BSE Odisha 7th Class Odia Solutions Chapter 14 ମାଡ଼ହାଣ୍ଡି କଥା

Odisha State Board BSE Odisha 7th Class Odia Solutions Chapter 14 ମାଡ଼ହାଣ୍ଡି କଥା Textbook Exercise Questions and Answers.

BSE Odisha Class 7 Odia Solutions Chapter 14 ମାଡ଼ହାଣ୍ଡି କଥା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ଚକୁଳିଆ ପଣ୍ଡା କିପରି ପେଟ ପୋଷୁଥିଲା ?
Answer:
ଚକୁଳିଆ ପଣ୍ଡା ଗରିବ ବ୍ରାହ୍ମଣ ଥିଲା । ଘର ଘର, ଗାଁ ଗାଁ ବୁଲି ଭିକ ମାଗେ । ଛଅ ଗାଆଁ ଗଲେ ସେରେ ଆଣେ, ନଅ ଗାଆଁ ଗଲେ ସେରେ ଆଣେ । ଏମିତି ଭିକ ମାଗି ଯା ଆଣେ, ସେଥ‌ିରେ ମା’ ପୁଅ ଦୁହେଁ ଚଳନ୍ତି । ସେ ଭିକ ପାଇଲେ ଖାଉଥିଲା, ନଚେତ୍ ଉପାସରେ ଦିନ କାଟୁଥିଲା ।

(ଖ) ଚକୁଳିଆ ପଣ୍ଡା କାନ୍ଦି ବୋବେଇ ପଳାଇ ଆସିଲା କାହିଁକି ?
Answer:
ଚକୁଳିଆ ପଣ୍ଡା ପ୍ରତିଦିନ ଭିକ୍ଷାକରି ପେଟ ପୋଷେ । ଯେତେବେଳେ ଯାହା ମିଳେ ସେଥୁରେ ମା’ ଓ ପୁଅ ଦୁହେଁ କୌଣସି ମତେ ଚଳିଯାଆନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ଦିନେ ସେ କେତେ ଆଡ଼େ ବୁଲିଲା, ହେଲେ ପୋଷେ ଚାଉଳ ବି ଭିକ ମିଳିଲା ନାହିଁ । ଲୋକେ ଭିକ ଦେବେ କ’ଣ, ଗାଁ ପିଲାଏ ଟେକା, ବୋଲୁଅ ଫୋପାଡ଼ି ତାକୁ ଗାଁରୁ ତଡ଼ିଦେଲେ । ଏଣୁ ସେ କାନ୍ଦି ବୋବାଇ ପଳାଇ ଆସିଲା ।

(ଗ) ଗଙ୍ଗାମାତା କେଉଁଠାରେ ଥିଲେ ?
Answer:
ପିଲାଙ୍କଠାରୁ ଟେକାମାଡ଼ ଖାଇ ଚକୁଳିଆ ପଣ୍ଡା ଘରକୁ ନଯାଇ ଆଗକୁ ଚାଲିଲା । ସେ ବାଟରେ ସୁନ୍ଦର ପଦ୍ମପୋଖରୀଟିଏ ଦେଖୁ। ସେଥ‌ିରେ କଳା ଭଅଁର ପରି ପାଣି । ପୋଖରୀ ଚାରିପାଖଯାକ ଶଙ୍ଖମଲମଲ ପଥରରେ ପାହାଚ ତିଆରି ହୋଇଥିଲା। ସେଇ ପୋଖରୀଟିରେ ଗଙ୍ଗାମାତା ଥିଲେ ।

(ଘ) ଗଙ୍ଗାମାତା ଚକୁଳିଆ ପଣ୍ଡା ପ୍ରତି ଦୟାଭାବ ଦେଖାଇଲେ କାହିଁକି ?
Answer:
ଚକୁଳିଆ ଭୋକରେ ଡହଳବିକଳ ହେଉଥିଲା । ଗାଁ ପିଲାଙ୍କଠାରୁ ମାଡ଼ ଗାଳି ଖାଇ ଚକୁଳିଆ ପଣ୍ଡା ମନ ଦୁଃଖରେ ଆଗକୁ ‘ଯାଇ ପଦ୍ମ ପୋଖରୀ ପାଖରେ ପହଞ୍ଚିଲା । ଭୋକ ବିକଳରେ ପୋଖରୀର ପାଣିକୁ ଭାତ, ଡାଲି, ମହୁର, ଦୁଧ, ଆମ୍ବିଳ ଭାବି ପିଇଯାଇ ନିଜର ପେଟର କ୍ଷୁଧା ମେଣ୍ଟାଇବାକୁ ଚେଷ୍ଟା କରୁଥିଲା । ଗଙ୍ଗାମାତା ଚକୁଳିଆ ପଣ୍ଡାର ଏ ଦୁଃଖ ସହିପାରିଲେ ନାହିଁ । ତେଣୁ ସେ ତା’ ପ୍ରତି ଦୟାଭାବ ଦେଖାଇଲେ ।

(ଙ) ଚକୁଳିଆ ପଣ୍ଡା ହାଣ୍ଡିରେ କ’ଣ ଦେଖୁଲା ?
Answer:
ଚକୁଳିଆ ପଣ୍ଡା ପାଣିରେ ଭାସି ଆସିଥିବା ହାଣ୍ଡିକୁ ଦେଖ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲା । କୌତୂହଳରେ ସେ ହାଣ୍ଡିର ଢାଙ୍କୁଣୀ ଖୋଲି ଦେଖିଲାବେଳକୁ ତା’ ଭିତରେ ଦିବ୍ୟ ସରୁ ଘିଅ ଅନ୍ନ, ଡାଲି, ମହୁର, ଆମ୍ବିଳ, ଖୁରି, ପିଠା ପ୍ରଭୃତି ସୁସ୍ବାଦୁ ଖାଦ୍ୟଦ୍ରବ୍ୟ ଖଞ୍ଜା ହୋଇ ରହିଥିଲା ।

(ଚ) ଚକୁଳିଆ ପଣ୍ଡା ଖାଦ୍ୟ ହାଣ୍ଡି ଧରି ଘରକୁ ଫେରିଲାବେଳକୁ ତା’ ମାଆ କୁଆଡ଼େ ଯାଇଥିଲା ?
Answer:
ଚକୁଳିଆ ପଣ୍ଡା ଖାଦ୍ୟ ହାଣ୍ଡି ଧରି ଘରକୁ ଫେରିଲାବେଳକୁ ତା’ ମାଆ ଘରେ ନଥିଲା । ସେ ସବୁଦିନ ପରି ଗାଁ ଭିତରକୁ ଦୁଃଖ ଧନ୍ଦା କରିବାକୁ ଯାଇଥିଲା ।

(ଛ) ଚୋରମାନେ ସିନ୍ଦୁକଟିକୁ କେଉଁଠାରେ ରଖୁଥିଲେ ?
Answer:
ଚୋରମାନେ କେଉଁ ଗାଆଁରୁ ସିନ୍ଧୁକଟିଏ ଚୋରାଇ ଆଣି ସେଥ‌ିରେ ଥ‌ିବା ଦ୍ରବ୍ୟକୁ ବାଣ୍ଟ କରିବାପାଇଁ ଚକୁଳିଆ ପଣ୍ଡା ମା’ର ବାରିଦୁଆରେ ରଖୁଥିଲେ ।

(କ) ସିନ୍ଦୁକ ଭିତରେ କ’ଣ ସବୁ ଥିଲା
Answer:
ସିନ୍ଦୁକ ଭିତରେ ହୀରା, ନୀଳା, ମୋତି, ମାଣିକ, ମହୁଡ଼, ଅସରପି, ଗହଣାଗାଣ୍ଠି ସହିତ ଟଙ୍କାଟୋକର ଭର୍ତ୍ତି ହୋଇଥିଲା ।

(ଝ) ଚୋରମାନେ ସିନ୍ଦୁକଟି ଛାଡ଼ି ପଳାଇଲେ କାହିଁକି ?
Answer:
ଚୋରମାନେ ସିନ୍ଦୁକରେ ଥ‌ିବା ଦ୍ରବ୍ୟକୁ ନିଜ ନିଜ ଭିତରେ ବାଣ୍ଟିବାକୁ ଯାଉଥ‌ିବାବେଳେ ହଠାତ୍ ଜଣେ ଚୋରର ନଜର ଖତଗଦାରେ ଥ‌ିବା ହାଣ୍ଡିଟି ଉପରେ ପଡ଼ିଗଲା । ସେ ହାଣ୍ଡିରେ କ’ଣ ଅଛି ଦେଖିବାପାଇଁ ତାକୁ ଖତଗଦାରୁ ଉଠାଇ ଆଣି ସବୁ ଚୋରଙ୍କ ମଝିରେ ରଖିଦେଲା। ପଲମଟି ଖୋଲିଦେଲା ମାତ୍ରେ ହାଣ୍ଡି ଭିତରେ ଥ‌ିବା ଚାପୁଡ଼ା, ବିଧା, ଗୋଇଠା, ମୁଖୀ ଚୋରମାନଙ୍କୁ ମାଡ଼ ମାରିବାକୁ ଗୋଡ଼େଇଲେ । ଏଣୁ ଚୋରମାନେ ସିନ୍ଦୁକ ଛାଡ଼ି ପଳାଇଗଲେ ।

BSE Odisha 7th Class Odia Solutions Chapter 14 ମାଡ଼ହାଣ୍ଡି କଥା

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ଚକୁଳିଆ ପଣ୍ଡା ଯେଉଁ ପୋଖରୀ ପାଖରେ ପହଞ୍ଚିଲା, ସେ ପୋଖରୀଟି କିପରି ଥିଲା ?
Answer:
ଚକୁଳିଆ ପଣ୍ଡା ଯେଉଁ ପୋଖରୀ ପାଖରେ ପହଞ୍ଚିଲା, ତାହା ଏକ ଉତ୍ତମ ସୁନ୍ଦର ପଦ୍ମପୋଖରୀ ଥିଲା । ସେ ପୋଖରୀର ପାଣି ଦେଖୁବାକୁ କଳା ଭଅଁର ପରି ଏବଂ କାଚକେନ୍ଦୁ ପରି ନିର୍ମଳ ଓ ପରିଷ୍କାର ଥିଲା । ପୋଖରୀ ଚାରିପାଖରେ

(ଖ) ଗଙ୍ଗାମାତା ଚକୁଳିଆ ପଣ୍ଡାର ଦୁଃଖ ସହି ନ ପାରି କ’ଣ କଲେ ?
Answer:
ଗଙ୍ଗାମାତା ଚକୁଳିଆ ପଣ୍ଡାର ଦୁଃଖ ସହିପାରିଲେ ନାହିଁ । ଚକୁଳିଆ ପଣ୍ଡା ଯେତେପ୍ରକାର ଖାଦ୍ୟଦ୍ରବ୍ୟ ଧରି ଚୋଳାଏ ଚୋଳାଏ ପାଣି ପିଇଥୁଲା, ସେତିକି ପ୍ରକାର ଦ୍ରବ୍ୟ ଅଲଗା ଅଲଗା ଦନାରେ ଏକ ହାଣ୍ଡି ଭିତରେ ରଖ୍ ତା’ ଉପରେ ତେଲୁଣିଟିଏ ଘୋଡ଼ାଇ ତା’ ପାଖକୁ ଭସାଇଦେଲେ ।

(ଗ) ଚକୁଳିଆ ପଣ୍ଡାର ମାଆ କାମ କରିବାକୁ ପୂର୍ବପରି ଗଲାନାହିଁ କାହିଁକି ?
Answer:
ବିନା ପରିଶ୍ରମରେ ପୁଅ ପ୍ରତିଦିନ ଇଚ୍ଛାମୁତାବକ ସୁସ୍ୱାଦୁ ଦ୍ରବ୍ୟ ପୋଖରୀ କୂଳକୁ ଯାଇ ଆଣି ଦେଉଥ‌ିବାରୁ ଚକୁଳିଆ ପଣ୍ଡାର ମାଆର ଆଉ କାମ କରିବା ଆବଶ୍ୟକ ପଡ଼ିଲା ନାହିଁ । ନିତିଦିନ ମାଗଣା ଉତ୍ତମ ଖାଦ୍ୟ ଘରେ ବସି ଖାଇବାକୁ ସୁଯୋଗ ମିଳିଗଲା । ତେଣୁ ସେ ଆଉ ପୂର୍ବପରି କାମ କରିବାକୁ ଗଲା ନାହିଁ ।

(ଘ) ଗଙ୍ଗାମାତା ଚକୁଳିଆ ପଣ୍ଡା ଉପରେ କାହିଁକି ରାଗିଲେ ?
Answer:
ଗଙ୍ଗାମାତା ଚକୁଳିଆ `ପଣ୍ଡାର ଦୁଃଖ ସହି ନ ପାରି ତାକୁ ପ୍ରତିଦିନ ଖାଦ୍ୟ ଦେଉଥିଲେ । ମା’ ପୁଅ ଦୁହେଁ ମୋଫତ ଖାଦ୍ୟ ପାଇ ଅକର୍ମା ନିଖଟୁ ହୋଇଗଲେ, ଆଉ କାମ କରିବାକୁ ଗଲେ ନାହିଁ । ଗଙ୍ଗାମାତା ବିଚାର କଲେ, ଏ ମାଆ ପୁଅଙ୍କ ଦେଖାଦେଖୁ ସଂସାରଯାକ କର୍ମକୋଢ଼ିଆ ହୋଇଯିବେ । ତେଣୁ ସେ ଚକୁଳିଆ ପଣ୍ଡା ଉପରେ ରାଗିଗଲେ ।

(ଙ) ମାଡ଼ହାଣ୍ଡି କବଳରୁ ଚକୁଳିଆ ପଣ୍ଡା ଓ ତା’ ମାଆ ନିଜକୁ କିପରି ରକ୍ଷା କଲେ ?
Answer:
ଗଙ୍ଗାମାତା ପଠାଇଥବା ମାଡ଼ହାଣ୍ଡିଟିକୁ ଖୋଲିଦେବା ମାତ୍ରେ ଚକୁଳିଆ ପଣ୍ଡା ଉପରେ ବିଧା, ଗୋଇଠା, ଚାପୁଡ଼ା ଆଦି ମାଡ଼ ବର୍ଷଣ ହେବାକୁ ଲାଗିଲା । ବିକଳରେ ସେ ବୁଦ୍ଧି ଖଟାଇ ହାଣ୍ଡିଟି ଉପରେ ତେଲୁଣିଟିକୁ ଘୋଡ଼ାଇଦେବା ପରେ ତା’ ଉପରେ ମାଡ଼ ବର୍ଷଣ ବନ୍ଦ ହୋଇଗଲା । ସେ ହାଣ୍ଡିଟିକୁ ନେଇ ଶିକା ଉପରେ ରଖିଦେଲା । ତା’ ମାଆ ତ ସେ ବିଷୟରେ କିଛି ଜାଣି ନଥିଲା । ସେ ଗାଁରୁ ବୁଲାବୁଲି ସାରି ଶିକାରୁ ହାଣ୍ଡିଟି ଆଣି ତେଲୁଣିକୁ ଖୋଲି ଦେଉ ଦେଉ ତା’ ଉପରେ ମାଡ଼ ବର୍ଷା ହେଲା । ସେ ବୁଦ୍ଧି ଖଟାଇ ହାଣ୍ଡିରେ ତେଲୁଣିଟି ଘୋଡ଼ାଇ ଦେବାରୁ ମାଡ଼ରୁ ରକ୍ଷା ପାଇଗଲା ।

(ଚ) ଗରିବ ଚକୁଳିଆ ପଣ୍ଡା ଓ ତା’ ମାଆ ଧନୀ ହେଲେ କିପରି ?
Answer:
ଚୋରଦଳ ଚୋରିକରି ଆଣିଥିବା ସିନ୍ଦୁକକୁ ବୁଢ଼ୀ ବାରିଦୁଆରେ ରଖ୍ ବଣ୍ଟାବଣ୍ଟି କରିବାକୁ ବିଚାର କଲେ । ଏହି ସମୟରେ ମାଡ଼ହାଣ୍ଡିଟି ଉପରେ ଜଣେ ଚୋରର ଦୃଷ୍ଟି ପଡ଼ିଗଲା । ସେଥ‌ିରେ କ’ଣ ଅଛି ଜାଣିବାକୁ ସେ ହାଣ୍ଡିଟିକୁ ଆଣି ସମସ୍ତଙ୍କ ମଝିରେ ରଖ୍ ପଲମଟି ଖୋଲିଦେଲା । ସଙ୍ଗେ ସଙ୍ଗେ ସମସ୍ତଙ୍କ ଉପରେ ମାଡ଼ ବୃଷ୍ଟି ହେଲା । ଏଣୁ ଚୋରଦଳ ଜୀବନ ବିକଳରେ ପଳେଇଲେ । ବୁଢ଼ୀ ଘରେ ଥାଇ ସବୁ ଶୁଣୁଥିଲା । ଚୋରମାନେ ଯିବାପରେ ସିନ୍ଦୁକ ଖୋଲି ସେଥ୍ରେ ଧନରତ୍ନ ଭର୍ତ୍ତି ହୋଇଥିବା ଦେଖିଲା । ମା’ପୁଅ ଧନତକ ଘରକୁ ବୋହିଆଣିଲେ । ଏହିପରି ଭାବରେ ଚକୁଳିଆ ପଣ୍ଡା ଓ ତା’ ମାଆ ଧନୀ ହୋଇଗଲେ ।

Question ୩।
ପୂର୍ବାପର ସମ୍ପର୍କ ସହ ସରଳ ଭାଷାରେ ବୁଝାଇ ଦିଅ ।
(କ) ସେ ତ କାହା ବିକଳ ସହିପାରନ୍ତି ନାହିଁ ।
Answer:
ସେ ତ ………………….. ସହିପାରନ୍ତି ନାର୍ହି।
ଉକ୍ତ ଗଦ୍ୟାଶଟି ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଲିଖିତ ‘ମାଡ଼ହାଣ୍ଡି କଥା’ ଗଛରୁ ଆସିଅଛି । ଦେବଦେବୀମାନେ କିପରି ଭୋକିଲା ଦୁଃଖୀ ଲୋକର କଷ୍ଟ ସହିପାରନ୍ତି ନାହିଁ, ତାହା ଏଠାରେ ଗାଳ୍ପିକ ବର୍ଣନା କରିଛନ୍ତି । ଥରେ ଖାଦ୍ୟ ନପାଇ ଚକୁଳିଆ ପଣ୍ଡାର ଭୋକରେ କରଡ଼ି ଜଳୁଥିଲା। ପୋଖରୀଟିରେ କାଚକେନ୍ଦୁ ଭଳି ନିର୍ମଳ ପାଣି ଦେଖୁ ତା’ର ଲୋଭ ହେଲା। ସେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ନାଁ ଡାକି ଡାକି ଚଳେ ଚଳେ ପାଣି ପିଇଗଲା। ପୋଖରୀରେ ଗଙ୍ଗାମାତା ଥିଲେ । ଦେବଦେବୀମାନେ ଦୟାର ଅବତାର। ତେଣୁ ସେ ଚକୁଳିଆ ପଣ୍ଡାର ଭୋକ ବିକଳ ସହିପାରିଲେ ନାହିଁ। ସୁତରାଂ ଚକୁଳିଆ ପଣ୍ଡା ଯେଉଁସବୁ ଖାଦ୍ୟର ନାଁ ଧରି ପାଣି ପିଉଥୁଲା, ସେଇସବୁ ସୁସ୍ଵାଦ ଖାଦ୍ୟ ଗୋଟିଏ ହାଣ୍ଡିରେ ଭର୍ତ୍ତିକରି, ତା’ଉପରେ ତେଲୁଣିଟିଏ ଘୋଡ଼େଇ ତା’ ନିକଟକୁ ଭାସିଆସୁଥିଲା। ଚକୁଳିଆ ପଣ୍ଡା ଖାଦ୍ୟହାଣ୍ଡି ପାଇ ମହା ଆନନ୍ଦରେ ଖାଇଲା ଏବଂ ବାକିତକ ମା’ପାଇଁ ଘରକୁ ନେଇଗଲା।

(ଖ) ଇମିତି ମାଆପୁଅଙ୍କ ମୁହଁ ମାଗଣା ଭାତରେ ଲାଗି ଯାଇଥାଏ ।
Answer:
ଇମିତି …………………………. ଲାଗି ଯାଇଥାଏ ।
ଉକ୍ତ ଗଦ୍ୟାଶଟି ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଲିଷ୍କୃତ “ମାଡ଼ହାଣ୍ଡି କଥା” ଗଳ୍ପରୁ ଉତ। ମାଗଣା ଖାଦ୍ୟରେ ମା’ ପୁଅଙ୍କର ମନ କିପରି ଲାଗି ଯାଇଥିଲା ବୋଲି ଗାଳ୍ପିକ ଏଠାରେ ପ୍ରକାଶ କରିଛନ୍ତି। ଚକୁଳିଆ ପଣ୍ଡାର ଭୋକ କଷ୍ଟ ସହି ନପାରି ଗଙ୍ଗାମାତା ଖାଦ୍ୟ ହାଣ୍ଡି ପଠାଇଥିଲେ। ଚକୁଳିଆ ପଣ୍ଡା ନିଜେ ମନଭରି ପେଟେ ଖାଇଲା ଏବଂ ବାକିତକ ମା’ ପାଇଁ ନେଇଗଲା। ମାତ୍ର ପ୍ରତିଦିନ ସେ ସେହିପରି କଲା ଓ ଖାଦ୍ୟ ପାଇଲା। ନିତି ନିତି ସୁସ୍ୱାଦୁ ଭୋଜନ ପାଇ ମା’ ପୁଅ ହେଣ୍ଡି ମାରି ବୁଲିଲେ । କୌଣସି କାମଧନ୍ଦା କଲେନି । ମା’ ପୁଅକୁ ନିତି ଫୋକଡ଼ରେ ମିଳୁଥିବା ଦିବ୍ଯଭୋଜନ ଆଣିବାକୁ ପରାମର୍ଶ ଦେଉଥିଲା। ଇମିତି ମା’ ପୁଅଙ୍କର ମାଗଣା ଭାତରେ ମନ ଲାଗି ଯାଇଥିଲା। ତେଣୁ ପ୍ରତିଦିନ ମା’ ପୁଅ ଖାଦ୍ୟହାଣ୍ଡିକୁ ଚାହିଁ ରହୁଥିଲେ।

(ଗ ) ମୁଁ ୟା ବିକଳ ସହି ନ ପାରି ୟାକୁ ଖାଇବାକୁ ଦେଲି ବୋଲି ମାଆପୁଅ ଦିହେଁ ଇନ୍ଦ୍ରଚନ୍ଦ୍ର ମାନିବାକୁ ନାହାଁନ୍ତି ।
Answer:
ମୁଁ ୟା ବିକଳ ……………………………….. ମାନିବାକୁ ନାହାଁନ୍ତି ।
ଉଦ୍ଧୃତାଂଶଟି ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଲିଖିତ “ ମାଡ଼ହାଣ୍ଡି କଥା” ଗଳ୍ପରୁ ଆନୀତ। ମାଗଣା ଖାଦ୍ୟ ପାଇଲାପରେ ମା’ପୁଅଙ୍କର ଠକିବା ମନୋବୃତ୍ତି କଥା ଏଠାରେ ବର୍ଣ୍ଣିତ। ଚକୁଳିଆ ପଣ୍ଡାର ଦୁଃଖ ସହି ନପାରି ଗଙ୍ଗାମାତା ଖାଦ୍ୟହାଣ୍ଡି ପଠାଇଲେ। ମା’ପୁଅ ପ୍ରତିଦିନ ସୁସ୍ୱାଦୁ ଭୋଜନ ପାଇ ଆଉ କାମଧନ୍ଦା କଲେ ନାହିଁ। ଗାଁ ଯାକ ହେଣ୍ଡି ମାରି ବୁଲି ଇନ୍ଦ୍ରଚନ୍ଦ୍ର ମାନିଲେନି। ଏସବୁ ଦେଖି ଗଙ୍ଗାମାତା ସହିପାରିଲେ ନାହିଁ । ସେ ଦେଖ‌ିଲେ ସୁବିଧା ପାଇ ମା’ପୁଅ ତା’ର ଅସଦ୍‌ବ୍ୟବହାର କରୁଛନ୍ତି। ତେଣୁ ତାଙ୍କୁ ଉଚିତ୍ ଶିକ୍ଷା ଦେବାପାଇଁ ସ୍ଥିର କଲେ। କୌଣସି ସୁବିଧାର ଅସଦ୍‌ବ୍ୟବହାର କଲେ ଈଶ୍ବର ଦଣ୍ଡ ଦିଅନ୍ତି ।

BSE Odisha 7th Class Odia Solutions Chapter 14 ମାଡ଼ହାଣ୍ଡି କଥା

Question ୪ ।
ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକର ବିପରାତାର୍ଥ ବୋଧକ ଶବ୍ଦ ଲେଖା
ଦୁଃଖ, ସିଧା, ସତ, ସକାଳ, ଅଳସୁଆ
Answer:
ଦୁଃଖ – ସୁଖ
ସିଧା – ବଙ୍କାତେଢ଼ା
ସତ – ମିଛ
ସକାଳ – ସନ୍ଧ୍ୟା
ଅଳସୁଆ – କର୍ମଠ

Question ୫।
ବୁଦ୍ଧିବାଟ, ବାଆଁରାବାଆଁରି ଭଳି ଆଉ ପାଞ୍ଚଗୋଟି ଯୁଗ୍ମଶବ୍ଦ ଲେଖ ।
Answer:
ଟଙ୍କାଟୋକର, ଉତ୍ତମସୁନ୍ଦର, କାନ୍ଦବୋବାଳି, ଧରପଗଡ଼,

Question ୬ ।
ବାକ୍ୟରେ ବ୍ୟବହାର କର ।
ଭୋକଶୋଷରେ କରଡ଼ି ଜଳିବା, ଆନନ୍ଦରେ ବୁଦ୍ଧିବାଟ ନ ଦିଶିବା, ମନ କୁଶ୍ଚେ ମୋଟ ହୋଇଯିବା, ମୁହଁ ଭାଙ୍ଗିଦେବା
Answer:
ଭୋକଶୋଷରେ କରଡ଼ି ଜଳିବା – ଲୋକଟି ତିନିଦିନ ହେଲା କିଛି ଖାଇ ନ ଥିବାରୁ ଭୋକଶୋଷରେ ତା’ର କରଡ଼ି ଜଳୁଛି ।
ଆନନ୍ଦରେ ବୁଦ୍ଧିବାଟ ନ ଦିଶିବା – ସୁନା ବ୍ୟାଙ୍କ୍ ଚାକିରି ପାଇଯାଇଥବା କଥା ଶୁଣି ତା’ ମା’କୁ ଆନନ୍ଦରେ ଚୁଦ୍ଧିବାଟ ଦିଶିଲା ନାହିଁ।
ମନ କୁଶ୍ଚେ ମୋଟ ହୋଇଯିବା – ସମସ୍ତଙ୍କଠାରୁ ଡାକ୍ତର ପୁଅର ପ୍ରଶଂସା ଶୁଣି ରାଜୁବାବୁଙ୍କର ମନ କୁଣ୍ଢେମୋଟ ହୋଇଗଲା !
ମୁହଁ ଭାଙ୍ଗିଦେବା – ଦୁଷ୍ଟଲୋକଙ୍କୁ ଉପଯୁକ୍ତ ଶାସ୍ତଦେଇ ସେମାନଙ୍କ ମୁହଁ ଭାଙ୍ଗିଦେବା ଉଚିତ ।
କୋଟିନିଧ୍ଵ ମିଳିବା – ହଜିଯାଇଥ‌ିବା ପୁଅକୁ ଦଶବର୍ଷ ପରେ ଦେଖୁ ଗୋପାଳବାବୁଙ୍କୁ କୋଟିନିଧ୍ଵ ମିଳିବା ପରି ଲାଗିଲା ।

Question ୭।
ତଳେ ଥ‌ିବା ପ୍ରତ୍ୟେକ ପ୍ରଶ୍ନ ପାଇଁ ତିନୋଟି ସମ୍ଭାବ୍ୟ ଉତ୍ତର ବନ୍ଧନୀ ମଧ୍ଯରେ ଲେଖାଯାଇଛି । ଠିକ୍ ଉତ୍ତରଟି ବାଛ ଓ ଲେଖ ।
(କ) ଗଙ୍ଗାମାତା କ’ଣ ହୋଇ ସଂସାରର ସବୁ ମାଡ଼ ହାଣ୍ଡିରେ ପୂରେଇଲେ ?
(ହତାଶ, ଅତି ପ୍ରସନ୍ନ, ରାଗ ତମ ତମ)
Answer:
ରାଗ ତମ ତମ

(ଖ) ‘କୋଟିନିଧ୍ ପାଇବା’ର ଅର୍ଥ କ’ଣ ?
(କୋଟି କୋଟି ଟଙ୍କା ପାଇବା, ଅତି ପ୍ରସନ୍ନ ହେବା, ସୁନାହୀରା ପାଇବା)
Answer:
ଅତି ପ୍ରସନ୍ନ ହେବା

(ଗ) ‘କତରା’ ଶବ୍ଦର ଅର୍ଥ କ’ଣ ?
(ମସିଣା, ଛିଣ୍ଡା ମସିଣା, ଦରି)
Answer:
ଛିଣ୍ଡା ମସିଣା

BSE Odisha 7th Class Odia Solutions Chapter 14 ମାଡ଼ହାଣ୍ଡି କଥା

Question ୮।
ଗଳ୍ପଟିରୁ ଲୋକମୁଖରେ ପ୍ରଚଳିତ ଦଶଗୋଟି ସୁନ୍ଦର ଶବ୍ଦ ଖୋଜି ଏକ ତାଲିକା ପ୍ରସ୍ତୁତ କର ।
Answer:
ଛଅ ଗାଁ – ନଅ ଗାଁ, ସାତତାଳ ପାଣି, ଚୋଳାଏ, କଣେ, ଗୋଟିଆଗୋଟି, ଦୋଓଡ଼ା, ଦୁଃଖ କରିବାକୁ, ଟୁମାଟୁମ, ଛଅ ତିଅଣ ନ’ ଭଜା, ଅଠିଲ୍

ତୁମ ପାଇଁ କାମ

Question ୧।
‘ମାଡ଼ହାଣ୍ଡି’ ପରି ଆଉ କେତୋଟି ଲୋକଗଳ୍ପ ସଂଗ୍ରହ କରି ପଢ଼ ।
Answer:
‘ଚତୁର ବିଲୁଆ’, ‘ମିଛୁଆ ରାଧୁଆ’, ‘ସିଂହ ଶୃଗାଳ’, ‘ଅଠର ଓଲାପୁଅ’, ‘ଭାଗ୍ୟବତୀ ଗୋବର ଗୋଟେଇ’ ପ୍ରଭୃତି ଗଳ୍ପ ସଂଗ୍ରହ କରି ଛାତ୍ରଛାତ୍ରୀମାନେ ପଢ଼ିବେ ।

Question ୨।
‘ମାଡ଼ହାଣ୍ଡି’ ଗଳ୍ପରୁ ଯାହା ଶିଖୁଲ ସେ ବିଷୟରେ ତୁମର ଜଣେ ଅଳସୁଆ ସାଙ୍ଗ ପାଖକୁ ଏକ ଚିଠି ଲେଖ ।
Answer:

ବାଳିସାହି,

ତା ……………
ପ୍ରିୟବକ୍ଷୁ ସୁବ୍ରତ,

ମୋର ଶୁଭେଚ୍ଛା ଗ୍ରହଣ କରିବୁ । ମଉସା, ମାଉସୀଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇଦେବୁ । ବହୁଦିନ ହେଲା ତୋ ପାଖକୁ ଚିଠି ଲେଖୁ ନଥ୍‌ରୁ ଏ ଚିଠିଟି ଲେଖୁଛି । ମଧୁ କହୁଥୁଲା, ତୁ ବହୁ ସମୟରେ ପାଠ ନ ପଢ଼ି କ୍ରିକେଟ ଖେଳୁଛୁ । ବିଦ୍ୟାଳୟର ଗୁରୁଜୀ, ଗୁରୁମା’ ଦେଉଥ‌ିବା ପାଠଗୁଡ଼ିକୁ ତରତର କରି ସମାପ୍ତ କରି ସମୟକୁ ଅପବ୍ୟବହାର କରୁଛୁ । ଭବିଷ୍ୟତ କଥା ଚିନ୍ତା କରୁନାହିଁ । ଏ ସମ୍ପର୍କରେ ମୁଁ ତୋତେ ଗୋଟିଏ କାହାଣୀ କହୁଛି । ମା’ଟିଏ ପୁଅଟିଏ ରହୁଥା’ନ୍ତି । ଜାତିରେ ଚକୁଳିଆ ପଣ୍ଡା। ଭିକ୍ଷାକରି ଯାହା ଆଣନ୍ତି ସେଥ‌ିରେ ଚଳନ୍ତି । ଭବିଷ୍ୟତ କଥା ଚିନ୍ତା କରନ୍ତି ନାହିଁ । ଦିନେ ପୁଅ ଗାଆଁ ଗାଆଁ ବୁଲି କିଛି ନ ପାଇବାରୁ ମନଦୁଃଖରେ ପୋଖରୀଟିଏ ପାଖରେ ବସିଲା । ପୋଖରୀର ପାଣିକୁ ଭାତ, ଡାଲି, ମିଠା, ମହୁର ମନେକରି ଆଞ୍ଜୁଳା ଆଞ୍ଜୁଳା ପିଉଥାଏ । ଏହି ସମୟରେ ପୋଖରୀରେ ଥ‌ିବା ଗଙ୍ଗାମାତା ଦୟାକଲେ । ଗୋଟିଏ ହାଣ୍ଡିରେ ତା’ର ମନମୁତାବକ ଖାଦ୍ୟ ଭର୍ତ୍ତିକରି ତା’ ନିକଟକୁ ଭସାଇଦେଲେ । ଚକୁଳିଆ ପଣ୍ଡା ହାଣ୍ଡିଟି ଖୋଲିଦେଇ ଅପୂର୍ବ ଖାଦ୍ୟଦ୍ରବ୍ୟ ସବୁ ଦେଖ୍ ଖୁବ୍ ଆନନ୍ଦିତ ହେଲା ଏବଂ ମନଭରି ଖାଦ୍ୟ ଖାଇଲା । ଆଉ ଯାହା ବଳିଲା ଘରକୁ ତା’ ମା’ ପାଇଁ ନେଇଗଲା । ଘରେ ମାଆପୁଅ ସେ ଖାଦ୍ୟ ଖାଇ ମହାଖୁସ୍ । ଏହାପରେ ମାଆ ଆଉ କାମ ପାଇଟିକୁ ନଯାଇ ପୁଅକୁ ପୋଖରୀକୁ ଯାଇ ପୂର୍ବପରି ଖାଦ୍ୟ ଆଣିବାକୁ କହିଲା । ପୁଅ ସେହିପରି କଲା ଏବଂ ବିନା କାମଧନ୍ଦାରେ ଦୁହେଁ

ମାଗଣା ଭୋଜନ ଖାଇ କ୍ରମେ ଅଳସୁଆ ପାଲଟିଗଲେ। ଗଙ୍ଗାମାତା ଏହା ଦେଖ୍ କ୍ରୋଧକଲେ ଏବଂ ଦିନେ ହାଣ୍ଡିଟିରେ ଖାଦ୍ୟ ବଦଳରେ ମାଡ଼ ଭର୍ତ୍ତି କରି ଭସେଇଦେଲେ । ହାଣ୍ଡିଟିକୁ ଚକୁଳିଆ ପଣ୍ଡା ଖୋଲିଦେବାମାତ୍ରେ ତା’ ଉପରେ ମାଡ଼ ବର୍ଷା ହେଲା । ତରତରରେ ସେ ହାଣ୍ଡିରେ ଢାଙ୍କୁଣୀଟି ଘୋଡ଼ାଇଦେଇ ମାଡ଼ରୁ ରକ୍ଷା ପାଇଲା ଓ ହାଣ୍ଡିଟିକୁ ଘରକୁ ନେଇ ଶିକାରେ ରଖୁଦେଲା । ମନେ ମନେ ମାଆ ପ୍ରତି ରାଗ ଆସୁଥାଏ । ଏହାପରେ ମାଆ ଆସି ସେ ହାଣ୍ଡିକୁ ପୂର୍ବପରି ଖୋଲିଦେବାରୁ ତା’ ଉପରେ ମଧ୍ୟ ମାଡ଼ ବର୍ଷା ହେଲା । ସେ ମଧ୍ୟ ହାଣ୍ଡି ଉପରେ ଢାଙ୍କୁଣୀ ଦେଇ ମାଡ଼ରୁ ରକ୍ଷାପାଇଲା। ଏଣୁ ପରିଶ୍ରମ ନ କରି ଅନ୍ୟର ହାତଟେକା ଉପରେ ନିର୍ଭର କଲେ ଏଇୟା ହିଁ ହୁଏ । ଭାଗ୍ୟ ଆଦରି ସବୁ ସହିବାକୁ ପଡ଼େ । ମାତ୍ର କାମପାଇଟି କରି ଦି’ ପଇସା ସଞ୍ଚୟ କରିଥିଲେ ଏପରି ହୋଇନଥା’ନ୍ତା । ଏଣୁ ଦୟାକରି ଏହି ଗଳ୍ପରୁ ଶିକ୍ଷାଲାଭ କରି ସମୟକୁ ବରବାଦ ନକରି ପଢ଼ାରେ ମନଦେବୁ ବୋଲି ମୋର ଆଶା ।

।ଇତି।
ତୋର ବନ୍ଧୁ
ସଂଗ୍ର।ମ

Question ୩।
ଚକୁଳିଆ ପଣ୍ଡା ଗଙ୍ଗାମାତାଙ୍କର କରୁଣା କିପରି ଲାଭକଲା ? (ପଚାଶଟି ଶବ୍ଦରେ ଲେଖ)
Answer:
ଥରେ ଚକୁଳିଆ ପଣ୍ଡା ଗାଁ ଗାଁ ବୁଲି ଭିକ ପାଇଲା ନାହିଁ । ଗାଁର ଦୁଷ୍ଟ ପିଲାମାନେ ତା’ ଉପରକୁ ବୋଲୁଅ ଟେକା ଆଦି ମାରି ଗାଁରୁ ତଡ଼ିଦେଲେ । ଭୋକକଷ୍ଟ, ଲାଜ ଅପମାନରେ ଘରକୁ ନ ଫେରି ସେ ଏକମୁହାଁ ହୋଇ ଚାଲିଲା ଓ ଶେଷରେ ପହଞ୍ଚିଲା ଗୋଟିଏ ପଦ୍ମପୋଖରୀ ପାଖରେ । ପୋଖରୀର ଜଳ କାଚକେନ୍ଦୁ ପରି ପରିଷ୍କାର ଥିଲା । ଭୋକ ସହି ନ ପାରି ସେ ସେଇ ପୋଖରୀତୁଠକୁ ଯାଇ ଭାତ ଖାଉଁ, ଡାଲି ଖାଉଁ, ଦୁଧ ଖାଉଁ, ମହୁର ଖାଉଁ, ଆମ୍ବିଳ ଖାଉଁ, ଖୁ ଖାଉଁ, କାକରା ଖାଉଁ- ଏମିତି ବିଭିନ୍ନ ଖାଦ୍ୟପଦାର୍ଥ ନାମ କହି ଚଳେ ଲେଖାଏଁ ପାଣି ପିଇଗଲା । ସେହି ପୋଖରୀରେ ରହିଥ‌ିବା ଗଙ୍ଗାମାତା ଚକୁଳିଆ ପଣ୍ଡାର ବିକଳ ସହି ନ ପାରି ସେ ଯେତେସବୁ ଖାଦ୍ୟପଦାର୍ଥର ନାମ ଉଚ୍ଚାରଣ କରି ଚଳେ ଲେଖାଏଁ ପାଣି ପିଇଥୁଲା, ସେ ସମସ୍ତ ଖାଦ୍ୟପଦାର୍ଥ ଗୋଟିଏ ହାଣ୍ଡିରେ ରଖ୍ ଓ ହାଣ୍ଡିମୁହଁ ତେଲୁଣିଦ୍ଵାରା ବନ୍ଦ କରି ଚକୁଳିଆ ପଣ୍ଡା ବସିଥିବା ପାହାଚ ନିକଟକୁ ଭସାଇଦେଲେ । ଏହିପରି ଚକୁଳିଆ ପଣ୍ଡା ଗଙ୍ଗାମାତାଙ୍କର କରୁଣା ଲାଭ କଲା

BSE Odisha 7th Class Odia Solutions Chapter 14 ମାଡ଼ହାଣ୍ଡି କଥା

Question ୪।
ଗଙ୍ଗାମାତା ମା’ ପୁଅଙ୍କୁ କାହିଁକି ଓ କିପରି ଦଣ୍ଡ ଦେଲେ ? (ଶହେଟି ଶବ୍ଦରେ ଲେଖ)
Answer:
ଲୋକେ ବସି ଖାଇଲେ କର୍ମକୋଢ଼ି ହୋଇଯା’ନ୍ତି । ଚକୁଳିଆ ପଣ୍ଡାର ଭୋକକଷ୍ଟ ଦେଖୁ ଗଙ୍ଗାମାତା ତା’ ପାଖକୁ ଖାଦ୍ୟଭରା ହାଣ୍ଡିଟିଏ ଭସାଇଥିଲେ । ମାଆପୁଅ ମାଗଣାରେ ନିତି ନିତି ଭୁରି ଭୋଜନ ପାଇବାରୁ ବେଶ୍ ଆରାମରେ ରହି ଆଉ କାମଦାମ କଲେ ନାହିଁ କି ଇନ୍ଦ୍ରଚନ୍ଦ୍ର ମାନିଲେ ନାହିଁ । ମାଆ ପୁଅଙ୍କର ଏପରି ମନୋଭାବ ଜାଣି ଗଙ୍ଗାମାତା ବିରକ୍ତ ହେଲେ ଓ ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବାପାଇଁ ମନସ୍ଥ କଲେ । ପରଦିନ ହାଣ୍ଡିରେ ବିଭିନ୍ନ ପ୍ରକାର ଖାଦ୍ୟ ବଦଳରେ ଗଙ୍ଗାମାତା ବିଧା, ଗୋଇଠା, ଚାପୁଡ଼ା, ବ୍ରହ୍ମଚାପୁଡା, ଚିମୁଟା, ରାମ୍ପୁଡ଼ା, କାମୁଡ଼ା, ଏମିତି ବିଭିନ୍ନ ପ୍ରକାର ମାଡ଼ ଭର୍ତ୍ତିକରି ହାଣ୍ଡିମୁହଁ ବନ୍ଦକରି ପୂର୍ବପରି ଭସାଇଦେଲେ ।

ପ୍ରତିଦିନ ପରି ମହା ଆନନ୍ଦରେ ଚକୁଳିଆ ପଣ୍ଡା ପୋଖରୀରୁ ହାଣ୍ଡିଟି ଉଠାଇ ଆଣି ଯେମିତି ହାଣ୍ଡିମୁହଁରୁ ପଲମ ଖୋଲିଦେଇଛି, ସଙ୍ଗେ ସଙ୍ଗେ ହାଣ୍ଡିଭିତରୁ ମାଡ଼ମାନେ ବାହାରି ଚକୁଳିଆ ପଣ୍ଡାକୁ ଛେଚିବାରେ ଲାଗିଲେ । ମାଡ଼ରେ କୁଆଛୁଆ ଉଡ଼ିଗଲା। ମାଆଲୋ, ବାପାଲୋ ବୋବାଳି ପକେଇ ଚକୁଳିଆ ପଣ୍ଡା କୌଣସି ପ୍ରକାରେ ପଲମଦ୍ବାରା ହାଣ୍ଡିମୁହଁ ବନ୍ଦ କରିଦେଲା ଓ ହାଣ୍ଡିଟି ନେଇ ଘରକୁ ଗଲା । ତା’ ମାଆ ଗାଁରୁ ବୁଲାବୁଲି କରି ଫେରି ଶିକାରୁ ହାଣ୍ଡିଟି ଆଣି ପଲମ ଖୋଲିଦେବା ମାତ୍ରେ ତା’ ଉପରେ ମାଡ଼ ବର୍ଷା ହୋଇଗଲା । ବୁଢ଼ୀ ଉପାୟ ପାଞ୍ଚ୍ ପଲମଟି ହାଣ୍ଡି ମୁହଁରେ ରଖିଦେବାରୁ ମାଡ଼ ବନ୍ଦ ହୋଇଗଲା । ଏହିପରି ଗଙ୍ଗାମାତା ଚକୁଳିଆ ପଣ୍ଡାର ଲୋଭ ଓ ଅଳସୁଆପଣ ନିମନ୍ତେ ଉପଯୁକ୍ତ ଶିକ୍ଷା ଦେଇଥିଲେ ଓ ମାଆ ପୁଅଙ୍କୁ ଠିକ୍ ରାସ୍ତାକୁ ଆଣିଥିଲେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ସଂଷିପ୍ତ ପ୍ରଶ୍ନୋତ୍ତର

Question ୧।
ଗଙ୍ଗାମାତା ଚକୁଳିଆ ପଣ୍ଡା ଓ ତା’ର ମା’କୁ କାହିଁକି ଶାସ୍ତିଦେଲେ ?
କର୍ମଠ ଲୋକଙ୍କୁ ଈଶ୍ଵର ସାହାଯ୍ୟ କରନ୍ତି। କର୍ମବିମୁଖ ମଣିଷକୁ ଶାସ୍ତି ଦିଅନ୍ତି। ଚକୁଳିଆ ପଣ୍ଡାର ଦୁଃଖ ଦେଖୁ ଗଙ୍ଗାମାତା ତାକୁ ସାହାଯ୍ୟ କଲେ । କିନ୍ତୁ ସେ ତା’ର ଅସଦୁପଯୋଗ କଲା । ପ୍ରତିଦିନ ମାଗଣା ସୁସ୍ୱାଦୁ ଭୋଜନ ପାଇ ‘ମା’ ପୁଅ କାମଧନ୍ଦା କଲେ ନାହିଁ । ଇନ୍ଦ୍ରଚନ୍ଦ୍ର ମାନିଲେ ନାହିଁ । ଆନନ୍ଦରେ ବୁଲି ଦିନ କାଟିଲେ।’ ମା’ କାମଧନ୍ଦା କରିବାକୁ ଗଲାନି କିମ୍ବା ପୁଅ ଭିକ୍ଷା ମାଗି ପରିଶ୍ରମ କରିବାକୁ ଚାହିଁଲାନି। ତେଣୁ ଗଙ୍ଗାମାତା ଭାବିଲେ ଏମାନଙ୍କୁ ଦେଖୁ ସଂସାରର ଅନ୍ୟ ଲୋକେ କର୍ମକୋଢ଼ିଆ ହୋଇଯିବେ । ତେଣୁ ସେମାନଙ୍କୁ ଉତିତ୍ ଶିକ୍ଷା ଦେବାପାଇଁ ଗଙ୍ଗାମାତା ଶାସ୍ତିର ବ୍ୟବସ୍ଥା କରିଥିଲେ ।

Question ୨।
ତୁମେ ମାଡ଼ ହାଣ୍ଡି କଥାରୁ କ’ଣ ଶିଖୁଲ ?
Answer:
ମୁଁ‘ମାଡ଼ ହାଣ୍ଡି କଥା’ର ଗାଳ୍ପିକ ଗୋପାଳଚନ୍ଦ୍ର ପ୍ରହରାଜ ଉକ୍ତଗଳ୍ପରେ ଆଧୁନିକ ମଣିଷର ସୁବିଧାବାଦୀ ଗୁଣ ସମ୍ବନ୍ଧରେ ବର୍ଣନା କରିଛନ୍ତି। “ ଆଳସ୍ୟ ଦୁଃଖର କାରଣ ଏବଂ ଶ୍ରମ ସୁଖର କାରଣ।” ନିଜର କର୍ତ୍ତବ୍ୟ ନ କଲେ ଭଗବାନ୍ ଅସନ୍ତୁଷ୍ଟ ହୁଅନ୍ତି । ସୁଖ ଓ ସୁବିଧାର ଅସଦ୍‌ବ୍ୟବହାର କରିବା ଆଦୌ ଉଚିତ୍ ନୁହେଁ । ଚକୁଳିଆ ପଣ୍ଡାର ଭୋକ ଦୁଃଖ ସହି ନ ପାରି ଗଙ୍ଗାମାତା ଖାଦ୍ୟହାଣ୍ଡି ପଠାଇଲେ । କିନ୍ତୁ କାମ ନ କରି ମା’ ପୁଅ ଅଧିକ ସୁବିଧା ଆଶା କଲେ। ତେଣୁ ସେମାନେ ଉପଯୁକ୍ତ ଶାନ୍ତି ପାଇଲେ। ଚୋରମାନଙ୍କପରି ପରଦ୍ରବ୍ୟରେ ଲୋଭ ରଖୁଲେ ସବୁ ହରାଇବାକୁ ପଡ଼େ ଏବଂ ମାଡ଼ ଖାଇବାକୁ ହୁଏ। ତେଣୁ ଏଭଳି ମନ୍ଦକାମରୁ ଦୂରେଇ ରହି ପରିଶ୍ରମ କଲେ ଆମେ ସୁଖରେ ରହିବା।

Question ୩।
ହାଣ୍ଡି ଖୋଲିବାରୁ ଚୋରଙ୍କର ଅବସ୍ଥା କ’ଣ ହେଲା ? କିମ୍ବା, ହାଣ୍ଡି ଖୋଲିବାରୁ ଚୋରମାନେ କି ଅସୁବିଧାରେ ପଡ଼ିଲେ ?
ଚୋରମାନେ ବୁଢ଼ୀ ବାଡ଼ିପଟେ ପହଞ୍ଚି ଧନରତ୍ନ ବାଣ୍ଟିବା ପାଇଁ ବସିଲେ। ହାଣ୍ଡିରେ କ’ଣ ଅଛି ଦେଖିବାକୁ ମାଡ଼ହାଣ୍ଡିର ପଲମଟିକୁ ଖୋଲିଦେଲେ। ତା’ପରେ ଆରମ୍ଭ ହେଲା ମାଡ଼ବୃଷ୍ଟି। ବିଧା, ଚାପୁଡ଼ା, ଗୋଇଠା, ମୁଖୀ, ରାମ୍ପୁଡ଼ା, କାମୁଡ଼ା ଆଦି ମାଡ଼ସବୁ ବର୍ଷା ହୋଇଗଲା । ସେମାନେ ଟଙ୍କା ପଇସା ବାଣ୍ଟିବା ଛାଡ଼ି ପ୍ରାଣ ବିକଳରେ ଦୌଡ଼ି ଦୌଡ଼ି ପଳାଇଗଲେ। ମାଡ଼ରେ ଧୂଳିଧୂଆଁ ଉଡ଼ିଗଲା। ପୂର୍ବ ଦିଗକୁ ଚାପୁଡ଼ାଯାକ, ପଶ୍ଚିମକୁ ବିଧା, ଉତ୍ତରକୁ ଗୋଇଠା ଏବଂ ଦକ୍ଷିଣ ଦିଗକୁ ମୁଖୀଯାକ ଗୋଡ଼େଇ ଗୋଡ଼େଇ ଚୋରଙ୍କୁ ନିସ୍ତୁକ ମାଡ଼ଦେଲେ। ମାଡ଼ ଭୟରେ ଚୋରିକରି ଆଣିଥିବା ସମସ୍ତ ଧନରତ୍ନ
ଛାଢ଼ିଦେଇ ଚୋରମାନେ ପଳାଇଗଲେ ।

Question ୪।
ଗଙ୍ଗାମାତା ଚକୁଳିଆ ପଣ୍ଡାକୁ କିପରି ସାହାଯ୍ୟ କରିଥିଲେ ? କିମ୍ବା, ଚକୁଳିଆ ପଣ୍ଡାର ବିକଳ ସହି ନପାରି ଗଙ୍ଗାମାତା କ’ଣ କଲେ ?
Answer:
ଚକୁଳିଆ ପଣ୍ଡା ଗାଁ ଗାଁ ବୁଲି ଭିକ୍ଷା ମାଗି ଚଳେ। ଦିନେ ବୁଲି ବୁଲି ଭିକ ମୁଠେ ପାଇଲାନି। ପିଲାଏ ଟେକା ପକାଇଲେ। ମନଦୁଃଖରେ ପଶ୍ଚିମ ଦିଗରେ ଥିବା ପଦ୍ମପୋଖରୀରେ କାଚକେନ୍ଦୁ ଭଳି ଜଳ ଦେଖି ତା’ର ଲୋଭ ହେଲା । ପ୍ରବଳ ଭୋକ ଯୋଗୁଁ ସେ ଚଳେ ଚଳେ ପାଣି ପିଉଥାଏ ଏବଂ ଗୋଟିଏ ଗୋଟିଏ ଖାଦ୍ୟ ପଦାର୍ଥର ନାଁ କହୁଥାଏ । ଭାତ ଖାଉଁ, ଡାଲି ଖାଉଁ, ମହୁର ଖାଉଁ, ଆମ୍ବିଳ ଖାଉଁ ଇତ୍ୟାଦି କହି ପାଣି ପିଉଥାଏ। ଜଳରେ ଥିବା ଗଙ୍ଗାମାତା ତା’ର ଭୋକ ଦୁଃଖ ସହିପାରିଲେନି। ତେଣୁ ସେ ଯେଉଁ ଖାଦ୍ୟର ନାଁ କହୁଥିଲା, ସେହି ସବୁ ଖାଦ୍ୟ ଗୋଟିଏ ହାଣ୍ଡିରେ ଭର୍ତ୍ତିକରି ତା’ ନିକଟକୁ ଭସାଇ ଦେଲେ। ଚକୁଳିଆ ପଣ୍ଡା ଆନନ୍ଦ ମନରେ ସୁସ୍ଵାଦୁ ଖାଦ୍ୟକୁ ମନଭରି ପେଟେ ଖାଇଲା ଓ ବାକିତକ ମା’ ପାଇଁ ନେଇଗଲା ।

ଅତିସଂକ୍ଷିପ୍ତ ପ୍ରଶ୍ନେ।ତ୍ତର

Question ୧।
ଚକୁଳିଆ ପଣ୍ଡା କିପରି ଚଳୁଥୁଲା ?
Answer:
ଚକୁଳିଆ ପଣ୍ଡା ଭାରି ଗରିବ ଥିଲା। ସେ ଭିକ ମାଗି ଚଳେ। ଭିକ ମାଗି ଚଳେ।

Question ୨।
ଚକୁଳିଆ ପଣ୍ଡା ଘରକୁ ଯିବା ବାଟରେ କ’ଣ ଦେଖୁଲା ?
Answer:
ଚକୁଳିଆ ପଣ୍ଡା ଘରକୁ ଯିବା ବାଟରେ ଗୋଟିଏ ଉତ୍ତମ ସୁନ୍ଦର ପଦ୍ମ ପୋଖରୀ ଦେଖିଲା ।

BSE Odisha 7th Class Odia Solutions Chapter 14 ମାଡ଼ହାଣ୍ଡି କଥା

Question ୩।
ପୋଖରୀଟି କିପରି ଥୁଲା ?
Answer:
ପୋଖରୀର ଚାରିପାଖରେ ଶଙ୍ଖମଲମଲ ପଥର ପାହାଚ ଥିଲା। ସେଥ‌ିରେ କଳା ଭଅଁର ପରି ପାଣି ଥିଲା।

Question ୪।
ଚକୁଳିଆ ପଣ୍ଡା କାଚ କେନ୍ଦୁଭଳି ପାଣି ଦେଖୁ କ’ଣ କଲା ?
Answer:
ଚକୁଳିଆ ପଣ୍ଡା ପୋଖରୀର କାଚକେନ୍ଦୁଭଳି ପାଣି ଦେଖ୍ ଲୋଭେଇ ଗଲା ।

Question ୫।
ପୋଖରୀରେ କିଏ ରହିଥିଲେ ?
Answer:
ପୋଖରୀରେ ଗଙ୍ଗାମାତା ରହିଥିଲେ

Question ୬।
ଗଙ୍ଗାମାତା ଚକୁଳିଆ ପଣ୍ଡା କଥା ଶୁଣି କ’ଣ କଲେ ?
Answer:
ଚକୁଳିଆ ପଣ୍ଡା ଯେଉଁ ଖାଦ୍ୟ ପଦାର୍ଥର ନାମ କହୁଥିଲା, ସେହି ଖାଦ୍ୟଗୁଡ଼ିକୁ ଗଙ୍ଗାମାତା ଗୋଟିଏ ହାଣ୍ଡିରେ ରଖୁ ଚକୁଳିଆ ପଣ୍ଡା ବସିଥିବା ସ୍ଥାନକୁ ପାଣିରେ ଭସାଇ ଦେଲେ।

Question ୭।
ଚକୁଳିଆ ପଣ୍ଡା ଭାରି ଆଚମ୍ବିତ ହେଲା କାହିଁକି ?
Answer:
ଚକୁଳିଆ ପଣ୍ଡା ହାଣ୍ଡିଟିକୁ ଦେଖ୍ ଆଚମ୍ବିତ ହେଲା।

BSE Odisha 7th Class Odia Solutions Chapter 14 ମାଡ଼ହାଣ୍ଡି କଥା

Question ୮।
ଚକୁଳିଆ ପଣ୍ଡା ହାଣ୍ଡିରେ କ’ଣ ଥିବାର ଦେଖୁଲା ?
Answer:
ହାଣ୍ଡି ଭିତରେ ଘିଅ ଅନ୍ନ, ଡାଲି, ମହୁର, ଆମ୍ବିଳ, ଖୁରି, ପିଠା ଆଦି ଜିନିଷ ଥ‌ିବାର ଦେଖୁଲା ।

Question ୯।
ଚକୁଳିଆ ପଣ୍ଡା ହାଣ୍ଡିଟିରେ ଥ‌ିବା ଜିନିଷକୁ ଦେଖ୍ କ’ଣ କଲା ?
Answer:
ଚକୁଳିଆ ପଣ୍ଡା ହାଣ୍ଡିରୁ ଗୋଟି ଗୋଟିକରି ଖାଦ୍ୟ ପଦାର୍ଥ ବାହାର କରି ଖାଇଲା ଓ ବଳକା ଜିନିଷକୁ ଘରକୁ ମାଆ ଖାଇବା ପାଇଁ ନେଇଗଲା

Question ୧୦।
ଚକୁଳିଆ ପଣ୍ଡା ଘରକୁ ଖାଦ୍ୟ ପଦାର୍ଥ ନେଇ କ’ଣ କଲା ?
Answer:
ଚକୁଳିଆ ପଣ୍ଡା ଖାଦ୍ୟ ପଦାର୍ଥକୁ ଘରେ ଥିବା ଶିକା ଉପରେ ସାଇତି ରଖୁଲା ଓ ଖଣ୍ଡେ ମସିଣା ପାରି ଶୋଇ ପଡ଼ିଲା ।

କଠିନ ଶବ୍ଦ।ର୍ଥ :

Question ୧।
ବୁଢ଼ୀ ଉପରେ ମାଡ଼ ଅସରା ବନ୍ଦ ହୋଇଗଲା କାହିଁକି ?
(କ) ଗଙ୍ଗାମାତା ଦୟା କରିବାରୁ
(ଖ) ହାଣ୍ଡି ଉପରେ ଢାଙ୍କୁଣୀଟି ପଡ଼ିଗଲାରୁ
(ଗ) ହାଣ୍ଡି ଉପରେ ଢାଙ୍କୁଣୀଟି ଘୋଡ଼ାଇ ଦେବାରୁ
(ଘ) ତା’ ପୁଅ ହାଣ୍ଡି ଉପରେ ଢାଙ୍କୁଣୀକୁ ଘୋଡ଼ାଇଦେବାରୁ
Answer:
(ଖ) ହାଣ୍ଡି ଉପରେ ଢାଙ୍କୁଣୀଟି ପଡ଼ିଗଲାରୁ

Question ୨।
ମାଡ଼ ହାଣ୍ଡିରୁ ମଖୀଯାକ ଚୋରମାନଙ୍କୁ କେଉଁ ଦିଗକୁ ଘଉଡ଼ାଇ ନେଇଥିଳେ?
(କ) ପୂର୍ବ
(ଖ) ପଶ୍ଚିମ
(ଗ) ଉତ୍ତର
(ଘ) ଦକ୍ଷିଣ
Answer:
(ଘ) ଦକ୍ଷିଣ

Question ୩।
ବୁଢ଼ୀର ମାଡ଼ ଦରଜ ଉଭେଇଗଲା କାହିଁକି ?
(କ) ମାଡ଼ ଥମିଯିବାରୁ
(ଗ) ସିନ୍ଦୂକ ମେଲା କରିଦେବାରୁ
(ଗ) ସିତ୍କକ ମେଲା କରିଦେବାରୁ
(ଘ) ତା’ ପୁଅ ଦେହରେ ମଲମ ଘଷିବାରୁ
Answer:
(ଗ) ସିନ୍ଦୂକ ମେଲା କରିଦେବାରୁ

Question ୪।
ଚକୁଳିଆ ପଣ୍ଡା ମାଡ଼ ହାଣ୍ଡିକୁ ନେଇ କେଉଁଠି ଥୋଇଲା ?
(କ) ଖତଗଦାରେ
(ଖ) ଓଳିତଳେ
(ଗ) ପୋଖରୀକୂଳରେ
(ଘ) ଶିକାଉପରେ
Answer:
(ଘ) ଶିକାଉପରେ

BSE Odisha 7th Class Odia Solutions Chapter 14 ମାଡ଼ହାଣ୍ଡି କଥା

Question ୫।
‘ମନକୁ ବାଆଁରେଇବା ପାଇଁ’ର ଅର୍ଥ କ’ଣ ?
(କ) ମନ ଖୁସିକରିବା
(ଖ) ମନକୁ ଭୁଲାଇବା
(ଗ) ମନ ହାଲୁକା କରିବା
(ଘ) ମନକୁ ଆଶ୍ଵାସନା ଦେବା
Answer:
(ଖ) ମନକୁ ଭୁଲାଇବା

Question ୬।
ଗଙ୍ଗାମାତା ଉଡ଼ିଗଲା ଚଢ଼େଇର …………………. ଜାଣିପାରନ୍ତି । ଶୂନ୍ୟ ସ୍ଥାନରେ ଠିକ୍ ଶବ୍ଦଟି କ’ଣ ହେବ ?
(କ) ପରକଥା
(ଖ) ପେଟକଥା
(ଗ) ମନକଥା
(ଘ) ହୃଦୟକଥା
Answer:
(ଖ) ପେଟକଥା

Question ୭।
ନିମ୍ନୋକ୍ତ ମଧ୍ୟରୁ ‘କତରା’ ଶବ୍ଦର ଅର୍ଥ କ’ଣ ?
(କ) ପାଲ
(ଖ) ଦରି
(ଗ) ମସିଶା
(ଘ) ଛଣ୍ଡା ମସିଣା
Answer:
(ଘ) ଛଣ୍ଡା ମସିଣା

Question ୮।
‘କୋଟିନିସ୍ ପାଇବା’ର ଅର୍ଥ ନିମ୍ନୋକ୍ତ ମଧ୍ୟରୁ କେଉଁଟି ?
(କ) ଅତି ପ୍ରସନ୍ନ ହେବା
(ଖ) ସୁନାହାରା ପାଇବା
(ଗ) କୋଟି କୋଟି ଟଙ୍କା ପାଇବା
(ଘ) ଧାତୁ ଦ୍ରବ୍ୟ ପାଇବା
Answer:
(କ) ଅତି ପ୍ରସନ୍ନ ହେବା

BSE Odisha 7th Class Odia Solutions Chapter 14 ମାଡ଼ହାଣ୍ଡି କଥା

Question ୯।
‘ପନ୍ଦାଡ଼’ ଶବ୍ଦର ଅର୍ଥ ନିମ୍ନୋକ୍ତ ମଧରୁ କେଉଁଟି ?
(କ) ବାରିପିଣ୍ଡା
(ଖ) ଦାଣ୍ତପିଶ୍ୱା
(ଗ) ପିଶୃରମୁଣ୍ଡ
(ଘ) ଘରର ପଛ
Answer:
(ଗ) ପିଶୃରମୁଣ୍ଡ

Question ୧୦।
ନିମ୍ନୋକ୍ତ ଶବ୍ଦମାନଙ୍କ ମଧ୍ୟରୁ କାହାର ଅର୍ଥ ‘ଅସରପି’ ?
(କ) ସୁନା ମୁଣ୍ଡା
(ଖ) ସୁନା ଥାଳିଆ
(ଗ) ସୁନା ବାଜୁ
(ଘ) ସୁନା ମୋହର
Answer:
(ଘ) ସୁନା ମୋହର

ଗାଞ୍ଜିକ ପରିଚୟ :

ଗୋପାଳ ଚନ୍ଦ୍ର ପ୍ରହରାଜ ଓଡ଼ିଆ ପାଠକ ମହଲରେ ଜଣେ ଅତି ଉଚ୍ଚକୋଟୀର ରମ୍ୟରଚନା ଲେଖକ ଭାବେ ପରିଚିତ । ସେ ବହୁ ଲୋକକଥା ଓ ଲୋକକାହାଣୀ ଅତି ସାଧାରଣ ଗାଉଁଲି ଭାଷାରେ ରଚନା କରି ଶିଶୁଠାରୁ ବୃଦ୍ଧ ପର୍ଯ୍ୟନ୍ତ ପାଠକମାନଙ୍କ ନିକଟବର୍ତ୍ତୀ ହୋଇପାରିଛନ୍ତି । ତାଙ୍କ ରଚିତ ‘କଥା ଓ କାହାଣୀ’, ‘ଉତ୍କଳ କାହାଣୀ’ ଏହାର ଜ୍ଵଳନ୍ତ ଉଦାହରଣ । ସମାଜରେ ପ୍ରଚଳିତ ଅନ୍ଧବିଶ୍ଵାସ ଓ କୁ ସଂସ୍କରଗୁଢ଼ିକୁ ଅତି ଚତୁରତାର ସହିତ ତାଙ୍କ ରଚନାଶୈଳୀରେ ଉପସ୍ଥାପନ କରି ସେ ଜଣେ ସଫଳ ସମାଲୋଚକର ଭୂମିକା ଗ୍ରହଣ କରିପାରିଛନ୍ତି । ତାଙ୍କ ରଚିତ ‘ନନାଙ୍କ ବସ୍ତାନି’, ‘ବାଇ ମହାନ୍ତି ପାଞ୍ଜି’ ଓ ‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’ ଏହାର ଉଦାହରଣ । ସବୁଠାରୁ ବଡ଼କଥା ହେଉଛି ସେ ଦୀର୍ଘ ୨୧ ବର୍ଷକାଳ ସାଧନା କରି ଓଡ଼ିଆ ଭାଷାର ଶବ୍ଦ ସମ୍ଭାରଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ରୂପରେ ଏବଂ ପ୍ରାଞ୍ଜଳଭାବରେ ବ୍ୟାଖ୍ୟା ସହି ମୁଦ୍ରଣ କରି ସମଗ୍ର ଓଡ଼ିଆଭାଷୀମାନଙ୍କ ପାଇଁ ସ୍ମରଣୀୟ ହୋଇପାରିଛନ୍ତି।

ଏହା ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ ନାମରେ ପରିଚିତ । ସେ ଜଣେ ଦକ୍ଷ ଆଇନୀଜୀବୀ ମଧ୍ୟ ଥିଲେ। ଆଲୋଚ୍ୟ ‘ମାଡ଼ହାଣ୍ଡି କଥା’ ଗଳ୍ପଟି ଏକ ଲୋକକଥାକୁ ଆଧାର କରି ରଚିତ ହୋଇଛି । କୋମଳମତି ଶିଶୁମାନଙ୍କ ପାଇଁ ଏଥୁରେ ଶିକ୍ଷଣୀୟ ତଥ୍ୟ  ରହିଛି ।‘ମାଡ଼ହାଣ୍ଡି କଥା’ ଗଳ୍ପଟି ଅତି ସରଳ ଓ ଗାଉଁଲି ଭାଷାରେ ଲେଖାଯାଇଛା ଗଞ୍ଜିଟି ହାସ୍ୟରସରେ ପରିପୂର୍ଣ୍ଣା ମଣିଷ ଜୀବନର ପ୍ରକୃତ ଛବି ଏଥ‌ିରେ ପ୍ରତିଫଳିତ ହୋଇଛି । ସୁବିଧା ପାଇଲେ ମଣିଷ କିପରି ତା’ର ଅସଲ ରୂପକୁ ପାସୋରି ମରାଚିକା ପଛରେ ଗୋଡ଼ାଇଥାଏ, ତାହା ଚକୁଳିଆ ପଶ୍ରାର ଚରିତ୍ର ମାଧ୍ୟମରେ ଲେଖକ ପ୍ରକାଶ କରିଛନ୍ତି । ନିଜର କର୍ତ୍ତବ୍ୟ ନ କଲେ ଭଗବାନ୍ ବି ଅଶାନ୍ତ ହୁଅନ୍ତି – ଏହି ନୈତିକ ଶିକ୍ଷାଟି ଉକ୍ତ ଗଳ୍ପରୁ ପିଲାମାନେ ଶିକ୍ଷା କରିବେ ।

ଗଞ୍ଜିର ସାରକଥା :

ଆଳସ୍ୟ ଦୁଃଖର କାରଣ ଏବଂ ପରିଶ୍ରମ ସୁଖର କାରଣ । ଅଳସୁଆ ଲୋକଙ୍କୁ ଈଶ୍ବର ଦଣ୍ଡ ଦିଅନ୍ତି । ଏହାହିଁ ‘ମାଡ଼ ହାଣ୍ଡି କଥା’ ଗଳ୍ପର ବିଷୟବସ୍ତୁ । ଗୋଟିଏ ଦେଶରେ ଗୋଟିଏ ଚକୁଳିଆ ପଣ୍ଡା ଥାଏ । ସେ ଭାରି ଗରିବ । ଗାଁକୁ ଗାଁ ବୁଲି ଭିକ ମାଗେ । ଦିନେ ସେ ଖୁବ୍ ବୁଲିଲା, ହେଲେ ଭିକ ପାଇଲାନି । ତା’ ପଛରେ ଗାଁ ପିଲାଏ ପଡ଼ିଗଲେ । ତାକୁ ଟେକା ବୋଲୁଅ ଫୋପାଡ଼ି ଗାଁରୁ ତଡ଼ିଦେଲେ । ସେ ମାଡ଼ ଖାଇ ଘରକୁ ନଫେରି ଆଗକୁ ଚାଲିଲା । ବାଟରେ ସୁନ୍ଦର ପଦ୍ମ ପୋଖରୀଟିଏ ଦେଖିଲା । ପାଣି କାଚକେନ୍ଦୁ ଭଳି ନିର୍ମଳ । ଭାରି ଲୋଭ ହେଲା ପିଇବାକୁ । ଲଥକରି ବସିପଡ଼ିଲା ପାହାଚରେ । ନିର୍ମଳ ପାଣିକୁ ଡାହାଣ ହାତରେ ଧରୁଥାଏ, ପିଉଥାଏ ଓ ମନକୁ ମନ କହୁଥାଏ – ଭାତ ଖାଉଁ, ଡାଲି ଖାଉଁ, ଦୁଧ ଖାଉଁ, ମହୁର ଖାଉଁ, ଆମ୍ବିଳ ଖାଉଁ, ଖିରି ଖାଉଁ, କାକରା ଖାଉଁ, ନାନମାନ ଖାଉଁ, ପୋଟଳି ଚକୁଳି ଖାଉଁ ଏମିତି କେତେ ଖାଦ୍ୟଦ୍ରବ୍ୟର ନାଁ ଧରୁଥାଏ, ପାଣି ପିଉଥାଏ । ସେ ପୋଖରୀରେ ଗଙ୍ଗାମାତା ଥା’ନ୍ତି । ସେ ଚକୁଳିଆ ପଣ୍ଡାର ଦୁଃଖ ସହି ପାରିଲେନି । ସେ ଚକୁଳିଆ ପଣ୍ଡା ମୁହଁରେ ଧରିଥ୍ ସବୁ ଖାଦ୍ୟଦ୍ରବ୍ୟକୁ ହାଣ୍ଡିରେ ସଜାଇ ପାଣିରେ ଭସାଇଦେଲେ ।

ଚକୁଳିଆ ହାଣ୍ଡିଟି ଦେଖ୍ ଭାରି ଆଶ୍ଚର୍ଯ୍ୟ ହେଲା । ଦେଖେ କ’ଣ ଅଛି….. ? ଏହା ଭାବି ହାଣ୍ଡିଟି ଖୋଲି ଦେଖୁଦେଇ ଆନନ୍ଦରେ ଫାଟିପଡ଼ିଲା । ମନଭରି ଖାଦ୍ୟ ଖାଇ ହାଣ୍ଡିଟି ନେଇ ଚାଲିଲା ଘରକୁ ବୋଉ ପାଇଁ । ଘରେ ପହଞ୍ଚିବାବେଳକୁ ମା’ ନ ଥାଏ, ଗାଁ ଭିତରକୁ ଦୁଃଖ କରିବାକୁ ଯାଇଥାଏ । ହାଣ୍ଡିଟି ହାଣ୍ଡିଶାଳ ଶିକାରେ ରଖୁ । ମା’ ଗାଁରୁ ପାଇଟି ସାରି ଭୋକରେ ଫେରି ଦେଖେ ତ ପୁଅ ନିଶ୍ଚିନ୍ତରେ ଶୋଇଛି । ସେ ହାଣ୍ଡିଶାଳକୁ ଯାଇ ହାଣ୍ଡିଟି ଶିକାରେ ଥ‌ିବା ଦେଖୁ ତାକୁ ଖୋଲିବାରୁ ସେଥୁରେ ଖାଦ୍ୟ ପଦାର୍ଥମାନ ଦେଖୁ । ଭୋକ ସମ୍ଭାଳି ନ ପାରି ହାଣ୍ଡିରୁ ସବୁ ବାହାର କରି ପେଟେ ଖାଇ ବଳକାତକ ହାଣ୍ଡିରେ ରଖୁ । ଉପରଓଳି ମା’ ପୁଅ ଖାଇ ଅଠିଲ ହୋଇଗଲେ । ପୁଅ ଉଠିଲା ପରେ ମାଆକୁ ସବୁକଥା କହିଲା । ମା’ ପୁଅକୁ ପୁଣି ପୋଖରୀ କୂଳକୁ ଯାଇ ସେହିପରି କରିବାକୁ କହିଲା । ସବୁଦିନ ପୁଅ ପୋଖରୀ ତୁଠକୁ ଯାଏ । ସେହିପରି ଚଳେ ଚଳେ ପାଣି ପିଏ ଓ ବିଭିନ୍ନ ଖାଦ୍ୟ ଦ୍ରବ୍ୟ ନାଁ ଧରି ଖାଇବା କଥା କହେ । ହାଣ୍ଡିଟିଏ ଭାସିଆସେ । ସେ ଘରକୁ ନେଇଆସେ । ମାଆ ପୁଅ ଖାଇ ଖୁସି ହୁଅନ୍ତି ।

ଏଣିକି ଚକୁଳିଆ ପଣ୍ଡା ଓ ତା’ ମା’ କାମ ନ କରି ଏମିତି ଖାଇପିଇ ବୁଲିଲେ । ଗଙ୍ଗାମାତା ଭାବିଲେ ସଂସାରଯାକ ୟାଙ୍କୁ ଦେଖୁ ସେମିତି ହେବେ; ତେଣୁ ସେ କପଟ କରି ଦିନେ ହାଣ୍ଡିରେ ସଂସାରର ଯେତେ ମାଡ଼ ଥିଲା ସବୁ ରଖ୍ ଭସାଇଦେଲେ । ଚକୁଳିଆ ପଣ୍ଡା ହାଣ୍ଡିଟି ପୂର୍ବଭଳି ନେଇ ଖୁବ୍ ଖୁସି ମନରେ ଖୋଲିଦେଲା । ଏବେ ଯାଏ କୁଆଡ଼େ- ଆରମ୍ଭ ହୋଇଗଲା ବିଧା, ଚାପୁଡା, ଗୋଇଠା, କାମୁଡ଼ା । ସେ ବ୍ୟସ୍ତ ହୋଇ ବୃଦ୍ଧିପାଞ୍ଚ୍ ହାଣ୍ଡି ଉପରେ ଢାଙ୍କୁଣୀଟା ଘୋଡ଼େଇ ଦେଲା । ମାଡ଼ ମାରିବା ବନ୍ଦ ହୋଇଗଲା । ସେ ହାଣ୍ଡିଟି ନେଇ ଘରକୁ ଗଲା । ତା’ର ରାଗ ମା’ ଉପରେ । ଶିକାରେ ହାଣ୍ଡିଟି ରଖିଦେଲା । ମା’ ଗାଁ ବୁଲା ସାରି ହାଣ୍ଡିଟି ନେଇ ମହାଆନନ୍ଦରେ ଖାଇବାକୁ ଢାଙ୍କୁଣୀଟି ଖୋଲିଦେଲା । ସଙ୍ଗେ ସଙ୍ଗେ ମାଡ଼ ଉପରେ ମାଡ଼ – ବିଧା, ଚାପୁଡ଼ା, ଗୋଇଠା ଆରମ୍ଭ ହୋଇଗଲା । ବୁଢ଼ୀ ରଡ଼ି ଛାଡୁଥାଏ । ହେଲେ ଶୁଣୁଛି କିଏ ? ହଠାତ୍ ତା’ର ବୁଦ୍ଧି ପଶିଲା । ସେ ହଠାତ୍ ପଲମାଟା ହାଣ୍ଡି ଉପରେ ଘୋଡ଼ାଇଦେଲା ।

ମାଡ଼ ବନ୍ଦ ହୋଇଗଲାରୁ ହାଣ୍ଡିଟି ନେଇ ବାରିପଛ ଖତଗଦାରେ ଥୋଇ ଘରକୁ ଆସି ମନ ଦୁଃଖରେ ମୁହଁ ମାଡ଼ି କରି ଶୋଇପଡ଼ିଲା । ରାତିରେ ଦଳେ ଚୋର ସିନ୍ଦୁକଟିଏ ଚୋରି କରି ଆଣିଥ‌ିବା ଜିନିଷତକ ବାଣ୍ଟ କରିବାକୁ ବୁଢ଼ୀ ବାଡ଼ିକୁ ଆସିଲେ । ବାଣ୍ଟ ଚାଲିଛି – ଗୋଟେ ଚୋର ହାଣ୍ଡିଟି ଦେଖ୍ ତା’ଭିତରେ କ’ଣ ଅଛି ବୋଲି ଭାବି ଖୋଲିଦେଲା। ସଙ୍ଗେ ସଙ୍ଗେ ଆରମ୍ଭ ହୋଇଗଲା ସମସ୍ତଙ୍କ ଉପରେ ମାଡ଼ ବୃଷ୍ଟି – ବିଧା, ଚାପୁଡ଼ା, ଗୋଇଠା, କାମୁଡ଼ା । ଚୋରଙ୍କୁ ବାଟ ମିଳିଲାନି ପଳେଇ ଯିବାକୁ। ବୁଢ଼ୀ ଘରେ ଥାଇ ସବୁ ଶୁଣୁଥାଏ । ଚୋର ପଳେଇଗଲା ପରେ ଧୀରେ ଉଠି ବାଡ଼ିକୁ ଗଲା – ସିନ୍ଦୁକଟିକୁ ଡରି ଡରି ଖୋଲିଲା – ଆରେ ଏ କ’ଣ ଖାଲି ହୀରା, ନୀଳା, ମୋତି, ମାଣିକ, ଅସରପି । ସିନ୍ଦୂକରୁ ଧନତକ ନେଇ ଘରେ ଲୁଚେଇଦେଲା । ମା’ ପୁଅ ସିନ୍ଦୁକକୁ ଟେକିଟାକି ଘରକୁ ନେଲେ । ତା’ପରଠାରୁ ମାଆ ପୁଅ ସବୁଦିନେ ସକାଳୁ କାମକୁ ବାହାରି ଯାଉଥ‌ିବାର ଦେଖାଗଲା ।

କଠିନ ଶବ୍ଦ।ର୍ଥ :

  • ବୋଲୁଅ – ଛୋଟ ପଥର ।
  • ବାଆଁରେଇବ – ବାହାନା କରିବା ।
  • କତରା – ଛିଣ୍ଡା ମସିଣା
  • ଫେର – ପୁଣି
  • ଥୟିଗଲା – ବନ୍ଦ ହେଇଗଲା ।
  • ଇମିତିକା – ଏପରି ।
  • ସେରେ ଚାଉଳ ବା ଡାଲି ମାପିବା ପାଇଁ ବ୍ୟବହୃତ ପୁରୁଣା ମାପ ।
  • ଖପରା – ଭଙ୍ଗାହାଣ୍ଡିର ଅଂଶ ।
  • ଯାଉଁଳି – କାନ୍ଧର ଦୁଇପାଖରେ ଝୁଲୁଥିବା ବୋକଚା
  • ଚଳେ – ପୋଷେ, ଗୋଟିଏ ହାତ ପାପୁଲି ରେ ରହି ପାରୁ ଥ‌ିବା ପରିମାଣ।
  • ଦରବ – ଦ୍ରବ୍ୟ ।
  • ନାନମାନ – ଏକପ୍ରକାର ପିଠା ।
  • ବାରଜ – ଅଲଗା ।
  • ଭରାଭର – ସମ୍ପୂର୍ଣ୍ଣ ।
  • ଦୋଓଡ଼ା – ଦ୍ୱିତୀୟ ଥର ।
  • ଦୁଃଖ କରିବା – ଏଠାରେ ଖଟିବା
  • ପଲମ – ପିଠା ତିଆରି ପାଇଁ ସ୍ଵତନ୍ତ୍ର ପାତ୍ର ।
  • ଦିବ୍ୟ – ପବିତ୍ର ।
  • ବେଏଁ – ଦୁଇ ହାତକୁ ଦୁଇ ପାଖକୁ ଲମ୍ବାଇଲେ ଯେତେ ଲମ୍ବା ହେବ ।
  • ମହନ୍ତ – ପରିଶ୍ରମ ।
  • ଅଠିଲ୍ – ଅଚଳ ।
  • ଢ଼େଲେ – ପେଟପୂରା ।
  • ଫୋକଟ – ମାଗଣା, ମୂଲ୍ୟହୀନ।
  • ତେଲୁଣି – ଢାଙ୍କୁଣି ।
  • ଅଷ୍ଟଦଣ୍ଡପାଟ – ଧାର୍ମିକ ଭିକ୍ଷାକାରୀ ।
  • ରବୟା – ଘଟଣା ।
  • ପନ୍ଦାଡ଼ – ପିଣ୍ଡାର ମୁଣ୍ଡ ।
  • ଅସରପି – ସୁନା ମୋହର ।
  • ହାପୁ – ଡାଲି ବା ଜାଉକୁ ହାତରେ ହାପୁଡ଼ି ଖାଇବା ।
  • ମହୁଡ଼ – ମୁକୁଟ କିମ୍ବା ସୁନା ମୋହର ।
  • ନିଖଟୁ – କର୍ମକୋଢ଼ି ।
  • ବଡ଼ ଝପଟି – ବଡ଼ି ସକାଳୁ ।
  • ନିଧୂ – ସମ୍ପଦ
  • ଉବାର – ନିଷେଧ ବା ମନା ।

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Odisha State Board BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ Textbook Exercise Questions and Answers.

BSE Odisha Class 7 Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ପାହାଡ଼ ତଳ ବଣଭୂଇଁକି ସଫା କରାଗଲା କାହିଁକି ?
Answer:
ରାଜାଙ୍କ ଆଦେଶରେ ମଧୁପୁରଗଡ଼ର ଗଡ଼ପାହାଡ଼ ତଳିରେ ରାଜପ୍ରାସାଦ ନିର୍ମାଣ କରାଯିବା ସ୍ଥିର କରାଗଲା । ସେଥ‌ିପାଇଁ ପାହାଡ଼ ତଳ ବଣଭୂଇଁକୁ ସଫା କରାଗଲା ଓ ପାହାଡ଼ କାଟି ଭୂମିକୁ ସମତଳ କରାଗଲା ।

(ଖ) ସେ ପାହାଡ଼ର ନାଆଁ କ’ଣ ଥିଲା ?
Answer:
ଦିଗଦିଗନ୍ତ ବ୍ୟାପୀ ଜଙ୍ଗଲ ମଧ୍ୟରେ ରହିଥିବା ମଧୁପୁରଗଡ଼ ପାହାଡ଼କୁ ଲୋକେ ଗଡ଼ ଓ ରାଜପ୍ରାସାଦ ନିର୍ମାଣ ପରେ ନାମକରଣ କରିଥିଲେ । ପାହାଡ଼ର ନାଆଁ ଥିଲା ‘ଗଡ଼ପର୍ବତ’ ।

(ଗ) ରାଜା ପାହାଡ଼ କୋଳରୁ କେଉଁ ଶବ୍ଦ ଶୁଣିବାକୁ ପାଇଲେ ?
Answer:
ପାହାଡ଼ କୋଳରୁ ରାଜା ପଥରକଟାର ଠକ୍ ଠକ୍ ଶବ୍ଦ ଶୁଣିବାକୁ ପାଇଲେ । ତାହା ଥିଲା ପଥର କୋରଡ଼ବାସୀ ଭୀମ ଦାସର ପଥରକଟାର ଶବ୍ଦ ଯାହାକି ରାଜାଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରିଥିଲା ।

(ଘ) ସେହି ଶବ୍ଦ କିଏ ଓ କିପରି ସୃଷ୍ଟି କରୁଥିଲା ?
Answer:
ପଥରକଟାର ଠକ୍ ଠକ୍ ଶବ୍ଦ ପାହାଡ଼ର କୋରଡ଼ ମଧ୍ୟରୁ ଭାସି ଆସୁଥିଲା । ତାହା ଥିଲା ପର୍ବତର କୋରଡ଼ରେ ବାସ କରୁଥିବା ଭୀମ ଦାସର ପଥରକଟାର ଶବ୍ଦ । ଗଡ଼ ନିର୍ମାଣ ହେଲାପରେ ମଧ୍ୟ ଭୀମ ଦାସର ପଥରକଟା ଶବ୍ଦ ବନ୍ଦ ହୋଇନଥିଲା । ସେ ପୂର୍ବବତ୍ ପଥରକଟା କାର୍ଯ୍ୟରେ ଲିପ୍ତ ରହୁଥିଲା ।

(ଙ) ସେହି ଶବ୍ଦ ବନ୍ଦ କରିବା ପାଇଁ ରାଜା କାହିଁକି ଆଦେଶ ଦେଲେ ?
Answer:
ରାଜଉଆସ ନିର୍ମାଣ ହେଲାପରେ ତା’ ମଧ୍ୟରେ ବିଳାସବ୍ୟସନର ସମସ୍ତ ବ୍ୟବସ୍ଥା ସଂପୂର୍ଣ୍ଣ ହେଲା । କିନ୍ତୁ ଭୀମ ଦାସର ପଥରକଟାର ଶବ୍ଦ ରାଜାଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟିକଲା । ସେହି ଶବ୍ଦ କେଉଁଠାରୁ ଆସୁଥିଲା ତାହା ରାଜା ଜାଣିନଥୁଲେ । ମାତ୍ର ରାଜାଙ୍କ ସୁନିଦ୍ରାପାଇଁ ସେହି ଶବ୍ଦ ବନ୍ଦ କରିବା ଜରୁରୀ ଥିଲା । ତେଣୁ ତାହା ତୁରନ୍ତ ବନ୍ଦ କରିବାପାଇଁ ରାଜା ଆଦେଶ ଦେଇଥିଲେ ।

(ଚ) ଭୀମ ଦାସକୁ ନିଜ ଉଆସକୁ ନେଇ ରାଜା ତା’ପାଇଁ କ’ଣ କଲେ ?
Answer:
ରାଜଉଆସ ନିର୍ମାଣ କାର୍ଯ୍ୟରେ ଭୀମ ଦାସର ଅବଦାନ ସମ୍ପର୍କରେ ଜାଣିଲା ପରେ ତା’ପାଇଁ ରାଜା ଉଆସ ମଧ୍ୟରେ ଏକ ସ୍ଵତନ୍ତ୍ର ଘରର ବ୍ୟବସ୍ଥା କଲେ । ତା’ ପାଇଁ ନୂଆ ଲୁଗା ଆଣିଲେ ଓ ନୂଆ ଖଟ ତିଆରି କରାଇଲେ । ସେଠାରେ ତା’ର ଯେପରି କିଛି ଅସୁବିଧା ନହୁଏ ସେଥ‌ିପାଇଁ ଚାକରବାକର ମଧ୍ୟ ଖଞ୍ଜି ଦେଲେ । ସେଠାରେ ଭୀମ ଦାସ ରାଜସମ୍ମାନ ସହ ରହିବାପାଇଁ ରାଜା ସମସ୍ତ ବ୍ୟବସ୍ଥା କରିଥିଲେ ।

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ପାହାଡ଼ ସବୁ ଦେଖିଲା, ସବୁ ସହିଲା, ମାତ୍ର କିଛି କରିପାରିଲା ନାହିଁ କାହିଁକି ?
ଯେଉଁଦିନ ଟମକ ବଜାଇ ରଜାଘର ଲୋକେ ପାହାଡ଼ ତଳଟାକୁ ମାପିଦେଇ, ସେଦିନଠାରୁ ଜଙ୍ଗଲ ସଫା ହୋଇ ପାହାଡ଼ ତଡ଼ାହେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟଧାରାକୁ ପାହାଡ଼ ଖାଲି ନୀରବରେ ଦେଖୁଲା । କାଠୁରିଆର କୁଠାରାଘାତରେ ଗୋଟିକ ପରେ ଗୋଟିଏ ଗଛ ଟଳି ପଡୁଥ‌ିବା ଓ ଜଙ୍ଗଲର ବନ୍ୟଜନ୍ତୁମାନଙ୍କୁ ଗୁଳି, ଶର ଓ ଖଣ୍ଡାରେ ହତ୍ୟା କରାଯାଉଥ‌ିବା ପରି ମାନବର ସବୁ ଅତ୍ୟାଚାରକୁ ମୁଣ୍ଡ ପାତି ସହିନେବା ଛଡ଼ା ପାହାଡ଼ର କିଛି ଉପାୟ ନଥିଲା । ପାହାଡ଼ରୁ ବଡ଼ ବଡ଼ ପଥର ଖଣ୍ଡମାନ କଟାଯାଉଥିଲେ ମଧ୍ୟ ମୂକ ପାହାଡ଼ କିଂକର୍ତ୍ତବ୍ୟବିମୂଢ଼ ହୋଇ କୌଣସି ପ୍ରତିବାଦ

(ଖ) ଗଡ଼ ନିର୍ମାଣ କାର୍ଯ୍ୟ କିପରି ସମାପ୍ତ ହେଲା ?
ଲାଗିପଡ଼ିଲେ । ନଅର ମଧ୍ଯରେ ସୁନ୍ଦର ଉଆସ, ରଙ୍ଗୀନ ଆଲୋକ ପାଇଁ ଦୀପମାଳା ଇତ୍ୟାଦି ଖଞ୍ଜି ପ୍ରାସାଦଟିକୁ ଅପୂର୍ବ ସାଜସଜ୍ଜାରେ ମଣ୍ଡିତ କଲେ । ଗଡ଼ ନିର୍ମାଣ ପରେ ପରେ ତା’ମଧ୍ୟରେ ଆହୁରି କେତେ ଘର, ପାଚେରୀ, ଦେବୀମନ୍ଦିର ଆଦି ଯଥାସ୍ଥାନରେ ନିର୍ମିତ ହେଲା । ସମସ୍ତ ରାଜକଳ୍ପନାକୁ କର୍ମଚାରୀମାନେ ଯଥାବିଧ୍ କାର୍ଯ୍ୟକାରୀ କରାଇଲେ ଓ ନିର୍ମାଣକାର୍ଯ୍ୟ ଯଥା ସମୟରେ ସମାପ୍ତ ହେଲା ।

(ଗ) ସେ ରାତିରେ ନିଦରେ ଶୋଉଛି, ମାତ୍ର ଯୌବନର ସ୍ୱପ୍ନ ଦେଖୁନାହିଁ ଏକଥା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ଏକଥା ଭୀମ ଦାସ ପ୍ରସଙ୍ଗରେ କୁହାଯାଇଛି । ଭୀମ ଦାସ ଅନ୍ୟମାନଙ୍କ ପରି ରକ୍ତମାଂସ ଦେହଧାରୀ ମଣିଷ ଥିଲା । ସୁଖ ସ୍ୱାଚ୍ଛନ୍ଦ୍ୟରେ ରହି ଜୀବନକୁ ଉପଭୋଗ କରିବାର କାମନା ମଧ୍ଯ ତା’ ମନରେ ସୃଷ୍ଟିହେବା ସ୍ଵାଭାବିକ । ମାତ୍ର ସଭ୍ୟ ସମାଜର ସବୁ ଅତ୍ୟାଚାରକୁ ମଥାପାତି ସହିନେଇଥିଲା ସେ । ବିଳାସପୂର୍ଣ୍ଣ ପ୍ରାସାଦ ତଥା ସୁରମ୍ୟ ଗଡ଼ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ରାଜକୀୟ ଶୋଷଣର ଶିକାର ହୋଇ ଜୀବନର ସମସ୍ତ ସୁଖରୁ ସେ ବଞ୍ଚତ ଥିଲା । ୧୫ ବର୍ଷ ବୟସରୁ ସେ ଦୀର୍ଘ ଷାଠିଏ ବର୍ଷକାଳ ପଥର କାଟି ଚାଲିଥିଲା । ଏହା ମଧ୍ୟରେ ତା’ର ଯୌବନ ଅତିକ୍ରାନ୍ତ ହୋଇ ବାର୍ଦ୍ଧକ୍ୟ ଆସିଯାଇଛି । ଯନ୍ତ୍ରବତ୍ କାର୍ଯ୍ୟ କରିଚାଲିବା ଭିତରେ ସେ ଯୌବନର ଉପସ୍ଥିତିକୁ ମଧ୍ୟ ଜାଣି ପାରିନଥିଲା ।

(ଘ) ଭୀମ ଦାସକୁ ରାଜା ନିଜ ଉଆସକୁ ଆଣିବା ମୂଳରେ କି ଉଦ୍ଦେଶ୍ୟ ଥିଲା ?
Answer:
ରାଜାଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରୁଥିବା ପଥରକଟାର ଠିକ୍ ଠକ୍ ଶବ୍ଦ ବନ୍ଦ କରିବାପାଇଁ ପାଇକମାନେ ଚାବୁକ୍ ଦେଇ ଭୀମ ଦାସକୁ ବାରଣ କଲେ ମଧ୍ୟ ପଟରକଟା ବନ୍ଦ ହୋଇନଥିଲା । ଦିନେ ପାରିକୁ ଯାଇ ସ୍ବୟଂ ରାଜା ଭୀମ ଦାସକୁ ପଥରକଟା କାର୍ଯ୍ୟରେ ନିମଗ୍ନ ଥ‌ିବା ଲକ୍ଷ୍ୟକରି ତା’ ସମ୍ପର୍କରେ ସମସ୍ତ ତଥ୍ୟ ବୁଝିଲେ ଏବଂ ନଅର ନିର୍ମାଣ କାର୍ଯ୍ୟରେ ସାରା ଜୀବନ ଉତ୍ସର୍ଗ କରିଥିବା ଲୋକଟିକୁ ସୁଖଶାନ୍ତିରେ ଶେଷଜୀବନ କଟାଇବାପାଇଁ ଉଆସ ମଧ୍ୟରେ ରଖାଇବାର ସମସ୍ତ ବ୍ୟବସ୍ଥା କରାଇଲେ । ଜଙ୍ଗଲ କାଟି ପାହାଡ଼ ତାଡ଼ି ଗୋଟିଏ ଅଗମ୍ୟ ଅପନ୍ତରା ଅଞ୍ଚଳକୁ ରାଜଉଆସରେ ପରିଣତ କରିଥିବା କାର୍ଯ୍ୟର ମୁଖ୍ୟ ବିନ୍ଧାଣିର ଦୁରବସ୍ଥା ଲକ୍ଷ୍ୟକରି ରାଜା ଦୁଃଖ ପ୍ରକାଶ କରିଥିଲେ ଓ ତା’ ଅବଦାନ ପାଇଁ ଉପଯୁକ୍ତ ମର୍ଯ୍ୟାଦା ଦେବାକୁ ରାଜଉଆସକୁ ଅଣାଇବାର ବନ୍ଦୋବସ୍ତ କରାଇଥିଲେ ।

Question ୩।
ଭୀମ ଦାସ ରାଜଉଆସରେ ରହିଲା ନାହିଁ କାହିଁକି ?
Answer:
ପନ୍ଦର ବର୍ଷ ବୟସରୁ ମଧୁପୁରଗଡ଼ ଜଙ୍ଗଲ ପାହାଡ଼ ଭିତରେ ଯନ୍ତ୍ରବତ୍ ଦିନରାତି ଜଙ୍ଗଲ ସଫେଇ ଓ ପଥରକଟା କାର୍ଯ୍ୟରେ ନିଯୁକ୍ତ ରହିଥିଲେ ମଧ୍ୟ ବଣର ଫଳମୂଳ ଆହାରରେ ଜୀବନ କଟାଇ ଓ ପଥର ଚଟାଣରେ କ୍ଲାନ୍ତି ମେଣ୍ଟାଇ ସେ ଆନନ୍ଦରେ ଥିଲା । ପ୍ରକୃତି କୋଳରେ ଜୀବନ କାଟି ଆଜୀବନ କର୍ମମୁଖର ଜୀବନ ଧରି ସେ ପାଉଥିଲା ପରମ ଶାନ୍ତି । ତେଣୁ ଚାକରବାକର ଗହଣରେ, ବିଳାସପୂର୍ଣ୍ଣ ଗୃହର ଆଧୁନିକ ପରିପାଟୀରେ ସେ ଅଣନିଃଶ୍ୱାସୀ ହୋଇପଡ଼ିଲା । ତେଣୁ ସେ ସେଠାରେ ମଧ୍ୟ ପଥର ଖୋଜିଲା । ମାଟି, ଗୋଡ଼ି, ପଥର ସହ ସାରାଜୀବନ କାଟିଥ୍ୟା ଭୀମ ଦାସ ରାଜ ଉଆସରେ
ଶାନ୍ତି ନପାଇ ପୁନରାୟ ଗଡ଼ପର୍ବତ ତଳିକୁ ଚାଲିଯାଇଥିଲା ।

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Question ୪।
ପ୍ରସଙ୍ଗ ସହ ସରଳାର୍ଥ ଲେଖ ।
(କ) ମର୍ତ୍ତ୍ୟର ମରୁଭୂମିରେ ସ୍ଵର୍ଗର ଅମରାବତୀର ଛାୟା ପଡ଼ିଲା ।
Answer:
ମର୍ତ୍ତ୍ୟରେ ……………………………. ଛାୟା ପଡ଼ିଲା ।
ଉଦ୍ଧୃତାଂଶଟି ଗୋଦାବରୀଶ ମହାପାତ୍ରଙ୍କ ଲିଷ୍କୃତ ‘ଏ ମଣିଷକୁ ପଥର କଲା କିଏ’ ଗଳ୍ପରୁ ଉଦ୍ଧୃତ। ମଧୁପୁରଗଡ଼ର ବିସ୍ତୀର୍ଣ୍ଣ ଜଙ୍ଗଲରେ ରାଜନଅର ତିଆରି ହେବ। ପରିବେଶକୁ କିପରି ସୌନ୍ଦର୍ଯ୍ୟପୂର୍ଣ୍ଣ କରିଦେଲା ତାହା ଏଠା। ବର୍ଣ୍ଣିତ । ବହୁଦୂର ବ୍ୟାପି ମଧୁପୁରଗଡ଼ ପାହାଡ଼ତଳି ଅଞ୍ଚଳ ଘନଜଙ୍ଗଲ ଓ ଶ୍ଵାପଦସଙ୍କୁଳ ଥିଲା । ରାଜାଙ୍କର ଲୋକେ ଗଛ କାଟି, ଜଙ୍ଗଲ ସଫାକରି ନଅର ତୋଳା କାମ ଆରମ୍ଭ କଲେ। ପଥର କାରିଗର ଭୀମ ଦାସ ପାହାଡ଼ରୁ ପଥର କାଟି କାଟି ରାସ୍ତାଘାଟ, ନଅର, ପାଚେରି ଇତ୍ୟାଦି ତୋଳିବାରେ ସାହାଯ୍ୟ କଲା। ସୁନ୍ଦର ଉଆସ, ତା’ଭିତରେ ଦୀପମାଳା ଓ ଆଲୋକସଜ୍ଜା, ରାସ୍ତାଘାଟ, ଦେବଦେବୀ ମନ୍ଦିର କେତେ ଯେ କ’ଣ ନିର୍ମାଣ କରାଗଲା ତା’ର ହିସାବ ନାହିଁ। ଯେଉଁ ଜଙ୍ଗଲରେ କେବଳ ହିଂସ୍ରଜନ୍ତୁ ଓ ଜଙ୍ଗଲୀ ମଣିଷ ରହୁଥିଲେ, ଯାହାକି ନୀରବ, ନିସ୍ତବ୍ଧ ଥିଲା, ସେଠାରେ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଜନପଦ ସୃଷ୍ଟି ହୋଇଥିଲା। ତେଣୁ ଏଠାରେ ମଧୁପୁରଗଡ଼କୁ ମର୍ତ୍ତ୍ୟର ଅମରାବତୀ ବୋଲି କୁହାଯାଇଛି।

(ଖ ) ସେ ଦିନରେ ବାଟ ଚାଲୁଛି ମାତ୍ର କାହାକୁ ପଥ ପଚାରୁ ନାହିଁ ।
Answer:
ସେ ଦିନରେ …………………………. ପଚାରୁ ନାହିଁ ।
ଉକ୍ତ ଗଦ୍ୟାଶଟି ଗୋଦାବରୀଶ ମହାପାତ୍ରଙ୍କ ଲିଖିତ “ଏ ମଣିଷକୁ ପଥର କଲା କିଏ” ଗଳ୍ପରୁ ଆସିଅଛି । ପଥର କାମ କରି କରି ଭୀମଦାସ କିପରି ପ୍ରତିକ୍ରିୟାହୀନ ମଣିଷ ପାଲଟି ଯାଇଥିଲା, ତାହା ଏଠାରେ ଆଲୋଚ୍ୟ। ଶିଳ୍ପୀ ଭୀମଦାସ ମଧୁପୁରଗଡ଼ ନିର୍ମାଣ ପାଇଁ ପାହାଡ଼ରୁ ପ୍ରଥମେ ପଥର କାଟିଥିଲା। ଦିନଦିନ, ମାସମାସ, ବର୍ଷବର୍ଷ ଧରି ଷାଠିଏ ବର୍ଷ କାଳ ଭୀମଦାସ ଖରା, ବର୍ଷ, ଶୀତ, କାକର ଖାଇ ପଥର କାଟି ରାଜଉଆସ, ବିହାର ଉଦ୍ୟାନ, ମନ୍ଦିର, ରାସ୍ତାଘାଟ ସବୁକିଛି କରିଥିଲା। ତା’ର କୈଶୋରର ଚପଳତା, ଯୌବନର ଜ୍ୟୋତି, କୋମଳ କଥା, ଚିକ୍‌କଣ-ଶରୀର ଏବେ ବାର୍ଦ୍ଧକ୍ୟରେ ପହଞ୍ଚୁଛି । ପଥର କାଟି କାଟି ସତେଯେପରି ସେ ନିଜେ ପଥର ପାଲଟି ଯାଇଛି । ସେ ବାଟ ଚାଲୁଛି କିନ୍ତୁ ରାସ୍ତା ପଚାରୁ ନାହିଁ, ଚାହୁଁଛି, କିନ୍ତୁ କିଛି ଦେଖୁନାହିଁ। କାମ କରୁଛି, କିନ୍ତୁ କିଛି ଜାଣି ପାରୁନାହିଁ । ସେ ନିର୍ବାକୁ ନିଶ୍ଚଳ ଓ ପ୍ରତିକ୍ରିୟାହୀନ ହୋଇ କେବଳ କାମ କରିଛାଲିଛି।

(ଗ) ରାଜା ମନକୁ ମନ ଅତର୍କିତ ପ୍ରଶ୍ନ କଲେ, ‘‘ଏ ମଣିଷକୁ ପଥର କଲା କିଏ ???
Answer:
ରାଜା ମନକୁ ……………………………… କଲା କିଏ ?
ଉକ୍ତ ଗଦ୍ୟାଶଟି ଗୋଦାବରୀଶ ମହାପାତ୍ରଙ୍କ ଲିଖିତ “ ଏ ମଣିଷକୁ ପଥର କଲା କିଏ” ଗଳ୍ପରୁ ଉଦ୍ଧୃତ। ପଥର ପରି ମଣିଷଟିଏ ଭୀମ ଦାସଙ୍କୁ ଦେଖ୍ ରାଜା ବିସ୍ମିତ ହୋଇଥିବା କଥା ଏଠାରେ ଗାଳ୍ପିକ ପ୍ରକାଶ କରିଛନ୍ତି |
ପଥର କଟାର ଠକ୍ ଠକ୍ ଶବ୍ଦ ବାରି ରାଜା ଭୀମ ଦାସ ପାଖରେ ପହଞ୍ଚିଲେ। କିନ୍ତୁ ଭୀମ ଦାସ କିଛି କହିଲାନି କିମ୍ବା ରାଜାଙ୍କୁ ଚାହିଁଲାନି। ରାଜା ତାକୁ ରାଜଉଆସକୁ ଡକାଇ ନେଇ ସମ୍ମାନ ସହକାରେ ବିଶ୍ରାମ ନେବାପାଇଁ କହିଲେ। କିନ୍ତୁ ଉଆସ ଭିତରେ ସେ ପଥର ଖୋଜିଲା। ତା’ପରଦିନ ସେ ଉଆସରେ ନଥିଲା। ରାଜା ତାକୁ ଖୋଜି ଖୋଜି ପଥର କାଟୁଥିବାର ଦେଖ‌ିଲେ।

ରାଜାଙ୍କୁ ଦେଖୁ ମଧ୍ୟ ତା’ର ମନରେ କିଛି ଭାବାନ୍ତର ଆସି ନଥିଲା। ତେଣୁ ଏ ମଣିଷକୁ କିଏ ପଥର କରିଦେଲା ବୋଲି ରଜା ଦୁଃଖରେ ନିଜକୁ ନିଜେ ପ୍ରଶ୍ନ ପଚାରିଲେ ଏବଂ ନିଜେ ମଧ୍ୟ ଉତ୍ତର ଦେଇଥିଲେ। ଯେ  ରାଜା ହିଁ ତାକୁ ପଥର କରି ଦେଇଛନ୍ତି। ଅତୀତରେ ରାଜାଙ୍କର ନିଷ୍ଠୁର ସ୍ଵଭାବ ଓ ଅବହେଳା ଯୋଗୁଁ ଏ ମଣିଷର ଆଶା ଓ ଭାବନା ସବୁ ମରିଯାଇଛି। ସେଥ‌ିପାଇଁ ‘ରାଜା’ ଶବ୍ଦଟା ଶୁଣିବା ମାତ୍ରକେ ଭୀମ ଦାସ ରାଜାଙ୍କୁ କୁଣ୍ଡାଇ ଧରି ଚିତ୍କାର କରିଉଠିଥିଲା ।

Question ୪।
(କ) ସ୍ତମ୍ଭର ଶବ୍ଦ ସହ ‘ଖ’ ସ୍ତମ୍ଭରେ ଥ‌ିବା ଶବ୍ଦର ସମ୍ପର୍କ ଯୋଡ଼ି ବାକ୍ୟ ଗଠନ କର ।

‘କ’ ସ୍ତ୍ରମ୍ଭ ‘ଖ’ ସ୍ତ୍ରମ୍ଭ
ଅବ୍ୟକ୍ତ ଜନତା
ଗୋପନୀୟ ଛାତ୍ର
ଭାତତ୍ରସ୍ତ ଦେବତା
ଜ୍ଞାନଲିପ୍ସ୍ ଦୃଶ୍ୟ
ରମଶାୟ ଜାବନ
ନିରଳସ ବିଷୟ

Answer:

‘କ’ ସ୍ତ୍ରମ୍ଭ ‘ଖ’ ସ୍ତ୍ରମ୍ଭ
ଅବ୍ୟକ୍ତ ଦେବତା
ଗୋପନୀୟ ବିଷୟ
ଭାତତ୍ରସ୍ତ ଜନତା
ଜ୍ଞାନଲିପ୍ସ୍ ଛାତ୍ର
ରମଶାୟ ଦୃଶ୍ୟ
ନିରଳସ ଜାବନ

 

  • ଦେବତାଙ୍କ ଅବ୍ୟକ୍ତ ଅବଦାନ ବିଶ୍ଵସୃଷ୍ଟିରେ ମାନବକୁ ବଞ୍ଝାରେ ସହାୟକ ହୋଇଛି ।
  • ଭୀତତ୍ରସ୍ତ ଜନତାଙ୍କ ମନରେ ସାନ୍ତନା ଦେବା ପାଇଁ ସରକାର ଗଣମାଧ୍ୟମରେ ସାହାଯ୍ୟ ନେଲେ । ଜ୍ଞାନଲିପ୍‌ସୁ ଛାତ୍ର ଜୀବନରେ ବହୁ ଉନ୍ନତି କରେ ।
  • ପ୍ରକୃତିର ରମଣୀୟ ଦୃଶ୍ୟ ମନରେ ଶାନ୍ତି ଆଣିଦିଏ ।
  • ନିରଳସ ଜୀବନ ଓ ଈଶ୍ୱରୀୟ ଭାବନା ମଣିଷକୁ ମହତ କରେ ।

Question ୫।
ନିମ୍ନରେ ଦିଆଯାଇଥବା ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ପାହାଡ଼, ଫୁଲ, ପକ୍ଷୀ, ଦିନ, ଗଛ, ମଣିଷ
Answer:
ପାହାଡ଼ – ଶୈଳ, ଗିରି
ପକ୍ଷୀ – ବିହଗ, ବିହଙ୍ଗମ
ଗଛ – ବୃଷ, ପାଦପ
ଫୁଲ – ପୁଷ୍ପ, ସୁମନ
ଦିନ – ଦିବସ, ଅହ୍ନ
ମଣିଷ – ନର, ମନୁଷ୍ୟ

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Question ୬।
ନିମ୍ନଲିଖତ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟଗଠନ କର ।
ପ୍ରଚଣ୍ଡ, ଭୀତତ୍ରସ୍ତ, ଦୁର୍ଭେଦ୍ୟ, ବିସ୍ତୀର୍ଣ୍ଣ, ଅତ୍ୟାଚାର, ସୀମା, ପହୁଡ଼,
Answer:
ପ୍ରଚଣ୍ଡ – ପ୍ରଚଣ୍ଡ ଗ୍ରୀଷ୍ମରେ ନଦୀ, ନାଳ ଶୁଷ୍କ ହୋଇଯାଏ ।
ଭୀତତ୍ରସ୍ତ – ସୁନାମିର ଭୟାବହତା ଲୋକଙ୍କୁ ଭୀତତ୍ରସ୍ତ କଲା ।
ଦୁର୍ଭେଦ୍ୟ – ଦୁର୍ଭେଦ୍ୟ ଅରଣ୍ୟ ହିଁ ହିଂସ୍ରଜନ୍ତୁଙ୍କ ଆବାସସ୍ଥଳୀ ।
ଅତ୍ୟାଚାର – ଇଂରେଜ ଶାସକଙ୍କ ଅତ୍ୟାଚାର ରେ ଅତିଷ୍ଠ ହୋଇ ଭାରତୀୟମାନେ ବିଦ୍ରୋହ ଆରମ୍ଭ କରିଥିଲେ ।
ସୀମା – ଜମିର ସୀମା ଚିହ୍ନଟ କରିବାକୁ ଅମିନ ଆସିଥିଲେ ।
ପହୁଡ଼ – ଶ୍ରୀଜଗନ୍ନାଥଙ୍କ ପହୁଡ଼ ହେବା ପୂର୍ବରୁ ଆମେ ଦର୍ଶନ କରିବା ସୁଯୋଗ ପାଇଲୁ ।
ନିରଳସ – ଗୋପବନ୍ଧୁ ନିରଳସ ଜୀବନ ଶୈଳୀରେ ବିଶ୍ଵାସ କରୁଥିଲେ ।

Question ୭।
ପ୍ରାୟ ୧୫୦ଟି ଶବ୍ଦ ମଧ୍ଯରେ ଉତ୍ତର ଲେଖ ।
(କ) ମଧୁପୁରଗଡ଼ ପାହାଡ଼ ସହିତ ଭୀମ ଦାସର କି ସମ୍ପର୍କ ଥିଲା ?
Answer:
ଭୀମ ଦାସକୁ ବାଦ୍ ଦେଇ ମଧୁପୁରଗଡ଼ର ଇତିହାସ ରଚନା କରାଯାଇ ପାରିବ ନାହିଁ । ଗଡ଼ ନିର୍ମାଣର ପ୍ରତିଟି ଧୂଳିକଣା ଭୀମର ହାତସ୍ପର୍ଶ ପାଇଛି । ଏକଦା ମଧୁପୁରଗଡ଼ ପାହାଡ଼ତଳି ଅଞ୍ଚଳ ଥିଲା ଦୁର୍ଭେଦ୍ୟ ଅରଣ୍ୟ, ହିଂସ୍ରଜନ୍ତୁଙ୍କ ଆବାସସ୍ଥଳୀ । ସେହି ଅଞ୍ଚଳକୁ ପରିଷ୍କାର କରି ରାଜନଅର ନିର୍ମାଣ କରିବାକୁ ରାଜା ସିଦ୍ଧାନ୍ତ ନେଲାପରେ ଭୟସଙ୍କୁଳ ଅଗମ୍ୟ ଜଙ୍ଗଲ ଅଞ୍ଚଳରେ କାର୍ଯ୍ୟାରମ୍ଭ କରିବାକୁ ଆସିଥିଲେ ରାଜକର୍ମଚାରୀ । ମାତ୍ର ସେହି ଅଞ୍ଚଳ ବିଷୟରେ ଅଜ୍ଞ ଥ‌ିବାରୁ ସେମାନଙ୍କୁ ଭୀମ ଦାସର ସହାୟତା ନେବାକୁ ପଡ଼ିଥିଲା । ଟମକ କାଠିଠାରୁ ଆରମ୍ଭ କରି ଜଙ୍ଗଲର ଗଛକଟା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ଭୀମ ଦାସ ହିଁ ସେମାନଙ୍କ ମାର୍ଗଦର୍ଶକ ସାଜିଥିଲା । ଜଙ୍ଗଲ ସଫାହେଲା ପରେ ପାହାଡ଼ ତଡ଼ା କାର୍ଯ୍ୟ ଓ ପଥରକଟା କାର୍ଯ୍ୟର ମୁଖ୍ୟ ସେ ହିଁ ଥିଲା । ପର୍ବତରୁ ପଥର ଫଟାଇ ସୁନ୍ଦର ରାଜନଥର ନିର୍ମାଣ ହେଲା । ଜଙ୍ଗଲ କାଟି, ପାହାଡ଼ ଭାଙ୍ଗି କେବଳ ଗଡ଼ ନିର୍ମାଣ ପରେ କାର୍ଯ୍ୟର ସମାପ୍ତି ଘଟିନଥିଲା । ପରେ ପରେ ଗଢ଼ିଉଠିଥିଲା କେତେ ଘର, ପାଚେରୀ, ଦେବୀ ମନ୍ଦିର ଇତ୍ୟାଦି ।

ଏଇ ଭଙ୍ଗାଗଢ଼ା ଭିତରେ କେତେ କାରିଗର, ଶିଳ୍ପୀ କାଳଗର୍ଭରେ ମରିହଜି ଗଲେ । ମାତ୍ର ଭୀମ ଦାସର ପଥରକଟା କାର୍ଯ୍ୟର ସମାପ୍ତି ନଥୁଲା । ମଧୁପୁରଗଡ଼ ପର୍ବତର ଅନ୍ଧାରିଆ ଗହ୍ଵର ମଧ୍ୟରେ ମାନବର ପ୍ରଥମ ସ୍ବର ଭୀମ ଦାସହିଁ ଶୁଣାଇଥିଲା । ବଣ, ପାହାଡ଼, ତରୁଲତା ସହ ନିବିଡ଼ ଭାବେ ପରିଚିତ ଭୀମ ଦାସ ନିଜ ହତିଆର ଧରି ପଥର କାଟି ଚାଲିଥିଲା ଦିନ ଦିନ, ମାସ ମାସ ଓ ବର୍ଷ ବର୍ଷ ଧରି । ଦୀର୍ଘ ଷାଠିଏ ବର୍ଷ କାଳ ଖରା, ବର୍ଷା, ଶୀତ, କାକର ସହି ସେ ଗଡ଼ପର୍ବତ ତଳି ଅଞ୍ଚଳକୁ ରମଣୀୟ ଉଆସରେ ପରିଣତ କରିଥିଲା । ଅକର୍ମ ଶିଳାକୁ ଅଭିନବ ବେଶରେ ସଜାଇ ସୁଦୃଶ୍ୟ ରାଜନଅର ନିର୍ମାଣରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ପନ୍ଦର ବର୍ଷ ବୟସରୁ ପଥରକଟା କାର୍ଯ୍ୟରେ ନିଯୁକ୍ତ ହୋଇ ଜୀବନର ସବୁ ସୁଖ ସ୍ବାଚ୍ଛନ୍ଦ୍ୟକୁ ସେ ଜଳାଞ୍ଜଳି ଦେଇଥିଲା । ମଧୁପୁରଗଡ଼ର ରାଜପୁରୀ, ଦେବୀ ମନ୍ଦିର, ନଅର, ଉଆସ, ବିହାର, ଉଦ୍ୟାନ କୌଣସିଠାରେ ଏପରି ଖଣ୍ଡିଏ ହେଲେ ପଥର ନାହିଁ, ଯେଉଁଥରେ କି ଭୀମଦାସର ହାତ ବାଜିନାର୍ହି।

(ଖ) ଗଡ଼ ତିଆରି ପରେ ଭୀମ ଦାସ କ’ଣ କଲା ?
Answer:
ମଧୁପୁରଗଡ଼ ନିର୍ମାଣ କାର୍ଯ୍ୟରେ ଭୀମ ଦାସ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଜଙ୍ଗଲ ସଫା ହେବାଠାରୁ ଆରମ୍ଭ କରି ପାହାଡ଼ ତଡ଼ା ହେବା, ପଥର କାଟି ପ୍ରାସାଦ ନିର୍ମାଣ କରିବା ଆଦି ପ୍ରତ୍ୟେକଟି କାର୍ଯ୍ୟ ପଛରେ ଥିଲା ଭୀମ ଦାସର ହାତ ! ଗଡ଼ ନିର୍ମାଣ କାର୍ଯ୍ୟ ଶେଷହେବା ପରେ ମଧ୍ୟ ଭୀମ ଦାସର ପଥରକଟା କାର୍ଯ୍ୟ ସମାପ୍ତ ହୋଇ ନଥିଲା । ରାଜ ଉଆସ ପରେ ଗଡ଼ ଭିତରେ ବହୁ ସୁଦୃଶ୍ୟ ଘର, ପାଚେରୀ, ଦେବୀ ମନ୍ଦିର, ଏହିପରି ଗୋଟାକ ପରେ ଗୋଟାଏ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିଲା। ଭୀମ ଦାସ ପଥର କାଟି ଯୋଗାଇ ଚାଲିଥିଲା । ସେହିସବୁ ନିର୍ମାଣ କାର୍ଯ୍ୟ ନିମନ୍ତେ ଦିନ ଦିନ, ମାସ ମାସ, ବର୍ଷ ବର୍ଷ ଧରି ଭୀମ ଦାସ ଖରାବର୍ଷା, ଶୀତ କାକରକୁ ଖାତିର ନକରି ଗଡ଼ପର୍ବତ ତଳେ ପଥର କାଟି ଚାଲିଥିଲା ।

ଅକର୍ମ ଶିଳାକୁ ଚିକ୍‌କଣ କରି ଉଆସକୁ ରମଣୀୟ କରିବା ଦାୟିତ୍ଵ ସତେଯେପରି ତା’ ଉପରେ ନ୍ୟସ୍ତ ଥିଲା । ଭୀମ ଦାସର ବୃତ୍ତି ଥିଲା ପଥରକଟା, ଜଙ୍ଗଲ ତା’ର ଘର ଓ ତା’ର ଖାଦ୍ୟ ବଣର ଫଳମୂଳ । ଗଡ଼ପର୍ବତର ଅନ୍ଧାରିଆ ଗୁହା ଭିତରେ ରହି ରାଜପୁରୀ, ଦେବୀମନ୍ଦିର, ନଅର, ଉଆସ, ବିହାର ଓ ଉଦ୍ୟାନ ପାଇଁ ସେ ପଥର ଯୋଗାଇ ଚାଲିଥିଲା । ଆଉ ପଥରର ଆବଶ୍ୟକତା ନାହିଁ ବୋଲି କହିଲା ପରେ ମଧ୍ୟ ତା’ର କାର୍ଯ୍ୟ ବନ୍ଦ ହୋଇନଥିଲା । ଏକ ମେସିନ୍ ପରି ସେ ତା’ର ପଥରକଟା କାମ କରି ଚାଲିଥିଲା । ସେ ପଥର କାଟି କାଟି ନିଜେ ଯେପରି ପଥର ପାଲଟି ଯାଇଥିଲା ।

(ଗ) ପାହାଡ଼ ତଳେ କିପରି ଗଡ଼ ନିର୍ମାଣ କରାଗଲା ?
Answer:
କାହିଁ କେତେ କାଳରୁ ବଣ ଜଙ୍ଗଲଘେରା ମଧୁପୁରଗଡ଼ ପର୍ବତ ତଳେ ରାଜନଅର ନିର୍ମାଣ କରିବା ସ୍ଥିର ହେଲାପରେ ରାଜାଙ୍କ ନିର୍ଦ୍ଦେଶରେ କର୍ମଚାରୀମାନେ ଅଗମ୍ୟ ବନପଥରେ ଟମକ ବଜାର ମାପଚୁପ ଆରମ୍ଭ କଲେ । ହିଂସ୍ର ବନ୍ୟଜନ୍ତୁ ଭରା ଜଙ୍ଗଲରୁ ଗଛକଟା କାର୍ଯ୍ୟ ଭୀମ ଦାସ ହାତରେ ଆରମ୍ଭ ହେଲା । ଅଳ୍ପ କେଇଦିନ ମଧ୍ୟରେ ପାହାଡ଼ତଳି ଜଙ୍ଗଲ ସଫା ହୋଇଗଲା । ବନ୍ୟ ପଶୁପକ୍ଷୀମାନେ ଶିକାରୀର ତୀର, ଗୁଳି ଓ ଖଣ୍ଡା, ବର୍ଚ୍ଛାରେ ପ୍ରାଣ ଦେଲେ । ପରେ ପରେ ପାହାଡ଼ ତାଡ଼ିବା କାର୍ଯ୍ୟ ଆରମ୍ଭ ହେଲା । ଭୀମ ଦାସ ହିଁ ପାହାଡ଼ ତାଡ଼ିବା କାର୍ଯ୍ୟର ମୁଖ୍ୟ ଦାୟିତ୍ଵରେ ରହିଲା । ପାହାଡ଼ ଭଙ୍ଗାଯାଇ ଗୋଟା ଗୋଟା ପଥର, ଶଗଡ଼ ଶଗଡ଼ ରଙ୍ଗମାଟି, କେତେ ଗୋଡ଼ି, ଧୂଳି ପାହାଡ଼ତଳି ଅଞ୍ଚଳକୁ ବୁହାହୋଇ ଆସିଲା ।

ଗଡ଼ପର୍ବତ ତଳେ ରାଜପ୍ରସାଦ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ସୁନ୍ଦର ଉଆସ ଭିତରେ ରଙ୍ଗୀନ ଦୀପମାଳା ଓ ଅପୂର୍ବ ସାଜସଜ୍ଜା ଖଞ୍ଜି ଦିଆଗଲା । ବିଳାସ ବ୍ୟସନର ସମସ୍ତ ବ୍ୟବସ୍ଥା ଉଆସ ମଧ୍ଯରେ ରଖାଯାଇ ବାଇଦ ବାଜଣା ଓ ଆନନ୍ଦ ଉତ୍ସବର ଆୟୋଜନ କରାଗଲା । ରାଜା ଓ ରାଣୀ ଉଆସରେ ରହି ନଅରକୁ କିପରି ଆହୁରି ସୁନ୍ଦର କରାଯାଇ ପାରିବ ତା’ର ଯୋଜନା କଲେ । ପ୍ରଜାମାନଙ୍କ ପାଇଁ ଗଡ଼ ମଧ୍ଯରେ ବାସଗୃହ ନିର୍ମାଣ ହେଲା । ପରେ ପରେ ନିର୍ମାଣ ହେଲା ଦେବୀମନ୍ଦିର, ବିହାର, ଉଦ୍ୟାନ ଓ ରାଜପଥ । ଏ ସମସ୍ତ ନିର୍ମାଣ ପାଇଁ ଆବଶ୍ୟକ ପଥର କାଟି ଯୋଗାଇବାର ଦାୟିତ୍ଵ ସତେ ଯେପରି ଭୀମ ଦାସ ଉପରେ ନ୍ୟସ୍ତ ଥିଲା । ସେଥ‌ିପାଇଁ ତା’ କର୍ମରେ ବିରାମ ନଥିଲା । ନଅର ଓ ଗଡ଼ ନିର୍ମାଣ ପାଇଁ ପଥର ଯୋଗାଇ ଯୋଗାଇ ସେ ସତେ ଯେପରି ପଥର ପାଲଟି ଯାଇଥିଲା । ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି ବୋଲି କହିଲା ପରେ ମଧ୍ୟ ଭୀମ ଦାସ ପଥର କାଟି ଚାଲିଥିଲା ।

(ଘ) ‘ଏ ମଣିଷକୁ ପଥର କଲା କିଏ’ – ଏପରି ନାମକରଣର ବିଶେଷତ୍ବ କ’ଣ ?
Answer:
ଗଳ୍ପର ବିଷୟବସ୍ତୁକୁ ଆଧାର କରି ଗଳ୍ପର ନାମକରଣ କରାଯାଇଥାଏ । ପଥର ଏକ ନିର୍ଜୀବ ବସ୍ତୁ । ତା’ର ଅନୁଭବ କରିବାର ଶକ୍ତି ନଥାଏ, ହୃଦୟ ନଥାଏ କି ମନ ବୋଲି କିଛି ନଥାଏ । ତାକୁ ଯେଉଁ କାର୍ଯ୍ୟ ପାଇଁ ରଖାଯାଏ, ସେହିଠାରେ ହିଁ ସେ ପଡ଼ିରହେ । ସେ କାହାରି କଥା ଶୁଣି ପ୍ରତିକ୍ରିୟା ପ୍ରକାଶ କରିପାରେ ନାହିଁ । ଦୁଃଖ-ସୁଖ, ଭଲ-ମନ୍ଦ,

ଭୀମ ଦାସ ଚରିତ୍ରକୁ ଲେଖକ ସେହିପରି ପଥର ସହ ତୁଳନା କରିଛନ୍ତି । ସେ ଆମରି ପରି ରକ୍ତମାଂସ ଦେହଧାରୀ ମଣିଷ ହେଲେ ମଧ୍ୟ ପଥରକଟା କାର୍ଯ୍ୟରେ ନିଯୁକ୍ତ ହେଲାପରେ ସେ ଯେପରି ପଥର ପାଲଟି ଯାଇଥିଲା । ମଧୁପୁର ଗଡ଼ପର୍ବତ କନ୍ଦର ଥିଲା ତା’ର ଘର । ବଣର ଫଳମୂଳ ଥିଲା ତା’ର ଆହାର । ପ୍ରକୃତି କୋଳରେ ହସି, ଖେଳି, ନାଚି, ଗାଇ ବୁଲୁଥିବା ଭୀମ ଦାସ ଉପରେ ଯେଉଁଦିନଠାରୁ ଜଙ୍ଗଲ ସଫେଇ ଓ ପଥରକଟା ଦାୟିତ୍ଵ ନ୍ୟସ୍ତ କରାଗଲା, ସେ କୌଣସି ପ୍ରତିବାଦ କରିନଥିଲା । ରାଜାଙ୍କ ଆଦେଶ ତା’ପାଇଁ ଥିଲା ସବୁଠୁ ଗୁରୁତ୍ଵପୂର୍ଣ୍ଣ । ତେଣୁ ରାଜପ୍ରାସାଦ, ଗଡ଼, ମନ୍ଦିର, ବିହାର ସବୁ କିଛି ନିର୍ମାଣ ପାଇଁ ସେ ପଥର କାଟି ଯୋଗାଇ ଚାଲିଥିଲା । ଏପରିକି ରାଜାଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରୁଥିବା ପଥର କଟାର ଠକ୍ ଠକ୍‌ ଶବ୍ଦ ବନ୍ଦ କରିବାକୁ ସିପାହି ତାକୁ ଚାବୁକ୍ ଦେଇ ବାରଣ କଲେ ମଧ୍ୟ ସେ ତା’ର କାର୍ଯ୍ୟରୁ ବିରତ ହୋଇନଥିଲା ।

ତା’ପାଇଁ ଉଆସରେ ସମସ୍ତ ରାଜକୀୟ ବ୍ୟବସ୍ଥା କରି, ଶେଷ ଜୀବନକୁ ଶାନ୍ତିରେ କାଟିବାକୁ କୁହାଗଲେ ମଧ୍ୟ ସେ ପୁଣି ଫେରିଯାଇଥିଲା ସେହି ଗଡ଼ପର୍ବତ ଖୋଲକୁ ଓ ଚିରାଚରିତ ଢଙ୍ଗରେ ପଥର କାଟିବା କାର୍ଯ୍ୟରେ ବ୍ୟସ୍ତ ରହିଲା । ତା’ପାଇଁ ଉଆସର ବିଳାସପୂର୍ଣ୍ଣ ବ୍ୟବସ୍ଥା ଆକର୍ଷଣୀୟ ନଥୁଲା, କି ରାଜକୀୟ ଖାଦ୍ୟ ପ୍ରତି ମଧ୍ୟ ତା’ର ରୁଚି ନଥିଲା । ପ୍ରକୃତିର କୋଳ ଥିଲା ତା’ପାଇଁ ଆନନ୍ଦପ୍ରଦ, କର୍ମରେ ଥିଲା ତା’ର ଆନନ୍ଦ । ପଥରକଟା ବନ୍ଦ କରିବାପାଇଁ ପାଇକମାନଙ୍କ ଚାବୁକ ମାଡ଼ ମଧ୍ୟ ତା’ ମନରେ କୌଣସି ପ୍ରତିକ୍ରିୟା କରିନଥିଲା ସତେରେଯପରି ପଥର କାଟି କାଟି ସେ ପଥର ହୋଇଯାଇଥିଲ। ଗଳ୍ପଟିର ବିଷୟବସ୍ତୁକୁ ଲକ୍ଷ୍ୟ କଲେ ନାମକରଣ ସାର୍ଥକତା ଉପଲବ୍‌ କରିହୁଏ ।

ତୁମପାଇଁ କାମ :

ଭୀମ ଦାସ ପରି ଚରିତ୍ର ଥ‌ିବା ଅନ୍ୟ କୌଣସି ଗଳ୍ପ ଖୋଜି ପଢ଼ ।
ପରିବେଶ ନଷ୍ଟ କରି ବଡ଼ ପ୍ରାସାଦ ତିଆରି କରିବା ଘଟଣାକୁ ନେଇ ଗଳ୍ପଟିଏ ଲେଖ ।
Answer:
ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ ସଂଗ୍ରହ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
ମଧୁପୁରଗଡ଼ ଜଙ୍ଗଲରେ ହାହାକାର ପଡ଼ିଗଲା କାହିଁକି ?
Answer:
ଉକ୍ତ ଗଳ୍ପରେ ଗାଳ୍ପିକ ଗୋଦାବରୀଶ ମହାପାତ୍ର ପ୍ରକୃତି ଉପରେ ମଣିଷର ଅତ୍ୟାଚାର କଥା ଅତି ସୁନ୍ଦର ଓ ସାବଲୀଳ ଭାଷାରେ ପ୍ରକାଶ କରିଛନ୍ତି । କେଉଁ ଆଦିମ କାଳରୁ ମଧୁପୁରଗଡ଼ ପାହାଡ଼ ତା’ର କୋଳରେ ଶ୍ୟାମଳ ବନରାଜି, ପଶୁପକ୍ଷୀଙ୍କୁ ଧରି ଆତି ଆନନ୍ଦରେ ଥିଲା। ହଠାତ୍ ଦିନେ ସହରୀ ସଭ୍ୟତାର ନାଗରା ବଜାଇ ଲୋକମାନେ ପାହାଡ଼ ତଳି ଅଞ୍ଚଳ ମାପଚୁପ କଲେ। ତା’ପରେ ଚାଲିଲା ଜଙ୍ଗଲ ସଫା କାର୍ଯ୍ୟ। ଅସୁମାରୀ ଗଛ ହଣା ହେଲା, ବଣବୁଦା ସଫା କରାଗଲା, ପଶୁପକ୍ଷୀଙ୍କୁ ଗୁଳି, ଶର, ଖଣ୍ଡାରେ ହତ୍ୟା କରାଗଲା। ଦୁର୍ଭେଦ୍ୟ ଜଙ୍ଗଲ ବିସ୍ତୀର୍ଣ୍ଣ ପ୍ରାନ୍ତରରେ ପରିଣତ ହେଲା। ଜଙ୍ଗଲର ଜୀବଜନ୍ତୁ, ତରୁଲତା ସମସ୍ତଙ୍କ ଭିତରେ ଭୟ ଓ ଆଶଙ୍କା ଦେଖାଦେଲା। ବନରାଜ୍ୟରେ ହାହାକାର ପଡ଼ିଗଲା।

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Question ୨।
“ଏ ମଣିଷକୁ ପଥର କଲା କିଏ ?” – ଗଳ୍ପର ଏପରି ନାମକରଣ କରାଯିବାର କାରଣ କ’ଣ ?
କିମ୍ବା, “ଏ ମଣିଷକୁ ପଥର କଲା କିଏ ? ” – ରାଜା କାହାକୁ ଲକ୍ଷ୍ୟକରି ଏକଥା କହିଛନ୍ତି ?
Answer:
‘ଏ ମଣିଷକୁ ପଥର କଲା କିଏ ?’ ଗଳ୍ପରେ ପଥର କାଟି କାଟି ରାଜଉଆସ ବନାଇ, ଆଧୁନିକ ସଭ୍ୟତାର ରୂପ ଦେଇ ଶିଳ୍ପୀ ଭୀମ ଦାସ କିପରି ନିଜେ ପଥର ପାଲଟି ଯାଇଥିଲା, ତାହା ଗାଳ୍ପିକ୍ ବର୍ଣନା କରିଛନ୍ତି । ମଧୁପୁର ପାହାଡ଼ର ପଥର କାଟିବା ଦାୟିତ୍ଵ ରାଜା ପନ୍ଦର ବର୍ଷୀୟ କିଶୋର ଭୀମ ଦାସକୁ ଦେଇଥିଲେ। ରାଜପୁରୀ, ଦେବମନ୍ଦିର, ନଅର, ଉଆସ, ବିହାର, ଉଦ୍ୟାନ ଯେଉଁ ପଥରରେ ତିଆରି ହେଲା ସବୁଥରେ ଭୀମ ଦାସର ହାତ ବାଜିଛି। କେତେ ଦିନ, ମାସ, ବର୍ଷ ବିତିଯାଇଛି ତା’ର ହିସାବ ନାହିଁ । ସେ ପଥରକଟା କାମରେ ଖାଇବା, ପିଇବା ଏବଂ ନିଜର ଭୋବିଳାସ ସବୁ ଭୁଲିଯାଇଛି । ଖରା, ବର୍ଷା, ଶୀତ, କାକର ସହି କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି କେବଳ ପଥର କାଟି ଚାଲିଛି ଭୀମ ଦାସ । ଶେଷରେ ସେ ଅଶୀବର୍ଷୀୟ ବୃଦ୍ଧ ହୋଇଯାଇଛନ୍ତି। କିନ୍ତୁ ସମସ୍ତ ସୁଖ ସୁବିଧା, ବିଳାସ ଯାହା ପାଇଁ ମିଳିଲା, ରାଜା ଦିନେହେଲେ ସେହି ଶିଳ୍ପୀ କଥା ବୁଝିବାକୁ ଚେଷ୍ଟା କରିନାହାନ୍ତି । ପଥର କାଟି କାଟି ସତେ ଯେପରି ସେ ପଥର ପାଲଟି ଯାଇଛି । ତେଣୁ ଯୁବରାଜ ଭୀମ ଦାସଠାରେ ନିର୍ଲିପ୍ତ, ନିର୍ବାକ୍, ନିଷ୍ପନ୍ଦ ଭାବ ଲକ୍ଷ୍ୟକରି ଏପରି କହିଛନ୍ତି।

Question ୩।
ଯୁବରାଜ କିପରି ଭୀମ ଦାସର ସନ୍ଧାନ ପାଇଲେ ?
Answer:
କିପରି ବିକାଶ ଘଟିଛି, ତାହା ଏଠାରେ ଗାଳ୍ପିକ ଗୋଦାବରୀଶ ମହାପାତ୍ର ବର୍ଣ୍ଣନା କରିଛନ୍ତି। ରାଜାଙ୍କ ପରେ ଯୁବରାଜ ଗାଦିରେ ବସିଲେ । ୟା ଭିତରେ ପଚାଶ ବର୍ଷ ଅତିକ୍ରମ କରିଗଲା। କିନ୍ତୁ ଭୀମ ଦାସର ପଥର କାଟିବାର ଠକ୍ ଠକ୍ ଶବ୍ଦ ବନ୍ଦ ହୋଇ ନ ଥିଲା। ଯୁବରାଜ ସେହି ଠକ୍ ଠକ୍ ଶବ୍ଦ ବାରି ଗୀତ, ଗୁହା, କୁଞ୍ଜ ପାର ହୋଇ ଭୀମ ଦାସ ନିକଟରେ ପହଞ୍ଚିଲେ । ଯେଉଁ ଶବ୍ଦ ତାଙ୍କର ଶୟନରେ ବାଧା ସୃଷ୍ଟି କରୁଥିଲା, ସେହି ଶବ୍ଦ ସୃଷ୍ଟି କରୁଥିବା ଶିଳ୍ପୀ ପାଖରେ ପହଞ୍ଚି ଜଣେ ଯାଇଛ୍ଛା ତେଶୁ ଯୁବରାଜ ଭାମ ଦାସଠାରେ ନିଲିପ୍ତ, ନିର୍ବାକ, ନିଷନ୍ଦ ଭାବ ଲକ୍ଷ୍ୟକରି ଏପରି କହିଛନ୍ତି।

Question ୪।
ରାଜା ଭୀମ ଦାସକୁ ଉଆସକୁ କାହିଁକି ଆଣିଥିଲେ ?
Answer:
ମଧୁପୁରଗଡ଼ ଉଆସରୁ କେତେ ରାଜା ଗଲେ । ଶେଷରେ ଯୁବରାଜ ଗାଦିରେ ବସିଲେ । ରାଜାଙ୍କ ଶାନ୍ତନିଦ୍ରାରେ ବ୍ୟାଘାତ ସୃଷ୍ଟି କରୁଥିବା ଭୀମ ଦାସର ପଥରକଟା ଶବ୍ଦ ବନ୍ଦ କରିବାପାଇଁ ପାଇକମାନେ ତାକୁ ଚାବୁକ୍‌ରେ ପିଟିଲେ। ଶେଷରେ ରାଜା ନିଜେ ଜଙ୍ଗଲ ଭିତରେ ଶବ୍ଦ ବାରି ସେହି ଶିଳ୍ପୀ ନିକଟରେ ପହଞ୍ଚିଲେ। ରାଜା ଭୀମ ଦାସର କର୍ତ୍ତବ୍ୟ ପରାୟଣତା, ନିଃସ୍ୱାର୍ଥଭାବ, ନିର୍ଲିପ୍ତ ଭାବନା ଲକ୍ଷ୍ୟ କରି ଦୁଃଖିତ ହେଲେ। ଯେଉଁ ଶିଳ୍ପୀ ଜଙ୍ଗଲ କାଟି, ପାହାଡ଼ ତାଡି ନିଜର ସୁଖସ୍ୱାଚ୍ଛନ୍ଦ୍ୟକୁ ବଳିଦେଇ ରାଜଉଆସକୁ ସ୍ଵର୍ଗର ନନ୍ଦନକାନନ କରାଇ ପାରିଛି, ତା’ ପାଇଁ ତାଙ୍କ ମନରେ ସମବେଦନା ଭାବ ସୃଷ୍ଟି ହେଲା । ପରିଶ୍ରମର ଉପଯୁକ୍ତ ମର୍ଯ୍ୟାଦା ଓ ସୁଖଶାନ୍ତି ଦେବାପାଇଁ ରାଜା ଭୀମ ଦାସକୁ ଉଆସକୁ ନେଇଆସିଲେ।

ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
ଜଙ୍ଗଲ ଜୀବଜନ୍ତୁ ଚମକି ଉଠିଥିଲେ କାହିଁକି ?
Answer:
ଟମକ ବଜାଇ ପାହାଡ଼ ତଳ ଅଞ୍ଚଳ ଜଙ୍ଗଲକୁ ମାପ କରାଇବାକୁ ଆସିଥିବା ଲୋକମାନଙ୍କ କାର୍ଯ୍ୟକୁ ଦେଖୁ ଜଙ୍ଗଲର ଜୀବଜନ୍ତୁ ଚମକି ଉଠିଥିଲେ ।

Question ୨।
ବନରାଜ୍ୟରେ ହାହାକାର ପଡ଼ିଗଲା କାହିଁକି ?
Answer:
କାଠୁରିଆଙ୍କ କୁଠାରଘାତରେ ପାହାଡ଼ ତଳର ଭୀଷଣ ଦୁର୍ଭେଦ୍ୟ ଜଙ୍ଗଲ ଏକ ବିସ୍ତୀର୍ଣ୍ଣ ପ୍ରାନ୍ତରରେ ପରିଣତ ହେଲା ।

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Question ୩।
ଜଙ୍ଗଲବାସୀ ଜୀବଗଣକୁ କିପରି ଲୋପ କରିବାକୁ ଚେଷ୍ଟା କରାଗଲା ?
Answer:
ଜଙ୍ଗଲବାସୀ ଜୀବଗଣକୁ ଗୁଳି, ଶର, ଖଣ୍ଡା ବଳରେ ଲୋପ କରିବାକୁ ଚେଷ୍ଟା କରାଗଲା।

Question ୪।
ରାଜ ନଅରରେ କେଉଁସବୁ ବ୍ୟବସ୍ଥା କରାଗଲା ?
Answer:
ରାଜ ନଅରରେ ସୁନ୍ଦର ଉଆସ, ତା’ ଭିତରେ ଦୀପମାଳା, ଅପୂର୍ବ ସାଜସଜ୍ଜାର ବ୍ୟବସ୍ଥା ହୋଇଥିଲା। ପାଚେରୀ, ଦେବୀମନ୍ଦିର ଆଦି ନିର୍ମାଣ କରାଗଲା।

Question ୫।
ମଧୁପୁରଗଡ଼ରେ କାହାର ବିରାମ ହେଲା ନାହିଁ ?
Answer:
ମଧୁପୁରଗଡ଼ରେ ଘରତୋଳାର ବିରାମ ହେଲା ନାହିଁ।

Question ୬।
କାହାର ପ୍ରଥମ ଚୋଟ ଗଛ ଦେହରେ ବାଜିଥିଲା ଓ ପ୍ରଥମ ପଥର ଖଣ୍ଡ ସେ ତାଡ଼ିଥିଲା ?
Answer:
ଭୀମ ଦାସର ପ୍ରଥମ ଚୋଟ ଗଛ ଦେହରେ ବାଜିଥିଲା ଓ ପ୍ରଥମ ପଥର ଖଣ୍ଡ ସେ ତାଡ଼ିଥିଲା।

Question ୭।
ପାଇକ ଭୀମ ଦାସକୁ କ’ଣ କରିବାକୁ କହିଲେ ?
Answer:
ରାଜାଙ୍କ ନିର୍ଦ୍ଦେଶରେ ପାଇକ ଭୀମ ଦାସ ପିଠିରେ ଚାବୁକ ଦେଇ ପଥରକଟା ବନ୍ଦ କରିବାକୁ କହିଲେ।

Question ୮।
ରାଜା କାହାପାଇଁ ଉଆସ ଭିତରେ ଏକ ସ୍ଵତନ୍ତ୍ର ଘର ଠିକ୍ କଲେ ?
Answer:
ରାଜା ଭୀମ ଦାସ ପାଇଁ ଉଆସ ଭିତରେ ଏକ ସ୍ଵତନ୍ତ୍ର ଘର ଠିକ୍ କଲେ।

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Question ୯।
ରାଜା ଅବାକ୍ ହୋଇ ପୁଣି ସେହି ପର୍ବତଗୁହା ଆଡ଼କୁ କାହିଁକି ଗଲେ ?
Answer:
ରାଜା ସକାଳୁ ଭୀମ ଦାସକୁ ଘରେ ନ ଥିବାର ଦେଖିଲେ; ତେଣୁ ସେ ଅବାକ୍ ହୋଇ ପୁଣି ସେଇ ପର୍ବତ ଗୁହା ଆଡ଼କୁ ଗଲେ ।

Question ୧୦।
ଭୀମ ଦାସ ରାଜାଙ୍କୁ ନିବିଡ଼ ଭାବରେ ଜାକି ଧରି କାହିଁକି ଚିତ୍କାର କଲା ?
Answer:
ଭୀମ ଦାସ ପଥର କାଟିବା ଆଦେଶ ପାଇବା ପରେ କାର୍ଯ୍ୟକରି ଚାଲିଥିଲା। ନିଜ ଜୀବନକୁ ପଥର କରିବା ଭିତରେ ସେ ରାଜାଙ୍କୁ କେବେହେଲେ ଦେଖୁ ନ ଥିଲା ପରି ନିବିଡ଼ ଭାବରେ ଜାକି ଧରି ରାଜା ରାଜା ବୋଲି ଚିତ୍କାର କଲା।

ବସ୍ତୁନିଷ୍ଠ ପ୍ରଶ୍ନେ।ତ୍ତର

Question ୧।
କାହାର ଶବ୍ଦ ପାହାଡ଼କୋଳରୁ ଭାସିଆସୁଥିଲା ?
(କ) ହିଂସ୍ରଜନ୍ତୁଙ୍କର ଶବ୍ଦ
(ଖ) ପଥରକଟାର ଶବ୍ଦ
(ଗ) ଜଳର କଳକଳ ଶବ୍ଦ
(ଘ) ପବନର ସୁ ସୁ ଶବ୍ଦ
Answer:
(ଖ) ପଥରକଟାର ଶବ୍ଦ

Question ୨।
ଜା ଭୀମ ଦାସର ପଥରକଟାର ଠକ୍ ଠକ୍ ଶବ୍ଦ ବନ୍ଦ କରିବାକୁ କାହିଁକି ଆଦେଶଦେଲେ ?
(କ) ରାଣୀ ରାଜାଙ୍କ ପାଖରେ ଅଭିଯୋଗ କରିବାରୁ
(ଖ) ଯୁବରାଜ ରାଜାଙ୍କ ନିକଟରେ ଅଭିଯୋଗ କରିବାରୁ
(ଗ) ଅମରାବତୀର ସ୍ପର୍ଶ ରାଜଉଆସରେ ନହେବାରୁ
(ଘ) ରାଜାଙ୍କ ପହଡ଼ରେ ବ୍ୟାଘାତ ଲାଗିବାରୁc
Answer:
(ଘ) ରାଜାଙ୍କ ପହଡ଼ରେ ବ୍ୟାଘାତ ଲାଗିବାରୁc

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Question ୩।
ରାଜା କାହାକୁ ଉଆସକୁ ନେଇଆସିଲେ ?
(କ) ଯୁବରାଜଙ୍କୁ
(ଖ) ଗଡ଼ବାସାଙ୍କୁ
(ଗ) ଭାଗ ଦାସଙ୍କୁ
(ଘ) ଅମରାବତାକୁ
Answer:
(ଗ) ଭାଗ ଦାସଙ୍କୁ

Question ୪।
ଠିକ୍ ପଚାଶ ବର୍ଷ ପରେ ରାଜା କେଉଁଠାକୁ ଗଲେ ?
(କ) ପ୍ରାନ୍ତ୍ରରକୁ
(ଖ) ପାରିଧିକୁ
(ଗ) ମଧୁପୁର ଗଡ଼ଙ୍କୁ
(ଘ) ଶିକାରକୁ
Answer:
(ଖ) ପାରିଧିକୁ

Question ୫।
କେଉଁ ଲେଖାଟି ଗୋଦାବରୀଶ ମହାପାତ୍ରଙ୍କ ଲେଖନୀ
(କ) ଗରିବର ଭଗବାନ
(ଖ) ଜୀବନ ରହସ୍ୟ
(ଗ) ଗନ୍ଦାର ମାୟା
(ଘ) ନାଳମାଷ୍ଟ୍ରାଣା
Answer:
(ଖ) ଜୀବନ ରହସ୍ୟ

Question ୬।
ହାଡ଼ି ହାତକୁ ଟମକ କାଠି କାଟି କିଏ ଦେଇଥିଲା ?
(କ) ମନ୍ତ୍ରୀ
(ଖ) ରାଜା
(ଗ) ଭାମ ଦାସ
(ଘ) କ୍ଷୁବରାଜ
Answer:
(ଗ) ଭାମ ଦାସ

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Question ୭।
କେଉଁମାନେ ଅବ୍ୟକ୍ତ ଭାଷାରେ କୁହାକୁହି ହେଲେ – ‘ଏ ରାଜ୍ୟରେ ପୁଣି ଏ କ’ଣ ?
(କ) ରାଜ୍ୟବାସୀ
(ଖ) ଗଛପତ୍ର
(ଗ) ବନବାସା
(ଘ) ଜାଗଜନ୍ତୁ
Answer:
(ଖ) ଗଛପତ୍ର

Question ୮।
ଏଠାରେ କାହା ସମ୍ବନ୍ଧରେ କୁହାଯାଇଛି – ‘ତା’ର ଇତିହାସ କେହି ଜାଣନ୍ତି ନାହିଁ’’ ?
(କ) ପାହାଡ଼ର
(ଖ) ଗଛପତ୍ର
(ଗ) ଉଆସର
(ଘ) ରାଜାଙ୍କର
Answer:
(କ) ପାହାଡ଼ର

Question ୯।
‘ପହୁଡ଼ ବେଳ, ପହୁଡ଼ ବେଳ – କାମ ବନ୍ଦ କର-ବନ୍ଦ କର- ବନ୍ଦ କର ।’’ – ଏହା କାହାର ଉକ୍ତି ?
(କ) ରାଜାଙ୍କର
(ଖ) ରାଣୀଙ୍କର
(ଗ) ଯୁବରାଜଙ୍କର
(ଘ) ପାଇକର
Answer:
(ଘ) ପାଇକର

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Question ୧୦।
‘ସେ ସେହିଠାରେ ପ୍ରଥମେ ହସିଥିଲା, ସେହିଠାରେ ପ୍ରଥମେ ଗୀତ ବୋଲିଥିଲା ।’-ଏଠାରେ ‘ସେ’ କାହାକୁ ସୂଚାଉଛି ?
(କ) ଭାମ ଦାସ
(ଖ) ରାଜା
(ଗ) ପାଇକ
(ଘ) ପଥର
Answer:
(କ) ଭାମ ଦାସ

ଗାଞ୍ଜିକ ପରିଚୟ :

ସତ୍ୟବାଦା ସାହିତ୍ୟ ଗୋଷ୍ଠାର ସାଧକମାନଙ୍କ ପ୍ରେରଣା ପାଇ ଗୋଦାବରୀଶ ମହାପାତ୍ର ସାହିତ୍ୟ ସାଧନାରେ ବ୍ରତୀ ହୋଇଥିଲେ । ସେ ଥିଲେ ଏକାଧାରରେ ଜଣେ କବି, ଗାଳ୍ପିକ, ରମ୍ୟରଚନାର ସ୍ରଷ୍ଟା, ଭଗ୍ର ଦେଶପ୍ରେମୀ ତଥା ପ୍ରକୃତିପ୍ରେମୀ । କବିତା, ଗଳ୍ପ, ଉପନ୍ୟାସ ତଥା ଅନ୍ୟାନ୍ୟ ସାହିତ୍ୟିକ ରଚନା ସୃଷ୍ଟି କରିବାରେ ସେ ଥିଲେ ସ୍ଵତନ୍ତ୍ର ମର୍ଯ୍ୟାଦାର ଅଧ୍ କାରା ସମାଜର ବା ସାଧାରଣ ଘଟଣାକୁ ଅସାଧାରଣ ଭଙ୍ଗୀରେ ଉପସ୍ଥାପନ କରିବା ତାଙ୍କ ରଚନାର ବୈଶିଷ୍ଟ୍ୟ । ତାଙ୍କର ସମସ୍ତ ରଚନାରେ ମାନବିକ ସମ୍ବେଦନଶୀଳତା, ମୂଲ୍ୟବୋଧ, ସମାଜ ସଚେତନତା ଏବଂ ସଂସ୍କାର ପ୍ରୟାସ ପରିଲକ୍ଷିତହୁଏ । ସେ ‘ନିଆଁଖୁଣ୍ଟା’ ପତ୍ରିକାର ପ୍ରତିଷ୍ଠା ଓ ସମ୍ପାଦନା କରି ସାମାଜିକ ଦୁର୍ନୀତି ବିରୋଧରେ ‘ଟୁଆଁଟୁଇଁ’ ନାମକ ଅନ୍ୟ ଏକ ପତ୍ରିକା ମଧ୍ୟ ତାଙ୍କଦ୍ୱାରା ପ୍ରକାଶିତ ହେତ୍ତଥ୍ଲା । ତାଙ୍କ ସାରସ୍ଵତ ସୃଷ୍ଟିଗୁଡ଼ିକ ମଧ୍ୟରେ ‘କଣ୍ଟା ଓ ଫୁଲ’, ‘ଉଠ କଙ୍କାଳ’, ‘ନୀଳ ମାଷ୍ଟରାଣୀ’, ଓ ‘ମୁଁ ଦିନେ ମନ୍ତ୍ରୀ ଥୁଲି’ ଗ୍ରନ୍ଥ ଅତ୍ୟନ୍ତ ଲୋକପ୍ରିୟ ।

ଗଞ୍ଜିର ପୃଷ୍ଠଭୂମି :

ଆଲୋଚ୍ୟ ଗଳ୍ପ ‘ଏ ମଣିଷକୁ ପଥର କଲା କିଏ’ ପ୍ରାବନ୍ଧିକଙ୍କ ଏକ ସଂସ୍କାରଧର୍ମୀ ରଚନା । ଆଧୁନିକ ସହରୀ ସଭ୍ୟତା ପ୍ରଭାବରେ ଆମ ଚତୁଃପାର୍ଶ୍ୱସ୍ଥ ରମ୍ୟ ପ୍ରାକୃତିକ ପରିବେଶ କିପରି ଧ୍ୱଂସାଭିମୁଖୀ ହେଉଛି ଏବଂ ସରଳ ମଣିଷ ଜୀବନର ସୁଖଶାନ୍ତି କିପରି ବ୍ୟାହତ ହେଉଛି ଲେଖକ ଏଥିରେ ତାହା ବର୍ଣ୍ଣନା କରିଛନ୍ତି ।

ଗଳ୍ପର ସାରକଥା :

ମଧୁପୁରଗଡ଼ ପାହାଡ଼ ଓ ଏହାର ତଳି ବିସ୍ତୀର୍ଣ୍ଣ ଜଙ୍ଗଲ ଅଞ୍ଚଳରେ ରାଜପ୍ରାସାଦ ଓ ଜନପଦ ନିର୍ମାଣ କରିବାପାଇଁ ରାଜାଦେଶ ଆସିଲା। ନାଗରା ଦିଆଯାଇ ପାହାଡ଼ ତଳ ମପାଗଲା । ପରେ ପରେ ଜଙ୍ଗଲ ସଫା କାର୍ଯ୍ୟ ଆରମ୍ଭ କରି ଦିଆଗଲା । ଏକ ମନୋରମ ସବୁଜ ବନାନୀ ଦିନ କେଇଟାରେ ବିସ୍ତୀର୍ଣ୍ଣ ପ୍ରାନ୍ତରରେ ପରିଣତ ହୋଇଗଲା। ଜଙ୍ଗଲ ପରେ ପରେ ପାହାଡ଼ ଉପରେ ଆରମ୍ଭ ହେଲା ଅତ୍ୟାଚାର । ପାହାଡ଼ ଫଟାଇ ପଥର, ଗୋଡ଼ି, ମାଟିଧୂଳିକୁ ସମତୁଲ କରି ରାଜନଅର ନିର୍ମାଣ ଆରମ୍ଭ ହେଲା । ବିଳାସପୂର୍ଣ୍ଣ ରାଜପ୍ରାସାଦ ନିର୍ମାଣ ପରେ ମଧ୍ୟ କାମ ସରିଲା ନାହିଁ । ଏହାର ଚତୁଃପାର୍ଶ୍ବରେ ଆଉ କେତେ ଘର, ପାଚେରୀ, ମନ୍ଦିର ଗୋଟିକ ପରେ ଗୋଟିଏ ଗଢ଼ିଉଠିଲା । ରାଜାଙ୍କ କଳ୍ପନାକୁ ରୂପ ଦେବାପାଇଁ ବହୁ ପ୍ରସ୍ତାବ ଆଗତ ହୋଇ କାର୍ଯ୍ୟକାରା ହେବାକୁ ଲାଗିଲା ମଧୁପୁରଗଡ଼ର ଗଡ଼ପର୍ବତରୁ ପଥରକଟା ଓ ଘରତୋଳା କାର୍ଯ୍ୟ ତ୍ବରାନ୍ବିତ ହୋଇ ପାହାଡ଼ ତଳି ଅଞ୍ଚଳ ଏକ ବିରାଟ ଜନପଦରେ ପରିଣତ
ହେଲା । ବୁଢ଼ାରାଜାଙ୍କ ଅମଳରେ ଆରମ୍ଭ ହୋଇଥିବା ନିର୍ମାଣକାର୍ଯ୍ୟ ଯୁବରାଜଙ୍କ ଅମଳରେ ମଧ୍ୟ ପୂର୍ବବତ୍‌ ଚାଲୁରହିଲା ।

ପ୍ରଥମରୁ ଡେଙ୍ଗୁରାପିଟା କାଠି ତିଆରି କରିବା, ଜଙ୍ଗଲର ଗଛକଟା କାର୍ଯ୍ୟ ଆରମ୍ଭ କରିବା, ଏପରିକି ଗଡ଼ପର୍ବତରୁ ପ୍ରଥମ କରି ପଥର ତାଡ଼ିବା କାର୍ଯ୍ୟ ଆରମ୍ଭ କରିଥିବା ଭୀମ ଦାସର କାର୍ଯ୍ୟରେ ବିରାମ ନଥିଲା । ସକାଳୁ ସନ୍ଧ୍ୟାଯାଏ ପାହାଡ଼ ଭିତରୁ ପଥର କାଟିବାର ଠକ୍ ଠକ୍ ଶବ୍ଦ କେବେ ବି ବନ୍ଦ ନଥିଲା । ପଥରକଟାକୁ ନିଜ ବୃତ୍ତି ଭାବେ ଧରିନେଇଥବା ସେଇ ମଣିଷଟା ଜଙ୍ଗଲରେ ରହି ବଣ ଫଳମୂଳ ଖାଇ ବଞ୍ଚୁଥିଲା । ଚାକଚକ୍ୟପୂର୍ଣ୍ଣ ବିଳାସମୟ ରାଜଉଆସମାନଙ୍କରେ ସୁଖ ସମ୍ପଦର ପ୍ରାଚୁର୍ଯ୍ୟ ମଧ୍ୟରେ ରହି କେହି ଦିନେ ମଧ୍ଯ ଭୀମ ଦାସ ବିଷୟରେ ପଚାରି ନଥିଲେ । ଦିନ, ମାସ, ବର୍ଷ ଧରି ଷାଠିଏ ବର୍ଷକାଳ ଖରା, ବର୍ଷା, ଶୀତ, କାକରରେ ଗଡ଼ପର୍ବତ ତଳିକୁ ରମଣୀୟ ଉଆସରେ ପରିଣତ କରିଥିବା ଲୋକଟି ସଭିଙ୍କ ଦୃଷ୍ଟି ଆଢୁଆଳରେ ରହି ପୂର୍ବପରି ତା’ ନିତ୍ୟନୈମିତ୍ତିକ ପଥରକଟା କାର୍ଯ୍ୟରେ ବୁଡ଼ି ରହିଥିଲା । ପନ୍ଦର ବର୍ଷର କିଶୋର ଭୀମ ଦାସ ତା’ର ଯୌବନ କାଳର ସମସ୍ତ ଶକ୍ତିକୁ ପଥରକଟା କାର୍ଯ୍ୟରେ ନିଃଶେଷ କରି ଆଜି ଅଶୀବର୍ଷ ବୟସର ବାର୍ଦ୍ଧକ୍ୟରେ ଉପନୀତ ହୋଇଥିଲେ ମଧ୍ୟ ପର୍ବତ ଭିତରେ ତା’ର ପଥରକଟାର ଠକ୍ ଠକ୍ ଶବ୍ଦ ପ୍ରତି କେହି ଦିନେ ହେଲେ କର୍ଣ୍ଣପାତ କରିନଥିଲେ ।

ଦିନେ ପଥରକଟାର ଠକ୍ ଠକ୍ ଶବ୍ଦ ରାଜାଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରିବାରୁ ରାଜାଦେଶରେ ପାଇକସୈନ୍ୟ ଭୀମ ଦାସ ପିଠିରେ ଚାବୁକ୍ ଦେଇ ପହୁଡ଼ ବେଳେ ପଥରକଟା ବନ୍ଦ କରିବାକୁ ଆଦେଶ ଦେଇଗଲେ । ମାତ୍ର ମୂକ ଭୀମ ଦାସର ପଥରକଟା ବନ୍ଦ ହୋଇନଥିଲା । ଦିନେ ରାଜା ପାରିସ୍ ଉଦ୍ଦେଶ୍ୟରେ ଜଙ୍ଗଲ ମଧ୍ୟକୁ ପ୍ରବେଶ କରି ପଥର କଟାଳି ଭୀମ ଦାସକୁ ତା’ର ଚିରାଚରିତ କାମରେ ବୁଡ଼ିରହିଥିବା ଲକ୍ଷ୍ୟକଲେ । ତା’ ବିଷୟରେ ସବୁ ଜାଣିବା ପରେ ଦୟାପରବଶ ହୋଇ ଲୋକଙ୍କଦ୍ବାରା ତାକୁ ରାଜଧାନୀକୁ ନେଇଆସି ଏକ ସୁରମ୍ୟ ଗୃହରେ ରଖାଇବାର ବ୍ୟବସ୍ଥା କରାଇଥିଲେ । ଚାକରବାକର ଗହଣରେ ସମ୍ମାନର ସହ ତା’ ରହିବାର ସୁବନ୍ଦୋବସ୍ତ କରାଗଲା । ମାତ୍ର ଭୀମ ଦାସ ଖୋଜୁଥିଲା ସେହି ପାହାଡ଼କୁ ଓ ପଥରକୁ । ରାଜା ଯେତେବେଳେ କହିଥିଲେ ଯେ ତା’ ହାତକଟା ପଥର ଘରେ ସେ ରହୁଛି ବୋଲି ସେତେବେଳେ ଭୀମ ଚଟାଣକୁ କୁଣ୍ଢାଇ ପକାଇ ‘ମୋ ପଥର’, ‘ମୋ ପଥର’ କହି କାନ୍ଦି ଉଠିଥିଲା ।

ସେଦିନ ରାତିରେ ଭୀମ ଦାସ ସେ ଘର ଛାଡ଼ି ଚାଲିଯାଇଥିଲା ସେହି ପାହାଡ଼ ନିକଟକୁ । ତା’କୁ ଖୋଜି ଖୋଜି ରାଜା ତା’ ନିକଟରେ ପହଞ୍ଚିଲାବେଳକୁ ସେ ତା’ର ପଥରକଟା ହତିଆର ସବୁ ସଜାଡ଼ୁଥିଲା । ତା’ର ଆଚରଣ, ଗତିବିଧ୍ ରାଜାଙ୍କୁ ବିସ୍ମିତ କରିଥିଲା । ତାଙ୍କ କଣ୍ଠରୁ ଅଜାଣତରେ ବାହାରି ଆସିଲା, ‘ଏ ମଣିଷକୁ ପଥର କଲା କିଏ ? ’’ ସେହି କେତୋଟି ଶବ୍ଦ ପର୍ବତରେ ଧକ୍‌କା ଖାଇ ପ୍ରତିଧ୍ଵନିତ ହୋଇଉଠୁଥିଲା । ରାଜାଙ୍କ ପରିଚୟ ପାଇଲା ପରେ ଭୀମ ଦାସ ତାଙ୍କୁ କୁଣ୍ଢାଇ ପକାଇ କହିଲା ‘ରାଜା ! ମୋ ରାଜା ! ଯେ ମୋତେ ପଥର କାଟିବାକୁ ଆଦେଶ ଦେଇଥିଲେ ସେହି ମୋର ରାଜା ।’’ ସେ ପଥର କାଟିବା ଭିତରେ କେବେହେଲେ ରାଜାଙ୍କୁ ଦେଖୁଥିଲା । ସେ ରାଜାଙ୍କୁ ଜୋରରେ କୁଣ୍ଢାଇ ଧରି ‘ରାଜା’, ‘ରାଜା’ ବୋଲି ଚିତ୍କାର। ପର୍ବତରେ ପ୍ରତିଧ୍ଵନିର ଶେଷ ଶବ୍ଦ ଶୁଭିଲା, ‘ହା-ହା-ହା-ଆ’। ପର୍ବତର ଏହି ଉପହାସ ମଧ୍ଯରେ ରାଜା ନିଜର ଉତ୍ତର ପାଇସାରିଥିଲେ ।

କଠିନ ଶବ୍ଦ।ର୍ଥ :

  • ଆଦ୍ୟ – ଆରମ୍ଭ ।
  • ଅବ୍ୟକ୍ତ – ଯାହା କହିହେବ ନାହିଁ ।
  • ଦର୍ଭେଦ୍ୟ – ଯାହା ଭେଦ କରିବା କଷ୍ଟକର ।
  • ପ୍ରାନ୍ତର – ପଡ଼ିଆ ।
  • ଶ୍ରୀହୀନ – ଶୋଭା ହୀନ ରୂ ପିଲା ବି ଣ୍ୟ ହଜିଯାଇଥ‌ିବା
  • ରାଷ୍ଟ୍ର ହେଲା – ସମ୍ବାଦ ଚାରିଆଡ଼େ ପ୍ରସାରିତ ହେଲା । ପ୍ରଚାରିତ ହେଲା ।
  • ପିଶାଚ – ଅସୁର / ଭୟଙ୍କର ରୂପଧାରୀ ରାକ୍ଷସ ।
  • ଯୁବରାଜ – ରାଜାଙ୍କର ପୁଅ ।
  • ପାରିଧ – ଶିକାର ।
  • ବୃକୋଦର – ଭୀମ ।
  • ଅମରାବତ – ସ୍ୱର୍ଗପୁର ।
  • ଟମକ – ନାଗରା ।
  • ଆରକ୍ତ – ଲାଲ ।
  • ଜରା – ବାର୍ଦ୍ଧକ୍ୟ ।
  • ଭୀମକର୍ମା – ଭୟଙ୍କର କାର୍ଯ୍ୟରେ ରତ ବ୍ୟକ୍ତି ।
  • ଲିପ୍‌ – ଲାଭ କରିବାକୁ ଇଚ୍ଛା କରୁଥିବା ଲୋକ ।
  • ଗହ୍ବର – ଗାତ।
  • ରମଣୀୟ – ଅତି ସୁନ୍ଦର ।

CHSE Odisha Class 12 Psychology Unit 1 Short Answer Questions in Odia Medium

Odisha State Board CHSE Odisha Class 12 Psychology Solutions Unit 1 ଜୀବନବ୍ୟାପୀ ବିକାଶ & ସ୍ଵୟଂ ତଥା ବ୍ୟକ୍ତିତ୍ଵ Short Answer Questions.

CHSE Odisha 12th Class Psychology Unit 1 Short Answer Questions in Odia Medium

ଦୁଇନମ୍ୱର ସମ୍ୱଳିତ ପ୍ରଣ୍ନେ।ତ୍ତର

ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇ/ ତିନିଗୋଟି ବାକ୍ୟ ମଧ୍ୟରେ ଲେଖ ।
Question ୧।
ବିକାଶ କାହାକୁ କୁହନ୍ତି ?
Answer:
ବ୍ୟକ୍ତିର ବ୍ୟକ୍ତିକ ଓ ଗୁଣାତ୍ମକ ପରିବର୍ତ୍ତନକୁ ‘ବିକାଶ’ କୁହାଯାଏ । ଏହା ପରିବର୍ତ୍ତନ ଓ ଗତିର ଏପରି ଏକ ପ୍ରତିରୂପ ଯାହା ମାତୃଗର୍ଭରେ ସ୍ଥାପିତ ହେବା ଦିନଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗତିଶୀଳ ରହିଥାଏ । ଏହା ଉଭୟ ସକାରାତ୍ମକ ଓ ନକରାତ୍ମକ ଗୁଣାତ୍ମକ ପରିବର୍ତ୍ତନକୁ ବୁଝାଏ । ଏହା ଜୈବିକ, ସଂଜ୍ଞାନାତ୍ମକ ଏବଂ ସାମାଜିକ-ସଂଜ୍ଞାନାତ୍ମକ ପ୍ରକ୍ରିୟାଗୁଡ଼ିକର ପରସ୍ପର ସମ୍ବନ୍ଧକୁ ନେଇ ଆକାର ପ୍ରାପ୍ତ ହୋଇଥାଏ । ବିକାଶ ଏକ ପ୍ରଗତିଶୀଳ, କ୍ରମିକ ପରିବର୍ତ୍ତନ ଏବଂ ଏହା ପରିପକ୍ଵତା ଆଡ଼କୁ ମାନବକୁ ଆଗେଇ ନିଏ ।

Question ୨।
ବିକାଶର ଆମସ୍ତକ-ପାଦ ଅନୁକ୍ରମ କ’ଣ ?
Answer:
ବିକାଶ ଏକ ସୁବ୍ୟବସ୍ଥିତ ତଥା ପ୍ରତ୍ୟାଶିତ ପଦ୍ଧତି ଅନୁସାରେ ହୋଇଥାଏ । ଶାରୀରିକ, ସାମାଜିକ ଓ ଭାଷା ପୂର୍ବ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ହୋଇଥାନ୍ତି । ମାତ୍ର ବିକାଶ ମସ୍ତିଷ୍କରେ ଆରମ୍ଭ ହୋଇ ଗୋଡ଼ ଆଡ଼କୁ ଅଗ୍ରସର ହୋଇଥାଏ। ତାହାକୁ ‘ଆମସ୍ତକ-ପାଦ’ ଅନୁକ୍ରମ କୁହାଯାଏ । ଆମସ୍ତକ-ପାଦ ଧାରା ଅନୁଯାୟୀ ଶିଶୁର ଶରୀରର ଗଠନ ଓ କାର୍ଯ୍ୟ ନିର୍ଦ୍ଧାରିତ ହୋଇଥାଏ ।

Question ୩।
ଜୀବନ କିପରି ଆରମ୍ଭ ହୋଇଥାଏ ଲେଖ ।
Answer:
ପୁରୁଷ ଶୁକ୍ରାଣୁ ଓ ସ୍ତ୍ରୀର ଡିମ୍ବାଣୁର ସଂଯୋଗ ଫଳରେ ଯୁଗ୍ମଜ ସୃଷ୍ଟି ହୋଇଥାଏ । ଠିକ୍ ସେହି ସମୟ ଠାରୁ ସ୍ତ୍ରୀର ଋତୁସ୍ରାବ ଚକ୍ର ଯାହାକି ୨୮ ଦିନରେ ଦେଖାଯାଇଥାଏ ତାହା ବନ୍ଦ ହୋଇଯାଏ । ଋତୁସ୍ରାବ ବନ୍ଦ ହେବା ଦିନଠାରୁ ସ୍ତ୍ରୀର ଗର୍ଭାଶୟରେ ସୃଷ୍ଟି ହୋଇଥିବା ଯୁଗ୍ମଜର ଜୀବନ ଆରମ୍ଭ ହୋଇଥାଏ । ତେଣୁ ଗର୍ଭଧାରଣ ଦିନଠାରୁ ନବଜାତ ଶିଶୁର ଜୀବନ ଆରମ୍ଭ ହୁଏ ।

Question ୪।
ଶୈଶବାବସ୍ଥାରେ ଶିଶୁର ମାନସିକ ବିକାଶ କିପରି ହୁଏ ଲେଖ ।
Answer:
ଶୈଶବାବସ୍ଥାରେ କେତେଗୁଡ଼ିଏ ସରଳ ମାନସିକ ପ୍ରକ୍ରିୟାର ବିକାଶ ହୋଇଥାଏ । ସେ କ୍ରମଶଃ ଉଦ୍ଦୀପକ ଓ ପ୍ରତିକ୍ରିୟା ମଧ୍ୟରେ ସଂପର୍କ ସୃଷ୍ଟି କରିପାରିଥାଏ । ଭାଷା ମାଧ୍ୟମରେ ନିଜର ଅନୁଭବକୁ ପ୍ରକାଶ କରିବା ପାଇଁ ସେ ଶିକ୍ଷା କରିଥାଏ। ଏହାଦ୍ଵାରା ଶିଶୁଟିର ସାମାଜିକ ଓ ଆବେଗିକ ବିକାଶରେ ଉନ୍ନତି ଘଟିଥାଏ । ପିଆଜେଙ୍କ ମତରେ ଉକ୍ତ ଅବସ୍ଥାରେ ଶିଶୁଟିର ବୌଦ୍ଧିକ ବିକାଶ ଆରମ୍ଭ ହୋଇଥାଏ ।

Question ୫।
ବାଲ୍ୟାବସ୍ଥାରେ ଶିଶୁର ସାମାଜିକ ବିକାଶ କିପରି ହୋଇଥାଏ ଉଲ୍ଲେଖ କର ।
Answer:
ବାଲ୍ୟାବସ୍ଥାରେ ଶିଶୁମାନଙ୍କର ସାମାଜିକ ବିକାଶରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଥାଏ । ଶିଶୁଟିର ସଂପର୍କ ତା’ର ଆତ୍ମୀୟସ୍ୱଜନଠାରୁ ଆରମ୍ଭ କରି କ୍ରମଶଃ ସାଙ୍ଗସାଥୀ ଓ ଅନ୍ୟ ଶିଶୁମାନଙ୍କୁ ପ୍ରାପ୍ତ ହୋଇଥାଏ । ମାତ୍ର ଶିଶୁଟିର ସାମାଜିକୀକରଣ ପ୍ରକ୍ରିୟା ପ୍ରଥମେ ତା’ର ଗୃହରୁ ଆରମ୍ଭ ହୋଇଥାଏ । ଏହି ବୟସରେ ଶିଶୁ ନିଜକୁ ଦଳଗତ କାର୍ଯ୍ୟରେ ସାମିଲ କରିବାକୁ ଅଧ୍ବକ ପସନ୍ଦ କରିଥାଏ । ଏହି ସମୟରେ ଶିଶୁଟିର ବ୍ୟକ୍ତିତ୍ଵର ବିକାଶ ଘଟିଥାଏ । ନୈତିକତାର ବିକାଶ, ସ୍ଵାଧୀନ ଚିନ୍ତାଧାରା, ଆଚରଣ, ଯୌନ ବିକାଶ ଏବଂ ଆବେଗିକ ବ୍ୟବହାର ଇତ୍ୟାଦି ଶିଶୁର ସାମାଜିକ ବ୍ୟବହାରକୁ ବିଶେଷ ପ୍ରଭାବିତ କରିଥାଏ ।

CHSE Odisha Class 12 Psychology Unit 1 Short Answer Questions in Odia Medium

Question ୬।
ବୃଦ୍ଧାବସ୍ଥାର ଶାରୀରିକ ପରିବର୍ତ୍ତନଗୁଡ଼ିକ ଉଲ୍ଲେଖ କର ।
Answer:
ବୃଦ୍ଧାବସ୍ଥାରେ ଶାରୀରିକ ପରିବର୍ତ୍ତନ ସାଧାରଣତଃ ଦୁଇଗୋଟି ମୁଖ୍ୟ କାରଣରୁ ହୋଇଥାଏ । ପ୍ରଥମତଃ ଇନ୍ଦ୍ରିୟ କାରକ ପରିବର୍ତ୍ତନ ଓ ଦ୍ବିତୀୟତଃ ସ୍ନାୟବିକ ପରିବର୍ତ୍ତନ । ବୃଦ୍ଧାବସ୍ଥାରେ ମନୁଷ୍ୟର ଇନ୍ଦ୍ରିୟ ଯଥା ଆଖୁ, ନାକ, କାନଗୁଡ଼ିକର କ୍ଷମତା ଆସ୍ତେ ଆସ୍ତେ କମିବାରେ ଲାଗେ । ଏହାଦ୍ଵାରା ଶାରୀରିକ କାର୍ଯ୍ୟକଳାପରେ ବାଧା ସୃଷ୍ଟି ହୋଇଥାଏ । ସ୍ନାୟବିକ ପରିବର୍ତ୍ତନ ଫଳରେ ବ୍ୟକ୍ତିର ମାଂସପେଶୀଗୁଡ଼ିକର କ୍ଷମତା, ମସ୍ତିଷ୍କର ଦକ୍ଷତା ଓ ବିଭିନ୍ନ ଗ୍ରନ୍ଥିଗୁଡ଼ିକର କ୍ରିୟାକଳାପରେ ଦୃଢ଼ ମନ୍ଥରତା ପରିଲକ୍ଷିତ ହୁଏ ।

Question ୭।
ସ୍ବୟଂ କହିଲେ କ’ଣ ବୁଝ ?
Answer:
ନିଜକୁ ଏକ ବସ୍ତୁ ରୂପେ ମନେ କରି ନିଜ ସମ୍ବନ୍ଧରେ ହେଉଥୁବା ସାମଗ୍ରିକ ବିଚାରଧାରା ଏବଂ ଅନୁଭୂତିକୁ “ସ୍ୱ ସ୍ୱୟଂ” କୁହାଯାଏ। ସମସ୍ତ ମାନବୀୟ କ୍ରିୟାକଳାପର କେନ୍ଦ୍ରବିନ୍ଦୁ ହେଉଛି ସ୍ଵୟଂ | ସ୍ଵୟଂ ସଂରଚନା ଥରେ ହୋଇଗଲେ ତାହା ବ୍ୟକ୍ତିର ବ୍ୟବହାରକୁ ସାର୍ଥକ ଭାବେ ପ୍ରଭାବିତ କରିଥାଏ । ସ୍ଵ ସମ୍ବନ୍ଧରେ କହିବା ବେଳେ ଦୁଇଟି ଶବ୍ଦ ଯଥା ‘ମୁଁ’ ଏବଂ ‘ମୋର’ ଉପଯୋଗ କରାଯାଉଥାଏ । ‘ମୁଁ’ ସ୍ଵର ଜ୍ଞାତା ପକ୍ଷକୁ ଓ ‘ମୋର’ ସ୍ଵର ଜ୍ଞେୟ ପକ୍ଷକୁ ବୁଝାଇଥାଏ ।

Question ୮।
ବ୍ୟକ୍ତିତ୍ଵ କାହାକୁ କହନ୍ତି ?
Answer:
ଜଣେ ବ୍ୟକ୍ତିର ବିଶିଷ୍ଟ ତଥା ଅପେକ୍ଷାକୃତ ସ୍ଥାୟୀଗୁଣଗୁଡ଼ିକ ଯାହା ବିଭିନ୍ନ ପରିସ୍ଥିତିରେ ତଥା ଏକ ସମୟ ଅନ୍ତରାଳରେ ବ୍ୟବହାରର ପ୍ରତିରୂପକୁ ବ୍ୟକ୍ତ କରିଥାଏ ତାକୁ ବ୍ୟକ୍ତିତ୍ଵ କୁହାଯାଏ । ମନୋବୈଜ୍ଞାନିକ ଆଲପୋର୍ଟଙ୍କ ମତରେ “ ବ୍ୟକ୍ତିତ୍ଵ ହେଉଛି ବ୍ୟକ୍ତି ମଧ୍ୟରେ ଥ‌ିବା ମାନସ-ଭୌତିକ ତନ୍ତ୍ରୀଗୁଡ଼ିକର ଏକ ଗତିଶୀଳ ସଂଗଠନ, ଯାହାକି ବ୍ୟକ୍ତିର ପରିବେଷ୍ଟନୀ ସହିତ ଉପଯୋଜନ କ୍ରିୟାକୁ ନିରୂପଣ କରିଥାଏ ।”

Question ୯।
ଶୀଳଗୁଣ ସମ୍ବନ୍ଧରେ ଉଲ୍ଲେଖ କର ।
Answer:
ଗୋଟିଏ ବ୍ୟକ୍ତି ଅନ୍ୟ ବ୍ୟକ୍ତି ଠାରୁ ଯେଉଁ ଅର୍ଥରେ ଅପେକ୍ଷାକୃତ ସ୍ଥାୟୀ ଭାବରେ ଭିନ୍ନ ହୋଇଥାଏ ତାହାକୁ ‘ଶୀଳଗୁଣ’ କୁହନ୍ତି। ଶୀଳଗୁଣ ଏପରି ବିଶେଷ ଧରଣର ଲକ୍ଷଣ ଯାହା ସାଧାରଣ କ୍ରିୟା ପ୍ରବୃତ୍ତି ପରି କାର୍ଯ୍ୟ କରିଥାଏ । ଏହା ବ୍ୟବହାରର ବିସ୍ତୃତିକୁ ସୂଚାଇଥାଏ ଏବଂ ପରିସ୍ଥିତି ଅନୁଯାୟୀ ବ୍ୟକ୍ତିର ବ୍ୟବହାରରେ ପ୍ରକଟିତ ହୋଇଥାଏ। ବ୍ୟକ୍ତିତ୍ଵର ବର୍ଣ୍ଣନଙ୍କ ଏବଂ ବିଶ୍ଳେଷଣ ପାଇଁ ଶୀଳଗୁଣ ଉପଯୋଗ ବହୁତ ଅଧ‌ିକ ପ୍ରଚଳିତ । କେତେକ ଶୀଳଗୁଣର ସଂଗଠନ ଓ ପ୍ରବଳତାରେ ପରିବର୍ଭନ କାରଣରୁ ବ୍ୟକ୍ତିତ୍ଵର ଭିନ୍ନତା ଦେଖାଯାଇଥାଏ।

Question ୧୦।
ବ୍ୟକ୍ତିତ୍ଵ ମୂଲ୍ୟାୟନ କହିଲେ କ’ଣ ବୁଝ ?
Answer:
ମୂଲ୍ୟାଙ୍କନ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ବିବିଧତା ଅଧ୍ୟୟନ କରିବାରେ, ପରିବର୍ତ୍ତୀମାନଙ୍କ ମଧ୍ୟରେ ସମ୍ବନ୍ଧ ଜାଣିବାରେ, ବିକାଶାତ୍ମକ ପରିବର୍ତ୍ତନ ଅଧ୍ୟୟନ କରିବାରେ, ନିଦାନ, ସ୍ଥାପନା ତଥା ପରାମର୍ଶ ଇତ୍ୟାଦିରେ ଉପଯୋଗ କରାଯାଉଥାଏ ।

CHSE Odisha Class 12 Psychology Unit 1 Short Answer Questions in Odia Medium

Question ୧୧।
A – ପ୍ରକାର ବ୍ୟକ୍ତିତ୍ଵର ଗୁଣାବଳୀ ଉଲ୍ଲେଖ କର ।
Answer:
A-ପ୍ରକାର ବ୍ୟକ୍ତିତ୍ଵର ଅଧିକାରୀ ବ୍ୟକ୍ତିମାନେ କମ୍ ସମୟରେ ଅଧ‌ିକ କାର୍ଯ୍ୟ କରିବାରେ ଓ ଅଧ‌ିକ ଉପଲବ୍‌ କରିବା ପାଇଁ ନିରନ୍ତର ଚେଷ୍ଟା କରନ୍ତି । କ୍ଷମତାଲିପ୍‌ସା, ଉଚ୍ଚାକାଂକ୍ଷା, ପ୍ରତିଯୋଗିତା ମନୋଭାବ, କ୍ରୋଧ, ଉତ୍ତେଜନା ଏମାନଙ୍କର ପ୍ରମୁଖ ଲକ୍ଷଣ । A-ପ୍ରକାର ବ୍ୟକ୍ତି ହୃଦୟ ଧମନୀ ରୋଗରେ ପୀଡ଼ିତ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ।

ତିନିନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର

ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଛଅଗୋଟି ବାକ୍ୟ ମଧ୍ୟରେ ଉଲ୍ଲେଖ କର ।
Question ୧।
ବିକାଶ ଓ ଅଭିବୃଦ୍ଧି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ବିକାଶ :
(୧) ବିକାଶ ବ୍ୟକ୍ତିର ବ୍ୟକ୍ତିକ ଓ ଗୁଣାତ୍ମକ ପରିବର୍ତ୍ତନକୁ ବୁଝାଇଥାଏ । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟର ବିକାଶ ହୋଇଥାଏ ।
(୨) ବିକାଶ ଏକ ପ୍ରଗତିଶୀଳ କ୍ରମିକ ପରିବର୍ତ୍ତନ ଏବଂ ଏହା ପରିପକ୍ବତା ଆଡ଼କୁ ମାନବକୁ ଆଗେଇ ନିଏ ।
(୩) ବିକାଶର କାର୍ଯ୍ୟ ହେଲା ବିଭିନ୍ନ ଗଠନ ପ୍ରଣାଳୀ ଏବଂ କ୍ରିୟାକଳାପର ସଂହତି ତଥା ସଂଗଠନ ।

ଅଭିବୃଦ୍ଧି :
(୧) ମାନବ ଶରୀରର ପରିମାଣାତ୍ମକ ବା ମାତ୍ରିକ ପରିବର୍ତ୍ତନକୁ ଅଭିବୃଦ୍ଧି କୁହାଯାଉଥାଏ, ଯେପରିକି – ବୟସ ବୃଦ୍ଧି, ଶରୀର୍ ଓଜନରେ ବୃଦ୍ଧି, ଉଚ୍ଚତାରେ ବୃଦ୍ଧି ଇତ୍ୟାଦି ।
(୨) ଶିଶୁ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମସ୍ତିଷ୍କର ବୃଦ୍ଧି ମଧ୍ୟ ଘଟେ। ଫଳରେ ଶିଶୁର ଶିକ୍ଷଣ ଶକ୍ତି, ସ୍ମରଣ ଶକ୍ତି ଓ ବିଚାର ଶକ୍ତି ପ୍ରଭୃତି ବୃଦ୍ଧି ପାଏ ।
(୩) ବୃଦ୍ଧି ନିରବଚ୍ଛିନ୍ନ ନୁହେଁ । ଏହା ପରିମାଣାତ୍ମକ ପରିବର୍ତ୍ତନ ଏକ ସକରାତ୍ମକ ପ୍ରତିରୂପ ।

Question ୨।
ବିକାଶର ଯେ କୌଣସି ଦୁଇଟି ନିୟମ ଉଲ୍ଲେଖ କର ।
Answer:
(i) ବିକାଶ ସାଧାରଣରୁ ସ୍ଵତନ୍ତ୍ରତା ଆଡ଼କୁ ଗତି କରେ – ଶିଶୁଟିର ପ୍ରତ୍ୟେକ ବିକାଶ ସାଧାରଣରୁ ଆରମ୍ଭ ହୋଇ କ୍ରମଶଃ ସ୍ଵତନ୍ତ୍ରତା ଆଡ଼କୁ ଗତି କରିଥାଏ । ଶିଶୁଟିର ମାନସିକ ବା ଶାରୀରିକ ବିକାଶ କ୍ଷେତ୍ରରେ ଏହା ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହୋଇଥାଏ । ଶିଶୁଟି ପ୍ରଥମେ ପ୍ରଥମେ ସାଧାରଣ ଶବ୍ଦ ଶିଖୁବା ଆରମ୍ଭ କରେ ଓ କ୍ରମଶଃ ସେ ସ୍ଵତନ୍ତ୍ର ଶବ୍ଦମାନ ଶିଖୁଥାଏ । ଏପରିକି ଶୈଶବରେ ଶିଶୁଟି କୌଣସି ଏକ ଜିନିଷ ଧରିବା ପାଇଁ ତା’ର ସଂପୂର୍ଣ୍ଣ ଶରୀରକୁ ଚଳାୟମାନ କରିଥାଏ । ପରେ ପରେ ସେ ଉକ୍ତ ଜିନିଷଟିକୁ ଧରିବା ପାଇଁ ଶରୀରର ସ୍ଵତନ୍ତ୍ର ଅଂଶକୁ ଚଳାୟମାନ କରିବା ପାଇଁ ଶିଖୁଥାଏ ।

(ii) ବିକାଶର ହାର ବିଭିନ୍ନ ଅବସ୍ଥାରେ ଭିନ୍ନ ଭିନ୍ନ ହୋଇଥାଏ – ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ପାଇଁ ବିକାଶର ହାର ସମାନ ନୁହେଁ । ବିଭିନ୍ନ ଅବସ୍ଥାରେ ମଧ୍ୟ ବିକାଶର ହାରରେ ଭିନ୍ନତା ଦେଖାଦେଇଥାଏ । ଶୈଶବ ଅବସ୍ଥାରୁ ଆରମ୍ଭ କରି ଯୁବକ ଅବସ୍ଥା ପର୍ଯ୍ୟନ୍ତ ଶାରୀରିକ ଅଭିବୃଦ୍ଧି କ୍ଷିପ୍ର ଭାବରେ ଦେଖାଦେଇଥାଏ । ଯୁବକ ଅବସ୍ଥା ଠାରୁ ବୃଦ୍ଧ ଅବସ୍ଥା ପର୍ଯ୍ୟନ୍ତ ଏହା ଅତ୍ୟନ୍ତ ଧୀର ଭାବରେ ଦେଖାଯାଏ । ସେହିପରି ହୃତ୍‌ପିଣ୍ଡ ଓ ପାକତନ୍ତ୍ର ଇତ୍ୟାଦିର ବୃଦ୍ଧି ଶୈଶବାବସ୍ଥାରେ ଥ‌ିବା ବେଳେ ଯୁବାବସ୍ଥାରେ କ୍ଷିପ୍ର ହୋଇଥାଏ ।

Question ୩।
ଭୃଣାବସ୍ଥା ସଂପର୍କରେ ବର୍ଣ୍ଣନା କର ।
Answer:
ଭୃଣାବସ୍ଥା ଗର୍ଭସଞ୍ଚାରର ୨ୟ ସପ୍ତାହଠାରୁ ୮ମ ସପ୍ତାହ ପର୍ଯ୍ୟନ୍ତ ଗତି କରିଥାଏ । ଏହି ଅବସ୍ଥା ସମୟରେ ଶିଶୁଟିର ସମସ୍ତ ମୁଖ୍ୟ ଅଙ୍ଗପ୍ରତ୍ୟଙ୍ଗର ବିକାଶ ଘଟିଥାଏ । ଉକ୍ତ ବିକାଶର ଧାରା ଏତେ କ୍ଷିପ୍ର ହେଉଥାଏ ଯେ ସାମାନ୍ୟ ଭ୍ରୂଣଟି କ୍ରମଶଃ ଏକ କ୍ଷୁଦ୍ର ଶିଶୁରେ ପରିଣତ ହୋଇଥାଏ । ନିଷିକ୍ତ ଡିମ୍ବାଣୁ ସମୟଠାରୁ ଉକ୍ତ ଅବସ୍ଥାର ଶେଷ ସମୟ ବେଳକୁ ଯୁଗ୍ମଜର ଆକାରରେ ଶତକଡ଼ା ଦୁଇ ମିଲିୟନ୍ ବୃଦ୍ଧି ଘଟିଥାଏ । ଯୁଗ୍ମଜଟିର ଅନ୍ତରୀଣ ସମୂହ ତିନିଗୋଟି ସ୍ତରରେ ବିଭକ୍ତ ହୋଇଥାଏ ଯଥା :

(i) ବାହ୍ୟ ଚର୍ମସ୍ତର (Ectoderm)
(ii) ମଧ୍ୟାଦିସ୍ତର (Mesoderm)
(iii) ଅନ୍ତଃ ଚର୍ମସ୍ତର (Endoderm)

ବାହ୍ୟଚର୍ମ ସ୍ତର ଜରିଆରେ ଶିଶୁଟିର ନଖ, ବାଳ, ଚର୍ମ, ଦାନ୍ତର କିଛି ଅଂଶ, ଚର୍ମଗ୍ରନ୍ଥି, ସଂବେଦୀ କୋଷ ଓ ସ୍ନାୟୁ ସଂସ୍ଥାର ବିକାଶ ଘଟିଥାଏ । ମଧ୍ଯାଦିସ୍ତର ଦ୍ଵାରା ଶିଶୁଟିର ମାଂସପେଶୀ, କଙ୍କାଳ, ନିମ୍ନସ୍ତରରେ ଥିବା ଚର୍ମ, ନିଶ୍ବାସପ୍ରଶ୍ଵାସ ନେବା ଅଂଶଗୁଡ଼ିକର ବିକାଶ ହୋଇଥାଏ । ଅନ୍ତଃ ଚର୍ମଦ୍ଵାରା ଫୁସ୍‌ଫୁସ୍, ଯକୃତ, ଲାଳଗ୍ରନ୍ଥି, ଅଗ୍ନାଶୟ ଓ ଅନ୍ୟାନ୍ୟ ଗ୍ରନ୍ଥି ସମୂହର ବିକାଶ ଘଟିଥାଏ । ଏହାଛଡ଼ା ଅନ୍ୟାନ୍ୟ ସହକାରୀ ଅଂଶଗୁଡ଼ିକ ଯଥା – ଆମ୍‌ନିଓଟିକ୍ ଥଳୀ, ଗର୍ଭଫୁଲ ଓ ନାଭାନାଡ଼ ଇତ୍ୟାଦିର ବିକାଶ ଘଟିଥାଏ ।

CHSE Odisha Class 12 Psychology Unit 1 Short Answer Questions in Odia Medium

Question ୪।
କିଶୋରାବସ୍ଥାର ମୁଖ୍ୟ ବିଶେଷଣଗୁଡ଼ିକ ଉଲ୍ଲେଖ କର ।
Answer:
କିଶୋରାବସ୍ଥା ଜୀବନର ଏପରି ଏକ ଅବସ୍ଥା ଯାହା ତାରୁଣ୍ୟ ବା ଯୌବନର ଆଗମନୀରେ ଓ ଯୌନ ପରିପକ୍ଵତା ତଥା ପ୍ରଜନନ କ୍ଷମତା ପ୍ରାପ୍ତ କରିବା ସମୟରେ ଆରମ୍ଭ ହୋଇଥାଏ । ଉକ୍ତ ସମୟରେ ଶିଶୁର ପ୍ରମୁଖ ଶାରୀରିକ, ମାନସିକ ଓ ସାମାଜିକ ପରିବର୍ତ୍ତନ ଘଟିଥାଏ । ଏହି ସମୟରେ ଜୀବନକୁ ଏକ ନୂତନ ରୂପରେଖ ଦେବାର ଆହ୍ବାନ ଓ ପ୍ରତ୍ୟେକ ସମସ୍ୟାକୁ ସଫଳତା ପୂର୍ବକ ସାମ୍ନା କରିବାର ଆନନ୍ଦ ଯୁବକ ଓ ଯୁବତୀମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥାଏ । କିଶୋର କିଶୋରୀ ଉକ୍ତ ସମୟରେ ସେମାନଙ୍କର ଶାରୀରିକ ପରିବର୍ତ୍ତନ ଉପରେ ଅଧ‌ିକ ଗୁରୁତ୍ଵ ଦେଇଥାନ୍ତି ।

ଆତ୍ମବିଶ୍ଵାସ ବୃଦ୍ଧି ହୋଇଥାଏ । ଆତ୍ମ ନିର୍ଭରଶୀଳତା ବାଳକ ଓ ବାଳିକାମାନଙ୍କୁ କ୍ରମଶଃ ସାଙ୍ଗସାଥୀ ଓ ସ୍ଵାଧୀନ ଚିନ୍ତାଧାରା ଆଡ଼କୁ ଆକର୍ଷିତ କରିଥାଏ । ନିଜର ଆତ୍ମ ପରିଚୟ ଓ ସାମାଜିକ ଜୀବନରେ ଦ୍ଵନ୍ଦ୍ବ ଉକ୍ତ ଅବସ୍ଥାର ମୁଖ୍ୟ ଲକ୍ଷଣ ଅଟେ । ବିଭିନ୍ନ ସାମାଜିକ ସମସ୍ୟାର ସମାଧାନ କରିବା ସହିତ ସେମାନେ ସମାଜରେ ନିଜର ପରିଚୟକୁ ସୁଦୃଢ଼ କରିପାରିଥାନ୍ତି । ଏହି ଅବସ୍ଥାରେ ସେମାନଙ୍କର ନୈତିକ ମୂଲ୍ୟବୋଧର ବିକାଶ ଘଟିଥାଏ । ସେମାନଙ୍କ ପ୍ରତି ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ ଏହି ସମୟରେ ବାଳକ ଓ ବାଳିକାମାନଙ୍କର ଆତ୍ମବିଶ୍ଵାସ ବୃଦ୍ଧି ହୋଇଥାଏ । ଆତ୍ମନିର୍ଭରଶୀଳତା ବାଳକ ଓ ବାଳିକାମାନଙ୍କର ମନରେ ଆସିଥାଏ ।

Question ୬।
ଅନ୍ତର୍ମୁଖୀ ଓ ବହିର୍ମୁଖୀ ବ୍ୟକ୍ତିତ୍ବ ମଧ୍ୟରେ ପ୍ରଭେଦ ଦର୍ଶାଅ ।
Answer:
ଅନ୍ତର୍ମୁଖୀ :
(୧) ଅନ୍ତର୍ମୁଖତା ନିଜର ଅନ୍ତରୀଣ ଅନୁଭୂତି ମଧ୍ୟରେ ସୀମିତ ହେବାର ଗୁଣକୁ ବ୍ୟକ୍ତ କରେ ।
(୨) ଅନ୍ତର୍ମୁଖୀ ବ୍ୟକ୍ତିମାନେ ଶାନ୍ତ, ଗମ୍ଭୀର, ବିଚାରମଗ୍ନ ତଥା ସହନଶୀଳ ହୋଇଥାନ୍ତି ।
(୩) ଅନ୍ତର୍ମୁଖୀ ଛାତ୍ର ପଢ଼ିବା ଲେଖିବାରେ ଭଲ କରିଥାଆନ୍ତି ଓ ଏମାନେ ନିମ୍ନ ଉତ୍ତେଜନା ଅଧ୍ବକ ତୀ କୌଣସି ଜିନିଷକୁ ଶିକ୍ଷା କରିଥାନ୍ତି ।

ବହିର୍ମୁଖ :
(୧) ନିଜର ବାହ୍ୟିକ ପରିବେଶ ଓ ସମାଜରେ ମନୋନିବେଶ କରିବା ଗୁଣକୁ ବହିର୍ମୁଖତା କୁହାଯାଏ ।
(୨) ବହିର୍ମୁଖୀ ବ୍ୟକ୍ତିମାନେ ବହିର୍ଗମନା, ମେଳାପୀ, ସକ୍ରିୟ ତଥା ଆବେଗୀ ସ୍ଵଭାବର ହୋଇଥାନ୍ତି ।
(୩) ବହିର୍ମୁଖୀ ଅଧୂକ ସତର୍କ ରହନ୍ତି ଓ ସେମାନଙ୍କଠାରେ ଉତ୍ତେଜନା ପ୍ରାପ୍ତ କରିବାର ପ୍ରବୃତ୍ତି ଅଧ‌ିକ ଦେଖା ଦେଉଥାଏ । ଏମାନେ ଯେତେବେଳେ ଉତ୍ତେଜିତ ରହିଥାନ୍ତି ସେତେବେଳେ ଯେ କୌଣସି ବିଷୟକୁ ଭଲଭାବରେ ଶିକ୍ଷା କରନ୍ତି ।

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Odisha State Board CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ Textbook Exercise Questions and Answers.

CHSE Odisha Class 12 Odia Chapter 3 ତିନି ତୁଣ୍ଡରେ Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
ଶାସନ ପଦ୍ଧତିଗୁଡ଼ିକ ମଧ୍ୟରେ କେଉଁ ଶାସନ ହିଁ ସର୍ବୋତ୍କୃଷ୍ଟ ?
(ଏକଛତ୍ରବାଦ, ଗଣତନ୍ତ୍ର, ରାଜତନ୍ତ୍ର, ସାମ୍ୟବାଦ)
Answer:
ଗଣତନ୍ତ୍ର

Question ୨।
କେଉଁମାନଙ୍କଦ୍ୱାରା ପ୍ରଚଳିତ ଶାସନ ହିଁ ଗଣତନ୍ତ୍ରର ପ୍ରଧାନ ଓ ପ୍ରକୃତ ବିଶେଷତ୍ଵ ବୋଲି କୁହାଯାଇପାରେ ?
(ଗଣଙ୍କ, ଜଣଙ୍କ, ରାଜାଙ୍କ, ମନ୍ତ୍ରୀଙ୍କ)
Answer:
ଗଣଙ୍କ

Question ୩ ।
ଗଣତନ୍ତ୍ର ଶାସନରେ ଲୋକେ କାହାକୁ ଶାସନ କରନ୍ତି ?
(ପ୍ରଜାଙ୍କୁ, ରାଜାଙ୍କୁ, ନିଜେ ନିଜକୁ, ନିଜେ ଅନ୍ୟକୁ)
Answer:
ନିଜେ ନିଜକୁ

Question ୪ ।
କେଉଁ ଶାସନରେ ଶାସକ ଓ ଶାସିତ ଏକ ଓ ଅଭିନ୍ନ ?
(ଗଣତନ୍ତ୍ର, ଜନତନ୍ତ୍ର, ସମୂହତନ୍ତ୍ର, ବ୍ୟକ୍ତିତନ୍ତ୍ର)
Answer:
ଗଣତନ୍ତ୍ର

Question ୫ ।
କେଉଁ ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନ ପାରେ ?
(ସମଷ୍ଟିଗତ, ବ୍ୟକ୍ତିଗତ, ଗଣତନ୍ତ୍ର, ସ୍ଵାଧୀନ)
Answer:
ଗଣତନ୍ତ୍ର

Question ୬ ।
ଭାରତର ସାମାଜିକ ନ୍ୟାୟର ସ୍ଵରୂପ କିପରି ?
(ଲଙ୍କାରେ ହରି ଶବ୍ଦ ପରି, ଢୋଲ ଭିତରେ ମୂଷା ପରି, ବାପରାଣ ଢେଙ୍କିଗିଳି ପରି, ଉଷୁନାଧାନ ଗଜା ହେବା ପରି)
Answer:
ଲଙ୍କାରେ ହରି ଶବ୍ଦ ପରି

Question ୭ ।
କୁ-ସଂସ୍କାରପୂର୍ବ ସାଧାରଣ ଶିକ୍ଷାବିହୀନ ସମାଜରେ କେଉଁ ଅଧିକାର ଚିଲିକା ମାଛପରି ସ୍ଵପ୍ତିଳ ଓ ଦୁଷ୍ଟ୍ରାପ୍ୟ ?
(ବ୍ୟକ୍ତିଗତ ଅଧିକାର, ସଂପରିଗତ ଅଧିକାର, ଭୋଟଦାନ ଅଧିକାର, ସାମାଜିକ ଅସ୍ଵୀକାର)
Answer:
ବ୍ୟକ୍ତିଗତ ଅଧ୍ୟାର

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Question ୮ ।
ଗଣତନ୍ତ୍ରରେ ଜନତାର ଶାସନ କିପରି ହେବା ସ୍ଵାଭାବିକ ?
(ପରୋକ୍ଷ, ପ୍ରତ୍ୟକ୍ଷ, ସ୍ବମ୍ମିଳ, ଦୁଷ୍ପାପ୍ୟ)
Answer:
ପରୋକ୍ଷ

Question ୯ ।
ଗଣତନ୍ତ୍ରର ମେରୁଦଣ୍ଡ କ’ଣ ?
(ଲୋକପ୍ରତିନିଧ୍ ମନୋନୟନ, ଏକକ ମନୋନୟନ, ଏକଛତ୍ରବାଦ, ସାମ୍ରାଜ୍ୟବାଦ)
Answer:
ଲୋକପ୍ରତିନିଧ୍ ମନୋନୟନ

Question ୧୦ ।
ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ ଭୋଟଦାତାମାନେ କ’ଣ ହେବାପାଇଁ ଉପଯୁକ୍ତ ?
(ଲୋକପ୍ରତିନିଧୁ, ପ୍ରଶାସକ, ଅଧ୍ୟକ୍ଷ, ମନ୍ତ୍ରୀ)
Answer:
ଲୋକପ୍ରତିନିଧୁ

Question ୧୧।
ଅଧିକାର ତଥା କର୍ତ୍ତବ୍ୟଜ୍ଞାନ ସମ୍ବନ୍ଧରେ ଅଜ୍ଞ ଦେଶର ଜନତା ଉପରେ ଗୁଣ ଅପେକ୍ଷା କ’ଣ ବିଶେଷ କାମ କରେ ?
(ପ୍ରୋପାଗଣ୍ଡା, ଘୋଷଣା, ରାଜକୀୟ ଢଙ୍ଗ, ସାଧୁତା)
Answer:
ପ୍ରୋପାଗଣ୍ଡା

Question ୧୨ ।
‘ବିରାଡ଼ି ବୈଷ୍ଣବ’ମାନେ ଶାସନ କ୍ଷମତା ପାଇବା ଲୋଭରେ କ’ଣ ହେବାକୁ ବାହାରି ପଡ଼ନ୍ତି ?
(ଭଡ଼ାଟିଆ ଲୋକ, ପ୍ରତିଦ୍ବନ୍ଦୀ, ଜନତାର ପ୍ରତିନିଧୁ, ଶାସକ)
Answer:
ଜନତାର ପ୍ରତିନିଧ୍

Question ୧୩।
କାହାକୁ ଦେଖ୍ ଗୋସେଇଁଙ୍କ ଦେହରୁ ଗମ୍‌ଗମ୍ ଝାଳ ବୋହିଗଲା ?
(ରାଧୁ, ପାଣ୍ଡୁ, ଅଗାଧୁ, ସାଧୁ)
Answer:
ପାଣୁ

Question ୧୪ ।
କେତେବର୍ଷ ନ ପୂରିଲେ ତମର ବୁଦ୍ଧି ହୁଏ ନାହିଁ ବୋଲି ଗୋସେଇଁ ମହାରାଜ ପାଣୁକୁ କହିଛନ୍ତି ?
(୮୦, ୫୦, ୬୦, ୭୦)
Answer:
୬୦

Question ୧୫ ।
କାହାକୁ ଦେଖି ପୁରୋହିତଙ୍କ ଛାତିରେ ପବନ ଅଟକି ଗଲା ?
(ରାଧୁ, ଅଗାଧୁ, ଶ୍ୟାମ, ଦାମ)
Answer:
ରାଧୁ

Question ୧୬ ।
ଚାରିହାତ ଠେଙ୍ଗା ଧରିଥିବା ବିରାଟକାୟ ପୁରୁଷଟି କିଏ ?
(ଅଗାଧୁ, ରାଧୁ, ମଧୁ, ଫଗୁ)
Answer:
ଅଗାଧୁ

Question ୧୭ ।
ଆଜିର ଶିକ୍ଷିତ ଭୋଟଦାତାମାନେ ଭୋଟ ଦେବାକୁ କ’ଣ ହୋଇଥା’ନ୍ତି ?
(ଉଦାସୀନ, ତତ୍ପର, ସଚେତନ, ଅଚେତନ)
Answer:
ଉଦାସୀନ

Question ୧୮।
ଆଜିର ଜନତା ଜନାର୍ଦ୍ଦନ କାହାପରି ଓଠ ଚାଟି ତରାଜୁ ଧରିଥ‌ିବା ପ୍ରତିନିଧୁମାନଙ୍କୁ ଅନାଇ ରହିଛନ୍ତି ?
(ଦୁଇ ବିରାଡ଼ି, ଦୁଇ ମାଙ୍କଡ଼, ଦୁଇ ଭାଲୁ, ଦୁଇ ଶୃଗାଳ)
Answer:
ଦୁଇ ମାଙ୍କଡ଼

Question ୧୯ ।
ଗଣତନ୍ତ୍ର ଶାସନ ହିଁ _________ ଶାସନ ଏଥ‌ିରେ ସନ୍ଦେହ ନାହିଁ ।
(ଶ୍ରେଷ୍ଠ, କନିଷ୍ଠ, ଅଦରକାରୀ, ଦରକାରୀ)
Answer:
ଶ୍ରେଷ୍ଠ

Question ୨୦ ।
ଗଣତନ୍ତ୍ର ଶାସନରେ ଆମର ଆଜି ଏ ଅବସ୍ଥା ପାଇଁ କିଏ ଦାୟୀ ?
(ଦେଶ, ଜନତା, ଆମେ, ଆପଣମାନେ)
Answer:
ଆମେ

(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
ଗଣତନ୍ତ୍ର ସମ୍ପର୍କରେ ଅନେକ କ’ଣ କହନ୍ତି ?
Answer:
ଶାସନ ପଦ୍ଧତି ମଧ୍ୟରେ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ ବୋଲି ଅନେକ କହନ୍ତି ।

Question ୨।
‘ଗଣତନ୍ତ୍ର’ କାହାକୁ କୁହାଯାଏ ?
Answer:
‘ଗଣତନ୍ତ୍ର’ର ଅର୍ଥ ଗଣ ଶାସନ ବା ଲୋକମାନେ ନିଜକୁ ନିଜେ ଶାସନ କରିବା ।

Question ୩ ।
ଗଣତନ୍ତ୍ରର ପ୍ରକୃତ ଓ ପ୍ରଧାନ ବିଶେଷତ୍ଵ କ’ଣ ?
Answer:
ଗଣଙ୍କଦ୍ବାରା ଶାସନ ହିଁ ଗଣତନ୍ତ୍ରର ପ୍ରକୃତ ଓ ପ୍ରଧାନ ବିଶେଷତ୍ଵ ।

Question ୪।
କେଉଁ ଶାସନରେ ଲୋକେ ନିଜେ ନିଜକୁ ଶାସନ କରନ୍ତି ?
Answer:
ଗଣତନ୍ତ୍ର ଶାସନରେ ଲୋକେ ନିଜକୁ ନିଜେ ଶାସନ କରନ୍ତି ।

Question ୫।
କେଉଁ ଶାସନରେ ଶାସକ ଓ ଶାସିତ ଏକ ଓ ଅଭିନ୍ନ ?
Answer:
ଗଣତନ୍ତ୍ର ଶାସନରେ ଶାସନ ଓ ଶାସିତ ଏକ ଓ ଅଭିନ୍ନ ।

Question ୬ ।
ଭାରତରେ ସାମାଜିକ ନ୍ୟାୟ ପରିକଳ୍ପନା କିପରି ମନେହୁଏ ?
Answer:
ଭାରତରେ ସାମାଜିକ ନ୍ୟାୟ ପରିକଳ୍ପନା ‘ଲଙ୍କାରେ ହରି ଶବ୍ଦ ପରି’ ମନେହୁଏ ।

Question ୭ ।
ଗଣତନ୍ତ୍ରରେ କେଉଁମାନେ ସିଧାସଳଖ ଭାବରେ ଶାସନକର୍ତ୍ତା ହୁଅନ୍ତି ?
Answer:
ଗଣତନ୍ତ୍ରରେ ଜନତାର ପ୍ରତିନିଧୁମାନେ ସିଧାସଳଖ ଭାବରେ ଶାସନକର୍ତ୍ତା ହୁଅନ୍ତି ।

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Question ୮।
ଲୋକପ୍ରତିନିଧ୍ଵ ମନୋନୟନକୁ ଗଣତନ୍ତ୍ରର କ’ଣ ବୋଲି କୁହାଯାଏ ?
Answer:
ଲୋକପ୍ରତିନିଧୁ ମନୋନୟନକୁ ଗଣତନ୍ତ୍ରର ମେରୁଦଣ୍ଡ ବୋଲି କୁହାଯାଏ ।

Question ୯ ।
ନାଗରିକ ଅଧିକାର ତଥା ପ୍ରତିନିଧ୍ ବାଛିବାର ଗୁରୁତ୍ବ ସମ୍ବନ୍ଧରେ ସଚେତନ ଦେଶର ଲୋକମାନେ କେଉଁ ଜ୍ଞାନରେ ସୁଶିକ୍ଷିତ ?
Answer:
ନାଗରିକ ଅଧିକାର ତଥା ପ୍ରତିନିସ୍‌ ବାଛିବାର ଗୁରୁତ୍ବ ସମ୍ବନ୍ଧରେ ସଚେତନ ଦେଶର ଲୋକମାନେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ ।

Question ୧୦ ।
ଯେଉଁ ଦେଶର ଜନତା ନିଜ ଅଧ୍ୟାକାର ଓ କର୍ତ୍ତବ୍ୟ-ଜ୍ଞାନ ସମ୍ବନ୍ଧରେ ଅଜ୍ଞ ସେଠାରେ କ’ଣ ବିଶେଷ ଭାବରେ କାମ କରେ ?
Answer:
ଯେଉଁ ଦେଶର ଜନତା ନିଜ ଅଧିକାର ଓ କର୍ଭବ୍ୟ-ଜ୍ଞାନ ସମ୍ବନ୍ଧରେ ଅଜ୍ଞ ସେଠାରେ ପ୍ରୋପାଗଣ୍ଡା ହିଁ ବିଶେଷ ଭାବରେ କାମକରେ ।

Question ୧୧ ।
ଭଲମନ୍ଦ ଚିହ୍ନିବାର ଯୋଗ୍ୟତା ଯେଉଁଠାରେ ନାହିଁ ସେଠାରେ ମୁଖ୍ୟତଃ କାହାର ଜୟ ହୁଏ ?
Answer:
ଭଲମନ୍ଦ ଚିହ୍ନିବାର ଯୋଗ୍ୟତା ଯେଉଁଠାରେ ନାହିଁ ସେଠାରେ ମୁଖ୍ୟତଃ ପ୍ରୋପାଗଣ୍ଡାର ହିଁ ଜୟ ହୁଏ ।

Question ୧୨ ।
ଆଗନ୍ତୁକକୁ ଚିହ୍ନିପାରି ଥଥମତ ଗଳାରେ ପୁରୋହିତ କ’ଣ ପଚାରିଥିଲେ ?
Answer:
ଆଗନ୍ତୁକକୁ ଚିହ୍ନିପାରି ଥତମତ ଗଳାରେ ପୁରୋହିତ ‘ପାଣୁ କିରେ’ ବୋଲି ପଚାରିଲେ ।

Question ୧୩ ।
ଗୋସେଇଁଙ୍କୁ କିଏ ଛେଳିଟିଏ ଦାନ ଦେଇଥିଲେ ?
Answer:
ଗୋସେଇଁଙ୍କୁ ଜଣେ ଯଜମାନ ଛେଳିଟିଏ ଦାନ ଦେଇଥିଲେ ।

Question ୧୪ ।
କାହାକୁ ଦେଖି ଗୋସେଇଁ ଘବରାଇ ଯାଇଥିଲେ ?
Answer:
ପାଣୁକୁ ଦେଖି ଗୋସେଇଁ ଘବରାଇ ଯାଇଥିଲେ ।

Question ୧୫ ।
ଗୋସେଇଁଙ୍କ ଆଗରେ ହଠାତ୍ ଆବିର୍ଭାବ ହୋଇଥ‌ିବା ବିରାଟକାୟ ପୁରୁଷଟି କିଏ ଥିଲା ?
Answer:
ଗୋସେଇଁଙ୍କ ଆଗରେ ହଠାତ୍ ଆବିର୍ଭାବ ହୋଇଥିବା ବିରାଟକାୟ ପୁରୁଷଟି ଥୁଲା ଅଗାଧୁ ।

Question ୧୬ ।
ଆଜି ଆମ ଦେଶରେ ଅଗଣିତ ପାଣୁ, ରାଧୁ ଓ ଅଗାଧୁ କେଉଁ ଉଦ୍ଦେଶ୍ୟରେ ବାହାରିଛନ୍ତି ?
Answer:
ଆଜି ଆମ ଦେଶରେ ଅଗଣିତ ପାଣୁ, ରାଧୁ ଓ ଅଗାଧୁ ଛେଳିକୁ କୁକୁର ଆଉ କୁକୁରକୁ ଛେଳି କରିବା ଉଦ୍ଦେଶ୍ୟରେ ବାହାରିଛନ୍ତି ।

Question ୧୭ ।
ଅନେକ କ୍ଷେତ୍ରରେ ପାଣୁ, ରାଧୁ ଓ ଅଗାଧୁମାନଙ୍କର ଜୟ ହେବାର କାରଣ କ’ଣ ?
Answer:
ଯେଉଁଠି ଶିକ୍ଷିତ ଭୋଟଦାତାମାନେ ଉଦାସୀନ, ସେଠାରେ ପାଣୁ, ରାଧୁ, ଅଗାଧୁମାନଙ୍କର ଜୟ ହେଉଛି ।

Question ୧୮ ।
ଗୁଣହୀନ ଓ ନୀତିହୀନ ପ୍ରତିନିଧୂମାନେ କିପରି କ୍ଷମତା ପାଉଛନ୍ତି ?
Answer:
ଗୁଣହୀନ ଓ ନୀତିହୀନ ପ୍ରତିନିଧିମାନେ ପ୍ରଚାର ଶକ୍ତି ବଳରେ କ୍ଷମତା ପାଉଛନ୍ତି ।

Question ୧୯ ।
ଗୁଣହୀନ ଓ ନୀତିହୀନ ପ୍ରତିନିଧୁମାନେ ବିବାଦୀ ଜନତାଙ୍କ ମଧ୍ୟରେ କେଉଁ ନ୍ୟାୟରେ ସୁବିଧା ବାଣ୍ଟୁଛନ୍ତି ?
Answer:
ଗୁଣହୀନ ଓ ନୀତିହୀନ ପ୍ରତିନିଧୁମାନେ ବିବାଦୀ ଜନତାଙ୍କ ମଧ୍ୟରେ ‘ମାଙ୍କଡ଼ ଦୁଇ ବିରାଡ଼ିଙ୍କ ମଧ୍ୟରେ ପିଠା ବାଣ୍ଟିଲା ନ୍ୟାୟରେ’ ସୁବିଧା ବାଣ୍ଟୁଛନ୍ତି ।

Question ୨୦ ।
ଜନତା ଜନାର୍ଦ୍ଦନ କାହା ପରି ଓଠ ଚାପି ପ୍ରତିନିଧୁମାନଙ୍କୁ ଅନାଇ ରହୁଛନ୍ତି ?
Answer:
ଜନତା ଜନାର୍ଦ୍ଦନ ଦୁଇ ବିରାଡ଼ିଙ୍କ ପରି ଓଠ ଚାପି ପ୍ରତିନିଧିମାନଙ୍କୁ ଅନାଇ ରହୁଛନ୍ତି ।

Question ୨୧ ।
ନେତାମାନଙ୍କର ରାଜନୈତିକ ପଟ୍ଟ ପରିବର୍ତ୍ତନ ପରେ କେଉଁ ଖେଳ ଆରମ୍ଭ ହୁଏ ?
Answer:
ନେତାମାନଙ୍କର ରାଜନୈତିକ ପଟ୍ଟ ପରିବର୍ତ୍ତନ ପରେ ବାଉଁଶ ରାଣୀ ଖେଳ ଆରମ୍ଭ ହୁଏ ।

Question ୨୨ ।
ମେଣ୍ଢାଶାଳ ଭିତରେ ଗଧୂ କେଉଁ ପୋଷାକରେ ରହେ ?
Answer:
ଗଧୂଆ ମେଣ୍ଢାଶାଳରେ ମେଣ୍ଢାର ପୋଷାକରେ ରହେ ।

Question ୨୩ ।
କେଉଁ ଶାସନ ଶ୍ରେଷ୍ଠ ଶାସନ ବୋଲି ଲେଖକ କହିଛନ୍ତି ?
Answer:
ଗଣତନ୍ତ୍ର ଶାସନ ଶ୍ରେଷ୍ଠ ଶାସନ ବୋଲି ଲେଖକ କହିଛନ୍ତି ।

Question ୨୪ ।
ଗଣତନ୍ତ୍ରରେ ଆମର ଆଜିର ଅବସ୍ଥା ପାଇଁ କାହାକୁ ଦାୟୀ କରାଯାଇଛି ?
Answer:
ଗଣତନ୍ତ୍ରରେ ଆମର ଆଜିର ଅବସ୍ଥା ପାଇଁ ଆମ ନିଜକୁ ହିଁ ଦାୟୀ କରାଯାଇଛି ।.

Question ୨୫ ।
ଗଣଶିକ୍ଷା ଓ ଗଣଚେତନାର ଅଭାବ ଥ‌ିବାଯାଏ କାହାର ସଫଳତା ଆଶା କରିବା ବିଡ଼ମ୍ବନା
Answer:
ଗଣଶିକ୍ଷା ଓ ଗଣଚେତନାର ଅଭାବ ଥିବାଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଠିକ୍ ଉତ୍ତର ପାଇଁ ୧ ନମ୍ବର ରହିବ ।

ପ୍ରବନ୍ଧ – ତିନି ତୁଣ୍ଡରେ, ପ୍ରାବନ୍ଧିକ – ଭୁବନେଶ୍ୱର ବେହେରା

Question ୧ ।
ଶାସନ କହିଲେ କ’ଣ ବୁଝାଏ ?
Answer:
ଶାସନ କହିଲେ, ଲୋକଙ୍କ ଉପରେ ଶାସନକୁ ହିଁ ବୁଝାଏ, ନିଜ ସ୍ତ୍ରୀ କିମ୍ବା ପୁଅଝିଅଙ୍କ ଉପରେ ମାଲିକାନା ଜାହିର କରିବା ନୁହେଁ ।

Question ୨ ।
ଗଣତନ୍ତ୍ର ଶାସନ କହିଲେ କ’ଣ ବୁଝାଏ ?
Answer:
ଗଣତନ୍ତ୍ର ଶାସନ କହିଲେ ଗଣ ବା ଲୋକଙ୍କଦ୍ୱାରା ଶାସନକୁ ବୁଝାଏ ।

Question ୩ ।
ଗଣତନ୍ତ୍ର ଶାସନ ସମ୍ପର୍କରେ କେଉଁ କଥା କହିବାରେ ବିଶେଷ ତାତ୍ପର୍ଯ୍ୟ ନାହିଁ ?
Answer:
ଗଣତନ୍ତ୍ର ଶାସନରେ, ‘ଗଣଙ୍କ ପାଇଁ’ ବା’ ‘ଗଣଙ୍କ ହିତ ପାଇଁ’, ସେ କଥା କହିବାର ବିଶେଷ ତାତ୍ପର୍ଯ୍ୟ ନାହିଁ ।

Question ୪ ।
ଗଣତନ୍ତ୍ର ଶାସନରେ କେଉଁ କଥା କଳ୍ପନା କରାଯାଇ ନ ପାରେ ?
Answer:
ଗଣତନ୍ତ୍ର ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନ ପାରେ ।

Question ୫ ।
ଗଣତନ୍ତ୍ର ଶାସନର ସ୍ଵାଭାବିକ ପରିଣତି କ’ଣ ବୋଲି ଯୁକ୍ତି କରାଯାଏ ?
Answer:
ଗଣତନ୍ତ୍ର ଶାସନର ସ୍ବାଭାବିକ ପରିଣତିକୁ ପ୍ରାବନ୍ଧିକ କଳ୍ପନାର ବିଳାସ ବୋଲି କହିଛନ୍ତି, କାରଣ ଏଥିରେ ପୁଞ୍ଜିପତିର – ବିଶାଳ ପ୍ରାସାଦ ଓ ଭିକାରିର ପତ୍ରକୁଡ଼ିଆ ତଥା ରାସ୍ତାକଡ଼ ମଧ୍ୟରେ ଅର୍ଥନୈତିକ ସମତା ଆଣିବା ଅସମ୍ଭବ ।

Question ୬।
ଅର୍ଥନୈତିକ ସମତାର ଆଶାକୁ ଲେଖକ କଳ୍ପନାର ବିଳାସ ବୋଲି କହିବାର କାରଣ କ’ଣ ?
Answer:
ଅର୍ଥନୈତିକ ସମତାର ଆଶାକୁ ଲେଖକ କଳ୍ପନାର ବିଳାସ ବୋଲି କହିବାର କାରଣ, ଗଣତନ୍ତ୍ରରେ ଯାହା ପ୍ରକାଶ କରାଯାଏ, ପ୍ରକୃତରେ ସେପରି କାର୍ଯ୍ୟ କରିବା ସମ୍ଭବ ନୁହେଁ ।

Question ୭।
ଗଣତନ୍ତ୍ରରେ କେଉଁପରି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଅସମ୍ଭବ ?
Answer:
ଗଣତନ୍ତ୍ରରେ ଗଣଙ୍କଦ୍ବାରା ଶାସନର ଅର୍ଥ ନୁହେଁ ଯେ ଜନତାର ସମସ୍ତେ ବ୍ୟକ୍ତିଗତ ଭାବରେ ସିଧାସଳଖ ଶାସନକର୍ତ୍ତା ହେବେ ଓ ନିଜକୁ ନିଜେ ଶାସନ କରିବେ, ଏପରି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଅସମ୍ଭବ ।

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Question ୮ ।
ଯେଉଁ ଦେଶର ଭୋଟଦାତାମାନେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ ଓ ପ୍ରତିନିଧ‌ି ବାଛିବା ସମ୍ବନ୍ଧରେ ସଚେତନ ସେମାନେ କ’ଣ ହେବାପାଇଁ ଉପଯୁକ୍ତ ?
Answer:
ଯେଉଁ ଦେଶର ଭୋଟଦାତାମାନେ ଶାସନ ସମ୍ବନ୍ଧୀୟ ଜ୍ଞାନର ସୁଶିକ୍ଷିତ ଓ ପ୍ରତିନିଧି ବାଛିବା ସମ୍ପର୍କରେ ସଚେତନ, ସେମାନେ ଲେ।କପ୍ରତିନଧି ହେବାପାଇଁ ଉପଯୁକ୍ତ ।

Question ୯ ।
କେଉଁ ଦେଶରେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ହିଁ ବିଶେଷ କାମ କରେ ?
Answer:
ଯେଉଁ ଦେଶର ଜନତା ନିଜର ଅଧିକାର ତଥା କର୍ତ୍ତବ୍ୟ ଜ୍ଞାନ ସମ୍ବନ୍ଧରେ ଅଜ୍ଞ, ସେ ଦେଶରେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ହିଁ ବିଶେଷ କାମ କରେ ।

Question ୧୦ ।
ପାଣୁ ମୁରୁକି ହସିଦେଇ ଗୋସେଇଁଙ୍କୁ କ’ଣ କହିଲା ?
Answer:
ପାଣୁ ମୁରୁକି ହସିଦେଇ କହିଲା, ‘ଗୋସେଇଁ ମହାପ୍ରଭୁ ! ଏହି ଭୋରୁ ଭୋରୁ କୁକୁରଟିକୁ କାନ୍ଧରେ ବୋହି କୁଆଡ଼ିକି ଚାଲିଛନ୍ତି ।’’

Question ୧୧ ।
ଗୋସେଇଁ କାହିଁକି ଛେଳିକୁ ବୋହି ନେଇ ଯାଉଥିଲେ ?
Answer:
ଗୋସେଇଁ ଯଜମାନ ଘରୁ ଛେଳିଟିକୁ ଆଣିଲାବେଳେ, ଛେଳିଟି ଭିଡ଼ି ଓଟାରି ହେବାରୁ ସେ ତା’କୁ କାନ୍ଧରେ ବୋହି ନେଇ ଯାଉଥିଲେ ।

Question ୧୨ ।
ପାଣୁ ବାଟକାଟି ଯାଉ ଯାଉ କ’ଣ ଟିପ୍ପଣୀ କରିଥିଲା ?
Answer:
ପାଣୁ ବାଟକାଟି ଯାଉ ଯାଉ, ଗୋସେଇଁଙ୍କ ଉପରେ ଟିପ୍‌ପଣୀ ଦେଇ କହିଲା, ‘ଯେତେ ମୂର୍ଖ ହେଲେ ବି କୁକୁରଟାକୁ ଆଉ ଚିହ୍ନି ହେବନି ? ବଡ଼ ଲୋକଙ୍କୁ ଜବାବ ନାହିଁ ପରା ।’

Question ୧୩ ।
ରାଧୁ ଗୋସେଇଁଙ୍କୁ ପ୍ରଣାମ କରି କ’ଣ କହିଲା ?
Answer:
ରାଧୁ ଗୋସେଇଁଙ୍କୁ ପ୍ରଣାମ କରି କହିଲା, ‘ନନା-କୁକୁରଟାକୁ କ’ଣ କାନ୍ଧରେ ବୋହିଛନ୍ତି ? କଳିଯୁଗ ବୋଲି କ’ଣ ସବୁ ଆଚାର ବିଚାର ଗଲା !’

Question ୧୪ ।
ରାଧୁ ବାଟକାଟି ଯାଉ ଯାଉ କ’ଣ ପଦେ ଶୁଣେଇ ଦେଇଗଲା ?
Answer:
ରାଧୁ ବାଟକାଟି ଯାଉ ଯାଉ ପଦେ ଶୁଣେଇ ଦେଇଗଲା, ‘ଛେଳି, ନା ବାଛୁରି, ହଁ ସରଗକୁ ନିଶୁଣୀ ନାହିଁ ଆଉ ……….’ କ’ଣ କହିଲା ଠିକ୍ ଶୁଣାଗଲାନି ।

Question ୧୫ ।
ଅଗାଧୁ ଭକ୍ତିପୂତ ପ୍ରଣାମ ଜଣାଇ କ’ଣ କହିଲା ?
Answer:
ଅଗାଧୁ ଭକ୍ତିପୂତ ପ୍ରଣାମ ଜଣାଇ ଚମକିପଡ଼ିଲା ପରି କହିଲା, ‘ଅବଧାନେ – ଏମିତି ଜାତିଆ କୁକୁରଟାଏ କେଉଁଠୁ ପାଇଲ ? କିଏ ବି ଛେଳି ବୋଲି ଭୁଲ୍ କରି ବସିବ । ଭଲ ଭୁକୁଛି ନା ?”’

Question ୧୬ ।
ଯେଉଁଠି ଶିକ୍ଷିତ ଭୋଟଦାତାମାନେ ଉଦାସୀନ ସେଠାରେ କ’ଣ ହେବେ ?
Answer:
ଯେଉଁଠି ଶିକ୍ଷିତ ଭୋଟଦାତାମାନେ ଉଦାସୀନ ସେଠାରେ ଅସାଧୁ ପ୍ରଚାରସର୍ବସ୍ୱମାନଙ୍କର ହିଁ ଜୟ ହୋଇଥାଏ ।

Question ୧୭ ।
ଆଜିର ଜନତା ଜନାର୍ଦ୍ଦନ ଦୁଇ ବିରାଡ଼ିଙ୍କ ପରି ପ୍ରତିନିଧୁମାନଙ୍କୁ କିପରି ଅନାଇ ରହୁଛନ୍ତି ?
Answer:
ଆଜିର ଜନତା ଜନାର୍ଦ୍ଦନ ଦୁଇ ବିରାଡ଼ିଙ୍କ ପରି ପ୍ରତିନିଧୁମାନଙ୍କୁ ଖାଲି ଓଠ ଚାଟି ମିଟିମିଟି କରି ପ୍ରତିନିଧିମାନଙ୍କୁ

Question ୧୮ ।
ଯେଉଁ ପ୍ରତିନିଧିମାନଙ୍କୁ ତରାଜୁ ଧରିବାକୁ ସୁଯୋଗ ମିଳୁନି ସେମାନେ କ’ଣ କରନ୍ତି ?
Answer:
ଯେଉଁ ପ୍ରତିନିଧୁମାନଙ୍କୁ ତରାଜୁ ଧରିବାକୁ ସୁଯୋଗ ମିଳୁନି, ସେମାନଙ୍କ ମଧ୍ୟରୁ କେତେକ ମାଙ୍କଡ଼ଚିତ୍‌ ମାରି ରାଜନୈତିକ ପଟ୍ଟ ପରିବର୍ତ୍ତନ କରୁଛନ୍ତି ।

Question ୧୯ ।
କେଉଁ କଥାର ଅଭାବ ଥିଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ବୋଲି ଲେଖକ କହିଛନ୍ତି ?
Answer:
ଗଣଶିକ୍ଷା ଓ ଗଣଚେତନାର ଅଭାବ ଥିବାଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ମାତ୍ର ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଠିକ୍ ଉତ୍ତର ପାଇଁ ୨ ନମ୍ବର ରହିବ ।

ପ୍ରବନ୍ଧ – ତିନି ତୁଣ୍ଡରେ, ପ୍ରାବନ୍ଧିକ – ଭୁବନେଶ୍ୱର ବେହେରା ।

Question ୧ ।
କେଉଁମାନଙ୍କ ପ୍ରବର୍ତ୍ତିତ ଶାସନ ଗଣସମୂହଙ୍କ ହିତପାଇଁ ବୋଲି ଡିଣ୍ଡିମ ପିଟି ଘୋଷଣା କରେ ?
Answer:
ନିଶ ଉପୁଡ଼ା ରାଜାରାଜୁଡ଼ା ଶାସନଠାରୁ ଆରମ୍ଭ କରି ଆଚାରଭ୍ରଷ୍ଟ ‘ମ’କାର ବ୍ୟଭିଚାରଗ୍ରସ୍ତ ୟାହିଆ ସାମରିକ ଏକଛତ୍ରବାଦ ପର୍ଯ୍ୟନ୍ତ ପ୍ରତ୍ୟେକ ଶାସକଗଣ ସେମାନଙ୍କ ପ୍ରବର୍ତ୍ତିତ ଶାସନକୁ ଗଣସମୂହଙ୍କ ହିତ ପାଇଁ ବୋଲି ଡିଣ୍ଡିମ ପିଟି ଘୋଷଣା କରିଥାଏ ।

Question ୨ ।
ଗଣତନ୍ତ୍ର ଶାସନର ସ୍ଵାଭାବିକ ପରିଣତି କ’ଣ ବୋଲି ଯୁକ୍ତି କରାଯାଏ ?
Answer:
ଗଣତନ୍ତ୍ର ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନ ପାରେ । ତେଣୁ ସାମାଜିକ ନ୍ୟାୟ, ଅର୍ଥନୈତିକ ସମତା, ବ୍ୟକ୍ତିଗତ ଅଧିକାର ଓ ବ୍ୟକ୍ତିଗତ ସ୍ଵାଧୀନତା ଲାଭ ସଙ୍ଗେ ସଙ୍ଗେ ସମଷ୍ଟିଗତ ପ୍ରଗତି ଏ ଶାସନର ସ୍ଵାଭାବିକ ପରିଣତି ବୋଲି ଯୁକ୍ତି କରାଯାଏ ।

Question ୩ ।
ଗଣତନ୍ତ୍ରକୁ ଯାହା ବୋଲି ଘୋଷଣା କରାଯାଏ ସତରେ କାହିଁକି ସେ ତାହା ନୁହେଁ ବୋଲି ମନରେ ପ୍ରଶ୍ନ ଉଠେ ?
Answer:
କୁସଂସ୍କାରପୂର୍ଣ ସାଧାରଣ ଶିକ୍ଷାବିହୀନ ସମାଜରେ ବ୍ୟକ୍ତିଗତ ଅଧିକାର ଚିଲିକା ମାଛ ପରି ସ୍ଵପ୍ଲିଳ ଓ ଦୁଷ୍ପାପ୍ୟ, ଆଉ ସମଷ୍ଟିଗତ ପ୍ରଗତି ଆକାଶ କଇଁଆ ପରି କପୋଳକଳ୍ପିତ । ତେଣୁ ମନରେ ପ୍ରଶ୍ନ ଉଠେ ଯେ ଗଣତନ୍ତ୍ରକୁ ଯାହା ବୋଲି ଘୋଷଣା କରାଯାଏ, ସତରେ ତାହା ନୁହେଁ ।

Question ୪ ।
‘ଗଣଙ୍କଦ୍ବାରା’ ଶାସନର ଅର୍ଥ କ’ଣ ବୋଲି ଲେଖକ କହିଛନ୍ତି ?
Answer:
‘ଗଣଙ୍କଦ୍ବାରା’ ଶାସନର ଅର୍ଥ ବ୍ୟକ୍ତିଗତ ଭାବରେ କେହି ଶାସନକର୍ତ୍ତା ହୋଇ ନିଜକୁ ଶାସନ କରିବେ ନାହିଁ । ଗଣତନ୍ତ୍ରରେ ଜନତା ବା ଗଣମାନେ ସେମାନଙ୍କ ପ୍ରତିନିଧ‌ିକୁ ବାଛନ୍ତି ଏବଂ ସେହିମାନଙ୍କ ହାତରେ ଶାସନକ୍ଷମତା ଓ ଶାସନଭାର ଜାଣିଶୁଣି ସମର୍ପି ଦେଇଥା’ନ୍ତି । ଲୋକପ୍ରତିନିଧୁ ମନୋନୟନ, ଗଣତନ୍ତ୍ରର ମେରୁଦଣ୍ଡ ।

Question ୫ ।
କେଉଁ ଦେଶର ଭୋଟଦାତାମାନେ ଲୋକ-ପ୍ରତିନିଧି ହେବାପାଇଁ ଉପଯୁକ୍ତ ?
Answer:
ଯେଉଁ ଦେଶର ଲୋକମାନେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ, ନିଜ ନାଗରିକ ଅସ୍ଵୀକାର ତଥା ପ୍ରତିନିଧ୍ ବାଛିବାର ଗୁରୁତ୍ଵ ସମ୍ବନ୍ଧରେ ସଚେତନ, ସେ ଦେଶମାନଙ୍କରେ ଭୋଟଦାତାମାନେ ଲୋକ ପ୍ରତିନିଧ୍ଵ ହେବାପାଇଁ ଉପଯୁକ୍ତ ।

Question ୬ ।
କେଉଁ ଉପଯୁକ୍ତ ବ୍ୟକ୍ତିକୁ ପ୍ରତିନିଧ୍ ରୂପେ ବାଛିବା ଉଚିତ୍ ?
Answer:
ଗଣତନ୍ତ୍ର ଶାସନରେ ଜନପ୍ରତିନିଧିମାନେ ହିଁ ଜନତାଙ୍କୁ ଶାସନ କରିଥା’ନ୍ତି । ତେଣୁ ବ୍ୟକ୍ତିର ଦୋଷଗୁଣ, କ୍ରିୟାକଳାପ, ଚିନ୍ତାଧାରା ଓ ମାନସିକ ଦୃଷ୍ଟିକୋଣ, ସାଧୁତା ଓ ସଟପଣିଆ ତଥା କାର୍ଯ୍ୟଦକ୍ଷତା ସମ୍ପର୍କରେ ବ୍ୟକ୍ତିଗତ ଭାବରେ ଜ୍ଞାନ ସଂଗ୍ରହ କରି ଉପଯୁକ୍ତ ବ୍ୟକ୍ତିକୁ ହିଁ ପ୍ରତିନିଧୂରୂପେ ବାଛିବା ଉଚିତ ।

Question ୭ ।
କାହାକୁ ବିରାଡ଼ି ବୈଷ୍ଣବ ବୋଲି କୁହାଯାଇଛି ?
Answer:
ଯେଉଁମାନେ ଜନପ୍ରତିନିଧ୍ ହେବାପାଇଁ ନିଜେ ନିଜର ପେଁକାଳି ବଜାଇ, ସଭା ସମିତିରେ ଛାତି ପିଟି, ବାହାସ୍ଫୋଟ ମାରି, ଧୂଆଁବାଣ ଛାଡ଼ି, ଭଡ଼ାଟିଆ ଲୋକଙ୍କ ସାହାଯ୍ୟରେ ଡ୍ରମ୍ ବାଡ଼େଇ, ଧନ, କାର୍ପଣ୍ୟ ଓ ସେବାର ସାମୟିକ ଆଶ୍ରୟନେଇ ପ୍ରତିଦ୍ବନ୍ଦୀମାନଙ୍କ କୁତ୍ସାରଟନା କରି, ସେମାନଙ୍କ ଲୋକଙ୍କୁ ଭୟ ଦେଖାଇ ପ୍ରଚାର ବଳରେ କଳାକୁ ଧଳା ଓ ଧଳାକୁ କଳା କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କୁ ବିରାଡ଼ି ବୈଷ୍ଣବ ଜନପ୍ରତିନିଧ୍ ବୋଲି କୁହାଯାଇଛି ।

Question ୮।
ପାଣୁର ରୂପ କିପରି ଥିଲା ?
Answer:
ପାଣୁ ଥିଲା ପ୍ରଥମ ଠକ ଏବଂ ତାହାର ରୂପ ଥିଲା ଭୟଙ୍କର । କଳା ମଚମଚ ଦେହ ସାଙ୍ଗକୁ କହରା ନିଶ । ମେହେଗାନି କାଠରେ କୁନ୍ଦିଲାପରି ହାତ ଆଉ ଫୁଲ୍‌କା ରୁଟିପରି ଫୁଲି ଉଠିଥିବା ଚୌଡ଼ାଛାତି । ହାତରେ ଧରିଥିଲା ଲାଠି । ତାହାକୁ ଦେଖୁ ବ୍ରାହ୍ମଣ ଗୋସେଇଁଙ୍କ ଆଖି ତାଳୁକୁ ଖୋସି ହୋଇଗଲା, ଆଉ ଦେହରୁ ଗମ୍ ଗମ୍ ଝାଳ ବୋହିଗଲା ।

Question ୯ ।
ଗୋସେଇଁ ମହାରାଜ ସପ୍ରତିଭ ହୋଇସାରିବା ପରେ ପାଣୁକୁ କ’ଣ କହିଥିଲେ ?
Answer:
ଗୋସେଇଁ ମହାରାଜା ପାଣୁକୁ ପ୍ରଥମେ ଦେଖି ଡରିଯାଇଥିଲେ ବି ପରେ ସପ୍ରତିଭ ହୋଇ ପାଣୁକୁ କହିଲେ ‘ହଇରେ ପାଣୁ, ସତରେ କ’ଣ ୬୦ ବର୍ଷ ନ ପୂରିଲେ ତମମାନଙ୍କର ବୁଦ୍ଧି ହୁଏ ନାହିଁ । ଛେଳି କିଏ କୁକୁର କିଏ ତୁ ଚିହ୍ନି ପାରୁନୁ । ଯଜମାନ ଛେଳିଟିଏ ଦାନ କଲେ – ସାଙ୍ଗରେ ଆଣିଲା ବେଳକୁ ସେ ଭିଡ଼ି ଓଟାରି ହେଉଥୁଲା, ବୋହିନେଇ ଯାଉଛି ।’’

Question ୧୦ ।
ରାଧୁର କଥା ଶୁଣି ପୁରୋହିତ କ’ଣ କଲେ ?
Answer:
ରାଧୁର କଥା ଶୁଣି ପୁରୋହିତଙ୍କ ମନରେ ସନ୍ଦେହ ଦେଖାଦେଲା । ସେ ଛେଳିଟିକୁ କାନ୍ଧରୁ ଓହ୍ଲାଇ ତାହାକୁ ପରଖି ନେଲେ । ନିଜ ଆଖି ଦୁଇଟିକୁ ଭଲକରି ମକଚି ଛେଳିର ଲାଞ୍ଜଟିକୁ ହଲାଇ ଦେଖିଲେ । ବୋହି ଆଣିଲାବେଳେ କେଉଁଠି ମେଁ ମେଁ କରିଥିଲା, ତାହାକୁ ମନେ ପକାଇବାକୁ ଚେଷ୍ଟା କରିଥିଲେ । ଶେଷରେ କହିଲେ, ‘କିରେ ରାଧୁ – ଛେଳିଟାକୁ ଚିହ୍ନିପାରୁନୁ କିରେ ?”

Question ୧୧ ।
ଅଗାଧୁ କଥା ଶୁଣି ପୁରୋହିତ କ’ଣ କଲେ ?
Answer:
ଅଗାଧୁ କଥା ଶୁଣିବା ପୂର୍ବରୁ ପୁରୋହିତ ପାଣୁ ଓ ରାଧୁଠାରୁ ଛେଳିକୁ କୁକୁର ବୋଲି ଶୁଣିଥିଲେ । ଅଗାଧୁ ଛେଳିଟିକୁ ଜାତିଆ କୁକୁର ବୋଲି କହିବାରୁ, ପୁରୋହିତ ସେଇଠି ଛେଳିଟିକୁ ରାସ୍ତା ଉପରେ ଠିଆ ଠିଆ କଚାଡ଼ି ଦେଲେ । ରାଗରେ, ଲାଜରେ ଆଉ ଭଲ ଚଷମା ହଳଟିଏ ନ କିଣି, ଏମିତି ହଟହଟା ହୋଇଥିବା ଯୋଗୁଁ ଦୁଃଖରେ ନିଜ କରମକୁ ନିନ୍ଦି, ଯଜମାନକୁ ଅଭିଶାପ ଦେଇ ଦେଇ ଗାଁ ଆଡ଼କୁ ଦଉଡ଼ିଥିଲେ ।

Question ୧୨ ।
ମାଙ୍କଡ଼ଚିତ୍ ମାରୁଥିବା ନେତାମାନେ କ’ଣ କରନ୍ତି ?
Answer:
ମାଙ୍କଡ଼ଚିତ୍ର ମାରୁଥ‌ିବା ନେତାମାନେ ରାଜନୈତିକ ପଟ୍ଟ ପରିବର୍ତ୍ତନ କରନ୍ତି । ତା’ପରେ ଆରମ୍ଭ କରନ୍ତି ବାଉଁଶରାଣୀ ଖେଳ । କେଉଁ ନେତା ଲାଠିଟିଏ ଧରି, ଆଉ କିଏ ରଙ୍ଗ ବେରଙ୍ଗର ଛତାଟିଏ ଧରି ଦୁଇ ବାଉଁଶ ଖୁଣ୍ଟ ମଧ୍ୟରେ ବନ୍ଧା ହୋଇଥିବା ତା’ର ଦଉଡ଼ିରେ କାରସାଦି ଦେଖାଉ ଦେଖାଉ ବେଳେବେଳେ ବିଚିତ୍ର ଗତିରେ ଗୋଟିଏ ଗୋଡ଼ରେ ଭଅଁର ଖେଳି ଦିଗ ପରିବର୍ତ୍ତନ କରି ନେଉଛନ୍ତି ।

Question ୧୩ ।
ଲେଖକ ଗଣତନ୍ତ୍ରଙ୍କୁ କାହିଁକି ଦୋଷୀ କରି ନାହାଁନ୍ତି ?
Answer:
ଲେଖକ ଗଣତନ୍ତ୍ରକୁ ଦୋଷୀ କରିନାହାନ୍ତି ବରଂ ଗଣତନ୍ତ୍ର ଶାସନ ଶ୍ରେଷ୍ଠ ଶାସନ ବୋଲି କହିଛନ୍ତି । ଆମେ ଗଣତନ୍ତ୍ର ଶାସନ ପାଇଁ ଉପଯୁକ୍ତ ହୋଇନାହୁଁ । ଆଜି ଆମର ଏ ଅବସ୍ଥା ପାଇଁ ଆମେ ହିଁ ଦାୟୀ । ଗଣଶିକ୍ଷା ଓ ଗଣଚେତନା ନଥିବା ଯାଏ ଗଣତନ୍ତ୍ରର ସଫଳତା ଆଶା କରାଯାଇ ପାରିବ ନାହିଁ ।

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧।
‘ତିନି ତୁଣ୍ଡରେ’ ନାମକରଣର ସାର୍ଥକତା ପ୍ରତିପାଦନ କର ।
Answer:
ଆଧୁନିକ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଜଣେ ସମର୍ଥ ଗଦ୍ୟସ୍ରଷ୍ଟା ପ୍ରାବନ୍ଧିକ ଭୁବନେଶ୍ଵର ବେହେରା । ସାଂପ୍ରତିକ ମଣିଷର ରୀତିନୀତି, ଆଚାର ବିଚାର, ଜୀବନ ଦର୍ଶନ, ବିଜ୍ଞାନକୁ ନେଇ ସେ ପ୍ରବନ୍ଧ ରଚନା କରିଛନ୍ତି । ସାଧାରଣ କଥାକୁ ବିଭିନ୍ନ ଉଦାହରଣ ଦେଇ, ଲୋକକାହାଣୀ ବା ପୌରାଣିକ ପ୍ରସଙ୍ଗକୁ ଉପସ୍ଥାପନ କରି, ସହଜ ସରଳ ଭାଷାରେ ପ୍ରକାଶ କରନ୍ତି । ଆଲୋଚ୍ୟ ‘ତିନି ତୁଣ୍ଡରେ’ ପ୍ରବନ୍ଧରେ ସେ ଗଣତନ୍ତ୍ର ଶାସନ ପଦ୍ଧତିର ମହତ୍ତ୍ଵକୁ ପ୍ରକାଶ କରିଛନ୍ତି । ଗଣତନ୍ତ୍ର ଶାସନ ସର୍ବୋତ୍କୃଷ୍ଟ ହେଲେ ବି ଅନେକ ସମୟରେ ଲୋକମାନଙ୍କର ଅଶିକ୍ଷା ଓ ନିଜର ଅଧିକାର ସମ୍ପର୍କରେ ଅଜ୍ଞତା ଗଣତନ୍ତ୍ରକୁ ଦିଗଭ୍ରଷ୍ଟ କରୁଛି । ଆକ୍ଷରିକ ଦୃଷ୍ଟିରୁ ବିଚାର କଲେ, ଗଣଙ୍କର ଶାସନ ହେଉଛି ଗଣତନ୍ତ୍ର । ମାତ୍ର ପ୍ରକୃତରେ ଗଣ ବା ଜନତା ନିଜର ପ୍ରତିନିଧ୍ ବାଛି ପରୋକ୍ଷଭାବରେ ନିଜକୁ ନିଜେ ଶାସନ କରିଥା’ନ୍ତି ।

ସବୁ ଶାସନ ପଦ୍ଧତି ମଧ୍ୟରେ ଗଣତନ୍ତ୍ର ଶାସନ ହିଁ ଉତ୍କୃଷ୍ଟ । ‘ଗଣଙ୍କଦ୍ବାରା’, ‘ଗଣଙ୍କ ପାଇଁ’, ‘ଗଣଙ୍କର ଶାସନ’ ହିଁ ଗଣତନ୍ତ୍ର ଶାସନ । ଗଣଙ୍କ ପାଇଁ, ଅର୍ଥାତ୍ ଗଣଙ୍କର ହିତ ପାଇଁ, ଗଣଙ୍କଦ୍ବାରା ଲୋକମାନେ ନିଜକୁ ନିଜେ ଶାସନ କରନ୍ତି । ତେଣୁ ଏହି ଶାସନ ବ୍ୟବସ୍ଥାରେ ସମସ୍ତେ ସମାନ । କେହି ବଡ଼ ନୁହଁନ୍ତି କିମ୍ବା କେହି ସାନ ନୁହଁନ୍ତି । ଗଣଙ୍କଦ୍ଵାରା ଶାସନରେ ଗଣମାନେ ନିଜକୁ ସିଧାସଳଖ ଶାସନକର୍ତ୍ତା ବୋଲି ବିଚାର କରିନାହାଁନ୍ତି । ସିଧାସଳଖ ଶାସନକର୍ତ୍ତା ହୁଅନ୍ତି ଏହି ଗଣ ବା ଜନତାର ପ୍ରତିନିଧ୍ଵ । ସେମାନଙ୍କୁ ଜନତାମାନେ ବାଛନ୍ତି, ସେମାନଙ୍କ ହାତରେ ଶାସନ କ୍ଷମତା ଓ ଶାସନଭାର ଜାଣିଶୁଣି ନିଜେ ସମର୍ପି ଦେଇଥା’ନ୍ତି । ଲୋକ ପ୍ରତିନିଧ୍ଵ ମନୋନୟନ ଗଣତନ୍ତ୍ରର ମେରୁଦଣ୍ଡ ।

ଯେଉଁ ଦେଶରେ ଲୋକେ ଶାସନ ସମ୍ବନ୍ଧରେ ସୁଶିକ୍ଷିତ, ସେମାନେ ଉପଯୁକ୍ତ ପ୍ରତିନିଧୁ ବାଛିଥା’ନ୍ତି । ମାତ୍ର ଯେଉଁ ଦେଶରେ ଜନତା ନିଜ ଅଧିକାର ତଥା କର୍ତ୍ତବ୍ୟଜ୍ଞାନ ସମ୍ବନ୍ଧରେ ଅଜ୍ଞ, ସେ ଦେଶମାନଙ୍କରେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ହିଁ ବିଶେଷ ଭାବରେ କାମ କରିଥାଏ । ପ୍ରୋପାଗଣ୍ଡା ଯେ କ’ଣ କରିପାରେ ଏହାକୁ ସ୍ପଷ୍ଟ କରିବାପାଇଁ ପ୍ରାବନ୍ଧିକ ବହୁ ପ୍ରଚଳିତ କାହାଣୀ, ‘ତିନିତୁଣ୍ଡରେ ଛେଳି କୁକୁର’ କାହାଣୀକୁ ଚମତ୍କାର ଭାବରେ ଉପସ୍ଥାପିତ କରିଛନ୍ତି । ବର୍ତ୍ତମାନ ସମୟରେ ଲୋକମାନଙ୍କୁ ବହୁଭାବରେ ପ୍ରଭାବିତ କରିବାପାଇଁ, ପ୍ରଚାରପତ୍ର, କାନ୍ଥବାଡ଼ ଲେଖା, ସିନେମାହଲ୍‌ର ପର୍ଦା, ରେଡ଼ିଓ, ଦୂରଦର୍ଶନଠାରୁ ଆରମ୍ଭ କରି ସଭାସମିତି, ଶୋଭଯାତ୍ରା କରି, ଭଲକୁ ଭେଲ ଓ ଭେଲକୁ ଭଲ କରାଯାଉଛି । ଆଉ ଯେଉଁମାନେ କୌଣସି ଉପାୟରେ ଜନତାଙ୍କୁ ଠକି ପ୍ରତିନିଧ୍ଵ ହେଉଛନ୍ତି, ସେମାନେ ମାଙ୍କଡ଼ ଦୁଇ ବିରାଡ଼ିଙ୍କ ମଧ୍ୟରେ ପିଠା ବାଣ୍ଟିଲା ଭଳି, ନିଜ ସୁବିଧା ଦେଖୁଛନ୍ତି । ଜନତା ଜନାର୍ଦ୍ଦନ କେବଳ ଦୁଇ ବିରାଡ଼ିଙ୍କ ପରି ଓଠ ଚାଟୁଛନ୍ତି ସିନା; ହେଲେ କିଛି କରିପାରୁ ନାହାଁନ୍ତି । ପୁନଶ୍ଚ କେତେକ ନେତା ଦଳବଦଳ କରି ନିଜର ସୁବିଧା ହାସଲ କରିବାକୁ ଚାହୁଁଛନ୍ତି ।

ପ୍ରବନ୍ଧର ଶେଷରେ ପ୍ରାବନ୍ଧିକ ଗଣତନ୍ତ୍ରକୁ ସବୁଠାରୁ ଭଲ ଶାସନ ପଦ୍ଧତି ବୋଲି କହିଥିଲେ ବି, ଗଣଶିକ୍ଷା ଓ ଗଣଚେତନାର ଅଭାବ ଥ‌ିବାଯାଏ, ଏହା ସଫଳ ହୋଇପାରିବ ନାହିଁ ବୋଲି ସୂଚନା ଦେଇଛନ୍ତି ।

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Question ୨ ।
‘ଗଣତନ୍ତ୍ର’ ଶାସନ ପଦ୍ଧତି ସମ୍ପର୍କରେ ଲେଖକଙ୍କ ଅଭିମତ ବୁଝାଅ ।
Answer:
ପ୍ରାବନ୍ଧିକ ଭୁବନେଶ୍ୱର ବେହେରା ଜଣେ ଯଶସ୍ବୀ ପ୍ରାବନ୍ଧିକ ଭାବରେ ଓଡ଼ିଆ ସାହିତ୍ୟରେ ପରିଚିତ । ସମାଜଭିଭିକ ତଥ୍ୟ ସହିତ ସେ ସାଧାରଣ କଥାକୁ ବିଭିନ୍ନ ଉଦାହରଣ ଦେଇ ସୁନ୍ଦର ଭାବରେ ବୁଝାଇଥା’ନ୍ତି । ଆଲୋଚ୍ୟ ‘ତିନି ତୁଣ୍ଡରେ’ ପ୍ରବନ୍ଧରେ ସେ ଗଣତନ୍ତ୍ର ଶାସନ ପଦ୍ଧତିର ତ୍ରୁଟିବିଚ୍ୟୁତିକୁ ସୁନ୍ଦର ଭାବରେ ବିଭିନ୍ନ କାହାଣୀ ମାଧ୍ୟମରେ ପ୍ରକାଶ କରିଛନ୍ତି । ଆମ ସାମାଜିକ ବ୍ୟବସ୍ଥାରେ ଯେତେଗୁଡ଼ିଏ ଶାସନ ପଦ୍ଧତି ରହିଛି, ସେଗୁଡ଼ିକ ମଧ୍ୟରେ ସର୍ବୋତ୍କୃଷ୍ଟ ହେଉଛି ଗଣତନ୍ତ୍ର । ମାତ୍ର ଗଣତନ୍ତ୍ରରେ ଗଣମାନଙ୍କର ଅଶିକ୍ଷା ଓ ଅସଚେତନତା ଗଣତନ୍ତ୍ର ଶାସନକୁ ଉପଯୁକ୍ତ ଭାବରେ କାର୍ଯ୍ୟ କରିବାକୁ ସୁଯୋଗ ଦେଉନାହିଁ ।

ଗଣତନ୍ତ୍ର ଶାସନ ହେଉଛି ‘ଗଣଙ୍କଦ୍ବାରା’ ଶାସନ । ଏଥିରେ ଜନତାଙ୍କଦ୍ୱାରା ଜନତାର ଶାସନ ପ୍ରତ୍ୟକ୍ଷ ନ ହୋଇ ପରୋକ୍ଷ ହେବାହିଁ ସ୍ଵାଭାବିକ । ସିଧାସଳଖ ଭାବରେ ଶାସନ ଦାୟିତ୍ଵ ତୁଲାଇଥା’ନ୍ତି ଜନତାର ପ୍ରତିନିଧ୍ଵ । ସେହି ପ୍ରତିନିଧୁମାନଙ୍କୁ ସେମାନେ ନିଜେ ବାଛନ୍ତି ଓ ଯାହାଙ୍କ ହାତରେ ଶାସନ କ୍ଷମତା ଓ ଶାସନଭାର ଜାଣିଶୁଣି ଦେଇଥା’ନ୍ତି । ସୁତରାଂ ଲୋକ ପ୍ରତିନିଧୂ ମନୋନୟନ ହେଉଛି ଗଣତନ୍ତ୍ରର ମେରୁଦଣ୍ଡ । ଯେଉଁ ଦେଶର ଲୋକମାନେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ, ସେମାନେ କେବଳ ଯଥାର୍ଥ ପ୍ରତିନିଧ୍ ବାଛି ପାରିବେ । ସେ ଦେଶର ଭୋଟଦାତାମାନେ ଲୋକପ୍ରତିନିଧ୍ ହେବାପାଇଁ ଉପଯୁକ୍ତ । ଅନ୍ୟଭାବରେ ବିଚାର କଲେ ଯେଉଁ ଦେଶରେ ଜନତା ନିଜ ଅଧିକାର ତଥା କର୍ତ୍ତବ୍ୟଜ୍ଞାନ ସମ୍ବନ୍ଧରେ ଅଜ୍ଞ, ସେ ଦେଶରେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ବେଶି କାମ କରିଥାଏ । ଭଲମନ୍ଦ ଚିହ୍ନିବାର ଯୋଗ୍ୟତା ଯେଉଁଠାରେ ନ ଥାଏ, ସେଠାରେ ମୁଖ୍ୟତଃ ପ୍ରୋପାଗଣ୍ଡା ହିଁ କାର୍ଯ୍ୟ କରିଥାଏ । ଏହାକୁ ସ୍ପଷ୍ଟ କରିବାପାଇଁ ପ୍ରାବନ୍ଧିକ ‘ତିନି ତୁଣ୍ଡରେ ଛେଳି କୁକୁର’ କାହାଣୀକୁ ।

ପ୍ରୋପାଗଣ୍ଡା ବା ପ୍ରଚାର ଶକ୍ତି ବଳରେ ଗୁଣହୀନ, ନୀତିହୀନ ପ୍ରତିନିଧୁମାନେ କ୍ଷମତା ପାଇଥା’ନ୍ତି । ସେମାନେ ଗରିବ ଦେଶର ବିବାଦୀ ଜନତାଙ୍କ ମଧ୍ୟରେ ସୀମିତ ସୁବିଧା ବାଣ୍ଟିଲାବେଳେ, ମାଙ୍କଡ଼ ଦୁଇ ବିରାଡ଼ିଙ୍କ ପିଠା ବାଣ୍ଟିଲା ନ୍ୟାୟରେ ନିଜର ସୁବିଧା ଅନୁସାରେ ପକେଟ ଭରିଥା’ନ୍ତି । ବିଚରା ଜନତା ଜନାର୍ଦ୍ଦନ ଦୁଇ ବିରାଡ଼ିଙ୍କ ପରି ଖାଲି ଓଠ ଚାଟି ଏହି ପ୍ରତିନିଧ‌ିମାନଙ୍କୁ ମିଟି ମିଟି କରି ଅନାଇ ରହୁଛନ୍ତି । ପୁନଶ୍ଚ ଯେଉଁମାନଙ୍କର ତରାଜୁ ଧରିବାର ସୁଯୋଗ ମିଳେ ନାହିଁ, ସେମାନେ ମାଙ୍କଡ଼ଚିତ୍ ମାରି ରାଜନୈତିକ ପଟ୍ଟ ପରିବର୍ତ୍ତନ କରନ୍ତି । ରାଜନୀତିରେ ଏହି ଖେଳ ସବୁବେଳେ ଲାଗି ରହିଥାଏ ।

ଗଣତନ୍ତ୍ର ଶାସନର ଦୋଷ ନ ଥିଲେ ବି ଗଣଶିକ୍ଷା ଓ ଗଣଚେତନାର ଅଭାବ ହିଁ, ଗଣତନ୍ତ୍ରକୁ ଉପଯୁକ୍ତ ବାଟରେ ନେଇ ପାରୁନାହିଁ । ଆମେ ଯେଉଁଦିନ ନିଜ କର୍ତ୍ତବ୍ୟ ଓ ଦାୟିତ୍ଵ ସମ୍ବନ୍ଧରେ ସଚେତନ ହେବା, ସେଦିନ ଗଣତନ୍ତ୍ର ଉପଯୁକ୍ତ କାର୍ଯ୍ୟ କରିବ ।

Question ୩ ।
ସ୍ଵାଧୀନତା ପରବର୍ତ୍ତୀ କାଳର ଗଣତନ୍ତ୍ର କିପରି ପ୍ରୋପାଗଣ୍ଡାଧର୍ମୀ ହୋଇଛି ପଠିତ ପ୍ରସଙ୍ଗ ଭିତ୍ତିରେ ଆଲୋଚନା କର ।
Answer:
ପ୍ରାବନ୍ଧିକ ଭୁବନେଶ୍ୱର ବେହେରାଙ୍କ ବିଶେଷତା ଥୁଲା, ସେ ବୃତ୍ତିରେ ଇଞ୍ଜିନିୟର ଥିଲେ ବି ପ୍ରବୃତ୍ତିରେ ଥିଲେ ସାହିତ୍ୟ ସ୍ରଷ୍ଟା । ସେ ଏକାଧାରରେ ପ୍ରାବନ୍ଧିକ, ଲଳିତ ନିବନ୍ଧକାର ଓ ରମ୍ୟରଚନା ଲେଖକ ଭାବରେ ସୁପ୍ରତିଷ୍ଠିତ ଥିଲେ ।

ଦୀର୍ଘଦିନଧରି ପରାଧୀନ ରହିଲା ପରେ ଆମ ଦେଶ ସ୍ଵାଧୀନ ହେଲା । ଗଣତନ୍ତ୍ର ନିୟମରେ ଆମ ଦେଶକୁ ଆମେ ଶାସନ କଲେ । ମାତ୍ର ଏହି ଶାସନ ବାହାରକୁ ଯେତେ ଉତ୍ତମ ଜଣାଗଲେ ମଧ୍ୟ, ବାସ୍ତବ କ୍ଷେତ୍ରରେ ତାହା ସେତେ ସଫଳ ହୋଇପାରିଲା ନାହିଁ । ଗଣତନ୍ତ୍ରର ଏହି ବିଫଳତା ପାଇଁ ପ୍ରାବନ୍ଧିକ ଅଶିକ୍ଷା ଓ ଚେତନାର ଅଭାବକୁ ଦାୟୀ କରିଛନ୍ତି ।

ଯେଉଁ ଦେଶର ଲୋକମାନେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ, ନିଜ ନାଗରିକ ଅଧ୍ୟାର ତଥା ପ୍ରତିନିଧ୍ ବାଛିବାର ଗୁରୁତ୍ଵ ସମ୍ବନ୍ଧରେ ସଚେତନ, ସେ ଦେଶରେ ଉପଯୁକ୍ତ ପ୍ରତିନିଧୂ ବଛାଯାଇପାରିବ । ମାତ୍ର ବର୍ତ୍ତମାନ ସମୟରେ ଆମ ଦେଶର ଜନତାମାନେ ନିଜ ଅଧ‌ିକାର ତଥା କର୍ତ୍ତବ୍ୟ ସମ୍ବନ୍ଧରେ ଆଦୌ ସଚେତନ ନୁହଁନ୍ତି । ସେମାନେ ପ୍ରତିନିଧ୍ ବାଛିଲାବେଳେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ଉପରେ ଅଧ୍ଵ ଧ୍ୟାନ ଦେଇଥା’ନ୍ତି । ସ୍ଵାର୍ଥସର୍ବସ୍ଵ ଲୋକମାନେ, ସାଧାରଣ କରିଛନ୍ତି । ପ୍ରଚାର ବା ପ୍ରୋପାଗଣ୍ଡା ସମ୍ପର୍କରେ ପ୍ରାବନ୍ଧିକ ଲେଖିଛନ୍ତି – ‘ଏପରି ଦେଶମାନଙ୍କରେ କେତେ ବିରାଡ଼ି ବୈଷ୍ଣବ ଶାସନ କ୍ଷମତା ପାଇବା ଲୋଭରେ ଜନତାର ପ୍ରତିନିଧି ହେବାକୁ ବାହାରି ପଡ଼ନ୍ତି, ଆଉ ନିଜେ ନିଜର ପେଁକାଳି ବଜାଇ, ସଭାସମିତିରେ ଛାତି ପିଟି, ବାହାସ୍ଫୋଟ ମାରି, ଧୂଆଁବାଣ ଛାଡ଼ି, ଭଡ଼ାଟିଆ ଲୋକଙ୍କ ସାହାଯ୍ୟରେ ଡ୍ରମ୍ ବାଡ଼େଇ, ଧନ କାର୍ପଣ୍ୟ ଓ ସେବାର ସାମୟିକ ଆଶ୍ରୟ ନେଇ ପ୍ରତିଦ୍ବନ୍ଦୀମାନଙ୍କ କୁତ୍ସାରଟନା କରି, ସେମାନଙ୍କ ଲୋକଙ୍କୁ ଭୟ ଦେଖାଇ ପ୍ରଚାର ବଳରେ -ଧଳାକୁ କଳା ଓ କଳାକୁ ଧଳା କରିବାକୁ ଚେଷ୍ଟା କରିଥା’ନ୍ତି ।’’ ଏହି ପ୍ରଚାରସର୍ବସ୍ଵ ମଣିଷମାନେ କିପରି ଭଲକୁ ଭେଲ କରିଥା’ନ୍ତି, ତାହାକୁ ପ୍ରମାଣ କରିବାପାଇଁ ପ୍ରାବନ୍ଧିକ, ‘ତିନି ତୁଣ୍ଡରେ ଛେଳି କୁକୁର’ ଗଳ୍ପକୁ ଚମତ୍କାର ଭାବେ ବର୍ଣ୍ଣନା କରିଛନ୍ତି ।

ପ୍ରୋପାଗଣ୍ଡାସର୍ବସ୍ଵ ନେତାମାନେ ଅନେକ ଅସାଧୁ ଉପାୟ ଅବଲମ୍ବନ କରନ୍ତି । ଏପରିକି ପ୍ରଚାରପତ୍ର, କାନ୍ଥବାଡ଼ ଲେଖା, ସିନେମାହଲ୍‌ର ପର୍ଦା, ରେଡ଼ିଓ, ଦୂରଦର୍ଶନ, ସଭାସମିତି,
ସାଧାରଣ ଲୋକଙ୍କୁ ଭୁଲାଇ ଦେଇଥା’ନ୍ତି । ମିଥ୍ୟା କହି ଥରେ ପ୍ରତିନିଧ୍ ହୋଇଗଲେ, ଲୋକଙ୍କୁ ବହୁଭାବରେ ଶୋଷଣ କରିଥା’ନ୍ତି ।

ବାସ୍ତବିକ ପ୍ରାବନ୍ଧିକ ଏଥୁରେ ଗଣତନ୍ତ୍ରର ଦୁର୍ବଳ ଦିଗକୁ ଉଦାହରଣ ମାଧ୍ୟମରେ ଦେଖାଇଛନ୍ତି ।

Question ୪ ।
‘‘ଗଣଶିକ୍ଷା ଓ ଗଣଚେତନାର ଅଭାବ ଥ‌ିବାଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ମାତ୍ର’’ – ଲେଖକଙ୍କ ଏହି ଭକ୍ତିର ସତ୍ୟତା ପ୍ରତିପାଦନ କର ।
Answer:
ପ୍ରାବନ୍ଧିକ ଭୁବନେଶ୍ଵର ବେହେରା ‘ତିନି ତୁଣ୍ଡରେ’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ପ୍ରାବନ୍ଧିକଙ୍କ ବିଚାରରେ ଗଣତନ୍ତ୍ର ଏକ ଶାସନ ବ୍ୟବସ୍ଥା । ପୂର୍ବରୁ ରାଜତନ୍ତ୍ର ଶାସନ ପ୍ରଚଳିତ ଥିଲା । ରାଜା ଥିଲେ ରାଜ୍ୟର ସର୍ବେସର୍ବା । ଫଳରେ ରାଜା ହେଲେ ସ୍ୱେଚ୍ଛାଚାରୀ । ରାଜତନ୍ତ୍ର ଶାସନର ବିଲୋପ ଘଟିଲା । ସମସ୍ତେ ଆପଣେଇ ନେଲେ ଗଣତନ୍ତ୍ର ଶାସନ ବ୍ୟବସ୍ଥାକୁ । ଗଣତନ୍ତ୍ର ଶାସନ ହେଲା ‘ଗଣଙ୍କଦ୍ବାରା’, ‘ଗଣଙ୍କ ପାଇଁ’, ‘ଗଣଙ୍କର ଶାସନ’ । ଏହି ଶାସନ ପଦ୍ଧତି ସର୍ବୋତ୍କୃଷ୍ଟ ଶାସନ ପଦ୍ଧତି । ମାତ୍ର ଏହି ଶାସନ ପଦ୍ଧତିର ସଫଳତା ପାଇଁ କିଭଳି ପଦକ୍ଷେପ ନେବାକୁ ପଡ଼ିବ, ପ୍ରାବନ୍ଧିକ ଏହି ପର୍ଯ୍ୟାୟରେ ଉଲ୍ଲେଖ କରିଛନ୍ତି ।

ଗଣତନ୍ତ୍ର ଶାସନରେ ଲୋକମାନେ ସିଧାସିଧ୍ ନିଜକୁ ନିଜେ ଶାସନ କରନ୍ତି ନାହିଁ । ଏଭଳି ଶାସନ କରିବା ସମ୍ଭବ ନୁହେଁ । ସୁତରାଂ ଯେଉଁମାନେ ଶାସନକର୍ତ୍ତା ହୁଅନ୍ତି, ସେମାନେ ଜନତାର ପ୍ରତିନିଧ୍ । ଜନତାମାନେ ତାଙ୍କୁ ନିର୍ବାଚିତ କରି, ତାଙ୍କ ହାତରେ ଶାସନ ଭାର ଦେଇଥା’ନ୍ତି । ଲୋକପ୍ରତିନିଡ୍ ମନୋନୟନ ହେଉଛି ଗଣତନ୍ତ୍ରର ମେରୁଦଣ୍ଡ ।

ଗଣତନ୍ତ୍ରର ସଫଳତା ସମ୍ପର୍କରେ ବିଚାର କରି ପ୍ରାବନ୍ଧିକ କହିଛନ୍ତି, ଯେଉଁ ଦେଶର ଲୋକେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ, ନିଜ ନାଗରିକ ଅଧ‌ିକାର ତଥା ପ୍ରତିନିଧି ବାଛିବାର ଗୁରୁତ୍ଵ ସମ୍ବନ୍ଧରେ ସଚେତନ, ସେ ଦେଶମାନଙ୍କରେ ଭୋଟଦାତାମାନେ ଲୋକପ୍ରତିନିଧ ହେବାପାଇଁ ଉପଯୁକ୍ତ । ପ୍ରତ୍ୟେକ ବ୍ୟକ୍ତିଙ୍କର ଦୋଷଗୁଣକୁ ବିଚାର କରିବାକୁ ହେବ । ସେମାନଙ୍କର କ୍ରିୟାକଳାପ, ଚିନ୍ତାଧାରା ଓ ମାନସିକ ଦୃଷ୍ଟିକୋଣ, ସାଧୁତା, ସଛୋଟପଣିଆ ତଥା କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ନିଜର କର୍ତ୍ତବ୍ୟଜ୍ଞାନ ସମ୍ପର୍କରେ ସଚେତନ ନ ଥା’ନ୍ତି । ମିଥ୍ୟା ପ୍ରଚାର ଓ ପ୍ରୋପାଗଣ୍ଡାରେ ପ୍ରଭାବିତ ହୋଇ, ସୁବିଧାବାଦୀ ଶୋଷଣ କରନ୍ତି । ପ୍ରାବନ୍ଧିକ ଏହାକୁ ‘ମାଙ୍କଡ଼ ବିରାଡ଼ି’ ଗଳ୍ପ, ‘ତିନି ତୁଣ୍ଡରେ ଛେଳି କୁକୁର’ ଗଳ୍ପ, ‘ମେଣ୍ଢା ଛାଲରେ ଥିବା ଗଧ୍ଵ’ ଗପର ଉଦାହରଣ ଦେଇ ବୁଝାଇଛନ୍ତି ।

ପ୍ରବନ୍ଧର ଶେଷରେ ସେ କହିଛନ୍ତି, ଗଣତନ୍ତ୍ର ଶାସନ ଶ୍ରେଷ୍ଠ ଶାସନ । ମାତ୍ର ଗଣତନ୍ତ୍ର ଶାସନକୁ ସଫଳ କରିବାକୁ ହେଲେ ପ୍ରଥମେ ଆମକୁ ଗଣଶିକ୍ଷା ଓ ଗଣଚେତନାରେ ସଚେତନ ହେବାକୁ ପଡ଼ିବ ।

ବାସ୍ତବରେ ପ୍ରାବନ୍ଧିକଙ୍କ ଉକ୍ତି ବେଶ୍ ଯୁକ୍ତିଯୁକ୍ତ ମନେହୋଇଥାଏ ।

Additional Multiple Choice Questions (mcqs) With Answers

Question ୧।
ଗଣତନ୍ତ୍ର ଶାସନରେ ଲୋକେ ନିଜେ ନିଜକୁ କ’ଣ କରନ୍ତି ?
(i) ଶାସନ
(ii) ଶୋଷଣ
(iii) ପୀଡ଼ନ
(iv) ଉଦ୍ଧାର
Answer:
(i) ଶାସନ

Question ୨ ।
କେଉଁମାନେ ଦୁଇ ବିରାଡ଼ିଙ୍କ ପରି ଖାଲି ଓଠ ଚାଟି ମିଟିମିଟି କରି ଅନାଇ ରହୁଛନ୍ତି ?
(i) ମାଙ୍କଡ଼
(ii) ଜନତା ଜନାର୍ଦ୍ଦନ
(iii) ଶାସକ
(iv) ଭୋଟଦାତା
Answer:
(ii) ଜନତା ଜନାର୍ଦ୍ଦନ

Question ୩ ।
ଗୁଣହୀନ ଓ ନୀତିହୀନ କେତେକ ପ୍ରତିନିଧୂ ନିଜ ହାତରେ କ’ଣ ପାଇଯାଉଛନ୍ତି ?
(i) ନ୍ୟାୟ
(ii) କ୍ଷମତା
(iii) ଶକ୍ତି
(iv) ଅଧିକାର
Answer:
(ii) କ୍ଷମତା

Question ୪ ।
କାହାକୁ ଅଭିଶାପ ଦେଇ ପୁରୋହିତେ ଗାଁ ଆଡ଼କୁ ଦଉଡ଼ିଲେ ?
(i) ରାଧୁ
(ii) ଅଗାଧୁ
(iii) ପାଣୁ
(iv) ଯଜମାନ
Answer:
(iv) ଯଜମାନ

Question ୫ ।
କେଉଁ ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନ ପାରେ ?
(i) ସମଷ୍ଟିଗତ
(ii) ବ୍ୟକ୍ତିଗତ
(iii) ଗଣତନ୍ତ୍ର
(iv) ସ୍ଵାଧୀନ
Answer:
(iii) ଗଣତନ୍ତ୍ର

Question ୬ ।
କେଉଁମାନଙ୍କଦ୍ୱାରା ପ୍ରଚଳିତ ଶାସନ ହିଁ ଗଣତନ୍ତ୍ରର ପ୍ରଧାନ ଓ ପ୍ରକୃତ ବିଶେଷତ୍ଵ ବୋଲି କୁହାଯାଇପାରେ ?
(i) ଗଣଙ୍କ
(ii) ଜଣଙ୍କ
(iii) ରାଜାଙ୍କ
(iv) ମନ୍ତ୍ରୀଙ୍କ
Answer:
(i) ଗଣଙ୍କ

Question ୭।
କେତେବର୍ଷ ନ ପୂରିଲେ ତମର ବୁଦ୍ଧି ହୁଏ ନାହିଁ ବୋଲି ଗୋସେଇଁ ମହାରାଜ ପାଣୁକୁ କହିଛନ୍ତି ?
(i) ୮୦
(ii) ୫୦
(iii) ୬୦
(iv) ୭0
Answer:
(iii) ୬୦

Question ୮ ।
ଚାରିହାତ ଠେଙ୍ଗା ଧରିଥିବା ବିରାଟକାୟ ପୁରୁଷଟି କିଏ ?
(i) ଅଗାଧୁ
(ii) ରାଧୁ
(iii) ମଧୁ
(iv) ଫଗୁ
Answer:
(i) ଅଗାଧୁ

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Question ୯ ।
କାହାକୁ ଦେଖ୍ ପୁରୋହିତଙ୍କ ଛାତିରେ ପବନ ଅଟକିଗଲା ?
(i) ରାଧୁ
(ii) ଅଗାଧୁ
(iii) ଶ୍ୟାମ
(iv) ଦାମ
Answer:
(i) ରାଧୁ

Question ୧୦ ।
ଆଲୋଚ୍ୟ ପ୍ରବନ୍ଧ ‘ତିନି ତୁଣ୍ଡରେ’ ପ୍ରାବନ୍ଧିକ ଭୁବନେଶ୍ୱର ବେହେରାଙ୍କ କେଉଁ ପୁସ୍ତକରୁ ସଂଗୃହୀତ ?
(i) କଥା ଓ ଲଥା
(ii) କହି ନ ଜାଣେ
(iii) ଶୁଣ ପରୀକ୍ଷ
(iv) ଗାଁର ଡାକ
Answer:
(iii) ଶୁଣ ପରୀକ୍ଷ

Question ୧୧ ।
ଆମ ସମାଜରେ ସମଷ୍ଟିଗତ ପ୍ରଗତି କେଉଁପରି କପୋଳକଳ୍ପିତ ?
(i) ମର୍ତ୍ତ୍ୟ କଇର୍ୟା
(ii) ସ୍ଵର୍ଗ କଇର୍ୟା
(iii) ପାତାଳ କଇର୍ୟା
(iv) ଆକାଶ କଇର୍ୟା
Answer:
(iv) ଆକାଶ କଇର୍ୟା

Question ୧୨ ।
ଆମ ଦେଶରେ କେଉଁପ୍ରକାର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରଚଳିତ ?
(i) ପ୍ରତ୍ୟକ୍ଷ
(ii) ପରୋକ୍ଷ
(iii) ନିରପେକ୍ଷ
(iv) ନ୍ୟାୟପୂର୍ଣ୍ଣ
Answer:
(ii) ପରୋକ୍ଷ

Question ୧୩ ।
କେଉଁ ଦେଶରେ ପ୍ରତିନିଧୂ ଚୟନ କ୍ଷେତ୍ରରେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ଅଧ‌ିକ କାମ କରେ ?
(i) ଯେଉଁଠି ଭୋଟର ନିଜର ଅଧ୍ୟାର ଓ କର୍ଭବ୍ୟ ସମ୍ବନ୍ଧରେ ଅଜ୍ଞ
(ii) ଯେଉଁଠି ଭୋଟର ନିଜର ଅଧ୍ୟାର ଓ ପ୍ରତିନିଧ୍ ବାଛିବାରେ ସଚେତନ
(iii) ଯେଉଁଠି ଭୋଟର ପ୍ରତିନିଧ୍ରର କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ସଚେତନ
(iv) ଯେଉଁଠି ଲୋକେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ
Answer:
(i) ଯେଉଁଠି ଭୋଟର ନିଜର ଅଧ୍ୟାର ଓ କର୍ଭବ୍ୟ ସମ୍ବନ୍ଧରେ ଅଜ୍ଞ

Question ୧୪ ।
ପୁରୋହିତେ ରାସ୍ତାରେ ଭେଟିଥିବା ଲୋକ କିଏ ?
(i) ଅଗାଧୁ
(ii) ରାଧୁ
(iii) ପାଣୁ
(iv) ସମସ୍ତେ
Answer:
(iv) ସମସ୍ତେ

Question ୧୫ ।
ବ୍ରାହ୍ମଣ ଗୋସାଇଁଙ୍କୁ ଛେଳିଟିଏ କିଏ ଦାନ କରିଥିଲେ ?
(i) ଯଜମାନ
(ii) ହରିଜନ
(iii) ମହାଜନ
(iv) ବ୍ୟବସାୟୀ
Answer:
(i) ଯଜମାନ

Question ୧୬ ।
ରାଜନୈତିକ ପଟ୍ଟପରିବର୍ତ୍ତନ କରୁଥିବା ଲୋକପ୍ରତିନିଧୁମାନଙ୍କ କାର୍ଯ୍ୟକଳାପକୁ ପ୍ରାବନ୍ଧିକ କେଉଁ ଆଖ୍ୟା ଦେଇଛନ୍ତି ?
(i) ମାଙ୍କଡ଼ର ପିଠାଖ୍
(ii) ବାଘଛେଳି ଖେଳ
(iii) ବାଉଁଶରାଣୀ ଖେଳ
(iv) ମାଙ୍କଡ଼ କୁମ୍ଭୀର ଖେଳ
Answer:
(iii) ବାଉଁଶରାଣୀ ଖେଳ

Question ୧୭ ।
ଗଣତନ୍ତ୍ର ଶାସନର ସଫଳତା କାହା ଉପରେ ନିର୍ଭର କରେ ?
(i) ଗଣଚେତନା
(ii) ସଚେତନ ଭୋଟରଙ୍କ ଭୋଟରେ ଅଂଶଗ୍ରହଣ
(iii) ଗଣଶିକ୍ଷା
(iv) ସବୁଗୁଡ଼ିକ
Answer:
(iv) ସବୁଗୁଡ଼ିକ

Question ୧୮ ।
ଅଗ୍ନାଅଗ୍ନି ବନସ୍ତ – ରେଖାଙ୍କିତ ଶବ୍ଦର ଅର୍ଥ କ’ଣ ?
(i) ନିଆଁ
(ii) ଘଞ୍ଚ
(iii) ବୁଦ୍ଧିବୁଦିକିଆ ଜଙ୍ଗଲ
(iv) ନିଆଁରେ ପୋଡ଼ିଯାଇଥିବା ଜଙ୍ଗଲ
Answer:
(ii) ଘଞ୍ଚ

Question ୧୯ ।
ପଠିତ ଗଦ୍ୟାଶରେ ଲେଖକ ମୁଖ୍ୟତଃ କେଉଁ ବିଷୟ ଉପସ୍ଥାପନା କରିଛନ୍ତି ?
(i) ଗଣତାନ୍ତ୍ରିକ ବ୍ୟବସ୍ଥା ହିଁ ଶ୍ରେଷ୍ଠ ବ୍ୟବସ୍ଥା
(ii) ପ୍ରୋପାଗଣ୍ଡା ସତ୍ୟକୁ ମିଥ୍ୟାରେ ପରିଣତ କରେ
(iii) ଗଣତନ୍ତ୍ର ଶାସନର ଦୋଷ ଦୁର୍ବଳତା
(iv) ପ୍ରତ୍ୟକ୍ଷ ଗଣତନ୍ତ୍ରର ଉପାଦେୟତା
Answer:
(ii) ପ୍ରୋପାଗଣ୍ଡା ସତ୍ୟକୁ ମିଥ୍ୟାରେ ପରିଣତ କରେ

Question ୨୦ ।
ଭାରତରେ କ’ଣ ଲଙ୍କାରେ ହରିଶବ୍ଦ ପରି ବୋଲି କୁହାଯାଇଛି ?
(i) ବ୍ୟକ୍ତିଗତ ଅଧ୍ଵର
(ii) ଅର୍ଥନୈତିକ ସମତା
(iii) ସାମାଜିକ ନ୍ୟାୟ
(iv) ଛୁଆଁ ଅଛୁଆଁ ଭେଦଭାବ
Answer:
(iii) ସାମାଜିକ ନ୍ୟାୟ

Question ୨୧ ।
ଭଲମନ୍ଦ ଚିହ୍ନିବାରେ ଯୋଗ୍ୟତା ଯେଉଁଠି ନାହିଁ, ସେଠାରେ ମୁଖ୍ୟତଃ କାହାର ବିଜୟ ହୁଏ ?
(i) ପ୍ରୋପାଗଣ୍ଡାର
(ii) ଆତ୍ମବଡ଼ିମାର
(iii) ବିବେକର
(iv) ସରଳତାର
Answer:
(i) ପ୍ରୋପାଗଣ୍ଡାର

Question ୨୨ ।
‘ପ୍ରୋପାଗଣ୍ଡାର’ ପ୍ରଭାବ ଦର୍ଶାଇବା ପାଇଁ କେଉଁ ଗଳ୍ପର ଅବତାରଣା କରାଯାଇଛି ?
(i) ଲଙ୍କାରେ ହରିଶବ୍ଦ
(ii) ବାପରାଣ ଢିଙ୍କିଗିଳ୍
(iii) ତିନିତୁଣ୍ଡରେ ଛେଳି କୁକୁର
(iv) ମାଙ୍କଡ଼ର ପିଠାଖ୍
Answer:
(iii) ତିନିତୁଣ୍ଡରେ ଛେଳି କୁକୁର

Question ୨୩ ।
ନିମ୍ନୋକ୍ତ କେଉଁ ଶାସନଟି ଶ୍ରେଷ୍ଠ ?
(i) ରାଜତନ୍ତ୍ର
(ii) ଗଣତନ୍ତ୍ର
(iii) ସାମ୍ୟବାଦ
(iv) ଏକଚ୍ଛତ୍ରବାଦ
Answer:
(ii) ଗଣତନ୍ତ୍ର

Question ୨୪ ।
ମେଣ୍ଢାଶାଳ ଭିତରେ ଗଧୂ କେଉଁ ପୋଷାକରେ ରହେ ?
(i) ମେଣ୍ଢା ପୋଷାକ
(ii) ଗଧୂ ପୋଷାକ
(iii) ସାଧା ପୋଷାକ
(iv) ଧଳା ପୋଷାକ
Answer:
(i) ମେଣ୍ଢା ପୋଷାକ

Question ୨୫ ।
ଗୋସେଇଁଙ୍କ ଆଗରେ ହଠାତ୍ ଆବିର୍ଭାବ ହୋଇଥିବା ବିରାଟକାୟ ପୁରୁଷଟି କିଏ ଥିଲା
(i) ରାଧୁ
(ii) ଅଗାଧୁ
(iii) ପାଣୁ
(iv) ଜଗୁ
Answer:
(i) ରାଧୁ

(କ) ଲେଖକ ପରିଚିତି :

ଆଧୁନିକ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଜଣେ ସମର୍ଥ ଗଦ୍ୟସ୍ରଷ୍ଟା ଭାବରେ ପ୍ରାବନ୍ଧିକ ଭୁବନେଶ୍ବର ବେହେରାଙ୍କ ଖ୍ୟାତି ସୁବିଦିତ । ସାମ୍ପ୍ରତିକ ମଣିଷର ରୀତିନୀତି, ଆଚାର ବିଚାର, ଜୀବନ ଦର୍ଶନ, ବିଜ୍ଞାନ ଇତ୍ୟାଦିକୁ ନେଇ ତାଙ୍କ ପ୍ରବନ୍ଧ ସାହିତ୍ୟର ପରିସର ବେଶ୍ ବୈଚିତ୍ରମଣ୍ଡିତ । ତାଙ୍କ ସମ୍ପର୍କରେ ଅଭିମତ ପ୍ରଦାନ କରି କୁହାଯାଇଛି – ‘ଆଧୁନିକ ମଣିଷର ରୀତିନୀତି, ମନସ୍ତତ୍ତ୍ବ, ସଭ୍ୟତା, ଶିକ୍ଷା ପ୍ରଭୃତି ବିବିଧ ବିଷୟକୁ ନେଇ ପ୍ରବନ୍ଧ ରଚନାରେ ଭୁବନେଶ୍ବର ବେହେରା ସୁଖ୍ୟାତି ଅର୍ଜନ କରିଛନ୍ତି । ବିଶ୍ଳେଷଣ କରିବାରେ ତାଙ୍କର କୃତିତ୍ବ ଅନସ୍ବୀକାର୍ଯ୍ୟ ଗଳ୍ପଛଳରେ ଓ କଥ୍ୟ ଭାଷାରେ ସେ ଜୀବନର ଦୁର୍ବଳ ସମସ୍ୟାକୁ ତାଙ୍କର ପ୍ରବନ୍ଧଗୁଡ଼ିକରେ ଆଲୋଚନା କରିଛନ୍ତି ।’’

ପ୍ରାବନ୍ଧିକ ଡକ୍ଟର ଭୁବନେଶ୍ବର ବେହେରା ୧୯୧୬ ମସିହାରେ କଳାହାଣ୍ଡି ଜିଲ୍ଲାର ପୂର୍ବତନ ଗଡ଼ଜାତ କାଶିବାହାଲ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟକାଳରୁ ସେ ଜଣେ ମେଧାବୀ ଛାତ୍ର ଥିଲେ । ପରବର୍ତ୍ତୀ ସମୟରେ ଭାରତର ଜଣେ ଦକ୍ଷ ଇଞ୍ଜିନିୟର ଭାବେ ପରିଚିତ ହେବାପରେ ବୁର୍ଲା ଇଞ୍ଜିନିୟରିଂ କଲେଜର ପ୍ରଫେସର ଓ ଅଧ୍ଯକ୍ଷରୂପେ ସେ ଅବସ୍ଥାପିତ ହେଲେ । ଅଧ୍ୟାପନା ପ୍ରତି ତାଙ୍କର ପ୍ରଗାଢ଼ ଅନୁରକ୍ତ ଥ‌ିବାରୁ ଇଞ୍ଜିନିୟରଭାବେ ବାହାର ପଇସା ରୋଜଗାର ପ୍ରତି ସେ ବୀତସ୍ପୃହ ଥିଲେ । ତେଣୁ ତାଙ୍କ ଲବ୍ଧଜ୍ଞାନକୁ ଛାତ୍ରମାନଙ୍କ ଉଦ୍ଦେଶ୍ୟରେ ଉପଯୋଗ କରିବାକୁ ସେ ଶ୍ରେୟସ୍କର ମଣିଥିଲେ ।

ସେତିକିରେ ଶ୍ରୀଯୁକ୍ତ ବେହେରା ସନ୍ତୁଷ୍ଟ ନ ଥିଲେ । ସାହିତ୍ୟ ପ୍ରତି ତାଙ୍କର ଗଭୀର ଆକର୍ଷଣ ଥିଲା । ତାଙ୍କରି ଉଦ୍ୟମ ଓ ପୃଷ୍ଠପୋଷକତାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ଥିବା ସମୟରେ ବିଶ୍ୱବିଦ୍ୟାଳୟ ତରଫରୁ ‘ସପ୍ତର୍ଷି’ ପତ୍ରିକା ପ୍ରକାଶିତ ହେଲା । ଏହାର ମାନ ଉଚ୍ଚତର ଥିଲା । ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗର ପ୍ରଫେସର ଓ ଅନ୍ୟମାନେ ସାହିତ୍ୟକୁ କିଛି ଦାନ ଦେବାର ସୁଯୋଗ ଏହିଠାରେ ପାଇଲେ । ଅନେକ ନବୀନ ଓ ତରୁଣ ଲେଖକ ମଧ୍ୟ ‘ସପ୍ତର୍ଷି’ଦ୍ବାରା ସୃଷ୍ଟି ହେଲେ ।

ଶ୍ରୀଯୁକ୍ତ ବେହେରା ରମ୍ୟରଚନା ସୃଷ୍ଟି କରିବାରେ ଦକ୍ଷତା ହାସଲ କରିଥିଲେ । ଇଞ୍ଜିନିୟର ଭାବେ ବାହ୍ୟ ଜଗତକୁ ଦେଖୁଥିଲେ ବି ସାହିତ୍ୟିକଭାବେ ମଣିଷ ମନର ଅତଳ ଗହ୍ବରକୁ ସେ ସ୍ପର୍ଶ କରିଥିଲେ । ତାଙ୍କର ପ୍ରତ୍ୟେକ ରଚନାରେ ବିପଥଗାମୀ ମନୁଷ୍ୟ ପାଇଁ ଚେତାବନୀ ରହିଛି । ସେ ଲେଖିଛନ୍ତି – ‘ପାଶ୍ଚାତ୍ୟ ଯୁବଜଗତ ସାଙ୍ଗରେ ତାଳମିଳାଇ ଭାରତୀୟ ଯୁବସମାଜ ଆଜି ପୁରୁଣା ରୀତିନୀତି, ରଙ୍ଗଢଙ୍ଗ, ଚାଲିଚଳନ ବିରୁଦ୍ଧରେ ଆହ୍ଵାନ ଦେଇଛି । ବିପ୍ଳବ କଦାପି ପୁରାତନ ହୋଇପାରେନା । ସୂର୍ଯ୍ୟ କେତେବେଳେ ବୁଢ଼ା ହୁଏନି କି ମା’ ପୃଥ‌ିବୀ କେବେ ବୁଢ଼ୀ ହୁଏନି । ଭାରତୀୟ ଜୀବନଦର୍ଶନ ସତ୍ୟ ଉପରେ ପ୍ରତିଷ୍ଠିତ । ତେଣୁ ସେହି ଜୀବନ ଦର୍ଶନ ପୁରୁଣା ହେବ କିପରି ? ଏକଥା କିନ୍ତୁ ସତ ଯେ ଯୁଗ ଯୁଗର ଅନ୍ଧବିଶ୍ଵାସ ଓ କୁସଂସ୍କାର ଭିତରେ ଏ ଜୀବନ ଦର୍ଶନ ହଜିଯିବା ଉପରେ ବସିଲାଣି । ଅଳିଆଗଦା ଭିତରେ ହଜିଲା ରତ୍ନମୁଦିଟିଏ ପରି । କର୍ତ୍ତବ୍ୟବୋଧରେ ଅଳିଆ ସଫା କରୁ କରୁ ଆମ ଯୁବସମାଜ ଯେପରି ସେହି ଆବର୍ଜନା ସାଙ୍ଗରେ ରତ୍ନମୁଦିକୁ ମଧ୍ଯ ଫିଙ୍ଗି ନ ଦିଅନ୍ତି ।’’

ପ୍ରଫେସର ବେହେରା ଏକାଧାରରେ ଜଣେ ଶିକ୍ଷାବିତ୍, ରମ୍ୟରଚନାକାର, ଗାଳ୍ପିକ ଓ ଭ୍ରମଣକାହାଣୀ ସ୍ରଷ୍ଟା । ତାଙ୍କର ଏକମାତ୍ର ସାର୍ଥକ ଭ୍ରମଣ କାହାଣୀ ହେଉଛି – ‘ପଶ୍ଚିମ ଆଫ୍ରିକାର ଓଡ଼ିଆ ଢେଙ୍କି’ । ଧାରାବାହିକ ଭାବରେ ସେ ଏହାକୁ ମାନସ ସାହିତ୍ୟ ପତିକ୍ରାରେ ପ୍ରକାଶିତ କରୁଥିଲେ । ତାଙ୍କର ଅନ୍ୟ ଦୁଇଟି ପୁସ୍ତକ ହେଉଛି ‘ଶୁଣ ପରୀକ୍ଷ’ ଏବଂ ‘କଥା ଓ ଲଥା’ । ‘ଶୁଣ ପରୀକ୍ଷ’ ରମ୍ୟରଚନାପାଇଁ ସେ ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଛନ୍ତି ।

ତାଙ୍କ ଗଳ୍ପରେ କଳ୍ପନାପ୍ରବଣତା ଅପେକ୍ଷା ବାସ୍ତବ ଚିତ୍ର ଅଧ‌ିକ ଥ‌ିବାରୁ ସୁଖପାଠ୍ୟ ହୋଇପାରିଛି । ପଶ୍ଚିମ ଆଫ୍ରିକାସ୍ଥିତ ଲାଇବେରିଆ ଓ ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରି ସେହି ମହାଦେଶ ସମ୍ପର୍କରେ ଜନ୍ମିଥିବା ଧାରଣାକୁ ସାହିତ୍ୟିକ ଛଟାରେ ଶିକ୍ଷାବିତ୍‌ର ଦୂରଦୃଷ୍ଟି ନେଇ ମନୋଜ୍ଞ ରୂପେ ସେ ପରିବେଷଣ କରିଛନ୍ତି । ଇଞ୍ଜିନିୟର ଭାବରେ ହୀରାକୁଦ ବନ୍ଧ ଯୋଜନାରେ ତାଙ୍କର ମହତ୍ତ୍ଵପୂର୍ଣ୍ଣ ଅବଦାନ ରହିଛି । ସେ କେନ୍ଦ୍ର ପବ୍ଲିକ୍ ସର୍ଭିସ କମିଶନରେ ସମ୍ମାନିତ ସଭ୍ୟଭାବେ ନିଯୁକ୍ତ ହୋଇଥିଲେ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତାଙ୍କର ଏକ ସମ୍ମାନିତ ସ୍ଥାନ ନିଶ୍ଚିତ ଭାବରେ ରହିଛି ।

(ଖ) ପ୍ରବନ୍ଧ ସମ୍ପର୍କରେ :

ସବୁଲୋକଙ୍କର ଧାରଣା ଯେ ଗଣତନ୍ତ୍ର ଶାସନ ସବୁ ଶାସନ ମଧ୍ୟରେ ସର୍ବୋତ୍କୃଷ୍ଟ । କାରଣ ଗଣତନ୍ତ୍ର ଶାସନ ହେଉଛି,
ହୋଇଥାଏ । ଗଣତନ୍ତ୍ରର ଅର୍ଥ ନୁହେଁ ଗଣ ବା ଲୋକମାନେ ସିଧାସିଧ୍ ଶାସକ ଭାବରେ ପରିଚିତ ହେବା । ଏପରି ଶାସନ ବ୍ୟବସ୍ଥା ଅସମ୍ଭବ । ତେଣୁ ଏହି ଶାସନ ବ୍ୟବସ୍ଥାରେ ଜନ ବା ଗଣ ପ୍ରତ୍ୟକ୍ଷ ଭାବରେ ଅଂଶଗ୍ରହଣ ନ କରି ପରୋକ୍ଷ ଭାବରେ ଭାଗ ନେଇଥା’ନ୍ତି । ଗଣଙ୍କଦ୍ଵାରା ନିର୍ବାଚିତ ହୋଇଥିବା ପ୍ରତିନିଧୁମାନେ ଶାସନ କ୍ଷମତା ବା ଶାସନଭାର ଗ୍ରହଣ କରିଥା’ନ୍ତି। ଓ କାର୍ଯ୍ୟଦକ୍ଷତାକୁ ନେଇ ବିଚାର କରିବା ଜନତାର ଦାୟିତ୍ଵ । ଯେଉଁ ରାଜ୍ୟର ଲୋକ ବା ଗଣମାନେ ନିଜ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଅଜ୍ଞ, ସେମାନେ କେବଳ ପ୍ରଚାରକୁ ଆଧାରକରି ପ୍ରତିନିଧ୍ବ ବାଛନ୍ତି, ଫଳରେ ସେମାନେ ଅଯୋଗ୍ୟ ବ୍ୟକ୍ତି ବାଛିବାର ସମ୍ଭାବନା ରହିଥାଏ । ଭଲମନ୍ଦ ବିଚାର କରିବାର ଶକ୍ତି ଯେଉଁଠାରେ ନାହିଁ, ସେଠାରେ ପ୍ରୋପାଗଣ୍ଡାର ହିଁ ଜୟ ହୋଇଥାଏ ।

(ଗ) ସାରକଥା :

ଅନେକ ଗଣତନ୍ତ୍ର ସପକ୍ଷରେ ମତାମତ ଦେଇ କହନ୍ତି, ‘ଯେତେ ଶାସନ ବ୍ୟବସ୍ଥା ରହିଛି, ସବୁଠାରୁ ଗଣତନ୍ତ୍ର ଶାସନ ହେଉଛି ଉତ୍କୃଷ୍ଟ । ଗଣତନ୍ତ୍ର ହେଉଛି, ‘ଗଣଙ୍କଦ୍ବାରା’, ‘ଗଣଙ୍କ ପାଇଁ’ ଓ ‘ଗଣଙ୍କର ଶାସନ’ । ଏହାକୁ ଗଣଙ୍କର ଶାସନ କହିବାର ବିଶେଷ କିଛି ଅର୍ଥ ଥିଲା ପରି ମନେହୁଏ ନାହିଁ ।’’ ପୂର୍ବରୁ ରାଜାରାଜୁଡ଼ା ଶାସକମାନେ ନିଜକୁ ଭୋଗବିଳାସରେ ବୁଡ଼ାଇ ରଖିଲେ ମଧ୍ୟ, ନିଜର ଡିଣ୍ଡିମ ପିଟି କହୁଥିଲେ ସେମାନେ ଯେଉଁ ଶାସନ ବ୍ୟବସ୍ଥା କରୁଛନ୍ତି, ସବୁଗୁଡ଼ିକ ଗଣଙ୍କ ହିତପାଇଁ । ପ୍ରାବନ୍ଧିକ ଏହି ପର୍ଯ୍ୟାୟରେ ନିଶଉପୁଡ଼ା ରାଜା ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ୟାହିୟା ଖାଁଙ୍କ ସ୍ବେଚ୍ଛାଚାରୀ ମନୋବୃତ୍ତି କଥା ସୂଚନା ଦେଇଛନ୍ତି । ପ୍ରକୃତରେ ଦେଖିବାକୁ ଗଲେ ଗଣତନ୍ତ୍ରରେ ଗଣଙ୍କଦ୍ବାରା ଶାସନ ବ୍ୟବସ୍ଥା ହୋଇଥାଏ । ଏଥିରେ ଲୋକମାନେ ନିଜକୁ ନିଜେ ଶାସନ କରନ୍ତି । ପୁନଶ୍ଚ ଏଥରେ ଶାସକ ଓ ଶାସିତ ଏକ ମନେ ହୋଇଥା’ନ୍ତି । ଏହି ବ୍ୟବସ୍ଥାରେ କେହି ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତ ହୋଇ ନ ଥା’ନ୍ତି । ତେଣୁ ସାମାଜିକ ନ୍ୟାୟ, ଅର୍ଥନୈତିକ ସମତା, ବ୍ୟକ୍ତିଗତ ଅଧିକାର ଓ ବ୍ୟକ୍ତିଗତ ସ୍ଵାଧୀନତା ଲାଭ ସଙ୍ଗେ ସଙ୍ଗେ ସମଷ୍ଟିଗତ ପ୍ରଗତି ଏ ଶାସନର ସ୍ଵାଭାବିକ ପରିଣତ ବୋଲି ଯୁକ୍ତି କରାଯାଏ ।

ଆମ ଦେଶରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଯେଉଁଭଳି କାର୍ଯ୍ୟକରୁଛି, ସେଗୁଡ଼ିକର ବାସ୍ତବରେ ମୂଲ୍ୟବୋଧ ରହୁନାହିଁ । ସବୁଗୁଡ଼ିକ ହେଉଛି ତାତ୍ତ୍ଵିକ ଓ ପୋଥଗତ । ଯେପରି ଛୁଆଁ ଅଛୁଆଁର ପୀଠସ୍ଥଳୀ ଭାରତରେ ସାମାଜିକ ନ୍ୟାୟର କୌଣସି ମୂଲ୍ୟ ନାହିଁ, ସେହିପରି ପୁଞ୍ଜିପତି ଓ ଦରିଦ୍ରଙ୍କ ମଧ୍ୟରେ ଅର୍ଥନୈତିକ ସମତାର ଆଶା କଳ୍ପନାର ବିଳାସ ମାତ୍ର । ସେହିପରି ଶିକ୍ଷାବିହୀନ ମଣିଷ ନିଜର ବ୍ୟକ୍ତିଗତ ଅଧିକାରକୁ ସାବ୍ୟସ୍ତ କରିବା ଅସମ୍ଭବ ବ୍ୟାପାର ।

‘ଗଣଙ୍କଦ୍ବାରା’ ଅର୍ଥ ନୁହେଁ ଜନତା ବ୍ୟକ୍ତିଗତ ଭାବରେ ଶାସକ ହୋଇ ନିଜକୁ ନିଜେ ଶାସନ କରିବ । ଏପରି କରିବା ଅସମ୍ଭବ । ତେଣୁ ଗଣତନ୍ତ୍ରରେ ଜନତାଦ୍ୱାରା ଜନତାର ଶାସନ ପ୍ରତ୍ୟକ୍ଷ ନ ହୋଇ ପରୋକ୍ଷଭାବରେ ହେବାହିଁ ସ୍ୱାଭାବିକ । ଅନ୍ୟ ଭାବରେ ପ୍ରକାଶ କଲେ ଜନତାମାନେ ନିଜର ପ୍ରତିନିଧ‌ିକୁ ବାଛି, ସେହି ପ୍ରତିନିଧିଦ୍ୱାରା ଶାସିତ ହୋଇଥା’ନ୍ତି । ଏଥିରୁ ସ୍ପଷ୍ଟ ହୁଏ ଯେ, ‘ଲୋକପ୍ରତିନିଧ୍ ମନୋନୟନ ଗଣତନ୍ତ୍ରର ମେରୁଦଣ୍ଡ ।’

ଯେଉଁ ଦେଶର ଲୋକମାନେ ସୁଶିକ୍ଷିତ ଏବଂ ନିଜର ଅଧିକାର ସମ୍ବନ୍ଧରେ ସଚେତନ, ସେମାନେ ଉପଯୁକ୍ତ ପ୍ରତିନିଧ୍ ବାଛିଦେଇ ପାରିବେ । ମାତ୍ର ଯେଉଁ ଦେଶରେ ଜନତା ନିଜର ଅଧିକାର ସମ୍ବନ୍ଧରେ ଅଜ୍ଞ ଏବଂ କର୍ତ୍ତବ୍ୟଜ୍ଞାନରହିତ ସେଭଳି ଦେଶରେ ଲୋକ କେବଳ ପ୍ରୋପାଗଣ୍ଡାରେ ପ୍ରଭାବିତ ହୋଇ ନିଜର ପ୍ରତିନିଧି ବାଛିଥା’ନ୍ତି । ଲୋକମାନଙ୍କର ଅଜ୍ଞତାର ସୁଯୋଗ ନେଇ, ଅନେକ ବ୍ୟକ୍ତି ନିଜର ଡିଣ୍ଡିମ ନିଜେ ପିଟି, ସଭାସମିତି କରି, ଛାତି ପିଟି, ବାହାସ୍ଫୋଟ ମାରି, ପ୍ରତିଦ୍ବନ୍ଦୀମାନଙ୍କର କୁତ୍ସାରଟନା କରି, ଲୋକଙ୍କୁ ଭୟ ଦେଖାଇ, ପ୍ରଚାର ବଳରେ କଳାକୁ ଧଳା ଓ ଧଳାକୁ କଳା କରି ପ୍ରତିନିଧ୍ ହେବାର ସୁଯୋଗ ଗଣତନ୍ତ୍ର ଶାସନ ବ୍ୟବସ୍ଥାର ଅପକାରିତା ସମ୍ପର୍କରେ ପ୍ରାବନ୍ଧିକ ସୂଚନା ଦେଇ କହିଛନ୍ତି, ଯେଉଁ ଦେଶରେ ଲୋକମାନେ ଭଲମନ୍ଦ ଚିହ୍ନିବାର ଯୋଗ୍ୟତା ଲାଭ କରିନାହାଁନ୍ତି, ସେହି ଦେଶରେ ପ୍ରୋପାଗଣ୍ଡା ହିଁ ଲୋକଙ୍କୁ ପ୍ରଭାବିତ କରେ । ପ୍ରୋପାଗଣ୍ଡାର ହିଁ ଜୟ ହୁଏ । ଏହାକୁ ସ୍ପଷ୍ଟ କରିବାପାଇଁ ପ୍ରାବନ୍ଧିକ ‘ତିନିତୁଣ୍ଡରେ ଛେଳି କୁକୁର’ କାହାଣୀକୁ ଚମତ୍କାର ଭାବରେ ପ୍ରକାଶ କରିଛନ୍ତି ।

ଥରେ ଜଣେ ବ୍ରାହ୍ମଣ ଗୋସେଇଁ, ଯଜମାନ ଘରୁ ଛେଳିଛୁଆଟି ଆଣିଥିଲେ । ଛେଳିଛୁଆଟି ବାଟରେ ନ ଚାଲିବାରୁ ଗୋସେଇଁ ତା’କୁ କାନ୍ଧରେ ବସାଇ ଯାଉଥିଲେ । ବାଟରେ ଯିବା ସମୟରେ ଜଣେ ଭୟଙ୍କର ଦେଖାଯାଉଥ‌ିବା ମଣିଷ, ଯାହା ଦେହରେ ଅମାପ ବଳର ସୂଚନା ମିଳୁଥୁଲା, ସେହି ଲୋକଟି ହାତରେ ଲାଠିଧରି ଗୋସେଇଁଙ୍କ ପାଖରେ ପହଞ୍ଚିଗଲା । ଗୋସେଇଁ ତା’କୁ ଦେଖି ଛାନିଆ ହୋଇଗଲେ ବି ପରେ ‘ପାଣୁ’ ବୋଲି ଚିହ୍ନି ପାରିଥିଲେ ।

‘ପାଣୁ’ ପଣ୍ଡିତଙ୍କୁ ଭୁଲାଇବାକୁ ଚେଷ୍ଟାକଲା । ଛେଳିଛୁଆଟିକୁ କୁକୁର ବୋଲି କହିଲା । ମାତ୍ର ପାଣୁ କଥାରେ ପଣ୍ଡିତ ଭୁଲିଲେ ନାହିଁ । ଦୃଢ଼ ଭାବରେ ପାଣୁକୁ ଜବାବ ଦେଇଥିଲେ । ମାତ୍ର ପାଣୁ ଯିବା ପୂର୍ବରୁ ପଣ୍ଡିତଙ୍କୁ ଆକ୍ଷେପମୂଳକ କଥା କହି ଚାଲି ଯାଇଥିଲା ।

କିଛିବାଟ ଗଲାପରେ ପଣ୍ଡିତଙ୍କ ରାସ୍ତାରେ ପଡ଼ିଲା ବୁଦ୍ଧିବୁଦିକିଆ ଜଙ୍ଗଲ । ବ୍ରାହ୍ମଣ ଗୋସାଇଁ ସେହି ନିରୋଳା ରାସ୍ତାରେ ଯାଉଥିବା ସମୟରେ, ପାଣୁ କଥା ମନେ ମନେ ଭାବୁଥିଲେ । ହଠାତ୍ ପାଣୁ ପରି ଆଉଜଣେ ମଣିଷ ପଣ୍ଡିତଙ୍କ ପାଖରେ ପହଞ୍ଚିଲା । ପଣ୍ଡିତ ଲୋକଟିକୁ ଦେଖ୍ ଚମକି ପଡ଼ିଲେ ବି, ଆଗନ୍ତୁକଟି ନମସ୍କାର କରିବାରୁ, ସେ ତାହାକୁ ଚିହ୍ନି ନେଇଥିଲେ । ଆଗନ୍ତୁକଟି ପଣ୍ଡିତଙ୍କୁ ମଧ୍ୟ ପ୍ରଭାବିତ କରିବାକୁ ଚେଷ୍ଟାକଲା । କହିଲା – ‘ନନା-କୁକୁରଟାକୁ କ’ଣ କାନ୍ଧରେ ବୋହିଛନ୍ତି ? କଳିଯୁଗ ବୋଲି କ’ଣ ସବୁ ଆଚାର ବିଚାର ଗଲା ।’’ ପୁରୋହିତ ଏଥର ଅଡ଼ୁଆରେ ପଡ଼ିଲେ । ପ୍ରଥମେ ପାଣୁ ଯାହା କହିଥିଲା, ଦ୍ବିତୀୟ ବ୍ୟକ୍ତି ରାଧୁ ମଧ୍ୟ ତାହା କହିଲା । ପଣ୍ଡିତେ କାନ୍ଧରେ ଛେଳିଛୁଆଟିକୁ ବସାଇଥିଲେ ବି ତାଙ୍କ ମନରେ ସନ୍ଦେହ ହେଲା । ପ୍ରାବନ୍ଧିକ ଏହାକୁ ଚମତ୍କାର ଭାବରେ ଲେଖିଛନ୍ତି – ‘ଛେଳିକୁ କାନ୍ଧରୁ ତଳକୁ ଓହ୍ଲାଇ ଖୁର ଟିକିଏ ପରଖିନେଲେ । ନିଜ ଆଖି ଦି’ଟାକୁ ଭଲକରି ମକଚି ଛେଳିର ଲାଞ୍ଜଟିକୁ ହଲାଇ ଦେଖିଲେ । ବୋହି ଆଣିଲାବେଳେ କେଉଁଠି ମେଁ ମେଁ କରିଥିଲା ନା ନାହିଁ ମନେ ପକାଇବାକୁ ଚେଷ୍ଟାକଲେ, ଆଉ କହିଲେ – ‘କିରେ ରାଧୁ – ଛେଳିଟାକୁ ଚିହ୍ନି ପାରୁନୁ କିରେ ?’’ ରାଧୁ ବାଟକାଟି ଯିବାବେଳେ ଗୋସେଇଁଙ୍କୁ ଆକ୍ଷେପ କଲାଭଳି କଥା ପଦିଏ କହିଦେଇ ଚାଲିଗଲା ।

ପୁରୋହିତ ମହାଶୟ ଏଥର ବଡ଼ ଚିନ୍ତାରେ ପଡ଼ିଥିଲେ । ପାଣୁ ଯାହା କହିଥିଲା, ସେହିକଥା ରାଧୁ କହିବାରୁ ଗୋସେଇଁଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା । ସେ ଚିନ୍ତାକଲେ, ‘ଯଜମାନ ସତରେ ଗୋଟିଏ କୁକୁର ଦେଇ ତାଙ୍କୁ ଠକି ଦେଇନି ତ !’

ପୁରୋହିତ ସେମିତି ଭାବି ଭାବି ଚାଲିଛନ୍ତି । ଏହାଭିତରେ ବଣବୁଦା ରାସ୍ତାଯାଇ, ଖୋଲାରାସ୍ତା ପଡ଼ିଲାଣି । ଗାଁ ବି ଦୂରରୁ ଦେଖାଯାଉଥାଏ । ରାସ୍ତାରେ ଯାଉ ଯାଉ ତାଙ୍କ ଆଗରେ ହଠାତ୍ ଜଣେ ବିରାଟକାୟ ପୁରୁଷ, ଚାରିହାତିଆ ଠେଙ୍ଗାଧରି ଆବିର୍ଭାବ ହେଲା । ପୁରୋହିତ ତାହାକୁ ଚିହ୍ନିପାରିଲେ । ସେ ଥିଲା ପାଖ ଗାଁର ଅଗାଧୁ । ଅଗାଧୁ ପୁରୋହିତଙ୍କୁ ଭକ୍ତିପୂର୍ଣ୍ଣ ପ୍ରଣାମ କଲା । ପ୍ରଣାମ କରିବାସହ ଅତି ଚତୁରତାର ସହିତ ଚମକି ପଡ଼ିଲାପରି, ଛେଳିଟିକୁ ଜାତିଆ କୁକୁର ବୋଲି କହିଲା । ତିନିଜଣଙ୍କ କଥା ଶୁଣିବାପରେ ପୁରୋହିତ ଛେଳିଟିକୁ ରାସ୍ତା ଉପରେ କଚାଡ଼ି ଦେଇ, ଲାଜରେ ଆଉ ଭଲ ଚଷମା ହଳଟିଏ ନ କିଣି ହଟହଟା ହେଲି ବୋଲି ବିଚାରିଲେ । ପୁନଶ୍ଚ ମନେମନେ ସେ ଯଜମାନଙ୍କୁ ଅଭିଶାପ ଦେଇ ଗାଁ ଆଡ଼କୁ ଚାଲିଲେ ।

ବ୍ରାହ୍ମଣ ଛାଡ଼ିଯାଇଥବା ଛେଳିଟିକୁ ଅଗାଧୁ ଛାତି ପାଖରେ ଜାବୁଡ଼ି ଧରି ଅନ୍ୟ ଦି’ସାଙ୍ଗ ପାଣୁ ଆଉ ରାଧୁ ପାଖକୁ ବିଚାରିଲେ। ।

ଆଜି ଆମ ଦେଶରେ ଅନେକ ପାଣୁ, ରାଧୁ ଓ ଅଗାଧୁ ବାହାରିଛନ୍ତି । ସେମାନେ ନିଜର ସୁବିଧା ଅନୁଯାୟୀ ଛେଳିକୁ କୁକୁର ଏବଂ କୁକୁରକୁ ଛେଳି କରିବାର ଯୋଜନା କରୁଛନ୍ତି । ତାଙ୍କର ତିନି ତୁଣ୍ଡ ସାଙ୍ଗକୁ ସେମାନେ ପ୍ରଚାରପତ୍ର, କାନ୍ଥବାଡ଼ ଲେଖା, ସିନେମା ହଲ୍‌ର ପର୍ଦା, ରେଡ଼ିଓ, ଟେଲିଭିଜନ୍, ପାଲା, ଦାଶକାଠିଆ, ସଭାସମିତି, ଶୋଭାଯାତ୍ରାକୁ ଅନେକ ନୂତନ ଓ ଆଧୁନିକ ଢଙ୍ଗରେ ପ୍ରଚାରର ଅସ୍ତ୍ର କରିଛନ୍ତି । ଏଥ‌ିପାଇଁ ସେମାନଙ୍କ ପାଖରେ ରହିଛି ବହୁତ ଅର୍ଥ ।

ପ୍ରାବନ୍ଧିକ ଏ କ୍ଷେତ୍ରରେ କ୍ଷୋଭର ସହିତ କହିଛନ୍ତି, ‘ଯେଉଁଠି ଶିକ୍ଷିତ ଭୋଟଦାତା ଉଦାସୀନ, ସେଇଠି ଅନେକ କ୍ଷେତ୍ରରେ ଏମାନଙ୍କର ହିଁ ଜୟ ହେଉଛି ।’

କେବଳ ପ୍ରଚାର ଶକ୍ତିବଳରେ ଯେଉଁ ଗୁଣହୀନ, ନୀତିହୀନ ଲୋକମାନେ, ଜନତାର ପ୍ରତିନିଧୂ ସାଜୁଛନ୍ତି, ସେମାନେ ଗରିବ ଦେଶର ବିବାଦୀ ଜନତାଙ୍କ ମଧ୍ୟରେ ସୀମିତ ସୁବିଧା ବାଣ୍ଟିଲାବେଳେ, ମାଙ୍କଡ଼ ଦୁଇ ବିରାଡ଼ିଙ୍କ ମଧ୍ୟରେ ପିଠା ବାଣ୍ଟିଲା ଭଳି ସବୁକିଛି ନିଜ ପକେଟରେ ପୂରାଇ ଦେଉଛନ୍ତି । ତରାଜୁର ଦୁଇ ପାଖ ଖାଲି ହେଲାପରେ ବିରାଡ଼ି ଦୁଇଟି, ମାଙ୍କଡ଼କୁ ଚାହିଁ ରହିଲାପରି, ଜନତା ଜନାର୍ଦ୍ଦନ ଏହି ପ୍ରତିନିଧୂମାନଙ୍କୁ କେବଳ ପ୍ରଶ୍ମିଳ ଆଖିରେ ଚାହିଁଅଛନ୍ତି । ପୁନଶ୍ଚ ଯେଉଁ ପ୍ରତିନିଧୂମାନଙ୍କୁ ତରାଜୁ ଧରିବାର ସୁଯୋଗ ମିଳୁନାହିଁ, ସେମାନଙ୍କ ମଧ୍ୟରୁ କେତେକ ମାଙ୍କଡ଼ଚିତ୍ ମାରି ରାଜନୈତିକ ଦଳ ପରିବର୍ତ୍ତନ କରୁଛନ୍ତି । ଏହାକୁ ବୁଝାଇବାକୁ ଯାଇ ପ୍ରାବନ୍ଧିକ ଲେଖିଛନ୍ତି, ‘କେଉଁ ନେତା ଲାଠିଟିଏ ଧରି, ଆଉ କିଏ ବା ରଙ୍ଗ ବେରଙ୍ଗର ଛତାଟିଏ ଧରି ଗୋଟିଏ ଗୋଡ଼ରେ ଭଅଁର ଖେଳି ଦିଗ ପରିବର୍ତ୍ତନ କରି ନେଉଛନ୍ତି ।’

ଯଥା ସମୟରେ ରାଜନୀତିର ଖେଳ ଭାଙ୍ଗିଯାଉଛି, ପୁଣି ନୂତନ ଅଭିନୟ ଆରମ୍ଭ ହେଉଛି ନୂତନ ଢଙ୍ଗରେ । ସେଇ ଜନତାଙ୍କୁ ନେଇ ସେଇ ପ୍ରତିନିଧିମାନେ ଏକାପ୍ରକାର ଖେଳ ଖେଳୁଛନ୍ତି । କେବଳ ସମୟର ଯାହା ବ୍ୟବଧାନ ରହିଛି ।

ପ୍ରବନ୍ଧର ଶେଷରେ ପ୍ରାବନ୍ଧିକ ଗଣତନ୍ତ୍ରକୁ ଦାୟୀ କରିନାହାଁନ୍ତି । ଏକ ଲୋକକାହାଣୀର ଉକ୍ତି ମଧ୍ୟରେ ଆମେ ନିଜେ କିପରି ଦାୟୀ ତାହାକୁ ବୁଝାଇଛନ୍ତି । ‘ଗଧ୍ଵ ଯଦି ମେଣ୍ଢାର ପୋଷାକରେ ମେଣ୍ଢାଙ୍କ ଗହଣରେ, ମେଣ୍ଢାଶାଳ ଭିତରେ ପଶି ଗୋଟିଏ ପରେ ଗୋଟିଏ ମେଣ୍ଢା ଖାଇବାକୁ ଆରମ୍ଭ କରିଦିଏ, ସେଥ‌ିପାଇଁ ଦୋଷୀ ହେବ କିପରି ?’’

ଗଣତନ୍ତ୍ର ଶାସନ ଶ୍ରେଷ୍ଠଶାସନ ହେଲେବି, ଏବେ ସୁଦ୍ଧା ଆମେ ସେହି ଶାସନପାଇଁ ଉପଯୁକ୍ତ ହୋଇନାହୁଁ । ଆଜି ଆମେ ଯେଉଁ ଅବସ୍ଥାରେ ପହଞ୍ଚୁଛୁ, ସେଥୂପାଇଁ ଆମେ ନିଜେ ହିଁ ଦାୟୀ । ଗଣଶିକ୍ଷା ଓ ଗଣଚେତନାର ଅଭାବ ଥିବାଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ମାତ୍ର ।

(ଘ) କଠିନ ଶବ୍ଦ ଓ ଏହାର ଅର୍ଥ :
CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ 1

CHSE Odisha Class 12 Psychology Unit 1 Long Answer Questions in Odia Medium

Odisha State Board CHSE Odisha Class 12 Psychology Solutions Unit 1 ଜୀବନବ୍ୟାପୀ ବିକାଶ & ସ୍ଵୟଂ ତଥା ବ୍ୟକ୍ତିତ୍ଵ Long Answer Questions

CHSE Odisha 12th Class Psychology Unit 1 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧।
କ୍ରମ-ବିକାଶ କ’ଣ ? ବିକାଶର ନିୟମାବଳୀଗୁଡ଼ିକ ଆଲୋଚନା କର ।
Answer:
ବ୍ୟକ୍ତିର ବ୍ୟକ୍ତିକ ଓ ଗୁଣାତ୍ମକ ପରିବର୍ତ୍ତନକୁ “ ବିକାଶ” କୁହାଯାଏ । ବିକାଶ ପରିବର୍ତ୍ତନ ଓ ଗତିର ଏପରି ଏକ ପ୍ରତିରୂପ ଯାହା ମାତୃ ଗର୍ଭରେ ସ୍ଥାପିତ ହେବା ଦିନଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗତିଶୀଳ ରହିଥାଏ । ଏହା ଉଭୟ ସକାରାତ୍ମକ ଓ ନକରାତ୍ମକ ଗୁଣାତ୍ମକ ପରିବର୍ତ୍ତନକୁ ବୁଝାଏ । ଏହା ଜୈବିକ, ସଜ୍ଞାନାତ୍ମକ ଏବଂ ସାମାଜିକ ସଂବେଗାତ୍ମକ ପ୍ରକ୍ରିୟାଗୁଡ଼ିକ ପରସ୍ପର ସମ୍ବନ୍ଧକୁ ନେଇ ଆକାର ପ୍ରାପ୍ତ ହୋଇଥାଏ ।

ପ୍ରତ୍ୟେକ ବ୍ୟକ୍ତି ନିଜର ସ୍ଵତନ୍ତ୍ର ରୂପରେ ତଥା ସ୍ଵତନ୍ତ୍ର ପରିପ୍ରେକ୍ଷୀରେ ବୃଦ୍ଧି ଓ ବିକାଶ ଲାଭ କରିଥାନ୍ତି । ତଥାପି ବିକାଶର କେତେକ ମୂଳ ନିୟମ ରହିଛି ଏବଂ ଏଗୁଡ଼ିକ ବିକାଶର ମୌଳିକ ପ୍ରକ୍ରିୟାକୁ ରେଖାଙ୍କିତ କରିଥାଆନ୍ତି । ବିକାଶ ଏକ କ୍ରମିକ ଏବଂ ପୂର୍ବାନୁମାନ ପ୍ରକ୍ରିୟା । ଏହାର ଧାରା ଓ ଗତିରେ ଭିନ୍ନତା ଥିଲେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ନୀତି ଓ ନିୟମ ନେଇ ଗତି କରିଥାଏ । ଉକ୍ତ ନୀତିଗୁଡ଼ିକୁ ବିକାଶର ନିୟମ କୁହାଯାଏ । ଉକ୍ତ ନିୟମଗୁଡ଼ିକ ହେଉଛି :-

(୧) ବିକାଶ ନିରବଚ୍ଛିନ୍ନ ଭାବରେ ଗତି କରେ ।
(୨) ବିକାଶ ଏକ ନିର୍ଦ୍ଦିଷ୍ଟ ଢଞ୍ଚାକୁ ଅନୁସରଣ କରେ ।
(୩) ବିକାଶ ସାଧାରଣରୁ ସ୍ଵତନ୍ତ୍ରତାକୁ ଗତି କରେ ।
(୪) ବିକାଶ ପ୍ରକ୍ରିୟା ହାରରେ ବ୍ୟକ୍ତିଗତ ଭିନ୍ନତା ଥାଏ ।
(୫) ବିକାଶର ହାର ବିଭିନ୍ନ ଅବସ୍ଥାରେ ଭିନ୍ନ ଭିନ୍ନ ହୋଇଥାଏ ।
(୬) ବିକାଶ ହେଉଛି ଅନୁକ୍ରିୟା ସମୂହର ସମନ୍ଵୟ ।
(୭) ବିକାଶର ବିଭିନ୍ନ କ୍ଷେତ୍ର ଅନ୍ତଃ-ସମ୍ବନ୍ଧିତ ।
(୮) ବିକାଶ ଆତ୍ମକୈନ୍ଦ୍ରିକତାରୁ ପର-କୈନ୍ଦ୍ରିକତା ଆଡ଼କୁ ଗତି କରିଥାଏ ।
(୯) ବିକାଶ ପରାବଲମ୍ବନରୁ ସ୍ଵାବଲମ୍ବନ ଆଡ଼କୁ ଗତି କରେ ।
(୧୦) ବିକାଶ କ୍ଷେତ୍ରରେ ଅନେକ ଜଟିଳ ସମୟ ଆସିଥାଏ ।

CHSE Odisha Class 12 Psychology Unit 1 Long Answer Questions in Odia Medium

(୧) ବିକାଶ ନିରବଚ୍ଛିନ୍ନ ଭାବରେ ଗତି କରେ :- ବିକାଶ ପ୍ରକ୍ରିୟା ଭୃଣାବସ୍ଥାରୁ ଆରମ୍ଭ ହୋଇ ମୃତ୍ୟୁ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ଚାଲିଥାଏ । ମାତ୍ର ବିକାଶ ହାରରେ ଭିନ୍ନତା ଦେଖାଯାଏ। ଶାରୀରିକ ଓ ମାନସିକ ଲକ୍ଷଣଗୁଡ଼ିକ ସେମାନଙ୍କର ପୂର୍ଣ୍ଣତା ସୀମାରେ ପହଞ୍ଚିବା ଦିନ ପର୍ଯ୍ୟନ୍ତ ନିରନ୍ତର ଚାଲୁ ରହିଥାଆନ୍ତି । ଉଦାହରଣ ସ୍ୱରୂପ ଉଚ୍ଚତା, ଭାଷା, ଓଜନ, ବୁଦ୍ଧି, ଆବେଗ ଇତ୍ୟାଦି ।

(୨) ବିକାଶ ଏକ ନିର୍ଦ୍ଦିଷ୍ଟ ଢାଞ୍ଚାକୁ ଅନୁସରଣ କରେ –
ଅନ୍ୟାନ୍ୟ ପ୍ରାଣୀମାନଙ୍କ ଭଳି ମନୁଷ୍ୟମାନଙ୍କ କ୍ଷେତ୍ରରେ ବିକାଶ ଏକ ନିର୍ଦ୍ଦିଷ୍ଟ କ୍ରମିକତା ଓ ପୂର୍ବାନୁମେୟ ଢାଞ୍ଚାକୁ ଅନୁସରଣ କରିଥାଏ । ବିକାଶର ଧାରା ପ୍ରତ୍ୟେକ ପୂର୍ବ ପର୍ଯ୍ୟାୟ ଦ୍ଵାରା ପ୍ରଭାବିତ ହୁଏ ଏବଂ ଏହା ପରବର୍ତ୍ତୀ ପର୍ଯ୍ୟାୟକୁ ପ୍ରଭାବିତ କରିଥାଏ । ଉଦାହରଣ ସ୍ଵରୂପ – ଶିଶୁଟିର ଚାଲିବା, ତା’ର ଗୁରୁଣ୍ଡିବା ଓ ବସିବା ଉପରେ ନିର୍ଭରଶୀଳ ଏବଂ ଶିଶୁଟିର ଦୌଡ଼ିବା, ତା’ର ଚାଲିବା ଉପରେ ପର୍ଯ୍ୟବସିତ । ଶିଶୁର ଶାରୀରିକ ବିକାଶ ମୁଖ୍ୟତଃ ଦୁଇଗୋଟି ଅନୁକ୍ରମ ଅନୁସାରେ ଅଗ୍ରସର ହୋଇଥାଏ ଯଥା :-

(କ) ଆମସ୍ତକ-ପାଦ ଅନୁକ୍ରମ (Cephalo-candal sequence)
(ଖ) ସମୀପ-ଦୂରାଭିମୁଖୀ ଅନୁକ୍ରମ (Proximodistal sequence)

(୩) ବିକାଶ ସାଧାରଣରୁ ସ୍ଵତନ୍ତ୍ରତା ଆଡ଼କୁ ଗତି କରେ – ଶିଶୁର ବିକାଶ ପ୍ରକ୍ରିୟାରେ ପ୍ରତ୍ୟେକ କ୍ରିୟାକଳାପ ସାଧାରଣରୁ ଆରମ୍ଭ ହୋଇ କ୍ରମଶଃ ସ୍ଵତନ୍ତ୍ରତା ଆଡ଼କୁ ଗତି କରିଥାଏ । ଏହା ଶିଶୁଟିର ମାନସିକ ବା ଶାରୀରିକ ବିକାଶ କ୍ଷେତ୍ରରେ ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହୁଏ । ଉଦାହରଣ ସ୍ଵରୂପ ଗୋଟିଏ ବସ୍ତୁକୁ ଧରିବାକୁ ପଡ଼ିଥାଏ, ସେ ତା’ର ସଂପୂର୍ଣ୍ଣ ଶରୀର ଚଳାୟମାନ କରିଥାଏ । କିନ୍ତୁ ଶରୀରର କେଉଁ ସ୍ୱତନ୍ତ୍ର ଅଂଶକୁ ଚଳାୟମାନ କଲେ ସେ ନିର୍ଦ୍ଧାରିତ ବସ୍ତୁଟିକୁ ଧରିପାରିବ ତାହା ପରେ ବିକଶିତ ହୋଇଥାଏ । ଠିକ୍ ସେହିପରି ଶିଶୁଟି ପ୍ରଥମେ ପ୍ରଥମେ ସାଧାରଣ ଶବ୍ଦ ଶିଖୁବା ଆରମ୍ଭ କରେ ଓ କ୍ରମଶଃ ସେ ସ୍ଵତନ୍ତ୍ର ଶବ୍ଦ ଓ ବାକ୍ୟମାନ ଶିଖୁଥାନ୍ତି ।

(୪) ବିକାଶ ପ୍ରକ୍ରିୟା ହାରରେ ବ୍ୟକ୍ତିଗତ ଭିନ୍ନତା ଥାଏ – ବିକାଶର ହାର ସମସ୍ତ ଶିଶୁମାନଙ୍କ ପାଇଁ ସମାନ ନୁହେଁ । କେତେକ ଶିଶୁଙ୍କର କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବିକାଶର ହାର ଶୀଘ୍ର ଥିବାବେଳେ କେତେକଙ୍କର ଧୀର ଓ ମନ୍ଥର ହୋଇଥାଏ ।

ଉଦାହରଣ ସ୍ଵରୂପ :- ସମାନ ବୟସର ସମସ୍ତ ଶିଶୁଙ୍କର କଥା କହି ଶିଖୁବା ଓ ଚାଲିବା ଶିଖୁବା । ଏକ ସମୟରେ ହୋଇ ନ ଥାଏ । କେତେକ ପିଲା ଶୀଘ୍ର କଥା କହିବା ଆରମ୍ଭ କରନ୍ତି ଓ ଅନ୍ୟ କେତେକ ପିଲା ଡେରିରେ କଥା କହିବା ଶିଖୁଥାନ୍ତି ।

(୫) ବିକାଶ ହାର ବିଭିନ୍ନ ଅବସ୍ଥାରେ ଭିନ୍ନ ଭିନ୍ନ ହୋଇଥାଏ – ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ପାଇଁ ବିକାଶ ହାର ସମାନ ନୁହେଁ । ବିଭିନ୍ନ ଅବସ୍ଥାରେ ମଧ୍ୟ ବିକାଶର ହାରରେ ଭିନ୍ନତା ଦେଖାଦେଇଥାଏ । ଶୈଶବ ଅବସ୍ଥାରୁ ଆରମ୍ଭ କରି ଯୁବକ ଅବସ୍ଥା ପର୍ଯ୍ୟନ୍ତ ଶାରୀରିକ ଅଭିବୃଦ୍ଧି କ୍ଷିପ୍ର ଭାବରେ ଦେଖା ଦେଇଥାଏ । ଯୁବକ ଅବସ୍ଥା ଠାରୁ ବୃଦ୍ଧ ଅବସ୍ଥା ପର୍ଯ୍ୟନ୍ତ ଏହା ଅତ୍ୟନ୍ତ ଧୀର ଭାବରେ ଦେଖାଯାଏ । ସେହିପରି ଶିଶୁଟିର ହୃତ୍‌ପିଣ୍ଡ ଓ ପାକତନ୍ତ୍ର ଇତ୍ୟାଦିର ବୃଦ୍ଧି ଶୈଶବାବସ୍ଥାରେ ଧୂମା ଥିବାବେଳେ ଯୁବାବସ୍ଥାରେ କ୍ଷିପ୍ର ହୋଇଥାଏ ।

(୬) ବିକାଶ ହେଉଛି ଅନୁକ୍ରିୟା ସମୂହର ସମନ୍ଵୟ – ଶିଶୁଟିର ସମସ୍ତ କାର୍ଯ୍ୟକଳାପ ଓ ବ୍ୟବହାର ଧୀରେ ଧୀରେ ଏକତ୍ରିତ ହୋଇଥାନ୍ତି । କ୍ରମଶଃ ସରଳ ଅନୁକ୍ରିୟା ସମୂହର ସମନ୍ଵୟ ଘଟିବା ଫଳରେ ଶିଶୁଟି ଜଟିଳ ବ୍ୟବହାର ସହିତ ନିଜକୁ ଖାପ ଖୁଆଇ ଚାଲିବାରେ ସକ୍ଷମ ହୋଇଥାଏ ।

ଉଦାହରଣ ସ୍ଵରୂପ :- ଶିଶୁଟି ଧୀରେ ଧୀରେ ବିଭିନ୍ନ ଶବ୍ଦ ଶିକ୍ଷା କରେ ଓ କ୍ରମଶଃ ଉକ୍ତ ଶବ୍ଦଗୁଡ଼ିକୁ ଏକତ୍ରିତ କରି ବିଭିନ୍ନ ସରଳ ଓ ଜଟିଳ ବାକ୍ୟମାନ ସୃଷ୍ଟି କରିଥାଏ ।

(୭) ବିକାଶର ବିଭିନ୍ନ କ୍ଷେତ୍ର ଅନ୍ତଃ-ସମ୍ବନ୍ଧିତ – ଶିଶୁର ଶାରୀରିକ ବିକାଶର ମାନସିକ ବିକାଶ ସହ ସକାରୀ ସହସମ୍ବନ୍ଧ ରହିଛି । ସାଧାରଣତଃ ସ୍ଵାସ୍ଥ୍ୟବାନ ଓ ବଳିଷ୍ଠ ଶିଶୁର ମାନସିକ ବିକାଶ ଉତ୍ତମ ହୋଇଥାଏ । ବିକାଶର ଗୋଟିଏ କ୍ଷେତ୍ର ଅନ୍ୟ କ୍ଷେତ୍ରମାନଙ୍କୁ ପ୍ରଭାବିତ କରିଥାଏ । ଶିଶୁମାନଙ୍କ ଉପରେ ପରୀକ୍ଷଣ କରି ଦେଖାଯାଉଛି ଯେ ବୁଦ୍ଧିର ବିକାଶ ମାନବର ବିଭିନ୍ନ ପ୍ରକ୍ରିୟା ଉପରେ ନିର୍ଭର କରେ ଓ ଏହା ପରିବର୍ତ୍ତନଶୀଳ । ଯେଉଁମାନେ ଶୀଘ୍ର ପରିପକ୍ବତା ମାନସିକ ବିକାଶରେ ବିଳମ୍ବରେ ପରିପକ୍ଵ ଲାଭ କରିଥିବା ସମବୟସ୍କ ଶିଶୁମାନଙ୍କ ଠାରୁ ଯଥେଷ୍ଟ ଉନ୍ନତ ।

CHSE Odisha Class 12 Psychology Unit 1 Long Answer Questions in Odia Medium

(୮) ବିକାଶ ଆତ୍ମକୈନ୍ଦ୍ରିକତାରୁ ପରକୈନ୍ଦ୍ରିକତା ଆଡ଼କୁ ଗତି କରିଥାଏ – ଶିଶୁମାନେ ସାଧାରଣତଃ ଆତ୍ମକୈନ୍ଦ୍ରିକ । ସେମାନେ ପ୍ରତ୍ୟେକଟି ଜିନିଷକୁ ନିଜ ଦୃଷ୍ଟିକୋଣରୁ ବିଚାର କରିଥାନ୍ତି । ଅନ୍ୟମାନଙ୍କର ଦୃଷ୍ଟିକୋଣରୁ ବିଚାର କରିବାର ଶକ୍ତି ସେମାନଙ୍କର ନ ଥାଏ । ଦୃଷ୍ଟିଗୋଚର ହେଉଥ‌ିବା ସମସ୍ତ ବସ୍ତୁ ତା’ ନିଜର ଏହିପରି ଭାବଧାରା ନେଇ ସେ ଗତି କରିଥାଏ ।

ଉଦାହରଣ ସ୍ଵରୂପ :- ଦୁଇବର୍ଷର ଗୋଟିଏ ଶିଶୁ ରାତି ଦୁଇଟାବେଳେ ଚକୋଲେଟ୍ ଖାଇବା ପାଇଁ ଜିଦ୍ କରି ପାଟିକରି କାନ୍ଦିପାରେ । ସେ ଜାଣି ନ ଥାଏ ଯେ ରାତିର ଏହି ସମୟରେ ତା’ର ଦାବି ପୂରଣ ହେବା ପୁରାପୁରି ଅସମ୍ଭବ । କିନ୍ତୁ ଛୁଆ ଟିକିଏ ବଡ଼ ହୋଇଗଲା ପରେ ତା’ର ଚିନ୍ତନ ଓ ବ୍ୟବହାର ଆତ୍ମକୈନ୍ଦ୍ରିକତା ଠାରୁ ସାମାଜିକତା ଆଡ଼କୁ ଅଗ୍ରସର ହୁଏ ଏବଂ ସେ ଅନ୍ୟର ଦୃଷ୍ଟିକୋଣରୁ ଦୁନିଆଁକୁ ଦେଖୁବା ରୂପରେ ନିଜକୁ ବଦଳାଇଥାଏ ।

(୯) ବିକାଶ ପରାବଲମ୍ବନରୁ ସ୍ଵାବଲମ୍ବନ ଆଡ଼କୁ ଗତି କରେ – ଶୈଶବ ଅବସ୍ଥାରେ ଶିଶୁମାନେ ସେମାନଙ୍କର ଖାଦ୍ୟ, ପାନୀୟ ତଥା ତାଙ୍କର ସର୍ବାଙ୍ଗୀନ ଯତ୍ନ ନିମିତ୍ତ ଅନ୍ୟମାନଙ୍କ ଉପରେ ନିର୍ଭର କରିଥାନ୍ତି । ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ସେମାନେ ପରାବଲମ୍ବନରୁ ସ୍ଵାବଲମ୍ବନ ଆଡ଼କୁ ଅଗ୍ରସର ହେବାର ସୂଚନା ଦିଏ । ଅନ୍ୟର ସାହାଯ୍ୟ ବିନା ସେମାନେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ନିଜେ ସମାପନ କରିପାରନ୍ତି ।

(୧୦) ବିକାଶ କ୍ଷେତ୍ରରେ ଅନେକ ଜଟିଳ ସମୟ ଆସିଥାଏ – ମନୋବିଜ୍ଞାନୀମାନଙ୍କ ମତରେ ବିକାଶ କ୍ଷେତ୍ରରେ ଅନେକ ଜଟିଳ ସମୟ ଆସିଥାଏ । ଏହାକୁ କ୍ରାନ୍ତିକ ପର୍ଯ୍ୟାୟର ପ୍ରଭାବ କୁହାଯାଏ । ଏହା ମନୁଷ୍ୟ କ୍ଷେତ୍ରରେ ବିଶେଷତଃ ବାଲ୍ୟାବସ୍ଥାରେ ଦେଖାଯାଇଥାଏ । ଉକ୍ତ ସମୟ କାଳକୁ ସମ୍ବେଦନଶୀଳ ଅବସ୍ଥା କୁହାଯାଏ । ଉକ୍ତ ସମୟ ମଧ୍ୟରେ ଉପଯୁକ୍ତ ଉଦ୍ଦୀପନା ଉପଲବ୍ଧ ହେଲେ ବିକାଶ ତ୍ବରାନ୍ବିତ ହୋଇଥାଏ । ଏପରିକି ଶିଶୁମାନେ ଏହି ସମୟରେ ଉପଯୁକ୍ତ ଶିକ୍ଷା ଦ୍ଵାରା ବିଭିନ୍ନ ଭାଷା ଉପରେ ଦକ୍ଷତା ହାସଲ କରିପାରିଥାନ୍ତି ।

Question ୨।
ବିକାଶର ବିଭିନ୍ନ ଅବସ୍ଥାଗୁଡ଼ିକ ସଂକ୍ଷେପରେ ବର୍ଣ୍ଣନା କର ।
Answer:
ମାନବ ଜୀବନ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଅବସ୍ଥା ଦେଇ ଅଗ୍ରସର ହୋଇଥାଏ । ପ୍ରତ୍ୟେକ ଅବସ୍ଥାରେ ବ୍ୟକ୍ତି ଗୋଟିଏ ବିଶେଷ ଲକ୍ଷ୍ୟ ଦିଗରେ ଅଗ୍ରସର ହୋଇଥାଏ ଏବଂ ଏହି ବିଶେଷ ଲକ୍ଷ୍ୟକୁ ଗୋଟିଏ ଅବସ୍ଥାରେ ପ୍ରାପ୍ତ କରି ସାରିବା ପରେ ଯାଇ ସେ ପରବର୍ତ୍ତୀ ଅବସ୍ଥାକୁ ଅଗ୍ରସର ହୋଇଥାଏ । ଗୋଟିଏ ଅବସ୍ଥାରୁ ପରବର୍ତ୍ତୀ ଅବସ୍ଥାରେ ପହଞ୍ଚିବା ପାଇଁ ନେଉଥୁବା ସମୟ ଓ ବିକାଶର ବେଗ ଭିନ୍ନ ଭିନ୍ନ ବ୍ୟକ୍ତି ପାଇଁ ଭିନ୍ନ ଭିନ୍ନ ହୋଇଥାଏ । ଗୋଟିଏ ଅବସ୍ଥା ପରେ ପରବର୍ତୀ ଅବସ୍ଥା ଆସିଥାଏ । କିନ୍ତୁ ପୂର୍ବବର୍ତ୍ତୀ ଅବସ୍ଥାର ବ୍ୟବହାର ତଥା କ୍ରିୟାକଳାପ ପରବର୍ତ୍ତୀ ଅବସ୍ଥାରେ କିଛିମାତ୍ରାରେ ଦେଖା ଦେଇପାରେ । ଏମାନେ ଆଂଶିକ ଭାବରେ ପରସ୍ପର ସହିତ ସଂଯୁକ୍ତ ହୋଇଥାଆନ୍ତି ।
ବିକାଶର ବିଭିନ୍ନ ଅବସ୍ଥାଗୁଡ଼ିକ ହେଲା :-

(୧) ପ୍ରାକ୍-ଜନନ ଅବସ୍ଥା
(୨) ଶୈଶବାବସ୍ଥା
(୩) ବାଲ୍ୟାବସ୍ଥା
(୪) କିଶୋରାବସ୍ଥା
(୫) ପ୍ରୌଢ଼ାବସ୍ଥା
(୬) ବୃଦ୍ଧାବସ୍ଥା

(୧) ପ୍ରାକ୍-ଜନନ ଅବସ୍ଥା ଏହା ଗର୍ଭଧାରଣ ସମୟ ଠାରୁ ଆରମ୍ଭ ହୋଇ ଜନ୍ମ ହେବା ପର୍ଯ୍ୟନ୍ତ ଗତି କରିଥାଏ । ଏହାର ସାଧାରଣତଃ ସମୟସୀମା ୪୦ ସପ୍ତାହ ବା ୨୮୦ ଦିନ ଅଟେ । ଉକ୍ତ ଅବସ୍ଥାରେ ବିକାଶର ଧାରା କ୍ଷିପ୍ତ ହୋଇଥାଏ । ଏହା ଏତେ କ୍ଷିପ୍ର ଯେ ମାତୃ ଗର୍ଭରେ ଥିବା ଭ୍ରୂଣଟି ଉକ୍ତ ୨୮୦ ଦିନରେ ଏକ ପିକଣ୍ଟାର ମୁଣ୍ଡ ଆକାରରୁ ତିନି ଚାରି କିଲୋଗ୍ରାମର ପୂର୍ଣ ବିକଶିତ ଶିଶୁରେ ପରିଣତ ହୋଇଥାଏ । ପ୍ରାକ୍‌ଜନନ ଅବସ୍ଥା ମୁଖ୍ୟତଃ ତିନିଗୋଟି ଭାଗରେ ବିଭକ୍ତ ଯଥା :-

(କ) ଡିମ୍ବାବସ୍ଥା ବା ଅଙ୍କୁରଣ (Period of Ovum)
(ଖ) ଭୃଣାବସ୍ଥା (Period of Embryo)
(ଗ) ଗର୍ଭାବସ୍ଥା (Period of Fetus)

CHSE Odisha Class 12 Psychology Unit 1 Long Answer Questions in Odia Medium

(କ) ଡିମ୍ବାବସ୍ତୁ – ଉକ୍ତ ଅବସ୍ଥା ଶିଶୁଟିର ଜୀବନ ଧାରଣ ଦିନଠାରୁ ୨ ସପ୍ତାହ ଶେଷ ପର୍ଯ୍ୟନ୍ତ ଗତି କରିଥାଏ । ଡିମ୍ବାଣୁ ସହ ଶୁକ୍ରାଣୁର ମିଳନ ଡିମ୍ବବାହୀନଳୀରେ ହୋଇଥାଏ । ଉକ୍ତ ମିଳନ ଦ୍ଵାରା ଯୁଗ୍ମକ ସୃଷ୍ଟି ହୋଇଥାଏ । ଏହା ଧୀରେ ଧୀରେ ଡିମ୍ବବାହୁ ନଳୀରୁ ବାହାରି ଗର୍ଭାଶୟ ମଧ୍ୟକୁ ପ୍ରବେଶ କରିଥାଏ । ଗର୍ଭାଶୟରେ ଅବସ୍ଥାନ କଲାପରେ ଉକ୍ତ ଯୁଗ୍ମଜଟି ଭ୍ରୂଣର ରୂପ ନେଉଥାଏ ଓ ମା’ ଗର୍ଭରେ ଥିବା ରକ୍ତନଳୀ ସାହାଯ୍ୟରେ ଖାଦ୍ୟ ଗ୍ରହଣ କରି ବଞ୍ଚ ରହିଥାଏ । ଏହି ଭ୍ରୂଣଟିର ଆକାର ଏକ ପିକଣ୍ଟାର ମୁଣ୍ଡଭଳି ଦେଖାଯାଇଥାଏ ।

(ଖ) ଭୃଣାବସ୍ଥା – ଏହି ଅବସ୍ଥା ଗର୍ଭସଞ୍ଚାରର ୨ୟ ସପ୍ତାହଠାରୁ ୮ମ ସପ୍ତାହ ପର୍ଯ୍ୟନ୍ତ ଗତି କରିଥାଏ । ଉକ୍ତ ଅବସ୍ଥାରେ ଶିଶୁଟିର ସମସ୍ତ ମୁଖ୍ୟ ଅଙ୍ଗପ୍ରତ୍ୟଙ୍ଗର ବିକାଶ ଘଟିଥାଏ । ନିଷିକ୍ତ ଡିମ୍ବାଣୁ ସମୟଠାରୁ ଉକ୍ତ ଅବସ୍ଥାର ଶେଷ ସମୟ ବେଳକୁ ଯୁଗ୍ମଜଟିର ଆକାରରେ ଶତକଡ଼ା ଦୁଇ ମିଲିଅନ୍ ବୃଦ୍ଧି ଘଟିଥାଏ । ଉକ୍ତ ଅବସ୍ଥାରେ ଯୁଗ୍ମଜଟିର ଅନ୍ତରୀଣ ସମୂହ ତିନିଗୋଟି ସ୍ତରରେ ବିଭକ୍ତ ହୋଇଥାଏ । ଯଥା :-

  • ବାହ୍ୟ ଚର୍ମସ୍ତର (Ectoderm)
  • ମଧ୍ୟାଦିସ୍ତର (Mesoderm)
  • ଅନ୍ତଃଚର୍ମ ସ୍ତର (Endoderm)

(ଗ) ଗର୍ଭାବସ୍ଥା – ଉକ୍ତ ଅବସ୍ଥା ୮ମ ସପ୍ତାହର ଶେଷ ଠାରୁ ଆରମ୍ଭ ହୋଇ ଶିଶୁଟି ଜନ୍ମ ହେବା ପର୍ଯ୍ୟନ୍ତ ଗତି କରିଥାଏ । ଏହି ସମୟ ମଧ୍ୟରେ ମାଂସପେଶୀଗୁଡ଼ିକ କ୍ଷିପ୍ରଭାବରେ ବିକଶିତ ହୋଇଥାଏ ଏବଂ ସ୍ନାୟୁସଂସ୍ଥା ପୂର୍ଣ୍ଣ ଭାବରେ ପରିପକ୍ବ ଲାଭ କରିଥାଏ । ଚତୁର୍ଥ ମାସର ଶେଷ ବେଳକୁ ମା’ ନିଜ ଗର୍ଭରେ ଥିବା ଶିଶୁଟିର ଗତି ଅନୁଭବ କରିଥାଏ । ପଞ୍ଚମ ମାସ ସମୟକୁ ଶିଶୁଟିର ନଖ, ଲାଳଗ୍ରନ୍ଥି ଓ ମୋଟା ଚର୍ମ ଇତ୍ୟାଦିର ବିକାଶ ଘଟିଥାଏ । ଛଅ ମାସ ସମୟରେ ଶିଶୁଟି ମାତୃ ଗର୍ଭରେ ତା’ର ଆଖ୍ ଖୋଲିବା ବନ୍ଦ କରିବା କାର୍ଯ୍ୟ କରିଥାଏ । ପରବର୍ତୀ ଅବସ୍ଥାରେ ଶିଶୁଟିର ସମସ୍ତ ସ୍ନାୟୁସଂସ୍ଥା ଓ ନିଃଶ୍ଵାସ ପ୍ରଶ୍ଵାସ ନେବା ପ୍ରକ୍ରିୟାଗୁଡ଼ିକର ପରିପକ୍ବତା ଲାଭ କରିଥାଏ ।

(୨) ଶୈଶବାବସ୍ଥା – ଜନ୍ମ ହେବା ଦିନଠାରୁ ଆରମ୍ଭ କରି ୧୮ ମାସଠାରୁ ୨ ବର୍ଷ ପର୍ଯ୍ୟନ୍ତ ସମୟକୁ ଶୈଶବାବସ୍ଥା କୁହାଯାଏ । ଉକ୍ତ ଅବସ୍ଥାରେ ଶିଶୁଟିର ମାନସିକ ଓ ଶାରୀରିକ ପରିବର୍ତ୍ତନ ବ୍ୟାପକ ଭାବରେ ହୋଇଥାଏ। ଏହା ପରବର୍ତ୍ତୀ ବିକାଶର ମୂଳଦୁଆ ଭାବେ କାମ କରିଥାଏ । ଏହି ସମୟରେ ଶିଶୁଟି ଅନେକ କାର୍ଯ୍ୟ ନିଜେ କରିବା ପାଇଁ ଚେଷ୍ଟା କରିଥାଏ –

ଉଦାହରଣ ସ୍ୱରୂପ :- ବସିବା, ଛିଡ଼ା ହେବା, ଚାଲିବା ଓ ବିଭିନ୍ନ ବସ୍ତୁକୁ ନିଜ ଇଚ୍ଛା ଅନୁସାରେ ପରିଚାଳନା କରିବାରେ ସକ୍ଷମ ହୋଇଥାଏ। କ୍ରମଶଃ ଶିଶୁଟିର ଆତ୍ମନିର୍ଭରଶୀଳତା ବୃଦ୍ଧି ପାଉଥାଏ । ବିଭିନ୍ନ ଉଦ୍ଦୀପକ ପ୍ରତି ପ୍ରତିକ୍ରିୟା ପରିପ୍ରକାଶ କରିବା ଶିକ୍ଷା କରିଥାଏ । ଫଳରେ ଉକ୍ତ ଅବସ୍ଥାରେ ପରିବର୍ତ୍ତନ ଗୁଣାତ୍ମକ ଓ ପରିମାଣାତ୍ମକ ଦୃଷ୍ଟିରୁ ତୀବ୍ର ହୋଇଥାଏ । ଶୈଶବାବସ୍ଥାରେ ଶାରୀରିକ ବୃଦ୍ଧି ଦୁଇ ପ୍ରକାରର ଦେଖା ଦେଉଥାଏ। ଯଥା :-

  • ଆମସ୍ତକପାଦ (Cephalocaudal)
  • ସମୀପ-ଦୂରାଭିମୁଖୀ (Proximo-distal)

ଉକ୍ତ ଅବସ୍ଥାରେ ଶିଶୁଟିର ଶାରୀରିକ ବିକାଶ, ମାନସିକ ବିକାଶ, ସାଙ୍କେତିକ ଏବଂ ପ୍ରାତ୍ୟକ୍ଷିକ ବିକାଶ, ଜ୍ଞାନେନ୍ଦ୍ରିୟ ବା ସମ୍ବେଦନ ବିକାଶ ଇତ୍ୟାଦି ପ୍ରକାରର ବିକାଶ ଦେଖା ଦେଇଥାଏ । ଏହି ସମୟରେ ଶିଶୁଟି ମୁଖ୍ୟତଃ ବିଭିନ୍ନ ପ୍ରକାରର ପ୍ରତିବର୍ଷଗୁଡ଼ିକ ପ୍ରଦର୍ଶନ କରିଥାଏ, ଯଥା: ଆଖପତା ହଲାଇବା, ଚୁଚୁମିବା, ଗିଳିଦେବା ଇତ୍ୟାଦି । ଉକ୍ତ ପ୍ରତିବର୍ଷ କ୍ରିୟାଗୁଡ଼ିକ ଶିଶୁଟିର ଉଦ୍ଦୀପକମାନଙ୍କ ପ୍ରତି ଅନୈତିକ ପ୍ରତିକ୍ରିୟା ଅଟେ । କ୍ରମଶଃ ଉକ୍ତ ଅନୈତିକ ପ୍ରତିକ୍ରିୟାଗୁଡ଼ିକ ସ୍ଵଇଚ୍ଛାଚାଳିତ କ୍ରିୟାରେ ପରିବର୍ତ୍ତିତ ହୋଇଯାଇଥାଏ ।

(୩) ବାଲ୍ୟାବସ୍ଥା – ବାଲ୍ୟାବସ୍ଥା ସାଧାରଣତଃ ଦୁଇ ବର୍ଷ ଶେଷରୁ ଯୌନାବସ୍ଥା ପର୍ଯ୍ୟନ୍ତ ଗତି କରିଥାଏ । ଉକ୍ତ ଅବସ୍ଥାରେ ଶିଶୁର ଶାରୀରିକ ବିକାଶ ହୋଇଥାଏ, ତା’ର ଉଚ୍ଚତା ଓ ଓଜନ ବଢ଼ିଥାଏ, ସେ ଚାଲିବା, ଦୌଡ଼ିବା, ଡେଇଁବା, ଖେଳକୁଦ କରିବା ଆଦି ଶିକ୍ଷା କରିଥାଏ । ଏହି ଅବସ୍ଥାରେ ଶିଶୁଟି ଭଲମନ୍ଦ ବିଚାର କରିବା ଆରମ୍ଭ କରେ ।

ଏହି ଅବସ୍ଥାରେ ଶିଶୁଟିର ବୌଦ୍ଧିକ ବିକାଶ ଘଟିଥାଏ । ତା’ର ସାମାଜିକ ବିକାଶ ଗୃହ ମଧ୍ୟରେ ସୀମିତ ନ ରହି ଆସ୍ତେ ଆସ୍ତେ ସାଙ୍ଗସାଥୀ ଓ ଅନ୍ୟାନ୍ୟ ଶିଶୁମାନଙ୍କ ଆଡ଼କୁ ଅଗ୍ରସର ହେବାରେ ଲାଗେ । ଯେ କୌଣସି କାର୍ଯ୍ୟକୁ ଏକାକୀ ସମାଧାନ କରିବା ପାଇଁ ସେ ଶାରୀରିକ ଓ ମାନସିକ ସ୍ତରରେ ପ୍ରସ୍ତୁତ ହେବା ଆରମ୍ଭ କରେ । ବାଲ୍ୟାବସ୍ଥାରେ କ୍ରାନ୍ତିକ ପର୍ଯ୍ୟାୟର ପ୍ରଭାବରେ ଦେଖାଯାଉଥିବା ସମୟ କାଳକୁ “ ସମ୍ବେଦନଶୀଳ ଅବସ୍ଥା” କୁହାଯାଏ । ବାଲ୍ୟାବସ୍ଥାରେ ସାଧାରଣତଃ ଶାରୀରିକ, ବିକାଶ, ସାମାଜିକ ବିକାଶ, ଜ୍ଞାନାତ୍ମକ ବିକାଶ ଓ ଭାଷାର ବିକାଶ ଘଟିଥାଏ ।

(୪) କିଶୋରାବସ୍ଥା – ଏହା ବାଲ୍ୟାବସ୍ଥା ଓ ପ୍ରୌଢ଼ାବସ୍ଥା ମଧ୍ୟରେ ଆସିଥାଏ । ଉକ୍ତ ଅବସ୍ଥା ସାଧାରଣତଃ ୧୨ବର୍ଷ ବୟସଠାରୁ ଆରମ୍ଭ ହୋଇ ପ୍ରଜନନ କ୍ଷମତା ପ୍ରାପ୍ତ ହେବା ପର୍ଯ୍ୟନ୍ତ ଗତି କରିଥାଏ । ଏହି ସମୟଟି ଶିଶୁଟିର ଜୀବନବ୍ୟାପୀ ବିକାଶର ଏକ ସମୟ ଅଟେ, କାରଣ ଉକ୍ତ ସମୟରେ ଶିଶୁର ପ୍ରମୁଖ ଶାରୀରିକ, ମାନସିକ ଓ ସାମାଜିକ ପରିବର୍ତ୍ତନ ଘଟିଥାଏ ।

ଶିଶୁଟି ଏକ ଦାୟିତ୍ଵସଂପନ୍ନ ଯୁବକ କିମ୍ବା ଯୁବତୀ ଭାବରେ ନିଜକୁ ପରିପ୍ରକାଶ କରିବାର ଏହା ଏକ ପ୍ରକୃଷ୍ଟ ସମୟ ଅଟେ । ଏହି ସମୟରେ ଜୀବନକୁ ଏକ ନୂତନ ରୂପରେଖ ଦେବାର ଆହ୍ଵାନ ଓ ପ୍ରତ୍ୟେକ ସମସ୍ୟାକୁ ସଫଳତାପୂର୍ବକ ସାମ୍ନା କରିବାର ଆନନ୍ଦ ଯୁବକ ଓ ଯୁବତୀମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥାଏ । କିଶୋରାବସ୍ଥାର ପ୍ରମୁଖ ଶାରୀରିକ ବିକାଶ, ସାମାଜିକ ବିକାଶ, ଯୌନଗତ ବିକାଶ(Sexual development), ନୈତିକ ବିକାଶ ।

(୫) ପ୍ରୌଢ଼ାବସ୍ଥା ଏହା ପ୍ରତ୍ୟେକ ବ୍ୟକ୍ତିର ବିକାଶର ଏକ ମୁଖ୍ୟ ଅବସ୍ଥା । ଏହା ସାଧାରଣତଃ କିଶୋରାବସ୍ଥା ପରଠାରୁ ଅର୍ଥାତ୍ ସାଧାରଣତଃ ୨୫ ବର୍ଷଠାରୁ ୬୫ ବର୍ଷ ପର୍ଯ୍ୟନ୍ତ ଗତି କରିଥାଏ । ଏହି ଅବସ୍ଥାରେ ପ୍ରତ୍ୟେକ ଯୁବକ ଓ ଯୁବତୀ ସମାଜରେ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵବହନ କରିବା ପାଇଁ ସକ୍ଷମ ହୋଇଥାନ୍ତି ଓ ଅଧୁକାର ମଧ୍ୟ ଲାଭ କରିଥାନ୍ତି ।

ଏହି ସମୟରେ ଜଣେ ବୟସ୍କ ସମାଜରେ ଦାୟିତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସଙ୍ଗେ ସଙ୍ଗେ ନିଜର ଆତ୍ମନିର୍ଭରଶୀଳତା, ପରିପକ୍ବତା ଓ ଅନ୍ୟମାନଙ୍କ ପ୍ରତି ଆତ୍ମୀୟତା ଭାବର ପରିପ୍ରକାଶ କରିଥାଏ । ତା’ର ବ୍ୟବହାର ଓ କାର୍ଯ୍ୟପ୍ରଣାଳୀ ମାଧ୍ୟମରେ ସେ ବିକାଶର ଧାରାକୁ ଦର୍ଶାଇଥାଏ । ଉକ୍ତ ଅବସ୍ଥାରେ ସାଧାରଣତଃ ଶାରୀରିକ ବିକାଶ, ସାମାଜିକ ବିକାଶ ଓ ଜୈବିକ ବିକାଶରେ ପରିବର୍ତ୍ତନ ପରିଲକ୍ଷିତ ହୁଏ ।

CHSE Odisha Class 12 Psychology Unit 1 Long Answer Questions in Odia Medium

ଏହି ଅବସ୍ଥାରେ ଆମ ଶରୀରର ପେଶୀୟ କ୍ଷମତା, ସମ୍ବେଦୀ ଦକ୍ଷତା, ହୃତ୍‌ପିଣ୍ଡର କାର୍ଯ୍ୟକଳାପ ଏପରିକି ଚକ୍ଷୁ, ଦାନ୍ତ ଓ କେଶ ଇତ୍ୟାଦିର ବୃଦ୍ଧି ଓ ଦକ୍ଷତା ଶୀର୍ଷସ୍ଥାନର ପହଞ୍ଚି ସାରିଥାନ୍ତି । ପ୍ରୌଢ଼ାବସ୍ଥାରେ ଗୃହରେ ନିଜର ପିତାମାତା, ଭାଇ ଭଉଣୀଙ୍କ ସହ ସୁସଂପର୍କ ସ୍ଥାପନ କରିବା ସହିତ ନିଜର ଚରିତ୍ର ଗଠନ, ବୃତ୍ତି ବାଛିବା, ବିବାହ କରିବା, ଅନ୍ୟମାନଙ୍କୁ ସହଯୋଗ କରିବା ଇତ୍ୟାଦି ଅନେକ ସାମାଜିକ କାର୍ଯ୍ୟ ତୁଲାଇବାକୁ ପଡ଼ିଥାଏ। ବୌଦ୍ଧିକ ବିକାଶର ଧାରା ଏହି ସମୟରେ ସଂପୂର୍ଣ୍ଣ ବୃଦ୍ଧି ପାଇ କ୍ରମଶଃ ଧୀରେ ଧୀରେ କମିବାରେ ଲାଗେ । ଏହି ସମୟରେ ମନୁଷ୍ୟ ନିଜର ବ୍ୟକ୍ତିଗତ ଲାଭ କ୍ଷତିକୁ ବିଚାରକୁ ନ ନେଇ ଦେଶ ଓ ଜାତିର କଲ୍ୟାଣ ନିମନ୍ତେ ଅଗ୍ରସର ହୋଇଥାଏ ।

(୬) ବୃଦ୍ଧାବସ୍ଥା ମନୋବିଜ୍ଞାନୀଙ୍କ ମତରେ ଏହା ଏକ ମାନସିକ ଅବସ୍ଥା । ଏହା କେତେକଙ୍କ କ୍ଷେତ୍ରରେ ଚାକିରିରୁ ଅବସର ଗ୍ରହଣ ପରେ ଆସିଥାଏ, କେତେକଙ୍କର ଆର୍ଥିକ ସମସ୍ୟାରୁ ଉତ୍ପନ୍ନ ହୋଇଥାଏ ଓ ଅନେକଙ୍କର ଶାରୀରିକ ଅକ୍ଷମତା ଉକ୍ତ ଅବସ୍ଥା ମଧ୍ୟରୁ ଗତିଶୀଳ କରାଉଥାଏ । ଯୋଜନାବଦ୍ଧ ମତବାଦ ଅନୁସାରେ ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ଏକ ଜୈବିକ ଧାରା ଗତିଶୀଳ ଯାହାକି ଆମର ଦୀର୍ଘାୟୁ ହେବା ସ୍ଥିର କରିଥାଏ । ଅନ୍ୟ ପକ୍ଷରେ ବୟୋବୃଦ୍ଧିର ଜୀର୍ଶନ- ।

ଚ୍ଛିନ୍ନନ ତତ୍ତ୍ଵ (Wears tear theory of Aging) ଅନୁସାରେ ବାରମ୍ବାର ବ୍ୟବହାର ହେବା ଦ୍ଵାରା ଆମ ଶରୀରରେ ଥିବା କୋଷ ଓ ଅଂଶଗୁଡ଼ିକ କ୍ଷୟ ହେବାର ଲାଗେ ଓ ମନୁଷ୍ୟ ବୃଦ୍ଧାବସ୍ଥାକୁ ଗତି କରିଥାଏ । ମାତ୍ର ଆମେ ଅନେକ ବ୍ୟକ୍ତିଙ୍କୁ ଅବସର ଗ୍ରହଣ କରେ । ଆର୍ଥିକ ଅନାଟନ ମଧ୍ୟରେ ମଧ୍ୟ ଚଳଚଞ୍ଚଳ ଜୀବନଯାପନ କରିବାର ଦେଖୁଥାଉ । ତେଣୁ ସାଧାରଣ ଭାବରେ ସମସ୍ତ ବିଷୟକୁ ବିଚାରକୁ ନେଇ ବର୍ତ୍ତମାନ ଅନ୍ତତଃ ୭୦ ବର୍ଷ ପରଠାରୁ ବୃଦ୍ଧାବସ୍ଥା ଆରମ୍ଭ ହୋଇଥାଏ । ଉକ୍ତ ସମୟରେ ଆମେ ବିଭିନ୍ନ ପ୍ରକାରର, ଶାରୀରିକ, ସାମାଜିକ ଓ ମାନସିକ ପରିବର୍ତ୍ତନ ଦେଖୁଥାଉ ।

ବୃଦ୍ଧାବସ୍ଥା ଶାରୀରିକ ପରିବର୍ତ୍ତନ ଓ ମୁଖ୍ୟ କାରଣ ଯୋଗୁଁ ହୋଇଥାଏ, ପ୍ରଥମତଃ ଇନ୍ଦ୍ରିୟ କାରକ ପରିବର୍ତ୍ତନ ଓ ଦ୍ଵିତୀୟତଃ ସ୍ନାୟବିକ ପରିବର୍ତ୍ତନ । ଉକ୍ତ ସମୟରେ ମନୁଷ୍ୟର ସମସ୍ତ ଇନ୍ଦ୍ରିୟଗୁଡ଼ିକର କ୍ଷମତା କମିବାରେ ଲାଗେ । ଏହାଦ୍ଵାରା ଶାରୀରିକ କାର୍ଯ୍ୟକଳାପରେ ବାଧା ସୃଷ୍ଟି ହୋଇଥାଏ । ସ୍ନାୟବିକ ପରିବର୍ତ୍ତନ ଫଳରେ ବ୍ୟକ୍ତିର ମାଂସପେଶୀଗୁଡ଼ିକର କ୍ଷମତା, ମସ୍ତିଷ୍କର ଦକ୍ଷତା, ବିଭିନ୍ନ ଗ୍ରନ୍ଥିଗୁଡ଼ିକର କ୍ରିୟା କଳାପରେ ଦ୍ରୁତ ମନ୍ଥରତା ଦେଖା ଦେଉଥାଏ। ଏହି ସମୟରେ ବ୍ୟକ୍ତି ନିଜର ଅଭିଜ୍ଞତା ଦ୍ଵାରା ଅନ୍ୟମାନଙ୍କର ସମସ୍ୟାଗୁଡ଼ିକ ସରଳ ଭାବରେ ସମାଧାନ କରିବାରେ ସାହାଯ୍ୟ କରିପାରେ । ଉକ୍ତ ସମୟରେ କେତେକଙ୍କ କ୍ଷେତ୍ରରେ ମାନସିକ ଅସ୍ଥିରତା, ଚିଡ଼ିଚିଡ଼ା ହେବା, ହାତାଶା ଭାବ ଅନୁଭୂତ ହେବା ଭଳି ମାନସିକ ସ୍ଥିତି ଉତ୍ପନ୍ନ ହୋଇଥାଏ ।

Question ୩।
ବ୍ୟକ୍ତିତ୍ଵର ସଂଜ୍ଞା ନିରୂପଣ କର । ବିଭିନ୍ନ ପ୍ରକାରର ବ୍ୟକ୍ତିତ୍ଵ ସଂକ୍ଷେପରେ ବର୍ଣ୍ଣନା କର ।
Answer:
ବ୍ୟକ୍ତିର ବ୍ୟବହାର ଶୈଳୀ, ରୁଚି, ମନୋବୃଦ୍ଧି, ଅଭିବୃଦ୍ଧି, ବିଶ୍ଵାସଧାରା, ମୂଲ୍ୟବୋଧ, ସାମର୍ଥ୍ୟ, ଶାରୀରିକ ଗୁଣାବଳୀ, ବୁଦ୍ଧିମତ୍ତା ଏବଂ ଅଭିଜ୍ଞତା ଇତ୍ୟାଦିର ଏକ ଗତିଶୀଳ ସମନ୍ଵୟ ବା ସଂଗଠନକୁ ‘ବ୍ୟକ୍ତିତ୍ଵ’ କୁହାଯାଏ । ମନୋବୈଜ୍ଞାନିକ ଆଲପୋର୍ଟଙ୍କ ମତରେ “ ବ୍ୟକ୍ତିତ୍ଵ ହେଉଛି ବ୍ୟକ୍ତି ମଧ୍ୟରେ ଥିବା ମାନସ-ଭୌତିକ ପ୍ରଣାଳୀମାନଙ୍କର ଏକ ଗତିଶୀଳ ସଂଗଠନ ଯାହାକି ବ୍ୟକ୍ତିର ପରିବେଷ୍ଟନୀ ସହିତ ଅନ୍ୟାନ୍ୟ ଶୈଳୀର ଉପଯୋଜନକୁ ନିର୍ଦ୍ଧାରଣ କରେ ।”

ବିଭିନ୍ନ ସମୟ ଅନ୍ତରାଳରେ ବିଭିନ୍ନ ପରିସ୍ଥିତିରେ ବ୍ୟକ୍ତିର ଯେଉଁ ସ୍ଵତନ୍ତ୍ର ଏବଂ ଅପେକ୍ଷାକୃତ ସ୍ଥିର ଗୁଣାବଳୀ ତା’ର ବ୍ୟବହାର ଶୈଳୀର ବୈଶିଷ୍ଟ୍ୟତାକୁ ବ୍ୟକ୍ତ କରେ ତାହାକୁ ବ୍ୟକ୍ତିତ୍ଵ ବୋଲି କୁହାଯାଇପାରେ । ମନୋବିଜ୍ଞାନ ସାହିତ୍ୟର ବ୍ୟକ୍ତିତ୍ଵରେ ଅନେକ ଶୀଳଗୁଣ ତଥା ପ୍ରକାରର ସିଦ୍ଧାନ୍ତ ଦେଖିବାକୁ ମିଳେ । ଏହି ସିଦ୍ଧାନ୍ତଗୁଡ଼ିକ ମାନବ ବ୍ୟବହାରକୁ କ୍ରମବଦ୍ଧ ପର୍ଯ୍ୟବେକ୍ଷଣ କରି ସେହି ଆଧାରରେ ବର୍ଗୀକୃତ କରନ୍ତି । ବ୍ୟକ୍ତିତ୍ଵର ପ୍ରତ୍ୟେକ ଶ୍ରେଣୀ ସ୍ଵତନ୍ତ୍ର ଅର୍ଥାତ୍ ପରସ୍ପରଠାରୁ ଭିନ୍ନ ।

ପ୍ରତ୍ୟେକ ଶ୍ରେଣୀ ବିଭିନ୍ନ ପରିସରଭୁକ୍ତ ଅଟନ୍ତି । ଅତଏବ ବ୍ୟକ୍ତିତ୍ଵର ପ୍ରକାର ଅନୁସାରେ ଲୋକମାନଙ୍କୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଥାଏ । ବିଭିନ୍ନ ବ୍ୟକ୍ତିମାନଙ୍କ ମଧ୍ୟରେ ଥିବା ସମାନତା ଆଧାରରେ ସେମାନଙ୍କୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଥାଏ ।

(୧) ଚରକଙ୍କ ମତବାଦ –
ଭାରତୀୟ ଭେଷଜ ବିଜ୍ଞାନ ବା ଆୟୁର୍ବେଦର ଜନକ ହେଉଛନ୍ତି ଚରକ । ପ୍ରାଚୀନ କାଳରେ ତାଙ୍କ ଦ୍ଵାରା ରଚିତ “ ଚରକ ସଂହିତା”ରେ ମନୁଷ୍ୟ ଶରୀରରେ ଥ‌ିବା ତିନିଗୋଟି ମୌଳିକ, ଜୈବିକ ଉପାଦାନର ପ୍ରାବଲ୍ୟତା ଭିଭିରେ ବ୍ୟକ୍ତିତ୍ଵର ପ୍ରକୃତି ନିର୍ଦ୍ଧାରିତ ହୋଇଥାଏ । ଏହି ଉପାଦାନମାନଙ୍କୁ “ତ୍ରିଦୋଷ” କୁହାଯାଏ ଏବଂ ସେଗୁଡ଼ିକ ହେଲା – ବାତ, ପିତ୍ତ ଓ କଫ ।

(କ) ବାତ – ଆକାଶ ଓ ବାୟୁର ଅନ୍ତଃକ୍ରିୟାରୁ ବାତ ସୃଷ୍ଟି ହୁଏ। ଏହା ଶୀତଳ, ଶୁଷ୍କ, ହାଲୁକା, ସୂକ୍ଷ୍ମ, ସ୍ପଷ୍ଟ ଏବଂ ରୁକ୍ଷ ।
(ଖ) ପିତ୍ତ – ଏହା ବାୟୁ ଏବଂ ଅଗ୍ନିର ଅନ୍ତଃକ୍ରିୟାରୁ ଉତ୍ପତ୍ତି ହୋଇଥାଏ । ପିତ୍ତ ସାମାନ୍ୟ ତୈଳାକ୍ତ, ଅଳ୍ପ ହାଲୁକା, ଉଷ୍ମ, ଖର, ତରଳ, ଅମ୍ଳ, ଗତିଶୀଳ ଏବଂ କଟୁଯୁକ୍ତ ଅଟେ ।
(ଗ) କଫ – କଫର ଉତ୍ପତ୍ତି ଜଳ ଓ ପୃଷ୍ଠାର ସଂଯୁକ୍ତ କ୍ରିୟାରୁ ହୋଇଥାଏ । କଫର ବୈଶିଷ୍ଟ୍ୟତା ହେଲା ଏହା ଭାରୀ, ଶୀତଳ, କୋମଳ, ତୈଳାକ୍ତ, ମଧୁର, ସ୍ଥିର ଏବଂ ଅଠାଳିଆ ଅଟେ ।

ଚରକ ସଂହିତା ଅନୁସାରେ ବ୍ୟକ୍ତିମାନେ ଜାତ ଯୁକ୍ତ, ପିତ୍ତ ଯୁକ୍ତ ଓ କଫ ଯୁକ୍ତ ଏହି ପ୍ରକାରର ତିନୋଟି ଶ୍ରେଣୀରେ ବିଭକ୍ତ ହୋଇଥାଆନ୍ତି । ପ୍ରତ୍ୟେକ ଶ୍ରେଣୀର ବ୍ୟକ୍ତିମାନଙ୍କ ସ୍ଵଭାବ ଅନ୍ୟ ଶ୍ରେଣୀର ବ୍ୟକ୍ତିମାନଙ୍କଠାରୁ ପୃଥକ ହୋଇଥାଏ ।

(୨) ହିପୋକ୍ରେଟସ୍‌ଙ୍କ ବର୍ଗୀକରଣ – ଗ୍ରୀକ୍ ଚିକିତ୍ସକ ହିପୋକ୍ରେଟସ୍‌ଙ୍କ ମତ ଅନୁସାରେ ମନୁଷ୍ୟ ଶରୀରରେ ଚାରିଗୋଟି ଦେହଦ୍ରବ ବା ତରଳ ରାସାୟନିକ ପଦାର୍ଥ ଥାଏ । ଏଗୁଡ଼ିକ ହେଉଛନ୍ତି ରକ୍ତ, କଫ, କୃଷ୍ଣ ପିତ୍ତ ଓ ଅମ୍ଳ ପିତ୍ତ । ହିପୋକ୍ରେଟସ୍କଙ୍କ ମତରେ ବ୍ୟକ୍ତିତ୍ଵକୁ ଚାରୋଟି ଶ୍ରେଣୀରେ ବିଭକ୍ତ କରାଯାଇପାରିବ ଯଥା –

(i) ଆଶାବାଦୀ (Sanguine)
(ii) ଶ୍ଳେଷିକ (Phlegmatic)
(iii) ବିଷାଦମୁଖୀ (Melancholic)
(iv) କୋପଶୀଳ (Choleric)

CHSE Odisha Class 12 Psychology Unit 1 Long Answer Questions in Odia Medium

(i) ଆଶାବାଦୀ – ଶରୀରରେ ରକ୍ତର ପ୍ରାବଲ୍ୟତା ଅଧ‌ିକ ଥିବା ବ୍ୟକ୍ତି ଆଶାବାଦୀ ବ୍ୟକ୍ତିତ୍ଵର ଅଧୂକାରୀ ହୋଇଥାଆନ୍ତି । ଏ ପ୍ରକାର ବ୍ୟକ୍ତି ପ୍ରସନ୍ନ ଚିତ୍ତ, ସକ୍ରିୟ ଓ ଆଶାବାଦୀ ହୋଇଥାଆନ୍ତି ।
(ii) ଶ୍ଳେଷିକ – ଯାହାଙ୍କ ଠାରେ କଫ ଅଧ‌ିକ ଥାଏ ସେମାନଙ୍କୁ ଶ୍ଳେଷିକ ବା କଫ ପ୍ରଧାନ ବ୍ୟକ୍ତି କୁହାଯାଏ । ଅନାବେଗ ଭାବ ଏବଂ ଧୀରସ୍ଥିରତା ଏମାନଙ୍କର ସ୍ଵଭାବ ।
(iii) ବିଷାଦମୁଖୀ – କୃଷ୍ଣ ପିତ୍ତ ଥିବା ବ୍ୟକ୍ତିମାନେ ବିଷାଦମୁଖୀ ବ୍ୟକ୍ତିତ୍ଵର ଅଧୂକାରୀ ହୋଇଥାଆନ୍ତି । ଏମାନେ ଦୁଃଖୀ, ନିରାଶାବାଦୀ ଏବଂ ଧୀର ସ୍ଵଭାବର ହୋଇଥାନ୍ତି ।
(iv) କୋପଶୀଳ – ଅମ୍ଳପିତ୍ତର ମାତ୍ରା ଅଧ‌ିକ ଥିବା ବ୍ୟକ୍ତିକୁ କୋପଶୀଳ ବା କ୍ରୋଧୀ ଭାବେ ବର୍ଗୀକରଣ କରାଯାଉଛି । ସ୍ଵଭାବରେ ଏମାନେ ପରିଶ୍ରମୀ, ଉଦ୍ୟମୀ, ଉତ୍ତେଜନାଶୀଳ, ଚିଙ୍‌ଚିଡ଼ା ତଥା କ୍ରୋଧୀ ।

(୩) କ୍ରେଚମର୍‌ଙ୍କ ବର୍ଗୀକରଣ – କ୍ରେଚମର୍ ଶାରୀରିକ ଗଠନ ତଥା ଚେହେରା ଓ ମାନସିକ ରୋଗକୁ ଭିତ୍ତି କରି ବ୍ୟକ୍ତିତ୍ଵକୁ ତିନୋଟି ଶ୍ରେଣୀରେ ବିଭକ୍ତ କରିଅଛନ୍ତି ।
ଯଥା :-
(i) କୃଶକାୟ (Asthenic)
(ii) ସୁଗଠିତ କାୟ (Athletic)
(iii) ସ୍ଥୁଳକାୟ (Pyknic)

(i) କୃଶକାୟ – ଏମାନଙ୍କର ଶାରୀରିକ ଗଠନ କ୍ଷୀଣକାୟ ଓ ଦୀର୍ଘକାୟ ଅଟେ । ଏପରି ବ୍ୟକ୍ତିମାନେ ଲଜ୍ଜାଶୀଳ, ଅନ୍ତର୍ମୁଖୀ, କଳ୍ପନାବିଳାସୀ, ସମ୍ବେଦନଶୀଳ, ନମ୍ର, ପରିଶ୍ରମକାତର ହୋଇଥାନ୍ତି ।
(ii) ସୁଗଠିତ କାୟ – ଶରୀର ସୁସଂଗଠିତ ଓ ଦୃଢ଼ ମାଂସପେଶୀଯୁକ୍ତ । ଏହି ବ୍ୟକ୍ତିମାନେ ସହନଶୀଳ, ବାସ୍ତବବାଦୀ, କର୍ମଠ ଏବଂ ମେଳାପୀ ହୁଅନ୍ତି ।
(iii) ସ୍ଥୂଳକାୟ – ଏହି ବର୍ଷର ବ୍ୟକ୍ତିମାନେ ସାଧାରଣତଃ ଗେଡ଼ା ଓ ସ୍ଥୁଳକାୟ । ଏମାନେ ପ୍ରାୟତଃ ମେଳାପୀ, ସହନଶୀଳ, ଆମୋଦପ୍ରମୋଦ ପ୍ରିୟ ଏବଂ ବହିର୍ମୁଖୀ ହୋଇଥାଆନ୍ତି ।

(୪) ସେଲ୍ଫନ୍‌ଙ୍କ ବର୍ଗୀକରଣ – ଶରୀର ମନୋବିଜ୍ଞାନୀ ସେଲଡ଼ନ୍ ମନୁଷ୍ୟର ଶାରୀରିକ ଗଠନ ଆଧାରରେ ବ୍ୟକ୍ତିତ୍ଵକୁ ତିନୋଟି ଶ୍ରେଣୀରେ ବିଭକ୍ତ କରିଅଛନ୍ତି । ସେଗୁଡ଼ିକ ହେଲା :-
(କ) ସ୍ଥଳାକୃତି (Endomorphic)
(ଖ) ମଧ୍ୟମକାୟ (Mesomorphic)
(ଗ) କୃଶାକୃତି / ଲୟାକୃତି (Ectomorphic)

(କ) ସ୍ଥଳାକୃତି – ଏମାନେ ମୋଟା, କୋମଳ ତଥା ଗୋଲ ହୋଇଥାଆନ୍ତି । ସୁଳାକୃତି ବ୍ୟକ୍ତିମାନେ ସ୍ଵଭାବରେ ଆରାମପ୍ରିୟ, ମେଳାପୀ, ନିଦ୍ରା ଓ ଆହାର ପ୍ରିୟ, ଅସୁରକ୍ଷିତ ମନୋଭାବ, ଭୟାଳୁ ଏବଂ ସାମାଜିକ ପ୍ରଥା ଓ ପରମ୍ପରା ପ୍ରତି ଦୃଢ଼ବିଶ୍ଵାସୀ ହୋଇଥାଆନ୍ତି ।

(ଖ) ମଧ୍ୟମକାୟ – ଏହି ବର୍ଗର ବ୍ୟକ୍ତିମାନଙ୍କର ମାଂସପେଶୀ ସୁଗଠିତ ହୋଇଥାଏ । ଏମାନଙ୍କର ଶରୀର ଗଠନ ଆୟତାକାର ତଥା ମଜବୁତ୍ ହୋଇଥାଏ । ପ୍ରାୟତଃ ଏମାନେ ସାହସୀ, ଶକ୍ତିଶାଳୀ, ସହନଶୀଳ ଏବଂ କର୍ମଠ ଅଟନ୍ତି ।

(ଗ) ଲମ୍ବାକୃତି – ଏହି ବ୍ୟକ୍ତିମାନେ ଶରୀର ଗଠନରେ ଦୁର୍ବଳ, ପତଳା, ଲମ୍ବା ତଥା କ୍ଷୀଣ ହୋଇଥାଆନ୍ତି । ଏପରି ବ୍ୟକ୍ତି ଭୀରୁ, ଅନ୍ତର୍ମୁଖୀ, ପରିଶ୍ରମ କାତର ହୋଇଥାଆନ୍ତି ।

(୫) ୟୁଙ୍ଗଙ୍କ ବର୍ଗୀକରଣ – ବରିଷ୍ଠ ବ୍ୟକ୍ତିତ୍ଵ ତତ୍ତ୍ୱବିତ୍ ୟୁଙ୍ଗ୍ଙ୍କ ମତରେ ବ୍ୟକ୍ତିତ୍ଵ ଦୁଇଗୋଟି ଭିନ୍ନ ଏବଂ ବିପରୀତାମୁଖୀ ବର୍ଗରେ ବିଭକ୍ତ ଯଥା :-
(i) ଅନ୍ତର୍ମୁଖୀ (Introvert)
(ii) ବହିର୍ମୁଖୀ (Extrovert)

(i) ଅନ୍ତର୍ମୁଖୀ (Introvert) – ଅନ୍ତର୍ମୁଖୀ ବ୍ୟକ୍ତି ନିଜ ଭିତରେ କେନ୍ଦ୍ରିତ ରହିଥାଆନ୍ତି । ନିଜ ଚିନ୍ତାଧାରାରେ ଦୃଢ଼ ରହିବା, ସମାଲୋଚନାକୁ ସହ୍ୟ ନ କରିବା, ଅଧିକ ସମ୍ବେଦନଶୀଳତା, ସାମାଜିକ କ୍ରିୟାକଳାପରେ ଅନାଗ୍ରହ, ସଂକୋଚ ମନୋଭାବ ଅନ୍ୟ ପାଇଁ କଷ୍ଟବରଣ କରିବାରେ କୁଣ୍ଠାବୋଧ, ପରିବେଷ୍ଟନୀ ସହିତ ସମଯୋଜିତ ହେବାରେ ଏବଂ ନେତୃତ୍ଵ ନେବାରେ ଅକ୍ଷମତା ଇତ୍ୟାଦି ଅନ୍ତର୍ମୁଖୀ ବ୍ୟକ୍ତି ପାଖରେ ପରିଲକ୍ଷିତ ହୁଏ ।

(ii) ବହିର୍ମୁଖୀ (Extrovert) – ଏହି ବ୍ୟକ୍ତିମାନେ ବ୍ୟକ୍ତିଗତ ସ୍ଵାର୍ଥ ଓ ଲୋଭକୁ ଗୁରୁତ୍ଵ ନ ଦେଇ ଆବଶ୍ୟକ ସ୍ଥଳେ ଅନ୍ୟମାନଙ୍କ ନିମନ୍ତେ ଅକୁଣ୍ଠ ଚିତ୍ତରେ କାର୍ଯ୍ୟ କରିବା, କଷ୍ଟ ବରଣ କରିବା, ସାମାଜିକ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିବା, ନେତୃତ୍ଵ ନେବା, ଅନ୍ୟମାନଙ୍କ ପରାମର୍ଶ ନେବା, ସମାଲୋଚନାରେ ଅବିଚଳିତ ରହିବା ଏବଂ ଯେ କୌଣସି ପରିବେଷ୍ଟନୀରେ ଅନ୍ୟମାନଙ୍କ ସହିତ ସଫଳ ଭାବରେ ସମାଯୋଜିତ ହେବା ଲକ୍ଷ୍ୟ କରାଯାଏ । ବହିର୍ମୁଖୀ ବ୍ୟକ୍ତିମାନେ ପ୍ରାୟତଃ ପରମ୍ପରାବାଦୀ, ସାମାଜିକ ତଥା ମେଳାପୀ ଅଟନ୍ତି ।

(୬) ଆଧୁନିକ ବର୍ଗୀକରଣ – ହୃଦ୍ ବିଶେଷଜ୍ଞ ମେୟର ଫ୍ରିଡ଼ମ୍ୟାନ ଓ ରେୟ ରୋଜେନ୍‌ମ୍ୟାନ୍ ହୃଦୟ-ଧମନୀ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କର ବ୍ୟବହାରାତ୍ମକ ଲକ୍ଷଣମାନଙ୍କୁ ଅନୁଧ୍ୟାନ କରି ବ୍ୟକ୍ତିତ୍ଵକୁ ଦୁଇଟି ବର୍ଗରେ ବିଭକ୍ତ କରିଅଛନ୍ତି ।
ଯଥା –
(i) A – ପ୍ରକାର ବ୍ୟକ୍ତିତ୍ଵ
(ii) B – ପ୍ରକାର ବ୍ୟକ୍ତିତ୍ଵ

CHSE Odisha Class 12 Psychology Unit 1 Long Answer Questions in Odia Medium

(i) A – ପ୍ରକାର ବ୍ୟକ୍ତିତ୍ଵ – ତଥା କର୍ମନିଷ୍ଠ । ଏମାନେ କମ୍ ସମୟ ମଧ୍ୟରେ ଅଧୂକ କାର୍ଯ୍ୟ କରିବାରେ ଓ ଅଧ‌ିକ ଉପଲବ୍ଧ କରିବା ପାଇଁ ନିରନ୍ତର ଚେଷ୍ଟା କରନ୍ତି । A – ପ୍ରକାର ବ୍ୟକ୍ତି ଅଧ‌ିକ ଆକ୍ରମଣାତ୍ମକ, କ୍ରୋଧୀ, ଉତ୍ତେଜିତ, କଠୋର ତଥା ଅନ୍ତଃକ୍ରିୟାର ବିରୋଧାତ୍ମକତା ପ୍ରଦର୍ଶନ କରନ୍ତି । A – ପ୍ରକାର ବ୍ୟକ୍ତି ହୃଦୟ-ଧମନୀ ରୋଗରେ ପୀଡ଼ିତ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ।

(ii) B – ପ୍ରକାର ବ୍ୟକ୍ତିତ୍ଵ – ଏପରି ବ୍ୟକ୍ତିତ୍ଵର ବ୍ୟକ୍ତିମାନଙ୍କର ବ୍ୟବହାରାତ୍ମକ ଉଷ୍ଣତା A – ପ୍ରକାରର ସଂପୂର୍ଣ ବିପରୀତ । B – ପ୍ରକାର ବ୍ୟକ୍ତି ଆରାମପ୍ରିୟ, ଗୋଟିଏ କାର୍ଯ୍ୟକୁ ସଂପୂର୍ଣ୍ଣ କରି ଅନ୍ୟ କାର୍ଯ୍ୟ ହାତକୁ ନେବା, ଧୀରେ ସୁସ୍ଥ କାର୍ଯ୍ୟ କରିବା, ସହଯୋଗ ମନୋଭାବ, ଆମୋଦ ପ୍ରମୋଦରେ ଭାଗ ନେବା, ତତ୍‌କ୍ଷଣାତ୍ ଶାନ୍ତି ଅନୁଭବ କରିବା ତଥା ଜୀବନର ସୁଖଶାନ୍ତି ଉପରେ ଅଧ‌ିକ ଧ୍ୟାନ ଦେଇଥାଆନ୍ତି ।

ଗବେଷଣା ଜନିତ ଫଳାଫଳରୁ ମୋରିସ୍ ନାମକ ଚିକିତ୍ସକ ଏକ ନୂତନ ପ୍ରକାରର ବ୍ୟକ୍ତିତ୍ଵ ଚିହ୍ନଟ କରିଅଛନ୍ତି | ଏହା ହେଉଛି C – ପ୍ରକାରର ବ୍ୟକ୍ତିତ୍ଵ । ଏପରି ବ୍ୟକ୍ତିତ୍ଵର ବ୍ୟକ୍ତିମାନେ ରୋଗରେ ପୀଡ଼ିତ ହେବାର ଲକ୍ଷ୍ୟ କରାଯାଉଛି । ଏହି ପ୍ରକାରର ବ୍ୟକ୍ତି ସହଯୋଗଶୀଳ, ଦୃଢ଼ ତଥା ଧୈର୍ଯ୍ୟବାନ ହୋଇଥାନ୍ତି ।

ଏମାନେ ବରିଷ୍ଠମାନଙ୍କ ଆଦେଶ ଓ ଉପଦେଶକୁ ପାଳନ କରୁଥିବାରୁ ନିଜର କ୍ରୋଧ ତଥା ଏବର ମନୋଭାବ ପରି ନକରାତ୍ମକ ଆବେଗକୁ ନିଜ ମନ ଭିତରେ ଚାପି ରଖନ୍ତି । ଫଳରେ ଏମାନଙ୍କର ମସ୍ତିଷ୍କରୁ ଏକ ପ୍ରକାର ଜୈବ ରସାୟନ ନିର୍ଗତ ହୋଇଥାଏ । ଏହି ଜୈବ ରସାୟନ ଶରୀର ମଧ୍ୟରେ ସନ୍ତୁଳନ ରକ୍ଷା କରୁଥିବା କ୍ଷମତାକୁ ଦୁର୍ବଳ କରିଦେଇଥାଏ । ଫଳତଃ C – ପ୍ରକାରର ବ୍ୟକ୍ତିଙ୍କୁ ଫୁସ୍‌ଫୁସ୍‌ କର୍କଟ ହେବାର ଆଶଙ୍କା ସୃଷ୍ଟି ହୁଏ ।

Question ୪।
ବ୍ୟକ୍ତିତ୍ବର ଶୀଳଗୁଣ ଆଭିମୁଖ୍ୟ ବର୍ଣନା କର ।
Answer:
ବ୍ୟକ୍ତିତ୍ଵର ତାତ୍ତ୍ଵିକ ଅଧ୍ୟୟନ କ୍ଷେତ୍ରରେ ଶୀଳଗୁଣ ଆଭିମୁଖ୍ୟ ଏକ ପ୍ରମୁଖ ସିଦ୍ଧାନ୍ତ ଅଟେ । ଏହି ଆଭିମୁଖ୍ୟ ଅନୁଯାୟୀ ବ୍ୟକ୍ତିର ବ୍ୟକ୍ତିତ୍ଵ ପ୍ରମୁଖ ସଦ୍‌ଜାତ ପ୍ରବୃତ୍ତିମାନଙ୍କୁ ନେଇ ସଂରଚିତ ହୋଇଥାଏ । ଗୋଟିଏ ବ୍ୟକ୍ତି ଅନ୍ୟ ବ୍ୟକ୍ତିଠାରୁ ଯେଉଁ ଅର୍ଥରେ ଅପେକ୍ଷାକୃତ ସ୍ଥାୟୀ ଭାବରେ ଭିନ୍ନ ହୋଇଥାଏ, ତାହାକୁ “ଶୀଳଗୁଣ” କୁହାଯାଏ ।

ବିଭିନ୍ନ ଶୀଳଗୁଣମାନଙ୍କର ଅନ୍ତଃକ୍ରିୟା ଓ ସମାହାରରୁ ଏକ ବ୍ୟକ୍ତିବିଶେଷର ଅନନ୍ୟ ତଥା ସ୍ଵତନ୍ତ୍ର ବ୍ୟକ୍ତିତ୍ଵଟିଏ ସୃଷ୍ଟି ହୁଏ ବ୍ୟକ୍ତିବିଶେଷଙ୍କର ବ୍ୟକ୍ତିତ୍ଵ ଗୁଣାବଳୀର ଚିହ୍ନଟକରଣ ଓ ପରିମାପନକୁ ଗୁରୁତ୍ଵ ପ୍ରଦାନ କରେ ଏହି ଶୀଳଗୁଣ ଆଭିମୁଖ୍ୟ । ବ୍ୟକ୍ତିତ୍ଵର ବର୍ଣନା ଏବଂ ବିଶ୍ଳେଷଣ ପାଇଁ ଶୀଳଗୁଣର ଉପଯୋଗ ବହୁତ ଅଧିକ ପ୍ରଚଳିତ । ଏହି ପରିପ୍ରେକ୍ଷୀରେ କେତେଗୁଡ଼ିଏ ସିଦ୍ଧାନ୍ତ ବିକଶିତ ହୋଇଅଛି । ବ୍ୟକ୍ତିତ୍ଵ ଅଧ୍ୟୟନର କେତେକ ପ୍ରମୁଖ ଶୀଳଗୁଣ ସିଦ୍ଧାନ୍ତ ସମ୍ବନ୍ଧରେ ନିମ୍ନରେ ବାସ୍ତବିକତା ଏହି ଶୀଳଗୁଣଗୁଡ଼ିକରେ ହିଁ ନିହିତ ଥାଏ ।

(୧) ଆଲ୍‌ପୋର୍ଟର ଶୀଳଗୁଣ ସିଦ୍ଧାନ୍ତ :- ଆଲପୋର୍ଟଙ୍କୁ ଶୀଳଗୁଣ ଉପାଗମର ପ୍ରଧାନ ସମର୍ଥକ ରୂପେ ବିବେଚନା କରାଯାଏ । ତାଙ୍କ ମତରେ ଶୀଳଗୁଣଗୁଡ଼ିକ ବ୍ୟକ୍ତି ମଧ୍ୟରେ ଥାଏ ଏବଂ ବ୍ୟକ୍ତିର ମାନସିକ ସଂଗଠନର ମୌଳିକ ବାସ୍ତବିକତା ଏହି ଶୀଳଗୁଣଗୁଡ଼ିକରେ ହିଁ ନିହିତ ଥାଏ ।
ଆଲ୍‌ପୋର୍ଟର ମତରେ ବ୍ୟକ୍ତିତ୍ଵର ରଚନା କରୁଥିବା ତିନିଗୋଟି ମୁଖ୍ୟ ପ୍ରକାରର ଶୀଳଗୁଣଗୁଡ଼ିକ ହେଲା –

(କ) ମୂଳଭୂତ ବା ପ୍ରମୁଖ ଲକ୍ଷଣ (Cardinal Traits)
(ଖ) କେନ୍ଦ୍ରୀୟ ଶୀଳଗୁଣ (Central Traits)
(ଗ) ଗୌଣ ଶୀଳଗୁଣ (Secondary Traits)

(କ) ମୂଳଭୂତ ବା ପ୍ରମୁଖ ଲକ୍ଷଣ – ଯେଉଁ ପ୍ରମୁଖ ଶୀଳଗୁଣଟି ବ୍ୟକ୍ତିବିଶେଷଙ୍କର ସଂପୂର୍ଣ୍ଣ ଜୀବନକୁ ଏପରି ଭାବରେ ପ୍ରଭାବିତ କରେ ଯେ ସେହି ଶୀଳଗୁଣକୁ ନେଇ ବ୍ୟକ୍ତି ଅନ୍ୟମାନଙ୍କ ନିକଟରେ ଏକ ପରିଚୟ ସୃଷ୍ଟି କରେ ତାହାକୁ “ ପ୍ରମୁଖ ଶୀଳଗୁଣ” କୁହାଯାଏ । ଏହା ଅତ୍ୟଧିକ ବ୍ୟାପକ ମନୋବୃତ୍ତିକୁ ନିର୍ଦ୍ଦିଷ୍ଟ କରେ । ଉଦାହରଣ ସ୍ଵରୂପ ସତ୍ୟ ଓ ଅହିଂସାର ପୂଜାରୀ ମହାତ୍ମାଗାନ୍ଧି, ଆଶୋକଚକ୍ର ପ୍ରାପ୍ତ ଅବଦୁଲ୍-ହମିଦଙ୍କର ସାହସିକତା ଓ ଦେଶ ପାଇଁ ବଳିଦାନ, ମଦର ଟେରେସାଙ୍କ ମାନବୀୟତା, ଲତା ମଙ୍ଗେସକରଙ୍କର ଶ୍ରୁତିମଧୁର ସଂଗୀତ ଗାନ ଇତ୍ୟାଦି ।

(ଖ) କେନ୍ଦ୍ରୀୟ ଶୀଳଗୁଣ – କେନ୍ଦ୍ରୀୟ ଶୀଳଗୁଣଗୁଡ଼ିକ ପ୍ରଭାବ ପକାଇବାରେ କମ୍ ବ୍ୟାପକ; କିନ୍ତୁ ସବୁବେଳେ ସାଧାରଣ ପ୍ରବୃତ୍ତି ହୋଇଥାଏ । ଯେଉଁ ପାଞ୍ଚଗୋଟି ‘ଠାରୁ ୧୦ ଗୋଟି ଶୀଳଗୁଣର ବିନ୍ୟାସ ଜଣେ ବ୍ୟକ୍ତି ବ୍ୟକ୍ତିତ୍ବକୁ ବର୍ଣ୍ଣନା କରିବା ନିମନ୍ତେ ପର୍ଯ୍ୟାପ୍ତ ସେହି ଶୀଳଗୁଣମାନଙ୍କୁ ମଧ୍ୟବର୍ତ୍ତୀ ବା କେନ୍ଦ୍ରୀୟ ଶୀଳଗୁଣ ବୋଲି କରାଯାଏ । ଉଦାହରଣ ସ୍ଵରୂପ – ଜଣେ ବ୍ୟକ୍ତିର ବନ୍ଧୁବତ୍ସଳ, ନମ୍ର, ଦୟାଳୁ, ଆମୋଦପ୍ରିୟ, ସାଧୁ, କର୍ତ୍ତବ୍ୟନିଷ୍ଠ, ଦାୟିତ୍ଵସଂପନ୍ନ ସଦୃଶ କେତେକ ସାଧାରଣ ଶୀଳଗୁଣ ଭିଭିରେ ବର୍ଣ୍ଣନା କରାଯାଇପାରେ ।

(ଗ) ଗୌଣ ଶୀଳଗୁଣ – ଅଧୂକ ସ୍ଵତନ୍ତ୍ର ତଥା ସଂକୀର୍ଣ୍ଣ ଶୀଳଗୁଣଗୁଡ଼ିକୁ ଗୌଣ ଶୀଳଗୁଣ କୁହାଯାଏ । ଏପରି ଶୀଳଗୁଣମାନେ ବ୍ୟକ୍ତିର ମନୋବୃତ୍ତି ଓ ରୁଚି ସହିତ ସଂପୃକ୍ତ ଏବଂ କେବଳ ନିର୍ଦ୍ଦିଷ୍ଟ ପରିସ୍ଥିତି ବା ଅବସ୍ଥାରେ ପରିଦୃଷ୍ଟ ହୋଇଥାଆନ୍ତି ।

(୨) କ୍ୟାଟେଲଙ୍କ ସିଦ୍ଧାନ୍ତ – ରେମଣ୍ଡ ବି. କ୍ୟାଟେଲ ବିଶ୍ଵାସ କରନ୍ତି ଯେ ବିଭିନ୍ନ ବ୍ୟକ୍ତିମାନଙ୍କ ମଧ୍ୟରେ ଏକ ସାର୍ବଜନୀନ ସଂରଚନା ରହିଥାଏ ଯାହାକୁ କି ଅନୁଭବିକ ଉପାୟରେ ସ୍ଥିର କରାଯିବା ଉଚିତ୍ । ସେ କାରକ ବିଶ୍ଳେଷଣ ପଦ୍ଧତି ପ୍ରୟୋଗ କରି ୧୬ ଗୋଟି ଶୀଳଗୁଣକୁ ସମସ୍ତ ବ୍ୟକ୍ତିତ୍ଵର ମୂଳ ଲକ୍ଷଣ ଭାବେ ବିଚାର କରିଛନ୍ତି । ଏହି ପ୍ରାଥମିକ ବା ମୂଳ ଲକ୍ଷଣମାନଙ୍କର ଅନ୍ତଃକ୍ରିୟାରୁ ୩୫ ଗୋଟି ପୃଷ୍ଠ ଲକ୍ଷଣ ସୃଷ୍ଟି ହୋଇଥାଏ । ପୃଷ୍ଠ ଲକ୍ଷଣମାନେ ସ୍ଥିର ।

ଏମାନେ ବ୍ୟକ୍ତିତ୍ଵର ସ୍ପଷ୍ଟ ଲକ୍ଷଣ ଅଟନ୍ତି । କ୍ୟାଟେଲ ମୂଳ ବା ସ୍ରୋତ ଶୀଳଗୁଣଗୁଡ଼ିକୁ ବିରୋଧୀ-ପ୍ରବୃତ୍ତି ରୂପେ ବ୍ୟାଖ୍ୟା କରିଅଛନ୍ତି । ବ୍ୟକ୍ତିତ୍ଵ ମୂଲ୍ୟାଙ୍କନ ପାଇଁ କ୍ୟାଟେଲ ୧୬ PF କାରକ ପ୍ରଶ୍ନବଳୀ ନିର୍ମାଣ କରିଅଛନ୍ତି । କ୍ୟାଟେଲଙ୍କ ଦ୍ଵାରା ପ୍ରଦତ୍ତ ମୂଳ ଲକ୍ଷଣ ହେଉଛି – ବିଚଳିତ -ଶାନ୍ତ, ଦୁର୍ବଳମନା-ପ୍ରଭାବୀ, ବିଶ୍ୱାସନୀୟତା-ସନ୍ଦେହ, ଶାନ୍ତି-ଉତ୍ତେଜନା ଇତ୍ୟାଦି।

(୩) ଆଇଜେଙ୍କ ମତବାଦ – ବ୍ରିଟିଶ ମନୋବୈଜ୍ଞାନିକ ହାନସ୍ ଆଇଜେଙ୍କ ବ୍ୟକ୍ତିତ୍ଵର ଏକ ତ୍ରିମାତ୍ରିକ ମତବାଦ ପ୍ରଦାନ କରିଛନ୍ତି । ତାଙ୍କ ମତରେ ବ୍ୟକ୍ତିତ୍ଵ ତିନିଗୋଟି ସାର୍ବଜନୀନ ଶୀଳଗୁଣ ଆଧାରରେ ଗଠିତ ହୋଇଥାଏ । ସେଗୁଡ଼ିକ ହେଲା –

CHSE Odisha Class 12 Psychology Unit 1 Long Answer Questions in Odia Medium

(କ) ବହିର୍ମୁଖତା-ଅନ୍ତର୍ମୁଖତା (Extraversion – Intraversion) –
ଅନ୍ତର୍ମୁଖତା ନିଜର ଅନ୍ତରୀଣ ଅନୁଭୂତି ମଧ୍ୟରେ ସୀମିତ ହେବାର ଗୁଣକୁ ବ୍ୟକ୍ତ କରେ । ଏହାର ବିପରୀତ ଭାବେ ନିଜର ବାହ୍ୟିକ ପରିବେଶ ଓ ସମାଜରେ ମନୋନିବେଶ କରିବା ଗୁଣକୁ ବହିର୍ମୁଖତା କୁହାଯାଏ । ଯେଉଁ ବ୍ୟକ୍ତି ଅନ୍ତର୍ମୁଖୀ ସେ ଶାନ୍ତ ଓ ଗମ୍ଭୀର ହୋଇଥାଆନ୍ତି। କିନ୍ତୁ ଯେଉଁ ବ୍ୟକ୍ତି ଅଧ୍ବକ ବହିର୍ମୁଖୀ ସେ ଅତ୍ୟନ୍ତ ମେଳାପୀ, ଆବେଗୀ, ସକ୍ରିୟ ତଥା ରୋମାଞ୍ଚକୁ ପସନ୍ଦ କରନ୍ତି ।

(ଖ) ମନସ୍ତାପ ପ୍ରବୃତ୍ତି – ସାଂବେଗିକ ସ୍ଥିରତା (Neuroticism – Emotional stability) –
ଅତ୍ୟଧ‌ିକ ଆବେଗାତ୍ମକ ଅନୁଭୂତି ବା ମାନସିକ ଅସ୍ଥିରତା ଦ୍ଵାରା କବଳିତ ହେବା ପ୍ରବୃତ୍ତିକୁ ମନସ୍ତାପ ପ୍ରବୃତ୍ତି କୁହାଯାଏ । ବିଭିନ୍ନ ପରିସ୍ଥିତିରେ ମାନସିକ ନିୟନ୍ତ୍ରଣ ନ ହରାଇ ଆବେଗିକ ସ୍ଥିରତା ବଜାୟ ରଖୁବା ମଧ୍ୟ ଏକ ପ୍ରବୃତ୍ତି । ଅତ୍ୟଧ୍ବକ ମନସ୍ତାପୀ ବ୍ୟକ୍ତିମାନେ ଉଦ୍‌ବେଗୀ ଚିଡ଼ଚିଡ଼ା, ଅତି ସମ୍ବେଦନଶୀଳ, ଅସ୍ଥିର ତଥା ସହଜରେ ଆତ୍ମ ନିୟନ୍ତ୍ରଣ ହରାଉଥିବା ବ୍ୟକ୍ତି ଅଟନ୍ତି । ଯେଉଁ ବ୍ୟକ୍ତିମାନେ ଶାନ୍ତ ସ୍ଵଭାବର, ବିଶ୍ଵାସନୀୟ ତଥା ନିଜ ଆବେଗ ଉପରେ ନିୟନ୍ତ୍ରଣ ରକ୍ଷା କରିପାରନ୍ତି ସେପରି ବ୍ୟକ୍ତି ସାଂବେଗିକ ସ୍ଥିରତା ପରିସରରେ ଅବସ୍ଥାନ କରନ୍ତି ।

(ଗ) ଅତିବାତୁଳତା ବା ମନୋବିକ୍ଷିପ୍ତତା (Psychotism) –
ବିଭିନ୍ନ ମାନସିକ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କୁ ଅଧ୍ୟୟନ କରି ଆଇଜେଙ୍କ ବ୍ୟକ୍ତିତ୍ଵର ଏହି ତୃତୀୟ ଦିଗଟିକୁ ତାଙ୍କ ମତବାଦରେ ସ୍ଥାନିତ କରିଛନ୍ତି । ଯେଉଁ ବ୍ୟକ୍ତିଙ୍କର ଏହି ପ୍ରବୃତ୍ତି ଅଧିକ ଥାଏ ପ୍ରାୟତଃ ସେ ବାସ୍ତବତାଠାରୁ ଦୂରେଇଯାଆନ୍ତି, ସେ ବ୍ୟକ୍ତି ଅଧିକ ଆକ୍ରାମକ, ଆତ୍ମକେନ୍ଦ୍ରିତ ତଥା ଅସାମାଜିକ ହୋଇଥାଆନ୍ତି । ସେ ଅନ୍ୟମାନଙ୍କ ମନୋଭାବକୁ ଉପଲବ୍ଧ କରିପାରନ୍ତି ନାହିଁ ଏବଂ ତାଙ୍କର କ୍ରିୟାକଳାପ ସମ୍ବନ୍ଧରେ ପୂର୍ବାନୁମାନ କରିବା ଅତ୍ୟନ୍ତ କଷ୍ଟକର ।

(୪) ବୃହତ୍ ପଞ୍ଚକାରକୀୟ ମତବାଦ – ପଲକୋଷ୍ଟା ଓ ରୋବେର୍ଟ ମାକ୍‌ ନାମକ ଦୁଇଜଣ ମନୋବିଜ୍ଞାନୀ ଶୀଳଗୁଣ ଉପରେ ଅଧ୍ବକ ଗବେଷଣା କରି ବ୍ୟକ୍ତିତ୍ଵର ସମସ୍ତ ଶୀଳଗୁଣକୁ ପାଞ୍ଚଟି ଶ୍ରେଣୀରେ ବିଭକ୍ତ କରିଅଛନ୍ତି । ଏହାକୁ “ ବୃହତ୍ ପଞ୍ଚକାରକୀୟ ” ମତବାଦ ରୂପେ ନାମିତ କରାଯାଉଛି । ଏହି ଶୀଳଗୁଣ କାରକମାନଙ୍କର ପାରସ୍ପରିକ କ୍ରିୟାରୁ ବ୍ୟକ୍ତିତ୍ଵର ସୃଷ୍ଟି । ଏହି ମୁଖ୍ୟ କାରକମାନେ ହେଉଛନ୍ତି –

(କ) ଅନୁଭବ/ ଅଭିଜ୍ଞତା ପାଇଁ ଉନ୍ମୁକ୍ତତା (Openness to experience) ଏହା ବାହ୍ୟ ଜଗତ ପ୍ରତି ବ୍ୟକ୍ତିର ସମ୍ବେଦନଶୀଳତାର ମାତ୍ରାକୁ ସୂଚିତ କରେ । ଏହି ଗୁଣ ଅଧିକ ଥିବା ବ୍ୟକ୍ତି ଜିଜ୍ଞାସୁ, କଳ୍ପନାଶୀଳ, ସୃଜନଶୀଳ ଏବଂ ନୂତନ ଉପଲବଧୂ ବା ଅଭିଜ୍ଞତା ଅର୍ଜନ ନିମନ୍ତେ ଆଗ୍ରହ ପ୍ରକାଶ କରିଥାନ୍ତି । ବିପରୀତ ଭାବେ ଅଭିଜ୍ଞତା ଆହରଣ ନିମନ୍ତେ ଉନ୍ମୁକ୍ତଶୀଳତା କମ୍ ଥିବା ବ୍ୟକ୍ତି ଚିରାଚରିତ ଚିନ୍ତାଧାରାର ବଶବର୍ତ୍ତୀ ହୋଇ ଅନ୍ୟମାନଙ୍କର ଦୃଷ୍ଟିଭଙ୍ଗୀ, ରୁଚି, ମତାମତ ଇତ୍ୟାଦିକୁ ଗୁରୁତ୍ଵ ଦିଅନ୍ତି ନାହିଁ ।

(ଖ) ବିବେକଶୀଳତା (Consciousness) – ବ୍ୟକ୍ତିତ୍ଵର ଏହି ଦିଗଟି ଆତ୍ମ ଶୃଙ୍ଖଳା ଓ ଦାୟିତ୍ୱସମ୍ପନ୍ନତାକୁ ସୂଚିତ କରିଥାଏ । ଏହି ଗୁଣର ମାତ୍ରା ଅଧ୍ବକ ଥିବା ବ୍ୟକ୍ତି ବିଶ୍ଵାସଯୋଗ୍ୟ, ଦାୟିତ୍ବବାନ, ପରିଣାମଦର୍ଶୀ, ବିବେକୀ ଏବଂ ଶୃଙ୍ଖଳିତ ହୋଇଥାନ୍ତି । ଅନ୍ୟ ପକ୍ଷରେ ଏହାର ମାତ୍ରା କମ୍ ଥୁବା ବ୍ୟକ୍ତି ଅବିଶ୍ଵାସନୀୟ, ଦାୟିତ୍ବହୀନ, ଅପରିଣାମଦର୍ଶୀ, ଅବିବେକୀ ଏବଂ ବିଶୃଙ୍ଖଳିତ ହୋଇଥାଆନ୍ତି ।

(ଗ) ବହିର୍ମୁଖତା (Extraversion) – ଏପରି ବ୍ୟକ୍ତିମାନେ ସମାଜିକ ରୂପରେ ସକ୍ରିୟ, ନିଶ୍ଚୟାତ୍ମକ, ମେଳାପୀ, ଆମୋଦ ପ୍ରମୋଦ ପ୍ରିୟ, କଥାବାର୍ତ୍ତା ପ୍ରିୟ ଅଟନ୍ତି । ଏମାନେ ଲଜ୍ଜାଶୀଳ ନୁହଁନ୍ତି ।

(ଘ) ସହମତିଶୀଳତା (Agreeableness) – ଏହି କାରକ ସାହାଯ୍ୟକାରୀ, ସହଯୋଗୀ, ମିତ୍ରଭାବ, ଅନ୍ୟ ପ୍ରତି ଧ୍ୟାନ ରଖୁଥିବା ତଥା ଅନ୍ୟକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିଙ୍କ ଶୀଳଗୁଣର ପ୍ରତିନିଧ୍ୟ କରିଥାଏ । ଏପରି ବ୍ୟକ୍ତି ଆତ୍ମକେନ୍ଦ୍ରିତ ତଥା ଆକ୍ରୋଶ ମନୋଭାବ ରଖୁଥ‌ିବା ବ୍ୟକ୍ତିର ବିପରୀତ ହୋଇଥାନ୍ତି ।

(ଙ) ମନସ୍ତାପ ପ୍ରବୃତ୍ତି (Neuroticism) ଏହି କାରକଟି ବ୍ୟକ୍ତିତ୍ଵର ଆବେଗିକ ସ୍ଥିରତା ବା ଅବ୍ୟବସ୍ଥିତ ମନନତାର ମାତ୍ରାକୁ ନିର୍ଦ୍ଦେଶିତ କରିଥାଏ । ଏପରି ବ୍ୟକ୍ତି ଭାବାତ୍ମକ ରୂପରେ ଅସ୍ଥିର, ଚିନ୍ତାଗ୍ରସ୍ତ, ଭୟାଳୁ, ଚିଡ଼ଚିଡ଼ା ତଥା ରକ୍ତଚାପାଧୁଗ୍ରସ୍ତ ହୋଇଥାଆନ୍ତି । ଏମାନେ ପରିସ୍ଥିତି ସହିତ ଉପଯୁକ୍ତ ଭାବେ ସମାଯୋଜିତ ହୋଇପାରନ୍ତି ନାହିଁ ଏବଂ ଉପଯୋଜନକ୍ଷମ ବ୍ୟବହାର ପ୍ରଦର୍ଶନ କରିପାରନ୍ତି ନାହିଁ । ଏପରି ବ୍ୟକ୍ତିମାନଙ୍କର ବିପରୀତ ବ୍ୟକ୍ତିମାନେ ସୁସମାଯୋଜିତ ହୋଇଥାଆନ୍ତି ।

Question ୫।
ବ୍ୟକ୍ତିତ୍ଵର ମୂଲ୍ୟାୟନ ନିମିତ୍ତ ବିଭିନ୍ନ ପଦ୍ଧତି ସଂକ୍ଷେପରେ ଆଲୋଚନା କର ।
Answer:
ବ୍ୟକ୍ତିତ୍ଵର ଔପଚାରିକ ବିଶ୍ଳେଷଣ ତଥା ମାପନର ପ୍ରୟାସକୁ ମୂଲ୍ୟାଙ୍କନ କୁହାଯାଇଥାଏ । କେତେକ ବିଶେଷ ଲକ୍ଷଣର ଆଧାରରେ ବ୍ୟକ୍ତିତ୍ଵର ଆକଳନ ତଥା ପ୍ରଭେଦୀକରଣକୁ ‘ବ୍ୟକ୍ତିତ୍ଵ ମୂଲ୍ୟାଙ୍କନ’ କୁହାଯାଏ । ନ୍ୟୁନତମ ତ୍ରୁଟି ତଥା ଅଧ୍ଵକତମ ପରିଶୁଦ୍ଧତା ମୂଲ୍ୟାଙ୍କନର ଲକ୍ଷ୍ୟ ହୋଇଥାଏ । ବିଭିନ୍ନ ପ୍ରକାର ଉଦ୍ଦେଶ୍ୟକୁ ନେଇ ବ୍ୟକ୍ତିତ୍ଵକୁ ମୂଲ୍ୟାଙ୍କନ କରାଯାଇଥାଏ । ଏହା ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ବିବିଧତା ଅଧ୍ୟୟନ କରିବାରେ, ପରିବର୍ତ୍ତୀମାନଙ୍କ ମଧ୍ୟରେ ସମ୍ବନ୍ଧ ଜାଣିବାରେ, ବିକାଶାତ୍ମକ ପରିବର୍ତ୍ତନ ଅଧ୍ୟୟନ କରିବାରେ, ନିଦାନ, ସ୍ଥାପନା ତଥା ପରାମର୍ଶ ଇତ୍ୟାଦିରେ ଉପଯୋଗ କରାଯାଇଥାଏ । ବ୍ୟକ୍ତିତ୍ଵ ମୂଲ୍ୟାଙ୍କନ ପାଇଁ ମନୋବିଜ୍ଞାନୀମାନେ ଅନେକ ବିଧୂର ବିକାଶ କରିଅଛନ୍ତି । ସେଗୁଡ଼ିକ ମଧ୍ୟରେ –

(i) ପ୍ରେକ୍ଷକ ପ୍ରତିବେଦନ
(ii) ବସ୍ତୁନିଷ୍ଠ ପରୀକ୍ଷଣ ଓ
(iii) ପ୍ରକ୍ଷେପଣ ପରୀକ୍ଷଣ କୌଶଳଗୁଡ଼ିକ ପ୍ରଧାନ ।

CHSE Odisha Class 12 Psychology Unit 1 Long Answer Questions in Odia Medium

(i) ପ୍ରେକ୍ଷକ ପ୍ରତିବେଦନ (Observer Reports) –
ବିଭିନ୍ନ ପରିସ୍ଥିତିରେ ଜଣେ ବ୍ୟକ୍ତିଙ୍କର ବ୍ୟବହାରକୁ ପର୍ଯ୍ୟବେକ୍ଷଣ କରି ତାଙ୍କର ବ୍ୟକ୍ତିତ୍ଵ ସମ୍ବନ୍ଧରେ ଏକ ଧାରଣା ସୃଷ୍ଟି କରିବା ଏକ ସରଳ ପନ୍ଥା । ସାକ୍ଷାତକାର, ପର୍ଯ୍ୟବେକ୍ଷଣ, ମୂଲ୍ୟ-ନିର୍ଦ୍ଧାରଣ, ନାମାଙ୍କନ, ପାରିସ୍ଥିତିକ ପରୀକ୍ଷଣ ଇତ୍ୟାଦି ପଦ୍ଧତିମାନଙ୍କରେ ବ୍ୟବହାରର ପର୍ଯ୍ୟବେକ୍ଷଣାତ୍ମକ ତଥ୍ୟକୁ ମୂଲ୍ୟାଙ୍କନ ନିମନ୍ତେ ବିନିଯୋଗ କରାଯାଉଥାଏ ।

(କ) ସାକ୍ଷାତକାର (Interview) – ବ୍ୟକ୍ତିତ୍ଵ ମୂଲ୍ୟାଙ୍କନ ନିମନ୍ତେ ସାକ୍ଷାତକାର ଏକ ପ୍ରମୁଖ କୌଶଳ ଅଟେ । ଯେଉଁ ବ୍ୟକ୍ତିଙ୍କର ବ୍ୟକ୍ତିତ୍ଵ ମୂଲ୍ୟାଙ୍କନ କରାଯିବ ତାକୁ ସାକ୍ଷାତକାର ନେଉଥିବା ବ୍ୟକ୍ତି ପ୍ରତ୍ୟକ୍ଷ ଭାବେ ସାକ୍ଷାତ କରି କୌଣସି ପ୍ରସଙ୍ଗ ଭିଭିକ ପ୍ରଶ୍ନବଳୀ ଉପସ୍ଥାପନ କରନ୍ତି ଏବଂ ବ୍ୟକ୍ତିଙ୍କର ଅନୁକ୍ରିୟାକୁ ଅଧାର କରି ତାଙ୍କ ବ୍ୟକ୍ତିତ୍ଵ ସମ୍ବନ୍ଧରେ ଏକ ଅବଧାରଣା କରିଥାନ୍ତି । ସାକ୍ଷାତ୍‌କାର ଦୁଇ ପ୍ରକାର ଶୈଳୀରେ କରାଯାଇପାରେ ଯଥା :-

  • ସଂରଚିତ ବା ଔପଚାରିକ
  • ଅସଂରଚିତ ବା ଅନୌପଚାରିକ

ସଂରଚିତ ଶୈଳୀରେ କେତେକ ସ୍ଵତନ୍ତ୍ର ପ୍ରଶ୍ନ ପଚରା ଯାଇଥାଏ ଏବଂ ସ୍ଵତନ୍ତ୍ର ପ୍ରକ୍ରିୟା ଅନୁସରଣ କରାଯାଉଥାଏ । କିନ୍ତୁ ଅସଂରଚିତ ଶୈଳୀରେ ସାକ୍ଷାତକାର ନେଇଥିବା ବ୍ୟକ୍ତି ଯେ କୌଣସି ପ୍ରଶ୍ନ କରିପାରନ୍ତି ଏବଂ ସାକ୍ଷାତକାର ଦେଉଥିବା ବ୍ୟକ୍ତି ତାଙ୍କର ଅନୁକ୍ରିୟାକୁ ବିସ୍ତୃତ ଭାବେ ଉପସ୍ଥାପିତ କରିବା ନିମନ୍ତେ ସ୍ଵାଧୀନତା ପାଉଥାନ୍ତି । ସଂରଚିତ ଶୈଳୀ ଅପେକ୍ଷା ଅସଂରଚିତ ଶୈଳୀର ସାକ୍ଷାତ୍‌କାର ଅଧିକ କ୍ଷେତ୍ରରେ ବ୍ୟବହାର କରାଯାଇଥାଏ ।

(ଖ) ପର୍ଯ୍ୟବେକ୍ଷଣ (Observation) – ବ୍ୟକ୍ତିତ୍ଵର ଆକଳନ କରିବା ପାଇଁ ବ୍ୟବହାରାତ୍ମକ ପର୍ଯ୍ୟବେକ୍ଷଣର ନମନାମାନଙ୍କ ପର୍ଯ୍ୟବେକ୍ଷଣ କରି ତାଙ୍କ ନିକଟରେ ଥରା ଉଦ୍ଦିଷ୍ଟ ଶୀଇଗଣମାନଙ୍କ ଚିହ୍ନଟ କରାଯାଇଥାଏ । ମହାଭରଣ ନମୁନାମାନଙ୍କୁ ପର୍ଯ୍ୟବେକ୍ଷଣ କରି ତାଙ୍କ ନିକଟରେ ଥିବା ଉଦ୍ଦିଷ୍ଟ ଶୀଳଗୁଣମାନଙ୍କୁ ଚିହ୍ନଟ କରାଯାଇଥାଏ । ଉଦାହରଣ ସ୍ଵରୂପ : ଜଣେ ବ୍ୟକ୍ତି, ପରିବାର, ସାଂଗମେଳ ଏବଂ କାର୍ଯ୍ୟପରିସର ମଧ୍ୟରେ ଅନ୍ୟ ବ୍ୟକ୍ତିମାନଙ୍କ ସହ ମିଳିତ ହେବା ବ୍ୟବହାରମାନଙ୍କୁ ପର୍ଯ୍ୟବେକ୍ଷଣ କରି ବ୍ୟକ୍ତିତ୍ଵର ଆକଳନ କରାଯାଇପାରେ ।

(ଗ) ମୂଲ୍ୟନିର୍ଦ୍ଧାରଣ (Rating) – ଶୀଳଗୁଣର ମାତ୍ରା ଓ ପରିମାଣକୁ ଏକ ସାଂଖ୍ୟକ ମୂଲ୍ୟରେ ବ୍ୟକ୍ତ କରିବା ମୂଲ୍ୟ ନିର୍ଦ୍ଧାରଣ ପଦ୍ଧତିର ମୁଖ୍ୟ ଉଦ୍ଦେଶ୍ୟ । ଶୈକ୍ଷିକ ଓ ଔଦ୍ୟୋଗିକ ପରିବେଶରେ ମୂଲ୍ୟ ନିର୍ଦ୍ଧାରଣ ବିଧିରେ ବିଶେଷ ଭାବରେ ଉପଯୋଗ କରାଯାଇଥାଏ । ଏହି ବିଧୁକୁ ପ୍ରୟୋଗ କରିବା ପାଇଁ ଶୀଳଗୁଣକୁ ସ୍ଵତନ୍ତ୍ର ଅର୍ଥରେ ସ୍ପଷ୍ଟ ଭାବରେ ପରିଭାଷିତ କରାଯିବା ଉଚିତ୍ । ମୂଲ୍ୟ-ନିର୍ଦ୍ଧାରଣ ଏକ ସରଳ ବିଧ୍ଵ ଓ ବହୁତ କମ୍ ସମୟ ମଧ୍ୟରେ ଏହାକୁ ପ୍ରସ୍ତୁତ କରାଯାଇପାରେ ଓ କମ୍ ସମୟ ମଧ୍ୟରେ ଏହାକୁ ପ୍ରୟୋଗ କରି ଫଳାଫଳ ଜାଣି ହୋଇଥାଏ । ଏହି ପଦ୍ଧତିରେ ଏକ ମାପକ ଗଠନ କରାଯାଇ ଏକ ନିର୍ଦ୍ଦିଷ୍ଟ ଶୀଳଗୁଣରେ ବ୍ୟକ୍ତି କେଉଁଠାରେ ସ୍ଥାନନ ପାଉଛି ତାହା ଗଣନା କରାଯାଇ ଲିପିବଦ୍ଧ କରାଯାଏ ।

(ଘ) ନାମାଙ୍କନ (Nomination) – ଗୋଟିଏ ସାଙ୍ଗମେଳର ସଦସ୍ୟମାନେ ନାମାଙ୍କନ ବା ମନୋନୟନ ପଦ୍ଧତିରେ ସାଂଗମାନଙ୍କର ବ୍ୟକ୍ତିତ୍ଵକୁ ମୂଲ୍ୟାଙ୍କନ କରିଥାନ୍ତି । ପ୍ରତ୍ୟେକ ସଦସ୍ୟଙ୍କୁ ଅନ୍ୟ ସଦସ୍ୟମାନଙ୍କୁ ନିର୍ଦ୍ଦିଷ୍ଟ ଶୀଳଗୁଣ ଆଧାରରେ ମନୋନୟନ ବା ନାମାଙ୍କନ କରିବାକୁ କୁହାଯାଏ । ଅଧିକବାର ମନୋନୀତ ହୋଇଥିବା ସଦସ୍ୟଙ୍କ ନିକଟରେ ଶୀଳଗୁଣର ପରିମାଣ ଅଧ‌ିକ ବୋଲି ବିବେଚନା କରାଯାଇଥାଏ ।

(ଙ) ପାରିସ୍ଥିତିକ ପରୀକ୍ଷଣ (Situational Test) – ଗୋଟିଏ କୃତ୍ରିମ ନମୁନାମୂଳକ ପରିସ୍ଥିତି ପ୍ରସ୍ତୁତ କରି ଜଣେ ବ୍ୟକ୍ତି ସେ ପରିସ୍ଥିତିର ଆହ୍ଵାନକୁ କିପରି ଭାବେ ସମ୍ମୁଖୀନ ହେଉଛନ୍ତି ତାହା ପର୍ଯ୍ୟବେକ୍ଷଣ କରି ବ୍ୟକ୍ତିଙ୍କର ବ୍ୟକ୍ତିତ୍ଵର ସଂପନ୍ନ କରିବା ନିମନ୍ତେ କୁହାଯାଏ । ସେ କାର୍ଯ୍ୟଗୁଡ଼ିକ କେତେ ସଠିକତା ସହକାରେ ସୀମିତ ସମୟ ମଧ୍ୟରେ ଓ ଦାୟିତ୍ଵସଂପନ୍ନ ଭାବେ ସଂପାଦନ କରୁଛେ ତାହାକୁ ପର୍ଯ୍ୟବେକ୍ଷଣ କରି ବ୍ୟକ୍ତିତ୍ଵର କେତେକ ଶୀଳଗୁଣମାନଙ୍କ ସମ୍ବନ୍ଧରେ ଧାରଣା ସୃଷ୍ଟି କରାଯାଇପାରେ ।

(ii) ବସ୍ତୁନିଷ୍ଠ ପରୀକ୍ଷଣ (Objective Test) – ବସ୍ତୁନିଷ୍ଠ ପରୀକ୍ଷଣ ପଦ୍ଧତିରେ ବ୍ୟକ୍ତିତ୍ଵର ମୂଲ୍ୟାୟନ କରାଯାଉଥିବା ବ୍ୟକ୍ତିଙ୍କୁ ଏକାଧ୍ଵକ ପ୍ରଶ୍ନଥୁବା ଏକ ପ୍ରଶ୍ନବଳୀ ଦିଆଯାଏ । କେତେକ ପ୍ରଶ୍ନବଳୀରେ ବ୍ୟକ୍ତିରୁ ହଁ ବା ନାହିଁ, ସତ୍ୟ-ମିଥ୍ୟା, ରାଜି-ଅରାଜି, ଭଲ ଲାଗେ – ଭଲ ଲାଗେ ନାହିଁ ଜରିଆରେ ଉତ୍ତର ଦେବାକୁ କୁହାଯାଇଥାଏ ଓ ଅନ୍ୟ କେତେକ ପ୍ରଶ୍ନବଳୀରେ ତିନୋଟି ବା ଚାରୋଟି ଉତ୍ତର ମଧ୍ୟରୁ ଗୋଟିକୁ ବାଛିବାକୁ କୁହାଯାଉଥାଏ । ଉତ୍ତରଦାତାଙ୍କ ଅନୁକ୍ରିୟାକୁ ମୂଲ୍ୟାଙ୍କନ କରାଯାଇ ବ୍ୟକ୍ତିତ୍ଵର ଆକଳନ କରାଯାଇଥାଏ ।

ବସ୍ତୁନିଷ୍ଠ ପରୀକ୍ଷଣମାନଙ୍କ ମଧ୍ୟରେ ଅନେକ ଆତ୍ମ-ବିବରଣ ସୂଚୀ ଅଟନ୍ତି । ବହୁଳଭାବରେ ବ୍ୟବହୃତ ବ୍ୟକ୍ତିତ୍ଵ- ସୂଚୀମାନଙ୍କ ମଧ୍ୟରେ ମିନେସୋଟା ମଲ୍ଟିଫାଜିକ୍ ପରସନାଲିଟ୍ ଇନ୍‌ଭେଷ୍ଟୋରୀ, କାଲିଫର୍ନିଆ ସାଇକୋଲଜିକାଲ ଇନ୍‌ଭେଣ୍ଟୋରୀ, ଆଇଜେଙ୍କ ବ୍ୟକ୍ତିତ୍ଵ ଅନୁସୂଚୀ, ୧୬-କାରକୀୟ ବ୍ୟକ୍ତିତ୍ଵ ଅନୁସୂଚୀ ତଥା ତ୍ରିପାଠୀ ବ୍ୟକ୍ତିଗତ ପସନ୍ଦ ଅନୁସୂଚୀ ଇତ୍ୟାଦି ପ୍ରଧାନ ଅଟନ୍ତି ।

(କ) ମିନେସୋଟା ବହୁପକ୍ଷୀୟ ବ୍ୟକ୍ତିତ୍ବ ସୂଚୀ (Minnesota Multiphasic personality inventory) – ଏହି ପରୀକ୍ଷଣଟି ଷ୍ଟାର୍କ ହାଥ ଓ ମାକ୍ କିନଲେଙ୍କ ଦ୍ଵାରା ବିକଶିତ ହୋଇଥିଲା । ଏଥ‌ିରେ ୫୫୦ଟି ବାକ୍ୟ (ଏକାଂଶ) ସତ୍ୟ । ମିଥ୍ୟା । କହିପାରିବ ନାହିଁ ଆକାରରେ ରହିଥାଏ । ଏହି ପରୀକ୍ଷଣ ଦ୍ବାରା ଉଦ୍‌ବେଗ, କ୍ରୋଧ, ଭ୍ରାନ୍ତ ପ୍ରତ୍ୟକ୍ଷ, ଅଯୌକ୍ତିକ ଭୟ ଓ ଆତ୍ମହତ୍ୟା କରିବା ମନୋଭାବ ଇତ୍ୟାଦିକୁ ନିର୍ଦ୍ଧାରଣ କରାଯାଉଥାଏ । ଏହି ପରୀକ୍ଷଣଟି ଅତି ବ୍ୟାପକ ଓ ବ୍ୟକ୍ତିତ୍ଵର ବିଭିନ୍ନ ବିଭାଗକୁ ନିର୍ଦ୍ଧାରଣ କରିବାରେ ସହାୟକ ହୋଇଥାଏ ।

CHSE Odisha Class 12 Psychology Unit 1 Long Answer Questions in Odia Medium

ଏହି ମାନକୀକୃତ ପରୀକ୍ଷଣ ଦ୍ଵାରା ଜଣେ ସାଧାରଣ ବ୍ୟକ୍ତିଙ୍କୁ ମାନସିକ ରୋଗୀଠାରୁ ଭିନ୍ନ ବୋଲି ଚିହ୍ନଟ କରାଯାଇପାରେ । ଏହି ପରୀକ୍ଷଣର ପରିବର୍ତ୍ତିତ ସଂସ୍କରଣ 1989ରେ ପ୍ରକାଶିତ ହୋଇଅଛି । ଏହି ପରୀକ୍ଷଣର ଭାରତୀୟ ସଂସ୍କରଣ ହେଉଛି ଯୋଧପୁର ବହୁପକ୍ଷୀୟ ବ୍ୟକ୍ତିତ୍ଵ ସୂଚୀ ଯାହାକି ମଲ୍ଲିକ ଓ ଯୋଶୀଙ୍କ ଦ୍ଵାରା ବିକଶିତ ହୋଇଅଛି ।

(ଖ) ଆଇଜେଙ୍କ ବ୍ୟକ୍ତିତ୍ଵ ଅନୁସୂଚୀ (Eyesenck Personality Questionaire) – ବ୍ୟକ୍ତିତ୍ଵର ଦୁଇଗୋଟି ମୌଳିକ ଦିଗ ଯଥା – ଅନ୍ତର୍ମୁଖତା – ବହିର୍ମୁଖତା ଓ ଆବେଗିକ ସ୍ଥିରତା – ଆବେଗିକ ଅସ୍ଥିରତାର ଆକଳନ ନିମନ୍ତେ ଆଇଜେର ୩୨ ଗୋଟି ଶୀଳଗୁଣକୁ ଭିତ୍ତି କରି ଏକ ଅନୁସୂଚୀ ବିକଶିତ କରିଥିଲେ । ପରବର୍ତ୍ତୀ ଗବେଷଣା ପରିପ୍ରେକ୍ଷୀରେ ସେ ତା’ର ମାପକରେ ମନୋବିକ୍ଷିପ୍ତତା ପରି ଅନ୍ୟ ଏକ ଦିଗକୁ ଅନ୍ତର୍ଭୁକ୍ତ କରିଥିଲେ ।

ଏହା ମାନସିକ ବ୍ୟାଧ୍ ସହିତ ସମ୍ବନ୍ଧିତ ଅଟେ ଏବଂ ଅନ୍ୟମାନଙ୍କ ପ୍ରତି ମନୋଭାବର ଅଭାବ, ଅନ୍ୟମାନଙ୍କ ସହିତ କଥାବାର୍ତ୍ତାରେ ରୁକ୍ଷ ମନୋଭାବ ଏବଂ ସାମାଜିକ ପରମ୍ପରାଗୁଡ଼ିକ ନ ମାନିବାର ପ୍ରବୃତ୍ତି ପରି ଲକ୍ଷଣଗୁଡ଼ିକ ଏହି ବ୍ୟାଧ୍ଧରେ ପୀଡ଼ିତ ବ୍ୟକ୍ତିମାନଙ୍କଠାରୁ ଦେଖାଯାଉଥାଏ । ଏହି ପରୀକ୍ଷଣରେ ଅଧିକ ଫଳାଙ୍କ ପ୍ରାପ୍ତ କରୁଥିବା ବ୍ୟକ୍ତି ଆକ୍ରାମକ, ଆତ୍ମକେନ୍ଦ୍ରିତ ତଥା ଅସାମାଜିକ ହୋଇଥାନ୍ତି ।

(ଗ) ୧୬ – କାରକୀୟ ବ୍ୟକ୍ତିତ୍ବ ଅନୁସୂଚୀ – (16 – Personality Factors Inventory) – ଏହି ପରୀକ୍ଷଣଟି ମନୋବିଜ୍ଞାନୀ କ୍ୟାଟେଲ ବିକଶିତ କରିଥିଲେ । ଏହା ବାସ୍ତବ ଅନୁଭୂତିମୂଳକ ଆଧାର ସାମଗ୍ରୀ ଉପରେ ପର୍ଯ୍ୟବସିତ । କାରକ ବିଶ୍ଳେଷଣ ନାମକ ଏକ ସାଂଖ୍ୟକୀୟ ପଦ୍ଧତିର ସାହାଯ୍ୟ ନେଇ କ୍ୟାଟେଲ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ ବ୍ୟକ୍ତିତ୍ଵ ୧୬ଟି ପ୍ରାଥମିକ ଶୀଳଗୁଣ ଦ୍ଵାରା ଗଠିତ ।

ଏଣୁ ଏହି ବ୍ୟକ୍ତିତ୍ଵ ସୂଚୀରେ ୧୬ଗୋଟି ମାପକ ସହିତ ୪ ଗୋଟି ଗୌଣବର୍ଗର ସୂଚକ ରହିଛି । ବର୍ତ୍ତମାନ ଏହି ପରୀକ୍ଷଣ ୫ ଗୋଟି ଭିନ୍ନ ଭିନ୍ନ ପ୍ରକାରରେ ଉପଲବ୍ଧ । ପ୍ରତ୍ୟେକ ପ୍ରକାରର ୧୦୫ଟି ଲେଖାଏଁ କଥନ ରହିଛି । ଏହାର ପ୍ରୟୋଗ ଉଚ୍ଚ ବିଦ୍ୟାଳୟ ସ୍ତରର ଛାତ୍ରମାନଙ୍କଠାରୁ ଆରମ୍ଭ କରି ବୟସ୍କମାନଙ୍କର ବ୍ୟକ୍ତିତ୍ଵ ଆକଳନ ନିମନ୍ତେ ବ୍ୟବହାର କରାଯାଉଛି । ଏହି ପରୀକ୍ଷଣଟି କ୍ୟାରିୟର ନିର୍ଦ୍ଦେଶନ ତଥା ବ୍ୟବସାୟିକ ଚୟନ ଆଦି କ୍ଷେତ୍ରରେ ବିଶେଷ ଭାବରେ ଉପଯୋଗ କରାଯାଇଥାଏ ।

(iii) ପ୍ରକ୍ଷେପଣ ପରୀକ୍ଷଣ (Projective Tests) – ଗୋଟିଏ ବ୍ୟକ୍ତିର ଯେଉଁ ଶୀଳଗୁଣଗୁଡ଼ିକ ବହୁଳ ଜଟିଳ ଏବଂ ଯାହା ସମ୍ବନ୍ଧରେ ବ୍ୟକ୍ତି ସଂପୂର୍ଣ୍ଣ ରୂପେ ସଚେତନ ନ ଥାଏ ସେହି ଶୀଳଗୁଣଗୁଡ଼ିକୁ ମାପିବା ପାଇଁ ପ୍ରକ୍ଷେପଣ ପରୀକ୍ଷଣର ଉପଯୋଗ କରାଯାଇଥାଏ । ନିଜ ଅଜାଣତରେ ବିଭିନ୍ନ ଶୀଳଗୁଣକୁ ବ୍ୟକ୍ତି ପରୀକ୍ଷଣ ଅନୁକ୍ରିୟା ମାଧ୍ୟମରେ ପ୍ରକ୍ଷେପ କରୁଥିବାରୁ ଏହାକୁ ପ୍ରକ୍ଷେପଣ ପରୀକ୍ଷଣ କୁହାଯାଏ । ସିଗମଣ୍ଡ ଫ୍ରଏଡ଼ଙ୍କ ପରି କେତେକ ପ୍ରଖ୍ୟାତ ମନୋବିଜ୍ଞାନୀଙ୍କ ମତରେ ବ୍ୟକ୍ତିର ବ୍ୟବହାର ଓ କଥନରେ ତା’ର ବ୍ୟକ୍ତିତ୍ଵ ପ୍ରକ୍ଷେପିତ ହୋଇଥାଏ ।

ଏହା ବ୍ୟକ୍ତିର ସଚେତନତାରେ ହସ୍ତକ୍ଷେପ କରିପାରେ ନାହିଁ । ତେଣୁ ବ୍ୟକ୍ତିତ୍ଵର ସଠିକ୍ ମୂଲ୍ୟାୟନ ନିମନ୍ତେ ପ୍ରକ୍ଷେପଣ ପରୀକ୍ଷଣ ପଦ୍ଧତି ଉପାଦେୟ ହୋଇପାରିଛି । ବ୍ୟକ୍ତିତ୍ଵର ଆକଳନ କରିବା ପାଇଁ ମନୋବିଜ୍ଞାନୀମାନେ ଭିନ୍ନ ଭିନ୍ନ ପ୍ରକାରର ଉଦ୍ଦୀପକ ସାମଗ୍ରୀର ଉପଯୋଗ କରି ଅନେକ ପ୍ରକାରର ପ୍ରକ୍ଷେପଣ ପରୀକ୍ଷଣର ବିକାଶ କରିଅଛନ୍ତି । ସେଗୁଡ଼ିକ ହେଲା –

(କ) ରୋର୍ଶାକ୍ କାଳିଛାପ ପରୀକ୍ଷଣ (Rorschach Ink Blot Test) – ସ୍ଵିଜରଲାଣ୍ଡର ମନୋଚିକିତ୍ସକ ରୋର୍ଶାକ୍ ୧୯୨୧ ମସିହାରେ ଏହି ପରୀକ୍ଷଣର ବିକାଶ କରିଥିଲେ । ଏହି ପରୀକ୍ଷଣରେ ୧୦ ଗୋଟି ସମରୂପୀ କାଳିଛାପ କାର୍ଡ଼ ବ୍ୟବହାର କରାଯାଏ । ଏହି କାର୍ଡ଼ମାନଙ୍କ ମଧ୍ୟରୁ ପାଞ୍ଚଗୋଟି କଳାଧଳା ଓ ଅନ୍ୟ ପାଞ୍ଚଗୋଟି ରଙ୍ଗିନ ଅଟେ । ପ୍ରତ୍ୟେକ କାଳିଛପା 7’x 10” ର ଧଳା କାର୍ଡ଼-ବୋର୍ଡ଼ର ମଧ୍ୟସ୍ଥଳରେ ଛପା ଯାଇଥାଏ । ଖଣ୍ଡେ କାଗଜରେ କିଛି କାଳି ଢାଳି ଦେଇ ଏହି କାଗଜକୁ ମଝିରୁ ଦୁଇ ଭାଗ କରି ଦୁଇଟି ଭାଗକୁ ଚାପି ଦେଲେ, ଦୁଇ ଭାଗରେ ଯେଉଁ ଚିତ୍ର ହୋଇଯାଏ ତାହାକୁ କାଳିଛାପ ଚିତ୍ର କୁହାଯାଏ ।

ଏହି ପରୀକ୍ଷଣ ଆରମ୍ଭରେ ଗୋଟି ଗୋଟି କରି ପ୍ରତ୍ୟେକ କାର୍ଡ଼କୁ ବ୍ୟକ୍ତିଙ୍କୁ ଦେଖାଯାଏ ଏବଂ ସେ କ’ଣ ଆକୃତିର କଳ୍ପନା କରୁଛନ୍ତି ପ୍ରଶ୍ନ କରାଯାଏ । ପ୍ରତ୍ୟେକ କାଳିଛପା ଚିତ୍ର ପାଇଁ ପରୀକ୍ଷାର୍ଥୀ ବ୍ୟକ୍ତି ନିଜର ଅନୁକ୍ରିୟା ଦିଅନ୍ତି ଓ ଏଗୁଡ଼ିକୁ ପରୀକ୍ଷକଙ୍କ ଦ୍ଵାରା ଲିପିବଦ୍ଧ କରାଯାଇଥାଏ । ପରୀକ୍ଷଣର ଏହି ପ୍ରଥମ ସୋପାନକୁ ମୂଳ ନିଷ୍ପାଦନ ବା ମୁଖ୍ୟ ପ୍ରଶାସନ କୁହାଯାଏ । ଦ୍ଵିତୀୟ ପର୍ଯ୍ୟାୟରେ ପ୍ରତ୍ୟେକ କାର୍ଡ଼ର କାଳିଛାପକୁ ନେଇ ଯେଉଁ ଆକୃତିର କଳ୍ପନା -ବ୍ୟକ୍ତି କରିଥିଲେ ତାହା ସେ କେଉଁଠାରେ, କିପରି ଓ କାହିଁକି କଲେ ଅନୁସନ୍ଧାନ କରାଯାଇଥାଏ । ଏହାକୁ ଅନ୍ଵେଷଣ ପର୍ଯ୍ୟାୟ କୁହାଯାଏ । ବ୍ୟକ୍ତିଙ୍କର ଅନୁକ୍ରିୟାକୁ ଭିଭି କରି ପ୍ରଶିକ୍ଷିତ ମୂଲ୍ୟାୟନକାରୀ ବ୍ୟକ୍ତିତ୍ଵର ଆକଳନ କରିଥାନ୍ତି ।

CHSE Odisha Class 12 Psychology Unit 1 Long Answer Questions in Odia Medium

(ଖ) କଥାବସ୍ତୁ ସଂପ୍ରତ୍ୟକ୍ଷ ପରୀକ୍ଷଣ (Thermatic Apperception Test (TAT) – ମରେ ଓ ମର୍ମାନ୍ ୧୯୩୫ ମସିହାରେ ଏହି ପରୀକ୍ଷଣର ବିକାଶ କରିଥିଲେ । ଏଥିରେ ୩୦ଟି ଚିତ୍ରର ଏକ ଶୃଙ୍ଖଳା ସହିତ ଗୋଟିଏ ଖାଲି ସାଧାକାର୍ଡ଼କୁ ନେଇ କଥାବସ୍ତୁ ସଂପ୍ରତ୍ୟକ୍ଷ ପରୀକ୍ଷଣ ଗଠିତ । ଏଥ‌ି ମଧ୍ୟରୁ କେତେକ କାର୍ଡ଼ କେବଳ ପୁରୁଷ, କେବଳ ମହିଳା, କେବଳ ବାଳକ, କେବଳ ବାଳିକା ଏବଂ କେତେକ ସଂଯୁକ୍ତ ରୂପରେ ଉପଯୋଗ କରାଯାଉଥାଏ । ପ୍ରତ୍ୟେକ କାର୍ଡ଼ର ଚିତ୍ରକୁ ଦେଖ୍ ବିଷୟୀଙ୍କୁ ଅନୁକ୍ରିୟା ପ୍ରଦାନ କରିବା ନିମନ୍ତେ ସୁଯୋଗ ଦିଆଯାଏ ।

ତାଙ୍କୁ ପଚାରିବାକୁ ହୁଏ ଚିତ୍ରରେ ଦୃଶ୍ୟ ଘଟଣାର କ’ଣ ସମ୍ଭାବିତ କାରଣ ଥାଇପାରେ ? ଚିତ୍ରରେ କ’ଣ ଘଟୁଥିବାର ଦେଖୁଛି ? ଚିତ୍ରରେ ପ୍ରସ୍ତୁତ କରାଯାଇଥିବା ପାତ୍ର-ପାତ୍ରୀ କ’ଣ ଅନୁଭବ ବା ଚିନ୍ତା କରୁଛନ୍ତି ? ଘଟଣାର ପରିଣାମ କ’ଣ ହେବ ? ଏ ସମସ୍ତ ପ୍ରଶ୍ନର ଉତ୍ତରମାନଙ୍କୁ ବିଶ୍ଳେଷଣ କରି ବ୍ୟକ୍ତିତ୍ଵ ସମ୍ବନ୍ଧରେ ମୂଲ୍ୟାୟନ କରାଯାଏ । ଏହି ମୂଲ୍ୟାୟନ ନିମନ୍ତେ ୫ ଗୋଟିରୁ ୨୦ ଗୋଟି କାର୍ଡ଼ ବ୍ୟବହାର କରାଯାଇପାରେ ।

(ଗ) ସଚିତ୍ର ବ୍ୟର୍ଥତା ପରୀକ୍ଷଣ (Picture Frustration Study (P.F Study) – ରୋଜେନ୍‌ଜ୍ ଏହି ପରୀକ୍ଷଣ ବିକଶିତ କରିଥିଲେ । ଏହି ପରୀକ୍ଷଣ ବ୍ୟର୍ଥତା ଓ ଅକ୍ରାମକ ପ୍ରବୃଭିକୁ ଗୁରୁତ୍ଵ ଦିଏ । ଏଥିରେ କ୍ରମାନ୍ଵୟରେ କେତେକ କାର୍ଟୁନ୍ ଚିତ୍ର ପ୍ରଦର୍ଶିତ କରାଯାଏ । ଚିତ୍ରରେ ଜଣେ ଅନ୍ୟ ଜଣଙ୍କୁ ହତାଶ କରୁଥିବାର ଦୃଶ୍ୟ ଥାଏ କିମ୍ବା ଏହା ହତାଶା ପୂର୍ଣ୍ଣ ପରିସ୍ଥିତି ଦିଗକୁ ଦୃଷ୍ଟିକୋଣ ନିମନ୍ତେ ପ୍ରଚେଷ୍ଟା କରୁଥାଏ । ଆକ୍ରମଣ୍ୟତାର ପ୍ରକାର ଓ ଦିଗ ଆଧାରରେ ବ୍ୟକ୍ତି ଅନୁକ୍ରିୟାମାନଙ୍କୁ ବିଶ୍ଳେଷଣ କରାଯାଏ ।

(ଘ) ବାକ୍ୟ ପୂରଣ ପରୀକ୍ଷଣ (Sentence Completion Test) – ଏହି ପ୍ରକାର ପରୀକ୍ଷଣରେ କେତେଗୋଟି ଅସଂପୂର୍ଣ୍ଣ ବାକ୍ୟକୁ ପୂରଣ କରିବାକୁ ପଡ଼େ । ବ୍ୟକ୍ତି ପୂରଣ କରୁଥିବା ଶବ୍ଦାବଳୀରୁ ତାଙ୍କର ଅଭିପ୍ରେରଣ, ଦ୍ଵନ୍ଦୁ, ମନୋବୃତ୍ତି ଇତ୍ୟାଦି ପ୍ରକ୍ଷେପିତ ହୋଇପାରେ ବୋଲି ଆଶା କରାଯାଏ । ଉଦାହରଣ ସ୍ଵରୂପ –
ମୋ ମାଆଙ୍କୁ ________________ ।
ମୁଁ ଏକାକୀ ଥିବାବେଳେ _________________।
ଦୋଷ କରିଛି ଭାବିଲେ __________________।

(ଙ) ବ୍ୟକ୍ତି ଅଙ୍କନ ପରୀକ୍ଷଣ (Draw a Person Test) ପ୍ରଥମେ ଏହାକୁ ବ୍ୟକ୍ତିତ୍ଵ ମୂଲ୍ୟାଙ୍କନ କରିବା ପାଇଁ ଉପଯୋଗ କରିଥିଲେ । ଏହି ପରୀକ୍ଷଣରେ ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ଜଣେ ବ୍ୟକ୍ତିଙ୍କର ଚିତ୍ର ଅଙ୍କନ କରିବାକୁ କୁହାଯାଏ । ତା’ପରେ ବିପରୀତ ଲିଙ୍ଗଧାରୀ ଅନ୍ୟ ଜଣେ ବ୍ୟକ୍ତିଙ୍କର ଚିତ୍ର ଅଙ୍କନ କରିବାକୁ କୁହାଯାଏ । ଶେଷରେ ଉଭୟ ଚିତ୍ରକୁ ପାତ୍ର ଓ ପାତ୍ରୀଭାବେ ବିବେଚନା କରି ଗୋଟିଏ ଗଛ ଲେଖୁବାକୁ କୁହାଯାଏ । ଏହି ଗାଳ୍ପିକ ବର୍ଣ୍ଣନାର ମନୋବିଶ୍ଳେଷଣ ପଦ୍ଧତିରେ ଅନୁଶୀଳନ କରି ବ୍ୟକ୍ତିତ୍ଵର ଆକଳନ କରାଯାଏ ।

CHSE Odisha Class 12 Education Solutions Chapter 14 ଜୀବନ ନୈପୁଣ୍ୟ (ଦକ୍ଷତା) ଶିକ୍ଷା

Odisha State Board CHSE Odisha Class 12 Foundation of Education Solutions Chapter 14 ଜୀବନ ନୈପୁଣ୍ୟ (ଦକ୍ଷତା) ଶିକ୍ଷା Questions and Answers.

CHSE Odisha 12th Class Education Solutions Chapter 14 ଜୀବନ ନୈପୁଣ୍ୟ (ଦକ୍ଷତା) ଶିକ୍ଷା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. ଯେଉଁ ଶିକ୍ଷା ଅନେକଗୁଡ଼ିଏ ମନସ୍ତାତ୍ତ୍ଵିକ, ସାମାଜିକ ଏବଂ ଆନ୍ତଃ ବ୍ୟକ୍ତିଗତ ଦକ୍ଷତା ବିଷୟରେ ଜ୍ଞାନ ପ୍ରଦାନ କରେ, ତାହାକୁ କ’ଣ କୁହାଯାଏ ?
(i) ବୃତ୍ତିଗତ ଶିକ୍ଷା
(ii) ମନସ୍ତାତ୍ତ୍ଵିକ ଶିକ୍ଷା
(iii) ଜୀବନ ନୈପୁଣ୍ୟ ଶିକ୍ଷା
(iv) ସାମାଜିକ ଶିକ୍ଷା
Answer:
(iii) ଜୀବନ ନୈପୁଣ୍ୟ ଶିକ୍ଷା

2. ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ କେବେ ଜୀବନନୈପୁଣ୍ୟ ଶିକ୍ଷା ଉପରେ ମତ ପ୍ରଦାନ କରିଥିଲେ ?
(i) ୨୦୦୫ ମସିହା
(ii) ୧୯୮୦ ମସିହା
(iii) ୧୯୯୩ ମସିହା
(iv) ୧୯୯୦ ମସିହା
Answer:
(iii) ୧୯୯୩ ମସିହା

3. ସୁସ୍ଥ ଜୀବନ ଯାପନ ନିମନ୍ତେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବା, ଜୀବନ ନୈପୁଣ୍ୟ ଶିକ୍ଷାର ଏକ –
(i) ବୈଶିଷ୍ଟ୍ୟ
(ii) ଗୁରୁତ୍ବ
(iii) ଉପକାରିତା
(iv) ଉପାୟ
Answer:
(iv) ଉପାୟ

CHSE Odisha Class 12 Education Solutions Chapter 14 ଜୀବନ ନୈପୁଣ୍ୟ (ଦକ୍ଷତା) ଶିକ୍ଷା

4. ଜୀବନ ନୈପୁଣ୍ୟ ଶିକ୍ଷା କହିଲେ ମନୁଷ୍ୟ ଜୀବନର କେଉଁ ବିଭବର ସମାହାରକୁ ବୁଝାଏ ?
(i) ଦକ୍ଷତା
(ii) ସୁଗୁଣ
(iii) ଦୁର୍ଗୁଣ
(iv) ଭଲ ଭାବନା
Answer:
(i) ଦକ୍ଷତା

5. ‘ଆତ୍ମ-ସଚେତନତା ଏକ ଦକ୍ଷତା’’ – ଏହା କାହାର ଉକ୍ତି ?
(i) ୟୁନିସେଫ
(ii) ବିଶ୍ୱସ୍ଵାସ୍ଥ୍ୟ ସଙ୍ଗଠନ
(iii) ବିଶ୍ଵ ବାଣିଜ୍ୟ ସଙ୍ଗଠନ
(iv) ନିରାପତ୍ତା ପରିଷଦ
Answer:
(iii) ବିଶ୍ଵ ବାଣିଜ୍ୟ ସଙ୍ଗଠନ

6. ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମତାନୁସାରେ ମଣିଷ ଜୀବନରେ କେତୋଟି ମୁଖ୍ୟ ଦକ୍ଷତା ରହିଛି ?
(i) ୫ଟି
(ii) ୭ଟି
(iii) ୯ଟି
(iv) ୧୦ଟି
Answer:
(iv) ୧୦ଟି

7. “ଜୀବନ ନୈପୁଣ୍ୟ ଶିକ୍ଷା ବ୍ୟବହାର ପରିବର୍ତ୍ତନ ବା ବ୍ୟବହାର କୌଶଳ ଅଟେ” – ଏହି ମତ କିଏ ଦେଇଥିଲେ ?
(i) ୟୁନିସେଫ
(iii) ବିଶ୍ଵ ବାଣିଜ୍ୟ ସଙ୍ଗଠନ
(ii) ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ
(iv) ସାଧାରଣ ପରିଷଦ
Answer:
(i) ୟୁନିସେଫ

8. ଶିକ୍ଷକ-ଛାତ୍ର ସମ୍ପର୍କକୁ ମଜଭୁତ କରିବା, ଜୀବନ ନୈପୁଣ୍ୟ ଶିକ୍ଷାର ଏକ –
(i) ସାମାଜିକ ଉପକାରିତା
(ii) ସାଂସ୍କୃତିକ ଉପକାରିତା
(iii) ଶିକ୍ଷାଗତ ଉପକାରିତା
(iv) ଅର୍ଥନୈତିକ ଉପକାରିତା
Answer:
(iii) ଶିକ୍ଷାଗତ ଉପକାରିତା

B. ଶୂନ୍ୟସ୍ଥାନ ପୂରଣ କର ।

1. ଯେଉଁ ଶିକ୍ଷା ଅନେକଗୁଡ଼ିଏ ମନସ୍ତାତ୍ତ୍ଵିକ, ସାମାଜିକ ଏବଂ ଆନ୍ତଃ-ବ୍ୟକ୍ତିଗତ ଦକ୍ଷତା ବିଷୟରେ ଜ୍ଞାନ ପ୍ରଦାନ କରେ ତାକୁ ___________ ଶିକ୍ଷା କୁହାଯାଏ ।
Answer:
ଜୀବନ ନୈପୁଣ୍ୟ

2. ଜୀବନ ନୈପୁଣ୍ୟ ଶିକ୍ଷା, ମନୁଷ୍ୟ ଜୀବନର ସମସ୍ତ ___________ ଗୁଡ଼ିକର ସମାହାରକୁ ବୁଝାଇଥାଏ ।
Answer:
ଦକ୍ଷତା

3. ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ – ମସିହାରେ ଜୀବନ ନୈପୁଣ୍ୟ ଶିକ୍ଷା ଉପରେ ମତ ପ୍ରଦାନ କରିଥିଲେ ।
Answer:
୧୯୯୩

4. ‘‘ଜୀବନ ନୈପୁଣ୍ୟ ଶିକ୍ଷା ବ୍ୟବହାର ପରିବର୍ତ୍ତନ ବା ବ୍ୟବହାର ବିକାଶର କୌଶଳ ଅଟେ’’ – ଏହି ___________ ର ମତ ଥିଲା ।
Answer:
ୟୁନିସେଫ୍

CHSE Odisha Class 12 Education Solutions Chapter 14 ଜୀବନ ନୈପୁଣ୍ୟ (ଦକ୍ଷତା) ଶିକ୍ଷା

5. ସମସ୍ୟା ସମାଧାନ ଦକ୍ଷତାର ଅଭିବୃଦ୍ଧି ଘଟାଇବା, ଜୀବନ ନୈପୁଣ୍ୟ ଶିକ୍ଷାର ___________ ଅଟେ ।
Answer:
ଗୁରୁତ୍ବ

6. ଛାତ୍ର-ଶିକ୍ଷକ ସମ୍ପର୍କକୁ ଦୃଢ଼ୀଭୂତ କରିବା ଜୀବନ ନୈପୁଣ୍ୟ ଶିକ୍ଷାର ଏକ ___________ ଅଟେ ।
Answer:
ଉପଯୋଗିତା

7. ସମାଜରେ ମୂଲ୍ୟବୋଧର ସ୍ବଚ୍ଛତା ବଜାୟ ରଖୁବା ଜୀବନ ନୈପୁଣ୍ୟ ଶିକ୍ଷାର ___________ ଉପକାରିତା ଅଟେ ।
Answer:
ସାଂସ୍କୃତିକ

8. ସଞ୍ଚୟର ଅଭିବୃଦ୍ଧି ଜୀବନ ନୈପୁଣ୍ୟ ଶିକ୍ଷାର ଏକ ___________ ଉପକାରିତା ଅଟେ ।
Answer:
ଅର୍ଥନୈତିକ

C. ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ଯେଉଁ ଶିକ୍ଷା ଅନେକଗୁଡ଼ିଏ ମନସ୍ତାତ୍ତ୍ଵିକ, ସାମାଜିକ ଏବଂ ଆନ୍ତଃ-ବ୍ୟକ୍ତିଗତ ଦକ୍ଷତା ବିଷୟରେ ଜ୍ଞାନପ୍ରଦାନ କରେ ତାକୁ ବୃତ୍ତିଗତ ଶିକ୍ଷା କୁହାଯାଏ ।
Answer:
ଯେଉଁ ଶିକ୍ଷା ଅନେକଗୁଡ଼ିଏ ମନସ୍ତାତ୍ତ୍ଵିକ, ସାମାଜିକ ଏବଂ ଆନ୍ତଃ-ବ୍ୟକ୍ତିଗତ ଦକ୍ଷତା ବିଷୟରେ ଜ୍ଞାନ ପ୍ରଦାନ କରେ ତାହାକୁ ଜୀବନ ନୈପୁଣ୍ୟ ଶିକ୍ଷା କୁହାଯାଏ ।

2. ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ୨୦୦୦ ମସିହାରେ ଜୀବନ ନୈପୁଣ୍ୟ ଶିକ୍ଷା ଉପରେ ମନ୍ତବ୍ୟ ପ୍ରଦାନ କରିଥିଲେ ।
Answer:
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ୧୯୯୩ ମସିହାରେ ଜୀବନ ନୈପୁଣ୍ୟ ଶିକ୍ଷା ଉପରେ ମନ୍ତବ୍ୟ ପ୍ରଦାନ କରିଥିଲେ ।

3. ସୁସ୍ଥ ଜୀବନଯାପନ ପାଇଁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ଵ ନିର୍ବାହ କରିବା, ଜୀବନ ନୈପୁଣ୍ୟ ଶିକ୍ଷାର ଏକ ଉପକାରିତା ଅଟେ ।
Answer:
ସୁସ୍ଥ ଜୀବନଯାପନ ପାଇଁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବା ଜୀବନ ନୈପୁଣ୍ୟ ଶିକ୍ଷାର ଏକ ଉପାୟ ଅଟେ ।

4. ଆତ୍ମସଚେତନତା ସୃଷ୍ଟି, ଜୀବନ ନୈପୁଣ୍ୟ ଶିକ୍ଷାର ଏକ ଉପାୟ ଅଟେ ।
Answer:
ଆତ୍ମ ସଚେତନତା ସୃଷ୍ଟି ଜୀବନ ନୈପୁଣ୍ୟ ଶିକ୍ଷାର ଏକ ଦକ୍ଷତା ଅଟେ ।

5. କ୍ରୋଧର ପରିଚାଳନା ଜୀବନ ନୈପୁଣ୍ୟ ଶିକ୍ଷାର ଏକ ସାମାଜିକ ସମସ୍ୟା ଅଟେ ।
Answer:
କ୍ରୋଧର ପରିଚାଳନା ଜୀବନ ନୈପୁଣ୍ୟ ଶିକ୍ଷାର ଏକ ଆବେଗିକ ସମସ୍ୟା ଅଟେ ।

6. ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନଙ୍କ ମତରେ ମନୁଷ୍ୟର ୫ଟି ମୁଖ୍ୟ ଦକ୍ଷତା ଅଛି ।
Answer:
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମତରେ ମନୁଷ୍ୟର ୧୦ଟି ମୁଖ୍ୟ ଦକ୍ଷତା ଅଛି ।

7. ବିଭିନ୍ନ ସଂସ୍କୃତିର ଲୋକମାନଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ-ଜୀବନ ନୈପୁଣ୍ୟ ଶିକ୍ଷାର ସାମାଜିକ ଉପାଦେୟ ଅଟେ ।
Answer:
ବିଭିନ୍ନ ସଂସ୍କୃତିର ଲୋକମାନଙ୍କ ମଧ୍ୟରେ ସମନ୍ବୟ ସ୍ଥାପନ – ଜୀବନ ନୈପୁଣ୍ୟ ଶିକ୍ଷାର ଏକ ସାଂସ୍କୃତିକ ଉପାଦେୟତା ଅଟେ ।

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

1. ଜୀବନ ନୈପୁଣ୍ୟ ଶିକ୍ଷା କହିଲେ କ’ଣ ବୁଝ ?
Answer:
ଅନେକଗୁଡ଼ିଏ ମନସ୍ତାତ୍ତ୍ଵିକ, ସାମାଜିକ ଏବଂ ବ୍ୟକ୍ତିଗତ ଦକ୍ଷତା ବିଷୟରେ ଜ୍ଞାନପ୍ରଦାନ କରୁଥିବା ଶିକ୍ଷାକୁ ଜୀବନ ନୈପୁଣ୍ୟ ଶିକ୍ଷା କୁହାଯାଏ ।

2. ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କେବେ ଜୀବନ ନୈପୁଣ୍ୟ ଶିକ୍ଷା ବିଷୟରେ ମତବ୍ୟକ୍ତ କରିଥିଲେ ?
Answer:
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ୧୯୯୩ ମସିହାରେ ଜୀବନ ନୈପୁଣ୍ୟ ଶିକ୍ଷା ବିଷୟରେ ମତବ୍ୟକ୍ତ କରିଥିଲେ ।

3. ଜୀବନ ନୈପୁଣ୍ୟ ଶିକ୍ଷା ବ୍ୟକ୍ତିକୁ ସକ୍ଷମ କରିଥାଏ – କିପରି ?
Answer:
ଜୀବନ ନୈପୁଣ୍ୟ ଶିକ୍ଷା ବ୍ୟକ୍ତିର ଜ୍ଞାନ, ମନୋଭାବ, ଦକ୍ଷତା ଏବଂ ମୂଲ୍ୟବୋଧଗୁଡ଼ିକୁ କାର୍ଯ୍ୟରେ ପରିଣତ କରାଇ ତାକୁ ଅଧିକ ଦକ୍ଷ କରାଇଥାଏ ।

4. ଯୁବପିଢ଼ିମାନେ ସମ୍ମୁଖୀନ ହେଉଥ‌ିବା ଏକ ସମସ୍ୟା ଲେଖ ।
Answer:
ଯୁବପିଢ଼ିମାନେ ବିଭିନ୍ନ ମନସ୍ତାତ୍ତ୍ଵିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି; ଯଥା – ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ।

CHSE Odisha Class 12 Education Solutions Chapter 14 ଜୀବନ ନୈପୁଣ୍ୟ (ଦକ୍ଷତା) ଶିକ୍ଷା

5. ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନଦ୍ୱାରା ପ୍ରଦତ୍ତ ଜୀବନ-ନୈପୁଣ୍ୟ ଶିକ୍ଷାର ଗୋଟିଏ ମୁଖ୍ୟ କୌଶଳ ଲେଖ ।
Answer:
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପ୍ରଦତ୍ତ ନୈପୁଣ୍ୟ ଶିକ୍ଷାର ଏକ କୌଶଳ ହେଉଛି – ସୃଜନଶୀଳ ଚିନ୍ତାଧାରାର ବିକାଶ କରିବା ।

6. ଜୀବନ ନୈପୁଣ୍ୟ ଶିକ୍ଷାର ଗୋଟିଏ ଅଭିଗୃହୀତ ଧାରଣା ଲେଖ ।
Answer:
ଜୀବନ ନୈପୁଣ୍ୟ ଶିକ୍ଷା ଯୁବପିଢ଼ିର ମୌଳିକ ଆବଶ୍ୟକତା ସମ୍ପର୍କିତ ସମସ୍ୟାର ସମାଧାନ କରାଇଥାଏ ।

7. ଜୀବନ ନୈପୁଣ୍ୟ ଶିକ୍ଷାର ଗୋଟିଏ ସ୍ଵାମାଜିକ ମୂଲ୍ୟବୋଧ ଲେଖ ।
Answer:
ଜୀବନ ନୈପୁଣ୍ୟ ଶିକ୍ଷା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସାମାଜିକୀକରଣ ପ୍ରକ୍ରିୟାର ଅଭିବୃଦ୍ଧି ଘଟାଏ ।

8. ଜୀବନ ନୈପୁଣ୍ୟ ଶିକ୍ଷାର ଏକ ଅର୍ଥନୈତିକ ଉପକାରିତା ଲେଖ ।
Answer:
ଜୀବନ ନୈପୁଣ୍ୟ ଶିକ୍ଷା ସଞ୍ଚୟର ଅଭିବୃଦ୍ଧି ଘଟାଇଥାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ଜୀବନ ନୈପୁଣ୍ୟ ଶିକ୍ଷାର ଦୁଇଟି ଗୁରୁତ୍ଵ ଲେଖ ।
Answer:
(i) ଏହା ଶିକ୍ଷାର୍ଥୀମାନଙ୍କୁ ବାଲ୍ୟାବସ୍ଥାରୁ ପ୍ରାପ୍ତବୟସ୍କ ସୋପାନରେ ପହଞ୍ଚାଇବାରେ ସହାୟକ ହୁଏ ।
(ii) ଏହା ଶିକ୍ଷାର୍ଥୀମାନଙ୍କର ସାମାଜିକ ସମସ୍ୟା ସମାଧାନ ଦକ୍ଷତାର ଅଭିବୃଦ୍ଧି ଘଟାଏ ।

2. ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ (WHO) ଙ୍କ ମତରେ ଜୀବନ ନୈପୁଣ୍ୟ ଶିକ୍ଷା କ’ଣ ?
Answer:
ବିଶ୍ୱସ୍ଵାସ୍ଥ୍ୟ ସଙ୍ଗଠନଙ୍କ ମତରେ ଜୀବନ ନୈପୁଣ୍ୟ ଶିକ୍ଷା ହେଉଛି, ‘‘ସେହି ଉପଯୋଗୀ ତଥା ଯୁକାତ୍ମକ ବ୍ୟବହାର ଯାହାକି ବ୍ୟକ୍ତିକୁ ଜୀବନରେ ଆବଶ୍ୟକତା ଏବଂ କଷ୍ଟକର ସମସ୍ୟାକୁ ଫଳପ୍ରଦ ଭାବରେ ସମ୍ମୁଖୀନ ହେବାରେ ସକ୍ଷମ କରାଏ ।’’

3. ଜୀବନ ନୈପୁଣ୍ୟ ଶିକ୍ଷା କିପରି ବ୍ୟକ୍ତିକୁ ସକ୍ଷମ କରାଏ, ତାହାର ତିନୋଟି ଉପାୟ ଲେଖ ।
Answer:
(i) ଏହା ଜ୍ଞାନ, ମନୋଭାବ, ଦକ୍ଷତା ଏବଂ ମୂଲ୍ୟବୋଧଗୁଡ଼ିକୁ କାର୍ଯ୍ୟରେ ପରିଣତ କରାଏ ।
(ii) ଏହା ଆତ୍ମ-ବିଶ୍ଵାସ ସୃଷ୍ଟିରେ ସାହାଯ୍ୟ କରେ ।
(iii) ଅନ୍ୟମାନଙ୍କ ପ୍ରତି ସକାରାତ୍ମକ ବ୍ୟବହାର ପ୍ରଦର୍ଶନରେ ଏହା ସହାୟକ ହୁଏ ।

4. ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ (WHO) ଦ୍ଵାରା ପ୍ରଦତ୍ତ ତିନୋଟି ଜୀବନ କୌଶଳ (ନୈପୁଣ୍ୟ) ଲେଖ ।
Answer:
(i) ଆତ୍ମ ସଚେତନତା ବୃଦ୍ଧି ।
(ii) ନିଷ୍ପଭି ନେବାର ଦକ୍ଷତା ହାସଲ ।
(iii) ଆବେଗର ସୁପରିଚାଳନା ।

5. ଜୀବନ ନୈପୁଣ୍ୟ ଶିକ୍ଷାର ସାଂସ୍କୃତିକ ଉପାଦେୟତା କ’ଣ ?
Answer:
(i) ଏହା ବ୍ୟକ୍ତିକୁ ଅର୍ଥପୂର୍ଣ ସାଂସ୍କୃତିକ ଅଭ୍ୟାସର ଅଭିବୃଦ୍ଧିରେ ସାହାଯ୍ୟ କରେ ।
(ii) ଏହା ବିଭିନ୍ନ ସଂସ୍କୃତିର ଲୋକମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିବାରେ ସାହାଯ୍ୟ କରେ ।
(iii) ଏହା ସମାଜରେ ମୂଲ୍ୟବୋଧଗୁଡ଼ିକର ପ୍ରସାର ଘଟାଇବାରେ ସାହାଯ୍ୟ କରେ ।

6. ଜୀବନ ନୈପୁଣ୍ୟ ଶିକ୍ଷାର ଦୁଇଟି ଗୁରୁତ୍ଵ ଲେଖ ।
Answer:
(i) ଏହି ଶିକ୍ଷା ଶିକ୍ଷାର୍ଥୀମାନଙ୍କୁ ଆତ୍ମ ସଚେତନ କରାଇ ସେମାନଙ୍କୁ ଉତ୍ତମ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରେ ।
(ii) ଏହା ଶିକ୍ଷାର୍ଥୀଙ୍କର ନିଷ୍ପତ୍ତି ନେବାର ଦକ୍ଷତା ବୃଦ୍ଧି ଘଟାଇ ସେମାନଙ୍କ ସମସ୍ୟା ସମାଧାନରେ ସହାୟକ ହୁଏ ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ଜୀବନ ନୈପୁଣ୍ୟ ଶିକ୍ଷା କ’ଣ ସଂକ୍ଷେପରେ ବୁଝାଅ ।
Answer:
(i) ଯେଉଁ ଶିକ୍ଷା ଅନେକଗୁଡ଼ିଏ ମନସ୍ତାତ୍ତ୍ଵିକ, ସାମାଜିକ୍ ଏବଂ ଆନ୍ତଃ-ବ୍ୟକ୍ତିଗତ ଦକ୍ଷତା ବିଷୟରେ ଜ୍ଞାନ ପ୍ରଦାନ କରେ, ତାହାକୁ ଜୀବନ ନୈପୁଣ୍ୟ ଶିକ୍ଷା କୁହାଯାଏ ।
(ii) ଏହା ବ୍ୟକ୍ତିମାନଙ୍କୁ ନିଷ୍ପଭି ନେବା, ପରସ୍ପର ମଧ୍ୟରେ ସମ୍ପର୍କ ରକ୍ଷା ଏବଂ ଆତ୍ମପରିଚାଳନା ଦକ୍ଷତା ବୃଦ୍ଧିରେ ସହାୟକ ହୁଏ ଏବଂ ସୁସ୍ଥ ଜୀବନ ଯାପନରେ ସାହାଯ୍ୟ କରେ ।
(iii) ଏହି ଶିକ୍ଷା ଆମ ଜୀବନକୁ ଫଳପ୍ରଦ କରିବାପାଇଁ ଆମେ ଆବଶ୍ୟକ କରୁଥିବା କୌଶଳ ଏବଂ ଦକ୍ଷତା ଯୋଗାଇଥାଏ ଯାହାକି ଆମର ଅଭିଳାଷ ପୂରଣ ଏବଂ ଅନ୍ତର୍ନିହିତ ଶକ୍ତିର ପୂର୍ଣ ବିକାଶରେ ସାହାଯ୍ୟ କରେ ।
(iv) ଯେକୌଣସି କୌଶଳ ବା ଦକ୍ଷତା ଆମ ଜୀବନରେ ଉପଯୋଗୀ ତାକୁ ଜୀବନ ନୈପୁଣ୍ୟ ଦକ୍ଷତା କୁହାଯାଇଥାଏ ।
(v) ଉଦାହରଣସ୍ୱରୂପ ପିଲାମାନେ ଜୋତାର ଲେସ୍ ବାନ୍ଧିବା, ସନ୍ତରଣ କରିବା ବା କମ୍ପ୍ୟୁଟର ଚଳାଇ ଶିଖିବା ଇତ୍ୟାଦି ।

CHSE Odisha Class 12 Education Solutions Chapter 14 ଜୀବନ ନୈପୁଣ୍ୟ (ଦକ୍ଷତା) ଶିକ୍ଷା

2. ଜୀବନ ନୈପୁଣ୍ୟ ଶିକ୍ଷାର ସାମାଜିକ ଉପଯୋଗିତାଗୁଡ଼ିକ ଲେଖ ।
Answer:
(i) ଏହି ଶିକ୍ଷା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସାମାଜିକୀକରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଏ ।
(ii) ଏହା ଶିକ୍ଷାର୍ଥୀମାନଙ୍କୁ ନିଜର ନିର୍ଭରଯୋଗ୍ୟ ଏବଂ ଭଲ ସାଙ୍ଗ ଚୟନ କରିବାରେ ସାହାଯ୍ୟ କରେ ।
(iii) ଏହା ପିଲାମାନଙ୍କର ଅବସର ସମୟର ସଠିକ୍ ବିନିଯୋଗ କରାଯାଏ ।
(iv) ଏହା ଶିକ୍ଷକ, ଶିକ୍ଷାର୍ଥୀ ଏବଂ ବିଦ୍ୟାଳୟ ସମୂହ ମଧ୍ଯରେ ଅର୍ଥପୂର୍ଣ ପାରସ୍ପରିକ ସମ୍ପର୍କ ସ୍ଥାପନରେ ସହାୟକ ହୁଏ ।
(v) ଏହା ଶିକ୍ଷାର୍ଥୀର ଚରିତ୍ର ଗଠନରେ ସହାୟକ ହୁଏ ।

3. ଜୀବନ ନୈପୁଣ୍ୟ ଶିକ୍ଷା ବ୍ୟକ୍ତିକୁ କିପରି ସକ୍ଷମ କରାଇଥାଏ ?
Answer:
ଏହି ଶିକ୍ଷା ବ୍ୟକ୍ତିକୁ ନିମ୍ନ ପ୍ରକାରେ ସକ୍ଷମ କରାଇଥାଏ –
(i) ଏହା ଜ୍ଞାନ, ମନୋଭାବ, ଦକ୍ଷତା ଏବଂ ମୂଲ୍ୟବୋଧଗୁଡ଼ିକୁ କାର୍ଯ୍ୟରେ ପରିଣତ କରାଏ ।
(ii) ଏହି ଶିକ୍ଷା ସୁସ୍ଥ ଜୀବନଯାପନ ପାଇଁ ଦାୟିତ୍ୱସମ୍ପନ୍ନ ଭୂମିକା ନିର୍ବାହ କରେ ।
(iii) ଏହା ଅନ୍ୟମାନଙ୍କ ପ୍ରତି ସକରାତ୍ମକ ବ୍ୟବହାର ପ୍ରଦର୍ଶନ କରିବାକୁ ପ୍ରେରଣା ଯୋଗଏ ।
(iv) ଏହା ଶିକ୍ଷାର୍ଥୀ ମନରେ ଆତ୍ମବିଶ୍ଵାସ ସୃଷ୍ଟି କରାଇଥାଏ ।
(v) ଏହା ଆତ୍ମସମ୍ମାନ ସୃଷ୍ଟିରେ ସହାୟକ ହୁଏ ।

4. ଯୁବପିଢ଼ିମାନେ ସମ୍ମୁଖୀନ ହେଉଥ‌ିବା ସମସ୍ୟାଗୁଡ଼ିକ ଲେଖ ।
Answer:
ଯୁବପିଢ଼ିମାନେ ନିମ୍ନଲିଖିତ ସମସ୍ୟାଗୁଡ଼ିକର ସମ୍ମୁଖୀନ ହେଉଛନ୍ତି ।
(i) ବିଭିନ୍ନ ମନସ୍ତାତ୍ତ୍ଵିକ ସମସ୍ୟା; ଯଥା – ପରୀକ୍ଷାପାଇଁ ପ୍ରସ୍ତୁତ ହେବା ଏବଂ ସାଥୀଦଳର ବିଭିନ୍ନ ଚାପ ଇତ୍ୟାଦି ।
(ii) ସାମାଜିକ ସମସ୍ୟା; ଯଥା – ସାଥୀଦଳର ଚାପ, ଆନ୍ତ-ସମ୍ପର୍କ ଇତ୍ୟାଦି ।
(iii) ଅର୍ଥନୈତିକ ସମସ୍ୟା; ଯଥା – ପୁଞ୍ଜିର ଅଭାବ, ଆର୍ଥିକ ଅଭାବ, ମୌଳିକ ଆବଶ୍ୟକତା ଇତ୍ୟାଦି ।
(iv) ଆବେଗିକ ସମସ୍ୟା; ଯଥା – କ୍ରୋଧ ପରିଚାଳନା, ହରମୋନର ପ୍ରଭାବ ଇତ୍ୟାଦି ।
(v) ଆଧ୍ୟାତ୍ମିକ ସମସ୍ୟା; ଯଥା – ଧର୍ମୀୟ ବିଶ୍ଵାସରେ ଦ୍ବନ୍ଦ୍ବ ଇତ୍ୟାଦି ।

5. ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନଦ୍ୱାରା ପ୍ରଦତ୍ତ ମୁଖ୍ୟ ଜୀବନ କୌଶଳଗୁଡ଼ିକ ଲେଖ ।
Answer:
ବିଶ୍ଵସ୍ଵାସ୍ଥ୍ୟ ସଙ୍ଗଠନ WHO ମୁଖ୍ୟତଃ ୧୦ ଗୋଟି ଜୀବନ କୌଶଳ ବିଷୟରେ ମତ ପ୍ରଦାନ କରିଛନ୍ତି । ସେଗୁଡ଼ିକ ହେଲା –
(i) ଆତ୍ମ-ସଚେତନତା ।
(ii) ସମାଲୋଚନାମୂଳକ ଚିନ୍ତା କରିବା ।
(iii) ସମ୍ବେଦନ ଶକ୍ତିର ବିକାଶ ।
(iv) ସୃଜନଶୀଳ ଚିନ୍ତାଧାରା ।
(v) ନିଷ୍ପତ୍ତି ନେବାର ଦକ୍ଷତା ।
(vi) ସମସ୍ୟା ସମାଧାନ ।
(vii) ଫଳପ୍ରଦ ଯୋଗାଯୋଗ ।
(viii) ଆନ୍ତଃ ବ୍ୟକ୍ତିଗତ ସମ୍ପର୍କ ରକ୍ଷା ।
(ix) ମାନସିକ ଚାପର ନିୟନ୍ତ୍ରଣ ।
(x) ଆବେଗର ସୁପରିଚାଳନା ।

6. ଜୀବନ ନୈପୁଣ୍ୟ ଶିକ୍ଷାର ଅଭିଗୃହୀତ ଧାରଣା ବିଷୟରେ ଲେଖ ।
Answer:
(i) ଶିକ୍ଷାର୍ଥୀମାନେ ଆବଶ୍ୟକତା ଅନୁସାରେ ତଥ୍ୟ, କୌଶଳ ଏବଂ ମନୋଭାବ ଗ୍ରହଣ କରିପାରିଲେ ଗଠନମୂଳକ ନିଷ୍ପତ୍ତି
ନେଇପାରିବେ ।
(ii) ଜୀବନ ନେପୁଣ୍ୟ ଶିକ୍ଷା ବିଭିନ୍ନ ସାମାଜିକ – ସାଂସ୍କୃତିକ ସମସ୍ୟା; ଯଥା – HIV ଏବଂ AIDS, ନିଶାଦ୍ରବ୍ୟର ଭୁଲ ବିନିଯୋଗ ଇତ୍ୟାଦିର ସମାଧାନ କରିଥାଏ ।
(iii) ସେହିପରି ଏହା ଯୁବପିଢ଼ିର ମୌଳିକ ଆବଶ୍ୟକତା ସମ୍ବନ୍ଧୀୟ ସମସ୍ୟା ସମାଧାନରେ ସାହାଯ୍ୟ କରେ ।
(iv) ଯଦି ଶିକ୍ଷାର୍ଥୀର ବାସ୍ତବ ଜୀବନ ଅଭିଜ୍ଞତା ଉପରେ ପର୍ଯ୍ୟବସିତ ହୁଏ, ତେବେ ଜୀବନ ନୈପୁଣ୍ୟ ଦକ୍ଷତାର ବିକାଶ ସମ୍ଭବପର
ହେବ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଜୀବନ ନୈପୁଣ୍ୟ ଶିକ୍ଷା କ’ଣ ? ଏହାର ଗୁରୁତ୍ଵ ଉଲ୍ଲେଖ କର ।
Answer:
ବର୍ତ୍ତମାନ ସମୟରେ ଜୀବନ ନୈପୁଣ୍ୟ ଶିକ୍ଷା ବ୍ୟାପକ ଭାବରେ ବ୍ୟବହାର କରାଯାଉଛି । କିନ୍ତୁ ଏହାକୁ ଆମ୍ଭେମାନେ ସର୍ବଦା ଜୀବିକା ନୈପୁଣ୍ୟ ଅର୍ଥରେ ବ୍ୟବହାର କରୁଅଛୁ । କିନ୍ତୁ ଜୀବନ ନୈପୁଣ୍ୟ ଶିକ୍ଷା ଏବଂ ଜୀବିକା ନୈପୁଣ୍ୟ ଦୁଇଟି ଭିନ୍ନ ପ୍ରତ୍ୟୟ । ଜୀବିକା ଦକ୍ଷତା ଆମର ରୋଜଗାର ବୃଦ୍ଧିକରିବା ସହିତ ବ୍ୟକ୍ତିଗତ ଅର୍ଥନୈତିକ ଲକ୍ଷ୍ୟ ପୂରଣରେ ସହାୟକ ହୁଏ । ଏହି ଦକ୍ଷତାଗୁଡ଼ିକ ମୁଖ୍ୟତଃ ବୃତ୍ତିଗତ ନୈପୁଣ୍ୟ ଏବଂ ବ୍ୟବସାୟ ପରିଚାଳନା ଦକ୍ଷତା ସହ ଜଡ଼ିତ ।

କିନ୍ତୁ ଜୀବନ ନୈପୁଣ୍ୟ ମନୁଷ୍ୟ ଜୀବନର ସମସ୍ତ ଦକ୍ଷତାକୁ ପରିସରଭୁକ୍ତ କରିଥାଏ । ଏହା ଅର୍ଥନୈତିକ, ସାମାଜିକ କିମ୍ବା ମନସ୍ତାତ୍ତ୍ଵିକ ଦକ୍ଷତା ହୋଇପାରେ । ଜୀବନ ନୈପୁଣ୍ୟର ବିକାଶ ଏକ ଜୀବନବ୍ୟାପୀ ପ୍ରକ୍ରିୟା ଯାହା ପ୍ରାକ୍-ବାଲ୍ୟାବସ୍ଥାରୁ ଆରମ୍ଭ ହୋଇ ସାରା ଜୀବନ ଚାଲୁରହିଥାଏ । ଏହି ପ୍ରକ୍ରିୟା ମୁଖ୍ୟତଃ ଦୁଇଟି ଦକ୍ଷତା ଯଥା – ମନସ୍ତାତ୍ତ୍ଵିକ ଏବଂ ସାମାଜିକ ଦକ୍ଷତା ଉପରେ ଅଧ୍ଵକ ଗୁରୁତ୍ଵ ପ୍ରଦାନ କରିଥାଏ ।

ମନସ୍ତାତ୍ତ୍ଵିକ – ଏହି ଦକ୍ଷତାଗୁଡ଼ିକ ମାନସିକ ପ୍ରକ୍ରିୟା ଏବଂ କାର୍ଯ୍ୟକ୍ରମ ସହ ଜଡ଼ିତ; ଯଥା – ସମସ୍ୟା ସମାଧାନ ଦକ୍ଷତା ।
ସାମାଜିକ – ଏହି ଦକ୍ଷତା ଜଣକୁ ନିଜ ସହ, ଅନ୍ୟମାନଙ୍କ ସହ ଏବଂ ପରିବେଶ ସହ ଆନ୍ତଃକରଣ ପ୍ରକ୍ରିୟାକୁ ବୁଝାଏ ।

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ୧୯୯୩ ମସିହାରେ ମତ ଦେଇଥିଲେ ଯେ, ‘ଜୀବନ ନୈପୁଣ୍ୟ ଶିକ୍ଷା ହେଉଛି, ସେହି ଉପଯୋଗୀ ତଥା ଯୁକ୍ତାତ୍ମକ ବ୍ୟବହାର ଯାହା ବ୍ୟକ୍ତିକୁ ଜୀବନର ଆବଶ୍ୟକତା ଏବଂ କଷ୍ଟକର ସମସ୍ୟାକୁ ଫଳପ୍ରଦ ଭାବରେ ସମ୍ମୁଖୀନ ହେବାକୁ ସକ୍ଷମ କରାଏ ।’’

ସେହିପରି ୟୁନିସେଫ୍ (UNICEF) ଙ୍କ ମତରେ “ଏହା ବ୍ୟବହାର ପରିବର୍ତ୍ତନ ବା ବ୍ୟବହାର ବିକାଶର କୌଶଳ ଅଟେ; ଯାହାକି ତିନୋଟି ବିଷୟ; ଯଥା – ଜ୍ଞାନ, ମନୋଭାବ ଏବଂ ଦକ୍ଷତା ମଧ୍ଯରେ ଭାରସାମ୍ୟ ରକ୍ଷାକରେ ।’’

CHSE Odisha Class 12 Education Solutions Chapter 14 ଜୀବନ ନୈପୁଣ୍ୟ (ଦକ୍ଷତା) ଶିକ୍ଷା

ଏଥୁରୁ ସ୍ପଷ୍ଟ ଯେ ଜୀବନ ନୈପୁଣ୍ୟଗୁଡ଼ିକ ହେଉଛି ଅନେକଗୁଡ଼ିଏ ମନସ୍ତାତ୍ତ୍ଵିକ, ସାମାଜିକ ଏବଂ ଆନ୍ତଃ-ବ୍ୟକ୍ତିଗତ ଦକ୍ଷତା ଯାହାକି ବ୍ୟକ୍ତିବିଶେଷର ନିଷ୍ପତି ନେବା, ପରସ୍ପର ମଧ୍ୟରେ ସମ୍ପର୍କ ରକ୍ଷା ଓ ଆତ୍ମପରିଚାଳନା ଦକ୍ଷତା ବୃଦ୍ଧିରେ ସହାୟକ ହୁଏ ଏବଂ ବ୍ୟକ୍ତିକୁ ସୁସ୍ଥ ଜୀବନଯାପନରେ ସାହାଯ୍ୟ କରେ । ଏହି ଶିକ୍ଷା ଆମ ଜୀବନକୁ ଫଳପ୍ରଦ କରିବାପାଇଁ ଆମେ ଆବଶ୍ୟକ କରୁଥିବା କୌଶଳ ଏବଂ ଦକ୍ଷତା ଅଟେ ।

ସେହି ଦକ୍ଷତାଗୁଡ଼ିକ ଆମର ଅଭିଳାଷ ପୂରଣ ଏବଂ ଅନ୍ତର୍ନିହିତ ଶକ୍ତିର ପୂର୍ଣ୍ଣ ବିକାଶରେ ସାହାଯ୍ୟ କରନ୍ତି । ତେଣୁ ଯେକୌଣସି କୌଶଳ ବା ଦକ୍ଷତାଗୁଡ଼ିକ ଆମ ଜୀବନରେ ଉପଯୋଗୀ ତାକୁ ଜୀବନ ନୈପୁଣ୍ୟ କୁହାଯାଇପାରେ । ଉଦାହରଣସ୍ୱରୂପ – ଜୋତାର ଲେସ୍ ବାନ୍ଧିବା, ସନ୍ତରଣ କରିବା, କାର୍‌ ଚଳାଇ ଶିଖିବା ଏବଂ କମ୍ପ୍ୟୁଟର ଚଳାଇବା ଇତ୍ୟାଦି ।

ଏହି ଶିକ୍ଷା ବିଭିନ୍ନ ସାମାଜିକ – ସାଂସ୍କୃତିକ ସମସ୍ୟା ଯଥା HIV ଏବଂ AIDS, ନିଶାସେବନ ଏବଂ ଶିକ୍ଷରେ ଅପଚୟ ଏବଂ ଆବଦ୍ଧତା ଇତ୍ୟାଦି ସମାଧାନରେ ସାହାଯ୍ୟ କରେ । ଏହି ଶିକ୍ଷା ଯୁବସମାଜର ନିଷ୍ପଭିମୂଳକ ଆବଶ୍ୟକତା ଅଟେ । ଯେତେବେଳେ ଏହି ଶିକ୍ଷା ଶିକ୍ଷାର୍ଥୀର ବାସ୍ତବ ଜୀବନର ଅଭିଜ୍ଞତାଭିଭିକ ହୋଇଥାଏ, ସେତେବେଳେ ଏହାର ସଠିକ୍ ବିକାଶ ହୋଇପାରିଥାଏ ।

ଜୀବନ ନୈପୁଣ୍ୟ ଶିକ୍ଷାର ଗୁରୁତ୍ଵ – ଏହି ଶିକ୍ଷାର ନିମ୍ନଲିଖିତ ଗୁରୁତ୍ଵମାନ ରହିଛି –
(i) ଜୀବନ ନୈପୁଣ୍ୟ ଶିକ୍ଷା ବ୍ୟକ୍ତିକୁ ବାଲ୍ୟାବସ୍ଥାରୁ ପ୍ରାପ୍ତବୟସ୍କ ସୋପାନରେ ପହଞ୍ଚାଇବା ପାଇଁ ସାହାଯ୍ୟ କରେ । ଏହା କେବଳ ସାମାଜିକ ଏବଂ ଆବେଗିକ ଦକ୍ଷତାର ସୁସ୍ଥ ବିକାଶ ମାଧ୍ୟମରେ ସମ୍ଭବ ହୁଏ ।
(ii) ଏହା ସାମାଜିକ ସମସ୍ୟା ସମାଧାନ ଦକ୍ଷତା ବୃଦ୍ଧିରେ ସହାୟକ ହୁଏ ।
(iii) ଏହା ପରିସ୍ଥିତି ଏବଂ ସମସ୍ୟାମୂଳକ ବ୍ୟବହାର ମଧ୍ଯରେ ଯୋଗସୂତ୍ର ଭଳି କାର୍ଯ୍ୟକରେ ।
(iv) ଏହା ଯୁକ୍ତାତ୍ମକ ସାମାଜିକ ନୀତିନିୟମ ଯଥା ଜଣେ ପ୍ରାପ୍ତବୟସ୍କର ସ୍ବାସ୍ଥ୍ୟ ସେବା, ବିଦ୍ୟାଳୟ ଏବଂ ପରିବାରର ଉନ୍ନତି ଆଣିବାରେ ସାହାଯ୍ୟ କରେ ।
(v) ଏହା ଜଣେ କିଶୋରକୁ ଗୋଟିଏ ପରିସ୍ଥିତି ବିଷୟରେ ଶୁଣିବା ଓ ଦେଖିବା ମଧ୍ୟରେ ଥ‌ିବା ପାର୍ଥକ୍ୟକୁ ହୃଦୟଙ୍ଗମ କରିବାରେ ସାହାଯ୍ୟ କରେ ।
(vi) ଏହା ଟବାକୋ ଏବଂ ମଦ୍ୟପାନ କରିବାର ବୟସକୁ ବିଳମ୍ବିତ କରାଏ ।
(vii) ଏହା ଯୁକ୍ତତ୍ମକ ଆତ୍ମ-ସମ୍ମାନ ଏବଂ ଶିକ୍ଷକଙ୍କର କ୍ରୋଧ ନିୟନ୍ତ୍ରଣରେ ଉନ୍ନତି ଘଟାଏ ।

ଉପରୋକ୍ତ ଆଲୋଚନାରୁ ପ୍ରତୀୟମାନ ହୁଏ ଯେ, ଯେଉଁଠାରେ ଜୀବନ ନୈପୁଣ୍ୟ ଶିକ୍ଷା ଯେତେ ଅଧ୍ବକ ଉନ୍ନତ ଏବଂ ବ୍ୟାବହାରିକ ସେଠାରେ ଏହା ସେତିକି ପରିମାଣରେ ଉନ୍ନତି ଆଣେ ଏବଂ ବ୍ୟକ୍ତି ସୁସ୍ଥ ଜୀବନଯାପନ ନିମିତ୍ତ ସକ୍ଷମ ହୁଏ ।

2. ଜୀବନ ନୈପୁଣ୍ୟ ଶିକ୍ଷାର ଉପକାରିତା ଆଲୋଚନା କର ।
Answer:
ଯେଉଁ ଶିକ୍ଷା ଦକ୍ଷତା ବା ନିପୁଣତାଗୁଡ଼ିକର ବିକାଶ ଘଟାଇ ମନୁଷ୍ୟ ଜୀବନରେ ସମସ୍ତ ଦିଗଗୁଡ଼ିକୁ ସମୃଦ୍ଧ କରିବାରେ ସାହାଯ୍ୟ କରେ ତାହାକୁ ଜୀବନ ନୈପୁଣ୍ୟ ଶିକ୍ଷା କୁହାଯାଇଥାଏ । ଏହା ଏକ ଜୀବନବ୍ୟାପି ପ୍ରକ୍ରିୟା । ଏହା ପ୍ରାକ୍-ବାଲ୍ୟାବସ୍ଥାରୁ ଆରମ୍ଭ ହୋଇ ଜୀବନସାରା ଚାଲୁ ରହିଥାଏ । ଏହି ଦକ୍ଷତା ମୁଖ୍ୟତଃ ଦୁଇଟି ବିଷୟ; ଯଥା – ସାମାଜିକ ଏବଂ ମନସ୍ତାତ୍ତ୍ଵିକ ନିପୁଣତା ଉପରେ ଗୁରୁତ୍ଵ ପ୍ରଦାନ କରେ ।

ଏହି ଶିକ୍ଷାର ଅର୍ଥ ପ୍ରକାଶ କରି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ୧୯୯୩ ମସିହାରେ ମତ ପ୍ରକାଶ କରିଥିଲେ ଯେ, “ଜୀବନ ନୈପୁଣ୍ୟ ଶିକ୍ଷା ହେଉଛି, ସେହି ଉପଯୋଗୀ ତଥା ଯୁକ୍ତାତ୍ମକ ବ୍ୟବହାର ଯାହା ବ୍ୟକ୍ତିକୁ ଜୀବନର ଆବଶ୍ୟକତା ଏବଂ କଷ୍ଟକର ସମସ୍ୟାକୁ ଫଳପ୍ରଦ ଭାବରେ ସମ୍ମୁଖୀନ ହେବାକୁ ସକ୍ଷମ କରାଏ ।’’

ଜୀବନ ନୈପୁଣ୍ୟ ଶିକ୍ଷାର ଅନେକ ଉପକାରିତା ରହିଛି, ସେଗୁଡ଼ିକ ନିମ୍ନରେ ଆଲୋଚନା କରାଯାଇଛି ।
(କ) ଶିକ୍ଷାଗତ ଉପକାରିତା :
(i) ଏହା ଶିକ୍ଷକ-ଛାତ୍ର ସମ୍ପର୍କକୁ ଦୃଢ଼ୀଭୂତ କରେ ।
(ii) ଏହା ବ୍ୟବହାରରେ ଆଶାନୁରୂପ ପରିବର୍ତନ ଆଣିଥାଏ ।
(iii) ଏହା ବିଦ୍ୟାଳୟଗୁଡ଼ିକରେ ଶୃଙ୍ଖଳା ବୃଦ୍ଧି କରାଏ ।
(iv) ଏହା ଶିକ୍ଷାର୍ଥୀର ସମସ୍ୟାଗୁଡ଼ିକୁ ହ୍ରାସ କରାଏ ।
(v) ଏହା ଶିକ୍ଷାର୍ଥୀମାନଙ୍କର ଶିକ୍ଷଣକୁ ଫଳପ୍ରଦ କରାଏ ।

(ଖ) ସାମାଜିକ ଉପକାରିତା :
(i) ଏହା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସାମାଜିକୀକରଣ ପ୍ରକ୍ରିୟାକୁ ଦ୍ରୁତତର କରାଏ ।
(ii) ଏହା ଶିକ୍ଷାର୍ଥୀମାନଙ୍କୁ ନିଜର ଭଲ ଏବଂ ନିର୍ଭରଯୋଗ୍ୟ ବନ୍ଧୁ ବାଛିବାରେ ସାହାଯ୍ୟ କରେ ।
(iii) ଏହା ଶିକ୍ଷାର୍ଥୀମାନଙ୍କର ଅବସର ସମୟରେ ସଠିକ୍ ବିନିଯୋଗ କରାଇଥାଏ ।
(iv) ଏହା ଶିକ୍ଷାର୍ଥୀ, ଶିକ୍ଷକ ଏବଂ ବିଦ୍ୟାଳୟ ସଙ୍ଗଠନ ମଧ୍ୟରେ ଅର୍ଥପୂର୍ଣ ପାରସ୍ପରିକ ସମ୍ପର୍କ ସ୍ଥାପନ କରାଏ ।
(v) ଏହା ଚରିତ୍ର ଗଠନରେ ସାହାଯ୍ୟ କରେ ।

(ଗ) ସ୍ଵାସ୍ଥ୍ୟଗତ ଉପକାର :
(i) ଏହା ବିଭିନ୍ନ ରୋଗ; ଯଥା – HIV ଏବଂ AIDS ର ନିରାକରଣ ବା ଉପଶମରେ ସାହାଯ୍ୟ କରେ ।
(ii) ଏହା ବ୍ୟକ୍ତିର ଶାରୀରିକ, ମାନସିକ, ଆବେଗିକ ଏବଂ ସାମାଜିକ ମଙ୍ଗଳ ସାଧନରେ ସହାୟକ ହୁଏ ।
(iii) ଏହା ପ୍ରତ୍ୟେକ ବ୍ୟକ୍ତିକୁ ନିଜର ତଥା ଅନ୍ୟମାନଙ୍କର ସ୍ୱାସ୍ଥ୍ୟ ସମସ୍ୟାର ଦାୟିତ୍ୱ ନେବାକୁ ପ୍ରେରଣା ପ୍ରଦାନ କରେ ।

(ଘ) ସାଂସ୍କୃତିକ ଉପକାରିତା :
(i) ଏହା ଲୋକମାନଙ୍କୁ ଅର୍ଥପୂର୍ଣ ସାଂସ୍କୃତିକ ପ୍ରଥାକୁ ବିଶ୍ୱାସ କରିବା ଏବଂ କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ଦୂର କରିବାରେ ସାହାଯ୍ୟ କରେ ।
(ii) ଏହା ବିଭିନ୍ନ ସଂସ୍କୃତିର ଲୋକମାନଙ୍କ ମଧ୍ୟରେ ସୁସ୍ଥ ସହଯୋଗିତା ସ୍ଥାପନ କରାଇବାରେ ସହାୟକ ହୁଏ ।
(iii) ଏହା ସମାଜରେ ମୂଲ୍ୟବୋଧ ସ୍ବଚ୍ଛତା ବଜାୟ ରଖିବାରେ ସାହାଯ୍ୟ କରେ ।

(ଙ) ଅର୍ଥନୈତିକ ଉପାଦେୟତା :
(i) ଏହା ଏକ ଅଭିପ୍ରେରିତ, ଦୃଢ଼ ଏବଂ ଶକ୍ତିଶାଳୀ କର୍ମଜୀବୀ ବଳ ମାଧ୍ୟମରେ ଉତ୍ପାଦିତା ଶକ୍ତି ବୃଦ୍ଧି ଘଟାଏ ।
(ii) ଏହା ସଞ୍ଚୟ ବୃଦ୍ଧିରେ ସାହାଯ୍ୟ କରେ ।
(iii) ଏହା ନିଶାଦ୍ରବ୍ୟର ଦୁରୁପଯୋଗକୁ ରୋକିବାରେ ସାହାଯ୍ୟ କରେ ।
(iv) ଏହା କ୍ଷତିଗ୍ରସ୍ତ ସମ୍ପଭିର ମରାମତି ବା ପୁନରୁଦ୍ଧାର କରାଏ ।
(v) ଏହା ଶିକ୍ଷାଦାନ-ଶିକ୍ଷଣ ସାମଗ୍ରୀ କିଣିବାକୁ ପ୍ରୋତ୍ସାହିତ କରେ ।

CHSE Odisha Class 12 Education Solutions Chapter 14 ଜୀବନ ନୈପୁଣ୍ୟ (ଦକ୍ଷତା) ଶିକ୍ଷା

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ବର୍ତ୍ତମାନ ସମୟରେ ଜୀବନ ନୈପୁଣ୍ୟ ଶିକ୍ଷା ବ୍ୟାପକ ଭାବରେ ବ୍ୟବହାର କରାଯାଉଛି । କିନ୍ତୁ ଏହାକୁ ଆମ୍ଭେମାନେ ସର୍ବଦା ଜୀବିକା ନୈପୁଣ୍ୟ ଅର୍ଥରେ ବ୍ୟବହାର କରୁଅଛୁ । କିନ୍ତୁ ଜୀବନ ନୈପୁଣ୍ୟ ଶିକ୍ଷା ଏବଂ ଜୀବିକା ନୈପୁଣ୍ୟ ଦୁଇଟି ଭିନ୍ନ ପ୍ରତ୍ୟୟ । ଜୀବିକା ଦକ୍ଷତା ଆମର ରୋଜଗାର ବୃଦ୍ଧିକରିବା ସହିତ ବ୍ୟକ୍ତିଗତ ଅର୍ଥନୈତିକ ଲକ୍ଷ୍ୟ ପୂରଣରେ ସହାୟକ ହୁଏ । ଏହି ଦକ୍ଷତାଗୁଡ଼ିକ ମୁଖ୍ୟତଃ ବୃତ୍ତିଗତ ନୈପୁଣ୍ୟ ଏବଂ ବ୍ୟବସାୟ ପରିଚାଳନା ଦକ୍ଷତା ସହ ଜଡ଼ିତ ।

କିନ୍ତୁ ଜୀବନ ନୈପୁଣ୍ୟ ମନୁଷ୍ୟ ଜୀବନର ସମସ୍ତ ଦକ୍ଷତାକୁ ପରିସରଭୁକ୍ତ କରିଥାଏ । ଏହା ଅର୍ଥନୈତିକ, ସାମାଜିକ କିମ୍ବା ମନସ୍ତାତ୍ତ୍ଵିକ ଦକ୍ଷତା ହୋଇପାରେ । ଜୀବନ ନୈପୁଣ୍ୟର ବିକାଶ ଏକ ଜୀବନବ୍ୟାପୀ ପ୍ରକ୍ରିୟା ଯାହା ପ୍ରାକ୍-ବାଲ୍ୟାବସ୍ଥାରୁ ଆରମ୍ଭ ହୋଇ ସାରା ଜୀବନ ଚାଲୁରହିଥାଏ । ଏହି ପ୍ରକ୍ରିୟା ମୁଖ୍ୟତଃ ଦୁଇଟି ଦକ୍ଷତା ଯଥା – ମନସ୍ତାତ୍ତ୍ଵିକ ଏବଂ ସାମାଜିକ ଦକ୍ଷତା ଉପରେ ଅଧ‌ିକ ଗୁରୁତ୍ୱ ପ୍ରଦାନ କରିଥାଏ ।

ମନସ୍ତାତ୍ତ୍ଵିକ – ଏହି ଦକ୍ଷତାଗୁଡ଼ିକ ମାନସିକ ପ୍ରକ୍ରିୟା ଏବଂ କାର୍ଯ୍ୟକ୍ରମ ସହ ଜଡ଼ିତ; ଯଥା – ସମସ୍ୟା ସମାଧାନ ଦକ୍ଷତା ।
ସାମାଜିକ – ଏହି ଦକ୍ଷତା ଜଣକୁ ନିଜ ସହ, ଅନ୍ୟମାନଙ୍କ ସହ ଏବଂ ପରିବେଶ ସହ ଆନ୍ତଃକରଣ ପ୍ରକ୍ରିୟାକୁ ବୁଝାଏ ।

ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ୧୯୯୩ ମସିହାରେ ମତ ଦେଇଥିଲେ ଯେ, ‘ଜୀବନ ନୈପୁଣ୍ୟ ଶିକ୍ଷା ହେଉଛି, ସେହି ଉପଯୋଗୀ ତଥା ଯୁକ୍ତାତ୍ମକ ବ୍ୟବହାର ଯାହା ବ୍ୟକ୍ତିକୁ ଜୀବନର ଆବଶ୍ୟକତା ଏବଂ କଷ୍ଟକର ସମସ୍ୟାକୁ ଫଳପ୍ରଦ ଭାବରେ ସମ୍ମୁଖୀନ ହେବାକୁ ସକ୍ଷମ କରାଏ ।’’

ସେହିପରି ୟୁନିସେଫ୍ (UNICEF) ଙ୍କ ମତରେ ‘ଏହା ବ୍ୟବହାର ପରିବର୍ତ୍ତନ ବା ବ୍ୟବହାର ବିକାଶର କୌଶଳ ଅଟେ; ଯାହାକି ତିନୋଟି ବିଷୟ; ଯଥା – ଜ୍ଞାନ, ମନୋଭାବ ଏବଂ ଦକ୍ଷତା ମଧ୍ଯରେ ଭାରସାମ୍ୟ ରକ୍ଷାକରେ ।’’

CHSE Odisha Class 12 Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

Odisha State Board CHSE Odisha Class 12 Foundation of Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା Questions and Answers.

CHSE Odisha 12th Class Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. ମୂଲ୍ୟବୋଧଗୁଡ଼ିକ କାର୍ଯ୍ୟମାନଙ୍କର ___________ ।
(i) ଉଦ୍ଦେଶ୍ୟ
(ii) ଅଭିପ୍ରାୟ
(iii) କର୍ତ୍ତବ୍ଯ
(iv) ଅନୁଭବ
Answer:
(i) ଉଦ୍ଦେଶ୍ୟ

2. ଚିରସ୍ଥାୟୀ ଶାନ୍ତି ଶିକ୍ଷାର ___________ ମୂଲ୍ୟବୋଧ ଅଟେ ।
(i) ନୈତିକ
(ii) ସାମାଜିକ
(iii) ଅନ୍ତିମ
(iv) ସାଂସ୍କୃତିକ
Answer:
(iii) ଅନ୍ତିମ

3. ବାସ୍ତବ ସୌନ୍ଦର୍ଯ୍ୟକୁ ଅନୁଭବ କରିବା ଏବଂ ପ୍ରଶଂସା କରିବା ___________ ମୂଲ୍ୟବୋଧର ଅନ୍ତର୍ଗତ ଅଟେ ।
(i) ଆଧ୍ୟାମିକ
(ii) ନୈତିକ
(iii) ସୌନ୍ଦର୍ଯ୍ୟାତ୍ମକ
(iv) ଅନ୍ତିମ
Answer:
(iii) ସୌନ୍ଦର୍ଯ୍ୟାତ୍ମକ

CHSE Odisha Class 12 Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

4. ଭଲ ପାଇବା, ଭ୍ରାତୃଭାବ, ସାଧୁତା, ନୀତିନିଷ୍ଠତା, ପରୋପକାର ___________ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ ଅଟେ ।
(i) ସାମାଜିକ
(ii) ନୈତିକ
(iii) ଆଧ୍ୟାମିକ
(iv) ବ୍ଯକ୍ତିଗତ
Answer:
(i) ସାମାଜିକ

5. ମଣିଷର ମଣିଷ ବ୍ୟବହାର ___________ ମୂଲ୍ୟବୋଧକୁ ବୁଝାଇଥାଏ ।
(i) ସାମାଜିକ
(ii) ନୈତିକ
(iii) ଆଧ୍ୟାମିକ
(iv) ଅନ୍ତିମ
Answer:
(ii) ନୈତିକ

6. କେଉଁଟି ପାରରିବାରିକ ମୂଲ୍ୟବୋଧକୁ ବୁଝାଇଥାଏ ?
(i) ପାରିବାରିକ ଧାରଣା
(ii) ବଂଶାନୁକ୍ରମିକ ଧାରଣା
(iii) ସାମାଜିକ ଧାରଣା
(iv) ନିଜ କୌଳିକ ବୃତ୍ତି
Answer:
(i) ପାରିବାରିକ ଧାରଣା

7. ‘‘ଶିକ୍ଷା ସାମାଜିକ ଓ ନୈତିକ ମୂଲ୍ୟବୋଧ ବିକାଶର ଏକ ଶକ୍ତିଶାଳୀ ଆୟୁଧ’’ ___________ କେଉଁ ଜାତୀୟ ଶିକ୍ଷାନୀତି ଏହି ମତାମତ ପ୍ରଦାନ କରିଛି ।
(i) ୧୯୮୬
(ii) ୧୯୯୦
(iii) ୧୯୯୨
(iv) ୧୯୯୬
Answer:
(i) ୧୯୮୬

8. “ମାନବର ଚରମ ଓ ପରମ ଲକ୍ଷ୍ୟ ହେଉଛି ଆନନ୍ଦପ୍ରାପ୍ତି” – ଏହା କିଏ କହିଥିଲେ ?
(i) ଆରିଷ୍ଟୋଟଲ୍
(ii) ପ୍ଲାଟୋ
(iii) ଋଷୋ
(iv) ବିବେକାନନ୍ଦ
Answer:
(i) ଆରିଷ୍ଟୋଟଲ

9. ସାଧୁତା ଓ ପବିତ୍ରତା କେଉଁ ମୂଲ୍ୟବୋଧ ସହ ସମ୍ପର୍କିତ ?
(i) ସାମାଜିକ
(ii) ନୈତିକ
(iii) ଆଧ୍ୟାମିକ
(iv) ବ୍ୟକ୍ତିଗତ
Answer:
(ii) ନୈତିକ

10. ଯାହା ସମାଜରେ ଗ୍ରହଣଯୋଗ୍ୟ ତାହାକୁ କ’ଣ କୁହାଯାଏ ?
(i) କର୍ଭବ୍ୟ
(ii) ଆଦର୍ଶ
(iii) ମୂଲ୍ୟବୋଧ
(iv) ସୃଜନଶୀଳତା
Answer:
(iii) ମୂଲ୍ୟବୋଧ

11. ସତ୍ୟ ଓ ଅହିଂସା କେଉଁ ମୂଲ୍ୟବୋଧ ସହ ସମ୍ପର୍କିତ ?
(i) ଆଧ୍ୟାମି୍କ
(ii) ନୈତିକ
(iii) ସାମାଜିକ
(iv) ବ୍ୟକ୍ତିଗତ
Answer:
(i) ଆଧ୍ୟାମି୍କ

12. ‘ମାନବାଧ୍ଵର ଦିବସ’ ପ୍ରତିବର୍ଷ କେଉଁ ଦିନ ପାଳନ କରାଯାଏ ?
(i) ମାର୍ଚ୍ଚ ୫
(ii) ଡିସେମ୍ବର ୧୦
(iii) ମେ ୧
(iv) ଅଗଷ୍ଟ ୫
Answer:
(ii) ଡିସେମ୍ବର ୧୦

13. କେବେ ମିଳିତ ଜାତିସଂଘଦ୍ୱାରା ମାନବାରର ‘ସାର୍ବଜନୀନ ଘୋଷଣାନାମା’ ପ୍ରକାଶ ପାଇଥିଲା ?
(i) ୧୯୩୦ ମସିହା
(ii) ୧୯୪୮ ମସିହା
(iii) ୧୯୫୦ ମସିହା
(iv) ୧୯୬୨ ମସିହା
Answer:
(ii) ୧୯୪୮ ମସିହା

CHSE Odisha Class 12 Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

14. ନିମ୍ନୋକ୍ତ ମଧ୍ୟରୁ କେଉଁଟିଦ୍ଵାରା ମାନବାଧିକାରର ଉଲ୍ଲଘଂନ ହୁଏ ନାହିଁ ?
(i) ଅନ୍ୟଜାତିରେ ବିବାହ
(ii) ବର୍ଣ୍ଣବିଦ୍ବେଷ
(iii) ଆତଙ୍କବାଦ
(iv) ଦୁର୍ନୀତି
Answer:
(i) ଅନ୍ୟଜାତିରେ ବିବାହ

15. ନିମ୍ନୋକ୍ତ ମଧ୍ୟରୁ କେଉଁଟି ମାନବାଧ୍ଵର ସୁରକ୍ଷାରେ ସହାୟକ ହୁଏ ନାହିଁ ?
(i) ଗଣମାଧ୍ୟମ
(ii) ସଂସଦ
(iii) ଏକଚ୍ଛତ୍ରବାଦ
(iv) ସ୍ଵାଧୀନ ନ୍ୟାୟପାଳିକା
Answer:
(iii) ଏକଚ୍ଛତ୍ରବାଦ

16. ନିମ୍ନୋକ୍ତ କେଉଁଟି ମାନବାଧ୍ୟାକାରର ପ୍ରତିଫଳନ କରେ ନାହିଁ ?
(i) ମହିଳା ସଶକ୍ତିକରଣ
(ii) ଶୈଶବର ସୁରକ୍ଷା
(iii) ଯୁବକମାନଙ୍କୁ ନିଯୁକ୍ତି
(iv) ବୃଦ୍ଧମାନଙ୍କୁ ଅବହେଳା
Answer:
(i) ମହିଳା ସଶକ୍ତିକରଣ

17. କେବେ ଜାତଂଘର ନିରାପତ୍ତା ପରିଷଦରେ ‘ମାନବିକ ଅଧିକାରର ଘୋଷଣାନାମା’ ପ୍ରସ୍ତୁତ ହୋଇଥିଲା ?
(i) ୧୯୪୫ ମସିହା ଜାନୁୟାରୀ ୧୫
(ii) ୧୯୪୬ ମସିହା ଫେବୃୟାରୀ ୧୬
(iii) ୧୯୪୮ ମସିହା ଡିସେମ୍ବର ୧୦
(iv) ୧୯୫୦ ମସିହା ଜାନୁୟାରୀ ୨୬
Answer:
(ii) ୧୯୪୬ ମସିହା ଫେବୃୟାରୀ ୧୬

18. ଜାତିସଂଘ ନିରାପତ୍ତା ପରିଷଦରେ କାହାର ଅଧ୍ୟକ୍ଷତାରେ ମାନବିକ ଅଧ୍ଵରର ଘୋଷଣାନାମ ପ୍ରସ୍ତୁତ ହୋଇଥିଲା ?
(i) ରୁଜ୍ଭେଲ୍ଟ
(ii) ବିଲ୍ କ୍ଲିଣ୍ଟନ୍
(iii) ଜର୍ଜ ବୁଶ୍
(iv) ଆବ୍ରାହିମ୍ ଲିଙ୍କନ୍
Answer:
(i) ରୁଜ୍ଭେଲ୍ଟ

19. ଭାରତରେ କେବେଠାରୁ ‘ଜାତୀୟ ମାନବିକ ଅଧିକାର’ କମିଶନ କାର୍ଯ୍ୟ କରୁଛି ?
(i) ୧୯୯୦ ମସିହା
(ii) ୧୯୮୮ ମସିହା
(iii) ୧୯୯୩ ମସିହା
(iv) ୧୯୪୮ ମସିହା
Answer:
(iii) ୧୯୯୩ ମସିହା

20. କେବେ ଓଡ଼ିଶା ରାଜ୍ୟ ମାନବାଧ୍ୟାର ଆୟୋଗ ଗଠିତ ହୋଇଥିଲା ?
(i) ୧୯୯୫ ମସିହା
(ii) ୨୦୦୩ ମସିହା
(iii) ୨୦୧୦ ମସିହା
(iv) ୨୦୦୫ ମସିହା
Answer:
(ii) ୨୦୦୩ ମସିହା

21. ମାନବିକ ଅଧ‌ିକାର ମୁଖ୍ୟତଃ କେତୋଟି ମୌଳିକ ସ୍ଵାଧୀନତାର ସମଷ୍ଟିକୁ ବୁଝାଏ ?
(i) ୫ ଟି
(ii) ୭ ଟି
(iii) ୩ ଟି
(iv) ୯ ଟି
Answer:
(ii) ୭ ଟି

22. ମାନବିକ ଅଧୂକାର ସାର୍ବଜନୀନ ଘୋଷଣାନାମାରେ ମୋଟ କେତୋଟି ଧାରା ଅଛି ?
(i) ୨୫ ଟି
(ii) ୧୦ ଟି
(iii) ୩୦ ଟି
(iv) ୩୫ ଟି
Answer:
(iii) ୩୦ ଟି

CHSE Odisha Class 12 Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

B. ଶୂନ୍ୟସ୍ଥାନ ପୂରଣ କର ।

1. ବ୍ୟକ୍ତିର ମୌଳିକ ଆବଶ୍ୟକତା ଖାଦ୍ୟ, ଜଳ, ବାୟୁ, ବାସଗୃହ ଓ ___________ ଅଟେ ।
Answer:
ପୋଷାକ

2. ___________ ଙ୍କ ମତରେ ‘ମୂଲ୍ୟବୋଧଗୁଡ଼ିକ କାର୍ଯ୍ୟମାନଙ୍କର ଉଦ୍ଦେଶ୍ୟ ବା ଲକ୍ଷ୍ୟ’ ।
Answer:
ଆରିଷ୍ଟୋଟଲ୍

3. ___________ ଙ୍କ ମତରେ, ‘ମୂଲ୍ୟବୋଧ ହେଉଛି ଗୋଟିଏ କାର୍ଯ୍ୟର ଉଦ୍ଦେଶ୍ୟ ବା ଅନ୍ତ’’ ।
Answer:
ଆୟନ ଲ୍ୟାଣ୍ଡ

4. ଆତ୍ମ-ମୂଲ୍ୟାୟନ ___________ ମୂଲ୍ୟବୋଧକୁ ବୁଝାଇଥାଏ ।
Answer:
ବ୍ୟକ୍ତିଗତ

5. ସାମାଜିକ ଗୁଣାବଳୀଗୁଡ଼ିକ ___________ ମୂଲ୍ୟବୋଧ ସହ ସଂପୃକ୍ତ ।
Answer:
ସାମାଜିକ

6. ଉଚ୍ଚ ଆଦର୍ଶ ଏବଂ ଦିବ୍ୟ ଚିନ୍ତାଧାରା ___________ ମୂଲ୍ୟବୋଧ ସହ ଜଡ଼ିତ ।
Answer:
ନୈତିକ

7. ଭାରତରେ ___________ ମସିହାରେ ଜାତୀୟ ମାନବିକ ଅଧିକାର ଆୟୋଗ ଗଠିତ ହୋଇଥିଲା ।
Answer:
୧୯୯୩

8. ମାନବାଧିକାର ଦିବସ ___________ ତାରିଖରେ ପାଳିତ ହୁଏ ।
Answer:
ଡିସେମ୍ବର ୧୦

9. ___________ ମସିହାରେ ମାନବିକ ଅଧିକାରର ଘୋଷଣାନାମା ହୋଇଥିଲା ।
Answer:
୧୯୪୬

10. ବର୍ଣ୍ଣବିଦ୍ବେଷ ନିରାକରଣ ସମ୍ମିଳନୀ ___________ ମସିହାରେ ଅନୁଷ୍ଠିତ ହୋଇଥିଲା ।
Answer:
୧୯୭୩

11. ୧୯୪୮ ମସିହା ଜାତିସଂଘର ସାଧାରଣ ପରିଷଦ ଅଧୂବେଶନରେ ___________ ଗୋଟି ଦେଶ ଭାଗ ନେଇଥିଲେ ଏବଂ ___________ ଗୋଟି ଦେଶ ଅନୁପସ୍ଥିତ ଥିଲେ ।
Answer:
୪୮, ୧୦

12. ଭାରତର ଜାତୀୟ ମାନବିକ ଅଧୂକାର କମିଶନର ଅଧ୍ୟକ୍ଷ ___________ ଅଟନ୍ତି ।
Answer:
ସୁପ୍ରିମ୍‌କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି

13. ___________ ମସିହା ଡିସେମ୍ବର ୧୦ ତାରିଖରେ ଜାତିସଂଘର ସାଧାରଣ ପରିଷଦରେ ମାନବିକ ଅଧିକାରର ସନନ୍ଦ ଗୃହୀତ ହେଲା ।
Answer:
୧୯୪୮

14. ___________ ମସିହାରେ ନାରୀମାନଙ୍କର ରାଜନୀତିକ ଅଧିକାର ସମ୍ମଳନୀ ଅନୁଷ୍ଠିତ ହୋଇଥିଲା ।
Answer:
୧୯୫୨

15. ମାନବାଧିକାର ମୁଖ୍ୟତଃ ___________ ଗୋଟି ମୌଳିକ ସ୍ଵାଧୀନତାର ସମାହାର ଅଟେ ।
Answer:

CHSE Odisha Class 12 Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

C. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଠିକ୍ କରି ଲେଖ ।

1. ଆରିଷ୍ଟୋଟଲ୍‌ଙ୍କ ମତରେ ‘ମୂଲ୍ୟବୋଧ ହେଉଛି ଗୋଟିଏ କାର୍ଯ୍ୟର ଉଦ୍ଦେଶ୍ୟ ବା ଅନ୍ତ’ ।
Answer:
ଆୟନ ବ୍ୟାଣ୍ଡ୍ଙ୍କ ମତରେ ‘ମୂଲ୍ୟବୋଧ ହେଉଛି ଗୋଟିଏ କାର୍ଯ୍ୟର ଉଦ୍ଦେଶ୍ୟ ବା ଅନ୍ତ’ ।

2. ଆମ୍ବ ମୂଲ୍ୟାୟନ ବ୍ୟକ୍ତିର ସାମାଜିକ ମୂଲ୍ୟବୋଧକୁ ବୁଝାଏ ।
Answer:
ଆତ୍ମ ମୂଲ୍ୟାୟନ ବ୍ୟକ୍ତିର ବ୍ୟକ୍ତିଗତ ମୂଲ୍ୟବୋଧକୁ ବୁଝାଏ ।

3. ପରିବାର ସଦସ୍ୟମାନଙ୍କ ମଧ୍ୟରେ ଶୃଙ୍ଖଳା, ବିଶ୍ଵାସ ଆଦି ସାମାଜିକ ମୂଲ୍ୟବୋଧ ସହ ଜଡ଼ିତ ଅଟେ ।
Answer:
ପରିବାର ସଦସ୍ୟମାନଙ୍କ ମଧ୍ୟରେ ଶୃଙ୍ଖଳା, ବିଶ୍ଵାସ ଆଦି ପାରିବାରିକ ମୂଲ୍ୟବୋଧ ସହ ଜଡ଼ିତ ଅଟେ ।

4. ମନୁଷ୍ୟକୁ ଉଚ୍ଚ ଆଦର୍ଶ ଧାରାରେ ପରିଚାଳନା କରିବାପାଇଁ ନୈତିକ ମୂଲ୍ୟବୋଧର ଆବଶ୍ୟକତା ଅଛି ।
Answer:
ମନୁଷ୍ୟକୁ ଉଚ୍ଚ ଆଦର୍ଶ ଧାରାରେ ପରିଚାଳନା କରିବାପାଇଁ ନୈତିକ ମୂଲ୍ୟବୋଧର ଆବଶ୍ୟକତା ଅଛି ।

5. କଳାତ୍ମକ କାର୍ଯ୍ୟ ଏବଂ ପ୍ରକୃତିର ସୌନ୍ଦର୍ଯ୍ୟକୁ ଅନୁଭବ କରିବା ବ୍ୟକ୍ତିଗତ ମୂଲ୍ୟବୋଧକୁ ବୁଝାଇଥାଏ ।
Answer:
କଳାତ୍ମକ କାର୍ଯ୍ୟ ଏବଂ ପ୍ରକୃତିର ସୌନ୍ଦର୍ଯ୍ୟକୁ ଅନୁଭବ କରିବା ସୌନ୍ଦର୍ଯ୍ୟାତ୍ମକ ମୂଲ୍ୟବୋଧକୁ ବୁଝାଇଥାଏ ।

6. ପ୍ରତ୍ୟେକ ବର୍ଷ ଜୁନ୍ ୫ ତାରିଖରେ ‘ମାନବାଧ୍ଵର ଦିବସ’ ପାଳିତ ହୁଏ ।
Answer:
ପ୍ରତ୍ୟେକ ବର୍ଷ ଡିସେମ୍ବର ୧୦ ତାରିଖରେ ‘ମାନବାଧ୍ଵର ଦିବସ’ ପାଳିତ ହୁଏ ।

7. ୧୯୬୦ ମସିହାରେ ମିଳିତ ଜାତିସଂଘଦ୍ବାରା ମାନବାଧିକାରର ‘ସାର୍ବଜନୀନ ଘୋଷଣାନାମା’ ଜାରି ହୋଇଥିଲା ।
Answer:
୧୯୪୮ ମସିହାରେ ମିଳିତ ଜାତିସଂଘଦ୍ବାରା ମାନବାଧିକାରର ‘ସାର୍ବଜନୀନ ଘୋଷଣାନାମା’ ଜାରି ହୋଇଥିଲା ।

8. ୧୫୧୫ ମସିହାରେ ମାଗ୍ନାକାର୍ଟ ସ୍ବାକ୍ଷରିତ ହୋଇଥିଲା ।
Answer:
୧୨୧୫ ମସିହାରେ ମାଗ୍ନାକାର୍ଟ ସ୍ବାକ୍ଷରିତ ହୋଇଥିଲା ।

9. ସାମ୍ରାଜ୍ୟବାଦ ମାନବାଧିକାର ସୁରକ୍ଷାରେ ସହାୟକ ହୁଏ ।
Answer:
ସାମ୍ରାଜ୍ୟବାଦ ମାନବାଧିକାର ସୁରକ୍ଷାରେ ସହାୟକ ହୁଏନାହିଁ ।
କିମ୍ବା, ଗଣତନ୍ତ୍ର ମାନବାଧିକାର ସୁରକ୍ଷାରେ ସହାୟକ ହୁଏ ।

10. ‘ବୃଦ୍ଧମାନଙ୍କୁ ଅବହେଳା’ ମାନବାଧିକାରର ପ୍ରତିଫଳନ କରେ ନାହିଁ ।
Answer:
‘ବୃଦ୍ଧମାନଙ୍କୁ ଅବହେଳା’ ମାନବାଧିକାରର ପ୍ରତିଫଳନ କରେ ।

11. ଜାତୀୟ ମାନବାଧିକାର ଆୟୋଗ କେବଳ ମହିଳାମାନଙ୍କୁ ସୁରକ୍ଷା ଦେଇଥାଏ ।
Answer:
ଜାତୀୟ ମାନବାଧିକାର ଆୟୋଗ ସମସ୍ତଙ୍କୁ ସୁରକ୍ଷା ଦେଇଥାଏ ।

12. ମାନବାଧ୍ଵର ୩ଟି ମୌଳିକ ସ୍ଵାଧୀନତାକୁ ବୁଝାଏ ।
Answer:
ମାନବାଧ୍ଵର ୭ଟି ମୌଳିକ ସ୍ଵାଧୀନତାର ସମଷ୍ଟିକୁ ବୁଝାଇଥାଏ ।

13. ମାନବାଧ୍ୟାକାରର ସାର୍ବଜନୀନ ଘୋଷଣାନାମାରେ ସମୁଦାୟ ୧୦ଟି ଧାରା ଅଛି ।
Answer:
ମାନବାଧ୍ୟାକାରର ସାର୍ବଜନୀନ ଘୋଷଣାନାମାରେ ସମୁଦାୟ ୩୦ଟି ଧାରା ଅଛି ।

CHSE Odisha Class 12 Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

D. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

1. ମୂଲ୍ୟବୋଧର ଦୁଇଟି ସ୍ଵରୂପ ଲେଖ ।
Answer:
ମୂଲ୍ୟବୋଧ ଲକ୍ଷ୍ୟ ହାସଲରେ ସାହାଯ୍ୟ କରିଥାଏ ଏବଂ ମୂଲ୍ୟବୋଧ ବ୍ୟବହାର ଓ ଆଚରଣଗୁଡ଼ିକୁ ପରିଚାଳିତ କରିଥାଏ ।

2. ବ୍ୟକ୍ତିଗତ ମୂଲ୍ୟବୋଧ କ’ଣ ?
Answer:
ବ୍ୟକ୍ତି ନିଜର କାର୍ଯ୍ୟକଳାପଗୁଡ଼ିକୁ ଆତ୍ମସମୀକ୍ଷା କରିଥାଏ ଏବଂ ଏହା ବ୍ୟକ୍ତିକୈନ୍ଦ୍ରିକ ଓ ସ୍ଵାଭାବିକ ଅଟେ ।

3. ସାମାଜିକ ମୂଲ୍ୟବୋଧ କ’ଣ ?
Answer:
ସମାଜ ବା ଗୋଷ୍ଠୀ ମଧ୍ୟରେ ଚଳିବାପାଇଁ ସାମାଜିକ ଗୁଣାବଳୀଗୁଡ଼ିକ ଆଚରଣ କରିବା ଉଚିତ, ଯାହା ବ୍ୟକ୍ତିକୁ ଏକ ସାମାଜିକ ପ୍ରାଣୀ ଭାବରେ ପରିଚିତ କରିପାରିବ ।

4. ଶୈକ୍ଷିକ ମୂଲ୍ୟବୋଧ କ’ଣ ?
Answer:
ଅନେକଗୁଡ଼ିଏ ସାମାଜିକ ଗୁଣାବଳୀ ଶିକ୍ଷା ମାଧ୍ୟମରେ ଶିକ୍ଷାର୍ଥୀ ଆହରଣ କରିଥାଏ, ଯାହା ଶିକ୍ଷାର୍ଥୀକୁ ଭବିଷ୍ୟତରେ ଜଣେ ଭଲ ମଣିଷ ଭାବରେ ଗଢ଼ିତୋଳିଥାଏ ।

5. ମାନବାଧ୍ୟାର କାହାକୁ କୁହାଯାଏ ?
Answer:
ମଣିଷ ତା’ର ଆତ୍ମ ସଶକ୍ତିକରଣଦ୍ଵାରା ଜୀବନରେ ସ୍ବାଧୀନତା ଓ ମର୍ଯ୍ୟାଦାର ସୁରକ୍ଷା କରିବାକୁ ହିଁ ମାନବାଧିକାର କୁହାଯାଏ ।

6. ମାନବାଧ୍ଵରର ପ୍ରଥମ ଲିଖ୍ ସନନ୍ଦକୁ କ’ଣ କୁହାଯାଏ ?
Answer:
ମାନବାଧିକାରର ପ୍ରଥମ ଲିଖ୍ ସନନ୍ଦ ହେଉଛି ‘ମାଗ୍ନାକାର୍ଟ’, ଯାହା ୧୨୧୫ ମସିହାରେ ଇଂଲଣ୍ଡର ରାଜା ଦ୍ବିତୀୟ ଜନ୍‌ଙ୍କଦ୍ବାରା ସ୍ବାକ୍ଷରିତ ହୋଇଥିଲା ।

7. କେବେ ମାନବାଧିକାର ଘୋଷଣାନାମା ପ୍ରକାଶ ପାଇଥିଲା ?
Answer:
ଜାତିସଂଘ ସାଧାରଣ ପରିଷଦଦ୍ବାରା ୧୯୪୮ ମସିହା ଡିସେମ୍ବର ୧୦ ତାରିଖରେ ମାନବାଧ୍ଵରର ସାର୍ବଜନୀନ ଘୋଷଣାନାମା ପ୍ରକାଶ ପାଇଥିଲା ।

8. ମାନବାଧ୍ଵରର ଗୋଟିଏ ବୈଶିଷ୍ଟ୍ୟ ଲେଖ ।
Answer:
ମାନବାଧିକାର ପ୍ରଧାନ ବୈଶିଷ୍ଟ୍ୟ ଏହା ଯେ ଏହା ବିବେକ ଓ ନୈତିକତାଦ୍ୱାରା ପରିଚାଳିତ ।

9. ଯେକୌଣସି ଗୋଟିଏ ମାନବାଧ୍ୟାର ଉଲ୍ଲେଖ କର ।
Answer:
ନିର୍ଯାତନା, ନିଷ୍ଠୁର, ଅମାନବୀୟ କିମ୍ବା ଅପମାନସୂଚକ ବ୍ୟବହାର ଅଥବା ଦଣ୍ଡ ବିରୁଦ୍ଧରେ ଅଧୀକାର ହେଉଛି ମାନବାଧିକାର ।

10. ମାନବାଧ୍ଵରର ସାର୍ବଜନୀନ ଘୋଷଣାନାମାରେ ସମୁଦାୟ କେତୋଟି ଧାରା ଅଛି ?
Answer:
ମାନବାଧିକାରର ସାର୍ବଜନୀନ ଘୋଷଣାନାମାରେ ସମୁଦାୟ ୩୦ଟି ଧାରା ଅଛି ।

11. ମାନବାଧ୍ୟାକାରର ଉଲଂଘନ କିପରି ହୋଇଥାଏ ?
Answer:
ଜାତି, ଧର୍ମ, ବର୍ଣ୍ଣ, ଅଞ୍ଚଳ ଓ ଲିଙ୍ଗ ବିଦ୍ବେଷ ମାଧ୍ୟମରେ ମାନବାଧିକାରର ଉଲଂଘନ ହୋଇଥାଏ ।

12. ଭାରତର ଜାତୀୟ ମାନବାଧ୍ଵର କମିଶନର କାର୍ଯ୍ୟକାଳ କେତେ ବର୍ଷ ?
Answer:
ଭାରତର ଜାତୀୟ ମାନବାଧ୍ୟାକାର କମିଶନର କାର୍ଯ୍ୟକାଳ ସାଧାରଣତଃ ୫ ବର୍ଷ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ମୂଲ୍ୟବୋଧର ଅର୍ଥ କ’ଣ ?
Answer:
‘ମୂଲ୍ୟବୋଧ’ ଏକ ଗୁଣ ଯାହା ବ୍ୟକ୍ତି ବା ପଦାର୍ଥର ଏକ ଗୁଣକୁ ବୁଝାଇଥାଏ । ଏହି ଗୁଣ ଆଭ୍ୟନ୍ତରୀଣ । ଏହା ବ୍ୟକ୍ତିର ବିଚାରଧାରାକୁ ପ୍ରଭାବିତ କରିଥାଏ । ଉଦାହରଣସ୍ୱରୂପ, ବ୍ୟକ୍ତି ଯଦି ନିଜର ଆବଶ୍ୟକତା ପୂରଣ କରିବାପାଇଁ କୌଣସି ଅନୈତିକ କାର୍ଯ୍ୟ କରିବାକୁ ଇଚ୍ଛା କରିଥାଏ, ତେବେ ତା’ର ନୈତିକ ମୂଲ୍ୟବୋଧର ଅଭାବ ଅଛି ବୋଲି ଜଣାଯିବ ।

2. ଶୈକ୍ଷିକ ମୂଲ୍ୟବୋଧ କ’ଣ ?
Answer:
ଶୈକ୍ଷିକ ମୂଲ୍ୟବୋଧ କହିଲେ ଯାହା ଉତ୍ତମ, ବ୍ୟବହାରଯୋଗ୍ୟ, ଗୁରୁତ୍ୱପୂର୍ଣ୍ଣ, ଅର୍ଥବୋଧକ ଓ ମୂଲ୍ୟବାନ୍ ଏବଂ ଶିକ୍ଷାଦ୍ବାରା ବ୍ୟକ୍ତିର ଆଚରଣଗତ ପରିବର୍ତ୍ତନ କରିଥାଏ, ତାହାକୁ ଶୈକ୍ଷିକ ମୂଲ୍ୟବୋଧ କୁହାଯାଏ ।

ବ୍ରୁବେକାର୍‌ଙ୍କ ମତରେ, ‘ଯେକୌଣସି ବ୍ୟକ୍ତିର ଶିକ୍ଷାର ଲକ୍ଷ୍ୟ ପ୍ରତିପାଦନ କରିବା ଅର୍ଥ ତା’ର ଶୈକ୍ଷିକ ମୂଲ୍ୟବୋଧକୁ ହିଁ ଉପସ୍ଥାପନ କରିବାକୁ ବୁଝାଏ ।

CHSE Odisha Class 12 Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

3. ବ୍ୟକ୍ତିଗତ ମୂଲ୍ୟବୋଧ ଏବଂ ନୈତିକ ମୂଲ୍ୟବୋଧ କ’ଣ ?
Answer:
ବ୍ୟକ୍ତିଗତ ମୂଲ୍ୟବୋଧ (Individual values) : ଆଧୁନିକ ବ୍ୟକ୍ତି ବ୍ୟକ୍ତିକୈନ୍ଦ୍ରିକ ହୋଇଯାଇଛି । ସ୍ବାର୍ଥପର ଭାବରେ ବଞ୍ଚୁଛି । ତେଣୁ ସେ ଅନ୍ୟ ପାଇଁ ଟିକିଏ ବି ଚିନ୍ତା କରୁନାହିଁ । ଏହି ଦୃଷ୍ଟିକୋଣରୁ ବ୍ୟକ୍ତି ନିଜେ ନିଜର ଆତ୍ମବିଶ୍ଳେଷଣ କରିବା ଉଚିତ । ସେ କେତେ ନିଃସ୍ୱାର୍ଥପର ଏବଂ ସେ ଯାହା କରୁଛି କେତେ ଭଲ ବା ମନ୍ଦ କରୁଛି ତାହା ଜାଣିବା ନିତାନ୍ତ ଦରକାର ।

ନୈତିକ ମୂଲ୍ୟବୋଧ (Ethical values) : ସମସ୍ୟା ସୃଷ୍ଟି ହେଲେ ସମାଧାନ ଦରକାର । ସମାଧାନର ସୂତ୍ର ଭଲ ଆଡ଼କୁ ଗତିକରିବା ଉଚିତ । ତାହା ମନ୍ଦ ଆଡ଼କୁ ଗତିକଲେ ଫଳାଫଳ ଦୁର୍ଯୋଗ ଆଣିଦିଏ । ତେଣୁ ଏ ଦୁନିଆଁରେ ଭଲ ଏବଂ ମନ୍ଦ ଅଛି । ବ୍ୟକ୍ତି ନିଜର ବିଚାରଶକ୍ତି ମାଧ୍ୟମରେ ଭଲ ଏବଂ ମନ୍ଦକୁ ଜାଣି କାର୍ଯ୍ୟ କରିବା ଉଚିତ ।

4. ଶିକ୍ଷା କ୍ଷେତ୍ରରେ ମୂଲ୍ୟବୋଧ ଶିକ୍ଷାର ଦୁଇଟି ପ୍ରୟୋଗ ଲେଖ ।
Answer:
ଆଧୁନିକ ସମାଜରେ ଶିକ୍ଷାର୍ଥୀମାନେ ବ୍ୟକ୍ତିକୈନ୍ଦ୍ରିକ ନ ହୋଇ ସମାଜକୈନ୍ଦ୍ରିକ ହେବା ଉଚିତ । ପାରିବାରିକ ଶାନ୍ତି, ସଦ୍‌ଭାବ ଏବଂ ନିଜର ମାନସିକ ଶାନ୍ତି ପାଇଁ ପ୍ରତ୍ୟେକ ନିଜ କାର୍ଯ୍ୟକଳାପକୁ ସମୀକ୍ଷା ବା ନିରୀକ୍ଷଣ କରିବା ଉଚିତ, ଯାହା ଭବିଷ୍ୟତ ପାଇଁ ଫଳପ୍ରଦ ହେବ । ସାମାଜିକ ଗୁଣାବଳୀ ଶିକ୍ଷାଦେଇ ମୂଲ୍ୟବୋଧ ଶିକ୍ଷା ବ୍ୟକ୍ତିକୁ ଉପଯୁକ୍ତ ମଣିଷ ଭାବେ ଗଢ଼ି ତୋଳିଥାଏ ।

5. ସାମାଜିକ ମୂଲ୍ୟବୋଧ କହିଲେ କ’ଣ ବୁଝ ?
Answer:
ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସମାଜର ପୃଷ୍ଠଭୂମିରେ ତା’ର ବିକାଶ ସମ୍ଭବ ହୋଇଥାଏ । ତେଣୁ ମନୁଷ୍ୟ ରେ ସମସ୍ତ ସାମାଜିକ ଗୁଣାବଳୀର ବିକାଶ ସାଧୂ ହୋଇପାରିଲେ ତା’ର ସାମାଜିକ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ହୋଇପାରିବ । ଶୁ ଶିକ୍ଷା ବ୍ୟକ୍ତି ମଧ୍ୟରେ ସାମାଜିକ ମୂଲ୍ୟବୋଧ ସୃଷ୍ଟି କରିବା ନିତାନ୍ତ ଆବଶ୍ୟକ ।

6. ନୈତିକ ମୂଲ୍ୟବୋଧ କହିଲେ କ’ଣ ବୁଝ ?
Answer:
ବ୍ୟକ୍ତି ମଧ୍ୟରେ ମୁକ୍ତ ଭାବରେ ଠିକ୍ ଓ ଭୁଲ୍ ଅନୁଭବ କରିବା ଶକ୍ତି ନିହିତ ଥାଏ ଯାହାକୁ ନୈତିକତା କୁହାଯାଏ । ବ୍ୟକ୍ତି ମଧ୍ୟରେ ସତ୍ୟ, ଅହିଂସା, ସାଧୁତା, ନ୍ୟାୟ ପ୍ରଭୃତି ସୁଗୁଣ ଉଦ୍ରେକ କରି ସମାଜରେ ଆଦର୍ଶ ଜୀବନଯାପନର ପ୍ରେରଣା ସହିତ ନୈତିକତା ଶିକ୍ଷା ମାଧ୍ୟମରେ ନୈତିକ ମୂଲ୍ୟବୋଧ ସୃଷ୍ଟି କରାଯିବା ନିତାନ୍ତ ଆବଶ୍ୟକ ।

7. ‘ମୂଲ୍ୟବୋଧଭିତ୍ତିକ ଶିକ୍ଷା’ କହିଲେ କ’ଣ ବୁଝ ?
Answer:
ବ୍ୟକ୍ତିକୁ ଶିକ୍ଷା ମାଧ୍ୟମରେ ସଚେତନ କରାଇ ତା’ର ବ୍ୟବହାର ଓ ଆଚରଣକୁ ଉଚିତ ମାର୍ଗରେ ପରିଚାଳିତ କରିବା ଏବଂ ବ୍ୟକ୍ତିକୁ ଏକ ଭଲ ମଣିଷ କରାଇବାରେ ସାହାଯ୍ୟ କରିବାକୁ ମୂଲ୍ୟବୋଧଭିତ୍ତିକ ଶିକ୍ଷା କୁହାଯାଏ ।

8. ଶୈକ୍ଷିକ ମୂଲ୍ୟବୋଧ କ’ଣ ?
Answer:
ଅନେକଗୁଡ଼ିଏ ସାମାଜିକ ଗୁଣାବଳୀ ଶିକ୍ଷା ମାଧ୍ୟମରେ ଶିକ୍ଷାର୍ଥୀ ଆହରଣ କରିଥାଏ, ଯାହା ଶିକ୍ଷାର୍ଥୀକୁ ଭବିଷ୍ୟତରେ ଜଣେ ଭଲ ମଣିଷ ଭାବରେ ଗଢ଼ିତୋଳିଥାଏ । ଏହାକୁ ଶୈକ୍ଷିକ ମୂଲ୍ୟବୋଧ କୁହାଯାଏ ।

9. ମାନବିକ ଅଧିକାର କହିଲେ କ’ଣ ବୁଝ ?
Answer:
ମାନବିକ ଅଧିକାର : ମଣିଷକୁ ମଣିଷ ଭଳି ଓ ମର୍ଯ୍ୟାଦାର ସହ ବଞ୍ଚିବାକୁ ଯାହା ଯାହା ଦରକାର, ଯେଉଁସବୁ ଅଧିକାର ଦରକାର ତାହା ମାନବିକ ଅଧିକାର ।

ଆନ୍ଦରି ଶାଖାରୁଢ଼ଙ୍କ ମତରେ, ‘ମାନବିକ ଅଧିକାର ଏକ ଅବିଭକ୍ତ ପୃଥିବୀର ଶାନ୍ତି ଓ ଜନମଙ୍ଗଳ ସ୍ବରୂପ’’ । ଏହା ମାନବ ଜୀବନକୁ ଚରିତାର୍ଥ କରିବାପାଇଁ ଏକ ବଳିଷ୍ଠ ପଦକ୍ଷେପ ଅଟେ ।

10. ମାଗ୍ନାକାର୍ଟା କ’ଣ ?
Answer:
ମାନବାଧିକାରର ସୁରକ୍ଷା ଏବଂ ସାର୍ବଜନୀନୀକରଣ ପାଇଁ ମାଗ୍ନାକାର୍ଟ ହେଉଛି ପ୍ରଥମ ଲିଖ୍ ଓ ସ୍ୱୀକୃତ ସନନ୍ଦ । ଏହି ସନନ୍ଦ ୧୨୧୫ ମସିହା ଜୁନ୍ ୧୫ ତାରିଖରେ ଇଂଲଣ୍ଡର ରାଜା ଦ୍ବିତୀୟ ଜନ୍‌ଙ୍କଦ୍ୱାରା ସ୍ବାକ୍ଷରିତ ହୋଇଥିଲା ।

11. ମାନବାଧ୍ଵରର ଦୁଇଟି ବୈଶିଷ୍ଟ୍ୟ ଲେଖ ।
Answer:
(i) ମାନବାଧିକାରଗୁଡ଼ିକ ବ୍ୟକ୍ତିର ଜୀବନ, ସ୍ଵାଧୀନତା, ଯୋଗ୍ୟତା ଓ ମର୍ଯ୍ୟାଦାର ସୁରକ୍ଷା କବଚ ।
(ii) ସେଗୁଡ଼ିକ ମୌଳିକ, ସହଜାତ ଓ ଅଣହସ୍ତାନ୍ତରଣୀୟ ଅଟେ ।

12. ବିଭିନ୍ନ ମାନବାଧିକାର ମଧ୍ୟରୁ ଯେକୌଣସି ଦୁଇଟିକୁ ଉଲ୍ଲେଖ କର ।
Answer:
(i) ବ୍ୟକ୍ତିର ଜୀବନ, ସ୍ଵତନ୍ତ୍ରତା ଓ ନିରାପତ୍ତାର ଅଧ୍ୟାର ।
(ii) ନିର୍ଯାତନା, ନିଷ୍ଠୁର, ଅମାନବୀୟ କିମ୍ବା ଅପମାନସୂଚକ ବ୍ୟବହାର ଅଥବା ଦଣ୍ଡ ବିରୁଦ୍ଧରେ ଅଧିକାର ।

CHSE Odisha Class 12 Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

13. ମାନବିକ ଅଧିକାର ଉଲ୍ଲଙ୍ଘନର ଦୁଇଟି ଉପାୟ ଲେଖ ।
Answer:
ମାନବିକ ଅଧିକାରର ଉଲ୍ଲଙ୍ଘନର ଦୁଇଟି ଉପାୟ :
(i) ଆତଙ୍କବାଦ ଓ ହିଂସା
(ii) ସାମ୍ରାଜ୍ୟବାଦ ଓ ଉପନିବେଶବାଦ

14. ବ୍ୟକ୍ତିଗତ ଦୃଷ୍ଟିକୋଣରୁ ମୂଲ୍ୟବୋଧ ଶିକ୍ଷାର ଶୈକ୍ଷିକ ପ୍ରୟୋଗ ଲେଖ ।
Answer:
ମୂଲ୍ୟବୋଧ ଶିକ୍ଷାକୁ ବ୍ୟକ୍ତିର ନିମ୍ନଲିଖ୍ କ୍ଷେତ୍ରରେ ପ୍ରୟୋଗ କରାଯାଇଥାଏ :
ବ୍ୟକ୍ତିଗତ ଦୃଷ୍ଟିକୋଣରୁ : ବ୍ଯକ୍ତି ପାଇଁ ଶିକ୍ଷାର ଆବଶ୍ୟକତା ଅନେକ । ଏହା ତା’ର ଶାରୀରିକ, ମାନସିକ, ନୈତିକ ଏବଂ ବୌଦ୍ଧିକ ବିକାଶ କରିଥାଏ । ନିଜର ସଂରକ୍ଷଣ ପାଇଁ ଯଦି ସେ ସମସ୍ତ ଆଦର୍ଶ ଏବଂ ନୀତିକୁ ଜଳାଞ୍ଜଳି ଦିଏ ତେବେ ତାହାକୁ ନିଜକୁ ଆତ୍ମତୃପ୍ତି ଦେବ ନାହିଁ । ତା’ର ଆତ୍ମସର୍ଜନତା ବୃଦ୍ଧି ଦରକାର, ଯାହା ମୂଲ୍ୟବୋଧ ଶିକ୍ଷାଦ୍ବାରା ସମ୍ଭବ ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ‘ମୂଲ୍ୟବୋଧ’ କ’ଣ ?
Answer:
ମୂଲ୍ୟବୋଧର କୌଣସି ନିର୍ଦ୍ଦିଷ୍ଟ ଅର୍ଥ ନାହିଁ । କୌଣସି ଏକ କାର୍ଯ୍ୟ; ଯଥା ନାଚିବା, ଗାଇବା, ଖେଳିବା ଇତ୍ୟାଦି କରିବା ସମୟରେ ଯଦି ତାହା ଅନ୍ୟର କ୍ଷତିସାଧନ କରି ନ ଥାଏ ଏବଂ ଆତ୍ମତୃପ୍ତି ଦେଇଥାଏ, ତେବେ ସେଥିରେ ମୂଲ୍ୟବୋଧ ନିହିତ ଅଛିବୋଲି କୁହାଯାଏ । ତେଣୁ ‘ମୂଲ୍ୟବୋଧ’ କହିଲେ କୌଣସି ପଦାର୍ଥକୁ ବୁଝାଇ ନ ଥାଏ । ଏହା ଏକ ଚିନ୍ତାଧାରା ବା ବିଚାରଧାରାକୁ ବୁଝାଇଥାଏ ।

ଏହା ଏକ ଅନ୍ତର୍ନିହିତ ଗୁଣ । ବ୍ୟକ୍ତି ଯଦି ନିଜସ୍ଵ ଆବଶ୍ୟକତା ପରିପୂରଣ ନିମନ୍ତେ ଅନୈତିକ କାର୍ଯ୍ୟ କରିବାକୁ ଇଚ୍ଛାପ୍ରକାଶ କରେ, ତେବେ ତା’ଠାରେ ମୂଲ୍ୟବୋଧ ଅଭାବ ରହିଛି ବୋଲି ଜଣାଯାଏ ।

2. ମୂଲ୍ୟବୋଧର ପ୍ରକାରଭେଦ ଲେଖ ।
Answer:
ମୂଲ୍ୟବୋଧକୁ ବିଭିନ୍ନ କ୍ଷେତ୍ରରେ ପ୍ରୟୋଗ କରାଯାଇ ତା’ର ପ୍ରକାରଭେଦ କରାହୋଇଛି; ଯଥା –

  • ଅର୍ଥନୈତିକ ମୂଲ୍ୟବୋଧ
  • ନୈତିକ ମୂଲ୍ୟବୋଧ
  • ସୌନ୍ଦର୍ଯ୍ୟାତ୍ମକ ମୂଲ୍ୟବୋଧ
  • ଅନ୍ତଃ ମୂଲ୍ୟବୋଧ
  • ବହିଃ ମୂଲ୍ୟବୋଧ
  • ଅନ୍ତିମ ମୂଲ୍ୟବୋଧ

3. ମୂଲ୍ୟବୋଧ ଶିକ୍ଷାର ଲକ୍ଷ୍ୟ କ’ଣ ?
Answer:
ମୂଲ୍ୟବୋଧ ଶିକ୍ଷାର ଲକ୍ଷ୍ୟଗୁଡ଼ିକ ହେଲା :
(କ) ବିଭିନ୍ନ ବିଷୟ ଶିକ୍ଷାଦାନ ସମୟରେ ମାନବିକ ମୂଲ୍ୟବୋଧର ଉନ୍ନତି କରିବା ।
(ଖ) ଧାର୍ମିକ ଚିନ୍ତାଧାରାର ବିକାଶ କରିବା ।
(ଗ) ନିଜର ପରମ୍ପରାକୁ ବଜାୟ ରଖୁବା ।
(ଘ) ଅନେକ ସୁଗୁଣାବଳୀ ଅର୍ଜନ କରି ଦୈନନ୍ଦିନ ଜୀବନରେ ଲଗାଇବା ।
(ଙ) ନିଜର ମାନବିକତା ବୃଦ୍ଧି କରିବା ।
(ଚ) ସାମାଜିକ ପ୍ରାଣୀ ଭାବରେ ବଞ୍ଚିବାର ପ୍ରୟାସ କରିବା ।

4. ବିଦ୍ୟାଳୟରେ କିପରି ମୂଲ୍ୟବୋଧ ଶିକ୍ଷା ପ୍ରଦାନ କରାଯାଇ ପାରିବ ?
Answer:
ବିଦ୍ୟାଳୟରେ ମୂଲ୍ୟବୋଧ ଶିକ୍ଷା ଦେବାପାଇଁ ନିମ୍ନଲିଖତ ଉପାୟମାନ ଅବଲମ୍ବନ କରାଯାଇ ପାରିବ ।
(କ) ଶିକ୍ଷାଦାନ ପୂର୍ବରୁ ସମୂହ ପ୍ରାର୍ଥନା ବ୍ୟବସ୍ଥା କରିବା ଆବଶ୍ୟକ ।
(ଖ) ଦାର୍ଶନିକ, ପଣ୍ଡିତ, ସାଧୁମାନଙ୍କୁ ଆମନ୍ତ୍ରଣ କରି ସେମାନଙ୍କଠାରୁ ହିତପୋଦେଶ ଶୁଣିବା ଦରକାର ।
(ଗ) ଧର୍ମ ବିଷୟରେ ଶିକ୍ଷାଦାନ କରିବା ପୂର୍ବରୁ ଧର୍ମନିରପେକ୍ଷତା ଉପରେ ଗୁରୁତ୍ଵ ଦେବା ଉଚିତ ।
(ଘ) ଉପଦେଶ, ଆଲୋଚନା ତଥା ବିଭିନ୍ନ ଉପାୟରେ ସୁଗୁଣାବଳୀର ବିକାଶ ସାଧନ କରିବା ଦରକାର ।

5. ବ୍ୟକ୍ତିଗତ ଏବଂ ସାମାଜିକ ଦୃଷ୍ଟିକୋଣରୁ ମୂଲ୍ୟବୋଧ ଶିକ୍ଷାର ଶୈକ୍ଷିକ ପ୍ରୟୋଗ ଲେଖ ।
Answer:
ମୂଲ୍ୟବୋଧ ଶିକ୍ଷାକୁ ବ୍ୟକ୍ତି ନିମ୍ନଲିଖତ କ୍ଷେତ୍ରରେ ପ୍ରୟୋଗ କରିଥାଏ ।

  1. ବ୍ୟକ୍ତିଗତ ଦୃଷ୍ଟିକୋଣରୁ : ବ୍ୟକ୍ତି ପାଇଁ ଶିକ୍ଷାର ଆବଶ୍ୟକତା ଅନେକ । ଏହା ତା’ର ଶାରୀରିକ, ମାନସିକ, `ତିକ ଏବଂ ବୌଦ୍ଧିକ ବିକାଶ କରିଥାଏ । ନିଜର ସଂରକ୍ଷଣ ପାଇଁ ଯଦି ସେ ସମସ୍ତ ଆଦର୍ଶ ଏବଂ ନୀତିକୁ ଜଳାଞ୍ଜଳି ଦିଏ ଅବିବେ ତାହା ନିଜକୁ ଆତ୍ମତୃପ୍ତି ଦେବ ନାହିଁ । ତା’ର ଆତ୍ମସର୍ଜନତା ବୃଦ୍ଧି ଦରକାର, ଯାହା ମୂଲ୍ୟବୋଧ ଶିକ୍ଷାଦ୍ବାରା ସମ୍ଭବ ।
  2. ସାମାଜିକ ଦୃଷ୍ଟିକୋଣରୁ : ବ୍ୟକ୍ତି ଏକ ସାମାଜିକ ପ୍ରାଣୀ । ସମାଜରେ ବଞ୍ଚିବାପାଇଁ ସେ ସଂଘର୍ଷ କରିଥାଏ । ନିଜର ସୁରକ୍ଷା ପାଇଁ ସେ ଯେତିକି ବ୍ୟସ୍ତ, ସମାଜରେ ଅନ୍ୟମାନଙ୍କର ସୁରକ୍ଷା ପାଇଁ ସେ ସେତିକି ବ୍ୟଗ୍ର । ନିଜ ପଡ଼ୋଶୀ ସହ ସମାଜର ଅନ୍ୟମାନଙ୍କ ପାଇଁ ତା’ର ଦାୟିତ୍ବବୋଧ ଅଛି । ସାମାଜିକ ଗୁଣରାଜିର ବିକାଶ ଘଟିଲେ ସେ ଏକ ସାମାଜିକ ପ୍ରାଣୀ ହୋଇପାରିବ, ଯାହା ନିଜର ଉଦାରତା, ସହନଶୀଳତା, ସାଧୁତା, ବିଚାରଶୀଳତା ଓ ପରୋପକାରିତା ଉପରେ ନିର୍ଭର କରିଥାଏ । ଏହା ସାମାଜିକ ମୂଲ୍ୟବୋଧ ସହ ଜଡ଼ିତ । ଏହାଦ୍ଵାରା ସମାଜର ଉପକାର ସାଧୂତ ହୁଏ । ଶିକ୍ଷାରେ ଉପରୋକ୍ତ ଗୁଣଗୁଡ଼ିକର ବିକାଶ ଉପରେ ଗୁରୁତ୍ଵ ଦେବା ଉଚିତ ।

6. ମାନବିକ ଅଧିକାରକୁ ସୁରକ୍ଷା ପ୍ରଦାନ ନିମନ୍ତେ କେଉଁସବୁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ?
Answer:
ମାନବାଧିକାରକୁ ସୁରକ୍ଷା ପ୍ରଦାନ ନିମନ୍ତେ ନିମ୍ନଲିଖ ସମ୍ମିଳନୀଗୁଡ଼ିକ ଅନୁଷ୍ଠିତ ହୋଇଥିଲା ।
(i) ଗଣହତ୍ୟା ନିରାକରଣ ଏବଂ ଦଣ୍ଡବିଧାନ ସମ୍ମିଳନୀ – ୧୯୪୮
(ii) ନାରୀମାନଙ୍କର ରାଜନୀତିକ ଅଧ୍ୟାର ସମ୍ମିଳନୀ – ୧୯୫୨
(iii) ର୍ଥନୀତିକ, ସାମାଜିକ ଏବଂ ସାଂସ୍କୃତିକ ସମ୍ମିଳନୀ – ୧୯୬୬
(iv) ବର୍ଣ୍ଣବିଦ୍ବେଷ ନିରାକରଣ ସମ୍ମିଳନୀ – ୧୯୭୩

CHSE Odisha Class 12 Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

7. ମାନବିକ ଅଧିକାରର ସାର୍ବଜନୀନ ଘୋଷଣାନାମାରେ କେଉଁସବୁ ଉଦ୍ଦେଶ୍ୟ ପ୍ରତିଫଳିତ ହୋଇଛି ?
Answer:
ମାନବିକ ଅଧିକାରର ସାର୍ବଜନୀନ ଘୋଷଣାନାମାରେ ମୌଳିକ, ସାମାଜିକ, ରାଜନୈତିକ, ଆର୍ଥନୀତିକ ଏବଂ ସାଂସ୍କୃତିକ ଅଧ୍ୟାର ପ୍ରଦତ୍ତ ହୋଇଛି । ଏଥିରେ ଆଇନ ଆଗରେ ସମାନ, ବିନା ଅପରାଧରେ ଅଟକ ରଖୁରୁ ସୁରକ୍ଷା, ମୁକ୍ତ ବିଚାର ଅଧ୍ୟାର ସ୍ଵାଧୀନ ଚିନ୍ତନ ଏବଂ ପ୍ରକାଶନ, ସ୍ଵାଧୀନ ଭାବରେ ସଙ୍ଗଠନ କରିବାର ଅଧିକାର, ନିରସ୍ତ୍ରୀକରଣ ଭାବେ ଏକତ୍ରିତ ହେବାର ଅଧିକାର, ଧର୍ମଗତ ଅଧିକାର, ସମ୍ପଭିଗତ ଅଧିକାର, ଦାସତ୍ଵ ପ୍ରଥା ଏବଂ ଅମାନୁଷିକ ବ୍ୟବହାର ଉଚ୍ଛେଦ, ବ୍ୟକ୍ତିଗତ ଅଧିକାରର ସୁରକ୍ଷା, ବାସ କରିବାର ଅଧିକାର, ଜାତୀୟତାର ଅଧିକାର, ବିବାହ କରିବାର ଅତ୍‌ର, ପରିବାର ଗଠନ କରିବାର ଅଧିକାର, ଭୋଟ ଦେବାର ଅଧିକାର, ସାମାଜିକ ନିରାପତ୍ତାର ଅଧିକାର, ଶିକ୍ଷାଗତ ଅଧିକାର, ସାଂସ୍କୃତିକ ଅଧିକାର ଏବଂ ବିଶ୍ରାମ ନେବାର ଅଧିକାର ଇତ୍ୟାଦି ପ୍ରତିଫଳିତ ହୋଇଛି । ପ୍ରତ୍ୟେକ ବ୍ୟକ୍ତି ବିଶେଷର ସଶକ୍ତିକରଣ ଏହି ଘୋଷଣାନାମାର ଉଦ୍ଦେଶ୍ୟ ଅଟେ ।

8. ଜାତୀୟ ମାନବିକ ଅଧ୍ବକାର କମିଶନର କାର୍ଯ୍ୟାବଳୀ ଲେଖ ।
Answer:
ଜାତୀୟ ମାନବିକ କମିଶନ ନିଜ ତରଫରୁ କିମ୍ବା କୌଣସି ବ୍ୟକ୍ତିଦ୍ଵାରା ଆଗତ ଅଭିଯୋଗକୁ ଭିଭି କରି ଘଟଣାର ଅନୁସନ୍ଧାନ କରିପାରିବେ । ସମସ୍ତ ଘଟଣା ମାନବାଧିକାର ସମ୍ପର୍କିତ ହୋଇଥିବା ଦରକାର । ରାଷ୍ଟ୍ର ଅଧୀନରେ ଥିବା କୌଣସି ଅନୁଷ୍ଠାନରେ ଯଦି ମାନବିକ ଅଧିକାର ଉଲ୍ଲଙ୍ଘନ ହେବାର ସୂଚନା ମିଳେ; ତା’ହେଲେ ରାଜ୍ୟ ସରକାରଙ୍କୁ ସୂଚାଇ ସେ ତାହାର ଅନୁସନ୍ଧାନ କରିପାରିବେ ।

ଅନୁସନ୍ଧାନ କରି ତଥ୍ୟଭିଭିକ କାରଣ ସହ ବିବରଣୀ ପ୍ରସ୍ତୁତ କରିବା ସହ ସଂସ୍କାର ପାଇଁ ସେ ଅନେକ ପରାମର୍ଶ ଦେଇଥା’ନ୍ତି । ଆନ୍ତର୍ଜାତିକ ଚୁକ୍ତିପତ୍ରର ଅନୁଧ୍ୟାନ କରି ମାନବିକ ଅଧିକାର ପାଳନ ପାଇଁ ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥା’ନ୍ତି । ସେ ମଧ୍ୟ ମାନବିକ ଅଧିକାର ସଂକ୍ରାନ୍ତୀୟ ସଚେତନତା ସୃଷ୍ଟି କରିଥା’ନ୍ତି ଏବଂ ଏହାର ପ୍ରସାର ପାଇଁ ବେସରକାରୀ ସଙ୍ଗଠନମାନଙ୍କୁ ସଂପୃକ୍ତ କରିଥା’ନ୍ତି ।

9. ମାନବିକ ଅଧିକାର ଉଲ୍ଲଙ୍ଘନ କେତେବେଳେ ହୋଇଥାଏ ?
Answer:
ଏକ ନିର୍ଦ୍ଦିଷ୍ଟ ରାଷ୍ଟ୍ର ଅନ୍ୟ ରାଷ୍ଟ୍ରକୁ ଆକ୍ରମଣ କରିବାଦ୍ୱାରା ସେହି ଦେଶର ଆବାଳବୃଦ୍ଧବନିତା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ଯାହାକି ମାନବାଧିକାରର ଉଲଂଘନ ଘଟାଏ । ସବଳର ଦୁର୍ବଳ ଉପରେ ଅତ୍ୟାଚାର, ଦାସତ୍ଵ ପ୍ରଥା ଇତ୍ୟାଦି ଦ୍ଵାରା ମାନବାଧିକାରର ଉଲ୍ଲଙ୍ଘନ ହୁଏ । ସେହିପରି ପୁରୁଷର ନାରୀ ଉପରେ ଅତ୍ୟାଚାର, ମାନସିକ ଯନ୍ତ୍ରଣା ପ୍ରଦାନ, ବର୍ଣ୍ଣବୈଷମ୍ୟ, ଗୃହଯୁଦ୍ଧ ଏବଂ ସାମ୍ରାଜ୍ୟବାଦୀ ଚିନ୍ତାଧାରା ଇତ୍ୟାଦି ମଧ୍ଯ ଏଥିପାଇଁ କାରକ ସଦୃଶ କାର୍ଯ୍ୟ କରନ୍ତି ।

ପୋଲି ସ୍‌ର ଅତ୍ୟଧିକ ନିର୍ଯାତନାଦ୍ଵାରା ଓ ଜରୁରୀକାଳୀନ ପରିସ୍ଥିତି ଘୋଷଣାବେଳେ ମାନବିକ ଅଧିକାର ଉଲଂଘନ ହୋଇଥାଏ । ସୁତରାଂ ଯେକୌଣସି ଉପାୟରେ ମାନବର ପ୍ରାକୃତିକ, ନୈତିକ ଏବଂ ଆଇନଗତ ସ୍ଵାଧୀନତାର କ୍ଷୁଣ୍ଣ କରିବା ହିଁମାନବିକ ଅଧିକାର ଉଲଂଘନର ପରିସରଭୁକ୍ତ ଅଟେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ମୂଲ୍ୟବୋଧ କ’ଣ ? ଏହାର ପ୍ରକାରଭେଦ ଲେଖ ।
Answer:
ମୂଲ୍ୟବୋଧର ଅର୍ଥ : ‘ମୂଲ୍ୟବୋଧ’ ଶବ୍ଦର କୌଣସି ନିର୍ଦ୍ଦିଷ୍ଟ ଅର୍ଥ ନାହିଁ । ଏହା ଏକ ଗୁଣ ଯାହା ବ୍ୟକ୍ତି ବା ପଦାର୍ଥର ଏକ ଗୁଣକୁ ବୁଝାଇଥାଏ । ଏହି ଗୁଣ ଆଭ୍ୟନ୍ତରୀଣ । ଏହା ବ୍ୟକ୍ତିର ବିଚାରଧାରାକୁ ପ୍ରଭାବିତ କରିଥାଏ । ଉଦାହରଣସ୍ୱରୂପ, ବ୍ୟକ୍ତି ଯଦି ନିଜର ଆବଶ୍ୟକତା ପୂରଣ କରିବାପାଇଁ କୌଣସି ଅନୈତିକ କାର୍ଯ୍ୟ କରିବାକୁ ଇଚ୍ଛା କରିଥାଏ, ତେବେ ତା’ର ନୈତିକ ମୂଲ୍ୟବୋଧର ଅଭାବ ଅଛି ବୋଲି ଜଣାଯିବ ।

ଆୟନ ବ୍ୟାଣ୍ଡଙ୍କ ମତରେ ‘ମୂଲ୍ୟବୋଧ ହେଉଛି ଗୋଟିଏ କାର୍ଯ୍ୟର ଉଦ୍ଦେଶ୍ୟ ବା ଅନ୍ତ’।
ଆରିଷ୍ଟୋଟଲ୍‌ଙ୍କ ମତରେ, ‘ମୂଲ୍ୟବୋଧଗୁଡ଼ିକ କାର୍ଯ୍ୟମାନଙ୍କର ଉଦ୍ଦେଶ୍ୟ ବା ଲକ୍ଷ୍ୟ’ ।

ଶୈକ୍ଷିକ ମୂଲ୍ୟବୋଧ : ଶୈକ୍ଷିକ ମୂଲ୍ୟବୋଧ କହିଲେ ଯାହା ଉତ୍ତମ, ବ୍ୟବହାରଯୋଗ୍ୟ, ଗୁରୁତ୍ଵପୂର୍ଣ୍ଣ, ଅର୍ଥବୋଧକ ଓ ମୂଲ୍ୟବାନ୍ ଏବଂ ଶିକ୍ଷାଦ୍ଵାରା ବ୍ୟକ୍ତିର ଆଚରଣଗତ ପରିବର୍ତ୍ତନ କରିଥାଏ ତାହାକୁ ଶୈକ୍ଷିକ ମୂଲ୍ୟବୋଧ କୁହାଯାଏ ।

ବ୍ରୁବେକାରଙ୍କ ମତରେ, ‘ଯେକୌଣସି ବ୍ୟକ୍ତିର ଶିକ୍ଷାର ଲକ୍ଷ୍ୟ ପ୍ରତିପାଦନ କରିବା ଅର୍ଥ ତା’ର ଶୈକ୍ଷିକ ମୂଲ୍ୟବୋଧକୁ ହିଁ ଉପସ୍ଥାପନ କରିବାକୁ ବୁଝାଏ ।

ରାଲଫ୍ ବସୌଦିଙ୍କ ମତରେ, ‘ମୂଲ୍ୟବୋଧଗୁଡ଼ିକ ଆବେଗାତ୍ମକ ନିଷ୍ପତ୍ତି ଅଟେ । ସେଗୁଡ଼ିକ ଅନୁଭୂତିରୁ ଉତ୍ପନ୍ନ ।’

ମୂଲ୍ୟବୋଧର ପ୍ରକାରଭେଦ :
ସମାଜର ଆବଶ୍ୟକତାକୁ ନେଇ ମୂଲ୍ୟବୋଧର ପ୍ରକାରଭେଦ କରାଯାଇଛି । ସେଗୁଡ଼ିକ ହେଲା :
(1) ଅର୍ଥନୈତିକ ମୂଲ୍ୟବୋଧ (Economic values) : ବ୍ୟକ୍ତି ନିଜର ଆବଶ୍ୟକତା ପୂରଣ ପାଇଁ ଅନେକ ଜିନିଷ କ୍ରୟ ଏବଂ ବିକ୍ରୟ କରିଥାଏ । ଏଥିପାଇଁ ଅର୍ଥର ଆବଶ୍ୟକତା ଥାଏ । ଖାଦ୍ୟ, ବସ୍ତ୍ର ଏବଂ ପାନୀୟ ଆବଶ୍ୟକତା ପାଇଁ ଅର୍ଥ ଦରକାର, ଯାହା ଅର୍ଥନୈତିକ ମୂଲ୍ୟବୋଧ ଅଟେ I ସୌନ୍ଦର୍ଯ୍ୟବୃଦ୍ଧି ପାଇଁ ଏବଂ ସୌଖୀନ ଜୀବନଯାପନ ପାଇଁ ଅର୍ଥ ଦରକାର; ମାତ୍ର ତାହା ଅର୍ଥନୈତିକ ମୂଲ୍ୟବୋଧ ନୁହେଁ ।

(2) ବ୍ୟକ୍ତିଗତ ମୂଲ୍ୟବୋଧ (Individual values) : ଆଧୁନିକ ବ୍ୟକ୍ତି ବ୍ୟକ୍ତିକୈନ୍ଦ୍ରିକ ହୋଇଯାଇଛି ଓ ସ୍ବାର୍ଥପର ଭାବରେ ବଞ୍ଚୁଛି । ତେଣୁ ସେ ଅନ୍ୟ ପାଇଁ ଟିକିଏ ବି ଚିନ୍ତା କରୁନାହିଁ । ଏହି ଦୃଷ୍ଟିକୋଣରୁ ବ୍ୟକ୍ତି ନିଜେ ନିଜର ଆତ୍ମବିଶ୍ଳେଷଣ କରିବା ଉଚିତ । ସେ କେତେ ନିଃସ୍ୱାର୍ଥପର ଏବଂ ସେ ଯାହା କରୁଛି କେତେ ଭଲ ବା ମନ୍ଦ କରୁଛି ତାହା ଜାଣିବା ନିତାନ୍ତ ଆବଶ୍ୟକ ।

(3) ନୈତିକ ମୂଲ୍ୟବୋଧ (Ethical values) : ସମସ୍ୟା ସୃଷ୍ଟି ହେଲେ ସମାଧାନ ଦରକାର । ସମାଧାନର ସୂତ୍ର ଭଲ ଆଡ଼କୁ ଗତିକରିବା ଉଚିତ । ତାହା ମନ୍ଦ ଆଡ଼କୁ ଗତିକଲେ ଫଳାଫଳ ଦୁର୍ଯୋଗ ଆଣିଦିଏ । ତେଣୁ ଏ ଦୁନିଆଁରେ ଭଲ ଏବଂ ମନ୍ଦ ଅଛି । ବ୍ୟକ୍ତି ନିଜର ବିଚାର ଶକ୍ତି ମାଧ୍ୟମରେ ଭଲ ଏବଂ ମନ୍ଦକୁ ଜାଣି କାର୍ଯ୍ୟ କରିବା ଉଚିତ ।

(4) ସୌନ୍ଦର୍ଯ୍ୟାତ୍ମକ ମୂଲ୍ୟବୋଧ (Aesthetic values) : ଯିଏ ସୁନ୍ଦର ସବୁବେଳେ ସୁନ୍ଦର । ସୁନ୍ଦର ତୃପ୍ତିର ସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । ତେଣୁ ପୃଥିବୀ ପୃଷ୍ଠର ସବୁ ସୌନ୍ଦର୍ଯ୍ୟମୟ ବିଷୟବସ୍ତୁକୁ ଅନୁଭବ କରିବା ଉଚିତ । ଏହାକୁ ଧ୍ବଂସ କରିବା ଅର୍ଥ ସୌନ୍ଦର୍ଯ୍ୟାନୁଭୂତିର ଅଭାବ ।

(5) ଅନ୍ତଃ ମୂଲ୍ୟବୋଧ (Internal values) : ଏହା ବ୍ୟକ୍ତିଗତ ମୂଲ୍ୟବୋଧକୁ ବୁଝାଇଥାଏ । ଏହା ନିଜର ଆଦର୍ଶ ଏବଂ ଅନୁଭୂତି ଉପରେ ପର୍ଯ୍ୟବସିତ । ଯାହା ବ୍ୟବହାରଯୋଗ୍ୟ ଏବଂ ସମସ୍ତଙ୍କୁ ସୁହାଇଥାଏ, ତାହା ଗ୍ରହଣଯୋଗ୍ୟ । ମାତ୍ର ବେଳେବେଳେ ଏହାର ବ୍ୟତିକ୍ରମ ଦେଖାଦେଇଥାଏ ।

(6) ଆଧ୍ୟାତ୍ମିକ ମୂଲ୍ୟବୋଧ (Spiritual values) : ଆଧାତ୍ମକ ମୂଲ୍ୟବୋଧ ଚିରସ୍ଥାୟୀ, ଯାହା ଯୁଗ ଯୁଗ ପାଇଁ ଆବଶ୍ୟକ । ଅନେକ ମୁନିଋଷି ଏବଂ ଦାର୍ଶନିକମାନେ ଆଧ୍ୟାତ୍ମିକ ମୂଲ୍ୟବୋଧ ଉପରେ ଗୁରୁତ୍ବ ଦେଇଥା’ନ୍ତି । ଏହା ପ୍ରେମ, ଦୟା, କ୍ଷମା, ପରୋପକାର ଏବଂ ସତ୍ୟ ଉପରେ ପର୍ଯ୍ୟବସିତ ।

CHSE Odisha Class 12 Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

(7) ଅନ୍ତିମ ମୂଲ୍ୟବୋଧ (Ultimate values) : ସୃଷ୍ଟିକର୍ତ୍ତା ଅଛନ୍ତି । ଜନ୍ମ ଏବଂ ମୃତ୍ୟୁ ନିଶ୍ଚିତ । ଆତ୍ମା ଏବଂ ପରମାତ୍ମାର ସ୍ଥିତିକୁ କେହି ଏଡ଼େଇ ଦେଇପାରିବେ ନାହିଁ । ତେବେ ଭଗବତ୍ ସତ୍ତା ଉପଲବ୍‌ ଶିକ୍ଷାର ପରମ ଲକ୍ଷ୍ୟ ଯାହାଦ୍ଵାରା ଜଣେ ଶାନ୍ତି ପାଇଥାଏ । ଏହାକୁ ଆମେ ଅନ୍ତିମ ଶାନ୍ତି ବୋଲି କହିପାରିବା, ଯାହା ଜଣକୁ ଅତିମାନବ କରିଦିଏ ।

2. ମୂଲ୍ୟବୋଧ ଶିକ୍ଷା କ’ଣ ? ଏହାର ଲକ୍ଷ୍ୟଗୁଡ଼ିକ ଲେଖ ।
Answer:
ମୂଲ୍ୟବୋଧ ଶିକ୍ଷା – ଯେଉଁ ଶିକ୍ଷା ଗଠନମୂଳକ ଏବଂ ଶିଶୁକୁ ଏକ ଭଲ ମଣିଷ ଭାବରେ ତିଆରି କରିଥାଏ, ତାହା ମୂଲ୍ୟବୋଧ ଶିକ୍ଷା । ଏହାଦ୍ଵାରା ଶିକ୍ଷାର୍ଥୀର ବିଭିନ୍ନ କ୍ଷେତ୍ରରେ ନିଜର କାର୍ଯ୍ୟକଳାପଗୁଡ଼ିକ ଉତ୍ତମ ଏବଂ ବ୍ୟବହାରଯୋଗ୍ୟ ହୋଇଥାଏ । ଶିକ୍ଷାର ଅନ୍ତିମ ଲକ୍ଷ୍ୟ ସୁଖମୟ ଜୀବନଯାପନ । ତେଣୁ ମୂଲ୍ୟବୋଧଗୁଡ଼ିକ ବାଞ୍ଛିତ କାର୍ଯ୍ୟର ଫଳସ୍ବରୂପ ।

ଏହା ଶିକ୍ଷାର ଲକ୍ଷ୍ୟ ହାସଲରେ ସାହାଯ୍ୟ କରିଥାଏ । ଏହା ସତ୍ୟ ଏବଂ ବିଶ୍ଵାସ ଉପରେ ପର୍ଯ୍ୟବସିତ । ମୂଲ୍ୟବୋଧ ନିହିତ ଶିକ୍ଷା ଶିକ୍ଷାର୍ଥୀକୁ ପୂର୍ଣ୍ଣାଙ୍ଗ କରି ଗଢ଼ିତୋଳିଥାଏ ।

ମୂଲ୍ୟବୋଧ ଶିକ୍ଷାର ଲକ୍ଷ୍ୟ :
ମୂଲ୍ୟବୋଧ ଶିକ୍ଷାର ଲକ୍ଷ୍ୟଗୁଡ଼ିକ ହେଲା –
(କ) ବିଭିନ୍ନ ବିଷୟ ଶିକ୍ଷାଦାନ ସମୟରେ ମାନବିକ ମୂଲ୍ୟବୋଧର ଉନ୍ନତି କରିବା ।
(ଖ) ଧାର୍ମିକ ଚିନ୍ତାଧାରାର ବିକାଶ କରିବା ।
(ଗ) ନିଜର ପରମ୍ପରାକୁ ବଜାୟ ରଖିବା ।
(ଘ) ଅନେକ ସୁଗୁଣାବଳୀ ଅର୍ଜନ କରି ଦୈନନ୍ଦିନ ଜୀବନରେ ଲଗାଇବା ।
(ଙ) ନିଜର ମାନବିକତା ବୃଦ୍ଧି କରିବା ।
(ଚ) ସାମାଜକ ପ୍ରାଣୀ ଭାବରେ ବଞ୍ଚିବାର ପ୍ରୟାସ କରିବା ।

3. ମୂଲ୍ୟବୋଧ ଶିକ୍ଷା କ’ଣ ? ଏହାର ଶୈକ୍ଷିକ ମୂଲ୍ୟବୋଧଗୁଡ଼ିକ ଆଲୋଚନା କର ।
Answer:
ମୂଲ୍ୟବୋଧ ଶିକ୍ଷା (Value-based Education) :
ଶିକ୍ଷା ଦୃଷ୍ଟିକୋଣରୁ ଯାହା ଉତ୍ତମ, ବ୍ୟବହାରଯୋଗ୍ୟ, ଗୁରୁତ୍ବପୂର୍ଣ୍ଣ, ଅର୍ଥବୋଧକ, ମୂଲ୍ୟବାନ୍ ଏବଂ ଶିକ୍ଷା ପ୍ରତି କିଛି ଅବଦାନ ଅଛି ତାହା ମୂଲ୍ୟବୋଧ ଶିକ୍ଷା (Value-based Education) । ଶିକ୍ଷା ବ୍ୟକ୍ତିର ଆଚରଣଗତ ପରିବର୍ତ୍ତନକୁ ବୁଝାଇଥାଏ । ଏହା ବ୍ୟକ୍ତିର ଚରିତ୍ର, ବ୍ୟକ୍ତିତ୍ଵ, କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରେ । ବ୍ୟକ୍ତି ସବୁବେଳେ ସୁଖମୟ ଜୀବନଯାପନ କରିଥାଏ । ସୁଖମୟ ଜୀବନଯାପନ ପାଇଁ ଯଦି ସେ ଅନୈତିକ କାର୍ଯ୍ୟ କରିଥାଏ, ତେବେ ତା’ର ଶିକ୍ଷା ନିରର୍ଥକ ।

ଶିକ୍ଷାର ଅର୍ଥ ନୁହେଁ କେବଳ ଜ୍ଞାନ ପ୍ରଦାନ ବା ଶିକ୍ଷାଦାନ । ଶିକ୍ଷାର ଅର୍ଥ ବ୍ୟକ୍ତି ଯେଉଁ ବ୍ୟବହାର ଜାଣିଛି ତାକୁ ଜଣାଇବା । ଲକ୍ଷ୍ୟପଥରୁ ଯେପରି ସେ ନିବୃତ୍ତ ନ ହୁଏ, ତେଣୁ ସେ ଯାହା ଶିକ୍ଷାର୍ଜନ କରୁଛି ସେଗୁଡ଼ିକ ଯଦି ମୂଲ୍ୟବୋଧ ସହ ଜଡ଼ିତ ତେବେ ତାହାର ଶିକ୍ଷା ମୂଲ୍ୟବୋଧଭିଭିକ । ଏହା ନିଜକୁ ଆନନ୍ଦ ବା ତୃପ୍ତି ଦେବା ସହ ସମାଜକୁ ମଧ୍ୟ ଆନନ୍ଦ ଏବଂ ତୃପ୍ତି ପ୍ରଦାନ କରିବ ।

ମୂଲ୍ୟବୋଧ ଶିକ୍ଷାର ଶୈକ୍ଷିକ ପ୍ରୟୋଗ :
ମୂଲ୍ୟବୋଧ ଶିକ୍ଷାକୁ ବ୍ୟକ୍ତି ନିମ୍ନଲିଖ୍ କ୍ଷେତ୍ରରେ ପ୍ରୟୋଗ କରିଥାଏ ।
(1) ବ୍ୟକ୍ତିଗତ ଦୃଷ୍ଟିକୋଣରୁ : ବ୍ଯକ୍ତି ପାଇଁ ଶିକ୍ଷାର ଆବଶ୍ୟକତା ଅନେକ । ଏହା ତା’ର ଶାରୀରିକ, ମାନସିକ, ନୈତିକ ଏବଂ ବୌଦ୍ଧିକ ବିକାଶ କରିଥାଏ । ନିଜର ସଂରକ୍ଷଣ ପାଇଁ ଯଦି ସେ ସମସ୍ତ ଆଦର୍ଶ ଏବଂ ନୀତିକୁ ଜଳାଞ୍ଜଳି ଦିଏ ତେବେ ତାହା ନିଜକୁ ଆତ୍ମତୃପ୍ତି ଦେବ ନାହିଁ । ତା’ର ଆତ୍ମସର୍ଜନତା ବୃଦ୍ଧି ଦରକାର, ଯାହା ମୂଲ୍ୟବୋଧ ଶିକ୍ଷାଦ୍ବାରା ସମ୍ଭବ ।

(2) ସାମାଜିକ ଦୃଷ୍ଟିକୋଣରୁ : ବ୍ୟକ୍ତି ଏକ ସାମାଜିକ ପ୍ରାଣୀ । ସମାଜରେ ବଞ୍ଚିବା ପାଇଁ ସେ ସଂଘର୍ଷ କରିଥାଏ । ନିଜର ସୁରକ୍ଷା ପାଇଁ ସେ ଯେତିକି ବ୍ୟସ୍ତ, ସମାଜରେ ଅନ୍ୟମାନଙ୍କର ସୁରକ୍ଷା ପାଇଁ ସେ ସେତିକି ବ୍ୟଗ୍ର । ନିଜ ପଡ଼ୋଶୀ ସହ ସମାଜର ଅନ୍ୟମାନଙ୍କ ପାଇଁ ତା’ର ଦାୟିତ୍ୱବୋଧ ଅଛି ।

ସାମାଜିକ ଗୁଣରାଜିର ବିକାଶ ଘଟିଲେ ସେ ଏକ ସାମାଜିକ ପ୍ରାଣୀ ହୋଇପାରିବ, ଯାହା ନିଜର ଉଦାରତା, ସହନଶୀଳତା, ସାଧୁତା, ବିଚାରଶୀଳତା ଓ ପରୋପକାରିତା ଉପରେ ନିର୍ଭର କରିଥାଏ । ଏହା ସାମାଜିକ ମୂଲ୍ୟବୋଧ ସହ ଜଡ଼ିତ । ଏହାଦ୍ଵାରା ସମାଜର ଉପକାର ସାଧୂତ ହୁଏ । ଶିକ୍ଷାରେ ଉପରୋକ୍ତ ଗୁଣଗୁଡ଼ିକର ବିକାଶ ଉପରେ ଗୁରୁତ୍ଵ ଦେବା ଉଚିତ ।

(3) ଜ୍ଞାନ ଏବଂ ବିଜ୍ଞାନର ପ୍ରୟୋଗ : ଜ୍ଞାନ ଏବଂ ବିଜ୍ଞାନର ବିକାଶଦ୍ଵାରା ଆଜି ପୃଥିବୀ ଏକ ପରିବାର ଭଳି କାର୍ଯ୍ୟ କରୁଛି । ଶିକ୍ଷାରେ ଜ୍ଞାନ ଏବଂ ବିଜ୍ଞାନର ପ୍ରୟୋଗ ଶିକ୍ଷାର୍ଥୀମାନଙ୍କୁ ଅନେକ ସାହାଯ୍ୟ କରୁଛି । ଇଣ୍ଟରନେଟ୍ ବ୍ୟବହାରଦ୍ୱାରା ସେ ପୃଥିବୀର ଯେକୌଣସି ପ୍ରାନ୍ତର ଖବର ନିମିଷକ ମଧ୍ୟରେ ଜାଣିପାରୁଛି । ସୋସିଆଲ୍ ମେଡ଼ିଆର ବ୍ୟବହାରଦ୍ୱାରା ତା’ର ଅନେକ ବନ୍ଧୁ ସୃଷ୍ଟି ହୋଇପାରୁଛନ୍ତି ।

ମାତ୍ର ସମୟ ସମୟରେ ଇ-ମେଲ୍, ଇଣ୍ଟରନେଟ୍, ଫେସ୍‌ବୁକ୍‌ର ଅସଦୁପଯୋଗ ବ୍ୟକ୍ତିକୁ କୁପଥଗାମୀ କରୁଛି । ତେଣୁ ଆଧୁନିକ ଜ୍ଞାନ ବିଜ୍ଞାନ ଏବଂ କୌଶଳକୁ ଉପଯୁକ୍ତ ଭାବରେ ବିନିଯୋଗ କରାଯିବା ଉଚିତ ।

(4) ଦୁର୍ନୀତିଠାରୁ ଦୂରେଇ ରହିବା : ମୂଲ୍ୟବୋଧ ଶିକ୍ଷା ଶିକ୍ଷାର୍ଥୀମାନଙ୍କୁ ସମାଜର ବିଭିନ୍ନ କ୍ଷେତ୍ରରେ ଘଟୁଥିବା ଦୁର୍ନୀତିଠାରୁ ମୁକ୍ତ ରଖୁଥାଏ । ଆଜିକାଲି ପରିବାର, ସମାଜ, ରାଜନୀତି ଏବଂ ସମାଜର ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ଘେରି ରହିଛି ଯାହା ଜୀବନକୁ ଦୁର୍ବିସହ କରିସାରିଲାଣି । ତେଣୁ ସେଥୁ ନିଜକୁ ମୁକ୍ତ ରଖୁବା ମୂଲ୍ୟବୋଧ ଶିକ୍ଷାର ଏକ ଗୁରୁ ଦାୟିତ୍ଵ ।

ଜୀବନଶୈଳୀର ପରିବର୍ତ୍ତନ ଏବଂ ସମାଜ କ୍ଷେତ୍ରରେ ଜଟିଳତା ମଧ୍ଯରେ ମୂଲ୍ୟବୋଧ ଶିକ୍ଷା ହିଁ କେବଳ ଏକ ଆଶ୍ବାସନା ଏବଂ ବ୍ୟକ୍ତିର ଶାନ୍ତି ପ୍ରାପ୍ତିର ଏକ ଉତ୍ସ ।

4. ମାନବାଧ୍ଵରର ଅର୍ଥ ଓ ବୈଶିଷ୍ଟ୍ୟ ଲେଖ ଏବଂ ଶିକ୍ଷା ପାଇଁ ମାନବାଧିକାରର ଭୂମିକା ବର୍ଣ୍ଣନା କର ।
Answer:
ପ୍ରଗତିଶୀଳ ବିଶ୍ବରେ ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ସଂଘଟିତ ହେଉଛି । ଏହି ପରିବର୍ତ୍ତନ ସହ ତାଳଦେଇ ବ୍ୟକ୍ତିର ମାନସିକ ସଚେତନତା ବୃଦ୍ଧି ପାଇବାରେ ଲାଗିଛି ଏବଂ ମାନବିକ ମୂଲ୍ୟବୋଧ ନିରୂପିତ ହୋଇଛି । ବ୍ୟକ୍ତିତ୍ର ମାନବିକତା ଏବଂ ବ୍ୟକ୍ତିତ୍ଵ ସଭ୍ୟତାର ସୃଷ୍ଟିର ବହୁଦିନ ପରେ ସ୍ବୀକୃତି ପାଇଁ ସର୍ବତ୍ର ଦାବି ହେଉଛି । ସମାଜରେ ଏକ ସଭ୍ୟ, ମର୍ଯ୍ୟାଦାପୂର୍ଣ୍ଣ ଓ ବିକଶିତ ଜୀବନଯାପନ ପାଇଁ ପ୍ରତ୍ୟେକ ମଣିଷର ଅଧିକାର ରହିଛି, ଯାହାକୁ ମୌଳିକ ଅଧିକାର କୁହାଯାଏ ।

ଏହି ଅଧିକାରଗୁଡ଼ିକ ଆମକୁ କ୍ଷତି ପହଞ୍ଚାଉଥିବା ବ୍ୟକ୍ତିଙ୍କଠାରୁ ସୁରକ୍ଷା ପ୍ରଦାନ କରେ ଏବଂ ଆମକୁ ପରସ୍ପର ସହଯୋଗୀ ହୋଇ ଶାନ୍ତିରେ ବାସ କରିବାରେ ସାହାଯ୍ୟ କରେ । ଏହିସବୁ ମୌଳିକ ଅସ୍କାରକୁ ମାନବାଧିକାର କୁହାଯାଏ । ମଣିଷର ସଶକ୍ତିକରଣଦ୍ଵାରା ତା’ର ଜୀବନ, ସ୍ଵାଧୀନତା ଓ ମର୍ଯ୍ୟାଦାର ସୁରକ୍ଷା କରିବାକୁ ହିଁ ମାନବାଧିକାର କୁହାଯାଏ । ମାନବାଧିକାରଗୁଡ଼ିକୁ ମୌଳିକ, ସ୍ଵାଭାବିକ ବା ପ୍ରକୃତିଦତ୍ତ ଓ ଚିରନ୍ତନ ବୋଲି ବିଚାର କରାଯାଏ ।

CHSE Odisha Class 12 Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

ଏହି ଅଧିକାରଗୁଡ଼ିକ ମଣିଷର ଜନ୍ମଗତ ଅଧିକାର । ଏହି ମାନବାଧିକାର ପ୍ରଥମ ଲିଖ୍ ଓ ସ୍ବୀକୃତ ସନନ୍ଦ ୧୨୧୫ ମସିହାରେ ଇଂଲଣ୍ଡର ରାଜା ଦ୍ବିତୀୟ ଜନ୍‌ଙ୍କଦ୍ଵାରା ସ୍ବାକ୍ଷରିତ ହୋଇଥିଲା, ଯାହାକି ‘ମାଗ୍ଲାକାର୍ଟ’ ନାମରେ ପରିଚିତ ।

ଦିଅନ୍ତି ଏହାର ବହୁଦିନ ପରେ ୧୭୭୬ ମସିହାରେ ‘ଆମେରିକାର ସ୍ଵାଧୀନତା ଘୋଷଣାନାମା ଓ ୧୭୮୯ ମସିହାରେ ରେ ମାନବିକ ଅଧିକାର ଘୋଷଣାନାମ ମାନବିକ ଅଧିକାରକୁ ଏକ ଆନ୍ଦୋଳନର ରୂପ ପ୍ରଦାନ କରିଥିଲା । ୧୯୪୬ ମସିହା ପେବୃୟାରୀ ୧୬ ତାରିଖରେ ମିଳିତ ଜାତିସଂଘ ନିରାପତ୍ତା ପରିଷଦରେ ଏଲେନ୍ ରୁଡ୍‌ଭେଲ୍ସଙ୍କ ଅଧ୍ୟକ୍ଷତାରେ ମାନବିକ ଅଧିକାରର ସାର୍ବଜନୀନ ଘୋଷଣା ପ୍ରସ୍ତୁତ ହୋଇଥିଲା ଏବଂ ୧୯୪୮ ମସିହା ଡିସେମ୍ବର ୧୦ ତାରିଖରେ ଏହା ଜାତିସଂଘର ସାଧାରଣ ପରିଷଦରେ ଗୃହୀତ ହୋଇଥିଲା ।

ସେହି ଘୋଷଣାନାମରେ ପ୍ରତିଫଳିତ ହୋଇଛି ଯେ,”ମନୁଷ୍ୟ ଜନ୍ମରୁ ଅଧିକାର ଏବଂ ମର୍ଯ୍ୟାଦା ଦୃଷ୍ଟିରୁ ସ୍ବାଧୀନ ଏବଂ ସମାନ । ତା’ର ବିବେକ ଏବଂ ଚେତନାଶୀଳତା ରହିଛି ଏବଂ ସେ ସମସ୍ତଙ୍କୁ ଭ୍ରାତୃତ୍ଵପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିଥାଏ ।’’ ମାନବାଧ୍ୟାର କହିଲେ ମୁଖ୍ୟତଃ ସାତଗୋଟି ମୌଳିକ ସ୍ଵାଧୀନତାର ସମଷ୍ଟିକୁ ବୁଝାଏ ।

(କ) ମାନବାଧିକାରଗୁଡ଼ିକ ବ୍ୟକ୍ତିର ଜୀବନ, ଯୋଗ୍ୟତା ଓ ମର୍ଯ୍ୟାଦାର ସୁରକ୍ଷାକବଚ ସଦୃଶ ।
(ଖ) ଏହା ଏକ ନୈତିକ ଅଧିକାର, ଯାହାକି ବିବେକ ଅନୁମୋଦିତ, ମାତ୍ର ରାଷ୍ଟ୍ର ଏହାକୁ ମୌଳିକ ଅଧିକାର ଭିତ୍ତିରେ ସୁରକ୍ଷା ଦିଏ ।
(ଗ) ସମସ୍ତ ମଣିଷଙ୍କର ମାନବିକ ଅଧିକାର ରହିଛି । ଏଥପାଇଁ କୌଣସି ଭେଦଭାବ ନାହିଁ ।
(ଘ) ଏଥୁ ସଂକ୍ରାନ୍ତୀୟ ଅଭିଯୋଗ ସାରା ବିଶ୍ଵ ଭାବନାକୁ ମାନବ ସମାଜଦ୍ଵାରା ପ୍ରତିଫଳିତ କରେ ।
(ଙ) ସବୁ ଅଧିକାର ଭଳି ମାନବିକ ଅଧିକାର ସମସ୍ତଙ୍କ ଶାନ୍ତି, ସାମାଜିକ ସୁନ୍ଦରତା ଏବଂ ରାଜନୈତିକ ନିରାପତ୍ତାକୁ ଦୃଷ୍ଟି ଦିଏ ।

ମାନବାଧିକାର ଓ ଶିକ୍ଷା :
ଶିକ୍ଷାଧିକାର ପ୍ରତ୍ୟେକ ପିଲାଙ୍କୁ ଗୁଣାତ୍ମକ ବିଦ୍ୟାଳୟ ଶିକ୍ଷା ସହିତ ବ୍ୟକ୍ତିତ୍ଵର ବିକାଶ ପାଇଁ ଆବଶ୍ୟକୀୟ ଶିକ୍ଷାକୁ ସୁନିଶ୍ଚିତ କରେ । ମାନବାଧ‌ିକାର ନିୟମ ଜାତୀୟ ଅର୍ଥନୈତିକ ଏବଂ ସାମାଜିକ ଅଧ୍ୟାର ସାମର୍ଥ୍ୟ (NESRI) ଛଅଗୋଟି ମୌଳିକ ଶିକ୍ଷାଧିକାର ସହ ଜଡ଼ିତ । ସେଗୁଡ଼ିକ ହେଉଛି –
(କ) ବ୍ୟକ୍ତିଗତ ଅଧ୍ୟାର : ପ୍ରତ୍ୟେକ ପିଲାର ଗୁଣାତ୍ମକ ଏବଂ ଔପଚାରିକ ଶିକ୍ଷା ପାଇବାର ଅଧ୍ୟାର ରହିଛି ।
(ଖ) ଶିକ୍ଷାର ଲକ୍ଷ୍ୟ : ଶିକ୍ଷାର ଲକ୍ଷ୍ୟ ପ୍ରତ୍ୟେକ ପିଲାର ବ୍ୟକ୍ତିତ୍ଵର ବିକାଶ ପାଇଁ ଏବଂ ତାକୁ ସମାଜରେ ସଠିକ୍ ଭାବରେ ପ୍ରତିଷ୍ଠିତ କରାଇବାପାଇଁ ଉଦ୍ଦିଷ୍ଟ ହେବା ଉଚିତ ।
(ଗ) ଉପଯୁକ୍ତ ମର୍ଯ୍ୟାଦା : ବିଦ୍ୟାଳୟ ସବୁପିଲାମାନଙ୍କର ଜନ୍ମଗତ ଗୁଣକୁ ସମ୍ମାନ ପ୍ରଦର୍ଶନ କରିବା ସହିତ ଏକ ସହନଶୀଳ ଏବଂ ମର୍ଯ୍ୟାଦାସମ୍ପନ୍ନ ପରିବେଶ ସୃଷ୍ଟି କରିବା ଆବଶ୍ୟକ, ଯେଉଁଠାରେ କି ପିଲାମାନେ   ଆତ୍ମବିଶ୍ଵାସୀ ହେବେ ଓ ଆତ୍ମ ପରିପ୍ରକାଶ କରିପାରିବେ ।
(ଘ) ସମାନତା : ଶିକ୍ଷାରେ ସମସ୍ତ ସମ୍ବଳ ବିନିଯୋଗ ତଥା ବଣ୍ଟନରେ ସମାନତା ରହିବା ଉଚିତ ।
(ଙ) ଭେଦଭାବବିହୀନ ଶିକ୍ଷା : ସରକାର ଶିକ୍ଷା ପାଇଁ ମାନବାଧ୍ୟାକାରକୁ ସୁନିଶ୍ଚିତ କରାଇବା ଉଚିତ, ଯାହାକି ସମ୍ପୂର୍ଣ୍ଣ ଭେଦଭାବବିହୀନ ହୋଇଥବ । ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଭାଷା ଓ ରାଜନୀତିଭିତ୍ତିକ ଭେଦଭାବଶୂନ୍ୟ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ଏକାନ୍ତ ଆବଶ୍ୟକ ହେବା ଉଚିତ ।
(ଚ) ଅଂଶଗ୍ରହଣର ଅଧିକାର : ଛାତ୍ର, ଅଭିଭାବକ ଏବଂ ସମୁଦାୟର ସେମାନଙ୍କର ବିଦ୍ୟାଳୟ ଏବଂ ଶିକ୍ଷାଧିକାର ଗୁରୁତ୍ଵପୂର୍ଣ ଭୂମିକା ରହିଛି ।

ଉପରୋକ୍ତ ଆଲୋଚନା ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ, ଶିକ୍ଷାକୁ ସାର୍ବଜନୀନ ଓ ସଫଳ କରିବାପାଇଁ ମାନବାଧିକାରର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ।

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ମାନବ ସଭ୍ୟତାର ଅଭିବୃଦ୍ଧି ସହିତ ତା’ର ଜୀବନଶୈଳୀର ପରିବର୍ତ୍ତନ ଘଟିଛି । ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ପ୍ରଭାବରେ ସେ ଏକ ଯାନ୍ତ୍ରିକ ମେସିନ୍ ଭଳି କାର୍ଯ୍ୟ କରିଚାଲିଛି । ଅନେକ ସମୟରେ ନିଜର ଆବଶ୍ୟକତା ପୂରଣ ପାଇଁ ତା’ର କାର୍ଯ୍ୟଶୈଳୀରେ ଅନେକ ବ୍ୟତିକ୍ରମ ଦେଖାଦେଇଥାଏ । ନିଜ ମଧ୍ୟରେ ଥିବା ଅନେକ ସୁଗୁଣଗୁଡ଼ିକୁ ସେ ଆବଶ୍ୟକତା ପୂରଣ ପାଇଁ ଦମନ କରି ନିଜର ଦାବି ହାସଲ କରିଥାଏ ।

ଆବଶ୍ୟକତାଠାରୁ ଅନେକ ଅଧୁକ ସେ ଆଶା କରିଥାଏ । ତେଣୁ ବେଳେବେଳେ ସେ ଅନ୍ୟାୟ, ଅନୀତି, ଦୁର୍ନୀତି ଇତ୍ୟାଦି କରିଥାଏ । ଏହାଦ୍ଵାରା ତା’ ମଧ୍ୟରେ ଥିବା ମାନବିକ ମୂଲ୍ୟବୋଧର ହ୍ରାସ ଘଟିଥାଏ । ଏହା ମଧ୍ୟ ତା’ର ଅନ୍ୟାନ୍ୟ କ୍ଷେତ୍ର; ଯଥା ସାମାଜିକ, ଆର୍ଥିକ, ରାଜନୈତିକ ଏବଂ ବ୍ୟକ୍ତିଗତ ଇତ୍ୟାଦି କ୍ଷେତ୍ରରେ ମଧ୍ୟ ଦେଖାଯାଏ ।

ତେବେ ସେ ମୂଲ୍ୟବୋଧ କ’ଣ ?
ମୂଲ୍ୟବୋଧର ଅର୍ଥ :
‘ମୂଲ୍ୟବୋଧ’ ଶବ୍ଦର କୌଣସି ନିର୍ଦ୍ଦିଷ୍ଟ ଅର୍ଥ ନାହିଁ । ଏହା ଏକ ଗୁଣ ଯାହା ବ୍ୟକ୍ତି ବା ପଦାର୍ଥର ଏକ ଗୁଣକୁ ବୁଝାଇଥାଏ । ଏହି ଗୁଣ ଆଭ୍ୟନ୍ତରୀଣ । ଏହା ବ୍ୟକ୍ତିର ବିଚାରଧାରାକୁ ପ୍ରଭାବିତ କରିଥାଏ । ଉଦାହରଣସ୍ୱରୂପ, ବ୍ୟକ୍ତି ଯଦି ନିଜର ଆବଶ୍ୟକତା ପୂରଣ କରିବାପାଇଁ କୌଣସି ଅନୈତିକ କାର୍ଯ୍ୟ କରିବାକୁ ଇଚ୍ଛା କରିଥାଏ, ତେବେ ତା’ର ନୈତିକ ମୂଲ୍ୟବୋଧର ଅଭାବ ଅଛି ବୋଲି ଜଣାଯିବ ।

ଆୟନ ଲ୍ୟାଣ୍ଡଙ୍କ ମତରେ ‘ମୂଲ୍ୟବୋଧ ହେଉଛି ଗୋଟିଏ କାର୍ଯ୍ୟର ଉଦ୍ଦେଶ୍ୟ ବା ଅନ୍ତ’।
ଆରିଷ୍ଟୋଟଲ୍‌ଙ୍କ ମତରେ, ‘ମୂଲ୍ୟବୋଧଗୁଡ଼ିକ କାର୍ଯ୍ୟମାନଙ୍କର ଉଦ୍ଦେଶ୍ୟ ବା ଲକ୍ଷ୍ୟ’ ।

ଶୈକ୍ଷିକ ମୂଲ୍ୟବୋଧ :
ଶୈକ୍ଷିକ ମୂଲ୍ୟବୋଧ କହିଲେ ଯାହା ଉତ୍ତମ, ବ୍ୟବହାରଯୋଗ୍ୟ, ଗୁରୁତ୍ୱପୂର୍ଣ୍ଣ, ଅର୍ଥବୋଧକ ଓ ମୂଲ୍ୟବାନ୍ ଏବଂ ଶିକ୍ଷାଦ୍ଵାରା ବ୍ୟକ୍ତିର ଆଚରଣଗତ ପରିବର୍ତ୍ତନ କରିଥାଏ, ତାହାକୁ ଶୈକ୍ଷିକ ମୂଲ୍ୟବୋଧ କୁହାଯାଏ ।

CHSE Odisha Class 12 Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

ବ୍ରୁବେକାର୍‌ଙ୍କ ମତରେ, ‘ଯେକୌଣସି ବ୍ୟକ୍ତିର ଶିକ୍ଷାର ଲକ୍ଷ୍ୟ ପ୍ରତିପାଦନ କରିବା ଅର୍ଥ ତା’ର ଶୈକ୍ଷିକ ମୂଲ୍ୟବୋଧକୁ ହିଁ ଉ ପସ୍ଥାପନ କରିବା ।’

ରାଲଫ୍ ବସୌଦିଙ୍କ “ମୂଲ୍ୟବୋଧଗୁଡ଼ିକ ଆବେଗାତ୍ମକ ନିଷ୍ପତ୍ତି ଅଟେ । ସେଗୁଡ଼ିକ ଅନୁଭୂତିରୁ ଉତ୍ପନ୍ନ ।’’

ମୂଲ୍ୟବୋଧର ପ୍ରକାରଭେଦ :
ସମାଜର ଆବଶ୍ୟକତାକୁ ନେଇ ମୂଲ୍ୟବୋଧର ପ୍ରକାରଭେଦ କରାଯାଇଛି । ସେଗୁଡ଼ିକ ହେଲା –
(1) ଅର୍ଥନୈତିକ ମୂଲ୍ୟବୋଧ (Economic values) : ବ୍ୟକ୍ତି ନିଜର ଆବଶ୍ୟକତା ପୂରଣ ପାଇଁ ଅନେକ ଜିନିଷ କ୍ରୟ ଏବଂ ବିକ୍ରୟ କରିଥାଏ । ଏହା ଅର୍ଥର ଆବଶ୍ୟକତା ପୂରଣ କରିଥାଏ । ଖାଦ୍ୟ, ବସ୍ତ୍ର ଏବଂ ପାନୀୟ ଆବଶ୍ୟକତା ପାଇଁ ଅର୍ଥ ଦରକାର, ଯାହା ଅର୍ଥନୈତିକ ମୂଲ୍ୟବୋଧ ଅଟେ । ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏବଂ ସୌଖୀନ ଜୀବନ ପାଇଁ ଅର୍ଥ ଦରକାର; ମାତ୍ର ତାହା ଅର୍ଥନୈତିକ ମୂଲ୍ୟବୋଧ ନୁହେଁ ।

(2) ବ୍ୟକ୍ତିଗତ ମୂଲ୍ୟବୋଧ (Individual values) : ଆଧୁନିକ ବ୍ୟକ୍ତି ବ୍ୟକ୍ତିକୈନ୍ଦ୍ରିକ ହୋଇଯାଇଛି । ସ୍ବାର୍ଥପର ଭାବରେ ବଞ୍ଚୁଛି । ତେଣୁ ସେ ଅନ୍ୟ ପାଇଁ ଟିକିଏ ବି ଚିନ୍ତା କରୁନାହିଁ । ଏହି ଦୃଷ୍ଟିକୋଣରୁ ବ୍ୟକ୍ତି ନିଜେ ନିଜର ଆତ୍ମବିଶ୍ଳେଷଣ କରିବା ଉଚିତ । ସେ କେତେ ନିଃସ୍ୱାର୍ଥପର ଏବଂ ସେ ଯାହା କରୁଛି କେତେ ଭଲ ବା ମନ୍ଦ କରୁଛି ତାହା ଜାଣିବା ନିତାନ୍ତ ଦରକାର । ଏହା ବ୍ୟକ୍ତିର ବ୍ୟକ୍ତିଗତ ମୂଲ୍ୟବୋଧ ଅଟେ ।

(3) ନୈତିକ ମୂଲ୍ୟବୋଧ (Ethical values) : ସମସ୍ୟା ସୃଷ୍ଟି ହେଲେ ସମାଧାନ ଦରକାର । ସମାଧାନର ସୂତ୍ର ଭଲ ଆଡ଼କୁ ଗତିକରିବା ଉଚିତ । ତାହା ମନ୍ଦ ଆଡ଼କୁ ଗତିକଲେ ଫଳାଫଳ ଦୁର୍ଯୋଗ ଆଣିଦିଏ । ତେଣୁ ଏ ଦୁନିଆଁରେ ଭଲ ଏବଂ ମନ୍ଦ ଅଛି । ବ୍ୟକ୍ତି ନିଜର ବିଚାରଶକ୍ତି ମାଧ୍ୟମରେ ଭଲ ଏବଂ ମନ୍ଦକୁ ଜାଣି କାର୍ଯ୍ୟ କରିବା ଉଚିତ । ଏହା ବ୍ୟକ୍ତିର ନୈତିକ ମୂଲ୍ୟବୋଧ ଅଟେ ।

(4) ସୌନ୍ଦର୍ଯ୍ୟାତ୍ମକ ମୂଲ୍ୟବୋଧ (Aesthetic values) : ଯିଏ ସୁନ୍ଦର ସବୁବେଳେ ସୁନ୍ଦର । “ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ।’’ ତେଣୁ ପୃଥ‌ିବୀ ପୃଷ୍ଠର ସବୁ ସୌନ୍ଦର୍ଯ୍ୟମୟ ବିଷୟବସ୍ତୁକୁ ଅନୁଭବ କରିବା ଉଚିତ । ଏହାକୁ ଧ୍ବଂସ କରିବା ଅର୍ଥ ସୌନ୍ଦର୍ଯ୍ୟାନୁଭୂତିର ଅଭାବ । ଏହା ବ୍ୟକ୍ତିର ସୌନ୍ଦର୍ଯ୍ୟାତ୍ମକ ମୂଲ୍ୟବୋଧ ଅଟେ ।

(5) ଅନ୍ତଃ ମୂଲ୍ୟବୋଧ (Internal values) : ଏହା ବ୍ୟକ୍ତିଗତ ମୂଲ୍ୟବୋଧକୁ ବୁଝାଇଥାଏ । ଏହା ନିଜର ଆଦର୍ଶ ଏବଂ ଅନୁଭୂତି ଉପରେ ପର୍ଯ୍ୟବସିତ । ଯାହା ବ୍ୟବହାରଯୋଗ୍ୟ ଏବଂ ସମସ୍ତଙ୍କୁ ସୁହାଇଥାଏ, ତାହା ଗ୍ରହଣଯୋଗ୍ୟ । ମାତ୍ର ବେଳେବେଳେ ଏହାର ବ୍ୟତିକ୍ରମ ଦେଖାଦେଇଥାଏ ।

(6) ଆଧ୍ୟାତ୍ମିକ ମୂଲ୍ୟବୋଧ (Spiritual values) : ଆଧ୍ୟାତ୍ମିକ ମୂଲ୍ୟବୋଧ ଚିରସ୍ଥାୟୀ, ଯାହା ଯୁଗ ଯୁଗ ପାଇଁ ଆବଶ୍ୟକ । ଅନେକ ମୁନିଋଷି ଏବଂ ଦାର୍ଶନିକମାନେ ଆଧ୍ୟାତ୍ମିକ ମୂଲ୍ୟବୋଧ ଉପରେ ଗୁରୁତ୍ଵ ଦେଇଥା’ନ୍ତି, ଯାହା ପ୍ରେମ, ଦୟା, କ୍ଷମା, ପରୋପକାର ଏବଂ ସତ୍ୟ ଉପରେ ପର୍ଯ୍ୟବସିତ ।

(7) ଅନ୍ତିମ ମୂଲ୍ୟବୋଧ (Ultimate values) : ସୃଷ୍ଟିକର୍ତ୍ତା ଅଛନ୍ତି । ଜନ୍ମ ଏବଂ ମୃତ୍ୟୁ ନିଶ୍ଚିତ । ଆତ୍ମା ଏବଂ ପରମାତ୍ମାର ସ୍ଥିତିକୁ କେହି ଏଡ଼େଇ ଦେଇପାରିବେ କି ? ତେବେ ଭଗବତ୍ ସତ୍ତା ଉପଲବ୍‌ ଶିକ୍ଷାର ପରମ ଲକ୍ଷ୍ୟ ଯାହାଦ୍ୱାରା ଜଣେ ଶାନ୍ତି ପାଇଥାଏ । ଏହାକୁ ଆମେ ଅନ୍ତିମ ଶାନ୍ତି ବୋଲି କହିପାରିବା, ଯାହା ଜଣକୁ ଅତିମାନବ କରିଦିଏ । ଏହି ବ୍ୟକ୍ତିର ଅନ୍ତିମ ମୂଲ୍ୟବୋଧ ଅଟେ ।

ମୂଲ୍ୟବୋଧ ଶିକ୍ଷା (Value-based Education) :
ଶିକ୍ଷା ଦୃଷ୍ଟିକୋଣରୁ ଯାହା ଉତ୍ତମ, ବ୍ୟବହାରଯୋଗ୍ୟ, ଗୁରୁତ୍ୱପୂର୍ଣ୍ଣ, ଅର୍ଥବୋଧକ, ମୂଲ୍ୟବାନ୍ ଏବଂ ଯାହାର ଶିକ୍ଷା ପ୍ରତି କିଛି ଅବଦାନ ଅଛି ତାହା ମୂଲ୍ୟବୋଧ ଶିକ୍ଷା (Value-based Education) । ଶିକ୍ଷା ବ୍ୟକ୍ତିର ଆଚରଣଗତ ପରିବର୍ତ୍ତନକୁ ବୁଝାଇଥାଏ । ଏହା ବ୍ୟକ୍ତିର ଚରିତ୍ର, ବ୍ୟକ୍ତିତ୍ଵ, କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରେ । ବ୍ୟକ୍ତି ସବୁବେଳେ ସୁଖମୟ ଜୀବନଯାପ କରିଥାଏ ।

ସୁଖମୟ ଜୀବନଯାପନ ପାଇଁ ଯଦି ସେ ଅନୈତିକ କାର୍ଯ୍ୟ କରିଥାଏ, ତେବେ ତା’ର ଶିକ୍ଷା ନିରର୍ଥକ । ଶିକ୍ଷାର ନୁହେଁ କେବଳ ଜ୍ଞାନ ପ୍ରଦାନ ବା ଶିକ୍ଷାଦାନ । ଶିକ୍ଷାର ଅର୍ଥ ବ୍ୟକ୍ତି ଯେଉଁ ବ୍ୟବହାର ଜାଣିଛି ତାକୁ ଜଣାଇବା । ଲକ୍ଷ୍ୟପଥରୁ ଯେ ସେ ନିବୃତ୍ତ ନ ହୁଏ, ତେଣୁ ସେ ଯାହା ଶିକ୍ଷାର୍ଜନ କରୁଛି ସେଗୁଡ଼ିକ ଯଦି ମୂଲ୍ୟବୋଧ ସହ ଜଡ଼ିତ ତେବେ ତାହାର ଶିକ୍ଷା ମୂଲ୍ୟବୋଧଭିଭିକ । ଏହା ନିଜକୁ ଆନନ୍ଦ ବା ତୃପ୍ତି ଦେବା ସହ ସମାଜକୁ ମଧ୍ୟ ଆନନ୍ଦ ଏବଂ ତୃପ୍ତି ପ୍ରଦାନ କରିବ ।

ମୂଲ୍ୟବୋଧ ଶିକ୍ଷାର ଶୈକ୍ଷିକ ପ୍ରୟୋଗ :
ମୂଲ୍ୟବୋଧ ଶିକ୍ଷାକୁ ବ୍ୟକ୍ତିର ନିମ୍ନଲିଖ୍ କ୍ଷେତ୍ରରେ ପ୍ରୟୋଗ କରାଯାଇଥାଏ :
(1) ବ୍ୟକ୍ତିଗତ ଦୃଷ୍ଟିକୋଣରୁ : ବ୍ୟକ୍ତି ପାଇଁ ଶିକ୍ଷାର ଆବଶ୍ୟକତା ଅନେକ । ଏହା ତା’ର ଶାରୀରିକ, ମାନସିକ, ନୈତିକ ଏବଂ ବୌଦ୍ଧିକ ବିକାଶ କରିଥାଏ । ନିଜର ସଂରକ୍ଷଣ ପାଇଁ ଯଦି ସେ ସମସ୍ତ ଆଦର୍ଶ ଏବଂ ନୀତିକୁ ଜଳାଞ୍ଜଳି ଦିଏ ତେବେ ତାହା ନିଜକୁ ଆତ୍ମତୃପ୍ତି ଦେବ ନାହିଁ । ତା’ର ଆତ୍ମସର୍ଜନତା ବୃଦ୍ଧି ଦରକାର, ଯାହା ମୂଲ୍ୟବୋଧ ଶିକ୍ଷାଦ୍ବାରା ସମ୍ଭବ ।

(2) ସାମାଜିକ ଦୃଷ୍ଟିକୋଣରୁ : ବ୍ୟକ୍ତି ଏକ ସାମାଜିକ ପ୍ରାଣୀ । ସମାଜରେ ବଞ୍ଚିବା ପାଇଁ ସେ ସଂଘର୍ଷ କରିଥାଏ । ନିଜର ସୁରକ୍ଷା ପାଇଁ ସେ ଯେତିକି ବ୍ୟସ୍ତ, ସମାଜରେ ଅନ୍ୟମାନଙ୍କର ସୁରକ୍ଷା ପାଇଁ ସେ ସେତିକି ବ୍ୟଗ୍ର । ନିଜ ପଡ଼ୋଶୀ ସହ ସମାଜର ଅନ୍ୟମାନଙ୍କ ପାଇଁ ତା’ର ଦାୟିତ୍ବବୋଧ ଅଛି ।

ସାମାଜିକ ଗୁଣରାଜିର ବିକାଶ ଘଟିଲେ ସେ ଏକ ସାମାଜିକ ପ୍ରାଣୀ ହୋଇପାରିବ, ଯାହା ନିଜର ଉଦାରତା, ସହନଶୀଳତା, ସାଧୁତା, ବିଚାରଶୀଳତା ଓ ପରୋପକାରିତା ଉପରେ ନିର୍ଭର କରିଥାଏ । ଏହା ସାମାଜିକ ମୂଲ୍ୟବୋଧ ସହ ଜଡ଼ିତ । ଏହାଦ୍ଵାରା ସମାଜର ଉପକାର ସାଧୂତ ହୁଏ । ଶିକ୍ଷାରେ ଉପରୋକ୍ତ ଗୁଣଗୁଡ଼ିକର ବିକାଶ ଉପରେ ଗୁରୁତ୍ଵ ଦେବା ଉଚିତ ।

(3) ଜ୍ଞାନ ଏବଂ ବିଜ୍ଞାନର ପ୍ରୟୋଗ : ଜ୍ଞାନ ଏବଂ ବିଜ୍ଞାନର ବିକାଶଦ୍ବାରା ଆଜି ପୃଥ‌ିବୀ ଏକ ପରିବାର ଭଳି କାର୍ଯ୍ୟ କରୁଛି । ଶିକ୍ଷାରେ ଜ୍ଞାନ ଏବଂ ବିଜ୍ଞାନର ପ୍ରୟୋଗ ଶିକ୍ଷାର୍ଥୀମାନଙ୍କୁ ଅନେକ ସାହାଯ୍ୟ କରୁଛି । ଇଣ୍ଟରନେଟ୍ ବ୍ୟବହାରଦ୍ୱାରା ସେ ପୃଥ‌ିବୀର ଯେକୌଣସି ପ୍ରାନ୍ତର ଖବର ନିମିଷକ ମଧ୍ୟରେ ଜାଣିପାରୁଛି ।

ସୋସିଆଲ୍ ମେଡ଼ିଆର ବ୍ୟବହାରଦ୍ୱାରା ତା’ର ଅନେକ ବନ୍ଧୁ ସୃଷ୍ଟି ହୋଇପାରୁଛନ୍ତି । ମାତ୍ର ସମୟ ସମୟରେ ଇ-ମେଲ୍, ଇଣ୍ଟରନେଟ୍, ଫେସ୍‌ବୁକ୍‌ର ଅସଦୁପଯୋଗ ବ୍ୟକ୍ତିକୁ କୁପଥଗାମୀ କରୁଛି । ତେଣୁ ଆଧୁନିକ ଜ୍ଞାନ ବିଜ୍ଞାନ ଏବଂ କୌଶଳକୁ ଉପଯୁକ୍ତ ଭାବରେ ବିନିଯୋଗ କରାଯିବା ଉଚିତ ।

(4) ଦୁର୍ନୀତିଠାରୁ ଦୂରେଇ ରହିବା : ମୂଲ୍ୟବୋଧ ଶିକ୍ଷା ଶିକ୍ଷାର୍ଥୀମାନଙ୍କୁ ସମାଜର ବିଭିନ୍ନ କ୍ଷେତ୍ରରେ ଘଟୁଥ‌ିବା ଦୁର୍ନୀତିଠାରୁ ମୁକ୍ତ ରଖୁଥାଏ । ଆଜିକାଲି ପରିବାର, ସମାଜ, ରାଜନୀତି ଏବଂ ସମାଜର ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ଘେରି ରହିଛି, ଯାହା ଜୀବନକୁ ଦୁର୍ବିସହ କରିସାରିଲାଣି । ତେଣୁ ସେଥୁରୁ ନିଜକୁ ମୁକ୍ତ ରଖୁବା ମୂଲ୍ୟବୋଧ ଶିକ୍ଷାର ଏକ ଗୁରୁ ଦାୟିତ୍ଵ । ଜୀବନଶୈଳୀର ପରିବର୍ତ୍ତନ ଏବଂ ସମାଜ କ୍ଷେତ୍ରରେ ଜଟିଳତା ମଧ୍ଯରେ ମୂଲ୍ୟବୋଧ ଶିକ୍ଷା ହିଁ କେବଳ ଏକ ଆଶ୍ବାସନା ଏବଂ ବ୍ୟକ୍ତିର ଶାନ୍ତିପ୍ରାପ୍ତିର ଏକ ଉତ୍ସ ।

CHSE Odisha Class 12 Education Solutions Chapter 12 ମୂଲ୍ୟବୋଧ ଶିକ୍ଷା ଓ ମାନବାଧିକାର ଶିକ୍ଷା

(5) ମାନବାଧ‌ିକାର : ପ୍ରଗତିଶୀଳ ବିଶ୍ୱରେ ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ସଂଘଟିତ ହେଉଛି । ଏହି ପରିବର୍ତ୍ତନ ସହ ତାଳଦେଇ ବ୍ୟକ୍ତିର ମାନସିକ ସଚେତନତା ବୃଦ୍ଧି ପାଇବାରେ ଲାଗିଛି ଏବଂ ମାନବିକ ମୂଲ୍ୟବୋଧ ନିରୂପିତ ହୋଇଛି । ବ୍ୟକ୍ତିର ମାନବିକତା ଏବଂ ବ୍ୟକ୍ତିତ୍ଵ ସଭ୍ୟତାର ସୃଷ୍ଟିର ବହୁଦିନ ପରେ ସ୍ବୀକୃତି ପାଇଁ ସର୍ବତ୍ର ଦାବି ହେଉଛି । ସମାଜରେ ଏକ ସଭ୍ୟ, ମର୍ଯ୍ୟାଦାପୂର୍ଣ୍ଣ ଓ ବିକଶିତ ଜୀବନଯାପନ ପାଇଁ ପ୍ରତ୍ୟେକ ମଣିଷର ଅଧିକାର ରହିଛି, ଯାହାକୁ ମୌଳିକ ଅଧିକାର କୁହାଯାଏ ।

ଏହି ଅଧିକାରଗୁଡ଼ିକ ଆମକୁ କ୍ଷତି ପହଞ୍ଚାଉଥ‌ିବା ବ୍ୟକ୍ତିଙ୍କଠାରୁ ସୁରକ୍ଷା ପ୍ରଦାନ କରେ ଏବଂ ଆମକୁ ପରସ୍ପର ସହଯୋଗୀ ହୋଇ ଶାନ୍ତିରେ ବାସ କରିବାରେ ସାହାଯ୍ୟ କରେ । ଏହିସବୁ ମୌଳିକ ଅଧିକାରକୁ ମାନବାଧିକାର କୁହାଯାଏ । ମଣିଷର ସଶକ୍ତିକରଣଦ୍ବାରା ତା’ର ଜୀବନ, ସ୍ଵାଧୀନତା ଓ ମର୍ଯ୍ୟାଦାର ସୁରକ୍ଷା କରିବାକୁ ହିଁ ମାନବାଧ୍ୟାର କୁହାଯାଏ । ମାନବାଧ୍ୟାକାରଗୁଡ଼ିକୁ ମୌଳିକ, ସ୍ଵାଭାବିକ ବା ପ୍ରକୃତିଦତ୍ତ ଓ ଚିରନ୍ତନ ବୋଲି ବିଚାର କରାଯାଏ । ଏହି ଅଧ୍ୟାରଗୁଡ଼ିକ ମଣିଷର ଜନ୍ମଗତ ଅଧିକାର ।

(6) ମାନବାଧ୍ଵର ଓ ଶିକ୍ଷା :ଶିକ୍ଷାତ୍‌କାର ପ୍ରତ୍ୟେକ ପିଲାଙ୍କୁ ଗୁଣାତ୍ମକ ବିଦ୍ୟାଳୟ ଶିକ୍ଷା ସହିତ ବ୍ୟକ୍ତିତ୍ୱର ବିକାଶ ପାଇଁ ଆବଶ୍ୟକୀୟ ଶିକ୍ଷାକୁ ସୁନିଶ୍ଚିତ କରେ । ମାନବାଧ‌ିକାର ନିୟମ ଜାତୀୟ ଅର୍ଥନୈତିକ ଏବଂ ସାମାଜିକ ଅଧିକାର ସାମର୍ଥ୍ୟ (NESRI) ଛଅଗୋଟି ମୌଳିକ ଶିକ୍ଷାଧ୍ଵର ସହ ଜଡ଼ିତ । ସେଗୁଡ଼ିକ ହେଉଛି –

  1. ବ୍ୟକ୍ତିଗତ ଅଧିକାର : ପ୍ରତ୍ୟେକ ପିଲାର ଗୁଣାତ୍ମକ ଏବଂ ଔପଚାରିକ ଶିକ୍ଷା ପାଇବାର ଅଧିକାର ରହିଛି ।
  2. ଶିକ୍ଷାର ଲକ୍ଷ୍ୟ : ଶିକ୍ଷାର ଲକ୍ଷ୍ୟ ପ୍ରତ୍ୟେକ ପିଲାର ବ୍ୟକ୍ତିତ୍ଵର ବିକାଶ ପାଇଁ ଏବଂ ତାକୁ ସମାଜରେ ସଠିକ୍ ଭାବରେ ପ୍ରତିଷ୍ଠିତ କରାଇବାପାଇଁ ଉଦ୍ଦିଷ୍ଟ ହେବା ଉଚିତ ।
  3. ଉପଯୁକ୍ତ ମର୍ଯ୍ୟାଦା : ବିଦ୍ୟାଳୟ ସବୁପିଲାମାନଙ୍କର ଜନ୍ମଗତ ଗୁଣକୁ ସମ୍ମାନ ପ୍ରଦର୍ଶନ କରିବା ସହିତ ଏକ ସହନଶୀଳ ଏବଂ ମର୍ଯ୍ୟାଦାସମ୍ପନ୍ନ ପରିବେଶ ସୃଷ୍ଟି କରିବା ଆବଶ୍ୟକ, ଯେଉଁଠାରେ କି ପିଲାମାନେ ଆତ୍ମବିଶ୍ଵାସୀ ହେବେ ଓ ଆତ୍ମ ପରିପ୍ରକାଶ କରିପାରିବେ ।
  4. ସମାନତା : ଶିକ୍ଷାରେ ସମସ୍ତ ସମ୍ବଳ ବିନିଯୋଗ ତଥା ବଣ୍ଟନରେ ସମାନତା ରହିବା ଉଚିତ ।
  5. ଭେଦଭାବବିହୀନ ଶିକ୍ଷା : ସରକାର ଶିକ୍ଷା ପାଇଁ ମାନବାଧିକାରକୁ ସୁନିଶ୍ଚିତ କରାଇବା ଉଚିତ, ଯାହାକି ସମ୍ପୂର୍ଣ୍ଣ ଭେଦଭାବବିହୀନ ହୋଇଥ‌ିବ । ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଭାଷା ଓ ରାଜନୀତିଭିଭିକ ଭେଦଭାବଶୂନ୍ୟ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ଏକାନ୍ତ ଆବଶ୍ୟକ ହେବା ଉଚିତ ।
  6. ଅଂଶଗ୍ରହଣର ଅଧିକାର : ଛାତ୍ର, ଅଭିଭାବକ ଏବଂ ସମୁଦାୟ ସେମାନଙ୍କର ବିଦ୍ୟାଳୟ ଏବଂ ଶିକ୍ଷାଧ୍ଵର ବିଷୟରେ ନିଷ୍ପତ୍ତି ନେବାରେ ଅଧିକାର ରହିଛି ।

ଉପରୋକ୍ତ ଆଲୋଚନା ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ, ଶିକ୍ଷାକୁ ସାର୍ବଜନୀନ ଓ ସଫଳ କରିବାପାଇଁ ମାନବାଧିକାରର ଗୁରୁତ୍ଵପୂର୍ଣ ଭୂମିକା ରହିଛି ।

CHSE Odisha Class 12 Psychology Unit 2 Questions and Answers in Odia Medium

Odisha State Board CHSE Odisha Class 12 Psychology Solutions Unit 2 ମନୋ-ସାମାଜିକ ଚାପ & ଭୌତିକ ପରିବେଶ ଓ ବ୍ୟବହାର Questions and Answers.

CHSE Odisha 12th Class Psychology Unit 2 Questions and Answers in Odia Medium

ନିମ୍ନୋକ୍ତ ପ୍ରତ୍ୟେକ ପ୍ରଶ୍ନର କେତେଗୁଡ଼ିଏ ସମ୍ଭାବ୍ୟ ଉତ୍ତର ତଳେ ଦିଆଯାଇଛି । ଉପଯୁକ୍ତ ଉତ୍ତର ବାଛି ଲେଖ ।
୧। ଯେଉଁ ପରିବେଶରେ ଜଳବାୟୁ, ଉତ୍ତାପ ଏବଂ ବୃଷ୍ଟିପାତ ଅନ୍ତର୍ଭୁକ୍ତ, ସେହିଟି କେଉଁ ପରିବେଶ ଅଟେ ?
(କ) ଭୌତିକ
(ଖ) ଜୈବିକ
(ଗ) ମନୁଷ୍ୟ – କୃତ
(ଘ) ସାଂସ୍କୃତିକ
Answer:
(କ) ଭୌତିକ

୨। ସ୍ଥାନ ଓ କାଳରେ ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ମନୁଷ୍ୟକୁ ଘେରି ରହିଥ‌ିବା ସାମଗ୍ରିକ ଅବସ୍ଥାକୁ କ’ଣ କୁହାଯାଏ ?
(କ) ପରିବେଶ
(ଖ) ବାୟୁମଣ୍ତଳ
(ଗ) ବାରିମଣ୍ତଳ
(ଘ) ଅଶ୍ଗମଣ୍ତଳ
Answer:
(କ) ପରିବେଶ

୩। ଧାନଚାଷ କେଉଁ ଗ୍ୟାସ ସୃଷ୍ଟିରେ ସହାୟକ ହୋଇଥାଏ ?
(କ) ମିଥେନ୍
(ଖ) କ୍ଲୋରୋଫ୍ଲୋରା କାର୍ବନ
(ଗ) ଯବକ୍ଷ।ରଜାନ
(ଘ) ଅଙ୍ଗ।ରକାମ୍ଳ
Answer:
(କ) ମିଥେନ୍

CHSE Odisha Class 12 Psychology Unit 2 Questions and Answers in Odia Medium

୪। ଶୀତଳୀକରଣ ନିମନ୍ତେ ରେଫ୍ରିଜରେଟରରେ କେଉଁ ଗ୍ୟାସ ବ୍ୟବହାର କରାଯାଏ ?
(କ) ମିଥେନ୍
(ଖ) ଅମ୍ଳଜାନ
(ଗ) କ୍ଲୋରୋଫ୍ଲୋରୋ କାର୍ବନ
(ଘ) ନାଇଟ୍ରସ ଅକ୍‌ସାଇଡ୍
Answer:
(ଗ) କ୍ଲୋରୋଫ୍ଲୋରୋ କାର୍ବନ

୫। ଭୂଖଣ୍ଡର ସଜୀବ ଓ ନିର୍ଜୀବ ପଦାର୍ଥକୁ ନେଇ କେଉଁ ପରିବେଶ ସୃଷ୍ଟି ହୋଇଅଛି ?
(କ) ପ୍ରାକୃତିକ
(ଖ) ମନୁଷ୍ୟକୃତ
(ଗ) ଭୌତିକ
(ଘ) ଜୈବିକ
Answer:
(କ) ପ୍ରାକୃତିକ

୬। ମନୁଷ୍ୟ ନିଜ ସୁଖ, ସ୍ୱାର୍ଥ ଓ ସୁବିଧା ପାଇଁ ଯେଉଁ ପରିବେଶ ସୃଷ୍ଟି କରିଥାଏ, ତାକୁ କ’ଣ କୁହାଯାଏ ?
(କ) ପ୍ରାକୃତିକ ପରିବେଶ
(ଖ) ଭୌତିକ ପରିବେଶ
(ଗ) ମନୁଷ୍ୟ-କୃତ ପରିବେଶ
(ଘ) ଜୈବିକ ପରିବେଶ
Answer:
(ଗ) ମନୁଷ୍ୟ-କୃତ ପରିବେଶ

୭। ସଜୀବ ଉପାଦାନମାନଙ୍କୁ ନେଇ କେଉଁ ପରିବେଶ ଗଠିତ ହୋଇଥାଏ ?
(କ) ଜୈବିକ
(ଖ) ସାଂସ୍କୃତିକ
(ଗ) ସାମାଜିକ
(ଘ) ଭୌତିକ
Answer:
(କ) ଜୈବିକ

୮। କୋଇଲା, ତୈଳ ଦହନ ଓ ସାରର ବ୍ୟବହାରରୁ କେଉଁ ଗ୍ୟାସ ବାହାରିଥାଏ ?
(କ) ମିଥେନ୍
(ଖ) ନାଇଟ୍ରୋସ୍ ଅକ୍ସାଇଡ୍
(ଗ) ଅଙ୍ଗ।ରକାମ୍ଳ
(ଘ) କ୍ଲୋରୋଫ୍ଲୋରୋ କାର୍ବନ
Answer:
(ଖ) ନାଇଟ୍ରୋସ୍ ଅକ୍ସାଇଡ୍

CHSE Odisha Class 12 Psychology Unit 2 Questions and Answers in Odia Medium

୯। ଆପାତତଃ କେତେ ପରିମାଣର ଶବ୍ଦକୁ ଦୀର୍ଘକାଳ ପର୍ଯ୍ୟନ୍ତ କ୍ରମାଗତ ଭାବେ ଶୁଣିବା ଦ୍ଵାରା ବ୍ୟକ୍ତି ଶ୍ରବଣ ଶକ୍ତି ହରାଇବସେ ?
(କ) ୧୦୦ dB
(ଖ) ୮୦ dB
(ଗ) ୧୧୦ dB
(ଘ) ୮୫ dB
Answer:
(କ) ୧୦୦ dB

୧୦। ୧୮୧୦ ଦଶକରେ ସର୍ବପ୍ରଥମେ କିଏ ଉତ୍ତପ୍ତ ଦୀପ ପ୍ରଭାବ ସଂପର୍କରେ ଅନୁଧ୍ୟାନ କରିଥିଲେ ?
(ଗ) ଲିୱିନ୍
(ଖ) ଲ୍ୟୁକ୍ ହୋୱାର୍ଡ଼
(ଗ) ଲିୱିନ୍
(ଘ) ଓଷ୍ଜିଙ୍ଗ
Answer:
(ଖ) ଲ୍ୟୁକ୍ ହେୱାର୍ଡ଼

ଶୂନ୍ୟସ୍ଥାନ ପୂରଣ କର

ପ୍ରତ୍ୟେକ ପ୍ରଶ୍ନତଳେ କେତେଗୁଡ଼ିଏ ସମ୍ଭାବ୍ୟ ଉତ୍ତର ଦିଆଯାଇଛି । ଉପଯୁକ୍ତ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
୧। ମନୁଷ୍ୟର ବ୍ୟବହାର ଓ ତା’ର ପାରିପାର୍ଶ୍ବକ ଅବସ୍ଥା ମଧ୍ୟରେ ଥିବା ସମ୍ପର୍କକୁ _________________ ମନୋବିଜ୍ଞ।ନ ଅଧ୍ୟୟନ କରେ ।
(କ) ଶିକ୍ଷା
(ଖ) ପରିବେଶ
(ଗ) ପରାମର୍ଶ
(ଘ) ଅସ୍ଵାଭାବିକ
Answer:
(ଖ) ପରିବେଶ

୨। ନିର୍ଜୀବ ଉପାଦାନମାନଙ୍କୁ ନେଇ ___________________ ପରିବେଶ ଗଠିତ ହୋଇଥାଏ ।
(କ) ଜୈବିକ
(ଖ) ଭୌତିକ
(ଗ) ସାମାଜିକ
(ଘ) ସାଂସ୍କୃତିକ
Answer:
(ଖ) ଭୌତିକ

୩। __________________ ପରିବେଶ ଅନ୍ତର୍ଗତ ମାନଦଣ୍ଡ, ରୀତିନୀତି ତଥା ସାମାଜିକୀକରଣ ଇତ୍ୟାଦି ଆସିଥାଏ ।
(କ) ଜୈବିକ
(ଖ) ପ୍ରାକୃତିକ
(ଗ) ସାମାଜିକ-ସାଂସ୍କୃତିକ
(ଘ) ଭୌତିକ
Answer:
(ଗ) ସାମାଜିକ-ସାଂସ୍କୃତିକ

CHSE Odisha Class 12 Psychology Unit 2 Questions and Answers in Odia Medium

୪। ମନୁଷ୍ୟ ଓ ତା’ର ମାନସିକ ପରିବେଶର ସଂପର୍କକୁ _______________ ‘ଜୀବନ କ୍ଷେତ୍ର’ ଭାବରେ ନାମିତ କରିଛନ୍ତି ।
(କ) ୱାଟସନ୍
(ଖ) ଲିୱିନ୍
(ଗ) ଉଣ୍ଡଟ୍
(ଘ) ଓଷ୍ଜିଙ୍ଗ
Answer:
(ଖ) ଲିୱିନ୍

୫। ପ୍ରତିମାନ ଓ ରୀତିନୀତି ______________________ ପରିବେଶର ଅନ୍ତର୍ଗତ ହୋଇଥାଏ ।
(କ) ସାମାଜିକ
(ଖ) ଭୌତିକ
(ଗ) ଜୈବିକ
(ଘ) ପ୍ର।କୃତିକ
Answer:
(କ) ସାମାଜିକ

୬। ଶକ୍ତି ଉତ୍ପାଦନ କେନ୍ଦ୍ରରୁ ___________________ ଗ୍ୟାସ ନିର୍ଗତ ହୋଇଥାଏ ।
(କ) ସଲଫର୍ ଡାଇଅକ୍ସାଇଡ୍
(ଖ) ଅମ୍ଳଜାନ
(ଗ) ଲିକୁଇଡ଼
(ଘ) ମିଥେନ୍
‍Answer:
(କ) ସଲ୍‌ଫର୍ ଡାଇଅକ୍ସାଇଡ୍

୭। ________________ ପ୍ରଦୂଷଣ କାରଣରୁ ମନଯୋଗ କମ୍ ହୋଇଥାଏ ।
(କ) ବାୟୁ
(ଖ) ଜଳ
(ଗ) ଶବ୍ଦ
(ଘ) ପ୍ର।କୃତିକ ବିପର୍ଯ୍ୟୟ
Answer:
(ଗ) ଶବ୍ଦ

୮। ଶବ୍ଦ ପରିମାଣ ଏକକୁ __________________ କୁହାଯାଏ ।
(କ) ଡ଼େସିବଲ୍
(ଖ) ଲିଟର
(ଗ) ମିଟର
(ଘ) ଡ଼େସିମିଟର
Answer:
(କ) ଡ଼େସିବଲ୍

୯। ପ୍ର।ୟତଃ ___________________ dB ପରିମାଣର ଶବ୍ଦ ଜଣେ ସାଧାରଣ ବ୍ୟକ୍ତି ନିମନ୍ତେ ଅନୁମୋଦିତ ପରିମାଣ ।
(କ) ୧୦୦ dB
(ଖ) ୮୫ dB
(ଗ) ୧୪୫ dB
(ଘ) ୯୫ dB
Answer:
(ଖ) ୮୫ dB

CHSE Odisha Class 12 Psychology Unit 2 Questions and Answers in Odia Medium

୧୦। ଏଆର କଣ୍ଡିସନର୍‌ରେ ________________ ଗ୍ୟାସ ବ୍ୟବହୃତ ହୋଇଥାଏ ।
(କ) ମିଥେନ
(ଖ) କ୍ଲୋରୋଫ୍ଲୋରୋ
(ଗ) ଅଙ୍ଗାରକାମ୍ଳ
‍(ଘ) ନାଇଟ୍ରସ ଅକ୍ୱ।ଇଡ଼
Answer:
(ଖ) କ୍ଲୋରୋଫ୍ଲୋରୋ

୧୧। ମୃତ ପ୍ରାଣୀର ଅବଶେଷରୁ ସୃଷ୍ଟ କୋଇଲା, ପ୍ରାକୃତିକ ଗ୍ୟାସ ଓ ତୈଳର ଦହନ ଏବଂ ଜଙ୍ଗଲ ପୋଡ଼ିରୁ __________________ ବାଷ୍ପ ବାହାରିଥାଏ ।
(କ) ଅଙ୍ଗାରକାମ୍ଳ
(ଖ) ମିଥେନ୍
(ଗ) କ୍ଲୋରୋଫ୍ଲୋରୋ କାର୍ବନ
(ଘ) ନାଇଟ୍ରସ ଅକ୍ସାଇଡ୍
Answer:
(କ) ଅଙ୍ଗାରକାମ୍ଳ

୧୨।__________________ମସ୍ତିଷ୍କ ଏବଂ ହୃଦୟକୁ ଅଧ‌ିକ ମାତ୍ରାରେ ଅମ୍ଳଜାନ ଗ୍ରହଣ କରିବାରେ ବାଧା ପହଞ୍ଚାଏ ।
(କ) କାର୍ବନ ମନୋକ୍ସାଇଡ଼
(ଖ) ଶବ୍ଦ
(ଗ) ଜଳ
(ଘ) ନାଇଟ୍ରସ ଅକ୍ସାଇଡ୍
Answer:
(କ) କାର୍ବନ ମନୋକ୍ସାଇଡ୍

ନିମ୍ନରେ ଦିଆଯାଇଥୁବା ଉକ୍ତିଗୁଡ଼ିକ “ଠିକ୍‌” କିମ୍ବା “ଭୁଲ” ଦର୍ଶାଅ ।
Question ୧।
ପରିବେଶ ମନୁଷ୍ୟର ବିକାଶ ଓ ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ ।
Answer:
ଠିକ୍ ।

Question ୨।
ସବୁଜ ଉଭିଦମାନଙ୍କୁ ନେଇ ଭୌତିକ ପରିବେଶ ସୃଷ୍ଟି ହୋଇଥାଏ ।
Answer:
ଭୁଲ୍ ।

Question ୩।
ଜୈବିକ ପରିବେଶକୁ ଅଶ୍ମମଣ୍ଡଳ, ବାରିମଣ୍ଡଳ ଓ ବାୟୁମଣ୍ଡଳ ଭାବେ ବିଭକ୍ତ କରାଯାଏ ।
Answer:
ଭୁଲ୍ ।

Question ୪।
ସାମାଜିକୀକରଣ ଓ ଲୋକାଚାର ପ୍ରଭୃତି ସାମାଜିକ ପରିବେଶର ଅନ୍ତର୍ଭୁକ୍ତ ।
Answer:
ଠିକ୍ ।

Question ୫। ଧନାତ୍ମକ ସ୍କୁଳାଣୁର ବୃଦ୍ଧି ଘଟିଲେ ମନୁଷ୍ୟର କର୍ମକୁଶଳତା ବୃଦ୍ଧିପାଏ ।
Answer:
ଭୁଲ୍ ।

CHSE Odisha Class 12 Psychology Unit 2 Questions and Answers in Odia Medium

Question ୬।
ଶବ୍ଦ ତୀବ୍ରତା 140 dB ହୋଇଥିଲେ ମନୁଷ୍ୟ ସେ ଶବ୍ଦକୁ ଅତି କ୍ଷୀଣ ଭାବରେ ଶୁଣିପାରେ ।
Answer:
ଭୁଲ୍ ।

Question ୭।
ମିଥେନ୍ ଗ୍ୟାସ୍‌କୁ ସବୁଜ ଗୃହ ଗ୍ୟାସ ଭାବେ ବିବେଚନା କରାଯାଏ ।
Answer:
ଠିକ୍ ।

Question ୮।
ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଦ୍ଵାରା ପରିବେଶ ପ୍ରଦୂଷିତ ହୁଏ ।
Answer:
ଭୁଲ୍

Question ୯।
ମନୁଷ୍ୟର ବିନା ହସ୍ତକ୍ଷେପ ବା ବିନା ସାହାଯ୍ୟରେ ଯେଉଁ ପରିବେଶ ସୃଷ୍ଟି ହୋଇଥାଏ ତାକୁ ପ୍ରାକୃତିକ ପରିବେଶ କୁହାଯାଏ ।
Answer:
ଠିକ୍ ।

Question ୧୦।
ଇତର ପୋଷାକ ନିଜର ପୃଷ୍ଟି ନିମନ୍ତେ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବରେ ସବୁଜ ଉଭିଦ ଓ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ଉପରେ ନିର୍ଭର କରନ୍ତି ।
Answer:
ଠିକ୍

Question ୧୧।
ଭୂମଣ୍ଡଳୀୟ ଉତ୍ତପ୍ତିକରଣ ସୂର୍ଯ୍ୟର ଉତ୍ତାପରେ ବୃଦ୍ଧି ହେତୁ ଘଟିଥାଏ ।
Answer:
ଭୁଲ୍ ।

Question ୧୨।
ମନୁଷ୍ୟ ଆଚରଣ ଉପରେ ଶବ୍ଦ ପ୍ରଦୂଷଣର ସକରାତ୍ମକ ପ୍ରଭାବ ଥାଏ ।
Answer:
ଭୁଲ ।

Question ୧୩।
ଶବ୍ଦକୁ ଡେସିମିଟର ମାପକରେ ମପାଯାଏ ।
Answer:
ଭୁଲ ।

Question ୧୪।
100 dB ପରିମାଣର ଶବ୍ଦ ମୃତ୍ୟୁ ଘଟାଇଥାଏ ।
Answer:
ଭୁଲ୍ ।

Question ୧୫।
ମନୁଷ୍ୟର ଆଚରଣରେ ପରବର୍ତ୍ତନ ଆସିଲେ ହିଁ ଏକ ନିର୍ମଳ ଓ ବିଶୁଦ୍ଧ ପରିବେଶ ସୃଷ୍ଟି ହେବ ।
Answer:
ଠିକ୍ ।

CHSE Odisha Class 12 Psychology Unit 2 Questions and Answers in Odia Medium

Question ୧୬।
ଜନଗହଳିର ଅନୁଭୂତି ସଂପୂର୍ଣ୍ଣ ବ୍ୟକ୍ତିଗତ ଅସ୍ବସ୍ତି ଓ ଶାରୀରିକ ଉତ୍ତେଜନା ସହିତ ସଂପୃକ୍ତ ।
Answer:
ଠିକ୍ ।

Question ୧୭।
କୋଳାହଳ ଶ୍ରବଣଜନିତ କ୍ଳାନ୍ତି ସୃଷ୍ଟି କରିନଥାଏ ।
Answer:
ଭୁଲ୍ ।

Question ୧୮।
ଅବାଞ୍ଛିତ ଓ ଶ୍ରୁତି କଟୁ ଶବ୍ଦକୁ କୋଳାହଳ କୁହାଯାଏ ।
Answer:
ଠିକ୍ ।

Question ୧୯।
ଭୌତିକ ପରିବେଶ ବିଭିନ୍ନ ନିର୍ଜୀବ ତତ୍ତ୍ଵଦ୍ୱାରା ଗଠିତ ହୋଇଥାଏ ।
Answer:
ଠିକ୍ ।

Question ୨୦।
ମନୁଷ୍ୟର ଆଚରଣ ପରିବେଶ ଦ୍ବାରା ପ୍ରଭାବିତ ହୋଇଥାଏ ।
Answer:
ଠିକ୍ ।

Question ୨୧।
ମନୋବୈଜ୍ଞାନିକ ୱାଟସନଙ୍କ ମତରେ ପରିବେଶ ହିଁ ମନୁଷ୍ୟର ବ୍ୟବହାର, ଆଚାର ବିଚାର ଓ ବ୍ୟକ୍ତିତ୍ଵକୁ ପୂର୍ଣ୍ଣମାତ୍ରାରେ ପ୍ରଭାବିତ କରିପାରେ ।
Answer:
ଠିକ୍ ।

Question ୨୨।
ପରମ୍ପରା, ପ୍ରଥା, ରାତିନୀତି, ସାମାଜିକୀକରଣ ଓ ଲୋକାଚାର ପ୍ରଭୃତି ସାମାଜିକ ପରିବେଶର ଅନ୍ତର୍ଭୁକ୍ତ ।
Answer:
ଠିକ୍ ।

Question ୨୩।
ଜନଗହଳି ଓ ଅପରାଧ ମଧ୍ୟରେ ସକାରାତ୍ମକ ସମ୍ବନ୍ଧ ରହିଛି ।
Answer:
ଠିକ୍ ।

Question ୨୪।
ଭୂ-ମଣ୍ଡଳୀୟ ତାପବୃଦ୍ଧି ପ୍ରଭାବରେ ବାୟୁମଣ୍ଡଳ ଓ ପାଣିପାଗର ବିଶେଷ ପରିବର୍ତ୍ତନ ଘଟି ନଥାଏ ।
Answer:
ଭୁଲ୍ ।

CHSE Odisha Class 12 Psychology Unit 2 Questions and Answers in Odia Medium

ଦୁଇନମ୍ୱର ସମ୍ୱଳିତ ପ୍ରଣ୍ନେ।ତ୍ତର

ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇ/ ତିନିଗୋଟି ବାକ୍ୟ ମଧ୍ୟରେ ଲେଖ ।
Question ୧।
ଭୌତିକ ପରିବେଶ କହିଲେ ତୁମେ କ’ଣ ବୁଝ ?
Answer:
ସ୍ଥାନ, ଭୂମି, ଜଳବାୟୁ, ପର୍ବତ ଓ ଖଣିଜ ପଦାର୍ଥ ଆଦି ନିର୍ଜୀବ ଉପାଦାନମାନଙ୍କୁ ନେଇ ଭୌତିକ ପରିବେଶ ଗଠିତ ହୋଇଥାଏ । ଏହି ଉପାଦାନଗୁଡ଼ିକ ନିଜେ ନିର୍ଜୀବ ଅଥଚ ସମଗ୍ର ସଜୀବ ଜଗତଙ୍କ ବଞ୍ଚିରହିବାରେ ଏମାନେ ସାହାଯ୍ୟ କରିଥାନ୍ତି । ଏଗୁଡିକ ପରିବେଶର ମୁଖ୍ୟ ଓ ମୂଳ ଉପାଦାନ କାରଣ ଏହି ଉପାଦାନମାନଙ୍କର ସନ୍ତୁଳନର ଅଭାବ ରହିଲେ ପ୍ରାଣୀଜଗତ ତିଷ୍ଠି ରହିବା ଅସମ୍ଭବ । ଭୌତିକ ପରିବେଶକୁ ଅଶ୍ମମଣ୍ଡଳ, ବାରିମଣ୍ଡଳ ଓ ବାୟୁମଣ୍ଡଳ ପରି, ତିନୋଟି ଭାଗରେ ବିଭକ୍ତ କରାଯାଇପାରେ । ଭୂଖଣ୍ଡର କଠିନ ସ୍ତରକୁ ଅଶ୍ମମଣ୍ଡଳ, ମହାସାଗର, ନଦୀ ଓ ଝରଣା ପ୍ରଭୃତି ଜଳଧାରାକୁ ବାରିମଣ୍ଡଳ ଏବଂ ଗ୍ୟାସ ମିଶ୍ରିତ ବାୟୁକୁ ବାୟୁମଣ୍ଡଳ କୁହାଯାଏ ।

Question ୨।
ପ୍ରାକୃତିକ ପରିବେଶ କାହାକୁ କୁହାଯାଏ ?
Answer:
ଭୂଖଣ୍ଡର ସଜୀବ ଓ ନିର୍ଜୀବ ପଦାର୍ଥକୁ ନେଇ ଗଠିତ ପରିବେଶକୁ ପ୍ରାକୃତିକ ପରିବେଶ କୁହାଯାଏ । ପ୍ରାକୃତିକ ପରିବେଶ ଏକ ସ୍ଵୟଂ ନିୟନ୍ତ୍ରିତ ପ୍ରକ୍ରିୟା । ଏହାର ଗଠନ ପ୍ରଣାଳୀ ଉପରେ ନିର୍ଭର କରି ପରିବେଶକୁ ଦୁଇଟି ଭାଗରେ ବିଭକ୍ତ କରାଯାଇପାରେ ଯଥା :-
(i) ଭୌତିକ ପରିବେଶ
(ii) ଜୈବିକ ପରିବେଶ
ପ୍ରାକୃତିକ ପରିବେଶ ମନୁଷ୍ୟର ସ୍ଥିତି, ଅବସ୍ଥା ଓ ବିକାଶ ପାଇଁ ଅପରିହାର୍ଯ୍ୟ ।

CHSE Odisha Class 12 Psychology Unit 2 Questions and Answers in Odia Medium

Question ୩।
ଜୈବିକ ପରିବେଶ କାହାକୁ କୁହାଯାଏ ?
Answer:
ସମସ୍ତ ଉଭିଦ ଓ ପ୍ରାଣୀମାନଙ୍କ ସଦୃଶ ସଜୀବ ଉପାଦାନମାନଙ୍କୁ ନେଇ ଜୈବିକ ପରିବେଶ ଗଠିତ ହୋଇଥାଏ । ତେଣୁ ଜୈବିକ ପରିବେଶକୁ ପ୍ରାଣୀ ପରିବେଶ ଓ ଉଭିଦ ପରିବେଶ ଭାବରେ ବିଭାଜନ କରାଯାଇପାରେ । ଏମାନେ ପରସ୍ପର ଉପରେ ନିର୍ଭର କରି ବଞ୍ଚୁରୁହନ୍ତି । ପରିପୋଷଣ ଦୃଷ୍ଟିରୁ ଏହି ଜୈବିକ ପରିବେଶକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ ଯଥା:- ସ୍ଵପୋଷକ ଓ ଉତ୍ତରପୋଷ । ଉଭିଦମାନେ ସ୍ଵପୋଷକ ଅଟନ୍ତି । କିନ୍ତୁ ମନୁଷ୍ୟସମେତ ବିଭିନ୍ନ ପ୍ରଣୀମାନେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଜୀବନଧାରଣ ନିମନ୍ତେ ଉତ୍ପାଦନକାରୀମାନଙ୍କ ଉପରେ ନିର୍ଭର କରନ୍ତି । ତେଣୁ ସେମାନଙ୍କୁ ଇତରପୋଷକ

Question ୪।
ପରିବେଶ ମନୋବିଜ୍ଞାନ କ’ଣ ?
Answer:
ମନୁଷ୍ୟର ସାମାଜିକ ବ୍ୟବହାରରେ ପରିବେଶର ଗୁରୁତ୍ଵ ଏବଂ ପରିବେଶ ଉପରେ ମନୁଷ୍ୟର ଆଚରଣର ପ୍ରଭାବର ଗୁରୁତ୍ଵ ଏବଂ ପରିବେଶ ଉପରେ ମନୁଷ୍ୟର ଆଚରଣର ପ୍ରଭାବର ଗୁରୁତ୍ବ ଦୃଷ୍ଟିରୁ ମନୋବିଜ୍ଞାନର ଏକ ସ୍ଵତନ୍ତ୍ର ଶାଖା ମନୁଷ୍ୟ ପର୍ଯ୍ୟବରଣ ସଂପର୍କ ଉପରେ ସ୍ଵତନ୍ତ୍ର ଅନୁଧ୍ୟାନ ଓ ଗବେଷଣା ଜାରି ରଖୁଛି, ତାହାକୁ ପରିବେଶ ମନୋବିଜ୍ଞାନ କୁହାଯାଏ । ପ୍ରାକୃତିକ ତଥା ମନୁଷ୍ୟକୃତ ପରିବେଶ ଏବଂ ମନୁଷ୍ୟର ଆଚରଣତ ପ୍ରକ୍ରିୟା ମଧ୍ୟରେ ଦ୍ବିପାକ୍ଷିକ ଓ ପାରସ୍ପରିକ ସଂପର୍କ ଅଧ୍ୟୟନ କରିବା ପରିବେଶ ମନୋବିଜ୍ଞାନର ମୂଳ ସାକ୍ଷୀ ।

ତିନି ନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର

ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଛଅଗୋଟି ବାକ୍ୟରେ ଲେଖ ।
Question ୧।
ପ୍ରାକୃତିକ ପରିବେଶ ଓ ମନୁଷ୍ୟକୃତ ପରିବେଶ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ।
Answer: ପ୍ରାକୃତିକ ପରିବେଶ
(i) ମନୁଷ୍ୟର ବିନା ହସ୍ତକ୍ଷେପର ଯେଉଁ ପରିବେଶ ସୃଷ୍ଟି ହୋଇଥାଏ ତାହାକୁ ପ୍ରାକୃତିକ ପରିବେଶ କୁହାଯାଏ ।
(ii) ପ୍ରାକୃତିକ ପରିବେଶ ଏକ ସ୍ଵୟଂ- ନିୟନ୍ତ୍ରିତ ପ୍ରକ୍ରିୟା, ଯେଉଁଥିରେ ମୁଖ୍ୟତଃ ଦୁଇଟି ଉପାଦାନ ଥାଏ ଯଥା- ସଜୀବ ଓ ନିର୍ଜୀବ ।
(iii) ଗଠନ ପ୍ରଣାଳୀ ଉପରେ ନିର୍ଭର କରି ପ୍ରାକୃତିକ ପରିବେଶକୁ ଦୁଇଟି ଭାଗରେ ବିଭକ୍ତ କରାଯାଇପାରେ ଯଥା- (କ) ଭୌତିକ ପରିବେଶ (ଖ) ଜୈବିକ ପରିବେଶ ।

ମନୁଷ୍ୟକୃତ ପରିବେଶ
(i) ମନୁଷ୍ୟ ନିଜ ସୁଖ, ସ୍ୱାର୍ଥ ଓ ସୁବିଧା ପାଇଁ ଯେଉଁ ପରିବେଶ ସୃଷ୍ଟି କରିଥାଏ ତାହାକୁ ମନୁଷ୍ୟକୃତ ପରିବେଶ କୁହାଯାଏ ।
(ii) ସାମାଜିକ ପରିବେଶ ମନୁଷ୍ୟକୃତ ପରିବେଶ ବୋଲି ବିଚାର କରାଯାଏ । ପରମ୍ପରା, ପ୍ରଥା, ରୀତିନୀତି,
(iii) ମନୁଷ୍ୟକୃତ ପରିବେଶ ସାଂସ୍କୃତିକ ପରିବେଶର ସୁରକ୍ଷା ପାଇଁ ହିଁ ଗଠିତ ହୋଇଥାଏ ।

Question ୨।
ସବୁଜଗୃହ ପ୍ରଭାବ କହିଲେ କ’ଣ ବୁଝାଯାଏ ?
Answer:
ଶୀତପ୍ରଧାନ ଅଞ୍ଚଳମାନଙ୍କରେ ବୃକ୍ଷରାଜିର ବୃଦ୍ଧି ନିମନ୍ତେ ସୂର୍ଯ୍ୟାଲୋକରୁ କମ୍ ଉତ୍ତାପ ମିଳେ । ତେଣୁ ଆବଶ୍ୟକ ପରିମାଣର ଉତ୍ତାପକୁ ସଂଗ୍ରହ କରିବା ଲକ୍ଷ୍ୟରେ ଗଛଲତାଗୁଡ଼ିକୁ ଆବୃତ କରି ଏକ ବିରାଟ କାଚ ଘର ନିର୍ମାଣ କରାଯାଏ । ଏହାକୁ ସବୁଜଗୃହ କୁହାଯାଏ । ଏହି ଗୃହର ଛାତ କାଚର ଢ଼ାଙ୍କୁଣି ସଦୃଶ, ଯାହା ମଧ୍ୟ ଦେଇ ସୂର୍ଯ୍ୟାଲୋକ ଗୃହ ମଧ୍ୟକୁ ପ୍ରବେଶ କରେ; କିନ୍ତୁ ଗୃହ ବାହାରକୁ ନିର୍ଗମନ ହୁଏ ନାହିଁ । ଫଳରେ ଆବଶ୍ୟକ ପରିମାଣର ତାପ ଗୃହ ମଧ୍ୟରେ ବଜାୟ ରହି ଗଛପତ୍ରର ବୃଦ୍ଧିରେ ସହାୟକ ହୋଇଥାଏ ।

ଆମର ଧରାପୃଷ୍ଠ ସଦୃଶ ଏବଂ ପୃଥ‌ିବୀକୁ ଘେରି ରହିଥିବା ବାୟୁମଣ୍ଡଳ ଗୃହର ଢାଙ୍କୁଣି ପରି । ମନୁଷ୍ୟର ବ୍ୟବହାରରୁ ସ୍ପଷ୍ଟ ଅଙ୍ଗାରକାମ୍ଳ, ମିଥେନ ଏବଂ କ୍ଲୋରୋଫ୍ଲୋରୋ କାର୍ବନ ପରି ତିନିଗୋଟି ମୁଖ୍ୟ ସବୁଜଗୃହ ବାଷ୍ପ ବାୟୁମଣ୍ଡଳରେ ମାତ୍ରାଧ୍ଵକ ପରିମାଣରେ ମିଶିଥାନ୍ତି । ପୃଥବୀ ପୃଷ୍ଠରୁ ବିକିରଣ ହେଉଥ‌ିବା ଅତିରିକ୍ତ ତାପକୁ ଏହି ବାଷ୍ପମାନଙ୍କର ବଳୟ ବାୟୁମଣ୍ଡଳ ବାହାରକୁ ନିର୍ଗମନ ନିମନ୍ତେ ବାଧା ଦେବା ସହିତ ଧାରଣା କରିଥାନ୍ତି । ଏହାର ଫଳସ୍ଵରୂପ ବାୟୁମଣ୍ଡଳ ଅଧିକ ଉତ୍ତପ୍ତ ହୋଇଥାଏ । ଏପରି ପ୍ରଭାବକୁ “ସବୁଜ ଗୃହ ପ୍ରଭାବ” କୁହାଯାଏ ।

CHSE Odisha Class 12 Psychology Unit 2 Questions and Answers in Odia Medium

Question ୩।
ଭୂମଣ୍ଡଳୀୟ ତାପମାତ୍ରାରେ ବୃଦ୍ଧିର ପ୍ରଭାବ ଦର୍ଶାଅ |
Answer:
ଭୂମଣ୍ଡଳୀୟ ତାପମାତ୍ରା ବୃଦ୍ଧିର ପ୍ରଭାବ :-
(କ) Pittock ମତରେ ଭୂମଣ୍ଡଳର ହାରାହାରି ତାପମାତ୍ରାରେ ଅଳ୍ପ କିଛି ଡିଗ୍ରୀ ସେଲସିଅସ୍ ବୃଦ୍ଧି ଘଟିଲେ ଏହା ମାନବ ସମାଜ, କୃଷିକାର୍ଯ୍ୟ ଓ ଫସଲର ଘୋର କ୍ଷତି ଘଟାଇଥାଏ ।
(ଖ) ଏହି ତାପମାତ୍ରା ବୃଦ୍ଧି ଯୋଗୁଁ ଉତ୍ତର ଓ ଦକ୍ଷିଣ ମେରୁ ଏବଂ ଅନ୍ୟାନ୍ୟ ପାର୍ବତ୍ୟାଞ୍ଚଳର ବିଶାଳ ତୁଷାରଖଣ୍ଡମାନ ତରଳି ସମୁଦ୍ରର ଜଳସ୍ତରରେ ବୃଦ୍ଧି ଘଟାଇବେ । ଫଳସ୍ଵରୂପ ଭୂଖଣ୍ଡର ଅନେକ ଉପକୂଳ ଅଞ୍ଚଳ ଓ ଦ୍ଵୀପ ଜଳମଗ୍ନ ହୋଇ ନିଶ୍ଚିହ୍ନ ହୋଇଯିବ ।
(ଗ) ଭୂମଣ୍ଡଳୀୟ ତାପମାତ୍ରା ବୃଦ୍ଧିର ପ୍ରଭାବରେ ବାୟୁମଣ୍ଡଳ ଓ ପାଣିପାଗରେ ବିଶେଷ ପରିବର୍ତ୍ତନ ଘଟିବ । ବୈଜ୍ଞାନିକଙ୍କ ହିସାବରେ ଏହି ସବୁଜଗୃହ ପ୍ରଭାବ ଦ୍ଵାରା ବନ୍ୟା, ବାତ୍ୟା ଓ ଝଡ଼ ପରି ପ୍ରାକୃତିକ ବିପର୍ଯ୍ୟୟମାନ ବିଭୀଷିକା ସୃଷ୍ଟି କରି ପୃଥ‌ିବୀକୁ ଅସ୍ତବ୍ୟସ୍ତ କରିଦେବେ ।

Question ୪।
ମନୁଷ୍ୟ ଓ ପରିବେଶ ସଂପର୍କ ସମ୍ବନ୍ଧରେ ସଂକ୍ଷେପରେ ବର୍ଣ୍ଣନା କର ।
Answer:
ପରିବେଶ ମନୁଷ୍ୟର ବ୍ୟବହାରକୁ ଏବଂ ମନୁଷ୍ୟର ବ୍ୟବହାର ପରିବେଶକୁ ବହୁଳଭାବରେ ପ୍ରଭାବିତ କରିଥାଏ । ମନସ୍ତତ୍ତ୍ବବିତ୍ରମାନଙ୍କ ମତରେ ମନୁଷ୍ୟର ଆଚରଣ ପରିବେଶ ଦ୍ବାରା ପ୍ରଭାବିତ ହୋଇଥାଏ । ପ୍ରଖ୍ୟାତ ମନୋବୈଜ୍ଞାନିକ ୱାଟସନଙ୍କ ମତରେ ପରିବେଶ ହିଁ ମନୁଷ୍ୟର ବ୍ୟବହାର, ଆଚାର ବିଚାର ଓ ବ୍ୟକ୍ତିତ୍ଵକୁ ପୂର୍ଣ୍ଣମାତ୍ରାରେ ପ୍ରଭାବିତ କରିଥାଏ । ପରିବେଶ ଉପରେ ଅଧୁକ ଗୁରୁତ୍ବାରୋପ କରି ୱାଟସନ କହନ୍ତି ଶିଶୁର ପରିବେଶକୁ ନିୟନ୍ତ୍ରିତ କରି ଯେକୌଣସି ସାଧାରଣ ଶିଶୁକୁ ତାଲିମ୍ ଦେଇ ତାକୁ ଯେକୌଣସି କ୍ଷେତ୍ରରେ ବିଶେଷଜ୍ଞ କରିହେବ ଏବଂ ଶିଶୁଟି ସେହି କ୍ଷେତ୍ରରେ ପାରଦର୍ଶିତା ମଧ୍ୟ ଲାଭ କରିପାରିବ ।

ଅନ୍ୟପକ୍ଷରେ ମନୁଷ୍ୟର ବ୍ୟବହାର ମଧ୍ୟ ପରିବେଶର ଅବକ୍ଷୟରେ ଭାଗୀଦାର ହୋଇଥାଏ । ଜନସଂଖ୍ୟାର ବୃଦ୍ଧି, ଆଧୁନିକ ସଭ୍ୟତାର ଉତ୍କର୍ଷ ପାଇଁ ଔଦ୍ୟୋଗିକ କ୍ଷେତ୍ରର ବହୁଳ ପ୍ରତିଷ୍ଠା, ଯାନବାହନ ଚଳାଚଳାର ବ୍ୟାପକ ବୃଦ୍ଧି କରି ମାନବ ସମାଜ ପ୍ରାକୃତିକ ବିଭବକୁ ପ୍ରଚୁର ଭାବରେ ଲୁଣ୍ଠନ କରିଚାଲିଛି । ଶକ୍ତି ଉତ୍ସର ଦୁରୂପଯୋଗ, ସୁଖସ୍ବାଚ୍ଛନ୍ଦ୍ୟ ପାଇଁ ବନ୍ୟ ସଂପଦର ଧ୍ୱଂସ, ଜଳ ସଂପଦର ଯଥେଚ୍ଛାଚାର ବ୍ୟବହାର, ଶବ୍ଦ ପ୍ରଦୂଷଣ, ଦୂଷିତ ଓ ବର୍ଜ୍ୟବସ୍ତୁର ଅବ୍ୟବସ୍ଥିତ ନିଷ୍କାସନ ମନୁଷ୍ୟ ଦ୍ଵାରା ହିଁ କରାଯାଇଥାଏ । ମନୁଷ୍ୟର ଏ ପ୍ରକାର ଆଚରଣ ପରିବେଶକୁ ନଷ୍ଟ କରେ ।

Question ୫।
ମନୁଷ୍ୟକୃତ ପରିବେଶ ସମ୍ବନ୍ଧରେ ବର୍ଣ୍ଣନା କର ।
Answer:
ମନୁଷ୍ୟ ନିଜ ସୁଖ, ସ୍ଵାର୍ଥ ଓ ସୁବିଧା ପାଉଁ ଯେଉଁ ପରିବେଶ ସୃଷ୍ଟି କରିଥାଏ ତାହାକୁ ମନୁଷ୍ୟକୃତ ପରିବେଶ କୁହାଯାଏ । ମନୁଷ୍ୟ ନିଜର ଅସ୍ତିତ୍ବ ଓ ନିରାପତ୍ତାକୁ ଅକ୍ଷୁଣ୍ଣ ରଖୁବା ନିମନ୍ତେ ସାମାଜିକ, ସାଂସ୍କୃତିକ ପରିବେଶ ଏବଂ ଅର୍ଥନୈତିକ କ୍ରିୟାକଳାପରେ ସଂପୃକ୍ତ ହୋଇଥାଏ । ଫଳତଃ ସାମାଜିକ ପରିବେଶ, ସାଂସ୍କୃତିକ ପରିବେଶ ଏବଂ ଅର୍ଥନୈତିକ ପରିବେଶକୁ ସେ ନିଜେ ସୃଷ୍ଟି କରିଥାଏ । ସାମାଜିକ ପରିବେଶକୁ ମନୁଷ୍ୟକୃତ ପରିବେଶ କୁହାଯାଏ । ସାମାଜିକ ସଂପର୍କ ସ୍ଥାପନ, ବଂଧୁତ୍ଵ ପ୍ରତିଷ୍ଠା, ପରିବାର ଗଠନ, ସାମାଜିକ ଶୃଙ୍ଖଳା ନିମନ୍ତେ ବିଧ୍ଵବିଧାନ ପ୍ରଣୟନ, ସାମାଜିକ ମାନଦଣ୍ଡ ନିର୍ଦ୍ଧାରଣ ଇତ୍ୟାଦି ମନୁଷ୍ୟର ସାମାଜିକ ପରିବେଶର ଅନ୍ତର୍ଗତ ।

ପରମ୍ପରା, ପ୍ରଥା, ରୀତିନୀତି, ସାମାଜିକୀକରଣ ଓ ଲୋକାଚାର ପ୍ରଭୃତି ସାମାଜିକ ପରିବେଶର ଅନ୍ତର୍ଭୁକ୍ତ ହୋଇଥ‌ିବାରୁ ସାମାଜିକ ପରିବେଶକୁ ସାଂସ୍କୃତିକ ପରିବେଶ ମଧ୍ୟ କୁହାଯାଏ । ମନୁଷ୍ୟକୃତ ପରିବେଶ ସାଂସ୍କୃତିକ ପରିବେଶର ସୁରକ୍ଷା ପାଇଁ ଗଠିତ ହୋଇଥାଏ । ଜୀବନଧାରଣ ନିମନ୍ତେ ମନୁଷ୍ୟ ପ୍ରାକୃତିକ ପରିବେଶରୁ ଯେଉଁ ଉପାଦାନମାନଙ୍କୁ ସଂଗ୍ରହ, ବିନିଯୋଗ, ଉତ୍ପାଦନ, ଉତ୍ତୋଳନ ବିନିମୟ ଏବଂ ରୂପାନ୍ତରିତ କରିବା ନିମନ୍ତେ କାର୍ଯ୍ୟକରେ ତାହା ଅର୍ଥନୈତିକ ପରିବେଶକୁ ଗଠନ କରିଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧।
ପରିବେଶ ଉପରେ ମନୁଷ୍ୟ ବ୍ୟବହାରର ପ୍ରଭାବ ସଂପର୍କରେ ବର୍ଣନା କର ।
Answer:
ପରିବେଶ ମନୁଷ୍ୟର ମନ, ଶରୀର ଓ ବ୍ୟବହାର ଉପରେ ଯେପରି ତା’ର ପ୍ରଭାବ ପକାଇଥାଏ ସେହିପରି ମନୁଷ୍ୟର ଜୀବନଶୈଳୀ ଓ ଆଚରଣ ପରିବେଶକୁ ସେହିଭଳି ଭାବରେ ପ୍ରଭାବିତ କରିଥାଏ । ପରିବେଶ ଉପରେ ଗୋଟିଏ ବ୍ୟକ୍ତିର ଆଚରଣର ପ୍ରଭାବ ଅତି ନଗଣ୍ୟ ବୋଲି ମନେ ହେଉଥିଲେ ମଧ୍ୟ, ପୃଥ‌ିବୀ ପୃଷ୍ଠରେ ବସବାସ କରୁଥିବା କୋଟି କୋଟି ନରନାରୀଙ୍କର ଆଚରଣ ଏକତ୍ରିତ ହୋଇ ପରିବେଶକୁ କେବଳ ପ୍ରଭାବିତ କରେ ତାହାନୁହେଁ ବରଂ ପରିବର୍ତ୍ତନ କରିପାରିବାରେ ମଧ୍ୟ ସକ୍ଷମ ହୋଇଥାଏ ।

ଅଧୂକନ୍ତୁ ଦୂଷିତ ପରିବେଶ ମନୁଷ୍ୟ ଜୀବନ ଉପରେ ମାରାତ୍ମକ ପ୍ରତିକୂଳ ପ୍ରଭାବ ସୃଷ୍ଟି କରିଛି । ଠିକ୍ ସେହିଭଳି ପରିବେଶକୁ ଅଧୁକ ଅଧ‌ିକ ପ୍ରଦୂଷିତ କରି ଚାଲିଛି ମନୁଷ୍ୟର ବ୍ୟବହାର । ପରିବେଶ ଉପରେ ମନୁଷ୍ୟ ବ୍ୟବହାରର ପ୍ରଭାବ :

(କ) ପ୍ରାକୃତିକ ସଂପଦର ଅପଚୟ :-
ବିଶ୍ଵର ବିପୁଳ ଜନ ସମୁଦାୟ ଜୀବନଧାରଣ ନିମନ୍ତେ ଜଳ, ଭୂମି, ବାୟୁ, ଧାତବ ଓ ଖଣିଜ ପଦାର୍ଥ, ଜଙ୍ଗଲ ଇତ୍ୟାଦି ପ୍ରାକୃତିକ ସଂପଦକୁ ବହୁମାତ୍ରାରେ ବ୍ୟବହାର କରିଚାଲିଛି । ଆବଶ୍ୟକୀୟ ଚାହିଦାକୁ ମେଣ୍ଟେଇବା ନିମନ୍ତେ କୋଇଲା, ବାଷ୍ପ, ଜୈବିକ ଇନ୍ଧନ ବା ପେଟ୍ରୋଲିୟମ ଭଳି ପୁନଃ ଉତ୍ପତ୍ତି ହୋଇପାରୁନଥିବା ପ୍ରାକୃତିକ ସଂପଦର ବହୁଳ ବ୍ୟବହାର କରୁଛି । ଶକ୍ତିର ଏହି ଉତ୍ସଗୁଡ଼ିକ ଶହେ ବା ତତୋଽଧ‌ିକ ବର୍ଷ ଧରି ପ୍ରାକୃତିକ ସଂଚୟର ଫଳାଫଳ ।

ଏପରିକି ଜଙ୍ଗଲ, ପ୍ରାଣୀ ଓ ଜଳ ପରି ପୁନଃ ଉତ୍ପଭିଯୋଗ୍ୟ ପ୍ରାକୃତିକ ସଂପଦର ବ୍ୟବହାର ମନୁଷ୍ୟ ଏପରି ପରିମାଣରେ ବ୍ୟବହାର କରିବା ସଙ୍ଗେ ସଙ୍ଗେ ଅପଚୟ କରିଚାଲିଛି ଯେ ଖୁବ୍ ଶୀଘ୍ର ଏଗୁଡ଼ିକର ଅଭାବ ମଧ୍ୟ ଅନୁଭୂତ ହେବ । ପ୍ରକୃତିର ସମତା ରକ୍ଷା କରିବାର ଦକ୍ଷତା ଅଛି ସତ୍ୟ; କିନ୍ତୁ ମନୁଷ୍ୟର ବେପରୁଆ ମନୋବୃତ୍ତି ଓ ବ୍ୟବହାର ଜଳବାୟୁର ଘୋର ଅଭାବ ପରିଲକ୍ଷିତ ହେବ । ସୁତରାଂ ପ୍ରାକୃତିକ ସଂପଦର ମାତ୍ରାଧ‌ିକ ଅପଚୟ ପରିଶେଷରେ ମାନବଜାତିର ଅଶେଷ କ୍ଷତିସାଧନ କରିପାରେ । ଏଣୁ ପ୍ରାକୃତିକ ସଂପଦର ସଂରକ୍ଷଣ ଓ ସୁରକ୍ଷା ନିହାତି ଆବଶ୍ୟକ ଅଟେ ।

CHSE Odisha Class 12 Psychology Unit 2 Questions and Answers in Odia Medium

(ଖ) ଆବର୍ଜନା ସୃଷ୍ଟି :-
ଲାଗିଛି । ବାସଗୃହ ଏବଂ ଶିଳ୍ପାନୁଷ୍ଠାନ ଓ କଳକାରଖାନାରୁ ପ୍ରଚୁର ପରିମାଣର ବିଷାକ୍ତ ଏବଂ ଦୂଷିତ ପଦାର୍ଥ ନିଷ୍କାସିତ ହୋଇ ଜଳଉତ୍ସ ନଦନଦୀ, ଭୂତଳ ଜଳ ଏବଂ ସମୁଦ୍ରକୁ ପ୍ରଦୂଷିତ କରୁଛନ୍ତି । ଗଙ୍ଗା ଓ ଯମୁନା ନଦୀ କୂଳରେ ବଡ଼ ବଡ଼ ସହର ଓ ଶିଳ୍ପାନୁଷ୍ଠାନ ଗଢ଼ିଉଠିଛି । ଫଳରେ ସହର ଓ ଶିଳ୍ପମାନଙ୍କରୁ ନିର୍ଗତ ଦୂଷିତ ପଦାର୍ଥ ଏହି ନଦୀମାନଙ୍କର ଜଳକୁ ଅଧିକରୁ ଅଧିକ ପ୍ରଦୂଷିତ କରୁଛି । ବିଭିନ୍ନ ପ୍ରକାରର ଜଳଚର ପ୍ରାଣୀ ପ୍ରଦୂଷିତ ଜଳ ଯୋଗୁଁ ଲୋପ ପାଇବାରେ ଲାଗିଛନ୍ତି ।

ବର୍ଜ୍ୟବସ୍ତୁ ଏବଂ ଆବର୍ଜନା ବାୟୁମଣ୍ଡଳକୁ ଅନେକ ବିଷାକ୍ତ ଉପାଦାନ ନିର୍ଗତ କରି ବାୟୁ ପ୍ରଦୂଷଣ ମଧ୍ୟ ସୃଷ୍ଟି କରୁଛନ୍ତି । ଇଲେକ୍ଟ୍ରୋନିକ୍ ଉପକରଣ ଏବଂ ପଲିଥୁନ୍ ଓ ପ୍ଲାଷ୍ଟିକ୍ ବ୍ୟାଗରେ ବହୁଳବ୍ୟବହାର ଆମ ପରିବେଶ ନିମନ୍ତେ ବର୍ତ୍ତମାନ ମୁଖ୍ୟ ବିଚାର କାରଣ ହୋଇଛି । ତେବେ ବର୍ଜ୍ୟବସ୍ତୁର ସୁପରିଚାଳନା ହୋଇଛି । ତେବେ ବର୍ଜ୍ୟବସ୍ତୁର ସୁପରିଚାଳନା ଓ ତାକୁ ପୁନଃବ୍ୟବହାରକ୍ଷମ କରାଯାଇପାରିଲେ ପରିବେଶ କିଛିମାତ୍ରାରେ ପ୍ରଦୂଷିତ ହେବାରୁ ରକ୍ଷା ପାଇପାରିବ ।

(ଗ) ଭୂମଣ୍ଡଳୀୟ ଉତ୍ତପ୍ତିକରଣ (Global Warming):-
ଦୀର୍ଘକାଳ ଧରି ମନୁଷ୍ୟର ବ୍ୟବହାର ପରିବେଶକୁ ପ୍ରଭାବିତ କରିଆସୁଛି । ପେଟ୍ରୋଲ ଓ ଡିଜେଲ ପରି ଜୈବିକ ଇନ୍ଧନର ଦହନ, ଜଙ୍ଗଲ କ୍ଷୟ, କୋଇଲାର ଦହନରୁ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗତ ହୁଏ । ଧାନଚାଷ, ବନାଗ୍ନି, କୋଇଲାଖଣି, ଆବର୍ଜନା, ବର୍ଜ୍ୟବସ୍ତୁ ଆଦିରୁ ମିଥେନ୍ ନିର୍ଗତ ହୋଇଥାଏ । ଶୀତଳୀକରଣ ନିମନ୍ତେ ଶୀତଳ ଭଣ୍ଡାର, ରେଫ୍ରିଜରେଟର ଓ ଏୟାରକଣ୍ଡିସନରମାନଙ୍କରେ ବିଷାକ୍ତ କ୍ଲୋରୋଫ୍ଲୋରା କାର୍ବନ ଗ୍ୟାସ ବ୍ୟବହାର କରାଯାଉଛି । କୃଷିକ୍ଷେତ୍ରରେ ବ୍ୟବହୃତ ବିଭିନ୍ନ ରାସାୟନିକ ସାରର ବ୍ୟବହାରରୁ ନାଇଟ୍ରସ ଅକ୍ସାଇଡ୍ ଗ୍ୟାସ ବାହାରିଥାଏ ।

ଏହିସବୁ ବାଷ୍ପର ଘନତ୍ଵ ବାୟୁମଣ୍ଡଳର କ୍ଷୋଭମଣ୍ଡଳ (Troposphere)ରେ ବୃଦ୍ଧି ପାଇ ଏହା ପୃଥିବୀ ପୃଷ୍ଠରୁ ବିକିରଣ ହେଉଥ‌ିବା ସୂର୍ଯ୍ୟତାପକୁ ବାୟୁମଣ୍ଡଳ ବାହାରକୁ ନିର୍ଗମନ କରାଇ ଦିଏ ନାହିଁ । ଫଳରେ ପୃଥ‌ିବୀ ପୃଷ୍ଠର ଉତ୍ତାପ ସ୍ଵାଭାବିକ ମାତ୍ରାଠାରୁ ଅଧ‌ିକ ହୋଇଯାଏ । ପୁନଶ୍ଚ ବାୟୁମଣ୍ଡଳର ବହିଃସ୍ତର ଯାହାକୁ ସମତାପମଣ୍ଡଳ(Stratosphere) କୁହାଯାଏ ସେଥ‌ିରେ ଓଜୋନ ଗ୍ୟାସର ଏକ ବଳୟ ଥାଏ । ଏହି ବଳୟରେ ଅନେକ ରନ୍ଧ୍ର ମୁଖ୍ୟତଃ କ୍ଲୋରୋଫୋରୋ କାର୍ବନ ଯୋଗୁଁ ସୃଷ୍ଟି ହୋଇଥାଏ । ୧୯୭୦ ଦଶକରେ ଆଶ୍ଚର୍ଟିକା ମହାଦେଶର ସମତାପମଣ୍ଡଳରେ ଏପରି ରନ୍ଧ୍ର ପ୍ରଥମେ ବ୍ରିଟେନ୍ ଦ୍ଵାରା ଆବିଷ୍କୃତ ହୋଇଥିଲା । ସୂର୍ଯ୍ୟାଲୋକରୁ ଆସୁଥିବା ଅତିବାଇଗଣୀ ରଶ୍ମି (Ultra Violet Ray) ଉକ୍ତ ରନ୍ଧ୍ର ମଧ୍ୟ ଦେଇ ପୃଥ‌ିବୀ ପୃଷ୍ଠରେ ପହଞ୍ଚିଥାଏ ।

ଏହା ପୃଥିବୀକୁ ଏକ ଉତ୍ତପ୍ତ ପିଣ୍ଡରେ ପରିଣତ କରିଛି । ଏ ସମସ୍ତ କାରକମାନେ ଭୂମଣ୍ଡଳୀୟ ତାପବୃଦ୍ଧିରେ ସହାୟକ ହୋଇଥାନ୍ତି । ଭୂମଣ୍ଡଳୀୟ ତାପବୃଦ୍ଧି ସହିତ ଅଧିକ ଝଡ଼ବାତ୍ୟା, କାଳବୈଶାଖୀ, ସୁନାମୀ ଏବଂ ଜଳବାୟୁରେ ଅବାଞ୍ଛିତ ପରିବର୍ତ୍ତନ ଘଟୁଛି । ଏହା ସହିତ ମେରୁ ଅଞ୍ଚଳର ହିମ ପର୍ବତ ସବୁ ତରଳିବା ଫଳରେ ସମୁଦ୍ରର ଜଳପତ୍ତନ ପ୍ରତି ପାଞ୍ଚ ବର୍ଷରେ ଏକ ଇଞ୍ଚ ପରି ବଢ଼ି ଚାଲିଛି । ଲକ୍ଷ୍ୟ କରାଯାଉଛି ମାଳଦ୍ଵୀପ ପୁଞ୍ଜର ତିନିଗୋଟି ଦ୍ଵୀପ ସମୁଦ୍ରର କରାଳଗର୍ଭରେ ଲୀନ ହୋଇ ସାରିଲେଣି ଏବଂ ସମୁଦ୍ର ନିକଟବର୍ତ୍ତୀ ସ୍ଥଳଭୂମି ଜଳମଗ୍ନ ହେବାରେ ଲାଗିଛନ୍ତି ।

(ଘ) ଉତ୍ତପ୍ତଦ୍ଵୀପ ପ୍ରଭାବ:-
କର୍ମସଂସ୍ଥାନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗର ଅନ୍ଵେଷଣ ନିମନ୍ତେ ଗ୍ରାମାଞ୍ଚଳରୁ ଅଧ‌ିକ ଲୋକ ସହରାଭିମୁଖୀ ହେଉଛନ୍ତି । ଫଳରେ ସହରାଞ୍ଚଳ ଜନାକୀର୍ଣ୍ଣ ହେବା ସହିତ ଅଧୂକ ଲୋକମାନଙ୍କର ବସବାସ ନିମନ୍ତେ ବହୁତଳ କଂକ୍ରିଟ୍ ଅଟ୍ଟାଳିକା ଏବଂ ରାସ୍ତାଘାଟର ନିର୍ମାଣ ବଢ଼ିଚାଲିଛି । କଂକ୍ରିଟ ସଦୃଶ ନିର୍ମାଣ ଉପାଦାନ ଉତ୍ତପ୍ତକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଧାରଣ କରନ୍ତି ।

CHSE Odisha Class 12 Psychology Unit 2 Questions and Answers in Odia Medium

ଫଳରେ ସହରର ବଳୟ ବାହାରେ ଥିବା ଅଞ୍ଚଳ ତୁଳନାରେ ସହରର ଆଭ୍ୟନ୍ତରୀଣ ଅଞ୍ଚଳର ହାରାହାରି ତାପମାନ ଅଧିକ ହୋଇଥାଏ । ଯେତେବେଳେ ବାୟୁର ବେଗ କମ୍ ଥାଏ ଏହି ପାର୍ଥକ୍ୟ ଦିନ ଅପେକ୍ଷା ରାତ୍ରିରେ ଅଧ‌ିକ ହୋଇଥାଏ । ଏହାକୁ ଉତ୍ତପ୍ତ ଦ୍ଵୀପ ପ୍ରଭାବ କୁହାଯାଏ । ଲ୍ୟାକ୍ ହୋୱାର୍ଡ଼ ୧୮୧୦ ଦଶକରେ ଏହି ପ୍ରଭାବ ସଂପର୍କରେ ପ୍ରଥମେ ଅନୁଧ୍ୟାନ କରିଥିଲେ । ନୂଆ ସହର ସୃଷ୍ଟି କରିବା ସହ ପରିବେଶ ପ୍ରତି ଦୃଷ୍ଟି ଦେବା ଉପରେ ମିଳିତ ଜାତିସଂଘ ୨୦୧୪ ମସିହା ଏପ୍ରିଲ୍ ୨୨ତାରିଖରେ ପାଳନ କରୁଛି ବିଶ୍ଵ ଧରିତ୍ରୀ ଦିବସ ଏବଂ ଏହାର ସ୍ଲୋଗାନ ରହିଛି “ ସବୁଜ ସହର” ।

(ଙ) ସବୁଜଗୃହ ପ୍ରଭାବ (Green House Effect):-
ଶୀତପ୍ରଧାନ ଅଞ୍ଚଳମାନଙ୍କରେ ବୃକ୍ଷରାଜିର ବୃଦ୍ଧି ନିମନ୍ତେ ସୂର୍ଯ୍ୟାଲୋକରୁ କମ୍ ଉତ୍ତାପ ମିଳେ । ତେଣୁ ଆବଶ୍ୟକ ପରିମାଣର ଉତ୍ତାପକୁ ସଂଗ୍ରହ କରିବା ଲକ୍ଷ୍ୟରେ ଗଛଲତାଗୁଡ଼ିକୁ ଆବୃତ କରି ଏକ ବିରାଟ କାଚଘର ନିର୍ମାଣ କରାଯାଏ । ଏହାକୁ ସବୁଜ ଗୃହ କୁହାଯାଏ । ଏହି ଗୃହର ଛାତ କାଚର ଢ଼ାଙ୍କୁଣି ସଦୃଶ, ଯାହା ମଧ୍ୟ ଦେଇ ସୂର୍ଯ୍ୟାଲୋକ ଗୃହ ମଧ୍ୟକୁ ପ୍ରବେଶ କରେ; କିନ୍ତୁ ଗୃହ ବାହାରକୁ ନିର୍ଗମନ ହୁଏ ନାହିଁ । ଫଳରେ ଆବଶ୍ୟକ ପରିମାଣର ତାପ ଗୃହମଧ୍ୟରେ ବଜାୟ ରହି ଗଛପତ୍ରର ବୃଦ୍ଧିରେ ସହାୟକ ହୁଏ ।

ଆମର ଧରାପୃଷ୍ଠ ଏହି ସବୁଜଗୃହ ସଦୃଶ ଏବଂ ପୃଥ‌ିବୀକୁ ଘେରି ରହିଥିବା ବାୟୁମଣ୍ଡଳ ଗୃହର ଢ଼ାଙ୍କୁଣି ପରି । ମନୁଷ୍ୟର ବ୍ୟବହାରରୁ ସୃଷ୍ଟ ଅଙ୍ଗାରକାମ୍ଳ, ମିଥେନ ଏବଂ କ୍ଲୋରୋଫ୍ଲୋରୋ କାର୍ବନ ପରି ତିନିଗୋଟି ମୁଖ୍ୟ ସବୁଜଗୃହ ବାଷ୍ପ ବାୟୁମଣ୍ଡଳରେ ମାତ୍ରାଧ୍ଵକ ପରିମାଣରେ ମିଶିଥାନ୍ତି । ପୃଥିବୀପୃଷ୍ଠରୁ ବିକିରଣ ହେଉଥ‌ିବା ଅତିରିକ୍ତ ତାପକୁ ଏହି ବାଷ୍ପମାନଙ୍କର ବଳୟ ବାୟୁମଣ୍ଡଳ ବାହାରକୁ ନିର୍ଗମନ ନିମନ୍ତେ ବାଧା ଦେବା ସହିତ ଧାରଣ କରନ୍ତି | ଏହାର ଫଳସ୍ଵରୂପ ପୃଥ‌ିବୀ ପୃଷ୍ଠ ଅଧ୍ବକ ଉତ୍ତପ୍ତ ହୋଇଥାଏ । ଏପରି ପ୍ରଭାବକୁ ‘ସବୁଜଗୃହ ପ୍ରଭାବ’ କୁହାଯାଏ । ପ୍ରଥମେ ଦେ, ଫରିଅର୍ ୧୮୨୭ ମସିହାରେ ଏହାର ନାମକରଣ କରିଥିଲେ ।

Question ୨।
ପରିବେଶ ପ୍ରଦୂଷଣ କିପରି ରୋକାଯାଇପାରିବ ବର୍ଣନା କର |
Answer:
ମନୁଷ୍ୟ ଓ ପରିବେଶ ପରସ୍ପର ପରିପୂରକ । ପରିବେଶ ଦ୍ଵାରା ମନୁଷ୍ୟ, ପ୍ରାଣୀଜଗତ ଓ ପରିବେଶ ଉପାଦାନମାନ ପରସ୍ପର ସହିତ ନିବିଡ଼ ଭାବରେ ସଂପୃକ୍ତ ରହିଥାନ୍ତି । ଫଳରେ କୌଣସି ଗୋଟିଏ ଉପାଦାନକୁ ଅନ୍ୟଠାରୁ ପୃଥକ କରିବାକୁ ଚାହିଁଲେ ଅନ୍ୟ ଉପାଦାନମାନେ ଆପେ ଆପେ ଏହାଦ୍ଵାରା ପ୍ରଭାବିତ ହୋଇଥାନ୍ତି । ତେଣୁ ପ୍ରାଣୀଜଗତ ବିଶେଷ କରି ମନୁଷ୍ୟର ଅଭିବୃଦ୍ଧି, ବିକାଶ, ସ୍ଥିତି, ବ୍ୟବହାର, ଜୀବନ ଚକ୍ର ଏବଂ ସମସ୍ତ କାର୍ଯ୍ୟକଳାପକୁ ପରିବେଶ ପୂର୍ଣ୍ଣମାତ୍ରାରେ ନିୟନ୍ତ୍ରତ କରିଥାଏ ।

ପ୍ରଦୂଷିତ ପରିବେଶ ଅଧୁନା ଯୁଗରେ ଏକ ବିପଜନିତ ଅବସ୍ଥା ସୃଷ୍ଟି କରିଛି । ବିଜ୍ଞାନ ଓ କାରିଗରୀ ବିଦ୍ୟାର ଉନ୍ନତି ଓ ପ୍ରସାର ଯୋଗୁଁ ପରିବେଶର ଶୁଦ୍ଧତା ନଷ୍ଟ ହୋଇଛି । ବହୁ ପୁରାତନ ଯୁଗରୁ ବନ୍ୟା, ବାତ୍ୟା, ମରୁଡ଼ି ଓ ଭୂମିକମ୍ପ ପରି ପ୍ରାକୃତିକ ବିପର୍ଯ୍ୟୟ ଦ୍ଵାରା ମାନବ ସମାଜ ଆକ୍ରାନ୍ତ ହୋଇ ବହୁ ଧନ, ଜୀବନର କ୍ଷତି ସହିଛି । କିନ୍ତୁ ଆଜିର ଏ ଆଧୁନିକ ଯୁଗରେ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ, ଅସନ୍ତୁଳିତ ତାପମାନ ଓ ଜନଗହଳି ପରି ପରିବେଶ ପ୍ରଦୂଷଣ ମାନବ ସମାଜ ପାଇଁ ନୂତନ ବିପଦ ସୃଷ୍ଟି କରିଛି । ଏହି ପ୍ରଦୂଷଣ ଭୂଗୋଳବିତ୍ରମାନଙ୍କ ପାଇଁ ପାରିପାର୍ଶ୍ବକ ସମସ୍ୟା, ସମାଜବିଜ୍ଞାନୀଙ୍କ ପାଇଁ ସମସ୍ୟା, ପରିବେଶ ବିଜ୍ଞାନୀଙ୍କ ପାଇଁ ପରିବେଶୀୟ ସମସ୍ୟା ଓ ଆର୍ଥନୀତିଜ୍ଞଙ୍କ ପାଇଁ ଅର୍ଥନୈତିକ ସମସ୍ୟାମାନ ସୃଷ୍ଟି କରିଛି ।

ପରିବେଶ ପ୍ରଦୂଷିତ ହେଲେ ମନୁଷ୍ୟ ଯେ କେବଳ ଶାରୀରିକ ରୋଗାକ୍ରାନ୍ତ ହୋଇ ଦୁଃସହ ଜୀବନଯାପନ କରେ ତା’ନୁହେଁ; ଏହା ତା’ର ମାନସିକ ସ୍ଥିତିକୁ ଓ ଅବସ୍ଥାକୁ ମଧ୍ୟ ଆଘାତ କରିଥାଏ । ଫଳରେ ସେ ଅସ୍ଵାଭାବିକ ବ୍ୟବହାର ପ୍ରଦର୍ଶନ କରେ । ଠିକ୍ ସେହିଭଳି ମନୁଷ୍ୟକୃତ ଆଚରଣ ଓ ବ୍ୟବହାର ବାୟୁମଣ୍ଡଳ ଓ ପରିବେଶକୁ ବିଶେଷଭାବେ ପ୍ରଭାବିତ କରି କ୍ଷତି ପହଞ୍ଚାଇଥାଏ । ପରିବେଶ ପ୍ରଦୂଷିତ ହେଲେ ଏହା ସମଗ୍ର ପୃଥ‌ିବୀ ପାଇଁ ବିପଦ ସୃଷ୍ଟି କରେ । ତେଣୁ ମନୁଷ୍ୟର ଆଚରଣରେ ପରିବର୍ତ୍ତନ ଆସିଲେ ହିଁ ଏକ ନିର୍ମଳ ଓ ବିଶୁଦ୍ଧ ପରିବେଶ ସୃଷ୍ଟି ହେବ ଏବଂ ସମଗ୍ର ସମାଜ ଓ ଜୀବଜଗତ ନୀରୋଗ ଓ ସୁସ୍ଥ ଜୀବନଯାପନ କରିପାରିବେ ।

ପରିବେଶ ସୁରକ୍ଷା ପାଇଁ ନିମ୍ନଲିଖୁତ ପଦକ୍ଷେପ ଗ୍ରହଣ କରାଯିବା ଦରକାର :
(କ) ଜନସଂଖ୍ୟାର ନିୟନ୍ତ୍ରଣ ଦ୍ଵାରା ସ୍ଥାନାଭାବରେ ସମସ୍ୟା ରହିବ ନାହିଁ ଓ ପ୍ରାକୃତିକ ବିଭବର ଅଭାବ ପଡ଼ିବ ନାହିଁ । ଫଳରେ ପରିବେଶକୁ ଯଥେଚ୍ଛାଚାର ଭାବରେ ବ୍ୟବହାର କରିବାରେ ଆବଶ୍ୟକତା କମିଯିବ ଏବଂ ଏହା ପରିବେଶକୁ ସୁରକ୍ଷା ଦେବ ।

CHSE Odisha Class 12 Psychology Unit 2 Questions and Answers in Odia Medium

(ଖ) ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଦ୍ଵାରା ପ୍ରଦୂଷିତ ପରିବେଶକୁ ଅନେକାଂଶରେ ପରିଷ୍କାର ପରିଚ୍ଛନ୍ନ ଓ ଶୁଦ୍ଧ ରଖୁହେବ । କାଗଜ, ପ୍ଲାଷ୍ଟିକ୍ ଓ କାଚ ପ୍ରଭୃତି ପଦାର୍ଥକୁ ପୁନଃ ବ୍ୟବହାର ଉପଯୋଗୀ କରିହେବ । ଫଳରେ ଏସବୁର ପ୍ରସ୍ତୁତ ପାଇଁ ଦରକାର ପଡ଼ୁଥିବା କଞ୍ଚାମାଲକୁ ନୂତନ ଭାବରେ ସଂଗ୍ରହ କରିବାର ଆବଶ୍ୟକତା ରହିବ ନାହିଁ । ଫଳସ୍ଵରୂପ ଜଳ, ଜଙ୍ଗଲ ଓ ଭୂମି ପରି ପ୍ରାକୃତିକ ବିଭବର କ୍ଷତି ହେବ ନାହିଁ ।

(ଗ) ବନ୍ୟଜଙ୍ଗଲକୁ ନଷ୍ଟ ନ କରି ବରଂ କୃତ୍ରିମ ଜଙ୍ଗଲ ସୃଷ୍ଟି କରିବା ଆବଶ୍ୟକ । ବିଶେଷ କରି ଶିଳ୍ପାଞ୍ଚଳମାନଙ୍କର ଚତୁଃପାର୍ଶ୍ବରେ ବହୁଳପରିମାଣରେ ବୃକ୍ଷରୋପଣ କରି ଘଞ୍ଚ ଜଙ୍ଗଲ ସୃଷ୍ଟି କଲେ ପରିବେଶ ପ୍ରଦୂଷଣରୁ କିଛି ପରିମାଣରେ ରକ୍ଷା ପାଇପାରିବ ।

(ଘ) ପ୍ରାକୃତିକ ବିଭବର ଉତ୍ସ ଓ ଭଣ୍ଡାର ସୀମିତ । ଏହାର ଯଥେଚ୍ଛାଚାର ବ୍ୟବହାର ହେଲେ ସାଧାରଣ ଚଳଣି ପାଇଁ ମଧ୍ୟ ଏହି ବିଭବର ଅଭାବ ଦେଖାଦେବ । ସୁତରାଂ ସାଧାସିଧା ଜୀବନଶୈଳୀ ଓ ଜୀବନ ନିର୍ବାହ ପାଇଁ ଯେତିକି ଆବଶ୍ୟକ ସେତିକି ପରିମାଣର ପ୍ରାକୃତିକ ସମ୍ପଦକୁ ବିନିଯୋଗ କରାଗଲେ ପରିବେଶ ପ୍ରଦୂଷଣକୁ କିଛିମାତ୍ରାରେ ରୋକାଯାଇପାରିବ ।

(ଙ) ପରିବେଶକୁ ପ୍ରଦୂଷିତ କରୁଥିବା କଳକାରଖାନାର ପ୍ରତିଷ୍ଠା ଓ ମୋଟରଯାନର ବହୁଳ ବ୍ୟବହାର ଉପରେ କଟକଣା ଜାରି କରାଯିବା ଆବଶ୍ୟକ ।

(ଚ) ଜଳ ହିଁ ଜୀବନ । ଆବଶ୍ୟକତାଠାରୁ ଅଧ‌ିକ ଜଳ ବ୍ୟବହାର ନ କରି ଜଳ ସଂରକ୍ଷଣ ଉପରେ ଗୁରୁତ୍ଵ ଦିଆଯିବା ଦରକାର । ବର୍ଷା ଜଳକୁ ବିଭିନ୍ନ ଉପାୟରେ ସଂରକ୍ଷଣ କରି ତା’ର ସୁବିନିଯୋଗ କରାଯିବ ଉଚିତ୍ ।

(ଛ) ପଲିଥନ୍‌ର ବ୍ୟବହାର ଉପରେ କଟକଣା ଜାରି କରାଯିବା ଆବଶ୍ୟକ କାରଣ ପଲିଥୁନର ବହୁଳ ବ୍ୟବହାର ପରିବେଶକୁ ପ୍ରଦୂଷିତ କରିଥାଏ । ପଲିଥୁନ ବଦଳରେ କାଗଜର ବ୍ୟାଗ ବ୍ୟବହାର କରିବା ଉଚିତ୍‌ ।
କୌଣସି ଜାତି ବା ଦେଶର ସ୍ଥିତି ତା’ର ପ୍ରଗତି ଉପରେ ନିର୍ଭର କରେ । କିନ୍ତୁ ପରିବେଶର ସୁରକ୍ଷା ନ ହେଲେ ପ୍ରଗତି ସମ୍ଭବ ନୁହେଁ । ସୁତରାଂ ଅସୁରକ୍ଷିତ ପରିବେଶରେ ଦେଶ ବା ଜାତି ତିଷ୍ଠି ରହିବା ସମ୍ଭବ ନୁହେଁ । ତେଣୁ ପରିବେଶର ସୁରକ୍ଷା ଅପରିହାର୍ଯ୍ୟ ହୋଇଥିବାରୁ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଅନେକ ବିଦ୍ଵାନ, ପରିବେଶବିତ୍, ବୈଜ୍ଞାନିକ ଓ ଅର୍ଥନୀତିଜ୍ଞମାନେ ପରିବେଶ ଉପରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଓ ଏକ ମୁକ୍ତ, ବିଶୁଦ୍ଧ ଓ ନିର୍ମଳ ପରିବେଶ ସୃଷ୍ଟି ପାଇଁ ନାନା ଉପାୟମାନ ନିର୍ଣ୍ଣୟ କରିଛନ୍ତି ।

ଉପରେ ବର୍ଣ୍ଣିତ ପରିବେଶ ସୁରକ୍ଷା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପଗୁଡ଼ିକୁ ଏକ ସୁନିୟନ୍ତ୍ରିତ ବ୍ୟବସ୍ଥା ମଧ୍ୟରେ କାର୍ଯ୍ୟକ୍ଷମ କରାଗଲେ ପରିବେଶ ଦୂଷିତ ହୋଇ ମାନବ ସମାଜର କ୍ଷତି କରିବା ପରିବର୍ତ୍ତେ ଜନମଙ୍ଗଳ ନିମନ୍ତେ ସହାୟକ ହେବ । ବିଭିନ୍ନ ସରକାରୀ ଓ ବେସରକାରୀ ଜନମଙ୍ଗଳକାରୀ ଯୋଜନାଗୁଡ଼ିକୁ ମଧ୍ୟ କାର୍ଯ୍ୟକ୍ଷମ କରାଯିବା ଦରକାର ।

Question ୩।
ଶବ୍ଦ ପ୍ରଦୂଷଣ କ’ଣ ? ମନୁଷ୍ୟ ଆଚରଣ ଉପରେ ଶବ୍ଦ ପ୍ରଦୂଷଣର ପ୍ରଭାବ ଆଲୋଚନା କର ।
Answer:
ବାୟୁ ଦ୍ବାରା ସଂଚରିତ ହେଉଥବା ଏକ ପ୍ରକାର ବିଶିଷ୍ଟ ଚାପ ତରଙ୍ଗକୁ ‘ଶବ୍ଦ’ କୁହାଯାଏ । ଏହି ଶବ୍ଦ ମାଧ୍ଯମରେ ମନୁଷ୍ୟ ଓ ଅନ୍ୟାନ୍ୟ ପ୍ରାଣୀମାନେ ଚିନ୍ତା, କାମନା ଓ ଇଚ୍ଛାକୁ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରିଥାଆନ୍ତି । ଆମର ଚତୁଃପାର୍ଶ୍ଵ ସର୍ବଦା ସଚଳ ଓ ସକ୍ରିୟ । ପ୍ରାକୃତିକ ଭାବରେ ବିଭିନ୍ନ ପ୍ରକାରର ଶବ୍ଦ ଏଠାରେ ସୃଷ୍ଟି ହୋଇଥାଏ । ମନୁଷ୍ୟ ସହିତ ଜୀବଜଗତ, ବାୟୁ, ବର୍ଷା, ଝରଣା, ନଦୀ, ସମୁଦ୍ର, ଘଡଘଡ଼ି, ଆଗ୍ନେୟଗିରି, ମୃତ୍ତିକା ଓ ପଥର ସ୍ଖଳନ ଇତ୍ୟାଦି ବିଭିନ୍ନ ଶବ୍ଦର ଉତ୍ସ ଅଟନ୍ତି । ବିଭିନ୍ନ କାରଣରୁ କେତେକ ଶବ୍ଦ ଶ୍ରୁତିମଧୁର ହୋଇଥିବା ବେଳେ ଆଉ କେତେକ ଶ୍ରୁତିକଟୁ ହୋଇଥାଏ ।

ପ୍ରଥମତଃ, ଯେତେବେଳେ ଶବ୍ଦରେ ତୀବ୍ରତା କମ୍‌ଥାଏ ତାହା ମନକୁ ଖୁସି ଓ ଆନନ୍ଦ ପ୍ରଦାନ କରେ । କିନ୍ତୁ ଅଧିକ ତୀବ୍ରତା ଥ‌ିବା ବା ଇଚ୍ଛାଶକ୍ତିର ଶବ୍ଦ ମନୁଷ୍ୟ ପାଇଁ ବିରକ୍ତିକର ହୋଇଥାଏ । ଦ୍ଵିତୀୟତଃ, ଅପ୍ରତ୍ୟାଶିତ ଭାବେ ଶବ୍ଦ ସୃଷ୍ଟି ହେଲେ ତାହା ବିରକ୍ତିକର ହୋଇଥାଏ । ମନୋବୈଜ୍ଞାନିକଙ୍କ ମତରେ ଅପ୍ରତ୍ୟାଶିତ ଭାବେ ଅଚାନକ ଶବ୍ଦ ହେଲେ ତାହା ବ୍ୟକ୍ତିର କାର୍ଯ୍ୟ ଦକ୍ଷତାକୁ ପ୍ରଭାବିତ କରେ ଏବଂ ବ୍ୟକ୍ତିର କାର୍ଯ୍ୟକ୍ଷେତ୍ରରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୁଏ । ତୃତୀୟତଃ, ଯେତେବେଳେ ଶବ୍ଦକୁ ନିୟନ୍ତ୍ରଣ କରିବାର କ୍ଷମତା ବ୍ୟକ୍ତି ପାଖରେ ନଥାଏ, ସେତେବେଳେ ଶବ୍ଦ ବିରକ୍ତିକର ହୋଇଥାଏ ।

ଯେତେବେଳେ କୌଣସି ଶବ୍ଦ ଅରୁଚିକର, ଅବାଞ୍ଛିତ ଓ ଅଲୋଡ଼ା ହୋଇ ପ୍ରତିକୂଳ ପ୍ରଭାବ ସୃଷ୍ଟି କରେ ତାହାକୁ ‘ଶବ୍ଦ ପ୍ରଦୂଷଣ’ କୁହାଯାଏ । ଅବାଞ୍ଛିତ ଓ ଶ୍ରୁତିକଟୁ ଶବ୍ଦକୁ କୋଳାହଳ ମଧ୍ୟ କୁହାଯାଏ । କୋଳାହଳ ଦ୍ଵାରା ହେଉଥିବା ଶବ୍ଦ ମନୁଷ୍ୟର ଶରୀର, ମନ ଓ ବ୍ୟବହାର ଉପରେ ଗଭୀର ପ୍ରଭାବ ପକାଇଥାଏ । ଆଇନ ଦୃଷ୍ଟିରୁ ଶବ୍ଦ ପ୍ରଦୂଷଣ ଏକ ମାତ୍ରାଧୂକ, ଆକ୍ରମଣାଦ୍ୟୋକ ଓ ଚମକପ୍ରଦ ଶବ୍ଦ ଭାବରେ ବର୍ଣ୍ଣନା କରାଯାଇପାରେ ।

CHSE Odisha Class 12 Psychology Unit 2 Questions and Answers in Odia Medium

ଶବ୍ଦକୁ ଡ଼େସିବଲ୍ (dB) ମାପକରେ ମପାଯାଏ । କ୍ଷୀଣ ଶୁଣାଯାଇଥବା ଶବ୍ଦ ଓ ଶବ୍ଦର ତୀବ୍ରତାର ଅନୁପାତକୁ ଡ଼େସିବଲ୍ କୁହାଯାଏ । ଶୂନରୁ ଅଧିକ 180dB ତୀବ୍ରତାର ଥୁବା ଶବ୍ଦକୁ ଶୁଣିବାର ଓ ସହ୍ୟ କରିବାର ଶକ୍ତି ମନୁଷ୍ୟର ଥାଏ । ପ୍ରାୟତଃ 85 dB ପରିମାଣର ଶବ୍ଦ ଜଣେ ସାଧାରଣ ବ୍ୟକ୍ତି ନିମନ୍ତେ ଅନୁମୋଦିତ ପରିମାଣ । ଏହାଠାରୁ ଅଧିକ ପରିମାଣ ଶବ୍ଦର କୁପ୍ରଭାବ ବ୍ୟକ୍ତି ଉପରେ ପଡ଼ିଥାଏ । ବୈଜ୍ଞାନିକ ଦୃଷ୍ଟିକୋଣରୁ 50 ରୁ 55 ତୀବ୍ରତାର ଶବ୍ଦ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରେ । 90-95 dB ର ଶବ୍ଦ ମନୁଷ୍ୟର କେନ୍ଦ୍ର ସ୍ନାୟୁମଣ୍ଡଳକୁ ଆଘାତ ଓ କ୍ଷତି ପହଞ୍ଚାଇଥାଏ । 140dB ତୀବ୍ରତା ପାର ହୋଇଗଲେ ମନୁଷ୍ୟ ଯନ୍ତ୍ରଣା ସହି ଶବ୍ଦକୁ ଗ୍ରହଣ କରେ ।

ଶବ୍ଦ ପ୍ରଦୂଷଣ ମୁଖ୍ୟତଃ ତିନିଗୋଟି କାରଣରୁ ହୋଇଥାଏ । ସେଗୁଡ଼ିକ ହେଲା:-
(i) ପ୍ରାକୃତିକ ଉତ୍ସ
(ii) ଜୈବିକ ଉତ୍ସ
(iii) କୃତ୍ରିମ ଉତ୍ସ

(i) ପ୍ରାକୃତିକ ଉତ୍ସ :-
ଏହା ପ୍ରାକୃତିକ ଘଟଣାମାନଙ୍କ ସହିତ ସହବନ୍ଧିତ ହୋଇଥାଏ । ଘଡ଼ଘଡ଼ି, ନାଦ, ଲାଭା ଉଦ୍‌ଗୀରଣ, ଭୂମିକମ୍ପ, ମହାବାତ୍ୟା, ବାତ୍ୟା, ଝଞ୍ଜା ପବନ, ବଜ୍ରପାତ ଶବ୍ଦ ପ୍ରଭୃତିକୁ ପ୍ରାକୃତିକ ଉତ୍ସର ଉଦାହରଣ ଭାବେ ନିଆଯାଇପାରେ ।

(ii) ଜୈବିକ ଉତ୍ସ:-
ବିଭିନ୍ନ ବନ୍ୟ ହିଂସ୍ରଜନ୍ତୁଙ୍କ ଗର୍ଜନ, କୁକୁର, ବିଲୁଆଙ୍କ ଭୂକିବା ଶବ୍ଦ, କଳି ଅଥବା ଗଣ୍ଡଗୋଳ ବେଳେ ମନୁଷ୍ୟଙ୍କ ଚିତ୍କାର, ଉଚ୍ଚସ୍ଵରରେ ଗର୍ଜନ ଓ କାନ୍ଦଣା ପ୍ରଭୃତି ଜୈବିକ ଉତ୍ସର ଅନ୍ତର୍ଗତ ।

(iii) କୃତ୍ରିମ ଉତ୍ସ :-
କୃତ୍ରିମ ଉତ୍ସ ବା ମନୁଷ୍ୟକୃତ କାର୍ଯ୍ୟ ଶବ୍ଦ ପ୍ରଦୂଷଣ ପାଇଁ ଅନେକାଂଶରେ ଦାୟୀ । ମନୁଷ୍ୟ ସ୍ଥାପନ କରିଥିବା ଶିଳ୍ପଉଦ୍ୟୋଗ, କଳକାରଖାନାରେ ବ୍ୟବହୃତ ବୃହତକାୟ ଯନ୍ତ୍ରପାତିର ଶବ୍ଦ, ବ୍ୟବହାର କରୁଥିବା ଯାନବାହାନରୁ ନିର୍ଗତ ହେଉଥୁବା ଶବ୍ଦ, ଡ଼ାକବାଜି ଯନ୍ତ୍ର ଓ ଡ଼ିଜେ ସଂଗୀତ, ମିକ୍ସର ଗ୍ରାଇଣ୍ଡର, ଟେଲିଭିଜନ ଇତ୍ୟାଦି ଉପକରଣର ବ୍ୟବହାର ଦ୍ଵାରା ସୃଷ୍ଟି ହେଉଥ‌ିବା ଶବ୍ଦ , ଖଣିଖାଦାନରେ ବିସ୍ଫୋରକର ବ୍ୟବହାର, ଉଚ୍ଚ ଅଟ୍ଟାଳିକା ନିର୍ମାଣରେ ବ୍ୟବହୃତ ଯନ୍ତ୍ରପାତି ଇତ୍ୟାଦି ଶବ୍ଦ ପ୍ରଦୂଷଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।

(କ) ଆପାତତଃ 100 dB ପରିମାଣର ଶବ୍ଦକୁ ଦୀର୍ଘକାଳ ପର୍ଯ୍ୟନ୍ତ କ୍ରମାଗତ ଭାବେ ଶୁଣିବା ଦ୍ଵାରା ବ୍ୟକ୍ତି ଶ୍ରବଣ ଶକ୍ତି ହରାଇବସେ । କୋଳାହଳ ବା ଉଚ୍ଚଶକ୍ତିର ଶବ୍ଦ ଶ୍ରବଣଜନିତ କ୍ଳାନ୍ତି ସୃଷ୍ଟି କରିବା ସହିତ ସ୍ମରଣ ଶକ୍ତି ଓ ଦକ୍ଷତାକୁ ମଧ୍ୟ କମାଇ ଦେଇଥାଏ ।
(ଖ) ଶବ୍ଦ ପ୍ରଦୂଷଣ ଭାବ ବିନିମୟରେ ବାଧା ଉପୁଜାଏ ଓ ଭୁଲ୍ ବୁଝାମଣା ସୃଷ୍ଟି କରେ ।
(ଗ) ଏହା ନିଦ୍ରାରେ ବ୍ୟାଘାତ ସୃଷ୍ଟି କରେ, ଏକାଗ୍ରତା ନଷ୍ଟ କରେ, ମାନସିକ ଅବସାନ, ଅସ୍ଥିରତା ଓ ଚାପ ବୃଦ୍ଧି କରେ ।
(ଘ) ଶବ୍ଦ ପ୍ରଦୂଷଣ ବିରକ୍ତି, ଉଚ୍ଚ ରକ୍ତଚାପ, ବାନ୍ତି ଲାଗିବା, ହୃଦରୋଗ, ଝାଳ ବୋହିବା, ପାକସ୍ଥଳୀରେ କ୍ଷତ ଜାତ କରିପାରେ ।
(ଙ) ଗର୍ଭସ୍ଥ ଶିଶୁର ମାନସିକ ବିକାଶ ସୃଷ୍ଟି କରିବା ସହିତ ଶବ୍ଦ ପ୍ରଦୂଷଣ ଗର୍ଭବତୀ ମହିଳାଙ୍କ ଅସମୟ ଗର୍ଭପାତ ଓ ଗର୍ଭନଷ୍ଟ ହେବାର ସମ୍ଭାବନାକୁ ବୃଦ୍ଧି କରେ ।
(ଚ) ଶବ୍ଦ ପ୍ରଦୂଷଣ ମନୁଷ୍ୟର ଶାରୀରିକ ପୀଡ଼ା, ମାନସିକ କ୍ଳାନ୍ତି ଓ ଅବସାଦ ସୃଷ୍ଟି କରି ଶାରୀରିକ ଓ ମାନସିକ ରୋଗକୁ ସୃଷ୍ଟି କରୁଥିବାରୁ ଏହା ତା’ର କାର୍ଯ୍ୟଦକ୍ଷତାକୁ ହ୍ରାସ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟ କ୍ଷେତ୍ରରେ ତୃଟିକୁ ବହୁଗଣିତ କରିଥାଏ ।

Question ୪।
ଜନଗହଳି (Crowding) କ’ଣ ? ମନୁଷ୍ୟ ଆଚରଣ ଉପରେ ଜନଗହଳିର ପ୍ରଭାବ ବର୍ଣନା କର ।
Answer:
ଗୋଟିଏ ସ୍ଥାନରେ ସମବେତ ହୋଇଥିବା ଲୋକମାନଙ୍କ ସହିତ ଆମର ସଂପର୍କ, ଏହାର ଭୌତିକ ପରିପ୍ରେକ୍ଷୀ ଓ ଅବଧୂ ଏବଂ ଆମ ନିମନ୍ତେ ଏହା କେତେଦୂର ଅର୍ଥପୂର୍ଣ୍ଣ ଏସବୁ ଦିଗଗୁଡ଼ିକୁ ବିଚାର କରି ଆମେ ଯଦି ଅସ୍ଵସ୍ତିକର ଏବଂ ଶାରୀରିକ ଉତ୍ତେଜନାମକ୍ତ ଏକ ମାନସିକ ଚାପ ଅନୁଭବ କରୁ ତେବେ ତାହାକୁ ‘ଜନଗହଳି’ କୁହାଯିବ । ସୁତରାଂ ଅସ୍ୱସ୍ତି ଅନୁଭବ, ସାମାଜିକ ପାରସ୍ପରିକ କ୍ରିୟା ଉପରେ ନିୟନ୍ତ୍ରଣ ହରାଇବା, ବ୍ୟକ୍ତିଗତ ମାମଲାରେ ବାହ୍ୟଦଖଲ ଏବଂ ପରିସ୍ଥିତିର ଏକ ନକରାତ୍ମକ ପ୍ରତ୍ୟକ୍ଷଣ ଜନଗହଳିର ବୈଶିଷ୍ଟ୍ୟ ରୂପେ ବିବେଚନା କରାଯାଏ ।

ବସ୍ ଭିତରେ, ଟିକେଟ ସଂରକ୍ଷଣ କାଉଣ୍ଟରରେ, ବଜାର ଭିତରେ, ମେଳାରେ, ବିଭିନ୍ନ ଉତ୍ସବରେ ଆମେ ପ୍ରାୟତଃ ଜନଗହଳିର ସମ୍ମୁଖୀନ ହୋଇଥାଉ । ଜନଗହଳି ପ୍ରାୟତଃ ବ୍ୟକ୍ତି ମନରେ କ୍ରୋଧ ଏବଂ ଯନ୍ତ୍ରଣା ସୃଷ୍ଟି କରେ । ଅନ୍ୟପକ୍ଷରେ ବିବାହ ଉତ୍ସବ, ଗୃହ, ବିଦ୍ୟାଳୟ, ବନ୍ଧୁମିଳନ, କ୍ରୀଡ଼ା ପ୍ରତିଯୋଗିତା, ସଙ୍ଗୀତ କାର୍ଯ୍ୟକ୍ରମ, ପୂଜା ପାର୍ବଣ ଆଦି ପରିସ୍ଥିତିମାନଙ୍କରେ ଜନଗହଳି ଅଶେଷ ଆନନ୍ଦ ଏବଂ ସୁଖଦ ଅନୁଭୂତି ପ୍ରଦାନ କରେ । ଜନଗହଳି ବୃଦ୍ଧି ହେତୁ ନାନା ପ୍ରକାର ସାମାଜିକ ଓ ପରିବେଶଗତ ସମସ୍ୟାମାନ ସୃଷ୍ଟି ହୋଇଥାଏ ।
ଜନଗହଳିର ପ୍ରଭାବ :-

(କ) ଅପରାଧ:-
ଜନଗହଳି ଓ ଅପରାଧ ମଧ୍ୟରେ ସକରାତ୍ମକ ସହ ସମ୍ବନ୍ଧ ରହିଛି । ଜନାକୀର୍ଣ୍ଣ ପରିସ୍ଥିତିର ସୁଯୋଗ ନେଇ ପକେଟମାର, ଲୁଟ୍ ଆଦି କେତେ ପ୍ରକାର ଅପରାଧମୂଳକ ବ୍ୟବହାର ପରିଦୃଷ୍ଟ ହୋଇଥାଏ ।

(ଖ) ଜେଲଖାନା ଓ ମାନସିକ ଚିକିତ୍ସାଳୟରେ ଜନଗହଳି :-
ଭାରତ ତଥା ପୃଥ‌ିବୀର ଅନ୍ୟାନ୍ୟ ଅଞ୍ଚଳରେ ଜେଲଖାନାରେ ଜନଗହଳି ଏକ ପ୍ରମୁଖ ସମସ୍ୟା । ଉଗ୍ର ଅପରାଧୀମାନେ କମ୍ ଉଗ୍ର ଅପରାଧୀମାନଙ୍କ ତୁଳନାରେ ଅଧ୍ଵକ ବ୍ୟକ୍ତିଗତ ସ୍ଥାନ ବ୍ୟବହାର ନିମନ୍ତେ ଅକ୍ତିଆର କରିବାକୁ ଉଦ୍ୟମ କରିଥାନ୍ତି | ଫଳରେ ଅନ୍ତେବାସୀମାନଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଉଥାଏ । ଚିତ୍ତଭ୍ରଂଶୀ ବାତୁଳତା ଏବଂ ସ୍ନାୟବିକ ବିକାର ସଦୃଶ ଜନଗହଳିପୂର୍ଣ୍ଣ ସ୍ଥାନ ପ୍ରତି ଅଧ‌ିକ ସମ୍ବେଦନଶୀଳତା ପ୍ରଦର୍ଶନ କରିଥାନ୍ତି । ଫଳତଃ ସେମାନେ ଅନ୍ୟ ରୋଗୀ ଏବଂ ଚିକିତ୍ସାଳୟର କର୍ମଚାରୀମାନଙ୍କୁ ଆକ୍ରମଣ ମଧ୍ୟ କରିପାରନ୍ତି ।

CHSE Odisha Class 12 Psychology Unit 2 Questions and Answers in Odia Medium

(ଗ) ପ୍ରକ୍ଷୋଭ ଓ ଆଚରଣ ଉପରେ ପ୍ରଭାବ :-
ଜନଗହଳିରେ କ୍ରୋଧ ଓ ଆକ୍ରମଣାତ୍ମକ ମନୋଭାବ ସର୍ବାଧ‌ିକ ସମ୍ଭାବ୍ୟ ପ୍ରକ୍ଷୋଭ ଜନିତ ଆଚରଣ ଭାବେ ପ୍ରତୀୟମାନ ହୋଇଥାଏ । ଏହା ସମୟେ ସମୟେ ଭାବଶୂନ୍ୟତା, ଅସହାୟବୋଧ ଏବଂ ସାମାଜିକ ଉଦାସୀନତା ମଧ୍ୟ ସୃଷ୍ଟି କରିଥାଏ । ଉଚ୍ଚ ରକ୍ତଚାପ, ଦୃତ ହୃଦସ୍ପନ୍ଦନ ଏବଂ ଅଧିକ ମାତ୍ରାର ଶାରୀରିକ ଅସୁସ୍ଥତା ମଧ୍ଯ ଏହାର ପରିଣାମ ହୋଇପାରେ ।

(ଘ) କାର୍ଯ୍ୟ ଦକ୍ଷତା ଉପରେ ପ୍ରଭାବ:-
ଜନଗହଳିର ନକରାତ୍ମକ ଅନୁଭୂତି କର୍ମସ୍ଥଳରେ କର୍ମଚାରୀର ମାନସିକ, ଅସ୍ଵସ୍ତି ଏବଂ ଶାରୀରିକ ଉତ୍ତେଜନାକୁ ବୃଦ୍ଧି କରି ତା’ର କାର୍ଯ୍ୟଦକ୍ଷତାକୁ ହ୍ରାସ କରିଥାଏ ।

BSE Odisha 6th Class Odia Solutions Chapter 1 ବର୍ଷା

Odisha State Board BSE Odisha 6th Class Odia Solutions Chapter 1 ବର୍ଷା Textbook Exercise Questions and Answers.

BSE Odisha Class 6 Odia Solutions Chapter 1 ବର୍ଷା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର କୁହ ।
(କ) ବର୍ଷରେ କେତୋଟି ଋତୁ ଆସେ ?
Answer:
ବର୍ଷରେ ଛଅଟି ଋତୁ ଆସେ ।

(ଖ) ଗ୍ରୀଷ୍ମଋତୁ ପରେ କେଉଁ ଋତୁ ଆସେ ?
Answer:
ଗ୍ରୀଷ୍ମଋତୁ ପରେ ବର୍ଷାଋତୁ ଆସେ ।

(ଗ ) ମେଘମାନେ କେଉଁଠି ମିଳିତ ହୁଅନ୍ତି ?
Answer:
ମେଘମାନେ ଶୂନ୍ୟପଥରେ ବା ଆକାଶରେ ମିଳିତ ହୁଅନ୍ତି ।

(ଘ) ପୃଥ‌ିବୀ ସୂର୍ଯ୍ୟଙ୍କ ଉତ୍ତାପରେ ଆଠମାସ ଉତ୍ତପ୍ତ ଥିଲା ।
Answer:
ପୃଥ‌ିବୀ ସୂର୍ଯ୍ୟଙ୍କ ଉତ୍ତାପରେ ଆଠମାସ ଉତ୍ତପ୍ତ ଥିଲା ।

(ଙ) ଖଦ୍ୟୋତ କେତେବେଳେ ଉଡ଼ିବୁଲେ ?
Answer:
ଖଦ୍ୟୋତ ସନ୍ଧ୍ୟା ସମୟରେ ଉଡ଼ିବୁଲେ ।

BSE Odisha 6th Class Odia Solutions Chapter 1 ବର୍ଷା

Question ୨।
ଉତ୍ତର ଲେଖ ।
(କ) ମେଘମାଳ କିପରି ଭାବରେ ଜଳ ବର୍ଷା କଲେ ?
Answer:
ମହାଶୂନ୍ୟରେ ମେଘମାନେ ବିଜୁଳି ଓ ଘଡ଼ଘଡ଼ି ଶବ୍ଦସହ ମିଳିତ ହେଲେ । ପରେ ପରେ ଭୀଷଣ ଶବ୍ଦକରି ମେଘମାଳ ଜଳ ବର୍ଷା କଲେ ।

(ଖ ) ‘ଗର୍ଜନ୍ତି ଆବୋରିଣ ପାଣି’- ଏଠାରେ କିଏ ଗର୍ଜିବା କଥା କୁହାଯାଇଛି ?
Answer:
‘ଗର୍ଜନ୍ତି ଆବୋରିଣ ପାଣି ’- ଏଠାରେ ବେଙ୍ଗ ଗର୍ଜିବା କଥା କବି କହିଛନ୍ତି । ବର୍ଷାର ଗର୍ଜନ ଶୁଣି ବେଙ୍ଗମାନେ ଜଳାଶୟର ଚତୁଃପାର୍ଶ୍ଵରେ ମିଳିତ ହୋଇ ଗର୍ଜନ ବା ରାବ କରନ୍ତି ।

(ଗ) ଏହି କବିତାରେ କାହାକୁ ରାଜା ବୋଲି କୁହାଯାଇଛି ?
Answer:
ଏହି କବିତାରେ ପୃଥ‌ିବୀ (ମହୀ)କୁ ରାଜା ବୋଲି କୁହାଯାଇଛି ।

(ଘ) ବର୍ଷାଋତୁକୁ ସକଳ ଋତୁଙ୍କର ସାର ବୋଲି କବି କାହିଁକି କହିଛନ୍ତି ?
Answer:
ବର୍ଷାଋତୁରେ ପୃଥ‌ିବୀ ଶସ୍ୟ-ସମ୍ପଦରେ ଭରପୂର ହୋଇଯାଏ । ବର୍ଷାଋତୁର ଜଳଦାନ ଫଳରେ ବିଭିନ୍ନ ପ୍ରକାର ଖାଦ୍ୟଶସ୍ୟ ଉତ୍ପନ୍ନ ହୁଏ । ପ୍ରାଣୀ ଓ ଉଦ୍ଭିଦ ଜଗତର ଜଳକଷ୍ଟ, ଖାଦ୍ୟାଭାବ ଦୂର ହୁଏ । ତେଣୁ କବି ବର୍ଷାଋତୁକୁ ସମସ୍ତ ଋତୁଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି କହିଛନ୍ତି ।

(ଙ) ମୟୂର କାହାକୁ ଚାହିଁ ନୃତ୍ୟ କରେ ?
Answer:
ମୟୂର ଗିରି ଶିଖରରେ ଥ‌ିବା ମେଘକୁ ଚାହିଁ ନୃତ୍ୟ କରେ ।

Question  ୩।
ସରଳ ଭାଷାରେ ବୁଝାଇ ଲେଖ ।
(କ) ମହୀ ମଣ୍ଡଳ ଦୁଃଖ ଚାହିଁ
ଜଳ ଛାଡ଼ିଲା ତୋଷ ହୋଇ ॥
Answer:
ମହୀ ମଣ୍ଡଳ ………………….. ତୋଷ ହୋଇ
ଉଦ୍ଧୃତାଂଶଟି କବି ଜଗନ୍ନାଥ ଦାସଙ୍କ ରଚିତ ‘ବର୍ଷା’ କବିତାରୁ ଆନୀତ । ପୃଥ‌ିବୀର ଦୁଃଖ ଦେଖ୍ ମେଘ କିପରି ଜଳଦାନ କରେ, ତାହା ଏଠାରେ ବର୍ଣ୍ଣିତ । ପ୍ରଚଣ୍ଡ ସୂର୍ଯ୍ୟତାପରେ ପୃଥ‌ିବୀ ଆଠମାସ ଧରି ସନ୍ତାପିତ ହୋଇଥାଏ । ଗ୍ରୀଷ୍ମଋତୁ ପରେ ବର୍ଷାଋତୁ ଆସେ । ଏହି ଋତୁ ଜଳଦାନ କରି ପୃଥ‌ିବୀକୁ ଶସ୍ୟଶ୍ୟାମଳା କରେ; ତେଣୁ ଜୀବଜଗତ ଛ’ଋତୁ ମଧ୍ୟରେ ବର୍ଷାଋତୁକୁ ଶ୍ରେଷ୍ଠ ବୋଲି କହିଥା’ନ୍ତି । ଶୂନ୍ୟ ଆକାଶ ବ୍ୟାପି ମେଘମାଳ ଚାରିଆଡ଼େ ଘୋଟିଯାଏ। ଆଠମାସ ଧରି ପ୍ରଖର ସୂର୍ଯ୍ୟତାପରେ ଭୂପୃଷ୍ଠର ସମସ୍ତ ଜଳ ରାଶି ବାଷ୍ପୀଭୂତ ହୋଇ ପୃଥ‌ିବୀ ଶୁଷ୍କ ହୋଇଯାଇଥାଏ । ବର୍ଷା କାଳର ଆଗମନରେ ସୂର୍ଯ୍ୟତାପର ପ୍ରଖରତା କମ୍ ହୋଇଯାଏ ଓ ପୃଥ‌ିବୀବାସୀଙ୍କ କଷ୍ଟ ନାଶ ହୁଏ । ପୃଥ‌ିବୀର ଦୁଃଖ ଦେଖ୍ ମେଘ କରୁଣାପୂର୍ଣ୍ଣ ହୃଦୟରେ ଜଳଦାନ କରେ । ଘୋର ଗର୍ଜନ କରି ମେଘମାଳା ଜଳ ବର୍ଷିଥା’ନ୍ତି । କବି ମଧୁସୂଦନ ଲେଖୁଛନ୍ତି –

‘‘ବାନ୍ଧବ ଅଟେ ତରୁଲତା ଜୀବର ।
ପ୍ରକାଶଇ କରୁଣା ସେ ନିରନ୍ତର ।।”

(ଖ) ଅଳପ ନଦୀଏ ପୂରିଲେ
ଲହରି ମତେ ଉଛୁଳିଲେ ।।
Answer:
ଅଳପ ନଦୀଏ …………………… ଉଛୁଳିଲେ ।।
ଉଦ୍ଧୃତାଂଶଟି କବି ଜଗନ୍ନାଥ ଦାସଙ୍କ ଲିଖ୍ ‘ବର୍ଷା’ କବିତାରୁ ଉଦ୍ଧୃତ । ଏଠାରେ କବି ବର୍ଷାକାଳରେ କ୍ଷୁଦ୍ର କ୍ଷୁଦ୍ର ନଦୀର ଅବସ୍ଥା ସମ୍ପର୍କରେ ଆଲୋକପାତ କରିଛନ୍ତି । ବର୍ଷାଋତୁ ଆସିବାମାତ୍ରେ ଚାରିଆଡ଼େ ଅନବରତ ବର୍ଷା ହୋଇଥାଏ । ବର୍ଷାଜଳ ଲାଭକରି ପ୍ରାଣୀଜଗତ ଆନନ୍ଦିତ ହୋଇଥା’ନ୍ତି । ଜୁଳୁଜୁଳିଆ ପୋକମାନେ ସନ୍ଧ୍ୟାବେଳେ ଉଡ଼ିବୁଲନ୍ତି । ମେଘର ଗୁରୁଗମ୍ଭୀର ଗର୍ଜନ ଶୁଣି ବେଙ୍ଗମାନେ ଜଳାଶୟ ଚାରିପାଖରେ ବେଢ଼ିଯାଇ ଗର୍ଜନ କରନ୍ତି । ଛୋଟ ଛୋଟ ନଦୀ ଜଳରେ ପୂର୍ଣ୍ଣଗର୍ଭା ହୋଇଉଠନ୍ତି । ସେସବୁ ନଦୀରେ ହଠାତ୍ ବନ୍ୟା ଦେଖାଦିଏ । ଲହରି ସହିତ ଛୋଟ ଛୋଟ ନଦୀଗୁଡ଼ିକ ଉଛୁଳି ଉଠି ଦୁଇକୂଳକୁ ଛୁଇଁଥା’ନ୍ତି।

(ଗ) ଛତୁ ଯେ ଛତ୍ର ପ୍ରାୟ ହୋଇ
ରାଜାର ପ୍ରାୟ ଦିଶେ ମହୀ ॥
Answer:
ଛତୁ ଯେ …………………. ଦିଶେ ମଦୀ ।।
ଶଂସିତ ପଦ୍ୟାଶଟି କବି ଜଗନ୍ନାଥ ଦାସଙ୍କ ଲିଖ୍ ‘ବର୍ଷା’ କବିତାରୁ ଉଦ୍ଧୃତ । ଏଠାରେ କବି ପୃଥ‌ିବୀକୁ ରାଜା ସହିତ କିପରି ତୁଳନା କରିଛନ୍ତି, ତାହା ବର୍ଣ୍ଣିତ ହୋଇଛି । ବର୍ଷାଋତୁର ଆଗମନରେ ପୃଥ‌ିବୀ ଶସ୍ୟଶ୍ୟାମଳା ହୋଇଉଠେ । ପୃଥ‌ିବୀ ପୃଷ୍ଠରେ ବିଭିନ୍ନ ଶସ୍ୟରାଶି ଭରପୂର ହୋଇଯାଏ । ଶସ୍ୟରେ ଭରପୂର କ୍ଷେତକୁ ଦେଖ୍ ମଣିଷ ଚିତ୍ତରେ ପୁଲକ ଜାତ ହୁଏ । ଏହି ଋତୁରେ ଚାରିଆଡ଼େ ଛତୁଗୁଡ଼ିକ ଫୁଟି ଉଠି ଛତା ପ୍ରାୟ ଦେଖାଯା’ନ୍ତି । ରାଜାଙ୍କର ମସ୍ତକରେ ପାଟଛତା ଶୋଭା ପାଇଲା ପରି ପୃଥ‌ିବୀ ରାଜାଙ୍କର ମସ୍ତକରେ ଛତୁଗୁଡ଼ିକ ପାଟଛତା ପରି ଶୋଭା ପାଇଥାଏ । ଏସବୁ ଦୃଶ୍ୟ ଦେଖି ସମସ୍ତେ ଆନନ୍ଦରେ ଆତ୍ମହରା ହୋଇଉଠନ୍ତି । ବାସ୍ତବରେ କବିଙ୍କର ଏହି କାବ୍ୟକ ତୁଳନା ବେଶ୍ ହୃଦୟସ୍ପର୍ଶୀ ହୋଇପାରିଛି ।

BSE Odisha 6th Class Odia Solutions Chapter 1 ବର୍ଷା

Question ୪।
ନିମ୍ନଲିଖ ପଦ୍ୟାଶରେ ଖାଲିଥିବା ସ୍ଥାନକୁ ବହି ଦେଖୁ ପୂରଣ କର ।
(କ) ପ୍ରାଣୀ ଜୀବନ ………………….. ଚିତ୍ତରେ ବରଷି ॥
Answer:
ପ୍ରାଣୀ ଜୀବନ ଶସ୍ୟରାଶି
କରୁଣା ଚିତ୍ତରେ ବରଷି ॥

(ଖ) …………….. ଶସ୍ୟରାଶି
ଏଣେ ………… ମହୀ ……….॥
Answer:
ନାନା ପ୍ରକାରେ ଶସ୍ୟରାଶି
ଏଣେ ପୂରିତ ମହୀ ଦିଶି ॥

Question ୫।
ଏହି କବିତାରେ ‘ସୂର୍ଯ୍ୟ’ ଓ ‘ପୃଥ‌ିବୀ’ ଶବ୍ଦ ପାଇଁ ଅନ୍ୟ ଯେଉଁ ଶବ୍ଦଗୁଡ଼ିକ ବ୍ୟବହାର କରାଯାଇଛି, ତାହାକୁ ଲେଖ ।
Answer:
ସୂର୍ଯ୍ୟ – ରବି
ପୃଥ‌ିବୀ – ମଞ୍ଚପୁର, ମହୀ

Question ୬।
‘ବରଷା’ ଶବ୍ଦର ଗଦ୍ୟରୂପ ‘ବର୍ଷା’, ସେହିପରି ନିମ୍ନଲିଖତ ଶବ୍ଦଗୁଡ଼ିକର ଗଦ୍ୟରୂପ ଲେଖ ।
ଶବଦ, ଗରଜି, ବରଷି, ଗ୍ରୀଷମ, ତପତ, ଅଳପ
Answer:
ପଦ୍ୟ ରୂପ ଗଦ୍ୟରୂପ ପଦ୍ୟ ରୂପ ଗଦ୍ୟରୂପ
ଶବଦ ଶବ୍ଦ ଗ୍ରୀଷମ ଗ୍ରୀଷ୍ମ
ଗରଜି ଗର୍ଜି ତପତ ତପ୍ତ
ବରଷି ବର୍ଷି ଆ କପ ଅଚ୍ଛ

Question ୭|
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ଅର୍ଥ ସୂଚାଉଥ‌ିବା ଶବ୍ଦକୁ ବନ୍ଧନୀ ମଧ୍ଯରୁ ବାଛି ଲେଖ ।
ମଞ୍ଚପୁର (ସ୍ଵର୍ଗପୁର, ପାତାଳପୁର, ମର୍ତ୍ତ୍ୟପୁର)
ଭୁଞ୍ଜନ୍ତି (ଭୋଜନ କରନ୍ତି, ଭୋଗ କରନ୍ତି, ଭରଣ କରନ୍ତି)
ମଣ୍ଡୁକ (ସାପ, ବେଙ୍ଗ, ମୟୂର)
ନିଶାମୁଖ (ସକାଳ, ସନ୍ଧ୍ୟାବେଳ, ରାତି)
Answer:
ମଞ୍ଚପୁର – ମର୍ତ୍ତ୍ୟପୁର
ଭୁଞ୍ଜନ୍ତି – ଭରଣ କରନ୍ତ
ମଣ୍ଡୁକ – ବେଙ୍ଗ
ନିଶାମୁଖ – ସନ୍ଧ୍ୟାବେଳ

BSE Odisha 6th Class Odia Solutions Chapter 1 ବର୍ଷା

Question ୮।
‘ଆଠ’କୁ ଯେପରି ‘ଅଷ୍ଟ’ କୁହାଯାଏ, ସେହିପରି ନିମ୍ନଲିଖତ ଶବ୍ଦଗୁଡ଼ିକୁ କ’ଣ କୁହାଯିବ ଲେଖ ।
ନଅ, ସାତ, ଛଅ, ଏଗାର
Answer:
ନଅ – ନବ
ସା-ସପ୍ତ
ଛଅ-ଷଷ୍ଠ
ଏଗାର – ଏକାଦଶ

Question ୯।
ପ୍ରତ୍ୟେକ ଧାଡ଼ିରେ ତିନୋଟି ଏକ ଜାତୀୟ ଶବ୍ଦ ସହିତ ଗୋଟିଏ ଭିନ୍ନ ଜାତୀୟ ଶବ୍ଦ ମିଶି ରହିଛି । ଭିନ୍ନ ଜାତୀୟ ଶବ୍ଦଟିକୁ ଚିହ୍ନଟ କରି ଲେଖ ।
(କ) ବର୍ଷା, ବିଜୁଳି, ଗିରିଶିଖ, ପବନ
(ଖ) ମୟୂକ, ମୟୂର, ଛତୁ, ଖଦ୍ୟୋତ
Answer:
(କ) ଗିରିଶିଖ
(ଖ) ଛତୁ ।

ତୁମ ପାଇଁ କାମ:

  • ବର୍ଷା ଉପରେ ଲେଖାଯାଇଥିବା ଅନ୍ୟ କବିଙ୍କର କବିତାଗୁଡ଼ିକୁ ସଂଗ୍ରହ କରି ପଢ଼ ।
  • ବର୍ଷା ଋତୁ ସମ୍ପର୍କରେ କବିତା ଲେଖୁ ତୁମ ଶିକ୍ଷକଙ୍କୁ ଦେଖାଅ ।
  • ଜଗନ୍ନାଥ ଦାସଙ୍କ ଜୀବନୀ ସଂଗ୍ରହ କରି ପଢ଼ ।
    [ ଛାତ୍ରଛାତ୍ରୀମାନେ ଶିକ୍ଷକ/ଅଭିଭାବକଙ୍କ ସାହାଯ୍ୟ ନେଇ ନିଜେ ଅଭ୍ୟାସ କରିବେ ।]

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
ସଂକ୍ଷେପରେ ଉତ୍ତର ଦିଅ ।

(କ) ତପସ୍ଵୀ କେତେବେଳେ ସୁଖୀ ହୁଅନ୍ତି ?
Answer:
ଅଭୀଷ୍ଟ ଫଳପ୍ରାପ୍ତି ଉଦ୍ଦେଶ୍ୟରେ ତପସ୍ବୀ କଠୋର ତପସ୍ୟା କରି ଚାଲିଥାଆନ୍ତି । ଦୀର୍ଘଦିନର ତପସ୍ୟା ପରେ ସେ ଯେତେବେଳେ ନିଜର ଅଭୀଷ୍ଟ ଫଳ ଲାଭ କରନ୍ତି, ସେତେବେଳେ ବେଶ୍ ଆତ୍ମସନ୍ତୋଷ ଲାଭ କରି ସୁଖୀ ହୁଅନ୍ତି।

(ଖ) ଏହି କବିତାରେ କେଉଁ କେଉଁ ପ୍ରାଣୀମାନଙ୍କର ବର୍ଣ୍ଣନା କରାଯାଇଛି ସେମାନଙ୍କ ନାମ ଉଲ୍ଲେଖ କର ।
Answer:
ଏହି କବିତାରେ ଖଦ୍ୟୋତ, କୀଟ, ମଣ୍ଡୁକ, ମୟୂର ଆଦି ପ୍ରାଣୀମାନଙ୍କର ବର୍ଣ୍ଣନା କରାଯାଇଛି ।

(ଗ) ‘ତାପିତ ଥିଲା ଅଷ୍ଟମାସେ’ – ଏପରି କାହିଁକି କୁହାଯାଇଛି ?
Answer:
ଦୀର୍ଘ ଆଠମାସ ଧରି ସୂର୍ଯ୍ୟଙ୍କର ପ୍ରଚଣ୍ଡ କିରଣରେ ଏ ଧରାପୃଷ୍ଠ ଉତ୍ତପ୍ତ ହୋଇଥିଲା । ପ୍ରାଣୀକୂଳ ବହୁ କଷ୍ଟ ଭୋଗ କରୁଥିଲେ । ତେଣୁ ଏପରି କୁହାଯାଇଛି ।

(ଘ) କାହାର ଦୁଃଖ ଦେଖ୍ କିଏ ଜଳଦାନ କଲା ?
Answer:
ଗ୍ରୀଷ୍ମତାପରେ ସନ୍ତାପିତ ହେଉଥ‌ିବା ପୃଥ‌ିବୀର ଦୁଃଖକୁ ଦେଖ୍ ମେଘମାଳ ଜଳଦାନ କଲା ।

(ଙ) କବି ପୃଥ‌ିବୀକୁ ରାଜାଭାବେ କଳ୍ପନା କରିବାରେ କି ଯଥାର୍ଥତା ରହିଛି ?
Answer:
ବର୍ଷାଋତୁରେ ରାସ୍ତାଘାଟ, ଖୋଲାପଡ଼ିଆ ଚାରିଆଡ଼େ ଛତୁଗୁଡ଼ିକ ଛତା ପରି ଫୁଟିଥାଏ । ରାଜାଙ୍କ ମସ୍ତକରେ ପାଟଛତା ଶୋଭା ପାଇଲା ଭଳି ପୃଥ‌ିବୀ ରାଜାଙ୍କର ମସ୍ତକରେ ଛତୁଗୁଡ଼ିକ ଛତା ପରି ଶୋଭା ପାଉଥାଏ ବୋଲି କବି କଳ୍ପନା କରିଛନ୍ତି । ଏ ତୁଳନାତ୍ମକ ବର୍ଣ୍ଣନାଟି ଅତି ଚମତ୍କାର ଓ ଏହାର ଯଥାର୍ଥତ ମଧ୍ୟ ରହିଛି ।

Question ୨।
ସଂକ୍ଷେପରେ ଉତ୍ତର ଦିଅ ।
(କ) ‘ବର୍ଷା’ କବିତାରେ କାହାକୁ କାହିଁକି ରାଜା ବୋଲି କୁହାଯାଇଛି ?
Answer:
‘ବର୍ଷା’ କବିତାରେ ପୃଥ‌ିବୀକୁ ରାଜା ବୋଲି କୁହାଯାଇଛି । କାରଣ ବର୍ଷାଋତୁରେ ଛତୁ ଫୁଟି ପୃଥ‌ିବୀ ରୂପକ ରାଜାଙ୍କର ଛତ୍ର ଭଳି ଦେଖାଯାଏ ।

(ଖ) ବର୍ଷାକାଳରେ ଆକାଶରେ କ’ଣ ସବୁ ଦେଖାଯାଏ ?
Answer:
ବର୍ଷାକାଳରେ ଆକାଶରେ କଳାମେଘ ଭାସୁଥିବାର ଦେଖାଯାଏ । ମେଘ ଫାଙ୍କରେ ବିଜୁଳି ଚମକେ ଓ ଘଡ଼ଘଡ଼ିର ଶବ୍ଦ ଶୁଣିବାକୁ ମିଳେ ।

(ଗ) ମେଘମାଳା କିପରି ଭାବରେ ଜଳ ବର୍ଷା କଲେ ?
Answer:
ମହାଶୂନ୍ୟରେ ମେଘମାନେ ବିଜୁଳି ଓ ଘଡ଼ଘଡ଼ି ଶବ୍ଦ ସହ ମିଳିତ ହେଲେ । ପରେ ପରେ ଭୀଷଣ ଶବ୍ଦ କରି ମେଘମାଳ ଜଳ ବର୍ଷା କଲେ ।

(ଘ) ବର୍ଷାଋତୁକୁ ସକଳ ଋତୁଙ୍କର ସାର ବୋଲି କୁହାଯାଏ କାହିଁକି ?
Answer:
ବର୍ଷାଋତୁର ଜଳଦାନରେ ପୃଥ‌ିବୀ ଶସ୍ୟଶ୍ୟାମଳା ହୁଏ । ବିଭିନ୍ନ ପ୍ରକାର ଖାଦ୍ୟଶସ୍ୟ ଉତ୍ପନ୍ନ ହୁଏ । ବର୍ଷାଋତୁ କୁହାଯାଏ । ବର୍ଷ।ରତୁ ଯୋଗୁଁ ଜୀବଜଗତର ଖାଦ୍ୟାଭାବ ଓ ଜଳାଭାବ କଷ୍ଟ ଦୂର ହେଉଥିବାରୁ ଏହାକୁ ସକଳ ଋତୁଙ୍କର ସାର ବୋଲି କହାଯାଏ ।

(ଙ) ବର୍ଷାକାଳରେ ଖଦ୍ୟୋତ କ’ଣ କରେ ?
Answer:
ବର୍ଷାକାଳୀନ ସନ୍ଧ୍ୟାରେ ଖଦ୍ୟୋତ (ଜୁଳୁଜୁଳିଆ ପୋକ) ବିଭିନ୍ନ ଆଡ଼େ ଉଡ଼ିବୁଲେ । ସେମାନଙ୍କ ମିଞ୍ଜିମିଞ୍ଜି ଆଲୁଅରେ ମେଘୁଆ ସନ୍ଧ୍ୟା ସୁନ୍ଦର ଦେଖାଯାଏ ।

BSE Odisha 6th Class Odia Solutions Chapter 1 ବର୍ଷା

Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ‘‘ପ୍ରାଣୀ ଜୀବନ ଜଳରାଶି
କରୁଣା ଚିତ୍ତରେ ବରଷି ॥”
Answer:
ପ୍ରାଣୀ ଜୀବନ ……………. ବରଷି ॥
ଉଦ୍ଧୃତାଂଶଟି ଜଗନ୍ନାଥ ଦାସଙ୍କ ରଚିତ ‘ବର୍ଷା’ ପଦ୍ୟରୁ ଉଦ୍ଧୃତ । ଏଠାରେ ଜଳ ସହିତ ପ୍ରାଣୀ ଜୀବନର ସମ୍ପର୍କକୁ କବି ସୁନ୍ଦରଭାବେ ବର୍ଣ୍ଣନା କରିଛନ୍ତି । ବର୍ଷାକାଳ ଆସିଲେ ପୃଥବୀର ଦୁଃଖ ଦୂର ହୁଏ । ଆଠମାସ ଧରି ସୂର୍ଯ୍ୟ ତାପରେ ଶୁଖୁଲା ପଡ଼ିଥିବା ମାଟିରେ ବର୍ଷାଜଳ ପଡ଼ି ତାକୁ ଉର୍ବର କରେ । ଫଳରେ ପୃଥ‌ିବୀ ଶସ୍ୟଶ୍ୟାମଳା ହୁଏ । ମେଘମାଳ ଘୋର ଗର୍ଜନ କରି ଜଳ ବର୍ଷା କରନ୍ତି । ପ୍ରାଣୀର ଜୀବନ ହେଉଛି ଜଳ । ଜଳ ବିନା ଜୀବନ ଧାରଣ ସମ୍ଭବ ନୁହେଁ । ତେଣୁ ବର୍ଷାଋତୁ କରୁଣାପୂର୍ଣ୍ଣ ହୃଦୟରେ ଜଳ ବର୍ଷାକରି ପ୍ରାଣୀର ଜୀବନରୁ ଦୁଃଖ ସନ୍ତାପ ଦୂର କରିଥାଏ । ଏହି ବର୍ଣ୍ଣନାରେ ଜଳ ସହ ଜୀବନର ନିବିଡ଼ ସମ୍ପର୍କ ଥ‌ିବାର ସୂଚନା ଦିଆଯାଇଛି ।

(ଖ) ‘‘ତପସ୍ୟା ଫଳ ଯେହ୍ଲେ ପାଇ
‘‘ଭୁଞ୍ଜନ୍ତି ଅତି ସୁଖୀ ହୋଇ ॥’’
Answer:
ତପସ୍ୟା ଫଳ ………… ସୁଖୀ ହୋଇ ॥
ଉଦ୍ଧୃତାଂଶଟି ଜଗନ୍ନାଥ ଦାସଙ୍କ ରଚିତ ‘ବର୍ଷା’କବିତାରୁ ଉଦ୍ଧୃତ । ଏଠାରେ କବି ପୃଥ‌ିବୀକୁ ଜଣେ ତପସ୍ବୀ ଏବଂ ବର୍ଷାଜଳକୁ ତପସ୍ୟାର ଫଳ ସ୍ଵରୂପ ବର୍ଣ୍ଣନା କରିଛନ୍ତି । ଆଠମାସ ଧରି ପୃଥ‌ିବୀ ଶୁଷ୍କ ଥାଏ । ବର୍ଷାଜଳ ପାଇ ତା’ର ଦୁଃଖ ଦୂର ହୁଏ । ପ୍ରାଣୀ, ଉଭିଦ ସମସ୍ତେ ସନ୍ତୋଷ ଲାଭ କରନ୍ତି । ତପସ୍ବୀଜନ ଯେପରି କଷ୍ଟ ସହି ତପସ୍ୟା କରେ ଏବଂ ଦୀର୍ଘଦିନର ତପସ୍ୟା ପରେ ବାଞ୍ଛିତ ଫଳ ପାଇ ସନ୍ତୁଷ୍ଟ ହୁଏ, ପୃଥ‌ିବୀ ସେହିପରି କଷ୍ଟ ସହି ଜଳ ପାଇଲା ପରେ ସନ୍ତୁଷ୍ଟ ହୁଏ ।
ଏଠାରେ କବିଙ୍କର ତୂଳନାତ୍ମକ ବର୍ଣ୍ଣନାଟି ଯଥାର୍ଥ ଅଟେ । ଏଠାରେ କବିଙ୍କର ତୁଳନାତ୍ମକ ବର୍ଣ୍ଣନାଟି ଯଥାର୍ଥ ଅଟେ।

(ଗ) ‘‘ଜଳ ପାଇଲା ତୋଷଚିତ୍ତେ
ତପଷ୍ଟୀଚ୍ଚନଙ୍କ ର ମତେ ॥’’
Answer:
ଜଳ ପାଇଲା ………………….. ମତେ ॥
ଉଦ୍ଧୃତାଂଶଟି ଜଗନ୍ନାଥ ଦାସଙ୍କ ରଚିତ ‘ବର୍ଷା’ ପଦ୍ୟରୁ ଉଦ୍ଧୃତ । ଏଠାରେ କବି ପୃଥ‌ିବୀର ଜଳପ୍ରାପ୍ତିକୁ ତପସ୍ଵୀମାନଙ୍କର ତପସ୍ୟାର ଫଳପ୍ରାପ୍ତି ସହ ତୁଳନା କରିଛନ୍ତି । ଦୀର୍ଘ ଆଠମାସ ଧରି ପୃଥ‌ିବୀ ପ୍ରଚଣ୍ଡ ସୂର୍ଯ୍ୟକିରଣରେ ସନ୍ତାପିତ ହୋଇ ଶୁଷ୍କ ବା ରସଶୂନ୍ୟ ହୋଇଯାଇଥିଲା ବର୍ଷାଋତୁ ଆସିବାରୁ ଜଳଧାରା ପୃଥ‌ିବୀରେ ପଡ଼ି ପୃଥ‌ିବୀକୁ ବେଶ୍ ସନ୍ତୋଷ ପ୍ରଦାନ କଲା । ଏହି କଥାକୁ କବି ଏକ ପାର୍ଥିବ ଘଟଣା ସହ ତୁଳନା କରିଛନ୍ତି । ତପସ୍ଵୀମାନେ ବିଭୁ ସାନ୍ତଧ୍ୟ ଲାଭ ପାଇଁ କଠୋର ତପସ୍ୟା କରିଥା’ନ୍ତି । ଯେତେବେଳେ ତାଙ୍କର ତପସ୍ୟା ସାର୍ଥକ ହୁଏ ଓ ଅଭୀଷ୍ଟ ଫଳ ଲାଭ ହୁଏ, ସେତେବେଳେ ସେମାନେ ଆତ୍ମସନ୍ତୋଷ ଲାଭ କରି ସୁଖୀ ହୁଅନ୍ତି । ଏଠାରେ କବି ପୃଥ‌ିବୀକୁ ତପସ୍ଵୀ ଜନ ଏବଂ ଦୀର୍ଘ ଆଠମାସ ଧରି ପୃଥ‌ିବୀ ଭୋଗ କରୁଥିବା ରୌଦ୍ରତାପ ଜନିତ ସନ୍ତାପ ଓ ଜଳକଷ୍ଟକୁ ତା’ର କଠୋର ତପସ୍ୟା ସହ ତୁଳିତ କରିଛନ୍ତି । ମେଘମାଳାର ବାରିଦାନ ରୂପକ ଅଭୀଷ୍ଟ ଫଳପ୍ରାପ୍ତିରେ ପୃଥ‌ିବୀ ସୁଖୀ ହୁଏ ବୋଲି କବି କହିଛନ୍ତି । ବାସ୍ତବରେ କବିଙ୍କର ବର୍ଣ୍ଣନା ବେଶ ଭାବଗର୍ଭକ ହୋଇଛି।

BSE Odisha 6th Class Odia Solutions Chapter 1 ବର୍ଷା

Question ୪।
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ବର୍ଷା ଆଗମନରେ ପ୍ରକୃତିରେ କି କି ପରିବର୍ତ୍ତନ ପରିଲକ୍ଷିତ ହୁଏ ?
Answer:
ଋତୁଚକ୍ରର ଆବର୍ତ୍ତନ କ୍ରମେ ନିଦାଘ ଗ୍ରୀଷ୍ମକାଳ ଶେଷ ହେବାପରେ ବର୍ଷାଋତୁ ଧରାପୃଷ୍ଠକୁ ଆସେ । ଏହି ଋତୁର ଆଗମନରେ ପୃଥ‌ିବୀ ସବୁଜଶ୍ରୀ ଧାରଣ କରେ । ଶୁଷ୍କ ବୃକ୍ଷଲତା ସବୁଜ ପତ୍ରମଣ୍ଡିତ ହୋଇ ସୁନ୍ଦରତା ପ୍ରକାଶ କରନ୍ତି । ନୀଳାକାଶରେ ମାଳ ମାଳ କଳା ବଉଦ ଭାସି ବୁଲେ । ବିଜୁଳିର ଚମକ ଓ ଘଡ଼ଘଡ଼ିର ବଜ୍ରନାଦରେ ପୃଥ‌ିବୀ ପ୍ରକମ୍ପିତ ହୁଏ । ବର୍ଷା ହେବା ଫଳରେ ଶୁଷ୍କ ଜଳାଶୟ ଜଳପୂର୍ଣ ହୁଏ । ନୀରସ ପୃଥ‌ିବୀ ସରସତାରେ ଭରିଯାଏ । ପୃଥବୀ ଶସ୍ୟ ସମ୍ପଦରେ ମଣ୍ଡିତ ହୁଏ ।

(ଖ) ‘ବର୍ଷା’ କବିତାରେ କାହାକୁ ଓ କାହିଁକି ରାଜା ବୋଲି କୁହାଯାଇଛି ?
Answer:
‘ବର୍ଷା’ କବିତାରେ ଭକ୍ତକବି ଜଗନ୍ନାଥ ଦାସ ପୃଥ‌ିବୀକୁ ରାଜା ସହ ତୁଳନା କରିଛନ୍ତି । ଅଭିଷେକ ଉତ୍ସବ ପରେ ରାଜାଙ୍କ ମସ୍ତକ ଉପରେ ପାଟଛତା ବା ରାଜଛତ୍ର ଶୋଭାପାଏ । ବର୍ଷାକାଳରେ ପୃଥ‌ିବୀରେ ରାସ୍ତାର ଦୁଇ ପାର୍ଶ୍ବରେ ଓ ଖୋଲା ପଡ଼ିଆ ଆଦିରେ ଛତୁ ଫୁଟେ । ଛତୁଗୁଡ଼ିକ ଆକାରରେ ଛତା ସଦୃଶ ଦେଖାଯା’ନ୍ତି । କବି ଏଠାରେ ଛତୁଗୁଡ଼ିକୁ ରାଜଛତ୍ର ସହିତ ତୁଳନା ପୃଥ‌ିବୀରୂପକ ରାଜାର ଶିରରେ ରାଜଛତ୍ର ଭଳି ଶୋଭା ପ୍ରଦାନ କରିଛନ୍ତି । କରିଛନ୍ତି । କବି ବର୍ଣ୍ଣନା କରିଛନ୍ତି ଯେ ଛତୁଗୁଡ଼ିକ ପାଉଛି । କବି ପୃଥ‌ିବୀକୁ ଯଥାର୍ଥରେ ରାଜାର ସମ୍ମାନ ପୃଦନା କରିଛନ୍ତି ।

(ଗ) ବର୍ଷାଋତୁକୁ ସକଳ ଋତୁଙ୍କର ସାର ବୋଲି କାହିଁକି କୁହାଯାଇଛି ?
Answer:
ବର୍ଷା ଜଳ ଦାନ କରେ । ଜଳ ହିଁ ଜୀବନ । ଜଳ ବିନା ପ୍ରାଣୀ ବା ଉଭିଦ କେହି ଜୀବନ ଧାରଣ କରିପାରିବେ ନାହିଁ । ନିଦାଘର ପ୍ରଚଣ୍ଡ ତେଜରେ ପୃଥ‌ିବୀ ଶୁଷ୍କ, ରୁକ୍ଷ, ନୀରସ ଓ ଶ୍ରୀହୀନ ହୋଇଯାଏ । ବର୍ଷାର ଆଗମନକୁ ସମସ୍ତ ପ୍ରାଣୀଜଗତ ସତୃଷ୍ଣ ନୟନରେ ଚାହିଁ ରହିଥାଆନ୍ତି । ବର୍ଷାଋତୁ ଅମୃତ ତୁଲ୍ୟ ଜଳଧାରା ଅଜାଡ଼ି ଦେଇ ପୃଥ‌ିବୀରେ ପାଦ ଥାପେ । ଶୁଷ୍କ ନଦୀ, ନାଳ, ପୁଷ୍କରିଣୀ ଇତ୍ୟାଦି ଜଳାଶୟ ପୂର୍ଣ୍ଣଗର୍ଭା ହୋଇଯା’ନ୍ତି । ବୃକ୍ଷଲତା ସବୁଜପତ୍ର ଧାରଣ କରି ପୃଥ‌ିବୀର ଶୋଭାକୁ ବହୁଗୁଣିତ କରନ୍ତି । କୃଷିକ୍ଷେତ୍ର ଶସ୍ୟସମ୍ଭାରରେ ପୂରି ଉଠେ । ବର୍ଷାଋତୁ ଜଳଦାନ କରି ଜୀବଜଗତର ଜୀବନରକ୍ଷା କରିବା ସହ ଶସ୍ୟ ଉପୁଜାଇବାରେ ସହାୟକ ହୋଇଥାଏ । ତେଣୁ ବର୍ଷାଋତୁକୁ ସକଳ ଋତୁଙ୍କର ସାର ବୋଲି କୁହାଯାଏ ।

କବି ପରିଚୟ :

ଓଡ଼ିଆ ସାହିତ୍ୟର ପଞ୍ଚସଖା ଯୁଗର ଅନ୍ୟତମ ଯଶସ୍ବୀ କବିଭାବେ ଜଗନ୍ନାଥ ଦାସ ଘରେ ଘରେ ସୁପରିଚିତ । ସେ ତକାର ଭାବେ ମଧ୍ୟ ସୁପ୍ରସିଦ୍ଧ । ସେ ଅତିବଡ଼ୀ ଉପାଧ୍ଧରେ ବିଭୂଷିତ । ତାଙ୍କ ଜନ୍ମକାଳ ପଞ୍ଚଦଶ ଶତାବ୍ଦୀ । ସେ ପୁରୀ ଜିଲ୍ଲାର କପିଳେଶ୍ଵରପୁରରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରଥମେ ମାନକ ଭାଷାର ପ୍ରୟୋଗ କରି ଚିରସ୍ମରଣୀୟ ହୋଇ ପାରିଛନ୍ତି ।

ରଚନାବଳୀ :

ଓଡ଼ିଆ ଭାଗବତ, ଅର୍ଥ କୋଇଲି, ଉଦ୍ଧବ ଜଣାଣ, କାଳୀୟ ଦଳନ, ଗୁପତ ଗୀତା, ହରିଣୀ ସ୍ତୁତି, ଭୁଲାମନ ଭୁଲୁ କାହିଁକି, ପାହାନ୍ତି ଅବକାଶ ଓ ହାତୀ ଝୁଲଇରେ ଆଦି କେତେକ କାବ୍ୟ, ଭଜନ ଓ କ୍ଷୁଦ୍ର କବିତା ।କବିତାର ଆଦର୍ଶ :
‘ବର୍ଷା’ ପଦ୍ୟଟି ‘ଭାଗବତ’ ର ଦଶମ ସ୍କନ୍ଦର ଏକବିଂଶ ଅଧ୍ୟାୟରୁ ଆନୀତ । ଏଥ‌ିରେ ବର୍ଷାଋତୁର ଆଗମନରେ ପୃଥ‌ିବୀର ସୌନ୍ଦର୍ଯ୍ୟ ଏବଂ ବର୍ଷାଋତୁର ମହତ୍ତ୍ଵ କଥା ସୁନ୍ଦରଭାବେ ବର୍ଣ୍ଣନା କରାଯାଇଛି ।

ସାରକଥା :

ନିଦାଘ ଗ୍ରୀଷ୍ମକାଳ ପରେ ବର୍ଷାଋତୁ ଆସେ । ଏହି ଋତୁ ସକଳ ଋତୁଙ୍କ ମଧ୍ୟରେ ଶ୍ରେଷ୍ଠ । କାରଣ ଏହି ସମୟରେ ପୃଥ‌ିବୀ ଶସ୍ୟ – ସମ୍ପଦରେ ପରିପୂର୍ଣ୍ଣ ଥାଏ । ଆକାଶମଣ୍ଡଳରେ ବିଜୁଳି ଓ ଘଡ଼ଘଡ଼ି ଶବ୍ଦ କରି ମେଘଗୁଡ଼ିକ ଏକତ୍ର ହୁଅନ୍ତି । ପୃଥ‌ିବୀର ଦୁଃଖ ଦେଖୁ ସନ୍ତୋଷ ଚିତ୍ତରେ ଜଳଦାନ କରନ୍ତି । ଭୀଷଣ ଶବ୍ଦମାନ କରି ମେଘମାନେ ଗର୍ଜନ୍ତି ଓ ଜଳ ବର୍ଷା କରନ୍ତି । ପ୍ରାଣୀର ଜୀବନ ହେଉଛି ଜଳ-ଜଳ ବିନା କେହି ବଞ୍ଚିପାରିବେ ନାହିଁ; ତେଣୁ ବର୍ଷା ଦୟାର୍ଦ୍ର ଚିତ୍ତରେ ଜଳଦାନ କରିଥାଏ । ପୃଥ‌ିବୀପୃଷ୍ଠ ଆଠମାସ ଧରି ସୂର୍ଯ୍ୟକିରଣରେ ଉତ୍ତପ୍ତ ଥାଏ । ଜଳଲାଭ କରି ସମସ୍ତେ ସନ୍ତୁଷ୍ଟ ହୁଅନ୍ତି । ତପସ୍ବୀ କରିଥାଏ । ପୃଥ‌ିବୀପୃଷ୍ଠ ଆଠମାସ ଧରି ସୂର୍ଯ୍ୟକିରଣରେ ଉତ୍ତପ୍ତ ଥାଏ । ଜଳଲାଭ କରି ସମସ୍ତେ ସନ୍ତୁଷ୍ଟ ହୁଅନ୍ତି । ତପସ୍ଵୀ ଯେପରି ଦୀର୍ଘକାଳର କଠୋର ତପସ୍ୟା ପରେ ଫଳଲାଭ କରେ, ସେହିପରି ଧରଣୀବାସୀ ଆଠମାସ ଉତ୍ତପ୍ତ ସୂର୍ଯ୍ୟକିରଣର ଜ୍ଵାଳା ଭୋଗ କଲା ପରେ ଜଳ ପାଇ ଖୁସି ହୁଅନ୍ତି ।

ବର୍ଷାଦିନ ହେବାରୁ ରାତି ଆସିବାମାତ୍ରେ ଜୁଳୁଜୁଳିଆ ପୋକମାନେ ପୃଥିବୀକୁ ବେଢ଼ିଯା’ନ୍ତି । ମେଘର ଶବ୍ଦ ଶୁଣି ବେଙ୍ଗମାନେ ପାଣିକୁ ଘେରି ଗର୍ଜନ କରନ୍ତି । ବର୍ଷାଜଳରେ ନଦୀମାନେ ପୂଣ୍ଣ ହୁଅନ୍ତି । ବିଭିନ୍ନ ରକମର ଫସଲରେ ପୃଥ‌ିବୀର ଚତର୍ଦ୍ଦିଗ ପରିଉଠେ । ଛତାଭଳି ଛତସବୁ ଫଟେ ଓ ପୃଥବୀ ରାଜା ସଦୃଶ ପ୍ରତୀୟମାନ ହୁଏ । ମେଘକୁ ଦେଖି ପର୍ବତ ଚତୁର୍ଦ୍ଦିଗ ପୂରିଉଠେ । ଛତାଭଳି ଛତୁସବୁ ଫୁଟେ ଓ ପୃଥ‌ିବୀ ରାଜା ସଦୃଶ ପ୍ରତୀୟମାନ ହୁଏ । ମେଘକୁ ଦେଖୁ ପର୍ବତ ଶିଖରରେ ମୟୂରମାନେ ନୃତ୍ୟ କରନ୍ତି । ଭକ୍ତଜନମାନେ ଅତିଥ୍ୟ ଦେଖ୍ ଖୁସି ହେଲାପରି ଏମାନେ ଆନନ୍ଦିତ ହୁଅନ୍ତି ।

କଠିନ ଶବ୍ଦାର୍ଥ :

  • ଏମନ୍ତେ – ଏହିପରି ।
  • କାଳ – ସମୟ, ମୃତ୍ୟୁ ।
  • ପ୍ରକାଶିଲା – ପ୍ରକାଶ ଲାଭ କଲା, ଦେଖାଗଲା ।
  • ସାର – ଶ୍ରେଷ୍ଠ ।
  • ସମ୍ପଦ – ଧନ, ବିଭବ, ସମ୍ପତ୍ତି, ଐଶ୍ବର୍ଯ୍ୟ ।
  • ମଞ୍ଚପୁର – ମର୍ତ୍ତ୍ୟମଣ୍ଡଳ, ପୃଥ‌ିବୀ ।
  • ତୋଷ – ସନ୍ତୁଷ୍ଟ ।
  • ରାଶି – ସମୂହ, ସବୁ।
  • କରୁଣା ଚିତ୍ତ – ଦୟାଳୁ ହୃଦୟ ।
  • ରବି ତେଜ – ପ୍ରଖର ସୂର୍ଯ୍ୟକିରଣ ।
  • ତପସ୍ଵୀ – ସନ୍ନ୍ୟାସୀ ।
  • ଭୁଞ୍ଜନ୍ତି – ଭୋଗ କରନ୍ତି ।
  • ଯେହ୍ନେ – ଯେପରି ।
  • ଖଦ୍ୟୋତ – ଜୁଳୁଜୁଳିଆ ପୋକ ।
  • କୀଟ – ପୋକ ।
  • ନିଶା – ରାତି ।
  • ନିଶାମୁଖ ସନ୍ଧ୍ୟା ।
  • ମଣ୍ଡୁକ – ବେଙ୍ଗ, ଭେକ ।
  • ଛତ୍ର – ଛତା ।
  • ମହୀ – ପୃଥ‌ିବୀ ।
  • ଗିରି – ପର୍ବତ ।
  • ଶିଖ – ଶିଖର ।
  • ହ୍ବନ୍ତି – ହୁଅନ୍ତି ।

BSE Odisha 7th Class Odia Solutions Chapter 11 ମୃତ୍ୟୁ ବିଜୟୀ ବାଳକ

Odisha State Board BSE Odisha 7th Class Odia Solutions Chapter 11 ମୃତ୍ୟୁ ବିଜୟୀ ବାଳକ Textbook Exercise Questions and Answers.

BSE Odisha Class 7 Odia Solutions Chapter 11 ମୃତ୍ୟୁ ବିଜୟୀ ବାଳକ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧। ଉତ୍ତର କୁହ ।
(କ) ମହର୍ଷି ବାଜଶ୍ରବା କେଉଁ ଯଜ୍ଞର ଆୟୋଜନ କରିଥିଲେ ?
Answer:
ମହର୍ଷି ବାଜଶ୍ରବା ବିଶ୍ବଜିତ୍ ଯଜ୍ଞର ଆୟୋଜନ କରିଥିଲେ । ଏହି ଯଜ୍ଞ ଚାଲିଥିବା ସମୟରେ ମହର୍ଷି ବାଜଶ୍ରବା

(ଖ) ଯଜ୍ଞର ନିୟମଗୁଡ଼ିକ କ’ଣ କ’ଣ ଥିଲା ?
Answer:
ଏହି ଯଜ୍ଞର ନିୟମ ବଡ଼ କଠୋର ଥିଲା । କାରଣ ଯଜ୍ଞର ନିୟମ ହେଉଛି ଯଜ୍ଞକର୍ତ୍ତା ଯଜ୍ଞର ସଫଳତା ପାଇଁ ବିନାଦ୍ବିଧାରେ ନିଜର ସର୍ବସ୍ଵ ଦାନ କରିବେ । ଅଭ୍ୟାଗତମାନେ ଦାନ ଦକ୍ଷିଣା ଗ୍ରହଣ କରି ଯଜ୍ଞକର୍ତ୍ତାଙ୍କୁ ଆଶୀର୍ବାଦ ପ୍ରଦାନ ପୂର୍ବକ ତାଙ୍କୁ ଯଜ୍ଞଫଳ ପ୍ରାପ୍ତି ପାଇଁ ଆର୍ଶୀବାଦ ପ୍ରଦାନ କରିବେ ।

(ଗ) ନଚିକେତା କାହିଁକି ବିସ୍ମିତ ଓ ମର୍ମାହତ ହେଲେ ?
Answer:
ଯଜ୍ଞ ପ୍ରାୟ ଶେଷହେବାକୁ ଯାଉଥ‌ିବାବେଳେ ଋଷି ବାଜଶ୍ରବା କେତେଗୁଡ଼ିଏ ଜୀଉଁଶୀର୍ଣ୍ଣ ଓ ରୁଗ୍ଣ ଗାଈମାନଙ୍କୁ ଆଣି ଅଭ୍ୟାଗତମାନଙ୍କୁ ଦାନ କରୁଥିଲେ । ବାପା ଏପରି ଅକର୍ମଣ୍ୟ ଓ ରୁଗ୍ଣ ଗାଈଗୁଡ଼ିକୁ ଦକ୍ଷିଣା ଦେଉଥ‌ିବା ଲକ୍ଷ୍ୟକରି

(ଘ) ନଚିକେତାଙ୍କ ପ୍ରଥମ ବର କ’ଣ ଥିଲା ?
Answer:
ନଚିକେତା ଯମରାଜାଙ୍କର ଅନୁଗ୍ରହ ଲାଭ କରିବା ପରେ ଇଚ୍ଛାନୁଯାୟୀ ଗୋଟିଏ ବର ମାଗିନେବାକୁ ତାଙ୍କଠାରୁ ଅନୁମତି ପାଇଲେ । ତାଙ୍କର ଏହି ପ୍ରଥମ ବରରେ ନଚିକେତା ତାଙ୍କ ବିରହରେ ସନ୍ତାପିତ ପିତାଙ୍କର ଦୁଃଖମୋଚନ କରିବାପାଇଁ ଯମରାଜାଙ୍କୁ ନିବେଦନ କରିଥିଲେ ଏବଂ ଯମପୁରରୁ ଫେରିବା ପରେ ପିତା ତାଙ୍କୁ ପୂର୍ବପରି ସ୍ନେହରେ ଗ୍ରହଣ କରିନେବାକୁ ବ୍ୟବସ୍ଥା କରିବାକୁ ଉକ୍ତ ବରରେ ନିବେଦନ କରିଥିଲେ ।

(ଙ) ଯମରାଜା କେତେବେଳେ ନଚିକେତାଙ୍କୁ ଅନ୍ୟ ବର ପ୍ରାର୍ଥନା କରିବାକୁ କହିଲେ ?
Answer:
ନଚିକେତା ଦୁଇଟି ବର ମାଗିବା ପରେ ଯମରାଜା ସେଗୁଡ଼ିକୁ ଅତ୍ୟନ୍ତ ଆନନ୍ଦର ସହ ପୂର୍ଣ୍ଣ କରିଥିଲେ । ମାତ୍ର ନଚିକେତା ସେ ପର୍ଯ୍ୟନ୍ତ ନିଜ ପାଇଁ କୌଣସି ବର ଭିକ୍ଷାକରି ନଥିବାରୁ ତୃତୀୟ ବରରେ ତାହା ପ୍ରାର୍ଥନା କରିବାକୁ ଯମରାଜ ନଚିକେତାଙ୍କୁ ଅନୁମତି ଦେଲେ । ମାତ୍ର ନଚିକେତା ପୁନର୍ବାର ନିଜ ପାଇଁ କିଛି ମାଗିବା ପରିବର୍ତ୍ତେ ମୃତ୍ୟୁଜୟୀ ଆତ୍ମଜ୍ଞାନ ଲାଭ କରିବାର ସୂତ୍ର ଜାଣିବାପାଇଁ ତୃତୀୟ ବର ପ୍ରାର୍ଥନା କରିଥିଲେ । ଏହି ବର ଅତ୍ୟନ୍ତ ରହସ୍ୟପୂର୍ଣ୍ଣ ଓ କଷ୍ଟକର ଥିଲା । ମୁନିଋଷିମାନେ ମଧ୍ୟ ଏ ସମ୍ପର୍କରେ ଚେଷ୍ଟାକରି ଜ୍ଞାନଲାଭ କରିପାରି ନ ଥିଲେ । ଏଣୁ ଏଭଳି କଷ୍ଟକର ଓ ରହସ୍ୟମୟ ଜ୍ଞାନ ସମ୍ପର୍କରେ ନଚିକେତାଙ୍କୁ ନ ଜଣାଇବା ପାଇଁ ଉଚିତ ମନେକରି ତାଙ୍କୁ ଅନ୍ୟ ବର ମାଗିବାକୁ କହିଥିଲେ ।

BSE Odisha 7th Class Odia Solutions Chapter 11 ମୃତ୍ୟୁ ବିଜୟୀ ବାଳକ

Question ୨ ।
ଉତ୍ତର କୁହ ।
(କ) ମହର୍ଷି ବାଜଶ୍ରବା ଉପସ୍ଥିତ ଅତିଥ୍ୟ ଅଭ୍ୟାଗତଙ୍କର କିପରି ଅର୍ଚ୍ଚନା କରିଥିଲେ ?
Answer:
ଯଜ୍ଞପୀଠରେ ଯେଉଁ ଅତିଥ୍ୟ ଅଭ୍ୟାଗତ ଉପସ୍ଥିତ ହେଉଥିଲେ ମହର୍ଷି ବାଜଶ୍ରବା ଅତି ଆଦରରେ ଅଭ୍ୟର୍ଥନା କରି ସେମାନଙ୍କୁ ଆସନ ପ୍ରଦାନ କରୁଥିଲେ । ଏହାପରେ ଅତିଥୁ ଅଭ୍ୟାଗତମାନଙ୍କର ରୁଚି ଅନୁଯାୟୀ ସୁନାରୁପା, ଭୂମି, ଧେନୁ ଇତ୍ୟାଦି ସମ୍ପତ୍ତି ସବୁକୁ ଋଷି ଗୋଟି ଗୋଟି କରି ଅତି ପ୍ରଫୁଲ୍ଲ ମନରେ ସେମାନଙ୍କୁ ଦାନ କରୁଥିଲେ ।

(ଖ) ନଚିକେତା କେଉଁ କାରଣରୁ ଦୁଃଖୁତ ହେଲେ ?
Answer:
ବିଶ୍ୱଜିତ୍ ଯଜ୍ଞପୀଠରେ ଋଷି ବାଜଶ୍ରବା ଅଭ୍ୟାଗତମାନଙ୍କୁ ଭୂମି, ଧେନୁ, ସୁବର୍ଣ୍ଣ ପ୍ରଭୃତି ଦାନ କରିଥିଲେ । ଏ ଯଜ୍ଞର ନିୟମ ଥିଲା ଯେ, ଯଜ୍ଞକର୍ତ୍ତା ନିଜର ସର୍ବସ୍ବ ଦାନ କରିବେ ନଚେତ୍ ଯଜ୍ଞ ନିଷ୍ଫଳ ହେବ । ବାଜଶ୍ରବା ସମସ୍ତ ସମ୍ପତ୍ତି ଦାନ କରିବା ପରେ ରୁଗ୍‌ଣ, ଜୀର୍ଘଶୀର୍ଣ୍ଣ ଓ ଅକର୍ମଣ୍ୟ ଗାଈଗୁଡ଼ିକୁ ଦକ୍ଷିଣାସ୍ଵରୂପ ଦେଇଥିଲେ । ଏହା ଦେଖ୍ ନଚିକେତା ଦୁଃଖ ହେଲେ । କାରଣ ସେ ଚିନ୍ତାକଲେ ଯେ, ପିତା ଏଗୁଡ଼ିକ ଦାନ କରି ପୁଣ୍ୟ ଅର୍ଜନ କରିପାରିବେନି ଏବଂ ଯଜ୍ଞ କାର୍ଯ୍ୟ ନିଷ୍ଫଳ ହେବ ।

(ଗ) ନଚିକେତା ଦ୍ଵିତୀୟ ବରରେ କ’ଣ ପ୍ରାର୍ଥନା କରିଥିଲେ ?
Answer:
ନଚିକେତା ତାଙ୍କ ଦ୍ଵିତୀୟ ବରରେ ସମଗ୍ର ସଂସାର ଲୋକମାନଙ୍କ ପାଇଁ କିଛି ମାଗିଥିଲେ । ସଂସାରବାସୀଙ୍କ ଦୁଃଖ, ଦୁର୍ଦ୍ଦଶା, ପାପ ଓ ଶୋକ ଆଦି ନଚିକେତାଙ୍କ ମନକୁ ସବୁବେଳେ ବ୍ୟାକୁଳ କରୁଥିଲା । ସେ ସଂସାରବାସୀଙ୍କ ଦୁଃଖ କଷ୍ଟ ଦୂର କରିବାକୁ ଚାହିଁଲେ । ତେଣୁ ଯମରାଜଙ୍କୁ ନଚିକେତା ତାଙ୍କର ଦ୍ଵିତୀୟ ବରରୂପେ ସଂସାରବାସୀଙ୍କ ରୋଗ, ଶୋକ, ଦୁଃଖ, ଦୁର୍ଦ୍ଦଶାରୁ ମୁକ୍ତି ନିମନ୍ତେ ଉପଯୁକ୍ତ ମନ୍ତ୍ର ଓ ଯଜ୍ଞବିଧ୍ଵ ବିଷୟରେ ଶିକ୍ଷା ଦେବାପାଇଁ ପ୍ରାର୍ଥନା କରିଥିଲେ । ନଚିକେତାଙ୍କର ଏହି ଦ୍ଵିତୀୟ ବରରେ ତାଙ୍କର ନିଃସ୍ୱାର୍ଥପର ଓ ପରୋପକାରୀ ମନୋଭାବ ଯମରାଜଙ୍କୁ ବିସ୍ମିତ କରିବା ସହିତ ଆନନ୍ଦ ଦେଇଥିଲା ।

(ଘ) ଯମରାଜା ତୃତୀୟ ବରରେ କ’ଣ ପ୍ରାର୍ଥନା କରିବାପାଇଁ ନଚିକେତାଙ୍କୁ କହିଥିଲେ ?
Answer:
ଯମରାଜା ନଚିକେତାଙ୍କର ଜ୍ଞାନ, ବୁଦ୍ଧିମତ୍ତା ଓ ମହତ୍ ଅଭିଳାଷ ଅନୁଭବ କରି ଅତ୍ୟନ୍ତ ପ୍ରୀତ ହୋଇଥିଲେ । ଦୁଇଟି ବରରେ ନଚିକେତା ନିଃସ୍ୱାର୍ଥପର ଭାବରେ ଅନ୍ୟମାନଙ୍କ ପାଇଁ ବର ପ୍ରାର୍ଥନା କରିଥିବାରୁ ଯମରାଜ ତୃତୀୟ ବରରେ ତାଙ୍କ ନିଜ ପାଇଁ କିଛି ମାଗିବାକୁ କହିଥିଲେ । ନଚିକେତାଙ୍କ ପାଇଁ ସ୍ୱର୍ଗର ଭୋଗବିଳାସ, ପୃଥ‌ିବୀର ଅଖଣ୍ଡ ଆଧ୍ୟାତ୍ୟ କିମ୍ବା ଯେ କୌଣସି ଆଶ୍ଚର୍ଯ୍ୟ ସାମଗ୍ରୀ କୌଣସିଟି ଯମରାଜଙ୍କର ଅଦେୟ ନଥିଲା । ଏଣୁ ସେ ନଚିକେତାଙ୍କୁ ତାଙ୍କ ମନ ପସନ୍ଦର ବର ଦେବାକୁ ଅକୁଣ୍ଠ ଚିତ୍ତରେ କହିଥିଲେ ।

(ଙ) ଯମ ନଚିକେତାଙ୍କୁ ରତ୍ନମାଳ ପିନ୍ଧାଇ ଦେଲେ କାହିଁକି ?
Answer:
ନଚିକେତାଙ୍କର ସାହସ ଓ ଧୈର୍ଯ୍ୟ ଦେଖ୍ ଯମରାଜ ବିସ୍ମିତ ହେଲେ । ତାଙ୍କର ପରୋପକାର ଗୁଣ ଦେଖୁ ସେ ସନ୍ତୁଷ୍ଟ ହେଲେ । ନଚିକେତାଙ୍କୁ ସଂସାର ଲୋକଙ୍କର ଦୁଃଖ, ଦୁର୍ଦ୍ଦଶା, ପାପ ଦୂର ହେବାର ମନ୍ତ୍ର ଓ ଯଜ୍ଞବିଧ ଶିକ୍ଷାଦେଲେ । ନଚିକେତା ଅପୂର୍ବ ଆଗ୍ରହ ଓ ମନୋଯୋଗ ସହକାରେ ତାହା ଶ୍ରବଣ କଲେ ଓ ଯମ ରାଜା ପଚାରିବା ମାତ୍ରେ ସମସ୍ତ ବିଷୟ ଠିକ୍ ଠିକ୍ କହିଦେଲେ । ଯମରାଜା ନଚିକେତାଙ୍କର ପ୍ରଖର ସ୍ମରଣ ଶକ୍ତି ଦେଖୁ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ଆନନ୍ଦ ଗଦ୍‌ଗଦ୍ ଚିତ୍ତରେ ତାଙ୍କ ବେକରୁ ରତ୍ନମୌଳା ବାହାର କରି ନଚିକେତାଙ୍କୁ ପିନ୍ଧାଇଦେଲେ । କାରଣ ନଚିକେତାଙ୍କ ଭଳି ଜଣେ ଅସାଧାରଣ ଶିଷ୍ୟ ପାଇ ତାଙ୍କ ମନ ଆନନ୍ଦରେ ନୃତ୍ୟ କରିବାକୁ ଲାଗିଲା ।

Question ୩ ।
ଉଦିତ ହେଲା ।
(କ) ନଚିକେତାଙ୍କ ମନରେ ଶୁଭ ବୁଦ୍ଧି ଉଦିତ ହେଲା ।
Answer:
ନଚିକେତାଙ୍କ …………………. ଉଦିତ ହେଲା
ଉଦ୍ଧୃତାଂଶଟି ଶ୍ରୀ ଚିନ୍ତାମଣି ବେହେରାଙ୍କ ଲିଖିତ ‘ମୃତ୍ୟୁ ବିଜୟୀ ବାଳକ’ ପ୍ରବନ୍ଧରୁ ଉଦ୍ଧୃତ। ପିତାଙ୍କ କାର୍ଯ୍ୟରେ ତ୍ରୁଟି ଦେଖ୍ ବାଳକ ନଚିକେତାଙ୍କ ମନରେ କିପରି ଶୁଭ ବୁଦ୍ଧି ଆସିଲା, ତାହା ଏଠାରେ ବର୍ଣ୍ଣିତ ବିଶ୍ଵଜିତ୍। ଯଜ୍ଞର ନିୟମାନୁସାରେ ଯଜ୍ଞକର୍ତ୍ତା ନିଜର ସର୍ବସ୍ଵ ଦାନ କଲେ ଯଜ୍ଞଫଳ ମିଳିବ। ନଚିକେତା ଦେଖିଲେ ତାଙ୍କ ପିତା ଯଜ୍ଞପୀଠରେ ରୁଗ୍ଣ ଓ ଜରାଜୀର୍ଣ୍ଣ ଗାଈଗୁଡ଼ିକୁ ଦକ୍ଷିଣା ରୂପେ ଦାନ କରୁଛନ୍ତି। ତେଣୁ ସେ ଦୁଃଖ୍ତ ହେଲେ। କାରଣ ସେ ଭାବିନେଲେ ଯେ ଏହାଦ୍ଵାରା ତାଙ୍କ ପିତା ଯଜ୍ଞର ସୁଫଳ ପାଇପାରିବେ ନାହିଁ। ହଠାତ୍ ତାଙ୍କ ମନରେ ଶୁଭ ବୁଦ୍ଧି ଉଦିତ ହେଲା। ପୁତ୍ର ହେଉଛି ପିତାର ଶ୍ରେଷ୍ଠ ଧନ। ତେଣୁ ତାଙ୍କୁ ପିତା କାହାକୁ ଦାନ କଲେ ବୋଲି ତାଙ୍କ ମନରେ ପ୍ରଶ୍ନ ଉଠିଲା। ସାଙ୍ଗେ ସାଙ୍ଗେ ସେ ପିତାଙ୍କୁ ଏହି ପ୍ରଶ୍ନ ପଚାରି ବସିଲେ।

(ଖ) “ଆପଣ ବିଜ୍ଞ ହୋଇ ନିଜର ସତ୍ୟରକ୍ଷା କରିବାକୁ କୁଣ୍ଠା ପ୍ରକାଶ କରନ୍ତୁ ନାହିଁ । ପୁଣି ସବୁ ସମ୍ପତ୍ତିଠାରୁ ମୋତେ ଅଧୂକ ପ୍ରିୟ ବୋଲି ମନେ କରନ୍ତି, ତେଣୁ ମୁଁ ଆପଣଙ୍କର ଶ୍ରେଷ୍ଠ ଧନ।”
Answer:
ଆପଣ ବିଜ୍ଞ ………………………………… ଶ୍ରେଷ୍ଠ ଧନ ।
ଉକ୍ତ ଗଦ୍ୟାଶଟି ଶ୍ରୀ ଚିନ୍ତାମଣି ବେହେରାଙ୍କ ଲିଷ୍କୃତ “ ମୃତ୍ୟୁ ବିଜୟୀ ବାଳକ” ପ୍ରବନ୍ଧରୁ ଉଦ୍ଧୃତ। ପିତାଙ୍କୁ ନିଜର ସତ୍ୟରକ୍ଷା କରିବା ପାଇଁ ନଚିକେତା କିପରି ବୁଝାଇଛନ୍ତି, ତାହା ଏଠାରେ ବର୍ଣ୍ଣିତ। ମହର୍ଷି ବାଜଶ୍ରବା ରୁଗ୍‌ଣ ଓ ଜରାଜୀର୍ଣ୍ଣ ଗାଈଗୁଡ଼ିକୁ ଦକ୍ଷିଣା ସ୍ଵରୁପ ଦାନ କରୁଥିବା ଦେଖ୍ ନଚିକେତା ଦୁଃଖ୍ତ ହେଲେ । ପୁତ୍ର ହେଉଛି ପିତାର ଶ୍ରେଷ୍ଠ ଧନ । ତେଣୁ ତାଙ୍କୁ କାହାକୁ ଦାନ କରିଛନ୍ତି ବୋଲି ପଚାରନ୍ତେ ଋଷି ବିରକ୍ତିରେ ତାଙ୍କୁ ଯମଙ୍କୁ ଦାନକଲେ ବୋଲି କହିଦେଲେ। ନଚିକେତା ଯମପୁରକୁ ବାହାରିବାରୁ ଋଷି ଏଥରେ ଅସମ୍ମତ ହେଲେ! ଏଥରେ ନଚିକେତା ଦୁଃଖତ ହେଲେ। ଜଣେ ବିଜ୍ଞ ବ୍ୟକ୍ତି ହୋଇ ନିଜର ସତ୍ୟରକ୍ଷା କରିବାକୁ କୁଣ୍ଠିତ ହେବା ଉଚିତ୍ ନୁହେଁ ବୋଲି ପିତାଙ୍କୁ ବୁଝାଇଲେ । ପୁତ୍ର ପିତାର ଶ୍ରେଷ୍ଠଧନ ହୋଇଥିବାରୁ ତାଙ୍କୁ ଯଦି ଦାନ ନ କରାଯାଏ, ତା’ ହେଲେ ବିଶ୍ବଜିତ୍ ଯଜ୍ଞ ନିଷ୍ଫଳ ହେବ । ବାଳକର ଦିବ୍ୟଜ୍ଞାନ ଦେଖି ଋଷି ବିସ୍ମିତ ହେଲେ ଏବଂ ତାଙ୍କୁ ଯମପୁରକୁ ଯିବାପାଇଁ ଅନୁମତି ପ୍ରଦାନ କଲେ।

(ଗ) “ସ୍ଵର୍ଗର ଅପୂର୍ବ ଭୋବିଳାସ, ପୃଥ‌ିବୀର ଅଖଣ୍ଡ ଆଧୂପତ୍ୟ ଓ ଆଶ୍ଚର୍ଯ୍ୟ ସାମଗ୍ରୀ ଯାହା . ଚାହିଁବ, ତୁମକୁ ମୋର ଅଦେୟ ହୋଇ କିଛି ନାହିଁ ।”
Answer:
‘ସ୍ବର୍ଗର ଅପୂର୍ବ ……………………………………..କିଛି ନାହିଁ।”
ଉଦ୍ଧୃତାଂଶଟି ଶ୍ରୀ ଚିନ୍ତାମଣି ବେହେରାଙ୍କ ଲିଖ୍ ‘ମୁତ୍ୟୁ ବିଜୟୀ ବାଳକ’ ପ୍ରବନ୍ଧରୁ ଉଦ୍ଧୃତ। ନଚିକେତାଙ୍କ ଉପରେ ପ୍ରସନ୍ନ ହୋଇ ଯମରାଜା କିପରି ତାଙ୍କୁ ତୃତୀୟ ବର ଯାଚିଥିଲେ, ତାହା ଏଠାରେ ବର୍ଣ୍ଣିତ। ନଚିକେତାଙ୍କ ନିଷ୍ଠା ଓ ଧୈର୍ଯ୍ୟ ଦେଖ୍ ଯମରାଜା ତାଙ୍କୁ ତିନୋଟି ବର ଯାଚିଥିଲେ। ପ୍ରଥମ ବର ଓ ଦ୍ଵିତୀୟ ବରରେ ନଚିକେତା ନିଜ ପାଇଁ କିଛି ମାଗି ନଥିଲେ । ସଂସାରବାସୀଙ୍କ ପାଇଁ ତାଙ୍କର ଚିନ୍ତା ଓ ନିଷ୍ଠାପର ଭାବ ଜାଣି ଯମରାଜା ଅତ୍ୟନ୍ତ ପ୍ରୀତ ହୋଇ ତାଙ୍କୁ ତୃତୀୟ ବର ମାଗିବାକୁ କହିଲେ। ଏଥିରେ ସ୍ଵର୍ଗର ଅପୂର୍ବ ଭୋଗବିଳାସ, ପୃଥ‌ିବୀର ଅଖଣ୍ଡ ଆଧୂପତ୍ୟ ଓ ଆଶ୍ଚର୍ଯ୍ୟ ସାମଗ୍ରୀ ଯାହା ନଚିକେତା ଚାହିଁବେ, ଯମ ସବୁକିଛି ପ୍ରଦାନ କରିବାକୁ କହିଲେ । ମାତ୍ର ନଚିକେତା ତୃତୀୟ ବରରେ ‘ମୃତ୍ୟୁଜୟୀ ଆତ୍ମଜ୍ଞାନ’ ଭିକ୍ଷାକଲେ। ନଚିକେତାଙ୍କର ଏପରି ନିଃସ୍ବାର୍ଥପର ଓ ନିର୍ଲୋଭ ମନୋବୃତ୍ତି ଦେଖୁ ଯମରାଜା ଆଶ୍ଚର୍ଯ୍ୟ ହେ।ଇଥ୍ଲୋ

BSE Odisha 7th Class Odia Solutions Chapter 11 ମୃତ୍ୟୁ ବିଜୟୀ ବାଳକ

Question ୪ ।
ଉଦାହରଣକୁ ଲକ୍ଷ୍ୟକରି ବାକ୍ୟଗୁଡ଼ିକୁ ପରିବର୍ତ୍ତନ କର।
ଉଦାହରଣ : ମୁଁ ପଢ଼ିବାକୁ ଭଲ ପାଏ । (ମୂଳବାକ୍ୟ)
ଆମେ ପଢ଼ିବାକୁ ଭଲ ପାଉ । (ପରିବର୍ତ୍ତିତ ବାକ୍ୟ)

(କ) ବାଳକଟି ବିଦ୍ୟାଳୟକୁ ଯାଉଅଛି ।
Answer:
ବାକଳମାନେ ବିଦ୍ୟାଳୟକୁ ଯାଉଛନ୍ତି ।

(ଖ) ଗାଈଟିଏ ପଡ଼ିଆରେ ଚରୁଛନ୍ତି ।
Answer:
ଗାଈମାନେ ପଡ଼ିଆରେ ଚରୁଛନ୍ତି । କିମ୍ବା, କେତେଗୁଡ଼ିଏ ଗାଈ ପଡ଼ିଆରେ ଚରୁଛନ୍ତି ।

(ଗ) ସେ ଯମପୁର ଗଲା
Answer:
ସେମାନେ ଯମପୁର ଗଲେ ।

(ଘ) ମୁଁ ଭବାନୀପାଟଣା ଯିବି ।
Answer:
ଆମେ ଭବାନୀପାଟଣା ଯିବୁ ।

(ଡ) ପକ୍ଷୀଟିଏ ଆକାଶରେ ଉଡ଼ୁଅଛି |
Answer:
ପକ୍ଷାମାନେ ଆକାଶରେ ଉଡୁଥଛନ୍ତ୍ରା କିମ୍ବା, କେତେଗୁଡ଼ିଏ ପକ୍ଷୀ ଆକାଶରେ ଉଡ଼ୁଅଛନ୍ତି ।

Question ୫।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ଅର୍ଥ ଲେଖ ଓ ବାକ୍ୟ ଗଠନ କର ।
ମୃତ୍ୟୁଜୟୀ, ଅବର୍ଣ୍ଣନୀୟ, ମର୍ମନ୍ତୁଦ, ବିସ୍ମୟ, ମନସ୍ତାପ, ଆଧ୍ୟତ୍ୟ, ଅନାହାର, ପ୍ରତ୍ୟାଗମନ, ଅକର୍ମଣ୍ୟ
Answer:
ମୃତ୍ୟୁଜୟୀ (ଅମର) – ପୂର୍ବେ ମୃତ୍ୟୁଜୟୀ ହେବାପାଇଁ ରାକ୍ଷସମାନେ ତପସ୍ୟା କରୁଥିଲେ।
ଅବର୍ଣ୍ଣନୀୟ (ଯାହା ବର୍ଣ୍ଣନା କରାଯାଇପାରେ ନାହିଁ) – ଚିଲିକାର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ ।
ମର୍ମନ୍ତୁଦ (ଦୁଃଖଦ) – ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଗୋଟିଏ ପରିବାର ନିଶ୍ଚିହ୍ନ ହୋଇଗଲେ ।
ବିସ୍ମୟ (ଆଶ୍ଚର୍ଯ୍ୟ) – ଶତ୍ରୁଘ୍ନର ମହତ୍ କାର୍ଯ୍ୟ ଦେଖ୍ ଲୋକେ ବିସ୍ମୟ ପ୍ରକାଶ କଲେ।
ମନସ୍ତାପ (ଅନୁତାପ) – ନିଜର ଭୁଲ ପାଇଁ ମନସ୍ତାପ କଲେ ଦୁଃଖରୁ ମୁକ୍ତି ମିଳେ ।
ଆଧ୍ୟାତ୍ୟ (ପ୍ରାଧାନ୍ୟ ବିସ୍ତାର) – ଅନ୍ୟ ଉପରେ ସବୁବେଳେ ଆଧୂପତ୍ୟ ବିସ୍ତାର କରନାହିଁ ।
ଅନାହାର (ଭୋକିଲା) – ଅନାହାର ରେ ଥ‌ିବା ପିଲାଟିକୁ କିଛି ଖାଇବାକୁ ଦିଅ ।
ପ୍ରତ୍ୟାଗମନ (ଫେରିବା) – ଯଶୋଦା ଶ୍ରୀକୃଷ୍ଣଙ୍କ ପ୍ରତ୍ୟାଗମନକୁ ଚାହିଁ ବସିଥିଲେ ।
ଅକର୍ମଣ୍ୟ (ଅକ୍ଷମ) – ଅକର୍ମଣ୍ୟ ଲୋକଙ୍କୁ କାର୍ଯ୍ୟକ୍ଷମ କରାଇବା ଉଚିତ ।

Question ୬।
‘ସର୍ବ’ ଶବ୍ଦ ପରେ ‘ସ୍ୱ’ ବସିଲେ ‘ସର୍ବସ୍ଵ’ ହୁଏ ।
ସେହିପରି ‘ରାଜ’ ଶବ୍ଦ ପୂର୍ବରେ ‘ସ୍ଵ’ ବସିଲେ ‘ସ୍ଵରାଜ’ ହୁଏ ।
ଏହିପରି ଶବ୍ଦର ପୂର୍ବରେ ବା ପରେ ସ୍ଵ ଯୋଡ଼ି ଆଉ କେତୋଟି ଶବ୍ଦ ଲେଖ ।
Answer:
ଶବ୍ଦ ପରେ ‘ସ୍ଵ’ ଯୋଡ଼ି ଗଠିତ ଶବ୍ଦ – ରାଜସ୍ବ, ବ୍ରହ୍ମସ୍ଵ, ନିଜସ୍ଵ, ପରସ୍ଵ, ଦେବସ୍ଵ
ଶବ୍ଦ ପୂର୍ବରୁ ସ୍ଵ ଯୋଡ଼ି ଗଠିତ ଶବ୍ଦ – ସ୍ୱରାଷ୍ଟ୍ର, ସ୍ଵରୂପ, ସ୍ୱରଚିତ, ସ୍ୱସ୍ଥାନ

BSE Odisha 7th Class Odia Solutions Chapter 11 ମୃତ୍ୟୁ ବିଜୟୀ ବାଳକ

Question ୭।
‘ଚାକର’ ଶବ୍ଦ ସ୍ତ୍ରୀ ଲିଙ୍ଗରେ ହେବ ‘ଚାକରାଣୀ’ ।
ସେହିପରି ବୃତ୍ତ ଭିତରେ ଥ‌ିବା ଶବ୍ଦଗୁଡ଼ିକର ସ୍ତ୍ରୀଲିଙ୍ଗ ରୂପ କ’ଣ ହେବ ଲେଖି ।
(ଜନକ, ବାଘ, ପିତା, ସ୍ୱାମା, ମହାରାଜ, ଗୁଢ଼ା,ଶିଷ୍ୟ)
Answer:
ଜନକ – କନନା
ବାଘ – ବାଘୁଶା
ପିତା – ମାତା
ସ୍ୱାମା – ସ୍ତ୍ରୀ
ମହାରାଜ – ମହାରାଣା
ଗୁଢ଼ା – ଗୁଢ଼ୀ
ଶିଷ୍ୟ – ଶିଷ୍ୟା

Question ୮।
ତଳେ ଦିଆଯାଇଥ‌ିବା ପଦଗୁଡ଼ିକର ବଚନ ଚିହ୍ନାଇ ଦିଅ ।
ଅଭ୍ୟାଗତମାନେ, ପଲେ ଗାଈ, ଆପଣ, ଗାଈଗୁଡ଼ିକ, ତିନୋଟି ଦିନ
Answer:
ଅଭ୍ୟାଗତମାନେ – ବହୁବଚନ
ପଲେ ଗାଈ – ବହୁବଚନ
ଆପଣ – ସମ୍ମାନାର୍ଥେ ଏକବଚନ
ଗାଈଗୁଡ଼ିକ – ବହୁବଚନ
ତିନୋଟି ଦିନ – ବହୁବଚନ

Question ୯।
ତଳେ ଦିଆଯାଇଥୁବା ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ପୂର୍ଣ୍ଣ, ଅବର୍ଣ୍ଣନାୟ, ପାପ, ନିଦ୍ରା, ଚୁଢ଼ୀ, ଜ୍ଞାନା, ଶେଷ, ବ୍ୟବସ୍ଥା
Answer:
ପୂର୍ଣ୍ଣ – ଅପୂର୍ଣ୍ଣ
ଅବର୍ଣ୍ଣନାୟ – ବର୍ଣ୍ଣନାୟ
ପାପ – ପୁଣ୍ୟ
ନିଦ୍ରା – ଅନିଦ୍ରା
ଚୁଢ଼ୀ – ବୁଢା
ଜ୍ଞାନା – ଅଜ୍ଞାନ
ଶେଷ – ଆରମ୍ଭ ବା ଅଶେଷ
ବ୍ୟବସ୍ଥା – ଅବ୍ୟବସ୍ଥା

Question ୧୦।
ପ୍ରାୟ ୧୦୦ ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(କ) କେଉଁ ଗୁଣାବଳୀ ପାଇଁ ନଚିକେତା ଆହ୍ୱାନର ଅଧିକାରୀ ହୋଇପାରିଥିଲେ ?
Answer:
ନଚିକେତା କୋମଳମତି ବାଳକ ହେଲେ ମଧ୍ୟ ଏକ ଅସାଧାରଣ ଚରିତ୍ରର ଅଧିକାରୀ ଥିଲେ । ସେ ଥିଲେ ନିଃସ୍ବାର୍ଥପର, ନିଭୀକ, ପରୋପକାରୀ ଓ ସତ୍ୟନିଷ୍ଠ । ତାଙ୍କର ଅପୂର୍ବ ଧୈର୍ଯ୍ୟ ଓ ସାହସ ଥିଲା । ବିଶ୍ୱଜିତ୍ ଯଜ୍ଞର ସଫଳତା ସମଗ୍ର ମାନବ ଜାତିର ମଙ୍ଗଳପାଇଁ ଉଦ୍ଦିଷ୍ଟ ଥିଲା । ତେଣୁ ଏପରି ଏକ ଯଜ୍ଞର ସଫଳତା ପାଇଁ ସେ ଅତ୍ୟନ୍ତ ଉତ୍ସୁକ ଥିଲେ । ଯଜ୍ଞ ନିମିତ୍ତ ପିତା ସର୍ବସ୍ଵ ଦାନ କରିବାକୁ ମନସ୍ଥ କରିଥିଲେ ମଧ୍ୟ ରୁଗ୍ଣ, ଜରାଜୀର୍ଣ୍ଣ ଗାଈମାନଙ୍କୁ ଅତିଥ୍ୟ ଅଭ୍ୟାଗତମାନଙ୍କୁ ପ୍ରଦାନ କରୁଥିବା ଲକ୍ଷ୍ୟକରି ସେ ବିମର୍ଷ ହୋଇପଡ଼ିଥିଲେ । ଏଣୁ ପିତାଙ୍କର ସେ ଅତି ପ୍ରିୟ ହୋଇଥିବାରୁ ତାଙ୍କୁ ଅତିଥ୍‌ ଅଭ୍ୟାଗତମାନଙ୍କ ମଧ୍ୟରୁ କାହାକୁ ଦାନକଲେ ଯଜ୍ଞ ଅଧ‌ିକ ସଫଳ ହେବ ବୋଲି ସେ ମନେ କରୁଥିଲେ । ଏଥୁରୁ ନଚିକେତାଙ୍କର ଅସୀମ ତ୍ୟାଗର ସୂଚନା ମିଳେ ।

ଯମରାଜାଙ୍କ ଅନୁଗ୍ରହ ଲାଭକରି ବରଲାଭ କରିବାକୁ ସୁଯୋଗ ପାଇ ମଧ୍ଯ ସେ ନିଜ ପାଇଁ କିଛି ନ ମାଗି ସଂସାରର ମଙ୍ଗଳ ପାଇଁ ବର ଭିକ୍ଷା କରିଥିଲେ । ପରମ ପୂଜ୍ୟ ପିତାଙ୍କ ଦୁଃଖମୋଚନ ପାଇଁ ଯମରାଜାଙ୍କୁ ଭିକ୍ଷା କରିଥିଲେ । ଅଥଚ ନିଜ ପାଇଁ କିଛି ସୁଖସୁବିଧା ଭିକ୍ଷା କରିବାପାଇଁ ମନ ବଳାଇ ନ ଥିଲେ । ଏଥିରେ ଯମରାଜ ବିସ୍ମିତ ହୋଇ ଏପରି ଏକ ଅଦ୍ଭୁତ ବାଳକର ଗୁରୁ ହେବା ନିଜର ସୌଭାଗ୍ୟ ବୋଲି ମନେକରିଥିଲେ । ଯମରାଜାଙ୍କ ପ୍ରଦତ୍ତ ଏକ ନୂତନ ମନ୍ତ୍ରର ସାଧନା ଓ ଯଜ୍ଞବିଧ‌ିକୁ ସେ ମନେରଖ୍ ପ୍ରାଞ୍ଜଳଭାବରେ ବର୍ଣ୍ଣନା କରିପାରିଥିଲେ । ଏଥୁରୁ ତାଙ୍କର ପ୍ରଖର ସ୍ମୃତିଶକ୍ତିର ପରିଚୟ ମିଳେ । ସଂସାରର ଦୁଃଖ, ପାପ ଓ ଯନ୍ତ୍ରଣାରୁ ଲୋକମାନଙ୍କୁ ମୁକ୍ତି ଦେବାପାଇଁ ନଚିକେତା ଯମରାଜାଙ୍କ ନିକଟରେ ଆକୁଳ ନିବେଦନ କରିଥିଲେ। ଏହିପରି ସତ୍ୟନିଷ୍ଠା, ପରୋପକାର, ସାହସ ଓ ଧୈର୍ଯ୍ୟଗୁଣକୁ ଅନୁଧ୍ୟାନ କରି ଯମରାଜ ନଚିକେତାଙ୍କୁ ମୃତ୍ୟୁଜୟୀ ଆତ୍ମଜ୍ଞାନର ଅଧିକାରୀ କରିଥିଲେ ।

(ଖ) ଯମ ଓ ନଚିକେତାଙ୍କ କଥୋପକଥନ ସରଳ ଭାଷାରେ ବର୍ଣ୍ଣନା କର ।
Answer:
ପିତା ମହର୍ଷି ବାଜଶ୍ରବାଙ୍କଠାରୁ ବିଦାୟ ନେଇ ନଚିକେତା ଯମରାଜଙ୍କ ଦ୍ଵାରରେ ଉପସ୍ଥିତ ହେଲେ । ଯମପୁରର ରୁଦ୍ଧଦ୍ୱାର ନିକଟରେ ଅନାହାରରେ ତିନିଦିନ ଧରି ଧୈର୍ଯ୍ୟର ସହ ଅପେକ୍ଷା କରି ରହିଲେ । ଶେଷରେ ବାଳକ ନଚିକେତାଙ୍କର ଅସୀମ ଧୈର୍ଯ୍ୟ ନିକଟରେ ଯମରାଜ ହାର ମାନିଲେ ଏବଂ ନଚିକେତାଙ୍କୁ ସାକ୍ଷାତ କରି ଆତିଥ୍ୟ ପ୍ରଦାନ ପାଇଁ ଆଗେଇ ଆସିଥିଲେ । ଏପରି ଅପୂର୍ବ ନିର୍ଭିକ ତେଜସ୍ବୀ ବାଳକର ସାହସ ଓ ବିଶ୍ୱାସକୁ ସେ ମନେ ମନେ ବହୁ ପ୍ରଶଂସା କଲେ ଏବଂ ତାଙ୍କର ମନ ମୁତାବକ ଏକ ବର ମାଗିନେବାକୁ ନଚିକେତାଙ୍କୁ କହିଲେ । ନଚିକେତା ଏହି ବରରେ ନିଜର ବିମର୍ଷ ପିତାଙ୍କର ଦୁଃଖ ଦୂରକରିବା ସହ ତାଙ୍କୁ ପୂର୍ବପରି ସ୍ନେହରେ ଗ୍ରହଣ କରିବାପାଇଁ ନିବେଦନ କରିଥିଲେ ।

ଏଥିରେ ସନ୍ତୁଷ୍ଟ ହୋଇ ଯମ ଉକ୍ତ ବର ପ୍ରଦାନ କଲେ ଏବଂ ଦ୍ଵିତୀୟ ବର ମାଗିବାକୁ କହିଲେ । ଉକ୍ତ ବରରେ ମଧ୍ଯ ନଚିକେତା ସଂସାରର ଦୁଃଖ, ଯନ୍ତ୍ରଣାରେ ଜର୍ଜରିତ ମଣିଷର ଦୁଃଖ କିପରି ନିବାରଣ ହେବ, ତାହା କାମନା କରିଥିଲେ ଏବଂ ଯମ ତାହା ମଧ୍ୟ ପ୍ରଦାନ କଲେ । ମାତ୍ର ନଚିକେତା ନିଜ ପାଇଁ କିଛି ନମାଗି ଅନ୍ୟମାନଙ୍କ ପାଇଁ କେବଳ ମାଗି ଚାଲିଥିବାରୁ ଯମ ନଚିକେତାଙ୍କୁ ନିଜ ପାଇଁ ଯେ କୌଣସି ମନମୁତାବକ ବର ମାଗିବାକୁ କହିଥିଲେ । ସଂସାରର ସମସ୍ତ ଐଶ୍ବର୍ଯ୍ୟ, ପୃଥ‌ିବୀର ଅଖଣ୍ଡ ଆଧୂପତ୍ୟ,

ଭୋଗବିଳାସ ନଚିକେତାଙ୍କୁ ପ୍ରଦାନ କରିବାକୁ ସେ ପ୍ରସ୍ତୁତ ଥିଲେ । ମାତ୍ର ନଚିକେତା ଅତ୍ୟନ୍ତ ବିନମ୍ରତାର ସହିତ କହିଲେ ‘ଗୁରୁଦେବ ଆପଣଙ୍କ ପ୍ରସାଦରୁ ମୋର ଦୁଇଟି କାମନା ପୂର୍ଣ୍ଣ ହୋଇଛି । ସଂସାର ସୁଖ ପ୍ରାର୍ଥନା କରି ମୋର କ’ଣ ହେବ ? ଆପଣ ଯଦି ସନ୍ତୁଷ୍ଟ ହୋଇଛନ୍ତି, ତେବେ ମୋତେ ମୃତ୍ୟୁଜୟୀ ଆତ୍ମଜ୍ଞାନ ପ୍ରଦାନ କରନ୍ତୁ ।’’ ଏପରି ପ୍ରଶ୍ନରେ ଯମରାଜ ବିଚଳିତ ହୋଇପଡ଼ିଥିଲେ ଏବଂ ଏହା ପରିବର୍ତ୍ତେ ଅନ୍ୟ ବର ମାଗିବାକୁ କହିଥିଲେ । ମାତ୍ର ନଚିକେତାଙ୍କର ଅନ୍ୟ କୌଣସି କାମନା ନଥିଲା । ଶେଷରେ ଯମରାଜା ତାଙ୍କୁ ଆତ୍ମାର ଅତି ଜଟିଳ ଓ ରହସ୍ୟପୂର୍ଣ୍ଣ ଗୂଢ଼ତତ୍ତ୍ବ ସମ୍ବନ୍ଧରେ ଗଭୀର ଜ୍ଞାନ ପ୍ରଦାନ କରିଥିଲେ ।

ତୁମପାଇଁ କାମ :

  • ଏହିପରି ଅନ୍ୟାନ୍ୟ ପୌରାଣିକ ଉପାଖ୍ୟାନ ପଢ଼ି ଶିକ୍ଷଣୀୟ କଥା ସଂଗ୍ରହ କରି ଲେଖ ।
  • ଚିନ୍ତାମଣି ବେହେରାଙ୍କ ଅନ୍ୟାନ୍ୟ ଲେଖା ସଂଗ୍ରହ କରି ପଢ଼ ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ ସଂଗ୍ରହ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ନଚିକେତା ବାଜଶ୍ରବାଙ୍କୁ କି ପ୍ରଶ୍ନ ପଚାରିଥିଲେ ? ଋଷି କି ଉତ୍ତର ଦେଇଥିଲେ ?
କିମ୍ବା, ନଚିକେତା ତାଙ୍କ ପିତାଙ୍କୁ କି ପ୍ରଶ୍ନ କଲେ ? ସେ କି ଉତ୍ତର ପାଇଲେ ?
Answer:
ଋଷି ବାଜଶ୍ରବା ବିଶ୍ୱଜିତ୍ ଯଜ୍ଞ ଶେଷରେ ବ୍ରାହ୍ମଣ ଓ ଋଷିମାନଙ୍କୁ ଦାନ ଦେବାପରେ ଦକ୍ଷିଣା ମଧ୍ୟ ଦେଇଥିଲେ । ବିଶ୍ବଜିତ୍ ଯଜ୍ଞରେ ଯଜ୍ଞକର୍ତ୍ତା ନିଜର ସର୍ବସ୍ବ ଦାନ କରିବା କଥା । ମାତ୍ର ବାଜଶ୍ରବା ରୁଗ୍‌ଣ ଓ ଜରାଜୀର୍ଣ୍ଣ ଗାଈଗୁଡ଼ିକୁ ଦାନ କରୁଥ‌ିବା ଦେଖ୍ ନଚିକେତା ଦୁଃଖ୍ତ ହେଲେ । ତାଙ୍କର ସବୁଠାରୁ ଶ୍ରେଷ୍ଠ ସମ୍ପତ୍ତି ନିଜ ପୁତ୍ର ନଚିକେତାକୁ କାହାକୁ ଦାନ କରୁ ନଥ‌ିବା ଦେଖୁ ସେ ଚିନ୍ତିତ ହେଲେ । ସେ ଜାଣିଥିଲେ ଏପରି କରିବାଦ୍ୱାରା ଯଜ୍ଞ ନିଷ୍ଫଳ ହେବ । ସେ ତାଙ୍କୁ କାହାକୁ ଦାନ କଲେ ବୋଲି ପିତାଙ୍କୁ ବାରମ୍ବାର ପଚାରି ବସିଲେ । ଯଜ୍ଞକାର୍ଯ୍ୟରେ ବ୍ୟସ୍ତ ଥ‌ିବା ଋଷି ବାଜଶ୍ରବା ବିରକ୍ତ ହୋଇ ତାଙ୍କୁ ଯମଙ୍କୁ ଦାନ କଲେ ବୋଲି ଉତ୍ତର ଦେଇଥିଲେ ।

(ଖ) ଋଷି ବାଜଶ୍ରବା ଅତିଥିମାନଙ୍କୁ ରୁଗ୍ଣ ଓ ଜରାଜୀର୍ଣ୍ଣ ଗାଈଗୁଡ଼ିକୁ ଦାନ କରୁଥିବାର ଦେଖୁ ନଚିକେତାଙ୍କ ମନରେ କି ଭାବ ଜାତ ହେଲା ?
Answer:
ବାଳକ ହେଲେ ମଧ୍ୟ ନଚିକେତା ଦିବ୍ୟଜ୍ଞାନୀ ଓ ତତ୍ତ୍ଵଦର୍ଶୀ ଥିଲେ । ବିଶ୍ୱଜିତ୍ ଯଜ୍ଞରେ ଯଜ୍ଞକର୍ତ୍ତା ନିଜର ସର୍ବସ୍ଵ ଦାନ କରିବା କଥା । ମାତ୍ର ଋଷି ବାଜଶ୍ରବା ନିଜର ଅନ୍ୟାନ୍ୟ ସମ୍ପତ୍ତି ସହିତ ତାଙ୍କର ରୁଗ୍ଣ ଓ ଜରାଜୀର୍ଣ୍ଣ ଗାଈଗୁଡ଼ିକୁ ଦାନ କରୁଥିଲେ । ପିତାଙ୍କର ଏଭଳି କାର୍ଯ୍ୟରେ ପୁତ୍ର ନଚିକେତାଙ୍କ ମନରେ ଗଭୀର ଦୁଃଖ ସହିତ ବିସ୍ମୟ ସୃଷ୍ଟିହେଲା । ସେ ଭାବିଲେ, ପୁତ୍ର ତ ପିତାର ମୂଲ୍ୟବାନ୍ ସମ୍ପତ୍ତି, ମାତ୍ର ପିତା ପୁତ୍ରମୋହରେ ଅନ୍ଧ ହୋଇ ତାଙ୍କୁ ଏପର୍ଯ୍ୟନ୍ତ କାହାକୁ ଦାନ କରୁନାହାନ୍ତି । ଫଳରେ ପିତାଙ୍କ ଯଜ୍ଞ ନିଶ୍ଚିତରୂପେ ନିଷ୍ଫଳ ହେବ । ତେଣୁ ନଚିକେତାଙ୍କ ମନରେ ଗଭୀର ଦୁଃଖ ଓ ବିସ୍ମୟ ସହିତ ଆଶଙ୍କା ମଧ୍ୟ ଜାତ ହେଲା ।

(ଗ) ଯମଙ୍କ ଋଦ୍ଧଦ୍ୱାର ନିକଟରେ ନଚିକେତାଙ୍କ ଅଭିଜ୍ଞତା ବର୍ଣ୍ଣନା କର ।
Answer:
ପିତାଙ୍କର ଏବଂ ନିଜର ସତ୍ୟରକ୍ଷା ପାଇଁ ନଚିକେତା ଯମପୁରକୁ ଯାତ୍ରାକଲେ ଓ ଯମଙ୍କ ରୁଦ୍ଧଦ୍ୱାର ନିକଟରେ ପହଞ୍ଚିଲେ । ଯମଙ୍କ ଦ୍ବାର ନ ଫିଟିବାରୁ ସେଇଠାରେ ସେ ଯମରାଜାଙ୍କୁ ଧୈର୍ଯ୍ୟ ସହକାରେ ପ୍ରତୀକ୍ଷା କଲେ । ତିନି ଦିନ ତିନି ରାତି ସେଇ ରୁଦ୍ଧଦ୍ଵାର ନିକଟରେ ଅଖୁଆ ଅପିଆ ଓ ଅନିଦ୍ରାରେ ଅତିବାହିତ କଲେ । ମାତ୍ର ନିଜର ଧୈର୍ଯ୍ୟ ଓ ଦୃଢ଼ ମନୋବଳ ଯୋଗୁଁ ଏଥପାଇଁ ସେ ଆଦୌ ଦୁଃଖ୍ତ ନଥିଲେ । ସେ ନିଶ୍ଚିତ ଥିଲେ ଯେ ସେ ଯମରାଜଙ୍କୁ ନିଶ୍ଚିତ ସାକ୍ଷାତ୍‌ କରିବେ । ଶେଷରେ ତାଙ୍କ ପ୍ରତୀକ୍ଷାର ଅବସାନ ହେଲା । ବାଧ୍ୟହୋଇ ଯମରାଜା ବାଳକ ନଚିକେତାଙ୍କ ସମ୍ମୁଖରେ ଆବିର୍ଭୂତ ହେଲେ ।

(ଘ) ନଚିକେତା ଯମରାଜାଙ୍କୁ ପ୍ରଥମ ବରରେ କ’ଣ ପ୍ରାର୍ଥନା କରିଥିଲେ ?
Answer:
ଯମରାଜଙ୍କ ରୁଦ୍ଧ ଦ୍ବାରଦେଶରେ ଦୀର୍ଘ ତିନିଦିନ ଧରି ଅବିଚଳିତ ହୋଇ ବସି ରହିଥିଲେ ନଚିକେତା । ବାଳକ ନଚିକେତାଙ୍କ ଅପୂର୍ବ ଧୈର୍ଯ୍ୟ, ସାହସ ଓ ଦୃଢ଼ ମନୋବଳ ଯମରାଜାଙ୍କୁ ମୁଗ୍ଧ କଲା । ଯମରାଜା ଆବିର୍ଭାବ ହୋଇ ନଚିକେତାଙ୍କୁ ତିନୋଟି ବର ମାଗିବା ନିମନ୍ତେ କହିଲେ । ନଚିକେତା ଯମରାଜଙ୍କୁ ପ୍ରଥମ ବରରେ ପ୍ରାର୍ଥନା କଲେ ଯେ ତାଙ୍କୁ ହରାଇ ତାଙ୍କ ପିତା ପାଉଥିବା ଦୁଃଖ ସନ୍ତାପ ଦୂର ହେଉ ଓ ସେ ସଶରୀରେ ମର୍ତ୍ତ୍ୟକୁ ଫେରିଗଲା ପରେ ଯେପରି ତାଙ୍କ ପିତା ତାଙ୍କୁ ପୂର୍ବପରି ସ୍ନେହରେ ଗ୍ରହଣ କରନ୍ତୁ । ଯମରାଜା ନଚିକେତାଙ୍କ ପ୍ରଥମ ବର ପ୍ରାର୍ଥନା ପୂର୍ଣ୍ଣ ହେବ ବୋଲି କହିଲେ ।

(ଙ) ନଚିକେତା ମୃତ୍ୟୁଜୟୀ ଆତ୍ମଜ୍ଞାନର ଅଧିକାରୀ ହେଲେ କିପରି ?
Answer:
ନଚିକେତାଙ୍କ ଉପରେ ପରମ ପ୍ରୀତ ହୋଇ ଯମରାଜା ତାଙ୍କର ତୃତୀୟ ବରସ୍ଵରୂପ ତାଙ୍କୁ ସ୍ଵର୍ଗର ଅପୂର୍ବ ଭୋଗବିଳାସ, ପୃଥ‌ିବୀର ଅଖଣ୍ଡ ଆଧୂପତ୍ୟ ଇତ୍ୟାଦି ଯାହା ପ୍ରାର୍ଥନା କରିବେ ତାହା ପ୍ରଦାନ କରିବେ ବୋଲି କହିଲେ । ମାତ୍ର ନଚିକେତା ତୃତୀୟ ବରରେ ତାଙ୍କୁ ମୃତ୍ୟୁଜୟୀ ଆତ୍ମଜ୍ଞାନ ଦେବାପାଇଁ ପ୍ରାର୍ଥନା କଲେ । ମହାଜ୍ଞାନୀ ଓ ମହର୍ଷିମାନେ ଯୁଗଯୁଗ ସାଧନା କରି ଯାହା ଜାଣିବାକୁ ସମର୍ଥ ହୋଇପାରନ୍ତି ନାହିଁ, କୋମଳମତି ନଚିକେତାଙ୍କୁ ସେଭଳି ଜଟିଳ ରହସ୍ୟର ଗଭୀରଜ୍ଞାନ କିପରି ପ୍ରଦାନ କରାଯାଇପାରିବ ବୋଲି ଯମରାଜା ଦ୍ବନ୍ଦ୍ବରେ ପଡ଼ିଲେ । ସେ ନଚିକେତାଙ୍କୁ ଅନ୍ୟ କୌଣସି ବିକଳ୍ପ ବର ପ୍ରାର୍ଥନା କରିବାକୁ ପ୍ରବର୍ତ୍ତାଇଲେ । ମାତ୍ର ନଚିକେତାଙ୍କ ମନରେ ଅନ୍ୟ କୌଣସି କାମନା ନଥୁବାର ଜାଣି ଯମରାଜା ଅତ୍ୟନ୍ତ ଆନନ୍ଦରେ ନଚିକେତାଙ୍କୁ ଆତ୍ମଜ୍ଞାନର ଗୂଢ଼ତତ୍ତ୍ବ ବିଷୟରେ କହିଥିଲେ । ଏହିପରି ନଚିକେତା ମୃତ୍ୟୁଜୟୀ ଆତ୍ମଜ୍ଞାନର ଅଧିକାରୀ ହୋଇପାରିଥିଲେ ।

BSE Odisha 7th Class Odia Solutions Chapter 11 ମୃତ୍ୟୁ ବିଜୟୀ ବାଳକ

Question ୨।
ପପ୍ରସଙ୍ଗ ସରଳାର୍ଥ ଲେଖା
“‘ଏହିପରି ଅସାଧାରଣ ଶିଷ୍ୟ ଲାଭକରି ତାଙ୍କ ମନ ଆନନ୍ଦରେ ନୃତ୍ୟ କରିବାକୁ ଲାଗିଲା ।’’
Answer:
ଏହିପରି ଅସାଧାରଣ ……………………… କରିବାକୁ ଲାଗିଲା।
ଶଂସିତ ଗଦ୍ୟାଶଟି ଚିନ୍ତାମଣି ବେହେରାଙ୍କ ଲିଖ୍ ‘ମୃତ୍ୟୁ ବିଜୟୀ ବାଳକ’ ପ୍ରବନ୍ଧରୁ ଆନୀତ । ଏଠାରେ ଲେଖକ ବାଳକ ନଚିକେତାକୁ ଶିଷ୍ୟରୂପେ ପାଇ ଯମରାଜାଙ୍କ ମନ କିପରି ଆନନ୍ଦିତ ହୋଇଥିଲା ତାହା ବର୍ଣ୍ଣନା କରିଛନ୍ତି । ନଚିକେତା ତାଙ୍କର ଦ୍ଵିତୀୟ ବରରେ ସଂସାରବାସୀଙ୍କୁ ଦୁଃଖ, କଷ୍ଟ, ଶୋକ, ପାପ ଇତ୍ୟାଦିରୁ ରକ୍ଷାକରିବା ନିମନ୍ତେ ଆବଶ୍ୟକ ମନ୍ତ୍ର ଓ ଯଜ୍ଞବିଧ୍ ଶିକ୍ଷା ଦେବାପାଇଁ ଯମରାଜାଙ୍କୁ ପ୍ରାର୍ଥନା କରିଥିଲେ । ଯମରାଜ ନଚିକେତାଙ୍କୁ ଶିଷ୍ୟରୂପେ ଗ୍ରହଣ କଲେ ଓ ସେ ପ୍ରାର୍ଥନା କରିଥିବା କଠିନ ମନ୍ତ୍ର ଓ ଯଜ୍ଞବିତ୍ ଶିକ୍ଷାଦେଲେ । ସେ ଶିକ୍ଷା ଦେଇଥ‌ିବା ମନ୍ତ୍ର ଓ ଯଜ୍ଞବିଧ‌ିକୁ ନଚିକେତା କେତେଦୂର ମନେରଖ୍ ପାରିଛନ୍ତି, ତାହା ପରୀକ୍ଷା କଲେ ଓ ସେଥ୍ପାଇଁ କେତେକ ପ୍ରଶ୍ନ ପଚାରିଲେ ।

ଯମରାଜଙ୍କ ସମସ୍ତ ପ୍ରଶ୍ନର ଠିକ୍ ଉତ୍ତର ନଚିକେତା ଦେଇଥିଲେ । ଏତେ କଠିନ ମନ୍ତ୍ର ଓ ଯଜ୍ଞବିଧ ପୂର୍ଣ୍ଣମାତ୍ରାରେ ନଚିକେତା ହୃଦୟଙ୍ଗମ କରିପାରିଥିବାରୁ ଯମରାଜଙ୍କ ହୃଦୟ ଆନନ୍ଦରେ ପୂରିଗଲା । ନଚିକେତାଙ୍କ ଭଳି ଜଣେ ଜ୍ଞାନୀ ଓ ଅସାଧାରଣ ଶିଷ୍ୟ ପାଇ ଯମରାଜା ନିଜକୁ ଭାଗ୍ୟବାନ ମନେକରି ନିଜର ରତ୍ନମାଳା ନଚିକେତାଙ୍କୁ ପିନ୍ଧାଇ ଦେଇଥିଲେ ।

Question ୩ ।
“ମୋତେ ଦାନ ନ କଲେ ବିଶ୍ବଜିତ୍ ଯଜ୍ଞ ତ ଅପୂର୍ଣ୍ଣ ରହିଥିବା”
Answer:
“ମୋତେ ଦାନ ……………………….. ଅପୂର୍ଣ୍ଣ ରହିଯିବା”
ଉକ୍ତ ଗଦ୍ୟାଶଟି ଶ୍ରୀ ଚିନ୍ତାମଣି ବେହେରାଙ୍କ ଲିଖିତ ‘ମୃତ୍ୟୁବିଜୟୀ ବାଳକ’ ପ୍ରବନ୍ଧରୁ ଗୃହୀତ। ଏଠାରେ ବାଳକ ନଚିକେତା ଋଷିଙ୍କୁ ବିଶ୍ବଜିତ୍ ଯଜ୍ଞର ନିୟମ କଥା ମନେପକାଇ ଦେବା କଥା ବର୍ଣ୍ଣିତ । ନଚିକେତା ଜାଣିଥିଲେ ଯେ, ଯଜ୍ଞକର୍ତ୍ତା ନିଜର ସର୍ବସ୍ଵ ଦାନ କଲେ ବିଶ୍ବଜିତ୍ ଯଜ୍ଞକାର୍ଯ୍ୟର ସୁଫଳ ମିଳିବ। ନ ହେଲେ ଯଜ୍ଞ ଅନୁଷ୍ଠାନ ନିଷ୍ଫଳ ହେବ। ପୁତ୍ର ହେଉଛି ପିତାର ଶ୍ରେଷ୍ଠ ଧନ। ତେଣୁ ତାଙ୍କୁ କାହାକୁ ଦାନ କଲେ ବୋଲି ସେ ପିତାଙ୍କୁ ବାରମ୍ବାର ପଚାରିଲେ । ବିରକ୍ତ ହୋଇ ବାଜଶ୍ରବା “ତୋତେ ଯମକୁ ଦାନ କଲି” ବୋଲି କହିଦେଲେ। ତଦନୁଯାୟୀ ନଚିକେତା ଯମପୁରୀକୁ ଯିବା ପାଇଁ ପ୍ରସ୍ତୁତ ହେଲେ। ପିତା ଏଥ‌ିରେ ଅରାଜି ହେଲେ। ବିଜ୍ଞ ହୋଇ ନିଜର ସତ୍ୟରକ୍ଷା କରିବା ଉଚିତ ବୋଲି ସେ ପିତାଙ୍କୁ ବୁଝାଇଲେ । ତା’ ଛଡ଼ା ଯଦି ସେ ପୁତ୍ରକୁ ଦାନ ନ କରନ୍ତି, ତା’ ହେଲେ ତାଙ୍କର ବିଶ୍ଵଜିତ୍ ଯଜ୍ଞ ଅନୁଷ୍ଠାନ ନିଷ୍ଫଳ ହେବ ବୋଲି ସେ ପିତାଙ୍କୁ ବୁଝାଇ ଦେଲେ।

Question ୪ ।
“କଠୋର ସତ୍ୟରକ୍ଷା ପାଇଁ ଋଷି ବାଧ୍ୟ ହୋଇ ନଚିକେତାଙ୍କୁ ବିଦାୟ ଦେଲେ ।”
Answer:
“କାଠୋର ……………………….. ବିଦାୟ ଦେଲେ ?’
ଉକ୍ତ ଗଦ୍ୟାଶଟି ଶ୍ରୀଯୁକ୍ତ ଚିନ୍ତାମଣି ଚେହେରାଙ୍କ ରଚିତ “ମୃତ୍ୟୁ ବିଜୟା ବାଳକ” ପ୍ରବନ୍ଧରୁ ଗୃହାତା ମହର୍ଷି ବାଜଶ୍ରବାଙ୍କ ପୁତ୍ର ନଚିକେତାଙ୍କୁ ଯମପୁରକୁ ପଠାଇ କ’ଣ ଅନୁଭବ କରିଥିଲେ ତାହା ଏଠାରେ ବର୍ଣ୍ଣିତ । ନଚିକେତାଙ୍କର ବାରମ୍ବାର ପ୍ରଶ୍ନରେ ମହର୍ଷି ବାଜଶ୍ରବା ତାଙ୍କୁ ଯମଙ୍କୁ ଦାନ କଲେ ବୋଲି ବିରକ୍ତ ହୋଇ କହିଲେ । କିନ୍ତୁ ପର ମୁହୂର୍ତ୍ତରେ ସେ ବଡ଼ ବ୍ୟଥୂତ ହୋଇପଡ଼ିଲେ । ନଚିକେତା ଯମଙ୍କ ପାଖକୁ ଯିବାପାଇଁ ଜିଦ୍ ଧରି ବସିଲେ । ଏଥୁରେ ଋଷି ବାଜଶ୍ରବାଙ୍କ ମନରେ ଟିକିଏ ଗର୍ବ ହେଲା ଏବଂ ଦୁଃଖ ମଧ୍ଯ ହେଲା । ତେବେ ସେ ଯାହାହେଉ କଠୋର ସତ୍ୟରକ୍ଷା ପାଇଁ ସେ ବାଧ୍ୟହୋଇ ନଚିକେତାଙ୍କୁ ଯମପୁରକୁ ବିଦାୟ ଦେଲେ ।

ଅତି ସଂକ୍ଷିପ୍ତ ପ୍ରଶ୍ନୋତ୍ତର :

Question ୧।
ବିଶ୍ୱଜିତ୍ ଯଜ୍ଞରେ କେଉଁ ନିୟମ ରହିଛି ?
Answer:
ବିଶ୍ବଜିତ୍ ଯଜ୍ଞର ନିୟମ ହେଉଛି ଯେ ଯଜ୍ଞକର୍ତ୍ତା ନିଜର ସର୍ବସ୍ଵ ଦାନ କରିବେ ।

Question ୨।
ମହର୍ଷି ବାଜଶ୍ରବ କେଉଁସବୁ ଜିନିଷ ଦାନ କରୁଥିଲେ ?
Answer:
ମହର୍ଷି ବାଜଶ୍ରବା ଅଭ୍ୟାଗତଙ୍କର ଅର୍ଜନା କରି ଋଷି ନିଜର ଭୂମି, ଧେନୁ, ସୁବର୍ଣ୍ଣ ପ୍ରଭୃତି ସମସ୍ତ ଦାନ କରୁଥିଲେ।

Question ୩ ।
ମହର୍ଷି ବାଜଶ୍ରବା ପୁରୋହିତମାନଙ୍କୁ କ’ଣ ଦାନ କରିଥିଲେ ?
Answer:
ମହର୍ଷି ବାଜଶ୍ରବା ପୁରୋହିତମାନଙ୍କୁ ପଲେ ଗାଈ ଦାନ କଲେ।

BSE Odisha 7th Class Odia Solutions Chapter 11 ମୃତ୍ୟୁ ବିଜୟୀ ବାଳକ

Question ୪ ।
ବାଜଶ୍ରବାଙ୍କର ପୁତ୍ରଙ୍କ ନାମ କ’ଣ ?
Answer:
ବାଜଶ୍ରବାଙ୍କର ପୁତ୍ରର ନାମ ନଚିକେତା।

Question ୫।
ବାଳକ ନଚିକେତା କ’ଣ ଅନୁଭବ କରିଥିଲେ ?
Answer:
ବାଳକ ନଚିକେତା ଅନୁଭବ କରିଥିଲେ ଯେ ପିତାଙ୍କର ବିଶ୍ବଜିତ୍ ଯଜ୍ଞ ନିଶ୍ଚୟ ନିଷ୍ଫଳ ହେବ; କାରଣ ସ୍ନେହର

Question ୬ ।
ମହର୍ଷି ବାଜଶ୍ରବା ନଚିକେତାଙ୍କୁ କାହାଙ୍କୁ ଦାନ କଲେ ?
Answer:
ମହର୍ଷି ବାଜଶ୍ରବା ନଚିକେତାଙ୍କୁ ଯମଙ୍କୁ ଦାନ କରିଥିଲେ।

Question ୭।
ନଚିକେତା କେତେ ଦିନ ଅନଶନ କଲାପରେ ଯମଙ୍କ ଦର୍ଶନ ପାଇଲେ ?
Answer:
ଯମପୁରର ରୁଦ୍ଧଦ୍ବାର ନିକଟରେ ତିନି ଦିନ ଅନଶନ କଲାପରେ ନଚିକେତା ଯମଙ୍କୁ ଦର୍ଶନ ପାଇଲେ।

Question ୮।
ଯମପୁରର ରୁଦ୍ଧଦ୍ୱାର ନିକଟରେ ନଚିକେତା ତିନିଦିନ କିପରି ଅତିବାହିତ କରିଥିଲେ ?
Answer:
ନଚିକେତା ଯମପୁରର ରୁଦ୍ଧଦ୍ଵାର ନିକଟରେ ଅନାହାରରେ ଓ ଅନିଦ୍ରାରେ ତିନିଦିନ ଅତିବାହିତ କରିଥିଲେ।

Question ୯।
ନଚିକେତାଙ୍କୁ ଦେଖୁ ଯମ ମନେ ମନେ ପ୍ରଶଂସା କଲେ କାହିଁକି ?
Answer:
ଯମ ଏଭଳି ଅପୂର୍ବ ନିର୍ଭିକ ଓ ତେଜସ୍ଵୀ ବାଳକର ସାହାସ ଓ ବିଶ୍ଵାସକୁ ମନେ ମନେ ପ୍ରଶଂସା କଲେ ।

Question ୧୦।
ନଚିକେତା ପ୍ରଥମ ବରରେ କ’ଣ ମାଗିଲେ ?
Answer:
ନଚିକେତା ତାଙ୍କର ପ୍ରଥମ ବରରେ କହିଥିଲେ ଯେ, ତାଙ୍କ ପିତା ତାଙ୍କୁ ହରାଇ ଅତ୍ୟନ୍ତ ସନ୍ତାପ ଭୋଗ କରୁଛନ୍ତି । ତାଙ୍କର ସେହି ଦୁଃଖକୁ ଦୂର କରିବାପାଇଁ ଓ ସେ ତାଙ୍କ ପିତାଙ୍କ ପାଖରେ ପହଞ୍ଚି ପୂର୍ବପରି ସ୍ନେହରେ ରହିବେ ସେଥୁପ୍ରତି ବ୍ୟବସ୍ଥା କରିବାକୁ କହିଲୋ

BSE Odisha 7th Class Odia Solutions Chapter 11 ମୃତ୍ୟୁ ବିଜୟୀ ବାଳକ

Question ୧୧।
ପ୍ରଥମେ ନଚିକେତାଙ୍କ ପାଇଁ ଯମଙ୍କ ଦ୍ବାରା ଖୋଲାଗଲା ନାହିଁ କାହିଁକି ?
Answer:
ନଚିକେତାର ମୃତ୍ୟୁ ସମୟ ହୋଇ ନଥିଲା। ତେଣୁ ଯମରାଜ ତାଙ୍କପାଇଁ ଦ୍ଵାର ଖୋଲିଲେ ନାହିଁ।

Question ୧୨।
ନିମ୍ନଲିଖ୍ ବାକ୍ୟଗୁଡ଼ିକୁ ଓଲଟା ଅର୍ଥରେ ଆଉଥରେ ଲେଖ ।
(କ) ବ୍ରାହ୍ମଣମାନେ ଋଷିଙ୍କୁ ଆଶୀର୍ବାଦ ଦେଲେ ।
(ଖ) ଗାଈଗୁଡ଼ିକ ଜୀ।ଶୀର୍ଷ ଥିଲେ ।
(ଗ) ଦାନ ନ ଦେଇ ପାପ ଅର୍ଜନ କରିବା ଉଚିତ ନୁହେଁ ।
(ଘ) ଲୋକଟି ମିଥ୍ୟାବାଦୀ ଥିଲା ।
(ଙ) ଅନାବଶ୍ୟକ କଥାରେ ମୁଣ୍ଡ ପୂରାଇ ସମୟର ଅସଦୁପଯୋଗ କରିବା ଅଜ୍ଞ ଲୋକର କାର୍ଯ୍ୟ ଅଟେ ।
Answer:
(କ) ବ୍ରାହ୍ମଣମାନେ ଋଷିଙ୍କୁ ଅଭିଶାପ ଦେଲେ ।
(ଖ) ଗାଈଗୁଡ଼ିକ ହୃଷ୍ଟପୁଷ୍ଟ ଥିଲେ ।
(ଗ) ଦାନ ଦେଇ ପୁଣ୍ୟ ଅର୍ଜନ କରିବା ଉଚିତ ।
(ଘ) ଲୋକଟି ସତ୍ୟବାଦୀ ଥିଲା ।
(ଙ) ଆବଶ୍ୟକ କଥାରେ ମୁଣ୍ଡପୂରାଇ ସମୟର ସଦୁପଯୋଗ କରିବା ବିଜ୍ଞ ଲୋକର କାର୍ଯ୍ୟ ଅଟେ ।

ବସ୍ତୁନିଷୃ ପ୍ରଶ୍ନୋତ୍ତର :

Question ୧।
ନଚିକେତା ପ୍ରଥମ ବର ଭାବରେ ଯମଙ୍କୁ କ’ଣ ମାଗିଥିଲେ ?
(କ) ମୋତେ ରାଜସିଂହାସନ ମିଳୁ
(ଖ) ପିତା ମୋତେ ପୂର୍ବପରି ସ୍ନେହରେ ଗ୍ରହଣକରନ୍ତୁ
(ଗ) ଦେଶର ଲୋକମାନେ ପାପମୁକ୍ତ ହୁଅନ୍ତୁ
(ଘ) ପ୍ରଚୁର ଅର୍ଥ
Answer:
(ଖ) ପିତା ମୋତେ ପୂର୍ବପରି ସ୍ନେହରେ ଗ୍ରହଣକରନ୍ତୁ

Question ୨।
ନଚିକେତା ଦ୍ଵିତୀୟ ବର ଭାବରେ ଯମଙ୍କୁ କ’ଣ ମାଗିଥିଲେ ?
(କ) ପିତାଙ୍କର ଶାନ୍ତି
(ଖ) ନିଜ ଜ୍ଞାନର ବିକାଶ
(ଗ) ସଂସାର ଲୋକମାନଙ୍କର ଦୁଃଖ, ପାପ ଓ ଶୋକରୁ ମୁକ୍ତି
(ଘ) ପ୍ରଚୁର ଅର୍ଥ
Answer:
(ଗ) ସଂସାର ଲୋକମାନଙ୍କର ଦୁଃଖ, ପାପ ଓ ଶୋକରୁ ମୁକ୍ତି

Question ୩।
ଯମରାଜାଙ୍କୁ ନଚିକେତା ତୃତୀୟ ବରରେ କ’ଣ ମାଗିଥିଲେ ?
(କ) ମଣିଷର ମୁକ୍ତି
(ଖ) ପିତାଙ୍କର ଶାନ୍ତି
(ଗ) ସୁଖରେ ଗୃହକୁ ପ୍ରତ୍ୟାବର୍ତ୍ତନ
(ଘ) ଆତ୍ମଜ୍ଞାନ
Answer:
(ଘ) ଆତ୍ମଜ୍ଞାନ

BSE Odisha 7th Class Odia Solutions Chapter 11 ମୃତ୍ୟୁ ବିଜୟୀ ବାଳକ

Question ୪।
ଯମରାଜା ପ୍ରଥମେ ନଚିକେତାଙ୍କୁ ମୃତ୍ୟୁଜୟୀ ଆତ୍ମଜ୍ଞାନ ଦେବାକୁ ଚାହୁଁ ନଥିଲେ କାହିଁକି ?
(କ) ସେ ଜ୍ଞାନ ଅତି ଜଟିଳ ଓ ରହସ୍ୟପୂର୍ଣ୍ଣ ଥିଲା
(ଖ) ଯମରାଜା ତାଙ୍କୁ ଅନ୍ୟ ବର ଦେବାକୁ ଚାହୁଁଥିଲେ
(ଗ) ସେ ଜ୍ଞାନଦ୍ଵାରା ନଚିକେତା ଅମର ହୋଇଯିବେ ବୋଲି ଭାବୁଥିଲେ ।
(ଘ) ଯମରାଜା ସେ ଜ୍ଞାନ ମନୁଷ୍ୟମାନଙ୍କୁ ଦେବାପାଇଁ ଚାହୁଁ ନଥିଲେ ।
Answer:
(କ) ସେ ଜ୍ଞାନ ଅତି ଜଟିଳ ଓ ରହସ୍ୟପୂର୍ଣ୍ଣ ଥିଲା

Question ୫ ।
ନଚିକେତା ଯେଉଁ ତିନୋଟି ବର ଯମଙ୍କୁ ମାଗିଥିଲେ ତାହା କାହାପାଇଁ ଉଦ୍ଦିଷ୍ଟ ଥିଲା ?
(କ) ପିତାଙ୍କର ଯଜ୍ଞ ସଫଳ ହେବାପାଇଁ
(ଖ) ନିଜ ଜ୍ଞାନର ବିକାଶ ପାଇଁ
(ଗ) ସଂସାରର ହିତସାଧନ ପାଇଁ
(ଘ) ସାଧୁ ସମାଜର ହିତପାଇଁ
Answer:
(ଗ) ସଂସାରର ହିତସାଧନ ପାଇଁ

Question ୬ ।
ନଚିକେତାଙ୍କର କେଉଁ ଗୁଣଯୋଗୁଁ ଯମରାଜ ତାଙ୍କ ଗଳାରେ ରମାଳ ପିନ୍ଧାଇଦେଲେ ?
(କ) ଅପୂର୍ବ ସୁରଶଶକ୍ତି
(ଖ) ପିତୃଭକ୍ତି
(ଗ) ସତ୍ୟନିଷ୍ଠା
(ଘ) ସାହସିକତା
Answer:
(କ) ଅପୂର୍ବ ସୁରଶଶକ୍ତି

Question ୭।
ଯମରାଜାଙ୍କର ମନ ଆନନ୍ଦରେ ନୃତ୍ୟ କରିବାକୁ ଲାଗିଲା କାହିଁକି ?
(କ) ସେ ଯମପୁରରେ ଅତିଥିଙ୍କୁ ଉପଯୁକ୍ତ ସତ୍କାର କରିଥିବାରୁ
(ଖ) ସେ ନଚିକେତାଙ୍କଭଳି ଜଣେ ଅସାଧାରଣ ଶିଷ୍ୟ ଲାଭ କରିଥିବାରୁ
(ଗ) ସେ ତାଙ୍କର ସତ୍ୟନିଷ୍ଠା, ଦୃଢ଼ ପ୍ରତିଜ୍ଞା ଓ ପିତୃଭକ୍ତିରେ ମୁଗ୍‌ଧ ହୋଇଥିବାରୁ
(ଘ) ସେ ନଚିକେତାଙ୍କୁ ତିନିଦିନ କାଳ ଦେଖା ନଦେଇ ଅନାହାରରେ ରଖିଥ‌ିବାରୁ
Answer:
(ଖ) ସେ ନଚିକେତାଙ୍କଭଳି ଜଣେ ଅସାଧାରଣ ଶିଷ୍ୟ ଲାଭ କରିଥିବାରୁ

Question ୮।
ନଚିକେତାଙ୍କ କେଉଁ ଗୁଣଲାଗି ତାଙ୍କୁ ଶିଷ୍ୟରୂପେ ପାଇ ଯମ ଆନନ୍ଦିତ ହୋଇଥିଲେ ?
(କ) ନିଭୀକତା
(ଖ) କଷ୍ଟସହିଷ୍ଣୁତା
(ଗ) ପରହୁଃଖକାତରତା
(ଘ) ଜାଣିବାର ଆଗ୍ରହ
Answer:
(ଘ) ଜାଣିବାର ଆଗ୍ରହ

BSE Odisha 7th Class Odia Solutions Chapter 11 ମୃତ୍ୟୁ ବିଜୟୀ ବାଳକ

Question ୯।
ନଚିକେତାଙ୍କୁ ତିନୋଟି ବର ପ୍ରାର୍ଥନା କରିବାପାଇଁ ଯମରାଜା କାହିଁକି କହିଲେ ?
(ଗ) ନଚିକେତା ସତ୍ୟରକ୍ଷା ପାଇଁ ଦୃଢ଼ପ୍ରତିଜ୍ଞ ଥିବାରୁ
(ଖ) ନଚିକେତାଙ୍କୁ ଶିଷ୍ୟ ରୂପେ ପାଇଥିବାରୁ
(ଗ) ନଚିକେତା ପତ୍ୟରକ୍ଷା ପାଇଁ ଦୃଢ଼ପ୍ରତିଜ୍ଞ ଥିବାରୁ
(ଘ) ନଚିକେତା କୋମଳମତି ତେଜସ୍ବୀ ବାଳକ ଥିବାରୁ
Answer:
(ଗ) ନଚିକେତା ପତ୍ୟରକ୍ଷା ପାଇଁ ଦୃଢ଼ପ୍ରତିଜ୍ଞ ଥିବାରୁ

Question ୧୦ ।
‘ ଯାହା ନଦେବାର ଯୋଗ୍ୟ’ – ଏହି ବାକ୍ୟାଶଟିକୁ ଏକପଦରେ ପ୍ରକାଶକଲେ କ’ଣ ହେବ ?
(କ) ସଦେୟ
(ଖ) ଆଦେୟ
(ଗ) ଦେୟ
(ଘ) ବିଦେୟ
Answer:
(ଖ) ଆଦେୟ

ପ୍ରବନ୍ଧର ପୃଷ୍ଠଭୂମି :

ଶିକ୍ଷାମୂକ ଗଳ୍ପ ଜରିଆରେ ସେ କୋମଳମତି ବାଳବାଳିକାମାନଙ୍କ ହୃଦୟରେ ସତ୍ୟରକ୍ଷା, ନିର୍ଭାକତା ତ୍ୟାଗ ଓ ଏକାଗ୍ରତା ପ୍ରତି ଅନୁରାଗ ସୃଷ୍ଟି କରିବାପାଇଁ ଉଦ୍ୟମ କରିଛନ୍ତି । ନଚିକେତା ପରି ଏକ କୋମଳମତି ଜୟ କରିପାରିଛି ତାହା ଅନ୍ୟ ଶିଶୁମାନଙ୍କ ପାଇଁ ଆଦର୍ଶ ହେବା ଲକ୍ଷ୍ୟ ରଖ୍ ପ୍ରାବନ୍ଧିକ ଚିନ୍ତାମଣି ବେହେରା ଏହି ପ୍ରବନ୍ଧଟିକ ରଚନା କରିଛନ୍ତି ।

ପ୍ରବନ୍ଧର ସାରକଥା :

‘ବିଶ୍ବଜିତ୍‌ ଯଜ୍ଞ’ ଶେଷରେ ମହର୍ଷ ବାଜଶ୍ରବା ଅତିଥିମାନଙ୍କୁ ନିଜ ହାତରେ ଭୂମି, ଧେନୁ, ସୁବର୍ଣ୍ଣ ଦାନ କରୁଥ‌ିବା ଦେଖୁ ପୁଅ ନଚିକେତା ଆଶ୍ଚର୍ଯ୍ୟ ହେଲେ । ସଙ୍ଗେ ସଙ୍ଗେ ପିତାଙ୍କୁ ପଚାରିବସିଲେ ଯେ ସେ ତାଙ୍କୁ କାହାକୁ ଦାନ କରିଛନ୍ତି; କିନ୍ତୁ ଋଷି ଯଜ୍ଞକାର୍ଯ୍ୟରେ ବ୍ୟସ୍ତରହି ଉତ୍ତର ଦେଇପାରିଲେ ନାହିଁ ।
ପୁଣିଥରେ ପୁଅଠାରୁ ପୂର୍ବ ପ୍ରଶ୍ନ ଶୁଣି ସେ ବିରକ୍ତ ହୋଇ କହିଲେ – ‘ହଁ, ତୋତେ ଯମକୁ ଦାନ କଲି ।’ନଚିକେତା ଘରୁ ବାହାରିଲେ ଯମଙ୍କ ନିକଟକୁ । ପୁଅକୁ ଘରୁ ବାହାରି ଯାଉଥ୍‌ ଦେଖ୍ ସେ ପ୍ରଶ୍ନ କରନ୍ତେ, ନଚିକେତା ଯମଘରକୁ ଯାଉଛନ୍ତି ବୋଲି ଜଣାଇଦେଲେ । ପିତା ହସିଦେଇ କହିଲେ – “ମୁଁ କ’ଣ ଅନ୍ତ୍ରରରୁ କହିଥୁଲି’ । ମୁଁ ବିରକ୍ତ ହୋଇ ସେହିଭଳି କହିଦେଇଥୁଲି ସିନା ।’’ ଏକଥା ଶୁଣି ନଚିକେତା ପିତାଙ୍କୁ ଯଜ୍ଞର ଫଳ ତାଙ୍କୁ (ନଚିକେତାଙ୍କୁ) ଦାନ କରିବାରେ ହିଁ ମିଳିବ ବୋଲି କହିଲେ; କାରଣ ସେ ହେଉଛନ୍ତି ପିତାଙ୍କର ଶ୍ରେଷ୍ଠ ଧନ । ଋଷି ପୁଅର ମନକଥା ବୁଝିପାରିଲେ ଓ ତାଙ୍କୁ ଯିବାପାଇଁ ଅନୁମତି ଦେଲେ । ନଚିକେତା ଯମପୁରୀରେ ପହଞ୍ଚିଲେ । ଯମପୁରରେ ତିନିଦିନ ଅନଶନ ପରେ ଯମ ତାଙ୍କୁ ଦେଖାଦେଲେ । ଯମ ଅଡୁଆରେ ପଡ଼ିଗଲେ । କାରଣ ନଚିକେତାଙ୍କର ସମୟ ପୂରିଲେ ସିନା ସେ ଯମପୁରୀକୁ ଯିବ । ସେ ପିଲାଟିର ଦୃଢ଼ତା,

ଲେଖକ ପରିଚୟ :

କ୍ଷେତ୍ରରେ ଜଣେ ପ୍ରତିଭାବାନ୍ ବ୍ୟକ୍ତିତ୍ଵ । ସେ ଥିଲେ ଏକାଧାରରେ ଜଣେ ସଫଳ ପ୍ରାବନ୍ଧିକ, କବି, ସମାଲୋଚକ ଓ ଭାଷାବିତ୍ । ଜଣେ ଉଚ୍ଚକୋଟୀର ଅଧ୍ୟାପକଭାବେ ଶିକ୍ଷାବିତ୍‌ ମାନଙ୍କ ମଧ୍ୟରେ ତାଙ୍କର ସୁଖ୍ୟାତି ରହିଛି । ଇଂରାଜୀ, ବଙ୍ଗଳା ଓ ହିନ୍ଦୀ ଭାଷା ସାହିତ୍ୟରେ ଗଭୀରତା ଥିବା ଚିନ୍ତାମଣି ବାବୁ ତାଙ୍କର ଜ୍ଞାନ ଓ ଅଭିଜ୍ଞତାକୁ ନେଇ ବହୁ ପୁସ୍ତକ ରଚନା କରିଛନ୍ତି । ସମ୍ବଲପୁରରୁ ପ୍ରକାଶିତ ‘ମେହେର ପ୍ରଦୀପ’ ଓ ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ପ୍ରକାଶିତ ଶି ଶୁ ପତ୍ରିକା ‘ଶିଶୁଲେଖା’ର ସେ ସଫଳ ସମ୍ପାଦନା କରି ସେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ସେ ଜଣେ ଉଚ୍ଚକୋଟୀର କବି ଭାବରେ ମଧ୍ୟ ଓଡ଼ିଆ ସାହିତ୍ୟ ଜଗତରେ ପରିଚିତ । ‘ଶ୍ଵେତପଦ୍ମ’, ‘ସ୍ଵସ୍ତିକା’, ‘ନୂତନ ସ୍ଵାକ୍ଷର’, ‘ନାଳଲେ।ହିତ’ ପ୍ରଭୃତି କବିତା ଗ୍ରନ୍ଥ ତାଙ୍କ କଚିତ୍ଵର ପରଚିୟ ବହନ କରେ । ଏହାବ୍ୟତୀତ ସେ ‘କାବ୍ୟ ଓ କଳାକାର’, ‘ବିଦଗ୍ଧ ପାଠକ’, ‘ଆଧୁନିକତାର କ, ଖ ଓ ଅନ୍ୟାନ୍ୟ ଆଲୋଚନା’, ‘କଳାଦୃଷ୍ଟି’, ‘ଚିତ୍ର ଚରିତ୍ର’ ପ୍ରଭୃତି ସମାଲୋଚନା ଗ୍ରନ୍ଥଗୁଡ଼ିକ ରଚନା କରି କବି ଓ ଲେଖକ ମହଲରେ ବେଶ୍ ସୁଖ୍ୟାତି ଅର୍ଜନ କରିପାରିଛନ୍ତି ।

ତେଜ, ମନର ଦମ୍ଭ ଦେଖ୍ ସନ୍ତୁଷ୍ଟ ହୋଇ ମନେ ମନେ ପ୍ରଶଂସା କରି କହିଲେ – ‘ବତ୍ସ ! ମୁଁ ତୁମ ଉପରେ ପ୍ରୀତ, ତୁମେ ମୋ ଘର ସାମ୍ନାରେ ନ ଖାଇ ତିନିଦିନ ପଡ଼ିରହି ଦୁଃଖକଷ୍ଟ ପାଇଛ, ମୁଁ ଏଥପାଇଁ ଦୁଃଖତ I ଏବେ ତୁମେ ତିନୋଟି ବର ମାଗ ।’’ ନଚିକେତା ପ୍ରଥମ ବର ମାଗିଲେ ‘ମୋର ପିତା ମୋତେ ହରାଇ ପାଉଥ‌ିବା ଦୁଃଖ ଦୂର ହେଉ । ମୁଁ ତାଙ୍କ ନିକଟକୁ ଫେରିଗଲେ ସେ ମୋତେ ପୂର୍ବପରି ସ୍ନେହ କରନ୍ତୁ, ଏହାର ବ୍ୟବସ୍ଥା ହେଉ ।’’ ନଚିକେତାଙ୍କର ପିତୃଭକ୍ତିରେ ଯମରାଜ ସନ୍ତୁଷ୍ଟ ହେବାରୁ ସେ ୨ୟ ବର ମାଗିଲେ  ‘ସଂସାର ଲୋକଙ୍କର ଦୁଃଖ, ଦୁର୍ଦ୍ଦଶା, ପାପ, ଶୋକ କେଉଁଥିରେ ଦୂରହେବ, ମୋତେ କୁହନ୍ତୁ । ମୁଁ ତା’ ପ୍ରଚାର କଲେ ଆପଣଙ୍କର ଯଶ ପ୍ରଚାରିତ ହେବା”

ଯମରାଜ ଆଶ୍ଚର୍ଯ୍ୟ ହେଲେ । ସଂସାର ପ୍ରତି ନଚିକେତାଙ୍କର ଚିନ୍ତା ଦେଖ୍ ଖୁବ୍ ସନ୍ତୁଷ୍ଟ ହୋଇ ତାଙ୍କୁ ଜଣାଇଲେ ଯେ ସେ ଜଣେ ବାଳକ, ସେ କ’ଣ ଏସବୁ ମନେରଖୂପାରିବ ? ନଚିକେତା ପୁଣି ଥରେ ପ୍ରାର୍ଥନା କଲେ ଓ କହିବାକୁ ଅନୁରୋଧ କଲେ । ଏଣୁ ଯମରାଜ ତାଙ୍କୁ ନୂଆ ମନ୍ତ୍ରଟିଏ ଓ ଯଜ୍ଞର କାର୍ଯ୍ୟବିଧ୍ ବତାଇଦେଲେ । କିଛି ସମୟ ପରେ ଯମରାଜ ନଚିକେତାଙ୍କର ପରୀକ୍ଷା ନେଲେ । ସେ ସବୁକିଛି ଠିକ୍ ଠିକ୍ କହିଦେବାରୁ ଯମରାଜ ପିଲାଟିର ସ୍ମରଣଶକ୍ତି ଦେଖ୍ ଆଶ୍ଚର୍ଯ୍ୟ ହେଲେ । ସେ ସନ୍ତୁଷ୍ଟ ହୋଇ ତୃତୀୟ ବର ମାଗିବାକୁ ନଚିକେତାଙ୍କୁ ନିର୍ଦ୍ଦେଶ ଦେଲେ । ସ୍ଵର୍ଗର ଅପୂର୍ବ ଭୋଗବିଳାସ, ପୃଥ‌ିବୀର ଅଖଣ୍ଡ ଆଧୂପତ୍ୟ, ଓ ଆଶ୍ଚର୍ଯ୍ୟ ସାମଗ୍ରୀ ଯାହା ଚାହିଁବେ, ନଚିକେତାଙ୍କୁ ସେ ତାହା ପ୍ରଦାନ କରିବେ ବୋଲି କହିଲେ । ଏକଥା ଯମଙ୍କଠାରୁ ଶୁଣି ନଚିକେତା କହିଲେ – ‘ମୋର ସଂସାରର ସୁଖ ଦରକାର ନାହିଁ । ଆପଣ ଯଦି ସନ୍ତୁଷ୍ଟ, ମୋତେ “ମୃତ୍ୟୁଜୟୀ ଆତ୍ମଜ୍ଞାନ ପ୍ରଦାନ କରନ୍ତୁ ।’’

ଏକଥା ଶୁଣି ଯମରାଜ ଆଶ୍ଚର୍ଯ୍ୟ ହେଲେ । ପିଲାଟିଏ, ସେ ପୁଣି ଶିଖୁବ ମୃତ୍ଯୁଜୟୀ ଆତ୍ମଜ୍ଞାନ ? ମୁନିଋଷି ଯୁଗ ଯୁଗ ଧରି ଚେଷ୍ଟାକରି ଯାହାକୁ ପାଇନାହାନ୍ତି ? ଚିନ୍ତାକରି ପୁଣିଥରେ ତାଙ୍କୁ ଅନ୍ୟ ବର ମାଗିବାକୁ କହିଲେ; କିନ୍ତୁ ନଚିକେତା ତାଙ୍କର ଅନ୍ୟ କୌଣସି କାମନା ନାହିଁ ବୋଲି ଜଣାଇଦେଲେ । ଶେଷରେ ଯମରାଜ ସନ୍ତୁଷ୍ଟ ହୋଇ ତାଙ୍କୁ ମୃତ୍ୟୁଜୟୀ ଆତ୍ମଜ୍ଞାନ ପ୍ରଦାନ କଲେ । ସେ ଅପୂର୍ବ ଗୁଣର ଅଧିକାରୀ ହୋଇ ତାଙ୍କ ଚରଣ ଛୁଇଁ ଭକ୍ତ ଜଣାଇ ଫେରିଲେ । ଯମରାଜ ଖୁବ୍ ଆନନ୍ଦ ହେଲେ– ନଚିକେତା ଭଳି ଜଣେ ଶିଷ୍ୟ ତାଙ୍କୁ ମିଳିଲା, ଏହା ଭାଗ୍ୟର କଥା ଭାବି ଶିଷ୍ୟକୁ ଆଶୀର୍ବାଦ କଲେ ।

କଠିନ ଶବ୍ଦ।ର୍ଥ :

  • ଧେନୁ – ଗାଈ / ଗାଭୀ ।
  • ସର୍ବସ୍ଵ – ନିଜର ସବୁକିଛି|ସମସ୍ତ ସମ୍ପତ୍ତି ।
  • ଜରା – ବୁଢ଼ା ଅବସ୍ଥା ।
  • ଅଭ୍ୟାଗତ – ଅତିଥି
  • ନିଷ୍ପଳ – ଫଳଶୂନ୍ୟା
  • ଆଦେୟ – ଯାହା ହେବାର ଯୋଗ୍ୟ ନୁହେଁ ।
  • ଅବର୍ଣ୍ଣନାୟ – ଯାହା ବର୍ଣ୍ଣନା କରିହେବ ନାର୍ହା
  • ସ୍ୱ – ନିଜରା
  • ଅନଶନ – ଶିଷ୍ୟ ବା ସ୍ନେହାସ୍ସଦ ବ୍ୟକ୍ତି
  • ଉନ୍ମକ୍ତ – ଖୋଲା
  • ପ୍ରତ୍ୟାବର୍ତ୍ତନ – ଫେରିବା।
  • ବିଜ୍ଞ – ଜ୍ଞାନା
  • ପ୍ରଣତି – ନମସ୍ନାରା
  • ଅଖଣ୍ଡ – ଆଚିଭକ୍ତ ।
  • କର୍ଣ୍ଣଶାର୍ଣ୍ଣ – କ୍ଷାଶ ଓ ଦୁର୍ବିଳା ।
  • ଅର୍ଜନ – ରୋଜଗାରା ।
  • ବିଗଳିତ – ତରଳିଯିବା ।
  • ଗୂଢ଼ – ଗୁପ୍ତ / ଗହନା
  • ରୁଦ୍ଧଦ୍ୱାର – ବନ୍ଦ କରାଟ ।
  • ହୃଷ୍ଟ – ଆନନ୍ଦ
  • ପ୍ରଫୁଲ୍ଲ – ଖୁସି
  • ମୁହୂର୍ତ୍ତକ – ନିମିଷେକ
  • ଚିତ୍ତ – ହୃଦୟ
  • ଉନ୍ମକ୍ତ – ଖୋଲା

BSE Odisha 7th Class Odia Solutions Chapter 13 କାଠରୁ ଭାତ, ଘାସରୁ ଦୁଧ, ବାୟୁରୁ ଚିନି

Odisha State Board BSE Odisha 7th Class Odia Solutions Chapter 13 କାଠରୁ ଭାତ, ଘାସରୁ ଦୁଧ, ବାୟୁରୁ ଚିନି Textbook Exercise Questions and Answers.

BSE Odisha Class 7 Odia Solutions Chapter 13 କାଠରୁ ଭାତ, ଘାସରୁ ଦୁଧ, ବାୟୁରୁ ଚିନି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) କେଉଁଠି ଅସମ୍ଭବ କଥାଟାଏ ଉପରେ ଦୀର୍ଘ ଆଲୋଚନା ଚାଲିଥିଲା ?
Answer:
ବୋଷ୍ଟନ୍‌ ବିଶ୍ଵବିଦ୍ୟାଳୟର ରସାୟନ ବିଭାଗର ଏକ ଆଲେ।ଚନା କକ୍ଷରେ ଗୋଟିଏ ସମ୍ପୂର୍ଣ୍ଣ ଅସମ୍ଭବ କଥାଟାଏ ଉପରେ ଦୀର୍ଘ ଆଲୋଚନା ଚାଲିଥିଲା ।

(ଖ) ଖାଦ୍ୟ ମୂଳରେ କ’ଣ ସବୁ ରହିଛି ବୋଲି ଲେଖକ କହିଛନ୍ତି ?
Answer:
ଖାଦ୍ୟ ମୂଳରେ ସବୁକିଛି ରହିଛି । ଶିକ୍ଷା, ସଭ୍ୟତା, ସଂସ୍କୃତି, ଶାନ୍ତି, ରାମରାଜ୍ୟ ଯାହାକିଛି ମଣିଷର ପ୍ରଗତି ପାଇଁ ନିତାନ୍ତ ଜରୁରୀ, ସେସବୁ ମୂଳରେ ରହିଛି ଖାଦ୍ୟ ।

(ଗ) କାହାଦ୍ଵାରା ଜନସଂଖ୍ୟାକୁ ରୋକାଯାଇ ପାରିବ ?
Answer:
ଜନବସତିକୁ କମାଇ ଉକ୍ତ ସ୍ଥାନମାନଙ୍କରେ ପ୍ରଚୁର ଅରଣ୍ୟ ସୃଷ୍ଟି କରିପାରିଲେ ଜନସଂଖ୍ୟାକୁ ରୋକାଯାଇ ପାରିବ ।

(ଘ) ପୃଥ‌ିବୀର ଜନସଂଖ୍ୟା ବଢ଼ିଲେ କ’ଣ କମିଯିବ ?
Answer:
ପୃଥ‌ିବୀର ଜନସଂଖ୍ୟା ବଢ଼ିଲେ ଚାଷଜମିର ପରିମାଣ ଓ ଗୃହପାଳିତ ପଶୁମାନଙ୍କ ସଂଖ୍ୟା କମିଯିବ ।

(ଡି) ଶ୍ଵେତସାର ଖାଦ୍ୟରୁ ଯେଉଁ ବଳକା ଖାଦ୍ୟ ରହେ ଗଛ ତାକୁ କେଉଁଠି ସାଇତି ରଖେ ?
Answer:
ଶ୍ଵେତସାର ଖାଦ୍ୟରୁ ଯେଉଁ ବଳକା ଖାଦ୍ୟ ରହେ, ଗଛ ତାକୁ ତା’ର ଫଳମୂଳରେ ସାଇତି ରଖେ ।

BSE Odisha 7th Class Odia Solutions Chapter 13 କାଠରୁ ଭାତ, ଘାସରୁ ଦୁଧ, ବାୟୁରୁ ଚିନି

Question ୨।
ଦୁଇ ବା ତିନିଟି ବାକ୍ୟରେ ଉତ୍ତର ଲେଖ ।
(କ) କେଉଁ କେଉଁ ଖାଦ୍ୟରୁ ଶ୍ଵେତସାର ଓ ସ୍ନେହସାର ମିଳେ ?
Answer:
ଧାନ, ଗହମ, ବାଜରା, ମାଣ୍ଡିଆ ଏବଂ ଆଳୁ ଆଦିରୁ ଆମକୁ ଶ୍ଵେତସାର ଜାତୀୟ ଖାଦ୍ୟ ମିଳିଥାଏ ।
ସୋରିଷ, ଚିନାବାଦାମ, ସୂର୍ଯ୍ୟମୁଖୀ ଆଦି ତୈଳବୀଜରୁ ଆମକୁ ସ୍ନେହସାର ଜାତୀୟ ଖାଦ୍ୟ ମିଳିଥାଏ ।

(ଖ) ରବିଫସଲ, ମତ୍ସ୍ୟ ଓ କୁକୁଡ଼ାରୁ ଆମେ କେଉଁ ଜାତୀୟ ଖାଦ୍ୟ ପାଇଁ ?
ରବିଫସଲ, ମତ୍ସ୍ୟ ଓ କୁକୁଡ଼ାରୁ ଆମେ ପୁଷ୍ଟିସାର ଜାତୀୟ ଖାଦ୍ୟ ପାଇଥାଉ । ଏହି ଗୋପାଳନ, କୁକୁଡ଼ା ପାଳନ ଇତ୍ୟାଦିକୁ ପ୍ରକାରାନ୍ତରେ ଏକ ଚାଷ ବୋଲି କୁହାଯାଇଥାଏ ।

(ଗ) ଭବିଷ୍ୟତରେ ଅଙ୍ଗାରକାମ୍ଳ ଗ୍ୟାସ୍‌ରୁ କ’ଣ ଉତ୍ପାଦନ ହେବ ବୋଲି ଲେଖକ କହିଛନ୍ତି ?
ଭବିଷ୍ୟତରେ ଅଙ୍ଗାରକାମ୍ଳ ଗ୍ୟାସରୁ ମଇଦା ଭଳି ପଦାର୍ଥ ଭପାଦିତ ହେ।ଇପାରିବା ଏହି ମଇଦାରୁ ସୁନ୍ଦର ସାଂଶ୍ଲେଷିକ ଚାଉଳ ମଧ୍ଯ କୃତ୍ରିମ ଉପାୟରେ ଉତ୍ପାଦନ କରାଯାଇ ପାରିବ । ଏହି ଚାଉଳ ଅତି ସୁନ୍ଦର, ସରୁ ଓ ସୁସ୍ଵାଦୁ ହେବ । ଆବଶ୍ୟକ ହେଲେ ଏହି ପଦ୍ଧତିରେ ଚିନି ମଧ୍ଯ ତିଆରି କରାଯାଇ ପାରିବ ।

(ଘ) ଆଗାମୀ କାଳରେ ବଡ଼ ବଡ଼ ଗଛ, ବ୍ରଣ, ବୁଦାରୁ ଆମେ କ’ଣ କ’ଣ ପାଇବା ବୋଲି
ଆଗାମୀ କାଳରେ ବଡ଼ ବଡ଼ ଗଛ, ବଣ, ବୁଦାରୁ ଆମେ ଶ୍ଵେତସାର ତଥା ଶର୍କରାଜାତୀୟ ଖାଦ୍ୟ ପାଇପାରିବା । ସେତେବେଳେ ଚାଉଳ, ଚିନି ଓ ମଇଦା କଳ ପରିବର୍ତ୍ତେ କେବଳ କାଠକଳ ସ୍ଥାପନ କରି ମଇଦା, ଅଟା, ସୁଜି, ଚାଉଳ, ଚିନି ପରି ଶ୍ଵେତସାର ଓ ଶର୍କରାଜାତୀୟ ଖାଦ୍ୟ ପାଇପାରିବା ।

(ଙ) କେତେବେଳେ ଚାଷଜମି ଓ ଗୃହପାଳିତ ପଶୁ ସଂଖ୍ୟା କମିଯିବ ?
Answer:
ପୃଥ‌ିବୀରେ ଅତ୍ୟଧ୍ଵ ଜନସଂଖ୍ୟା ବୃଦ୍ଧି ହେଲେ ବସବାସ ପାଇଁ ଜାଗାର ଆବଶ୍ୟକତା ପଡ଼ିବ। ଏହାଫଳରେ ଗୃହପାଳିତ ପଶୁଙ୍କ ପାଇଁ ଚାରଣ ଭୂମି ମିଳିବ ନାହିଁ କିମ୍ବା ଖାଦ୍ୟ ଉତ୍ପାଦନ ପାଇଁ ଆବଶ୍ୟକ ଚାଷ ଜମି ମଧ୍ୟ ମିଳିବ ନାହିଁ । ଏଣୁ ଚାଷଜମି ଓ ଗୃହପାଳିତ ପଶୁ ସଂଖ୍ୟା କମିଯିବ ।

(ଚ) କାହାକୁ ରୂପାନ୍ତରିତ କରି ଦୁଧ, ଦହି, ଛେନାରେ ପରିଣତ କରିହେବ ?
Answer:
ସମୁଦ୍ରମାନଙ୍କରେ ଅସଂଖ୍ୟ ଜଳଜ ପ୍ରାଣୀ ରହିଛନ୍ତି । ଏହି ଜଳଜ ପ୍ରାଣୀଗୁଡ଼ିକୁ ରୂପାନ୍ତରିତ କରି ଦୁଧ, ଦହି, ଛେନାରେ ପରିଣତ କରିହେବ।

Question ୩ ।
ସରଳ ଭାଷାରେ ବୁଝାଇ ଦିଅ ।
(କ) ଏହା ସ୍ଵତଃସିଦ୍ଧ ଯେ ବିଜ୍ଞାନ ସେତେବେଳକୁ ଯେଉଁ ଉନ୍ନତ ଅବସ୍ଥାକୁ ଆସିଥ‌ିବ, ସେଥ‌ିରେ ଖାଦ୍ୟ ସମସ୍ୟା ଏକ ବଡ଼ ସମସ୍ୟା ହୋଇ ରହି ନପାରେ ।
Answer:
ଏହା ସ୍ଵତଃସିଦ୍ଧ ଯେ ………………………. ରହିନପାରେ ।
ଉକ୍ତ ଗଦ୍ୟାଶଟି ରସାୟନବିତ୍ ଡକ୍ଟର ଗୋକୁଳାନନ୍ଦ ମହାପାତ୍ରଙ୍କ ଲିଖ୍ ବିଜ୍ଞାନଭିଭିକ ପ୍ରବନ୍ଧ ‘କାଠରୁ ଭାତ, ଘାସରୁ ଦୁଧ, ବାୟୁରୁ ଚିନି’ ଶୀର୍ଷକ ବିଷୟରୁ ଆନୀତ । ଏଠାରେ ପ୍ରାବନ୍ଧିକ ସାମ୍ପ୍ରତିକ ପୃଥ‌ିବୀର ଜନବିସ୍ଫୋରଣକୁ ଲକ୍ଷ୍ୟ କରି ଆଗାମୀ ଶତାବ୍ଦୀର ଭୟଙ୍କର ଖାଦ୍ୟ ସଙ୍କଟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ତା’ର ମୁକାବିଲା କରିବାପାଇଁ ରସାୟନବିଜ୍ଞାନ କିପରି ସମର୍ଥ ହୋଇପାରିବ, ତାହା ଉଲ୍ଲେଖ କରିଛନ୍ତି ।

ଖାଦ୍ୟ ହିଁ ମଣିଷର ଜୀବନ । ଖାଦ୍ୟର ଅଭାବରେ ମଣିଷ ଜୀବନଧାରଣ କରିବା ଅସମ୍ଭବ । ମାତ୍ର ପୃଥ‌ିବୀ ବର୍ତ୍ତମାନ ଏକ ସଙ୍କଟ ମଧ୍ୟରେ ଗତି କରୁଛି । ଦିନକୁ ଦିନ ଜନସଂଖ୍ୟା ହୁହୁ ହୋଇ ବଢ଼ିଚାଲିଛି । ବଦ୍ଧିତ ଜନସଂଖ୍ୟା ଅନୁଯାୟୀ ଖାଦ୍ୟଦ୍ରବ୍ୟ ଉତ୍ପାଦନ ଆବଶ୍ୟକ ପରିମାଣରେ ହେଉନାହିଁ । ଏଣୁ ଖାଦ୍ୟରେ ଅପମିଶ୍ରଣ ବଢ଼ିଚାଲିଛି । ଏହା ସାଙ୍ଗକୁ କୃଷିଜାତ ଦ୍ରବ୍ୟର ଉତ୍ପାଦନ ପାଇଁ ଚାଷଜମି କମି କମି ଆସୁଛି । ମଣିଷ ଯେଉଁଠି ପାରୁଛି ନିଜର ବସବାସ ପାଇଁ ତାହା ବ୍ୟବହାର କରିଚାଲିଛି । ଏହାଫଳରେ ଖାଦ୍ୟ ସଙ୍କଟ ନିଶ୍ଚୟ ଦିନେ ନା ଦିନେ ଦେଖାଦେବ । ମଣିଷ ପାଖରେ ପ୍ରଚୁର ଅର୍ଥ ଥବ ହେଲେ କିଣିବାପାଇଁ ଜିନିଷ ନଥ‌ିବ ।

ଏଣୁ ବର୍ଷିତ ଜନସଂଖ୍ୟା ପାଇଁ ଆବଶ୍ୟକ ଖାଦ୍ୟଦ୍ରବ୍ୟ ପାଇଁ ବିକଳ୍ପ ଚିନ୍ତା କରିବାକୁ ହେବ । ମଣିଷର ଆବଶ୍ୟକତାକୁ ନେଇ ହିଁ ବିଜ୍ଞାନର ସୃଷ୍ଟି । ଏଣୁ ଏ ସମସ୍ୟାର ମୁକାବିଲା ପାଇଁ ସେତେବେଳକୁ ବିଜ୍ଞାନ ସମର୍ଥ ହୋଇପାରିବ । ପ୍ରକୃତିର ଅସରନ୍ତି ଶକ୍ତିରୁ ବିଜ୍ଞାନ ମଣିଷ ପାଇଁ ଖାଦ୍ୟ ସଂଗ୍ରହ କରିପାରିବ । ଏହା ରସାୟନ ବିଜ୍ଞାନ ପାଇଁ କିଛି ଅସମ୍ଭବ କଥା ନୁହେଁ । ରସାୟନ ବିଜ୍ଞାନ ନିଶ୍ଚୟ ଏ.ସମସ୍ୟାରେ ସମାଧାନ କରିପାରିବ ବୋଲି ପ୍ରାବନ୍ଧିକ ଦୃଢୋକ୍ରି ପ୍ରକାଶ କରିଛନ୍ତି। ଭବିଷ୍ୟତରେ ବିଜ୍ଞାନର ଦ୍ରୁତ ପ୍ରଗତିକୁ ନେଇ ଡକ୍ଟର ମହାପାତ୍ରଙ୍କର ନୂତନ ଚିନ୍ତାଧାରା ଅତି ଚମତ୍କାର ।

(ଖ) ଯେଉଁ ଦେଶରେ ଖାଦ୍ୟ ନାହିଁ, ସେଠି ଶିକ୍ଷା, ସଭ୍ୟତା, ଶାନ୍ତି, କିଛି ଉଧେଇ ପାରିବ ନାହିଁ ।
Answer:
ଯେଉଁ ଦେଶରେ ଖାଦ୍ୟ ନାର୍ହି ………………………………. ପାରିବ ନାହିଁ ।
ଉକ୍ତ ଗଦ୍ୟାଶଟି ବିଶିଷ୍ଟ ରସାୟନବିତ୍ ଡକ୍ଟର ଗୋକୁଳାନନ୍ଦ ମହାପାତ୍ରଙ୍କର ଲିଖ୍ ପ୍ରବନ୍ଧ ‘କାଠରୁ ଭାତ, ଘାସରୁ ଦୁଧ, ବାୟୁରୁ ଚିନି’ ଶୀର୍ଷକ ପ୍ରବନ୍ଧରୁ ଆନୀତ । ଏଠାରେ ପ୍ରାବନ୍ଧିକ ମଣିଷ ପାଇଁ ଖାଦ୍ୟର କେତେଦୂର ଉପାଦେୟତା ରହିଛି, ତାହା ବର୍ଣ୍ଣନା କରିଛନ୍ତି । କଥାରେ ଅଛି ‘ପେଟ ପାଇଁ ସବୁ ନାଟ’। ପେଟ ଚାଖଣ୍ଡକ ପାଇଁ ମଣିଷ ଲହୁଲୁହ ଖଟାଇ ପରିଶ୍ରମ କରେ । ମଣିଷ ବଞ୍ଚେ ଖାଦ୍ୟ ପାଇଁ । ଏଣୁ ଖାଦ୍ୟହିଁ ସବୁର ମୂଳ । ଶିକ୍ଷାଲାଭ କରିବା, ସଭ୍ୟତାର ଅଗ୍ରଗତି ହେବା, ଶତ୍ରୁ ସହିତ

ଯୁଦ୍ଧ କରିବା ଏବଂ ବଞ୍ଚିରହିବା ପାଇଁ ଶାନ୍ତିର ସହାୟତା ନେବା ସବୁକିଛି ମୂଳରେ ହିଁ ରହିଛି ଖାଦ୍ୟ । ଏସବୁ ନକରି ଯଦି ଖାଦ୍ୟର ବ୍ୟବସ୍ଥା ହୋଇପାରନ୍ତା ତେବେ ମଣିଷକୁ ଜୀବନ ସଂଗ୍ରାମ କରିବାକୁ ପଡ଼ନ୍ତା ନାହିଁ । ଏଣୁ ବସ୍ତୁତଃ ଖାଦ୍ୟ ସବୁର ମୂଳ। ଯେଉଁ ଦେଶରେ ଖାଦ୍ୟର ସୁବ୍ୟବସ୍ଥା ନାହିଁ, ସେଠାରେ ଶିକ୍ଷା, ସଭ୍ୟତା ଓ ଶାନ୍ତି ସବୁକିଛି ନିରର୍ଥକ ।

BSE Odisha 7th Class Odia Solutions Chapter 13 କାଠରୁ ଭାତ, ଘାସରୁ ଦୁଧ, ବାୟୁରୁ ଚିନି

Question ୪।
୭୦ ରୁ ୮୦ଟି ଶବ୍ଦରେ ଉତ୍ତର ଲେଖ ।
(କ) ପ୍ରତ୍ୟେକ ଦେଶର ଖାଦ୍ୟ ସମସ୍ୟା ହିଁ ପ୍ରଧାନ ସମସ୍ୟା, ଏ କଥାଟିର ଯଥାର୍ଥତା ବୁଝାଅ ।
Answer:
ସମାଜରେ ବଞ୍ଚିବା ପାଇଁ ଖାଦ୍ୟ ଏବଂ ବସ୍ତ୍ର ଏ ଦୁଇଟିକୁ ମୁଖ୍ୟ ମୌଳିକ ଉପାଦାନ ବୋଲି ଧରାଯାଏ । ବିଶେଷକରି ଖାଦ୍ୟ ବିନା କୌଣସି ବ୍ୟକ୍ତି, ଜାତି କିମ୍ବା ଦେଶର ସ୍ଥିତି ସମ୍ଭବ ନୁହେଁ । ସେଥ‌ିପାଇଁ ଶାସ୍ତ୍ରକାରମାନେ କହିଛନ୍ତି, ପ୍ରଥମେ ଶରୀରର ନିରାପତ୍ତା ଏବଂ ତା’ପରେ ସବୁକିଛି । ଏକ ସୁସ୍ଥ ମନ ପାଇଁ ସୁସ୍ଥ ଶରୀରର ପ୍ରଥମ ଆବଶ୍ୟକତା ରହିଛି । ସୁସ୍ଥ ମନ ନେଇ ମଣିଷ ଶିକ୍ଷା, ସଭ୍ୟତା କିମ୍ବା ପ୍ରଗତି ବିଷୟରେ ଚିନ୍ତା କରିପାରେ । ଏଣୁ ପୃଥ‌ିବୀରେ ଏହି ଖାଦ୍ୟ ସମସ୍ୟା ହିଁ ମୁଖ୍ୟ ସମସ୍ୟା ରୂପେ ଦଣ୍ଡାୟମାନ ହୋଇ ରହିଛି । ଏହାର ବହୁ କାରଣ ମଧ୍ୟରୁ ବର୍ଷିତ ଜନସଂଖ୍ୟା ଏକ ମୁଖ୍ୟ କାରଣ । କାରଣ ଅତିରିକ୍ତ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଚାଷଜମିଗୁଡ଼ିକ ବାସଭୂମିରେ ପରିଣତ ହେଉଛି ।

ଏହା ଫଳରେ ଉତ୍ପାଦନ ହ୍ରାସ ପାଉଛି । ଦ୍ଵିତୀୟ କାରଣ ହେଲା ମାଟିର ଉତ୍ପାଦିକା ଶକ୍ତି କ୍ରମେ ହ୍ରାସ ପାଉଛି । ଜନସ୍ବାର୍ଥ ଦୃଷ୍ଟିରୁ ବନ୍ଧବାଡ଼ ଘେରାଇ ଉଦ୍‌ବୃତ୍ତ ଜଳଧାରାକୁ ପ୍ରତିରୋଧ କରାଯିବା ଫଳରେ ଜମିରେ ଉର୍ବର ପଟୁମାଟିର ଅଭାବ ପରିଲକ୍ଷିତ ହେଉଛି । ତୃତୀୟରେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଜଙ୍ଗଲ ଓ ଜଳର ଅପବ୍ୟବହାର କରାଯାଉଛି । ଏଣୁ ପୃଥ‌ିବୀର ସବୁ ଦେଶଗୁଡ଼ିକରେ ଖାଦ୍ୟ ସମସ୍ୟା ଦେଖାଦେଇଛି ।

(ଖ) ଆମ ଖାଦ୍ୟମାନଙ୍କରେ କେଉଁ ଖାଦ୍ୟସାର ଥାଏ ଓ ଏହା କେଉଁ କୃଷିଜାତ ଦ୍ରବ୍ୟମାନଙ୍କରୁ ମିଳିଥାଏ ?
Answer:
ଆମ୍ଭେମାନେ ଯେଉଁ ଖାଦ୍ୟ ଗ୍ରହଣ କରୁ, ସେଗୁଡ଼ିକ ମୁଖ୍ୟତଃ ତିନିପ୍ରକାର ଖାଦ୍ୟସାରର ଅନ୍ତର୍ଭୁକ୍ତ । ଏଗୁଡ଼ିକ ହେଲା ଶ୍ଵେତସାର, ପୁଷ୍ଟିସାର ଓ ସ୍ନେହସାର । ଧାନ, ଗହମ, ବାଜରା, ମାଣ୍ଡିଆ, ଆଳୁ ପ୍ରଭୃତି ଫସଲରେ ପ୍ରଚୁର ଶ୍ଵେତସାର ରହିଥାଏ । ଉଭିଦ ବାୟୁମଣ୍ଡଳର ଅଙ୍ଗାରକାମ୍ଳ ଗ୍ୟାସ୍ ଓ ଭୂପୃଷ୍ଠର ଜଳ ସାହାଯ୍ୟରେ ଏହି ଶ୍ଵେତସାର ଖାଦ୍ୟ ପ୍ରସ୍ତୁତ କରିଥାଏ । ସୋରିଷ, ଚିନାବାଦାମ, ରାଶି ପ୍ରଭୃତି ତୈଳବୀଜ ଶସ୍ୟ ଆମ୍ଭମାନଙ୍କୁ ସ୍ନେହସାର ଯୋଗାଇଥା’ନ୍ତି ।

ରବିଫସଲ ଓ ଗୋପାଳନ, ମତ୍ସ୍ୟ ଉତ୍ପାଦନ, କୁକୁଡ଼ାପାଳନଦ୍ୱାରା ଆମେ ପୁଷ୍ଟିସାର ଖାଦ୍ୟ ପାଇଥାଉ । ଗୋପାଳନ କୁକୁଡ଼ାପାଳନଦ୍ୱାରା ଗାଈ ଓ କୁକୁଡ଼ାମାନଙ୍କ ସାଧାରଣଭାବେ ବଂଶବୃଦ୍ଧି କରାଯାଇ ଏଥୁରୁ ଆର୍ଥିକ ଫାଇଦା ହାସଲ କରାଯାଇଥାଏ। ଏହିସବୁ ପଶୁମାନେ ସାଧାରଣ ଚାଷଜମିରୁ ଉତ୍ପନ୍ନ ଖାଦ୍ୟ ଖାଇ ଆମକୁ ପୁଷ୍ଟିସାର ଖାଦ୍ୟ ଯୋଗାନ୍ତି । ତେଣୁ କିନ୍ତୁ ଏହାକୁ ପ୍ରକାରାନ୍ତରେ ଏକ ପ୍ରକାର ଚାଷ ଭାବେ ଗ୍ରହଣ କରାଯାଏ ।

(ଗ) ଉଦ୍ଭିଦ ଆମକୁ ଯୋଗାଉଥ‌ିବା ଖାଦ୍ୟପଦାର୍ଥକୁ କେମିତି ତିଆରି କରେ ?
Answer:
ଣିଷ ଆବଶ୍ୟକ କରୁଥିବା ବିଭିନ୍ନ ପ୍ରକାର ଖାଦ୍ୟସାର ମୁଖ୍ୟତଃ ଉଭିଦମାନଙ୍କଠାରୁ ସଂଗ୍ରହ କରିଥାଏ । ଏପରିକି ପୁଷ୍ଟିସାର ଯୋଗାଉଥ‌ିବା ଗୋପାଳନ ଏବଂ ମତ୍ସ୍ୟ ଚାଷ ପ୍ରଭୃତି ପାଇଁ ମଧ୍ୟ ପ୍ରକାରାନ୍ତରେ ଉଭିଦ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ଉଭିଦ ଏସବୁ ଖାଦ୍ୟପଦାର୍ଥ ପ୍ରାକୃତିକ ଉପାୟରେ ପ୍ରସ୍ତୁତ କରିଥାଏ । ଏହା ବାୟୁମଣ୍ଡଳର ଅଙ୍ଗାରକାମ୍ଳ ଗ୍ୟାସ୍ ଚେର ସାହାଯ୍ୟରେ ମାଟି ଭିତରୁ ଜଳ ସଂଗ୍ରହ କରେ । ଏହି ଅଙ୍ଗାରକାମ୍ଳ ଗ୍ୟାସ୍ ଓ ଜଳକୁ ପତ୍ର ଉପରେ ସଂଯୁକ୍ତ କରାଇ ଶ୍ଵେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାଏ । ଏହି ଶ୍ଵେତସାର ଖାଦ୍ୟରୁ ଉଭିଦ ଗ୍ରହଣ କରେ ଓ ବଳକା ଅଂଶତକ ଫଳମୂଳରେ ସାଇତା ହୋଇ ରହିଥାଏ । ଏହାକୁ ଆମେ ଆହରଣ କରି ଆମର ପୁଷ୍ଟି ସାଧନ କରିଥାଉ ।

Question ୫।
ନିମ୍ନଲିଖ୍ ଶବ୍ଦମାନଙ୍କୁ ନେଇ ଗୋଟିଏ ଗୋଟିଏ ବାକ୍ୟ ଗଠନ କର ।
ସ୍ବତଃସିଦ୍ଧ, ଉତ୍କୃଷ୍ଟ, ଜନସଂଖ୍ୟା, ଜ୍ଞାନଶୂନ୍ୟ, ଉତ୍ପାଦନ, ଉଧେଇବା, ଆହରଣ, ପର୍ଯ୍ୟାପ୍ତ, ଉତ୍କଟ, ନିଅଣ୍ଟିଆ ।
Answer:
ସ୍ବତଃସିଦ୍ଧ (ନିଶ୍ଚିତ) – ଏହା ସ୍ଵତଃସିଦ୍ଧ ଯେ ମଣିଷ ଦିନେ ନା ଦିନେ ମୃତ୍ୟୁବରଣ କରିବ ।
ଉତ୍କୃଷ୍ଟ (ଅତି ଉତ୍ତମ ) – ପାଚିଲା ଅମୃତଭଣ୍ଡା ରୋଗୀ ପାଇଁ ଏକ ଉତ୍କୃଷ୍ଟ ଖାଦ୍ୟ ।
ଜନସଂଖ୍ୟା (ଲୋକସଂଖ୍ୟା) – ଜନସଂଖ୍ୟା ବୃଦ୍ଧି ବର୍ତ୍ତମାନ କେବଳ ଆମ ଦେଶ ପାଇଁ ନୁହେଁ, ସମଗ୍ର ପୃଥ‌ିବୀ ପାଇଁ ଏକ ମୁଖ୍ୟ ସମସ୍ୟା ।
ଜ୍ଞାନଶୂନ୍ୟ (ଭଲମନ୍ଦ ବିଚାର ଭୁଲିଯିବା) – ମଣିଷ କ୍ରୋଧ ସମୟରେ ଜ୍ଞାନଶୂନ୍ୟ ହୋଇଯାଏ ।
ଉତ୍ପାଦନ (ଅମଳ) – ଆମ ଦେଶର ଚାଷୀମାନେ ବର୍ଷ ମଧ୍ୟରେ ଗୋଟିଏ ଜମିରୁ ନାନାପ୍ରକାର ଫସଲ ଉତ୍ପାଦନ କରିଥା’ନ୍ତି ।
ଉଧେଇବା (ବୃଦ୍ଧି ଘଟିବା) – ପାଶ୍ଚାତ୍ୟ ଦେଶର ଉଭିଦଗୁଡ଼ିକ ଆମ ଦେଶର ଜଳବାୟୁରେ ଉଧେଇବା କଷ୍ଟକର ।
ଆହରଣ (ଗ୍ରହଣ) – ବିଭିନ୍ନ ପୁସ୍ତକ ପାଠକରି ଜ୍ଞାନ ଆହରଣ କରାଯାଏ ।
ପର୍ଯ୍ୟାପ୍ତ (ବହୁତ) – ବର୍ତ୍ତମାନ ସରକାର ଦରିଦ୍ର ଓ ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ଆର୍ଥିକ ସହାୟତାର ବ୍ୟବସ୍ଥା କରିଛିନ୍ତି ।
ଉତ୍କଟ (ଭୀଷଣ) – ବର୍ତ୍ତମାନ ଆମ ଦେଶରେ ଖାଦ୍ୟ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।
ନିଅଣ୍ଟିଆ (ଅଭାବଗ୍ରସ୍ତ ) – ବର୍ତ୍ତମାନ ଦେଶରେ ଉତ୍ପାଦିତ ହେଉଥ‌ିବା ଡାଲି ଆମ ଦେଶବାସୀଙ୍କ ପାଇଁ ନିଅଣ୍ଟିଆ ଅନୁଭୂତ ହେତ୍ତଛି।

Question ୬।
ଅନୁଚ୍ଛେଦଟି ପଢ଼ି ପ୍ରଶ୍ନ ତିଆରି କର ।
ଏହିଭଳି ଭାବରେ ଦେଖୁବାବୁ ଗଲେ ପୃଥ‌ିବୀର ଖାଦ୍ୟସମସ୍ୟା ଯେତେ ଉତ୍କଟ ଆକାର ଧାରଣ କଲେ ମଧ୍ୟ ରସାୟନବିତ୍‌ମାନେ ତାହା ସମାଧାନ କରିବାକୁ କ୍ଷମ । ଏହା ସ୍ବତଃସିଦ୍ଧ ଯେ, ଯେଉଁଠି ଖାଦ୍ୟ ଯୋଗାଇବାପାଇଁ କୃଷି ବିଜ୍ଞାନ ଅସମର୍ଥ ହେବ, ସେହିଠାରେ ରସାୟନ ବିଜ୍ଞାନ ତହିଁର ବିହିତ ସମାଧାନ କରପାରିବ । ମଣିଷ ସମାଜ କେବେ ଖାଦ୍ୟାଭାବରୁ ପୃଥ‌ିବୀପୃଷ୍ଠରୁ ନିଶ୍ଚିହ୍ନ ହେବନି । ଅବଶ୍ୟ ଏବେ ପୃଥ‌ିବୀର ମଣିଷମାନଙ୍କ ପାଇଁ ଯେତେ ଖାଦ୍ୟ ଆବଶ୍ୟକ ତାହା କୃଷି ବିଜ୍ଞାନ ଯୋଗାଇ ପାରୁଛି । ଭବିଷ୍ୟତରେ ଏମିତି ଦିନ ଆସିବ, ଯେତେବେଳେ ଖାଦ୍ୟ ସମସ୍ୟାକୁ ସମ୍ଭାଳିବାପାଇଁ, କୃଷି ବିଜ୍ଞାନ ଅସମର୍ଥ ହେବ, ସେତେବେଳେ ରସାୟନ ବିଜ୍ଞାନ ଏହି ଉପାୟରେ ପୃଥ‌ିବୀର ଖାଦ୍ୟ ସମସ୍ୟାକୁ ସମ୍ଭାଳି ପାରିବ ।
Answer:
(୧) ପୃଥ‌ିବୀର ଉତ୍କଟ ଖାଦ୍ୟ ସମସ୍ୟାର ସମାଧାନ କେଉଁମାନେ କରିପାରିବେ ?
(୨) କୃଷିବିଜ୍ଞାନ ଖାଦ୍ୟ ଯୋଗାଇବାକୁ ଅସମର୍ଥ ହେଲେ କେଉଁ ଉପାୟରେ ତା’ର ପ୍ରତିକାର ସମ୍ଭବ ହେବ ?
(୩) ଏବେ ପୃଥ‌ିବୀର ମଣିଷଙ୍କ ପାଇଁ କିଏ ଖାଦ୍ୟ ଯୋଗାଇ ପାରୁଛି ?
(୪) ଖାଦ୍ୟ ପାଇଁ ମଣିଷ ପୃଥ‌ିବୀପୃଷ୍ଠରୁ କାହିଁକି ନିଶ୍ଚିହ୍ନ ହେବ ନାହିଁ ?
(୫) କେଉଁ ସମସ୍ୟାକୁ ସମ୍ଭାଳିବାପାଇଁ ଭବିଷ୍ୟତରେ କୃଷିବିଜ୍ଞାନ ଅସମର୍ଥ ହେବ ?

BSE Odisha 7th Class Odia Solutions Chapter 13 କାଠରୁ ଭାତ, ଘାସରୁ ଦୁଧ, ବାୟୁରୁ ଚିନି

Question ୭।
ନିମ୍ନଲିଖ ସମୋଚ୍ଚାରିତ ଶବ୍ଦଗୁଡ଼ିକର ଅର୍ଥ ଲେଖ୍ ବାକ୍ୟରେ ବ୍ୟବହାର କର ।
ପୁର, ପୂର; ଭୀତି, ଭିଭି; ଧାର, ଧାର; ଦଳ, ଦଳ
Answer:
ପୁର (ନଗର) – ଦୀପାବଳୀରେ ପୁରପଲ୍ଲୀ ଆନନ୍ଦରେ ଉଛୁଳି ଉଠେ ।
ପୂର (ପୂରଣ) – ନାଟକଟି ଦେଖ‌ିବାକୁ ପ୍ରେକ୍ଷାଳୟଟିରେ ଲୋକ ଭରପୂର ହୋଇଯାଇଥିଲେ ।
ଭୀତି (ଭୟ) – ଜାପାନର ପରମାଣୁ ବିସ୍ଫୋରଣ ସମଗ୍ର ବିଶ୍ବରେ ଭୀତି ସଞ୍ଚାର କରିଛି ।
ଭିରି (ମୂଳଦୁଆ) – ନିକଟରେ ପ୍ରଧାନମନ୍ତ୍ରୀ ପାରାଦ୍ଵୀପରେ ଏକ ସାର କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଧାର (ଋଣ) – ଅଭାବରେ ପଡ଼ି ଚାଷୀଟି ମହାଜନଠାରୁ ପାଞ୍ଚଶତ ଟଙ୍କା ଧାର ଆଣିଥିଲା ।
ଧାର (ଦାଢ଼) – ଛୁରିଟିର ଧାର ଅତ୍ୟନ୍ତ ତୀକ୍ଷ୍ଣ ଥିଲା ।
ଦଳ (ଗୋଷ୍ଠୀ) – ଆମ ଗାଁରେ ଆଜିଠାରୁ ଆରମ୍ଭ ହେଉଥ‌ିବା ବାଦୀପାଲାରେ ଦୁଇଟି ପାଲାଦଳ ଯୋଗ ଦେଇଛନ୍ତି ।
ଦଳ (ଜଳଜ ତୃଣ) – ପୋଖରୀଟିରେ ପ୍ରଚୁର ଦଳ ଭର୍ତ୍ତି ହୋଇଛି ।

Question ୮।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ନିଅଣ୍ଟିଆ, ଅସମ୍ଭବ, ଆବଶ୍ୟକ, କୃତ୍ରିମ, ପ୍ରଚୁର

ଶବ୍ଦ ବିପରାତାର୍ଥବୋଧକ ଶବ୍ଦ
ନିଅଣ୍ଟିଆ – ବଳକା ନିଅଣ୍ଟିଆ
ଆବଖ୍ୟାକ – ଅନ୍ୟବଶ୍ୟକ ଆବଖ୍ୟାକ
ପ୍ରଚୁର – ଅପ୍ରଚୁର ପ୍ରଚୁର
ଅସମ୍ଭବ – ସମ୍ଭବ ଅସମ୍ଭବ
କୃତ୍ରିମ – ପ୍ରାକୃତିକି କୃତ୍ରିମ

୯। ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକରୁ ବହୁବଚନରେ ବ୍ୟବହୃତ ଶବ୍ଦମାନଙ୍କୁ ବାଛି ଲେଖା
ଗଛ, ଆମେ, ଜମିଗୁଡ଼ିକ, ଲୋକ, କାରଖାନାମାନ, ଯେଉଁମାନଙ୍କ, ସେମାନଙ୍କୁ
Answer:
ବହୁବଚନରେ ବ୍ୟବହୃତ ଶବ୍ଦଗୁଡ଼ିକ ହେଲା ଆମେ, ଜମିଗୁଡ଼ିକ, କାରଖାନାମାନ, ଯେଉଁମାନଙ୍କ, ସେମାନଙ୍କୁ

ତୁମପାଇଁ କାମ :

  • ଡ. ଗୋକୁଳାନନ୍ଦ ମହାପାତ୍ରଙ୍କ ବିଜ୍ଞାନଭିତ୍ତିକ ଗଳ୍ପ, ଉପନ୍ୟାସ ବହି ସଂଗ୍ରହ କରି ପଢ଼ ।
  • ଆମ ଓଡ଼ିଶାର ଖାଦ୍ୟ ସମସ୍ୟାର ସମାଧାନ ପାଇଁ କିଛି ପ୍ରସ୍ତାବ ସମ୍ପର୍କରେ ନିଜ ଶ୍ରେଣୀର ଅନ୍ୟମାନଙ୍କ ସହ ଆଲୋଚନା କର ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ ସଂଗ୍ରହ କରିବେ ।

ଆଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
୭୦ରୁ ୮୦ ଶବ୍ଦ ମଧ୍ଯରେ ଉତ୍ତର ଲେଖ ।
(କ) ହଜାର ବର୍ଷ ପରେ ମଣିଷ ତା’ର ଖାଦ୍ୟ ସଙ୍କଟ କିପରି ଦୂର କରିପାରିବ ?
Answer:
ହଜାର ବର୍ଷ ପରେ ପୃଥ‌ିବୀରେ ଜନସଂଖ୍ୟା ବହୁଗୁଣିତ ହେବ । ସୀମିତ ଚାଷଜମି, ଜଙ୍ଗଲ ଉଚ୍ଛେଦ ଓ ବ୍ୟାପକ କଳକାରଖାନାର ବୃଦ୍ଧି ଫଳରେ ଖାଦ୍ୟସମସ୍ୟା ଉତ୍କଟ ହୋଇପାରେ । କିନ୍ତୁ ଏହା ନିଶ୍ଚିତ ଯେ ବିଜ୍ଞାନ ସେତେବେଳକୁ ଦ୍ରୁତ ଗତିରେ ଅଗ୍ରଗତି କରି ସାରିଥିବ । ମଣିଷର ଆବଶ୍ୟକତାକୁ ନେଇ ବିଜ୍ଞାନ ସର୍ବଦା ନୂତନ ନୂତନ ଉଦ୍ଭାବନ କରିଆସିଛି ଏବଂ ଭବିଷ୍ୟତ ପାଇଁ ମଧ୍ୟ ତା’ର ଏହି ପ୍ରକ୍ରିୟା ଚାଲୁରହିବ । ଜନସଂଖ୍ୟା ବୃଦ୍ଧି ଫଳରେ ଚାଷଜମିର ସଙ୍କଟ ଦେଖାଦେବ । କିନ୍ତୁ ପୃଥ‌ିବୀର ଅସୀମ ବାୟୁ, ଜଳ ଶକ୍ତି ଓ ସୌରଶକ୍ତିର ଅଭାବ ହେବ ନାହିଁ ।

ଏଣୁ ମଣିଷ ଏହା ସାହାଯ୍ୟରେ ଅରଣ୍ୟ ସମ୍ପଦ ବୃଦ୍ଧି କରିପାରିବ । ଏହି ଅରଣ୍ୟଜାତ କାଠ, ପତ୍ର, ଫୁଲ ଇତ୍ୟାଦିରୁ ମଣିଷ ତା’ର ଶ୍ଵେତସାର, ପୁଷ୍ଟିସାର ଓ ସ୍ନେହସାର ଖାଦ୍ୟ ରାସାୟନିକ ଉପାୟରେ ତିଆରି କରିପାରିବ । ଏହାଫଳରେ କାଠରୁ ଭାତ  ହୋଇପାରେ, ଘାସରୁ ଦୁଗ୍ଧ ଉତ୍ପାଦନ ହୋଇପାରେ ଏବଂ ବାୟୁରୁ ଚିନି ମଧ୍ଯ ଉତ୍ପାଦିତ ହୋଇପାରେ । ଏସବୁ ଉଦ୍ଭାବନ ଫଳରେ ଖାଦ୍ୟ ସମସ୍ୟା ନିଶ୍ଚିତଭାବେ ଦୂରୀଭୂତ ହେବ । ପୁନଶ୍ଚ ମହାସମୁଦ୍ର ଜଳଜ ଜୀବମାନଙ୍କରୁ ରାସାୟନିକ ଉପାୟରେ ଦୁଧ, ଦହି, ଛେନା, ମାଂସ ମଧ୍ୟ ଉତ୍ପାଦନ କରାଯାଇ ଖାଦ୍ୟସଙ୍କଟ ଦୂର କରାଯାଇପାରିବ ।

(ଖ) ଭବିଷ୍ୟତରେ ଜମି, ଜଙ୍ଗଲ ଓ ପାଣି ପାଇଁ କି ବିପଦ ରହିଛି ?
Answer:
ପୃଥ‌ିବୀର ଦ୍ରୁତ ଜନସଂଖ୍ୟା ବୃଦ୍ଧି ଦିନେ ନା ଦିନେ ମଣିଷ ପାଇଁ ବିପଦର କାରଣ ହେବ । ଜନସଂଖ୍ୟା ବୃଦ୍ଧି ଫଳରେ ମଣିଷ ଦିନକୁ ଦିନ ଅଧ୍ଵକ ଚାଷଜମିକୁ ବାସଭୂମି ଭାବରେ ବ୍ୟବହାର କରିବ । ଇନ୍ଧନ ପାଇଁ ଜଙ୍ଗଲର କାଠ କାଳକ୍ରମେ ନିଶ୍ଚିହ୍ନ ହୋଇଯିବ । ପୃଥ‌ିବୀ ପୃଷ୍ଠରେ ଥ‌ିବା ତରଳ ଇନ୍ଧନ କ୍ରମେ କ୍ରମେ ସରି ଆସୁଥ‌ିବାରୁ ଇନ୍ଧନ ସମସ୍ୟା ଗୁରୁତର ହେବ । ଏହାଫଳରେ ସେ ନିଜେ ସୃଷ୍ଟି କରିଥିବା ଜଙ୍ଗଲକୁ ନିଜେ ନଷ୍ଟ କରିବାକୁ ବାଧ୍ୟ ହେବ । ପ୍ରକୃତି ମଧ୍ୟରେ ଥ‌ିବା ଅସରନ୍ତି ଜଳଶକ୍ତିକୁ କଳକାରଖାନା ଓ କୃଷିରେ ପ୍ରୟୋଗ କରିବା ଫଳରେ ଜଳଶକ୍ତି ପ୍ରଦୂଷିତ ହେବ । ମଣିଷ ଚଳିବା ପାଇଁ ନଦୀ, ପୋଖରୀ ଓ ସମୁଦ୍ରର କିଛି ଅଂଶକୁ ପୋତିବାକୁ ବାଧ୍ୟହେବ । ଏହାଫଳରେ ଅଶାନ୍ତ ସମୁଦ୍ର ଭୟଙ୍କର ପାଲଟି ସୁନାମି ଭଳି ବିପଦ ସୃଷ୍ଟି କରିବ । ଏହିପରି ଭବିଷ୍ୟତରେ ଜମି, ଜଙ୍ଗଲ, ପାଣି, ମଣିଷ ସମାଜ ପାଇଁ ପର୍ଯ୍ୟାପ୍ତ ପରିମାଣରେ ମିଳିବ ନାହିଁ ଓ ସମସ୍ୟା ସୃଷ୍ଟି କରିବ ।

(ଗ). ବିଜ୍ଞାନର ଅଗ୍ରଗତି ପରିବେଶ ପାଇଁ ବିପଦ ସୃଷ୍ଟି କରିପାରେ, ଏହା ସପକ୍ଷରେ ୧୦ଟି ବାକ୍ୟ ଲେଖ ।
Answer:
ପ୍ରଗତି ହିଁ ଦୁର୍ଗତିର କାରଣ । ମଣିଷ ତା’ର ବୁଦ୍ଧିବଳ ପ୍ରୟୋଗ କରି ଯେତେ ପ୍ରଗତି କଲେ ମଧ୍ୟ ଅଧ‌ିକ ପରିମାଣର ଦୁର୍ଗତିର ସମ୍ମୁଖୀନ ହେଉଛି । ଖାଦ୍ୟ, ପାନୀୟକୁ ବିଷାକ୍ତ କରିବାର ନୂଆ ନୂଆ ଉପାୟ ବିଜ୍ଞାନଦ୍ୱାରା ସମ୍ଭବ ହେଉଛି । ଏଣୁ କାଳକ୍ରମେ ବିଜ୍ଞାନ ଯେତେ ଅଗ୍ରଗତି କରିବ, ମଣିଷ ସେତିକି ପରିମାଣରେ ଦୁର୍ଗତିର ସମ୍ମୁଖୀନ ହେବ । ବିଜ୍ଞାନର ଅଗ୍ରଗତି ଫଳରେ ଦିନକୁ ଦିନ ବଢ଼ିଚାଲିଥିବା କଳକାରଖାନା, ଗାଡ଼ି, ମଟରଦ୍ଵାରା ଜଳ, ବାୟୁ ପ୍ରଦୂଷିତ ହେବ । ଏହାଫଳରେ ମଣିଷ ଦୁରାରୋଗ୍ୟ ରୋଗରେ ଆକ୍ରାନ୍ତ ହେବ । ଜଙ୍ଗଲର ଅବକ୍ଷୟ ଘଟିଲେ ସୂର୍ଯ୍ୟଙ୍କଠାରୁ ଆସୁଥ‌ିବା ଅତିବାଇଗଣି ରଶ୍ମି ବାୟୁମଣ୍ଡଳ ଭେଦକରି ଜନସାଧାରଣଙ୍କୁ ଆକ୍ରାନ୍ତ କରିବ । କାଠରୁ ଭାତ ତିଆରି ହେଲେ ମଧ୍ୟ ସେ ଭାତ ମଣିଷ ପାଇଁ ସ୍ବାସ୍ଥ୍ୟପ୍ରଦ ହେବନାହିଁ । ସେହିପରି ରାସାୟନିକ ପ୍ରକ୍ରିୟାରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଆବଶ୍ୟକ ଖାଦ୍ୟସାର ଯୋଗାଇବାକୁ ସକ୍ଷମ ହେଲେ ବି ଏହା ମଣିଷର ଜୀବନପାଇଁ ବିପଦ ସୃଷ୍ଟି କରିବ । ବସ୍ତୁତଃ ବିଜ୍ଞାନର ଅଗ୍ରଗତି ମଣିଷ ପାଇଁ ବିପଦ ସୃଷ୍ଟି କରିବ ।

ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(କ) ଖାଦ୍ୟ ଅଭାବ ହେଲେ ମଣିଷ କ’ଣ କରେ ?
Answer:
ଖାଦ୍ୟ ଅଭାବ ହେଲେ ମଣିଷ ହିତାହିତ ଜ୍ଞାନ ଭୁଲିଯାଏ ।

(ଖ) ଶିକ୍ଷା, ସଭ୍ୟତା, ସଂସ୍କୃତି କାହା ବିନା ନିରର୍ଥକ ପାଲଟିଥାଏ ?
Answer:
ଶିକ୍ଷା, ସଭ୍ୟତା, ସଂସ୍କୃତି ଖାଦ୍ୟ ବିନା ନିରର୍ଥକ ପାଲଟିଯାଏ ।

(ଗ) ଜନସଂଖ୍ୟା ବୃଦ୍ଧି କଥା ଚିନ୍ତାକଲେ ଦେହ ଶୀତେଇ ଉଠେ କାହିଁକି ?
Answer:
ଦ୍ରୁତ ଜନସଂଖ୍ୟା ବୃଦ୍ଧିକୁ ଲକ୍ଷ୍ୟକଲେ ଅଗାମୀ ଭବିଷ୍ୟତ ସମାଜ ପାଇଁ ଏହା ଭୟଙ୍କର ସମସ୍ୟା ସୃଷ୍ଟି କରିପାରେ । ଏହା ଚିନ୍ତାକରି ଭୟରେ ଦେହ ଶୀତେଇ ଉଠେ ।

(ଘ) ପୃଥ‌ିବୀର ଲୋକସଂଖ୍ୟା ହ୍ରାସ ପାଇଁ କେଉଁ ଅବସ୍ଥା ଆଶା କରାଯାଏ ?
Answer:
ପୃଥ‌ିବୀର ଲୋକସଂଖ୍ୟା ହ୍ରାସ ପାଇଁ ଜଙ୍ଗଲ ବୃଦ୍ଧି ଯୋଜନା ଆଶା କରାଯାଏ ।

(ଙ) ଜନସଂଖ୍ୟା ବୃଦ୍ଧି ହେଲେ ମଧ୍ୟ ଖାଦ୍ୟ ସଙ୍କଟର ଦୂରୀକରଣ ସମ୍ଭବ କିପରି ?
Answer:
ଜନସଂଖ୍ୟା ବୃଦ୍ଧିହେଲେ ମଧ୍ୟ ବିଜ୍ଞାନର ପ୍ରଗତି ଯୋଗୁଁ ଖାଦ୍ୟ ସମସ୍ୟାର ଦୂରୀକରଣ କରାଯାଇ ପାରିବ । ରସାୟନବିତ୍‌ ମାନେ କୃତ୍ରିମ ଉପାୟରେ ମଣିଷ ପାଇଁ ଆବଶ୍ୟକ ସମସ୍ତ ଖାଦ୍ୟ ପଦାର୍ଥ ଉତ୍ପାଦନ କରିପାରିବେ ।

BSE Odisha 7th Class Odia Solutions Chapter 13 କାଠରୁ ଭାତ, ଘାସରୁ ଦୁଧ, ବାୟୁରୁ ଚିନି

Question ୨ ।
କୃଷି କ୍ଷେତ୍ରରୁ ଆମେ କେଉଁ ଖାଦ୍ୟ ପଦାର୍ଥ ଆହରଣ କରୁଛୁ ?
Answer:
କୃଷି କ୍ଷେତ୍ରରୁ ଆମେ ପୁଷ୍ଟିସାର, ଶ୍ଵେତସାର, ସ୍ନେହସାର ଜାତୀୟ ଖାଦ୍ୟ ଆହରଣ କରୁଛୁ।

Question ୩।
କେଉଁଥୁରୁ ଆମେ ଶ୍ଵେତସାର ଜାତୀୟ ଖାଦ୍ୟ ପାଉଛୁ ?
Answer:
ଧାନ, ଗହମ, ବାଜରା, ମାଣ୍ଡିଆ, ଆଳୁ ଆଦିରୁ ଆମେ ଶ୍ଵେତସାର ଜାତୀୟ ଖାଦ୍ୟ ପାଉଛୁ।

Question ୪।
ପୁଷ୍ଟିସାର ଜାତୀୟ ଖାଦ୍ୟ ଆମେ କିପରି ପାଉଛୁ ?
Answer:
ରବି ଫସଲ ଓ ଗୋପାଳନ, ମତ୍ସ୍ୟ ଉତ୍ପାଦନ, କୁକୁଡ଼ା ପାଳନ ଆଦି ଆମକୁ ପୁଷ୍ଟିସାର ଜାତୀୟ ଖାଦ୍ୟ ଯୋଗାଉଛି।

Question ୫।
କେଉଁ ଚାଷ ଆମକୁ ସ୍ନେହସାର ଜାତୀୟ ଖାଦ୍ୟ ଯୋଗାଉଛି ?
Answer:
ସୋରିଷ, ଚିନାବାଦାମ, ଆଦି ଚାଷ ଆମକୁ ସ୍ନେହସାର ଜାତୀୟ ଖାଦ୍ୟ ଯୋଗାଉଛି ।

Question ୬ ।
ଉଭିଦ ଶ୍ଵେତସାର ଜାତୀୟ ଖାଦ୍ୟ କିପରି ତିଆରି କରେ ?
Answer:
ବାୟୁମଣ୍ଡଳର ଅଙ୍ଗାରକାମ୍ଳ ଗ୍ୟାସକୁ ଭୂମି ଅଭ୍ୟନ୍ତରର ଜଳ ସହିତ ପତ୍ର ଉପରେ ସଂଯୁକ୍ତ କରାଇ ଉଭିଦ ତା’ର ଶ୍ଵେତସାର ଜାତୀୟ ଖାଦ୍ୟ ତିଆରି କରେ।

Question ୭।
ମାନବ କିପରି ଉପାୟରେ କୃତ୍ରିମ ଶ୍ଵେତସାର ଜାତୀୟ ଖାଦ୍ୟ ଉତ୍ପାଦନ କରିପାରିବ ?
Answer:
ଅଙ୍ଗାରକାମ୍ଳ ଓ ଦଳର କୃତ୍ରିମ ଉପାୟରେ ଏକ ରାସାୟନିକ କାରଖାନାରେ ଶ୍ଵେତସାର ଜାତୀୟ ଖାଦ୍ୟ ମାନବ

Question ୮।
ମାନବ କୃତ୍ରିମ ଉପାୟରେ ମଇଦା କିପରି ଉତ୍ପାଦନ କରିପାରିବ ?
Answer:
ଆକାଶର ଅଙ୍ଗାରକାମ୍ଳ ଗ୍ୟାସରୁ ଗୋଟିଏ ମଇଦା କାରଖାନା ଅପର୍ଯ୍ୟାପ୍ତ ପରିମାଣରେ ମଇଦା ଉତ୍ପାଦନ କରିପାରିବ ।

BSE Odisha 7th Class Odia Solutions Chapter 13 କାଠରୁ ଭାତ, ଘାସରୁ ଦୁଧ, ବାୟୁରୁ ଚିନି

Question ୯।
କୃତ୍ରିମ ଉପାୟରେ ଯେଉଁ ଚାଉଳ ଉତ୍ପାଦନ ହେବ ତାହା କିପରି ଗୁଣ ବହନ କରିବ ?
Answer:
କୃତ୍ରିମ ଚାଉଳ ଏତେ ସୁନ୍ଦର, ସରୁ ଓ ସୁସ୍ୱାଦୁ ହେବ ଯାହାକି ପ୍ରାକୃତିକ ଚାଉଳକୁ ବଳିଯିବ।

Question ୧୦।
କେଉଁଥିରେ ସେଲୁଲୋଜ୍ ଅପର୍ଯ୍ୟାପ୍ତ ପରିମାଣରେ ଅଛି ?
Answer:
ସାଧାରଣ ଗଛ, ପତ୍ର, କାଠ ଆଦିରେ ଏହି ସେଲୁଲୋଜ୍‌ ଅପର୍ଯ୍ୟାପ୍ତ ପରିମାଣରେ ଅଛି।

Question ୧୧ ।
ସେଲୁଲୋଜ୍ ଅଣୁକୁ କେଉଁଥରେ ପରିଣତ କରାଯାଇପାରିବ ?
Answer:
ରାସାୟନିକ ପ୍ରକ୍ରିୟା ସାହାଯ୍ୟରେ ସେଲୁଲୋଜ୍ ଅଣୁକୁ ବିଭକ୍ତ କରି ଶ୍ଵେତସାର ତଥା ଶର୍କରା ଅଣୁରେ ପରିଣତ କରାଯାଇପାରିବ ।

କଠିନ ଶବ୍ଦ।ର୍ଥ :

Question ୧।
ଯେଉଁଠି ଖାଦ୍ୟ ଯୋଗାଇବା ପାଇଁ କୃଷିବିଜ୍ଞାନ ଅସମର୍ଥ ହେବ ସେହିଠାରେ କେଉଁ ବିଜ୍ଞାନ ତହିଁର ବିହିତ ସମାଧାନ କରିପାରିବ ?
(କ) ଗୃହ ବିଜ୍ଞାନ
(ଖ) ଭୌତିକ ବିଜ୍ଞାନ
(ଗ) ରସାୟନ ବିଜ୍ଞାନ
(ଘ) ପୃଥ‌ିବୀ ବାହାରେ ମଣିଷ
Answer:
(ଗ) ରସାୟନ ବିଜ୍ଞାନ

Question ୨।
ନିମ୍ନୋକ୍ତ ମଧ୍ଯରୁ କେଉଁ ଶବ୍ଦର ଅର୍ଥ ସଂଗ୍ରହ କରିବା ?
(କ) ଯଥେଷ୍ଠ
(ଖ) ଆହରଣ
(ଗ) ବିକଶିତ
(ଘ) ନିଶ୍ଚିହ୍ନ
Answer:
(ଖ) ଆହରଣ

BSE Odisha 7th Class Odia Solutions Chapter 13 କାଠରୁ ଭାତ, ଘାସରୁ ଦୁଧ, ବାୟୁରୁ ଚିନି

Question ୩।
ନିମ୍ନଲିଖ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ବହୁବଚନରେ ବ୍ୟବହୃତ ହୁଏ ?
(କ) ଲୋକ
(ଖ) ସେ
(ଗ) ଭୀତି
(ଘ) ସମୁଦ୍ର
Answer:
(ଗ) ଭୀତି

Question ୪।
ନିମ୍ନଲିଖ୍ ଶବ୍ଦମାନଙ୍କ ମଧ୍ୟରୁ କାହାର ଅର୍ଥ ‘ଗୋଷ୍ଠୀ’ ?
(କ) ଭିରି
(ଖ) ଧାର
(ଗ) ଭ1ତି
(ଘ) ଦଳର
Answer:
(ଘ) ଦଳର

Question ୫।
‘ପ୍ରଚୁର’ ଶବ୍ଦର ବିପରୀତାର୍ଥବୋଧକ ଶବ୍ଦ କେଉଁଟି ?
(କ) ଜଣେ
(ଖ) କାଶିଚାଏ
(ଗ) ଅପ୍ରଚୁର
(ଘ) ଧାରେ
Answer:
(ଗ) ଅପ୍ରଚୁର

Question ୬।
ନିମ୍ନୋକ୍ତ ମଧ୍ୟରୁ କେଉଁ ଲେଖାଟି ଡ. ମହାପାତ୍ରଙ୍କର ଲେଖାର ଅଂଶବିଶେଷ ନୁହେଁ ?
(କ) କୃତ୍ରିମ ଉପଗ୍ରହ
(ଖ) ବେଲୁନ ଗଲା ଉତି
(ଗ) ଉଡନ୍ତା ଥାଳିଆ
(ଘ) ପୃଥିବୀ ବାହାରେ ମଶିଷ
Answer:
(ଖ) ବେଲୁନ ଗଲା ଉତି

BSE Odisha 7th Class Odia Solutions Chapter 13 କାଠରୁ ଭାତ, ଘାସରୁ ଦୁଧ, ବାୟୁରୁ ଚିନି

Question ୭।
ଭବିଷ୍ୟତରେ ଜନସଂଖ୍ୟା ବୃଦ୍ଧି ଫଳରେ କେଉଁ ସମସ୍ୟା ଉତ୍କଟ ରୂପ ଧାରଣ କରିପାରେ ବୋଲି ପ୍ରାବନ୍ଧିକ ଲକ୍ଷ୍ୟ
(କ) ଖାଦ୍ୟ ସମସ୍ୟା
(ଖ) ପ୍ରାନୀୟ ଜଳ
(ଗ) ଚାକିରି
(ଘ) ବାସଗୃହ
Answer:
(କ) ଖାଦ୍ୟ ସମସ୍ୟା

Question ୮।
ଭବିଷ୍ୟତରେ କେଉଁଥୁରୁ କୃତ୍ରିମ ଉପାୟରେ ସାଂଶ୍ଲେଷିକ ଚାଉଳ ଉତ୍ପାଦନ କରାଯାଇପାରିବ ?
(କ) ଗହମ
(ଖ) ମଇଦା
(ଗ) ଅଟା
(ଘ) ସୁଜି
Answer:
(ଖ) ମଇଦା

Question ୯।
ଶ୍ଵେତସାର ଖାଦ୍ୟରୁ ଯେଉଁ ବଳକା ଖାଦ୍ୟ ରହେ ଗଛ ତାକୁ କେଉଁଠି ସାଇତିରଖେ ?
(କ) କାଣ୍ଡ
(ଖ) ଫଳମୂଳ
(ଗ) ଶାଖାପ୍ରଶାଖା
(ଘ) ଚେର
Answer:
(ଖ) ଫଳମୂଳ

Question ୧୦।
ପୃଥ‌ିବୀର ଜନସଂଖ୍ୟା ବଢ଼ିଲେ କ’ଣ କମିଯିବ ?
(କ) ଚାଷଜମି
(ଖ) ଚାଉଳ ଉତ୍ପାଦନ
(ଗ) କୋଠାବାଡ଼ି
(ଘ) ସୁନା ଦର
Answer:
(କ) ଚାଷଜମି

ଲେଖକ ପରିଚୟ :

ଡକ୍ଟର ଗୋକୁଳାନନ୍ଦ ମହାପାତ୍ର ରାସାୟନ ଶାସ୍ତ୍ରର ଜଣେ ପ୍ରବୀଣ ଅଧ୍ୟାପକ । ଆଧୁନିକ ବସ୍ତୁବିଜ୍ଞାନକୁ ଓଡ଼ିଆ ଗଦ୍ୟସାହିତ୍ୟରେ ଅତି ସୁନ୍ଦର ଭାବରେ ପ୍ରକାଶ କରି ସେ ଓଡ଼ିଆ ପାଠକ ମହଲରେ ଲୋକପ୍ରିୟତା ଅର୍ଜନ କରିପାରିଛନ୍ତି । ବିଜ୍ଞାନର ଗବେଷଣା ପାଇଁ ସେ ଦେଶ ତଥା ବିଦେଶରେ ବହୁ ଦୂରଦୂରାନ୍ତର ଭ୍ରମଣ କରି ନିଜର ଅନୁଭୂତିକୁ ସୁଦୃଢ଼ କରିପାରିଛନ୍ତି । ସଭ୍ୟତାର ଦୃତ ପ୍ରଗତି, ବିଜ୍ଞାନର ଅଗ୍ରଗତି ଏବଂ ମଣିଷର ପରିବର୍ତ୍ତିତ ଚିନ୍ତାଧାରାକୁ ଭିତ୍ତିକରି ଚମତ୍କାର ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧମାନ ରଚନା କରିଛନ୍ତି । ସୃଷ୍ଟି ମଧ୍ୟରେ ‘ପୃଥ‌ିବୀ ବାହାରେ ମଣିଷ’, ‘ଉଡ଼ନ୍ତା ଥାଳିଆ’, ‘ଚନ୍ଦ୍ରର ମୃତ୍ୟୁ’ ଓ ‘କୃ ତ୍ରିମ ଉପଗ୍ରହ’ ବିଜ୍ଞ।ନପ୍ରିୟ ପାଠକ ପାଠିକାମାନଙ୍କ ମଧ୍ୟରେ ଚହଳ ସୃଷ୍ଟି କରିପାରିଚ୍ଛା

ସେ ବିଜ୍ଞାନର ଭବିଷ୍ୟତକୁ ଦୃଷ୍ଟିରେ ରଖୁ ବହୁ ଉପନ୍ୟାସ, ଭ୍ରମଣ ସାହିତ୍ୟ, ଗଳ୍ପ, ଶିଶୁ ଓ କିଶୋର ସାହିତ୍ୟ ଏବଂ ପ୍ରବନ୍ଧମାନ ରଚନା କରିଛନ୍ତି ତାଙ୍କର ଉପନ୍ୟାସ ମଧ୍ୟରେ ‘ମୃତ୍ୟୁ ଏକ ମାତୃତ୍ଵର’, ‘ପୃଥ‌ିବୀ ବାହାରେ ମଣିଷ’, କୃତ୍ରିମ ଉପଗ୍ରହ’, ‘ନିଶ୍ଚଳ ପୃଥ‌ିବୀ’, ‘ନିସ୍ତବ୍ଧ ଗୋଧୂଳି’ ଇତ୍ୟାଦି; ଭ୍ରମଣ ସାହିତ୍ୟ ମଧ୍ୟରେ ‘ନାଳ ଚକ୍ରବାଳ ସେପାରେ’ ‘ପାଶୃ।ତ୍ୟ ସ୍ମୃତି’ ମଧ୍ୟରେ ଇତ୍ୟାଦି; ଗଳ୍ପ ମଧ୍ୟରେ ‘ଉଡ଼ନ୍ତା ଥାଳିଆ’, ‘ଚତୁର୍ଥ ପରିସର’, ‘ବିଜ୍ଞାନ ବିଚିତ୍ରା’ ଇତ୍ୟାଦି; ଶିଶୁ ଓ କିଶୋରମାନଙ୍କ ପାଇଁ ‘ବିଜ୍ଞାନ ବିସୁୟ’ ‘ବିଜ୍ଞାନ କୃତିତ୍ଵ’ ‘ପରମାଣୁ ବୋମାର ଆଚିଷ୍ଟାର’ ଇତ୍ୟାଦି ଏବଂ ପ୍ରବନ୍ଧି ବିଭାଗରେ ‘ହାଇଡ୍ରୋଜେନ ବୋମା’, ‘ଜୀବାଣୁ ବୋମା’ ‘ସମୁଦ୍ର ତଳେ ସହର’ ଇତ୍ୟାଦି ରଚନା ଅତ୍ୟନ୍ତ ଲୋକପ୍ରିୟ ।

ପ୍ରବନ୍ଧର ପୃଷ୍ଠଭୂମି :

ଆଲୋଚିତ ପ୍ରବନ୍ଧରେ ଡକ୍ଟର ମହାପାତ୍ର ଆଗାମୀ ବିଶ୍ବର ମଣିଷର ଆବଶ୍ୟକତା ପୂରଣ ପାଇଁ ନୂଆ ନୂଆ ତ୍ତପାୟ ଚିନ୍ତାକରି ଜନବିସ୍ପେରଶରେ ଭ।ରାକ୍ରାନ୍ତ୍ର ପୃଥ୍ବାବାବାସାଙ୍କ ପାଇଁ ନୂତନ ଆଶାବାଦର ସଞ୍ଚାର କରିଛନ୍ତି । ଚଳିତ ଶତାବ୍ଦୀର ଶିଶୁ ଓ କିଶୋରମାନେ ଆଗାମୀ ପଚାଶ ବର୍ଷରେ କିଭଳି ସଂକଟର ସମ୍ମୁଖୀନ ହେବେ ଏବଂ ସେମାନେ କିପରି ତାହାର ମୁକାବିଲା କରିପାରିବେ ତା’ର ଏକ ଭବିଷ୍ୟତ ରୂପରେ ଖ ପ୍ରାବନ୍ଧିକଙ୍କର ତ୍ତକ୍ତ ପ୍ରବନ୍ଧରେ ପ୍ରତିଫଳିତ ହୋଇଛି।

ପ୍ରବନ୍ଧର ସାରକଥା :

ଖାଦ୍ୟ ହିଁ ମଣିଷର ଜୀବନ । ଖାଦ୍ୟ ବିନା ମଣିଷ କ’ଣ କୌଣସି ଜୀବଜନ୍ତୁ ଏପରିକି ଉଭିଦ ମଧ୍ୟ ବଞ୍ଚି ସମ୍ଭବ ନୁହେଁ । ସାଧାରଣତଃ ପୃଥ‌ିବୀରେ ଯେତେ ମଣିଷ, ଜୀବଜନ୍ତୁ ବା ଉଦ୍ଭଦ ରହିଛନ୍ତି, ତାଙ୍କ ପାଇଁ ପ୍ରକୃତିରେ ଅପର୍ଯ୍ୟାସ୍ତ ପରିମାଣର ଖାଦ୍ୟ ସଞ୍ଚତ ରହିଛି । ମାତ୍ର ଭବିଷ୍ୟତରେ ଏହାର ବ୍ୟତିକ୍ରମ ଘଟିବାକୁ ଯାଉଛି । ପ୍ରକୃତି ସ୍ଥିର ତଥା ସୀମିତ ରହିଥ‌ିବାବେଳେ ଜୀବସୃଷ୍ଟି ପ୍ରଖର ବେଗରେ ବଢ଼ିଚାଲିଛି । ଏଣୁ ଭବିଷ୍ୟତରେ ଏହି ପ୍ରକ୍ରିୟାରେ ଖାଦ୍ୟଦ୍ରବ୍ୟ ଉତ୍ପାଦନରେ ବ୍ୟାଘାତ ସୃଷ୍ଟି ହେବ । ଏହି ସମସ୍ୟାର ମୁକାବିଲା ପାଇଁ ପୃଥ‌ିବୀର ରାସାୟନବିତ୍ରମାନଙ୍କର ଏକ ଆଲୋଚନା ଚକ୍ର ବୋଷ୍ଟନ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ବିଜ୍ଞାନର ଅଦ୍ଭୁତ ରଣକୌଶଳଦ୍ଵାରା ଅସମ୍ଭବକୁ ସମ୍ଭବ କରିହେବ ଏହାହିଁ ଥିଲା ଆଲୋଚନାର ବିଷୟବସ୍ତୁ। ଏହି ବିଷୟବସ୍ତୁକୁ ଆଧାରକରି ଉକ୍କର ଗୋକୁଳାନନ୍ଦ ମହାପାତ୍ର ଆଲୋଚ୍ୟ ପ୍ରବନ୍ଧଟିକୁ ରଚନା କରିଛନ୍ତି ।

ବାସ୍ତବରେ ଖାଦ୍ୟ ହେଉଛି ମଣିଷର ଜୀବନ । ଖାଦ୍ୟର ଅଭାବରେ ଶିକ୍ଷା, ସଭ୍ୟତା, ସଂସ୍କୃତି, ଶାନ୍ତି ବା ରାମରାଜ୍ୟ ସବୁ ନିରର୍ଥକ । ଯେଉଁ ଦେଶରେ ଆବଶ୍ୟକ ପରିମାଣର ଖାଦ୍ୟ ନାହିଁ, ସେଠି ଶିକ୍ଷା, ସଭ୍ୟତା କିଛି ହିଁ ପ୍ରଗତି କରିପାରିବ ନାହିଁ । କଥାରେ ପରା ଅଛି– ବୁଭୁକ୍ଷିତ କିଂ ନ କରୋତି ପାପ?’’ ପେଟଶୂନ୍ୟ ହୋଇଗଲେ ମଣିଷ ବୁଦ୍ଧିଶୂନ୍ୟ ହୋଇଯାଏ । ତା’ର କଥା ଓ କାମରେ ଭାରସାମ୍ୟ ରହେନାହିଁ । ସେତେବେଳେ ସେ ପାପ, ଦୁର୍ନୀତି, ନ୍ୟାୟ-ନୀତିରେ କୌଣସି ପ୍ରଭେଦ ଜାଣିପାରେ ନାହିଁ । ଆଜିକାଲି ପୃଥ‌ିବୀରେ ଯେପରି ବେଗରେ ଜନସଂଖ୍ୟାର ବୃଦ୍ଧି ଘଟିଚାଲିଛି, ଦିନ ଆସିବ, ମଣିଷ ଉତ୍ପାଦନ କରୁଥ‌ିବା ଖାଦ୍ୟଦ୍ରବ୍ୟ ତା’ପାଇଁ ଯଥେଷ୍ଟ ହେବନାହିଁ ।

ଉତ୍ପାଦନର ଭିତ୍ତିଭୂମି ସ୍ଥିର ବା ସୀମିତ ଥିବାବେଳେ ଜନସଂଖ୍ୟାର ଅଭିବୃଦ୍ଧି ଏ ଦିଗରେ ନିଶ୍ଚୟ ବିପଦ ସୃଷ୍ଟି କରିବ । ଏହାର ଅସ୍ପଷ୍ଟ ଛାୟା ଏବେ ମଧ୍ୟ ପୃଥ‌ିବୀର ଲୋକମାନଙ୍କ ଉପରେ ପଡ଼ିଲାଣି । ଜମିରେ ଖତ, ସାର ଦେଇ ଉତ୍ପାଦନ ବୃଦ୍ଧି କରାଯାଉଥିଲେ ବି ପୃଥ‌ିବୀର ବଦ୍ଧିତ ଜନସଂଖ୍ୟାର ଚାହିଦା ପ୍ରଚଳିତ କୃଷିପଦ୍ଧତିଦ୍ଵାରା ପୂରଣ କରିବା ସମ୍ଭବ ହେଉନାହିଁ । ଏଣୁ ପ୍ରତିଦିନ ବୈଜ୍ଞାନିକମାନେ ଏଥିପାଇଁ ନୂଆ ନୂଆ ଚିନ୍ତାଧାରା ସୃଷ୍ଟି କରିଚାଲିଛନ୍ତି । ପ୍ରତିବର୍ଷ ଯେଉଁ ହାରରେ ଏହି ସମସ୍ୟା ବଢ଼ିଚାଲିଛି, ଏହା ଭବିଷ୍ୟତ ପାଇଁ କି ରୂପରେଖ ନେବ, ତାହା ଚିନ୍ତାକଲେ ମଣିଷ ଭୟଭୀତ ହୋଇପଡୁଛି ।

ଏ ସମସ୍ୟାର ସମାଧାନ ହୁଏତ କରିପାରିବ ରାସାୟନିକ ବିଜ୍ଞାନ । କାରଣ ହଜାର କିମ୍ବା ଦୁଇ ହଜାର ବର୍ଷ ପରେ ପ୍ରଚଳିତ କୃଷି ପଦ୍ଧତିରେ ଲୋକମାନଙ୍କୁ ଖାଦ୍ୟ ଯୋଗାଇବା ଅସମ୍ଭବ ହୋଇପଡ଼ିବ । ଏଥିପାଇଁ ରସାୟନ ବିଜ୍ଞାନର ନୂତନ ନୂତନ ପଦ୍ଧତି ପ୍ରୟୋଗ କରାଯାଇପାରିବ ବୋଲି ପ୍ରାବନ୍ଧିକ ଆଶା ଓ ଆସ୍ଥା ପ୍ରକାଶ କରିଛନ୍ତି ।

ମଣିଷର ଆବଶ୍ୟକ ଖାଦ୍ୟସାରକୁ ମୁଖ୍ୟତଃ ତିନିଭାଗରେ ବିଭକ୍ତ କରାଯାଇଥାଏ; ଯଥା ପୁଷ୍ଟିସାର, ଶ୍ଵେତସାର ଏବଂ ସ୍ନେହସାର । ମଣିଷ ଆହରଣ କରୁଥିବା ସମସ୍ତ ଖାଦ୍ୟ ଏହି ତିନୋଟି ଖାଦ୍ୟସାରର ଅନ୍ତର୍ଭୁକ୍ତ । ଆମେ ଯେଉଁ ଧାନ, ଗହମ, ବାଜରା, ମାଣ୍ଡିଆ, ଆଳୁ ଆଦି ଶସ୍ୟ ଖାଦ୍ୟରେ ବ୍ୟବହାର କରୁଛୁ, ତାହା ଶ୍ଵେତସାର ଜାତୀୟ ଖାଦ୍ୟ ଯୋଗାଇଥା’ନ୍ତି । ସୋରିଷ, ଚିନାବାଦାମ ଭଳି ତୈଳଜାତୀୟ ଶସ୍ୟ ସ୍ନେହସାର ଏବଂ ରବି ଫସଲ ଓ ଗୋପାଳନ, ମତ୍ସ୍ୟ ଉତ୍ପାଦନ, କୁକୁଡ଼ା ପାଳନଦ୍ୱାରା ଆମେ ପୁଷ୍ଟିସାର ଖାଦ୍ୟ ପାଇଥାଉ ।

ବର୍ତ୍ତମାନ ପ୍ରଶ୍ନ ହେଉଛି ଜନସଂଖ୍ୟା ବୃଦ୍ଧି ଫଳରେ ଆଗାମୀ ହଜାର କିମ୍ବା ଦୁଇ ହଜାର ବର୍ଷ ପରେ ଯେତେବେଳେ ବସବାସ କରିବାକୁ ମଣିଷ ପାଇଁ ଆବଶ୍ୟକ ଜମି ମିଳିବା ସମ୍ଭବ ହେବନାହିଁ, ସେତେବେଳେ ଚାଷଜମି ମିଳିବ କେଉଁଠୁ ? କଳକାରଖାନା ପାଇଁ ସୀମିତ ଜମିର ବନ୍ଦୋବସ୍ତ ମାତ୍ର କରାଯାଇପାରେ ।

ଧାନ, ଗହମ, ଯବ, ବାଜରା, ମକା, ଆଦିରୁ ଆମେ ଯେଉଁ ଶ୍ଵେତସାର ପାଉ ସେହି ଶ୍ଵେତସାର କଳକାରଖାନା ସାହାଯ୍ୟରେ ସାଧାରଣ ମାମୁଲି ପଦାର୍ଥରୁ ଉତ୍ପାଦନ କରିବା ରସାୟନବିତ୍‌ଙ୍କ ମତରେ ସମ୍ଭବପର । ବାୟୁମଣ୍ଡଳର ଅଙ୍ଗାରକାମ୍ଳ ଗ୍ୟାସ୍‌କୁ ମାଟି ଭିତରେ ପାଣି ସହିତ ଯୋଗକରି ତାକୁ ପତ୍ର ଉପରେ ସଂଯୁକ୍ତ କରାଇ ଉଭିଦ ତା’ର ଶ୍ଵେତସାର ଖାଦ୍ୟ ପ୍ରସ୍ତୁତ କରେ ଏବଂ ଏହି ଶ୍ୱେତସାର ଖାଦ୍ୟରୁ ଯେଉଁ ବଳକା ପରିମାଣ ରହେ ସେ ତାକୁ ନିଜ ଫଳମୂଳରେ ସାଇତି ରଖେ । ସେହି ଫଳମୂଳରୁ ଆମେ ଶ୍ଵେତସାର ଗ୍ରହଣ କରୁ । ଏଣୁ ମଣିଷ ଖାଦ୍ୟ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ହେଲେ ତାକୁ ଅଙ୍ଗାରକାମ୍ଳ ଓ ଜଳର କୃତ୍ରିମ ସଂଯୋଗ କରି ସେଥୁରୁ ଶ୍ଵେତସାର ଖାଦ୍ୟ ସଂଗ୍ରହ କରିବାକୁ ପଡ଼ିବ ।

ଏହି ପ୍ରକ୍ରିୟାରେ ଆକାଶର ଅଙ୍ଗାରକାମ୍ଳ ଗ୍ୟାସ୍‌ କାରଖାନା ସାହାଯ୍ୟରେ ଅପର୍ଯ୍ୟାପ୍ତ ପରିମାଣର ମଇଦା ଉତ୍ପାଦନ ସମ୍ଭବ ହୋଇପାରିବ । ଉକ୍ତ ମଇଦାରୁ ରାସାୟନିକ ଉପାୟରେ ସୁନ୍ଦର, ସରୁ ଓ ସୁସ୍ବାଦୁ ଚାଉଳ ମଧ୍ଯ ପ୍ରସ୍ତୁତ ହୋଇପାରିବ । ଅନ୍ୟ ଏକ ଉପାୟରେ ସାଧାରଣ ଗଛ, ପତ୍ର ଏବଂ କାଠ ଆଦିରେ ଥ‌ିବା ପର୍ଯ୍ୟାନ୍ତ ସେଲୁଲୋଜକୁ ରାସାୟନିକ ପ୍ରକ୍ରିୟାରେ ବିଭକ୍ତ କରି ଶ୍ଵେତସାର ତଥା ଶର୍କରା ଜାତୀୟ ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ । ଏଥ‌ିପାଇଁ ବିଭିନ୍ନ କଳ ବସାଇବା ପରିବର୍ତ୍ତେ କେବଳ କାଠକଳ କରି ସେଥୁ ଏପରି ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ । ଏହାର ପରିମାଣ ପ୍ରଚଳିତ କୃଷିପଦ୍ଧତିରୁ ମିଳୁଥିବା ଶ୍ଵେତସାର ଖାଦ୍ୟଠାରୁ ବହୁପରିମାଣରେ ଅଧ୍ୟକ ବୋଲି କଳ୍ପନା କରାଯାଇଛି।

ସବୁଠାରୁ କୌତୁକର ବିଷୟ ହେଉଛି ଯେ ବନଜାତ ପଦାର୍ଥକୁ କଳର ଗୋଟିଏ ପାଖରେ ଭର୍ତ୍ତିକରି ଆରପାଖରୁ ଅଟା, ମଇଦା, ସୁଜି, ଚିନି ଓ ଚାଉଳ ପାଇବା ମଧ୍ୟ ସମ୍ଭବ ହୋଇପାରିବ । ଏହି ପଦ୍ଧତିରେ ବୃକ୍ଷ ମରିଗଲେ ଯେଉଁ ଖାଦ୍ୟ ସଙ୍କଟ ଦେଖାଦିଏ, ତାହା ହେବନାହିଁ । ଏଥ‌ିପାଇଁ କେବଳ ପ୍ରଚୁର ଅରଣ୍ୟ ସୃଷ୍ଟିର ଆବଶ୍ୟକ ।

ଆମ ସମୁଦ୍ର ଓ ମହାସମୁଦ୍ର ଅତ୍ୟନ୍ତ ବିରାଟ ଓ ଅସରନ୍ତି ପାଣିର ଆଧାର । ଏଥ‌ିରେ ଥିବା ଅସଂଖ୍ୟ ଜଳଜ ପ୍ରାଣୀମାନଙ୍କଠାରୁ ରାସାୟନିକ ପ୍ରକ୍ରିୟାରେ ଯଥେଷ୍ଟ ପୁଷ୍ଟିସାର ସଂଗ୍ରହ କରାଯାଇପାରିବ । ଭବିଷ୍ୟତରେ ଚାଷଜମିରସଙ୍କଟ ଦେଖାଦେଲେ ମଣିଷ ତା’ର ଚତୁଃପାର୍ଶ୍ଵରେ ଥ‌ିବା ଅନନ୍ତ ସମୁଦ୍ର ମଧ୍ୟରୁ ତା’ର ଖାଦ୍ୟ ଅନ୍ଵେଷଣ କରିପାରିବ । ଏପରିକି ସମୁଦ୍ରରେ ଥ‌ିବା ପ୍ରାଣୀମାନଙ୍କୁ ରୂପାନ୍ତରିତ କରି ସେଥୁରୁ ପର୍ଯ୍ୟାପ୍ତ ଦୁଧ, ଦହି, ଛେନା ପ୍ରଭୃତି ଉତ୍ପାଦନ କରାଯାଇପାରିବ । କାରଖାନାମାନଙ୍କର ଗୋଟିଏ ପଟେ ଏ ପ୍ରାଣୀଗୁଡ଼ିକୁ ଭର୍ତ୍ତିକରି ଆରପଟେ ଦୁଧ, ଦହି, ଛେନା, ମାଛ, ମାଂସ ପ୍ରଭୃତି ଉତ୍ପାଦନ କରାଯାଇ ପାରିବ । ଗୋରୁଗାଈ, ଛେଳି, ମେଣ୍ଢା ନ ପାଳି ମଧ୍ଯ ଆମେ କାରଖାନାରୁ ଏସବୁ ଖାଦ୍ୟ ପାଇପାରିବା ।

ଏଣୁ ଆଶା ଓ ଆଶ୍ଵାସନାର ବିଷୟ ଯେ ପୃଥ‌ିବୀର ଖାଦ୍ୟ ସମସ୍ୟା ଯେତେ ଉତ୍କଟ ଆକାର ଧାରଣ କଲେ ମଧ୍ୟ ରସାୟନବିତ୍‌ମାନେ ତା’ର ସମାଧାନ କରିବାକୁ ବେଶ୍ କ୍ଷମ । ବିଶ୍ଳେଷଣରୁ ଜଣାଯାଇଛି ଖାଦ୍ୟପଦାର୍ଥର ଆବଶ୍ୟକତା ପୂରଣ କରିବା ପାଇଁ ଯେଉଁଠି କୃଷି ବିଜ୍ଞାନ ଅସମର୍ଥ ହେବ, ସେଠାରେ ରସାୟନ ବିଜ୍ଞାନ ତା’ର ବଳବୁଦ୍ଧି ପ୍ରୟୋଗ କରି ସମସ୍ୟାର ସମାଧାନ କରିପାରିବ ।

କଠିନ ଶବ୍ଦ।ର୍ଥ :

  • ସରଗରମ – ଉତ୍ତେଜନାପୂର୍ଣ୍ଣ ଉତ୍ସାହଜନକା
  • ହିତାହିତ – ଭଲମନ୍ଦ ।
  • ଶୀତେଇ ଉଠିବା – ଶିହରି ଉଠିବା ।
  • ସ୍ଵତଃସିଦ୍ଧ – ନିଶ୍ଚିତ / ଆପଣା ଛାଏଁ ପ୍ରମାଣିତ ।
  • ସୁଦୂର – ବହୁଦୂର ।
  • ଆହରଣ – ସଂଗ୍ରହ କରିବା / ଉପାର୍ଜନ କରିବା ।
  • ଅଭ୍ୟନ୍ତର – ଭିତର ।
  • ସଂଯୁକ୍ତ – ଲାଗି ରହିଥ‌ିବା ।
  • କୃତ୍ରିମ – ମଣିଷକୃତ ।
  • ସାଂଶ୍ଳେଷିକ – ସଂଯୋଗ ଦ୍ଵାରା ।
  • ଶର୍କରା – ଚିନିଜାତୀୟ ।
  • କ୍ଷମ – ସାମର୍ଥ୍ୟ
  • ମାମୁଲି – ସାଧାରଣ
  • ଖାଣ୍ଠି – ଉତ୍ତମ
  • ପ୍ରିସ୍ତୃତ – ବ୍ୟାପକ
  • ମାଶ – ଧାନ, ଚାଉଳ ମାପିବା ପାଇଁ ଉର୍ଦ୍ଦଷ୍ଠ ପୁରାତନ ଏକକା
  • ପଦ୍ଧତି – ସୂତ୍ର / ପ୍ରଶାଳା
  • କଳନା – କଜିନା / ଅନୁମାନ ।
  • ଜଳକ – ଜଳରୁ ଜାତ ।
  • ରୂପାନ୍ତରିତ – ପରିବର୍ତ୍ତିତା
  • ଉକ୍ଟ – ଭୟଙ୍କରା
  • ବିହିତ – ଉଚିତା
  • ନିଶ୍ଚିହ୍ନ – ଚିହ୍ନବର୍ଣ୍ଣ ଲୋପ ପାଇଯିବା।
  • ଉଧେଇବା – ପଢିବା / ବିକଶିତ ହେବା / ତିଷ୍ଠିବା ।
  • ପର୍ଯ୍ୟାପ୍ତ – ବହୁତ / ଯଥେଷ୍ଟ / ପ୍ରବୁର ପରିମାଣରୋ