Processing math: 100%

BSE Odisha 8th Class Science Solutions Chapter 6 ଦହନ ଓ ଶିଖା

Odisha State Board BSE Odisha 8th Class Science Solutions Chapter 6 ଦହନ ଓ ଶିଖା Textbook Exercise Questions and Answers.

BSE Odisha Class 8 Science Solutions Chapter 6 ଦହନ ଓ ଶିଖା

Question 1.
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
(a) ଇନ୍ଧନକୁ ନିଆଁ ଧରାଇବା ପାଇଁ ତାର ……………………. ପର୍ଯ୍ୟନ୍ତ ଉତ୍ତପ୍ତ କରିବାକୁ ପଡ଼େ ।
( ଦହନ ତାପମାତ୍ରା, ସ୍ଫୁଟନ ତାପମାତ୍ରା, ପ୍ରଜ୍ଜଳନ ତାପମାତ୍ରା)
(b) ଗୋଟିଏ ଦୀପଶିଖାର …………………. ଟି ମଣ୍ଡଳ ଥାଏ । (3, 2, 1)
(c) ଶିଖାର ଆଲୋକ ପ୍ରଦାନକାରୀ ମଣ୍ଡଳଟିକୁ ………………………. କୁହାଯାଏ ।
( ଦୀପ୍ତିହୀନ ମଣ୍ଡଳ, ଦୀପ୍ତିମାନ ମଣ୍ଡଳ, ଅତିଦୀପ୍ତ ମଣ୍ଡଳ)
(d) LPG ର କ୍ୟାଲୋରୀ ମୂଲ୍ୟ ……………………. ।
(55000 kJ/gm, 55000 J/kg, 55000 kJ/kg)

Answers:
(a) ପ୍ରଜ୍ଜଳନ ତାପମାତ୍ରା
(b) 3
(c) ଦୀପ୍ତିମାନ ମଣ୍ଡଳ
(d) 55000 kJ/kg.

BSE Odisha 8th Class Science Solutions Chapter 6 ଦହନ ଓ ଶିଖା

Question 2.
ବିଜ୍ଞାନସମ୍ମତ କାରଣ ଲେଖ ।
(a) ଶୁଖୁଲା କାଠ ଅପେକ୍ଷା ଶୁଖୁଲା କାଗଜରେ ସହଜରେ ନିଆଁ ଧରେ ।
ଉ-
ଶୁଖୁଲା କାଠ ଅପେକ୍ଷା ଶୁଖିଲା କାଗଜର ପ୍ରଜ୍ଜ୍ୱଳନ ତାପମାତ୍ରା କମ୍ । ତେଣୁ ଶୁଟ୍‌ କାଗଜରେ ସହଜରେ ନିଆଁ ଧରେ ।

(b) ଉତ୍ତପ୍ତ କଡ଼େଇରେ ଟୋପାଏ ତେଲ ପକାଇଦେଲେ ବେଳେବେଳେ ନିଆଁ ଧରିଯାଏ ।
ଉ-
ଉତ୍ତପ୍ତ କଡ଼େଇରେ ଟୋପାଏ ତେଲ ପକାଇଲେ ଏହା ସଙ୍ଗେ ସଙ୍ଗେ ପ୍ରଜ୍ଵଳନ ତାପମାତ୍ରାରେ ପହଞ୍ଚିଯାଏ । ତେଲ ଏକ ଦାହ୍ୟ ପଦାର୍ଥ ହେତୁ ଏହା ଜଳିଉଠେ ।

(c) ଶିଳ୍ପନଗରୀମାନଙ୍କରେ ବେଶୀ ଅମ୍ଳ ବୃଷ୍ଟି ହୋଇଥାଏ ।
ଉ-
ଶିଳ୍ପନଗରୀମାନଙ୍କରେ ନିର୍ଗତ ହେଉଥ‌ିବା ଧୂଆଁରେ ସଲ୍‌ଫର୍‌ ଡାଇଅକ୍‌ସାଇଡ୍‌, ନାଇଟ୍ରୋଜେନ୍ ଅକ୍‌ସାଇଡ୍ ଓ କାର୍ବନ୍ ଡାଇଅକ୍‌ସାଇଡ୍ ଆଦି ଥାଏ । ଏଗୁଡ଼ିକ ବୃଷ୍ଟିଜଳରେ ଦ୍ରବୀଭୂତ ହୋଇ ଅମ୍ଳ ସୃଷ୍ଟି କରନ୍ତି । ତେଣୁ ଶିଳ୍ପ- ନଗରୀମାନଙ୍କରେ ବେଶୀ ଅମ୍ଳ ବୃଷ୍ଟି ହୋଇଥାଏ ।

(d) ସାଧାରଣତଃ ମହାଶୂନ୍ୟରେ ଦହନ ସମ୍ଭବପର ନୁହେଁ ।
ଉ-
ମହାଶୂନ୍ୟରେ ବାୟୁ ତଥା ଅମ୍ଳଜାନ ଆଦି ଦହନ ସହାୟକ ପଦାର୍ଥ ନଥାଏ । ତେଣୁ ମହାଶୂନ୍ୟରେ ଦହନ ସମ୍ଭବପର ନୁହେଁ ।

(e) ଯାତ୍ରୀବାହୀ ଯାନବାହନରେ ପେଟ୍ରୋଲ, ଡିଜେଲ, କିରୋସିନି ଇତ୍ୟାଦି ପଦାର୍ଥ ନେବାକୁ ଅନୁମତି ଦିଆଯାଏ ନାହିଁ କାହିଁକି ?
ଉ-
ପେଟ୍ରୋଲ, ଡିଜେଲ, କିରୋସିନି ଇତ୍ୟାଦିରେ ହଠାତ୍ ନିଆଁ ଲାଗିଯାଏ, କାରଣ ଏଗୁଡ଼ିକ ଦ୍ରୁତ ଦହନଶୀଳ । ତେଣୁ ଯାତ୍ରାବାହୀ ଯାନବାହନରେ ଏଗୁଡ଼ିକୁ ନେବାକୁ ଅନୁମତି ଦିଆଯାଏ ନାହିଁ ।

Question 3.
ଦହନ କହିଲେ କ’ଣ ବୁଝ ? ତାରାମାନେ ଦପ୍ପ୍ କରିବା ଏକ ଦହନ କି ?
ଉ-

  • ଦହନ ଏକ ରାସାୟନିକ ପ୍ରକିୟା, ଯେଉଁଥରେ ଏକ ପଦାର୍ଥ ଅମ୍ଳଜାନ ସହ ରାସାୟନିକ ପ୍ରକ୍ରିୟା ସଂଘଟିତ କରି ତାପ ଓ ସ୍ଥଳବିଶେଷରେ ଆଲୋକ ସୃଷ୍ଟି କରେ ।
  • ତାରାମାନେ ଦପ୍‌ଦପ୍ କରିବା ରାସାୟନିକ ପ୍ରତିକ୍ରିୟା ନୁହେଁ । ତେଣୁ ଏହା ଏକ ଦହନ ନୁହେଁ ।

Question 4.
ଦହନ ସଂଘଟିତ ହେବାପାଇଁ କେଉଁ କେଉଁ କାରକ ଆବଶ୍ୟକ ?
ଉ-
(a) ଦାହ୍ୟ ପଦାର୍ଥ,
(b) ପ୍ରଜ୍ଜଳନ ତାପମାତ୍ରା ଏବଂ
(c) ଦହନ ସହାୟକ ପଦାର୍ଥ ।

Question 5.
ଲୁହାରେ କଳଙ୍କି ଲାଗିବା ଏକ ଦହନ । କାହିଁକି ?
ଉ-

  • ଲୁହାରେ କଳଙ୍କି ଲାଗିବା ଏକ ରାସାୟନିକ ପ୍ରକ୍ରିୟା । ଲୁହା ଅମ୍ଳଜାନ ସହ ମିଶି ଲୌହ ଅକ୍‌ସାଇଡ୍ ସୃଷ୍ଟି କରେ । ତେଣୁ ଏହା ଏକ ଦହନ ପ୍ରକ୍ରିୟା ।
  • ଏହି ଦହନ ପ୍ରକ୍ରିୟା ଧୀର ମନ୍ଥର ଗତିରେ ହୁଏ ଏବଂ ଆଦୃଶିଆ ତାପ ଓ ଆଲୋକ ଉତ୍ପନ୍ନ ହୁଏ ନାହିଁ । ତେଣୁ

BSE Odisha 8th Class Science Solutions Chapter 6 ଦହନ ଓ ଶିଖା

Question 6.
ଇନ୍ଧନର କ୍ୟାଲୋରୀ ମୂଲ୍ୟ କହିଲେ କ’ଣ ବୁଝ ଲେଖ । ଏହାର ଏକକ କ’ଣ ? ଏହାର ଗୁରୁତ୍ଵ ଆଲୋଚନା କର।
ଉ-

  • ଏକ କିଲୋଗ୍ରାମ୍ ଇନ୍ଧନର ସଂପୂର୍ଣ୍ଣ ଦହନରୁ ଯେତିକି ପରିମାଣର ତାପ ମିଳେ ତାହାକୁ ଇନ୍ଧନର କ୍ୟାଲୋରୀ ମୂଲ୍ୟ କହନ୍ତି ।
  • kJ/kg, J/kg, J/gm, kJ/gm, Calorie/gm Kilocalorie/gm img ସମୟ ମଧ୍ୟରେ କମ୍ ଇନ୍ଧନ ଖର୍ଚ୍ଚକରି ବେଶୀ ତାପ ପାଇବା କଥା ଏହାଦ୍ୱାରା ଜଣାପଡ଼େ ।

Question 7.
LPG ର ଦହନ ଓ କାଠର ଦହନ ମଧ୍ୟରେ କି ପାର୍ଥକ୍ୟ ଅଛି ?
ଉ-
BSE Odisha 8th Class Science Solutions Chapter 6 ଦହନ ଓ ଶିଖା 1

Question 8.
CNGର ବ୍ୟବହାର କାହିଁକି ଅପେକ୍ଷାକୃତ ପରିବେଶ ଉପଯୋଗୀ ?
ଉ-

  • ପେଟ୍ରୋଲ, ଡିଜେଲ୍ ପରିବର୍ତ୍ତେ ବସ୍, ଟ୍ରକ୍, କାର୍ ଆଦି ସ୍ଥାନରେ CNG ବ୍ୟବହାର କରାଯାଉଛି, କାରଣ CNG ଖୁବ୍ କମ୍ ପରିମାଣର କ୍ଷତିକାରକ ପଦାର୍ଥ ଉତ୍ପନ୍ନ କରିଥାଏ ।
  • CNGର ବ୍ୟବହାରରେ ପ୍ରଦୂଷଣର ମାତ୍ରା କମ୍ ହୁଏ, ତେଣୁ CNGର ବ୍ୟବହାର ଅପେକ୍ଷାକୃତ ପରିବେଶ ଉପଯୋଗୀ ।

Question 9.
4.5 kg ଇନ୍ଧନର ସଂପୂର୍ଣ୍ଣ ଦହନରୁ 180,000 kJ ତାପ ମିଳେ । ସେହି ଇନ୍ଧନର କ୍ୟାଲୋରୀ ମୂଲ୍ୟ ନିର୍ଣ୍ଣୟ କର ।
ଉ-
4.5 kg ଇନ୍ଧନର ସଂପୂର୍ଣ୍ଣ ଦହନରୁ 180000 kJ ତାପ ମିଳେ ।
BSE Odisha 8th Class Science Solutions Chapter 6 ଦହନ ଓ ଶିଖା 2
ଇନ୍ଧନର କ୍ୟାଲୋରୀ ମୂଲ୍ୟ 40,000 kJ/kg l

BSE Odisha 8th Class Science Solutions Chapter 6 ଦହନ ଓ ଶିଖା

Question 10.
ଗୋଟିଏ ଆଦର୍ଶ ଇନ୍ଧନର ଲକ୍ଷଣଗୁଡ଼ିକ ଲେଖ ।
ଉ-

  • ଏହାକୁ ଜାଳିଲେ ବେଶୀ ପାଉଁଶ, ବିଷାକ୍ତ ଗ୍ୟାସ୍ ବା ବର୍ଜ୍ୟବସ୍ତୁ ମିଳୁ ନଥବ ।
  • ଏହାକୁ ସୁବିଧାରେ ବେଶୀ ଦିନ ସଂରକ୍ଷଣ କରି ରଖାଯାଇପାରୁଥବ ।
  • ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସୁବିଧାରେ ନେବାଆଣିବା କରିହେଉଥ‌ିବ ।
  • ଏହାର ଉଚ୍ଚ କ୍ୟାଲୋରୀ ମୂଲ୍ୟ ଥ‌ିବ; ଅର୍ଥାତ୍ ଅପେକ୍ଷାକୃତ ଅଳ୍ପ ଇନ୍ଧନରୁ ବେଶୀ ତାପଶକ୍ତି ଉତ୍ପନ୍ନ ହେଉଥ‌ିବ ।
  • ଏହା ଶସ୍ତା ଓ ସୁବିଧାରେ ସବୁଠାରେ ମିଳିପାରୁଥ‌ିବ ।
  • ଏହାର ଦହନକୁ ସହଜରେ ନିୟନ୍ତ୍ରଣ କରାଯାଇପାରୁଥ‌ିବ ।

Question 11.
“‘ଦହନ ପାଇଁ ବାୟୁ ଆବଶ୍ୟକ’’ – ଗୋଟିଏ ସରଳ ପରୀକ୍ଷା ଦ୍ବାରା ବୁଝାଅ ।
ଉ-
(a) ଜଳନ୍ତା ମହମବତିଟିଏ ଏକ ଟେବୁଲ୍ ଉପରେ ରଖାଯାଉ । ଚିତ୍ରରେ ଦର୍ଶାଯାଇଥବାପରି ତାହାର ଉଭୟ ପାର୍ଶ୍ଵରେ ଦୁଇଟି କାଠଖଣ୍ଡ ରଖ୍ ଗୋଟିଏ ଲଣ୍ଠନକାଚ ତା’ ଉପରେ ଥୁଆଯାଉ । ଏହାପରେ ମହମବତିର ଶିଖା କେମିତି ଦିଶୁଛି ଲକ୍ଷ୍ୟକର ।
(b) କାଠଖଣ୍ଡ ଦୁଇଟିକୁ କାଢ଼ିନେଇ ଲଣ୍ଡ ନ କାଚ କୁ ଟେବୁଲ୍ ଉପରେ ରଖାଯାଉ । ତା’ ମଧ୍ୟରେ ଜଳନ୍ତା ମହମବତିର ଶିଖାକୁ ଲକ୍ଷ୍ୟ କରାଯାଉ ।
(c) ଏପରି ଅବସ୍ଥାରେ ମହମବତି ଜଳୁଥ୍ ବାବେଳେ କାଚଡପରେ ଗୋଟିଏ ଥାଳିଆ ଘୋଡ଼ାଇଦେଇ ମହମବତିର ଶିଖାକୁ ଲକ୍ଷ୍ୟକରାଯାଉ ।

BSE Odisha 8th Class Science Solutions Chapter 6 ଦହନ ଓ ଶିଖା 3

BSE Odisha 8th Class Science Solutions Chapter 6 ଦହନ ଓ ଶିଖା

ପର୍ଯ୍ୟବେକ୍ଷଣ –

  • ପ୍ରଥମ ଚିତ୍ରରେ କାଚର ତଳପଟୁ ବାୟୁ ପ୍ରବାହ ହେଉଥିଲା । ସୁତରାଂ ମହମବତି ସ୍ଥିର ଶିଖା ପ୍ରଦାନ କରି ଜଳିଲା ।
  • ଦ୍ବିତୀୟ ଚିତ୍ରରେ ଦହନ ସୀମିତ ବାୟୁର ଉପସ୍ଥିତିରେ ହେଲା । ତେଣୁ ବତିରେ ଅସ୍ଥିର ଶିଖା ଦେଖାଦେଲା ।
  • ତୃତୀୟ ଚିତ୍ରରେ ବାୟୁ ଆଦୌ ପ୍ରବେଶ କରୁ ନଥିଲା; ଫଳରେ ବତିଟି ଲିଭିଗଲା । ଏହି ତିନୋଟି ପରୀକ୍ଷାରୁ ଜଣାଗଲା ଯେ ଦହନ ପାଇଁ ବାୟୁ (ଅକ୍‌ସିଜେନ୍) ବା ବାୟୁଭଳି ସହାୟକ ପଦାର୍ଥ ଆବଶ୍ୟକ ।

Question 12.
ଦହନଜନିତ ପ୍ରଦୂଷଣର ଏକ ସଂକ୍ଷିପ୍ତ ବିବରଣୀ ଲେଖ ।
ଉ-

  • କାଠ, କୋଇଲା, ଗୋବର ଘଷି ଆଦି ଇନ୍ଧନମାନଙ୍କର ଦହନରୁ ସୃଷ୍ଟ କାର୍ବନ୍ କଣିକାର ପରିମାଣ ବାୟୁମଣ୍ଡଳରେ ଅଧିକ ହେଲେ ଏହା ଶ୍ଵାସଜନିତ ରୋଗ; ଯଥା— ଆଜ୍‌ମା, ବ୍ରୋଙ୍କାଇଟିସ୍, ଯକ୍ଷ୍ମା ଆଦି ରୋଗ ସୃଷ୍ଟି କରେ ।
  • କାଠ, କୋଇଲା, ଗୋବର ଘଷି ଆଦି ଇନ୍ଧନମାନଙ୍କର ଅସଂପୂର୍ଣ୍ଣ ଦହନରୁ ବିଷାକ୍ତ କାର୍ବନ୍‌ମନୋକ୍‌ସାଇଡ୍ ଉତ୍ପନ୍ନ ହୁଏ । ଏହି ଗ୍ୟାସ୍ ଜୀବମାନଙ୍କର ଅନେକ କ୍ଷତି କରେ ଓ ପରିବେଶକୁ ପ୍ରଦୂଷିତ କରେ ।
  • ଅଧିକାଂଶ ଇନ୍ଧନର ସମ୍ପୂର୍ଣ୍ଣ ଦହନରୁ କାର୍ବନ୍ ଡାଇଅକ୍‌ସାଇଡ୍ ଉତ୍ପନ୍ନ ହୁଏ । ଏହାର ପ୍ରତିଶତ ମାତ୍ରା ବାୟୁମଣ୍ଡଳରେ ବୃଦ୍ଧିଯୋଗୁଁ ପୃଥ‌ିବୀର ଉତ୍ତାପ ବୃଦ୍ଧିପାଉଛି । ପୃଥ‌ିବୀର ଏହି ଉତ୍ତାପ ବୃଦ୍ଧିକୁ ଗ୍ଲୋବାଲ୍ ୱାମିଂ କହନ୍ତି । ଗ୍ଲୋବାଲ ୱାମିଂ ପୃଥ‌ିବୀର ବାୟୁମଣ୍ଡଳର ହାରାହାରି ତାପମାତ୍ରା ବୃଦ୍ଧିକୁ ସୂଚାଏ ।
  • ଗ୍ଲୋବାଲ୍ ୱିମିଂ ଯୋଗୁଁ ମେରୁ ଅଞ୍ଚଳରେ ବରଫ ତରଳି ସମୁଦ୍ର ପତ୍ତନ ବୃଦ୍ଧିର ଆଶଙ୍କା କରାଯାଉଛି । ଏତଦ୍- ବ୍ୟତୀତ ଅକାଳ ବର୍ଷା ଓ ବନ୍ୟା ମଧ୍ୟ ହୋଇପାରେ । ସମୁଦ୍ରକୂଳିଆ ଅଞ୍ଚଳରେ ଅନେକ ସ୍ଥାନ ସମୁଦ୍ରଗର୍ଭରେ
  • ଜୀବାଶ୍ମ ଇନ୍ଧନରୁ ସୃଷ୍ଟ ବିଭିନ୍ନ ଅମ୍ଳୀୟ ଗ୍ୟାସ୍‌ (ସଲ୍‌ଫର୍ ଡାଇଅକ୍‌ସାଇଡ୍) ବର୍ଷାଜଳ ସହ ମିଶି ଅମ୍ଳ ବୃଷ୍ଟି କରେ । ଏହା ଆମର କୋଠାବାଡ଼ି, ଭାସ୍କର୍ଯ୍ୟ, ସ୍ମୃତିଫଳକ, ଫସଲ ଓ ମୃତ୍ତିକା ପ୍ରତି ବିପଦ ସୃଷ୍ଟି କରେ ।
  • ଇନ୍ଧନର ଦହନରୁ ନିର୍ଗତ ଧୂଆଁ ଓ କୁହୁଡ଼ି ମିଶି ସ୍ମଗ୍ ସୃଷ୍ଟି କରେ । ସ୍ମଗ୍ ଯୋଗୁଁ ଦୁର୍ଘଟଣାର ଆଶଙ୍କା ବଢ଼ିଯାଏ । ସ୍ମଗ୍ ମଧ୍ୟ ପରିବେଶ ପ୍ରଦୂଷଣ କରେ ।

Question 13.
ପେଟ୍ରୋଲ ପମ୍ପରେ ‘ଧୂମପାନ ନିଷେଧ’ ଲେଖାଯାଇଛି କାହିଁକି ?
ଉ-
ପେଟ୍ରୋଲ ପମ୍ପ୍ ସ୍ଥାନରେ ଧୂମପାନ କଲେ ନିଆଁ ଲାଗିଯିବାର ସମ୍ଭାବନା ଥାଏ । ପେଟ୍ରୋଲର ଦ୍ରୁତ ଦହନ ଫଳରେ ସବୁ ଜଳି ଛାରଖାର ହୋଇଯାଏ । କାରଣ ପେଟ୍ରୋଲ ଦହନଶୀଳ, ତେଣୁ ପେଟ୍ରୋଲ ପମ୍ପରେ ‘ଧୂମପାନ ନିଷେଧ’ ଲେଖାଯାଇଥାଏ ।

Question 14.
ତିନୋଟି ସଂକେତ କେଉଁ କେଉଁ ସ୍ଥାନରେ ଦେଖିବାକୁ ମିଳେ ଓ କାହିଁକି ?
ଉ-
BSE Odisha 8th Class Science Solutions Chapter 6 ଦହନ ଓ ଶିଖା 4

ଆଉ କ ଣ କରିହେବ?

Question 1.
ତୁମ ଅଞ୍ଚଳରେ କି କି ଇନ୍ଧନ ମିଳୁଛି ତାର ଗୋଟିଏ ତାଲିକା କର ।
ଉ-
ଗୋବର ଘଷି, ଗୋଲ କୋଇଲା, କୋଇଲା, କାଠ, କାଉଁରିଆ, ବତା, ଶୁଖୁଲା ବାଉଁଶ, ଶୁଖପତ୍ର, କୁଣ୍ଡା, କୁଟା, ବୋତି, ଅଗାଡ଼ି, କିରୋସିନି, ମହମ, ପେଟ୍ରୋଲ, ଡିଜେଲ, LPG, ଗୋବର ଗ୍ୟାସ୍ ।

BSE Odisha 8th Class Science Solutions Chapter 6 ଦହନ ଓ ଶିଖା

Question 2.
ତୁମ ଅଞ୍ଚଳରେ କେଉଁ ସ୍ଥାନମାନଙ୍କରେ ଅଗ୍ନିନିର୍ବାପକ ଯନ୍ତ୍ର ଅଛି ବୁଝ ।
ଉ-
ଡାକ୍ତରଖାନା, ସିନେମା ହଲ୍, ବ୍ଲକ୍, ବ୍ୟାଙ୍କ୍, ତହସିଲ୍ ଅଫିସ୍, ଦମକଳ କେନ୍ଦ୍ର, ସ୍କୁଲ, କଲେଜ, ମିଉଜିୟମ୍, ଥାନା, ଟାଉନ୍‌ହଲ୍, ମଣ୍ଡପ ଆଦି ସ୍ଥାନମାନଙ୍କରେ ଅଗ୍ନିନିର୍ବାପକ ଯନ୍ତ୍ର ଅଛି ।

Question 3.
ତୁମ ଅଞ୍ଚଳରେ ଅନ୍ତତଃ 100 ଜଣ ବ୍ୟକ୍ତିଙ୍କ ଘରେ ବୁଲି ଏକ ଇନ୍ଧନସର୍ଭେ କର । LPG, କାଠ, କିରୋସିନି, ଗୋବର ଗ୍ୟାସ୍ ଚୁଲା ଓ ବିଦ୍ୟୁତ୍ ଚୁଲା ବ୍ୟବହାରକାରୀଙ୍କର ସଂଖ୍ୟାକୁ ଶତକଡ଼ାରେ ସ୍ଥିର କର ।
ଉ-
100 ଜଣ ବ୍ୟକ୍ତିଙ୍କ ଘର ସର୍ଭେରୁ LPG ଜାଳୁଛନ୍ତି 60 ଜଣ, କାଠ ଜାଳୁଛନ୍ତି 5 ଜଣ, କିରୋସିନି ଜାଳୁଛନ୍ତି 3 ଜଣ, ଗୋବର ଗ୍ୟାସ୍ ଜାଳୁଛନ୍ତି 5 ଜଣ, ଚୁଲା ବ୍ୟବହାର କରୁଛନ୍ତି 10 ଜଣ ଓ ବିଦ୍ୟୁତ୍ ଚୁକ୍ତା ବ୍ୟବହାର କରୁଛନ୍ତି 17 ଜଣ । ବ୍ୟବହାରକାରୀଙ୍କ ସଂଖ୍ୟାକୁ ଶତକଡ଼ାରେ ପ୍ରକାଶକଲେ LPG 60%, କାଠ 5%, କିରୋସିନି 3%, ଗୋବର ଗ୍ୟାସ୍ 5%, ଚୁଲ୍ଲା 10% ଓ ବିଦ୍ୟୁତ୍ ଚୁଲା 17% ବ୍ୟବହାର କରୁଛନ୍ତି ।

Question 4.
ତୁମ ଘରେ LPG ଷ୍ଟୋଭ୍ ଥିଲେ ତା’ର ବ୍ୟବହାରଜନିତ ସତର୍କତା ସୂଚନା ପୁସ୍ତିକାଟି ପାଠ କର । ପୁସ୍ତକାଟି ନଥୁଲେ ଯାହାର ଏ ପୁସ୍ତିକା ଅଛି ଯୋଗାଡ଼ କରି ପଢ଼ ।
ଉ-
ନିଜେ ପାଠ କର ।

BSE Odisha 8th Class Science Solutions Chapter 6 ଦହନ ଓ ଶିଖା

Question 5.
ଗୋଟିଏ ଅଗ୍ନି -ନିର୍ବାପକ ଯନ୍ତ୍ରର ମଡ଼େଲ ତିଆରି କର । ଗୋଟିଏ ଛୋଟ ଗିନାରେ ଦୁଇଟି ମହମବତି ଲଗାଅ । ଗୋଟିଏ ଛୋଟ ଓ ଅନ୍ୟଟି ବଡ଼ । ଛୋଟ ଗିନାଟିରେ ଖାଇବାସୋଡ଼ା ଭର୍ତ୍ତି କର । ତା’ପରେ ଗିନାଟିକୁ ଗୋଟିଏ ବଡ଼ ପାତ୍ର ଭିତରେ ରଖ । ସୋଡ଼ା ଉପରେ ଭିନେଗାର ଢାଳ । କ’ଣ ଦେଖୁବ ? ମହମବତିଗୁଡ଼ିକର କ’ଣ ହେଉଛି ? କେଉଁ କ୍ରମରେ ?
ଉ-
ପ୍ରଥମେ ସାନ ମହମବତିଟି ଲିଭିବ । ପରେ ବଡ଼ ମହମବତିଟି ଲିଭିବ ।
BSE Odisha 8th Class Science Solutions Chapter 6 ଦହନ ଓ ଶିଖା 5

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ବସ୍ତୁନିଷ୍ଠ ପ୍ରଶ୍ନେ। ଭର

(ii) ଯେଉଁ ପଦାର୍ଥ ଜଳେ, ତାହାକୁ ………………. ପଦାର୍ଥ କୁହାଯାଏ ।
(iii) ଯେଉଁ ପଦାର୍ଥ ଜଳେ ନାହିଁ, ତାହାକୁ ……………….. ପଦାର୍ଥ କୁହାଯାଏ ।
(iv) ତାପ ପ୍ରୟୋଗ ଦ୍ଵାରା ପଦାର୍ଥ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ପହଞ୍ଚିଲେ ଜଳେ । ଏହାକୁ ……………….. ତାପମାତ୍ରା କୁହାଯାଏ ।
(v) ଧଳା ଫସ୍‌ ଫରସ୍ …………………. ସଂସ୍ପର୍ଶରେ ଆସିବାମାତ୍ରେ ଜଳିଥାଏ ।
(vi) ଦହନ ପାଇଁ, ………………… ଟି କାରକ ଆବଶ୍ୟକ ।
(vii) NaHCO3 ରୁ …………………….. ଗ୍ୟାସ୍ ବାହାରି ଅଗ୍ନିନିର୍ବାପନ କରେ ।
(viii) ଯେଉଁ ଦହନରେ ଖୁବ୍ କମ୍ ସମୟ ମଧ୍ୟରେ ପ୍ରଚୁର ତାପ ଓ ଆଲୋକ ସୃଷ୍ଟି ହୁଏ, ତାହାକୁ ……………………. ଦହନ କୁହାଯାଏ ।
(ix) ଯେଉଁ ଦହନ ଅତି ମନ୍ଥର ଗତିରେ ହୁଏ, ତାହାକୁ ……………………. ଦହନ କୁହାଯାଏ ।
(x) ଶରୀରରେ ଖାଦ୍ୟ ହଜମ ହେବା . ……………………… ଦହନର ଉଦାହରଣ ।
(xi) ତାଳଫୋଟକା ଫୁଟିବା ………………….. ର ଉଦାହରଣ ଅଟେ ।
(xii) ମହମବତି ଶିଖାର ………………… ଟି ମଣ୍ଡଳ ଥାଏ ।
(xiii) ଅତିଦୀପ୍ତ ମଣ୍ଡଳ, ………………… ବର୍ଣ୍ଣ ଅଟେ ।
(xiv) ଦୀପ୍ତିମାନ ମଣ୍ଡଳ ………………ବର୍ଷ ଅଟେ |
(xv) ଦୀପ୍ତିହୀନ ମଣ୍ଡଳ, ………………… ବର୍ଣ୍ଣ ଅଟେ ।
(xvi) ସମସ୍ତ ………………. ଦାହ୍ୟ ପଦାର୍ଥ ଅଟନ୍ତି ।
(xvii) ସମସ୍ତ ଦାହ୍ୟ ପଦାର୍ଥ, ……………………. ନୁହଁନ୍ତି ।
(xviii) …………….. ମଣ୍ଡଳର ତାପମାତ୍ରା ସବୁଠାରୁ କମ୍ ।
(xix) ସଲ୍‌ଫର୍ ଡାଇଅକ୍ସାଇଡ୍ + ଜଳ →……………. ।
(xx) କାର୍ବନ ଡାଇଅକ୍ସାଇଡ୍ + ଜଳ → …………….. ।

Answer:
(i) ଦହନ
(ii) ଦାହ୍ୟ
(iii) ଅଦାହ୍ୟ
(iv) ପ୍ରଜ୍ଜଳନ
(v) ବାୟୁ
(vi) 3ଟି
(vii) CO2
(viii) ଦ୍ରୁତ
(ix) ମୃଦୁ
(x) ମୃଦ
(xi) ବିସ୍ଫୋରଣ
(xii) 3
(xiii) ନାଳ
(xiv) ପୀତ
(xv) ତ୍କଷ୍ଟ୍ର
(xvi) ଇନ୍ଧନ
(xvii) ଇନ୍ଧନ
(xviii) ଦୀପ୍ତିହୀନ
(xix) ସଲଫାରସ୍ ଅମ୍ଳ
(xx) କାର୍ବୋନିକ୍ ଅମ୍ଳ

BSE Odisha 8th Class Science Solutions Chapter 6 ଦହନ ଓ ଶିଖା

2. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(i) …………….. କଠିନ ଇନ୍ଧନ ଅଟେ । (ପେଟ୍ରୋଲ, ଡିଜେଲ, କୋଲ୍ ଗ୍ୟାସ୍, ଶୁଖୁଲା ଗୋବର)
(ii) …………….. ତରଳ ଇନ୍ଧନ ଅଟେ । (କାଠ, କୋଇଲା, ଉଦଜାନ୍ ଗ୍ୟାସ୍, ସ୍ପିରିଟ୍)
(iii) ……………. ଗ୍ୟାସୀୟ ଇନ୍ଧନ ଅଟେ । (ପେଟ୍ରୋଲିୟମ୍ ଗ୍ୟାସ୍, କାଠ, ପେଟ୍ରୋଲ, ଡିଜେଲ)
(iv) ମିଥେନ୍‌ର କ୍ୟାଲୋରୀ ମୂଲ୍ୟ, ………………….. । (50000, 50000 kJ/kg, 50000 J/gm)
(v) କାଠର ଅସଂପୂର୍ଣ ଦହନ ………………….. ଗ୍ୟାସ୍ ସୃଷ୍ଟି ହୁଏ । (ଏମୋନିଆ, କାର୍ବନ୍ ମନୋକ୍‌ସାଇଡ୍, ମିଥେନ୍, ଇଥେନ୍)
(vi) ………………… ଗ୍ୟାସ୍ ଅମ୍ଳ ବୃଷ୍ଟି ପାଇଁ ଦାୟୀ । (ଏମୋନିଆ, ମିଥେନ୍, କ୍ଲୋରିନ୍, ସଲ୍‌ଫର୍‌ଡାଇଅକ୍ସାଇଡ୍)
(vii) ମହମବତି ଶିଖାର …………………. ମଣ୍ଡଳର ତାପମାତ୍ରା ସର୍ବାଧ୍ଵକ । (ଦୀପ୍ତିହୀନ, ଦୀପ୍ତିମାନ, ଅତିଦୀପ୍ତ)
(viii) …………………. ରୁ ସହଜରେ ଅଙ୍ଗାରକାମ୍ଳ ମିଳେ । (ଜଳ, ଧଳା ଫସ୍‌ଫରସ୍, ତୁତିଆ, ବାଇସୋଡ଼ା )
(ix) …………………. ରେ ସ୍ବତଃ ଦହନ ହୋଇଥାଏ । (ଧଳା ଫସ୍‌ଫରସ୍, ଲାଲ ଫସ୍‌ଫରସ୍, ଗନ୍ଧକ, ଅଙ୍ଗାର)
(x) ଜଳନ୍ତା …………………. ର ଅମ୍ଳଜାନର ଅନୁପସ୍ଥିତିରେ ଦହନ ଘଟିଥାଏ । ( ଅଙ୍ଗାର, ମହମବତି, ଗନ୍ଧକ, ମାଗ୍ନେସିୟମ୍ ରିବନ୍)

Answer:
(i) ଶୁଖୁଲା ଗୋବର
(ii) ସ୍ପିରିଟ୍
(iii) ପେଟ୍ରୋଲିୟମ୍ ଗ୍ୟାସ୍
(iv) 50,000 kJ/kg.
(v) କାର୍ବନ ମନୋକ୍‌ସାଇଡ୍
(vi) ସଲ୍‌ଫର୍‌ ଡାଇଅକ୍‌ସାଇଡ୍
(vii) ଅତିଦୀପ୍ତ
(vii) ବାଇସୋଡ଼ା
(ix) ଧଳା ଫସ୍‌ଫରସ୍
(x) ମାଗ୍ନେସିୟମ୍ ରିବନ୍‌

3. ବାମ ପାର୍ଶ୍ୱସ୍ଥ ସମ୍ପର୍କକୁ ଅନୁଧ୍ୟାନ କରି ଦକ୍ଷିଣ ପାର୍ଶ୍ୱସ୍ଥ ଶୂନ୍ୟସ୍ଥାନ ପୂରଣ କର ।
(i) କାଠ : କଠିନ ଇନ୍ଧନ :: ଡିଜେଲ : …………………।
(ii) ପେଟ୍ରୋଲ : ତରଳ ଇନ୍ଧନ :: H2 ଗ୍ୟାସ୍ : …………………।
(iii) ନୀଳବର୍ଣ୍ଣ : ଅତିଦୀପ୍ତ ମଣ୍ଡଳ :: କୃଷ୍ଣବର୍ଣ୍ଣ : …………………।
(iv) ତାପମାତ୍ରା କମ୍ : ଦୀପ୍ତିହୀନ ମଣ୍ଡଳ :: ତାପମାତ୍ରା ଅଧିକ : …………………।
(v) ଖାଦ୍ୟ ହଜମ : ମୃଦୁଦହନ :: ବୋମା ଫୁଟିବା : …………………।
(vi) କାଗଜ : ଦାହ୍ୟ :: ପଥର : …………………।
(vii) ସାଧାରଣ ଅଗ୍ନିକାଣ୍ଡ : ଜଳ :: ବିଦ୍ୟୁତ୍‌ଜନିତ ଅଗ୍ନିକାଣ୍ଡ : …………………।
(viii) ସଂପୂର୍ଣ୍ଣ ଦହନ : CO2 :: ଅସଂପୂର୍ଣ ଦହନ : . q: …………………।
(ix) କାଠ 17000-22000 J/kg:: କୋଇଲ।: …………………।
(x) MgO : ମାଗେସିୟମ ଅକ୍ସାଇଡ :: Mg3 N2 : …………………।

Answer:
(i) ତରକ ଇନ୍ଦନ
(ii) ଗ୍ୟାସୀୟ ଇନ୍ଧନ
(iii) ଦୀପ୍ତିହୀନ ମଣ୍ଡଳ
(iv) ଦୀପ୍ତିମାନ ମଣ୍ଡଳ
(v) ଅଦାହ୍ୟ
(vi) ଅଦାହି
(vii) CO2 ଗ୍ୟାସ୍
(viii) CO
(ix) 25000-33000 J/kg
(x) ମାଗ୍ନେସିୟମ୍ ନାଇଟ୍ର ଇଡ୍‌

BSE Odisha 8th Class Science Solutions Chapter 6 ଦହନ ଓ ଶିଖା

4. ‘କ’ ସ୍ତମ୍ଭର ଶବ୍ଦଗୁଡ଼ିକ ସହ ‘ଖ’ ସ୍ତମ୍ଭରେ ଥ‌ିବା ସମ୍ପର୍କିତ ଶବ୍ଦକୁ ମିଳାଅ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ଧଳା ଫସ୍‌ଫରସ୍ ଅଗ୍ନି ନିର୍ବାପକ ଯନ୍ତ୍ର
(ii) NaHCO3 ସ୍ଵତଃ ଦହନ
(iii) ଖାଦ୍ୟ ହଜମ ଶିଖା ଦେଖାଯାଏ ନାହିଁ
(iv) ଅଙ୍ଗ।ର ମୃଦୁ ଦହନ
(v) Mg ଫିତା ଅମ୍ଳବର୍ଷା
(vi) ଦୀପ୍ତିହୀନ ମଣ୍ଡଳ ବର୍ଣ୍ଣ କଳା
(vii) ତାଳଫୋଟକା ବିଷ୍ଟେ। ରଣ
(viii) କାର୍ବୋନିକ୍ ଅମ୍ଳ O2 ବିନା ଦହନ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ଧଳା ଫସ୍‌ଫରସ୍ ଧଳା ଫସ୍‌ଫରସ୍ ସ୍ଵତଃ ଦହନ
(ii) NaHCO3 ଅଗ୍ନି ନିର୍ବାପକ ଯନ୍ତ୍ର
(iii) ଖାଦ୍ୟ ହଜମ ମୃଦୁ ଦହନ
(iv) ଅଙ୍ଗ।ର ଶିଖା ଦେଖାଯାଏ ନାହିଁ
(v) Mg ଫିତା O2  ବିନା ଦହନ
(vi) ଦୀପ୍ତିହୀନ ମଣ୍ଡଳ ବର୍ଣ୍ଣ କଳା
(vii) ତାଳଫୋଟକା ବିଷ୍ଟେ। ରଣ
(viii) କାର୍ବୋନିକ୍ ଅମ୍ଳ ଅମ୍ଳବର୍ଷା

 

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

Odisha State Board BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି Textbook Exercise Questions and Answers.

BSE Odisha Class 9 Odia Solutions Chapter 15 ବୁଢ଼ା ଶଙ୍ଖାରି

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

Question ୧।
ଶଙ୍ଖାରି ବୁଢ଼ାର ଶାରୀରିକ ଅବସ୍ଥା କିପରି ଥିଲା ?
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ‘ବୁଢ଼ା ଶଙ୍ଖାରି’ ଗଳ୍ପର ପ୍ରଣେତା । ଗଳ୍ପର ଆରମ୍ଭରେ ଗାଳ୍ପିକ ଗଳ୍ପର ମୁଖ୍ୟ ଚରିତ୍ର ଶଙ୍ଖାରି ବୁଢ଼ାର ଶାରୀରିକ ଅବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି । ସରି ଆସୁଥିବା ଫଗୁଣ ମାସର ଉଦୁଉଦିଆ ଖରାବେଳେ ଗାଁ ମଝିରେ ଯାଉଥ‌ିବା ଶଙ୍ଖାରିଟି ଥିଲା ଷାଠିଏ ବରଷର ବୁଢ଼ା । ତା’ର ଦାନ୍ତଗୁଡ଼ିକ ପଡ଼ିଯାଇଥିଲା । ମୁଣ୍ଡବାଳ ଓ ଛାତିବାଳ ସବୁ ପାଚି ଧଳା ଫରଫର ଦିଶୁଥିଲା । ବାଟି ଚାଲିଚାଲି ଗାଁ ଦାଣ୍ଡ ଧୂଳିରେ ବୁଢ଼ାର ପାଦଠାରୁ ଆଣ୍ଠୁ ପର୍ଯ୍ୟନ୍ତ ବୁଡ଼ିଯାଇଥିଲା । ସମଗ୍ର ଶରୀରକୁ ଭିଜାଇ ସାରିବା ପରେ ଗୋଡ଼ବାଟ ଦେଇ ତଳକୁ ବୋହିଯାଉଥୁଲା ଗମ୍‌ଗମ୍ ଝାଳ । ବୁଢ଼ାଟି ମୁଣ୍ଡରେ ଶଙ୍ଖାବୋଝଟି ଧରି ଡାକି ଡାକି ଯାଉଥିଲା ।

Question ୨।
ବୁଢ଼ା ହାଲିଆ ହୋଇ ବିଶ୍ରାମ ନେଇଥିବା ଘରଟି କିପରି ଥିଲା ?
Answer:
‘ବୁଢ଼ା ଶଙ୍ଖାରି’ ଗଳ୍ପଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅମ୍ଳାନ ସୃଷ୍ଟି । ଏଠାରେ ଗାଳ୍ପିକ ତତ୍‌କାଳୀନ ସମାଜର ଏକ ସମ୍ଭ୍ରାନ୍ତ ପରିବାରର ବାସଭବନ ଉପରେ ଆଲୋକପାତ କରିଛନ୍ତି । ଘରଟି ଗାଁର ଗୋଟିଏ ମୁଣ୍ଡରେ ଅବସ୍ଥିତ । ସାତସେଣିଆ ଛପର ଘର । ଯାଉଁଳି କବାଟ । ପକ୍‌କା ପିଣ୍ଡା । ସଦର ଦରଜା ପାରି ହୋଇ ଭିତରକୁ ଗଲେ ବାଆଁ ପାଖକୁ ରହିଛି ଭିତରେ ଆଡ଼ ଦୁଆର । ଭିତର ପଟ ମଧ୍ୟ ପକ୍‌କା । ବାହାର ସାମ୍‌ନାରେ ରହିଛି ଚଉପାଢ଼ି । ଘରର ସ୍ତ୍ରୀଲୋକମାନେ ସେହି ଭିତର ଆଡ଼ ଦୁଆର ପର୍ଯ୍ୟନ୍ତ ଆସନ୍ତି । ଶଙ୍ଖାରି ପରି ବୁଲା ବିକାଳିମାନେ ଅନୁମତି କ୍ରମେ ଜିନିଷ ଦେଖାଇବା ପାଇଁ ଦୁଆର ପର୍ଯ୍ୟନ୍ତ ଯାଇଥା’ନ୍ତି । ଏହା ଥିଲା ତତ୍‌କାଳୀନ ସମ୍ଭ୍ରାନ୍ତ ପରିବାରର ଗୃହନିର୍ମାଣର ବିଧ୍ଵବଦ୍ଧ ପରମ୍ପରା ।

Question ୩।
ବୋହୂଟିର ଗଢ଼ଣ କିପରି ଥିଲା ?
Answer:
‘ବୁଢ଼ା ଶଙ୍ଖାରି’ ଗଳ୍ପଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏକ କାଳଜୟୀ ସୃଷ୍ଟି । ଏହି ଗଳ୍ପରେ ଗାଳ୍ପିକଙ୍କ ଲେଖନୀ ନାୟିକାର ସୌନ୍ଦର୍ଯ୍ୟକୁ ଅତି ନିଖୁଣ ଭାବରେ ପରିସ୍ଫୁଟିତ କରିଛି । ବୋହୂ ସାଆନ୍ତାଣୀ ହେଉଛନ୍ତି ଏହି ଗଳ୍ପର ନାୟିକା । ବୟସର ଶେଷ ସୋପାନରେ ପହଞ୍ଚିଥ‌ିବା ଷାଠିଏ ବର୍ଷର ବୁଢ଼ା ଥିଲା ଶଙ୍ଖାରିଟି । ଶଙ୍ଖା ଦେଖାଇବାକୁ ଯାଇ ସେ ଦେଖୁଛି ବୋହୂଟିର ମୁଖମଣ୍ଡଳ । ନିର୍ବାକ୍ ହୋଇଯାଇଛି । ସତେ ଯେପରି ସେ ତା’ଜୀବନରେ ଏପରି ସୁନ୍ଦର ବୋହୂଟିଏ ଦେଖୁନଥିଲା ।

ଚକି କାଟିଦେଲା ପରି ଗୋଲ ସୁନ୍ଦର ମୁହଁ । ଚମ୍ପାଫୁଲ ପରି ଗୋରା ଦେହ । ଚାରି ଆଙ୍ଗୁଳି ଓସାର ନାଲି ତହିଁରି ମୟୂରକଣ୍ଠିରି କସ୍ତା ଖଣ୍ଡକ ଗୋଇଠିଯାଏ ଲମ୍ବିଛି । ତା’ଭିତର ଦେଇ ଫୁଟିଉଠୁଛି କଞ୍ଚା ସୁନା ପରି ଗୋରା ଗୋଟିଏ ଚାଉଳରେ ଗଢ଼ା ଦେହଟି l ପୂରି ଉଠିଛି ବୁଢ଼ାର ଆଖ୍ ଓ ମନ । ଏକ ଧ୍ୟାନରେ ସେ ଚାହିଁ ରହିଛି ବୋହୂର ମୁଖମଣ୍ଡଳକୁ ।

Question ୪।
ବୋହୂଟି କି ଶଙ୍ଖା ଖୋଜୁଥିଲା ଓ ବୁଢ଼ା ପାଖରେ କି କି ଶଙ୍ଖା ଥିଲା ?
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏକ ସାର୍ଥକ ସୃଷ୍ଟି ହେଉଛି ‘ବୁଢ଼ା ଶଙ୍ଖାରି’ ଗଳ୍ପ । ଉକ୍ତ ଗଳ୍ପରେ ଗାଳ୍ପିକ ତତ୍‌କାଳୀନ ସମାଜରେ ସ୍ତ୍ରୀଲୋକମାନେ ବ୍ୟବହାର କରୁଥିବା ଶଙ୍ଖା ସମ୍ପର୍କରେ ଆଲୋଚନା କରିଛନ୍ତି । ଗାଳ୍ପିକଙ୍କ ମତରେ ତତ୍‌କାଳୀନ ସମାଜରେ ସବୁଠାରୁ ଆକର୍ଷଣୀୟ ଓ ମୂଲ୍ୟବାନ୍ ଶଙ୍ଖା ଥିଲା ଆସ୍‌ମାନ୍ ତାରା ଶଙ୍ଖା, ଯେଉଁ ଶଙ୍ଖାକୁ କିଣିବାପାଇଁ ଚାହୁଁଥିଲେ ବୋହୂ ସାଆନ୍ତାଣୀ । ବୋଧହୁଏ ବେହୂମାନଙ୍କ ପାଇଁ ସେହି ଶଙ୍ଖାଟି ଥଲା ସର୍ବୋତ୍କୃଷ୍ଟ ।

କିନ୍ତୁ ବୁଢ଼ା ଶଙ୍ଖାରି ନିକଟରେ ସେହି ଆସ୍‌ମାନ୍ ତାରା ଶଙ୍ଖା ନଥିଲା । ତା’ପାଖରେ ରଙ୍ଗଝିଲିରି, ବଉଳଫୁଲିଆ, ବିଛାମାଳିଆ, ଚୂନଟିପି ପ୍ରଭୃତି ସାଧାରଣ ଶଙ୍ଖା ଥିଲା । ତେଣୁ ଶଙ୍ଖାରି ବୁଢ଼ା ଆସ୍‌ମାନ୍ ତାରା ଶଙ୍ଖା ତିଆରି କରି ଆଣିଦେବ ବୋଲି କହିଥିଲା । ନାୟିକା ସୌନ୍ଦର୍ଯ୍ୟ ବର୍ଣ୍ଣନାରେ ଗାଳ୍ପିକଙ୍କ ଲେଖନୀ ସିଦ୍ଧହସ୍ତ ।

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

Question ୫।
ବୋହୂଟି ପ୍ରଥମେ ଶଙ୍ଖା ପିନ୍ଧିବାକୁ ହାତ ବଢ଼େଇ ନଥୁଲା କାହିଁକି ?
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ‘ବୁଢ଼ା ଶଙ୍ଖାରି’ ଗଳ୍ପରେ ତତ୍‌କାଳୀନ ସମାଜରେ ପ୍ରଚଳିତ ଥ‌ିବା ରମଣୀସୁଲଭ ଗୁଣ ଉପରେ ଆଲୋକପାତ କରିଛନ୍ତି । ଷାଠିଏ ବରଷର ବୁଢ଼ା ଶଙ୍ଖାରି ଶଙ୍ଖା ଆଣିଛି ଦେଖାଇବାପାଇଁ । ବୋହୂ ସାଆନ୍ତାଣୀ ଶଙ୍ଖା ମୁଠାଏ ବାଛିବା ପରେ ସେହି ଶଙ୍ଖା ହାତକୁ ହେବ କି ନାହିଁ ବୋଲି ସନ୍ଦେହ କଲେ । ଶଙ୍ଖାରି ବୁଢ଼ା ଶଙ୍ଖା କଛିଦେବା ପାଇଁ ହାତ ବଢ଼ାଇବାକୁ କହିବାରୁ ବୋହୂ ସାଆନ୍ତାଣୀ ଇତସ୍ତତ ହେଲେ । ଯାହାହେଲେ ବି ସେ ଓଡ଼ିଆ ଘରର ବୋହୂ । ଶଙ୍ଖାରି ବୁଢ଼ା ହେଲେ ମଧ୍ୟ ବାହାର ଲୋକ । ତେଣୁ ଘରର ବୋହୂ ହୋଇ ହାତ ବଢ଼ାଇ ଦେବାକୁ ଉଚିତ ମନେକଲେ ନାହିଁ । କାରଣ ଲଜ୍ଜା ହିଁ ନାରୀର ଭୂଷଣ । ସେହି ଲଜ୍ଜାବଶତଃ ବୋହୂଟି ଶଙ୍ଖାରି ବୁଢ଼ାକୁ ହାତ ବଢ଼େଇଦେଇ ନଥିଲେ ।

Question ୬।
ବୋହୂଟି ହାତ ନ ଦେଖାଇବାରୁ ବୁଢ଼ା କ’ଣ କହିଲା ?
Answer:
‘ବୁଢ଼ା ଶଙ୍ଖାରି’ ଗଳ୍ପଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏକ ସ୍ମରଣୀୟ ସୃଷ୍ଟି । ଏଠାରେ ଗାଳ୍ପିକ ଶଙ୍ଖାରି ବୁଢ଼ା ତା’ ହୃଦୟର ପୁଞ୍ଜୀଭୂତ ବାତ୍ସଲ୍ୟ ମମତା କିପରି ବୋହୂ ଉପରେ ଅଜାଡ଼ି ଦେଇଛି ତାହା ଉପସ୍ଥାପନ କରିଛନ୍ତି । ଶଙ୍ଖା ଟୋକେଇରୁ ପସନ୍ଦ ଅନୁସାରେ ମୁଠାଏ ଶଙ୍ଖା ବାଛିବା ପରେ ସେହି ଶଙ୍ଖା ହାତକୁ ହେବ କି ନାହିଁ ବୋଲି ବୋହୂ ସନ୍ଦେହ କରିଛି । ତେଣୁ ବୁଢ଼ା ଶଙ୍ଖାରି ଶଙ୍ଖା ବାଛିବା ନିମନ୍ତେ ହାତ ବଢ଼ାଇ ଦେବାକୁ କହିଛି ।

କିନ୍ତୁ ଲଜ୍ଜାଶୀଳା ବୋହୂଟି ବାହାର ମଣିଷକୁ ହାତ ବଢ଼ାଇବାକୁ କୁଣ୍ଠିତା ହୋଇଛି । କିନ୍ତୁ ଗୋଟିଏ ଚାଉଳରେ ଗଢ଼ା ବୋହୂଟିକୁ ଦେଖ୍ ବୁଢ଼ାର ଆଖୁ ପୂରିଉଠିଛି । ତାକୁ ମା’ବୋଲି ଡାକିବାମାତ୍ରେ ତା’ ଛାତି କୁଣ୍ଢେମୋଟ ହୋଇଯାଇଛି । ତା’ହୃଦୟରୁ ଝରି ଆସିଛି ବାତ୍ସଲ୍ୟ ସ୍ନେହର ଧାରା । ତେଣୁ ସେ କହିଛି, ‘ମା’ ମୋତେ ଲାଜ କରୁଛୁ ? ମୁଁ ପରା ତୋ ପୁଅ । ପୁଅକୁ ମାଆ ଲାଜ କରେନା ।’ ଗାଳ୍ପିକଙ୍କ ଲେଖନୀ ଷାଠିଏ ବର୍ଷର ବୁଢ଼ା ହୃଦୟରୁ ଝରାଇ ଦେଇଛି ମମତାର ଫଲ୍‌ଗୁ ।

Question ୭ ।
ବୋହୂର ହାତ ଦେଖୁ ଶଙ୍ଖାରି ବୁଢ଼ା ମନରେ କ’ଣ ପ୍ରତିକ୍ରିୟା ସୃଷ୍ଟି ହେଲା ?
Answer:
‘ବୁଢ଼ା ଶଙ୍ଖାରି’ ଗଳ୍ପରେ ଗାଳ୍ପିକ ଲକ୍ଷ୍ମୀକାନ୍ତ ମହାପାତ୍ର ସୌନ୍ଦର୍ଯ୍ୟ କିପରି ବୃଦ୍ଧ ହୃଦୟରେ ମଧ୍ୟ ପ୍ରତିକ୍ରିୟା ସୃଷ୍ଟି କରେ, ତାହା ଉପସ୍ଥାପନ କରିଛନ୍ତି । ଦେଖୁ ବୁଢ଼ା ଅଭିଭୂତ ହୋଇପଡ଼ିଛି । ପାପୁଲିଟି ଟୁଳଟୁଳ ହେଉଛି । ଚମ୍ପାକଢ଼ି ପରି ଗୋଲ ଗୋଲ ସୁନ୍ଦର ଆଙ୍ଗୁଠିଗୁଡ଼ିକ ଦେଖ୍ ଭାବବିହ୍ଵଳ ହୋଇ ବୁଢ଼ା ଭାବିଛି, ସେ ହାତ ଜଣେ ମଣିଷର ନୁହେଁ । ସତେ ଯେପରି କେହି ଠାକୁର ସେହି ହାତକୁ ଗଢ଼ିଛନ୍ତି । ତା’ ରୁକ୍ଷ ମଳିନ ହାତରେ ସେହି ହାତକୁ ଧରିବାକୁ ବୁଢ଼ା ସାହସ କରି ନପାରି ଆସ୍ତେ ଧରି କଟିଯିବା ଭୟରେ ଅତି ସନ୍ତର୍ପଣରେ ସାବଧାନତାର ସହିତ ଶଙ୍ଖା କଛିଦେଇଛି । ସେହି ହାତ ଧରିଥିବାବେଳେ ବୁଢ଼ା ଜୀବନର ସକଳ ସୁଖ ଓ ସମସ୍ତ ଆଶା ପରିତୃପ୍ତି ଲାଭ କରିଛି ।

Question ୮ ।
ଶଙ୍ଖାରି ବୁଢ଼ା ପ୍ରଥମେ ବୋହୂ ହାତରେ ଶଙ୍ଖା ପିନ୍ଧାଇବାକୁ ଭରସି ପାରୁନଥିଲା କାହିଁକି ?
Answer:
‘ବୁଢ଼ା ଶଙ୍ଖାରି’ ଗଳ୍ପରେ ଗାଳ୍ପିକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସୌନ୍ଦର୍ଯ୍ୟର ପୂଜାରୀ ମଣିଷ ସୌନ୍ଦର୍ଯ୍ୟର ସୁରକ୍ଷା ନିମନ୍ତେ କିପରି ସଚେତନଶୀଳ ତାହା ବର୍ଣ୍ଣନା କରିଛନ୍ତି । ଷାଠିଏ ବର୍ଷର ବୁଢ଼ା ଶଙ୍ଖାରି ହାତରେ ଶଙ୍ଖା ଧରି କ କିଛିଦେବାପାଇଁ ବୋହୂକୁ ହାତ ଦେଖାଇବାକୁ କହିଛି । ଦାସୀ କଥାରେ ଲଜ୍ଜାଶୀଳା ବୋହୂଟି ଲାଜ ଛାଡ଼ି ହାତ ବଢ଼ାଇଦେଇଛି । ସେହି ସୁନ୍ଦର ହାତକୁ ଦେଖ୍ ବୁଢ଼ା ଶଙ୍ଖାରି ଆନନ୍ଦରେ ଆତ୍ମହରା ହୋଇଉଠିଛି । ଗୋଲ ସୁନ୍ଦର ହାତ । ଚମ୍ପାକଢ଼ି ପରି ଆଙ୍ଗୁଠି । ଟୁଳଟୁଳ ହେଉଥୁବା ପାପୁଲିକୁ ଦେଖ୍ ବୁଢ଼ା ଭାବବିହ୍ଵଳ ହୋଇଉଠିଛି । ସେହି ହାତଟି ଜଣେ ମଣିଷର ନା କେହି କାରିଗର ଠାକୁର ତାକୁ ଗଢ଼ିଛି ସେ ସ୍ଥିର କରିପାରିନି । ଏଡ଼େ ସୁନ୍ଦର ହାତକୁ ଶଙ୍ଖାରି ବୁଢ଼ା ନିଜର ମଳିନ ରୁକ୍ଷ ହାତରେ ଧରିବାକୁ ସାହସ କରିପାରି ନାହିଁ ।

Question ୯ ।
ବୁଢ଼ା ତା’ର ଜୀବନର ସମସ୍ତ ସୁଖ, ତୃପ୍ତି କେତେବେଳେ ପାଇଲା ?
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସୌନ୍ଦର୍ଯ୍ୟର କୋମଳ ସ୍ପର୍ଶରେ ମାନବ ମନର ସକଳ ଆଶା କିପରି ପରିତୃପ୍ତି ଲାଭ କରେ ତାହା ପ୍ରସଙ୍ଗକ୍ରମେ ‘ବୁଢ଼ା ଶଙ୍ଖାରି’ ଗଳ୍ପରେ ଉପସ୍ଥାପନ କରିଛନ୍ତି । ବୋହୂ ସାଆନ୍ତାଣୀଙ୍କ ସୁନ୍ଦର ହାତକୁ ଦେଖ୍ ଶଙ୍ଖାରି ବୁଢ଼ାର ହୃଦୟ ଆନ୍ଦୋଳିତ ହୋଇଉଠିଛି । ଟୁଳଟୁଳ ହେଉଥ‌ିବା ପାପୁଲି, ଚମ୍ପାକଢ଼ି ପରି ସୁନ୍ଦର ଆଙ୍ଗୁଠିଗୁଡ଼ିକ ଦେଖ୍ ଭାବବିହ୍ୱଳ ହୋଇ ବୁଢ଼ା ସେ ହାତ କୌଣସି ମଣିଷର ନା କେହି ଠାକୁର ଗଢ଼ିଛନ୍ତି ବୋଲି ସ୍ଥିର କରିପାରି ନାହିଁ ।

ସେପରି ନିଜ ହାତକୁ ବୁଢ଼ା ତା’ର ମଳିନ ରୁକ୍ଷ ହାତରେ ଧରିବାକୁ ସାହସ କରି ନପାରି ବାଁ ହାତରେ ଆସ୍ତେ ଧରି ଶଙ୍ଖା କଛିବାକୁ ଆରମ୍ଭ କରିଛି । କଟିଯାଇ ରକ୍ତ ବାହାରିବା ଭୟରେ ଅତ ସନ୍ତର୍ପଣରେ ସାବଧାନ ହୋଇ ଶଙ୍ଖା କଛିଛି । ସେହି ହାତକୁ ଧରିଥିବା ବେଳେ ବୁଢ଼ାର ଆନନ୍ଦର ସୀମା ରହୁ ନଥାଏ । ସେହି ହାତର କୋମଳ ସ୍ପର୍ଶ ଲାଭକରି ସତେ ଯେପରି ତା’ଜୀବନର ସକଳ ସୁଖ ଓ ସମସ୍ତ ଆଶା ପରିତୃପ୍ତି ଲାଭ କରୁଥିଲା ।

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

Question ୧୦ ।
ଶଙ୍ଖା ପିନ୍ଧେଇ ସାରି ବୁଢ଼ା ଦାମ୍ ନେଲା ନାହିଁ କାହିଁକି ?
Answer:
ସୌନ୍ଦର୍ଯ୍ୟାଭିଭୂତ ମାନବ କିପରି ପରକୁ ଆପଣାର ମନେ କରିଥାଏ ତାହା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ‘ବୁଢ଼ା ଶଙ୍ଖାରି’ ଗଳ୍ପରେ ପ୍ରସଙ୍ଗକ୍ରମେ ଶଙ୍ଖାରି ବୁଢ଼ା ଚରିତ୍ର ମାଧ୍ୟମରେ ପ୍ରତିପାଦନ କରିଛନ୍ତି । ଗୋଟିଏ ଚାଉଳରେ ଗଢ଼ା ବୋହୂଟିକୁ ଦେଖ୍ ବୁଢ଼ାର ଆଖୁ ପୂରି ଉଠିଥିଲା । ବୋହୂଟିକୁ ମା’ବୋଲି ଡାକିଦେବା ମାତ୍ରେ ବୁଢ଼ାର ଛାତି କୁଣ୍ଢେମୋଟ ହୋଇଯାଇଥିଲା । ଶଙ୍ଖା କଛିବାବେଳେ ବୋହୂର ସୁନ୍ଦର ହାତର କୋମଳ ସ୍ପର୍ଶ ଲାଭକରି ଶଙ୍ଖାରି ବୁଢ଼ା ଜୀବନର ସକଳ ସୁଖ ଓ ସମସ୍ତ ଆଶା ପରିତୃପ୍ତି ଲାଭ କରିଥିଲା । ହୃଦୟରେ ସେ ବୋହୂକୁ ମା’ର ଆସନରେ ବସାଇ ତା’ର ପୁଅ ହୋଇ ସାରିଥିଲା । ହୃଦୟରୁ ତା’ର ବାତ୍ସଲ୍ୟ ସ୍ନେହର ଧାରା ପ୍ରବାହିତ ହୋଇଥିଲା । ତେଣୁ ଶାଶୁ ସାଆନ୍ତାଣୀ ଶଙ୍ଖାର ଦାମ୍ ପଚାରିବାରୁ ସେ ପୁଅ ହୋଇ ମାଆଠାରୁ ଦାମ୍ ନେବାପାଇଁ ମନା କରିଦେଇଥିଲା ।

Question ୧୧ ।
ବୁଢ଼ାଟି ସେହି ଗାଁକୁ ଦୁଇ, ତିନି ଦିନରେ ଥରକୁ ଥର କାହିଁକି ଆସେ ?
Answer:
ଦୃଢ଼ ତାହା ଶଙ୍ଖାରି ବୁଢ଼ା ଚରିତ୍ର ମାଧ୍ୟମରେ ପ୍ରତିପାଦନ କରିଛନ୍ତି । ‘ବୁଢ଼ା ଶଙ୍ଖାରି’ ଗଳ୍ପରେ ଗାଳ୍ପିକ ଲକ୍ଷ୍ମୀକାନ୍ତ ମହାପାତ୍ର ରକ୍ତର ବନ୍ଧନ ଅପେକ୍ଷା ମମତାର ବନ୍ଧନ କିପରି ଅତ୍ୟନ୍ତ ବୋହୂର ସୁନ୍ଦର ରୂପକୁ ଦେଖୁ ଶଙ୍ଖାରି ବୁଢ଼ାର ଆଖୁ ପୂରି ଉଠିଥିଲା । ତା’ର ସୁନ୍ଦର କୋମଳ ହାତର ସ୍ପର୍ଶ ପାଇ ବୁଢ଼ା ‘ ଜୀବନର ସକଳ ସୁଖ ଓ ଆଶା ପରିତୃପ୍ତି ଲାଭ କରିଥିଲା । ବୋହୂକୁ ମା’ବୋଲି ଡାକିଦେବା ମାତ୍ରେ ବୁଢ଼ାର ଛାତି କୁଣ୍ଢେମୋଟ ହୋଇଯାଇଥିଲା । ବୁଢ଼ାର ହୃଦୟରେ ପ୍ରବାହିତ ହୋଇଥିଲା ବାତ୍ସଲ୍ୟ ମମତାର ଏକ ପବିତ୍ର ଧାରା ।

ପ୍ରତିଟି ମୁହୂର୍ତ୍ତରେ ତା’ଆଖ୍ ଆଗରେ ନାଚି ଉଠୁଥିଲା ବୋହୂଟିର କମନୀୟ ମୁଖମଣ୍ଡଳ । ସେହି ସୁନ୍ଦର ହାତରେ ଶଙ୍ଖା କଛିଦେଇ କୋମଳ ସ୍ପର୍ଶ ଲାଭ କରିବାର ଇଚ୍ଛା ତା’ର ପ୍ରବଳ ହୋଇ ଉଠୁଥିଲା । ମମତାର ବନ୍ଧନରେ ସେ ଏପରି ବାନ୍ଧି ହୋଇଥିଲା ଯେ ବୋହୁରୂପୀ ତା’ମାଆକୁ ଦେଖିବାପାଇଁ ତା’ର ହୃଦୟ ବ୍ୟାକୁଳ ହୋଇଉଠୁଥିଲା । ତେଣୁ ଶଙ୍ଖା ଏକ ନିତ୍ୟାନି ଦ୍ରବ୍ୟ ନ ହେଲେ ମଧ୍ୟ ଶଙ୍ଖା ବିକ୍ରିକରିବା ନାମରେ ତା’ ମାଆକୁ ଟିକେ ଦେଖିବାପାଇଁ ସେ ଦୁଇ ତିନି ଦିନରେ ଥରେ ସେହି ଗାଁକୁ ଆସୁଥିଲା ।

Question ୧୨ ।
ଆସ୍‌ମାନ୍ ତାରା ଶଙ୍ଖା ବୁଢ଼ା କି ପରିସ୍ଥିତିରେ ଓ କିପରି ତିଆରି କଲା ?
Answer:
ସ୍ନେହର ଉପହାର ପ୍ରଦାନ କରିବା ନିମନ୍ତେ ସ୍ନେହରଙ୍କା ମଣିଷ କିପରି ସକଳ ଦୁଃଖ ଯନ୍ତ୍ରଣାକୁ ଅତିକ୍ରମ କରିଯାଏ, ତାହା ‘ବୁଢ଼ା ଶଙ୍ଖାରି’ ଗଳ୍ପର ଶଙ୍ଖାରି ବୁଢ଼ା ଚରିତ୍ର ମାଧ୍ୟମରେ ଗାଳ୍ପିକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ପ୍ରତିପାଦନ କରିଛନ୍ତି । ଆସ୍‌ମାନ୍ ତାରା ଶଙ୍ଖା ପ୍ରତି ବୋହୂମା’ଙ୍କର ଆଗ୍ରହ ଜାଣି ରଜ ସଂକ୍ରାନ୍ତିକୁ ନିଜ ହାତରେ ଆସ୍‌ମାନ୍ ତାରା ଶଙ୍ଖା ତିଆରି କରି ଆଣିଦେବ ବୋଲି ଶଙ୍ଖାରି ବୁଢ଼ା ସ୍ଥିର କରିଥିଲା । କିନ୍ତୁ ପ୍ରତିଦିନ ଖରାରେ ବୁଲି ବୁଲି, ପାଣି ପିଇ ବୁଢ଼ା ଜ୍ୱରାକ୍ରାନ୍ତ ହେଲା । ଗୋଡ଼ହାତ ଫୁଲିଗଲା ।

ବଞ୍ଚିବାର ଆଶା ମଧ୍ୟ ରହିଲାନି । କ୍ରମେ ରଜ ସଂକ୍ରାନ୍ତି ନିକଟତର ହେଲା । ମା’କୁ ଦେଖିବାକୁ ବୁଢ଼ାର ମନ ବ୍ୟାକୁଳ ହୋଇଉଠିଲା । ହେଲେ ଆସ୍‌ମାନ୍ ତାରା ଶଙ୍ଖା ନେବାକୁ ପଡ଼ିବ । ତେଣୁ ବୁଢ଼ା ବହୁକଷ୍ଟରେ ଉଠି ନିଜ ହାତରେ ଶଙ୍ଖା ତିଆରି କଲା । ଷାଠିଏ ବର୍ଷକାଳ ଶଙ୍ଖା ଗଢ଼ି ଗଢ଼ି ସେ ଯେତେ ଅଭିଜ୍ଞତା ହାସଲ କରିଥିଲା, ଯେତେ ହାତସଫେଇ ଜାଣିଥିଲା, ସେସବୁକୁ ପୁଞ୍ଜି କରି ଦିନକ କାମକୁ ଚାରିଦିନ ଲଗେଇ ରଜ ଦୁଇଦିନ ଥାଇ ଶଙ୍ଖା ଗଢ଼ିବା କାମ ଶେଷକଲା । ସେପରି ଶଙ୍ଖା ତା’ ଜୀବନରେ କେବେ ସେ ତିଆରି କରିନଥିଲା । ସେହି ଶଙ୍ଖାକୁ ଦେଖୁ ବୁଢ଼ାର ମନ ଆନନ୍ଦରେ ନାଚି ଉଠିଲା ।

Question ୧୩ ।
ସେଥର ବୁଢ଼ା ଡାକିଲା କିନ୍ତୁ ଭିତରୁ ଉତ୍ତର ଆସିଲାନି କାହିଁକି ?
Answer:
ଦୁଃଖୀ କେବେ ନିଜ ଦୁଃଖର ଚିତ୍ର ଅନ୍ୟକୁ ଦେଖାଇ ତାକୁ ଦୁଃଖଜର୍ଜର କରିବାକୁ ଚାହେଁ ନାହିଁ । ଏହି ଭକ୍ତିର ସତ୍ୟତା ଗାଳ୍ପିକ ଲକ୍ଷ୍ମୀକାନ୍ତ ମହାପାତ୍ର ‘ବୁଢ଼ା ଶଙ୍ଖାରି’ ଗଳ୍ପରେ ପ୍ରତିପାଦନ କରିଛନ୍ତି । ପ୍ରତିଥର ପରି ସେଥର ମଧ୍ୟ ଗାମୁଛାରେ ଆସ୍‌ମାନ୍ ତାରା ଶଙ୍ଖା ବାନ୍ଧି ଯଥାସ୍ଥାନରେ ଛିଡ଼ାହୋଇ ଶଙ୍ଖାରି ବୁଢ଼ା ଡାକ ଛାଡ଼ିଛି । କିନ୍ତୁ ଭିତରୁ କିଛି ଉତ୍ତର ଆସିନି । କାରଣ ସେ ଘରର ସମସ୍ତେ ଜାଣନ୍ତି ଯେ ଶଙ୍ଖାରି ବୁଢ଼ା ଶଙ୍ଖା ବିକିବା ନାମରେ କେବଳ ଆସେ ବୋହୂକୁ ଦେଖ‌ିବାପାଇଁ ।

ଥରେ ଦେଖିଦେଲେ ତା’ମନ ଶାନ୍ତ ହୋଇଯାଏ । ରଜ ପାଇଁ ନିଶ୍ଚିତ ଆସ୍‌ମାନ୍ ତାରା ଶଙ୍ଖା ଆଣି ଆସିଥବ । ତା’ର ଆଗ୍ରହ ଆଉ ପୂର୍ଣ ହୋଇପାରିବ ନାହିଁ । ସେ କାହାରିକୁ ଶଙ୍ଖା ପିନ୍ଧାଇ ପାରିବ ନାହିଁ କିମ୍ବା ତା’ମା’ର ବିଧବା ରୂପକୁ ଦେଖୁ ସହ୍ୟ କରିପାରିବ ନାହିଁ । ବୋହୂ ପ୍ରତି ତା’ମନରେ ଥିବା ଗଭୀର ବାତ୍ସଲ୍ୟ ମମତା ବୋହୂର ଧଳା ଶାଢ଼ି, ଲଙ୍ଗଳା ହାତ ଓ ଗୋଡ଼କୁ କେବେ ସ୍ବୀକାର କରିପାରିବ ନାହିଁ । ତେଣୁ ଷାଠିଏ ବର୍ଷର ବୁଢ଼ା ହୃଦୟରେ ଆଘାତ ଦେବାପାଇଁ ତଥା ଏପରି ଦୁଃଖଦାୟକ ଘଟଣାକୁ ବୁଢ଼ା ଆଗରେ ବର୍ଣ୍ଣନା କରିବାପାଇଁ କାହା ପାଖରେ ଧୈର୍ଯ୍ୟ ନଥିଲା । ତେଣୁ ବୁଢ଼ା ଯେତେ ଡାକିଲେ ବି କେହି ଉତ୍ତର ଦେଉନଥିଲେ ।

Question ୧୪ ।
ବୁଢ଼ା ନିଜେ ନ ମରି ମାଆକୁ ଦେଖିବାକୁ ଆସିଲା ବୋଲି କହିବାର ଉଦ୍ଦେଶ୍ୟ କ’ଣ ?
Answer:
ଆପଣା ଲୋକର ଦୁଃଖରେ ହୃଦୟ କିପରି ବିଦୀର୍ଣ୍ଣ ହୋଇଯାଏ, ତାହା ଗାଳ୍ପିକ ଲକ୍ଷ୍ମୀକାନ୍ତ ମହାପାତ୍ର ‘ବୁଢ଼ା ଶଙ୍ଖାରି’ ଗଳ୍ପରେ ଉପସ୍ଥାପନ କରିଛନ୍ତି । ନକରି ବହୁ କଷ୍ଟରେ ତା’ମା’ପାଇଁ ଆସ୍‌ମାନ୍ ତାରା ଶଙ୍ଖା ତିଆରି କରି ଆଣିଥିଲା । କିନ୍ତୁ ଯେତେବେଳେ ସେ ଦେଖୁଲା ତା’ର ମା’ନିଃଶବ୍ଦରେ ଆସି ଛିଡ଼ା ହୋଇଛି, ପାଦରେ ଝୁମୁରୁ ଝୁମୁରୁ ଶବ୍ଦ ନାହିଁ, ଦେହରେ କୁମ୍ଭକିନାରା ଦକ୍ଷିଣା ପାଟ ନାହିଁ, ଗୋଡ଼ ଦୁଇଟା ଲଙ୍ଗଳା, ପିନ୍ଧିଛି ଖଣ୍ଡେ ଧଳା ଥାନ ଲୁଗା, ସେତେବେଳେ ବୁଢ଼ାର ଦେହ ଥରିଉଠିଲା, ମୁଣ୍ଡ ଘୂରିଗଲା, ତା’ର ଖାଲି ହାତ ଦୁଇଟାକୁ ଦେଖ୍ ବୁଢ଼ା ଭୋ ଭୋ କରି ରଡ଼ି କରି କହିଲା, ‘ମା’ ଲୋ ! ମୁଁ ନ ମରି କାହିଁକି ତୋତେ ଦେଖୁବାକୁ ଆସିଲି ।’’ ବୋହୂର ବୈଧବ୍ୟରୂପ ଦେଖିବା ପୂର୍ବରୁ ନିଜର ମୃତ୍ୟୁକୁ ବୁଢ଼ା ଶତଗୁଣରେ ଶ୍ରେୟସ୍କର ମନେ କରୁଥିଲା ।

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

Question ୧୫ ।
ବେହୂଟିର ବର୍ତ୍ତମାନ ପରିଧେୟ କିପରି ଥିଲା, ଯାହାକୁ ଦେଖୁ ବୁଢ଼ା ଶଙ୍ଖାରି ନିଜକୁ ସମ୍ଭାଳି ପାରିଲା ନାହିଁ ?
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ‘ବୁଢ଼ା ଶଙ୍ଖାରି’ଗଳ୍ପରେ ବିଧବା ନାରୀର ପରିଧେୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଗୋଟିଏ ଚାଉଳରେ ଗଢ଼ା ବୋହୂଟିର ଚାରି ଆଙ୍ଗୁଳ ଓସାର ନାଲି ମୟୂରକଣ୍ଡିରି ଶାଢ଼ି ଭିତରେ ଫୁଟିଉଠୁଥ‌ିବା କଞ୍ଚାସୁନା ପରି ଗୋରା ଦେହକୁ ଦେଖି ବୁଢ଼ାର ଆଖୁ ପୂରି ଉଠିଥିଲା । ତାକୁ ମା’ବୋଲି ସ୍ଵୀକାର କରିଥିଲା । ଜ୍ୱରରେ ପୀଡ଼ିତ ହୋଇ ମଧ୍ୟ ବହୁ କଷ୍ଟରେ ତା’ପାଇଁ ଆସ୍‌ମାନ୍ ତାରା ଶଙ୍ଖା ତିଆରି କରି ଆଣିଥିଲା । କିନ୍ତୁ ଯେତେବେଳେ ସେ ଦେଖୁଲା ବୋହୂଟି କୁମ୍ଭକିନାରା ଦକ୍ଷିଣା ପାଟ ପରିବର୍ତ୍ତେ ପିନ୍ଧିଛି ଖଣ୍ଡେ ଧଳା ଥାନ ଲୁଗା, ଗୋଡ଼ ଦୁଇଟା ଲଙ୍ଗଳା, ହାତ ଦୁଇଟା ଶୂନ୍ୟ, ସେତେବେଳେ ବୁଢ଼ା ନିଜକୁ ସମ୍ଭାଳି ପାରିନଥିଲା ।

Question ୧୬ ।
ବୁଢ଼ା ଆଣିଥିବା ଶଙ୍ଖା କାନ୍ଦି କାନ୍ଦି ବାହାରେ ଚୂନା କରିଦେଲା କାହିଁକି ?
Answer:
‘ବୁଢ଼ା ଶଙ୍ଖାରି’ ଗଛଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କଦ୍ଵାରା ପ୍ରଣୀତ । ରଜ ସଂକ୍ରାନ୍ତିକୁ ଆସ୍‌ମାନ୍ ତାରା ଶଙ୍ଖା ତିଆରି କରି ଆଣିଦେବ ବୋଲି କହିଥିଲା ବୁଢ଼ା ଶଙ୍ଖାରି । ତେଣୁ ସେ ଜ୍ଵରପୀଡ଼ିତ ହୋଇ ମଧ୍ୟ ଯତ୍ନର ସହିତ ଷାଠିଏ ବର୍ଷର ସକଳ ହାତସଫେଇକୁ ପ୍ରୟୋଗ କରି ଆସ୍‌ମାନ୍ ତାରା ଶଙ୍ଖା ତିଆରି କରି ଆଣିଥିଲା । ମା’କୁ ପିନ୍ଧାଇଦେବ ବୋଲି ମନରେ ଥିଲା ତା’ର ଅସୀମ ଉତ୍ସାହ ଓ ଆନନ୍ଦ । କିନ୍ତୁ ଯେତେବେଳେ ଦେଖିଲା, ମା’ତାର ପିନ୍ଧିଛି ଧଳା ଲୁଗା, ହାତ ଓ ଗୋଡ଼ ଲଙ୍ଗଳା, ସେତେବେଳେ ସେ ନିଜକୁ ସମ୍ଭାଳି ପାରିନାହିଁ । ଯେଉଁ ମା’ ପାଇଁ ସେ ଶଙ୍ଖା ତିଆରି କରିଥିଲା, ସେ ହିନ୍ଦୁଘରର ପ୍ରଥାନୁଯାୟୀ ଆଉ କେବେ ବି ଶଙ୍ଖା ପିନ୍ଧିପାରିବ ନାହିଁ । ସେ ଶଙ୍ଖା ନିରର୍ଥକ ହୋଇଗଲା । ତେଣୁ ବୁଢ଼ା ଶଙ୍ଖାରି କାନ୍ଦି କାନ୍ଦି ଶଙ୍ଖାକୁ ବାହାରେ କଚାଡ଼ି ଚୂନା କରିଦେଲା ।

ତୁମପାଇଁ କାମ

୧୭ । ଗାଳ୍ପିକଙ୍କର ଜାତୀୟ ଭାବନାମୂଳକ କବିତା ସଂଗ୍ରହ କରି ପଢ଼ ।
୧୮। ମଣିଷ ପ୍ରତି ସମ୍ବେଦନଶୀଳତା ଓ ଗଭୀର ଆପଣାପଣ କାନ୍ତକବିଙ୍କ ସୃଷ୍ଟିକୁ କିପରି ସର୍ବକାଳୀନ କରିପାରିଛି, ସୂଚନା ପ୍ରଦାନ କର ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ଗାଁ ମୁଣ୍ଡରେ ଥିବା ଘରଟି କିପରି ଘର ଥିଲା ?
Answer:
ଗାଁ ମୁଣ୍ଡରେ ଥ‌ିବା ଘରଟି ସାତଶେଣିଆ ଛପର ଘର ଥିଲା ।

2. ବୋହୂଟିର ଗୋଇଠିଯାଏ ଲମ୍ବିଥିବା କସ୍ତା ଖଣ୍ଡିକର ନାମ କ’ଣ ?
Answer:
ବୋହୂଟିର ଗୋଇଠିଯାଏ ଲମ୍ବିଥିବା କସ୍ତା ଖଣ୍ଡିକର ନାମ ମୟୂରକଣ୍ଠିରି ।

3. କେତେବେଳେ ବୁଢ଼ାଟି ତା’ ଜୀବନର ସମସ୍ତ ସୁଖ ଓ ଆଶାର ପରିତୃପ୍ତି ହେଲା ବୋଲି ମନେ କରୁଥୁଲା ?
Answer:
ବୋହୂଟିର ହାତ ଧରିଥ‌ିବା ସମୟରେ ବୁଢ଼ାଟି ତା’ ଜୀବନର ସମସ୍ତ ସୁଖ ଓ ଆଶାର ପରିତୃପ୍ତି ହେଲା ବୋଲି ମନେ କରୁଥିଲା ।

4. ବୁଢ଼ାର ଛାତି ବାଳଗୁଡ଼ାକ କିପରି ଦେଖାଯାଉଥିଲା ?
Answer:
ବୁଢ଼ାର ଛାତି ବାଳଗୁଡ଼ାକ ଧୋବ ଫରଫର ଦେଖାଯାଉଥିଲା ।

5. ‘ଶଙ୍ଖାମୁଠାକ ଲାଗି ମୁଁ ଗରିବ ହୋଇଯିବି ନାହିଁ??- ଏକଥା କିଏ କହିଥିଲେ ?
Answer:
‘ଶଙ୍ଖାମୁଠାକ ଲାଗି ମୁଁ ଗରିବ ହୋଇଯିବି ନାହିଁ ‘ ଏକଥା ଶଙ୍ଖାରି ବୁଢ଼ା କହିଥିଲେ ।

6. ବୋହୂଟି ବୁଢ଼ାକୁ କେଉଁ ଶଙ୍ଖା ବିଷୟରେ ପଚାରିଥିଲା ?
Answer:
ବୋହୂଟି ବୁଢ଼ାକୁ ଆସ୍‌ନତାରା ଶଙ୍ଖା ବିଷୟରେ ପଚାରିଥିଲା ।

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

7. ଶଙ୍ଖାରି ବୁଢ଼ା ବୋହୂକୁ ହାତ ବଢ଼ାଇଦେବାକୁ କାହିଁକି କହିଲା ?
Answer:
ଶଙ୍ଖାରି ବୁଢ଼ା ବୋହୂକୁ ହାତ ବଢ଼ାଇଦେବାକୁ କହିଲା କାରଣ ସେ ଶଙ୍ଖା କଛିବାକୁ ଚାହୁଁଥିଲା ।

8. କେଉଁ ଦିନ ଶଙ୍ଖାରି ବୁଢ଼ା ତା’ ମାଆ ପାଇଁ ଆସ୍‌ମାନ୍ତାରା ଶଙ୍ଖା ଆଣିବ ବୋଲି ସ୍ଥିର କଲା ?
Answer:
ରଜ ସଂକ୍ରାନ୍ତି ଦିନ ଶଙ୍ଖାରି ବୁଢ଼ା ତା’ ମାଆ ପାଇଁ ଆସ୍‌ମାନ୍‌ତାରା ଶଙ୍ଖା ଆଣିବ ବୋଲି ସ୍ଥିର କଲା ।

9. ରୋଜ ରୋଜ ପାଣିପିଆ, ବାଟଚଲା ଯୋଗୁଁ ବୁଢ଼ାର କ’ଣ ହେଲା ?
Answer: ରୋଜ ରୋଜ ପାଣିପିଆ, ବାଟଚଲା ଯୋଗୁଁ ବୁଢ଼ାକୁ ଜ୍ଵର ହେଲା ।

10. ଶଙ୍ଖାରି ବୁଢ଼ା କେଉଁ ସମୟରେ ଗାଁ ମଝିରେ ଯାଉଥିଲା ?
Answer:
ଶଙ୍ଖାରି ବୁଢ଼ା ଉଦୁଉଦିଆ ଖରା ସମୟରେ ଗାଁ ମଝିରେ ଯାଉଥିଲା ।

11. ବୋହୂଟି ପ୍ରଥମେ ଶଙ୍ଖା ପିନ୍ଧିବାକୁ ହାତ ବଢ଼େଇ ନଥୁଲା କାହିଁକି ?
Answer:
ବୋହୂଟି ଲଜ୍ଜା ହେତୁ ପ୍ରଥମେ ଶଙ୍ଖା ପିନ୍ଧିବାକୁ ହାତ ବଢ଼େଇ ନଥିଲା ।

B ଗୋଟିଏ ପଦରେ ଉତ୍ତର ଲେଖ ।
1. ଶଙ୍ଖା ଦେଖିବାକୁ କିଏ ଡାକୁଛନ୍ତି ବୋଲି ଦାସୀ ବୁଢ଼ାକୁ କହିଲା ?
Answer:
ବୋହୂ ସାଆନ୍ତାଣୀ

2. ବୋହୂଟି କାହାପରି ଗୋରା ?
Answer:
ଚମ୍ପାଫୁଲ ପରି

3. ବୋହୂଟିର ଦେହଟି କେଉଁଥରେ ଗଢ଼ା ?
Answer:
ଗୋଟିଏ ଚାଉଳରେ

4. କ’ଣ ବୋଲି ଡାକି ଦେବାମାତ୍ରେ ବୁଢ଼ାର ଛାତି କୁଣ୍ଢେମୋଟ ହୋଇଗଲା ?
Answer:
ମା’ ବୋଲି

5. ବୋହୂଟି ବୁଢ଼ାକୁ କେଉଁ ଶଙ୍ଖା ବିଷୟରେ ପଚାରିଥିଲା ?
Answer:
ଆତ୍ମାମାନତାରା

6. ବୋହୂଟି ଲାଜ କରିବାରୁ ଶଙ୍ଖାରି ବୁଢ଼ା କ’ଣ କହିଲା ?
Answer:
ମୁଁ ପରା ତୋର ପୁଅ

7. ଶଙ୍ଖାରି ବୁଢ଼ା ବୋହୂକୁ ହାତ ବଢ଼ାଇଦେବାକୁ କାହିଁକି କହିଲା ?
Answer:
ଶଙ୍ଖ। କଛିବାକୁ

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

8. ତାର ମା’ର କେଉଁ ଶଙ୍ଖା ଉପରେ ମନ ବୋଲି ବୁଢ଼ାଟି ଭାବିଲା ?
Answer:
ଆସ୍‌ମାନ୍ତରା

୨. କେଉଁ ଦିନ ଶଙ୍ଖାରି ବୁଢ଼ା ତା’ ମାଆ ପାଇଁ ଆତ୍ମାମାନ୍ତାରା ଶଙ୍ଖା ଆଣିବ ବୋଲି ସ୍ଥିର କଲା ?
Answer:
ରଜ ସଂକ୍ରାନ୍ତି

10. ରୋଜ ରୋଜ ପାଣିପିଆ, ବାଟଚଲା ଯୋଗୁଁ ବୁଢ଼ାର କ’ଣ ହେଲା ?
Answer:
ଜ୍ଵର ହେଲା

11. ‘ବୁଢ଼ା ଶଙ୍ଖାରି’ ଗଳ୍ପର ରଚୟିତା କିଏ ?
Answer:
ଲକ୍ଷ୍ମୀକାନ୍ତ ମହାପାତ୍ର

12. ଶଙ୍ଖାରି ବୁଢ଼ା କେଉଁ ସମୟରେ ଗାଁ ମଝିରେ ଯାଉଥିଲା ?
Answer:
ଉଦୁଉଦିଆ ଖରାବେଳେ

13. ବୁଢ଼ା ମୁଣ୍ଡରେ କ’ଣ ଧରିଥିଲା ?
Answer:
ଟୋକେଇ

14. ବୋହୂଟି ପ୍ରଥମେ ଶଙ୍ଖା ପିନ୍ଧିବାକୁ ହାତ ବଢ଼େଇ ନଥୁଲା କାହିଁକି ?
Answer:
ଲଜ୍ଜା ହେତୁ

15. ଶଙ୍ଖା ପିନ୍ଧେଇ ସାରି ବୁଢ଼ା ଦାମ୍ ନେଲାନାହିଁ କାହିଁକି ?
Answer:
ବୋହୂଟିକୁ ମା’ ବୋଲି ଡାକିଥିବାରୁ

C ଶୂନ୍ୟସ୍ଥାନ ପୂରଣ କର ।
1. ବୁଢ଼ା ଅନେକ କଷ୍ଟରେ ଉଠି ନିଜ ହାତରେ ________________ ତିଆରି କଲା ।
Answer:
ଶଙ୍ଖ।

2. ଦିନ ___________________ ଥାଇ ବୁଢ଼ା ଶଙ୍ଖା ତିଆରି କାମ ଶେଷ କଲା ।
Answer:
ଦୁଇ

3. ___________________ ଦିନକୁ ପହିଲି ରଜ କୁହାଯାଏ ।
Answer:
ରଜ ଆଗ

4. ବୁଢ଼ା ଆସ୍‌ମାନ୍‌ତାରା ଶଙ୍ଖା ନେଇ ବହୁଥର ଡାକିବା ପରେ ଶେଷରେ ____________________ ବାହାରି ଆସିଲେ ।
Answer:
ଶାଶୁ

5. ବୁଢା ଆଣିଥିବା ଶଙ୍ଖା __________________ ବାହାରେ କଚାଡି ଚୂନା କରିଦେଲା ।
Answer:
କାନ୍ଦି କାନ୍ଦି

6. କାନ୍ତକବି ଜାତୀୟ ଗୀତିକା ___________________ ର ସ୍ରଷ୍ଟା ।
Answer:
ବନ୍ଦେ ଉତ୍କଳ ଜନନୀ

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

7. ଶଙ୍ଖାରି ବୁଢ଼ାର ବୟସ ________________ ଥିଲା ।
Answer:
ଷାଠିଏ

8. ଶଙ୍ଖାରି ବୁଢ଼ାର ଦାନ୍ତଗୁଡ଼ାକ ______________________ ।
Answer:
ପଡ଼ିଯାଇଥିଲା

9. ଶଙ୍ଖାରି ବୁଢ଼ାର ପାଦଠାରୁ ଆଣ୍ଠୁପର୍ଯ୍ୟନ୍ତ ________________ ରେ ବୁଡ଼ିଥିଲା ।
Answer:
ଧୂଳି

10. ବୁଢ଼ାର ଛାତି ବାଳଗୁଡ଼ାକ ___________________ ଦେଖାଯାଉଥିଲା ।
Answer:
ଧୋବ ଫରଫର

11. ଶଙ୍ଖା କେହି ନେବେ ନାହିଁ– ଏକଥା ବୁଢ଼ାକୁ _____________________ କହିଲେ ।
Answer:
ସାଆନ୍ତାଣୀ

12. ବୋହୂ ସହିତ ଦେଖା ହୋଇପାରିବ ନାହିଁ ଶୁଣିବା ପରେ ବୁଢ଼ାର ଆଖ୍ __________________ ହୋଇଉଠିଲା ।
Answer:
ଛଳଛଳ

13. ‘ଥରଟିଏ ଦେଖିବି— ମୁଁ ଆଉ ବଞ୍ଚିବି ନାହିଁ’– ଏକଥା ________________ କହିଥିଲା ।
Answer:
ଶଙ୍ଖାରି ବୁଢ଼ା

14. ବୋହୂଟି ଆସିବା ବେଳକୁ __________________ ପରି ଶବ୍ଦ ଶୁଭେ ।
Answer:
ଝୁମୁରୁ ଝୁମୁରୁ

15. ସେଦିନ ବୋହୂଟି ବୁଢ଼ା ପାଖରେ _______________ ଆସି ଛିଡ଼। ହେଲା ।
Answer:
ନିଃଶବ୍ଦରେ

D ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ଶଙ୍ଖା ଦେଖିବାକୁ କିଏ ଡାକୁଛନ୍ତି ବୋଲି ଦାସୀ ବୁଢ଼ାକୁ କହିଲା ?
(A) ଶାଶୂ ସାଆନ୍ତାଣୀ
(B) ବୋହୂ ସାଆନ୍ତାଣୀ
(C) ଜେମାରାଣୀ
(D) ସମସ୍ତେ
Answer:
(B) ବୋହୂ ସାଆନ୍ତାଣୀ

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

2. ବୋହୂଟି _________________ ପରି ଗୋରା ।
(A) ଚମ୍ପାଫୁଲ
(B) ଟଗର ଫୁଲ
(C) ମଲ୍ଲୀଫୁଲ
(D) ପଦ୍ମଫୁଲ
Answer:
(A) ଚମ୍ପାଫୁଲ

3. ବୋହୂଟିର ଦେହଟି ________________ ଗଢ଼ା ।
(A) କଞ୍ଚାସୁନାରେ
(B) ଗୋଟିଏ ଚାଉଳରେ
(C) ନବରତ୍ନରେ
(D) ମଣିମାଣିକ୍ୟରେ
Answer:
(B) ଗୋଟିଏ ଚାଉଳରେ

4. କ’ଣ ବୋଲି ଡାକି ଦେବାମାତ୍ରେ ବୁଢ଼ାର ଛାତି
(A) ଝିଅ ବୋଲି
(B) ମା’ବୋଲି
(C) ବୋହୂ ବୋଲି
(D) ଭଉଣୀ ବୋଲି
Answer:
(B) ମା’ବୋଲି

5. ବୋହୂଟି ବୁଢ଼ାକୁ କେଉଁ ଶଙ୍ଖା ବିଷୟରେ ପଚାରିଥିଲା ?
(A) ରଙ୍ଗଝିଲିରି
(B) ବଉଳମାଳିଆ
(C) ଚୂନଟିପି
(D) ଆସ୍‌ମାନତାରା
Answer:
(D) ଆସ୍‌ମାନତାରା

6. ବୋହୂଟି ଲାଜ କରିବାରୁ ଶଙ୍ଖାରି ବୁଢ଼ା କ’ଣ କହିଲା ?
(A) ଓ ମୁଁ ପରା ତୋର ବାପା
(B) ମୁଁ ପରା ତୋର ଶଶୁର
(C) ମୁଁ ପରା ତୋର ଭାଇ
(D) ମୁଁ ପରା ତୋର ପୁଅ
Answer:
(D) ମୁଁ ପରା ତୋର ପୁଅ

7. ଶଙ୍ଖାରି ବୁଢ଼ା ବୋହୂକୁ ହାତ ବଢ଼ାଇଦେବାକୁ କାହିଁକି କହିଲା ?
(A) ହାତ ଦେଖୁବାକୁ
(B) ଶଙ୍ଖା କାଛିବାକୁ
(C) ହାତମାପ ନେବାକୁ
(D) ମୁଦି ପିନ୍ଧେଇବାକୁ
Answer:
(B) ଶଙ୍ଖା କାଛିବାକୁ

8. ତାର ମା’ର କେଉଁ ଶଙ୍ଖା ଉପରକୁ ମନ ବୋଲି ବୁଢ଼ାଟି ଭାବିଲା ?
(A) ଚୂନଟିପି
(B) ବିଛାମାଳିଆ
(C) ବଉଳଫୁଲିଆ
(D) ଆସ୍‌ମାନ୍ତରା
Answer:
(D) ଆସ୍‌ମାନ୍ତରା

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

୨. କେଉଁ ଦିନ ଶଙ୍ଖାରି ବୁଢ଼ା ତା’ ମାଆ ପାଇଁ ଆସ୍‌ମାନ୍‌ତାରା ଶଙ୍ଖା ଆଣିବ ବୋଲି ସ୍ଥିର କଲା ?
(A) ମକର ସଂକ୍ରାନ୍ତି
(B) ରଜ ସଂକ୍ରାନ୍ତି
(C) ପଣା ସଂକ୍ରାନ୍ତି
(D) ଧନୁ ସଂକ୍ରାନ୍ତି
Answer:
(B) ରଜ ସଂକ୍ରାନ୍ତି

10. ରୋଜ ରୋଜ ପାଣିପିଆ,ବାଟଚଲା ଯୋଗୁଁ ବୁଢ଼ାର କ’ଣ ହେଲା ?
(A) ଗୋଡ଼ ଭାଙ୍ଗିଗଲା
(B) ଥଣ୍ଡା
(C) ଜ୍ଵର ହେଲା
(D) ହାଡ଼ ଭାଙ୍ଗିଗଲା
Answer:
(C) ଜ୍ଵର ହେଲା

11. ‘ବୁଢ଼ା ଶଙ୍ଖାରି’ ଗଳ୍ପର ରଚୟିତା କିଏ ?
(A) ସୁରେନ୍ଦ୍ର ମହାନ୍ତି
(B) ଲକ୍ଷ୍ମୀକାନ୍ତ ମହାପାତ୍ର
(C) ଅଳମୋହନ ପଟ୍ଟନାୟକ
(D) ରାଜକିଶୋର ରାୟ
Answer:
(B) ଲକ୍ଷ୍ମୀକାନ୍ତ ମହାପାତ୍ର

12. ଶଙ୍ଖାରିବୁଢ଼ା କେଉଁ ସମୟରେ ଗାଁ ମଝିରେ ଯାଉଥିଲା ?
(A) ସଞ୍ଜବେଳେ
(B) ଉଦୁଉଦିଆ ଖରାବେଳେ
(C) ପ୍ରାତଃ ସମୟରେ
(D) ଅପରାହ୍ନରେ ମୁଣ୍ଡରେ କ’ଣ
Answer:
(B) ଉଦୁଉଦିଆ ଖରାବେଳେ

13. ବୁଢ଼ା ମୁଣ୍ଡରେ କ’ଣ ଧରିଥିଲା ?
(A) ବୋଝ
(B) ଗଣ୍ଠିଲି
(C) ଟୋକେଇ
(D) କାଠ
Answer:
(C) ଟୋକେଇ

14. ବୋହୂଟି ପ୍ରଥମେ ଶଙ୍ଖା ପିନ୍ଧିବାକୁ ହାତ ବଢ଼େଇ ନଥୁଲା କାହିଁକି ?
(A) ଭୟରେ
(B) ଲଜ୍ଜାହେତୁ
(C) ଅପସନ୍ଦ ହେବାରୁ
(D) ଶାଶୂଙ୍କ ସମ୍ମତି ନଥିବାରୁ
Answer:
(B) ଲଜ୍ଜାହେତୁ

15. ଶଙ୍ଖା ପିନ୍ଧେଇ ସାରି ବୁଢ଼ା ଦାମ୍ ନେଲାନାହିଁ କାହିଁକି ?
(A) ବୋହୂଟିକୁ ମା’ବୋଲି ଡାକିଥିବାରୁ
(B) ଦାମ୍ କମ୍ ଥିବାରୁ
(C) ଟଙ୍କାର ଆବଶ୍ୟକତା ନଥିବାରୁ
(D) ଏଥ୍ ମଧ୍ୟରୁ କେଉଁଟି ନୁହେଁ
Answer:
(A) ବୋହୂଟିକୁ ମା’ବୋଲି ଡାକିଥିବାରୁ

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

16. ବୁଢ଼ା କେତେମାସ ଧରି ବୋହୂକୁ ଦେଖିବାକୁ ଯାଇ
(A) ତିନି
(B) ଚାରି
(C) ଛଅ
(D) ଦୁଇ
Answer:
(D) ଦୁଇ

17. ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କେଉଁ କବି ବୋଲି ସମ୍ବୋଧନ କରାଯାଏ ?
(A) ପଲ୍ଲୀକବି
(B) ସବୁଜକବି
(C) କାନ୍ତକବି
(D) ବିପ୍ଳବୀ କବି
Answer:
(C) କାନ୍ତକବି

18. କେଉଁ ମାସରେ ଶଙ୍ଖାରି ବୁଢ଼ା ମୁଣ୍ଡରେ ଶଙ୍ଖା ବୋଝ ଧରି ଗାଁ ଦାଣ୍ଡରେ ଯାଉଥିଲା ?
(A) ବୈଶାଖ
(B) ଜ୍ୟେଷ୍ଠ
(C) ଚୈତ୍ର
(D) ଫଗୁଣ
Answer:
(D) ଫଗୁଣ

19. ‘‘କିହୋ ଶଙ୍ଖାରି ପୁଅ, ଶଙ୍ଖା ଆଣିଛ କି’’– ଏକଥା କିଏ ବୁଢ଼ାକୁ ପଚାରିଲା ?
(A) ଘରର ମାଲିକାଣୀ
(B) ଦାସୀ
(C) ବୋହୂ
(D) ଚାକର
Answer:
(B) ଦାସୀ

20. ଦାସୀ ଶଙ୍ଖାରି ବୁଢ଼ା ପାଖରେ କ’ଣ ଆଣି ଥୋଇଦେଲା ?
(A) ଗରାଏ ପାଣି
(B) ଗିଲାସେ ପାଣି
(C) ଲୋଟାଏ ପାଣି
(D) ବାଲ୍ଟିଏ ପାଣି
Answer:
(C) ଲୋଟାଏ ପାଣି

21. ଗାଁ ମୁଣ୍ଡରେ ଥିବା ଘରଟି କିପରି ଘର ଥିଲା ?
(A) ପକ୍‌କା ଘର
(B) ଛାତି ଘର
(C) ଟାଇଲି ଘର
(D) ସାତ ଶେଣିଆ ଛପର ଘର
Answer:
(D) ସାତ ଶେଣିଆ ଛପର ଘର

22. ଶଙ୍ଖାରି ବୁଢ଼ା ଦାସୀକୁ କ’ଣ ମାଗିଥିଲା ?
(A) ପାଣି
(B) ପାନ
(C) ପଇସା
(D) ଖାଦ୍ୟ
Answer:
(A) ପାଣି

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

23. ଶଙ୍ଖାରି ବୁଢ଼ା ଉପରକୁ ଆକରି କିପରି ଲୋଟାଏ ପାଣି ଟେକିଦେଲା ?
(A) ଥରଥର କରି
(B) ଢକଢକ କରି
(C) କୁଳୁକୁଳୁ କରି
(D) ତରତର କରି
Answer:
(B) ଢକଢକ କରି

ଲେଖକ ପରିଚୟ :
କାନ୍ତକୋମଳ ପଦାବଳୀରେ ଲକ୍ଷ୍ମୀକାନ୍ତ(୧୮୮୮-୧୯୫୩)ଙ୍କର ରଚନାଗୁଡ଼ିକ ସମୃଦ୍ଧ ହେତୁ ତାଙ୍କୁ ଯଥାର୍ଥରେ “କାନ୍ତକବି” ବୋଲି ସମ୍ବୋଧନ କରାଯାଇଛି । ବ୍ୟଙ୍ଗ ବିଦ୍ରୂପ ମଧ୍ଯରେ ପାଠକ ମନରେ ବିମଳ ହାସ୍ୟ ସଞ୍ଚାର କରିବା ସହିତ ସମାଜସଂସ୍କାର ଭାବନା ତାଙ୍କ ସୃଷ୍ଟିର ମୁଖ୍ୟ ବିଭବ। କଥାସାହିତ୍ୟ ଓ କାବ୍ୟକବିତା କ୍ଷେତ୍ରରେ ତାଙ୍କର ସିଦ୍ଧି କାଳଜୟୀ । ‘ଜୀବନ ସଂଗୀତ’, ‘ଜାତୀୟ ସଂଗୀତ’, ‘କଲ୍ଲୋଳ ‘ଓ ‘ଚଟକ ଚନ୍ଦ୍ରହାସ ଚଂପୂ’ ବିବିଧ କବିତା ମଧ୍ୟରେ ଲକ୍ଷ୍ମୀକାନ୍ତଙ୍କ କବି ପ୍ରତିଭାର ସ୍ବାକ୍ଷର ନିହିତ । ‘କଣାମାମୁ’ ଉପନ୍ୟାସ ଓ ‘ବୁଢ଼ା ଶଙ୍ଖାରି’ ଗଳ୍ପ କାନ୍ତକବିଙ୍କର ଅମ୍ଳାନ ସୃଷ୍ଟି । ହାସ୍ୟ ମଧୁର ବେଦନାର ଜୀବନ୍ତ ରୂପାୟନ ତାଙ୍କର କ୍ଷୁଦ୍ର ଗଳ୍ପ । ‘ବନ୍ଦେ ଉତ୍କଳ ଜନନୀ’ ଜାତୀୟ ଗୀତିକାର ସେ ସ୍ମରଣୀୟ ସ୍ରଷ୍ଟା । ରକ୍ତର ସଂପର୍କ ନ ଥାଇ ମଧ୍ୟ କିପରି ଅନାବିଳ ବାତ୍ସଲ୍ୟ ପ୍ରେମର ମହାନତା ପ୍ରଦର୍ଶନ କରାଯାଇଛି ତାହା ହିଁ ଉକ୍ତ ଗଳ୍ପର କଥାବସ୍ତୁ ।

ଗଚ୍ଛର ମର୍ମବାଣୀ :
ଷାଠିଏ ବର୍ଷର ବୁଢ଼ା ଶଙ୍ଖାରିଟିଏ । ସରି ଆସୁଥ୍‌ ଫଗୁଣ ମାସର ଉଦୁଉଦିଆ ଖରାବେଳେ ସେ ଶଙ୍ଖା ଟୋକେଇଟି ମୁଣ୍ଡରେ ଧରି ଗାଁ ଦାଣ୍ଡରେ ଡାକି ଡାକି ଯାଉଥାଏ । ଗୋଡ଼ ଆଣ୍ଠୁଯାକେ ଧୂଳି ଓ ଶରୀର ଝାଳରେ ବୁଡ଼ି ଗୋଡ଼ ପର୍ଯ୍ୟନ୍ତ ବୋହି ଯାଉଛି । ଗାଁ ମୁଣ୍ଡରେ ଥିବା ସାତଶେଣିଆ ଛପର ଘରର ପକ୍କା ପିଣ୍ଡା ଉପରେ ଶଙ୍ଖାବୋଝଟି ରଖ୍ ବସିପଡ଼ିଛି । ଘରର ଦାସୀଠାରୁ ପାଣି ମାଗି ପିଇ କଲ୍ୟାଣ କରିଛି । ଦାସୀ କହିବାନୁଯାୟୀ ବୋହୂ ସାଆନ୍ତାଣୀଙ୍କୁ ଶଙ୍ଖା ଦେଖାଇବାପାଇଁ ବୋଝଟି ନେଇ ଭିତର ଦୁଆରକୁ ଯାଇଛି । ମୁଖରା ଦାସୀ କଥାରେ ଲାଜ ଛାଡ଼ି ବୋହୂଟି ହସି ହସି ଓଢ଼ଣା ଅଧେ ଟେକିଦେଇ ଟୋକେଇ ପାଖରେ ଆସି ଛିଡ଼ା ହୋଇଛି । ଶଙ୍ଖାରି ବୁଢ଼ାକୁ ଦେଖାଯାଇଛି ବୋହୂଟିର ସୁନ୍ଦର ମୁଖମଣ୍ଡଳ ।

ଚକି କାଟିଦେଲା ପରି ଗୋଲ ସୁନ୍ଦର ମୁହଁ । ଚମ୍ପାଫୁଲ ପରି ଗୋରାଦେହକୁ ଚାରିଆଙ୍ଗୁଳ ଓସାର ନାଲି ତହିଁରି ମୟୂରକଣ୍ଠିରି କସ୍ତାଖଣ୍ଡିକ ଗୋଇଠିଯାଏ ଲମ୍ବି ଆହୁରି ସୁନ୍ଦର ଦେଖାଯାଉଛି । ତା’ ଭିତର ଦେଇ ଫୁଟି ଉଠୁଥ‌ିବା ଗୋଟିଏ ଚାଉଳରେ ଗଢ଼ା କଞ୍ଚା ସୁନାପରି ଗୋରା ଦେହଟିକୁ ଦେଖ୍ ଶଙ୍ଖାରି ବୁଢ଼ାର ଆଖ୍ ପୂରି ଉଠିଛି । ବୁଢ଼ା ଆଖ୍ ଫେରାଇ ନ ପାରି ଏକ ଧାନରେ ଚାହିଁ ରହିଛି । କିଛି କହିବାକୁ ଇଚ୍ଛା ଥିଲେ ମଧ୍ୟ ତା’ ପାଟିରୁ କଥା ବାହାରିନାହିଁ । କିଛି ସମୟ ପରେ ବୁଢ଼ା ପାଟି ଖୋଲି କହିଛି- ‘ମା’, କି ଶଙ୍ଖା ନେବୁ ନେ ।’ ‘ମା’ ବୋଲି ଡାକିଦେବା ମାତ୍ରେ ବୁଢ଼ାର ଛାତି କୁଣ୍ଢେମୋଟ ହୋଇଯାଇଛି । ବୋହୂଟି ଲାଜ ଛାଡ଼ି କୋମଳ କଣ୍ଠରେ ‘ଆସ୍‌ମାନ୍ ତାରା’ ଶଙ୍ଖା ଅଛି କି’ ବୋଲି ପ୍ରଶ୍ନ କରିଛି ।

ବୁଢ଼ାଟି କହିଛି ଯେ ତା’ ପାଖରେ ‘ଆସ୍‌ମାନ୍ ତାରା’ ଶଙ୍ଖା ବ୍ୟତୀତ ରଙ୍ଗଝିଲିରି, ବଉଳଫୁଲିଆ, ଚୂନଟିପି ପ୍ରଭୃତି ଶଙ୍ଖା ଅଛି । ଆସ୍‌ମାନ୍ ତାରା ଶଙ୍ଖା ତିଆରି କଲେ ଆଣିଦେବ ବୋଲି କହିଛି । ବୋହୂଟି ମୁଠାଏ ଶଙ୍ଖା ପସନ୍ଦ କରିବାରୁ ବୁଢ଼ା ସେହି ଶଙ୍ଖାମୁଠାକୁ କିଛିବାପାଇଁ ବୋହୂକୁ ହାତ ବଢ଼ାଇବାକୁ କହିଲା । ବୋହୂଟି ଲାଜ କରିବାରୁ ଶଙ୍ଖାରି ବୁଢ଼ା କହିଲା, ‘ମା’, ମୋତେ ଲାଜ କରୁଛ ? ମୁଁ ପରା ତୋ ପୁଅ । ପୁଅକୁ ମା’ ଲାଜ କରେନା ।’

ଏହି କଥାପଦକ ଭିତରେ ପୂରି ରହିଥିଲା ଶଙ୍ଖାରି ବୁଢ଼ା ହୃଦୟର ମୁଠା ମୁଠା ସ୍ନେହ, ମମତା ଓ ଆପଣାର ଭାବ । ଯାହା ଶୁଣି ଦାସୀ ମଧ୍ୟ ବୋହୂକୁ ହସି ହସି କହିଥିଲା, ‘ବୋହୂ ସାଆନ୍ତାଣୀଏ ! ଆଚ୍ଛା ବୁଢ଼ାପୁଅଟିଏ ପାଇଲ ଏକା; କପାଳ ତ !”’ ବୋହୂଟିର ସୁନ୍ଦର ହାତକୁ ନିଜର ରୁକ୍ଷ ମଇଳା ହାତରେ ଧରି କଟିଯିବା ଭୟରେ ସନ୍ତର୍ପଣରେ ଶଙ୍ଖା କଛିବାବେଳେ ବୁଢ଼ା ମନରେ ଆନନ୍ଦର ସୀମା ନଥାଏ । ସତେ ଯେପରି ତା’ଜୀବନର ସମସ୍ତ ସୁଖ, ସକଳ ଆଶା ସେଠାରେ ପରିତୃପ୍ତି ଲାଭ କରିଛି ।

ଶାଶୁ ସାଆନ୍ତାଣୀ ଆସି ଶଙ୍ଖାର ଦାମ୍ ପଚାରିଛନ୍ତି । କିନ୍ତୁ ବୋହୂ ସାଆନ୍ତାଣୀଙ୍କର ପୁଅ ହୋଇ ସାରିଥିବା ବୁଢ଼ା ଶଙ୍ଖାରି ମା’ଠାରୁ ଦାମ୍ ନେବ ନାହିଁ, ଶଙ୍ଖା ମୁଠାକ ପାଇଁ ସେ ଗରିବ ହୋଇଯିବ ନାହିଁ ବୋଲି କହି ଶଙ୍ଖାବୋଝ ଧରି ଚାଲିଯାଇଛି । ଆଉ ଡାକିଲେ ମଧ୍ୟ ଶୁଣିନାହିଁ । ଶଙ୍ଖା ଗୋଟିଏ ନିତ୍ୟାନି ଦରବ ନୁହେଁ । ଲୋକେ ତାକୁ ପୁନେଇଁ ପରବରେ କିଣନ୍ତି । ଏହା ଜାଣି ମଧ୍ଯ ବୁଢ଼ା ଶଙ୍ଖାରି ଦୁଇ ତିନିଦିନେ ଥରେ ଲେଖାଏଁ ସେ ଗାଁକୁ ଆସେ । କାରଣ ଶଙ୍ଖା ବିକ୍ରି ତା’ର ଉଦ୍ଦେଶ୍ୟ ନୁହେଁ । ତା’ ମା’କୁ ଦେଖୁବା ହିଁ ତା’ର ଉଦ୍ଦେଶ୍ୟ ।

ତେଣୁ ଦୁଆର ପର୍ଯ୍ୟନ୍ତ ଯାଇ ପାଟି କରି ଡାକିଦେଲେ ବୋହୂଟି ଆସି ଛିଡ଼ା ହୁଏ । ତାକୁ ଚାହିଁଦେଲାକ୍ଷଣି ବୁଢ଼ାର ମନ ପୂରିଉଠେ । ବୋହୂ ଆସିବାର ଡେରି ହେଲେ ଦାସୀ ମଧ୍ଯ ହୁରି କରିଦିଏ, ‘ବୋହୂ ସାଆନ୍ତାଣୀଏ, ତମ ପୁଅ ଆଇଲାଣି ।’ ବୋହୂ ଆସି ଛିଡ଼ା ହୁଏ, ବୁଢ଼ା ତାକୁ ମନ ପୂରାଇ ଦେଖେ । ‘ଶଙ୍ଖା ନେବୁ’ ବୋଲି ପଚାରେ, ବୋହୂଟି ମୁଣ୍ଡ ହଲାଇ ଦେଲେ ବୁଢ଼ା ଚାଲିଯାଏ । ମନରେ ଭାବେ’ ‘ମା’ର ଆସ୍‌ମାନ୍ ତାରା ଶଙ୍ଖା ଉପରକୁ ମନ ।’

ଶେଷରେ ସେ ସ୍ଥିର କଲା ରଜ ସଂକ୍ରାନ୍ତି ବେଳକୁ ତା’ ମା’ପାଇଁ ଆସମାନ୍ ତାରା ଶଙ୍ଖା ମୁଠାଏ ଆଣିବ । ବୈଶାଖ ମାସ ଖରାରେ ପ୍ରତିଦିନ ବାଟଚଲା, ପାଣିପିଆ ବୁଢ଼ା ଦେହରେ ଗଲାନାହିଁ । ବୁଢ଼ା ଜ୍ଵରରେ ପଡ଼ିଲା । ହାତଗୋଡ଼ ଫୁଲିଗଲା । କିନ୍ତୁ ବୁଢ଼ା ସେଥ୍ୟପ୍ରତି ଚିନ୍ତା ନକରି ବହୁ କଷ୍ଟରେ ଉଠି ତା’ ମା’ପାଇଁ ଆସ୍‌ମାନ୍ ତାରା ଶଙ୍ଖା ତିଆରି କଲା । ଶଙ୍ଖା ଗଢ଼ିବାର ଷାଠିଏ ବର୍ଷର ଅନୁଭୂତିକୁ ନେଇ ହାସଲ କରିଥିବା ସକଳ ପ୍ରକାର ହାତସଫେଇକୁ ପ୍ରୟୋଗ କରି ଶଙ୍ଖାରି ବୁଢ଼ା ଯେଉଁ ଶଙ୍ଖା ଗଢ଼ିଲା- ସେପରି ଶଙ୍ଖା ତା’ ଜୀବନରେ କେବେ ସେ ତିଆରି କରିନଥିଲା ।

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

ଖୁସି ମନରେ ବୁଢ଼ା ସେ ଶଙ୍ଖା ଧରି ପହିଲି ରଜଦିନ ତା’ ମା’କୁ ଦେଖିବାକୁ ତଥା ଶଙ୍ଖା ପିନ୍ଧାଇବାକୁ ବାହାରିଲା । ଶରୀର ଅସୁସ୍ଥ ଥିଲେ ମଧ୍ୟ ମା’କଥା ମନେ ପଡ଼ିଯିବା ମାତ୍ରେ ତା’ ମନରେ ଗଦାଏ ବଳ ଆସିଲା । ବୁଢ଼ା ଗାମୁଛାରେ ଶଙ୍ଖା ବାନ୍ଧି ପାଞ୍ଚକୋଶ ବାଟି ଚାଲି ଚାଲି ଯାଇ ବେଳ ଗଡ଼ିଲା ବେଳକୁ ପହଞ୍ଚିଲା । ମନରେ ଅନେକ ଆନନ୍ଦ ଓ ଉତ୍ସାହ ନେଇ ସବୁଦିନ ଛିଡ଼ା ହେଉଥ‌ିବା ଜାଗାରେ ଛିଡ଼ା ହୋଇ ଡାକ ଛାଡ଼ିଲା । ଯେତେ ଡାକିଲେ ମଧ୍ୟ କେହି ଆସିଲେ ନାହିଁ କିମ୍ବା କୌଣସି ଉତ୍ତର ମିଳିଲା ନାହିଁ । କିଛି ସମୟ ପରେ ସାଆନ୍ତାଣୀ ବାହାରି ଆସି ଆବଶ୍ୟକ ନାହିଁ, ଶଙ୍ଖା କେହି ନେବେ ନାହିଁ ବୋଲି କହିଲେ । ବୁଢ଼ା ଶଙ୍ଖା ଶଙ୍ଖାରି ତା’ ମାଆକୁ ଟିକିଏ ଦେଖିବାକୁ କହିବାରୁ ଶାଶୁ ସାଆନ୍ତାଣୀ ଦେଖା ହୋଇପାରିବ ନାହିଁ ବୋଲି ଶୁଣାଇଦେଲେ ।

ବୁଢ଼ା କାନ୍ଦ କାନ୍ଦ ହୋଇ ଜୀବନର ଶେଷ ସମୟରେ ଥରଟିଏ ଦେଖିବାକୁ ଅନୁରୋଧ କରିବାକୁ ସାଆନ୍ତାଣୀ ଦାସୀକୁ ବୋହୂକୁ ଡାକିଦେବାପାଇଁ ନିର୍ଦ୍ଦେଶ ଦେଲେ । କିଛି ସମୟ ପରେ ବୋହୂ ଆସି ଦୁଆର ପାଖେ ଛିଡ଼ାହେଲା । ଆସିଲାବେଳେ ଝୁମୁରୁ ଝୁମୁରୁ ଶବ୍ଦ ନଥିଲା କିମ୍ବା କୁମ୍ଭକିନାରା ଦକ୍ଷିଣାପାଟ ନଥିଲା । ଗୋଡ଼ ଦୁଇଟା ଥିଲା ଲଙ୍ଗଳା । ପିନ୍ଧିଥିଲା ଖଣ୍ଡେ ଧଳାଲୁଗା । ବୋହୂକୁ ଦେଖୁ ବୁଢ଼ାର ଦେହ ଥରି ଉଠିଲା । ମୁଣ୍ଡ ଘୂରିଗଲା । ଖାଲି ହାତଟାକୁ ଦେଖ୍ ନେଇ ବୁଢ଼ା ଭୋ ଭୋ କରି ରଡ଼ି କରି ଉଠିଲା । ଗାମୁଛାରେ ବନ୍ଧାଥୁବା ଶଙ୍ଖା ମୁଠାକ ଫିଟାଇ ବାହାରେ କଚାଡ଼ି ଦେଇ ଏକମୁହାଁ ହୋଇ ଚାଲିଗଲା । ରକ୍ତର ସମ୍ପର୍କ ନଥାଇ ମଧ୍ୟ ବୁଢ଼ା ଯେଉଁ ଅନାବିଳ ବାତ୍ସଲ୍ୟ ମମତା ଦେଖାଇଗଲା, ତାହା ବାସ୍ତବିକ ଯୁଗ ଯୁଗ ଧରି ଜନମାନସରେ ଉଦାହରଣ ହୋଇରହିବ – ଏହା ନିଃସନ୍ଦେହ ।

ବିଷୟଗତ ଶବ୍ଦ ଓ ଅର୍ଥ :

  • ଲୋଟାଏ – ଢାଳେ । ଗଡ଼ୁଏ ।
  • ଗୋଟିଏ ଚାଉଳରେ ଗଢ଼ା – ଅତି ସୁନ୍ଦର ।
  • ମଳିଆ – ଅପରିଷ୍କାର ।
  • ଥର କରି – ଆସ୍ତେ କରି ।
  • ନିତ୍ୟାନି – ସବୁଦିନିଆ ।
  • ହୁରି କରିବା – ବଡ଼ ପାଟିରେ ଡାକିବା ।
  • ରୋଜ ରୋଜ – ପ୍ରତିଦିନ ।
  • ନିକାଶ କରିବା – ଶେଷ କରିବା ।
  • ଶଙ୍ଖା ଚୂନା ହେବା – ଶଙ୍ଖା ଭାଙ୍ଗି ଗୁଣ୍ଡ ହୋଇଯିବା ।
  • ଚଉରସ ନିଃଶ୍ବାସ – ଦୀର୍ଘଶ୍ଵାସ ।
  • ନିକ ବୋହୂ – ଅତି ସୁନ୍ଦର ବୋହୂ ।
  • ରୁକ୍ଷ – କର୍କଶ/ଟାଣ ।
  • ଶଙ୍ଖା କଛିବା – ଶଙ୍ଖା ମାପିବା (ଶଙ୍ଖା ହାତକୁ ହେବକି ନାହିଁ ବୋଲି ମାପି କରି ଦେଖୁବା) ।
  • ଅନାଏ – ଚାହେଁ ।
  • ନାଇବ – ପିନ୍ଧିବ ।
  • ଆଉଟି ପାଉଟି ହେବା – ବ୍ୟାକୁଳ ହେବା ।
  • ଅଧୀର ହେବା – ଧୈର୍ଯ୍ୟହରା ହେବା ।
  • ଏକମୁହାଁ ହୋଇ ଯିବା – ଅନ୍ୟ କୁଆଡ଼କୁ ନଚାହିଁ ଏକ ଦିଗରେ ଚାଲିଯିବା ।

CHSE Odisha Class 12 Economics Chapter 16 Objective Questions in Odia Medium

Odisha State Board CHSE Odisha Class 12 Economics Solutions Chapter 16 ରାଷ୍ଟ୍ରବିତ୍ତ Objective Questions.

CHSE Odisha 12th Class Economics Chapter 16 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. କେଉଁ ରାଜସ୍ବ ଉତ୍ସକୁ ସମୁନ୍ନତ କର ମଧ୍ୟ କୁହାଯାଏ ?
(A) କର
(B) ଅନୁଦାନ
(C) ଫିଜ୍
(D) ବିଶେଷ ନିଦ୍ଧାରଣ
Answer:
(D) ବିଶେଷ ନିଦ୍ଧାରଣ

2. ନିମ୍ନୋକ୍ତ କେଉଁଟି ରାଷ୍ଟ୍ରବିତ୍ତର ବିଷୟବସ୍ତୁରେ ଅନ୍ତର୍ଭୁକ୍ତ ନୁହେଁ ?
(A) ସରକାରୀ ଆୟ
(B) ସରକାରୀ ଋଣ
(C) ମୌଦ୍ରିକ ପ୍ରଶାସନ
(D) ରାଜକୋଷୀୟ ପ୍ରଶାସନ
Answer:
(C) ମୌଦ୍ରିକ ପ୍ରଶାସନ

3. ନିମ୍ନୋକ୍ତ କେଉଁଟି ରାଷ୍ଟ୍ରୀୟ ରାଜସ୍ବର ଅଂଶବିଶେଷ ନୁହେଁ ?
(A) କର
(B) ରାଷ୍ଟ୍ରୀୟ ଋଣ
(C) ଫିଜ୍
(D) ସରକାରୀ ଉଦ୍ୟୋଗରୁ ଲାଭ
Answer:
(B) ରାଷ୍ଟ୍ରୀୟ ଋଣ

4. ନିମ୍ନୋକ୍ତ କେଉଁ ରାଜସ୍ଵ ଉତ୍ସରେ ପ୍ରତ୍ୟକ୍ଷ ପ୍ରତିଦାନ ନଥାଏ ?
(A) କର
(B) ଫିଜ୍
(C) ବିଶେଷ ନିଦ୍ଧାରଣ
(D) ଅନୁଦାନ
Answer:
(A) କର

5. କେଉଁ ରାଜସ୍ଵ ଉତ୍ସ ରାଷ୍ଟ୍ର ପ୍ରଦତ୍ତ ସୁବିଧା ସହ ସମାନୁପାତୀ ?
(A) କର
(B) ଫିଜ୍
(C) ବିଶେଷ ନିଦ୍ଧାରଣ
(D) ଅନୁଦାନ
Answer:
(C) ବିଶେଷ ନିଦ୍ଧାରଣ

CHSE Odisha Class 12 Economics Chapter 16 Objective Questions in Odia Medium

6. ନିମ୍ନୋକ୍ତ କେଉଁଟି ପ୍ରତ୍ୟକ୍ଷ କର ?
(A) ଆୟକର
(B) ବୃଦ୍ଧିକର
(C) ସମ୍ପତ୍ତି କର
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

7. ନିମ୍ନୋକ୍ତ କେଉଁଟି ପ୍ରତ୍ୟକ୍ଷ କର ନୁହେଁ ?
(A) ପ୍ରମୋଦ କର
(B) ଆୟକର
(C) ବୃଦ୍ଧିକର
(D) ସମ୍ପଭି କର
Answer:
(A) ପ୍ରମୋଦ କର

8. କେଉଁ ବ୍ୟୟ ଉଭୟ ପୁଞ୍ଜି ଓ ରାଜସ୍ୱ ବ୍ୟୟର ଅନ୍ତର୍ଭୁକ୍ତ ?
(A) ସାଧାରଣ ବ୍ୟୟ
(B) ପ୍ରତିରକ୍ଷା ବ୍ୟୟ
(C) ଅନୁଦାନ
(D) ସାମାଜିକ ସେବା
Answer:
(B) ପ୍ରତିରକ୍ଷା ବ୍ୟୟ

9. କେଉଁ ବ୍ୟୟ ଚଳନ୍ତି ରାଜସ୍ଵରୁ ଭରଣା କରାଯାଏ ?
(A) ରାଜସ୍ବ ବ୍ୟୟ
(B) ପ୍ରତିରକ୍ଷା ବ୍ୟୟ
(C) ସାଧାରଣ ବ୍ୟୟ
(D) ସୁଧ ପ୍ରଦାନ
Answer:
(A) ରାଜସ୍ବ ବ୍ୟୟ

10. ନିମ୍ନୋକ୍ତ କେଉଁଟି ପରୋକ୍ଷ କର ?
(A) ବିକ୍ରିକର
(B) ସମ୍ପଭି କର
(C) ପ୍ରମୋଦ କର
(D) ଉଭୟ (A) ଓ (C)
Answer:
(D) ଉଭୟ (A) ଓ (C)

11. ରାଷ୍ଟ୍ରୀୟ ଆୟର ଉତ୍ସ ହେଲା :
(A) ରାଷ୍ଟ୍ରାୟତ୍ତ ସମ୍ପତ୍ତି
(B) ବାଣିଜ୍ୟିକ ଆୟ
(C) ପ୍ରଶାସନିକ ଆୟ
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

12. କଲେଜ ଟିଉସନ୍ ଫିସ୍ ହେଉଛି ଏକ :
(A) କର
(B) ବିଶେଷ ନିଦ୍ଧାରଣ
(C) ଫିଜ୍
(D) ଉପରୋକ୍ତ ସମସ୍ତ
Answer:
(C) ଫିଜ୍

13. ସରକାରଙ୍କଦ୍ୱାରା ପ୍ରଚଳିତ ଆଇନକାନୁନ ଭଙ୍ଗ କଲେ ଯେଉଁ ଆର୍ଥିକ ଦଣ୍ଡ ଦିଆଯାଏ, ତାହା ହେଲା :
(A) କର
(B) ବାଜ୍ଯାପ୍ତି
(C) ଜୋରିମାନା
(D) ରାଜଭୁକ୍ତି
Answer:
(C) ଜୋରିମାନା

14. ସରକାରଙ୍କଠାରୁ ଅନୁମତି ପାଇବାପାଇଁ ଯେଉଁ ପାଉଣା ପୈଠ କରାଯାଏ, ତାହାକୁ କ’ଣ କୁହାଯାଏ ?
(A) ରାଜଭୁକ୍ତି
(B) ଫିକ୍
(C) କର
(D) ଲାଇସେନ୍ସ ଫିଜ୍
Answer:
(D) ଲାଇସେନ୍ସ ଫିଜ୍

CHSE Odisha Class 12 Economics Chapter 16 Objective Questions in Odia Medium

15. ସର୍ବସାଧାରଣଙ୍କ ସ୍ବାର୍ଥ ପାଇଁ ହେଉଥିବା ବ୍ୟୟର ଭରଣା ନିମିତ୍ତ ଏବଂ କୌଣସି ବିଶେଷ ସୁବିଧା ସହିତ ସମ୍ପର୍କ ନଥାଇ ବ୍ୟକ୍ତିବିଶେଷ ସରକାରଙ୍କୁ ଯେଉଁ ବାଧ୍ୟତାମୂଳକ ଦେୟ ଦିଅନ୍ତି, ତାହାକୁ କ’ଣ କୁହାଯାଏ ?
(A) ଜୋରିମାନା
(B) କର
(C) ଫିକ୍
(D) ବିଶେଷ ନିଦ୍ଧାରଣ
Answer:
(B) କର

16. ଆଇନାନୁମୋଦିତ ଉତ୍ତରାଧ୍ଵରୀ ବିନା ମୃତ୍ୟୁ ହୋଇଥିବା ଲୋକମାନଙ୍କର ସମ୍ପତ୍ତି ଉପରେ ରାଷ୍ଟ୍ରର ଦାବିକୁ ଯାହା କୁହାଯାଏ :
(A) ବାଜ୍ୟାପ୍ତି
(B) ଜୋରିମାନା
(C) ବିଶେଷ ନିର୍ଧାରଣ
(D) ରାଜଭୁକ୍ତି
Answer:
(D) ରାଜଭୁକ୍ତି

17. ଚୁକ୍ତି ଭଙ୍ଗ କିମ୍ବା ସ୍ଥିରୀକୃତ କାର୍ଯ୍ୟ ସମ୍ପାଦନ କରିନଥିବା ବ୍ୟକ୍ତିବିଶେଷଙ୍କଠାରୁ ସରକାର ଦଣ୍ଡ ସ୍ଵରୂପ ସେମାନେ ଅମାନତ ରୂପେ ରଖୁଥିବା ଅର୍ଥ ଫେରସ୍ତ କରନ୍ତି ନାହିଁ, ତାହାକୁ କ’ଣ କୁହାଯାଏ ?
(A) ବାଜ୍ଯାପ୍ତି
(B) ଜୋରିମାନା
(C) ରାଜଭୁକ୍ତି
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ବାଜ୍ଯାପ୍ତି

18. ରାଷ୍ଟ୍ରୀୟର କ୍ଷେତ୍ରରୁ ସରକାର ଯେଉଁ ରାଜସ୍ୱ ଅର୍ଜନ କରନ୍ତି, ତାହାକୁ କ’ଣ କୁହାଯାଏ ?
(A) ଜାତୀୟ ଆୟ
(B) ବାଣିଜ୍ୟିକ ଆୟ
(C) ମୁଣ୍ଡପିଛା ଆୟ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ବାଣିଜ୍ୟିକ ଆୟ

(B) ଶୂନ୍ୟସ୍ଥାନ ପୂରଣ କର ।

1. ସମସ୍ତ ସରକାରୀ ସଂସ୍ଥାର ଆୟ-ବ୍ୟୟ ସମ୍ବନ୍ଧୀୟ ବିଜ୍ଞାନ ହିଁ ____________ ।
Answer:
ରାଷ୍ଟ୍ରବିତ୍ତ

2. ଜଣେ ବ୍ୟକ୍ତିର ଆୟ ତା’ର ବ୍ୟୟ ନିର୍ଦ୍ଧାରଣ କଲାବେଳେ ଏକ ରାଷ୍ଟ୍ରର ବ୍ୟୟ ତାହାର ____________ ନିର୍ଦ୍ଧାରଣ କରିଥାଏ ।
Answer:
ଆୟ

3. ସରକାରଙ୍କ କ୍ଷେତ୍ରରେ ବଜେଟ୍ ____________ ହୋଇଥିବା ସ୍ଥଳେ ବ୍ୟକ୍ତିବିଶେଷଙ୍କ ପକ୍ଷେ ଏହା ବଳକା ହେବା ଏକ ଶୁଭସୂଚନା ।
Answer:
ନିଅଣ୍ଟିଆ

4. ବେସରକାରୀ ବଜେଟ୍ କ୍ଷେତ୍ରରେ ଅନ୍ୟ କାହାର ଅନୁମୋଦନ ଆବଶ୍ୟକ ନଥାଏ, କିନ୍ତୁ, ସରକାରୀ ବଜେଟ୍ ପାଇଁ ____________ ର ଅନୁମୋଦନ ଆବଶ୍ୟକ ।
Answer:
ପାର୍ଲିଆମେଣ୍ଟ

5. କର ଏକ ____________ ମୂଳକ ଦେୟ ।
Answer:
ବାଧ୍ୟତା

CHSE Odisha Class 12 Economics Chapter 16 Objective Questions in Odia Medium

6. ସରକାରଙ୍କଦ୍ବାରା ପ୍ରଚଳିତ ଆଇନକାନୁନ ଭଙ୍ଗକଲେ ଯେଉଁ ଆର୍ଥିକ ଦଣ୍ଡ ଦିଆଯାଏ, ତାହାକୁ ____________ କୁହାଯାଏ ।
Answer:
ଜୋରିମାନା

7.ଜନସାଧାରଣ ପାଉଥିବା ସ୍ଵତନ୍ତ୍ର ସୁବିଧା ପାଇଁ ____________ ଦେଇଥା’ନ୍ତି ।
Answer:
ଫିଜ୍

8. ବିଶେଷ ନିର୍ଦ୍ଧାରଣ କରଦାତାଙ୍କ ____________ ସୁବିଧା ଉପରେ ନିର୍ଦ୍ଧାରଣ ହୁଏ ।
Answer:
ବିଶେଷ

9. ଦ୍ରବ୍ୟ ଓ ସେବା ବିକ୍ରୟରୁ ସରକାର ପାଉଥିବା ରାଜସ୍ୱକୁ ____________ କୁହାଯାଏ ।
Answer:
ଦର

10. ଫିଜ୍, ସରକାରୀ ରାଜସ୍ବର ____________ ଉତ୍ସ ।
Answer:
ପ୍ରଶାସନିକ

11. ମିତବ୍ୟୟିତ ଦୃଷ୍ଟିକୋଣରୁ ବା ଖର୍ଚ୍ଚଭାର ଦୃଷ୍ଟିରୁ ____________ କର ଉତ୍ତମ ।
Answer:
ପରୋକ୍ଷ

12. ବଦାନ୍ୟ ଅନୁଷ୍ଠାନମାନଙ୍କଠାରୁ ସରକାରଙ୍କୁ ମିଳୁଥିବା ସ୍ଵେଚ୍ଛାକୃତ ଅବଦାନକୁ ____________ କୁହାଯାଏ ।
Answer:
ଦାନ

13. ଆଇନାନୁମୋଦିତ ଉତ୍ତରାଧିକାରୀ ବିନା ମୃତ୍ୟୁ ହୋଇଥିବା ଲୋକମାନଙ୍କର ସମ୍ପତ୍ତି ଉପରେ ରାଷ୍ଟ୍ରର ଦାବିକୁ ____________ କୁହାଯାଏ ।
Answer:
ରାଜଭୁକ୍ତ

14. ଆବଶ୍ୟକ ସ୍ଥଳେ ରାଷ୍ଟ୍ର ଉଭୟ ଆଭ୍ୟନ୍ତରୀଣ ଋଣ ଓ ____________ ଋଣ କରିପାରେ ।
Answer:
ବହିରାଗତ

15. ରାଷ୍ଟ୍ର କ୍ଷେତ୍ରରେ ବ୍ୟୟ ସ୍ଥଗିତ ରଖୁବାର ସମ୍ଭାବନା ____________ ।
Answer:
କ୍ଷୀଣ

16. ରାଷ୍ଟ୍ରୀୟ ରାଜସ୍ବ, ରାଷ୍ଟ୍ରୀୟ ____________ ର ଏକ ଅଂଶ ।
Answer:
ଆୟ

17. କୌଣସି ବିଶେଷ ସୁବିଧା ସହ ସମ୍ପର୍କ ନଥାଇ, ସର୍ବସାଧାରଣଙ୍କ ସ୍ୱାର୍ଥରେ ସ୍ୱାର୍ଥରେ ବ୍ୟୟ କରିବାପାଇଁ ବ୍ୟକ୍ତିବିଶେଷ ସରକାରଙ୍କୁ ଦେଉଥିବା ବାଧ୍ୟତାମୂଳଜ ଦେୟକୁ ____________ କୁହାଯାଏ ।
Answer:
କର

18. କରର ମୂଳ ବୋଝକୁ ____________ କୁହାଯାଏ ।
Answer:
କରାଘାତ

19. ପରିଶେଷରେ କର ବୋଝ ବହନ କରୁଥିବା ବ୍ୟକ୍ତିଙ୍କ ଉପରେ ____________ ହୋଇଥାଏ ।
Answer:
କରାପାତ

20. ଯେଉଁ ପ୍ରକ୍ରିୟାରେ କରଭାର ବାରମ୍ବାର ସ୍ଥାନାନ୍ତର ଘଟେ ତାହାକୁ କରର ____________ କୁହାଯାଏ ।
Answer:
ସ୍ଥାନାନ୍ତରଣ

19. ପରିଶେଷରେ କର ବୋଝ ବହନ କରୁଥିବା ବ୍ୟକ୍ତିଙ୍କ ଉପରେ ____________ ହୋଇଥାଏ ।
Answer:
କରାପାତ

20. ଯେଉଁ ପ୍ରକ୍ରିୟାରେ କରଭାର ବାରମ୍ବାର ସ୍ଥାନାନ୍ତର ଘଟେ ତାହାକୁ କରର ____________ କୁହାଯାଏ ।
Answer:
ସ୍ଥାନାନ୍ତରଣ

21. କରାଘାତ ସ୍ଥାନାନ୍ତରକ୍ଷମ ହୋଇଥିବାବେଳେ ____________ ସ୍ଥାନାନ୍ତରକ୍ଷମ ନୁହେଁ ।
Answer:
କରାପାତ

22. ସର୍ବସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ କଲ୍ୟାଣ ନିମନ୍ତେ ରାଷ୍ଟ୍ର ଯେଉଁ ବ୍ୟୟ କରେ, ତାହାକୁ ରାଷ୍ଟ୍ରୀୟ ____________ କୁହାଯାଏ ।
Answer:
ବ୍ୟୟ

23. ମୁଦ୍ରାଷ୍ଟୀତି ସମୟରେ ଜନସାଧାରଣଙ୍କଠାରେ ଆୟ ଅଧ‌ିକ ଥିବାରୁ ଏହାର ନିୟନ୍ତ୍ରଣ ପାଇଁ ଅନ୍ୟାନ୍ୟ ପଦକ୍ଷେପ ସହିତ ରାଷ୍ଟ୍ର ବ୍ୟୟ ____________ କରିଥାଏ ।
Answer:
ହ୍ରାସ

24. ଅବସ୍କ୍ରୀତିର ସଠିକ୍ ମୁକାବିଲା ପାଇଁ ଅନ୍ୟାନ୍ୟ ପଦକ୍ଷେପ ସହିତ ରାଷ୍ଟ୍ରୀୟ ବ୍ୟୟ ____________ କରାଯାଏ ।
Answer:
ବୃଦ୍ଧି

25. ରାଷ୍ଟ୍ରର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ନିମନ୍ତେ କରାଯାଉଥିବା ରାଷ୍ଟ୍ରୀୟ ବ୍ୟୟକୁ ____________ କୁହାଯାଏ ।
Answer:
ରାଜସ୍ଵ ବ୍ୟୟ

CHSE Odisha Class 12 Economics Chapter 16 Objective Questions in Odia Medium

26. ରାଜସ୍ୱ ବ୍ୟୟ ରାଷ୍ଟ୍ରର ____________ ରାଜସ୍ବରୁ ଭରଣା କରାଯାଏ ।
Answer:
ଚଳନ୍ତି

27. ରାଷ୍ଟ୍ର ପରିସମ୍ପତ୍ତି ସୃଷ୍ଟି ପାଇଁ ଯେଉଁ ବ୍ୟୟ କରିଥାଏ, ତାହାକୁ ____________ ବ୍ୟୟ କୁହାଯାଏ ।
Answer:
ପୁଞ୍ଜି

28. ଯେଉଁ ବ୍ୟୟ ପାଇଁ ରାଷ୍ଟ୍ରୀୟ ଯୋଜନାର ଅନୁମୋଦନ ଅବାଶ୍ୟକ, ତାହା ____________ ବ୍ୟୟ ।
Answer:
ଯୋଜନା

29. ଯେଉଁ ସରକାରୀ ବ୍ୟୟ ନିମନ୍ତେ ରାଷ୍ଟ୍ରୀୟ ଯୋଜନାର ଅନୁମୋଦନ ଆବଶ୍ୟକ ହୋଇନଥାଏ, ତାହା ____________ ବ୍ୟୟ ।
Answer:
ଅଣଯୋଜନା

30. ଯେଉଁ ଯୋଜନା ବ୍ୟୟ କେବଳ ଚଳନ୍ତି ଆବଶ୍ୟକତା ପୂରଣ ପାଇଁ ନିୟୋଜିତ ହୁଏ, ତାହାକୁ ଯୋଜନା ବ୍ୟୟ ଅନ୍ତର୍ଗତ ____________ କୁହାଯାଏ ।
Answer:
ରାଜସ୍ୱ ହିସାବ

31. ରାଷ୍ଟ୍ରରେ ପୁଞ୍ଜି ସୃଷ୍ଟି ପାଇଁ ବିନିଯୋଗ ହେଉଥିବା ଯୋଜନା ବ୍ୟୟକୁ ଯୋଜନା ବ୍ୟୟ ଅନ୍ତର୍ଗତ ____________ କୁହାଯାଏ ।
Answer:
ପୁଞ୍ଜି ହିସାବ

32. ଯେଉଁ ସରକାରୀ ବ୍ୟୟ ଅର୍ଥନୈତିକ ବିକାଶ ନିମନ୍ତେ ସହାୟତା ପ୍ରଦାନ କରେ, ତାହାକୁ ____________ ବ୍ୟୟ କୁହାଯାଏ ।
Answer:
ଉନ୍ନୟନ ବ୍ୟୟ

33. ଉନ୍ନୟନ ବ୍ୟୟକୁ ମଧ୍ୟ ____________ ବ୍ୟୟ କୁହାଯାଏ ।
Answer:
ଉତ୍ପାଦୀ ବ୍ୟୟ

34. ସରକାର ଏପରି କେତେକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ବ୍ୟୟ କରିଥାନ୍ତି, ଯେଉଁଗୁଡ଼ିକ ଅତ୍ୟାବଶ୍ୟକ ହୋଇଥିଲେ ମଧ୍ୟ ବିକାଶ କ୍ଷେତ୍ରରେ ସହାୟତା ପ୍ରଦାନ କରନ୍ତି ନାହିଁ, ଏପରି ସମସ୍ତ ସରକାରୀ ବ୍ୟୟକୁ ____________ ବ୍ୟୟ କୁହାଯାଏ ।
Answer:
ଅଣଉନ୍ନୟନ

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ପ୍ରଶାସନିକ ଆୟ ଏକ ବାଧ୍ୟତାମୂଳକ ଗୁଣ ପ୍ରକାଶ କରେ ।
Answer:
ଭୁଲ୍ ।
ଠିକ୍ – ପ୍ରଶାସନିକ ଆୟ ଏକ ଇଚ୍ଛାଧୀନ ଗୁଣ ପ୍ରକାଶ କରେ ।

2. ରାଷ୍ଟ୍ରବିତ୍ତ, ସର୍ବସାଧାରଣ ସଂସ୍ଥାଗୁଡ଼ିକର ବିତ୍ତୀୟ କାର୍ଯ୍ୟକ୍ରମ
Answer:
ଠିକ୍ ।

3. କର, କରଦାତାଙ୍କୁ ପ୍ରତ୍ୟକ୍ଷ ସେବା ପ୍ରଦାନ କରେ
Answer:
ଭୁଲ୍ ।
ଠିକ୍ – ପ୍ରଶାସନିକ ରାଜସ୍ବ, ରାଜସ୍ଵ ପ୍ରଦାନକାରୀଙ୍କୁ ପ୍ରତ୍ୟକ୍ଷ ସେବା ପ୍ରଦାନ କରେ ।

4. କରର ସଂଘାତ ଓ ଆଘାତ ଜଣେ ବ୍ୟକ୍ତି ଉପରେ ନ୍ୟସ୍ତ ହେଲେ, ତାହାକୁ ପରୋକ୍ଷ କର କୁହାଯାଏ ।
Answer:
ଭୁଲ୍ ।
ଠିକ୍ – କରର ସଂଘାତ ଓ ଆପାତ ଜଣେ ବ୍ୟକ୍ତି ଉପରେ ନ୍ୟସ୍ତ ହେଲେ, ତାହାକୁ ପ୍ରତ୍ୟକ୍ଷ କର କୁହାଯାଏ ।

5. ସମପରିମାଣର କର ସ୍ଥଳେ ପ୍ରତ୍ୟକ୍ଷ କରଦ୍ଵାରା ସ୍ଵୟ ପରୋକ୍ଷ କରଠାରୁ ଅଧିକ ହ୍ରାସ ପାଏ ।
Answer:
ଠିକ୍ ।

6. ସମପରିମାଣର କର ସଂଗ୍ରହ ଲାଗି ପ୍ରତ୍ୟକ୍ଷ କରର ପରୋକ୍ଷ କରଠାରୁ ସାମାଜିକ ତ୍ୟାଗ କମ୍ ଅଟେ ।
Answer:
ଭୁଲ୍ ।
ଠିକ୍ – ସମପରିମାଣର କର ସଂଗ୍ରହ ଲାଗି ପ୍ରତ୍ୟକ୍ଷ କରର ପରୋକ୍ଷ କରଠାରୁ ସାମାଜିକ ତ୍ୟାଗ ଅଧ‌ିକ ଅଟେ ।

7. ସରକାରୀ ବ୍ୟୟ ପରିମାଣ ପୃଥବୀର ସମସ୍ତ ରାଷ୍ଟ୍ରମାନଙ୍କରେ ଦିନକୁ ଦିନ ହ୍ରାସ ପାଉଅଛି ।
Answer:
ଭୁଲ୍ ।
ଠିକ୍ – ସରକାରୀ ବ୍ୟୟ ପରିମାଣ ପୃଥିବୀର ସମସ୍ତ ରାଷ୍ଟ୍ରମାନଙ୍କରେ ଦିନକୁ ଦିନ ବୃଦ୍ଧି ପାଉଅଛି ।

8. ପରୋକ୍ଷ କରର କରାଘାତ ଓ କରାପାତ୍ର ଏକ ବ୍ୟକ୍ତି ଉପରେ ପଡ଼େ
Answer:
ଭୁଲ୍ ।
ଠିକ୍ – ପ୍ରତ୍ୟକ୍ଷ କରର କରାଘାତ ଓ କରାପାତ ଏକ ବ୍ୟକ୍ତି ଉପରେ ପଡ଼େ ।

CHSE Odisha Class 12 Economics Chapter 16 Objective Questions in Odia Medium

9. ଆୟକର ଏକ ପ୍ରତ୍ୟକ୍ଷ କର
Answer:
ଠିକ୍ ।

10. ଗୋଟିଏ ନୂଆ ରାସ୍ତା ତିଆରିରେ କରାଯାଉଥିବା ବ୍ୟୟ ଅଣଯୋଜନା ବ୍ୟୟର ଉଦାହରଣ ।
Answer:
ଭୁଲ୍ ।
ଠିକ୍ – ଗୋଟିଏ ନୂଆ ରାସ୍ତା ତିଆରିରେ କରାଯାଉଥିବା ବ୍ୟୟ ଯୋଜନା ବ୍ୟୟର ଉଦାହରଣ ।

11. ମିଳୁଥିବା ବିଶେଷ ସୁବିଧା ଅନୁପାତରେ ଧାର୍ଯ୍ୟ କରାଯାଉଥିବା ବାଧ୍ୟତାମୂଳକ ଦେୟକୁ ଟିକସ କୁହନ୍ତି ।
Answer:
ଭୁଲ୍ ।
ଠିକ୍ – ମିଳୁଥିବା ବିଶେଷ ସୁବିଧା ଅନୁପାତରେ ଧାର୍ଯ୍ୟ କରାଯାଉଥିବା ବାଧ୍ୟତାମୂଳକ ଦେୟକୁ ବିଶେଷ ନିର୍ଦ୍ଧାରଣ କୁହନ୍ତି ।

12. ସରକାର ଆୟକୁ ଦେଖ୍ ବ୍ୟୟ କରିଥା’ନ୍ତି ।
Answer:
ଭୁଲ୍ ।
ଠିକ୍ – ସରକାର ବ୍ୟୟକୁ ଦେଖ୍ ଆୟ କରିଥା’ନ୍ତି ।

13. ପ୍ରମୋଦ କର ପ୍ରତ୍ୟକ୍ଷ କରର ଏକ ଉଦାହରଣ ।
Answer:
ଭୁଲ୍ ।
ଠିକ୍ – ପ୍ରମୋଦ କର ପରୋକ୍ଷ କରର ଏକ ଉଦାହରଣ ।

14. ଯୁଦ୍ଧ ବାବଦ ଖର୍ଜ ଉନ୍ନୟନ ବ୍ୟୟର ଏକ ଉଦାହରଣ ।
Answer:
ଭୁଲ୍ ।
ଠିକ୍ – ଜଳସେଚନ ବାବଦ ଖର୍ଜ ଉନ୍ନୟନ ବ୍ୟୟର ଏକ ଉଦାହରଣ ।

15. ପରୋକ୍ଷ କରକୁ ଅପସାରଣ କରାଯାଇପାରେ
Answer:
ଭୁଲ୍ ।
ଠିକ୍ – ପରୋକ୍ଷ କରକୁ ଅପସାରଣ କରାଯାଇପାରେ ।

16. ସମ୍ପଦ କର ଏକ ପରୋକ୍ଷ କର
Answer:
ଭୁଲ୍ ।
ଠିକ୍ – ବିକ୍ରି କର ଏକ ପରୋକ୍ଷ କର ।

17. ପରୋକ୍ଷ କର କ୍ଷେତ୍ରରେ କରାଘାତ ଓ କରାପାତ ଜଣେ ବ୍ୟକ୍ତି ହିଁ ବହନ କରନ୍ତି
Answer:
ଭୁଲ୍ ।
ଠିକ୍ – ପ୍ରତ୍ୟକ୍ଷ କର କ୍ଷେତ୍ରରେ କରାଘାତ ଓ କରାପାତ ଜଣେ ବ୍ୟକ୍ତି ହିଁ ବହନ କରନ୍ତି ।

18. ଦୂର ଏକ ପ୍ରଶାସନିକ ରାଜସ୍ଵ ।
Answer:
ଭୁଲ୍ ।
ଠିକ୍ – ଦର ଏକ ବାଣିଜ୍ୟିକ ରାଜସ୍ବ ।

19. ଦୂର ଏକ ବାଧ୍ୟତାମୂଳକ ଦେୟ ।
Answer:
ଭୁଲ୍ ।
ଠିକ୍ – ଦର ଏକ ସ୍ବେଚ୍ଛାକୃତ ଦେୟ ।

20. ରାଷ୍ଟ୍ରବିତ୍ତ କାର୍ଯ୍ୟକଳାପର ଉଦ୍ଦେଶ୍ୟ ହେଉଛି ଲାଭ ଅର୍ଜନ ।
Answer:
ଭୁଲ୍ ।
ଠିକ୍ – ରାଷ୍ଟ୍ରବିତ୍ତ କାର୍ଯ୍ୟକଳାପର ଉଦ୍ଦେଶ୍ୟ ହେଉଛି ଜନକଲ୍ୟାଣ ସାଧନ ।

CHSE Odisha Class 12 Economics Chapter 16 Objective Questions in Odia Medium

21. କରାପାତ କରର ପ୍ରାଥମିକ ବୋଝ ଅଟେ ।
Answer:
ଭୁଲ୍ ।
ଠିକ୍ – କରାପାତ କରର ଅନ୍ତିମ ବୋଝ ଅଟେ ।

22. ପରୋକ୍ଷ କରର କାର୍ଯ୍ୟ ପରିସର ସୀମିତ
Answer:
ଭୁଲ୍ ।
ଠିକ୍ – ପରୋକ୍ଷ କରର କାର୍ଯ୍ୟ ପରିସର ସୀମିତ ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. କିଏ ବ୍ୟୟ ଦେଖ୍ ଆୟ କରନ୍ତି ।
Answer:
ରାଷ୍ଟ୍ର ବ୍ୟୟ ଦେଖ୍ ଆୟ କରନ୍ତି ।

2. କର କ’ଣ ?
Answer:
ସରକାରଙ୍କ ବାଧ୍ୟତାମୂଳକ ରାଜସ୍ବ ଉତ୍ସକୁ କର କୁହାଯାଏ ।

3. ପ୍ରଶାସନିକ ରାଜସ୍ଵର ଏକ ଉଦାହରଣ ଦିଅ ।
Answer:
ଫିଜ୍, ପ୍ରଶାସନିକ ରାଜସ୍ଵର ଏକ ଉଦାହରଣ ।

4. ପ୍ରତ୍ୟକ୍ଷ କର କାହାକୁ କୁହାଯାଏ ?
Answer:
ଯେଉଁ କରର ସଂଘାତ ଓ ଆଘାତ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଉପରେ ନ୍ୟସ୍ତ ହୁଏ, ତାହାକୁ ପ୍ରତ୍ୟକ୍ଷ କର କୁହାଯାଏ ।

5. ଆର୍ଥନୀତିକ ଅସମାନତା ହ୍ରାସ ଲାଗି କେଉଁ କର, ପ୍ରତ୍ୟକ୍ଷ ବା ପରୋକ୍ଷ, ଅଧ୍ବକ ଉପଯୋଗୀ ?
Answer:
ଆର୍ଥନୀତିକ ଅସମାନତା ହ୍ରାସ ଲାଗି ପ୍ରତ୍ୟକ୍ଷ କର ବିଶେଷ ଉପଯୋଗୀ ।

6. ରାଜସ୍ୱ ସଂଗ୍ରହ ସ୍ଥଳେ କେଉଁ କର, ପ୍ରତ୍ୟକ୍ଷ ବା ପରୋକ୍ଷ, ଅଧ୍ବକ ଉପଯୋଗୀ ?
Answer:
ରାଜସ୍ୱ ସଂଗ୍ରହ ସ୍ଥଳେ ପରୋକ୍ଷ କର ମିତବ୍ୟୟିତା ଅବଲମ୍ବନ କରୁଥିବାରୁ ଅଧିକ ଉପଯୋଗୀ ଅଟେ ।

7. ମୁଦ୍ରାଙ୍ଗୀତି ଫଳରେ ସରକାରଙ୍କ ବ୍ୟୟ ପରିମାଣ ବୃଦ୍ଧି ପାଏ କାହିଁକି ?
Answer:
ଦରଦାମ୍ ବୃଦ୍ଧି କାରଣରୁ ମୁଦ୍ରାନ୍ତୀତି କାଳରେ ସରକାରଙ୍କ ବ୍ୟୟ ବୃଦ୍ଧି ଘଟିଥାଏ ।

8. ରାଜସ୍ବ ବ୍ୟୟ କ’ଣ ?
Answer:
ସରକାରଙ୍କ ଯେଉଁ ବ୍ୟୟ ପ୍ରତିବଦଳରେ କୌଣସି ପରିସମ୍ପତ୍ତି ସୃଷ୍ଟି ହୁଏ ନାହିଁ, ତାହାକୁ ରାଜସ୍ୱ ବ୍ୟୟ କୁହାଯାଏ ।

9. ରାଷ୍ଟ୍ର ବିତ୍ତ କାହାକୁ କୁହାଯାଏ ?
Answer:
ସମସ୍ତ ସରକାରୀ ସଂସ୍ଥାର ଆୟ-ବ୍ୟୟ ସମ୍ବନ୍ଧୀୟ ବିଜ୍ଞାନ ହିଁ ରାଷ୍ଟ୍ରବିତ୍ତ ।

10. ରାଷ୍ଟ୍ରବିତ୍ତ କ’ଣ ଅଧ୍ୟୟନ କରେ ?
Answer:
ରାଷ୍ଟ୍ରବିତ୍ତ ଜନକଲ୍ୟାଣ ପାଇଁ ରାଷ୍ଟ୍ର କିପରି ଆୟ ଓ ବ୍ୟୟ କରିଥାଏ, ତାହା ଅଧ୍ୟୟନ କରେ ।

11. ରାଷ୍ଟ୍ରୀୟ ଆୟ କହିଲେ କ’ଣ ବୁଝ ?
Answer:
ସରକାରଙ୍କ ସମସ୍ତ ପ୍ରାପ୍ତିକୁ ରାଷ୍ଟ୍ରୀୟ ଆୟ କୁହାଯାଏ ।

12. ଫିଜ୍‌ର ଦୁଇଟି ଉଦାହରଣ ଦିଅ ।
Answer:
କୋର୍ଟ ଫିଡ୍ ଏବଂ ଲାଇସେନ୍ସ ଫିଜ୍, ଫିଜ୍‌ର ଦୁଇଟି ଉଦାହରଣ ଅଟେ ।

CHSE Odisha Class 12 Economics Chapter 16 Objective Questions in Odia Medium

13. କରଠାରୁ ଫିଜ୍ କିପରି ଅଲଗା ?
Answer:
କର ସମସ୍ତଙ୍କ ପାଇଁ ଏକ ବାଧ୍ୟତାମୂଳକ ଦେୟ; କିନ୍ତୁ ଅନ୍ୟପକ୍ଷରେ କୌଣସି ନିର୍ଦ୍ଦିଷ୍ଟ ସେବା ଉପଭୋଗ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଫିଜ୍ ଏକ ବାଧ୍ୟତାମୂଳକ ଦେୟ ।

14. ବିଶେଷ ନିଦ୍ଧାରଣ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଜନସାଧାରଣଙ୍କୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରି ସରକାର ସେମାନଙ୍କଠାରୁ ଯେଉଁ ଦେୟ ଆଦାୟ କରନ୍ତି, ତାହାକୁ ସ୍ବତନ୍ତ୍ର ବିଶେଷ ନିର୍ଦ୍ଧାରଣ କୁହାଯାଏ ।

15. ରାଜଭୁକ୍ତି (Escheat) କ’ଣ ?
Answer:
ଅଧିକୃତ ହୋଇଥାଏ, ଏହାକୁ ରାଜଭୁକ୍ତି କୁହାଯାଏ ।

16. ରାଷ୍ଟ୍ରୀୟ ବିତ୍ତ ଓ ବ୍ୟକ୍ତିଗତ ବିତ୍ତ ମଧ୍ଯରେ ଗୋଟିଏ ପାର୍ଥକ୍ୟ ଦର୍ଶାଅ ।
Answer:
ରାଷ୍ଟ୍ରୀୟ ବିତ୍ତ କ୍ଷେତ୍ରରେ ସରକାର ବ୍ୟୟ ଦେଖ୍ ଆୟ କରନ୍ତି; ମାତ୍ର ବୃକ୍ତିଗତ ବିତ୍ତ କ୍ଷେତ୍ରରେ ବ୍ୟକ୍ତିବିଶେଷ ଆୟ ଦେଖୁ ବ୍ୟୟ କରନ୍ତି ।

17. ବାଜ୍ୟାପ୍ତି କେଉଁ ପ୍ରକାରର ରାଜସ୍ଵ ?
Answer:
ବାଜ୍ୟାପ୍ତି ଏକ ପ୍ରଶାସନିକ ରାଜସ୍ବ ।

18. ସରକାରଙ୍କଦ୍ୱାରା ନିର୍ମିତ ରାସ୍ତାର ବ୍ୟବହାର ପାଇଁ ଦେୟ କି ପ୍ରକାର ରାଜସ୍ୱ ?
Answer:
ସରକାରଙ୍କଦ୍ୱାରା ନିର୍ମିତ ରାସ୍ତାର ବ୍ୟବହାର ପାଇଁ ଦେୟ ହେଉଛି ବିଶେଷ ନିର୍ଦ୍ଧାରଣ ।

19. ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦତ୍ତ ଦେୟ କେଉଁ ଶ୍ରେଣୀର ରାଜସ୍ୱ ?
Answer:
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦତ୍ତ ଦେୟ ହେଉଛି ଦାନ ।

20. ଆମ ଦେଶରେ କେଉଁ ସରକାର ଆୟକର ଧାର୍ଯ୍ୟ କରିଥା’ନ୍ତି ।
Answer:
ଆମ ଦେଶରେ କେନ୍ଦ୍ର ସରକାର ଆୟକର ଧାର୍ଯ୍ୟ କରିଥା’ନ୍ତି ।

21.ସରକାରୀ ବ୍ୟୟ କାହାକୁ କୁହାଯାଏ ?
Answer:
ସରକାରଙ୍କ ଯେଉଁ ବ୍ୟୟଦ୍ବାରା ସମାଜର କଲ୍ୟାଣ ସାଧନ ହୁଏ, ତାହାକୁ ସରକାରୀ ବ୍ୟୟ କୁହାଯାଏ !

22. ଅଣ ଉନ୍ନୟନମୂଳକ ପରିବ୍ୟୟର ଏକ ଉଦାହରଣ ଦିଅ ।
Answer:
ଦେଶରକ୍ଷା ପାଇଁ କରାଯାଉଥିବା ବ୍ୟୟ ଅଣଉନ୍ନୟନମୂଳକ ପରିବ୍ୟୟର ଏକ ଉଦାହରଣ ।

23. ବାଣିଜ୍ୟିକ ରାଜସ୍ଵର ଦୁଇଟି ଉଦାହରଣ ଦିଅ ।
Answer:
ଭାରତୀୟ ରେଳବାଇରୁ ମିଳୁଥିବା ରାଜସ୍ବ ଓ ଭାରତୀୟ ଡାକ ତା’ର ବିଭାଗରୁ ମିଳୁଥିବା ରାଜସ୍ୱ ବାଣିଜ୍ୟିକ ରାଜସ୍ବର ଦୁଇଟି ଉଦାହରଣ ।

24. ଉନ୍ନୟନ ପରିବ୍ୟୟ କ’ଣ ?
Answer:
ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକଳାପ ପାଇଁ ଯେଉଁ ବ୍ୟୟ କରାଯାଇଥାଏ, ତାହାକୁ ଉନ୍ନୟନ ପରିବ୍ୟୟ କୁହାଯାଏ ।

25. ଉନ୍ନୟନ ପରିବ୍ୟୟର ଗୋଟିଏ ଉଦାହରଣ ଦିଅ ।
Answer:
ଶିକ୍ଷା ପାଇଁ କରାଯାଉଥିବା ବ୍ୟୟ ଉନ୍ନୟନ ପରିବ୍ୟୟର ଏକ ଉଦାହରଣ ।

26. କରାଘାତ କ’ଣ ?
Answer:
ଯେଉଁ ବ୍ୟକ୍ତି ପ୍ରଥମେ କରର ବୋଝ ବହନ କରେ କିମ୍ବା ସରକାରଙ୍କୁ ପ୍ରତ୍ୟକ୍ଷ ଭାବେ କର ପ୍ରଦାନ କରେ, ତାଙ୍କ ଉପରେ କରାଘାତ ହେଲା ବୋଲି କୁହାଯାଏ ।

27. କରାପାତ କ’ଣ ?
Answer:
ଯିଏ ସର୍ବଶେଷରେ କର ବହନ କରନ୍ତି, ତାଙ୍କରି ଉପରେ କରାପାତ ବୋଝ ପତିତ ହୁଏ, ସୁତରାଂ କରାପାତ କହିଲେ କରର ପ୍ରତ୍ୟକ୍ଷ ମୌଦ୍ରିକ ବୋଝକୁ ବୁଝାଏ ।

28. କର ସ୍ଥାନାନ୍ତରଣ କ’ଣ ?
Answer:
ଯେଉଁ ପ୍ରକ୍ରିୟାରେ କରଭାର ବାରମ୍ବାର ସ୍ଥାନାନ୍ତର ଘଟେ ତାହାକୁ କର ସ୍ଥାନାନ୍ତରଣ କୁହାଯାଏ ।

CHSE Odisha Class 12 Economics Chapter 16 Objective Questions in Odia Medium

29. ପରୋକ୍ଷ କର କ’ଣ ?
Answer:
ଯେଉଁ କରର ଆଘାତ ଓ ଆପାତ ବିଭିନ୍ନ ବ୍ୟକ୍ତି ବହନ କରିଥା’ନ୍ତି, ତାହାକୁ ପରୋକ୍ଷ କର କୁହାଯାଏ, ଅର୍ଥାତ୍ କରଦାତା ଓ କରଭାର ବହନକାରୀ ଭିନ୍ନ ବ୍ୟକ୍ତି ଅଟନ୍ତି ।

30. କେଉଁ କରକୁ ଅନ୍ଧାରୀ କର ବୋଲି କୁହାଯାଏ ?
Answer:
ପରୋକ୍ଷ କରକୁ ଅନ୍ଧାରୀ କର ବୋଲି କୁହାଯାଏ ।

BSE Odisha 8th Class Science Solutions Chapter 13 ଧ୍ୱନି

Odisha State Board BSE Odisha 8th Class Science Solutions Chapter 13 ଧ୍ୱନି Textbook Exercise Questions and Answers.

BSE Odisha Class 8 Science Solutions Chapter 13 ଧ୍ୱନି

Question 1.
ନିମ୍ନୋକ୍ତ ପ୍ରତ୍ୟେକ ଅଂଶପାଇଁ ଦିଆଯାଇଥ‌ିବା ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
(a) ଧ୍ୱନି ଗତି କରିପାରେ,
(i) କେବଳ ଗ୍ୟାସ୍‌ରେ
(ii) କେବଳ ତରଳରେ
(iii) କେବଳ କଠିନରେ
(iv) କଠିନ, ତରଳ ଓ ଗ୍ୟାସୀୟରେ

(b) ନିମ୍ନୋକ୍ତ ମଧ୍ୟରୁ କେଉଁଟି ଧ୍ୱନିର ଆବୃଦ୍ଧି ଉପରେ ନିର୍ଭର କରେ
(i) ଧ୍ୱନି ପ୍ରବଣତା
(ii) ଧ୍ଵନିର ତାରତ୍ଵ
(iii) ଧ୍ଵନିର ଗୁଣ
(iv) ଧ୍ଵନି ତରଙ୍ଗର ଆୟାମ
ଉ-
(a) କଠିନ, ତରଳ ଓ ଗ୍ୟାସୀୟରେ
(b) ଧ୍ୱନି ପ୍ରବଣତା

BSE Odisha 8th Class Science Solutions Chapter 13 ଧ୍ୱନି

Question 2.
ନିମ୍ନରେ କେତୋଟି ଉକ୍ତି ଦିଆଯାଇଛି । ଉକ୍ତିଟି ଠିକ୍ ଥିଲେ ‘I’ ଉପରେ ଏବଂ ଉକ୍ତିଟି ଭୁଲ୍‌ଲେ ‘I’ ଉପରେ ଠିକ୍ ଚିହ୍ନ ଦିଅ ।
(a) ଧ୍ଵନି ଶୂନ୍ୟରେ ଗତି କରିପାରିବ ନାହିଁ । (T, F)
(b) କମ୍ପିତ ବସ୍ତୁଟି ଏକ ସେକେଣ୍ଡରେ ସୃଷ୍ଟି କରୁଥିବା ପୂର୍ବ ଦୋଳନ ସଂଖ୍ୟାକୁ ତାହାର ଆବର୍ଷକାଳ କୁହାଯାଏ । (T, F)
(c) ଯଦି କମ୍ପନର ଆୟାମ ଅଧିକ ହୁଏ, ତାହାହେଲେ ଧ୍ଵନି କ୍ଷୀଣ ହୋଇଥାଏ । (T, F)
(d) ମାନବ କଣ୍ଠପାଇଁ ଶ୍ରାବ୍ୟ ଆବୃତ୍ତି ପରିସର 20 Hz ରୁ 20,000 Hz 266 (T, F)
(e) କମ୍ପନର ଆବୃତ୍ତି କମ୍ ହେଲେ, ଧ୍ବନି କର୍କଶ ହୁଏ । (T, F)
(f) ଅଦରକାରୀ ଏବଂ ଶ୍ରୁତିକଟୁ ଧ୍ଵନିକୁ ସଙ୍ଗୀତ କୁହାଯାଏ । (T, F)
(g) ଧ୍ୱନି ପ୍ରଦୂଷଣ ଶ୍ରବଣ ଶକ୍ତିକୁ ନଷ୍ଟ କରେ । (T, F)

Answers:
(a) T
(b) F
(c) F
(d) T
(e) F
(f) F
(g) T

Question 3.
ଶୂନ୍ୟସ୍ଥାନ ପୂରଣ କର ।
(a) ଗୋଟିଏ ବସ୍ତୁର ପୂର୍ଷ ଦୋଳନପାଇଁ ଯେଉଁ ସମୟ ଲାଗେ ତାହାକୁ ………………….. କହନ୍ତି ।
(b) ଆବୃତ୍ତିର ଏକକ ……………….. ଅଟେ ।
(c) ଅଦରକାରୀ ଓ ଶ୍ରୁତି କଟୁଯୁକ୍ତ ଶବ୍ଦକୁ ……………………. କହନ୍ତି ।
(d) ଧ୍ଵନିର କର୍କଶତା କମ୍ପନର ………………….. ଦ୍ଵାରା ନିର୍ମିତ ହୁଏ ।

(a) ଆବର୍ତ୍ତକାଳ
(b) ହର୍ସ
(c) କୋଳାହଳ
(d) ଆବୃତ୍ତି

Question 4.
ଗୋଟିଏ ଦୋଳକ 2 ସେକେଣ୍ଡରେ 20 ଥର ପୂର୍ଣ୍ଣ ଦୋଳନ କଲେ, ତାହାର ଆବର୍ତ୍ତକାଳ ଏବଂ ଆବୃତ୍ତି ନିର୍ଣ୍ଣୟ କର ।
ଉ-
ଦୋଳକଟି 2 ସେକେଣ୍ଡରେ ପୂର୍ଣ କରୁଥିବା ଦୋଳନ ସଂଖ୍ୟା = 20 ଥର ପୂର୍ଣ୍ଣଦୋଳନ ।

BSE Odisha 8th Class Science Solutions Chapter 13 ଧ୍ୱନି 1
ଦୋଳନର ଆବୃତ୍ତି (f) = 10 Hz
BSE Odisha 8th Class Science Solutions Chapter 13 ଧ୍ୱନି 2

Question 5.
ଗୋଟିଏ ମଶା ତାହାର ଡେଣା ଦ୍ବାରା ଏକ ସେକେଣ୍ଡରେ 500 ଥର କମ୍ପନ ସୃଷ୍ଟି କରୁଥିଲେ, ତାହାର ଆବର୍ଷକାଳ କେତେ ?
ଉ-
ମଶା l ସେକେଣ୍ଡରେ କମ୍ପନ କରେ 500 ଥର ।
ମଶାର ଡେଣାର ଆବୃତ୍ତ (f) = 500 Hz
BSE Odisha 8th Class Science Solutions Chapter 13 ଧ୍ୱନି 3

Question 6.
ନିମ୍ନ ବାଦ୍ୟଯନ୍ତ୍ରର କେଉଁ ଅଂଶଟି କମ୍ପିତ ହୋଇ ଧ୍ବନି ସୃଷ୍ଟି କରେ ?
ଉ-
(a) ମୃଦଙ୍ଗ
(b) ସିତାର
(c) ବଂଶୀ
ଉ-
(a) ମୃଦଙ୍ଗର ସମୁଦାୟ ମୃଦଙ୍ଗ କମ୍ପିତ ହୋଇ ଧ୍ବନି ସୃଷ୍ଟି କରେ ।
(b) ସୀତାରର ସମୁଦାୟ ସୀତାର ଯନ୍ତ୍ରଟି କମ୍ପିତହୋଇ ଧ୍ୱନି ସୃଷ୍ଟି କରେ ।
(c) ବଂଶୀର ବାୟୁସ୍ତମ୍ଭ କମ୍ପିତ ହୋଇ ଧ୍ବନି ସୃଷ୍ଟି କରେ ।

BSE Odisha 8th Class Science Solutions Chapter 13 ଧ୍ୱନି

Question 7.
ତୁମ ଚତୁଃପାର୍ଶ୍ବରେ ଧ୍ୱନି ପ୍ରଦୂଷଣ ସୃଷ୍ଟି କରୁଥ‌ିବା କାରକ ଗୁଡ଼ିକର ନାମ ଲେଖ ।
ଉ-
ଧ୍ୱନି ପ୍ରଦୂଷଣର ସୃଷ୍ଟି କରୁଥିବା କାରକଗୁଡ଼ିକ ହେଲା –
ଗାଡ଼ିମଟରର କେଁ କେଁ ଶବ୍ଦ, କଳକାରଖାନାର ଯନ୍ତ୍ରପାତିରୁ ନିର୍ଗତ ଘର୍ଘର ନାଦ, ବିଭିନ୍ନ ବିସ୍ଫୋରଣର ଧ୍ବନି, ଆତସବାଜି ଫୁଟିବାର ଶବ୍ଦ, ଡାକବାଜିଯନ୍ତ୍ରର ଉଚ୍ଚ ତୀବ୍ରତା ବିଶିଷ୍ଟ ଧ୍ଵନି, ଟେଲିଭିଜନ ଓ ରେଡ଼ିଓରୁ ନିଃସୃତ ଉଚ୍ଚ ଧ୍ୱନି, ଗ୍ରାଇଣ୍ଡର ଚାଲିବାର ଧ୍ୱନି ଇତ୍ୟାଦି ।

Question 8.
ଧ୍ୱନି ପ୍ରଦୂଷଣ ମନୁଷ୍ୟମାନଙ୍କର କିପରି କ୍ଷତି କରେ, ଆଲୋଚନା କର ।
ଉ-
ଧ୍ୱନି ପ୍ରଦୂଷଣର କ୍ଷତିକାରକ ପ୍ରଭାବ

  • ଧ୍ୱନି ପ୍ରଦୂଷଣ ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଓ ବିଭିନ୍ନ ପ୍ରକାର ସ୍ନାୟବିକ ରୋଗର କାରଣ ହୋଇଥାଏ ।
  • ମାତ୍ରାଧୂକ ଧ୍ୱନିରେ କାର୍ଯ୍ୟକଲେ ବ୍ୟକ୍ତିର ଶ୍ରବଣଶକ୍ତି ସଂପୂର୍ଣ୍ଣ ବା ଆଂଶିକ ମାତ୍ରାରେ ନଷ୍ଟ ହୋଇଯିବାର ସମ୍ଭାବନା ଥାଏ ।
  • ମନୁଷ୍ୟର କାର୍ଯ୍ୟ ଦକ୍ଷତା ହ୍ରାସପାଏ ।
  • କୋଳାହଳ କ୍ରୋଧ ଓ ଅସ୍ଥିରତା ସୃଷ୍ଟିକରିବା ସଙ୍ଗେ ସଙ୍ଗେ ସୁନିଦ୍ରାରେ ବ୍ୟାଘାତ ଆଣେ ।

Question 9.
ଗୋଟିଏ ସ୍ୱରପେଟିକାର ନାମାଙ୍କିତ ଚିତ୍ର କରି ତାହାର କାର୍ଯ୍ୟ ନିଜ ଭାଷାରେ ବର୍ଣ୍ଣନା କର ।
ଉ-

  • ମନୁଷ୍ୟମାନେ ସ୍ୱରପେଟିକା (Larynx) ସାହାଯ୍ୟରେ ଧ୍ଵନି ସୃଷ୍ଟି କରନ୍ତି ।
  • ଦୁଇଟି କଣ୍ଠରଜ୍ଜୁ ସ୍ୱରପେଟିକାର ଏପାଖରୁ ସେପାଖକୁ ମଧ୍ୟରେ ବାୟୁ ଯିବାପାଇଁ ଏକ ସୂକ୍ଷ୍ମରନ୍ଧ୍ର ଥାଏ ।
  • ଫୁସ୍‌ଫୁସ୍ ଯେତେବେଳେ ବାୟୁକୁ ଏହି ପଥଦେଇ ଠେଲେ ସେତେବେଳେ କଣ୍ଠରଜ୍ଜୁ କମ୍ପିତ ହୋଇ ଧ୍ଵନି ସୃଷ୍ଟି ହୁଏ ।
  • କଣ୍ଠରଜୁ ସହ ସଂଯୁକ୍ତ ମାଂସପେଶୀଦ୍ଵାରା ଏହି ରଜ୍ଜୁ କେତେବେଳେ ଢିଲା ଓ କେତେବେଳେ ଟାଣିହୋଇ ରହେ । କଣ୍ଠରଜ୍ଜୁ ପତଳା ହେଲେ ମଧୁର କଣ୍ଠସ୍ବର ଓ ପ୍ରସାରିତ ହେଲେ ଟାଣ କଣ୍ଠସ୍ଵର ସୃଷ୍ଟି ହୁଏ ।

BSE Odisha 8th Class Science Solutions Chapter 13 ଧ୍ୱନି 4

BSE Odisha 8th Class Science Solutions Chapter 13 ଧ୍ୱନି

Question 10.
ବିଜୁଳି ଓ ଘଡ଼ଘଡ଼ି ଆକାଶରେ ଏକା ସମୟରେ ଏବଂ ସମାନ ଦୂରତାରେ ଦେଖାଯାଏ । ତାହାହେଲେ କାହିଁକି ବିଜୁଳି ଆଗ ଦେଖାଯାଏ ଏବଂ ଘଡ଼ଘଡ଼ି ତାହାପରେ ଶୁଣାଯାଏ ।
ଉ-

  • ବାୟୁରେ ଆଲୋକର ବେଗ ଶବ୍ଦର ବେଗଠାରୁ ଅଧ୍ଵ ।
  • ବିଜୁଳି ଓ ଘଡ଼ଘଡ଼ି ଏକ ସଙ୍ଗେ ସୃଷ୍ଟି ହେଲେ ମଧ୍ୟ ଆମ ପାଖରେ ସର୍ବପ୍ରଥମେ ଆଲୋକ ପହଞ୍ଚିଯାଏ, ତେଣୁ ବିଜୁଳି ଆଗ ଦେଖାଯାଏ ଏବଂ ଘଡ଼ଘଡ଼ି ତାହା ପରେ ଶୁଣାଯାଏ ।

Question 11.
ତୁମ ବାପା ଗୋଟିଏ ଘର କ୍ରୟ କରିବାକୁ ଚାହୁଁଛନ୍ତି । ସେହି ଘର ମଧ୍ୟରୁ ଗୋଟିଏ ମୁଖ୍ୟ ରାସ୍ତାକଡ଼ରେ ଏବଂ ଅନ୍ୟଟି ମୁଖ୍ୟ ରାସ୍ତାଠାରୁ ତିନି | ଚାରୋଟି ଘର ଛାଡ଼ି ଲେନ୍ (ଗଳି)ରେ ଅବସ୍ଥିତ । ତୁମ ବାପା ପାଇଁ କେଉଁ ଘରଟି କ୍ରୟ କରିବା ଉଚିତ, ତୁମର ଉତ୍ତର ସପକ୍ଷରେ ଯୁକ୍ତି ଗୁଡ଼ିକ ଉଲ୍ଲେଖ କର ।
ଉ-

  • ଆମ ବାପା ମୁଖ୍ୟ ରାସ୍ତାଠାରୁ ତିନି/ଚାରୋଟି ଘର ଛାଡ଼ି ଲେନ୍ (ଗଳି)ରେ ଅବସ୍ଥିତ ଘରଟିକୁ କ୍ରୟ କରିବା ଉଚିତ ।
  • କାରଣ ମୁଖ୍ୟ ରାସ୍ତାକଡ଼ରେ ଘର କିଣିଲେ ସଦାସର୍ବଦା ଗାଡ଼ି ମଟରର କେଁ ନାଁ ଶବ୍ଦ ଜନିତ ଶବ୍ଦ ପ୍ରଦୂଷଣରେ ରହି ଆମର କାର୍ଯ୍ୟଦକ୍ଷତା କମିଯିବ ଓ କେତେକ ରୋଗ ଆକ୍ରମଣର ଶିକାର ହେବାକୁ ପଡ଼ିବ ।

ଆଉ କ’ଣ କରିହେବ ?

Question 1.
ତୁମ ଘର ନିକଟରେ ବାସକରୁଥି ସଙ୍ଗୀତଜ୍ଞଙ୍କ ନିକଟକୁ ଯାଅ, ସେମାନଙ୍କ ସହ କଥାବାର୍ତ୍ତା ହୋଇ ସେମାନେ କେଉଁ କେଉଁ ବାଦ୍ୟଯନ୍ତ୍ର ବ୍ୟବହାର କରୁଛନ୍ତି, ତାହାର ତାଲିକା ପ୍ରସ୍ତୁତ କର । ଏହି ଯନ୍ତ୍ରଗୁଡ଼ିକର କେଉଁ ଅଂଶ କମ୍ପିତ ହୋଇ ଧ୍ବନି ସୃଷ୍ଟିକରେ ତାହା ଉଲ୍ଲେଖ କର ।
BSE Odisha 8th Class Science Solutions Chapter 13 ଧ୍ୱନି 5

Question 2.
ତୁମେ ଯଦି ବାଦ୍ୟଯନ୍ତ୍ର ବଜାଉଥାଅ, ତାହାହେଲେ ବିଦ୍ୟାଳୟରେ ହେଉଥ‌ିବା ମ୍ୟୁଜିକ୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜର ପାରଦର୍ଶିତା ଦେଖାଅ ।
ଉ-
ମୁଁ ଖଞ୍ଜଣି ଓ ମୃଦଙ୍ଗ ବଜାଇପାରେ । ମୁଁ ମଧ୍ୟ ଆମ ସ୍କୁଲରେ ତାବଲା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଛି ।

BSE Odisha 8th Class Science Solutions Chapter 13 ଧ୍ୱନି

Question 3.
ଭାରତ ତଥା ଓଡ଼ିଶାର ବିଶିଷ୍ଟ ସଙ୍ଗୀତଜ୍ଞଙ୍କର ନାମ ଏବଂ ସେମାନେ ବ୍ୟବହାର କରୁଥ‌ିବା ବାଦ୍ୟଯନ୍ତ୍ରର ନାମ ସଂଗ୍ରହ କରି ଏକ ତାଲିକା ପ୍ରସ୍ତୁତ କର ।
BSE Odisha 8th Class Science Solutions Chapter 13 ଧ୍ୱନି 6

Question 4.
ଦୁଇଟି ଟେଲିଫୋନ୍ ଖେଳନା ପ୍ରସ୍ତୁତ କର ।
ଉ-
ଉ ନିଜେ କର ।

BSE Odisha 8th Class Science Solutions Chapter 13 ଧ୍ୱନି

Question 5.
ତୁମ ଅଞ୍ଚଳରେ ଧ୍ଵନି ପ୍ରଦୂଷଣର କାରଣଗୁଡ଼ିକୁ ତୁମର ପିତାମାତା, ସାଙ୍ଗସାଥୀ ଏବଂ ପଡ଼ୋଶୀମାନଙ୍କ ସହ ଆଲୋଚନା କର । ଧ୍ୱନି ପ୍ରଦୂଷଣକୁ କିପରି ରୋକାଯାଇ ପାରିବ ତାହାର ପ୍ରସ୍ତାବ ଉପସ୍ଥାପନ କର । ଏହା ଉପରେ ଏକ ସନ୍ଦର୍ଭ ଲେଖୁ ଶ୍ରେଣୀ ଶିକ୍ଷକଙ୍କ ଜରିଆରେ ତୁମ ଶ୍ରେଣୀର ସହପାଠୀଙ୍କ ସହ ଆଲୋଚନା କର ଏବଂ ବିଦ୍ୟାଳୟର ପ୍ରାଚୀର ପତ୍ରରେ ପ୍ରକାଶ କର ।
ଉ –
ଆମ ଅଞ୍ଚଳର ଧ୍ୱନି ପ୍ରଦୂଷଣର କାରଣ

  • ଡାକବାଜି ଯନ୍ତ୍ରର କାନଫଟା ଗର୍ଜନ
  • ଗାଡ଼ିମଟରର କେ କାଁ ଶବ୍ଦ
  • ବିବାହମଣ୍ଡପକୁ ଯାଉଥବା ରୋଷଣି
  • ଘରେ ଗ୍ରାଇଣ୍ଡର ଚାଲିବା ଶବ୍ଦ ଓ ଟିଭି ରେଡ଼ିଓ ବାଜିବା ଶବ୍ଦ

ଧ୍ୱନି ପ୍ରଦୂଷଣର ରୋକିବାର ଉପାୟ-

  • ଗାଡିମଟରରେ ସାଇଲେନ୍ସର ଖଞ୍ଜିଦେଲେ ଶବ୍ଦ ପ୍ରଦୂଷଣକୁ ରୋକାଯାଇପାରିବ ।
  • ଅଧିକ ଧ୍ୱନି ପ୍ରବଣତା ବିଶିଷ୍ଟ ଆତସବାଜି ଫୁଟାଇବାରେ କଟକଣା କରିବା ଆବଶ୍ୟକ ।
  • ସରକାରଙ୍କ ତରଫରୁ ଡାକବାଜିଯନ୍ତ୍ର ନ ବଜାଇବାପାଇଁ ଆଇନ ଘୋଷଣା ହେବା ଦରକାର । ଫଳରେ ଶବ୍ଦ ପ୍ରଦୂଷଣକୁ ରୋକାଯାଇପାରିବ ।

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ବସ୍ତୁନିଷ୍ଠ ପ୍ରଶ୍ନେ। ଭର

1. ଶୂନ୍ୟସ୍ଥାନ ପୂରଣ କର ।
(i) ଦୋଳନର ………………….. ଅଧ୍ଵକ ହେଲେ ଧ୍ଵନି ପ୍ରବଣତା ଅଧିକ ହୁଏ ।
(ii) ଦୋଳନର ……………………… ଅଧିକ ହେଲେ ତୀକ୍ଷ୍ଣ ଧ୍ୱନି ସୃଷ୍ଟି ହୁଏ ।
(iii) ନି କମ୍ପନ …………………….. ମସ୍ତିଷ୍କକୁ ଯାଏ ।
(iv) ଧ୍ଵନିର ପିଚ୍ କମ ହେଲେ ……………………… ଅଧିକ ହୋଇଥାଏ ।
(v) ଶ୍ରୁତିକଟୁ ଧ୍ଵନି ବା କୋଳାହଳକୁ ………………….. କୁହାଯାଏ ।
(vi) ଆବୃତ୍ତିକୁ …………………….. ଏକକରେ ପରିପ୍ରକାଶ କରାଯାଏ ।
(vii) ଗୋଟିଏ ମାଧ୍ୟମରେ ଥରେ ଦୋଳନ ପାଇଁ କମ୍ପିତ କଣିକା ଯେତେ ସମୟ ନିଏ ତାକୁ …………………… କୁହାଯାଏ ।
(viii) ଦୋଳନଶୀଳ ବସ୍ତୁ ପ୍ରତି ସେକେଣ୍ଡରେ ଯେତେ ସଂଖ୍ୟକ ପୂର୍ଣ୍ଣ ଦୋଳନ କରେ ତାକୁ ଦୋଳନର ………………… କହନ୍ତି ।
(ix) ଦୋଳନ ସମୟରେ ମାଧ୍ଯ ଅବସ୍ଥାନର କୌଣସି ଗୋଟିଏ ପାର୍ଶ୍ବକୁ କଣିକାର ସର୍ବାଧିକ ବିସ୍ଥାପନକୁ ………………….. କହନ୍ତି ।
(x) ……………………. ଧ୍ଵନି କମ୍ପନକୁ ଗ୍ରହଣକରି ଶ୍ରୁତିସ୍ନାୟୁ ସାହାଯ୍ୟରେ ମସ୍ତିଷ୍କକୁ ପଠାଏ ।
(xi) ମନୁଷ୍ୟ ତାହାର ………………… ର କମ୍ପନଦ୍ବାରା ଧ୍ୱନି ସୃଷ୍ଟି କରିଥାଏ ।
(xii) ଅଲ୍‌ଟ୍ରାସାଉଣ୍ଡରେ …………………………… ହର୍ସରୁ ଅଧ‌ିକ ଆବୃତ୍ତିର ଶବ୍ଦ ତରଙ୍ଗ ସୃଷ୍ଟି କରାଯାଏ ।
(xiii) ବାଦୁଡ଼ି ପ୍ରାୟ ………………………. ଆବୃତ୍ତି ବିଶିଷ୍ଟ ଧ୍ଵନି ଶୁଣିପାରେ ।
(xiv) କୁକୁର ………………………. ବୃତ୍ତି ବିଶିଷ୍ଟ ଧ୍ବନି ଶୁଣିପାରେ ।
(xv) ମନୁଷ୍ୟର ଶ୍ରାବ୍ୟ ପରିସର 20HZ ରୁ …………………………… kHZ ।
(xvi) ଗୋଟିଏ ଉଚ୍ଚପିଚ୍ ବିଶିଷ୍ଟ ଧ୍ବନିର ଉଦାହରଣ ……………………. ଅଟେ ।
(xvii) ଗୋଟିଏ କମ୍ ପିଚ୍ ବିଶିଷ୍ଟ ଧ୍ୱନିର ଉଦାହରଣ ………………………… ଅଟେ ।
(xviii) ସାଧାରଣ ଶ୍ଵାସକ୍ରିୟାରେ ଧ୍ଵନିପ୍ରବଣତା ……………………. dB ଅଟେ ।
(xix) ସାଧାରଣ କଥୋପକଥନର ଧ୍ଵନିପ୍ରବଣତା …………………. dB ଅଟେ ।
(xx) ଧ୍ଵନି ପ୍ରବଣତା ……………………… ଏକକରେ ପ୍ରକାଶ କରାଯାଏ ।

Answers:

(ii) ଆବୃତ୍ତି
(iii) ଶ୍ରୁତିସ୍ନାୟୁ
(iv) ଧ୍ଵନିପ୍ରବଣତା
(v) ଶବ୍ଦ ପ୍ରଦୂଷଣ
(vi) ହର୍ସ
(vii) ଆବର୍ତ୍ତକାଳ
(viii) 19
(ix) ଆୟାମ
(x) କଣ୍ଡପଟ୍ଟହ
(xi) କଣ୍ଠରଜ୍ଜୁ
(xii) 20,000
(xiii) 100 kHz
(xiv) 50 kHz
(xv) 20
(xvi) ପକ୍ଷୀର ରାବ
(xvii) ସିଂହର ଗର୍ଜନ
(xviii) 10
(xix) 60
(xx) ଡେସିବେଲ୍

BSE Odisha 8th Class Science Solutions Chapter 13 ଧ୍ୱନି

2. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(i) କମ୍ପିତ ବସ୍ତୁରୁ …………………. ସୃଷ୍ଟି ହୁଏ । (ତାପ, ଧ୍ଵନି, ତରଙ୍ଗ, ଆଲୋକ)
(ii) ଶବ୍ଦ ଶୁଣିବା ଏହାର ………………. ଉପରେ ନିର୍ଭର କରେ । (ସଂଚାରଣ, ଚଳନ, ଗତି, ଆବୃତ୍ତି)
(iii) ଧ୍ବନି ……………………….. ରେ ଗତି କରିପାରେ ନାହିଁ । ( କଠିନ, ତରଳ, ଗ୍ୟାସୀୟ, ଶୂନ୍ୟ)
(iv) କାନର ………………………… ଅଂଶର ଆକାର ଏକ କାହାଳୀପରି ଅଟେ । (ବାହ୍ୟ, ଅନ୍ତ, ମଧ୍ୟ, ଉପର)
(v) କାନରେ ଥିବା ବୃତ୍ତାକାର ପରଦାକୁ ………………………. କୁହାଯାଏ । ( ବାହ୍ୟଅଂଶ, କାନନଳୀ, କର୍ଣ୍ଣପଟହ, ଶ୍ରୁତିସ୍ନାୟୁ)
(vi) 169 1696 = ………………… । ( 1 ହର୍ସ, 1 ଜୁଲ, I ଅର୍ଗ, I ନିଉଟନ୍)
(vii) ଧ୍ଵନି ପ୍ରବଣତାକୁ, …………………………. ଏକକରେ ମପାଯାଏ । (db, Db, Bd, dB)
(viii) ଆବର୍ତ୍ତକାଳ ଓ ଆବୃତ୍ତି ମଧ୍ୟରେ ସମ୍ପର୍କ. ……………………… ଅଟେ । BSE Odisha 8th Class Science Solutions Chapter 13 ଧ୍ୱନି 1
(ix) ……………… dB ଧ୍ବନି ପ୍ରବଣତା ଆମ ଶରୀରପାଇଁ କ୍ଷତିକାରକ । (25-85, 65-25, 55-65, 45-55)
(x) 1 KHZ = ……………………….. HZ (10, 100, 1000, 10,000)

Answers:
(i) ଧ୍ବନି
(ii) ସଂଚାରଣ
(iii) ଶୂନ୍ଯ
(iv) ଚାହ୍ୟ
(v) କଣ୍ଡପଟହ
(vi) 1Hz
(vii) dB
(viii) T = (viii) T =\frac{1}{f}
(ix) 25-85
(x) 1000

3. ବାମ ପାର୍ଶ୍ୱସ୍ଥ ଶବ୍ଦଦ୍ବୟର ସମ୍ପର୍କକୁ ଲକ୍ଷ୍ୟକରି ଦକ୍ଷିଣପାର୍ଶ୍ଵର ଶୂନ୍ୟସ୍ଥାନ ପୂରଣ କର ।
(i) ଉଚ୍ଚସ୍ୱର : ଆୟାମ ଅଧୂକ :: ନିମ୍ନସ୍ୱର : ……………………
(ii) ଆବୃତ୍ତି : ହର୍ସ୍ :: ଧ୍ଵନିପ୍ରବଣତା : …………………..
(iii) ବାଦୁଡ଼ି : 100 kHz :: କୁକୁର : …………………..
(iv) କଳକାରଖାନା : 80 dB :: ଗହଳି ଟ୍ରାଫିକ : …………………..
(v) ପୁରୁଷ : 20 ମି.ମି. .:: ସ୍ତ୍ରୀ : …………………..
(vi) ସାଧାରଣ ଶ୍ଵାସକ୍ରିୟା : ସାଧାରଣ କଥାବାର୍ତ୍ତା :: 10dB : …………………..
(vii) ସିଂହ ଗର୍ଜନ : ନିମ୍ନପିଚ୍ :: ପକ୍ଷୀରାବ : …………………..
(viii) ଅଲଟ୍ରାସୋନିକ୍ : 20,000 H :: ଇନ୍ ଫ୍ରାସୋନିକ୍ : …………………..
(ix) ଆରାମଧ୍ଵନି : ଶ୍ରୁତିମଧୁର :: ବିରକ୍ତିକର ଧ୍ଵନି: …………………..
(x) ଜାକିର ହୁସେନ୍ : ତାବଲା :: ବିସ୍‌ମିଲ୍ଲା ଖାନ୍ : …………………..

Answers:
(i) ଆୟାମ କମ୍
(ii) dB
(iii) 50 kHz
(iv) 20dB.
(v) 15 ମି.ମି.
(vi) 60dB
(vii) ଉଚ୍ଚପିବ୍
(viii) 20H
(ix) କୋଳାହଳ
(x) ସାହାନାଇ

BSE Odisha 8th Class Science Solutions Chapter 13 ଧ୍ୱନି

4. ‘କ’ସ୍ତମ୍ଭରେ ଥ‌ିବା ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥିବା ସମ୍ପର୍କିତ ଶବ୍ଦକୁ ମିଳାଅ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ବଂଶୀ (i) f-1
(ii) ମହୁରୀ (ii) ରବିଶଙ୍କର
(iii) ଚାଙ୍ଗୁ (iii) କର୍ଣ୍ଣପଟହ
(iv) ସାତାର (iv) ବାୟୁ ନଳୀ
(v) T (v) ବାୟୁସ୍ତମ୍ଭ
(vi) କାନ୍ (vi) ଶ୍ରବଣ ଇନ୍ଦ୍ରିୟ
(vii) ଟାଣ ଝିଲ୍ଲୀ (vii) ଗିରିଧାରୀ ଗମାଙ୍ଗୋ
(viii) ଧ୍ଵନି ପ୍ରଦୂଷଣ (viii) 20Hz ରୁ 20 000 Hz
(ix) ଶ୍ରାବ୍ୟ ଆବୃତ୍ତି ପରିସର (ix) 20 kHz
(x) ଅଲଟ୍ରାସାଉଣ୍ଡ ଯନ୍ତ୍ରର ଆବୃତ୍ତି (x) B

Answer:

‘କ’ ସ୍ତମ୍ଭ ଖ’ ସ୍ତମ୍ଭ
(i) ବଂଶୀ (v) ବାୟୁସ୍ତମ୍ଭ
(ii) ମହୁରୀ (iv) ବାୟୁ ନଳୀ
(iii) ଚାଙ୍ଗୁ (vii) ଗିରିଧାରୀ ଗମାଙ୍ଗୋ
(iv) ସାତାର (ii) ରବିଶଙ୍କର
(v) T (i) f-1
(vi) କାନ୍ (vi) ଶ୍ରବଣ ଇନ୍ଦ୍ରିୟ
(vii) ଟାଣ ଝିଲ୍ଲୀ (iii) କର୍ଣ୍ଣପଟହ
(viii) ଧ୍ଵନି ପ୍ରଦୂଷଣ (x) B
(ix) ଶ୍ରାବ୍ୟ ଆବୃତ୍ତି ପରିସର (viii) 20Hz ରୁ 20 000 Hz
(x) ଅଲଟ୍ରାସାଉଣ୍ଡ ଯନ୍ତ୍ରର ଆବୃତ୍ତି (ix) 20 kHz

 

5.ଭୁଲ୍ ଉକ୍ତି ନିକଟରେ ‘x’ ଚିହ୍ନ ଓ ଠିକ୍ ଉକ୍ତି ନିକଟରେ ‘/? ଚିହ୍ନ ଦିଅ ।
(i) ଏକତାରା ଏକ ମୃଦଙ୍ଗ ଭଳି ବାଦ୍ୟ ।
(ii) ପୁରୁଷମାନଙ୍କର କଣ୍ଠରଜ୍ଜୁର ଦୈର୍ଘ୍ୟ ସ୍ତ୍ରୀମାନଙ୍କ କଣ୍ଠରଜ୍ଜୁର ଦୈର୍ଘ୍ୟଠାରୁ ଛୋଟ ।
(iii) ଶବ୍ଦ ଶୂନ୍ୟ ମାଧ୍ୟମରେ ଗତି କରିପାରେ ।
(iv) ଧ୍ଵନିର ଧ୍ଵନିପ୍ରବଣତା ଦୋଳନ ସୃଷ୍ଟି କରୁଥିବା କମ୍ପନର ଆୟାମର ବର୍ଗସହ ସମାନୁପାତୀ ।
(v) କଳକାରଖାନାର ଧ୍ଵନିପ୍ରବଣତା 80 dB ।
(vi) ଡ୍ରମର କମ୍ପନର ଆବୃତ୍ତି ବେଶି ହୋଇଥିବାରୁ ଏହା କର୍କଶ ହୋଇଥାଏ ।
(vii) . ଵିସିଲ୍‌ର ଆବୃଭି ଅଧ୍ଵ ହେତୁ ଏହା ତୀକ୍ଷ୍ଣ ହୋଇଥାଏ ।
(viii) ସିଂହ ଗର୍ଜନର ଧ୍ଵନିପ୍ରବଣତା କମ୍ ଓ ଏହା ଉଚ୍ଚ ପିଯୁକ୍ତ ।
(ix) ଅଧିକାଂଶ କ୍ଷେତ୍ରରେ ନାରୀମାନଙ୍କର ସ୍ବରର ଆବୃତ୍ତ ପୁରୁଷମାନଙ୍କର ସ୍ଵରର ଆବୃଭିଠାରୁ ଅଧିକ ।
(x) ହର୍ସ = ( ସେକେଣ୍ଡ )-1

BSE Odisha 8th Class Science Solutions Chapter 13 ଧ୍ୱନି

Answers:
(i) ✗
(ii) ✗
(iii) ✗
(iv) ✓
(v) ✓
(vi) ✗
(vii) ✓
(viii) ✗
(ix) ✓
(x) ✓

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Odisha State Board BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା Textbook Exercise Questions and Answers.

BSE Odisha Class 8 Odia Solutions Chapter 3 ଶିକ୍ଷାଦୀକ୍ଷା

ପାଠ୍ୟପୁସ୍ତ୍ରକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଆସ, କଥାବାର୍ତ୍ତା ହେବା ।
(କ) ଶ୍ରୀରାମଙ୍କ ପିତାଙ୍କ ନାମ କ’ଣ ?
Answer:
ଶ୍ରୀରାମଙ୍କ ପିତାଙ୍କ ନାମ ଦଶରଥ ।

(ଖ) ରାମଙ୍କ ସହିତ ଆଉ କିଏ କିଏ ବନବାସକୁ ଯାଇଥିଲେ ?
Answer:
ରାମଙ୍କ ସହିତ ତାଙ୍କର ପତ୍ନୀ ସୀତା ଓ ଅନୁଜ ଲକ୍ଷଣ ବନବାସକୁ ଯାଇଥିଲେ ।

(ଗ) ଭରତଙ୍କୁ ପ୍ରବୋଧନା ଦେବାପାଇଁ ରାମ କ’ଣ କରିଥିଲେ ? .
Answer:
ଭରତଙ୍କୁ ପ୍ରବୋଧନା ଦେବାପାଇଁ ରମଚନ୍ଦ୍ର ତାଙ୍କୁ ନିଜର ପାଦୁକୀ ପ୍ରଦାନ କରିଥିଲେ।

(ଘ) ଦଶରଥଙ୍କ ପ୍ରାଣତ୍ୟାଗ ଘଟଣାରୁ କେଉଁ ବିଷୟର ସୂଚନା ମିଳେ ?
Answer:
ପୁତ୍ର ପ୍ରତି ପିତାର କେତେ ସ୍ନେହ ଓ ଆନ୍ତରିକତା ରହିଥାଏ, ଦଶରଥଙ୍କ ପ୍ରାଣତ୍ୟାଗ ଘଟଣାରୁ ସେହି ବିଷୟର ସୂଚନା ମିଳେ ।

(ତଂ) ‘ସେ ପଦପଙ୍କଜେ ଧ୍ୟାୟି କରକୁ ଯୋଡ଼ି’ – ଏହା କିଏ କହିଛନ୍ତି ?
Answer:
‘ସେ ପଦପଙ୍କଜେ ଧ୍ୟାୟି କରକୁ ଯୋଡ଼ି – ଏହା ଗଣକବି ବୈଷ୍ଣବ ପାଣି ‘ରାମ ବନବାସ’ ଗୀତିନାଟ୍ୟସ୍ଥ ‘ଶିକ୍ଷାଦାକ୍ଷା’ କବିତାରେ କହିଛନ୍ତ୍ରି।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୨।
ଆସ, ଦୁଇଟି ବାକ୍ୟରେ ତଳ ପ୍ରଶ୍ନର ଉତ୍ତର ଲେଖିବା ।
(କ) ‘ଶିକ୍ଷାଦୀକ୍ଷା’ କବିତାରେ ରାମାୟଣ ବର୍ଣ୍ଣିତ କେଉଁ ଘଟଣାର ପରବର୍ତ୍ତୀ ପ୍ରସଙ୍ଗ ବର୍ଣ୍ଣନ କରାଯାଇଛି?
Answer:
‘ଶିକ୍ଷାଦୀକ୍ଷା’ କବିତାରେ ରାମାୟଣ ବର୍ଣ୍ଣିତ ରାମ ବନବାସ ଘଟଣାର ପରବର୍ତ୍ତୀ ପ୍ରସଙ୍ଗ ବର୍ଣ୍ଣନ। କରାଯାଇଛି

(ଖ) ‘ଭାଇରେ ଭାଇରେ ସ୍ନେହ, କେମନ୍ତେ ଦେଖୁଲ କହ’ – ଏଠାରେ କେଉଁ କେଉଁ ଭାଇଙ୍କ ବିଷୟରେ କୁହାଯାଇଛି ?
Answer:
‘ଭାଇରେ ଭାଇରେ ସ୍ନେହ, କେମନ୍ତେ ଦେଖୁଲ କହ,’- ପ୍ରସଙ୍ଗରେ ରାମ ଓ ଲକ୍ଷ୍ମଣ, ରାମ ଓ ଭରତ ମଧ୍ୟରେ ରହିଥ‌ିବା ଅପୂର୍ବ ଭ୍ରାତୃସ୍ନେହ ବିଷୟରେ କୁହାଯାଇଛି ।

(ଗ) ଚିତ୍ତ ଦୃଢ଼ କରିବା ନିମନ୍ତେ କବି ପରାମର୍ଶ ଦେବାର କାରଣ କ’ଣ ?
Answer:
ଚିତ୍ତ ଦୃଢ଼ କଲେ ସାଂସାରି ମଣିଷ ଆଉ ମୋହମାୟାରେ ଦୁଃଖକଷ୍ଟ ପାଇବ ନାହିଁ । ପ୍ରତ୍ୟେକ ଦୁଃଖକୁ ସହିଯିବାର ଶକ୍ତି ମନରେ ଆସିବ । ତେଣୁ କବି ଚିତ୍ତକୁ ଦୃଢ଼ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି ।

(ଘ) କବି କାହାର ଦାସ ହେବାପାଇଁ ଅଭିଳାଷ ପୋଷଣ କରିଛନ୍ତି ?
Answer:
କବି ବୈଷ୍ଣବ ପାଣି ମର୍ଯ୍ୟାଦା ପୁରୁଷୋତ୍ତମ ତଥା ତାଙ୍କର ଆରାଧ ଶ୍ରୀରାମଙ୍କର ଦାସ ହେବାପାଇଁ ଅଭିଳାଷ ପୋଷଣ କରିଛନ୍ତି ।

(ଙ) କାହା କରୁଣାରୁ ହନୁମାନ ସୁବର୍ଷ ଗଡ଼କୁ ଜିଣିପାରିଥିଲେ ?
Answer:
ପ୍ରଭୁ ରାମଚନ୍ଦ୍ରଙ୍କ କରୁଣାରୁ ହନୁମାନ ସୁବର୍ଣ୍ଣ ଗଡ଼କୁ ଜିଣିପାରିଥିଲେ । କାରଣ ହନୁମାନ ସଦାସର୍ବଦା ନିଜର ପ୍ରଭୁ ରାମଚନ୍ଦ୍ରଙ୍କୁ ସ୍ମରଣ କରୁଥିଲେ ।

Question ୩ ।
ଆସ, ୧୦୦ ରୁ ୧୨୦ ଶବ୍ଦ ମଧ୍ଯରେ ତଳ ପ୍ରଶ୍ନଗୁଡିକର ଉତ୍ତର ଲେଖା ।
(କ) ‘ଶିକ୍ଷାଦୀକ୍ଷା’ କବିତାରୁ ଆମର ଯାହା ଯାହା ଶିକ୍ଷା କରିବାର ଅଛି ବର୍ଣ୍ଣନା କରି ଲେଖୁବା ।
Answer:
ଗଣକବି ବୈଷ୍ଣବ ପାଣି ଓଡ଼ିଶାର ନୃତ୍ୟ, ସଙ୍ଗୀତ ଓ ଲୋକକଳାକୁ ଅପୂର୍ବ ଛନ୍ଦରେ ରୁଦ୍ଧିମନ୍ତ କରିଥିଲେ । ନିଜର ଦୁଃଖ ଯାତନାକୁ ସେ ପଛରେ ପକାଇ ରଙ୍ଗମଞ୍ଚରେ ଗୀତିନାଟ୍ୟ ଉପସ୍ଥାପନ କରିବାର ଗୌରବ ଅର୍ଜନ କରିଥିଲେ । ନିଜର ପ୍ରତିଭା ଓ ସାଧନା ବଳରେ ସେ ବହୁ ଗୀତିନାଟ୍ୟ, ପାଲା, ଭଜନ, ଜଣାଣ ଇତ୍ୟାଦି ରଚନା କରିଥିଲେ । ତାଙ୍କର ରଚନାର ଲାଳିତ୍ୟ ଓ ଅପୂର୍ବ ଶବ୍ଦ ସଂଯୋଜନା ଉଭୟ ପାଠକ ଓ ଦର୍ଶକଙ୍କୁ ବିମୋହିତ କରିଥାଏ। ତାଙ୍କ ରଚିତ ଗୀତିନାଟ୍ୟଗୁଡ଼ିକ ମଧ୍ୟରେ ‘ମେଘନାଦ ବଧ’, ‘ରଙ୍ଗସଭା’, ‘କାର୍ଲବୀର୍ଯ୍ୟ ସଂହାର’, ‘ପ୍ରହ୍ଲାଦ ଚରିତ’, ‘ରାମବନବାସ’, ‘କଣ୍ଣବଧ’, ‘ଦକ୍ଷଯଜ୍ଞ’ ଇତ୍ୟାଦି ବହୁ ଜନପ୍ରିୟ ।

ଆଲୋଚ୍ୟ କବିତାଟି ‘ରାମ ବନବାସ’ ଗୀତିନାଟ୍ୟର ଅଂଶବିଶେଷ । କବି ବୈଷ୍ଣବ ପାଣି ପୌରାଣିକ କଥାବସ୍ତୁ ଉପସ୍ଥାପନ କରିବାକୁ ଯାଇ ସମାଜକୁ ସୁସ୍ଥ ସୁନ୍ଦର ହେବାପାଇଁ ପରାମର୍ଶ ଦେଇଛନ୍ତି । ଏକ ନୈତିକ ଜୀବନ ଯାପନ କରିବାକୁ ସେ ବିଭିନ୍ନ ଉଦାହରଣ ମାଧ୍ୟମରେ ଦେଇଥ‌ିବା ଶିକ୍ଷାକୁ ଆହୁରି ପ୍ରାଞ୍ଜଳ ଓ ସ୍ପଷ୍ଟ କରିଛନ୍ତି। ଉକ୍ତ କବିତାରେ କବି ପ୍ରସଙ୍ଗକ୍ରମେ ପିତୃଭକ୍ତି, ଭ୍ରାତୃସ୍ନେହ, ଶେଷରେ ମୋହମାୟାର ବନ୍ଧନରେ ବାନ୍ଧିହୋଇଥ ମଶିଷକୁ ଚେତାବନା ଶୁଶାଇଛନ୍ତି।

ପିତୃଭକ୍ତି : ରଘୁବୀର ରାମଚନ୍ଦ୍ର ପିତୃଭକ୍ତିର ଅମଳିନ ସ୍ଵାକ୍ଷର ଥିଲେ । ସେ ପିତୃଆଜ୍ଞାକୁ ଯଥାର୍ଥ ଭାବରେ ପାଳନ କରିବାପାଇଁ ଚଉଦ ବର୍ଷ ବନବାସ ଯାଇଥିଲେ । ରାଜ୍ୟାଭିଷେକ ଆୟୋଜନବେଳେ, ସେ ପିତାଙ୍କ ସତ୍ୟରକ୍ଷା ଉପରେ ଅଧିକ ଗୁରୁତ୍ଵ ଦେଇଥିଲେ । ପିତୃସତ୍ୟ ରକ୍ଷା କରିବାକୁ ଯାଇ ସେ ବନଗମନ କରିଥିଲେ । ରାମଚନ୍ଦ୍ରଙ୍କ ନିକଟରେ ପିତୃଭକ୍ତି ଓ ନିଜ ବଂଶର ମର୍ଯ୍ୟାଦା ଅଧ‌ିକ ଗୁରୁତ୍ଵପୂର୍ଣ୍ଣ ଥିଲା । ପିତାଙ୍କର ସତ୍ୟରକ୍ଷା କରିବା ତାଙ୍କ ଜୀବନର ବ୍ରତ ଥିଲା । ଗଣକବି ରାମଚନ୍ଦ୍ରଙ୍କ ପରି ପିତୃଭକ୍ତ ହେବାପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ପିତାଙ୍କ କଥାର ମର୍ଯ୍ୟାଦା ରକ୍ଷା କରିବାକୁ ଯାଇ ଯଦି ଭିକ୍ଷା କରିବାକୁ ପଡ଼େ, ତା’ହେଲେ ସେଥ‌ିରେ ଦ୍ବିଧା ପ୍ରକାଶ କରିବା ଉଚିତ ନୁହେଁ । ପିତା ହେଉଛନ୍ତି ସମସ୍ତ ଧର୍ମର ନିୟାମକ । ପିତା ହେଉଛନ୍ତି ସ୍ୱର୍ଗ । ସେହି ପିତାଙ୍କର ସେବା ପୂଜା କଲେ, ସବୁ ଦେବତାଙ୍କର ଆଶୀର୍ବାଦ ଲାଭ ହୋଇପାରିବ । ତେଣୁ ସମାଜକୁ ପରାମର୍ଶ ଦେଇ କବି କହିଛନ୍ତି ଯେ ପିତୃଭକ୍ତି ରୂପକ ଧାର୍ମିକ ପଥରୁ କେବେହେଲେ ବିଚ୍ୟୁତ ହୁଅନାହିଁ ।

ଭ୍ରାତୃସ୍ନେହ : ଅଯୋଧ୍ୟା ରାଜପରିବାରରେ ଭାଇ ଭାଇର ସ୍ନେହ ଥିଲା ଅତୁଟ । ବଡ଼ଭାଇ ରାମଚନ୍ଦ୍ରଙ୍କୁ ସାନଭାଇ ଲକ୍ଷ୍ମଣ ଓ ଭରତ ଆଜ୍ଞାବହ ଭାବରେ ସେବା କରି ଆସୁଥିଲେ । ରାମ ବନବାସ ଯିବାକୁ ବାହାରିବାରୁ ଲକ୍ଷ୍ମଣ ତାଙ୍କ ସହିତ ବନକୁ ଯାଇଥିଲେ । ସେହିପରି ରାମଚନ୍ଦ୍ରଙ୍କୁ ବନରୁ ଫେରାଇ ଆଣିବାପାଇଁ ଭରତ ଚେଷ୍ଟା କରିଥିଲେ । ଶେଷରେ ସେ ରାମଙ୍କଠାରୁ ପାଦୁକା ଆଣି ତାହାକୁ ସିଂହାସନ ଉପରେ ସ୍ଥାପନ କରି ତାଙ୍କର ସେବକ ରୂପେ ରାଜ୍ୟଶାସନ କରିଥିଲେ । କବିଙ୍କ ମତରେ, ଅଯୋଧ୍ୟାର ରାଜକୁମାରଙ୍କ ପରି ଭାଇ ଭାଇ ମଧ୍ୟରେ ସ୍ନେହ ଓ ଭକ୍ତିର ସମ୍ପର୍କ ସ୍ଥାପନ କର । ବୃଥା ଅହଂକାର ନକରି ଭାଇଭାଇର ଦୁଃଖରେ ସମଦୁଃଖୀ ହୁଅ ।

ପତିବ୍ରତା : ସୀତା ଥିଲେ ରାଜନନ୍ଦିନୀ ଓ ରାଜବଧୂ; ମାତ୍ର ସ୍ଵାମୀ ପିତୃସତ୍ୟ ରକ୍ଷା ପାଇଁ ବନକୁ ଯିବା ସମୟରେ ସେ ତାଙ୍କ ସହିତ ବନକୁ ଯାଇଥିଲେ । ସ୍ଵାମୀଙ୍କୁ ଛାଡ଼ି ରାଜପୁରୀର କୌଣସି ସୁଖକୁ ସେ କାମନା କରିନଥିଲେ । ବରଂ ପତିବ୍ରତା ଧର୍ମ ପାଳନ କରି ସେ ସ୍ଵାମୀଙ୍କର ଅନୁଗାମିନୀ ହୋଇଥିଲେ। କବି ସୀତାଙ୍କର ଉଦାହରଣ ଦେଇ ମହିଳାମାନଙ୍କୁ ଉପଦେଶ ଦେଇ ସୀତାଙ୍କ ପରି ପତିବ୍ରତା ହେବାପାଇଁ ପରାମର୍ଶ ଦେଇଛନ୍ତି । ପତିବ୍ରତା ହେଲେ ମହିଳାମାନେ ଯେ ଯଶସ୍ବିନୀ ହୋଇପାରିବେ, ଏହାକୁ କବି ଉପଦେଶ ଛଳରେ ବୁଝାଇଛନ୍ତି ।

ପୁତ୍ରସ୍ନେହ : ଦଶରଥ ପୁତ୍ରସ୍ମେହରେ ଅନ୍ଧି ହୋଇ ନିଜର ସତ୍ୟପଥରୁ ଦୂରେଇଯିବାକୁ ଚାର୍ହିଥ୍ଲୋ ମାତ୍ର ରାମଚନ୍ଦ୍ର ପିତାଙ୍କ ସତ୍ୟରକ୍ଷା ପାଇଁ ବନଗମନ କରିଥିଲେ । ରାମଚନ୍ଦ୍ର ବନକୁ ଯିବା ପରେ ଦଶରଥ ପୁତ୍ରଶୋକରେ ଅଧୀର ହୋଇ ପ୍ରାଣତ୍ୟାଗ କରିଥିଲେ । କବି ଚେତାବନୀ ଶୁଣାଇ କହିଛନ୍ତି, ସଂସାରୀ ମଣିଷ ମୋହମାୟର ବନ୍ଧନରେ ବାନ୍ଧିହୋଇ ବହୁ ଦୁଃଖ ଭୋଗକରେ।

ସଂସାରୀ ମଣିଷ ଜାଗତିକ ବନ୍ଧନରୁ ଦୂରେଇ ଯାଇପାରେ ନାହିଁ । ସେ ଯେତେ ସତର୍କତାର ସହିତ ପାଦପକାଇ ଚାଲିଲେ ବି ସଂସାର ରୂପକ ଖସଡ଼ା ରାସ୍ତାରେ ପାଦ ଖସିଯିବାର ବହୁତ ସମ୍ଭାବନା ରହିଥାଏ । ଏହି ପରିପ୍ରେକ୍ଷୀରେ ମନକୁ ଦୃଢ଼ କରିବାପାଇଁ କବି କରାମର୍ଶ ଦେଇଛନ୍ତି । କାରଣ ମନକୁ ସ୍ଥିର ଓ ଦୃଢ଼ ନ ରଖିଲେ ସଂସାରୀ ମଣିଷ କେବେହେଲେ ନିଜକୁ ଯଥାର୍ଥ ବାଟରେ ପରିଚାଳିତ କରିପାରିବ ନାହିଁ । କବି ପୌରାଣିକ କଥାବସ୍ତୁ ମାଧ୍ୟମରେ ସାମାଜିକ ଜୀବନ ଅତିବାହିତ କରୁଥିବା ମଣିଷମାନଙ୍କୁ ଉପରୋକ୍ତ ପରାମର୍ଶ ଦେଇଛନ୍ତି । କବିଙ୍କର ସେହି ଶିକ୍ଷଣୀୟ ପରାମର୍ଶ କାଳୋତୀର୍ଣ୍ଣ ପରି ମନେହୋଇଥାଏ ।

(ଖ) ରାମାୟଣର ବର୍ଣ୍ଣନା ଅନୁସାରେ ପିତାପୁତ୍ରର ସମ୍ପର୍କ୍ ଏବଂ ଭାଇଭାଇର ସମ୍ପର୍କ ର୍ବଷୟରେ ଆଲୋଚନା କରି ଲେଖିବା
Answer:
ଗଣକବି ବୈଷ୍ଣବ ପାଣି ଉତ୍କଳ ଭାରତୀଙ୍କର ଜଣେ ସୁଯୋଗ୍ୟ ସନ୍ତାନ । ସେ ନିଜର ପ୍ରତିଭା ବଳରେ ବହୁ ପାଲା, ଗୀତିନାଟ୍ୟ, ଭଜନ ଓ ଜଣାଣ ଲେଖୁଛନ୍ତି । ତାଙ୍କଦ୍ବାରା ରଚିତ ଗୀତିନାଟ୍ୟଗୁଡ଼ିକ ମଧ୍ୟରେ ‘ମେଘନାଦ ବଧ’, ‘ରଙ୍ଗସଭା’, ‘କାଉଁବୀର୍ଯ୍ୟ ସଂହାର’, ‘ପ୍ରହ୍ଲାଦ ଚରିତ’, ‘ରାମ ବନବାସ’, ‘କର୍ଣ୍ଣବଧ’, ‘ଦକ୍ଷଯଜ୍ଞ’ ଇତ୍ୟାଦି କୃତି ଅର୍ବସ୍ଥରଶାୟା ସେହିସବୁ ଗାତିନାଟ୍ୟରେ ଗୌରାଶିକ କଥାବସ୍ତୁର ବର୍ଣ୍ଣନା ରହିଥଲେ ମଧ୍ୟ ସେ ସମାଜର ସର୍ବକାଳାନ ଦିଗକୁ ବର୍ଣନା କରିଥିଲେ । ଉନ୍ନତ ସମାନ ଗଠନ ପାଇଁ ସେ ପ୍ରକାରାନ୍ତରେ ପରାମର୍ଶ ଦେଇଥିଲେ ।

‘ରାମାୟଣ ହେଉଛି ଆମ ସମାଜ ଓ ସଂସ୍କୃତିର ଆଦର୍ଶ ଧର୍ମଗ୍ରନ୍ଥ । ଏଥ‌ିରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ମାନବୀୟ ଲୀଳାକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି । ଗଣକବି ବୈଷ୍ଣବ ପାଣି ‘ରାମାୟଣ ର ଅଯୋଧ୍ୟାକାଣ୍ଡର ରାମ ବନବାସ କଥାବସ୍ତୁକୁ ତାଙ୍କର ଗୀତିନାଟ୍ୟ କଥାବସ୍ତୁରୂପେ ଗ୍ରହଣ କରି ସେଥ‌ିରେ ପିତାପୁତ୍ର ମଧ୍ୟରେ ରହିଥ‌ିବା ନବଡ଼ ସମ୍ପର୍କ ଓ ଭାଇ ଭାଇ ମଧ୍ୟରେ ରହିଥ‌ିବା ଅନାବିଳ ସ୍ନେହର ଅତି ହୃଦୟଗ୍ରାହୀ ବର୍ଣ୍ଣନା କରିଛନ୍ତି ।

ପିତାପୁତ୍ରର ସମ୍ପର୍କ – ‘ରାମାୟଣ’ରେ ପିତାପୁତ୍ରର ସମ୍ପର୍କ କେତେ ନିବିଡ଼ ତାହାକୁ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି । ସେ ରାଜା ହେଉ ବା ସାଧାରଣ ପ୍ରଜା ହେଉ ସମସ୍ତେ ସାଂସାରିକ ଜୀବନରେ ପତ୍ନୀ ଗ୍ରହଣ କଲାପରେ ପୁତ୍ର କାମନା କରିଥା’ନ୍ତି। ସମସ୍ତଙ୍କର ବିଶ୍ୱାସ ଥାଏ, ପୁତ୍ର ହିଁ ତାଙ୍କ ପିଣ୍ଡପାଣିର କାରଣ ହେବ । ପୁତ୍ ନାମକ ନର୍କରୁ ଉଦ୍ଧାର କରିବ । ପତ୍ରହିଁ ହେବ ତାଙ୍କର ଭାଗ୍ୟ ଓ ଭବିଷ୍ୟତ । ପୁତ୍ର ପାଇଁ ତାଙ୍କର ବଂଶ ଓ କୁଳର ମର୍ଯ୍ୟାଦା ବଢ଼ିପାରିବ । ରାଜା ଦଶରଥଙ୍କର ବିବାହର ବହୁଦିନ ପର୍ଯ୍ୟନ୍ତ କୌଣସି ପୁତ୍ର ଜନ୍ମ ହୋଇନଥିଲେ। ତେଣୁ ସେ ପୁତ୍ରେଷ୍ଟି ଯଜ୍ଞ କରାଇ ଚାରୁ ଚରୁଅନ୍ନର ପ୍ରଭାବରେ ପୁତ୍ରସନ୍ତାନ ଲାଭ କରିଥିଲେ । ସେ ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ନାମରେ ଚାରୋଟି ପୁତ୍ର ଲାଭ କରିଥିଲେ । ପୁତ୍ର ଜନ୍ମ ପରେ ଦଶରଥ ବେଶ୍ ଆନନ୍ଦିତ ହୋଇଥିଲେ । ସେହି ପୁତ୍ରମାନଙ୍କୁ ବେଶ୍ ଯତ୍ନରେ ଉପଯୁକ୍ତ ଶିକ୍ଷା ଦେଇ ଲାଳନ ପାଳନ କରିଥିଲେ । ପିତାପୁତ୍ରର ସମ୍ପର୍କ ହେଉଛି ଜନ୍ମଜନ୍ମର ସମ୍ପର୍କ । ପୁତ୍ରହିଁ ପିତାଙ୍କୁ ଯଶସ୍ବୀ କରିଥାଏ ।

କୌଣସି ଏକ ଦୁର୍ବଳ ମୁହୂର୍ଭରେ ରାଜା ଦଶରଥ ତାଙ୍କର ମଝିଆଁ ରାଣୀ କୈକେୟୀଙ୍କୁ ଦୁଇଟି ବର ଦେବାପାଇଁ ସତ୍ୟ ହେଉଥିଲା, ସେହି ସମୟରେ ରାଣୀ କୈକେୟୀ କୁମନ୍ତ୍ରଣାର ବଶବର୍ତ୍ତୀ ହୋଇ ରାଜଙ୍କୁ ବରଦୁଇଟି ମାଗିବସିଲେ । ପ୍ରଥମ ବର ଅନୁସାରେ ରାମଚନ୍ଦ୍ର ଚଉଦବର୍ଷ ବନବାସ ଯିବେ ଏବଂ ଦ୍ଵିତୀୟ ବରରେ ତାଙ୍କ ପୁତ୍ର ଭରତ ସିଂହାସନ ଆରୋହଣ କରିବେ । ଏଭଳି କଥା ଶୁଣି ରାଜା ଦଶରଥ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ତାଙ୍କର କଥାକୁ ଫେରାଇ ନେବାପାଇଁ ସେ ରାଣୀ କୈକେୟୀଙ୍କୁ ଅନୁରୋଧ କରିଥିଲେ । କାରଣ ରାମଙ୍କୁ ଛାଡ଼ି, ରାମଙ୍କ ପ୍ରତି ଏଭଳି ଅବିଚାର କରି ସେ କେବେହେଲେ ବଞ୍ଚିପାରିବେ ନାହିଁ । ପୁତ୍ର ପାଇଁ ସେ ସତ୍ୟଭଗ୍ନ ହେବାପାଇଁ ମଧ୍ୟ ପ୍ରସ୍ତୁତ ହେଲେ ।

କାରଣ ସତ୍ୟଭଗ୍ନ ହେଲେ ହୁଏତ ତାଙ୍କର କ୍ଷତି ହୋଇପାରେ, ମାତ୍ର ରାମଙ୍କୁ ସେ କେବେହେଲେ ପାଖରୁ ଛାଡ଼ିପାରିବେ ନାହିଁ । ବାସ୍ତବରେ ରାଜା ହୋଇ ମଧ୍ୟ ଦଶରଥ ପୁତ୍ର ପାଇଁ ବିକଳରେ କ୍ରନ୍ଦନ କରିଥିଲେ । ମାତ୍ର କୌଣସି କଥାରେ କୈକେୟୀ ରାଜି ହୋଇ ନଥିଲେ । ରାମଚନ୍ଦ୍ରଙ୍କ ନିକଟରେ ଏହି ଖବର ପହଞ୍ଚି ଯାଇଥିଲା । ସେ ପିତାଙ୍କର ସତ୍ୟପାଳନ ପାଇଁ ଚଉଦବର୍ଷ ବନବାସ ଯିବାପାଇଁ ପ୍ରସ୍ତୁତ ହେଲେ। ସେ କାହାରି ପରାମର୍ଶକୁ ନ ମାନି, କେବଳ ପିତାଙ୍କର ମର୍ଯ୍ୟାଦାକୁ ରକ୍ଷା କରିବାପାଇଁ ଦୃଢ଼ ଶପଥ କରି ଅରଣ୍ୟକୁ ଯାଇଥିଲେ । କବି ଏହି ପରିପ୍ରେକ୍ଷୀରେ ସମାଜକୁ ଦିଗ୍‌ଦର୍ଶନ ଦେଇ କହିଛନ୍ତି ପିତାଙ୍କର କଥା ରକ୍ଷାକରିବାକୁ ଯାଇ ଭିକ୍ଷା କରିବାକୁ ପଡ଼ିଲେ ମଧ୍ୟ ପୁତ୍ର ତାହା କରିବା ଉଚିତ । କବିଙ୍କ ଭାଷାରେ

‘‘ଶିକ୍ଷା କର ପିତୃଭକ୍ତି, ଦୀକ୍ଷା କର ଏହି ନୀତି,
ଭିକ୍ଷା କର ପଛେ ସତ୍ୟ ବାଟ ନଛାଡ଼ ।’’

ପୁତ୍ର ନିକଟରେ ପିତା ହେଉଛି ଧର୍ମ, ପିତା ହେଉଛି ସ୍ବର୍ଗ । ତେଣୁ ସେହି ପିତାଙ୍କୁ ସନ୍ତୁଷ୍ଟ କଲେ, ପୁତ୍ର ସବୁ ଦେବତାଙ୍କର ଆଶୀର୍ବାଦ ଲାଭ କରିପାରିବ । ସେହିପରି ପୁତ୍ର ସ୍ନେହକୁ ସାଧାରଣ ସଂସାରୀ ମଣିଷ ପରି ରାଜା ଦଶରଥ ଉପେକ୍ଷା କରି ପାରିନାହାଁନ୍ତି । ବରଂ ରାମଚନ୍ଦ୍ର ବନକୁ ଗମନ କଲାପରେ ଦଶରଥ ମାନସିକ ଯନ୍ତ୍ରଣାରେ ଘାରି ଦେବତାଙ୍କର ଆଶୀର୍ବାଦ ଲାଭ କରିପାରିବ । ସେହିପରି ପୁତ୍ର ସ୍ନେହକୁ ସାଧାରଣ ସଂସାରୀ ମଣିଷ ପରି ରାଜା ଦଶରଥ କେତେ ନିବିଡ଼ ତାହା କେହି କହିପାରିବେ ନାହିଁ । କବି ଏହାକୁ ବୁଝାଇ କହିଛନ୍ତି –

‘ପୁତ୍ରେ ପିତା -ସ୍ନେହ କେଡ଼େ, ପୁତ୍ର ବିନେ ପ୍ରାଣ ଛାଡ଼େ,
ଭାଙ୍ଗି କେ,ପାରିବ ଗୁଢ଼ ସ୍ନେହର ବାଡ଼ ।’’

ପୁତ୍ର ସ୍ନେହ ରୂପକ ବାଡ଼କୁ କୌଣସି ପିତା ଭାଙ୍ଗିପାରିବ ନାହିଁ କିମ୍ବା ପୁତ୍ରକୁ ଛାଡ଼ି କୌଣସି ସମୟରେ ପିତା ସୁଖୀ ହୋଇପାରିବ ନାର୍ହି

ଭାଇଭାଇର ସମ୍ପର୍କ : ‘ରାମାୟଣ’ରେ ଭାଇଭାଇର ଅନାବିଳ ସ୍ନେହର ବର୍ଣ୍ଣନା ରହିଛି । ସେହି ସ୍ନେହ ଓ ଅପରପକ୍ଷରେ ରାମଚନ୍ଦ୍ର ମଧ୍ୟ ତାଙ୍କର ଅନୁଜମାନଙ୍କୁ ପ୍ରାଣରୁ ଅଧିକ ପ୍ରିୟ ମନେକରୁଥିଲେ । ଅଯୋଧ୍ୟା ରାଜପୁରୀରେ ଭାଇଭାଇର ସ୍ନେହ ଥୁଲା ନିବିଡ଼ । ରାମ, ଲକ୍ଷ୍ମଣ ଓ ଭରତ, ଶତ୍ରୁଘ୍ନ କେହି କାହାକୁ ମୁହୂର୍ରେ ଛାଡ଼ି ରହିପାରୁ ନଥିଲେ । ସତେଯେପରି କାୟା ପଛରେ ଛାୟା ଲାଗିରହିଲାପରି ରାମଙ୍କ ପାଖେ ପାଖେ ଲକ୍ଷ୍ମଣ ଏବଂ ଭରତଙ୍କ ପାଖେ ପାଖେ ଶତ୍ରୁଘ୍ନ, ରହିଥିଲେ । ତଥାପି ସମସ୍ତେ ଜ୍ୟେଷ୍ଠଭ୍ରାତା ରାମଙ୍କୁ ଅଧିକ ଭକ୍ତି ଓ ମର୍ଯ୍ୟାଦା ଦେଖାଇଥିଲେ । ଅପରପକ୍ଷରେ ରାମଚନ୍ଦ୍ର ମଧ୍ୟ ତାଙ୍କର ଅନୁଜମାନଙ୍କୁ ପ୍ରାଣରୁ ଅଧିକ ପ୍ରିୟ ମନେକରୁଥିଲେ ।

ରାମଚନ୍ଦ୍ର ଯେତେବେଳେ ପିତୃସତ୍ୟ ପାଇଁ ବନଗମନ କରିବାକୁ ବାହାରିଲେ, ତାଙ୍କ ସହିତ ଅନୁଜ ଲକ୍ଷ୍ମଣ ବନକୁ ଯିବାପାଇଁ ଇଚ୍ଛା କରିଥିଲେ । ବଡ଼ଭାଇ ରାମଙ୍କୁ ଛାଡ଼ି ସେ ରାଜପୁରୀରେ ରହିପାରିବେ ନାହିଁ ବୋଲି ନିଷ୍ପଭି ନେଇଥିଲେ । ଲକ୍ଷ୍ମଣ ବନକୁ ଯିବାପାଇଁ ଅଗ୍ରଜ ରାମଚନ୍ଦ୍ରଙ୍କୁ ଅନୁରୋଧ କରିଥିଲେ । ରାମଙ୍କ ସୁଖଦୁଃଖର ସାଥୀ ହେବାପାଇଁ ସେ ଚାହିଁଥିଲେ । ପୁନଶ୍ଚ ରାମଚନ୍ଦ୍ର ବନକୁ ଯିବା ସମୟରେ ଭରତ ମାମୁଘରେ ରହିଥିଲେ । ସେ ରାଜପୁରୀକୁ ଫେରି ସବୁ ବିଷୟ ଅବଗତ ହେଲା ପରେ ଗଭୀର ଦୁଃଖ ପ୍ରକାଶ କରିଥିଲେ । ମା’ କରିଥିବା ଭୁଲକୁ ସୁଧାରିବାପାଇଁ ସେ ଚେଷ୍ଟା କରିଥିଲେ ।

ରାମଚନ୍ଦଙ୍କ ବନର ଫେରାଇ ଆଣିବାପାଇଁ ସେ ଅରଣ୍ୟକୁ ଯାଇଥିଲେ । ଭରତଙ୍କର ଚିତ୍ରକୂଟ ନାମକ ସ୍ଥାନରେ ବଡ଼ଭାଇ ରାମଙ୍କ ସହିତ ସାକ୍ଷାତ୍ ହୋଇଥିଲା । ଅଯୋଧ୍ୟା ଫେରିବାଲାଗି ଭରତ ରାମଚନ୍ଦ୍ରଙ୍କୁ ବହୁତ ଅନୁରୋଧ କରିଥିଲେ । ରାମଚନ୍ଦ୍ର ଅରଣ୍ୟରୁ ଆଉ ରାଜପୁରୀକୁ ଫେରିବେ ନାହିଁ ବୋଲି ଭରତଙ୍କୁ ବୁଝାଇ କହିଥିଲେ । ତଥାପି ନିଜ ସାନଭାଇ ପ୍ରତି ତାଙ୍କର ଅଧ‌ିକ ସ୍ନେହ ଥ‌ିବାରୁ ଶ୍ରୀରାମ ତାଙ୍କୁ ନିଜର ପାଦୁକା ଦେଇଥିଲେ । ପ୍ରବୋଧନା ଦେଇ ସେ ଭରତଙ୍କୁ ଅଯୋଧ୍ୟାକୁ ପଠାଇ ଦେଇଥିଲେ । ଶ୍ରୀରାମଙ୍କ ପାଦୁକା ଦୁଇଟିକୁ ସିଂହାସନ ଉପରେ ସ୍ଥାପନ କରି ଭରତ ଶ୍ରୀରାମଙ୍କ ସେବକ ଭାବରେ ଚଉଦବର୍ଷକାଳ ରାଜ୍ୟଶାସନ କରିଥିଲେ । ସୁତରାଂ ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କ ଭିତରେ ଯେପରି ଭାଇଭାଇର ପବିତ୍ର ସ୍ନେହ ସମ୍ପର୍କ ରହିଥିଲା, ତାହା ସାଧାରଣ ମଣିଷ ପାଇଁ ଆଦର୍ଶ ବୋଲି କବି କହିଛନ୍ତି । ଭ୍ରାତୃଭାବକୁ ବଜାୟ ରଖିବା ପାଇଁ ମନରୁ ଅହଂକାର ଦୂରେଇ ଦେବାକୁ କବି ପରାମର୍ଶ ଦେଇଛନ୍ତି । କବିଙ୍କ ଭାଷାରେ-

‘‘ଭାଇରେ ଭାଇରେ ସ୍ନେହ, କେମନ୍ତେ ଦେଖିଲ କହ
ବୃଥା ଅହଂକାର ନରେ ଆଉ ନ ପଡ଼ ।”

ବାସ୍ତବରେ ‘ରାମାୟଣ’ରେ ଭାଇଭାଇର ସ୍ନେହ ଏବଂ ପିତାପୁତ୍ରର ସମ୍ପର୍କକୁ ଯେଭଳି ବର୍ଣ୍ଣନା କରାଯାଇଛି, ତାହା ଯୁଗ ଯୁଗ ପାଇଁ ଅମଳିନ ରହିବ, ଏଥ‌ିରେ ସନ୍ଦେହ ନାହିଁ ।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୪ ।
ଆସ, ସରଳ ଭାଷାରେ ବୁଝାଇ ଲେଖୁବା ।
(କ) ଭାଇରେ ଭାଇରେ ସ୍ନେହ କେମନ୍ତ ଦେଖୁଲ କହ,
ବୃଥା ଅହଂକାର ନରେ ଆଉ ନ ପଡ଼ ।
Answer:
ଭାବରେ ଭାରତରେ …………………….ନ ପଢ଼ା
ଶଂସିତ ପଦ୍ୟାଶଟି ଗଣକବି ବୈଷ୍ଣବ ପାଣିଙ୍କ ‘ରାମ ବନବାସ’ ଗୀତିନାଟ୍ୟସ୍ଥ ‘ଶିକ୍ଷାଦୀକ୍ଷା’ କବିତାରୁ ଆସିଅଛି । ଏଠାରେ କବି ଅଯୋଧ୍ୟାପୁରରେ ରହିଥ‌ିବା ଭ୍ରାତୃପ୍ରେମର ଉଦାହରଣ ଦେଇ ତାହାକୁ ସମସ୍ତେ ଅନୁସରଣ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ପରାମର୍ଶ ଦେଇଛନ୍ତି।

କବି ବୈଷ୍ଣବ ପାଣି ରାମ ବନବାସ କଥାବସ୍ତୁ ବର୍ଣନା କରିବା ଅବକାଶରେ ଏଭଳି କହିଛନ୍ତି । ପିତୃସତ୍ୟ ରକ୍ଷା ପାଇଁ ରାମଚନ୍ଦ୍ର ଚଉଦବର୍ଷ ବନବାସ କରିବାକୁ ବାହାରିଲେ । ଅଗ୍ରଜ ରାମଚନ୍ଦ୍ରଙ୍କ ବନବାସ ଯିବା କଥା ଶୁଣି ଅନୁଜ ଲକ୍ଷ୍ମଣ ତାଙ୍କ ସହିତ ବନକୁ ଯିବାକୁ ବାହାରିଲେ । ସେମାନଙ୍କ ମଧ୍ୟରେ ଅର୍ଥାତ୍ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କ ଭିତରେ ଭ୍ରାତୃପ୍ରେମ ଏତେ ଅଧିକ ଥିଲା ଯେ ରାମ ବିନା ଲକ୍ଷ୍ମଣ ରାଜପୁରୀରେ ରହିବାକୁ ଇଚ୍ଛା କରିନଥିଲେ । ବଡ଼ଭାଇଙ୍କୁ ଅରଣ୍ୟରେ ସଦାବେଳେ ସାହାଯ୍ୟ କରିବାକୁ ଲକ୍ଷ୍ମଣ ମଧ୍ୟ ବନକୁ ଯାଇଥିଲେ । ସେହିପରି ଭରତ ମାମୁଘରୁ ଫେରିଲା ପରେ ବଡ଼ଭାଇ ରାମଚନ୍ଦ୍ର ବନକୁ ଯିବା ଘଟଣା ଅବଗତ ହୋଇଥିଲେ । ଏହି କପଟ ପାଇଁ ସେ ମାତା କୈକେୟୀଙ୍କୁ ଧ୍ୟାର କରିଥିଲେ ।

କାଳବିଳମ୍ବ ନକରି ରାମଚନ୍ଦ୍ରଙ୍କ ରାଜପୁରୀକୁ ଫେରାଇ ଆଣିବାପାଇଁ ଭରତ ବନକୁ ଯାଇଥିଲେ । ଚିତ୍ରକୂଟ ନାମକ ସ୍ଥାନରେ ସେ ରାମଚନ୍ଦ୍ରଙ୍କୁ ଅଯୋଧ୍ୟାକୁ ପଠାଇ ଦେଇଥିଲେ । ଭରତ ବାଧ୍ୟ କରିବାରୁ ରାମଚନ୍ଦ୍ର ତାଙ୍କୁ ନିଜର ପାଦୁକା ଦୁଇଟି ପ୍ରଦାନ କରିଥିଲେ । ଅଯୋଧ୍ୟାକୁ ଫେରିବା ପରେ ଭରତ ଶ୍ରୀରାମଙ୍କ ପାଦୁକାକୁ ସିଂହାସନରେ ସ୍ଥାପନ କରି ଶ୍ରୀରାମଙ୍କ ସେବକ ଭାବରେ ଚଉଦବର୍ଷକାଳ ରାଜ୍ୟଶାସନ କରିଥ୍ ଲୋ ଗଣକବି ଲକ୍ଷ୍ମଣ ଓ ଭାରତ ମାଧ୍ୟମରେ ଭ୍ରାତୃଭକ୍ତିର ଯଥାର୍ଥ ଉଦାହରଣ ଦେଇ ଭାଇ ଭାଇର ସମ୍ପର୍କକୁ ଯଥାର୍ଥ ଭାବରେ ବର୍ଣ୍ଣନା କରିଛନ୍ତି । ପୁନଶ୍ଚ ରାମଚନ୍ଦ୍ରଙ୍କର ମଧ୍ୟ ତାଙ୍କ ସାନଭାଇ ଲକ୍ଷ୍ମଣ ଓ ଭରତଙ୍କ ପ୍ରତି ଅନୁରୂପ ସ୍ନେହଭାବ ରହିଥିଲା । ଭାଇ ପାଇଁ ଭାଇ ମନରେ ଅପୂର୍ବ ତ୍ୟାଗଭାବ ଥିଲା । କବିଙ୍କ ମତରେ ମନରୁ ବୃଥା ବଡ଼ିମା ବା ଅହଂଭାବକୁ ଦୂରେଇ ଦେଇ ଭ୍ରାତୃତ୍ଵ ଭାବରେ ବୁଡ଼ିରହିଲେ ଜୀବନରେ ଆଉ କୌଣସି ପ୍ରକାର ଦୁଃଖ ଆଶାନ୍ତି ରହିବ ନାର୍ହିଁ। ବାପ୍ତବିକ କବିଙ୍କର ଚିପ୍ରାଧାରା ସର୍ବକାଳାନ ମୂଲ୍ୟବୋଧକୁ ଅନୁସରଣ କରିଛି ।

(ଖ) ପୀଡ଼ନା ମନକୁ କେଭେ ଜଡ଼ି ମାୟା-ମୋହ ଲୋଭେ,
ସବୁ ସୁଖ ମିଳେ ଚିତ୍ତ କରିଲେ ଦୃଢ଼ ।”
Answer:
ପୀଡ଼ନା ମନକୁ………………………..କରିଲେ ଦୃଢ଼ା
ଶଂସିତ ପଦ୍ୟାଶଟି ଗଣକବି ବୈଷ୍ଣବ ପାଣିଙ୍କ ଜନପ୍ରିୟ ଗୀତିନାଟ୍ୟ ‘ରାମ ବନବାସ’ରେ ସଂଯୋଜିତ ‘ଶିକ୍ଷାଦୀକ୍ଷା କବିତାରୁ ଆସିଅଛି । ଏଠାରେ କବି ସଂସାରର ମୋହମାୟାରେ ବୁଡ଼ିରହି ଦୁଃଖ ଭୋଗ କରୁଥିବା ମଣିଷମାନଙ୍କୁ ସର୍ବକାଳୀନ ଚେତାବନା ଶୁଶାଇଛନ୍ତି।

ସଂସାରୀ ମଣିଷ, ସଂସାରର ସୁଖ ପାଇଁ ବହୁ କଷ୍ଟବରଣ କରେ । ସଂସାରର ପ୍ରତ୍ୟେକ ସଦସ୍ୟଙ୍କର ଦୁଃଖକଷ୍ଟକୁ ନିଜ ହୃଦୟରେ ସେ ଅନୁଭବ କରେ । ଫଳରେ ସେହି ମୋହମାୟା ହେତୁ ତା’ ଜୀବନରେ ଦୁଃଖ ଅଶାନ୍ତି ଲାଗି ରହିଥାଏ । ଏହି ପ୍ରସଙ୍ଗରେ କବି କହିଛନ୍ତି ଯେ ଯଦି ଦେବତା ଧରାପୃଷ୍ଠରେ ଜନ୍ମନେଇ ସଂସାରୀ ହୁଅନ୍ତି, ତା’ହେଲେ ସେ ମଧ୍ୟ ଦୁଃଖ ଅଶାନ୍ତି ଭୋଗ କରିଥା’ନ୍ତି । ଯେତେ ସାବଧାନତାର ସହିତ ପାଦ ପକାଇଲେ ମଧ୍ୟ ଯେକୌଣସି ସମୟରେ ସଂସାରରୂପକ ଖସଡ଼ା ରାସ୍ତାରେ ପାଦ ଖସିଯିବାର ସମ୍ଭାବନା ଥାଏ । ତେଣୁ କବି ସଂସାରୀ ମଣିଷମାନଙ୍କୁ ମୋହମୟାରେ ଜଡ଼ିତ ରହି ମନକୁ ପୀଡ଼ିତ ନ କରିବାପାଇଁ ପରାମର୍ଶ ଦେଇଛନ୍ତି । ନିଜର କର୍ମ ଉପରେ ଦୃଢ଼ତା ଓ ଭଗବାନଙ୍କ ଉପରେ ଅଖଣ୍ଡ ବିଶ୍ୱାସ ରଖୁଲେ ଆଉ କୌଣସି ପ୍ରକାର ଦୁଃଖ ରହିବ ନାହିଁ । ତେଣୁ ମନକୁ ଦୃଢ଼ କରିବା ଉପରେ କବି ବିଶେଷ ଗୁରୁତ୍ୱ ଦେଇଛନ୍ତି । ବାସ୍ତବିକ କବିଙ୍କର ପରାମର୍ଶ ଯଥାର୍ଥ ମନେହୋଇଥାଏ ।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୫ ।
ଆସ, କବିତାଟିକୁ ଆବୃରି କରିବା ।
‘ଶିକ୍ଷାଦୀକ୍ଷା’ କବିତାରେ କବି ଏପରି କିଛି ଶବ୍ଦ ବ୍ୟବହାର କରିଛନ୍ତି ଯେଉଁମାନଙ୍କ ଯୋଗୁଁ କବିତାଟି ଶ୍ରୁତିମଧୁର ହୋଇପାରିଛି । କବିତାଟିକୁ ମନଦେଇ ପଢ଼ି ସେହି ଶବ୍ଦଗୁଡିକୁ ବାଛି ଲେଖୁବା । ଉଦାହରଣ : ଶିକ୍ଷା, ଦୀକ୍ଷା
Answer:
(୧) ଭକ୍ତି, ନୀତି (୨) କେଡେ, ଛାଡେ (୩) ଗୂଢ଼, ବାଡ (୪) ସୁଦ୍ଧା, ବିଘ୍ନ-ବାଧା (୫) କେଭେ, ଲୋଭେ, (୬) ଛାଡ, ପଡ (୭) ଲୋଡ, ବାଡ (୮) ଦେଖୁ, ସୁଖୀ (୯) ଆଶ, ଦାସ (୧୦) ଯୋଡ, ଗଡ ।

Question ୬।
ଅସା, ଶୂନ୍ୟସ୍ଥାନ ପୂରଣ କରିବା ।
(କ) ଶିକ୍ଷାକର ପିତୃଭକ୍ତି, ______________
ଭିକ୍ଷା କର ପଛେ ସତ୍ୟ ବାଟ ନ ଛାଡ
Answer:
ଶିକ୍ଷାକର ପିତୃଭକ୍ତି, ଦୀକ୍ଷାକର ଏହି ନୀତି
ଭିକ୍ଷା କର ପଛେ ସତ୍ୟ ବାଟ ନ ଛାଡ

(ଖ) ଦେବତା ହୋଇଲେ ସୁଦ୍ଧା, ______________
ଯେତେ ସାବଧାନେ ଗଲେ ଖସଇ ଗୋଡ ।
Answer:
(ଖ) ଦେବତା ହୋଇଲେ ସୁଦ୍ଧା, ନ ଛାଡ଼ଇ ବିଘ୍ନ-ବାଧା
ଯେତେ ସାବଧାନେ ଗଲେ ଖସଇ ଗୋଡ ।

Question ୭ ।
ବଡ଼ କୋଠରିରେ କେତେଗୁଡିଏ ଶବ୍ଦ ରହିଛି । ଯେଉଁ ଶବ୍ଦଗୁଡିକ ଗୁଣକୁ ବୁଝାଉ ନାହିଁ, ସେଗୁଡିକୁ ବାଛି ସାନ କୋଠରିରେ ଲେଖୁ । (ପ୍ରଶ୍ନ ସହିତ ଉତ୍ତର)
(ସତ୍ୟ, ଭକ୍ତ,  ଦାସ, ଭକ୍ତି, ସ୍ନେହ,  ସୁଖ, ଯଶ, ପୀଡା, ଶିକ୍ଷା, ଦୀକ୍ଷା)
Answer:
ଭକ୍ତ, ଦାସ, ସୁଖ, ପୀଡା, ଯଶ

Question ୮ ।
ତଳେ ଦିଆଯାଇଥିବା ଉକ୍ତି ମଧ୍ୟରୁ ଯେଉଁଟି କବିଙ୍କର ପରାମର୍ଶ ନୁହେଁ ବୋଲି ଭାବୁଛ, ତାକୁ କୋଠରି ମଧ୍ୟରେ ଲେଖ । (ପଶ୍ନ ସହ ଉତ୍ତର)
(କ) ସତ୍ୟର ବାଟ ନ ଛାଡିବା ପାଇଁ
(ଖ) ଅହଂକାରରେ ନ କରିବା ପାଇଁ
(ଗ) ଚିତ୍ତ ଦୃଢ଼ ନ କରିବା ପାଇଁ
(ଘ) ସୁଯଶ ଲୋଡିବା ପାଇଁ
Answer:
(ଗ) ଚିତ୍ତ ଦୃଢ଼ ନ କରିବା ପାଇଁ

Question ୯।
ସ୍ନେହର ବାଡ, ମମତାର ଡୋର, ସ୍ନେହର ସୂତା, ବିଘ୍ନବାଧା, ଭାଇଭାଇ, ପିତାପୁତ୍ର, ମାୟାମୋହ, ଦୃଢ଼, ଚିତ୍ତ, ଭକ୍ତି, ସତ୍ୟ, ଶବ୍ଦ|ଶବ୍ଦପୁଞ୍ଜିକୁ ନେଇ କବିତାଟିଏ ରଚନା କରିବା ।
Answer:
ସ୍ନେହର ବାଡ଼ ପରିବାର । ଲାଗିଛି ମମତାର ଡୋର॥
ସ୍ନେହର ସୂତା ପିତାମାତା । ସଭିଙ୍କୁ କହି ପ୍ରିୟକଥା ॥
ନଦେଇ ମନେ ବିଘ୍ନବାଧା । ଭାଇ ଭାଇରେ ପ୍ରିୟ ସଦା ।
ପିତା ପୁତ୍ରରେ ଥାଏ ପ୍ରିୟ । ସଂସାରେ ଏହା ମାୟାମୋହ !
ମନଚିତ୍ତକୁ ଦୃଢ଼କରି । କପଟ ଭାବ ପରିହର !!
ଗୁରୁଜନରେ ଭକ୍ତି କରି । ସତ୍ୟରେ ଦିନନେବ ହରି ॥

୧୦ । ‘ଲୋଭ’ ଶବ୍ଦରୁ ନାମଧାତୁ କ୍ରିୟା ଗଠନ କଲେ ହୁଏ ‘ଲୋଭାଇବା ବା ଲୋଭେଇବା’ । ନିମ୍ନରେ ପ୍ରଦତ୍ତ ଶବ୍ଦରୁ ନାମଧାତୁ କ୍ରିୟା ଗଠନ କରି ସେମାନଙ୍କୁ ବାକ୍ୟରେ ବ୍ୟବହାର କରିବା ।

ଶବ୍ଦ ନାମଧାତୁ କ୍ରିୟା ବାକ୍ୟ ବାକ୍ୟ
ଗାଟ
ଗୋଡ
ମନ
ଆଖି
ହାତ

Answer:

ଶବ୍ଦ ନାମଧାତୁ କ୍ରିୟା ବାକ୍ୟ ବାକ୍ୟ
ଗାଟ ବାଟୋଇବା ନୂଆ ପିଲାଙ୍କୁ ବାଟୋଇବା ପାଇଁ, ମୁଁ ହରିକୁ ପଠାଇଛି ।
ଗୋଡ ଗୋଡ଼େଇବା କାହାରି ପଛରେ ଗୋଡ଼େଇଲେ କେହି ବଡ଼ ହୁଏ ନାହିଁ ।
ମନ ମନେଇବା ପିଲାଙ୍କୁ ମନେଇବା ଲାଗି ଶିକ୍ଷକ ବହୁତ ଚେଷ୍ଟା କଲେ ।
ଆଖି ଆଖେଇବା ପର ଦ୍ରବ୍ୟକୁ ଆଖେଇବା ଉତ୍ତମ ବ୍ୟକ୍ତିର ଲକ୍ଷଣ ନୁହେଁ ।
ହାତ ହାତେଇବା ନିଜର କାର୍ଯ୍ୟ ସିଦ୍ଧି ପାଇଁ ସେ ତୁମକୁ ହାତେଇଛି ।

Question ୧୧ ।
ଏକାଭଳି ଶୁଭୁଥ‌ିବା ଅଲଗା ଅର୍ଥଥିବା କେତେଗୁଡିଏ ଶବ୍ଦ ତଳେ ଲେଖାଯାଇଛି । ସେମାନଙ୍କର ସ୍ପଷ୍ଟ ଅର୍ଥ ପ୍ରକାଶ କରିବା ନିମନ୍ତେ ସେମାନଙ୍କୁ ବାକ୍ୟରେ ବ୍ୟବହାର କରିବା ।
ସୁଧା __________।
ସୁଦ୍ଧା __________।
ଆଶ __________।
ଆସ __________।
ନିତି ___________।
ନାତି ___________।
Answer:
ସୁଧା – ଦେବତାମାନେ ସୁଧା ପାନ କରି ଅମର ହୋଇଛନ୍ତି ।
ସୁଦ୍ଧା – ତୁମେ କାଲି ସୁଦ୍ଧା କଟକ ପଳାଇଯିବା ଭଲ ।
ଆଶ – ପିଲାଟିର ଖାଇବା ଜିନିଷରେ ଆଶ ରହିଛି ।
ଆସ – ଆସ, ଘରକୁ ଯିବା ।
ନିତି – ସେ ନିତିଦିନ ବ୍ୟାୟାମ କରେ ।
ନାତି – ନୀତିରେ ଚାଲିଲେ ତୁମର କ୍ଷତି ହେବ ନାହିଁ ।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୧୨ ।
ମୋହମାୟା, ବାଧାବିଘ୍ନ ଭଳି ଆଉ ଚାରୋଟି ଯୁଗ୍ମଶବ୍ଦ ଲେଖୁବା ।
Answer:
ଦୁଃଖଯନ୍ତ୍ରଣା, ମୁଖସମ୍ପଦ, କ୍ରିୟାକର୍ମ, କଳକୌଶଳ

Question ୧୩ ।
ଲକ୍ଷ୍ମଣଙ୍କ ମା’ଙ୍କ ନାଁ ସୁମିତ୍ରା । ସୁମିତ୍ରାଙ୍କ ପୁଅ ହୋଇଥିବାରୁ ଲକ୍ଷ୍ମଣଙ୍କର ଗୋଟିଏ ନାଁ ହେଉଛି ‘ସୁମିତ୍ରାନନ୍ଦନ’ ବା ‘ସୌମିତ୍ର’ । ନିଜ ମା’ଙ୍କ ନାମ ଅନୁସାରେ ନାମ ଧାରଣ କରିଥିବା ଆଉ ପାଞ୍ଚଜଣ ପୌରାଣିକ ଚରିତ୍ରଙ୍କ ନାମ ଲେଖ ।
କୁନ୍ତୀଙ୍କ ପୁତ୍ର _____________
ପୃଥାଙ୍କ ପୁତ୍ର _____________
ବିନତାଙ୍କ ପୁତ୍ର ___________
ରାଧାଙ୍କ ପୁତ୍ର ____________
ଗଙ୍ଗଙ୍କ ପୁତ୍ର _____________
Answer:
କୁନ୍ତୀଙ୍କ ପୁତ୍ର – କୌନ୍ତେୟ
ପୃଥାଙ୍କ ପୁତ୍ର – ପାର୍ଥ
ବିନତାଙ୍କ ପୁତ୍ର – ବୈନତୟ
ରାଧାଙ୍କ ପୁତ୍ର – ରାଧେୟ
ଗଙ୍ଗଙ୍କ ପୁତ୍ର – ଗାଙ୍ଗେୟ

Question ୧୪ ।
‘ଭିକ୍ଷା କର ପଛେ ସତ୍ୟ ବାଟ ନ ଛାଡ଼ ।’
ଏହି ଧାଡ଼ିଟିର ପ୍ରକୃତ ଅର୍ଥକୁ ନିମ୍ନରେ ପ୍ରଦତ୍ତ ଉତ୍ତର ମଧ୍ୟରୁ ବାଛି ଲେଖ ।
(କ) ପରେ ଭିକ୍ଷା ମାଗିବ ଆଗ ସତ୍ୟକୁ ବାଟ ଛାଡ଼ିଦିଅ ।
(ଖ) ପରେ ଭିକ୍ଷା ମାଗିବ କିନ୍ତୁ ସତ୍ୟର ବାଟ ଛାଡ଼ ନାହିଁ ।
(ଗ) ଯେତେ ଅସୁବିଧା ହେଲେ ବି ସତ୍ୟପଥରୁ ଘୁଞ୍ଚ ନାହିଁ ।
(ଘ) ଭିକ ମାଗି ବଞ୍ଚିବାକୁ ହେଲେ ମଧ୍ୟ ସତ୍ୟପଥକୁ ଛାଡ଼ ନାହିଁ ।
Answer:
(ଘ) ଭିକ ମାଗି ବଞ୍ଚିବାକୁ ହେଲେ ମଧ୍ୟ ସତ୍ୟପଥକୁ ଛାଡ଼ ନାହିଁ ।

ପରାକ୍ଷା ଉପଯେ।ଗା ଅତିରିକ୍ତ ପ୍ରଶ୍ନୋତ୍ତର

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନେ।ତ୍ତର :

Question ୧।
‘ଶିକ୍ଷାଦୀକ୍ଷା’ କବିତାରେ କବି ଏପରି କିଛି ଶବ୍ଦ ବ୍ୟବହାର କରିଛନ୍ତି ଯେଉଁମାନଙ୍କ ଯୋଗୁଁ କବିତାଟି ଶ୍ରୁତମଧୁର ହୋଇପାରିଛି । କବିତାଟିକୁ ମନଦେଇ ପଢ଼ି ସେହି ଶବ୍ଦଗୁଡ଼ିକ ବାଛି ଲେଖ । (ଉଦାହରଣ : ଶିକ୍ଷା, ଦୀକ୍ଷା)
Answer:
ଶିକ୍ଷା, ଦୀକ୍ଷା, ଭିକ୍ଷା
ଭକ୍ତି, ନୀତି
ପତିବ୍ରତା, ଏହି କଥା
କେଡ଼େ, ଛାଡ଼େ
ଗୂଢ଼, ବାଡ଼
ସୁଦ୍ଧା, ବାଧା
କେଭେ, ଲେ।ଭେ
ଦେଖ୍, ସୁଖୀ
ଆଶ, ଦାସ
ଯୋଡ଼, ଗଡ଼

ସଂକ୍ଷିପ୍ତ ଭରମୂଳକ ପ୍ରଶ୍ନୋତ୍ତର :

Question ୧।
‘ଶିକ୍ଷାଦୀକ୍ଷା’ କବିତାଟି ବୈଷ୍ଣବ ପାଣିଙ୍କ କେଉଁ ଗୀତିନାଟ୍ୟର ଅନ୍ତର୍ଗତ ?
Answer:
‘ଶିକ୍ଷାଦୀକ୍ଷା’ କବିତାଟି ଗଣକବି ବୈଷ୍ଣବ ପାଣିଙ୍କ ‘ରାମ ବନବାସ’ ଗୀତିନାଟ୍ୟର ଅନ୍ତର୍ଗତ ।

Question ୨।
କାହାର ଆଜ୍ଞା ପାଳନ କରି ରାମ ବନବାସ ଯାଇଥିଲେ ?
Answer:
ପିତାଙ୍କ ଆଜ୍ଞା ପାଳନ କରି ରାମ ବନବାସ ଯାଇଥିଲେ ।

Question ୩।
ଭରତ କିଏ ?
Answer:
ଭାରତ ରାମଚନ୍ଦ୍ରଙ୍କର ସାନଭାଇ ଓ ଦଶରଥଙ୍କର ଦ୍ୱିତୀୟ ପୁତ୍ରା ଭାରତଙ୍କୁ ରାଜସିଂହାସନରେ ଅଧ୍ କାରା କରିବାପାଇଁ ତାଙ୍କ ମାତା କୈକେୟୀ ଦଶରଥଙ୍କୁ ବର ମାଗିଥିଲେ ।

Question ୪ ।
ରାମ ବନକୁ ଯିବାବେଳେ ଭରତ କେଉଁଠାରେ ଥିଲେ ?
Answer:
ରାମ ବନକୁ ଯିବାବେଳେ ଭରତ ତାଙ୍କ ମାମୁଘରେ ଥିଲେ ।

Question ୫।
କେଉଁ ପରିସ୍ଥିତିରେ ରାଜା ଦଶରଥ ପରଲୋକ ଗମନ କରିଥିଲେ ?
Answer:
ପୁତ୍ରର ବନବାସ ଗମନ ଦୁଃଖରେ ତାଙ୍କୁ ଝୁରିଝୁରି ଅତି ଅସହାୟ ପରିସ୍ଥିତିରେ ରାଜା ଦଶରଥ ପରଲୋକ ଗମନ

Question ୬।
ଭରତ ଅଯୋଧ୍ୟାକୁ ଫେରି କ’ଣ ଦେଖ‌ିଲେ ?
Answer:
ଭରତ ମାମୁଘରୁ ଅଯୋଧ୍ୟାକୁ ଫେରି ଦେଖିଲେ ଗିତୃସତ୍ୟ ପାଳନ ପାଇଁ ବଡ଼ଦବର୍ଷ ପାଇଁ ବନକୁ ଯାଇଛନ୍ତି ଏବଂ ସେହି ଦୁଃଖରେ ପିତା ଦଶରଥ ପ୍ରାଣତ୍ୟାଗ କରିଛନ୍ତି । ସମଗ୍ର ଅଯୋଧ୍ୟା ଯେପରି ହତଶ୍ରୀ ହୋଇଯାଇଛି।

Question ୭ ।
ରାମଙ୍କୁ ଫେରାଇ ଆଣିବାପାଇଁ ଭରତ କ’ଣ କଲେ ?
Answer:
ରାମଙ୍କୁ ଫେରାଇ ଆଣିବାପାଇଁ ଭରତ ରାମଙ୍କ ଅନ୍ଵେଷଣରେ ବନକୁ ଯାଇଥିଲେ ।

Question ୮।
ରାମଙ୍କ ସହିତ ଭରତଙ୍କର କେଉଁ ସ୍ଥାନରେ ସାକ୍ଷାତ୍ ହୋଇଥିଲା ?
Answer:
ରାମଙ୍କ ସହିତ ଭରତଙ୍କର ଚିତ୍ରକୂଟ ନାମକ ସ୍ଥାନରେ ସାକ୍ଷାତ୍ ହୋଇଥିଲା ।

Question ୯।
ଅଯୋଧ୍ୟାକୁ ଫେରିବାପାଇଁ ରାମ ନାସ୍ତି କଲେ କାହିଁକି ?
ଯେହେତୁ ରାମଚନ୍ଦ୍ର ପିତୃସତ୍ୟ ପାଳନ ପାଇଁ ବନକୁ ଯାଇଥିଲେ ଏବଂ ଅଯୋଧ୍ୟାକୁ ଫେରିଲେ ପିତାଙ୍କର ସତ୍ୟଭଗ୍ନ ହେବ, ସେଥୂପାଇଁ ଅଯୋଧ୍ୟାକୁ ଫେରିବାପାଇଁ ସେ ନାସ୍ତି କରିଥିଲେ ।

Question ୧୦ ।
ଅଯୋଧ୍ୟାକୁ ଫେରି ଭରତ କିପରି ଭାବରେ ରାଜ୍ୟଶାସନ କଲେ ?
Answer:
ଅଯୋଧ୍ୟାକୁ ଫେରି ଶ୍ରୀରାମଙ୍କ ପାଦୁକାକୁ ସିଂହାସନରେ ସ୍ଥାପନ କରି ଭରତ ଶ୍ରୀରାମଙ୍କ ସେବକ ଭାବରେ ଚଉଦବର୍ଷକାଳ ରାଜ୍ୟଶାସନ କରିଥ୍ ଲୋ

Question ୧୧ ।
‘ଶିକ୍ଷା କର ପିତୃଭକ୍ତି, ଦୀକ୍ଷା କରି ଏହି ନୀତି’– ଏ କଥା କିଏ କହିଛନ୍ତି ?
Answer:
‘ଶିକ୍ଷା କର ପିତୃଭକ୍ତି, ଦୀକ୍ଷା କର ଏହି ନୀତି’କବିତାଂଶଟି ଗଣକବି ବୈଷ୍ଣବ ପାଣି ‘ରାମ ବନବାସ’ ଗୀତିନାଟ୍ୟରେ କହିଛନ୍ତି।

Question ୧୨ ।
କବିତାର ପ୍ରଥମ ଚାରିଧାଡ଼ି ମଧ୍ଯରେ କେଉଁ କେଉଁ ବିଷୟ ଶିକ୍ଷା
Answer:
କବିତାର ପ୍ରଥମ ଚାରିଧାଡ଼ିରେ ପିତୃଭକ୍ତି ଓ ଭ୍ରାତୃସ୍ନେହ ବିଷୟ ଶିକ୍ଷା

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୧୩ ।
ଅହଙ୍କାରର ବଶବର୍ତ୍ତୀ ନହେବାପାଇଁ କୁହାଯାଇଛି କାହିଁକି ?
Answer:
ଅହଙ୍କାରର ବଶବର୍ତ୍ତୀ ହେଲେ ଭାଇ ଭାଇର ସ୍ନେହ ରହିବ ନାହିଁ ବୋଲି ସେହି ଭାବର ବଶବର୍ତ୍ତୀ ନହେବାପାଇଁ କୁହାଯାଇଛି ।

Question ୧୪ ।
ସୀତାଙ୍କଠାରୁ ଆମ ଦେଶର ମହିଳାମାନେ କେଉଁ ଗୁଣ ଶିଖୁବାପାଇଁ କବି କହିଛନ୍ତି ?
Answer:
ସାତାଙ୍କଠାରୁ ଆମ ଦେଶର ମହିଳାନେ ପତିବ୍ରତା ଗୁଶ ଶିଖ୍ ବାପାଇଁ କବି କହିଛନ୍ତି।

Question ୧୫ ।
ମାୟାମୋହରେ ଜଡ଼ିତ ନହେବାପାଇଁ କବି କାହିଁକି କହିଛନ୍ତି ?
Answer:
ମାୟାମୋହରେ ଜଡ଼ିତ ହେଲେ ମଣିଷ ମନରେ ବହୁ ଦୁଃଖକଷ୍ଟ ପାଇ କାଳାତିପାତ କରି ଥାଏ । ତେଣୁ ମାୟାମୋହରେ ଜଡ଼ିତ ନହେବାପାଇଁ କବି କହିଛନ୍ତି।

Question ୧୬ ।
କାହାର ପଦପଙ୍କଜ ବିଷୟରେ ଏଠାରେ କୁହାଯାଇଛି ?
Answer:
ଏଠାରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କର ପଦପଙ୍କଜ ବିଷୟରେ କୁହାଯାଇଛିା

Question ୧୭ ।
କବିତାରେ ବର୍ଣ୍ଣିତ ହନୁ କିଏ ?
Answer:
କବିତାରେ ବର୍ଣ୍ଣିତ ହନୁ ହେଉଛି ରାମଭକ୍ତ ମହାବୀର ହନୁମାନ ।

Question ୧୮ ।
କାହାକୁ ସୁବର୍ଣ୍ଣ ଗଡ଼ କୁହାଯାଇଛି ?
Answer:
ରାବଣର ରାଜ୍ୟ ସୁବର୍ଣ୍ଣ ଲଙ୍କାକୁ ସୁବର୍ଣ୍ଣ ଗଡ଼ ବୋଲି କୁହାଯାଇଛି ।

Question ୧୯।
ଭରତ କିଏ ? ତାଙ୍କର ମାଆଙ୍କ ନାମ କ’ଣ ?
Answer:
ଭରତ ଅଯୋଧ୍ୟା ନରପତି ଦଶରଥଙ୍କ ଦ୍ବିତୀୟ ପୁତ୍ର । ତାଙ୍କ ମାଆଙ୍କ ନାମ କୈକେୟୀ ।

Question ୨୦ ।
କେଉଁ ବିଶେଷ କାରଣ ଯୋଗୁଁ ରାଜା ଦଶରଥ ପ୍ରାଣତ୍ୟାଗ କଲେ ?
Answer:
ଜ୍ୟେଷ୍ଠପୁତ୍ର ରାମଚନ୍ଦ୍ରଙ୍କ ବିରହ ବିଚ୍ଛେଦ ସହ୍ୟ କରି ନପାରି ରାଜା ଦଶରଥ ତାଙ୍କୁ ଝୁରି ଝୁରି ପ୍ରାଣତ୍ୟାଗ କଲେ।

Question ୨୧।
ହନୁମାନ କିଏ ? ସେ କାହାର ଭକ୍ତ ଥିଲେ ?
Answer:
ହନୁମାନ ହେଉଛନ୍ତି ତ୍ରେତୟା ଯୁଗର ସୁ-ପ୍ରସିଦ୍ଧ ବୀର ଯିଏ କି ଯୁଗ ଯୁଗ ନିମିତ୍ତ ଅମରତ୍ୱ ଲାଭ କରିଛନ୍ତି । ସେ ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଭକ୍ତ ଥିଲେ ।

Question ୨୨ ।
ସଂସାରୀ ମଣିଷ କାହାପାଇଁ ସୁଖ ଓ ଦୁଃଖ ଭୋଗ କରେ ?
Answer:
ସଂସାରୀ ମଣିଷ ପାଇଁ ସଂସାର ହେଉଛି ସବୁକିଛି । ସେ ପିତାମାତା, ସ୍ତ୍ରୀ ଓ ପୁତ୍ରକନ୍ୟାଙ୍କ ସୁଖ ଓ ଦୁଃଖ ଭୋଗ କରିଥାଏ ।

ସରଳ ଭାଷାରେ ଚୁଝାଇ ଲେଖ :

Question ୧।
ସାତାଠାରୁ ପତିବ୍ରତା ଶିକ୍ଷା କାର ଏହି କଥା,
ଶିଖାଇ ମହିଳାଗଶେ ସୁଯଶ ଲୋଡ଼ା
Answer:
ପାଣଠାରୁ …………………………… ସୁଯଶ ଲୋଡ଼ା
ଉକ୍ତ ପଦ୍ୟାଶଟି ଗଣକବି ବୈଷ୍ଣବ ପାଣିଙ୍କ ଲୋକପ୍ରିୟ ଗୀତିନାଟ୍ୟ ‘ରାମ ବନବାସ’ରେ ସଂଯୋଜିତ ‘ଶିକ୍ଷାଦୀକ୍ଷା’ କବିତାରୁ ଆସିଅଛି । ଏଠାରେ କବି ସତୀ ସୀତାଙ୍କର ପତିବ୍ରତା ଭାବର ମହତ୍ତ୍ଵକୁ ସୁନ୍ଦରଭାବରେ ବୁଝାଇଛନ୍ତି । ପିତୃସତ୍ୟ ରକ୍ଷା ପାଇଁ ରାମଚନ୍ଦ୍ର ବନକୁ ଯିବାକୁ ପ୍ରସ୍ତୁତ ହେଲେ । ବନକୁ ଯିବା ପୂର୍ବରୁ ସେ ସମସ୍ତଙ୍କଠାରୁ ବିଦାୟ ନେଲେ । ବନକୁ ନଯିବା ପାଇଁ ସମସ୍ତେ ରାମଙ୍କୁ ଅନୁନୟ ବିନୟ କରି କହିଲେ । ମାତ୍ର ନିଜ ପିତାଙ୍କର ସତ୍ୟରକ୍ଷା ପାଇଁ ରାମଚନ୍ଦ୍ର ବନକୁ ଯିବାକୁ ବାହାରିଲେ। ପତ୍ନୀ ସୀତା ମଧ୍ୟ ରାମଙ୍କ ସହିତ ବନକୁ ଯିବାପାଇଁ ବାହାରିଲେ । ରାମଚନ୍ଦ୍ରଙ୍କର କୌଣସି ପ୍ରକାର ବାରଣ ସୀତା ମାନିଲେ ନାହିଁ । ତାଙ୍କ ବିଚାରରେ ସେ ସ୍ଵାମୀଙ୍କର ଅର୍ଦ୍ଧାଙ୍ଗିନୀ । ସ୍ଵାମୀଙ୍କ ସୁଖଦୁଃଖରେ ସେ ସମଭାଗୀ ହେବାକୁ ଚାହାଁନ୍ତି। ସ୍ଵାମୀ ବନସ୍ତକୁ ଗଲେ ସେ ରାଜପୁରୀରେ ରହିପାରିବେ ନାହିଁ ।

ରାଜସୁଖ ତାଙ୍କୁ ଅସହ୍ୟ ମନେହେବ । ବରଂ ସ୍ବାମୀଙ୍କ ପାଖେ ପଖେ ରହି ପଦସେବା କଲେ ସ୍ୱାମୀଙ୍କର ବନଗମନ କଷ୍ଟ ଲାଘବ ହେବ । ପତିବ୍ରତାଭାବରେ ସ୍ୱାମୀଙ୍କର ଦୁଃଖରେ ସେ ସମଦୁଃଖୀ ହୋଇଛନ୍ତି । ସୀତା ରାଜନନ୍ଦିନୀ ଓ ରାଜବଧୂ ହୋଇ ମଧ୍ୟ ସ୍ଵାମୀଙ୍କ ପାଇଁ ସ୍ୱଇଚ୍ଛାରେ ବନବାସ କଷ୍ଟକୁ ଆଦରି ନେଇଥିଲେ । ସୀତାଙ୍କର ଏହି ଅପୂର୍ବ ତ୍ୟାଗକୁ ମହିଳାମାନେ ଗ୍ରହଣ କରି ସ୍ଵାମୀଙ୍କ ସୁଖଦୁଃଖରେ ସମଭାଗୀ ହେବାପାଇଁ କବି ପ୍ରକାରାନ୍ତରେ ପରାମର୍ଶ ଦେଇଛନ୍ତି । ମହିଳାମାନେ ନିଜେ ପତିବ୍ରତା ହେବା ସହ ଅନ୍ୟମାନଙ୍କୁ ଏହା ଶିକ୍ଷାଦେଇ ସୁଯଶରେ ଅଧିକାରୀ ହେବାକୁ କବି କହିଛନ୍ତି । ବାସ୍ତବରେ କବିଙ୍କର ଚିନ୍ତାଧାରା ମାର୍ମିକ ମନେହୋଇଥାଏ ।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୨ ।
ପୁତ୍ରେ ପିତା ସ୍ନେହ କେଡ଼େ,
ପୁତ୍ରବିନା ପ୍ରାଣ ଛାଡ଼େ,
ପୁତ୍ରବିନା ପ୍ରାଣ ଛ।ଡେ,
ଭାଙ୍ଗି କେ ପାରିବ ଗୂଢ଼ ସ୍ନେହର ବାଡ଼ ।
Answer:
ପୁତ୍ରେ ପିତା ……………………….. ସ୍ନେହର ବାଡ଼ା
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ପୁସ୍ତକର ସ୍ଵର୍ଗତ ଗଣକବି ବୈଷ୍ଣବ ପାଣିଙ୍କ ଲେଖନୀ ନିଃସୃତ ‘ରାମ ବନବାସ’ ଗୀତିନାଟ୍ୟର କିୟଦଂଶ କବିତା “ଶିକ୍ଷାଦୀକ୍ଷା”ରୁ ସଂଗୃହୀତ। ଆଲୋଚ୍ୟ ପ୍ରସଙ୍ଗରେ କବି ପିତାପୁତ୍ରର ନିବିଡ଼ ସ୍ନେହ ବନ୍ଧନ ସଂପର୍କରେ ବିଶଦ ବ୍ୟାଖ୍ୟା ପ୍ରଦାନ କରି ଜନସମାଜକୁ ସୁଚିନ୍ତିତ ନୀତିଶିକ୍ଷା ପ୍ରଦାନ କରିଛନ୍ତି ।

ଅଯୋଧ୍ୟାଧୂପତି ଦଶରଥଙ୍କର ନିର୍ମଳ, ନିବିଡ଼ ପୁତ୍ର ସ୍ନେହ ସଂପର୍କରେ କବି ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ପିତାଙ୍କ ପ୍ରତି ରାମଚନ୍ଦ୍ରଙ୍କର ଗଭୀର, ଅସାଧାରଣ ପିତୃଭକ୍ତି ସଂପର୍କରେ ସ୍ପଷ୍ଟ ସୂଚନା ପ୍ରଦାନ କରିଛନ୍ତି। ସତ୍ୟସନ୍ଧ ଦଶରଥ ଓ ସତ୍ୟବ୍ରତ ପାଳନରେ ଦୃଢ଼ ପରିକର ରାମଚନ୍ଦ୍ର ଉଭୟେ ଆଦର୍ଶର ଶୀର୍ଷସ୍ଥାନ ଲାଭ କରିଛନ୍ତି । ପୁତ୍ର ରାମଚନ୍ଦ୍ରଙ୍କ ବିରହ ବିଚ୍ଛେଦ ସହ୍ୟ କରି ନପାରି ଝୁରିଝୁରି ସ୍ଵର୍ଗଗାମୀ ହୋଇଛନ୍ତି ଦଶରଥ । ଏହାଦ୍ଵାରା ପିତାଙ୍କର ପୁତ୍ର ପ୍ରତି ଅନାବିଳ ନିଗୂଢ଼ ସ୍ନେହ ପରିପ୍ରକାଶ ହୋଇଛି । ତେଣୁ ଆଲୋଚ୍ୟ ପ୍ରସଙ୍ଗଟି ଭାବଗର୍ଭକ ଓ ଶିକ୍ଷାପ୍ରଦ ।

ଦୀର୍ଘ ତ୍ତରମୂଳକ ପ୍ରଶ୍ନୋତ୍ତର :

Question ୧।
କବିତାଟିର ନାମ ‘ଶିକ୍ଷାଦୀକ୍ଷା’ ରଖାଯିବାର ଯଥାର୍ଥତା ପ୍ରତିପାଦନ କର ।
Answer:
କବିତା କବି ହୃଦୟର ମାନସ କନ୍ୟା । କବି ବହୁ ଆବେଗରେ କବିତା ରଚନା କରେ । କଥାବସ୍ତୁକୁ ନେଇ ସେ ତା’ର ନାମକରଣ କରେ । ଆଲୋଚ୍ୟ କବିତା ‘ଶିକ୍ଷାଦୀକ୍ଷା’ କବିଙ୍କର ନାମକରଣ ନୁହେଁ । ଏହା ‘ରାମ ବନବାସ ଗୀତିନାଟ୍ୟର ଅଂଶବିଶେଷ । ଯେହେତୁ କବିତାରେ ସମାଜକୁ ଦିଗ୍‌ଦର୍ଶନ ଦେଲାଭଳି ଅନେକ ପ୍ରସଙ୍ଗ ରହିଛି ଏବଂ ଏହା ପାଠ୍ୟଶ ରୂପେ ସନ୍ନିବେଶିତ ହୋଇଛି, ତେଣୁ କବିତାଟିରେ ଏଭଳି ନାମକରଣ କରାଯାଇଛି । କଥାବସ୍ତୁ ଦୃଷ୍ଟିରୁ ବିଚାର କରି ଦେଖିଲେ ‘ଶିକ୍ଷାଦୀକ୍ଷା ନାମକରଣ ସାର୍ଥକ ହୋଇଛି ।

ରାମ ବନବାସ’ ଗୀତିନାଟ୍ୟର କବି ବୈଷ୍ଣବ ପାଣି । ସେ ଏକାଧାରରେ ଥିଲେ ଗୀତିନାଟ୍ୟର ନାଟ୍ୟକାର, ପାଲାର ସ୍ରଷ୍ଟା ଓ ଭଜନ ଜଣାଣର ରଚୟିତା । ତାଙ୍କ ରଚିତ ଗୀତିନାଟ୍ୟଗୁଡ଼ିକ ମଧ୍ୟରେ, ‘ମେଘନାଦ ବଧ’, ‘ରଙ୍ଗସଭା’, ‘ରାମ ବନବାସ’, ‘କାର୍ଲବୀର୍ଯ୍ୟ ସଂହାର’, ‘ପ୍ରହ୍ଲାଦ ଚରିତ’, ‘କର୍ଷବଧ’, ‘ଦକ୍ଷ ଯଜ୍ଞ’ ଇତ୍ୟାଦି ପ୍ରଧାନ । ନାଟ୍ୟକୃତିରେ ପୌରାଣିକ କଥାବସ୍ତୁର ଅବତାରଣ କରାଯାଇଥିଲେ ମଧ୍ୟ ଏଥୁରେ ଦ୍ବାରି, ଡଗର ଇତ୍ୟାଦି ଚରିତ୍ର ସଂଯୋଜିତ କରି ସେମାନଙ୍କ ମାଧ୍ୟମରେ ସମାଜର ବିଭିନ୍ନ ଦିଗକୁ ବର୍ଣ୍ଣନା କରିବାର କୌଶଳ ପ୍ରୟୋଗ କରାଯାଇଛି । ଆଲୋଚ୍ୟ କବିତାରେ ମଧ୍ଯ ସମାଜକୁ ଦିଗ୍‌ଦର୍ଶନ ଦେଲାଭଳି ପ୍ରସଙ୍ଗକୁ ଅତି ଚତୁରତାର ସହିତ ଉପସ୍ଥାପନ କରାଯାଇଛି । ଏଥ‌ିରେ ଅନେକ ଚଳଣିକୁ ଶିକ୍ଷା କରିବା ଏବଂ ତାହାକୁ ଦୀକ୍ଷାରୂପେ ଗ୍ରହଣ କରିବାପାଇଁ ପ୍ରେରଣା ଦିଆଯାଇଛି ।

ସୁତରାଂ କବିତାର ‘ଶିକ୍ଷାଦୀକ୍ଷା’ ନାମକରଣ ଯଥାର୍ଥ ମନେ ହୋଇଥାଏ । ପିତା ବହୁ ଆବେଗରେ ନିଜର ଭବିଷ୍ୟତର ସୁରକ୍ଷା ଓ ବୃଦ୍ଧ ସମୟର ସହାୟ ପାଇଁ ପୁତ୍ରକୁ ପାଳିପୋଷି ବଡ଼ କରେ । ମାତ୍ର ଅନେକ ସମୟରେ ପୁତ୍ର ବଡ଼ ହେଲାପରେ ପିତାକୁ ମର୍ଯ୍ୟାଦା ଦିଏ ନାହିଁ । ପିତାର ସୁଖଦୁଃଖର ସାଥୀ ନହୋଇ ସ୍ୱେଚ୍ଛାଚାରୀ ହୋଇଯାଏ । ସମାଜର ଏହି ଦୁର୍ବଳ ଦିଗକୁ କବି ରାମଚନ୍ଦ୍ରଙ୍କ ଚରିତ୍ରର ଉଦାହରଣ ଦେଇ ସୁଧାରିବାକୁ ଚାହିଁଛନ୍ତି । ରାମଚନ୍ଦ୍ରଙ୍କର ପିତୃଭକ୍ତି ଯେ ଅତୁଳନୀୟ ଏହା କବି ସ୍ଵୀକାର କରିଛନ୍ତି । ପିତାଙ୍କର ସତ୍ୟରକ୍ଷା ପାଇଁ ସେ ଚଉଦବର୍ଷ ବନକୁ ଯାଇଛନ୍ତି । ପିତାଙ୍କ କଥାର ମର୍ଯ୍ୟାଦା ରକ୍ଷାକରି ସେ ରାଜସିଂହାସନକୁ ଉପେକ୍ଷା କରି ବନବାସ କଷ୍ଟକୁ ଆଦରି ନେଇଛନ୍ତି । ସୁତରାଂ କବି ରାମଚନ୍ଦ୍ରଙ୍କ ପରି ପିତୃଭକ୍ତ ହେବାପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । କବି ଏହା ବୁଝାଇବାକୁ ଯାଇ କହିଛନ୍ତି-

‘‘ଶିକ୍ଷା କର ପିତୃଭକ୍ତି, ଦୀକ୍ଷା କର ଏହି ନୀତି,
ଭିକ୍ଷା କର ପଛେ ସତ୍ୟ ବାଟ ନ ଛାଡ଼ ।’’

କବି ଅଯୋଧ୍ୟା ରାଜପୁରୀରେ ଯେପରି ଭ୍ରାତୃସ୍ନେହ ରହିଥିଲା, ସେହିପରି ଭ୍ରାତୃଭାବରେ ରହିଲେ ସମାଜରେ ଆଉ କୌଣସି ବିଶୃଙ୍ଖଳା ରହିବ ନାହିଁ ବୋଲି କହିଛନ୍ତି । ମାତ୍ର ସମାଜରେ ଭାଇ ଭାଇ ମଧ୍ୟରେ ପିଲାଦିନର ସ୍ନେହ, ପରବର୍ତ୍ତୀ ସମୟରେ ସ୍ଵାର୍ଥପରତାର ପ୍ରଭାବରେ ହଜି ଯାଇଥାଏ । ଭାଇ ହୁଏ ଭାଇର ଶତ୍ରୁ । କବି ରାମ, ଲକ୍ଷ୍ମଣ ଓ ଭରତଙ୍କ ଉଦାହରଣ ମାଧ୍ୟମରେ ପବିତ୍ର ଭ୍ରାତୃଭାବକୁ ଶିକ୍ଷା କରି ଏହାକୁ ଦୀକ୍ଷାରୂପେ ଗ୍ରହଣ କରିବାପାଇଁ ମାନବ ସମାଜକୁ ପରାମର୍ଶ ଦେଇ କହିଛନ୍ତି ।

ନାରୀ ହେଉଛି ପୁରୁଷର ପ୍ରେରଣାଦାତ୍ରୀ ଓ ସୁଖଦୁଃଖର ସାଥୀ । ପୁରୁଷକୁ ଦୁଃଖ ସମୟରେ ନାରୀହିଁ ସାହସ ଓ ଧୈର୍ଯ୍ୟ ଦେଇଥାଏ । ମାତ୍ର ବେଳେବେଳେ ସମାଜରେ ନାରୀ ସ୍ଵାର୍ଥସର୍ବସ୍ଵ ହୋଇ ପୁରୁଷକୁ ବିପଥଗାମୀ କରାଏ । କାନକୁହା କଥା କହି ପୁରୁଷକୁ ନିଜର କରିବାକୁ ଚେଷ୍ଟାକରେ । କୌଣସି ସମୟରେ ସେହି ପୁରୁଷ ଯଦି ଅସମର୍ଥ ହୋଇଯାଏ, ତା’ହେଲେ ନାରୀ ତାହାକୁ ଉପେକ୍ଷା କରିବାର ବହୁ ଉଦାହରଣ ରହିଛି । ପୁରୁଷର ଦୁଃଖରେ ସେ ସମଦୁଃଖୀ ନହୋଇ ବରଂ ନିଜ ସ୍ୱାର୍ଥ କଥା ଚିନ୍ତାକରେ । ସମାଜରେ ଏଭଳି ସ୍ବାର୍ଥସର୍ବସ୍ଵ ନାରୀମାନଙ୍କୁ ଶିକ୍ଷା ଦେବାପାଇଁ କବି ଜନକନନ୍ଦିନୀ ପତିବ୍ରତା ସୀତାଙ୍କର ଉଦାହରଣ ଦେଇଛନ୍ତି । ସୀତାଙ୍କ ଚିନ୍ତାଧାରାକୁ ଆପଣାର କରିପାରିଲେ ନାରୀମାନେ ଯେ ଯଶସ୍ବିନୀ ହେବେ, ଏହାକୁ କବି ପ୍ରକାରାନ୍ତରେ ସ୍ବୀକାର କରିଛନ୍ତି । କବିଙ୍କ ଭାଷାରେ-

“ସାତାଠାରୁ ପତିବ୍ରତା, ଶିକ୍ଷା କର ଏହି କଥା,
ଶିଖାଇ ମହିଳାଗଶେ ସୁଯଶ ଲୋଡ଼ା”

ପିତାପୁତ୍ରର ଅନାବିଳ ସମ୍ପର୍କକୁ କବି ରାଜା ଦଶରଥ ଓ ରାମଚନ୍ଦ୍ରଙ୍କ ମାଧ୍ୟମରେ ଶିକ୍ଷା ଦେଇଛନ୍ତି । ପୁତ୍ରକୁ ଛାଡ଼ି ପିତା କେବେହେଲେ ବଞ୍ଚୁରିବ ନାହିଁ । କାରଣ ପୁତ୍ର ହିଁ ପିତାର ଭାଗ୍ୟ ଓ ଭବିଷ୍ୟତ । ପୁତ୍ରର ସୁଖରେ ପିତା ସୁଖୀ ହୁଏ । ପୁତ୍ରର ଗୌରବରେ ପିତା ଗୌରବାନ୍ବିତ ହୁଏ । ଏହି ସମ୍ପର୍କକୁ କେହି ଉପେକ୍ଷା କରିପାରିବେ ନାହିଁ । ସେହିପରି ସାଂସାରିକ ଜୀବନରେ ଅନେକ ବାଧାବିଘ୍ନ ରହିଥାଏ । ମାତ୍ର ବିପଦ ସମୟରେ କେବେହେଲେ ଧୈର୍ଯ୍ୟହରା ନ ହେବାକୁ କବି ପରାମର୍ଶ ଦେଇଛନ୍ତି । ଜାଗତିକ ମୋହମାୟାର ବଶବର୍ତ୍ତୀ ହୋଇ ରହିଲେ, ସର୍ବଦା ଦୁଃଖରେ ସମୟ ଅତିବାହିତ କରିବାକୁ ହେବ । ସେଥ‌ିପାଇଁ ଚିତ୍ତ ଦୃଢ଼ କରିବାପାଇଁ କବି ପରାମର୍ଶ ଦେଇଛନ୍ତି । ଏହିପରି ବିଭିନ୍ନ ପ୍ରସଙ୍ଗ ମାଧ୍ୟମରେ କବି ସମାଜକୁ ଶିକ୍ଷା ଦେଇଥ୍ବାରୁ କବିତାର ‘ଶିକ୍ଷାଦାକ୍ଷା’ ନାମକରଣ ସାର୍ଥକ ମନେ ହୋଇଥାଏ।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୨।
ମନରେ ଅହଂକାର ରହିଲେ ଜଣେ କି କି ଅସୁବିଧାର ସମ୍ମୁଖୀନ ହେବ ସେ ସମ୍ପର୍କରେ ଅନୁଚ୍ଛେଦଟିଏ ଲେଖ ।
Answer:
ଆମର ପାପକଳୁଷିତ ସଂସାରକୁ ଯେଉଁସବୁ ବିକାର ପ୍ରଭାବିତ କରି ରଖୁଛି, ସେସବୁ ମଧ୍ୟରୁ ଅହଙ୍କାର ଅନ୍ୟତମ । ଅହଙ୍କାର ହେଉଛି, ନିଜକୁ ଅନ୍ୟଠାରୁ ବଡ଼କରି ଭାବିବା ଓ ସେହିପରି ଭାବ ନେଇ ଦେଖାଇହେବା ପ୍ରବୃତ୍ତି । ଅହଂକାରୀ ଦୃଷ୍ଟିରେ ସେ ସବୁଠାରୁ ଜ୍ଞାନୀ, ମାନୀ, ବଳଶାଳୀ ଓ ବୁଦ୍ଧିମାନ । ତା’ ମନର ଏହି ସଂକୀର୍ଣ୍ଣଭାବ ତାହାକୁ ଅହଙ୍କାରୀ କରାଇଥାଏ । ସେ କାହାକୁ ମର୍ଯ୍ୟାଦା ଦିଏ ନାହିଁ କିମ୍ବା କାହା ପାଖରେ ମୁଣ୍ଡ ନୁଆଁଇବାକୁ ଇଚ୍ଛା କରେ ନାହିଁ । ବରଂ ସେ ଭାବେ ତାହାକୁ ସମସ୍ତେ ମର୍ଯ୍ୟାଦା ଦେବେ ଏବଂ ତାହା କଥା ଅନୁସାରେ ପରିଚାଳିତ ହେବେ । ଏହା ଏକ ପ୍ରକାର

ଆସୁରୀ ସ୍ଵଭାବ । ସେହି ସ୍ଵଭାବନେଇ ଲଙ୍କାର ରାବଣ ବିପଦକୁ ବରଣ କରିଥିଲା । ତା’ର ସ୍ଵର୍ଣ୍ଣମୟ ଲଙ୍କା ଧ୍ବଂସ ହୋଇଯାଇଥିଲା । ସେହିପରି ଅତି ଅହଙ୍କାର ପ୍ରକାଶକରି କୌରବ ଶିରୋମଣି ଦୁର୍ଯ୍ୟୋଧନ ନିଜ ବଂଶନାଶର କାରଣ ହୋଇଥିଲା । ଅତି ଦାନୀଭାବ ଦେଖାଇ ହୋଇ, ଦାନୀର ଅହଙ୍କାର ପ୍ରତିପୋଷଣ କରି ବଳୀ ରାଜା ପାତାଳକୁ ଚାପି ହୋଇଯାଇଥିଲେ । ସୁତରାଂ ଅହଙ୍କାର ଆସିଲେ ମଣିଷ ଜୀବନରେ ଅବକ୍ଷୟ ଘଟିଥାଏ । ଅହଙ୍କାର ମଣିଷକୁ ଅବନତି ଆଡ଼କୁ ବାଟ କଢ଼ାଇ ଆଣେ । ପ୍ରତ୍ୟେକ କ୍ଷେତ୍ରରେ ଅହଂକାର ହିଁ ସର୍ବନାଶର କାରଣ ହୋଇଥାଏ ।

ଅହଂକାରୀ ମଣିଷ ସାମୟିକ ଭାବେ ନିଜର ପ୍ରତିଷ୍ଠା ପ୍ରକାଶ କରିପାରେ । ମାତ୍ର ତାହା ସର୍ବକାଳୀନ ମୂଲ୍ୟବୋଧ ହୋଇ ରହେନାହିଁ । ସାମାଜିକ କ୍ଷେତ୍ରରେ, ପାରିବାରିକ କ୍ଷେତ୍ରରେ ରାଜନୀତିକ କ୍ଷେତ୍ରରେ ଅହଙ୍କାର ମଣିଷକୁ ବହୁ ବିପଦରେ ପକାଇଥାଏ । ଅହଙ୍କାରୀ ମଣିଷକୁ ସାମାଜିକ କ୍ଷେତ୍ରରେ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥାଏ । ପାରିବାରିକ କ୍ଷେତ୍ରରେ ଅହଙ୍କାରୀ ବ୍ୟକ୍ତି, କେବେହେଲେ କାହାରି ମନକୁ ଜିଣିପାରି ନଥାଏ । ସେହିପରି ସମ୍ପର୍କ ସ୍ଥାପନ କ୍ଷେତ୍ରରେ, ପାରସ୍ପରିକ ବୁଝାମଣା କ୍ଷେତ୍ରରେ ଦୁଃଖପୂର୍ଣ୍ଣ ହୋଇଥାଏ । ଅହଂକାରୀର ପତନ ସୁନିଶ୍ଚିତ । ଏହା ଧ୍ରୁବ ସତ୍ୟ ।

କବି ପରିଚୟ :

ପ୍ରସିଦ୍ଧ ଗୀତିନାଟ୍ୟ ସ୍ରଷ୍ଟା ବୈଷ୍ଣବ ପାଣି କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ଅଞ୍ଚଳରେ ଥିବା କୋଠପଦା ଗାଁରେ ୧୮୮୨ ମସିହାରେ କୁମାର ପୂର୍ଣ୍ଣମୀ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ସୁଦର୍ଶନ ପାଣି ଓ ମାତାଙ୍କ ନାମ ଚାନ୍ଦ ଦେବୀ । ବୈଷ୍ଣବ ପାଣିଙ୍କ ପିଲାଦିନର ନାମ ଥିଲା ଶତ୍ରୁଘ୍ନ । ପିଲାକାଳରେ ସେ ସାଂଘାତିକ ରୋଗରେ ପୀଡ଼ିତ ହୋଇଥିଲେ । ସେହି ରୋଗରୁ ମୁକ୍ତି କାମନା କରି ତାଙ୍କର ପିତାମାତା ତାଙ୍କୁ ଜଗନ୍ନାଥଙ୍କ ବଡ଼ଛତା ତଳେ ବୈଷ୍ଣବ କରିଦେଇଥିଲେ । ସେ ପରବର୍ତ୍ତୀ ସମୟରେ ସେହି ବୈଷ୍ଣବ ନାମରେ ପରିଚିତ ହୋଇଥିଲେ । ସେ ପିଲାଦିନରୁ ବହୁତ ଅଭାବ ଅସୁବିଧାରେ ଚଳିଥିଲେ ।

ତାଙ୍କର ପରିବାରର ଆର୍ଥିକ ଅବସ୍ଥା ତାଙ୍କର ଭଲ ନଥିଲା । ଦାରିଦ୍ର୍ୟ ହେତୁ ସେ କିଛିଦିନ ଫୁଲତୋଳା ଓ ଫୁଲଗୁନ୍ଥା କାମ କରିଥିଲେ । ସିଂହଙ୍କ ତତ୍ତ୍ୱାବଧାନରେ ରହିଥିଲେ । ସେ କିଛିଦିନ ସେଠାକାର ବିଦ୍ୟାଳୟରେ ପାଚକ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କର ଠାଇନାଲରେ ସନ୍ତୁଷ୍ଟ ହୋଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତାଙ୍କୁ ବିନା ଦରମାରେ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାର ସୁଯୋଗ ଦେଇଥିଲେ । ଦାରିଦ୍ର୍ୟ ହେତୁ ସେ ୧୭ ବର୍ଷ ବୟସରୁ ଷଷ୍ଠ ଶ୍ରେଣୀରୁ ଶିକ୍ଷା ପରିସମାପ୍ତି କରିଥିଲେ । ପରବର୍ତ୍ତୀ ସମୟରେ ସେ ନୃତ୍ୟଗୀତ ଓ ଯାତ୍ରା ଦଳରେ ରହି ବହୁ ପ୍ରସିଦ୍ଧି ଅର୍ଜନ କରିଥିଲେ। ସେ ୧୯୫୬ ମସିହା ବୈଶାଖ ଅମାବାସ୍ୟାରେ ଅମର ପଥର ଯାତ୍ରୀ ହୋଇଥିଲେ ।

କବି ଓ କବିତା :

ନିଜର ପ୍ରତିଭା ଓ ସାଧନା ବଳରେ ସେ ବହୁ ଗୀତିନାଟ୍ୟ, ପାଲା, ଭଜନ, ଜଣାଣ ଇତ୍ୟାଦି ରଚନା କରିଯାଇଛନ୍ତି । ତାଙ୍କ ରଚନାର ଲାଳିତ୍ୟ, ଉପଯୁକ୍ତ ଶବ୍ଦ ସଂଯୋଜନା ପାଠକ ତଥା ଦର୍ଶକଙ୍କୁ ବିମୋହିତ କରିଥାଏ । ଓଡ଼ିଆ ସାହିତ୍ୟରେ ବୈଷ୍ଣବ ପାଣି ‘ଗଣକବି’ ଭାବରେ ପରିଚିତ । ‘ମେଘନାଦ ବଧ’ ତାଙ୍କର ପ୍ରଥମ ଓ ସଫଳ ଗୀତିନାଟ୍ୟ । ପରବର୍ତ୍ତୀ ସମୟରେ ସେ ‘ରଙ୍ଗସଭା’, ‘କାର୍ଲବୀର୍ଯ୍ୟ ସଂହାର’, ‘ପ୍ରହ୍ଲାଦ ଚରିତ’, ‘ରାମ ବନବାସ’, ‘କର୍ଣ୍ଣବଧ’, ‘ଦକ୍ଷଯଜ୍ଞ’ ପ୍ରଭୃତି ଲୋକପ୍ରିୟ ଗୀତିନାଟ୍ୟମାନ ରଚନା କରିଥିଲେ । ଉକ୍ତ କବିତାଟି କବିଙ୍କର ‘ରାମ ବନବାସ’ ଗୀତିନାଟ୍ୟରୁ ସଂଗୃହୀତ । ଏଥିରେ ପିତାପୁତ୍ର, ଭାଇଭାଇର ସମ୍ପର୍କ, ସତ୍ୟନିଷ୍ଠା, ଅହଙ୍କାରଶୂନ୍ୟତା, ନାରୀର ପତିଭକ୍ତି ଓ ଭଗବତ୍ ପ୍ରେମର ମହିମା ବର୍ଣ୍ଣିତ । ସତ୍ୟନିଷ୍ଠା, ଅହଙ୍କାରଶୂନ୍ୟତା, ନାରୀର ପତିଭକ୍ତି ଓ ଭଗବତ୍ ପ୍ରେମର ମହିମା ବଣ୍ଠତ ।

କବିତାର ପୃଷ୍ଠଭୂମି:

ମର୍ଯ୍ୟାଦା ପୁରୁଷୋତ୍ତମ ରଘୁବାର ରାମଚନ୍ଦ୍ରଙ୍କର ମାନବାୟ ଲାଳା ବର୍ଣ୍ଣନା କରିବା ଅବକାଶରେ ‘ଶିକ୍ଷାଦାକ୍ଷା’ କବିତାରେ ଅବତାରଣା କରାଯାଇଛି। ଅଯୋଧ୍ୟାର ରାଜା ଦଶରଥଙ୍କର କୋଷ୍ଠପୁତ୍ର ରାମଚନ୍ଦ୍ର ପିତୃସତ୍ୟ ପାଳନ ପାଇଁ ବନଗମନ କରିଥିଲେ । ତାଙ୍କ ସଙ୍ଗରେ ଥିଲେ ଜନକନନ୍ଦିନୀ ପତିବ୍ରତା ସୀତା ଓ ଆଜ୍ଞାବହ ଅନୁଜ ଲକ୍ଷ୍ମଣ । ରାମଚନ୍ଦ୍ର ଯେତେବେଳେ ବନଗମନ କରିଥିଲେ, ସେତେବେଳେ ଭରତ ମାମୁଘରେ ଥିଲେ । ରାମଙ୍କର ବନଗମନ ଦୁଃଖକୁ ଦଶରଥ ସହ୍ୟ କରିପାରି ନଥିଲେ ।

ସେ ଦୁଃଖରେ ଭାଙ୍ଗିପଡ଼ି ରାମଚନ୍ଦ୍ରଙ୍କ ଗୁଣ ସ୍ମରଣ କରି ମୃତ୍ୟୁବରଣ କରିଥିଲେ । ପିତାଙ୍କ ମୃତ୍ୟୁ ସମ୍ବାଦ ଶୁଣି ଭରତ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଅଯୋଧ୍ୟାରେ ପହଞ୍ଚି ଭରତ ସବୁକଥା ଜାଣିବାକୁ ପାଇଲେ । ଶ୍ରୀରାମଙ୍କୁ ଫେରାଇ ଆଣିବାପାଇଁ ସେ ତାଙ୍କ ଅନ୍ଵେଷଣରେ ବନକୁ ଗମନ କରିଥିଲେ । ଚିତ୍ରକୂଟ ନାମକ ସ୍ଥାନରେ ଭରତଙ୍କର ଭାଇମାନଙ୍କ ସହିତ ଦେଖା ହୋଇଥିଲା । ଅଯୋଧ୍ୟା ଫେରିବା ଲାଗି ଭରତ, ରାମଚନ୍ଦ୍ରଙ୍କୁ ବହୁପ୍ରକାର ଅନୁନୟ ବିନୟ କରିଥିଲେ ।

ମାତ୍ର ରାମଚନ୍ଦ୍ର ପିତୃ ସତ୍ୟ ରକ୍ଷାକରି ବନକୁ ଆସିଥିବାରୁ କୌଣସି ପ୍ରକାରେ ଅଯୋଧ୍ୟାକୁ ଫେରିପାରିବେ ନାହିଁ ବୋଲି କହିଥିଲେ । ନିଜ ସାନଭାଇ ଭରତଙ୍କ ପ୍ରତି ରାମଚନ୍ଦ୍ରଙ୍କ ଅନ୍ତରରେ ବହୁତ ସ୍ନେହ ଥିଲା । ସେଥିପାଇଁ ସେ ବାଧ୍ୟହୋଇ ସାନଭାଇ ଭରତଙ୍କୁ ନିଜର ପାଦୁକା ପ୍ରଦାନ କରିଥିଲେ । ବହୁପ୍ରକାର ବୁଝାଇ ଶୁଝାଇ ସେ ବାଧ୍ୟହେ।ଇ ସାନଭାଇ ଭରତଙ୍କୁ ନିଜର ପାଦୁକା ପ୍ରଦାନ କରିଥିଲେ । ବହୁପ୍ରକାର ବୁଝାଇ ଶୁଝାଇ ସେ ଭରତଙ୍କୁ ଅଯୋଧ୍ୟା ଫେରାଇ ଦେଇଥିଲେ । ରାମଚନ୍ଦ୍ରଙ୍କ ପାଦୁକାକୁ ସିଂହାସନରେ ସ୍ଥାପନ କରି ଭରତ ରାମଚନ୍ଦ୍ରଙ୍କର ସେବକ ଭାବରେ ଚଉଦ ବର୍ଷକାଳ ରାଜ୍ୟଶାସନ କରିଥିଲେ । ରାମାୟଣ ବର୍ଣ୍ଣିତ ଏହି ଶିକ୍ଷଣୀୟ କଥାବସ୍ତୁ ଉପରେ କବିତାଟି ରଚନା କରାଯାଇଛି ।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

କବିତାର ସାରକଥା :

କବି ପୌରାଣିକ କଥାବସ୍ତୁର ବର୍ଣନା କରିଥିଲେ ହେଁ ଅଯୋଧାର ପାରିବାରିକ ସ୍ନେହ, ପ୍ରେମ, ଆନ୍ତରିକତା ଆଦିର ମୂଲ୍ୟବୋଧକୁ ଯଥାର୍ଥ ଭାବରେ ମୂଲ୍ୟାୟନ କରିଛନ୍ତି ।

(୧) ପିତୃଭକ୍ତି : ରଘୁବୀର ରାମଚନ୍ଦ୍ରଙ୍କର ପିତୃଭକ୍ତି ଥିଲା ଅତୁଳନୀୟ । ପିତାଙ୍କର ସତ୍ୟ ରକ୍ଷା କରିବାପାଇଁ ସେ. ଚଉଦବର୍ଷ ବନକୁ ଯାଇଥିଲେ । ରାମଚନ୍ଦ୍ର ରାଜସିଂହାସନରେ ଅଭିଷିକ୍ତ ହେବା ପୂର୍ବରୁ ମାତା କୈକେୟୀ, ଦାସୀ ମନ୍ଥରାର ପ୍ରରୋଚନାରେ ଦଶରଥଙ୍କୁ ସତ୍ୟପାଳନ କରିବାପାଇଁ ବାଧ୍ୟ କରିଥିଲେ । ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ସେ ଦଶରଥଙ୍କୁ ଦୁଇଟି ବର ମାଗିଥିଲେ । ପ୍ରଥମ ବରରେ ରାମଚନ୍ଦ୍ର ଚଉଦବର୍ଷ ବନବାସ ଯିବେ ଏବଂ ଦ୍ବିତୀୟ ବରରେ ତାଙ୍କ ପୁତ୍ର ଭରତ ସିଂହାସନ ଆରୋହଣ କରିବେ । ଦଶରଥଙ୍କ ସତ୍ୟ ପାଳନ ପାଇଁ ରାମଚନ୍ଦ୍ର ପ୍ରସ୍ତୁତ ହୋଇଥିଲେ । ସେ କାହାରି କଥାକୁ ନମାନି ବନକୁ ଆରୋହଣ କରିବେ । ଦଶରଥଙ୍କ ସତ୍ୟ ପାଳନ ପାଇଁ ରାମଚନ୍ଦ୍ର ପ୍ରସ୍ତୁତ ହୋଇଥିଲେ ।

ସେ କାହାରି କଥାକୁ ନମାନି ବନକୁ ଯିବ।ପାଇଁ ପ୍ରସ୍ତୁତ ହୋଇଥିଲେ । ରାମଚନ୍ଦ୍ରଙ୍କ ପରି ପିତୃଭକ୍ତ ହେବାପାଇଁ କବି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ପିତୃଭକ୍ତି ପାଇଁ ଆବଶ୍ୟକ ହେଲେ ଭିକ୍ଷା କରିବାକୁ ବି ସେ ପଛେଇବ ନାହିଁ । କାରଣ ପିତା ହେଉଛନ୍ତି ସମସ୍ତ ଧର୍ମର ନିୟାମକ, ପିତା ହେଉଛନ୍ତି ସ୍ୱର୍ଗ । ସେହି ପିତାଙ୍କର ସେବା କଲେ, ପିତାଙ୍କୁ ଭକ୍ତିକଲେ ଓ ତାଙ୍କ ପାଇଁ ଜୀବନ ଉତ୍ସର୍ଗ କଲେ, ସବୁ ଦେବତାଙ୍କ ଆଶୀର୍ବାଦ ସେ ଲାଭ କରିପାରିବ । ସୁତରାଂ ସେ ପିତୃଭକ୍ତି ରୂପକ ବାଟରୁ କେବେହେଲେ ବିଚ୍ୟୁତ ହେବ ନାହିଁ କିମ୍ବା ଜୀବନରେ କେବେ ସତ୍ୟପଥରୁ ବିଚ୍ୟୁତ ହେବ ନାହିଁ ।

(୨) ଭ୍ରାତୃସ୍ନେହ : ଅଯୋଧ୍ୟା ରାଜପରିବାରରେ ଭାଇ ପ୍ରତି ଭାଇର ସ୍ନେହ ଥିଲା ଅଧ୍ଵ । ରଘୁବୀର ରାମଚନ୍ଦ୍ର ଯେତେବେଳେ ରାଜପୁରୀ ଓ ରାଜସୁଖକୁ ଉପେକ୍ଷାକରି ପିତୃସତ୍ୟ ପାଳନ ପାଇଁ ଚଉଦବର୍ଷ ବନକୁ ଯିବାକୁ ବାହାରିଲେ, ତାଙ୍କ ସହିତ ଅନୁଜ ଲକ୍ଷ୍ମଣ ବନକୁ ଯିବାପାଇଁ ଇଚ୍ଛା କରିଥିଲେ । ତାଙ୍କୁ ସାଙ୍ଗରେ ବନକୁ ନେବାପାଇଁ ଅଗ୍ରଜ ରାମଚନ୍ଦ୍ରଙ୍କୁ ସେ ଅନୁରୋଧ କରିଥିଲେ । ତାଙ୍କ ସୁଖଦୁଃଖର ସାଥୀ ହୋଇ ରହିବାକୁ ସେ ଚାହିଁଥିଲେ । ପୁନଶ୍ଚ ରାମଚନ୍ଦ୍ର ବନକୁ ଯିବା ସମୟରେ ଭରତ ମାମୁଘରେ ଥିଲେ । ସେ ରାଜପୁରୀକୁ ଫେରି ସବୁବିଷୟ ଜାଣିବା ପରେ ଦୁଃଖ ପ୍ରକାଶ କରିଥିଲେ । ରାମଚନ୍ଦ୍ରଙ୍କୁ ବନରୁ ଫେରାଇ ଆଣିବାପାଇଁ ସେ ଅରଣ୍ୟକୁ ଯାଇଥିଲେ । ଚିତ୍ରକୂଟ ନାମକ ସ୍ଥାନରେ ତାଙ୍କର ଭାଇଙ୍କ ସହିତ ଦେଖାହୋଇଥିଲା ।

ଅଯୋଧ୍ୟା ଫେରିବା ଲାଗି ଭରତ ରାମଚନ୍ଦ୍ରଙ୍କୁ ବହୁତ ଅନୁରୋଧ କରିଥିଲେ । ମାତ୍ର ରାମଚନ୍ଦ୍ର ଅରଣ୍ୟରୁ ଆଉ ରାଜପୁରୀକୁ ଫେରି ନଥିଲେ । ତଥାପି ନିଜ ସାନଭାଇ ଭରତ ପ୍ରତି ଅଧ୍ବକ ସ୍ନେହ ଥ‌ିବାରୁ ଶ୍ରୀରାମ ନିଜର ପାଦୁକା ଦୁଇଟି ତାଙ୍କୁ ଦେଇଥିଲେ । ଶ୍ରୀରାମଙ୍କ ପାଦୁକାକୁ ସିଂହାସନରେ ସ୍ଥାପନକରି ଭରତ ଶ୍ରୀରାମଙ୍କ ସେବକ ଭାବରେ ଚଉଦବର୍ଷ କାଳ ରାଜ୍ୟଶାସନ କରିଥିଲେ । ସୁତରାଂ ରାମ, ଲକ୍ଷ୍ମଣ ଓ ଭରତଙ୍କ ଭିତରେ ଯେଭଳି ପବିତ୍ର ଭ୍ରାତୃସ୍ନେହ ରହିଥିଲା, ସେହିଭଳି ସ୍ନେହ ସୂତ୍ରରେ ଭାଇ ଭାଇ ସମ୍ପର୍କକୁ ଦୃଢ଼ କରିବାକୁ କବି ମନୁଷ୍ୟକୁ ପରାମର୍ଶ ଦେଇଛନ୍ତି । ନିଜ ମନରୁ ଅହଂଭାବ ଦୂର ହେଲେ ଏଭଳି ଭ୍ରାତୃସ୍ନେହ ସମ୍ଭବ ବୋଲି କବି ପ୍ରକାରାନ୍ତରେ କହିଥିଲେ ।

(୩) ପତିବ୍ରତାଭାବ : ସୀତା ଥିଲେ ପତିବ୍ରତା ରମଣୀ । ପତିଙ୍କୁ ସୁଖଦୁଃଖକୁ ସେ ନିଜର ମନ, ବଚନ ଓ କର୍ମରେ ମିଶାଇ ଦେବାକୁ ଚାହିଁଥିଲେ । ଜନକ ରାଜାଙ୍କର ଝିଅ ଭାବରେ ଅତି ଅଲିଅଳୀ ହୋଇଥିଲେ ବି ସେ ସ୍ଵାମୀଙ୍କ ସହିତ ବନକୁ ଯିବାକୁ ଇଚ୍ଛା କରିଥିଲେ। ପିତୃସତ୍ୟ ପାଳନପାଇଁ ରାମଚନ୍ଦ୍ର ଚାମଚନ୍ଦ୍ର ଚଉଦବର୍ଷ ବନବାସ ଯିବାକୁ ବାହାରିଥ୍ଲାବେଳେ ସାତା ତାଙ୍କ ସହିତ ବନକୁ ଯିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସେ ସ୍ଵାମୀଙ୍କୁ ଅନୁରୋଧ କରିଥିଲେ ତାଙ୍କୁ ସାଙ୍ଗରେ ନେବାପାଇଁ । ରାମଚନ୍ଦ୍ର ସୀତାଙ୍କୁ ବହୁତ ବୁଝାଇଥିଲେ ବି ସୀତା କୌଣସିଥ୍‌ରେ ରାଜି ହୋଇନଥିଲେ । ସ୍ଵାମୀଙ୍କ ବିନା ରାଜପୁରୀରେ ରହିବା ତାଙ୍କ ପାଇଁ ଅସମ୍ଭବ ଥିଲା । ସ୍ଵାମୀଙ୍କ ବ୍ୟତୀତ ରାଜପୁରୀ ସୁଖ ତାଙ୍କୁ ତୁଚ୍ଛ ମନେ ହୋଇଥିଲା ।

ପତିବ୍ରତା ଭାବରେ ସେ ସ୍ଵାମୀଙ୍କ ସହିତ ବନଗମନ କରିଥିଲେ । ସ୍ଵାମୀଙ୍କର ପାଖେ ପାଖେ ରହି ସ୍ଵାମୀଙ୍କ ବନବାସ ଦୁଃଖ ଦୂର କରିବାପାଇଁ ଚାହିଁଥିଲେ । ସୀତାଙ୍କ ପତିବ୍ରତା ଭାବକୁ ମହିଳାମାନେ ଅନୁସରଣ କରିବେ ବୋଲି କବି ପରାମର୍ଶ ଦେଇଛନ୍ତି । ସେଭଳି ଭାବ ପ୍ରକାଶଦ୍ୱାରା ମହିଳାମାନେ ନିଶ୍ଚୟ ଯଶସ୍ବିନୀ ହେବେ ବୋଲି କବି କହିଛନ୍ତି । ସମାଜରେ କିପରି ନାରୀମାନେ ସ୍ୱାମୀଙ୍କ ସୁଖଦୁଃଖରେ ଭାଗୀ ହୋଇ ନିଜର ଜୀବନ ଧନ୍ୟ କରିବେ ସେ ସମ୍ପର୍କରେ କବି ପରମର୍ଶ ଦେଇଛନ୍ତି।

(୪) ପୁତ୍ର ସ୍ନେହ : ରାଜା ଦଶରଥ କୌଣସି ଏକ ଦୁର୍ବଳ ମୁହୂର୍ଭରେ ରାଣୀ କୈକେୟୀଙ୍କ ଉପରେ ସନ୍ତୁଷ୍ଟ ହୋଇ ତାଙ୍କୁ ଦୁଇଟି ବର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କୈକେୟୀ ସେହି ସୁବିଧାକୁ ଆଧାର କରି ଦାସୀ ମନ୍ଥରାର କୁପରାମର୍ଶରେ ରାଜାଙ୍କୁ ବର ମାଗିଥିଲେ । ପ୍ରଥମ ବରରେ ରାମଚନ୍ଦ୍ର ଅଯୋଧ୍ୟାର ରାଜା ନହୋଇ ଚଉଦବର୍ଷ ବନବାସ ଯିବେ ଏବଂ ଦ୍ଵିତୀୟ ବରରେ ତାଙ୍କ ପୁତ୍ର ଭରତ ଅଯୋଧ୍ୟାର ରାଜା ହୋଇପଡ଼ିଲେ । ଦଶରଙ୍କ ହୃଦୟ ବିଦୀର୍ଣ୍ଣ ହୋଇଗଲା । ଏଭଳି ବର ସେ । ଦେଇପାରିବେ ନାହିଁ ବୋଲି ରାଣୀ କୈକେୟୀଙ୍କୁ ଅନୁରୋଧ କଲେ । ମାତ୍ର କୈକେୟୀ ରାଜା ଦଶରଥଙ୍କ କୌଣସି କଥା ଶୁଣିବାକୁ ରାଜିହେଲେ ନାହିଁ । ଏହି ଖବର ପୁତ୍ର ସେ ପ୍ରସ୍ତୁତ ହେଲେ । ରାମଙ୍କ ସହିତ ପତ୍ନୀ ସୀତା ଓ ଭ୍ରାତା ଲକ୍ଷ୍ମଣ ମଧ୍ୟ ବନକୁ ଯିବାକୁ ବାହାରିଲେ । ଏଭଳି ଖବର ପାଇ ଦଶରଥ ଅସୁସ୍ଥ ହୋଇପଡ଼ିଲେ । ରାମ ବିନା ବଞ୍ଚିପାରିବେ ନାହିଁ ବୋଲି କୈକେୟୀଙ୍କୁ କହିଲେ । ମାତ୍ର ତାଙ୍କ ହୃଦୟର ବ୍ୟଥାକୁ କେହି ବୁଝିବାକୁ ଚେଷ୍ଟା କରିନଥିଲେ ।

ପୁତ୍ର ପାଇଁ ଯଜ୍ଞ କରାଇ ସେ ବହୁ ଦିନ ପରେ ପୁତ୍ର ପାଇଥିଲେ । ସେହି ପୁତ୍ରକୁ ବନକୁ ପଠାଇ ସେ ଆଉ ଧୈର୍ଯ୍ୟ ଧରି ପାରିନଥିଲେ । ପିତା ପାଇଁ ପୁତ୍ର ହେଉଛି ସବୁକିଛି । ପୁତ୍ରପ୍ରାପ୍ତି ନିମନ୍ତେ ସେ ପତ୍ନୀ ଗ୍ରହଣ କରେ । ପୁତ୍ର ପାଇଁ ତା’ର ସାଂସାରିକ ଜୀବନ ପୂର୍ଣାଙ୍ଗ ହୁଏ । ସେହି ପୁତ୍ରକୁ ଛାଡ଼ି ଦଶରଥ ମାନସିକ ଯନ୍ତ୍ରଣାରେ ଘାରିହେଲେ । ଶେଷରେ ସେହି ପୁତ୍ରକୁ ଝୁରି ଝୁରି ଓ ପୁତ୍ର ସ୍ନେହକୁ ସ୍ମରଣ କରି ସେ ପରପାରିକୁ ଚାଲିଗଲେ । କବିଙ୍କ ମତରେ ପିତା ପୁତ୍ରର ସ୍ନେହ କେତେ ନିବିଡ଼ ତାହା କେହି କହିପାରିବେ ନାହିଁ । ସ୍ନେହରୂପକ ବାଡ଼କୁ ଭାଙ୍ଗି ଦେଇ ପୁତ୍ରହୀନ ଭାବରେ କେହି ବଞ୍ଚିପାରିବେ ନାହିଁ । ବାସ୍ତବରେ କବିଙ୍କର ଏଭଳି ଚିନ୍ତାଧାରା ବେଶ୍ ହୃଦୟଗ୍ରାହୀ ।

(୫) ସଂସାରୀଙ୍କ ପାଇଁ ଚେତାବନୀ : ସଂସାରୀ ମଣିଷ ପାଇଁ ସଂସାର ହେଉଛି ସବୁକିଛି । ସେ ସ୍ତ୍ରୀ, ପୁତ୍ର ପାଇଁ ସବୁବେଳେ ସୁଖ ବା ଦୁଃଖ ଭୋଗକରେ । ସେମାନଙ୍କୁ ସୁଖରେ ରଖିବାପାଇଁ ଯେକୌଣସି ଦୁଃଖକଷ୍ଟକୁ ସେ ବରଣ କରିନେବାପାଇଁ ପ୍ରସ୍ତୁତ ହୋଇଥାଏ । ଯଦି ଦେବତା ଧରାପୃଷ୍ଠରେ ଜନ୍ମନେଇ ସାଂସାରିକ ଜୀବନଯାପନ କରନ୍ତି, ତା’ହେଲେ ସେ ମଧ୍ଯ ଜାଗତିକ ବାଧା ବନ୍ଧନରୁ ଦୂରେଇ ରହିପାରିବେ ନାହିଁ । ସମୟାନୁସାରେ ତାଙ୍କୁ ମଧ୍ୟ ଦୁଃଖ ବା ସୁଖ ଭୋଗ କରିବାକୁ ହୋଇଥାଏ। ଯେତେ ସାବଧାନରେ ପାଦ ପକାଇ ଆଗକୁ ଆଗକୁ ଚାଲିଲେ ବି ଯେକୌଣସି ସମୟରେ ସଂସାର

ରୂପକ ଖସଡ଼ା ରାସ୍ତାରେ ତାଙ୍କ ପାଦ ଖସିଯିବାର ସମ୍ଭାବନା ରହିଥାଏ । ଏହି ପରିପ୍ରେକ୍ଷୀରେ ମନକୁ ଦୃଢ଼ କରିବାକୁ ହେବ। ପରିସ୍ଥିତିକୁ ସମ୍ମୁଖୀନ ହେବାପାଇଁ ସାହସ ସଞ୍ଚୟ କରିବାକୁ ପଡ଼ିବ । ମନ ଦୃଢ଼ ନକଲେ ମନରେ ଅଶାନ୍ତି ଲାଗିରହିବ । ମାୟାମୋହ ଜାଲରେ ଛନ୍ଦି ହୋଇ ଜୀବନ ହା ହୁତାଶରେ ସନ୍ତୁଳିତ ହେବ । କବି ଏପରି ପରିସ୍ଥିତିରେ ନିଜ ଚିତ୍ତକୁ ଦୃଢ଼ କରିବାପାଇଁ ଚେତାବନୀ ଶୁଣାଇଛନ୍ତି । କାରଣ ମନକୁ ସ୍ଥିର ଓ ଚିତ୍ତକୁ ଦୃଢ଼ ନକଲେ ସଂସାରୀ ମଣିଷ କେବେହେଲେ ନିଜକୁ ଯଥାର୍ଥ ବାଟରେ ପରିଚାଳିତ କରିପାରିବ ନାହିଁ ।

(୬) କବିଙ୍କର ଭକ୍ତିଭାବ : ବୈଷ୍ଣବ ପାଣି ପିଲାଦିନରୁ ବୈଷ୍ଣବ ହୋଇଥିଲେ । ଜଗନ୍ନାଥ, ରାମ, କୃଷ୍ଣଙ୍କ ପାଖରେ ତାଙ୍କ ମନ ଥିଲା ସମର୍ପିତ । ତାଙ୍କର ପ୍ରାଣକୁ ସେ ଉତ୍ସର୍ଗ କରିଥିଲେ ସେହି ବିଷ୍ଣୁଙ୍କ ପାଦକମଳରେ । କବିତାର ଶେଷରେ ସେ ଦର୍ଶକମାନଙ୍କୁ ସମ୍ବୋଧନ କରିଛନ୍ତି । ଦର୍ଶକମାନେ ରାମରସରେ ତଲ୍ଲୀନ ହେଲେ ତାଙ୍କର ଶ୍ରମ ଯେ ସାର୍ଥକ ହେବ, ଏହା ସେ ସ୍ୱୀକାର କରିଛନ୍ତି । ରାମଙ୍କର ପଦପଙ୍କଜରେ କର ଯୋଡ଼ିଲେ ଜୀବନରେ କୌଣସି ଦୁଃଖ ଅବସାଦ ରହିବ ନାହିଁ ବୋଲି କବି ପ୍ରକାରାନ୍ତରେ ସ୍ବୀକାର କରିଛନ୍ତି । ସ୍ୱାଭାବିକ ଭାବେ କବିର ବିନୟ ଭାବ ନେଇ ବୈଷ୍ଣବ ପାଣି ନିଜକୁ ମୂଢ଼ ବୋଲି କହିଛନ୍ତି । ସେହି ରାମଚନ୍ଦ୍ରଙ୍କ ନିକଟରେ ସେ ଦାସ ବା ସେବାକାରୀ ହେବାପାଇଁ ଆଶା କରିଛନ୍ତି । ଯେଉଁ ରାମ ନାମକୁ ସ୍ମରଣ କରି ମହାବୀର ହନୁମାନ ଲଙ୍କାର ଅଭେଦ୍ୟ ଦୁର୍ଗକୁ ଜୟ କରିପାରିଲା, ସେହି ରାମନାମ ହିଁ ତାଙ୍କ ପାଇଁ ସବୁକିଛି ବୋଲି କବି ଦୃଢ଼ଭାବରେ କହିଛନ୍ତି ।

ସୂଚନା ଓ କଠିନ ଶବ୍ଦାର୍ଥ :

  • ଣିତୃଭକ୍ତ – ପିତାଙ୍କ ପ୍ରତି ଉତ୍ସର୍ଗ ଭାବ ।
  • ଦ।କ୍ଷା – ଦୃଢ଼ ସଂକଳ୍ପ / ଯାହାକୁ ଧେୟ ରୂପେ ଗ୍ରହଣ କରାଯାଏ ।
  • କେମନ୍ତେ – କିପରି
  • ବୃଥା – ମୂଲ୍ୟହୀନ / ଅଯଥା ।
  • ଅହଂକାର – ଗର୍ବ / ନିଜକୁ ବଡ଼ ବୋଲି ମନେକରିବା ।
  • ନରେ – ଲୋକମାନେ ।
  • ପତିବ୍ରତା – ଯେଉଁ ନାରୀ ପତି କୁ ଖୁବ୍ ଭଲପାଏ ଓ ନିଜର ହୃଦୟକୁ ପତି ସୁଖ ପାଇଁ ଉତ୍ସର୍ଗ କରେ / ବ୍ରତ ଆଚରଣ କଲା ପରି ପତିକୁ ସଦା ଭକ୍ତି କରୁଥିବା ନାରା
  • ମହଳା – ନାରା।
  • ସୁଯଶ – ସୁଖ୍ୟାତି ।
  • ଲୋଡ଼ – ଅନୁସରଣ କର | ଖୋଜ ।
  • ବିନେ – ବ୍ୟତୀତ ।
  • ଗୂଢ଼ – ଅପ୍ରକାଶିତ | ଗୁପ୍ତ ।
  • ସ୍ନେହବାଢ଼ – ସ୍ନେହରୂପକ ସନ୍ଧନା
  • ପାଡ଼ନା – ଦୁଃଖ ଦିଅ ନାହିଁ ।
  • କଡ଼ି – ସାମିଲ୍ କରି / ମିଶାଇ ଦେଇ ।
  • ମାୟା – ଭ୍ରାନ୍ତି / ଛଳନା
  • ମୋହ – ଆସକ୍ତି ।
  • ଦୃଢ଼ – ସ୍ଥିର / ଟାଣ ।
  • ତଦତଙ୍କଜ – ସଦରୂପକ କମଲା
  • ମୂଢ଼ – ଜ୍ଞାନହୀନ / ନିର୍ବୋଧ ।
  • ଆଶ – ଆଶା / ଅଭିଳାଷ ।
  • ଦାସ – ସେବକ ।
  • ହନୁ – ହନୁମାନ, ରାମଙ୍କ ଦୂତ ।
  • ସୁବର୍ଣ୍ଣଗଡ଼ – ସୁନାରେ ତିଆରି ଲଙ୍କା ନଗରୀ ।.

କେତୋଟି ନୂତନ ଶବ୍ଦ ଓ ତା’ର ଅର୍ଥ :

  • କେଡେ – କେତେ ଅଧ୍ଵ
  • ବିଘ୍ନ – ଅନ୍ତରାୟ /ଅସୁବିଧା
  • ଧ୍ୟାୟି – ଧ୍ୟାନ କରି / ମନରେ ଚିନ୍ତାକରି
  • ସୁଯଶ – ଯଶସ୍ଵା
  • ଚିତ୍ତ – ମନରେ

CHSE Odisha Class 12 Economics Chapter 12 Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 12 ଜାତୀୟ ଆୟ Short Answer Questions.

CHSE Odisha 12th Class Economics Chapter 12 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

1. ଜାତୀୟ ଆୟ କ’ଣ ?
Answer:
କୌଣସି ଏକ ନିର୍ଦ୍ଦିଷ୍ଟ ବର୍ଷରେ ଏକ ଅର୍ଥବ୍ୟବସ୍ଥାରେ ଉତ୍ପାଦିତ ହେଉଥ‌ିବା ସମସ୍ତ ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟକୁ ଉକ୍ତ ଅର୍ଥବ୍ୟବସ୍ଥାର ଜାତୀୟ ଆୟ କୁହାଯାଏ । ପ୍ରକାରାନ୍ତରେ ଜାତୀୟ ଆୟ ମଜୁରି, ଅଧୂଶେଷ, ସୁଧ ଓ ଲାଭର ସମଷ୍ଟି । ଅର୍ଥାତ୍ ଏକ ଦେଶରେ ଏକ ଗଣନ ବର୍ଷର ଦ୍ଵୈତ ଗଣନା ନ ହୋଇ ଉତ୍ପାଦିତ ହେଉଥ‌ିବା ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟକୁ ଜାତୀୟ ଆୟ କୁହାଯାଏ ।

2. ମୋଟ ଦେଶୀୟ ଉତ୍ପାଦ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ସମୟର ଅବଧି ମଧ୍ଯରେ ଚୂଡ଼ାନ୍ତ ଭାବେ ଉତ୍ପାଦନ କରାଯାଉଥ‌ିବା ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟକୁ ମୋଟ ଦେଶୀୟ ଉତ୍ପାଦ କୁହାଯାଏ । ଅତଏବ ମୋଟ ଦେଶୀୟ ଉତ୍ପାଦ କହିଲେ କୌଣସି ରାଷ୍ଟ୍ର ମଧ୍ୟରେ ରାଷ୍ଟ୍ରର ନାଗରିକ ଓ ବିଦେଶୀମାନଙ୍କଦ୍ୱାରା ଉତ୍ପାଦିତ ସମସ୍ତ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବାସମୂହର ବଜାର ମୂଲ୍ୟକୁ ବୁଝାଏ । କେତେକ ଦେଶରେ ଜାତୀୟ ଆୟ ମୋଟ ଜାତୀୟ ଉତ୍ପାଦ ମଧ୍ଯରେ ପାର୍ଥକ୍ୟ ବିଚାର କରାଯାଏ ନାହିଁ ।

3. ଅବକ୍ଷୟ ପରିବ୍ୟୟ ବ୍ୟବସ୍ଥା କ’ଣ ?
Answer:
ସ୍ଵାଭାବିକ କ୍ଷୟକ୍ଷତି ଏବଂ ଅପ୍ରଚଳନଜନିତ ଉତ୍ପାଦନ କ୍ଷେତ୍ରରେ ସ୍ଥିର ପୁଞ୍ଜି ରୂପକ ପରିସମ୍ପତ୍ତିର ମୂଲ୍ୟ ହ୍ରାସ ପାଏ । ପ୍ରତ୍ୟେକ ଉତ୍ପାଦନକାରୀ ସ୍ଥିର ପୁଞ୍ଜି ପରିସମ୍ପତ୍ତିକୁ ଅକ୍ଷତ ରଖିବାପାଇଁ ଯନ୍ତ୍ରପାତି, କଳକବ୍‌ଜା ଆଦିର କ୍ଷୟକ୍ଷତି ଭରଣା କରିବାପାଇଁ ପଦକ୍ଷେପ ନେଇଥା’ନ୍ତି । ଏଥ‌ିପାଇଁ ଉଦ୍ୟୋକ୍ତା କିଛି ବ୍ୟୟ କରିଥା’ନ୍ତି ଯାହା ଅବକ୍ଷୟ ପରିବ୍ୟୟ ନାମରେ ପରିଚିତ ।

4. ଘରୋଇ ଆୟ କ’ଣ ?
Answer:
ଦେଶର ସମସ୍ତ ନ୍ୟାୟୋଚିତ ସୂତ୍ରରୁ ଅର୍ଜନ କରାଯାଉଥିବା ଆୟ ବା ସମସ୍ତ ବ୍ୟକ୍ତିଙ୍କର ଆୟକୁ ଘରୋଇ ଆୟ କୁହାଯାଏ । ଉତ୍ପାଦନ ପରିବ୍ୟୟରେ ନିଟ୍ ଦେଶୀୟ ଉତ୍ପାଦ, ହସ୍ତାନ୍ତରଣ ପ୍ରାପ୍ୟ, ବିଦେଶରୁ ଅର୍ଜନ କରାଯାଉଥୁବା ନିଟ୍ ଉତ୍ପାଦନ ଆୟ ଏବଂ ଆଭ୍ୟନ୍ତରୀଣ ଋଣ ଉପରେ ମିଳୁଥିବା ସୁଧ, ସାମାଜିକ ନିରାପତ୍ତା ଖର୍ଜ, ଲାଭାଂଶ ଏବଂ ରାଷ୍ଟ୍ରାୟତ୍ତ ସଂସ୍ଥାରୁ ମିଳୁଥ‌ିବା ଉଦ୍‌ବୃତ୍ତ ଅଂଶକୁ ବାଦେଇ ଘରୋଇ ଆୟ ସ୍ଥିର କରାଯାଇଥାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

5. ବ୍ୟବହାରଯୋଗ୍ୟ ଆୟ କ’ଣ ?
Answer:
ସମସ୍ତ ବ୍ୟକ୍ତିଗତ ଆୟ ଉପଭୋଗ ଓ ସଞ୍ଚୟ ନିମନ୍ତେ ବ୍ୟବହାର ହୋଇନଥାଏ । ବ୍ୟକ୍ତିବିଶେଷ ଓ ପରିବାର ସେମାନଙ୍କ ପ୍ରକୃତ ଆୟରୁ କିଛି ଅଂଶ ପ୍ରତ୍ୟକ୍ଷ କର ଆକାରରେ ସରକାରଙ୍କୁ ପ୍ରଦାନ କରିଥା’ନ୍ତି । ଆୟକର, ସମ୍ପତ୍ତି କର ଇତ୍ୟାଦିକୁ ପ୍ରତ୍ୟକ୍ଷ `କର କହନ୍ତି ଯାହା ସରକାରଙ୍କୁ ସିଧାସଳଖ ପ୍ରଦାନ କରାଯାଏ । ବ୍ୟକ୍ତିଗତ ଆୟରୁ ପ୍ରତ୍ୟକ୍ଷ କର ଅନ୍ତର କଲାପରେ ଯେଉଁ ଉଦ୍‌ବୃତ୍ତ ରହେ, ତାହାକୁ ବ୍ୟବହାରଯୋଗ୍ୟ ଆୟ କୁହାଯାଏ । ଏହି ଆୟକୁ ପରିବାର ପ୍ରକୃତ ବ୍ୟକ୍ତିଗତ ଉପଯୋଗ ନିମନ୍ତେ ବ୍ୟବହାର କରିପାରେ ।

6. ବ୍ୟକ୍ତିଗତ ଆୟ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷରେ, ରାଷ୍ଟ୍ରର ବ୍ୟକ୍ତିବିଶେଷ ବାସ୍ତବରେ ଯେଉଁ ମୌଦ୍ରିକ ଆୟ କରିଥା’ନ୍ତି ତାହାକୁ ବ୍ୟକ୍ତିଗତ ଆୟ କୁହାଯାଏ । ଜାତୀୟ ଆୟ ଆକଳନବେଳେ ଏଭଳି କିଛି ଆୟ ହିସାବକୁ ନିଆଯାଏ ଯେଉଁଗୁଡ଼ିକ ଅର୍ଜିତ ହୋଇଥିଲେ ମଧ୍ୟ ପ୍ରାପ୍ତ ହୋଇ ନଥାଏ । ସେଗୁଡ଼ିକ ହେଲା ସାମାଜିକ ନିରାପତ୍ତା ଦେୟ, ଆବଣ୍ଟିତ ଲାଭ, କର୍ପୋରେଟ କର ଇତ୍ୟାଦି । ପୁନଶ୍ଚ, ଜାତୀୟ ଆୟରେ କେତେକ ଆୟ ସାମିଲ ହୋଇ ନଥାଏ ଯେଉଁଗୁଡ଼ିକ ଅର୍ଜିତ ହୋଇନଥିଲେ ମଧ୍ୟ ପ୍ରାପ୍ତ ହୋଇଥାଏ । ସେଗୁଡ଼ିକ ହେଲା ବାର୍ଦ୍ଧକ୍ୟ ଭତ୍ତା, ବେକାରୀ ଭତ୍ତା ଇତ୍ୟାଦି ଭଳି ଅନ୍ତରଣ ଦେୟ । ତେଣୁ ବ୍ୟକ୍ତିଗତ ଆୟ ଆକଳନବେଳେ ଜାତୀୟ ଆୟରୁ ଅର୍ଜିତ ଅପ୍ରାପ୍ତ ଆୟ ବାଦ୍ ଦେଇ ଅର୍ଜିତ ନ ହୋଇ ପ୍ରାପ୍ତ ହୋଇଥିବା ଆୟ ଯୋଗ କରାଯାଏ ।

7. ହସ୍ତାନ୍ତରଣ ଦେୟ କ’ଣ ?
Answer:
କେତେକ କ୍ଷେତ୍ରରେ ସରକାର କୌଣସି ଦ୍ରବ୍ୟ ଓ ସେବାର ଆଶା ନ ରଖ୍ ପରିବାର, ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଲାଭ ରହିତ ସଂସ୍ଥାମାନଙ୍କୁ ଏକତରଫା ଭାବେ ଯେଉଁ ପ୍ରାପ୍ୟସବୁ ପ୍ରଦାନ କରନ୍ତି ତାହାକୁ ହସ୍ତାନ୍ତରଣ ଦେୟ କୁହାଯାଏ । ହସ୍ତାନ୍ତରରଣ ଦେୟର ଉଦାହରଣ ହେଲା ବାର୍ଦ୍ଧକ୍ୟ ଭତ୍ତା, ବୃତ୍ତି ଭତ୍ତା ଓ ବେକାରୀ ଭତ୍ତା । ତେଣୁ ଯେଉଁସବୁ ପ୍ରାପ୍ତି ବା ପାଉଣା ହିତାଧ୍ୟାକାରୀମାନେ ଉତ୍ପାଦନଶୀଳ ଅଂଶ ବିନା ପ୍ରାପ୍ତ ହୁଅନ୍ତି, ସେସବୁକୁ ହସ୍ତାନ୍ତରଣ ଦେୟ କୁହାଯାଏ ଏବଂ ଏହା ଜାତୀୟ ଆୟରେ ଅନ୍ତର୍ଭୁକ୍ତ ହୋଇ ନଥାଏ ।

8. ଅବରୁଦ୍ଧ ଅର୍ଥବ୍ୟବସ୍ଥା କ’ଣ ?
Answer:
ବିଶ୍ବର ଅନ୍ୟ କୌଣସି ଦେଶ ସହ ଅର୍ଥନୈତିକ ସମ୍ପର୍କ ନଥୁଲେ, ଅର୍ଥବ୍ୟବସ୍ଥାକୁ ଅବରୁଦ୍ଧ ଅର୍ଥବ୍ୟବସ୍ଥା କୁହାଯାଏ । ଅର୍ଥାତ୍ ଏହି ଅର୍ଥବ୍ୟବସ୍ଥାରେ ବୈଦେଶିକ ବାଣିଜ୍ୟ ଦେଖାଯାଏ ନାହିଁ । ତେଣୁ ଯାହା ଦେଶରେ ଉତ୍ପାଦନ କରାଯାଏ ତାହା ଉପଭୋଗ ଓ ସଞ୍ଚୟ ହୋଇଥାଏ ।

9. ମୁକ୍ତ ଅର୍ଥବ୍ୟବସ୍ଥା କ’ଣ ?
Answer:
ବର୍ତ୍ତମାନ ପୃଥ‌ିବୀର ପ୍ରତ୍ୟେକ ଦେଶରେ ମୁକ୍ତ ଅର୍ଥବ୍ୟବସ୍ଥା ପ୍ରଚଳିତ । ମୁକ୍ତ ଅର୍ଥବ୍ୟବସ୍ଥାରେ ବିଶ୍ବର ଅନ୍ୟାନ୍ୟ ଅର୍ଥବ୍ୟବସ୍ଥା ସହିତ ଅର୍ଥନୈତିକ ସମ୍ପର୍କ ରହିଥାଏ । ମୁକ୍ତ ଅର୍ଥବ୍ୟବସ୍ଥାରେ ଅନ୍ୟ ଦେଶ ସହିତ କ୍ରୟ ବିକ୍ରୟ, ଋଣ ଆଦାନପ୍ରଦାନ କରାଯାଉଥ‌ିବାରୁ ମୋଟ ଜାତୀୟ ଆୟ ମୋଟ ଦେଶୀୟ ଆୟଠାରୁ ଭିନ୍ନ ହୋଇଥାଏ ।

10. ମୁଣ୍ଡପିଛା ଆୟ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷର ଜାତୀୟ ଆୟକୁ ଦେଶର ମୋଟ ଜନସଂଖ୍ୟାଦ୍ଵାରା ଭାଗକରି ମୁଣ୍ଡପିଛା ଆୟ ନିର୍ଦ୍ଧାରଣ
କରାଯାଏ । ମୁଣ୍ଡପିଛା ଆୟକୁ ସ୍ଥିର ଦାମ୍‌ରେ ଏବଂ ପ୍ରଚଳିତ ଦାମ୍‌ରେ କଳନା କରାଯାଇପାରେ । ଜାତୀୟ ଆୟର ଅଭିବୃଦ୍ଧି ଯଦି ଜନସଂଖ୍ୟା ବୃଦ୍ଧିଠାରୁ କମ୍ ହୁଏ, ତାହାହେଲେ ମୁଣ୍ଡପିଛା ଆୟ ହ୍ରାସ ପାଇଥାଏ । ସ୍ଥିର ଦରରେ ସୂଚିତ ମୁଣ୍ଡପିଛା ଆୟ ଅର୍ଥନୈତିକ ଅଭିବୃଦ୍ଧିର ଓ ଜୀବନଯାପନ ମାନର ସଠିକ୍ ମାପକାଠି ହୋଇଥାଏ ।

11. ମଧ୍ୟବର୍ତୀ (ଅନ୍ତବର୍ତ୍ତୀ) ଦ୍ରବ୍ୟ କ’ଣ ?
Answer:
ଯେଉଁସବୁ ଦ୍ରବ୍ୟଉତ୍ପାଦନକାରୀଙ୍କ ମଧ୍ୟରେ ବିନିମୟ ହୋଇଥାଏ, ସେସବୁ ଦ୍ରବ୍ୟକୁ ମଧ୍ୟବର୍ତ୍ତୀ ଦ୍ରବ୍ୟରୂପେ ବିଚାର କରାଯାଏ । କୌଣସି ଦ୍ରବ୍ୟ ଅଧ‌ିକ ଉତ୍ପାଦନ କରିବାପାଇଁ ଜଣେ ଉତ୍ପାଦନକାରୀ ଅନ୍ୟ ଜଣେ ଉତ୍ପାଦନକାରୀଙ୍କଠାରୁ ଏହି ପ୍ରକାର ଦ୍ରବ୍ୟ କ୍ରୟ କରିଥା’ନ୍ତି । ମଧ୍ୟବର୍ତ୍ତୀ ଦ୍ରବ୍ୟର ମୂଲ୍ୟକୁ ଜାତୀୟ ଆୟ ଆକଳନରେ ଅନ୍ତର୍ଭୁକ୍ତ ହୋଇନଥାଏ ।

12. ଚୂଡ଼ାନ୍ତ ଦ୍ରବ୍ୟ କ’ଣ ?
Answer:
ଚୂଡ଼ାନ୍ତ ଦ୍ରବ୍ୟ ଉତ୍ପାଦନ ପ୍ରକ୍ରିୟାରେ ଉପଯୋଗ ପାଇଁ ଉଦ୍ଦିଷ୍ଟ ନୁହେଁ କି ପୁନଃ ବିକ୍ରୟକ୍ଷମ ନୁହେଁ । ଏହି ପ୍ରକାର ଦ୍ରବ୍ୟଗୁଡ଼ିକ ମୁଖ୍ୟତଃ ଉପଯୋଗ ପାଇଁ ବା ଅଭାବକୁ ପ୍ରତ୍ୟକ୍ଷଭାବେ ପରିତୃପ୍ତ କରିବାପାଇଁ ଉଦ୍ଦିଷ୍ଟ । ଚୂଡ଼ାନ୍ତ ଦ୍ରବ୍ୟର ମୂଲ୍ୟକୁ ଜାତୀୟ ଆୟ ଆକଳନରେ ଅନ୍ତର୍ଭୁକ୍ତ କରାଯାଇଥାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

13. ମୋଟ ଜାତୀୟ ଉତ୍ପାଦ (GNP) କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ଗଣନ ବର୍ଷରେ ଉତ୍ପାଦିତ ହୋଇଥିବା ସମସ୍ତ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବା ସମୂହର ମୋଟ ବଜାର ମୂଲ୍ୟକୁ ମୋଟ ଜାତୀୟ ଉତ୍ପାଦ କୁହାଯାଏ । ତେଣୁ ଏହାର ଅନ୍ୟ ନାମ ବଜାର ଦରଭିଭିକ ଜାତୀୟ ଉତ୍ପାଦ । କୌଣସି ରାଷ୍ଟ୍ରରେ ନାଗରିକ ଉପାର୍ଜନ କରୁଥିବା ଆୟ ଜାତୀୟ ଉତ୍ପାଦର ଅଂଶବିଶେଷ । ତେଣୁ ବିଦେଶରୁ ଅର୍ଜିତ ଆୟ ମଧ୍ୟ ମୋଟ ଜାତୀୟ ଉତ୍ପାଦ ଆକଳନ କଲାବେଳେ ବିଚାରକୁ ନିଆଯାଏ । କିନ୍ତୁ ଜଣେ ବିଦେଶୀ ରାଷ୍ଟ୍ର ମଧ୍ୟରେ କରୁଥିବା ଆୟ ମୋଟ ଜାତୀୟ ଉତ୍ପାଦର ପରିସରଭୁକ୍ତ ନୁହେଁ ।

14. ମୋଟ ଘରୋଇ ଉତ୍ପାଦ (GDP) କାହାକୁ କହନ୍ତି ?
Answer:
କୌଣସି ଏକ ରାଷ୍ଟ୍ରରେ ଉତ୍ପାଦିତ ହୋଇଥ‌ିବା ସମସ୍ତ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବାସମୂହର ବଜାର ମୂଲ୍ୟକୁ ମୋଟ ଘରୋଇ ଉତ୍ପାଦ କୁହାଯାଏ । ଏହା ରାଷ୍ଟ୍ରର ଭୌଗୋଳିକ ପରିସୀମା ମଧ୍ୟରେ ଉତ୍ପାଦିତ ଓ ବଜାର ଦରକୁ ଭିଭିକରି ଆକଳନ ହୋଇଥ‌ିବା ମୋଟ ଉତ୍ପାଦର ମୁଦ୍ରାଗତ ମୂଲ୍ୟ । ଏଥରେ ସାଧନ ବିଦେଶରୁ କରୁଥିବା ଆୟ ଅନ୍ତର୍ଭୁକ୍ତ ହୁଏ ନାହିଁ ।

15. ସାଧାରଣ ଅସ୍ଵାସୀ କାହାକୁ କୁହାଯାଏ ?
Answer:
ଅସ୍ଵାସୀ କହିଲେ ଆମେ କୌଣସି ସ୍ଥାନରେ ବସବାସ କରି ରହୁଥ‌ିବା ବ୍ୟକ୍ତିବିଶେଷଙ୍କୁ ବୁଝିଥାଉ । ତେଣୁ ଗୋଟିଏ ଦେଶରେ ବସବାସ କରୁଥିବା ଯେଉଁ ବ୍ୟକ୍ତିବିଶେଷଙ୍କର ଆର୍ଥିକ ସ୍ବାର୍ଥ ସେହି ଦେଶରେ ନିହିତ ଥାଏ, ସେମାନଙ୍କୁ ଦେଶର ସାଧାରଣ ଅସ୍ଵାସୀ କହନ୍ତି । ସେହି ଅଧ୍ୟାବାସୀଗଣ ଯେଉଁ ଆୟ ଉତ୍ପାଦନ କ୍ଷେତ୍ରରେ ସାଧନ ବାବଦରେ ଅର୍ଜନ କରନ୍ତି, ଯଥା – ମଜୁରି, ଅଶେଷ, ସୁଧ ଓ ଲାଭ, ତାକୁ ଜାତୀୟ ଆୟ କୁହାଯାଏ ।

16. ବିଦେଶାଗତ ନିଟ୍ ସାଧନ ଆୟ କିପରି ଆକଳନ କରାଯାଏ ?
Answer:
ଉତ୍ପାଦନରୁ ସାଧନ ସେବା ପ୍ରଦାନ ବାବଦରେ ବିଦେଶରୁ ପ୍ରାପ୍ୟ ଆୟରୁ ସାଧନ ସେବା ପ୍ରଦାନ ବାବଦରେ ଅଣ ଅଧିବାସୀମାନଙ୍କୁ ଦେୟ ଆୟକୁ ବାଦ୍ ଦେଲେ, ଆମେ ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟ ପାଉ । ନିଟ୍ ଘରୋଇ ଆୟ ସହିତ ବିଦେଶରୁ ଅର୍ଜିତ ସାଧନ ଆୟକୁ ଯୋଗକଲେ ଆମେ ଜାତୀୟ ଆୟ ପାଇଥାଉ । ଅର୍ଥାତ୍ ଜଣେ ଭାରତୀୟ ଆମେରିକାରେ ନିବେଶ କରି ଉପାର୍ଜନ କରୁଥିବା ଆୟ ଭାରତୀୟ ଜାତୀୟ ଆୟର ଏକ ଅଂଶବିଶେଷ । କିନ୍ତୁ ଜଣେ ଆମେରିକୀୟ ଭାରତରୁ କରୁଥିବା ଆୟ ଭାରତୀୟ ଜାତୀୟ ଆୟରେ ଅନ୍ତର୍ଭୁକ୍ତ ହୋଇନଥାଏ ।

17. ଉତ୍ପାଦନ ବ୍ୟୟରେ ମୋଟ ଜାତୀୟ ଉତ୍ପାଦ କିପରି ଆକଳନ କରାଯାଏ ?
Answer:
ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାରୁ ମୋଟ ଘରୋଇ ସାଧନ ଆୟ ଓ ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟର ସମଷ୍ଟିକୁ ସାଧନଜନିତ ପରିବ୍ୟୟଭିଭିକ ମୋଟ ଜାତୀୟ ଉତ୍ପାଦ । ଅର୍ଥାତ୍ ଉପାଦାନଭିତ୍ତିକ ମୋଟ ଜାତୀୟ ଉତ୍ପାଦ = ଉପାଦାନ ବ୍ୟୟଭିତ୍ତିକ ମୋଟ ଘରୋଇ ଉତ୍ପାଦ + ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟ । ପୁନଶ୍ଚ, ବଜାର ଦରଭିଭିକ ମୋଟ ଜାତୀୟ ଉତ୍ପାଦରୁ ନିଟ୍ ପରୋକ୍ଷ କର ବାଦ୍ ଦେଲେ ଆମେ ମଧ୍ୟ ଉପାଦାନ ବ୍ୟୟଭିଭିକ ମୋଟ ଜାତୀୟ ଉତ୍ପାଦ ପାଇଥାଉ ।

18. ବ୍ୟକ୍ତିଗତ ଆୟ କ’ଣ ?
Answer:
ସମସ୍ତ ଉତ୍ସଗୁଡ଼ିକରୁ ବ୍ୟକ୍ତି କିମ୍ବା ପରିବାରବର୍ଗମାନଙ୍କୁ ମିଳୁଥିବା ଚଳନ୍ତି ଆୟକୁ ବ୍ୟକ୍ତିଗତ ଆୟରୂପେ ଅଭିହତ କରାଯାଏ । ବ୍ୟକ୍ତିଗତ ଆୟ କେବଳ ସେହି ଆୟକୁ ଅନ୍ତର୍ଭୁକ୍ତ କରେ, ଯେଉଁ ଆୟକୁ ପରିବାରମାନେ ପ୍ରକୃତରେ ପାଇଥାଆନ୍ତି । ବେସରକାରୀ ଆୟରୁ ପ୍ରତିଷ୍ଠାନମାନଙ୍କର ଅବିତରିତ ଲାଭ ଓ ନିଗମ କର ବାଦ୍ ଦେଲେ ବ୍ୟକ୍ତିଗତ ଆୟ ମିଳିଥାଏ ।

19. ପ୍ରଯୁଜ୍ୟ ଆୟ କ’ଣ ?
Answer:
ପରିବାରଗୁଡ଼ିକ ଅର୍ଜନ କରୁଥିବା ସମସ୍ତ ବ୍ୟକ୍ତିଗତ ଆୟ ଖଯୋଗ୍ୟ ହୋଇ ନଥାଏ । କାରଣ ପରିବାରଗୁଡ଼ିକ ବ୍ୟକ୍ତିଗତ ଆୟ ପ୍ରତ୍ୟକ୍ଷ କର ଯଥା ଆୟକର ଆକାରରେ ସରକାରଙ୍କୁ ଦେଇଥା’ନ୍ତି । ତେଣୁ ବ୍ୟକ୍ତିଗତ ଆୟରୁ ପ୍ରତ୍ୟକ୍ଷ କର ବାଦେଲେ ବ୍ୟକ୍ତିଗତ ପ୍ରଯୁଜ୍ୟ ଆୟ ମିଳିଥାଏ ।

20. ଅନ୍ତରଣ ଦେୟ କାହାକୁ କହନ୍ତି ?
Answer:
ଉତ୍ପାଦନ କ୍ଷେତ୍ରକୁ କୌଣସି ଅବଦାନ ନ ଥାଇ ମଧ୍ୟ କେତେକ ବ୍ୟକ୍ତିବିଶେଷଙ୍କୁ ସରକାର ଯେଉଁ ପ୍ରାପ୍ୟ ଦେଇଥା’ନ୍ତି ତାହାକୁ ଅନ୍ତରଣ ଦେୟ କୁହାଯାଏ । ବାର୍ଦ୍ଧକ୍ୟ ଭତ୍ତା, ବେକାରୀ ଭତ୍ତା, ଛାତ୍ରବୃତ୍ତି ଇତ୍ୟାଦି ପ୍ରଭୃତି ଅନ୍ତରଣ ଦେୟ, କାରଣ ସେଗୁଡ଼ିକ ଉତ୍ପାଦନ ସହିତ ସମ୍ପୃକ୍ତ ନୁହନ୍ତି । ଏହିପରି ଆୟକୁ ଜାତୀୟ ଆୟ ଆକଳନବେଳେ ବିଚାରକୁ ନିଆଯାଏ ନାହିଁ ।

21. ହସ୍ତାନ୍ତରଣ ଦେୟ କାହାକୁ କୁହାଯାଏ ?
Answer:
ଦ୍ରବ୍ୟ ଓ ସେବା ପ୍ରବାହକୁ କୌଣସି ଅବଦାନ ନ ଥାଇ ଯେଉଁ ପ୍ରାପ୍ୟ ପରିଶୋଧ କରାଯାଏ, ତାହାକୁ ହସ୍ତାନ୍ତରଣ ଦେୟ କୁହାଯାଏ । ହସ୍ତାନ୍ତରଣ ଦେୟ; ଯଥା – ବାର୍ଦ୍ଧକ୍ୟ ଭତ୍ତା, ବେକାରୀ ଭତ୍ତା, ଗରିବ ଛାତ୍ରପାଣ୍ଠି ଇତ୍ୟାଦି ସାଧନ ଆୟରେ ଅନ୍ତର୍ଭୁକ୍ତ ହୋଇନଥାଏ । ତେଣୁ ଯେଉଁସବୁ ପାଉଣା ହିତାଧିକାରୀମାନେ ଉତ୍ପାଦନଶୀଳ ଅଂଶଦାନ ବିନା ପ୍ରାପ୍ତ ହୁଅନ୍ତି, ସେସବୁକୁ
ହସ୍ତାନ୍ତରଣ ଦେୟ କୁହାଯାଏ ।

22. ମିଶ୍ରିତ ଆୟ କ’ଣ ?
Answer:
ଆତ୍ମନିଯୁକ୍ତ ବ୍ୟକ୍ତିଗଣ ସେମାନଙ୍କର ଭୂମି, ଶ୍ରମ, ପୁଞ୍ଜି ଓ ସଙ୍ଗଠନଗୁଡ଼ିକୁ ବ୍ୟବହାର କରି ଯେଉଁ ଆୟ ଅର୍ଜନ କରନ୍ତି, ତାହାକୁ ସେମାନଙ୍କର ମିଶ୍ରିତ ଆୟ କୁହାଯାଏ । ଏହି ଆୟ ମଜୁରି, ଅଶେଷ, ସୁଧ ଓ ଲାଭର ସମ୍ମିଶ୍ରଣରେ ସୃଷ୍ଟି ହୋଇଥାଏ । ତେଣୁ ଏହି ଆୟ ଜାତୀୟ ଆୟର ଏକ ଅଂଶ ରୂପେ ବିବେଚନା କରାଯାଏ ।

23. ଅବକ୍ଷୟଜନିତ ବ୍ୟୟ କାହାକୁ କହନ୍ତି ?
Answer:
ଉତ୍ପାଦନକାଳରେ ଯନ୍ତ୍ରପାତି, କାରଖାନା ଇତ୍ୟାଦିର ମୂଲ୍ୟ ହ୍ରାସ ପାଇବା ସ୍ଵାଭାବିକ । ମୂଲ୍ୟର ଏହି ଅବମୂଲ୍ୟାୟନକୁ ଅବକ୍ଷୟଜନିତ ବ୍ୟୟ କୁହାଯାଏ । ଅଧ୍ଵନ୍ତୁ ଉଦ୍ଭାବନ ଓ ନୂତନ ପ୍ରଯୁକ୍ତି ଜ୍ଞାନର ଅଭ୍ୟୁଦୟ ଯୋଗୁଁ ଅନେକ କଳକାରଖାନା ନିଜର ପ୍ରାସଙ୍ଗିକତା ହରାଇଥାନ୍ତି । ତେଣୁ ନିଟ୍ ଜାତୀୟ ଆୟ ନିର୍ଣ୍ଣୟ କରିବାପାଇଁ ମୋଟ ଜାତୀୟ ଆୟରୁ ଅବକ୍ଷୟଜନିତ ବ୍ୟୟ ବାଦ୍ ଦେବାକୁ ହୋଇଥାଏ ।

24. ପୁଞ୍ଜି ଉପଭୋଗ ଭତ୍ତା (Capital Consumption Allowance) କ’ଣ ?
Answer:
ଦରଦାମ୍ ବୃଦ୍ଧି ପାଇବାଦ୍ୱାରା ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟ ବୃଦ୍ଧି ପାଏ । ଏଠାରେ ମୌଦ୍ରିକ ଆୟ ବୃଦ୍ଧି ପାଇଥିଲେ ମଧ୍ୟ ବାସ୍ତବ ଆୟର କୌଣସି ପରିବର୍ତ୍ତନ ଘଟିନଥାଏ । ତେଣୁ ମୌଦ୍ରିକ ଆୟରେ ହୋଇଥିବା ଅଯଥା ବୃଦ୍ଧିକୁ ବାଦ୍ ଦେବା ଉଚିତ ଯଦ୍ବାରା ବାସ୍ତବ ଆୟ ଜାଣିହେବ । ଠିକ୍ ସେହିପରି ମୋଟ ଜାତୀୟ ଆୟରେ ହେଉଥ‌ିବା ଅଯଥା ବୃଦ୍ଧିକୁ ଅବକ୍ଷୟଜନିତ ବ୍ୟୟ ମାଧ୍ୟମରେ ଅନ୍ତର କରି ନିଟ୍ ଜାତୀୟ ଆୟ ଆକଳନ କରିହେବ । ଅବକ୍ଷୟଜନିତ ବ୍ୟୟକୁ ପୁଞ୍ଜି ଉପଭୋଗ ଭତ୍ତା ମଧ୍ୟ କୁହାଯାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

25. ମୋଟ ଘରୋଇ ଉତ୍ପାଦ (GDP) କାହାକୁ କହନ୍ତି ?
Answer:
କୌଣସି ଏକ ରାଷ୍ଟ୍ରରେ ଉତ୍ପାଦିତ ହୋଇଥ‌ିବା ସମସ୍ତ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବାସମୂହର ବଜାର ମୂଲ୍ୟକୁ ମୋଟ ଘରୋଇ ଉତ୍ପାଦ କୁହାଯାଏ । ଏହା ଦେଶର ଭୌଗୋଳିକ ପରିସୀମା ମଧ୍ୟରେ ଉତ୍ପାଦିତ ଓ ବଜାର ଦରକୁ ଭିତ୍ତିକରି ଆକଳନ ହୋଇଥ‌ିବା ମୋଟ ଉତ୍ପାଦର ମୁଦ୍ରାଗତ ମୂଲ୍ୟ । ଏଥରେ ସାଧନ ବିଦେଶରୁ କରୁଥିବା ଆୟ ଅନ୍ତର୍ଭୁକ୍ତ ହୁଏନାହିଁ ।

26. ନିଟ୍ ପରୋକ୍ଷ କର କିପରି ନିର୍ଦ୍ଧାରଣ କରାଯାଏ ?
Answer:
ନିଟ୍ ରପ୍ତାନି ମୂଲ୍ୟ ମୋଟ ଜାତୀୟ ଉତ୍ପାଦର ଅଂଶବିଶେଷ । ରାଷ୍ଟ୍ର ବିଦେଶକୁ ରପ୍ତାନି କରି ଯେଉଁ ଆୟ କରିଥାଏ ତାହାକୁ ରପ୍ତାନି ମୂଲ୍ୟ କହନ୍ତି । ଠିକ୍ ସେହିପରି ଅନ୍ୟ ରାଷ୍ଟ୍ରରୁ ଆମଦାନୀ କରି ରାଷ୍ଟ୍ର ଆମଦାନି ଦ୍ରବ୍ୟର ଯେଉଁ ମୂଲ୍ୟ ପ୍ରଦାନ କରିଥାଏ, ତାହାକୁ ଆମଦାନି ମୂଲ୍ୟ କୁହାଯାଏ l ରପ୍ତାନି ଓ ଆମଦାନି ମୂଲ୍ୟ ମଧ୍ୟରେ ଥିବା ପାର୍ଥକ୍ୟ ହିଁ ନିଟ୍ ରପ୍ତାନି ମୂଲ୍ୟ ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି| ଛଅଟି ବାକ୍ୟରେ ଦିଅ ।

1. ମୋଟ ଜାତୀୟ ଉତ୍ପାଦ (GNP) କ’ଣ ?
Answer:
ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାର ଘରୋଇ ଭୂ-ଖଣ୍ଡରେ ସ୍ଵାଭାବିକ ଅଧିବାସୀମାନଙ୍କଦ୍ୱାରା ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟ ସହିତ ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟର ସମଷ୍ଟିରୁ ବଜାର ଦରଭିଭିକ ମୋଟ ଜାତୀୟ ଉତ୍ପାଦ ମିଳିଥାଏ । ତେଣୁ ଦୋହରା ଓ ବହୁବିଧ ଗଣନା ସମସ୍ୟାରୁ ମୁକ୍ତ ହେବାପାଇଁ ମୋଟ ଜାତୀୟ ଉତ୍ପାଦ କଳନା କଲାବେଳେ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବାକୁ ଅନ୍ତର୍ଭୁକ୍ତ କରାଯାଏ ଏବଂ ବିଦେଶରୁ ଅର୍ଜିତ ଆୟ ମଧ୍ଯ ମୋଟ ଜାତୀୟ ଉତ୍ପାଦ ଆକଳନ କଲାବେଳେ ବିଚାରକୁ ନିଆଯାଏ ।

କିନ୍ତୁ ଜଣେ ବିଦେଶୀ ରାଷ୍ଟ୍ର ମଧ୍ୟରେ କରୁଥିବା ଆୟ ମୋଟ ଜାତୀୟ ଉତ୍ପାଦର ପରିସରଭୁକ୍ତ ନୁହେଁ । ପୁନଶ୍ଚ ନିଟ୍ ରପ୍ତାନି ମୂଲ୍ୟ ମୋଟ ଜାତୀୟ ଉତ୍ପାଦର ଅଂଶବିଶେଷ । ମୋଟ ଜାତୀୟ ଉତ୍ପାଦକୁ ଅର୍ଥନୈତିକ ବିକାଶର ମାନଦଣ୍ଡ ଭାବରେ ଗ୍ରହଣ କରାଯାଏ ।

2. ବ୍ୟବହାରଯୋଗ୍ୟ ବ୍ୟକ୍ତିଗତ ଆୟ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ହିସାବ ବର୍ଷରେ ଦେଶର ପରିବାରବର୍ଗ ଗ୍ରହଣ କରୁଥିବା ସମସ୍ତ ଚଳନ୍ତି ଆୟର ସମଷ୍ଟିକୁ ବ୍ୟକ୍ତିଗତ ଆୟ କୁହାଯାଏ । ସମସ୍ତ ବ୍ୟକ୍ତିଗତ ଆୟ ଉପଭୋଗ ଓ ସଞ୍ଚୟ ନିମନ୍ତେ ବ୍ୟବହାର ହୋଇନଥାଏ । ବ୍ୟକ୍ତିବିଶେଷ ଓ ପରିବାର ସେମାନଙ୍କ ପ୍ରକୃତ ଆୟରୁ କିଛି ଅଂଶ ପ୍ରତ୍ୟକ୍ଷ କର ଆକାରରେ ସରକାରଙ୍କୁ ପ୍ରଦାନ କରିଥା’ନ୍ତି । ଆୟକର, ସମ୍ପତ୍ତି କର ଇତ୍ୟାଦିକୁ ପ୍ରତ୍ୟକ୍ଷ କର କହନ୍ତି ଯାହା ସରକାରଙ୍କୁ ସିଧାସଳଖ ପ୍ରଦାନ କରାଯାଏ ।

ବ୍ୟକ୍ତିଗତ ଆୟରୁ ପ୍ରତ୍ୟକ୍ଷ କର ଅନ୍ତର କଲାପରେ ଯେଉଁ ଉଦ୍‌ବୃତ୍ତ ରହେ, ତାହାକୁ ବ୍ୟବହାରଯୋଗ୍ୟ ବ୍ୟକ୍ତିଗତ ଆୟ କୁହାଯାଏ । ଏହି ଆୟକୁ ପରିବାର ପ୍ରକୃତ ବ୍ୟକ୍ତିଗତ ଉପଯୋଗ ନିମନ୍ତେ ବ୍ୟବହାର କରିପାରେ । ତେଣୁ ବ୍ୟବହାରଯୋଗ୍ୟ ବ୍ୟକ୍ତିଗତ ଆୟ ହେଉଛି = ବ୍ୟକ୍ତିଗତ ଆୟ – ପ୍ରତ୍ୟକ୍ଷ କର ।

3. ମୂଲ୍ୟ ସଂଯୋଗ ପଦ୍ଧତି କ’ଣ ?
Answer:
ମୂଲ୍ୟ ସଂଯୋଗ ପଦ୍ଧତି ଉତ୍ପାଦ ପଦ୍ଧତିର ଅନ୍ୟ ଏକ ବିକଳ୍ପ । ଏହି ପଦ୍ଧତି ସାଧାରଣତଃ ସେହି ପଦ୍ଧତିକୁ ବୁଝାଏ ଯାହା ଦ୍ରବ୍ୟ ଓ ସେବାର ଉତ୍ପାଦନରେ ପ୍ରତ୍ୟେକ ଉତ୍ପାଦନକାରୀ ପ୍ରତିଷ୍ଠାନର ଅବଦାନର ମୂଲ୍ୟକୁ ପରିମାପ କରିଥାଏ । ଉତ୍ପାଦନର ପ୍ରତ୍ୟେକ ସ୍ତରରେ ସଂଯୁକ୍ତ ହେଉଥ‌ିବା ମୂଲ୍ୟର ଗଣନା ଏହି ପଦ୍ଧତିରେ କରାଯାଇଥାଏ । ଅର୍ଥାତ୍ ଉତ୍ପାଦନ କାଳରେ ଉତ୍ପାଦନର ପ୍ରତ୍ୟେକ ସ୍ତରରେ କଞ୍ଚାମାଲ ସହିତ ମୂଲ୍ୟ ସଂଯୁକ୍ତ ହୋଇଥାଏ । ତେଣୁ, ଏକ ଉତ୍ପାଦର ମୂଲ୍ୟ କଞ୍ଚାମାଲର ମୂଲ୍ୟ ଏବଂ ପ୍ରତ୍ୟେକ ସ୍ତରରେ ସଂଯୋଗ ହୋଇଥିବା ମୋଟ ମୂଲ୍ୟର ସମଷ୍ଟି ।

ମୂଲ୍ୟ ସଂଯୋଗ ପଦ୍ଧତି ଅବଲମ୍ବନରେ ରାଷ୍ଟ୍ରର ମୋଟ ଉତ୍ପାଦ ମୂଲ୍ୟ ଆକଳନ କରାଯାଇପାରେ । ଏଥରେ ନିଟ୍ ବିଦେଶାଗତ ଆୟ ବା ରପ୍ତାନି ମୂଲ୍ୟ ଓ ଆମଦାନି ମୂଲ୍ୟର ଅନ୍ତରକୁ ଏକତ୍ର କରି ଜାତୀୟ ଉତ୍ପାଦ ନିର୍ଦ୍ଧାରଣ କରାଯାଏ ।

4. ବିଦେଶାଗତ ନିଟ୍ ସାଧନ ଆୟ କ’ଣ ?
Answer:
ଜାତୀୟ ଆୟର ଆକଳନର ଶେଷ ପର୍ଯ୍ୟାୟରେ ବିଦେଶାଗତ ନିଟ୍ ସାଧନ ଆୟର ଆକଳନ କରାଯାଇଥାଏ । ଏକ ରାଷ୍ଟ୍ରର ଅଧ୍ୟାବାସୀ ଅନ୍ୟ ରାଷ୍ଟ୍ରରୁ ମଧ୍ଯ ଆୟ କରିଥା’ନ୍ତି । ଜାତୀୟ ଆୟ ଗଣନା କଲାବେଳେ ଏହି ଆୟକୁ ହିସାବକୁ ନିଆଯାଏ । କିନ୍ତୁ ଜଣେ ବିଦେଶୀ ରାଷ୍ଟ୍ର ମଧ୍ୟରେ ଯେଉଁ ଆୟ କରିଥାଏ ତାହା ଜାତୀୟ ଆୟର ଏକ ଉପାଦାନ ରୂପେ ବିବେଚନା କରାଯାଏ ନାହିଁ । ତେଣୁ ରାଷ୍ଟ୍ରର ଅଧିବାସୀ ବିଦେଶରୁ କରୁଥିବା ଆୟ ଏବଂ ବିଦେଶୀମାନଙ୍କ ସେବା ଓ ନିବେଶର ପ୍ରାପ୍ୟର ପାର୍ଥକ୍ୟ ଜାତୀୟ ଆୟର ଏକ ଉପାଦାନ । ଏହାକୁ ବିଦେଶାଗତ ନିଟ୍ ସାଧନ ଆୟ କୁହାଯାଏ । ଏହା ଧନାତ୍ମକ ବା ଋଣାତ୍ମକ ହୋଇପାରେ ।

5. ବ୍ୟୟ ପଦ୍ଧତି କ’ଣ ?
Answer:
ଜଣଙ୍କ ଆୟ ଅନ୍ୟଜଣଙ୍କ ବ୍ୟୟ ସହିତ ସମାନ । ଅର୍ଥାତ୍, ମୋଟ ଉତ୍ପାଦର ମୂଲ୍ୟ ମୋଟ ବ୍ୟୟ ସହିତ ସମାନ । ତେଣୁ ଜାତୀୟ ଆୟ ବ୍ୟୟ ପଦ୍ଧତିରେ ମଧ୍ୟ ଆକଳନ କରାଯାଇପାରିବ । ଏଥିରେ ଏକ ଅର୍ଥବ୍ୟବସ୍ଥାର ପ୍ରତ୍ୟେକ ଏକକର ବ୍ୟୟକୁ ଏକତ୍ରକରି ଜାତୀୟ ଆୟ ଆକଳନ କରାଯାଇଥାଏ । ବ୍ୟୟ ପଦ୍ଧତିରେ ସମସ୍ତ ଉତ୍ପାଦିତ ପଦାର୍ଥ ବିକ୍ରୟ ହୋଇସାରିଛି ବୋଲି ଧରି ନିଆଯାଏ । କେବଳ ଏକ ଗଣନ ବର୍ଷ ମଧ୍ୟରେ ଉତ୍ପାଦିତ ସମସ୍ତ ପଦାର୍ଥ ଓ ସେବାପାଇଁ ହୋଇଥିବା ବ୍ୟୟକୁ ଆଧାର କରି ଏହି ପଦ୍ଧତିରେ ଜାତୀୟ ଆୟ ନିର୍ଣ୍ଣୟ କରାଯାଏ ।

ଅତଏବ ବ୍ୟୟ ପଦ୍ଧତିରେ ଜାତୀୟ ଆୟ ନିର୍ଦ୍ଦିଷ୍ଟ ସମୟ ସୀମାରେ ସମସ୍ତ ଅଧିବାସୀଙ୍କ ମୋଟ ବ୍ୟୟକୁ ହିଁ ବୁଝାଇଥାଏ । ଯେଉଁଠାରେ ସମସ୍ତ ଦ୍ରବ୍ୟ ଓ ସେବା ବିକ୍ରି ହୋଇଛି ବୋଲି ମନେ କରିବାକୁ ହୁଏ । ଏହି ପଦ୍ଧତିକୁ ଚୂଡ଼ାନ୍ତ ବ୍ୟୟ ପଦ୍ଧତି ବା ଉପଭୋଗ ଓ ବିନିଯୋଗ ପଦ୍ଧତି ମଧ୍ୟ କୁହାଯାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

6. ବଜାର ଦରରେ ମୋଟ ଘରୋଇ ଉତ୍ପାଦ (GDP) କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷରେ ଦେଶର ଆଞ୍ଚଳିକ ସୀମା ମଧ୍ୟରେ ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ମୋଟ ମୌଦ୍ରିକ ମୂଲ୍ୟକୁ ବଜାର ଦରରେ ମୋଟ ଘରୋଇ ଉତ୍ପାଦ କୁହାଯାଏ । ଉତ୍ପାଦନକାରୀମାନେ ସ୍ବଦେଶୀ ବାସିନ୍ଦା ବା ପ୍ରବାସୀ ହୋଇପାରନ୍ତି, କିନ୍ତୁ ସେମାନେ ସମସ୍ତେ ଦେଶର ଆଞ୍ଚଳିକ ସୀମା ମଧ୍ୟରେ ଅର୍ଥନୈତିକ କାର୍ଯ୍ୟ ସମ୍ପାଦନ କରୁଥିବା ଆବଶ୍ୟକ । ଦୋହରା ଗଣନାରୁ ନିବୃତ୍ତି ପାଇଁ କେବଳ ଅନ୍ତିମ ଦ୍ରବ୍ୟ ଓ ସେବା ଅନ୍ତର୍ଭୁକ୍ତ କରାଯାଇଥାଏ ।

ନୂତନ ଦ୍ରବ୍ୟ ଓ ସେବାକୁ ଅନ୍ତର୍ଭୁକ୍ତ କରେ; ମାତ୍ର ପୁରୁଣା ଦ୍ରବ୍ୟର ମୂଲ୍ୟକୁ ଅନ୍ତର୍ଭୁକ୍ତ କରାଯାଏ ନାହିଁ । ଏଠାରେ ସ୍ଵକୀୟ ଉପଭୋଗ ପାଇଁ ବ୍ୟବହୃତ ଦ୍ରବ୍ୟ ଓ ସେବା ଅନ୍ତର୍ଭୁକ୍ତ ହୋଇ ନଥାଏ ଏବଂ କେତେଗୁଡ଼ିଏ ଦ୍ରବ୍ୟ ବଜାରକୁ ବିକ୍ରି ପାଇଁ ନ ଆସିଲେ ମଧ୍ୟ ସେମାନଙ୍କର ଆରୋପିତ ମୂଲ୍ୟ ଏଥ‌ିରେ ଅନ୍ତର୍ଭୁକ୍ତ କରାଯାଇଥାଏ ।

7. ଉତ୍ପାଦନ ବ୍ୟୟରେ ମୋଟ ଘରୋଇ ଉତ୍ପାଦ (GDPFC) ।
Answer:
ଭୂମି, ପୁଞ୍ଜି, ଶ୍ରମ ଓ ସଙ୍ଗଠନ ଭଳି ଉତ୍ପାଦନର ସାଧନମାନଙ୍କର ସମ୍ମିଳିତ ଉଦ୍ୟମରେ ଉତ୍ପାଦନ ସମ୍ଭବ ହୋଇଥାଏ । ଉତ୍ପାଦନ ପ୍ରକ୍ରିୟାରେ ଅବଦାନ ଯୋଗୁଁ ପ୍ରତିବଦଳରେ ସାଧନଗୁଡ଼ିକ ସେମାନଙ୍କର ପାରିତୋଷିକ ଅଶେଷ, ମଜୁରି, ସୁଧ ଓ ଲାଭ ଆକାରରେ ଗ୍ରହଣ କରିଥା’ନ୍ତି । ସାଧନମାନଙ୍କର ଏହି ପାଉଣାକୁ ଉତ୍ପାଦନ ବ୍ୟୟ ବା ସାଧନ ବ୍ୟୟ କୁହାଯାଏ । ପ୍ରତିଷ୍ଠାନ ଦୃଷ୍ଟିକୋଣରୁ ଏହାକୁ ବ୍ୟୟଭାବରେ ଗ୍ରହଣ କରାଯାଉଥ‌ିବାବେଳେ ସାଧାନମାନଙ୍କ ଦୃଷ୍ଟିକୋଣରୁ ଏହା ସେମାନଙ୍କର ଆୟ ହିସାବରେ ପରିଗଣିତ ହୋଇଥାଏ ।

ଅତଏବ ଉତ୍ପାଦନ ବ୍ୟୟରେ ମୋଟ ଘରୋଇ ଉତ୍ପାଦ କହିଲେ, ମୋଟ ଘରୋଇ ଆୟକୁ ମଧ୍ୟ ବୁଝାଇଥାଏ । ଏହା ଉତ୍ପାଦନ ବ୍ୟୟରେ ମୋଟ ସଂଯୋଗିତ ମୂଲ୍ୟ ସହ ସମାନ ହୋଇଥାଏ । ବଜାର ଦରରେ ମୋଟ ଘରୋଇ ଉତ୍ପାଦରୁ ନିଟ୍ ପରୋକ୍ଷ କର ବିୟୋଗ କଲେ, ବିୟୋଗଫଳକୁ ଉତ୍ପାଦନ ବ୍ୟୟରେ ମୋଟ ଘରୋଇ ଉତ୍ପାଦ ବୋଲି କୁହାଯାଏ ।

8. ନିଟ୍ ପରୋକ୍ଷ କର କ’ଣ ?
Answer:
ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କରିବାରେ ପରୋକ୍ଷ କର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ନିଟ୍ ପରୋକ୍ଷ କର କହିଲେ, ପରୋକ୍ଷ କର ଓ ସରକାରୀ ସହାୟତା (Subsidy)ର ଅନ୍ତରଫଳକୁ ବୁଝାଏ । ପରୋକ୍ଷ କର କହିଲେ, ଦ୍ରବ୍ୟ ଓ ସେବା ଉପରେ ଧାର୍ଯ୍ୟ କରାଯାଉଥ‌ିବା ବିକ୍ରୟ କର, ଉତ୍ପାଦନ କର ପ୍ରଭୃତିକୁ ବୁଝାଏ । ସରକାର କେତେକ ଦ୍ରବ୍ୟ ଓ ସେବାର ଉତ୍ପାଦନକୁ ପ୍ରୋତ୍ସାହନ ଦେବାପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥା’ନ୍ତି ।

ଏହାକୁ ସରକାରୀ ସହାୟତା କୁହାଯାଏ । ଏହି ଆର୍ଥିକ ସହାୟତା ବଜାର ଦରକୁ ହ୍ରାସ କରିଥାଏ । ବଜାର ଦରର ନିଟ୍ ଅଭିବୃଦ୍ଧି ଜାଣିବାକୁ ହେଲେ କରର ପରିମାଣରୁ ସରକାରୀ ସହାୟତା ବିୟୋଗ କରିବାକୁ ହୋଇଥାଏ । ଏହି ବିୟୋଗଫଳକୁ ନିଟ୍ ପରୋକ୍ଷ କର କୁହାଯାଏ ।

9. ନିଟ୍ ରପ୍ତାନି କ’ଣ ?
Answer:
ରପ୍ତାନିର ମୂଲ୍ୟ ଓ ଆମଦାନିର ମୂଲ୍ୟର ପାର୍ଥକ୍ୟକୁ ନିଟ୍ ରପ୍ତାନି କୁହାଯାଏ । ବିଦେଶରେ ଦ୍ରବ୍ୟ ଓ ଅଣସାଧନ ସେବାର ବିକ୍ରୟକୁ ରପ୍ତାନି କୁହାଯାଏ । ରପ୍ତାନି ହେଉଥ‌ିବା ସମସ୍ତ ଦ୍ରବ୍ୟ ଓ ଅଣସାଧନ ସେବା ଦେଶର ଘରୋଇ ଭୂ-ଖଣ୍ଡରେ ଉତ୍ପାଦିତ ହୋଇଥାଏ ଏବଂ ସେଥ‌ିପାଇଁ ରପ୍ତାନି ଘରୋଇ ଉତ୍ପାଦର ଏକ ଅଂଶ ରୂପେ ବିବେଚନା କରାଯାଏ । ଅନ୍ୟପକ୍ଷରେ ଆମଦାନି ହେଉଥ‌ିବା ସମସ୍ତ ଦ୍ରବ୍ୟ ଓ ଅଣସାଧନ ସେବା ବିଦେଶରେ ଉତ୍ପାଦିତ ହୋଇଥାଏ ଏବଂ ସେଥୂପାଇଁ ଆମଦାନି ଘରୋଇ ଉତ୍ପାଦର ଏକ ଅଂଶ ହୋଇନଥାଏ ।

ତେଣୁ ଗୋଟିଏ ଗଣନ ବର୍ଷରେ କୌଣସି ରପ୍ତାନି ମୂଲ୍ୟରୁ ଆମଦାନି ମୂଲ୍ୟକୁ ବାଦ୍ ଦେଲେ ଅବଶିକ୍ଷାଂଶକୁ ନିଟ୍ ରପ୍ତାନି କୁହାଯାଏ ଏବଂ ନିଟ୍ ରପ୍ତାନିକୁ ଘରୋଇ ଉତ୍ପାଦର ଏକ ଅଂଶ ରୂପେ ବିବେଚନା କରାଯାଏ । କିନ୍ତୁ ଏହା ଧନାତ୍ମକ କିମ୍ବା ଋଣାତ୍ମକ କିମ୍ବା ଶୂନ୍ୟ ହୋଇପାରେ ।

10. ଜାତୀୟ ଆୟ = ଜାତୀୟ ଉତ୍ପାଦ = ଜାତୀୟ ବ୍ୟୟ – କିପରି ?
Answer:
ଜାତୀୟ ଆୟ, ଜାତୀୟ ଉତ୍ପାଦ ଓ ଜାତୀୟ ବ୍ୟୟ ଏକ ଓ ଅଭିନ୍ନ । ତେଣୁ ଆୟ ଆକଳନ ପାଇଁ ବ୍ୟବହୃତ ବିଭିନ୍ନ ପଦ୍ଧତି ଜାତୀୟ ଆୟ ସଂଯୋଗିତ ମୂଲ୍ୟ ଓ ବ୍ୟୟମାନଙ୍କ ମଧ୍ୟରେ ଭାରସାମ୍ୟ ରକ୍ଷା କରିଥାଏ । ଗୋଟିଏ ଅର୍ଥବ୍ୟବସ୍ଥାରେ ବାର୍ଷିକ ଉତ୍ପାଦିତ ଦ୍ରବ୍ୟ ଓ ସେବାର ମୂଲ୍ୟ ଅଶେଷ, ମଜୁରି, ସୁଧ ଓ ଲାଭ ଆକାରରେ ମୋଟ ସାଧନ ଦେୟ ସହିତ ସମାନ ହୋଇଥାଏ । ଏହିସବୁ ଉତ୍ପାଦିତ ଦ୍ରବ୍ୟ, ସାଧନ ସେବା ଯୋଗୁଁ ସମ୍ଭବ ହୋଇଥାଏ ଏବଂ ତଦ୍ଵଜନିତ ପ୍ରାପ୍ୟ ଆୟ ଉପଭୋଗ କିମ୍ବା ନିବେଶ ଉପରେ ବ୍ୟୟ କରାଯାଏ ।

ତେଣୁ ଉତ୍ପାଦ ପଦ୍ଧତି, ଆୟ ପଦ୍ଧତି ଓ ବ୍ୟୟ ପଦ୍ଧତି ଏକା ବିଷୟକୁ ତିନୋଟି ଦିଗରେ ଦେଖାଯାଇଥାଏ । ଅର୍ଥାତ୍ ପ୍ରତ୍ୟେକ ପଦ୍ଧତିରେ ଯେଉଁ ମୋଟ ସଂଖ୍ୟାରେ ପହଞ୍ଚାଉ ତାହା ସମାନ ହୋଇଥାଏ ।

C. ଛଅଟି ବାକ୍ୟରେ ସୀମିତ ରଖି ପାର୍ଥକ୍ୟ ଦର୍ଶାଅ ।

1. ମଧ୍ୟବର୍ତ୍ତୀ ଦ୍ରବ୍ୟ ଏବଂ ଚୂଡ଼ାନ୍ତ ଦ୍ରବ୍ୟ :
Answer:
ମଧ୍ୟବର୍ତ୍ତୀ ଦ୍ରବ୍ୟ ଉତ୍ପାଦନ ପ୍ରକ୍ରିୟାରେ ଉପଭୋଗ ହେଉଥିବାରୁ ତାହା ଉତ୍ପାଦନକାରୀଙ୍କ ମଧ୍ୟରେ କାରବାର ହୋଇଥାଏ । ମଧ୍ୟବର୍ତ୍ତୀ ଦ୍ରବ୍ୟକୁ ମାଧ୍ୟମିକ ନିବେଶ ମଧ୍ୟ କୁହାଯାଏ । ମଧ୍ୟବର୍ତ୍ତୀ ଦ୍ରବର ମୂଲ୍ୟକୁ ଜାତୀୟ ଆୟରେ ଅନ୍ତର୍ଭୁକ୍ତ କରାଯାଇନଥାଏ । ଚୂଡ଼ାନ୍ତ ଦ୍ରବ୍ୟ ଅନ୍ତିମ ଉପଭୋଗ ପାଇଁ ଉଦ୍ଦିଷ୍ଟ । ଏହି ପ୍ରକାର ଦ୍ରବ୍ୟର ଉପଭୋଗରୁ ପ୍ରତ୍ୟକ୍ଷ ପରିତୃପ୍ତ ମିଳିଥାଏ ।

ଚୂଡ଼ାନ୍ତ ଦ୍ରବ୍ୟକୁ ଦୁଇଭାଗରେ ବିଭକ୍ତ କରାଯାଇଥାଏ; ଯଥା – ଚୂଡ଼ାନ୍ତ ପୁଞ୍ଜିଦ୍ରବ୍ୟ ଓ ଚୂଡ଼ାନ୍ତ ଉପଭୋଗ୍ୟ ଦ୍ରବ୍ୟ ! ଚୂଡ଼ାନ୍ତ ପୁଞ୍ଜିଦ୍ରବ୍ୟ ଉତ୍ପାଦନ ପ୍ରକ୍ରିୟାରେ ସହଯୋଗୀ ହୋଇଥାଏ; ମାତ୍ର ଚୂଡ଼ାନ୍ତ ଉପଭୋଗ୍ୟ ଦ୍ରବ୍ୟ ପ୍ରତ୍ୟକ୍ଷ ପରିତୃପ୍ତି ପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ । ଚୂଡ଼ାନ୍ତ ଦ୍ରବ୍ୟର ମୂଲ୍ୟକୁ ଜାତୀୟ ଆୟ କଳନାରେ ଅନ୍ତର୍ଭୁକ୍ତ କରାଯାଇଥାଏ ।

2. ମୋଟ ଦେଶୀୟ ଉତ୍ପାଦ ଏବଂ ମୋଟ ଜାତୀୟ ଉତ୍ପାଦ :
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷରେ ଦେଶରେ ଉତ୍ପାଦିତ ହେଉଥ‌ିବା ମୌଦ୍ରିକ ମୂଲ୍ୟକୁ ମୋଟ ଦେଶୀୟ ଉତ୍ପାଦ କୁହାଯାଏ । ବିଦେଶରୁ ମିଳୁଥ‌ିବା ନିଟ୍ ଉପାଦାନ ଆୟ ଏହାର ଅନ୍ତର୍ଭୁକ୍ତ ହୋଇ ନଥାଏ । ମୋଟ ଜାତୀୟ ଉତ୍ପାଦରୁ ବିଦେଶରୁ ମିଳୁଥିବା ନିଟ୍ ଉପାଦାନ ଆୟକୁ ବିୟୋଗ କଲେ ମୋଟ ଦେଶୀୟ ଉତ୍ପାଦ ମିଳିଥାଏ ।

ଏକ ନିର୍ଦ୍ଦିଷ୍ଟ ବର୍ଷରେ ଦେଶ ଭିତରେ ଓ ଦେଶ ବାହାରେ ଉତ୍ପାଦିତ ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟକୁ ମୋଟ ଜାତୀୟ ଉତ୍ପାଦ କୁହାଯାଏ । ବିଦେଶରୁ ଅର୍ଜନ କରାଯାଉଥ‌ିବା ନିଟ୍ ଉପାଦାନ ଆୟ ମୋଟ ଜାତୀୟ ଆୟର ଅଂଶ ହୋଇଥାଏ । ସୁତରାଂ ମୋଟ ଜାତୀୟ ଆୟର ପରିସୀମା ମୋଟ ଦେଶୀୟ ଉତ୍ପାଦର ପରିସୀମାଠାରୁ ପ୍ରଶସ୍ତ ବୋଲି ବିଚାର କରାଯାଏ ।

3. ବଜାର ଦାମ୍‌ରେ ଜାତୀୟ ଉତ୍ପାଦ ଏବଂ ଉତ୍ପାଦନ ପରିବ୍ୟୟରେ ମୋଟ ଜାତୀୟ ଉତ୍ପାଦ :
Answer:
ମୋଟ ଜାତୀୟ ଉତ୍ପାଦ ଏକ ବ୍ୟାପକ ଧାରଣା । ଏହା ଦେଶର ଆଞ୍ଚଳିକ ସୀମା ମଧ୍ୟରେ ସୀମିତ ନୁହେଁ । ଅବଶିଷ୍ଟ ବିଶ୍ଵରେ ନିୟୋଜିତ ଶ୍ରମ ଓ ସମ୍ପତ୍ତିରୁ ପ୍ରାପ୍ତ ମୋଟ ଘରୋଇ ଉତ୍ପାଦର ସମସ୍ତ ଉପାଦାନ ଏଥ‌ିରେ ଅନ୍ତର୍ଭୁକ୍ତ ହୋଇଥାଏ । ଅର୍ଥାତ୍ ମୋଟ ଘରୋଇ ଉତ୍ପାଦ ମୋଟ ଜାତୀୟ ଉତ୍ପାଦର ଏକ ଅଂଶବିଶେଷ ଅଟେ । ଅର୍ଥାତ୍ ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାର ଘରୋଇ ଭୂଖଣ୍ଡରେ ସ୍ଵାଭାବିକ ଅଧିବାସୀମାନଙ୍କଦ୍ବାରା ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟ ସହିତ ବିଦେଶାଗତ ନିଟ୍ ସାଧନ ଆୟ ଯୋଗକଲେ ଯୋଗଫଳକୁ ବଜାର ଦରରେ ମୋଟ ଜାତୀୟ ଉତ୍ପାଦ କୁହାଯାଏ ।

ଉତ୍ପାଦନ ପରିବ୍ୟୟରେ ମୋଟ ଜାତୀୟ ଉତ୍ପାଦ କହିଲେ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ମୋଟ ଉପାଦାନ ପରିବ୍ୟୟ ସମେତ କର୍ମଚାରୀଙ୍କ ପ୍ରତିଦାନ, ଆତ୍ମନିଯୁକ୍ତଙ୍କ ମିଶ୍ରିତ ଆୟ, କର୍ମଚାରୀଙ୍କ ଉଦ୍‌ବୃରାଂଶ ଏବଂ ସ୍ଥିର ପୁଞ୍ଜି ଉପଭୋଗକୁ ବୁଝାଏ । ଅନ୍ୟ ଅର୍ଥରେ ଉପାଦାନ ପରିବ୍ୟୟରେ ନିଟ୍ ଜାତୀୟ ଉତ୍ପାଦ ଏବଂ ଅବକ୍ଷୟ ପରିବ୍ୟୟର ମିଶ୍ରଣ ସହିତ ଉପାଦାନ ପରିବ୍ୟୟରେ ମୋଟ ଜାତୀୟ ଉତ୍ପାଦ ସମାନ ହୋଇଥାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

4. ମୁକ୍ତ ଅର୍ଥବ୍ୟବସ୍ଥା ଏବଂ ଅବରୁଦ୍ଧ ଅର୍ଥବ୍ୟବସ୍ଥା :
Answer:
ମକ୍ତ ଅର୍ଥବ୍ୟବସ୍ଥାରେ ବିଶ୍ବର ଅନ୍ୟାନ୍ୟ ଅର୍ଥବ୍ୟବସ୍ଥା ସହିତ ଅର୍ଥନୈତିକ ସଂପର୍କ ରହିଥାଏ । ମାତ୍ର ଅବରୁଦ୍ଧ ଅର୍ଥବ୍ୟବସ୍ଥା ହେଉଛି ଏକ ରୁଦ୍ଧ ପ୍ରକୋଷ୍ଠ ସଦୃଶ । ଏହାର ଅନ୍ୟ ଦେଶ ସହିତ ସଂପର୍କ ନଥାଏ । ଏପରି ଅର୍ଥବ୍ୟବସ୍ଥାରେ ମୋଟ ଦେଶୀୟ ଉତ୍ପାଦ ଏବଂ ଜାତୀୟ ଆୟ ସମାନ ହୋଇଥାଏ । ମୁକ୍ତ ଅର୍ଥବ୍ୟବସ୍ଥାରେ ଅନ୍ୟ ଦେଶ ସହିତ କ୍ରୟ ବିକ୍ରୟ, ଋଣ ଆଦାନ ପ୍ରଦାନ କରାଯାଉଥିବାରୁ ମୋଟ ଜାତୀୟ ଅୟ ମୋଟ ଦେଶୀୟ ଆୟଠାରୁ ଭିନ୍ନ ହୋଇଥାଏ । ମୁକ୍ତ ଅର୍ଥବ୍ୟବସ୍ଥାରେ ଆନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ର ପ୍ରଶସ୍ତ ହୋଇଥିବାବେଳେ ଅବରୁଦ୍ଧ ଅର୍ଥବ୍ୟବସ୍ଥାରେ ଆନ୍ତର୍ଜାତୀୟ ବାଣିଜ୍ୟ କାରବାର ସମ୍ଭବ ହୁଏ ନାହିଁ ।

5. ମୁଣ୍ଡପିଛା ଆୟ ଏବଂ ବାସ୍ତବ ମୁଣ୍ଡପିଛା ଆୟ :
Answer:
ମୁଣ୍ଡପିଛା ଆୟ କହିଲେ ବର୍ଷକ ମଧ୍ୟରେ ବ୍ୟକ୍ତି ମାନଙ୍କର ଅର୍ଜିତ ହାରାହାରି ଆୟକୁ ବୁଝାଏ । ଏହା ସାଧାରଣତଃ ମୁଦ୍ରା ଆକାରରେ ପ୍ରକାଶିତ ହୋଇଥାଏ ଏବଂ ଜାତୀୟ ଆୟକୁ ଦେଶର ମୋଟ ଜନସଂଖ୍ୟାଦ୍ଵାରା ଭାଗ କରାଯାଇ ଏହା କଳନା କରାଯାଏ । ମୁଣ୍ଡପିଛା ଆୟରୁ ଦେଶର ଲୋକମାନଙ୍କର ପ୍ରକୃତ ଆୟର ଚିତ୍ର ମିଳେନାହିଁ ! କାରଣ ଦରଦାମ୍ ପରିବର୍ତ୍ତନ ସହିତ ମୌଦ୍ରିକ ମୁଣ୍ଡପିଛା ଆୟ ପରିବର୍ତ୍ତିତ ହୋଇଥାଏ । ଉତ୍ପାଦନ ବୃଦ୍ଧି ନହୋଇ ଦରଦାମ୍ ଯେତେବେଳେ ହ୍ରାସ ବା ବୃଦ୍ଧି ହୁଏ, ମୁଣ୍ଡପିଛା ଆୟ ହ୍ରାସ ପାଇପାରେ ବା ବୃଦ୍ଧି ପାଇପାରେ । ମୁଣ୍ଡପିଛା ବାସ୍ତବ ଆୟକୁ ଦ୍ରବ୍ୟ ସେବା ଆକାରରେ ପ୍ରକାଶ କରାଯାଏ ଏବଂ ସ୍ଥିର ଦାମରେ ପରିମାପ କରାଯାଏ । ବାସ୍ତବ ମୁଣ୍ଡପିଛା ଆୟରୁ ଲୋକମାନଙ୍କର ଜୀବନଧାରଣର ମାନ ଜଣାଯାଏ ।

6. ବେସରକାରୀ ଆୟ ଏବଂ ଜାତୀୟ ଆୟ :
Answer:
ବେସରକାରୀ ଆୟରେ କେବଳ ବେସରକାରୀ କ୍ଷେତ୍ରରେ ଉତ୍ପନ୍ନ ହେଉଥିବା ଆୟକୁ ଅନ୍ତର୍ଭୁକ୍ତ କରାଯାଇଥାଏ । ବେସରକାରୀ ଆୟରେ ରାଷ୍ଟ୍ରୀୟ ଋଣ ବାବଦକୁ ପ୍ରାପ୍ୟ ସୁଧ ଅନ୍ତର୍ଭୁକ୍ତ ହୋଇଥାଏ । ବେସରକାରୀ ଆୟରେ ଚଳନ୍ତି ଅନ୍ତରଣ ଆୟ ଅନ୍ତର୍ଭୁକ୍ତ ହୋଇଥାଏ । ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରୁ ଉପାର୍ଜିତ ଆୟ ଜାତୀୟ ଆୟରେ ଅନ୍ତର୍ଭୁକ୍ତ ହୋଇଥାଏ । ଜାତୀୟ ଆୟରେ ରାଷ୍ଟ୍ରୀୟ ଋଣ ବାବଦକୁ ପ୍ରାପ୍ୟ ସୁଧ ଅନ୍ତର୍ଭୁକ୍ତ ହୋଇନଥାଏ । ଜାତୀୟ ଆୟ ଆକଳନରେ ଅନ୍ତରଣ ଆୟକୁ ବାଦ୍ ଦିଆଯାଇଥାଏ ।

7.ବ୍ୟକ୍ତିଗତ ଆୟ ଓ ଜାତୀୟ ଆୟ :
Answer:
ବ୍ୟକ୍ତିଗତ ଆୟରେ ଉଭୟ ସାଧନ ଆୟ ଓ ଅନ୍ତରଣ ଦେୟ ଅନ୍ତର୍ଭୁକ୍ତ ହୋଇଥାଏ । ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ଅବିତରିତ ଲାଭ ବ୍ୟକ୍ତିଗତ ଆୟରେ ଅନ୍ତର୍ଭୁକ୍ତ ହୋଇନଥାଏ । ବ୍ୟକ୍ତିଗତ ଆୟକୁ ଆୟ ଗ୍ରହଣ ଦୃଷ୍ଟିରୁ ବିଚାର କରାଯାଇଥାଏ । ରାଷ୍ଟ୍ରୀୟ ଋଣର ସୁଧ ବ୍ୟକ୍ତିଗତ ଆୟରେ ଅନ୍ତର୍ଭୁକ୍ତ ହୋଇଥାଏ । ବ୍ୟକ୍ତିଗତ ଆୟ ଏକ ସଂକୀର୍ଣ୍ଣ ଧାରଣା । ଜାତୀୟ ଆୟ କେବଳ ସାଧନ ଆୟକୁ ବିଚାରକୁ ନେଇଥାଏ । ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ଅବିତରିତ ଲାଭ ଜାତୀୟ ଆୟର ଅନ୍ତର୍ଭୁକ୍ତ ହୋଇଥାଏ । ଜାତୀୟ ଆୟକୁ ‘ଆୟ ସର୍ଜନ’ ଦୃଷ୍ଟିରୁ ବିଚାର କରାଯାଇଥାଏ । ରାଷ୍ଟ୍ରୀୟ ଋଣର ସୁଧ ଜାତୀୟ ଆୟରେ ବାଦ୍ ପଡ଼ିଥାଏ । ଜାତୀୟ ଆୟ ଏକ ବ୍ୟାପକ ଧାରଣା ।

8. ବ୍ୟକ୍ତିଗତ ଆୟ ଓ ବ୍ୟକ୍ତିଗତ ପ୍ରଯୋଜ୍ୟ ଆୟ :
Answer:
ଏକ ନିର୍ଦ୍ଦିଷ୍ଟ ଗଣନ ବର୍ଷରେ ଦେଶର ପରିବାରବର୍ଗ ଗ୍ରହଣ କରୁଥିବା ସମସ୍ତ ଚଳନ୍ତି ଆୟର ସମଷ୍ଟିକୁ ବ୍ୟକ୍ତିଗତ ଆୟ କୁହାଯାଏ । ବ୍ୟକ୍ତିଗତ ଆୟ ଏକ ବ୍ୟାପକ ଧାରଣା । ପ୍ରତ୍ୟକ୍ଷ କର, ଫିସ୍ ଓ ଜୋରିମାନା ଇତ୍ୟାଦି ବ୍ୟକ୍ତିଗତ ଆୟରେ ଅନ୍ତର୍ଭୁକ୍ତ ହୋଇଥାଏ । ବ୍ୟକ୍ତିଗତ ଆୟ ଏକ ମୋଟ ଧାରଣା । ବ୍ୟକ୍ତିଗତ ପ୍ରଯୋଜ୍ୟ ଆୟ ବ୍ୟକ୍ତିଗତ ଆୟର ଏକ ଅଂଶ ହୋଇଥିବାରୁ ଏହା ଏକ ସଂକୀର୍ଣ୍ଣ ଧାରଣା । ପ୍ରତ୍ୟକ୍ଷ କର, ଫିସ୍ ଓ ଜୋରିମାନା ଇତ୍ୟାଦିକୁ ବ୍ୟକ୍ତିଗତ ଆୟରୁ ବାଦ୍ ଦେଲାପରେ ବ୍ୟକ୍ତିଗତ ପ୍ରଯୋଜ୍ୟ ଆୟ ମିଳିଥାଏ । ବ୍ୟକ୍ତିଗତ ପ୍ରଯୋଜ୍ୟ ଆୟ ଏକ ନିଟ୍ ଧାରଣା ।

9. ଜାତୀୟ ଆୟ ଓ ଜାତୀୟ ଉତ୍ପାଦ :
Answer:
ଦେଶର ସାଧାରଣ ଅଧିବାସୀମାନଙ୍କୁ ମିଳୁଥିବା ସାଧନ ଆୟକୁ ଜାତୀୟ ଆୟ କୁହାଯାଏ । ଏଥ‌ିରେ ଉଭୟ ଘରୋଇ ସାଧନ ଆୟ ଓ ବିଦେଶାଗତ ନିଟ୍ ସାଧନ ଆୟ ମିଶିକରି ରହିଥାଏ । ଜାତୀୟ ଆୟ ମଧ୍ୟ ଉପାଦାନ ବ୍ୟୟରେ ନିଟ୍ ଜାତୀୟ ଉତ୍ପାଦ ସହିତ ସମାନ ଅଟେ । ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାର ଅର୍ଥବ୍ୟବସ୍ଥାର ଘରୋଇ ଭୂଖଣ୍ଡରେ ସ୍ଵାଭାବିକ ଅଧିବାସୀମାନଙ୍କଦ୍ବାରା ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟର ସମଷ୍ଟିକୁ ଜାତୀୟ ଉତ୍ପାଦ ବୋଲି କୁହାଯାଏ । ବିଭିନ୍ନ ଦ୍ରବ୍ୟ ଓ ସେବାର ପରିମାଣକୁ ସେମାନଙ୍କର ଦରରେ ଗୁଣନ କରି ଜାତୀୟ ଉତ୍ପାଦ ଆକଳନ କରାଯାଏ । ମୋଟ ଜାତୀୟ ଆୟ ଆକଳନ କଲାବେଳେ ମୂଲ୍ୟହ୍ରାସଜନିତ ପରିବ୍ୟୟ, ଅନ୍ତରଣ ଦେୟ, ପୁଞ୍ଜିଲାଭ ଓ ଅନ୍ତର୍ବର୍ତ୍ତୀ ଦ୍ରବ୍ୟର ମୂଲ୍ୟକୁ ବାଦ୍ ଦିଆଯାଏ ।

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

Odisha State Board BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର Textbook Exercise Questions and Answers.

BSE Odisha Class 9 Odia Solutions Chapter 17 ଲକ୍ଷ୍ମୀର ଅଭିସାର

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

Question ୧।
ପଣ୍ଡିତ ମନ୍ଦିର ଆଖପାଖରୁ ପିଲାମାନଙ୍କୁ କାହିଁକି ତଡ଼ି ଦେଇଥ‌ିଲେ ?
Answer:
ପଣ୍ଡିତଙ୍କ ବିଚାରରେ ସେ ଥିଲେ ଠାକୁରଙ୍କର ନିଜ ଲୋକ । ପିଲାମାନେ ଆସିଲେ କାଳେ କିଛି ଅସୁବିଧା ହେବ, ସେଥ‌ିପାଇଁ ନିଜ ଲୋକ ହିସାବରେ ପିଲାମାନଙ୍କୁ ତଡ଼ିବା ତାଙ୍କର ଅନ୍ୟତମ କାମ ହୋଇଥୁବାରୁ, ସେ ମନ୍ଦିର ଆଖପାଖରୁ ପିଲାମାନଙ୍କୁ ତଡ଼ି ଦେଉଥିଲେ ।

Question ୨।
ଲକ୍ଷ୍ମୀ ଠାକୁରଙ୍କୁ ଦେଖ୍ କ’ଣ କହିଲା ?
Answer:
ଲକ୍ଷ୍ମୀ ଠାକୁରଙ୍କୁ ନିଜର ପରିଚୟ ଦେଇ ସାରିଲା ପରେ କହିଲା, ସେ ମାସେ ହେଲା ଚେଷ୍ଟା କରୁଛି ତାଙ୍କ ପାଖକୁ ଆସିବାପାଇଁ । ମାତ୍ର ପଣ୍ଡିତ ବାଟ ଓଗାଳି ବସୁଥ‌ିବାରୁ ସେ ଆସିପାରୁ ନାହିଁ । ଆଜି ପଣ୍ଡିତ ଶୋଇ ଘୁଙ୍ଗୁଡ଼ି ମାରୁଥ‌ିବାରୁ ସେ ଚାଲି ଆସିଛି । ପଣ୍ଡିତ ଘୁଙ୍ଗୁଡ଼ି ମାରୁଥିବାରୁ ଠାକୁରଙ୍କୁ କିପରି ନିଦ ହୁଏ ବୋଲି ସେ ପଚାରିଛି । ସ୍କୁଲ ପଣ୍ଡିତ ବି ଘୁଙ୍ଗୁଡ଼ି ମାରନ୍ତି । ଛୋଟ ପିଲା ହିସାବରେ ଲକ୍ଷ୍ମୀ ବିଚାରିଛି, ସବୁ ପଣ୍ଡିତମାନେ ଘୁଙ୍ଗୁଡ଼ି ମାରନ୍ତି । ଲକ୍ଷ୍ମୀ ଦେଖୁଥ‌ିବା ସ୍ଵପ୍ନକଥା ପଚାରିବାପାଇଁ ମନ୍ଦିରକୁ ଆସିଥିବା କଥା ସେ ଠାକୁରଙ୍କୁ କହିଛି।

Question ୩ ।
ଅଙ୍କ ବିଷୟକୁ ସମସ୍ତେ ଭୁଲିଯାଆନ୍ତେ ବୋଲି ଲକ୍ଷ୍ମୀ କାହିଁକି ଠାକୁରଙ୍କୁ କହିଛି ?
Answer:
ଲକ୍ଷ୍ମୀ ପାଚିଲା କଦଳୀକୁ ଗଣି ହିସାବ କଲାବେଳେ, ତାହାର ହିସାବ ଗୋଳମାଳ ହୋଇଯାଉଥିଲା । ତାକୁ ଅଙ୍କ ଆସୁନଥିବା କଥା ସେ ଠାକୁରଙ୍କୁ କହି ଦେଇଛି । ଯେହେତୁ ତାକୁ ଅଙ୍କ ମୋଟେ ଆସୁ ନାହିଁ, ସେଥ‌ିପାଇଁ ଅଙ୍କ ବିଷୟକୁ ସମସ୍ତେ ଭୁଲି ଯାଆନ୍ତେ ବୋଲି ଲକ୍ଷ୍ମୀ ଠାକୁରଙ୍କୁ କହିଛି । ଅଙ୍କ ବିଷୟ ପାଇଁ ସେ ଅସୁବିଧାରେ ପଡୁଥ‌ିବାରୁ ଏପରି କହିଛି ।

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

Question ୪।
ଲକ୍ଷ୍ମୀ କାହିଁକି ପୋଖରୀ ଭିତରକୁ ପଶିଗଲା ?
Answer:
ମନ୍ଦିର ଭିତରୁ ଦୁଇଟି ପାଚିଲା କଦଳୀ ଧରି ଲକ୍ଷ୍ମୀ ବାହାରକୁ ଆସି ଦେଖୁଲା ପଣ୍ଡିତଙ୍କୁ । ପଣ୍ଡିତେ ବଡ଼ ପାଟି କରି, ଲକ୍ଷ୍ମୀ ଆଡ଼କୁ ଦୌଡ଼ି ଆସିବାରୁ, ସେ ବାଟ ଘାଟ ନ ମାନି ଆଗକୁ ଦୌଡ଼ି ପୋଖରୀ ଭିତରକୁ ଛାନିଆରେ ପଶିଗଲା ।

Question ୫।
ଲକ୍ଷ୍ମୀଙ୍କୁ ପୋଖରୀ ଭିତରେ ପଶିବାର ଦେଖ୍ ଲୋକେ କ’ଣ କହିଲେ ?
Answer:
ଲକ୍ଷ୍ମୀଙ୍କୁ ପୋଖରୀ ଭିତରେ ପଶିବାର ଦେଖ୍, ପଣ୍ଡିତେ ରଡ଼ି ଛାଡ଼ି ବାହାରି ଆସିବାକୁ କହିଲେ । ପଣ୍ଡିତଙ୍କ କଥାରେ ସ୍ବର ମିଳାଇ ଅନ୍ୟ ଲୋକେ ତାଗିଦ୍ କଲାଭଳି ବାହାରି ଆସିବାକୁ କହିଲେ ।

Question ୬।
ଠାକୁରଙ୍କ ପାଖରେ କଦଳୀ କାନ୍ଦି ଦେଖ୍ ଇକ୍ଷ୍ମୀ କ’ଣ କହିଲା ?
Answer:
ଠାକୁରଙ୍କ ପାଖରେ କଦଳୀ କାନ୍ଦି ଦେଖ୍ ଲକ୍ଷ୍ମୀ ନିଜର ଶିଶୁସୁଲଭ ଭାବ ନେଇ କହିଲା, ‘‘ସାବଧାନ ଠାକୁର, ସବୁ କଦଳୀ ଏକାଥରକେ ଖାଇଦେବ ନାହିଁ । ସବୁ କଦଳୀ ଖାଇଦେଲେ ଦେହ ଖରାପ ହେବ । ଦିନକୁ ଚାରିଟା କରି ଖାଇଲେ ଚଳିବ ।’’

Question ୭ ।
ଚୁଙ୍ଗା ଲଗାଇ ବଡ଼ ପାଟିରେ ଭଗବାନଙ୍କୁ ଡାକିବା ବିଷୟରେ ଲକ୍ଷ୍ମୀ କ’ଣ ଭାବିଲା ?
Answer:
ଚୁଙ୍ଗା ଲଗାଇ ବଡ଼ ପାଟିରେ ଭଗବାନଙ୍କୁ ଡାକିବା ଲକ୍ଷ୍ମୀର ପସନ୍ଦ ନଥୁଲା; କାରଣ ସେପରି ବଡ଼ପାଟି ଶୁଣି ସେ ଛାନିଆ ହୋଇଯାଉଥିଲା । ବଡ଼ ପାଟି କରି ଯନ୍ତ୍ର ଚୁଙ୍ଗା ଲଗାଇ ଭଗବାନଙ୍କୁ ଡାକିବା ଅପେକ୍ଷା, ଧୀର ଭାବରେ ଡାକିବା କଥା ଲକ୍ଷ୍ମୀ ଭାବିଲା ।

Question ୮ ।
ବାପା ତାଙ୍କ କାନ ଦୁଇଟିକୁ ଚାପି ଧରିବାପାଇଁ ଲକ୍ଷ୍ମୀର ହାତ ଦୁଇଟିକୁ କାହିଁକି ଟାଣୁଥା’ନ୍ତି ?
Answer:
ଲକ୍ଷ୍ମୀର ବାପାଙ୍କୁ ଜର ହୋଇଥିବା ଦିନ, ପଡ଼ିଶା ଘର କୌଣସି ଏକ ଉତ୍ସବ ପାଇଁ ଯନ୍ତ୍ର ଚୁଙ୍ଗା ଲଗାଇଥିଲେ । ସେହି ଯନ୍ତ୍ର ଚୁଙ୍ଗାର ଶବ୍ଦ ଲକ୍ଷ୍ମୀର ବାପାଙ୍କୁ ଅସହ୍ୟ ହୋଇଥିଲା ଓ ସେ ବିଛଣାରେ ଛଟପଟ ହୋଇଥିଲେ । ସେହି ଚୁଙ୍ଗାର ଭୀଷଣ ଶବ୍ଦରୁ ରକ୍ଷା ପାଇଁ, ବାପା ତାଙ୍କ କାନ ଦୁଇଟିକୁ ଚାପି ଧରିବାପାଇଁ ଲକ୍ଷ୍ମୀର ହାତ ଦୁଇଟିକୁ ଟାଣିଥିଲେ ।

Question ୯ ।
ବାପା ଲକ୍ଷ୍ମୀ ପାଇଁ କ’ଣ କିଣିଦେବେ ବୋଲି କାହାକୁ କହିଥିଲେ ?
Answer:
ଲକ୍ଷ୍ମୀର ବାପା ଲକ୍ଷ୍ମୀ ପାଇଁ ଫ୍ରକ୍ କିଣିଦେବେ ବୋଲି ଲକ୍ଷ୍ମୀର ବୋଉକୁ କହିଥିଲେ ।

Question ୧୦ ।
କଦଳୀ ଧରି ଲକ୍ଷ୍ମୀ କାହିଁକି ଦଉଡ଼ିଲା ?
Answer:
ପଣ୍ଡିତଙ୍କ ବଡ଼ ପାଟି ଶୁଣି ଲକ୍ଷ୍ମୀ ଡରି ଯାଇଥିଲା । ପଣ୍ଡିତଙ୍କ ପାଖରୁ କିପରି ମୁକ୍ତି ପାଇବ, ସେଥୂପାଇଁ କଦଳୀ ଧରି ଲକ୍ଷ୍ମୀ ବାଟଘାଟ ଜ୍ଞାନ ନ କରି ଦଉଡ଼ିଲା ।

Question ୧୧ ।
ଲକ୍ଷ୍ମୀ ପୋଖରୀ ଭିତରକୁ ପଶି କ’ଣ କରୁଥିଲା ?
Answer:
ଲକ୍ଷ୍ମୀ ପଣ୍ଡିତଙ୍କ ପାଟି ଶୁଣି ଛାନିଆ ହୋଇ ପୋଖରୀକୁ ପଶିଯାଇଥିଲା । ପୋଖରୀ ଭିତରେ ଅଣ୍ଟାଏ ପାଣିରେ ପଶିଥିଲେ ବି ଛାତିରେ କଦଳୀ ଦୁଇଟିକୁ ଭିଡ଼ି ଧରିଥଲା । ପଣ୍ଡିତଙ୍କ ପାଟିରେ ଲୋକମାନେ ଆସିବାରୁ, ଲକ୍ଷ୍ମୀ ବିସ୍ତାରିତ ନୟନରେ ସମସ୍ତଙ୍କୁ କେବଳ ଅନାଇଥିଲା।

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

Question ୧୨ ।
ପୋଖରୀ ଭିତରୁ ଲକ୍ଷ୍ମୀକୁ ବାପା କାହିଁକି ନେଲେ ?
Answer:
ପଣ୍ଡିତ ଓ ଲୋକମାନଙ୍କୁ ଦେଖ୍ ଲକ୍ଷ୍ମୀ ଛାନିଆଁ ହୋଇ ସମସ୍ତଙ୍କ ଚାହିଁଥିଲା । ଲୋକମାନଙ୍କ ଭିତରୁ ଲକ୍ଷ୍ମୀକୁ ଉଦ୍ଧାର କରିବାପାଇଁ ଲକ୍ଷ୍ମୀର ବାପା, ପୋଖରୀ ଭିତରକୁ ପଶିଯାଇଥିଲେ । ବାପାଙ୍କୁ ଦେଖ୍ ଲକ୍ଷ୍ମୀ କାନ୍ଦି ଉଠିଥିଲା । ସେହି ଅସହ୍ୟ ପରିସ୍ଥିତିରୁ ରକ୍ଷା କରିବାପାଇଁ, ପୋଖରୀ ଭିତରୁ ଲକ୍ଷ୍ମୀର ବାପା ତାକୁ ନେଇ ଯାଇଥିଲେ ।

Question ୧୩ ।
ଠାକୁରଙ୍କୁ ଲୋକେ ପ୍ରତ୍ୟକ୍ଷ ଦେବତା ବୋଲି କାହିଁକି କହିଲେ ?
Answer:
ଲୋକମାନେ ସ୍ଥୂଳବୁଦ୍ଧିରେ ବିଚାରିଥିଲେ, ଠାକୁରଙ୍କ ସିଂହାସନ ପାଖରୁ ଲକ୍ଷ୍ମୀ ତାଙ୍କର ଆହାର ଚୋରି କରିଥିବାରୁ, ତାହାକୁ ଠାକୁର ମୃତ୍ୟୁ ଦଣ୍ଡ ଦେଇଥିଲେ । ଏଭଳି କର୍ମ ପାଇଁ ଠାକୁର ତାହାକୁ ନିସ୍ତାର କରି ନଥିଲେ । ଏହି ଘଟଣା ପାଇଁ ଠାକୁରଙ୍କୁ ଲୋକେ ପ୍ରତ୍ୟକ୍ଷ ଦେବତା ବୋଲି କହିଥିଲେ ।

Question ୧୪ ।
ବିମର୍ଷ ଭାବରେ ପଣ୍ଡିତେ କାହିଁକି ବସି ରହିଥୁଲେ ?
Answer:
ଯେତେବେଳେ ଦିଅଁଙ୍କ ପ୍ରତ୍ୟକ୍ଷତାର ପ୍ରମାଣରେ ଉଦ୍‌ବୁଦ୍ଧ ହୋଇ ଲୋକମାନେ ହରିବୋଲ ଧ୍ଵନି ଦେଉଥିଲେ, ସେତେବେଳେ ପଣ୍ଡିତ ଅନୁଭବ କରିଥିଲେ, ଦିଅଁଙ୍କ ବିଭୂତି ସିଂହାସନ ଛାଡ଼ି ଚାଲିଯାଇଛି ଏବଂ ପଡ଼ି ରହିଛି ଦୀପ୍ତିହୀନ, ଅର୍ଥହୀନ ରୂପ । ପଣ୍ଡିତଙ୍କ ସେହି ଅନୁଭବ ପାଇଁ ସେ ବିମର୍ଷ ଭାବରେ ବସି ରହିଥିଲେ ।

Question ୧୫ ।
ପଣ୍ଡିତେ ଠାକୁରଙ୍କୁ କ’ଣ ପ୍ରାର୍ଥନା କଲେ ?
Answer:
ଲକ୍ଷ୍ମୀ ଭଳି ସରଳ ଶିଶୁକୁ ସମସ୍ତଙ୍କ ନିକଟରେ ଚୋରଣୀ ଭାବରେ ପରିଚିତ କରାଇ ଥିବାରୁ, ପଣ୍ଡିତେ ଅନୁତାପ କରିଥିଲେ । ଲକ୍ଷ୍ମୀର ମୃତ୍ୟୁ ପାଇଁ ସେ ନିଜକୁ ଦାୟୀ କରିଥିଲେ । ତେଣୁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିଲେ, ପର ଜନ୍ମରେ ତାଙ୍କୁ ଯେପରି ଜିହ୍ବାହୀନ ଭାବରେ ଜନ୍ମଦେବେ ।

ତୁମପାଇଁ କାମ

୧୬ । ‘ଲକ୍ଷ୍ମୀର ଅଭିସାର’ ଗଳ୍ପ ପଢ଼ି ତୁମ ଭିତରେ ଯେଉଁ ଭାବ ଆସୁଛି ସେ ବିଷୟରେ ସାଙ୍ଗମାନଙ୍କ ସହିତ ଆଲୋଚନା କର ।
୧୭ । ମନୋଜ ଦାସଙ୍କ ଅନ୍ୟାନ୍ୟ ଗଳ୍ପ ଓ ଉପନ୍ୟାସ ପଢ଼ ଓ ତାହାଙ୍କୁ ମନେ ରଖିବାକୁ ଚେଷ୍ଟା କର ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
1. ‘ଲକ୍ଷ୍ମୀର ଅଭିସାର’ ଗଳ୍ପରେ କାହାର କରୁଣ ଚିତ୍ର ରହିଛି ?
Answer:
‘ଲକ୍ଷ୍ମୀର ଅଭିସାର’ ଗଳ୍ପରେ କାହାର ବାସଲ୍ୟବୋଧର କରୁଣ ଚିତ୍ର ରହିଛି ।

2. ବୁଢ଼ା ପୂଜାରୀ ଦେଖୁବାମାତ୍ରେ କ’ଣ ପଚାରିବେ ?
Answer:
ବୁଢ଼ା ପୂଜାରୀ ଦେଖୁମାତ୍ରେ ମାନସାଙ୍କ ଓ ସାଧୁ ଶବ୍ଦର ଅର୍ଥ ପଚାରିବେ ।

3. ପଣ୍ଡିତଙ୍କୁ ଦେଖ୍ ଲକ୍ଷ୍ମୀର ଅବସ୍ଥା କ’ଣ ହେଲା ?
Answer:
ପଣ୍ଡିତଙ୍କୁ ଦେଖ୍ ଲକ୍ଷ୍ମୀ କାଠପିତୁଳା ଭଳି ସ୍ତମ୍ଭୀଭୂତ ହୋଇଗଲା ।

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

4. ଲକ୍ଷ୍ମୀ ହାତରୁ କ’ଣ ନେଇ ବାପା ପଣ୍ଡିତଙ୍କୁ ଦେଲେ ?
Answer:
ଲକ୍ଷ୍ମୀ ହାତରୁ ଦୁଇଟା କଦଳୀ ନେଇ ବାପା ପଣ୍ଡିତଙ୍କୁ ଦେଲେ ।

5. ଭୟରେ ଲକ୍ଷ୍ମୀ କେଉଁଠି ଛିଡ଼ା ହୋଇଥିଲା ?
Answer:
ଭୟରେ ଲକ୍ଷ୍ମୀ ପୋଖରୀ ମଝିରେ ଛିଡ଼ା ହୋଇଥିଲା ।

6. ସନ୍ଧ୍ୟାରେ ଲକ୍ଷ୍ମୀର ଅବସ୍ଥା କ’ଣ ହେଲା ?
Answer:
ସନ୍ଧ୍ୟାରେ ଲକ୍ଷ୍ମୀକୁ ଜ୍ଵର ହେଲା ଓ ସେ ତିନି ଦିନ ପରେ ପରପାରିକୁ ଚାଲିଗଲା ।

7. ସାପ୍ତାହିକ ପୁରାଣ ପାଠ କେବେ ହୁଏ ?
Answer:
ସାପ୍ତାହିକ ପୁରାଣ ପାଠ ରବିବାର ଦିନ ସନ୍ଧ୍ୟାରେ ହୋଇଥାଏ ।

8. ଲକ୍ଷ୍ମୀ ଠାକୁରଙ୍କୁ କି ବର ମାଗିଲା ?
Answer:
ଲକ୍ଷ୍ମୀ ଠାକୁରଙ୍କୁ ଏହି ବର ମାଗିଲା ଯେ ଲୋକେ ଯେମିତି ତାଙ୍କୁ ଧୀର ଭାବରେ ଭକ୍ତି କରିବେ ।

୨. ବୋଉକୁ ଲକ୍ଷ୍ମୀ କ’ଣ ପଚାରିଲା ?
Answer:
ଧ୍ରୁବ, ପ୍ରହଲାଦ କ’ଣ ଚୁଙ୍ଗା ବଜାଇ ଭଗବାନ୍‌ ଙ୍କୁ ଡାକୁଥିଲେ ବୋଲି ଲକ୍ଷ୍ମୀ ବୋଉକୁ ପଚାରିଲା ।

10. ଲକ୍ଷ୍ମୀ ଠାକୁରଙ୍କୁ କ’ଣ ଅନୁରୋଧ କରି ଜଣାଇଲା ?
Answer:
ପଣ୍ଡିତେ ଘୁଙ୍ଗୁଡ଼ି ମାରି ଶୋଇଯିବା ପାଇଁ ଲକ୍ଷ୍ମୀ ଠାକୁରଙ୍କୁ ଅନୁରୋଧ କଲା ।

B ଶୂନ୍ୟସ୍ଥାନ ପୂରଣ କର ।
1. ଲେଖକ ମନୋଜ ଦାସ __________________ ଗ୍ରାମରେ ଜନ୍ମ ହୋଇଥିଲେ ।
Answer:
ଭୋଗରାଇ

2. ___________________ ସମୟ ପରେ ପୂଜାରୀ ଶୋଇ ପଡ଼ିଥିଲେ ।
Answer:
ଦ୍ବିପ୍ରହର

3. _________________ ସମୟ ଧରି ସବୁଦିନ ଆସିବାକୁ ଚେଷ୍ଟା କରୁଛି ।
Answer:
ମାସଟିଏ

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

4. _________________ ବାଟ ଓଗାଳି ବସୁଛି ।
Answer:
ପଣ୍ଡିତ

5. ଆମର __________________ ଏମିତି ଘୁଙ୍ଗୁଡ଼ି ମାରନ୍ତି ।
Answer:
ସ୍କୁଲ ପଣ୍ଡିତ

6. ମୁଁ ଯଦି ଘୁଙ୍ଗୁଡ଼ି ମାରିବି ତେବେ __________________ ହୋଇଯିବି ।
Answer:
ପଣ୍ଡିତ

7. ସକାଳେ ଉଠି ଲାବେଳକୁ ସମସ୍ତେ ________________ ଭୁଲିଯା’ନ୍ତେ ।
Answer:
ଅଙ୍କ

8. ଲୋକେ ଯେମିତି ଧୀର ଭାବରେ ତୁମକୁ ___________________ କରିବେ ।
Answer:
ଭକ୍ତି

9. _________________ ଲଗାଇ ସେମାନେ ଭଗବାନଙ୍କୁ ଡାକନ୍ତି ।
Answer:
ଚୁଙ୍ଗା

10. ପଡ଼ିଶା ଘରେ ସାରାଦିନ ____________________ ରେ ଗୀତ ବାଜିଲା ।
Answer:
ଯନ୍ତ୍ରଚୁଙ୍ଗା

C ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ଲେଖକ ମନୋଜ ଦାସ କେଉଁ ଜିଲ୍ଲାରେ ଜନ୍ମ ହୋଇଥିଲେ ?
(A) ବାଲେଶ୍ବର
(B) କଟକ
(C) କେନ୍ଦ୍ରାପଡ଼ା
(D) ପୁରୀ
Answer:
(A) ବାଲେଶ୍ବର

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

2. ଝିଅଟି ବାପା ପାଇଁ ଭଗବାନ୍‌ଙ୍କୁ କ’ଣ ମାଗିଲା ?
(A) ସୁନା
(B) ଜମିବାଡ଼ି
(C) ରୂପା
(D) ଟଙ୍କା
Answer:
(D) ଟଙ୍କା

3. ଝିଅଟି ବାପାଙ୍କୁ କ’ଣ ମାଗିଥିଲା ?
(A) ଟଙ୍କା
(B) କଣ୍ଢେଇ
(C) ଚାବି
(D) ଫ୍ରକ୍
Answer:
(D) ଫ୍ରକ୍

4. ଲକ୍ଷ୍ମୀ ଭଗବାନ୍‌ଙ୍କୁ କ’ଣ ଖାଇବାକୁ ବାରଣ କଲା ?
(A) ଆମ୍ବ
(B) କଦଳୀ
(C) ପଣସ
(D) ନଡ଼ିଆ
Answer:
(B) କଦଳୀ

5. ଲକ୍ଷ୍ମୀ ପଣ୍ଡିତଙ୍କୁ ଆଗରେ ଦେଖୁ କୁଆଡ଼କୁ ଗଲା ?
(A) ନଦୀ
(B) ନାଳ
(C) ପୋଖରୀ
(D) ହ୍ରଦ
Answer:
(C) ପୋଖରୀ

6. ବାପା ବିଚରା କେଡ଼େ __________________ ନ ହେଲା ।
(A) ବ୍ୟସ୍ତ
(B) ବିବ୍ରତ
(C) ଛଟପଟ
(D) ଅଶ୍ବସ୍ତି
Answer:
(C) ଛଟପଟ

7. ବାପାକୁ ଆଉ ମୋତେ ତୁମେ ଟିକିଏ ____________ କରିଦିଅ ।
(A) ସାହସୀ
(B) ବୁଦ୍ଧିମାନ
(C) ବୋକା
(D) ଭୟାଳୁ
Answer:
(A) ସାହସୀ

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

8. ଆଜି ମୁଁ ତାକୁ ଜରୁର୍ ______________ କିଣିଦେବି ।
(A) ବହି
(B) କଣ୍ଢେଇ
(C) କଲମ
(D) ଫ୍ରକ୍
Answer:
(D) ଫ୍ରକ୍

୨. ହଠାତ୍ ଏକ ପ୍ରଚଣ୍ଡ କଣ୍ଠ ତାକୁ _________________ କଲା ।
(A) ହତଚକିତ
(B) ଠାର
(C) ଭ୍ରମିତ
(D) ଆଶ୍ବସ୍ତ
Answer:
(A) ହତଚକିତ

10. ଲକ୍ଷ୍ମୀ _____________________ ଭିତରେ ଛିଡ଼ା ହୋଇଛି ।
(A) ନଦୀ
(B) ନାଳ
(C) ପୋଖରୀ
(D) ହ୍ରଦ
Answer:
(C) ପୋଖରୀ

କଥାକାରଙ୍କ ସମ୍ୱକ୍ଷରେ :
ଓଡ଼ିଆ କଥା ସାହିତ୍ୟରେ କଥାକାର ମନୋଜ ଦାସ ହେଉଛନ୍ତି ସ୍ବତନ୍ତ୍ର ପ୍ରତିଭା । ସେ ତାଙ୍କର ସାରସ୍ବତ ଜୀବନ ଛାତ୍ର ବୟସରୁ ଆରମ୍ଭ କରିଥିଲେ । ସେ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖୁଲେ ମଧ୍ୟ, ତାଙ୍କର ଗଳ୍ପ ସୃଷ୍ଟି ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀଦ୍ଵାରା ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି । ପ୍ରାନ୍ତୀୟ ସାରଳା ପୁରସ୍କାରଦ୍ଵାରା ସେ ମଧ୍ୟ ସମ୍ମାନିତ । ପୁନଶ୍ଚ ସେ ମଧ୍ୟ ବିଦ୍ୟାଭାରତୀ ସମ୍ମାନ ଓ ସରସ୍ବତୀ ସମ୍ମାନ ଲାଭ କରିଛନ୍ତି ।

ମନୋଜ ଦାସଙ୍କ ଗଳ୍ପଗୁଡ଼ିକ ବିଶେଷ ଭାବରେ କାହାଣୀଧର୍ମୀ ଓ ସୁଖପାଠ୍ୟ । ସେ ଗଳ୍ପ ଉପସ୍ଥାପନରେ ନିଜେ ଦୂରରେ ରହି ଗଭୀର ସମ୍ବେଦନଶୀଳତା ସହ ଅନ୍ୟମାନଙ୍କୁ କାହାଣୀ ଶୁଣାଇଲା ଭଳି ଗଳ୍ପକୁ ଲେଖୁ’ନ୍ତି । ଗଳ୍ପ ଭିତରେ ସେ ଉପସ୍ଥାପିତ କରିଥିବା ଲୌକିକ, ଅଲୌକିକ, ଇହଲୋକ ଓ ପରଲୋକର ପରିବେଶ ପାଠକଙ୍କୁ ମୁଗ୍‌ଧଚକିତ କରିଥାଏ । ସେ କେବଳ ଚରିତ୍ରମାନଙ୍କ ପ୍ରତି ସମ୍ବେଦନଶୀଳତା ସୃଷ୍ଟି କରନ୍ତି ତାହା ନୁହେଁ, ସେ ମଧ୍ୟ ହାସ ପରିହାସ ମାଧ୍ୟମରେ ନିଜର ଚିନ୍ତାଧାରାକୁ ପ୍ରକାଶ କରିଥା’ନ୍ତି । ସମାଜର ଯାହାକିଛି ଦୋଷତ୍ରୁଟି ରହିଛି, ସେ ତାକୁ ମନୋମୁଗ୍‌ଧକର ଭାବେ ଗଳ୍ପରେ ପ୍ରକାଶ କରିଥା’ନ୍ତି ।

ଗାଳ୍ପିକ ଦାସ ବାଲେଶ୍ଵର ଜିଲ୍ଲାର ଭୋଗରାଇଠାରେ ୧୯୩୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ଇଂରାଜୀ ଭାଷା ଓ ସାହିତ୍ୟରେ ଏମ୍.ଏ.ପାସ୍ କରିବା ପରେ ଅଧ୍ୟାପକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସେ ପ୍ରଥମେ ଖ୍ରୀଷ୍ଟ ମହାବିଦ୍ୟାଳୟରେ କିଛି ବର୍ଷ ପାଇଁ ଇଂରାଜୀ ଅଧ୍ୟାପକ ଭାବେ ଅଧ୍ୟାପନା କରିଥିଲେ । ପରବର୍ତୀ ସମୟରେ ସେ ଶ୍ରୀମା’ଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ପଣ୍ଡିଚେରୀର ଶ୍ରୀଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଅଧ୍ୟାପନା କରିବାକୁ ଚାଲିଯାଇଥିଲେ ।

ସାହିତ୍ୟର ବିଭିନ୍ନ ବିଭାଗ ଯଥା – କବିତା, କ୍ଷୁଦ୍ରଗଳ୍ପ, ନିବନ୍ଧ, ଉପନ୍ୟାସ, ସାହିତ୍ୟ ସମାଲୋଚନା, ଭ୍ରମଣ ସାହିତ୍ୟ ଆଦି ପ୍ରତ୍ୟେକ କ୍ଷେତ୍ରରେ ସେ ଲେଖନୀ ଚାଳନା କରି ସଫଳ ହୋଇଛନ୍ତି । ତାଙ୍କଦ୍ୱାରା ରଚିତ ପୁସ୍ତକଗୁଡ଼ିକ ହେଉଛି- ‘ମନୋଜ ଦାସଙ୍କ କଥା ଓ କାହାଣୀ’, ‘ଲକ୍ଷ୍ମୀର ଅଭିସାର’, ‘ଆବୁ ପୁରୁଷ ଓ ଅନ୍ୟାନ୍ୟ କାହାଣୀ’, ‘ବିଷକନ୍ୟାର କାହାଣୀ’, ‘ଧୂମାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ’, ‘ଶେଷ ବସନ୍ତର ଚିଠି’, ‘ଆରଣ୍ୟକ’, ‘ସମୁଦ୍ରର କ୍ଷୁଧା’, ‘ନନ୍ଦାବତୀର ମାଝି’, ‘ପଦଧ୍ଵନି, ‘ଜୀବନର ସ୍ଵାଦ’, ‘ସରଳ ରାମାୟଣ’, ‘ଦୂରଦୂରାନ୍ତ’।

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

ଗଛର ଅନ୍ତଃସ୍ଵର :
ଗଳ୍ପଟିର ଛୋଟ ପିଲାର ସରଳ ବିଶ୍ୱାସକୁ ଯଥାର୍ଥ ଭାବରେ ପ୍ରକାଶ କରାଯାଇଛି । ସାଧାରଣ ବିବେକହୀନ ମଣିଷ ନିଜର ସ୍ଥୂଳ ଚିନ୍ତାଧାରା ପାଇଁ ଲକ୍ଷ୍ମୀ ପରି ସରଳ ଝିଅକୁ ବୁଝିପାରି ନାହିଁ । ଫଳରେ ତା’ର ବିଚାରହୀନ ସ୍ବଭାବ ପାଇଁ, ସରଳ ଝିଅଟି ସମସ୍ତଙ୍କ ଦୃଷ୍ଟିରେ ଚୋରଣୀ ବୋଲି ସାବ୍ୟସ୍ତ ହୋଇଛି । ପରିଣତିରେ ସେ ମୃତ୍ୟୁପଥର ଯାତ୍ରୀ ହୋଇଛି ।

ଗଛର ସାରମର୍ମ :
ସହରତଳି ବସ୍ତିର ଛୋଟ ଝିଅଟିଏ । ନାଁ ତା’ର ଲକ୍ଷ୍ମୀ । ଦିନେ ଦୁଇ ପ୍ରହର ନିରୋଳାବେଳେ ଆସିଛି ମନ୍ଦିରକୁ, ଠାକୁରଙ୍କୁ ତା’ର ମନ କଥା କହିବାପାଇଁ । ତା’ ହୃଦୟର ସବୁକିଛି ଭଲମନ୍ଦ ତାଙ୍କ ନିକଟରେ ପ୍ରକାଶ କରିବାପାଇଁ । ତାକୁ ସବୁ ଦିନ ଏହି ସୁଯୋଗ ମିଳେ ନାହିଁ । କାରଣ ସବୁବେଳେ ବୁଢ଼ା ପୂଜାରୀଟା ଜଗି ରହିଥାଏ । ଲକ୍ଷ୍ମୀର ପୂଜାରୀକୁ ଭାରି ଡର । ସେ ଅନୁମାନ କରେ ପୂଜାରୀ ଗୋଟିଏ ପଣ୍ଡିତ । ତା’କୁ ହୁଏତ ପାଠ ସମ୍ବନ୍ଧୀୟ ଜଟିଳ ପ୍ରଶ୍ନ ପଚାରି ହଇରାଣ କରିବ କିମ୍ବା ତାକୁ ପିଲା ମନେକରି ସେଠାରୁ ତଡ଼ିଦେବ ।

ତେଣୁ ଲକ୍ଷ୍ମୀ ସବୁଦିନ ଦ୍ବିପହରେ ମନ୍ଦିର ନିକଟକୁ ଆସେ, ମାତ୍ର ପୂଜାରୀକୁ ଦେଖ୍ ଫେରିଯାଏ । ଆଜି ପୂଜାରୀ ଶୋଇ ଘୁଙ୍ଗୁଡ଼ି ମାରୁଥିବାରୁ ଲକ୍ଷ୍ମୀକୁ ବେଶ୍ ସୁଯୋଗ ମିଳିଛି ମନ୍ଦିର ଭିତରେ ପଶି ଠାକୁରଙ୍କ ସହିତ ଟିକେ ଦୁଃଖ ସୁଖ ହେବାପାଇଁ । ଲକ୍ଷ୍ମୀର ପିଲା ମନ । ମା’ ଠାରୁ ଶୁଣିଛି ଶିଶୁଭକ୍ତ ଧ୍ରୁବ, ପ୍ରହ୍ଲାଦଙ୍କ କଥା । ସେମାନେ ଠାକୁରଙ୍କୁ ଦେଖା କରି, ସେମାନଙ୍କର ମନକଥା କହିଥିଲେ । ସେହି ବିଚାରଧାରା ଲକ୍ଷ୍ମୀ ମନରେ ରହିଛି । ଅତି ସତର୍କତାର ସହିତ ସେ ମନ୍ଦିର ଭିତରେ ପ୍ରବେଶ କରିଛି । ଭିତରକୁ ଯାଇ ଠାକୁରଙ୍କୁ ମୁଣ୍ଡିଆ ମାରିଛି ।

ଖୁସି ମନରେ ପ୍ରାୟ ଦୁଇ ମିନିଟ୍ ଠାକୁରଙ୍କ ବେଶ ପୋଷାକକୁ ଚାହିଁଛି । ତା’ପରେ ସରଳ ଭାବରେ ଠାକୁରଙ୍କ ପାଖରେ ନିଜର ପରିଚୟ ଦେଇଛି । କହିଛି, ମୁଁ ହେଉଛି ଲକ୍ଷ୍ମୀ । ମାସେ ହେବ ତୁମ ପାଖକୁ ଆସିବାକୁ ଚେଷ୍ଟା କରୁଛି, ମାତ୍ର ଆସିପାରୁ ନାହିଁ । ପୂଜାରୀ ବୁଢ଼ା ବାଟ ଓଗାଳି ବସେ । ଆଜି ପୂଜକ ବୁଢ଼ା ଶୋଇ ଘୁଙ୍ଗୁଡ଼ି ମାରୁଛି । ରାତିରେ ଏମିତି ଶୋଇ ଘୁଙ୍ଗୁଡ଼ି ମାରିଲେ ତୁମକୁ କିପରି ନିଦ ହୁଏ ବୋଲି ଲକ୍ଷ୍ମୀ ପଚାରିଛି । ତାଙ୍କ ସ୍କୁଲର ପଣ୍ଡିତ ମଧ୍ଯ ଘୁଙ୍ଗୁଡ଼ି ମାରନ୍ତି । ତେଣୁ ସେ ଭାବିଛି, କେବଳ ପଣ୍ଡିତମାନେ ଘୁଙ୍ଗୁଡ଼ି ମାରନ୍ତି । ସେ ଯଦି ଘୁଙ୍ଗୁଡ଼ି ମାରିବା ଶିଖୁଯିବ, ତା’ହେଲେ ସେ ବି ପଣ୍ଡିତ ହୋଇଯିବ । ହେଲେ ସେପରି ଘୁଙ୍ଗୁଡ଼ିମରା ପଣ୍ଡିତ ନ ହେବାକୁ ଠାକୁରଙ୍କୁ ପ୍ରାର୍ଥନା କରିଛି।

ଲକ୍ଷ୍ମୀ ଠାକୁରଙ୍କ ନିକଟରେ ତାହାର ସ୍ଵପ୍ନକଥା କହିଛି । ସେ ପଚାରିଛି ମାସକ ତଳେ ଠାକୁର ତାଙ୍କୁ ପଚାରୁଥିଲେ, ସେ କାହିଁକି ତାଙ୍କ ସହିତ ଖେଳୁ ନାହିଁ । ଠାକୁରଙ୍କ ସେହି ସ୍ବପ୍ନ ପରେ, ସେ ତାଙ୍କ ପାଖକୁ ଆସିବାକୁ ଚେଷ୍ଟା କରିଛି । ଠାକୁରଙ୍କ ସହିତ କଥା ହେଲାବେଳେ, ଲକ୍ଷ୍ମୀର ଆଖ୍ ପଡ଼ିଯାଇଛି ମନ୍ଦିରରେ ରହିଥ‌ିବା କଦଳୀ ଉପରେ । ଭୋଗ ପାଇଁ ଥୁଆ ହୋଇଥିବା କଦଳୀ କାନ୍ଦିର ଉପର ଫେଣା ପାଚିଥିବା ସେ ଦେଖୁଛି । ପାଚିଲା କଦଳୀକୁ ସେ ଗଣି ନେଇଛି । ଚବିଶଟା କଦଳୀକୁ ଦୈନିକ ଚାରିଟା ଲେଖା ଖାଇଲେ କେତେ ଦିନ ଯିବ ଲକ୍ଷ୍ମୀ ତାକୁ ହିସାବ କରିଛି । ହିସାବ କରିବାରେ ଲକ୍ଷ୍ମୀର ଗୋଳମାଳ ହୋଇଯାଇଛି । ତା’ର ଅଙ୍କ ଭଲ ହୁଏ ନାହିଁ ବୋଲି ସେ ଠାକୁରଙ୍କ ନିକଟରେ ମାନିଯାଇଛି ।

ଲକ୍ଷ୍ମୀ ଠାକୁରଙ୍କୁ ବର ମାଗିଛି । ସମସ୍ତେ କେମିତି ତାଙ୍କୁ ଧୀର ଭାବରେ ଭକ୍ତି କରିବେ, ସେ କଥା କହିଛି । କାରଣ, ତାଙ୍କ ମନ୍ଦିରରେ ଲାଗିଥିବା କଳ ଗାଉଣା ଓ ଯନ୍ତ୍ରଚୁଙ୍ଗାକୁ ସେ ପସନ୍ଦ କରିନାହିଁ । ମସ୍‌ଜିଦରେ ଯନ୍ତ୍ରଚୁଙ୍ଗା ଲଗାଇ ଠାକୁରଙ୍କୁ ଡାକିବାଦ୍ଵାରା ସେ ଚମକି ପଡ଼େ ବୋଲି କହିଛି । ତେଣୁ ସେ ତା’ ମା’ଙ୍କୁ ପଚାରିଛି, ‘‘ଯନ୍ତ୍ରଚୁଙ୍ଗା ଲଗାଇ କ’ଣ ଧ୍ରୁବ, ପ୍ରହ୍ଲାଦ ଭଗବାନଙ୍କ ସ୍ତବ ଗାଉଥିଲେ ।’ ବୋଉ ତା’ର ଭାବିଚିନ୍ତି ମନା କରିଛି । ତେଣୁ ସେ ଠାକୁରଙ୍କୁ ଧୀରେ ଧୀରେ ଡାକିଛି ।

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

ଲକ୍ଷ୍ମୀ କହିଛି, ସେ ଭାରି ଡରକୁଳୀ । ଯନ୍ତ୍ରବୁଙ୍ଗାର ଚିତ୍କାର ଶୁଣିଲେ ସେ ହଠାତ୍ ଛାନିଆ ହୋଇଯାଏ । ତା’ ବାପା ମଧ୍ୟ ଡରକୁଳା । କାରଣ ଦିନେ ବାପାଙ୍କୁ ଜ୍ଵର ହୋଇଥିଲା । ପଡ଼ିଶା ଘର ସାରାଦିନ ଯନ୍ତ୍ରଚୁଙ୍ଗା ବଜାଉ ଥିବାରୁ ବାପା ତା’ର ଛଟପଟ ହେଉଥିଲେ। ତେଣୁ ବାପାଙ୍କୁ ଟିକିଏ ସାହସୀ କରିଦେବାକୁ ଲକ୍ଷ୍ମୀ ପ୍ରାର୍ଥନା କରିଛି। ବାପାଙ୍କ କଥା ମନେପଡ଼ିବାରୁ, ତା’ ବାପାଙ୍କୁ କିଛି ଟଙ୍କା କରାଇ ଦେବାପାଇଁ ଲକ୍ଷ୍ମୀ ଠାକୁରଙ୍କୁ ଜଣାଇଛି । ସେହି ପ୍ରସଙ୍ଗରେ ବାପା କିପରି ପଇସା ଧାର କରିଥିଲେ, ତା’ ଫ୍ରକ୍ କିଣିବା ପାଇଁ ଯାଉଥିବାବେଳେ କରଜ ଦେଇଥିବା ଲୋକଟି କିପରି ଆସି ପଇସାଯାକ ନେଇଗଲା ସେ କଥା କହିଛି । ଠେଙ୍ଗା, ହାତରେ ଧରି ମୋଟା ଡେଙ୍ଗା ବଡ଼ ବଡ଼ ନିଶ ଥ‌ିବା ସେହି କରଜ ଦେବା ଲୋକଟିକୁ ଦେଖ‌ିଲେ ଲକ୍ଷ୍ମୀ ଡରିଯାଏ ।

ତା’ର ବାପା କହୁଥିଲେ, ସେ କରଜ କରିଥିବା ପଇସାର ଦେଢ଼ଗୁଣ ନେଇ ସାରିଲାଣି। ତେଣୁ ଲକ୍ଷ୍ମୀ ବାପାଙ୍କୁ କହିଛି, ସେପରି ଭୟଙ୍କର ଚେହେରାଯୁକ୍ତ ଲୋକଠାରୁ ଆଉ କେବେ ପଇସା କରଜ ନ କରିବାକୁ। ଲୋକଟି ପଇସା ନେଇଯିବାରୁ ଲକ୍ଷ୍ମୀର ଆଉ ଫ୍ରକ୍ କିଣା ହୋଇପାରିଲା ନାହିଁ। କାଳେ ତା’ର ବାପା ବୋଉ ମନ ଦୁଃଖ କରିବେ, ସେଥୂପାଇଁ ମା’ର ପୁରୁଣା ଶାଢ଼ି କାଟି ଫ୍ରକ୍ କରିଦେବାକୁ ମା’କୁ କହିଛି। ମା’ ତା’ର ସେହି ଫ୍ରକ୍ କରୁଥିବାବେଳେ କାନ୍ଦୁଥ‌ିବାର ଦେଖୁଛି । ପୁଣି ଥରେ ମା’ କିପରି ତା’ ଆଗରେ କରଜ ଦେଇଥ‌ିବା ଲୋକଙ୍କୁ ମିଛ କହିଛି ଏବଂ ପରେ ମିଛ କହିଥିବାରୁ କାନ୍ଦିଛି, ସେ କଥା ମଧ୍ୟ ଠାକୁରଙ୍କୁ କହିଛି । ଲକ୍ଷ୍ମୀର ଉଦ୍ଦେଶ୍ୟ ହେଉଛି, ତାଙ୍କ ଅଭାବ ଦୂରେଇ ଯାଆନ୍ତା, ଠାକୁର ତା’ ବାପାଙ୍କୁ କିଛି ପଇସା ଦେଇଦିଅନ୍ତେ ।

ଲକ୍ଷ୍ମୀ ଠାକୁରଙ୍କୁ କହିଛି, ସେ ବହୁତ କଥା ତାଙ୍କୁ କହିଲାଣି । ମାତ୍ର ଅସଲ କଥା କହିବାକୁ ସେ ଭୁଲିଯାଇଛି । ଠାକୁର ସ୍ଵପ୍ନରେ ତା’ ପାଖକୁ ଯାଇଥୁବା ଦିନ ଯାହାସବୁ କହିଥିଲେ, ସେ କିଛି ବୁଝିପାରି ନାହିଁ । ତେଣୁ ସ୍ୱପ୍ନରେ ଆଉଥରେ ଯିବାପାଇଁ କହିଛି । ଲକ୍ଷ୍ମୀ ଶୁଣିଛି, ଆଉ କାହିଁକି ପଣ୍ଡିତଙ୍କ ଘୁଙ୍ଗୁଡ଼ି ଶୁଭୁ ନାହିଁ । କାଳେ ସେ ଉଠି ପଡ଼ିବେ, ସେଥ‌ିପାଇଁ ସେ ତର ତର ହୋଇଛି, ତା’ର ଅଭିସାରକୁ ସାରି ଦେବାପାଇଁ । ଫେରିବାକୁ ଯିବାବେଳେ ତା’ର ଆଖ୍ ପଡ଼ିଛି କଦଳୀ ଉପରେ । ସେ ଜାଣିଛି, ଠାକୁର ଯେପରି କଦଳୀ ଦୁଇଟି ନେଇଯିବା ପାଇଁ କହିଛନ୍ତି । ତେଣୁ ସେ କଦଳୀ ଦୁଇଟି ଆଣିଛି ।

ବାହାରକୁ ଯିବାବେଳେ ଲକ୍ଷ୍ମୀକୁ ଦେଖୁଛି ପୂଜକ ବୁଢ଼ା-। ଦିନ ଦ୍ବିପହରେ ଲକ୍ଷ୍ମୀ କଦଳୀ ଚୋରି କରିଛି ବୋଲି ଚିତ୍କାର କରିଛି । ପୂଜକଙ୍କ ପାଟି ଶୁଣି ଲକ୍ଷ୍ମୀ କାଠପିତୁଳା ଭଳି ସ୍ତମ୍ଭୀଭୂତ ହୋଇଯାଇଛି । ପରେ ନିଜକୁ ରକ୍ଷା କରିବାପାଇଁ ସେ ବାଟ ଘାଟ ନ ମାନି ଆଗକୁ ଦୌଡ଼ିଛି । ଆଗରେ ଥିବା ପୋଖରୀ ଭିତରେ ଅଣ୍ଟାକ ପାଣିରେ ପଶିଯାଇଛି । ଛାତିରେ ଭିଡ଼ି ଧରିଛି କଦଳୀ ଦୁଇଟିକୁ । ପୂଜକର ଚିତ୍କାର ଶୁଣି ଅନେକ ଲୋକ ଆସିଛନ୍ତି । ପାଣିରୁ ବାହାରି ଆସିବାକୁ ତାହାକୁ ତାଗିଦ୍ କରିଛନ୍ତି । ଏହି ସମୟରେ ଲକ୍ଷ୍ମୀର ବାପା ଆସି ଲକ୍ଷ୍ମୀକୁ ପାଣିରୁ ନେଇ ଯାଇଛନ୍ତି । ସେଠାକାର ଲୋକମାନେ ଲକ୍ଷ୍ମୀକୁ ଚୋରଣୀ ବୋଲି ଆକ୍ଷେପ କରୁଥା’ନ୍ତି । ଲକ୍ଷ୍ମୀର ବାପା, ଲକ୍ଷ୍ମୀ ହାତରୁ କଦଳୀ ନେଇ ପୂଜକଙ୍କ ହାତରେ ଧରାଇ ଦେଇ ତା’କୁ କାନ୍ଧରେ ବସାଇ ଘରକୁ ଫେରିଛନ୍ତି ।

ଲକ୍ଷ୍ମୀ ଆଉ କଥା କହି ନାହିଁ । ସନ୍ଧ୍ୟାକୁ ତାକୁ ଆସିଛି ଜର । ତିନି ଦିନ ଜର ପରେ ସେ ପରପାରିକୁ ବାଟ କାଟିଛି । ସେହି ମନ୍ଦିର ବେଢ଼ାରେ ରବିବାର ସନ୍ଧ୍ୟାରେ ସାପ୍ତାହିକ ପୁରାଣ ପାଠ ହୋଇଛି । ସମସ୍ତେ ଠାକୁରଙ୍କ ପ୍ରଶଂସା କରିଛନ୍ତି । ତାଙ୍କ ଖାଇବା ଆହାର ଯେ ଚୋରି କରି ନେଇଛି ତାକୁ ସେ ଉଚିତ ଦଣ୍ଡ ଦେଇଛନ୍ତି ବୋଲି ସମସ୍ତେ କଥାବାର୍ତ୍ତା ହୋଇଛନ୍ତି । ମାତ୍ର ଏହି ଆଲୋଚନାରେ ଅଂଶଗ୍ରହଣ କରିଥିବା ସ୍ଥାନୀୟ ନେତା ଭାବିଛି, ମନ୍ଦିର ପୁନଃନିର୍ମାଣ ବେଳେ ଅନେକ ଅର୍ଥ ଆତ୍ମସାତ୍ କରିଥିବା କଥା ଠାକୁର ଜାଣିନାହାଁନ୍ତି ।

ସେହିପରି ମନ୍ଦିର ସେବାରେ ନିଯୁକ୍ତ ଦୁଇଜଣ ସେବକ ବିଭିନ୍ନ ବିଭାଗରୁ କ୍ରମାଗତ ଚୋରି କରୁଥିଲେ ମଧ୍ୟ ଠାକୁର କାହିଁକି ତାଙ୍କୁ ଦଣ୍ଡ ଦେଇ ନାହାଁନ୍ତି, ସେଥ୍‌ପାଇଁ ଦୁଃଶ୍ଚିନ୍ତାରେ ପଡ଼ିଯାଇଛନ୍ତି । ଏହିପରି ଆଲୋଚନା ଚାଲିଥିବା ବେଳେ ପୂଜାରୀ ପଣ୍ଡିତେ ଅନୁଭବ କରିଛନ୍ତି, ଯେପରି ଦିଅଁଙ୍କ ବିଭୂତି ସିଂହାସନ ଛାଡ଼ି ଚାଲିଯାଇଛି । ଆଉ ସେଠାରେ କେବଳ ପଡ଼ି ରହିଛି ଦୀପ୍ତିହୀନ, ଅର୍ଥହୀନ ରୂପ ।

BSE Odisha 9th Class Odia Solutions Chapter 18 ଦଳବେହେରା

Odisha State Board BSE Odisha 9th Class Odia Solutions Chapter 18 ଦଳବେହେରା Textbook Exercise Questions and Answers.

BSE Odisha Class 9 Odia Solutions Chapter 18 ଦଳବେହେରା

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
(ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୫୦ଟି ଶବ୍ଦ ମଧ୍ଯରେ ଲେଖ ।)

Question ୧।
ବନମାଳୀ କିଏ ? ସେ ଦଳବେହେରାଙ୍କୁ କେଉଁ କଥା କହିଥିଲା ?
Answer:
ସଂଗ୍ରାମୀ ମଣିଷର ଜୀବନ କାହାଣୀ ଉପରେ ଆଧାରିତ ‘ଦଳବେହେରା’ନାମକ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ଅମ୍ଳାନ ସାରସ୍ଵତ କୃତି ।
ବନମାଳୀ ଥିଲା ମାଣିତ୍ରୀ ଗ୍ରାମର ଜଣେ ଗ୍ରାମବାସୀ । ସେହି ଗ୍ରାମଟି ଥୁଲା ପାଇକାଳି ଗାଆଁ । ସେମାନେ ବୋପା ଅଜା ତେପନ ପୁରୁଷରୁ ନିଷ୍କର ଜମି ଭୋଗ କରିଆସିଥିଲେ । ଆଜି କମ୍ପାନୀ ବାହାଦୁର ତାଙ୍କୁ କରିଦେବାକୁ ବାଧ୍ୟ କରୁଛି । ତାହା ପୁଣି କଉଡ଼ିରେ ନୁହେଁ; ଟଙ୍କାରେ । ସେଥ‌ିପାଇଁ ବନମାଳୀ କିଆରୀରୁ ଫେରିବାବେଳେ ତାକୁ ବାଟରେ ଅଟକାଇ କର୍ମଚାରୀମାନେ କରଦେବାପାଇଁ ତା’ଉପରେ ଜୁଲମ କରିଛନ୍ତି । ସେହି ଜୁଲମ ବିଷୟରେ ବନମାଳୀ ଦଳବେହେରାଙ୍କୁ ଜଣାଇବା ସହିତ ପ୍ରମାଣ ସ୍ଵରୂପ ସେ ତା’ର ଚିରି ଫଡ଼ା ଫଡ଼ା ହୋଇଥବା ନୂଆ ଗାମୁଛାକୁ ମଧ୍ୟ ତାଙ୍କୁ ଦେଖାଇଛି ।

Question ୨।
ଦଳବେହେରା ‘ଆପଣା ସୁନା ତ ଭେଣ୍ଡି’ ବୋଲି କହିବାର ତାତ୍ପର୍ଯ୍ୟ କ’ଣ ?
Answer:
‘ଦଳବେହେରା’ଶୀର୍ଷକ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ସାର୍ଥକ ସୃଷ୍ଟି । ବନମାଳୀ ଯେତେବେଳେ କର ନିମନ୍ତେ ତା’ଉପରେ ହୋଇଥିବା ଜୁଲମ ସମ୍ପର୍କରେ ବର୍ଣ୍ଣନା କରି ପ୍ରତିକାର ନିମନ୍ତେ କିଛି ଉପାୟ କରିବାକୁ ଦଳବେହେରାଙ୍କୁ ନିବେଦନ କରିଛି, ସେତେବେଳେ ଦଳବେହେରା ବନମାଳୀକୁ ‘ଆପଣା ସୁନା ତ ଭେଣ୍ଡି, ବଣିଆ ସଙ୍ଗେ ଚୁଟି ଧରାଧରି କଲେ ଲାଭ କ’ଣ’ ବୋଲି କହିଛନ୍ତି ।

ଅର୍ଥାତ୍ ଖଣ୍ଡେ କାଠ ଲୁହା ପେଟରେ ପଶିବାରୁ ଲୁହା ଯେପରି କାଠକୁ କାଟେ, ସେହିପରି ସ୍ବାର୍ଥସର୍ବସ୍ଵ ଆପଣାର ଲୋକମାନେ କମ୍ପାନୀ ବାହାଦୁରଙ୍କୁ ଭେଦ ବତାଉଥ‌ିବାରୁ ଦେଶର ଏ ଅବସ୍ଥା ହୋଇଛି । ସୁନା ତା’ର ମୂଲ୍ୟ ହରାଇ ନିରର୍ଥକ ଭେଣ୍ଡିରେ ପରିଣତ ହେବା ପରି ପାଇକ ସିଂହର ଭାଇ ତା’ର ସ୍ଵାଭିମାନ ହରାଇ କମ୍ପାନୀର ଚାଟୁକାର ସାଜିଛି । ଆପଣା ଲୋକେ ଶତ୍ରୁତା ଆଚରଣ କଲେ ତା’ର ଚିତ୍କାର କେବଳ ଅରଣ୍ୟ ରୋଦନରେ ପରିଣତ ହେବ । ଦେଶର ଏ ଅବସ୍ଥା ପାଇଁ ଦଳବେହେରା ସେହି ଗୃହଭେଦୀ ବିଭୀଷଣମାନଙ୍କୁ ହିଁ ଦାୟୀ କରିଛନ୍ତି।

BSE Odisha 9th Class Odia Solutions Chapter 18 ଦଳବେହେରା

Question ୩ ।
ରକ୍ତମାଂସ ଶରୀର କେତେ ସହିବ ? ଏକଥା କିଏ କାହିଁକି କହିଛି ?
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ଅନନ୍ୟ ସୃଷ୍ଟି । ରକ୍ତମାଂସ ଶରୀର କେତେ ସହିବ ? – ଏହି ଉକ୍ତିଟି ରଘୁନାଥ ଦଳବେହେରାଙ୍କ ଆଗରେ ପ୍ରକାଶ କରିଛି । ଆପଣାର ଲୋକ ଭେଦ ବିତାଉଥ‌ିବାରୁ ଫିରିଙ୍ଗୀମାନଙ୍କର ଅତ୍ୟାଚାର ବଢ଼ିଚାଲିଛି । କାଲିର ବାବନାଭୂତ ଚକରା ଫିରିଙ୍ଗୀ ଘର ଦାନ ଖାଇବାରୁ ତା’ ଆଖୁ ଓଲଟି ଯାଇଛି । ମୁଣ୍ଡରେ ନାଲିକନା ଭିଡ଼ିଦେଲା ବୋଲି ଇନ୍ଦ୍ରଚନ୍ଦ୍ର ମାନୁନାହିଁ । ପଶ୍ଚିମରାଏ ଘରେ ନଥ‌ି ବେଳେ ତାଙ୍କ ଘରେ ପଶି ଭୁଆସୁଣୀ ଝିଅବୋହୂଙ୍କୁ ଖଜଣା, ମାଗୁଛି । ତା’ପାଟିରୁ କୁଭାଷା ଓ ଅଭାଷା ବାହାରୁଛି । ସେହି ଅସହ୍ୟ ଭାଷାକୁ ରକ୍ତମାଂସ ଶରୀରଧାରୀ ଜଣେ ମଣିଷ କେବେ ସହିପାରିବ ନାହିଁ ବୋଲି ରଘୁନାଥ ଦଳବେହେରାଙ୍କ ଆଗରେ ପ୍ରକାଶ କରିଛି ।

Question ୪।
ବୁଢ଼ୀ ଦଳବେହେରାଙ୍କ ପାଖକୁ ଆସି କେଉଁ ବିଷୟରେ ଫେରାଦ ହୋଇଥିଲା ?
Answer:
‘ଦଳବେହେର’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କର ଏକ ସାର୍ଥକ ସୃଷ୍ଟି ।
ଦଳବେହେରା ଥିଲେ ଗଡ଼ମାଣିତ୍ରୀ ଗାଁର ମୁଖୁଆ । ସେହି ପାଇକାଳି ଗାଁର ପ୍ରତ୍ୟେକ ଲୋକ ନିଜ ନିଜର ସୁଖ, ଦୁଃଖ, ଆପତ୍ତି ଅଭିଯୋଗ ସବୁ ତାଙ୍କୁ ହିଁ ଜଣାଇଥା’ନ୍ତି । ତେଣୁ ସେଦିନ ସେହି ଗାଁର ବୁଢ଼ୀଟିଏ ତା’ନାତୁଣୀ ଉପରେ ହୋଇଥିବା ଅତ୍ୟାଚାର ସମ୍ପର୍କରେ ଆସି ଦଳବେହେରାଙ୍କୁ ଜଣାଇଥଲା । ଯୁଗଯୁଗ ଧରି ପୁରୁଷାନୁକ୍ରମେ ସେମାନେ ଲୁଣ ମାରି ଆସୁଥିଲେ ।

ସେଦିନ ଲୁଣ ମାରିବାକୁ ଯାଇଥିବା ତା’ର ନଅବର୍ଷର ନାତୁଣୀର ପିଠି ଫିରିଙ୍ଗୀ ସିପାହୀଙ୍କ ଘୋଡ଼ା କୋରଡ଼ା ମାଡ଼ରେ ଗରଗର ହୋଇ ଫାଟି ନହୁନୁହାଣ ହୋଇ ଯାଇଥିଲା । ସେ ଚେତାବୁଡ଼ା ହୋଇ ପଡ଼ିଥିବା ବେଳେ ରତନୀ, କେତକୀ ପ୍ରଭୃତି ତାକୁ ଟେକି ଗ୍ରାମବାସୀଙ୍କୁ ଏହି ପ୍ରସ୍ତାବ ଦେଇ ସେମାନଙ୍କ ଖାଇବା ପାଇଁ ନିଜ ଖମାର ଖୋଲିଦେବା ସହିତ ନିଜ ମୁଣ୍ଡକୁ ପାଣି ଛଡ଼େଇ ଦେଇଥିଲେ ।

Question ୫।
ଦଳବେହେରା ଗ୍ରାମବାସୀଙ୍କୁ କି ପ୍ରସ୍ତାବ ଦେଲେ ?
Answer:
‘ଦଳବେହେରା ’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ଅନବଦ୍ୟ ସୃଷ୍ଟି ।
ଗ୍ରାମବାସୀଙ୍କୁ ଦଳବେହେରାଙ୍କର ପ୍ରସ୍ତାବ ଥିଲା ଯେ ସେମାନେ ଫିରିଙ୍ଗୀ ସରକାରଙ୍କୁ ଖଜଣା ନ ଦେବାପାଇଁ ଗଡ଼ରେ ନାଗରା ଦେଇ ଜଣାଇ ଦିଅନ୍ତୁ । ଯେପରି ନିଷ୍କର ଜମି ଚାଷ କରି ଖାଉଥିଲେ, ସେପରି ଚଷି ଖାଆନ୍ତୁ, ସେପରି ଲୁଣ ମାରନ୍ତୁ ଓ w କାଠ କାଟନ୍ତୁ । ଗଡ଼ମୁଣ୍ଡ ବାଟରେ ବଡ଼ ବଡ଼ ପଥର ଖଣ୍ଡ ଓ ପର୍ବତ ପ୍ରମାଣ ଗଛଗଣ୍ଡି ହାଣି ଗଦାକରି ବାଟ ବନ୍ଦ କରିଦିଅନ୍ତୁ । ସମସ୍ତ ଯୁବକ ବାହୁତୀ ବରଗଛମୂଳେ ପହଞ୍ଚୁ ସିନ୍ଦୂର ଲଗାନ୍ତୁ । ଆଖପାଖ ଗାଁକୁ ଖବର ପଠାଇ ମେଣ୍ଡ ବାନ୍ଧନ୍ତୁ । ଦଳବେହେରା ଗ୍ରାମବାସୀଙ୍କୁ ଏହି ପ୍ରସ୍ତାବ ଦେଇ ସେମାନଙ୍କ ଖାଇବା ପାଇଁ ନିଜ ଖମାର ଖୋଲିଦେବା ସହିତ ନିଜ ମୁଣ୍ଡକୁ ପାଣି ଛଡ଼େଇ ଦେଇଥିଲେ ।

Question ୬ ।
‘ଦେଶ ତାତି ରହିଛି? ଏକଥା କାହିଁକି କୁହାଯାଇଛି ?
Answer:
କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଲେଖନୀ ନିଃସୃତ ‘ଦଳବେହେରା’ ଶୀର୍ଷକ ଏକାଙ୍କିକାଟି ସଂଗ୍ରାମୀ ମଣିଷର ଜୀବନ କାହାଣୀରେ ହୋଇଉଠିଛି ଉଦ୍‌ଭାସିତ ।
‘ଦେଶ ତାତି ରହିଛି’ – ଏକଥା ଦ୍ୱିତୀୟ ଗ୍ରାମବାସୀ ପ୍ରଥମ ଗ୍ରାମବାସୀକୁ ଶୁଣାଇଛି । ତାତି ରହିଥ‌ିବା ବସ୍ତୁରେ ନିଆଁ ଲଗାଇଦେବା ମାତ୍ରେ ସେ ଯେପରି ସଙ୍ଗେ ସଙ୍ଗେ ହୁ ହୁ ହୋଇ ଜଳିଉଠେ, ସେହିପରି ଇଂରେଜମାନଙ୍କ ଅତ୍ୟାଚାରରେ ଦେଶବାସୀ ତାତି ରହିଛନ୍ତି । ଟଙ୍କା ଆକାରରେ କରଦେବାକୁ ବାଧ୍ୟ କରିବା, ଲୁଣ ନ ମାରିବାପାଇଁ ଓ କାଠ ନ କାଟିବା ନିମନ୍ତେ ଫିରିଙ୍ଗୀମାନଙ୍କ ଆଇନ ସମସ୍ତଙ୍କୁ ତତେଇ ଦେଇଛି । ଏହି ସମୟରେ ଦଳବେହେରାଙ୍କ ଘୋଷଣା ସେଥ‌ିରେ ନିଆଁ ଲଗେଇଦେବା ପରି ପ୍ରତୀୟମାନ ହୋଇଛି ବୋଲି ଗ୍ରାମର ଲୋକମାନେ ଅନୁଭବ କରିଛନ୍ତି ।

Question ୭।
‘ସମସ୍ତେ ତାଙ୍କୁ ଦେବତା ପରି ମାନନ୍ତି? – କାହାକୁ ଏବଂ କାହିଁକି ମାନନ୍ତି ?
Answer:
‘ଦଳବେହେରା ’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ଅମ୍ଳାନ ସୃଷ୍ଟି । ଦଳବେହେରାଙ୍କୁ ସମସ୍ତେ ଦେବତା ପରି ମାନନ୍ତି । କାରଣ ସେ ଖୁବ୍ ଦୟାଳୁ ବ୍ୟକ୍ତି । ଭଲ-ମନ୍ଦରେ ଲୋକମାନଙ୍କୁ ସାହାଯ୍ୟ କରନ୍ତି । ସେହି ଦାନୀପୁରୁଷଙ୍କ ଦୁଆରୁ କେହି କେବେ ଖାଲି ହାତରେ ଫେରେ ନାହିଁ । ଲୋକମାନଙ୍କର ଅଭାବ ଅସୁବିଧାରେ ସେ ସହାୟତା କରିଥା’ନ୍ତି । ତେଣୁ ମାଣିତ୍ରୀ ଗଡ଼ରେ ସମସ୍ତେ ତାଙ୍କୁ ଦେବତା ପରି ମାନିଥା’ନ୍ତି ।

BSE Odisha 9th Class Odia Solutions Chapter 18 ଦଳବେହେରା

Question ୮।
ଶାସକ ନାଏବ ଓ ସୁବେଦାରଙ୍କୁ କ’ଣ କରିବାପାଇଁ ଆଦେଶ ଦେଲେ ?
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ସାର୍ଥକ ସୃଷ୍ଟି ।
ଶାସକ ନାଏବ ବାବୁଙ୍କୁ କମ୍ପାନୀ ବାହାଦୁରଙ୍କ ହୁକୁମ ଶୁଣାଇ ଦଳବେହେରାଙ୍କୁ ଧରି ଆଣିବାପାଇଁ ପଲଟନ ପଠାଇବାକୁ ନିର୍ଦ୍ଦେଶ ଦେଲେ । ଭଲରେ ହେଉ କିମ୍ବା ମନ୍ଦରେ ହେଉ ଦଳବେହେରାଙ୍କୁ ଧରି ଆଣିବାକୁ କହିଲେ । ସେହିପରି କର ନିମନ୍ତେ ମାଣିତ୍ରୀ ଗଡ଼ର ପ୍ରଜାଙ୍କୁ କମ୍ପାନୀ ଆଉ ସମୟ ଦେଇପାରିବ ନାହିଁ ବୋଲି ସୁବେଦାରଙ୍କୁ ଜଣାଇ ଦେଇ କର ଆଦାୟ ନିମନ୍ତେ ନିର୍ଦ୍ଦେଶ ଦେଲେ । କର ଆଦାୟ ନହେଲେ ଚାବୁକ୍ ମାରି, ଗୁଳି ଚଳେଇବା ସହିତ ଘର ଜଳାଇ ଦେବାକୁ ମଧ୍ୟ ଆଦେଶ ଦେଲେ । କର ନିମନ୍ତେ ଯେତେପ୍ରକାର ଅତ୍ୟାଚାର ଅଛି ତାହା କରିବାକୁ ଶାସକ ସୁବେଦାରଙ୍କୁ ହୁକୁମ ଦେଇଥିଲେ ।

Question ୯।
ଚକରା କିଏ ? ସେ ରଘୁକୁ କ’ଣ କହିଥିଲା ?
Answer:
‘ଦଳବେହେରା’ ଏକାଙ୍କିକାର ପ୍ରଣେତା ହେଉଛନ୍ତି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ।
ଚକରା ଥିଲା ଫିରିଙ୍ଗୀମାନଙ୍କର ପିଆଦା । ସେ ଭୂକର ଅସୁଲ କରିବାକୁ ମାଣିତ୍ରୀ ଗଡ଼କୁ ଆସିଥିଲା । କରଦେବାପାଇଁ ସେ ରଘୁକୁ ବହୁତ ଫୁସୁଲା ଫୁସୁଲି କଲା । ସେମାନଙ୍କ କର ନଦେବା କଥା ଆଖପାଖ ଗାଁଲୋକ ଜାଣି ମେଣ୍ଟ ବାନ୍ଧିଲେଣି । ଏକଥା ମଧ୍ୟ ଖୋରଧା କମ୍ପାନୀ କଚେରୀକୁ ଗଲାଣି । ତେଣୁ କମ୍ପାନୀ ବାହାଦୁର ଦଳବେହେରାଙ୍କୁ ଧରିନେବାପାଇଁ ଫଉଜ ପଠାଉଛନ୍ତି ବୋଲି ଚକରା ରଘୁ ଆଗରେ ପ୍ରକାଶ କରିଥିଲା ।

Question ୧୦ ।
ବରକନ୍ଦାଜ ଦୁହେଁ କେଉଁଠି ଓ କାହିଁକି ଲୁଚି ବସିଥିଲେ ?
Answer:
‘ଦଳବେହେରା’ ଶୀର୍ଷକ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ଅନବଦ୍ୟ ସୃଷ୍ଟି ।
ବରକନ୍ଦାଜ ଦୁହେଁ ମାଣିତ୍ରୀ ଗାଁର ଅଦୂରରେ ଥ‌ିବା ଆମ୍ବତୋଟାରେ ଲୁଚି ବସିଥିଲେ । କାରଣ ମାଣିତ୍ରୀ ଗାଁ ମୁଖ୍ ଦଳବେହେରାଙ୍କୁ ଧରିବାପାଇଁ କମ୍ପାନୀ ବାହାଦୁର ପାଞ୍ଚଶହ ଟଙ୍କା ପୁରସ୍କାର ଘୋଷଣା କରିବା ସହିତ ତାଙ୍କ ସମ୍ପର୍କରେ ତଥ୍ୟ ଆଦାୟ କରିବାକୁ ଗୁପ୍ତଚର ନିଯୁକ୍ତ କରିଥିଲେ । ତେଣୁ ବରକନ୍ଦାଜ ଦୁହେଁ ଦଳବେହେରାଙ୍କ ସମ୍ପର୍କରେ ଖବର ସଂଗ୍ରହ କରିବାପାଇଁ ଦିନରାତି ଆମ୍ବତୋଟାରେ ଲୁଚି ବସିଥିଲେ ।

Question ୧୧ ।
ବୁଢ଼ୀ ବରକନ୍ଦାଜ ଦୁହିଁଙ୍କୁ କାହିଁକି ଗାଳିଦେଲା ?
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣଙ୍କ ଏକ ଅମ୍ଳାନ ସୃଷ୍ଟି ।
ବୁଢ଼ୀ ଥିଲା ମାଣିତ୍ରୀ ଗଡ଼ ଗାଆଁର ଏକ ପାଇକମାତା । ସେ ଗାଁ ପାଖରେ ଥ‌ିବା ଆମ୍ବତୋଟାକୁ ପତ୍ର ଗୋଟାଇବାକୁ ପଚାରିଥିଲେ । ବୁଢ଼ୀ ତାଙ୍କ ସମ୍ପର୍କରେ ସେ କିଛି ଜାଣିନାହିଁ ବୋଲି କହିବାରୁ ବରକନ୍ଦାଜ ଦୁହେଁ ବୁଢ଼ୀକୁ ନାଲିଆଖ୍ ଦେଖାଇ ସତକଥା ନ କହିଲେ ଠେଙ୍ଗାରେ ବାଡ଼େଇ ସତକଥା ବାହାର କରିଦେବେ ବୋଲି ଧମକ ଦେଲେ । ତେଣୁ ବୁଢ଼ୀ ରାଗିଯାଇ ସତକଥା ନ କହିଲେ ଠେଙ୍ଗାରେ ବାଡ଼େଇ ସତକଥା ବାହାର କରିଦେବେ ବୋଲି ଧମକ ଦେଲେ । ତେଣୁ ବୁଢ଼ୀ ରାଗିଯାଇ ବରାକନ୍ଦାଜ ଦୁହିଁଙ୍କୁ ଗାଳି ଦେଇଥିଲା ।

Question ୧୨ ।
ସୁବେଦାର୍ ବାବାଜୀଙ୍କୁ କ’ଣ କହିଲେ ?
Answer:
ପଠିତ ‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ସାର୍ଥକ ସୃଷ୍ଟି ।
କମ୍ପାନୀର ସୁବେଦାର ବାବାଜୀଙ୍କୁ କହିଲେ ଯେ ସେ ବର୍ଷ ବର୍ଷ ଧରି ଦଳବେହେରାଙ୍କୁ ଖୋଜି ଚାଲିଛନ୍ତି । ଘରଦ୍ଵାର ପିଲାକୁଟୁମ୍ବକୁ ଛାଡ଼ି ବଣପାହାଡ଼ ତାଙ୍କର ଘର ହୋଇଗଲାଣି । ବାଘ ଭାଲୁ ହେଲେଣି ବନ୍ଧୁକୁଟୁମ୍ବ । ନିରାଶା ତାଙ୍କ ମନରେ ବସା ବାନ୍ଧିଲାଣି । ତଥାପି ଦଳବେହେରାଙ୍କର କୌଣସି ସନ୍ଧାନ ପାଇପାରୁ ନାହାନ୍ତି । ତେଣୁ ସେ ଦଳବେହେରା ଧରାପଡ଼ିବେ କି ନାହିଁ ସେ ସମ୍ପର୍କରେ ଭବିଷ୍ୟତ ବାଣୀ କହିବାକୁ ତ୍ରିକାଳଜ୍ଞ ବାବାଜୀଙ୍କୁ ଅନୁରୋଧ କରିଥିଲେ ।

Question ୧୩।
‘ପାଇକ ପୁଅର କାମ ସେ ନୁହଁ’– ଏକଥା କିଏ, କାହାକୁ ଓ କାହିଁକି କହିଛନ୍ତି ?
Answer:
ପଠିତ ‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କର ଏକ ଅନବଦ୍ୟ ରୂପାୟନ । ‘ପାଇକ ପୁଅର କାମ ସେ ନୁହେଁ – ଏକଥା ଦଳବେହେରା ରଘୁନାଥକୁ କହିଛନ୍ତି । ଦଳବେହେରାଙ୍କୁ ଧରାଇ ଦେଇ ପାଞ୍ଚଶହ ଟଙ୍କା ପୁରସ୍କାର ପାଇବା ଆଶାରେ ଖୋଜି ବୁଲୁଥ‌ିବା ସୁବେଦାରଙ୍କୁ ଦଳବେହେରାଙ୍କ ପାଖରୁ ଯାଉଥ‌ିବା ଶୁଣି ରଘୁନାଥ ସୁବେଦାରର କଟାମୁଣ୍ଡ ବାଉତୀ ଆଗରେ ଛେଦ ପକାଇବାକୁ କହିଥିଲା । ଦଳବେହେରା ତାକୁ ତାହା ପାଇକ ପୁଅର କାମ ନୁହେଁ ବୋଲି କହିଥିଲେ । କାରଣ ସେମାନେ ଫିରିଙ୍ଗୀମାନଙ୍କ କର୍ମଚାରୀ, ଆଦେଶ ପାଳନ କରିବା ସେମାନଙ୍କର କାର୍ଯ୍ୟ । ପେଟ ପାଇଁ ସେମାନେ ଏପରି କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ପାଇକ ସମ୍ମୁଖ ସଂଗ୍ରାମରେ ବିଶ୍ଵାସ କରେ । ଏପରି ବ୍ୟକ୍ତିକୁ ମାରିଲେ ପାଇକ ଜାତି ନିନ୍ଦିତ ହେବ । ଏହା ଥିଲା ଦଳବେହେରାଙ୍କର ସ୍ବାଭିମାନଭରା ବୀରବାଣୀ ।

BSE Odisha 9th Class Odia Solutions Chapter 18 ଦଳବେହେରା

Question ୧୪ ।
ନାଉରୀର ଦୁଃଖମୟ ଜୀବନର ପରିଚୟ ପ୍ରଦାନ କର ।
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଲେଖନୀ ନିଃସୃତ ଏକ ଅମ୍ଳାନ ସୃଷ୍ଟି ।
ନାଉରୀଟି ଥିଲା ଅତ୍ୟନ୍ତ ଦରିଦ୍ର । ଖାଇବାପାଇଁ ଖାଦ୍ୟ, ପିନ୍ଧିବାପାଇଁ ବସ୍ତ୍ର କିମ୍ବା ମୁଣ୍ଡ ଗୁଞ୍ଜିବାପାଇଁ ଘର ଖଣ୍ଡିଏ ମଧ୍ୟ ତା’ର ନଥିଲା । ନଈକୂଳେ କୁଡ଼ିଆଟିଏ କରି ସ୍ଵାମୀ-ସ୍ତ୍ରୀ ଦୁଇପ୍ରାଣୀ ଚଳୁଥିଲେ । ଅର୍ଥାଭାବରୁ ଛପର କରିନଥିବାରୁ ବର୍ଷାପାଣି ଚାଳକଣା ଦେଇ ଘର ଭିତରେ ପଡୁଥିଲା । ୫/୭ ଜଣିଆ ଛୋଟ ଡଙ୍ଗାରେ ଯାତ୍ରୀଙ୍କୁ ପାରି କରି ଯାହା ପାଉଥିଲା ସେଥିରେ କଷ୍ଟେମଷ୍ଟେ ଚଳିଯାଉଥିଲା ।

କିନ୍ତୁ ସେଦିନର ଭୟଙ୍କର ଝଡ଼ବର୍ଷା ତଥା ବଢ଼ିପାଣିର ସୁଅ ତା’ର ପରିବାର ପ୍ରତିପୋଷଣର ଏକମାତ୍ର ଅବଲମ୍ବନ ଡଙ୍ଗାଟିକୁ ଭସାଇ ନେଇ ତାକୁ ନିରାଶ୍ରୟ କରିଦେଲା । ସାତଦିନ ଧରି ନଈ କୂଳେ କୂଳେ ଖୋଜି ଖୋଜି ଶେଷରେ ସେ ହତାଶ ତଥା ନିରୁପାୟ ହୋଇପଡ଼ିଲା । ଏହା ଥିଲା ଦରିଦ୍ର ନାଉରୀର ଦୁଃଖମୟ ଜୀବନର ଚିତ୍ର ।

Question ୧୫ ।
ନାଉରୀ ଦଳବେହେରାଙ୍କୁ କାହିଁକି ଖୋଜୁଥୁଲା ?
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କର ଏକ ସାର୍ଥକ ସୃଷ୍ଟି ।
ଦଳବେହେରା ସେ ଅଞ୍ଚଳରେ ଥିଲେ ଜଣେ ଦେବତୁଲ୍ୟ ବ୍ୟକ୍ତି । କେହି ତାଙ୍କ ଦ୍ବାରରୁ ରିକ୍ତ ହସ୍ତରେ ଫେରିନାହିଁ । ସେ ଦୁଃଖୀରଙ୍କାଙ୍କ ପେଟ ଚିହ୍ନନ୍ତି । ଅସହାୟକୁ ସହାୟ ହୁଅନ୍ତି । ଜଣେ ଦୟାଶୀଳ ତଥା ଉଦାର ହୃଦୟ ବ୍ୟକ୍ତି ଭାବରେ ସେ ମୂଲକରେ ତାଙ୍କର ରହିଛି ଅନେକ ସୁଖ୍ୟାତି । ତେଣୁ ତାଙ୍କଠାରୁ କିଛି କଉଡ଼ି ମାଗିନେଇ ପୁଣି ଖଣ୍ଡେ ଡଙ୍ଗା ଗଢ଼ିବା ଉଦ୍ଦେଶ୍ୟରେ ନିରାଶ୍ରୟ ନାଉରୀଟି ମନରେ ଅନେକ ଆଶାନେଇ ତାଙ୍କୁ ଖୋଜି ଚାଲିଥିଲା ।

Question ୧୬ ।
ଦଳବେହେରା ଶେଷରେ ନାଉରୀକୁ କ’ଣ କହିଥିଲେ ?
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ସାର୍ଥକ ସୃଷ୍ଟି ।
ନାଉରୀର ଦୁଃଖ ଶୁଣି ଦଳବେହେରାଙ୍କ ଉଦାର ହୃଦୟ ଦୁଃଖରେ ତରଳି ଯାଇଥିଲା । ତେଣୁ ତାକୁ ସାହାଯ୍ୟ କରିବା ନିମନ୍ତେ ସେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଯାଇଥିଲେ । ସେ ନାଉରୀକୁ କହିଲେ ଯେ ତାଙ୍କ ଦଳବେହେରାଙ୍କୁ କମ୍ପାନୀ ସାହେବ ଧରି ନେଇଗଲାଣି । ତଥାପି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ସେ ତାକୁ ଆଉ ଗୋଟିଏ ସ୍ଥାନକୁ ନେଇଯିବେ, ଯେଉଁଠାରୁ ସେ ନିଶ୍ଚିତଭାବେ କିଛି ଧନ ପାଇବେ ଓ ସେଥ‌ିରେ ଡଙ୍ଗାଟିଏ ଗଢ଼େଇ ନେବେ । ପରିଶେଷରେ ଦଳବେହେରା ନାଉରୀକୁ ଏତିକି କହି ସାଙ୍ଗରେ ନେଇଯାଇଥିଲେ ।

Question ୧୭ ।
ଦଳବେହେରା ନାଉରୀ ସମ୍ବନ୍ଧରେ ଶାସକଙ୍କୁ କ’ଣ କହିଲେ ?
Answer:
କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଲେଖନୀ ନିଃସୃତ ‘ଦଳବେହେରା’ ଏକାଙ୍କିକାଟି ଯୁଗ ଯୁଗ ଧରି ପାଠକ ତଥା ଦର୍ଶକ ମହଲରେ ଆଦୃତ ହୋଇ ରହିଥ‌ିବ, ଏହା ନିଃସନ୍ଦେହ ।
ନାଉରୀ ସମ୍ବନ୍ଧରେ ବାବାଜୀରୂପୀ ଦଳବେହେରା ଶାସକଙ୍କୁ କହିଲେ ଯେ ନାଉରୀଟି ଅତ୍ୟନ୍ତ ଦରିଦ୍ର । ତା’ର ଘରଦ୍ବାର ନାହିଁ । ପରିବାର ପ୍ରତିପୋଷଣର ଏକମାତ୍ର ମାଧ୍ୟମ ଥିଲା ଖଣ୍ଡିଏ ଛୋଟ ନାଆ । ବଢ଼ିପାଣିରେ ସେହି ନାଆଟି ଭାସିଯାଇ ତାକୁ ଅସହାୟ କରିଦେଇଛି । ଦଳବେହେରା ଦୁଃଖୀ ଦରିଦ୍ରମାନଙ୍କୁ ସାହାଯ୍ୟ କରନ୍ତି ବୋଲି ଶୁଣି ସେ ତାଙ୍କ ପାଖକୁ ଯାଇ ପାଞ୍ଚଶହ ପୁରସ୍କାର ପାଇବା ଆଶାରେ ଦଳବେହେରାଙ୍କୁ ଧରି ଆଣିଛି । ଏଣୁ ନାଉରୀକୁ ପାଞ୍ଚଶହ ଟଙ୍କା ପୁରସ୍କାର ଦିଆଯାଉ ।

BSE Odisha 9th Class Odia Solutions Chapter 18 ଦଳବେହେରା

Question ୧୮ ।
ଶାସକ ଦଳବେହେରାଙ୍କୁ ‘ତୁମେ ଏଡ଼େ ମହତ’ ବୋଲି କାହିଁକି କହିଲେ ?
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କର ଏକ ସାର୍ଥକ ସୃଷ୍ଟି।
ଦଳବେହେରା ଜଣେ ଦାନୀ, ଦୟାଶୀଳ, ଉଦାର ତଥା ଦେବତୁଲ୍ୟ ବ୍ୟକ୍ତି ଥିଲେ ବୋଲି ଶାସକ ଶୁଣିଥିଲେ । ସେହି ଦଳବେହେରା ନୋଳିଆଙ୍କର ସର୍ଦାର ବୋଲି ଶୁଣି ତାଙ୍କୁ ଧରି ଆଣିବାପାଇଁ ପଲଟନ ପଠାଇବା ସହ ପାଞ୍ଚଶହ ଟଙ୍କା ପୁରସ୍କାର ଘୋଷଣା କରିଥିଲେ ।

ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ସୁବେଦାର, ନାଏବ କିମ୍ବା କର୍ମଚାରୀମାନେ ତାଙ୍କୁ ଧରିବା ଦୂରେ ଥାଉ ତାଙ୍କ ଦର୍ଶନ ମଧ୍ଯ ପାଇପାରି ନଥିଲେ । ହେଲେ ସେହି ଦଳବେହେରା ଜଣେ ଦରିଦ୍ର ନାଉରୀର ଦୁଃଖ ଦୂର କରିବାପାଇଁ ସ୍ଵୟଂ ଉପସ୍ଥିତ ହୋଇ ଆତ୍ମସମର୍ପଣ କରିବା ଶାସକଙ୍କୁ ବିସ୍ମୟାଭିଭୂତ କରିଦେଇଥିଲା । ଦଳବେହେରାଙ୍କ ଉଦାରତା ଶାସକଙ୍କୁ ଆସନରୁ ଓହ୍ଲାଇ ଆସିବାକୁ ବାଧ୍ୟ କରିଥିଲା ଏବଂ ସାହେବ ଦଳବେହେରାଙ୍କ ହାତ ଧରିପକାଇ କହିଥିଲେ, ‘ତୁମେ ଏଡ଼େ ମହତ୍’ ।

ତୁମପାଇଁ କାମ

୧୯ । ଏହି ଏକାଙ୍କିକାଟିକୁ ତୁମ ସାଙ୍ଗମାନଙ୍କ ସହିତ ମିଶି ଶିକ୍ଷକଙ୍କ ନିର୍ଦ୍ଦେଶନାରେ ଶ୍ରେଣୀଗୃହରେ ଅଭିନୟ କର ।
୨୦ । ଦଳବେହେରାଙ୍କ ପରି ଆଉ କେତେ ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରି ଲେଖ ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
1. ବନମାଳୀ କିଏ ?
Answer:
ବନମାଳୀ ଥିଲା ମାଣିତ୍ରୀ ଗ୍ରାମର ଜଣେ ଗ୍ରାମବାସୀ ।

2. ବନମାଳୀ ଦଳବେହେରାଙ୍କୁ କେଉଁ କଥା । କହିଥିଲା ?
Answer:
କମ୍ପାନୀ ବାହାଦୂର କର ଦେବା ପାଇଁ ତା’ ଉପରେ କରିଥିବା ଜୁଲମ ବିଷୟରେ ସେ ଦଳବେହେରାଙ୍କୁ ଜଣାଇଥିଲା ।

3. ଦଳବେହେରା ବନମାଳୀଙ୍କୁ ‘ଆପଣା ସୁନା ତ ଭେଣ୍ଡି’ ବୋଲି କେତେବେଳେ କହିଛନ୍ତି ?
Answer:
ନମାଳୀ ଯେତେବେଳେ କର ନିମନ୍ତେ ତା’ଉପରେ ହୋଇଥିବା ଜୁଲମ ସମ୍ପର୍କରେ ବର୍ଣ୍ଣନା କରି ପ୍ରତିକାର ନିମନ୍ତେ କିଛି ଉପାୟ କରିବାକୁ ଦଳବେହେରାଙ୍କୁ ନିବେଦନ କରିଛି, ସେତେବେଳେ ଦଳବେହେରା ବନମାଳୀକୁ ‘ଆପଣା ସୁନା ତ ଭେଣ୍ଡି, ବଣିଆ ସଙ୍ଗେ ଚୁଟି ଧରାଧରି କଲେ ଲାଭ କ’ଣ’ ବୋଲି କହିଛନ୍ତି ।

BSE Odisha 9th Class Odia Solutions Chapter 18 ଦଳବେହେରା

4. ରକ୍ତମାଂସ ଶରୀର କେତେ ସହିବ ? ଏକଥା କିଏ କାହା ଆଗରେ କହିଛି ?
Answer:
ରକ୍ତମାଂସ ଶରୀର କେତେ ସହିବ ?- ଏକଥା ରଘୁନାଥ ଦଳବେହେରାଙ୍କ ଆଗରେ କହିଛି ।

5. ବୁଢ଼ୀ ଦଳବେହେରାଙ୍କ ପାଖକୁ ଆସି କେଉଁ ବିଷୟରେ ଫେରାଦ ହୋଇଥିଲା ?
Answer:
ଫିରିଙ୍ଗୀମାନେ ଲୁଣ ମାରିବାର ଅଧିକାର ତାଙ୍କଠାରୁ ଛଡ଼ାଇ ନେଇଥିବାରୁ ତା’ର ପ୍ରତିକାର ପାଇଁ ବୁଢ଼ୀ ଦଳବେହେରାଙ୍କ ପାଖରେ ଫେରାଦ ହୋଇଥିଲା ।

6. ଦଳବେହେରା ଗ୍ରାମବାସୀଙ୍କୁ କି ପ୍ରସ୍ତାବ ଦେଲେ ?
Answer:
ଦଳବେହେରା ଗ୍ରାମବାସୀଙ୍କୁ ପ୍ରସ୍ତାବ ଦେଲେ ଯେ ସେମାନେ ଫିରିଙ୍ଗୀ ସରକାରଙ୍କୁ ଖଜଣା ନ ଦେବାପାଇଁ ଗଡ଼ରେ ନାଗରା ଦେଇ ଜଣାଇ ଦିଅନ୍ତୁ ।

7. ‘ଦେଶ ତାତି ରହିଛି’ – ଏକଥା କିଏ କହିଛି ?
Answer:
‘ଦେଶ ତାତି ରହିଛି’ – ଏକଥା ଦ୍ବିତୀୟ ଗ୍ରାମବାସୀ ପ୍ରଥମ ଗ୍ରାମବାସୀକୁ କହିଛି ।

8. ‘ସମସ୍ତେ ତାଙ୍କୁ ଦେବତା ପରି ମାନନ୍ତି’ – କାହାକୁ ଏବଂ କାହିଁକି ମାନନ୍ତି ?
Answer:
ଦଳବେହେରାଙ୍କୁ ସମସ୍ତେ ଦେବତା ପରି ମାନନ୍ତି, କାରଣ ସେ ଖୁବ୍‌ ଦୟାଳୁ ବ୍ୟକ୍ତି ଓ ଭଲ-ମନ୍ଦରେ ଲୋକମାନଙ୍କୁ ସାହାଯ୍ୟ କରନ୍ତି ।

9. ଶାସକ ନାଏବ ଓ ସୁବେଦାରଙ୍କୁ କ’ଣ କରିବାପାଇଁ ଆଦେଶ ଦେଲେ ?
Answer:
ଶାସକ ନାଏବ ବାବୁଙ୍କୁ କମ୍ପାନୀ ବାହାଦୁରଙ୍କ ହୁକୁମ ଶୁଣାଇ ଦଳବେହେରାଙ୍କୁ ଧରି ଆଣିବାପାଇଁ ପଲଟନ ପଠାଇବାକୁ ନିର୍ଦ୍ଦେଶ ଦେଲେ।

10. ଚକରା କିଏ ?
Answer:
ଚକରା ଥିଲା ଫିରିଙ୍ଗୀମାନଙ୍କର ପିଆଦା । ସେ ଭୂକର ଅସୁଲ କରିବାକୁ ମାଣିତ୍ରୀ ଗଡ଼କୁ ଆସିଥିଲା ।

11. ଚକରା ରଘୁକୁ କ’ଣ କହିଥିଲା ?
Answer:
କମାନୀ ବାହାଦୁର ଦଳବେହେରାଙ୍କୁ ଧରିନେବାପାଇଁ ଫଉଜ ପଠାଉଛନ୍ତି ବୋଲି ଚକରା ରଘୁ ଆଗରେ ପ୍ରକାଶ କରିଥିଲା ।

BSE Odisha 9th Class Odia Solutions Chapter 18 ଦଳବେହେରା

12. ବରକନ୍ଦାଜ ଦୁହେଁ କେଉଁଠି ଲୁଚି ବସିଥିଲେ ?
Answer:
ବରକନ୍ଦାଜ ଦୁହେଁ ମାଣିତ୍ରୀ ଗାଁର ଅଦୂରରେ ଥ‌ିବା ଆମ୍ବତୋଟାରେ ଲୁଚି ବସିଥିଲେ ।

13. ବରକନ୍ଦାଜ ଦୁହେଁ କାହିଁକି ଲୁଚି ବସିଥିଲେ ?
Answer:
ମାଣିତ୍ରୀ ଗାଁର ମୁଖ୍ୟ ଦଳବେହେରାଙ୍କ ସମ୍ପର୍କରେ ଖବର ସଂଗ୍ରର ମୁଖ୍ଆ ଦଳବେହେରାଙ୍କୁ ସମର୍କରେ ଦିନରାତି ଆମ୍ବତୋଟାରେ ଲୁଚି ବସିଥିଲେ ।

14. ବୁଢ଼ୀ ବରକନ୍ଦାଜ ଦୁହିଁଙ୍କୁ କାହିଁକି ଗାଳିଦେଲା ?
Answer:
ବୁଢ଼ୀ ଦଳବେହେରାଙ୍କ ସମ୍ପର୍କରେ ସେ କି ଛି ଜାଣିନାହିଁ ବୋଲି କହିବାରୁ ବରକନ୍ଦାଜ ଦୁହେଁ ବୁଢ଼ୀକୁ ଠେଙ୍ଗାରେ ବାଡ଼େଇ ସତକଥା ବାହାର କରିଦେବେ ବୋଲି ଧମକ ଦେବାରୁ ବୁଢ଼ୀ ରାଗିଯାଇ ସେମାନଙ୍କୁ ଗାଳି ଦେଇଥିଲା ।

15. ସୁବେଦାର୍ ବାବାଜୀଙ୍କୁ କ’ଣ କହିଲେ ?
Answer:
କମ୍ପାନୀର ସୁବେଦାର ବର୍ଷ ବର୍ଷ ଧରି ଖୋଜୁଥ‌ିବା ଦଳବେହେରା ଧରାପଡ଼ିବେ କି ନାହିଁ ସେ ସମ୍ପର୍କରେ ଭବିଷ୍ୟତ ବାଣୀ କହିବାକୁ ତ୍ରିକାଳଜ୍ଞ ବାବାଜୀଙ୍କୁ ଅନୁରୋଧ କରିଥିଲେ ।

B ଗୋଟିଏ ପଦରେ ଉତ୍ତର ଲେଖ ।
1. “ ଧରି ଲେ, ଦଳବେହେରା ମଡ଼ାକୁ ଧରି ବେ– ଜୀଅନ୍ତାରେ ନୁହେଁ ।’– ଏକଥା କିଏ କହିଥିଲେ ?
Answer:
ଦଳବେହେରା

2. ଧ୍ଵନି ଜାଳୁଥ‌ିବା ବାବାଜୀଙ୍କ ଆଗରେ କିଏ ହାତଯୋଡ଼ି ବସିଥିଲେ ?
Answer:
ସୁବେଦାର

3. ଦୂରରୁ ପକ୍ଷୀ ଡାକିଲା ପରି ଶବ୍ଦ ଶୁଣି ଦଳବେହେରା କ’ଣ କଲେ ?
Answer:
ସେହିପରି ପ୍ରତିଶବ୍ଦ କଲେ

BSE Odisha 9th Class Odia Solutions Chapter 18 ଦଳବେହେରା

4. ଗାଁ ଲୋକଙ୍କୁ ଦଳବେହେରାଙ୍କ କଥା ପଚାରିଲେ ସେମାନେ ତୁଣ୍ଡରେ ନୁହେଁ କେଉଁଥ‌ିରେ କଥା କହିବେ ?
Answer:
ଖଣ୍ଡାରେ

5. ଗାଆଁକୁ ଗାଆଁ ଦିନକୁ ଦିନ କ’ଣ ବଢ଼ୁଛି ?
Answer:
ମେଳି

6. କାହାର କଟାମୁଣ୍ଡ ବାଉତୀ ଆଗରେ ଛେଦ ପକାଇବାକୁ ରଘୁ କହିଲା ?
Answer:
ସୁବେଦାରର

7. ଗାଁ ମୁଣ୍ଡରେ କେଉଁମାନେ ଘେରାଉ କରି ବସିଛନ୍ତି ?
Answer:
ଫୌଜ

8. ନାଉରୀର କେତେ ଜଣିଆ ଡଙ୍ଗାଟିଏ ଥୁଲା ?
Answer:
୫/୭ ଜଣିଆ

୨. ନାଉରୀର ଛୋଟ ଡଙ୍ଗାଟି କିପରି ଭାସିଗଲା ?
Answer:
ପାଣି ସୁଅରେ

10. ନାଉରୀ ଦଳବେହେରାଙ୍କ ପାଖକୁ କାହିଁକି ଯାଇଥିଲା ?
Answer:
କିଛି କଉଡ଼ି ପାଇବା ପାଇଁ

11. କିଏ ଥାନପତି ହୋଇ ବସିଲାଣି ବୋଲି ଗ୍ରାମବାସୀ କଥାବାର୍ତ୍ତା ହୋଇଥିଲେ ।
Answer:
ଫିରିଙ୍ଗୀ

12. ‘ଗାଁ ଭୂଇଁ, ମା’ ଭଉଣୀ, ଜାତି ମହତ ପାଇଁ ଲଢ଼ି ଦିନେ ମରିବା’’– ଏକଥା କିଏ କହିଥିଲେ ?
Answer:
୧ମ ଗ୍ରାମବାସୀ

BSE Odisha 9th Class Odia Solutions Chapter 18 ଦଳବେହେରା

13. ଭୂଇଁରେ ପଡ଼ିଲାବେଳୁ ଓଡ଼ିଶା ଖଣ୍ଡର ପାଇକପିଲା କାନରେ କ’ଣ ବାଜୁଛି ?
Answer:
ଲଢ଼େଇ

14. ‘ଦେଶ ତାତି ରହିଛି– ଖାଲି ଟିକିଏ ନିଆଁ ଲଗାଇଦେବା କଥା’’– ଏକଥା କିଏ କହିଥିଲେ ?
Answer:
୨ୟ ଗ୍ରାମବାସୀ

15. କିଏ ଅଇଁଠା ଚାଟେ ?
Answer:
କୁକୁର

C ଶୂନ୍ୟସ୍ଥାନ ପୂରଣ କର ।
1. କାଠକୁ ଲୁହା କାଟେ । କାରଣ, ___________________ ରୁ ଖଣ୍ଡେ ଲୁହା ପେଟରେ ପଶିଥାଏ ।
Answer:
କାଠ

2. ପଶ୍ଚି ମରା ଏ ନଥିବାବେଳେ ତାଙ୍କ ଭୁ ଆସୁଣୀ ଝିଅବୋହୂଙ୍କୁ __________________ ଆସି ଖଜଣା ମାଗୁଥିଲା ।
Answer:
ଚକରା

3. ___________________ ଙ୍କୁ ଦି’ଫଡ଼ା କରି ଚିରି ଦେଇଥିଲେ ।
Answer:
ଜୟୀ ରାଜଗୁରୁ

4. ଭେଣ୍ଡମାନେ ________________ ବରଗଛମୂଳେ ପହଞ୍ଚେ ସିନ୍ଦୂର ଲଗେଇବାକୁ ଦଳବେହେରା ନିର୍ଦ୍ଦେଶ ଦେଇଥିଲେ ।
Answer:
ବାହୂତୀ ବରଗଛ

5. ଏକା ________________ ରେ ବସିଛେ– ବୁଡ଼ିଲେ ସଭିଏଁ ବୁଡ଼ିବା ।
Answer:
ଭେଳା

6. _________________ ଛଡ଼ା ଓଡ଼ିଆ ପୁଅର ମୁଣ୍ଡ ଆଉ କେଉଁଠି ନଇଁଯାଏ ନାହିଁ ।
Answer:
ଜଗନ୍ନାଥଙ୍କ ପା’ତଳ

BSE Odisha 9th Class Odia Solutions Chapter 18 ଦଳବେହେରା

7. ପାଣି ଭିତରେ ଘର କରି _____________________ ସଙ୍ଗେ କି ବାଦ ?
Answer:
କୁମ୍ଭୀର

8. ମାଣିତ୍ରୀ ଚକଡ଼ାରେ _________________ ଙ୍କୁ ସମସ୍ତେ ଦେବତା ପରି ମାନନ୍ତି ।
Answer:
ଦଳବେହେରା

9. ___________________ ଖଣ୍ଡ ଶଗଡ଼ରେ ମୁଣ୍ଡିଆରୁ ପଥର ବୁହା ହେଉଥିଲା ।
Answer:
୬୦

10. ସିଂହ ପିଲା ମୁଁ, ମୋ ଛାଇକୁ ଧରିବା _________________ ପାଠ ।
Answer:
କାଠିକର

D ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. କାଠକୁ ଲୁହା କାଟେ । କାରଣ, _________________ ରୁ ଖଣ୍ଡେ ଲୁହା ପେଟରେ ପଶିଥାଏ ।
(A) କାଠ
(B) ଲୁହା
(C) ଷ୍ଟିଲ୍
(D) ପ୍ଲାଷ୍ଟିକ୍
Answer:
(A) କାଠ

2. ପଶ୍ଚି ମରାଏ ନଥୁବେଳେ ତାଙ୍କ ଭୁ ଆସୁଣୀ ଝିଅବୋହୂଙ୍କୁ କିଏ ଆସି ଖଜଣା ମାଗୁଥିଲା ?
(A) ଫିରିଙ୍ଗୀମାନେ
(B) ପିଆଦା
(C) ଚପରାଶି
(D) ଚକରା
Answer:
(D) ଚକରା

3. ଇଂରେ ଜମାନେ କାହାକୁ ଦି’ଫଡ଼ା କରି ଚିରି ଦେଇଥିଲେ ?
(A) ବକ୍‌ସିଙ୍କୁ
(B) ଦଳବେହେରାଙ୍କୁ
(C) ପଶ୍ଚିମରାଏଙ୍କୁ
(D) ଜୟୀ ରାଜଗୁରୁଙ୍କୁ
Answer:
(D) ଜୟୀ ରାଜଗୁରୁଙ୍କୁ

4. ଭେଣ୍ଡାମାନେ କେଉଁ ଗଛମୂଳେ ପହଞ୍ଚୁ ସିନ୍ଦୂ ର ଲଗେଇବାକୁ ନିର୍ଦ୍ଦେଶ ଦେଇଥିଲେ ?
(A) ଅଶ୍ଵତ୍‌ଥ ଗଛ
(B) ଆମ୍ବଗଛ
(C) କେନ୍ଦୁଗଛ
(D) ବାହୁତୀ ବରଗଛ
Answer:
(D) ବାହୁତୀ ବରଗଛ

BSE Odisha 9th Class Odia Solutions Chapter 18 ଦଳବେହେରା

5. ଏକା ____________________ ରେ ବସିଛେ– ବୁଡ଼ିଲେ ସଭିଏଁ ବୁଡ଼ିବା ।
(A) ବୋଇତ
(B) ଜାହାଜ
(C) ଭେଳା
(D) ଗାଡ଼ି
Answer:
(C) ଭେଳା

6. __________________________ ଛଡ଼ା ଓଡ଼ିଆ ପୁଅର ମୁଣ୍ଡ ଆଉ କେଉଁଠି ନଇଁଯାଏ ନାହିଁ ।
(A) ଫିରିଙ୍ଗୀ ପା’ତଳ
(B) ଜଗନ୍ନାଥଙ୍କ ପା’ତଳ
(C) ବେପାରୀଙ୍କ ପା’ତଳ
(D) ପରଦେଶୀଙ୍କ ପା’ତଳ
Answer:
(B) ଜଗନ୍ନାଥଙ୍କ ପା’ତଳ

7. ପାଣି ଭିତରେ ଘର କରି _______________ ସଙ୍ଗେ କି ବାଦ ?
(A) କୁମ୍ଭୀର
(B) ମଗର
(C) ତିମି
(D) ଜଳହସ୍ତୀ
Answer:
(A) କୁମ୍ଭୀର

8. ମାଣିତ୍ରୀ ଚକଡ଼ାରେ କାହାକୁ ସମସ୍ତେ ଦେବତା ପରି ମାନନ୍ତି ?
(A) ବକ୍‌ସିଙ୍କୁ
(B) ଦଳବେହେରାଙ୍କୁ
(C) ରାଜଗୁରୁଙ୍କୁ
(D) ପାଇକରାଏଙ୍କୁ
Answer:
(B) ଦଳବେହେରାଙ୍କୁ

BSE Odisha 9th Class Odia Solutions Chapter 18 ଦଳବେହେରା

9. କେତେ ଖଣ୍ଡ ଶଗଡ଼ରେ ମୁଣ୍ଡିଆରୁ ପଥର ବୁହା ହେଉଥିଲା ?
(A) ୪୦ ଖଣ୍ଡ
(B) ୫୦ ଖଣ୍ଡ
(C) ୬୦ ଖଣ୍ଡ
(D) ୭୦ ଖଣ୍ଡ
Answer:
(C) ୬୦ ଖଣ୍ଡ

10. ସିଂହ ପିଲା ମୁଁ, ମୋ ଛାଇକୁ ଧରିବା ________________ ପାଠ।
(A) କଠିନ
(B) କଷ୍ଟକର
(C) ଅଛିଣ୍ଡା
(D) କାଠିକର
Answer:
(D) କାଠିକର

11. ମୁଁ ପଛେ ଚିରଦିନ ଗରିବ ହୋଇ ରହିବି – ମୋ ଜାତି ଗରିବ ନ ହେଉ – ଏକଥା କିଏ କହିଥିଲେ ?
(A) ନାଉରୀ
(B) ବନମାଳୀ
(C) ରଘୁ
(D) ଚକରା
Answer:
(A) ନାଉରୀ

12. କାଳୀଚରଣ ପଟ୍ଟନାୟକଙ୍କଦ୍ବାରା ପ୍ରତିଷ୍ଠିତ ରଙ୍ଗମଞ୍ଚର ନାମ କ’ଣ ?
(A) ଓଡ଼ିଶା ଥୁଟର୍ସ
(B) କଳାକୁଞ୍ଜ
(C) ଓଡ଼ିଶା ଅପେରା
(D) ନାଟ୍ୟମଞ୍ଚ
Answer:
(A) ଓଡ଼ିଶା ଥୁଟର୍ସ

13. ଭାଗବତ ଘରେ କିଏ ବସି ପୁରାଣ ପଢୁଥିଲେ ?
(A) ପୁରୋହିତ
(B) ପୁରାଣପଣ୍ଡା
(C) ଜନୈକ ସନ୍ନ୍ୟାସୀ
(D) ଦଳବେହେରା
Answer:
(A) ପୁରୋହିତ

14. ସାତସମୁଦ୍ର ତେରନଈ ପାରହୋଇ କେଉଁମାନେ ଆସି ଆମ ମୁଲକରେ କଂସାସୁର ସାଜିଛନ୍ତି ?
(A) ମୋଗଲମାନେ
(B) ଆଫଗାନମାନେ
(C) ଇଂରେଜମାନେ
(D) ମୁସଲମାନେ
Answer:
(C) ଇଂରେଜମାନେ

BSE Odisha 9th Class Odia Solutions Chapter 18 ଦଳବେହେରା

15. ‘ଆମର ମୁଣ୍ଡ ତ ଆପଣ’– ଏକଥା ବନମାଳୀ କାହା ଉଦ୍ଦେଶ୍ୟରେ କହିଥିଲା ?
(A) ସାହେବଙ୍କ ଉଦ୍ଦେଶ୍ୟରେ
(B) ପୁରାଣପଣ୍ଡାଙ୍କ ଉଦ୍ଦେଶ୍ୟରେ
(C) ସୁବେଦାରଙ୍କ ଉଦ୍ଦେଶ୍ୟରେ
(D) ଦଳବେହେରାଙ୍କ ଉଦ୍ଦେଶ୍ୟରେ
Answer:
(D) ଦଳବେହେରାଙ୍କ ଉଦ୍ଦେଶ୍ୟରେ

16. କେଉଁମାନେ ଦାନ୍ତରେ ତିରଣ ଧରି ଶରଣ ପଶିଲେ ?
(A) ସାଆନ୍ତ ରାଜାମାନେ
(B) ସୈନ୍ୟମାନେ
(C) ପାଇକମାନେ
(D) ବଡ଼ମାନେ
Answer:
(A) ସାଆନ୍ତ ରାଜାମାନେ

17. ଗଡ଼ ପାଇକପୁଅଙ୍କ ଛାଇ ପଡ଼ିଲେ କିଏ ବାଟ ଛାଡ଼ି ଦେଉଥିଲା ?
(A) ଷଣ୍ଢ
(B) ଗର୍ଭିଣୀ ଗାଈ
(C) ବାଘ
(D) ସିଂହ
Answer:
(B) ଗର୍ଭିଣୀ ଗାଈ

18. ଆମେ ରାଣ୍ଡ ଛେଉଣ୍ଡ ଗାଁ ମାଇପେ ମହତ ଘେନି ରହିବୁ ନା କୂଅପୋଖରୀ ଖୋଜିବୁ ?
(A) ସ୍ତ୍ରୀଲୋକମାନେ
(B) ରତନୀ
(C) ଜଣେ ବୁଢ଼ୀ
(D) କେତକୀ
Answer:
(C) ଜଣେ ବୁଢ଼ୀ

19. ଫିରିଙ୍ଗୀମାନେ କାହାକୁ ଘୋଡ଼ା କୋରଡ଼ାରେ ବାଡ଼େଇଥିଲେ ?
(A) ବୁଢ଼ୀକୁ
(B) କେତକୀକୁ
(C) ରତନୀକୁ
(D) ବୁଢ଼ୀର ନାତୁଣୀକୁ
Answer:
(D) ବୁଢ଼ୀର ନାତୁଣୀକୁ

20. ଏ ମୁଣ୍ଡକୁ ପାଣି ଛଡ଼େଇଲି- ଏକଥା କିଏ କରିଥିଲେ ?
(A) ଦଳବେହେରା
(B) ବନମାଳୀ
(C) ରଘୁନାଥ
(D) ସମସ୍ତେ
Answer:
(A) ଦଳବେହେରା

BSE Odisha 9th Class Odia Solutions Chapter 18 ଦଳବେହେରା

ଲେଖକ ପରିଚୟ :
ନାଟ୍ୟକାର କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ (୧୮୯୭-୧୯୭୮)ଙ୍କ ଆବିର୍ଭାବଦ୍ଵାରା ଓଡ଼ିଆ ନାଟକ ଓ ରଙ୍ଗମଞ୍ଚ କ୍ଷେତ୍ରରେ ଆଧୁନିକତାର ଯଥାର୍ଥ ପ୍ରଗତି ଆରମ୍ଭ ହୋଇଥିଲା । କବିତା ରଚନା ଓ ଅଭିନୟ କଳା ପ୍ରତି ସେ ବାଲ୍ୟକାଳରୁ ଆଗ୍ରହୀ ଥିଲେ । ଓଡ଼ିଶୀ ସଂଗୀତର ପ୍ରସାର ଓ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ । ଓଡ଼ିଶୀ ନୃତ୍ୟକୁ ସର୍ବଭାରତୀୟ ମାନ୍ୟତା ଦେବାରେ ମଧ୍ୟ ତାଙ୍କ ଉଦ୍ୟମ ଉଲ୍ଲେଖଯୋଗ୍ୟ । ସେ ପଚାଶରୁ ଊର୍ଦ୍ଧ୍ବ ରାସନାଟକ, ମଞ୍ଚନାଟକ ଏବଂ ଗୀତିନାଟ୍ୟ ରଚନା କରିଥିଲେ । ‘ଭାତ’, ‘ଗାର୍ଲସ୍କୁଲ, ’, ‘ଅଭିଯାନ’, ‘ଚକ୍ରୀ’, ‘ରକ୍ତମନ୍ଦାର’ ପ୍ରଭୃତି ନାଟକ, ‘ପଞ୍ଚରଙ୍ଗ’, ‘ଷଡ଼ରସ’, ‘ସପ୍ତପର୍ଶୀ’, ‘ଜୀବିତ-ତର୍ପଣ’ ପ୍ରଭୃତି ତାଙ୍କର ବହୁଚର୍ଚ୍ଚିତ ରଚନା । ତାଙ୍କର ଆତ୍ମଜୀବନୀ, ‘କୁମ୍ଭାର ଚକ’ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଥିଲେ । ତାଙ୍କ ଦ୍ବାରା ପ୍ରତିଷ୍ଠିତ ‘ଓଡ଼ିଶା ଥାଏଟର୍ସ’ ଓଡ଼ିଶାର ମଞ୍ଚ ଇତିହାସରେ ଏକ ଉଜ୍ଜ୍ଵଳ ନାମ । ଜାତୀୟ ସଂଗ୍ରାମର ଆଦ୍ୟ ପର୍ଯ୍ୟାୟରେ ତ୍ୟାଗ ଓ ତିତିକ୍ଷାର ପ୍ରତୀକାତ୍ମକ ରୂପ ସଂଗ୍ରାମୀ ମଣିଷର ଜୀବନ କାହାଣୀ ହିଁ ସଂଶିତ ଏକାଙ୍କିକାର ଭିତ୍ତିଭୂମି ।

ଏକାଙ୍କିକାର ମର୍ମବାଣୀ:

ଗଡ଼ମାଣିତ୍ରୀ ଗାଁ ମଝିରେ ଥିବା ଭାଗବତ ଘରେ ପୁରାଣ ପଣ୍ଡା ବସି ପୁରାଣ ପଢୁଥିଲେ । ଦଳବେହେରାଙ୍କ ସମେତ କେତେକ ଗ୍ରାମବାସୀ ବସି ପୁରାଣ ଶୁଣୁଥିଲେ । ଏହି ସମୟରେ ଧୂଳି ଧୂସରିତ ଅବସ୍ଥାରେ କାନ୍ଦି କାନ୍ଦି ସେଠାରେ ଉପସ୍ଥିତ ହୋଇଛି ବନମାଳୀ । ସେ ନିଜର ଚିରି ଫଡ଼ା ଫଡ଼ା ହୋଇଥିବା ନୂଆ ଗାମୁଛାକୁ ଦଳବେହେରାଙ୍କୁ ଦେଖାଇଛନ୍ତି । କିଆରୀରୁ ଫେରିବା ବାଟରେ ତାକୁ ଅଟକାଇ କର ପାଇଁ ସାତ ସମୁଦ୍ର ତେରନଈ ପାର ହୋଇ ଆସିଥିବା କଂସାସୁର ଦଳ ତା’ଉପରେ କିପରି ଜୁଲମ କରିଛନ୍ତି ତାହା ନିବେଦନ କରିଛି । ତାହା ପୁଣି କଉଡ଼ିରେ ନୁହେଁ, ଟଙ୍କାରେ । ହେଲେ ଟଙ୍କା କେଉଁଠୁ ସେମାନେ ପାଇବେ ବୋଲି ବନମାଳୀ ଦଳବେହେରାଙ୍କୁ କହିଛି ।

ରଘୁନାଥ ମଧ୍ୟ ଦଳବେହେରାଙ୍କୁ ଚକରା କଥା କହିଛି, ଯିଏ କି ବାବନାଭୂତ ହୋଇ ବୁଲୁଥିଲା । ଫିରିଙ୍ଗୀ ଘରେ ପିଆଦା ଚାକିରି କରିଛି ବୋଲି ଇନ୍ଦ୍ରଚନ୍ଦ୍ର ମାନୁନାହିଁ । ସମସ୍ତ ଭେଦ ସେ ଫିରିଙ୍ଗୀକୁ ବତାଉଛି । ପଶ୍ଚିମରାଏ ଘରେ ନଥ‌ିବାବେଳେ ତାଙ୍କ ଘରକୁ ଯାଇ ଭୁଆସୁଣୀ ଝିଅବୋହୂଙ୍କୁ ଖଜଣା ମାଗୁଛି । ତା’ତୁଣ୍ଡରୁ ପୁଣି ଅଭାଷା ଓ କୁଭାଷା ବାହାରୁଛି । ତା’ପରେ ଦଳବେହେରାଙ୍କ ପାଖରେ ଆସି ପହଞ୍ଚିଛି ସଉରୀ ବୋଉ (ବୁଢ଼ୀ) । ତା’ର ନଅବର୍ଷର ନାତୁଣୀ ଉପରେ ଫିରିଙ୍ଗୀର ଘୋଡ଼ା କରଡ଼ା ବସିଛି । ଲୁଣ ମୁଠାଏ ମାଗିବାକୁ ଯାଇଥିଲା ବୋଲି ତା’ର ପିଠି ଗରଗର ହୋଇ ଫାଟି ହୋଇଛି ଲହୁଲୁହାଣ । ଚେତାବୁଡ଼ା ହୋଇ ପଡ଼ିଥିଲା । କେତକୀ, ରତନୀ ପ୍ରଭୃତି ତାକୁ ଟେକି ଆଣିଛନ୍ତି ।

ସମସ୍ତଙ୍କ ଅଭିଯୋଗ ଶୁଣିସାରିବା ପରେ ଫିରିଙ୍ଗୀ ସରକାରଙ୍କୁ ଖଜଣା ନ ଦେବାପାଇଁ ଦଳବେହେରା ନିଜର ନିଷ୍ପତ୍ତି ଶୁଣାଇଛନ୍ତି । ବାପ ଅଜା ଅମଳରୁ ଯେପରି ନିଷ୍କର ଭୂଇଁ ଚଷି ଖାଉଥଲେ ସେପରି ଖାଇବେ, ଲୁଣ ମାରିବେ, ବଣରୁ କାଠ ହାଣିବେ । ସେଥ‌ିପାଇଁ ଗଡ଼ମୁଣ୍ଡ ବାଟକୁ ପର୍ବତପ୍ରମାଣ ଗଛ ଗଣ୍ଡି ହାଣି ଗଦାକରି ବଡ଼ ବଡ଼ ପଥର ପକାଇ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତେ ଖଣ୍ଡାରେ ସାଆଣ ଦେବା ସହିତ ବେଳ ଦି ଘଡ଼ିକି ବାହୁତୀ ବରଗଛମୂଳେ ପହଞ୍ଚେ ସିନ୍ଦୂର ଲଗେଇବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଲୋକମାନଙ୍କର ଖାଇବାପାଇଁ ନିଜ ଅମାର ଖୋଲିଦେବା ସହିତ ମେଣ୍ଟ ବାନ୍ଧିବା ନିମନ୍ତେ ଆଖପାଖ ଗାଁକୁ ରାତାରାତି ଖବର ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ଏବଂ ନିଜ ମୁଣ୍ଡକୁ ପାଣି ଛଡ଼େଇଛନ୍ତି ।

ଦଳବେହେରାଙ୍କ ନିର୍ଦେଶାନୁସାରେ ପାଇକମାନେ ଗାଁ ମୁଣ୍ଡରେ ପର୍ବତ ପ୍ରମାଣ କାଠଗଣ୍ଠି ଜମାକରି ଦେଇଛନ୍ତି । ମୁଣ୍ଡିଆରୁ ଦୁଇଶହ ଲୋକ ପଥର ଗଡ଼େଇ ଗଡ଼େଇ ଆଣି ସନ୍ଧ୍ୟା ସୁଦ୍ଧା ଗାଁ ମୁଣ୍ଡ ବାଟରେ ପାହାଡ଼ ଠିଆ କରିଦେଇଛନ୍ତି । ଗଡ଼ମାଣିତ୍ରୀର ପାଇକମାନେ କର ନଦେବା ଖବର ପାଇ ଆଖପାଖ ଗାଁ ଲୋକେ କର ନଦେବା ପାଇଁ ଅଡ଼ି ବସିବା ସହିତ ମେଣ୍ଟ ମଧ୍ୟ ବାନ୍ଧିଲେଣି । ଏକଥା ମଧ୍ୟ ଖୋରଧାର କମ୍ପାନୀ କଚେରୀକି ଗଲାଣି ଏବଂ କମ୍ପାନୀ ବାହାଦୁର ମଧ୍ୟ ଦଳବେହେରାଙ୍କୁ ଧରିନେବା ପାଇଁ ଫୌଜ ପଠାଇଛନ୍ତି ଏବଂ ପାଞ୍ଚଶହ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି । ଫଳରେ ନାଏବ, ସୁବେଦାର ଓ ବରକନ୍ଦାଜ ସମସ୍ତେ ଦଳବେହେରାଙ୍କୁ ଖୋଜିବାରେ ଲାଗିଛନ୍ତି ।

ଦଳବେହେରା ମହାଶୟ ବେଶ ବଦଳାଇ ବଣକୁ ବଣ ଘୂରି ବୁଲୁଛନ୍ତି । ତାଙ୍କୁ ସମସ୍ତେ ଦେଖୁଥିଲେ ମଧ୍ୟ କେହି ଧରିପାରୁ ନାହାନ୍ତି । ଦିନେ ଦଳବେହେରା ବାବାଜୀ ବେଶରେ ଧୂନି ଜାଳି ବସିଥ‌ିବା ବେଳେ ନିଜେ ସୁବେଦାର ତାଙ୍କ ପାଖରେ ଉପସ୍ଥିତ ହୋଇ ତାଙ୍କୁ ତ୍ରିକାଳଜ୍ଞ ମନେକରି ଦଳବେହେରାଙ୍କ ସମ୍ପର୍କରେ ପଚାରିଛନ୍ତି । ଶେଷରେ ତାଙ୍କୁ ପ୍ରଣାମ କରି ଆଶୀର୍ବାଦ ନେଇ ଦଳବେହେରାଙ୍କୁ ଖୋଜିବାକୁ ଚାଲିଯାଇଛନ୍ତି ।
ଏହି ସମୟରେ ଜଣେ ଦରିଦ୍ର ବୁଢ଼ା ନାଉରୀ ବାବାଜୀ ରୂପୀ ଦଳବେହେରାଙ୍କ ପାଖରେ ଉପସ୍ଥିତ ହୋଇଛି । ଦିନେ ପ୍ରବଳ ଝଡ଼ବର୍ଷାରେ ତା’ର କୁଟୁମ୍ବ ପ୍ରତିପୋଷଣ କରିବାର ଏକମାତ୍ର ସହାୟକ ଡଙ୍ଗାଟି କୁଆଡ଼େ ଭାସିଯାଇଛି ।

BSE Odisha 9th Class Odia Solutions Chapter 18 ଦଳବେହେରା

ସାତଦିନ କାଳ ଖୋଜି ଖୋଜି ନପାଇ ଶେଷରେ ଅସହାୟ ଅବସ୍ଥାରେ ଧାଇଁ ଆସିଛି ସହାୟବନ୍ତ ପୁରୁଷ ଦଳବେହେରାଙ୍କ ପାଖକୁ । ସେହି ଦେବତାତୁଲ୍ୟ ଧର୍ମବନ୍ତ ଦୟାଶୀଳ ବ୍ୟକ୍ତିଙ୍କ ନିକଟରୁ କିଛି ସାହାଯ୍ୟ ନେଇ ଆଉ ଏକ ଡଙ୍ଗା ଗଢ଼ିବା ଆଶାରେ ସେ ମାଣିତ୍ରୀଗଡ଼ ଅଭିମୁଖେ ଧାଇଁଛି । ନାଉରୀର ଦୁଃଖଭରା କାହାଣୀ ଶୁଣି ବାବାଜୀରୂପୀ ଦଳବେହେରାଙ୍କ ହୃଦୟ ଦ୍ରବୀଭୂତ ହୋଇଗଲା । ସେ ନାଉରୀକୁ ସଙ୍ଗରେ ଧରି ଚାଲିଲେ ଖୋରଧାର କଚେରୀକୁ ।

ପାଖକୁ ଯାଇଥବା ସେହି ନାଉରୀ ପୁରସ୍କାର ଟଙ୍କା ପାଇବା ଆଶାରେ ଦଳବେହେରାଙ୍କୁ ଧରି ଆଣିଛି ବୋଲି ପ୍ରକାଶ କରିଛନ୍ତି । ଦଳବେହେରାଙ୍କ ମୁଣ୍ଡ ବଦଳରେ କମ୍ପାନୀ ବାହାଦୁର ଯେଉଁ ପାଞ୍ଚଶହ ଟଙ୍କା ଘୋଷଣା କରିଛି, ସେହି ଟଙ୍କାକୁ ନାଉରୀକୁ ଦେବା ଅଭିଭୂତ କମ୍ପାନୀ ସାହେବ ଆସନରୁ ଉଠି ଆସି ତାଙ୍କ ହାତ ଧରି ପକାଇ କହିଛନ୍ତି – ‘ ଏଡ଼େ ମହତ୍ ତୁମେ !!’

ଦଳବେହେରାଙ୍କ ପାଦତଳେ ପଡ଼ି କାନ୍ଦି କାନ୍ଦି ନାଉରୀ କହିଛି – “‘ସାଆନ୍ତ ! ଦେବତା ! ମୋର ଟଙ୍କା ଦରକାର ନାହିଁ । ମୁଁ ପଛେ ଚିରଦିନ ଗରିବ ହୋଇ ରହିବି – ମୋ ଜାତି ଗରିବ ନ ହେଉ, ସାଆନ୍ତେ ।’’
ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥା’ନ୍ତି ।

ବିଷୟଗତ ଶବ୍ଦ ଓ ଅର୍ଥ :

ପୁରାଣ ପଣ୍ଡା – ପ୍ରତିଦିନ ସନ୍ଧ୍ୟାରେ ଭାଗବତ ପୁରାଣ ପଢ଼ି ଶୁଣାଉଥ‌ିବା ବ୍ୟକ୍ତିକୁ ପୁରାଣ ପଣ୍ଡା କୁହାଯାଏ ।
ପରବେଶ – ପ୍ରବେଶ
ପୁଚ୍ଛଇ – ପଚାରନ୍ତି
ସ୍ୱରଗ – ସ୍ୱର୍ଗ ।
ପରିଯନ୍ତେ- ପର୍ଯ୍ୟନ୍ତ ।
ତ୍ରିକାଳଞ- ବର୍ଷ ମାନ, ଅତୀତ ଓ ଭବିଷ୍ୟତ ବଷୟରେ ଜାଣିପାରୁଥିବା ବ୍ୟକ୍ତି ।
ନିଷର – ଯହିଁରେ କର ଦେବାକୁ ହୁଏ ନାହିଁ ।
କ୍ଷତ୍ରୀ – ଶକ୍ତିଶାଳୀ ବୀର ପୁରୁଷ ।
ମୋଡ଼ିମାଡ଼ି ହୋଇ – ନିରୁପାୟ ହୋଇ ।
BSE Odisha 9th Class Odia Solutions Chapter 18 ଦଳବେହେରା 1
BSE Odisha 9th Class Odia Solutions Chapter 18 ଦଳବେହେରା 2

BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ

Odisha State Board BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ will enable students to study smartly.

BSE Odisha Class 9 Physical Science Notes Chapter 6 ବଳ ଓ ଗତି ନିୟମ

→ ଉପକ୍ରମ (Introduction):
(i) ବସ୍ତୁର ଗତି ସମ ଗତି ବା ଅସମ ଗତି ହୋଇପାରେ ।
(ii) ଭୂମି ଉପରେ ଥ‌ିବା ଏକ ବଲ୍‌କୁ ଆଘାତ କଲେ ତାହା ଅବିରତ ଭାବରେ ଗତି କରେ ନାହିଁ । କିଛି ବାଟ ଗତି କଲାପରେ ତାହା ଆପେ ଆପେ ସ୍ଥିର ହୋଇଯାଏ ।
(iii) ଏକ ସ୍ଥିର ବସ୍ତୁକୁ ଗତିଶୀଳ କରିବାପାଇଁ ବା ଏକ ଗତିଶୀଳ ବସ୍ତୁକୁ ସ୍ଥିର କରିବାପାଇଁ କିଛି ପ୍ରୟାସ (effort) ଦରକାର ହୁଏ । ସାଧାରଣତଃ ଏହି ପ୍ରୟାସକୁ ଆମେ ମାଂସପେଶୀୟ ପ୍ରୟାସ ଭାବରେ ଅନୁ ଭବ କରୁ ।
(iv) ବଳର ଅବଧାରଣା (concept) ଠେଲିବା, ଟାଣିବା ବା ଆଘାତ ଦେବା ଉପରେ ପର୍ଯ୍ୟବସିତ ।
(v) ଠେଲିବା, ଟାଣିବା ଓ ଆଘାତ ଦେବା ହେଉଛି ଗୋଟିଏ ଗୋଟିଏ କାର୍ଯ୍ୟପ୍ରଣାଳୀ (method) ଯାହାଦ୍ୱାରା ଆମେ ବସ୍ତୁରେ ଗତି ସୃଷ୍ଟି କରିପାରିବା ।
(vi) ବସ୍ତୁଗୁଡ଼ିକୁ ଠେଲି, ଟାଣି କିମ୍ବା ଆଘାତ କରି ସେମାନଙ୍କର ସ୍ଥିତାବସ୍ଥାରେ ପରିବର୍ତ୍ତନ କରିହୁଏ ।
(vii) ବଳ ପ୍ରୟୋଗ କରି ବସ୍ତୁର ବେଗରେ, ଗତିର ଦିଗରେ, ଆକାର ଓ ଆକୃତିରେ ପରିବର୍ତ୍ତନ କରାଯାଇପାରିବ ।

BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ

→ ଆମ ଜୀବନରେ ବଳ (Force in our Life):
(i) ଆମ ଦୈନନ୍ଦିନ ଜୀବନରେ ‘କଳ’ ଶବ୍ଦର ବ୍ୟବହାର ଅତି ସାଧାରଣ । ଭୂମି ଉପରେ ଚାଲିବାପାଇଁ, ବସ୍ତୁକୁ ଉଠାଇବାପାଇଁ, କ୍ରିକେଟ୍ ବଲ୍‌କୁ ଫୋପାଡ଼ିବାପାଇଁ କିମ୍ବା ଗୋଟିଏ ବସ୍ତୁକୁ ଘୁଞ୍ଚାଇବ। ପାଇଁ ଆମେ ବଳ ଉପଯୋଗ କରିଥାଉ ।
(ii) ବିଭିନ୍ନ ପ୍ରକାର ବଳ ରହିଛି । କିନ୍ତୁ ବଳ ସାଧାରଣତଃ ଠେଲା (Push) କିମ୍ବା ଟଣା (Pull)କୁ ବୁଝାଇଥାଏ ।
(iii) ଯେତେବେଳେ ଗୋଟିଏ ବସ୍ତୁ ଉପରେ ବଳ ପ୍ରୟୋଗ କରାଯାଏ, ତାହା ଗତି କରିବାକୁ ଆରମ୍ଭ କରେ । ବଳ ପ୍ରୟୋଗଦ୍ଵାରା ସ୍ଥିର ବସ୍ତୁ ଗତିଶୀଳ ହୁଏ କିମ୍ବା ଗତିଶୀଳ ବସ୍ତୁ ସ୍ଥିର ହୁଏ କିମ୍ବା ବସ୍ତୁର ଗତି ଧୀର କିମ୍ବା ଦ୍ରୁତ ହୁଏ କିମ୍ବା ଗତିର ଦିଗ ପରିବର୍ତ୍ତିତ ହୋଇଥାଏ ।
(iv) ବଳ ଏକ ବାହ୍ୟ କାରଣ ଯାହାକି ସ୍ଥିରାବସ୍ଥାରେ ପରିବର୍ତ୍ତନ ଆଣିଥାଏ କିମ୍ବା ବସ୍ତୁର ସରଳରେଖ୍କ ସମଗତିରେ ପରିବର୍ତ୍ତନ ଆଣିଥାଏ ।
(v) ବଳର ବିଭିନ୍ନ ପ୍ରଭାବ ସହିତ ଆମେ ଅତି ପରିଚିତ । ଆମେ ଯେଉଁ ଠେଲା ଓ ଟଣା ବଳ ପ୍ରୟୋଗ କରିଥାଉ, ସେଗୁଡ଼ିକୁ ସଂସ୍ପର୍ଶ ବଳ କୁହାଯାଏ ।
(vi) ଅନ୍ୟ ଏକ ବଳ ଅଛି ଯାହା ବିନା ସଂସ୍ପର୍ଶରେ ଅର୍ଥାତ୍ ଶୂନ୍ୟରେ କ୍ରିୟାଶୀଳ ହୋଇଥାଏ । ଏହାକୁ ଅସଂସ୍ପର୍ଶ ବଳ କୁହାଯାଏ । ମାଧ୍ୟାକର୍ଷଣ ବଳ ଓ ଚୁମ୍ବକୀୟ ବଳଦ୍ଵୟ ଅସଂସ୍ପର୍ଶ ବଳର ଉଦାହରଣ ।
BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ - 1

→ ବଳର ପ୍ରଭାବ (Effects of Force):
(a) ସ୍ଥିର ବସ୍ତୁକୁ ଗତିଶୀଳ କରାଏ
(i) ଜଣେ ଖେଳାଳି ବଲ୍‌କୁ ଗୋଡ଼ରେ ଆଘାତ ଦେଲେ ତାହା ଗତିଶୀଳ ହୁଏ ।
(ii) ରେଳ ଇଞ୍ଜିନ୍ ରେଳଡ଼ବାଗୁଡିକୁ ବଳ ପ୍ରୟୋଗଦ୍ଵାରା ଟାଣିଥାଏ କିମ୍ବା ଠେଲିଥାଏ ।
(iii) ଓଜନଦାର ଜିନିଷପତ୍ର ବଳଦ, ଗଧ କିମ୍ବା ଘୋଡ଼ାଦ୍ଵାରା ପରିବାହିତ ହୋଇଥାଏ ।
(iv) ଗଛରୁ ଫଳଟି ଛିଣ୍ଡି ମାଧ୍ୟାକର୍ଷଣ ବଳ ପ୍ରଭାବରେ ଭୂମିରେ ପଡେ ।
(v) ଗୋଟିଏ ଚୁମ୍ବକ ଲୁହାକଣ୍ଟାକୁ ଗତିଶୀଳ କରାଇପାରେ ।
BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ - 2

(b) ଗତିଶୀଳ ବସ୍ତୁକୁ ସ୍ଥିରାବସ୍ଥାକୁ ଆଣେ
(i) ଭୂମି ସହିତ ଘର୍ଷଣଦ୍ଵାରା ଗଡ଼ିଯାଉଥିବା ବଲ୍ ଅଟକିଯାଏ ।
(ii) ବ୍ରେକ୍ ପ୍ରୟୋଗଦ୍ଵାରା ଗତିଶୀଳ ଟ୍ରେନ୍ କିମ୍ବା କାର୍‌କୁ ଅଟକାଯାଇପାରେ ।
(iii) ଭୂଲମ୍ବ ଦିଗରେ ଉପରକୁ ନିକ୍ଷେପ ହୋଇଥିବା ପଥରର ଗତି ମାଧ୍ୟାକର୍ଷଣ ବଳ ପ୍ରଭାବରେ ଧୀର ହୁଏ ବା ଶେଷରେ ବନ୍ଦ ହୋଇଯାଏ ।
(iv) ମୁକ୍ତ ଭାବରେ ଦୋଳାୟମାନ ଦୋଳକର ଦୋଳନ ବାୟୁର ଘର୍ଷଣ ବଳଦ୍ଵାରା ବନ୍ଦ ହୋଇଯାଏ ।

(c) ଗତିଶୀଳ ବସ୍ତୁକୁ ବେଗ ଓ ଦିଗରେ ପରିବର୍ତ୍ତନ ଆଣେ:
(i) ଭୂଲମ୍ବ ଦିଗରେ ଉପରକୁ ନିକ୍ଷେପ ହୋଇଥିବା ପଥରର ବେଗ ଓ ଦିଗରେ ମାଧ୍ୟାକର୍ଷଣ ବଳ ପ୍ରଭ।ବରେ ପରିବର୍ତ୍ତନ ଘଟିଥାଏ ।
(ii) ଷ୍ଟିଅରିଂ ଚକିରେ ବଳ ପ୍ରୟୋଗ କରି ଗତିଶୀଳ କାର ଦିଗ ବଦଳାଯାଇପାରେ ।
(iii) ସାଇକେଲ୍ ପ୍ୟାଡ଼େଲ୍‌ରେ ଅଧିକ ବଳ ପ୍ରୟୋଗ କଲେ ତାହା ଅଧିକ ବେଗରେ ଗଡ଼ିଚାଲେ ।
(iv) ଉପଗ୍ରହଗୁଡ଼ିକ ପୃଥ‌ିବୀ ଚାରିପଟେ ସ୍ଥିର ବେଗରେ ଘୂରୁଥାଆନ୍ତି । କିନ୍ତୁ ମାଧ୍ୟାକର୍ଷଣ ବଳ ପ୍ରଭାବରେ ସେଗୁଡିକର ଦିଗରେ କ୍ରମାଗତ ପରିବର୍ତ୍ତନ ଘଟିଥାଏ ।

BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ

(d) ଆକୃତିରେ ପରିବର୍ତ୍ତନ ଆଣିଥାଏ।
(i) ଟଣାବଳ ପ୍ରୟୋଗଦ୍ଵାରା ରବର ଫିତାର ଦୈର୍ଘ୍ୟ ବୃଦ୍ଧି ଘଟିଥାଏ ।
(ii) ସଂପୀଡ଼ନ ବଳ ପ୍ରୟୋଗଦ୍ଵାରା ସ୍ପ୍ରିଙ୍ଗ୍‌ର ଦୈର୍ଘ୍ୟ ହ୍ରାସ ପାଏ ।
(iii) ସୁନାକୁ ପିଟି ପତଳା ଚଦରରେ ପରିଣତ କରାଯାଏ ।
(iv) ହାତରେ ବଳ ପ୍ରୟୋଗ କରି କାଦୁଅକୁ ବିଭିନ୍ନ ଆକୃତି ଦିଆଯାଏ ।

→ ସନ୍ତୁଳିତ ଏବଂ ଅସନ୍ତୁଳିତ ଶକ୍ତି (Balanced and Unbalanced Force):
(a) ଯେଉଁ ବଳଗୁଡ଼ିକ ପ୍ରଭାବରେ ବସ୍ତୁର ସ୍ଥିତାବସ୍ଥାରେ ବା ଗତିର ଅବସ୍ଥାରେ କୌଣସି ପରିବର୍ତ୍ତନ ହୁଏ ନାହିଁ, ସେଗୁଡିକୁ ସନ୍ତୁ ଳିତ ବଳ (Balanced Force) କୁହାଯାଏ ।
(b) ‘ଯେତେବେଳେ ଗୋଟିଏ ବସ୍ତୁ ଉପରେ ଅନେକଗୁଡ଼ିଏ ବଳ କ୍ରିୟାଶୀଳ ହୁଏ ଏବଂ ଯଦି ଏହି ବଳଗୁଡ଼ିକର ପରିଣାମୀ ବସ୍ତୁ ଉପରେ ଶୂନ ହୁଏ, ସେହି ବଳଗୁଡ଼ିକୁ ସନ୍ତୁଳିତ ବଳ କୁହାଯାଏ ।
ଉଦାହରଣ – 1:
(i) ଏକ ଭୂସମାନ୍ତର ଟେବୁଲ ପୃଷ୍ଠ ଉପରେ ଗୋଟିଏ କାଠଖଣ୍ଡ (wooden block) ରଖ୍ ଏହାର ଦୁଇ ମୁଣ୍ଡରେ X ଓ Y ନାମକ ଦୁଇଟି ଦୃଢ଼ ସୂତା ଲଗାଯାଉ ।
(ii) X-ସୂତାକୁ ଟାଣି କାଠଖଣ୍ଡ ଉପରେ ବଳ ପ୍ରୟୋଗ କଲେ ତାହା ଡାହାଣ ଦିଗକୁ ଗତିକରି ଘୁଞ୍ଚିଯିବ । ସେହିପରି Y-ସୂତାକୁ ଟାଣି କାଠଖଣ୍ଡ ଉପରେ ବଳ ପ୍ରୟୋଗ କଲେ ତାହା ବାମ ଦିଗକୁ ଗତିଶୀଳ ହେବ ।
(iii) ଯଦି X ଓ Y ସୂତାକୁ ଧରି ଏକା ସମୟରେ ସମାନ ବଳ ପ୍ରୟୋଗ କରି ଦୁଇ ପାର୍ଶ୍ଵକୁ ଟାଣିବା ତେବେ କାଠଖଣ୍ଡଟି କୌଣସି ପାର୍ଶ୍ଵକୁ ନଯାଇ ସ୍ଥିର ହୋଇ ରହିବ । ଏହି ପ୍ରକାର ବଳକୁ ସନ୍ତୁଳିତ ବଳ କୁହାଯାଏ ।
BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ - 3
(iv) ଯଦି ସୂତା ଦୁଇଟିକୁ ଧରି ଅସମ ବଳ ପ୍ରୟୋଗ କରାଯାଏ, ତେବେ କାଠଖଣ୍ଡଟି ବୃହତ୍ତର ବଳ ଦିଗରେ ଗତି କରିବାକୁ ଆରମ୍ଭ କରିବ।
(v) ଏ କ୍ଷେତ୍ରରେ ବିପନ୍ତ୍ରୀତମୁଖୀ ବଳଦୂର ପରିମାଣ ଅସମାନ ହୋଇଥିବାରୁ ସେମାନେ ଏକ ଆଲାନ୍ତୁ ଳିତ ବଳ ସୃଷ୍ଟି କରନ୍ତି । ତେଣୁ କାଠଖଣ୍ଡଟି ଅସନ୍ତୁଳିତ ବଳ ଦିଗ ଆଡକୁ ଗତି କରେ । ‘‘ଯେତେବେଳେ ଗୋଟିଏ ବସ୍ତୁ ଉପରେ ଅନେକଗୁଡ଼ିଏ ବଳ କ୍ରିୟାଶୀଳ ହୁଏ ଏବଂ ଯଦି ଏହି ବଳଗୁଡ଼ିକର ପରିଣାମୀ ବସ୍ତୁ ଉପରେ ଶୂନ ନ ହୁଏ, ସେହି ବଳଗୁଡ଼ିକୁ ଅସନ୍ତୁଳିତ ବଳ କୁହାଯାଏ ।’’

BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ

ଉଦାହରଣ – 2:
(i) ଏକ ବନ୍ଧୁର (rough) ଚଟାଣ ଉପରେ ଗୋଟିଏ ବାକ୍ସକୁ ଅଳ୍ପ ବଳ ପ୍ରୟୋଗ କରି ଠେଲିଲେ ତାହା ଘୁଞ୍ଚିବ ନାହିଁ, କାରଣ ବାକ୍ସର ନିମ୍ନ ପୃଷ୍ଠ ଓ ଚଟାଣ ମଧ୍ୟରେ ଏକ ଘର୍ଷଣ ବଳ ଠେଲାବଳର ବିପରୀତ
ଦିଗରେ କାର୍ଯ୍ୟ କରେ ।
(ii) ଦୁଇଟି ପୃଷ୍ଠ ଲାଗି କ ରି ର ହି ଥ୍ ଲେ ସେମାନଙ୍କ ମଧ୍ୟରେ ଘର୍ଷଣ ବଳ ଉତ୍ପନ୍ନ ହୁଏ । ଠେଲାବଳର ପରିମାଣ କମ୍ ହୋଇଥିବାରୁ ବିପରୀତମୁଖୀ ଘର୍ଷଣ ବଳ ସେହି ଠେଲାବଳକୁ ସନ୍ତୁଳିତ କରିଦିଏ । ତେଣୁ ବାକ୍ସ ତା’ ସ୍ଥାନରୁ ଘୁଞ୍ଚେ ନାହିଁ ।
(iii) ଅଧିକ ବଳ ପ୍ରୟୋଗକରି ବାକ୍‌ସକୁ ଠେଲିଲେ, ତାହା ଗତି କରିବାକୁ ଆରମ୍ଭ କରେ । ଏ କ୍ଷେତ୍ରରେ ଠେଲାବଳ ବିପରୀତମୁଖୀ ଘର୍ଷଣ ବଳଠାରୁ ଅଧିକ ହୁଏ । ତେଣୁ ଏକ ମୋଟ ଅସନ୍ତୁଳିତ ବଳ ବାକ୍ସ ଉପରେ କାର୍ଯ୍ୟ କରିବାରୁ ତାହା ଠେଲାବଳ ଦିଗରେ ଗତିଶୀଳ ହେଲା ।
BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ - 4

ଉଦାହରଣ – 3:
(i) ରାଷ୍ଟ୍ରରେ ସାଟ୍ଟକୋଲ୍ ଚଳlଇଲ୍। ବେଳେ ପେଡ଼ାଲ୍ ମାରିବା ବନ୍ଦ କରିଦେଲେ ସାଇକେଲ୍‌ର ଗତି କ୍ରମଶଃ ମନ୍ଥର ହୋଇଯାଏ ।
(ii) ଏଠାରେ ରାସ୍ତାର ପୃଷ୍ଠ ଓ ସାଇକେଲ୍‌ର ଚକ ମଧ୍ୟରେ ସୃଷ୍ଟି ହୋଇଥିବା ଘର୍ଷଣ ବଳ ସାଇକେଲ୍‌ର ଗତି ଦିଗର ବିପରୀତମୁଖୀ ହୋଇଥାଏ ଓ ତାହା ସାଇକେଲ୍‌ର ଗତିକୁ ବିରୋଧ କରେ ।
(iii) ସାଇକେଲର ଗତିକୁ ବଜାୟ ରଖୁବାକୁ ହେଲେ ଅବିଚ୍ଛିନ୍ନ ଭାବରେ ପେଡ଼ାଲ ମାରିବାକୁ ହୁଏ । ପେଡ଼ାଲ ମାରିଲାବେଳେ ସାଇକେଲ୍ ଉପରେ ବାହ୍ୟ ବଳ କାର୍ଯ୍ୟ କରେ । ତେଣୁ ସାଇକେଲ୍ ଆଗକୁ ଗତିକରେ।
(iv) ଗୋଟିଏ ବସ୍ତୁ ଉପରେ ଅବିରତ (continuous) ଅସନ୍ତୁଳିତ ବଳ ପ୍ରୟୋଗ କଲେ ସେହି ବସ୍ତୁ ତାହାର ଗତିକୁ ବଜାୟ ରଖେ । କିନ୍ତୁ ଏହା ସର୍ବଦା ସତ୍ୟ ନୁହେଁ।
(v) ଯେତେବେଳେ ବସ୍ତୁ ଉପରେ ପ୍ରଯୁକ୍ତ ବଳଗୁଡ଼ିକ ସନ୍ତୁଳିତ ହୋଇଯାଆନ୍ତି ସେତେବେଳେ ବସ୍ତୁ ଉପରେ କୌଣସି ମୋଟ ବାହ୍ୟ ବଳ କାମ କରେ ନାହିଁ ଓ ବସ୍ତୁସମପରିବେଗରେ ଗତିକରେ ।
(vi) ଯେତେବେଳେ ଏକ ଅସନ୍ତୁଳିତ ବଳ ବସ୍ତୁ ଉପରେ କାର୍ଯ୍ୟକରେ ସେତେବେଳେ ବସ୍ତୁର ବେଗରେ ଗତିର ଦିଗରେ ବା ଉଭୟରେ ପରିବର୍ତ୍ତନ ଆସେ ଓ ବସ୍ତୁ ତ୍ୱରାନ୍ଵିତ ହୁଏ । ତେଣୁ ଗୋଟିଏ ବସ୍ତୁକୁ ତ୍ଵରାନ୍ଵିତ କରିବା ପାଇଁ ଏକ ଅସନ୍ତୁ ଳିତ ବାହ୍ୟ ବଳ ଆବଶ୍ୟକ ହୁଏ ।

→ ନିଉଟନ୍ ଙ୍କ ଗତି ନିୟମ । (Newton’s Laws of Motion)
(i) ଇଟାଲି ଦେଶର ବୈଜ୍ଞାନିକ ଗାଲି ଲି ଓ ଗତି ଓ ବଳ ମଧ୍ଯରେ ଥ‌ିବ। ସଂପର୍କକୁ ଜାଣିବାପାଇଁ ଗବେଷଣା କରିଥିଲେ ଓ ଅନେକ ମୌଳିକ ତଥ୍ୟ ପ୍ରକାଶ କରିଥିଲେ ।
(ii) ଗାଲିଲିଓଙ୍କ ବଳ ଓ ଗତି ସଂପର୍କୀୟ ସେହି ମୌଳିକ ଧାରଣାଗୁଡ଼ିକୁ ଆଇଜାକ୍ ନିଉଟନ୍ ଅଧୂକ ଅଧ୍ୟୟନ କରି ବସ୍ତୁମାନଙ୍କ ଗତି ସମ୍ପର୍କରେ ତିନୋଟି ମୌଳିକ ନିୟମ ଉପସ୍ଥାପନା କରିଥିଲେ, ଯାହାକୁ ନିଉଟନ୍ ଙ୍କ ଗତି ନିୟମ (Newton’s Laws of Motion) କୁହାଯାଏ ।

BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ

→ ନ୍ୟୁଟନ୍ ର ଗତିର ପ୍ରଥମ ନିୟମ । (Newton’s First Law of Motion):
ଜଡ଼ତ୍ଵ (Inertia):
(i) ବସ୍ତୁ ତା’ର ସ୍ଥିତାବସ୍ଥା ବା ଗତିର ଅବସ୍ଥାର ପରିବର୍ତ୍ତନକୁ ବିରୋଧ କରେ । ବସ୍ତୁ ସ୍ଥିର ହୋଇ ରହିଥିଲେ ସ୍ଥିର ହୋଇ ରହିବାକୁ ଚାହେଁ କିମ୍ବା ସମଗତିରେ ଯାଉଥିଲେ ନିଜର ସମ ଗତି ବଜାୟ ରଖୁବାକୁ ଚାହେଁ ।
(ii) ବାହ୍ୟବଳ ପ୍ରୟୋଗ ସତ୍ତ୍ଵେ ନିଜର ସ୍ଥିରାବସ୍ଥା ବା ସରଳରେଖ୍ୟ ସମ ଗତି ଅବସ୍ଥାକୁ ବଜାୟ ରଖିବା ପାଇଁ ଚପ୍ତର ଯେଉଁ ପ୍ରାକୃତିକ ପ୍ରବୃତ୍ତି (natural tendency) ଥାଏ, ତାହାକୁ ବସ୍ତୁର ଜଡ଼ତ୍ଵ (inertia) କୁହାଯାଏ ।
(iii) ଜଡ଼ତ୍ଵ ଦୁଇ ପ୍ରକାରର; ଯଥା-ସ୍ଥିରତାର ଜଡ଼ତା ଓ ଗତିର ଜଡ଼ତା ।
BSE Odisha 9th Class Physical Science Notes Chapter 6 ବଳ ଓ ଗତି ନିୟମ - 5

→ ସ୍ଥିରତାର ଜଡ଼ତା (Inertia of Rest) :
ବାହ୍ୟବଳ ପ୍ରୟୋଗ ସତ୍ତ୍ଵେ ସ୍ଥିର ଥ‌ିବା ବସ୍ତୁ ସ୍ଥିର ହୋଇ ରହିବାକୁ ଚାହେଁ । ଏହାକୁ ସ୍ଥିରତାର ଜଡ଼ତା କୁହାଯାଏ । ବାହ୍ୟବଳ ପ୍ରୟୋଗ ନହେବା ପର୍ଯ୍ୟନ୍ତ ବସ୍ତୁର ସ୍ଥିରାବସ୍ଥାରେ ପରିବର୍ତ୍ତନ ଘଟିବ ନାହିଁ ।
ଉଦାହରଣ –
ସ୍ଥିର ବସ୍ ଭିତରେ କିଛି ନ ଧରି ଯାତ୍ରୀ ଠିଆ ହୋଇଥାଆନ୍ତି । ବସ୍ ହଠାତ୍ ଗତିକଲେ, ଯାତ୍ରୀ ପଛକୁ ଝୁଙ୍କିପଡ଼ନ୍ତି । ଯାତ୍ରୀମାନଙ୍କର ପାଦ ବସ୍ ସହ ଲାଗି ରହିଥାଏ । ବସ୍‌ ଗତିକଲେ ପାଦ ମଧ୍ଯ ଆଗକୁ ଗତି କରେ । କିନ୍ତୁ ଯାତ୍ରୀମାନଙ୍କର ଶରୀରର ଅନ୍ୟ ଅଂଶ ସ୍ଥିରତାର ଜଡ଼ତା ଯୋଗୁଁ ନିଜ ନିଜ ସ୍ଥାନରେ ସ୍ଥିର ରହିଥାଏ ।ଫଳରେ ଯାତ୍ରୀମାନେ ପଛକୁ ଝୁଙ୍କିପଡ଼ନ୍ତି।

→ ଜଡ଼ତ୍ଵ ଓ ବସ୍ତୁତ୍ୱ (Inertia and Motion):
(i) ବସ୍ତୁ ସର୍ବଦା ତା’ର ଗତିର ଅବସ୍ଥାରେ କୌଣସି ପରିବର୍ତ୍ତନକୁ ବିରୋଧ କରେ । ବସ୍ତୁ ଯଦି ସ୍ଥିର ରହିଥାଏ ତେବେ ତାହା ସ୍ଥିର ହୋଇ ରହିବାକୁ ଚାହେଁ । ବସ୍ତୁ ଯଦି ଗତି କରୁଥାଏ ତେବେ ତାହା ନିଜର ଗତି ଅବସ୍ଥାକୁ ବଜାୟ ରଖୁବାକୁ ପ୍ରବୃତ୍ତି ପ୍ରଦର୍ଶନ କରେ । ବସ୍ତୁର ଏହି ଗୁଣକୁ ବସ୍ତର ଜଡ଼ତ୍ଵ କୁହାଯାଏ ।
(ii) ଯେଉଁ ବସ୍ତୁର ବସ୍ତୁତ୍ଵ ଅଧିକ ତାହାର ଜଡ଼ତ୍ଵ ଅଧିକ । ପରିମାଣାତ୍ମକ (quantitatively) ଭାବେ ବସ୍ତୁର ଜଡ଼ତ୍ଵ ତା’ ନିଜର ବସ୍ତୁତ୍ଵ ଉପରେ ନିର୍ଭର କରେ ।

ଉଦାହରଣ :
(i) କୌଣସି ପୃଷ୍ଠ ଉପରେ ଗୋଟିଏ ଖାଲି ହାଲୁକା ବାକ୍ସକୁ ପେଲିବା ସହଜ ହୁଏ, ମାତ୍ର ବହିଦ୍ଵାରା ପରିପୂର୍ଣ୍ଣ ଏକ ଭାରି ବାକ୍ସକୁ ପେଲିବା କଷ୍ଟକର ହୋଇଥାଏ ।
(ii) ଗୋଟିଏ ଫୁଟ୍‌ବଲ୍‌କୁ ଗୋଡ଼ରେ ମାରିଲେ ତାହା ସହଜରେ ଦୂରକୁ ଗଡ଼ିଯାଏ । କିନ୍ତୁ ସମାନ ଆକାର ଓ ଆକୃତିର ଏକ ଲୁହା ଗୋଲକକୁ ଗୋଡ଼ରେ ମାରିଲେ ଗୋଲକଟି ଆଗକୁ ଯାଏ ନାହିଁ ବରଂ ଗୋଡ଼ ଆଘାତପ୍ରାପ୍ତ ହୋଇ ଭାଙ୍ଗିଯିବାର ସମ୍ଭାବନା ଥାଏ ।

BSE Odisha 8th Class Odia Solutions Chapter 8 ଦରିଆ ଦଖଲ

Odisha State Board BSE Odisha 8th Class Odia Solutions Chapter 8 ଦରିଆ ଦଖଲ Textbook Exercise Questions and Answers.

BSE Odisha Class 8 Odia Solutions Chapter 8 ଦରିଆ ଦଖଲ

ପରାକ୍ଷା ଉପଯେ।ଗା ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନେ।ତ୍ତର

Question ୧।
ଆସ କଥାବାର୍ତ୍ତା ହେବା ।
(କ) କେଉଁ ସ୍ଥାନରେ ଗାନ୍ଧିଜୀ ଲବଣ ଆଇନ୍ ଅମାନ୍ୟ କରିଥିଲେ ?
Answer:
ଭାରତର ଗୁଜୁରାଟ ରାଜ୍ୟର ଦାଣ୍ଡୀଠାରେ ଗାନ୍ଧିଜୀ ଲବଣ ଆଇନ୍ ଅମାନ୍ୟ କରିଥିଲେ ।

(ଖ) ପୁଲିସ୍ କେଉଁ ଲୋକମାନଙ୍କର ହାତ ମୋଡ଼ି ଦେଇଥିଲେ ?
Answer:
ଦାଣ୍ଡୀଠାରୁ ଚାରିମାଇଲ୍ ଦୂର ଆଟ୍ ନାମକ ସ୍ଥାନରେ କେତେକ ସତ୍ୟାଗ୍ରହୀ ଲୁଣ ମାରିବାକୁ ଯାଇଥିବା ସମୟରେ, ସେଠାରେ ପୁଲିସ୍ ଓ ସତ୍ୟାଗ୍ରହୀଙ୍କ ମଧ୍ୟରେ ଟଣା ଓଟରା ଲାଗିଥିଲା । ପୁଲିସ୍ ଲୁଣମାଟି ଧରିଥି ଲୋକମାନଙ୍କର ହାତ ମୋଡ଼ି ଦେଇଥିଲେ ।

(ଗ) ଲୁଣମରା ସ୍ଥାନରେ ସାମାନ୍ୟ ରକ୍ତପାତ ହେବାର କାରଣ କ’ଣ ଥିଲା ?
Answer:
ଦାଣ୍ଡୀଠାରୁ ଚାରିମାଇଲ ଦୂର ଆଠାରେ ସତ୍ୟାଗ୍ରହୀମାନେ ଲୁଣ ମାରିବାକୁ ଉଦ୍ୟତ ହେବାରୁ ପୁଲିସ୍ ସେମାନଙ୍କୁ ବାଧା ଦେଇଥୁଲା ଓ ଲୁଣମାଟି ଧରିଥିବା ଲୋକଙ୍କ ହାତମୋଡ଼ି ଅତ୍ୟାଚାର ଆରମ୍ଭ କରିଦେଇଥିଲା। ଜଣଙ୍କର ମଣିବନ୍ଧ ଜଖମ ହୋଇଗଲା ଏବଂ ଠେଲାପେଲା, ଟଣାଘୋଷରା ଯୋଗୁ ଲୁଣମରା ସ୍ଥାନରେ ସାମାନ୍ୟ ରକ୍ତପାତ ହୋଇଥିଲା ।

(ଘ) ଦେଖଣାହାରିମାନେ କାହିଁକି ଲୁଣମାଟି ସାଉଁଟିବା ଆରମ୍ଭ କରିଦେଲେ ?
Answer:
ଦାଣ୍ଡୀଠାରୁ ଚାରିମାଇଲ୍ ଦୂର ଆଠାରେ ସତ୍ୟାଗ୍ରହୀମାନେ ଲୁଣ ମାରିବା ଆରମ୍ଭ କରିଦେଲେ ଓ ସେଠାରେସତ୍ୟାଗ୍ରହୀଙ୍କ ପ୍ରତି ସମର୍ଥନ ଜଣାଇ ହଠାତ୍ ସମୁଦ୍ରକୂଳରୁ ଲୁଣମାଟି ସାଉଁଟିବା ଆରମ୍ଭ କରିଦେଲେ ।

BSE Odisha 8th Class Odia Solutions Chapter 8 ଦରିଆ ଦଖଲ

Question ୨।
ଆସ, ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖିବା ।
(କ) ପୁଲିସ୍‌ର ହୃଦୟ କିପରି ପରିବର୍ତ୍ତନ ହେବ ବୋଲି ଗାନ୍ଧିଜୀ କହିଥିଲେ ?
Answer:
ଲବଣ ଆଇନ ଅମାନ୍ୟକାରୀଙ୍କ ଉଦ୍ଦେଶ୍ୟରେ ଦେଇଥ‌ିବା ବକ୍ତବ୍ୟରେ ଗାନ୍ଧିଜୀ କହିଥିଲେ ଯେ ଆଇନ ଅମାନ୍ୟ ବେଳେ ସତ୍ୟାଗ୍ରହୀମାନେ ପୁଲିସ ଅତ୍ୟାଚାରକୁ ଯେଭଳି ଭାବେ ସହ୍ୟ କରି ଅସୀମ ଧୈର୍ଯ୍ୟ ଓ କଷ୍ଟସହିଷ୍ଣୁତାର ଶକ୍ତି ପ୍ରଦର୍ଶନ କଲେ, ତାହାଦ୍ୱାରା ସେମାନଙ୍କ ହୃଦୟ ପରିବର୍ତ୍ତନ ହେବ ।
କଲେ, ତାହାଦ୍ୱାରା ସେମାନଙ୍କ ହୃଦୟ ପରିବର୍ତ୍ତନ ହେବ ।

(ଖ) ଗାନ୍ଧିଜୀଙ୍କୁ ରାତି ଅଧରେ କେଉଁ ଖବର ମିଳିଥିଲା ?
Answer:
ସତ୍ୟାଗ୍ରହୀମାନେ ଲବଣ ଆଇନ ଅମାନ୍ୟ କରିବା ସମୟରେ ପୁଲିସ ଅତ୍ୟାଚାର ସତ୍ତ୍ବେ ଯେଉଁ ଅସୀମ ଧୈର୍ଯ୍ୟ ଓ ସହନଶୀଳତା ତଥା କଷ୍ଟ ସହିଷ୍ଣୁତାର ଶକ୍ତି ପ୍ରଦର୍ଶନ କଲେ, ସେହି ଖବର ସେଇ ଦିନ ରାତିରେ ହିଁ ଗାନ୍ଧିଜୀଙ୍କୁ ପ୍ରାପ୍ତ ହୋଇଥିଲା । ସେମାନଙ୍କ କାର୍ଯ୍ୟରୁ ଗାନ୍ଧିଜୀ ବୁଝି ପାରିଥିଲେ ଯେ ତାଙ୍କ ପ୍ରତି ଲୋକମାନଙ୍କ ହୃଦୟରେ ଗଭୀର ସମର୍ଥନ ତଥା ସମ୍ମାନ ରହିଅଛି।

(ଗ) ଆଟ୍ ଓ ଭୀମ୍‌ରୀଡ଼ରେ ଗାନ୍ଧିଜୀ କେଉଁ ଦୃଶ୍ୟ ଦେଖିଥିଲେ ?
Answer:
ଗାନ୍ଧିଜୀ ଆଟ୍ ଓ ଭୀମ୍‌ରୀଡ଼ଠାରେ ହଜାର ହଜାର ସଂଖ୍ୟାରେ ସ୍ତ୍ରୀ ପୁରୁଷ ଲୁଣ ମାରିବା ଦୃଶ୍ୟ ନିଜ ଆଖ୍ୟାରେ ଦେଖୁଥିଲେ । ସମ୍ପୂର୍ଣ୍ଣ ଶାନ୍ତ ଓ ଅହିଂସ ଭାବେ ସେମାନେ ଲୁଣ ମାରିବା କାର୍ଯ୍ୟ କରିଥିଲେ ।

(ଘ) କେଉଁ ନୀତି ଅବଲମ୍ବନ କଲେ ଭାରତ ନିକଟ ଭବିଷ୍ୟତରେ ସ୍ୱରାଜ୍ୟ ଫେରିପାଇବ ବୋଲି ଗାନ୍ଧିଜୀ ଆଶାପୋଷଣ କରିଥିଲେ ?
Answer:
ଆଟ୍ ଓ ଭୀମରୀଡ଼ଠାରେ ହଜାର ହଜାର ସଂଖ୍ୟାରେ ସ୍ତ୍ରୀ-ପୁରୁଷ ସତ୍ୟାଗ୍ରହୀଭାବେ, ସମ୍ପୂର୍ଣ୍ଣ ଶାନ୍ତି ଓ ଅହିଂସାରେ ଯେପରି ଲୁଣମରା କାର୍ଯ୍ୟ କରିଥିଲେ, ତାହା ଦେଖ୍ ଗାନ୍ଧିଜୀ ସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ବହିର୍ଭୂତ ଥିଲା । ଗାନ୍ଧିଜୀ ଆଶା କରିଥିଲେ ଯେ, ଲବଣ ସତ୍ୟାଗ୍ରହ ଯେପରି ଶୁଭକ୍ଷଣରେ ଶୁଭାରମ୍ଭ ହୋଇଥିଲା, ଶେଷ ବହିର୍ଭୂତ ଥିଲା । ଗାନ୍ଧିଜୀ ଆଶା କରିଥିଲେ ଯେ, ଲବଣ ସତ୍ୟାଗ୍ରହ ଯେପରି ଶୁଭକ୍ଷଣରେ ଶୁଭାରମ୍ଭ ହୋଇଥିଲା, ଶେଷ ପର୍ଯ୍ୟନ୍ତ ଯଦି ଳାହା ଅହିଂସା ଓ ଶାନ୍ତିପୂର୍ଣ୍ଣଭାବେ ସଂଘଟିତ ହେବ, ତେବେ ଭାରତ ନିକଟ ଭବିଷ୍ୟତରେ ଅବଶ୍ୟ ସ୍ୱରାଜ୍ୟ
ଫେରିପାଇବ ।

Question ୩ ।
ସରଳ ଭାଷାରେ ବୁଝାଇ ଲେଖୁ ।
(କ) ଆମ ନିଜ ଦେହରେ ରକ୍ତପରି ଏ ଲୁଣ ଆମର ପ୍ରିୟ ।
Answer:
ଆମ ନିଜ ……………………………………ଆମର ପ୍ରିୟ ।
ଶଂସିତ ଗଦ୍ୟାଶଟି ମହାନ୍ ମୁକ୍ତି ସଂଗ୍ରାମୀ ଅନ୍ନପୂର୍ଣ୍ଣା ମହାରଣାଙ୍କ ରଚିତ ଆମ୍ଜାବନା ‘ଅମ୍ଳତ ଅନୁଭବ’କୁ ସଂଗୃହୀତ ‘ଦରିଆ ଦଖଲ’ ଶୀର୍ଷକ ପ୍ରବନ୍ଧରୁ ଆନୀତ । ଏଠାରେ ଲେଖୁ ପରାଧୀନ ଭାରତବର୍ଷର ଜନସାଧାରଣଙ୍କୁ ସତ୍ୟାଗ୍ରହରେ ସାମିଲ ହୋଇ ଲବଣ ଆଇନକୁ ପୂର୍ଣ୍ଣ ବିରୋଧ କରିବାକୁ ମହାତ୍ମାଗାନ୍ଧି ଦେଇଥ‌ିବା ଆହ୍ବାନ ପ୍ରସଙ୍ଗକୁ ଉପସ୍ଥାପନ କରିଛନ୍ତି ।

ପୂରଣ କରିବାକୁ ହାତରେ ସମୁଦ୍ରରୁ ଲୁଣମାରି ଆସୁଥିଲେ । ଇଂରେଜମାନେ ଶାସକ ହେଲା ପରେ ଲବଣ ଆଇନ ବଳରେ ଭାରତୀୟମାନଙ୍କୁ ଏ କାର୍ଯ୍ୟରୁ ନିବୃତ୍ତ କଲେ । ଗାନ୍ଧିଜୀଙ୍କ ଆହ୍ଵାନରେ ହଜାର ହଜାର ସଂଖ୍ୟକ ସତ୍ୟାଗ୍ରହୀ ଅହିଂସ ଉପାୟରେ ଏହି ଆଇନକୁ ବିରୋଧକରି ଗୁଜରାଟର ଦାଣ୍ଡୀ ଓ ଅନ୍ୟାନ୍ୟ ସ୍ଥାନରେ ଲୁଣ ମାରିବାକୁ ଅଗ୍ରସର ହେଲେ । ଏଥ‌ିପାଇଁ ସେମାନଙ୍କୁ ପୁଲିସର ବିରୋଧ ଓ ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡ଼ିଲା । ଦାଣ୍ଡୀଠାରୁ ଚାରିମାଇଲ ଦୂର ଆଟ୍‌ଠାରେ ସତ୍ୟାଗ୍ରହୀମାନେ ଲୁଣମାଟି ସଂଗ୍ରହ କରୁଥିବା ବେଳେ ପୁଲିସ ସେମାନଙ୍କ ହାତ ମୋଡ଼ି ସେମାନଙ୍କ ଉପରେ ଜୁଲମ ଆରମ୍ଭ କରିଦେଲେ ।

ଏ ଖବର ପାଇ ଗାନ୍ଧିଜୀ ‘ୟଙ୍ଗ୍ ଇଣ୍ଡିଆ’ ପତ୍ରିକାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଲୁଣ ହେଉଛି ରାଷ୍ଟ୍ରର ଆତ୍ମସମ୍ମାନର ପ୍ରତୀକ । ସତ୍ୟାଗ୍ରହୀମାନେ ଯେଉଁ ଲୁଣ ସଂଗ୍ରହ କରିଛନ୍ତି ତାକୁ ନିଜ ଛାତିରେ ଚାପି ଧରିବାର ଅଧିକାର ସେମାନଙ୍କଠାରୁ କେହି ଛଡ଼ାଇ ନେଇପାରିବେ ନାହିଁ । କାରଣ ଦେହର ରକ୍ତ ପରି ଲୁଣ ଆମର ଏକାନ୍ତ ପ୍ରିୟ । ହାତକୁ ମୋଡ଼ି ସେ ଲୁଣ ଛଡ଼େଇ ନ ନେବା ପର୍ଯ୍ୟନ୍ତ ତାହା କାହାରିକୁ ଦିଆଯିବ ନାହିଁ ।

(ଖ) ଆମ୍ବ ବଳିଦାନ ଓ ତ୍ୟାଗ ବିନା ଯେଉଁ ସ୍ଵାଧୀନତା ହାସଲ କରାଯାଏ, ତାହା ଚିରଞ୍ଜୀବୀ ହୋଇପାରେ ନାହିଁ ।
Answer:
ଆତ୍ମବଳିଦାନ ……………………………. ହୋଇପାରେ ନାହିଁ ।
ପ୍ରଦତ୍ତ ଗଦ୍ୟାଶଟି ପ୍ରାବନ୍ଧିକା ଅନ୍ନପୂର୍ଣ୍ଣା ମହାରଣାଙ୍କ ରଚିତ ଆତ୍ମଜୀବନୀ ‘ଅମୃତ ଅନୁଭବ’ରୁ ସଂଗୃହୀତ ‘ଦରିଆ ଦଖଲ’ ଶୀର୍ଷକ ପ୍ରବନ୍ଧରୁ ଗୃହୀତ । ଏଠାରେ ଲେଖୁ ଗାନ୍ଧି ବିଚାର ଓ ଦର୍ଶନ ସମ୍ବଳିତ ଆତ୍ମବଳିଦାନ ଓ ତ୍ୟାଗର ଅନନ୍ୟ ମହତ୍ତ୍ୱ ଉପରେ ଆଲୋକପାତ କରିଛନ୍ତି। ଭାରତୀୟ ସ୍ବାଧୀନତା ସଂଗ୍ରାମର ପୁରୋଧା ବାପୁଜୀ ଶାନ୍ତି ଓ ଅହିଂସାର ମୂର୍ତ୍ତିମନ୍ତ ଅବତାର ଥିଲେ । ଅହିଂସା ଅସ୍ତ୍ର ବଳରେ ଭାରତର ସ୍ଵାଧୀନତା ହାସଲ କରିବାକୁ ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ । ସ୍ୱରାଜ୍ୟ ଲାଭ ପାଇଁ ଦେଶବାସୀଙ୍କୁ ଆତ୍ମବଳିଦାନ ଓ ତ୍ୟାଗ ପରି ମହାମନ୍ତ୍ରରେ ଉଦ୍‌ବୁଦ୍ଧ ହେବାକୁ ପଡ଼ିବ ବୋଲି ଗାନ୍ଧିଜୀ କହିଥିଲେ ।

ତାଙ୍କ ମତରେ ଆତ୍ମତ୍ୟାଗ ବଳରେ ଯେଉଁ ସ୍ଵାଧୀନତା ହାସଲ ହେବ ତାହା ଦୀର୍ଘସ୍ଥାୟୀ ହେବ । ଦେଶବାସୀଙ୍କ ଲହୁ ଓ ଲୁହ ପ୍ରତିବଦଳରେ ମିଳିଥିବା ସ୍ୱରାଜ୍ୟ ଚିରଞ୍ଜୀବୀ ହେବ । ଯଦିଓ ପ୍ରକୃତ ତ୍ୟାଗ ଓ ଆତ୍ମବଳିଦାନରେ ଗୋଟିଏ ପକ୍ଷକୁ ସମସ୍ତ କଷ୍ଟ ସହ୍ୟ କରିବାକୁ ପଡ଼େ, ଅନ୍ୟର ପ୍ରାଣ ନ ନେଇ ସମୂହ ସ୍ବାର୍ଥ ପାଇଁ ନିଜ ପ୍ରାଣ ଉତ୍ସର୍ଗ କରିବାକୁ ପଡ଼େ, ତଥାପି ତାହା ବଳରେ ପ୍ରାପ୍ତ ସ୍ବରାଜ ହିଁ ଅଧୂକ ସୁଦୃଢ଼ ହୋଇଥାଏ । ନିଜ ଜୀବନ ଦେଇ ଦେଶବାସୀଙ୍କୁ ନୂତନ ଜୀବନ ଦେବା ପରି ମହନୀୟ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସେ ଆହ୍ୱାନ କରିଥିଲେ । ଏହା ମହନୀୟ ଆଦର୍ଶରେ ସିଦ୍ଧି ପ୍ରାପ୍ତ ହେବାକୁ ସେ ଭାରତୀୟମାନଙ୍କୁ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ ।

BSE Odisha 8th Class Odia Solutions Chapter 8 ଦରିଆ ଦଖଲ

Question ୪ ।
ଆସ, ତଳେ ଥିବା ଅନୁଚ୍ଛେଦଟିର ଶୂନ୍ୟସ୍ଥାନ ଗୁଡ଼ିକୁ ମନେପକାଇ ପୂରଣ କରିବା ।
ଆମ୍ବଳିଦାନ ଓ _________ ବିନା ଯେଉଁ _________  ହାସଲ କରାଯାଏ, ତାହା _________  ହୋଇପାରେ ନାହିଁ। ସେଥ‌ିପାଇଁ ମୁଁ ଚାହେଁ ମୋ ଦେଶ ଲୋକେ ନିଜର _________ ସବୁଠାରୁ ବେଶି _________ କରିବାକ୍ନ ପ୍ରସ୍ତୁତ ହୋଇ ଯାଆନ୍ତୁ । ପ୍ରକୃତ ତ୍ୟାଗ ବା _________  ଗୋଟିଏ ପକ୍ଷକୁ ସବୁ କଷ୍ଟ ସହିବାକୁ ପଡ଼େ । ଅନ୍ୟର ପ୍ରାଣ ନ ନେଇ ନିଜର _________  ଦେବା, ଜୀବନ ଦେଇ _________  ଲାଭ କରିବା କଳାରେ _________ ହେବାକୁ ପଡ଼େ । ଭଗବାନ ଭାରତକୁ ଏହି _________ ଦିଅନ୍ତୁ ।
Answer:
ଆମ୍ବଳିଦାନ ଓ ତ୍ୟାଗ ବିନା ଯେଉଁ ସ୍ୱାଧାନତା  ହାସଲ କରାଯାଏ, ତାହା ଚିରଞ୍ଜାବା  ହୋଇପାରେ ନାହିଁ। ସେଥ‌ିପାଇଁ ମୁଁ ଚାହେଁ ମୋ ଦେଶ ଲୋକେ ନିଜର ସାଧ୍ୟାନୁସାରେ ସବୁଠାରୁ ବେଶି ଆମ୍ ତ୍ୟାଗ କରିବାକ୍ନ ପ୍ରସ୍ତୁତ ହୋଇ ଯାଆନ୍ତୁ । ପ୍ରକୃତ ତ୍ୟାଗ ବା ଆମ୍ବଳିଦାନରେ  ଗୋଟିଏ ପକ୍ଷକୁ ସବୁ କଷ୍ଟ ସହିବାକୁ ପଡ଼େ । ଅନ୍ୟର ପ୍ରାଣ ନ ନେଇ ନିଜର ପ୍ରାଣଦେବା ଦେବା, ଜୀବନ ଦେଇ ଜାବାନ  ଲାଭ କରିବା କଳାରେ ସିଦ୍ଧହସ୍ତ୍ର ହେବାକୁ ପଡ଼େ । ଭଗବାନ ଭାରତକୁ ଏହି ମନ୍ତ୍ରସିଦ୍ଧ ଦିଅନ୍ତୁ

Question ୫।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକୁ ଉପଯୁକ୍ତ କ୍ରମରେ ସଜାଇ ଆସ ବାକ୍ୟଗୁଡ଼ିକୁ ଆଉଥରେ ଲେଖୁବା ।
‘‘ଆପଣମାନଙ୍କର ଛାତିରେ ଚାପିକରି ଅଛି ଅଧିକାର ପୂର୍ଣ୍ଣ ରଖିବାର କରିଛନ୍ତି ଆପଣମାନେ ସଂଗ୍ରହ ଲୁଣ ଯେଉଁ ତାକୁ ନିଜ । ହିଂସା ନୁହେଁ ଏହା, ଆମର ଲୁଣ ଏ ରକ୍ତ ପରି ଦେହର ନିଜ ଆମ ପ୍ରିୟ । ଧୈର୍ଯ୍ୟ ଓ କଷ୍ଟ ଆପଣଙ୍କ ଆଶା ମୋର ହୃଦୟ ପୁଲିସ୍‌ଙ୍କ ଶକ୍ତି ଦ୍ୱାରା ସହିବା ହେବ ପରିବର୍ତ୍ତନ । କରିଯିବା କାମ ନିଜ ଆପଣମାନେ ଜୋରଜବରଦସ୍ତିକୁ ପୁଲିସ୍‌ର ଖାତିର ନକରି ଉଚିତ୍’ ।
Answer:
‘ ଆପଣମାନେ ଯେଉଁ ଲୁଣ ସଂଗ୍ରହ କରିଛନ୍ତି ତା’କୁ ନିଜ ଛାତିରେ ଚାପିକରି ରଖୁବାର ପୂର୍ଣ୍ଣ ଅଧ୍ୟାର ଆପଣମାନଙ୍କର ଅଛି । ଏହା ହିଂସା ନୁହେଁ । ଆମ ନିଜ ଦେହର ରକ୍ତପରି ଏ ଲୁଣ ଆମର ପ୍ରିୟ । ମୋର ଆଶା, ଆପଣଙ୍କ ଧୈର୍ଯ୍ୟ ଓ କଷ୍ଟ ସହିବା ଶକ୍ତିଦ୍ଵାରା ପୁଲିସ୍‌ଙ୍କ ହୃଦୟ ପରିବର୍ତ୍ତନ ହେବ । ପୁଲିସର ଜୋରଜବରଦସ୍ତକୁ ଖାତିର ନକରି ଆପଣମାନେ ନିଜ କାମ କରିଯିବା ଉଚିତ୍ ।’’

Question ୬।
ଆସ ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକ ମଧ୍ୟରୁ ନିଭୁର୍ଲ ଶବ୍ଦ ଗୁଡ଼ିକୁ ବାଛି ଲେଖୁବା ।
(କ) ଚିରଞ୍ଜିବୀ, ଚୀରଞ୍ଜୀବି, ଚିରଞ୍ଜୀବୀ, ଚିରଞ୍ଜୀବି.
(ଖ) ନିଶ୍ଚେ, ନିସ୍‌ଚେଷ୍ଟ, ନିଶ୍ଚେଷ୍ଟ, ନିଷ୍ଟେଣ୍ଡ
(ଗ) ମନ୍ତ୍ରଶିଦ୍ଧି, ମନ୍ତ୍ରଷିଦ୍ଧି, ମନ୍ତ୍ରସିଦ୍ଧି, ମନ୍ତ୍ରସୀଦ୍ଧି
(ଘ) ନ୍ୟାୟମୂର୍ତି, ନେୟମୂର୍ତି, ନ୍ୟାୟମୂର୍ତ୍ତି, ନ୍ୟାୟମୁର୍ତ୍ତି
Answer:
(କ) ଚାରଞ୍ଜାବି
(ଖ) ନିଶ୍ଢେଷ୍ଟ
(ଗ) ମନ୍ତ୍ରସିଦ୍ଧି
(ଘ) ନ୍ୟାୟମୂର୍ତ୍ତ

Question ୭ ।
ଆସ, ଅଭିଧାନ ଦେଖ୍ ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ଅର୍ଥ ଲେଖୁବା ।
ସିଦ୍ଧହସ୍ତ, ମଣିବନ୍ଧ, ନ୍ୟାୟମୂର୍ତ୍ତି, ମନ୍ତ୍ରସିଦ୍ଧି, ଧାରଣା
Answer:
ସିଦ୍ଧହସ୍ତ୍ର – ନିପୁଣ / ଯୋଗ୍ୟ / ପାରଙ୍ଗମ
ନ୍ୟାୟମୂର୍ତ୍ତି – ନ୍ୟାୟ ପରାୟଣ
ଧାରଣା – ନିର୍ଦ୍ଧାରଣ / ସିଦ୍ଧାନ୍ତ୍ର / ସ୍ମରଣ ରଖିବା / ନିର୍ଦ୍ଧାରିତ ନିୟମ
ନର୍ଗିବନ୍ଧ – ହାତ ଓ ପାପୁଲିର ସଂଯୋଗସ୍ଥଳ
ମନ୍ତ୍ରସିଦ୍ଧି – ମନ୍ତ୍ରୀର ସାଧନାଦ୍ୱାରା ସିଦ୍ଧିପ୍ରାପ୍ତ ।

Question ୮।
ଆସ ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ସନ୍ଧିବିଚ୍ଛେଦ କରି ଆଉ ଥରେ ଲେଖୁବା ।
ସାଧାନୁସାରେ, ନିଘୋଷ, ନିର୍ଭୟ, ନିଶ୍ଚେଷ୍ଟ, ପଦାଘାତ
Answer:
ସାଧ୍ୟାନୁସାରେ = ସାଧ୍ୟ + ଅନୁସାରେ
ନିର୍ଭୟ = ନିଃ + ଭୟ
ପଦାଘାତ = ପଦ + ଆଘାତ
ନିର୍ଦ୍ଦୋଷ = ନିଃ + ଦୋଷ
ନିଣ୍ଟେଷ୍ଟ = ନିଃ + ଚେଷ୍ଟ

BSE Odisha 8th Class Odia Solutions Chapter 8 ଦରିଆ ଦଖଲ

Question ୯।
ତଳେ ଦିଆଯାଇଥ‌ିବା ବାକ୍ୟଗୁଡ଼ିକୁ ଉତ୍ତର ମନେକରି ଆସ ଏହାପାଇଁ ପ୍ରଶ୍ନ ତିଆରି କରିବା ।
(କ) ଦାଣ୍ଡୀରେ ଗାନ୍ଧିଜୀ ଲବଣ ଆଇନ ଅମାନ୍ୟ କରିସାରିବା ପରେ ଚାରିଆଡ଼େ ଲବଣ ଆଇନ ଅମାନ୍ୟ କରିବାକୁ ନିର୍ଦ୍ଦେଶ ଦେଲେ ।
(ଖ) ଯେଉଁ ଗ୍ରାମବାସୀ ଦେଖଣାହାରୀ ଭାବରେ ସେଠାରେ ଥିଲେ ସେମାନେ ସମସ୍ତେ ହଠାତ ସମୁଦ୍ରପନ୍ତାରେ ଲୁଣମାଟି ସାଉଁଟିବା ଆରମ୍ଭ କରିଦେଲେ ।
(ଗ) ଏପ୍ରିଲ୍ ନଅ ତାରିଖରେ ଗାନ୍ଧିଜୀ ସମଗ୍ର ଭାରତକୁ ଏହି ମର୍ମରେ ବାର୍ତ୍ତା ଦେଲେ ଯେ ଆଜି ରାତି ଅଧରେ କଥାକୁ ହୃଦୟରେ ଘେନିଛନ୍ତି । ମୋତେ ଯେଉଁ ଖବର ମିଳିଛି ସେଥ‌ିରେ ମୁଁ ଜାଣୁଛି ଯେ ଲୋକେ ମୋ କଥାକୁ ହୃଦୟରେ ଘେନିଛନ୍ତି।
(ଘ) ଆମ୍ବ ବଳିଦାନ ଓ ତ୍ୟାଗ ବିନା ଯେଉଁ ସ୍ଵାଧୀନତା ହାସଲ କରାଯାଏ ତାହା ଚିରଞ୍ଜୀବୀ ହୋଇପାରେ ନାହିଁ ।
Answer:
(କ) ଗାନ୍ଧିଜୀ ଦାଣ୍ଡୀରେ କ’ଣ କରିସାରିବା ପରେ ଚାରିଆଡ଼େ ଲବଣ ଆଇନ ଅମାନ୍ୟ କରିବାକୁ ନିର୍ଦ୍ଦେଶ ଦେଲେ ? କିମ୍ବା, ଦାଣ୍ଡୀରେ ଲବଣ ଆଇନ ଅମାନ୍ୟ କରିସାରିବା ପରେ କିଏ ଚାରିଆଡ଼େ ଲବଣ ଆଇନ ଅମାନ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ?
(ଖ) କେଉଁମାନେ ହଠାତ ସମୁଦ୍ର ପନ୍ତାରେ ଲୁଣମାଟି ସାଉଁଟିବା ଆରମ୍ଭ କରିଦେଲେ ? କିମ୍ବା, ଯେଉଁ ଗ୍ରାମବାସୀ ଦେଖଣାହାରୀ ଭାବରେ ସେଠାରେ ଥିଲେ, ସେମାନେ ସମସ୍ତେ ହଠାତ୍ କ’ଣ କଲେ ?
(ଗ) ଏପ୍ରିଲ୍ ନଅ ତାରିଖରେ ଗାନ୍ଧିଜୀ ସମଗ୍ର ଭାରତକୁ କେଉଁ ବାର୍ତ୍ତା ଦେଇଥିଲେ ? କିମ୍ବା, ‘ଲୋକେ ମୋ କଥାକୁ ହୃଦୟରେ ଘେନିଛନ୍ତି’ ଏକଥା କିଏ, କେତେବେଳେ କହିଥିଲେ ?
(ଘ) କେଉଁଭଳି ସ୍ଵାଧୀନତା ହାସଲ ଚିରଞ୍ଜୀବୀ ହୋଇପାରେ ନାହିଁ ? କିମ୍ବା, ଆମ୍ବ ବଳିଦାନ ଓ ତ୍ୟାଗ ଦ୍ବାରା କ’ଣ ହାସଲ କରାଯାଏ ?

Question ୧୦ ।
ବାମପଟେ ଥ‌ିବା ଶବ୍ଦଗୁଡ଼ିକର ଅର୍ଥ କୋଠରୀ ଭିତରେ ଅଛି । ଆସ ତାକୁ ବାଛି ଲେଖୁ ଓ ମୂଳ ଶବ୍ଦକୁ ବାକ୍ୟରେ ବ୍ୟବହାର କରିବା !
(ବିଚଳିତ, ଚିହ୍ନ, ଅମର, ଚେଷ୍ଟାଶୂନ୍ୟ, ସୂତାକାଟିବାର ତାକୁଡ଼ି)
ନିଶ୍ଢେଷ୍ଟ _______
ତକଲି _______
ଘାବରା _______
ଚିରଞ୍ଜାବା _______
ପ୍ରତୀକ _______
Answer:
ନିଶ୍ଢେଷ୍ଟ – ଚେଷ୍ଟାଶୂନ୍ୟ
ତକଲି – ସୂତାକାଟିବାର ତାକୁଡ଼ି
ଘାବରା – ବିଚଳିତ
ଚିରଞ୍ଜାବା – ଅମର
ପ୍ରତୀକ – ଚିହ୍ନ

ବାକ୍ୟଗଠନ –
ସବୁବେଳେ ନିଶ୍ଚେଷ୍କ ସିଦ୍ଧି ମିଳିନଥାଏ ।
ତକଲିରେ ସୂତାକାଟିବାକୁ ଗାନ୍ଧି ଜା ପରାମର୍ଶ ଦେଇଥିଲୋ
ବିପଦ ସମୟରେ ଘାବରା ହ୍ନଅ ନାର୍ହିା
ଏ ସଂସାରରେ କେହି ଚିରଞ୍ଜାବା ହୋଇ ରହିନାହିଁ।ନ୍ତା
ତ୍ରିରଙ୍ଗା ପତାକା ଆମ ଦେଶର ପ୍ରତାକା

ତୁମ ପାଇଁ କାମ:

Question ୧ ।
‘ଭାରତର ସ୍ଵାଧୀନତା ଆନ୍ଦୋଳନରେ ଲବଣ ସତ୍ୟାଗ୍ରହର ଭୂମିକା’’ – ସମ୍ପର୍କରେ ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରି ଏକ ପ୍ରବନ୍ଧ ଲେଖ ।

Question ୨ ।
‘ଗୀତାପ୍ରବଚନ’ ବହିଟି ସଂଗ୍ରହ କର ଓ ପଢ଼ ।

ପରାକ୍ଷା ଉପଯୋଗା ଅତିରିକ୍ତ ପ୍ରଶ୍ନୋତ୍ତର :

Question ୧ ।
‘ଦରିଆ ଦଖଲ’ ପ୍ରବନ୍ଧର ଲେଖକ କିଏ ? ତାଙ୍କ ଆତ୍ମଜୀବନୀର ନାମ କ’ଣ ?
Answer:
‘ଦରିଆ ଦଖଲ’ ପ୍ରବନ୍ଧର ଲେଖିକା ହେଉଛନ୍ତି ସ୍ଵାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀ ଚୌଧୁରୀଙ୍କ ଉପଯୁକ୍ତ ଦାୟାଦ ଅନ୍ନପୂର୍ଣ୍ଣା ମହାରଣା । ତାଙ୍କ ଆତ୍ମଜୀବନୀର ନାମ ହେଉଛି ‘ଅମୃତ ଅନୁଭବ’ ।

Question ୨ ।
‘ଦରିଆ ଦଖଲ’ ପ୍ରବନ୍ଧଟି କେଉଁଥୁରୁ ସଂଗୃହୀତ ହୋଇଛି ଓ ଏଥରେ କେଉଁ ବିଷୟରେ ବର୍ଣ୍ଣନ । କରାଯାଇଛି ?
‘ଦରିଆ ଦୁଖଲ’ ପ୍ରବନ୍ଧଟି ଲେଖିକା ଅନ୍ନପୂର୍ଣ୍ଣା ମହାରଣାଙ୍କ ଆମ୍ଜାବନା ‘ଅମୃତ ଅନୁଭବ’ ରୁ ସଂଗୃହାତ ହୋଇଛି । ମହାତ୍ମାଗାନ୍ଧୀଙ୍କ ଦାଣ୍ଡୀ ଲବଣ-ସତ୍ୟାଗ୍ରହ ପରିପ୍ରେକ୍ଷୀରେ ଆଟ୍‌ରେ ସଂଘଟିତ ଲବଣ ସତ୍ୟାଗ୍ରହର ଦୃଶ୍ୟାବଳୀ ଏହି ପ୍ରବନ୍ଧରେ ବର୍ଣ୍ଣିତ ହୋଇଛି ।

BSE Odisha 8th Class Odia Solutions Chapter 8 ଦରିଆ ଦଖଲ

Question ୩ ।
ସ୍ବରାଜ ହାସଲ ନିମନ୍ତେ ଗାନ୍ଧିଜୀ ଭାରତବାସୀଙ୍କୁ କ’ଣ କରିବାକୁ ଉପଦେଶ ଦେଇଥିଲେ ?
Answer:
ସ୍ବରାଜ ହାସଲ ନିମନ୍ତେ ଗାନ୍ଧିଜୀ ଦେଶବାସୀଙ୍କୁ କେତେକ ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ସଂପାଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଲୁଣମରା ସହ ମଦ, ଗଞ୍ଜେଇ, ଅଫିମ ଓ ବିଲାତି ଲୁଗା ଦୋକାନ ଆଗରେ ଭଉଣୀମାନେ ଧାରଣା ଦିଅନ୍ତୁ । ଆବାଳ-ବୃଦ୍ଧ-ବନିତା ତକଲିରେ ସୂତା କାଟି ଗଦାଗଦା ସୂତା ଜମେଇ ଦିଅନ୍ତୁ । ହିନ୍ଦୁ, ମୁସଲମାନ, ଶିଖ୍, ପାର୍ସୀ ଓ ଖ୍ରୀଷ୍ଟିଆନମାନେ ଆପଣା ମଧ୍ଯରେ ଭେଦଭାବ ଭୁଲି ଏକତ୍ରିତ ହୁଅନ୍ତୁ । ଛାତ୍ରମାନେ ସ୍କୁଲ, କଲେଜ ବର୍ଜନ କରି ଓ ସରକାରୀ କର୍ମଚାରୀମାନେ ଚାକିରି ଛାଡ଼ି ଦେଶସେବା ପାଇଁ ନିଜକୁ ଉତ୍ସର୍ଗ କରନ୍ତୁ ।

Question ୪ ।
ଆଟ୍‌ରେ ଲବଣ ଆଇନ ଅମାନ୍ୟ ଆନ୍ଦୋଳନ ସଫଳ ହେବାର କାରଣ କ’ଣ ?
Answer:
ଆଟ୍‌ରେ ଗୁଜରାଟର ସମସ୍ତ ଜନତା ଉତ୍ତାଳ ତରଙ୍ଗପରି ଲବଣ ଆଇନ ଅମାନ୍ୟ ଆନ୍ଦୋଳନରେ ଯୋଗ ଦେଇଥିଲେ । ହଜାର ହଜାର ସ୍ତ୍ରୀ ପୁରୁଷ ଗଭୀର ଉତ୍ସାହ ସହକାରେ ଲୁଣ ମାରିବାକୁ ଅଗ୍ରସର ହୋଇଥିଲେ । ଏପରିକି ସେମାନଙ୍କ ମଧ୍ୟରେ ଅନେକ ପିଲା କାଖେଇଥିବା ସ୍ତ୍ରୀଲୋକ ମଧ୍ୟ ଥିଲେ । ଏତେ ସଂଖ୍ୟକ ସତ୍ୟାଗ୍ରହୀଙ୍କୁ ଦେଖ୍ ପୁଲିସ ମତିରୋଧ କରିପାରି ନଥିଲେ । ତେଣୁ ଆଟ୍‌ରେ ଲବଣ ଆଇନ ଅମାନ୍ୟ ଆନ୍ଦୋଳନ ପୂର୍ଣ୍ଣରୂପେ ସଫଳ ହୋଇଥିଲା ।

Question ୫ ।
ଆଟ୍‌ରେ ଲବଣ ଆଇନ ଅମାନ୍ୟ ଆନ୍ଦୋଳନର ବିବରଣୀ ପାଇବା ପରେ ଗାନ୍ଧିଜୀ କ’ଣ କରିଥିଲେ ?
Answer:
ଗାନ୍ଧିଜୀ ଆଟ୍‌ରେ ଲବଣ ଆଇନ ଅମାନ୍ୟ ଆନ୍ଦୋଳନର ବିବରଣୀ ଯେଉଁଦିନ ପାଇଲେ ସେ ଦିନ ସୋମବାର ଥିଲା । ସପ୍ତାହର ପ୍ରତ୍ୟେକ ସୋମବାର ଦିନ ଗାନ୍ଧିଜୀ ମୌନବ୍ରତ ପାଳନ କରୁଥିବାରୁ କିଛି କହିପାରି ନଥିଲେ । ତେଣୁ ସେ ଘଟଣାସ୍ଥଳକୁ ସରୋଜିନୀ ନାଇଡୁ ଓ ନ୍ୟାୟମୂର୍ତ୍ତି ଆବ୍‌ବାସ୍ ତୟାବଜୀଙ୍କୁ ପଠାଇଥିଲେ । ପରେ

ଲେଖିକା ପରିଚୟ :

ପ୍ରଖ୍ୟାତ ସ୍ଵାଧୀନତା ସଂଗ୍ରାମୀ, ମହାତ୍ମାଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ଗୋପବନ୍ଧୁ ଚୌଧୁରୀ ଓ ପ୍ରସିଦ୍ଧ ସ୍ଵାଧୀନତା ସଂଗ୍ରାମୀ ରମାଦେବୀ ଚୌଧୁରୀଙ୍କ ଉପଯୁକ୍ତ ଦାୟାଦ ଭାବେ ଅନ୍ନପୂର୍ଣ୍ଣା ମହାରଣା ବେଶ୍ ପରିଚିତ । ସେ ୧୯୧୭ ମସିହାରେ କଟକ ସହରର ବାଖରାବାଦରେ ଜନ୍ମଗ୍ରହଣ କରିଥିଲେ। ଆଜୀବନ ସେ ଦେଶସେବା ଓ ସମାଜସେବାରେ ନିଯୁକ୍ତ ରହି ଜଣେ ଉଚ୍ଚ ଆଦର୍ଶ ମହୀୟସୀ ମହିଳାଭାବେ ସମସ୍ତଙ୍କ ନିକଟରେ ପରିଚିତ । ସରଳ ନିରାଡ଼ମ୍ବର ଜୀବନ ତଥା ଉଚ୍ଚ ଆଦର୍ଶ ଭାବନା ତାଙ୍କ ବ୍ୟକ୍ତିତ୍ଵର ମହନୀୟତା ।

କେବଳ ସେବାକ୍ଷେତ୍ରରେ ନୁହେଁ ସାରସ୍ଵତ ସାଧନା କ୍ଷେତ୍ରରେ ଏହି ବାଣୀସାଧ୍ୟାଙ୍କ ରଚନାମାନ ପାଠକ ସମାଜରେ ଆଦୃତି ଲାଭ କରିଛି । ଜାତିର ପିତା ମହାତ୍ମାଗାନ୍ଧି ଓ ଭୂଦାନ ଆନ୍ଦୋଳନର ପ୍ରତିଷ୍ଠାତା ସନ୍ଥ ବିନୋବା ଭାବେଙ୍କ ବହୁ ଅମୂଲ୍ୟ ଗ୍ରନ୍ଥର ସେ ଓଡ଼ିଆ ଅନୁବାଦ କରିଛନ୍ତି । ତାଙ୍କ ରଚିତ ‘ଗୀତା ପ୍ରବଚନ’, ‘ତରୁଣୀ କନ୍ୟାଙ୍କ ପ୍ରତି’, ‘ଭାଗବତ ଧର୍ମସାର’ ଓ ‘ଶିକ୍ଷାତତ୍ତ୍ବ’ ଆଦି କେତୋଟି ଜନପ୍ରିୟ ଗ୍ରନ୍ଥ ତାଙ୍କ ସୃଷ୍ଟି ନୈପୁଣ୍ୟର ପରିଚୟ ପ୍ରଦାନ କରେ । ତାଙ୍କ ଆତ୍ମଜୀବନୀ ‘ଅମୃତ ଅନୁଭବ’ ମଧ୍ୟ ବହୁ ଶିକ୍ଷଣୀୟ ତଥ୍ୟ ସମ୍ବଳିତ ରଚନା ।

ପ୍ରବନ୍ଧର ପୃଷ୍ଠଭୂମି :

ଯେଉଁ କେତେଜଣ ମହାମନୀଷୀ ଭାରତର ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇ ଦେଶପ୍ରାଣତାର ପରିଚୟ ପ୍ରଦାନ କରି ଯାଇଛନ୍ତି ସେମାନଙ୍କ ମଧ୍ୟରେ ଲେଖୁ ଅନ୍ନପୂର୍ଣ୍ଣା ମହାରଣା ଅନ୍ୟତମ । ତାଙ୍କ ଜୀବନୀ ଓଡ଼ିଶାରେ ସ୍ଵାଧୀନତା ଆନ୍ଦୋଳନର କାର୍ଯ୍ୟଧାରା, ଜାତୀୟ ସଂଗ୍ରାମୀମାନଙ୍କ ଜୀବନଧାରା ସହ ତାଙ୍କ ସମ୍ପୃକ୍ତି ଓ ସମାଜସେବାର ବାର୍ତ୍ତା ବହନ କରେ । ସ୍ଵାଧୀନତା ଆନ୍ଦୋଳନ ସମୟରେ ଦାଣ୍ଡୀ ଲବଣ ସତ୍ୟାଗ୍ରହ ସମ୍ପର୍କିତ ଘଟଣାବଳୀର ବର୍ଣ୍ଣନା ଏବଂ ମହାତ୍ମାଗାନ୍ଧିଙ୍କ ଅନନ୍ୟ ନେତୃତ୍ୱର ପରାକାଷ୍ଠାର ମହାନତାରେ ଉଦ୍‌ଭାସିତ ଏହି ପ୍ରବନ୍ଧଟି ତାଙ୍କ ଦେଶାତ୍ମବୋଧର ପରିଚୟ ପ୍ରଦାନ କରେ । ଏହି ପ୍ରବନ୍ଧଟି ଲେଖ୍କାଙ୍କ ଆତ୍ମଜୀବନୀ ‘ଅମୃତ ଅନୁଭବ’ରୁ ସଂଗୃହୀତ ହୋଇଛି ।

BSE Odisha 8th Class Odia Solutions Chapter 8 ଦରିଆ ଦଖଲ

ପ୍ରବନ୍ଧର ସାରକଥା :

ମହାନ୍ ସ୍ଵାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀ ଚୌଧୁରୀଙ୍କ ସୁଯୋଗ୍ୟ କନ୍ୟା ଅନ୍ନପୂର୍ଣ୍ଣା ମହାରଣା ପିତାମାତାଙ୍କ ଆଦର୍ଶ ଅନୁକରଣରେ ଦେଶସେବାରେ ନିଜକୁ ଉତ୍ସର୍ଗ କରି ଜଣେ ମହାନ୍ ନିରଳସ ସମାଜସେବୀ ଭାବେ ଯଶସ୍ୱୀ ହୋଇଛନ୍ତି । ତାଙ୍କ ଆତ୍ମଜୀବନୀ ‘ଅମୃତ ଅନୁଭବ’ରୁ ସଂଗୃହୀତ ‘ଦରିଆ ଦଖଲ’ ଶୀର୍ଷକ ପ୍ରବନ୍ଧଟିରେ ଲେଖୁ ସ୍ଵାଧୀନତା ଆନ୍ଦୋଳନ ସମୟର ଦାଣ୍ଡୀ ଲବଣ ସତ୍ୟାଗ୍ରହ ସମ୍ବନ୍ଧୀୟ ବର୍ଣ୍ଣନା ବିଶେଷତଃ ଦାଣ୍ଡୀଠାରୁ ଚାରିମାଇଲ ଦୂର ଆଟ୍ ନାମକ ସ୍ଥାନରେ ଲବଣ ଆଇନ ଅମାନ୍ୟ ଆନ୍ଦୋଳନ ସହ ମହାତ୍ମାଗାନ୍ଧିଙ୍କ ଅନନ୍ୟ ନେତୃତ୍ୱର ପରାକାଷ୍ଠା ବର୍ଣ୍ଣନା କରିଛନ୍ତି ।

ଜନବିରୋଧୀ ଲବଣ ଆଇନ ଅମାନ୍ୟ କରିବାକୁ ଡାକରା ଦେଇ ମହାତ୍ମାଗାନ୍ଧି ସତ୍ୟାଗ୍ରହୀମାନଙ୍କ ଗହଣରେ ଦାଣ୍ଡୀଠାରେ ପ୍ରଥମେ ଲୁଣ ମାରିଥିଲେ । ପରେ ସାରା ଦେଶରେ ଲୋକମାନେ ହଜାର ହଜାର ସଂଖ୍ୟାରେ ସତ୍ୟାଗ୍ରହରେ ସାମିଲ ହୋଇ ବିଭିନ୍ନ ସ୍ଥାନରେ ଲୁଣ ମାରିବାକୁ ଅଗ୍ରସର ହେଲେ । ଦାଣ୍ଡୀଠାରୁ ଚାରିମାଇଲ ଦୂର ଆଠାରେ ସତ୍ୟାଗ୍ରହୀମାନେ ଆଇନ ଅମାନ୍ୟ କରି ଲୁଣ ମାରିବାକୁ ଗଲାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ହାତମୁଠାରୁ ଲୁଣମାଟି ଛଡ଼ାଇବାକୁ ବଳ ପ୍ରୟୋଗ କଲା । ପୁଲିସର ମାତ୍ରାତ୍ମକ ଅତ୍ୟାଚାରରେ ଜଣେ ସତ୍ୟାଗ୍ରହୀଙ୍କ ମଣିବନ୍ଧ ଜଖମ ହେଲା । ପୁଲିସ ସତ୍ୟାଗ୍ରହୀମାନଙ୍କ ମଧ୍ୟରୁ କେତେକଙ୍କୁ ଆହତ କଲା ଓ ଘଟଣାସ୍ଥଳରେ ସାମାନ୍ୟ ରକ୍ତପାତ ମଧ୍ଯ ହୋଇଥିଲା । ଆଠାରେ ଯେଉଁ ଗ୍ରାମବାସୀ ଦେଖଣାହାରିମାନେ ଉପସ୍ଥିତ ଥିଲେ ସେମାନଙ୍କ ମଧ୍ୟରେ ପିଲା କାଖେଇଥିବା ସ୍ତ୍ରୀଲୋକ ବହୁସଂଖ୍ୟାରେ ଥିଲେ । ପୁଲିସର ବିରୋଧ ଆରମ୍ଭ ହେଲାକ୍ଷଣି ସେମାନେ ହଠାତ୍ ଲୁଣମାଟି ସଂଗ୍ରହରେ ଲାଗିପଡ଼ିଲେ ।

ସତ୍ୟାଗ୍ରହୀମାନଙ୍କ ସଂଖ୍ୟା ଏପରିଭାବେ ବୃଦ୍ଧି ପାଇବା ଲକ୍ଷ୍ୟ କରି ପୁଲିସ ନିଶ୍ଚେଷ୍ଟ ରହିବାକୁ ବାଧ୍ୟ ହେଲା । ସେଠାକାର ଲବଣ ଆଇନ ଅମାନ୍ୟ ଘଟଣାର ବିବରଣୀ ସମ୍ପର୍କରେ ଗାନ୍ଧିଜୀ ଅବଗତ ହେଲେ । ମାତ୍ର ସେଦିନ ସୋମବାର ଥିଲା । ସପ୍ତାହର ସେହି ଦିନଟିକୁ ଗାନ୍ଧିଜୀ ମୌନବ୍ରତଭାବେ ପାଳୁଥିବାରୁ ନିଜେ କିଛି କହିପାରିବେ ନାହିଁ ବୋଲି ଘଟଣାସ୍ଥଳକୁ ଶ୍ରୀମତୀ ସରୋଜିନୀ ନାଇଡୁ ଓ ନ୍ୟାୟମୂର୍ତ୍ତି ଆବ୍‌ବାସ୍ ତୟାବ୍‌ଜୀଙ୍କୁ ପଠାଇଲେ । ପରେ ପରେ ‘ୟଙ୍ଗ ଇଣ୍ଡିଆ’ ପତ୍ରିକାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସେ ଲେଖିଥିଲେ ଯେ ‘ଲୁଣ ହେଉଛି ରାଷ୍ଟ୍ରର ଆତ୍ମସମ୍ମାନର ପ୍ରତୀକ ।’’ସଂଗୃହୀତ ଲୁଣକୁ ବଳ ପ୍ରୟୋଗ କରି ଛଡ଼ାଇ ନ ନେବାଯାଏ ତାହା କାହାରିକୁ ଦିଆଯିବ ନାହିଁ କାରଣ ସେହି ଲୁଣ ଦେହର ରକ୍ତ ପରି ଆମର ପ୍ରିୟବସ୍ତୁ । ତେବେ ଧୈର୍ଯ୍ୟ ଓ କଷ୍ଟସହିଷ୍ଣୁତା ଗୁଣଦ୍ୱାରା ସତ୍ୟାଗ୍ରହୀମାନେ ପୁଲିସର ହୃଦୟ ପରିବର୍ତ୍ତନ କରିପାରିବେ ବୋଲି ଗାନ୍ଧିଜୀ ଆହ୍ବାନ ଦେଇଥିଲେ ।

ଏପ୍ରିଲ ନଅ ତାରିଖରେ ଗାନ୍ଧିଜୀ ବାର୍ତ୍ତା ଦେଇ କହିଥିଲେ ଯେ ପୂର୍ବ ରାତ୍ରିରେ ସେ ସତ୍ୟାଗ୍ରହୀମାନଙ୍କ ଲବଣ ଆଇନ ଅମାନ୍ୟ ସମ୍ପର୍କିତ ଯେଉଁ ତଥ୍ୟ ପାଇଛନ୍ତି ତାହା ତାଙ୍କୁ ବିସ୍ମିତ କରିଛି । ଗୁଜରାଟର ସମସ୍ତ ଜନତା ସତେ ଯେପରି ସମୁଦ୍ରର ଉତ୍ତାଳ ତରଙ୍ଗ ପରି ଏହି ଆନ୍ଦୋଳନରେ ଝାସ ଦେଇଛନ୍ତି। ଆଟ୍ ଓ ଭୀମ୍‌ରୀଡ଼ଠାରେ ହଜାର ହଜାର ସଂଖ୍ୟାରେ ସ୍ତ୍ରୀ ପୁରୁଷ ଗଭୀର ଉତ୍ସାହ ସହକାରେ ଯେପରି ଲୁଣ ମାରିବାକୁ ଅଗ୍ରସର ହୋଇଥିଲେ, ତାହା ଲକ୍ଷ୍ୟକରି ଗାନ୍ଧିଜୀ ଅଭିଭୂତ ହୋଇପଡ଼ିଥିଲେ। ଶାନ୍ତି ଓ ଅହିଂସା ଆଚରଣ ପ୍ରଦର୍ଶନ ପୂର୍ବକ ଲୁଣ ମାରୁଥିବାବେଳେ ସରକାରୀ ହାକିମମାନେ ସୀମାତିକ୍ରମ କରି ସେମାନଙ୍କ ଉପରେ ଜୁଲମ କରିଥିଲେ । ଗାନ୍ଧିଜୀ ଦୃଢ଼ସ୍ବରରେ କହିଥିଲେ ଯଦି ଆନ୍ଦୋଳନ ଶେଷ ପର୍ଯ୍ୟନ୍ତ ଅହିଂସ ରହେ ତେବେ ନିକଟ ଭବିଷ୍ୟତରେ ସ୍ୱରାଜ୍ୟ ହାସଲ ହୋଇପାରିବ ।

ଗାନ୍ଧିଜୀଙ୍କ ମତରେ ଆତ୍ମବଳିଦାନ ଓ ତ୍ୟାଗ ଉପରେ ଆଧାରିତ ସ୍ଵାଧୀନତା ଚିରଞ୍ଜୀବୀ । ତେଣୁ ଦେଶବାସୀ ନିଜ ସାଧାନୁସାରେ ଆତ୍ମତ୍ୟାଗ ପୂର୍ବକ ସମସ୍ତ କଷ୍ଟ ସହ୍ୟ କରିବାକୁ ଆଗେଇ ଆସିବା ଦରକାର । ସତ୍ୟାଗ୍ରହୀର ହାତମୁଠାରେ ଥ‌ିବା ଲୁଣ କେବଳ ଭାରତର ଆତ୍ମସମ୍ମାନର ପ୍ରତୀକ ନଥିଲା, ତାହା ଥିଲା ସର୍ବସ୍ବର ପ୍ରତୀକ । ନିଘୋଷ ସତ୍ୟାଗ୍ରହୀଙ୍କ ହାତମୁଠାରୁ ଲୁଣ ଛଡ଼ାଇବା ସରକାରୀ ହାକିମଙ୍କ ହୀନ ବର୍ବରତା ବୋଲି ବର୍ଣ୍ଣନା କରି ସେହି ଅଭଦ୍ରତାକୁ ଶାନ୍ତ ହୃଦୟରେ ଈଶ୍ବରଙ୍କ ନାମ | ଜପ କରି ସହ୍ୟ କରିବାକୁ ବାପୁଜୀ ଆହ୍ବାନ କରିଥିଲେ । ଯେ କୌଣସି ମୁହୂର୍ତ୍ତରେ ସେ ଗିରଫ ହୋଇ ପାରନ୍ତି ବୋଲି ଗାନ୍ଧିଜୀ ଜାଣିପାରିଥିଲେ । ତାଙ୍କ ଗିରଫ ପରେ କାଳେ ଲୋକମାନେ ଭୟ କରି ଆନ୍ଦୋଳନରୁ ଓହରିଯିବେ ସେଥ‌ିପାଇଁ ସେ ଦେଶବାସୀଙ୍କୁ କହିଥିଲେ ଯେ ସ୍ଵୟଂ ଈଶ୍ବର ସେହି ଆନ୍ଦୋଳନର ପଥପ୍ରଦର୍ଶକ ।

ସମସ୍ତଙ୍କ ହୃଦୟରେ ବିରାଜମାନ କରି ସେ ମାର୍ଗଦର୍ଶନ କରୁଛନ୍ତି । ତେଣୁ ଈଶ୍ୱରଙ୍କ କାର୍ଯ୍ୟରେ ନିଷ୍ଠାର ସହ କର୍ତ୍ତବ୍ୟ ସମ୍ପାଦନ କରିବା ସର୍ବାଦୌ ଉଚିତ ହେବ । କେବଳ ଲୁଣମରା ନୁହେଁ; ମଦ, ଗଞ୍ଜେଇ, ଅଫିମ ଦୋକାନ ବା ବିଲାତି ଲୁଗା ଦୋକାନ ସମ୍ମୁଖରେ ଭଉଣୀମାନେ ଧାରଣା ଦିଅନ୍ତୁ । ଆବାଳ- ବୃଦ୍ଧ-ବନିତା ତକଲିରେ ସୂତା କାଟି ଗଦାଗଦା ସୂତା ଜମେଇ ଦିଅନ୍ତୁ । ହିନ୍ଦୁ, ମୁସଲମାନ, ଶିଖ, ପାର୍ସୀ ଓ ଖ୍ରୀଷ୍ଟିଆନମାନେ ଆପଣା ମଧ୍ୟରେ ଏକତା ଓ ସଂହତି ପ୍ରତିଷ୍ଠା କରନ୍ତୁ । ଛାତ୍ରମାନେ ସ୍କୁଲ କଲେଜ ଛାଡ଼ି ଦିଅନ୍ତୁ ଏବଂ ସରକାରୀ କର୍ମଚାରୀ ସରକାରୀ ଚାକିରିକୁ ପଦାଘାତ କରି ଦେଶସେବା ପାଇଁ ନିଜକୁ ଉତ୍ସର୍ଗ କରନ୍ତୁ । ଏହାଦ୍ଵାରା ସ୍ଵରାଜ ହାସଲ କରିବାର ପଥ ସ୍ଵତଃ ଉନ୍ମ କ୍ତ ହୋଇ ଉଠିବ ।

କଠିନ ଶବ୍ଦ।ର୍ଥ ଓ ସୂଚନା :

  • ପନ୍ତାର – ଗଛଲତା ହାନ ପ୍ରଶସ୍ତ୍ର ଭୂମି / ସମୁଦ୍ର ତାରବର୍ତ୍ତୀ ନିର୍ଜନ ଅଞ୍ଚଳା
  • ମଣିବନ୍ଧ – ପାପୁଲି ଓ ହାତ ମଧ୍ୟସ୍ଥ ଖଞ୍ଜା
  • ପ୍ରତୀକ – ଚିହ୍ନ,/ ନିଦର୍ଶନା
  • ମର୍ମ – ଅଭିପ୍ରାୟ / ଉଦ୍ଦେଶ୍ୟା
  • ଅହିଂସ – ହିଂସାବିହାନ / ଯାହା ହିଂସା ନୁହେଁ।

କେତୋଟି ନୂତନ ଶବ୍ଦ ଓ ଏହାର ଅର୍ଥ :

  • ନ୍ୟାୟମୂର୍ତ୍ତି – ମୂର୍ତ୍ତି ମନ୍ତ ଅବତାର / ନ୍ୟାୟର ସ୍ୱରୂପ
  • ପରୀକ୍ଷିତ – ପରୀକ୍ଷା କରାଯାଇଥିବା
  • ସତ୍ୟାଗ୍ରହ – ସତ୍ୟ ଓ ଅହିଂସା ପଥରେ ପରିଚାଳିତ
  • ଆମ୍ବ ବଳିଦାନ – ନିଜକୁ ନିଜେ ଉତ୍ସର୍ଗ କରିଦେବା
  • ମନ୍ତ୍ରସିଦ୍ଧି – ମନ୍ତ୍ରଦ୍ୱାରା ସିଦ୍ଧିପ୍ରାପ୍ତ ହୋଇଥିବା
  • ଆକସ୍ମିକ – ହଠାତ୍
  • ଘାବରା – ବିଚଳିତ / ଭୀତତ୍ରସ୍ତ / ଆତଙ୍କିତ ।
  • ଚିରଞ୍ଜୀବୀ – ଦୀର୍ଘଜୀବୀ ।
  • ବର୍ବର – ପାଶବିକ /ଅମାନବିକ / ନୀଚ / ଅସଭ୍ୟ ।
  • ତକଲି – ସୂତା କାଟିବାର ତାକୁଡ଼ି ।
  • ନିଶ୍ଚେଷ୍ଟ – ଚେଷ୍ଟାଶୂନ୍ୟ|ଚେଷ୍ଟାରହିତ ।
  • ଆମ୍ବତ୍ୟାଗ – ନିଜକୁ ନିଜେ କର୍ମ କରିବାପାଇଁ ଦେଇଦେବା
  • ସ୍ଵରାଜ୍ୟ – ନିଜର ରାଜ୍ୟ / ନିଜ ଅଧିକାରରେ ରହିଥ୍ ବା ରାଜ୍ୟା
  • ରକ୍ତପାତ – ବା ବିଶୃଙ୍ଖଳାରେ ରକ୍ତ ବାହାରିଥିବା
  • ପଦାଘାତ – ପାଦରେ ଆଘାତ / ଗୋଇଠା

BSE Odisha 8th Class Odia Solutions Chapter 9 ପ୍ରଗତି ଓ ମାନବ ଧର୍ମ

Odisha State Board BSE Odisha 8th Class Odia Solutions Chapter 9 ପ୍ରଗତି ଓ ମାନବ ଧର୍ମ Textbook Exercise Questions and Answers.

BSE Odisha Class 8 Odia Solutions Chapter 9 ପ୍ରଗତି ଓ ମାନବ ଧର୍ମ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧ ।
ଆସ, କଥାବାର୍ତ୍ତା ହେବ ।
(କ) ଆଲବର୍ଟ ସ୍ଵାଇଜର କିଏ ?
Answer:
ଆଲବର୍ଟ ସ୍ଵାଇଜର ପଶ୍ଚିମ ଆଫ୍ରିକାର ଲାୟେରିନ୍ ଚିକିତ୍ସା କେନ୍ଦ୍ରର ପ୍ରତିଷ୍ଠାତା । ସେ ଶାନ୍ତି ଓ ବନ୍ଧୁତା ପାଇଁ ନୋବେଲ୍‌ ପୁରସ୍କାର ପାଇଛନ୍ତି । ଡାକ୍ତର ହିସାବରେ ସକଳ କାର୍ଯ୍ୟ ବ୍ୟସ୍ତତା ସତ୍ତ୍ୱେ ଦର୍ଶନ ଓ ଇତିହାସ ବିଷୟରେ ପନ୍ଦର ଗୋଟି ପୁସ୍ତକର ରଚୟିତା ।

(ଖ) ସମାଜର ହିତ ନିମନ୍ତେ କ’ଣ ଦରକାର ବୋଲି ସେ କହିଛନ୍ତି ?
Answer:
ସମାଜର ହିତ ନିମନ୍ତେ ସେ (ଆଲବଟ୍ ଦ୍ଵାଇଜର) ତିନି ପ୍ରକାର ପ୍ରଗତି ଦରକାର ବୋଲି ମତ ପ୍ରକାର କରିଛନ୍ତି । ଏହି ତିନିପ୍ରକାର ସମାଜ ହିତକର ପ୍ରଗତି ହେଉଛି- ଜ୍ଞାନ ଓ ପ୍ରବିଧ୍ ବିଜ୍ଞାନର ପ୍ରସାର, ମାନବ ସମାଜର ସାମାଜିକତାର ବୃଦ୍ଧି ଏବଂ ଆଧ୍ୟାତ୍ମିକତାର ବିକାଶ ।

(ଗ) ଆମେ କେଉଁ କ୍ଷେତ୍ରରେ ସମନ୍ଵୟ ଚାହୁଁଛୁ ?
Answer:
ଆର୍ଥନୀତିକ ପ୍ରଗତିର ଭୂମିକା ଆମମାନଙ୍କ ନିମନ୍ତେ ଗୁରୁତ୍ଵପୂର୍ଣ୍ଣ । ଏଥପାଇଁ ଆମେ ଆର୍ଥନୀତିକ ପ୍ରଗତି ନିମନ୍ତେ ଜ୍ଞାନ ଓ ପ୍ରବିଧି ବିଜ୍ଞାନର ସମନ୍ବୟ ଚାହୁଁଛୁ ।

(ଘ) ପାଶ୍ଚାତ୍ୟ ସଭ୍ୟତାର ଲକ୍ଷଣ କ’ଣ ବୋଲି ଲେଖକ କହିଛନ୍ତି ?
Answer:
‘ପ୍ରଗତି ଓ ମାନବ ଧର୍ମ’ ପ୍ରବନ୍ଧରେ ଲେଖକ ବୈଦ୍ୟନାଥ ମିଶ୍ର ପାଶ୍ଚାତ୍ୟ ସଭ୍ୟତାକୁ ବ୍ୟକ୍ତି ସଭ୍ୟତା ବୋଲି କହିଛନ୍ତି । ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଓ ନିଜର ଉନ୍ନତି ପାଇଁ ଉଦ୍ୟମ କରିବା ପାଶ୍ଚାତ୍ୟ ସଭ୍ୟତାର ଲକ୍ଷଣ ବୋଲି ଲେଖକ

(ଙ) ଆଧ୍ୟାମ୍ଭିକତାର ମୌଳିକ ବିଷୟଟି କ’ଣ ?
Answer:
ଆଧ୍ୟାତ୍ମିକତାର ମୌଳିକ ବିଷୟଟି ହେଉଛି- ମନୁଷ୍ୟ କେବଳ ବିଷୟ ପ୍ରତି ଆସକ୍ତ ନହୋଇ ପ୍ରାଣ ବା ଆତ୍ମାର ବିକାଶ ବିଷୟରେ କିଛି ଧ୍ୟାନ ଦେବ । ଅଥବା, ମନୁଷ୍ୟ ବିଷୟାସକ୍ତ ନ ହୋଇ ନିଜର ପ୍ରାଣ ବା ଆତ୍ମା ବିଷୟରେ ଧାନନିଷ୍ଠ ହେବା ହିଁ ଆଧ୍ୟାତ୍ମିକତାର ମୌଳିକ ବିଷୟ ।

BSE Odisha 8th Class Odia Solutions Chapter 9 ପ୍ରଗତି ଓ ମାନବ ଧର୍ମ

Question ୨।
ଆସ, ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖୁ ।
(କ) ଜ୍ଞାନ ଓ ପ୍ରବିଧ୍ ବିଜ୍ଞାନ ଉଭୟ ପରସ୍ପରର ପରିପୂରକ ସମ୍ପର୍କରେ ଲେଖକ କି ମତ ଦେଇଛନ୍ତି ?
Answer:
ମନୁଷ୍ୟ ମନରୁ ସଂକୀର୍ଣ୍ଣତା ଦୂର କରିବା ନିମନ୍ତେ ଜ୍ଞାନ ଦରକାର ଏବଂ ଉତ୍ପାଦନ ପ୍ରଣାଳୀର ଉନ୍ନତି କରିବାପାଇଁ ପ୍ରବିଧ୍ ବିଜ୍ଞାନ ମନୁଷ୍ୟ ନିମନ୍ତେ ଆବଶ୍ୟକ । ସୁତରାଂ ମନର ଉନ୍ନତି ଓ ଆର୍ଥନୀତିକ ଜୀବନର ପ୍ରଗତି ପାଇଁ ଉଭୟ ଜ୍ଞାନ ଓ ପ୍ରବିଧ‌ି ବିଜ୍ଞାନ ଦରକାର ହୋଇଥାଏ । ଜ୍ଞାନଦ୍ୱାରା ପ୍ରବିଧି ବିଜ୍ଞାନର ପରିବର୍ତ୍ତନ ଓ ପ୍ରୟୋଗ କରାଯାଉଥ‌ିବାରୁ ଉଭୟ ପରସ୍ପରର ପରିପୂରକ ।

(ଖ) ମନୁଷ୍ୟର ସାମାଜିକତା ବ୍ୟାପକ ହୋଇପାରିବା ସମ୍ପର୍କରେ ଲେଖକ କି ମତ ଦେଇଛନ୍ତି ?
ସାମାଜିକତା ଯଥାର୍ଥରେ ତା’ର ହୃଦୟର ପ୍ରସାରତା ବା ବ୍ୟାପକତାଦ୍ୱାରା ବ୍ୟାପକ ହୋଇପାରିବ । ଅଥବା, ମନୁଷ୍ୟ ତା’ର ହୃଦୟକୁ ବ୍ୟାପକ କରିପାରିଲେ ତା’ର ସାମାଜିକତା ବ୍ୟାପକ ହୋଇପାରିବ । (ଗ) ଗ୍ରାମ୍ୟ ଜୀବନ କଳୁଷିତ ହେବାର କାରଣ କ’ଣ ?
Answer:
ଗ୍ରାମ୍ୟ ଜୀବନରେ ଗୋଷ୍ଠୀ ଜୀବନର ସତ୍ତା ନାହିଁ । ସମ୍ପ୍ରତି ଗ୍ରାମ ମାତ୍ର ରହିଛି; କିନ୍ତୁ ପ୍ରତ୍ୟେକ ଗ୍ରାମରେ

(ଘ) ଲେଖକ ଧର୍ମ କଥା ନକହି ଆଧ୍ୟାତ୍ମକ କଥା ଊ– ଧର୍ମ ବିଷୟଟି ପୂରାପୂରି ବ୍ୟକ୍ତିଗତ । ଧର୍ମଦ୍ଵାରା କାହିଁକି ଉଲ୍ଲେଖ କରିଛନ୍ତି ?
Answer:
ଧର୍ମ ବିଷୟଟି ପୂରାପୂରି ବ୍ୟକ୍ତିଗତ । ଧର୍ମଦ୍ଵାରା ବାଦ ବିସମ୍ବାଦ ସୃଷ୍ଟି ହେଉଛି । ସମ୍ପ୍ରତି ଧର୍ମ ମତାମତ ଓ ସାମାଜିକ ବିଭେଦ ସୃଷ୍ଟି କରୁଥିବାରୁ ଲେଖକ ବୈଦ୍ୟନାଥ ମିଶ୍ର ‘ପ୍ରଗତି ଓ ମାନବଧର୍ମ’ ପ୍ରବନ୍ଧରେ ଧର୍ମ କଥା ନକହି ଆଧ୍ୟାତ୍ମିକ କଥା ଉଲ୍ଲେଖ କରିଛନ୍ତି । ଅଥବା, ଧର୍ମ ଏକ ବ୍ୟକ୍ତିଗତ ପ୍ରସଙ୍ଗ। ଏହା ସମାଜରେ ମତାନ୍ଧତା, ବାଦ ବିସମ୍ବାଦ ଓ ବିଭେଦ ସୃଷ୍ଟି କରିଥାଏ । ଏହି କାରଣରୁ ଲେଖକ ବୈଦ୍ୟନାଥ ମିଶ୍ର ଧର୍ମ କଥା ନ କହି ଆଧ୍ୟାତ୍ମିକ କଥା ଉଲ୍ଲେଖ କରିଛନ୍ତି ।

(ଙ‍) ବର୍ତ୍ତମାନ ସମାଜରେ ନାନାପ୍ରକାର ସଂଘର୍ଷ ଦୂର କରିବାକୁ ହେଲେ ଆମକୁ କ’ଣ କରିବାକୁ ପଡ଼ିବ ?
Answer:
ଭୌତିକ ଉନ୍ନତି ପ୍ରାପ୍ତ ସମାଜରେ ସମସ୍ତେ ସମାନ ସୁବିଧା ସୁଯୋଗରୁ ବଞ୍ଚିତ ହେବା ଦ୍ୱାରା, ନାନା ପ୍ରକାର ସଂଘର୍ଷ ଦେଖିବାକୁ ମିଳୁଛି । ସମାଜରେ ଦେଖାଯାଉଥ‌ିବା ଏ ପ୍ରକାର ସଂଘର୍ଷକୁ ଦୂର କରିବା ପାଇଁ, ମଣିଷକୁ ନିଜର ବସ୍ତୁମୁଖୀ ଆଭିମୁଖ୍ୟକୁ ବଦଳାଇବାକୁ ପଡ଼ିବ । ସଭ୍ୟତାର ମାନଦଣ୍ଡକୁ ପରିବର୍ତ୍ତନ କରି ମାନବଧର୍ମ ଉପରେ ଗୁରୁତ୍ଵ ଦେବାକୁ ହେବ ।

Question ୩ ।
ଆସ, ୧୦୦ ରୁ ୧୨୦ ଶବ୍ଦ ମଧ୍ଯରେ ତଳଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖୁବା ।
(କ) ଆଲବଟ୍ ସ୍ଵାଇଜର ପ୍ରଦାନ କରିଥିବା ପ୍ରଗତିର ତିନିଗୋଟି ସ୍ଵରୂପ ବର୍ଣ୍ଣନ କରି ଲେଖ ।
Answer:
ଏହି ପ୍ରଶ୍ନଟି ସମାଜ ସଚେତନଶୀଳ ପ୍ରାବନ୍ଧିକ ଡକ୍ଟର ବୈଦ୍ୟନାଥ ମିଶ୍ରଙ୍କ ରଚିତ ପ୍ରବନ୍ଧ ‘ପ୍ରଗତି ଓ ମାନବ ଧର୍ମ ସଦିତ ସଂପୃକ୍ତ। ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟରେ ବୈଦ୍ୟନାଥ ମିଶ୍ର ଜଣେ ଆଦର୍ଶବାଦୀ ପ୍ରାବନ୍ଧିକ । ସାମାଜିକ ଓ ଆର୍ଥନୀତିକ ମୂଲ୍ୟବୋଧ ଉପରେ ତାଙ୍କ ପ୍ରବନ୍ଧଗୁଡ଼ିକ ପ୍ରତିଷ୍ଠିତ । ‘ସମାଜ ଓ ସଭ୍ୟତା’, ‘ଶାସନ ଓ ସଂସ୍କାର’, ‘ଆର୍ଥନୀତିକ ଯୋଜନା’, ‘ଭାରତର ଆର୍ଥନୀତିକ ସମସ୍ୟା’ ଓ ‘ସାମାଜିକ ମୂଲ୍ୟବୋଧ ’ପ୍ରଭୃତି ତାଙ୍କର କେତୋଟି ବହୁଚର୍ଚ୍ଚିତ ଗ୍ରନ୍ଥ । ଚିରନ୍ତନୀ ମାନବୀୟ ମୂଲ୍ୟବୋଧ ଓ ସମତାବୋଧ ଉପରେ ତାଙ୍କ ପ୍ରବନ୍ଧର ବିଷୟବସ୍ତୁ ପର୍ଯ୍ୟବସିତ ।

ଆଲୋଚ୍ୟ ପ୍ରବନ୍ଧଟି ଲେଖକଙ୍କ ବହୁଚର୍ଚ୍ଚିତ ପ୍ରବନ୍ଧ ଗ୍ରନ୍ଥ ‘ସାମାଜିକ ମୂଲ୍ୟବୋଧ’ ରୁ ସଂଗୃହୀତ । ଏହି ପ୍ରବନ୍ଧରେ ଲେଖକ ବିଶ୍ୱବିଖ୍ୟାତ ଚିନ୍ତାନାୟକ ଆଲବଟ୍ ସ୍ଵାଇଜରଙ୍କ ବିଚାରକୁ ଆଧାର କରି ସମାଜର ହିତ ଓ ପ୍ରଗତି ବିଷୟରେ ଆଲୋଚନା କରିଛନ୍ତି। ଆଲବଟ୍ ସ୍ଵାଇଜର ଜଣେ ଆଫ୍ରିକୀୟ ଚିନ୍ତାନାୟକ ଓ ସମାଜସେବୀ ଥିଲେ । ୧୯୫୨ ମସିହାରେ ସେ ଶାନ୍ତି ଓ ବିଶ୍ଵମୈତ୍ରୀ ପାଇଁ ନୋବେଲ୍ ପୁରସ୍କାର ପାଇଥିଲେ । ଜଣେ ସମାଜତତ୍ତ୍ୱବାଦୀ ଲେଖକ ଓ ବୁଦ୍ଧିଜୀବୀରୂପେ ସେ ସମାଜର ହିତ ସାଧନ କରୁଥିବା ତିନୋଟି ପ୍ରଗତି ଉପରେ ଗୁରୁତ୍ବାରୋପ କରିଥିଲେ । ସମାଜର ହିତ ନିମନ୍ତେ ଆଲବଟ୍ ସ୍ଵାଇଜର ତିନିପ୍ରକାରର ପ୍ରଗତି ଦରକାର ବୋଲି ଉଲ୍ଲେଖ କରିଛନ୍ତି । ଏହି ତିନିପ୍ରକାର ପ୍ରଗତି ହେଉଛି ଜ୍ଞାନ ଓ ପ୍ରବିଧ୍ ବିଜ୍ଞାନର ପ୍ରସାର, ମାନବ ସମାଜର ସାମାଜିକତା ଏବଂ ଆଧ୍ୟାତ୍ମିକତା ।

ଆଲବଙ୍କ ମତରେ ପ୍ରଥମ ପ୍ରକାରର ପ୍ରଗତିଟି ହେଉଛି ଜ୍ଞାନ ଓ ପ୍ରବିଧି ବିଜ୍ଞାନର ପ୍ରସାର । ଜ୍ଞାନର ସ୍ବରୂପ ହେଉଛି – ଏହା ମନୁଷ୍ୟ ମନରୁ ସଂକୀର୍ଣ୍ଣତା ଦୂରେଇଦିଏ । ପ୍ରବିଧ‌ି ବିଜ୍ଞାନର ସ୍ଵରୂପ ହେଉଛି – ଏହା ଉତ୍ପାଦନ ପ୍ରଣାଳୀରେ ଉନ୍ନତି ଆଣିଥାଏ। ମାନବ ସମାଜର ଆର୍ଥନୀତିକ ପ୍ରଗତି ପାଇଁ ଆଲବଟ୍ ଜ୍ଞାନ ଓ ପ୍ରବିଧ୍ ବିଜ୍ଞାନର ସମନ୍ୱୟ ଚାହିଁଛନ୍ତି ।

ଆଲବର୍‌ଙ୍କ ମତରେ ଦ୍ବିତୀୟ ପ୍ରକାରର ପ୍ରଗତିଟି ହେଉଛି ‘ସାମାଜିକତା’ । ସାମାଜିକତାର ସ୍ୱରୂପ ହେଉଛି – ନିଜ ପାଇଁ ବଞ୍ଚିବା ଅପେକ୍ଷା ସମାଜ ପାଇଁ ବଞ୍ଚିବା ଉପରେ ଗୁରୁତ୍ଵ ଦେବା । ଯାହାର ମନ ବ୍ୟାପକ ସେ ଅନ୍ୟର ହିତ ଚିନ୍ତା କରେ । ହୃଦୟରେ ପ୍ରସାରତା ଉପରେ ସାମାଜିକତା ନିର୍ଭରଶାଳ। ଲେଖକଙ୍କ ମତରେ ଯାହାର ମନ ଯେତେ ବ୍ୟାପକ ତା’ର ସାମାଜିକତା ସେତେ ଅଧ୍ଵ । ପ୍ରଥମ ପ୍ରକାର ପ୍ରଗତିଠାରୁ ଏହି ପ୍ରଗତି ଟିକିଏ ଭିନ୍ନ ଧରଣର ।

ତୃତୀୟ ପ୍ରକାରର ପ୍ରଗତିଟି ହେଉଛି – ଆଧ୍ୟାତ୍ମିକତା । ଆଲବଙ୍କ ବିଚାରରେ ଆତ୍ମା ବା ପ୍ରାଣର ବିକାଶ ହିଁ ଆଧ୍ୟାତ୍ମିକତା । ଏହା କୌଣସି ଧର୍ମ ନୁହେଁ । ଆଧ୍ୟାତ୍ମିକତା ଆତ୍ମାକୁ ବ୍ୟାପକ କରେ । ଏହାର ଅଭାବରେ ଆତ୍ମାର ସଂକୋଚନ ଘଟେ । ପ୍ରବିଧ‌ି ବିଜ୍ଞାନ ଭୌତିକ ବସ୍ତୁର ବିକାଶରେ ସାହାଯ୍ୟ କରେ। ସମାଜର ପରିବର୍ତ୍ତନ ପାଇଁ ଭୌତିକ ବିକାଶ ସହ ଆଧ୍ୟାତ୍ମିକ ବିକାଶର ଆବଶ୍ୟକତା ରହିଛି । ତେଣୁ ଅନେକ ମନୀଷୀ ସମାଜର ପରିବର୍ତ୍ତନ ପାଇଁ ବିଜ୍ଞାନ ଓ ଆଧ୍ୟାତ୍ମିକତାର ସମନ୍ଵୟ ଘଟିବା ଇଚ୍ଛା କରନ୍ତି । ଆତ୍ମାର ପ୍ରସାର ଓ ସାମାଜିକ ପ୍ରଗତି ପାଇଁ ପ୍ରବିଧ‌ି ବିଜ୍ଞାନ ଓ ଆଧ୍ୟାତ୍ମିକତାର ସମନ୍ଵୟ ଜରୁରୀ ବୋଲି ଆଲବଟ୍ ପ୍ରତିପାଦନ କରିଛନ୍ତି । ବାସ୍ତବିକ ଆଲବଙ୍କ ଏହି ତିନିପ୍ରକାର ପ୍ରଗତି ପ୍ରତି ସଚେତନ ରହିବାଦ୍ୱାରା ସମାଜର ହିତ ସାଥ୍‌ ହୋଇପାରିଥାଏ ।

(ଖ) ସଭ୍ୟତାର ମାନଦଣ୍ଡ ବଦଳାଇବା ନିମନ୍ତେ ସମଗ୍ର ମାନବ ଜାତିର କି ପ୍ରକାର ଦାୟିତ୍ଵ ରହିଛି ?
Answer:
ଆଲୋଚ୍ୟ ପ୍ରଶ୍ନଟି ଆଦର୍ଶବାଦୀ ପ୍ରାବନ୍ଧିକ ବୈଦ୍ୟନାଥ ମିଶ୍ରଙ୍କ ରଚିତ ‘ପ୍ରଗତି ଓ ମାନବ ଧର୍ମ’ ଶୀର୍ଷକ ପ୍ରବନ୍ଧ ସହିତ ଜଡ଼ିତ । ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଡକ୍ଟର ବୈଦ୍ୟନାଥ ମିଶ୍ର ଜଣେ ଚିନ୍ତାଶୀଳ ପ୍ରାବନ୍ଧିକ ଭାବରେ ପ୍ରତିଷ୍ଠିତ । ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ପ୍ରାବନ୍ଧିକ ମିଶ୍ରଙ୍କ ବହୁଚର୍ଚ୍ଚିତ ପ୍ରବନ୍ଧଗୁଡ଼ିକ ମଧ୍ୟରେ ‘ଶାସନ ଓ ସଂସ୍କାର’, ‘ଆର୍ଥନୀତିକ ଯୋଜନା’, ‘ସମାଜ ଓ ସଭ୍ୟତା’ ଓ ‘ସାମାଜିକ ମୂଲ୍ୟବୋଧ’ ପ୍ରଭୃତି ଉଲ୍ଲେଖଯୋଗ୍ୟ । ଆର୍ଥନୀତିକ ସମସ୍ୟା ଓ ସାମାଜିକ- ମାନବୀୟ ମୂଲ୍ୟବୋଧର ବିଶ୍ଳେଷଣ ତାଙ୍କ ପ୍ରବନ୍ଧର ବୈଶିଷ୍ଟ୍ୟ । ଆଲୋଚ୍ୟ ପ୍ରବନ୍ଧ ‘ପ୍ରଗତି ଓ ମାନବ ଧର୍ମ’ ପ୍ରାବନ୍ଧିକ ମିଶ୍ରଙ୍କ ବହୁଚର୍ଚ୍ଚିତ ଗଦ୍ୟଗ୍ରନ୍ଥ ‘ସାମାଜିକ ମୂଲ୍ୟବୋଧ ’ରୁ ସଂଗୃହୀତ । ସଂଗୃହାତା ମାନବୀୟ ମୂଲ୍ୟବୋଧର ପ୍ରତିଷ୍ଠା ଓ ସଭ୍ୟତାର ମାନଦଣ୍ଡକୁ ବଦଳାଇବା ନିମନ୍ତେ ମାନବ ଜାତିର ଦାୟବଦ୍ଧତାକୁ ଏହି ପ୍ରବନ୍ଧରେ ଉପସ୍ଥାପନ କରାଯାଇଛି।

ପ୍ରାବନ୍ଧିକ ଡକ୍ଟର ବୈଦ୍ୟନାଥ ମିଶ୍ର ବର୍ଣ୍ଣନା କରିଛନ୍ତି ଯେ ଆଧୁନିକ ସଭ୍ୟତାରେ ଜ୍ଞାନ କ୍ଷେତ୍ରରେ ସଂକୀର୍ଣ୍ଣତା ବୃଦ୍ଧିପାଇଛି । ମଣିଷ ସମାଜ ପ୍ରବିଧି ବିଜ୍ଞାନରେ ଉନ୍ନତି କରିଥିଲେ ବି ଜ୍ଞାନର ସଂକୋଚନ ହେତୁ ପଛୁଆ ଗତି କରୁଛି । ସଭ୍ୟତାର ଉଚ୍ଚ ମାନଦଣ୍ଡର ବୃଦ୍ଧି ଘଟୁନାହିଁ । ଏବେବି ସମାଜର କେତେକ ଗୋଷ୍ଠୀ ଜ୍ଞାନ ଆହରଣରେ ଅଧିକ ସୁବିଧା ଓ ସୁଯୋଗ ଉପଭୋଗ କରୁଛନ୍ତି । ସମାଜରେ ଆର୍ଥନୀତିକ ଭେଦ ଥ‌ିବାରୁ ଦରିଦ୍ରର ଜ୍ଞାନଲାଭର ସୁଯୋଗ ନାହିଁ । ଫଳରେ ସ୍ବାଧୀନ ଚିନ୍ତାର ବିକାଶ ଘଟୁନାର୍ହିା

ଅପର ପକ୍ଷରେ ସାମାଜିକ ଗୋଷ୍ଠୀଜୀବନ ଏବେ ଭାଙ୍ଗିପଡ଼ିଛି । ଆମର ପାରିବାରିକ ଜୀବନରେ ପରସ୍ପର ପ୍ରତି ଶ୍ରଦ୍ଧା ଓ ଭକ୍ତି ନାହିଁ । ଗ୍ରାମ୍ୟ ଜୀବନ ବିପଥଗାମୀ ଓ କଳହ ମଧ୍ୟରେ କଳୁଷିତ । ବ୍ୟକ୍ତି ସଭ୍ୟତାର ବସ୍ତୁମୋହରେ ସ୍ଵାର୍ଥପର ହୋଇଉଠିଛି। ଜାତିପ୍ରୀତିକୁ ସଂକୀର୍ଣ୍ଣ ସ୍ଵାର୍ଥ ନିମନ୍ତେ ବ୍ୟବହାର କରାଯାଉଛି । ଅଶିକ୍ଷା ଓ ଦାରିଦ୍ର୍ୟ ଜୀବନକୁ ମଳିନ କରିଦେଇଛି । ପାଶ୍ଚାତ୍ୟ ବ୍ୟକ୍ତିବାଦୀ ସଭ୍ୟତାର ପ୍ରଭାବ ଆମର ଶିକ୍ଷା ଓ ସଂସ୍କୃତିକୁ ବ୍ୟକ୍ତିକୈନ୍ଦ୍ରିକ କରିଦେଇଛି । ସାମାଜିକ ସହୃଦୟତା ପ୍ରାୟତଃ ନାହିଁ । ଜଡ଼ବାଦ ଓ ବସ୍ତୁମୋହ ବଢ଼ି ବଢ଼ି ଚାଲିଛି । ଫଳରେ ଆମର ମନ ସଂକୀର୍ଣ୍ଣ ହୋଇ ଚାଲିଛି । ଆମର ସକଳ ଉଦ୍ୟମ ଭୌତିକ ଉନ୍ନତିରେ ବିନିଯୋଗ ହେଉଛି। ତେଣୁ ସମାଜରେ ନାନା ସଂଘର୍ଷ ଦେଖାଦେଉଛି। ସାମାଜିକ ସଂଘର୍ଷକୁ ଦୂର କରି ସଭ୍ୟତାର ମାନଦଣ୍ଡ ବଦଳାଇବା ବର୍ତ୍ତମାନର ପ୍ରଧାନ ଚିନ୍ତା ହୋଇଛି ।

ଏହି ମର୍ମରେ ପ୍ରାବନ୍ଧିକ ସାମାଜିକ ସଂଘର୍ଷର ବିଲୟ ପାଇଁ ମାନବ ଜାତିକୁ ଆଭିମୁଖ୍ୟ ବଦଳାଇବାକୁ ପରାମର୍ଶ ଦେଇଛନ୍ତି । ବ୍ୟକ୍ତିର ସହୃଦୟତାକୁ ବୃଦ୍ଧି କରିବାକୁ ହେବ । ପ୍ରତ୍ୟେକ ମାନବକୁ ଆଧ୍ୟାତ୍ମିକତା ଉପରେ ଗୁରୁତ୍ୱ ଦେବାକୁ ହେବ । ଆଧ୍ୟାତ୍ମିକତା ମନୁଷ୍ୟକୁ ବିଷୟାସକ୍ତିରୁ ନିବୃତ୍ତ କରି ଆତ୍ମା ବିଷୟରେ କିଛି ଧାରଣା ଦେବ । ଏହା ମନୁଷ୍ୟଠାରେ ଈଶ୍ଵର ବିଶ୍ଵାସ ବଢ଼ାଇବା ଫଳରେ ସେ ସାମାଜିକ ସହୃଦୟତା ହାସଲ କରିପାରିବେ । ଏହା ମଧ୍ୟ ମନୁଷ୍ୟର ମନକୁ ବ୍ୟାପକ ଓ ହୃଦୟକୁ ପ୍ରସାରିତ କରିବା । ପୂର୍ବେ।ପରି ସଭ୍ୟତାର ଗତାନୁଗତିକ ମାନଦଣ୍ଡକୁ ବଦଳାଇବାପାଇଁ ମାନବାଧର୍ମ ଉପରେ
ବେଶି ଗୁରୁତ୍ୱ ଦେବାକୁ ହେବ । ସମାଜର ଚିନ୍ତାଶୀଳ ବ୍ୟକ୍ତିମାନେ ଏଥ‌ିପାଇଁ ସଚେତନତା ସୃଷ୍ଟି କରିବା ଉଚିତ । ବାସ୍ତବିକ ସଭ୍ୟତାର ମାନଦଣ୍ଡ ବଦଳାଇବାପାଇଁ ପ୍ରାବନ୍ଧିକଙ୍କର ଏହି ପ୍ରକାର ସଚେତନ ପରାମର୍ଶ ବେଶ୍ ମନୋଜ୍ଞ ହୋଇପାରିଛି ।

BSE Odisha 8th Class Odia Solutions Chapter 9 ପ୍ରଗତି ଓ ମାନବ ଧର୍ମ

Question ୪ ।
ଆସ, ସରଳ ଭାଷାରେ ବୁଝାଇ ଲେଖୁବା ।
(କ) ସମାଜର ବ୍ୟାପକତା ହୃଦୟର ବ୍ୟାପକତା ଉପରେ ନିର୍ଭର କରେ ।
Answer:
ସମାଜର ବ୍ୟାପକତା……………………………….. ନିର୍ଭର କରେ ।
ଆଲୋଚ୍ୟ ଗଦ୍ୟାଶଟି ଆମ ପଠିତ ପୁସ୍ତକ ‘ସାହିତ୍ୟିକା’ରେ ସଂକଳିତ ବୈଦ୍ୟନାଥ ମିଶ୍ରଙ୍କ ରଚିତ ପ୍ରବନ୍ଧ ‘ପ୍ରଗତି ଓ ମାନବ ଧର୍ମ ରୁ ଗୃହୀତ । ଉଦ୍ଧୃତ ଗଦ୍ୟାଶରେ ଲେଖକ ମାନବ ସମାଜର ସାମାଜିକତା ବା ସାମାଜିକ ମୂଲ୍ୟବୋଧର ପ୍ରଗତି ମନୁଷ୍ୟ ହୃଦୟର ପ୍ରସାରତା ଉପରେତା ଉପରେ ନିର୍ଭରଶାଳ ବୋଲି ବର୍ଣ୍ଣନା କରିଛନ୍ତ୍ରି

ପ୍ରାବନ୍ଧିକଙ୍କ ମତରେ ସମାଜର ହିତ ମାନବ ସମାଜର ସାମାଜିକତା ଉପରେ ନିର୍ଭରଶୀଳ । ମନୁଷ୍ୟ ସମାଜରେ କେବଳ ନିଜ ପାଇଁ ବଞ୍ଚେ ନାହିଁ । ସେ ସମାଜ ପାଖରେ ମଧ୍ୟ ବଞ୍ଚେ । ସେ ଅନ୍ୟମାନଙ୍କର ତଥା ସମାଜର ହିତ ପାଇଁ ଚିନ୍ତାକରେ । ଏଥ‌ିପାଇଁ ତା’ର‘ମନର ବ୍ୟାପକତା ଦରକାର । ଯେ ନିଜ କଥା ଭାବେ ସେ କେବଳ ନିଜର ଉନ୍ନତି କାମନା କରେ । ଯେ ନିଜଠାରୁ ଟିକିଏ ଉପରକୁ ଯିବାକୁ ଚାହେଁ ସେ ପରିବାରରେ ଉନ୍ନତି କଥା ଚିନ୍ତା କରେ । ଯା’ର ମନ ଆଉଟିକେ ବ୍ୟାପକ ସେ ପ୍ରତିବେଶୀଙ୍କ ହିତକଥା ଭାବିଥାଏ । ଅର୍ଥାତ୍ ଯା’ର ମନ ଯେତେ ବ୍ୟାପକ ସେ ସେତେ ସାମାଜିକା ଏହି କାରଣରୁ ଯଥାର୍ଥରେ ସମାଜର ବ୍ୟାପକତା ମନ୍ମଷ୍ୟ ହୃଦୟର ବ୍ୟାପକତା ଉପରେ ନିର୍ଭରଶାଳା ମୋଟ ଉପରେ ଏହି ଗଦ୍ୟାଶରେ ଏକ ପ୍ରସାରିତ ହୃଦୟ ନେଇ ସମାଜରେ ବଞ୍ଚିବା ଉପରେ ପ୍ରାବନ୍ଧିକ ଗୁରୁତ୍ଵ ଦେଇଛନ୍ତି ।

(ଖ) ମନୁଷ୍ୟ କେବଳ ନିଜ ପାଇଁ ବଞ୍ଚେ ନାହିଁ । ସମାଜ ପାଇଁ ମଧ୍ୟ ବଞ୍ଚେ ।
Answer:
ମନୁଷ୍ୟ କେବଳ ……………………………..ମଧ୍ୟ ବଞ୍ଚେ ।
ପ୍ରଦତ୍ତ ଗଦ୍ୟାଶଟି ଆମ ପାଠପୁସ୍ତକ ‘ସାହିତ୍ୟିକ’ରେ ସନ୍ନିବିଷ୍ଟ ବୈଦ୍ୟନାଥ ମିଶ୍ରଙ୍କ ଲିଖ୍ ପ୍ରବନ୍ଧ ‘ପ୍ରଗତି ଓ ମାନବ ଧର୍ମ’ ପ୍ରବନ୍ଧରୁ ଆନୀତ । ଆଲୋଚ୍ୟ ଉଦ୍ଧୃତାଂଶରେ ପ୍ରାବନ୍ଧିକ ଡକ୍ଟର ମିଶ୍ର ମନୁଷ୍ୟର ସମାଜ ସଂପୃକ୍ତି ବିଷୟରେ ଉଲ୍ଲେଖ କରିଛନ୍ତି । ପ୍ରାବନ୍ଧିକଙ୍କ ମତରେ ସମାଜର ହିତ ତିନିପ୍ରକାର ପ୍ରଗତି ଉପରେ ନିର୍ଭରଣାଳ । ଏଥିମଧ୍ୟରୁ ଗୋଟିଏ ପ୍ରଗତି ହେଉଛି– ମାନବ ସମାଜର ସାମାଜିକତା । ସାମାଜିକତାର ଅର୍ଥ ମନୁଷ୍ୟର ସମାଜ ସହ ସଂପୃକ୍ତି । ମନୁଷ୍ୟ ଏକାକୀ ବଞ୍ଚେ ନାହିଁ । ସେ ପରିବାର, ପଡ଼ୋଶୀ, ଗୋଷ୍ଠୀକୁ ନେଇ ସମାଜରେ ବଞ୍ଚେ । ବ୍ୟାପକ ହୃଦୟରେ ସମାଜର ଅନ୍ୟମାନଙ୍କ ପାଇଁ ଚିନ୍ତା କରେ । ସେ କେବଳ ନିଜର ଉନ୍ନତି କଥା ଚିନ୍ତା କରେନାହିଁ । ନିଜ ପରିବାରର ଉନ୍ନତି କଥା ଚିନ୍ତା କରେ । ଏହାଛଡ଼ା ସେ ନିଜର ପଡ଼ୋଶୀ, ଗ୍ରାମବାସୀ ଓ ଅଞ୍ଚଳର ଲୋକଙ୍କ ସ୍ୱାର୍ଥ କଥା ମଧ୍ୟ ଚିନ୍ତାକରେ । ଏଥ‌ିପାଇଁ ମନୁଷ୍ୟକୁ ସାମାଜିକ ପ୍ରାଣୀଭାବେ ଗଣନା କରାଯାଏ ।
ଲେଖକଙ୍କ ଏ ପ୍ରକାର ବିଚାର ଏକ ସାମାଜିକ ହିତବାଦୀ ମାନଦଣ୍ଡର ବିଚାର ହୋଇପାରିଛି ।

(ଗ) ଆଧ୍ୟାତ୍ମିକବାଦ ଜଡ଼ବାଦର ବିଷୟାସକ୍ତିକୁ ନିୟନ୍ତ୍ରଣ କରି ମନୁଷ୍ୟର ମନକୁ ବ୍ୟାପକ କରେ ।
Answer:
ଆଧ୍ୟାତ୍ମିକବାଦ ଜଡ଼ବାଦର ……………………………….. ବ୍ୟାବକ କରେ ।
ଶଂସିତ ଗଦ୍ୟାଶଟି ବୈଦ୍ୟନାଥ ମିଶ୍ରଙ୍କ ଲିଷ୍ଠ ‘ପ୍ରଗତି ଓ ମାନବ ଧର୍ମ’ପ୍ରବନ୍ଧରୁ ଆସିଅଛି । ଆଲୋଚ୍ୟ ଗଦ୍ୟାଶରେ ପ୍ରାବନ୍ଧିକ ଡକ୍ଟର ମିଶ୍ର ମାନବ ଜୀବନରେ ଆଧ୍ୟାତ୍ମିକବାଦର ମହତ୍ତ୍ବକୁ ପ୍ରତିପାଦନ କରିଛନ୍ତି । ଲେଖକଙ୍କ ମତରେ ଧର୍ମ ଚେତନା ସଂପୂର୍ଣ୍ଣ ବ୍ୟକ୍ତିଗତ । ମାତ୍ର ଆଧ୍ୟାତ୍ମିକ ଭାବନା ଆତ୍ମାର ବିକାଶ ସହିତ ଜଡ଼ିତ । ଆଧ୍ୟାତ୍ମିକତାର ମୌଳିକ ବିଷୟ ହେଉଛି ଯେ କେବଳ ବିଷୟାସକ୍ତ ନହୋଇ ପ୍ରାଣ ବା ଆତ୍ମା ବିଷୟରେ କିଛି ଧ୍ୟାନ ଦେବା । ଧର୍ମ ଅପେକ୍ଷା ଆଧ୍ୟାତ୍ମିକତା ବ୍ୟାପକ । ଧର୍ମରେ ବାଦ ବିସମ୍ବାଦ ଓ ବିଭେଦ ଅଛି; ମାତ୍ର ଆଧାୟିକତା କ୍ଷେତ୍ରରେ ଏସବୁ ନଥାଏ । ଏଥ‌ିରେ ଭଗବାନ୍‌ଙ୍କ ଅସ୍ତିତ୍ଵରେ ବିଶ୍ୱାସ କରାଯାଏ । ଭଗବାନଙ୍କ ଆଶ୍ରା ମନୁଷ୍ୟକୁ ସାହସ ଓ ସାଲ୍ଟାନା ଦିଏ ।

ବ୍ୟକ୍ତିବାଦୀ ମନୁଷ୍ୟ ଜଡ଼ବାଦୀ ବସ୍ତୁ ମୋହଦ୍ଵାରା ଆସକ୍ତ ହୋଇଥାଏ । ଜଡ଼ବାଦ ଭୌତିକ ବସ୍ତୁ ପ୍ରତି ଆକର୍ଷଣ ବଢ଼ାଇଥାଏ । ବିଷୟ ବା ବସ୍ତୁ ପ୍ରତି ଆସକ୍ତ ହେବାଦ୍ୱାରା ବ୍ୟକ୍ତି ସ୍ବାର୍ଥପର ହୋଇଯାଏ । ମାତ୍ର ଆଧ୍ୟାତ୍ମିକତା ବ୍ୟକ୍ତିର ଆତ୍ମାକୁ ପ୍ରସାର କରିଦିଏ । ଆଧ୍ୟାତ୍ମିକବାଦ ବ୍ୟକ୍ତିର ଜଡ଼ବାଦୀ ବିଷୟର ଆସକ୍ତିକୁ ନିୟନ୍ତ୍ରଣ କରିଥାଏ । ଏହାଦ୍ଵାରା ମନୁଷ୍ୟର ବସ୍ତୁ ପ୍ରତି ମୋହ ତୁଟିଯାଏ ଓ ସେ ନିର୍ଲୋଭ ହୋଇଯାଏ । ବାଡ଼ବାଦା ବିଷୟବାଷନାର ଆସକ୍ତିକୁ ଆଧଆଧ୍ୟାତ୍ମିକବାଦ ର୍ହି ନିୟନ୍ତ୍ରଣ କରିପାରିବ – ପ୍ରାବନ୍ଧିକଙ୍କ ଏହି ପ୍ରକାର ବିଚାର ବେଶ୍ ମନୋଜ୍ଞ ହୋଇପାରିଛି।

Question ୫ ।
ଆସ, ପ୍ରବନ୍ଧଟିକୁ ଅନୁଚ୍ଛେଦ ଅନୁଯାୟୀ ଜଣଜଣ କରି ଉଚ୍ଚ ପଠନ କରିବା ।
Answer:
ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ନିର୍ଦେଶ ଅନୁଯାୟୀ ପଠନ କରିବେ ।

Question ୬।
ଆସ, ତଳଲିଖ୍ ଶବ୍ଦର ଅର୍ଥ ଅଭିଧାନରୁ ଖୋଜିବାହାର କରି କୋଠରିରେ ଲେଖୁବା ।
Answer:
ଜନୈକ – କୌଣସି ଏକ ବ୍ୟକ୍ତି।
ପ୍ରତାୟମାନ – ଯାହା କରାଯାଉଛି
ବେପରୁଆ – ଉଦ୍ଧତଭ।ବ
ମତାନ୍ଧିତା – କୁସଂସ୍କାର ଭିତ୍ତିକ ଅନ୍ଧିମତର ବିଶ୍ଵାସ
ସମନ୍ବୟ – ମିଳନ / ଐକ୍ୟ।
ଆହରଣ – ଗହଣା

BSE Odisha 8th Class Odia Solutions Chapter 9 ପ୍ରଗତି ଓ ମାନବ ଧର୍ମ

Question ୭।
ନିମ୍ନରେ ଦିଆଯାଇଥ‌ିବା ବିଶେଷଣ ପଦଗୁଡ଼ିକୁ ବିଶେଷ୍ୟ ପଦରେ ପରିଣତ କର । ଆଧ୍ୟାତ୍ମିକ, ସାଂସ୍କୃତିକ, ଭୌତିକ, ଗ୍ରାମ୍ୟ
Answer:

ବିଶେଷଣ ପଦ ବିଶେଷ୍ୟ ସଦରୂପ
ଆଧ୍ୟାତ୍ମିକ ଅଧ୍ୟାମ୍
ସାଂସୃତିକ ସଂସୃତି
ଶିକ୍ଷିତ ଶିକ୍ଷା
ଭୌତିକ ଭୂତ
ଗ୍ରାମ୍ୟ ଗ୍ରାମ

Question ୮ ।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକୁ ବ୍ୟବହାର କରି ଗୋଟିଏ ଲେଖାଏଁ ବାକ୍ୟ ଲେଖୁବା ।
ପ୍ରଗତି, ସମନ୍ବୟ, ସାଲ୍ବନା, ବ୍ୟାପକ,
Answer:
ପ୍ରଗତି – ଜାତିର ପ୍ରଗତିରେ ଯୋଗଦାନ କରିବା ପ୍ରତ୍ୟେକଙ୍କର ଧର୍ମ ।
ସମନ୍ୱୟ – ଶ୍ରୀଜଗନ୍ନାଥଙ୍କ ପୀଠରେ ବୌଦ୍ଧ, ଶୈବ, ଶାକ୍ତ, ଗାଣପତ୍ୟ ଓ ବୈଷ୍ଣବ ଆଦି ଧର୍ମର ସମନ୍ୱୟ ଘଟିଛି ।
ସାନ୍ତନା – ବିପଦରେ ପଡ଼ିଥିବା ବ୍ୟକ୍ତିଙ୍କୁ ସାନ୍ତନା ଦେବା ହିଁ ମଣିଷପଣିଆ ।
ବ୍ୟାପକ – ଯାହାର ମନ ଯେତେ ବ୍ୟାପକ ତା’ର ଜୀବନ ସେତେ ସୁନ୍ଦର ।
ଆହରଣ – ଯେକୌଣସି ଗ୍ରନ୍ଥରୁ ବିଦ୍ୟା ଆହରଣ କରାଯାଇପାରେ ।

Question ୯।
ଅଧ୍ୟାତ୍ମ + ଇକ = ଆଧ୍ୟାମିକ । ଏହି ପ୍ରବନ୍ଧରେ ଥ‌ିବା ‘ଇକ’ ପ୍ରତ୍ୟୟ ଯୋଗରେ ଗଠିତ ଶବ୍ଦମାନଙ୍କର ଗୋଟିଏ ତାଲିକା କରିବା ।
Answer:
ମୂଳ ଶବ୍ଦ + ‘ଇକ’ ପ୍ରତ୍ୟୟ ଯୋଗ= ଗଠିତ ଶବ୍ଦ
ଅର୍ଥନୀତି + ଇକ = ଆର୍ଥନାତିକ
ସମାଜ + ଇକ = ସାମାଜିକ
ଅଧ୍ୟାତ୍ମ + ଇକ = ବ୍ୟକ୍ତି କୈନ୍ଦ୍ରିକ
ବ୍ୟକ୍ତି + କେନ୍ଦ୍ର + ଇକ = ଭୌତିକ
ମୂଳ + ଇକ = ମୌଳିକ
ଭୂତ + ଇକ ଅଧୁନା + ଇକ = ଆଧୁନିକ

Question ୧୦ ।
ଯେ ବିଷୟରେ ଆସକ୍ତ, ତାହାକୁ ଗୋଟିଏ ଶବ୍ଦରେ କୁହାଯାଏ ‘ବିଷୟାସକ୍ତ’ । ସେହିପରି କ’ଣ ହେବ ଆସଲେଖୁ ।
(କ) ଯେ ନିଦ୍ରାରେ ଆସକ୍ତ
(ଗ) ଯେ ମୋହରେ ଆସକ୍ତ
(ଖ) ଯେ ଲୋଭରେ ଆସକ୍ତ
Answer:
(କ) ନିଦ୍ରାସକ୍ତ,
(ଖ) ଲୋଭାସକ୍ତ,
(ଗ) ମୋହାସକ୍ତ

Question ୧୧ ।
ଆସ, ପାଠ ଆଧାରରେ ଶୂନ୍ୟସ୍ଥାନ ପୂରଣ କରିବା ।
(କ) ମନର ବ୍ୟାପକତା ଯା’ର ଯେତେ ଅଧିକ,
(ଖ) ପ୍ରବିଧ‌ି ବିଜ୍ଞାନ ଭୌତିକ ବସ୍ତୁର ବିକାଶରେ ସାହାଯ୍ୟ କରେ, ଆଧ୍ୟାତ୍ମିକତା
(ଗ) ସେମାନେ ଯେତିକି ଅଧ୍ଵ ଜ୍ଞାନ ଆହରଣ କରିବେ
Answer:
(କ) ମନର ବ୍ୟାପକତା ଯା’ର ଯେତେ ଅଧିକ, ତା’ର ସାମାଜିକତା ସେତେ ଅଧିକ ।
(ଖ) ପ୍ରବିଧ‌ି ବିଜ୍ଞାନ ଭୌତିକ ବସ୍ତୁର ବିକାଶରେ ସାହାଯ୍ୟ କରେ, ଆଧ୍ୟାତ୍ମିକତା ଆତ୍ମାର ବ୍ୟାପକତାରେ ସାହାଯ୍ୟ କରେ ।
(ଗ) ସେମାନେ ଯେତିକି ଅଧ୍ଵ ଜ୍ଞାନ ଆହରଣ କରିବେ ସେତିକି ଅଧ୍ବକ ସମାଲୋଚନା କରିବେ ।

BSE Odisha 8th Class Odia Solutions Chapter 9 ପ୍ରଗତି ଓ ମାନବ ଧର୍ମ

Question ୧୨ ।
ତଳେ ଦିଆଯାଇଥିବା ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି କୋଠରି ମଧ୍ୟରେ ଲେଖୁବା । ଠିକ୍ ଉତ୍ତରଟି ବାଛ ।
(କ) ପୁସ୍ତକା + ଗାର
(ଖ) ପୁସ୍ତକ + ଗାର
(ଗ) ପୁସ୍ତକ + ଆଗାର
(ଘ) ପୁସ୍ତକା + ଆଗାର
Answer:
(ଗ) ପୁସ୍ତକ + ଆଗାର = ପୁସ୍ତ୍ରକାଗାର

Question ୧୩ ।
ଭୁଲ ଥ‌ିବା ଶବ୍ଦଗୁଡ଼ିକୁ ଠିକ୍ କରି ତା’ ପାଖରେ ଲେଖୁ ।
Answer:

ଭୁଲ ଶବ୍ଦ ଠିକ୍ ଶବ୍ଦ
ଭୁମିକା ଭୁମିକା
ଅସହି କ୍ଷୁତା ଅସହିଷ୍ଣୁତା
ଧ୍ୱସଂ ଧ୍ୱସଂ
ସାହାସ ସାହାସ
ଗୋଷ୍ଠି ଗୋଷ୍ଠା
ସାହାର୍ଯ୍ୟ ସାହାଯ୍ୟ
ଶତାବ୍ଦା ଶତାବ୍ଦୀ

ତୁମ ପାଇଁ କାମ:

(କ) ସମାଜର ଉପକାର ପାଇଁ କାର୍ଯ୍ୟ କରିଥିବା ଦୁଇଜଣ ବିଷୟରେ ଦୁଇଟି ଅନୁଚ୍ଛେଦ ଲେଖ ।
(ଖ) ପ୍ରବିଧ୍ଵଜ୍ଞାନ (Technology)ର ଉନ୍ନତି ଯୋଗୁଁ ଏବେ ଲୋକମାନେ ପାଉଥିବା ଉପକାର ବର୍ଣ୍ଣନା କରି ସାନଭାଇ
(ଗ) ତୁମ ଘର ଚାରିପାଖ ଲୋକଙ୍କ ଜୀବନଯାପନ ପ୍ରଣାଳୀ ସମ୍ପର୍କରେ ଅନୁଧ୍ୟାନ କରି ଶିକ୍ଷଣୀୟ କଥାଗୁଡ଼ିକୁ ଲେଖୁ ସାଙ୍ଗମାନଙ୍କ ସହ ଶ୍ରେଣୀରେ ଆଲୋଚନା କର ।

ପରାକ୍ଷା ଉପଯୋଗା ଅତିରିକ୍ତ ପ୍ରଶ୍ନୋତ୍ତର :

Question ୧ ।
‘ପ୍ରଗତି ଓ ମାନବ ଧର୍ମ’ କେଉଁ ପୁସ୍ତକର ଅଂଶବିଶେଷ ? ଏହାର ଲେଖକ କିଏ ?
Answer:
‘ପ୍ରଗତି ଓ ମାନବ ଧର୍ମ’ ପ୍ରବନ୍ଧିଟି ସମାଜତାତ୍ତ୍ତିକ ପ୍ରବନ୍ଧ ପୁସ୍ତ୍ରକ ‘ସାମାଜିକ ମୂଲ୍ୟବୋଧ’ର ଅଂଶବିଶେଷ। ଏହି ପ୍ରବନ୍ଧଟିର ରଚୟିତା ହେଉଛନ୍ତି ଡକ୍ଟର ବୈଦ୍ୟନାଥ ମିଶ୍ର ।

Question ୨ ।
ଆଲବର୍ଟ୍ ସ୍ଵାଇଜରଙ୍କ ମତରେ ଦ୍ଵିତୀୟ ପ୍ରଗତିଟି କ’ଣ ? ଏହାର ଆବଶ୍ୟକତା କ’ଣ ?
Answer:
ଆଲବଟ୍ ସ୍ଵାଇଜରଙ୍କ ମତରେ ଦ୍ଵିତାୟ ପ୍ରଗଉଛି ସାମାଜିକାରଶର ପ୍ରଗତି ବା ମାନବ ସମାଜର ସାମାଜିକତା । ସାମାଜିକତାର ପ୍ରସାର ମନୁଷ୍ୟ ହୃଦୟକୁ ବ୍ୟାପକ କରିଥାଏ । ଏହାଦ୍ଵାରା ସମାଜର ବ୍ୟାପକତା ବଢ଼େ ଓ ମଣିଷ ନିଜ ପାଇଁ ନବଞ୍ଚ୍ ସମାଜ ପାଇଁ ବଞ୍ଚେ । ନିଜ କଥା ନଭାବି ପରିବାର ଓ ପଡ଼ୋଶୀଙ୍କ ଉପକାର କଥା ଭାବେ । ଏ ପ୍ରକାର ପ୍ରଗତି ନିମନ୍ତେ ହୃଦୟର ପ୍ରସାରତା ଓ ବ୍ୟାପକତା ନିତାନ୍ତ ଆବଶ୍ୟକ ।

Question ୩ ।
ଆଲବଟ୍ ସ୍ଵାଇଜରଙ୍କ ମତରେ ପ୍ରଥମ ପ୍ରଗତିଟି କ’ଣ ଓ ଏହାର ଆବଶ୍ୟକତା କ’ଣ ?
Answer:
ଆଲବଟ୍ ସ୍ଵାଇଜରଙ୍କ ମତରେ ପ୍ରଥମ ପ୍ରଗତିଟି ହେଲା ଜ୍ଞାନ ଓ ପ୍ରବିଧ୍ ଜ୍ଞାନର ପ୍ରସାର । ଜ୍ଞାନଦ୍ୱାରା ମନୁଷ୍ୟ ମନରୁ ସଂକୀର୍ଣ୍ଣତା ଦୂରେଇ ଯାଇଥାଏ ଏବଂ ପ୍ରବିଧ୍ ବିଜ୍ଞାନ ଉପଯୋଗରେ ଉତ୍ପାଦନ ଢାଞ୍ଚାରେ ପରିବର୍ତ୍ତନ ଆସିଥାଏ । ତେଣୁ ଜ୍ଞାନ ଓ ପ୍ରବିଧ୍ ବିଜ୍ଞାନର ସମନ୍ବୟରେ ଦେଶର ଆର୍ଥନୀତିକ ପ୍ରଗତି ଯେ ସମ୍ଭବପର ଏହା ନିଃସନ୍ଦେହରେ କୁହାଯାଇପାରେ ।

BSE Odisha 8th Class Odia Solutions Chapter 9 ପ୍ରଗତି ଓ ମାନବ ଧର୍ମ

Question ୪।
ବର୍ତ୍ତମାନ ଆମେ ପ୍ରଗତି ଆଡ଼କୁ ନଯାଇ ବିପରୀତଗାମୀ ହେବାର କାରଣ କ’ଣ ?
Answer:
ଆଲବଟ୍ ସ୍ଵାଇଜରଙ୍କ ପ୍ରଦତ୍ତ ତିନି ପ୍ରକାର ପ୍ରଗତି ହିଁ ମାନବ ସମାଜର ସର୍ବାଙ୍ଗୀନ ଉନ୍ନତି ସାଧନକରି ତାହାକୁ ପ୍ରଗତିଶୀଳ କରାଇଥାଏ । ସଂପ୍ରତି ଏହି ତିନୋଟି ବିଭାଗରେ ସଂକଟ ଦେଖାଦେଇଛି । ଫଳରେ ଆମେ ପ୍ରଗତି ଆଡ଼କୁ ନଯାଇ ପ୍ରଗତିର ବିପରୀତ ଦିଗରେ ଯାଉଛୁ । ୫୦-୬୦ ବର୍ଷ ତଳୁ ପ୍ରବିଧ୍ ବିଜ୍ଞାନର ଉନ୍ନତି ଘଟିବା ଯୋଗୁଁ ଉତ୍ପାଦନ ବଢ଼ିଛି, ମାତ୍ର ସଭ୍ୟତାର ମାନଦଣ୍ଡ ବିସ୍ତାର କରୁଥିବା ଜ୍ଞାନ କ୍ଷେତ୍ରରେ ସଂକୀର୍ଣ୍ଣତା ଦେଖାଦେଇଛି । ତେଣୁ ଆମେ ପ୍ରଗତିର ବିପରୀତ ଦିଗରେ ଗତିକରୁଛୁ ।

Question ୫।
ଚୀନ୍ ଦେଶରେ କନ୍‌ଫୁସିଅସ୍‌ଙ୍କ ଗ୍ରନ୍ଥସବୁକୁ ନଷ୍ଟକରି ଦିଆଗଲା କାହିଁକି ?
Answer:
ପ୍ରଜାମାନେ ବିଦ୍ୟାର୍ଜନ କଲେ ରାଜ ଶାସନକୁ ସମାଲୋଚନା କରିବେ ଏଭଳି ବିଭ୍ରାନ୍ତିକର ଚିନ୍ତାଧାରାକୁ ନେଇ ଚୀନ୍‌ର ତାଓ ସରକାର ଦାର୍ଶନିକ କଫୁସିଅସ୍‌ ଗ୍ରନ୍ଥସବୁକୁ ଧ୍ୱଂସ କରିଦେଇଥିଲେ । କନ୍‌ଫୁସିଅସ୍‌ଙ୍କ ମତବାଦ ଓ ଗ୍ରନ୍ଥସବୁ ପଢ଼ିବା ଅପରାଧ ବୋଲି ବିବେଚନା କରାଯାଇଥିଲା । ପ୍ରଜାମାନଙ୍କୁ ଜ୍ଞାନାଲୋକରୁ ଦୂରେଇ ରଖୁବା ନିମନ୍ତେ ଏଭଳି ପଦକ୍ଷେପ ତାଓ ସରକାର ଗ୍ରହଣ କରିଥିଲେ ।

ଲେଖକ ପରିଚୟ :

ଓଡ଼ିଆ ପ୍ରବନ୍ଧ ସାହିତ୍ୟର କ୍ରମବିକାଶରେ ଡକ୍ଟର ବୈଦ୍ୟନାଥ ମିଶ୍ର ଜଣେ ମୂଲ୍ୟବୋଧବାଦୀ ଓ ଚିନ୍ତାଶୀଳ ପ୍ରାବନ୍ଧିକ । ୧୯୨୦ ମସିହାରେ ସେ ପୁରୀ ଜିଲ୍ଲାର ଦିବ୍ୟସିଂହପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଜଣେ ଶିକ୍ଷାବିତ୍, ଅର୍ଥନୀତିଜ୍ଞ, ସାମଜତତ୍ତ୍ବବିତ୍ ଓ ରାଜନୀତିକ ବୁଦ୍ଧିଜୀବୀ ଭାବରେ ସେ ସୁପରିଚିତ । ସେ ଅର୍ଥନୀତି ବିଭାଗର ପ୍ରଫେସର ଥିଲେ । ଓଡ଼ିଶା କୃଷି ବିଶ୍ବବିଦ୍ୟାଳୟର କୁଳପତି ଓ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ସେ କାର୍ଯ୍ୟ କରିଛନ୍ତି । ସ୍ଵାଧୀନତା ପରେ ସାମାଜିକ ମୂଲ୍ୟବୋଧ, ଆର୍ଥନୀତିକ ବ୍ୟବସ୍ଥା ଓ ଶାସନଗତ ସଂସ୍କାରକୁ ନେଇ ସେ ପ୍ରବନ୍ଧ ରଚନା କରିଛନ୍ତି ।

ସଚେତନତା ସୃଷ୍ଟି ହିଁ ତାଙ୍କ ପ୍ରବନ୍ଧ ରଚନାର ଆଭିମୁଖ୍ୟ । ତାଙ୍କ ରଚିତ ସମସ୍ୟାମୂଳକ ଓ ଚିନ୍ତାନିଷ୍ଠ ପ୍ରବନ୍ଧ ଗ୍ରନ୍ଥଗୁଡ଼ିକ ମଧ୍ୟରେ ‘ଶାସନ ଓ ସଂସ୍କାର’, ‘ସମାଜ ଓ ସଭ୍ୟତା’, ‘ଗଣତନ୍ତ୍ର ଓ ସମାଜବାଦ’, ‘ସାମାଜିକ ମୂଲ୍ୟବୋଧ’, ‘ସ୍ଵ ତିତୀର୍ଥ’, ‘ଆଧୁନିକ ସଭ୍ୟତାର ଯନ୍ତ୍ରଣା’, ‘ଆର୍ଥନୀତିଜ ଯୋଜନା’, ‘ଭାରତର ଆର୍ଥନୀତିକ ସମସ୍ୟା’, ‘ପୁଞ୍ଜିବାଦ’ ଏବଂ ‘ସମାଜବାଦ ଓ ଗାନ୍ଧିବାଦ’ ଇତ୍ୟାଦି ଉଲ୍ଲେଖଯୋଗ୍ୟ । ତାଙ୍କ ପ୍ରବନ୍ଧରେ ତଥ୍ୟ, ସୂଚନା,ଯୁକ୍ତି, ବିଶ୍ଳେଷଣ ସହିତ ଶାଶ୍ୱତ ସାମାଜିକ ଓ ମାନବିକ ମୂଲ୍ୟବୋଧର ପ୍ରତିଫଳନ ଘଟିଥୁବାର ଲକ୍ଷ୍ୟ କରାଯାଏ । ସରଳ ଓ ସୁଖବୋଧ ଶବ୍ଦବିନ୍ୟାସ, ସଂକ୍ଷିପ୍ତ ବର୍ଣ୍ଣନା ଏବଂ କ୍ଷୁଦ୍ର ବାକ୍ୟ ତାଙ୍କ ପ୍ରବନ୍ଧ ରଚନାର ବୈଶିଷ୍ଟ୍ୟ ।

ପ୍ରବନ୍ଧର ପୃଷ୍ଠଭୂମି :

ଆଲୋଚ୍ୟ ପ୍ରବନ୍ଧଟି ପ୍ରାବନ୍ଧିକ ଡକ୍ଟର ମିଶ୍ରଙ୍କ ରଚିତ ସମାଜତାତ୍ତ୍ଵିକ ପ୍ରବନ୍ଧ ପୁସ୍ତକ ‘ସାମାଜିକ ମୂଲ୍ୟବୋଧ ’ରୁ ସଂଗୃହୀତ । ଏହି ପ୍ରବନ୍ଧରେ ଲେଖକ ସାମାଜିକ ଓ ମାନବିକ ମୂଲ୍ୟବୋଧ ଉପରେ ଗୁରୁତ୍ବାରୋପ କରିଛନ୍ତି । ମଣିଷ ମନର ବ୍ୟାପକତା, ସମ୍ପ୍ରସାରିତ ମାନସିକତା, ନିର୍ମଳ ଆଧ୍ୟାତ୍ମିକତା ଓ ଈଶ୍ବର ବିଶ୍ବାସ ଭିତ୍ତିରେ ସାମାଜିକ ପ୍ରଗତି ଓ ମାନବିକତାର ପ୍ରସାର ସାଧନ ହୋଇପାରିବ ବୋଲି ପ୍ରାବନ୍ଧିକ ଆଶାପୋଷଣ କରିଛନ୍ତି । ମୋଟ ଉପରେ ଆଲୋଚ୍ୟ ପ୍ରବନ୍ଧଟିରେ ଧର୍ମର ସଂକୀର୍ଣ୍ଣତା ଓ ମାନବିକ ପ୍ରଗତି ସମ୍ପର୍କରେ ବିଶ୍ଳେଷଣ କରାଯାଇଛି ।

ପ୍ରବନ୍ଧର ସାରକଥା :

ନୋବେଲ ଶାନ୍ତି ପୁରସ୍କାରପ୍ରାପ୍ତ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ’ ବୁଦ୍ଧିଜୀବୀ ଆଲବଟ୍ ସ୍ଵାଇଜରଙ୍କ ମତରେ ତିନିପ୍ରକାର ପ୍ରଗତିକୁ ନେଇ ସମାଜର ହିତସାଧନ ହୋଇଥାଏ । ପ୍ରଥମ ପ୍ରକାରଟି ହେଉଛି ଜ୍ଞାନ ଓ ପ୍ରବିଧ‌ି ବିଜ୍ଞାନର ପ୍ରସାର । ଜ୍ଞାନଦ୍ୱାରା ମନୁଷ୍ୟ ମନରୁ ସଂକୀର୍ଣ୍ଣତା ଦୂରେଇ ଯାଇଥାଏ ଏବଂ ପ୍ରବିଧି ବିଜ୍ଞାନଦ୍ୱାରା ଉତ୍ପାଦନ ପ୍ରଣାଳୀରେ ଉନ୍ନତି ଘଟିଥାଏ । ଉଭୟ ଜ୍ଞାନ ଓ ପ୍ରବିଧ୍ ବିଜ୍ଞାନର ସମନ୍ଵୟ ଘଟିଲେ ମନୁଷ୍ୟ ସମାଜର ଆର୍ଥନୀତିକ ପ୍ରଗତି ସମ୍ଭବ ହୋଇଥାଏ ।

ଦ୍ୱିତାୟ ପ୍ରକାରର ପ୍ରଗତି ହେଉଛି – ସାମାଜିକାରଶର ପ୍ରଗତି ବା ମାନବ ସମାଜର ସାମାଜିକତା । ସମାଜର ସମୂହତ୍ଵ ବା ସାମାଜିକତାର ପ୍ରସାର ଘଟିବାଦ୍ଵାରା ମନୁଷ୍ୟ ହୃଦୟର ବ୍ୟାପକତା ବଢ଼ିଯାଏ । ମଣିଷର ହୃଦୟ ବ୍ୟାପକ ବା ପ୍ରସାରିତ ହେଲେ ସମାଜର ବ୍ୟାପକତା ବଢ଼ିଥାଏ । ଏହା ପ୍ରମାଣ କରେ ଯେ ପ୍ରଗତିଶୀଳ ସମାଜରେ ମଣିଷ ନିଜ ପାଇଁ

ନୁହେଁ, ସମାଜ ପାଇଁ ବଞ୍ଚେ । ନିଜ କଥା ନଭାବି ନିଜଠାରୁ ଉପରକୁ ଉଠି ମଣିଷ ପରିବାର ଓ ପଡ଼ୋଶୀଙ୍କ ଉନ୍ନତି ପ୍ରତି ଦୃଷ୍ଟିଦେଲେ ସାମାଜିକ ପ୍ରଗତି ସମ୍ଭବ ହୁଏ । ମନୁଷ୍ୟ ହୃଦୟର ବ୍ୟାପକତା ବା ପ୍ରସାରତାଦ୍ୱାରା ସାମାଜିକତାର ଉନ୍ନତି ଘଟେ । ଜ୍ଞାନଭିତ୍ତିକ ପ୍ରଗତିଠାରୁ ସାମାଜିକତାର ପ୍ରଗତି ଭିନ୍ନ ଓ ଉନ୍ନତ ମାନର । ଏ ପ୍ରକାର ପ୍ରଗତି ପାଇଁ ମଣିଷ କେବଳ ଜ୍ଞାନ ବା ପ୍ରବିଧ୍ ବିଜ୍ଞାନ ଉପରେ ନିର୍ଭର କରେ ନାହିଁ, ଏଥ‌ିପାଇଁ ହୃଦୟର ପ୍ରସାରତା ବା ବ୍ୟାପକତା ଦରକାର ।

ତୃତୀୟ ପ୍ରକାର ପ୍ରଗତିଟି ହେଉଛି – ଆଧ୍ୟାତ୍ମିକତାର ପ୍ରଗତି । ଆତ୍ମାର ବ୍ୟାପକତା ଓ ପ୍ରାଣର ବିକାଶ ଘଟିଲେ ଆଧ୍ୟାତ୍ମିକତାର ପ୍ରଗତି ସମ୍ଭବ ହୁଏ । ପ୍ରାବନ୍ଧିକଙ୍କ ମତରେ ଆଧ୍ୟାତ୍ମିକତା ଅର୍ଥ ଧର୍ମ ନୁହେଁ । ଏ ଆଧ୍ୟାତ୍ମିକତା ବିଜ୍ଞାନ ସମନ୍ବିତ ଆଧ୍ୟାତ୍ମିକତା। ଏହାଦ୍ୱାରା ସମାଜର ପରିବର୍ତ୍ତନ ହୋଇଥାଏ । ମନୀଷୀମାନେ ଏଥ‌ିପାଇଁ ବିଜ୍ଞାନ ଓ ଆଧ୍ୟାତ୍ମିକତାର ସମନ୍ବୟ ଚାହାନ୍ତି ।

ପ୍ରଗତିର ନାନା ବିଭାଗ ମଧ୍ୟରୁ ଉପରୋକ୍ତ ତିନୋଟି ପ୍ରକାର ପ୍ରଧାନ । ଏବେ ଏହି ତିନୋଟି ବିଭାଗରେ ସଂକଟ ଦେଖାଦେଇଛି । ଫଳରେ ଆମେ ପ୍ରଗତି ଆଡ଼କୁ ନଯାଇ ପ୍ରଗତିର ବିପରୀତ ଦିଗରେ ଯାଉଛୁ । ବିଗତ ୫୦ ରୁ ୬୦ ବର୍ଷ ଭିତରେ ପ୍ରବିଧ୍ ବିଜ୍ଞାନର ବିକାଶ ଘଟିଛି । ଏହାଦ୍ୱାରା ଉତ୍ପାଦନ ବଢ଼ିଛି । ଅର୍ଥନୀତିର ବୃଦ୍ଧି ହୋଇଛି । ମାତ୍ର ସଭ୍ୟତାର ମାନଦଣ୍ଡ ବିସ୍ତାର କରୁଥିବା ଜ୍ଞାନ କ୍ଷେତ୍ରରେ ସଂକୀର୍ୟତା ଦେଖାଦେଇଛି । ଫଳତଃ ସଭ୍ୟତାର ମାନଦଣ୍ଡ ବୃଦ୍ଧି ପାଇନାହିଁ ।

ଏହି ମର୍ମରେ ଚୀନ୍ ଦେଶର ଗୋଟିଏ କଥା ସ୍ମରଣଯୋଗ୍ୟ । ଏକଦା ପ୍ରଜାମାନେ ବିଦ୍ୟା ଅର୍ଜନ କଲେ ରାଜଶାସନକୁ ଅଧିକ ସମାଲୋଚନା କରିବେ ଏପ୍ରକାର ଏକ ପରାମର୍ଶ ଚାଇନା ସମ୍ରାଟ ସିଂହାତିଙ୍କୁ ମନ୍ତ୍ରୀମାନେ ପ୍ରଦାନ କଲେ । ପରିଣାମତଃ ସମ୍ରାଟ ସିଂହାତି ସୈନ୍ୟ ପଠାଇ ପାଠାଗାର (ଲାଇବ୍ରେରୀ) ସବୁ ଧ୍ୱଂସ କରିଦେଲେ । ପ୍ରତିରୋଧ କରୁଥିବା

ବ୍ୟକ୍ତିଙ୍କୁ ମାରିଦିଆଗଲା । କଥ୍ତ ଅଛି ଯେ ପ୍ରତିବାଦୀଙ୍କ ମାଂସ ହାଡ଼ରେ ବିରାଟ ଚାଇନା ପାଚେରୀ ଗଢ଼ାଗଲା । ପୁଣିଥରେ ଇତିହାସର ପୁନରାବୃତ୍ତି ଘଟାଇ ଚାଇନାର ତାଓ ସରକାର ଦାର୍ଶନିକ କନଫୁସିଅସଙ୍କ ଗ୍ରନ୍ଥସବୁକୁ ଧ୍ବଂସକରି ଦେଇଥିଲେ । କନଫୁସିଅସ୍‌ଙ୍କ ମତବାଦ ଓ ଗ୍ରନ୍ଥକୁ ପଢ଼ିବା ବିରାଟ ଅପରାଧ ବୋଲି ଗଣାଗଲା । ଏହା ପ୍ରମାଣ କରେ ଯେ ପ୍ରକୃତ ଜ୍ଞାନ ହିଁ ସଭ୍ୟତାର ମାନଦଣ୍ଡ ଗଢ଼ିଥାଏ । ସମ୍ପ୍ରତି ସମାଜରେ ଆର୍ଥନୀତିକ ଭେଦ ରହିଛି । କେତେକ ଧନୀଗୋଷ୍ଠୀ ସୁବିଧାବାଦୀ ଭାବରେ ଦରିଦ୍ର ଗୋଷ୍ଠୀଙ୍କ ଅପେକ୍ଷା ଜ୍ଞାନଲାଭର ଅଧ‌ିକ ସୁଯୋଗ ଭୋଗ କରୁଛନ୍ତି । ଦରିଦ୍ର ପାଇଁ ଜ୍ଞାନଲାଭର ସୁଯୋଗ ସୀମିତ ।

ସଭ୍ୟତାର ଅଗ୍ରଗତି ହେଲେ ବି ସଭ୍ୟ ମଣିଷ ସ୍ବାର୍ଥପର ହୋଇଉଠିଛି । ପୁରାତନ ସମାନ ପରି ଏବେ ଗୋଷ୍ଠୀଜୀବନ ପ୍ରତି ଗୁରୁତ୍ବ ଦିଆଯାଉନାହିଁ । ପୁରାତନ ସମାଜରେ ବ୍ୟକ୍ତିଜୀବନ ଅପେକ୍ଷା ଗୋଷ୍ଠୀ ଜୀବନର ଅଧିକ ଗୁରୁତ୍ଵ ଥିଲା । ଆମ ସାମାଜିକ ଜୀବନ ବ୍ୟବସ୍ଥାରେ ଗୋଷ୍ଠୀ ଜୀବନର କେତେକ ସନ୍ତକ ହେଉଛି – ସଂଯୁକ୍ତ ପରିବାର, ଜାତିଆଣ ପ୍ରଥା ଓ ଗ୍ରାମ୍ୟ ଜୀବନ । ଏବେ ଏସବୁ ପ୍ରତି ଶ୍ରଦ୍ଧା ଓ ଭକ୍ତି ନାହିଁ । ଏ କାରଣରୁ ଏସବୁ ଭାଙ୍ଗିପଡ଼ିଛି ଓ ବିପଥଗାମୀ ହୋଇଛି । ପରିବାର ରହିଛି; ମାତ୍ର ସେଥ୍ରେ ପରସ୍ପର ପ୍ରତି ଶ୍ରଦ୍ଧା ବା ଭକ୍ତି ନାହିଁ । ଗ୍ରାମ ରହିଛି; ମାତ୍ର ଗ୍ରାମ୍ୟ ଜୀବନ ଦାରିଦ୍ର୍ୟ, ଅଶିକ୍ଷା, ପାରସ୍ପରିକ କଳହ ଭିତରେ କଳୁଷିତ ହୋଇଯାଇଛି ।

ପାଶ୍ଚାତ୍ୟ ସଭ୍ୟତା ଆମକୁ କବଳିତ କରିଛି । ପାଶ୍ଚାତ୍ୟ ସଭ୍ୟତା ବ୍ୟକ୍ତିବାଦୀ ସଭ୍ୟତା । ଏଠି ସମୂହ ପାଇଁ ନୁହେଁ ବ୍ୟକ୍ତିଗତ ଉନ୍ନତି ପାଇଁ ଉଦ୍ୟମ ହୁଏ । ଏ ସଭ୍ୟତା ଜଟିଳ ବ୍ୟବସ୍ଥାର ସଭ୍ୟତା । ୧୨/୧୩ ଘଣ୍ଟାରେ ଲଣ୍ଡନରେ ପହଞ୍ଚି ହେଉଥିଲେ ବି ଏଥ‌ିପାଇଁ ମାସ ମାସ ଧରି ଚେଷ୍ଟା ନକଲେ ଦିଲ୍ଲୀରୁ ଲଣ୍ଡନ ପର୍ଯ୍ୟନ୍ତ ଯିବାକୁ ଅନୁମତି ମିଳୁନି । ମୋଟାମୋଟି ଭାବରେ ସାମ୍ପ୍ରତିକ ଶିକ୍ଷା, ସଭ୍ୟତା ଓ ସଂସ୍କୃତି ଆମର ସାମାଜିକ ମନୋଭାବକୁ ବଢ଼ାଉନାହିଁ । ଏହା ଆମକୁ ବ୍ୟକ୍ତି କିୟିକ ଓ ସ୍ଵାର୍ଥପର କରିଦେଉଛି। ସୁତରାଂ ସାମାଜିକ ଚ୍ଚା । ବନକୁ ସଂକୁଚିତ କରିଦେଇ ମଣିଷକୁ ବ୍ୟକ୍ତକୈଦ୍ରିକ କରିଦେବା ହିଁ ବିଂଶ ଶତାବ୍ଦାର ସଭ୍ୟତାର ବଡ଼ ଦୋଷା

ନୁହେଁ, ସମାଜ ପାଇଁ ବଞ୍ଚେ । ନିଜ କଥା ନଭାବି ନିଜଠାରୁ ଉପରକୁ ଉଠି ମଣିଷ ପରିବାର ଓ ପଡ଼ୋଶୀଙ୍କ ଉନ୍ନତି ପ୍ରତି ଦୃଷ୍ଟିଦେଲେ ସାମାଜିକ ପ୍ରଗତି ସମ୍ଭବ ହୁଏ । ମନୁଷ୍ୟ ହୃଦୟର ବ୍ୟାପକତା ବା ପ୍ରସାରତାଦ୍ୱାରା ସାମାଜିକତାର ଉନ୍ନତି ଘଟେ । ଜ୍ଞାନଭିତ୍ତିକ ପ୍ରଗତିଠାରୁ ସାମାଜିକତାର ପ୍ରଗତି ଭିନ୍ନ ଓ ଉନ୍ନତ ମାନର । ଏ ପ୍ରକାର ପ୍ରଗତି ପାଇଁ ମଣିଷ କେବଳ ଜ୍ଞାନ ବା ପ୍ରବିଧ୍ ବିଜ୍ଞାନ ଉପରେ ନିର୍ଭର କରେ ନାହିଁ, ଏଥ‌ିପାଇଁ ହୃଦୟର ପ୍ରସାରତା ବା ବ୍ୟାପକତା ଦରକାର ।

ତୃତୀୟ ପ୍ରକାର ପ୍ରଗତିଟି ହେଉଛି ଆଧ୍ୟାତ୍ମିକତାର ପ୍ରଗତି । ଆତ୍ମାର ବ୍ୟାପକତା ଓ ପ୍ରାଣର ବିକାଶ ଘଟିଲେ ଆଧ୍ୟାତ୍ମିକତାର ପ୍ରଗତି ସମ୍ଭବ ହୁଏ । ପ୍ରାବନ୍ଧିକଙ୍କ ମତରେ ଆଧ୍ୟାତ୍ମିକତା ଅର୍ଥ ଧର୍ମ ନୁହେଁ । ଏ ଆଧ୍ୟାତ୍ମିକତା ବିଜ୍ଞାନ ସମନ୍ବିତ ଆଧ୍ୟାତ୍ମିକତା । ଏହାଦ୍ୱାରା ସମାଜର ପରିବର୍ତ୍ତନ ହୋଇଥାଏ । ମନୀଷୀମାନେ ଏଥ‌ିପାଇଁ ବିଜ୍ଞାନ ଓ ଆଧ୍ୟାତ୍ମିକତାର ସମନ୍ବୟ ଚାହାନ୍ତ୍ରି ।

ପ୍ରଗତିର ନାନା ବିଭାଗ ମଧ୍ୟରୁ ଉପରୋକ୍ତ ତିନୋଟି ପ୍ରକାର ପ୍ରଧାନ । ଏବେ ଏହି ତିନୋଟି ବିଭାଗରେ ସଂକଟ ଦେଖାଦେଇଛି । ଫଳରେ ଆମେ ପ୍ରଗତି ଆଡ଼କୁ ନଯାଇ ପ୍ରଗତିର ବିପରୀତ ଦିଗରେ ଯାଉଛୁ । ବିଗତ ୫୦ ରୁ ୬୦ ବର୍ଷ ଭିତରେ ପ୍ରବିଧ‌ି ବିଜ୍ଞାନର ବିକାଶ ଘଟିଛି । ଏହାଦ୍ଵାରା ଉତ୍ପାଦନ ବଢ଼ିଛି । ଅର୍ଥନୀତିର ବୃଦ୍ଧି ହୋଇଛି । ମାତ୍ର ସଭ୍ୟତାର ମାନଦଣ୍ଡ ବିସ୍ତାର କରୁଥ‌ିବା ଜ୍ଞାନ କ୍ଷେତ୍ରରେ ସଂକୀର୍ଣ୍ଣତା ଦେଖାଦେଇଛି । ଫଳତଃ ସଭ୍ୟତାର ମାନଦଣ୍ଡ ବୃଦ୍ଧି ପାଇନାହିଁ ।

ଏହି ମର୍ମରେ ଚୀନ୍ ଦେଶର ଗୋଟିଏ କଥା ସ୍ମରଣଯୋଗ୍ୟ । ଏକଦା ପ୍ରଜାମାନେ ବିଦ୍ୟା ଅର୍ଜନ କଲେ ରାଜଶାସନକୁ ଅଧ୍ଵ ସମାଲୋଚନା କରିବେ – ଏପ୍ରକାର ଏକ ପରାମର୍ଶ ଚାଇନା ସମ୍ରାଟ ସିଂହାତିଙ୍କୁ ମନ୍ତ୍ରୀମାନେ ପ୍ରଦାନ କଲେ । ପରିଣାମତଃ ସମ୍ରାଟ ସିଂହାତି ସୈନ୍ୟ ପଠାଇ ପାଠାଗାର (ଲାଇବ୍ରେରୀ) ସବୁ ଧ୍ୱଂସ କରିଦେଲେ । ପ୍ରତିରୋଧ କରୁଥିବା ବ୍ୟକ୍ତିଙ୍କୁ ମାରିଦିଆଗଲା । କଥ୍ତ ଅଛି ଯେ ପ୍ରତିବାଦୀଙ୍କ ମାଂସ ହାଡ଼ରେ ବିରାଟ ଚାଇନା ପାଚେରୀ ଗଢ଼ାଗଲା । ପୁଣିଥରେ ଇତିହାସର ପୁନରାବୃତ୍ତି ଘଟାଇ ଚାଇନାର ତାଓ ସରକାର ଦାର୍ଶନିକ କନଫୁସିଅସଙ୍କ ଗ୍ରନ୍ଥସବୁକୁ ଧ୍ବଂସକରି ଦେଇଥିଲେ । କନଫୁସିଅସ୍‌ଙ୍କ ମତବାଦ ଓ ଗ୍ରନ୍ଥକୁ ପଢ଼ିବା ବିରାଟ ଅପରାଧ ବୋଲି ଗଣାଗଲା । ଏହା ପ୍ରମାଣ କରେ ଯେ ପ୍ରକୃତ ଜ୍ଞାନ ହିଁ ସଭ୍ୟତାର ମାନଦଣ୍ଡ ଗଢ଼ିଥାଏ ।

ସମ୍ପ୍ରତି ସମାଜରେ ଆର୍ଥନୀତିକ ଭେଦ ରହିଛି । କେତେକ ଧନୀଗୋଷ୍ଠୀ ସୁବିଧାବାଦୀ ଭାବରେ ଦରିଦ୍ର ଗୋଷ୍ଠୀଙ୍କ ଅପେକ୍ଷା ଜ୍ଞାନଲାଭର ଅଧ‌ିକ ସୁଯୋଗ ଭୋଗ କରୁଛନ୍ତି । ଦରିଦ୍ର ପାଇଁ ଜ୍ଞାନଲାଭର ସୁଯୋଗ ସୀମିତ । ସଭ୍ୟତାର ଅଗ୍ରଗତି ହେଲେ ବି ସଭ୍ୟ ମଣିଷ ସ୍ବାର୍ଥପର ହୋଇଉଠିଛି । ପୁରାତନ ସମାନ ପରି ଏବେ ଗୋଷ୍ଠୀଜୀବନ ପ୍ରତି ଗୁରୁତ୍ବ ଦିଆଯାଉନାହିଁ । ପୁରାତନ ସମାଜରେ ବ୍ୟକ୍ତିଜୀବନ ଅପେକ୍ଷା ଗୋଷ୍ଠୀ ଜୀବନର ଅଧିକ ଗୁରୁତ୍ଵ ଥିଲା । ଆମ ସାମାଜିକ ଜୀବନ ବ୍ୟବସ୍ଥାରେ ଗୋଷ୍ଠୀ ଜୀବନର କେତେକ ସନ୍ତକ ହେଉଛି ସଂଯୁକ୍ତ ପରିବାର, ଜାତିଆଣ ପ୍ରଥା ଓ ଗ୍ରାମ୍ୟ ଜୀବନ । ଏବେ ଏସବୁ ପ୍ରତି ଶ୍ରଦ୍ଧା ଓ ଭକ୍ତି ନାହିଁ । ଏ କାରଣରୁ ଏସବୁ ଭାଙ୍ଗିପଡ଼ିଛି ଓ ବିପଥଗାମୀ ହୋଇଛି । ପରିବାର ରହିଛି; ମାତ୍ର ସେଥ୍ରେ ପରସ୍ପର ପ୍ରତି ଶ୍ରଦ୍ଧା ବା ଭକ୍ତି ନାହିଁ । ଗ୍ରାମ ରହିଛି; ମାତ୍ର ଗ୍ରାମ୍ୟ ଜୀବନ ଦାରିଦ୍ର୍ୟ, ଅଶିକ୍ଷା, ପାରସ୍ପରିକ କଳହ ଭିତରେ କଳୁଷିତ ହୋଇଯାଇଛି ।

ପାଶ୍ଚାତ୍ୟ ସଭ୍ୟତା ଆମକୁ କବଳିତ କରିଛି । ପାଶ୍ଚାତ୍ୟ ସଭ୍ୟତା ବ୍ୟକ୍ତିବାଦୀ ସଭ୍ୟତା । ଏଠି ସମୂହ ପାଇଁ ନୁହେଁ ବ୍ୟକ୍ତିଗତ ଉନ୍ନତି ପାଇଁ ଉଦ୍ୟମ ହୁଏ । ଏ ସଭ୍ୟତା ଜଟିଳ ବ୍ୟବସ୍ଥାର ସଭ୍ୟତା । ୧୨|୧୩ ଘଣ୍ଟାରେ ଲଣ୍ଡନରେ ପହଞ୍ଚି ହେଉଥିଲେ ବି ଏଥ‌ିପାଇଁ ମାସ ମାସ ଧରି ଚେଷ୍ଟା ନକଲେ ଦିଲ୍ଲୀରୁ ଲଣ୍ଡନ ପର୍ଯ୍ୟନ୍ତ ଯିବାକୁ ଅନୁମତି ମିଳୁନି । ମୋଟାମୋଟି ଭାବରେ ସାମ୍ପ୍ରତିକ ଶିକ୍ଷା, ସଭ୍ୟତା ଓ ସଂସ୍କୃତି ଆମର ସାମାଜିକ ମନୋଭାବକୁ ବଢ଼ାଉନାହିଁ । ଏହା ଆମକୁ ବ୍ୟକ୍ତିକୈନ୍ଦ୍ରିକ ଓ ସ୍ବାର୍ଥପର କରିଦେଉଛି । ସୁତରାଂ ସାମାଜିକ ଜୀବନକୁ ସଂକୁଚିତ କରିଦେଇ ମଣିଷକୁ ବ୍ୟକ୍ତକୈନ୍ଦ୍ରିକ କରିଦେବା ହିଁ ବିଂଶ ଶତାବ୍ଦୀର ସଭ୍ୟତାର ବଡ଼ ଦୋଷ ।

ପ୍ରକୃତପକ୍ଷରେ ଆଧୁନିକ ସଭ୍ୟ ମଣିଷର ଆଧ୍ୟାତ୍ମିକତା ବିଷୟରେ ଧାରଣା ସ୍ପଷ୍ଟ ନୁହେଁ । ଆମେ ବ୍ୟକ୍ତିଗତଭାବେ ଧର୍ମକୁ ମାନୁଛୁ ; ମାତ୍ର ଆଧ୍ୟାତ୍ମିକତାକୁ କ’ଣ ଜାଣୁନାହୁଁ । ଆଧ୍ୟାତ୍ମିକତା ଅର୍ଥ ବିଷୟାସକ୍ତ ନହୋଇ ଆତ୍ମା ପ୍ରତି ଧ୍ୟାନଦେବା । ଭଗବାନଙ୍କ ଅସ୍ଥିତ୍ଵକୁ ସ୍ଵୀକାର କରିବାଦ୍ୱାରା ମନୁଷ୍ୟ ବେପରୁଆ ହୁଏ ନାହିଁ । ବରଂ ସେ ନିଜ ଆତ୍ମାର ସୀମା ନିର୍ଣ୍ଣୟ କରିପାରିଥାଏ । ଭଗବାନଙ୍କ ବିଶ୍ଵାସ ତାଙ୍କୁ ଦୁଃଖ ଓ ଦୁର୍ବିପାକରେ ସାହସ ଓ ସାର୍ଚ୍ଚନା ଦିଏ । ମାତ୍ର ଏବେ ସଭ୍ୟ ଦେଶରେ ଧର୍ମ ଓ ଭଗବାନଙ୍କୁ ନେଇ ବିଭେଦ ଓ ବିସମ୍ବାଦ ବଢ଼ିଛି । ଏବେ ଧର୍ମ ଭୌତିକ ବସ୍ତୁ ଓ ଜଡ଼ବାଦକୁ ପ୍ରାଧାନ୍ୟ ଦେଇଛି । ତେଣୁ ମନୁଷ୍ୟ ସ୍ୱାର୍ଥପର ହୋଇପଡ଼ିଛି । ଆଧାମ୍ବିକତା କେବଳ ଜଡ଼ବାଦୀ ବିଷୟ ମୋହରୁ ମନୁଷ୍ୟକୁ ମୁକ୍ତ କରିପାରିବ । ବିଷୟାସକ୍ତି ନିୟନ୍ତ୍ରଣ ହେବାଦ୍ୱାରା ମନୁଷ୍ୟର ମନ ବ୍ୟାପକ ହୋଇଥାଏ । ମାତ୍ର ଆଧୁନିକ ସଭ୍ୟତାରେ ମନୁଷ୍ୟ ଜଡ଼ବାଦୀ ହୋଇପତ୍ନୁଥ୍ ବାରୁ ତା’ର ମନ ବ୍ୟାପକ ନହେ।ଇ ସକାର୍ଣ୍ଣ ହେଇପଡୁଛିା

ସମ୍ପ୍ରତି ପ୍ରଗତି ନାଁରେ ଅନେକ ଉଦ୍ୟମ ହେଉଛି । ପରୋକ୍ଷରେ ପ୍ରଗତିର ଉଦ୍ୟମ ଭୌତିକ ଉନ୍ନତିକୁ ହିଁ ପ୍ରୋତ୍ସାହନ କରୁଛି । ଏହାଦ୍ୱାରା ସମସ୍ତେ ସମାନ ସୁଯୋଗ ସୁବିଧା ନ ପାଇବାରୁ ସାମାଜିକ ସହୃଦୟତା ବଢ଼ିପାରୁ ନାହିଁ । ସାମାଜିକ ସଂଘର୍ଷ ଦେଖାଦେଉଛି । ସାମାଜିକ ଅସମାନତା ଓ ସଂଘର୍ଷକୁ ଦୂର କରିବାପାଇଁ ଆମକୁ ମାନବଧର୍ମ ଉପରେ ପ୍ରାଧାନ୍ୟ ଦେବାକୁ ପଡ଼ିବ । ଏହା ଫଳରେ ସଭ୍ୟତାର ମାନଦଣ୍ଡ ବଦଳିପାରିବ । ସୁତରାଂ ବର୍ତ୍ତମାନ ସମୟରେ ଚିନ୍ତାଶୀଳ ବ୍ୟକ୍ତିମାନେ ମାନବ ଧର୍ମର ପ୍ରଗତି ଉପରେ ହିଁ ଗୁରୁତ୍ବ ଦେବାପାଇଁ ଦୃଢ଼ମନା ହେବା ଉଚିତ ।

BSE Odisha 8th Class Odia Solutions Chapter 9 ପ୍ରଗତି ଓ ମାନବ ଧର୍ମ

ସୂଚନା ଓ କଠିନ ଶବ୍ଦାର୍ଥ :

  • ଆଲଗଟ୍ ସ୍ଵାଇଜର (Albert Schweitzer) – ୧୮୭୫ ମସିହାରେ ଦକ୍ଷିଣ-ପୂର୍ବ ଫ୍ରାନ୍ସ ଓ ଦକ୍ଷିଣ-ପଶ୍ଚିମ ଜର୍ମାନୀ ସୀମାରେ ଥ‌ିବା ଏକ ଛୋଟ ସହରରେ ଜନ୍ମ ହୋଇଥିବା ଜଣେ ସମାଜସେବୀ ଲେଖକ ଓ ଚିନ୍ତାନାୟକ । ସେ ପଶ୍ଚିମ ଆଫ୍ରିକାର ଲାୟେରିନ୍‌ ଚିକିତ୍ସା କେନ୍ଦ୍ରର ପ୍ରତିଷ୍ଠାତା। ସେ ଶାନ୍ତି ଓ ବନ୍ଧୁତା ପାଇଁ ନୋବେଲ୍‌ ପୁରସ୍କାର ପାଇଛନ୍ତି । ଡାକ୍ତର ହିସାବରେ ସକଳ କାର୍ଯ୍ୟବ୍ୟସ୍ତତା ସତ୍ତ୍ଵେ ଦର୍ଶନ ଓ ଇତିହାସ ବିଷୟରେ ସେ ପ୍ରାୟ ୧୫ ଗୋଟି ଗ୍ରନ୍ଥର ରଚୟିତା ।
  • ବୁଦ୍ଧିଜୀବୀ – ବୁଦ୍ଧି ବଳରେ ସାମାଜିକ ସ୍ତରରେ ସୁନାମ ଅର୍ଜନ କରିଥିବା ବିଦ୍ବାନ୍ ଓ ବରିଷ୍ଠ ମଣିଷ ।
  • ପ୍ରବିଧ‌ି ବିଜ୍ଞାନ – ବୈଷୟିକ ଓ କାରିଗରୀ ଜ୍ଞାନର ବିଦ୍ୟା
  • ପ୍ରସାର – ବିସ୍ତାର / ଓସାର / ବୃଦ୍ଧି
  • ସମନ୍ୱୟ – ମିଳନ / ଯୋଗ / ଐକ୍ୟା
  • ବ୍ୟାପକତା – ବହୁ ପ୍ରସାରିତ / ବିସ୍ତାର ଅବସ୍ଥା / ବ୍ୟାପ୍ତ ଅବସ୍ଥା ।
  • ସାମାଜିକତା – ସମାଜର ସମୂହ ସ୍ରୋତରେ ମିଶି ହୃଦୟତାର ସହିତ ବେଭାର କରିବାର ବିଧ୍ ଓ ପ୍ରଥ ।
  • ଆଧାତ୍ମିକତା – ଆତ୍ମା ଓ ପରମାତ୍ମାଙ୍କୁ ନେଇ ଶୁଦ୍ଧଚିତ୍ତର ଭାବନା ।
  • ପ୍ରତିଗମନ – ପ୍ରତ୍ୟାବର୍ତ୍ତନ / ପଛୁଆ ଗତି / ବିପରୀତ ଗତି ।
  • ସଭ୍ୟତାର ମାନଦଣ୍ଡ – ସଭ୍ୟତାର ମାପକାଠି / ସଭ୍ୟତାର ତୁଳନାଯୋଗ୍ୟ ମୂଲ୍ୟବୋଧ / ସଭ୍ୟତା ମାପିବାର ଉପାୟମାନ ।
  • ନିର୍ମମ – ନିର୍ଭୟ / ନିଷ୍ଠୁର / ମମତାହୀନ ।
  • ପ୍ରତାୟମାନ – ଯାହା ଜଣାଯାଉଛି / ଚୁଝାପଡୁଛି।
  • କନଫୁସିଅସ୍ – ଚାନ୍ ଦେଶର ବିଖଖ୍ୟାତ ଦାର୍ଶନିକା
  • ମନାଷା – ବିଦ୍ଵାନ୍ / ମେଧାବା / ପଣ୍ଡିତ / ମହାଜ୍ଞାନା
  • କଲୁଷିତ – ଗୋଳିଆ / ମଳିନ / ଅପଚିତ୍ର
  • ଦୁର୍ବପାକ – ଦୁର୍ଯୋଗ / ଦୁର୍ଘଟଣା ।
  • ଜଡ଼ – ଆଚେତନ / ନିସ୍ପେଜ / ଜାବନ ନଥ୍ ବା ବସ୍ତ୍।
  • ଭୌତିକ – ଭୂତ ସମ୍ବନ୍ଧୀୟ (ପଞ୍ଚଭୂତ ଗଠିତ – ମାଟି, ପାଣି, ତେଜ, ପବନ, ବ୍ୟୋମଦ୍ୱାରା ଗଠିତ ବସ୍ତୁ ସମ୍ବିନ୍ଧି।ୟ
  • ଚିନ୍ତାଶାଳ – ଚିନ୍ତାଶୀଳ ଭାବନାପରାୟଣ / ଚିନ୍ତାଦ୍ୱାରା ଯେଉଁମାନେ ସମସ୍ୟା ସମାଧାନରେ ଦକ୍ଷ / ବିଚାରବନ୍ତ ଜ୍ଞାନୀ ।
  • ଆଭିମୁଖ୍ୟ – ଲକ୍ଷ୍ୟ / ଉଦ୍ଦେଶ୍ୟ / ଅଭିପ୍ରାୟ
  • ଜଡ଼ବାଦ – ବସ୍ତୁ ବା ଜୀବନ ନଥ‌ିବା ଜଡ଼ପ୍ରକୃତି ହିଁ ଏକମାତ୍ର ସତ୍ୟ ବୋଲି ଘୋଷଣା କରୁଥିବା ସିଦ୍ଧାନ୍ତ ବା ମତବାଦ ।
  • ମତାନ୍ଧିତା – ବିଭିନ୍ନ ଅନ୍ଧ ମତ ବା ଅନ୍ଧ ବିଶ୍ଵାସର ଯୁକ୍ତିକୁ ମାନୁଥୁବା ମାନସିକ ଅବସ୍ଥା / କୁସଂସ୍କାରଭିଭିକ ଅନ୍ଧମତର ବିଶ୍ଵାସ ।
  • ସାମାଜିକ ସହୃଦୟତ – ସାମାଜିକ ସଦ୍‌ଭାବନା ଓ ମୈତ୍ରୀ ।
  • ମନ ଦେବା – ଚିନ୍ତା କରିବା / ସଂକଳ୍ପ କରିବା / ଇଚ୍ଛା ଓ ଆଗ୍ରହର ସହିତ ବିଚାର କରିବା ।

କେତୋଟି ନୂତନ ଶବ୍ଦ ଓ ଏହାର ଅର୍ଥ :

  • ଜନୈକ – କୌଣସି ଜଣେ । କୌଣସି ଏକ ବ୍ୟକ୍ତି । ଯାହା ଜଣାଯାଉଛି ।
  • ପ୍ରତାୟମାନ – କାହାକୁ ଖାତିର ନ କରି । ଉଦ୍ଧତ ଭାବ ।
  • ବେପରୁଆ – ବିଭିନ୍ନ ଅନ୍ଧ ବିଶ୍ୱାସକୁ ମାନୁଥିବା ମାନସିକ ସ୍ଥିତି, କୁସଂସ୍କାର ଭିତ୍ତିକ ଅନ୍ଧମତର ବିଶ୍ୱାସ ।
  • ମତାନ୍ଧିତା – ପ୍ରତ୍ୟାବର୍ତ୍ତନ / ପଛୁଆଗତି ।
  • ପ୍ରବିଧ୍ ବିଜ୍ଞାନ – ବୈଷୟିକ ଓ କାରିଗରୀ ଜ୍ଞାନର ବିଦ୍ୟା ।