରେ ସଂହତି ବୃଦ୍ଧି କରିବା, ଶାନ୍ତି ଓ ସଦିଚ୍ଛା ବଜାୟ ରଖୁ ।
(ii) ଜାତି, ବର୍ଣ୍ଣ, ଧର୍ମ, ଭାଷା ନିର୍ବିଶେଷରେ ପୃଥ‌ିବୀର ସମସ୍ତ ଜନସାଧାରଣଙ୍କୁ ମୌଳିକ ସ୍ବାଧୀନତା ପ୍ରଦାନ କରିବା ।
(iii) ଶିକ୍ଷାର ପରିସରକୁ ପ୍ରସାରିତ କରିବା ।
(iv) ଆନ୍ତର୍ଜାତିକ ସ୍ତରରେ ସାଂସ୍କୃତିକ ବିନିମୟକୁ ଉତ୍ସାହିତ କରିବା ।
(v) ଆନ୍ତର୍ଜାତିକ ସଂସ୍କୃତି ଓ ତଥା ଉତ୍ସର୍ଗୀକୃତ ତଥ୍ୟକୁ ବିଶ୍ବବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ।

ଆନ୍ତର୍ଜାତିକ ସଦ୍‌ଭାବ କହିଲେ ପୃଥ‌ିବୀର ବିଭିନ୍ନ ଦେଶଗୁଡ଼ିକ ମଧ୍ୟରେ ପାରସ୍ପରିକ ବୁଝାମଣା, ବିଶ୍ୱାସ ଓ ସମ୍ମାନକୁ ବୁଝାଏ । ଯେତେବେଳେ ମନୁଷ୍ୟ ନିଜକୁ ନିଜ ଦେଶର ନାଗରିକ ନଭାବି ସମଗ୍ର ପୃଥ‌ିବୀର ନାଗରିକ ବୋଲି ଭାବିଥାଏ, ସେତେବେଳେ ହିଁ ଆନ୍ତର୍ଜାତିକ ସଦ୍‌ଭାବର ସୃଷ୍ଟି ହୋଇଥାଏ । ମନୁଷ୍ୟ ଯେତେବେଳେ ଭାବେ ଯେ, ପୃଥ‌ିବୀର ସମସ୍ତ ଅଧ୍ବବାସୀ ଗୋଟିଏ ଈଶ୍ବରଙ୍କ ସନ୍ତାନ ଏବଂ ସମଗ୍ର ପୃଥ‌ିବୀ ଗୋଟିଏ ପରିବାର ସଦୃଶ, ସେତେବେଳେ ତା’ ମନରେ ବିଶ୍ଵ ମନୋଭାବ ସୃଷ୍ଟି ହୋଇଥାଏ । ଏହାଦ୍ଵାରା ତା’ ମନରେ ‘ବୁସୁଧୈବ କୁଟୁମ୍ବକମ୍’ ଧାରଣା ଦୃଢ଼ୀଭୂତ ହୋଇଥାଏ ।

BSE Odisha 9th Class Odia Grammar ତଦ୍ଧିତ

Odisha State Board BSE Odisha 9th Class Odia Solutions ତଦ୍ଧିତ Textbook Exercise Questions and Answers.

BSE Odisha Class 9 Odia Grammar ତଦ୍ଧିତ

A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
Question 1.
ତଦ୍ଧିତ ପ୍ରତ୍ୟୟଦ୍ବାରା ଗଠିତ ଶବ୍ଦକୁ କ’ଣ କୁହାଯାଏ ?
Answer:
ତଦ୍ଧିତ ପ୍ରତ୍ୟୟଦ୍ଵାରା ଗଠିତ ଶବ୍ଦକୁ ତଦ୍ଧିତାନ୍ତ ଶବ୍ଦ କୁହାଯାଏ ।

Question 2.
ତଦ୍ଧିତ ପ୍ରତ୍ୟୟର ମୂଳଲକ୍ଷ୍ୟ କ’ଣ ?
Answer:
ମୂଳଶବ୍ଦର ହିତ ସାଧନ କରି ତହିଁରୁ ବ୍ୟାବହାରିକ ନୂତନ ଶବ୍ଦ ଗଠନ କରିବା ତଦ୍ଧିତ ପ୍ରତ୍ୟୟର ମୂଳ ଲକ୍ଷ୍ୟ ଅଟେ ।

Question 3.
ତତ୍‌ସମ ତଦ୍ଧିତ ପ୍ରତ୍ୟୟ ‘ଅ’ କେଉଁ କେଉଁ ଅର୍ଥରେ ଯୋଗ ହୁଏ ?
Answer:
ଦୁଇଟିର ଉଦାହରଣ ଦିଅ । ଉ ତତ୍‌ସମ ତଦ୍ଧିତ ପ୍ରତ୍ୟୟ ‘ଅ’ ଅପତ୍ୟ, ଉପାସକ, ଭାବ, ସଂଯୋଗ, ସମ୍ବନ୍ଧ, ଜାତ, ଜ୍ଞାନ, କର୍ମ, ସ୍ଵ, କୁଶଳ ଅର୍ଥରେ ଯୋଗହୁଏ । ଯଥା –

  • ଉପାସକ ଅର୍ଥରେ – ଶିବ + ଅ = ଶୈବ
  • ଭାବ ଅର୍ଥରେ – ଶିଶୁ + ଅ = ଶୈଶବ

BSE Odisha 9th Class Odia Grammar ତଦ୍ଧିତ

Question 4.
ଅର୍ଥରେ ବ୍ୟବହୃତ ତିନୋଟି ତଦ୍ଧିତ ପ୍ରତ୍ୟୟ ଲେଖୁ ପ୍ରତ୍ୟେକରୁ ଗୋଟିଏ ଲେଖାଏଁ ଉଦାହରଣ ଦିଅ ।
Answer:
ଜାତ ଅର୍ଥରେ ‘ଅ’, ‘ଈୟ’, ‘ଯ’ ପ୍ରତ୍ୟୟ ହୋଇଥାଏ । ଉଦାହରଣସ୍ୱରୂପ :

  • ଜାତ ଅର୍ଥରେ ‘ଅ’ ପ୍ରତ୍ୟୟ – ଅରଣ୍ୟ + ଅ = ଆରଣ୍ୟ
  • ଜାତ ଅର୍ଥରେ ‘ଈୟ’ ପ୍ରତ୍ୟୟ – ଉତ୍କଳ + ଈୟ = ଉତ୍କଳୀୟ
  • ଜାତ ଅର୍ଥରେ ‘ଯ’ ପ୍ରତ୍ୟୟ – ଗ୍ରାମ + ଯ = ଗ୍ରାମ୍ୟ

B ଗୋଟିଏ ପଦରେ ଉତ୍ତର ଲେଖ ।
Question 1.
ଅପତ୍ୟ ଅର୍ଥରେ ‘ଅ’ ପ୍ରତ୍ୟୟ ହୋଇଥିବା ଏକ ଶବ୍ଦ ଲେଖ ।
Answer:
ବାସୁଦେବ

Question 2.
‘ବୈଷ୍ଣବ’– ଏଠାରେ କେଉଁ ପ୍ରତ୍ୟୟ କେଉଁ ଅର୍ଥରେ ହୋଇଛି ?
Answer:
ଭକ୍ତ ବା ଉପାସକ ଅର୍ଥରେ ‘ଅ’

Question 3.
ପୌଷୀ – ଏଠାରେ ଥିବା ମୂଳ ଶବ୍ଦଟିକୁ ଲେଖ ।
Answer:
ପୁଷ୍ୟା

Question 4.
ପୃଥ‌ିବୀ + ଅ – ଗଠିତ ପଦଟି କ’ଣ ହେବ ?
Answer:
ପାର୍ଥିବ

Question 5.
ନିବାସ ବା ଜାତ ଅର୍ଥରେ ‘ଅ’ ପ୍ରତ୍ୟୟ ଯୁକ୍ତ ହୋଇଥିବା ଏକ ଶବ୍ଦ ଲେଖ ।
Answer:
ବୈଦେହ

Question 6.
ବୈୟାକରଣ – ଏଥରେ କେଉଁ ଅର୍ଥରେ କେଉଁ ପ୍ରତ୍ୟୟ ହୋଇଛି ?
Answer:
ଜ୍ଞାନ ବା ଅଧ୍ୟୟନ ଅର୍ଥରେ ‘ଅ’ ପ୍ରତ୍ୟୟ

Question 7.
ଋଷିଙ୍କଦ୍ୱାରା କୃତ– ଏକପଦରେ କ’ଣ ହେବ ?
Answer:
ଆର୍ଷ

Question 8.
ବୈଦ୍ୟ – ଏଥ‌ିରେ ଥ‌ିବା ମୂଳ ଶବ୍ଦଟି କ’ଣ ?
Answer:
ବିଦ୍ୟା

BSE Odisha 9th Class Odia Grammar ତଦ୍ଧିତ

Question 9.
ଶାରୀରିକ– ଏଥରେ ‘ଇକ’ ପ୍ରତ୍ୟୟ କେଉଁ ଅର୍ଥରେ ହୋଇଅଛି ?
Answer:
ସମ୍ବନ୍ଧାର୍ଥରେ

Question 10.
ଓଡ଼ିଆ ଭାଷାରେ ବ୍ୟବହୃତ ତଦ୍ଧିତ ପ୍ରତ୍ୟୟଗୁଡ଼ିକୁ କେତେ ଭାଗରେ ବିଭକ୍ତ କରାଯାଏ ?
Answer:

Question 11.
ଅନାଦର ଅର୍ଥରେ ‘ଆ’ ପ୍ରତ୍ୟୟର ଏକ ଉଦାହରଣ ଦିଅ ।
Answer:
ହରିଆ

Question 12.
‘ଦଶରଥଙ୍କ ପୁତ୍ର’ – ଏକପଦରେ ପ୍ରକାଶ କଲେ କ’ଣ ହେବ ?
Answer:
ଦାଶରଥ୍

Question 13.
‘ଚଇତ ମାସରେ ଜାତ’ – ଏକପଦରେ କ’ଣ ହେବ ?
Answer:
ଚଇତାଳି

Question 14.
‘ଦୈତ୍ୟ’ – ଏଥରେ ‘ଯ’ ପ୍ରତ୍ୟୟ କେଉଁ ଅର୍ଥରେ ବ୍ୟବହୃତ ?
Answer:
ଅପତ୍ୟ

BSE Odisha 9th Class Odia Grammar ତଦ୍ଧିତ

Question 15.
ଭିନ୍ନ ଭିନ୍ନ ଅର୍ଥରେ ଶବ୍ଦ ସହିତ ଯେଉଁସବୁ ପ୍ରତ୍ୟୟ ଯୋଗ କରାଯାଇ ନୂତନ ଶବ୍ଦ ଗଠନ କରାଯାଏ, ସେହି ପ୍ରତ୍ୟୟଗୁଡ଼ିକୁ କି ପ୍ରତ୍ୟୟ କୁହାଯାଏ ?
Answer:
ତଦ୍ଧିତ

C ଶୂନ୍ୟସ୍ଥାନ ପୂରଣ କର ।
1. ଅଛି ଅର୍ଥରେ ‘ଇ’ ପ୍ରତ୍ୟୟଯୁକ୍ତ ଶବ୍ଦର ଏକ ଉଦାହରଣ ଦିଅ ।
Answer:
ଘଡ଼ଘଡ଼ି

2. ଅନ୍ଧାରିଆ – ଏଠାରେ ଥ‌ିବା ପ୍ରତ୍ୟୟଟି ____________________ ।
Answer:
ଇଆ

3. ସାଦୃଶ୍ୟ ଅର୍ଥରେ ‘ଇଆ’ ପ୍ରତ୍ୟୟଯୁକ୍ତ ଏକ ଶବ୍ଦ ହେଉଛି ____________________ ।
Answer:
ଚାଉଳିଆ

4. ମଘା ନକ୍ଷତ୍ରଯୁକ୍ତ ମାସ – ଏକପଦରେ _____________________ ହେବ ।
Answer:
ମାଘ

5. ଆଷାଢ଼ ମାସରେ ଜାତ ଯିଏ – ଏକପଦରେ ____________________ ହେବ ।
Answer:
ଆଷାଢୁଆ

6. ପୁରୋହିତଙ୍କର କର୍ମ – ଏକପଦରେ ___________________ ହେବ ।
Answer:
ପୌରୋହିତ୍ୟ

7. ‘ପାହାଡ଼ିଆ’ କହିଲେ ________________ ବୁଝାଯାଏ ।
Answer:
ପାହାଡ଼ରୁ ଜାତ

8. ତୁଲ୍ୟ ଅର୍ଥରେ ‘ଉଆ’ ପ୍ରତ୍ୟୟଯୁକ୍ତ ଏକ ଶବ୍ଦ ହେଉଛି ____________________ ।
Answer:
ଶାଗୁଆ

9. କ୍ଷୁଦ୍ର ଅର୍ଥରେ ‘ଇ’ ପ୍ରତ୍ୟୟଯୁକ୍ତ ଶବ୍ଦ __________________ ।
Answer:
ବହି

BSE Odisha 9th Class Odia Grammar ତଦ୍ଧିତ

10. ଜମିଦାର– ଏଠାରେ ___________________ ଅର୍ଥରେ ‘ଦାର’ ପ୍ରତ୍ୟୟ ହୋଇଛି ?
Answer:
ଅଧିକାର

11. ଚିରନ୍ତନ – ଏଠାରେ ଥ‌ିବା ମୂଳ ଶବ୍ଦଟି ______________________ ।
Answer:
ଚିରଂ

12. ବୃତ୍ତି ଅର୍ଥରେ ‘ଇ’ ପ୍ରତ୍ୟୟ ଯୁକ୍ତ ହୋଇ ଗଠିତ ହୋଇଥିବା ଏକ ଶବ୍ଦ ହେଉଛି __________________ ।
Answer:
କଂସାରି

13. ଦୟା + __________________ = ଦୟାଳୁ ।
Answer:
ଆଳୁ

14. କୁହୁଡ଼ିଆ – ଏଠାରେ ____________________ ଅର୍ଥରେ ‘ଆ’ ପ୍ରତ୍ୟୟ ହୋଇଛି ।
Answer:
ଅଛି ଅର୍ଥରେ

15. କ୍ଷୁଦ୍ର ଅର୍ଥରେ ‘ଆ’ ପ୍ରତ୍ୟୟ ଯୁକ୍ତ ହୋଇ ଗଠିତ ହୋଇଥିବା ଗୋଟିଏ ଶବ୍ଦ ହେଉଛି ______________________ ।
Answer:
ଥାଳିଆ

D ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. କେଉଁଟି ତଦ୍ଧିତାନ୍ତ ପଦ ନୁହେଁ ।
(A) ଦୈନିକ
(B) ତୈଳିକ
(C) ମୌଳିକ
(D) ଶାସକ
Answer:
(D) ଶାସକ

BSE Odisha 9th Class Odia Grammar ତଦ୍ଧିତ

2. ଅପତ୍ୟ ଅର୍ଥରେ ‘ଅ’ ପ୍ରତ୍ୟୟ ହୋଇଥିବା ଶବ୍ଦଟିକୁ ବାଛ ।
(A) ବାସୁଦେବ
(B) ଶାନ୍ତ
(C) ଲାଘବ
(D) ମାଘ
Answer:
(A) ବାସୁଦେବ

3. ‘ବୈଷ୍ଣବ’– ଏଠାରେ କେଉଁ ପ୍ରତ୍ୟୟ କେଉଁ ଅର୍ଥରେ ହୋଇଛି ?
(A) ଭାବ ଅର୍ଥରେ ‘ଅ’
(B) ଭକ୍ତ ବା ଉପାସକ ଅର୍ଥରେ ‘ଅ’
(C) ସଂଯୋଗାର୍ଥରେ ‘ଅ’
(D) ସମ୍ବନ୍ଧାର୍ଥରେ ‘ଅ’
Answer:
(B) ଭକ୍ତ ବା ଉପାସକ ଅର୍ଥରେ ‘ଅ’

4. ପୌଷ – ଏଠାରେ ଥିବା ମୂଳ ଶବ୍ଦଗୁଡ଼ିକୁ ଲେଖ ।
(A) ପୁଷ
(B) ପୂଷ
(C) ପୁଷ୍ଯ
(D) ପୁଷ୍ୟା
Answer:
(D) ପୁଷ୍ୟା

5. ପୃଥ‌ିବୀ + ଅ = _____________ ।
(A) ପୃଥ୍ବୀ
(B) ପୃଥା
(C) ପୃଥକ
(D) ପାର୍ଥିବ
Answer:
(D) ପାର୍ଥିବ

6. ନିବାସ ବା ଜାତ ଅର୍ଥରେ ‘ଅ’ ପ୍ରତ୍ୟୟ ଯୁକ୍ତ ହୋଇଥିବା
(A) ମାରୁତ
(B) ବୈଦେହ
(C) ରାକ୍ଷସ
(D) ବାଶିଷ୍ଠ
Answer:
(B) ବୈଦେହ

BSE Odisha 9th Class Odia Grammar ତଦ୍ଧିତ

7. ବୈୟାକରଣ – ଏଠାରେ କେଉଁ ଅର୍ଥରେ କେଉଁ ପ୍ରତ୍ୟୟ ହୋଇଛି ?
(A) କୃତ୍ ଅର୍ଥରେ ‘ଅ’ ପ୍ରତ୍ୟୟ
(B) ଭାବ ଅର୍ଥରେ ‘ଅ’
(C) ଜ୍ଞାନ ବା ଅଧ୍ୟୟନ ଅର୍ଥରେ ‘ଅ’
(D) ଭିନ୍ନାର୍ଥରେ ‘ଅ’
Answer:
(C) ଜ୍ଞାନ ବା ଅଧ୍ୟୟନ ଅର୍ଥରେ ‘ଅ’

8. ଋଷିଙ୍କଦ୍ବାରା କୃତ ଏକପଦରେ କ’ଣ ହେବ ?
(A) ଋଷୀୟ
(B) ରୁଷୀୟ
(C) ରୋଷ
(D) ଆର୍ଷ
Answer:
(D) ଆର୍ଷ

9. _________________ + ଅ = ବୈଦ୍ୟ ।
(A) ବେଦ
(B) ବିଦ୍ଯା
(C) ବିଦ୍
(D) ବଇଦ
Answer:
(B) ବିଦ୍ଯା

10. ଶାରୀରିକ – ଏଠାରେ ‘ଇକ’ ପ୍ରତ୍ୟୟ କେଉଁ ଅର୍ଥରେ ହୋଇଅଛି ?
(A) କୁଶଳାର୍ଥରେ
(B) ଭିନ୍ନାର୍ଥରେ
(C) ସମ୍ବନ୍ଧାର୍ଥରେ
(D) କୃତାର୍ଥରେ
Answer:
(C) ସମ୍ବନ୍ଧାର୍ଥରେ

11. ଓଡ଼ିଆ ଭାଷାରେ ବ୍ୟବହୃତ ତଦ୍ଧିତ ପ୍ରତ୍ୟୟଗୁଡ଼ିକୁ କେତେ ଭାଗରେ ବିଭକ୍ତ କରାଯାଏ ?
(A) ୩
(B) ୫
(C) ୪
(D) ୨
Answer:
(A) ୩

12. ନିମ୍ନୋକ୍ତ ମଧ୍ୟରୁ କିଏ ‘ସ୍ଵ’ ଅର୍ଥରେ ବ୍ୟବହୃତ ‘ଅ’ ପ୍ରତ୍ୟୟର ଏକ ଉଦାହରଣ ?
(A) ପାଶବ
(B) ଗୌରବ
(C) ବାନ୍ଧବ
(D) ଶାରଦ
Answer:
(C) ବାନ୍ଧବ

13. ଅଛି ଅର୍ଥରେ ‘ଇନ୍’ ପ୍ରତ୍ୟୟର କିଏ ଏକ ଉଦାହରଣ ନୁହେଁ ?
(A) ସଂଯମୀ
(B) ମେଧାବୀ
(C) ଗୁଣୀ
(D) ଧନୀ
Answer:
(B) ମେଧାବୀ

BSE Odisha 9th Class Odia Grammar ତଦ୍ଧିତ

14. ନିମ୍ନୋକ୍ତ ମଧ୍ୟରୁ କିଏ ଅନାଦର ଅର୍ଥରେ ‘ଆ’ ପ୍ରତ୍ୟୟର ଏକ ଉଦାହରଣ ଅଟେ ?
(A) ଗଦା
(B) ହରିଆ
(C) କୋଠିଆ
(D) ବେଠିଆ
Answer:
(B) ହରିଆ

15. ‘ଦଶରଥଙ୍କ ପୁତ୍ର’ – ଏକ ପଦରେ ପ୍ରକାଶ କଲେ କ’ଣ ହେବ ?
(A) ଦାଶରଥ୍
(B) ରାମଚନ୍ଦ୍ର
(C) ଦଶରଥ୍
(D) ଦାଶରଥ
Answer:
(A) ଦାଶରଥ୍

16. ‘ଚଇତ ମାସରେ ଜାତ’
(A) ଚଇତା
(B) ଚଇତାଳି
(C) ଚୈତ୍ର
(D) ଚିତ୍ର
Answer:
(B) ଚଇତାଳି

17. ‘ଜୈତ୍ୟ’–ଏଠାରେ ‘ଯ’ ପ୍ରତ୍ୟୟ କେଉଁ ଅର୍ଥରେ ବ୍ୟବହୃତ ?
(A) ଅପତ୍ୟ
(B) ଅଛି
(C) ସମ୍ବନ୍ଧ
(D) ଜାତ
Answer:
(A) ଅପତ୍ୟ

CHSE Odisha Class 12 Sociology Unit 4 Long Answer Questions in Odia Medium

Odisha State Board CHSE Odisha Class 12 Sociology Solutions Unit 4 ସାମାଜିକ ବୈଷମ୍ୟ, ବହିଷ୍କରଣ ଓ ଆନ୍ଦୋଳନ Long Answer Questions.

CHSE Odisha 12th Class Sociology Unit 4 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଜାତିର ସଂଜ୍ଞା ପ୍ରଦାନ କର ଏବଂ ଏହାର ମୁଖ୍ୟ ଲକ୍ଷଣ ବା ଉପାଦାନଗୁଡ଼ିକ ଆଲୋଚନା କର ।
Answer:
ଜାତିର ସଂଜ୍ଞା :
(a) ସାର୍. ଇ. ଏ. ଗେଟ୍‌- ‘‘ଜାତି ପ୍ରଥା ହେଉଛି ଏକ ଆନ୍ତର୍ବିବାହୀ ସମୂହ କିମ୍ବା ଏହି ସମୂହଗୁଡ଼ିକର ସମଷ୍ଟି ଯାହା ଏକ ସାଧାରଣ ନାମକୁ ଧାରଣ କରିଥାଏ ଏବଂ ସଦସ୍ୟମାନେ ନିଜର କୌଳିକ ବୃତ୍ତିକୁ ଅବଲମ୍ବନ କରିଥା’ନ୍ତି ଓ ଏକ ଉତ୍ପତ୍ତିସ୍ଥଳରୁ ଜାତ ବୋଲି ଦାବି କରି ଏକ ସମମୌଳିକ ଗୋଷ୍ଠୀ ଗଠନ କରିଥା’ନ୍ତି ।’’

(b) ଏ. ଡବ୍ଲୁ. ଗ୍ରୀନ୍ – ‘‘ଜାତିପ୍ରଥା ହେଉଛି ଏକପ୍ରକାର ସ୍ତରୀକରଣ ଯେଉଁଥରେ ପ୍ରସ୍ଥିତି ପାବଚ୍ଛର ଉଚ୍ଚ ନୀଚ କ୍ରମ ଆଦର୍ଶଗତ ଭାବେ ସଂଗଠିତ ହୋଇନଥାଏ । ବ୍ୟକ୍ତିର ପ୍ରଦତ୍ତ ପ୍ରସ୍ତୁତି ସାରା ଜୀବନର ପ୍ରସ୍ଥିତି ଅଟେ । ଜନ୍ମଦ୍ଵାରା ବୃଦ୍ଧି, ଜୀବନଶୈଳୀ, ନିର୍ଦ୍ଧାରିତ ହୋଇଥାଏ ଏବଂ ଏହି ସମୂହରୁ ବ୍ୟକ୍ତି ନିଜର ସାଥୀଟିଏ ପାଇଥାଏ ।

ଜାତିପ୍ରଥାର ମୁଖ୍ୟ ଲକ୍ଷଣ ବା ଉପାଦାନ :
(i) ସମାଜର କ୍ଷୁଦ୍ର ଆଂଶିକ ବିଭାଜନ (Segmental division of society) – ଜାତି ପ୍ରଥା ସମାଜକୁ କେତେକ ଛୋଟ ଛୋଟ ସମୂହରେ ବିଭକ୍ତ କରି ଦେଇଥାଏ । ଏହି ଛୋଟ ସମୂହ ମଧ୍ୟ ଅନେକ ଉପସମୂହରେ ବିଭକ୍ତ ହୋଇଥାଏ । ପ୍ରତ୍ୟେକ ସମୂହର କେତେକ ନିଜସ୍ବ ଆଚାର ବ୍ୟବହାର, ଚାଲିଚଳନ, ପରମ୍ପରା ଓ ନୀତି ନିୟମ ଇତ୍ୟାଦି ରହିଥାଏ । ସେମାନଙ୍କର ସାମାଜିକ ପ୍ରସ୍ତୁତି ଓ ଅଧିକାର ମଧ୍ୟ ପରସ୍ପରଠାରୁ ପୃଥକ୍ ଥାଏ ।

(ii) ଉଚ୍ଚ-ନୀଚ କମ (Hierarchy) – ପବିତ୍ର ଓ ଅପବିତ୍ର କ୍ରମରେ ଭିନ୍ନ ଭିନ୍ନ ଜାତିଗୁଡ଼ିକ ସାମାଜିକ ସ୍ତରୀକରଣ ବ୍ୟବସ୍ଥାର ଉଚ୍ଚ-ନୀଚ କ୍ରମରେ ସଜାଇ ହୋଇ ରହିଥା’ନ୍ତି । ଭାରତରେ ଜାତି ସ୍ତରୀକରଣ ମୁଖ୍ୟତଃ ଚାରିଭାଗରେ ବିଭକ୍ତ, ଯଥା – ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୂଦ୍ର ।

(iii) ଖାଦ୍ୟ, ପାନୀୟ ଓ ସାମାଜିକ ମିଳାମିଶାରେ କଟକଣା (Restriction on food, drink and social intercourse) – ବିଭିନ୍ନ ଜାତି ମଧ୍ୟରେ ଖାଦ୍ୟ, ପାନୀୟ ଏବଂ ସାମାଜିକ ମିଳାମିଶା କ୍ଷେତ୍ରରେ ଅନେକ କଟକଣା ରହିଥାଏ । ଉଚ୍ଚଜାତିର ଲୋକମାନେ ନୀଚଜାତିର ଲୋକମାନଙ୍କ ସହିତ ଏକତ୍ର ଖାଦ୍ୟ, ପାନୀୟ ଗ୍ରହଣ କରନ୍ତି ନାହିଁ ଏବଂ ଛୁଆଁ ଅଛୁଆଁ ସମ୍ବନ୍ଧୀୟ ଅନେକ କଟକଣା ପାଳନ କରିଥା’ନ୍ତି ।

CHSE Odisha Class 12 Sociology Unit 4 Long Answer Questions in Odia Medium

(iv) ବିଭିନ୍ନ ସାମାଜିକ ଓ ଧାର୍ମିକ ସୁବିଧାସୁଯୋଗ ଏବଂ ବାଧାବନ୍ଧନ (Differential civil and religious previleges and disabilities) – ସମାଜରେ ଉଚ୍ଚଜାତିର ସଦସ୍ୟମାନେ ସାଧାରଣତଃ କେତେକ ବିଶେଷ ସୁବିଧା ସୁଯୋଗ ଉପଭୋଗ କରିଥା’ନ୍ତି, ମାତ୍ର ନୀଚଜାତିର ସଦସ୍ୟମାନେ ସେଥୁରୁ ବଞ୍ଚିତ ହୋଇଥା’ନ୍ତି ।

ଉଦାହରଣସ୍ୱରୂପ, ସର୍ବସାଧାରଣ ବ୍ୟବହୃତ କୂଅ, ପୋଖରୀ, ରାସ୍ତାଘାଟ, ସାଧାରଣ ସଭାଗୃହ, ଶିକ୍ଷାନୁଷ୍ଠାନ ଇତ୍ୟାଦି କେବଳ ଉଚ୍ଚଜାତିର ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ମାତ୍ର ନୀଚଜାତିର ସଦସ୍ୟମାନେ ଏଥରୁ ବଞ୍ଚିତ ହୋଇଥା’ନ୍ତି । ମନ୍ଦିର ମଧ୍ୟକୁ ପ୍ରବେଶ ଓ ପୂଜାପାଠ ନୀଚଜାତିଙ୍କ ପାଇଁ ସଂପୂର୍ଣ୍ଣ ନିଷେଧ ଅଟେ ।

(v) କୌଳିକ ବୃତ୍ତି (Hereditary Occupation) – ପ୍ରତ୍ୟେକ ଜାତିର ଏକ ନିର୍ଦ୍ଦିଷ୍ଟ କୌଳିକ ବୃତ୍ତି ଥାଏ । ଜାତିର ପ୍ରତ୍ୟେକ ସଦସ୍ୟ ଏହି ବୃତ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ଏବଂ ଏହା ବଂଶାନୁକ୍ରମିକ ଭାବରେ ଗତି କରିଥାଏ । କୌଣସି ବ୍ୟକ୍ତି ଏଥିରେ ବ୍ୟତିକ୍ରମ କଲେ ଜାତି ପଞ୍ଚାୟତଦ୍ୱାରା ଦଣ୍ଡନୀୟ ହୋଇଥା’ନ୍ତି ।

(vi) ବିବାହ ସମ୍ବନ୍ଧୀୟ କଟକଣା (Restriction on marriage) ଜାତି ବ୍ୟବସ୍ଥାରେ ଅନ୍ତର୍ବିବାହୀ ନିୟମକୁ କଠୋର ଭାବରେ ପାଳନ କରାଯାଇଥାଏ । ଏହି ନିୟମ ଅନୁସାରେ ପ୍ରତ୍ୟେକ ଜାତିର ସଦସ୍ୟ ନିଜ ଜାତି ମଧ୍ୟରେ ବୈବାହିକ ସମ୍ବନ୍ଧ ରଖୁବାପାଇଁ ବାଧ୍ୟ । ଏଣୁ ଜାତିକୁ ଏକ ଅନ୍ତର୍ବିବାହୀ ସମୂହ ବୋଲି କୁହାଯାଇଥାଏ ।

(vii) ଏକ ନିର୍ଦ୍ଦିଷ୍ଟ ନାମ (A definite name) – ପ୍ରତ୍ୟେକ ଜାତି ଓ ପ୍ରଜାତିର ଏକ ନିର୍ଦ୍ଦିଷ୍ଟ ନାମ ଥାଏ । ଏହି ନାମ ଉକ୍ତ ଜାତି ବା ଉପଜାତିକୁ ଚିହ୍ନିବାରେ ସହାୟକ ହୋଇଥାଏ । ଏହାଦ୍ଵାରା ଜାତି ମଧ୍ୟରେ ନିଜ ସମୂହ ଆନୁଗତ୍ୟର ଭାବନା ସୁଦୃଢ଼ ହୋଇଥାଏ ।

(viii) ଜାତି ପଞ୍ଚାୟତ (Caste Panchayat) – ପ୍ରତ୍ୟେକ ଜାତିର ଏକ ଜାତି ପଞ୍ଚାୟତ ଥାଏ । ଜାତିର ସମସ୍ତ ନୀତିନିୟମ ଠିକ୍‌ଠାକ୍ ପାଳନ ହେଉଛି କି ନାହିଁ, ଜାତିର ସମସ୍ତ ସଦସ୍ୟ ଜାତି ଅନୁରୂପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି କି ନାହିଁ ଦେଖୁବା ହେଉଛି ଜାତି ପଞ୍ଚାୟତର ମୁଖ୍ୟ କାର୍ଯ୍ୟ । ଜାତିର ସଦସ୍ୟମାନଙ୍କର ବ୍ୟବହାରକୁ ନିୟନ୍ତ୍ରଣ କରିବା, ଦୋଷୀକୁ ଦଣ୍ଡବିଧାନ କରିବା, ଆବଶ୍ୟକ ପଡ଼ିଲେ ଜାତି ସମ୍ବନ୍ଧୀୟ ନୂତନ ନୀତିନିୟମ ପ୍ରଣୟନ କରିବା ଇତ୍ୟାଦି ଜାତି ପଞ୍ଚାୟତର କାର୍ଯ୍ୟ ଅଟେ ।

୨ । ଜାତିପ୍ରଥାର ମୁଖ୍ୟ ପ୍ରକାର୍ଯ୍ୟ ବା ଉପକାରିତାଗୁଡ଼ିକ ଦର୍ଶାଅ ।
Answer:
ଭାରତୀୟ ସମାଜରେ ଏକ ସାମାଜିକ ଅନୁଷ୍ଠାନଭାବେ ଜାତି ପଦ୍ଧତି ବିଭିନ୍ନ ପ୍ରକାର ପ୍ରକାର୍ଯ୍ୟଗୁଡିକୁ ସମ୍ପାଦନ କରିଥାଏ । ଏହି ପରିପ୍ରେକ୍ଷୀରେ ଡ଼କ୍ଟର ଜି.ଏସ୍.ଘୁରେ (Dr. G.S.Ghurey) କହନ୍ତି, ‘‘ଏହା ବ୍ୟକ୍ତି ପରିଚୟକୁ ସୂଚାଇଥାଏ, ପ୍ରସ୍ଥିତିକୁ ନିର୍ଦ୍ଧାରଣ କରିଥାଏ, ବ୍ୟକ୍ତି ସାତନ୍ତ୍ର୍ୟକୁ ଦର୍ଶାଇଥାଏ ଏବଂ ଅଧିକାର ଓ କର୍ତ୍ତବ୍ୟକୁ ସାବ୍ୟସ୍ତ କରିଥାଏ ।’’ ନିମ୍ନରେ ଏହାର ମୁଖ୍ୟ ପ୍ରକାର୍ଯ୍ୟଗୁଡିକୁ ଆଲୋଚନା କରାଗଲା

(i) ସାମାଜିକ ପ୍ରସ୍ତୁତିର ନିର୍ଦ୍ଧାରଣ (Determination of social status) – ଜାତି ପଦ୍ଧତି ବ୍ୟକ୍ତିର ପ୍ରସ୍ଥିତି ନିର୍ଦ୍ଧାରଣ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଯେହେତୁ ଏହି ପଦ୍ଧତି ଜନ୍ମ ଉପରେ ପ୍ରତିଷ୍ଠିତ ତେଣୁ ଜନ୍ମଦ୍ଵାରା ବ୍ୟକ୍ତିର ସାମାଜିକ ପ୍ରସ୍ତୁତି ନିର୍ଦ୍ଧାରିତ ହୋଇଥାଏ । ବ୍ୟକ୍ତି ଏହି ପ୍ରସ୍ଥିତିକୁ ଯେକୌଣସି ପରିସ୍ଥିତିରେ ପରିବର୍ତ୍ତନ କରିପାରେ ନାହିଁ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ଜାତିର ପ୍ରସ୍ଥିତିକୁ ଧାରଣ କରିଥାଏ । ତେଣୁ କୁହାଯାଇପାରେ ଯେ ଏହି ଜାତି ପଦ୍ଧତି ପ୍ରଦତ୍ତ ପ୍ରସ୍ତୁତି (Ascribed status) ଉପରେ ପ୍ରତିଷ୍ଠିତ ଯାହାକି ଅପରିବର୍ତ୍ତନୀୟ ଅଟେ ।

(ii) ସାମାଜିକ ନିରାପତ୍ତା ପ୍ରଦାନ (Provides social security) – ବ୍ୟକ୍ତିର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜାତି ପଦ୍ଧତି ସମ୍ପୂର୍ଣ୍ଣ ସାମାଜିକ ନିରାପତ୍ତା ଯୋଗାଇଥାଏ । ଏହା ବ୍ୟକ୍ତିକୁ ଏକ ନିର୍ଦ୍ଦିଷ୍ଟ ବୃତ୍ତି ଯୋଗାଇଥାଏ ଏବଂ ବ୍ୟକ୍ତି ପାଇଁ ଏକ ବୀମା ଭାବେ କାର୍ଯ୍ୟ କରିଥାଏ । ଫଳରେ ବ୍ୟକ୍ତି ତା’ର ଭବିଷ୍ୟତ ବିଷୟରେ ସଚେତନ ହୋଇଥାଏ ।

(iii) ସଂସ୍କୃତିର ସୂରକ୍ଷା କରିଥାଏ (Preserves culture) – ଜାତିର ଅନ୍ୟତମ ମୁଖ୍ୟ ପ୍ରକାର୍ଯ୍ୟ ହେଉଛି ଏହା ସଂସ୍କୃତିକୁ ସୁରକ୍ଷିତ କରିଥାଏ । ପ୍ରତ୍ୟେକ ଜାତିର ନିଜସ୍ଵ ପ୍ରଥା, ପରମ୍ପରା ଓ କାରିଗରୀ କୌଶଳଗୁଡିକ ଗୋଟିଏ ପୁରୁଷର ଆଉ ଗୋଟିଏ ପୁରୁଷକୁ ବଂଶାନୁକ୍ରମିକ ଭିତ୍ତିରେ ହସ୍ତାନ୍ତରିତ ହୋଇଥାଏ । ଫଳରେ ଜାତି ସଂସ୍କୃତି ସୁରକ୍ଷିତ ହୋଇପାରିଥାଏ ।

(iv) ବ୍ୟକ୍ତିର ବୃତ୍ତି ନିର୍ଦ୍ଧାରଣ (Determines occupation) – ଜାତି ବ୍ୟବସ୍ଥାରେ ବ୍ୟକ୍ତିର ବୃଷ୍ଟି ଜନ୍ମଦ୍ୱାରା ନିର୍ଦ୍ଧାରିତ ହୋଇଥାଏ । ଏଥିପାଇଁ ବ୍ୟକ୍ତିକୁ କୌଣସି ଉଦ୍ୟମ କରିବାକୁ ପଡ଼ି ନ ଥାଏ । ବ୍ୟକ୍ତି ସଇଚ୍ଛାରେ କୌଣସି ବୃତ୍ତି ଗ୍ରହଣ କରିପାରି ନ ଥାଏ ।

(v) ବ୍ୟକ୍ତିର ବ୍ୟବହାର ଉପରେ ନିୟନ୍ତ୍ରଣ (Control over behaviour) – ପ୍ରତ୍ୟେକ ଜାତିର କେତେକ ନୀତିନିୟମ ଥାଏ । ଏହି ନୀତିନିୟମଦ୍ୱାରା ଜାତି ତା’ର ସଦସ୍ୟମାନଙ୍କ ବ୍ୟବହାରକୁ ନିୟନ୍ତ୍ରିତ କରିଥାଏ । ଏହି ନୀତିନିୟମକୁ ମାନିବାପାଇଁ ପ୍ରତ୍ୟେକ ସଦସ୍ୟ ବାଧ୍ୟ । ଯଦି କୌଣସି ପରିସ୍ଥିତିରେ କୌଣସି ସଦସ୍ୟ ଏଥରେ ବ୍ୟତିକ୍ରମ କରେ ତେବେ ସେ ଜାତି ପଞ୍ଚାୟତଦ୍ୱାରା ଦଣ୍ଡିତ ହୋଇଥାଏ ।

(vi) ପ୍ରଜାତୀୟ ବିଶୁଦ୍ଧତା ରକ୍ଷା (Maintenance of racial purity) – ଜାତି ଏକ ଅନ୍ତର୍ବିବାହୀ ସମୂହ । ଏଣୁ ସେହି ସମୂହ ତା’ର ସଦସ୍ୟମାନଙ୍କୁ ଜାତି ବାହାରେ ବୈବାହିକ ସମ୍ବନ୍ଧ ସ୍ଥାପନ କରିବାକୁ ଅନୁମତି ଦେଇ ନ ଥାଏ । ଫଳରେ ସଜାତିରେ ବିବାହଦ୍ବାରା ବର୍ଣ୍ଣଶଙ୍କର (Hybrid) ସୃଷ୍ଟି ହେବାର ସମ୍ଭାବନା ନ ଥାଏ ଏବଂ ପ୍ରଜାତୀୟ ବିଶୁଦ୍ଧତା ରକ୍ଷା କରାଯାଇଥାଏ ।

(vii) ଧର୍ମ ଏବଂ ବିଶ୍ବାସର ରକ୍ଷା (Maintenance of religion and belief) – ପ୍ରତ୍ୟେକ ଜାତିର କେତେକ ନିର୍ଦ୍ଦିଷ୍ଟ ଧାର୍ମିକ ବିଧ୍ଵବିଧାନ, ବିଶ୍ବାସ ପଦ୍ଧତି ରହିଥାଏ । ଏହାର ସଦସ୍ୟମାନେ ବିଭିନ୍ନ ପର୍ବପର୍ବାଣି ଓ ଉତ୍ସବ ମାଧ୍ୟମରେ ଏହି ଧାର୍ମିକ ବିଧିବିଧାନକୁ ରକ୍ଷା କରିବା ସହିତ ଗୋଷ୍ଠୀଜୀବନ ସଙ୍ଗଠିତ କରିଥା’ନ୍ତି ।

(viii) ଶ୍ରମ ବିଭାଜନରେ ସହାୟକ (Helpful in division of labour) – ଜାତି ବ୍ୟବସ୍ଥାରେ ସମାଜର କେତେକ ଜାତି କେତେକ ଉପଜାତିରେ ବିଭାଜିତ ହୋଇଥାଏ । ପ୍ରତ୍ୟେକ ଜାତି, ଉପଜାତି ଏକ ନିର୍ଦ୍ଦିଷ୍ଟ ବୃଦ୍ଧି ସହିତ ସମ୍ବନ୍ଧିତ । ପୁନଶ୍ଚ ଜାତି ବ୍ୟବସ୍ଥାରେ ସମସ୍ତ ଆବଶ୍ୟକ କାର୍ଯ୍ୟଗୁଡିକ ପବିତ୍ର ଓ ଅପବିତ୍ର ଆଧାରରେ ବଣ୍ଟା ଯାଇଥାଏ ଯାହା ସମସ୍ତଙ୍କର ଆବଶ୍ୟକତାକୁ ସୂଚାରୁରୂପେ ପୂରଣ କରିଥାଏ ।

୩ । ଜାତିପ୍ରଥାର ବିଭିନ୍ନ ଅପ୍ରକାର୍ଯ୍ୟ ବା ଅପକାରିତାମାନ ବର୍ଣ୍ଣନା କର ।
Answer:
ଯଦିଓ ଜାତିପଦ୍ଧତି ସମାଜ ପାଇଁ ଏକ ହିତକାରୀ ଅନୁଷ୍ଠାନ ରୂପେ କାର୍ଯ୍ୟ କରିଥାଏ, ତଥାପି ଏହା ଅନେକ ଅପ୍ରକାର୍ଯ୍ୟ ମଧ୍ୟ ସଂପାଦିତ କରିଥାଏ । କାଳକ୍ରମେ ଜାତିର କେତେକ ବୈଶିଷ୍ଟ୍ୟ ବିକାଶର ପ୍ରକ୍ରିୟା ଆଗରେ ପ୍ରତିବନ୍ଧକ ସୃଷ୍ଟିକଲା । ନିମ୍ନରେ ଜାତିପଦ୍ଧତିର ବିଭିନ୍ନ ଅପ୍ରକାର୍ଯ୍ୟଗୁଡ଼ିକ ଆଲୋଚନା କରାଗଲା ।

(i) ସାମାଜିକ ବିଘଟନ (Social disorganisation) ଅତୀତରେ ଜାତି ପଦ୍ଧତି ସମାଜରେ ଐକ୍ୟ ସୃଷ୍ଟି କରିବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଏହା ଥିଲା ଏକତା ପ୍ରତିଷ୍ଠା କରିବାର ଏକ ପ୍ରଧାନ ଉତ୍ସ । କିନ୍ତୁ ବର୍ତ୍ତମାନ ସମାଜରେ ଏହା ହିନ୍ଦୁ ସମାଜକୁ ଖଣ୍ଡବିଖଣ୍ଡିତ କରିବାରେ ଏକ ମୁଖ୍ୟ ଉପାଦାନ ରୂପେ କାର୍ଯ୍ୟ କରୁଅଛି ।

CHSE Odisha Class 12 Sociology Unit 4 Long Answer Questions in Odia Medium

ଏହା ହିନ୍ଦୁମାନଙ୍କୁ ଶହ ଶହ ଉପଜାତିରେ ବିଭକ୍ତ କରିଅଛି । ଆଉ ମଧ୍ୟ ବର୍ଜିତ ଶତ୍ରୁଭାବ ଏବଂ ଘୃଣାଭାବ, ଉଚ୍ଚ ଓ ନୀଚ ଜାତିର ସଦସ୍ୟମାନଙ୍କ ମଧ୍ୟରେ ପରସ୍ପର ପ୍ରତି ସ୍ନେହ ଏବଂ ଶ୍ରଦ୍ଧାକୁ ସଂପୂର୍ଣ ରୂପେ ଉଚ୍ଛେଦ କରିଛି । ଉଚ୍ଚଜାତିର ସଦସ୍ୟ ଏବଂ ନୀଚଜାତି(ଯେଉଁମାନେ କି ଅସ୍ପୃଶ୍ୟ ରୂପେ ପରିଚିତ)ର ସଦସ୍ୟମାନଙ୍କ ମଧ୍ୟରେ ଗଭୀର ଦୂରତ୍ବ ସୃଷ୍ଟି ହୋଇଛି ଯାହା ଫଳରେ କି ଏକ ନିର୍ଦ୍ଦିଷ୍ଟ ସମୂହର ସଦସ୍ୟମାନେ ପଶୁମାନଙ୍କ ଭଳି ଜୀବନଯାପନ କରୁଛନ୍ତି ।

ଏପରିକି ଉଚ୍ଚଜାତିର ବ୍ରାହ୍ମଣମାନେ ଶହ ଶହ କ୍ଷୁଦ୍ର ବିଭାଗରେ ବିଭକ୍ତ ହୋଇଛନ୍ତି ଏବଂ ପ୍ରତ୍ୟେକ ବିଭାଗ ଅନ୍ୟଠାରୁ ଶ୍ରେଷ୍ଠ ବୋଲି ନିଜକୁ ପରିଚିତ କରିଥାଏ । ଫଳରେ ହିନ୍ଦୁ ସମାଜ କ୍ରମେ କ୍ରମେ ବିଘଟନ ଆଡ଼କୁ ଗତି କରିବାରେ ଲାଗିଛି ।

(ii) ସାମାଜିକ ପ୍ରଗତି ଆଗରେ ପ୍ରତିବନ୍ଧକ (Obstacle to social progress) – ଜାତି ପଦ୍ଧତିରେ ଅନ୍ୟ ଏକ ଦୋଷ ହେଉଛି ଯେ ଏହା ଦେଶର ସାମାଜିକ ଏବଂ ଅର୍ଥନୈତିକ ପ୍ରଗତିରେ ବାଧା ସୃଷ୍ଟି କରିଥାଏ । କର୍ମତତ୍ତ୍ଵଦ୍ଵାରା ପରିଚାଳିତ ହୋଇ ବିଭିନ୍ନ ଜାତିର ସଦସ୍ୟମାନେ ଅଧ‌ିକ ମାତ୍ରାରେ ରକ୍ଷଣଶୀଳ ପ୍ରକୃତିର ହୋଇଯାଇଥାଆନ୍ତି । ଏହି ରକ୍ଷଣଶୀଳ ଚିନ୍ତାଧାରା ଯୋଗୁଁ ସେମାନେ ପୁରାତନ ପ୍ରଥା ଏବଂ ପରମ୍ପରାକୁ ଛାଡ଼ି ନଥା’ନ୍ତି ।

ଅପରପକ୍ଷରେ ସେମାନେ ନୂତନ ଆଦର୍ଶ, ମୂଲ୍ୟବୋଧ ଏବଂ ବୈଜ୍ଞାନିକ ଉଦ୍‌ଭାବନ ପ୍ରତି ଆଗ୍ରହ ପ୍ରକାଶ କରି ନଥା’ନ୍ତି । ଏହି ପରିପ୍ରେକ୍ଷୀରେ ସମାଜର ପ୍ରଗତି ବାଧାପ୍ରାପ୍ତ ହୋଇଥାଏ ।

(iii) ଅସ୍ପୃଶ୍ୟତା (Untouchability) – ଜାତିପଦ୍ଧତି ଏକ କଳଙ୍କିତ ସମାଜିକ ବ୍ୟାଧ୍ ସୃଷ୍ଟି କରିଛି ଯାହା ଅସ୍ପୃଶ୍ୟତା ନାମରେ ପରିଚିତ । ଜାତି ସ୍ତରୀକରଣ ପଦ୍ଧତିଦ୍ୱାରା ଅସ୍ପୃଶ୍ୟ ଜାତିର ସଦସ୍ୟମାନେ ସାମାଜିକ ସୋପାନରେ ନିମ୍ନ ଭାଗରେ ରହି ସବୁବେଳ ପାଇଁ ଅବହେଳିତ, ଦଳିତ ଏବଂ ନିଷ୍ପେଷିତ ହୋଇଥା’ନ୍ତି । ମହାତ୍ମା ଗାନ୍ଧୀ କହିଛନ୍ତି‘‘ଅସ୍ପୃଶ୍ୟତା ହେଉଛି ଜାତି ପଦ୍ଧତିର ଏକ କୁତ୍ସିତ ପରିପ୍ରକାଶ ଓ ଈଶ୍ୱର ଏବଂ ମନୁଷ୍ୟ ଜାତି ପ୍ରତି ଏହା ଏକ ଅପରାଧ । (Untouchability is the most hateful expression of caste system and it is a crime against God and man.)

(iv) ଶ୍ରମ ସଞ୍ଚାଳନର ବିରୋଧ (Denial of mobility of labour) – ଜାତି ପଦ୍ଧତି ଶ୍ରମ ସଞ୍ଚାଳନକୁ ବିରୋଧ କରିଥାଏ । ଜାତିର କଠୋର ଶୃଙ୍ଖଳା ମଧ୍ୟରେ ରହି ବ୍ୟକ୍ତି ନୂତନ ପେସାକୁ ଗ୍ରହଣ କରିବାପାଇଁ ସୁଯୋଗ ପାଇ ନଥାଏ । ଫଳରେ ବହୁ ବ୍ୟକ୍ତି ନିର୍ଦ୍ଧାରିତ ବୃତ୍ତିକୁ ଅନୁସରଣ କରିବାକୁ ବାଧ୍ୟ ହୋଇ ଜୀବନରେ ବିଫଳତାର ବୋଝ ବହନ କରି ଦୁଃଖରେ ଜୀବନ ବିତାଇଥା’ନ୍ତି ।

ଆଉ ମଧ୍ୟ କେତେକ ବ୍ୟକ୍ତି ବାଧ୍ଯରେ ଏକ ନିର୍ଦ୍ଦିଷ୍ଟ ବୃତ୍ତିକୁ ଗ୍ରହଣ କରି ଏକ ଦୁଃଖପୂର୍ଣ୍ଣ ଜୀବନଯାପନ କରିଥା’ନ୍ତି ।

(v) ଗଣତନ୍ତ୍ରର ବିରୋଧ (Opposing democracy) – ଜାତି ପଦ୍ଧତି ଗଣତନ୍ତ୍ରର ବିରୋଧୀ ଅଟେ । ଗଣିତନ୍ତ୍ର ସମାନତା, ମୁକ୍ତି ଏବଂ ଭ୍ରାତୃତ୍ଵ ଉପରେ ପ୍ରତିଷ୍ଠିତ । ଜାତି, ଧର୍ମ, ଲିଙ୍ଗ ନିର୍ବିଶେଷରେ ଗଣତନ୍ତ୍ର ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରିଥାଏ । ଅପରପକ୍ଷରେ ଜାତିପଦ୍ଧତି ସମାଜର ସମସ୍ତ ବ୍ୟକ୍ତିଙ୍କୁ ସମାନ ଅଧିକାର ପ୍ରଦାନ କରି ନଥାଏ । ଜାତି ସ୍ତରୀକରଣକୁ ଭିଭିକରି ସଦସ୍ୟମାନଙ୍କର ଅଧିକାର ନିର୍ଦ୍ଧାରିତ ହୋଇଥାଏ ।

ଉଦାହରଣସ୍ୱରୂପ, ଉଚ୍ଚଜାତିର ସଦସ୍ୟମାନେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଭୋଗ କରୁଥିବା ବେଳେ ନୀଚଜାତିର ସଦସ୍ୟମାନେ ବହୁ ନିର୍ଯାତନା ଭୋଗ କରନ୍ତି । ଏହା ଫଳରେ ଗଣତନ୍ତ୍ରର ମୌଳିକ ନୀତି କ୍ଷୁଣ୍ଣ ହୋଇଥାଏ ।

୪ । ଆଧୁନିକ ଭାରତରେ ଜାତିପ୍ରଥାକୁ ପ୍ରଭାବିତ ବା ବିଘଟିତ କରୁଥିବା କାରକମାନ ବର୍ଣନା କର ।
Answer:
ଭାରତୀୟ ସମାଜରେ ଜାତିପ୍ରଥାରେ ଯେଉଁସବୁ ପରିବର୍ତ୍ତନ ଘଟିଛି, ସେଥ୍ପାଇଁ ଅନେକଗୁଡ଼ିଏ କାରଣ ଦାୟୀ । ସେଗୁଡ଼ିକୁ ନିମ୍ନରେ ଉଲ୍ଲେଖ କରାଗଲା ।

(i) ଆଧୁନିକ ଶିକ୍ଷା (Modern Education) – ଆଧୁନିକ ଶିକ୍ଷା ବ୍ୟବସ୍ଥା ସାର୍ବଜନୀନ ଏବଂ ସଂପୂର୍ଣ୍ଣରୂପେ ମୁକ୍ତ ଅଟେ । ଏହା ବୈଜ୍ଞାନିକ, ତର୍କଯୁକ୍ତ ଓ ଧର୍ମନିରପେକ୍ଷ ଅଟେ । ଏହା ଜାତି, ଧର୍ମ, ବର୍ଣ୍ଣ, ଭାଷା, ଲିଙ୍ଗ, ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ । ଆଧୁନିକ ଶିକ୍ଷାର ପ୍ରଭାବରେ ପ୍ରଚଳିତ ଜାତି ସମ୍ବନ୍ଧୀୟ ନୀତିନିୟମ, କୌଳିକ ବୃତ୍ତି, ଛୁଆଁ – ଅଛୁଆଁ ଭେଦଭାବ ଇତ୍ୟାଦି କ୍ରମଶଃ ଲୋକମାନେ ଭୁଲିଗଲେଣି । ଏହାର ପ୍ରଭାବରେ ନବଯୁବକ ଯୁବତୀମାନେ ଆନ୍ତଃଜାତି ବିବାହକୁ ଆଗ୍ରହର ସହ ଗ୍ରହଣ କରୁଛନ୍ତି ।

(ii) ଶିଳ୍ପୀକରଣ (Industrialization) – ଆଧୁନିକ ସମାଜରେ ଦ୍ରୁତ ଶିଳ୍ପୀକରଣ ପ୍ରକ୍ରିୟା ଫଳରେ ନୂତନ କଳକାରଖାନାମାନ ବୃଦ୍ଧି ପାଇବାରେ ଲାଗିଛି । କଳକାରଖାନାରେ ବା ଶିଳ୍ପାନୁଷ୍ଠାନରେ ଜାତି, ଧର୍ମ ନିର୍ବିଶେଷରେ ଲୋକମାନେ ଉତ୍ପାଦନ କାର୍ଯ୍ୟରେ ଲାଗିଥା’ନ୍ତି । ପରସ୍ପର ମିଳିମିଶି କାର୍ଯ୍ୟ କରିବାଦ୍ୱାରା ସେମାନଙ୍କ ମନରେ ବୃତ୍ତି, ଛୁଆଁଏ ଅଛୁଆଁ ଭେଦଭାବ କ୍ରମଶଃ ଦୂରେଇ ଯାଇ ଭ୍ରାତୃତ୍ଵ ଓ ସମାନତାର ଭାବନା ଜାଗ୍ରତ ହେଉଅଛି ।

(iii) ନଗରୀକରଣ (Urbanisation) – ନଗରୀକରଣ ପ୍ରକ୍ରିୟା ଆରମ୍ଭ ହେଲେ ବଡ଼ ବଡ଼ ସହରମାନ ନୂଆ ନୂଆ ବୁଦ୍ଧି ଓ ବ୍ୟବସାୟର ସୃଷ୍ଟି ହୋଇଥାଏ । ଜାତି ସହିତ ଏହି ବୃତ୍ତିର କୌଣସି ସଂପର୍କ ନଥାଏ । ବିଭିନ୍ନ ଜାତିର ଲୋକେ ନିଜର ସାମର୍ଥ୍ୟ, ଦକ୍ଷତା ଓ ଯୋଗ୍ୟତାର ମାପକାଠିରେ ଯେକୌଣସି ବୃତ୍ତିକୁ ଗ୍ରହଣ କରିଥା’ନ୍ତି । ଫଳରେ ସହର ସମୁଦାୟରେ ଜାତିଭିତ୍ତିକ ବୃତ୍ତି ପରିଲକ୍ଷିତ ହୋଇ ନଥାଏ ।

(iv) ଧନସଂପଦର ଗୁରୁତ୍ବ ବୃଦ୍ଧି (Increasing importance of wealth) – ଜାତି ବ୍ୟବସ୍ଥାରେ ବ୍ୟକ୍ତିର ପ୍ରସ୍ଥିତି ଜନ୍ମ ଉପରେ ଆଧାରିତ ଥିଲା; ମାତ୍ର ବର୍ତ୍ତମାନ ସମାଜରେ ଧନସଂପତ୍ତିର ମହତ୍ତ୍ୱ ଏତେ ବଢ଼ିଯାଇଛି ଯେ ଜନ୍ମସ୍ଥାନରେ ବ୍ୟକ୍ତିର ଆର୍ଥିକ ଶକ୍ତି, ସମ୍ପରି ଅଧୁକାର ଓ ଧନସଂପଦର ମାଲିକାନା ତଥା ଆଧୁନିକ ବୃତ୍ତି ବ୍ୟକ୍ତିର ପ୍ରସ୍ତୁତି ନିର୍ଦ୍ଧାରଣର ମୁଖ୍ୟ ଆଧାର ରୂପେ ପରିଗଣିତ ହେଉଅଛି । ଏଣୁ ଧନସଂପଦର ପ୍ରାଧାନ୍ୟ ଯୋଗୁଁ ନିମ୍ନଜାତିର ସଦସ୍ୟମାନେ ଉଚ୍ଚଜାତିର ସଦସ୍ୟମାନଙ୍କୁ ସମ୍ମାନ ଦେଖାଉ ନାହାନ୍ତି ।

(v) ଯୋଗଯୋଗ ଓ ଗମନାଗମନର ଦ୍ରୁତ ବିକାଶ (Rapid develoment of transportation and communication) – ବିଜ୍ଞାନର ଅଗ୍ରଗତି ଯୋଗୁଁ ଜଳ, ସ୍ଥଳ ଓ ଅକାଶପଥରେ ଗମନାଗମନ ପାଇଁ ଯେଉଁ ସାଧନଗୁଡ଼ିକ ଉଦ୍ଭାବନ ହୋଇଅଛି ଏ ସମସ୍ତ ଯାନବାହନରେ ଯାତାୟାତ କଲାବେଳେ ବ୍ୟକ୍ତି ତା’ର ସହଯାତ୍ରୀର ଜାତି ସମ୍ବନ୍ଧରେ ଜ୍ଞାନ ଆହରଣ କରିବା ସହଜସାଧ୍ୟ ହୋଇ ନଥାଏ ।

ପୁନଶ୍ଚ, ଭିନ୍ନ ଭିନ୍ନ ଜାତିସମୂହ ପାଇଁ ପୃଥକ୍ ପୃଥକ୍ ଯାତାୟାତ ସାଧନର ବନ୍ଦୋବସ୍ତ କରିବା ସମ୍ଭବପର ହୋଇ ନଥାଏ । ଏଣୁ ଗୋଟିଏ ସ୍ଥାନରେ ବିଭିନ୍ନ ଜାତିର ସଦସ୍ୟମାନଙ୍କର ଯାତାୟାତଦ୍ୱାରା ସେମାନଙ୍କ ମଧ୍ୟରେ ଥିବା ସାମାଜିକ ଦୂରତ୍ଵ ବଜାୟ ରଖୁବା ସମ୍ଭବପର ହୋଇ ନ ଥାଏ । ଫଳତଃ ଆଧୁନିକ ପରିବହନ ଓ ଗମନାଗମନ ସାଧନର ଦ୍ରୁତ ବିକାଶ ଜାତିପ୍ରଥାକୁ ପ୍ରଭାବିତ କରିଥାଏ ।

(vi) ସଂସ୍କାରମୂଳକ ସାମାଜିକ ଏବଂ ଧାର୍ମିକ ଆନ୍ଦୋଳନ (Reformative social and religious movement) – ରାଜା ରାମମୋହନ ରାୟ, ଈଶ୍ବର ଚନ୍ଦ୍ର ବିଦ୍ୟାସାଗର, ଦୟାନନ୍ଦ ସରସ୍ୱତୀ, ରାମକୃଷ୍ଣ ପରମହଂସ, ସାମୀ ବିବେକାନନ୍ଦ ପ୍ରଭୃତି ସମାଜସଂସ୍କାରକଗଣ ଜାତିପ୍ରଥା ବିରୁଦ୍ଧରେ ସର ଉତ୍ତୋଳନ କରିଥିଲେ । ଏହି ସମାଜସଂସ୍କାରକମାନଙ୍କ ପ୍ରଚେଷ୍ଟାରେ ଗଠିତ ଆର୍ଯ୍ୟ ସମାଜ, ପ୍ରାର୍ଥନା ସମାଜ, ବ୍ରାହ୍ମ ସମାଜ, ରାମକୃଷ୍ଣ ମିଶନ ଇତ୍ୟାଦି ସଂସ୍ଥାଗୁଡ଼ିକର ଉଦ୍ୟମରେ ଜାତି ବ୍ୟବସ୍ଥା ଗଭୀର ଭାବରେ ପ୍ରଭାବିତ ହୋଇଅଛି ।

(vii) ରାଜନୈତିକ ଆନ୍ଦୋଳନ (Political movement) – ଭାରତ ସ୍ବାଧୀନତା ଆନ୍ଦୋଳନ ଜାତିପ୍ରଥା ଉପରେ ଗଭୀର ପ୍ରଭାବ ପକାଇଥିଲା । ମୁଖ୍ୟତଃ ମହାତ୍ମା ଗାନ୍ଧୀଙ୍କ ପ୍ରଚେଷ୍ଟା ଚିରସ୍ମରଣୀୟ । ତାଙ୍କର ବିଚାରରେ ଈଶ୍ବରଙ୍କ ସନ୍ତାନ ଭାବେ ସବୁ ମଣିଷ ସମାନ । ଜାତି କହିଲେ ମାନବ ଜାତିକୁ ବୁଝାଏ । ତାଙ୍କ ଆହ୍ଵାନରେ ଭାରତୀୟମାନେ ନିଜ ନିଜର ଜାତି ଭୁଲି ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଗଲେ । ଏହିପରି ରାଜନୈତିକ ଆନ୍ଦୋଳନ ଜାତିପ୍ରଥାରେ ଅନେକ ପରିବର୍ତ୍ତନ ଆଣିଥିଲା ।

CHSE Odisha Class 12 Sociology Unit 4 Long Answer Questions in Odia Medium

୫ । ଏକ ସାମାଜିକ ଶ୍ରେଣୀ (Social class) ର ଲକ୍ଷଣଗୁଡ଼ିକ ଇଲ୍ଲେଖ କର ।
Answer:
ଏକ ସାମାଜିକ ଶ୍ରେଣୀର କେତେଗୁଡ଼ିଏ ସ୍ବତନ୍ତ୍ର ବୈଶିଷ୍ଟ୍ୟ ଆମେ ଦେଖିବାକୁ ପାଇଥାଉ । ନିମ୍ନରେ ସେଗୁଡ଼ିକ ପ୍ରଦାନ କରାଗଲା ।

  1. ଏକ ସାମାଜିକ ଶ୍ରେଣୀରେ ଆମେ ସମାନତା ଭାବ ଦେଖିବାକୁ ପାଇଥାଉ । ଗୋଟିଏ ସାମାଜିକ ଶ୍ରେଣୀର ଏକ ନେ କେତେକ ସୀମିତ ବୃତ୍ତିକୁ ଅନୁସରଣ କରି ସମାନ ଭାବରେ ଜୀବିକା ନିର୍ବାହ କରିଥାଆନ୍ତି । ସେମାନଙ୍କର ବ୍ୟବହାର ଏବଂ ମନୋବଳରେ ସମାନତା ପରିଲକ୍ଷିତ ହୋଇଥାଏ ।
  2. ଶ୍ରେଣୀ ବ୍ୟବସ୍ଥାରେ ବ୍ୟକ୍ତିକୁ ଯେଉଁ ପ୍ରସ୍ଥିତି ମିଳିଥାଏ, ତାହା ବ୍ୟକ୍ତିର ନିଜସ୍ବ ଚେଷ୍ଟା ଓ ଅଧ୍ୟବସାୟର ଫଳ । ଏହାକୁ ବ୍ୟକ୍ତି ଜନ୍ମରୁ ସାଙ୍ଗରେ ଆଣି ନ ଥାଏ ।
  3. ଶ୍ରେଣୀ ଗୋଟିଏ ମୁକ୍ତ ସମୂହ (Open group) ଅଟେ । ବ୍ୟକ୍ତି ନିଜର ଦକ୍ଷତା ଓ ଉଦ୍ୟମ ବଳରେ ପ୍ରସ୍ଥିତି ପାବଚ୍ଛର ଗୋଟିଏ ସ୍ତରରୁ ଅନ୍ୟ ସ୍ତରକୁ ଅକ୍ଳେଶରେ ଗତି କରିପାରେ । ଅର୍ଥାତ୍ ଶ୍ରେଣୀ ବ୍ୟବସ୍ଥାରେ ସାମାଜିକ ସଞ୍ଚଳନ ସମ୍ଭବପର ।
  4. ଶ୍ରେଣୀ ବ୍ୟବସ୍ଥା ସମସ୍ତ ଆଧୁନିକ ଜଟିଳ ସମାଜର ଏକ ବୈଶିଷ୍ଟ୍ୟ । ପ୍ରାୟତଃ ସମସ୍ତ ସମାଜରେ ଶ୍ରେଣୀ ନିର୍ଦ୍ଧାରଣ କରିଥାଏ ।
  5. ପ୍ରତ୍ୟେକ ଶ୍ରେଣୀର ସଦସ୍ୟମାନେ, ସେମାନଙ୍କର ପ୍ରସ୍ଥିତି, ପ୍ରତିଷ୍ଠା ଓ ଶ୍ରେଣୀ ଇତ୍ୟାଦି ବିଷୟରେ ସଚେତନ ଥାଆନ୍ତି । ଏହି ଶ୍ରେଣୀ ସଚେତନତା ଶ୍ରେଣୀ ଶ୍ରେଣୀ ମଧ୍ଯରେ ସାମାଜିକ ସମ୍ବନ୍ଧ ଓ ଆନ୍ତଃକ୍ରିୟାର ରୂପ ଅନେକ ସମୟରେ ନିର୍ଦ୍ଧାରଣ କରିଥାଏ ।
  6. ସମାଜରେ ଶ୍ରେଣୀ ସ୍ତରୀକରଣ ଅର୍ଥନୈତିକ ଉପାଦାନଗୁଡିକ ସହିତ ପ୍ରସ୍ଥିତି ସମ୍ବନ୍ଧୀୟ ଉପାଦାନଗୁଡ଼ିକଦ୍ବାରା ନିର୍ଦ୍ଧାରିତ ହୋଇଥାଏ, ସେହି ଦୃଷ୍ଟିରୁ ଏହାକୁ ଉଭୟ ଅର୍ଥନୈତିକ ଓ ପ୍ରସ୍ଥିତିମୂଳକ କୁହାଯାଇପାରେ ।

୬ । ଜାତି ଓ ଶ୍ରେଣୀ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଜାତି ଓ ଶ୍ରେଣୀ ସାମାଜିକ ସଂଗଠନର ଦୁଇଟି ଅବିଚ୍ଛେଦ୍ୟ ଅଙ୍ଗ । ଜାତି ପାରମ୍ପରିକ ଅସମାନତା ଉପରେ ପ୍ରତିଷ୍ଠିତ ହୋଇଥିବାବେଳେ ଶ୍ରେଣୀ ପଦ୍ଧତି ସମାନତା ଉପରେ ପ୍ରତିଷ୍ଠିତ । ଜାତି ପଦ୍ଧତିରେ ବ୍ୟକ୍ତି ତା’ର ପିତାମାତାଙ୍କଦ୍ୱାରା ଅଧ୍ୟକୃତ ପ୍ରସ୍ଥିତି ଉପରେ ନିର୍ଭର କରୁଥିବାବେଳେ ଶ୍ରେଣୀ ପଦ୍ଧତିରେ ସେ ଏକପ୍ରକାର ପ୍ରସ୍ଥିତିର ଅଧିକାରୀ ହୁଏ ଯାହା ତା’ର ପିତାମାତାଙ୍କ ପ୍ରସ୍ଥିତିଠାରୁ ସମ୍ପୂର୍ଣ୍ଣ ଭିନ୍ନ ।

ତେଣୁ ଜାତି ଏବଂ ଶ୍ରେଣୀ ଦୁଇଟି ପରସ୍ପର ବିରୋଧୀ ସମୂହ ଭାବେ କାର୍ଯ୍ୟ କରିଥା’ନ୍ତି, ତଥାପି ଏହି ଦୁଇ ସମୂହ ମଧ୍ଯରେ ଅନେକ ସାଦୃଶ୍ୟ ଦେଖିବାକୁ ମିଳିଥାଏ । ଜାତି ପଦ୍ଧତି ଭଳି ଶ୍ରେଣୀ ପଦ୍ଧତିରେ ପ୍ରତ୍ୟେକ ଶ୍ରେଣୀର ଏକ ନିର୍ଦ୍ଦିଷ୍ଟ ସାମାଜିକ ପ୍ରସ୍ଥିତି ଥାଏ ।

ଆଉ ମଧ୍ଯ ଜାତି ଭଳି ଶ୍ରେଣୀ ସମାଜରେ ବିଭିନ୍ନ ଶ୍ରେଣୀ ମଧ୍ଯରେ ଏକ ଉଚ୍ଚ ନୀଚ କ୍ରମ ରହିଛି । ଏହିସବୁ ସାମଞ୍ଜସ୍ୟ ସତ୍ତ୍ଵେ ଜାତି ଏବଂ ଶ୍ରେଣୀ ମଧ୍ଯରେ ଅନେକ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ସେଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।

(i) ସ୍ତରୀକରଣରେ ପାର୍ଥକ୍ୟ (Difference in stratification) – ଏକ ଜାତି ସଂରଚନାଜନିତ ସମାଜରେ ବ୍ୟକ୍ତିର ସାଧାରଣ ପ୍ରସ୍ତୁତି ତା’ର ଜନ୍ମ ଉପରେ ପ୍ରତିଷ୍ଠିତ । ଜାତି ପଦ୍ଧତିରେ ବ୍ୟକ୍ତି ଯେଉଁ ଜାତିରେ ଜନ୍ମଲାଭ କରିଥାଏ ସେହି ଜାତିର ପ୍ରସ୍ଥିତି ଅନୁସାରେ ତା’ର ପ୍ରସ୍ଥିତି ନିର୍ଦ୍ଧାରିତ ହୋଇଥାଏ ।

ଉଦାହରଣସ୍ୱରୂପ, ଜନ୍ମଗତ ଗୁଣ ଯୋଗୁଁ ବ୍ରାହ୍ମଣମାନେ ସମାଜରେ ସର୍ବୋଚ୍ଚ ସ୍ଥାନରେ ଅବସ୍ଥାପିତ ହୋଇ ଉଚ୍ଚ ସାମାଜିକ ପ୍ରସ୍ଥିତି ଲାଭ କରିଥା’ନ୍ତି ଏବଂ ଶୂଦ୍ରମାନେ ଜାତି ସ୍ତରୀକରଣର ନିମ୍ନସ୍ଥାନରେ ରହି ସମସ୍ତପ୍ରକାର ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥା’ନ୍ତି । ଅପରପକ୍ଷରେ ଶ୍ରେଣୀ ପଦ୍ଧତିରେ ବ୍ୟକ୍ତିର ନିଜର କାର୍ଯ୍ୟକଳାପ ଏବଂ ଧନ ସମ୍ପଦର ମାତ୍ରା ଯୋଗୁଁ ଶ୍ରେଣୀ ସ୍ତରୀକରଣ ଊର୍ଦ୍ଧ୍ବରେ କିମ୍ବା ନିମ୍ନରେ ରହିଥାଏ ।

ଉଦାହରଣ ସ୍ଵରୂପ, ଜଣେ ନୀଚଜାତିର ଲୋକ ଯଦି ଅତି ପ୍ରଭାବଶାଳୀ ଏବଂ ବିପୁଳ ସଂପଦର ଅଧିକାରୀ ହୁଏ, ତେବେ ସେ ଶ୍ରେଣୀ ସ୍ତରୀକରଣର ସର୍ବୋଚ୍ଚ ସ୍ଥାନରେ ଅବସ୍ଥାପିତ ହୋଇ ଉଚ୍ଚ ସାମାଜିକ ପ୍ରସ୍ଥିତି ଲାଭ କରିଥାଏ ।

(ii) ସଂରଚନାଜନିତ ପାର୍ଥକ୍ୟ (Difference in structure) – ଜାତି ଏବଂ ଶ୍ରେଣୀ ମଧ୍ଯରେ ଆଉ ଗୋଟିଏ ପାର୍ଥକ୍ୟ ହେଉଛି ଯେ ଜାତି ସଂରଚନା ଆବଦ୍ଧ (Closed) ଏବଂ ଅନମନୀୟ (Rigid) ଅଟେ । ଅପରପକ୍ଷରେ ଶ୍ରେଣୀ ସଂରଚନା ମୁକ୍ତ (Open) ଏବଂ ନମନୀୟ (Flexible) ଅଟେ । ଜାତି ଜନ୍ମ ଉପରେ ପ୍ରତିଷ୍ଠିତ ହୋଇଥିବାରୁ ଗୋଟିଏ ଜାତିରୁ ଆଉ ଗୋଟିଏ ଜାତିକୁ ପରିବର୍ତ୍ତିତ ହେବା ସମ୍ଭବପର ନୁହେଁ ।

କିନ୍ତୁ ଶ୍ରେଣୀ ପଦ୍ଧତିରେ ଏ ପ୍ରକାର ଅବସ୍ଥା ଦେଖିବାକୁ ମିଳିନଥାଏ । ବ୍ୟକ୍ତିର ବୃଷ୍ଟି, କ୍ଷମତା ଏବଂ ସମ୍ପରି ଭିଭିରେ ତା’ର ଶ୍ରେଣୀ ନିର୍ଦ୍ଧାରଣ ହୋଇଥାଏ । ତେଣୁ ଗୋଟିଏ ଶ୍ରେଣୀରୁ ଅନ୍ୟ ଏକ ଶ୍ରେଣୀକୁ ପରିବର୍ତ୍ତିତ ହେବା ସମ୍ଭବପର ହୋଇଥାଏ ।

(iii) ବୃତ୍ତିଜନିତ ପାର୍ଥକ୍ୟ (Difference in Occupation) – ଜାତି ପଦ୍ଧତିରେ ସଦସ୍ୟମାନଙ୍କ ପାଇଁ ପାରମ୍ପରିକ ବୃତ୍ତିର ବନ୍ଦୋବସ୍ତ କରାଯାଇଥାଏ । ବ୍ୟକ୍ତି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନିଜର ଏହି ବଂଶଗତ ବୃତ୍ତିକୁ ଗ୍ରହଣ କରିଥାଏ । ବ୍ୟକ୍ତି ନିଜର ଇଚ୍ଛାକୃତ ବୃତ୍ତିକୁ ଗ୍ରହଣ କରି ନଥାଏ । କିନ୍ତୁ ଶ୍ରେଣୀ ପଦ୍ଧତିରେ ବୃଦ୍ଧି ନିର୍ବାଚନ କ୍ଷେତ୍ରରେ କୌଣସି କଟକଣା ବା ନୀତିନିୟମ ନଥାଏ । ପରନ୍ତୁ କୁହାଯାଇପାରେ ଯେ ଶ୍ରେଣୀ ପଦ୍ଧତିରେ ବୃଦ୍ଧି ବ୍ୟକ୍ତିର ଶ୍ରେଣୀ ନିର୍ଦ୍ଧାରଣ କରିଥାଏ ।

(iv) ସାମାଜିକ ଅଭ୍ୟାସଜନିତ ପାର୍ଥକ୍ୟ (Difference in social habits) – ଖାଦ୍ୟ, ପାନୀୟ ଏବଂ ସାମାଜିକ ସଂସର୍ଗକୁ ଭିତ୍ତିକରି ଜାତି ପଦ୍ଧତିରେ ଅନେକ କଟକଣା ପରିଲକ୍ଷିତ ହୋଇଥାଏ । ଉଚ୍ଚଜାତିର ଲୋକମାନେ ନୀଚଜାତିର ଲୋକମାନଙ୍କ ଗୃହରୁ ଖାଦ୍ୟ ବା ପାନୀୟ ଗ୍ରହଣ କରିନଥା’ନ୍ତି । ସାମାଜିକ ମିଳାମିଶାରେ ମଧ୍ୟ ଅନେକଗୁଡ଼ିଏ କଟକଣା ରହିଥାଏ ।

ଏହି ସାମାଜିକ ମିଳାମିଶାକୁ ଭିତ୍ତିକରି ଉଚ୍ଚ ଏବଂ ନୀଚ ଜାତିର ସଦସ୍ୟମାନଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ରହିଥାଏ । କିନ୍ତୁ ଶ୍ରେଣୀ ପଦ୍ଧତିରେ ଖାଦ୍ୟ, ପାନୀୟ ଏବଂ ସାମାଜିକ ମିଳାମିଶା କ୍ଷେତ୍ରରେ ସେପରି କିଛି କଟକଣା ବା ନୀତିନିୟମ ଦେଖ‌ିବାକୁ ମିଳିନଥାଏ ।

(v) ବିବାହ ବିଧୂରେ ପାର୍ଥକ୍ୟ (Difference in marriage system) – ବିବାହ ପ୍ରଥାକୁ ଭିତ୍ତିକରି ଜାତିପ୍ରଥାର କେତେକ ନିର୍ଦ୍ଦିଷ୍ଟ ନୀତିନିୟମ ରହିଛି । ଯେହେତୁ ପ୍ରତ୍ୟେକ ଜାତି ଏବଂ ଉପଜାତି ଗୋଟିଏ ଗୋଟିଏ ଅନ୍ତର୍ବିବାହୀ ଦଳ, ତେଣୁ ସଦସ୍ୟମାନେ ଜାତି ମଧ୍ୟରେ ବୈବାହିକ ସଂପର୍କ ସ୍ଥାପନ କରିଥା’ନ୍ତି । ଜାତି ବାହାରେ ବିବାହ କଲେ ବ୍ୟକ୍ତିକୁ କଠିନ ଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିଥାଏ ।

କିନ୍ତୁ ଶ୍ରେଣୀ ପଦ୍ଧତିରେ ବିବାହ ବିଧୂରେ ପ୍ରତ୍ୟେକ ଶ୍ରେଣୀ ଗୋଟିଏ ଗୋଟିଏ ବହିର୍ବିବାହୀ ଦଳ ହୋଇଥିବାରୁ ସଦସ୍ୟମାନେ ସେମାନଙ୍କର ଇଚ୍ଛାନୁସାରେ ଯେକୌଣସି ଶ୍ରେଣୀରେ ବିବାହ କରିଥା’ନ୍ତି ।

୭ । ଭାରତରେ ତଫସିଲଭୁକ୍ତ ଜାତିମାନଙ୍କର ସାମାଜିକ ଓ ଅର୍ଥନୈତିକ ସମସ୍ୟାମାନ ବିଶ୍ଳେଷଣ କର ।
Answer:
ହିନ୍ଦୁ ସମାଜରେ ସର୍ବନିମ୍ନ ଜାତିକୁ ତଫସିଲଭୁକ୍ତ ଜାତି କୁହାଯାଏ । ଜାତି ସ୍ତରୀକରଣ କ୍ରମାନ୍ୱୟରେ ରହିଥିବା ପ୍ରଥମ ତିନୋଟି ଜାତି; ଯଥା – ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ ମୁଖ୍ୟତଃ ‘ଦ୍ବିଜ’ ନାମରେ ପରିଚିତ । ଏହାର କାରଣ ସେହି ଜାତିର ସଦସ୍ୟମାନେ ସମାଜରେ ବିଭିନ୍ନ ପ୍ରକାର ସ୍ବାଧ୍ୟାର ହାସଲ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାର ଧାର୍ମିକ ଉତ୍ସବ ଓ କର୍ମକାଣ୍ଡମାନ ସମ୍ପାଦନ କରନ୍ତି । କିନ୍ତୁ ସର୍ବନିମ୍ନ ସ୍ତରରେ ଥିବା କ୍ଷୁଦ୍ର ଜାତି ସମସ୍ତ ପ୍ରକାର ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥାଏ ।

ହିନ୍ଦୁ ଜାତିର ଅନ୍ୟାନ୍ୟ ସଦସ୍ୟମାନଙ୍କଦ୍ୱାରା ସେମାନେ ‘ଅସ୍ପୃଶ୍ୟ ଜାତି’ ଭାବେ ପରିଗଣିତ ହୋଇଥା’ନ୍ତି । କିନ୍ତୁ ଭାରତୀୟ ସମ୍ବିଧାନରେ ସେମାନଙ୍କୁ ‘ତଫସିଲଭୁକ୍ତ ଜାତିର’ ଆଖ୍ୟା ଦିଆଯାଉଛି । ଜାତିର ଜନକ ମହାତ୍ମାଗାନ୍ଧୀ ସେମାନଙ୍କୁ ସ୍ନେହରେ ‘ହରିଜନ’ ଯାହାର ଅର୍ଥ ଈଶ୍ୱରଙ୍କ ଲୋକ ବୋଲି ସମ୍ବୋଧତ କରୁଥିଲେ । ଡକ୍ଟର ଡି.ଏନ୍.ମଜୁମ୍‌ଦାର (Dr. D.N. Mazumdar)ଙ୍କ ମତରେ, “ଯେଉଁମାନେ ବିଭିନ୍ନ ପ୍ରକାର ସାମାଜିକ ଓ ରାଜନୈତିକ ନିର୍ଯାତନାକୁ ଭୋଗ କରିଥା’ନ୍ତି ସେମାନଙ୍କୁ ଅସ୍ପୃଶ୍ୟ ଜାତି କୁହାଯାଏ । ସେଗୁଡ଼ିକ କରାଯାଇଥାଏ ।’’

ଭାରତରେ ତଫସିଲଭୁକ୍ତ ଜାତିର ବିଭିନ୍ନ ସମସ୍ୟା
ପାରସ୍ପରିକଭରେ ଭାରତରେ ତଫସିଲଭୁକ୍ତ ଜାତିମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ ସାଧାରଣତଃ ଚାରିଭାଗରେ ବିଭକ୍ତ କରାଯାଇଛି ।
ସେଗୁଡ଼ିକ ହେଲା –
(୧) ସାମାଜିକ ସମସ୍ୟା,
(୨) ଅର୍ଥନୈତିକ ସମସ୍ୟା,
(୩) ରାଜନୈତିକ ସମସ୍ୟା,
(୪) ଧାର୍ମିକ ସମସ୍ୟା ।

CHSE Odisha Class 12 Sociology Unit 4 Long Answer Questions in Odia Medium

(୧) ସାମାଜିକ ସମସ୍ୟା (Social Problem) – ସାମାଜିକ ଜୀବନରେ ତଫସିଲଭୁକ୍ତ ଜାତି ନିମ୍ନଲିଖ୍ ସମସ୍ୟାମାନ ଦେଉ ଗତି କରିଥା’ନ୍ତି ।
(କ) ସମାଜରେ ସ୍ତରୀକରଣ ବ୍ୟବସ୍ଥାରେ ସବୁଠାରୁ ନୀଚ ପ୍ରସ୍ଥିତି ଧାରଣ କରିଥା’ନ୍ତି ।
(ଖ) ତଫସିଲଭୁକ୍ତ ଜାତିର ସଦସ୍ୟମାନେ ସମସ୍ତପ୍ରକାର ଶିକ୍ଷାଲାଭରୁ ବଞ୍ଚତ ହୋଇଥା’ନ୍ତି ।
(ଗ) ତଫସିଲଭୁକ୍ତ ଜାତିର ସଦସ୍ୟମାନେ ଖାଦ୍ୟ, ପାନୀୟ ଓ ସାମାଜିକ ମିଳାମିଶା କ୍ଷେତ୍ରରେ ଜନଜାତିମାନଙ୍କଦ୍ୱାରା ପ୍ରଣୀତ କଟକଣାଗୁଡ଼ିକ ମଧ୍ୟଦେଇ ଜୀବନ ଅତିବାହିତ କରିଥା’ନ୍ତି ।
(ଘ) ଅସ୍ପୃଶ୍ୟ ଜାତିର ସଦସ୍ୟମାନଙ୍କୁ ସର୍ବସାଧାରଣ କୂପ, ଜଳାଶୟ, ପୁଷ୍କରିଣୀ, ମନ୍ଦିର ଓ ଡାକ୍ତରଖାନା ପ୍ରଭୃତିକୁ ବ୍ୟବହାର କରିବାପାଇଁ ଅନୁମତି ଦିଆଯାଇଥାଏ ।

(୨) ଅର୍ଥନୈତିକ ସମସ୍ୟା (Economic Problem) – ତଫସିଲଭୁକ୍ତ ଜାତିର ନିମ୍ନଲିଖ ଅର୍ଥନୈତିକ ସମସ୍ୟାମାନ ରହିଛି ।
(କ) ଅସ୍ପୃଶ୍ୟ ଜାତିର ସଦସ୍ୟମାନେ ପାରମ୍ପରିକଭାବେ ସମ୍ପଭିଗତ ଅଧିକାରରୁ ବଞ୍ଚିତ ହେଉଥିଲେ । ସେମାନଙ୍କର ନିଜସ୍ବ କୌଣସି ସମ୍ପତ୍ତି ନଥିଲା ।
(ଖ) ପାରମ୍ପରିକଭାବେ ତଫସିଲଭୁକ୍ତ ଜାତିର ସଦସ୍ୟମାନେ ବୃତ୍ତି ମନୋନୟନ ଅଧିକାରରୁ ବଞ୍ଚିତ ଥିଲେ ।
(ଗ) ଅସ୍ପୃଶ୍ୟ ଜାତିର ସଦସ୍ୟମାନେ ଗ୍ରାମରେ ଭୂମିହୀନ ଶ୍ରମିକଭାବେ ପରିଚିତ ଥିଲେ ।

(୩) ରାଜନୈତିକ ସମସ୍ୟା (Political Problem) – ଅନୁସୂଚିତ ଜାତିର ସଦସ୍ୟମାନେ ପାରମ୍ପରିକଭାବେ ରାଜନୀତି, ଶାସନ ଅନୁସୂଚିତ ଜାତିର ସଦସ୍ୟମାନେ ପାରମ୍ପରିକଭାବେ ରାଜନୀତି, ଶାସନ ଓ ସାଧାରଣ ନିର୍ବାଚନରେ ଅଂଶଗ୍ରହଣ କରିପାରୁ ନଥିଲେ । ସେମାନେ ମଧ୍ୟ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପଦପଦବୀରେ ନିଜକୁ ନିୟୋଜିତ କରିପାରୁନଥିଲେ । ଅବଶ୍ୟ ବ୍ରିଟିଶ୍ ଶାସନ ଅମଳରେ ସେମାନେ ପ୍ରଥମଥର ପାଇଁ ଭୋଟଦାନ ଅଧିକାର ଲାଭ କରିଥିଲେ । ବର୍ତ୍ତମାନ ସମୟରେ ସେମାନେ ସମାନ ରାଜନୈତିକ ଅଧିକାର ହାସଲ କରିଛନ୍ତି ।

(୪) ଧାର୍ମିକ ସମସ୍ୟା (Religious Problem) – ଶେଷରେ ଧାର୍ମିକ ଦୃଷ୍ଟିକୋଣରୁ ତଫସିଲଭୁକ୍ତ ଜାତିମାନେ ହିନ୍ଦୁରୂପେ ପରିଚିତ ଥିଲେ ମଧ୍ୟ ସେମାନଙ୍କୁ ହିନ୍ଦୁ ମନ୍ଦିର ତଥା ତୀର୍ଥସ୍ଥାନ ମଧ୍ୟରୁ ପ୍ରବେଶ କରିବାପାଇଁ ଅନୁମତି ଦିଆଯାଉ ନଥିଲା । କାରଣ ସେମାନଙ୍କ ଛାୟା ସ୍ପର୍ଶରେ ଦେବତା ଅପବିତ୍ର ହୋଇଯିବା ଧାରଣା ଉଚ୍ଚଜାତି ଲୋକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା । ସେମାନେ ମଧ୍ୟ ବେଦ-ବେଦାନ୍ତ ଆଦି ଧର୍ମଗ୍ରନ୍ଥ ଅଧ୍ୟୟନ କରିପାରୁ ନଥିଲେ । ବର୍ତ୍ତମାନ ତଫସିଲଭୁକ୍ତ ଜାତିର ଲୋକମାନେ କେତେଗୁଡ଼ିଏ ଧାର୍ମିକ ଅସ୍‌କାର ଲାଭ କରିଥିଲେ ମଧ୍ୟ ଗ୍ରାମାଞ୍ଚଳରେ ସେମାନେ ବହୁ ଧାର୍ମିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

୮ । ଅନୁସୂଚିତ ଜାତିମାନଙ୍କର ଅର୍ଥନୈତିକ ପ୍ରଗତି ନିମନ୍ତେ ସରକାର କେଉଁ ପଦକ୍ଷେପମାନ ଗ୍ରହଣ କରିଛନ୍ତି ? କିମ୍ବା, ତଫସିଲଭୁକ୍ତ ଜାତିମାନଙ୍କ ଉନ୍ନତିପାଇଁ ବିଭିନ୍ନ ପଦକ୍ଷେପମାନ ଆଲୋଚନା କର ।
Answer:
ତଫସିଲଭୁକ୍ତ ଜାତିମାନଙ୍କର ଉନ୍ନତି ତଥା ସୁରକ୍ଷା ପାଇଁ ଭାରତବର୍ଷରେ ଦୁଇ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି; ଯଥା –
(୧) ସରକାରୀ ବା ସାମ୍ବିଧାନିକ ପଦକ୍ଷେପ ଏବଂ
(୨) ବେସରକାରୀ ପଦକ୍ଷେପ ।

(୧) ସରକାରୀ ବା ସାମ୍ବିଧାନିକ ପଦକ୍ଷେପ (Government or Constitutional Measures) – ଭାରତୀୟ ସମ୍ବିଧାନର ୧୭ଧାରା ଘୋଷଣା କରିଛି ଯେ ଅସ୍ପୃଶ୍ୟତା ଏକ ସାମାଜିକ ବ୍ୟାଧ । ତେଣୁ ଏହାକୁ ସମାଜରୁ ସଂପୂର୍ଣ୍ଣଭାବେ ଦୂର କରାଯିବା ଉଚିତ । ଅସ୍ପୃଶ୍ୟତାକୁ ଭିଭିକରି ସୃଷ୍ଟି ହୋଇଥିବା ଯେକୌଣସି ନିର୍ଯାତନା ଆଇନ ଅନୁସାରେ ଦଣ୍ଡନୀୟ ଅପରାଧ ।

ତଫସିଲଭୁକ୍ତ ଜାତିମାନଙ୍କର ଉନ୍ନତି ତଥା ବିକାଶ ପାଇଁ ନିମ୍ନଲିଖୁତ ସାମ୍ବିଧାନିକ ପଦକ୍ଷେପମାନ ଗ୍ରହଣ କରାଯାଇଛି ।
(i) ପ୍ରଥମତଃ, ସମ୍ବିଧାନର ୧୫ ଧାରା ଅନୁସାରେ ବ୍ୟାବସାୟିକ ପ୍ରତିଷ୍ଠାନ, ସର୍ବସାଧାରଣ ଭୋଜନାଳୟ, ରାସ୍ତାଘାଟ, କୂପ, ପୁଷ୍କରିଣୀ, ଗାଧୁଆଘାଟ ଓ ସର୍ବସାଧାରଣ ଜିନିଷଗୁଡ଼ିକର ବ୍ୟବହାରକୁ ଭିଭିକରି ସୃଷ୍ଟି ହୋଇଥିବା ବିଭିନ୍ନ ପ୍ରକାର ନିର୍ଯାତନା ଓ କଟକଣାଗୁଡ଼ିକୁ ଦୂର କରାଯିବ ।
(ii) ଦ୍ଵିତୀୟତଃ, ସମ୍ବିଧାନର ୨୫ ଧାରାରେ ବ୍ୟବସ୍ଥା ଅଛି ଯେ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ହିନ୍ଦୁମାନଙ୍କ ପାଇଁ ଧାର୍ମିକ ଅନୁଷ୍ଠାନଗୁଡ଼ିକର ଦ୍ବାର ଉନ୍ମୁକ୍ତ ରହିବ ।
(iii) ତୃତୀୟତଃ, ସମ୍ବିଧାନର ୨୯ ଧାରା ଅନୁସାରେ ଶିକ୍ଷାନୁଷ୍ଠାନରେ ପ୍ରବେଶ ପାଇଁ କିମ୍ବା ରାଜ୍ୟପାଣ୍ଠିରୁ ପ୍ରଦାନ କରାଯାଉଥିବା ଅନୁଦାନ ପାଇଁ ରାଷ୍ଟ୍ରଦ୍ୱାରା ସୃଷ୍ଟି ହୋଇଥିବା ନୀତିନିୟମ ତଫସିଲଭୁକ୍ତ ଜାତିମାନଙ୍କ ପକ୍ଷେ କୋହଳ କରାଯିବ ।
(iv) ଚତୁର୍ଥତଃ ସମ୍ବିଧାନର ପଞ୍ଚମ ଅନୁସୂଚୀର ୧୬୪ ଓ ୩୩୯ ଧାରାରେ ବ୍ୟବସ୍ଥା ଅଛି ଯେ ରାଜ୍ୟର ପୃଥକ୍ ପୃଥକ୍ ବିଭାଗ ପାଇଁ ପରାମର୍ଶଦାତା ପରିଷଦ ଗଠନ କରାଯିବ ଏବଂ ସେମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ କେନ୍ଦ୍ରରେ ଏକ ବିଶେଷ ବିଭାଗକୁ ନିଯୁକ୍ତି ଦିଆଯିବ ।
(v) ପଞ୍ଚମତଃ, ସମ୍ବିଧାନର ୩୩୨, ୩୩୩ ଓ ୩୩୪ ଧାରା ଅନୁସାରେ କେନ୍ଦ୍ର ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭାରେ ୨୦ ବର୍ଷ ପାଇଁ ତଫସିଲଭୁକ୍ତ ଜାତିର ବିଶେଷ ପ୍ରତିନିଧୁମାନେ ପ୍ରତିନିଧୁତ୍ଵ କରିପାରିବେ ।
(vi) ଷଷ୍ଠତଃ, ସମ୍ବିଧାନର ୩୩୫ ଧାରାରେ ଉଲ୍ଲେଖ ଅଛି ଯେ ତଫସିଲଭୁକ୍ତ ଜାତିମାନଙ୍କର ଉନ୍ନତି ପାଇଁ ରାଷ୍ଟ୍ରପତି ଜଣେ ସ୍ବତନ୍ତ୍ର ପ୍ରତିନିଧିଙ୍କୁ ନିଯୁକ୍ତି ଦେଇପାରିବେ ।
(vii) ଶେଷରେ ସମ୍ବିଧାନର ୩୪୦ ଧାରା ଅନୁସାରେ ସାମାଜିକ ଓ ଶିକ୍ଷାକ୍ଷେତ୍ରରେ ତଫସିଲଭୁକ୍ତ ଜାତିମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ଅନୁସନ୍ଧାନ ପାଇଁ ରାଷ୍ଟ୍ରପତି ଜଣେ କମିଶନରଙ୍କୁ ନିଯୁକ୍ତି ଦେଇପାରିବେ ।

ଉପରୋକ୍ତ ସାମ୍ବିଧାନିକ ବ୍ୟବସ୍ଥା ବ୍ୟତୀତ କେନ୍ଦ୍ର ସରକାର ଅନ୍ୟାନ୍ୟ ବହୁ ଉନ୍ନତିମୂଳକ ପଦକ୍ଷେପମାନ ଗ୍ରହଣ କରିଛନ୍ତି ।
(1) ୧୯୫୫ ମସିହାର ଅପରାଧ ଆଇନ ପ୍ରଣୟନ (Introduction of Untouchability Offences Act of 1955) – ଭାରତ ସରକାର ଅସ୍ପୃଶ୍ୟତା ଦୂରୀକରଣ ପାଇଁ ୧୯୫୫ ମସିହାରେ ‘ଅସ୍ପୃଶ୍ୟତା ଅପରାଧ ଆଇନ’’ ପ୍ରଣୟନ କରିଥିଲେ । ଏହି ଆଇନ ଅନୁସାରେ ଅସ୍ପୃଶ୍ୟତା ଏକ ଅପରାଧ ଏବଂ ଏହାକୁ ଉତ୍ସାହିତ କରୁଥିବା ବ୍ୟକ୍ତିକୁ ୬ ମାସ ଜେଲଦଣ୍ଡ କିମ୍ବା ୫୦୦ ଟଙ୍କା ଜୋରିମାନା ଅଥବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ ।

ବର୍ତ୍ତମାନ ଏହି ଆଇନ ସଂଶୋଧ ହୋଇ “ସାମାଜିକ ଅଧିକାର ସୁରକ୍ଷା ଆଇନ’’ (The Protection of the Civil Right Act) ନାମରେ ନାମିତ ହୋଇଛି । ୧୯୫୪ ମସିହାଠାରୁ ଭାରତ ସରକାର ଅସ୍ପୃଶ୍ୟତା ଦୂରୀକରଣ ପାଇଁ ଆର୍ଥିକ ସହାୟତା ମାଧ୍ୟମରେ ବିଭିନ୍ନ ପ୍ରକାର ଆନ୍ଦୋଳନକୁ ଉତ୍ସାହିତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ ତଥା ପ୍ରତ୍ୟକ୍ଷ ସହଯୋଗ ପାଇଁ ପ୍ରତ୍ୟେକ ରାଜ୍ୟ ‘ହରିଜନ ଦିବସ’ ଓ ‘ହରିଜନ ସପ୍ତାହ’ ପାଳନ କରୁଛନ୍ତି ।

ଅସ୍ପୃଶ୍ୟ ଜାତିମାନଙ୍କର ବିଭିନ୍ନ ସମସ୍ୟା ଏବଂ ସେମାନଙ୍କର ଶିକ୍ଷା ତଥା ଅର୍ଥନୈତିକ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା କାରକଗୁଡ଼ିକୁ ଅନୁଧ୍ୟାନ କରିବାପାଇଁ ଭାରତ ସରକାର ୧୯୬୫ ମସିହାରେ ଏକ କମିଟି ଗଠନ କରିଥିଲେ ।

(2) ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭାରେ ଆସନ ସଂରକ୍ଷଣ (Reservation of seats in Parliament and State Legislative Assembly) – ତଫସିଲଭୁକ୍ତ ଜାତିମାନଙ୍କର ଉନ୍ନତି ପାଇଁ ଲୋକସଭାର ୫୪୨ଟି ଆସନ ମଧ୍ୟରୁ ୭୮ଟି ଆସନ ସଂରକ୍ଷିତ । ସେହିପରି ରାଜ୍ୟ ବିଧାନସଭାର ମୋଟ ୩,୯୯୭ଟି ଆସନ ମଧ୍ୟରୁ ୫୩୮ଟି ସେମାନଙ୍କ ପାଇଁ ସଂରକ୍ଷିତ ।

(3) ଚାକିରି କ୍ଷେତ୍ରରେ ସ୍ଥାନ ସଂରକ୍ଷଣ (Reservation in the Services) – ତଫସିଲଭୁକ୍ତ ଜାତିମାନଙ୍କର ଉନ୍ନତି ପାଇଁ ଚାକିରି କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଶତକଡ଼ା ୧୫ଭାଗ ସ୍ଥାନ ସଂରକ୍ଷିତ ।

(4) ଶିକ୍ଷାକ୍ଷେତ୍ରରେ ସ୍ଥାନ ସଂରକ୍ଷଣ (Reservation in Education) – ଶିକ୍ଷାଗତ ଉନ୍ନତି ତଥା ବିକାଶ ନିମିତ୍ତ ଉଭୟ ସାଧାରଣ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ତଫସିଲଭୁକ୍ତ ଜାତିମାନଙ୍କ ପାଇଁ ସ୍ଥାନ ସଂରକ୍ଷିତ କରାଯାଇଛି ।

(5) ଜନମଙ୍ଗଳ ଯୋଜନା (Welfare Scheme) – ତଫସିଲଭୁକ୍ତ ଜାତିମାନଙ୍କର ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ପଞ୍ଚବାର୍ଷିକ ଯୋଜନା (Five Years Plans) ସେଥୁମଧ୍ୟରୁ ଅନ୍ୟତମ ।

ସେମାନଙ୍କର ଉନ୍ନତି ତଥା ମଙ୍ଗଳ ନିମନ୍ତେ ପ୍ରଥମ ପଞ୍ଚବାର୍ଷିକ ଯୋଜନା (୧୯୫୧-୫୬)ରେ ୩୦.୦୪ କୋଟି ଟଙ୍କା, ଦ୍ବିତୀୟ ପଞ୍ଚବାର୍ଷିକ ଯୋଜନା (୧୯୫୬-୬୧)ରେ ୭୯.୪୧ କୋଟି, ତୃତୀୟ ପଞ୍ଚବାର୍ଷିକ ଯୋଜନା (୧୯୬୧-୬୬)ରେ ୧୦୦.୫୦ କୋଟି, ଚତୁର୍ଥ ପଞ୍ଚବାର୍ଷିକ ଯୋଜନା (୧୯୬୯-୭୪)ରେ ୧୭୨.୭୦ କୋଟି, ପଞ୍ଚମ ପଞ୍ଚବାର୍ଷିକ ଯୋଜନା (୧୯୭୪-୭୯)ରେ ୨୫୫ କୋଟି, ଷଷ୍ଠ ପଞ୍ଚବାର୍ଷିକ ଯୋଜନା (୧୯୭୯-୮୪)ରେ ୨୮୦ କୋଟି ଏବଂ ସପ୍ତମ ପଞ୍ଚବାର୍ଷିକ ଯୋଜନା (୧୯୮୪-୮୯)ରେ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

CHSE Odisha Class 12 Sociology Unit 4 Long Answer Questions in Odia Medium

ତଫସିଲଭୁକ୍ତ ଜାତିମାନଙ୍କର ଉନ୍ନତି, ବିକାଶ ଓ ସ୍ୱାର୍ଥର ସୁରକ୍ଷା ପାଇଁ ନିମ୍ନଲିଖତ କେନ୍ଦ୍ରୀୟ ଯୋଜନାମାନ ପ୍ରସ୍ତୁତ କରାଯାଇଛି ।
(1) ତାଲିମ ଏବଂ କୋଚିଂ କେନ୍ଦ୍ର (Training and Coaching Centre) : ତଫସିଲଭୁକ୍ତ ଜାତିର ଲୋକମାନେ କର୍ମନିଯୁକ୍ତି କ୍ଷେତ୍ରରେ ସଫଳତା ଅର୍ଜନ କରିବାପାଇଁ ଏବଂ ସେମାନଙ୍କୁ ତାଲିମ ଦେବା ନିମିତ୍ତ ବିଭିନ୍ନ ପ୍ରକାର ତାଲିମ୍ ଓ କୋଚିଙ୍ଗ୍ କେନ୍ଦ୍ରମାନ ଗଠନ କରାଯାଇଛି । କେନ୍ଦ୍ରୀୟ ସାଧାରଣ ସେବା ଆୟୋଗ (U.P.S.C.) ଦ୍ଵାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା (I.A.S.) କ୍ଷେତ୍ରରେ ସେମାନଙ୍କୁ ତାଲିମ ଦେବାପାଇଁ ଆଲ୍ଲାହାବାଦ, ଦିଲ୍ଲୀ, ଜୟପୁର, ମାଡ୍ରାସ, ପାତିଆଲା ଓ ଶିଲଂଠାରେ ଛଅଟି ପ୍ରାକ୍ ପରୀକ୍ଷା ତାଲିମ୍ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

(2) ପୋଷ୍ଟ-ମାଟ୍ରିକ୍ ବୃତ୍ତି (Post-Matric Scholarship) – ତଫସିଲଭୁକ୍ତ ଜାତିମାନଙ୍କର ଶିକ୍ଷାଗତ ଉନ୍ନତିକହେ ବିଭିନ୍ନ ବୃତ୍ତି ଓ ପୁରସ୍କାରର ବ୍ୟବସ୍ଥା କରାଯାଇଛି ।

(3) ବାଳିକା ଛାତ୍ରୀନିବାସ (Girls’ Hostels) – ତଫସିଲ୍‌ଭୁକ୍ତ ଜାତିର ବାଳିକାମାନଙ୍କ ଶିକ୍ଷାଗତ ସୁବିଧା ନିମିତ୍ତ ନୂତନ ଛାତ୍ରୀବାସର ନିର୍ମାଣ ଓ ପୁରାତନ ଛାତ୍ରୀନିବାସର ସଂପ୍ରସାରଣ ପାଇଁ କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ପଷ୍ଠ ପଞ୍ଚବାର୍ଷିକ ଯୋଜନା ସମୟରେ ଏ ବାବଦରେ ୪କୋଟି ଟଙ୍କା ବ୍ୟୟ କରାଯାଇଥିଲା ।

(4) ବୈଦେଶିକ ବୃତ୍ତି (Overseas Scholarship) ତଫସିଲଭୁକ୍ତ ଜାତିର ଛାତ୍ରଛାତ୍ରୀମାନଙ୍କ ପାଇଁ କେନ୍ଦ୍ର ସରକାର ୧୯୫୩ ମସିହାଠାରୁ ଏହି ବୃତ୍ତି ପ୍ରଦାନ କରିଆସୁଛନ୍ତି । ପ୍ରତ୍ୟେକ ବର୍ଷ ଭାରତ ସରକାର ୧୧ଟି ବୈଦେଶିକ ବୃତ୍ତି ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି । ତଫସିଲଭୁକ୍ତ ଜାତିର ଉନ୍ନତି ନିମିତ୍ତ କେନ୍ଦ୍ରୀୟ ସହାୟତାରେ ପରିଚାଳିତ ରାଜ୍ୟସ୍ତରୀୟ ପରିକଳ୍ପନା ୩ ଭାଗରେ ବିଭକ୍ତ । ସେଗୁଡ଼ିକ ହେଲା –
(a) ଶିକ୍ଷା (Education) :
(କ) ପୋଷ୍ଟ-ମାଟ୍ରିକ୍ ବୃତ୍ତି ଓ ଭତ୍ତା ପ୍ରଦାନ (Post-Matric Scholarship and Stipends)
(ଖ) ଟ୍ୟୁସନ ଏବଂ ପରୀକ୍ଷା ଫି ଛାଡ (Exemption of tution and examination fees)
(ଗ) ଶିକ୍ଷାଗତ ଉପକରଣର ବ୍ୟବସ୍ଥା (Provision of educational equipments)
(ଘ) ମଧ୍ୟାହ୍ନ ଭୋଜନ ଯୋଗାଇବା (Provision of mid-day meals)
(ଙ) ଆଶ୍ରମ ବିଦ୍ୟାଳୟ ସ୍ଥାପନ (Setting of Ashram Schools)
(ଚ) ବିଦ୍ୟାଳୟ ଓ ଛାତ୍ରାବାସ କୋଠା ନିର୍ମାଣ ପାଇଁ ଅନୁଦାନ (Grants for construction of school and hostel buildings)

(b) ଆର୍ଥିକ ବିକାଶ (Economical Development) :
(କ) ଜମି ଓ ଜଳସେଚନ ବ୍ୟବସ୍ଥା (Provision of land and irrigation)
(ଖ) ବଳଦ, କୃଷି ଉପକରଣ, ବିହନ ଓ ସାର ଯୋଗାଣର ବ୍ୟବସ୍ଥା (Provision of supply of bullocks, agricultural equipments, seeds and manure)
(ଗ) କୁଟିଜ୍ ଇଣ୍ଡଷ୍ଟ୍ରିଜ୍ ର ବିକାଶ (Development of Cottage Industries)
(ଘ) ଯୋଗାଯୋଗରେ ଉନ୍ନତି (Development of Communication)
ଙ) ସହଯୋଗ (Co-operation)
(ଚ) ପୋଡୁଚାଷୀମାନଙ୍କର ଉପନିବେଶୀକରଣ (Colonization of shifting cultivation)
(ଛ) କୁକୁଡ଼ା, ଛେଳି, ମେଣ୍ଢା, ଗାଈ ଓ ଘୁଷୁରି ଯୋଗାଣର ବ୍ୟବସ୍ଥା (Provision of supply poultry, goat, sheep, cow and pigs)

(c) ସ୍ଵାସ୍ଥ୍ୟ, ବାସଗୃହ ଓ ଅନ୍ୟାନ୍ୟ ପରିକଳ୍ପନା (Health, Housing and Other Schemes) :
(କ) ଡାକ୍ତରଖାନାର ସୁବିଧା ସୁଯୋଗ (Medical facilities)
(ଖ) ପାନୀୟ ଜଳ ଯୋଗାଣ (Supply of Drinking water)
(ଗ) ଆବାସ ଓ ଆବାସସ୍ଥଳୀର ବ୍ୟବସ୍ଥା(Provision of houses and house sites)
(ଘ) ଆଇନ ସାହାଯ୍ୟ ବ୍ୟବସ୍ଥା (Provision of legal aid)
(ଙ) ବେସରକାରୀ ସଂସ୍ଥାଗୁଡ଼ିକ ପାଇଁ ଅନୁଦାନର ବ୍ୟବସ୍ଥା (Provision of grants to non-official agencies)

(d) ବେସରକାରୀ ପଦକ୍ଷେପ (Non-Governmental Measures) :
ସରକାରୀ ପଦକ୍ଷେପ ବ୍ୟତୀତ ତଫସିଲଭୁକ୍ତ ଜାତିମାନଙ୍କର ଉନ୍ନତି ତଥା ସ୍ୱାର୍ଥର ସୁରକ୍ଷା କଳ୍ପେ ବହୁ ବ୍ୟକ୍ତି ଏବଂ ବେସରକାରୀ ସଙ୍ଗଠନର ଉଦ୍ୟମ ପ୍ରଶଂସନୀୟ । ଡକ୍ଟର ବି. ଆର୍. ଆମ୍ବେଦକର, ମହାତ୍ମା ଗାନ୍ଧୀ, ରାଜା ରାମମୋହନ ରାୟ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ସ୍ୱାମୀ ଦୟାନନ୍ଦ ସରସ୍ୱତୀ ପ୍ରଭୃତି ବହୁ ସମାଜ ସଂସ୍କାରକ ଏ ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

ଡକ୍ଟର ବି. ଆର୍. ଆମ୍ବେଦକରଙ୍କୁ ‘‘ଭାରତୀୟ ସମ୍ବିଧାନର ଜନକ’’ କୁହାଯାଏ ଏବଂ ସେ ମଧ୍ଯ ଅସ୍ପୃଶ୍ୟ ଜାତିର ଜଣେ ସଦସ୍ୟ ଥିଲେ । ଅସ୍ପୃଶ୍ୟମାନଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନାରୁ ରକ୍ଷା କରିବାପାଇଁ ସେ ଦେଶସାରା ରାଜନୈତିକ ଆନ୍ଦୋଳନର ବହ୍ନିକୁ ପ୍ରଜ୍ଜ୍ୱଳିତ କରିଥିଲେ । ଏ ଦିଗରେ ଗାନ୍ଧିଜୀଙ୍କ ନେତୃତ୍ୱରେ ଦୃଢ଼ ସ୍ବର ଉତ୍ତୋଳନ କରି କହିଥିଲେ, ‘ଅସ୍ପୃଶ୍ୟତା ଈଶ୍ୱର ଓ ମନୁଷ୍ୟ ଜାତି ପ୍ରତି ଏକ ଅପରାଧ’’ ।

ଗାନ୍ଧିଜୀ ଅସ୍ପୃଶ୍ୟତା ବିରୁଦ୍ଧରେ ସୃଷ୍ଟି ହୋଇଥିବା ବିଭିନ୍ନ ଆନ୍ଦୋଳନକୁ ‘ଆଧ୍ୟାତ୍ମିକ ବିପ୍ଳବ’ର ଆଖ୍ୟା ଦେବା ସଙ୍ଗେ ସଙ୍ଗେ ସେସବୁକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବାପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲେ ।

ଏତଦ୍‌ବ୍ୟତୀତ ଭାରତବର୍ଷରେ ବହୁ ସ୍ଵେଚ୍ଛାସେବକ ସଙ୍ଗଠନ ହରିଜନମାନଙ୍କର କଲ୍ୟାଣ ନିମିତ୍ତ ବିଭି ପ୍ରକାର ତ୍ତଦ୍ୟମ କରି ଆସୁଛନ୍ତି । ସେଗୁଡ଼ିକ ମଧ୍ୟରେ ଦିଲ୍ଲୀର ସର୍ବଭାରତୀୟ ହରିଜନ ସେବକ ସଂଘ, ନୂଆଦିଲ୍ଲୀର ଭାରତୀୟ ଦଳିତ ଶ୍ରେଣୀସଂଘ (Bharatiya Depressed Classes League), ଭାରତୀୟ ରେଡ୍‌କ୍ରସ୍ ସମାଜ ଓ ହିନ୍ଦୁ ଝାଡୁଦାର ସେବକ ସଂଘ, ଆଲ୍ଲାହାବାଦର ଈଶ୍ୱର କାରଣ ଆଶ୍ରମ, ପଶ୍ଚିମବଙ୍ଗର ରାମକୃଷ୍ଣ ମିଶନ ଓ ବ୍ରାହ୍ମ ସମାଜ ଏବଂ ପଞ୍ଜାବର ଆର୍ଯ୍ୟ ସମାଜ ପ୍ରଭୃତି ଉଲ୍ଲେଖଯୋଗ୍ୟ ।

ଏହି ସମସ୍ତ ସାମ୍ବିଧାନିକ ପଦକ୍ଷେପ ଏବଂ ସରକାରୀ ତଥା ବେସରକାରୀ ଉଦ୍ୟମ ଫଳରେ ଆଜି ସମଗ୍ର ଭାରତବର୍ଷରେ ତଫସିଲଭୁକ୍ତ ଜାତିମାନଙ୍କର ସାମାଜିକ, ଅର୍ଥନୈତିକ, ରାଜନୈତିକ ଏବଂ ଶିକ୍ଷାକ୍ଷେତ୍ରରେ ଦ୍ରୁତ ଉନ୍ନତି ଘଟିଛି ।

୯ । ଭାରତୀୟ ଜାତିପ୍ରଥାର ଅଧୁନା ପରିବର୍ତ୍ତନମାନ ଆଲୋଚନା କର ।
Answer:
ଜାତି ପଦ୍ଧତି ପ୍ରାଚୀନ କାଳରୁ ଭାରତୀୟ ସମାଜରେ ଏକ ଦୃଢ଼ ସ୍ତମ୍ଭ ଭାବରେ ଦଣ୍ଡାୟମାନ । ଏହା ମୁଖ୍ୟତଃ ଜନ୍ମ ଉପରେ ପର୍ଯ୍ୟବସିତ ଅଟେ ।

ସଂଜ୍ଞା – ଆଦ୍ରେ ବେତେଙ୍କ ଭାଷାରେ, ‘ଜାତି ଏକ କ୍ଷୁଦ୍ର ଏବଂ ନାମଯୁକ୍ତ ବ୍ୟକ୍ତିମାନଙ୍କର ସମୂହ, ଯାହାର ବୈଶିଷ୍ଟ୍ୟଗୁଡ଼ିକ ହେଉଛି ଆନ୍ତଃବିବାହ, ବଂଶାନୁକ୍ରମିକ ସଦସ୍ୟତା, ଏକ ନିର୍ଦ୍ଦିଷ୍ଟ ଜୀବନଯାପନ ଶୈଳୀ, ପରମ୍ପରାନୁଯାୟୀ ବୃତ୍ତି ଏବଂ ପବିତ୍ରତା ଓ ଅପବିତ୍ରତା ଭିଭିରେ ଗଢ଼ି ଉଠିଥିବା ଉଚ୍ଚନୀଚ କ୍ରମ ବ୍ୟବସ୍ଥାରେ ଏକ ନିର୍ଦ୍ଦିଷ୍ଟ ଆନୁଷ୍ଠାନିକ ପ୍ରସ୍ଥିତି ।

ଆଧୁନିକ ସମାଜରେ ଜାତିର ବୈଶିଷ୍ଟ୍ୟ ଏବଂ ପ୍ରକାର୍ଯ୍ୟରେ କେତେକ ପରିବର୍ତ୍ତନ ସଂଘଟିତ ହୋଇଛି । ଆଧୁନିକ ଶିକ୍ଷା ଏବଂ ବୈଜ୍ଞାନିକ ଚିନ୍ତାଧାରାଦ୍ଵାରା ଅନୁପ୍ରାଣିତ ହୋଇ କ୍ରମେ କ୍ରମେ ଜାତିପଦ୍ଧତି ତା’ର କଠୋରତା ଏବଂ ରକ୍ଷଣଶୀଳ ପ୍ରବୃତ୍ତିକୁ ହରାଇ ବସିବାରେ ଲାଗିଛି ।

CHSE Odisha Class 12 Sociology Unit 4 Long Answer Questions in Odia Medium

ଭାରତୀୟ ସମାଜରେ ଜାତିପଦ୍ଧତିର ସାମ୍ପ୍ରତିକ ପରିବର୍ତ୍ତନଗୁଡ଼ିକୁ ନିମ୍ନରେ ଆଲୋଚନା କରାଗଲା ।
(୧) ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ହ୍ରାସ (Declined Superiority of Brahmins) – ଜାତିର ସାମାଜିକ ସ୍ତରୀକରଣରେ ବ୍ରାହ୍ମଣମାନଙ୍କର ସ୍ଥାନ ଶୀର୍ଷରେ ଅବସ୍ଥିତ । ଯଦିଓ ବର୍ତ୍ତମାନ ସେମାନେ ନିଜକୁ ଉଚ୍ଚଜାତିର ବ୍ୟକ୍ତିଭାବେ ସମାଜରେ ପରିଚିତ କରାଇଥା’ନ୍ତି, କିନ୍ତୁ ପ୍ରାଚୀନ ସମାଜ ତୁଳନାରେ ସେମାନଙ୍କର ସମ୍ପଭି ହ୍ରାସ ପାଇଛି । ବ୍ରାହ୍ମଣମାନେ ପୂର୍ବଭଳି ଅନ୍ୟ ଜାତିର ଲୋକମାନଙ୍କ ଉପରେ ନିଜର ଆଧୂପତ୍ୟ ଜାହିର କରିପାରୁ ନାହାନ୍ତି ।

ପ୍ରତ୍ୟେକ କ୍ଷେତ୍ରରେ ଜନ୍ମପେକ୍ଷା ଦକ୍ଷତା ଉପରେ ଅଧିକ ଗୁରୁତ୍ଵ ଦିଆଯାଉଛି । ବ୍ରାହ୍ମଣମାନଙ୍କର ଜାତିପଦ୍ଧତି କ୍ରମଶଃ ଦୁର୍ବଳ ହୋଇଯାଉଛି । ପୁରାତନ ସମାଜ ଭଳି ସେମାନେ ଆଉ ଉଚ୍ଚ ସାମାଜିକ ପ୍ରସ୍ଥିତିକୁ ଉପଭୋଗ କରିପାରୁ ନାହାନ୍ତି ।

(୨) ଖାଦ୍ୟ, ପାନୀୟ ଏବଂ ସାମାଜିକ ସଂସର୍ଗଜନିତ କଟକଣାରେ ପରିବର୍ତ୍ତନ (Changes in the restriction regarding food, drink and social inter-course) – ପୁରାତନ ସମାଜରେ ଖାଦ୍ୟ, ପାନୀୟ ଏବଂ ସାମାଜିକ ମିଳାମିଶାକୁ ଭିଭିକରି ପ୍ରତ୍ୟେକ ଜାତିର ସଦସ୍ୟମାନଙ୍କଦ୍ୱାରା କଠୋର ଭାବ ଗ୍ରହଣ କରାଯାଉଥିଲା ।

କିନ୍ତୁ ଆଧୁନିକ ଶିକ୍ଷାପଦ୍ଧତି, ପରିବହନ ଏବଂ ଯୋଗାଯୋଗ ପଦ୍ଧତି ଜାତି ପଦ୍ଧତିର ଏହିସବୁ କଟକଣାଗୁଡ଼ିକରେ ଦ୍ରୁତ ପରିବର୍ତ୍ତନ ଘଟାଇପାରିଛି । ବିଭିନ୍ନ ସ୍କୁଲ, ହୋଟେଲ,ବିଭିନ୍ନ ଜାତିର ଲୋକମାନେ କେବଳ ଯେ ଏକତ୍ର କାର୍ଯ୍ୟ କରୁଛନ୍ତି ସେତିକି ନୁହେଁ, ସେମାନେ ମଧ୍ୟ ଏକତ୍ର ବସି ଖାଦ୍ୟ ଗ୍ରହଣ କରୁଛନ୍ତି । ସେମାନଙ୍କ ମନରେ ଥିବା ଅସ୍ପୃଶ୍ୟତା ମନୋଭାବ କ୍ରମେ କ୍ରମେ ହ୍ରାସ ପାଇପାରିଛି ।

(୩) ବିବାହ ସମ୍ବନ୍ଧୀୟ ପ୍ରତିବନ୍ଧକରେ ପରିବର୍ତ୍ତନ (Change in the restriction regarding marriage) – ଜାତିପ୍ରଥାର ଏକ ମୁଖ୍ୟ ପରିବର୍ତ୍ତନ ହେଉଛି ଆନ୍ତଃ-ଜାତି ବିବାହ ପ୍ରଥାର ପ୍ରଚଳନ । ଅତୀତରେ ହିନ୍ଦୁ ସମାଜରେ ଆନ୍ତଃଜାତି ବିବାହ ପ୍ରଥା ଉପରେ ଗଭୀର କଟକଣା ଜାରି କରାଯାଇଥିଲା । ପ୍ରତ୍ୟେକ ଜାତି ଏବଂ ଉପଜାତି ଗୋଟିଏ ଆନ୍ତର୍ବିବାହୀ ଦଳରୂପେ କଟକଣାଗୁଡ଼ିକ ବିଲୋପ କରିଛି ।

୧୯୫୪ ମସିହାରେ ବିଶେଷ ବିବାହ ଆଇନ ଏବଂ ୧୯୫୫ ମସିହାରେ ହିନ୍ଦୁ ବିବାହ ଆଇନ ସମସ୍ତ ବିବାହଜନିତ କଟକଣାଗୁଡ଼ିକୁ ଉଚ୍ଛେଦ କରି ଆନ୍ତଃ-ଜାତି ବିବାହ ପ୍ରଥାକୁ ବିଧବଦ୍ଧ ଭାବରେ ସ୍ବୀକୃତି ପ୍ରଦାନ କରିଛି । ଫଳରେ ବର୍ତ୍ତମାନ ସମାଜରେ ଆନ୍ତଃ-ଜାତି ବିବାହ ପ୍ରଥା ସବୁସ୍ତରରେ ଯଥେଷ୍ଟ ପ୍ରେରଣା ଲାଭ କରୁଛି ।

(୪) ବୃତ୍ତି ସମ୍ବନ୍ଧୀୟ ପ୍ରତିବନ୍ଧକକୁ ପରିବର୍ତ୍ତନ କରନ୍ତୁ (Change in the restriction relating to occupation) – ପୂର୍ବେ ଏହି ଜାତିପ୍ରଥା ବିଭିନ୍ନ ଜାତିର ସଦସ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ବୃତ୍ତିର ବନ୍ଦୋବସ୍ତ କରିଥିଲା । ସ୍ୱ-ଇଚ୍ଛାରେ ବୃତ୍ତିଗ୍ରହଣ କରିବା ଜାତିର ସଦସ୍ୟମାନଙ୍କ ମଧ୍ୟରେ ସମ୍ଭବପର ନଥିଲା । କିନ୍ତୁ ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତି ନିଜ ପସନ୍ଦମୁତାବକ ପେସା ଗ୍ରହଣ କରିପାରୁଛି । ଫଳରେ ଜାତିର ଏହି ବୃତ୍ତିଜନିତ କଟକଣାରେ ପରିବର୍ତ୍ତନ ଦେଖାଯାଉଛି ।

ସ୍ଵାଧୀନତା ପରେ ଆଇନ ମାଧ୍ୟମରେ ମଧ୍ୟ ଆମର ସରକାର ଏହି ବୃତ୍ତି ନିର୍ବାଚନରେ ଥିବା କଟକଣାଗୁଡ଼ିକୁ ସଙ୍କୁଚିତ କରିଛନ୍ତି । ଯେକୌଣସି ଜାତିର ବ୍ୟକ୍ତି ନିଜର ଦକ୍ଷତା, ଶକ୍ତି ଏବଂ ସାମର୍ଥ୍ୟ ବଳରେ ଯେକୌଣସି ବୃତ୍ତିକୁ ଅନୁସରଣ କରିପାରୁଛି ।

(୫) ଜାତି ପ୍ରସ୍ଥିତିରେ ପରିବର୍ତ୍ତନ (Change in caste status) – ଅତୀତରେ ଜାତିପଦ୍ଧତି ଜନ୍ମଭିଭିରେ ତା’ର ସଦସ୍ୟମାନଙ୍କୁ ସାମାଜିକ ପ୍ରସ୍ଥିତି ପ୍ରଦାନ କରୁଥିଲା । ଏହା ବ୍ରାହ୍ମଣମାନଙ୍କୁ ଉଚ୍ଚ-ପ୍ରସ୍ଥିତିରେ ଅବସ୍ଥାପିତ କରିଥିବାବେଳ ଶୂଦ୍ରମାନଙ୍କୁ ନୀଚ ପ୍ରସ୍ଥିତି ପ୍ରଦାନ କରିଥିଲା । ଫଳରେ ବ୍ରାହ୍ମଣ ଜାତିର ସଦସ୍ୟମାନେ ବିଭିନ୍ନପ୍ରକାର ସାମାଜିକ ଏବଂ ଧାର୍ମିକ ସୁବିଧା ସୁଯୋଗଗୁଡ଼ିକୁ ଉପଭୋଗ କରୁଥିବାବେଳେ ଶୂଦ୍ର ଜାତିର ବ୍ୟକ୍ତିମାନେ ସେଥୁରୁ ବଞ୍ଚିତ ହୋଇଥିଲେ ।

କିନ୍ତୁ ବର୍ତ୍ତମାନ ବିଜ୍ଞାନ ଏବଂ କାରିଗରୀ ଜ୍ଞାନକୌଶଳର ଦ୍ରୁତ ଅଗ୍ରଗତି ଫଳରେ ନୀଚଜାତିର ଲୋକମାନଙ୍କର ସାମାଜିକ ପ୍ରସ୍ଥିତିରେ ଦୃତ ପରିବର୍ତ୍ତନ ସଂଘଟିତ ହୋଇଛି । ଜନ୍ମ ବ୍ୟତୀତ ଧନସମ୍ପଦ, କ୍ଷମତା ଓ ପ୍ରତିଭା ବ୍ୟକ୍ତିର ସାମାଜିକ ପ୍ରସ୍ତୁତିକୁ ନିର୍ଦ୍ଧାରଣ କରୁଛି ।

(୬) ଜାତି ସଂରଚନାରେ ପରିବର୍ତ୍ତନ (Change in caste structure) – ପୁରାତନ କାଳରେ ଜାତି ସଂରଚନା ଆବଦ୍ଧ (Closed) ଏବଂ ଅନମନୀୟ (Rigid) ଥିଲା । ବିଭିନ୍ନ ଜାତିର ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାର ପ୍ରଥା, ପରମ୍ପରା, ଲୋକଗୀତ ଏବଂ ଲୋକନିୟମ ଥିଲା । ଏହି ନିୟମଗୁଡ଼ିକ ଏପରି ଅନମନୀୟ ଥିଲା ଯେ ନୀଚଜାତିର ଲୋକମାନେ ଉଚ୍ଚଜାତିର ଲୋକମାନଙ୍କର ଛାୟା ସ୍ପର୍ଶ କରିପାରୁ ନଥିଲେ ।

କିନ୍ତୁ ବର୍ତ୍ତମାନର ଜାତି ସଂରଚନା ମୁକ୍ତ (Open) ଏବଂ ନମନୀୟ (Flexible) ଭାବେ ପରିଚିତ । ବର୍ତ୍ତମାନ ଆମ ସମସ୍ତ ଜାତିର ଲୋକମାନଙ୍କର ଜୀବନଶୈଳୀରେ ସମାନତା ଉପଲବ୍‌ଧ କରିପାରୁଛି ।

(୭) ନୀଚ ଜାତିର ଅବସ୍ଥାରେ ପରିବର୍ତ୍ତନ (Change in the condition of lower caste) – ନୀଚ ଜାତିର ଲୋକମାନଙ୍କର ଅବସ୍ଥାରେ ଅନେକ ପରିବର୍ତ୍ତନ ସଂଘଟିତ ହୋଇପାରିଛି । ଅତୀତରେ ସେମାନଙ୍କର ଅବସ୍ଥା ଅତି ଶେ ଥିଲା । ସେମାନଙ୍କୁ ସମସ୍ତ ପ୍ରକାର ମୌଳିକ ଅଧିକାରରୁ ବଞ୍ଚିତ କରି ରଖାଯାଇଥିଲା । ସମାଜରେ ସେମାନଙ୍କର ଅଧିକାର ବୋଲିଚନୀୟ କିଛି ନଥିଲା ।

ଏହି ନୀଚ ଜାତିର ବ୍ୟକ୍ତିମାନେ ଅନ୍ୟ ଜାତିର ଲୋକମାନଙ୍କଦ୍ୱାରା ସବୁବେଳପାଇଁ ଅବହେଳିତ ଏବଂ ନିସ୍ପେଷିତ ହେଉଥିଲେ । କିନ୍ତୁ ବର୍ତ୍ତମାନ ଅନ୍ୟଜାତିର ଲୋକମାନଙ୍କ ତୁଳନାରେ ହରିଜନମାନେ ଅଧ୍ବକ ସୁବିଧା ସୁଯୋଗ ଲାଭ କରୁଛନ୍ତି ।

ବିଭିନ୍ନ ଆଇନ ପ୍ରଣୟନଦ୍ୱାରା ସେମାନଙ୍କର ପ୍ରସ୍ଥିତିରେ ଦ୍ରୁତ ଉନ୍ନତି ଅଣାଯାଇପାରୁଛି । ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସେମାନଙ୍କୁ ଯଥେଷ୍ଟ ସୁବିଧୀ ଦିଆଯାଉଅଛି । ଆଜି ମଧ୍ୟ ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ନୀଚଜାତିକୁ ସମାନ ଅଧିକାର ପ୍ରଦାନ କରାଯାଇଅଛି । ଏହାଫଳରେ ନୀଚଜାତିର ଲୋକମାନଙ୍କର ଅବସ୍ଥାରେ ପରିବର୍ତ୍ତନ ଘଟିଛି ।

ଉପରୋକ୍ତ ଆଲୋଚନା ସୂଚାଇ ଦିଏ ଯେ, ଆଧୁନିକ ସମାଜରେ ଜାତି ଉଲ୍ଲେଖନୀୟ ପରିବର୍ତ୍ତନ ଆଡ଼କୁ ଆଗେଇ ଚାଲିଛି । ଉଦ୍ୟୋଗୀକରଣ, ନଗରୀକରଣ ଏବଂ ପାଶ୍ଚାତ୍ୟ ସଂସ୍କୃତି ଏବଂ ସଭ୍ୟତାର ପ୍ରଭାବ ଫଳରେ ଭାରତରେ ଜାତିପ୍ରଥା ତା’ର ଅନମନୀୟତାକୁ ହରାଇ ବସିଛି । ଯଦିଓ ଜାତିପ୍ରଥା ବର୍ତ୍ତମାନ ସମାଜରେ ବଞ୍ଚୁଛି; କିନ୍ତୁ ଏହା କ୍ରମାଗତ ଭାବରେ ପରିବର୍ତ୍ତନଶୀଳ ପ୍ରକ୍ରିୟା ମଧ୍ୟଦେଇ ଗତି କରୁଛି ।

୧୦ । ଭାରତ ସରକାରଙ୍କର ଜନଜାତି ନିମିତ୍ତ କଲ୍ୟାଣମୂଳକ ପଦକ୍ଷେପମାନ ସଂକ୍ଷେପରେ ଆଲୋଚନା କର ।
Answer:
ସରକାରୀ କଲ୍ୟାଣ ଯୋଜନା (Welfare Schemes by Government) – ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନଜାତିମାନଙ୍କର ଅର୍ଥନୈତିକ, ସାମାଜିକ, ସ୍ଵାସ୍ଥ୍ୟଗତ ଓ ଶିକ୍ଷାର ବିକାଶ ପାଇଁ ଅନେକ କଲ୍ୟାଣକାରୀ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ସେଗୁଡିକ ମଧ୍ୟରୁ କେତେକ ଏଠାରେ ଉଲ୍ଲେଖ କରାଗଲା ।

(i) ପଞ୍ଚବାର୍ଷିକ ଯୋଜନା (Five Year Plan) – ଜନଜାତି ସମୂହର ଅର୍ଥନୈତିକ ଉନ୍ନତି ସାଧନ ପାଇଁ ସରକାରଙ୍କଦ୍ବାରା ବିଭିନ୍ନ ପଞ୍ଚବାର୍ଷିକ ଯୋଜନାରେ ପର୍ଯ୍ୟାପ୍ତ ପରିମାଣରେ ଅର୍ଥର ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ମହାଜନ ଏବଂ ସାହୁକାରଙ୍କର ଶୋଷଣରୁ ରକ୍ଷା କରିବାପାଇଁ ପ୍ରାଥମିକତା ଦିଆଯାଇଛି । ସେମାନଙ୍କ କ୍ଷେତ୍ରରେ ପାନୀୟଜଳ, ବାସଗୃହ, ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ ସେବା ଇତ୍ୟାଦି ଅତ୍ୟାବଶ୍ୟକ ସୁବିଧାମାନ ଯୋଗାଇ ଦିଆଯାଇଛି ।

ଆଦିବାସୀ କ୍ଷେତ୍ରରେ ସମବାୟ ସମିତିମାନ ଗଠନ କରାଯାଇ ଏହା ମାଧ୍ୟମରେ ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକ ଜିନିଷର ଯୋଗାଣ ସହ କୁଟୀର ଶିଳ୍ପ ସ୍ଥାପନ ପାଇଁ ଆର୍ଥିକ ସହାୟତା ଯୋଗାଇବାର ବ୍ୟବସ୍ଥା କରାଯାଇଛି ।

(ii) ଶିକ୍ଷାନୁଷ୍ଠାନ (Educational Institutions) – ସରକାରଙ୍କ ତରଫରୁ ଆଦିବାସୀ କ୍ଷେତ୍ରରେ ଶିକ୍ଷାର ବିକାଶ ପାଇଁ ଶିକ୍ଷାନୁଷ୍ଠାନମାନ ଖୋଲାଯାଇଛି । ଏହି ଶିକ୍ଷାନୁଷ୍ଠାନମାନଙ୍କରେ ମାଗଣା ବହିପତ୍ର, ଲିଖନ ସାମଗ୍ରୀ, ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଉଅଛି । କେତେକ ସ୍ଥାନରେ ଛାତ୍ରଛାତ୍ରୀମାନଙ୍କୁ ମାଗଣା ରହିବା ଓ ଖାଇବା ବ୍ୟବସ୍ଥା ମଧ୍ୟ କରାଯାଇଅଛି ।

ଏହାଛଡ଼ା କେତେକ ଆଦିବାସୀ କ୍ଷେତ୍ରରେ ଆଶ୍ରମ ବିଦ୍ୟାଳୟମାନ ଖୋଲାଯାଇଅଛି । ଏଠାରେ ଛାତ୍ରଛାତ୍ରୀମାନଙ୍କର ରହିବା ଓ ଖାଇବା ସହିତ ପାଠ୍ୟପୁସ୍ତକ, ପୋଷାକ ପରିଚ୍ଛଦ ସହିତ ଅନ୍ୟାନ୍ୟ ସୁବିଧାମାନ ଯୋଗାଇ ଦିଆଯାଉଛି ।

CHSE Odisha Class 12 Sociology Unit 4 Long Answer Questions in Odia Medium

(iii) ଛାତ୍ରବୃତ୍ତି (Scholarship) – ଜନଜାତିଗୁଡ଼ିକର ଛାତ୍ରଛାତ୍ରୀଙ୍କର ଶିକ୍ଷାଗତ ଉନ୍ନତି ପାଇଁ ମୁଖ୍ୟତଃ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ସମୂହର ପିଲାମାନଙ୍କୁ ପ୍ରତିମାସ ହିସାବରେ ଆର୍ଥିକ ସାହାଯ୍ୟ ବୃଦ୍ଧି ଆକାରରେ ପ୍ରଦାନ କରାଯାଉଅଛି । ସେହିପରି ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବିଦେଶରେ ଅଧ୍ୟୟନ କରିବାପାଇଁ ବୃତ୍ତିର ବ୍ୟବସ୍ଥାମାନ କରାଯାଇଛି ।

(iv) ପ୍ରାକ୍-ପରୀକ୍ଷା ତାଲିମ୍ (Pre-examination Training) – କର୍ମନିଯୁକ୍ତି କ୍ଷେତ୍ରରେ ଜନଜାତିର ଯୁବକ ଯୁବତୀମାନଙ୍କୁ ସାହାଯ୍ୟ କରିବାପାଇଁ ସରକାରଙ୍କ ତରଫରୁ ପ୍ରାକ୍-ପରୀକ୍ଷା ତାଲିମ୍ କେନ୍ଦ୍ରମାନ ଖୋଲାଯାଇଅଛି । ଏହି କେନ୍ଦ୍ର ମାଧ୍ୟମରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା କେତେକ ଚାକିରି ପାଇଁ ହେଉଥବା ପ୍ରତିଯୋଗିତାମୂଳକ ପରୀକ୍ଷାରେ କିପରି ସେମାନେ ସହଜରେ ଉତ୍ତୀର୍ଣ୍ଣ ହୋଇପାରିବେ ତସମ୍ବନ୍ଧିତ ବିଭିନ୍ନ କୌଶଳ ସହିତ ଉକ୍ତ ପରୀକ୍ଷାଗୁଡ଼ିକର ପାଠ୍ୟକ୍ରମ ସହିତ ସେମାନଙ୍କୁ ପରିଚିତ କରାଯାଉଛି ।

(v) ସ୍ଵାସ୍ଥ୍ୟଗତ ସୁବିଧା (Medical Facilities) – ଜନଜାତିମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ଓ ସଚେତନତା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନରେ କିଛି ସ୍ଥାନ ସଂରକ୍ଷଣ କରାଯାଇଛି । ଏହା ସହିତ ନାମଲେଖା କ୍ଷେତ୍ରରେ ଅନ୍ୟ ବର୍ଗର ଛାତ୍ରଛାତ୍ରୀମାନଙ୍କ ସେମାନଙ୍କୁ ମାଗଣାରେ କେତେକ ଔଷଧପତ୍ର ଦେବାର ବ୍ୟବସ୍ଥା କରାଯାଇଅଛି ।

ଆଧୁନିକ ଚିକିତ୍ସା ପଦ୍ଧତି, ବିଭିନ୍ନ ମାରାତ୍ମକ ରୋଗର ଲକ୍ଷଣ ଓ ପ୍ରତିକାର ତଥା ପ୍ରତିଷେଧକ ବ୍ୟବସ୍ଥା ସମ୍ବନ୍ଧରେ ଜନଜାତିମାନଙ୍କର ଥିବା ଅବିଶ୍ବାସ ବା ସନ୍ଦେହକୁ ଦୂର କରିବା ଏବଂ ସାସ୍ଥ୍ୟରକ୍ଷା କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ପାଇଁ ସାସ୍ଥ୍ୟ ବିଭାଗ ତରଫରୁ ଅନେକ ସାସ୍ଥ୍ୟକ୍ୟାମ୍ପ୍ (Health camp) ମାନ ବସାଯାଉଅଛି ।

(vi) ସଂରକ୍ଷଣ ଏବଂ ସୁବିଧା (Reservation and Facilities) – ଜନଜାତିର ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ପ୍ରସାର ପାଇଁ ସମସ୍ତ ଶିକ୍ଷାନୁଷ୍ଠାନରେ କିଛି ସ୍ଥାନ ସଂରକ୍ଷଣ କରାଯାଇଛି । ଏହା ସହିତ ନାମଲେଖା କ୍ଷେତ୍ରରେ ଅନ୍ୟ ବର୍ଗର ଛାତ୍ରଛାତ୍ରୀମାନଙ୍କ ତୁଳନାରେ ଏମାନଙ୍କ ପାଇଁ ନମ୍ବର ହାରରେ କୋହଳ ବ୍ୟବସ୍ଥା କରାଯାଇଅଛି ।

ସେହିପରି ସମସ୍ତ ସରକାରୀ ଓ କେତେକ ବେସରକାରୀ ଚାକିରି କ୍ଷେତ୍ରରେ ସଂରକ୍ଷଣ ସହିତ ଯୋଗ୍ୟତା ମାନରେ କିଛି କୋହଳ କରାଯାଇଛି ।

(vii) ଗବେଷଣା କେନ୍ଦ୍ର (Research centre) – ଜନଜାତିମାନଙ୍କର ସମସ୍ୟାର ସମାଧାନପାଇଁ ତଥା ସେମାନଙ୍କ ବିଷୟରେ ଅଧ୍ବକ ତଥ୍ୟ ସଂଗ୍ରହ କରିବା ଉଦ୍ଦେଶ୍ୟରେ ସରକାରଙ୍କ ତରଫରୁ ଅନେକ ଆଦିବାସୀବହୁଳ ରାଜ୍ୟମାନଙ୍କରେ ଆଦିବାସୀ ଗବେଷଣା କେନ୍ଦ୍ରମାନ ଖୋଲାଯାଇଅଛି ।

ଏହି କେନ୍ଦ୍ରମାନଙ୍କୁ ସରକାରଙ୍କ ତରଫରୁ ସମସ୍ତ ଆର୍ଥିକ ଏବଂ ଆନୁଷଙ୍ଗିକ ସାହାଯ୍ୟମାନ ଯୋଗାଇ ଦିଆଯାଉଛି । ଏହି କେନ୍ଦ୍ରମାନଙ୍କଦ୍ୱାରା ବିଭିନ୍ନ ଜନଜାତି ସମୂହ ବିଷୟରେ ବିଶଦ ଗବେଷଣା କରାଯାଇ ସେମାନଙ୍କ ଉନ୍ନତି ପାଇଁ ଅନେକ ପଦକ୍ଷେପମାନ ନିଆଯାଉଛି ।

ଏହିପରି ଉଭୟ ବେସରକାରୀ ଓ ସରକାରୀ ସ୍ତରରେ ଜନଜାତିଙ୍କର ସାମୂହିକ ଉନ୍ନତି ପାଇଁ ଅନେକ ପଦକ୍ଷେପମାନ ନିଆଯାଉଛି ।

୧୧ । ଭାରତରେ ଅନୁସୂଚିତ ଜନଜାତିମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାଗୁଡ଼ିକୁ ଆଲୋଚନା କର । ଏହା କିପରି ସମାଧାନ କରାଯାଇପାରିବ ?
Answer:
ସ୍ବାସ୍ଥ୍ୟ ସମ୍ପର୍କୀୟ ସମସ୍ୟା – ସାଧାରଣତଃ ଜନଜାତି ସମ୍ପଦ୍ରାୟର ଲୋକମାନେ ସବୁ ସମୟପାଇଁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଭୋଗ କରୁଛନ୍ତି । ଏହି ସମସ୍ୟା ଜନଜାତିମାନଙ୍କ ମଧ୍ୟରେ ଏକ ମୁଖ୍ୟ ସମସ୍ୟା ରୂପେ ଦେଖାଦେଇଛି । ଉଚିତ ଯତ୍ନର ଅଭାବ ଯୋଗୁ ବିଭିନ୍ନ ଜନଜାତିଗୁଡ଼ିକର ସଦସ୍ୟମାନେ ବିଭିନ୍ନ ରୋଗବ୍ୟାଧ୍ଧରେ ଆକ୍ରାନ୍ତ ହେବାର ଲକ୍ଷ୍ୟ କରାଯାଉଅଛି ।

(୨) ସାଂସ୍କୃତିକ ସମସ୍ୟା – ଅନ୍ୟ ସଂସ୍କୃତିଗୁଡ଼ିକ ସଂସ୍ପର୍ଶରେ ଆସି ଭାରତୀୟ ଜନଜାତୀୟ ସଂସ୍କୃତି ଦ୍ରୁତ ପରିବର୍ତ୍ତନ ମଧ୍ୟ ଦେଇ ଗତି କରୁଛି । ଖ୍ରୀଷ୍ଟ ଧର୍ମ ପ୍ରଭାବ ଯୋଗୁ, ଜନଜାତିର ସଦସ୍ୟମାନେ ସାମାଜିକ ଜୀବନରେ ବିଭିନ୍ନ ପାଶ୍ଚାତ୍ୟ ସଂସ୍କୃତିକୁ ଅନୁକରଣ କରିବାରେ ଲାଗିଛନ୍ତି ଏବଂ ସେମାନଙ୍କର ନିଜର ମୌଳିକ ଉପାଦାନଗୁଡ଼ିକୁ ପରିତ୍ୟାଗ କରୁଛନ୍ତି । ପାଶ୍ଚାତ୍ୟ ବେଶପୋଷାକ ଏବଂ ଜୀବନଧାରଣର ମାନ ଜନଜାତିମାନଙ୍କର କଳା ଏବଂ ଦୈନନ୍ଦିନ ଜୀବନର ଅଧୋପତନ ପାଇଁ ଦାୟୀ ଅଟେ ।

(୩) ଶିକ୍ଷାଗତ ସମସ୍ୟା – କେତେକ କ୍ଷେତ୍ରରେ ଜନଜାତୀୟ ଅଧିବାସୀମାନେ ସାଧାରଣତଃ ଶିକ୍ଷାଲାଭ କରିବାରୁ ବଞ୍ଚିତ ହୋଇଥା’ନ୍ତି । ଜନଜାତିମାନଙ୍କର ନିରକ୍ଷରତା ସବୁ ସମୟପାଇଁ ସେମାନଙ୍କୁ ଅନ୍ୟ ବାହାର ବ୍ୟକ୍ତିମାନଙ୍କଦ୍ୱାରା ଶୋଷିତ ଓ ଅବହେଳିତ କରିଥାଏ । ଶିକ୍ଷାର ଅଭାବ ହେତୁ ସେମାନେ ସେମାନଙ୍କର ଜୀବନଧାରଣର ମାନକୁ ଉନ୍ନତ କରିପାରି ନାହାନ୍ତି ।

(୪) ଧାର୍ମିକ ସମସ୍ୟା – ଜନଜାତୀୟ ଅଞ୍ଚଳରେ ସମସ୍ୟାଗୁଡ଼ିକ ବହୁଳଭାବେ ଅନୁଭୂତ ହେଉଅଛି । ପର୍ଯ୍ୟବେକ୍ଷଣରୁ ଜଣାପଡ଼ିଛି ଯେ, ଧର୍ମପ୍ରଚାରକ ଗୋଷ୍ଠୀ ଜନଜାତିର ଲୋକମାନଙ୍କୁ ଖ୍ରୀଷ୍ଟଧର୍ମରେ ଅନ୍ତର୍ଭୁକ୍ତ କରିବାପାଇଁ ଅନବରତ ଚେଷ୍ଟା କରୁଛନ୍ତି । ଏହି ପରପ୍ରେକ୍ଷୀରେ ସେମାନଙ୍କର ବିଭିନ୍ନ ଧର୍ମବିଶ୍ୱାସଗୁଡ଼ିକ ଲୋପ ପାଇବାରେ ଲାଗିଛି । ଆଉ ମଧ୍ୟ ଏହି ଜନଜାତୀୟ ଅଧିବାସୀମାନେ କାଳକ୍ରମେ ସେମାନଙ୍କର ଜନଜାତୀୟ ଧର୍ମକୁ ଭୁଲିଯିବାକୁ ବସିଲେଣି ।

(୫) ଅର୍ଥନୈତିକ ସମସ୍ୟା – ସଭ୍ୟ ଜଗତର ସଂସ୍ପର୍ଶରେ ଆସିବାଦ୍ଵାରା ଜନଜାତିମାନଙ୍କର ସମ୍ପୂର୍ଣ ଅର୍ଥନୈତିକ ପଦ୍ଧତି ଏକ ପ୍ରକାର ବିଘଟିତ ଅବସ୍ଥାକୁ ଆସିଯାଇଛି । ସେମାନେ କେତେକାଂଶରେ, ସେମାନଙ୍କର ପୈତୃକ ବୃତ୍ତିକୁ ଛାଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ କଳକାରଖାନା ଏବଂ ଅନ୍ୟାନ୍ୟ କାର୍ଯ୍ୟଗୁଡ଼ିକରେ ନିୟୋଜିତ ହୋଇଛନ୍ତି ।

ଜନଜାତୀୟ ଅଧିବାସୀମାନଙ୍କର ବିଭିନ୍ନ ପ୍ରକାର ସମସ୍ୟାଗୁଡ଼ିକର ସମାଧାନ ପାଇଁ କେତେକ ପଦକ୍ଷେପଗୁଡ଼ିକୁ ବିଚାର ପରିସରକୁ ନିଆଯିବା ଉଚିତ । ଯଦି ନିମ୍ନଲିଖ ପଦକ୍ଷେପଗୁଡ଼ିକୁ ଗ୍ରହଣ କରାଯାଏ ତାହାହେଲେ ଏହି ସମସ୍ୟାଗୁଡ଼ିକର କେତେକାଂଶରେ ସମାଧାନ ସମ୍ଭବପର ହୋଇପାରିବ ।

(କ) ଏହା ଜଣାଶୁଣା ଯେ, ଜନଜାତିର ସଦସ୍ୟମାନେ ଶିକ୍ଷା କ୍ଷେତ୍ରରେ ପଛୁଆ ଅଟନ୍ତି । ଏହି ପରିପ୍ରେକ୍ଷୀରେ ଦେଶର ଅନ୍ୟ ଅଧ୍ବବାସୀଙ୍କ ଭଳି ଜନଜାତିମାନଙ୍କର ଶିକ୍ଷାର ମାନଦଣ୍ଡରେ ଉନ୍ନତି ଅଣାଯିବା ଆବଶ୍ୟକ ଅଟେ ।
(ଖ) ଅଧିକାଂଶ କ୍ଷେତ୍ରରେ ଜନଜାତୀୟ ଅଧିବାସୀମାନଙ୍କର ଭୂସମ୍ପତ୍ତିକୁ ସମତଳ ଅଞ୍ଚଳର ପଡ଼ୋଶୀମାନଙ୍କଦ୍ୱାରା ଅଧିକୃତ କରାଯାଇଥାଏ ।
(ଗ) ବୈଷୟିକ ଏବଂ ଧନ୍ଦାମୂଳକ ତାଲିମର ସୁବିଧା ସୁଯୋଗ ଦିଆଯିବା ଉଚିତ୍ ।
(ଘ) କୃଷିର ଉନ୍ନତି ପାଇଁ ଜନଜାତି ସମ୍ପ୍ରଦାୟର ସଦସ୍ୟମାନଙ୍କୁ ସ୍ୱତନ୍ତ୍ର ତାଲିମ୍ ଦେବାର ବ୍ୟବସ୍ଥା କରିବା ଉଚିତ ।

୧୨ । ଅନୁସୂଚିତ ଜନଜାତିମାନଙ୍କର କଲ୍ୟାଣ ପାଇଁ ନିଆଯାଉଥିବା ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପଗୁଡ଼ିକୁ ଆଲୋଚନା କର ।
Answer:
ଜନଜାତି ସମୁଦାୟର କଲ୍ୟାଣ ପାଇଁ ଭାରତୀୟ ସମ୍ବିଧାନ କେତେକ ଗୁରୁତ୍ଵପୂର୍ଣ୍ଣ ବ୍ୟବସ୍ଥା କରିଅଛି । ଏହି ବ୍ୟବସ୍ଥା ଅନୁସାରେ, ଭାରତର ରାଷ୍ଟ୍ରପତି ଏହି ସମୁଦାୟଗୁଡ଼ିକୁ ସମ୍ବିଧାନଦ୍ୱାରା ଚିହ୍ନିତ କରିଅଛନ୍ତି । ଭାରତୀୟ ସମ୍ବିଧାନ ତଫସିଲଭୁକ୍ତ ଜାତିର ଶିକ୍ଷା ଏବଂ ଅର୍ଥନୈତିକ ସ୍ବାର୍ଥକୁ ପୂରଣ କରିବାପାଇଁ ସୁରକ୍ଷା ପ୍ରଦାନ କରିଛି । ଭାରତୀୟ ସମ୍ବିଧାନର ୩୩୦, ୩୩୨ ଏବଂ ୩୩୪ ଧାରା ଅନୁଯାୟୀ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ତଫସିଲଭୁକ୍ତ ଜାତି ଏବଂ ତଫସିଲଭୁକ୍ତ ଜନଜାତିମାନଙ୍କର ପ୍ରତିନିଧୂ ପାଇଁ କେତେକ ନିର୍ଦ୍ଦିଷ୍ଟ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରାଯାଇଅଛି ।

(୧) ଜନଜାତି ଉପଦେଷ୍ଟା ପରିଷଦ – ସମ୍ବିଧାନର ପଞ୍ଚମ ସୂଚୀ ଅନୁଯାୟୀ ପ୍ରତ୍ୟେକ ରାଜ୍ୟରେ ଜନଜାତି ଉପଦେଷ୍ଟା ପରିଷଦ ଗଠନ କରାଯାଇଥାଏ । ଏହି ବ୍ୟବସ୍ଥା ଅନୁଯାୟୀ ଏ ପର୍ଯ୍ୟନ୍ତ ଆନ୍ଧ୍ର, ମୁମ୍ବାଇ, ବିହାର, ମଧ୍ୟପ୍ରଦେଶ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ଏହି ଜନଜାତି ଉପଦେଷ୍ଟା ପରିଷଦ କାର୍ଯ୍ୟ କରିଆସୁଛି ।

(୨) ତଫସିଲଭୁକ୍ତ ଜାତି ଏବଂ ତଫସିଲଭୁକ୍ତ ଜନଜାତି ପାଇଁ କମିଶନ ନିଯୁକ୍ତି – ଭାରତୀୟ ସମ୍ବିଧାନର ୩୮୮ ଧାରା ଅନୁସାରେ ଜଣେ କମିଶନର ବା ଉଚ୍ଚ ସରକାରୀ କର୍ମଚାରୀଙ୍କୁ ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତି ଦିଆଯାଇଅଛି । ଏହି ଉଚ୍ଚ ସରକାରୀ କର୍ମଚାରୀଙ୍କର ମୁଖ୍ୟ କର୍ତ୍ତବ୍ୟ ହେଉଛି ଭାରତର ସମ୍ବିଧାନର ପରିସର ମଧ୍ୟରେ ତଫସିଲଭୁକ୍ତ ଜାତି ଏବଂ ଜନଜାତିମାନଙ୍କର ବିଭିନ୍ନ ସ୍ୱାର୍ଥର ସୁରକ୍ଷା କରିବାପାଇଁ ତଦାରଖ କରିବା ଏବଂ ସେମାନଙ୍କର ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ରାଷ୍ଟ୍ରପତିଙ୍କୁ ବିବରଣୀ ପ୍ରଦାନ କରିବା ।

CHSE Odisha Class 12 Sociology Unit 4 Long Answer Questions in Odia Medium

(୩) କଲ୍ୟାଣମୂଳକ ପ୍ରକଳ୍ପ – ସମ୍ବିଧାନର ୩୩୯ (୨) ଧାରା ଅନୁସାରେ, କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ତଫସିଲଭୁକ୍ତ ଜନଜାତିମାନଙ୍କର କଲ୍ୟାଣ ପାଇଁ ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ସୃଷ୍ଟି କରିବାପାଇଁ ନିର୍ଦ୍ଦେଶ ଦେଇପାରିବେ । ସମ୍ବିଧାନର ୨୭୫ (୧) ଧାରା ଅନୁସାରେ କେନ୍ଦ୍ର ସରକାର ବିଭିନ୍ନ କଲ୍ୟାଣମୂଳକ ପ୍ରକଳ୍ପଗୁଡ଼ିକ ନିମିତ୍ତ ଅନୁଦାନ ଯୋଗାଇଦେବେ ଏବଂ ତଫସିଲଭୁକ୍ତ ଅଞ୍ଚଳଗୁଡ଼ିକର ଶାସନ ପରିଚାଳନାର ଉନ୍ନତି କ୍ଷେତ୍ରରେ ଦୃଷ୍ଟିଦେବେ ।

(୪) ଶିକ୍ଷାଜନିତ ସୁବିଧାସୁଯୋଗ – ଶିକ୍ଷାଜନିତ ସୁବିଧାସୁଯୋଗ ବିଶେଷକରି ଧନ୍ଦାମୂଳକ ଏବଂ ବୈଷ ୟିକ ଶିକ୍ଷାଏବଂ ତାଲିମ ପାଇଁ ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଅଛି । ଏହି ପରିପ୍ରେକ୍ଷୀରେ ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି, ସାମୟିକ ଭତ୍ତା ଏବଂ ପାଠ୍ୟପୁସ୍ତକଗୁଡ଼ିକୁ ଯୋଗାଇ ଦିଆଯାଉଅଛି ।

(୫) ଅର୍ଥନୈତିକ ସୁବିଧାସୁଯୋଗ – ଜନଜାତୀୟ ଅଧ୍ବବାସୀମାନଙ୍କର ଅର୍ଥନୈତିକ ପ୍ରଗତି ପାଇଁ ସରକାର ପ୍ରାଥମିକ ଗୁରୁତ୍ଵ ଦେଇଅଛନ୍ତି । ବର୍ଷକୁ ପ୍ରାୟ ୨୬ ଲକ୍ଷ ଲୋକ ୨୨ ଲକ୍ଷ ୫୫ ହଜାର ୬୧୬ ଏକର ଜମିରେ କୋଠଚାଷ କରିବାର ଦେଖାଯାଉଅଛି ।

କେତେକ ରାଜ୍ୟ ମଧ୍ୟ ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟ କରିବାପାଇଁ ସେମାନଙ୍କୁ ତାଲିମ୍ ଦେବାର ବ୍ୟବସ୍ଥା କରିଛନ୍ତି । ଆଉ ମଧ୍ୟ ମୁମ୍ବାଇ ଏବଂ ଆନ୍ଧ୍ରପ୍ରଦେଶ ପ୍ରଭୃତି ରାଜ୍ୟରେ ତଫସିଲଭୁକ୍ତ ଜନଜାତିମାନଙ୍କୁ ଶ୍ରମ ସମବାୟ ସମିତି ଜରିଆରେ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟଗୁଡ଼ିକର ବ୍ୟବହାରପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଅଛି ।

(୬) ଦ୍ବିତୀୟ ପଞ୍ଚବାର୍ଷିକ ଯୋଜନାରେ ବ୍ୟବସ୍ଥା – ଏହି ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନାରେ ୩, ୧୮୭ଟି ବିଦ୍ୟାଳୟ ଏବଂ 900ଟି ସାଂସ୍କୃତିକ କେନ୍ଦ୍ରକୁ ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା ହୋଇଥିଲା । ଏହି ଯୋଜନାକାଳ ମଧ୍ୟରେ ତିନିଲକ୍ଷ ଜନଜାତୀୟ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା ।

(୭) ତୃତୀୟ ପଞ୍ଚବାର୍ଷିକ ଯୋଜନାରେ ବ୍ୟବସ୍ଥା – ଏହି ଯୋଜନାକାଳ ମଧ୍ୟରେ ତଫସିଲଭୁକ୍ତ ଜନଜାତିମାନଙ୍କର ବିକାଶ ଉପରେ ମୌଳିକ ଗୁରୁତ୍ଵ ସରକାରଙ୍କ ତରଫରୁ ଦିଆଯାଇଅଛି । ତଫସିଲଭୁକ୍ତ ଜନଜାତିମାନଙ୍କର ଅର୍ଥନୈତିକ ଏବଂ ସାମାଜିକ କଲ୍ୟାଣ ପାଇଁ ଏହି ଯୋଜନାରେ ପ୍ରାୟ ୫୦ କୋଟି ଟଙ୍କାର ବ୍ୟୟବରାଦର ବନ୍ଦୋବସ୍ତ କରାଯାଇଥିଲା । ଏହା ବ୍ୟତୀତ ପଞ୍ଚମ, ଷଷ୍ଠ, ଦଶମ ଓ ଏକାଦଶ ପଞ୍ଚବାର୍ଷିକ ଯୋଜନାରେ ସରକାର ବିଭିନ୍ନ କଲ୍ୟାଣମୂଳକ ଯୋଜନାମାନ ପ୍ରଣୟନ କରିଛନ୍ତି ।

୧୩ । ଶ୍ରେଣୀ ପଦ୍ଧତି କହିଲେ କ’ଣ ବୁଝ ଏବଂ ଶ୍ରେଣୀ ପଦ୍ଧତିର ଲକ୍ଷଣ ବା ଗୁଣ ଆଲୋଚନା କର ।
Answer:
ଶ୍ରେଣୀ ବା ବର୍ଗ ଏକ ବ୍ୟବସ୍ଥା ଯେଉଁଥିରେ ଜଣେ ବ୍ୟକ୍ତିର ସାମାଜିକ ପ୍ରସ୍ଥିତି ସମ୍ପୂର୍ଣ୍ଣ ଭାବେ ତା’ର କାର୍ଯ୍ୟକଳାପ ଉପରେ ନିର୍ଭର କରିଥାଏ । ଏକ ନିର୍ଦ୍ଦିଷ୍ଟ ସମାଜରେ ବିଶେଷରୂପେ ସମାନ ପ୍ରସ୍ଥିତି ଅଧିକାର କରିଥିବା ଲୋକମାନଙ୍କର ସମଷ୍ଟିକୁ ‘‘ସାମାଜିକ ଶ୍ରେଣୀ’’ କୁହାଯାଏ ।

ଏହା ହେଉଛି ଗୋଟିଏ ଗୋଷ୍ଠୀର ଅଂଶ ବା ବ୍ୟକ୍ତିମାନଙ୍କର ଏକ ସମଷ୍ଟି, ଯେଉଁମାନେ ସମାନତା ସମ୍ପର୍କଦ୍ଵାରା ପରସ୍ପର ସହିତ ପରିଚିତ ଥା’ନ୍ତି ଏବଂ ଅନୁମୋଦିତ ଉତ୍କୃଷ୍ଟ ଓ ନିକୃଷ୍ଟ ମାନଦଣ୍ଡଦ୍ୱାରା ଅନ୍ୟ ଅଂଶଠାରୁ ପୃଥକ୍ ହୋଇଥା’ନ୍ତି ।

ପ୍ରତ୍ୟେକ ନିର୍ଦ୍ଦିଷ୍ଟ ସାମାଜିକ ଶ୍ରେଣୀର ନିଜସ୍ଵ ସାମାଜିକ ବ୍ୟବହାର ଓ ବୃତ୍ତିଗତ ମାନଦଣ୍ଡ ରହିଛି । ସମାଜରେ ଶ୍ରେଣୀର ଆପେକ୍ଷିକ ସ୍ଥିତି, ପ୍ରସ୍ଥିତି ସହିତ ସଂଯୋଜିତ, ମର୍ଯ୍ୟାଦା କ୍ରମରୁ ସୃଷ୍ଟି ହୋଇଥାଏ । ତେଣୁ ପ୍ରସ୍ଥିତି ସାମାଜିକ ଶ୍ରେଣୀର ମୌଳିକ ଲକ୍ଷଣ ।

ସାଧାରଣ ଭାବେ ଶ୍ରେଣୀକୁ ଦୁଇଟି ଅର୍ଥରେ ବୁଝିହୁଏ । ପ୍ରଥମତଃ ମାର୍କସ୍‌ଙ୍କ ଶ୍ରେଣୀ ସଂକଳ୍ପନା । କାର୍ଲ ମାର୍କସ୍ ଏବଂ ତାଙ୍କର ସମର୍ଥକମାନେ ଶ୍ରେଣୀକୁ ଉପାଦାନର ଏକ ମାଧ୍ୟମ ଭାବେ ବର୍ଣ୍ଣନା କରିଛନ୍ତି । ସେମାନଙ୍କ ମତରେ ବିଭିନ୍ନ ଅର୍ଥନୈତିକ କାରକ : – ଯଥା – ଧନସମ୍ପଦ, ବୃତ୍ତି ଓ ଆୟ ଏକ ଶ୍ରେଣୀକୁ ନିର୍ଦ୍ଧାରଣ କରିଥାଏ ।

ଦ୍ଵିତୀୟତଃ, ମାକାଇଭର ଏବଂ ପେଜ୍‌ଙ୍କ ଭଳି ଅନ୍ୟ କେତେକ ସମାଜବିଜ୍ଞାନୀ ଶ୍ରେଣୀକୁ ଏକ ପ୍ରସ୍ଥିତି-ସମୂହ ଭାବେ ବର୍ଣ୍ଣନା କରିଛନ୍ତି । ତାଙ୍କ ମତରେ ସାମାଜିକ ଶ୍ରେଣୀ ଲୋକମାନଙ୍କର ଏକ ସମୂହ ଯେଉଁମାନେ ଏକ ନିର୍ଦ୍ଦିଷ୍ଟ ସାମାଜିକ ପ୍ରସ୍ଥିତି ଅଧ୍ୟାର କରିଥା’ନ୍ତି ।

ଶ୍ରେଣୀ ପଦ୍ଧତିର ସଂଜ୍ଞା (Definition of Class System) :
ଶ୍ରେଣୀ ପଦ୍ଧତିର କେତୋଟି ମୁଖ୍ୟ ସଂଜ୍ଞାକୁ ନିମ୍ନରେ ଉଲ୍ଲେଖ କରାଗଲା ।
ମାକ୍-ଆଇଭର ଏବଂ ପେଜ୍ (Mac-Iver and Page) – ‘ଏକ ସାମାଜିକ ଶ୍ରେଣୀ ହେଉଛି ଏକ ଗୋଷ୍ଠୀର ଯେକୌଣସି ଅଂଶ, ଯାହାକି ସାମାଜିକ ପ୍ରସ୍ଥିତିଦ୍ୱାରା ଅନ୍ୟ ଅଂଶଠାରୁ ଚିହ୍ନିତ ହୋଇଥାଏ ।’’ (A social class is any portion of a community marked off from the rest by social status.)

ଓଗ୍‌ବର୍ଣ୍ଣ ଏବଂ ନିମ୍‌ସ୍ (Ogburn and Nimkoff ‘ସାମାଜିକ ଶ୍ରେଣୀଦ୍ଵାରା ଆମେ ଏକ ବା ଦୁଇ କିମ୍ବା ତତୋଽକ ବ୍ୟକ୍ତିମାନଙ୍କର ଏକ ବୃହତ୍ ସମୂହକୁ ବୁଝିଥାଉ, ଯେଉଁମାନେ ଗୋଷ୍ଠୀର ସଦସ୍ୟମାନଙ୍କଦ୍ୱାରା ସମାଜର ଉତ୍କୃଷ୍ଟ କିମ୍ବା ନିକୃଷ୍ଟ ସ୍ଥାନରେ ଅବସ୍ଥାପିତ ହୋଇଥା’ନ୍ତି ।’’ (By social class we mean one or two or more broad groups of individuals who are ranked by the members of the community in socially superior and inferior position.)

ଲାପିଅର (Lapiere) – ‘‘ଏକ ସାମାଜିକ ଶ୍ରେଣୀ ହେଉଛି ଏକ ସାଂସ୍କୃତିକ ସମୂହ ଯାହାକି ସମୁଦାୟ ଜନସଂଖ୍ୟା ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ସ୍ଥିତି ବା ପ୍ରସ୍ଥିତି ଅତ୍‌କାର କରିଥାଏ ।’’ (A social class is a cultural group that is accorded a particular position or status within the population as a whole.)

କାର୍ଲ ମାର୍କସ୍ (Karl Marx) – ‘‘ଏକ ଶ୍ରେଣୀ ସାଧାରଣତଃ ଅଧିକୃତ ଧନସମ୍ପଦ, ବୃତ୍ତି ଓ ଆୟ ପ୍ରଭୃତି କେତେକ ଅର୍ଥନୈତିକ କାରକଦ୍ୱାରା ନିର୍ଣ୍ଣୀତ ହୋଇଥାଏ ।’’ (A class is determined by the possession of economic criteria like wealth, occupation and income.)

ମାକ୍‌ସ ୱେବର (Max Weber) – ‘‘ଶ୍ରେଣୀ ହେଉଛି ବ୍ୟକ୍ତିମାନଙ୍କର ଏକ ସମୂହ, ଯେଉଁମାନେ ଦ୍ରବ୍ୟ ହାସଲ କରିବା ପାଇଁ ସମାନ ସୁବିଧା ସୁଯୋଗ ପାଇଥା’ନ୍ତି ଏବଂ ସେମାନଙ୍କର ସମ-ପ୍ରଦର୍ଶିତ ଜୀବନ ଧାରଣର ମାନ ରହିଥାଏ ।’’ (The class is a group of individuals who have the same opportunity of acquiring goods and the same exhibited standard of living.)

CHSE Odisha Class 12 Sociology Unit 4 Long Answer Questions in Odia Medium

ଶ୍ରେଣୀ ପ୍ରଣାଳୀର ଗୁଣ (Characteristics of class system) :
ଉପରୋକ୍ତ ସଂଜ୍ଞାଗୁଡ଼ିକରୁ ଶ୍ରେଣୀର ନିମ୍ନଲିଖ୍ ଲକ୍ଷଣ ବା ଗୁଣ ସମ୍ବନ୍ଧରେ ସ୍ପଷ୍ଟ ସୂଚନା ମିଳେ ।
(୧) ଉଚ୍ଚନୀଚ କ୍ରମ (Hierarchy) ପ୍ରଥମତଃ ଜାତି ପରି ପ୍ରତ୍ୟେକ ଶ୍ରେଣୀ ସମାଜରେ ଏକ ଉଚ୍ଚ-ନୀଚ କ୍ରମ ରହିଛି । ସେହି କ୍ରମଗୁଡ଼ିକ ହେଲା – ଉଚ୍ଚ ଶ୍ରେଣୀ, ମଧ୍ୟବିତ୍ତ-ଶ୍ରେଣୀ, ନିମ୍ନ-ଶ୍ରେଣୀ । ଏହି ତିନୋଟି ଶ୍ରେଣୀ ମଧ୍ୟରେ ଅନେକ ଉପ-ଶ୍ରେଣୀମାନ ରହିଥାଏ ।

(୨) ଶ୍ରେଣୀ ସଂରଚନା (Class Structure) ଦ୍ଵିତୀୟତଃ, ପ୍ରତ୍ୟେକ ଶ୍ରେଣୀ ସଂରଚନାମୁକ୍ତ ଓ ନମନୀୟ ଅଟେ । ଅର୍ଥାତ୍ ଶ୍ରେଣୀ ପଦ୍ଧତିରେ କୌଣସି ନୀତିନିୟମ ବା କଟକଣା ନଥାଏ ।

(୩) ଶ୍ରେଣୀ ସଚେତନତା (Class-Consciousness) ତୃତୀୟତଃ, ଶ୍ରେଣୀ ପଦ୍ଧତିରେ ସମସ୍ତ ସଦସ୍ୟମାନଙ୍କ ମଧ୍ୟରେ ଏକ ସଚେତନ ଭାବ ଥାଏ । ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ସଦସ୍ୟମାନେ ସେମାନଙ୍କ ମଧ୍ୟରେ ଥିବା ସମାନତା ମନୋଭାବକୁ ବୃଦ୍ଧି କରିଥା’ନ୍ତି । ‘ଆମ୍ଭେମାନେ ଗୋଟିଏ ଶ୍ରେଣୀର ସଦସ୍ୟ’’- ଏହି ମନ୍ତ୍ରଦ୍ୱାରା ଅନୁପ୍ରାଣିତ ହୋଇ ସଦସ୍ୟମାନେ ଶ୍ରେଣୀ – ସଚେତନାକୁ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ପରସ୍ପରକୁ ପ୍ରତ୍ୟକ୍ଷ ସହଯୋଗ କରିଥା’ନ୍ତି । କିନ୍ତୁ ଜାତି ସଚେତନତା ଅପେକ୍ଷା ଶ୍ରେଣୀ ସଚେତନତାର ଗୁରୁତ୍ଵ କମ୍ ।

(୪) ବହିର୍ବିବାହ (Exogamy) – ଚତୁର୍ଥତଃ, ପ୍ରତ୍ୟେକ ଶ୍ରେଣୀ ଗୋଟିଏ ଗୋଟିଏ ବହିର୍ବିବାହୀ ଦଳ ଅଟେ । ନିଜ ଶ୍ରେଣୀ ବାହାରେ ବ୍ୟକ୍ତିର ବିବାହ ପ୍ରଥାକୁ ବହିର୍ବିବାହ କୁହାଯାଏ । ଶ୍ରେଣୀର ପ୍ରତ୍ୟେକ ସଦସ୍ୟ ନିଜ ନିଜର ଇଚ୍ଛାନୁସାରେ ଯେକୌଣସି ଶ୍ରେଣୀରେ ବିବାହ କରିଥା’ନ୍ତି । ବିବାହଜନିତ କୌଣସି କଟକଣା ବା ନୀତିନିୟମ ଶ୍ରେଣୀ ପଦ୍ଧତିରେ ନାହିଁ ।

(୫) ଉପାର୍ଜିତ ପ୍ରସ୍ଥିତି (Achieved Status) – ପଞ୍ଚମତଃ, ଶ୍ରେଣୀ ପଦ୍ଧତି ବ୍ୟକ୍ତିର ଉପାର୍ଜିତ ପ୍ରସ୍ଥିତି ଉପରେ ପ୍ରତିଷ୍ଠିତ । ଜନ୍ମଗତ ପ୍ରସ୍ଥିତି ବ୍ୟତୀତ ବ୍ୟକ୍ତି ନିଜର ଦକ୍ଷତା, ସାମର୍ଥ୍ୟ, ପାରଦର୍ଶିତା ଓ କର୍ମକୁଶଳତାକୁ ଭିଭିକରି ଯେଉଁ ପ୍ରସ୍ଥିତି ଅଧିକାର କରେ ତାହାକୁ ଉପାର୍ଜିତ ପ୍ରସ୍ଥିତି କୁହାଯାଏ । ତେଣୁ ଶ୍ରେଣୀ ବ୍ୟବସ୍ଥାରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର କ୍ଷମତାନୁସାରେ ଯେକୌଣସି ପ୍ରସ୍ଥିତିକୁ ଗ୍ରହଣ କିମ୍ବା ପରିତ୍ୟାଗ କରିଥାଏ ।

(୬) ସାମାଜିକ ସଞ୍ଚଳନ (Social Mobility) – ପରିଶେଷରେ ଶ୍ରେଣୀ ବ୍ୟବସ୍ଥାରେ ସାମାଜିକ ସଞ୍ଚଳନ ଅତି ସହଜସାଧ୍ୟ । କାରଣ ଶ୍ରେଣୀ ପଦ୍ଧତି ବ୍ୟକ୍ତିର ପ୍ରସ୍ଥିତି, କ୍ଷମତା ଓ ବୃଦ୍ଧି ଉପରେ ପ୍ରତିଷ୍ଠିତ ଥିବାରୁ ଗୋଟିଏ ଶ୍ରେଣୀରୁ ଅନ୍ୟ ଏକ କରି ଊର୍ଦ୍ଧ୍ବରୁ ନିମ୍ନକୁ କିମ୍ବା ନିମ୍ନରୁ ଊର୍ଦ୍ଧ୍ବକୁ ଗତି କରିଥାଏ । ତେଣୁ ପ୍ରତ୍ୟେକ ଶ୍ରେଣୀ ଗୋଟିଏ ଗୋଟିଏ ‘ମୁକ୍ତ ସମୂହ’ ରୂପେ ପରିଚିତ ।

୧୪ । ଶ୍ରେଣୀ ପଦ୍ଧତିର ଅଭ୍ୟୁଦୟ ବର୍ଣନା କର ।
Answer:
ଶ୍ରେଣୀର ଅଭ୍ୟୁଦୟ ପାଇଁ ଅନେକ କାରଣମାନ ଦାୟୀ । ସେଗୁଡ଼ିକ ନିମ୍ନରେ ଆଲୋଚନା କରାଯାଇପାରେ ।
(୧) ଦାସ୍ୟ ପ୍ରଥା (Slavery System) – ଶ୍ରେଣୀର ଅଭ୍ୟୁଦୟ କ୍ଷେତ୍ରରେ ଦାସ୍ୟ ପ୍ରଥାର ଭୂମିକା ଉଲ୍ଲେଖଯୋଗ୍ୟ । ମଧ୍ୟଯୁଗରେ ସାମରିକ ଶକ୍ତି ବୃଦ୍ଧି ପାଇବା ଫଳରେ ଲୋକମାନଙ୍କ ମଧ୍ୟରେ ଅନବରତ ଯୁଦ୍ଧ ତଥା ସଂଘର୍ଷ ଲାଗି ରହୁଥିଲା । ଏହାର ଫଳସ୍ୱରୂପ ବିଜେତାମାନେ ପରାଜୟ ବରଣ କରୁଥିବା ଶତ୍ରୁମାନଙ୍କୁ ନିର୍ଯାତିତ କରୁଥିଲେ ।

ଅନେକ କ୍ଷେତ୍ରରେ ସେମାନଙ୍କୁ ମଧ୍ୟ ମାରି ଦିଆଯାଉଥିଲା । ଏହିପରି କିଛି କାଳ ଅତିକ୍ରାନ୍ତ ପରେ ବିଜେତା ଗୋଷ୍ଠୀର ଦୃଷ୍ଟିଭଙ୍ଗୀରେ କିଛିଟା ପରିବର୍ତ୍ତନ ଘଟିଲା । ପରାଜିତ ଶତ୍ରୁମାନଙ୍କୁ ହତ୍ୟା ନକରି ବିଜେତାମାନେ ସେମାନଙ୍କୁ ଦାସ ଭାବେ ଖଟାଇଲେ । ପ୍ରଥମେ ନାରୀ, ଦ୍ୱିତୀୟରେ ଛୁଆପିଲା ଓ ତୃତୀୟରେ ପୁରୁଷମାନଙ୍କ ପ୍ରତି ଏହାକୁ ପ୍ରୟୋଗ କରାଗଲା । ଏହାର ଫଳସ୍ବରୂପ ଦଳେ ‘ଦାସ ଗୋଷ୍ଠୀ’ ସୃଷ୍ଟି ହେଲେ ।

ସେମାନେ ବିଜେତା ଗୋଷ୍ଠୀର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିଲେ ଏବଂ ସମାଜରେ ସେମାନଙ୍କର କୌଣସି ଅଧିକାର ନଥୁଲା । ମୁନିବମାନଙ୍କ ଇଚ୍ଛାରେ ସେମାନେ ପରିଚାଳିତ ହେଉଥିଲେ ଏବଂ ସେମାନଙ୍କର ନିଜସ୍ବ କୌଣସି ସମ୍ପତ୍ତି ନଥିଲା । ଦାସମାନେ ମୁନିବମାନଙ୍କର ସମ୍ପଭି ରୂପେ ବିବେଚିତ ହେଉଥିଲେ ।

ପଶୁପକ୍ଷୀ ତୁଲ୍ୟ ସେମାନେ ମୁନିବମାନଙ୍କଦ୍ୱାରା କ୍ରୟ, ବିକ୍ରୟ, ଅତ୍ୟାଚାରିତ ଓ ନିର୍ଯ୍ୟାତିତ ହେଉଥିଲେ । ଏହିପରି ଭାବେ ମଧ୍ୟଯୁଗରେ ମୁନିବ ଓ ଦାସ ନାମରେ ୨ଟି ଶ୍ରେଣୀର ଅଭ୍ୟୁଦୟ ଘଟିଥିଲା ।

(୨) ସାମନ୍ତ ପ୍ରଥା (Feudal System) ମଧ୍ୟ-ଯୁଗରେ ଅନ୍ୟ କେତେକ ଶ୍ରେଣୀର ମଧ୍ୟ ଅଭ୍ୟୁଦୟ ଘଟିଥିଲା । ସେତେବେଳେ ଯେଉଁମାନେ ବୃହତ୍ ସମ୍ପତ୍ତିର ମାଲିକ ଥିଲେ ସେମାନଙ୍କୁ ସାମନ୍ତ ଭୂ-ସ୍ୱାମୀ (Feudal Landlord) କୁହାଯାଉଥିଲା ଏବଂ ଯେଉଁମାନେ ସେମାନଙ୍କର ଜମି ଚାଷ କରୁଥିଲେ ସେମାନେ କୃଷି ଭୃତ୍ୟ (Serf) ନାମରେ ପରିଚିତ ଥିଲେ ।

ଭୂ-ସ୍ଵାମୀମାନେ ସମାଜର ସର୍ବୋଚ୍ଚ ସ୍ଥାନରେ ଏବଂ କୃଷିଭୃତ୍ୟମାନେ ସର୍ବନିମ୍ନ ସ୍ଥାନରେ ଥିଲେ । ଏହି ଶ୍ରେଣୀ ମଧ୍ଯରେ ଗୃହ ଚାକର, ସୈନିକ, ଯୋଦ୍ଧା ଓ କାରିଗରମାନଙ୍କୁ ନେଇ ଅନ୍ୟ ଏକ ମଧ୍ୟବିତ୍ତ ଶ୍ରେଣୀ ଗଠିତ ହୋଇଥିଲା ।

(୩) ପୁଞ୍ଜିପତି ବ୍ୟବସ୍ଥା (Bourgeoise System) – ପୁଞ୍ଜିପତି ବ୍ୟବସ୍ଥା ଶ୍ରେଣୀର ଅଭ୍ୟୁଦୟ ପାଇଁ କେତେକାଂଶରେ ଦାୟୀ । ଶିଳ୍ପ ବିପ୍ଳବଦ୍ଵାରା ମଧ୍ୟ-ଯୁଗରେ ଶ୍ରେଣୀ ପଦ୍ଧତିର କେତେକ ପରିବର୍ତ୍ତନ ଘଟିଥିଲା । ଫଳରେ ସମାଜ ବୁଜୁଆ ବା ପୁଞ୍ଜିପତି ଏବଂ ସର୍ବହରା ବା ଖଟିଖ୍ ବା ମଜୁରିଆ ନାମକ ୨ଟି ଶ୍ରେଣୀ ବିଭକ୍ତ ହେଲା । ପୁଞ୍ଜିପତିମାନେ ଉତ୍ପାଦନ ମାଧ୍ୟମକୁ

ନିଜ ଆୟତ୍ତରେ ରଖ୍ ରାଜନୈତିକ କ୍ଷମତା ମାଧ୍ୟମରେ ଉଚ୍ଚ-ପ୍ରସ୍ଥିତି ଉପଭୋଗ କଲେ । ଖଟିଖ୍ମାନେ “ଔଦ୍ୟୋଗିକ ସଂରକ୍ଷିତ ଫୌଜି’’ କୁହାଯାଉଥିଲା । କାରଣ ସେମାନେ ଯେକୌଣସି ସମୟରେ ପୁଞ୍ଜିପତିମାନଙ୍କ ସେବାରେ ଲାଗିପାରୁଥିଲେ ।

(୪) ମଧ୍ୟବିତ୍ତ ଶ୍ରେଣୀ (Middle Class) – ସମାଜ ପୁଞ୍ଜିପତି ଓ ସର୍ବହରା ବା ଖଟିଖ୍ ଶ୍ରେଣୀରେ ବିଭକ୍ତ ହେବା ଫଳରେ ଏକ ନୂତନ ମଧ୍ୟବିତ୍ତ-ଶ୍ରେଣୀ ସୃଷ୍ଟି ହେଲା । ଏହି ନୂତନ ମଧ୍ୟବିତ୍ତ ଶ୍ରେଣୀ ମଧ୍ୟ-ଯୁଗର ମଧ୍ୟବିତ୍ତ-ଶ୍ରେଣୀଠାରୁ କେତେକାଂଶରେ ପୃଥକ୍ ଅଟେ । ମଧ୍ୟ-ଯୁଗର ମଧ୍ୟବିତ୍ତ ଶ୍ରେଣୀରେ କେବଳ ବ୍ୟବସାୟୀମାନେ ପ୍ରଭୁତ୍ୱ ବିସ୍ତାର କରିଥିବାରୁ ଏହି ଶ୍ରେଣୀ ଏକ ସମଜାତୀୟ ସମୂହ ଭାବେ ପରିଚିତ ଥିଲା ।

ମାତ୍ର ବର୍ତ୍ତମାନର ମଧ୍ୟବିତ୍ତ ଶ୍ରେଣୀ ଏକ ବିଷମଜାତୀୟ ସମୂହ ଅଟେ । କାରଣ ବ୍ୟବସାୟୀ ବ୍ୟତୀତ ଡାକ୍ତର, ଯନ୍ତ୍ରୀ, ଆଇନଜୀବୀ, ଶିକ୍ଷକ ଏବଂ ଅନ୍ୟ ବହୁ ଶ୍ଵେତ-କୋଲାର କର୍ମୀମାନଙ୍କୁ ନେଇ ଏହି ଶ୍ରେଣୀ ଗଠିତ । ଏହି ମଧବିତ୍ତ-ଶ୍ରେଣୀ ପୁଞ୍ଜିପତି ଶ୍ରେଣୀର ନିମ୍ନରେ ଏବଂ ସର୍ବହରା ଶ୍ରେଣୀର ଊର୍ଦ୍ଧ୍ବରେ ରହିଥାଏ ।

ତେଣୁ ସାମାଜିକ ପ୍ରସ୍ଥିତି ଦୃଷ୍ଟିରୁ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ପୁଞ୍ଜିପତିମାନଙ୍କଠାରୁ ନିକୃଷ୍ଟ ଏବଂ ସର୍ବହରାମାନଙ୍କଠାରୁ ଉତ୍କୃଷ୍ଟ ଅଟନ୍ତି । ଏହିପରି ଭାବେ ମଧ୍ୟବିତ୍ତ-ଶ୍ରେଣୀର ଅଭ୍ୟୁଦୟ ଘଟିଥିଲା ।

(୫) ମଧ୍ୟବିତ୍ତ ଶ୍ରେଣୀର ଉପ-ବିଭାଜନ (Sub-division of Middle Class) – ଆୟ ଏବଂ ଜୀବନ ଧାରଣର ମାନକୁ ଭିଭିକରି ମଧ୍ୟବିତ୍ତ ଶ୍ରେଣୀ ପୁନଶ୍ଚ ତିନୋଟି ଉପ-ଶ୍ରେଣୀରେ ବିଭକ୍ତ ହୋଇଥିଲା ।
ସେଗୁଡ଼ିକ ହେଲା –
(୧) ଉଚ୍ଚ-ମଧ୍ୟବିତ୍ତ ଶ୍ରେଣୀ,
(୨) ମଧ୍ୟମ-ଶ୍ରେଣୀ ଏବଂ
(୩) ନିମ୍ନ ମଧ୍ୟବିତ୍ତ ଶ୍ରେଣୀ ।

CHSE Odisha Class 12 Sociology Unit 4 Long Answer Questions in Odia Medium

ଉଚ୍ଚ-ମଧ୍ୟବିତ୍ତ ଶ୍ରେଣୀ ନିଜକୁ ସମାଜରେ ଉଚ୍ଚ ସ୍ତରଭାବେ ପ୍ରତିପାଦିତ କରୁଥିବାରୁ ଅନେକ ସମୟରେ ଉଚ୍ଚ ଶ୍ରେଣୀ ଓ ସେମାନଙ୍କ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବା ସମ୍ଭବପର ହୁଏ ନାହିଁ । ସେହିପରି ନିମ୍ନ-ମଧ୍ୟବିତ୍ତ ଶ୍ରେଣୀ, ମଧ୍ଯମ ଶ୍ରେଣୀ ପ୍ରତି ବିଶେଷ ଆକୃଷ୍ଟ ହୋଇ ସେମାନଙ୍କ କାର୍ଯ୍ୟକଳାପରେ ହସ୍ତକ୍ଷେପ କରୁଥିଲେ । କାରଣ ମଧ୍ୟମ-ଶ୍ରେଣୀର ଅଧିକାଂଶ ସଦସ୍ୟ ନିମ୍ନ-ମଧ୍ୟବିତ୍ତ ବା ଶ୍ରମିକ ଶ୍ରେଣୀର ସଦସ୍ୟମାନଙ୍କ ଠାରୁ ନ୍ୟୁନ ଥିଲେ ।

ତେଣୁ ଆର୍.ଟି. ଲାପିଅର ଏହି ପରିପ୍ରେକ୍ଷୀରେ ଲେଖୁଛନ୍ତି ‘ସାଧାରଣତଃ ଶ୍ରମିକ ଶ୍ରେଣୀର ଉଚ୍ଚସ୍ତରରେ ଥିବା ସଦସ୍ୟମାନେ ନିମ୍ନ-ମଧ୍ୟମ ଶ୍ରେଣୀର ସଦସ୍ୟମାନଙ୍କ ଅପେକ୍ଷା ଏକ ଉଚ୍ଚତର ଦୈନିକ ମଜୁରି ଗ୍ରହଣ କରିଥା’ନ୍ତି ।’’

୧୫ । ତଫସିଲଭୁକ୍ତ ଜାତି କହିଲେ କ’ଣ ବୁଝ ବିଶଦଭାବରେ ଆଲୋଚନା କର ।
Answer:
ହିନ୍ଦୁ ସମାଜର ସର୍ବନିମ୍ନ ଜାତିକୁ ‘ତଫସଲଭୁକ୍ତ ଜାତି’ କୁହାଯାଏ । ଜାତି-ସମାଜର ସାମାଜିକ ସଂରଚନାକୁ ଭିଭିକରି ତଫସିଲଭୁକ୍ତ ଜାତିର ସ୍ଥିତି ନିର୍ଦ୍ଧାରିତ । କାରଣ ହିନ୍ଦୁ ସମାଜ ବିଭିନ୍ନ ‘ଜାତି ସମୂହ’ ରେ ବିଭକ୍ତ । ଜାତି-ସ୍ତତୀକରଣର ସର୍ବୋଚ୍ଚ ସୋପାନରେ ବ୍ରାହ୍ମଣମାନେ ରହିଥିବାସ୍ଥଳେ ଅସ୍ପୃଶ୍ୟ ଜାତିର ଲୋକମାନେ ସର୍ବନିମ୍ନ ସ୍ଥାନରେ ରହିଥା’ନ୍ତି ।

ଏହି ନିର୍ଦ୍ଦିଷ୍ଟ ଜାତି-ସମୂହର କର୍ମକାଣ୍ଡ – ଅପବିତ୍ରତା ଏବଂ ବିଶୁଦ୍ଧତା ଜନ୍ମ ଉପରେ ପର୍ଯ୍ୟବସିତ ଥିବାରୁ ଉଚ୍ଚ-ନୀଚ ଜାତି-ସ୍ତରୀକରଣ ସୃଷ୍ଟି ହୋଇଛି । ଅପବିତ୍ରତା-ବିଶୁଦ୍ଧତା ମୂଲ୍ୟବୋଧ ଖାଦ୍ୟ, ବସ୍ତ୍ର, ବାସଗୃହ, ବୃତ୍ତି ଓ ବିବାହ ଆଦି ସାମାଜିକ ଜୀବନରେ ସମସ୍ତ ଦିଗଗୁଡ଼ିକୁ ପ୍ରଭାବିତ କରିଥାଏ । କେବଳ ମାତ୍ର ବ୍ୟକ୍ତି ଓ ଜାତି ଶୁଦ୍ଧ ଓ ସ୍ବଳ୍ପଶୁଦ୍ଧ କିମ୍ବା ଶୁଦ୍ଧହୀନ ଅଥବା ଅଧ‌ିକ ଶୁଦ୍ଧ ନୁହଁନ୍ତି, ମାତ୍ର ହିନ୍ଦୁ ସମାଜର ସମସ୍ତ ଜିନିଷଗୁଡ଼ିକୁ ‘ଶୁଦ୍ଧ-ଅପବିତ୍ର-ମୂଲ୍ୟବୋଧ’’ ଦୃଷ୍ଟିରେ ଦେଖାଯାଇଥାଏ ।

ଧର୍ମ ଓ କର୍ମର ବଦ୍ଧମୂଳକ ଧାରଣା ଜାତି ନିର୍ଦ୍ଧାରିତ ଭୂମିକା ଓ ନୈତିକ କର୍ଭବ୍ୟ ସହିତ ସମ୍ପୃକ୍ତ । କର୍ମତତ୍ତ୍ୱାନୁସାରେ ଜଣେ ବିଶ୍ଵାସ କରେ ଯେ ତା’ର ଉଚ୍ଚ କିମ୍ବା ନୀଚ ଜାତି-ସ୍ଥିତି ତା’ର ପୂର୍ବଜନ୍ମରେ ଭଲ-ମନ୍ଦିର କର୍ମରଫଳସ୍ବରୂପ ଏବଂ ସେ ତା’ର ସ୍ଥିତି ସମ୍ବନ୍ଧରେ କୌଣସି କାର୍ଯ୍ୟ କରିପାରିବ ନାହିଁ । ସେ କେବଳମାତ୍ର ଜାତି ନିର୍ଦ୍ଧାରିତ କର୍ଭବ୍ୟଗୁଡ଼ିକୁ ଉତ୍ତମରୂପେ ସମ୍ପାଦନ କରିବାଦ୍ଵାରା ନିଜ ଭବିଷ୍ୟତ ଜୀବନର ଉନ୍ନତି କରିପାରିବ ।

ଧର୍ମ ଓ କର୍ମର ଏହି ଦୁଇ ଯମଜ ଧାରଣା ଜାତିପ୍ରଥାକୁ ନିଶ୍ଚଳ ଓ ଶୃଙ୍ଖଳିତ କରିଛି । ତେଣୁ ବ୍ରାହ୍ମଣମାନେ ଜାତି ସ୍ତରୀକରଣର ସର୍ବୋଚ୍ଚ ସ୍ଥାନରେ ଅବସ୍ଥାପିତ ହୋଇ ନିୟମ ସୃଷ୍ଟିକର୍ତ୍ତା ଓ ଆଇନ ପ୍ରଣୟନ କର୍ରାରୂପେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସେମାନେ ମଧ୍ୟ ସାମାଜିକ ଓ ସାଂସ୍କୃତିକ ସଞ୍ଚଳନର ନମୁନା ରୂପେ ବିବେଚିତ ହେଉଛନ୍ତି । କିନ୍ତୁ ନିକୃଷ୍ଟ ବୃଷ୍ଟିକୁ ଅନୁସରଣ କରୁଥିବା ବ୍ୟକ୍ତିମାନେ ସମାଜରେ ନିମ୍ନ ପ୍ରସ୍ଥିତି ଅଧିକାର କରିଥା’ନ୍ତି ।

ସେମାନେ ଜାତି-ସ୍ତରୀକରଣର ସର୍ବନିମ୍ନ ସ୍ଥାନରେ ରହି ‘ନିକୃଷ୍ଟ ଜାତି’’ ବା ନାମରେ ପରିଚିତ ହୋଇଥା’ନ୍ତି । ଭାରତୀୟ ସମ୍ବିଧାନରେ ସେମାନେ ‘ଦଫସିଲଭୁକ୍ତ ଜାତି’’ ଭାବେ ତାଲିକାଭୁକ୍ତ ହୋଇଛନ୍ତି ।

ପ୍ରାଚୀନ କାଳରୁ ଭାରତୀୟ ସମାଜ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ନାମରେ ଚାରୋଟି ଜାତିରେ ବିଭକ୍ତ ହୋଇଥିଲା । କ୍ରମାନ୍ୱୟରେ ରହିଥିବା ପ୍ରଥମ ତିନୋଟି ଜାତି, ଯଥା – ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ ‘ଦ୍ବିଜ’ ନାମରେ ପରିଚିତ । ଏହାର କାରଣ ସେହି ଜାତିର ସଦସ୍ୟମାନେ ସମାଜରେ ବିଭିନ୍ନ ପ୍ରକାର ସ୍ବାଧିକାର ହାସଲ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାର ଧାର୍ମିକ ଉତ୍ସବ ଓ କର୍ମକାଣ୍ଡମାନ ସମ୍ପାଦନ କରନ୍ତି ।

କିନ୍ତୁ ଶୁଦ୍ର ଜାତି ସମସ୍ତ ପ୍ରକାର ସୁବିଧା ସୁଯୋଗରୁ ବଞ୍ଚତ ହୋଇଥା’ନ୍ତି । ହିନ୍ଦୁ ଜାତିର ଅନ୍ୟାନ୍ୟ ସଦସ୍ୟମାନଙ୍କଦ୍ୱାରା ସେମାନେ ‘‘ଅସ୍ପୃଶ୍ୟ ଜାତି’’ ଭାବେ ପରିଚିତ ହୋଇଥା’ନ୍ତି । ଏତଦ୍‌ବ୍ୟତୀତ ପୂର୍ବେ ସେହି ଅସ୍ପୃଶ୍ୟ ଜାତି ବିଭିନ୍ନ ନାମରେ ନାମିତ ଥିଲା- ବୈଦିକ ଯୁଗରେ ସେମାନେ ‘ଅସ୍ପୃଶ୍ୟ’’, ମଧ୍ୟଯୁଗରେ ‘ଅଚ୍ୟୁତ’, ବ୍ରିଟିଶ ରାଜତ୍ଵ ସମୟରେ ‘ବାହ୍ୟ-ଜାତ’ ଏବଂ ଆଧୁନିକ ସମୟରେ ‘ଦଳିତ ଜାତି’ ନାମରେ ନାମିତ ।

କିନ୍ତୁ ଭାରତୀୟ ସମ୍ବିଧାନରେ ସେମାନଙ୍କୁ ‘ତଫସିଲଭୁକ୍ତ ଜାତି’ ଆଖ୍ୟା ଦିଆଯାଇଛି । ଜାତିର ଜନକ ମହାତ୍ମା ଗାନ୍ଧୀ ସେମାନଙ୍କୁ ଅତି ସ୍ନେହରେ ‘ହରିଜନ’ ଆଖ୍ୟା ଦେଇଥିଲେ ଯାହାର ଅର୍ଥ ଈଶ୍ବର ଲୋକ ।

ତଫସିଲଭୁକ୍ତ ଜାତି କହିଲେ ସାଧାରଣତଃ ହିନ୍ଦୁ ସମାଜର ନିମ୍ନତମ ଜାତିକୁ ବୁଝାଯାଏ । ଅନ୍ୟ ଅର୍ଥରେ ଅସ୍ପୃଶ୍ୟ ଜାତିଗୁଡ଼ିକ ମଧ୍ୟ ତଫସିଲଭୁକ୍ତ ଜାତି ଭବେ ପରିଚିତ । ଏହି ପରିପ୍ରେକ୍ଷୀରେ ଡକ୍ଟର ଡି.ଏନ୍.ମଜୁମଦାର୍ (Dr. D.N. Mazumdar) କହନ୍ତି :

“ଯେଉଁମାନେ ବିଭିନ୍ନ ପ୍ରକାର ସାମାଜିକ ଓ ରାଜନୈତିକ ନିର୍ଯାତନା ଭୋଗ କରିଥା’ନ୍ତି ସେମାନଙ୍କୁ ଅସ୍ପୃଶ୍ୟ ଜାତି କୁହାଯାଏ । ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ନିର୍ଯାତନା ପାରମ୍ପରିକଭାବେ ଧାର୍ଯ୍ୟ ହୋଇଥାଏ ଏବଂ ଉଚ୍ଚଜାତିମାନଙ୍କଦ୍ୱାରା ସାମାଜିକ ଭାବେ ପ୍ରୟୋଗ କରାଯାଇଥାଏ ।” (“Untouchable Castes are those who suffer from various social and political disabilities, many of which are traditionally prescribed and socially enforced by higher castes”).

ସମ୍ବିଧାନର 341 ଓ 342 ଧାରା ଅନୁସାରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ତଫସିଲଭୁକ୍ତ ଜାତିର ଏକ ତାଲିକା ପ୍ରସ୍ତୁତି କରିବାର କ୍ଷମତା ଭାରତର ରାଷ୍ଟ୍ରପତିଙ୍କର ରହିଛି । ଭାରତ ସରକାର 429ଟି ଅସ୍ପୃଶ୍ୟ ଜାତିକ ସମ୍ବିଧାନର ଅନସୂଚୀ ବା ତଫସିଲଭୁକ୍ତରେ ତାଲିକାଭୁକ୍ତ କରିଛନ୍ତି । 1971 ମସିହା ଜନଗଣନା ଅନୁସାରେ ଭାରତରେ ତଫସିଲଭୁକ୍ତ ଜାତିର ଲୋକମାନଙ୍କ ସଂଖ୍ୟା ପ୍ରାୟ 80 ନିୟୁତ ।

ସେଥ୍ ମଧ୍ୟରୁ ପଞ୍ଜାବରେ ଶତକଡ଼ା 24.7 ଭାଗ, ହିମାଚଳ ପ୍ରଦେଶରେ 22.24 ଭାଗ, ଉତ୍ତର ପ୍ରଦେଶରେ 21 ଭାଗ, ପଶ୍ଚିମବଙ୍ଗରେ 19.90 ଭାଗ, ହରିଆଣାରେ 18.89 ଭାଗ, ତାମିଲନାଡୁରେ 17.76 ଭାଗ, ରାଜସ୍ଥାନରେ 15.82 ଭାଗ, ଓଡ଼ିଶାରେ 15.09 ଭାଗ, ମହାରାଷ୍ଟ୍ରରେ 6 ଭାଗ, ଆସାମରେ 6.10 ଭାଗ, ଗୁଜରାଟରେ 6.84 ଭାଗ, ଜାମ୍ମୁ ଓ କାଶ୍ମୀରରେ 8.26 ଭାଗ ଏବଂ କେରଳରେ 8.30 ଭାଗ ଲୋକ ବସବାସ କରୁଛନ୍ତି ।

ତେଣୁ ଯେଉଁ ଜାତିଗୁଡ଼ିକ ଭାରତୀୟ ସମ୍ବିଧାନର ତଫସିଲରେ ଅନ୍ତର୍ଭୁକ୍ତ, ସେଗୁଡ଼ିକୁ ‘ତଫସିଲଭୁକ୍ତ ଜାତି’ କୁହାଯାଏ । ଶତକଡ଼ା 90 ଭାଗ ତଫସିଲଭୁକ୍ତ ଜାତି ଭାରତର ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି ।

୧୬ । ଭାରତରେ ତଫସିଲଭୁକ୍ତ ଜାତିର ବିଭିନ୍ନ ସମସ୍ୟାମାନ ବର୍ଣ୍ଣନା କର ।
Answer:
ପାରମ୍ପରିକ ଭାବେ ଭାରତରେ ତଫସିଲଭୁକ୍ତ ଜାତିମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ସା
ଭାଗରେ ବିଭକ୍ତ ଯଥା –
(୧) ସାମାଜିକ ସମସ୍ୟା,
(୨) ଅର୍ଥନୈତିକ ସମସ୍ୟା,
(୩) ରାଜନୈତିକ ସମସ୍ୟା ଏବଂ (୪) ଶିକ୍ଷାଗତ ସମସ୍ୟା ।

ସେଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।
ସାମାଜିକ ଜୀବନରେ ତଫସିଲଭୁକ୍ତ ଜାତି ନିମ୍ନଲିଖ୍ ସମସ୍ୟାଗୁଡ଼ିକର ସମ୍ମୁଖୀନ ହୋଇଥା’ନ୍ତି ।
(କ) ସମାଜରେ ନୀଚ ପ୍ରସ୍ଥିତି (Lowest Status in Society) ଜାତି-ସ୍ତରୀକରଣରେ ତଫସିଲଭୁକ୍ତ ଜାତି ନିମ୍ନ ସ୍ଥାନରେ ଅବସ୍ଥାପିତ ହୋଇ ନୂନ ପ୍ରସ୍ଥିତି ଉପଭୋଗ କରିଥାଏ । ସେହି ଦୃଷ୍ଟିରୁ ଉଚ୍ଚ-ଜାତିର ଲୋକମାନେ ତଫସିଲଭୁକ୍ତ ଜାତିର ଲୋକମାନଙ୍କୁ ହୀନ ଦୃଷ୍ଟିରେ ଦେଖ‌ିବା ସଙ୍ଗେ ସଙ୍ଗେ ସେମାନଙ୍କ ସହିତ ସମସ୍ତ ପ୍ରକାର ସାମାଜିକ ସହଯୋଗ ଛିନ୍ନ କରିଥା’ନ୍ତି ।

ଉଚ୍ଚ-ଜାତିର ଲୋକମାନେ ସେମାନଙ୍କୁ ଅପବିତ୍ରର ପ୍ରତୀକ ରୂପେ ବିବେଚନା କରିଥା’ନ୍ତି । ସେମାନେ ଉଚ୍ଚ-ଜାତିଦ୍ୱାରା ନିର୍ଯାତିତ, ଅପମାନିତ ଓ ଲାଞ୍ଛିତ ହୋଇ ସମାଜରେ ପଶୁତୁଲ୍ୟ ଜୀବନଯାପନ କରିଥା’ନ୍ତି ।

(ଖ) ଶିକ୍ଷାଗତ ସମସ୍ୟା (Educational Problems)- ପୂର୍ବେ ଅସ୍ପୃଶ୍ୟ ଜାତି ବା ତଫସିଲଭୁକ୍ତ ଜାତିର ସଦସ୍ୟମାନେ ସମସ୍ତ ପ୍ରକାର ଶିକ୍ଷାଲାଭରୁ ବଞ୍ଚିତ ହେଉଥିଲେ । ହିନ୍ଦୁ ଧର୍ମ ଶାସ୍ତ୍ରାନୁସାରେ ଶୂଦ୍ର ଜାତି ବେଦ ଅଧ୍ୟୟନ କରିପାରିବେ ନାହିଁ । ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଶିକ୍ଷାନୁଷ୍ଠାନରୁ ସେମାନେ ମଧ୍ୟ ଶିକ୍ଷାଲାଭ କରିପାରୁନଥିଲେ । ଆର୍ଥିକ ସଙ୍କଟ ଯୋଗୁ ସେମାନେ ମଧ୍ୟ ସ୍ୱତଃପ୍ରବୃତ୍ତ ଭାବେ ଶିକ୍ଷାଲାଭ କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ।

ବର୍ତ୍ତମାନ ସୁଦ୍ଧା ଭାରତର ଅଧିକାଂଶ ଗ୍ରାମରେ ଦାରିଦ୍ର୍ୟର କଷାଘାତରେ ପ୍ରପୀଡ଼ିତ ହୋଇ ତଫସିଲଭୁକ୍ତ ଜାତିର ଲୋକମାନେ ଶିକ୍ଷାଲାଭରୁ ବଞ୍ଚିତ ହେଉଛନ୍ତି । କିନ୍ତୁ ପୂର୍ବ ଅପେକ୍ଷା ବର୍ତ୍ତମାନ ସେମାନେ ସମସ୍ତ ପ୍ରକାର ଶିକ୍ଷା ଲାଭ କରୁଛନ୍ତି ।

(ଗ) ସାମାଜିକ ଅଭ୍ୟାସଗତ ସମସ୍ୟା (Problems of Social Habits) ତଫସିଲଭୁକ୍ତ ଜାତିର ଲୋକମାନେ ବିଭିନ୍ନ ସାମାଜିକ ଅଭ୍ୟାସ, ଯଥା – ଖାଦ୍ୟ, ପାନୀୟ ଓ ସାମାଜିକ ମିଳାମିଶା କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥା’ନ୍ତି । ଉଚ୍ଚ ଜାତିର ଲୋକମାନେ ସେମାନଙ୍କ ଗୃହରୁ ଖାଦ୍ୟ କିମ୍ବା ପାନୀୟ ଗ୍ରହଣ କରନ୍ତି ନାହିଁ । ସେହିପରି ସର୍ବସାଧାରଣଙ୍କ ନିମିତ୍ତ ଉଦ୍ଦିଷ୍ଟ କୂପ ଓ ପୁଷ୍କରିଣୀରୁ ମଧ୍ୟ ସେମାନେ ଜଳ ବ୍ୟବହାର କରିପାରନ୍ତି ନାହିଁ ।

ସାମାଜିକ ମିଳାମିଶା କ୍ଷେତ୍ରରେ ମଧ୍ୟ ବହୁ ପ୍ରତିବନ୍ଧକ ରହିଛି । ସମାଜରେ ନୀଚ-ଜାତିର ଲୋକମାନେ ଉଚ୍ଚ-ଜାତି ଲୋକମାନଙ୍କ ସହିତ ମିଶି କୌଣସି ଧାର୍ମିକ କାର୍ଯ୍ୟ ସମ୍ପାଦନ କରିପାରନ୍ତି ନାହିଁ । ବର୍ତ୍ତମାନ ସୁଦ୍ଧା ଅଧିକାଂଶ ଗ୍ରାମରେ ଏହି ନୀତିନିୟମ କଡ଼ାକଡ଼ି ଭାବେ ପାଳନ କରାଯାଉଛି, ଯେଉଁଠି କି ଉଚ୍ଚ-ଜାତିର ଲୋକମାନେ ନୀଚ-ଜାତି ଲୋକମାନଙ୍କର ଛାୟା ସୁଦ୍ଧା ସ୍ପର୍ଶ କରନ୍ତି ନାହିଁ ।

(ଘ) ସର୍ବସାଧାରଣ ସ୍ଥାନର ବ୍ୟବହାର କ୍ଷେତ୍ରରେ ନିଷେଧତା (Prohibition of use of Public Places) – ଅସ୍ପୃଶ୍ୟ ଜାତିର ସଦସ୍ୟମାନଙ୍କୁ ସର୍ବସାଧାରଣଙ୍କ ନିମିତ୍ତ ଉଦ୍ଦିଷ୍ଟ ଗ୍ରାମ୍ୟ କୂପ, ଜଳାଶୟ, ପୁଷ୍କରିଣୀ, ମନ୍ଦିର ଓ ଡାକ୍ତରଖାନା ପ୍ରଭୃତିକ ବ୍ୟବହାର କରିବାପାଇଁ ଅନୁମତି ଦିଆଯାଇନଥାଏ । ଏପରିକି ସେମାନଙ୍କୁ ମଧ୍ଯ ସର୍ବସାଧାରଣ ରାସ୍ତାଘାଟରେ ଯାତାୟତ କରିବା ପାଇଁ ଅନୁମତି ଦିଆଯାଉନଥିଲା ।

ଉଚ୍ଚ-ଜାତି ଲୋକମାନେ ବାସ କରୁଥିବା ଅଞ୍ଚଳରେ ସେମାନଙ୍କୁ ବସବାସ କରିବାପାଇଁ ମଧ୍ୟ ସୁବିଧା ସୁଯୋଗ ଦିଆଯାଇନଥାଏ । ପୂର୍ବେ ସେମାନେ ଅତି କଦର୍ଯ୍ୟ ତଥା ନିକୃଷ୍ଟ ଧରଣର କୁଡ଼ିଆ କିମ୍ବା ଝାଟିମାଟି ଘରେ ବସବାସ କରୁଥିଲେ । କିନ୍ତୁ ବର୍ତ୍ତମାନ ସେମାନେ ସମସ୍ତ ପ୍ରକାର ସୁବିଧା ସୁଯୋଗ କ୍ରମଶଃ ଲାଭ କରୁଛନ୍ତି ।

CHSE Odisha Class 12 Sociology Unit 4 Long Answer Questions in Odia Medium

(୧) ଅର୍ଥନୈତିକ ସମସ୍ୟା (Economic Problems) – ତଫସିଲଭୁକ୍ତ ଜାତିର ନିମ୍ନଲିଖତ ଅର୍ଥନୈତିକ ସମସ୍ୟାମାନ ରହିଛି ।
(କ) ସମ୍ପତ୍ତିଗତ ଅଧିକାରରୁ ବଞ୍ଚିତ (No Right of Property) – ଅସ୍ପୃଶ୍ୟ ଜାତିମାନେ ପାରମ୍ପରିକଭାବେ ସମ୍ପତ୍ତିଗତ ଅଧିକାରରୁ ବଞ୍ଚିତ ଥିଲେ । ସେମାନଙ୍କର ନିଜସ୍ବ କୌଣସି ସମ୍ପତ୍ତି ନଥିଲା । ବିଭିନ୍ନ ଉଦ୍ୟୋଗଗୁଡ଼ିରେ ପ୍ରବେଶ କରିବାର ପଥ ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ବନ୍ଦ ଥିଲା । ଗ୍ରାମରେ ଜମି କ୍ରୟ କରିବା ପାଇଁ ସେମାନଙ୍କୁ ଅନୁମତି ଦିଆଯାଉ ନଥିଲା ।

ସେମାନେ ବହୁଳଭାବେ କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିପାରୁ ନଥିଲେ । ବର୍ତ୍ତମାନ ସୁଦ୍ଧା ଭାରତର ଅଧିକାଂଶ ଗ୍ରାମରେ ବସବାସ କରୁଥିବା ବହୁ ତଫସିଲଭୁକ୍ତ ଜାତିମାନଙ୍କର ନିଜସ୍ୱ କୌଣସି ଜମିବାଡ଼ି ନାହିଁ । କିନ୍ତୁ ସରକାରଙ୍କ ‘ଆବାସ ଯୋଜନା’’ ମାଧ୍ୟମରେ ସେମାନେ କ୍ରମଶଃ ସମ୍ପରିଗତ ଅଧିକାର ଲାଭ କରୁଛନ୍ତି ।

(ଖ) ବୃତ୍ତି ମନୋନୟନ ଅଧିକାରରୁ ବଞ୍ଚିତ (No Right of Choosing Occupation) – ପାରମ୍ପରିକ ଭାବେ ଅସ୍ପୃଶ୍ୟ ଜାତି ବୃଦ୍ଧି ମନୋନୟନ ଅଧିକାରରୁ ସମ୍ପୂର୍ଣ ରୂପେ ବଞ୍ଚତ ଥିଲେ । ଉଚ୍ଚ ଜାତିର ସଦସ୍ୟମାନଙ୍କ ପାଇଁ ସଂରକ୍ଷିତ ବୃତ୍ତିରେ ଅସ୍ପୃଶ୍ୟ ଜାତିର ସଦସ୍ୟମାନେ ନିଜକୁ ନିୟୋଜିତ କରିପାରୁ ନଥିଲେ । ସେମାନଙ୍କର ଆବଶ୍ୟକୀୟ ଦକ୍ଷତା, ପାରଦର୍ଶିତା ଓ କର୍ମକୁଶଳତା ଥିଲେ ମଧ୍ୟ ନିର୍ଦ୍ଧାରିତ ବୃତ୍ତି ବ୍ୟତୀତ ଅନ୍ୟ କୌଣସି ବୃତ୍ତିକୁ ସେମାନେ ଅନୁସରଣ କରିପାରୁ ନଥିଲେ ।

ବିଶେଷତଃ ସେମାନେ ଦିନ ମଜୁରିଆଭାବେ ଜୀବନଯାପନ କରୁଥିଲେ । ଗାଁ ଗଣ୍ଡାରେ ମଇଳା ଆବର୍ଜନା ସଫା-କରିବା, ମୃତ ଶବ ଉଠାଇବା ଚମଡ଼ା କାର୍ଯ୍ୟ ଓ ଜୋତା ସିଲାଇ କରିବା, ଟୋକେଇ କୁଲେଇ ବୁଣିବା ପ୍ରଭୃତି ନିମ୍ନଧରଣର କାର୍ଯ୍ୟ ସମ୍ପାଦନ କରୁଥିବାରୁ ସେମାନଙ୍କର ଆୟ ଖୁବ୍ କମ୍ ଥିଲା । ତାହା ଫଳରେ ସେମାନେ ପୁରୁଷାନୁକ୍ରମେ ଭୋକ ଉପାସରେ ରହି ଯନ୍ତ୍ରଣାଦାୟକ ଜୀବନଯାପନ କରିଥା’ନ୍ତି ।

ସେମାନଙ୍କର ଜୀବନଧାରଣର ମାନ ଅତି ନ୍ୟୁନ ଥିଲା । କିନ୍ତୁ ବର୍ତ୍ତମାନ ସେମାନେ ସ୍ଵଇଚ୍ଛାରେ ଯେକୌଣସି ବୃତ୍ତିକୁ ଅନୁସରଣ କରି ପାରୁଛନ୍ତି ।

(ଗ) ଭୂମିହୀନ ଶ୍ରମିକ (Landless Labourer) : ଅସ୍ପୃଶ୍ୟ ଜାତିର ସଦସ୍ୟମାନେ ଗ୍ରାମରେ ଭୂମିହୀନ ଶ୍ରମିକ ଭାବେ ପରିଚିତ ଥିଲେ । ସେମାନଙ୍କର ନିଜସ୍ବ ଜମିବାଡ଼ି କିଛି ନଥିଲା । ଉଚ୍ଚ-ଜାତିର ଲୋକମାନଙ୍କ ଜମିରେ ସେମାନେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ । ଜମିଦାରୀ ପ୍ରଥାର ବିଲୋପ ସାଧନ ପୂର୍ବରୁ କୌଣସି ପାରିଶ୍ରମିକ ନନେଇ ଭୂ-ସ୍ବାମୀମାନଙ୍କ ପାଇଁ କାର୍ଯ୍ୟ କରିବା ସେମାନଙ୍କର ପ୍ରଥମ କର୍ତ୍ତବ୍ୟ ଥିଲା ।

ତେଣୁ ସେମାନଙ୍କର ସ୍ଥିତି ଏକ କ୍ରୀତଦାସ ସଦୃଶ ଥିଲା ଏବଂ ଅନେକ କ୍ଷେତ୍ରରେ କ୍ରୀତଦାସଠାରୁ ଅତି କଦର୍ଯ୍ୟ ମଧ୍ୟ ଥିଲା । ଭୂମିହୀନ ଶ୍ରମିକ ଭାବେ ସେମାନେ ଦିନରାତି କାର୍ଯ୍ୟକରି ପଥଭ୍ରଷ୍ଟ ପଥ୍ୟକ, ଦିଗହରା ନାବିକ ଏବଂ ନୀଡ଼ହରା ପକ୍ଷୀତୁଲ୍ୟ ଜୀବନଯାପନ କରୁଥିଲେ । ଭାରତବର୍ଷରେ ବର୍ତ୍ତମାନ ସୁଦ୍ଧା ଶତକଡ଼ା 80 ଭାଗ ତଫସିଲଭୁକ୍ତ ଜାତିର ଲୋକମାନେ ଭୂମିହୀନ ଶ୍ରମିକ ଭାବେ ଜୀବନଯାପନ କରୁଛନ୍ତି ।

(୩) ରାଜନୈତିକ ସମସ୍ୟା (Political Problems) : ଅସ୍ପୃଶ୍ୟ ଜାତିର ଲୋକମାନେ ପାରମ୍ପରିକ ଭାବେ ରାଜନୈତିକ କ୍ଷେତ୍ରରେ ବହୁ ପ୍ରତିବନ୍ଧକର ଶିକାର ହେଉଥିଲେ । ଭାରତର ରାଜନୀତି, ଶାସନ ଓ ସାଧାରଣ ନିର୍ବାଚନରେ ସେମାନେ ଅଂଶଗ୍ରହଣ କରିପାରୁ ନଥିଲେ । ସେମାନେ ମଧ୍ୟ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପଦପଦବୀରେ ନିଜକୁ ନିୟୋଜିତ କରିପାରୁ ନଥିଲେ ।

ଅବଶ୍ୟ ବ୍ରିଟିଶ୍ ଶାସନ ସମୟରେ ସେମାନେ ପ୍ରଥମ ଥର ପାଇଁ ସେମାନେ ଭୋଟଦାନ ଅଧିକାର ଲାଭ କରିଥିଲେ । ବର୍ତ୍ତମାନ ସମୟରେ ସେମାନେ ସମାନ ରାଜନୈତିକ ଅଧିକାର ହାସଲ କରିଛନ୍ତି । କିନ୍ତୁ ଏହା ନିଃସନ୍ଦେହ ଯେ ଅର୍ଥନୈତିକ ବିକାଶ ବ୍ୟତୀତ ରାଜନୈତିକ ଅଧିକାର ଠିକ୍‌ଭାବେ ଉପଯୋଗ ହୋଇପାରିବ ନାହିଁ । ଅର୍ଥାତ୍ ସେମାନଙ୍କର ଅଧ୍ବକ ଉନ୍ନତି ନ ଘଟିଲେ ସେମାନେ ହାସଲ କରିଥିବା ରାଜନୈତିକ ଅଧିକାରକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିପାରିବେ ନାହିଁ ।

(୪) ଧାର୍ମିକ ସମସ୍ୟା (Religious Problems) : ପରିଶେଷରେ ଧାର୍ମିକ ଦୃଷ୍ଟିକୋଣରୁ ତଫସିଲଭୁକ୍ତ ଜାତିମାନେ ହିନ୍ଦୁ ରୂପେ ପରିଚିତ ଥିଲେ ମଧ୍ୟ ସେମାନଙ୍କୁ ହିନ୍ଦୁ ମନ୍ଦିର ତଥା ତୀର୍ଥସ୍ଥାନ ମଧ୍ୟକୁ ପ୍ରବେଶ କରିବାପାଇଁ ଅନୁମତି ଦିଆଯାଉ ନଥିଲା । କାରଣ ସେମାନଙ୍କର ଛାୟା ସ୍ପର୍ଶରେ ଦେବତା ଅପଦସ୍ତ ହୋଇଯିବାର ଧାରଣା ଉଚ୍ଚ-ଜାତି ଲୋକମାନଙ୍କ ମନରେ ସୃଷ୍ଟି ହୋଇଥିଲା । ସେମାନେ ମଧ୍ୟ ବେଦ-ବେଦାନ୍ତ ଆଦି ଧର୍ମଗ୍ରନ୍ଥ ଅଧ୍ୟୟନ କରିପାରୁ ନଥିଲେ ।

ବ୍ରାହ୍ମଣ ପୂଜକମାନଙ୍କ ଯଜମାନରୁ ସେମାନେ ମଧ୍ୟ ବଞ୍ଚିତ ହେଉଥିଲେ । ଉଦାହରଣ ସ୍ବରୂପ-ଜଣେ ବ୍ରାହ୍ମଣ ଏକ ଶୂଦ୍ରର ଧାର୍ମିକ ଉତ୍ସବରେ ପୌରୋହିତ୍ୟ କାର୍ଯ୍ୟ କରି ନଥାଏ । କାରଣ ବ୍ରାହ୍ମଣମାନଙ୍କର ଧାରଣ ଥୁଲା ଯେ ଶୂଦ୍ର ଜାତିର ଛାୟା ସ୍ପର୍ଶଦ୍ଵାରା ସେମାନେ ଅପବିତ୍ର ହୋଇଯିବେ ।

ବର୍ତ୍ତମାନ ମଧ୍ୟ ଭାରତର ଅଧିକାଂଶ ଗ୍ରାମରେ ଏହିଭଳି ଧାରଣା ବଦ୍ଧମୂଳ ରହିଛି, ଯେଉଁଠି ଶତକଡ଼ା 90 ଭାଗ ତଫସିଲଭୁକ୍ତ ଜାତିର ଲୋକମାନେ ବସବାସ କରିଥା’ନ୍ତି । ସଂକ୍ଷେପରେ କହିବାକୁ ଗଲେ, ତଫସିଲଭୁକ୍ତ ଜାତି ବର୍ତ୍ତମାନ ସୁଦ୍ଧା ବହୁ ଧାର୍ମିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ, କେବଳ ଧାର୍ମିକ ସମସ୍ୟା ବ୍ୟତୀତ ତଫସିଲଭୁକ୍ତ ବା ଅସ୍ପୃଶ୍ୟ ଜାତିମାନଙ୍କର ଅନ୍ୟ ସମସ୍ତ ସମସ୍ୟା ସରକାରଙ୍କ ପ୍ରତ୍ୟକ୍ଷ ତଥା ପରୋକ୍ଷ ଉଦ୍ୟମ ହେତୁ କେତେକାଂଶରେ ଦୂରୀଭୂତ ହୋଇପାରିଛି । କିନ୍ତୁ ସମ୍ପୂର୍ଣ୍ଣଭାବେ ଦୂରୀଭୂତ ହୋଇଛି କହିବା ଅପ୍ରାସଙ୍ଗିକ ହେବ । ସରକାରଙ୍କ ଉଦ୍ୟମଗୁଡ଼ିକ ଯଦିଓ ସ୍ବାଗତଯୋଗ୍ୟ ପଦକ୍ଷେପ; ତଥାପି ତାହା ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ ।

ଭାରତର ଅଧିକାଂଶ ଗ୍ରାମରେ ବହୁ ନୀଚ-ଜାତି ତଫସିଲଭୁକ୍ତ ଜାତି ତାଲିକାରେ ଅନ୍ତର୍ଭୁକ୍ତ ହୋଇ ମଧ୍ୟ ଦଳିତ, ଅବହେଳିତ ଓ ନିସ୍ପେଷିତ ଅବସ୍ଥାରେ ରହିଛନ୍ତି । ତେଣୁ ସରକାରୀ ଉଦ୍ୟମ କାଗଜକଲମ ସର୍ବସ୍ଵ ନ ହୋଇ ଅନୁଭବଯୋଗ୍ୟ ତଥା କାର୍ଯ୍ୟକ୍ଷମ ହେବା ବାଞ୍ଛନୀୟ ।

୧୭ । ଜନଜାତିମାନଙ୍କର ସାମାଜିକ ଆନ୍ଦୋଳନ ସମ୍ବନ୍ଧରେ ପ୍ରବନ୍ଧ ଲେଖ ।
Answer:
ଅର୍ଥନୈତିକ, ସାମାଜିକ ଏବଂ ରାଜନୈତିକ ଦିଗରୁ ଦେଶର ଜନଜାତି ଲୋକମାନଙ୍କ ମଧ୍ୟରେ ଗୁରୁତର ପ୍ରଭେଦୀକରଣ ପ୍ରତିପାଦନ କରିଥାଏ ଯେ ଜନଜାତିମାନେ ସେମାନଙ୍କର ବଞ୍ଚିବାର ସମ୍ପଦ ଭିତରୁ ବେଦଖଲ ହୋଇଥା’ନ୍ତି, ସେମାନଙ୍କର ଇତିହାସ, ସଂସ୍କୃତି ଏବଂ ଆନୁଷ୍ଠାନିକ ସଂରଚନାରେ ବାରମ୍ବାର ଆକ୍ରମଣ ସମ୍ମୁଖୀନ ହୋଇଥା’ନ୍ତି ।

ସେମାନେ ମଧ୍ୟ ରାଜନୀତିକ ପ୍ରକ୍ରିୟାରେ ଉପେକ୍ଷିତ ହୋଇଥା’ନ୍ତି । ତେଣୁ, ଜନଜାତି ଲୋକମାନେ ଏକ ଘୃଣିତ, ଶୋଷିତ ଏବଂ ଉପେକ୍ଷିତ ସାମାଜିକ ଶ୍ରେଣୀଭାବରେ ବିବେଚିତ ହେଉଥିବାର ଦେଖାଯାଏ ।

ଅଷ୍ଟାଦଶ ଶତାବ୍ଦୀ ପୂର୍ବରୁ ଜନଜାତିମାନେ କେନ୍ଦ୍ରୀୟ କ୍ଷମତା ଏବଂ ହିନ୍ଦୁ ଓ ମୁସଲମାନ ଶାସକମାନଙ୍କ ପ୍ରତି ଉଦାସୀନ ଥିଲେ । ମାତ୍ର ଏଥିରେ କେତେକ ବିଚ୍ୟୁତି ମରାଠା ଶାସକମାନଙ୍କ ଅଧୀନରେ ଥିବା ଜନଜାତିଙ୍କ କ୍ଷେତ୍ରରେ ଦେଖାଦେଇ ଥିଲା । ଜନଜାତୀୟ ଶାସକମାନେ ବ୍ୟବସ୍ଥାର ପୁନଃ ଉତ୍ପତ୍ତି ନିମନ୍ତେ ବଳପୂର୍ବକ କିଛି ଚାହୁଁ ନଥିଲେ । ସେମାନଙ୍କର କ୍ଷମତାର ବୈଧତା ବିକେନ୍ଦ୍ରିକ ହୋଇଥିଲା ।

ଉପନିବେଶବାଦ, ଯାହାକି ପ୍ରଥମ ଥର ପାଇଁ ସେମାନଙ୍କୁ କୈନ୍ଦ୍ରିକ ନିୟନ୍ତ୍ରଣାଧୀନ ରାଷ୍ଟ୍ର ମଧ୍ୟକୁ ଠେଲିଲା । ଏହାର ପ୍ରଭାବରେ ବିଛୁରିତ ଏବଂ ଅସଙ୍ଗଠିତ ଜନଜାତିମାନେ ଏକାଠି ହୋଇ ଆଞ୍ଚଳିକ ସ୍ତରରେ ବିଦ୍ରୋହ କରିବାରେ ଲାଗିଲେ । ଊନବିଂଶ ଶତାବ୍ଦୀରେ ଅଧିକାଂଶ ସଂଖ୍ୟାତ୍ମକ ସବଳ ଏବଂ ସ୍ଥିର ହୋଇ ରହିଥିବା ଜନଜାତି ସମୁଦାୟ ଯଥା- ସାନ୍ତାଳ, ଓରାଂଗ, କୋଲ୍, କୋୟା, ଭିଲ୍, ସଉରା ଇତ୍ୟାଦି ଉପନିବେଶବାଦ ଓ ସାମନ୍ତବାଦ ବିରୁଦ୍ଧରେ ସଂଘର୍ଷ କଲେ ।

କେତେକ ସଂସ୍କାରମୂଳକ, ମୁକ୍ତି କିମ୍ବା ସମାନ ହେବାପାଇଁ ଆନ୍ଦୋଳନ ବ୍ୟତୀତ ସେମାନଙ୍କର ଆନ୍ଦୋଳନ ଭୂମି ବିଚ୍ୟୁତି, ଜଙ୍ଗଲ ସଂରକ୍ଷଣ, ବଳପୂର୍ବକ ଏବଂ ଚୁକ୍ତିଗତ ଶ୍ରମ, ଦମନ, କର, ସଂସ୍କୃତି ଓ ଧର୍ମ ନଷ୍ଟ ଏବଂ ସେମାନଙ୍କର ପାରମ୍ପରିକ କ୍ଷମତାର ବଦଳ ସହ ସମ୍ବନ୍ଧିତ ଥିଲା । ଉପନିବେଶ ବିରୋଧୀ ଦୃଷ୍ଟିଭଙ୍ଗୀ ସଠିକ୍ ଭାବରେ ଉଚ୍ଚାରିତ ହୋଇପାରିଲା ନାହିଁ, କାରଣ ବ୍ରିଟିଶମାନଙ୍କର ସ୍ବାର୍ଥ ଆଞ୍ଚଳିକ ଏବଂ ସ୍ଥାନୀୟ କ୍ଷମତାଦ୍ୱାରା ଚାଲୁ ରହିଥିଲା ।

ଆନ୍ତଃ-ଜନଜାତୀୟ ବିରୋଧୀଭାବ ଅଣ-ଜାତୀୟ ଆକ୍ରମଣଦ୍ୱାରା ଆଚ୍ଛାଦିତ ହୋଇ ରହିଥିଲା ଏବଂ ସେମାନଙ୍କର ବଂଶଗତ ବନ୍ଧନ ଏବଂ ସାଧାରଣ ଐତିହ୍ୟ ସେମାନଙ୍କର ନିଜସ୍ୱ ଶୋଷଣକାରୀ ସଦସ୍ୟମାନଙ୍କୁ ଆକ୍ରମଣରୁ ମୁକ୍ତ କରିଥିଲା । ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଜାତୀୟତାବାଦୀ ଆନ୍ଦୋଳନର ଉତ୍ପତ୍ତି ସହିତ ଅଣ-ଉପନିବେଶବାଦ ଦୃଷ୍ଟିଭଙ୍ଗୀ କନ୍ଧ, କୋୟା, ଓରାଂଗ, ମୁଣ୍ଡା, ସୌରା, ଓର୍‌ଲି, ଗଣ୍ଡ ଏବଂ ଅନ୍ୟ ଜନଜାତିମାନଙ୍କର ସଂଘର୍ଷକୁ ଆସ୍ତେ ଆସ୍ତେ ଗତି କରିଥିଲା ।

ସ୍ଵାଧୀନତାଠାରୁ ଜନଜାତୀୟ ଆନ୍ଦୋଳନ – ସ୍ବାଧୀନତାଠାରୁ ଜନଜାତୀୟ ଆନ୍ଦୋଳନ ଅଧ‌ିକ ବିବିଧ ପ୍ରକାରର ହୋଇଅଛି । ସେମାନଙ୍କର ବ୍ୟାପକ ବିବିଧତା ସତ୍ତ୍ବେ ସେମାନଙ୍କର ସାଧାରଣ ଅଭିଯୋଗ ହେଉଛି ସେମାନଙ୍କର ଅଣଅଧୂଗ୍ରହଣ ଏବଂ ଅଣମର୍ଯ୍ୟାଦା ଏବଂ ଇଚ୍ଛା ସେମାନଙ୍କୁ ଉପଆଞ୍ଚଳିକ ବନ୍ଧନ ଏବଂ ଚେତନା ସହ ସଂପୃକ୍ତ କରିଥିଲା । ତଥାପି, ପ୍ରାୟତଃ ଏଯାବତ୍ ସଙ୍ଗଠିତ ହୋଇଥିବା ସମସ୍ତ ଜନଜାତୀୟ ଆନ୍ଦୋଳନ ଅନ୍ତର୍ନିହିତ ଭାବେ ବଂଶଗତ ବା ଜାତୀୟତାବାଦୀ ପ୍ରଶ୍ନ ସହ ସମ୍ବନ୍ଧିତ ।

CHSE Odisha Class 12 Sociology Unit 4 Long Answer Questions in Odia Medium

ସଂପ୍ରତି ସାମାଜିକ ସାଂସ୍କୃତିକ ଆନ୍ଦୋଳନ ଯାହାକି ଦ୍ବିଜ ସାଂସ୍କୃତିକ ଜଟିଳତା ଆଡ଼କୁ ଗତିଶୀଳ ତାହା କମ୍ ଗୁରୁତ୍ଵପୂର୍ଣ୍ଣ ହୋଇଅଛି । ଏହା ବ୍ୟତିରେକ ଏହାର ବିପରୀତ ଗତି କ୍ରମଶଃ ଅଧ୍ଵରୁ ଅଧ‌ିକ ସ୍ପଷ୍ଟ ହୋଇଅଛି । ଅପେକ୍ଷାକୃତ ବୃହତ୍ ଜନସଂଖ୍ୟା ଯେଉଁଥରେ ସାକ୍ଷରତା ହାର ଅଧୂକ, ଜାତୀୟ ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ଆନ୍ତଃ ସାମାଜିକ-ଅର୍ଥନୈତିକ ପ୍ରଭେଦ ସମ୍ବନ୍ଧରେ ସଚେତନତା ରହିଛି ସେଠାରେ ସଙ୍ଗଠିତ ସଂଘର୍ଷ ମୁଖ୍ୟତଃ ଦେଖାଦେଇଥାଏ ।

ଜନଜାତିମାନେ ଯେଉଁମାନଙ୍କଠାରେ ବେଶୀ ପାର୍ଥକ୍ୟ ଦେଖାଦେଇଥାଏ ସେମାନେ ବଶ୍ୟତା ପ୍ରତି ବେଶି ସହନଶୀଳତା ଦେଖାଇଥା’ନ୍ତି ଏବଂ ଏଠାରେ ଏଲିମାନେ ସଂଘର୍ଷର ମୁଖ୍ୟ କେନ୍ଦ୍ରବିନ୍ଦୁ ବୋଲି ତଥ୍ୟ ଦର୍ଶାଇଥାଏ । ସେମାନଙ୍କ ସଂଘର୍ଷ କିମ୍ବା ଆନ୍ଦୋଳନ ବ୍ୟାପକ ଭାବରେ ଜନଜାତି ଲୋକମାନଙ୍କର ସାମାଜିକ, ଅର୍ଥନୈତିକ, ରାଜନୈତିକ ଏବଂ ସାଂସ୍କୃତିକ ପରିପ୍ରକାଶକୁ କେନ୍ଦ୍ରୀଭୂତ କରି ସୃଷ୍ଟି ହୋଇଥାଏ ।

ସଂଘର୍ଷର ଉଦ୍ଦେଶ୍ୟ :
ଜନଜାତୀୟ ସଂଘର୍ଷ ମୁଖ୍ୟତଃ ତିନୋଟି ଆନ୍ତଃ-ସମ୍ବନ୍ଧିତ ଉଦ୍ଦେଶ୍ୟ ମୂଳରେ ନିହିତ ଅଛି । ତାହାହେଲା – ବ୍ୟକ୍ତିବାଦ ସାହିତ୍ୟ, ସ୍ଥିର ଆଦର୍ଶ ଏବଂ ବିକାଶର ପୁଞ୍ଜିବାଦ ଆଦର୍ଶ । ବୈଧ ସାଂସ୍କୃତିକ, ଭାଷାଗତ ସ୍ତରରେ ଆତ୍ମନିର୍ଦ୍ଧାରଣ ଏବଂ ସ୍ଥିର ବିକାଶ ନିମିତ୍ତ ବିବିଧ କୌଶଳ ଇତ୍ୟାଦି ଉପରେ ସାମୂହିକ ଅଧିକାର ସ୍ଵୀକୃତି ପାଇଁ ଏହି ଆନ୍ଦୋଳନମାନ ।

ଦୁର୍ଭାଗ୍ୟବଶତଃ ଜନଜାତିମାନଙ୍କର ଅଞ୍ଚଳରେ ସେମାନଙ୍କର କୃଷିଭିତ୍ତିକ ସଂଘର୍ଷ ପାଇଁ କଠୋର ସଂଘର୍ଷ ଯାହା ଆଇନକାନୁନ ବ୍ୟବସ୍ଥା ସହ ସମ୍ବନ୍ଧିତ ଏବଂ ଯାହା ମିଲିଟାରୀ ଶକ୍ତିର ସମ୍ମୁଖୀନ ହୋଇଥାଏ । ରାଜନୈତିକ ସ୍ଵୟଂଶାସନ ପାଇଁ ଦାବି ଏବଂ ଜନଜାତୀୟ ଅଞ୍ଚଳକୁ ପରିବର୍ଦ୍ଧିତ ଓ ବିକଶିତ ହେବା ସଠିକ୍ ଭାବରେ ବୈଧ ଏବଂ ସାମ୍ବିଧାନିକ ଉପାୟରେ ଘଟଣାକୁ ପରିଚାଳିତ କରିବାର ପ୍ରକୃଷ୍ଟ ଉପାୟ ।

ଭାରତର ଉତ୍ତର, ଉତ୍ତର-ପୂର୍ବାଞ୍ଚଳ, କେନ୍ଦ୍ରାଞ୍ଚଳ, ଦକ୍ଷିଣାଞ୍ଚଳରେ ଜନଜାତିରେ ଆନ୍ଦୋଳନ ଉଗ୍ର ହେଉଛି । ମାଓବାଦ ଓ ନକ୍ସଲବାଦର ସମ୍ମିଶ୍ରଣ ହେଉଛି । ଜନଜାତୀୟ ଆନ୍ଦୋଳନର ଉଗ୍ରରୂପ ମାଓବାଦ ଓ ନକ୍ସଲବାଦକୁ ପ୍ରୋତ୍ସାହିତ କରୁଛି । ସରକାର ଏହାର ସମାଧାନ ଓ ସ୍ଥାୟୀ ପ୍ରତିକାର କରିବା ଉଚିତ ।

୧୮ । ଭାରତରେ କୃଷକ ଆନ୍ଦୋଳନ ସମ୍ବନ୍ଧରେ ପ୍ରବନ୍ଧ ଲେଖ ।
Answer:
ଭାରତ ଇତିହାସରେ ଉପନିବେଶବାଦ ବ୍ୟବସ୍ଥା ମଧ୍ୟରେ କୃଷକ ଆନ୍ଦୋଳନ ଜନ୍ମ ନେଇଥିଲା । କୃଷକ ସମାଜର ସାମଗ୍ରିକ ସ୍ୱାର୍ଥ ପାଇଁ କୃଷକମାନଙ୍କ ମଧ୍ୟରେ, କୃଷକ ନେତାଙ୍କ ନେତୃତ୍ୱରେ ବା କୃଷକ ସମାଜର ସାମୂହିକ ଆନ୍ଦୋଳନକୁ କୃଷକ ଆନ୍ଦୋଳନ କୁହାଯାଏ । ଏହାର ଇତିହାସ ଜମିଦାର ବା ସାହୁକାରଙ୍କ ବିରୋଧରେ ସଂଗ୍ରାମ ଅଟେ ।

ସମାଜବିଜ୍ଞାନୀ କ୍ୟାଥେଲିନ୍ ଗସ୍‌ଙ୍କ ମତରେ, ‘କୃଷକ ଆନ୍ଦୋଳନ ବିରୋଧାତ୍ମକ ଆଭାସ ଭାବରେ ଜମିଦାର ଓ
ସାମନ୍ତବାଦ ବିରୋଧରେ ଆନ୍ଦୋଳନ ରହିଥିଲା, ଯେଉଁଥିରେ ପଲ୍ଲୀ ଅଞ୍ଚଳର ଆଦିମ ଅଧିବାସୀ ତାଙ୍କ କଷ୍ଟାଉପାର୍ଜିତ କୃଷିକ୍ଷେତରୁ
ଅଧ୍ଵକ ମାତ୍ରା ଜମିଦାର ବା ସାହୁକାରମାନଙ୍କୁ ପ୍ରଦାନ କରୁଥିଲେ ।

କୃଷକ ଆନ୍ଦୋଳନର ପ୍ରାକ୍ ପ୍ରଚ୍ଛଦପଟ୍ଟ :
(୧) ସାମାଜିକ ସଂରଚନା ଗ୍ରାମୀଣ ଜୀବନରେ କୃଷକ ଓ ଜମିଦାର ମଧ୍ୟରେ ଶ୍ରେଣୀ ସଂରଚନାର ଦୂରତ୍ବକୁ ସୃଷ୍ଟି କରୁଥିଲା ।
(୨) ମାର୍କସବାଦ ଅନୁସାରେ କୃଷି ଉତ୍ପାଦନ ପ୍ରକ୍ରିୟାରେ ଜମିମାଲିକ ଓ ଚାଷୀଙ୍କ ମଧ୍ୟରେ ଶ୍ରେଣୀଗତ ସଂଘର୍ଷ ଓ ଭାବଧାରାଗତ ଦ୍ବନ୍ଦ୍ବ ରହିଥାଏ ।
(୩) ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଜୀବନଧାରାରେ ଚାଷୀ ଓ ଭୂ-ମାଲିକଙ୍କ ମଧ୍ୟରେ ସଂରଚନାତ୍ମକ ଓ ପ୍ରକାର୍ଯ୍ୟାତ୍ମକ ଦୂରତ୍ବ ରହୁଥିଲା ।
(୪) ଅନୈତିକ ରାଜନୈତିକ ଶୋଷଣ ଓ ଅତ୍ୟାଚାର କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିଲା ।
(୫) ଜାଗତିକ ପରିବର୍ତ୍ତନ ଶ୍ରେଣୀ ସଂଘର୍ଷ ଓ ସାମାଜିକ-ସାଂସ୍କୃତିକ ଆନ୍ଦୋଳନ କୃଷକ ଆନ୍ଦୋଳନକୁ ପ୍ରବର୍ତ୍ତାଇଥିଲା ।

କୃଷକ ଆନ୍ଦୋଳନର ପ୍ରକାରଭେଦ :
(୧) ମୌଳିକ ଢାଞ୍ଚାଭିଭିକ ଆନ୍ଦୋଳନ – ପ୍ରାଥମିକ ଭାବରେ ଏହି କୃଷକ ଆନ୍ଦୋଳନ ନିର୍ଦ୍ଦିଷ୍ଟ ପ୍ରଶାସନ ଓ ପାରମ୍ପରିକ ବିଧବ୍ୟବସ୍ଥା ବିରୋଧରେ ଆନ୍ଦୋଳନ ରହିଥିଲା ।
(୨) ଧର୍ମୀୟ ଆନ୍ଦୋଳନ – ବିଦେଶୀ ଧର୍ମ ଓ ସଂସ୍କୃତିର ପ୍ରଭାବରୁ ନିଜ ଅଞ୍ଚଳକୁ ରକ୍ଷା କରିବାପାଇଁ କୃଷକ ଆନ୍ଦୋଳନ ମୁଣ୍ଡ ଟେକିଥିଲା ।
(୩) ସାମାଜିକ ବିପ୍ଳବ – ଶସ୍ୟହାନି, ଅର୍ଥନୈତିକ ଅଭାବ ସମୟରେ କୃଷକମାନେ ସାମଗ୍ରିକଭାବରେ ସାମାଜିକ ଆନ୍ଦୋଳନରେ ସାମିଲ ହୋଇଥିଲେ । ଲର୍ଡ଼ କଣ୍ଠୱାଲିସ ଓ ୱାରେନ୍ ହେଷ୍ଟିଙ୍ଗ୍‌ସଙ୍କ ସମୟରେ ଭାରତରେ କୃଷକମାନଙ୍କର ସାମାଜିକ ବିପ୍ଳବ ଦେଖାଦେଇଥିଲା ।
(୪) ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲକାରୀ କୃଷକ ଆନ୍ଦୋଳନ – ଏହି ଆନ୍ଦୋଳନରେ କେହି ଜଣେ ନେତା ନଥିଲେ, ସମଗ୍ର କୃଷକ ସମାଜ ନିଜର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ପାଇଁ ଆନ୍ଦୋଳନରେ ସାମିଲ ହୋଇଥିଲେ ।
(୫) ଉଗ୍ରବାଦୀ ଆନ୍ଦୋଳନ – ଆତଙ୍କବାଦୀ କାର୍ଯ୍ୟକଳାପ ପରି ଜମିଦାର ଓ ଧନୀ ଲୋକଙ୍କ ବିରୋଧରେ ଚାଷୀ ଆନ୍ଦୋଳନ ତେଜି ଉଠିଥିଲା ।
(୬) ଉଦାରବାଦୀ ଓ ସଂସ୍କାରଧର୍ମୀ ଆନ୍ଦୋଳନ ସମାଜରେ କୃଷକର ଲକ୍ଷ୍ୟ ଓ ଜୀବନଯାପନ ଶୈଳୀରେ ପରିବର୍ତ୍ତନ ପାଇଁ ସଂସ୍କାରବାଦୀ ଆନ୍ଦୋଳନକୁ ଉଦାରବାଦୀ ଆନ୍ଦୋଳନ କୁହାଯାଏ । ଏହା ଏକ ଆଦର୍ଶବାଦୀ ଆନ୍ଦୋଳନ ।

କୃଷକ ଆନ୍ଦୋଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ :
ପ୍ରାକ୍‌ସ୍ଵାଧୀନତା କାଳ :
(୧) ଜମିଦାରୀ ବ୍ୟବସ୍ଥାର ଉଚ୍ଛେଦ
(୨) ଅର୍ଥନୈତିକ ଶୋଷଣରୁ ପୂର୍ଣ୍ଣ ସ୍ବାଧୀନତା
(୩) ଜାତୀୟ ସଂଗ୍ରାମରେ ସାମିଲ ହେବାପାଇଁ ଅର୍ଥନୈତିକ ଓ ରାଜନୈତିକ କ୍ଷମତା ହାସଲ ।

ସ୍ଵାଧୀନ ପରବର୍ତୀ ସମୟ :
(୧) ଅର୍ଥନୈତିକ ଶୋଷଣରୁ ପୂର୍ଣ୍ଣ ସ୍ଵାଧୀନତା ପାଇଁ ଲକ୍ଷ୍ୟ
(୨) ଭୂ-ସଂସ୍କାର ଆନ୍ଦୋଳନ
(୩) କୃଷକ ସମାଜର ରାଜନୈତିକ ଓ ରାଷ୍ଟ୍ରୀୟ ବିକାଶରେ ଭାଗୀଦାରୀ
(୪) ଶିଳ୍ପ ଓ କୃଷି ସଂସ୍ଥା ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ପ୍ରୟାସ
(୫) କୃଷକମାନଙ୍କର ନିମ୍ନରୁ ନିମ୍ନ ମଜୁରୀ ବ୍ୟବସ୍ଥା
(୬) ଶ୍ରମଶକ୍ତିର ବିନିଯୋଗ, ରୋଜଗାରର ନିଶ୍ଚିତତା, ପେନସନ, ସମାନ ମଜୁରୀ ଚିକିତ୍ସା ଓ ସ୍ୱାସ୍ଥ୍ୟର ଯନ୍ତ୍ର ଏବଂ ଜନକଲ୍ୟାଣ ଯୋଜନାର ସୁବିଧା ।

କୃଷକ ଆନ୍ଦୋଳନର କାରଣ :
ପ୍ରାକ୍ ସ୍ବାଧୀନତା କାଳରେ ଜମିଦାରମାନଙ୍କ ଶୋଷଣ ଓ ଅତ୍ୟାଚାର ବିରୋଧରେ କୃଷକ ଆନ୍ଦୋଳନ ସୃଷ୍ଟି ହୋଇଥିଲା । ୧୭୯୩ରେ ସ୍ଥାୟୀ ବନ୍ଦୋବସ୍ତ ଆଇନ ବିରୋଧରେ ଆନ୍ଦୋଳନ ହୋଇଥିଲା । ୧୮୫୯ ମସିହାରେ ବିଲଶତରେ ନୀଳଚାଷୀମାନଙ୍କ ଆନ୍ଦୋଳନ କୃଷକ ଆନ୍ଦୋଳନକୁ ମଜବୁତ୍ କରିଥିଲା ।

CHSE Odisha Class 12 Sociology Unit 4 Long Answer Questions in Odia Medium

ସ୍ଵାଧୀନତା ପରବର୍ତ୍ତୀ କାଳରେ କୃଷକ ଆନ୍ଦୋଳନର ମୁଖ୍ୟ କାରଣଗୁଡ଼ିକ ହେଉଛି ସରକାରଙ୍କ ତ୍ରୁଟିପୂର୍ଣ୍ଣ ଭୂ-ସଂସ୍କାର ନୀତି, କୃଷି ଉପକରଣର ଦରଦାମବୃଦ୍ଧି, ଶିଳ୍ପଜାତ ଦ୍ରବ୍ୟର ତୁଳନାତ୍ମକ ବୃଦ୍ଧି, ବନ୍ୟା ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ ଯୋଜନା (IRDP, NREP, RLEGP, DPAP)ର ବିଫଳତା ଇତ୍ୟାଦି ।

ଭାରତର ମୁଖ୍ୟ କୃଷକ ଆନ୍ଦୋଳନଗୁଡ଼ିକ ହେଉଛି :
(i) ପ୍ରାରମ୍ଭିକ ସ୍ତର (୧୮୫୫-୧୯୨୨) – ଇଂରେଜ ଅମଳରେ ଜମିଦାରୀ ପ୍ରଥା ବିରୋଧରେ ସଂଘର୍ଷ ।
(ii) ସାନ୍ତାଳ ବିଦ୍ରୋହ (୧୮୫୫) – ବୀରଭୂମି, ସିଂଭୂମ, ହଜାରୀବାଗ, ଜାଗଦଲପୁରରେ ଏକ ଲକ୍ଷ ସାନ୍ତାଳ ଚାଷୀ ଜମିଦାର ଓ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ ।
(iii) ନୀଳଚାଷୀ ଆନ୍ଦୋଳନ (୧୮୫୯) – ଇୟୁରୋପୀୟ ଶାସକଙ୍କ ବିରୋଧରେ କର ଟିକସ ଜୁଲମ ନିୟନ୍ତ୍ରଣପାଇଁ ଆନ୍ଦୋଳନ ।
(iv) ବଙ୍ଗ ଭାଗଚାଷୀ ଆନ୍ଦୋଳନ (୧୮୭୦-୮୫) – ଅର୍ଥନୈତିକ ଶୋଷଣ, ଅତ୍ୟାଚାର ବିରୋଧରେ ବଙ୍ଗ ଚାଷୀମାନେ ଆନ୍ଦୋଳନ କରିଥିଲେ ।
(v) ମାଳଭୂମି ଆନ୍ଦୋଳନ (୧୮୭୫) – ପୁନା ଓ ଅହମ୍ମଦନଗରରେ ଚାଷୀମାନେ ଜଳସେବନ ପାଇଁ ଆନ୍ଦୋନଳରେ ସାମିଲ୍ ହୋଇଥିଲେ ।
(vi) ପଞ୍ଜାବ କୃଷକ ଆନ୍ଦୋଳନ (୧୮୯୦-୧୯୦୦) – ପଞ୍ଜାବର କୃଷକ ସମାଜ ସମତା ପାଇଁ ଆନ୍ଦୋଳନରେ ସାମିଲ ହୋଇଥିଲେ ।
(vii) ଚମ୍ପାରଣ ଆନ୍ଦୋଳନ (୧୯୧୭-୧୮) – ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ବିହାରର ଚମ୍ପାରଣ ଆନ୍ଦୋଳନ କରାଯାଇଥିଲା ।
(viii) ବାଜରା ଚାଷୀ, ଔଧ ଓ ମୋଫାଲା ଆନ୍ଦୋଳନ ଇତ୍ୟାଦି ।

ତେଭାଗା ଆନ୍ଦୋଳନ ଓ ତେଲେଙ୍ଗାନା ଆନ୍ଦୋଳନ ଏହି କୃଷକ ଆନ୍ଦୋଳନର ଦୁଇଟି ଉଗ୍ର ଆନ୍ଦୋଳନ ଅଟେ । ସମାଜବାଦୀ ସରକାରୀ ବ୍ୟବସ୍ଥା, ଗଣତନ୍ତ୍ର, ମୂଲ୍ୟବୋଧ ଓ ସରକାରୀ ବୁଝାମଣା ଏହି ଆନ୍ଦୋଳନକୁ ପ୍ରଶମିତ କରିଥିଲା । ଏବେ ଶୋଷଣ, ଅତ୍ୟାଚାର, ଜଳକର, ଋଣ ଛାଡ଼ ପାଇଁ ବିଭିନ୍ନ ରାଜ୍ୟରେ କୃଷକ ଆନ୍ଦୋଳନ ମୁଣ୍ଡ ଟେକୁଛି । ‘‘ଜୟ ଜବାନ ଓ ଜୟ କିଷାନ’’ ମୂଲ୍ୟବୋଧକୁ ବଜାୟ ରଖିବାପାଇଁ ସରକାରଙ୍କୁ ଅଧୁନ ପ୍ରଚେଷ୍ଟା କରିବାକୁ ହେବ ।

୧୯ । ଜାତି ଅସମାନତା ବା ବୈଷମ୍ୟକ ଆଲୋଚନା କର ।
Answer:
ସମାଜର ବିଭିନ୍ନ ସମୂହ ମଧ୍ଯରେ ଅଧିକାର ଓ ସୁବିଧା ସୁଯୋଗ, ସାମାଜିକ କ୍ଷମତା, ନିଯୁକ୍ତି, ଆୟ ଓ ସମ୍ପତ୍ତି ଇତ୍ୟାଦିର ଅସମାନ ବଣ୍ଟନ ସାମାଜିକ ଅସମାନତାର ଅନ୍ତର୍ଭୁକ୍ତ । ଜାତି ଆଧାରରେ ଭାରତୀୟ ସମାଜ ବିବିଧ ସାମାଜିକ ସମୂହରେ ବିଭାଜିତ । ଜନ୍ମ ଆଧାରରେ ଜାତି ସ୍ଥିର ହୋଇଥାଏ ଓ ଏକ ନିର୍ଦ୍ଦିଷ୍ଟ ଜାତିର ଅଧିକାର ଓ ସୁବିଧାସୁଯୋଗ ଜନ୍ମଦ୍ଵାରା ସ୍ଥିରୀକୃତ ହୋଇଥାଏ । ସମସ୍ତ ଜାତିର ଲୋକମାନଙ୍କର ସମାନ ଅଧିକାର ଓ ସୁବିଧାସୁଯୋଗ ନଥାଏ ।

ବିଭିନ୍ନ ଜାତିର ଅଧ୍ୟାର ଅସମାନ ଅଟେ । ଜାତିଗୁଡ଼ିକ ଏକ ଉଚ୍ଚନୀଚ କ୍ରମ (Hierarchy)ରେ ରହିଥାଏ । ଉଚ୍ଚନୀଚ କ୍ରମରେ ବ୍ରାହ୍ମଣମାନେ ଉଚ୍ଚରେ, ବ୍ରାହ୍ମଣମାନଙ୍କ ତଳକୁ କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ତଳକୁ ତଳ ରହିଥାଆନ୍ତି । ଯେଉଁମାନେ ଉଚ୍ଚନୀଚ କ୍ରମରେ ସର୍ବୋଚ୍ଚରେ ରହିଥା’ନ୍ତି ସେମାନଙ୍କର ବହୁତ ଅଧିକାର ଥାଏ ଏବଂ ସବୁଠାରୁ କମ୍ କର୍ତ୍ତବ୍ୟ ରହିଥାଏ ।

ମାତ୍ର ଯେଉଁମାନେ ଉଚ୍ଚନୀଚ୍ଚ କ୍ରମରେ ସର୍ବନିମ୍ନରେ ଥାଆନ୍ତି, ସେମାନଙ୍କର କମ୍ ଅଧିକାର ଥାଏ ଏବଂ ସେମାନଙ୍କୁ ଅଧ‌ିକ କର୍ତ୍ତବ୍ୟ କରିବାକୁ କୁହାଯାଇଥାଏ । ଅସମାନତା ଜାତି ବ୍ୟବସ୍ଥାର ଅନ୍ତଃସ୍ଥଳ ବା ଅନ୍ତର୍ଭାଗ (Core) ଅଟେ । ଅସମାନ ଅଧିକାର ଓ କର୍ତ୍ତବ୍ୟ ସମାଜରେ ଅସମତା ସୃଷ୍ଟି କରିଛି । ଜାତି ବ୍ୟବସ୍ଥାଦ୍ୱାରା ସୃଷ୍ଟି ହୋଇଥୁବା ଅସମତାଗୁଡ଼ିକୁ ନିମ୍ନରେ ଆଲୋଚନା କରାଗଲା ।

(i) ସାମାଜିକ ଓ ସାଂସ୍କୃତିକ ଅସମାନତା – ଭାରତରେ ଦେଖାଯାଉଥିବା ସମସ୍ତ ଜାତି ଉଚ୍ଚନୀଚ କ୍ରମରେ ରହିଥାଆନ୍ତି । ପ୍ରତ୍ୟେକ ଜାତିର ଏକ ପ୍ରସ୍ଥିତି ରହିଥାଏ ଯାହାକି ଜନ୍ମଦ୍ୱାରା ସ୍ଥିରୀକୃତ । ବ୍ରାହ୍ମଣମାନେ ଉଚ୍ଚନୀଚ କ୍ରମର ସର୍ବୋଚ୍ଚରେ ଏବଂ ଶୂଦ୍ରମାନେ ସର୍ବନିମ୍ନ ସ୍ଥାନରେ ରହିଥାଆନ୍ତି । ବ୍ରାହ୍ମଣମାନେ ବହୁ ଅଧିକାର ଓ ସୁବିଧାସୁଯୋଗ ଉପଭୋଗ କରୁଥିବାବେଳେ ଅନ୍ୟ ଜାତିର ଲୋକମାନେ ସେହି ଅଧିକାର ଓ ସୁବିଧାସୁଯୋଗ ଉପଭୋଗ କରିପାରନ୍ତି ନାହିଁ ।

ବିଶେଷକରି ଶୂଦ୍ର ଓ ଦଳିତମାନେ ବିଭିନ୍ନ ପ୍ରକାର ଅଧିକାରରୁ ବଞ୍ଚିତ ହୋଇଥା’ନ୍ତି । ବ୍ରାହ୍ମଣ ଓ କ୍ଷତ୍ରିୟ ପରି ଉଚ୍ଚ ଜାତିର ଲୋକମାନଙ୍କ ଅଧିକାର ଓ ବୈଶ୍ୟ ଏବଂ ଶୂଦ୍ର ପରି ନୀଚ ଜାତିର ଲୋକମାନଙ୍କ ଅଧିକାର ମଧ୍ୟରେ ବହୁ ତାରତମ୍ୟ ରହିଥାଏ । ଜାତି ବ୍ୟବସ୍ଥା ଆଧାରିତ ଭାରତୀୟ ସମାଜରେ ନୀଚ ଜାତିର ଲୋକମାନେ ଅବହେଳିତ ହୁଅନ୍ତି । ପୂର୍ବରୁ କେବଳ ଉଚ୍ଚ ଜାତିର ଲୋକମାନଙ୍କର ଶିକ୍ଷା ଗ୍ରହଣ କରିବାର ଅଧିକାର ଥିଲା ।

ନୀଚ ଜାତିର ଲୋକମାନଙ୍କୁ ଶିକ୍ଷା ଗ୍ରହଣ କରିବାକୁ ଅନୁମତି ଦିଆଯାଇ ନଥିଲା । ସେହିପରି ଅସ୍ପୃଶ୍ୟମାନେ ସମସ୍ତ ଅଧିକାରରୁ ବଞ୍ଚିତ ହେଉଥିଲେ । ଅସ୍ପୃଶ୍ୟ ବା ଦଳିତମାନଙ୍କୁ ରାସ୍ତା, ପୁଷ୍କରିଣୀ, ଘାଟ ଓ ମନ୍ଦିର ଇତ୍ୟାଦି ସର୍ବସାଧାରଣ ସ୍ଥାନ ବ୍ୟବହାର କରିବାକୁ ଅନୁମତି ଦିଆଯାଉନଥିଲା ।

ବିଭିନ୍ନ ଜାତିର ପ୍ରଥା, ପରମ୍ପରା ଓ ଚଳଣିରେ ଅସମତା ଦେଖାଯାଏ । ବିଭିନ୍ନ ଜାତିର ବେଶଭୂଷା, ଖାଦ୍ୟ ଓ ପାନୀୟ କ୍ଷେତ୍ରରେ ଅନେକ ତାରତମ୍ୟ ଥାଏ । ଉଚ୍ଚ ଜାତିର ଲୋକମାନେ ଯେଉଁ ଅଳଙ୍କାର ଓ ପୋଷାକ ବ୍ୟବହାର କରନ୍ତି, ସେହି ପୋଷାକ ଓ ଅଳଙ୍କାର ବ୍ୟବହାର କରିବା ନିମନ୍ତେ ନୀଚ ଜାତିର ଲୋକମାନଙ୍କର ଅଧିକାର ନଥାଏ ।

ନୀଚ ଜାତିର ଲୋକମାନଙ୍କୁ ଉଚ୍ଚ ଜାତିର ଜୀବନଶୈଳୀକୁ ଆପଣେଇବାକୁ ଅନୁମତି ଦିଆଯାଏ ନାହିଁ । ଜାତିଗୁଡ଼ିକ ମଧ୍ୟରେ ପୋଷାକ, ପ୍ରଥା, ପରମ୍ପରା, ଚଳଣି ଓ ବ୍ୟବହାରରେ ତାରତମ୍ୟ ଦେଖାଯାଏ । ଅତୀତରେ ମଧ୍ଯ ଶିକ୍ଷାଭିଭିକ ତାରତମ୍ୟ ରହିଥିଲା ।

(ii) ଧାର୍ମିକ ଅସମାନତା ତାରତମ୍ୟ ଅତୀତରେ ରହୁଥିଲା ସମସ୍ତ ଜାତିର ଲୋକମାନଙ୍କର ସମାନ ଧାର୍ମିକ ଅଧିକାର ନଥାଏ । ଉଚ୍ଚ ଜାତିର ଲୋକମାନେ ଧାର୍ମିକ ସୁବିଧା ସୁଯୋଗ ଉପଭୋଗ କରିଥାଆନ୍ତି । ନୀଚ ଜାତିର ଲୋକମାନେ, ବିଶେଷକରି ଦଳିତମାନେ ବିଭିନ୍ନ ଧାର୍ମିକ ଅଧିକାରରୁ ବଞ୍ଚିତ ହୋଇଥାଆନ୍ତି । ବ୍ରାହ୍ମଣମାନେ ସର୍ବାଧୁକ ଧାର୍ମିକ ସୁବିଧା ଧାର୍ମିକ ସୁବିଧା ସୁଯୋଗର ଅଧିକାରୀ ଅଟନ୍ତି ।

ବ୍ରାହ୍ମଣମାନେ ଯେଉଁ ଧାର୍ମିକ ସୁବିଧା ସୁଯୋଗ ଲାଭ କରିଥାଆନ୍ତି ଅନ୍ୟ କୌଣସି ଜାତିର ଲୋକମାନେ ସେହି ସୁବିଧା ସୁଯୋଗ ପାଆନ୍ତି ନାହିଁ । ଅସ୍ପୃଶ୍ୟମାନଙ୍କୁ ମନ୍ଦିର, ତୀର୍ଥସ୍ଥାନ ମଧ୍ୟକୁ ପ୍ରବେଶ କରିବାପାଇଁ ଅନୁମତି ଦିଆଯାଉ ନଥିଲା । ଦଳିତମାନେ ମଧ୍ଯ ଧର୍ମଗ୍ରନ୍ଥ ଅଧ୍ୟୟନ କରିପାରୁନଥିଲେ । ସେମାନେ ବିଭିନ୍ନ ଧାର୍ମିକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି ।

(iii) ଅର୍ଥନୈତିକ ଅସମାନତା ବିଭିନ୍ନ ଜାତିର ଲୋକମାନଙ୍କ ମଧ୍ୟରେ ଅର୍ଥନୈତିକ ଅସମାନତା ଦେଖାଯାଏ । ପାରମ୍ପରିକ ଭାରତୀୟ ସମାଜରେ ଉଚ୍ଚ ଜାତିର ଲୋକମାନଙ୍କ ଆର୍ଥିକ ଅବସ୍ଥା ଉତ୍ତମ ଥିବାର ଦେଖିବାକୁ ମିଳେ । ଉଚ୍ଚ ଜାତିର ଲୋକମାନେ ନୀଚ ଜାତିର ଲୋକମାନଙ୍କଠାରୁ ଅଧିକ ଆର୍ଥନୀତିକ ସୁବିଧା ସୁଯୋଗ ଉପଭୋଗ କରନ୍ତି । ଭାରତର ଜମିଦାରମାନେ ସାଧାରଣତଃ ଉଚ୍ଚ ଜାତିର ଥିଲେ । ଏହି ଜମିଦାରମାନେ ଉଚ୍ଚ ଶ୍ରେଣୀର ଥିଲେ ।

ନୀଚ ଜାତିର ଲୋକମାନେ ସ୍ବଚ୍ଛ ଭୂମିର ଅଧିକାରୀ ଥିଲେ । ଦଳିତମାନେ ପାରମ୍ପରିକ ଭାବେ ସମ୍ପତ୍ତି ଅଧିକାରରୁ ବଞ୍ଚିତ ଥିଲେ । ସେମାନଙ୍କର ନିଜସ୍ଵ କୌଣସି ସମ୍ପତ୍ତି ନଥିଲା । ସେମାନେ ମଧ୍ୟ ମୁକ୍ତ ଭାବେ କୌଣସି ବ୍ୟବସାୟ କରିପାରୁ ନଥିଲେ । ଜାତି ବ୍ୟବସ୍ଥାରେ ବୃଦ୍ଧି ବଂଶାନୁକ୍ରମିକ ହୋଇଥିବାରୁ ଦଳିତମାନଙ୍କୁ ଉଚ୍ଚ ଜାତିର ବୃତ୍ତିକୁ ଗ୍ରହଣ କରିବାକୁ ଅନୁମତି ଦିଆଯାଉ ନଥିଲା ।

CHSE Odisha Class 12 Sociology Unit 4 Long Answer Questions in Odia Medium

ସେମାନେ ମଇଳା ଆବର୍ଜନା ସଫା କରିବା, ଶବ ଉଠାଇବା, ଚମଡ଼ା ଓ ଜୋତା ସିଲେଇ ଇତ୍ୟାଦି କାର୍ଯ୍ୟ କରୁଥିବାରୁ ସେମାନଙ୍କ ଆୟ ଖୁବ୍ କମ୍ ଥିଲା । ଫଳରେ ସେମାନେ ପୁରୁଷାନୁକ୍ରମେ ଦରିଦ୍ର ଅଟନ୍ତି । ସେମାନଙ୍କର ଜୀବନ ଧାରଣ ମାନ ନିମ୍ନ ଧରଣର ।

ଜାତି ବୈଷମ୍ୟ ଭାରତୀୟ ସମାଜର ସାମାଜିକ ସ୍ତରୀକରଣର ତାରତମ୍ୟକୁ ଦୃଢ଼ କରିଥାଏ ।

୨୦ । ଶ୍ରେଣୀରେ ସାମାଜିକ ଅସମାନତାକୁ ଲେଖ ।
Answer:
ଆଧୁନିକ ଭାରତର ଶ୍ରେଣୀ ହେଉଛି ସାମାଜିକ ଅସମାନତାର ଅନ୍ୟ ଏକ ଆଧାର । ବିଶ୍ବର ବିଭିନ୍ନ ସମାଜରେ ଉଚ୍ଚ, ମଧ୍ୟବିତ୍ତ ଓ ନିମ୍ନ ଶ୍ରେଣୀ ଇତ୍ୟାଦି ଶ୍ରେଣୀ ରହିଥାଏ । ବିଭିନ୍ନ ଶ୍ରେଣୀ ମଧ୍ଯରେ ସାମାଜିକ ଅସମାନତା ଦେଖାଯାଏ । ସାମାଜିକ ଅସମାନତା ଆୟ ଓ ସମ୍ପତ୍ତି, ଶିକ୍ଷା, ଅଧିକାର ଓ ସୁଯୋଗ ସଂସ୍କୃତି, ସାଧନ ଇତ୍ୟାଦି ଅସମାନ ବଣ୍ଟନ ରୂପେ ପ୍ରତିଫଳିତ ହୋଇଥାଏ ।

ଉପରୋକ୍ତ ଅସମାନତା ଯୋଗୁଁ ବିଭିନ୍ନ ଶ୍ରେଣୀ ମଧ୍ଯରେ ଜୀବନଶୈଳୀ ଓ ବଞ୍ଚିବାର ସମ୍ଭାବନାରେ ପ୍ରଭେଦ ଦେଖାଯାଏ ଓ ଗୋଟିଏ ଶ୍ରେଣୀ ଅନ୍ୟ ଗୋଟିଏ ଶ୍ରେଣୀଠାରୁ ତଫାତ୍ ଅଟେ । ପ୍ରତ୍ୟେକ ଶ୍ରେଣୀ ହେଉଛି ଏକ ସମୂହ ଏବଂ ସମୂହଗୁଡ଼ିକ ମଧ୍ୟରେ କ୍ଷମତା, ସମ୍ପଦ ଓ ସମ୍ମାନ ଅସମାନଭାବେ ବଣ୍ଟନ ହୋଇଥାଏ । ଉଚ୍ଚ ଶ୍ରେଣୀ ଯେଉଁ କ୍ଷମତାର ଅଧିକାରୀ ହୋଇଥାଆନ୍ତି ନିମ୍ନ ଶ୍ରେଣୀ ସେହି କ୍ଷମତାର ଅଧିକାରୀ ହୋଇପାରନ୍ତି ନାହିଁ ।

ଏକ ସାମାଜିକ ଶ୍ରେଣୀର ସଦସ୍ୟମାନଙ୍କର ସମାନ ସାମାଜିକ ପ୍ରସ୍ଥିତି ଥାଏ । ଏକ ସାମାଜିକ ଶ୍ରେଣୀ ପ୍ରସ୍ଥିତିଦ୍ଵାରା ଅନ୍ୟ ଏକ ଶ୍ରେଣୀଠାରୁ ପୃଥକ୍ ହୋଇଥାଏ । ବିଭିନ୍ନ ଶ୍ରେଣୀର ସଦସ୍ୟମାନଙ୍କ ମଧ୍ୟରେ ପ୍ରସ୍ଥିତି, ସମ୍ପତ୍ତି, କ୍ଷମତା, ସୁବିଧା ସୁଯୋଗ, ଜୀବନଶୈଳୀ ଓ ସଂସ୍କୃତି ମଧ୍ୟରେ ଅସମାନତା ଦେଖାଯାଏ । ଉଚ୍ଚ ଶ୍ରେଣୀର ବ୍ୟକ୍ତିମାନେ ପର୍ଯ୍ୟାପ୍ତ ସମ୍ପତ୍ତି ଓ କ୍ଷମତାର ଅଧିକାରୀ ଅଟନ୍ତି । ସେମାନଙ୍କର ଜୀବନ ଶୈଳୀ ଓ ଜୀବନ ଧାରଣର ମାନ ଉନ୍ନତ ଅଟେ ।

ସେମାନେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଭୋଗ କରନ୍ତି । ସେମାନେ ରାଜନୈତିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାକୁ ସକ୍ଷମ । ପୁଞ୍ଜିପତି, ବଡ଼ ବଡ଼ ବ୍ୟବସାୟୀ, ଭୂମି ମାଲିକ, ଶିଳ୍ପପତି ଉଚ୍ଚ ଶ୍ରେଣୀର ଅନ୍ତର୍ଭୁକ୍ତ । ନିମ୍ନ ଓ ମଧ୍ୟବିତ୍ତ ଶ୍ରେଣୀଗୁଡ଼ିକର ଜୀବନ ଧାରଣ ମାନ ଉଚ୍ଚ ଶ୍ରେଣୀଠାରୁ ନିମ୍ନ ଧରଣର ହୋଇଥାଏ ।

ମାର୍କ୍ସବାଦ ଅନୁସାରେ ମାନବ ସମାଜ ବିଭିନ୍ନ ଶ୍ରେଣୀରେ ବିଭକ୍ତ ହୋଇଥାଏ । ଆର୍ଥିକ ଆଧାରରେ ଏହି ଶ୍ରେଣୀଗୁଡ଼ିକ ଉତ୍ପନ୍ନ ହୋଇଛି । ପ୍ରାଧାନ୍ୟ ବିସ୍ତାର କରିବା, ବଳ ପ୍ରୟୋଗ କରିବା ଏବଂ ଶୋଷଣ ଇତ୍ୟାଦି ଯୋଗୁ ସମାଜରେ ଅସମାନତା ଦେଖାଯାଏ । ମାର୍କଙ୍କ ମତରେ ଉତ୍ପାଦନ ମାଧ୍ୟମ ଉପରେ ମାଲିକାନା ଅଧିକାର ଅଛି କି ନାହିଁ, ଏହି ଆଧାରରେ ଶ୍ରେଣୀଗୁଡ଼ିକର ସୃଷ୍ଟି ହୋଇଥାଏ ।

ତାଙ୍କ ମତରେ ଦାସତ୍ଵ ଯୁଗରେ ଦୁଇଟି ଶ୍ରେଣୀ ଥିଲା; ଯଥା – ଦାସ-ସ୍ବାମୀ (Slave-Owner) ଏବଂ ଦାସ (Slaves) । ଦାସମାନଙ୍କର କୌଣସି ଅସ୍ଵୀକାର ନଥାଏ । ସେମାନଙ୍କ ସ୍ଵାମୀ ନିଜ ଇଚ୍ଛା ଅନୁସାରେ ଦାସମାନଙ୍କୁ କ୍ରୟବିକ୍ରୟ କରିପାରୁଥିଲେ । ମାର୍କଙ୍କ ଅନୁସାରେ ସାମନ୍ତବାଦୀ ଯୁଗରେ ଦୁଇଟି ଶ୍ରେଣୀ; ଯଥା – ଜମିଦାର ଓ ଅର୍ଥ-ଦାସ କୃଷକ ଥିଲେ । ଅର୍ଥ-ଦାସମାନଙ୍କର ନିଜର ଭୂମି ନଥିଲା ।

ଏମାନେ ଭୂମିମାଲିକମାନଙ୍କୁ ଦେୟ ପ୍ରଦାନ କରି ଜମିଦାର ବା ଭୂମିମାଲିକଙ୍କ ଜମି ଚାଷ କରୁଥିଲେ । ଜମିଦାରମାନେ ଅର୍ଥ-ଦାସ କୃଷକମାନଙ୍କୁ ଶୋଷଣ କରୁଥିଲେ । ସେହିପରି ଆଧୁନିକ ଔଦ୍ୟୋଗିକ ସମାଜରେ ଦୁଇଟି ଶ୍ରେଣୀ ଦେଖାଯାଏ ବୋଲି ମାର୍କ କହିଥିଲେ । ସେଗୁଡ଼ିକ ହେଲା ପୁଞ୍ଜିପତି ଓ ଶ୍ରମିକ ବା ସର୍ବହରା ଶ୍ରେଣୀ ।

ପୁଞ୍ଜିପତିମାନେ ଉତ୍ପାଦନ ମାଧ୍ୟମର ଅଧିକାରୀ ଅଟନ୍ତି । ଯେଉଁମାନଙ୍କର ଉତ୍ପାଦନର ମାଧ୍ୟମ ନାହିଁ, ସେମାନେ ହେଉଛନ୍ତି ଶ୍ରମିକ । ମାର୍କଙ୍କ ମତରେ ପୁଞ୍ଜିପତିମାନେ ଶ୍ରମିକମାନଙ୍କୁ ଶୋଷଣ କରନ୍ତି ।

ପାରମ୍ପରିକ ଭାରତୀୟ ସମାଜରେ ଅସମାନତା ଜାତି ଆଧାରିତ ଥିଲା । ଜାତି ଆଧାରରେ ଭାରତୀୟ ସମାଜ ବିଭାଜିତ ହୋଇଥିଲା । ବିଭିନ୍ନ ଜାତି ମଧ୍ୟରେ ଅସମାନତା ରହିଥିଲା । ଇଂରେଜମାନେ ଭାରତରେ ଶାସନ ପ୍ରତିଷ୍ଠା କରିବା ପୂର୍ବରୁ ଭାରତରେ ଶ୍ରେଣୀଗୁଡ଼ିକ ସୃଷ୍ଟି ହେଲା । ବ୍ରିଟିଶ୍ ସରକାର ଭୂରାଜସ୍ୱ ଆଦାୟ ନିମନ୍ତେ ଜମିଦାରମାନଙ୍କୁ ନିଯୁକ୍ତ କଲେ । ପରବର୍ତ୍ତୀ ସମୟରେ ଗଠନ ପ୍ରକ୍ରିୟାର ଅଭ୍ୟୁଦୟ ହେଲା ।

ଇଂରେଜ ଶାସନ ସମୟରେ କୃଷିରେ ପରିବର୍ତ୍ତନ ଫଳରେ ଗ୍ରାମୀଣ ଭାରତରେ ନୂତନ ଶ୍ରେଣୀଗୁଡ଼ିକର ଉତ୍ଥାନ ହେଲା । ଭୂସମ୍ପତ୍ତି ଉପରେ ଘରୋଇ ମାଲିକାନା ଓ ଅଧିକାର ପ୍ରବର୍ତ୍ତନ ଫଳରେ ଜମିଦାର, ସ୍ଵତ୍ୱାଧିକାରୀ କୃଷକ ଓ ଭୂମିହୀନ ଶ୍ରମିକ ଭଳି ଶ୍ରେଣୀଗୁଡ଼ିକ ସୃଷ୍ଟି ହେଲା । ବ୍ରିଟିଶ୍ ସରକାର ଭୂରାଜସ୍ୱ ଆଦାୟ ନିମନ୍ତେ ଜମିଦାରମାନଙ୍କୁ ନିଯୁକ୍ତ କଲେ ।

ପରବର୍ତ୍ତୀ ସମୟରେ ଜମିଦାରମାନେ ବିପୁଳ ଭୂସମ୍ପଭିର ମାଲିକ ହୋଇଗଲେ ଯେଉଁମାନେ ଉଚ୍ଚ ଶ୍ରେଣୀର ଅନ୍ତର୍ଭୁକ୍ତ ହେଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜମିଦାରମାନେ କେବଳ ଉଚ୍ଚ ଜାତିର ଥିଲେ । ତେଣୁ ଭାରତୀୟ ସମାଜରେ ଜାତି ଓ ଶ୍ରେଣୀ ମଧ୍ୟରେ ସମ୍ପର୍କ ରହିଛି । ଉଚ୍ଚ ଜାତିର ବ୍ୟକ୍ତିମାନେ ଜମିଦାର ଥିଲେ ଓ ଜମିଦାରୀ ପ୍ରଥା ଉଚ୍ଛେଦ ପରେ ସେମାନେ ବହୁ ସମ୍ପତ୍ତିର ମାଲିକ ହୋଇ ରହିଗଲେ ।

ଜାତିର ବ୍ୟକ୍ତିମାନେ ଜମିଦାର ଥିଲେ ଓ ଜମିଦାରୀ ପ୍ରଥା ଉଚ୍ଛେଦ ପରେ ସେମାନେ ବହୁ ସମ୍ପତ୍ତିର ମାଲିକ ହୋଇ ରହିଗଲେ । ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି । ଗ୍ରାମୀଣ ଭାରତରେ ଦେଖାଯାଉଥିବା ଶ୍ରେଣୀଗୁଡ଼ିକ ହେଲା ଧନୀ କୃଷକ, ମଧ୍ୟବିତ୍ତ କୃଷକ, ଦରିଦ୍ର କୃଷକ ଓ ଭୂମିହୀନ ଶ୍ରମିକ ଇତ୍ୟାଦି । ଭାରତରେ ଧନୀ କୃଷକମାନେ ପୁଞ୍ଜିବାଦୀ କୃଷକ ଭାବରେ ପରିଚିତ । ଭାରତରେ ଏକ ଦୃଢ଼ ପୁଞ୍ଜିବାଦୀ କୃଷକ ସମୂହର ଅଭ୍ୟୁଦୟ ହୋଇଛି ।

ଉପରୋକ୍ତ ଗ୍ରାମୀଣ ଶ୍ରେଣୀଗୁଡ଼ିକ ମଧ୍ୟରେ ସାମାଜିକ ଅସମାନତା ଦେଖାଯାଏ । ଦରିଦ୍ର କୃଷକମାନଙ୍କର ସ୍ଵଳ୍ପ ଜମି ରହିଥାଏ । ଏମାନେ ଆଂଶିକ ଭାବରେ ଶ୍ରମିକ ହିସାବରେ କାର୍ଯ୍ୟ କରନ୍ତି ।

ଗ୍ରାମୀଣ ଶ୍ରେଣୀ ବ୍ୟତୀତ ଭାରତରେ ସହରୀ ଶ୍ରେଣୀଗୁଡ଼ିକର ଅଭ୍ୟୁଦୟ ହୋଇଛି । ସହର ଓ ନଗରଗୁଡ଼ିକରେ ସାମାଜିକ ଶ୍ରେଣୀ ମୁଖ୍ୟତଃ (୧) ପୁଞ୍ଜିପତି ବାଣିଜ୍ୟିକ ଓ ଔଦ୍ୟୋଗିକ ଶ୍ରେଣୀ, (୨) ବୃତ୍ତିଗତ ଶ୍ରେଣୀ, (୩) କ୍ଷୁଦ୍ର ବ୍ୟବସାୟୀ ଓ ଦୋକାନୀ ଏବଂ (୪) ଶ୍ରମିକ ଶ୍ରେଣୀକୁ ନେଇ ଗଠିତ । ସ୍ଵାଧୀନତା ପରେ ଭାରତରେ ଶିଳ୍ପପତିମାନଙ୍କଦ୍ୱାରା ପ୍ରତିଷ୍ଠିତ ଓ ନିୟନ୍ତ୍ରିତ ଉଦ୍ୟୋଗଗୁଡ଼ିକର ସଂଖ୍ୟା ଉଲ୍ଲେଖଯୋଗ୍ୟ ଭାବରେ ବୃଦ୍ଧି ପାଇଛି ।

ଫଳରେ ଟାଟା, ବିରଳା, ଅମ୍ବାନୀ, ଡାଲମିଆ ଭଳି ଶିଳ୍ପପତିମାନଙ୍କ ହାତରେ ସମ୍ପତ୍ତି ସାଧନ ଓ ଆୟ ପନ୍ଥା ବହୁତ ପରିମାଣରେ ଠୁଳ ହୋଇ ରହିଛି ।

ସ୍ଵାଧୀନତା ପରେ ଦ୍ରୁତ ଔଦ୍ୟୋଗୀକରଣ ଓ ସହରୀକରଣ ଫଳରେ କଳକାରଖାନା, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନ ଇତ୍ୟାଦି ସେବା କ୍ଷେତ୍ରରେ ବିପୁଳ ସୁଯୋଗ ସୃଷ୍ଟି ହେଲା । ଫଳରେ ପରିଚାଳନା ନିର୍ବାହୀ, ଡାକ୍ତର, ଯନ୍ତ୍ରୀ, ଓକିଲ, ଶିକ୍ଷକ ସାମ୍ବାଦିକମାନଙ୍କର ସଂଖ୍ୟା ଉଲ୍ଲେଖଯୋଗ୍ୟ ଭାବରେ ବୃଦ୍ଧି ପାଇଲା ।

ଏମାନେ ବୃତ୍ତିଗତ ଶ୍ରେଣୀର ଅନ୍ତର୍ଭୁକ୍ତ । ଆଧୁନିକ ସହର ଓ ନଗରଗୁଡ଼ିକର ବୃଦ୍ଧି ଫଳରେ କ୍ଷୁଦ୍ର ବ୍ୟବସାୟୀ, ଦୋକାନ ଓ ଅସଙ୍ଗଠିତ ଶ୍ରମିକମାନଙ୍କୁ ନେଇ ଶ୍ରେଣୀଗୁଡ଼ିକର ବିକାଶ ଘଟିଛି । ଇଂରେଜ ଶାସନ ସମୟରେ ଶ୍ରମିକ ଶ୍ରେଣୀର ଅଭ୍ୟୁଦୟ ହୋଇଥିଲା । ସ୍ଵାଧୀନତା ପରେ ଏହି ଶ୍ରେଣୀର ଅଭିବୃଦ୍ଧି ବିଶେଷ ଭାବରେ ହୋଇଛି ।

ଘଟିଛି । ଇଂରେଜ ଶାସନ ସମୟରେ ଶ୍ରମିକ ଶ୍ରେଣୀର ଅଭ୍ୟୁଦୟ ହୋଇଥିଲା । ସ୍ଵାଧୀନତା ପରେ ଏହି ଶ୍ରେଣୀର ଅଭିବୃଦ୍ଧି ବିଶେଷ ଭାବରେ ହୋଇଛି ।

ବର୍ତ୍ତମାନ ଭାରତରେ ଉଭୟ ଗ୍ରାମୀଣ ଓ ସହରୀ ଶ୍ରେଣୀ ସଂରଚନା ରହିଛି । ଜାତି ଆଧାରିତ ଅସମାନତା କ୍ରମଶଃ ଦୁର୍ବଳ ହୋଇଯାଉଛି । ଭାରତୀୟ ସମାଜରେ ଜାତି ପରିବର୍ତ୍ତେ ଶ୍ରେଣୀ ଆଧାରିତ ସାମାଜିକ ଅସମାନତା ଅତ୍ମକ ଦୃଢ଼ ହେବାରେ ଲାଗିଛି ।

CHSE Odisha Class 12 Sociology Unit 4 Long Answer Questions in Odia Medium

୨୧ । ସାମାଜିକ ବହିଷ୍କରଣ କ’ଣ ? ଏହାର ପ୍ରାନ୍ତୀୟ ଶ୍ରେଣୀ ସହ ସମ୍ପର୍କକୁ ଲେଖ ?
Answer:
ସାମାଜିକ ବହିଷ୍କରଣ ହେଉଛି ଅସନ୍ତୁଳନ ଭେଦଭାବର ଏକ ରୂପ । ଯେତେବେଳେ ଲୋକମାନେ କୌଣସି ଏକ ଶ୍ରେଣୀ କିମ୍ବା ସମୂହରେ ଅନ୍ତର୍ଭୁକ୍ତ ହୋଇଥିବା ଯୋଗୁଁ ସେମାନେ ସମୁଦାୟର ଆର୍ଥନୀତିକ, ସାମାଜିକ ଓ ରାଜନୈତିକ ଜୀବନରେ ଅଂଶଗ୍ରହଣ କରିବାରୁ ବଞ୍ଚତ ହୁଅନ୍ତି, ସେତେବେଳେ ତାହାକୁ ବହିଷ୍କରଣ ଦେଖାଯାଏ ।

ସାମାଜିକ ବହିଷ୍କରଣ ହେଉଛି ଏକ ପ୍ରକ୍ରିୟା ଯେଉଁଥରେ ବ୍ୟକ୍ତି କିମ୍ବା ଲୋକମାନଙ୍କୁ ବିଭିନ୍ନ ସମୂହ ନିମନ୍ତେ ଉପଲବ୍ଧ ଅଧିକାର ଓ ସୁବିଧା ସୁଯୋଗରୁ ସୁବ୍ୟବସ୍ଥିତଭାବେ ବଞ୍ଚତ କରାଯାଏ । ଜାତି, ଲିଙ୍ଗ, ଶ୍ରେଣୀ ଓ ପ୍ରଜାତି ଇତ୍ୟାଦି ଆଧାରରେ ବ୍ୟକ୍ତି କିମ୍ବା ଲୋକମାନଙ୍କୁ ବିଭିନ୍ନ ସମୂହ ନିମନ୍ତେ ଉପଲବ୍ଧ ଅଧିକାର ଓ ସୁବିଧା ସୁଯୋଗରୁ ବଞ୍ଚିତ କରାଯାଏ ।

ଏହା ସ୍ବଭାବିକ ଯେ ପ୍ରତ୍ୟେକ ବ୍ୟକ୍ତି କିମ୍ବା ସମୂହ ସେ ବାସ କରୁଥିବା ସମାଜର ଅର୍ଥନୈତିକ ସାମାଜିକ ଏବଂ ରାଜନୈତିକ ଜୀବନରେ ସମ୍ପୂର୍ଣ୍ଣ ରୂପେ ଅଂଶଗ୍ରହଣ କରିବା କଥା । ମାତ୍ର ସାମାଜିକ ବହିଷ୍କରଣ ଫଳରେ କେତେକ ବ୍ୟକ୍ତି କିମ୍ବା ସମୂହକୁ ସମାଜର ସାମାଜିକ, ରାଜନୈତିକ ଓ ଅର୍ଥନୀତିକ, ଜୀବନରେ ଅଂଶଗ୍ରହଣ କରିବାକୁ ଦିଆଯାଏ ନାହିଁ ।

ସମାଜରେ ଉପଲବ୍ଧ ସୁବିଧାସୁଯୋଗ ଓ ଅଧିକାରରୁ ବ୍ୟକ୍ତି କିମ୍ବା ସମୂହ ବଞ୍ଚିତ ହେବାର ପ୍ରକ୍ରିୟାକୁ ସାମାଜିକ ବହିସ୍କରଣ କୁହାଯାଏ । ବେଳେବେଳେ ବହିଷ୍କରଣ ଇଚ୍ଛାକୃତ ଅଟେ । ଅର୍ଥାତ୍ ଇଚ୍ଛାକୃତ ଭାବରେ କିଛି ବ୍ୟକ୍ତି କିମ୍ବା ସମୂହର ବହିଷ୍କରଣ କରାଯାଏ । ବେଳେବେଳେ ସାମାଜିକ ବହିଷ୍କରଣ ଉଦ୍ଦେଶ୍ୟମୂଳକ ଭାବେ କରାଯାଇନଥାଏ । ପ୍ରତିମାନ ଓ ମୂଲ୍ୟବୋଧକୁ ପାଳନ କରିବା ଯୋଗୁଁ ସାମାଜିକ ବହିଷ୍କରଣ ଦେଖାଯାଇଥାଏ । ତେବେ ସାମାଜିକ ବହିଷ୍କରଣ ପ୍ରକ୍ରିୟାରେ ବହିଷ୍କୃତ ବ୍ୟକ୍ତିର ସମ୍ମତି ନଥାଏ ।

ସମାଜ ଭିତରେ ଲୋକମାନଙ୍କର କେତେକ ନିର୍ଦ୍ଦିଷ୍ଟ ସମୂହକୁ ଗୁରୁତ୍ୱହୀନ ବୋଲି ଅନୁଭବ କରାଇବା କାର୍ଯ୍ୟ ହେଉଛି ସାମାଜିକ ବହିଷ୍କରଣ । ସାମାଜିକ ବହିଷ୍କରଣ ହେଉଛି ଏକ ପରିସ୍ଥିତି ଯେଉଁଥରେ କେତେକ ବ୍ୟକ୍ତି କିମ୍ବା ସମୂହ ସମାଜର ଅଂଶ ବୋଲି ଅନୁଭବ କରନ୍ତି ନାହିଁ ।

ସାମାଜିକ ବହିଷ୍କରଣର କେତେକ ସଂଜ୍ଞାକୁ ନିମ୍ନରେ ଉଲ୍ଲେଖ କରାଗଲା ।

ବାର୍ଣ୍ଣେସ୍‌ଙ୍କ ମତ ଅନୁସାରେ, ‘ବହିଷ୍କରଣ ଏକ ବହୁଦିଗସମ୍ବଳିତ ଓ ଗତିଶୀଳ ପ୍ରକ୍ରିୟା ଅଟେ, ଯେଉଁଥିରେ ସାମାଜିକ ସଂହତି ନିର୍ଦ୍ଧାରଣ କରୁଥିବା ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ବ୍ୟବସ୍ଥାରୁ ବ୍ୟକ୍ତି ସମ୍ପୂର୍ଣ୍ଣ କିମ୍ବା ଆଂଶିକ ରୂପେ ବିଚ୍ଛିନ୍ନ ହୋଇଥାଏ ।’’

ଜନ୍.ଏଚ୍.ପିୟରସନ୍‌ଙ୍କ ମତରେ, ‘‘ସାମାଜିକ ବହିଷ୍କରଣ ହେଉଛି ଏକ ପ୍ରକ୍ରିୟା ଯେଉଁଥରେ ସମାଜର ସାମାଜିକ, ଆର୍ଥନୀତିକ ଓ ରାଜନୈତିକ କାର୍ଯ୍ୟକଳାପ ନିମନ୍ତେ ଆବଶ୍ୟକ ସାଧନରୁ ବ୍ୟକ୍ତି, ପରିବାର, ସମୂହ ଏବଂ ପଡ଼ୋଶୀ ବଞ୍ଚତ

ସାମାଜିକ ବହିଷ୍କରଣଦ୍ୱାରା ବ୍ୟକ୍ତି କିମ୍ବା ସମୂହର ପ୍ରସ୍ଥିତି ଉପରେ ପ୍ରଭାବ ପଡ଼େ । ଏହି ସାମାଜିକ ବହିଷ୍କରଣ ବିଭିନ୍ନ ମାତ୍ରାରେ ଘଟିଥାଏ । ଉଦାହରଣସ୍ୱରୂପ, ଜଣେ ବ୍ୟକ୍ତିକୁ ସମ୍ପୂର୍ଣ୍ଣରୂପେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ କରାଯାଇଥାଏ । ଅନ୍ୟ ପକ୍ଷରେ ବହିଷ୍କରଣ କିଛି ମାତ୍ରାରେ ଘଟିଥାଏ । କେତେକ ବ୍ୟକ୍ତି କିମ୍ବା ସମୂହକୁ ସୀମିତ ମାତ୍ରାରେ ବହିଷ୍କରଣର ସମ୍ମୁଖୀନ ହେବାକୁ ପଡ଼େ ।

ସେମାନଙ୍କୁ ଭିନ୍ନ ଧରଣର ବ୍ୟବହାର ପ୍ରଦର୍ଶନ କରାଯାଏ । ଦ୍ରବ୍ୟ ଓ ସେବା ପାଇବାକୁ ହେଲେ ସେମାନଙ୍କୁ ଭିନ୍ନ ଦରରେ ମୂଲ୍ୟ ଦେବାକୁ ପଡ଼େ ।

ଏକ ଅବଧାରଣା ଭାବରେ ସାମାଜିକ ବହିଷ୍କରଣର ତିନୋଟି ବୈଶିଷ୍ଟ୍ୟ ରହିଛି । ସେଗୁଡ଼ିକୁ ନିମ୍ନରେ ବର୍ଣ୍ଣନା କରାଗଲା ।
(କ) ସାମଜିକ ବହିଷ୍କରଣ ମୂଲ୍ୟବୋଧ ଓ ପ୍ରତିମାନ ସହିତ ସମ୍ବନ୍ଧିତ ସାଂସ୍କୃତିକ ଭାବେ ପରିଭାଷିତ ବର୍ଗଗୁଡ଼ିକୁ ଦର୍ଶାଇଥାଏ । ଏହି ପ୍ରତିମାନ ଓ ମୂଲ୍ୟବୋଧ ସାମାଜିକ ଅନ୍ତଃକ୍ରିୟାକୁ ନିର୍ଦ୍ଦିଷ୍ଟ ଆକାର ପ୍ରଦାନ କରିଥାଏ ।
(ଖ) ଏହା ସାମାଜିକ ସମ୍ପର୍କରେ ସନ୍ନିବିଷ୍ଟ ହୋଇଥାଏ ।
(ଗ) ଏହା ଲୋକମାନଙ୍କର ଅଧିକାର ଓ ଯୋଗ୍ୟତାକୁ ପ୍ରଭାବିତ କରେ ଏବଂ ସାର୍ବଜନୀନଭାବେ ସ୍ୱୀକୃତ ଜୀବନଧାରଣ ମାନ ବଜାୟ ରଖୁବା ନିମନ୍ତେ ଆବଶ୍ୟକ ସୁବିଧା ସୁଯୋଗରୁ ବଞ୍ଚିତ କରେ ।

ସାମାଜିକ ବହିଷ୍କରଣ ପ୍ରକ୍ରିୟା ଦ୍ୱାରା ବ୍ୟକ୍ତି କିମ୍ବା ସମୂହ ଅଧିକାରରୁ ବଞ୍ଚିତ ହୁଏ । ବ୍ୟକ୍ତିକୁ ଉପଲବ୍ଧ ସାମାଜିକ ସେବା, ଦ୍ରବ୍ୟ, ଶିକ୍ଷା, ବୃତ୍ତି ଓ ସ୍ୱାସ୍ଥ୍ୟ ସେବା ଇତ୍ୟାଦିରୁ ସାମାଜିକ ଭାବେ ବାଛନ୍ଦ କରାଯାଇଥାଏ ।

ପ୍ରାନ୍ତୀୟ ଶ୍ରେଣୀ – ସାମାଜିକ ବହିଷ୍କରଣ ଓ ପ୍ରାନ୍ତୀୟକରଣ ଅବଧାରଣାକୁ ଅଦଳବଦଳ କରି ବ୍ୟବହାର କରାଯାଉଥିଲେ ମଧ୍ୟ ଦୁଇଟି ଅବଧାରଣା ମଧ୍ଯରେ ସାମାନ୍ୟ ପ୍ରଭେଦ ରହିଛି । ପ୍ରାନ୍ତୀୟକରଣ ହେଉଛି କେତେକ ପ୍ରକ୍ରିୟା ଯେଉଁଥିରେ କେତେକ ବ୍ୟକ୍ତି ପ୍ରଭାବଶାଳୀ ସାମାଜିକ, ରାଜନୈତିକ ଏବଂ ଆର୍ଥନୀତିକ ଅନୁଷ୍ଠାନଗୁଡ଼ିକ ସହିତ ଅନ୍ତଃକ୍ରିୟା ସମ୍ପାଦନ କରିବାରେ ସୁବ୍ୟବସ୍ଥିତ ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତି ।

ବହିଷ୍କରଣ ପ୍ରାନ୍ତୀୟକରଣ ସହିତ ସମାନ ନୁହେଁ । ବହିଷ୍କରଣ ପ୍ରାନ୍ତୀୟକରଣର ଫଳାଫଳକୁ ବର୍ଣ୍ଣନା କରିଥାଏ । ଏହାର ଉଦାହରଣ ହେଉଛି ରାଜନୈତିକ ନିମ୍ନ-ପ୍ରତିନିଧୂ ଓ ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ସେବାରୁ ବଞ୍ଚିତ ହେବା ଇତ୍ୟାଦି । ଶ୍ରେଣୀ, ଜାତି, ପ୍ରଜାତି, ଲିଙ୍ଗ ଓ ବୟସ ଇତ୍ୟାଦିରୁ ଅସୁବିଧା ସୃଷ୍ଟି ହୁଏ । ଯେଉଁ ଲୋକମାନେ ସମାଜଦ୍ୱାରା ପ୍ରାନ୍ତସ୍ଥିତ ହୋଇଥାଆନ୍ତି ସେମାନେ ଏକ ପ୍ରାନ୍ତସ୍ଥିତ ଶ୍ରେଣୀ ବା ସମୂହ କିମ୍ବା ସମୁଦାୟ ଗଠନ କରିଥାଆନ୍ତି ।

ସେହି ସମୂହଗୁଡ଼ିକୁ ସୁବିଧାସୁଯୋଗ ଓ କ୍ଷମତାରୁ ବଞ୍ଚିତ ହୋଇଥାଏ । ପ୍ରାନ୍ତସ୍ଥିତ ସମୂହଗୁଡ଼ିକ ପ୍ରଭାବଶାଳୀ ସମାଜଦ୍ୱାରା ଚିହ୍ନିତ ହୋଇଥାଏ ଏବଂ ପ୍ରାନ୍ତୀୟକରଣ ବିଶ୍ବର ବିଭିନ୍ନ ସମାଜରେ ଦେଖାଯାଏ । ଅବଶ୍ୟ ଏହାର ରୂପ ଗୋଟିଏ ସମାଜରୁ ଆଉ ଗୋଟିଏ ସମାଜରେ ଭିନ୍ନ ଅଟେ । ପ୍ରାନ୍ତୀୟକରଣ ସମାଜର ବିକାଶ ସ୍ତର ସହିତ ସମ୍ବନ୍ଧିତ ଅଟେ । ଉଦାହରଣ ସ୍ୱରୂପ, ତୃତୀୟ ବିଶ୍ବରେ ଅଧ୍ବକ ପ୍ରାନ୍ତସ୍ଥିତ ସମୂହ ଦେଖାଯାଏ ।

ସେହିପରି ବିକଶିତ ଦେଶଗୁଡ଼ିକରେ କମ୍ ପ୍ରାନ୍ତସ୍ଥିତ ସମୂହ ଦେଖାଯାଏ । ଭାରତୀୟ ସମାଜରେ ଦଳିତ, ମହିଳା, ଜନଜାତି ଇତ୍ୟାଦି ପ୍ରାନ୍ତସ୍ଥିତ ସମୂହର ଅନ୍ତର୍ଭୁକ୍ତ ।

୨୨ । ଅନୁସୂଚିତ ଜାତି କିଏ ? ସେମାନଙ୍କର ଅବସ୍ଥିତିକୁ ଲେଖ ।
Answer:
ଜାତିଭିଭିକ ହିନ୍ଦ ସାମାଜିକ ସଙ୍ଗଠନର ଉଚ୍ଚନୀଚ କମର ସର୍ବନିମ୍ନରେ ଥିବା ଅସ୍ପୃଶ୍ୟମାନେ ଅନୁସୂଚିତ ଜାତିର ଅନ୍ତର୍ଭୁକ୍ତ । ୨୦୧୧ ମସିହା ଜନଗଣନା ଅନୁସାରେ ଭାରତୀୟ ମୋଟ ଜନସଂଖ୍ୟାର ୧୬.୬ ପ୍ରତିଶତ ହେଉଛନ୍ତି ଅନୁସୂଚିତ ଜାତି । ଓଡ଼ିଶାରେ ମୋଟ ଜନସଂଖ୍ୟାର ଶତକଡ଼ା ୧୭.୧ ପ୍ରତିଶତ ଅନୁସୂଚିତ ଜାତିର ଲୋକମାନେ ବାସ କରନ୍ତି । ଏମାନଙ୍କୁ ବିଭିନ୍ନ ନାମରେ ନାମିତ କରାଯାଇଛି । ବୈଦିକ ଯୁଗରେ ଏମାନଙ୍କୁ ଶୂଦ୍ର, ପଞ୍ଚମ ଏବଂ ଅସ୍ପୃଶ୍ୟ ବୋଲି କୁହାଯାଉଥିଲା ।

୧୯୩୧ରେ ଜେ.ଏଚ୍.ହଟନ୍ ସେମାନଙ୍କୁ ବାହ୍ୟ-ଜାତି ବୋଲି କହିଥିଲେ । ଆମ୍ବେଦକର ସେମାନଙ୍କୁ ଦଳିତ ଜାତି ଭାବରେ ନାମିତ କରିଥିଲେ । ମହାତ୍ମା ଗାନ୍ଧି ସେମାନଙ୍କୁ ହରିଜନ ବୋଲି କହିଥିଲେ । ହରିଜନର ଅର୍ଥ ହେଉଛି ହରି ବା ଭଗବାନଙ୍କର ସନ୍ତାନ । ୧୯୩୫ ମସିହାରେ ଅସ୍ପୃଶ୍ୟମାନଙ୍କୁ ଅନୁସୂଚିତ ଜାତି ଭାବରେ ନାମିତ କରାଗଲା । ସ୍ଵାଧୀନତା ପରେ ଆମର ସମ୍ବିଧାନ ନିର୍ମାତାମାନେ ଅସ୍ପୃଶ୍ୟମାନଙ୍କ ନିମନ୍ତେ ତଫସିଲଭୁକ୍ତ ବା ଅନୁସୂଚିତ ଜାତି ଶବ୍ଦ ବ୍ୟବହାର କଲେ ।

CHSE Odisha Class 12 Sociology Unit 4 Long Answer Questions in Odia Medium

ସେହି ଅନୁସାରେ ତଫସିଲଭୁକ୍ତ ଜାତି ଅସ୍ପୃଶ୍ୟମାନଙ୍କୁ ଅନ୍ତର୍ଭୁକ୍ତ କରିଥାଏ । ପାରମ୍ପରିକ ସମାଜରେ ଅସ୍ପୃଶ୍ୟ ବା ହରିଜନମାନଙ୍କୁ ସର୍ବନିମ୍ନ ସ୍ଥାନ ଦିଆଯାଏ । ତଫସିଲଭୁକ୍ତ ଜାତି ବା ଅସ୍ପୃଶ୍ୟମାନେ ବିଭିନ୍ନ ପ୍ରକାର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସମସ୍ୟାର ସମ୍ମୁଖୀନ ହୋଇଥା’ନ୍ତି । ଡି.ଏନ୍. ମଜୁମଦାରଙ୍କ ମତରେ ସେହିମାନେ ହେଉଛନ୍ତି ଅସ୍ପୃଶ୍ୟ ଯେଉଁମାନଙ୍କର ବିଭିନ୍ନ ସାମାଜିକ, ରାଜନୈତିକ ଅସାମର୍ଥ୍ୟ ରହିଥାଏ ।

ସେମାନଙ୍କର ଅସାମର୍ଥ୍ୟଗୁଡ଼ିକ ମଧ୍ୟରୁ ଅଳଂକାଂଶ ପାରମ୍ପରିକ ଭାବରେ ବ୍ୟବସ୍ଥା କରାଯାଇଛି ଓ ଉଚ୍ଚ ଜାତିମାନଙ୍କ ଦ୍ୱାରା ଏଗୁଡ଼ିକୁ ସେମାନଙ୍କ ଉପରେ ଲଦି ଦିଆଯାଇଛି ।

ତଫସିଲଭୁକ୍ତ ଜାତିଗୁଡ଼ିକ ସମାଜରେ ଅସ୍ପୃଶ୍ୟତା ସମସ୍ୟାର ସମ୍ମୁଖୀନ ହୋଇଥା’ନ୍ତି । ପ୍ରଚଳିତ ବ୍ୟବସ୍ଥା ଅନୁସାରେ ସେମାନଙ୍କୁ ବିଭିନ୍ନ ସର୍ବସାଧାରଣ ସ୍ଥାନମାନଙ୍କରେ ପ୍ରବେଶ କରିବାକୁ ଦିଆଯାଏ ନାହିଁ । ସେମାନଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ମଧ୍ୟ ଅନୁମତି ଦିଆଯାଏ ନାହିଁ ।

ଜେ.ଏମ୍.ପାନିକରଙ୍କ ମତରେ ଚତୁଃବର୍ଷ ତତ୍ତ୍ବ ଅନୁସାରେ ଅସ୍ପୃଶ୍ୟମାନେ ଜାତି ବ୍ୟବସ୍ଥାର ବାହାରେ ରହିଥା’ନ୍ତି । ସେମାନଙ୍କୁ ଅବର୍ଣ୍ଣ ବା ପଞ୍ଚମ ବୋଲି କୁହାଯାଏ । ସେମାନେ ହିନ୍ଦୁ ସାମାଜିକ କ୍ରମର ଅନ୍ତର୍ଭୁକ୍ତ ନୁହଁନ୍ତି । ହିନ୍ଦୁ ସାମାଜିକ ବ୍ୟବସ୍ଥା ଅନୁସାରେ ଚାରୋଟି ଜାତି; ଯଥା – ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ରହିଥା’ନ୍ତି । ପ୍ରତ୍ୟେକ ଜାତି ଏକ ନିର୍ଦ୍ଦିଷ୍ଟ ବୃତ୍ତି ଅବଲମ୍ବନ କରନ୍ତି । ଏହି ଜାତିଗୁଡ଼ିକ ଅପବିତ୍ର କାର୍ଯ୍ୟଗୁଡ଼ିକୁ କରନ୍ତି ନାହିଁ ।

ତେଣୁ ଅବର୍ଣ୍ଣ ବା ପଞ୍ଚମମାନେ ରାସ୍ତା ଘାଟ ସଫା କରିବା, ମଇଳା ଉଠାଇବା ଇତ୍ୟାଦି କାର୍ଯ୍ୟ କରୁଥିଲେ । ଏହି କାର୍ଯ୍ୟଗୁଡ଼ିକୁ ହାତଦ୍ୱାରା କରାଯାଉଥିବାରୁ ଏହାକୁ ଅପବିତ୍ର କାର୍ଯ୍ୟ ଭାବରେ ବିଚାର କରାଯାଉ ଥିଲା । ଯେଉଁମାନେ ଏହି କାର୍ଯ୍ୟ କରୁଥିଲେ ସେମାନଙ୍କୁ ଅପବିତ୍ର ବୋଲି ମନେ କରାଯାଉଥିଲା । ସେହିପରି ଅପବିତ୍ର ହୋଇଯିବା ଆଶଙ୍କାରେ ଅନ୍ୟ ଜାତିର ଲୋକମାନେ ସେମାନଙ୍କୁ ସ୍ପର୍ଶ କରୁନଥିଲେ ଓ ସେମାନଙ୍କଠାରୁ ଦୂରେଇ ରହୁଥିଲେ ।

ପ୍ରତ୍ୟେକ ହିନ୍ଦୁ ଗ୍ରାମଠାରୁ ଦୂରରେ ଏମାନେ ବସବାସ କରିଥା’ନ୍ତି । ଗ୍ରାମର ପରିମଳ ଓ ଭୂତୋଚିତ କାର୍ଯ୍ୟ କରୁଥିବା ଏହି ଅସ୍ପୃଶ୍ୟମାନେ ଗ୍ରାମ ବାହାରେ ଦୟନୀୟ ଭାବରେ ରହିଥାଆନ୍ତି ।

ଏମ୍.ଏନ୍. ଶ୍ରୀନିବାସ ଓ ଆତ୍ରେ ବେତେଙ୍କ ମତରେ ପାରମ୍ପରିକ ବ୍ୟବସ୍ଥାରେ ନିମ୍ନ ସାମାଜିକ ପ୍ରସ୍ଥିତି କାରଣରୁ ହରିଜନମାନଙ୍କର ବିଭିନ୍ନ ପ୍ରକାର ଅସାମର୍ଥ୍ୟ ରହିଥାଏ । ସେମାନଙ୍କ ମତରେ ହରିଜନମାନଙ୍କ ନିମନ୍ତେ ପଞ୍ଚମ ଓ ‘ଚଣ୍ଡାଳ’ ଇତ୍ୟାଦି ଶବ୍ଦ ବ୍ୟବହାର କରାଯାଇଥାଏ । ଜାତି-ସ୍ତରୀକରଣର ସର୍ବୋଚ୍ଚ ସୋପାନରେ ବ୍ରାହ୍ମଣମାନେ ରହିଥିବା ସ୍ଥଳେ ଅସ୍ପୃଶ୍ୟ ଜାତିର ଲୋକମାନେ ସର୍ବନିମ୍ନ ସ୍ଥାନରେ ରହିଥା’ନ୍ତି । ଏହି ଦୁଇ ଜାତି ମଧ୍ୟରେ ଅନ୍ୟାନ୍ୟ ବହୁ ଜାତି ସମୂହ ରହିଥାଏ ।

ଏକ ନିର୍ଦ୍ଦିଷ୍ଟ ଜାତି କର୍ମକାଣ୍ଡ ଅପବିତ୍ରତା ଏବଂ ବିଶୁଦ୍ଧତା ଜନ୍ମ ଉପରେ ପର୍ଯ୍ୟବସିତ ଥିବାରୁ ଉଚ୍ଚନୀଚ ଜାତି ସ୍ତରୀକରଣ ସୃଷ୍ଟି ହୋଇଛି । ଅପବିତ୍ରତା -ବିଶୁଦ୍ଧତା ମୂଲ୍ୟବୋଧ ଖାଦ୍ୟ, ବସ୍ତ୍ର, ବାସଗୃହ, ବୃତ୍ତି ଓ ବିବାହ ଆଦି ସମସ୍ତ ଦିଗଗୁଡ଼ିକୁ ପ୍ରଭାବିତ କରିଥାଏ ।

ଧର୍ମ ଓ କର୍ମ ତତ୍ତ୍ବ ଜାତି ନିର୍ଦ୍ଧାରିତ ବୃଦ୍ଧି ଓ କର୍ତ୍ତବ୍ୟ ସହିତ ସମ୍ପୃକ୍ତ । କର୍ମ ତତ୍ତ୍ୱାନୁସାରେ ଜଣେ ବ୍ୟକ୍ତି ବିଶ୍ବାସ କରେ ଯେ ତା’ର ଉଚ୍ଚ କିମ୍ବା ନୀଚ ଜାତି-ସ୍ଥିତି ତା’ର ପୂର୍ବଜନ୍ମରେ ଭଲମନ୍ଦ କର୍ମର ଫଳ ସ୍ୱରୂପ ଏବଂ ସେ ତା’ର ସ୍ଥିତି ସମ୍ବନ୍ଧରେ କୌଣସି କାର୍ଯ୍ୟ କରିପାରିବ ନାହିଁ । ସେ କେବଳ ମାତ୍ର ଜାତି ନିର୍ଦ୍ଧାରିତ କର୍ତ୍ତବ୍ୟଗୁଡ଼ିକୁ ଉତ୍ତମ ରୂପେ ସମ୍ପାଦନ କରିବାଦ୍ୱାରା ନିଜ ଭବିଷ୍ୟତ ଜୀବନର ଉନ୍ନତି କରିପାରିବ ।

ବ୍ରାହ୍ମଣମାନେ ଜାତି-ସ୍ତରୀକରଣର ସର୍ବୋଚ୍ଚ ସ୍ଥାନରେ ଅବସ୍ଥାପିତ ହୋଇ ନିୟମ ସୃଷ୍ଟିକର୍ତ୍ତା ଓ ଆଇନ ପ୍ରଣୟନ କର୍ତ୍ତା ରୂପେ କାର୍ଯ୍ୟ କରିଛନ୍ତି । କିନ୍ତୁ ନିକୃଷ୍ଟ ବୃତ୍ତିକୁ ଅନୁସରଣ କରୁଥିବା ବ୍ୟକ୍ତିମାନେ ସମାଜରେ ନିମ୍ନ ପ୍ରସ୍ଥିତିର ଅଧିକାରୀ । ସେମାନେ ଜାତିର ଉଚ୍ଚନୀଚ କ୍ରମର ସର୍ବନିମ୍ନ ସ୍ଥାନରେ ରହି ଅସ୍ପୃଶ୍ୟ ନାମରେ ପରିଚିତ ହୋଇଥା’ନ୍ତି । ଭାରତୀୟ ସମ୍ବିଧାନରେ ସେମାନେ ‘ଅନୁସୂଚିତ ଜାତି’ ଭାବରେ ପରିଚିତ ।

ଅନୁସୂଚିତ ଜାତି କହିଲେ ସାଧାରଣତଃ ହିନ୍ଦୁ ସମାଜର ସେହିମାନଙ୍କୁ ବୁଝାଏ ଯେଉଁମାନେ କି ଅସ୍ପୃଶ୍ୟ । ଅସ୍ପୃଶ୍ୟମାନଙ୍କୁ ସମ୍ବିଧାନ ଅନୁସୂଚିରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ସେମାନେ ହେଉଛନ୍ତି ଅନୁସୂଚିତ ଜାତି ।

ସମ୍ବିଧାନର ୩୪୧ ଓ ୩୪୨ ଧାରା ଅନୁସାରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ତଫସିଲଭୁକ୍ତ ଜାତିର ଏକ ତାଲିକା ପ୍ରସ୍ତୁତ କରିବାର କ୍ଷମତା ଭାରତର ରାଷ୍ଟ୍ରପତିଙ୍କର ରହିଛି । ଭାରତ ସରକାର ୪୨୯ଟି ଅସ୍ପୃଶ୍ୟ ଜାତିକୁ ସମ୍ବିଧାନର ଅନୁସୂଚୀରେ ତାଲିକାଭୁକ୍ତ କରିଛନ୍ତି । ୧୯୭୧ ମସିହା ଜନଗଣନା ଅନୁସାରେ ଭାରତରେ ତଫସିଲଭୁକ୍ତ ଜାତିର ଲୋକମାନଙ୍କ ସଂଖ୍ୟା ପ୍ରାୟ ୮୦ ନିୟୁତ ।

ଭାରତରେ ଅନୁସୂଚିତ ଜାତିଗୁଡ଼ିକ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ ଚାରି ଭାଗରେ ବିଭକ୍ତ କରାଯାଇଛି; ଯଥା –
(୧) ସାମାଜିକ ସମସ୍ୟା,
(୨) ଅର୍ଥନୈତିକ ସମସ୍ୟା,
(୩) ରାଜନୈତିକ ସମସ୍ୟା ଏବଂ
(୪) ଧାର୍ମିକ ସମସ୍ୟା ଇତ୍ୟାଦି ।
ଭାରତରେ ଅନୁସୂଚିତ ଜାତିମାନଙ୍କର କଲ୍ୟାଣ ପାଇଁ ସରକାରୀ ଓ ବେସରକାରୀ କ୍ଷେତ୍ରରେ ବିଭିନ୍ନ କଲ୍ୟାଣମୂଳକ ଯୋଜନା କରାଯାଇଛି ।

୨୩ । ଭାରତରେ ଜନଜାତି ଆନ୍ଦୋଳନ ସମ୍ବନ୍ଧରେ ଏକ ପ୍ରବନ୍ଧ ଲେଖ ।
Answer:
ଆଦିମ ଜନଜାତିମାନଙ୍କର ଆନ୍ଦୋଳନ ଶୋଷଣ ଓ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ ଅଟେ ।
ସ୍ଵାଧୀନତା ପୂର୍ବବର୍ତୀ ଜନଜାତି ଆନ୍ଦୋଳନ – ଓଡ଼ିଶାର ଜନଜାତି ହେଉଛନ୍ତି ପ୍ରଥମ ଯେଉଁମାନେ କି ବ୍ରିଟିଶ୍ ଶାସନ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲେ । ୧୭୬୫ ମସିହାରେ ରାଜା କୃଷ୍ଣ ଭଞ୍ଜଙ୍କ ଅଧୀନରେ କନ୍ଧମାନେ ବ୍ରିଟିଶ୍ ବିରୁଦ୍ଧରେ ଯୁଦ୍ଧ କରିଥିଲେ ଏବଂ ଅନେକଙ୍କର ଏଥୁରେ ମୃତ୍ୟୁ ହୋଇଥିଲା । ସେହି ବର୍ଷ ପାରଳାଖେମୁଣ୍ଡି ରାଜା ନାରାୟଣ ଦେବ ଆଉ ଏକ ଯୁଦ୍ଧ କଲେ ଯେଉଁଥୁରେ ୩୦ ଜଣ ଆଦିବାସୀ ପ୍ରାଣ ହରାଇଥିଲେ ।

୧୭୭୨ରେ ପାହାଡ଼ିଆ ବିଦ୍ରୋହ ଆରମ୍ଭ ହେଲା । ପାଞ୍ଚବର୍ଷ ଧରି ତିଲ୍‌ ମାଝି ଏହି ବିଦ୍ରୋହର ନେତୃତ୍ଵ ନେଲେ । ଶେଷରେ ତାଙ୍କୁ ଭାଗଲପୁରରେ ୧୭୮୫ରେ ଫାଶୀ ଦିଆଗଲା । ପରବର୍ତୀ ଦୁଇ ଦଶନ୍ଧିରେ ସିଂହଭୂମି, ଗୁମ୍ମା, ବାଙ୍କୁରା, ମନଭୂମି ଓ ପାଲାମାରେ ବିଦ୍ରୋହ ଦେଖାଦେଲା ।

ବ୍ରିଟିଶ୍ ବିରୁଦ୍ଧରେ ଓଡ଼ିଶାର ସଂଘର୍ଷ ଇତିହାସରେ ଅନେକ ଆନ୍ଦୋଳନ ସଙ୍ଗଠିତ ହୋଇଥିଲା । ଯେଉଁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ ହୋଇଥିଲା ସେଗୁଡ଼ିକ ହେଲା ୧୮୭୭ ମସିହାରେ ସାମନ୍ତ ଶାସକଙ୍କ ବିରୋଧରେ କନ୍ଧମେଳି ଓ କନ୍ଧମାନଙ୍କ ବିଦ୍ରୋହ, ୧୮୪୬ ରୁ ୧୮୫୬ ମସିହା ମଧ୍ୟରେ ଚକରା ବିଶୋଇଙ୍କ ନେତୃତ୍ୱରେ କନ୍ଧମାନଙ୍କର ସଂଘର୍ଷ । ସେହିପରି ଓଡ଼ିଶାର ସାନ୍ତାଳମାନେ ମୁର୍ମୁ ଭାଇଙ୍କ ନେତୃତ୍ୱରେ ବ୍ରିଟିଶ୍ ଶୋଷଣ ବିରୁଦ୍ଧରେ ସଂଘର୍ଷ, ଇତିହାସରେ ଏକ ଗୁରୁତ୍ଵପୂର୍ଣ୍ଣ ଘଟଣା ହୋଇ ରହିଛି ।

୧୮୫୫-୧୮୫୭ ବିଦ୍ରୋହ ସାନ୍ତାଳ ଇତିହାସରେ ଏକ ବିଶିଷ୍ଟ ଘଟଣା ଅଟେ । ୧୮୫୫ ମସିହାରେ ସାନ୍ତାଳମାନେ ଲର୍ଡ଼ କଣ୍ଠୱାଲିସ୍‌ଙ୍କ ଚିରସ୍ଥାୟୀ ବନ୍ଦୋବସ୍ତ ବିରୋଧରେ ଯୁଦ୍ଧ ଆରମ୍ଭ କଲେ । ୧୮୫୫ ମସିହା ଜୁନ୍ ୩୦ ତାରିଖରେ ଦଶ ହଜାରରୁ ଊର୍ଦ୍ଧ୍ୱ ସାନ୍ତାଳ ସେମାନଙ୍କର ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ କରିବା ନିମନ୍ତେ ବିରାଟ ଶୋଭାଯାତ୍ରା ବାହାର କଲେ ।

CHSE Odisha Class 12 Sociology Unit 4 Long Answer Questions in Odia Medium

ବ୍ରିଟିଶ୍, ଜମିଦାର ଓ ମହାଜନମାନଙ୍କର ଅତ୍ୟାଚାର ଓ ଶୋଷଣର ପରିସମାପ୍ତି ନିମନ୍ତେ ସିନ୍ଧୁ ଓ କାନୋଙ୍କ ଦ୍ବାରା ପରିଚାଳିତ ଶୋଭାଯାତ୍ରାରେ ସ୍ଵତନ୍ତ୍ର ସାନ୍ତାଳ ରାଜ୍ୟ ସ୍ଥାପନ କରିବାପାଇଁ ନିଷ୍ପତ୍ତି ନେଲେ । ଏହି ବିଦ୍ରୋହରେ ୧୫ ରୁ ୨୦ ହଜାର ପର୍ଯ୍ୟନ୍ତ ସାନ୍ତାଳମାନଙ୍କୁ ହତ୍ୟା କରାଗଲା ।

୧୮୫୮ ମସିହା ସ୍ଵାଧୀନତା ସଂଗ୍ରାମରେ ଅନେକ ଆଦିବାସୀ ନେତା ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ୧୮୫୮ ଗଣିଭାରେ ସାହାଲ ଓ ଏହାର ଚେରାମାନେ ପରାସ୍ତ ହେଲେ । ଏହା ଫଳରେ ରିଟିଶ ଶୋଷଣ ଓ ଅତ୍ୟାଚାର ଅଧିକ ଘନୀଭୂତ ହେବାକୁ ଲାଗିଲା । ୧୮୬୫ ମସିହା ଜଙ୍ଗଲ ପରିଚାଳନା ଆଇନ ପ୍ରଣୀତ ହେବାପରେ ସମସ୍ତ ଜଙ୍ଗଲ ଜମିକୁ ସରକାରୀ ଜମିରୂପେ ଘୋଷଣା କରାଗଲା ।

ଜଙ୍ଗଲ ଜମି ଉପରେ ଆଦିବାସୀମାନଙ୍କର ଅଧିକାର ଉପରେ ଏହି ଆଇନରେ କୌଣସି ବ୍ୟବସ୍ଥା ରହିଲା ନାହିଁ । ଆଉ ଏକ କଠୋର ଜଙ୍ଗଲ ଆଇନ ଯାହା ୧୮୭୮ ମସିହା ଭାରତୀୟ ଜଙ୍ଗଲ ଆଇନ ଭାବରେ ପରିଚିତ ତାହା ପ୍ରଣୀତ ହେଲା । ଏହି ଆଇନ ଜମି ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଆଦିବାସୀମାନଙ୍କର ଅଧିକାର ଉପରେ କଟକଣା ଜାରିକଲା । ଫଳରେ ଆଦିବାସୀମାନେ ଜଙ୍ଗଲ ଉପରେ ଥିବା ସେମାନଙ୍କର ଅଧିକାର ହରାଇଲେ ।

ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ବ୍ରିଟିଶ୍ ସରକାର ବିରୋଧରେ ଦେଖାଦେଇଥିବା ସଂଘର୍ଷ ମଧ୍ଯରୁ ବିର୍ସା ମୁଣ୍ଡା ଆନ୍ଦୋଳନ ଏକ ଗୁରୁତ୍ଵପୂର୍ଣ୍ଣ ଆନ୍ଦୋଳନ ଥିଲା । ବିର୍ସା ମୁଣ୍ଡା ନେତୃତ୍ୱରେ ଦୀର୍ଘଦିନ ଧରି ପରିଚାଳିତ ଏହି ଆନ୍ଦୋଳନ ବ୍ରିଟିଶ୍ ନୀତି ବିରୁଦ୍ଧରେ ଉଦ୍ଦିଷ୍ଟ ଥିଲା, ଯେଉଁ ନୀତି ଫଳରେ ଜମିଦାର ଓ ସାହୁକାରମାନେ ଆଦିବାସୀମାନଙ୍କୁ ଶୋଷଣ କରୁଥିଲେ ।

ଲୋକମାନଙ୍କ ମଧ୍ୟରେ ବିଦ୍ରୋହର ଯେଉଁ ବୀଜ ବିପନ ହେଲା ତାହା ସେମାନଙ୍କୁ ପ୍ରେରଣା ଯୋଗାଇଲା ଓ ଅନ୍ୟାୟ ବିରୋଧରେ ସେମାନଙ୍କ ସଂଗ୍ରାମ ଜାରି ରହିଲା । ଏହି ଆନ୍ଦୋଳନକୁ ପରବର୍ତୀ ସମୟରେ ଝାଡ଼ଖଣ୍ଡ ଆନ୍ଦୋଳନ ଜନ୍ମ ଦେଇଥିଲା ।

୧୯୧୪ ମସିହାରେ ଭଗତ ଆନ୍ଦୋଳନ ନାମରେ ଓରାଓଁମାନେ ଏକ ଆନ୍ଦୋଳନ ଆରମ୍ଭ କଲେ । ଏହା ବିହାର ଛୋଟନାଗପୁରର ଓରାଓଁମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏକ ଆନ୍ଦୋଳନ । ଅବଶ୍ୟ ଏହା ଏକ ଧାର୍ମିକ ଆନ୍ଦୋଳନ ଥିଲା ।

୧୯୨୨ ମସିହା ଅଗଷ୍ଟ ମାସରେ ଆନ୍ଧ୍ରପ୍ରଦେଶର ପାହାଡ଼ିଆ ଅଞ୍ଚଳରେ ଆଲୁରୀ ରାମଚନ୍ଦ୍ର ରାଜୁଙ୍କଦ୍ୱାରା ପରିଚାଳିତ ଏକ ବିଦ୍ରୋହ ଦେଖାଦେଲା । ପାହାଡ଼ିଆ ଅଞ୍ଚଳର ଆଦିବାସୀମାନେ ବ୍ରିଟିଶ୍ ବିରୋଧରେ ଗରିଲା ଯୁଦ୍ଧ ଚଳାଇଲେ । ଏହି ଯୁଦ୍ଧକୁ ସମ୍ଭାଳିବାରେ ବ୍ରିଟିଶ୍ ଅସମର୍ଥ ହେବାରୁ ମାଲବାରର ସ୍ୱତନ୍ତ୍ର ବାହିନୀଦ୍ୱାରା ଆଦିବାସୀମାନଙ୍କୁ ଦମନ କଲେ ଓ ଆଲୁରି ରାଜୁଙ୍କର ମୃତ୍ୟୁ ହେଲା ।

ପ୍ରାକ୍-ସ୍ଵାଧୀନ ଓଡ଼ିଶାରେ କୋରାପୁଟର ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ବ୍ରିଟିଶ୍ମାନଙ୍କ ବିରୋଧରେ ଚୂଡ଼ାନ୍ତ ସଂଘର୍ଷ କମ୍ ସମୟ ପାଇଁ ହୋଇଥିଲା । ୧୯୪୩ ମସିହା ମାର୍ଚ୍ଚ ମାସରେ ବ୍ରହ୍ମପୁର ଜେଲରେ ଲକ୍ଷ୍ମଣ ନାୟକଙ୍କୁ ଫାସୀ ଦିଆଗଲା ।

ଭାରତରେ ଯେତେବେଳେ ସ୍ଵାଧୀନତା ଆନ୍ଦୋଳନ ବ୍ୟାପକ ହେଲା ସେତେବେଳେ ଆଦିବାସୀମାନେ ଏଥିରେ ବହୁସଂଖ୍ୟାରେ ଯୋଗଦେଲେ । ଏକ ନୂତନ ଗଣତାନ୍ତ୍ରିକ ଯୁଗର ଆରମ୍ଭ ଲକ୍ଷ୍ୟରେ ଅନେକ ଭୂମିହୀନ ଓ ନିଷ୍ପେଷିତ ଆଦିବାସୀ ଆନ୍ଦୋଳନ ଅଂଶଗ୍ରହଣ କଲେ ।

ସ୍ଵାଧୀନତା ପରବର୍ତୀ ଜନଜାତି ଆନ୍ଦୋଳନ – ଭାରତର ସ୍ଵାଧୀନତା ଅଧିକାଂଶ ଭାରତୀୟମାନଙ୍କୁ ପର୍ଯ୍ୟାପ୍ତ ଲାଭ ପ୍ରଦାନ କରିଛି । ଦଳିତ ଓ ଆଦିବାସୀମାନେ ଏଥୁରୁ ବଞ୍ଚିତ ହୋଇଛନ୍ତି ବରଂ ସେମାନଙ୍କ ପାଇଁ ନୂଆ ସମସ୍ୟା ସୃଷ୍ଟି ହୋଇଛି । ଜଙ୍ଗଲ ଧ୍ବଂସ ଓ ଅବକ୍ଷୟ ସେମାନଙ୍କ ସମସ୍ୟାଗୁଡ଼ିକୁ ଆହୁରି ଜଟିଳ କରିଦେଇଛି ।

ଜନଜାତି ଆନ୍ଦୋଳନର କାରଣ – ଜନଜାତି ଆନ୍ଦୋଳନର ମୁଖ୍ୟ କାରଣଗୁଡ଼ିକ ହେଉଛି ଜଙ୍ଗଲ ଓ ଜମି ଉପରେ ସେମାନଙ୍କର ବହୁଦିନର ଅଧିକାରକୁ ଛଡ଼ାଇ ନେବା, ଜଙ୍ଗଲ ଜମିର ବ୍ୟବହାର ଉପରେ କଟକଣା, ଅସନ୍ତୁଳିତ ବିକାଶ ଇତ୍ୟାଦି । କାରଣଗୁଡ଼ିକ ଭିଭିରେ ଜନଜାତି ଆନ୍ଦୋଳନକୁ ତିନି ଭାଗରେ ବିଭକ୍ତ କରାଯାଇପାରେ; ତାହା ହେଲା
(୧) ବାହାରର ଅଣଆଦିବାସୀମାନଙ୍କଦ୍ୱାରା ସେମାନଙ୍କର ଶୋଷଣ ଯୋଗୁ ଆନ୍ଦୋଳନ,
(୨) ଅର୍ଥନୈତିକ ବଞ୍ଚନା ଯୋଗୁ ଆନ୍ଦୋଳନ (ମଧ୍ୟପ୍ରଦେଶର ଗୋଣ୍ଡ ଓ ମହାରାଷ୍ଟ୍ରର ମାହାର ଜନଜାତି),
(୩) ବିଚ୍ଛିନ୍ନତାବାଦୀ ପ୍ରବୃତ୍ତି ଯୋଗୁ ଆନ୍ଦୋଳନ ।

ଜନଜାତି ଆନ୍ଦୋଳନର ଅଭିମୁଖୀକରଣ – ଅଭିମୁଖୀକରଣ ଭିଭିରେ ଜନଜାତି ଆନ୍ଦୋଳନକୁ ଚାରିଗୋଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ, (୧) ଜଙ୍ଗଲଭିଭିକ ଆନ୍ଦୋଳନ, (୨) ସାମାଜିକ ଧାର୍ମିକ ଆନ୍ଦୋଳନ ବା ସାମାଜିକ ସାଂସ୍କୃତିକ ଆନ୍ଦୋଳନ, (୩) ରାଜନୈତିକ ସ୍ଵତନ୍ତ୍ରତା ଏବଂ ରାଜ୍ୟଗଠନ ନିମନ୍ତେ ଆନ୍ଦୋଳନ (ନାଗା, ମିଜୋ) ଏବଂ (୪) କୃଷି ବିଷୟକ ଆନ୍ଦୋଳନ । ସ୍ବାଧୀନ ଭାରତରେ ସଙ୍ଗଠିତ ହୋଇଥିବା ଜନଜାତି ଆନ୍ଦୋଳନ ସମ୍ପର୍କରେ ନିମ୍ନରେ ଆଲୋଚନା କରାଗଲା ।

୧୯୪୮ ମସିହାରେ ନାଗା ବିପ୍ଳବ ଆରମ୍ଭ ହେଲା ଓ ୧୯୭୨ ନୂତନ ନିର୍ବାଚିତ ସରକାର କ୍ଷମତାକୁ ଆସିବା ପର୍ଯ୍ୟନ୍ତ ଓ ନାଗା ବିଦ୍ରୋହକୁ ଦମନ କରିବା ପର୍ଯ୍ୟନ୍ତ ଏହା ଲାଗି ରହିଥିଲା । ୧୯୭୦ ମସିହାରେ ମେଘାଳୟ ରାଜ୍ୟ ଗଠିତ ହେବା ପରେ ମିଳେ। ଆନ୍ଦୋଳନର ପରିସମାପ୍ତି ହେଲା । ଶୋଷଣ, ବାଛବିଚାର, ଅନଗ୍ରସରତା ଓ ସରକାରଙ୍କ ଉଦାସୀନତାରୁ ମୁକ୍ତି ନିମନ୍ତେ ମଧ୍ୟପ୍ରଦେଶରେ ଗୋଣ୍ଡ ଓ ଭିଲ୍‌ମାନଙ୍କ କୃଷି ବିଷୟକ ଆନ୍ଦୋଳନ ଇତ୍ୟାଦି ଏହାର ଉଦାହରଣ ।

ଏକ ସ୍ବତନ୍ତ୍ର ରାଜ୍ୟ ସୃଷ୍ଟି ପାଇଁ ଦାବି କରି ଝାଡ଼ଖଣ୍ଡ ଆନ୍ଦୋଳନ ଆରମ୍ଭ କରାଯାଇଥିଲା । ଏହି ଆନ୍ଦୋଳନ ମୁଖ୍ୟତଃ ଶୋଷଣ ଓ ଝାଡ଼ଖଣ୍ଡ ଅଞ୍ଚଳରେ ବାହ୍ୟ ଲୋକଙ୍କ ବହୁଳ ପ୍ରବେଶ ବିରୋଧରେ ଆରମ୍ଭ କରାଯାଇଥିଲା । ଶେଷରେ ଝାଡ଼ଖଣ୍ଡ ରାଜ୍ୟର ସୃଷ୍ଟି ହେଲା ।

ଓଡ଼ିଶାର ରାୟଗଡ଼ା ଜିଲ୍ଲାର କାଶିପୁର ଓ ଲକ୍ଷ୍ମୀପୁର ବ୍ଲକ୍, କୋରାପୁଟର ଦଶମନ୍ତପୁର ବ୍ଳକ ଓ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରରେ ଆଦିବାସୀମାନେ ଏକ ବହୁରାଷ୍ଟ୍ରୀୟ ଆଲୁମିନିୟମ୍ କମ୍ପାନୀ ବିରୋଧରେ ଆନ୍ଦୋଳନ କରିଛନ୍ତି । ୧୯୯୩ ମସିହାରେ କମ୍ପାନୀର ଉପରୋକ୍ତ ଅଞ୍ଚଳରେ ପ୍ରବେଶଠାରୁ ଏହି ଆନ୍ଦୋଳନ ଆରମ୍ଭ କରାଯାଇଥିଲା । ବାସଚ୍ୟୁତ ଓ ଜୀବିକା ହରାଇବା ଆଶଙ୍କାରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା ।

ବିଭିନ୍ନ ସମୟରେ ରାସ୍ତାରୋକ ଓ ସରକାରୀ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବକ୍‌ସାଇଟ୍‌ ଖଣିକୁ ନେଇ ବିବାଦ ଯୋଗୁ ଆନ୍ଦୋଳନରେ ତିନିଜଣ ଆଦିବାସୀଙ୍କର ମୃତ୍ୟୁ କାରଣରୁ ଆନ୍ଦୋଳନ ହିଂସାମୁଖୀ ହୋଇପଡ଼ିଥିଲା ।

୧୯୯୦ ମସିହା ଓ ପରବର୍ତ୍ତୀ ବର୍ଷରେ କେନ୍ଦୁଝର ଜିଲ୍ଲାରେ ଖଣି ପ୍ରକଳ୍ପ ଯୋଗୁ ବାସଚ୍ୟୁତ ଆଦିବାସୀମାନେ ଖଣି ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । କେନ୍ଦୁଝରରେ ଖଣିଖାଦାନ ଯୋଗୁ ଭାରତର ବିଭିନ୍ନ ଅଞ୍ଚଳରୁ ଶ୍ରମିକମାନେ ବହୁ ସଂଖ୍ୟାରେ ଏଠାକୁ ଆସୁଥିଲେ । ବାହାର ଲୋକମାନଙ୍କ ସଂସ୍କୃତି ସଂସ୍ପର୍ଶରେ ଆସିଲେ ସେମାନଙ୍କ ସଂସ୍କୃତି ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା କରି ଆଦବାସୀମାନେ ଖଣି ପ୍ରକଳ୍ପଗୁଡ଼ିକୁ ଓ ସେମାନଙ୍କ ଅଞ୍ଚଳରେ ବାହାର ଲୋକମାନଙ୍କ ପ୍ରବେଶକୁ ବିରୋଧ କରୁଥିଲେ ।

ଏହାଛଡ଼ା ଅଧୁକ ବାସଚ୍ୟୁତ ଓ ଜଙ୍ଗଲ ଧ୍ୱଂସ ଆଶଙ୍କାରେ ଭୂୟାଁ, ଜୁଆଙ୍ଗ, ମୁଣ୍ଡା, ସାନ୍ତାଳ ଓ କନ୍ଧ ଆଦି ଆଦିବାସୀମାନେ ଖଣି ପ୍ରକଳ୍ପକୁ ବିରୋଧ କରି ଆସୁଛନ୍ତି । ଏମାନଙ୍କଦ୍ୱାରା ଚାଲୁ ରହିଥିବା ଆନ୍ଦୋଳନ ଅତ୍ୟନ୍ତ ଲୋକପ୍ରିୟ । କିନ୍ତୁ ଆନ୍ଦୋଳନକାରୀମାନେ ବିଭିନ୍ନ ସମୟରେ ପୋଲିସ୍‌ରା ହଇରାଣ ହୋଇଛନ୍ତି ଓ ସେମାନଙ୍କ ନାମରେ ମିଥ୍ୟା ମକଦ୍ଦମା କରାଯାଇଛି ।

୧୯୯୪ ମସିହାରୁ ୧୯୯୯ ମସିହା ମଧ୍ୟରେ ବହୁସଂଖ୍ୟକ ଗ୍ରାମବାସୀଙ୍କ ନାମରେ ମକଦ୍ଦମା କରି ସେମାନଙ୍କୁ ଜେଲକୁ ପଠାଯାଇଛି । ଆଦିବାସୀମାନଙ୍କର ପରିଚୟକୁ କେନ୍ଦ୍ରକରି ବିଭିନ୍ନ ଆନ୍ଦୋଳନ ଆରମ୍ଭ ହୋଇଥିବା ଦେଖିବାକୁ ମିଳେ । ଉତ୍ତର-ପୂର୍ବ ଭାରତରେ ବୋଡ଼ୋ ଓ ନାଗା ଆନ୍ଦୋଳନକୁ ଉଦାହରଣ ଭାବରେ ନିଆଯାଇପାରେ । ମାତ୍ର ଏହି ପ୍ରକାର ଆନ୍ଦୋଳନ ଆନ୍ଦୋଳନକାରୀଙ୍କ ସ୍ବାର୍ଥ ନିମନ୍ତେ ଉଦ୍ଦିଷ୍ଟ ଓ ଏହା ରାଜନୈତିକ ରାସ୍ତାରେ ଗତିକରେ ।

CHSE Odisha Class 12 Sociology Unit 4 Long Answer Questions in Odia Medium

ଏହି ପ୍ରକାର ଆନ୍ଦୋଳନ ସାଧାରଣତଃ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଭାବରେ ପରିଚିତ । ତେବେ ଅସମ ଓ ଅସନ୍ତୁଳିତ ବିକାଶ, ସହରାଭିମୁଖୀ ଅଭିବୃଦ୍ଧି ଆଦର୍ଶ, ଜନଜାତି ସଚେତନତାର ଉତ୍ଥାନ, ଜନଜାତୀୟ ଆଞ୍ଚଳିକତାବାଦ ଇତ୍ୟାଦି ଆନ୍ଦୋଳନର କାରଣ ଅଟେ । ଆସାମରେ ବୋଡ଼ୋଲ୍ୟାଣ୍ଡ ନିମନ୍ତେ ଏବେ ବି ଦାବି ଉଠାଯାଉଛି । ଉତ୍ତର-ପୂର୍ବ ଭାରତରେ ବିଭିନ୍ନ ଜନଜାତି ଆନ୍ଦୋଳନ ଯୋଗୁ ଏବେବି ଉତ୍ତେଜନା ଲାଗି ରହିଛି ।

ସାଂସ୍କୃତିକ ବିବିଧତା ଓ ଅବକ୍ଷୟ ତଥା ପ୍ରଜାତୀୟ ବୈଷମ୍ୟ ଓ ଅର୍ଥନୈତିକ ରାଜନୈତିକ ଅସନ୍ତୁଳନ ଅବସ୍ଥା ଆନ୍ଦୋଳନର ଭିତ୍ତିଭୂମି ଅଟେ ।

୨୪ । କୃଷକ ଆନ୍ଦୋଳନ କେବେ ହୋଇଥିଲା ? କାରଣ ଓ ଅବସ୍ଥା ବର୍ଣ୍ଣନା କର ।
Answer:
ଭାରତବର୍ଷରେ କୃଷକ ଆନ୍ଦୋଳନ ସଂକ୍ରାନ୍ତୀୟ ଗବେଷଣା ଓ ଅଧ୍ୟୟନ ବିଶେଷ ଭାବରେ ୧୯୭୫ ମସିହା ପରଠାରୁ ହୋଇଥିଲା । ବ୍ୟାପକ ଭାବରେ କହିଲେ କୃଷି କ୍ଷେତ୍ରରେ ନିୟୋଜିତ ଥିବା ଜନସଂଖ୍ୟାର ବିଭିନ୍ନ ବର୍ଗର ଲୋକମାନେ କୌଣସି ଚମତ୍କାରୀ ନେତୃତ୍ଵଦ୍ଵାରା ଅଥବା ନିଜର ସ୍ୱାର୍ଥରକ୍ଷା ପାଇଁ ସମଗ୍ର କୃଷକ ସମୁଦାୟର ଆନ୍ଦୋଳନକୁ ଏହା ବୁଝାଏ ।

କୃଷକ ଆନ୍ଦୋଳନର ପୂର୍ବ ଅବସ୍ଥା – ଭାରତବର୍ଷରେ କୃଷକ ଆନ୍ଦୋଳନ ସେ ସମୟର ସାମାଜିକ, ରାଜନୈତିକ ଓ ଆର୍ଥିକ ପରିସ୍ଥିତି ସହ ଜଡ଼ିତ ଥିଲା ।

(କ) କୃଷିକ୍ଷେତ୍ରରେ ବ୍ୟବସାୟୀକରଣ ଅର୍ଥାତ୍ ଧାନ ଓ ଗହମ ଚାଷ ବ୍ୟତୀତ ବ୍ୟବସାୟ ଦୃଷ୍ଟିରୁ ଲାଭଜନକ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଆଗ୍ରହ ବୃଦ୍ଧି ।
(ଖ) କୃଷିକ୍ଷେତ୍ରରେ ବ୍ୟବସାୟୀକରଣ ଯୋଗୁଁ ଜମିଦାର, ଧନୀ ଚାଷୀ ଏବଂ ବୃଦ୍ଧି କ୍ଷେତ୍ରରେ ମଧ୍ୟସ୍ଥ ସ୍ଵତ୍ଵାଧିକାରୀ ଚାଷୀମାନଙ୍କୁ ବଜାରର ଚାହିଦା ଦୃଷ୍ଟିରୁ ଚାଷ କରିବାକୁ ବାଧ୍ୟ କରୁଥିଲେ ଏବଂ ଅଧ‌ିକ ସମୟ ଜମିରେ ଖଟିବା ପାଇଁ ସ୍ବଚ୍ଛ ମଜୁରିରେ ବାଧ୍ୟ କରୁଥିଲେ । ଏହା ଫଳରେ କୃଷକମାନଙ୍କର ଅବସ୍ଥା କ୍ରମେ ଶୋଚନୀୟ ହେବାକୁ ଲାଗିଲା ।
(ଗ) ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ୍‌ରେ ଅଭିବୃଦ୍ଧି ଏବଂ କୃଷିଜାତ ପଦାର୍ଥର ହଠାତ୍ ଦରଦାମ୍ କମିଯିବା ଫଳରେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ ।
(ଘ) ଆଇନଗତ ଭାବେ ଜମିଦାରୀ ପ୍ରଥାର ଉଚ୍ଛେଦ ହୋଇଥିଲେ ମଧ୍ୟ ବାସ୍ତବିକ କ୍ଷେତ୍ରରେ ପ୍ରଚ୍ଛନ୍ନଭାବେ ଜମିଦାରମାନେ ସେମାନଙ୍କର ସମସ୍ତ ଅଧିକାର ଓ ସାମାଜିକ ସ୍ଥିତି ବଜାୟ ରଖ୍ଯାରୁଥିଲେ । ଏହି ପ୍ରଥାର ସମ୍ପୂର୍ଣ୍ଣ ବିଲୋପ ପାଇଁ ଆନ୍ଦୋଳନର ଆବଶ୍ୟକତା ଥିଲା ।
(ଙ) ଜମିମାଲିକ ଓ କୃଷି ଶ୍ରମିକଙ୍କ ମଧ୍ୟରେ ସଦାସର୍ବଦା ଶତ୍ରୁତାର ବାତାବରଣ ରହିଆସୁଥିଲା ।
(ଚ) ସମାଜର ତୀବ୍ର ବୈଷମ୍ୟ; ଯଥା – ଆର୍ଥିକ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ, ବିଭିନ୍ନ ବର୍ଗର ଉପସ୍ଥିତି ଏବଂ ସାମ୍ୟବାଦୀ ସମାଜ ପ୍ରତିଷ୍ଠାର ସ୍ବପ୍ନ ସଫଳ ନ ହୋଇପାରିବା ଯାହାକି ସ୍ବାଧୀନତା ପରର କୃଷକ ସମାଜକୁ ଯଥେଷ୍ଟ ଆନ୍ଦୋଳିତ କରିଥିଲା ।
(ଛ) କୃଷକ ସମାଜର ଅବହେଳାକୁ ପୁଞ୍ଜି କରି ବିଭିନ୍ନ ରାଜନୈତିକ ଦଳ ଭିନ୍ନ ଭିନ୍ନ ସମୟରେ ସେମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ପ୍ରଦାନ କରୁଥିଲେ ଓ ସାମଗ୍ରିକରୂପେ କୃଷକମାନଙ୍କର ସାମାଜିକ ଆର୍ଥିକ ପରିସ୍ଥିତିରେ ଉନ୍ନତି ପାଇଁ ବାସ୍ତବିକ ରୂପେ କୌଣସି ରାଜନୈତିକ ଦଳ ଉଦ୍ୟମ କରି ନ ଥିଲେ । ଏହିସବୁ କାରଣ ମଧ୍ୟ ଆନ୍ଦୋଳନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲା ।
(ଜି) ସ୍ଵାଧୀନତା ପରେ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ଘଟୁଥିବା ଦ୍ରୁତ ପରିବତ୍ତନ ତଥା ବୈପ୍ଳବିକ ଚିନ୍ତାଧାରାର ବିକାଶ ମଧ୍ଯ କୃଷକ ସମାଜକୁ ଆନ୍ଦୋଳିତ କରିଥିଲା ।

କୃଷକ ଆନ୍ଦୋଳନର କାରଣ :
ଭାରତରେ କୃଷକ ଆନ୍ଦୋଳନର ଅନେକଗୁଡ଼ିଏ କାରଣ ରହିଛି । ସେଥୁମଧ୍ୟରୁ ମୁଖ୍ୟ କାରଣଗୁଡ଼ିକ ହେଲା –
(କ) କୃଷକମାନଙ୍କର ଜମିମାଲିକଙ୍କଦ୍ବାରା ଶୋଷଣ ।
(ଖ) ଜମିଦାର, ଜାଗିରିଦାର ଓ ମହାଜନମାନଙ୍କଦ୍ୱାରା ଚାଷୀମାନଙ୍କୁ କରାଯାଇଥିବା ଶୋଷଣ ।
(ଗ) ସରକାରଙ୍କଦ୍ବାରା ନିଆଯାଇଥିବା କୃଷକ ବିରୋଧୀ ପଦକ୍ଷେପ ।
(ଘ) ବ୍ରିଟିଶ୍ ଶାସନକର୍ତ୍ତାଙ୍କ କୃଷକ ବିରୋଧୀ ମନୋଭାବ ।
(ଙ) କ୍ଷୁଦ୍ରଶିଳ୍ପ, କୁଟୀରଶିଳ୍ପ ଓ ବିଭିନ୍ନ ପ୍ରକାର କୃଷି ସମ୍ବନ୍ଧୀୟ ଶିଳ୍ପର ବିଲୋପ ।
(ଙ) କ୍ଷୁଦ୍ରଶିଳ୍ପ, କୁଟୀରଶିଳ୍ପ ଓ ବିଭିନ୍ନ ପ୍ରକାର କୃଷି ସମ୍ବନ୍ଧୀୟ ଶିଳ୍ପର ବିଲୋପ ।

୨୫ । ଭାରତବର୍ଷରେ ଦେଖାଯାଉଥିବା କେତେକ ପ୍ରମୁଖ କୃଷକ ଆନ୍ଦୋଳନ ଆଲୋଚନା କର ।
Answer:
ଇତିହାସରୁ ଜଣାଯାଏ ବ୍ରିଟିଶ୍ ଶାସନ କାଳରୁ ଆଜି ପର୍ଯ୍ୟନ୍ତ ଅନେକଗୁଡ଼ିଏ କୃଷକ ଆନ୍ଦୋଳନ ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରେ ସଙ୍ଗଠିତ ହୋଇଛି । ସେଗୁଡ଼ିକର ପ୍ରଭାବ ଯୋଗୁଁ ଜମିଜମା କ୍ଷେତ୍ରରେ କେତେକ ସଂସ୍କାର ମଧ୍ୟ ଭାରତବର୍ଷରେ ସମ୍ଭବପର ସେହିସବୁ ଆନ୍ଦୋଳନର ଆଲୋଚନା ନିମ୍ନରେ ଦିଆଗଲା –

(କ) ସାନ୍ତାଳ ବିପ୍ଳବ (୧୮୫୫-୫୬) – ଏହି ବିପ୍ଳବ ଭାରତବର୍ଷରେ ପ୍ରଥମ କୃଷକ ଆନ୍ଦୋଳନର ମାନ୍ୟତା ଲାଭ କରିଛି । ସାନ୍ତଳାମାନେ ଏକ ଜନଜାତି ସମ୍ପ୍ରଦାୟର ଲୋକ । ଏହି ଆନ୍ଦୋଳନ ପ୍ରଥମେ ବଙ୍ଗଳା ପ୍ରଦେଶରେ ଆରମ୍ଭ ହୋଇ ତତ୍କାଳୀନ ବିହାର ପ୍ରଦେଶର ବୀରଭୂମି, ସିଂହଭୂମି, ହଜାରିବାଗ, ଭାଗଲପୁର ଏବଂ ମୁଙ୍ଗେର ଅଞ୍ଚଳକୁ ବ୍ୟାପିଥିଲା ।

ବିଶେଷ ଭାବରେ ୧୭୯୩ ମସିହାରେ ସରକାରଙ୍କଦ୍ଵାରା ପ୍ରଚଳିତ ଚିରସ୍ଥାୟୀ ବନ୍ଦୋବସ୍ତ ବିରୋଧରେ ଏହି ଆନ୍ଦୋଳନ ଉଦ୍ଦିଷ୍ଟ ଥିଲା । ଏହା ସାନ୍ତାଳମାନଙ୍କର ଜମି ଉପରୁ ଅଧିକାର କାଢ଼ି ନେଇଥିଲା । ଜମିଦାରମାନେ ବର୍ଷକୁ ବର୍ଷ ଉଚ୍ଚଦରରେ ଖଜଣା ଆଦାୟ କରୁଥିଲେ । ଏହାଛଡ଼ା ସାହୁକାର ଓ ମହାଜନମାନେ ମଧ୍ୟ ଚାଷୀମାନଙ୍କୁ ପ୍ରଦାନ କରିଥିବା ଋଣ ଉପରେ ଅତ୍ୟଧିକ ମାତ୍ରାରେ ସୁଧ ଆଦାୟ କରିବାକୁ ଲାଗିଲେ ।

ଏହିସବୁ ଅନ୍ୟାୟ ଓ ଅତ୍ୟାଚାରକୁ ବିରୋଧ କରି ପ୍ରାୟ ୧ ଲକ୍ଷ ସାନ୍ତାଳ ଜନଜାତିର ଲୋକ ୧୮୫୫ ମସିହାରେ ଭାଙ୍ଗମାଢ଼ିଠାରେ ଏକତ୍ରିତ ହୋଇଥିଲେ ।

(ଖ) ନୀଳଚାଷ ବିରୋଧୀ ବିପ୍ଳବ (୧୮୫୯) – ଏହି ବିପ୍ଳବ ବଙ୍ଗଳାପ୍ରଦେଶରେ ବାରାସାତ୍ମଠାରେ ଆରମ୍ଭ ହୋଇ ନଦିଆ, ଯଶୋର, ରାଜସାହି, ଫରିଦ୍‌ପୁର ଓ ମୁରାଦାବାଦ ଅଞ୍ଚଳକୁ ବ୍ୟାପିଥିଲା । ଏହି ଆନ୍ଦୋଳନ ଚାଷଜମିରେ ନୀଳଚାଷ କରିବାପାଇଁ ବାଧ୍ୟ କରୁଥିବା ଗୋରାଲୋକମାନଙ୍କ ବିରୋଧରେ ଦେଖାଦେଇଥିଲା । ଚାଷମାନେ ନିଜ ଜମିରେ ଖାଦ୍ୟଶସ୍ୟ ବଦଳରେ ନୀଳଚାଷ କରିବାକୁ ବାଧ୍ୟ ହେଉଥିଲେ ।

ବାରମ୍ବାର ନୀଳଚାଷଦ୍ଵାରା ଜମିର ଉର୍ବରତା ନଷ୍ଟ ହୋଇ ତାହା ଚାଷ ପାଇଁ ଅନୁପଯୁକ୍ତ ହେବାର ସମ୍ଭାବନା ଦେଖାଯାଇଥିଲା । ଏହି ନୀଳ ଚାଷ ଇଂଲଣ୍ଡରେ ପ୍ରତିଷ୍ଠିତ ଲୁଗା କାରଖାନାରେ ଲୁଗାରଙ୍ଗ କରିବାରେ ବ୍ୟବହୃତ ହେଉଥିଲା । ଏହି ଆନ୍ଦୋଳନ ଫଳରେ ନୀଳଚାଷ କରାଯାଉଥିବା ଜମିଗୁଡ଼ିକୁ ଏହି ଉତ୍ପାଦନକାରୀମାନଙ୍କ ହାତରୁ କାଢ଼ିନେଇ ଜମିଦାର ଓ ସାହୁକାରମାନଙ୍କୁ ପ୍ରଦାନ କରାଗଲା ।

(ଗ) ବଙ୍ଗଳାଚାଷୀ ଆନ୍ଦୋଳନ (୧୮୭୧-୭୫) – ଏହି ଆନ୍ଦୋଳନ କୃଷିକ୍ଷେତ୍ରରେ କୃଷିର ବ୍ୟବସାୟୀକରଣ ବିରୋଧରେ ହୋଇଥିଲା । ଜମିରେ ଖାଦ୍ୟଶସ୍ୟ ଉତ୍ପାଦନ ନ କରି ଅର୍ଥଲାଭକରି ଚାଷ ଅର୍ଥାତ୍ ଫଳଚାଷ, ଆଖୁଚାଷ ଓ ଅନ୍ୟାନ୍ୟ ବ୍ୟାବସାୟିକ ଚାଷକୁ ବିରୋଧକରି ଏହି ଆନ୍ଦୋଳନ କରାଯାଇଥିଲା । ଫଳରେ ୧୮୮୫ ମସିହାରେ ବଙ୍ଗଳା ରୟତ ଆଇନ ପାସ୍ ହୋଇଥିଲା । ଏହା ଫଳରେ କୃଷକମାନେ ଜମିର ଖଜଣା ଅସୁଲ କରି ପଇଠ କରିବାକୁ ସମର୍ଥ ହୋଇଥିଲେ ।

(ଘ) ମାପିଲା/ମୋପାଲା ବିଦ୍ରୋହ (୧୮୭୬-୧୯୨୧) – କେରଳର ମାଲବାର ଜିଲ୍ଲାରେ ମୁସଲମାନ ଚାଷୀମାନଙ୍କଦ୍ଵାରା ଏହି ଆନ୍ଦୋଳନ ଦେଖାଦେଇଥିଲା । ସେମାନେ ମାଲବାର ଅଞ୍ଚଳରେ ବ୍ରାହ୍ମଣ ଜମିଦାରମାନଙ୍କର ଶୋଷଣ ବିରୋଧରେ ଏହି ଆନ୍ଦୋଳନ କରିଥିଲେ । ଏହାକୁ ସାମ୍ପ୍ରଦାୟିକତାର ରଙ୍ଗ ଦିଆଯାଇଥିଲା । ଫଳରେ ଧର୍ମ ନାମରେ ରକ୍ତପାତ ଓ ସଂଘର୍ଷ ଘଟିଥିଲା । ଏହି ଆନ୍ଦୋଳନ ବିଶେଷ ଭାବରେ ବିଫଳ ହୋଇଥିଲା କେବଳ ରକ୍ତପାତ ଓ ସଶସ୍ତ୍ର ବିପ୍ଳବ ହୋଇଥିଲା ଏହାର ମାଧ୍ୟମ ।

(‍ଙ) ଦାକ୍ଷିଣାତ୍ୟ ଚାଷୀ ଆନ୍ଦୋଳନ (୧୮୩୫) – ଜମିରୁ ଅତ୍ୟଧ୍ବକ ଖଜଣା ଆଦାୟ ବିରୋଧରେ ଏହି ପରିବର୍ତ୍ତନ ଦେଖାଯାଇଥିଲା । ଚାଷୀମାନେ ଅତ୍ୟଧିକ ଖଜଣା ଦେବା ପାଇଁ ଋଣ କରିବାପାଇଁ ବାଧ୍ୟ ହେଉଥିଲେ ଏବଂ ସେହି କରି ନ ପାରିବାରୁ ସାହୁକାର ଓ ମହାଜନମାନେ ବନ୍ଧାପଡ଼ିଥିବା ଜମିକୁ ନିଜ ନାଁରେ କରିନେଉଥିଲେ । ଏହି ପ୍ରକାର ଜମିର ହସ୍ତାନ୍ତରକୁ ବିରୋଧ କରି ଚାଷୀମାନେ ମାରୁଆଡ଼ି ମହାଜନ ଓ ଜମିଦାରଙ୍କ ବିରୋଧରେ ବିପ୍ଳବ କରୁଥିଲେ ।

ଏହା ପ୍ରଥମ ଅବସ୍ଥାରେ ପୁନାରେ ଆରମ୍ଭ ହୋଇଥିଲା ଓ ପରେ ଅହମ୍ମଦନଗର ଓ ଗୁଜୁରାଟକୁ ବ୍ୟାପିଥିଲା । ଏହି ଆନ୍ଦୋଳନକୁ ଦମନ କରିବାପାଇଁ ସରକାର ପୋଲିସ୍‌ର ସହାୟତା ନେଇଥିଲେ । ଆନ୍ଦୋଳନର ଫଳସ୍ୱରୂପ ୧୮୭୯ ମସିହାରେ ଚାଷୀମାନଙ୍କ ସପକ୍ଷରେ ଆଇନ ପ୍ରଣୟନ ହୋଇଥିଲା ଓ ଜମିର ଏହିଭଳି ଅନ୍ୟାୟ ହସ୍ତାନ୍ତରକୁ ବନ୍ଦ କରାଯାଇଥିଲା ।

(ଚ) ପଞ୍ଜାବର କୃଷକ ବିପ୍ଳବ (୧୮୬୦-୧୯୦୭) – ପଞ୍ଜାବରେ ଏହି ଆନ୍ଦୋଳନ ମଧ୍ଯ ସାହୁକାର ଓ ସୁଧଲଗାଣକାରୀ ମହାଜନମାନଙ୍କ ଅନ୍ୟାୟ ବିରୋଧରେ ଉଦ୍ଦିଷ୍ଟ ଥିଲା । ଋଣ ଓ ସୁଧ ଶୁଝିପାରୁ ନ ଥିବା ଚାଷୀମାନଙ୍କର ଜମିକୁ ଓ ଅନ୍ୟାୟଭାବେ ମହାଜନମାନେ ନିଜ ଦଖଲକୁ ନେଇଯିବାକୁ ବିରୋଧ କରି ଏହା ସଙ୍ଗଠିତ ହୋଇଥିଲା । ଏହି ଆନ୍ଦୋଳନର ଫଳସ୍ବରୂପ ପଞ୍ଜାବର ୧୯୦୨-୧୯୦୩ ମସିହାରେ ଆଇନ ପ୍ରଣୟନ କରାଯାଇ ଚାଷୀମାନଙ୍କୁ ଏହିଭଳି ଅନ୍ୟୟପୂର୍ବକ ଜମି ଉଚ୍ଛେଦକୁ ବନ୍ଦ କରାଯାଇପାରିଥିଲା ।

(ଛ) ଚମ୍ପାରଣ ବିପ୍ଳବ (୧୯୧୭-୧୮) – ଏହି ଆନ୍ଦୋଳନ ମହାତ୍ମା ଗାନ୍ଧିଙ୍କଦ୍ୱାରା ଆରମ୍ଭ କରାଯାଇଥିଲା । ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରୁ ଭାରତ ପ୍ରତ୍ୟାବର୍ତ୍ତନ ପରେ ୧୯୧୭ ମସିହାରେ ବିହାରର ଚମ୍ପାରଣ ଜିଲ୍ଲାରେ କୃଷକମାନଙ୍କୁ ସଙ୍ଗଠିତ କରି ଏକ ସତ୍ୟାଗ୍ରହ ଆନ୍ଦୋଳନର ସୂତ୍ରପାତ କରିଥିଲେ । ଏହି ଆନ୍ଦୋଳନରେ ରାଜେନ୍ଦ୍ରପ୍ରସାଦଙ୍କ ଭଳି ଟାଣୁଆ ନେତା ଯୋଗ ଦେଇଥିଲେ । ସରକାର ଏହି ଆନ୍ଦୋଳନକୁ ଦମନ କରିବାପାଇଁ କଠୋର ପଦକ୍ଷେପ ଗ୍ରହଣ କରିଥିଲେ ।

CHSE Odisha Class 12 Sociology Unit 4 Long Answer Questions in Odia Medium

ଆନ୍ଦୋଳନର ଉଦ୍ଦେଶ୍ୟ ଥିଲା ସରକାରଙ୍କଦ୍ଵାରା ପ୍ରଚଳିତ ଅତ୍ୟଧୂକ ଖଜଣାକୁ ବିରୋଧ କରିବା । ଭାରତୀୟ କୃଷକ ଆନ୍ଦୋଳନ ଇତିହାସରେ ଏହା ଏକ ଯୁଗାନ୍ତକାରୀ ଆନ୍ଦୋଳନ ଥିଲା । ଏହା ଆଶାନୁରୂପ ସଫଳତା ମଧ୍ୟ ଲାଭ କରିଥିଲା । ୧୯୧୮ ମସିହା ମେ ପହିଲା ତାରିଖରେ ବ୍ରିଟିଶ୍ ଗଭର୍ଣ୍ଣର ଜେନେରାଲ ବାଧ୍ୟ ହୋଇ କୃଷି ସମ୍ବନ୍ଧୀୟ ଆଇନ ପ୍ରଚଳିତ କରିଥିଲେ ।

(ଜ) ଖେଡ଼ା କୃଷକ ଆନ୍ଦୋଳନ – ଗୁଜୁରାଟର ଖେଡ଼ାଠାରେ ଧୂଆଁପତ୍ର ଚାଷୀମାନଙ୍କୁ ସଙ୍ଗଠିତ କରି ଗାନ୍ଧିଜୀଙ୍କ ପ୍ରେରଣାରେ ସର୍ଦାର ବଲ୍ଲଭଭାଇ ପଟେଲ ସତ୍ୟାଗ୍ରହ ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନ ଅହିଂସା ମାର୍ଗରେ ପରିଚାଳିତ ହୋଇଥିଲା । ଏହି ଆନ୍ଦୋଳନର କାରଣଗୁଡ଼ିକ ହେଲା –
(i) ବାରମ୍ବାର ଦୁର୍ଭିକ୍ଷ ଘଟୁଥିବାରୁ ଶସ୍ୟଉତ୍ପାଦନ ବିପୁଳଭାବରେ କ୍ଷତିଗ୍ରସ୍ତ ହେଉଥିଲା ଏବଂ ଚାଷୀମାନେ ପୂର୍ଣ୍ଣମାତ୍ରାରେ ଖଜଣା ଦେଇପାରିବା ଅବସ୍ଥାରେ ନ ଥିଲେ; ମାତ୍ର ସରକାର ଏଥ୍ୟପ୍ରତି କର୍ଣ୍ଣପାତ କରୁ ନ ଥିଲେ ଏବଂ ସମ୍ପୂର୍ଣ୍ଣ ଖଜଣା ଆଦାୟ କରିବାରେ ବିଭିନ୍ନ ପ୍ରକାର ଚାପ ସେମାନଙ୍କ ଉପରେ ପ୍ରୟୋଗ କରୁଥିଲେ ।
(ii) ଖେଡ଼ାରେ ଥିବା କୃଷି ଉପଯୋଗୀ ଜମିର ବାରମ୍ବାର ସର୍ଭେ କରାଇ ସରକାର ସେହି ଜମି ଉପରେ ଟିକସର ପରିମାଣ ବଢ଼ାଇବାକୁ ଲାଗିଥିଲେ, ଯାହାକି କୃଷକମାନେ ଦେଇପାରିବା ଅବସ୍ଥାରେ ନ ଥିଲେ ।

ଏହି ଆନ୍ଦୋଳନର ଫଳାଫଳ ହେଲା –
(କ) କୃଷକମାନେ ମିଳିତ ହୋଇ ସେମାନଙ୍କର ନ୍ୟାଯ୍ୟ ଦାବି ପ୍ରତି ସଚେତନ ହୋଇପାରିଥିଲେ ଏବଂ ପରବର୍ତ୍ତୀକାଳରେ ସେମାନେ ଭାରତର ସ୍ବାଧୀନତା ଆନ୍ଦୋଳନରେ ମଧ୍ୟ ଯୋଗ ଦେଇଥିଲେ ।
(ଖ) ଅନ୍ୟ ଏକ ସଫଳତା ହେଲା କେବଳ ସ୍ୱଚ୍ଛଳ ବର୍ଗର ଜମି ମାଲିକମାନେ ଜମିର ଖଜଣା ପଇଠ କରିବେ; ମାତ୍ର ଗରିବ ଚାଷୀମାନେ ସେଥିପାଇଁ ରିହାତି ଲାଭ କରିବେ ।

୨୬ । ଜନଜାତି ଆନ୍ଦୋଳନ ଉପରେ ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।
Answer:
ଭାରତର ସମୁଦାୟ ଜନସଂଖ୍ୟାର ଶତକଡ଼ା ଆଠାଭାଗ ହେଉଛନ୍ତି ଜନଜାତି । ଏହାର ଅଶୀଭାଗ ଜନସାଧାରଣ ଓ ପାର୍ବତ୍ୟାଞ୍ଚଳରେ ବସବାସ କରନ୍ତି ଏବଂ ଆଧୁନିକ ସାମାଜିକ-ଅର୍ଥନୈତିକ ସୁବିଧାସୁଯୋଗର ସୁଫଳ କମ୍ ପାଆନ୍ତି । ବନ ମଧ୍ୟ ସେମାନେ ନିଜର ପ୍ରଥା, ପରମ୍ପରା କରନ୍ତି ଯାହାକି ଜନଜାତିରୁ ଜନଜାତି ଭିନ୍ନ ଭିନ୍ନ ହୋଇଥାଏ । ଏହି ଜନଜାତିମାନେ ନିଜର ସଂସ୍କୃତିର ସୁରକ୍ଷା ପାଇଁ ଏବଂ ସଂସ୍କୃତିର ପରିଚୟର ଅଦ୍ୱିତୀୟତାକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ସମୟରେ ଜନଜାତି ଆନ୍ଦୋଳନ ମଣ୍ଡ ଟେକିଛି ।

ବ୍ରିଟିଶ୍ ସାମ୍ରାଜ୍ୟ ବିରୋଧରେ ଜନଜାତିମାନଙ୍କର ସମର୍ଥନ ମଧ୍ଯ ପଛରେ ନ ଥିଲା । କେତେକ ଜନଜାତି ଆନ୍ଦୋଳନ ୧୭୫୭ ରୁ ୧୮୫୭ ମଧ୍ୟରେ ସଙ୍ଗଠିତ ହୋଇଥିଲା । ସେମାନଙ୍କ ମଧ୍ୟରୁ ମୁଖ୍ୟ ଆନ୍ଦୋଳନଗୁଡ଼ିକ ହେଲା – ସନ୍ନ୍ୟାସୀ ଆନ୍ଦୋଳନ, ବେଙ୍ଗଲାଚୁଆର ଆନ୍ଦୋଳନ । ବେଙ୍ଗଲ ଓ ବିହାର ପୂର୍ବଭାରତର ରାମପୁର, ଦିନାଜପୁର, ବିଶୁପୁର, ବୀରଭୂମ ଏବଂ ସମ୍ବଲପୁର ଆଦି ସ୍ଥାନରେ ଆନ୍ଦୋଳନ ହୋଇଥିଲା ।

ଦକ୍ଷିଣ ଭାରତରେ ମଧ୍ୟ କେତେକ ଜନଜାତି ଆନ୍ଦୋଳନ ସଙ୍ଗଠିତ ହୋଇଥିଲା, ଯାହାର ମୁଖ୍ୟ ଥିଲା ବ୍ରିଟିଶ୍ ସାମ୍ରାଜ୍ୟ ବିରୋଧରେ ସ୍ଵର ଉତ୍ତୋଳନ କରିବା ଓ ଜନଜାତିମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟିକରିବା । ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଆନ୍ଧ୍ରପ୍ରଦେଶର ରାଣୀପୁର ଆନ୍ଦୋଳନ, ୧୮୭୯ ଏବଂ ବିର୍ସା ମୁଣ୍ଡାଙ୍କ ନେତୃତ୍ୱରେ ମୁଣ୍ଡା ଆନ୍ଦୋଳନ ଅତିମାତ୍ରାରେ ସଙ୍ଗଠିତ ଭାବେ ବ୍ରିଟିଶ ଶାସନ ବିରୋଧରେ ସଙ୍ଗଠିତ ହୋଇଥିଲା ।

ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଦୀର୍ଘ ଚାଳିଶ ବର୍ଷ ଧରି ତିନୋଟି ଜନଜାତି ଆନ୍ଦୋଳନ ଏକତ୍ରିତ ହୋଇ ଜାତୀୟତା ଆନ୍ଦୋଳନର ଏକ କୃଷକ ଆନ୍ଦୋଳନରେ ରୂପାନ୍ତରିତ ହେଲା ।

ସ୍ଵାଧୀନତା ପରେ ଭାରତରେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତିଷ୍ଠା ହେଲା ଏବଂ ଭାରତୀୟ ଜନସଂଖ୍ୟାର ଏକ ଅଭିନ୍ନ ଜନସଂଖ୍ୟା ବା ଅଙ୍ଗଭାବରେ ଜନଜାତିମାନଙ୍କୁ ଭୋଟଦାନ ଅଧିକାର ପ୍ରଦାନ କରାଗଲା । ସମାଜରେ ଅବହେଳିତ ଓ ନିଷ୍ପେଷିତ ଜନଜାତିମାନଙ୍କର ମଙ୍ଗଳ ସାଧନ ନିମନ୍ତେ ସରକାର ବିଶେଷ ଦୃଷ୍ଟିଦେଇ ଅନେକ ଯୋଜନା ପ୍ରସ୍ତୁତ କରିଥିଲେ ।

ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟମାନେ ଏବଂ ସମ୍ବିଧାନର ପ୍ରଣେତାମାନେ ଏହି ବିଷୟ ପ୍ରତି ସଚେତନ ଥାଇ ଜନଜାତିମାନଙ୍କ ମଙ୍ଗଳ ନିମନ୍ତେ ସମ୍ବିଧାନରେ କେତେକ ଧାରା ଯୋଡ଼ି ଦେଲେ । ସମ୍ବିଧାନର ଧାରା ୧୫(୪), ୪୬, ୨୪୪(୧) ଏବଂ ୩୩୯ ଧାରା ଜନଜାତିଙ୍କ ମଙ୍ଗଳ ନିମନ୍ତେ ଉଦ୍ଦିଷ୍ଟ । ସେମାନଙ୍କ ନିମନ୍ତେ ବ୍ୟବସ୍ଥାପିକା ଏବଂ ପ୍ରଶାସନିକ ଚାକିରିରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ।

ସମ୍ବିଧାନର ୩୪୨ ଧାରା ଅନୁସାରେ ସମ୍ବିଧାନ ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କୁ ନିର୍ଦେଶ ପ୍ରଦାନ କରିଥାଏ, ଯାହାଦ୍ୱାରା ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆବର୍ଗର ବିକାଶ କରାଯାଇପାରିବ । ଜନଜାତିଙ୍କର ସ୍ଵାର୍ଥର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର କମିଶନ ପ୍ରତିଷ୍ଠା କରାଯାଇଛି । ସମ୍ବିଧାନର ୧୬୪ ଧାରା ଅନୁସାରେ କେନ୍ଦ୍ରୀୟ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଗଠିତ ହୋଇଛି ।

ଏହାବ୍ୟତୀତ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ; ଯଥା – ବିହାର, ମଧ୍ୟପ୍ରଦେଶ, ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଏକ ସ୍ବତନ୍ତ୍ର ଜନଜାତି ମନ୍ତ୍ରୀମଣ୍ଡଳ ବିଭାଗର ବ୍ୟବସ୍ଥା ରହିଛି ।

ଜନଜାତିମାନଙ୍କର ଶିକ୍ଷାର ବିକାଶ ନିମନ୍ତେ ବାଳିକା ହଷ୍ଟେଲ, ଆଶ୍ରମ ବିଦ୍ୟାଳୟ, ବୈଷୟିକ ପ୍ରଶିକ୍ଷଣ କେନ୍ଦ୍ର, ଜନଜାତି ରିସର୍ଚ୍ଚ ଅନୁଷ୍ଠାନ, ଗ୍ରାମୀଣ ଜନଜାତି ବ୍ୟାଙ୍କ, ଜଙ୍ଗଲ ସୁରକ୍ଷା କେନ୍ଦ୍ର ଏବଂ ଅନ୍ୟ ଏହିପରି କେତେକ ଅନୁଷ୍ଠାନ ଜନଜାତିମାନଙ୍କର ମଙ୍ଗଳ ନିମନ୍ତେ ଉଦ୍ଦିଷ୍ଟ ।

BSE Odisha 9th Class Odia Grammar ସନ୍ଧି

Odisha State Board BSE Odisha 9th Class Odia Solutions ସନ୍ଧି Textbook Exercise Questions and Answers.

BSE Odisha Class 9 Odia Grammar ସନ୍ଧି

A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
Question 1.
ସନ୍ଧି କାହାକୁ କହନ୍ତି ?
Answer:
ପରସ୍ପର ସନ୍ନିହିତ ଦୁଇଟି ପଦର ମିଳନ ଘଟିଲେ ପୂର୍ବ ପଦର ଶେଷ ବର୍ଣ୍ଣ ସହିତ ପରପଦର ପ୍ରଥମ ବର୍ଣ୍ଣର ସଂଯୁକ୍ତିକୁ ସନ୍ଧି କୁହାଯାଏ ।

Question 2.
ସ୍ୱର ସନ୍ଧି କାହାକୁ କହନ୍ତି ?
Answer:
ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ସ୍ଵରବର୍ଣ୍ଣ ସହିତ ପରପଦର ପ୍ରଥମ ସ୍ଵରବର୍ଣ୍ଣର ମିଳନକୁ ‘ସ୍ଵରସନ୍ଧି’ କହନ୍ତି ।
ଯଥା – ଦେବ + ଅସୁର = ଦେବାସୁର ।

Question 3.
ବ୍ୟଞ୍ଜନ ସନ୍ଧିର ସଂଜ୍ଞା ଲେଖ ।
Answer:
ପରସ୍କର ସନ୍ନିହିତ ପୂର୍ବପଦର ଶେଷ ବର୍ଣ୍ଣ ବ୍ୟଞ୍ଜନ ହୋଇଥିଲେ ତାହା ସହିତ ପରପଦର ପ୍ରଥମ ବ୍ୟଞ୍ଜନ ଅଥବା ସ୍ଵରବର୍ଣ୍ଣର ମିଳନକୁ ‘ବ୍ୟଞ୍ଜନ ସନ୍ଧି’ କୁହାଯାଏ ।
ଯଥା – ଶରତ୍ + ଚନ୍ଦ୍ର = ଶରଚ୍ଚନ୍ଦ୍ର।

Question 4.
ବିସର୍ଗ ସନ୍ଧିର ଲକ୍ଷଣ କ’ଣ ?
Answer:
ପୂର୍ବ ପଦର ଶେଷରେ ଥ‌ିବା ବିସର୍ଗ ସହ ପର ପଦର ପ୍ରଥମ ସ୍ଵର ଅଥବା ବ୍ୟଞ୍ଜନ ବର୍ଣ୍ଣର ମିଳନ ଘଟିଲେ ତାହାକୁ ବିସର୍ଗ ସନ୍ଧ କୁହାଯାଏ ।
ଯଥା – ମନଃ + ଯୋଗ = ମନୋଯୋଗ । ନିଃ + ରସ = ନୀରସ ।

Question 5.
ଆମ ଭାଷାରେ କେତେପ୍ରକାର ସନ୍ଧି ରହିଛି, ତାହା କ’ଣ କ’ଣ ?
Answer:
ଆମ ଭାଷାରେ ତିନିପ୍ରକାର ସନ୍ଧି ରହିଛି; ଯଥା – ସ୍ଵରସନ୍ଧି, ବ୍ୟଞ୍ଜନ ସନ୍ଧି ଓ ବିସର୍ଗ ସନ୍ଧି ।

BSE Odisha 9th Class Odia Grammar ସନ୍ଧି

Question 6.
ସ୍ୱର ଓ ବ୍ୟଞ୍ଜନ ସନ୍ଧିରେ କେଉଁ ବର୍ଷ ଗୁରୁତ୍ୱ ପାଏ ?
Answer:
ସ୍ୱର ସନ୍ଧିରେ ସ୍ୱରବର୍ଣ୍ଣ ଏବଂ ବ୍ୟଞ୍ଜନ ସନ୍ଧିରେ ବ୍ୟଞ୍ଜନ + ବ୍ୟଞ୍ଜନ ଓ ବ୍ୟଞ୍ଜନ + ସ୍ଵର ବର୍ଷ ଗୁରୁତ୍ୱ ପାଏ ।

Question 7.
ବିସର୍ଗ ସନ୍ଧିରେ ‘୫’ର ବିକଳ୍ପ ବର୍ଷ କ’ଣ ?
Answer:
ବିସର୍ଗ ସନ୍ଧିରେ ‘୫’ ବିକଳ୍ପ ବର୍ଷ ହେଉଛି ‘ସ୍’ ଏବଂ ‘ର୍’ ।

Question 8.
ବିସର୍ଗ ସନ୍ଧିରେ ‘୫’ ଟିର ‘ର୍’ ବର୍ଷଟି କେଉଁ ବର୍ଷରେ କିପରି ଯୋଗ ହୁଏ ?
Answer:
‘’ ପରବର୍ତ୍ତୀ ବର୍ଷରେ ‘ର୍’ ଟି ‘ରେପ୍’ ( < ) ଆକାରରେ ଯୋଗ ହୁଏ ।

Question 9.
କେଉଁ ସନ୍ଧିରେ କ’ଣ ମିଶି ‘ଅବ୍’ ଓ ‘ଅୟ’ ହୁଅନ୍ତି ?
Answer:
ସ୍ଵରସନ୍ଧିରେ ଓ + ଅ ମିଶି ‘ଅବ୍’ ଏବଂ ଏ + ଅ ମିଶି ‘ଅୟ’ ହୁଏ । ଯଥା— ପୋ + ଅନ = ପବନ (ଅବ୍)|ନେ + ଅନ = ନୟନ (ଅୟ) ।

B ଗୋଟିଏ ପଦରେ ଉତ୍ତର ଲେଖ ।
Question 1.
‘ଅ’ ବା ‘ଆ’ ପରେ ‘ଅ’ ବା ‘ଆ’ ଥିଲେ ଦୁହେଁ ମିଶି କ’ଣ ହୁଅନ୍ତି ?
Answer:

Question 2.
ସୁଧାକର– ଶବ୍ଦଟିର ସନ୍ଧିବିଚ୍ଛେଦ କଲେ କ’ଣ ହେବ ?
Answer:
ସୁଧା + ଆକର

Question 3.
‘ଇ’ ବା ‘ଈ’ ପରେ ‘ଇ’ ବା ‘ଈ’ ଥିଲେ ଦୁହେଁ ମିଶି କ’ଣ ହୁଅନ୍ତି ?
Answer:

BSE Odisha 9th Class Odia Grammar ସନ୍ଧି

Question 4.
ପରୀକ୍ଷା – ଶବ୍ଦଟିର ଠିକ୍ ସନ୍ଧି ବିଚ୍ଛେଦଟି ଲେଖ ।
Answer:
ପରି + ଈକ୍ଷା

Question 5.
ସାଧୁ + ଉଦ୍ୟମ – ସନ୍ଧି କଲେ କ’ଣ ହେବ ?
Answer:
ସାଧୂଦ୍ୟମ

Question 6.
ଭୂର୍କ – ଶବ୍ଦଟିର ଶୁଦ୍ଧ ସନ୍ଧିବିଚ୍ଛେଦ ଲେଖ ।
Answer:
ଭୂ + ଊର୍ଦ୍ଧ୍ବ

Question 7.
‘ଅ’ ବା ‘ଆ’ ପରେ ‘ଇ’ ବା ‘ଈ’ ଥିଲେ ଦୁହେଁ ମିଶି କ’ଣ ହୁଅନ୍ତି ?
Answer:

Question 8.
‘ମହେନ୍ଦ୍ର’ ଶବ୍ଦର ସନ୍ଧି ବିଚ୍ଛେଦ କର ।
Answer:
ମହା + ଇନ୍ଦ୍ର

Question 9.
‘ଅ’ ବା ‘ଆ’ ପରେ ‘ଉ’ ବା ‘ଉ’ ଥିଲେ ଦୁହେଁ ମିଶି କ’ଣ ହୁଅନ୍ତି ?
Answer:

Question 10.
ନବୋଢ଼ା – ସନ୍ଧିବିଚ୍ଛେଦ କ’ଣ ହେବ ?
Answer:
ନବ + ଊଢ଼ା

Question 11.
‘କମ୍ବଳାସନ’କୁ ସନ୍ଧିବିଚ୍ଛେଦ କଲେ କ’ଣ ହେବ ?
Answer:
କମ୍ବଳ + ଆସନ

Question 12.
‘ପୁରୁଷ + ଉତ୍ତମ’ – ସନ୍ଧି କଲେ କ’ଣ ହେବ ?
Answer:
ପୁରୁଷୋତ୍ତମ

BSE Odisha 9th Class Odia Grammar ସନ୍ଧି

Question 13.
‘ଜନୈକ’ ଶବ୍ଦର ସନ୍ଧିବିଚ୍ଛେଦ କଲେ କ’ଣ ହେବ ?
Answer:
ଜନ + ଏକ

Question 14.
‘ଶିରଃ + ଛେଦ’ – ସନ୍ଧି କଲେ କ’ଣ ହେବ ?
Answer:
ଶିରଚ୍ଛେଦ

Question 15.
‘ଦିକ୍ + ଆନ୍ତ’ – ସନ୍ଧି କଲେ କ’ଣ ହେବ ?
Answer:
ଦିଗନ୍ତ

C ଶୂନ୍ୟସ୍ଥାନ ପୂରଣ କର ।

1. ‘ତ’ ବା ‘ଦ’ପରେ ‘ହ’ ଥିଲେ ଦୁହେଁ ମିଶି ___________________ ହୁଅନ୍ତି ।
Answer:
ଦ୍ଧ

2. ତଦ୍ + ହିତ = _______________ ।
Answer:
ତଦ୍ଧିତ

3. ‘ତ’ ବା ‘ଦ’ ପରେ ଥିଲେ ‘ତ’ ବା ‘ଦ’ _________________ ମିଶି ‘ଲ’ ହୁଅନ୍ତି ।
Answer:
ଲ୍

4. ଉତ୍ + ଲେଖ – ସନ୍ଧି କଲେ ________________ ହେବ ।
Answer:
ଉଲ୍ଲେଖ

5. ବାଙ୍ମୟ – ସନ୍ଧିବିଚ୍ଛେଦ କଲେ _____________________ ହେବ ।
Answer:
ବାକ୍ + ମୟ

6. ଷଷ୍ + ଥ – ସନ୍ଧି କଲେ ___________________ ହେବ ।
Answer:
ଷଷ୍ଠ

7. ‘ର’ ଓ ‘ସ’ _____________________ ର ଗୋଟିଏ ଗୋଟିଏ ରୂପ ।
Answer:
ବିସର୍ଗ

BSE Odisha 9th Class Odia Grammar ସନ୍ଧି

8. ପୂର୍ବପଦର ଶେଷରେ ଥ‌ିବା ବିସର୍ଗର ପରପଦର ପ୍ରଥମରେ ଥ‌ିବା ସ୍ଵର ବା ବ୍ୟଞ୍ଜନ ବର୍ଣ୍ଣ ସହିତ ମିଳନ _________________ ସନ୍ଧି ହୁଏ ।
Answer:
ବିସର୍ଗ

9. ବିସର୍ଗ ପରେ ‘ଚ’ ବା ‘ଛ’ ଥିଲେ ବିସର୍ଗ ସ୍ଥାନରେ ______________________ ହୁଏ ।
Answer:
ଶ୍

10. ନିଃ + ଚୟ – ସନ୍ଧି କଲେ ________________________ ହେବ ।
Answer:
ନିଶ୍ଚୟ

11. ଗୋ + ଅକ୍ଷ = ____________________ ।
Answer:
ଗବାକ୍ଷ

12. ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ବ୍ୟଞ୍ଜନ ବର୍ଣ୍ଣ ସହିତ ପରପଦର ପ୍ରଥମ ବ୍ୟଞ୍ଜନବର୍ଣ୍ଣ ବା ସ୍ଵରବର୍ଣ୍ଣର ମିଳନକୁ _________________ ସନ୍ଧ କହନ୍ତି ।
Answer:
ବ୍ୟଞ୍ଜନ

13. ବାଗାଡ଼ମ୍ବର – ସନ୍ଧିବିଚ୍ଛେଦ କଲେ ______________________ ହେବ ।
Answer:
ବାକ୍ + ଆଡ଼ମ୍ବର

14. ଣିଚ୍ + ଅନ୍ତ – ସନ୍ଧି କଲେ _____________________ ହେବ ।
Answer:
ଣିଜନ୍ତ

15. ‘ତ’ ବା ‘ଦ’ ପରେ ‘ଚ’ ବା ‘ଛ’ ଥିଲେ ‘ତ’ ବା ‘ଦ’ ସ୍ଥ।ନରେ ______________________ ହୁଏ ।
Answer:
ଚ୍

BSE Odisha 9th Class Odia Grammar ସନ୍ଧି

D ନିର୍ଦ୍ଦେଶ ଅନୁସାରେ ଉତ୍ତର ଦିଅ।
1. ସନ୍ଧି ବିଚ୍ଛେଦ କର :
ଦେବର୍ଷି, ସଦାଚାର, ସୂଚ୍ୟଗ୍ର, ସ୍ଵାଗତ, ଗାୟକ, ଉଜ୍ଜଳ, ଜଗନ୍ନାଥ, ଶିଷ୍ଟ, ଧନୁଷ୍ଟଙ୍କାର, ମନୋବାଞ୍ଛା, ସ୍ଵର୍ଗତ, ନିର୍ଦ୍ଦେଶ ।
Answer:
ପ୍ରଦତ୍ତ ଶବ୍ଦ  ସନ୍ଧିମୂଳକ ବିଚ୍ଛେଦରୂପ
ଦେବର୍ଷି = ଦେବ+ଋଷି
ସଦାଚାର = ସତ୍ + ଅଚାର
ସୂଚ୍ୟଗ୍ର = ସୂଚି + ଅଗ୍ର
ସ୍ଵାଗତ = ସୁ + ଅଗତ
ଗାୟକ = ଗୈ + ଅକ
ଉଜ୍ଜଳ = ଉତ୍ + ଜ୍ୱଳ
ଜଗନ୍ନାଥ = ଜଗତ୍ + ନାଥ
ଶିଷ୍ଟ = ଶିଷ୍ + ତ
ଧନୁଷ୍ଟଙ୍କାର = ଧନୁଃ + ଟଙ୍କାର
ମନୋବାଞ୍ଛା = ମନଃ + ବାଞ୍ଛା
ସ୍ଵର୍ଗତ = ସ୍ଵଃ + ଗତ
ନିର୍ଦ୍ଦେଶ = ନିଃ + ଦେଶ

2. ସନ୍ଧି କର –
ପ୍ରତି + ଅହ
ଦିକ୍ + ଅନ୍ତ
ସମ୍ + ହତ
ଧନୁଃ + ପାଣି
ମହା + ଉଦଧୂ
ଉତ୍ + ଛେଦ
ଅନୁ + ଏଷଣ
ତତଃ + ଅଧ୍ବକ
ରାଜା + ଋଷି
ଉତ୍ + ହାର
ଭୌ + ଉକ
ମୁନଃ + ମୁହଃ
Answer:
ପ୍ରଦତ୍ତ ବିଚ୍ଛେଦ   ଶବ୍ଦରୂପ ସନ୍ଧି-ଶବ୍ଦ
ପ୍ରତି + ଅହ = ପ୍ରତ୍ୟହ
ସମ୍ + ହତ = ସଂହତ
ମହା + ଉଦଧୂ = ମହୋଦଧୂ
ଉତ୍ + ଛେଦ = ଉଚ୍ଛେଦ
ରାଜା + ଋଷି = ରାଜଷି
ଉତ୍ + ହାର = ଉଦ୍ଧ।ର
ଦିକ୍ + ଅନ୍ତ = ଦିଗନ୍ତ
ଧନୁଃ + ପାଣି = ଧନୁଷ୍ପ।ଣି
ଅନୁ + ଏଷଣ = ଅନ୍ୱେଷଣ
ତତଃ + ଅଧ୍ବକ = ତତୋଧ୍କ
ଭୌ + ଉକ = ଭାଚୁକ
ମୁହଃ + ମୁହଃ = ମୁହର୍ମୁହଃ

E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ‘ଅ’ ବା ‘ଆ’ ପରେ ‘ଅ’ ବା ‘ଆ’ ଥିଲେ ଦୁହେଁ ମିଶି କ’ଣ ହୁଅନ୍ତି ?
(A) ଅ
(B) ଆ
(C) ଇ
(D) ଏ
Answer:
(B) ଆ

BSE Odisha 9th Class Odia Grammar ସନ୍ଧି

2. ସୁଧାକର – ଶବ୍ଦଟିର ସନ୍ଧିବିଚ୍ଛେଦ କଲେ କ’ଣ ହେବ ?
(A) ସୁଧ + ଆକର
(B) ସୁଧା + ଅକର
(C) ସୁଧ + ଅକର
(D) ସୁଧା + ଆକର
Answer:
(D) ସୁଧା + ଆକର

3. ‘ଇ’ ବା ‘ଈ’ ପରେ ‘ଇ’ ବା ‘ଈ’ ଥିଲେ ଦୁହେଁ ମିଶି କ’ଣ ହୁଅନ୍ତି ?
(A) ଆ
(B) ଇ
(C) ଈ
(D) ଐ
Answer:
(C) ଈ

4. ପରୀକ୍ଷା – ଶବ୍ଦଟିର ଠିକ୍ ସନ୍ଧି ବିଚ୍ଛେଦଟି ବାଛ ?
(A) ପରୀ + ଇକ୍ଷା
(B) ପରି + ଇକ୍ଷା
(C) ପରି + ଈକ୍ଷା
(D) ପରୀ + ଈକ୍ଷା
Answer:
(C) ପରି + ଈକ୍ଷା

5. ସାଧୁ + ଉଦ୍ୟମ – ସନ୍ଧି କଲେ କ’ଣ ହେବ ?
(A) ସାଧୁଦ୍ଯମ
(B) ସାଧୋଦ୍ୟମ
(C) ସାଧୁବ୍ଯାମ
(D) ସାଧୂଦ୍ୟମ
Answer:
(D) ସାଧୂଦ୍ୟମ

6. ଭୂର୍ବ – ଶବ୍ଦଟିର ଶୁଦ୍ଧ ସନ୍ଧିବିଚ୍ଛେଦଟି ବାଛ ।
(A) ଭୁ + ଉର୍ଦ୍ଧ୍ବ
(B) ଭୂ + ଉର୍ଦ୍ଧ୍ବ
(C) ଭୂ + ଊର୍ଦ୍ଧ୍ବ
(D) ଭୁ + ଊର୍ଦ୍ଧ୍ବ
Answer:
(C) ଭୂ + ଊର୍ଦ୍ଧ୍ବ

7. ‘ଅ’ ବା ‘ଆ’ ପରେ ‘ଇ’ ବା ‘ଈ’ ଥିଲେ ଦୁହେଁ ମିଶି କ’ଣ ହୁଅନ୍ତି ?
(A) ଆ
(B) ଈ
(C) ଏ
(D) ଐ
Answer:
(C) ଏ

BSE Odisha 9th Class Odia Grammar ସନ୍ଧି

8. ‘ମହେନ୍ଦ୍ର’ ଶବ୍ଦର ସନ୍ଧି ବିଚ୍ଛେଦ କର ।
(A) ମହା + ଇନ୍ଦ୍ର
(B) ମହ + ଇନ୍ଦ୍ର
(C) ମହତ୍ + ଇନ୍ଦ୍ର
(D) ମହାନ୍ + ଇନ୍ଦ୍ର
Answer:
(A) ମହା + ଇନ୍ଦ୍ର

9. ‘ଅ’ ବା ‘ଆ’ ପରେ ‘ଉ’ ବା ‘ଉ’ ଥିଲେ ଦୁହେଁ ମିଶି କ’ଣ ହୁଅନ୍ତି ?
(A) ଏ
(B) ଓ
(C) ଆ
(D) ଈ
Answer:
(B) ଓ

10. ନବୋଢ଼ା – ସନ୍ଧିବିଚ୍ଛେଦ କ’ଣ ହେବ ?
(A) ନବ + ଉଢ଼ା
(B) ନବ + ଊଢ଼ା
(C) ନ + ବୋଢ଼ା
(D) ନ + ବଢ଼ା
Answer:
(B) ନବ + ଊଢ଼ା

11. ନିମ୍ନୋକ୍ତ ମଧ୍ଯରୁ କିଏ ଏକ ସ୍ଵରସନ୍ଧି ?
(A) କମ୍ବଳ + ଆସନ
(B) ଉତ୍ + ଘାଟନ
(C) ନିଃ + ଗତ
(D) ବିପଦ୍ + ଜନକ
Answer:
(A) କମ୍ବଳ + ଆସନ

12. ‘ପୁରୁଷ + ଉତ୍ତମ’ – ସନ୍ଧି କଲେ କ’ଣ ହେବ ?
(A) ପୁରୁଷତ୍ତମ
(B) ପୁରୁଷୋତ୍ତମ
(C) ପୁରୁଷଉତ୍ତମ
(D) ପୁରସ୍ତମ
Answer:
(B) ପୁରୁଷୋତ୍ତମ

13. ‘ଜନୈକ’ ଶବ୍ଦର ସନ୍ଧିବିଚ୍ଛେଦ କଲେ କ’ଣ ହେବ ?
(A) ଜନୈ + ଏକ
(B) ଜନ + ଇକ
(C) ଜନ + ଏକ
(D) ଜନେ + ଏକ
Answer:
(C) ଜନ + ଏକ

14. ନିମ୍ନ ପ୍ରଦତ୍ତ ଶବ୍ଦମାନଙ୍କ ମଧ୍ୟରୁ କିଏ ସ୍ଵରସନ୍ଧି ନୁହେଁ ?
(A) ଦିଗନ୍ତ
(B) ମହୋଦଧୂ
(C) ବିଦ୍ୟାଳୟ
(D) ଲମ୍ବୋଦର
Answer:
(A) ଦିଗନ୍ତ

BSE Odisha 9th Class Odia Grammar ସନ୍ଧି

15. ନିମ୍ନୋକ୍ତ ମଧ୍ୟରୁ ଠିକ୍ ଶବ୍ଦଟି କିଏ ?
(A) ଶିରଛେଦ
(B) ଶିରଛେଦ
(C) ଶିରଶ୍ଚେଦ
(D) ଶୀରଚ୍ଛେଦ
Answer:
(C) ଶିରଶ୍ଚେଦ

16. ହରି ଜଣେ ଲୋଭଶୂନ୍ୟ ମଣିଷ । – ରେଖାଙ୍କିତ ପଦ ସ୍ଥାନରେ ସମାନ ଅର୍ଥବୋଧକ ବିସର୍ଗ ସନ୍ଧିଜନିତ ପଦ କ’ଣ ହେବ ?
(A) ନିର୍ଲୋଭ
(B) ନିଃଲୋଭ
(C) ନିଃର୍ଲୋଭ
(D) ନିର୍ଲୋଭ
Answer:
(A) ନିର୍ଲୋଭ

17. ନିମ୍ନୋକ୍ତ ମଧ୍ଯରୁ କିଏ ‘ସ୍ବର୍ଗତ’ର ସନ୍ଧିବିଚ୍ଛେଦ ରୂପ ?
(A) ସୁ + ଗତ
(B) ସ୍ଵ + ଗତ
(C) ସ୍ଵଃ + ଗତ
(D) ସ୍ଵ + ର୍ଗତ
Answer:
(C) ସ୍ଵଃ + ଗତ

18. ପରସ୍ପର ସନ୍ନିହିତ ପୂର୍ବପଦର ଶେଷବର୍ଣ୍ଣ ଓ ପରପଦର ପ୍ରଥମପଦର ମିଳନକୁ କ’ଣ କହନ୍ତି ?
(A) ସମାସ
(B) କୃଦନ୍ତ
(C) ତଦ୍ଧିତ
(D) ସନ୍ଧି
Answer:
(D) ସନ୍ଧି

19. ସନ୍ଧି କେତେ ପ୍ରକାର ?
(A) ୨ ପ୍ରକାର
(B) ୩ ପ୍ରକାର
(C) ୪ ପ୍ରକାର
(D) ୫ ପ୍ରକାର
Answer:
(B) ୩ ପ୍ରକାର

20. ସ୍ୱରବର୍ଣ୍ଣ ସହ ସ୍ୱରବର୍ଣ୍ଣର ମିଳନକୁ କି ସନ୍ଧି କୁହାଯାଏ ?
(A) ବ୍ୟଞ୍ଜନ ସନ୍ଧି
(B) ବିସର୍ଗ ସନ୍ଧି
(C) ସ୍ଵର ସନ୍ଧି
(D) ସଂଯୁକ୍ତ ସନ୍ଧି
Answer:
(C) ସ୍ଵର ସନ୍ଧି