CHSE Odisha Class 12 Sociology Unit 4 Long Answer Questions in Odia Medium

Odisha State Board CHSE Odisha Class 12 Sociology Solutions Unit 4 ସାମାଜିକ ବୈଷମ୍ୟ, ବହିଷ୍କରଣ ଓ ଆନ୍ଦୋଳନ Long Answer Questions.

CHSE Odisha 12th Class Sociology Unit 4 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଜାତିର ସଂଜ୍ଞା ପ୍ରଦାନ କର ଏବଂ ଏହାର ମୁଖ୍ୟ ଲକ୍ଷଣ ବା ଉପାଦାନଗୁଡ଼ିକ ଆଲୋଚନା କର ।
Answer:
ଜାତିର ସଂଜ୍ଞା :
(a) ସାର୍. ଇ. ଏ. ଗେଟ୍‌- ‘‘ଜାତି ପ୍ରଥା ହେଉଛି ଏକ ଆନ୍ତର୍ବିବାହୀ ସମୂହ କିମ୍ବା ଏହି ସମୂହଗୁଡ଼ିକର ସମଷ୍ଟି ଯାହା ଏକ ସାଧାରଣ ନାମକୁ ଧାରଣ କରିଥାଏ ଏବଂ ସଦସ୍ୟମାନେ ନିଜର କୌଳିକ ବୃତ୍ତିକୁ ଅବଲମ୍ବନ କରିଥା’ନ୍ତି ଓ ଏକ ଉତ୍ପତ୍ତିସ୍ଥଳରୁ ଜାତ ବୋଲି ଦାବି କରି ଏକ ସମମୌଳିକ ଗୋଷ୍ଠୀ ଗଠନ କରିଥା’ନ୍ତି ।’’

(b) ଏ. ଡବ୍ଲୁ. ଗ୍ରୀନ୍ – ‘‘ଜାତିପ୍ରଥା ହେଉଛି ଏକପ୍ରକାର ସ୍ତରୀକରଣ ଯେଉଁଥରେ ପ୍ରସ୍ଥିତି ପାବଚ୍ଛର ଉଚ୍ଚ ନୀଚ କ୍ରମ ଆଦର୍ଶଗତ ଭାବେ ସଂଗଠିତ ହୋଇନଥାଏ । ବ୍ୟକ୍ତିର ପ୍ରଦତ୍ତ ପ୍ରସ୍ତୁତି ସାରା ଜୀବନର ପ୍ରସ୍ଥିତି ଅଟେ । ଜନ୍ମଦ୍ଵାରା ବୃଦ୍ଧି, ଜୀବନଶୈଳୀ, ନିର୍ଦ୍ଧାରିତ ହୋଇଥାଏ ଏବଂ ଏହି ସମୂହରୁ ବ୍ୟକ୍ତି ନିଜର ସାଥୀଟିଏ ପାଇଥାଏ ।

ଜାତିପ୍ରଥାର ମୁଖ୍ୟ ଲକ୍ଷଣ ବା ଉପାଦାନ :
(i) ସମାଜର କ୍ଷୁଦ୍ର ଆଂଶିକ ବିଭାଜନ (Segmental division of society) – ଜାତି ପ୍ରଥା ସମାଜକୁ କେତେକ ଛୋଟ ଛୋଟ ସମୂହରେ ବିଭକ୍ତ କରି ଦେଇଥାଏ । ଏହି ଛୋଟ ସମୂହ ମଧ୍ୟ ଅନେକ ଉପସମୂହରେ ବିଭକ୍ତ ହୋଇଥାଏ । ପ୍ରତ୍ୟେକ ସମୂହର କେତେକ ନିଜସ୍ବ ଆଚାର ବ୍ୟବହାର, ଚାଲିଚଳନ, ପରମ୍ପରା ଓ ନୀତି ନିୟମ ଇତ୍ୟାଦି ରହିଥାଏ । ସେମାନଙ୍କର ସାମାଜିକ ପ୍ରସ୍ତୁତି ଓ ଅଧିକାର ମଧ୍ୟ ପରସ୍ପରଠାରୁ ପୃଥକ୍ ଥାଏ ।

(ii) ଉଚ୍ଚ-ନୀଚ କମ (Hierarchy) – ପବିତ୍ର ଓ ଅପବିତ୍ର କ୍ରମରେ ଭିନ୍ନ ଭିନ୍ନ ଜାତିଗୁଡ଼ିକ ସାମାଜିକ ସ୍ତରୀକରଣ ବ୍ୟବସ୍ଥାର ଉଚ୍ଚ-ନୀଚ କ୍ରମରେ ସଜାଇ ହୋଇ ରହିଥା’ନ୍ତି । ଭାରତରେ ଜାତି ସ୍ତରୀକରଣ ମୁଖ୍ୟତଃ ଚାରିଭାଗରେ ବିଭକ୍ତ, ଯଥା – ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୂଦ୍ର ।

(iii) ଖାଦ୍ୟ, ପାନୀୟ ଓ ସାମାଜିକ ମିଳାମିଶାରେ କଟକଣା (Restriction on food, drink and social intercourse) – ବିଭିନ୍ନ ଜାତି ମଧ୍ୟରେ ଖାଦ୍ୟ, ପାନୀୟ ଏବଂ ସାମାଜିକ ମିଳାମିଶା କ୍ଷେତ୍ରରେ ଅନେକ କଟକଣା ରହିଥାଏ । ଉଚ୍ଚଜାତିର ଲୋକମାନେ ନୀଚଜାତିର ଲୋକମାନଙ୍କ ସହିତ ଏକତ୍ର ଖାଦ୍ୟ, ପାନୀୟ ଗ୍ରହଣ କରନ୍ତି ନାହିଁ ଏବଂ ଛୁଆଁ ଅଛୁଆଁ ସମ୍ବନ୍ଧୀୟ ଅନେକ କଟକଣା ପାଳନ କରିଥା’ନ୍ତି ।

CHSE Odisha Class 12 Sociology Unit 4 Long Answer Questions in Odia Medium

(iv) ବିଭିନ୍ନ ସାମାଜିକ ଓ ଧାର୍ମିକ ସୁବିଧାସୁଯୋଗ ଏବଂ ବାଧାବନ୍ଧନ (Differential civil and religious previleges and disabilities) – ସମାଜରେ ଉଚ୍ଚଜାତିର ସଦସ୍ୟମାନେ ସାଧାରଣତଃ କେତେକ ବିଶେଷ ସୁବିଧା ସୁଯୋଗ ଉପଭୋଗ କରିଥା’ନ୍ତି, ମାତ୍ର ନୀଚଜାତିର ସଦସ୍ୟମାନେ ସେଥୁରୁ ବଞ୍ଚିତ ହୋଇଥା’ନ୍ତି ।

ଉଦାହରଣସ୍ୱରୂପ, ସର୍ବସାଧାରଣ ବ୍ୟବହୃତ କୂଅ, ପୋଖରୀ, ରାସ୍ତାଘାଟ, ସାଧାରଣ ସଭାଗୃହ, ଶିକ୍ଷାନୁଷ୍ଠାନ ଇତ୍ୟାଦି କେବଳ ଉଚ୍ଚଜାତିର ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ମାତ୍ର ନୀଚଜାତିର ସଦସ୍ୟମାନେ ଏଥରୁ ବଞ୍ଚିତ ହୋଇଥା’ନ୍ତି । ମନ୍ଦିର ମଧ୍ୟକୁ ପ୍ରବେଶ ଓ ପୂଜାପାଠ ନୀଚଜାତିଙ୍କ ପାଇଁ ସଂପୂର୍ଣ୍ଣ ନିଷେଧ ଅଟେ ।

(v) କୌଳିକ ବୃତ୍ତି (Hereditary Occupation) – ପ୍ରତ୍ୟେକ ଜାତିର ଏକ ନିର୍ଦ୍ଦିଷ୍ଟ କୌଳିକ ବୃତ୍ତି ଥାଏ । ଜାତିର ପ୍ରତ୍ୟେକ ସଦସ୍ୟ ଏହି ବୃତ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ଏବଂ ଏହା ବଂଶାନୁକ୍ରମିକ ଭାବରେ ଗତି କରିଥାଏ । କୌଣସି ବ୍ୟକ୍ତି ଏଥିରେ ବ୍ୟତିକ୍ରମ କଲେ ଜାତି ପଞ୍ଚାୟତଦ୍ୱାରା ଦଣ୍ଡନୀୟ ହୋଇଥା’ନ୍ତି ।

(vi) ବିବାହ ସମ୍ବନ୍ଧୀୟ କଟକଣା (Restriction on marriage) ଜାତି ବ୍ୟବସ୍ଥାରେ ଅନ୍ତର୍ବିବାହୀ ନିୟମକୁ କଠୋର ଭାବରେ ପାଳନ କରାଯାଇଥାଏ । ଏହି ନିୟମ ଅନୁସାରେ ପ୍ରତ୍ୟେକ ଜାତିର ସଦସ୍ୟ ନିଜ ଜାତି ମଧ୍ୟରେ ବୈବାହିକ ସମ୍ବନ୍ଧ ରଖୁବାପାଇଁ ବାଧ୍ୟ । ଏଣୁ ଜାତିକୁ ଏକ ଅନ୍ତର୍ବିବାହୀ ସମୂହ ବୋଲି କୁହାଯାଇଥାଏ ।

(vii) ଏକ ନିର୍ଦ୍ଦିଷ୍ଟ ନାମ (A definite name) – ପ୍ରତ୍ୟେକ ଜାତି ଓ ପ୍ରଜାତିର ଏକ ନିର୍ଦ୍ଦିଷ୍ଟ ନାମ ଥାଏ । ଏହି ନାମ ଉକ୍ତ ଜାତି ବା ଉପଜାତିକୁ ଚିହ୍ନିବାରେ ସହାୟକ ହୋଇଥାଏ । ଏହାଦ୍ଵାରା ଜାତି ମଧ୍ୟରେ ନିଜ ସମୂହ ଆନୁଗତ୍ୟର ଭାବନା ସୁଦୃଢ଼ ହୋଇଥାଏ ।

(viii) ଜାତି ପଞ୍ଚାୟତ (Caste Panchayat) – ପ୍ରତ୍ୟେକ ଜାତିର ଏକ ଜାତି ପଞ୍ଚାୟତ ଥାଏ । ଜାତିର ସମସ୍ତ ନୀତିନିୟମ ଠିକ୍‌ଠାକ୍ ପାଳନ ହେଉଛି କି ନାହିଁ, ଜାତିର ସମସ୍ତ ସଦସ୍ୟ ଜାତି ଅନୁରୂପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି କି ନାହିଁ ଦେଖୁବା ହେଉଛି ଜାତି ପଞ୍ଚାୟତର ମୁଖ୍ୟ କାର୍ଯ୍ୟ । ଜାତିର ସଦସ୍ୟମାନଙ୍କର ବ୍ୟବହାରକୁ ନିୟନ୍ତ୍ରଣ କରିବା, ଦୋଷୀକୁ ଦଣ୍ଡବିଧାନ କରିବା, ଆବଶ୍ୟକ ପଡ଼ିଲେ ଜାତି ସମ୍ବନ୍ଧୀୟ ନୂତନ ନୀତିନିୟମ ପ୍ରଣୟନ କରିବା ଇତ୍ୟାଦି ଜାତି ପଞ୍ଚାୟତର କାର୍ଯ୍ୟ ଅଟେ ।

୨ । ଜାତିପ୍ରଥାର ମୁଖ୍ୟ ପ୍ରକାର୍ଯ୍ୟ ବା ଉପକାରିତାଗୁଡ଼ିକ ଦର୍ଶାଅ ।
Answer:
ଭାରତୀୟ ସମାଜରେ ଏକ ସାମାଜିକ ଅନୁଷ୍ଠାନଭାବେ ଜାତି ପଦ୍ଧତି ବିଭିନ୍ନ ପ୍ରକାର ପ୍ରକାର୍ଯ୍ୟଗୁଡିକୁ ସମ୍ପାଦନ କରିଥାଏ । ଏହି ପରିପ୍ରେକ୍ଷୀରେ ଡ଼କ୍ଟର ଜି.ଏସ୍.ଘୁରେ (Dr. G.S.Ghurey) କହନ୍ତି, ‘‘ଏହା ବ୍ୟକ୍ତି ପରିଚୟକୁ ସୂଚାଇଥାଏ, ପ୍ରସ୍ଥିତିକୁ ନିର୍ଦ୍ଧାରଣ କରିଥାଏ, ବ୍ୟକ୍ତି ସାତନ୍ତ୍ର୍ୟକୁ ଦର୍ଶାଇଥାଏ ଏବଂ ଅଧିକାର ଓ କର୍ତ୍ତବ୍ୟକୁ ସାବ୍ୟସ୍ତ କରିଥାଏ ।’’ ନିମ୍ନରେ ଏହାର ମୁଖ୍ୟ ପ୍ରକାର୍ଯ୍ୟଗୁଡିକୁ ଆଲୋଚନା କରାଗଲା

(i) ସାମାଜିକ ପ୍ରସ୍ତୁତିର ନିର୍ଦ୍ଧାରଣ (Determination of social status) – ଜାତି ପଦ୍ଧତି ବ୍ୟକ୍ତିର ପ୍ରସ୍ଥିତି ନିର୍ଦ୍ଧାରଣ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଯେହେତୁ ଏହି ପଦ୍ଧତି ଜନ୍ମ ଉପରେ ପ୍ରତିଷ୍ଠିତ ତେଣୁ ଜନ୍ମଦ୍ଵାରା ବ୍ୟକ୍ତିର ସାମାଜିକ ପ୍ରସ୍ତୁତି ନିର୍ଦ୍ଧାରିତ ହୋଇଥାଏ । ବ୍ୟକ୍ତି ଏହି ପ୍ରସ୍ଥିତିକୁ ଯେକୌଣସି ପରିସ୍ଥିତିରେ ପରିବର୍ତ୍ତନ କରିପାରେ ନାହିଁ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ଜାତିର ପ୍ରସ୍ଥିତିକୁ ଧାରଣ କରିଥାଏ । ତେଣୁ କୁହାଯାଇପାରେ ଯେ ଏହି ଜାତି ପଦ୍ଧତି ପ୍ରଦତ୍ତ ପ୍ରସ୍ତୁତି (Ascribed status) ଉପରେ ପ୍ରତିଷ୍ଠିତ ଯାହାକି ଅପରିବର୍ତ୍ତନୀୟ ଅଟେ ।

(ii) ସାମାଜିକ ନିରାପତ୍ତା ପ୍ରଦାନ (Provides social security) – ବ୍ୟକ୍ତିର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜାତି ପଦ୍ଧତି ସମ୍ପୂର୍ଣ୍ଣ ସାମାଜିକ ନିରାପତ୍ତା ଯୋଗାଇଥାଏ । ଏହା ବ୍ୟକ୍ତିକୁ ଏକ ନିର୍ଦ୍ଦିଷ୍ଟ ବୃତ୍ତି ଯୋଗାଇଥାଏ ଏବଂ ବ୍ୟକ୍ତି ପାଇଁ ଏକ ବୀମା ଭାବେ କାର୍ଯ୍ୟ କରିଥାଏ । ଫଳରେ ବ୍ୟକ୍ତି ତା’ର ଭବିଷ୍ୟତ ବିଷୟରେ ସଚେତନ ହୋଇଥାଏ ।

(iii) ସଂସ୍କୃତିର ସୂରକ୍ଷା କରିଥାଏ (Preserves culture) – ଜାତିର ଅନ୍ୟତମ ମୁଖ୍ୟ ପ୍ରକାର୍ଯ୍ୟ ହେଉଛି ଏହା ସଂସ୍କୃତିକୁ ସୁରକ୍ଷିତ କରିଥାଏ । ପ୍ରତ୍ୟେକ ଜାତିର ନିଜସ୍ଵ ପ୍ରଥା, ପରମ୍ପରା ଓ କାରିଗରୀ କୌଶଳଗୁଡିକ ଗୋଟିଏ ପୁରୁଷର ଆଉ ଗୋଟିଏ ପୁରୁଷକୁ ବଂଶାନୁକ୍ରମିକ ଭିତ୍ତିରେ ହସ୍ତାନ୍ତରିତ ହୋଇଥାଏ । ଫଳରେ ଜାତି ସଂସ୍କୃତି ସୁରକ୍ଷିତ ହୋଇପାରିଥାଏ ।

(iv) ବ୍ୟକ୍ତିର ବୃତ୍ତି ନିର୍ଦ୍ଧାରଣ (Determines occupation) – ଜାତି ବ୍ୟବସ୍ଥାରେ ବ୍ୟକ୍ତିର ବୃଷ୍ଟି ଜନ୍ମଦ୍ୱାରା ନିର୍ଦ୍ଧାରିତ ହୋଇଥାଏ । ଏଥିପାଇଁ ବ୍ୟକ୍ତିକୁ କୌଣସି ଉଦ୍ୟମ କରିବାକୁ ପଡ଼ି ନ ଥାଏ । ବ୍ୟକ୍ତି ସଇଚ୍ଛାରେ କୌଣସି ବୃତ୍ତି ଗ୍ରହଣ କରିପାରି ନ ଥାଏ ।

(v) ବ୍ୟକ୍ତିର ବ୍ୟବହାର ଉପରେ ନିୟନ୍ତ୍ରଣ (Control over behaviour) – ପ୍ରତ୍ୟେକ ଜାତିର କେତେକ ନୀତିନିୟମ ଥାଏ । ଏହି ନୀତିନିୟମଦ୍ୱାରା ଜାତି ତା’ର ସଦସ୍ୟମାନଙ୍କ ବ୍ୟବହାରକୁ ନିୟନ୍ତ୍ରିତ କରିଥାଏ । ଏହି ନୀତିନିୟମକୁ ମାନିବାପାଇଁ ପ୍ରତ୍ୟେକ ସଦସ୍ୟ ବାଧ୍ୟ । ଯଦି କୌଣସି ପରିସ୍ଥିତିରେ କୌଣସି ସଦସ୍ୟ ଏଥରେ ବ୍ୟତିକ୍ରମ କରେ ତେବେ ସେ ଜାତି ପଞ୍ଚାୟତଦ୍ୱାରା ଦଣ୍ଡିତ ହୋଇଥାଏ ।

(vi) ପ୍ରଜାତୀୟ ବିଶୁଦ୍ଧତା ରକ୍ଷା (Maintenance of racial purity) – ଜାତି ଏକ ଅନ୍ତର୍ବିବାହୀ ସମୂହ । ଏଣୁ ସେହି ସମୂହ ତା’ର ସଦସ୍ୟମାନଙ୍କୁ ଜାତି ବାହାରେ ବୈବାହିକ ସମ୍ବନ୍ଧ ସ୍ଥାପନ କରିବାକୁ ଅନୁମତି ଦେଇ ନ ଥାଏ । ଫଳରେ ସଜାତିରେ ବିବାହଦ୍ବାରା ବର୍ଣ୍ଣଶଙ୍କର (Hybrid) ସୃଷ୍ଟି ହେବାର ସମ୍ଭାବନା ନ ଥାଏ ଏବଂ ପ୍ରଜାତୀୟ ବିଶୁଦ୍ଧତା ରକ୍ଷା କରାଯାଇଥାଏ ।

(vii) ଧର୍ମ ଏବଂ ବିଶ୍ବାସର ରକ୍ଷା (Maintenance of religion and belief) – ପ୍ରତ୍ୟେକ ଜାତିର କେତେକ ନିର୍ଦ୍ଦିଷ୍ଟ ଧାର୍ମିକ ବିଧ୍ଵବିଧାନ, ବିଶ୍ବାସ ପଦ୍ଧତି ରହିଥାଏ । ଏହାର ସଦସ୍ୟମାନେ ବିଭିନ୍ନ ପର୍ବପର୍ବାଣି ଓ ଉତ୍ସବ ମାଧ୍ୟମରେ ଏହି ଧାର୍ମିକ ବିଧିବିଧାନକୁ ରକ୍ଷା କରିବା ସହିତ ଗୋଷ୍ଠୀଜୀବନ ସଙ୍ଗଠିତ କରିଥା’ନ୍ତି ।

(viii) ଶ୍ରମ ବିଭାଜନରେ ସହାୟକ (Helpful in division of labour) – ଜାତି ବ୍ୟବସ୍ଥାରେ ସମାଜର କେତେକ ଜାତି କେତେକ ଉପଜାତିରେ ବିଭାଜିତ ହୋଇଥାଏ । ପ୍ରତ୍ୟେକ ଜାତି, ଉପଜାତି ଏକ ନିର୍ଦ୍ଦିଷ୍ଟ ବୃଦ୍ଧି ସହିତ ସମ୍ବନ୍ଧିତ । ପୁନଶ୍ଚ ଜାତି ବ୍ୟବସ୍ଥାରେ ସମସ୍ତ ଆବଶ୍ୟକ କାର୍ଯ୍ୟଗୁଡିକ ପବିତ୍ର ଓ ଅପବିତ୍ର ଆଧାରରେ ବଣ୍ଟା ଯାଇଥାଏ ଯାହା ସମସ୍ତଙ୍କର ଆବଶ୍ୟକତାକୁ ସୂଚାରୁରୂପେ ପୂରଣ କରିଥାଏ ।

୩ । ଜାତିପ୍ରଥାର ବିଭିନ୍ନ ଅପ୍ରକାର୍ଯ୍ୟ ବା ଅପକାରିତାମାନ ବର୍ଣ୍ଣନା କର ।
Answer:
ଯଦିଓ ଜାତିପଦ୍ଧତି ସମାଜ ପାଇଁ ଏକ ହିତକାରୀ ଅନୁଷ୍ଠାନ ରୂପେ କାର୍ଯ୍ୟ କରିଥାଏ, ତଥାପି ଏହା ଅନେକ ଅପ୍ରକାର୍ଯ୍ୟ ମଧ୍ୟ ସଂପାଦିତ କରିଥାଏ । କାଳକ୍ରମେ ଜାତିର କେତେକ ବୈଶିଷ୍ଟ୍ୟ ବିକାଶର ପ୍ରକ୍ରିୟା ଆଗରେ ପ୍ରତିବନ୍ଧକ ସୃଷ୍ଟିକଲା । ନିମ୍ନରେ ଜାତିପଦ୍ଧତିର ବିଭିନ୍ନ ଅପ୍ରକାର୍ଯ୍ୟଗୁଡ଼ିକ ଆଲୋଚନା କରାଗଲା ।

(i) ସାମାଜିକ ବିଘଟନ (Social disorganisation) ଅତୀତରେ ଜାତି ପଦ୍ଧତି ସମାଜରେ ଐକ୍ୟ ସୃଷ୍ଟି କରିବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଏହା ଥିଲା ଏକତା ପ୍ରତିଷ୍ଠା କରିବାର ଏକ ପ୍ରଧାନ ଉତ୍ସ । କିନ୍ତୁ ବର୍ତ୍ତମାନ ସମାଜରେ ଏହା ହିନ୍ଦୁ ସମାଜକୁ ଖଣ୍ଡବିଖଣ୍ଡିତ କରିବାରେ ଏକ ମୁଖ୍ୟ ଉପାଦାନ ରୂପେ କାର୍ଯ୍ୟ କରୁଅଛି ।

CHSE Odisha Class 12 Sociology Unit 4 Long Answer Questions in Odia Medium

ଏହା ହିନ୍ଦୁମାନଙ୍କୁ ଶହ ଶହ ଉପଜାତିରେ ବିଭକ୍ତ କରିଅଛି । ଆଉ ମଧ୍ୟ ବର୍ଜିତ ଶତ୍ରୁଭାବ ଏବଂ ଘୃଣାଭାବ, ଉଚ୍ଚ ଓ ନୀଚ ଜାତିର ସଦସ୍ୟମାନଙ୍କ ମଧ୍ୟରେ ପରସ୍ପର ପ୍ରତି ସ୍ନେହ ଏବଂ ଶ୍ରଦ୍ଧାକୁ ସଂପୂର୍ଣ ରୂପେ ଉଚ୍ଛେଦ କରିଛି । ଉଚ୍ଚଜାତିର ସଦସ୍ୟ ଏବଂ ନୀଚଜାତି(ଯେଉଁମାନେ କି ଅସ୍ପୃଶ୍ୟ ରୂପେ ପରିଚିତ)ର ସଦସ୍ୟମାନଙ୍କ ମଧ୍ୟରେ ଗଭୀର ଦୂରତ୍ବ ସୃଷ୍ଟି ହୋଇଛି ଯାହା ଫଳରେ କି ଏକ ନିର୍ଦ୍ଦିଷ୍ଟ ସମୂହର ସଦସ୍ୟମାନେ ପଶୁମାନଙ୍କ ଭଳି ଜୀବନଯାପନ କରୁଛନ୍ତି ।

ଏପରିକି ଉଚ୍ଚଜାତିର ବ୍ରାହ୍ମଣମାନେ ଶହ ଶହ କ୍ଷୁଦ୍ର ବିଭାଗରେ ବିଭକ୍ତ ହୋଇଛନ୍ତି ଏବଂ ପ୍ରତ୍ୟେକ ବିଭାଗ ଅନ୍ୟଠାରୁ ଶ୍ରେଷ୍ଠ ବୋଲି ନିଜକୁ ପରିଚିତ କରିଥାଏ । ଫଳରେ ହିନ୍ଦୁ ସମାଜ କ୍ରମେ କ୍ରମେ ବିଘଟନ ଆଡ଼କୁ ଗତି କରିବାରେ ଲାଗିଛି ।

(ii) ସାମାଜିକ ପ୍ରଗତି ଆଗରେ ପ୍ରତିବନ୍ଧକ (Obstacle to social progress) – ଜାତି ପଦ୍ଧତିରେ ଅନ୍ୟ ଏକ ଦୋଷ ହେଉଛି ଯେ ଏହା ଦେଶର ସାମାଜିକ ଏବଂ ଅର୍ଥନୈତିକ ପ୍ରଗତିରେ ବାଧା ସୃଷ୍ଟି କରିଥାଏ । କର୍ମତତ୍ତ୍ଵଦ୍ଵାରା ପରିଚାଳିତ ହୋଇ ବିଭିନ୍ନ ଜାତିର ସଦସ୍ୟମାନେ ଅଧ‌ିକ ମାତ୍ରାରେ ରକ୍ଷଣଶୀଳ ପ୍ରକୃତିର ହୋଇଯାଇଥାଆନ୍ତି । ଏହି ରକ୍ଷଣଶୀଳ ଚିନ୍ତାଧାରା ଯୋଗୁଁ ସେମାନେ ପୁରାତନ ପ୍ରଥା ଏବଂ ପରମ୍ପରାକୁ ଛାଡ଼ି ନଥା’ନ୍ତି ।

ଅପରପକ୍ଷରେ ସେମାନେ ନୂତନ ଆଦର୍ଶ, ମୂଲ୍ୟବୋଧ ଏବଂ ବୈଜ୍ଞାନିକ ଉଦ୍‌ଭାବନ ପ୍ରତି ଆଗ୍ରହ ପ୍ରକାଶ କରି ନଥା’ନ୍ତି । ଏହି ପରିପ୍ରେକ୍ଷୀରେ ସମାଜର ପ୍ରଗତି ବାଧାପ୍ରାପ୍ତ ହୋଇଥାଏ ।

(iii) ଅସ୍ପୃଶ୍ୟତା (Untouchability) – ଜାତିପଦ୍ଧତି ଏକ କଳଙ୍କିତ ସମାଜିକ ବ୍ୟାଧ୍ ସୃଷ୍ଟି କରିଛି ଯାହା ଅସ୍ପୃଶ୍ୟତା ନାମରେ ପରିଚିତ । ଜାତି ସ୍ତରୀକରଣ ପଦ୍ଧତିଦ୍ୱାରା ଅସ୍ପୃଶ୍ୟ ଜାତିର ସଦସ୍ୟମାନେ ସାମାଜିକ ସୋପାନରେ ନିମ୍ନ ଭାଗରେ ରହି ସବୁବେଳ ପାଇଁ ଅବହେଳିତ, ଦଳିତ ଏବଂ ନିଷ୍ପେଷିତ ହୋଇଥା’ନ୍ତି । ମହାତ୍ମା ଗାନ୍ଧୀ କହିଛନ୍ତି‘‘ଅସ୍ପୃଶ୍ୟତା ହେଉଛି ଜାତି ପଦ୍ଧତିର ଏକ କୁତ୍ସିତ ପରିପ୍ରକାଶ ଓ ଈଶ୍ୱର ଏବଂ ମନୁଷ୍ୟ ଜାତି ପ୍ରତି ଏହା ଏକ ଅପରାଧ । (Untouchability is the most hateful expression of caste system and it is a crime against God and man.)

(iv) ଶ୍ରମ ସଞ୍ଚାଳନର ବିରୋଧ (Denial of mobility of labour) – ଜାତି ପଦ୍ଧତି ଶ୍ରମ ସଞ୍ଚାଳନକୁ ବିରୋଧ କରିଥାଏ । ଜାତିର କଠୋର ଶୃଙ୍ଖଳା ମଧ୍ୟରେ ରହି ବ୍ୟକ୍ତି ନୂତନ ପେସାକୁ ଗ୍ରହଣ କରିବାପାଇଁ ସୁଯୋଗ ପାଇ ନଥାଏ । ଫଳରେ ବହୁ ବ୍ୟକ୍ତି ନିର୍ଦ୍ଧାରିତ ବୃତ୍ତିକୁ ଅନୁସରଣ କରିବାକୁ ବାଧ୍ୟ ହୋଇ ଜୀବନରେ ବିଫଳତାର ବୋଝ ବହନ କରି ଦୁଃଖରେ ଜୀବନ ବିତାଇଥା’ନ୍ତି ।

ଆଉ ମଧ୍ୟ କେତେକ ବ୍ୟକ୍ତି ବାଧ୍ଯରେ ଏକ ନିର୍ଦ୍ଦିଷ୍ଟ ବୃତ୍ତିକୁ ଗ୍ରହଣ କରି ଏକ ଦୁଃଖପୂର୍ଣ୍ଣ ଜୀବନଯାପନ କରିଥା’ନ୍ତି ।

(v) ଗଣତନ୍ତ୍ରର ବିରୋଧ (Opposing democracy) – ଜାତି ପଦ୍ଧତି ଗଣତନ୍ତ୍ରର ବିରୋଧୀ ଅଟେ । ଗଣିତନ୍ତ୍ର ସମାନତା, ମୁକ୍ତି ଏବଂ ଭ୍ରାତୃତ୍ଵ ଉପରେ ପ୍ରତିଷ୍ଠିତ । ଜାତି, ଧର୍ମ, ଲିଙ୍ଗ ନିର୍ବିଶେଷରେ ଗଣତନ୍ତ୍ର ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରିଥାଏ । ଅପରପକ୍ଷରେ ଜାତିପଦ୍ଧତି ସମାଜର ସମସ୍ତ ବ୍ୟକ୍ତିଙ୍କୁ ସମାନ ଅଧିକାର ପ୍ରଦାନ କରି ନଥାଏ । ଜାତି ସ୍ତରୀକରଣକୁ ଭିଭିକରି ସଦସ୍ୟମାନଙ୍କର ଅଧିକାର ନିର୍ଦ୍ଧାରିତ ହୋଇଥାଏ ।

ଉଦାହରଣସ୍ୱରୂପ, ଉଚ୍ଚଜାତିର ସଦସ୍ୟମାନେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଭୋଗ କରୁଥିବା ବେଳେ ନୀଚଜାତିର ସଦସ୍ୟମାନେ ବହୁ ନିର୍ଯାତନା ଭୋଗ କରନ୍ତି । ଏହା ଫଳରେ ଗଣତନ୍ତ୍ରର ମୌଳିକ ନୀତି କ୍ଷୁଣ୍ଣ ହୋଇଥାଏ ।

୪ । ଆଧୁନିକ ଭାରତରେ ଜାତିପ୍ରଥାକୁ ପ୍ରଭାବିତ ବା ବିଘଟିତ କରୁଥିବା କାରକମାନ ବର୍ଣନା କର ।
Answer:
ଭାରତୀୟ ସମାଜରେ ଜାତିପ୍ରଥାରେ ଯେଉଁସବୁ ପରିବର୍ତ୍ତନ ଘଟିଛି, ସେଥ୍ପାଇଁ ଅନେକଗୁଡ଼ିଏ କାରଣ ଦାୟୀ । ସେଗୁଡ଼ିକୁ ନିମ୍ନରେ ଉଲ୍ଲେଖ କରାଗଲା ।

(i) ଆଧୁନିକ ଶିକ୍ଷା (Modern Education) – ଆଧୁନିକ ଶିକ୍ଷା ବ୍ୟବସ୍ଥା ସାର୍ବଜନୀନ ଏବଂ ସଂପୂର୍ଣ୍ଣରୂପେ ମୁକ୍ତ ଅଟେ । ଏହା ବୈଜ୍ଞାନିକ, ତର୍କଯୁକ୍ତ ଓ ଧର୍ମନିରପେକ୍ଷ ଅଟେ । ଏହା ଜାତି, ଧର୍ମ, ବର୍ଣ୍ଣ, ଭାଷା, ଲିଙ୍ଗ, ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ । ଆଧୁନିକ ଶିକ୍ଷାର ପ୍ରଭାବରେ ପ୍ରଚଳିତ ଜାତି ସମ୍ବନ୍ଧୀୟ ନୀତିନିୟମ, କୌଳିକ ବୃତ୍ତି, ଛୁଆଁ – ଅଛୁଆଁ ଭେଦଭାବ ଇତ୍ୟାଦି କ୍ରମଶଃ ଲୋକମାନେ ଭୁଲିଗଲେଣି । ଏହାର ପ୍ରଭାବରେ ନବଯୁବକ ଯୁବତୀମାନେ ଆନ୍ତଃଜାତି ବିବାହକୁ ଆଗ୍ରହର ସହ ଗ୍ରହଣ କରୁଛନ୍ତି ।

(ii) ଶିଳ୍ପୀକରଣ (Industrialization) – ଆଧୁନିକ ସମାଜରେ ଦ୍ରୁତ ଶିଳ୍ପୀକରଣ ପ୍ରକ୍ରିୟା ଫଳରେ ନୂତନ କଳକାରଖାନାମାନ ବୃଦ୍ଧି ପାଇବାରେ ଲାଗିଛି । କଳକାରଖାନାରେ ବା ଶିଳ୍ପାନୁଷ୍ଠାନରେ ଜାତି, ଧର୍ମ ନିର୍ବିଶେଷରେ ଲୋକମାନେ ଉତ୍ପାଦନ କାର୍ଯ୍ୟରେ ଲାଗିଥା’ନ୍ତି । ପରସ୍ପର ମିଳିମିଶି କାର୍ଯ୍ୟ କରିବାଦ୍ୱାରା ସେମାନଙ୍କ ମନରେ ବୃତ୍ତି, ଛୁଆଁଏ ଅଛୁଆଁ ଭେଦଭାବ କ୍ରମଶଃ ଦୂରେଇ ଯାଇ ଭ୍ରାତୃତ୍ଵ ଓ ସମାନତାର ଭାବନା ଜାଗ୍ରତ ହେଉଅଛି ।

(iii) ନଗରୀକରଣ (Urbanisation) – ନଗରୀକରଣ ପ୍ରକ୍ରିୟା ଆରମ୍ଭ ହେଲେ ବଡ଼ ବଡ଼ ସହରମାନ ନୂଆ ନୂଆ ବୁଦ୍ଧି ଓ ବ୍ୟବସାୟର ସୃଷ୍ଟି ହୋଇଥାଏ । ଜାତି ସହିତ ଏହି ବୃତ୍ତିର କୌଣସି ସଂପର୍କ ନଥାଏ । ବିଭିନ୍ନ ଜାତିର ଲୋକେ ନିଜର ସାମର୍ଥ୍ୟ, ଦକ୍ଷତା ଓ ଯୋଗ୍ୟତାର ମାପକାଠିରେ ଯେକୌଣସି ବୃତ୍ତିକୁ ଗ୍ରହଣ କରିଥା’ନ୍ତି । ଫଳରେ ସହର ସମୁଦାୟରେ ଜାତିଭିତ୍ତିକ ବୃତ୍ତି ପରିଲକ୍ଷିତ ହୋଇ ନଥାଏ ।

(iv) ଧନସଂପଦର ଗୁରୁତ୍ବ ବୃଦ୍ଧି (Increasing importance of wealth) – ଜାତି ବ୍ୟବସ୍ଥାରେ ବ୍ୟକ୍ତିର ପ୍ରସ୍ଥିତି ଜନ୍ମ ଉପରେ ଆଧାରିତ ଥିଲା; ମାତ୍ର ବର୍ତ୍ତମାନ ସମାଜରେ ଧନସଂପତ୍ତିର ମହତ୍ତ୍ୱ ଏତେ ବଢ଼ିଯାଇଛି ଯେ ଜନ୍ମସ୍ଥାନରେ ବ୍ୟକ୍ତିର ଆର୍ଥିକ ଶକ୍ତି, ସମ୍ପରି ଅଧୁକାର ଓ ଧନସଂପଦର ମାଲିକାନା ତଥା ଆଧୁନିକ ବୃତ୍ତି ବ୍ୟକ୍ତିର ପ୍ରସ୍ତୁତି ନିର୍ଦ୍ଧାରଣର ମୁଖ୍ୟ ଆଧାର ରୂପେ ପରିଗଣିତ ହେଉଅଛି । ଏଣୁ ଧନସଂପଦର ପ୍ରାଧାନ୍ୟ ଯୋଗୁଁ ନିମ୍ନଜାତିର ସଦସ୍ୟମାନେ ଉଚ୍ଚଜାତିର ସଦସ୍ୟମାନଙ୍କୁ ସମ୍ମାନ ଦେଖାଉ ନାହାନ୍ତି ।

(v) ଯୋଗଯୋଗ ଓ ଗମନାଗମନର ଦ୍ରୁତ ବିକାଶ (Rapid develoment of transportation and communication) – ବିଜ୍ଞାନର ଅଗ୍ରଗତି ଯୋଗୁଁ ଜଳ, ସ୍ଥଳ ଓ ଅକାଶପଥରେ ଗମନାଗମନ ପାଇଁ ଯେଉଁ ସାଧନଗୁଡ଼ିକ ଉଦ୍ଭାବନ ହୋଇଅଛି ଏ ସମସ୍ତ ଯାନବାହନରେ ଯାତାୟାତ କଲାବେଳେ ବ୍ୟକ୍ତି ତା’ର ସହଯାତ୍ରୀର ଜାତି ସମ୍ବନ୍ଧରେ ଜ୍ଞାନ ଆହରଣ କରିବା ସହଜସାଧ୍ୟ ହୋଇ ନଥାଏ ।

ପୁନଶ୍ଚ, ଭିନ୍ନ ଭିନ୍ନ ଜାତିସମୂହ ପାଇଁ ପୃଥକ୍ ପୃଥକ୍ ଯାତାୟାତ ସାଧନର ବନ୍ଦୋବସ୍ତ କରିବା ସମ୍ଭବପର ହୋଇ ନଥାଏ । ଏଣୁ ଗୋଟିଏ ସ୍ଥାନରେ ବିଭିନ୍ନ ଜାତିର ସଦସ୍ୟମାନଙ୍କର ଯାତାୟାତଦ୍ୱାରା ସେମାନଙ୍କ ମଧ୍ୟରେ ଥିବା ସାମାଜିକ ଦୂରତ୍ଵ ବଜାୟ ରଖୁବା ସମ୍ଭବପର ହୋଇ ନ ଥାଏ । ଫଳତଃ ଆଧୁନିକ ପରିବହନ ଓ ଗମନାଗମନ ସାଧନର ଦ୍ରୁତ ବିକାଶ ଜାତିପ୍ରଥାକୁ ପ୍ରଭାବିତ କରିଥାଏ ।

(vi) ସଂସ୍କାରମୂଳକ ସାମାଜିକ ଏବଂ ଧାର୍ମିକ ଆନ୍ଦୋଳନ (Reformative social and religious movement) – ରାଜା ରାମମୋହନ ରାୟ, ଈଶ୍ବର ଚନ୍ଦ୍ର ବିଦ୍ୟାସାଗର, ଦୟାନନ୍ଦ ସରସ୍ୱତୀ, ରାମକୃଷ୍ଣ ପରମହଂସ, ସାମୀ ବିବେକାନନ୍ଦ ପ୍ରଭୃତି ସମାଜସଂସ୍କାରକଗଣ ଜାତିପ୍ରଥା ବିରୁଦ୍ଧରେ ସର ଉତ୍ତୋଳନ କରିଥିଲେ । ଏହି ସମାଜସଂସ୍କାରକମାନଙ୍କ ପ୍ରଚେଷ୍ଟାରେ ଗଠିତ ଆର୍ଯ୍ୟ ସମାଜ, ପ୍ରାର୍ଥନା ସମାଜ, ବ୍ରାହ୍ମ ସମାଜ, ରାମକୃଷ୍ଣ ମିଶନ ଇତ୍ୟାଦି ସଂସ୍ଥାଗୁଡ଼ିକର ଉଦ୍ୟମରେ ଜାତି ବ୍ୟବସ୍ଥା ଗଭୀର ଭାବରେ ପ୍ରଭାବିତ ହୋଇଅଛି ।

(vii) ରାଜନୈତିକ ଆନ୍ଦୋଳନ (Political movement) – ଭାରତ ସ୍ବାଧୀନତା ଆନ୍ଦୋଳନ ଜାତିପ୍ରଥା ଉପରେ ଗଭୀର ପ୍ରଭାବ ପକାଇଥିଲା । ମୁଖ୍ୟତଃ ମହାତ୍ମା ଗାନ୍ଧୀଙ୍କ ପ୍ରଚେଷ୍ଟା ଚିରସ୍ମରଣୀୟ । ତାଙ୍କର ବିଚାରରେ ଈଶ୍ବରଙ୍କ ସନ୍ତାନ ଭାବେ ସବୁ ମଣିଷ ସମାନ । ଜାତି କହିଲେ ମାନବ ଜାତିକୁ ବୁଝାଏ । ତାଙ୍କ ଆହ୍ଵାନରେ ଭାରତୀୟମାନେ ନିଜ ନିଜର ଜାତି ଭୁଲି ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଗଲେ । ଏହିପରି ରାଜନୈତିକ ଆନ୍ଦୋଳନ ଜାତିପ୍ରଥାରେ ଅନେକ ପରିବର୍ତ୍ତନ ଆଣିଥିଲା ।

CHSE Odisha Class 12 Sociology Unit 4 Long Answer Questions in Odia Medium

୫ । ଏକ ସାମାଜିକ ଶ୍ରେଣୀ (Social class) ର ଲକ୍ଷଣଗୁଡ଼ିକ ଇଲ୍ଲେଖ କର ।
Answer:
ଏକ ସାମାଜିକ ଶ୍ରେଣୀର କେତେଗୁଡ଼ିଏ ସ୍ବତନ୍ତ୍ର ବୈଶିଷ୍ଟ୍ୟ ଆମେ ଦେଖିବାକୁ ପାଇଥାଉ । ନିମ୍ନରେ ସେଗୁଡ଼ିକ ପ୍ରଦାନ କରାଗଲା ।

  1. ଏକ ସାମାଜିକ ଶ୍ରେଣୀରେ ଆମେ ସମାନତା ଭାବ ଦେଖିବାକୁ ପାଇଥାଉ । ଗୋଟିଏ ସାମାଜିକ ଶ୍ରେଣୀର ଏକ ନେ କେତେକ ସୀମିତ ବୃତ୍ତିକୁ ଅନୁସରଣ କରି ସମାନ ଭାବରେ ଜୀବିକା ନିର୍ବାହ କରିଥାଆନ୍ତି । ସେମାନଙ୍କର ବ୍ୟବହାର ଏବଂ ମନୋବଳରେ ସମାନତା ପରିଲକ୍ଷିତ ହୋଇଥାଏ ।
  2. ଶ୍ରେଣୀ ବ୍ୟବସ୍ଥାରେ ବ୍ୟକ୍ତିକୁ ଯେଉଁ ପ୍ରସ୍ଥିତି ମିଳିଥାଏ, ତାହା ବ୍ୟକ୍ତିର ନିଜସ୍ବ ଚେଷ୍ଟା ଓ ଅଧ୍ୟବସାୟର ଫଳ । ଏହାକୁ ବ୍ୟକ୍ତି ଜନ୍ମରୁ ସାଙ୍ଗରେ ଆଣି ନ ଥାଏ ।
  3. ଶ୍ରେଣୀ ଗୋଟିଏ ମୁକ୍ତ ସମୂହ (Open group) ଅଟେ । ବ୍ୟକ୍ତି ନିଜର ଦକ୍ଷତା ଓ ଉଦ୍ୟମ ବଳରେ ପ୍ରସ୍ଥିତି ପାବଚ୍ଛର ଗୋଟିଏ ସ୍ତରରୁ ଅନ୍ୟ ସ୍ତରକୁ ଅକ୍ଳେଶରେ ଗତି କରିପାରେ । ଅର୍ଥାତ୍ ଶ୍ରେଣୀ ବ୍ୟବସ୍ଥାରେ ସାମାଜିକ ସଞ୍ଚଳନ ସମ୍ଭବପର ।
  4. ଶ୍ରେଣୀ ବ୍ୟବସ୍ଥା ସମସ୍ତ ଆଧୁନିକ ଜଟିଳ ସମାଜର ଏକ ବୈଶିଷ୍ଟ୍ୟ । ପ୍ରାୟତଃ ସମସ୍ତ ସମାଜରେ ଶ୍ରେଣୀ ନିର୍ଦ୍ଧାରଣ କରିଥାଏ ।
  5. ପ୍ରତ୍ୟେକ ଶ୍ରେଣୀର ସଦସ୍ୟମାନେ, ସେମାନଙ୍କର ପ୍ରସ୍ଥିତି, ପ୍ରତିଷ୍ଠା ଓ ଶ୍ରେଣୀ ଇତ୍ୟାଦି ବିଷୟରେ ସଚେତନ ଥାଆନ୍ତି । ଏହି ଶ୍ରେଣୀ ସଚେତନତା ଶ୍ରେଣୀ ଶ୍ରେଣୀ ମଧ୍ଯରେ ସାମାଜିକ ସମ୍ବନ୍ଧ ଓ ଆନ୍ତଃକ୍ରିୟାର ରୂପ ଅନେକ ସମୟରେ ନିର୍ଦ୍ଧାରଣ କରିଥାଏ ।
  6. ସମାଜରେ ଶ୍ରେଣୀ ସ୍ତରୀକରଣ ଅର୍ଥନୈତିକ ଉପାଦାନଗୁଡିକ ସହିତ ପ୍ରସ୍ଥିତି ସମ୍ବନ୍ଧୀୟ ଉପାଦାନଗୁଡ଼ିକଦ୍ବାରା ନିର୍ଦ୍ଧାରିତ ହୋଇଥାଏ, ସେହି ଦୃଷ୍ଟିରୁ ଏହାକୁ ଉଭୟ ଅର୍ଥନୈତିକ ଓ ପ୍ରସ୍ଥିତିମୂଳକ କୁହାଯାଇପାରେ ।

୬ । ଜାତି ଓ ଶ୍ରେଣୀ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଜାତି ଓ ଶ୍ରେଣୀ ସାମାଜିକ ସଂଗଠନର ଦୁଇଟି ଅବିଚ୍ଛେଦ୍ୟ ଅଙ୍ଗ । ଜାତି ପାରମ୍ପରିକ ଅସମାନତା ଉପରେ ପ୍ରତିଷ୍ଠିତ ହୋଇଥିବାବେଳେ ଶ୍ରେଣୀ ପଦ୍ଧତି ସମାନତା ଉପରେ ପ୍ରତିଷ୍ଠିତ । ଜାତି ପଦ୍ଧତିରେ ବ୍ୟକ୍ତି ତା’ର ପିତାମାତାଙ୍କଦ୍ୱାରା ଅଧ୍ୟକୃତ ପ୍ରସ୍ଥିତି ଉପରେ ନିର୍ଭର କରୁଥିବାବେଳେ ଶ୍ରେଣୀ ପଦ୍ଧତିରେ ସେ ଏକପ୍ରକାର ପ୍ରସ୍ଥିତିର ଅଧିକାରୀ ହୁଏ ଯାହା ତା’ର ପିତାମାତାଙ୍କ ପ୍ରସ୍ଥିତିଠାରୁ ସମ୍ପୂର୍ଣ୍ଣ ଭିନ୍ନ ।

ତେଣୁ ଜାତି ଏବଂ ଶ୍ରେଣୀ ଦୁଇଟି ପରସ୍ପର ବିରୋଧୀ ସମୂହ ଭାବେ କାର୍ଯ୍ୟ କରିଥା’ନ୍ତି, ତଥାପି ଏହି ଦୁଇ ସମୂହ ମଧ୍ଯରେ ଅନେକ ସାଦୃଶ୍ୟ ଦେଖିବାକୁ ମିଳିଥାଏ । ଜାତି ପଦ୍ଧତି ଭଳି ଶ୍ରେଣୀ ପଦ୍ଧତିରେ ପ୍ରତ୍ୟେକ ଶ୍ରେଣୀର ଏକ ନିର୍ଦ୍ଦିଷ୍ଟ ସାମାଜିକ ପ୍ରସ୍ଥିତି ଥାଏ ।

ଆଉ ମଧ୍ଯ ଜାତି ଭଳି ଶ୍ରେଣୀ ସମାଜରେ ବିଭିନ୍ନ ଶ୍ରେଣୀ ମଧ୍ଯରେ ଏକ ଉଚ୍ଚ ନୀଚ କ୍ରମ ରହିଛି । ଏହିସବୁ ସାମଞ୍ଜସ୍ୟ ସତ୍ତ୍ଵେ ଜାତି ଏବଂ ଶ୍ରେଣୀ ମଧ୍ଯରେ ଅନେକ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ସେଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।

(i) ସ୍ତରୀକରଣରେ ପାର୍ଥକ୍ୟ (Difference in stratification) – ଏକ ଜାତି ସଂରଚନାଜନିତ ସମାଜରେ ବ୍ୟକ୍ତିର ସାଧାରଣ ପ୍ରସ୍ତୁତି ତା’ର ଜନ୍ମ ଉପରେ ପ୍ରତିଷ୍ଠିତ । ଜାତି ପଦ୍ଧତିରେ ବ୍ୟକ୍ତି ଯେଉଁ ଜାତିରେ ଜନ୍ମଲାଭ କରିଥାଏ ସେହି ଜାତିର ପ୍ରସ୍ଥିତି ଅନୁସାରେ ତା’ର ପ୍ରସ୍ଥିତି ନିର୍ଦ୍ଧାରିତ ହୋଇଥାଏ ।

ଉଦାହରଣସ୍ୱରୂପ, ଜନ୍ମଗତ ଗୁଣ ଯୋଗୁଁ ବ୍ରାହ୍ମଣମାନେ ସମାଜରେ ସର୍ବୋଚ୍ଚ ସ୍ଥାନରେ ଅବସ୍ଥାପିତ ହୋଇ ଉଚ୍ଚ ସାମାଜିକ ପ୍ରସ୍ଥିତି ଲାଭ କରିଥା’ନ୍ତି ଏବଂ ଶୂଦ୍ରମାନେ ଜାତି ସ୍ତରୀକରଣର ନିମ୍ନସ୍ଥାନରେ ରହି ସମସ୍ତପ୍ରକାର ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥା’ନ୍ତି । ଅପରପକ୍ଷରେ ଶ୍ରେଣୀ ପଦ୍ଧତିରେ ବ୍ୟକ୍ତିର ନିଜର କାର୍ଯ୍ୟକଳାପ ଏବଂ ଧନ ସମ୍ପଦର ମାତ୍ରା ଯୋଗୁଁ ଶ୍ରେଣୀ ସ୍ତରୀକରଣ ଊର୍ଦ୍ଧ୍ବରେ କିମ୍ବା ନିମ୍ନରେ ରହିଥାଏ ।

ଉଦାହରଣ ସ୍ଵରୂପ, ଜଣେ ନୀଚଜାତିର ଲୋକ ଯଦି ଅତି ପ୍ରଭାବଶାଳୀ ଏବଂ ବିପୁଳ ସଂପଦର ଅଧିକାରୀ ହୁଏ, ତେବେ ସେ ଶ୍ରେଣୀ ସ୍ତରୀକରଣର ସର୍ବୋଚ୍ଚ ସ୍ଥାନରେ ଅବସ୍ଥାପିତ ହୋଇ ଉଚ୍ଚ ସାମାଜିକ ପ୍ରସ୍ଥିତି ଲାଭ କରିଥାଏ ।

(ii) ସଂରଚନାଜନିତ ପାର୍ଥକ୍ୟ (Difference in structure) – ଜାତି ଏବଂ ଶ୍ରେଣୀ ମଧ୍ଯରେ ଆଉ ଗୋଟିଏ ପାର୍ଥକ୍ୟ ହେଉଛି ଯେ ଜାତି ସଂରଚନା ଆବଦ୍ଧ (Closed) ଏବଂ ଅନମନୀୟ (Rigid) ଅଟେ । ଅପରପକ୍ଷରେ ଶ୍ରେଣୀ ସଂରଚନା ମୁକ୍ତ (Open) ଏବଂ ନମନୀୟ (Flexible) ଅଟେ । ଜାତି ଜନ୍ମ ଉପରେ ପ୍ରତିଷ୍ଠିତ ହୋଇଥିବାରୁ ଗୋଟିଏ ଜାତିରୁ ଆଉ ଗୋଟିଏ ଜାତିକୁ ପରିବର୍ତ୍ତିତ ହେବା ସମ୍ଭବପର ନୁହେଁ ।

କିନ୍ତୁ ଶ୍ରେଣୀ ପଦ୍ଧତିରେ ଏ ପ୍ରକାର ଅବସ୍ଥା ଦେଖିବାକୁ ମିଳିନଥାଏ । ବ୍ୟକ୍ତିର ବୃଷ୍ଟି, କ୍ଷମତା ଏବଂ ସମ୍ପରି ଭିଭିରେ ତା’ର ଶ୍ରେଣୀ ନିର୍ଦ୍ଧାରଣ ହୋଇଥାଏ । ତେଣୁ ଗୋଟିଏ ଶ୍ରେଣୀରୁ ଅନ୍ୟ ଏକ ଶ୍ରେଣୀକୁ ପରିବର୍ତ୍ତିତ ହେବା ସମ୍ଭବପର ହୋଇଥାଏ ।

(iii) ବୃତ୍ତିଜନିତ ପାର୍ଥକ୍ୟ (Difference in Occupation) – ଜାତି ପଦ୍ଧତିରେ ସଦସ୍ୟମାନଙ୍କ ପାଇଁ ପାରମ୍ପରିକ ବୃତ୍ତିର ବନ୍ଦୋବସ୍ତ କରାଯାଇଥାଏ । ବ୍ୟକ୍ତି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନିଜର ଏହି ବଂଶଗତ ବୃତ୍ତିକୁ ଗ୍ରହଣ କରିଥାଏ । ବ୍ୟକ୍ତି ନିଜର ଇଚ୍ଛାକୃତ ବୃତ୍ତିକୁ ଗ୍ରହଣ କରି ନଥାଏ । କିନ୍ତୁ ଶ୍ରେଣୀ ପଦ୍ଧତିରେ ବୃଦ୍ଧି ନିର୍ବାଚନ କ୍ଷେତ୍ରରେ କୌଣସି କଟକଣା ବା ନୀତିନିୟମ ନଥାଏ । ପରନ୍ତୁ କୁହାଯାଇପାରେ ଯେ ଶ୍ରେଣୀ ପଦ୍ଧତିରେ ବୃଦ୍ଧି ବ୍ୟକ୍ତିର ଶ୍ରେଣୀ ନିର୍ଦ୍ଧାରଣ କରିଥାଏ ।

(iv) ସାମାଜିକ ଅଭ୍ୟାସଜନିତ ପାର୍ଥକ୍ୟ (Difference in social habits) – ଖାଦ୍ୟ, ପାନୀୟ ଏବଂ ସାମାଜିକ ସଂସର୍ଗକୁ ଭିତ୍ତିକରି ଜାତି ପଦ୍ଧତିରେ ଅନେକ କଟକଣା ପରିଲକ୍ଷିତ ହୋଇଥାଏ । ଉଚ୍ଚଜାତିର ଲୋକମାନେ ନୀଚଜାତିର ଲୋକମାନଙ୍କ ଗୃହରୁ ଖାଦ୍ୟ ବା ପାନୀୟ ଗ୍ରହଣ କରିନଥା’ନ୍ତି । ସାମାଜିକ ମିଳାମିଶାରେ ମଧ୍ୟ ଅନେକଗୁଡ଼ିଏ କଟକଣା ରହିଥାଏ ।

ଏହି ସାମାଜିକ ମିଳାମିଶାକୁ ଭିତ୍ତିକରି ଉଚ୍ଚ ଏବଂ ନୀଚ ଜାତିର ସଦସ୍ୟମାନଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ରହିଥାଏ । କିନ୍ତୁ ଶ୍ରେଣୀ ପଦ୍ଧତିରେ ଖାଦ୍ୟ, ପାନୀୟ ଏବଂ ସାମାଜିକ ମିଳାମିଶା କ୍ଷେତ୍ରରେ ସେପରି କିଛି କଟକଣା ବା ନୀତିନିୟମ ଦେଖ‌ିବାକୁ ମିଳିନଥାଏ ।

(v) ବିବାହ ବିଧୂରେ ପାର୍ଥକ୍ୟ (Difference in marriage system) – ବିବାହ ପ୍ରଥାକୁ ଭିତ୍ତିକରି ଜାତିପ୍ରଥାର କେତେକ ନିର୍ଦ୍ଦିଷ୍ଟ ନୀତିନିୟମ ରହିଛି । ଯେହେତୁ ପ୍ରତ୍ୟେକ ଜାତି ଏବଂ ଉପଜାତି ଗୋଟିଏ ଗୋଟିଏ ଅନ୍ତର୍ବିବାହୀ ଦଳ, ତେଣୁ ସଦସ୍ୟମାନେ ଜାତି ମଧ୍ୟରେ ବୈବାହିକ ସଂପର୍କ ସ୍ଥାପନ କରିଥା’ନ୍ତି । ଜାତି ବାହାରେ ବିବାହ କଲେ ବ୍ୟକ୍ତିକୁ କଠିନ ଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିଥାଏ ।

କିନ୍ତୁ ଶ୍ରେଣୀ ପଦ୍ଧତିରେ ବିବାହ ବିଧୂରେ ପ୍ରତ୍ୟେକ ଶ୍ରେଣୀ ଗୋଟିଏ ଗୋଟିଏ ବହିର୍ବିବାହୀ ଦଳ ହୋଇଥିବାରୁ ସଦସ୍ୟମାନେ ସେମାନଙ୍କର ଇଚ୍ଛାନୁସାରେ ଯେକୌଣସି ଶ୍ରେଣୀରେ ବିବାହ କରିଥା’ନ୍ତି ।

୭ । ଭାରତରେ ତଫସିଲଭୁକ୍ତ ଜାତିମାନଙ୍କର ସାମାଜିକ ଓ ଅର୍ଥନୈତିକ ସମସ୍ୟାମାନ ବିଶ୍ଳେଷଣ କର ।
Answer:
ହିନ୍ଦୁ ସମାଜରେ ସର୍ବନିମ୍ନ ଜାତିକୁ ତଫସିଲଭୁକ୍ତ ଜାତି କୁହାଯାଏ । ଜାତି ସ୍ତରୀକରଣ କ୍ରମାନ୍ୱୟରେ ରହିଥିବା ପ୍ରଥମ ତିନୋଟି ଜାତି; ଯଥା – ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ ମୁଖ୍ୟତଃ ‘ଦ୍ବିଜ’ ନାମରେ ପରିଚିତ । ଏହାର କାରଣ ସେହି ଜାତିର ସଦସ୍ୟମାନେ ସମାଜରେ ବିଭିନ୍ନ ପ୍ରକାର ସ୍ବାଧ୍ୟାର ହାସଲ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାର ଧାର୍ମିକ ଉତ୍ସବ ଓ କର୍ମକାଣ୍ଡମାନ ସମ୍ପାଦନ କରନ୍ତି । କିନ୍ତୁ ସର୍ବନିମ୍ନ ସ୍ତରରେ ଥିବା କ୍ଷୁଦ୍ର ଜାତି ସମସ୍ତ ପ୍ରକାର ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥାଏ ।

ହିନ୍ଦୁ ଜାତିର ଅନ୍ୟାନ୍ୟ ସଦସ୍ୟମାନଙ୍କଦ୍ୱାରା ସେମାନେ ‘ଅସ୍ପୃଶ୍ୟ ଜାତି’ ଭାବେ ପରିଗଣିତ ହୋଇଥା’ନ୍ତି । କିନ୍ତୁ ଭାରତୀୟ ସମ୍ବିଧାନରେ ସେମାନଙ୍କୁ ‘ତଫସିଲଭୁକ୍ତ ଜାତିର’ ଆଖ୍ୟା ଦିଆଯାଉଛି । ଜାତିର ଜନକ ମହାତ୍ମାଗାନ୍ଧୀ ସେମାନଙ୍କୁ ସ୍ନେହରେ ‘ହରିଜନ’ ଯାହାର ଅର୍ଥ ଈଶ୍ୱରଙ୍କ ଲୋକ ବୋଲି ସମ୍ବୋଧତ କରୁଥିଲେ । ଡକ୍ଟର ଡି.ଏନ୍.ମଜୁମ୍‌ଦାର (Dr. D.N. Mazumdar)ଙ୍କ ମତରେ, “ଯେଉଁମାନେ ବିଭିନ୍ନ ପ୍ରକାର ସାମାଜିକ ଓ ରାଜନୈତିକ ନିର୍ଯାତନାକୁ ଭୋଗ କରିଥା’ନ୍ତି ସେମାନଙ୍କୁ ଅସ୍ପୃଶ୍ୟ ଜାତି କୁହାଯାଏ । ସେଗୁଡ଼ିକ କରାଯାଇଥାଏ ।’’

ଭାରତରେ ତଫସିଲଭୁକ୍ତ ଜାତିର ବିଭିନ୍ନ ସମସ୍ୟା
ପାରସ୍ପରିକଭରେ ଭାରତରେ ତଫସିଲଭୁକ୍ତ ଜାତିମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ ସାଧାରଣତଃ ଚାରିଭାଗରେ ବିଭକ୍ତ କରାଯାଇଛି ।
ସେଗୁଡ଼ିକ ହେଲା –
(୧) ସାମାଜିକ ସମସ୍ୟା,
(୨) ଅର୍ଥନୈତିକ ସମସ୍ୟା,
(୩) ରାଜନୈତିକ ସମସ୍ୟା,
(୪) ଧାର୍ମିକ ସମସ୍ୟା ।

CHSE Odisha Class 12 Sociology Unit 4 Long Answer Questions in Odia Medium

(୧) ସାମାଜିକ ସମସ୍ୟା (Social Problem) – ସାମାଜିକ ଜୀବନରେ ତଫସିଲଭୁକ୍ତ ଜାତି ନିମ୍ନଲିଖ୍ ସମସ୍ୟାମାନ ଦେଉ ଗତି କରିଥା’ନ୍ତି ।
(କ) ସମାଜରେ ସ୍ତରୀକରଣ ବ୍ୟବସ୍ଥାରେ ସବୁଠାରୁ ନୀଚ ପ୍ରସ୍ଥିତି ଧାରଣ କରିଥା’ନ୍ତି ।
(ଖ) ତଫସିଲଭୁକ୍ତ ଜାତିର ସଦସ୍ୟମାନେ ସମସ୍ତପ୍ରକାର ଶିକ୍ଷାଲାଭରୁ ବଞ୍ଚତ ହୋଇଥା’ନ୍ତି ।
(ଗ) ତଫସିଲଭୁକ୍ତ ଜାତିର ସଦସ୍ୟମାନେ ଖାଦ୍ୟ, ପାନୀୟ ଓ ସାମାଜିକ ମିଳାମିଶା କ୍ଷେତ୍ରରେ ଜନଜାତିମାନଙ୍କଦ୍ୱାରା ପ୍ରଣୀତ କଟକଣାଗୁଡ଼ିକ ମଧ୍ୟଦେଇ ଜୀବନ ଅତିବାହିତ କରିଥା’ନ୍ତି ।
(ଘ) ଅସ୍ପୃଶ୍ୟ ଜାତିର ସଦସ୍ୟମାନଙ୍କୁ ସର୍ବସାଧାରଣ କୂପ, ଜଳାଶୟ, ପୁଷ୍କରିଣୀ, ମନ୍ଦିର ଓ ଡାକ୍ତରଖାନା ପ୍ରଭୃତିକୁ ବ୍ୟବହାର କରିବାପାଇଁ ଅନୁମତି ଦିଆଯାଇଥାଏ ।

(୨) ଅର୍ଥନୈତିକ ସମସ୍ୟା (Economic Problem) – ତଫସିଲଭୁକ୍ତ ଜାତିର ନିମ୍ନଲିଖ ଅର୍ଥନୈତିକ ସମସ୍ୟାମାନ ରହିଛି ।
(କ) ଅସ୍ପୃଶ୍ୟ ଜାତିର ସଦସ୍ୟମାନେ ପାରମ୍ପରିକଭାବେ ସମ୍ପଭିଗତ ଅଧିକାରରୁ ବଞ୍ଚିତ ହେଉଥିଲେ । ସେମାନଙ୍କର ନିଜସ୍ବ କୌଣସି ସମ୍ପତ୍ତି ନଥିଲା ।
(ଖ) ପାରମ୍ପରିକଭାବେ ତଫସିଲଭୁକ୍ତ ଜାତିର ସଦସ୍ୟମାନେ ବୃତ୍ତି ମନୋନୟନ ଅଧିକାରରୁ ବଞ୍ଚିତ ଥିଲେ ।
(ଗ) ଅସ୍ପୃଶ୍ୟ ଜାତିର ସଦସ୍ୟମାନେ ଗ୍ରାମରେ ଭୂମିହୀନ ଶ୍ରମିକଭାବେ ପରିଚିତ ଥିଲେ ।

(୩) ରାଜନୈତିକ ସମସ୍ୟା (Political Problem) – ଅନୁସୂଚିତ ଜାତିର ସଦସ୍ୟମାନେ ପାରମ୍ପରିକଭାବେ ରାଜନୀତି, ଶାସନ ଅନୁସୂଚିତ ଜାତିର ସଦସ୍ୟମାନେ ପାରମ୍ପରିକଭାବେ ରାଜନୀତି, ଶାସନ ଓ ସାଧାରଣ ନିର୍ବାଚନରେ ଅଂଶଗ୍ରହଣ କରିପାରୁ ନଥିଲେ । ସେମାନେ ମଧ୍ୟ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପଦପଦବୀରେ ନିଜକୁ ନିୟୋଜିତ କରିପାରୁନଥିଲେ । ଅବଶ୍ୟ ବ୍ରିଟିଶ୍ ଶାସନ ଅମଳରେ ସେମାନେ ପ୍ରଥମଥର ପାଇଁ ଭୋଟଦାନ ଅଧିକାର ଲାଭ କରିଥିଲେ । ବର୍ତ୍ତମାନ ସମୟରେ ସେମାନେ ସମାନ ରାଜନୈତିକ ଅଧିକାର ହାସଲ କରିଛନ୍ତି ।

(୪) ଧାର୍ମିକ ସମସ୍ୟା (Religious Problem) – ଶେଷରେ ଧାର୍ମିକ ଦୃଷ୍ଟିକୋଣରୁ ତଫସିଲଭୁକ୍ତ ଜାତିମାନେ ହିନ୍ଦୁରୂପେ ପରିଚିତ ଥିଲେ ମଧ୍ୟ ସେମାନଙ୍କୁ ହିନ୍ଦୁ ମନ୍ଦିର ତଥା ତୀର୍ଥସ୍ଥାନ ମଧ୍ୟରୁ ପ୍ରବେଶ କରିବାପାଇଁ ଅନୁମତି ଦିଆଯାଉ ନଥିଲା । କାରଣ ସେମାନଙ୍କ ଛାୟା ସ୍ପର୍ଶରେ ଦେବତା ଅପବିତ୍ର ହୋଇଯିବା ଧାରଣା ଉଚ୍ଚଜାତି ଲୋକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା । ସେମାନେ ମଧ୍ୟ ବେଦ-ବେଦାନ୍ତ ଆଦି ଧର୍ମଗ୍ରନ୍ଥ ଅଧ୍ୟୟନ କରିପାରୁ ନଥିଲେ । ବର୍ତ୍ତମାନ ତଫସିଲଭୁକ୍ତ ଜାତିର ଲୋକମାନେ କେତେଗୁଡ଼ିଏ ଧାର୍ମିକ ଅସ୍‌କାର ଲାଭ କରିଥିଲେ ମଧ୍ୟ ଗ୍ରାମାଞ୍ଚଳରେ ସେମାନେ ବହୁ ଧାର୍ମିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

୮ । ଅନୁସୂଚିତ ଜାତିମାନଙ୍କର ଅର୍ଥନୈତିକ ପ୍ରଗତି ନିମନ୍ତେ ସରକାର କେଉଁ ପଦକ୍ଷେପମାନ ଗ୍ରହଣ କରିଛନ୍ତି ? କିମ୍ବା, ତଫସିଲଭୁକ୍ତ ଜାତିମାନଙ୍କ ଉନ୍ନତିପାଇଁ ବିଭିନ୍ନ ପଦକ୍ଷେପମାନ ଆଲୋଚନା କର ।
Answer:
ତଫସିଲଭୁକ୍ତ ଜାତିମାନଙ୍କର ଉନ୍ନତି ତଥା ସୁରକ୍ଷା ପାଇଁ ଭାରତବର୍ଷରେ ଦୁଇ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି; ଯଥା –
(୧) ସରକାରୀ ବା ସାମ୍ବିଧାନିକ ପଦକ୍ଷେପ ଏବଂ
(୨) ବେସରକାରୀ ପଦକ୍ଷେପ ।

(୧) ସରକାରୀ ବା ସାମ୍ବିଧାନିକ ପଦକ୍ଷେପ (Government or Constitutional Measures) – ଭାରତୀୟ ସମ୍ବିଧାନର ୧୭ଧାରା ଘୋଷଣା କରିଛି ଯେ ଅସ୍ପୃଶ୍ୟତା ଏକ ସାମାଜିକ ବ୍ୟାଧ । ତେଣୁ ଏହାକୁ ସମାଜରୁ ସଂପୂର୍ଣ୍ଣଭାବେ ଦୂର କରାଯିବା ଉଚିତ । ଅସ୍ପୃଶ୍ୟତାକୁ ଭିଭିକରି ସୃଷ୍ଟି ହୋଇଥିବା ଯେକୌଣସି ନିର୍ଯାତନା ଆଇନ ଅନୁସାରେ ଦଣ୍ଡନୀୟ ଅପରାଧ ।

ତଫସିଲଭୁକ୍ତ ଜାତିମାନଙ୍କର ଉନ୍ନତି ତଥା ବିକାଶ ପାଇଁ ନିମ୍ନଲିଖୁତ ସାମ୍ବିଧାନିକ ପଦକ୍ଷେପମାନ ଗ୍ରହଣ କରାଯାଇଛି ।
(i) ପ୍ରଥମତଃ, ସମ୍ବିଧାନର ୧୫ ଧାରା ଅନୁସାରେ ବ୍ୟାବସାୟିକ ପ୍ରତିଷ୍ଠାନ, ସର୍ବସାଧାରଣ ଭୋଜନାଳୟ, ରାସ୍ତାଘାଟ, କୂପ, ପୁଷ୍କରିଣୀ, ଗାଧୁଆଘାଟ ଓ ସର୍ବସାଧାରଣ ଜିନିଷଗୁଡ଼ିକର ବ୍ୟବହାରକୁ ଭିଭିକରି ସୃଷ୍ଟି ହୋଇଥିବା ବିଭିନ୍ନ ପ୍ରକାର ନିର୍ଯାତନା ଓ କଟକଣାଗୁଡ଼ିକୁ ଦୂର କରାଯିବ ।
(ii) ଦ୍ଵିତୀୟତଃ, ସମ୍ବିଧାନର ୨୫ ଧାରାରେ ବ୍ୟବସ୍ଥା ଅଛି ଯେ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ହିନ୍ଦୁମାନଙ୍କ ପାଇଁ ଧାର୍ମିକ ଅନୁଷ୍ଠାନଗୁଡ଼ିକର ଦ୍ବାର ଉନ୍ମୁକ୍ତ ରହିବ ।
(iii) ତୃତୀୟତଃ, ସମ୍ବିଧାନର ୨୯ ଧାରା ଅନୁସାରେ ଶିକ୍ଷାନୁଷ୍ଠାନରେ ପ୍ରବେଶ ପାଇଁ କିମ୍ବା ରାଜ୍ୟପାଣ୍ଠିରୁ ପ୍ରଦାନ କରାଯାଉଥିବା ଅନୁଦାନ ପାଇଁ ରାଷ୍ଟ୍ରଦ୍ୱାରା ସୃଷ୍ଟି ହୋଇଥିବା ନୀତିନିୟମ ତଫସିଲଭୁକ୍ତ ଜାତିମାନଙ୍କ ପକ୍ଷେ କୋହଳ କରାଯିବ ।
(iv) ଚତୁର୍ଥତଃ ସମ୍ବିଧାନର ପଞ୍ଚମ ଅନୁସୂଚୀର ୧୬୪ ଓ ୩୩୯ ଧାରାରେ ବ୍ୟବସ୍ଥା ଅଛି ଯେ ରାଜ୍ୟର ପୃଥକ୍ ପୃଥକ୍ ବିଭାଗ ପାଇଁ ପରାମର୍ଶଦାତା ପରିଷଦ ଗଠନ କରାଯିବ ଏବଂ ସେମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ କେନ୍ଦ୍ରରେ ଏକ ବିଶେଷ ବିଭାଗକୁ ନିଯୁକ୍ତି ଦିଆଯିବ ।
(v) ପଞ୍ଚମତଃ, ସମ୍ବିଧାନର ୩୩୨, ୩୩୩ ଓ ୩୩୪ ଧାରା ଅନୁସାରେ କେନ୍ଦ୍ର ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭାରେ ୨୦ ବର୍ଷ ପାଇଁ ତଫସିଲଭୁକ୍ତ ଜାତିର ବିଶେଷ ପ୍ରତିନିଧୁମାନେ ପ୍ରତିନିଧୁତ୍ଵ କରିପାରିବେ ।
(vi) ଷଷ୍ଠତଃ, ସମ୍ବିଧାନର ୩୩୫ ଧାରାରେ ଉଲ୍ଲେଖ ଅଛି ଯେ ତଫସିଲଭୁକ୍ତ ଜାତିମାନଙ୍କର ଉନ୍ନତି ପାଇଁ ରାଷ୍ଟ୍ରପତି ଜଣେ ସ୍ବତନ୍ତ୍ର ପ୍ରତିନିଧିଙ୍କୁ ନିଯୁକ୍ତି ଦେଇପାରିବେ ।
(vii) ଶେଷରେ ସମ୍ବିଧାନର ୩୪୦ ଧାରା ଅନୁସାରେ ସାମାଜିକ ଓ ଶିକ୍ଷାକ୍ଷେତ୍ରରେ ତଫସିଲଭୁକ୍ତ ଜାତିମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ଅନୁସନ୍ଧାନ ପାଇଁ ରାଷ୍ଟ୍ରପତି ଜଣେ କମିଶନରଙ୍କୁ ନିଯୁକ୍ତି ଦେଇପାରିବେ ।

ଉପରୋକ୍ତ ସାମ୍ବିଧାନିକ ବ୍ୟବସ୍ଥା ବ୍ୟତୀତ କେନ୍ଦ୍ର ସରକାର ଅନ୍ୟାନ୍ୟ ବହୁ ଉନ୍ନତିମୂଳକ ପଦକ୍ଷେପମାନ ଗ୍ରହଣ କରିଛନ୍ତି ।
(1) ୧୯୫୫ ମସିହାର ଅପରାଧ ଆଇନ ପ୍ରଣୟନ (Introduction of Untouchability Offences Act of 1955) – ଭାରତ ସରକାର ଅସ୍ପୃଶ୍ୟତା ଦୂରୀକରଣ ପାଇଁ ୧୯୫୫ ମସିହାରେ ‘ଅସ୍ପୃଶ୍ୟତା ଅପରାଧ ଆଇନ’’ ପ୍ରଣୟନ କରିଥିଲେ । ଏହି ଆଇନ ଅନୁସାରେ ଅସ୍ପୃଶ୍ୟତା ଏକ ଅପରାଧ ଏବଂ ଏହାକୁ ଉତ୍ସାହିତ କରୁଥିବା ବ୍ୟକ୍ତିକୁ ୬ ମାସ ଜେଲଦଣ୍ଡ କିମ୍ବା ୫୦୦ ଟଙ୍କା ଜୋରିମାନା ଅଥବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ ।

ବର୍ତ୍ତମାନ ଏହି ଆଇନ ସଂଶୋଧ ହୋଇ “ସାମାଜିକ ଅଧିକାର ସୁରକ୍ଷା ଆଇନ’’ (The Protection of the Civil Right Act) ନାମରେ ନାମିତ ହୋଇଛି । ୧୯୫୪ ମସିହାଠାରୁ ଭାରତ ସରକାର ଅସ୍ପୃଶ୍ୟତା ଦୂରୀକରଣ ପାଇଁ ଆର୍ଥିକ ସହାୟତା ମାଧ୍ୟମରେ ବିଭିନ୍ନ ପ୍ରକାର ଆନ୍ଦୋଳନକୁ ଉତ୍ସାହିତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ ତଥା ପ୍ରତ୍ୟକ୍ଷ ସହଯୋଗ ପାଇଁ ପ୍ରତ୍ୟେକ ରାଜ୍ୟ ‘ହରିଜନ ଦିବସ’ ଓ ‘ହରିଜନ ସପ୍ତାହ’ ପାଳନ କରୁଛନ୍ତି ।

ଅସ୍ପୃଶ୍ୟ ଜାତିମାନଙ୍କର ବିଭିନ୍ନ ସମସ୍ୟା ଏବଂ ସେମାନଙ୍କର ଶିକ୍ଷା ତଥା ଅର୍ଥନୈତିକ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା କାରକଗୁଡ଼ିକୁ ଅନୁଧ୍ୟାନ କରିବାପାଇଁ ଭାରତ ସରକାର ୧୯୬୫ ମସିହାରେ ଏକ କମିଟି ଗଠନ କରିଥିଲେ ।

(2) ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭାରେ ଆସନ ସଂରକ୍ଷଣ (Reservation of seats in Parliament and State Legislative Assembly) – ତଫସିଲଭୁକ୍ତ ଜାତିମାନଙ୍କର ଉନ୍ନତି ପାଇଁ ଲୋକସଭାର ୫୪୨ଟି ଆସନ ମଧ୍ୟରୁ ୭୮ଟି ଆସନ ସଂରକ୍ଷିତ । ସେହିପରି ରାଜ୍ୟ ବିଧାନସଭାର ମୋଟ ୩,୯୯୭ଟି ଆସନ ମଧ୍ୟରୁ ୫୩୮ଟି ସେମାନଙ୍କ ପାଇଁ ସଂରକ୍ଷିତ ।

(3) ଚାକିରି କ୍ଷେତ୍ରରେ ସ୍ଥାନ ସଂରକ୍ଷଣ (Reservation in the Services) – ତଫସିଲଭୁକ୍ତ ଜାତିମାନଙ୍କର ଉନ୍ନତି ପାଇଁ ଚାକିରି କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଶତକଡ଼ା ୧୫ଭାଗ ସ୍ଥାନ ସଂରକ୍ଷିତ ।

(4) ଶିକ୍ଷାକ୍ଷେତ୍ରରେ ସ୍ଥାନ ସଂରକ୍ଷଣ (Reservation in Education) – ଶିକ୍ଷାଗତ ଉନ୍ନତି ତଥା ବିକାଶ ନିମିତ୍ତ ଉଭୟ ସାଧାରଣ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ତଫସିଲଭୁକ୍ତ ଜାତିମାନଙ୍କ ପାଇଁ ସ୍ଥାନ ସଂରକ୍ଷିତ କରାଯାଇଛି ।

(5) ଜନମଙ୍ଗଳ ଯୋଜନା (Welfare Scheme) – ତଫସିଲଭୁକ୍ତ ଜାତିମାନଙ୍କର ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ପଞ୍ଚବାର୍ଷିକ ଯୋଜନା (Five Years Plans) ସେଥୁମଧ୍ୟରୁ ଅନ୍ୟତମ ।

ସେମାନଙ୍କର ଉନ୍ନତି ତଥା ମଙ୍ଗଳ ନିମନ୍ତେ ପ୍ରଥମ ପଞ୍ଚବାର୍ଷିକ ଯୋଜନା (୧୯୫୧-୫୬)ରେ ୩୦.୦୪ କୋଟି ଟଙ୍କା, ଦ୍ବିତୀୟ ପଞ୍ଚବାର୍ଷିକ ଯୋଜନା (୧୯୫୬-୬୧)ରେ ୭୯.୪୧ କୋଟି, ତୃତୀୟ ପଞ୍ଚବାର୍ଷିକ ଯୋଜନା (୧୯୬୧-୬୬)ରେ ୧୦୦.୫୦ କୋଟି, ଚତୁର୍ଥ ପଞ୍ଚବାର୍ଷିକ ଯୋଜନା (୧୯୬୯-୭୪)ରେ ୧୭୨.୭୦ କୋଟି, ପଞ୍ଚମ ପଞ୍ଚବାର୍ଷିକ ଯୋଜନା (୧୯୭୪-୭୯)ରେ ୨୫୫ କୋଟି, ଷଷ୍ଠ ପଞ୍ଚବାର୍ଷିକ ଯୋଜନା (୧୯୭୯-୮୪)ରେ ୨୮୦ କୋଟି ଏବଂ ସପ୍ତମ ପଞ୍ଚବାର୍ଷିକ ଯୋଜନା (୧୯୮୪-୮୯)ରେ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

CHSE Odisha Class 12 Sociology Unit 4 Long Answer Questions in Odia Medium

ତଫସିଲଭୁକ୍ତ ଜାତିମାନଙ୍କର ଉନ୍ନତି, ବିକାଶ ଓ ସ୍ୱାର୍ଥର ସୁରକ୍ଷା ପାଇଁ ନିମ୍ନଲିଖତ କେନ୍ଦ୍ରୀୟ ଯୋଜନାମାନ ପ୍ରସ୍ତୁତ କରାଯାଇଛି ।
(1) ତାଲିମ ଏବଂ କୋଚିଂ କେନ୍ଦ୍ର (Training and Coaching Centre) : ତଫସିଲଭୁକ୍ତ ଜାତିର ଲୋକମାନେ କର୍ମନିଯୁକ୍ତି କ୍ଷେତ୍ରରେ ସଫଳତା ଅର୍ଜନ କରିବାପାଇଁ ଏବଂ ସେମାନଙ୍କୁ ତାଲିମ ଦେବା ନିମିତ୍ତ ବିଭିନ୍ନ ପ୍ରକାର ତାଲିମ୍ ଓ କୋଚିଙ୍ଗ୍ କେନ୍ଦ୍ରମାନ ଗଠନ କରାଯାଇଛି । କେନ୍ଦ୍ରୀୟ ସାଧାରଣ ସେବା ଆୟୋଗ (U.P.S.C.) ଦ୍ଵାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା (I.A.S.) କ୍ଷେତ୍ରରେ ସେମାନଙ୍କୁ ତାଲିମ ଦେବାପାଇଁ ଆଲ୍ଲାହାବାଦ, ଦିଲ୍ଲୀ, ଜୟପୁର, ମାଡ୍ରାସ, ପାତିଆଲା ଓ ଶିଲଂଠାରେ ଛଅଟି ପ୍ରାକ୍ ପରୀକ୍ଷା ତାଲିମ୍ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

(2) ପୋଷ୍ଟ-ମାଟ୍ରିକ୍ ବୃତ୍ତି (Post-Matric Scholarship) – ତଫସିଲଭୁକ୍ତ ଜାତିମାନଙ୍କର ଶିକ୍ଷାଗତ ଉନ୍ନତିକହେ ବିଭିନ୍ନ ବୃତ୍ତି ଓ ପୁରସ୍କାରର ବ୍ୟବସ୍ଥା କରାଯାଇଛି ।

(3) ବାଳିକା ଛାତ୍ରୀନିବାସ (Girls’ Hostels) – ତଫସିଲ୍‌ଭୁକ୍ତ ଜାତିର ବାଳିକାମାନଙ୍କ ଶିକ୍ଷାଗତ ସୁବିଧା ନିମିତ୍ତ ନୂତନ ଛାତ୍ରୀବାସର ନିର୍ମାଣ ଓ ପୁରାତନ ଛାତ୍ରୀନିବାସର ସଂପ୍ରସାରଣ ପାଇଁ କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ପଷ୍ଠ ପଞ୍ଚବାର୍ଷିକ ଯୋଜନା ସମୟରେ ଏ ବାବଦରେ ୪କୋଟି ଟଙ୍କା ବ୍ୟୟ କରାଯାଇଥିଲା ।

(4) ବୈଦେଶିକ ବୃତ୍ତି (Overseas Scholarship) ତଫସିଲଭୁକ୍ତ ଜାତିର ଛାତ୍ରଛାତ୍ରୀମାନଙ୍କ ପାଇଁ କେନ୍ଦ୍ର ସରକାର ୧୯୫୩ ମସିହାଠାରୁ ଏହି ବୃତ୍ତି ପ୍ରଦାନ କରିଆସୁଛନ୍ତି । ପ୍ରତ୍ୟେକ ବର୍ଷ ଭାରତ ସରକାର ୧୧ଟି ବୈଦେଶିକ ବୃତ୍ତି ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି । ତଫସିଲଭୁକ୍ତ ଜାତିର ଉନ୍ନତି ନିମିତ୍ତ କେନ୍ଦ୍ରୀୟ ସହାୟତାରେ ପରିଚାଳିତ ରାଜ୍ୟସ୍ତରୀୟ ପରିକଳ୍ପନା ୩ ଭାଗରେ ବିଭକ୍ତ । ସେଗୁଡ଼ିକ ହେଲା –
(a) ଶିକ୍ଷା (Education) :
(କ) ପୋଷ୍ଟ-ମାଟ୍ରିକ୍ ବୃତ୍ତି ଓ ଭତ୍ତା ପ୍ରଦାନ (Post-Matric Scholarship and Stipends)
(ଖ) ଟ୍ୟୁସନ ଏବଂ ପରୀକ୍ଷା ଫି ଛାଡ (Exemption of tution and examination fees)
(ଗ) ଶିକ୍ଷାଗତ ଉପକରଣର ବ୍ୟବସ୍ଥା (Provision of educational equipments)
(ଘ) ମଧ୍ୟାହ୍ନ ଭୋଜନ ଯୋଗାଇବା (Provision of mid-day meals)
(ଙ) ଆଶ୍ରମ ବିଦ୍ୟାଳୟ ସ୍ଥାପନ (Setting of Ashram Schools)
(ଚ) ବିଦ୍ୟାଳୟ ଓ ଛାତ୍ରାବାସ କୋଠା ନିର୍ମାଣ ପାଇଁ ଅନୁଦାନ (Grants for construction of school and hostel buildings)

(b) ଆର୍ଥିକ ବିକାଶ (Economical Development) :
(କ) ଜମି ଓ ଜଳସେଚନ ବ୍ୟବସ୍ଥା (Provision of land and irrigation)
(ଖ) ବଳଦ, କୃଷି ଉପକରଣ, ବିହନ ଓ ସାର ଯୋଗାଣର ବ୍ୟବସ୍ଥା (Provision of supply of bullocks, agricultural equipments, seeds and manure)
(ଗ) କୁଟିଜ୍ ଇଣ୍ଡଷ୍ଟ୍ରିଜ୍ ର ବିକାଶ (Development of Cottage Industries)
(ଘ) ଯୋଗାଯୋଗରେ ଉନ୍ନତି (Development of Communication)
ଙ) ସହଯୋଗ (Co-operation)
(ଚ) ପୋଡୁଚାଷୀମାନଙ୍କର ଉପନିବେଶୀକରଣ (Colonization of shifting cultivation)
(ଛ) କୁକୁଡ଼ା, ଛେଳି, ମେଣ୍ଢା, ଗାଈ ଓ ଘୁଷୁରି ଯୋଗାଣର ବ୍ୟବସ୍ଥା (Provision of supply poultry, goat, sheep, cow and pigs)

(c) ସ୍ଵାସ୍ଥ୍ୟ, ବାସଗୃହ ଓ ଅନ୍ୟାନ୍ୟ ପରିକଳ୍ପନା (Health, Housing and Other Schemes) :
(କ) ଡାକ୍ତରଖାନାର ସୁବିଧା ସୁଯୋଗ (Medical facilities)
(ଖ) ପାନୀୟ ଜଳ ଯୋଗାଣ (Supply of Drinking water)
(ଗ) ଆବାସ ଓ ଆବାସସ୍ଥଳୀର ବ୍ୟବସ୍ଥା(Provision of houses and house sites)
(ଘ) ଆଇନ ସାହାଯ୍ୟ ବ୍ୟବସ୍ଥା (Provision of legal aid)
(ଙ) ବେସରକାରୀ ସଂସ୍ଥାଗୁଡ଼ିକ ପାଇଁ ଅନୁଦାନର ବ୍ୟବସ୍ଥା (Provision of grants to non-official agencies)

(d) ବେସରକାରୀ ପଦକ୍ଷେପ (Non-Governmental Measures) :
ସରକାରୀ ପଦକ୍ଷେପ ବ୍ୟତୀତ ତଫସିଲଭୁକ୍ତ ଜାତିମାନଙ୍କର ଉନ୍ନତି ତଥା ସ୍ୱାର୍ଥର ସୁରକ୍ଷା କଳ୍ପେ ବହୁ ବ୍ୟକ୍ତି ଏବଂ ବେସରକାରୀ ସଙ୍ଗଠନର ଉଦ୍ୟମ ପ୍ରଶଂସନୀୟ । ଡକ୍ଟର ବି. ଆର୍. ଆମ୍ବେଦକର, ମହାତ୍ମା ଗାନ୍ଧୀ, ରାଜା ରାମମୋହନ ରାୟ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ସ୍ୱାମୀ ଦୟାନନ୍ଦ ସରସ୍ୱତୀ ପ୍ରଭୃତି ବହୁ ସମାଜ ସଂସ୍କାରକ ଏ ଦିଗରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

ଡକ୍ଟର ବି. ଆର୍. ଆମ୍ବେଦକରଙ୍କୁ ‘‘ଭାରତୀୟ ସମ୍ବିଧାନର ଜନକ’’ କୁହାଯାଏ ଏବଂ ସେ ମଧ୍ଯ ଅସ୍ପୃଶ୍ୟ ଜାତିର ଜଣେ ସଦସ୍ୟ ଥିଲେ । ଅସ୍ପୃଶ୍ୟମାନଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନାରୁ ରକ୍ଷା କରିବାପାଇଁ ସେ ଦେଶସାରା ରାଜନୈତିକ ଆନ୍ଦୋଳନର ବହ୍ନିକୁ ପ୍ରଜ୍ଜ୍ୱଳିତ କରିଥିଲେ । ଏ ଦିଗରେ ଗାନ୍ଧିଜୀଙ୍କ ନେତୃତ୍ୱରେ ଦୃଢ଼ ସ୍ବର ଉତ୍ତୋଳନ କରି କହିଥିଲେ, ‘ଅସ୍ପୃଶ୍ୟତା ଈଶ୍ୱର ଓ ମନୁଷ୍ୟ ଜାତି ପ୍ରତି ଏକ ଅପରାଧ’’ ।

ଗାନ୍ଧିଜୀ ଅସ୍ପୃଶ୍ୟତା ବିରୁଦ୍ଧରେ ସୃଷ୍ଟି ହୋଇଥିବା ବିଭିନ୍ନ ଆନ୍ଦୋଳନକୁ ‘ଆଧ୍ୟାତ୍ମିକ ବିପ୍ଳବ’ର ଆଖ୍ୟା ଦେବା ସଙ୍ଗେ ସଙ୍ଗେ ସେସବୁକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବାପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲେ ।

ଏତଦ୍‌ବ୍ୟତୀତ ଭାରତବର୍ଷରେ ବହୁ ସ୍ଵେଚ୍ଛାସେବକ ସଙ୍ଗଠନ ହରିଜନମାନଙ୍କର କଲ୍ୟାଣ ନିମିତ୍ତ ବିଭି ପ୍ରକାର ତ୍ତଦ୍ୟମ କରି ଆସୁଛନ୍ତି । ସେଗୁଡ଼ିକ ମଧ୍ୟରେ ଦିଲ୍ଲୀର ସର୍ବଭାରତୀୟ ହରିଜନ ସେବକ ସଂଘ, ନୂଆଦିଲ୍ଲୀର ଭାରତୀୟ ଦଳିତ ଶ୍ରେଣୀସଂଘ (Bharatiya Depressed Classes League), ଭାରତୀୟ ରେଡ୍‌କ୍ରସ୍ ସମାଜ ଓ ହିନ୍ଦୁ ଝାଡୁଦାର ସେବକ ସଂଘ, ଆଲ୍ଲାହାବାଦର ଈଶ୍ୱର କାରଣ ଆଶ୍ରମ, ପଶ୍ଚିମବଙ୍ଗର ରାମକୃଷ୍ଣ ମିଶନ ଓ ବ୍ରାହ୍ମ ସମାଜ ଏବଂ ପଞ୍ଜାବର ଆର୍ଯ୍ୟ ସମାଜ ପ୍ରଭୃତି ଉଲ୍ଲେଖଯୋଗ୍ୟ ।

ଏହି ସମସ୍ତ ସାମ୍ବିଧାନିକ ପଦକ୍ଷେପ ଏବଂ ସରକାରୀ ତଥା ବେସରକାରୀ ଉଦ୍ୟମ ଫଳରେ ଆଜି ସମଗ୍ର ଭାରତବର୍ଷରେ ତଫସିଲଭୁକ୍ତ ଜାତିମାନଙ୍କର ସାମାଜିକ, ଅର୍ଥନୈତିକ, ରାଜନୈତିକ ଏବଂ ଶିକ୍ଷାକ୍ଷେତ୍ରରେ ଦ୍ରୁତ ଉନ୍ନତି ଘଟିଛି ।

୯ । ଭାରତୀୟ ଜାତିପ୍ରଥାର ଅଧୁନା ପରିବର୍ତ୍ତନମାନ ଆଲୋଚନା କର ।
Answer:
ଜାତି ପଦ୍ଧତି ପ୍ରାଚୀନ କାଳରୁ ଭାରତୀୟ ସମାଜରେ ଏକ ଦୃଢ଼ ସ୍ତମ୍ଭ ଭାବରେ ଦଣ୍ଡାୟମାନ । ଏହା ମୁଖ୍ୟତଃ ଜନ୍ମ ଉପରେ ପର୍ଯ୍ୟବସିତ ଅଟେ ।

ସଂଜ୍ଞା – ଆଦ୍ରେ ବେତେଙ୍କ ଭାଷାରେ, ‘ଜାତି ଏକ କ୍ଷୁଦ୍ର ଏବଂ ନାମଯୁକ୍ତ ବ୍ୟକ୍ତିମାନଙ୍କର ସମୂହ, ଯାହାର ବୈଶିଷ୍ଟ୍ୟଗୁଡ଼ିକ ହେଉଛି ଆନ୍ତଃବିବାହ, ବଂଶାନୁକ୍ରମିକ ସଦସ୍ୟତା, ଏକ ନିର୍ଦ୍ଦିଷ୍ଟ ଜୀବନଯାପନ ଶୈଳୀ, ପରମ୍ପରାନୁଯାୟୀ ବୃତ୍ତି ଏବଂ ପବିତ୍ରତା ଓ ଅପବିତ୍ରତା ଭିଭିରେ ଗଢ଼ି ଉଠିଥିବା ଉଚ୍ଚନୀଚ କ୍ରମ ବ୍ୟବସ୍ଥାରେ ଏକ ନିର୍ଦ୍ଦିଷ୍ଟ ଆନୁଷ୍ଠାନିକ ପ୍ରସ୍ଥିତି ।

ଆଧୁନିକ ସମାଜରେ ଜାତିର ବୈଶିଷ୍ଟ୍ୟ ଏବଂ ପ୍ରକାର୍ଯ୍ୟରେ କେତେକ ପରିବର୍ତ୍ତନ ସଂଘଟିତ ହୋଇଛି । ଆଧୁନିକ ଶିକ୍ଷା ଏବଂ ବୈଜ୍ଞାନିକ ଚିନ୍ତାଧାରାଦ୍ଵାରା ଅନୁପ୍ରାଣିତ ହୋଇ କ୍ରମେ କ୍ରମେ ଜାତିପଦ୍ଧତି ତା’ର କଠୋରତା ଏବଂ ରକ୍ଷଣଶୀଳ ପ୍ରବୃତ୍ତିକୁ ହରାଇ ବସିବାରେ ଲାଗିଛି ।

CHSE Odisha Class 12 Sociology Unit 4 Long Answer Questions in Odia Medium

ଭାରତୀୟ ସମାଜରେ ଜାତିପଦ୍ଧତିର ସାମ୍ପ୍ରତିକ ପରିବର୍ତ୍ତନଗୁଡ଼ିକୁ ନିମ୍ନରେ ଆଲୋଚନା କରାଗଲା ।
(୧) ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ହ୍ରାସ (Declined Superiority of Brahmins) – ଜାତିର ସାମାଜିକ ସ୍ତରୀକରଣରେ ବ୍ରାହ୍ମଣମାନଙ୍କର ସ୍ଥାନ ଶୀର୍ଷରେ ଅବସ୍ଥିତ । ଯଦିଓ ବର୍ତ୍ତମାନ ସେମାନେ ନିଜକୁ ଉଚ୍ଚଜାତିର ବ୍ୟକ୍ତିଭାବେ ସମାଜରେ ପରିଚିତ କରାଇଥା’ନ୍ତି, କିନ୍ତୁ ପ୍ରାଚୀନ ସମାଜ ତୁଳନାରେ ସେମାନଙ୍କର ସମ୍ପଭି ହ୍ରାସ ପାଇଛି । ବ୍ରାହ୍ମଣମାନେ ପୂର୍ବଭଳି ଅନ୍ୟ ଜାତିର ଲୋକମାନଙ୍କ ଉପରେ ନିଜର ଆଧୂପତ୍ୟ ଜାହିର କରିପାରୁ ନାହାନ୍ତି ।

ପ୍ରତ୍ୟେକ କ୍ଷେତ୍ରରେ ଜନ୍ମପେକ୍ଷା ଦକ୍ଷତା ଉପରେ ଅଧିକ ଗୁରୁତ୍ଵ ଦିଆଯାଉଛି । ବ୍ରାହ୍ମଣମାନଙ୍କର ଜାତିପଦ୍ଧତି କ୍ରମଶଃ ଦୁର୍ବଳ ହୋଇଯାଉଛି । ପୁରାତନ ସମାଜ ଭଳି ସେମାନେ ଆଉ ଉଚ୍ଚ ସାମାଜିକ ପ୍ରସ୍ଥିତିକୁ ଉପଭୋଗ କରିପାରୁ ନାହାନ୍ତି ।

(୨) ଖାଦ୍ୟ, ପାନୀୟ ଏବଂ ସାମାଜିକ ସଂସର୍ଗଜନିତ କଟକଣାରେ ପରିବର୍ତ୍ତନ (Changes in the restriction regarding food, drink and social inter-course) – ପୁରାତନ ସମାଜରେ ଖାଦ୍ୟ, ପାନୀୟ ଏବଂ ସାମାଜିକ ମିଳାମିଶାକୁ ଭିଭିକରି ପ୍ରତ୍ୟେକ ଜାତିର ସଦସ୍ୟମାନଙ୍କଦ୍ୱାରା କଠୋର ଭାବ ଗ୍ରହଣ କରାଯାଉଥିଲା ।

କିନ୍ତୁ ଆଧୁନିକ ଶିକ୍ଷାପଦ୍ଧତି, ପରିବହନ ଏବଂ ଯୋଗାଯୋଗ ପଦ୍ଧତି ଜାତି ପଦ୍ଧତିର ଏହିସବୁ କଟକଣାଗୁଡ଼ିକରେ ଦ୍ରୁତ ପରିବର୍ତ୍ତନ ଘଟାଇପାରିଛି । ବିଭିନ୍ନ ସ୍କୁଲ, ହୋଟେଲ,ବିଭିନ୍ନ ଜାତିର ଲୋକମାନେ କେବଳ ଯେ ଏକତ୍ର କାର୍ଯ୍ୟ କରୁଛନ୍ତି ସେତିକି ନୁହେଁ, ସେମାନେ ମଧ୍ୟ ଏକତ୍ର ବସି ଖାଦ୍ୟ ଗ୍ରହଣ କରୁଛନ୍ତି । ସେମାନଙ୍କ ମନରେ ଥିବା ଅସ୍ପୃଶ୍ୟତା ମନୋଭାବ କ୍ରମେ କ୍ରମେ ହ୍ରାସ ପାଇପାରିଛି ।

(୩) ବିବାହ ସମ୍ବନ୍ଧୀୟ ପ୍ରତିବନ୍ଧକରେ ପରିବର୍ତ୍ତନ (Change in the restriction regarding marriage) – ଜାତିପ୍ରଥାର ଏକ ମୁଖ୍ୟ ପରିବର୍ତ୍ତନ ହେଉଛି ଆନ୍ତଃ-ଜାତି ବିବାହ ପ୍ରଥାର ପ୍ରଚଳନ । ଅତୀତରେ ହିନ୍ଦୁ ସମାଜରେ ଆନ୍ତଃଜାତି ବିବାହ ପ୍ରଥା ଉପରେ ଗଭୀର କଟକଣା ଜାରି କରାଯାଇଥିଲା । ପ୍ରତ୍ୟେକ ଜାତି ଏବଂ ଉପଜାତି ଗୋଟିଏ ଆନ୍ତର୍ବିବାହୀ ଦଳରୂପେ କଟକଣାଗୁଡ଼ିକ ବିଲୋପ କରିଛି ।

୧୯୫୪ ମସିହାରେ ବିଶେଷ ବିବାହ ଆଇନ ଏବଂ ୧୯୫୫ ମସିହାରେ ହିନ୍ଦୁ ବିବାହ ଆଇନ ସମସ୍ତ ବିବାହଜନିତ କଟକଣାଗୁଡ଼ିକୁ ଉଚ୍ଛେଦ କରି ଆନ୍ତଃ-ଜାତି ବିବାହ ପ୍ରଥାକୁ ବିଧବଦ୍ଧ ଭାବରେ ସ୍ବୀକୃତି ପ୍ରଦାନ କରିଛି । ଫଳରେ ବର୍ତ୍ତମାନ ସମାଜରେ ଆନ୍ତଃ-ଜାତି ବିବାହ ପ୍ରଥା ସବୁସ୍ତରରେ ଯଥେଷ୍ଟ ପ୍ରେରଣା ଲାଭ କରୁଛି ।

(୪) ବୃତ୍ତି ସମ୍ବନ୍ଧୀୟ ପ୍ରତିବନ୍ଧକକୁ ପରିବର୍ତ୍ତନ କରନ୍ତୁ (Change in the restriction relating to occupation) – ପୂର୍ବେ ଏହି ଜାତିପ୍ରଥା ବିଭିନ୍ନ ଜାତିର ସଦସ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ବୃତ୍ତିର ବନ୍ଦୋବସ୍ତ କରିଥିଲା । ସ୍ୱ-ଇଚ୍ଛାରେ ବୃତ୍ତିଗ୍ରହଣ କରିବା ଜାତିର ସଦସ୍ୟମାନଙ୍କ ମଧ୍ୟରେ ସମ୍ଭବପର ନଥିଲା । କିନ୍ତୁ ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତି ନିଜ ପସନ୍ଦମୁତାବକ ପେସା ଗ୍ରହଣ କରିପାରୁଛି । ଫଳରେ ଜାତିର ଏହି ବୃତ୍ତିଜନିତ କଟକଣାରେ ପରିବର୍ତ୍ତନ ଦେଖାଯାଉଛି ।

ସ୍ଵାଧୀନତା ପରେ ଆଇନ ମାଧ୍ୟମରେ ମଧ୍ୟ ଆମର ସରକାର ଏହି ବୃତ୍ତି ନିର୍ବାଚନରେ ଥିବା କଟକଣାଗୁଡ଼ିକୁ ସଙ୍କୁଚିତ କରିଛନ୍ତି । ଯେକୌଣସି ଜାତିର ବ୍ୟକ୍ତି ନିଜର ଦକ୍ଷତା, ଶକ୍ତି ଏବଂ ସାମର୍ଥ୍ୟ ବଳରେ ଯେକୌଣସି ବୃତ୍ତିକୁ ଅନୁସରଣ କରିପାରୁଛି ।

(୫) ଜାତି ପ୍ରସ୍ଥିତିରେ ପରିବର୍ତ୍ତନ (Change in caste status) – ଅତୀତରେ ଜାତିପଦ୍ଧତି ଜନ୍ମଭିଭିରେ ତା’ର ସଦସ୍ୟମାନଙ୍କୁ ସାମାଜିକ ପ୍ରସ୍ଥିତି ପ୍ରଦାନ କରୁଥିଲା । ଏହା ବ୍ରାହ୍ମଣମାନଙ୍କୁ ଉଚ୍ଚ-ପ୍ରସ୍ଥିତିରେ ଅବସ୍ଥାପିତ କରିଥିବାବେଳ ଶୂଦ୍ରମାନଙ୍କୁ ନୀଚ ପ୍ରସ୍ଥିତି ପ୍ରଦାନ କରିଥିଲା । ଫଳରେ ବ୍ରାହ୍ମଣ ଜାତିର ସଦସ୍ୟମାନେ ବିଭିନ୍ନପ୍ରକାର ସାମାଜିକ ଏବଂ ଧାର୍ମିକ ସୁବିଧା ସୁଯୋଗଗୁଡ଼ିକୁ ଉପଭୋଗ କରୁଥିବାବେଳେ ଶୂଦ୍ର ଜାତିର ବ୍ୟକ୍ତିମାନେ ସେଥୁରୁ ବଞ୍ଚିତ ହୋଇଥିଲେ ।

କିନ୍ତୁ ବର୍ତ୍ତମାନ ବିଜ୍ଞାନ ଏବଂ କାରିଗରୀ ଜ୍ଞାନକୌଶଳର ଦ୍ରୁତ ଅଗ୍ରଗତି ଫଳରେ ନୀଚଜାତିର ଲୋକମାନଙ୍କର ସାମାଜିକ ପ୍ରସ୍ଥିତିରେ ଦୃତ ପରିବର୍ତ୍ତନ ସଂଘଟିତ ହୋଇଛି । ଜନ୍ମ ବ୍ୟତୀତ ଧନସମ୍ପଦ, କ୍ଷମତା ଓ ପ୍ରତିଭା ବ୍ୟକ୍ତିର ସାମାଜିକ ପ୍ରସ୍ତୁତିକୁ ନିର୍ଦ୍ଧାରଣ କରୁଛି ।

(୬) ଜାତି ସଂରଚନାରେ ପରିବର୍ତ୍ତନ (Change in caste structure) – ପୁରାତନ କାଳରେ ଜାତି ସଂରଚନା ଆବଦ୍ଧ (Closed) ଏବଂ ଅନମନୀୟ (Rigid) ଥିଲା । ବିଭିନ୍ନ ଜାତିର ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାର ପ୍ରଥା, ପରମ୍ପରା, ଲୋକଗୀତ ଏବଂ ଲୋକନିୟମ ଥିଲା । ଏହି ନିୟମଗୁଡ଼ିକ ଏପରି ଅନମନୀୟ ଥିଲା ଯେ ନୀଚଜାତିର ଲୋକମାନେ ଉଚ୍ଚଜାତିର ଲୋକମାନଙ୍କର ଛାୟା ସ୍ପର୍ଶ କରିପାରୁ ନଥିଲେ ।

କିନ୍ତୁ ବର୍ତ୍ତମାନର ଜାତି ସଂରଚନା ମୁକ୍ତ (Open) ଏବଂ ନମନୀୟ (Flexible) ଭାବେ ପରିଚିତ । ବର୍ତ୍ତମାନ ଆମ ସମସ୍ତ ଜାତିର ଲୋକମାନଙ୍କର ଜୀବନଶୈଳୀରେ ସମାନତା ଉପଲବ୍‌ଧ କରିପାରୁଛି ।

(୭) ନୀଚ ଜାତିର ଅବସ୍ଥାରେ ପରିବର୍ତ୍ତନ (Change in the condition of lower caste) – ନୀଚ ଜାତିର ଲୋକମାନଙ୍କର ଅବସ୍ଥାରେ ଅନେକ ପରିବର୍ତ୍ତନ ସଂଘଟିତ ହୋଇପାରିଛି । ଅତୀତରେ ସେମାନଙ୍କର ଅବସ୍ଥା ଅତି ଶେ ଥିଲା । ସେମାନଙ୍କୁ ସମସ୍ତ ପ୍ରକାର ମୌଳିକ ଅଧିକାରରୁ ବଞ୍ଚିତ କରି ରଖାଯାଇଥିଲା । ସମାଜରେ ସେମାନଙ୍କର ଅଧିକାର ବୋଲିଚନୀୟ କିଛି ନଥିଲା ।

ଏହି ନୀଚ ଜାତିର ବ୍ୟକ୍ତିମାନେ ଅନ୍ୟ ଜାତିର ଲୋକମାନଙ୍କଦ୍ୱାରା ସବୁବେଳପାଇଁ ଅବହେଳିତ ଏବଂ ନିସ୍ପେଷିତ ହେଉଥିଲେ । କିନ୍ତୁ ବର୍ତ୍ତମାନ ଅନ୍ୟଜାତିର ଲୋକମାନଙ୍କ ତୁଳନାରେ ହରିଜନମାନେ ଅଧ୍ବକ ସୁବିଧା ସୁଯୋଗ ଲାଭ କରୁଛନ୍ତି ।

ବିଭିନ୍ନ ଆଇନ ପ୍ରଣୟନଦ୍ୱାରା ସେମାନଙ୍କର ପ୍ରସ୍ଥିତିରେ ଦ୍ରୁତ ଉନ୍ନତି ଅଣାଯାଇପାରୁଛି । ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସେମାନଙ୍କୁ ଯଥେଷ୍ଟ ସୁବିଧୀ ଦିଆଯାଉଅଛି । ଆଜି ମଧ୍ୟ ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ନୀଚଜାତିକୁ ସମାନ ଅଧିକାର ପ୍ରଦାନ କରାଯାଇଅଛି । ଏହାଫଳରେ ନୀଚଜାତିର ଲୋକମାନଙ୍କର ଅବସ୍ଥାରେ ପରିବର୍ତ୍ତନ ଘଟିଛି ।

ଉପରୋକ୍ତ ଆଲୋଚନା ସୂଚାଇ ଦିଏ ଯେ, ଆଧୁନିକ ସମାଜରେ ଜାତି ଉଲ୍ଲେଖନୀୟ ପରିବର୍ତ୍ତନ ଆଡ଼କୁ ଆଗେଇ ଚାଲିଛି । ଉଦ୍ୟୋଗୀକରଣ, ନଗରୀକରଣ ଏବଂ ପାଶ୍ଚାତ୍ୟ ସଂସ୍କୃତି ଏବଂ ସଭ୍ୟତାର ପ୍ରଭାବ ଫଳରେ ଭାରତରେ ଜାତିପ୍ରଥା ତା’ର ଅନମନୀୟତାକୁ ହରାଇ ବସିଛି । ଯଦିଓ ଜାତିପ୍ରଥା ବର୍ତ୍ତମାନ ସମାଜରେ ବଞ୍ଚୁଛି; କିନ୍ତୁ ଏହା କ୍ରମାଗତ ଭାବରେ ପରିବର୍ତ୍ତନଶୀଳ ପ୍ରକ୍ରିୟା ମଧ୍ୟଦେଇ ଗତି କରୁଛି ।

୧୦ । ଭାରତ ସରକାରଙ୍କର ଜନଜାତି ନିମିତ୍ତ କଲ୍ୟାଣମୂଳକ ପଦକ୍ଷେପମାନ ସଂକ୍ଷେପରେ ଆଲୋଚନା କର ।
Answer:
ସରକାରୀ କଲ୍ୟାଣ ଯୋଜନା (Welfare Schemes by Government) – ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନଜାତିମାନଙ୍କର ଅର୍ଥନୈତିକ, ସାମାଜିକ, ସ୍ଵାସ୍ଥ୍ୟଗତ ଓ ଶିକ୍ଷାର ବିକାଶ ପାଇଁ ଅନେକ କଲ୍ୟାଣକାରୀ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ସେଗୁଡିକ ମଧ୍ୟରୁ କେତେକ ଏଠାରେ ଉଲ୍ଲେଖ କରାଗଲା ।

(i) ପଞ୍ଚବାର୍ଷିକ ଯୋଜନା (Five Year Plan) – ଜନଜାତି ସମୂହର ଅର୍ଥନୈତିକ ଉନ୍ନତି ସାଧନ ପାଇଁ ସରକାରଙ୍କଦ୍ବାରା ବିଭିନ୍ନ ପଞ୍ଚବାର୍ଷିକ ଯୋଜନାରେ ପର୍ଯ୍ୟାପ୍ତ ପରିମାଣରେ ଅର୍ଥର ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ମହାଜନ ଏବଂ ସାହୁକାରଙ୍କର ଶୋଷଣରୁ ରକ୍ଷା କରିବାପାଇଁ ପ୍ରାଥମିକତା ଦିଆଯାଇଛି । ସେମାନଙ୍କ କ୍ଷେତ୍ରରେ ପାନୀୟଜଳ, ବାସଗୃହ, ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ ସେବା ଇତ୍ୟାଦି ଅତ୍ୟାବଶ୍ୟକ ସୁବିଧାମାନ ଯୋଗାଇ ଦିଆଯାଇଛି ।

ଆଦିବାସୀ କ୍ଷେତ୍ରରେ ସମବାୟ ସମିତିମାନ ଗଠନ କରାଯାଇ ଏହା ମାଧ୍ୟମରେ ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକ ଜିନିଷର ଯୋଗାଣ ସହ କୁଟୀର ଶିଳ୍ପ ସ୍ଥାପନ ପାଇଁ ଆର୍ଥିକ ସହାୟତା ଯୋଗାଇବାର ବ୍ୟବସ୍ଥା କରାଯାଇଛି ।

(ii) ଶିକ୍ଷାନୁଷ୍ଠାନ (Educational Institutions) – ସରକାରଙ୍କ ତରଫରୁ ଆଦିବାସୀ କ୍ଷେତ୍ରରେ ଶିକ୍ଷାର ବିକାଶ ପାଇଁ ଶିକ୍ଷାନୁଷ୍ଠାନମାନ ଖୋଲାଯାଇଛି । ଏହି ଶିକ୍ଷାନୁଷ୍ଠାନମାନଙ୍କରେ ମାଗଣା ବହିପତ୍ର, ଲିଖନ ସାମଗ୍ରୀ, ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଉଅଛି । କେତେକ ସ୍ଥାନରେ ଛାତ୍ରଛାତ୍ରୀମାନଙ୍କୁ ମାଗଣା ରହିବା ଓ ଖାଇବା ବ୍ୟବସ୍ଥା ମଧ୍ୟ କରାଯାଇଅଛି ।

ଏହାଛଡ଼ା କେତେକ ଆଦିବାସୀ କ୍ଷେତ୍ରରେ ଆଶ୍ରମ ବିଦ୍ୟାଳୟମାନ ଖୋଲାଯାଇଅଛି । ଏଠାରେ ଛାତ୍ରଛାତ୍ରୀମାନଙ୍କର ରହିବା ଓ ଖାଇବା ସହିତ ପାଠ୍ୟପୁସ୍ତକ, ପୋଷାକ ପରିଚ୍ଛଦ ସହିତ ଅନ୍ୟାନ୍ୟ ସୁବିଧାମାନ ଯୋଗାଇ ଦିଆଯାଉଛି ।

CHSE Odisha Class 12 Sociology Unit 4 Long Answer Questions in Odia Medium

(iii) ଛାତ୍ରବୃତ୍ତି (Scholarship) – ଜନଜାତିଗୁଡ଼ିକର ଛାତ୍ରଛାତ୍ରୀଙ୍କର ଶିକ୍ଷାଗତ ଉନ୍ନତି ପାଇଁ ମୁଖ୍ୟତଃ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ସମୂହର ପିଲାମାନଙ୍କୁ ପ୍ରତିମାସ ହିସାବରେ ଆର୍ଥିକ ସାହାଯ୍ୟ ବୃଦ୍ଧି ଆକାରରେ ପ୍ରଦାନ କରାଯାଉଅଛି । ସେହିପରି ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବିଦେଶରେ ଅଧ୍ୟୟନ କରିବାପାଇଁ ବୃତ୍ତିର ବ୍ୟବସ୍ଥାମାନ କରାଯାଇଛି ।

(iv) ପ୍ରାକ୍-ପରୀକ୍ଷା ତାଲିମ୍ (Pre-examination Training) – କର୍ମନିଯୁକ୍ତି କ୍ଷେତ୍ରରେ ଜନଜାତିର ଯୁବକ ଯୁବତୀମାନଙ୍କୁ ସାହାଯ୍ୟ କରିବାପାଇଁ ସରକାରଙ୍କ ତରଫରୁ ପ୍ରାକ୍-ପରୀକ୍ଷା ତାଲିମ୍ କେନ୍ଦ୍ରମାନ ଖୋଲାଯାଇଅଛି । ଏହି କେନ୍ଦ୍ର ମାଧ୍ୟମରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା କେତେକ ଚାକିରି ପାଇଁ ହେଉଥବା ପ୍ରତିଯୋଗିତାମୂଳକ ପରୀକ୍ଷାରେ କିପରି ସେମାନେ ସହଜରେ ଉତ୍ତୀର୍ଣ୍ଣ ହୋଇପାରିବେ ତସମ୍ବନ୍ଧିତ ବିଭିନ୍ନ କୌଶଳ ସହିତ ଉକ୍ତ ପରୀକ୍ଷାଗୁଡ଼ିକର ପାଠ୍ୟକ୍ରମ ସହିତ ସେମାନଙ୍କୁ ପରିଚିତ କରାଯାଉଛି ।

(v) ସ୍ଵାସ୍ଥ୍ୟଗତ ସୁବିଧା (Medical Facilities) – ଜନଜାତିମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ଓ ସଚେତନତା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନରେ କିଛି ସ୍ଥାନ ସଂରକ୍ଷଣ କରାଯାଇଛି । ଏହା ସହିତ ନାମଲେଖା କ୍ଷେତ୍ରରେ ଅନ୍ୟ ବର୍ଗର ଛାତ୍ରଛାତ୍ରୀମାନଙ୍କ ସେମାନଙ୍କୁ ମାଗଣାରେ କେତେକ ଔଷଧପତ୍ର ଦେବାର ବ୍ୟବସ୍ଥା କରାଯାଇଅଛି ।

ଆଧୁନିକ ଚିକିତ୍ସା ପଦ୍ଧତି, ବିଭିନ୍ନ ମାରାତ୍ମକ ରୋଗର ଲକ୍ଷଣ ଓ ପ୍ରତିକାର ତଥା ପ୍ରତିଷେଧକ ବ୍ୟବସ୍ଥା ସମ୍ବନ୍ଧରେ ଜନଜାତିମାନଙ୍କର ଥିବା ଅବିଶ୍ବାସ ବା ସନ୍ଦେହକୁ ଦୂର କରିବା ଏବଂ ସାସ୍ଥ୍ୟରକ୍ଷା କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ପାଇଁ ସାସ୍ଥ୍ୟ ବିଭାଗ ତରଫରୁ ଅନେକ ସାସ୍ଥ୍ୟକ୍ୟାମ୍ପ୍ (Health camp) ମାନ ବସାଯାଉଅଛି ।

(vi) ସଂରକ୍ଷଣ ଏବଂ ସୁବିଧା (Reservation and Facilities) – ଜନଜାତିର ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ପ୍ରସାର ପାଇଁ ସମସ୍ତ ଶିକ୍ଷାନୁଷ୍ଠାନରେ କିଛି ସ୍ଥାନ ସଂରକ୍ଷଣ କରାଯାଇଛି । ଏହା ସହିତ ନାମଲେଖା କ୍ଷେତ୍ରରେ ଅନ୍ୟ ବର୍ଗର ଛାତ୍ରଛାତ୍ରୀମାନଙ୍କ ତୁଳନାରେ ଏମାନଙ୍କ ପାଇଁ ନମ୍ବର ହାରରେ କୋହଳ ବ୍ୟବସ୍ଥା କରାଯାଇଅଛି ।

ସେହିପରି ସମସ୍ତ ସରକାରୀ ଓ କେତେକ ବେସରକାରୀ ଚାକିରି କ୍ଷେତ୍ରରେ ସଂରକ୍ଷଣ ସହିତ ଯୋଗ୍ୟତା ମାନରେ କିଛି କୋହଳ କରାଯାଇଛି ।

(vii) ଗବେଷଣା କେନ୍ଦ୍ର (Research centre) – ଜନଜାତିମାନଙ୍କର ସମସ୍ୟାର ସମାଧାନପାଇଁ ତଥା ସେମାନଙ୍କ ବିଷୟରେ ଅଧ୍ବକ ତଥ୍ୟ ସଂଗ୍ରହ କରିବା ଉଦ୍ଦେଶ୍ୟରେ ସରକାରଙ୍କ ତରଫରୁ ଅନେକ ଆଦିବାସୀବହୁଳ ରାଜ୍ୟମାନଙ୍କରେ ଆଦିବାସୀ ଗବେଷଣା କେନ୍ଦ୍ରମାନ ଖୋଲାଯାଇଅଛି ।

ଏହି କେନ୍ଦ୍ରମାନଙ୍କୁ ସରକାରଙ୍କ ତରଫରୁ ସମସ୍ତ ଆର୍ଥିକ ଏବଂ ଆନୁଷଙ୍ଗିକ ସାହାଯ୍ୟମାନ ଯୋଗାଇ ଦିଆଯାଉଛି । ଏହି କେନ୍ଦ୍ରମାନଙ୍କଦ୍ୱାରା ବିଭିନ୍ନ ଜନଜାତି ସମୂହ ବିଷୟରେ ବିଶଦ ଗବେଷଣା କରାଯାଇ ସେମାନଙ୍କ ଉନ୍ନତି ପାଇଁ ଅନେକ ପଦକ୍ଷେପମାନ ନିଆଯାଉଛି ।

ଏହିପରି ଉଭୟ ବେସରକାରୀ ଓ ସରକାରୀ ସ୍ତରରେ ଜନଜାତିଙ୍କର ସାମୂହିକ ଉନ୍ନତି ପାଇଁ ଅନେକ ପଦକ୍ଷେପମାନ ନିଆଯାଉଛି ।

୧୧ । ଭାରତରେ ଅନୁସୂଚିତ ଜନଜାତିମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାଗୁଡ଼ିକୁ ଆଲୋଚନା କର । ଏହା କିପରି ସମାଧାନ କରାଯାଇପାରିବ ?
Answer:
ସ୍ବାସ୍ଥ୍ୟ ସମ୍ପର୍କୀୟ ସମସ୍ୟା – ସାଧାରଣତଃ ଜନଜାତି ସମ୍ପଦ୍ରାୟର ଲୋକମାନେ ସବୁ ସମୟପାଇଁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଭୋଗ କରୁଛନ୍ତି । ଏହି ସମସ୍ୟା ଜନଜାତିମାନଙ୍କ ମଧ୍ୟରେ ଏକ ମୁଖ୍ୟ ସମସ୍ୟା ରୂପେ ଦେଖାଦେଇଛି । ଉଚିତ ଯତ୍ନର ଅଭାବ ଯୋଗୁ ବିଭିନ୍ନ ଜନଜାତିଗୁଡ଼ିକର ସଦସ୍ୟମାନେ ବିଭିନ୍ନ ରୋଗବ୍ୟାଧ୍ଧରେ ଆକ୍ରାନ୍ତ ହେବାର ଲକ୍ଷ୍ୟ କରାଯାଉଅଛି ।

(୨) ସାଂସ୍କୃତିକ ସମସ୍ୟା – ଅନ୍ୟ ସଂସ୍କୃତିଗୁଡ଼ିକ ସଂସ୍ପର୍ଶରେ ଆସି ଭାରତୀୟ ଜନଜାତୀୟ ସଂସ୍କୃତି ଦ୍ରୁତ ପରିବର୍ତ୍ତନ ମଧ୍ୟ ଦେଇ ଗତି କରୁଛି । ଖ୍ରୀଷ୍ଟ ଧର୍ମ ପ୍ରଭାବ ଯୋଗୁ, ଜନଜାତିର ସଦସ୍ୟମାନେ ସାମାଜିକ ଜୀବନରେ ବିଭିନ୍ନ ପାଶ୍ଚାତ୍ୟ ସଂସ୍କୃତିକୁ ଅନୁକରଣ କରିବାରେ ଲାଗିଛନ୍ତି ଏବଂ ସେମାନଙ୍କର ନିଜର ମୌଳିକ ଉପାଦାନଗୁଡ଼ିକୁ ପରିତ୍ୟାଗ କରୁଛନ୍ତି । ପାଶ୍ଚାତ୍ୟ ବେଶପୋଷାକ ଏବଂ ଜୀବନଧାରଣର ମାନ ଜନଜାତିମାନଙ୍କର କଳା ଏବଂ ଦୈନନ୍ଦିନ ଜୀବନର ଅଧୋପତନ ପାଇଁ ଦାୟୀ ଅଟେ ।

(୩) ଶିକ୍ଷାଗତ ସମସ୍ୟା – କେତେକ କ୍ଷେତ୍ରରେ ଜନଜାତୀୟ ଅଧିବାସୀମାନେ ସାଧାରଣତଃ ଶିକ୍ଷାଲାଭ କରିବାରୁ ବଞ୍ଚିତ ହୋଇଥା’ନ୍ତି । ଜନଜାତିମାନଙ୍କର ନିରକ୍ଷରତା ସବୁ ସମୟପାଇଁ ସେମାନଙ୍କୁ ଅନ୍ୟ ବାହାର ବ୍ୟକ୍ତିମାନଙ୍କଦ୍ୱାରା ଶୋଷିତ ଓ ଅବହେଳିତ କରିଥାଏ । ଶିକ୍ଷାର ଅଭାବ ହେତୁ ସେମାନେ ସେମାନଙ୍କର ଜୀବନଧାରଣର ମାନକୁ ଉନ୍ନତ କରିପାରି ନାହାନ୍ତି ।

(୪) ଧାର୍ମିକ ସମସ୍ୟା – ଜନଜାତୀୟ ଅଞ୍ଚଳରେ ସମସ୍ୟାଗୁଡ଼ିକ ବହୁଳଭାବେ ଅନୁଭୂତ ହେଉଅଛି । ପର୍ଯ୍ୟବେକ୍ଷଣରୁ ଜଣାପଡ଼ିଛି ଯେ, ଧର୍ମପ୍ରଚାରକ ଗୋଷ୍ଠୀ ଜନଜାତିର ଲୋକମାନଙ୍କୁ ଖ୍ରୀଷ୍ଟଧର୍ମରେ ଅନ୍ତର୍ଭୁକ୍ତ କରିବାପାଇଁ ଅନବରତ ଚେଷ୍ଟା କରୁଛନ୍ତି । ଏହି ପରପ୍ରେକ୍ଷୀରେ ସେମାନଙ୍କର ବିଭିନ୍ନ ଧର୍ମବିଶ୍ୱାସଗୁଡ଼ିକ ଲୋପ ପାଇବାରେ ଲାଗିଛି । ଆଉ ମଧ୍ୟ ଏହି ଜନଜାତୀୟ ଅଧିବାସୀମାନେ କାଳକ୍ରମେ ସେମାନଙ୍କର ଜନଜାତୀୟ ଧର୍ମକୁ ଭୁଲିଯିବାକୁ ବସିଲେଣି ।

(୫) ଅର୍ଥନୈତିକ ସମସ୍ୟା – ସଭ୍ୟ ଜଗତର ସଂସ୍ପର୍ଶରେ ଆସିବାଦ୍ଵାରା ଜନଜାତିମାନଙ୍କର ସମ୍ପୂର୍ଣ ଅର୍ଥନୈତିକ ପଦ୍ଧତି ଏକ ପ୍ରକାର ବିଘଟିତ ଅବସ୍ଥାକୁ ଆସିଯାଇଛି । ସେମାନେ କେତେକାଂଶରେ, ସେମାନଙ୍କର ପୈତୃକ ବୃତ୍ତିକୁ ଛାଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ କଳକାରଖାନା ଏବଂ ଅନ୍ୟାନ୍ୟ କାର୍ଯ୍ୟଗୁଡ଼ିକରେ ନିୟୋଜିତ ହୋଇଛନ୍ତି ।

ଜନଜାତୀୟ ଅଧିବାସୀମାନଙ୍କର ବିଭିନ୍ନ ପ୍ରକାର ସମସ୍ୟାଗୁଡ଼ିକର ସମାଧାନ ପାଇଁ କେତେକ ପଦକ୍ଷେପଗୁଡ଼ିକୁ ବିଚାର ପରିସରକୁ ନିଆଯିବା ଉଚିତ । ଯଦି ନିମ୍ନଲିଖ ପଦକ୍ଷେପଗୁଡ଼ିକୁ ଗ୍ରହଣ କରାଯାଏ ତାହାହେଲେ ଏହି ସମସ୍ୟାଗୁଡ଼ିକର କେତେକାଂଶରେ ସମାଧାନ ସମ୍ଭବପର ହୋଇପାରିବ ।

(କ) ଏହା ଜଣାଶୁଣା ଯେ, ଜନଜାତିର ସଦସ୍ୟମାନେ ଶିକ୍ଷା କ୍ଷେତ୍ରରେ ପଛୁଆ ଅଟନ୍ତି । ଏହି ପରିପ୍ରେକ୍ଷୀରେ ଦେଶର ଅନ୍ୟ ଅଧ୍ବବାସୀଙ୍କ ଭଳି ଜନଜାତିମାନଙ୍କର ଶିକ୍ଷାର ମାନଦଣ୍ଡରେ ଉନ୍ନତି ଅଣାଯିବା ଆବଶ୍ୟକ ଅଟେ ।
(ଖ) ଅଧିକାଂଶ କ୍ଷେତ୍ରରେ ଜନଜାତୀୟ ଅଧିବାସୀମାନଙ୍କର ଭୂସମ୍ପତ୍ତିକୁ ସମତଳ ଅଞ୍ଚଳର ପଡ଼ୋଶୀମାନଙ୍କଦ୍ୱାରା ଅଧିକୃତ କରାଯାଇଥାଏ ।
(ଗ) ବୈଷୟିକ ଏବଂ ଧନ୍ଦାମୂଳକ ତାଲିମର ସୁବିଧା ସୁଯୋଗ ଦିଆଯିବା ଉଚିତ୍ ।
(ଘ) କୃଷିର ଉନ୍ନତି ପାଇଁ ଜନଜାତି ସମ୍ପ୍ରଦାୟର ସଦସ୍ୟମାନଙ୍କୁ ସ୍ୱତନ୍ତ୍ର ତାଲିମ୍ ଦେବାର ବ୍ୟବସ୍ଥା କରିବା ଉଚିତ ।

୧୨ । ଅନୁସୂଚିତ ଜନଜାତିମାନଙ୍କର କଲ୍ୟାଣ ପାଇଁ ନିଆଯାଉଥିବା ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପଗୁଡ଼ିକୁ ଆଲୋଚନା କର ।
Answer:
ଜନଜାତି ସମୁଦାୟର କଲ୍ୟାଣ ପାଇଁ ଭାରତୀୟ ସମ୍ବିଧାନ କେତେକ ଗୁରୁତ୍ଵପୂର୍ଣ୍ଣ ବ୍ୟବସ୍ଥା କରିଅଛି । ଏହି ବ୍ୟବସ୍ଥା ଅନୁସାରେ, ଭାରତର ରାଷ୍ଟ୍ରପତି ଏହି ସମୁଦାୟଗୁଡ଼ିକୁ ସମ୍ବିଧାନଦ୍ୱାରା ଚିହ୍ନିତ କରିଅଛନ୍ତି । ଭାରତୀୟ ସମ୍ବିଧାନ ତଫସିଲଭୁକ୍ତ ଜାତିର ଶିକ୍ଷା ଏବଂ ଅର୍ଥନୈତିକ ସ୍ବାର୍ଥକୁ ପୂରଣ କରିବାପାଇଁ ସୁରକ୍ଷା ପ୍ରଦାନ କରିଛି । ଭାରତୀୟ ସମ୍ବିଧାନର ୩୩୦, ୩୩୨ ଏବଂ ୩୩୪ ଧାରା ଅନୁଯାୟୀ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ତଫସିଲଭୁକ୍ତ ଜାତି ଏବଂ ତଫସିଲଭୁକ୍ତ ଜନଜାତିମାନଙ୍କର ପ୍ରତିନିଧୂ ପାଇଁ କେତେକ ନିର୍ଦ୍ଦିଷ୍ଟ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରାଯାଇଅଛି ।

(୧) ଜନଜାତି ଉପଦେଷ୍ଟା ପରିଷଦ – ସମ୍ବିଧାନର ପଞ୍ଚମ ସୂଚୀ ଅନୁଯାୟୀ ପ୍ରତ୍ୟେକ ରାଜ୍ୟରେ ଜନଜାତି ଉପଦେଷ୍ଟା ପରିଷଦ ଗଠନ କରାଯାଇଥାଏ । ଏହି ବ୍ୟବସ୍ଥା ଅନୁଯାୟୀ ଏ ପର୍ଯ୍ୟନ୍ତ ଆନ୍ଧ୍ର, ମୁମ୍ବାଇ, ବିହାର, ମଧ୍ୟପ୍ରଦେଶ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ଏହି ଜନଜାତି ଉପଦେଷ୍ଟା ପରିଷଦ କାର୍ଯ୍ୟ କରିଆସୁଛି ।

(୨) ତଫସିଲଭୁକ୍ତ ଜାତି ଏବଂ ତଫସିଲଭୁକ୍ତ ଜନଜାତି ପାଇଁ କମିଶନ ନିଯୁକ୍ତି – ଭାରତୀୟ ସମ୍ବିଧାନର ୩୮୮ ଧାରା ଅନୁସାରେ ଜଣେ କମିଶନର ବା ଉଚ୍ଚ ସରକାରୀ କର୍ମଚାରୀଙ୍କୁ ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତି ଦିଆଯାଇଅଛି । ଏହି ଉଚ୍ଚ ସରକାରୀ କର୍ମଚାରୀଙ୍କର ମୁଖ୍ୟ କର୍ତ୍ତବ୍ୟ ହେଉଛି ଭାରତର ସମ୍ବିଧାନର ପରିସର ମଧ୍ୟରେ ତଫସିଲଭୁକ୍ତ ଜାତି ଏବଂ ଜନଜାତିମାନଙ୍କର ବିଭିନ୍ନ ସ୍ୱାର୍ଥର ସୁରକ୍ଷା କରିବାପାଇଁ ତଦାରଖ କରିବା ଏବଂ ସେମାନଙ୍କର ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ରାଷ୍ଟ୍ରପତିଙ୍କୁ ବିବରଣୀ ପ୍ରଦାନ କରିବା ।

CHSE Odisha Class 12 Sociology Unit 4 Long Answer Questions in Odia Medium

(୩) କଲ୍ୟାଣମୂଳକ ପ୍ରକଳ୍ପ – ସମ୍ବିଧାନର ୩୩୯ (୨) ଧାରା ଅନୁସାରେ, କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ତଫସିଲଭୁକ୍ତ ଜନଜାତିମାନଙ୍କର କଲ୍ୟାଣ ପାଇଁ ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ସୃଷ୍ଟି କରିବାପାଇଁ ନିର୍ଦ୍ଦେଶ ଦେଇପାରିବେ । ସମ୍ବିଧାନର ୨୭୫ (୧) ଧାରା ଅନୁସାରେ କେନ୍ଦ୍ର ସରକାର ବିଭିନ୍ନ କଲ୍ୟାଣମୂଳକ ପ୍ରକଳ୍ପଗୁଡ଼ିକ ନିମିତ୍ତ ଅନୁଦାନ ଯୋଗାଇଦେବେ ଏବଂ ତଫସିଲଭୁକ୍ତ ଅଞ୍ଚଳଗୁଡ଼ିକର ଶାସନ ପରିଚାଳନାର ଉନ୍ନତି କ୍ଷେତ୍ରରେ ଦୃଷ୍ଟିଦେବେ ।

(୪) ଶିକ୍ଷାଜନିତ ସୁବିଧାସୁଯୋଗ – ଶିକ୍ଷାଜନିତ ସୁବିଧାସୁଯୋଗ ବିଶେଷକରି ଧନ୍ଦାମୂଳକ ଏବଂ ବୈଷ ୟିକ ଶିକ୍ଷାଏବଂ ତାଲିମ ପାଇଁ ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଅଛି । ଏହି ପରିପ୍ରେକ୍ଷୀରେ ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି, ସାମୟିକ ଭତ୍ତା ଏବଂ ପାଠ୍ୟପୁସ୍ତକଗୁଡ଼ିକୁ ଯୋଗାଇ ଦିଆଯାଉଅଛି ।

(୫) ଅର୍ଥନୈତିକ ସୁବିଧାସୁଯୋଗ – ଜନଜାତୀୟ ଅଧ୍ବବାସୀମାନଙ୍କର ଅର୍ଥନୈତିକ ପ୍ରଗତି ପାଇଁ ସରକାର ପ୍ରାଥମିକ ଗୁରୁତ୍ଵ ଦେଇଅଛନ୍ତି । ବର୍ଷକୁ ପ୍ରାୟ ୨୬ ଲକ୍ଷ ଲୋକ ୨୨ ଲକ୍ଷ ୫୫ ହଜାର ୬୧୬ ଏକର ଜମିରେ କୋଠଚାଷ କରିବାର ଦେଖାଯାଉଅଛି ।

କେତେକ ରାଜ୍ୟ ମଧ୍ୟ ବୈଜ୍ଞାନିକ ପଦ୍ଧତିରେ କୃଷିକାର୍ଯ୍ୟ କରିବାପାଇଁ ସେମାନଙ୍କୁ ତାଲିମ୍ ଦେବାର ବ୍ୟବସ୍ଥା କରିଛନ୍ତି । ଆଉ ମଧ୍ୟ ମୁମ୍ବାଇ ଏବଂ ଆନ୍ଧ୍ରପ୍ରଦେଶ ପ୍ରଭୃତି ରାଜ୍ୟରେ ତଫସିଲଭୁକ୍ତ ଜନଜାତିମାନଙ୍କୁ ଶ୍ରମ ସମବାୟ ସମିତି ଜରିଆରେ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟଗୁଡ଼ିକର ବ୍ୟବହାରପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଅଛି ।

(୬) ଦ୍ବିତୀୟ ପଞ୍ଚବାର୍ଷିକ ଯୋଜନାରେ ବ୍ୟବସ୍ଥା – ଏହି ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନାରେ ୩, ୧୮୭ଟି ବିଦ୍ୟାଳୟ ଏବଂ 900ଟି ସାଂସ୍କୃତିକ କେନ୍ଦ୍ରକୁ ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା ହୋଇଥିଲା । ଏହି ଯୋଜନାକାଳ ମଧ୍ୟରେ ତିନିଲକ୍ଷ ଜନଜାତୀୟ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା ।

(୭) ତୃତୀୟ ପଞ୍ଚବାର୍ଷିକ ଯୋଜନାରେ ବ୍ୟବସ୍ଥା – ଏହି ଯୋଜନାକାଳ ମଧ୍ୟରେ ତଫସିଲଭୁକ୍ତ ଜନଜାତିମାନଙ୍କର ବିକାଶ ଉପରେ ମୌଳିକ ଗୁରୁତ୍ଵ ସରକାରଙ୍କ ତରଫରୁ ଦିଆଯାଇଅଛି । ତଫସିଲଭୁକ୍ତ ଜନଜାତିମାନଙ୍କର ଅର୍ଥନୈତିକ ଏବଂ ସାମାଜିକ କଲ୍ୟାଣ ପାଇଁ ଏହି ଯୋଜନାରେ ପ୍ରାୟ ୫୦ କୋଟି ଟଙ୍କାର ବ୍ୟୟବରାଦର ବନ୍ଦୋବସ୍ତ କରାଯାଇଥିଲା । ଏହା ବ୍ୟତୀତ ପଞ୍ଚମ, ଷଷ୍ଠ, ଦଶମ ଓ ଏକାଦଶ ପଞ୍ଚବାର୍ଷିକ ଯୋଜନାରେ ସରକାର ବିଭିନ୍ନ କଲ୍ୟାଣମୂଳକ ଯୋଜନାମାନ ପ୍ରଣୟନ କରିଛନ୍ତି ।

୧୩ । ଶ୍ରେଣୀ ପଦ୍ଧତି କହିଲେ କ’ଣ ବୁଝ ଏବଂ ଶ୍ରେଣୀ ପଦ୍ଧତିର ଲକ୍ଷଣ ବା ଗୁଣ ଆଲୋଚନା କର ।
Answer:
ଶ୍ରେଣୀ ବା ବର୍ଗ ଏକ ବ୍ୟବସ୍ଥା ଯେଉଁଥିରେ ଜଣେ ବ୍ୟକ୍ତିର ସାମାଜିକ ପ୍ରସ୍ଥିତି ସମ୍ପୂର୍ଣ୍ଣ ଭାବେ ତା’ର କାର୍ଯ୍ୟକଳାପ ଉପରେ ନିର୍ଭର କରିଥାଏ । ଏକ ନିର୍ଦ୍ଦିଷ୍ଟ ସମାଜରେ ବିଶେଷରୂପେ ସମାନ ପ୍ରସ୍ଥିତି ଅଧିକାର କରିଥିବା ଲୋକମାନଙ୍କର ସମଷ୍ଟିକୁ ‘‘ସାମାଜିକ ଶ୍ରେଣୀ’’ କୁହାଯାଏ ।

ଏହା ହେଉଛି ଗୋଟିଏ ଗୋଷ୍ଠୀର ଅଂଶ ବା ବ୍ୟକ୍ତିମାନଙ୍କର ଏକ ସମଷ୍ଟି, ଯେଉଁମାନେ ସମାନତା ସମ୍ପର୍କଦ୍ଵାରା ପରସ୍ପର ସହିତ ପରିଚିତ ଥା’ନ୍ତି ଏବଂ ଅନୁମୋଦିତ ଉତ୍କୃଷ୍ଟ ଓ ନିକୃଷ୍ଟ ମାନଦଣ୍ଡଦ୍ୱାରା ଅନ୍ୟ ଅଂଶଠାରୁ ପୃଥକ୍ ହୋଇଥା’ନ୍ତି ।

ପ୍ରତ୍ୟେକ ନିର୍ଦ୍ଦିଷ୍ଟ ସାମାଜିକ ଶ୍ରେଣୀର ନିଜସ୍ଵ ସାମାଜିକ ବ୍ୟବହାର ଓ ବୃତ୍ତିଗତ ମାନଦଣ୍ଡ ରହିଛି । ସମାଜରେ ଶ୍ରେଣୀର ଆପେକ୍ଷିକ ସ୍ଥିତି, ପ୍ରସ୍ଥିତି ସହିତ ସଂଯୋଜିତ, ମର୍ଯ୍ୟାଦା କ୍ରମରୁ ସୃଷ୍ଟି ହୋଇଥାଏ । ତେଣୁ ପ୍ରସ୍ଥିତି ସାମାଜିକ ଶ୍ରେଣୀର ମୌଳିକ ଲକ୍ଷଣ ।

ସାଧାରଣ ଭାବେ ଶ୍ରେଣୀକୁ ଦୁଇଟି ଅର୍ଥରେ ବୁଝିହୁଏ । ପ୍ରଥମତଃ ମାର୍କସ୍‌ଙ୍କ ଶ୍ରେଣୀ ସଂକଳ୍ପନା । କାର୍ଲ ମାର୍କସ୍ ଏବଂ ତାଙ୍କର ସମର୍ଥକମାନେ ଶ୍ରେଣୀକୁ ଉପାଦାନର ଏକ ମାଧ୍ୟମ ଭାବେ ବର୍ଣ୍ଣନା କରିଛନ୍ତି । ସେମାନଙ୍କ ମତରେ ବିଭିନ୍ନ ଅର୍ଥନୈତିକ କାରକ : – ଯଥା – ଧନସମ୍ପଦ, ବୃତ୍ତି ଓ ଆୟ ଏକ ଶ୍ରେଣୀକୁ ନିର୍ଦ୍ଧାରଣ କରିଥାଏ ।

ଦ୍ଵିତୀୟତଃ, ମାକାଇଭର ଏବଂ ପେଜ୍‌ଙ୍କ ଭଳି ଅନ୍ୟ କେତେକ ସମାଜବିଜ୍ଞାନୀ ଶ୍ରେଣୀକୁ ଏକ ପ୍ରସ୍ଥିତି-ସମୂହ ଭାବେ ବର୍ଣ୍ଣନା କରିଛନ୍ତି । ତାଙ୍କ ମତରେ ସାମାଜିକ ଶ୍ରେଣୀ ଲୋକମାନଙ୍କର ଏକ ସମୂହ ଯେଉଁମାନେ ଏକ ନିର୍ଦ୍ଦିଷ୍ଟ ସାମାଜିକ ପ୍ରସ୍ଥିତି ଅଧ୍ୟାର କରିଥା’ନ୍ତି ।

ଶ୍ରେଣୀ ପଦ୍ଧତିର ସଂଜ୍ଞା (Definition of Class System) :
ଶ୍ରେଣୀ ପଦ୍ଧତିର କେତୋଟି ମୁଖ୍ୟ ସଂଜ୍ଞାକୁ ନିମ୍ନରେ ଉଲ୍ଲେଖ କରାଗଲା ।
ମାକ୍-ଆଇଭର ଏବଂ ପେଜ୍ (Mac-Iver and Page) – ‘ଏକ ସାମାଜିକ ଶ୍ରେଣୀ ହେଉଛି ଏକ ଗୋଷ୍ଠୀର ଯେକୌଣସି ଅଂଶ, ଯାହାକି ସାମାଜିକ ପ୍ରସ୍ଥିତିଦ୍ୱାରା ଅନ୍ୟ ଅଂଶଠାରୁ ଚିହ୍ନିତ ହୋଇଥାଏ ।’’ (A social class is any portion of a community marked off from the rest by social status.)

ଓଗ୍‌ବର୍ଣ୍ଣ ଏବଂ ନିମ୍‌ସ୍ (Ogburn and Nimkoff ‘ସାମାଜିକ ଶ୍ରେଣୀଦ୍ଵାରା ଆମେ ଏକ ବା ଦୁଇ କିମ୍ବା ତତୋଽକ ବ୍ୟକ୍ତିମାନଙ୍କର ଏକ ବୃହତ୍ ସମୂହକୁ ବୁଝିଥାଉ, ଯେଉଁମାନେ ଗୋଷ୍ଠୀର ସଦସ୍ୟମାନଙ୍କଦ୍ୱାରା ସମାଜର ଉତ୍କୃଷ୍ଟ କିମ୍ବା ନିକୃଷ୍ଟ ସ୍ଥାନରେ ଅବସ୍ଥାପିତ ହୋଇଥା’ନ୍ତି ।’’ (By social class we mean one or two or more broad groups of individuals who are ranked by the members of the community in socially superior and inferior position.)

ଲାପିଅର (Lapiere) – ‘‘ଏକ ସାମାଜିକ ଶ୍ରେଣୀ ହେଉଛି ଏକ ସାଂସ୍କୃତିକ ସମୂହ ଯାହାକି ସମୁଦାୟ ଜନସଂଖ୍ୟା ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ସ୍ଥିତି ବା ପ୍ରସ୍ଥିତି ଅତ୍‌କାର କରିଥାଏ ।’’ (A social class is a cultural group that is accorded a particular position or status within the population as a whole.)

କାର୍ଲ ମାର୍କସ୍ (Karl Marx) – ‘‘ଏକ ଶ୍ରେଣୀ ସାଧାରଣତଃ ଅଧିକୃତ ଧନସମ୍ପଦ, ବୃତ୍ତି ଓ ଆୟ ପ୍ରଭୃତି କେତେକ ଅର୍ଥନୈତିକ କାରକଦ୍ୱାରା ନିର୍ଣ୍ଣୀତ ହୋଇଥାଏ ।’’ (A class is determined by the possession of economic criteria like wealth, occupation and income.)

ମାକ୍‌ସ ୱେବର (Max Weber) – ‘‘ଶ୍ରେଣୀ ହେଉଛି ବ୍ୟକ୍ତିମାନଙ୍କର ଏକ ସମୂହ, ଯେଉଁମାନେ ଦ୍ରବ୍ୟ ହାସଲ କରିବା ପାଇଁ ସମାନ ସୁବିଧା ସୁଯୋଗ ପାଇଥା’ନ୍ତି ଏବଂ ସେମାନଙ୍କର ସମ-ପ୍ରଦର୍ଶିତ ଜୀବନ ଧାରଣର ମାନ ରହିଥାଏ ।’’ (The class is a group of individuals who have the same opportunity of acquiring goods and the same exhibited standard of living.)

CHSE Odisha Class 12 Sociology Unit 4 Long Answer Questions in Odia Medium

ଶ୍ରେଣୀ ପ୍ରଣାଳୀର ଗୁଣ (Characteristics of class system) :
ଉପରୋକ୍ତ ସଂଜ୍ଞାଗୁଡ଼ିକରୁ ଶ୍ରେଣୀର ନିମ୍ନଲିଖ୍ ଲକ୍ଷଣ ବା ଗୁଣ ସମ୍ବନ୍ଧରେ ସ୍ପଷ୍ଟ ସୂଚନା ମିଳେ ।
(୧) ଉଚ୍ଚନୀଚ କ୍ରମ (Hierarchy) ପ୍ରଥମତଃ ଜାତି ପରି ପ୍ରତ୍ୟେକ ଶ୍ରେଣୀ ସମାଜରେ ଏକ ଉଚ୍ଚ-ନୀଚ କ୍ରମ ରହିଛି । ସେହି କ୍ରମଗୁଡ଼ିକ ହେଲା – ଉଚ୍ଚ ଶ୍ରେଣୀ, ମଧ୍ୟବିତ୍ତ-ଶ୍ରେଣୀ, ନିମ୍ନ-ଶ୍ରେଣୀ । ଏହି ତିନୋଟି ଶ୍ରେଣୀ ମଧ୍ୟରେ ଅନେକ ଉପ-ଶ୍ରେଣୀମାନ ରହିଥାଏ ।

(୨) ଶ୍ରେଣୀ ସଂରଚନା (Class Structure) ଦ୍ଵିତୀୟତଃ, ପ୍ରତ୍ୟେକ ଶ୍ରେଣୀ ସଂରଚନାମୁକ୍ତ ଓ ନମନୀୟ ଅଟେ । ଅର୍ଥାତ୍ ଶ୍ରେଣୀ ପଦ୍ଧତିରେ କୌଣସି ନୀତିନିୟମ ବା କଟକଣା ନଥାଏ ।

(୩) ଶ୍ରେଣୀ ସଚେତନତା (Class-Consciousness) ତୃତୀୟତଃ, ଶ୍ରେଣୀ ପଦ୍ଧତିରେ ସମସ୍ତ ସଦସ୍ୟମାନଙ୍କ ମଧ୍ୟରେ ଏକ ସଚେତନ ଭାବ ଥାଏ । ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ସଦସ୍ୟମାନେ ସେମାନଙ୍କ ମଧ୍ୟରେ ଥିବା ସମାନତା ମନୋଭାବକୁ ବୃଦ୍ଧି କରିଥା’ନ୍ତି । ‘ଆମ୍ଭେମାନେ ଗୋଟିଏ ଶ୍ରେଣୀର ସଦସ୍ୟ’’- ଏହି ମନ୍ତ୍ରଦ୍ୱାରା ଅନୁପ୍ରାଣିତ ହୋଇ ସଦସ୍ୟମାନେ ଶ୍ରେଣୀ – ସଚେତନାକୁ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ପରସ୍ପରକୁ ପ୍ରତ୍ୟକ୍ଷ ସହଯୋଗ କରିଥା’ନ୍ତି । କିନ୍ତୁ ଜାତି ସଚେତନତା ଅପେକ୍ଷା ଶ୍ରେଣୀ ସଚେତନତାର ଗୁରୁତ୍ଵ କମ୍ ।

(୪) ବହିର୍ବିବାହ (Exogamy) – ଚତୁର୍ଥତଃ, ପ୍ରତ୍ୟେକ ଶ୍ରେଣୀ ଗୋଟିଏ ଗୋଟିଏ ବହିର୍ବିବାହୀ ଦଳ ଅଟେ । ନିଜ ଶ୍ରେଣୀ ବାହାରେ ବ୍ୟକ୍ତିର ବିବାହ ପ୍ରଥାକୁ ବହିର୍ବିବାହ କୁହାଯାଏ । ଶ୍ରେଣୀର ପ୍ରତ୍ୟେକ ସଦସ୍ୟ ନିଜ ନିଜର ଇଚ୍ଛାନୁସାରେ ଯେକୌଣସି ଶ୍ରେଣୀରେ ବିବାହ କରିଥା’ନ୍ତି । ବିବାହଜନିତ କୌଣସି କଟକଣା ବା ନୀତିନିୟମ ଶ୍ରେଣୀ ପଦ୍ଧତିରେ ନାହିଁ ।

(୫) ଉପାର୍ଜିତ ପ୍ରସ୍ଥିତି (Achieved Status) – ପଞ୍ଚମତଃ, ଶ୍ରେଣୀ ପଦ୍ଧତି ବ୍ୟକ୍ତିର ଉପାର୍ଜିତ ପ୍ରସ୍ଥିତି ଉପରେ ପ୍ରତିଷ୍ଠିତ । ଜନ୍ମଗତ ପ୍ରସ୍ଥିତି ବ୍ୟତୀତ ବ୍ୟକ୍ତି ନିଜର ଦକ୍ଷତା, ସାମର୍ଥ୍ୟ, ପାରଦର୍ଶିତା ଓ କର୍ମକୁଶଳତାକୁ ଭିଭିକରି ଯେଉଁ ପ୍ରସ୍ଥିତି ଅଧିକାର କରେ ତାହାକୁ ଉପାର୍ଜିତ ପ୍ରସ୍ଥିତି କୁହାଯାଏ । ତେଣୁ ଶ୍ରେଣୀ ବ୍ୟବସ୍ଥାରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର କ୍ଷମତାନୁସାରେ ଯେକୌଣସି ପ୍ରସ୍ଥିତିକୁ ଗ୍ରହଣ କିମ୍ବା ପରିତ୍ୟାଗ କରିଥାଏ ।

(୬) ସାମାଜିକ ସଞ୍ଚଳନ (Social Mobility) – ପରିଶେଷରେ ଶ୍ରେଣୀ ବ୍ୟବସ୍ଥାରେ ସାମାଜିକ ସଞ୍ଚଳନ ଅତି ସହଜସାଧ୍ୟ । କାରଣ ଶ୍ରେଣୀ ପଦ୍ଧତି ବ୍ୟକ୍ତିର ପ୍ରସ୍ଥିତି, କ୍ଷମତା ଓ ବୃଦ୍ଧି ଉପରେ ପ୍ରତିଷ୍ଠିତ ଥିବାରୁ ଗୋଟିଏ ଶ୍ରେଣୀରୁ ଅନ୍ୟ ଏକ କରି ଊର୍ଦ୍ଧ୍ବରୁ ନିମ୍ନକୁ କିମ୍ବା ନିମ୍ନରୁ ଊର୍ଦ୍ଧ୍ବକୁ ଗତି କରିଥାଏ । ତେଣୁ ପ୍ରତ୍ୟେକ ଶ୍ରେଣୀ ଗୋଟିଏ ଗୋଟିଏ ‘ମୁକ୍ତ ସମୂହ’ ରୂପେ ପରିଚିତ ।

୧୪ । ଶ୍ରେଣୀ ପଦ୍ଧତିର ଅଭ୍ୟୁଦୟ ବର୍ଣନା କର ।
Answer:
ଶ୍ରେଣୀର ଅଭ୍ୟୁଦୟ ପାଇଁ ଅନେକ କାରଣମାନ ଦାୟୀ । ସେଗୁଡ଼ିକ ନିମ୍ନରେ ଆଲୋଚନା କରାଯାଇପାରେ ।
(୧) ଦାସ୍ୟ ପ୍ରଥା (Slavery System) – ଶ୍ରେଣୀର ଅଭ୍ୟୁଦୟ କ୍ଷେତ୍ରରେ ଦାସ୍ୟ ପ୍ରଥାର ଭୂମିକା ଉଲ୍ଲେଖଯୋଗ୍ୟ । ମଧ୍ୟଯୁଗରେ ସାମରିକ ଶକ୍ତି ବୃଦ୍ଧି ପାଇବା ଫଳରେ ଲୋକମାନଙ୍କ ମଧ୍ୟରେ ଅନବରତ ଯୁଦ୍ଧ ତଥା ସଂଘର୍ଷ ଲାଗି ରହୁଥିଲା । ଏହାର ଫଳସ୍ୱରୂପ ବିଜେତାମାନେ ପରାଜୟ ବରଣ କରୁଥିବା ଶତ୍ରୁମାନଙ୍କୁ ନିର୍ଯାତିତ କରୁଥିଲେ ।

ଅନେକ କ୍ଷେତ୍ରରେ ସେମାନଙ୍କୁ ମଧ୍ୟ ମାରି ଦିଆଯାଉଥିଲା । ଏହିପରି କିଛି କାଳ ଅତିକ୍ରାନ୍ତ ପରେ ବିଜେତା ଗୋଷ୍ଠୀର ଦୃଷ୍ଟିଭଙ୍ଗୀରେ କିଛିଟା ପରିବର୍ତ୍ତନ ଘଟିଲା । ପରାଜିତ ଶତ୍ରୁମାନଙ୍କୁ ହତ୍ୟା ନକରି ବିଜେତାମାନେ ସେମାନଙ୍କୁ ଦାସ ଭାବେ ଖଟାଇଲେ । ପ୍ରଥମେ ନାରୀ, ଦ୍ୱିତୀୟରେ ଛୁଆପିଲା ଓ ତୃତୀୟରେ ପୁରୁଷମାନଙ୍କ ପ୍ରତି ଏହାକୁ ପ୍ରୟୋଗ କରାଗଲା । ଏହାର ଫଳସ୍ବରୂପ ଦଳେ ‘ଦାସ ଗୋଷ୍ଠୀ’ ସୃଷ୍ଟି ହେଲେ ।

ସେମାନେ ବିଜେତା ଗୋଷ୍ଠୀର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିଲେ ଏବଂ ସମାଜରେ ସେମାନଙ୍କର କୌଣସି ଅଧିକାର ନଥୁଲା । ମୁନିବମାନଙ୍କ ଇଚ୍ଛାରେ ସେମାନେ ପରିଚାଳିତ ହେଉଥିଲେ ଏବଂ ସେମାନଙ୍କର ନିଜସ୍ବ କୌଣସି ସମ୍ପତ୍ତି ନଥିଲା । ଦାସମାନେ ମୁନିବମାନଙ୍କର ସମ୍ପଭି ରୂପେ ବିବେଚିତ ହେଉଥିଲେ ।

ପଶୁପକ୍ଷୀ ତୁଲ୍ୟ ସେମାନେ ମୁନିବମାନଙ୍କଦ୍ୱାରା କ୍ରୟ, ବିକ୍ରୟ, ଅତ୍ୟାଚାରିତ ଓ ନିର୍ଯ୍ୟାତିତ ହେଉଥିଲେ । ଏହିପରି ଭାବେ ମଧ୍ୟଯୁଗରେ ମୁନିବ ଓ ଦାସ ନାମରେ ୨ଟି ଶ୍ରେଣୀର ଅଭ୍ୟୁଦୟ ଘଟିଥିଲା ।

(୨) ସାମନ୍ତ ପ୍ରଥା (Feudal System) ମଧ୍ୟ-ଯୁଗରେ ଅନ୍ୟ କେତେକ ଶ୍ରେଣୀର ମଧ୍ୟ ଅଭ୍ୟୁଦୟ ଘଟିଥିଲା । ସେତେବେଳେ ଯେଉଁମାନେ ବୃହତ୍ ସମ୍ପତ୍ତିର ମାଲିକ ଥିଲେ ସେମାନଙ୍କୁ ସାମନ୍ତ ଭୂ-ସ୍ୱାମୀ (Feudal Landlord) କୁହାଯାଉଥିଲା ଏବଂ ଯେଉଁମାନେ ସେମାନଙ୍କର ଜମି ଚାଷ କରୁଥିଲେ ସେମାନେ କୃଷି ଭୃତ୍ୟ (Serf) ନାମରେ ପରିଚିତ ଥିଲେ ।

ଭୂ-ସ୍ଵାମୀମାନେ ସମାଜର ସର୍ବୋଚ୍ଚ ସ୍ଥାନରେ ଏବଂ କୃଷିଭୃତ୍ୟମାନେ ସର୍ବନିମ୍ନ ସ୍ଥାନରେ ଥିଲେ । ଏହି ଶ୍ରେଣୀ ମଧ୍ଯରେ ଗୃହ ଚାକର, ସୈନିକ, ଯୋଦ୍ଧା ଓ କାରିଗରମାନଙ୍କୁ ନେଇ ଅନ୍ୟ ଏକ ମଧ୍ୟବିତ୍ତ ଶ୍ରେଣୀ ଗଠିତ ହୋଇଥିଲା ।

(୩) ପୁଞ୍ଜିପତି ବ୍ୟବସ୍ଥା (Bourgeoise System) – ପୁଞ୍ଜିପତି ବ୍ୟବସ୍ଥା ଶ୍ରେଣୀର ଅଭ୍ୟୁଦୟ ପାଇଁ କେତେକାଂଶରେ ଦାୟୀ । ଶିଳ୍ପ ବିପ୍ଳବଦ୍ଵାରା ମଧ୍ୟ-ଯୁଗରେ ଶ୍ରେଣୀ ପଦ୍ଧତିର କେତେକ ପରିବର୍ତ୍ତନ ଘଟିଥିଲା । ଫଳରେ ସମାଜ ବୁଜୁଆ ବା ପୁଞ୍ଜିପତି ଏବଂ ସର୍ବହରା ବା ଖଟିଖ୍ ବା ମଜୁରିଆ ନାମକ ୨ଟି ଶ୍ରେଣୀ ବିଭକ୍ତ ହେଲା । ପୁଞ୍ଜିପତିମାନେ ଉତ୍ପାଦନ ମାଧ୍ୟମକୁ

ନିଜ ଆୟତ୍ତରେ ରଖ୍ ରାଜନୈତିକ କ୍ଷମତା ମାଧ୍ୟମରେ ଉଚ୍ଚ-ପ୍ରସ୍ଥିତି ଉପଭୋଗ କଲେ । ଖଟିଖ୍ମାନେ “ଔଦ୍ୟୋଗିକ ସଂରକ୍ଷିତ ଫୌଜି’’ କୁହାଯାଉଥିଲା । କାରଣ ସେମାନେ ଯେକୌଣସି ସମୟରେ ପୁଞ୍ଜିପତିମାନଙ୍କ ସେବାରେ ଲାଗିପାରୁଥିଲେ ।

(୪) ମଧ୍ୟବିତ୍ତ ଶ୍ରେଣୀ (Middle Class) – ସମାଜ ପୁଞ୍ଜିପତି ଓ ସର୍ବହରା ବା ଖଟିଖ୍ ଶ୍ରେଣୀରେ ବିଭକ୍ତ ହେବା ଫଳରେ ଏକ ନୂତନ ମଧ୍ୟବିତ୍ତ-ଶ୍ରେଣୀ ସୃଷ୍ଟି ହେଲା । ଏହି ନୂତନ ମଧ୍ୟବିତ୍ତ ଶ୍ରେଣୀ ମଧ୍ୟ-ଯୁଗର ମଧ୍ୟବିତ୍ତ-ଶ୍ରେଣୀଠାରୁ କେତେକାଂଶରେ ପୃଥକ୍ ଅଟେ । ମଧ୍ୟ-ଯୁଗର ମଧ୍ୟବିତ୍ତ ଶ୍ରେଣୀରେ କେବଳ ବ୍ୟବସାୟୀମାନେ ପ୍ରଭୁତ୍ୱ ବିସ୍ତାର କରିଥିବାରୁ ଏହି ଶ୍ରେଣୀ ଏକ ସମଜାତୀୟ ସମୂହ ଭାବେ ପରିଚିତ ଥିଲା ।

ମାତ୍ର ବର୍ତ୍ତମାନର ମଧ୍ୟବିତ୍ତ ଶ୍ରେଣୀ ଏକ ବିଷମଜାତୀୟ ସମୂହ ଅଟେ । କାରଣ ବ୍ୟବସାୟୀ ବ୍ୟତୀତ ଡାକ୍ତର, ଯନ୍ତ୍ରୀ, ଆଇନଜୀବୀ, ଶିକ୍ଷକ ଏବଂ ଅନ୍ୟ ବହୁ ଶ୍ଵେତ-କୋଲାର କର୍ମୀମାନଙ୍କୁ ନେଇ ଏହି ଶ୍ରେଣୀ ଗଠିତ । ଏହି ମଧବିତ୍ତ-ଶ୍ରେଣୀ ପୁଞ୍ଜିପତି ଶ୍ରେଣୀର ନିମ୍ନରେ ଏବଂ ସର୍ବହରା ଶ୍ରେଣୀର ଊର୍ଦ୍ଧ୍ବରେ ରହିଥାଏ ।

ତେଣୁ ସାମାଜିକ ପ୍ରସ୍ଥିତି ଦୃଷ୍ଟିରୁ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ପୁଞ୍ଜିପତିମାନଙ୍କଠାରୁ ନିକୃଷ୍ଟ ଏବଂ ସର୍ବହରାମାନଙ୍କଠାରୁ ଉତ୍କୃଷ୍ଟ ଅଟନ୍ତି । ଏହିପରି ଭାବେ ମଧ୍ୟବିତ୍ତ-ଶ୍ରେଣୀର ଅଭ୍ୟୁଦୟ ଘଟିଥିଲା ।

(୫) ମଧ୍ୟବିତ୍ତ ଶ୍ରେଣୀର ଉପ-ବିଭାଜନ (Sub-division of Middle Class) – ଆୟ ଏବଂ ଜୀବନ ଧାରଣର ମାନକୁ ଭିଭିକରି ମଧ୍ୟବିତ୍ତ ଶ୍ରେଣୀ ପୁନଶ୍ଚ ତିନୋଟି ଉପ-ଶ୍ରେଣୀରେ ବିଭକ୍ତ ହୋଇଥିଲା ।
ସେଗୁଡ଼ିକ ହେଲା –
(୧) ଉଚ୍ଚ-ମଧ୍ୟବିତ୍ତ ଶ୍ରେଣୀ,
(୨) ମଧ୍ୟମ-ଶ୍ରେଣୀ ଏବଂ
(୩) ନିମ୍ନ ମଧ୍ୟବିତ୍ତ ଶ୍ରେଣୀ ।

CHSE Odisha Class 12 Sociology Unit 4 Long Answer Questions in Odia Medium

ଉଚ୍ଚ-ମଧ୍ୟବିତ୍ତ ଶ୍ରେଣୀ ନିଜକୁ ସମାଜରେ ଉଚ୍ଚ ସ୍ତରଭାବେ ପ୍ରତିପାଦିତ କରୁଥିବାରୁ ଅନେକ ସମୟରେ ଉଚ୍ଚ ଶ୍ରେଣୀ ଓ ସେମାନଙ୍କ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବା ସମ୍ଭବପର ହୁଏ ନାହିଁ । ସେହିପରି ନିମ୍ନ-ମଧ୍ୟବିତ୍ତ ଶ୍ରେଣୀ, ମଧ୍ଯମ ଶ୍ରେଣୀ ପ୍ରତି ବିଶେଷ ଆକୃଷ୍ଟ ହୋଇ ସେମାନଙ୍କ କାର୍ଯ୍ୟକଳାପରେ ହସ୍ତକ୍ଷେପ କରୁଥିଲେ । କାରଣ ମଧ୍ୟମ-ଶ୍ରେଣୀର ଅଧିକାଂଶ ସଦସ୍ୟ ନିମ୍ନ-ମଧ୍ୟବିତ୍ତ ବା ଶ୍ରମିକ ଶ୍ରେଣୀର ସଦସ୍ୟମାନଙ୍କ ଠାରୁ ନ୍ୟୁନ ଥିଲେ ।

ତେଣୁ ଆର୍.ଟି. ଲାପିଅର ଏହି ପରିପ୍ରେକ୍ଷୀରେ ଲେଖୁଛନ୍ତି ‘ସାଧାରଣତଃ ଶ୍ରମିକ ଶ୍ରେଣୀର ଉଚ୍ଚସ୍ତରରେ ଥିବା ସଦସ୍ୟମାନେ ନିମ୍ନ-ମଧ୍ୟମ ଶ୍ରେଣୀର ସଦସ୍ୟମାନଙ୍କ ଅପେକ୍ଷା ଏକ ଉଚ୍ଚତର ଦୈନିକ ମଜୁରି ଗ୍ରହଣ କରିଥା’ନ୍ତି ।’’

୧୫ । ତଫସିଲଭୁକ୍ତ ଜାତି କହିଲେ କ’ଣ ବୁଝ ବିଶଦଭାବରେ ଆଲୋଚନା କର ।
Answer:
ହିନ୍ଦୁ ସମାଜର ସର୍ବନିମ୍ନ ଜାତିକୁ ‘ତଫସଲଭୁକ୍ତ ଜାତି’ କୁହାଯାଏ । ଜାତି-ସମାଜର ସାମାଜିକ ସଂରଚନାକୁ ଭିଭିକରି ତଫସିଲଭୁକ୍ତ ଜାତିର ସ୍ଥିତି ନିର୍ଦ୍ଧାରିତ । କାରଣ ହିନ୍ଦୁ ସମାଜ ବିଭିନ୍ନ ‘ଜାତି ସମୂହ’ ରେ ବିଭକ୍ତ । ଜାତି-ସ୍ତତୀକରଣର ସର୍ବୋଚ୍ଚ ସୋପାନରେ ବ୍ରାହ୍ମଣମାନେ ରହିଥିବାସ୍ଥଳେ ଅସ୍ପୃଶ୍ୟ ଜାତିର ଲୋକମାନେ ସର୍ବନିମ୍ନ ସ୍ଥାନରେ ରହିଥା’ନ୍ତି ।

ଏହି ନିର୍ଦ୍ଦିଷ୍ଟ ଜାତି-ସମୂହର କର୍ମକାଣ୍ଡ – ଅପବିତ୍ରତା ଏବଂ ବିଶୁଦ୍ଧତା ଜନ୍ମ ଉପରେ ପର୍ଯ୍ୟବସିତ ଥିବାରୁ ଉଚ୍ଚ-ନୀଚ ଜାତି-ସ୍ତରୀକରଣ ସୃଷ୍ଟି ହୋଇଛି । ଅପବିତ୍ରତା-ବିଶୁଦ୍ଧତା ମୂଲ୍ୟବୋଧ ଖାଦ୍ୟ, ବସ୍ତ୍ର, ବାସଗୃହ, ବୃତ୍ତି ଓ ବିବାହ ଆଦି ସାମାଜିକ ଜୀବନରେ ସମସ୍ତ ଦିଗଗୁଡ଼ିକୁ ପ୍ରଭାବିତ କରିଥାଏ । କେବଳ ମାତ୍ର ବ୍ୟକ୍ତି ଓ ଜାତି ଶୁଦ୍ଧ ଓ ସ୍ବଳ୍ପଶୁଦ୍ଧ କିମ୍ବା ଶୁଦ୍ଧହୀନ ଅଥବା ଅଧ‌ିକ ଶୁଦ୍ଧ ନୁହଁନ୍ତି, ମାତ୍ର ହିନ୍ଦୁ ସମାଜର ସମସ୍ତ ଜିନିଷଗୁଡ଼ିକୁ ‘ଶୁଦ୍ଧ-ଅପବିତ୍ର-ମୂଲ୍ୟବୋଧ’’ ଦୃଷ୍ଟିରେ ଦେଖାଯାଇଥାଏ ।

ଧର୍ମ ଓ କର୍ମର ବଦ୍ଧମୂଳକ ଧାରଣା ଜାତି ନିର୍ଦ୍ଧାରିତ ଭୂମିକା ଓ ନୈତିକ କର୍ଭବ୍ୟ ସହିତ ସମ୍ପୃକ୍ତ । କର୍ମତତ୍ତ୍ୱାନୁସାରେ ଜଣେ ବିଶ୍ଵାସ କରେ ଯେ ତା’ର ଉଚ୍ଚ କିମ୍ବା ନୀଚ ଜାତି-ସ୍ଥିତି ତା’ର ପୂର୍ବଜନ୍ମରେ ଭଲ-ମନ୍ଦିର କର୍ମରଫଳସ୍ବରୂପ ଏବଂ ସେ ତା’ର ସ୍ଥିତି ସମ୍ବନ୍ଧରେ କୌଣସି କାର୍ଯ୍ୟ କରିପାରିବ ନାହିଁ । ସେ କେବଳମାତ୍ର ଜାତି ନିର୍ଦ୍ଧାରିତ କର୍ଭବ୍ୟଗୁଡ଼ିକୁ ଉତ୍ତମରୂପେ ସମ୍ପାଦନ କରିବାଦ୍ଵାରା ନିଜ ଭବିଷ୍ୟତ ଜୀବନର ଉନ୍ନତି କରିପାରିବ ।

ଧର୍ମ ଓ କର୍ମର ଏହି ଦୁଇ ଯମଜ ଧାରଣା ଜାତିପ୍ରଥାକୁ ନିଶ୍ଚଳ ଓ ଶୃଙ୍ଖଳିତ କରିଛି । ତେଣୁ ବ୍ରାହ୍ମଣମାନେ ଜାତି ସ୍ତରୀକରଣର ସର୍ବୋଚ୍ଚ ସ୍ଥାନରେ ଅବସ୍ଥାପିତ ହୋଇ ନିୟମ ସୃଷ୍ଟିକର୍ତ୍ତା ଓ ଆଇନ ପ୍ରଣୟନ କର୍ରାରୂପେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସେମାନେ ମଧ୍ୟ ସାମାଜିକ ଓ ସାଂସ୍କୃତିକ ସଞ୍ଚଳନର ନମୁନା ରୂପେ ବିବେଚିତ ହେଉଛନ୍ତି । କିନ୍ତୁ ନିକୃଷ୍ଟ ବୃଷ୍ଟିକୁ ଅନୁସରଣ କରୁଥିବା ବ୍ୟକ୍ତିମାନେ ସମାଜରେ ନିମ୍ନ ପ୍ରସ୍ଥିତି ଅଧିକାର କରିଥା’ନ୍ତି ।

ସେମାନେ ଜାତି-ସ୍ତରୀକରଣର ସର୍ବନିମ୍ନ ସ୍ଥାନରେ ରହି ‘ନିକୃଷ୍ଟ ଜାତି’’ ବା ନାମରେ ପରିଚିତ ହୋଇଥା’ନ୍ତି । ଭାରତୀୟ ସମ୍ବିଧାନରେ ସେମାନେ ‘ଦଫସିଲଭୁକ୍ତ ଜାତି’’ ଭାବେ ତାଲିକାଭୁକ୍ତ ହୋଇଛନ୍ତି ।

ପ୍ରାଚୀନ କାଳରୁ ଭାରତୀୟ ସମାଜ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ନାମରେ ଚାରୋଟି ଜାତିରେ ବିଭକ୍ତ ହୋଇଥିଲା । କ୍ରମାନ୍ୱୟରେ ରହିଥିବା ପ୍ରଥମ ତିନୋଟି ଜାତି, ଯଥା – ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ ‘ଦ୍ବିଜ’ ନାମରେ ପରିଚିତ । ଏହାର କାରଣ ସେହି ଜାତିର ସଦସ୍ୟମାନେ ସମାଜରେ ବିଭିନ୍ନ ପ୍ରକାର ସ୍ବାଧିକାର ହାସଲ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାର ଧାର୍ମିକ ଉତ୍ସବ ଓ କର୍ମକାଣ୍ଡମାନ ସମ୍ପାଦନ କରନ୍ତି ।

କିନ୍ତୁ ଶୁଦ୍ର ଜାତି ସମସ୍ତ ପ୍ରକାର ସୁବିଧା ସୁଯୋଗରୁ ବଞ୍ଚତ ହୋଇଥା’ନ୍ତି । ହିନ୍ଦୁ ଜାତିର ଅନ୍ୟାନ୍ୟ ସଦସ୍ୟମାନଙ୍କଦ୍ୱାରା ସେମାନେ ‘‘ଅସ୍ପୃଶ୍ୟ ଜାତି’’ ଭାବେ ପରିଚିତ ହୋଇଥା’ନ୍ତି । ଏତଦ୍‌ବ୍ୟତୀତ ପୂର୍ବେ ସେହି ଅସ୍ପୃଶ୍ୟ ଜାତି ବିଭିନ୍ନ ନାମରେ ନାମିତ ଥିଲା- ବୈଦିକ ଯୁଗରେ ସେମାନେ ‘ଅସ୍ପୃଶ୍ୟ’’, ମଧ୍ୟଯୁଗରେ ‘ଅଚ୍ୟୁତ’, ବ୍ରିଟିଶ ରାଜତ୍ଵ ସମୟରେ ‘ବାହ୍ୟ-ଜାତ’ ଏବଂ ଆଧୁନିକ ସମୟରେ ‘ଦଳିତ ଜାତି’ ନାମରେ ନାମିତ ।

କିନ୍ତୁ ଭାରତୀୟ ସମ୍ବିଧାନରେ ସେମାନଙ୍କୁ ‘ତଫସିଲଭୁକ୍ତ ଜାତି’ ଆଖ୍ୟା ଦିଆଯାଇଛି । ଜାତିର ଜନକ ମହାତ୍ମା ଗାନ୍ଧୀ ସେମାନଙ୍କୁ ଅତି ସ୍ନେହରେ ‘ହରିଜନ’ ଆଖ୍ୟା ଦେଇଥିଲେ ଯାହାର ଅର୍ଥ ଈଶ୍ବର ଲୋକ ।

ତଫସିଲଭୁକ୍ତ ଜାତି କହିଲେ ସାଧାରଣତଃ ହିନ୍ଦୁ ସମାଜର ନିମ୍ନତମ ଜାତିକୁ ବୁଝାଯାଏ । ଅନ୍ୟ ଅର୍ଥରେ ଅସ୍ପୃଶ୍ୟ ଜାତିଗୁଡ଼ିକ ମଧ୍ୟ ତଫସିଲଭୁକ୍ତ ଜାତି ଭବେ ପରିଚିତ । ଏହି ପରିପ୍ରେକ୍ଷୀରେ ଡକ୍ଟର ଡି.ଏନ୍.ମଜୁମଦାର୍ (Dr. D.N. Mazumdar) କହନ୍ତି :

“ଯେଉଁମାନେ ବିଭିନ୍ନ ପ୍ରକାର ସାମାଜିକ ଓ ରାଜନୈତିକ ନିର୍ଯାତନା ଭୋଗ କରିଥା’ନ୍ତି ସେମାନଙ୍କୁ ଅସ୍ପୃଶ୍ୟ ଜାତି କୁହାଯାଏ । ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ନିର୍ଯାତନା ପାରମ୍ପରିକଭାବେ ଧାର୍ଯ୍ୟ ହୋଇଥାଏ ଏବଂ ଉଚ୍ଚଜାତିମାନଙ୍କଦ୍ୱାରା ସାମାଜିକ ଭାବେ ପ୍ରୟୋଗ କରାଯାଇଥାଏ ।” (“Untouchable Castes are those who suffer from various social and political disabilities, many of which are traditionally prescribed and socially enforced by higher castes”).

ସମ୍ବିଧାନର 341 ଓ 342 ଧାରା ଅନୁସାରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ତଫସିଲଭୁକ୍ତ ଜାତିର ଏକ ତାଲିକା ପ୍ରସ୍ତୁତି କରିବାର କ୍ଷମତା ଭାରତର ରାଷ୍ଟ୍ରପତିଙ୍କର ରହିଛି । ଭାରତ ସରକାର 429ଟି ଅସ୍ପୃଶ୍ୟ ଜାତିକ ସମ୍ବିଧାନର ଅନସୂଚୀ ବା ତଫସିଲଭୁକ୍ତରେ ତାଲିକାଭୁକ୍ତ କରିଛନ୍ତି । 1971 ମସିହା ଜନଗଣନା ଅନୁସାରେ ଭାରତରେ ତଫସିଲଭୁକ୍ତ ଜାତିର ଲୋକମାନଙ୍କ ସଂଖ୍ୟା ପ୍ରାୟ 80 ନିୟୁତ ।

ସେଥ୍ ମଧ୍ୟରୁ ପଞ୍ଜାବରେ ଶତକଡ଼ା 24.7 ଭାଗ, ହିମାଚଳ ପ୍ରଦେଶରେ 22.24 ଭାଗ, ଉତ୍ତର ପ୍ରଦେଶରେ 21 ଭାଗ, ପଶ୍ଚିମବଙ୍ଗରେ 19.90 ଭାଗ, ହରିଆଣାରେ 18.89 ଭାଗ, ତାମିଲନାଡୁରେ 17.76 ଭାଗ, ରାଜସ୍ଥାନରେ 15.82 ଭାଗ, ଓଡ଼ିଶାରେ 15.09 ଭାଗ, ମହାରାଷ୍ଟ୍ରରେ 6 ଭାଗ, ଆସାମରେ 6.10 ଭାଗ, ଗୁଜରାଟରେ 6.84 ଭାଗ, ଜାମ୍ମୁ ଓ କାଶ୍ମୀରରେ 8.26 ଭାଗ ଏବଂ କେରଳରେ 8.30 ଭାଗ ଲୋକ ବସବାସ କରୁଛନ୍ତି ।

ତେଣୁ ଯେଉଁ ଜାତିଗୁଡ଼ିକ ଭାରତୀୟ ସମ୍ବିଧାନର ତଫସିଲରେ ଅନ୍ତର୍ଭୁକ୍ତ, ସେଗୁଡ଼ିକୁ ‘ତଫସିଲଭୁକ୍ତ ଜାତି’ କୁହାଯାଏ । ଶତକଡ଼ା 90 ଭାଗ ତଫସିଲଭୁକ୍ତ ଜାତି ଭାରତର ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି ।

୧୬ । ଭାରତରେ ତଫସିଲଭୁକ୍ତ ଜାତିର ବିଭିନ୍ନ ସମସ୍ୟାମାନ ବର୍ଣ୍ଣନା କର ।
Answer:
ପାରମ୍ପରିକ ଭାବେ ଭାରତରେ ତଫସିଲଭୁକ୍ତ ଜାତିମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ସା
ଭାଗରେ ବିଭକ୍ତ ଯଥା –
(୧) ସାମାଜିକ ସମସ୍ୟା,
(୨) ଅର୍ଥନୈତିକ ସମସ୍ୟା,
(୩) ରାଜନୈତିକ ସମସ୍ୟା ଏବଂ (୪) ଶିକ୍ଷାଗତ ସମସ୍ୟା ।

ସେଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।
ସାମାଜିକ ଜୀବନରେ ତଫସିଲଭୁକ୍ତ ଜାତି ନିମ୍ନଲିଖ୍ ସମସ୍ୟାଗୁଡ଼ିକର ସମ୍ମୁଖୀନ ହୋଇଥା’ନ୍ତି ।
(କ) ସମାଜରେ ନୀଚ ପ୍ରସ୍ଥିତି (Lowest Status in Society) ଜାତି-ସ୍ତରୀକରଣରେ ତଫସିଲଭୁକ୍ତ ଜାତି ନିମ୍ନ ସ୍ଥାନରେ ଅବସ୍ଥାପିତ ହୋଇ ନୂନ ପ୍ରସ୍ଥିତି ଉପଭୋଗ କରିଥାଏ । ସେହି ଦୃଷ୍ଟିରୁ ଉଚ୍ଚ-ଜାତିର ଲୋକମାନେ ତଫସିଲଭୁକ୍ତ ଜାତିର ଲୋକମାନଙ୍କୁ ହୀନ ଦୃଷ୍ଟିରେ ଦେଖ‌ିବା ସଙ୍ଗେ ସଙ୍ଗେ ସେମାନଙ୍କ ସହିତ ସମସ୍ତ ପ୍ରକାର ସାମାଜିକ ସହଯୋଗ ଛିନ୍ନ କରିଥା’ନ୍ତି ।

ଉଚ୍ଚ-ଜାତିର ଲୋକମାନେ ସେମାନଙ୍କୁ ଅପବିତ୍ରର ପ୍ରତୀକ ରୂପେ ବିବେଚନା କରିଥା’ନ୍ତି । ସେମାନେ ଉଚ୍ଚ-ଜାତିଦ୍ୱାରା ନିର୍ଯାତିତ, ଅପମାନିତ ଓ ଲାଞ୍ଛିତ ହୋଇ ସମାଜରେ ପଶୁତୁଲ୍ୟ ଜୀବନଯାପନ କରିଥା’ନ୍ତି ।

(ଖ) ଶିକ୍ଷାଗତ ସମସ୍ୟା (Educational Problems)- ପୂର୍ବେ ଅସ୍ପୃଶ୍ୟ ଜାତି ବା ତଫସିଲଭୁକ୍ତ ଜାତିର ସଦସ୍ୟମାନେ ସମସ୍ତ ପ୍ରକାର ଶିକ୍ଷାଲାଭରୁ ବଞ୍ଚିତ ହେଉଥିଲେ । ହିନ୍ଦୁ ଧର୍ମ ଶାସ୍ତ୍ରାନୁସାରେ ଶୂଦ୍ର ଜାତି ବେଦ ଅଧ୍ୟୟନ କରିପାରିବେ ନାହିଁ । ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଶିକ୍ଷାନୁଷ୍ଠାନରୁ ସେମାନେ ମଧ୍ୟ ଶିକ୍ଷାଲାଭ କରିପାରୁନଥିଲେ । ଆର୍ଥିକ ସଙ୍କଟ ଯୋଗୁ ସେମାନେ ମଧ୍ୟ ସ୍ୱତଃପ୍ରବୃତ୍ତ ଭାବେ ଶିକ୍ଷାଲାଭ କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ।

ବର୍ତ୍ତମାନ ସୁଦ୍ଧା ଭାରତର ଅଧିକାଂଶ ଗ୍ରାମରେ ଦାରିଦ୍ର୍ୟର କଷାଘାତରେ ପ୍ରପୀଡ଼ିତ ହୋଇ ତଫସିଲଭୁକ୍ତ ଜାତିର ଲୋକମାନେ ଶିକ୍ଷାଲାଭରୁ ବଞ୍ଚିତ ହେଉଛନ୍ତି । କିନ୍ତୁ ପୂର୍ବ ଅପେକ୍ଷା ବର୍ତ୍ତମାନ ସେମାନେ ସମସ୍ତ ପ୍ରକାର ଶିକ୍ଷା ଲାଭ କରୁଛନ୍ତି ।

(ଗ) ସାମାଜିକ ଅଭ୍ୟାସଗତ ସମସ୍ୟା (Problems of Social Habits) ତଫସିଲଭୁକ୍ତ ଜାତିର ଲୋକମାନେ ବିଭିନ୍ନ ସାମାଜିକ ଅଭ୍ୟାସ, ଯଥା – ଖାଦ୍ୟ, ପାନୀୟ ଓ ସାମାଜିକ ମିଳାମିଶା କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥା’ନ୍ତି । ଉଚ୍ଚ ଜାତିର ଲୋକମାନେ ସେମାନଙ୍କ ଗୃହରୁ ଖାଦ୍ୟ କିମ୍ବା ପାନୀୟ ଗ୍ରହଣ କରନ୍ତି ନାହିଁ । ସେହିପରି ସର୍ବସାଧାରଣଙ୍କ ନିମିତ୍ତ ଉଦ୍ଦିଷ୍ଟ କୂପ ଓ ପୁଷ୍କରିଣୀରୁ ମଧ୍ୟ ସେମାନେ ଜଳ ବ୍ୟବହାର କରିପାରନ୍ତି ନାହିଁ ।

ସାମାଜିକ ମିଳାମିଶା କ୍ଷେତ୍ରରେ ମଧ୍ୟ ବହୁ ପ୍ରତିବନ୍ଧକ ରହିଛି । ସମାଜରେ ନୀଚ-ଜାତିର ଲୋକମାନେ ଉଚ୍ଚ-ଜାତି ଲୋକମାନଙ୍କ ସହିତ ମିଶି କୌଣସି ଧାର୍ମିକ କାର୍ଯ୍ୟ ସମ୍ପାଦନ କରିପାରନ୍ତି ନାହିଁ । ବର୍ତ୍ତମାନ ସୁଦ୍ଧା ଅଧିକାଂଶ ଗ୍ରାମରେ ଏହି ନୀତିନିୟମ କଡ଼ାକଡ଼ି ଭାବେ ପାଳନ କରାଯାଉଛି, ଯେଉଁଠି କି ଉଚ୍ଚ-ଜାତିର ଲୋକମାନେ ନୀଚ-ଜାତି ଲୋକମାନଙ୍କର ଛାୟା ସୁଦ୍ଧା ସ୍ପର୍ଶ କରନ୍ତି ନାହିଁ ।

(ଘ) ସର୍ବସାଧାରଣ ସ୍ଥାନର ବ୍ୟବହାର କ୍ଷେତ୍ରରେ ନିଷେଧତା (Prohibition of use of Public Places) – ଅସ୍ପୃଶ୍ୟ ଜାତିର ସଦସ୍ୟମାନଙ୍କୁ ସର୍ବସାଧାରଣଙ୍କ ନିମିତ୍ତ ଉଦ୍ଦିଷ୍ଟ ଗ୍ରାମ୍ୟ କୂପ, ଜଳାଶୟ, ପୁଷ୍କରିଣୀ, ମନ୍ଦିର ଓ ଡାକ୍ତରଖାନା ପ୍ରଭୃତିକ ବ୍ୟବହାର କରିବାପାଇଁ ଅନୁମତି ଦିଆଯାଇନଥାଏ । ଏପରିକି ସେମାନଙ୍କୁ ମଧ୍ଯ ସର୍ବସାଧାରଣ ରାସ୍ତାଘାଟରେ ଯାତାୟତ କରିବା ପାଇଁ ଅନୁମତି ଦିଆଯାଉନଥିଲା ।

ଉଚ୍ଚ-ଜାତି ଲୋକମାନେ ବାସ କରୁଥିବା ଅଞ୍ଚଳରେ ସେମାନଙ୍କୁ ବସବାସ କରିବାପାଇଁ ମଧ୍ୟ ସୁବିଧା ସୁଯୋଗ ଦିଆଯାଇନଥାଏ । ପୂର୍ବେ ସେମାନେ ଅତି କଦର୍ଯ୍ୟ ତଥା ନିକୃଷ୍ଟ ଧରଣର କୁଡ଼ିଆ କିମ୍ବା ଝାଟିମାଟି ଘରେ ବସବାସ କରୁଥିଲେ । କିନ୍ତୁ ବର୍ତ୍ତମାନ ସେମାନେ ସମସ୍ତ ପ୍ରକାର ସୁବିଧା ସୁଯୋଗ କ୍ରମଶଃ ଲାଭ କରୁଛନ୍ତି ।

CHSE Odisha Class 12 Sociology Unit 4 Long Answer Questions in Odia Medium

(୧) ଅର୍ଥନୈତିକ ସମସ୍ୟା (Economic Problems) – ତଫସିଲଭୁକ୍ତ ଜାତିର ନିମ୍ନଲିଖତ ଅର୍ଥନୈତିକ ସମସ୍ୟାମାନ ରହିଛି ।
(କ) ସମ୍ପତ୍ତିଗତ ଅଧିକାରରୁ ବଞ୍ଚିତ (No Right of Property) – ଅସ୍ପୃଶ୍ୟ ଜାତିମାନେ ପାରମ୍ପରିକଭାବେ ସମ୍ପତ୍ତିଗତ ଅଧିକାରରୁ ବଞ୍ଚିତ ଥିଲେ । ସେମାନଙ୍କର ନିଜସ୍ବ କୌଣସି ସମ୍ପତ୍ତି ନଥିଲା । ବିଭିନ୍ନ ଉଦ୍ୟୋଗଗୁଡ଼ିରେ ପ୍ରବେଶ କରିବାର ପଥ ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ବନ୍ଦ ଥିଲା । ଗ୍ରାମରେ ଜମି କ୍ରୟ କରିବା ପାଇଁ ସେମାନଙ୍କୁ ଅନୁମତି ଦିଆଯାଉ ନଥିଲା ।

ସେମାନେ ବହୁଳଭାବେ କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିପାରୁ ନଥିଲେ । ବର୍ତ୍ତମାନ ସୁଦ୍ଧା ଭାରତର ଅଧିକାଂଶ ଗ୍ରାମରେ ବସବାସ କରୁଥିବା ବହୁ ତଫସିଲଭୁକ୍ତ ଜାତିମାନଙ୍କର ନିଜସ୍ୱ କୌଣସି ଜମିବାଡ଼ି ନାହିଁ । କିନ୍ତୁ ସରକାରଙ୍କ ‘ଆବାସ ଯୋଜନା’’ ମାଧ୍ୟମରେ ସେମାନେ କ୍ରମଶଃ ସମ୍ପରିଗତ ଅଧିକାର ଲାଭ କରୁଛନ୍ତି ।

(ଖ) ବୃତ୍ତି ମନୋନୟନ ଅଧିକାରରୁ ବଞ୍ଚିତ (No Right of Choosing Occupation) – ପାରମ୍ପରିକ ଭାବେ ଅସ୍ପୃଶ୍ୟ ଜାତି ବୃଦ୍ଧି ମନୋନୟନ ଅଧିକାରରୁ ସମ୍ପୂର୍ଣ ରୂପେ ବଞ୍ଚତ ଥିଲେ । ଉଚ୍ଚ ଜାତିର ସଦସ୍ୟମାନଙ୍କ ପାଇଁ ସଂରକ୍ଷିତ ବୃତ୍ତିରେ ଅସ୍ପୃଶ୍ୟ ଜାତିର ସଦସ୍ୟମାନେ ନିଜକୁ ନିୟୋଜିତ କରିପାରୁ ନଥିଲେ । ସେମାନଙ୍କର ଆବଶ୍ୟକୀୟ ଦକ୍ଷତା, ପାରଦର୍ଶିତା ଓ କର୍ମକୁଶଳତା ଥିଲେ ମଧ୍ୟ ନିର୍ଦ୍ଧାରିତ ବୃତ୍ତି ବ୍ୟତୀତ ଅନ୍ୟ କୌଣସି ବୃତ୍ତିକୁ ସେମାନେ ଅନୁସରଣ କରିପାରୁ ନଥିଲେ ।

ବିଶେଷତଃ ସେମାନେ ଦିନ ମଜୁରିଆଭାବେ ଜୀବନଯାପନ କରୁଥିଲେ । ଗାଁ ଗଣ୍ଡାରେ ମଇଳା ଆବର୍ଜନା ସଫା-କରିବା, ମୃତ ଶବ ଉଠାଇବା ଚମଡ଼ା କାର୍ଯ୍ୟ ଓ ଜୋତା ସିଲାଇ କରିବା, ଟୋକେଇ କୁଲେଇ ବୁଣିବା ପ୍ରଭୃତି ନିମ୍ନଧରଣର କାର୍ଯ୍ୟ ସମ୍ପାଦନ କରୁଥିବାରୁ ସେମାନଙ୍କର ଆୟ ଖୁବ୍ କମ୍ ଥିଲା । ତାହା ଫଳରେ ସେମାନେ ପୁରୁଷାନୁକ୍ରମେ ଭୋକ ଉପାସରେ ରହି ଯନ୍ତ୍ରଣାଦାୟକ ଜୀବନଯାପନ କରିଥା’ନ୍ତି ।

ସେମାନଙ୍କର ଜୀବନଧାରଣର ମାନ ଅତି ନ୍ୟୁନ ଥିଲା । କିନ୍ତୁ ବର୍ତ୍ତମାନ ସେମାନେ ସ୍ଵଇଚ୍ଛାରେ ଯେକୌଣସି ବୃତ୍ତିକୁ ଅନୁସରଣ କରି ପାରୁଛନ୍ତି ।

(ଗ) ଭୂମିହୀନ ଶ୍ରମିକ (Landless Labourer) : ଅସ୍ପୃଶ୍ୟ ଜାତିର ସଦସ୍ୟମାନେ ଗ୍ରାମରେ ଭୂମିହୀନ ଶ୍ରମିକ ଭାବେ ପରିଚିତ ଥିଲେ । ସେମାନଙ୍କର ନିଜସ୍ବ ଜମିବାଡ଼ି କିଛି ନଥିଲା । ଉଚ୍ଚ-ଜାତିର ଲୋକମାନଙ୍କ ଜମିରେ ସେମାନେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ । ଜମିଦାରୀ ପ୍ରଥାର ବିଲୋପ ସାଧନ ପୂର୍ବରୁ କୌଣସି ପାରିଶ୍ରମିକ ନନେଇ ଭୂ-ସ୍ବାମୀମାନଙ୍କ ପାଇଁ କାର୍ଯ୍ୟ କରିବା ସେମାନଙ୍କର ପ୍ରଥମ କର୍ତ୍ତବ୍ୟ ଥିଲା ।

ତେଣୁ ସେମାନଙ୍କର ସ୍ଥିତି ଏକ କ୍ରୀତଦାସ ସଦୃଶ ଥିଲା ଏବଂ ଅନେକ କ୍ଷେତ୍ରରେ କ୍ରୀତଦାସଠାରୁ ଅତି କଦର୍ଯ୍ୟ ମଧ୍ୟ ଥିଲା । ଭୂମିହୀନ ଶ୍ରମିକ ଭାବେ ସେମାନେ ଦିନରାତି କାର୍ଯ୍ୟକରି ପଥଭ୍ରଷ୍ଟ ପଥ୍ୟକ, ଦିଗହରା ନାବିକ ଏବଂ ନୀଡ଼ହରା ପକ୍ଷୀତୁଲ୍ୟ ଜୀବନଯାପନ କରୁଥିଲେ । ଭାରତବର୍ଷରେ ବର୍ତ୍ତମାନ ସୁଦ୍ଧା ଶତକଡ଼ା 80 ଭାଗ ତଫସିଲଭୁକ୍ତ ଜାତିର ଲୋକମାନେ ଭୂମିହୀନ ଶ୍ରମିକ ଭାବେ ଜୀବନଯାପନ କରୁଛନ୍ତି ।

(୩) ରାଜନୈତିକ ସମସ୍ୟା (Political Problems) : ଅସ୍ପୃଶ୍ୟ ଜାତିର ଲୋକମାନେ ପାରମ୍ପରିକ ଭାବେ ରାଜନୈତିକ କ୍ଷେତ୍ରରେ ବହୁ ପ୍ରତିବନ୍ଧକର ଶିକାର ହେଉଥିଲେ । ଭାରତର ରାଜନୀତି, ଶାସନ ଓ ସାଧାରଣ ନିର୍ବାଚନରେ ସେମାନେ ଅଂଶଗ୍ରହଣ କରିପାରୁ ନଥିଲେ । ସେମାନେ ମଧ୍ୟ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପଦପଦବୀରେ ନିଜକୁ ନିୟୋଜିତ କରିପାରୁ ନଥିଲେ ।

ଅବଶ୍ୟ ବ୍ରିଟିଶ୍ ଶାସନ ସମୟରେ ସେମାନେ ପ୍ରଥମ ଥର ପାଇଁ ସେମାନେ ଭୋଟଦାନ ଅଧିକାର ଲାଭ କରିଥିଲେ । ବର୍ତ୍ତମାନ ସମୟରେ ସେମାନେ ସମାନ ରାଜନୈତିକ ଅଧିକାର ହାସଲ କରିଛନ୍ତି । କିନ୍ତୁ ଏହା ନିଃସନ୍ଦେହ ଯେ ଅର୍ଥନୈତିକ ବିକାଶ ବ୍ୟତୀତ ରାଜନୈତିକ ଅଧିକାର ଠିକ୍‌ଭାବେ ଉପଯୋଗ ହୋଇପାରିବ ନାହିଁ । ଅର୍ଥାତ୍ ସେମାନଙ୍କର ଅଧ୍ବକ ଉନ୍ନତି ନ ଘଟିଲେ ସେମାନେ ହାସଲ କରିଥିବା ରାଜନୈତିକ ଅଧିକାରକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିପାରିବେ ନାହିଁ ।

(୪) ଧାର୍ମିକ ସମସ୍ୟା (Religious Problems) : ପରିଶେଷରେ ଧାର୍ମିକ ଦୃଷ୍ଟିକୋଣରୁ ତଫସିଲଭୁକ୍ତ ଜାତିମାନେ ହିନ୍ଦୁ ରୂପେ ପରିଚିତ ଥିଲେ ମଧ୍ୟ ସେମାନଙ୍କୁ ହିନ୍ଦୁ ମନ୍ଦିର ତଥା ତୀର୍ଥସ୍ଥାନ ମଧ୍ୟକୁ ପ୍ରବେଶ କରିବାପାଇଁ ଅନୁମତି ଦିଆଯାଉ ନଥିଲା । କାରଣ ସେମାନଙ୍କର ଛାୟା ସ୍ପର୍ଶରେ ଦେବତା ଅପଦସ୍ତ ହୋଇଯିବାର ଧାରଣା ଉଚ୍ଚ-ଜାତି ଲୋକମାନଙ୍କ ମନରେ ସୃଷ୍ଟି ହୋଇଥିଲା । ସେମାନେ ମଧ୍ୟ ବେଦ-ବେଦାନ୍ତ ଆଦି ଧର୍ମଗ୍ରନ୍ଥ ଅଧ୍ୟୟନ କରିପାରୁ ନଥିଲେ ।

ବ୍ରାହ୍ମଣ ପୂଜକମାନଙ୍କ ଯଜମାନରୁ ସେମାନେ ମଧ୍ୟ ବଞ୍ଚିତ ହେଉଥିଲେ । ଉଦାହରଣ ସ୍ବରୂପ-ଜଣେ ବ୍ରାହ୍ମଣ ଏକ ଶୂଦ୍ରର ଧାର୍ମିକ ଉତ୍ସବରେ ପୌରୋହିତ୍ୟ କାର୍ଯ୍ୟ କରି ନଥାଏ । କାରଣ ବ୍ରାହ୍ମଣମାନଙ୍କର ଧାରଣ ଥୁଲା ଯେ ଶୂଦ୍ର ଜାତିର ଛାୟା ସ୍ପର୍ଶଦ୍ଵାରା ସେମାନେ ଅପବିତ୍ର ହୋଇଯିବେ ।

ବର୍ତ୍ତମାନ ମଧ୍ୟ ଭାରତର ଅଧିକାଂଶ ଗ୍ରାମରେ ଏହିଭଳି ଧାରଣା ବଦ୍ଧମୂଳ ରହିଛି, ଯେଉଁଠି ଶତକଡ଼ା 90 ଭାଗ ତଫସିଲଭୁକ୍ତ ଜାତିର ଲୋକମାନେ ବସବାସ କରିଥା’ନ୍ତି । ସଂକ୍ଷେପରେ କହିବାକୁ ଗଲେ, ତଫସିଲଭୁକ୍ତ ଜାତି ବର୍ତ୍ତମାନ ସୁଦ୍ଧା ବହୁ ଧାର୍ମିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ, କେବଳ ଧାର୍ମିକ ସମସ୍ୟା ବ୍ୟତୀତ ତଫସିଲଭୁକ୍ତ ବା ଅସ୍ପୃଶ୍ୟ ଜାତିମାନଙ୍କର ଅନ୍ୟ ସମସ୍ତ ସମସ୍ୟା ସରକାରଙ୍କ ପ୍ରତ୍ୟକ୍ଷ ତଥା ପରୋକ୍ଷ ଉଦ୍ୟମ ହେତୁ କେତେକାଂଶରେ ଦୂରୀଭୂତ ହୋଇପାରିଛି । କିନ୍ତୁ ସମ୍ପୂର୍ଣ୍ଣଭାବେ ଦୂରୀଭୂତ ହୋଇଛି କହିବା ଅପ୍ରାସଙ୍ଗିକ ହେବ । ସରକାରଙ୍କ ଉଦ୍ୟମଗୁଡ଼ିକ ଯଦିଓ ସ୍ବାଗତଯୋଗ୍ୟ ପଦକ୍ଷେପ; ତଥାପି ତାହା ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ ।

ଭାରତର ଅଧିକାଂଶ ଗ୍ରାମରେ ବହୁ ନୀଚ-ଜାତି ତଫସିଲଭୁକ୍ତ ଜାତି ତାଲିକାରେ ଅନ୍ତର୍ଭୁକ୍ତ ହୋଇ ମଧ୍ୟ ଦଳିତ, ଅବହେଳିତ ଓ ନିସ୍ପେଷିତ ଅବସ୍ଥାରେ ରହିଛନ୍ତି । ତେଣୁ ସରକାରୀ ଉଦ୍ୟମ କାଗଜକଲମ ସର୍ବସ୍ଵ ନ ହୋଇ ଅନୁଭବଯୋଗ୍ୟ ତଥା କାର୍ଯ୍ୟକ୍ଷମ ହେବା ବାଞ୍ଛନୀୟ ।

୧୭ । ଜନଜାତିମାନଙ୍କର ସାମାଜିକ ଆନ୍ଦୋଳନ ସମ୍ବନ୍ଧରେ ପ୍ରବନ୍ଧ ଲେଖ ।
Answer:
ଅର୍ଥନୈତିକ, ସାମାଜିକ ଏବଂ ରାଜନୈତିକ ଦିଗରୁ ଦେଶର ଜନଜାତି ଲୋକମାନଙ୍କ ମଧ୍ୟରେ ଗୁରୁତର ପ୍ରଭେଦୀକରଣ ପ୍ରତିପାଦନ କରିଥାଏ ଯେ ଜନଜାତିମାନେ ସେମାନଙ୍କର ବଞ୍ଚିବାର ସମ୍ପଦ ଭିତରୁ ବେଦଖଲ ହୋଇଥା’ନ୍ତି, ସେମାନଙ୍କର ଇତିହାସ, ସଂସ୍କୃତି ଏବଂ ଆନୁଷ୍ଠାନିକ ସଂରଚନାରେ ବାରମ୍ବାର ଆକ୍ରମଣ ସମ୍ମୁଖୀନ ହୋଇଥା’ନ୍ତି ।

ସେମାନେ ମଧ୍ୟ ରାଜନୀତିକ ପ୍ରକ୍ରିୟାରେ ଉପେକ୍ଷିତ ହୋଇଥା’ନ୍ତି । ତେଣୁ, ଜନଜାତି ଲୋକମାନେ ଏକ ଘୃଣିତ, ଶୋଷିତ ଏବଂ ଉପେକ୍ଷିତ ସାମାଜିକ ଶ୍ରେଣୀଭାବରେ ବିବେଚିତ ହେଉଥିବାର ଦେଖାଯାଏ ।

ଅଷ୍ଟାଦଶ ଶତାବ୍ଦୀ ପୂର୍ବରୁ ଜନଜାତିମାନେ କେନ୍ଦ୍ରୀୟ କ୍ଷମତା ଏବଂ ହିନ୍ଦୁ ଓ ମୁସଲମାନ ଶାସକମାନଙ୍କ ପ୍ରତି ଉଦାସୀନ ଥିଲେ । ମାତ୍ର ଏଥିରେ କେତେକ ବିଚ୍ୟୁତି ମରାଠା ଶାସକମାନଙ୍କ ଅଧୀନରେ ଥିବା ଜନଜାତିଙ୍କ କ୍ଷେତ୍ରରେ ଦେଖାଦେଇ ଥିଲା । ଜନଜାତୀୟ ଶାସକମାନେ ବ୍ୟବସ୍ଥାର ପୁନଃ ଉତ୍ପତ୍ତି ନିମନ୍ତେ ବଳପୂର୍ବକ କିଛି ଚାହୁଁ ନଥିଲେ । ସେମାନଙ୍କର କ୍ଷମତାର ବୈଧତା ବିକେନ୍ଦ୍ରିକ ହୋଇଥିଲା ।

ଉପନିବେଶବାଦ, ଯାହାକି ପ୍ରଥମ ଥର ପାଇଁ ସେମାନଙ୍କୁ କୈନ୍ଦ୍ରିକ ନିୟନ୍ତ୍ରଣାଧୀନ ରାଷ୍ଟ୍ର ମଧ୍ୟକୁ ଠେଲିଲା । ଏହାର ପ୍ରଭାବରେ ବିଛୁରିତ ଏବଂ ଅସଙ୍ଗଠିତ ଜନଜାତିମାନେ ଏକାଠି ହୋଇ ଆଞ୍ଚଳିକ ସ୍ତରରେ ବିଦ୍ରୋହ କରିବାରେ ଲାଗିଲେ । ଊନବିଂଶ ଶତାବ୍ଦୀରେ ଅଧିକାଂଶ ସଂଖ୍ୟାତ୍ମକ ସବଳ ଏବଂ ସ୍ଥିର ହୋଇ ରହିଥିବା ଜନଜାତି ସମୁଦାୟ ଯଥା- ସାନ୍ତାଳ, ଓରାଂଗ, କୋଲ୍, କୋୟା, ଭିଲ୍, ସଉରା ଇତ୍ୟାଦି ଉପନିବେଶବାଦ ଓ ସାମନ୍ତବାଦ ବିରୁଦ୍ଧରେ ସଂଘର୍ଷ କଲେ ।

କେତେକ ସଂସ୍କାରମୂଳକ, ମୁକ୍ତି କିମ୍ବା ସମାନ ହେବାପାଇଁ ଆନ୍ଦୋଳନ ବ୍ୟତୀତ ସେମାନଙ୍କର ଆନ୍ଦୋଳନ ଭୂମି ବିଚ୍ୟୁତି, ଜଙ୍ଗଲ ସଂରକ୍ଷଣ, ବଳପୂର୍ବକ ଏବଂ ଚୁକ୍ତିଗତ ଶ୍ରମ, ଦମନ, କର, ସଂସ୍କୃତି ଓ ଧର୍ମ ନଷ୍ଟ ଏବଂ ସେମାନଙ୍କର ପାରମ୍ପରିକ କ୍ଷମତାର ବଦଳ ସହ ସମ୍ବନ୍ଧିତ ଥିଲା । ଉପନିବେଶ ବିରୋଧୀ ଦୃଷ୍ଟିଭଙ୍ଗୀ ସଠିକ୍ ଭାବରେ ଉଚ୍ଚାରିତ ହୋଇପାରିଲା ନାହିଁ, କାରଣ ବ୍ରିଟିଶମାନଙ୍କର ସ୍ବାର୍ଥ ଆଞ୍ଚଳିକ ଏବଂ ସ୍ଥାନୀୟ କ୍ଷମତାଦ୍ୱାରା ଚାଲୁ ରହିଥିଲା ।

ଆନ୍ତଃ-ଜନଜାତୀୟ ବିରୋଧୀଭାବ ଅଣ-ଜାତୀୟ ଆକ୍ରମଣଦ୍ୱାରା ଆଚ୍ଛାଦିତ ହୋଇ ରହିଥିଲା ଏବଂ ସେମାନଙ୍କର ବଂଶଗତ ବନ୍ଧନ ଏବଂ ସାଧାରଣ ଐତିହ୍ୟ ସେମାନଙ୍କର ନିଜସ୍ୱ ଶୋଷଣକାରୀ ସଦସ୍ୟମାନଙ୍କୁ ଆକ୍ରମଣରୁ ମୁକ୍ତ କରିଥିଲା । ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଜାତୀୟତାବାଦୀ ଆନ୍ଦୋଳନର ଉତ୍ପତ୍ତି ସହିତ ଅଣ-ଉପନିବେଶବାଦ ଦୃଷ୍ଟିଭଙ୍ଗୀ କନ୍ଧ, କୋୟା, ଓରାଂଗ, ମୁଣ୍ଡା, ସୌରା, ଓର୍‌ଲି, ଗଣ୍ଡ ଏବଂ ଅନ୍ୟ ଜନଜାତିମାନଙ୍କର ସଂଘର୍ଷକୁ ଆସ୍ତେ ଆସ୍ତେ ଗତି କରିଥିଲା ।

ସ୍ଵାଧୀନତାଠାରୁ ଜନଜାତୀୟ ଆନ୍ଦୋଳନ – ସ୍ବାଧୀନତାଠାରୁ ଜନଜାତୀୟ ଆନ୍ଦୋଳନ ଅଧ‌ିକ ବିବିଧ ପ୍ରକାରର ହୋଇଅଛି । ସେମାନଙ୍କର ବ୍ୟାପକ ବିବିଧତା ସତ୍ତ୍ବେ ସେମାନଙ୍କର ସାଧାରଣ ଅଭିଯୋଗ ହେଉଛି ସେମାନଙ୍କର ଅଣଅଧୂଗ୍ରହଣ ଏବଂ ଅଣମର୍ଯ୍ୟାଦା ଏବଂ ଇଚ୍ଛା ସେମାନଙ୍କୁ ଉପଆଞ୍ଚଳିକ ବନ୍ଧନ ଏବଂ ଚେତନା ସହ ସଂପୃକ୍ତ କରିଥିଲା । ତଥାପି, ପ୍ରାୟତଃ ଏଯାବତ୍ ସଙ୍ଗଠିତ ହୋଇଥିବା ସମସ୍ତ ଜନଜାତୀୟ ଆନ୍ଦୋଳନ ଅନ୍ତର୍ନିହିତ ଭାବେ ବଂଶଗତ ବା ଜାତୀୟତାବାଦୀ ପ୍ରଶ୍ନ ସହ ସମ୍ବନ୍ଧିତ ।

CHSE Odisha Class 12 Sociology Unit 4 Long Answer Questions in Odia Medium

ସଂପ୍ରତି ସାମାଜିକ ସାଂସ୍କୃତିକ ଆନ୍ଦୋଳନ ଯାହାକି ଦ୍ବିଜ ସାଂସ୍କୃତିକ ଜଟିଳତା ଆଡ଼କୁ ଗତିଶୀଳ ତାହା କମ୍ ଗୁରୁତ୍ଵପୂର୍ଣ୍ଣ ହୋଇଅଛି । ଏହା ବ୍ୟତିରେକ ଏହାର ବିପରୀତ ଗତି କ୍ରମଶଃ ଅଧ୍ଵରୁ ଅଧ‌ିକ ସ୍ପଷ୍ଟ ହୋଇଅଛି । ଅପେକ୍ଷାକୃତ ବୃହତ୍ ଜନସଂଖ୍ୟା ଯେଉଁଥରେ ସାକ୍ଷରତା ହାର ଅଧୂକ, ଜାତୀୟ ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ଆନ୍ତଃ ସାମାଜିକ-ଅର୍ଥନୈତିକ ପ୍ରଭେଦ ସମ୍ବନ୍ଧରେ ସଚେତନତା ରହିଛି ସେଠାରେ ସଙ୍ଗଠିତ ସଂଘର୍ଷ ମୁଖ୍ୟତଃ ଦେଖାଦେଇଥାଏ ।

ଜନଜାତିମାନେ ଯେଉଁମାନଙ୍କଠାରେ ବେଶୀ ପାର୍ଥକ୍ୟ ଦେଖାଦେଇଥାଏ ସେମାନେ ବଶ୍ୟତା ପ୍ରତି ବେଶି ସହନଶୀଳତା ଦେଖାଇଥା’ନ୍ତି ଏବଂ ଏଠାରେ ଏଲିମାନେ ସଂଘର୍ଷର ମୁଖ୍ୟ କେନ୍ଦ୍ରବିନ୍ଦୁ ବୋଲି ତଥ୍ୟ ଦର୍ଶାଇଥାଏ । ସେମାନଙ୍କ ସଂଘର୍ଷ କିମ୍ବା ଆନ୍ଦୋଳନ ବ୍ୟାପକ ଭାବରେ ଜନଜାତି ଲୋକମାନଙ୍କର ସାମାଜିକ, ଅର୍ଥନୈତିକ, ରାଜନୈତିକ ଏବଂ ସାଂସ୍କୃତିକ ପରିପ୍ରକାଶକୁ କେନ୍ଦ୍ରୀଭୂତ କରି ସୃଷ୍ଟି ହୋଇଥାଏ ।

ସଂଘର୍ଷର ଉଦ୍ଦେଶ୍ୟ :
ଜନଜାତୀୟ ସଂଘର୍ଷ ମୁଖ୍ୟତଃ ତିନୋଟି ଆନ୍ତଃ-ସମ୍ବନ୍ଧିତ ଉଦ୍ଦେଶ୍ୟ ମୂଳରେ ନିହିତ ଅଛି । ତାହାହେଲା – ବ୍ୟକ୍ତିବାଦ ସାହିତ୍ୟ, ସ୍ଥିର ଆଦର୍ଶ ଏବଂ ବିକାଶର ପୁଞ୍ଜିବାଦ ଆଦର୍ଶ । ବୈଧ ସାଂସ୍କୃତିକ, ଭାଷାଗତ ସ୍ତରରେ ଆତ୍ମନିର୍ଦ୍ଧାରଣ ଏବଂ ସ୍ଥିର ବିକାଶ ନିମିତ୍ତ ବିବିଧ କୌଶଳ ଇତ୍ୟାଦି ଉପରେ ସାମୂହିକ ଅଧିକାର ସ୍ଵୀକୃତି ପାଇଁ ଏହି ଆନ୍ଦୋଳନମାନ ।

ଦୁର୍ଭାଗ୍ୟବଶତଃ ଜନଜାତିମାନଙ୍କର ଅଞ୍ଚଳରେ ସେମାନଙ୍କର କୃଷିଭିତ୍ତିକ ସଂଘର୍ଷ ପାଇଁ କଠୋର ସଂଘର୍ଷ ଯାହା ଆଇନକାନୁନ ବ୍ୟବସ୍ଥା ସହ ସମ୍ବନ୍ଧିତ ଏବଂ ଯାହା ମିଲିଟାରୀ ଶକ୍ତିର ସମ୍ମୁଖୀନ ହୋଇଥାଏ । ରାଜନୈତିକ ସ୍ଵୟଂଶାସନ ପାଇଁ ଦାବି ଏବଂ ଜନଜାତୀୟ ଅଞ୍ଚଳକୁ ପରିବର୍ଦ୍ଧିତ ଓ ବିକଶିତ ହେବା ସଠିକ୍ ଭାବରେ ବୈଧ ଏବଂ ସାମ୍ବିଧାନିକ ଉପାୟରେ ଘଟଣାକୁ ପରିଚାଳିତ କରିବାର ପ୍ରକୃଷ୍ଟ ଉପାୟ ।

ଭାରତର ଉତ୍ତର, ଉତ୍ତର-ପୂର୍ବାଞ୍ଚଳ, କେନ୍ଦ୍ରାଞ୍ଚଳ, ଦକ୍ଷିଣାଞ୍ଚଳରେ ଜନଜାତିରେ ଆନ୍ଦୋଳନ ଉଗ୍ର ହେଉଛି । ମାଓବାଦ ଓ ନକ୍ସଲବାଦର ସମ୍ମିଶ୍ରଣ ହେଉଛି । ଜନଜାତୀୟ ଆନ୍ଦୋଳନର ଉଗ୍ରରୂପ ମାଓବାଦ ଓ ନକ୍ସଲବାଦକୁ ପ୍ରୋତ୍ସାହିତ କରୁଛି । ସରକାର ଏହାର ସମାଧାନ ଓ ସ୍ଥାୟୀ ପ୍ରତିକାର କରିବା ଉଚିତ ।

୧୮ । ଭାରତରେ କୃଷକ ଆନ୍ଦୋଳନ ସମ୍ବନ୍ଧରେ ପ୍ରବନ୍ଧ ଲେଖ ।
Answer:
ଭାରତ ଇତିହାସରେ ଉପନିବେଶବାଦ ବ୍ୟବସ୍ଥା ମଧ୍ୟରେ କୃଷକ ଆନ୍ଦୋଳନ ଜନ୍ମ ନେଇଥିଲା । କୃଷକ ସମାଜର ସାମଗ୍ରିକ ସ୍ୱାର୍ଥ ପାଇଁ କୃଷକମାନଙ୍କ ମଧ୍ୟରେ, କୃଷକ ନେତାଙ୍କ ନେତୃତ୍ୱରେ ବା କୃଷକ ସମାଜର ସାମୂହିକ ଆନ୍ଦୋଳନକୁ କୃଷକ ଆନ୍ଦୋଳନ କୁହାଯାଏ । ଏହାର ଇତିହାସ ଜମିଦାର ବା ସାହୁକାରଙ୍କ ବିରୋଧରେ ସଂଗ୍ରାମ ଅଟେ ।

ସମାଜବିଜ୍ଞାନୀ କ୍ୟାଥେଲିନ୍ ଗସ୍‌ଙ୍କ ମତରେ, ‘କୃଷକ ଆନ୍ଦୋଳନ ବିରୋଧାତ୍ମକ ଆଭାସ ଭାବରେ ଜମିଦାର ଓ
ସାମନ୍ତବାଦ ବିରୋଧରେ ଆନ୍ଦୋଳନ ରହିଥିଲା, ଯେଉଁଥିରେ ପଲ୍ଲୀ ଅଞ୍ଚଳର ଆଦିମ ଅଧିବାସୀ ତାଙ୍କ କଷ୍ଟାଉପାର୍ଜିତ କୃଷିକ୍ଷେତରୁ
ଅଧ୍ଵକ ମାତ୍ରା ଜମିଦାର ବା ସାହୁକାରମାନଙ୍କୁ ପ୍ରଦାନ କରୁଥିଲେ ।

କୃଷକ ଆନ୍ଦୋଳନର ପ୍ରାକ୍ ପ୍ରଚ୍ଛଦପଟ୍ଟ :
(୧) ସାମାଜିକ ସଂରଚନା ଗ୍ରାମୀଣ ଜୀବନରେ କୃଷକ ଓ ଜମିଦାର ମଧ୍ୟରେ ଶ୍ରେଣୀ ସଂରଚନାର ଦୂରତ୍ବକୁ ସୃଷ୍ଟି କରୁଥିଲା ।
(୨) ମାର୍କସବାଦ ଅନୁସାରେ କୃଷି ଉତ୍ପାଦନ ପ୍ରକ୍ରିୟାରେ ଜମିମାଲିକ ଓ ଚାଷୀଙ୍କ ମଧ୍ୟରେ ଶ୍ରେଣୀଗତ ସଂଘର୍ଷ ଓ ଭାବଧାରାଗତ ଦ୍ବନ୍ଦ୍ବ ରହିଥାଏ ।
(୩) ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଜୀବନଧାରାରେ ଚାଷୀ ଓ ଭୂ-ମାଲିକଙ୍କ ମଧ୍ୟରେ ସଂରଚନାତ୍ମକ ଓ ପ୍ରକାର୍ଯ୍ୟାତ୍ମକ ଦୂରତ୍ବ ରହୁଥିଲା ।
(୪) ଅନୈତିକ ରାଜନୈତିକ ଶୋଷଣ ଓ ଅତ୍ୟାଚାର କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିଲା ।
(୫) ଜାଗତିକ ପରିବର୍ତ୍ତନ ଶ୍ରେଣୀ ସଂଘର୍ଷ ଓ ସାମାଜିକ-ସାଂସ୍କୃତିକ ଆନ୍ଦୋଳନ କୃଷକ ଆନ୍ଦୋଳନକୁ ପ୍ରବର୍ତ୍ତାଇଥିଲା ।

କୃଷକ ଆନ୍ଦୋଳନର ପ୍ରକାରଭେଦ :
(୧) ମୌଳିକ ଢାଞ୍ଚାଭିଭିକ ଆନ୍ଦୋଳନ – ପ୍ରାଥମିକ ଭାବରେ ଏହି କୃଷକ ଆନ୍ଦୋଳନ ନିର୍ଦ୍ଦିଷ୍ଟ ପ୍ରଶାସନ ଓ ପାରମ୍ପରିକ ବିଧବ୍ୟବସ୍ଥା ବିରୋଧରେ ଆନ୍ଦୋଳନ ରହିଥିଲା ।
(୨) ଧର୍ମୀୟ ଆନ୍ଦୋଳନ – ବିଦେଶୀ ଧର୍ମ ଓ ସଂସ୍କୃତିର ପ୍ରଭାବରୁ ନିଜ ଅଞ୍ଚଳକୁ ରକ୍ଷା କରିବାପାଇଁ କୃଷକ ଆନ୍ଦୋଳନ ମୁଣ୍ଡ ଟେକିଥିଲା ।
(୩) ସାମାଜିକ ବିପ୍ଳବ – ଶସ୍ୟହାନି, ଅର୍ଥନୈତିକ ଅଭାବ ସମୟରେ କୃଷକମାନେ ସାମଗ୍ରିକଭାବରେ ସାମାଜିକ ଆନ୍ଦୋଳନରେ ସାମିଲ ହୋଇଥିଲେ । ଲର୍ଡ଼ କଣ୍ଠୱାଲିସ ଓ ୱାରେନ୍ ହେଷ୍ଟିଙ୍ଗ୍‌ସଙ୍କ ସମୟରେ ଭାରତରେ କୃଷକମାନଙ୍କର ସାମାଜିକ ବିପ୍ଳବ ଦେଖାଦେଇଥିଲା ।
(୪) ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲକାରୀ କୃଷକ ଆନ୍ଦୋଳନ – ଏହି ଆନ୍ଦୋଳନରେ କେହି ଜଣେ ନେତା ନଥିଲେ, ସମଗ୍ର କୃଷକ ସମାଜ ନିଜର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ପାଇଁ ଆନ୍ଦୋଳନରେ ସାମିଲ ହୋଇଥିଲେ ।
(୫) ଉଗ୍ରବାଦୀ ଆନ୍ଦୋଳନ – ଆତଙ୍କବାଦୀ କାର୍ଯ୍ୟକଳାପ ପରି ଜମିଦାର ଓ ଧନୀ ଲୋକଙ୍କ ବିରୋଧରେ ଚାଷୀ ଆନ୍ଦୋଳନ ତେଜି ଉଠିଥିଲା ।
(୬) ଉଦାରବାଦୀ ଓ ସଂସ୍କାରଧର୍ମୀ ଆନ୍ଦୋଳନ ସମାଜରେ କୃଷକର ଲକ୍ଷ୍ୟ ଓ ଜୀବନଯାପନ ଶୈଳୀରେ ପରିବର୍ତ୍ତନ ପାଇଁ ସଂସ୍କାରବାଦୀ ଆନ୍ଦୋଳନକୁ ଉଦାରବାଦୀ ଆନ୍ଦୋଳନ କୁହାଯାଏ । ଏହା ଏକ ଆଦର୍ଶବାଦୀ ଆନ୍ଦୋଳନ ।

କୃଷକ ଆନ୍ଦୋଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ :
ପ୍ରାକ୍‌ସ୍ଵାଧୀନତା କାଳ :
(୧) ଜମିଦାରୀ ବ୍ୟବସ୍ଥାର ଉଚ୍ଛେଦ
(୨) ଅର୍ଥନୈତିକ ଶୋଷଣରୁ ପୂର୍ଣ୍ଣ ସ୍ବାଧୀନତା
(୩) ଜାତୀୟ ସଂଗ୍ରାମରେ ସାମିଲ ହେବାପାଇଁ ଅର୍ଥନୈତିକ ଓ ରାଜନୈତିକ କ୍ଷମତା ହାସଲ ।

ସ୍ଵାଧୀନ ପରବର୍ତୀ ସମୟ :
(୧) ଅର୍ଥନୈତିକ ଶୋଷଣରୁ ପୂର୍ଣ୍ଣ ସ୍ଵାଧୀନତା ପାଇଁ ଲକ୍ଷ୍ୟ
(୨) ଭୂ-ସଂସ୍କାର ଆନ୍ଦୋଳନ
(୩) କୃଷକ ସମାଜର ରାଜନୈତିକ ଓ ରାଷ୍ଟ୍ରୀୟ ବିକାଶରେ ଭାଗୀଦାରୀ
(୪) ଶିଳ୍ପ ଓ କୃଷି ସଂସ୍ଥା ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ପ୍ରୟାସ
(୫) କୃଷକମାନଙ୍କର ନିମ୍ନରୁ ନିମ୍ନ ମଜୁରୀ ବ୍ୟବସ୍ଥା
(୬) ଶ୍ରମଶକ୍ତିର ବିନିଯୋଗ, ରୋଜଗାରର ନିଶ୍ଚିତତା, ପେନସନ, ସମାନ ମଜୁରୀ ଚିକିତ୍ସା ଓ ସ୍ୱାସ୍ଥ୍ୟର ଯନ୍ତ୍ର ଏବଂ ଜନକଲ୍ୟାଣ ଯୋଜନାର ସୁବିଧା ।

କୃଷକ ଆନ୍ଦୋଳନର କାରଣ :
ପ୍ରାକ୍ ସ୍ବାଧୀନତା କାଳରେ ଜମିଦାରମାନଙ୍କ ଶୋଷଣ ଓ ଅତ୍ୟାଚାର ବିରୋଧରେ କୃଷକ ଆନ୍ଦୋଳନ ସୃଷ୍ଟି ହୋଇଥିଲା । ୧୭୯୩ରେ ସ୍ଥାୟୀ ବନ୍ଦୋବସ୍ତ ଆଇନ ବିରୋଧରେ ଆନ୍ଦୋଳନ ହୋଇଥିଲା । ୧୮୫୯ ମସିହାରେ ବିଲଶତରେ ନୀଳଚାଷୀମାନଙ୍କ ଆନ୍ଦୋଳନ କୃଷକ ଆନ୍ଦୋଳନକୁ ମଜବୁତ୍ କରିଥିଲା ।

CHSE Odisha Class 12 Sociology Unit 4 Long Answer Questions in Odia Medium

ସ୍ଵାଧୀନତା ପରବର୍ତ୍ତୀ କାଳରେ କୃଷକ ଆନ୍ଦୋଳନର ମୁଖ୍ୟ କାରଣଗୁଡ଼ିକ ହେଉଛି ସରକାରଙ୍କ ତ୍ରୁଟିପୂର୍ଣ୍ଣ ଭୂ-ସଂସ୍କାର ନୀତି, କୃଷି ଉପକରଣର ଦରଦାମବୃଦ୍ଧି, ଶିଳ୍ପଜାତ ଦ୍ରବ୍ୟର ତୁଳନାତ୍ମକ ବୃଦ୍ଧି, ବନ୍ୟା ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ ଯୋଜନା (IRDP, NREP, RLEGP, DPAP)ର ବିଫଳତା ଇତ୍ୟାଦି ।

ଭାରତର ମୁଖ୍ୟ କୃଷକ ଆନ୍ଦୋଳନଗୁଡ଼ିକ ହେଉଛି :
(i) ପ୍ରାରମ୍ଭିକ ସ୍ତର (୧୮୫୫-୧୯୨୨) – ଇଂରେଜ ଅମଳରେ ଜମିଦାରୀ ପ୍ରଥା ବିରୋଧରେ ସଂଘର୍ଷ ।
(ii) ସାନ୍ତାଳ ବିଦ୍ରୋହ (୧୮୫୫) – ବୀରଭୂମି, ସିଂଭୂମ, ହଜାରୀବାଗ, ଜାଗଦଲପୁରରେ ଏକ ଲକ୍ଷ ସାନ୍ତାଳ ଚାଷୀ ଜମିଦାର ଓ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ ।
(iii) ନୀଳଚାଷୀ ଆନ୍ଦୋଳନ (୧୮୫୯) – ଇୟୁରୋପୀୟ ଶାସକଙ୍କ ବିରୋଧରେ କର ଟିକସ ଜୁଲମ ନିୟନ୍ତ୍ରଣପାଇଁ ଆନ୍ଦୋଳନ ।
(iv) ବଙ୍ଗ ଭାଗଚାଷୀ ଆନ୍ଦୋଳନ (୧୮୭୦-୮୫) – ଅର୍ଥନୈତିକ ଶୋଷଣ, ଅତ୍ୟାଚାର ବିରୋଧରେ ବଙ୍ଗ ଚାଷୀମାନେ ଆନ୍ଦୋଳନ କରିଥିଲେ ।
(v) ମାଳଭୂମି ଆନ୍ଦୋଳନ (୧୮୭୫) – ପୁନା ଓ ଅହମ୍ମଦନଗରରେ ଚାଷୀମାନେ ଜଳସେବନ ପାଇଁ ଆନ୍ଦୋନଳରେ ସାମିଲ୍ ହୋଇଥିଲେ ।
(vi) ପଞ୍ଜାବ କୃଷକ ଆନ୍ଦୋଳନ (୧୮୯୦-୧୯୦୦) – ପଞ୍ଜାବର କୃଷକ ସମାଜ ସମତା ପାଇଁ ଆନ୍ଦୋଳନରେ ସାମିଲ ହୋଇଥିଲେ ।
(vii) ଚମ୍ପାରଣ ଆନ୍ଦୋଳନ (୧୯୧୭-୧୮) – ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ବିହାରର ଚମ୍ପାରଣ ଆନ୍ଦୋଳନ କରାଯାଇଥିଲା ।
(viii) ବାଜରା ଚାଷୀ, ଔଧ ଓ ମୋଫାଲା ଆନ୍ଦୋଳନ ଇତ୍ୟାଦି ।

ତେଭାଗା ଆନ୍ଦୋଳନ ଓ ତେଲେଙ୍ଗାନା ଆନ୍ଦୋଳନ ଏହି କୃଷକ ଆନ୍ଦୋଳନର ଦୁଇଟି ଉଗ୍ର ଆନ୍ଦୋଳନ ଅଟେ । ସମାଜବାଦୀ ସରକାରୀ ବ୍ୟବସ୍ଥା, ଗଣତନ୍ତ୍ର, ମୂଲ୍ୟବୋଧ ଓ ସରକାରୀ ବୁଝାମଣା ଏହି ଆନ୍ଦୋଳନକୁ ପ୍ରଶମିତ କରିଥିଲା । ଏବେ ଶୋଷଣ, ଅତ୍ୟାଚାର, ଜଳକର, ଋଣ ଛାଡ଼ ପାଇଁ ବିଭିନ୍ନ ରାଜ୍ୟରେ କୃଷକ ଆନ୍ଦୋଳନ ମୁଣ୍ଡ ଟେକୁଛି । ‘‘ଜୟ ଜବାନ ଓ ଜୟ କିଷାନ’’ ମୂଲ୍ୟବୋଧକୁ ବଜାୟ ରଖିବାପାଇଁ ସରକାରଙ୍କୁ ଅଧୁନ ପ୍ରଚେଷ୍ଟା କରିବାକୁ ହେବ ।

୧୯ । ଜାତି ଅସମାନତା ବା ବୈଷମ୍ୟକ ଆଲୋଚନା କର ।
Answer:
ସମାଜର ବିଭିନ୍ନ ସମୂହ ମଧ୍ଯରେ ଅଧିକାର ଓ ସୁବିଧା ସୁଯୋଗ, ସାମାଜିକ କ୍ଷମତା, ନିଯୁକ୍ତି, ଆୟ ଓ ସମ୍ପତ୍ତି ଇତ୍ୟାଦିର ଅସମାନ ବଣ୍ଟନ ସାମାଜିକ ଅସମାନତାର ଅନ୍ତର୍ଭୁକ୍ତ । ଜାତି ଆଧାରରେ ଭାରତୀୟ ସମାଜ ବିବିଧ ସାମାଜିକ ସମୂହରେ ବିଭାଜିତ । ଜନ୍ମ ଆଧାରରେ ଜାତି ସ୍ଥିର ହୋଇଥାଏ ଓ ଏକ ନିର୍ଦ୍ଦିଷ୍ଟ ଜାତିର ଅଧିକାର ଓ ସୁବିଧାସୁଯୋଗ ଜନ୍ମଦ୍ଵାରା ସ୍ଥିରୀକୃତ ହୋଇଥାଏ । ସମସ୍ତ ଜାତିର ଲୋକମାନଙ୍କର ସମାନ ଅଧିକାର ଓ ସୁବିଧାସୁଯୋଗ ନଥାଏ ।

ବିଭିନ୍ନ ଜାତିର ଅଧ୍ୟାର ଅସମାନ ଅଟେ । ଜାତିଗୁଡ଼ିକ ଏକ ଉଚ୍ଚନୀଚ କ୍ରମ (Hierarchy)ରେ ରହିଥାଏ । ଉଚ୍ଚନୀଚ କ୍ରମରେ ବ୍ରାହ୍ମଣମାନେ ଉଚ୍ଚରେ, ବ୍ରାହ୍ମଣମାନଙ୍କ ତଳକୁ କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ତଳକୁ ତଳ ରହିଥାଆନ୍ତି । ଯେଉଁମାନେ ଉଚ୍ଚନୀଚ କ୍ରମରେ ସର୍ବୋଚ୍ଚରେ ରହିଥା’ନ୍ତି ସେମାନଙ୍କର ବହୁତ ଅଧିକାର ଥାଏ ଏବଂ ସବୁଠାରୁ କମ୍ କର୍ତ୍ତବ୍ୟ ରହିଥାଏ ।

ମାତ୍ର ଯେଉଁମାନେ ଉଚ୍ଚନୀଚ୍ଚ କ୍ରମରେ ସର୍ବନିମ୍ନରେ ଥାଆନ୍ତି, ସେମାନଙ୍କର କମ୍ ଅଧିକାର ଥାଏ ଏବଂ ସେମାନଙ୍କୁ ଅଧ‌ିକ କର୍ତ୍ତବ୍ୟ କରିବାକୁ କୁହାଯାଇଥାଏ । ଅସମାନତା ଜାତି ବ୍ୟବସ୍ଥାର ଅନ୍ତଃସ୍ଥଳ ବା ଅନ୍ତର୍ଭାଗ (Core) ଅଟେ । ଅସମାନ ଅଧିକାର ଓ କର୍ତ୍ତବ୍ୟ ସମାଜରେ ଅସମତା ସୃଷ୍ଟି କରିଛି । ଜାତି ବ୍ୟବସ୍ଥାଦ୍ୱାରା ସୃଷ୍ଟି ହୋଇଥୁବା ଅସମତାଗୁଡ଼ିକୁ ନିମ୍ନରେ ଆଲୋଚନା କରାଗଲା ।

(i) ସାମାଜିକ ଓ ସାଂସ୍କୃତିକ ଅସମାନତା – ଭାରତରେ ଦେଖାଯାଉଥିବା ସମସ୍ତ ଜାତି ଉଚ୍ଚନୀଚ କ୍ରମରେ ରହିଥାଆନ୍ତି । ପ୍ରତ୍ୟେକ ଜାତିର ଏକ ପ୍ରସ୍ଥିତି ରହିଥାଏ ଯାହାକି ଜନ୍ମଦ୍ୱାରା ସ୍ଥିରୀକୃତ । ବ୍ରାହ୍ମଣମାନେ ଉଚ୍ଚନୀଚ କ୍ରମର ସର୍ବୋଚ୍ଚରେ ଏବଂ ଶୂଦ୍ରମାନେ ସର୍ବନିମ୍ନ ସ୍ଥାନରେ ରହିଥାଆନ୍ତି । ବ୍ରାହ୍ମଣମାନେ ବହୁ ଅଧିକାର ଓ ସୁବିଧାସୁଯୋଗ ଉପଭୋଗ କରୁଥିବାବେଳେ ଅନ୍ୟ ଜାତିର ଲୋକମାନେ ସେହି ଅଧିକାର ଓ ସୁବିଧାସୁଯୋଗ ଉପଭୋଗ କରିପାରନ୍ତି ନାହିଁ ।

ବିଶେଷକରି ଶୂଦ୍ର ଓ ଦଳିତମାନେ ବିଭିନ୍ନ ପ୍ରକାର ଅଧିକାରରୁ ବଞ୍ଚିତ ହୋଇଥା’ନ୍ତି । ବ୍ରାହ୍ମଣ ଓ କ୍ଷତ୍ରିୟ ପରି ଉଚ୍ଚ ଜାତିର ଲୋକମାନଙ୍କ ଅଧିକାର ଓ ବୈଶ୍ୟ ଏବଂ ଶୂଦ୍ର ପରି ନୀଚ ଜାତିର ଲୋକମାନଙ୍କ ଅଧିକାର ମଧ୍ୟରେ ବହୁ ତାରତମ୍ୟ ରହିଥାଏ । ଜାତି ବ୍ୟବସ୍ଥା ଆଧାରିତ ଭାରତୀୟ ସମାଜରେ ନୀଚ ଜାତିର ଲୋକମାନେ ଅବହେଳିତ ହୁଅନ୍ତି । ପୂର୍ବରୁ କେବଳ ଉଚ୍ଚ ଜାତିର ଲୋକମାନଙ୍କର ଶିକ୍ଷା ଗ୍ରହଣ କରିବାର ଅଧିକାର ଥିଲା ।

ନୀଚ ଜାତିର ଲୋକମାନଙ୍କୁ ଶିକ୍ଷା ଗ୍ରହଣ କରିବାକୁ ଅନୁମତି ଦିଆଯାଇ ନଥିଲା । ସେହିପରି ଅସ୍ପୃଶ୍ୟମାନେ ସମସ୍ତ ଅଧିକାରରୁ ବଞ୍ଚିତ ହେଉଥିଲେ । ଅସ୍ପୃଶ୍ୟ ବା ଦଳିତମାନଙ୍କୁ ରାସ୍ତା, ପୁଷ୍କରିଣୀ, ଘାଟ ଓ ମନ୍ଦିର ଇତ୍ୟାଦି ସର୍ବସାଧାରଣ ସ୍ଥାନ ବ୍ୟବହାର କରିବାକୁ ଅନୁମତି ଦିଆଯାଉନଥିଲା ।

ବିଭିନ୍ନ ଜାତିର ପ୍ରଥା, ପରମ୍ପରା ଓ ଚଳଣିରେ ଅସମତା ଦେଖାଯାଏ । ବିଭିନ୍ନ ଜାତିର ବେଶଭୂଷା, ଖାଦ୍ୟ ଓ ପାନୀୟ କ୍ଷେତ୍ରରେ ଅନେକ ତାରତମ୍ୟ ଥାଏ । ଉଚ୍ଚ ଜାତିର ଲୋକମାନେ ଯେଉଁ ଅଳଙ୍କାର ଓ ପୋଷାକ ବ୍ୟବହାର କରନ୍ତି, ସେହି ପୋଷାକ ଓ ଅଳଙ୍କାର ବ୍ୟବହାର କରିବା ନିମନ୍ତେ ନୀଚ ଜାତିର ଲୋକମାନଙ୍କର ଅଧିକାର ନଥାଏ ।

ନୀଚ ଜାତିର ଲୋକମାନଙ୍କୁ ଉଚ୍ଚ ଜାତିର ଜୀବନଶୈଳୀକୁ ଆପଣେଇବାକୁ ଅନୁମତି ଦିଆଯାଏ ନାହିଁ । ଜାତିଗୁଡ଼ିକ ମଧ୍ୟରେ ପୋଷାକ, ପ୍ରଥା, ପରମ୍ପରା, ଚଳଣି ଓ ବ୍ୟବହାରରେ ତାରତମ୍ୟ ଦେଖାଯାଏ । ଅତୀତରେ ମଧ୍ଯ ଶିକ୍ଷାଭିଭିକ ତାରତମ୍ୟ ରହିଥିଲା ।

(ii) ଧାର୍ମିକ ଅସମାନତା ତାରତମ୍ୟ ଅତୀତରେ ରହୁଥିଲା ସମସ୍ତ ଜାତିର ଲୋକମାନଙ୍କର ସମାନ ଧାର୍ମିକ ଅଧିକାର ନଥାଏ । ଉଚ୍ଚ ଜାତିର ଲୋକମାନେ ଧାର୍ମିକ ସୁବିଧା ସୁଯୋଗ ଉପଭୋଗ କରିଥାଆନ୍ତି । ନୀଚ ଜାତିର ଲୋକମାନେ, ବିଶେଷକରି ଦଳିତମାନେ ବିଭିନ୍ନ ଧାର୍ମିକ ଅଧିକାରରୁ ବଞ୍ଚିତ ହୋଇଥାଆନ୍ତି । ବ୍ରାହ୍ମଣମାନେ ସର୍ବାଧୁକ ଧାର୍ମିକ ସୁବିଧା ଧାର୍ମିକ ସୁବିଧା ସୁଯୋଗର ଅଧିକାରୀ ଅଟନ୍ତି ।

ବ୍ରାହ୍ମଣମାନେ ଯେଉଁ ଧାର୍ମିକ ସୁବିଧା ସୁଯୋଗ ଲାଭ କରିଥାଆନ୍ତି ଅନ୍ୟ କୌଣସି ଜାତିର ଲୋକମାନେ ସେହି ସୁବିଧା ସୁଯୋଗ ପାଆନ୍ତି ନାହିଁ । ଅସ୍ପୃଶ୍ୟମାନଙ୍କୁ ମନ୍ଦିର, ତୀର୍ଥସ୍ଥାନ ମଧ୍ୟକୁ ପ୍ରବେଶ କରିବାପାଇଁ ଅନୁମତି ଦିଆଯାଉ ନଥିଲା । ଦଳିତମାନେ ମଧ୍ଯ ଧର୍ମଗ୍ରନ୍ଥ ଅଧ୍ୟୟନ କରିପାରୁନଥିଲେ । ସେମାନେ ବିଭିନ୍ନ ଧାର୍ମିକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି ।

(iii) ଅର୍ଥନୈତିକ ଅସମାନତା ବିଭିନ୍ନ ଜାତିର ଲୋକମାନଙ୍କ ମଧ୍ୟରେ ଅର୍ଥନୈତିକ ଅସମାନତା ଦେଖାଯାଏ । ପାରମ୍ପରିକ ଭାରତୀୟ ସମାଜରେ ଉଚ୍ଚ ଜାତିର ଲୋକମାନଙ୍କ ଆର୍ଥିକ ଅବସ୍ଥା ଉତ୍ତମ ଥିବାର ଦେଖିବାକୁ ମିଳେ । ଉଚ୍ଚ ଜାତିର ଲୋକମାନେ ନୀଚ ଜାତିର ଲୋକମାନଙ୍କଠାରୁ ଅଧିକ ଆର୍ଥନୀତିକ ସୁବିଧା ସୁଯୋଗ ଉପଭୋଗ କରନ୍ତି । ଭାରତର ଜମିଦାରମାନେ ସାଧାରଣତଃ ଉଚ୍ଚ ଜାତିର ଥିଲେ । ଏହି ଜମିଦାରମାନେ ଉଚ୍ଚ ଶ୍ରେଣୀର ଥିଲେ ।

ନୀଚ ଜାତିର ଲୋକମାନେ ସ୍ବଚ୍ଛ ଭୂମିର ଅଧିକାରୀ ଥିଲେ । ଦଳିତମାନେ ପାରମ୍ପରିକ ଭାବେ ସମ୍ପତ୍ତି ଅଧିକାରରୁ ବଞ୍ଚିତ ଥିଲେ । ସେମାନଙ୍କର ନିଜସ୍ଵ କୌଣସି ସମ୍ପତ୍ତି ନଥିଲା । ସେମାନେ ମଧ୍ୟ ମୁକ୍ତ ଭାବେ କୌଣସି ବ୍ୟବସାୟ କରିପାରୁ ନଥିଲେ । ଜାତି ବ୍ୟବସ୍ଥାରେ ବୃଦ୍ଧି ବଂଶାନୁକ୍ରମିକ ହୋଇଥିବାରୁ ଦଳିତମାନଙ୍କୁ ଉଚ୍ଚ ଜାତିର ବୃତ୍ତିକୁ ଗ୍ରହଣ କରିବାକୁ ଅନୁମତି ଦିଆଯାଉ ନଥିଲା ।

CHSE Odisha Class 12 Sociology Unit 4 Long Answer Questions in Odia Medium

ସେମାନେ ମଇଳା ଆବର୍ଜନା ସଫା କରିବା, ଶବ ଉଠାଇବା, ଚମଡ଼ା ଓ ଜୋତା ସିଲେଇ ଇତ୍ୟାଦି କାର୍ଯ୍ୟ କରୁଥିବାରୁ ସେମାନଙ୍କ ଆୟ ଖୁବ୍ କମ୍ ଥିଲା । ଫଳରେ ସେମାନେ ପୁରୁଷାନୁକ୍ରମେ ଦରିଦ୍ର ଅଟନ୍ତି । ସେମାନଙ୍କର ଜୀବନ ଧାରଣ ମାନ ନିମ୍ନ ଧରଣର ।

ଜାତି ବୈଷମ୍ୟ ଭାରତୀୟ ସମାଜର ସାମାଜିକ ସ୍ତରୀକରଣର ତାରତମ୍ୟକୁ ଦୃଢ଼ କରିଥାଏ ।

୨୦ । ଶ୍ରେଣୀରେ ସାମାଜିକ ଅସମାନତାକୁ ଲେଖ ।
Answer:
ଆଧୁନିକ ଭାରତର ଶ୍ରେଣୀ ହେଉଛି ସାମାଜିକ ଅସମାନତାର ଅନ୍ୟ ଏକ ଆଧାର । ବିଶ୍ବର ବିଭିନ୍ନ ସମାଜରେ ଉଚ୍ଚ, ମଧ୍ୟବିତ୍ତ ଓ ନିମ୍ନ ଶ୍ରେଣୀ ଇତ୍ୟାଦି ଶ୍ରେଣୀ ରହିଥାଏ । ବିଭିନ୍ନ ଶ୍ରେଣୀ ମଧ୍ଯରେ ସାମାଜିକ ଅସମାନତା ଦେଖାଯାଏ । ସାମାଜିକ ଅସମାନତା ଆୟ ଓ ସମ୍ପତ୍ତି, ଶିକ୍ଷା, ଅଧିକାର ଓ ସୁଯୋଗ ସଂସ୍କୃତି, ସାଧନ ଇତ୍ୟାଦି ଅସମାନ ବଣ୍ଟନ ରୂପେ ପ୍ରତିଫଳିତ ହୋଇଥାଏ ।

ଉପରୋକ୍ତ ଅସମାନତା ଯୋଗୁଁ ବିଭିନ୍ନ ଶ୍ରେଣୀ ମଧ୍ଯରେ ଜୀବନଶୈଳୀ ଓ ବଞ୍ଚିବାର ସମ୍ଭାବନାରେ ପ୍ରଭେଦ ଦେଖାଯାଏ ଓ ଗୋଟିଏ ଶ୍ରେଣୀ ଅନ୍ୟ ଗୋଟିଏ ଶ୍ରେଣୀଠାରୁ ତଫାତ୍ ଅଟେ । ପ୍ରତ୍ୟେକ ଶ୍ରେଣୀ ହେଉଛି ଏକ ସମୂହ ଏବଂ ସମୂହଗୁଡ଼ିକ ମଧ୍ୟରେ କ୍ଷମତା, ସମ୍ପଦ ଓ ସମ୍ମାନ ଅସମାନଭାବେ ବଣ୍ଟନ ହୋଇଥାଏ । ଉଚ୍ଚ ଶ୍ରେଣୀ ଯେଉଁ କ୍ଷମତାର ଅଧିକାରୀ ହୋଇଥାଆନ୍ତି ନିମ୍ନ ଶ୍ରେଣୀ ସେହି କ୍ଷମତାର ଅଧିକାରୀ ହୋଇପାରନ୍ତି ନାହିଁ ।

ଏକ ସାମାଜିକ ଶ୍ରେଣୀର ସଦସ୍ୟମାନଙ୍କର ସମାନ ସାମାଜିକ ପ୍ରସ୍ଥିତି ଥାଏ । ଏକ ସାମାଜିକ ଶ୍ରେଣୀ ପ୍ରସ୍ଥିତିଦ୍ଵାରା ଅନ୍ୟ ଏକ ଶ୍ରେଣୀଠାରୁ ପୃଥକ୍ ହୋଇଥାଏ । ବିଭିନ୍ନ ଶ୍ରେଣୀର ସଦସ୍ୟମାନଙ୍କ ମଧ୍ୟରେ ପ୍ରସ୍ଥିତି, ସମ୍ପତ୍ତି, କ୍ଷମତା, ସୁବିଧା ସୁଯୋଗ, ଜୀବନଶୈଳୀ ଓ ସଂସ୍କୃତି ମଧ୍ୟରେ ଅସମାନତା ଦେଖାଯାଏ । ଉଚ୍ଚ ଶ୍ରେଣୀର ବ୍ୟକ୍ତିମାନେ ପର୍ଯ୍ୟାପ୍ତ ସମ୍ପତ୍ତି ଓ କ୍ଷମତାର ଅଧିକାରୀ ଅଟନ୍ତି । ସେମାନଙ୍କର ଜୀବନ ଶୈଳୀ ଓ ଜୀବନ ଧାରଣର ମାନ ଉନ୍ନତ ଅଟେ ।

ସେମାନେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଭୋଗ କରନ୍ତି । ସେମାନେ ରାଜନୈତିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାକୁ ସକ୍ଷମ । ପୁଞ୍ଜିପତି, ବଡ଼ ବଡ଼ ବ୍ୟବସାୟୀ, ଭୂମି ମାଲିକ, ଶିଳ୍ପପତି ଉଚ୍ଚ ଶ୍ରେଣୀର ଅନ୍ତର୍ଭୁକ୍ତ । ନିମ୍ନ ଓ ମଧ୍ୟବିତ୍ତ ଶ୍ରେଣୀଗୁଡ଼ିକର ଜୀବନ ଧାରଣ ମାନ ଉଚ୍ଚ ଶ୍ରେଣୀଠାରୁ ନିମ୍ନ ଧରଣର ହୋଇଥାଏ ।

ମାର୍କ୍ସବାଦ ଅନୁସାରେ ମାନବ ସମାଜ ବିଭିନ୍ନ ଶ୍ରେଣୀରେ ବିଭକ୍ତ ହୋଇଥାଏ । ଆର୍ଥିକ ଆଧାରରେ ଏହି ଶ୍ରେଣୀଗୁଡ଼ିକ ଉତ୍ପନ୍ନ ହୋଇଛି । ପ୍ରାଧାନ୍ୟ ବିସ୍ତାର କରିବା, ବଳ ପ୍ରୟୋଗ କରିବା ଏବଂ ଶୋଷଣ ଇତ୍ୟାଦି ଯୋଗୁ ସମାଜରେ ଅସମାନତା ଦେଖାଯାଏ । ମାର୍କଙ୍କ ମତରେ ଉତ୍ପାଦନ ମାଧ୍ୟମ ଉପରେ ମାଲିକାନା ଅଧିକାର ଅଛି କି ନାହିଁ, ଏହି ଆଧାରରେ ଶ୍ରେଣୀଗୁଡ଼ିକର ସୃଷ୍ଟି ହୋଇଥାଏ ।

ତାଙ୍କ ମତରେ ଦାସତ୍ଵ ଯୁଗରେ ଦୁଇଟି ଶ୍ରେଣୀ ଥିଲା; ଯଥା – ଦାସ-ସ୍ବାମୀ (Slave-Owner) ଏବଂ ଦାସ (Slaves) । ଦାସମାନଙ୍କର କୌଣସି ଅସ୍ଵୀକାର ନଥାଏ । ସେମାନଙ୍କ ସ୍ଵାମୀ ନିଜ ଇଚ୍ଛା ଅନୁସାରେ ଦାସମାନଙ୍କୁ କ୍ରୟବିକ୍ରୟ କରିପାରୁଥିଲେ । ମାର୍କଙ୍କ ଅନୁସାରେ ସାମନ୍ତବାଦୀ ଯୁଗରେ ଦୁଇଟି ଶ୍ରେଣୀ; ଯଥା – ଜମିଦାର ଓ ଅର୍ଥ-ଦାସ କୃଷକ ଥିଲେ । ଅର୍ଥ-ଦାସମାନଙ୍କର ନିଜର ଭୂମି ନଥିଲା ।

ଏମାନେ ଭୂମିମାଲିକମାନଙ୍କୁ ଦେୟ ପ୍ରଦାନ କରି ଜମିଦାର ବା ଭୂମିମାଲିକଙ୍କ ଜମି ଚାଷ କରୁଥିଲେ । ଜମିଦାରମାନେ ଅର୍ଥ-ଦାସ କୃଷକମାନଙ୍କୁ ଶୋଷଣ କରୁଥିଲେ । ସେହିପରି ଆଧୁନିକ ଔଦ୍ୟୋଗିକ ସମାଜରେ ଦୁଇଟି ଶ୍ରେଣୀ ଦେଖାଯାଏ ବୋଲି ମାର୍କ କହିଥିଲେ । ସେଗୁଡ଼ିକ ହେଲା ପୁଞ୍ଜିପତି ଓ ଶ୍ରମିକ ବା ସର୍ବହରା ଶ୍ରେଣୀ ।

ପୁଞ୍ଜିପତିମାନେ ଉତ୍ପାଦନ ମାଧ୍ୟମର ଅଧିକାରୀ ଅଟନ୍ତି । ଯେଉଁମାନଙ୍କର ଉତ୍ପାଦନର ମାଧ୍ୟମ ନାହିଁ, ସେମାନେ ହେଉଛନ୍ତି ଶ୍ରମିକ । ମାର୍କଙ୍କ ମତରେ ପୁଞ୍ଜିପତିମାନେ ଶ୍ରମିକମାନଙ୍କୁ ଶୋଷଣ କରନ୍ତି ।

ପାରମ୍ପରିକ ଭାରତୀୟ ସମାଜରେ ଅସମାନତା ଜାତି ଆଧାରିତ ଥିଲା । ଜାତି ଆଧାରରେ ଭାରତୀୟ ସମାଜ ବିଭାଜିତ ହୋଇଥିଲା । ବିଭିନ୍ନ ଜାତି ମଧ୍ୟରେ ଅସମାନତା ରହିଥିଲା । ଇଂରେଜମାନେ ଭାରତରେ ଶାସନ ପ୍ରତିଷ୍ଠା କରିବା ପୂର୍ବରୁ ଭାରତରେ ଶ୍ରେଣୀଗୁଡ଼ିକ ସୃଷ୍ଟି ହେଲା । ବ୍ରିଟିଶ୍ ସରକାର ଭୂରାଜସ୍ୱ ଆଦାୟ ନିମନ୍ତେ ଜମିଦାରମାନଙ୍କୁ ନିଯୁକ୍ତ କଲେ । ପରବର୍ତ୍ତୀ ସମୟରେ ଗଠନ ପ୍ରକ୍ରିୟାର ଅଭ୍ୟୁଦୟ ହେଲା ।

ଇଂରେଜ ଶାସନ ସମୟରେ କୃଷିରେ ପରିବର୍ତ୍ତନ ଫଳରେ ଗ୍ରାମୀଣ ଭାରତରେ ନୂତନ ଶ୍ରେଣୀଗୁଡ଼ିକର ଉତ୍ଥାନ ହେଲା । ଭୂସମ୍ପତ୍ତି ଉପରେ ଘରୋଇ ମାଲିକାନା ଓ ଅଧିକାର ପ୍ରବର୍ତ୍ତନ ଫଳରେ ଜମିଦାର, ସ୍ଵତ୍ୱାଧିକାରୀ କୃଷକ ଓ ଭୂମିହୀନ ଶ୍ରମିକ ଭଳି ଶ୍ରେଣୀଗୁଡ଼ିକ ସୃଷ୍ଟି ହେଲା । ବ୍ରିଟିଶ୍ ସରକାର ଭୂରାଜସ୍ୱ ଆଦାୟ ନିମନ୍ତେ ଜମିଦାରମାନଙ୍କୁ ନିଯୁକ୍ତ କଲେ ।

ପରବର୍ତ୍ତୀ ସମୟରେ ଜମିଦାରମାନେ ବିପୁଳ ଭୂସମ୍ପଭିର ମାଲିକ ହୋଇଗଲେ ଯେଉଁମାନେ ଉଚ୍ଚ ଶ୍ରେଣୀର ଅନ୍ତର୍ଭୁକ୍ତ ହେଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜମିଦାରମାନେ କେବଳ ଉଚ୍ଚ ଜାତିର ଥିଲେ । ତେଣୁ ଭାରତୀୟ ସମାଜରେ ଜାତି ଓ ଶ୍ରେଣୀ ମଧ୍ୟରେ ସମ୍ପର୍କ ରହିଛି । ଉଚ୍ଚ ଜାତିର ବ୍ୟକ୍ତିମାନେ ଜମିଦାର ଥିଲେ ଓ ଜମିଦାରୀ ପ୍ରଥା ଉଚ୍ଛେଦ ପରେ ସେମାନେ ବହୁ ସମ୍ପତ୍ତିର ମାଲିକ ହୋଇ ରହିଗଲେ ।

ଜାତିର ବ୍ୟକ୍ତିମାନେ ଜମିଦାର ଥିଲେ ଓ ଜମିଦାରୀ ପ୍ରଥା ଉଚ୍ଛେଦ ପରେ ସେମାନେ ବହୁ ସମ୍ପତ୍ତିର ମାଲିକ ହୋଇ ରହିଗଲେ । ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି । ଗ୍ରାମୀଣ ଭାରତରେ ଦେଖାଯାଉଥିବା ଶ୍ରେଣୀଗୁଡ଼ିକ ହେଲା ଧନୀ କୃଷକ, ମଧ୍ୟବିତ୍ତ କୃଷକ, ଦରିଦ୍ର କୃଷକ ଓ ଭୂମିହୀନ ଶ୍ରମିକ ଇତ୍ୟାଦି । ଭାରତରେ ଧନୀ କୃଷକମାନେ ପୁଞ୍ଜିବାଦୀ କୃଷକ ଭାବରେ ପରିଚିତ । ଭାରତରେ ଏକ ଦୃଢ଼ ପୁଞ୍ଜିବାଦୀ କୃଷକ ସମୂହର ଅଭ୍ୟୁଦୟ ହୋଇଛି ।

ଉପରୋକ୍ତ ଗ୍ରାମୀଣ ଶ୍ରେଣୀଗୁଡ଼ିକ ମଧ୍ୟରେ ସାମାଜିକ ଅସମାନତା ଦେଖାଯାଏ । ଦରିଦ୍ର କୃଷକମାନଙ୍କର ସ୍ଵଳ୍ପ ଜମି ରହିଥାଏ । ଏମାନେ ଆଂଶିକ ଭାବରେ ଶ୍ରମିକ ହିସାବରେ କାର୍ଯ୍ୟ କରନ୍ତି ।

ଗ୍ରାମୀଣ ଶ୍ରେଣୀ ବ୍ୟତୀତ ଭାରତରେ ସହରୀ ଶ୍ରେଣୀଗୁଡ଼ିକର ଅଭ୍ୟୁଦୟ ହୋଇଛି । ସହର ଓ ନଗରଗୁଡ଼ିକରେ ସାମାଜିକ ଶ୍ରେଣୀ ମୁଖ୍ୟତଃ (୧) ପୁଞ୍ଜିପତି ବାଣିଜ୍ୟିକ ଓ ଔଦ୍ୟୋଗିକ ଶ୍ରେଣୀ, (୨) ବୃତ୍ତିଗତ ଶ୍ରେଣୀ, (୩) କ୍ଷୁଦ୍ର ବ୍ୟବସାୟୀ ଓ ଦୋକାନୀ ଏବଂ (୪) ଶ୍ରମିକ ଶ୍ରେଣୀକୁ ନେଇ ଗଠିତ । ସ୍ଵାଧୀନତା ପରେ ଭାରତରେ ଶିଳ୍ପପତିମାନଙ୍କଦ୍ୱାରା ପ୍ରତିଷ୍ଠିତ ଓ ନିୟନ୍ତ୍ରିତ ଉଦ୍ୟୋଗଗୁଡ଼ିକର ସଂଖ୍ୟା ଉଲ୍ଲେଖଯୋଗ୍ୟ ଭାବରେ ବୃଦ୍ଧି ପାଇଛି ।

ଫଳରେ ଟାଟା, ବିରଳା, ଅମ୍ବାନୀ, ଡାଲମିଆ ଭଳି ଶିଳ୍ପପତିମାନଙ୍କ ହାତରେ ସମ୍ପତ୍ତି ସାଧନ ଓ ଆୟ ପନ୍ଥା ବହୁତ ପରିମାଣରେ ଠୁଳ ହୋଇ ରହିଛି ।

ସ୍ଵାଧୀନତା ପରେ ଦ୍ରୁତ ଔଦ୍ୟୋଗୀକରଣ ଓ ସହରୀକରଣ ଫଳରେ କଳକାରଖାନା, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନ ଇତ୍ୟାଦି ସେବା କ୍ଷେତ୍ରରେ ବିପୁଳ ସୁଯୋଗ ସୃଷ୍ଟି ହେଲା । ଫଳରେ ପରିଚାଳନା ନିର୍ବାହୀ, ଡାକ୍ତର, ଯନ୍ତ୍ରୀ, ଓକିଲ, ଶିକ୍ଷକ ସାମ୍ବାଦିକମାନଙ୍କର ସଂଖ୍ୟା ଉଲ୍ଲେଖଯୋଗ୍ୟ ଭାବରେ ବୃଦ୍ଧି ପାଇଲା ।

ଏମାନେ ବୃତ୍ତିଗତ ଶ୍ରେଣୀର ଅନ୍ତର୍ଭୁକ୍ତ । ଆଧୁନିକ ସହର ଓ ନଗରଗୁଡ଼ିକର ବୃଦ୍ଧି ଫଳରେ କ୍ଷୁଦ୍ର ବ୍ୟବସାୟୀ, ଦୋକାନ ଓ ଅସଙ୍ଗଠିତ ଶ୍ରମିକମାନଙ୍କୁ ନେଇ ଶ୍ରେଣୀଗୁଡ଼ିକର ବିକାଶ ଘଟିଛି । ଇଂରେଜ ଶାସନ ସମୟରେ ଶ୍ରମିକ ଶ୍ରେଣୀର ଅଭ୍ୟୁଦୟ ହୋଇଥିଲା । ସ୍ଵାଧୀନତା ପରେ ଏହି ଶ୍ରେଣୀର ଅଭିବୃଦ୍ଧି ବିଶେଷ ଭାବରେ ହୋଇଛି ।

ଘଟିଛି । ଇଂରେଜ ଶାସନ ସମୟରେ ଶ୍ରମିକ ଶ୍ରେଣୀର ଅଭ୍ୟୁଦୟ ହୋଇଥିଲା । ସ୍ଵାଧୀନତା ପରେ ଏହି ଶ୍ରେଣୀର ଅଭିବୃଦ୍ଧି ବିଶେଷ ଭାବରେ ହୋଇଛି ।

ବର୍ତ୍ତମାନ ଭାରତରେ ଉଭୟ ଗ୍ରାମୀଣ ଓ ସହରୀ ଶ୍ରେଣୀ ସଂରଚନା ରହିଛି । ଜାତି ଆଧାରିତ ଅସମାନତା କ୍ରମଶଃ ଦୁର୍ବଳ ହୋଇଯାଉଛି । ଭାରତୀୟ ସମାଜରେ ଜାତି ପରିବର୍ତ୍ତେ ଶ୍ରେଣୀ ଆଧାରିତ ସାମାଜିକ ଅସମାନତା ଅତ୍ମକ ଦୃଢ଼ ହେବାରେ ଲାଗିଛି ।

CHSE Odisha Class 12 Sociology Unit 4 Long Answer Questions in Odia Medium

୨୧ । ସାମାଜିକ ବହିଷ୍କରଣ କ’ଣ ? ଏହାର ପ୍ରାନ୍ତୀୟ ଶ୍ରେଣୀ ସହ ସମ୍ପର୍କକୁ ଲେଖ ?
Answer:
ସାମାଜିକ ବହିଷ୍କରଣ ହେଉଛି ଅସନ୍ତୁଳନ ଭେଦଭାବର ଏକ ରୂପ । ଯେତେବେଳେ ଲୋକମାନେ କୌଣସି ଏକ ଶ୍ରେଣୀ କିମ୍ବା ସମୂହରେ ଅନ୍ତର୍ଭୁକ୍ତ ହୋଇଥିବା ଯୋଗୁଁ ସେମାନେ ସମୁଦାୟର ଆର୍ଥନୀତିକ, ସାମାଜିକ ଓ ରାଜନୈତିକ ଜୀବନରେ ଅଂଶଗ୍ରହଣ କରିବାରୁ ବଞ୍ଚତ ହୁଅନ୍ତି, ସେତେବେଳେ ତାହାକୁ ବହିଷ୍କରଣ ଦେଖାଯାଏ ।

ସାମାଜିକ ବହିଷ୍କରଣ ହେଉଛି ଏକ ପ୍ରକ୍ରିୟା ଯେଉଁଥରେ ବ୍ୟକ୍ତି କିମ୍ବା ଲୋକମାନଙ୍କୁ ବିଭିନ୍ନ ସମୂହ ନିମନ୍ତେ ଉପଲବ୍ଧ ଅଧିକାର ଓ ସୁବିଧା ସୁଯୋଗରୁ ସୁବ୍ୟବସ୍ଥିତଭାବେ ବଞ୍ଚତ କରାଯାଏ । ଜାତି, ଲିଙ୍ଗ, ଶ୍ରେଣୀ ଓ ପ୍ରଜାତି ଇତ୍ୟାଦି ଆଧାରରେ ବ୍ୟକ୍ତି କିମ୍ବା ଲୋକମାନଙ୍କୁ ବିଭିନ୍ନ ସମୂହ ନିମନ୍ତେ ଉପଲବ୍ଧ ଅଧିକାର ଓ ସୁବିଧା ସୁଯୋଗରୁ ବଞ୍ଚିତ କରାଯାଏ ।

ଏହା ସ୍ବଭାବିକ ଯେ ପ୍ରତ୍ୟେକ ବ୍ୟକ୍ତି କିମ୍ବା ସମୂହ ସେ ବାସ କରୁଥିବା ସମାଜର ଅର୍ଥନୈତିକ ସାମାଜିକ ଏବଂ ରାଜନୈତିକ ଜୀବନରେ ସମ୍ପୂର୍ଣ୍ଣ ରୂପେ ଅଂଶଗ୍ରହଣ କରିବା କଥା । ମାତ୍ର ସାମାଜିକ ବହିଷ୍କରଣ ଫଳରେ କେତେକ ବ୍ୟକ୍ତି କିମ୍ବା ସମୂହକୁ ସମାଜର ସାମାଜିକ, ରାଜନୈତିକ ଓ ଅର୍ଥନୀତିକ, ଜୀବନରେ ଅଂଶଗ୍ରହଣ କରିବାକୁ ଦିଆଯାଏ ନାହିଁ ।

ସମାଜରେ ଉପଲବ୍ଧ ସୁବିଧାସୁଯୋଗ ଓ ଅଧିକାରରୁ ବ୍ୟକ୍ତି କିମ୍ବା ସମୂହ ବଞ୍ଚିତ ହେବାର ପ୍ରକ୍ରିୟାକୁ ସାମାଜିକ ବହିସ୍କରଣ କୁହାଯାଏ । ବେଳେବେଳେ ବହିଷ୍କରଣ ଇଚ୍ଛାକୃତ ଅଟେ । ଅର୍ଥାତ୍ ଇଚ୍ଛାକୃତ ଭାବରେ କିଛି ବ୍ୟକ୍ତି କିମ୍ବା ସମୂହର ବହିଷ୍କରଣ କରାଯାଏ । ବେଳେବେଳେ ସାମାଜିକ ବହିଷ୍କରଣ ଉଦ୍ଦେଶ୍ୟମୂଳକ ଭାବେ କରାଯାଇନଥାଏ । ପ୍ରତିମାନ ଓ ମୂଲ୍ୟବୋଧକୁ ପାଳନ କରିବା ଯୋଗୁଁ ସାମାଜିକ ବହିଷ୍କରଣ ଦେଖାଯାଇଥାଏ । ତେବେ ସାମାଜିକ ବହିଷ୍କରଣ ପ୍ରକ୍ରିୟାରେ ବହିଷ୍କୃତ ବ୍ୟକ୍ତିର ସମ୍ମତି ନଥାଏ ।

ସମାଜ ଭିତରେ ଲୋକମାନଙ୍କର କେତେକ ନିର୍ଦ୍ଦିଷ୍ଟ ସମୂହକୁ ଗୁରୁତ୍ୱହୀନ ବୋଲି ଅନୁଭବ କରାଇବା କାର୍ଯ୍ୟ ହେଉଛି ସାମାଜିକ ବହିଷ୍କରଣ । ସାମାଜିକ ବହିଷ୍କରଣ ହେଉଛି ଏକ ପରିସ୍ଥିତି ଯେଉଁଥରେ କେତେକ ବ୍ୟକ୍ତି କିମ୍ବା ସମୂହ ସମାଜର ଅଂଶ ବୋଲି ଅନୁଭବ କରନ୍ତି ନାହିଁ ।

ସାମାଜିକ ବହିଷ୍କରଣର କେତେକ ସଂଜ୍ଞାକୁ ନିମ୍ନରେ ଉଲ୍ଲେଖ କରାଗଲା ।

ବାର୍ଣ୍ଣେସ୍‌ଙ୍କ ମତ ଅନୁସାରେ, ‘ବହିଷ୍କରଣ ଏକ ବହୁଦିଗସମ୍ବଳିତ ଓ ଗତିଶୀଳ ପ୍ରକ୍ରିୟା ଅଟେ, ଯେଉଁଥିରେ ସାମାଜିକ ସଂହତି ନିର୍ଦ୍ଧାରଣ କରୁଥିବା ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ବ୍ୟବସ୍ଥାରୁ ବ୍ୟକ୍ତି ସମ୍ପୂର୍ଣ୍ଣ କିମ୍ବା ଆଂଶିକ ରୂପେ ବିଚ୍ଛିନ୍ନ ହୋଇଥାଏ ।’’

ଜନ୍.ଏଚ୍.ପିୟରସନ୍‌ଙ୍କ ମତରେ, ‘‘ସାମାଜିକ ବହିଷ୍କରଣ ହେଉଛି ଏକ ପ୍ରକ୍ରିୟା ଯେଉଁଥରେ ସମାଜର ସାମାଜିକ, ଆର୍ଥନୀତିକ ଓ ରାଜନୈତିକ କାର୍ଯ୍ୟକଳାପ ନିମନ୍ତେ ଆବଶ୍ୟକ ସାଧନରୁ ବ୍ୟକ୍ତି, ପରିବାର, ସମୂହ ଏବଂ ପଡ଼ୋଶୀ ବଞ୍ଚତ

ସାମାଜିକ ବହିଷ୍କରଣଦ୍ୱାରା ବ୍ୟକ୍ତି କିମ୍ବା ସମୂହର ପ୍ରସ୍ଥିତି ଉପରେ ପ୍ରଭାବ ପଡ଼େ । ଏହି ସାମାଜିକ ବହିଷ୍କରଣ ବିଭିନ୍ନ ମାତ୍ରାରେ ଘଟିଥାଏ । ଉଦାହରଣସ୍ୱରୂପ, ଜଣେ ବ୍ୟକ୍ତିକୁ ସମ୍ପୂର୍ଣ୍ଣରୂପେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ କରାଯାଇଥାଏ । ଅନ୍ୟ ପକ୍ଷରେ ବହିଷ୍କରଣ କିଛି ମାତ୍ରାରେ ଘଟିଥାଏ । କେତେକ ବ୍ୟକ୍ତି କିମ୍ବା ସମୂହକୁ ସୀମିତ ମାତ୍ରାରେ ବହିଷ୍କରଣର ସମ୍ମୁଖୀନ ହେବାକୁ ପଡ଼େ ।

ସେମାନଙ୍କୁ ଭିନ୍ନ ଧରଣର ବ୍ୟବହାର ପ୍ରଦର୍ଶନ କରାଯାଏ । ଦ୍ରବ୍ୟ ଓ ସେବା ପାଇବାକୁ ହେଲେ ସେମାନଙ୍କୁ ଭିନ୍ନ ଦରରେ ମୂଲ୍ୟ ଦେବାକୁ ପଡ଼େ ।

ଏକ ଅବଧାରଣା ଭାବରେ ସାମାଜିକ ବହିଷ୍କରଣର ତିନୋଟି ବୈଶିଷ୍ଟ୍ୟ ରହିଛି । ସେଗୁଡ଼ିକୁ ନିମ୍ନରେ ବର୍ଣ୍ଣନା କରାଗଲା ।
(କ) ସାମଜିକ ବହିଷ୍କରଣ ମୂଲ୍ୟବୋଧ ଓ ପ୍ରତିମାନ ସହିତ ସମ୍ବନ୍ଧିତ ସାଂସ୍କୃତିକ ଭାବେ ପରିଭାଷିତ ବର୍ଗଗୁଡ଼ିକୁ ଦର୍ଶାଇଥାଏ । ଏହି ପ୍ରତିମାନ ଓ ମୂଲ୍ୟବୋଧ ସାମାଜିକ ଅନ୍ତଃକ୍ରିୟାକୁ ନିର୍ଦ୍ଦିଷ୍ଟ ଆକାର ପ୍ରଦାନ କରିଥାଏ ।
(ଖ) ଏହା ସାମାଜିକ ସମ୍ପର୍କରେ ସନ୍ନିବିଷ୍ଟ ହୋଇଥାଏ ।
(ଗ) ଏହା ଲୋକମାନଙ୍କର ଅଧିକାର ଓ ଯୋଗ୍ୟତାକୁ ପ୍ରଭାବିତ କରେ ଏବଂ ସାର୍ବଜନୀନଭାବେ ସ୍ୱୀକୃତ ଜୀବନଧାରଣ ମାନ ବଜାୟ ରଖୁବା ନିମନ୍ତେ ଆବଶ୍ୟକ ସୁବିଧା ସୁଯୋଗରୁ ବଞ୍ଚିତ କରେ ।

ସାମାଜିକ ବହିଷ୍କରଣ ପ୍ରକ୍ରିୟା ଦ୍ୱାରା ବ୍ୟକ୍ତି କିମ୍ବା ସମୂହ ଅଧିକାରରୁ ବଞ୍ଚିତ ହୁଏ । ବ୍ୟକ୍ତିକୁ ଉପଲବ୍ଧ ସାମାଜିକ ସେବା, ଦ୍ରବ୍ୟ, ଶିକ୍ଷା, ବୃତ୍ତି ଓ ସ୍ୱାସ୍ଥ୍ୟ ସେବା ଇତ୍ୟାଦିରୁ ସାମାଜିକ ଭାବେ ବାଛନ୍ଦ କରାଯାଇଥାଏ ।

ପ୍ରାନ୍ତୀୟ ଶ୍ରେଣୀ – ସାମାଜିକ ବହିଷ୍କରଣ ଓ ପ୍ରାନ୍ତୀୟକରଣ ଅବଧାରଣାକୁ ଅଦଳବଦଳ କରି ବ୍ୟବହାର କରାଯାଉଥିଲେ ମଧ୍ୟ ଦୁଇଟି ଅବଧାରଣା ମଧ୍ଯରେ ସାମାନ୍ୟ ପ୍ରଭେଦ ରହିଛି । ପ୍ରାନ୍ତୀୟକରଣ ହେଉଛି କେତେକ ପ୍ରକ୍ରିୟା ଯେଉଁଥିରେ କେତେକ ବ୍ୟକ୍ତି ପ୍ରଭାବଶାଳୀ ସାମାଜିକ, ରାଜନୈତିକ ଏବଂ ଆର୍ଥନୀତିକ ଅନୁଷ୍ଠାନଗୁଡ଼ିକ ସହିତ ଅନ୍ତଃକ୍ରିୟା ସମ୍ପାଦନ କରିବାରେ ସୁବ୍ୟବସ୍ଥିତ ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତି ।

ବହିଷ୍କରଣ ପ୍ରାନ୍ତୀୟକରଣ ସହିତ ସମାନ ନୁହେଁ । ବହିଷ୍କରଣ ପ୍ରାନ୍ତୀୟକରଣର ଫଳାଫଳକୁ ବର୍ଣ୍ଣନା କରିଥାଏ । ଏହାର ଉଦାହରଣ ହେଉଛି ରାଜନୈତିକ ନିମ୍ନ-ପ୍ରତିନିଧୂ ଓ ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ସେବାରୁ ବଞ୍ଚିତ ହେବା ଇତ୍ୟାଦି । ଶ୍ରେଣୀ, ଜାତି, ପ୍ରଜାତି, ଲିଙ୍ଗ ଓ ବୟସ ଇତ୍ୟାଦିରୁ ଅସୁବିଧା ସୃଷ୍ଟି ହୁଏ । ଯେଉଁ ଲୋକମାନେ ସମାଜଦ୍ୱାରା ପ୍ରାନ୍ତସ୍ଥିତ ହୋଇଥାଆନ୍ତି ସେମାନେ ଏକ ପ୍ରାନ୍ତସ୍ଥିତ ଶ୍ରେଣୀ ବା ସମୂହ କିମ୍ବା ସମୁଦାୟ ଗଠନ କରିଥାଆନ୍ତି ।

ସେହି ସମୂହଗୁଡ଼ିକୁ ସୁବିଧାସୁଯୋଗ ଓ କ୍ଷମତାରୁ ବଞ୍ଚିତ ହୋଇଥାଏ । ପ୍ରାନ୍ତସ୍ଥିତ ସମୂହଗୁଡ଼ିକ ପ୍ରଭାବଶାଳୀ ସମାଜଦ୍ୱାରା ଚିହ୍ନିତ ହୋଇଥାଏ ଏବଂ ପ୍ରାନ୍ତୀୟକରଣ ବିଶ୍ବର ବିଭିନ୍ନ ସମାଜରେ ଦେଖାଯାଏ । ଅବଶ୍ୟ ଏହାର ରୂପ ଗୋଟିଏ ସମାଜରୁ ଆଉ ଗୋଟିଏ ସମାଜରେ ଭିନ୍ନ ଅଟେ । ପ୍ରାନ୍ତୀୟକରଣ ସମାଜର ବିକାଶ ସ୍ତର ସହିତ ସମ୍ବନ୍ଧିତ ଅଟେ । ଉଦାହରଣ ସ୍ୱରୂପ, ତୃତୀୟ ବିଶ୍ବରେ ଅଧ୍ବକ ପ୍ରାନ୍ତସ୍ଥିତ ସମୂହ ଦେଖାଯାଏ ।

ସେହିପରି ବିକଶିତ ଦେଶଗୁଡ଼ିକରେ କମ୍ ପ୍ରାନ୍ତସ୍ଥିତ ସମୂହ ଦେଖାଯାଏ । ଭାରତୀୟ ସମାଜରେ ଦଳିତ, ମହିଳା, ଜନଜାତି ଇତ୍ୟାଦି ପ୍ରାନ୍ତସ୍ଥିତ ସମୂହର ଅନ୍ତର୍ଭୁକ୍ତ ।

୨୨ । ଅନୁସୂଚିତ ଜାତି କିଏ ? ସେମାନଙ୍କର ଅବସ୍ଥିତିକୁ ଲେଖ ।
Answer:
ଜାତିଭିଭିକ ହିନ୍ଦ ସାମାଜିକ ସଙ୍ଗଠନର ଉଚ୍ଚନୀଚ କମର ସର୍ବନିମ୍ନରେ ଥିବା ଅସ୍ପୃଶ୍ୟମାନେ ଅନୁସୂଚିତ ଜାତିର ଅନ୍ତର୍ଭୁକ୍ତ । ୨୦୧୧ ମସିହା ଜନଗଣନା ଅନୁସାରେ ଭାରତୀୟ ମୋଟ ଜନସଂଖ୍ୟାର ୧୬.୬ ପ୍ରତିଶତ ହେଉଛନ୍ତି ଅନୁସୂଚିତ ଜାତି । ଓଡ଼ିଶାରେ ମୋଟ ଜନସଂଖ୍ୟାର ଶତକଡ଼ା ୧୭.୧ ପ୍ରତିଶତ ଅନୁସୂଚିତ ଜାତିର ଲୋକମାନେ ବାସ କରନ୍ତି । ଏମାନଙ୍କୁ ବିଭିନ୍ନ ନାମରେ ନାମିତ କରାଯାଇଛି । ବୈଦିକ ଯୁଗରେ ଏମାନଙ୍କୁ ଶୂଦ୍ର, ପଞ୍ଚମ ଏବଂ ଅସ୍ପୃଶ୍ୟ ବୋଲି କୁହାଯାଉଥିଲା ।

୧୯୩୧ରେ ଜେ.ଏଚ୍.ହଟନ୍ ସେମାନଙ୍କୁ ବାହ୍ୟ-ଜାତି ବୋଲି କହିଥିଲେ । ଆମ୍ବେଦକର ସେମାନଙ୍କୁ ଦଳିତ ଜାତି ଭାବରେ ନାମିତ କରିଥିଲେ । ମହାତ୍ମା ଗାନ୍ଧି ସେମାନଙ୍କୁ ହରିଜନ ବୋଲି କହିଥିଲେ । ହରିଜନର ଅର୍ଥ ହେଉଛି ହରି ବା ଭଗବାନଙ୍କର ସନ୍ତାନ । ୧୯୩୫ ମସିହାରେ ଅସ୍ପୃଶ୍ୟମାନଙ୍କୁ ଅନୁସୂଚିତ ଜାତି ଭାବରେ ନାମିତ କରାଗଲା । ସ୍ଵାଧୀନତା ପରେ ଆମର ସମ୍ବିଧାନ ନିର୍ମାତାମାନେ ଅସ୍ପୃଶ୍ୟମାନଙ୍କ ନିମନ୍ତେ ତଫସିଲଭୁକ୍ତ ବା ଅନୁସୂଚିତ ଜାତି ଶବ୍ଦ ବ୍ୟବହାର କଲେ ।

CHSE Odisha Class 12 Sociology Unit 4 Long Answer Questions in Odia Medium

ସେହି ଅନୁସାରେ ତଫସିଲଭୁକ୍ତ ଜାତି ଅସ୍ପୃଶ୍ୟମାନଙ୍କୁ ଅନ୍ତର୍ଭୁକ୍ତ କରିଥାଏ । ପାରମ୍ପରିକ ସମାଜରେ ଅସ୍ପୃଶ୍ୟ ବା ହରିଜନମାନଙ୍କୁ ସର୍ବନିମ୍ନ ସ୍ଥାନ ଦିଆଯାଏ । ତଫସିଲଭୁକ୍ତ ଜାତି ବା ଅସ୍ପୃଶ୍ୟମାନେ ବିଭିନ୍ନ ପ୍ରକାର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସମସ୍ୟାର ସମ୍ମୁଖୀନ ହୋଇଥା’ନ୍ତି । ଡି.ଏନ୍. ମଜୁମଦାରଙ୍କ ମତରେ ସେହିମାନେ ହେଉଛନ୍ତି ଅସ୍ପୃଶ୍ୟ ଯେଉଁମାନଙ୍କର ବିଭିନ୍ନ ସାମାଜିକ, ରାଜନୈତିକ ଅସାମର୍ଥ୍ୟ ରହିଥାଏ ।

ସେମାନଙ୍କର ଅସାମର୍ଥ୍ୟଗୁଡ଼ିକ ମଧ୍ୟରୁ ଅଳଂକାଂଶ ପାରମ୍ପରିକ ଭାବରେ ବ୍ୟବସ୍ଥା କରାଯାଇଛି ଓ ଉଚ୍ଚ ଜାତିମାନଙ୍କ ଦ୍ୱାରା ଏଗୁଡ଼ିକୁ ସେମାନଙ୍କ ଉପରେ ଲଦି ଦିଆଯାଇଛି ।

ତଫସିଲଭୁକ୍ତ ଜାତିଗୁଡ଼ିକ ସମାଜରେ ଅସ୍ପୃଶ୍ୟତା ସମସ୍ୟାର ସମ୍ମୁଖୀନ ହୋଇଥା’ନ୍ତି । ପ୍ରଚଳିତ ବ୍ୟବସ୍ଥା ଅନୁସାରେ ସେମାନଙ୍କୁ ବିଭିନ୍ନ ସର୍ବସାଧାରଣ ସ୍ଥାନମାନଙ୍କରେ ପ୍ରବେଶ କରିବାକୁ ଦିଆଯାଏ ନାହିଁ । ସେମାନଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ମଧ୍ୟ ଅନୁମତି ଦିଆଯାଏ ନାହିଁ ।

ଜେ.ଏମ୍.ପାନିକରଙ୍କ ମତରେ ଚତୁଃବର୍ଷ ତତ୍ତ୍ବ ଅନୁସାରେ ଅସ୍ପୃଶ୍ୟମାନେ ଜାତି ବ୍ୟବସ୍ଥାର ବାହାରେ ରହିଥା’ନ୍ତି । ସେମାନଙ୍କୁ ଅବର୍ଣ୍ଣ ବା ପଞ୍ଚମ ବୋଲି କୁହାଯାଏ । ସେମାନେ ହିନ୍ଦୁ ସାମାଜିକ କ୍ରମର ଅନ୍ତର୍ଭୁକ୍ତ ନୁହଁନ୍ତି । ହିନ୍ଦୁ ସାମାଜିକ ବ୍ୟବସ୍ଥା ଅନୁସାରେ ଚାରୋଟି ଜାତି; ଯଥା – ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ରହିଥା’ନ୍ତି । ପ୍ରତ୍ୟେକ ଜାତି ଏକ ନିର୍ଦ୍ଦିଷ୍ଟ ବୃତ୍ତି ଅବଲମ୍ବନ କରନ୍ତି । ଏହି ଜାତିଗୁଡ଼ିକ ଅପବିତ୍ର କାର୍ଯ୍ୟଗୁଡ଼ିକୁ କରନ୍ତି ନାହିଁ ।

ତେଣୁ ଅବର୍ଣ୍ଣ ବା ପଞ୍ଚମମାନେ ରାସ୍ତା ଘାଟ ସଫା କରିବା, ମଇଳା ଉଠାଇବା ଇତ୍ୟାଦି କାର୍ଯ୍ୟ କରୁଥିଲେ । ଏହି କାର୍ଯ୍ୟଗୁଡ଼ିକୁ ହାତଦ୍ୱାରା କରାଯାଉଥିବାରୁ ଏହାକୁ ଅପବିତ୍ର କାର୍ଯ୍ୟ ଭାବରେ ବିଚାର କରାଯାଉ ଥିଲା । ଯେଉଁମାନେ ଏହି କାର୍ଯ୍ୟ କରୁଥିଲେ ସେମାନଙ୍କୁ ଅପବିତ୍ର ବୋଲି ମନେ କରାଯାଉଥିଲା । ସେହିପରି ଅପବିତ୍ର ହୋଇଯିବା ଆଶଙ୍କାରେ ଅନ୍ୟ ଜାତିର ଲୋକମାନେ ସେମାନଙ୍କୁ ସ୍ପର୍ଶ କରୁନଥିଲେ ଓ ସେମାନଙ୍କଠାରୁ ଦୂରେଇ ରହୁଥିଲେ ।

ପ୍ରତ୍ୟେକ ହିନ୍ଦୁ ଗ୍ରାମଠାରୁ ଦୂରରେ ଏମାନେ ବସବାସ କରିଥା’ନ୍ତି । ଗ୍ରାମର ପରିମଳ ଓ ଭୂତୋଚିତ କାର୍ଯ୍ୟ କରୁଥିବା ଏହି ଅସ୍ପୃଶ୍ୟମାନେ ଗ୍ରାମ ବାହାରେ ଦୟନୀୟ ଭାବରେ ରହିଥାଆନ୍ତି ।

ଏମ୍.ଏନ୍. ଶ୍ରୀନିବାସ ଓ ଆତ୍ରେ ବେତେଙ୍କ ମତରେ ପାରମ୍ପରିକ ବ୍ୟବସ୍ଥାରେ ନିମ୍ନ ସାମାଜିକ ପ୍ରସ୍ଥିତି କାରଣରୁ ହରିଜନମାନଙ୍କର ବିଭିନ୍ନ ପ୍ରକାର ଅସାମର୍ଥ୍ୟ ରହିଥାଏ । ସେମାନଙ୍କ ମତରେ ହରିଜନମାନଙ୍କ ନିମନ୍ତେ ପଞ୍ଚମ ଓ ‘ଚଣ୍ଡାଳ’ ଇତ୍ୟାଦି ଶବ୍ଦ ବ୍ୟବହାର କରାଯାଇଥାଏ । ଜାତି-ସ୍ତରୀକରଣର ସର୍ବୋଚ୍ଚ ସୋପାନରେ ବ୍ରାହ୍ମଣମାନେ ରହିଥିବା ସ୍ଥଳେ ଅସ୍ପୃଶ୍ୟ ଜାତିର ଲୋକମାନେ ସର୍ବନିମ୍ନ ସ୍ଥାନରେ ରହିଥା’ନ୍ତି । ଏହି ଦୁଇ ଜାତି ମଧ୍ୟରେ ଅନ୍ୟାନ୍ୟ ବହୁ ଜାତି ସମୂହ ରହିଥାଏ ।

ଏକ ନିର୍ଦ୍ଦିଷ୍ଟ ଜାତି କର୍ମକାଣ୍ଡ ଅପବିତ୍ରତା ଏବଂ ବିଶୁଦ୍ଧତା ଜନ୍ମ ଉପରେ ପର୍ଯ୍ୟବସିତ ଥିବାରୁ ଉଚ୍ଚନୀଚ ଜାତି ସ୍ତରୀକରଣ ସୃଷ୍ଟି ହୋଇଛି । ଅପବିତ୍ରତା -ବିଶୁଦ୍ଧତା ମୂଲ୍ୟବୋଧ ଖାଦ୍ୟ, ବସ୍ତ୍ର, ବାସଗୃହ, ବୃତ୍ତି ଓ ବିବାହ ଆଦି ସମସ୍ତ ଦିଗଗୁଡ଼ିକୁ ପ୍ରଭାବିତ କରିଥାଏ ।

ଧର୍ମ ଓ କର୍ମ ତତ୍ତ୍ବ ଜାତି ନିର୍ଦ୍ଧାରିତ ବୃଦ୍ଧି ଓ କର୍ତ୍ତବ୍ୟ ସହିତ ସମ୍ପୃକ୍ତ । କର୍ମ ତତ୍ତ୍ୱାନୁସାରେ ଜଣେ ବ୍ୟକ୍ତି ବିଶ୍ବାସ କରେ ଯେ ତା’ର ଉଚ୍ଚ କିମ୍ବା ନୀଚ ଜାତି-ସ୍ଥିତି ତା’ର ପୂର୍ବଜନ୍ମରେ ଭଲମନ୍ଦ କର୍ମର ଫଳ ସ୍ୱରୂପ ଏବଂ ସେ ତା’ର ସ୍ଥିତି ସମ୍ବନ୍ଧରେ କୌଣସି କାର୍ଯ୍ୟ କରିପାରିବ ନାହିଁ । ସେ କେବଳ ମାତ୍ର ଜାତି ନିର୍ଦ୍ଧାରିତ କର୍ତ୍ତବ୍ୟଗୁଡ଼ିକୁ ଉତ୍ତମ ରୂପେ ସମ୍ପାଦନ କରିବାଦ୍ୱାରା ନିଜ ଭବିଷ୍ୟତ ଜୀବନର ଉନ୍ନତି କରିପାରିବ ।

ବ୍ରାହ୍ମଣମାନେ ଜାତି-ସ୍ତରୀକରଣର ସର୍ବୋଚ୍ଚ ସ୍ଥାନରେ ଅବସ୍ଥାପିତ ହୋଇ ନିୟମ ସୃଷ୍ଟିକର୍ତ୍ତା ଓ ଆଇନ ପ୍ରଣୟନ କର୍ତ୍ତା ରୂପେ କାର୍ଯ୍ୟ କରିଛନ୍ତି । କିନ୍ତୁ ନିକୃଷ୍ଟ ବୃତ୍ତିକୁ ଅନୁସରଣ କରୁଥିବା ବ୍ୟକ୍ତିମାନେ ସମାଜରେ ନିମ୍ନ ପ୍ରସ୍ଥିତିର ଅଧିକାରୀ । ସେମାନେ ଜାତିର ଉଚ୍ଚନୀଚ କ୍ରମର ସର୍ବନିମ୍ନ ସ୍ଥାନରେ ରହି ଅସ୍ପୃଶ୍ୟ ନାମରେ ପରିଚିତ ହୋଇଥା’ନ୍ତି । ଭାରତୀୟ ସମ୍ବିଧାନରେ ସେମାନେ ‘ଅନୁସୂଚିତ ଜାତି’ ଭାବରେ ପରିଚିତ ।

ଅନୁସୂଚିତ ଜାତି କହିଲେ ସାଧାରଣତଃ ହିନ୍ଦୁ ସମାଜର ସେହିମାନଙ୍କୁ ବୁଝାଏ ଯେଉଁମାନେ କି ଅସ୍ପୃଶ୍ୟ । ଅସ୍ପୃଶ୍ୟମାନଙ୍କୁ ସମ୍ବିଧାନ ଅନୁସୂଚିରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ସେମାନେ ହେଉଛନ୍ତି ଅନୁସୂଚିତ ଜାତି ।

ସମ୍ବିଧାନର ୩୪୧ ଓ ୩୪୨ ଧାରା ଅନୁସାରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ତଫସିଲଭୁକ୍ତ ଜାତିର ଏକ ତାଲିକା ପ୍ରସ୍ତୁତ କରିବାର କ୍ଷମତା ଭାରତର ରାଷ୍ଟ୍ରପତିଙ୍କର ରହିଛି । ଭାରତ ସରକାର ୪୨୯ଟି ଅସ୍ପୃଶ୍ୟ ଜାତିକୁ ସମ୍ବିଧାନର ଅନୁସୂଚୀରେ ତାଲିକାଭୁକ୍ତ କରିଛନ୍ତି । ୧୯୭୧ ମସିହା ଜନଗଣନା ଅନୁସାରେ ଭାରତରେ ତଫସିଲଭୁକ୍ତ ଜାତିର ଲୋକମାନଙ୍କ ସଂଖ୍ୟା ପ୍ରାୟ ୮୦ ନିୟୁତ ।

ଭାରତରେ ଅନୁସୂଚିତ ଜାତିଗୁଡ଼ିକ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ ଚାରି ଭାଗରେ ବିଭକ୍ତ କରାଯାଇଛି; ଯଥା –
(୧) ସାମାଜିକ ସମସ୍ୟା,
(୨) ଅର୍ଥନୈତିକ ସମସ୍ୟା,
(୩) ରାଜନୈତିକ ସମସ୍ୟା ଏବଂ
(୪) ଧାର୍ମିକ ସମସ୍ୟା ଇତ୍ୟାଦି ।
ଭାରତରେ ଅନୁସୂଚିତ ଜାତିମାନଙ୍କର କଲ୍ୟାଣ ପାଇଁ ସରକାରୀ ଓ ବେସରକାରୀ କ୍ଷେତ୍ରରେ ବିଭିନ୍ନ କଲ୍ୟାଣମୂଳକ ଯୋଜନା କରାଯାଇଛି ।

୨୩ । ଭାରତରେ ଜନଜାତି ଆନ୍ଦୋଳନ ସମ୍ବନ୍ଧରେ ଏକ ପ୍ରବନ୍ଧ ଲେଖ ।
Answer:
ଆଦିମ ଜନଜାତିମାନଙ୍କର ଆନ୍ଦୋଳନ ଶୋଷଣ ଓ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ ଅଟେ ।
ସ୍ଵାଧୀନତା ପୂର୍ବବର୍ତୀ ଜନଜାତି ଆନ୍ଦୋଳନ – ଓଡ଼ିଶାର ଜନଜାତି ହେଉଛନ୍ତି ପ୍ରଥମ ଯେଉଁମାନେ କି ବ୍ରିଟିଶ୍ ଶାସନ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲେ । ୧୭୬୫ ମସିହାରେ ରାଜା କୃଷ୍ଣ ଭଞ୍ଜଙ୍କ ଅଧୀନରେ କନ୍ଧମାନେ ବ୍ରିଟିଶ୍ ବିରୁଦ୍ଧରେ ଯୁଦ୍ଧ କରିଥିଲେ ଏବଂ ଅନେକଙ୍କର ଏଥୁରେ ମୃତ୍ୟୁ ହୋଇଥିଲା । ସେହି ବର୍ଷ ପାରଳାଖେମୁଣ୍ଡି ରାଜା ନାରାୟଣ ଦେବ ଆଉ ଏକ ଯୁଦ୍ଧ କଲେ ଯେଉଁଥୁରେ ୩୦ ଜଣ ଆଦିବାସୀ ପ୍ରାଣ ହରାଇଥିଲେ ।

୧୭୭୨ରେ ପାହାଡ଼ିଆ ବିଦ୍ରୋହ ଆରମ୍ଭ ହେଲା । ପାଞ୍ଚବର୍ଷ ଧରି ତିଲ୍‌ ମାଝି ଏହି ବିଦ୍ରୋହର ନେତୃତ୍ଵ ନେଲେ । ଶେଷରେ ତାଙ୍କୁ ଭାଗଲପୁରରେ ୧୭୮୫ରେ ଫାଶୀ ଦିଆଗଲା । ପରବର୍ତୀ ଦୁଇ ଦଶନ୍ଧିରେ ସିଂହଭୂମି, ଗୁମ୍ମା, ବାଙ୍କୁରା, ମନଭୂମି ଓ ପାଲାମାରେ ବିଦ୍ରୋହ ଦେଖାଦେଲା ।

ବ୍ରିଟିଶ୍ ବିରୁଦ୍ଧରେ ଓଡ଼ିଶାର ସଂଘର୍ଷ ଇତିହାସରେ ଅନେକ ଆନ୍ଦୋଳନ ସଙ୍ଗଠିତ ହୋଇଥିଲା । ଯେଉଁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ ହୋଇଥିଲା ସେଗୁଡ଼ିକ ହେଲା ୧୮୭୭ ମସିହାରେ ସାମନ୍ତ ଶାସକଙ୍କ ବିରୋଧରେ କନ୍ଧମେଳି ଓ କନ୍ଧମାନଙ୍କ ବିଦ୍ରୋହ, ୧୮୪୬ ରୁ ୧୮୫୬ ମସିହା ମଧ୍ୟରେ ଚକରା ବିଶୋଇଙ୍କ ନେତୃତ୍ୱରେ କନ୍ଧମାନଙ୍କର ସଂଘର୍ଷ । ସେହିପରି ଓଡ଼ିଶାର ସାନ୍ତାଳମାନେ ମୁର୍ମୁ ଭାଇଙ୍କ ନେତୃତ୍ୱରେ ବ୍ରିଟିଶ୍ ଶୋଷଣ ବିରୁଦ୍ଧରେ ସଂଘର୍ଷ, ଇତିହାସରେ ଏକ ଗୁରୁତ୍ଵପୂର୍ଣ୍ଣ ଘଟଣା ହୋଇ ରହିଛି ।

୧୮୫୫-୧୮୫୭ ବିଦ୍ରୋହ ସାନ୍ତାଳ ଇତିହାସରେ ଏକ ବିଶିଷ୍ଟ ଘଟଣା ଅଟେ । ୧୮୫୫ ମସିହାରେ ସାନ୍ତାଳମାନେ ଲର୍ଡ଼ କଣ୍ଠୱାଲିସ୍‌ଙ୍କ ଚିରସ୍ଥାୟୀ ବନ୍ଦୋବସ୍ତ ବିରୋଧରେ ଯୁଦ୍ଧ ଆରମ୍ଭ କଲେ । ୧୮୫୫ ମସିହା ଜୁନ୍ ୩୦ ତାରିଖରେ ଦଶ ହଜାରରୁ ଊର୍ଦ୍ଧ୍ୱ ସାନ୍ତାଳ ସେମାନଙ୍କର ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ କରିବା ନିମନ୍ତେ ବିରାଟ ଶୋଭାଯାତ୍ରା ବାହାର କଲେ ।

CHSE Odisha Class 12 Sociology Unit 4 Long Answer Questions in Odia Medium

ବ୍ରିଟିଶ୍, ଜମିଦାର ଓ ମହାଜନମାନଙ୍କର ଅତ୍ୟାଚାର ଓ ଶୋଷଣର ପରିସମାପ୍ତି ନିମନ୍ତେ ସିନ୍ଧୁ ଓ କାନୋଙ୍କ ଦ୍ବାରା ପରିଚାଳିତ ଶୋଭାଯାତ୍ରାରେ ସ୍ଵତନ୍ତ୍ର ସାନ୍ତାଳ ରାଜ୍ୟ ସ୍ଥାପନ କରିବାପାଇଁ ନିଷ୍ପତ୍ତି ନେଲେ । ଏହି ବିଦ୍ରୋହରେ ୧୫ ରୁ ୨୦ ହଜାର ପର୍ଯ୍ୟନ୍ତ ସାନ୍ତାଳମାନଙ୍କୁ ହତ୍ୟା କରାଗଲା ।

୧୮୫୮ ମସିହା ସ୍ଵାଧୀନତା ସଂଗ୍ରାମରେ ଅନେକ ଆଦିବାସୀ ନେତା ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ୧୮୫୮ ଗଣିଭାରେ ସାହାଲ ଓ ଏହାର ଚେରାମାନେ ପରାସ୍ତ ହେଲେ । ଏହା ଫଳରେ ରିଟିଶ ଶୋଷଣ ଓ ଅତ୍ୟାଚାର ଅଧିକ ଘନୀଭୂତ ହେବାକୁ ଲାଗିଲା । ୧୮୬୫ ମସିହା ଜଙ୍ଗଲ ପରିଚାଳନା ଆଇନ ପ୍ରଣୀତ ହେବାପରେ ସମସ୍ତ ଜଙ୍ଗଲ ଜମିକୁ ସରକାରୀ ଜମିରୂପେ ଘୋଷଣା କରାଗଲା ।

ଜଙ୍ଗଲ ଜମି ଉପରେ ଆଦିବାସୀମାନଙ୍କର ଅଧିକାର ଉପରେ ଏହି ଆଇନରେ କୌଣସି ବ୍ୟବସ୍ଥା ରହିଲା ନାହିଁ । ଆଉ ଏକ କଠୋର ଜଙ୍ଗଲ ଆଇନ ଯାହା ୧୮୭୮ ମସିହା ଭାରତୀୟ ଜଙ୍ଗଲ ଆଇନ ଭାବରେ ପରିଚିତ ତାହା ପ୍ରଣୀତ ହେଲା । ଏହି ଆଇନ ଜମି ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଆଦିବାସୀମାନଙ୍କର ଅଧିକାର ଉପରେ କଟକଣା ଜାରିକଲା । ଫଳରେ ଆଦିବାସୀମାନେ ଜଙ୍ଗଲ ଉପରେ ଥିବା ସେମାନଙ୍କର ଅଧିକାର ହରାଇଲେ ।

ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ବ୍ରିଟିଶ୍ ସରକାର ବିରୋଧରେ ଦେଖାଦେଇଥିବା ସଂଘର୍ଷ ମଧ୍ଯରୁ ବିର୍ସା ମୁଣ୍ଡା ଆନ୍ଦୋଳନ ଏକ ଗୁରୁତ୍ଵପୂର୍ଣ୍ଣ ଆନ୍ଦୋଳନ ଥିଲା । ବିର୍ସା ମୁଣ୍ଡା ନେତୃତ୍ୱରେ ଦୀର୍ଘଦିନ ଧରି ପରିଚାଳିତ ଏହି ଆନ୍ଦୋଳନ ବ୍ରିଟିଶ୍ ନୀତି ବିରୁଦ୍ଧରେ ଉଦ୍ଦିଷ୍ଟ ଥିଲା, ଯେଉଁ ନୀତି ଫଳରେ ଜମିଦାର ଓ ସାହୁକାରମାନେ ଆଦିବାସୀମାନଙ୍କୁ ଶୋଷଣ କରୁଥିଲେ ।

ଲୋକମାନଙ୍କ ମଧ୍ୟରେ ବିଦ୍ରୋହର ଯେଉଁ ବୀଜ ବିପନ ହେଲା ତାହା ସେମାନଙ୍କୁ ପ୍ରେରଣା ଯୋଗାଇଲା ଓ ଅନ୍ୟାୟ ବିରୋଧରେ ସେମାନଙ୍କ ସଂଗ୍ରାମ ଜାରି ରହିଲା । ଏହି ଆନ୍ଦୋଳନକୁ ପରବର୍ତୀ ସମୟରେ ଝାଡ଼ଖଣ୍ଡ ଆନ୍ଦୋଳନ ଜନ୍ମ ଦେଇଥିଲା ।

୧୯୧୪ ମସିହାରେ ଭଗତ ଆନ୍ଦୋଳନ ନାମରେ ଓରାଓଁମାନେ ଏକ ଆନ୍ଦୋଳନ ଆରମ୍ଭ କଲେ । ଏହା ବିହାର ଛୋଟନାଗପୁରର ଓରାଓଁମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏକ ଆନ୍ଦୋଳନ । ଅବଶ୍ୟ ଏହା ଏକ ଧାର୍ମିକ ଆନ୍ଦୋଳନ ଥିଲା ।

୧୯୨୨ ମସିହା ଅଗଷ୍ଟ ମାସରେ ଆନ୍ଧ୍ରପ୍ରଦେଶର ପାହାଡ଼ିଆ ଅଞ୍ଚଳରେ ଆଲୁରୀ ରାମଚନ୍ଦ୍ର ରାଜୁଙ୍କଦ୍ୱାରା ପରିଚାଳିତ ଏକ ବିଦ୍ରୋହ ଦେଖାଦେଲା । ପାହାଡ଼ିଆ ଅଞ୍ଚଳର ଆଦିବାସୀମାନେ ବ୍ରିଟିଶ୍ ବିରୋଧରେ ଗରିଲା ଯୁଦ୍ଧ ଚଳାଇଲେ । ଏହି ଯୁଦ୍ଧକୁ ସମ୍ଭାଳିବାରେ ବ୍ରିଟିଶ୍ ଅସମର୍ଥ ହେବାରୁ ମାଲବାରର ସ୍ୱତନ୍ତ୍ର ବାହିନୀଦ୍ୱାରା ଆଦିବାସୀମାନଙ୍କୁ ଦମନ କଲେ ଓ ଆଲୁରି ରାଜୁଙ୍କର ମୃତ୍ୟୁ ହେଲା ।

ପ୍ରାକ୍-ସ୍ଵାଧୀନ ଓଡ଼ିଶାରେ କୋରାପୁଟର ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ବ୍ରିଟିଶ୍ମାନଙ୍କ ବିରୋଧରେ ଚୂଡ଼ାନ୍ତ ସଂଘର୍ଷ କମ୍ ସମୟ ପାଇଁ ହୋଇଥିଲା । ୧୯୪୩ ମସିହା ମାର୍ଚ୍ଚ ମାସରେ ବ୍ରହ୍ମପୁର ଜେଲରେ ଲକ୍ଷ୍ମଣ ନାୟକଙ୍କୁ ଫାସୀ ଦିଆଗଲା ।

ଭାରତରେ ଯେତେବେଳେ ସ୍ଵାଧୀନତା ଆନ୍ଦୋଳନ ବ୍ୟାପକ ହେଲା ସେତେବେଳେ ଆଦିବାସୀମାନେ ଏଥିରେ ବହୁସଂଖ୍ୟାରେ ଯୋଗଦେଲେ । ଏକ ନୂତନ ଗଣତାନ୍ତ୍ରିକ ଯୁଗର ଆରମ୍ଭ ଲକ୍ଷ୍ୟରେ ଅନେକ ଭୂମିହୀନ ଓ ନିଷ୍ପେଷିତ ଆଦିବାସୀ ଆନ୍ଦୋଳନ ଅଂଶଗ୍ରହଣ କଲେ ।

ସ୍ଵାଧୀନତା ପରବର୍ତୀ ଜନଜାତି ଆନ୍ଦୋଳନ – ଭାରତର ସ୍ଵାଧୀନତା ଅଧିକାଂଶ ଭାରତୀୟମାନଙ୍କୁ ପର୍ଯ୍ୟାପ୍ତ ଲାଭ ପ୍ରଦାନ କରିଛି । ଦଳିତ ଓ ଆଦିବାସୀମାନେ ଏଥୁରୁ ବଞ୍ଚିତ ହୋଇଛନ୍ତି ବରଂ ସେମାନଙ୍କ ପାଇଁ ନୂଆ ସମସ୍ୟା ସୃଷ୍ଟି ହୋଇଛି । ଜଙ୍ଗଲ ଧ୍ବଂସ ଓ ଅବକ୍ଷୟ ସେମାନଙ୍କ ସମସ୍ୟାଗୁଡ଼ିକୁ ଆହୁରି ଜଟିଳ କରିଦେଇଛି ।

ଜନଜାତି ଆନ୍ଦୋଳନର କାରଣ – ଜନଜାତି ଆନ୍ଦୋଳନର ମୁଖ୍ୟ କାରଣଗୁଡ଼ିକ ହେଉଛି ଜଙ୍ଗଲ ଓ ଜମି ଉପରେ ସେମାନଙ୍କର ବହୁଦିନର ଅଧିକାରକୁ ଛଡ଼ାଇ ନେବା, ଜଙ୍ଗଲ ଜମିର ବ୍ୟବହାର ଉପରେ କଟକଣା, ଅସନ୍ତୁଳିତ ବିକାଶ ଇତ୍ୟାଦି । କାରଣଗୁଡ଼ିକ ଭିଭିରେ ଜନଜାତି ଆନ୍ଦୋଳନକୁ ତିନି ଭାଗରେ ବିଭକ୍ତ କରାଯାଇପାରେ; ତାହା ହେଲା
(୧) ବାହାରର ଅଣଆଦିବାସୀମାନଙ୍କଦ୍ୱାରା ସେମାନଙ୍କର ଶୋଷଣ ଯୋଗୁ ଆନ୍ଦୋଳନ,
(୨) ଅର୍ଥନୈତିକ ବଞ୍ଚନା ଯୋଗୁ ଆନ୍ଦୋଳନ (ମଧ୍ୟପ୍ରଦେଶର ଗୋଣ୍ଡ ଓ ମହାରାଷ୍ଟ୍ରର ମାହାର ଜନଜାତି),
(୩) ବିଚ୍ଛିନ୍ନତାବାଦୀ ପ୍ରବୃତ୍ତି ଯୋଗୁ ଆନ୍ଦୋଳନ ।

ଜନଜାତି ଆନ୍ଦୋଳନର ଅଭିମୁଖୀକରଣ – ଅଭିମୁଖୀକରଣ ଭିଭିରେ ଜନଜାତି ଆନ୍ଦୋଳନକୁ ଚାରିଗୋଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ, (୧) ଜଙ୍ଗଲଭିଭିକ ଆନ୍ଦୋଳନ, (୨) ସାମାଜିକ ଧାର୍ମିକ ଆନ୍ଦୋଳନ ବା ସାମାଜିକ ସାଂସ୍କୃତିକ ଆନ୍ଦୋଳନ, (୩) ରାଜନୈତିକ ସ୍ଵତନ୍ତ୍ରତା ଏବଂ ରାଜ୍ୟଗଠନ ନିମନ୍ତେ ଆନ୍ଦୋଳନ (ନାଗା, ମିଜୋ) ଏବଂ (୪) କୃଷି ବିଷୟକ ଆନ୍ଦୋଳନ । ସ୍ବାଧୀନ ଭାରତରେ ସଙ୍ଗଠିତ ହୋଇଥିବା ଜନଜାତି ଆନ୍ଦୋଳନ ସମ୍ପର୍କରେ ନିମ୍ନରେ ଆଲୋଚନା କରାଗଲା ।

୧୯୪୮ ମସିହାରେ ନାଗା ବିପ୍ଳବ ଆରମ୍ଭ ହେଲା ଓ ୧୯୭୨ ନୂତନ ନିର୍ବାଚିତ ସରକାର କ୍ଷମତାକୁ ଆସିବା ପର୍ଯ୍ୟନ୍ତ ଓ ନାଗା ବିଦ୍ରୋହକୁ ଦମନ କରିବା ପର୍ଯ୍ୟନ୍ତ ଏହା ଲାଗି ରହିଥିଲା । ୧୯୭୦ ମସିହାରେ ମେଘାଳୟ ରାଜ୍ୟ ଗଠିତ ହେବା ପରେ ମିଳେ। ଆନ୍ଦୋଳନର ପରିସମାପ୍ତି ହେଲା । ଶୋଷଣ, ବାଛବିଚାର, ଅନଗ୍ରସରତା ଓ ସରକାରଙ୍କ ଉଦାସୀନତାରୁ ମୁକ୍ତି ନିମନ୍ତେ ମଧ୍ୟପ୍ରଦେଶରେ ଗୋଣ୍ଡ ଓ ଭିଲ୍‌ମାନଙ୍କ କୃଷି ବିଷୟକ ଆନ୍ଦୋଳନ ଇତ୍ୟାଦି ଏହାର ଉଦାହରଣ ।

ଏକ ସ୍ବତନ୍ତ୍ର ରାଜ୍ୟ ସୃଷ୍ଟି ପାଇଁ ଦାବି କରି ଝାଡ଼ଖଣ୍ଡ ଆନ୍ଦୋଳନ ଆରମ୍ଭ କରାଯାଇଥିଲା । ଏହି ଆନ୍ଦୋଳନ ମୁଖ୍ୟତଃ ଶୋଷଣ ଓ ଝାଡ଼ଖଣ୍ଡ ଅଞ୍ଚଳରେ ବାହ୍ୟ ଲୋକଙ୍କ ବହୁଳ ପ୍ରବେଶ ବିରୋଧରେ ଆରମ୍ଭ କରାଯାଇଥିଲା । ଶେଷରେ ଝାଡ଼ଖଣ୍ଡ ରାଜ୍ୟର ସୃଷ୍ଟି ହେଲା ।

ଓଡ଼ିଶାର ରାୟଗଡ଼ା ଜିଲ୍ଲାର କାଶିପୁର ଓ ଲକ୍ଷ୍ମୀପୁର ବ୍ଲକ୍, କୋରାପୁଟର ଦଶମନ୍ତପୁର ବ୍ଳକ ଓ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରରେ ଆଦିବାସୀମାନେ ଏକ ବହୁରାଷ୍ଟ୍ରୀୟ ଆଲୁମିନିୟମ୍ କମ୍ପାନୀ ବିରୋଧରେ ଆନ୍ଦୋଳନ କରିଛନ୍ତି । ୧୯୯୩ ମସିହାରେ କମ୍ପାନୀର ଉପରୋକ୍ତ ଅଞ୍ଚଳରେ ପ୍ରବେଶଠାରୁ ଏହି ଆନ୍ଦୋଳନ ଆରମ୍ଭ କରାଯାଇଥିଲା । ବାସଚ୍ୟୁତ ଓ ଜୀବିକା ହରାଇବା ଆଶଙ୍କାରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା ।

ବିଭିନ୍ନ ସମୟରେ ରାସ୍ତାରୋକ ଓ ସରକାରୀ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବକ୍‌ସାଇଟ୍‌ ଖଣିକୁ ନେଇ ବିବାଦ ଯୋଗୁ ଆନ୍ଦୋଳନରେ ତିନିଜଣ ଆଦିବାସୀଙ୍କର ମୃତ୍ୟୁ କାରଣରୁ ଆନ୍ଦୋଳନ ହିଂସାମୁଖୀ ହୋଇପଡ଼ିଥିଲା ।

୧୯୯୦ ମସିହା ଓ ପରବର୍ତ୍ତୀ ବର୍ଷରେ କେନ୍ଦୁଝର ଜିଲ୍ଲାରେ ଖଣି ପ୍ରକଳ୍ପ ଯୋଗୁ ବାସଚ୍ୟୁତ ଆଦିବାସୀମାନେ ଖଣି ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । କେନ୍ଦୁଝରରେ ଖଣିଖାଦାନ ଯୋଗୁ ଭାରତର ବିଭିନ୍ନ ଅଞ୍ଚଳରୁ ଶ୍ରମିକମାନେ ବହୁ ସଂଖ୍ୟାରେ ଏଠାକୁ ଆସୁଥିଲେ । ବାହାର ଲୋକମାନଙ୍କ ସଂସ୍କୃତି ସଂସ୍ପର୍ଶରେ ଆସିଲେ ସେମାନଙ୍କ ସଂସ୍କୃତି ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା କରି ଆଦବାସୀମାନେ ଖଣି ପ୍ରକଳ୍ପଗୁଡ଼ିକୁ ଓ ସେମାନଙ୍କ ଅଞ୍ଚଳରେ ବାହାର ଲୋକମାନଙ୍କ ପ୍ରବେଶକୁ ବିରୋଧ କରୁଥିଲେ ।

ଏହାଛଡ଼ା ଅଧୁକ ବାସଚ୍ୟୁତ ଓ ଜଙ୍ଗଲ ଧ୍ୱଂସ ଆଶଙ୍କାରେ ଭୂୟାଁ, ଜୁଆଙ୍ଗ, ମୁଣ୍ଡା, ସାନ୍ତାଳ ଓ କନ୍ଧ ଆଦି ଆଦିବାସୀମାନେ ଖଣି ପ୍ରକଳ୍ପକୁ ବିରୋଧ କରି ଆସୁଛନ୍ତି । ଏମାନଙ୍କଦ୍ୱାରା ଚାଲୁ ରହିଥିବା ଆନ୍ଦୋଳନ ଅତ୍ୟନ୍ତ ଲୋକପ୍ରିୟ । କିନ୍ତୁ ଆନ୍ଦୋଳନକାରୀମାନେ ବିଭିନ୍ନ ସମୟରେ ପୋଲିସ୍‌ରା ହଇରାଣ ହୋଇଛନ୍ତି ଓ ସେମାନଙ୍କ ନାମରେ ମିଥ୍ୟା ମକଦ୍ଦମା କରାଯାଇଛି ।

୧୯୯୪ ମସିହାରୁ ୧୯୯୯ ମସିହା ମଧ୍ୟରେ ବହୁସଂଖ୍ୟକ ଗ୍ରାମବାସୀଙ୍କ ନାମରେ ମକଦ୍ଦମା କରି ସେମାନଙ୍କୁ ଜେଲକୁ ପଠାଯାଇଛି । ଆଦିବାସୀମାନଙ୍କର ପରିଚୟକୁ କେନ୍ଦ୍ରକରି ବିଭିନ୍ନ ଆନ୍ଦୋଳନ ଆରମ୍ଭ ହୋଇଥିବା ଦେଖିବାକୁ ମିଳେ । ଉତ୍ତର-ପୂର୍ବ ଭାରତରେ ବୋଡ଼ୋ ଓ ନାଗା ଆନ୍ଦୋଳନକୁ ଉଦାହରଣ ଭାବରେ ନିଆଯାଇପାରେ । ମାତ୍ର ଏହି ପ୍ରକାର ଆନ୍ଦୋଳନ ଆନ୍ଦୋଳନକାରୀଙ୍କ ସ୍ବାର୍ଥ ନିମନ୍ତେ ଉଦ୍ଦିଷ୍ଟ ଓ ଏହା ରାଜନୈତିକ ରାସ୍ତାରେ ଗତିକରେ ।

CHSE Odisha Class 12 Sociology Unit 4 Long Answer Questions in Odia Medium

ଏହି ପ୍ରକାର ଆନ୍ଦୋଳନ ସାଧାରଣତଃ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଭାବରେ ପରିଚିତ । ତେବେ ଅସମ ଓ ଅସନ୍ତୁଳିତ ବିକାଶ, ସହରାଭିମୁଖୀ ଅଭିବୃଦ୍ଧି ଆଦର୍ଶ, ଜନଜାତି ସଚେତନତାର ଉତ୍ଥାନ, ଜନଜାତୀୟ ଆଞ୍ଚଳିକତାବାଦ ଇତ୍ୟାଦି ଆନ୍ଦୋଳନର କାରଣ ଅଟେ । ଆସାମରେ ବୋଡ଼ୋଲ୍ୟାଣ୍ଡ ନିମନ୍ତେ ଏବେ ବି ଦାବି ଉଠାଯାଉଛି । ଉତ୍ତର-ପୂର୍ବ ଭାରତରେ ବିଭିନ୍ନ ଜନଜାତି ଆନ୍ଦୋଳନ ଯୋଗୁ ଏବେବି ଉତ୍ତେଜନା ଲାଗି ରହିଛି ।

ସାଂସ୍କୃତିକ ବିବିଧତା ଓ ଅବକ୍ଷୟ ତଥା ପ୍ରଜାତୀୟ ବୈଷମ୍ୟ ଓ ଅର୍ଥନୈତିକ ରାଜନୈତିକ ଅସନ୍ତୁଳନ ଅବସ୍ଥା ଆନ୍ଦୋଳନର ଭିତ୍ତିଭୂମି ଅଟେ ।

୨୪ । କୃଷକ ଆନ୍ଦୋଳନ କେବେ ହୋଇଥିଲା ? କାରଣ ଓ ଅବସ୍ଥା ବର୍ଣ୍ଣନା କର ।
Answer:
ଭାରତବର୍ଷରେ କୃଷକ ଆନ୍ଦୋଳନ ସଂକ୍ରାନ୍ତୀୟ ଗବେଷଣା ଓ ଅଧ୍ୟୟନ ବିଶେଷ ଭାବରେ ୧୯୭୫ ମସିହା ପରଠାରୁ ହୋଇଥିଲା । ବ୍ୟାପକ ଭାବରେ କହିଲେ କୃଷି କ୍ଷେତ୍ରରେ ନିୟୋଜିତ ଥିବା ଜନସଂଖ୍ୟାର ବିଭିନ୍ନ ବର୍ଗର ଲୋକମାନେ କୌଣସି ଚମତ୍କାରୀ ନେତୃତ୍ଵଦ୍ଵାରା ଅଥବା ନିଜର ସ୍ୱାର୍ଥରକ୍ଷା ପାଇଁ ସମଗ୍ର କୃଷକ ସମୁଦାୟର ଆନ୍ଦୋଳନକୁ ଏହା ବୁଝାଏ ।

କୃଷକ ଆନ୍ଦୋଳନର ପୂର୍ବ ଅବସ୍ଥା – ଭାରତବର୍ଷରେ କୃଷକ ଆନ୍ଦୋଳନ ସେ ସମୟର ସାମାଜିକ, ରାଜନୈତିକ ଓ ଆର୍ଥିକ ପରିସ୍ଥିତି ସହ ଜଡ଼ିତ ଥିଲା ।

(କ) କୃଷିକ୍ଷେତ୍ରରେ ବ୍ୟବସାୟୀକରଣ ଅର୍ଥାତ୍ ଧାନ ଓ ଗହମ ଚାଷ ବ୍ୟତୀତ ବ୍ୟବସାୟ ଦୃଷ୍ଟିରୁ ଲାଭଜନକ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଆଗ୍ରହ ବୃଦ୍ଧି ।
(ଖ) କୃଷିକ୍ଷେତ୍ରରେ ବ୍ୟବସାୟୀକରଣ ଯୋଗୁଁ ଜମିଦାର, ଧନୀ ଚାଷୀ ଏବଂ ବୃଦ୍ଧି କ୍ଷେତ୍ରରେ ମଧ୍ୟସ୍ଥ ସ୍ଵତ୍ଵାଧିକାରୀ ଚାଷୀମାନଙ୍କୁ ବଜାରର ଚାହିଦା ଦୃଷ୍ଟିରୁ ଚାଷ କରିବାକୁ ବାଧ୍ୟ କରୁଥିଲେ ଏବଂ ଅଧ‌ିକ ସମୟ ଜମିରେ ଖଟିବା ପାଇଁ ସ୍ବଚ୍ଛ ମଜୁରିରେ ବାଧ୍ୟ କରୁଥିଲେ । ଏହା ଫଳରେ କୃଷକମାନଙ୍କର ଅବସ୍ଥା କ୍ରମେ ଶୋଚନୀୟ ହେବାକୁ ଲାଗିଲା ।
(ଗ) ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ୍‌ରେ ଅଭିବୃଦ୍ଧି ଏବଂ କୃଷିଜାତ ପଦାର୍ଥର ହଠାତ୍ ଦରଦାମ୍ କମିଯିବା ଫଳରେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ ।
(ଘ) ଆଇନଗତ ଭାବେ ଜମିଦାରୀ ପ୍ରଥାର ଉଚ୍ଛେଦ ହୋଇଥିଲେ ମଧ୍ୟ ବାସ୍ତବିକ କ୍ଷେତ୍ରରେ ପ୍ରଚ୍ଛନ୍ନଭାବେ ଜମିଦାରମାନେ ସେମାନଙ୍କର ସମସ୍ତ ଅଧିକାର ଓ ସାମାଜିକ ସ୍ଥିତି ବଜାୟ ରଖ୍ଯାରୁଥିଲେ । ଏହି ପ୍ରଥାର ସମ୍ପୂର୍ଣ୍ଣ ବିଲୋପ ପାଇଁ ଆନ୍ଦୋଳନର ଆବଶ୍ୟକତା ଥିଲା ।
(ଙ) ଜମିମାଲିକ ଓ କୃଷି ଶ୍ରମିକଙ୍କ ମଧ୍ୟରେ ସଦାସର୍ବଦା ଶତ୍ରୁତାର ବାତାବରଣ ରହିଆସୁଥିଲା ।
(ଚ) ସମାଜର ତୀବ୍ର ବୈଷମ୍ୟ; ଯଥା – ଆର୍ଥିକ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ, ବିଭିନ୍ନ ବର୍ଗର ଉପସ୍ଥିତି ଏବଂ ସାମ୍ୟବାଦୀ ସମାଜ ପ୍ରତିଷ୍ଠାର ସ୍ବପ୍ନ ସଫଳ ନ ହୋଇପାରିବା ଯାହାକି ସ୍ବାଧୀନତା ପରର କୃଷକ ସମାଜକୁ ଯଥେଷ୍ଟ ଆନ୍ଦୋଳିତ କରିଥିଲା ।
(ଛ) କୃଷକ ସମାଜର ଅବହେଳାକୁ ପୁଞ୍ଜି କରି ବିଭିନ୍ନ ରାଜନୈତିକ ଦଳ ଭିନ୍ନ ଭିନ୍ନ ସମୟରେ ସେମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ପ୍ରଦାନ କରୁଥିଲେ ଓ ସାମଗ୍ରିକରୂପେ କୃଷକମାନଙ୍କର ସାମାଜିକ ଆର୍ଥିକ ପରିସ୍ଥିତିରେ ଉନ୍ନତି ପାଇଁ ବାସ୍ତବିକ ରୂପେ କୌଣସି ରାଜନୈତିକ ଦଳ ଉଦ୍ୟମ କରି ନ ଥିଲେ । ଏହିସବୁ କାରଣ ମଧ୍ୟ ଆନ୍ଦୋଳନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲା ।
(ଜି) ସ୍ଵାଧୀନତା ପରେ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ଘଟୁଥିବା ଦ୍ରୁତ ପରିବତ୍ତନ ତଥା ବୈପ୍ଳବିକ ଚିନ୍ତାଧାରାର ବିକାଶ ମଧ୍ଯ କୃଷକ ସମାଜକୁ ଆନ୍ଦୋଳିତ କରିଥିଲା ।

କୃଷକ ଆନ୍ଦୋଳନର କାରଣ :
ଭାରତରେ କୃଷକ ଆନ୍ଦୋଳନର ଅନେକଗୁଡ଼ିଏ କାରଣ ରହିଛି । ସେଥୁମଧ୍ୟରୁ ମୁଖ୍ୟ କାରଣଗୁଡ଼ିକ ହେଲା –
(କ) କୃଷକମାନଙ୍କର ଜମିମାଲିକଙ୍କଦ୍ବାରା ଶୋଷଣ ।
(ଖ) ଜମିଦାର, ଜାଗିରିଦାର ଓ ମହାଜନମାନଙ୍କଦ୍ୱାରା ଚାଷୀମାନଙ୍କୁ କରାଯାଇଥିବା ଶୋଷଣ ।
(ଗ) ସରକାରଙ୍କଦ୍ବାରା ନିଆଯାଇଥିବା କୃଷକ ବିରୋଧୀ ପଦକ୍ଷେପ ।
(ଘ) ବ୍ରିଟିଶ୍ ଶାସନକର୍ତ୍ତାଙ୍କ କୃଷକ ବିରୋଧୀ ମନୋଭାବ ।
(ଙ) କ୍ଷୁଦ୍ରଶିଳ୍ପ, କୁଟୀରଶିଳ୍ପ ଓ ବିଭିନ୍ନ ପ୍ରକାର କୃଷି ସମ୍ବନ୍ଧୀୟ ଶିଳ୍ପର ବିଲୋପ ।
(ଙ) କ୍ଷୁଦ୍ରଶିଳ୍ପ, କୁଟୀରଶିଳ୍ପ ଓ ବିଭିନ୍ନ ପ୍ରକାର କୃଷି ସମ୍ବନ୍ଧୀୟ ଶିଳ୍ପର ବିଲୋପ ।

୨୫ । ଭାରତବର୍ଷରେ ଦେଖାଯାଉଥିବା କେତେକ ପ୍ରମୁଖ କୃଷକ ଆନ୍ଦୋଳନ ଆଲୋଚନା କର ।
Answer:
ଇତିହାସରୁ ଜଣାଯାଏ ବ୍ରିଟିଶ୍ ଶାସନ କାଳରୁ ଆଜି ପର୍ଯ୍ୟନ୍ତ ଅନେକଗୁଡ଼ିଏ କୃଷକ ଆନ୍ଦୋଳନ ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରେ ସଙ୍ଗଠିତ ହୋଇଛି । ସେଗୁଡ଼ିକର ପ୍ରଭାବ ଯୋଗୁଁ ଜମିଜମା କ୍ଷେତ୍ରରେ କେତେକ ସଂସ୍କାର ମଧ୍ୟ ଭାରତବର୍ଷରେ ସମ୍ଭବପର ସେହିସବୁ ଆନ୍ଦୋଳନର ଆଲୋଚନା ନିମ୍ନରେ ଦିଆଗଲା –

(କ) ସାନ୍ତାଳ ବିପ୍ଳବ (୧୮୫୫-୫୬) – ଏହି ବିପ୍ଳବ ଭାରତବର୍ଷରେ ପ୍ରଥମ କୃଷକ ଆନ୍ଦୋଳନର ମାନ୍ୟତା ଲାଭ କରିଛି । ସାନ୍ତଳାମାନେ ଏକ ଜନଜାତି ସମ୍ପ୍ରଦାୟର ଲୋକ । ଏହି ଆନ୍ଦୋଳନ ପ୍ରଥମେ ବଙ୍ଗଳା ପ୍ରଦେଶରେ ଆରମ୍ଭ ହୋଇ ତତ୍କାଳୀନ ବିହାର ପ୍ରଦେଶର ବୀରଭୂମି, ସିଂହଭୂମି, ହଜାରିବାଗ, ଭାଗଲପୁର ଏବଂ ମୁଙ୍ଗେର ଅଞ୍ଚଳକୁ ବ୍ୟାପିଥିଲା ।

ବିଶେଷ ଭାବରେ ୧୭୯୩ ମସିହାରେ ସରକାରଙ୍କଦ୍ଵାରା ପ୍ରଚଳିତ ଚିରସ୍ଥାୟୀ ବନ୍ଦୋବସ୍ତ ବିରୋଧରେ ଏହି ଆନ୍ଦୋଳନ ଉଦ୍ଦିଷ୍ଟ ଥିଲା । ଏହା ସାନ୍ତାଳମାନଙ୍କର ଜମି ଉପରୁ ଅଧିକାର କାଢ଼ି ନେଇଥିଲା । ଜମିଦାରମାନେ ବର୍ଷକୁ ବର୍ଷ ଉଚ୍ଚଦରରେ ଖଜଣା ଆଦାୟ କରୁଥିଲେ । ଏହାଛଡ଼ା ସାହୁକାର ଓ ମହାଜନମାନେ ମଧ୍ୟ ଚାଷୀମାନଙ୍କୁ ପ୍ରଦାନ କରିଥିବା ଋଣ ଉପରେ ଅତ୍ୟଧିକ ମାତ୍ରାରେ ସୁଧ ଆଦାୟ କରିବାକୁ ଲାଗିଲେ ।

ଏହିସବୁ ଅନ୍ୟାୟ ଓ ଅତ୍ୟାଚାରକୁ ବିରୋଧ କରି ପ୍ରାୟ ୧ ଲକ୍ଷ ସାନ୍ତାଳ ଜନଜାତିର ଲୋକ ୧୮୫୫ ମସିହାରେ ଭାଙ୍ଗମାଢ଼ିଠାରେ ଏକତ୍ରିତ ହୋଇଥିଲେ ।

(ଖ) ନୀଳଚାଷ ବିରୋଧୀ ବିପ୍ଳବ (୧୮୫୯) – ଏହି ବିପ୍ଳବ ବଙ୍ଗଳାପ୍ରଦେଶରେ ବାରାସାତ୍ମଠାରେ ଆରମ୍ଭ ହୋଇ ନଦିଆ, ଯଶୋର, ରାଜସାହି, ଫରିଦ୍‌ପୁର ଓ ମୁରାଦାବାଦ ଅଞ୍ଚଳକୁ ବ୍ୟାପିଥିଲା । ଏହି ଆନ୍ଦୋଳନ ଚାଷଜମିରେ ନୀଳଚାଷ କରିବାପାଇଁ ବାଧ୍ୟ କରୁଥିବା ଗୋରାଲୋକମାନଙ୍କ ବିରୋଧରେ ଦେଖାଦେଇଥିଲା । ଚାଷମାନେ ନିଜ ଜମିରେ ଖାଦ୍ୟଶସ୍ୟ ବଦଳରେ ନୀଳଚାଷ କରିବାକୁ ବାଧ୍ୟ ହେଉଥିଲେ ।

ବାରମ୍ବାର ନୀଳଚାଷଦ୍ଵାରା ଜମିର ଉର୍ବରତା ନଷ୍ଟ ହୋଇ ତାହା ଚାଷ ପାଇଁ ଅନୁପଯୁକ୍ତ ହେବାର ସମ୍ଭାବନା ଦେଖାଯାଇଥିଲା । ଏହି ନୀଳ ଚାଷ ଇଂଲଣ୍ଡରେ ପ୍ରତିଷ୍ଠିତ ଲୁଗା କାରଖାନାରେ ଲୁଗାରଙ୍ଗ କରିବାରେ ବ୍ୟବହୃତ ହେଉଥିଲା । ଏହି ଆନ୍ଦୋଳନ ଫଳରେ ନୀଳଚାଷ କରାଯାଉଥିବା ଜମିଗୁଡ଼ିକୁ ଏହି ଉତ୍ପାଦନକାରୀମାନଙ୍କ ହାତରୁ କାଢ଼ିନେଇ ଜମିଦାର ଓ ସାହୁକାରମାନଙ୍କୁ ପ୍ରଦାନ କରାଗଲା ।

(ଗ) ବଙ୍ଗଳାଚାଷୀ ଆନ୍ଦୋଳନ (୧୮୭୧-୭୫) – ଏହି ଆନ୍ଦୋଳନ କୃଷିକ୍ଷେତ୍ରରେ କୃଷିର ବ୍ୟବସାୟୀକରଣ ବିରୋଧରେ ହୋଇଥିଲା । ଜମିରେ ଖାଦ୍ୟଶସ୍ୟ ଉତ୍ପାଦନ ନ କରି ଅର୍ଥଲାଭକରି ଚାଷ ଅର୍ଥାତ୍ ଫଳଚାଷ, ଆଖୁଚାଷ ଓ ଅନ୍ୟାନ୍ୟ ବ୍ୟାବସାୟିକ ଚାଷକୁ ବିରୋଧକରି ଏହି ଆନ୍ଦୋଳନ କରାଯାଇଥିଲା । ଫଳରେ ୧୮୮୫ ମସିହାରେ ବଙ୍ଗଳା ରୟତ ଆଇନ ପାସ୍ ହୋଇଥିଲା । ଏହା ଫଳରେ କୃଷକମାନେ ଜମିର ଖଜଣା ଅସୁଲ କରି ପଇଠ କରିବାକୁ ସମର୍ଥ ହୋଇଥିଲେ ।

(ଘ) ମାପିଲା/ମୋପାଲା ବିଦ୍ରୋହ (୧୮୭୬-୧୯୨୧) – କେରଳର ମାଲବାର ଜିଲ୍ଲାରେ ମୁସଲମାନ ଚାଷୀମାନଙ୍କଦ୍ଵାରା ଏହି ଆନ୍ଦୋଳନ ଦେଖାଦେଇଥିଲା । ସେମାନେ ମାଲବାର ଅଞ୍ଚଳରେ ବ୍ରାହ୍ମଣ ଜମିଦାରମାନଙ୍କର ଶୋଷଣ ବିରୋଧରେ ଏହି ଆନ୍ଦୋଳନ କରିଥିଲେ । ଏହାକୁ ସାମ୍ପ୍ରଦାୟିକତାର ରଙ୍ଗ ଦିଆଯାଇଥିଲା । ଫଳରେ ଧର୍ମ ନାମରେ ରକ୍ତପାତ ଓ ସଂଘର୍ଷ ଘଟିଥିଲା । ଏହି ଆନ୍ଦୋଳନ ବିଶେଷ ଭାବରେ ବିଫଳ ହୋଇଥିଲା କେବଳ ରକ୍ତପାତ ଓ ସଶସ୍ତ୍ର ବିପ୍ଳବ ହୋଇଥିଲା ଏହାର ମାଧ୍ୟମ ।

(‍ଙ) ଦାକ୍ଷିଣାତ୍ୟ ଚାଷୀ ଆନ୍ଦୋଳନ (୧୮୩୫) – ଜମିରୁ ଅତ୍ୟଧ୍ବକ ଖଜଣା ଆଦାୟ ବିରୋଧରେ ଏହି ପରିବର୍ତ୍ତନ ଦେଖାଯାଇଥିଲା । ଚାଷୀମାନେ ଅତ୍ୟଧିକ ଖଜଣା ଦେବା ପାଇଁ ଋଣ କରିବାପାଇଁ ବାଧ୍ୟ ହେଉଥିଲେ ଏବଂ ସେହି କରି ନ ପାରିବାରୁ ସାହୁକାର ଓ ମହାଜନମାନେ ବନ୍ଧାପଡ଼ିଥିବା ଜମିକୁ ନିଜ ନାଁରେ କରିନେଉଥିଲେ । ଏହି ପ୍ରକାର ଜମିର ହସ୍ତାନ୍ତରକୁ ବିରୋଧ କରି ଚାଷୀମାନେ ମାରୁଆଡ଼ି ମହାଜନ ଓ ଜମିଦାରଙ୍କ ବିରୋଧରେ ବିପ୍ଳବ କରୁଥିଲେ ।

ଏହା ପ୍ରଥମ ଅବସ୍ଥାରେ ପୁନାରେ ଆରମ୍ଭ ହୋଇଥିଲା ଓ ପରେ ଅହମ୍ମଦନଗର ଓ ଗୁଜୁରାଟକୁ ବ୍ୟାପିଥିଲା । ଏହି ଆନ୍ଦୋଳନକୁ ଦମନ କରିବାପାଇଁ ସରକାର ପୋଲିସ୍‌ର ସହାୟତା ନେଇଥିଲେ । ଆନ୍ଦୋଳନର ଫଳସ୍ୱରୂପ ୧୮୭୯ ମସିହାରେ ଚାଷୀମାନଙ୍କ ସପକ୍ଷରେ ଆଇନ ପ୍ରଣୟନ ହୋଇଥିଲା ଓ ଜମିର ଏହିଭଳି ଅନ୍ୟାୟ ହସ୍ତାନ୍ତରକୁ ବନ୍ଦ କରାଯାଇଥିଲା ।

(ଚ) ପଞ୍ଜାବର କୃଷକ ବିପ୍ଳବ (୧୮୬୦-୧୯୦୭) – ପଞ୍ଜାବରେ ଏହି ଆନ୍ଦୋଳନ ମଧ୍ଯ ସାହୁକାର ଓ ସୁଧଲଗାଣକାରୀ ମହାଜନମାନଙ୍କ ଅନ୍ୟାୟ ବିରୋଧରେ ଉଦ୍ଦିଷ୍ଟ ଥିଲା । ଋଣ ଓ ସୁଧ ଶୁଝିପାରୁ ନ ଥିବା ଚାଷୀମାନଙ୍କର ଜମିକୁ ଓ ଅନ୍ୟାୟଭାବେ ମହାଜନମାନେ ନିଜ ଦଖଲକୁ ନେଇଯିବାକୁ ବିରୋଧ କରି ଏହା ସଙ୍ଗଠିତ ହୋଇଥିଲା । ଏହି ଆନ୍ଦୋଳନର ଫଳସ୍ବରୂପ ପଞ୍ଜାବର ୧୯୦୨-୧୯୦୩ ମସିହାରେ ଆଇନ ପ୍ରଣୟନ କରାଯାଇ ଚାଷୀମାନଙ୍କୁ ଏହିଭଳି ଅନ୍ୟୟପୂର୍ବକ ଜମି ଉଚ୍ଛେଦକୁ ବନ୍ଦ କରାଯାଇପାରିଥିଲା ।

(ଛ) ଚମ୍ପାରଣ ବିପ୍ଳବ (୧୯୧୭-୧୮) – ଏହି ଆନ୍ଦୋଳନ ମହାତ୍ମା ଗାନ୍ଧିଙ୍କଦ୍ୱାରା ଆରମ୍ଭ କରାଯାଇଥିଲା । ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରୁ ଭାରତ ପ୍ରତ୍ୟାବର୍ତ୍ତନ ପରେ ୧୯୧୭ ମସିହାରେ ବିହାରର ଚମ୍ପାରଣ ଜିଲ୍ଲାରେ କୃଷକମାନଙ୍କୁ ସଙ୍ଗଠିତ କରି ଏକ ସତ୍ୟାଗ୍ରହ ଆନ୍ଦୋଳନର ସୂତ୍ରପାତ କରିଥିଲେ । ଏହି ଆନ୍ଦୋଳନରେ ରାଜେନ୍ଦ୍ରପ୍ରସାଦଙ୍କ ଭଳି ଟାଣୁଆ ନେତା ଯୋଗ ଦେଇଥିଲେ । ସରକାର ଏହି ଆନ୍ଦୋଳନକୁ ଦମନ କରିବାପାଇଁ କଠୋର ପଦକ୍ଷେପ ଗ୍ରହଣ କରିଥିଲେ ।

CHSE Odisha Class 12 Sociology Unit 4 Long Answer Questions in Odia Medium

ଆନ୍ଦୋଳନର ଉଦ୍ଦେଶ୍ୟ ଥିଲା ସରକାରଙ୍କଦ୍ଵାରା ପ୍ରଚଳିତ ଅତ୍ୟଧୂକ ଖଜଣାକୁ ବିରୋଧ କରିବା । ଭାରତୀୟ କୃଷକ ଆନ୍ଦୋଳନ ଇତିହାସରେ ଏହା ଏକ ଯୁଗାନ୍ତକାରୀ ଆନ୍ଦୋଳନ ଥିଲା । ଏହା ଆଶାନୁରୂପ ସଫଳତା ମଧ୍ୟ ଲାଭ କରିଥିଲା । ୧୯୧୮ ମସିହା ମେ ପହିଲା ତାରିଖରେ ବ୍ରିଟିଶ୍ ଗଭର୍ଣ୍ଣର ଜେନେରାଲ ବାଧ୍ୟ ହୋଇ କୃଷି ସମ୍ବନ୍ଧୀୟ ଆଇନ ପ୍ରଚଳିତ କରିଥିଲେ ।

(ଜ) ଖେଡ଼ା କୃଷକ ଆନ୍ଦୋଳନ – ଗୁଜୁରାଟର ଖେଡ଼ାଠାରେ ଧୂଆଁପତ୍ର ଚାଷୀମାନଙ୍କୁ ସଙ୍ଗଠିତ କରି ଗାନ୍ଧିଜୀଙ୍କ ପ୍ରେରଣାରେ ସର୍ଦାର ବଲ୍ଲଭଭାଇ ପଟେଲ ସତ୍ୟାଗ୍ରହ ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନ ଅହିଂସା ମାର୍ଗରେ ପରିଚାଳିତ ହୋଇଥିଲା । ଏହି ଆନ୍ଦୋଳନର କାରଣଗୁଡ଼ିକ ହେଲା –
(i) ବାରମ୍ବାର ଦୁର୍ଭିକ୍ଷ ଘଟୁଥିବାରୁ ଶସ୍ୟଉତ୍ପାଦନ ବିପୁଳଭାବରେ କ୍ଷତିଗ୍ରସ୍ତ ହେଉଥିଲା ଏବଂ ଚାଷୀମାନେ ପୂର୍ଣ୍ଣମାତ୍ରାରେ ଖଜଣା ଦେଇପାରିବା ଅବସ୍ଥାରେ ନ ଥିଲେ; ମାତ୍ର ସରକାର ଏଥ୍ୟପ୍ରତି କର୍ଣ୍ଣପାତ କରୁ ନ ଥିଲେ ଏବଂ ସମ୍ପୂର୍ଣ୍ଣ ଖଜଣା ଆଦାୟ କରିବାରେ ବିଭିନ୍ନ ପ୍ରକାର ଚାପ ସେମାନଙ୍କ ଉପରେ ପ୍ରୟୋଗ କରୁଥିଲେ ।
(ii) ଖେଡ଼ାରେ ଥିବା କୃଷି ଉପଯୋଗୀ ଜମିର ବାରମ୍ବାର ସର୍ଭେ କରାଇ ସରକାର ସେହି ଜମି ଉପରେ ଟିକସର ପରିମାଣ ବଢ଼ାଇବାକୁ ଲାଗିଥିଲେ, ଯାହାକି କୃଷକମାନେ ଦେଇପାରିବା ଅବସ୍ଥାରେ ନ ଥିଲେ ।

ଏହି ଆନ୍ଦୋଳନର ଫଳାଫଳ ହେଲା –
(କ) କୃଷକମାନେ ମିଳିତ ହୋଇ ସେମାନଙ୍କର ନ୍ୟାଯ୍ୟ ଦାବି ପ୍ରତି ସଚେତନ ହୋଇପାରିଥିଲେ ଏବଂ ପରବର୍ତ୍ତୀକାଳରେ ସେମାନେ ଭାରତର ସ୍ବାଧୀନତା ଆନ୍ଦୋଳନରେ ମଧ୍ୟ ଯୋଗ ଦେଇଥିଲେ ।
(ଖ) ଅନ୍ୟ ଏକ ସଫଳତା ହେଲା କେବଳ ସ୍ୱଚ୍ଛଳ ବର୍ଗର ଜମି ମାଲିକମାନେ ଜମିର ଖଜଣା ପଇଠ କରିବେ; ମାତ୍ର ଗରିବ ଚାଷୀମାନେ ସେଥିପାଇଁ ରିହାତି ଲାଭ କରିବେ ।

୨୬ । ଜନଜାତି ଆନ୍ଦୋଳନ ଉପରେ ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।
Answer:
ଭାରତର ସମୁଦାୟ ଜନସଂଖ୍ୟାର ଶତକଡ଼ା ଆଠାଭାଗ ହେଉଛନ୍ତି ଜନଜାତି । ଏହାର ଅଶୀଭାଗ ଜନସାଧାରଣ ଓ ପାର୍ବତ୍ୟାଞ୍ଚଳରେ ବସବାସ କରନ୍ତି ଏବଂ ଆଧୁନିକ ସାମାଜିକ-ଅର୍ଥନୈତିକ ସୁବିଧାସୁଯୋଗର ସୁଫଳ କମ୍ ପାଆନ୍ତି । ବନ ମଧ୍ୟ ସେମାନେ ନିଜର ପ୍ରଥା, ପରମ୍ପରା କରନ୍ତି ଯାହାକି ଜନଜାତିରୁ ଜନଜାତି ଭିନ୍ନ ଭିନ୍ନ ହୋଇଥାଏ । ଏହି ଜନଜାତିମାନେ ନିଜର ସଂସ୍କୃତିର ସୁରକ୍ଷା ପାଇଁ ଏବଂ ସଂସ୍କୃତିର ପରିଚୟର ଅଦ୍ୱିତୀୟତାକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ସମୟରେ ଜନଜାତି ଆନ୍ଦୋଳନ ମଣ୍ଡ ଟେକିଛି ।

ବ୍ରିଟିଶ୍ ସାମ୍ରାଜ୍ୟ ବିରୋଧରେ ଜନଜାତିମାନଙ୍କର ସମର୍ଥନ ମଧ୍ଯ ପଛରେ ନ ଥିଲା । କେତେକ ଜନଜାତି ଆନ୍ଦୋଳନ ୧୭୫୭ ରୁ ୧୮୫୭ ମଧ୍ୟରେ ସଙ୍ଗଠିତ ହୋଇଥିଲା । ସେମାନଙ୍କ ମଧ୍ୟରୁ ମୁଖ୍ୟ ଆନ୍ଦୋଳନଗୁଡ଼ିକ ହେଲା – ସନ୍ନ୍ୟାସୀ ଆନ୍ଦୋଳନ, ବେଙ୍ଗଲାଚୁଆର ଆନ୍ଦୋଳନ । ବେଙ୍ଗଲ ଓ ବିହାର ପୂର୍ବଭାରତର ରାମପୁର, ଦିନାଜପୁର, ବିଶୁପୁର, ବୀରଭୂମ ଏବଂ ସମ୍ବଲପୁର ଆଦି ସ୍ଥାନରେ ଆନ୍ଦୋଳନ ହୋଇଥିଲା ।

ଦକ୍ଷିଣ ଭାରତରେ ମଧ୍ୟ କେତେକ ଜନଜାତି ଆନ୍ଦୋଳନ ସଙ୍ଗଠିତ ହୋଇଥିଲା, ଯାହାର ମୁଖ୍ୟ ଥିଲା ବ୍ରିଟିଶ୍ ସାମ୍ରାଜ୍ୟ ବିରୋଧରେ ସ୍ଵର ଉତ୍ତୋଳନ କରିବା ଓ ଜନଜାତିମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟିକରିବା । ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଆନ୍ଧ୍ରପ୍ରଦେଶର ରାଣୀପୁର ଆନ୍ଦୋଳନ, ୧୮୭୯ ଏବଂ ବିର୍ସା ମୁଣ୍ଡାଙ୍କ ନେତୃତ୍ୱରେ ମୁଣ୍ଡା ଆନ୍ଦୋଳନ ଅତିମାତ୍ରାରେ ସଙ୍ଗଠିତ ଭାବେ ବ୍ରିଟିଶ ଶାସନ ବିରୋଧରେ ସଙ୍ଗଠିତ ହୋଇଥିଲା ।

ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଦୀର୍ଘ ଚାଳିଶ ବର୍ଷ ଧରି ତିନୋଟି ଜନଜାତି ଆନ୍ଦୋଳନ ଏକତ୍ରିତ ହୋଇ ଜାତୀୟତା ଆନ୍ଦୋଳନର ଏକ କୃଷକ ଆନ୍ଦୋଳନରେ ରୂପାନ୍ତରିତ ହେଲା ।

ସ୍ଵାଧୀନତା ପରେ ଭାରତରେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତିଷ୍ଠା ହେଲା ଏବଂ ଭାରତୀୟ ଜନସଂଖ୍ୟାର ଏକ ଅଭିନ୍ନ ଜନସଂଖ୍ୟା ବା ଅଙ୍ଗଭାବରେ ଜନଜାତିମାନଙ୍କୁ ଭୋଟଦାନ ଅଧିକାର ପ୍ରଦାନ କରାଗଲା । ସମାଜରେ ଅବହେଳିତ ଓ ନିଷ୍ପେଷିତ ଜନଜାତିମାନଙ୍କର ମଙ୍ଗଳ ସାଧନ ନିମନ୍ତେ ସରକାର ବିଶେଷ ଦୃଷ୍ଟିଦେଇ ଅନେକ ଯୋଜନା ପ୍ରସ୍ତୁତ କରିଥିଲେ ।

ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟମାନେ ଏବଂ ସମ୍ବିଧାନର ପ୍ରଣେତାମାନେ ଏହି ବିଷୟ ପ୍ରତି ସଚେତନ ଥାଇ ଜନଜାତିମାନଙ୍କ ମଙ୍ଗଳ ନିମନ୍ତେ ସମ୍ବିଧାନରେ କେତେକ ଧାରା ଯୋଡ଼ି ଦେଲେ । ସମ୍ବିଧାନର ଧାରା ୧୫(୪), ୪୬, ୨୪୪(୧) ଏବଂ ୩୩୯ ଧାରା ଜନଜାତିଙ୍କ ମଙ୍ଗଳ ନିମନ୍ତେ ଉଦ୍ଦିଷ୍ଟ । ସେମାନଙ୍କ ନିମନ୍ତେ ବ୍ୟବସ୍ଥାପିକା ଏବଂ ପ୍ରଶାସନିକ ଚାକିରିରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ।

ସମ୍ବିଧାନର ୩୪୨ ଧାରା ଅନୁସାରେ ସମ୍ବିଧାନ ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କୁ ନିର୍ଦେଶ ପ୍ରଦାନ କରିଥାଏ, ଯାହାଦ୍ୱାରା ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆବର୍ଗର ବିକାଶ କରାଯାଇପାରିବ । ଜନଜାତିଙ୍କର ସ୍ଵାର୍ଥର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର କମିଶନ ପ୍ରତିଷ୍ଠା କରାଯାଇଛି । ସମ୍ବିଧାନର ୧୬୪ ଧାରା ଅନୁସାରେ କେନ୍ଦ୍ରୀୟ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଗଠିତ ହୋଇଛି ।

ଏହାବ୍ୟତୀତ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ; ଯଥା – ବିହାର, ମଧ୍ୟପ୍ରଦେଶ, ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଏକ ସ୍ବତନ୍ତ୍ର ଜନଜାତି ମନ୍ତ୍ରୀମଣ୍ଡଳ ବିଭାଗର ବ୍ୟବସ୍ଥା ରହିଛି ।

ଜନଜାତିମାନଙ୍କର ଶିକ୍ଷାର ବିକାଶ ନିମନ୍ତେ ବାଳିକା ହଷ୍ଟେଲ, ଆଶ୍ରମ ବିଦ୍ୟାଳୟ, ବୈଷୟିକ ପ୍ରଶିକ୍ଷଣ କେନ୍ଦ୍ର, ଜନଜାତି ରିସର୍ଚ୍ଚ ଅନୁଷ୍ଠାନ, ଗ୍ରାମୀଣ ଜନଜାତି ବ୍ୟାଙ୍କ, ଜଙ୍ଗଲ ସୁରକ୍ଷା କେନ୍ଦ୍ର ଏବଂ ଅନ୍ୟ ଏହିପରି କେତେକ ଅନୁଷ୍ଠାନ ଜନଜାତିମାନଙ୍କର ମଙ୍ଗଳ ନିମନ୍ତେ ଉଦ୍ଦିଷ୍ଟ ।

BSE Odisha 9th Class Odia Grammar ସନ୍ଧି

Odisha State Board BSE Odisha 9th Class Odia Solutions ସନ୍ଧି Textbook Exercise Questions and Answers.

BSE Odisha Class 9 Odia Grammar ସନ୍ଧି

A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
Question 1.
ସନ୍ଧି କାହାକୁ କହନ୍ତି ?
Answer:
ପରସ୍ପର ସନ୍ନିହିତ ଦୁଇଟି ପଦର ମିଳନ ଘଟିଲେ ପୂର୍ବ ପଦର ଶେଷ ବର୍ଣ୍ଣ ସହିତ ପରପଦର ପ୍ରଥମ ବର୍ଣ୍ଣର ସଂଯୁକ୍ତିକୁ ସନ୍ଧି କୁହାଯାଏ ।

Question 2.
ସ୍ୱର ସନ୍ଧି କାହାକୁ କହନ୍ତି ?
Answer:
ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ସ୍ଵରବର୍ଣ୍ଣ ସହିତ ପରପଦର ପ୍ରଥମ ସ୍ଵରବର୍ଣ୍ଣର ମିଳନକୁ ‘ସ୍ଵରସନ୍ଧି’ କହନ୍ତି ।
ଯଥା – ଦେବ + ଅସୁର = ଦେବାସୁର ।

Question 3.
ବ୍ୟଞ୍ଜନ ସନ୍ଧିର ସଂଜ୍ଞା ଲେଖ ।
Answer:
ପରସ୍କର ସନ୍ନିହିତ ପୂର୍ବପଦର ଶେଷ ବର୍ଣ୍ଣ ବ୍ୟଞ୍ଜନ ହୋଇଥିଲେ ତାହା ସହିତ ପରପଦର ପ୍ରଥମ ବ୍ୟଞ୍ଜନ ଅଥବା ସ୍ଵରବର୍ଣ୍ଣର ମିଳନକୁ ‘ବ୍ୟଞ୍ଜନ ସନ୍ଧି’ କୁହାଯାଏ ।
ଯଥା – ଶରତ୍ + ଚନ୍ଦ୍ର = ଶରଚ୍ଚନ୍ଦ୍ର।

Question 4.
ବିସର୍ଗ ସନ୍ଧିର ଲକ୍ଷଣ କ’ଣ ?
Answer:
ପୂର୍ବ ପଦର ଶେଷରେ ଥ‌ିବା ବିସର୍ଗ ସହ ପର ପଦର ପ୍ରଥମ ସ୍ଵର ଅଥବା ବ୍ୟଞ୍ଜନ ବର୍ଣ୍ଣର ମିଳନ ଘଟିଲେ ତାହାକୁ ବିସର୍ଗ ସନ୍ଧ କୁହାଯାଏ ।
ଯଥା – ମନଃ + ଯୋଗ = ମନୋଯୋଗ । ନିଃ + ରସ = ନୀରସ ।

Question 5.
ଆମ ଭାଷାରେ କେତେପ୍ରକାର ସନ୍ଧି ରହିଛି, ତାହା କ’ଣ କ’ଣ ?
Answer:
ଆମ ଭାଷାରେ ତିନିପ୍ରକାର ସନ୍ଧି ରହିଛି; ଯଥା – ସ୍ଵରସନ୍ଧି, ବ୍ୟଞ୍ଜନ ସନ୍ଧି ଓ ବିସର୍ଗ ସନ୍ଧି ।

BSE Odisha 9th Class Odia Grammar ସନ୍ଧି

Question 6.
ସ୍ୱର ଓ ବ୍ୟଞ୍ଜନ ସନ୍ଧିରେ କେଉଁ ବର୍ଷ ଗୁରୁତ୍ୱ ପାଏ ?
Answer:
ସ୍ୱର ସନ୍ଧିରେ ସ୍ୱରବର୍ଣ୍ଣ ଏବଂ ବ୍ୟଞ୍ଜନ ସନ୍ଧିରେ ବ୍ୟଞ୍ଜନ + ବ୍ୟଞ୍ଜନ ଓ ବ୍ୟଞ୍ଜନ + ସ୍ଵର ବର୍ଷ ଗୁରୁତ୍ୱ ପାଏ ।

Question 7.
ବିସର୍ଗ ସନ୍ଧିରେ ‘୫’ର ବିକଳ୍ପ ବର୍ଷ କ’ଣ ?
Answer:
ବିସର୍ଗ ସନ୍ଧିରେ ‘୫’ ବିକଳ୍ପ ବର୍ଷ ହେଉଛି ‘ସ୍’ ଏବଂ ‘ର୍’ ।

Question 8.
ବିସର୍ଗ ସନ୍ଧିରେ ‘୫’ ଟିର ‘ର୍’ ବର୍ଷଟି କେଉଁ ବର୍ଷରେ କିପରି ଯୋଗ ହୁଏ ?
Answer:
‘’ ପରବର୍ତ୍ତୀ ବର୍ଷରେ ‘ର୍’ ଟି ‘ରେପ୍’ ( < ) ଆକାରରେ ଯୋଗ ହୁଏ ।

Question 9.
କେଉଁ ସନ୍ଧିରେ କ’ଣ ମିଶି ‘ଅବ୍’ ଓ ‘ଅୟ’ ହୁଅନ୍ତି ?
Answer:
ସ୍ଵରସନ୍ଧିରେ ଓ + ଅ ମିଶି ‘ଅବ୍’ ଏବଂ ଏ + ଅ ମିଶି ‘ଅୟ’ ହୁଏ । ଯଥା— ପୋ + ଅନ = ପବନ (ଅବ୍)|ନେ + ଅନ = ନୟନ (ଅୟ) ।

B ଗୋଟିଏ ପଦରେ ଉତ୍ତର ଲେଖ ।
Question 1.
‘ଅ’ ବା ‘ଆ’ ପରେ ‘ଅ’ ବା ‘ଆ’ ଥିଲେ ଦୁହେଁ ମିଶି କ’ଣ ହୁଅନ୍ତି ?
Answer:

Question 2.
ସୁଧାକର– ଶବ୍ଦଟିର ସନ୍ଧିବିଚ୍ଛେଦ କଲେ କ’ଣ ହେବ ?
Answer:
ସୁଧା + ଆକର

Question 3.
‘ଇ’ ବା ‘ଈ’ ପରେ ‘ଇ’ ବା ‘ଈ’ ଥିଲେ ଦୁହେଁ ମିଶି କ’ଣ ହୁଅନ୍ତି ?
Answer:

BSE Odisha 9th Class Odia Grammar ସନ୍ଧି

Question 4.
ପରୀକ୍ଷା – ଶବ୍ଦଟିର ଠିକ୍ ସନ୍ଧି ବିଚ୍ଛେଦଟି ଲେଖ ।
Answer:
ପରି + ଈକ୍ଷା

Question 5.
ସାଧୁ + ଉଦ୍ୟମ – ସନ୍ଧି କଲେ କ’ଣ ହେବ ?
Answer:
ସାଧୂଦ୍ୟମ

Question 6.
ଭୂର୍କ – ଶବ୍ଦଟିର ଶୁଦ୍ଧ ସନ୍ଧିବିଚ୍ଛେଦ ଲେଖ ।
Answer:
ଭୂ + ଊର୍ଦ୍ଧ୍ବ

Question 7.
‘ଅ’ ବା ‘ଆ’ ପରେ ‘ଇ’ ବା ‘ଈ’ ଥିଲେ ଦୁହେଁ ମିଶି କ’ଣ ହୁଅନ୍ତି ?
Answer:

Question 8.
‘ମହେନ୍ଦ୍ର’ ଶବ୍ଦର ସନ୍ଧି ବିଚ୍ଛେଦ କର ।
Answer:
ମହା + ଇନ୍ଦ୍ର

Question 9.
‘ଅ’ ବା ‘ଆ’ ପରେ ‘ଉ’ ବା ‘ଉ’ ଥିଲେ ଦୁହେଁ ମିଶି କ’ଣ ହୁଅନ୍ତି ?
Answer:

Question 10.
ନବୋଢ଼ା – ସନ୍ଧିବିଚ୍ଛେଦ କ’ଣ ହେବ ?
Answer:
ନବ + ଊଢ଼ା

Question 11.
‘କମ୍ବଳାସନ’କୁ ସନ୍ଧିବିଚ୍ଛେଦ କଲେ କ’ଣ ହେବ ?
Answer:
କମ୍ବଳ + ଆସନ

Question 12.
‘ପୁରୁଷ + ଉତ୍ତମ’ – ସନ୍ଧି କଲେ କ’ଣ ହେବ ?
Answer:
ପୁରୁଷୋତ୍ତମ

BSE Odisha 9th Class Odia Grammar ସନ୍ଧି

Question 13.
‘ଜନୈକ’ ଶବ୍ଦର ସନ୍ଧିବିଚ୍ଛେଦ କଲେ କ’ଣ ହେବ ?
Answer:
ଜନ + ଏକ

Question 14.
‘ଶିରଃ + ଛେଦ’ – ସନ୍ଧି କଲେ କ’ଣ ହେବ ?
Answer:
ଶିରଚ୍ଛେଦ

Question 15.
‘ଦିକ୍ + ଆନ୍ତ’ – ସନ୍ଧି କଲେ କ’ଣ ହେବ ?
Answer:
ଦିଗନ୍ତ

C ଶୂନ୍ୟସ୍ଥାନ ପୂରଣ କର ।

1. ‘ତ’ ବା ‘ଦ’ପରେ ‘ହ’ ଥିଲେ ଦୁହେଁ ମିଶି ___________________ ହୁଅନ୍ତି ।
Answer:
ଦ୍ଧ

2. ତଦ୍ + ହିତ = _______________ ।
Answer:
ତଦ୍ଧିତ

3. ‘ତ’ ବା ‘ଦ’ ପରେ ଥିଲେ ‘ତ’ ବା ‘ଦ’ _________________ ମିଶି ‘ଲ’ ହୁଅନ୍ତି ।
Answer:
ଲ୍

4. ଉତ୍ + ଲେଖ – ସନ୍ଧି କଲେ ________________ ହେବ ।
Answer:
ଉଲ୍ଲେଖ

5. ବାଙ୍ମୟ – ସନ୍ଧିବିଚ୍ଛେଦ କଲେ _____________________ ହେବ ।
Answer:
ବାକ୍ + ମୟ

6. ଷଷ୍ + ଥ – ସନ୍ଧି କଲେ ___________________ ହେବ ।
Answer:
ଷଷ୍ଠ

7. ‘ର’ ଓ ‘ସ’ _____________________ ର ଗୋଟିଏ ଗୋଟିଏ ରୂପ ।
Answer:
ବିସର୍ଗ

BSE Odisha 9th Class Odia Grammar ସନ୍ଧି

8. ପୂର୍ବପଦର ଶେଷରେ ଥ‌ିବା ବିସର୍ଗର ପରପଦର ପ୍ରଥମରେ ଥ‌ିବା ସ୍ଵର ବା ବ୍ୟଞ୍ଜନ ବର୍ଣ୍ଣ ସହିତ ମିଳନ _________________ ସନ୍ଧି ହୁଏ ।
Answer:
ବିସର୍ଗ

9. ବିସର୍ଗ ପରେ ‘ଚ’ ବା ‘ଛ’ ଥିଲେ ବିସର୍ଗ ସ୍ଥାନରେ ______________________ ହୁଏ ।
Answer:
ଶ୍

10. ନିଃ + ଚୟ – ସନ୍ଧି କଲେ ________________________ ହେବ ।
Answer:
ନିଶ୍ଚୟ

11. ଗୋ + ଅକ୍ଷ = ____________________ ।
Answer:
ଗବାକ୍ଷ

12. ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ବ୍ୟଞ୍ଜନ ବର୍ଣ୍ଣ ସହିତ ପରପଦର ପ୍ରଥମ ବ୍ୟଞ୍ଜନବର୍ଣ୍ଣ ବା ସ୍ଵରବର୍ଣ୍ଣର ମିଳନକୁ _________________ ସନ୍ଧ କହନ୍ତି ।
Answer:
ବ୍ୟଞ୍ଜନ

13. ବାଗାଡ଼ମ୍ବର – ସନ୍ଧିବିଚ୍ଛେଦ କଲେ ______________________ ହେବ ।
Answer:
ବାକ୍ + ଆଡ଼ମ୍ବର

14. ଣିଚ୍ + ଅନ୍ତ – ସନ୍ଧି କଲେ _____________________ ହେବ ।
Answer:
ଣିଜନ୍ତ

15. ‘ତ’ ବା ‘ଦ’ ପରେ ‘ଚ’ ବା ‘ଛ’ ଥିଲେ ‘ତ’ ବା ‘ଦ’ ସ୍ଥ।ନରେ ______________________ ହୁଏ ।
Answer:
ଚ୍

BSE Odisha 9th Class Odia Grammar ସନ୍ଧି

D ନିର୍ଦ୍ଦେଶ ଅନୁସାରେ ଉତ୍ତର ଦିଅ।
1. ସନ୍ଧି ବିଚ୍ଛେଦ କର :
ଦେବର୍ଷି, ସଦାଚାର, ସୂଚ୍ୟଗ୍ର, ସ୍ଵାଗତ, ଗାୟକ, ଉଜ୍ଜଳ, ଜଗନ୍ନାଥ, ଶିଷ୍ଟ, ଧନୁଷ୍ଟଙ୍କାର, ମନୋବାଞ୍ଛା, ସ୍ଵର୍ଗତ, ନିର୍ଦ୍ଦେଶ ।
Answer:
ପ୍ରଦତ୍ତ ଶବ୍ଦ  ସନ୍ଧିମୂଳକ ବିଚ୍ଛେଦରୂପ
ଦେବର୍ଷି = ଦେବ+ଋଷି
ସଦାଚାର = ସତ୍ + ଅଚାର
ସୂଚ୍ୟଗ୍ର = ସୂଚି + ଅଗ୍ର
ସ୍ଵାଗତ = ସୁ + ଅଗତ
ଗାୟକ = ଗୈ + ଅକ
ଉଜ୍ଜଳ = ଉତ୍ + ଜ୍ୱଳ
ଜଗନ୍ନାଥ = ଜଗତ୍ + ନାଥ
ଶିଷ୍ଟ = ଶିଷ୍ + ତ
ଧନୁଷ୍ଟଙ୍କାର = ଧନୁଃ + ଟଙ୍କାର
ମନୋବାଞ୍ଛା = ମନଃ + ବାଞ୍ଛା
ସ୍ଵର୍ଗତ = ସ୍ଵଃ + ଗତ
ନିର୍ଦ୍ଦେଶ = ନିଃ + ଦେଶ

2. ସନ୍ଧି କର –
ପ୍ରତି + ଅହ
ଦିକ୍ + ଅନ୍ତ
ସମ୍ + ହତ
ଧନୁଃ + ପାଣି
ମହା + ଉଦଧୂ
ଉତ୍ + ଛେଦ
ଅନୁ + ଏଷଣ
ତତଃ + ଅଧ୍ବକ
ରାଜା + ଋଷି
ଉତ୍ + ହାର
ଭୌ + ଉକ
ମୁନଃ + ମୁହଃ
Answer:
ପ୍ରଦତ୍ତ ବିଚ୍ଛେଦ   ଶବ୍ଦରୂପ ସନ୍ଧି-ଶବ୍ଦ
ପ୍ରତି + ଅହ = ପ୍ରତ୍ୟହ
ସମ୍ + ହତ = ସଂହତ
ମହା + ଉଦଧୂ = ମହୋଦଧୂ
ଉତ୍ + ଛେଦ = ଉଚ୍ଛେଦ
ରାଜା + ଋଷି = ରାଜଷି
ଉତ୍ + ହାର = ଉଦ୍ଧ।ର
ଦିକ୍ + ଅନ୍ତ = ଦିଗନ୍ତ
ଧନୁଃ + ପାଣି = ଧନୁଷ୍ପ।ଣି
ଅନୁ + ଏଷଣ = ଅନ୍ୱେଷଣ
ତତଃ + ଅଧ୍ବକ = ତତୋଧ୍କ
ଭୌ + ଉକ = ଭାଚୁକ
ମୁହଃ + ମୁହଃ = ମୁହର୍ମୁହଃ

E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ‘ଅ’ ବା ‘ଆ’ ପରେ ‘ଅ’ ବା ‘ଆ’ ଥିଲେ ଦୁହେଁ ମିଶି କ’ଣ ହୁଅନ୍ତି ?
(A) ଅ
(B) ଆ
(C) ଇ
(D) ଏ
Answer:
(B) ଆ

BSE Odisha 9th Class Odia Grammar ସନ୍ଧି

2. ସୁଧାକର – ଶବ୍ଦଟିର ସନ୍ଧିବିଚ୍ଛେଦ କଲେ କ’ଣ ହେବ ?
(A) ସୁଧ + ଆକର
(B) ସୁଧା + ଅକର
(C) ସୁଧ + ଅକର
(D) ସୁଧା + ଆକର
Answer:
(D) ସୁଧା + ଆକର

3. ‘ଇ’ ବା ‘ଈ’ ପରେ ‘ଇ’ ବା ‘ଈ’ ଥିଲେ ଦୁହେଁ ମିଶି କ’ଣ ହୁଅନ୍ତି ?
(A) ଆ
(B) ଇ
(C) ଈ
(D) ଐ
Answer:
(C) ଈ

4. ପରୀକ୍ଷା – ଶବ୍ଦଟିର ଠିକ୍ ସନ୍ଧି ବିଚ୍ଛେଦଟି ବାଛ ?
(A) ପରୀ + ଇକ୍ଷା
(B) ପରି + ଇକ୍ଷା
(C) ପରି + ଈକ୍ଷା
(D) ପରୀ + ଈକ୍ଷା
Answer:
(C) ପରି + ଈକ୍ଷା

5. ସାଧୁ + ଉଦ୍ୟମ – ସନ୍ଧି କଲେ କ’ଣ ହେବ ?
(A) ସାଧୁଦ୍ଯମ
(B) ସାଧୋଦ୍ୟମ
(C) ସାଧୁବ୍ଯାମ
(D) ସାଧୂଦ୍ୟମ
Answer:
(D) ସାଧୂଦ୍ୟମ

6. ଭୂର୍ବ – ଶବ୍ଦଟିର ଶୁଦ୍ଧ ସନ୍ଧିବିଚ୍ଛେଦଟି ବାଛ ।
(A) ଭୁ + ଉର୍ଦ୍ଧ୍ବ
(B) ଭୂ + ଉର୍ଦ୍ଧ୍ବ
(C) ଭୂ + ଊର୍ଦ୍ଧ୍ବ
(D) ଭୁ + ଊର୍ଦ୍ଧ୍ବ
Answer:
(C) ଭୂ + ଊର୍ଦ୍ଧ୍ବ

7. ‘ଅ’ ବା ‘ଆ’ ପରେ ‘ଇ’ ବା ‘ଈ’ ଥିଲେ ଦୁହେଁ ମିଶି କ’ଣ ହୁଅନ୍ତି ?
(A) ଆ
(B) ଈ
(C) ଏ
(D) ଐ
Answer:
(C) ଏ

BSE Odisha 9th Class Odia Grammar ସନ୍ଧି

8. ‘ମହେନ୍ଦ୍ର’ ଶବ୍ଦର ସନ୍ଧି ବିଚ୍ଛେଦ କର ।
(A) ମହା + ଇନ୍ଦ୍ର
(B) ମହ + ଇନ୍ଦ୍ର
(C) ମହତ୍ + ଇନ୍ଦ୍ର
(D) ମହାନ୍ + ଇନ୍ଦ୍ର
Answer:
(A) ମହା + ଇନ୍ଦ୍ର

9. ‘ଅ’ ବା ‘ଆ’ ପରେ ‘ଉ’ ବା ‘ଉ’ ଥିଲେ ଦୁହେଁ ମିଶି କ’ଣ ହୁଅନ୍ତି ?
(A) ଏ
(B) ଓ
(C) ଆ
(D) ଈ
Answer:
(B) ଓ

10. ନବୋଢ଼ା – ସନ୍ଧିବିଚ୍ଛେଦ କ’ଣ ହେବ ?
(A) ନବ + ଉଢ଼ା
(B) ନବ + ଊଢ଼ା
(C) ନ + ବୋଢ଼ା
(D) ନ + ବଢ଼ା
Answer:
(B) ନବ + ଊଢ଼ା

11. ନିମ୍ନୋକ୍ତ ମଧ୍ଯରୁ କିଏ ଏକ ସ୍ଵରସନ୍ଧି ?
(A) କମ୍ବଳ + ଆସନ
(B) ଉତ୍ + ଘାଟନ
(C) ନିଃ + ଗତ
(D) ବିପଦ୍ + ଜନକ
Answer:
(A) କମ୍ବଳ + ଆସନ

12. ‘ପୁରୁଷ + ଉତ୍ତମ’ – ସନ୍ଧି କଲେ କ’ଣ ହେବ ?
(A) ପୁରୁଷତ୍ତମ
(B) ପୁରୁଷୋତ୍ତମ
(C) ପୁରୁଷଉତ୍ତମ
(D) ପୁରସ୍ତମ
Answer:
(B) ପୁରୁଷୋତ୍ତମ

13. ‘ଜନୈକ’ ଶବ୍ଦର ସନ୍ଧିବିଚ୍ଛେଦ କଲେ କ’ଣ ହେବ ?
(A) ଜନୈ + ଏକ
(B) ଜନ + ଇକ
(C) ଜନ + ଏକ
(D) ଜନେ + ଏକ
Answer:
(C) ଜନ + ଏକ

14. ନିମ୍ନ ପ୍ରଦତ୍ତ ଶବ୍ଦମାନଙ୍କ ମଧ୍ୟରୁ କିଏ ସ୍ଵରସନ୍ଧି ନୁହେଁ ?
(A) ଦିଗନ୍ତ
(B) ମହୋଦଧୂ
(C) ବିଦ୍ୟାଳୟ
(D) ଲମ୍ବୋଦର
Answer:
(A) ଦିଗନ୍ତ

BSE Odisha 9th Class Odia Grammar ସନ୍ଧି

15. ନିମ୍ନୋକ୍ତ ମଧ୍ୟରୁ ଠିକ୍ ଶବ୍ଦଟି କିଏ ?
(A) ଶିରଛେଦ
(B) ଶିରଛେଦ
(C) ଶିରଶ୍ଚେଦ
(D) ଶୀରଚ୍ଛେଦ
Answer:
(C) ଶିରଶ୍ଚେଦ

16. ହରି ଜଣେ ଲୋଭଶୂନ୍ୟ ମଣିଷ । – ରେଖାଙ୍କିତ ପଦ ସ୍ଥାନରେ ସମାନ ଅର୍ଥବୋଧକ ବିସର୍ଗ ସନ୍ଧିଜନିତ ପଦ କ’ଣ ହେବ ?
(A) ନିର୍ଲୋଭ
(B) ନିଃଲୋଭ
(C) ନିଃର୍ଲୋଭ
(D) ନିର୍ଲୋଭ
Answer:
(A) ନିର୍ଲୋଭ

17. ନିମ୍ନୋକ୍ତ ମଧ୍ଯରୁ କିଏ ‘ସ୍ବର୍ଗତ’ର ସନ୍ଧିବିଚ୍ଛେଦ ରୂପ ?
(A) ସୁ + ଗତ
(B) ସ୍ଵ + ଗତ
(C) ସ୍ଵଃ + ଗତ
(D) ସ୍ଵ + ର୍ଗତ
Answer:
(C) ସ୍ଵଃ + ଗତ

18. ପରସ୍ପର ସନ୍ନିହିତ ପୂର୍ବପଦର ଶେଷବର୍ଣ୍ଣ ଓ ପରପଦର ପ୍ରଥମପଦର ମିଳନକୁ କ’ଣ କହନ୍ତି ?
(A) ସମାସ
(B) କୃଦନ୍ତ
(C) ତଦ୍ଧିତ
(D) ସନ୍ଧି
Answer:
(D) ସନ୍ଧି

19. ସନ୍ଧି କେତେ ପ୍ରକାର ?
(A) ୨ ପ୍ରକାର
(B) ୩ ପ୍ରକାର
(C) ୪ ପ୍ରକାର
(D) ୫ ପ୍ରକାର
Answer:
(B) ୩ ପ୍ରକାର

20. ସ୍ୱରବର୍ଣ୍ଣ ସହ ସ୍ୱରବର୍ଣ୍ଣର ମିଳନକୁ କି ସନ୍ଧି କୁହାଯାଏ ?
(A) ବ୍ୟଞ୍ଜନ ସନ୍ଧି
(B) ବିସର୍ଗ ସନ୍ଧି
(C) ସ୍ଵର ସନ୍ଧି
(D) ସଂଯୁକ୍ତ ସନ୍ଧି
Answer:
(C) ସ୍ଵର ସନ୍ଧି

BSE Odisha 9th Class Odia Grammar ହୃଦନ୍ତ → କୃତ୍ + ଅନ୍ତ

Odisha State Board BSE Odisha 9th Class Odia Solutions ହୃଦନ୍ତ → କୃତ୍ + ଅନ୍ତ Textbook Exercise Questions and Answers.

BSE Odisha Class 9 Odia Grammar ହୃଦନ୍ତ → କୃତ୍ + ଅନ୍ତ

A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
Question 1.
କୃଦନ୍ତ କି ପ୍ରକାର ପ୍ରତ୍ୟୟ ?
Answer:
‘ଧାତୁ’ ସହିତ ଯୋଗ ହେଉଥ‌ିବା ପରପ୍ରତ୍ୟୟ ହେଉଛି ହୃଦନ୍ତ ।

Question 2.
ହୃଦନ୍ତ ପଦ ଗଠନ ପାଇଁ ବ୍ୟବହୃତ ପ୍ରତ୍ୟୟକୁ କ’ଣ କୁହାଯାଏ ?
Answer:
ହୃଦନ୍ତ ପଦ ଗଠନ ପାଇଁ ବ୍ୟବହୃତ ପ୍ରତ୍ୟୟକୁ କୃତ୍ ପ୍ରତ୍ୟୟ କୁହାଯାଏ ।

Question 3.
ସଂସ୍କୃତ ଧାତୁରୁ ସୃଷ୍ଟ କୃଦନ୍ତ ପଦକୁ କ’ଣ କୁହାଯାଏ ?
Answer:
ତତ୍ସମ କୃଦନ୍ତ ପଦ

Question 4.
ଇଚ୍ଛା ଅର୍ଥରେ ଧାତୁରେ କେଉଁ ପ୍ରତ୍ୟୟ ହୁଏ ?
Answer:
କୃତ୍ ପ୍ରତ୍ୟୟ

Question 5.
ନୂତନ ଶବ୍ଦ ଗଠନ ନିମନ୍ତେ ଧାତୁ ସହିତ ଯେଉଁ ପ୍ରତ୍ୟୟ ଯୁକ୍ତ ହୁଏ; ତାକୁ କ’ଣ କହନ୍ତି ?
Answer:
କୃତ୍ ପ୍ରତ୍ୟୟ

BSE Odisha 9th Class Odia Grammar ହୃଦନ୍ତ → କୃତ୍ + ଅନ୍ତ

Question 6.
‘କୃତ୍’ ପ୍ରତ୍ୟୟ ଯୋଗ ହେବାଦ୍ୱାରା ଯେଉଁ ନୂତନ ଶବ୍ଦ ଗଠିତ ହୁଏ, ତାକୁ କ’ଣ କହନ୍ତି ?
Answer:
କୃଦନ୍ତ ପଦ

B ଗୋଟିଏ ପଦରେ ଉତ୍ତର ଲେଖ ।
Question 1.
ଭୂଷଣ – ଏଠାରେ ଥିବା ପ୍ରତ୍ୟୟଟି ଲେଖ ।
Answer:
ଅନ

Question 2.
‘ସ୍ତା + ଅକ’ – ଏକପଦରେ କ’ଣ ହେବ ?
Answer:
ସ୍ତ।ବକ

Question 3.
ଯେ ପାଠ କରେ – ଏକପଦରେ କ’ଣ ହେବ ?
Answer:
ପାଠକ

Question 4.
ଗୋଟିଏ ହୃଦନ୍ତ ଶବ୍ଦର ଉଦାହରଣ ଦିଅ ।
Answer:
କାରକ

Question 5.
‘ଇ’ ପ୍ରତ୍ୟୟ ଯୁକ୍ତ ହୋଇଥିବା ଏକ ଶବ୍ଦ ଲେଖ ।
Answer:
ଜଳଧୂ

Question 6.
ପକ୍ବ – ଏଠାରେ ଥ‌ିବା ଧାତୁଟି ଲେଖ ।
Answer:
ପଚ୍

Question 7.
ମଧୁପାନ କରେ ଯେ – ଏକପଦରେ କ’ଣ ହେବ ?
Answer:
ମଧୁପ

Question 8.
ଯାହା କରିବା ଉଚିତ – ଏକପଦରେ କ’ଣ ହେବ ?
Answer:
କର୍ତ୍ତବ୍ଯ

BSE Odisha 9th Class Odia Grammar ହୃଦନ୍ତ → କୃତ୍ + ଅନ୍ତ

Question 9.
ଶ୍ରବଣୀୟ– ଏଠାରେ ଥ‌ିବା ଧାତୁଟି ଲେଖ ।
Answer:
ଶୁ

Question 10.
ଗୋଟିଏ ‘ଇତ୍ର’ ପ୍ରତ୍ୟୟ ଯୁକ୍ତ ଶବ୍ଦ ଲେଖ ।
Answer:
ଚରିତ

Question 11.
ସଂସ୍କୃତ ଧାତୁରୁ ସୃଷ୍ଟ କୃଦନ୍ତ ପଦକୁ କ’ଣ କୁହାଯାଏ ?
Answer:
ତତ୍‌ସମ କୃଦନ୍ତ ପଦ

Question 12.
ଇଚ୍ଛା ଅର୍ଥରେ ଧାତୁରେ କେଉଁ ପ୍ରତ୍ୟୟ ହୁଏ ?
Answer:
ସନ୍ ପ୍ରତ୍ୟୟ

Question 13.
‘ସ୍ଥା’ ଧାତୁରେ କେଉଁ ପ୍ରତ୍ୟୟ ଯୋଗ କଲେ ହୃଦନ୍ତ ପଦଟି ‘ସ୍ଥାୟୀ’ ହେବ ?
Answer:
ଇନ୍

Question 14.
‘ମୁକ୍ତି ପାଇବାର ଇଚ୍ଛା’ – ଏହାକୁ ଏକ ପଦରେ ପ୍ରକାଶ କଲେ କ’ଣ ହେବ ?
Answer:
ମୁମୁକ୍ଷା

Question 15.
ନୃତ୍ୟ କରେ ଯେ – ଏକ ପଦରେ ପ୍ରକାଶ କର ।
Answer:
ନର୍ଭକ

Question 16.
ଜଳ ଦିଏ ଯେ – ଏକ ପଦରେ ପ୍ରକାଶ କର ।
Answer:
ଜଳଦ

C ଶୂନ୍ୟସ୍ଥାନ ପୂରଣ କର ।
1. ଶିଷ୍ୟ – ଧାତୁଟି _________________ ।
Answer:
ଶାସ୍

BSE Odisha 9th Class Odia Grammar ହୃଦନ୍ତ → କୃତ୍ + ଅନ୍ତ

2. ଶୀ + ଯ + ଆ = _______________।
Answer:
ଶଯ୍ୟା

3. କ୍ଷୁଦ୍ର – ପ୍ରକୃତି ପ୍ରତ୍ୟୟ ________________ ହେବ ।
Answer:
କ୍ଷୁଦ୍ + ର

4. ଆର୍ଯ୍ୟ – ଏଠାରେ ଥ‌ିବା ଧାତୁଟି _____________________ ।
Answer:

5. ନି – ______________________ ତୃ = ନିୟନ୍ତୀ
Answer:
ଯମ୍

6. ଯଜ୍ + ନ = ____________________ ।
Answer:
ଯଜ୍ଞ

7. _______________________ + ନ = ପ୍ରଶ୍ନ ।
Answer:
ପ୍ରଚ୍ଛ

8. ହିଂସ୍ର – ଏଠାରେ ଥ‌ିବା ପ୍ରତ୍ୟୟଟି __________________________ ।
Answer:

9. ମେଦୁର – ଧାତୁଟି ______________________ ।
Answer:
ମିଦ୍

10. ପିଇବାର ଇଚ୍ଛା – ଏକପଦରେ _________________ ହେବ ।
Answer:
ପିପାସା

11. ଜି – ସନ୍ + ଆ = ______________________ ।
Answer:
ଜିଗୀଷା

12. ତୃଷ୍ + ନ + ଆ = ______________________।
Answer:
ତୃଷ୍ଣା

13. ପିତା – ଶୁଦ୍ଧ ପ୍ରକୃତି ଓ ପ୍ରତ୍ୟୟକୁ ବାଛି ଲେଖ ।
Answer:
ପା+ ତୃ

14. ସନ୍ ପ୍ରତ୍ୟୟ ପରେ ‘ଆ’ ବା ‘ଉ’ ପ୍ରତ୍ୟୟ ଯୋଗ କରାଯାଇ ______________________ ପଦ ଗଠନ କରାଯାଏ ?
Answer:
ବିଶେଷ୍ଯ

BSE Odisha 9th Class Odia Grammar ହୃଦନ୍ତ → କୃତ୍ + ଅନ୍ତ

15. ଯେ ଗାନ କରେ ତାକୁ _________________ କୁହାଯାଏ ।
Answer:
ଗାୟକ

16. ଯେ ଶୁଣେ, ତାକୁ ________________ କୁହାଯାଏ ।
Answer:
ଶ୍ରୋତା

D ନିର୍ଦ୍ଦେଶ ଅନୁସାରେ ଉତ୍ତର ଦିଅ।
Question 1.
ହୃଦନ୍ତ ପଦର ସହାୟତାରେ ନିମ୍ନଲିଖ ବାକ୍ୟଶଗୁଡ଼ିକୁ ଏକପଦରେ ପ୍ରକାଶ କର ।
ଯେ ପାଠ କରେ, ଯେ ନୃତ୍ୟ କରେ, ଯେ ଭିକ୍ଷା କରେ, ଯାହା କରିବା ଉଚିତ, ଯେ ଶୁଣେ, ଯେ ମରିଅଛି, ମଧୁପାନ କରେ ଯେ, ଯେ ଜଗେ, ଯେ ଶାସନ କରେ, ଦାନର ଯୋଗ୍ୟ, ଯେ ଗାନ କରେ ଜାଣିବାର ଇଚ୍ଛା, ଦେଖିବାକୁ ଇଚ୍ଛୁକ ।
Answer:

ପ୍ରଶ୍ନପ୍ରଦତ୍ତ ବାକ୍ୟଂଶ କୃଦନ୍ତ ପଦରେ ପ୍ରକାଶ
ଯେ ପାଠ କରେ
ଯେ ନୃତ୍ୟ କରେ
ଯେ ଭିକ୍ଷା କରେ
ଯାହା କରିବା ଉଚିତ
ଯେ ଶୁଣେ
ଯେ ମରିଅଛି
ମଧୁପାନ କରେ ଯେ
ଯେ ଜଗେ
ଯେ ଶାସନ କରେ
ଦାନର ଯୋଗ୍ୟ
ଯେ ଗାନ କରେ
ଜାଣିବାର ଇଚ୍ଛାଦେଖିବାକୁ ଇଚ୍ଛୁକ
ପାଠକ
ନର୍ତ୍ତକ
ଭିକ୍ଷୁକ
କରଣୀୟ/କର୍ତ୍ତବ୍ୟ
ଶ୍ରେ।ତା
ମୃତ
ମଧୁପ
ଜଗୁଆଳି
ଶାସକ
ଦାତବ୍ୟ
ଗାୟକ
ଜିଜ୍ଞ।ସାଦିଦୃକ୍ଷୁ

Question 2.
ନିମ୍ନଲିଖ୍ତ ପଦଗୁଡ଼ିକ ମଧ୍ୟରୁ କୃଦନ୍ତ ପଦଗୁଡ଼ିକୁ ବାଛି ଲେଖ।
ଗାଉଣା, ବୈଷ୍ଣବ, ଗନ୍ତବ୍ୟ, ଉଠାଣି, ଦାଶରଥ୍, ଖେଳୁଆଳ, କୌତୁକ, ପାଠ୍ୟ, ଶାରୀରିକ, ନିନ୍ଦୁକ ।
Answer:
ଗାଉଣା, ଗନ୍ତବ୍ୟ, ଉଠାଣି, ଖେଳୁଆଳ, ପାଠ୍ୟ, ନିନ୍ଦୁକ ।

BSE Odisha 9th Class Odia Grammar ହୃଦନ୍ତ → କୃତ୍ + ଅନ୍ତ

Question 3.
ନିମ୍ନଲିଖୂତ ପ୍ରକୃତି + ପ୍ରତ୍ୟୟଗୁଡ଼ିକୁ ଯୋଗ କଲେ ଯେଉଁ କୃଦନ୍ତ ପଦଗୁଡ଼ିକ ଗଠିତ ହେବ, ସେଗୁଡ଼ିକ ଲେଖ ।
ଦିବ୍ + ଅ, ଶୁ + ଅନ, ସ୍ତୁ + ଅକ, ନି – ଧା + ଇ, ସନ୍ଦ୍ + ଇଷ୍ଣୁ, ସ୍ଥା + ଇନ୍, ସିଚ୍ + ତ, ମନ୍ + ତି, ବଚ୍ + ତବ୍ୟ, ପୂଜ୍ + ଅନୀୟ, ପୁ + ଇତ୍ର, ଦା+ ଯ,କ୍ଷି + ତ୍ର, ନୀ + ତୃ, ମୋଡ + ଆ,ଫୁଟ୍ + ଉର, ପା –ସନ୍ + ଆ, ମୋଡ଼ + ଆ, ଫୁଟ୍ + ଅଣ, ବିଞ୍ଚ୍ + ଅଣା, ଲୋଟ୍ + ଅଣି, ଜୀ + ଅନ୍ତା, ଖଟ୍ + ଅଛି, ବୋଲ୍ + ଇ ।
Answer:

  • ଦିବ୍ + ଅ = ଦେବ
  • ଶୁ + ଅନ = ଶ୍ରବଣ
  • ସ୍ତୁ + ଅକ = ସ୍ତ।ବକ
  • ନି – ଧା + ଇ = ନିଧ୍
  • ସନ୍ଦ୍ + ଇଷ୍ଣୁ = ସହିଷ୍ଣୁ
  • ସ୍ଥା + ଇନ୍ = ସ୍ଥାୟୀ
  • ସିଚ୍ + ତ = ସିକ୍ତ
  • ମନ୍ + ତି = ମତି
  • ବଚ୍ + ତବ୍ୟ = ବକ୍ତବ୍ୟ
  • ପୂଜ୍ + ଅନୀୟ = ପୂଜନୀୟ
  • ପୁ + ଇତ୍ର = ପବିତ୍ର
  • ଦା+ ଯ = ଦେୟ
  • କ୍ଷି + ତ୍ର = କ୍ଷେ।ତ୍ର
  • ମୋଡ + ଆ = ମୋଡ଼।
  • ଫୁଟ୍ + ଉର = ଫୁଟର
  • ପା – ସନ୍ + ଆ = ପିପାସା
  • ଫୁଟ୍ + ଅଣ = ଫୁଟଣ
  • ବିଞ୍ଚ୍ + ଅଣା = ବିଞ୍ଚଣା
  • ଲୋଟ୍ + ଅଣି = ଲୋ
  • ଜୀ + ଅନ୍ତା = ଜୀଅନ୍ତା
  • ଖଟ୍ + ଅନ୍ତି = ଖଟନ୍ତି
  • ବୋଲ୍ + ଇ = ବୋଲି

E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ଭୂଷଣ – ଏଠାରେ ଥିବା ପ୍ରତ୍ୟୟଟି ଲେଖ ।
(A) ଅଣ
(B) ଷଣ
(C) ଣ
(D) ଅନ
Answer:
(D) ଅନ

2. ______________ + ଅକ = ସ୍ତାବକ । ଶୂନ୍ୟସ୍ଥାନ ପୂରଣ କର ।
(A) ସ୍ତା
(B) ସ୍ତ
(C) ସ୍ତୁ
(D) ସ୍ତାବ୍
Answer:
(A) ସ୍ତା

3. ଯେ ପାଠ କରେ — ଏକପଦରେ କ’ଣ ହେବ ?
(A) ପାଠକ
(B) ପାଠୁଆ
(C) ପାଠନ
(D) ପଠନ
Answer:
(A) ପାଠକ

BSE Odisha 9th Class Odia Grammar ହୃଦନ୍ତ → କୃତ୍ + ଅନ୍ତ

4. କୁଦନ୍ତ ଶବ୍ଦଟି ବାଛ ।
(A) ବାଳକ
(B) କାରକ
(C) ଦୈନିକ
(D) ମୌଳିକ
Answer:
(B) କାରକ

5. ‘ଇ’ ପ୍ରତ୍ୟୟ ଯୁକ୍ତ ହୋଇଥିବା ଶବ୍ଦଟି ବାଛ ।
(A) ମୁକ୍ତି
(B) ମତି
(C) ଜଳଧୂ
(D) ବୁଦ୍ଧି
Answer:
(C) ଜଳଧୂ

6. ପକ୍ବ – ଏଠାରେ ଥ‌ିବା ଧାତୁଟି ଲେଖ ।
(A) ପକ୍
(B) ପବ୍
(C) ପା
(D) ପାକ୍
Answer:
(B) ପବ୍

7. ମଧୁପାନ କରେ ଯେ- ଏକପଦରେ କ’ଣ ହେବ ?
(A) ମହୁମାଛି
(B) ମଧୁପାକ
(C) ମଧୁପାୟୀ
(D) ମଧୁପ
Answer:
(D) ମଧୁପ

8. ଯାହା କରିବା ଉଚିତ୍ – ଏକପଦରେ କ’ଣ ହେବ ?
(A) କର୍ତ୍ତବ୍ଯ
(B) କର୍ମ
(C) କାର୍ଯ୍ୟ
(D) କରଣ
Answer:
(A) କର୍ତ୍ତବ୍ଯ

9. ଶ୍ରବଣୀୟ – ଏଠାରେ ଥ‌ିବା ଧାତୁଟି ଲେଖ ।
(A) ଶୁ
(B) ଶୃ
(C) ଶୁ
(D) ଶ୍ରବ୍
Answer:
(A) ଶୁ

BSE Odisha 9th Class Odia Grammar ହୃଦନ୍ତ → କୃତ୍ + ଅନ୍ତ

10. କେଉଁଟି ‘ଇତ୍ର’ ପ୍ରତ୍ୟୟ ଯୁକ୍ତ ଶବ୍ଦ ଅଟେ ?
(A) ନେତ୍ର
(B) କ୍ଷେତ୍ର
(C) ଚରିତ୍ର
(D) ସ୍ତୋତ୍ର
Answer:
(C) ଚରିତ୍ର

11. ସଂସ୍କୃତ ଧାତୁରୁ ସୃଷ୍ଟ କୃଦନ୍ତ ପଦକୁ କ’ଣ କୁହାଯାଏ ?
(A) ତତ୍‌ସମ କୃଦନ୍ତ ପଦ
(B) ତଦ୍‌ଭବ କୃଦନ୍ତ ପଦ
(C) ଦେଶଜ କୃଦନ୍ତ ପଦ
(D) ବୈଦେଶିକ ହୃଦନ୍ତପଦ
Answer:
(A) ତତ୍‌ସମ କୃଦନ୍ତ ପଦ

12. ଇଚ୍ଛା ଅର୍ଥରେ ଧାତୁରେ କେଉଁ ପ୍ରତ୍ୟୟ ହୁଏ ?
(A) ସନ୍ ପ୍ରତ୍ୟୟ
(B) ଯଙ ପ୍ରତ୍ୟୟ
(C) ଅନ ପ୍ରତ୍ୟୟ
(D) ଶିଚ୍ ପ୍ରତ୍ୟୟ
Answer:
(A) ସନ୍ ପ୍ରତ୍ୟୟ

13. ‘ସ୍ଥା’ ଧାତୁରେ କେଉଁ ପ୍ରତ୍ୟୟ ଯୋଗ କଲେ ହୃଦନ୍ତ ପଦଟି ‘ସ୍ଥାୟୀ’ ହେବ ?
(A) ୟୀ
(B) ଈ
(C) ଇନ୍
(D) ଯ
Answer:
(C) ଇନ୍

14. ‘ମୁକ୍ତି ପାଇବାର ଇଚ୍ଛା’ – ଏହାକୁ ଏକ ପଦରେ ପ୍ରକାଶ କଲେ କ’ଣ ହେବ ?
(A) ମୁମୂର୍ଷା
(B) ମୁମୁକ୍ଷା
(C) ଜିଘାଂସା
(D) ମୋକ୍ଷ
Answer:
(B) ମୁମୁକ୍ଷା

15. ________________ + ନ = ପ୍ରଶ୍ନ – ଏଥରେ ବ୍ୟବହୃତ ଧାତୁଟି କ’ଣ ?
(A) ପ୍ରଶ୍ନ
(B) ପ୍ରଚ୍ଛ
(C) ପୁଚ୍ଛ
(D) ପ୍ର
Answer:
(B) ପ୍ରଚ୍ଛ

16. ‘ସିକ୍ତ’ ଶବ୍ଦଟିରେ ଥ‌ିବା ଧାତୁଟି କ’ଣ ?
(A) ସକ୍
(B) ସିଚ୍
(C) ସିର୍
(D) ସିତ୍
Answer:
(C) ସିର୍

BSE Odisha 9th Class Odia Grammar ହୃଦନ୍ତ → କୃତ୍ + ଅନ୍ତ

17. ‘ହିଂସ୍ର’ – ଏଠାରେ ବ୍ୟବହୃତ ଧାତୁଟି କ’ଣ ?
(A) ହିଂସ୍ର
(B) ହିନସ୍
(C) ହିନ୍
(D) ହିସ୍
Answer:
(B) ହିନସ୍

18. ନୂତନ ଶବ୍ଦ ଗଠନ ନିମନ୍ତେ ଧାତୁ ସହିତ ଯେଉଁ ପ୍ରତ୍ୟୟ ଯୁକ୍ତ ହୁଏ; ତାକୁ କ’ଣ କହନ୍ତି ?
(A) ପୂର୍ବ ପ୍ରତ୍ୟୟ
(B) କୃତ୍ ପ୍ରତ୍ୟୟ
(C) ତଦ୍ଧିତ ପ୍ରତ୍ୟୟ
(D) ସ୍ତ୍ରୀ ପ୍ରତ୍ୟୟ
Answer:
(B) କୃତ୍ ପ୍ରତ୍ୟୟ

BSE Odisha 9th Class Odia Grammar ଉପସର୍ଗ

Odisha State Board BSE Odisha 9th Class Odia Solutions ଉପସର୍ଗ Textbook Exercise Questions and Answers.

BSE Odisha Class 9 Odia Grammar ଉପସର୍ଗ

A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
Question 1.
ଉପସର୍ଗ କହିଲେ କ’ଣ ବୁଝ ଲେଖ ।
Answer:
ନୂତନ ଶବ୍ଦ ଗଠନ ପାଇଁ ଶବ୍ଦ ବା ଧାତୁର ପୂର୍ବରୁ ଯେଉଁ ପ୍ରତ୍ୟୟ ଯୋଗ ହୋଇଥାଏ ତାହାକୁ ଉପସର୍ଗ କୁହାଯାଏ ।

Question 2.
ଓଡ଼ିଆ ଭାଷାରେ ପ୍ରଚଳିତ ଉପସର୍ଗଗୁଡ଼ିକ କ’ଣ କ’ଣ ?
Answer:
ଉପସର୍ଗ ବ୍ୟବହାର ହୁଏ । ସେଗୁଡ଼ିକ ହେଉଛି– ପ୍ର, ପରା, ଅପ୍, ସମ୍, ନି, ଅଧ, ସୁ, ନିର୍, ଦୁର୍, ଉତ୍, ଅତି, ପରି, ପ୍ରତି, ଅବ, ଅନୁ, ବି, ଅଭି, ଉପ, ଅପି ଓ ଆ (ସଂସ୍କୃତାନୁସାରୀ ଉପସର୍ଗ) । ଅ, ଅଣ, କୁ, ଦର, ନା, ଫି, ବଦ୍, ବେ, ହର୍ ଇତ୍ୟାଦି ଅଣସଂସ୍କୃତ ପ୍ରଧାନ ଉପସର୍ଗ ।

Question 3.
ଉପସର୍ଗଦ୍ବାରା ମୂଳ ଅର୍ଥରେ ପରିବର୍ତ୍ତନ ଘଟୁଥ‌ିବା ଉଦାହରଣଟିଏ ଲେଖ ।
Answer:
ଉଦ୍ଗମନ

Question 4.
କାହା ସହିତ ପ୍ରତ୍ୟୟ ସଂଯୁକ୍ତ ହୋଇ ଶବ୍ଦ ଗଠନ କରାଯାଏ ?
Answer:
ଧାତୁ ସହିତ ପ୍ରତ୍ୟୟ ସଂଯୁକ୍ତ ହୋଇ ଶବ୍ଦ ଗଠନ କରାଯାଏ ।

B ଗୋଟିଏ ପଦରେ ଉତ୍ତର ଲେଖ ।
Question 1.
ଯେଉଁ ଅବ୍ୟୟ ପଦଗୁଡ଼ିକ ଧାତୁ ପୂର୍ବରୁ ବା ଧାତୁଜ ଶବ୍ଦ ପୂର୍ବରୁ ସଂଯୁକ୍ତ ହୋଇ ନୂତନ ଶବ୍ଦ ସୃଷ୍ଟି କରିଥା’ନ୍ତି; ସେଗୁଡ଼ିକୁ କ’ଣ କୁହାଯାଏ?
Answer:
ଉପସର୍ଗ

Question 2.
ସଂସ୍କୃତ ଭାଷାରେ ସମୁଦାୟ କେତେଗୋଟି ଉପସର୍ଗ ପ୍ରଚଳିତ ହୋଇଅଛି ?
Answer:
୨୦ଟି

BSE Odisha 9th Class Odia Grammar ଉପସର୍ଗ

Question 3.
ଉପସର୍ଗଦ୍ୱାରା ମୂଳ ଅର୍ଥରେ ପରିବର୍ତ୍ତନ ଘଟୁଥ‌ି ଉଦାହରଣଟିଏ ଲେଖ ।
Answer:
ଉଦ୍ଗମନ

Question 4.
ଉପସର୍ଗଦ୍ବାରା ମୂଳଅର୍ଥକୁ ବୈଶିଷ୍ଟ୍ୟଯୁକ୍ତ କରୁଥିବା ଉଦାହରଣଟି ଲେଖ ।
Answer:
ପ୍ରବଚନ

Question 5.
ଉପସର୍ଗଦ୍ୱାରା ମୂଳଅର୍ଥକୁ ଅନୁକରଣ କରୁଥି ଉଦାହରଣଟି ଲେଖ ।
Answer:
ଅନୁକରଣ

Question 6.
ଉପସର୍ଗ ଦ୍ୱାରା ମୂଳ ଅର୍ଥରେ ବାଧା ଆଣୁଥ‌ି ଉଦାହରଣଟି ଲେଖ ।
Answer:
ପରାଜୟ

Question 7.
ପ୍ରକ୍ଷେପଣ– ଶବ୍ଦଟିର ଗଠନ ରୀତିଟି କ’ଣ ?
Answer:
ପ୍ର+କ୍ଷିପ୍+ଅନ

Question 8.
ପରା – ଭୂ – ଅ = କ’ଣ ହେବ ?
Answer:
ପରାଭବ

Question 9.
ଅପଖ୍ୟାତି – ଶବ୍ଦଟିର ଅର୍ଥ ଲେଖ ।
Answer:
ନିନ୍ଦା

Question 10.
ଅପକର୍ମ – ଶବ୍ଦଟିର ଗଠନରୀତି ଦର୍ଶାଅ ।
Answer:
ଅପ – କୃଷ୍ – ଅ

BSE Odisha 9th Class Odia Grammar ଉପସର୍ଗ

Question 11.
‘ପ୍ରଦାନ’ ଶବ୍ଦଟିର ଗଠନରୀତି କିପରି ହେବ ?
Answer:
ପ୍ର-ଦା-ଅନ

Question 12.
‘ପ୍ର’ ଉପସର୍ଗଟି କେଉଁ ଅର୍ଥରେ ବ୍ୟବହୃତ ହୁଏ ?
Answer:
ଉତ୍‌କର୍ଷ

Question 13.
କେଉଁ ଉପସର୍ଗଟି ସାଧାରଣତଃ ‘ଭୂଷଣ’ ଅର୍ଥରେ ବ୍ୟବହୃତ ହୁଏ ?
Answer:
ଅପି

Question 14.
‘ସମ୍–ଅ’ ପ୍ରକୃତି ପ୍ରତ୍ୟୟରୁ ସୃଷ୍ଟ ଶବ୍ଦଟି କ’ଣ ?
Answer:
ସଂସାର

Question 15.
କାହା ସହିତ ପ୍ରତ୍ୟୟ ସଂଯୁକ୍ତ ହୋଇ ଶବ୍ଦ ଗଠନ କରାଯାଏ ?
Answer:
ଧାତୁ

Question 16.
ପ୍ରତ୍ୟୟ କତିବିଧ ?
Answer:
ଦ୍ବିବିଧ

Question 17.
ପୂର୍ବ ପ୍ରତ୍ୟୟକୁ କ’ଣ କୁହାଯାଏ ?
Answer:
ଉପସର୍ଗ

Question 18.
ପରପ୍ରତ୍ୟୟକୁ କ’ଣ କୁହାଯାଏ ?
Answer:
ପରସର୍ଗ

Question 19.
ଅବତରଣ – ଶବ୍ଦଟିର ଗଠନରୀତି ଦର୍ଶାଅ ।
Answer:
ଅବ – ତୃ -ଅନ

BSE Odisha 9th Class Odia Grammar ଉପସର୍ଗ

C ଶୂନ୍ୟସ୍ଥାନ ପୂରଣ କର ।
1. କୁଳୀନ – ଏହି ଅର୍ଥ ପ୍ରକାଶ କରୁଥିବା ଶବ୍ଦଟି _________________ ।
Answer:
ଅଭିଜାତ

2. ___________________ ଉପସର୍ଗଟି ସାଧାରଣତଃ ‘ଭୂଷଣ’ ଅର୍ଥରେ ବ୍ୟବହୃତ ହୁଏ ।
Answer:
ଅପି

3. ‘ଆନୟନ’ ଶବ୍ଦ ଗଠନରୀତି ________________________ ।
Answer:
ଆ -ନୀ – ଅନ

4. ‘ଉପଗ୍ରହ’ ଶବ୍ଦଟିର ଅର୍ଥ ________________ ।
Answer:
ଗ୍ରହ ଚାରିପଟେ ବୁଲୁଥବା ଗ୍ରହ ଅଧ୍ବସୀ

5. ସମ୍ – ସୄ -ଅ = ________________ ।
Answer:
ସଂସାର

6. ‘ମିଳନ’ ଏହି ଅର୍ଥ ବୁଝାଉଥବା ଶବ୍ଦଟି ________________।
Answer:
ସଂଯୋଗ

7. ଅଧ୍ – ବସ୍ + ଇନ୍ = __________________।
Answer:
ଅଧ୍ବସୀ

8. ସୁଗମ ଏଠାରେ ‘ସୁ’ ଉପସର୍ଗଟି _______________ ଅର୍ଥରେ ବ୍ୟବହୃତ ହୋଇଛି ?
Answer:
ଅନାୟାସ

9. ଅଧ୍ୟାନାୟକ — ଶବ୍ଦଟିର ଗଠନରୀତି ____________________ ।
Answer:
ଅଧ୍ – ନୀ – ଅକ

10. ନିର୍‌ – ଲିପ୍ – ଆ : _____________________ ।
Answer:
ନିର୍ଲେପ

11. ଉତ୍କଳ ଏଠାରେ ‘ଉତ୍’ ଉପସର୍ଗ _____________________ ଅର୍ଥରେ ବ୍ୟବହୃତ ହୋଇଛି ?
Answer:
ଉତ୍କର୍ଷ

12. ପ୍ରତ୍ୟର୍ପଣ – ଏହି ଅର୍ଥ ପ୍ରକାଶ କରୁଥିବା ଶବ୍ଦଟି ____________________ ।
Answer:
ପ୍ରତିଦାନ

BSE Odisha 9th Class Odia Grammar ଉପସର୍ଗ

13. ଅତୀନ୍ଦ୍ରିୟ – ଏହି ଶବ୍ଦର ଅର୍ଥଟି _______________ ।
Answer:
ଇନ୍ଦ୍ରିୟର ଅତୀତ

14. ପରି – ନୀ – ଅ = __________________ ।
Answer:
ପରିଣୟ

D ନିର୍ଦ୍ଦେଶ ଅନୁସାରେ ଉତ୍ତର ଦିଅ।
1. ନିମ୍ନଲିଖତ ପ୍ରକୃତି ପ୍ରତ୍ୟୟରୁ ସୃଷ୍ଟ ଶବ୍ଦଗୁଡ଼ିକୁ ଲେଖ ।
ଆ – ଗମ୍ – ଅନ, ପ୍ରତି – ରୂପ, ଅପ – କୃଷ୍ – ଅ, ସମ୍ – ସୃ – ଅ, ନି – କୃ ଷ୍ – ତ, ଅଧ୍ – କୃ – ଅ, ନିର୍ – ଜଳ – ଅ, ଦୁର୍ – ଗନ୍ଧ, ଉତ୍ – କ୍ଷିପ୍ – ତ, ଅତି – ଅଳ୍ପ ।
Answer:
ଆ – ଗମ୍ – ଅନ = ଆଗମନ
ପ୍ରତି – ରୂପ = ପ୍ରତିରୂପ
ଅପ – କୃଷ୍ – ଅ = ଅପକୃର୍ଷ
ସମ୍ – ସୃ – ଅ = ସଂସାର
ନି – କୃଷ୍ – ତ = ନିକୃଷ୍ଟ
ଅଧ୍ – କୃ – ଅ = ଅଧକାର
ନିର୍ – ଜଳ – ଅ = ନିର୍ଜଳ
ଦୁର୍ – ଗନ୍ଧ = ଦୁର୍ଗନ୍ଧ
ଉତ୍ – କ୍ଷିପ୍ – ତ = ଉତ୍କ୍ଷିପ୍ତ
ଅତି – ଅଳ୍ପ = ଅତ୍ୟଳ୍ପ

2. ନିମ୍ନଲିଖ୍ତ ଉପସର୍ଗ ଯୋଗକରି ତିନୋଟି ଲେଖାଏଁ ଶବ୍ଦ ଗଠନ କର ।
ପରା, ନି, ନିର୍, ଉତ୍, ପ୍ରତି, ବି, ଉପ, ଅନୁ
Answer:
→ ପରା
ପରା – କ୍ରମ – ଅ = ପରାକ୍ରମ
ପରା – ଭୂ – ଅ = ପରାଭବ
ପରା – ଅସ୍ – ତ = ପରାସ୍ତ

→ ନି
ନି – କୃଷ୍ – ତ = ନିକୃଷ୍ଟ
ନି – ଗ୍ରହ – ଅ = ନିଗ୍ରହ
ନି – ଯୁଜ୍ – ତ = ନିଯୁକ୍ତ

→ ନିର୍
ନିର୍ – ଗମ୍ – ଅ = ନିର୍ଗମ
ନିର୍ – ଜନ୍ – ଅ = ନିର୍ଜନ
ନିର୍ – ମୂଳ = ନିର୍ମୂଳ

→ ଉତ୍
ଉତ୍ – କ୍ଷିପ୍ – ତ = ଉତ୍‌କ୍ଷିପ୍ତ
ଉତ୍ – ଆସ୍‌ – ଈନ୍ = ଉଦାସୀନ
ଉତ୍ – ନମ୍ – ତ = ଉନ୍ନତ

→ ପ୍ରତି
ପ୍ରତି – କୂଳ = ପ୍ରତିକୂଳ
ପ୍ରତି – ପକ୍ଷ = ପ୍ରତିପକ୍ଷ
ପ୍ରତି ତି – ଦା – ଅନ = ପ୍ରତିଦାନ

BSE Odisha 9th Class Odia Grammar ଉପସର୍ଗ

→ ବି
ବି – ଖ୍ୟା – ତ = ବିଖ୍ୟାତ
ବି – ପକ୍ଷ = ବିପକ୍ଷ
ଫଳ – ଅ = ବିଫଳ

→ ଉପ
ଉପ – କଣ୍ଠ = ଉପକଣ୍ଠ
ଉପ – କୃ – ଅ = ଉପକାର
ଉପ – ବନ – ଉପବନ

→ ଅନୁ
ଅନୁ – ଗମ୍ – ଈନ୍ = ଅନୁଗାମୀ
ଅନୁ – ତପ୍ – ଅ = ଅନୁତାପ
ଅନୁ – ରୂପ = ଅନୁରୂପ

BSE Odisha 9th Class Odia Grammar ଶବ୍ଦ ଗଠନ

Odisha State Board BSE Odisha 9th Class Odia Solutions ବାକ୍ୟ ବିଚାର Textbook Exercise Questions and Answers.

BSE Odisha Class 9 Odia Grammar ଶବ୍ଦ ଗଠନ

A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

Question 1.
ଶବ୍ଦ କାହାକୁ କହନ୍ତି ?
Answer:
ଏକ ବର୍ଣ୍ଣ ବା ଏକାଧ୍ଵକ ବର୍ଣ୍ଣ ମିଳିତ ହୋଇ କୌଣସି ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ କଲେ ତାକୁ ‘ଶବ୍ଦ’ କହନ୍ତି ।

Question 2.
ଶବ୍ଦ କେତେ ପ୍ରକାର ଓ କ’ଣ କ’ଣ ?
Answer:
ପ୍ରଚଳନ ଦୃଷ୍ଟିରୁ ଓଡ଼ିଆ ଶବ୍ଦ ଚାରିପ୍ରକାର । ସେଗୁଡ଼ିକ ହେଉଛି ତତ୍ସମ, ତଦ୍ଭବ, ଦେଶଜ ଓ ବୈଦେଶିକ ।

Question 3.
‘ନଈ’ ଶବ୍ଦଟି କେଉଁ ମୂଳଶବ୍ଦରୁ ଉତ୍ପନ୍ନ ହୋଇଛି ?
Answer:
‘ନଈ’ ଶବ୍ଦଟି ମୂଳଶବ୍ଦ ‘ନଦୀ’ରୁ ଉତ୍ପନ୍ନ ହୋଇଛି ।

Question 4.
‘ଗଧ’ର ତତ୍‌ସମ ରୂପଟି କ’ଣ ?
Answer:
‘ଗଧ’ ଶବ୍ଦର ତତ୍ସମ ରୂପଟି ହେଉଛି – ଗର୍ଦ୍ଦଭ ।

Question 5.
ଦ୍ରାବିଡ଼ ଭାଷାରୁ ଆମ ଭାଷାକୁ ଆସିଥ‌ିବା ଦୁଇଟି ଶବ୍ଦର ନାମ ଲେଖ ।
Answer:
ଦ୍ରାବିଡ଼ ଭାଷାରୁ ଆସିଥ୍‌ ଆମ ଭାଷାରେ ଚଳୁଥ‌ିବା ଦୁଇଟି ଶବ୍ଦ ହେଉଛି – ଆରିସା, ଅଗାଡ଼ି ।

Question 6.
‘ଅକଲ’ ଶବ୍ଦଟି କେଉଁ ଭାଷାରୁ ଆମ ଭାଷାକୁ ଆସିଛି ?
Answer:
‘ଅକଲ’ ଶବ୍ଦଟି ଯାବନିକ ଭାଷାରୁ ଆମ

Question 7.
ଆମ ଭାଷାରେ ପ୍ରଚଳିତ ହେଉଥ‌ିବା ୫ଟି ଇଂରାଜୀ ଶବ୍ଦର ନାମ କୁହ ।
Answer:
ଆମ ଭାଷା ଓଡ଼ିଆରେ ପ୍ରଚଳିତ ୫ଟି ଇଂରାଜୀ କଲେଜ, ଟିକେଟ, ଜଜ୍, ପେନ୍, ଟେବୁଲ ।

BSE Odisha 9th Class Odia Grammar ଶବ୍ଦ ଗଠନ

Question 8.
ବଚନର ସଂଜ୍ଞା ନିରୂପଣ କର ।
Answer:
ଯେଉଁଥୁରୁ ବ୍ୟକ୍ତି, ପ୍ରାଣୀ, ବସ୍ତୁ ଇତ୍ୟାଦିର ସଂଖ୍ୟା ଜଣାପଡ଼େ, ତାହାକୁ ‘ବଚନ’ କୁହାଯାଏ ।

Question 9.
ତତ୍ସମ ଶବ୍ଦ କ’ଣ ?
Answer:
ଯେଉଁ ସଂସ୍କୃତ ଭାଷାର ଶବ୍ଦ ଆମ ଭାଷାରେ ଅବିକଳ ଭାବେ ପ୍ରଚଳିତ ହେଉଛି ତାହା ‘ତତ୍ସମ’ ଶବ୍ଦ।

Question 10.
‘ତଦ୍‌ଭବ’ କହିଲେ କ’ଣ ବୁଝ ?
Answer:
ଆମ ଓଡ଼ିଆ ଭାଷାରେ ସଂସ୍କୃତ ଶବ୍ଦରୁ ସୃଷ୍ଟି ହୋଇଥିବା ଶବ୍ଦକୁ ‘ତଦ୍‌ଭବ’ ଶବ୍ଦ କୁହାଯାଏ ।

B ଗୋଟିଏ ପଦରେ ଉତ୍ତର ଲେଖ ।
Question 1.
ଏକ ବା ଏକାଧ୍ଵକ ବର୍ଣ୍ଣ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କରୁଥିଲେ, ତାକୁ କ’ଣ କହନ୍ତି ?
Answer:
ଶବ୍ଦ।

Question 2.
ଭାବ ବିନିମୟର ସର୍ବଶ୍ରେଷ୍ଠ ମାଧ୍ୟମଟି କ’ଣ ?
Answer:
ଭାଷା

Question 3.
ଓଡ଼ିଆ ଭାଷା ଭଣ୍ଡାରକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
Answer:
୪ ଭାଗରେ

Question 4.
ସଂସ୍କୃତ ଭାଷାର ଯେଉଁ କେତେକ ଶବ୍ଦ ଅପରିବର୍ତ୍ତିତ ହୋଇ ଅବିକଳରୂପେ ଓଡ଼ିଆ ଭାଷାରେ ପ୍ରଚଳିତ ହୋଇ ଆସୁଛି, ସେଗୁଡ଼ିକୁ କି ଶବ୍ଦ କହନ୍ତି ?
Answer:
ତଦ୍ସମ

Question 5.
‘ଆକାଶ’ – ଏହା କି ପ୍ରକାର ଶବ୍ଦ ?
Answer:
ତତ୍ସମ

BSE Odisha 9th Class Odia Grammar ଶବ୍ଦ ଗଠନ

Question 6.
ସଂସ୍କୃତ ଶବ୍ଦମାନଙ୍କରୁ ଜାତ ହୋଇ ଓଡ଼ିଆ ଭାଷାରେ ବ୍ୟବହୃତ ହେଉଥ‌ିବା ଶବ୍ଦଗୁଡ଼ିକୁ କି ଶବ୍ଦ କୁହାଯାଏ ?
Answer:
ତଦଭବ

Question 7.
ଓଡ଼ିଶାରେ ପ୍ରଚଳିତ ଦେଶଜ ଶବ୍ଦର କେତୋଟି ସ୍ତର ଅଛି ?
Answer:
ତିନୋଟି

Question 8.
‘ନଈ’ ଶବ୍ଦଟି କେଉଁ ସଂସ୍କୃତ ଶବ୍ଦରୁ ଉତ୍ପନ୍ନ ହୋଇଛି ?
Answer:
ନଦୀ

Question 9.
‘ଗଧ’ର ତତ୍‌ସମ ରୂପଟି କ’ଣ ?
Answer:
ଗଦ୍ଦଭ

Question 10.
‘ ଅକଲ’ ଶବ୍ଦଟି କେଉଁ ଭାଷାରୁ ଆମ ଭାଷାକୁ ଆସିଛି ?
Answer:
ଯାବନିକ

Question 11.
‘ଟିକେଟ୍’ କେଉଁ ଭାଷାର ଶବ୍ଦ ଅଟେ ?
Answer:
ଇଂରାଜୀ

Question 12.
‘ପୂତ’ ଶବ୍ଦର ଅର୍ଥ କ’ଣ ?
Answer:
ପବିତ୍ର ରୁଦ୍

Question 13.
‘ଗମନ କରିବାର ଇଚ୍ଛା’ – ଏକପଦରେ ପ୍ରକାଶ କଲେ କ’ଣ ହେବ ?
Answer:
ଜିଗମିଷା

BSE Odisha 9th Class Odia Grammar ଶବ୍ଦ ଗଠନ

Question 14.
‘ରୋରୁଦ୍ୟମାନ’ ପଦର ମୂଳଧାତୁ କ’ଣ ?
Answer:
ରୁଦ୍

Question 15.
‘ଚାଳିତ’ ଶବ୍ଦର ମୂଳଧାତୁ କ’ଣ ?
Answer:
ଚଳ୍

Question 16.
ମୌଳିକ ଶବ୍ଦ ତଥା ଧାତୁକୁ କ’ଣ କୁହାଯାଏ ?
Answer:
ପ୍ରକୃତି

Question 17.
ପ୍ରକୃତି ସହିତ କେଉଁ ଶବ୍ଦ ଯୁକ୍ତ ହୋଇ ନୂତନ ଶବ୍ଦ ସୃଷ୍ଟି ହୋଇଥାଏ ।
Answer:
ପ୍ରତ୍ୟୟ

Question 18.
ଓଡ଼ିଆ ଭାଷାରେ ଅପ୍ରାଣୀବାଚକ ବିଶେଷ୍ୟଗୁଡ଼ିକୁ କେଉଁ ଲିଙ୍ଗଭାବେ ଗ୍ରହଣ କରାଯାଏ ?
Answer:
କ୍ଲବଲିଙ୍ଗ

Question 19.
ପୁଂଲିଙ୍ଗକୁ ସ୍ତ୍ରୀଲିଙ୍ଗ କଲାବେଳେ ଅନେକ ସ୍ଥଳରେ କ’ଣ ଯୁକ୍ତ ହୋଇଥାଏ ?
Answer:
ପ୍ରତ୍ୟୟ

Question 20.
ଶିବାନୀ – କେଉଁ ପ୍ରତ୍ୟୟ ପ୍ରୟୋଗ କରାଯାଇଛି ?
Answer:
ଆନୀ

C ଶୂନ୍ୟସ୍ଥାନ ପୂରଣ କର ।
1. ‘ଇନ୍ଦ୍ର’ର ସ୍ତ୍ରୀଲିଙ୍ଗ ରୂପଟି ____________________ ।
Answer:
ଇନ୍ଦ୍ରାଣୀ

2. ‘ଜନକ’ର ସ୍ତ୍ରୀଲିଙ୍ଗ ରୂପଟି _____________________ ।
Answer:
ଜନନା

BSE Odisha 9th Class Odia Grammar ଶବ୍ଦ ଗଠନ

3. ‘ବଗ’ ଶବ୍ଦରେ ‘ଉଲୀ’ ପ୍ରତ୍ୟୟ ଯୁକ୍ତ ହୋଇ ତାହାର ଶବ୍ଦଟି ଗଠିତ ହୋଇଛି ।
Answer:
ବଗୁଲୀ

4. ଯେଉଁଥୁରୁ ବସ୍ତୁର ବା ବ୍ୟକ୍ତିର ସଂଖ୍ୟା ଜଣାପଡ଼େ, ତାହାକୁ ________________ କହନ୍ତି ।
Answer:
ବଚନ

5. ଯେଉଁ ପଦରୁ ବସ୍ତୁର ବା ବ୍ୟକ୍ତିର ସଂଖ୍ୟା ଗୋଟିଏ ବୋଲି ଜଣାପଡ଼େ, ତାହାକୁ ___________________ କୁହାଯାଏ ।
Answer:
ଏକବଚନ

6. ‘ଖଜଣା’– ଶବ୍ଦଟି ____________________ ବିଦେଶୀ ଶବ୍ଦରୁ ଆସିଅଛି ?
Answer:
ପାରସିକ

7. ଗଠନ ଦୃଷ୍ଟିରୁ ଶବ୍ଦ ଭଣ୍ଡାରକୁ _____________________ ଭାଗରେ ବିଭକ୍ତ କରାଯାଇଛି ।
Answer:
ଦୁଇ

8. ଯେଉଁ ଶବ୍ଦରୁ କୌଣସି ଉପାୟରେ ଗୋଟିଏ ହେଲେ ବି ବର୍ଣ୍ଣ କାଟିହୁଏ ନାହିଁ, ତା’କୁ __________________ ଶବ୍ଦ କୁହାଯାଏ ।
Answer:
ମୌଳିକ

9. ‘ଣିଚ୍’ ପ୍ରତ୍ୟୟ ଯୁକ୍ତ ହୋଇ ଗଢ଼ାଯାଇଥିବା ଧାତୁକୁ _________________ ଧାତୁ କୁହାଯାଏ ।
Answer:
ଣିଜନ୍ତ

10. ମୂଳଶବ୍ଦର ପୂର୍ବରୁ ବା ପରେ ଆଉ ଏକ ରୂପ ସଂଯୋଗ କରି ଗଠନ କରାଯାଉଥିବା ନୂତନ ଶବ୍ଦକୁ _______________ ଶବ୍ଦ କହନ୍ତି ।
Answer:
ବ୍ୟୁତ୍‌ପନ୍ନ

11. ପ୍ରୟୋଜକ ପଦ ଗଢ଼ିବାପାଇଁ ଧାତୁରେ ________________ ପ୍ରତ୍ୟୟ ଯୋଗ କରାଯାଏ ?
Answer:
ଣିଚ୍

12. କ୍ରିୟାପଦର ମୂଳରୂପକୁ _____________________ କହନ୍ତି ।
Answer:
ଧାତୁ

13. ଇଚ୍ଛା ଅର୍ଥରେ ଧାତୁ ପରେ _______________ ପ୍ରତ୍ୟୟ ହୁଏ ।
Answer:
ସନ୍

14. ‘ସନ୍’ ପ୍ରତ୍ୟୟ ନିଷ୍ପନ୍ନ ପଦକୁ _______________ ପଦ କୁହାଯାଏ ।
Answer:
ସନ୍ତନ୍ତ

BSE Odisha 9th Class Odia Grammar ଶବ୍ଦ ଗଠନ

15. ଧାତୁ ସହିତ ‘ସନ୍’ ପ୍ରତ୍ୟୟ ଯୋଗ କରାଯିବାପରେ _____________________ ପ୍ରତ୍ୟୟ ଯୁକ୍ତ ହୋଇଥାଏ ।
Answer:
‘ଆ’ କିମ୍ବା ‘ଉ’

16. ଶୁଣିବାର ଇଚ୍ଛା– ଏକପଦରେ __________________ ହେବ ।
Answer:
ଶୁଶ୍ରୂଷା

D. ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ଏକ ବା ଏକାଧ୍ଵକ ବର୍ଣ୍ଣ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କରୁଥିଲେ, ତାକୁ କ’ଣ କହନ୍ତି ?
(A) ଲିପି
(B) ଶବ୍ଦ
(C) ଧ୍ବନି
(D) ବର୍ଣ୍ଣ
Answer:
(B) ଶବ୍ଦ

2. ଭାବ ବିନିମୟର ସର୍ବଶ୍ରେଷ୍ଠ ମାଧ୍ୟମଟି କ’ଣ ?
(A) ବାକ୍ୟ
(B) ବଣ୍ଣ
(C) ଭାଷା
(D) ବ୍ୟାକରଣ
Answer:
(C) ଭାଷା

3. ଓଡ଼ିଆ ଭାଷା ଭଣ୍ଡାରକୁ କେତେ ଭାଗରେ ବିଭକ୍ତ
(A) ୨ ଭାଗରେ
(B) ୩ ଭାଗରେ
(C) ୪ ଭାଗରେ
(D) ୫ ଭାଗରେ
Answer:
(C) ୪ ଭାଗରେ

4. ସଂସ୍କୃତ ଭାଷାର ଯେଉଁ କେତେକ ଶବ୍ଦ ଅପରିବର୍ତ୍ତିତ ହୋଇ ଆସୁଛନ୍ତି, ସେଗୁଡ଼ିକୁ କି ଶବ୍ଦ କହନ୍ତି ?
(A) ତମ
(B) ତଦ୍‌ଭବ
(C) ଦେଶଜ
(D) ବୈଦେଶିକ
Answer:
(A) ତମ

5. କେଉଁଟି ତତ୍‌ସମ ଶବ୍ଦ ବାଛି ଲେଖ ।
(A) ଗଧ
(B) ଘୋଡ଼ା
(C) ଆକାଶ
(D) ନଈ
Answer:
(C) ଆକାଶ

6. ସଂସ୍କୃତ ଶବ୍ଦମାନଙ୍କରୁ ଜାତ ହୋଇ ଓଡ଼ିଆ ଭାଷାରେ ବ୍ୟବହୃତ ହେଉଥ‌ିବା ଶବ୍ଦଗୁଡ଼ିକୁ କି ଶବ୍ଦ କୁହାଯାଏ ?
(A) ତମ
(B) ବୈଦେଶିକ
(C) ପାରସିକ
(D) ତଦ୍‌ଭବ
Answer:
(D) ତଦ୍‌ଭବ

BSE Odisha 9th Class Odia Grammar ଶବ୍ଦ ଗଠନ

7. କେଉଁଟି ତତ୍‌ସମ ଶବ୍ଦ ନୁହେଁ ?
(A) ନଦୀ
(B) ପର୍ବତ
(C) ଘିଅ
(D) ସଂସାର
Answer:
(C) ଘିଅ

8. ଓଡ଼ିଶାରେ ପ୍ରଚଳିତ ଦେଶଜ ଶବ୍ଦର କେତୋଟି ସ୍ତର ଅଛି ?
(A) ଦ୍ବିବିଧ
(B) ତ୍ରିବିଧ
(C) ଚତୁର୍ବିଧ
(D) ପଞ୍ଚବିଧ
Answer:
(B) ତ୍ରିବିଧ

9. କେଉଁଟି ଏକ ଆଦିବାସୀ ଶବ୍ଦ ନୁହେଁ ?
(A) ଅଟେଇ
(B) ଅରମା
(C) ଆଣ୍ଠୁ
(D) ଅଗାଡ଼ି
Answer:
(D) ଅଗାଡ଼ି

10. କେଉଁଟି ଏକ ଦ୍ରାବିଡ଼ ଶବ୍ଦ ନୁହେଁ ?
(A) ଅଡ଼ା
(B) ଢିଙ୍କି
(C) ଆରିସା
(D) ଏଣ୍ଡୁରି
Answer:
(B) ଢିଙ୍କି

11. ନିମ୍ନୋକ୍ତ ମଧ୍ଯରୁ କିଏ ଏକ ଶବ୍ଦ ନୁହେଁ ?
(A) ହଡ଼ସ
(B) ସହର
(C) ସରବତ
(D) ଅବିରତ
Answer:
(A) ହଡ଼ସ

12. ‘ନଈ’ ଶବ୍ଦଟି କେଉଁ ସଂସ୍କୃତ ଶବ୍ଦରୁ ଉତ୍ପନ୍ନ ହୋଇଛି ?
(A) ନଦୀ
(B) ନଦ
(C) ସରିତ
(D) ତଟିନୀ
Answer:
(A) ନଦୀ

13. ‘ଗଧ’ର ତତ୍‌ସମ ରୂପଟି କ’ଣ ?
(A) ଘୋଟକ
(B) ଗର୍ଭଭ
(C) ଗାଭୀ
(D) ଗର୍ଭଭ
Answer:
(B) ଗର୍ଭଭ

BSE Odisha 9th Class Odia Grammar ଶବ୍ଦ ଗଠନ

14. ‘ଅକଲ’ ଶବ୍ଦଟି କେଉଁ ଭାଷାରୁ ଆମ ଭାଷାକୁ ଆସିଛି ?
(A) ପାରସିକ
(B) ଯାବନିକ
(C) ତୁର୍କୀ
(D) ପର୍ତ୍ତୁଗୀଜ
Answer:
(B) ଯାବନିକ

15. ‘ଟିକେଟ୍’ କେଉଁ ଭାଷାର ଶବ୍ଦ ଅଟେ ?
(A) ତୁର୍କୀ
(B) ପର୍ତ୍ତୁଗୀଜ
(C) ଇଂରାଜୀ
(D) ଯାବନିକ
Answer:
(C) ଇଂରାଜୀ

16. ‘ପୂତ’ ଶବ୍ଦର ଅର୍ଥ କ’ଣ ?
(A) ପୁଅ
(B) ଦୁର୍ଗମ .
(C) ପବିତ୍ର
(D) ବଂଶ
Answer:
(C) ପବିତ୍ର

17. ନିମ୍ନୋକ୍ତ ମଧ୍ୟରୁ କାହାର ଅର୍ଥ ‘ଭୋଜନ’ ଅଟେ ?
(A) ଅଶନ
(B) ଅସନ
(C) ଅଷନ
(D) ଆସନ
Answer:
(A) ଅଶନ

18. ‘ଗମନ କରିବାର ଇଚ୍ଛା’ – ଏକ ପଦରେ ପ୍ରକାଶ କଲେ କ’ଣ ହେବ ?
(A) ଜିଗମିଷା
(B) ଜିଗୀଷା
(C) ଜିଜ୍ଞାସା
(D) ଗମନିଷା
Answer:
(A) ଜିଗମିଷା

19. ‘ରୋରୁଦ୍ୟମାନ’ ପଦର ମୂଳଧାତୁ କ’ଣ ?
(A) ବୁଦ୍
(B) ରୁର୍
(C) ରୋଦ୍
(D) ରୋର୍
Answer:
(A) ବୁଦ୍

20. ‘ଚାଳିତ’ ଶବ୍ଦର ମୂଳଧାତୁ କ’ଣ ?
(A) ଚାଳ୍
(B) ଚଳ୍
(C) ଚାଳ
(D) ଚାଲ୍
Answer:
(B) ଚଳ୍

21. ମୌଳିକ ଶବ୍ଦ ତଥା ଧାତୁକୁ କ’ଣ କୁହାଯାଏ ?
(A) ବ୍ୟୁତ୍‌ପନ୍ନ ଶବ୍ଦ
(B) ପ୍ରାକୃତିକ
(C) ପ୍ରକୃତି
(D) ମୂଳରୂପ
Answer:
(C) ପ୍ରକୃତି

BSE Odisha 9th Class Odia Grammar ଶବ୍ଦ ଗଠନ

22. ପ୍ରକୃତି ସହିତ ___________________ ଯୁକ୍ତ ହୋଇ ନୂତନ ଶବ୍ଦ ସୃଷ୍ଟି ହୋଇଥାଏ ।
(A) ଧାତୁ
(B) ଉପସର୍ଗ
(C) ସନ୍ଧି
(D) ପ୍ରତ୍ୟୟ
Answer:
(D) ପ୍ରତ୍ୟୟ

23. ଓଡ଼ିଆ ଭାଷାରେ ଅପ୍ରାଣୀବାଚକ ବିଶେଷ୍ୟଗୁଡ଼ିକୁ କେଉଁ ଲିଙ୍ଗଭାବେ ଗ୍ରହଣ କରାଯାଏ ?
(A) ପୁଂଲିଙ୍ଗ
(B) ସ୍ତ୍ରୀଲିଙ୍ଗ
(C) କ୍ଲବଲିଙ୍ଗ
(D) ଉଭୟଲିଙ୍ଗ
Answer:
(C) କ୍ଲବଲିଙ୍ଗ

CHSE Odisha Class 12 Education Solutions Chapter 9 ପ୍ରାଥମିକ ଶିକ୍ଷାର ସାର୍ବଜନୀନୀକରଣ ଓ ଶିକ୍ଷାଧିକାର

Odisha State Board CHSE Odisha Class 12 Foundation of Education Solutions Chapter 9 ପ୍ରାଥମିକ ଶିକ୍ଷାର ସାର୍ବଜନୀନୀକରଣ ଓ ଶିକ୍ଷାଧିକାର Questions and Answers.

CHSE Odisha 12th Class Education Solutions Chapter 9 ପ୍ରାଥମିକ ଶିକ୍ଷାର ସାର୍ବଜନୀନୀକରଣ ଓ ଶିକ୍ଷାଧିକାର

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. କେତେଦିନ ମଧ୍ୟରେ ନିଶ୍ଚିତ ଶିକ୍ଷା ଯୋଜନାରେ ସ୍କୁଲ ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ଅଛି ?
(i) ୧୨୦ ଦିନ
(ii) ୧ ବର୍ଷ
(iii) ୧୦୦ ଦିନ
(iv) ୩୦ ଦିନ
Answer:
(iii) ୧୦୦ ଦିନ

2. ବିଶ୍ବ ସାକ୍ଷରତା ଦିବସ କେବେ ପାଳନ କରାଯାଏ ?
(i) ସେପ୍ଟେମ୍ବର ୮
(ii) ଫେବୃୟାରୀ ୧୮
(iii) ସେପ୍ଟେମ୍ବର ୮
(iv) ଫେବୃୟାରୀ ୧୮
Answer:
(iii) ସେପ୍ଟେମ୍ବର ୮

3. କିଏ ପ୍ରଥମେ ପ୍ରାଥମିକ ଶିକ୍ଷାକୁ ବାଧ୍ୟତାମୂଳକ ଓ ସାର୍ବଜନୀନ କରିବା ନିମିତ୍ତ ଉଦ୍ୟମ କରିଥିଲେ ?
(i) ବାଲ୍ ଗଙ୍ଗାଧର ତିଲକ
(ii) ମହାତ୍ମା ଗାନ୍ଧି
(iii) ଗୋପାଳକୃଷ୍ଣ ଗୋଖଲେ
(iv) ଗୋପବନ୍ଧୁ ଦାସ
Answer:
(iii) ଗୋପାଳକୃଷ୍ଣ ଗୋଖଲେ

4. ଶିକ୍ଷାର୍ଥୀ ପ୍ରାଥମିକ ଶିକ୍ଷାର ସମୟସୀମା ପୂର୍ବରୁ ଯଦି ପାଠତ୍ୟାଗ କରେ, ତେବେ ତାକୁ କ’ଣ କୁହାଯିବ ?
(i) ପାଠତ୍ୟାଗ
(ii) ଅପଚୟ
(iii) ଆବଦ୍ଧତା
(iv) ସ୍କୁଲତ୍ୟାଗୀ
Answer:
(ii) ଅପଚୟ

CHSE Odisha Class 12 Education Solutions Chapter 9 ପ୍ରାଥମିକ ଶିକ୍ଷାର ସାର୍ବଜନୀନୀକରଣ ଓ ଶିକ୍ଷାଧିକାର

5. କେଉଁ ମସିହାରେ କୋଠାରୀ ଶିକ୍ଷା କମିଶନ କାର୍ଯ୍ୟ ଆରମ୍ଭ କରାଯାଇଥିଲା ?
(i) ୧୯୫୨
(ii) ୧୯୮୬
(iii) ୧୯୬୮
(iv) ୧୯୬୪
Answer:
(iv) ୧୯୬୪

6. ‘ନିନାଦ’ କାର୍ଯ୍ୟକ୍ରମଟି ପ୍ରାଥମିକ ଶିକ୍ଷାର କେଉଁ ଉପାଦାନର ବିକାଶ ନିମିତ୍ତ କରାଯାଇଛି ?
(i) ସଫଳତା ହାର
(ii) ପଞ୍ଜୀକରଣ
(iii) ସୁଯୋଗ ପ୍ରଦାନ
(iv) ରକ୍ଷଣ
Answer:
(ii) ପଞ୍ଜୀକରଣ

7. ଡି.ପି.ଇ.ପି.ର ପୂରା ନାମ କ’ଣ ?
(i) District Primary Education Project
(ii) District Programme in Primary Education
(iii) District Primary Education Programme
(iv) Direct Primary Education Programme
Answer:
(iii) District Primary Education Programme

8. ଶିକ୍ଷାକୁ ମୌଳିକ ଅଧିକାରର ମାନ୍ୟତା କେଉଁ ଧାରାରେ ଦିଆଯାଇଛି ?
(i) ୨୧ (କ)
(ii) ୪୫
(iii) ୪୬
(iv) ୩୧
Answer:
(i) ୨୧ (କ)

9. ଭାରତୀୟ ସମ୍ବିଧାନର ୪୫ ଧାରାରେ କେତେ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପ୍ରାଥମିକ ଶିକ୍ଷା ଦେବାପାଇଁ ସୁପାରିସ କରାଯାଇଛି ?
(i) ୭ – ୧୫ ବର୍ଷ
(ii) ୬ – ୧୪ ବର୍ଷ
(iii) ୭ – ୧୪ ବର୍ଷ
(iv) ୭ – ୧୧ ବର୍ଷ
Answer:
(ii) ୬ – ୧୪ ବର୍ଷ

10. ଭାରତର ସମ୍ବିଧାନ କେବେ କାର୍ଯ୍ୟକାରୀ ହେଲା ?
(i) ୧୯୪୨ ମସିହା
(ii) ୧୯୪୭ ମସିହା
(iii) ୧୯୫୦ ମସିହା
(iv) ୧୯୬୦ ମସିହା
Answer:
(iii) ୧୯୫୦ ମସିହା

11. ଅପଚୟ ଏବଂ ଆବଦ୍ଧତା ଦୂର କରିବାପାଇଁ ନିମ୍ନୋକ୍ତ କେଉଁ ଉପାୟଟି ଅବଲମ୍ବନ କରାଯାଇପାରିବ ନାହିଁ ?
(i) ମଧ୍ୟାହ୍ନ ଭୋଜନ
(ii) ନିକଟରେ ବିଦ୍ୟାଳୟ ପ୍ରତିଷ୍ଠା
(iii) ପ୍ରତିଦିନ ପ୍ରାର୍ଥନା କରାଇବା
(iv) ନାରୀ ଶିକ୍ଷୟିତ୍ରୀ ନିଯୁକ୍ତି ଦେବା
Answer:
(iii) ପ୍ରତିଦିନ ପ୍ରାର୍ଥନା କରାଇବା

12. ନିମ୍ନୋକ୍ତ କେଉଁ କାରଣଟି ଶିକ୍ଷାର ପ୍ରସାରରେ ପ୍ରତିବନ୍ଧକ ଅଟେ ?
(i) ଜାତୀୟ ଚେତନାର ଅଭାବ
(ii) ଅସାମାଜିକ ମନୋଭାର୍ବ
(iii) ଶିକ୍ଷକଙ୍କର ଦରମା ବୃଦ୍ଧି
(iv) ଜନସଂଖ୍ୟା ବୃଦ୍ଧି
Answer:
(iv) ଜନସଂଖ୍ୟା ବୃଦ୍ଧି

13. କୌଣସି ପିଲା ପ୍ରକୃତ ସମୟ ସୀମା ମଧ୍ଯରେ ଶିକ୍ଷାର ପରିସମାପ୍ତି ନ କରି ଏକ ଶ୍ରେଣୀ ପାଇଁ ଏକାଧ୍ଵକ ବର୍ଷ ଆବଶ୍ୟକ କରିବାକୁ କ’ଣ କୁହାଯାଏ ?
(i) ଅପଚୟ
(ii) ଆବଦ୍ଧତା
(iii) ଅପଚୟ ଏବଂ ଆବଦ୍ଧତା
(iv) ତିନୋଟିରୁ କୌଣସି ନୁହେଁ
Answer:
(ii) ଆବଦ୍ଧତା

14. ସମ୍ବିଧାନର କେତେତମ ସଂଶୋଧନରେ ୬-୧୪ ବର୍ଷର ପିଲାମାନଙ୍କ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ବିଧେୟକ ଗୃହୀତ ହୋଇଛି ?
(i) ୪୮ ତମ
(ii) ୮୪ ତମ
(iii) ୯୩ ତମ
(iv) ୯୬ ତମ
Answer:
(iii) ୯୩ ତମ

15. ପ୍ରାଥମିକ ଶିକ୍ଷା ଶେଷ କରିବା ପର୍ଯ୍ୟନ୍ତ ପିଲାକୁ ପ୍ରାଥମିକ ଶ୍ରେଣୀରେ ଧରି ରଖୁବାକୁ କ’ଣ କୁହାଯାଏ ?
(i) ସାର୍ବଜନୀନ ବ୍ୟବସ୍ଥା
(ii) ସାର୍ବଜନୀନ ଧାରଣ
(iii) ସାର୍ବଜନୀନ ପଞ୍ଜୀକରଣ
(iv) ସାର୍ବଜନୀନ ଆବଦ୍ଧତା
Answer:
(ii) ସାର୍ବଜନୀନ ଧାରଣ

CHSE Odisha Class 12 Education Solutions Chapter 9 ପ୍ରାଥମିକ ଶିକ୍ଷାର ସାର୍ବଜନୀନୀକରଣ ଓ ଶିକ୍ଷାଧିକାର

16. ଡି.ପି.ଇ.ପି.ର ପୂରା ଓଡ଼ିଆ ନାମ କ’ଣ ?
(i) ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ
(ii) ଜିଲ୍ଲା ପ୍ରାଥମିକ ଶିକ୍ଷା ପ୍ରକଳ୍ପ
(iii) ଜିଲ୍ଲା ପ୍ରାଥମିକ ଶିକ୍ଷାନୀତି
(iv) ଜିଲ୍ଲା ନୀତି ପ୍ରାଥମିକ ଶିକ୍ଷା
Answer:
(i) ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ

17. ଏମ୍.ଏଲ୍.ଏଲ୍.ର ପୂରା ଓଡ଼ିଆ ନାମ କ’ଣ ?
(i) ସର୍ବନିମ୍ନ ଶିକ୍ଷାର୍ଥୀ ସ୍ତର
(ii) ସର୍ବନିମ୍ନ ଶିକ୍ଷଣ ସ୍ତର
(iii) ସର୍ବୋଚ୍ଚ ଶିକ୍ଷାର୍ଥୀ ସ୍ତର
(iv) ସର୍ବୋଚ୍ଚ ଶିକ୍ଷଣ ସ୍ତର
Answer:
(ii) ସର୍ବନିମ୍ନ ଶିକ୍ଷଣ ସ୍ତର

18. ନିମ୍ନଲିଖ ମଧ୍ୟରୁ କେଉଁଟି ପ୍ରାଥମିକ ଶିକ୍ଷା ପାଇଁ ଅଭିନବ ପଦକ୍ଷେପ ଅଟେ ?
(i) ସମସ୍ତଙ୍କ ପାଇଁ ଶିକ୍ଷା
(ii) ଜାତୀୟ ସେବା ଯୋଜନା
(iii) ଇକୋକ୍ଲବ୍
(iv) ରେଡ୍‌ରିବନ କ୍ଲବ୍
Answer:
(i) ସମସ୍ତଙ୍କ ପାଇଁ ଶିକ୍ଷା

19. ନିମ୍ନଲିଖୂତ ମଧ୍ୟରୁ କେଉଁଟି ବିଦ୍ୟାଳୟ ଶିକ୍ଷାର ଅପଚୟ ଓ ଆବଦ୍ଧତା ଧାରଣା ସହିତ ସମ୍ପୃକ୍ତ ?
(i) କୋଠାରୀ କମିଶନ
(ii) ହଣ୍ଟର କମିଶନ
(iii) ହାର୍ଟର୍ କମିଟି
(iv) ମୁଦାଲିୟର କମିଶନ
Answer:
(iii) ହାର୍ଟର୍ କମିଟି

20. ଭାରତୀୟ ସମ୍ବିଧାନର କେଉଁ ଧାରାରେ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣା ଓ ବାଧ୍ୟତାମୂଳକ
(i) ଧାରା ୪୭
(ii) ଧାରା ୪୮
(iii) ଧାରା ୩୦
(iv) ଧାରା ୪୫
Answer:
(iv) ଧାରା ୪୫

21. ଶିକ୍ଷା ଅଧ୍ୟାର ଆଇନ କେବେଠାରୁ କାର୍ଯ୍ୟକ୍ଷମ ହେଲା ?
(i) ଅପ୍ରେଲ, ୨୦୧୦ ମସିହା
(ii) ଅପ୍ରେଲ, ୨୦୦୯ ମସିହା
(iii) ଜାନୁୟାରୀ, ୨୦୦୯ ମସିହା
(iv) ଜାନୁୟାରୀ, ୨୦୧୦ ମସିହା
Answer:
(i) ଅପ୍ରେଲ, ୨୦୧୦ ମସିହା

22. ଶିକ୍ଷାରେ ୧୯୬୪-୧୯୬୬ ମସିହା କାହିଁକି ଗୁରୁତ୍ଵପୂର୍ଣ୍ଣ ?
(i) ଚୄଭିଗତ ଶିକ୍ଷାର ପ୍ରଚଳନ
(iii) ଜାତୀୟ ଶିକ୍ଷାନୀତି ପ୍ରଣୟନ
(ii) ମୌଳିକ ଶିକ୍ଷାର ପୁନର୍ବିନ୍ୟାସ
(iv) ଶିକ୍ଷା ଆୟୋଗର ରିପୋର୍ଟ ପ୍ରଦାନ
Answer:
(iv) ଶିକ୍ଷା ଆୟୋଗର ରିପୋର୍ଟ ପ୍ରଦାନ

23. ଶିକ୍ଷା ଅଧିକାର ଆଇନ ଅନୁସାରେ ପ୍ରାଥମିକ ସ୍ତରରେ ବୋର୍ଡ ପରୀକ୍ଷା କିପରି କରାଯିବ ?
(i) ପ୍ରାଥମିକ ସ୍ତରରେ ବୋର୍ଡ ପରୀକ୍ଷା କରାଯାଇ ପାରିବ ନାହିଁ
(ii) ପ୍ରତ୍ୟେକ ଶ୍ରେଣୀ ଶେଷରେ
(iii) ୫ମ ଶ୍ରେଣୀ ସମାପ୍ତି ପରେ
(iv) ୮ମ ଶ୍ରେଣୀ ସମାପ୍ତି ପରେ
Answer:
(iv) ୮ମ ଶ୍ରେଣୀ ସମାପ୍ତି ପରେ

24. ଶିକ୍ଷା ଅଧ୍ୟାର ଆଇନ ଆଧରିତ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ବିଦ୍ୟାଳୟ ପରିଚାଳନା କମିଟିରେ କେତେଜଣ ସଭ୍ୟ ରହିପାରିବେ ?
(i) ୧୦ ରୁ ୧୫ ଜଣଙ୍କ ମଧ୍ୟରେ
(ii) ୧୨ ରୁ ୧୬ ଜଣଙ୍କ ମଧ୍ୟରେ
(iii) ୨୦ ରୁ ୨୫ ଜଣ ମଧ୍ୟରେ
(iv) ୧୫ ରୁ ୨୦ ଜଣଙ୍କ ମଧ୍ୟରେ
Answer:
(i) ୧୦ ରୁ ୧୫ ଜଣଙ୍କ ମଧ୍ୟରେ

B. ଶୂନ୍ୟସ୍ଥାନ ପୂରଣ କର ।

1. ________________ ମସିହାରେ ବରୋଦାର ମହାରାଜା ସାହାଜୀ ରାଓ ସମସ୍ତଙ୍କ ନିକଟରେ ଶିକ୍ଷା ପହଞ୍ଚାଇବାପାଇଁ ପ୍ରୟାସ କରିଥିଲେ ।
Answer:
୧୮୯୩

2. ୧୯୧୦ ମସିହାରେ ________________ ବରୋଦା ମହାରାଜାଙ୍କ ନିକଟରେ ପ୍ରାଥମିକ ଶିକ୍ଷାକୁ ବାଧ୍ୟତାମୂଳକ କରିବାପାଇଁ ବିଲ୍ ଉପସ୍ଥାପନ କରିଥିଲେ ।
Answer:
ଗୋପାଳକୃଷ୍ଣ ଗୋଖଲେ

3. ୧୯୩୭ ମସିହାରେ ମୁକ୍ତ ଏବଂ ବାଧ୍ୟତାମୂଳକ ଶିକ୍ଷା ପାଇଁ ________________ ସଫଳ ପ୍ରୟାସ କରିଥିଲେ ।
Answer:
ମହାତ୍ମା ଗାନ୍ଧି

CHSE Odisha Class 12 Education Solutions Chapter 9 ପ୍ରାଥମିକ ଶିକ୍ଷାର ସାର୍ବଜନୀନୀକରଣ ଓ ଶିକ୍ଷାଧିକାର

4. ________________ ତମ ସମ୍ବିଧାନ ସଂଶୋଧନରେ ୬-୧୪ ବର୍ଷ ପର୍ଯ୍ୟନ୍ତ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ଦିଆଯିବାର ବ୍ୟବସ୍ଥା ହୋଇଛି ।
Answer:
୯୩

5. ସାର୍ବଜନୀନ ବ୍ୟବସ୍ଥା କହିଲେ ________________ କୁ ବୁଝାଏ ।
Answer:
ଚଲାବାଟରେ ପ୍ରାଥମିକ ବିଦ୍ୟାଳୟର ବ୍ୟବସ୍ଥା

6. ପଞ୍ଜୀକରଣର ଅର୍ଥ ________________ ଅଟେ ।
Answer:
ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ୬ରୁ ୧୪ ବର୍ଷ ସମସ୍ତଙ୍କର ନାମଲେଖା

7. ୨୦୧୧ ଜନଗଣନା ଅନୁସାରେ ଭାରତର ସାକ୍ଷରତା ହାର ________________ % ।
Answer:
୭୪.୦୪

8. ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାର ସାକ୍ଷରତା ହାର ________________ % ।
Answer:
୭୩.୪୫

9. ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାରେ ପୁରୁଷ ସାକ୍ଷରତା ହାର ________________ % ।
Answer:
୮୨.୪୪

10. ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାରେ ନାରୀ ସାକ୍ଷରତା ହାର ________________ % ।
Answer:
୭୪.୪୪

C. ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ଶିକ୍ଷାଧ୍ଵର ଶାରୀରିକ ଦଣ୍ଡକୁ ପ୍ରୋତ୍ସାହିତ କରେ ।
Answer:
ଶିକ୍ଷାଧ୍ଵର ଶାରୀରିକ ଦଣ୍ଡକୁ ବାରଣ କରେ ।

2. ଭାରତୀୟ ସମ୍ବିଧାନ ୫୧ ଧାରାରେ ମାଗଣା ଓ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ନିମନ୍ତେ ପ୍ରତିଶ୍ରୁତି ଦିଆଯାଇଛି ।
Answer:
ଭାରତୀୟ ସମ୍ବିଧାନ ୪୫ ଧାରାରେ ମାଗଣା ଓ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ନିମନ୍ତେ ପ୍ରତିଶ୍ରୁତି ଦିଆଯାଇଛି ।

3. ପ୍ରାଥମିକ ବିଦ୍ୟାଳୟରେ ନାମଲେଖା ପାଇଁ ପିଲାର ବୟସ ସାଧାରଣତଃ ୪+ ହେବା ଦରକାର ।
Answer:
ପ୍ରାଥମିକ ବିଦ୍ୟାଳୟରେ ନାମଲେଖା ପାଇଁ ପିଲାର ବୟସ ସାଧାରଣତଃ ୫+ ହେବା ଦରକାର ।

4. ଏମ୍.ଏଲ୍.ଏଲ୍.ର ପୂରା ନାମ – ମ୍ୟାକ୍ସିମମ୍ ଲେଭେଲ୍ ଅଫ୍ ଲଣ୍ଡିଂ ।
Answer:
ଏମ୍.ଏଲ୍.ଏଲ୍‌ର ପୂରା ନାମ – ମିନିମମ୍ ଲେଭେଲ୍‌ ଅଫ୍ ଲଣ୍ଡିଂ ।

5. ନବୋଦୟ ବିଦ୍ୟାଳୟରେ ନାମଲେଖା ବୟସସୀମା ୬-୧୪ ବର୍ଷ ଅଟେ ।
Answer:
ନବୋଦୟ ବିଦ୍ୟାଳୟରେ ନାମଲେଖା ବୟସସୀମା ୯-୧୩ ବର୍ଷ ଅଟେ ।

6. DPEP କର୍ତ୍ତୃପକ୍ଷ ଶିକ୍ଷାର ସାର୍ବଜୀନକରଣ ପାଇଁ ଓଡ଼ିଶାରେ କାର୍ଯ୍ୟ କରୁଛନ୍ତି ।
Answer:
OPEPA କର୍ତ୍ତୃପକ୍ଷ ଶିକ୍ଷାର ସାର୍ବଜୀନକରଣ ପାଇଁ ଓଡ଼ିଶାରେ କାର୍ଯ୍ୟ କରୁଛନ୍ତି ।

7. ଯଦି ଶିକ୍ଷାର୍ଥୀ ଗୋଟିଏ ଶ୍ରେଣୀରେ ଏକାଧ୍ଵକବାର ରୁହେ ତେବେ ତାହାକୁ ଶିକ୍ଷାର ଅପଚୟ କୁହାଯାଏ ।
Answer:
ଯଦି ଶିକ୍ଷାର୍ଥୀ ଗୋଟିଏ ଶ୍ରେଣୀରେ ଏକାଧ୍ଵକବାର ରୁହେ ତେବେ ତାହାକୁ ଶିକ୍ଷାର ଆବଦ୍ଧତା କୁହାଯାଏ ।

8. ସମ୍ବିଧାନର ୨୨(କ) ଧାରା ଅନୁସାରେ ସମସ୍ତଙ୍କ ପାଇଁ ଶିକ୍ଷା ଏକ ମୌଳିକ ଅଧିକାର ରୂପେ ବିବେଚନା କରାଯାଇଛି ।
Answer:
ସମ୍ବିଧାନର ୨୧(କ) ଧାରା ଅନୁସାରେ ସମସ୍ତଙ୍କ ପାଇଁ ଶିକ୍ଷା ଏକ ମୌଳିକ ଅଧିକାର ରୂପେ ବିବେଚନା କରାଯାଇଛି ।

9. ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଗୋଷ୍ଠୀର ସହଯୋଗ ନିମନ୍ତେ ଗ୍ରାମ୍ୟ ଶିକ୍ଷା ଅନୁସନ୍ଧାନ ସମିତି କାର୍ଯ୍ୟ କରିଥାଏ ।
Answer:
ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଗୋଷ୍ଠୀର ସହଯୋଗ ନିମନ୍ତେ ଗ୍ରାମ୍ୟ ଶିକ୍ଷା ସମିତି କାର୍ଯ୍ୟ କରିଥାଏ ।

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

1. ସାର୍ବଜନୀନ ପ୍ରାଥମିକ ଶିକ୍ଷା ପାଇଁ ସମ୍ବିଧାନର କେଉଁ ଧାରାରେ ନିର୍ଦ୍ଦେଶ ଦିଆଯାଇଛି ଓ ତାହା କ’ଣ ?
Answer:
ସାର୍ବଜନୀନ ପ୍ରାଥମିକ ଶିକ୍ଷା ପାଇଁ ସମ୍ବିଧାନର ୪୫ ଧାରାରେ ନିର୍ଦ୍ଦେଶ ଦିଆଯାଇଛି । ସମ୍ବିଧାନର ୪୫ ଧାରା ଅନୁସାରେ ‘‘ସମ୍ବିଧାନ ପ୍ରଣୟନର ୧୦ ବର୍ଷ ମଧ୍ୟରେ ୬ରୁ ୧୪ବର୍ଷ ବୟସ୍କ ସମସ୍ତ ପିଲାମାନଙ୍କୁ ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷାଦାନ କରାଯିବ ।’’

2. ୧୯୭୮ ମସିହାରେ କେନ୍ଦ୍ର ଓ ରାଜ୍ୟ ଶିକ୍ଷାମନ୍ତ୍ରୀମାନଙ୍କ ସମ୍ମିଳନୀରେ ପ୍ରାଥମିକ ଶିକ୍ଷାର ସାର୍ବଜନୀନତା ପାଇଁ ଧାର୍ଯ୍ୟ ଲକ୍ଷ୍ୟରୁ ଏକ ମୁଖ୍ୟ ଲକ୍ଷ୍ୟ ଉଲ୍ଲେଖ କର ।
Answer:
୧୯୭୮ ମସିହାରେ ସାର୍ବଜନୀନୀକରଣ ପାଇଁ ବସିଥିବା ଶିକ୍ଷା ସମ୍ମିଳନୀରେ ୧୯୭୮ ରୁ ୧୯୮୩ ମସିହା ମଧ୍ୟରେ ୬ରୁ ୧୪ ବର୍ଷ ବୟସ୍କ ପ୍ରାୟ ୩୨୦ ଲକ୍ଷ ପିଲାଙ୍କ ନାମ ଅନ୍ତର୍ଭୁକ୍ତ କରିବାପାଇଁ ଜାତୀୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।

CHSE Odisha Class 12 Education Solutions Chapter 9 ପ୍ରାଥମିକ ଶିକ୍ଷାର ସାର୍ବଜନୀନୀକରଣ ଓ ଶିକ୍ଷାଧିକାର

3. ମାଧ୍ୟମିକ ଶିକ୍ଷା ଆୟୋଗ କେବେ ଓ କାହା ଅଧ୍ଯକ୍ଷତାରେ ବସିଥିଲା ?
Answer:
ମାଧ୍ୟମିକ ଶିକ୍ଷା ଆୟୋଗ ୧୯୫୨ ମସିହା ସେପ୍ଟେମ୍ବର ୨୩ ତାରିଖରେ ମାନ୍ଦ୍ରାଜ ବିଶ୍ଵବିଦ୍ୟାଳୟର କୁଳପତି ଡ. ଲକ୍ଷ୍ମଣସ୍ଵାମୀ ମୁଦାଲିୟାରଙ୍କ ଅଧ୍ୟକ୍ଷତାରେ ବସିଥିଲା ।

4. ସାର୍ବଜନୀନ ଶିକ୍ଷାର ପ୍ରଗତି ଦିଗରେ ଉପୁଜୁଥ‌ିବା ସମସ୍ୟାରୁ ଦୁଇଟି ଉଲ୍ଲେଖ କର ।
Answer:
ସାର୍ବଜନୀନ ଶିକ୍ଷାର ପ୍ରଗତିରେ ପ୍ରତିବନ୍ଧକ ସାଜିଥିବା ଦୁଇଟି ସମସ୍ୟା ହେଲା –
(1) ନାରୀ ଶିକ୍ଷୟିତ୍ରୀଙ୍କ ଅଭାବ,
(2) ରାଜନୈତିକ ପରିସ୍ଥିତି ।

5. ପ୍ରାଥମିକ ଶିକ୍ଷାରେ ଆବଦ୍ଧତା କ’ଣ ? କିମ୍ବା, ଶିକ୍ଷାରେ ଆବଦ୍ଧତା କହିଲେ କ’ଣ ବୁଝ ?
Answer:
ପ୍ରାଥମିକ ଶିକ୍ଷାର ଯେକୌଣସି ଶ୍ରେଣୀ ହେଉନା କାହିଁକି ପ୍ରତ୍ୟେକ ଶ୍ରେଣୀ ସ୍ତର ପାଇଁ ସମୟସୀମା ନିର୍ଦ୍ଧାରଣ କରାଯିବା ସତ୍ତ୍ବେ କିଛି ପିଲା ପ୍ରକୃତ ସମୟସୀମା ମଧ୍ୟରେ ଶିକ୍ଷାର ପରିସମାପ୍ତି ନ କରି ଏକ ଶ୍ରେଣୀ ପାଇଁ ଏକାଧିକ ବର୍ଷ ଆବଶ୍ୟକ କରିବାକୁ ଶିକ୍ଷାରେ ଆବଦ୍ଧତା କୁହାଯାଏ ।

6. ଶିକ୍ଷାରେ ଅପଚୟ କହିଲେ କ’ଣ ବୁଝ ?
Answer:
ଶିକ୍ଷାର ଯେକୌଣସି ସ୍ତର ହେଉନା କାହିଁକି କୌଣସି ପିଲା ଶିକ୍ଷା ପରିସମାପ୍ତି କରିବା ପୂର୍ବରୁ ସେ ଶିକ୍ଷାନୁଷ୍ଠାନ ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ଶିକ୍ଷାରେ ଅପଚୟ କୁହାଯାଏ ।

7. ନୂତନ ଶିକ୍ଷାନୀତିର ଲକ୍ଷ୍ୟ କ’ଣ ?
Answer:
ଉତ୍ପାଦନ ଅଭିମୁଖୀ ଶିକ୍ଷାଦ୍ୱାରା ଶିକ୍ଷାର୍ଥୀକୁ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ପ୍ରସ୍ତୁତ କରିବା ନୂତନ ଶିକ୍ଷାନୀତିର ଲକ୍ଷ୍ୟ ।

8. ଅପଚୟ ରୋକିବାର ଗୋଟିଏ ଉପାୟ/ପନ୍ଥା ଲେଖ ।
Answer:
ଆର୍ଥିକ ଦୁର୍ବଳ ଅଭିଭାବକଙ୍କ ପିଲାମାନଙ୍କୁ ଯଦି କିଛି ପାଠ୍ୟପକରଣ ସହ ପୋଷାକପତ୍ର ବିଦ୍ୟାଳୟ/ବ୍ଳକ୍/ସରକାରଙ୍କ ତରଫରୁ ରିହାତି/ମାଗଣାରେ ଦିଆଯାଆନ୍ତା, ତେବେ ଅପଚୟ ନିଶ୍ଚିତ ଭାବେ ରୋକାଯାଇ ପାରନ୍ତା ।

9. କୋଠାରୀ ଶିକ୍ଷା ଆୟୋଗର ଅଧ୍ୟକ୍ଷ କିଏ ?
Answer:
ଡକ୍ଟର ଦୌଲତ୍ ଏସ୍. କୋଠାରୀ ନିଜେ କୋଠାରୀ ଶିକ୍ଷା ଆୟୋଗର ଅଧ୍ୟକ୍ଷ ଥିଲେ ।

10. ନୂତନ ଜାତୀୟ ଶିକ୍ଷାନୀତି କେବେ ଘୋଷଣା କରାଗଲା ?
Answer:
ନୂତନ ଜାତୀୟ ଶିକ୍ଷାନୀତି ୧୯୮୬ ମସିହାରେ ଘୋଷଣା କରାଗଲା ।

11. ନୂତନ ଶିକ୍ଷାନୀତିର ନାମ କ’ଣ ଥିଲା ?
Answer:
ଜାତୀୟ ଶିକ୍ଷାନୀତି – ୧୯୮୬ (National Policy on Education – 1986)

12. କେଉଁ ମସିହାରେ ଭାରତକୁ ଏକ ସାଧାରଣତନ୍ତ୍ର ରାଷ୍ଟ୍ରରୂପେ ଘୋଷଣା କରାଗଲା ?
Answer:
୧୯୫୦ ମସିହାରେ ଭାରତକୁ ଏକ ସାଧାରଣତନ୍ତ୍ର ରାଷ୍ଟ୍ରରୂପେ ଘୋଷଣା କରାଗଲା ।

13. ଶିକ୍ଷାର କେଉଁ ସ୍ତରରେ ମାତ୍ରାଧ‌ିକ ଅପଚୟ ଓ ଆବଦ୍ଧତା ଦେଖାଯାଏ ?
Answer:
ଶିକ୍ଷାର ପ୍ରାଥମିକ ସ୍ତରରେ ମାତ୍ରାଧ‌ିକ ଅପଚୟ ଓ ଆବଦ୍ଧତା ଦେଖାଯାଏ ।

14. ବର୍ତ୍ତମାନ ପ୍ରଚଳିତ ଜାତୀୟ ଶିକ୍ଷାନୀତି କେଉଁ ମସିହାରେ ପ୍ରଣୀତ ହୋଇଥିଲା ?
Answer:
ବର୍ତ୍ତମାନ ପ୍ରଚଳିତ ଜାତୀୟ ଶିକ୍ଷାନୀତି ୧୯୮୬ ମସିହାରେ ପ୍ରଣୀତ ହୋଇଥିଲା ଏବଂ ୧୯୯୨ ସମିହାରେ ଏହା ପୁନଃପ୍ରଣୀତ ହୋଇଅଛି ।

15. ପ୍ରାଥମିକ ଶିକ୍ଷାରେ ସାର୍ବଜନୀନୀକରଣ କହିଲେ କ’ଣ ବୁଝ ?
Answer:
ପ୍ରାଥମିକ ସ୍ତରରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଗୋଷ୍ଠୀ ନିର୍ବିଶେଷରେ ସମସ୍ତପ୍ରକାର ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷାଦାନ କରିବାକୁ ପ୍ରାଥମିକ ଶିକ୍ଷାର ସାର୍ବଜନୀନୀକରଣ କୁହାଯାଏ ।

16. ପ୍ରାଥମିକ ଶିକ୍ଷା ସମସ୍ୟାର ଦୂରୀକରଣ ପାଇଁ ଗୋଟିଏ ପ୍ରତିକାର ବ୍ୟବସ୍ଥା ସୂଚାଅ ।
Answer:
ପ୍ରାଥମିକ ଶିକ୍ଷା ସମସ୍ୟାର ଦୂରୀକରଣ ପାଇଁ ନାମଲେଖାକୁ ବାଧ୍ୟତାମୂଳକ କରିବା ଉଚିତ ।

17. କଳାପଟା କାର୍ଯ୍ୟକ୍ରମର ଏକ ଲକ୍ଷ୍ୟ ଉଲ୍ଲେଖ କର ।
Answer:
ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ବିଦ୍ୟାଳୟରେ ଉନ୍ନତ ଯୋଜନା ପ୍ରସ୍ତୁତ କରିବା କଳାପଟା କାର୍ଯ୍ୟକ୍ରମର ଲକ୍ଷ୍ୟ ।

18. ପ୍ରଥମେ କିଏ ବାଧ୍ୟତାମୂଳକ ଶିକ୍ଷା ପାଇଁ ସୁପାରିସ କରିଥିଲେ ?
Answer:
ଉଇଲିୟମ୍ ଉଡ୍ ପ୍ରଥମେ ବାଧ୍ୟତାମୂଳକ ଶିକ୍ଷା ପାଇଁ ସୁପାରିସ କରିଥିଲେ ।

19. ପ୍ରାଥମିକ ଶିକ୍ଷାରେ ସାମଗ୍ରିକ (ମୋଟ) ନାମଲେଖା ଅନୁପାତ କେତେ ?
Answer:
ପ୍ରାଥମିକ ଶିକ୍ଷାରେ ସାମଗ୍ରିକ ନାମଲେଖା ଅନୁପାତ ଶତକଡ଼ା ୪୨ ଅଟେ ।

20. ଭାରତୀୟ ସମ୍ବିଧାନର କେଉଁ ଧାରାରେ ପ୍ରାଥମିକ ଶିକ୍ଷାର ସାର୍ବଜନୀନୀକରଣ ସମ୍ପର୍କରେ ଉଲ୍ଲେଖ ହୋଇଛି ?
Answer:
ଭାରତୀୟ ସମ୍ବିଧାନର ୪୫ ଧାରାରେ ପ୍ରାଥମିକ ଶିକ୍ଷାର ସାର୍ବଜନୀନୀକରଣ ସମ୍ପର୍କରେ ଉଲ୍ଲେଖ ହୋଇଛି ।

21. ବର୍ତ୍ତମାନ ଓଡ଼ିଶାରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷାର ସାଧାରଣ ବୟସସୀମା କେତେ ?
Answer:
ବର୍ତ୍ତମାନ ଓଡ଼ିଶାରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷାର ସାଧାରଣ ବୟସସୀମା ୫ ବର୍ଷ ।

CHSE Odisha Class 12 Education Solutions Chapter 9 ପ୍ରାଥମିକ ଶିକ୍ଷାର ସାର୍ବଜନୀନୀକରଣ ଓ ଶିକ୍ଷାଧିକାର

22. ଡ. କୋଠାରୀଙ୍କ ଅଧ୍ୟକ୍ଷତାରେ ବସିଥିବା କମିଶନର ପୂର୍ବନାମ ଲେଖ ।
Answer:
ଡ. କୋଠାରୀଙ୍କ ଅଧ୍ୟକ୍ଷତାରେ ବସିଥିବା କମିଶନର ପୂର୍ବନାମ ‘ଭାରତୀୟ ଶିକ୍ଷା ଆୟୋଗ ।’

23. କେଉଁ ଭାଷା ଆମ ଦେଶର ରାଷ୍ଟ୍ରଭାଷା ?
Answer:
ହିନ୍ଦୀଭାଷା ଆମ ଦେଶର ରାଷ୍ଟ୍ରଭାଷା ଅଟେ ।

24. ଆମ ସମ୍ବିଧାନ ଅନୁସାରେ କେଉଁ ବର୍ଷ ସୁଦ୍ଧା ଆମ ଦେଶ ୧୧ ବର୍ଷ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ କରିଥାଆନ୍ତା ?
Answer:
ଆମ ସମ୍ବିଧାନ ଅନୁସାରେ ୧୯୬୫-୬୬ ବର୍ଷ ସୁଦ୍ଧା ଆମ ଦେଶ ୧୧ ବର୍ଷ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ କରିଥାଆନ୍ତା ।

25. ଜାତୀୟ ସ୍ତରରେ ସାର୍ବଜନୀନ ଶିକ୍ଷାର ଶ୍ରେଣୀସୀମା ଉଲ୍ଲେଖ କର ।
Answer:
ଜାତୀୟ ସ୍ତରରେ ସାର୍ବଜନୀନ ଶିକ୍ଷାର ଶ୍ରେଣୀସୀମା ପ୍ରଥମରୁ ଅଷ୍ଟମ ଅଟେ ।

26. ଆମ ରାଜ୍ୟରେ ସାର୍ବଜନୀନ ପ୍ରାଥମିକ ଶିକ୍ଷାର ବୟସସୀମା କେତେ ?
Answer:
ଆମ ରାଜ୍ୟରେ ସାର୍ବଜନୀନ ପ୍ରାଥମିକ ଶିକ୍ଷାର ବୟସସୀମା ୬ ବର୍ଷରୁ ୧୪ ବର୍ଷ ଅଟେ ।

27. ଭାରତବର୍ଷର ସମ୍ବିଧାନ କେଉଁ ବର୍ଷ ପ୍ରବର୍ତ୍ତନ ହୋଇଥିଲା ?
Answer:
ଭାରତବର୍ଷର ସମ୍ବିଧାନ ୧୯୫୦ ମସିହାରେ ପ୍ରବର୍ତ୍ତନ ହୋଇଥିଲା ।

28. ଭାରତରେ ୨୦୦୧ ମସିହା ଜନଗଣନା ଅନୁଯାୟୀ ସାକ୍ଷରତା ହାର କେତେ ଥିଲା ?
Answer:
ଭାରତରେ ୨୦୦୧ ମସିହା ଜନଗଣନା ଅନୁଯାୟୀ ସାକ୍ଷରତା ହାର ୬୫.୩୮% ଥିଲା ।

29. ୨୦୦୧ ମସିହା ଜନଗଣନା ଅନୁଯାୟୀ ଓଡ଼ିଶାର ସାକ୍ଷରତା ହାର କେତେ ଥିଲା ?
Answer:
୨୦୦୧ ମସିହା ଜନଗଣନା ଅନୁଯାୟୀ ଓଡ଼ିଶାର ସାକ୍ଷରତା ହାର ୬୩.୬୧% ଥିଲା ।

30. E. G. S. ର ଅର୍ଥ କ’ଣ ?
Answer:
E. G. S. ର ଅର୍ଥ Education Guarantee Scheme ବା ନିଶ୍ଚିତ ଶିକ୍ଷ‍। ଯୋକନା ।

31. କଳାପଟା ଅଭିଯାନ କ’ଣ ?
Answer:
ବିଭିନ୍ନ ଉପକରଣ ମାଧ୍ୟମରେ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ବିକାଶକୁ କଳାପଟା ଅଭିଯାନ କୁହାଯାଏ ।

32. ଜାତୀୟ ଦିବସଗୁଡ଼ିକ ପାଳନ କରାଯାଏ କାହିଁକି ?
Answer:
ଶିକ୍ଷାର୍ଥୀମାନଙ୍କ ମନରେ ଜାତୀୟ ଚେତନାର ଅଭିବୃଦ୍ଧି ପାଇଁ ଜାତୀୟ ଦିବସଗୁଡ଼ିକ ପାଳନ କରାଯାଏ ।

33. ପ୍ରାଥମିକ ଶିକ୍ଷାରେ ସାମଗ୍ରିକ (ମୋଟ) ନାମଲେଖା ଅନୁପାତ କ’ଣ ?
Answer:
ମୋଟ ପିଲାଙ୍କ ସହ ନାମ ଲେଖାଇଥିବା ପିଲାଙ୍କ ଅନୁପାତକୁ ସାମଗ୍ରିକ ନାମଲେଖା ଅନୁପାତ କୁହାଯାଏ । 1992 ମସିହା Economic Survey ଅନୁଯାୟୀ ଆମ ଦେଶରେ ପ୍ରତି ୧୦୦ ଜଣରେ ୮୧.୯୦ ଜଣ ପିଲା ନାମ ଲେଖାଇଥା’ନ୍ତି । ଏହି ଅନୁପାତ ପ୍ରାୟ ୫:୪ ।

34. SSA କ’ଣ ?
Answer:
SSA ଅର୍ଥ ସର୍ବଶିକ୍ଷା ଅଭିଯାନ ।

35. ୨୦୧୦ ମସିହାକୁ ସର୍ବଶିକ୍ଷା ଅଭିଯାନର କେଉଁ ଲକ୍ଷ୍ୟ ରଖାଯାଇଛି ?
Answer:
୨୦୧୦ ମସିହାକୁ ସର୍ବଶିକ୍ଷା ଅଭିଯାନର ଲକ୍ଷ୍ୟ ହେଉଛି – ସବୁ ପିଲା ୮ ବର୍ଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ସମାପ୍ତ କରିବେ ।

36. ସମ୍ବିଧାନର କେଉଁ ଧାରା ବଳରେ ଶିକ୍ଷା ଏକ ମୌଳିକ ଅସ୍ଵୀକାରର ମାନ୍ୟତା ପାଇଛି ?
Answer:
ସମ୍ବିଧାନର ଧାରା ୨୧ (କ) ବଳରେ ଶିକ୍ଷା ଏକ ମୌଳିକ ଅଧିକାରର ମାନ୍ୟତା ପାଇଛି ।

37. ଓଡ଼ିଶାରେ କେଉଁ ସଂସ୍ଥା ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକ୍ରମକୁ ହାତକୁ ନେଉଛି ?
Answer:
ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ (OPEPA) କର୍ତ୍ତୃପକ୍ଷ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକ୍ରମକୁ ହାତକୁ ନେଇଛନ୍ତି ।

38. କେଉଁ କମିଟି ପ୍ରଥମେ ଆବଦ୍ଧତା ଓ ଅପଚୟ ବିଷୟରେ ସୂଚନା ପ୍ରଦାନ କରିଥିଲା ?
Answer:
ହାର୍ଟର୍ କମିଟି ୧୯୨୯ ମସିହାରେ ପ୍ରଥମେ ଆବଦ୍ଧତା ଓ ଅପଚୟ ବିଷୟରେ ସୂଚନା ଦେଇଥିଲେ ।

39. DPEP କାର୍ଯ୍ୟକ୍ରମର ଏକ ମୁଖ୍ୟ ଉଦ୍ଦେଶ୍ୟ ଲେଖ ।
Answer:
ଜିଲ୍ଲାରେ ପରିମାଣାତ୍ମକ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଶିକ୍ଷାରେ ସାର୍ବଜନୀନୀକରଣକୁ ସାହାଯ୍ୟ କରିବା DPEP କାର୍ଯ୍ୟକ୍ରମର ଏକ ମୁଖ୍ୟ ଉଦ୍ଦେଶ୍ୟ ।

40. ପ୍ରାକ୍-ପ୍ରାଥମିକ ଶିକ୍ଷା କେଉଁ ବର୍ଷ ପର୍ଯ୍ୟନ୍ତ ଦିଆଯାଉଛି ?
Answer:
ପ୍ରାକ୍-ପ୍ରାଥମିକ ଶିକ୍ଷା ୩ ରୁ ୫ ବର୍ଷ ପର୍ଯ୍ୟନ୍ତ ଦିଆଯାଉଛି ।

CHSE Odisha Class 12 Education Solutions Chapter 9 ପ୍ରାଥମିକ ଶିକ୍ଷାର ସାର୍ବଜନୀନୀକରଣ ଓ ଶିକ୍ଷାଧିକାର

41. ସର୍ବଶିକ୍ଷା ଅଭିଯାନର ଏକ ମୁଖ୍ୟ ଉଦ୍ଦେଶ୍ୟ ଲେଖ ।
Answer:
ଏହା ଏକ ସମୟଭିତ୍ତିକ ଜାତୀୟ କାର୍ଯ୍ୟକ୍ରମ ଯେଉଁଥରେ ବିଦ୍ୟାଳୟ ପରିଚାଳନା, ଶିକ୍ଷାଦାନରେ ଗୋଷ୍ଠୀ ଏବଂ ପଞ୍ଚାୟତର ସହଯୋଗ ତଥା ଗୁଣାତ୍ମକ ଓ ପରିମାଣାତ୍ମକ ଶିକ୍ଷାର ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି ।

42. SSA ର ଏକ ଲକ୍ଷ୍ୟ ଲେଖ ।
Answer:
୨୦୧୦ ମସିହା ସୁଦ୍ଧା ଉଚ୍ଚ ପ୍ରାଥମିକ ସ୍ତରରେ ସାମାଜିକ ଓ ଲିଙ୍ଗଗତ ବିଭେଦକୁ ଦୂର କରାଯିବ ।

43. ପ୍ରାଥମିକ ଶିକ୍ଷାର ପ୍ରତିବନ୍ଧକର ଏକ ଶିକ୍ଷାଗତ କାରଣ ଲେଖ ।
Answer:
ଗୋଟିଏ ଶ୍ରେଣୀରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥ‌ିବା ଅନୁପାତ ଅଧ୍ଵ ଯାହାଫଳରେ ଶିକ୍ଷକ ଶିକ୍ଷାର୍ଥୀଙ୍କ ପ୍ରତି ବ୍ୟକ୍ତିଗତ ଧ୍ୟାନ ବା ମନୋଯୋଗ ଦେବାକୁ ସକ୍ଷମ ହୁଅନ୍ତି ନାହିଁ ।

44. ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ କେଉଁ ମସିହାରୁ ଲାଗୁ ହେଉଛି ?
Answer:
ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ୧୯୯୫ ମସିହାରୁ ଲାଗୁ ହେଉଛି ।

45. ସର୍ବଶିକ୍ଷା ଅଭିଯାନ ବ୍ୟବସ୍ଥାରେ ୨୦୦୩ ମସିହା ନିମନ୍ତେ କି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଥିଲା ?
Answer:
ସର୍ବଶିକ୍ଷା ଅଭିଯାନ ବ୍ୟବସ୍ଥାରେ ୨୦୦୩ ମସିହାରେ ଦେଶର ସମସ୍ତ ୬-୧୪ ବର୍ଷର ପିଲାଙ୍କୁ ପ୍ରାଥମିକ ବିଦ୍ୟାଳୟରେ ପଞ୍ଜୀକରଣ ନିମିତ୍ତ ଲକ୍ଷ୍ୟ ରଖାଯାଇଥିଲା ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ଜାତୀୟ ଶିକ୍ଷା ବ୍ୟବସ୍ଥା କହିଲେ କ’ଣ ବୁଝ ?
Answer:
ଜାତୀୟ ଶିକ୍ଷା ବ୍ୟବସ୍ଥା କହିଲେ ନିର୍ଦ୍ଦିଷ୍ଟ ସ୍ତର ପର୍ଯ୍ୟନ୍ତ ସମସ୍ତ ଶିକ୍ଷାର୍ଥୀମାନଙ୍କୁ ସମାନ ସୁବିଧା ସୁଯୋଗ ଜରିଆରେ ଶିକ୍ଷା ପ୍ରଦାନ ବ୍ୟବସ୍ଥାକୁ ବୁଝାଏ । ତେଣୁ ପ୍ରଥମ ୧୦ ବର୍ଷ ଶିକ୍ଷା ମଧ୍ୟରେ ୫ ବର୍ଷ ପ୍ରାଥମିକ, ୩ ବର୍ଷ ଉଚ୍ଚ ପ୍ରାଥମିକ ଓ ୨ ବର୍ଷ ନିମ୍ନ ମାଧ୍ୟମିକ ଶିକ୍ଷା ଅନ୍ତଭୁକ୍ତ କରାଯାଇଅଛି ।

2. ପ୍ରାଥମିକ ଶିକ୍ଷାର ପାଠ୍ୟକ୍ରମ କ’ଣ ?
Answer:
ପ୍ରାଥମିକ ଶିକ୍ଷାର ପାଠ୍ୟକ୍ରମଟି ଧର୍ମନିରପେକ୍ଷ ନୀତି ଉପରେ ଆଧାରିତ । ଭାରତୀୟ ସଂଗ୍ରାମର ଇତିହାସ, ସାମ୍ବିଧାନିକ କର୍ତ୍ତବ୍ୟ, ଜାତୀୟ ଐକ୍ୟ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକୀୟ ବିଷୟବସ୍ତୁ, ନାରୀ ଓ ପୁରୀଷ ମଧ୍ୟରେ ସମାନତା, ପରିବେଶ ସୁରକ୍ଷା ଇତ୍ୟାଦି ବିଷୟବସ୍ତୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଅଛି ।

3. ପ୍ରାଥମିକ ଶିକ୍ଷାର ସାର୍ବଜନୀନକରଣ ପାଇଁ ବିଭିନ୍ନ ସ୍ତରଗୁଡ଼ିକର ନାମ ଲେଖ ।
Answer:
ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନକରଣ କରିବା ପାଇଁ ୫ଟି ସ୍ତରରେ ବିଭକ୍ତ କରାଯାଇଛି ।
ସେଗୁଡ଼ିକ ହେଲା –
(i) ସାବର୍ଜନୀନ ସୁବିଧା ସୁଯୋଗ
(ii) ସାର୍ବଜନୀନ ପଞ୍ଜୀକରଣ
(iii) ସାର୍ବଜନୀନ ଧାରଣ ବା ଅଟକ
(iv) ସାର୍ବଜନୀନ ଅଂଶଗ୍ରହଣ
(v) ସାର୍ବଜନୀନ କାର୍ଯ୍ୟ ସମ୍ପାଦନ ।

4. ଅପଚୟ ଓ ଆବଦ୍ଧତାର କାରଣ କ’ଣ ?
Answer:
ଅପଚୟ ଓ ଆବଦ୍ଧତାର କାରଣଗୁଡ଼ିକ ହେଲା- ଆର୍ଥିକ, ସାମାଜିକ, ଶିକ୍ଷାଗତ ଇତ୍ୟାଦି । ଭାରତୀୟମାନଙ୍କ ମଧ୍ୟରେ ଥିବା କୁସଂସ୍କାର, ଅସ୍ପୃଶ୍ୟତା, କୁପ୍ରଥା ଇତ୍ୟାଦି ଅପଚୟ ଓ ଆବଦ୍ଧତା ସମସ୍ୟା ଭଳି ସୃଷ୍ଟି କରିଥାଏ ।

5. ଅପଚୟ ଓ ଆବଦ୍ଧତାର ନିରାକରଣ ପନ୍ଥା କ’ଣ ?
Answer:
ଅପଚୟ ଓ ଆବଦ୍ଧତାର ନିରାକରଣ ପନ୍ଥାଗୁଡ଼ିକ ହେଲା –
(i) ପରିବାରର ଆର୍ଥିକ ମାନରେ ଉନ୍ନତି ଆଣିବା ଉଚିତ ।
(ii) ପ୍ରୌଢ଼ଶିକ୍ଷା କେନ୍ଦ୍ରମାନ ସ୍ଥାପନ କରାଯିବା ଉଚିତ ।
(iii) ମଧ୍ୟାହ୍ନ ଭୋଜନ, ସ୍ଵାସ୍ଥ୍ୟସେବା, ମାଗଣା ବହିଖାତା ଓ ପୋଷାକ ଯୋଗାଣ କରାଯିବା ଦରକାର ।
(iv) ଦୁର୍ଗମ ଅଞ୍ଚଳରେ ସରକାରଙ୍କ ତରଫରୁ ବିଦ୍ୟାଳୟମାନ ପ୍ରତିଷ୍ଠା କରାଯାଇ ଅନ୍ୟାନ୍ୟ ଉପକରଣମାନ ଯୋଗାଇ ଦେବା ଉଚିତ ।
(v) ବାସ୍ତବ ଜୀବନ ସହିତ ସମ୍ପର୍କ ଥିବା ପାଠ୍ୟକ୍ରମ ପ୍ରଚଳନ କରିବା ଉଚିତ ।

6. ସାର୍ବଜନୀନ ସୁବିଧା, ସୁଯୋଗ କହିଲେ କ’ଣ ବୁଝ ?
Answer:
ସମ୍ବିଧାନର ୪୫ ଧାରା ୬ରୁ ୧୪ ବର୍ଷର ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କରିବା ନିମନ୍ତେ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛି । ବିଶେଷକରି ୫ ବର୍ଷରୁ ୧୪ ବର୍ଷର ପିଲାମାନେ କିପରି ପ୍ରାଥମିକ ଶିକ୍ଷାର ସମସ୍ତ ମୌଳିକ ଆବଶ୍ୟକତା ପାଇବେ ସେଥିପାଇଁ
(i) ସାର୍ବଜନୀନ ସୁବିଧାସୁଯୋଗ,
(ii) ସାର୍ବଜନୀନ ପଞ୍ଜୀକରଣ,
(iii) ସାର୍ବଜନୀନ ରକ୍ଷଣ,
(iv) ସାର୍ବଜନୀନ ଅଂଶଗ୍ରହଣ
(v) ସାର୍ବଜନୀନ କାର୍ଯ୍ୟ ସମ୍ପାଦନ ଉପରେ ଗୁରୁତ୍ୱ ଦେବା ଉଚିତ ।
ପ୍ରତ୍ୟେକ ଛାତ୍ରଛାତ୍ରୀ ନାମଲେଖାଇ ପ୍ରାଥମିକ ଶିକ୍ଷା ସମ୍ପୂର୍ଣ୍ଣ କରିବା ଉଚିତ ।

7. ପ୍ରାଥମିକ ଶିକ୍ଷାର ସାର୍ବଜନୀନୀକରଣରେ ଦେଖାଯାଉଥ‌ିବା ଦୁଇଟି ପ୍ରତିବନ୍ଧକ ଲେଖ ।
Answer:
(i) ଅଭିଭାବକଙ୍କ ନିରକ୍ଷରତା ।
(ii) ଜନସଚେତନତାର ଅଭାବ ।

CHSE Odisha Class 12 Education Solutions Chapter 9 ପ୍ରାଥମିକ ଶିକ୍ଷାର ସାର୍ବଜନୀନୀକରଣ ଓ ଶିକ୍ଷାଧିକାର

8. ଭାରତୀୟ ସମ୍ବିଧାନର ୪୫ ଧାରାରେ କ’ଣ ଉଲ୍ଲେଖ କରାଯାଇଅଛି ?
Answer:
ଭାରତୀୟ ସମ୍ବିଧାନର ୪୫ ଧାରାରେ ଉଲ୍ଲେଖ କରାଯାଇଥିଲା ଯେ ୧୯୬୦ ମସିହା ସୁଦ୍ଧା ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ବାଳକ ଏବଂ ବାଳିକାମାନଙ୍କୁ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ଦିଆଯିବ । ନିରକ୍ଷରତା ଲୋପ ଏହାର ପ୍ରଧାନ ଉଦ୍ଦେଶ୍ୟ ଅଟେ ।

9. ଡି.ପି.ଇ.ପି. (DPEP) ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ କ’ଣ ?
Answer:
ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଦେଶର ସମସ୍ତ ପିଲାଙ୍କୁ ପ୍ରାଥମିକ ଶିକ୍ଷାର ସୁବିଧା ସୁଯୋଗ ପ୍ରଦାନ କରିବା, ଅନୁନ୍ନତ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ବିଶେଷ ସୁବିଧା ଦେବା, ବିଦ୍ୟାଳୟ ପ୍ରତିଷ୍ଠା କରିବା ଏବଂ ଶିକ୍ଷକମାନଙ୍କର ସଶକ୍ତିକରଣ ପାଇଁ ତାଲିମ ଆୟୋଜନ କରାଇବା ।

10. କଳାପଟା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ କ’ଣ ?
Answer:
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ଏବଂ ପରିମାଣାତ୍ମକ ବିକାଶ ଘଟାଇବା । ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ଶିଶୁ ଘରଠାରୁ ୧ କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ, ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଅନ୍ତତଃପକ୍ଷେ ୨ଟି ଶ୍ରେଣୀଗୃହ, ଜଣେ ଶିକ୍ଷକ ପରିବର୍ତ୍ତେ ୨ଜଣ ଶିକ୍ଷକ ବ୍ୟବସ୍ଥା, ବିଦ୍ୟାଳୟରେ ପାଇଖାନା, ପରିସ୍ରାଗାର, ଖେଳ ସରଞ୍ଜାମ, ଶିକ୍ଷା ସହାୟକ ଉପକରଣ ଇତ୍ୟାଦି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।

11. ସର୍ବଶିକ୍ଷା ଅଭିଯାନ କାହିଁକି କାର୍ଯ୍ୟକାରୀ ହୋଇଥିଲା ?
Answer:
ଭାରତୀୟ ସମ୍ବିଧାନର ୮୬ତମ ସଂଶୋଧନରେ ୬ ରୁ ୧୪ ବର୍ଷ ଯାଏଁ ପ୍ରତ୍ୟେକ ପିଲା ନିମନ୍ତେ ପ୍ରାଥମିକ ଶିକ୍ଷାକୁ ଏକ ମୌଳିକ ଅଧିକାର ରୂପେ ଗ୍ରହଣ କରାଯାଇଅଛି । ଏଥୁଁନିମନ୍ତେ ଏକ ଜାତୀୟ କାର୍ଯ୍ୟକ୍ରମ ସର୍ବଶିକ୍ଷା କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଲା ।

12. ସର୍ବଶିକ୍ଷା ଅଭିଯାନର ମୂଳ ଲକ୍ଷ୍ୟ କ’ଣ ଥିଲା ?
Answer:
ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ଥିଲା ୨୦୧୦ ମସିହା ସୁଦ୍ଧା ସମସ୍ତ ପିଲାଙ୍କୁ ପ୍ରାଥମିକ ଶିକ୍ଷା ଯୋଗାଇଦେବା । ୨୦୦୫ ମସିହା ସୁଦ୍ଧା ପ୍ରତ୍ୟେକ ପିଲା ୫ ବର୍ଷିଆ ଅର୍ଥାତ୍ ୬-୧୧ ବର୍ଷ ମଧ୍ୟରେ ପ୍ରାଥମିକ ଶିକ୍ଷା ସମାପ୍ତି କରିବେ । ୨୦୧୦ ମସିହା ସୁଦ୍ଧା ୮ ବର୍ଷିଆ ୬ରୁ ୧୪ ବର୍ଷ ପ୍ରାଥମିକ ଶିକ୍ଷା ସନ୍ତୋଷଜନକ ଗୁଣାତ୍ମକ ମାନବୃଦ୍ଧି ସହିତ ଶିକ୍ଷା ପ୍ରଦାନ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଅଟେ ।

13. ଓଡ଼ିଶାରେ ସର୍ବଶିକ୍ଷା ଅଭିଯାନ ନିମନ୍ତେ ନିଆଯାଇଥ‌ିବା କାର୍ଯ୍ୟକ୍ରମଗୁଡ଼ିକ କ’ଣ ?
Answer:
ଓଡ଼ିଶାରେ ସର୍ବଶିକ୍ଷା ଅଭିଯାନ ନିମନ୍ତେ ନିଆଯାଇଥିବା କାର୍ଯ୍ୟକ୍ରମଗୁଡ଼ିକ ହେଲା –
(i) ନିଶ୍ଚିତ ଶିକ୍ଷା ଯୋଜନା
(ii) ବିକଳ୍ପ ପରିବର୍ତ୍ତିତ ଶିକ୍ଷାକେନ୍ଦ୍ର
(iii) ବିଦ୍ୟାଳୟ ପ୍ରଦତ୍ତ ସାହାଯ୍ୟ
(iv) ବିଦ୍ୟାଳୟ ବିକାଶ ଅନୁଦାନ
(v) ଶୈକ୍ଷିକ ଉପକରଣ ସାହାଯ୍ୟ
(vi) ମାଗଣା ପାଠ୍ୟପୁସ୍ତକ ପ୍ରଦାନ
(vii) ତଫସିଲଭୁକ୍ତ ଜାତି ଓ ଜନଜାତି ପିଲାଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା
(viii) ବାଳିକାମାନଙ୍କ ପାଇଁ ସ୍ଵତନ୍ତ୍ର ସୁବିଧା
(ix) ବିଦ୍ୟାଳୟ ପ୍ରସ୍ତୁତି କାର୍ଯ୍ୟକ୍ରମ
(x) ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ।

14. ଅପଚୟର ସମସ୍ୟା କ’ଣ ?
Answer:
ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଅପଚୟ ଭାରତ ସମ୍ବିଧାନର ୪୫ ଧାରାକୁ କାର୍ଯ୍ୟକାରୀ କରିବାର ଅନ୍ତରାୟ ସୃଷ୍ଟିକରୁଛି । ସ୍ଵାଧୀନତା ପ୍ରାପ୍ତିପରେ ୬୧ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ଅପଚୟ ଯୋଗୁଁ ସାର୍ବଜନୀନ ଶିକ୍ଷା ବାଧାପ୍ରାପ୍ତ ହୋଇଅଛି ।

ଏହି ସମସ୍ୟା ପ୍ରାଥମିକ ଶିକ୍ଷାର ଏକ ଉତ୍କଟ ବ୍ୟାଧ୍ । ଅପଚୟ ଯୋଗୁଁ ଜଣେ ଶିକ୍ଷାର୍ଥୀ ପ୍ରାଥମିକ ଶିକ୍ଷା ପରିସମାପ୍ତି ପର୍ଯ୍ୟନ୍ତ ବିଦ୍ୟାଳୟରେ ଅବସ୍ଥାନ କରିପାରୁ ନାହିଁ । ପ୍ରାଥମିକ ଶିକ୍ଷାର ପ୍ରସାର ନିମନ୍ତେ ବ୍ୟୟ ହେଉଥ‌ିବା ସମସ୍ତ ଅର୍ଥ, ସମୟ ଓ ଉଦ୍ୟମ ବ୍ୟର୍ଥ ହେଉଛି ।

15. ସାର୍ବଜନୀନ ଶିକ୍ଷା ସମ୍ବନ୍ଧରେ ସମ୍ବିଧାନରେ ସୂଚିତ ନିର୍ଦ୍ଦେଶାବଳୀ ଲେଖ ।
Answer:
୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ ହୋଇ ତା’ର ନୂତନ ସମ୍ବିଧାନ ପ୍ରଣୟନ କଲା । ସମ୍ବିଧାନର ନିର୍ଦ୍ଦେଶ ଅନୁଯାୟୀ ଧାରା ୪୫ ରେ ସାର୍ବଜନୀନ ଶିକ୍ଷାର ବ୍ୟବସ୍ଥା ପାଇଁ ଅଧୂକ ସୁବିଧା ସୁଯୋଗ ପ୍ରଦାନ କରିବାପାଇଁ ଯୋଜନା କରାଗଲା । ଏହି ସଂକ୍ରାନ୍ତରେ ସମ୍ବିଧାନର ୪୫ ଧାରା ନିର୍ଦ୍ଦେଶନାମାରେ ଲିପିବଦ୍ଧ କରାଯାଇଛି ।

ତାହା ହେଲା – “ସରକାରୀ ପ୍ରଚେଷ୍ଟାରେ ୬ ରୁ ୧୪ ବର୍ଷ ଯାଏ ପିଲାଙ୍କ ଲାଗି ଅବୈତନିକ ପ୍ରାଥମିକ ଶିକ୍ଷାର ବ୍ୟବସ୍ଥା ସମ୍ବିଧାନ ପ୍ରଣୀତ ହେବାର ୧୦ ବର୍ଷ ଭିତରେ କାର୍ଯ୍ୟକାରୀ ହେବ ।’’

16. ଭାରତରେ ପ୍ରାଥମିକ ଶିକ୍ଷାର ଉଦ୍ଦେଶ୍ୟ କ’ଣ ସଂକ୍ଷେପରେ ଲେଖ ।
Answer:
ପ୍ରାଥମିକ ଶିକ୍ଷା ଉଚ୍ଚଶିକ୍ଷା ଲାଭର ପ୍ରଥମ ସୋପାନ । ପ୍ରାଥମିକ ଶିକ୍ଷା ଶିଶୁର ବ୍ୟକ୍ତିତ୍ଵ ତଥା ଅନ୍ତର୍ନିହିତ ଶକ୍ତିର ବିକାଶ ସାଧନ କରିଥାଏ । ଏହା ଉଚ୍ଚଶିକ୍ଷା ଲାଭ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିଥାଏ । ଭାରତ ପରି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତ୍ୟେକ ନାଗରିକ ଶିକ୍ଷିତ ହେବା ଆବଶ୍ୟକ । ଶିକ୍ଷା ଅବୈତନିକ ଓ ବାଧ୍ୟତାମୂଳକ ହେବା ଉଚିତ । ପ୍ରାଥମିକ ଶିକ୍ଷାର କେତେକ ବିଶିଷ୍ଟ ମହତ୍ ଉଦ୍ଦେଶ୍ୟ ରହିଛି । ସେଥୁରୁ କେତୋଟି ନିମ୍ନରେ ଦିଆଗଲା ।

ପ୍ରଥମତଃ, ଶିଶୁର ରୁଚି, ଜ୍ଞାନର ବୃଦ୍ଧି ପ୍ରାଥମିକ ଶିକ୍ଷା ମାଧ୍ୟମରେ ସମ୍ଭବ । ଦ୍ଵିତୀୟତଃ, ଏହି ଶିକ୍ଷା ମାଧ୍ୟମରେ ପ୍ରତ୍ୟେକ ପିଲାର ବିଭିନ୍ନ ଗୁଣଗୁଡ଼ିକୁ ଚିହ୍ନଟ କରାଯାଇ ସେହି ଗୁଣଗୁଡ଼ିକର ଅଭିବୃଦ୍ଧି ସଙ୍ଗେ ସଙ୍ଗେ ସାମାଜିକ ବିକାଶ ମଧ୍ଯ ହୋଇଥାଏ । ତୃତୀୟତଃ, ପ୍ରାଥମିକ ଶିକ୍ଷା ମାଧ୍ୟମରେ ଶିଶୁକୁ ଆତ୍ମଶିକ୍ଷାରେ ଅଭ୍ୟସ୍ତ କରାଯାଇପାରିବ ।

17. ପ୍ରାଥମିକ ଶିକ୍ଷାକ୍ଷେତ୍ରରେ ଅପଚୟ କିପରି ଏକ ପ୍ରତିବନ୍ଧକ ବୁଝାଅ ।
Answer:
୧୯୨୯ ମସିହାରେ ହାର୍ଟର୍ କମିଟି ପ୍ରଥମେ ପ୍ରାଥମିକ ଶିକ୍ଷାସ୍ତରରେ ଅପଚୟ ସମ୍ବନ୍ଧରେ ସୂଚନା ଦେଇଥିଲେ । ଅପଚୟ ପ୍ରାଥମିକ ଶିକ୍ଷାର ଏକ ଉତ୍କଟ ବ୍ୟାଧ୍ । କୌଣସି ପିଲା ଯଦି ନିର୍ଦ୍ଧାରିତ ସମୟରେ ଶିକ୍ଷା ସ୍ତର ଅତିକ୍ରମ କରିବା ପୂର୍ବରୁ ପାଠପଢ଼ା ଛାଡ଼ି ଚାଲିଯାଏ, ତେବେ ସେ କ୍ଷେତ୍ରରେ ସମସ୍ତ ସମୟ, ଅର୍ଥ ଓ ଉଦ୍ୟମର ଅପଚୟ ଘଟିଲା ବୋଲି କୁହାଯାଏ ।

18. କଳାପଟା ଯୋଜନା ସଂକ୍ଷେପରେ ବୁଝାଅ ।
Answer:
ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ବିଭିନ୍ନପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥାଏ । କଳାପଟା ଯୋଜନା ବା ଅଭିଯାନ (Operation Blackboard) ମାଧ୍ୟମରେ ପ୍ରାଥମିକ ଶିକ୍ଷାର ସର୍ବନିମ୍ନ ଆବଶ୍ୟକତା ପୂରଣ; ଯଥା – ଶିକ୍ଷକ ନିଯୁକ୍ତି, ଶ୍ରେଣୀଗୃହର ବ୍ୟବସ୍ଥା, ସର୍ବନିମ୍ନ ଶିକ୍ଷକ ସହାୟକ ସାମଗ୍ରୀ ଯୋଗାଣ ଇତ୍ୟାଦିର ବନ୍ଦୋବସ୍ତ କରିବାପାଇଁ ବ୍ୟବସ୍ଥା କରାଯାଇଛି ।

19. ପ୍ରାଥମିକ ଶିକ୍ଷାର ସାର୍ବଜନୀନତା ବିଷୟରେ ଲେଖ ।
Answer:
ପ୍ରାଥମିକ ଶିକ୍ଷା ସାର୍ବଜନୀନତାର ଅର୍ଥ ସମସ୍ତ ପିଲା ୧୪ ବର୍ଷ ବୟସରେ ପଦାର୍ପଣ କଲା ପର୍ଯ୍ୟନ୍ତ ଅବୈତନିକ ତଥା ବାଧ୍ୟତାମୂଳକ ଶିକ୍ଷା ଗ୍ରହଣ କରିଥାଏ । ଏହା ତିନୋଟି ସ୍ତରରେ ବିଭକ୍ତ ହୋଇଛି । ପ୍ରଥମତଃ, ବିହିତ ବ୍ୟବସ୍ଥାର ସାର୍ବଜନୀନତା । ଏହାର ଅର୍ଥ ହେଉଛି ସମସ୍ତ ପିଲାଙ୍କ ନିମନ୍ତେ ସେମାନଙ୍କର ଗୃହଠାରୁ ଏକ ନିରାପଦ ମାର୍ଗରେ ବିଦ୍ୟାଳୟ ବ୍ୟବସ୍ଥା କରିବା । ଦ୍ବିତୀୟତଃ, ତାଲିକାଭୁକ୍ତକରଣ ସାର୍ବଜନୀନତା ।

ଏହାର ଅର୍ଥ ପ୍ରତ୍ୟେକ ଶିଶୁକୁ ୬ ବର୍ଷରୁ ୧୪ ବର୍ଷ ପର୍ଯ୍ୟନ୍ତ ବିଦ୍ୟାଳୟରେ ମୁକ୍ତ ଶିକ୍ଷା ଦିଆଯିବା ଉଚିତ । ତୃତୀୟତଃ, ରକ୍ଷଣରେ ସାର୍ବଜନୀନତା । ଏହାର ଅର୍ଥ ହେଉଛି ଶିଶୁ ବିଦ୍ୟାଳୟରେ ତା’ର ପ୍ରାଥମିକ ଶିକ୍ଷା ପାଠ୍ୟକ୍ରମ ଶେଷ ହେଲା ପର୍ଯ୍ୟନ୍ତ ରହିବ ।

20. ଆବଦ୍ଧତା କହିଲେ କ’ଣ ବୁଝ ? ଏହା ଅପଚୟ ସହିତ କିପରି ସମ୍ପର୍କିତ ?
Answer:
କୌଣସି ଏକ ପିଲାକୁ ଯଦି ନିର୍ଦ୍ଦିଷ୍ଟ ଶିକ୍ଷାସ୍ତର ଅତିକ୍ରମ କରିବାକୁ ନିର୍ଦ୍ଧାରିତ ସମୟଠାରୁ ଅଧ‌ିକ ସମୟ ଲାଗେ, ତେବେ ସେହି ଅଧୁକ ସମୟକୁ ସଂକ୍ଷେପରେ ଆବଦ୍ଧତା କୁହାଯାଏ । ଏହା ପ୍ରାଥମିକ ଶିକ୍ଷାକ୍ଷେତ୍ରରେ ଅଗ୍ରସରତା କ୍ଷେତ୍ରରେ ବିରାଟ ପ୍ରତିବନ୍ଧକ ଅଟେ । ଆବଦ୍ଧତା ଭଳି ଅପଚୟ ମଧ୍ୟ ଏ କ୍ଷେତ୍ରରେ ପ୍ରଧାନ ପ୍ରତିବନ୍ଧକ । ନିର୍ଦ୍ଧାରିତ ସମୟରେ ଶିକ୍ଷାସ୍ତର ଅତିକ୍ରମ କରିବା ପୂର୍ବରୁ କୌଣସି ଏକ ଶିକ୍ଷାର୍ଥୀ ପାଠପଢ଼ା ଛାଡ଼ି ଚାଲିଯାଏ, ତେବେ ସମୟ ଓ ଅର୍ଥ ନଷ୍ଟ ହୁଏ ।

CHSE Odisha Class 12 Education Solutions Chapter 9 ପ୍ରାଥମିକ ଶିକ୍ଷାର ସାର୍ବଜନୀନୀକରଣ ଓ ଶିକ୍ଷାଧିକାର

21. ସର୍ବଶିକ୍ଷା ଅଭିଯାନର ଲକ୍ଷ୍ୟଗୁଡ଼ିକୁ ଆଲୋଚନା କର ।
Answer:
ସର୍ବଶିକ୍ଷା ଅଭିଯାନର ମୁଖ୍ୟ ଲକ୍ଷ୍ୟଗୁଡ଼ିକ ହେଲା :
(i) ୨୦୦୩ ମସିହା ସୁଦ୍ଧା ୬ ରୁ ୧୪ ବର୍ଷ ବୟସର ସମସ୍ତ ପିଲାଙ୍କୁ ବିଦ୍ୟାଳୟରେ ନାମ ଲେଖାଇବା ।
(ii) ୨୦୦୭ ମସିହା ସୁଦ୍ଧା ସବୁ ପିଲା ୫ ବର୍ଷର ପ୍ରାଥମିକ ଶିକ୍ଷା ସମ୍ପୂର୍ଣ୍ଣ କରିବେ ।
(iii) ୨୦୧୦ ମସିହା ସୁଦ୍ଧା ସବୁ ପିଲା ୮ ବର୍ଷର ଉଚ୍ଚ ପ୍ରାଥମିକ ଶିକ୍ଷା ସମାପ୍ତ କରିବେ ଓ ୧୦୦ ପ୍ରତିଶତ ଅଟକ ରହିବାକୁ ଗୁରୁତ୍ୱ ଦିଆଯିବ ଓ ଯେ କୌଣସି ଲିଙ୍ଗଭେଦ ବା ସାମାଜିକ ପାର୍ଥକ୍ୟକୁ ଦୂର କରାଯିବ ।
(iv) ଶିକ୍ଷାଦାନ ସହ ଉନ୍ନତ ଜୀବନଧାରଣ ପାଇଁ ଶିକ୍ଷାରେ ଗୁରୁତ୍ଵ ଦିଆଯିବ ।

22. ଓଡ଼ିଶାରେ ପ୍ରାଥମିକ ଶିକ୍ଷାର ସାର୍ବଜନୀନକରଣ ପାଇଁ ନିଆଯାଇଥିବା ପଦକ୍ଷେପରୁ ୩ଟି ଲେଖ ।
Answer:
ଓଡ଼ିଶାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ସାର୍ବଜନୀନକରଣ ପାଇଁ ଯେଉଁସବୁ ପଦକ୍ଷେପ ନିଆଯାଇଛି ତନ୍ମଧ୍ୟରୁ ତିନୋଟି ନିମ୍ନରେ ଉଲ୍ଲେଖ କରାଗଲା ।
(i) DPEP ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ବିଦ୍ୟାଳୟ, ଶ୍ରେଣୀ କୋଠରି ସ୍ଥାପନ, ଶିକ୍ଷା ଉପକରଣ ଉପରେ ଗୁରୁତ୍ଵ ଦିଆଯାଇଛି ।
(ii) ପାଠ୍ୟପୁସ୍ତକର ପୁନଃ ମୁଦ୍ରଣ ଓ ଏଥରେ ନୂତନ ଶୈକ୍ଷିକ ଦିଗଗୁଡ଼ିକୁ ସ୍ଥାନ ଦିଆଯାଇଛି ।
(iii) ଶିକ୍ଷକମାନଙ୍କ ପାଇଁ ଉପଯୁକ୍ତ ତାଲିମ ବ୍ୟବସ୍ଥା ସହ ଶିଶୁକୈନ୍ଦ୍ରିକ ଶିକ୍ଷା ଓ ଉପଯୁକ୍ତ ଶିକ୍ଷା ବାତାବରଣ ପ୍ରତିଷ୍ଠା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।

23. ପ୍ରାଥମିକ ଶିକ୍ଷାର ସାର୍ବଜନୀନୀକରଣର ଦୁଇଟି ମୁଖ୍ୟ ଦିଗ ଉଲ୍ଲେଖ କର ।
Answer:
(କ) ସାର୍ବଜନୀନ ସୁବିଧା ଓ ସୁଯୋଗ
(ଖ) ସାର୍ବଜନୀନ ନାମଲେଖା
(ଗ) ସାର୍ବଜନୀନ ରକ୍ଷଣ
(ଘ) ସାର୍ବଜନୀନ ସଫଳତା (ଯେକୌଣସି ଦୁଇଟି)

24. ପ୍ରାଥମିକ ଶିକ୍ଷାରେ ସାର୍ବଜନୀନ ଧାରଣର ଅର୍ଥ ସଂକ୍ଷେପରେ ବୁଝାଅ ।
Answer:
ଭାରତୀୟ ସମ୍ବିଧାନର ୪୫ ଧାରାରେ ୬-୧୪ ବର୍ଷ ବୟସ୍କ ସମସ୍ତ ପିଲାଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବାକୁ ନିର୍ଦ୍ଦେଶ ଅଛି । ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନିମନ୍ତେ ସାର୍ବଜନୀନ ଧାରଣ ଏକ ବାସ୍ତବ ଓ ବଳିଷ୍ଠ ପଦକ୍ଷେପ । ଏହି ବ୍ୟବସ୍ଥା ଅନୁସାରେ ୬ ବର୍ଷରେ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ କରୁଥିବା ସମସ୍ତ ପିଲା ଯେପରି ଶିକ୍ଷା ଶେଷ ହେବା ପର୍ଯ୍ୟନ୍ତ ବିଦ୍ୟାଳୟରେ ଅଧ୍ୟୟନ କରିବେ ସେଥ୍ୟପ୍ରତି ଗୁରୁତ୍ୱ ଦିଆଯାଇଥାଏ ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ସମସ୍ତଙ୍କ ପାଇଁ ଶିକ୍ଷା (‘Education for all’) କହିଲେ କ’ଣ ବୁଝ ?
Answer:
୨୦୦୧ ମସିହା ଜନଗଣନା ଅନୁଯାୟୀ ଭାରତର ସାକ୍ଷରତାର ହାର ୬୪.୮% । ତେଣୁ ଭାରତରେ ଅଧିକାଂଶ ଲୋକ ଶିକ୍ଷା ପାଇବାପାଇଁ ଅପେକ୍ଷାରତ । ଏଥ‌ିପାଇଁ ଧାରା ୪୫ ଅନୁଯାୟୀ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ମାଗଣାରେ ଶିକ୍ଷାଦେବା ଯୋଜନା ସଫଳୀକୃତ ହେଲାନାହିଁ ।

ନିରକ୍ଷରଙ୍କୁ ସାକ୍ଷର କରିବାପାଇଁ ପ୍ରୌଢ଼ଶିକ୍ଷା (Adult Education) କାର୍ଯ୍ୟକ୍ରମ ଚାଲୁ କରାଗଲା । ଏସବୁ ସତ୍ତ୍ବେ ୧୯୯୦ ମସିହାରେ ବିଶ୍ଵବ୍ୟାଙ୍କ, UNICEF, UNESCO ଦ୍ବାରା ଶିକ୍ଷା ସଂକ୍ରାନ୍ତୀୟ ଏକ ସମ୍ମିଳନୀରେ ୧୫୫ଟି ଦେଶରୁ ପ୍ରତିନିଧୂମାନେ ଯୋଗଦେଇ ୨୦୦୧ ମସିହା ସୁଦ୍ଧା ସମସ୍ତଙ୍କୁ ଶିକ୍ଷାଦେବାର କାର୍ଯ୍ୟକ୍ରମ ସ୍ଥିର କଲେ ।

2. ଆବଦ୍ଧତା କ’ଣ ? ଏହା କିପରି ଅପଚୟ ସହ ସମ୍ପୃକ୍ତ ଅଟେ ?
Answer:
(i) ୧୯୨୯ ମସିହାରେ ହାର୍ଟର୍ କମିଟି ତାଙ୍କ ରିପୋର୍ଟରେ ପ୍ରଥମେ ପ୍ରାଥମିକ ଶିକ୍ଷା ସ୍ତରରେ ଅପଚୟ ଏବଂ ଆବଦ୍ଧତା ଏ ଦୁଇଟି ପ୍ରତିବନ୍ଧକ ସୃଷ୍ଟି କରୁଛି ବୋଲି ମତ ପ୍ରଦାନ କରିଥିଲେ ।
(ii) ଶିକ୍ଷାର ପ୍ରତ୍ୟେକ ସ୍ତର ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ବା କାଳ ଥାଏ ।
(iii) ସ୍ଥାୟୀ ସାକ୍ଷରତା ଅର୍ଜନ କରିବାକୁ ହେଲେ ଛାତ୍ର ବିଦ୍ୟାଳୟରେ ଅନ୍ତତଃ ପାଞ୍ଚବର୍ଷର ପାଠ ଶେଷ କରିବା ଆବଶ୍ୟକ ଅଟେ ।
(iv) ମାତ୍ର କୌଣସି ପିଲା ଯଦି ନିର୍ଦ୍ଧାରିତ ସମୟରେ ଶିକ୍ଷାସ୍ତର ଅତିକ୍ରମ କରିବା ପୂର୍ବରୁ ପାଠପଢ଼ା ଛାଡ଼ି ଚାଲିଯାଏ, ତେବେ ସେ କ୍ଷେତ୍ରରେ ସମସ୍ତ ସମୟ ଅର୍ଥ ଓ ଉଦ୍ୟମର ଅପଚୟ ଘଟିଲା ବୋଲି କୁହାଯାଏ ।
(v) ହାର୍ଟର୍ କମିଟି ଭାଷାରେ ପ୍ରାଥମିକ ଶିକ୍ଷା ପୂର୍ଣ ହେବା ପୂର୍ବରୁ ପିଲାମାନେ ମଝିରେ ମଝିରେ ପାଠପଢ଼ା ଛାଡ଼ି ଦେବାହିଁ ଅପଚୟ ଅଟେ । ହାର୍ଟର୍ କମିଟି ମତରେ, ଗୋଟିଏ ଗୋଟିଏ ଶ୍ରେଣୀରେ ଏକାଧିକ ବର୍ଷ ରହିବା ହିଁ ଆବଦ୍ଧତା ଅଟେ ।

3. ସର୍ବଶିକ୍ଷା ଅଭିଯାନର ଲକ୍ଷ୍ୟଗୁଡ଼ିକୁ ଆଲୋଚନା କର ।
Answer:
ସର୍ବଶିକ୍ଷା ଅଭିଯାନର ମୁଖ୍ୟ ଲକ୍ଷ୍ୟଗୁଡ଼ିକ ହେଲା –
(i) 2003 ମସିହା ସୁଦ୍ଧା 6 ରୁ 14 ବର୍ଷ ବୟସର ସମସ୍ତ ପିଲାଙ୍କୁ ବିଦ୍ୟାଳୟରେ ନାମ ଲେଖାଇବେ ।
(ii) 2007 ମସିହା ସୁଦ୍ଧା ସବୁ ପିଲା 5 ବର୍ଷର ପ୍ରାଥମିକ ଶିକ୍ଷା ସମ୍ପୂର୍ଣ କରିବେ ।
(iii) 2010 ସୁଦ୍ଧା ସବୁ ପିଲା ୫ ବର୍ଷର ଉଚ୍ଚ ପ୍ରାଥମିକ ଶିକ୍ଷା ସମାପ୍ତ କରିବେ ଓ 100 ପ୍ରତିଶତ ଅଟକ ରହିବାକୁ ଗୁରୁତ୍ଵ ଦିଆଯିବ ଓ ଯେ କୌଣସି ପ୍ରକାର ଲିଙ୍ଗଭେଦ ବା ସାମାଜିକ ପାର୍ଥକ୍ୟକୁ ଦୂର କରାଯିବ ।
(iv) ଶିକ୍ଷାଦାନ ସହ ଉନ୍ନତ ଜୀବନଧାରଣ ପାଇଁ ଶିକ୍ଷଣ ଉପରେ ଗୁରୁତ୍ବ ଦିଆଯିବ ।

4. ସାର୍ବଜନୀନ ପ୍ରାଥମିକ ଶିକ୍ଷାର ମୁଖ୍ୟ ପ୍ରତିବନ୍ଧକଗୁଡ଼ିକ କ’ଣ ?
Answer:
1964-65 ମସିହାରେ କୋଠାରୀ ଆୟୋଗ ଶିକ୍ଷା କ୍ଷେତ୍ରରେ ଥିବା ଅପଚୟ ଓ ଆବଦ୍ଧତା ବିଷୟରେ ଅନୁଧ୍ୟାନ କରି ନିମ୍ନଲିଖ୍ତ କାରଣଗୁଡିକୁ ଦର୍ଶାଇଛନ୍ତି ।
(i) ଆର୍ଥିକ କାରଣ – ଅଧିକାଂଶ ପିତାମାତା ଅଭାବ ଅନଟନ ଭିତରେ ଜୀବିକା ନିର୍ବାହ କରୁଥିବାରୁ ତାଙ୍କ ସହିତ ଅର୍ଥ ଉପାର୍ଜନ ପାଇଁ ଶିକ୍ଷା ଶେଷ ହେବା ପୂର୍ବରୁ ପିଲାମାନଙ୍କୁ ନେଇ ଯାଆନ୍ତି । ସାଧାରଣତଃ ଝିଅମାନେ ଘରକାମରେ ଅଧିକ ସାହାଯ୍ୟ କରୁଥିବାରୁ ସେମାନଙ୍କ ପାଠପଢ଼ା ଅଧାରୁ ବନ୍ଦ କରିଦିଆଯାଏ ।
(ii) ସାମାଜିକ କାରଣ – ଆମ ଦେଶର ଅଶିକ୍ଷିତ ଓ ଅନୁନ୍ନତ ଶ୍ରେଣୀର ଲୋକମାନଙ୍କ ମଧ୍ୟରେ ଥିବା ଅସ୍ପୃଶ୍ୟତା, ଅଣଲିଯାଗ ଓ ଲ୯ସାରର ସରିଥରି ପାଇଁରତୀନ ଶିକ୍ଷାର ମ ମନ୍ଦିରରଲ ଆସେ । ଅଧିକାଂଶ ଭୋଇଙ୍କ ସମରେ ନାରୀ ଶିକ୍ଷା ପ୍ରତି ଅନାସକ୍ତ ଭାବ ମଧ୍ୟ ଏହାର ଏକ ମୁଖ୍ୟ ସାମାଜିକ କାରଣ ଅଟେ ।
(iii) ଶିକ୍ଷାଗତ କାରଣ – ଅନୁପଯୁକ୍ତ ବିଦ୍ୟାଳୟ ପରିବେଶ, ନୂତନ ଶିକ୍ଷା ପ୍ରଣାଳୀ ଇତ୍ୟାଦି ସାର୍ବଜନୀନ ପ୍ରାଥମିକ ଶିକ୍ଷାର ପ୍ରତିବନ୍ଧକ ଅଟେ ।

5. ସାର୍ବଜନୀନ ଶିକ୍ଷା ସମ୍ବନ୍ଧରେ ସମ୍ବିଧାନରେ ସୂଚିତ ନିର୍ଦ୍ଦେଶାବଳୀ ଲେଖ ।
Answer:
୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ ହୋଇ ତା’ର ନୂତନ ସମ୍ବିଧାନ ପ୍ରଣୟନ କଲା । ସମ୍ବିଧାନର ନିର୍ଦ୍ଦେଶ ଅନୁଯାୟୀ ସାର୍ବଜନୀନ ଶିକ୍ଷାର ବ୍ୟବସ୍ଥା ପାଇଁ ଅଧିକ ସୁବିଧା ସୁଯୋଗ ପ୍ରଦାନ କରିବାପାଇଁ ଯୋଜନା କରାଗଲା । ଏହି ସଂକ୍ରାନ୍ତରେ ସମ୍ବିଧାନର ୪୫ ଧାରା ନିର୍ଦ୍ଦେଶନାମାରେ ଲିପିବଦ୍ଧ କରାଯାଇଛି ଯେ ସରକାରୀ ପ୍ରଚେଷ୍ଟାରେ ୬ ରୁ ୧୪ ବର୍ଷ ଯାଏ ପିଲାଙ୍କ ଲାଗି ଅବୈତନିକ ପ୍ରାଥମିକ ଶିକ୍ଷାର ବ୍ୟବସ୍ଥା ସମ୍ବିଧାନ ପ୍ରଣୀତ ହେବାର ୧୦ ବର୍ଷ ଭିତରେ କାର୍ଯ୍ୟକାରୀ ହେବ ।

6. କଳାପଟା ଯୋଜନା (Operation Blackboard) କ’ଣ ସଂକ୍ଷେପରେ ବୁଝାଅ ।
Answer:
କଳାପଟା ଯୋଜନା (Operation Blackboard) ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାପାଇଁ ଉଦ୍ଦିଷ୍ଟ । ଅପରେସନ ଶବ୍ଦଟି ସାର୍ବଜନୀନ ଶିକ୍ଷା ପାଇଁ ଏକ ବିହିତ ବା ତୁରନ୍ତ ପଦକ୍ଷେପ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଛି । ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ନିମ୍ନଲିଖ ସାଧନଗୁଡ଼ିକ ଉଦ୍ଦିଷ୍ଟ ।
(i) ଅନ୍ୟୁନ ଦୁଇଟି ଶ୍ରେଣୀଗୃହ ନିର୍ମାଣ
(ii) ଆବଶ୍ୟକୀୟ ଖେଳସାମଗ୍ରୀ
(iii) କଳାପଟା
(iv) ମାନଚିତ୍ର
(v) ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ଯୋଗାଣ ।

CHSE Odisha Class 12 Education Solutions Chapter 9 ପ୍ରାଥମିକ ଶିକ୍ଷାର ସାର୍ବଜନୀନୀକରଣ ଓ ଶିକ୍ଷାଧିକାର

7. D.PE.P. ର କାର୍ଯ୍ୟକ୍ରମ କ’ଣ ?
Answer:
ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବାପାଇଁ ଭାରତ ସରକାର ଏବଂ ବିଶ୍ୱ ବ୍ୟାଙ୍କ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରୁଛନ୍ତି । ସେଥୁରୁ District Primary Education Programme (DPEP) ଅନ୍ୟତମ, ଯାହାଦ୍ୱାରା ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବାରେ ନିମ୍ନଲିଖତ ଉଦ୍ଦେଶ୍ୟଗୁଡିକ ପୂରଣ କରାଯାଇପାରିବ –
(i) ଶିକ୍ଷଣର ସର୍ବନିମ୍ନ ସ୍ତର ଉପରେ ଗୁରୁତ୍ୱ ଆରୋପ କରିବା (Attainment of minimum levels of learning)
(ii) ଶିଶୁକୈନ୍ଦ୍ରିକ ଶିକ୍ଷା ଉପରେ ଗୁରୁତ୍ୱ ଆରୋପ କରିବା (Emphasis on child centred education)
(iii) Waaqa âaa (Joyful learning)
(iv) ପ୍ରାଥମିକ ବିଦ୍ୟାଳୟର ଉନ୍ନତି ପାଇଁ ସୁବିଧା-ସୁଯୋଗ (Provision of infrastructure facilities)
(v) କାର୍ଯ୍ୟଭିତ୍ତିକ ଶିକ୍ଷଣ ଉପରେ ଗୁରୁତ୍ୱ ଆରୋପ କରିବା (Emphasis on activity-centred education)

8. ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ନିମନ୍ତେ ପାଞ୍ଚୋଟି ପନ୍ଥା ଲେଖ ।
Answer:
ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ନିମନ୍ତେ ୫ ଟି ପନ୍ଥା ହେଉଛି –
(i) ବିଦ୍ୟାଳୟରେ ଗୃହ ବାତାବରଣ ସୃଷ୍ଟି କରିବା ଓ ଛାତ୍ରଛାତ୍ରୀମାନଙ୍କ ମନୋବୃତ୍ତି ଓ ଆଗ୍ରହ ଉପରେ ଗୁରୁତ୍ଵ ଦେବା ।
(ii) ଉପଯୁକ୍ତ ଓ ଆକର୍ଷଣୀୟ ଶିକ୍ଷାସାଧନ ସାମଗ୍ରୀ ସଂଗ୍ରହ କରିବା ।
(iii) ବିଦ୍ୟାଳୟ ପରିସର ମଧ୍ୟରେ ମଧ୍ୟାହ୍ନ ଭୋଜନ ଓ କ୍ରୀଡ଼ାର ବ୍ୟବସ୍ଥା କରିବା ।
(iv) ବିଦ୍ୟାଳୟରେ ଅଧ୍ଵସଂଖ୍ୟକ କ୍ରୀଡ଼ା ଉପକରଣ ରଖୁବା ।
(v) ପ୍ରାଥମିକ ଶିକ୍ଷା ନିମିତ୍ତ ଶିଶୁମାନଙ୍କ ପାଇଁ କୌଣସି ଦେୟର ବ୍ୟବସ୍ଥା ନ କରିବା ।

9. ସମ୍ବିଧାନରେ ସୂଚିତ ସାର୍ବଜନୀନ ଶିକ୍ଷା ସମ୍ବନ୍ଧରେ ଲେଖ ।
Answer:
ସ୍ଵାଧୀନତାର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରାଥମିକ ଶିକ୍ଷାର ଅଭୂତପୂର୍ବ ଉନ୍ନତି ସାଧୂ ହେଲା । ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ପ୍ରଣୀତ ନୂତନ ସମ୍ବିଧାନରେ ସାର୍ବଜନୀନ ପ୍ରାଥମିକ ଶିକ୍ଷା ପାଇଁ ନିର୍ଦ୍ଦେଶିତ ହେଲା ।
(i) ସମ୍ବିଧାନର ୪୫ ଧାରାର ନିର୍ଦ୍ଦେଶ ଅନୁଯାୟୀ ସରକାରୀ ପ୍ରଚେଷ୍ଟାରୁ ୬ ରୁ ୧୪ ବର୍ଷ ଯାଏ ପିଲାଙ୍କ ଅବୈତନିକ ପ୍ରାଥମିକ ଶିକ୍ଷାର ବ୍ୟବସ୍ଥା ସମ୍ବିଧାନ ପ୍ରଣୀତ ହେବାର ୧୦ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବ । ଏହି ଶିକ୍ଷା ଦୁଇଟି ପ୍ରମୁଖ ଦିଗ ଉପରେ ଆଧାରିତ ହେଲା ।
(ii) ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ନାମଲେଖା ଏବଂ ସେମାନଙ୍କ ପାଠପଢ଼ା ଚାଲୁ ରଖୁବା ।
(iii) ଶିକ୍ଷାର ଗୁଣାତ୍ମକ ବିକାଶ – ପ୍ରତ୍ୟେକ ଶିଶୁ ଯେପରି ବିଦ୍ୟାଳୟକୁ ଆସେ ଓ ଶିକ୍ଷାଲାଭ କରେ ସେ ଦିଗରୁ ତାକୁ ଉପଯୁକ୍ତ ପ୍ରେରଣା ଯୋଗାଇଦେବା । ଶିଶୁର ଆବଶ୍ୟକତା ପ୍ରତି ଉତ୍ସାହପୂର୍ଣ୍ଣ, ଆଗ୍ରହପୂର୍ଣ୍ଣ ଦୃଷ୍ଟି ରଖୁବା । ଏହାଦ୍ଵାରା ମାନବ ସମ୍ବଳର ବିକାଶ ପାଇଁ ପ୍ରାଥମିକ ଶିକ୍ଷାକୁ ଫଳପ୍ରସୂ କରିବା । ଏହି ସାର୍ବଜନୀନ ଶିକ୍ଷାର ଲକ୍ଷ୍ୟ ଥିଲା –
(କ) ପ୍ରାଥମିକ ଶିକ୍ଷା ପ୍ରଶାସନକୁ ଏକୀଭୂତ କରିବା ।
(ଖ) ରାଜ୍ୟ ଯୋଜନା ବଜେଟ୍‌ର ୫୦% ପ୍ରାଥମିକ ଶିକ୍ଷା ପାଇଁ ଖର୍ଚ୍ଚ କରିବା ।
(ଗ) ପ୍ରାଥମିକ ଶିକ୍ଷା ପାଇଁ ଉଦ୍ଦିଷ୍ଟ ଅର୍ଥର ୩୦% ଏହି ଶିକ୍ଷାର ଗୁଣାତ୍ମକ ବୃଦ୍ଧି ପାଇଁ ଖର୍ଚ୍ଚ କରିବା ।
(ଘ) ଅନଗ୍ରସର ବାଳିକା ଓ ବାଳକମାନଙ୍କୁ ଆନୁଷ୍ଠାନିକ କିମ୍ବା ଅଣଆନୁଷ୍ଠାନିକ ଶିକ୍ଷା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବାପାଇଁ ଉଦ୍ୟମ କରିବା ।

10. ପ୍ରାଥମିକ ଶିକ୍ଷାର ଅନଗ୍ରସରତାର ୫ଟି ମୁଖ୍ୟ କାରଣ ଲେଖ ।
Answer:
(i) ଭାରତରେ ଦ୍ରୁତ ଜନସଂଖ୍ୟା ବୃଦ୍ଧି ସଙ୍ଗେ ସଙ୍ଗେ ଅର୍ଥନୈତିକ ଦୁରବସ୍ଥା ପ୍ରାଥମିକ ଶିକ୍ଷାର ଅନଗ୍ରସରତାର ମୁଖ୍ୟ ଅନ୍ତରାୟ ।
(ii) ସାମାଜିକ ପ୍ରତିବନ୍ଧକ ସ୍ଵରୂପ ଜାତି, ଧର୍ମ, ବର୍ଣ୍ଣବୈଷମ୍ୟ, ଅସ୍ପୃଶ୍ୟତା, ନାରୀଶିକ୍ଷା ପ୍ରତି ବୀତସ୍ପୃହତା ଏହି ଶିକ୍ଷାର ଅନ୍ୟତମ ପ୍ରତିବନ୍ଧକ ।
(iii) ପ୍ରାଥମିକ ଶିକ୍ଷାକ୍ଷେତ୍ରରେ ଶିକ୍ଷକଙ୍କର ଅଭାବ ଏକ ପ୍ରଧାନ ପ୍ରତିବନ୍ଧକ ।
(iv) ପାଠ୍ୟକ୍ରମର ସଂକୀର୍ଣ୍ଣତା ତଥା ପ୍ରଚଳିତ ଶିକ୍ଷାପଦ୍ଧତିର ଅନୁପଯୋଗିତା ମଧ୍ଯ ଅନଗ୍ରସରତାର ମୁଖ୍ୟ କାରଣ ଅଟେ ।
(v) ପ୍ରାଥମିକ ସ୍ତରର ଅନଗ୍ରସରତାର ସବୁଠାରୁ ମୁଖ୍ୟ ଅନ୍ତରାୟ ହେଉଛି ଅପଚୟ ଓ ଆବଦ୍ଧତା ।

11. ପ୍ରାଥମିକ ବିଦ୍ୟାଳୟରେ ପାଠତ୍ୟାଗର ଯେକୌଣସି ପାଞ୍ଚଟି କାରଣ ଉଲ୍ଲେଖ କର ।
କିମ୍ବା, ସାର୍ବଜନୀନ ପ୍ରାଥମିକ ଶିକ୍ଷା ସମ୍ବଳିତ ଯେକୌଣସି ୫ଟି ସମସ୍ୟା ଉଲ୍ଲେଖ କର ।
Answer:
ପ୍ରାଥମିକ ବିଦ୍ୟାଳୟରୁ ପାଠତ୍ୟାଗ କରିବାର କାରଣଗୁଡ଼ିକ ହେଲା :
(i) ଦାରିଦ୍ର୍ୟ – ପିତାମାତାଙ୍କ ଶୋଚନୀୟ ଆର୍ଥିକ ଅବସ୍ଥା ।
(ii) ରକ୍ଷଣଶୀଳ ମନୋଭାବ – ନାରୀଶିକ୍ଷା ପ୍ରତି ଅବହେଳା ପ୍ରଦର୍ଶନ ।
(iii) ବିଦ୍ୟାଳୟର ଅନାକର୍ଷଣୀୟ ବାତାବରଣ ।
(iv) ଅନୁପଯୁକ୍ତ କାର୍ଯ୍ୟ-ନିର୍ଘଣ୍ଟ ।
(v) ଅପଚୟ ଏବଂ ଆବଦ୍ଧତା ।

12. ଅପଚୟର ୫ଟି କାରଣ ଲେଖ ।
Answer:
(i) ପିତାମାତା ତଥା ଅଭିଭାବକମାନଙ୍କର ଅସ୍ବଚ୍ଛଳ ଆର୍ଥିକ ଅବସ୍ଥା ଅପଚୟର ମୁଖ୍ୟ କାରଣ । ଆମ ଦେଶର ଅଧିକାଂଶ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବାରୁ ଶିକ୍ଷାଲାଭ ପାଇଁ ସନ୍ତାନସନ୍ତତିମାନଙ୍କୁ ଆବଶ୍ୟକ ଅର୍ଥ ଯୋଗାଇପାରୁ ନାହାଁନ୍ତି ।
(ii) ଅଭାବ ଅନଟନ ମଧ୍ୟଦେଇ ଗତି କରୁଥିବା ପିତାମାତା ନିଜର ପିଲାମାନଙ୍କୁ ତାଙ୍କ ସହିତ ଅର୍ଥ ଉପାର୍ଜନରେ ସାହାଯ୍ୟ କରିବା ନିମନ୍ତେ ଶିକ୍ଷା ଶେଷ ହେବାପୂର୍ବରୁ ବିଦ୍ୟାଳୟରୁ କାଢ଼ି ନେଇଥା’ନ୍ତି ।
(iii) ଘର କାମରେ ସାହାଯ୍ୟ କରିବାପାଇଁ ପିଲାମାନ ପାଠପଢ଼ା ଅଧାରୁ ବନ୍ଦ କରିଦିଅନ୍ତି ।
(iv) ଅଧିକାଂଶ ଲୋକଙ୍କର ନାରୀଶିକ୍ଷା ଓ ସହଶିକ୍ଷା ପ୍ରତି ଅନାସକ୍ତ ଭାବ ଯୋଗୁଁ ବାଳିକାମାନଙ୍କୁ ବିଦ୍ୟାଳୟରେ ଶିକ୍ଷା ସମାପ୍ତିଯାଏ ସୁଯୋଗ ମିଳିନଥାଏ ।
(v) ଭାରତରେ ବାସ କରୁଥିବା ବିଭିନ୍ନ ଲୋକଙ୍କ ମଧ୍ୟରେ ଥ‌ିବା ଜାତି, ଧର୍ମ, ବର୍ଣ୍ଣ ମଧ୍ୟରେ ବୈଷମ୍ୟ ଭାବ, ପରଦା
ପ୍ରଥା, ବାଲ୍ୟବିବାହ, ଉଚ୍ଚନୀଚ ଭେଦଭାବ ଇତ୍ୟାଦି ଅପଚୟର ମୁଖ୍ୟ କାରଣ ଅଟେ । ଏହା ସହିତ ଜନସଂଖ୍ୟାର
ଦ୍ରୁତ ବୃଦ୍ଧି ମଧ୍ୟ ଅପଚୟର ଏକ ପ୍ରମୁଖ କାରଣ ଅଟେ ।

13. ସର୍ବଶିକ୍ଷା ଅଭିଯାନକୁ ସଫଳ କରାଯିବାର ୫ଟି ମୁଖ୍ୟ କୌଶଳ ଆଲୋଚନା କର ।
Answer:
ସର୍ବଶିକ୍ଷା ଅଭିଯାନକୁ ସଫଳ କରିବା ନିମିତ୍ତ ଆମ ରାଜ୍ୟରେ ନିମ୍ନଲିଖ୍ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି ।
(i) ନିଶ୍ଚିତ ଶିକ୍ଷାକେନ୍ଦ୍ର, ପ୍ରାକ୍ ଶୈଶବ ଶିକ୍ଷା ବ୍ୟବସ୍ଥାର ଗଠନ ।
(ii) ବ୍ଲକ୍ ସାଧନ ଓ ଆଞ୍ଚଳିକ ସାଧନ କେନ୍ଦ୍ର ମାଧ୍ୟମରେ ପରିଚାଳନା ।
(iii) ଗ୍ରାମ୍ୟ ଶିକ୍ଷା କମିଟି, ପିତାମାତା -ଶିକ୍ଷକ ସଂଘ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାର ପ୍ରୟାସ ।
(iv) ଅଧାରୁ ପାଠ ଛାଡୁଥିବା ପିଲା, ଅନାଥ ବାଳକ ବାଳିକା, ରାସ୍ତାକଡ଼ରେ, ରେଳଷ୍ଟେସନ, ବସ୍ତି ଅଞ୍ଚଳର ପିଲାଙ୍କ ପାଇଁ ସ୍ଵତନ୍ତ୍ର ଶିକ୍ଷା ବ୍ୟବସ୍ଥା ।
(v) ଶିକ୍ଷକ ଅନୁଦାନ, ଶିକ୍ଷା ଉପକରଣର ପ୍ରସ୍ତୁତି ଓ ପ୍ରଦର୍ଶନ ଉପରେ ଗୁରୁତ୍ଵ ।
(vi) ଆଦିବାସୀ, ହରିଜନ ଓ ବାଳିକାମାନଙ୍କ ପାଇଁ ମାଗଣା ପାଠ୍ୟପୁସ୍ତକ ଯୋଗାଣ ଇତ୍ୟାଦି ।

CHSE Odisha Class 12 Education Solutions Chapter 9 ପ୍ରାଥମିକ ଶିକ୍ଷାର ସାର୍ବଜନୀନୀକରଣ ଓ ଶିକ୍ଷାଧିକାର

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନୀକରଣ କରିବାପାଇଁ କି କି ପଦକ୍ଷେପ ଗ୍ରହଣ କରାଗଲେ ଶିକ୍ଷାର ଲକ୍ଷ୍ୟ ସଫଳ ହୋଇପାରିବ ?
Answer:
ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର । ଦେଶର ପ୍ରତ୍ୟେକ ସମସ୍ୟା; ଯଥା – ଅର୍ଥନୈତିକ ଓ ରାଜନୈତିକ ସମସ୍ୟା ଶିକ୍ଷା ସମସ୍ୟାଦ୍ଵାରା ପ୍ରଭାବିତ ହୋଇଥାଏ । ତେଣୁ ଏ ସମସ୍ତ ସମସ୍ୟାରୁ ମୁକ୍ତ ହେବାପାଇଁ ନାଗରିକମାନଙ୍କୁ ଆବଶ୍ୟକ ଜ୍ଞାନ ଓ ଦକ୍ଷତାସମ୍ପନ୍ନ କରାଇବା ଆବଶ୍ୟକ । ଏହାଦ୍ୱାରା ସେମାନେ ଦାୟିତ୍ୱସମ୍ପନ୍ନ ନାଗରିକରୂପେ ନିଜର କର୍ତ୍ତବ୍ୟ ସମ୍ପାଦନ କରିପାରିବେ । କିନ୍ତୁ ବର୍ତ୍ତମାନ ଏ ଦେଶର ଅର୍ଦ୍ଧେକ ନାଗରିକ ନିରକ୍ଷରତାର ଅନ୍ଧକାର ମଧ୍ୟରେ ଆବଦ୍ଧ ।

ତେଣୁ ସେମାନେ ଦେଶର ପ୍ରଗତିରେ କୌଣସିପ୍ରକାର ସହାୟକ ହୋଇପାରୁ ନାହାନ୍ତି । ତେଣୁ ପ୍ରତ୍ୟେକଙ୍କୁ ସର୍ବନିମ୍ନ ଶିକ୍ଷା ଯୋଗାଇବାପାଇଁ ସାର୍ବଜନୀନ ପ୍ରାଥମିକ ଶିକ୍ଷା ସୃଷ୍ଟି ହେଲା । ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ଭାରତ ଏକ ସାର୍ବଭୌମ, ଗଣତାନ୍ତ୍ରିକ, ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ ହେଲା ।

ସମ୍ବିଧାନର ୪୫ ଧାରା ନିର୍ଦ୍ଦେଶନାମାନୁଯାୟୀ ସରକାରୀ ପ୍ରଚେଷ୍ଟାରେ ୬ରୁ ୧୪ ବର୍ଷ ଯାଏଁ ପିଲାମାନଙ୍କ ପାଇଁ ଅବୈତନିକ ପ୍ରାଥମିକ ଶିକ୍ଷାର ବ୍ୟବସ୍ଥା ପ୍ରଣୀତ ହେବାର ୧୦ ବର୍ଷ (୧୯୬୦ ମସିହା) ଭିତରେ କାର୍ଯ୍ୟକାରୀ ହେବ ।

ଶିକ୍ଷାକୁ ସାର୍ବଜନୀନ କରିବାର ଉପାୟ :
(1) ଅଭାବ ଦୂରୀକରଣ – ପିତାମାତାଙ୍କର ରୋଜଗାର କ୍ଷମତା ବଢ଼ାଇଲେ ସେମାନେ ପିଲାମାନଙ୍କୁ ସ୍କୁଲକୁ ପଠାଇବେ ।

(2) ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ – ଜନସଂଖ୍ୟା ବୃଦ୍ଧିର ତୁରନ୍ତ ନିୟନ୍ତ୍ରଣ ହେଲେ ଦାରିଦ୍ର୍ୟ, ଅଭାବ, ନିରକ୍ଷରତା ଦୂରହେବ । ଜନସଂଖ୍ୟାର ବୃଦ୍ଧିର ଉପଯୁକ୍ତ ନିୟନ୍ତ୍ରଣ ହୋଇପାରିଲେ ଆମର ସାର୍ବଜନୀନ ଶିକ୍ଷା ସଫଳ ହୋଇପାରିବ ।

(3) ସାମାଜିକ ପ୍ରତିବନ୍ଧକ ଦୂରୀକରଣ – ସାମାଜିକ ପ୍ରତିବନ୍ଧକ ଦୂରୀକରଣ ଏହି ସାର୍ବଜନୀନ ଶିକ୍ଷାର ସଫଳତା ପାଇଁ ନିତାନ୍ତ ଆବଶ୍ୟକ । ଭାରତର ସାମାଜିକ ବ୍ୟବସ୍ଥା ମଧ୍ୟରେ ବହୁ ବିଭିନ୍ନତା ଯୋଗୁଁ ବର୍ଷବୈଷମ୍ୟ, ଅସ୍ପୃଶ୍ୟତା, ଅନ୍ଧବିଶ୍ବାସ, କୁସଂସ୍କାର, ବାଲ୍ୟବିବାହ, ପରଦାପ୍ରଥା, ସ୍ତ୍ରୀଶିକ୍ଷା ଓ ସହଶିକ୍ଷା ପ୍ରତି ଅନାସକ୍ତି ଭାବ ପ୍ରଭୃତି ଶିକ୍ଷାର ଅଗ୍ରଗତି ଦିଗରେ ମୁଖ୍ୟ ଅନ୍ତରାୟ ସୃଷ୍ଟି କରୁଛି ।

(4) ଯାତାୟାତର ସୁବିଧା – ଭାରତ ସାଧାରଣତଃ ଏକ ଗ୍ରାମବହୁଳ ଦେଶ । ଏହି ଗ୍ରାମଗୁଡ଼ିକ ବହୁ ଅସୁବିଧାର ଏକ ସମନ୍ଵୟ । ଯାତାୟାତ ଅସୁବିଧା, ଭାଷା ସମସ୍ୟା, ଆର୍ଥିକ ସମସ୍ୟା, ସାମାଜିକ ପ୍ରତିବନ୍ଧକ ଯୋଗୁଁ ଏହିସବୁ ଅଞ୍ଚଳରେ ବିଦ୍ୟାଳୟ ସ୍ଥାପନା କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଅଟେ । ଏହା ବ୍ୟତୀତ ହରିଜନ ଓ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଅତି ନିମ୍ନ ମାନର ଜୀବନଶୈଳୀ ଅତିବାହିତ କରନ୍ତି ଏବଂ ଶିକ୍ଷା ପ୍ରତି ସମ୍ପୂର୍ଣ୍ଣ ଅନାଗ୍ରହ ପ୍ରକାଶ କରିଥା’ନ୍ତି ।

ଏମାନଙ୍କୁ କୌଣସି ବିଷୟରେ ହୃଦ୍‌ବୋଧ କରାଇବା ମଧ୍ୟ କଷ୍ଟସାଧ୍ୟ ଅଟେ । ତେଣୁ ଏସବୁ ଅଞ୍ଚଳରେ ଶିକ୍ଷକ ନିଯୁକ୍ତି କରି ଶିକ୍ଷାର ପ୍ରସାର ପାଇଁ ଅତ୍ୟନ୍ତ ଧୈର୍ଯ୍ୟ, ନିଷ୍ଠା ଓ ସମୟର ଆବଶ୍ୟକତା ଅନୁଭୂତ ହୁଏ ।

(5) ତାଲିମପ୍ରାପ୍ତ ଶିକ୍ଷକ ସୃଷ୍ଟି – ଶିକ୍ଷାର୍ଥୀମାନଙ୍କର ସାଂଖ୍ୟକ ଅଭିବୃଦ୍ଧି ଅନୁଯାୟୀ ଆମ ଦେଶର ଯଥେଷ୍ଟ ପରିମାଣରେ ତାଲିମପ୍ରାପ୍ତ ଶିକ୍ଷକ ନାହାନ୍ତି । ସ୍ଵଳ୍ପବେତନ ଓ ସରକାରଙ୍କର ନିରୁତ୍ସାହିତ ମନୋଭାବ ଯୋଗୁଁ ଏହି ଶିକ୍ଷକମାନଙ୍କର ଶିକ୍ଷାଦାନ ପ୍ରତି ଆଗ୍ରହ ରହୁ ନାହିଁ । ଫଳରେ ଶିକ୍ଷାର ମାନ ହ୍ରାସ ପାଉଛି । ତେଣୁ ଏହି ପ୍ରାଥମିକ ଶିକ୍ଷକମାନଙ୍କର ସୁସ୍ଥ ଜୀବନଯାପନ ପ୍ରତି ସରକାର ବିଶେଷ ଦୃଷ୍ଟି ଦେବା ନିତାନ୍ତ ଆବଶ୍ୟକ । ଏହା ସହିତ ଅଧିକରୁ ଅଧ‌ିକ ତାଲିମପ୍ରାପ୍ତ ଶିକ୍ଷକ ସୃଷ୍ଟି କରିବା ନିତାନ୍ତ ଅପରିହାର୍ଯ୍ୟ ।

(6) ବିଦ୍ୟାଳୟ ଗୃହବ୍ୟବସ୍ଥା – ପ୍ରାଥମିକ ଶିକ୍ଷା ଅନଗ୍ରସରତାରେ ଗୃହ ସମସ୍ୟା ଏକ ମୁଖ୍ୟ କାରଣ ଅଟେ । ସାଧାରଣତଃ ଗ୍ରାମାଞ୍ଚଳରେ ବିଦ୍ୟାଳୟଗୁଡ଼ିକ ବାରଣ୍ଡା ଓ ଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଛି । ଏଣୁ ଶିକ୍ଷାର ଅଗ୍ରଗତି ପାଇଁ ବିଦ୍ୟାଳୟ ଗୃହ, ପାଠ୍ୟପକରଣ ଯୋଗାଇବା ପ୍ରତି ସରକାର ଦୃଷ୍ଟିଦେବା ଆବଶ୍ୟକ ।

(7) ପାଠ୍ୟକ୍ରମର ଗୁଣାତ୍ମକ ପରିବର୍ତ୍ତନ – ଏହା ସହିତ ପ୍ରାଥମିକ ଶିକ୍ଷା ପାଇଁ ଉଦ୍ଦିଷ୍ଟ ପାଠ୍ୟକ୍ରମ ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି କରିବା ସହିତ ଜୀବନଧର୍ମୀ ହୋଇପାରିଲେ ଏହି ଶିକ୍ଷା ସଫଳତାର ଶୀର୍ଷରେ ଉପନୀତ ହୋଇପାରିବ ।

(8) ସଚେତନତା ବୃଦ୍ଧି – ଶିକ୍ଷା କ୍ଷେତ୍ରରେ ଅପଚୟ ଓ ଆବଦ୍ଧତା ପ୍ରତି ଶିକ୍ଷକ-ସମାଜ ଓ ସରକାର ଯଥେଷ୍ଟ ଦୃଷ୍ଟିଦେବା ଆବଶ୍ୟକ । ଏହାର ଉପଯୁକ୍ତ ନିୟନ୍ତ୍ରଣ ହୋଇପାରିଲେ ପ୍ରାଥମିକ ଶିକ୍ଷାର ଦ୍ରୁତ ପ୍ରସାର ହୋଇପାରିବ । ପ୍ରାଥମିକ ବିଦ୍ୟାଳୟମାନଙ୍କରେ ସାଧାରଣତଃ ବହୁସଂଖ୍ୟକ ଛାତ୍ର ପାଠ ପଢ଼ିବାକୁ ପ୍ରାୟ ଆସନ୍ତି ନାହିଁ ଏବଂ ଆସୁଥ‌ିବା ଛାତ୍ରଙ୍କ ମଧ୍ୟରୁ ଅନେକ ଅଧାରୁ ପଢ଼ା ଛାଡ଼ି ଚାଲିଯା’ନ୍ତି ।

ଏହା ବ୍ୟତୀତ ରାଜ୍ୟ ସରକାର ଯୋଜନା ବଜେଟ୍‌ର ୫୦% ପ୍ରାଥମିକ ଶିକ୍ଷାପାଇଁ ଖର୍ଚ୍ଚ କରିବେ । ପ୍ରାଥମିକ ଶିକ୍ଷା ପାଇଁ ଉଦ୍ଦିଷ୍ଟ ଅର୍ଥର ୩୦% ଏହି ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଖର୍ଚ୍ଚ ହେବ । ଶିକ୍ଷାର୍ଥୀମାନଙ୍କର ପ୍ରକୃତ ଆବଶ୍ୟକତାକୁ ବିଚାର କରି ଶିକ୍ଷାବର୍ଷ ଓ ବୃତ୍ତିଗତ ଶିକ୍ଷାର ଯୋଜନା ପ୍ରସ୍ତୁତ କରାଯିବ । ଦେଶର ଆଦିବାସୀ, ହରିଜନବହୁଳ ତଥା ଗମନାଗମନର ସୁବିଧା ନ ଥ‌ିବା ଗ୍ରାମମାନଙ୍କରେ ୩ ବର୍ଷ ମଧ୍ୟରେ ସମସ୍ତ ପ୍ରାଧାନ୍ୟ ଦିଆଯାଇ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ ।

ଶିକ୍ଷକ ତାଲିମ କ୍ଷେତ୍ରରେ ପ୍ରଚଳିତ ପାଠ୍ୟକ୍ରମର ପୁନର୍ଗଠନ କରାଯାଇ ପ୍ରାଥମିକ ଶିକ୍ଷାର ପ୍ରଶିକ୍ଷଣ ଅନୁଷ୍ଠାନଗୁଡ଼ିକୁ ସମୃଦ୍ଧ କରାଯିବ । ଏହି ସମସ୍ତ ପ୍ରତିବନ୍ଧକ ଦୂରୀକରଣ ଏବଂ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହୋଇପାରିଲେ ସାର୍ବଜନୀନ ପ୍ରାଥମିକ ଶିକ୍ଷା ଦେଶର ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚିପାରିବ ।

2. ଆମ ରାଜ୍ୟରେ ପ୍ରାଥମିକ ଶିକ୍ଷାର ସାର୍ବଜନୀନୀକରଣ ଲକ୍ଷ୍ୟ ହାସଲ ପାଇଁ ଦେଖାଯାଉଥ‌ିବା କୌଣସି ଚାରିଟି ସମସ୍ୟା ଓ ସେଗୁଡ଼ିକର ଦୂରୀକରଣ ନିମିତ୍ତ ଆବଶ୍ୟକ ପଦକ୍ଷେପ ଆଲୋଚନା କର ।
Answer:
ଭାରତୀୟ ସମ୍ବିଧାନର ୪୫ ଧାରାରେ ଲିପିବଦ୍ଧ ହୋଇଛି ଯେ, ସରକାରୀ ପ୍ରଚେଷ୍ଟାରେ ୬ରୁ ୧୪ ବର୍ଷ ଯାଏ ପିଲାଙ୍କ ଲାଗି ଅବୈତନିକ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ବିଧାନ ପ୍ରଣୀତ ହେବାର ୧୦ ବର୍ଷ (୧୯୬୦) ଭିତରେ କାର୍ଯ୍ୟକାରୀ ହେବ । ମାତ୍ର ଦୁର୍ଭାଗ୍ୟର ବିଷୟ ୧୯୬୦ ମସିହା ସୁଦ୍ଧା ପ୍ରାଥମିକ ଶିକ୍ଷା ସାର୍ବଜନୀନୀକରଣ ସମ୍ଭବ ହୋଇପାରିଲା ନାହିଁ । ପ୍ରାଥମିକ ଶିକ୍ଷା ସାର୍ବଜନୀନୀକରଣ କହିଲେ ନିମ୍ନଲିଖ୍ ବିଷୟକୁ ବୁଝାଇଥାଏ ।
(କ) ପ୍ରାଥମିକ ବିଦ୍ୟାଳୟର ବ୍ୟାପକ ବନ୍ଦୋବସ୍ତ
(ଖ) ସାର୍ବଜନୀନ ନାମଲେଖା
(ଗ) ସାର୍ବଜନୀନ ରକ୍ଷଣ

ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନୀକରଣ କରିବାପାଇଁ ବିଦ୍ୟାଳୟର ବ୍ୟାପକ ବନ୍ଦୋବସ୍ତ କରିବା ଉଚିତ ଯାହାଦ୍ୱାରା ଛାତ୍ରୀମାନେ ମାତ୍ର ଦୁଇ ବା ତିନି କି.ମି. ମଧ୍ଯରେ ଏକ ବିଦ୍ୟାଳୟକୁ ଯାଇପାରିବେ । ବିଦ୍ୟାଳୟରେ ବ୍ୟାପକ ନାମଲେଖାର ବନ୍ଦୋବସ୍ତ କରିବା ଉଚିତ ଏବଂ ଛାତ୍ରଛାତ୍ରୀମାନେ କିପରି ବିଦ୍ୟାଳୟ ପରିତ୍ୟାଗ କରିବେ ନାହିଁ ସେଥ୍ୟପ୍ରତି ଗୁରୁତ୍ବ ଆରୋପ କରିବା ଉଚିତ ।

ଏହା ଯଦି ସମ୍ଭବ ହୋଇପାରିବ, ତେବେ ପ୍ରାଥମିକ ଶିକ୍ଷାର ସାର୍ବଜନୀନୀକରଣ ହୋଇପାରିବ । ପ୍ରାଥମିକ ଶିକ୍ଷାର ସାର୍ବଜନୀନୀକରଣପାଇଁ ବିଭିନ୍ନ ସମସ୍ୟା ଦୃଷ୍ଟିଗୋଚର ହୁଏ; ଯଥା –
(1) ଅପଚୟ ଏବଂ
(2) ଆବଦ୍ଧତା ।
ଏହି ସମସ୍ୟାଗୁଡ଼ିକ ପ୍ରଥମେ ହାର୍ଟର୍ କମିଟିଦ୍ଵାରା ଆବିଷ୍କୃତ ହୋଇଥିଲା ।

(1) ଅପଚୟ – ଅପଚୟ କହିଲେ ପ୍ରାଥମିକ ଶିକ୍ଷା ପରିସମାପ୍ତି ପୂର୍ବରୁ ବିଦ୍ୟାଳୟର ପରିତ୍ୟାଗକୁ ବୁଝାଇଥାଏ । ବିଦ୍ୟାଳୟ ପରିତ୍ୟାଗର କୌଣସି ନା କୌଣସି କାରଣ ଥାଇପାରେ । ଉକ୍ତ କାରଣ ମଧ୍ୟରୁ କେତୋଟି କାରଣ ଦର୍ଶାଗଲା ।
(କ) ଦାରିଦ୍ର୍ୟ – ପ୍ରାଥମିକ ସ୍ତରରେ ପ୍ରାୟ ୫୦% ଅପଚୟ ଦେଖାଯାଏ । ଏହାର ମୁଖ୍ୟ କାରଣ ଦାରିଦ୍ର୍ୟ । ଅନେକ ଅଭିଭାବକ ଅଛନ୍ତି ଯେଉଁମାନେ ଦିନକୁ ଦୁଇବେଳା ଖାଇବାକୁ ପାଆନ୍ତି ନାହିଁ । ସେମାନଙ୍କ ପକ୍ଷେ ଶିଶୁର ପଠନ ଖର୍ଚ୍ଚ ବହନ କରିବା ବଡ଼ କଷ୍ଟକର ହୁଏ ।
(ଖ) ନିରକ୍ଷରତା – ଅଳଂକାଂଶ ପିତାମାତା ଅଶିକ୍ଷିତ । ସେମାନେ ଶିକ୍ଷାର ଗୁରୁତ୍ଵ ବୁଝନ୍ତି ନାହିଁ । ତେଣୁ ସେମାନେ ପିଲାମାନଙ୍କ ଶିକ୍ଷା ଗ୍ରହଣ ଉପରେ ଗୁରୁତ୍ବ ଦିଅନ୍ତି ନାହିଁ, ବରଂ ବିରୋଧ କରନ୍ତି ।
(ଗ) ସାମାଜିକ କୁସଂସ୍କାର – ବିଶେଷକରି ନାରୀଶିକ୍ଷା ପ୍ରତି ପିତାମାତାମାନେ ଆଗ୍ରହ ପ୍ରକାଶ କରନ୍ତି ନାହିଁ । ସେମାନଙ୍କୁ ଶିକ୍ଷା ନ ଦେବା ଉଚିତ ବୋଲି ମନେକରିଥା’ନ୍ତି ।
(ଘ) ତଫସିଲଭୁକ୍ତ ଜାତି ଓ ଉପଜାତି – ଭାରତର ବିଭିନ୍ନ ରାଜ୍ୟରେ ତଫସିଲଭୁକ୍ତ ଜାତି ଏବଂ ଉପଜାତିଙ୍କର ସଂଖ୍ୟା ଅଧ୍ବକ । ସେମାନଙ୍କର ଭାଷା ଅନେକ । କେଉଁ ଭାଷାରେ ସେମାନଙ୍କୁ ପ୍ରାଥମିକ ଶିକ୍ଷା ଦିଆଯିବ ସେଥ‌ିରେ ଦ୍ବନ୍ଦ୍ବ ରହିଛି । ତେଣୁ ଶିକ୍ଷା ପ୍ରତି ସେମାନଙ୍କର ଆଗ୍ରହ ପ୍ରକାଶ ପାଇ ନଥାଏ ।

(2) ଆବଦ୍ଧତା – ୧୯୨୯ ମସିହାରେ ହାର୍ଟର୍ କମିଟି ଆବଦ୍ଧତା ସମ୍ପର୍କରେ ଅବଗତ କରାଇଥିଲେ । ତାଙ୍କ ମତରେ ଯେତେବେଳେ ପ୍ରାଥମିକ ସ୍ତରରେ ଗୋଟିଏ ଶିଶୁ ଏକ ଶ୍ରେଣୀରେ କ୍ରମାଗତ ଦୁର୍ବଳତା ପାଇଁ ଏକାଧ୍ଵକ ବର୍ଷ ରହିଯାଏ ଏବଂ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରେ ନାହିଁ, ସେତେବେଳେ ତାହାକୁ ଆବଦ୍ଧତା କୁହାଯାଏ । ଆବଦ୍ଧତାର ବିଭିନ୍ନ କାରଣ ଅଛି; ଯଥା –
(କ) ସାମାଜିକ କୁସଂସ୍କାର – ସାମାଜିକ କୁସଂସ୍କାର; ଯଥା – ପରଦା ପ୍ରଥା, ନାରୀଶିକ୍ଷା, ବାଲ୍ୟ ବିବାହ, ଧର୍ମାନ୍ଧତା, ଅସ୍ପୃଶ୍ୟତା ଇତ୍ୟାଦିକୁ ସାମାଜିକ କୁସଂସ୍କାର ଭାବେ ଗ୍ରହଣ କରାଯାଇଥାଏ । ଏଗୁଡ଼ିକଦ୍ୱାରା ସାର୍ବଜନୀନ ଶିକ୍ଷା ବାଧାପ୍ରାପ୍ତ ହୁଏ ।
(ଖ) ନାମଲେଖା ସମ୍ବନ୍ଧୀୟ ନିୟମାବଳୀଜନିତ ତ୍ରୁଟି – ନାମଲେଖା ନିୟମାବଳୀ ଠିକ୍‌ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ । ଶିଶୁମାନଙ୍କର ଶାରୀରିକ, ମାନସିକ ବିକାଶରେ ଅସମତା ଦେଖାଯାଏ । ବର୍ଷସାରା ନାମଲେଖା ହେଲେ ଏହା ବେଳେବେଳେ ହୀନମନ୍ୟତା ସୃଷ୍ଟି କରିଥାଏ ।
(ଗ) ତ୍ରୁଟିପୂର୍ଣ୍ଣ ପାଠ୍ୟକ୍ରମ – ଶିକ୍ଷା ମୁଖ୍ୟତଃ ଶିଶୁକୈନ୍ଦ୍ରିକ ନ ହୋଇ ସମାଜକୈନ୍ଦ୍ରିକ ହୋଇଥାଏ, ଯାହା ଫଳରେ ଶିଶୁର ଶିକ୍ଷା ପ୍ରତି ଅନାଗ୍ରହ ସୃଷ୍ଟି ହୋଇଥାଏ ।
(ଘ) ତୃଟିପୂର୍ଣ ଶିକ୍ଷାଦାନ ପ୍ରଣାଳୀ – ତ୍ରୁଟିପୂର୍ଣ୍ଣ ଶିକ୍ଷାଦାନ ପ୍ରଣାଳୀ ମୁଖ୍ୟତଃ ଆବଦ୍ଧତା ପାଇଁ ଦାୟୀ । ଏକକ ଶିକ୍ଷକ ନିଯୁକ୍ତି, ଛାତ୍ର-ଶିକ୍ଷକମାନଙ୍କର ଅନିୟମିତତା, ଶିକ୍ଷାକ୍ଷେତ୍ରରେ ନାରୀଶିକ୍ଷାର ଅବହେଳା, ପରିଦର୍ଶକଙ୍କର ଅଭାବ ଏବଂ ଭାଷା ଶିକ୍ଷକଙ୍କ ଅଭାବ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନୀକରଣରେ ମୁଖ୍ୟ ସମସ୍ୟା ସୃଷ୍ଟି କରିଥାଏ ।

ଉପରୋକ୍ତ କାରଣଗୁଡ଼ିକ ବ୍ୟତୀତ ପ୍ରାକୃତିକ ପ୍ରତିବନ୍ଧକ, ଶିକ୍ଷକଙ୍କର ଅଭାବ, ଗୃହ ସମସ୍ୟା ଓ ସଂକୀର୍ଣ୍ଣ ପାଠ୍ୟକ୍ରମ ଶିକ୍ଷାର ଅନଗ୍ରସରତା ପାଇଁ ମୁଖ୍ୟତଃ ଦାୟୀ । ପ୍ରାଥମିକ ଶିକ୍ଷା ସାର୍ବଜନୀନୀକରଣର ଉପରୋକ୍ତ ସମସ୍ୟାମାନ ପରିଲକ୍ଷିତ ହେବା ସଙ୍ଗେ ସଙ୍ଗେ ଏହାର ପ୍ରତିକାର ନିମନ୍ତେ ନିମ୍ନଲିଖ ପଦକ୍ଷେପମାନ ଗ୍ରହଣ କରାଯାଇଛି –
(1) ଅଭାବ ଦୂରୀକରଣ : ପିତାମାତାଙ୍କର ରୋଜଗାର କ୍ଷମତା ବଢ଼ାଇଲେ ସେମାନେ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବେ ।
(2) ସାମାଜିକ ପ୍ରତିବନ୍ଧକ ଦୂରୀକରଣ : ସାମାଜିକ ପ୍ରତିବନ୍ଧକ ଦୂରୀକରଣ ଏହି ସାର୍ବଜନୀନ ଶିକ୍ଷାର ସଫଳତା ପାଇଁ ନିତାନ୍ତ ଆବଶ୍ୟକ । ଭାରତର ସାମାଜିକ ବ୍ୟବସ୍ଥା ମଧ୍ୟରେ ବହୁ ବିଭିନ୍ନତା ଯୋଗୁଁ ବର୍ଷବୈଷମ୍ୟ, ଅସ୍ପୃଶ୍ୟତା, ଅନ୍ଧବିଶ୍ୱାସ, କୁସଂସ୍କାର, ବାଲ୍ୟବିବାହ, ପରଦାପ୍ରଥା, ନାରୀଶିକ୍ଷା ଓ ସହଶିକ୍ଷା ପ୍ରତି ଅନାସକ୍ତ ଭାବ ପ୍ରଭୃତି ଶିକ୍ଷାର ଅଗ୍ରଗତି ଦିଗରେ ମୁଖ୍ୟ ଅନ୍ତରାୟ ସୃଷ୍ଟି କରୁଛି । ଏସବୁ ସାମାଜିକ ପ୍ରତିବନ୍ଧକ ଦୂରୀକରଣ ଏକାନ୍ତ ଭାବେ କାମ୍ୟ ।
(3) ଯାତାୟାତର ସୁବିଧା : ଭାରତ ସାଧାରଣତଃ ଏକ ଗ୍ରାମବହୁଳ ଦେଶ । ଯାତାୟାତ ଅସୁବିଧା, ଭାଷା ସମସ୍ୟା, ଆର୍ଥିକ ସମସ୍ୟା, ସାମାଜିକ ପ୍ରତିବନ୍ଧକ ଯୋଗୁଁ ଏହିସବୁ ଅଞ୍ଚଳରେ ବିଦ୍ୟାଳୟ ସ୍ଥାପନ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଅଟେ । ଏହା ବ୍ୟତୀତ ହରିଜନ, ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଅତି ନିମ୍ନମାନର ଜୀବନଶୈଳୀ ଅତିବାହିତ କରନ୍ତି ଏବଂ ଶିକ୍ଷା ପ୍ରତି ସମ୍ପୂର୍ଣ୍ଣ ଅନାଗ୍ରହ ପ୍ରକାଶ କରନ୍ତି । ତେଣୁ ଏସବୁ ଅଞ୍ଚଳରେ ଶିକ୍ଷକ ନିଯୁକ୍ତ କରି ଶିକ୍ଷାର ପ୍ରସାର ପାଇଁ ଅତ୍ୟନ୍ତ ଧୈର୍ଯ୍ୟ, ନିଷ୍ଠା ଓ ସମୟର ଆବଶ୍ୟକ ଅନୁଭୂତ ହୁଏ ।
(4) ସଚେତନତା ବୃଦ୍ଧି : ଶିକ୍ଷା କ୍ଷେତ୍ରରେ ଅପଚୟ ଓ ଆବଦ୍ଧତା ପ୍ରତି ଶିକ୍ଷକ ସମାଜ ଓ ସରକାର ଅତ୍ୟନ୍ତ କଡ଼ା ଦୃଷ୍ଟି ଦେବା ଆବଶ୍ୟକ । ଏହାର ଉପଯୁକ୍ତ ନିୟନ୍ତ୍ରଣ ହୋଇପାରିଲେ ପ୍ରାଥମିକ ଶିକ୍ଷାର ଦ୍ରୁତ ପ୍ରସାର ହୋଇପାରିବ ।

ଏହା ବ୍ୟତୀତ ଶିକ୍ଷାର୍ଥୀମାନଙ୍କର ପ୍ରକୃତ ଆବଶ୍ୟକତାକୁ ବିଚାର କରି ଶିକ୍ଷାବର୍ଷ ଓ ଶିକ୍ଷାବୃତ୍ତି ଓ ବୃତ୍ତିଗତ ଶିକ୍ଷାର ଯୋଜନା ପ୍ରସ୍ତୁତ କରାଯିବା ଉଚିତ । ଶିକ୍ଷକ ତାଲିମ କ୍ଷେତ୍ରରେ ପ୍ରଚଳିତ ପାଠ୍ୟକ୍ରମର ପୁନର୍ଗଠନ କରାଯାଇ ପ୍ରାଥମିକ ଶିକ୍ଷାର ପ୍ରଶିକ୍ଷଣ ଅନୁଷ୍ଠାନଗୁଡ଼ିକୁ ସମୃଦ୍ଧ କରାଯିବା ଦରକାର । ଏହି ସମସ୍ତ ପ୍ରତିବନ୍ଧକ ଦୂରୀକରଣ ଏବଂ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହୋଇପାରିଲେ ସାର୍ବଜନୀନ ପ୍ରାଥମିକ ଶିକ୍ଷା ଦେଶର ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚିପାରିବ ।

CHSE Odisha Class 12 Education Solutions Chapter 9 ପ୍ରାଥମିକ ଶିକ୍ଷାର ସାର୍ବଜନୀନୀକରଣ ଓ ଶିକ୍ଷାଧିକାର

3 .ଆମ ରାଜ୍ୟରେ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ନିଆଯାଇଥିବା ଯେକୌଣସି ପାଞ୍ଚଟି ପଦକ୍ଷେପ ଆଲୋଚନା କର ।
Answer:
ଗୋଟିଏ ସୁନ୍ଦର ଘର ଗଢ଼ିବାକୁ ହେଲେ, ଯେପରି ତା’ର ମୂଳଦୁଆ ଠିକ୍ ଭାବରେ ଗଢ଼ାଯିବା ଉଚିତ ସେହିପରି ଶିକ୍ଷାର ବିକାଶ ପାଇଁ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରାଯିବା ଏକାନ୍ତ ଆବଶ୍ୟକ । ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଆମର ନୂତନ ସମ୍ବିଧାନ ପ୍ରଣୟନ କରାଗଲା । ସେହି ସମ୍ବିଧାନର ୪୫ ଧାରା ଅନୁଯାୟୀ ୬-୧୪ ବର୍ଷ ପିଲାଙ୍କୁ ଯେଉଁ ମୁକ୍ତ ଏବଂ ବାଧ୍ୟତାମୂଳକ ଶିକ୍ଷା ଦିଆଯାଉଛି ତାହାକୁ ପ୍ରାଥମିକ ଶିକ୍ଷା (Primary Education) କୁହାଯାଏ ।

ଏହି ପ୍ରାଥମିକ ଶିକ୍ଷାର ସଫଳତା ପାଇଁ ବିଭିନ୍ନ କାର୍ଯ୍ୟସୂଚୀ ରହିଛି । ଯଥା –
(1) ସାର୍ବଜନୀନ ସୁବିଧା ସୁଯୋଗ (Universalisation of Provision) : ଏହାର ଅର୍ଥ ପ୍ରତ୍ୟେକ ୬-୧୪ ବର୍ଷ ପିଲା ପ୍ରାଥମିକ ଶିକ୍ଷା ପାଇପାରିବେ ଏବଂ ପ୍ରତ୍ୟେକ ସ୍କୁଲ୍ ପିଲାଙ୍କର ଘରଠାରୁ ମାତ୍ର ୧ କି.ମି. ଦୂରତାରେ ରହିବ ।
(2) ସାର୍ବଜନୀନ ପଞ୍ଜୀକରଣ (Universalisation of Enrolement) : ପ୍ରତ୍ୟେକ ୬-୧୪ ବର୍ଷର ପିଲାମାନଙ୍କୁ ବିଦ୍ୟାଳୟରେ ପଞ୍ଜୀକରଣ କରାଇବା ଏହର ଲକ୍ଷ୍ୟ ।
(3) ସାର୍ବଜନୀନ ରକ୍ଷଣ (Universalisation of retention) : ଶିକ୍ଷାକୁ ସାର୍ବଜନୀନ କରିବା ନିମିତ୍ତ ସାର୍ବଜନୀନ ରକ୍ଷଣ ନିତାନ୍ତ ଆବଶ୍ୟକ । ପିଲାମାନେ ଯେପରି ଅଧାରୁ ପାଠଛାଡ଼ି ନଯା’ନ୍ତି ଏବଂ ବର୍ଷକୁ ବର୍ଷ ଯେପରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ସେଥ୍ୟପ୍ରତି ଦୃଷ୍ଟି ଦେବାକୁ ପଡ଼ିବ ।

ଏତଦ୍‌ବ୍ୟତୀତ ପ୍ରାଥମିକ ଶିକ୍ଷାର ବିଭିନ୍ନ ସମସ୍ୟା ରହିଛି; ଯଥା- ସାମାଜିକ, ରାଜୈନତିକ, ଅର୍ଥନୈତିକ, ଶିକ୍ଷାଗତ ।
ଏହି ସମସ୍ୟାର ସମାଧାନ ପାଇଁ ଏବଂ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାର କେତେଗୁଡ଼ିଏ ସଂସ୍ଥା ଖୋଲିଛନ୍ତି; ଯଥା –
(i) DPEP
(ii) DIET
(iii) OB (କଳାପର ଅଭିଯାନ)
(iv) EFA
(v) SSA

(i) DPEP : District Primary Education Programme (ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ) – ଏହା ଆମ ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ୧୯୯୬-୯୭ ମସିହାଠାରୁ ଆରମ୍ଭ ହୋଇଛି । ପ୍ରଥମେ ଏହା ରାଜ୍ୟର ୫ଟି ଜିଲ୍ଲା ଯଥା ଗଜପତି, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର, ଢେଙ୍କାନାଳ ଇତ୍ୟାଦିକୁ ପ୍ରକଳ୍ପ ଅନ୍ତର୍ଭୁକ୍ତ କରିଥିଲା । ବିଶ୍ଵବ୍ୟାଙ୍କ ମଧ୍ୟ ପ୍ରତି ଜିଲ୍ଲା ପାଇଁ ବାର୍ଷିକ ୪୦ କୋଟି ଟଙ୍କା ବ୍ୟୟ କରିଛି ।

ରାଜ୍ୟ ସରକାର ଏହି ପ୍ରକଳ୍ପର ସୁପରିଚାଳନା ନିମନ୍ତେ ନୂତନ ଭାବରେ ଏକ ନିର୍ଦ୍ଦେଶାଳୟ ସୃଷ୍ଟି କରିଛନ୍ତି । ନିର୍ଦ୍ଦେଶାଳୟର ମୁଖ୍ୟ ଭାବରେ ଜଣେ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି ।
କାର୍ଯ୍ୟକ୍ରମର ଆଭିମୁଖ୍ୟ :
(କ) ବିଦ୍ୟାଳୟ ଗୃହର ସମ୍ପ୍ରସାରଣ ଏବଂ ମରାମତି କରିବା ।
(ଖ) ବିଦ୍ୟାଳୟ ପରିସରରେ ଶୌଚାଳୟ, ନଳକୂପ, ବିଦ୍ୟୁତ୍ ସଂଯୋଗ ବ୍ୟବସ୍ଥା ।
(ଗ) ଅତିରିକ୍ତ ପଠନ ପାଇଁ ବିଦ୍ୟାଳୟର ପାଠାଗାରକୁ ପୁସ୍ତକ ଯୋଗାଣ ।
(ଘ) ଅନଗ୍ରସର ଗୋଷ୍ଠୀର ପିଲା ଓ ବାଳିକାମାନଙ୍କୁ ପଠନ ଓ ଲିଖନ ସାମଗ୍ରୀ ଯୋଗାଣ ।
(ଙ) ଅନୁସୂଚିତ ଜାତି, ଉପଜାତି ପିଲାଙ୍କ ପାଇଁ ମାଗଣାରେ ପାଠ୍ୟପକରଣ ଯୋଗାଣ ।
(ଚ) ଝିଅମାନଙ୍କ ଶିକ୍ଷା ପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ।
(ଛ) ବ୍ୟାପକ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ।
(ଜ) ଶିକ୍ଷଣ କାର୍ଯ୍ୟଭିଭିକ ଶିଶୁକୈନ୍ଦ୍ରିକ ଶିକ୍ଷାର ପ୍ରଚଳନ ।

(ii) DIET: District Institute of Education and Training (ଜିଲ୍ଲା ଶିକ୍ଷା ଏବଂ ତାଲିମ ପ୍ରତିଷ୍ଠାନ) – ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଶିକ୍ଷକମାନେ ତାଲିମ ପାଇବା ଉଚିତ । ଏହି ତାଲିମ ପାଇଁ କେତେକ Training School ସ୍ଥାପିତ ହୋଇଛି ଯାହାକି ଜିଲ୍ଲା ଶିକ୍ଷା ଏବଂ ତାଲିମ ସଂସ୍ଥାଦ୍ଵାରା ପରିଚାଳିତ ହେଉଛି । ଏହି ସଂସ୍ଥା ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଇଛି । ଯଥା –
(i) ଏହା Primary Schoolରେ ଉପୁଜୁଥ‌ିବା ସମସ୍ତ ସମସ୍ୟାର ସମାଧାନ କରେ ।
(ii) ଏହା ପ୍ରାଥମିକ ସ୍କୁଲର ଶିକ୍ଷକମାନଙ୍କୁ Pre-service ଏବଂ In-service training ଦେଇଥାଏ ।
(iii) ଏହା ଝିଅମାନଙ୍କ ଶିକ୍ଷା ଉପରେ ଗୁରୁତ୍ଵ ଦେଇଥାଏ ।
(iv) ଏହା ପାଠ୍ୟକ୍ରମ ଏବଂ ଶିକ୍ଷା ଉପକରଣଗୁଡ଼ିକର ତଦାରଖ କରେ ।
(v) ଏହି ସଂସ୍ଥା ପ୍ରତ୍ୟେକ ସ୍କୁଲର ପ୍ରଧାନଶିକ୍ଷକ ଏବଂ ଅନ୍ୟାନ୍ୟ ଶିକ୍ଷକମାନଙ୍କ ପାଇଁ Orientation Programme ଆୟୋଜନ କରେ ।
(vi) DIET ସାକ୍ଷରତା ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ପନ୍ଥା ଗ୍ରହଣ କରେ ।
(vii) DIET ଛୋଟ ଶିଶୁମାନଙ୍କର ଶିକ୍ଷା ପାଇଁ କାର୍ଯ୍ୟ କରେ । (୦-୬ ବର୍ଷ)
(viii) DIET ପ୍ରାଥମିକ ବିଦ୍ୟାଳୟରେ ମୂଲ୍ୟାୟନ ପ୍ରଣାଳୀକୁ ବୃଦ୍ଧି କରେ ।

ସର୍ବଶେଷରେ କୁହାଯାଇପାରେ ଯେ ପ୍ରାଥମିକ ବିଦ୍ୟାଳୟର ଗୁଣାତ୍ମକ ବିକାଶ ସମ୍ଭବ ଏବଂ ସାର୍ବଜନୀନ ହେବାର ଲକ୍ଷ୍ୟ ପୂରଣ ହୋଇପାରିବ କେବଳ ଜିଲ୍ଲା ଶିକ୍ଷା ଏବଂ ତାଲିମ୍ ସଂସ୍ଥାଦ୍ୱାରା ।

(iii) OB : Operation Blackboard (କଳାପଟା ଅଭିଯାନ)- ପ୍ରାଥମିକ ଶିକ୍ଷା ସ୍ତରରେ ପରିମାଣାତ୍ମକ ଏବଂ ଗୁଣାତ୍ମକ ବିକାଶ ନିମନ୍ତେ ୧୯୮୬ ମସିହାରେ ଜାତୀୟ ଶିକ୍ଷାନୀତି (NPE) ଏହି କଳାପଟା ଅଭିଯାନ ଆରମ୍ଭ କରିଥିଲେ । ମୁଖ୍ୟତଃ ୬-୧୪ ବର୍ଷ ବୟସର ସମସ୍ତ ବାଳକ ବାଳିକା ଯେପରି ବିଦ୍ୟାଳୟରେ ନାମ ଲେଖାଇବେ ଏବଂ ଶିକ୍ଷା ଶେଷ ପର୍ଯ୍ୟନ୍ତ ବିଦ୍ୟାଳୟ ଛାଡ଼ି ନଯାଆନ୍ତି ସେଥ୍ୟପ୍ରତି ଯଥେଷ୍ଟ ଗୁରୁତ୍ୱ ଆରୋପ କରି ଏହି ଅଭିଯାନଟି ଆରମ୍ଭ ହୋଇଥିଲା ।

ଶ୍ରେଣୀଗୃହ, ଖେଳପଡ଼ିଆ, ଶିକ୍ଷଣ କାଳରେ ବିଭିନ୍ନ ପ୍ରୟୋଗ ପାଇଁ ମାନଚିତ୍ର, ଚାର୍ଟ, ଖେଳଣା, କଳାପଟା ପ୍ରଭୃତି ଯୋଗାଇଦେବାର ବ୍ୟବସ୍ଥା। ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିଲା । ମାତ୍ର ଶିକ୍ଷାକ୍ଷେତ୍ରରେ ଆଶାନୁରୂପକ ଅଗ୍ରଗତି ନହେବାରୁ Revised NPE – 1992ରେ ତା’ର କାର୍ଯ୍ୟସ୍ତରରେ କେତେକ ନୂତନ ପ୍ରସ୍ତାବକୁ ସୁପାରିସ କରାଯାଇଛି ।

ସେଗୁଡ଼ିକ ହେଲା-
(i) ଯୋଗାଇ ଦିଆଯାଉଥ‌ିବା ଶିକ୍ଷା ଉପକରଣଗୁଡ଼ିକର ଉପଯୁକ୍ତ ବ୍ୟବହାର ହୋଇ ନପାରିବାରୁ ତାହାର ପ୍ରକୃତ ବ୍ୟବହାର ପାଇଁ ଉପଯୁକ୍ତ ତାଲିମ ବ୍ୟବସ୍ଥା ।
(ii) ଅନ୍ୟୁନ ତିନିଗୋଟି ପ୍ରକୋଷ୍ଠ ବିଶିଷ୍ଟ ବିଦ୍ୟାଳୟ ସ୍ଥାପନ ଓ ତିନିଜଣ ତାଲିମପ୍ରାପ୍ତ ଶିକ୍ଷକଙ୍କର ନିଯୁକ୍ତି ।
(iii) ଅଫିସ୍ କାର୍ଯ୍ୟ ଏବଂ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ ମଞ୍ଜୁରୀ ।
(iv) ବିଦ୍ୟାଳୟର ପାଠାଗାର ପାଇଁ ଆବଶ୍ୟକୀୟ ପାଠ୍ୟପୁସ୍ତକ ଓ ଶିକ୍ଷା ଉପକରଣର ଯୋଗାଣା ବ୍ୟବସ୍ଥା ।
(v) ବାଳିକାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଏବଂ ନିର୍ଦ୍ଦିଷ୍ଟ ଶିକ୍ଷାସ୍ତର ଶେଷ ପର୍ଯ୍ୟନ୍ତ ବିଦ୍ୟାଳୟରେ ରଖୁ ନିମନ୍ତେ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପ୍ରଦାନ ।
(vi) ଏହିପରି କଳାପଟା ଅଭିଯାନଦ୍ୱାରା ଶିକ୍ଷାର ପ୍ରସାର ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ଏହି ଅଭିଯାନରେ ସମସ୍ତ ବ୍ୟୟଭାର କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରାଯାଇଛି ।

(iv) EFA : (Education For All) (ସମସ୍ତଙ୍କ ପାଇଁ ଶିକ୍ଷା) : ଶିକ୍ଷା ସାର୍ବଜନୀନ ଶିକ୍ଷାସଂସ୍ଥାଦ୍ୱାରା ଶିକ୍ଷାକୁ ସାର୍ବଜନୀନ କରାଯିବାଦ୍ୱାରା ଦେଶର ସମସ୍ତ ୬-୧୪ ବର୍ଷର ପିଲାମାନେ ମୁକ୍ତ ଏବଂ ବାଧ୍ୟତାମୂଳକ ଶିକ୍ଷା ମାଗଣାରେ ପାଇବେ । ସମସ୍ତ ସୁବିଧାସୁଯୋଗ ଛାତ୍ରଛାତ୍ରୀମାନଙ୍କୁ ଦିଆଯିବା ଉଚିତ । ମୁଖ୍ୟତଃ ଝିଅମାନଙ୍କ ଶିକ୍ଷା ପ୍ରତି ଗୁରୁତ୍ୱ ଦିଆଯିବା ଉଚିତ । ଏସବୁ ହେଲେ ଯାଇ ପ୍ରାଥମିକ ଶିକ୍ଷା ସାର୍ବଜନୀନୀକରଣ ସଫଳ ହୋଇପାରିବ ।

(v) SSA : Sarba Sikshya Abhijana (ସର୍ବଶିକ୍ଷା ଅଭିଯାନ) – ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଅନ୍ୟ ଏକ କାର୍ଯ୍ୟକ୍ରମ ହେଉଛି ସର୍ବଶିକ୍ଷା ଅଭିଯାନ । ଏହାର ସ୍ଲୋଗାନ୍ ହେଲା ‘ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ ।’’ କୌଣସି ପିଲା ଯେମିତି ଅସାକ୍ଷର ନ ରହୁ । ଏହା ୨୦୦୨ ମସିହାରେ ଆରମ୍ଭ ହୋଇଥିଲା । ଏହାକୁ ୨୦୦୨-୨୦୦୭ ସୁଦ୍ଧା ଲକ୍ଷ୍ୟ ହାସଲ ପାଇଁ ଗୁରୁତ୍ଵ ଦିଆଯାଉଥିଲା ।

ସର୍ବଶିକ୍ଷା ଅଭିଯାନର ମୌଳିକ ସୂଚକଗୁଡ଼ିକ ହେଲା ସାକ୍ଷରତା ବୃଦ୍ଧି, ପ୍ରାକ୍ ଶୈଶବ ଯନ୍ତ୍ର ଏବଂ ଶିକ୍ଷା, ବିଦ୍ୟାଳୟର ସୁବିଧା, ବିଦ୍ୟାଳୟରେ ଶିଶୁ ଉପସ୍ଥାନ ବୃଦ୍ଧି, ବିଦ୍ୟାଳୟର ଶିଶୁ ପରିତ୍ୟାଗ ହାର ହ୍ରାସ, ଲିଙ୍ଗୀୟ ଏବଂ ଆଞ୍ଚଳିକ ବୈଷମ୍ୟ ଦୂରୀକରଣ ଏବଂ ସର୍ବଶେଷରେ ଶିକ୍ଷାର ଗୁଣାତ୍ମକ ବିକାଶ । ପ୍ରତ୍ୟେକ ଅଞ୍ଚଳରେ ବିଦ୍ୟାଳୟ ବ୍ୟବସ୍ଥାର ସୁବିଧା ସୁଯୋଗ ସୃଷ୍ଟି କରିବା ସର୍ବଶିକ୍ଷା ଅଭିଯାନର ଅନ୍ୟ ଏକ ଦିଗ ଅଟେ ।

୩୦୦ ଜନସଂଖ୍ୟା ବିଶିଷ୍ଟ ଗ୍ରାମରେ ୧ କି.ମି. ଦୂରତ୍ବ ମଧ୍ଯରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିବା । ସର୍ବଶିକ୍ଷା ଅଭିଯାନ ୨୦୦୨ ମସିହାରେ ଆରମ୍ଭ ହୋଇ ୨୦୦୭ ସୁଦ୍ଧା ସମସ୍ତ ଶିଶୁ ୫ ବର୍ଷିଆ ପ୍ରାଥମିକ ଶିକ୍ଷା ଓ ୨୦୧୦ ସୁଦ୍ଧା ଅଷ୍ଟମ ଶ୍ରେଣୀ ଶିକ୍ଷା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଉପରିଲିଖ୍ତ ପଦକ୍ଷେପଗୁଡ଼ିକ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାର ହାତକୁ ନେଇଛନ୍ତି ଏବଂ ଏହାକୁ କାର୍ଯ୍ୟକାରୀ କରିଛନ୍ତି ।

CHSE Odisha Class 12 Education Solutions Chapter 9 ପ୍ରାଥମିକ ଶିକ୍ଷାର ସାର୍ବଜନୀନୀକରଣ ଓ ଶିକ୍ଷାଧିକାର

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

1. ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ (ଡି.ପି.ଇ.ପି.), ସର୍ବଶିକ୍ଷା ଅଭିଯାନ, କଳାପଟା ଅଭିଯାନ, ଇ.ଜି.ଏସ୍. (Education Guarantee Scheme), ଏ.ଆଇ.ଇ. (Alternative Innovative Education),ସି.ଡବ୍ଲ୍ୟୁ. ଏସ୍.ଏନ୍., ଏନ୍.ପି.ଇ.ଜି.ଏଲ୍. (National Programme for Educations or Girls at Elementary Level), କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ (କେ.ଜି.ବି.ଭି.) ଗୁଡ଼ିକ କାର୍ଯ୍ୟ କରୁଅଛି ।

2. ପ୍ରାଥମିକ ଶିକ୍ଷାର ଗଠନ ଓ ପାଠ୍ୟକ୍ରମ : ଭାରତୀୟ ଶିକ୍ଷା ଧାରାର ଗୁଣାତ୍ମକ ବିକାଶ ଉଦ୍ଦେଶ୍ୟରେ ବ୍ୟାପକ ପରିବର୍ତ୍ତନ ଆଣିବାପାଇଁ ଭାରତ ସରକାର ନୂତନ ଜାତୀୟ ଶିକ୍ଷାନୀତି – ୧୯୮୬ ମାଧ୍ୟମରେ ବ୍ୟାପକ ଘୋଷଣାନାମା ପ୍ରଦାନ କରିଥିଲେ । ତନ୍ମଧ୍ୟରୁ ଜାତୀୟ ଶିକ୍ଷା ବ୍ୟବସ୍ଥା ଅନ୍ୟତମ । ଜାତୀୟ ଶିକ୍ଷା ବ୍ୟବସ୍ଥା କହିଲେ ନିର୍ଦ୍ଦିଷ୍ଟ ସ୍ତର ପର୍ଯ୍ୟନ୍ତ ସମସ୍ତ ଶିକ୍ଷାର୍ଥୀମାନଙ୍କୁ ସମାନ ସୁବିଧା ସୁଯୋଗ ଜରିଆରେ ଶିକ୍ଷା ପ୍ରଦାନ ବ୍ୟବସ୍ଥାକୁ ବୁଝାଏ ।

ତେଣୁ ପ୍ରଥମ ୧୦ ବର୍ଷ ଶିକ୍ଷା ମଧ୍ୟରେ ୫ ବର୍ଷ ପ୍ରାଥମିକ, ୩ ବର୍ଷ ଉଚ୍ଚ ପ୍ରାଥମିକ ଓ ୨ ବର୍ଷ ନିମ୍ନ ମାଧ୍ୟମିକ ଶିକ୍ଷା ଅନ୍ତଭୁକ୍ତ କରାଯାଇଅଛି । ଏକ ସାଧାରଣ ପାଠ୍ୟକ୍ରମ ସମଗ୍ର ଦେଶର ବିଦ୍ୟାଳୟମାନଙ୍କରେ ପ୍ରଚଳନ କରାଯାଇଅଛି । ପାଠ୍ୟକ୍ରମଟି ଧର୍ମନିରପେକ୍ଷ ନୀତି ଉପରେ ଆଧାରିତ । ଭାରତୀୟ ସଂଗ୍ରାମର ଇତିହାସ, ସାମ୍ବିଧାନିକ କର୍ତ୍ତବ୍ୟ, ଜାତୀୟ ଐକ୍ୟ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକୀୟ ବିଷୟବସ୍ତୁ, ନାରୀ ଓ ପୁରୀଷ ମଧ୍ୟରେ ସମାନତା, ପରିବେଶ ସୁରକ୍ଷା ଇତ୍ୟାଦି ବିଷୟବସ୍ତୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଅଛି ।

3. ସାର୍ବଜନୀନ ଶିକ୍ଷା ନିମନ୍ତେ ବିଭିନ୍ନ ସ୍ତର : ପ୍ରାଥମିକ ଶିକ୍ଷାକୁ ବାଧ୍ୟତାମୂଳକ କରିବା ପାଇଁ ୯୩ ତମ ସମ୍ବିଧାନ ସଂଶୋଧନଦ୍ଵାରା ୬ ରୁ ୧୪ ବର୍ଷ ପର୍ଯ୍ୟନ୍ତ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ପ୍ରଦାନ କରାଯିବାପାଇଁ ସମ୍ବିଧାନିକ ନିର୍ଦ୍ଦେଶ ଅଛି ।

ସମ୍ବିଧାନର ଧାରା ୪୫ରେ ଶିକ୍ଷାକୁ ମାଗଣା ଓ ବାଧ୍ୟତାମୂଳକ କରିବାପାଇଁ ବ୍ୟବସ୍ଥା ରହିଥିଲା । ଏଥୁରୁ ସୁଫଳ ନ ମିଳିବାରୁ ନୂତନ ଜାତୀୟ ଶିକ୍ଷାନୀତି ୧୯୮୬ରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମକୁ ଅନ୍ତର୍ଭୁକ୍ତ କରାଗଲା ; ଯଥା – ଅଣଆନୁଷ୍ଠାନିକ ଶିକ୍ଷା, ପ୍ରୌଢ଼ଶିକ୍ଷା, ଯୁବଶିକ୍ଷା, କଳାପଟା ଅଭିଯାନ, ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ, ସର୍ବଶିକ୍ଷା ଅଭିଯାନ, ସମସ୍ତଙ୍କ ପାଇଁ ଶିକ୍ଷା ଇତ୍ୟାଦି ।

ବିଶେଷକରି ୧୯୨୯ ମସିହାରେ ସାର୍ ଫିଲପ୍ ହାର୍ଟଗ ଦେଇଥିବା ମତ – ପାଠତ୍ୟାଗର କାରଣ ‘ଆବଦ୍ଧତା ଓ ଅପଚୟ’କୁ କମାଇବାପାଇଁ ଗୁଣାତ୍ମକ ଶିକ୍ଷା ଉପରେ ଆଲୋକପାତ କରାଗଲା ।

4. ଶିକ୍ଷାର ସାର୍ବଜନୀନୀକରଣର ମୁଖ୍ୟ ଉପାଦାନ : ଶିକ୍ଷାର ସାର୍ବଜନୀନୀକରଣର ମୁଖ୍ୟ ଉପାଦାନଗୁଡ଼ିକ ହେଉଛି :
(1) ସାର୍ବଜନୀନ ସୁଯୋଗ
(Universalisation of Provision)
(2) ସାର୍ବଜନୀନ ପଞ୍ଜୀକରଣ
(Universalisation of Enrolment)
(3) ସାର୍ବଜନୀନ ରକ୍ଷଣ
(Universalisation of Retention)
(4) ସାର୍ବଜନୀନ ଅଂଶଗ୍ରହଣ
(Universalisation of Participation)
(5) ସାର୍ବଜନୀନ ସଫଳତା
(Universalisation of Achievement)

ଏହି ଉପାଦାନଗୁଡ଼ିକ ମାଧ୍ୟମରେ ପ୍ରାଥମିକ ଶିକ୍ଷାକୁ ଉନ୍ନତ ମାନର କରିବା ନିମିତ୍ତ ବିଭିନ୍ନ ପଦକ୍ଷେପ ନିଆଯାଇଛି ।
ଶିକ୍ଷାର ସାର୍ବଜନୀନୀକରଣର ମୁଖ୍ୟ ପ୍ରତିବନ୍ଧକ : ଶିକ୍ଷାର ସାର୍ବଜନୀନୀକରଣର ମୁଖ୍ୟ ପ୍ରତିବନ୍ଧକ ପ୍ରତିବନ୍ଧକଗୁଡ଼ିକ ହେଲା –
(1) ଅପଚୟ : ପ୍ରାଥମିକ ଶିକ୍ଷା ସମାପ୍ତିର ଅବଧୂ ପୂର୍ବରୁ ଯଦି କୌଣସି ଶ୍ରେଣୀରେ ଗୋଟିଏ ପିଲା ପାଠତ୍ୟାଗ କରେ ତାହାକୁ ଅପଚୟ କୁହାଯାଏ ।
(2) ଆବଦ୍ଧତା : ପ୍ରାଥମିକ ଶିକ୍ଷାର ଅବଧୂ ମଧ୍ଯରେ ଯେକୌଣସି ଶ୍ରେଣୀରେ ଯଦି ଗୋଟିଏ ପିଲା ଏକ ବର୍ଷରୁ ଅଧିକ ସମୟ ଅଟକ ରହେ ବା ସେହି ଶ୍ରେଣୀରେ ଏକ ବର୍ଷରୁ ଅଧିକ ଥର ଫେଲ୍ ହୁଏ, ତେବେ ତାହାକୁ ଆବଦ୍ଧତା କୁହାଯିବ ।

5. ଏହି ସମସ୍ୟାର ମୂଳ କାରଣଗୁଡ଼ିକ ହେଉଛି –
(1) ଦ୍ରୁତ ଜନସଂଖ୍ୟା ବୃଦ୍ଧି
(2) ଅଜ୍ଞତା ଓ ନିରକ୍ଷରତା
(3) ଦାରିଦ୍ର୍ୟ ଓ ନିମ୍ନଧରଣର ସାଧାରଣ ଜୀବନଯାପନର ମାନ
(4) କମ୍ ବୟସରେ ବିବାହ ବା ବାଲ୍ୟ ବିବାହ ପ୍ରଥା
(5) ନାରୀ ଶିକ୍ଷା ବା ବାଳିକା ଶିକ୍ଷା ପ୍ରତି ଅନାଗ୍ରହ ମନୋଭାବ
(6) ସହ ଶିକ୍ଷା (ବିଶେଷକରି ଗ୍ରାମ୍ୟ ପରିବେଶରେ)
(7) ବିଭିନ୍ନ ସାମାଜିକ ଓ ଧାର୍ମିକ ଅନ୍ଧବିଶ୍ବାସ ଏବଂ କୁସଂସ୍କାର
(8) ବେକାରୀ
(୨) ଯୋଜନା ଓ ସମନ୍ବୟର ଘୋର ଅଭାବ
(10) କମ୍ ଶିକ୍ଷା ବ୍ୟୟ ଅଟକଳ
(11) ଶାରୀରିକ ଦଣ୍ଡ
(12) ଉପଯୁକ୍ତ ସୁବିଧା ସୁଯୋଗର ଅଭାବ
(13) ଉପଯୁକ୍ତ ନେତୃତ୍ୱ ନେବା ବ୍ୟକ୍ତିଙ୍କ ଅଭାବ
(14) ଉପଯୁକ୍ତ ସଂଖ୍ୟାରେ ତାଲିମ୍‌ପ୍ରାପ୍ତ ଶିକ୍ଷକଙ୍କ ଅଭାବ
(15) ପରିଦର୍ଶନ ଓ ପରିଚାଳନାଗତ ବିଭିନ୍ନ ତ୍ରୁଟି ।

6. ଶିକ୍ଷାର ସାର୍ବଜନୀନୀକରଣର ମୁଖ୍ୟ ପଦକ୍ଷେପ : ଏଗୁଡ଼ିକ ଅତିକ୍ରମ କରିବାକୁ ହେଲେ ଆମକୁ ବିଭିନ୍ନ ପଦକ୍ଷେପ୍ ନେବାକୁ ହେବ । ବର୍ତ୍ତମାନ ସୁଦ୍ଧା ନିଆଯାଇଥବା ବିଭିନ୍ନ ପଦକ୍ଷେପ ଓ ଯୋଜନାଗୁଡ଼ିକୁ ନିମ୍ନରେ ପ୍ରଦାନ କରାଗଲା ।
(1) ଶିକ୍ଷାକୁ ମୌଳିକ ଅଧିକାରର ମାନ୍ୟତା ପ୍ରଦାନ
(3) ଗଣଶିକ୍ଷାକୁ ଗୁରୁତ୍ୱ ପ୍ରଦାନ
(4) ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା
(5) ଶିକ୍ଷାରେ ସମାନତା ଓ ସାମାଜିକ ନ୍ୟାୟକୁ ପ୍ରାଧାନ୍ୟ
(6) ପାଠ୍ୟକ୍ରମ ପରିବର୍ତ୍ତନ କରିବା
(7) ଏକ ଉପଯୁକ୍ତ ଶିକ୍ଷଣ ବାତାବରଣ ପ୍ରସ୍ତୁତ କରିବା
(8) ଅଧିକ ସଂଖ୍ୟାରେ ଉପଯୁକ୍ତ ତାଲିମୂପ୍ରାପ୍ତ ଶିକ୍ଷକ ନିଯୁକ୍ତି କରିବା
(9) ଶିକ୍ଷକମାନଙ୍କୁ ସାମାଜିକ ମର୍ଯ୍ୟାଦା ପ୍ରଦାନ ସହ ବେତନ ବୃଦ୍ଧି କରିବା
(10) ଉପସ୍ଥାନ ବୃଦ୍ଧି ନିମିତ୍ତ ସଚେତନଧର୍ମୀ କାର୍ଯ୍ୟକ୍ରମ ଗ୍ରହଣ କରିବା
(11) ବିଭିନ୍ନ ସ୍ତରରେ ହେଉଥ‌ିବା ଶିକ୍ଷା ସମସ୍ୟାର ସୁସମାଧାନ ନିମନ୍ତେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ।

7. ସରକାର ବର୍ତ୍ତମାନ ନିମ୍ନ କାର୍ଯ୍ୟକ୍ରମ ଜରିଆରେ ଶିକ୍ଷାର ସାର୍ବଜନୀନୀକରଣ ନିମିତ୍ତ ବିଭିନ୍ନ ପଦକ୍ଷେପ ନେଇଛନ୍ତି; ଯଥା –
(1) କଳାପଟା ଅଭିଯାନ (Operation Blackboard)
(2) ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ (DPEP)
(3) ସର୍ବଶିକ୍ଷା ଅଭିଯାନ
(4) ନିଶ୍ଚିତ ଶିକ୍ଷା ଯୋଜନା
(5) ବିକଳ୍ପ ଓ ଉନ୍ନତ ଶିକ୍ଷା କାର୍ଯ୍ୟକ୍ରମ

CHSE Odisha Class 12 Education Solutions Chapter 9 ପ୍ରାଥମିକ ଶିକ୍ଷାର ସାର୍ବଜନୀନୀକରଣ ଓ ଶିକ୍ଷାଧିକାର

8. ଏହି କାର୍ଯ୍ୟକ୍ରମଗୁଡ଼ିକ ମାଧ୍ଯମରେ ବର୍ତ୍ତମାନ ପ୍ରାଥମିକ ଶିକ୍ଷାର ସାର୍ବଜନୀନୀକରଣ କରାଯାଇ ଶିକ୍ଷାର ଗୁଣାତ୍ମକ ଓ ପରିମାଣାତ୍ମକ ବିକାଶ ପ୍ରତି ଦୃଷ୍ଟି ଦିଆଯାଉଛି । ସେହିପରି ମାଧ୍ଯମିକ (Secondary) ଶ୍ରେଣୀକୁ ମଧ୍ୟ ଶିକ୍ଷାର ସାର୍ବଜନୀନୀକରଣରେ ବର୍ତ୍ତମାନ ଅନ୍ତର୍ଭୁକ୍ତ କରାଯିବାପାଇଁ ବିଭିନ୍ନ ନୀତି ନିର୍ଦ୍ଧାରଣ କରାଯାଉଛି ।

ସେହିପରି ପାଠତ୍ୟାଗ (Drop out) କୁ କମାଇବା ଓ ରକ୍ଷଣ ବା ଧାରଣ (Retention)କୁ ଶତ ପ୍ରତିଶତ କରିବାପାଇଁ ନୂତନ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି । ବିଶେଷକରି ବାଳିକା ଶିକ୍ଷା, ଭିନ୍ନକ୍ଷମମାନଙ୍କ ଶିକ୍ଷା ଓ ଅନଗ୍ରସର ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ ମାନର କରିବା ନିମିତ୍ତ ବିଭିନ୍ନ ଯୋଜନାର ସଫଳ ରୂପାୟନ କରାଯାଉଛି । ଏହାଦ୍ଵାରା ନିଶ୍ଚିତ ରୂପେ ଶିକ୍ଷାର ସାର୍ବଜନୀନୀକରଣ ସଫଳ ହୋଇପାରିବ ।

9. ଶିକ୍ଷା ଅଧ୍ବର :
ଆମ ଦେଶରେ ୬ରୁ ୧୪ ବର୍ଷ ବୟସର ସବୁ ପିଲାଙ୍କୁ ପ୍ରାଥମିକ ଶିକ୍ଷାର ସୁଯୋଗ ଯୋଗାଇବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ ଶିଶୁମାନଙ୍କ ଅଧିକାର ଅଧିନିୟମ ୨୦୦୯ ପ୍ରଣୟନ କରାଯାଇଅଛି ।

ପ୍ରତ୍ୟେକ ପିଲାର ମୌଳିକ ଅଧ୍ୟାକାରକୁ ସାବ୍ୟସ୍ତ କରିବା ଏବଂ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରାଇବାପାଇଁ ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟଦ୍ବାରା ଆଗତ କରାଯାଇଥିବା ପ୍ରସ୍ତାବଗୁଡ଼ିକ ୨୬ ଅଗଷ୍ଟ ୨୦୦୯ରେ ରାଷ୍ଟ୍ରପତିଙ୍କର ସମ୍ମତି ଲାଭ କଲାପରେ ଆଇନରେ ପରିଣତ ହୋଇଅଛି । ଆଇନତଃ ୬ରୁ ୧୪ବର୍ଷର ସମସ୍ତ ପିଲାମାନଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଯୋଗାଇ ଦିଆଯିବ । ଯଦି ଶିଶୁର ଏହି ଅଧିକାରକୁ କେହି କ୍ଷୁଣ୍ଣ କରେ, ତେବେ ସେ ଆଇନ ଅନୁଯାୟୀ ଦଣ୍ଡିତ ହେବ ।

10. ୨୦୦୯ ମସିହାରେ କେନ୍ଦ୍ର ସରକାର ଏହି ଅଧିନିୟମ ପ୍ରଣୟନ କରିବା ପରେ ପ୍ରତ୍ୟେକ ରାଜ୍ୟ ସରକାର ପ୍ରାୟତଃ ୨୦୧୦ ମସିହାଠାରୁ ଏହାକୁ ନିଜ ନିଜ ରାଜ୍ୟରେ ଲାଗୁ କରିଛନ୍ତି । ଆମ ରାଜ୍ୟ ଓଡ଼ିଶାରେ ୨୦୧୦ ମସିହା ଅପ୍ରେଲ ୧ ତାରିଖରୁ ଏହି ଅଧୁନିୟମକୁ ଲାଗୁ କରାଯାଇଛି ଏବଂ ଏହି ଆଧାରରେ ଶିକ୍ଷା ଅଧିକାର ନିୟମ ୨୦୧୦ ମସିହାରେ ପ୍ରଣୟନ କରାଯାଇଛି ।

BSE Odisha 7th Class Odia Solutions Chapter 5 ଛୋଟ ମୋର ଗାଆଁଟି

Odisha State Board BSE Odisha 7th Class Odia Solutions Chapter 5 ଛୋଟ ମୋର ଗାଆଁଟି Textbook Exercise Questions and Answers.

BSE Odisha Class 7 Odia Solutions Chapter 5 ଛୋଟ ମୋର ଗାଆଁଟି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

୧। ଉତ୍ତର କୁହ ।
(କ) କବିତାଟିରେ କାହା କଥା ବର୍ଣ୍ଣନା କରାଯାଇଅଛି ?
‘ଛୋଟ ମୋର ଗାଆଁଟି’ କବିତାରେ କବି ସଚ୍ଚିଦାନନ୍ଦ ରାଉତରାୟ ନିଜ ଜନ୍ମଭୂମି ପଲ୍ଲୀଗ୍ରାମର ଜୀବନ୍ତ ଛବି ବର୍ଣ୍ଣନା କରିଛନ୍ତି । ଗ୍ରାମଭୂମିର ମଧୁମୟ ପରିବେଶ, କମନୀୟ ପ୍ରକୃତି ଏବଂ ନିଜ ଗ୍ରାମ ସହ ଅନ୍ତରଙ୍ଗ ଅନୁଭୂତିକୁ କବି ତାଙ୍କ କବିତାରେ ବର୍ଣ୍ଣନା କରିଛନ୍ତି ।

(ଖ ) ଜୀବନର ଯେଉଁ ଦୁଇଟି ବିଶେଷ କାର୍ଯ୍ୟ ସହ ଗାଆଁ ମାଟି ଜଡ଼ିତ, ତାହା କୁହ ।
Answer:
ଜନ୍ମ ଓ ମୃତ୍ୟୁ ଦ୍ବୟ ଜୀବନର ସାଧାରଣ ସତ୍ୟ। ପଲ୍ଲୀପ୍ରେମୀ କବି ସେହି ଦୁଇଟି ତଥ୍ୟକୁ ଗାଁ ମାଟି ସହ ଜଡ଼ିତ କରାଇଛନ୍ତି । ଏକଦା ସେ ତାଙ୍କ ପଲ୍ଲୀଗ୍ରାମ ଚାଳଘରେ ମାଟିକାନ୍ଥଘେରା ଏନ୍ତୁଡ଼ିଶାଳରେ ଜନ୍ମ ହୋଇଥିଲେ । ସେଇ ଘରେ ଜୀବନର ଶେଷନିଃଶ୍ବାସ ତ୍ୟାଗ କରିବାକୁ କବି ଇଚ୍ଛାପ୍ରକାଶ କରିଛନ୍ତି। ଏହି ଦୁଇଟି ବିଶେଷ କାର୍ଯ୍ୟ ସହ ଗାଁ ମାଟି ଜଡ଼ିତ ବୋଲି କବି କହିଛନ୍ତି ।

(ଗ) କାହାର ଜଳ ରକ୍ତ ହୋଇ ତାଙ୍କ ଶରୀରରେ ପ୍ରବାହିତ ହେଉଛି ବୋଲି କବି କହିଛନ୍ତି ?
Answer:
କବିଙ୍କର ଜନ୍ମଭୂମି ପଲ୍ଲୀଗ୍ରାମର ବଣ-ବିଲ, ନଦୀ-ପର୍ବତ ତଥା ନିର୍ଝର-ଗୋଚର ସବୁକିଛି ତାଙ୍କ ବାଲ୍ୟ ଜୀବନକୁ କରିଥିଲା ପରିପୁଷ୍ଟ। ଗ୍ରାମ ଉପକଣ୍ଠରେ ଥ‌ିବା ନଦୀ ଓ ଝରଣ! ସହ କବି ଏପରି ଭାବେ ଅନ୍ତରଙ୍ଗ ଥିଲେ ଯେ ସେ ଅନୁଭବ କରିଛନ୍ତି ସତେଯେପରି ସେହି ନଦୀ ଓ ଝରଣାର ଜଳ ରକ୍ତ ହୋଇ ତାଙ୍କ ଶରୀରର ଶିରା ପ୍ରଶିରାରେ ବହି ଚାଲିଛି ।

(ଘ) କବି ନିଜ ଗାଁରୁ କ’ଣ କ’ଣ ପାଇଛନ୍ତି ବୋଲି ବର୍ଣ୍ଣନା କରିଛନ୍ତି ?
Answer:
ନିଜ ଗାଁ ମାଟିର ସବୁକିଛି କବିଙ୍କର ଅତି ଆପଣାର । ଯେଉଁ ଭୂମିକୁ ପ୍ରଥମେ ସ୍ପର୍ଶ କରି ସେ ଦୁନିଆଁର ଆଲୋକ ଦେଖିଥିଲେ, ଯାହାର ପାଣି, ପବନ ତାଙ୍କ ଜୀବନ ଗଠନରେ ସହାୟକ ହୋଇଥିଲା ତାକୁ ସେ କିପରି ବା ଭୁଲିପାରିବେ ? କବି ମୁକ୍ତକଣ୍ଠରେ ସ୍ବୀକାର କରିଛନ୍ତି ଯେ ଗାଁ ଭୂଇଁର ଫୁଲ, ଫଳ, ଗଛ, ଲତା, ବଣ, ପାହାଡ଼ ଏପରିକି ପଲ୍ଲୀ ପ୍ରକୃତିର ପ୍ରତ୍ୟେକଟି ଉପାଦାନ ତାଙ୍କୁ ଜୀବନର ପଥ ପ୍ରଦର୍ଶନ କରିଛି । ଫଗୁଣ ମାସର ପାହାନ୍ତି ପ୍ରହର ଓ ଗାଈଗୋଠ ଧରି ଘରବାହୁଡ଼ା ଗାଈଆଳ ପିଲାର ବଂଶୀସ୍ୱନ, ଶୀତ ସକାଳର ଫସଲ କଟାର ଦୃଶ୍ୟ ସବୁକିଛି ତାଙ୍କ ଜୀବନ ପଥକୁ ପୁଷିତ କରିଛି ।

(ଙ‍) କେଉଁଠାରେ ବସି ସେ ସବୁକୁ ମନେ ପକାଉଛନ୍ତି ?
Answer:
ଗାଁ ଭୂଇଁରେ ବାଲ୍ୟକାଳ ଅତିବାହିତ କଲାପରେ ଉଚ୍ଚଶିକ୍ଷା ଲାଭ କରିବାପାଇଁ ଓ ପରବର୍ତ୍ତୀ ସମୟରେ ଜୀବିକାର୍ଜନପାଇଁ କର୍ମମୟ ଜୀବନକୁ ଆଦରି ନେଇଛନ୍ତି କବି । ସେଥ‌ିପାଇଁ ତାଙ୍କୁ ପ୍ରବାସରେ ରହିବାକୁ ପରିସ୍ଥିତି ବାଧ୍ୟ କରିଛି । ମାତ୍ର ତାଙ୍କ ଅତି ଆପଣାର ଜନ୍ମମାଟି, ପଲ୍ଲୀଭୂଇଁ ତଥା ବାଳକ ଜୀବନର ଖେଳସାଥୀ ଗାଁର ଧୂଳିମାଟିର ପରିବେଶ ତାଙ୍କ କଳ୍ପନା ଚକ୍ଷୁରେ ବାରମ୍ବାର ଭାସିଉଠିଛି । ନିଜ ଜନ୍ମମାଟିଠାରୁ ଦୂର ପ୍ରବାସରେ ବସି ସେସବୁକୁ ସେ ମନେ ପକାଉଛନ୍ତି । ଉତ୍ତର ଲେଖ । (ଦୁଇ ବା ତିନୋଟି ବାକ୍ୟରେ)

BSE Odisha 7th Class Odia Solutions Chapter 5 ଛୋଟ ମୋର ଗାଆଁଟି

୨। ଉତ୍ତର ଲେଖ । (ଦୁଇ ବା ତିନୋଟି ବାକ୍ୟରେ)
(କ) କବି ନିଜର ଜନ୍ମ ସମ୍ବନ୍ଧରେ କ’ଣ କହିଛନ୍ତି ?
Answer:
କବିଙ୍କ ପାଇଁ ତା’ଙ୍କ ଜନ୍ମଭୂମି ପଲ୍ଲୀଗ୍ରାମ ସ୍ଵର୍ଗପରି ମହାନ୍। ଗାଁ ଭୂଇଁର ମାଟି ଘର ଏନ୍ତୁଡ଼ିଶାଳରେ ଜନ୍ମ ନେଇ ସେ ନୂତନ ଆଲୋକ ଦର୍ଶନ କରିଛନ୍ତି । ଏବେ ମଧ୍ୟ ସେହି ଘରକାନ୍ଥରେ କଉଡ଼ି ତିଆରି ଷଠୀଘର ରହିଛି ଯାହାକୁ ଦେଖିଲେ ତାଙ୍କ ବାଲ୍ୟଜୀବନର ଅଭୁଲା ସ୍ମୃତି ମନେପଡ଼ିଯାଏ ।

(ଖ) ଗ୍ରାମର କେଉଁ କେଉଁ ଜିନିଷ ତାଙ୍କୁ ଜୀବନ ଦେଇଛି ?
Answer:
ପଲ୍ଲୀ ପ୍ରକୃତିର ପ୍ରତିଟି ଉପାଦାନ କବିଙ୍କ ଜୀବନକୁ ଧନ୍ୟ କରିଛି । ବିଶେଷ କରି ଗାଁ ମାଟିର ପାଣି ପବନ ତାଙ୍କୁ ଜୀବନୀ ଶକ୍ତି ପ୍ରଦାନ କରିଛି । କବି ଅନୁଭବ କରିଛନ୍ତି ସତେ ଯେପରି ଜନ୍ମଭୂମିର ଜଳ ତାଙ୍କ ଶିରା ପ୍ରଶିରାରେ ରକ୍ତ ହୋଇ ବହିଚାଲିଛି ଏବଂ ପଲ୍ଲୀର ମୁକ୍ତ ପବନ ତାଙ୍କ ନିଃଶ୍ବାସ ପ୍ରଶ୍ବାସରେ ଚଳପ୍ରଚଳ ହୋଇ ତାଙ୍କୁ ଜୀବନ ପ୍ରଦାନ କରିଛି ।

(ଗ) ତାଙ୍କ ଆଖିରେ କିଏ ନୂଆ ଚାହାଣି ଭରିଦେଇଛି ?
Answer:
ଗାଁ ଭୂଇଁର ସବୁଜିମା କବିଙ୍କ କଣ୍ଠରେ ଭାଷା ଭରିଦେଇଛି । ବସନ୍ତ ଋତୁର ମନୋରମ ଉଷାକାଳ, ବିଶେଷତଃ ଫଗୁଣ ମାସର ପାହାନ୍ତି ପ୍ରହର କବିଙ୍କ ଜୀବନରେ ଏକ ସ୍ଵତନ୍ତ୍ର ଭୂମିକା ଗ୍ରହଣ କରିଛି ବୋଲି କବି ଅନୁଭବ କରିଛନ୍ତି ।

(ଘ) ‘ଆଲୁଅଠାରୁ ଅନ୍ଧାର ଭଲ’ କାହିଁକି କୁହାଯାଇଛି ?
Answer:
ପୂର୍ଣ୍ଣମୀ ରାତ୍ରିର ରଜତ ଶୁଭ୍ର ଜ୍ୟୋତ୍ସ୍ନା କେବଳ ଗାଁ ଭୂଇଁରେ ହିଁ ଉପଭୋଗ୍ୟ ହୋଇଥାଏ । ମାତ୍ର କବିଙ୍କ ପାଇଁ ସେହି ଆଲୋକ ଯେତେ ମନୋହର, ଅନ୍ଧକାର ତା’ଠାରୁ ବହୁଗୁଣେ ଭଲ । କାରଣ, ରାତ୍ରିର କଳା ଅନ୍ଧାରକୁ ଡରି ଶିଶୁ ମା’ର କୋଳରେ ଆଶ୍ରୟ ନିଏ । ବାଳକ ବୟସରେ ମଧ୍ଯ କବି ତାରକିତ ଆକାଶର ସୌନ୍ଦର୍ଯ୍ୟ ଉପଭୋଗ କରିପାରିଛନ୍ତି । ମେଘୁଆ ରାତିର ଅନ୍ଧାରରେ ଜୁଳୁଜୁଳିଆ ପୋକର ମିଞ୍ଜି ମିଞ୍ଜି ଆଲୋକ କବିଙ୍କୁ ଆନନ୍ଦ ଦେଇଛି । ଅନ୍ଧକାର ନଥିଲେ ଆଲୋକର ମହାନତା ଅନୁଭୂତ ହୋଇପାରନ୍ତା ନାହିଁ । ହୁଏତ ସେଇଥପାଇଁ କବି ଆଲୋକ ଅପେକ୍ଷା ଅନ୍ଧାରକୁ ଭଲ ବୋଲି କହିଛନ୍ତି। ପଲ୍ଲୀଭୂମିର ସନ୍ତାନମାନେ ଆଧୁନିକତାର ଆଲୋକର ସ୍ପର୍ଶପାଇ ନିଜର ଜନ୍ମଭୂମିକୁ ଭୁଲି ଯାଇଥିବାରୁ କବି ଏପରି ଆକ୍ଷେପ କରିଛନ୍ତି ।

(‍ଙ) କବି ତାଙ୍କ ଜୀବନରେ କ’ଣ ଇଚ୍ଛା କରିଛନ୍ତି ?
Answer:
ସହରର ବିଳାସପୂର୍ଣ୍ଣ ଜୀବନ କବିଙ୍କୁ ଆନନ୍ଦ ଦେଇପାରି ନାହିଁ। ସ୍ଵର୍ଗତୁଲ୍ୟ ଯେଉଁ ପଲ୍ଲୀ ଗାଁର ମାଟିଘରେ ତାଙ୍କର ଜନ୍ମ, ସେହି ଗାଁର ଶ୍ମଶାନରେ ତାଙ୍କର ଅନ୍ତିମ ସମୟର ଜୁଇ ଜଳିବ ବୋଲି କବି ଇଚ୍ଛା କରିଚ୍ଛନ୍ତି।

BSE Odisha 7th Class Odia Solutions Chapter 5 ଛୋଟ ମୋର ଗାଆଁଟି

୩। ଉତ୍ତର ଲେଖ । (୫୦ରୁ ୮୦ଟି ଶବ୍ଦରେ )
ପ୍ରବାସରେ ଥାଇ କବି ନିଜ ଗ୍ରାମର ଅନୁଭୂତି ବିଷୟରେ କେଉଁ ସବୁ କଥା ବର୍ଣ୍ଣନା କରିଛନ୍ତି ?
Answer:
କବି ସଚ୍ଚିଦାନନ୍ଦ ରାଉତରାୟ ସହରର ଚାକଚକ୍ୟ ଭିତରେ ଥାଇମଧ୍ୟ ନିଜ ଜନ୍ମମାଟିକୁ ସ୍ଵର୍ଗଠାରୁ ବଡ଼ ଆସନ ଦେଇଛନ୍ତି। ତାଙ୍କର ଏନ୍ତୁଡ଼ିରେ ଷଠୀଘର, ଗାଁର ପାଣିପବନ, ତୋଟାମାଳ, ବଣଜଙ୍ଗଲ, ଶାଗୁଆ ଶସ୍ୟକ୍ଷେତ୍ରର ସ୍ମୃତିରେ ତାଙ୍କର ବାଲ୍ୟଜୀବନର ଚିତ୍ର କଳ୍ପନା କରିଛନ୍ତି । ଗାଁର ସକାଳ, ଗୋଧୂଳି, ଦିନ ଓ ରାତ୍ରିର ଅପାସୋରା ଦୃଶ୍ୟ ତାଙ୍କର ମାନସପଟରେ ଭାସିଉଠିଛି। ଗାଈପଲଙ୍କର ଗୋଠବାହୁଡ଼ା, ଗାଈଆଳ ପିଲାଙ୍କର ମଧୁର ବଂଶୀସ୍ଵର, ଶୀତଋତୁରେ ଫସଲକଟାର ଦୃଶ୍ୟ କବି ଭୁଲି ପାରୁନାହାନ୍ତି । ଜହ୍ନ ରାତିରେ ଗାଁ ଦାଣ୍ଡରେ ଧୋବଫୁଲ ପରି ଆଲୁଅରେ ପଲ୍ଲୀବାସୀ ଆତ୍ମହରା ହୁଅନ୍ତି। ଅନ୍ଧାର ରାତିର ନିସ୍ତବ୍‌ଧତା, ବେଙ୍ଗମାନଙ୍କର କେଁ କଟର, ବିଲୁଆଙ୍କର ହୁକେ-ହୋ, ବୃକ୍ଷଲତାଙ୍କର ସାଇଁ ସାଇଁ ଶବ୍ଦରେ ଭୟ ଓ ଆଶଙ୍କାରେ ସଞ୍ଜପହରୁ ତାଟିକବାଟ ପଡ଼ିଯିବା ଆହୁରି ମଜ୍ଜା ଦାୟକ। ଏହିସବୁ କଥାଭାବି ଗାଁ ଶ୍ମଶାନରେ ତାଙ୍କର ଶେଷଚିତା ଜଳିବବୋଲି କବି ଇଚ୍ଛା କରିଛନ୍ତି ।

୪। ସରଳ ଭାଷାରେ ବୁଝାଇ ଲେଖ ।
(କ) ‘ଛୋଟ ମୋର ଗାଆଁଟି
ଭୂଗୋଳ ପୋଥ୍-ପତରେ ପଛେ ନ ଥାଉ ତା’ର ନାଆଁଟି ।’
Answer:
ଛୋଟ ମୋର ……………………………… ତା’ର ନାଆଁଟି ।
ଉଦ୍ଧୃତାଂଶଟି କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ରଚିତ “ ଛୋଟମୋର ଗାଆଁଟି’’ କବିତାରୁ ଆନୀତ। ଅନାମଧେୟ ହେଲେ ମଧ୍ୟ ନିଜ ଜନ୍ମମାଟି କିପରି ନିଜକୁ ଭଲ ଲାଗେ କବି ସେକଥା କହିଛନ୍ତି । ସହରରେ ରହି ମଧ୍ୟ କବି ନିଜ ଜନ୍ମମାଟି ପଲ୍ଲୀର କଥା ଭାବୁଛନ୍ତି । ଖୋର୍ଦ୍ଧା ଜିଲ୍ଲାର ଏକ ଅନାମଧେୟ ଗାଁ ଗୁରୁଜଙ୍ଗରେ କବିଙ୍କର ଜନ୍ମ । ଓଡ଼ିଶା ମାନଚିତ୍ର କିମ୍ବା ଭୌଗୋଳିକ ତଥ୍ୟରେ ତାଙ୍କ ଗାଁର ନାମ ନାହିଁ । କୌଣସି ଆକର୍ଷଣୀୟ ଗାଁ ତାଙ୍କର ନୁହେଁ । ତଥାପି ତାଙ୍କ ନିକଟରେ ନିଜ ଗାଁ ସ୍ଵର୍ଗଠାରୁ ମହାନ୍ ।

ନିଜ ଜିନିଷ ନିଜକୁ ସୁନ୍ଦର। ଯେଉଁ ଗାଁର ପାଣି- ପବନ ତାଙ୍କ ଶରୀରକୁ ପୁଷ୍ଟ କରିଛି, ଯେଉଁ ମାଟିର ବଣଜଙ୍ଗଲ, ବୃକ୍ଷଲତା, କ୍ଷେତ-ପ୍ରାନ୍ତର, ଦିନ-ରାତି, ଆଲୋକ- ଅନ୍ଧାକାର ଭିତରେ ତାଙ୍କର ବାଲ୍ୟ ଓ କୈଶୋର କଟିଛି, ସେସବୁ କବିଙ୍କ ପାଇଁ ସୁନ୍ଦର ଓ ମନୋହର। ସହରର ଚାକଚକ୍ୟ ଓ ବିଳାସମୟ ଜୀବନ ତାଙ୍କୁ କ’ଣ ଆନନ୍ଦ ଦେଇପାରିବ ? ସହରଠାରୁ ତାଙ୍କର ଧୂଳିଧୂସରିଆ ପଲ୍ଲୀ ଗାଁ ଯେ କେତେ ସୁନ୍ଦର ଓ ମହାନ୍ତି, ତାହା କବି ଏଠାରେ ପ୍ରକାଶ କରିଛନ୍ତି ।

(ଖ) ‘ଇଚ୍ଛା ହୁଏ ମାଟିରେ ତା’ର
ଶିରଟି ମୋର ନୁଆଁନ୍ତି ।’
Answer:
ଇଚ୍ଛା ହୁଏ …………………………… ମୋର ନୁଆଁନ୍ତି ।
ଉଦ୍ଧୃତାଂଶଟି ସଚ୍ଚିଦାନନ୍ଦ ରାଉତରାୟଙ୍କ ରଚିତ ‘ଛୋଟ ମୋର ଗାଆଁଟି’ କବିତାରୁ ଉଦ୍ଧୃତ। କବି ଏଠାରେ ନିଜର ଜନ୍ମମାଟି ପଲ୍ଲୀ ଗାଁକୁ ଶ୍ରେଷ୍ଠ ଆସନ ଦେଇଛନ୍ତି। କବି ନିଜର ଜନ୍ମଭୂମି ପଲ୍ଲୀ ଗାଁକୁ ସ୍ଵର୍ଗଠାରୁ ମହାନ୍ ବୋଲି ବର୍ଣ୍ଣନା କରିଛନ୍ତି । ଜନନୀ ଓ ଜନ୍ମଭୂମି ସ୍ଵର୍ଗଠାରୁ ବଡ଼ । ଗାଁର ସେହି ମାଟି ଘରର ଏନ୍ତୁଡ଼ି ଶାଳରେ ତାଙ୍କର ଜନ୍ମ । ସେଇଠି ତାଙ୍କର ଷଠୀଘର ଅଛି ।

ସେଇ ଗାଁର ପାଣିପବନରେ ତାଙ୍କ ଶରୀର ପୁଷ୍ଟ ହୋଇଛି। ଗାଁର ଶାଗୁଆ ଶସ୍ୟକ୍ଷେତ୍ର, ତୋଟାମାଳ, ବିଭିନ୍ନ ଋତୁରେ ମନଲୋଭା ଅନୁଭୂତି, ଦିନର ଆଳୁଅ ଓ ରାତିର ଅନ୍ଧକାର କବି ସ୍ମୃତିରେ ସବୁକିଛି ଜୀବନ୍ତ ହୋଇ ରହିଛି। ତାଙ୍କ ପିଲାଦିନର ହସଖୁସି, କୈଶୋରର ଚପଳତା ଓ ଯୁବକ ଅବସ୍ଥାର ଉନ୍ମାଦନାରେ ରଙ୍ଗୀନ ହୋଇ ଉଠିଛି । ମାଟି ମା ପାଇଁ ସେ ମଣିଷ ହୋଇଛନ୍ତି। ତେଣୁ ସେଇ ମା’ର ପାଦତଳେ କବି କୋଟିକୋଟି ପ୍ରଣାମ ଜଣାଇ ଭକ୍ତିର ନୈବେଦ୍ୟ ଅର୍ପଣ କରିଛନ୍ତି।

BSE Odisha 7th Class Odia Solutions Chapter 5 ଛୋଟ ମୋର ଗାଆଁଟି

୫। ଅସଜଡ଼ା ପଦକୁ ସଜାଡ଼ି ଲେଖ ।
(କ) ପଞ୍ଜରା କାଠି ମୋର ପାଞ୍ଚଟି
ଡାହାଟି ସେଇଠି ହବ ଡାହାଟି ।
Answer:
ପାଞ୍ଚଟି ମୋର ପଞ୍ଜରା କାଠି
ସେଇଠି ହବ ଡାହାଟି ।

(ଖ) କଣ୍ଠେ ମୋର ଦେଲା ଯେ କଥା
ତାହାରି ଫୁଲ, ଶାଗୁଆ ଲତା ।
Answer:
ତାହାରି ଫୁଲ, ଶାଗୁଆ ଲତା
କଣ୍ଠେ ମୋର ଦେଲା ଯେ କଥା ।

(ଗ) ତାହାରି ବଣ,,ତାହାରି ଲଟା
ତା’ ମୁରଲୀ ସ୍ଵନ, ଗାଈଗୋଠ
Answer:
ତାହାରି ଲଟା ତାହାରି ବଣ
ତା’ ଗାଈଗୋଠ ମୁରଲୀ ସ୍ବନ ।

୬। ‘ପରାଣ’ ଶବ୍ଦରୁ ଯେପରି ‘ପ୍ରାଣ’, ସେହିପରି ନିମ୍ନଲିଖିତ ପଦଗୁଡ଼ିକର ଅନ୍ୟରୂପ ଲେଖ ।
ସରଗ, ରକତ, ମରତ, ଜନମ
Answer:
ସରଗ – ସ୍ୱର୍ଗ
ରକତ – ରକ୍ତ
ପରତ – ମର୍ତ୍ତ୍ୟ
ଜାନମ – ଜନ୍ମ

ତୁମପାଇଁ କାମ :

  • ତୁମ ଅଞ୍ଚଳର ପ୍ରାକୃତିକ ଦୃଶ୍ୟକୁ ଲକ୍ଷ୍ୟକରି ଦୁଇ ବା ତିନି ପଦରେ କବିତାଟିଏ ଲେଖ ।
  • କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ଅନ୍ୟାନ୍ୟ କବିତା ସଂଗ୍ରହ କରି ପଢ଼ ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନେ।ତ୍ତର

ଅତିସଂ ଷିପ୍ତ ପ୍ରଶ୍ନେ।ତ୍ତର

୧ । ‘ଛୋଟ ମୋର ଗାଆଁଟି’ର କବିଙ୍କ ନାମ କ’ଣ ?
Answer:
‘ଛୋଟ ମୋର ଗାଆଁଟି’ର କବି ହେଉଛନ୍ତି ସଚ୍ଚିଦାନନ୍ଦ ରାଉରରାୟ।

୨ । ‘ଛୋଟ ମୋର ଗାଆଁଟି’ କବିଙ୍କର କେଉଁ କବିତା ସଂକଳନରୁ ଆସିଛି ?
Answer:
‘ଛୋଟ ମୋର ଗାଆଁଟି’ କବିଙ୍କ ରଚିତ ‘ପଲ୍ଲୀଶ୍ରୀ’ ନାମକ କବିତା ସଂକଳନରୁ ଆସିଅଛି। ‘

୩। ଛୋଟ ମୋର ଗାଆଁଟି’ରେ କବି କାହାକୁ ସ୍ଵର୍ଗପୁର ଭାବରେ ବର୍ଣ୍ଣନା କରିଛନ୍ତି ?
Answer:
‘ଛୋଟ ମୋର ଗାଆଁଟି’ କବିତାରେ କବି ନିଜ ଗାଁକୁ ସ୍ଵର୍ଗପୁର ଭାବରେ ବର୍ଣ୍ଣନା କରିଛନ୍ତି ।

BSE Odisha 7th Class Odia Solutions Chapter 5 ଛୋଟ ମୋର ଗାଆଁଟି

୪ । କବି ତାଙ୍କ ଷଠୀଘରକୁ ଦେଖ୍ କ’ଣ ପ୍ରକାଶ କରିଛନ୍ତି ?
ଗାଁର ସେହି ମାଟିଘର କାନ୍ଥରେ କବିଙ୍କ ପାଇଁ ନିର୍ମିତ ଷଠୀଘରକୁ ଦେଖ୍ କବି କହିଛନ୍ତି ଯେ ଗାଁ ମାଟିର ଯେଉଁ ଏନ୍ତୁଡ଼ିଶାଳରେ ସେ ଦିନେ ଦୁନିଆର ଆଲୋକ ଦେଖୁଥିଲେ ସେହି ଘରେ ତାଙ୍କ ଜୀବନ ଦୀପ ଲିଭିଯାଉ।

୫। କବି କେଉଁଠାରେ ବୁଲି ବାଲ୍ୟବୟସ ବିତାଇ ଥିଲେ ?
Answer:
କବି ନିଜ ଛୋଟ ଗାଁର ତୋଟାମାଳରେ ସାଙ୍ଗସାଥୀମାନଙ୍କ ସହ ଖେଳିବୁଲି ସେ ତାଙ୍କ ବାଲ୍ୟବୟସ ବିତାଇ ଥିଲେ।

୬ । ଗାଁର ଜଳ କବିଙ୍କ ଶିରା ପ୍ରଶିରାରୋ ରକ୍ତ ହୋଇ ବହିଯାଇଛି ବୋଲି କାହିଁକି କହିଛନ୍ତି ?
ପଲ୍ଲୀଭୂମିର ଜଳ ତାଙ୍କ ଶିରା ପ୍ରଶିରାରେ ରକ୍ତ ହୋଇ ବହିଚାଲିଛି।

୭ । କିଏ କବିଙ୍କ ଆଖରେ ନୂଆ ଚାହାଣୀ ଭରି ଦେଇଥୁଲା ?
Answer:
ପାହାନ୍ତା ଉଷାରେ ସୂର୍ଯ୍ୟୋଦୟର ଲାଲ କିରଣ ଓ ସୂର୍ଯ୍ୟାସ୍ତର ସୁନେଲି ପ୍ରକୃତି କବିଙ୍କ ଆଖରେ ନୂଆ ଚାହାଣି ଭରି ଦେଇଥ୍ ଲା

୮ । କବିଙ୍କ ଜୀବନ ପଥରେ କେଉଁମାନେ ସାହା ହୋଇଛନ୍ତି ?
Answer:
ପଲ୍ଲୀ ଭୂମିର ଲଟା, ବଣ, ଗାଈଗୋଠ ତଥା ଗାଈଆଳର ମୁରଲୀସ୍ଵର ଏବଂ ଫସଲକଟା ବେଳର ସୁମଧୁର ଗାନ ଏ ସମସ୍ତ କବିଙ୍କ ଜୀବନ ପଥରେ ସାହା ହୋଇଛନ୍ତି।

୯ । କବିଙ୍କ କାନରେ କାହାର ବଂଶୀସ୍ଵର ବାଜିଯାଉଛି ?
Answer:
କବିଙ୍କ କାନରେ ବାଜିଯାଉଛି ଗାଈଆଳ ପିଲାର ବଂଶୀସ୍ୱନ।

୧୦ । ଗାଁରେ ଫସଲକଟା ହେଉଥ‌ିବା ସମୟକୁ କବି କିପରି ବର୍ଣ୍ଣନା କରିଛନ୍ତି ?
Answer:
ଶୀତଋତୁରେ ଗ୍ରାମବାସୀମାନେ ଫସଲ କାଟୁଥିବା ବେଳେ ଗାଉଥିବା ଗୀତ ତାଙ୍କୁ ବହୁତ ଭଲ ଲାଗିଥାଏ।

ବସ୍ତ୍ ନିଷ୍ଠ ପ୍ରଶ୍ନୋତ୍ତର :

୧। ‘ଛୋଟ ମୋର ଗାଆଁଟି’ କବିତା କାହାର ରଚନା ?
(କ) ଅନନ୍ତ୍ର ପଟ୍ଟନାୟକ
(ଖ) କୁନ୍ତଳାକୁମାରା ସାବତ
(ଗ) ସଚ୍ଚିଦାନନ୍ଦ ରାଉତରାୟ
(ଘ) ରାମକୃଷ୍ଣ ନନ୍ଦ
Answer:
(ଗ) ସଚ୍ଚିଦାନନ୍ଦ ରାଉତରାୟ

BSE Odisha 7th Class Odia Solutions Chapter 5 ଛୋଟ ମୋର ଗାଆଁଟି

୨ । ସଚ୍ଚି ରାଉତରାୟଙ୍କ ରଚନା ମଧ୍ୟରୁ ନିମ୍ନୋକ୍ତ କେଉଁଟି ଏକ କବିତା ଗ୍ରନ୍ଥ ?
(କ) ମାଟିର ତାଜ
(ଖ) ଚିତ୍ରଗ୍ରlବ
(ଗ) ପାଣ୍ଡୁଲିପି
(ଘ) ମଶାଣିର ଫୁଲ
Answer:
(ଗ) ପାଣ୍ଡୁଲିପି

୩। ନିମ୍ନୋକ୍ତ ମଧ୍ୟରୁ କେଉଁଟି ସଚ୍ଚି ରାଉତରାୟଙ୍କଦ୍ବାରା ରଚିତ ପ୍ରବନ୍ଧ ?
(କ) ସାହିତ୍ୟର ମୂଲ୍ୟବୋଧ
(ଖ) ସାହିତ୍ୟ ପ୍ରସଙ୍ଗ
(ଗ) କଳାଦୃଷ୍ଟି
(ଘ) ମଶାଣିର ଫୁଲ
Answer:
(କ) ସାହିତ୍ୟର ମୂଲ୍ୟବୋଧ

୪। ‘(ଶେଷ) ସେଇଠି ହେବ ଡାହାଟି’ – ଏହି କବିତାଂଶରେ ଥ‌ିବା ‘ଡାହା’ ଶବ୍ଦ କେଉଁ ଶବ୍ଦରୁ ଉତ୍ପନ୍ନ ହୋଇଛି ?
(କ) ହନନ
(ଖ) ମର୍ଦ୍ଦନ
(ଗ) ଦହନ
(ଘ) ମନନ
Answer:
(ଗ) ଦହନ

୫। ‘ତାହାରି ଜଳ ରକତ ହୋଇ’ – ଏହି କବିତା ପଂକ୍ତି ପାଇଁ ନିମ୍ନୋକ୍ତ କେଉଁ ପଂକ୍ତିଟି ଉପଯୁକ୍ତ ?
(କ) ସକଳ ମୋର ସାହାଟି
(ଖ) ଜାବନ ପଥେ ସକଳ ତାର
(ଗ) ଶିରାରେ ବହେ ଯେସନ ନଈ
(ଘ) ସେଇଠି ହେବ ତାହାଟି
Answer:
(ଗ) ଶିରାରେ ବହେ ଯେସନ ନଈ

୬। ନିମ୍ନୋକ୍ତ ମଧ୍ୟରୁ ‘ପ୍ରବାସ’ ଶବ୍ଦର ଅର୍ଥ କେଉଁଟି ?
(କ) ସ୍ବର
(ଖ) ବାସସ୍ଥାନ
(ଗ) ସ୍ବଦେଶ
(ଘ) ବିଦେଶ
Answer:
(ଘ) ବିଦେଶ

୭ । ନିମ୍ନୋକ୍ତ ମଧ୍ୟରୁ କାହାକୁ ଦେଖ୍ କବିଙ୍କର ବାଲ୍ୟଜୀବନର ଅଭୁଲା ସ୍ମୃତି ମନେପଡ଼ିଯାଏ ?
(କ) ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ
(ଖ) ପୂର୍ଣ୍ଣମୀ ରାତିର ରଜତ ଶୁଭ୍ର ଜ୍ୟୋତ୍ସ୍ନା
(ଗ) ଆକାଶର ତାରା
(ଘ) ଘର କାନ୍ଥରେ କଉଡ଼ି ତିଆରି ଷଠିଘର
Answer:
(ଘ) ଘର କାନ୍ଥରେ କଉଡ଼ି ତିଆରି ଷଠିଘର

BSE Odisha 7th Class Odia Solutions Chapter 5 ଛୋଟ ମୋର ଗାଆଁଟି

୮ । କବିଙ୍କ ଚିତା କେଉଁଠି ଜଳିବ ?
(କ) ଗାଆଁ ମଶାଣିରେ
(ଖ) ସ୍ଵର୍ଗଦ୍ଵାରରେ
(ଗ) ନିଜ ବାସଭବନ ପଛପଟରେ
(ଘ) ସ୍ତାଙ୍କ ଇଚ୍ଛାନୁସାରେ
Answer:
(କ) ଗାଆଁ ମଶାଣିରେ

୯ । କବି ପିଲାଦିନେ କେଉଁଠାରେ ଖେଳିବୁଲୁଥୁଲେ ?
(କ) ଗାଁ ଦାଣ୍ଡରେ
(ଖ) ଖେଳପଡ଼ିଆରେ
(ଗ) ତୋଟାମାଳରେ
(ଘ) ଘାସ ବଗିଚାରେ
Answer:
(ଗ) ତୋଟାମାଳରେ

୧୦ । ଭୂଗୋଳ ପୋଥ୍ ପତରରେ କାହାର ନାଆଁ ନାହିଁ ବୋଲି କବି କହିଛନ୍ତି ?
(କ) କବିଙ୍କ ଛୋଟିଆ ଗାଁ
(ଖ) କବିଙ୍କ ଘର
(ଗ) କବିଙ୍କ ଗ୍ରାମ ପଞ୍ଚାୟତ
(ଘ) କବିଙ୍କ ଜମିଜମାର କାଗଜପତ୍ର
Answer:
(କ) କବିଙ୍କ ଛୋଟିଆ ଗାଁ

କବିତାର ପୃଷ୍ଠଭୂମି :

ଓଡ଼ିଆ ଆଧୁନିକ କବିତା ରାଜ୍ୟରେ ଜଣେ ଉଚ୍ଚକୋଟୀର ସାହିତ୍ୟିକ ମର୍ଯ୍ୟାଦା ଲାଭ କରିଛନ୍ତି କବି ସଚ୍ଚିଦାନନ୍ଦ ରାଉତରାୟ । କବି ରାଉତରାୟ ଖୋର୍ଦ୍ଧା ନିକଟବର୍ତ୍ତୀ ଗୁରୁଜଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ଥିଲେ ପ୍ରସନ୍ନ କୁମାର ରାଉତରାୟ ମାତା ଥିଲେ ମୁକ୍ତା ଦେବୀ । ଛାତ୍ରାବସ୍ଥାରୁ କବିତା ରଚନା କରିବା ଥିଲା ତାଙ୍କର ସଉକ । ସେ ଏକାଧାରରେ ଥିଲେ ଜଣେ ଅପ୍ରତିଦ୍ବନ୍ଦୀ କବି, ଗାଳ୍ପିକ, ଔପନ୍ୟାସିକ ତଥା ସମାଲୋଚକ । ତାଙ୍କର ନିରଳସ ସାହିତ୍ୟ ସାଧନା ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମା ପୁରସ୍କାର ମର୍ଯ୍ୟାଦା – ସମ୍ପନ୍ନ ଜ୍ଞାନପାଠ ପୁରସ୍କାର ଓ ଉତ୍କଳ ରତ୍ନ ଉପାଧ୍ ପାଇଥିଲେ।

ସରଳ ସାବଲାଳ ପ୍ରାଣସ୍ତର୍ଶା ଭାଷା ଓ ନିଜସ୍ୱ ଶୈଳାରେ ରଚିତ କବିଙ୍କ ସାରସ୍ଵତ ସ୍ଠଷ୍ଟିଗୁଡ଼ିକ ତାଙ୍କ ଅମ୍ଳାନ ପ୍ରତିଭାର ପରିଚାୟକ । ‘ପଲ୍ଲୀଶ୍ରୀ’, ‘ବାଜିରାଉତ’, ‘ପାଣ୍ଡୁଲିପି’, ‘ସ୍ଵାଗତ’, ‘ଭାନୁମତୀର ଦେଶ’ ଓ ‘ହସନ୍ତ’ ପରି କବିତା ଗ୍ରନ୍ଥ; ‘ମଶାଣିର ଫୁଲ’, ‘ମାଟିର ତାଜ’, ‘ଛାଇ’, ‘ମାଙ୍କଡ଼ ଓ ଅନ୍ୟାନ୍ୟ ଗଳ୍ପ’ ପରି ଗଳ୍ପ ପୁସ୍ତକ; ‘ଚିତ୍ରଗ୍ରୀବ’, ‘ତଳେ ମାଟି ଉପରେ ଆକାଶ’, ‘ସାଗର ତଳର ଢେଉ’ ପରି ପ୍ରବନ୍ଧ ପୁସ୍ତକମାନ ରଚନା କରି ସେ ପ୍ରଭୃତ ଯଶର ଅଧ୍ କାରା ହୋଇପାରିଛନ୍ତି। ଏତନ୍ଦଭିନ୍ନ ‘ଉତ୍ତର କକ୍ଷ’ ପ୍ରଥମ ଭାଗ ଓ ଦ୍ବିତୀୟ ଭାଗ ହେଉଛି କବିଙ୍କ ଆତ୍ମଚରିତ ।

କବିତାର ପୃଷ୍ଠଭୂମି :

କବିତା ‘ଛୋଟ ମୋର ଗାଆଁଟି’ କବିଙ୍କ ଆଖଣ୍ଡ ପଲ୍ଲୀପ୍ରୀତିର ପରିଚୟ ପ୍ରଦାନ କରେ । ଛୋଟ ଗାଁ ଗୁରୁଜଙ୍ଗରୁ କର୍ମମୟ ଜୀବନ ସେହି ସହରରେ ଅତିବାହିତ କରିଥିଲେ ମଧ୍ୟ ପଲ୍ଲୀଭୂଇଁ ଜନ୍ମସ୍ଥାନ ପ୍ରତି କବିଙ୍କ ଆକର୍ଷଣ ଥିଲା ଅଧ୍ବକ । କର୍ମମୟ ଜୀବନରେ କ୍ଷଣିକ ଅବସର ସମୟଟିକୁ ମଧ୍ୟ ସେ ଗାଁ ମାଟିରେ କଟାଇବାକୁ ଭଲ ପାଉଥିଲେ । ଏପରିକି ସେହି ଜନ୍ମମାଟିରେ ଶେଷ ଜୀବନ ଅତିବାହିତ କରି ଇହଲୀଳା ସମ୍ବରଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ‘ଛୋଟ ମୋର ଗାଆଁଟି’ କବିତାରେ କବି ନିଜ ଜନ୍ମଭୂମିର ବଣ, ପାହାଡ଼, ଶ୍ୟାମଳ ଶସ୍ୟକ୍ଷେତ୍ର, ନଦୀ, ନାଳ, ଗୋଚର, ମନ୍ଦିର ସବୁକିଛିର ଦୃଶ୍ୟ ବର୍ଣ୍ଣନା କରିଛନ୍ତି । ଏକ ପଲ୍ଲୀ ଗାଁର ପ୍ରାକୃତିକ ଜନ୍ତମାଟିରେ ଶେଷ ଜାଚନ ଅତିବାହିତ କରି ଇହଲାଳା ସମ୍ବରଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ‘ଛୋଟ ମୋର ଗାଆଁଟି’ କବିତାରେ କବି ନିଜ ଜନ୍ମଭୂମିର ବଣ, ପାହାଡ଼, ଶ୍ୟାମଳ ଶସ୍ୟକ୍ଷେତ୍ର, ନଦୀ, ନାଳ, ଗୋଚର, ମନ୍ଦିର ସବୁକିଛିର ଦୃଶ୍ୟ ବର୍ଣ୍ଣନା କରିଛନ୍ତି । ଏକ ପଲ୍ଲୀ ଗାଁର ପ୍ରାକୃତିକ ଚିତ୍ର ଦେଖିବାକୁ ମିଳେ ଏଇ କବିତାଟିରେ ।

କବିତାର ସାରକଥା:

ଉତ୍କଳୀୟ ଗ୍ରାମ୍ୟ ଜୀବନର ମନୋଜ୍ଞ ଚିତ୍ର ବର୍ଣ୍ଣନାରେ କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ସ୍ଥାନ ସ୍ବତନ୍ତ୍ର । ପଲ୍ଲୀଜୀବନର କୋମଳ ପରିବେଶ, ଶାନ୍ତ, ସରଳ ଜୀବନ ଓ ଲୀଳା-ଚପଳ ପ୍ରକୃତିର ରୂପମାଧୁରୀ କବିଙ୍କ ଲେଖନୀରେ ଜୀବନ୍ତ ହୋଇ ଉଠିଛି ‘ଛୋଟ ମୋର ଗାଆଁଟି’ କବିତା ମାଧ୍ୟମରେ । କବିଙ୍କ ଜନ୍ମଭୂମି, ଓଡ଼ିଶାର ଏକ ଅଜ୍ଞାତ ପଲ୍ଲୀଗ୍ରାମ ଗୁରୁଜଙ୍ଗ ଭୂଗୋଳ ବହିରେ ସ୍ଥାନିତ ହୋଇନଥିଲେ ମଧ୍ୟ କବିଙ୍କ ପାଇଁ ସ୍ବର୍ଗଠାରୁ ବଡ଼ । ଗାଁର ସେହି ମାଟିଘର କାନ୍ଥରେ କବିଙ୍କ

ପାଇଁ ନିର୍ମିତ ଷଠୀଘରକୁ ଦେଖି କବି କହିଛନ୍ତି ଯେ ଗାଁ ମାଟିର ଯେଉଁ ଏନ୍ତୁଡ଼ିଶାଳରେ ସେ ଦିନେ ଦୁନିଆର ଆଲୋକ ଦେଖିଥିଲେ ସେହି ଘରେ ତାଙ୍କ ଜୀବନ ଦୀପ ଲିଭିଯାଉ । ନିଜ ଛୋଟ ଗାଁର ତୋଟାମାଳରେ ସାଙ୍ଗସାଥୀମାନଙ୍କ ସହ ଖେଳିବୁଲି ସେ ତାଙ୍କ ବାଲ୍ୟବୟସ ବିତାଇଥିଲେ । ସେହି ଗାଁର ଧୂଳି ମାଟି ତାଙ୍କ ପାଇଁ ସତେ ଯେପରି ଚନ୍ଦନ ତୁଲ୍ୟ । ଜୀବନର ଅନ୍ତିମ ସମୟ ସେ ସେହି ଭୂମିରେ ଅତିବାହିତ କରି ସେଇ ଗାଁ ତୋଟାମୁଣ୍ଡ ଶ୍ମଶାନରେ ପାଉଁଶ ହୋଇଯିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ଜନ୍ମଭୂମିର ପାଣି ପବନକୁ ଗଭୀର ଭାବେ ଭଲ ପାଉଥିବା କବି ଅନୁଭବ କରିଛନ୍ତି ଯେ ସତେ ଯେପରି ତାଙ୍କ ପଲ୍ଲୀଭୂମିର ଜଳ ତାଙ୍କ ଶିରା ପ୍ରଶିରାରେ ରକ୍ତ ହୋଇ ବହିଚାଲିଛି । ନିଃଶ୍ଵାସ ପ୍ରଶ୍ଵାସରେ ସେହି ପବନର ଗନ୍ଧ ସେ ଅନୁଭବ କରିଛନ୍ତି । ସେହି ଜଳ ଓ ବାୟୁ ହିଁ ତାଙ୍କ କର୍ମମୟ ଜୀବନକୁ କରିଛି ଚଳଚଞ୍ଚଳ । କବି ତାଙ୍କ କଳ୍ପନାରେ ବାଲ୍ୟ ତି ସ୍ମରଣ କରିଛନ୍ତି । ଶାନ୍ତ ସରଳ ନିଜ ପଲ୍ଲୀଗ୍ରାମର ଗଛ-ଲତା, ଫୁଲ-ଫଳ ସବୁକିଛି ଅତି ଆପଣାର । ସେହି ବିଲ, ବାଡ଼ିର ଶସ୍ୟ ତାଙ୍କ ଶରୀର ଗଠନରେ ସହାୟକ ହୋଇଥିଲା । ସେହି କାନ୍ତକୋମଳ ପରିବେଶ ତାଙ୍କ କଣ୍ଠରେ ଭରି ଦେଇଥିଲା ଦରୋଟି ଭାଷା, ଓଠରେ ବୋଳି ଦେଇଥୁଲା ଚୁନା ଚୁନା ହସ । ପାହାନ୍ତି ଉଷାରେ ସୂର୍ଯ୍ୟୋଦୟର ଲାଲ କିରଣ ଓ ସୂର୍ଯ୍ୟାସ୍ତର ସୁନେଲି ପ୍ରକୃତି ତାଙ୍କ ଆଖିରେ ନୂଆ ଚାହାଣି ଭରି ଦେଇଥିଲା ।

ପଲ୍ଲୀ ବୁକୁରେ ଶରତ ଓ ବସନ୍ତ ଋତୁର ମନଛୁଆଁ ପ୍ରକୃତିକୁ କବି ସ୍ମରଣ କରିଛନ୍ତି । ଗ୍ରାମ ଉପକଣ୍ଠରେ ଥିବା ବଣଲତା ଆଢୁଆଳରୁ ଗାଈଗୋଠ ସହ ଗାଈଆଳ ପିଲାର ଘରବାହୁଡ଼ାର ଦୃଶ୍ୟ ନାଚିଉଠିଛି କବିଙ୍କ କଳ୍ପନେତ୍ରରେ । ତାଙ୍କ କାନରେ ବାଜିଯାଉଛି ଗାଈଆଳ ପିଲାର ବଂଶୀସ୍ୱନ । ଶୀତଋତୁରେ କୃଷିଜୀବୀ ଗ୍ରାମବାସୀମାନେ କିପରି ଆନନ୍ଦ ମନରେ ଫସଲ କାଟି ଖଳାବାଡ଼ିକୁ ବୋହି ଆଣନ୍ତି ସେସବୁ କବିଙ୍କର ମନେ ପଡ଼ିଯାଇଛି । ନିର୍ମଳ ଆକାଶରେ ରୁପେଲୀ ଜହ୍ନର ଶୀତଳ କିରଣ ତଥା ଅମାବାସ୍ୟାର ଅନ୍ଧକାର ସବୁକିଛି ଗାଁ ଭୂଇଁରେ ହିଁ ଅନୁଭୂତ ହୋଇଥାଏ । କବିଙ୍କ ପାଇଁ ସେହି ଆଲୋକ ଓ ଅନ୍ଧକାର ଅଭୁଲା ହୋଇ ରହିଆସିଛି ।

ପ୍ରବାସରେ ସହରୀ ପରିବେଶର ରଙ୍ଗୀନ ଆଲୋକମାଳା କି ବହୁମୂଲ୍ୟ ପ୍ରାସାଦ ତାଙ୍କୁ ଶାନ୍ତି ପ୍ରଦାନ କରିପାରି ନାହିଁ । ମାଟି କାଦୁଅଭରା ଗାଁ ଦାଣ୍ଡ ଓ ମାଟି କାନ୍ଥଘେରା ଗ୍ରାମୀଣ ଜୀବନଶୈଳୀ କବିଙ୍କୁ ସ୍ଵର୍ଗସୁଖ ପ୍ରଦାନ କରିଛି । ଏଥ‌ିପାଇଁ ସେ ଜନ୍ମଭୂମି ପଲ୍ଲୀଗ୍ରାମର ଧୂଳିମାଟିକୁ ଦଣ୍ଡବତ କରି ନିଜକୁ ଧନ୍ୟ ମନେକରିଛନ୍ତି । ବାଲ୍ୟଜୀବନର ସବୁ ସ୍ମୃତିକୁ ଯେପରି ତାଙ୍କ ଛୋଟ ଗାଁଟି ସାଇତି ରଖିଛି, କବି ତାହା ଅନୁଭବ କରିଛନ୍ତି । ସତେ ଯେପରି ତାଙ୍କ ପଲ୍ଲୀଗ୍ରାମ ତାଙ୍କ ଜୀବନର ସୁଖ-ଦୁଃଖ ଓ ହସ-କାନ୍ଦ ଭରା ଦିନଗୁଡ଼ିକର ଅପାସୋରା ବନ୍ଧୁ । ସହରରେ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ ମଧ୍ୟ କବିଙ୍କ ମନ ତାଙ୍କର ସେହି ପଲ୍ଲୀଭୂଇଁ ପ୍ରତି ବାରମ୍ବାର ଆକର୍ଷିତ ହୋଇଛି ଓ ସେଇଥପାଇଁ ସେ ନତମସ୍ତକ ହୋଇ ଜନ୍ମମାଟି ପ୍ରତି ଅନ୍ତରର ଭକ୍ତିଅର୍ଘ୍ୟ ବାଢ଼ିଛନ୍ତି ।

କଠିନ ପଦାର୍ଥ:

  • ଷଠୀଘର – ଶି ଶୁ ଜନ୍ମ ହେବାର ଷଷ୍ଠ ଦିନ ରେ ଏନ୍ତୁଡ଼ିଶାଳର କାନ୍ଥରେ, ମାଟିରେ କଉଡ଼ି ଦିଆଯାଇ ତିଆରି ହୋଇଥ‌ିବା ଏକ ଘର । ଯେଉଁଠାରେ ଷଠୀ ଦେବୀଙ୍କୁ ପୂଜା କରାଯାଏ ।
  • ଚିତା ନିଆଁ – ଶ୍ମଶାନରେ ଶବଦାହ ପାଇଁ ଜଳୁଥିବା ଅଗ୍ନି ।
  • ଏନ୍ତୁଡ଼ିଶାଳ – ଘରର ଯେଉଁ କୋଠରିରେ ଶିଶୁ ଜନ୍ମ ହେବାପାଇଁ ବ୍ୟବସ୍ଥା କରାଯାଇଥାଏ ।
  • ତାହା – ଦାହ (ଦହନ ଶବ୍ଦରୁ ଉପ୍ ନ୍ନ) / ଜଳିବା ।
  • ପ୍ରାଣ – ନାହା – ପ୍ରାଣ ରୂପକ ନାଆ ।
  • ପ୍ରବାସ – ବିଦେଶ / ଅନ୍ୟ ଦେଶ।
  • ଝଳି – ଝଲସି ଉଠିବା / ଉତୃଳ ହେବା ।
  • ରାହା – ବାଟ / ପଥା
  • ଯେସନ – ଯେପରି
  • ଶିର – ମୁଣ୍ତ

BSE Odisha 7th Class Odia Solutions Chapter 4 କହିବି କଥାଟି

Odisha State Board BSE Odisha 7th Class Odia Solutions Chapter 4 କହିବି କଥାଟି Textbook Exercise Questions and Answers.

BSE Odisha Class 7 Odia Solutions Chapter 4 କହିବି କଥାଟି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ମା’ ପୁଅକୁ କ’ଣ କହି ସମ୍ବୋଧନ କରିଛନ୍ତି ?
Answer:
ମା’ ପାଖରେ ପୁଅ ପାଇଁ ବହୁତ କିଛି ନାଁ ଥାଏ। ସେହିପରି କବିତାରେ ମା’ ପୁଅକୁ ବାପ, ଗଣ୍ଠିଧନ, ସରଗତରା, ସରଗର ଝରାଫୁଲ ଓ ଲବଣିପିତୁଳା ଆଦି କହି ସମ୍ବୋଧନ କରିଛନ୍ତି ।

(ଖ) ଧୂଳିମାଟିରେ ପିଲା କ’ଣ ସବୁ ଗଢ଼ିଥାଏ ?
Answer:
ସାଧାରଣତଃ ପିଲାମାନେ ଧୂଳିରେ ଖେଳିବାକୁ ଭଲ ପା’ନ୍ତି । ଧୂଳିମାଟିରେ ସେମାନେ ଘର, ପଶୁ, ପକ୍ଷୀ, ଦେବତା,

(ଗ) ‘ସାରଳା ଦାସ’ କାହିଁକି ବିଖ୍ୟାତ ?
Answer:
ସାରଳାଦାସ ‘ ଶୁଦ୍ରମୁନି’ ଓ ‘ଆଦିକବି’ ଭାବେ ଓଡ଼ିଆ ସାହିତ୍ୟରେ ପ୍ରସିଦ୍ଧିଲାଭ କରିଛନ୍ତି । ସେ ଓଡ଼ିଆ ଭାଷାରେ ‘ମହାଭାରତ’, ‘ଚଣ୍ଡୀପୁରାଣ’ ଓ ବିଲଙ୍କା ରାମାୟଣ ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି ।

(ଘ) ପ୍ରାଚୀନ ଓଡ଼ିଶାର କେତେଜଣ ବୀରଙ୍କ ନାମ କୁହ ।
ପ୍ରାଚୀନ ଓଡ଼ିଶାର ବାରପୁତ୍ରମାନଙ୍କ ମଧ୍ୟରେ ମହାମେଘବାହନ ଐର ଖାରବେଳ, କାଞ୍ଚ୍ ବିଜୟା ଗଜପତି ପୁରୁଷୋତ୍ତମ ଦେବ, ଜଗନ୍ନାଥ ମନ୍ଦିରର ନିର୍ମାତା ଅନଙ୍ଗଭୀମ ଦେବ ଏବଂ କେଶରୀ ବଂଶର ଶ୍ରେଷ୍ଠ ରାଜା ଯଯାତି କେଶରୀ ଆଦିଙ୍କ ନାମ ଉଲ୍ଲେଖଯୋଗ୍ୟ ।

(‍ଙ) ଓଡ଼ିଶାର ତିନୋଟି ପ୍ରାଚୀନ ମନ୍ଦିରର ନାମ କୁହ ।
Answer:
ପୁରୀର ବିଶ୍ଵପ୍ରସିଦ୍ଧ ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖୁଟିଂର କୀଚକେଶ୍ଵରୀ ମନ୍ଦିର ଓଡ଼ିଶାର ପ୍ରାଚୀନ ମନ୍ଦିରମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ।

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ପୁଅକୁ ଲବଣି ପିତୁଳା କହିବାର ଅର୍ଥ କ’ଣ ?
Answer:
ଲବଣିର ଅର୍ଥ ଲହୁଣି ଯାହାକି ଅତ୍ୟନ୍ତ କୋମଳ ଓ ମଧୁର । ଏହା ସମସ୍ତଙ୍କର ପ୍ରିୟ ପଦାର୍ଥ । ଶିଶୁର ଶରୀର ଲହୁଣି ପରି କୋମଳ ଏବଂ ତା’ ମୁଖର ଦରୋଟି କଥା ଓ ନିଷ୍ପାପ ହସ ସୁମଧୁର ଓ କମନୀୟ । ବାତ୍ସଲ୍ୟ ମମତାରେ ଭରା ହୃଦୟ ନେଇ ମା’ ଅତି ସ୍ନେହରେ ପୁଅକୁ ତା’ର ଲବଣି ପିତୁଳା ବୋଲି ସମ୍ବୋଧନ କରିଛନ୍ତି ।

(ଖ) ଓଡ଼ିଆମାନେ ବଡ଼ କାରିଗର ଥିଲେ ବୋଲି କିପରି ଜଣାପଡୁଛି ?
Answer:
ଓଡ଼ିଶାର ପ୍ରାଚୀନ ମନ୍ଦିର, ଦୁର୍ଗ, ରାଜବାଟୀ, ବନ୍ଧ ଓ ଘାଟମାନ ଦେଖ‌ିଲେ ଆମକୁ ବିସ୍ମିତ ହେବାକୁ ପଡ଼େ । ମନ୍ଦିର ଗାତ୍ରମାନଙ୍କରେ ଖୋଦିତ ଅପୂର୍ବ କଳାନୈପୁଣ୍ୟ, ଦେଉଳ, ଦୁର୍ଗ ନିର୍ମାଣର ଅପୂର୍ବ କାରିଗରୀ କୌଶଳ ଓ ରାଜପ୍ରସାଦ ତଥା ବନ୍ଧ ଆଦିରେ ପ୍ରୟୋଗ କରାଯାଇଥିବା ଶିଳ୍ପଚାତୁରୀ ଓ କଳାଭାସ୍କର୍ଯ୍ୟ ପ୍ରମାଣ କରେ ଯେ ଆମ ଉତ୍କଳୀୟମାନେ ହିଁ ବଡ଼ କାରିଗର ଥିଲେ ।

(ଗ) ପୁଅକୁ ମାଆ ପ୍ରାଚୀନ ଓଡ଼ିଶା ବିଷୟରେ କହିବାର ଉଦ୍ଦେଶ୍ୟ କ’ଣ ?
Answer:
ଜଣେ ଆଦର୍ଶ ମା’ ପୁଅର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥାଏ । ସେଥ‌ିପାଇଁ ବାଲ୍ୟକାଳରୁ ତାକୁ ସଂସ୍କାର- ପୂର୍ଣ୍ଣ ତଥ୍ୟ ଶୁଣାଇ ଭବିଷ୍ୟତରେ ଜଣେ ସୁନାଗରିକ କରି ଗଢ଼ି ତୋଳିବାକୁ ଇଚ୍ଛା ପ୍ରକାଶ କରିଥାଏ । ପ୍ରାଚୀନ ଓଡ଼ିଶାର ବରପୁତ୍ର ଯେଉଁମାନେ କି ଆମର ପୂର୍ବପୁରୁଷ ଥିଲେ, ସେମାନେ କଳା, ସାହିତ୍ୟ, କାରିଗରୀ କୌଶଳ, ଧର୍ମ ଓ ବୀରତ୍ଵ ଆଦି ସବୁକ୍ଷେତ୍ରରେ ଶୀର୍ଷସ୍ଥାନ ଅଧୁକାର କରି ସମଗ୍ର ବିଶ୍ବରେ କୀର୍ତ୍ତି ସ୍ଥାପନ କରିଯାଇଛନ୍ତି । ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜିର ସନ୍ତାନ ମାତୃଭାଷା ଓ ମାତୃଭୂମିର ସମ୍ମାନ ରକ୍ଷା ଦିଗରେ ବ୍ରତୀ ହେବା ସଙ୍ଗେ ବିଶ୍ୱବନ୍ଦିତ ହେଉ ଏହା କାମନା କରି ମା’ ପ୍ରାଚୀନ ଓଡ଼ିଶାର ଗୌରବ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ।

(ଘ) ପୁଅ କିପରି ଓଡ଼ିଆ ବୋଲି ଗର୍ବର ସହିତ ମଥାଟେକି ଚାଲିପାରିବ ?
Answer:
ସାଧାରଣତଃ ମଣିଷ ତା’ର ପୂର୍ବପୁରୁଷମାନଙ୍କ ଗୌରବରେ ଗୌରବାନ୍ବିତ ହୋଇଥାଏ । ଯେଉଁ ସନ୍ତାନ ତା’ର ପିତୃ ପିତାମହଙ୍କ ପଦାଙ୍କ ଅନୁସରଣ କରି ଜ୍ଞାନ, ବୁଦ୍ଧି ଓ ବୀରତ୍ଵ ପ୍ରଦର୍ଶନ କରିଥାଏ, ସେ ଉପଯୁକ୍ତ ଦାୟାଦ ଭାବେ ଗର୍ବର ସହ ମଥାଟେକି ଚାଲିଥାଏ । ପ୍ରାଚୀନ ଓଡ଼ିଶାର ଇତିହାସ ଗୌରବୋଜ୍ଜ୍ଵଳ । ଉତ୍କଳର ମହାନ୍ ରାଜା ମହାରାଜାମାନଙ୍କ ମଧ୍ୟରେ ଐର ଖାରବେଳ, ପୁରୁଷୋତ୍ତମ ଦେବ, ଅନଙ୍ଗଭୀମ ଦେବ ଓ ଯଯାତି କେଶରୀ ନିଜର ବୀରତ୍ଵ ଓ କୀର୍ତ୍ତିରାଜି ପାଇଁ ଅମର ହୋଇ ରହିଛନ୍ତି । ଉତ୍କଳୀୟ ଶିଳ୍ପୀମାନେ ଚାରୁକଳା ଓ କାରୁକଳା କ୍ଷେତ୍ରରେ ବିଶ୍ୱବନ୍ଦିତ ହୋଇଛନ୍ତି । କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାର, ଅତିବଡ଼ୀ ଜଗନ୍ନାଥ ଦାସ ଓ ଶୂଦ୍ରମୁନି ସାରଳା ଦାସ ପ୍ରମୁଖ ବରପୁତ୍ରଗଣ ମାତୃଭାଷାରେ ଅକ୍ଷୟ କୀର୍ତ୍ତି ଅର୍ଜନ କରିଯାଇଛନ୍ତି । ସେହି ପୂର୍ବପୁରୁଷମାନଙ୍କ ଗୌରବଗାଥା ସ୍ମରଣ କରି ମାତୃଭୂମି ଓ ମାତୃଭାଷାର ସେବାରେ ନିଜକୁ ଉତ୍ସର୍ଗ କଲେ ଉତ୍କଳ ସନ୍ତାନ ଗର୍ବରେ ମଥାଟେକି ଚାଲିପାରିବ ବୋଲି ଶିଶୁ ସନ୍ତାନକୁ ତା’ର ଜନନା ଆହାନ କରିଛନ୍ତ୍ରି ।

(ଙ) ‘ସଞ୍ଜ ଆଳତିରେ ଜଳେ ତ ତାଙ୍କରି ବର୍ତି’ କହିବାର ତାତ୍ପର୍ଯ୍ୟ କ’ଣ ?
Answer:
ଉତ୍କଳୀୟ କାରୁକଳା ଶିଳ୍ପୀ ପ୍ରସ୍ତର ଗାତ୍ରରେ ଅପରୂପ କଳା ସୃଷ୍ଟି କରିଯାଇଛନ୍ତି । ବନ୍ଧ, ପୁଷ୍କରିଣୀ ଓ ଦୁର୍ଗ ଆଦି ନିର୍ମାଣ କରି ଅପୂର୍ବ କାରିଗରୀ କୌଶଳ ପ୍ରଦର୍ଶନ କରିଯାଇଛନ୍ତି । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର ଏବଂ ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର ଦେହରେ ନିହାଣ ମୁନରେ ଶୋଭା ପାଉଥିବା ବିସ୍ମୟକର କଳାକୌଶଳ ଦର୍ଶକକୁ ବିମୁଗ୍ଧ କରିଥାଏ । ଏତଦ୍‌ଭିନ୍ନ ମନ୍ଦିରର ରାଜ୍ୟ ଓଡ଼ିଶାର ପୁରପଲ୍ଲୀରେ ସନ୍ଧ୍ୟା ଆଳତି ବେଳେ ଲକ୍ଷ ଲକ୍ଷ ଭକ୍ତ, ପର୍ଯ୍ୟଟକ ମନ୍ଦିର ସମ୍ମୁଖରେ ସମବେତ ହୋଇ ଭକ୍ତିଅର୍ଘ୍ୟ ଅର୍ପଣ କରୁଥିଲାବେଳେ ମନ୍ଦିରର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଶିଳ୍ପୀ ଓ କାରିଗରମାନଙ୍କ ନିର୍ମାଣ କୌଶଳର ଜୟଗାନ କରିଥା’ନ୍ତି। ପ୍ରାଚୀନ ଓଡ଼ିଶାର ପ୍ରସ୍ତର ଶିଳ୍ପକଳା ଉତ୍କଳୀୟମାନଙ୍କୁ ଗର୍ବିତ କରିଥାଏ।

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ପଥର ଉପରେ ଆଙ୍କିଛନ୍ତି ଛବି
ଅପରୂପ ମନୋହରା
Answer:
ପଥର ଉପରେ ……………. ମନୋହର ।
ପ୍ରଦତ୍ତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘କହିବି କଥାଟି’ ଶୀର୍ଷକ କବିତାରୁ ଉଦ୍ଧୃତ। ଏଠାରେ ନାରୀକବି କୁନ୍ତଳା କୁମାରୀ ଓଡ଼ିଶାର ପ୍ରାଚୀନ ମନ୍ଦିରମାନଙ୍କରେ ପରିଦୃଷ୍ଟ ଅପରୂପ କାରୁକଳା ତଥା କାରିଗରୀ କୌଶଳ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଏକଦା କଳା କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ଓଡ଼ିଶାର ପ୍ରାଚୀନ ନାମ ଥିଲା କଳିଙ୍ଗ । ଉତ୍କଳୀୟ ରାଜା ମହାରାଜାମାନେ ଉତ୍କଳର ପୁରପଲ୍ଲୀ ଓ ନଗରମାନଙ୍କରେ ବହୁ ମନ୍ଦିର, ପୁଷ୍କରିଣୀ, ବନ୍ଧ ଓ ଦୁର୍ଗାଦି ନିର୍ମାଣ କରିଯାଇଛନ୍ତି । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର ଏବଂ ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର ଆଦିର ପ୍ରସ୍ତର ଗାତ୍ରରେ ଓଡ଼ିଆ ଶିଳ୍ପୀ ବିସ୍ମୟକର କଳା ସୃଷ୍ଟି କରିଯାଇଛନ୍ତି ।

ପଥରରେ ଖୋଦିତ ମୂର୍ତ୍ତି, ପଶୁ, ପକ୍ଷୀ, ବୃକ୍ଷ, ଲତା ଆଦି ଦେଖ‌ିଲେ ଓଡ଼ିଆ ଶିଳ୍ପୀମାନଙ୍କର ଜୀବନ୍ତ କଳାନୈପୁଣ୍ୟ ତଥା କାରିଗରୀ କୌଶଳକୁ ପ୍ରଶଂସା ନ କରି ରହିହୁଏ ନାହିଁ । କଳା ଓ ସ୍ଥାପତ୍ୟରେ ଓଡ଼ିଆ କାରିଗର ଓ ଶିଳ୍ପୀମାନେ ଯେଉଁ ମନୋହର ଛବି ଖୋଦନ କରିଯାଇଛନ୍ତି ତାହା ସାରା ବିଶ୍ଵରେ ବିସ୍ମୟ ସୃଷ୍ଟି କରିପାରିଛି । ସେମାନଙ୍କର କାଳଜୟୀ କୃତି ସ୍ମରଣ କରି ଆମେ ଗର୍ବିତ ତଥା ଗୌରବାନ୍ବିତ ହୋଇଥାଉ । ଗୁମ୍ଫାମାନଙ୍କରେ ଖୋଦିତ ଶିଳାଲିପିଠାରୁ ଆରମ୍ଭ କରି ମନ୍ଦିରମାନଙ୍କରେ ଅପୂର୍ବ କାରୁକାର୍ଯ୍ୟ ସେମାନଙ୍କର ଅପୂର୍ବ ସୁନିପୁଣ କଳାକୃତିର ମୂକସାକ୍ଷୀ ଭାବେ ଉଭା ହୋଇଛି ।

(ଖ) କିଏ ସରିହେବ ଗୁଣ ଜ୍ଞାନେ ତାଙ୍କୁ
କିଏ ସରିହେବ ତେଜୋ
Answer:
କିଏ ସରିହେବ ………………………. କିଏ ସରିହେବ ତେଜେ ।
ପ୍ରୋକ୍ତ ପଦ୍ୟାଶଟି ନାରୀକବି କୁନ୍ତଳା କୁମାରୀ ସାବତଙ୍କ ରଚିତ ‘କହିବି କଥାଟି’ ଶୀର୍ଷକ କବିତାରୁ ଆନୀତ । ଏଠାରେ କବି ପ୍ରାଚୀନ ଉତ୍କଳର ରାଜା ମହାରାଜାମାନଙ୍କ ଅପୂର୍ବ ଶୌର୍ଯ୍ୟ, ବୀର୍ଯ୍ୟ, ବଳ, ବିକ୍ରମ ଉପରେ ଆଲୋକପାତ କରିଛନ୍ତି । ପ୍ରାଚୀନ ଉତ୍କଳର ଇତିହାସ ଗୌରବୋଜ୍ଜ୍ଵଳ । ଏ ରାଜ୍ୟରେ ମହାମେଘବାହନ ଐର ଖାରବେଳ, ଗଜପତି ପୁରୁଷୋତ୍ତମ ଦେବ, ବିଶ୍ବପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ନିର୍ମାତା ଅନଙ୍ଗଭୀମ ଦେବ ଏବଂ କେଶରୀ ବଂଶର ଶ୍ରେଷ୍ଠ ରାଜା ସେହି ମହାନ୍ ବ୍ୟକ୍ତିମାନଙ୍କ ଅକ୍ଷୟ କୀର୍ତ୍ତିମାନ ଉପସ୍ଥାପନ କରି, ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସଙ୍ଗେ ସଙ୍ଗେ ହୃଦୟରେ ଦେଶପ୍ରୀତି ଜାଗ୍ରତ କରିବାକୁ ମା’ ତା’ର ସନ୍ତାନକୁ ଆହ୍ଵାନ ଦେଇଛି । ବଳ, ବିକ୍ରମ ଓ ବୀରତ୍ଵରେ ଆମ ପୂର୍ବପୁରୁଷଙ୍କ ସହ କେହି ସମକକ୍ଷ ହୋଇପାରି ନଥିଲେ ।

ସେଥ‌ିପାଇଁ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ଆମ ରାଜ୍ୟ । କେବଳ ବୀରତ୍ଵ ଗରିମା ନୁହେଁ କଳା, ସାହିତ୍ୟ, ସଂସ୍କୃତି ଓ ଧର୍ମଭାବନା ସମସ୍ତ କ୍ଷେତ୍ରରେ ସେମାନେ ଥିଲେ ନଗର ପର୍ଯ୍ୟନ୍ତ ବହୁ ମନ୍ଦିର, ପୁଷ୍କରିଣୀ, ବନ୍ଧ ଆଦି ନିର୍ମିତ ହୋଇଥିଲା । ସେମାନେ ମଧ୍ୟ ଥିଲେ ଗୁଣଗ୍ରାହୀ, ଅସାଧାରଣ ପାଣ୍ଡିତ୍ୟ ଓ ଜ୍ଞାନର ଅଧିକାରୀ । ଉଚ୍ଚମାନର ସାହିତ୍ୟ ସୃଷ୍ଟି ପାଇଁ କବି ଓ କଥାକାରମାନଙ୍କୁ ସେମାନେ ପ୍ରତ୍ୟକ୍ଷ ସାହାଯ୍ୟ ପ୍ରଦାନ କରୁଥିଲେ । ତେଣୁ ଏପରି ପ୍ରଜାନୁରଞ୍ଜକ ଜ୍ଞାନୀ, ଗୁଣୀ ରାଜା ମହାରାଜାଙ୍କ ସହ କେହି ସମକକ୍ଷ ହୋଇପାରିବେ ନାହିଁ ବୋଲି କବୟିତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

(ଗ) ଓଡ଼ିଆ ବୋଲି ତୁ ମନେ ଗର୍ବ ବହି
ଚାଲରେ ଟେକି ତୋ ମଥା ।
Answer:
ଓଡ଼ିଆ ବୋଲି ……………………………… ତୋ’ ମଥା ।
ପ୍ରଦତ୍ତ ପଦ୍ୟାଶଟି ପଠିତ ସାହିତ୍ୟ ବହିର ‘କହିବି କଥାଟି’ ଶୀର୍ଷକ କବିତାରୁ ଆନୀତ । ଏଠାରେ ନାରୀକବି କୁନ୍ତଳା କୁମାରୀ ଓଡ଼ିଶାର ପୂର୍ବପୁରୁଷମାନଙ୍କ ଅମର କୃତିରେ ଗର୍ବିତ ଉତ୍କଳୀୟ ସନ୍ତାନଙ୍କୁ ପ୍ରାଚୀନ ଗୌରବ ସ୍ମରଣ କରି ସ୍ଵାଭିମାନୀ ହେବାପାଇଁ ଆହ୍ବାନ ଦେଇଛନ୍ତି । ଉତ୍କଳର ଅତୀତ ଥିଲା ଗୌରବମୟ । ଉତ୍କଳ ସନ୍ତାନ ଭୁଲିଯାଇଛି ତା’ ପୂର୍ବପୁରୁଷଙ୍କ ଅକ୍ଷୟ କୀର୍ତ୍ତିରାଜି । ଯେଉଁ ଓଡ଼ିଆ ପୁଅ ଦିନେ ସାରା ବିଶ୍ଵରେ କଳା, ସାହିତ୍ୟ, ସଂସ୍କୃତି, ଧର୍ମଭାବନା, ପ୍ରତିରକ୍ଷା ଓ ବାଣିଜ୍ୟ ବ୍ୟବସାୟ ଆଦି ସବୁ ଯଯାତି କେଶରାଙ୍କ ପରି ରାଜା ମହାରାଜାମାନେ ପ୍ରସିଦ୍ଧ ଯୋଦ୍ଧ ଯୋଦ୍ଧାଭାବେ ଅପରିସାମ ବାରତ୍ଵର ପରାକାଷ୍ଠା ଦେଖାଇଥ୍ଲୋ ଉକ୍ଳାୟ କବିମାନଙ୍କ କାଳଜୟୀ ବ୍ୟକବିତା ତ୍ତକ୍ଳ ସାହିତ୍ୟ ଜଗତର ଗୋଟିଏ ଅମ୍ଳାନ କୃତି । ପୂର୍ବପୁରୁଷମାନଙ୍କ ସେହି ଗୌରବ ଗାଥାକୁ ସ୍ମରଣ କରି ଉତ୍କଳ ସନ୍ତାନ ଗର୍ବରେ ମଥାଟେକି ଚାଲିବାକୁ କବୀ ପରାମର୍ଶ ଦେଇଛନ୍ତି ଓ ମାତୃଭୂମି ତଥା ମାତୃଭାଷା ସେବାରେ ମନୋନିବେଶ କରି ଓଡ଼ିଶାର ଶ୍ରୀବୃଦ୍ଧି ସାଧନାରେ ବ୍ରତୀ ହେବାକୁ ଆହ୍ଵାନ ଦେଇଛନ୍ତି ।

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୪।
ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ଅର୍ଥ ଲେଖ ।
କୁଳ, କୂଳ, ଗୁଣି, ଗୁଣୀ, ସର୍ଗ, ସ୍ଵର୍ଗ
Answer:
କୁଳ – ବଂଶ
ଗୁଣି – ଭାଳି, ବାରମ୍ବାର ସ୍ମରଣ କରି
ସର୍ଗ – ଅଧ୍ୟାୟ, ପରିଚ୍ଛେଦ
କୂଳ – କଟ
ଗୁଣୀ – ଗୁଣବାନ୍, ସୁଗୁଣର ଅଧିକାରୀ
ସ୍ଵର୍ଗ – ଦେବତାମାନଙ୍କ ଆବାସସ୍ଥଳା, ମହାକାଶ

Question ୫।
ଲିଙ୍ଗ ପରିବର୍ତ୍ତନ କର ।
ଗୋସିବାପ, ପୁରୁଷ, ଦାଦି, ବୀର
Answer:
ଗୋସିବାପ – ଗୋସିମା’
ଦାଦି – ଖୁଡ଼ା
ପୁରୁଷ – ନାରା / ସ୍ତ୍ରୀ
ବାର – ଚାରା

Question ୬।
‘କରମ’ ଶବ୍ଦର ଅନ୍ୟରୂପ ଯେପରି ‘କର୍ମ’, ସେହିପରି ତଳ ଶବ୍ଦଗୁଡ଼ିକର ଅନ୍ୟରୂପ ଲେଖ ।
କୀରତି, ହରଷ, କଉତୁକ, ନିରିମଳ, ସରଗ
Answer:
କାରତି – କାର୍ତ୍ତି
କଉତୁକ – କୌତୁକ
ସରଗ – ସ୍ୱର୍ଗ
ହରଷ – ହର୍ଷ
ନିରିମଳ – ନିର୍ମଳ

Question ୭ ।
ବାକ୍ୟରେ ବ୍ୟବହାର କର ।
ଚେତା, ତେଜ, କୀର୍ତ୍ତି, ମନୋହର
Answer:
ଚେତା – ଏକ ଭୟଙ୍କର ଶବ୍ଦ ଶୁଣି ତା’ର ଚେତା ରୁ ତ଼ିଗଲା।
ତେଜ – ଗ୍ରୀଷ୍ମକାଳରେ ସୂର୍ଯ୍ୟଙ୍କ ତେଜ ଅତି ପ୍ରଖର ।
କାର୍ତ୍ତି – ଆମ ପୂର୍ବପୁରୁଷମାନେ ଅକ୍ଷୟ କୀର୍ତ୍ତି ଅର୍ଜନ କରିଯାଇଛନ୍ତି ।
ମନୋହର – ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତୀବ ମନୋହରା

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୮।
୧୫୦ରୁ ୨୦୦ ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(କ) ପ୍ରାଚୀନ ଓଡ଼ିଶାର କେଉଁ କୀର୍ତ୍ତିରାଜିର କଥା ମାଆ ନିଜ ପୁଅକୁ କହିଛନ୍ତି ?
Answer:
ନାରୀକବି କୁନ୍ତଳା କୁମାରୀ ସାବତଙ୍କ କବିତା ‘କହିବି କଥାଟି’ ଯେ ଅତୀତ ଉତ୍କଳର ଗୌରବାବହ ସଂସ୍କୃତିର ଆଲେଖ୍ୟ, ଏଥ‌ିରେ ସନ୍ଦେହ ନାହିଁ । କବୀ ନିଜକୁ ମା’ ଭୂମିକାରେ ରଖି ଉତ୍କଳ ସନ୍ତାନକୁ ପୂର୍ବପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ଵାନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଉତ୍କଳୀୟମାନେ ଯେ ଏକଦା ସମଗ୍ର ଦେଶରେ ସବୁକ୍ଷେତ୍ରରେ ନିଜର ବୈଶିଷ୍ଟ୍ୟ ପ୍ରଦର୍ଶନ କରି ସମ୍ମାନର ଅଧିକାରୀ ହୋଇଥିଲେ ଏହା ଅନସ୍ବୀକାର୍ଯ୍ୟ । ଦିନେ ଏହି ଓଡ଼ିଶାର ଶିଳ୍ପୀକୁଳ କଳା କୁଶଳତାରେ ଅପୂର୍ବ ସଫଳତା ଲାଭ କରିଥିଲେ । ଓଡ଼ିଶାର କାରୁକଳା ଶିଳ୍ପୀ ମନ୍ଦିରର ପ୍ରସ୍ତର ଗାତ୍ରରେ ଛୁଞ୍ଚି ମୁନରେ ଯେଉଁ କାଳଜୟୀ କଳା ସୃଷ୍ଟି କରିଯାଇଛି ତାହା ଅଦ୍ୟାବଧୂ ଦେଶ ବିଦେଶର ପର୍ଯ୍ୟଟକ ଓ ଦର୍ଶକମାନଙ୍କୁ ବିସ୍ମିତ କରୁଛି ।

ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିରରେ ତାହାର ଜ୍ଵଳନ୍ତ ନିଦର୍ଶନ ଦେଖିବାକୁ ମିଳେ । ଭୁବନେଶ୍ଵରର ବିନ୍ଦୁସାଗର, ପୁରୀର ନରେନ୍ଦ୍ର ପୁଷ୍କରିଣୀ ଓ କଟକର କାଠଯୋଡ଼ି ପଥରବନ୍ଧ ଓଡ଼ିଆମାନଙ୍କର ଅକ୍ଷୟ କୀର୍ତ୍ତି । କେବଳ ନିର୍ମାଣ କି କାରିଗରୀ କୌଶଳ ନୁହେଁ ବୀରତ୍ବରେ ମଧ୍ୟ ଓଡ଼ିଆ ଜାତିର ସମକକ୍ଷ କେହି ନଥିଲେ ।

ଐର ସମ୍ରାଟ ମହାମେଘବାହନ ଖାରବେଳ, କାଞ୍ଚିବିଜେତା ଗଜପତି ପୁରୁଷୋତ୍ତମ ଦେବ, ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ନିର୍ମାତା ଅନଙ୍ଗଭୀମ ଦେବ ଏବଂ କେଶରୀ ବଂଶର ଶ୍ରେଷ୍ଠ ରାଜା ଯଯାତି କେଶରୀ ଆଦିଙ୍କ ବିକ୍ରମ ଓ ବୀରତ୍ଵ ଇତିହାସ ପୃଷ୍ଠାରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି । ଖାରବେଳଙ୍କ ସାମ୍ରାଜ୍ୟ ଥିଲା ଆଗଙ୍ଗାଗୋଦାବରୀ ବିସ୍ତୃତ । ଉତ୍କଳୀୟ ରାଜାମାନେ କେବଳ ରଣକ୍ଷେତ୍ରରେ ଯେ ସେମାନଙ୍କ ନୈପୁଣ୍ୟ ପ୍ରଦର୍ଶନ କରିଥିଲେ ତାହା ନୁହେଁ, ପ୍ରଜାନୁରଞ୍ଜନ ପାଇଁ ସେମାନେ ବନ୍ଧ, ଘାଟ ଓ ପୁଷ୍କରିଣୀ ଆଦି ନିର୍ମାଣ କରାଇଥିଲେ । କବି ଓ କଥାକାରମାନଙ୍କୁ ପୃଷ୍ଠପୋଷକତା ପ୍ରଦାନ କରି କାଳଜୟୀ ସାହିତ୍ୟ ସୃଷ୍ଟି ପାଇଁ ପ୍ରୋତ୍ସାହନ ପ୍ରଦାନ କରିଥିଲେ ।

ଆଦିକବି ଶୂଦ୍ରମୁନି ସାରଳା ଦାସ, ଅତିବଡ଼ୀ ଜଗନ୍ନାଥ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ବିଦଗ୍‌ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ପରି ମହାନ୍ କବିମାନଙ୍କ ନାମୋଲ୍ଲେଖ କରି ସେହି ବରପୁତ୍ରମାନଙ୍କ ଉତ୍ତର ଦାୟାଦ ରୂପେ ଭାଷା ଓ ସାହିତ୍ୟର ଉନ୍ନତି କଳ୍ପେ ସାଧନାରେ ବ୍ରତୀ ହେବାକୁ କବୀ ଆହ୍ବାନ ଦେଇଛନ୍ତି । ନିଜର ସାଧନା ଓ ଅଧ୍ୟବସାୟ ବଳରେ ସେମାନେ ଯେପରି ଅମର ସାହିତ୍ୟ ସୃଷ୍ଟି କରିଯାଇଛନ୍ତି ତାହା ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ ଓ ଗୌରବାନ୍ବିତ କରିଥାଏ । ଦିନେ ଉତ୍କଳ ଭୂମି କଳା, ସାହିତ୍ୟ, ସଂସ୍କୃତି, ଭାସ୍କର୍ଯ୍ୟ, ଧର୍ମଭାବନା ତଥା ପ୍ରତିରକ୍ଷା ଓ ବାଣିଜ୍ୟ ବ୍ୟବସାୟ ସବୁ କ୍ଷେତ୍ରରେ ଥିଲା ମହାନ୍ । ସେହି ମହାନ୍ ପରମ୍ପରାର ଉତ୍ତରାତ୍‌ରୀ ଆଜିର ଶିଶୁମାନଙ୍କୁ ଉତ୍କଳର ସୁଯୋଗ୍ୟ ଦାୟାଦ ହେବାପାଇଁ କବୀ ପ୍ରେରଣା ପ୍ରଦାନ କରିଛନ୍ତି ।

(ଖ) ମାଆ ପୁଅକୁ ଅତୀତ ଉତ୍କଳର ଗୌରବ ଗାଥା କହିବା ମୂଳରେ କେଉଁ ଉଦ୍ଦେଶ୍ୟ ରହିଛି ?
Answer:
ଜଣେ ଆଦର୍ଶ ମା ପୁଅର ଉଜ୍ଜ୍ଵଳ ଭବିଷ୍ୟତ କାମନା ଶୁଣାଇ ତାକୁ ଉତ୍ତମ ଦାୟାଦ ରୂପେ ଗଢ଼ିବାର ସ୍ଵପ୍ନ ଦେଖିଥାଏ। ତେଣୁ କବି କୁନ୍ତଳାକୁମାରୀ ଏଠାରେ ସୁପ୍ତ ଓଡ଼ିଆ ପୁଅକୁ ଶୁଣାଇ ତାକୁ ଉତ୍ତମ ଦାୟାଦ ରୂପେ ଗଢ଼ିବାର ସ୍ଵପ୍ନ ଦେଖିଥାଏ। ତେଣୁ କବି କୁନ୍ତଳାକୁମାରୀ ଏଠାରେ ସୁପ୍ତ ଓଡ଼ିଆ ପୁଅକୁ ପ୍ରାଚୀନ ଓଡ଼ିଶାର ଗୌରବପୂର୍ଣ୍ଣ ଗାଥା ଶୁଣାଇଛନ୍ତି। ସାରା ଭାରତରେ ଓଡ଼ିଶାର ଐତିହ୍ୟ ଉଜ୍ଜ୍ଵଳ ଓ ଗୌରବପୂର୍ଣ୍ଣ ଥିଲା । ତେଣୁ କବି କହିଥିଲେ – “ଭାରତ ସରସେ, ଉତ୍କଳ କମଳ।” ଅର୍ଥାତ୍ ଭାରତ ରୂପକ ପୁଷ୍କରିଣୀରେ ଉତ୍କଳ ହେଉଛି ଗୋଟିଏ ପଦ୍ମଫୁଲ।

ଯଯାତି, ଐର ଖାରବେଳ, ପୁରୁଷୋତ୍ତମଦେବ, ଅନଙ୍ଗଭୀମଦେବ ଆଦି ରାଜା ମହାରାଜାମାନେ ନିଜ ବୀରତ୍ଵର ପରାକାଷ୍ଠା ଦେଖାଇଛନ୍ତି। ଓଡ଼ିଶାର ଶିଳ୍ପୀକୁଳ ମନ୍ଦିର, ବନ୍ଧବାଡ଼, ପୁଷ୍କରିଣୀ ଆଦି ନିର୍ମାଣ କରି କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଚମତ୍କାରିତା ପ୍ରଦର୍ଶନ କରିଛନ୍ତି। କୋଣାର୍କର ସୂର୍ଯ୍ୟ ମନ୍ଦିର, ଜଗନ୍ନାଥ ମନ୍ଦିର ଇତ୍ୟାଦି ଏହାର ପ୍ରମାଣ। କବି ସମ୍ରାଟ ଉପେନ୍ଦ୍ରଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାର, ଜଗନ୍ନାଥ ଦାସ ଆଦି କବିମାନେ ନିଜ କାବ୍ୟ କବିତାରେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ସୁତରାଂ ଓଡ଼ିଆମାନେ କୌଣସି ଗୁଣରେ କମ୍ ନୁହନ୍ତି । ସେହି ପୂର୍ବସୂରୀମାନଙ୍କର ପଦାଙ୍କ ଅନୁସରଣ କଲେ, ଦେଶ ଓ ଜାତିର ମନ ରକ୍ଷାକରାଯାଇ ପାରିବ ବୋଲି କବି ପରାମର୍ଶ ଦେଇଛନ୍ତି ।

ତୁମପାଇଁ କାମ :

କବିତାଟିରେ ଯେଉଁ ରାଜାମାନଙ୍କର କଥା କୁହାଯାଇଛି, ସେମାନଙ୍କ ବିଷୟରେ ଅଧ୍ଯକ ତଥ୍ୟ ଇତିହାସ ବହିରୁ ସଂଗ୍ରହ କର ।

ଓଡ଼ିଶାର ପ୍ରାଚୀନ ମନ୍ଦିରଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କର ।
Answer:
ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ ସଂଗ୍ରହ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନେ।ତ୍ତର

ଅତିସଂ ଷିପ୍ତ ପ୍ରଶ୍ନେ।ତ୍ତର

Question ୧ ।
‘କହିବି କଥାଟି’ କବିତାର କବିଙ୍କ ନାମ କ’ଣ ?
Answer:
କହିବି କଥାଟି କବିତାର କବି ହେଉଛନ୍ତି କୁନ୍ତଳା କୁମାରୀ ସାବତ ।

Question ୨ ।
‘କହିବି କଥାଟି’ କବିତାରେ ମାଆଟି ତା’ର ପୁଅକୁ କେଉଁ ବିଷୟରେ ଚେତାଇ ଦେଇଛି ?
Answer:
‘କହିବି କଥାଟି’ କବିତାରେ ମାଆଟି ନିଜ ପୁଅକୁ ଓଡ଼ିଆ ଜାତିର ଗୌରବ ବିଷୟରେ ଚେତାଇ ଦେଇଛନ୍ତି ଏବଂ ଭବିଷ୍ୟତରେ ଜଣେ ସୁଯୋଗ୍ୟ ସନ୍ତାନ ହେବାକୁ ଉଦ୍‌ବୋଧନ ଦେଇଛନ୍ତି।

Question ୩ ।
ଶିଶୁଟିର ମନ ଓ ହୃଦୟକୁ କିପରି ଭାବରେ ନାରୀ କବି କୁନ୍ତଳା କୁମାରୀ ସାବତ ବର୍ଣ୍ଣନା କରିଛନ୍ତି ?
Answer:
ଶିଶୁଟିର ମନକୁ ନିର୍ମଳ ଓ ହୃଦୟକୁ କୋମଳ ଭାବରେ ନାରୀକବି କୁନ୍ତଳା କୁମାରୀ ସାବତ ବର୍ଣ୍ଣନା କରିଛନ୍ତି ।

Question ୪ ।
ସାଙ୍ଗସାଥୀ ମେଳରେ ପିଲାଟି କ’ଣ କରେ ?
Answer:
ପିଲାଟି ସାଙ୍ଗସାଥୀ ମେଳରେ ଧୂଳିମାଟିରେ ଖେଳଘର ତିଆରି କରୁଛି । ତା’ର ନିଜ ଇଚ୍ଛା ଅନୁସାରେ ସେ ମାଟିରେ ପଶୁ, ପକ୍ଷୀ, ଦେବତା ଓ ଦେଉଳର ପ୍ରତିକୃତି ତିଆରି କରୁଛି।

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୫ ।
କେଉଁ ଘଟଣାକୁ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ବୋଲି ନାରୀ କବି ‘କହିବି କଥାଟି’ କବିତାରେ ପ୍ରକାଶ କରିଛନ୍ତି ?
Answer:
ଆମର ପୂର୍ବପୁରୁଷମାନେ ଅତୀତରେ ଯେଉଁ ମହତ୍ଵପୂର୍ଣ୍ଣ କାର୍ଯ୍ୟ କରି ନିଜର ନାମ ରଖୁଯାଇଛନ୍ତି, ସେ କଥା ଭାବିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ ବୋଲି ନାରୀକବି ପ୍ରକାଶ କରିଛନ୍ତି ।

Question ୬ ।
ପୂର୍ବପୁରୁଷମାନେ କେଉଁ କାର୍ଯ୍ୟ କରି ନିଜର ନାମ ରଖୁଯାଇଛନ୍ତି ?
Answer:
ପୂର୍ବପୁରୁଷମାନେ ଉତ୍କଳର ପୁରପଲ୍ଲୀ ଓ ନଗରମାନଙ୍କରେ ବହୁ ମନ୍ଦିର, ପୁଷ୍କରିଣୀ, ବନ୍ଧ ଓ ଦୁର୍ଗାଦି ନିର୍ମାଣ କରି

Question ୭ ।
ପ୍ରାଚୀନ ଓଡ଼ିଶାର କେତେଜଣ ବୀରଙ୍କ ନାମ କୁହ ।
Answer:
ପ୍ରାଚୀନ ଓଡ଼ିଶାର ବୀରମାନଙ୍କ ମଧ୍ୟରେ ଖାରବେଳ, ପୁରୁଷୋତ୍ତମଦେବ, ଅନଙ୍ଗଭୀମବେଦ ଓ ଯଯାତିକେଶରୀଙ୍କ ନାମ ଉଲ୍ଲେଖଯୋଗ୍ୟ।

Question ୮ ।
ଓଡ଼ିଶାର ତିନୋଟି ପ୍ରାଚୀନ ମନ୍ଦିରର ନାମ କୁହ ।
Answer:
ସେଥ‌ିମଧ୍ୟରୁ କୋଣାର୍କର ସୂର୍ଯ୍ୟ ମନ୍ଦିର, ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ଓ ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର ପ୍ରସିଦ୍ଧ ଅଟେ ।

Question ୯ ।
ଓଡ଼ିଆମାନେ ବଡ଼ କାରିଗର ଥିଲେ ବୋଲି କିପରି ଜଣାପଡୁଛି ?
Answer:
ମନ୍ଦିରରେ ଖୋଦିତ ଅପୂର୍ବ କଳାନୈପୁଣ୍ୟ, କାରିଗରୀ କୌଶଳରୁ ଓଡ଼ିଆମାନେ ବଡ଼ କାରିଗର ଥିଲେ ବୋଲି ଜଣାପଡ଼ୁଛି ।

Question ୧୦ ।
ପୁଅ ମଥାଟେକି ଚାଲିବାପାଇଁ ମାଆ କି ଆହ୍ୱାନ ଦେଇଛନ୍ତି ?
Answer:
ପୂର୍ବପୁରୁଷମାନଙ୍କ ଗୌରବଗାଥା ସ୍ମରଣ କରି ମାତୃଭୂମି ଓ ମାତୃଭାଷାର ସେବାରେ ନିଜକୁ ଉତ୍ସର୍ଗ କଲେ ଉତ୍କଳ ସନ୍ତାନ ଗର୍ବରେ ମଥାଟେକି ଚାଲିପାରିବ ବୋଲି ଶିଶୁ ସନ୍ତାନକୁ ତା’ର ଜନନୀ ଆହ୍ବାନ କରିଛନ୍ତି ।

ବସ୍ତ୍ ନିଷ୍ଠ ପ୍ରଶ୍ନୋତ୍ତର :

Question ୧।
‘କହିବି କଥାଟି’ କବିତାଟି କାହାର ରଚନା ?
(କ) ବିଦ୍ୟୁପ୍ରଭା ଦେବୀ
(ଖ) କୁନ୍ତଳାକୁମାରା ସାବତ୍‌
(ଗ) ରାମକୃଷ୍ଣ ନନ୍ଦ
(ଘ) ଗଙ୍ଗାଧର ମେହେର
Answer:
(ଖ) କୁନ୍ତଳାକୁମାରା ସାବତ୍‌

Question ୨ ।
ଉତ୍କଳ ଭାରତୀ କାହାକୁ କୁହାଯାଏ ?
(କ) କୁନ୍ତଳାକୁମାରୀ
(ଖ) ବିଦ୍ୟୁତପ୍ରଭା ଦେବୀ
(ଗ) ସରଳା ଦେବୀ
(ଘ) ରମା ଦେବୀ
Answer:
(କ) କୁନ୍ତଳାକୁମାରୀ

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୩।
‘କହିବି କଥାଟି’ କବିତାର ମୁଖ୍ୟ ଉଦ୍ଦେଶ୍ୟଟି କ’ଣ ?
(କ) ଉତ୍କଳର ଅତୀତ ଇତିହାସ ବିଷୟରେ ଜଣାଇବା
(ଖ) ପ୍ରାଚାନ କାର୍ତ୍ତି ବିଷୟରେ ସୂଚନା ଦେବା
(ଗ) ପ୍ରାଚୀନ କୀର୍ତ୍ତି ବିଷୟରେ ଧାରଣା ଦେବା
(ଘ) ପୂର୍ବପୁରୁଷଙ୍କର ସୁଯୋଗ୍ୟ ଉତ୍ତରାଧିକାରୀ ହେବାପାଇଁ ପ୍ରେରଣା ଦେବା
Answer:
(ଘ) ପୂର୍ବପୁରୁଷଙ୍କର ସୁଯୋଗ୍ୟ ଉତ୍ତରାଧିକାରୀ ହେବାପାଇଁ ପ୍ରେରଣା ଦେବା

Question ୪।
ନିମ୍ନୋକ୍ତ କବିତାଂଶରୁ କେଉଁଟିରେ ‘କହିବି କଥାଟି’ କବିତାର ମୂଳ ଲକ୍ଷ୍ୟ ସାଧୂ ହୋଇଛି ?
(କ) ପଥର ଉପରେ ଆଙ୍କିଛନ୍ତି ଛବି ଅପରୂପ ମନୋହର
(ଖ) କେତେ ଓସି ମହତ କରମ ସାଧ୍ୟ ଭାଳିଲେ ହଜିବ ଚେତା
(ଗ) କାହା କୁମର ତୁ କାହା କୁଳମଣି ଜାଣିଚୁ କି ଗଣ୍ଠିଧନ
(ଘ) ଓଡ଼ିଆ ବୋଲି ତୁ ମନେ ଗର୍ବ ବହି ଚାଲରେ ଟେକି ତୋ ମଥା
Answer:
(ଘ) ଓଡ଼ିଆ ବୋଲି ତୁ ମନେ ଗର୍ବ ବହି ଚାଲରେ ଟେକି ତୋ ମଥା

Question ୫।
‘ଲକ୍ଷେ ରାଜାଙ୍କର ମଉଡ଼ମଣିର ଜାତି’– ଏହି କବିତାଂଶଟି କେଉଁମାନଙ୍କୁ ଲକ୍ଷ୍ୟକରି କୁହାଯାଇଛି ?
(କ) ଓଡ଼ିଆ ଜାତିକୁ
(ଖ) ଓଡ଼ିଶାର ଶ୍ରେଷ୍ଠ କାରିଗରମାନଙ୍କୁ
(ଗ) ଓଡ଼ିଶାର ବୀର ରାଜାମାନଙ୍କୁ
(ଘ) ଓ ଢ଼ିଶାର ବିଖ୍ୟାତ କବିମାନଙ୍କୁ
Answer:
(ଗ) ଓଡ଼ିଶାର ବୀର ରାଜାମାନଙ୍କୁ

Question ୬।
‘କହିବି କଥାଟି’ କବିତାରେ କାହାର ଗୌରବ ଗାନ କରାଯାଇଛି ?
(କ) ଓଡ଼ିଆ ଜାତିର
(ଖ) ଭାରତ ମାତାର
(ଗ) ଗୋଟିଏ ପରିବାରର
(ଘ) ଜଣେ କବିଙ୍କର
Answer:
(କ) ଓଡ଼ିଆ ଜାତିର

Question ୭।
‘ଭାଳିଲେ ହଜିବ ଚେତା’ – କାହା କଥା ଭାବିଲେ ଚେତା ହଜିଯିବ ବୋଲି କବି କହିଛନ୍ତି ?
(କ) ଜନ୍ମଭୂମିର କଥା
(ଖ) ବାପ ଗୋସିବାପ କଥା
(ଗ) ନିଜ ଭବିଷ୍ୟତ କଥା
(ଘ) ପଶୁପକ୍ଷୀଙ୍କ କଥା
Answer:
(ଖ) ବାପ ଗୋସିବାପ କଥା

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୮ ।
ଉତ୍କଳର ମାଆଟିଏ ପୁଅକୁ କ’ଣ କହି ସମ୍ବୋଧନ କରିଛନ୍ତି ?
(କ) ଅନ୍ଧରଲଉଡ଼ି
(ଖ) କରିଦ୍ରପସରା
(ଗ) ଲବଶିପିତୁଳା
(ଘ) ନିଧନସଂଖାଳି
Answer:
(ଗ) ଲବଶିପିତୁଳା

Question ୯।
‘କୋଣାର୍କ ମଥାରେ ଜଗନ୍ନାଥପୁରେ’ – ଏହି କବିତାଂଶରେ ଜଗନ୍ନାଥପୁର କାହାକୁ କୁହାଯାଇଛି ?
(କ) କୋଣାର୍କ ମନ୍ଦିର
(ଖ) ଲିଙ୍ଗରାଜ ମନ୍ଦିର
(ଗ) ପୁରୀ ମନ୍ଦିର
(ଘ) ସାକ୍ଷିଗୋପାଳ ମନ୍ଦିର
Answer:
(ଗ) ପୁରୀ ମନ୍ଦିର

Question ୧୦ ।
ନିମ୍ନୋକ୍ତ ମଧ୍ଯରୁ କିଏ ‘ବୈଦେହୀଶ ବିଳାସ’ର କବି ?
(କ) ଜଗନ୍ନାଥ ଦାସ
(ଖ) ସାରଳା ଦାସ
(ଗ) ଦାନକୃଷ୍ଣ ଦାସ
(ଘ) ଉପେନ୍ଦ୍ର ଭଞ୍ଜ୍
Answer:
(ଘ) ଉପେନ୍ଦ୍ର ଭଞ୍ଜ୍

Question ୧୧ ।
ଓଡ଼ିଆ ଭାଗବତର ରଚୟିତା କିଏ ?
(କ) ଜଗନ୍ନାଥ ଦାସ
(ଖ) ବଳରାମ ଦାସ
(ଗ) ସାରଳା ଦାସ
(ଘ) ଯଶୋବନ୍ତ ଦାସ
Answer:
(କ) ଜଗନ୍ନାଥ ଦାସ

Question ୧୨ ।
ନିମ୍ନୋକ୍ତ ମଧ୍ୟରୁ ଓଡ଼ିଆ ଆଦିକବି ରୂପେ କିଏ ପରିଚିତ ?
(କ) ଜଗନ୍ନାଥ ଦାସ
(ଖ) ବଳରାମ ଦାସ
(ଗ) ସାରଳା ଦାସ
(ଘ) ମଧୁସୂଦନ ଦାସ
Answer:
(ଗ) ସାରଳା ଦାସ

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୧୩ ।
ଖଣ୍ଡଗିରି, ଉଦୟଗିରି କେଉଁ ରାଜାଙ୍କ କୀର୍ତ୍ତି ?
(କ) ଯଯାତିକେଶରୀ
(ଖ) ପୁରୁଷୋତ୍ତମ ଦେବ
(ଗ) ଖାରବେଳ
(ଘ) ଅନଙ୍ଗଭାମ ଦେବ
Answer:
(ଗ) ଖାରବେଳ

Question ୧୪ ।
ନିମ୍ନୋକ୍ତ ମଧ୍ୟରୁ କେଉଁ ରାଜାଙ୍କ ନାମ କବି ‘କହିବି କଥାଟି’ କବିତାରେ ଉଲ୍ଲେଖ କରି ନାହାନ୍ତି ?
(କ) ଅଶୋକ
(ଖ) ଯଯାତିକେଶରୀ
(ଗ) ପୁରୁଷୋତ୍ତମ ଦେବ
(ଘ) ଖାରବେଳ
Answer:
(କ) ଅଶୋକ

Question ୧୫ ।
ଭଞ୍ଜକବି କ’ଣ ଲେଖୁ ପ୍ରସିଦ୍ଧ ହୋଇଛନ୍ତି ?
(କ) ଭାଗବତ
(ଖ) ଅମରକୋଷ
(ଗ) ବୈଦେହାଶ ବିଳାସ
(ଘ) ତ୍ତଷାଭିଳାଷ
Answer:
(ଗ) ବୈଦେହାଶ ବିଳାସ

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୧୬ ।
‘ଦାଦି’ ଶବ୍ଦର ଲିଙ୍ଗ ପରିବର୍ତ୍ତନ କଲେ କେଉଁଟି ଠିକ୍ ହେବ ?
(କ) ମାଈଁ
(ଖ) ପିଉସା
(ଗ) ଖୁଡା
(ଘ) ଝିଆରା
Answer:
(ଗ) ଖୁଡା

Question ୧୭ ।
ଗୁଣି ଶବ୍ଦର ଅର୍ଥ ନିମ୍ନୋକ୍ତ ମଧ୍ୟରୁ କେଉଁଟି ନୁହେଁ ?
(କ) ଭାଳି
(ଖ) ସ୍ମରଣ କରି
(ଗ) ବାରମ୍ବାର ମନେପକାଇ
(ଘ) ବିବଶ ହୋଇ
Answer:
(ଘ) ବିବଶ ହୋଇ

Question ୧୮ ।
‘କିଏ ସରିହେବ’ କବିତା ପଂକ୍ତି ପାଇଁ କେଉଁଟି ଉପଯୁକ୍ତ ପଂକ୍ତି ?
(କ) ତେଜେ
(ଖ) ଅପରୂପ ମନୋହର
(ଗ) ହର୍ସେ ମାତି
(ଘ) ନାନାରଙ୍ଗେ
Answer:
(କ) ତେଜେ

BSE Odisha 7th Class Odia Solutions Chapter 4 କହିବି କଥାଟି

Question ୧୯।
‘କୋଣାର୍କ ମଥାରେ ଜଗନ୍ନାଥପୁରେ’– ଏଠାରେ ଜଗନ୍ନାଥପୁରେ କାହାକୁ କୁହାଯାଇଛି ?
(କ) କୋଣାର୍କ ମନ୍ଦିର
(ଖ) ପୁରୀ ମନ୍ଦିର
(ଗ) ଭୁବନେଶ୍ଵର ମନ୍ଦିର
(ଘ) ସାଷାଗୋପାଳ ମନ୍ଦିର
Answer:
(ଖ) ପୁରୀ ମନ୍ଦିର

Question ୨୦ ।
ଆମେ କେଉଁଥିପାଇଁ ଗର୍ବରେ ମୁଣ୍ଡଟେକି ଚାଲିପାରିବା ବୋଲି କବି କହିଛନ୍ତି ?
(କ) ବୀର ଜାତିବୋଲି
(ଖ) ଗର୍ବୀବୋଲି
(ଗ) ଧନୀବୋଲି
(ଘ) ଓଡ଼ିଆବୋଲି
Answer:
(ଘ) ଓଡ଼ିଆବୋଲି

କବିତାର ପୃଷ୍ଠଭୂମି :

‘କହିବି କଥାଟି’ କବିତାଟି ଶିଶୁମାନଙ୍କ ଉଦ୍ଦେଶ୍ୟରେ ରଚିତା କବିତାଟିରେ କବୀଙ୍କ ସ୍ଵଦେଶପ୍ରୀତି ପ୍ରତିଫଳିତ ହୋଇଛି । କବିତାଟିରେ ଜଣେ ଆଦର୍ଶ ମାଆ ନିଜ ପୁତ୍ରକୁ ଓଡ଼ିଆ ଜାତିର ଗୌରବ ବିଷୟରେ ସ୍ମରଣ କରାଇ ଭବିଷ୍ୟତର ସୁଯୋଗ୍ୟ ଦାୟାଦରୂପେ ଗଢ଼ି ତୋଳିବାକୁ ପ୍ରୟାସ କରିଛି । ମାତୃଭୂମିର ସମ୍ମାନରକ୍ଷା ଯେ ପରମ କର୍ତ୍ତବ୍ୟ ଏହି ବାର୍ତ୍ତା ପ୍ରଦାନକରି କବି ଛାତ୍ରଛାତ୍ରୀମାନଙ୍କ ମନରେ ଜାତୀୟତାବୋଧ ଉଦ୍ରେକ କରିବାକୁ କବିତା ମାଧ୍ୟମରେ ଆହ୍ଵାନ କରିଛନ୍ତି ।

କବିତାର ସାରକଥା :

କବି କୁନ୍ତଳା କୁମାରୀ ନିଜକୁ ମା’ ଭୂମିକାରେ ରଖ୍ ଭବିଷ୍ୟତ ବଂଶଧର ସନ୍ତାନକୁ ସୁଯୋଗ୍ୟ ଦାୟାଦ କରି ଗଢ଼ିବାକୁ ପ୍ରୟାସ କରିଛନ୍ତି। ଓଡ଼ିଆମାନେ ନିଜ ପୂର୍ବପୁରୁଷଙ୍କ କଥା ଭୁଲିଯିବାକୁ ବସିଲେଣି । ତେଣୁ କବୀ ପୂର୍ବପୁରୁଷଙ୍କ ଅମର କୀର୍ତ୍ତିରାଜି ସ୍ମରଣ କରାଇ ସେମାନଙ୍କ ମନରେ ମାତୃଭୂମି ଓମାତୃଭାଷା ପ୍ରତି ପ୍ରୀତି ଜାଗ୍ରତ କରାଇଛନ୍ତି । ଶିଶୁର ମନ ନିର୍ମଳ, ହୃଦୟ କୋମଳ । ତା’ର ଆଖୁରେ ଚଞ୍ଚଳତାର ଚାହାଣି, ତା’ର ଦରୋଟି କଥା ଓ ହସରୁ ସତେକି ଅମୃତ ଝରିପଡ଼େ । ଛୋଟପିଲାଙ୍କ ବାଳସୁଲଭ ଚପଳତା କବୀଙ୍କ ମନରେ ଆନନ୍ଦ ଭରିଦେଇଛି । ତେଣୁ ତା’ ଆଗରେ ଅତୀତ ଉତ୍କଳର ଉଜ୍ଜଳ ଇତିହାସ ବର୍ଣନା କରି ତା’ ମନରେ ଜାତୀୟ ଚେତନା ଜାଗ୍ରତ କରାଇବାକୁ ସେ ଇଚ୍ଛା କରିଛନ୍ତି। ସାଙ୍ଗସାଥୀ ମେଳରେ, ଧୂଳିମାଟିରେ ଶିଶୁ ଗଢ଼ିବସେ ତା’ର ଖେଳଘର । ତା’ ନିଜ ଢଙ୍ଗରେ ସେ ମାଟିରେ ଗଢ଼େ ପଶୁ, ପକ୍ଷୀ, ଦେବତା, ଦେଉଳର ପ୍ରତିକୃତି । କବୀ ସେସବୁକୁ ଲକ୍ଷ୍ୟକରି ଉଲ୍ଲସିତ ହୋଇଉଠିଛନ୍ତି । ଗଳ୍ପ ଛଳରେ ତା’ ଆଗରେ ଉତ୍କଳୀୟ ପୂର୍ବପୁରୁଷ, ବରପୁତ୍ରମାନଙ୍କ ମହିମା ବଖାଣି ବସିଛନ୍ତି ମା’ର ଭୂମିକା ନେଇ ।

ଓଡ଼ିଆ ଜାତିର ଗୌରବମୟ ଇତିହାସ ଥିଲା ମହିମାମୟ । ସେମାନଙ୍କର ଦେଶାତ୍ମବୋଧଭରା କର୍ମକୁଶଳତା ସ୍ମରଣ କଲେ ଆଜି ଆମକୁ ବିସ୍ମିତ ହେବାକୁ ପଡ଼େ । ଦିନେ ଏଇ ଓଡ଼ିଶାର ଚାରୁକଳା ଶିଳ୍ପୀ ପ୍ରସ୍ତରଖଣ୍ଡରେ ଅପୂର୍ବ କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲା । ପୁରୀ, କୋଣାର୍କ ଓ ଭୁବନେଶ୍ଵରଠାରେ ଥ‌ିବା ମନ୍ଦିରମାନଙ୍କରେ ଖୋଦିତ କଳକୌଶଳ ତା’ର ଜ୍ଵଳନ୍ତ ନିଦର୍ଶନ ଅଟେ । ବିନ୍ଦୁ ସରୋବର, ନରେନ୍ଦ୍ର ପୁଷ୍କରିଣୀ, ଯାଜପୁରର ଦଶାଶ୍ବମେଧ ଘାଟ, କାଠଯୋଡ଼ି ପଥରବନ୍ଧ ଆଦି ଓଡ଼ିଆମାନଙ୍କର ଅକ୍ଷୟ କୀର୍ତ୍ତି । କେବଳ ନିର୍ମାଣ କୌଶଳ ନୁହେଁ ଓଡ଼ିଆ ପାକଇବୀରଙ୍କ ଅପୂର୍ବ ରଣକୌଶଳ ଶତ୍ରୁ ସୈନ୍ୟମାନଙ୍କ ମନରେ ଭୀତି ସଞ୍ଚାର କରୁଥିଲା । ବଳ, ବିକ୍ରମ ଓ ବୀରତ୍ଵରେ କେହି ସେମାନଙ୍କ ସମକକ୍ଷ ନଥିଲେ । ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ଐରବଂଶ ସମ୍ରାଟ ମହାମେଘବାହନ ଖାରବେଳଙ୍କ ସାମ୍ରାଜ୍ୟ । କାଞ୍ଚିବିଜେତା ପୁରୁଷୋତ୍ତମ ଦେବ, ବିଶ୍ଵପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ନିର୍ମାତା ଅନଙ୍ଗଭୀମ ଦେବ, କେଶରୀ ବଂଶର ଶ୍ରେଷ୍ଠ ସମ୍ରାଟ ଯଯାତି କେଶରୀ ଆଦିଙ୍କ ବୀରତ୍ଵ ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଅଛି । ପୂର୍ବପୁରୁଷମାନଙ୍କର ଶୌର୍ଯ୍ୟ, ବୀର୍ଯ୍ୟ, ଗୁଣ, ଜ୍ଞାନ ସବୁକିଛି ଥୁଲା ଅତୁଳନୀୟ ଯାହା ଆଜି ମଧ୍ୟ ପ୍ରତ୍ୟେକ ଉତ୍କଳୀୟ ସନ୍ତାନଙ୍କୁ ଗର୍ବିତ କରେ ।

କଳା ସହ ସାହିତ୍ୟ ସାଧନାରେ ଓଡ଼ିଶାର ବରପୁତ୍ରମାନେ ଅଦ୍ବିତୀୟ ସାରସ୍ଵତ ପ୍ରତିଭାର ଅଧିକାରୀ ଥିଲେ । ପ୍ରାଚୀନ କାବ୍ୟ, କବିତା, ଗଳ୍ପ, ପ୍ରବନ୍ଧାଦି ପାଠକଲେ ସେମାନଙ୍କ ଜ୍ଞାନ, ଗରିମା ଓ ପାଣ୍ଡିତ୍ୟର ପରିଚୟ ମିଳିଥାଏ । ଅତିବଡ଼ୀ ଜଗନ୍ନାଥ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ମାଟିର ମହାକବି ଶୂଦ୍ରମୁନି ସାରଳା ଦାସ, ଅଭିମନ୍ୟୁ ସାମନ୍ତସିଂହାର ଆଦି କବିମାନେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଯାଇଛନ୍ତି । କେବଳ କଳା କିମ୍ବା ସାହିତ୍ୟ ନୁହେଁ ଉତ୍କଳୀୟ ସଂସ୍କୃତି, ପରମ୍ପରା, ଧର୍ମଭାବନା, ପ୍ରତିରକ୍ଷା ତଥା ବାଣିଜ୍ୟ ବ୍ୟବସାୟ ସବୁ କ୍ଷେତ୍ରରେ ଉତ୍କଳୀୟମାନେ ସାରା ବିଶ୍ଵରେ ନିଜ ପରାକାଷ୍ଠା ପ୍ରଦର୍ଶନ କରିଯାଇଛନ୍ତି।

ଏକ ମହାନ୍ ପରମ୍ପରାର ଉତ୍ତରାଧିକାରୀ ଆଜିର ଉତ୍କଳ ସନ୍ତାନ, ନିଜକୁ ସେହି ମହାନ୍ ବ୍ୟକ୍ତିତ୍ଵମାନଙ୍କ ଆଦର୍ଶରେ ଅନୁପ୍ରାଣିତ କରିବାକୁ କବୟିତ୍ରୀ ଆହ୍ବାନ ଦେଇଛନ୍ତି । ସୁଯୋଗ୍ୟ ଦାୟାଦଭାବେ ସେମାନଙ୍କ ପଦାଙ୍କ ଅନୁସରଣ କରି ହୃଦୟରେ ନିଜ ମାତୃଭାଷା ଓ ମାତୃଭୂମି ପ୍ରତି କର୍ଭବ୍ୟ ପାଳନରେ ବ୍ରତୀ ହେବାକୁ ସେ ପରାମର୍ଶ ଦେଇଛନ୍ତି । ବାସ୍ତବିକ କବିତାଟି ଜାତୀୟ ଚେତନାର ବାହକ ତଥା ଉତ୍କଳୀୟ ପ୍ରାଚୀନ ଗୌରବର ଗାଥା ବହନ କରିଛି ।

କଠିନ ପଦାର୍ଥ:

  • ଭାଷ – ଭାଷା, କଥା
  • ତଉଲ – ସୁନ୍ଦରା
  • ଲବଣି ପିତୁଳା – କୋମଳ ମୂର୍ତ୍ତି / କେ।ମଳ ଶରାରା
  • ସୁଧାବୋଳା – ଅମୃତବୋଳା
  • ବର୍ଷେ – ଆନନ୍ଦରେ
  • ସ୍ନେହସୁଧା – ସ୍ନେହକୁ ସ୍ତଧା ବା ଅମୃତ ସହ ତୁଳନା କରାଯାଇଛି।
  • ଗୋସିବାପ – ଗୋସେଇ ବାପା, ଜେଜେବାପା ।
  • ଦାଦି – କଳା / କକେଇ / ଦାଦା / ବାପାଙ୍କ ସାନଭାଇ ।
  • ଛତି – ବଢ଼ ଛତା, ଆଚ୍ଛାଦନା
  • ପୁରୁଷ ଉତ୍ତମ – ପୁରୁଷୋତ୍ତମଦେବ: ଅତୀତ ଉକ୍କର ସମ୍ରାଟ, କାଞ୍ଚବିଜୟା
  • ନିରିମକ – ପରିଷ୍କାର
  • ମନୋର – ସୁନ୍ଦର
  • ଖାରବେଳ – ପ୍ରାଚୀନ ଉତ୍କଳ ବା କଳିଙ୍ଗର ସେ ଥିଲେ ସମ୍ରାଟ। ତାଙ୍କ ସମୟରେ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା।। ଖଣ୍ଡଗିରି ଓ ଉଦୟଗିରି ହେଉଛି ତାଙ୍କରି କାର୍ତ୍ତା
  • ଅନଙ୍ଗଭୀମ – ଗଙ୍ଗ ବଂଶର ପ୍ରତିଷ୍ଠାତା,ପୁରୀ ମନ୍ଦିରର ପ୍ରତିଷ୍ଠାତା ।
  • ତେଜରେ – ବୀରତ୍ଵରେ ।
  • ଭଞ୍ଜ – କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ । ତାଙ୍କର ଜନ୍ମ ଘୁମୁସର ରାଜବଂଶରେ । ଓଡ଼ିଆ ସାହିତ୍ୟର ଏହି ମହାନ୍ କବିଙ୍କ ବହୁ କାବ୍ୟକବିତା ମଧ୍ୟରେ ‘ବୈଦେହୀଶ ବିଳାସ’, ‘କଳା କଉତୁକ’, ‘ଛାନ୍ଦ ଭୂଷଣ’, ‘ରସିକ ହାରାବଳୀ’, ‘ଲାବଣ୍ୟବତୀ’ ଓ
  • ପ୍ରଧାନ ପ୍ରଧାନ ।
  • ଜଗନ୍ନାଥ ଦାସ – ଓଡ଼ିଆ ଭାଗବତର ରଚୟିତା, ପଞ୍ଚସଖାଙ୍କ ମଧ୍ୟରେ ସେ ଅଗ୍ରଗଣ୍ୟ ।
  • ସାମନ୍ତ୍ରିସିଂହାର – ଅଭିମନ୍ୟୁ ସାମନ୍ତ୍ରସିଂହାର, ‘ବିଦପ୍ପ ଚିନ୍ତ୍ରାମଶି’ କାବ୍ୟର ରଚୟିତା
  • ଶାରଳା – ଶୂଦ୍ରମୁନି ଶାରଳା ଦାସା ସେ ମାଟିର ମହାକବି ଭାବେ ପରିଚିତା ତାଙ୍କ ରଚିତ ‘ମହ।ଭାରତ’ ‘ଚିଣ୍ଡାପୁରାଣ’ ଓ ‘ବିଲଙ୍କା ରାମାୟଣ’ ଆଦି ଗ୍ରନ୍ଥି ଓଢ଼ିଶାର ପୁରପଲ୍ଲାରେ ପରିଚିତା
  • ଯଯାତି – ଯଯାତି କେଶରୀ, ଉତ୍କଳର କେଶରୀ ବଂଶର ପ୍ରସିଦ୍ଧ ରାଜା।
  • ମନ୍ଦିର ତୋଳାଇ – ଦେଉଳ ତିଆରି କରିା
  • ପୋଖରା ଖେ।ଳାଇ – ପ୍ରାଚାନ ଓତିଶାର କାର୍ତ୍ତି, ବିଦୁ ସରୋବର ନରେନ୍ଦ୍ର ପୋଖରା ଆଦି ଖନନ କରିା
  • ସରି – ସମକକ୍ଷା
  • ନଦାବନ୍ଧି – କାଠଯୋଡ଼ିର ପଥରବନ୍ଧା
  • ଅପରୂପ – ଖୁବ୍ ସୁନ୍ଦରା
  • ଗୁଣିହେବା – ମନେ ମନେ ଭାବିବା ।

BSE Odisha 7th Class Odia Solutions Chapter 7 ଛୋଟରୁ ବଡ଼

Odisha State Board BSE Odisha 7th Class Odia Solutions Chapter 7 ଛୋଟରୁ ବଡ଼ Textbook Exercise Questions and Answers.

BSE Odisha Class 7 Odia Solutions Chapter 7 ଛୋଟରୁ ବଡ଼

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ଫୁଲ ଛୋଟ ହେଲେ ବି ସମସ୍ତଙ୍କର ପ୍ରିୟ ହୁଏ କାହିଁକି ?
Answer:
ଫୁଲଟିଏ ଆକାରରେ ଖୁବ୍ ଛୋଟ । କିନ୍ତୁ ତା’ର ସୌନ୍ଦର୍ଯ୍ୟ ଓ ମହକ ପାଇଁ ସେ ସମସ୍ତଙ୍କ ଆଦର ଲାଭକରେ । ବିକଶିତ ପୁଷ୍ପର ଅମୃତମୟ ସୁଗନ୍ଧ ପରିବେଶକୁ ଆମୋଦିତ କରେ । ପୁଷ୍ପର ଶୋଭା ଉଦ୍ୟାନ ଓ ଉପବନର ଶୋଭା ବର୍ଜନ କରିଥାଏ । ଏହାର ସୌନ୍ଦର୍ଯ୍ୟ ମନରେ ଆନନ୍ଦ ଭରିଦେବା ସହ ତା’ର ସୁରଭି ମନରେ ପୁଲକ ଭରିଦିଏ । ସୁଗନ୍ଧ ଓ ସୌନ୍ଦର୍ଯ୍ୟ, ଏହି ଦୁଇ ମହାନ୍ ଗୁଣର ଅଧିକାରୀ ହୋଇଥିବା ହେତୁ କ୍ଷୁଦ୍ର ଫୁଲଟି ସମସ୍ତଙ୍କର ପ୍ରିୟ ହୋଇଥାଏ ।

(ଖ) କୂଅ ଆମ୍ଭମାନଙ୍କର କି ଉପକାରରେ ଲାଗେ ?
Answer:
ସୁଶୀତଳ ଜଳ ପାଇବାପାଇଁ ଆମେ କୂଅ ଉପରେ ନିର୍ଭର କରିଥାଉ । ନଦୀ, ହ୍ରଦ, ଝରଣା, ସରୋବର ଆଦି ଆକାରରେ ବୃହତ୍ ହୋଇଥାଏ । ସେମାନଙ୍କ ତୁଳନାରେ କୂଅଟିଏ ଆକାରରେ କ୍ଷୁଦ୍ର ହେଲେ ବର୍ଷ ବର୍ଷ ଧରି ଜଳ ଯୋଗାଇ ଆମକୁ ଖାଦ୍ୟ, ପାନୀୟ ପ୍ରସ୍ତୁତ କରିବାରେ ଏବଂ ଆମର ବହୁବିଧ କାର୍ଯ୍ୟ ସମ୍ପାଦନରେ ସହାୟକ ହୋଇଥାଏ ।

(ଗ) ଲୋକେ କିପରି ନଈ ପାରି ହୁଅନ୍ତି ?
Answer:
ନଦୀ ପାର ହେବାପାଇଁ ଲୋକମାନେ ସାଧାରଣତଃ ନୌକା ଉପରେ ନିର୍ଭର କରିଥାଆନ୍ତି । ବର୍ଷାଦିନେ ନଦୀ ଭୟଙ୍କର ରୂପ ଧାରଣ କରି କୂଳ ଲଂଘନ କରିଥାଏ । କିନ୍ତୁ ଛୋଟ ଏକ ନୌକା ଜଳସ୍ରୋତ କାଟି ଆମକୁ ନଦୀପାର କରାଇବାର ସହାୟକ ହୋଇଥାଏ ।

(ଘ) ବୁଦ୍ଧି ବଳରେ କିଏ ବସୁନ୍ଧରାକୁ ଜିଣିପାରିଛି ?
Answer:
ସୃଷ୍ଟିରେ ବହୁ ବିରାଟକାୟ ଜୀବ ଅଛନ୍ତି। ସେମାନଙ୍କର ଆକୃତି ଓ ଶକ୍ତି ମଣିଷଠାରୁ ଢେର ଅଧିକ। ମଣିଷ କ୍ଷୁଦ୍ର ହେଲେ ମଧ୍ୟ ବୁଦ୍ଧିମାନ୍। ନିଜର ବୁଦ୍ଧି ବଳରେ ସେ ସାରା ସାରା ପୃଥିବାକୁ ଜୟ କରିପାରିଛି।

(ଙ) ପ୍ରଦୀପ କିପରି ଆମ୍ଭମାନଙ୍କ କାମରେ ଲାଗେ ?
Answer:
ସୂର୍ଯ୍ୟାସ୍ତ ପରେ ଧରାପୃଷ୍ଠକୁ ଅନ୍ଧକାର ମାଡ଼ିଆସେ । ସେହି ଅନ୍ଧକାର ଦୂର କରିବାପାଇଁ ଆମେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥାଉ । ଆକାରରେ କ୍ଷୁଦ୍ର ହେଲେ ମଧ୍ୟ ତା’ର ଜ୍ଵଳନ୍ତ ଶିଖା ଘନ ଅନ୍ଧକାରକୁ ଦୂର କରି ଆମର ଅଶେଷ ଉପକାର ସାଧନ କରିଥାଏ । ଅନ୍ଧକାର ମଧ୍ୟରେ ଆମକୁ ପଥ ପ୍ରଦର୍ଶନ କରି ଆମର ଆବଶ୍ୟକ କାର୍ଯ୍ୟ ସମ୍ପାଦନରେ ପ୍ରଦୀପର ଭୂମିକାକୁ ଅସ୍ବୀକାର କରିହେବ ନାହିଁ ।

BSE Odisha 7th Class Odia Solutions Chapter 7 ଛୋଟରୁ ବଡ଼

Question ୨।
ଦୁଇଟି ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ମଣିଷକୁ କ୍ଷୁଦ୍ର ବୋଲି କୁହାଯାଇଛି କାହିଁକି ?
Answer:
ବିଧାତାଙ୍କ ସୃଷ୍ଟି ବ୍ୟାପକ । ଏହି ସୃଷ୍ଟିରେ ଏପରି ଜୀବ ଚଳପ୍ରଚଳ ହୁଅନ୍ତି ଯେଉଁମାନେ ମନୁଷ୍ୟ ତୁଳନାରେ ଆକାର ଦୃଷ୍ଟିରୁ ବହୁତ ବଡ଼ । ସେମାନେ ବଳ ଓ ବିକ୍ରମରେ ମନୁଷ୍ୟଠାରୁ ବହୁ ଊର୍ଦ୍ଧ୍ବରେ । ସେମାନେ ଇଚ୍ଛାକଲେ ଏ ପୃଥ‌ିବୀରୁ ମାନବର ସତ୍ତା ମଧ୍ୟ ଲୋପ କରିଦେଇ ପାରିବେ । ଉଭୟ ଜଳ ଓ ସ୍ଥଳଭାଗରେ ମାନବଠାରୁ ବହୁଗୁଣ ଶକ୍ତିଶାଳୀ ଜୀବ ରହିଛନ୍ତି । ତେଣୁ ମାନବକୁ କ୍ଷୁଦ୍ର ବୋଲି କୁହାଯାଇଛି ।

(ଖ) କ୍ଷୁଦ୍ର ବାରିଧାରା କିପରି ପ୍ରବଳ ସ୍ରୋତସ୍ଵିନୀ ହୁଏ ?
Answer:
ବର୍ଷାର ବିନ୍ଦୁ ବିନ୍ଦୁ ଜଳ ମିଶି ଜଳଧାରା ଗଡ଼ିଯାଏ ନିମ୍ନଭୂମିକୁ । ବିଭିନ୍ନ ଦିଗରୁ ଏହି ବାରିଧାରା ବହିଆସି କ୍ରମଶଃ ଆକାରରେ ବଡ଼ ହେବାକୁ ଲାଗେ । ଅଧିକରୁ ଅଧ୍ଵ ଜଳଧାରା ତା’ ସହ ସଂଯୁକ୍ତ ହୋଇ ଏହା ଭୟଙ୍କର ରୂପ ଧାରଣ କରେ ଓ ପରିଶେଷରେ ସ୍ରୋତସ୍ଵିନୀ ରୂପେ ପରିଚିତ ହୁଏ ।

(ଗ) ସଂସାରରେ ଗୀତର ଆବଶ୍ୟକତା କ’ଣ ?
Answer:
ଗୀତର ଏପରି ଏକ ଯାଦୁକରୀ ଶକ୍ତି ରହିଛି ଯାହା କେବଳ ମଣିଷ କାହିଁକି; ପଶୁପକ୍ଷୀମାନଙ୍କୁ ମଧ୍ୟ ତା’ର ମୂର୍ଚ୍ଚନାରେ ବଶୀଭୂତ କରିପାରେ । ସଙ୍ଗୀତର ସୁମଧୁର ସ୍ଵର ଉଦାସ ପ୍ରାଣରେ ଆନନ୍ଦ ଭରିଦିଏ । ଦୁଃଖୀ ମନର ଦୁଃଖ ଦୂର କରିବା ଏବଂ ମନରେ ସ୍ବର୍ଗୀୟ ଶାନ୍ତି ଭରିଦେବାରେ ଗୀତର ଭୂମିକାକୁ କେହି ଅସ୍ବୀକାର କରିପାରିବେ ନାହିଁ । ଏହାଛଡ଼ା କିଛି ଭାବପୂର୍ଣ୍ଣ ସଙ୍ଗୀତ ଲହରୀ ଦରଦୀ ପ୍ରାଣରେ ଅମୃତ ସିଞ୍ଚନ କରେ, ହୃଦୟରେ ଉଲ୍ଲାସ ଭରିଦେଇ ଭାବମୟ ଆଲୋଡ଼ନ ସୃଷ୍ଟିକରେ ।

(ଘ) କ୍ଷୁଦ୍ର ମହତ ହୁଏ କିପରି ?
Answer:
ପ୍ରତ୍ୟେକ କ୍ଷୁଦ୍ର ଭିତରେ ଭବିଷ୍ୟତର ବହୁ ସମ୍ଭାବନା ନିହିତ ଅଛି। ଉପଯୁକ୍ତ ପରିବେଶ, ଯତ୍ନ, ସାଧନା, ଶକ୍ତି ଓ ଅଧ୍ୟବସାୟ ବଳରେ କ୍ଷୁଦ୍ର ମଧ୍ୟରେ ଥିବା ମହନୀୟତା କ୍ରମେ ବିକଶିତ ହୋଇ ମହାନତାରେ ପରିଣତ କରିଦେଇଥାଏ।

(ଡ) ଛୋଟରୁ ବଡ଼ ହେବାର ତିନୋଟି ଦୃଷ୍ଟାନ୍ତ ଦିଅ ।.
Answer:
ଆକାରରେ ଛୋଟ ଦିଶୁଥିଲେ ମଧ୍ୟ କ୍ଷୁଦ୍ର ମଧ୍ୟରେ ମହାନ୍ ଶକ୍ତି ନିହିତ ଥାଏ । ଛୋଟ ଚାରାଗଛଟିଏ ବଢ଼ି ବିଶାଳ ଦ୍ରୁମରେ ପରିଣତ ହୁଏ, ଯାହା ସୃଷ୍ଟିରେ ପ୍ରାଣୀଜଗତ ତିଷ୍ଠି ରହିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ । କ୍ଷୁଦ୍ର ମାନବ ଶିଶୁ ନିଜର ସାଧନା, ଉଦ୍‌ଯୋଗ ବଳରେ ମହାମାନବ ଭାବେ ଅବତୀର୍ଣ୍ଣ ହୋଇ ଦେଶ ଓ ଜାତିର ଉନ୍ନତି ସାଧନ କରିଥାଏ । କ୍ଷୁଦ୍ର ଏକ ପ୍ରଦୀପ ପ୍ରଜ୍ଜଳିତ ହେଲେ ଅନ୍ଧକାର ଦୂରୀଭୂତ ହୋଇପାରେ । ପ୍ରଦୀପର କ୍ଷୁଦ୍ର ଶିଖା ପ୍ରଜ୍ଜଳିତ ହେଲେ ଆଲୋକ ଚତୁର୍ଦ୍ଦିଗକ ବିଚ୍ଛରିତ ହୋଇ ଅନ୍ଧକାରକୁ ପରାସ୍ତ କରେ ।

Question ୩ ।
ସରଳ ଭାଷାରେ ବୁଝାଇ ଲେଖା
(କ) ‘‘କ୍ଷୁଦ୍ର ଏକ ପ୍ରଦୀପ ଶିଖା ତମସା ପାରେ ଜିଣି ।’’
Answer:
କ୍ଷୁଦ୍ର ଏକ …. ……… ତମସା ପାରେ ଜିଣି ।
ପ୍ରଦତ୍ତ ପଦ୍ୟାଶଟି ଡକ୍ଟର ଜାନକୀବଲ୍ଲଭ ମହାନ୍ତିଙ୍କ ରଚିତ ‘ଛୋଟରୁ ବଡ଼’ କବିତାରୁ ଆନୀତ । ଏଠାରେ କବି କ୍ଷୁଦ୍ର ପ୍ରଦୀପ ଶିଖାର ମହାଅନ୍ଧକାରକୁ ପରାସ୍ତ କରିବାର ସାମର୍ଥ୍ୟ ଉପରେ ଆଲୋକପାତ କରିଛନ୍ତି । ପୃଥ‌ିବୀରେ କ୍ଷୁଦ୍ର ବୋଲି କାହାକୁ ନଗଣ୍ୟ ମନେକରିବା ଉଚିତ ନୁହେଁ; କାରଣ ପ୍ରତ୍ୟେକ କ୍ଷୁଦ୍ର ମଧ୍ୟରେ ମହାନତା ଲୁଚି ରହିଥାଏ। ସାମାନ୍ୟ ଏକ ପ୍ରଦୀପ, ଆକାରରେ କ୍ଷୁଦ୍ର ହେଲେ ମଧ୍ୟ ତା’ର କ୍ଷୁଦ୍ର ଶିଖା ଟିକକ ଅନ୍ଧକାର ଦୂର କରିବାରେ ସମର୍ଥ ହୋଇଥାଏ । ସନ୍ଧ୍ୟାକାଳରେ ପ୍ରଦୀପଟିଏ ଆଲୋକ ବିଚ୍ଛୁରଣ କରି ଆମକୁ ପଥ ପ୍ରଦର୍ଶନ କରେ । ଅନ୍ଧକାର ସମୟରେ ଆମେ ସେହି ପ୍ରଦୀପଟିର ସହାୟତା ନେଇଥାଉ ଓ ସେତେବେଳେ ତା’ର ମହାନତାକୁ ଅନୁଭବ କରୁ । ଆକୃତିରେ କ୍ଷୁଦ୍ର ହୋଇଥିଲେ ମଧ୍ୟ ତା’ ମଧ୍ୟରେ ଗାଢ଼ ଅନ୍ଧକାରକୁ ପରାସ୍ତ କରିବାର ଶକ୍ତି ରହିଥାଏ । ତେଣୁ କାହାକୁ କ୍ଷୁଦ୍ର ବୋଲି ପରିହାସ କରିବା ଉଚିତ ନୁହେଁ ବୋଲି କବି କହିଛନ୍ତି ।

(ଖ) ‘କ୍ଷୁଦ୍ର ନର ବୁଦ୍ଧି ବଳେ ଜିଣିଛି ବସୁନ୍ଧରା ।’’
Answer:
କ୍ଷୁଦ୍ର ନର ……………………………. ବସୁନ୍ଧରା ।
ଶଂସିତ ପଦ୍ୟାଶଟି ଡକ୍ଟର ଜାନକୀବଲ୍ଲଭ ମହାନ୍ତିଙ୍କ ରଚିତ ‘ଛୋଟରୁ ବଡ଼’ କବିତାରୁ ଆନୀତ । ଏଠାରେ କବି କ୍ଷୁଦ୍ର ମାନବ ନିଜର ବୁଦ୍ଧି ବଳରେ କିପରି ସମଗ୍ର ପୃଥ‌ିବୀ ଉପରେ ବିଜୟଲାଭ କରିପାରିଛି ତାହା ଉଲ୍ଲେଖ କରିଛନ୍ତି । ସୃଷ୍ଟିରେ ଅନ୍ୟାନ୍ୟ ବହୁ ଜୀବ ଅଛନ୍ତି ଯେଉଁମାନେ ମାନବଠାରୁ ଆକାରରେ ବଡ଼ ଏବଂ ଅଧିକ ଶକ୍ତିଶାଳୀ । ସେମାନଙ୍କ ତୁଳନାରେ ମାନବ ଆକାରରେ କ୍ଷୁଦ୍ର ହେଲେ ମଧ୍ୟ ତା’ର ମସ୍ତିଷ୍କରେ ଥିବା ଅସୀମ ବୁଦ୍ଧି ବଳରେ ସେ ବହୁ ଅସାଧ୍ୟ ସାଧନ କରିବାକୁ ସମର୍ଥ ହୋଇଥାଏ । ସୃଷ୍ଟିର ବିରାଟକାୟ ପ୍ରାଣୀମାନଙ୍କୁ ଆୟତ୍ତ କରି ସେମାନଙ୍କଦ୍ଵାରା ଅନେକ କାର୍ଯ୍ୟ ସାଧନ କରିପାରୁଛି । ଜଳ, ସ୍ଥଳ ଓ ଆକାଶର ରହସ୍ୟ ଭେଦକରି ସବୁଠାରେ ନିଜର ଆଧୂପତ୍ୟ ଜାହିର କରିବାକୁ ସେ ସମର୍ଥ ହୋଇପାରିଛି । ପ୍ରକୃତିକୁ ନିଜ ଆୟତ୍ତରେ ରଖ୍ ଇଚ୍ଛାନୁସାରେ ତା’ର ବିନିଯୋଗ କରିପାରୁଛି । ନିଜର ଜ୍ଞାନ ଓ ବୁଦ୍ଧି ବଳରେ ସେ ସାରା ବିଶ୍ୱକୁ ଜୟ କରିବାକୁ ସକ୍ଷମ ହୋଇପାରିଛି ।

(ଗ) ‘‘ଅମିୟ ଢାଳେ ଲଳିତ ସ୍ଵର ବିଧୁର ବହୁ ପ୍ରାଣେ ।’’
Answer:
ଅମିୟ ତାଳେ …………….. ବହୁ ପ୍ରାଣେ ।
ପ୍ରୋକ୍ତ ପଦ୍ୟାଂଶଟି ଡକୁର ଜାନକାବଲ୍ଲଭ ମହାନ୍ତିଙ୍କ ରଚିତ ‘ଛୋଟରୁ ଚଢ଼’ ଶାର୍ଯକ କବିତାରୁ ଆନାତା ଏଠାରେ କବି ମାନବର ଉଦାସ ପ୍ରାଣରେ ଆନନ୍ଦ ଓ ଉଲ୍ଲାସ ଭରିଦେବାରେ ସଙ୍ଗୀତର ବଳିଷ୍ଠ ଭୂମିକା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ସଙ୍ଗୀତର ଏକ ଯାଦୁକରୀ ଶକ୍ତି ରହିଛି । ତାହା କେବଳ ମାନବ ନୁହେଁ ପଶୁପକ୍ଷୀମାନଙ୍କୁ ମଧ୍ୟ ବଶୀଭୂତ କରିପାରେ । ଗୀତର ଲଳିତ ମଧୁର ସ୍ଵର ଦୁଃଖୀମନରୁ ଦୁଃଖର ଭାରା ଲାଘବ କରିଦିଏ । ଗୀତର ମନୋମୁଗ୍ଧକାରୀ ମୂର୍ଚ୍ଚନା ଉଦାସ ପ୍ରାଣରେ ଉଲ୍ଲାସ ଭରିଦିଏ । ବିଷାଦଗ୍ରସ୍ତ ମନରୁ ସକଳ ସନ୍ତାପ ଦୂରକରି ଶୀତଳତା ଭରିଦିଏ ସଙ୍ଗୀତ । ଏହାର ଅମୃତ ସ୍ଵର ମଣିଷ ମନର ସକଳ ବେଦନା ଦୂରକରି ହୃଦୟରେ ପୁଲକ ଭରିଦିଏ । ମନକୁ ଆମୋଦିତ କରିବାରେ ସଙ୍ଗୀତର ଅବଦାନ ଅନସ୍ବୀକାର୍ଯ୍ୟ ।

BSE Odisha 7th Class Odia Solutions Chapter 7 ଛୋଟରୁ ବଡ଼

Question ୪ ।
ପ୍ରାୟ ୧୦୦ଟି ଶବ୍ଦରେ ଉତ୍ତର ଲେଖ ।
କ୍ଷୁଦ୍ରଠାରେ ବିରାଟର ସମ୍ଭାବନା ନିହିତ ଥାଏ ବୋଲି କିପରି ଜାଣିବ ?
Answer:
‘ଛୋଟରୁ ବଡ଼’. କବିତାରେ କବି ଡକ୍ଟର ଜାନକୀବଲ୍ଲଭ ମହାନ୍ତି ପ୍ରତ୍ୟେକ କ୍ଷୁଦ୍ରଠାରେ କିପରି ବିରାଟତ୍ଵର ସମ୍ଭାବନା ନିହିତ ଥାଏ ବୋଲି ବର୍ଣ୍ଣନ କରିଛନ୍ତି । ଏଥ‌ିପାଇଁ ସେ ଆମ ସମ୍ମୁଖରେ ସାତଗୋଟି ଉଦାହରଣ ଉପସ୍ଥାପନ କରିଛନ୍ତି । କାନନ ବା ଉଦ୍ୟାନରେ, ଫୁଲଟିର କଢ଼ ଅବସ୍ଥାରେ ଥିଲାବେଳେ ଆକାରରେ ଖୁବ୍ କ୍ଷୁଦ୍ର ଥାଏ । ମାତ୍ର ବିକଶିତ ହେଲାପରେ ତା’ର ସୁଗନ୍ଧରେ ପରିପାର୍ଶ୍ବ ମହକିଉଠେ । ଛୋଟ କୂଅଟିରେ ଥିବା ଜଳରାଶି ବର୍ଷ ବର୍ଷ ଧରି ଆମକୁ ଜଳ ଯୋଗାଇ ଆମର ବହୁ ଉପକାର ସାଧନ କରେ ।

ବିଶୁଦ୍ଧ ଓ ସୁଶୀତଳ ଜଳ ଦାନକରି ଏହା ଆମକୁ ସନ୍ତୋଷ ପ୍ରଦାନ କରେ । କ୍ଷୁଦ୍ର ଏକ ପ୍ରଦୀପ ଯେତେବେଳେ ପ୍ରଜ୍ଜ୍ୱଳିତ ହୁଏ ତା’ର ଛୋଟ ଶିଖାଟି ଘନ ଅନ୍ଧକାର ଦୂର କରିବାରେ ସମର୍ଥ ହୋଇଥାଏ । ଅନ୍ଧକାର ରାତ୍ରିରେ ଛୋଟ ପ୍ରଦୀପଟିର ମହତ୍ତ୍ବ ଅନୁଭୂତ ହୋଇଥାଏ । ବର୍ଷାରେ ଆକାଶରୁ ପଡୁଥ‌ିବା କ୍ଷୁଦ୍ର ଜଳବିନ୍ଦୁମାନ ଏକତ୍ର ହୋଇ ଏକ ଛୋଟ ଜଳଧାରା ହୋଇ ବହିଯାଏ । ଏକାଧିକ ଜଳଧାରା ଏକତ୍ର ହେଲେ ତାହା ବିରାଟ ଜଳସ୍ରୋତରେ ପରିଣତ ହୁଏ ଏବଂ ସ୍ରୋତସ୍ଵିନୀଭାବେ ଭୟଙ୍କର ରୂପ ଧାରଣ କରିଥାଏ ।

ଦୁଃଖ ଲାଘବ ହୁଏ । ଉଦାସ ପ୍ରାଣରେ ଉଲ୍ଲାସ ଭରିଦେବାରେ ସଙ୍ଗୀତର ଲଳିତ ମଧୁର ସ୍ଵର ମହୌଷଧ କାମ କରେ । ସୁର, ତାଳ, ଲୟଭରା ସଙ୍ଗୀତର ଝଙ୍କାର ଲକ୍ଷ ଲକ୍ଷ ଲୋକଙ୍କୁ ଆନନ୍ଦ ପ୍ରଦାନ କରିଥାଏ । ନୌକାଟିଏ ଆକାରରେ କ୍ଷୁଦ୍ର ହେଲେ ମଧ୍ୟ ପ୍ରବଳ ସ୍ରୋତସ୍ଵିନୀର ବିକ୍ଷୁବ୍ଧ ଜଳଧାରାକୁ ଅଚିରେ ଅତିକ୍ରମ କରିପାରେ । ବନ୍ୟା ସମୟରେ ଚତୁପାର୍ଶ୍ଵ ଜଳାର୍ଣ୍ଣବ ହୋଇପଡ଼ିଥିଲା ବେଳେ ନୌକାହିଁ ଏକମାତ୍ର ସହାୟ ଭାବେ ନିଜ ମହତ୍ତ୍ଵ ପ୍ରତିପାଦନ କରେ । କ୍ଷୁଦ୍ର ଚାରାଗଛଟିଏ କ୍ରମେ ବଡ଼ହୋଇ ଏକ ବିଶାଳ ଦ୍ରୁମରେ ପରଣିତ ହୁଏ । ଫୁଲ, ଫଳ, ଛାୟା ଆଦି ଦାନ କରିବା ସହ ଜୀବଜଗତର ଯେ ଅଶେଷ କଲ୍ୟାଣ ସାଧନ କରେ ତାହା ଅସ୍ବୀକାର କରିହେବ ନାହିଁ ।

ଛୋଟ ଶିଶୁଟିଏ ବଡ଼ ହୋଇ ଦେଶ ଓ ଜାତିର ମାନ ବୃଦ୍ଧି କରିଥାଏ । ସାଧନା, ଅଧ୍ୟବସାୟ ବଳରେ ତା’ର ଅନ୍ତର୍ନିହିତ ଶକ୍ତି ବିକଶିତ ହୁଏ ଓ ସତ୍‌କର୍ମ ସାଧନଦ୍ୱାରା ସେ ମହାମାନବଭାବେ ପରିଗଣିତ ହୋଇପାରେ । ଏଣୁ ଶିଶୁମାନେ ନିଜକୁ କ୍ଷୁଦ୍ର ବୋଲି ମନେକରିବା ଉଚିତ ନୁହେଁ । ବୟସ୍କମାନେ ମଧ୍ଯ ଶିଶୁକୁ ସାମାନ୍ୟ ଓ ନଗଣ୍ୟ ମନେକରି ଅବହେଳା କରିବା ଉଚିତ ନୁହେଁ । ଉପଯୁକ୍ତ ଶିକ୍ଷା, ପରିବେଶ ଲାଭକଲେ ତା’ ମନରେ ଆତ୍ମବିଶ୍ଵାସ ସୃଷ୍ଟି ହୋଇପାରିବ ଏବଂ ତା’ର ଅନ୍ତର୍ନିହିତ ଶକ୍ତି ବିକଶିତ ହୋଇ ଦେଶ ଓ ଜାତିର କଲ୍ୟାଣରେ ବିନିଯୁକ୍ତ ହୋଇପାରିବ ।

Question ୫।
‘କ’ ସ୍ତମ୍ଭର ପଦ ସହିତ ‘ଖ’ ସ୍ତମ୍ଭର ସଂପର୍କିତ ପଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଛୋଟ କୂଅଟି ଯୋଗାଏ ଜଳ କ୍ଷୁଗ୍ମ ଜଳଧାରା
କ୍ଷୁଦ୍ର ବାରି ଧାରାଟି ହୁଏ ନେଶ ଜାତିର ମାନ
ଅମିୟ ତାଳେ ଲଳିତ ସ୍ୱର ଦିଗ୍ବିଦିଗ ଛୁଟେ
କ୍ଷୁଦ୍ର ଏକ ତରଣୀ ଲଢେ ଲୋକେ ବରଷ ମାସ
ଛୋଟ ଶିଶୁଟି ବଢି ରଖଇ ଚିଧୁର ବହୁ ପ୍ରାଣେ
ଯୁକ୍ତ ହୋଇ ବହୁର ସାଥେ ପ୍ରଚଳ ସ୍ରୋତସ୍ୱିନା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଛୋଟ କୂଅଟି ଯୋଗାଏ ଜଳ ଲୋକେ ବରଷ ମାସ
କ୍ଷୁଦ୍ର ବାରି ଧାରାଟି ହୁଏ ପ୍ରଚଳ ସ୍ରୋତସ୍ୱିନା
ଅମିୟ ତାଳେ ଲଳିତ ସ୍ୱର ଚିଧୁର ବହୁ ପ୍ରାଣେ
କ୍ଷୁଦ୍ର ଏକ ତରଣୀ ଲଢେ କ୍ଷୁଗ୍ମ ଜଳଧାରା
ଛୋଟ ଶିଶୁଟି ବଢି ରଖଇ ନେଶ ଜାତିର ମାନ
ଯୁକ୍ତ ହୋଇ ବହୁର ସାଥେ ଦିଗ୍ବିଦିଗ ଛୁଟେ

Question ୬।
ତଳେ ଲେଖାଥ‌ିବା ଅସଜଡ଼ା ଶବ୍ଦଗୁଡ଼ିକୁ ସଜାଡ଼ି ଲେଖ ।
(କ) ନର ଜିଣିଛି କ୍ଷୁଦ୍ର ବଳେ ବୁଦ୍ଧି ବସୁନ୍ଧରା ।
Answer:
କ୍ଷୁଦ୍ର ନର ବୁଦ୍ଧି ବଳେ ଜିଣିଛି ବସୁନ୍ଧରା ।’

(ଖ) ବଳେ ଶକତି ଯୋଗେ ସେହୁ ଲଭେ ସାଧନା ବିକାଶ ।
Answer:
ସାଧନା ବଳେ ଶକତି ଯୋଗେ ବିକାଶ ଲଭେ ସେହୁ ।

(ଗ) ଛୋଟ ଫୁଟେ ଦିନେ ହେଲେ ଦିନେ ଶକତି ବି ତା’ର ନା ।
Answer:
ହେଲେ ବି ଛୋଟ ଶକତି ତା’ର ଦିନେ ନା ଦିନେ ଫୁଟେ ।

BSE Odisha 7th Class Odia Solutions Chapter 7 ଛୋଟରୁ ବଡ଼

Question ୭।
ବାମ ପଟେ ଥ‌ିବା ଶବ୍ଦଗୁଡ଼ିକର ଅର୍ଥସୂଚକ ଶବ୍ଦ କୋଠରି ଭିତରେ ଅଛି । ତାକୁ ବାଛି ଲେଖ ଓ ମୂଳଶବ୍ଦକୁ
ବାକ୍ୟରେ ବ୍ୟବହାର କର ।
ଅମିୟ, ତମସା – କାତର, ଅମୃତ
ବାରି, ବସୁନ୍ଧରା – ଜଳ, ଅନ୍ଧକାର
ବିଧୁର, ଛୁଟେ – ପୃଥ୍ବା, ବ୍ୟାପିଯାଏ
Answer:
ଅମିୟ – ଅମୃତ
ଅମିୟ – ପୁଣ୍ଠର ଅମିୟ ସୁଗନ୍ଧ ଆମ ପ୍ରାଣରେ ପୁଲକ ଭରିଦିଏ ।
ବାରି – ଜଳ
ବାରି – ପ୍ରଚଳ ବାରିପାତରେ ସାରା ଅଞ୍ଚଳ କଳାର୍ଣ୍ଣବ ହୋଇଗଲା
ବସୁନ୍ଧରା – ପ୍ଠଥ୍ବା
ବସୁନ୍ଧରା – ବର୍ଷାରତୁରେ ବସୁନ୍ଧରା ସବୁଜିମାରେ ଭରିଉଠୋ
ବିଧୁର – କାତର
ବିଧୁର – ବିଧୁର ପ୍ର।ଶରେ ସଙ୍ଗ।ତ ଭରିଦିଏ ଶାନ୍ତି ଓ ଆନ୍ଦେ।
ଛୁଟେ – ବ୍ୟାପିଯାଏ
ଛୁଟେ – ପବନରେ ଫୁଲର ସୁଗନ୍ଧ ବହୁହରକୁ ଛୁଟିଯାଏ।

Question ୮।
ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
କାନନ, ତରୁ, ସ୍ରୋତସ୍ଵିନୀ, ତରଣୀ, ନର, ବସୁନ୍ଧରା, ଫୁଲ
Answer:
ଜାନନ – ଅରଣ୍ୟ, ବନ
ତରୁ – ପାଦପ, ବୃକ୍ଷ
ସ୍ରୋତସ୍ୱିନା – ତଟିନା, ନଦୀ
ତରଣୀ – ନୌକା, ଡଙ୍ଗା
ନର – ମାନବ, ମନୁଷ୍ୟ
ବସୁନ୍ଧରା – ବସୁମତା, ଧରିତ୍ରୀ
ଫୁଲ – କୁସୁମ, ପୁଷ୍ଠ

Question ୯ ।
ବିପରୀତାର୍ଥବୋଧକ ଶବ୍ଦ ଲେଖ ।
କ୍ଷୁଦ୍ର, ଅନ୍ଧାର, ଦିବା, ଲଳିତ, ଜିଣିବା
Answer:
କ୍ଷୁଦ୍ର – ବୃହତ୍
ଦିବା – ରାତ୍ରି
ଜିଶିବା – ହାରିବା
ଅନ୍ଧ।ର – ଆଲୁଅ
ଲଳିତ – କର୍କଶ

BSE Odisha 7th Class Odia Solutions Chapter 7 ଛୋଟରୁ ବଡ଼

Question ୧୦ ।
ନିମ୍ନଲିଖ ଶବ୍ଦଗୁଡ଼ିକୁ ନେଇ ଚାରିଧାଡ଼ିର କବିତାଟିଏ ଲେଖ ।
ଗଛ, ଛୋଟ, ପକ୍ଷୀ, ଝରଣା, ପାହାଡ଼, ବସା, ଜଳ, ବୁଦ୍ଧି
Answer:
ପାହାଡ଼ ତଳର ଛେ।ଟ ଝରଣା ତ୍କଳରେ
ବସା ବାନ୍ଧିଥିଲା ପକ୍ଷୀଟିଏ ଗଛ ଡାଳରେ ।
ଫଳ, ଜଳ ସବୁକିଛି ମିଳିବ ଏଠାରେ,
ଧନ୍ୟ ତା’ର ପକ୍ଷୀ ବୁଦ୍ଧି କିଏ ତା’ର ସରିରେ !

ତୁମପାଇଁ କାମ :

ଏହି କବିତାଟି ମୁଖସ୍ଥ କରି ଆବୃତ୍ତି କର ।
ଜାନକୀବଲ୍ଲଭ ମହାନ୍ତିଙ୍କ ଅନ୍ୟ ଲେଖା ସଂଗ୍ରହ କରି ଓ ପଢ଼ି ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନେ।ତ୍ତର

ଅତିସଂ ଷିପ୍ତ ପ୍ରଶ୍ନେ।ତ୍ତର

Question ୧।
ଫୁଲଟି କେଉଁଠି ଫୁଟିଥାଏ ଓ କିପରି ସମସ୍ତଙ୍କର ମନକୁ ହରଣ କରେ ?
Answer:
ଫୁଲଟି ବନରେ ବା ଉଦ୍ୟାନରେ ଫୁଟିଥାଏ । ସେ ଛୋଟ ହେଲେ ମଧ୍ୟ ତା’ର ସୌନ୍ଦର୍ଯ୍ୟ ଓ ସୁମଧୁର ମହକ ବଳରେ

Question ୨।
ଲୋକମାନେ ବର୍ଷ ବର୍ଷ ଧରି କେଉଁଠୁ ଜଳ ପାଆନ୍ତି ?
Answer:
କୂଅ ଲୋକମାନଙ୍କୁ ବର୍ଷ ବର୍ଷ ଧରି ଜଳ ଯୋଗାଇଥାଏ।

Question ୩।
ପ୍ରଦୀପ ଶିଖାଟିଏ ଆମର କି ଉପକାର କରୁଛି ?
Answer:
ପ୍ରଦୀପ ଶିଖାଟି ଅନ୍ଧକାରକୁ ଦୂର କରିପାରୁଛି । ସେ ଆଲୋକ ପ୍ରଦାନ କରି ଆମକୁ ପଥ ପଦର୍ଶନ କରେ। ଏହାର ଆଲୋକରେ ଆମେ ଅନ୍ଧାର ରାତିରେ ଆମେ ଅନେକ କାର୍ଯ୍ୟ କରିଥାଉ।

Question ୪ ।
କ’ଣ ମିଶି ଏକ ବିରାଟ ନଦୀରେ ପରିଣତ ହୁଏ ?
Answer:
କ୍ଷୁଦ୍ର ବାରିଧାରା ଏକତ୍ର ହୋଇ ବିରାଟ ଜଳଧାରାରେ ପରିଣତ ହୁଏ । ପ୍ରବଳ ସ୍ରୋତ ସହିତ ଏହା ଭୟଙ୍କର ରୂପ ଧାରଣ କରେ, ଶେଷରେ ଏହା ନଦୀରେ ପରିଣତ ହୁଏ।

Question ୫।
କ୍ଷୁଦ୍ର ଗୀତଟି ମନୁଷ୍ୟର କି କାର୍ଯ୍ୟ କରେ ?
Answer:
ଗୀତଟି କ୍ଷୁଦ୍ର ହେଲେ ମଧ୍ୟ ଏହାର ସୁମଧୁର ସ୍ଵର ଓ ଭାବ ପ୍ରତ୍ୟେକ ପ୍ରାଣକୁ ଆନନ୍ଦ ପ୍ରଦାନ କରେ। ଏହା ମନରୁ ଦୁଃଖ ଦୂର କରିଥାଏ। ହୃଦୟରେ ଶାନ୍ତି ଭରି ଦେଇଥାଏ ।

Question ୬।
ନଦୀ ପାରହେବା ପାଇଁ କାହାର ସାହାଯ୍ୟ ନିଆଯାଏ ?
Answer:
ନଦୀ ପାରହେବା ପାଇଁ ନାଆର ସାହାଯ୍ୟ ନିଆଯାଏ। ନାଆଟି କ୍ଷୁଦ୍ର ହେଲେ ମଧ୍ୟ ବିରାଟ ଜଳଧାରାକୁ ଅତିକ୍ରମ କରିଥାଏ।

BSE Odisha 7th Class Odia Solutions Chapter 7 ଛୋଟରୁ ବଡ଼

Question ୭ ।
ଛୋଟରୁ ବଡ଼ ହେବାର ୨ଟି ଦୃଷ୍ଟାନ୍ତ ଦିଅ ।
Answer:
ଛୋଟ ଚାରାଟି ଦିନେ ବିରାଟ ବୃକ୍ଷରେ ପରିଣତ ହୁଏ। ସେହିପରି କ୍ଷୁଦ୍ର ଜଳଧାରା ବିରାଟ ନଦୀରେ ପରିଣତ ହୋଇଥାଏ।

Question ୮।
ଛୋଟରୁ ବଡ଼ କବିତାର କବିଙ୍କ ନାମ କ’ଣ ?
Answer:
ଛୋଟରୁ ବଡ଼ କବିତାର କବି ହେଉଛନ୍ତି ଡକ୍ଟର ଜାନକୀବଲ୍ଲଭ ମହାନ୍ତି ।

ବସ୍ତ୍ ନିଷ୍ଠ ପ୍ରଶ୍ନୋତ୍ତର :

Question ୧।
‘ଛୋଟରୁ ବଡ଼’ କବିତାଟି ନିମ୍ନୋକ୍ତ ମଧ୍ୟରୁ କାହାଦ୍ଵାରା ରଚିତ ?
(କ) କୁନ୍ତଳାକୁମାରୀ ସାବତ୍
(ଖ) ସଚ୍ଚିଦାନନ୍ଦ ରାଉତରାୟ
(ଗ) ଅନନ୍ତ ପଟ୍ଟନାୟକ
(ଘ) ଜାନକୀବଲ୍ଲଭ ମହାନ୍ତି
Answer:
(ଘ) ଜାନକୀବଲ୍ଲଭ ମହାନ୍ତି

Question ୨।
‘ଛୋଟରୁ ବଡ଼’ କବିତା ମାଧ୍ୟମରେ କବି କ’ଣ ଆହ୍ଵାନ କରିଛନ୍ତି ?
(କ) ମଣିଷ ଛୋଟ ହୋଇ ରହିବା ଉଚିତ
(ଖ) ମଣିଷ ନମ୍ର ହୋଇ ରହିବା ଉଚିତ
(ଗ) ସାମାଜିକ ମୂଲ୍ୟ ବୁଝି ନୂତନ ଚେତନାରେ ଆଗେଇଯିବା ଉଚିତ
(ଘ) କାହାକୁ ଛୋଟ ମନେକରିବା ଉଚିତ ନୁହେଁ
Answer:
(ଗ) ସାମାଜିକ ମୂଲ୍ୟ ବୁଝି ନୂତନ ଚେତନାରେ ଆଗେଇଯିବା ଉଚିତ

Question ୩।
କ୍ଷୁଦ୍ର ମଧ୍ୟରେ ଅନେକ ସମ୍ଭାବନା ପୂରିରହିଛି – ତୁମ ପଠିତ କେଉଁ କବିତାରେ ଏହାର ଉଲ୍ଲେଖ ଅଛି ?
(କ) ବାଳୁତ ବୀର ସେ
(ଖ) କଳାମାଣିକରେ
(ଗ) କହିବି କଥାଟି
(ଘ) ଛୋଟରୁ ବଡ଼
Answer:
(ଘ) ଛୋଟରୁ ବଡ଼

BSE Odisha 7th Class Odia Solutions Chapter 7 ଛୋଟରୁ ବଡ଼

Question ୪।
‘କ୍ଷୁଦ୍ର ନର ବୁଦ୍ଧିବଳେ ଜିଣିଛି ବସୁନ୍ଧରା’ – ଏଠାରେ ‘ବସୁ’ର ଅର୍ଥ କ’ଣ ?
(କ) ଆକାଶ
(ଖ) ଜଳ
(ଗ) ରତ୍ନ
(ଘ) ଅମୃତ
Answer:
(ଗ) ରତ୍ନ

Question ୫।
ପୃଥ‌ିବୀକୁ ବସୁନ୍ଧରା କୁହାଯାଏ, କାରଣ
(କ) ଏହାର ଗର୍ଭରେ ରତ୍ନ ପୂରିରହିଛି
(ଖ) ବସୁ ନାମକ ଏକ ଦେବତାଙ୍କ ନାମାନୁସାରେ
(ଗ) ବାସୁକା ନାମକ ସର୍ପ ଏହାକୁ ଧାରଣକରିଛି
(ଘ) ବସୁ ନାମକ ଏକ ଦୈତ୍ୟକ ନାମାନୁସାରେ
Answer:
(କ) ଏହାର ଗର୍ଭରେ ରତ୍ନ ପୂରିରହିଛି

Question ୬।
କ୍ଷୁଦ୍ର ପ୍ରଦୀପ ଶିଖାଟି କାହାକୁ ଜିଣିପାରେ ?”
(କ) ଆଲୋକ
(ଖ) ବସୁନ୍ଧରା
(ଗ) ତମସା
(ଘ) ରାତି
Answer:
(ଗ) ତମସା

Question ୭।
କ୍ଷୁଦ୍ର ବାରିଧାରା କେଉଁଥ‌ିରେ ପରିଣତ ହୁଏ ?
(କ) ଝରଣା
(ଖ) ହଦ
(ଗ) ତଟିନା
(ଘ) ସମୁଦ୍ର
Answer:
(ଗ) ତଟିନା

Question ୮।
ଲକ୍ଷ ଜନମନରେ କିଏ ପୁଲକ ଆଣେ ?
(କ) କ୍ଷୁଦ୍ର ଗୀତି
(ଖ) କ୍ଷୁଦ୍ର ଫୁଲ
(ଗ) କ୍ଷୁଦ୍ର ଶିଶୁ
(ଘ) କ୍ଷୁଦ୍ର ପ୍ରଦୀପ
Answer:
(କ) କ୍ଷୁଦ୍ର ଗୀତି

Question ୯।
ଛୋଟ ଫୁଲଟି କ’ଣ କରେ ?
(କ) ବସୁନ୍ଧରା ଜିଣେ
(ଖ) ବାସ ବିତରଣ କରେ
(ଗ) ଲକ୍ଷ ଜନମନରେ ପୁଲକ ଆଶେ
(ଘ) ଦେଶ ଓ ଜାତିର ସମ୍ମାନ ରଖେ
Answer:
(ଗ) ଲକ୍ଷ ଜନମନରେ ପୁଲକ ଆଶେ

BSE Odisha 7th Class Odia Solutions Chapter 7 ଛୋଟରୁ ବଡ଼

Question ୧୦।
ଅମୀୟ ଢାଳେ ଲଳିତ ସ୍ଵର ବିଧୁର ବହୁ ପ୍ରାଣେ ।’ ଏଠାରେ ‘ଅମୀୟ’ କାହାକୁ ବୁଝାଉଛି ?
(କ) ଆଲୋକ
(ଖ) ଅମୃତ
(ଗ) ସ୍ନେହ
(ଘ) କ୍ଷୁଦ୍ର ଗୀତି
Answer:
(ଖ) ଅମୃତ

କବି ପରିଚୟ :

ଜଣେ କବି, ସମାଲୋଚକ, ଗାଳ୍ପିକ ତଥା କଥାକାରଭାବେ ତକ୍ତର ଜାନକାବଲ୍ଲଭ ମହାନ୍ତି ପାଠକ ସମାଜରେ ପରିଚିତ । ଜଣେ ପ୍ରସିଦ୍ଧ ଶିଶୁ ସାହିତ୍ୟିକ ଭାବେ ଶିଶୁ ଓ କିଶୋରମାନଙ୍କ ପାଇଁ ବହୁ ଗଳ୍ପ ଓ କବିତା ସେ ରଚନା କରିଯାଇଛନ୍ତି । ପିଲାମାନଙ୍କ ପାଇଁ ରଚିତ ଗଳ୍ପ ଓ କବିତାମାନଙ୍କରେ ସେ ସେମାନଙ୍କ ମନରେ ଉତ୍ସାହ, ପ୍ରେରଣା ପ୍ରଦାନ କରିଛନ୍ତି। ଛତ୍ରଛାତ୍ରୀମାନଙ୍କୁ ସାମାଜିକ ମୂଲ୍ୟବାଧ ସମ୍ପର୍କିତ ଶିକ୍ଷା ଦେବା ସହ ମନରେ ନୂତନ ଚେତନା ଜାଗ୍ରତ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି ।

କବିତାର ପୃଷ୍ଠଭୂମି :

ଛୋଟ କେବେ କ୍ଷୁଦ୍ର ହୋଇପାରେ ନାହିଁ କିମ୍ବା ବିରାଟ ସର୍ବଦା ମହତ୍ତର ମଧ୍ୟ ହୋଇପାରେ ନାହିଁ । ‘ଶେଫାଳି ପ୍ରତି’ କବିତାରେ କବି କୁନ୍ତଳା କୁମାରୀ ସାବତ କହିଛନ୍ତି

‘‘କ୍ଷୁଦ୍ର ତୋର ତନୁ ତହିଁ ଭରା ଏତେ ଅମୃତ
କବିତା ‘ଛୋଟରୁ ବଡ଼’ ଏକ ଶିକ୍ଷଣୀୟ କବିତା ।

କବିତା ‘ଛୋଟରୁ ବଡ଼’ ଏକ ଶିକ୍ଷଣାୟ କବିତା ଆଖୁକୁ ଯାହା ଛୋଟ ପରି ଦେଖାଯାଏ ବାସ୍ତବରେ ତା’ ମଧ୍ୟରେ ମହାନ୍ ଶକ୍ତି ଲୁକ୍‌କାୟିତ ଅବସ୍ଥାରେ ଥାଏ । ଛୋଟ ପିଲାଟିଏ ନିଜର କର୍ମ ବଳରେ ସମାଜରେ ମହାମାନବଭାବେ ଅବତାର୍ଣ୍ଣ ହୋଇପାରୋ ବ୍ୟକ୍ତି ନିଜ ଅନ୍ତର୍ନିହିତ ଶକ୍ତିକୁ ବିକଶିତ କରାଇବାପାଇଁ ସାଧନା ଓ ଜ୍ଞାନାର୍ଜନରେ ପ୍ରୟାସୀ ହେଲେ ଭବିଷ୍ୟତରେ ଦେଶ ଓ ଜାତିର ଗୌରବ ବୃଦ୍ଧିରେ ମୁଖ୍ୟ ଭୂମିକା ଗ୍ରହଣ କରିପାରେ । ତେଣୁ ଛୋଟ ମଧ୍ଯରେ ଭବିଷ୍ୟତର ବହୁ ସମ୍ଭାବନା ନିହିତ ଥାଏ । ଯାହା ଉପଯୁକ୍ତ ପରିବେଶ, ସାଧନା ଓ ଅଧ୍ୟବସାୟଦ୍ବାରା ବିକଶିତ ହୋଇଥାଏ । ତେଣୁ ପିଲାମାନେ ନିଜକୁ କ୍ଷୁଦ୍ର ବୋଲି ଭାବି ଅଯଥା ସମୟ ଅପଚୟ ନକରି ସାଧନା ଓ ଜ୍ଞାନଲାଭ ପାଇଁ ପ୍ରୟାସୀ ହେବା ଆବଶ୍ୟକ ଏବଂ ବଢ଼ମାନେ ମଧ୍ୟ କ୍ଷୁଦ୍ର ବୋଲି ଶିଶୁପ୍ରତି ଅବହେଳା ପ୍ରଦର୍ଶନ ନକରି ସେମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତିର ବିକାଶ ନିମିତ୍ତ ଉପଯୁକ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବା ଆବଶ୍ୟକ ବୋଲି କବି ଉପଦେଶ ଦେଇଛନ୍ତି ।

 କବିତାର ସାରକଥା :

‘ଛୋଟରୁ ବଡ଼’ କବିତାରେ କବି ଡକ୍ଟର ଜାନକୀବଲ୍ଲଭ ମହାନ୍ତି (ଭରଦ୍ଵାଜ) ବହୁ କ୍ଷୁଦ୍ର ଜିନିଷ ମଧ୍ୟରେ କିପରି ବିରାଟତ୍ଵ ଲୁଚି ରହିଛି ତାହା ବର୍ଣ୍ଣନା କରିଛନ୍ତି । କାନନ ବା ବନ-ଉପବନରେ କଢ଼ ଅବସ୍ଥାରେ ଥ‌ିବା ଛୋଟ ଫୁଲଟି ଦିନେ ପ୍ରସ୍ଫୁଟିତ ହୋଇ ତା’ର ସୁମଧୁର ସୁରଭିରେ ଚତୁଃପାର୍ଶ୍ଵ ମହକାଇ ଦିଏ। ତା’ର ସୁବାସରେ ଆମୋଦିତ ହୁଏ ଜୀବଜଗତ । ଛୋଟ ଛୋଟ ଫୁଲ ମଧ୍ୟରେ ଲୁକ୍‌କାୟିତ ସୁଗନ୍ଧ ବିକଶିତ ଅବସ୍ଥାରେ ପରିପାର୍ଶ୍ବକୁ ଆମୋଦିତ କରେ । ଛୋଟ କୂପଟିଏ ଅଳ୍ପ କିଛି ଜଳ ଧାରଣ କରିଥିବା ପରି ପରିଦୃଷ୍ଟ ହେଲେ ମଧ୍ୟ ମାସ ମାସ ବର୍ଷ ବର୍ଷ ଧରି ଲୋକମାନଙ୍କୁ ଜଳ ଯୋଗାଇ ତୃପ୍ତକରେ । ଖାଦ୍ୟ, ପାନୀୟ ତଥା ଅନ୍ୟାନ୍ୟ ବହୁବିଧ ଆବଶ୍ୟକତା ପୂରଣ କରି ଆମର ଅଶେଷ ଉପକାର ସାଧନ କରେ ।

ପ୍ରଦୀପଟିଏ ଆକାରରେ ଖୁବ୍ ଛୋଟ ହେଲେ ମଧ୍ୟ ତା’ର କ୍ଷୁଦ୍ର ପ୍ରଜ୍ବଳିତ ଶିଖା ଘନ ଅନ୍ଧକାର ଦୂର କରିବାରେ ସହାୟକ ହୁଏ । ଅନ୍ଧକାରରେ ଆଲୋକ ଦାନକରି ଆମକୁ ବାଟ ଦେଖାଏ। ଘନ ଅନ୍ଧକାର ଦୂର କରିବାରେ କ୍ଷୁଦ୍ର ପ୍ରଦୀପ ଶିଖାର ମହତ୍ତ୍ବ ବାସ୍ତବିକ ସୃଷ୍ଟିର ବୈଚିତ୍ରା । ବର୍ଷାରେ ଆକାଶରୁ ପଡୁଥ‌ିବା ଜଳବିନ୍ଦୁମାନ ଏକତ୍ରିତ ହୋଇ କ୍ଷୁଦ୍ର ଜଳଧାରା ହୋଇ ନିମ୍ନସ୍ଥାନକୁ ବହିଯାଏ । ପୁନଶ୍ଚ ସେହି କ୍ଷୁଦ୍ର ବାରିଧାରାଗୁଡ଼ିକ ଏକତ୍ର ହୋଇ ବିରାଟ ଜଳସ୍ରୋତ ପାଲଟିଯାଆନ୍ତି ଉଦାସ ପ୍ରାଣରେ ଆନନ୍ଦ ଭରିଦେବାରେ ସଙ୍ଗୀତର ଭୂମିକା ଅନସ୍ବୀକାର୍ଯ୍ୟ । ବ୍ୟକ୍ତିର ମନ ଦୁଃଖରେ ଭାରାକ୍ରାନ୍ତ ହୋଇପଡ଼ିଥିଲାବେଳେ ସଙ୍ଗୀତର ମୂର୍ଚ୍ଚନା ତା’ର ମନରେ ପୁଲକ ଭରିଦିଏ । ସଙ୍ଗୀତର ଅମିୟ ଲଳିତ ସ୍ଵର ଦୁଃଖୀମନକୁ ଆମୋଦିତ କରେ ।

ନୌକାଟି ଆକାରରେ ଛୋଟ ହେଲେ ମଧ୍ୟ ପ୍ରବଳ ସ୍ରୋତସ୍ଵିନୀର କ୍ଷୁବ୍ଧ ଜଳଧାରାକୁ ଅଚିରେ ଅତିକ୍ରମ କରିଥାଏ । ପ୍ରବଳ ବନ୍ୟା ସମୟରେ ଚତୁର୍ଦ୍ଦିଗ ଜଳାର୍ଣ୍ଣବ ହୋଇପଡ଼ିଥିଲାବେଳେ ଚଳପ୍ରଚଳର ଏକମାତ୍ର ଉପାୟଭାବେ ଭୟଙ୍କର ଖରସ୍ରୋତକୁ ଅତିକ୍ରମ କରି ଆମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ଦେଇଥାଏ । ମନୁଷ୍ୟ ବିଧାତାଙ୍କ ସୃଷ୍ଟିରେ କ୍ଷୁଦ୍ର ଜୀବଟିଏ ହେଲେ ମଧ୍ୟ ନିଜର ବୁଦ୍ଧି ବଳରେ ଅସାଧ୍ୟ ସାଧନ କରିପାରେ; ପୃଥ‌ିବୀକୁ ଜୟ କରିପାରେ । ଛୋଟ ଚାରାଗଛଟିଏ ଦିନେ ବିଶାଳ ଦ୍ରୁମରେ ପରିଣତ ହୋଇ ଜୀବଜଗତର ଅଶେଷ କଲ୍ୟାଣ ସାଧନ କରିଥାଏ । ସେହିପରି ଛୋଟ ଶିଶୁଟିଏ ବଡ଼ ହୋଇ ଭବିଷ୍ୟତରେ ଦେଶ ଓ ଜାତିର ସମ୍ମାନ ରକ୍ଷାକରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିପାରେ । ନିଜର ଶକ୍ତି ଓ ସାଧନାଦ୍ଵାରା ତଥା ପରିବେଶର ସାହଚର୍ଯ୍ୟରେ ସେ ତା’ କ୍ଷୁଦ୍ର ଶରୀର ଓ ମନକୁ ବିକଶିତ କରାଇ ମହାନ୍ ଶକ୍ତିର ଆସନରେ ଆସୀନ ହୋଇପାରେ ।

ଏଣୁ କ୍ଷୁଦ୍ର ବୋଲି କାହାକୁ ଅବହେଳିତ କରିବା ଉଚିତ ନୁହେଁ ବା କ୍ଷୁଦ୍ର ବୋଲି କେହି ମନରେ ହୀନମନ୍ୟତା ଭାବ ପୋଷଣ କରିବା ମଧ୍ୟ ଉଚିତ ନୁହେଁ । କାରଣ ଉଦ୍ୟମ ଓ ଉଦ୍‌ଯୋଗଦ୍ଵାରା ତା’ ମଧ୍ୟରେ ଥ‌ିବା ଅସୀମ ସମ୍ଭାବନା ବିକାଶପ୍ରାପ୍ତ ହୋଇପାରେ । ଉତ୍ତମ ପରିବେଶରେ ଉପଯୁକ୍ତ ସାଧନା ତାକୁ ସଫଳତାର ଶୀର୍ଷରେ ପହଞ୍ଚାଇ ଦିଏ ।

କଠିନ ଶବ୍ଦାର୍ଥ :

  • ତମସା – ଅନ୍ଧକାର ।
  • ବାରି – ଜଳ / ପାଣି ।
  • ପୁଲକ – ଆନନ୍ଦ ଉଲ୍ଲାସ / ରୋମାଞ୍ଚ ।
  • ଅମିୟ – ଅମୃତ ।
  • ଲଳିତ – ଚାରୁ / କୋମଳ / ମଧୁର ।
  • ବିଧୁର – କାତର ।
  • ତରଣୀ – ନୌକା / ଡଙ୍ଗା / ନାଆ ।
  • କ୍ଷୁବ୍ଧ – ଆନ୍ଦୋଳିତ ।
  • ବସୁନ୍ଧରା – ପୃଥ‌ିବୀ / ଧରିତ୍ରୀ ।
  • ନିହିତ – ଗୁଣ ବା ଭାବ ରହିବା ।
  • ବିକାଶ – ଫୁଟି ଉଠିବା / ଦୀପ୍ତ ହେବା ।
  • ପ୍ରଦାପ – ବାପା
  • ସ୍ରୋତସ୍ୱିନା – ବାପା
  • ବିତରି – ବାଶ୍ମା
  • ଦିଗ୍ବିଦିଗ – ଚାରିଆଡୋ
  • କାନନ – ବନା
  • ଲଘେ – ଅତିକ୍ରମ କରୋ
  • ସମ୍ଭାବନା – ଉଚିଷ୍ୟତରେ ଘଟିଯାରେ ଏହି ଜ୍ଞାନ ବା ଭାବା
  • ଛୁଟେ – ବ୍ୟାପିଯାଏ
  • ସାଧନା – ବିଶେଷ ଚେଷ୍ଟା

BSE Odisha 7th Class Odia Solutions Chapter 6 ବାଳୁତ ବୀର ସେ

Odisha State Board BSE Odisha 7th Class Odia Solutions Chapter 6 ବାଳୁତ ବୀର ସେ Textbook Exercise Questions and Answers.

BSE Odisha Class 7 Odia Solutions Chapter 6 ବାଳୁତ ବୀର ସେ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ବର୍ଷାବତାସି ବେଳେ ନାଉରି ଟୋକା କେଉଁଠି ଥିଲା ?
Answer:
ଭୟଙ୍କର ଝଡ଼ବର୍ଷା ସମୟରେ ନାଉରିଟୋକା ବାଜିରାଉତ ନିର୍ଭୟରେ ନାଆ ମଙ୍ଗରେ ହାତରଖ୍, କାତ ଓ ଆହୁଲାକୁ ନାଆରେ ଡେରିଦେଇ ବ୍ରାହ୍ମଣୀ ନଦୀ ଘାଟକୁ ଜଗି ବସିଥିଲା।

(ଖ ) ସେ କାହାର ଆଦେଶରେ କେଉଁଠିକି ନାଆ ନେଇଥିଲା?
Answer:
ପ୍ରଜା ଆନ୍ଦୋଳନ ସମୟରେ ପ୍ରଜାମଣ୍ଡଳ ନିର୍ଦ୍ଦେଶକ୍ରମେ ସେ ବ୍ରାହ୍ମଣୀ ନଦୀଘାଟ ଜଗିବାର ଦାୟିତ୍ଵ ନେଇଥିଲା । ସେ ନଦୀ ତଟଦେଶରୁ ବିଲ ମଧ୍ୟକୁ ନାଆ ଭିଡ଼ି ନେଇଥିଲା ।

(ଗ) ନାଉରି ଟୋକାକୁ କେଉଁମାନେ ଡାକିଲେ ?
Answer:
ଗଡ଼ଜାତ ଅଞ୍ଚଳକୁ ପ୍ରବେଶ କରିବାକୁ ବ୍ରିଟିଶ ଫୌଜ ନଦୀଘାଟରେ ପହଞ୍ଚି ନାଉରି ଟୋକାକୁ ଅତି କର୍କଶ ସ୍ଵରରେ ନାଆଁ ଲଗାଇବାକୁ ଡାକିଲେ।

(ଘ) ସେମାନେ ନାଉରି ଟୋକାକୁ ଡାକି କ’ଣ କହିଲେ ?
Answer:
ବ୍ରିଟିଶ ସିପାହିମାନେ ନାଉରି ଟୋକାକୁ ଡାକି ଶୀଘ୍ର ନାଆଁ ଆଣିବାକୁ କହିଲେ । ସେମାନେ ସେ ଅଞ୍ଚଳ ଓ ଗ୍ରାମ ସମ୍ପର୍କରେ କିଛି ଜାଣି ନଥିବାରୁ ଶୀଘ୍ର ନଦୀ ପାର ହୋଇ ସେମାନଙ୍କୁ ସେ ଅଞ୍ଚଳ ସମ୍ପର୍କରେ ଅନୁସନ୍ଧାନ କରିବାକୁ ପଡ଼ିବ । ତେଣୁ ତୁରନ୍ତ ନାଆ ଆଣି ନଦୀପାର କରାଇ ଦେବାକୁ ରୁକ୍ଷ ସ୍ବରରେ ନାଉରିକୁ ସେମାନେ ଡାକ ପକାଇଲେ ।

(ଙ) ନାଉରି ଟୋକା ସେମାନଙ୍କ କଥା ଶୁଣି କ’ଣ କଲା ?
Answer:
ନାଉରି ଟୋକା ବାଜି ସେମାନଙ୍କ ଆଦେଶକୁ ଭୂକ୍ଷେପ ନକରି ଓଠ ଚାପି ଏକ ତାଚ୍ଛଲ୍ୟଭରା ହସ ହସି ଉଠିଲା ଏବଂ ବିଲ ମଧ୍ୟକୁ ସେ ଦୂରକୁ ଦୂରକୁ ନାଆ ବାହି ନେଇଗଲା ।

(ଚ) ଏହାପରେ କ’ଣ ହେଲା ?
Answer:
ନାଉରି ଟୋକା ବାଜି ଦୃଢ଼ତାର ସହ ବିଲ ମଧ୍ୟକୁ ନାଆ ବାହିନେବା ଲକ୍ଷ୍ୟ କରି ସିପାହିମାନେ ତା’ପ୍ରତି କଟୁ ଶବ୍ଦ ପ୍ରୟୋଗ କରି ନାଆ କୂଳକୁ ଆଣିବାପାଇଁ ଗର୍ଜନ କରି ଡାକ ଛାଡ଼ିଲେ । ମାତ୍ର ବାଜିରାଉତ ସେମାନଙ୍କ ଡାକ ପ୍ରତି କର୍ଣ୍ଣପାତ ନକରି ଦୃଢ଼ ସ୍ବରରେ ଉତ୍ତର ଦେଲା ଯେ ନରହତ୍ୟାକାରୀ, ରକ୍ତପିପାସୁ ଫିରିଙ୍ଗି ଫଉଜକୁ ସେ ପାରି କରିପାରିବ ନାହିଁ । ଗାଁର ଭାଇମାନେ ସିପାହୀଙ୍କୁ ପାରି କରିବାକୁ ବାରଣ କରିଥିବାରୁ ସେ ନାଆ ନେଇପାରିବ ନାହିଁ । ଏହି ଉତ୍ତରରେ ହୃଦୟହୀନ ବ୍ରିଟିଶ ଫୌଜ କ୍ରୋଧୃତ ହୋଇ ତା’ ଉପରକୁ ଗୁଳି ଚଳାଇଥିଲେ । ନାଆ ଉପରେ ତା’ର ରକ୍ତ ଜୁଡୁବୁଡୁ ଦେହ ଟଳିପଡ଼ିବା ପରେ ମଧ୍ୟ ସେମାନଙ୍କ କ୍ରୋଧ ପ୍ରଶମିତ ହୋଇନଥିଲା । ନଦୀ ପହଁରି ନାଆ ନିକଟକୁ ଆସି ସିପାହିମାନେ ବାଜିରାଉତକୁ ବନ୍ଧୁକ ସଙ୍ଗିନ ମୁନରେ ଆକ୍ରମଣ କରି ରକ୍ତାକ୍ତ କରିଦେଲେ । ମାତ୍ର ସେତେବେଳକୁ ବାଜି ସହିଦ ହୋଇ ସାରିଥିଲା ।

BSE Odisha 7th Class Odia Solutions Chapter 6 ବାଳୁତ ବୀର ସେ

Question ୨।
ଦୁଇଟି ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ବାଳୁତ ବୀର ବୋଲି କାହିଁକି କୁହାଯାଇଛି ?
Answer:
ମାତ୍ର ବାରବର୍ଷ ବୟସର ଛୋଟିଆ ବାଳକଟିଏ ବାଜିରାଉତ । ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁର ଗାଁର ଗରିବ ଖଣ୍ଡାୟତ ସନ୍ତାନ ସେ । ଗଡ଼ଜାତ ପ୍ରଜା ଆନ୍ଦୋଳନ କାଳରେ ପ୍ରଜାମଣ୍ଡଳ ଆଦେଶରେ ବ୍ରାହ୍ମଣୀ ନଦୀଘାଟ ଜଗିବାକୁ ସେ ବାହାରି ଯାଇଥିଲା । ବୟସରେ ଏତେ ଛୋଟ ହେଲେ ମଧ୍ୟ ବ୍ରିଟିଶ ପୋଲିସ ଫୌଜର ହୁକୁମକୁ, ନାଲିଆକୁ ଏବଂ ମୃତ୍ୟୁର ଧମକକୁ ସେ ଖାତିର କରିନାହିଁ । ଧୂଳିଖେଳ ଖେଳୁଥ‌ିବା ନାଉରିପିଲା ହୋଇ ମଧ୍ୟ ସେ ଅନନ୍ୟ ସାହସିକତା ପ୍ରଦର୍ଶନ କରି ଇଂରେଜ ଫୌଜକୁ ନଦୀ ପାରିକରାଇ ନଦେବାରୁ ସେମାନଙ୍କ ଗୁଳିଚୋଟରେ ସହିଦ ହେଲା । ବୀର ବାଜି ରାଉତ ନିଜର ଅପୂର୍ବ ସାହସିକତା, କର୍ତ୍ତବ୍ୟରେ ନିଷ୍ଠାପରତା ପ୍ରଦର୍ଶନ କରି ତା’ର ଅମୂଲ୍ୟ ଜୀବନକୁ ଦେଶ ପାଇଁ ଯେପରିଭାବେ ଉତ୍ସର୍ଗ କରିଗଲା, ସେଥ୍ପାଇଁ ସେ ଇତିହାସରେ ଚିର ଅମର ହୋଇରହିଗଲା । ସେଥ‌ିପାଇଁ ତାକୁ ବାଳୁତ ବାର ବୋଲି କୁହାଯାଇଛିା

(ଖ) କେଉଁମାନଙ୍କ ଆଖୁ ଅସୁର ଆଖୁ କୁହାଯାଇଛି ଓ କାହିଁକି ?
Answer:
ବ୍ରିଟିଶ ପୋଲିସ ଫୌଜଙ୍କୁ ଅସୁର ଭାବେ ବର୍ଣ୍ଣନା କରାଯାଇଛି । ସେମାନଙ୍କର ଅମାନୁଷିକତା, ବର୍ବରତାକୁ ଲକ୍ଷ୍ୟକରି କବି ସେମାନଙ୍କୁ ଅସୁରଭାବେ ଅଭିହିତ କରିଛନ୍ତି । ପ୍ରଜା ଆନ୍ଦୋଳନ ଦମନ କରିବାକୁ ଆସି ସେମାନେ ବ୍ରାହ୍ମଣୀ ନଦୀଘାଟରେ ପହଞ୍ଚିଥିଲେ । ନାଆ ଅନୁସନ୍ଧାନରେ ସେମାନେ ଏତେତେଣେ ଚାହିଁ ଅଦୂରରେ ବାଜିରାଉତକୁ ନାଆ ଉପରେ ଦେଖାରିଥିଲେ । ସେମାନଙ୍କ ଚାହାଁଣିରେ ଭରି ରହିଥୁଲା କୁରତା ଓ ନିଷ୍ଠୁରତା । ମଣିଷକୁ ପୋକମାଛି ପରି ମନେ କରୁଥ‌ିବା ସେହି ଇଂରେଜ ଫୌଜର ଚାହାଁଣିକୁ କବି ‘ଅସୁର ଆଖ୍’ ବୋଲି କହିଛନ୍ତି ।

(ଗ) ନାଉରି ଟୋକା ଦୂରକୁ ନାଆ ବାହିନେବା କାର୍ଯ୍ୟରୁ ତା’ର କେଉଁ ମନୋଭାବ ପ୍ରକାଶ ପାଉଛି ?
Answer:
ବ୍ରିଟିଶ ଫୌଜ ନଦୀଘାଟରେ ନାଆଁ ଆଣିବାପାଇଁ ବାଜିରାଉତକୁ କର୍କଶ ସ୍ବରରେ ହୁକୁମ ଦେଇଥିଲେ; କିନ୍ତୁ ବାଜି ସେମାନଙ୍କ ଆଦେଶ ପ୍ରତି ତିଳେ କର୍ଣ୍ଣପାତ ନକରି ବିଲ ଗୋହିରୀରେ ଦୂରକୁ ଦୂରକୁ ନାଆ ବାହି ନେଇଥିଲା । ଓଠ ଚାପି ଏକ ତାଚ୍ଛଲ୍ୟଭରା ହସ ହସି ଉଠିଥିଲା । ଏଥୁଁ ତା’ର ବୀରତ୍ୱ ତଥା ସାହସିକତା ସହଜେ ଅନୁମେୟ । ଯେଉଁ ଦୁର୍ଘର୍ଷ ବ୍ରିଟିଶ ଫୌଜ ନାଁ ଶୁଣିଲେ ସାଧାରଣ ଲୋକେ ଭୟ ଓ ଆତଙ୍କରେ ଶିହରି ଉଠୁଥିଲେ, ସେମାନଙ୍କ ଆଦେଶକୁ ଅବଜ୍ଞା କରି ବାଜି ଅସାଧାରଣ ସାହସିକତାର ପରିଚୟ ପ୍ରଦାନ କରିଛି । ତା’ର ଦୂରକୁ ନାଆ ବାହିନେବା କାର୍ଯ୍ୟରୁ ବ୍ରିଟିଶ ଫୌଜର ହୁକୁମ, ନାଲିଆଖ୍ କି ମୃତ୍ୟୁର ଧମକ ପ୍ରତି ବେଖାତିର ମନୋଭାବ ପ୍ରକାଶ ପାଉଛି ।

(ଘ) ‘ନେବି ନାହିଁ ନାହା ଭାଇର ଆଦେଶ ନାହିଁ ।’’ – ଏଠାରେ ‘ଭାଇ’ ବୋଲି କାହାକୁ କୁହାଯାଉଛି ?
Answer:
ବ୍ରିଟିଶ ପୋଲିସ ଫୌଜ ନାଆ କୂଳକୁ ଆଣି ସେମାନଙ୍କୁ ପାରି କରିଦେବାକୁ ବାଜିରାଉତକୁ ଆଦେଶ ଦେଇଛନ୍ତି; ମାତ୍ର ସେମାନଙ୍କ ଆଦେଶକୁ ତିଳେ ମାତ୍ର ଖାତିର ନ କରି ନାଆ ନେବାକୁ ସେ ସ୍ପଷ୍ଟ ମନା କରିଦେଇଥିଲା ଏବଂ ଭାଇର ଆଦେଶ ନାହିଁ ବୋଲି କହିଥିଲା । ଭାଇର ଆଦେଶ ବୋଲି ସେ ଯାହା କହିଥିଲା, ତାହା ଥିଲା ପ୍ରଜାମଣ୍ଡଳର ନିଷ୍ପତ୍ତି । ପ୍ରଜାମଣ୍ଡଳ ନିଜ ମଧ୍ୟରେ ପାଳିକରି ଘାଟ ଜଗିବାର ସିଦ୍ଧାନ୍ତ ନେଇଥିଲେ । ସେହି ଭାଇମାନଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ବାଜିରାଉତ ଫୌଜଙ୍କୁ ପାରି କରିବାକୁ ସିଧା ମନା କରିଦେଇଥିଲା ।

(ଡ) ବ୍ରିଟିଶ ଫଉଜ ଓ ସେଠାକାର ସାଧାରଣ ଜନତାଙ୍କ ମଧ୍ୟରେ କାହିଁକି ଲଢ଼େଇ ଲାଗିଥିଲା ?
Answer:
ବ୍ରିଟିଶ ଶାସକ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ନିଜ ଶାସନାଧୀନ କରି ସେମାନଙ୍କଠାରୁ ବଳପୂର୍ବକ କର ଆଦାୟ କରିବାକୁ ଆରମ୍ଭ କରିଥିଲା । ଅତ୍ୟାଚାରିତ, ଦଳିତ ଗଡ଼ଜାତ ଅଞ୍ଚଳବାସୀ ତା’ର ବିରୋଧ କରିବାରୁ ସେମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଯାଇଥିଲା । ସାଧାରଣ ପ୍ରଜା ମିଳିତଭାବେ ଇଂରେଜମାନଙ୍କ ଏତାଦୃଶ ଯଥେଚ୍ଛାଚାର ବିରୋଧରେ ସଂଗ୍ରାମ କରିବାକୁ ନିଷ୍ପରି କଲେ । ଇଂରେଜମାନେ ମଧ୍ୟ ପ୍ରଜାମଣ୍ଡଳର ବିଦ୍ରୋହ ଦମନ କରିବାକୁ ପୋଲିସ ଫୌଜକୁ ନିୟୋଜିତ କଲେ । ତେଣୁ ବ୍ରିଟିଶ ଫୌଜ ଓ ସାଧାରଣ ଜନତାଙ୍କ ମଧ୍ୟରେ ଲଢ଼େଇ ଲାଗିଥିଲା ।

(ଚ) ନାଉରି ପିଲାଟି ବିଜୟର ଗାର ଲେଖୁଦେଲା ବୋଲି କାହିଁକି କୁହାଯାଇଛି ?
Answer:
ପ୍ରଜାମଣ୍ଡଳର ଆଦେଶକୁ ଅକ୍ଷରେ ଅକ୍ଷରେ ମାନି ବାଜିରାଉତ ବ୍ରିଟିଶ ପୋଲିସ ଫୌଜକୁ ନଦୀ ପାରି କରାଇ ଦେଇନଥିଲା । କର୍ତ୍ତବ୍ୟ ପାଳନ କରିବାକୁ ଯାଇ ସେ ହସି ହସି ନିଷ୍ଠୁର ଫୌଜର ବନ୍ଧୁକ ଗୁଳି ଆଗରେ ନିଜ ଅମୂଲ୍ୟ ଜୀବନକୁ ଦେଶପାଇଁ ଉତ୍ସର୍ଗ କରିଗଲା । ବନ୍ଧୁକର ଭୟ ତାକୁ କର୍ତ୍ତବ୍ୟରୁ ବିଚ୍ୟୁତ କରିପାରିନଥିଲା । ତା’ର ମୃତ୍ୟୁ ସୁପ୍ତ ଦେଶବାସୀଙ୍କ ଶୀତଳ ଧମନୀରେ ଉଷ୍ମତା ଭରିଦେଇଗଲା । ତା’ର ଅପୂର୍ବ ଦେଶପ୍ରେମ ଦେଶବାସୀଙ୍କ ସୁପ୍ତମନରେ ଚମକ ସୃଷ୍ଟିକଲା । ତା’ର ମୃତ୍ୟୁ ବିଦ୍ରୋହ ତଥା ସ୍ଵାଧୀନତା ସଂଗ୍ରାମର ପ୍ରଥମ ବିଜୟ ଭାବେ ଗୃହୀତ ହେଲା ।

BSE Odisha 7th Class Odia Solutions Chapter 6 ବାଳୁତ ବୀର ସେ

Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ଅନ୍ଧାର ତଳୁ କେତୁଟା ଅସୁର ଆଖ୍
‘କିଏରେ ନାଉରି ? ଘାଟରୁ ଉଠିଲା ଡାକି ।
Answer:
ଅନ୍ଧାର ତଳୁ …………………… ଉଠିଲା ତାକି।
ଉଦ୍ଧୃତାଂଶଟି କବି ଅନନ୍ତ ପଟ୍ଟନାୟକଙ୍କ ରଚିତ “ ବାଳୁତ ବୀର ସେ” କବିତାରୁ ଆସିଅଛି। ଏଠାରେ କବି ବ୍ରିଟିଶ୍ ଫୌଜକୁ ଅସୁର ସହିତ ତୁଳନା କରିଛନ୍ତି। ୧୯୩୮ ମସିହାର ଗଡ଼ଜାତ ପ୍ରଜାଆନ୍ଦୋଳନବେଳେ ପ୍ରଜାମଣ୍ଡଳର ଆଦେଶରେ ବ୍ରାହ୍ମଣୀ ନଦୀର ଘାଟ ଜଗିବାର ପାଳି ପଡ଼ିଥିଲା ବାରବର୍ଷ ବୟସର ବାଳକ ବାଜି ରାଉତ ଉପରେ। ପ୍ରବଳ ଝଡ଼ବର୍ଷାର ଘୋର ଅନ୍ଧକାର ଭିତରେ ନାଆ ମଙ୍ଗରେ ଆହୁଲା ଡେରିଦେଇ ବାଜି ରାଉତ ଶତ୍ରୁସୈନ୍ୟଙ୍କୁ ଜଗି ବସିଥିଲା। ନଦୀ ପାରି କରିଦେଲେ ସିନା ରକ୍ତପିପାସୁ ଶତ୍ରୁ ଦଳ ତାଙ୍କ ଗାଁ ଗଣ୍ଡାରେ ପଶିବେ। ଅତ୍ୟାଚାରର ଦମନଲୀଳା ଚଳାଇବେ ।

ହଠାତ୍ ରାକ୍ଷସ ବ୍ରିଟିଶ ଫୌଜର କର୍କଶ ଆଦେଶରେ ବାଜି ସତର୍କ ହୋଇଗଲା। ଫିକା ଅନ୍ଧାର ଭିତରେ ଅସୁରମାନଙ୍କର ଆଖ୍ ତା’ ଉପରେ ପଡ଼ିଥିଲା। କିଏରେ ନାଉରି ଶୀଘ୍ର ଡଙ୍ଗା ଲଗାଇ ଘାଟ ପାରି କରିଦେବାକୁ କଡ଼ା ଆଦେଶ ଶୁଭିଲା । ରାତି ନ ପାହୁଣୁ ଏବଂ ଗାଁ ଲୋକେ ଜାଣିବା ପୂର୍ବରୁ ଘାଟରେ ଡଙ୍ଗା ଲଗାଇବାପାଇଁ ସେମାନେ ବାରମ୍ବାର ଗର୍ଜନ କଲେ। କିନ୍ତୁ ବାଜି ଥିଲା ଅବିଚଳିତ। କଠୋର ଦାୟିତ୍ଵ ଯୋଗୁଁ ସେ ରାକ୍ଷସ ସେନାର ଧମକରେ ଡରି ନଯାଇ ପାଟବିଲ ଦେଇ ଡଙ୍ଗା ବହୁ ଦୂରକୁ ବାହି ନେଇଯାଇଥିଲା । ବାଳକ ବାଜି ରାତ୍ତତର ବାରତ୍ଵ ଓ ସାହସିକତା ବାସ୍ତ୍ରବିକ ପ୍ରଶଂସନାୟ ଅଟେ।

(ଖ) ‘‘ନେବି ନାହିଁ ନାହା, ଭାଇର ଆଦେଶ ନାହିଁ ।’’
“ନେବି ନାର୍ହିଁ ……………………… ଆଦେଶ ନାର୍ହି।”
ଶଂସିତ ପଦ୍ୟାଶଟି କବି ଅନନ୍ତ ପଟ୍ଟନାୟକଙ୍କ ରଚିତ ‘ବାଳୁତ ବୀର ସେ’ ଶୀର୍ଷକ କବିତାରୁ ଆନୀତ । ଏଠାରେ କବି ବାଳୁତ ବୀର ବାଜିରାଉତର ଆସାଧାରଣ ବୀରତ୍ଵ ଓ ସାହସିକତା ଉପରେ ଆଲୋକପାତ କରିଛନ୍ତି । ପ୍ରଜାମଣ୍ଡଳ ବିଦ୍ରୋହ ଦମନ କରିବାପାଇଁ ସଶସ୍ତ୍ର ବ୍ରିଟିଶ ଫୌଜ ନଦୀବନ୍ଧରେ ପହଞ୍ଚ୍ ‘ କିଏରେ ନାଉରି ବୋଲି ଡାକ ଛାଡ଼ିଲେ । ଦୂରକୁ ଦୂରକୁ ନାଆ ବାହି ନେଉଥ‌ିବା ବାଜିରାଉତ ଉଦ୍ଦେଶ୍ୟରେ କର୍କଶ ସ୍ଵରରେ ନାଆ ଆଣିବାପାଇଁ ଚିତ୍କାର କରିଉଠିଲେ । ବାଜିରାଉତ କିନ୍ତୁ ନିଜ ଜିଦରେ ଅଟଳ ରହି ନାଆକୁ ପାଟ ଭିତରକୁ ବାହି ନେଉଥିଲା । ସିପାହିଙ୍କ ଡାକରାର ଜବାବରେ ସେ ସେମାନଙ୍କୁ ଅତ୍ୟାଚାରୀ, ହତ୍ୟାକାରୀ ଓ ରକ୍ତପିପାସୁ ବୋଲି ରୋକଠୋକ୍ ଶୁଣାଇ ଦେଇଥିଲା । ଏପରି ଜାତି ଓ ଦେଶର ଶତ୍ରୁକୁ ପାରି କରିବାକୁ ତା’ ଗାଁ ଭାଇ ମନା କରିଛନ୍ତି । ଏଣୁ ଭାଇର ଆଦେଶ ବିନା କାହାକୁ ସେ ନଦୀ ପାର କରିବ ନାହିଁ ବୋଲି ସ୍ପଷ୍ଟଭାବେ ଜଣାଇ ଦେଇଥିଲା । ଦୁଦ୍ଧର୍ଷ ବ୍ରିଟିଶ ଫୌଜକୁ ସେ ଯେପରି ଭାବେ ଜବାବ ଦେଲା, ସେଥୁରୁ ତା’ର ଅପୂର୍ବ ସାହସିକତା, ବୀରତ୍ବ ଓ ସ୍ପଷ୍ଟବାଦିତାର ପରିଚୟ ମିଳେ ।

(ଗ ) ‘‘ଦଳିତ ଜାତିର ଲଲାଟେ ଲେଖୁଲା ମୁକ୍ତି ସମରେ, ଆଦ୍ୟ ବିଜୟ ଗାର ।”
Answer:
ଦଳିତ ଜାତିର ……………………………. ବିଜୟ ଗାର ।
ଉଦ୍ଧୃତାଂଶଟି କବି ଅନନ୍ତ ପଟ୍ଟନାୟକଙ୍କ ରଚିତ ‘ବାଳୁତ ବୀର ସେ’ ’କବିତାରୁ ଆନୀତ। ବୀର ବାଜି ରାଉତର ଆତ୍ମବଳି ମୁକ୍ତି ସଂଗ୍ରାମର ପ୍ରଥମ ବିଜୟର ଟୀକା ବୋଲି ଏଠାରେ କବି ବର୍ଣ୍ଣନା କରିଛନ୍ତି। ମଣିଷ ମରାଳି, ଅତ୍ୟାଚାରୀ ବ୍ରିଟିଶ୍ ଫୌଜକୁ ଗାଁରେ ପୁରାଇଦେବ ନାହିଁ ବୋଲି ବାଜି ରାଉତ ତା ଜିଦରେ ଅଟଳ ଥିଲା। ମୁକ୍ତି ସଂଗ୍ରାମରେ ଝାସଦେଇ ଗଡ଼ଜାତର ପ୍ରଜାମାନେ ଇଂରେଜମାନଙ୍କର ବିରୋଧ କରୁଥିଲେ। ପ୍ରଜାମଣ୍ଡଳର ଆଦେଶ ପାଳନ କରିବାକୁ ଫୌଜଙ୍କର ଧମକ ଚମକରେ ଡରିନଯାଇ ବାଜି ସେମାନଙ୍କୁ ପାରି କରିଦେଇ ନଥିଲା। ଶେଷକୁ ଦୁର୍ବର୍ଷ ସେନାବାହିନୀଙ୍କ ଗୁଳିଚୋଟରେ ବାଜି ଡଙ୍ଗା ଉପରେ ଟଳି ପଡ଼ିଲା।

ବନ୍ଧୁକର ସଙ୍ଗୀନ ମୁନରେ କଅଁଳିଆ ଖପୁରିକୁ ତା’ର ସେମାନେ ତାଡ଼ି ପକାଇଲେ । ସେ ଦେଶ ପାଇଁ ଜାତି ପାଇଁ ସହିଦ ହେଲା। ତା’ର ନିଭୀକତା, ସାହସ ଓ ଦୃଢ଼ତା ଆମ ଲୋକମାନଙ୍କ ମନରେ ସାହସ ଓ ପ୍ରେରଣା ଭରିଦେଲା। ଆଖପାଖ ଗାଁରୁ ଲୋକମାନେ ଖବର ପାଇ ଧାଇଁ ଆସିଲେ। ଯେଉଁମାନେ ବାହୁବଳୀ ଇଂରେଜମାନଙ୍କୁ ଭୟକରି ନୀରବରେ ଅତ୍ୟାଚାର ସହୁଥିଲେ, ବାଜି ରାଉତର ମୃତ୍ୟୁ ସେମାନଙ୍କ ମନରେ ଦମ୍ଭ ଓ ସାହସ ଦେଲା। ଗୋଟିଏ ସୁପ୍ତ, ନୀରବ ଓ ଅତ୍ୟାଚାରିତ ଦଳିତ ଜାତିର ପ୍ରେରଣାର ଉତ୍ସ ହୋଇ ବାଳୁତ ବୀର ବାଜି ରାଉତ ଚିର ଅମର ହୋଇଗଲା।

Question ୪ ।
ଯେପରି ‘ରକତ’ ଶବ୍ଦର ଅନ୍ୟରୂପ ‘ରକ୍ତ’, ସେହିପରି ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ଅନ୍ୟରୂପ ଲେଖ ।
ବରଷା, ପୂରୁବ, ଦରବ, ମୁକତି, ସୁରୂଜ
Answer:
ବରଷା – ବର୍ଷା
ପୂରୁବ – ପୂର୍ବ
ଦରବ – ଦ୍ରବ୍ୟ
ମୁକତି – ମୁକ୍ତି
ସୁରୂଜ – ସୂର୍ଯ୍ୟ

Question ୫।
ବିପରୀତ ଅର୍ଥବୋଧକ ଶବ୍ଦ ଲେଖ ।
ସଞ୍ଜ, ପୂର୍ବ, ଅନ୍ଧାର, ହସ, ଦୂର, ବୀର, ବାଳୁତ, ମୁକ୍ତି, ଉଦୟ
Answer:
ସଞ୍ଜ – ସକାଳ
ପୂର୍ବ – ପଶ୍ଚିମ
ଅନ୍ଧାର – ଆଲୁଅ / ଆଲୋକ
ହସ – କାନ୍ଦ
ଦୂର – ନିକଟ
ବୀର – ଭାବୁ
ବାଳୁତ – ବୃଦ୍ଧି
ମୁକ୍ତି – ବନ୍ଧନ
ଉଦୟ – ଅସ୍ତ୍ର

‘କ’ ସ୍ତମ୍ଭରେ ଥ‌ିବା ପଦଗୁଡ଼ିକୁ ‘ଖ’ ସ୍ତମ୍ଭର ସଂପର୍କିତ ପଦ ସହିତ ଯୋଡ଼ି ଲେଖ ।

‘କ’ ସ୍ତ୍ରମ୍ଭ ‘ଖ’ ସ୍ତ୍ରମ୍ଭ
ପୂରୁବ ଆକାଶେ ଫିକା ନ ପଡ଼ୁଣୁ ରାତି ଆଣରେ ବେଗେ ତୁ, ଲଗାରେ କୂଳରେ ନାହା ହସିଲା ଟୋକା ସେ ଓଠକୁ ଓଠରେ ଚାପି ତତଲା ରକତ ଧାର ମନକୁ ମନ ତା କି କଥା ଅତଳ ମାପି ମୁକ୍ତି ସମରେ ଆଦ୍ୟ ବିଜୟ ଗାର ଡାକିଲେ ଶତ୍ରୁ କଟାଶିଆ ଡୋଳେ ଚାହିଁ ବିହଗେ ନଉଠୁଁ କଳକାକଳିରେ ମାତି

Answer:

‘କ’ ସ୍ତ୍ରମ୍ଭ ‘ଖ’ ସ୍ତ୍ରମ୍ଭ
ପୂରୁବ ଆକାଶେ ଫିକା ନ ପଡ଼ୁଣୁ ରାତି ଆଣରେ ବେଗେ ତୁ, ଲଗାରେ କୂଳରେ ନାହା ହସିଲା ଟୋକା ସେ ଓଠକୁ ଓଠରେ ଚାପି ତତଲା ରକତ ଧାର ବିହଗେ ନଉଠୁଁ କଳକାକଳିରେ ମାତି ଡାକିଲେ ଶତ୍ରୁ କଟାଶିଆ ଡୋଳେ ଚାହିଁ ମନକୁ ମନ ତା କି କଥା ଅତଳ ମାପି ମୁକ୍ତି ସମରେ ଆଦ୍ୟ ବିଜୟ ତାରି

Question ୭।
ଦିଆଯାଇଥିବା ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖା
ବର୍ଷା, ନଈ, ନାଆ, ରାତି, ନାଉରି, ମେଘ
Answer:
ବର୍ଷା – ବୃଷ୍ଟି, ବାରିପାତ
ନାଆ – ନାବ, ଡଙ୍ଗା
ନାଉରି – ନାବିକ, ନାଉରିଆ
ନଈ – ତଟିନା, ସରିତ
ରାତି – ରାତ୍ରି, ନିଶା / ନିଶି
ମେଘ – ବାରିଦ, ଘନ

BSE Odisha 7th Class Odia Solutions Chapter 6 ବାଳୁତ ବୀର ସେ

Question ୮।
ପ୍ରାୟ ୧୦୦ଟି ଶବ୍ଦ ଭିତରେ ଉତ୍ତର ଲେଖ ।
(କ) ପ୍ରଜା ଆନ୍ଦୋଳନରେ ବାଜିରାଉତର ଭୂମିକା ।
Answer:
୧୯୩୮ ମସିହାରେ ଆମ ଗଡ଼ଜାତ ଅଞ୍ଚଳରେ ପ୍ରଜା ଆନ୍ଦୋଳନ ଜୋରଦାର ଚାଲିଥିଲା। ବ୍ରିଟିଶ ଫୌଜକୁ ନିଜ ଅଞ୍ଚଳରେ ପୂରାଇ ନ ଦେବାକୁ ପ୍ରଜାମଣ୍ଡଳ ନିଷ୍ପତ୍ତି ନେଇଥିଲା। ଫଳରେ ବ୍ରାହ୍ମଣୀ ନଦୀର ଘାଟ ଜଗିବା ପାଳି ବାଜି ରାଉତର ପଡ଼ିଥିଲା। ଝଡ଼ବର୍ଷା, ବିଜୁଳି ଘଡ଼ଘଡ଼ିକୁ ଖାତିର ନକରି ସେ ଡଙ୍ଗା ମଙ୍ଗରେ ରାତିସାରା ଜଗି ବସିଲା। ଅନ୍ଧାରୁଆବେଳେ ବ୍ରିଟିଶ୍ ଫୌଜଙ୍କର ଡାକରା ଓ ଧମକ ଚମକ ସେ ଡରିନଯାଇ ପାଟ ବିଲ ଦେଇ ତଳଆଡ଼କୁ ଡଙ୍ଗାନେଇ ପଳାଇ ଗଲା। ବରଂ ସେମାନଙ୍କୁ ଦୁଷ୍ଟ, ଅତ୍ୟାଚାରୀ, ରକ୍ତପିପାସୁ ରାକ୍ଷସ କହି ଡଙ୍ଗା ନ ଲଗାଇବାକୁ ରୋକ୍ ଠୋକ୍ ମନା କରିଦେଲା। ଦେଶ ଓ ଜାତିର ଆହ୍ବାନ ତା ପାଇଁ ମୁଖ୍ୟ ଥିଲା। ଶେଷରେ ଦୁର୍ଦ୍ଧର୍ଷ ଇଂରେଜ ସେନାଙ୍କର ଗୁଳିରେ ବାଜି ସେହି ନାଆ ଉପରେ ଟଳି ପଡ଼ିଲା। ସିପାହୀମାନେ ନଦୀ ପହଁରି ଆସି ବନ୍ଧୁକ ମୁନରେ ତା’ର ମୁଣ୍ଡକୁ ଭୂଷିଦେଇ ଖପୁରୀ ଉଡ଼ାଇ ଦେଲେ। ବାଜି ଦେଶ ପାଇଁ ଜୀବନ ଦେଇ ନିଜର ଅପୂର୍ବ ସାହସିକତାର ପ୍ରମାଣ ଦେଇଗଲା। ତେଣୁ, କବି କହିଛନ୍ତି

“ ପଛଘୁଞ୍ଚା ନାହିଁ ବୀରର ଜାତକେ
ନ ମରେ ସେ କେଉଁ ପରାଣ ଆତଙ୍କେ।”

(ଖ) ଅତ୍ୟାଚାରୀର ଶାସନ ସରିଲା ଭକ୍ତିର ଯଥାର୍ଥତା ।
Answer:
ବ୍ରିଟିଶ ଶାସନାଧୀନ ଭାରତବର୍ଷର ସାଧାରଣ ଜନତା ଇଂରେଜମାନଙ୍କ ଅକଥନୀୟ ଅତ୍ୟାଚାର ଓ ଶୋଷଣରେ ଜର୍ଜରିତ ହୋଇପଡ଼ିଥିଲେ । ସେମାନଙ୍କ ଦୁର୍ଦ୍ଧର୍ଷ ସେନାବାହିନୀର ଅମାନୁଷିକ, ବର୍ବରୋଚିତ ଦମନଲୀଳା ଦେଶବାସୀଙ୍କୁ ଆତଙ୍କିତ କରିପକାଇଥିଲା । ତେଣୁ ପ୍ରତ୍ୟକ୍ଷଭାବେ ସେମାନଙ୍କୁ ବିରୋଧ କରିବାକୁ ସେମାନେ ସାହସ କରିପାରି ନଥିଲେ । ଢେଙ୍କାନାଳ ପ୍ରଜା ଆନ୍ଦୋଳନକୁ ଦମନ କରିବାକୁ ବ୍ରିଟିଶ ଫୌଜ ନିୟୋଜିତ ହେଉଛନ୍ତି ଜାଣି ପ୍ରଜାମଣ୍ଡଳ ସେମାନଙ୍କୁ କୌଣସି ପ୍ରକାରେ ଅଞ୍ଚଳରେ ପ୍ରବେଶ କରାଇ ନ ଦେବାକୁ ପ୍ରଜାମଣ୍ଡଳ ନିଷ୍ପତ୍ତି ନେଲା । ବ୍ରାହ୍ମଣୀ ନଦୀଘାଟକୁ ପାଳିକରି ଜଗିବାକୁ ସର୍ବସାଧାରଣଙ୍କ ସଭାରେ ସ୍ଥିର ହେଲା । ଘାଟ ଜଗିବା ଦାୟିତ୍ଵକୁ ସେଦିନ ବାଜିରାଉତ ସ୍ଵଇଚ୍ଛାରେ ଗ୍ରହଣ କରିଥିଲା ।

ଏକାକୀ ବାଳୁତ ବୀର ବାଜି ଇଂରେଜ ଫୌଜଙ୍କୁ ନଦୀପାର କରିବାକୁ ମନାକରି ସେମାନଙ୍କ ବନ୍ଧୁକ ଚୋଟରେ ସହିଦ ହୋଇଗଲା । ତା’ର ସେହି ଆତ୍ମତ୍ୟାଗ ଦଳିତ ଜାତିର ସୁପ୍ତ ପ୍ରାଣରେ ଜାଗରଣ ସୃଷ୍ଟିକଲା । ବାଜିରାଉତର ମୃତ୍ୟୁ ସାରା ଦେଶବାସୀଙ୍କ ମନରେ ବିଦ୍ରୋହ ଓ ଆନ୍ଦୋଳନକୁ ତୀବ୍ରତର କରାଇଲା । ତା’ର ଆତ୍ମବଳିଦାନ ମୁକ୍ତି ସଂଗ୍ରାମର ଇତିହାସରେ ପ୍ରଜାବିଦ୍ରୋହର ପ୍ରଥମ ବିଜୟଭାବେ ଗୃହୀତ ହେଲା । ରାଜ୍ୟବାସୀ ଶତସିଂହର ବଳ ବିକ୍ରମରେ ଏହି ଦମନଲୀଳା ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଲାଗିଲେ । ଏହା ଲକ୍ଷ୍ୟ କରି କବି କହିଛନ୍ତି ଯେ ଦୀର୍ଘଦିନ ଧରି ବିଦେଶୀ ଶାସକ ବିରୋଧରେ ଦେଶବାସୀଙ୍କ ହୃଦୟରେ ଯେଉଁ ନିଆଁ କୁହୁଳୁଥିଲା ତାହା ପ୍ରଜ୍ବଳିତ ହୋଇଉଠୁଥ‌ିବାରୁ ଅତ୍ୟାଚାରୀର ଶାସନ ଯେ ଅଚିରେ ବିଲୋପ ହେବ ଏହା ନିଃସନ୍ଦେହରେ କୁହାଯାଇପାରେ ।

(ଗ) ମେଘ କୋଳେ ଦୂରେ ଉଇଁଲା ସୂର୍ଯ୍ୟ – ଉକ୍ତ ଉକ୍ତିର ତାତ୍ପର୍ଯ୍ୟ ।
Answer:
ଗଡ଼ଜାତ ପ୍ରଜା ଆନ୍ଦୋଳନ ଦମନ ପାଇଁ ଆସିଥିବା ବ୍ରିଟିଶ ଫୌଜଙ୍କୁ ବ୍ରାହ୍ମଣୀ ନଦୀ ପାର କରାଇ ନଦେବା ପାଇଁ ସେଦିନ ଘାଟ ଡଙ୍ଗା ଜଗିବା ଦାୟିତ୍ଵ ବାଜିରାଉତ ଉପରେ ନ୍ୟସ୍ତ ଥିଲା । ପ୍ରଜାମଣ୍ଡଳର ନିଷ୍ପତ୍ତିକ୍ରମେ ପୂର୍ବ ସନ୍ଧ୍ୟାରେ ଏକାକୀ ନଦୀଘାଟକୁ ବାହାରି ଯାଇଥିଲା ବାଜିରାଉତ । ରାତ୍ରିର ଆକାଶ କିନ୍ତୁ ଥିଲା ଭୟଙ୍କର । ବର୍ଷା ଓ ବତାସର ଘନଘଟା ଭିତରେ ପରିବେଶ ଥିଲା ଭୟସଙ୍କୁଳ । ମାତ୍ର ବାରବର୍ଷର ବାଳକ, ମନରେ ଥିଲା ତାର ଅସୀମ ସାହସ ଓ ଅସାମାନ୍ୟ ବୀରତ୍ଵ । ସେହି ବର୍ଷାରାତିର ଅନ୍ଧକାର ମଧ୍ୟରେ ସେ ନାଆ ମଙ୍ଗରେ ବସିରହିଥିଲା ସାରା ରାତି । ରାତି ପାହିଲାବେଳକୁ ବ୍ରିଟିଶ ଫୌଜର ଡାକରାରେ ସତର୍କ ହୋଇଉଠିଥିଲା ବାଜି ।

ସେମାନଙ୍କ କର୍କଶ ସ୍ଵରକୁ ଖାତିର ନକରି ପାଟ ଭିତରକୁ ବାହି ନେଇଥିଲା ନାଆକୁ । ଦୁର୍ଦାନ୍ତ ସେନାବାହିନୀ କିନ୍ତୁ ବାଜିରାଉତର ଏତାଦୃଶ କାର୍ଯ୍ୟ ସହ୍ୟ କରିନପାରି ବନ୍ଧୁକ ଗୁଳିରେ ତା’ର ଜବାବ ଦେଇଥିଲେ । ନାଆ ମଙ୍ଗରେ ଶେଷ ନିଃଶ୍ୱାସ ତ୍ୟାଗକରି ଟଳିପଡ଼ିଥିଲା ବାଜି । ସେତେବେଳକୁ ମେଘୁଆ ଆକାଶର ବାଦଲ ଫାଙ୍କରୁ ସୂର୍ଯ୍ୟ ଉଇଁ ଆସୁଥିଲେ । ଆଖପାଖ ଅଞ୍ଚଳରୁ ନାଆ ନିକଟକୁ ପ୍ରଜାବର୍ଗ ଧାଇଁ ଆସିଥିଲେ । ବାଜିରାଉତର ମୃତ୍ୟୁ ସେମାନଙ୍କ ବିଦ୍ରୋହୀ ପ୍ରାଣରେ ସତେଯେପରି ଅଗ୍ନି ସଂଯୋଗ କଲା । ସେମାନଙ୍କ ସୁପ୍ତ ପ୍ରାଣରେ ଜାଗରଣ ସୃଷ୍ଟିକଲା । ଅସୀମ ବଳ ବିକ୍ରମରେ ସେମାନେ ଅତ୍ୟାଚାରୀର ଶାସନକୁ ବିରୋଧ କରିବାକୁ ଆଗେଇ ଆସିଲେ । ସେମାନଙ୍କର ସେହି ସଂଗ୍ରାମୀ କାର୍ଯ୍ୟକଳାପ ଲକ୍ଷ୍ୟକରି କବି ସ୍ଵାଧୀନତା ଆଉ ବେଶି ବିଳମ୍ବ ନୁହେଁ ବୋଲି କହିଛନ୍ତି । ଆକାଶରେ ସେହି ନୂତନ ସୂର୍ଯ୍ୟର ଉଦୟକୁ କବି ସ୍ଵାଧୀନତାର ସୂର୍ଯ୍ୟଭାବେ ବର୍ଣ୍ଣନା କରିଛନ୍ତି । ସେହି ସୂର୍ଯ୍ୟ ପରାଧୀନତାର ଅନ୍ଧକାରକୁ ଅଚିରେ ନାଶ କରିବ ବୋଲି କବି ଆଶା ପ୍ରକାଶ କରିଛନ୍ତି ।

ତୁମପାଇଁ କାମ :

  • ‘ବାଳୁତ ବୀର ସେ’ କବିତା ପରି ଆଉ କେତୋଟି ଜାତୀୟତାବାଦୀ କବିତା ସଂଗ୍ରହ କରି ପଢ଼ ।
  • ବାଜିରାଉତ ପରି ଆମ ଦେଶର ଆଉ କେତେକ ସହିଦମାନଙ୍କର ନାମ ସଂଗ୍ରହ କର ।
  • ଏହି କବିତାଟିକୁ ଗାଇବା ସହ ନାଟକ ଆକାରରେ ଅଭିନୟ କର ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ ସଂଗ୍ରହ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନେ।ତ୍ତର

ଅତିସଂ ଷିପ୍ତ ପ୍ରଶ୍ନେ।ତ୍ତର

Question ୧।
ବାଳୁତ ବୀର ସେ କବିତାର କବି କିଏ ?
Answer:
‘ବାଳୁତ ବୀର ସେ’ କବିତାର କବି ହେଉଛନ୍ତି ଅନନ୍ତ ପଟ୍ଟନାୟକ।

Question ୨।
ଗଡ଼ଜାତ ପ୍ରଜା ଆନ୍ଦୋଳନ କେବେ ହୋଇଥିଲା ?
Answer:
ଗଡ଼ଜାତ ପ୍ରଜା ଆନ୍ଦୋଳନ ୧୯୩୮ ମସିହାରେ ହୋଇଥିଲା ।

Question ୩ ।
ଗଡ଼ଜାତ ପ୍ରଜା ଆନ୍ଦୋଳନରେ ବାଜି ରାଉତକୁ କେଉଁ ଦାୟିତ୍ଵ ମିଳିଥିଲା ?
Answer:
ଗଡ଼ଜାତ ପ୍ରଜା ଆନ୍ଦୋଳନରେ ବାଜି ରାଉତକୁ ବ୍ରାହ୍ମଣୀ ନଦୀଘାଟ ଜଗିବାର ଦାୟିତ୍ଵ ମିଳିଥିଲା।

Question ୪ ।
ରାତିରେ ନାଉରି ଟୋକା କ’ଣ କରୁଥିଲା ?
Answer:
ରାତିରେ ନାଉରି ଟୋକା ବାଜି ରାଉତ ବିଲରେ ନାଆ ଭିଡ଼ି ମଙ୍ଗରେ ହାତ ରଖ୍ ଚେଇଁ ଶୋଇଥିଲା।

Question ୫।
ବର୍ଷାବତାସି ବେଳେ ନାଉରିଆ ଟୋକା କେଉଁଠି ଶୋଇଥିଲା ?
Answer:
ବର୍ଷା ବତାସିବେଳେ ନାଉରିଆ ଟୋକା ନିଜର ନାଆରେ ଚେଇଁ ଶୋଇଥିଲା।

BSE Odisha 7th Class Odia Solutions Chapter 6 ବାଳୁତ ବୀର ସେ

Question ୬।
ନାଉରି ଟୋକାକୁ କେଉଁମାନେ ଡାକିଲେ ?
Answer:
ନାଉରି ଟୋକାକୁ ଗଡ଼ଜାତକୁ ପ୍ରବେଶ କରିବାକୁ ଆସିଥିବା ବ୍ରିଟିଶ ଫୌଜ ଡାକିଲେ।

Question ୭।
ବ୍ରିଟିଶ୍ ସିପାହୀମାନେ କେତେବେଳେ ନାଉରିଆକୁ ଡାକିଲେ ?
Answer:
ବ୍ରିଟିଶ୍ ସିପାହୀମାନେ ଡାକିଲାବେଳକୁ ପୂର୍ବ ଆକାଶରେ ଫିକା ପଡ଼ି ନ ଥିଲା, ପକ୍ଷୀମାନଙ୍କର କଳକାକଳି ଶୁଣାଯାଉ ନ ଥୁଲା ଓ ଅନ୍ଧକାର ହୋଇଥିଲା।

Question ୮।
ସିପାହୀମାନେ ଡାକୁଥୁବା ଜାଣି ନାଉରି ଟୋକା କ’ଣ କଲା ?
Answer:
ସିପାହୀମାନେ ଡାକୁଥିବା ଜାଣି ନାଉରି ଟୋକା ନିଜର ଓଠ ଚାପି ଏକ ତାଚ୍ଛଲ୍ୟଭରା ହସ ହସି ଉଠିଲା ଓ ବିଲ ମଧ୍ୟକୁ ସେ ଦୂରକୁ ଦୂରକୁ ନାଆ ବାହି ନେଇଗଲା।

Question ୯।
ନାଉରି ଟୋକା ନାଆ ଦୂରକୁ ନେଇଯିବାରୁ ସିପାହୀ କ’ଣ କହିଲେ ?
Answer:
ନାଆ ଦୂରକୁ ନେଇଯିବାରୁ ସିପାହୀ ରୁକ୍ଷ ଦୃଷ୍ଟିରେ ତା’ଆଡ଼କୁ ଚାହିଁଥିଲେ।

Question ୧୦।
ସିପାହିମାନଙ୍କ କଥା ଶୁଣି ନାଉରି ଟୋକା ବାଜି ରାଉତ କ’ଣ କହିଲା ?
Answer:
ସିପାହିମାନଙ୍କ କଥା ଶୁଣି ବାଜି ରାଉତ ବୀର ଦର୍ପରେ ହସିଦେଇ କହିଲା ଭାଇର ଆଦେଶ, ସେ ନାହା ନେବ ନାହିଁ ।

ବସ୍ତ୍ ନିଷ୍ଠ ପ୍ରଶ୍ନୋତ୍ତର :

Question ୧।
‘ବାଳୁତ ବୀର ସେ’ କବିତାଟି କାହାର ରଚନା ?
(କ) ସଚ୍ଚିଦାନନ୍ଦ ରାଉତରାୟ
(ଖ) ଜାନକାବଲ୍ଲଭ ମହାନ୍ତି
(ଗ) ଡ. ମହେଶ୍ଵର ମହାନ୍ତି
(ଘ) ଅନନ୍ତ ପଟ୍ଟନାୟକ
Answer:
(ଘ) ଅନନ୍ତ ପଟ୍ଟନାୟକ

Question ୨।
ଅନନ୍ତ ପଟ୍ଟନାୟକଙ୍କ ରଚିତ କବିତାଗୁଡ଼ିକର ମୁଖ୍ୟ ଭାବ କ’ଣ ?
(କ) କୃଷକ ଜାବନର ଗାଥା
(ଖ) ଶିଶୁ ମନଲାଖ୍ କୌତୁକ କଥା
(ଗ) ଶ୍ରେଣୀହୀନ ସମାଜ ପ୍ରତିଷ୍ଠାର ସ୍ବର
(ଘ) ଆଧ୍ୟାତ୍ମିକତାର ସ୍ଵର
Answer:
(ଗ) ଶ୍ରେଣୀହୀନ ସମାଜ ପ୍ରତିଷ୍ଠାର ସ୍ବର

BSE Odisha 7th Class Odia Solutions Chapter 6 ବାଳୁତ ବୀର ସେ

Question ୩।
‘ଅନ୍ଧାର ତଳୁ କେତୁଟା ଅସୁର ଆଖ୍’ – ଏଠାରେ ଅସୁର ବୋଲି କାହାକୁ କୁହାଯାଇଛି ?
(କ) ବଣଭୁଆମାନଙ୍କ ଆଖ୍
(ଖ) ବ୍ରିଟିଶ୍ ଫଉଜ
(ଗ) ରାତ୍ରିଚରମାନଙ୍କ ଆଖ୍
(ଘ) ଚୋରମାନଙ୍କ ଆଖ୍
Answer:
(ଖ) ବ୍ରିଟିଶ୍ ଫଉଜ

Question ୪।
‘ବାଳୁତ ବୀର ସେ’ କବିତାରେ ‘ନାଉରୀ ଟୋକା’ କାହାକୁ କୁହାଯାଇଛି ?
(କ) ଯତୀନ ଦାସ
(ଖ) ସଭରକର
(ଗ) ବାଜି ରାଉତ
(ଘ) ଜୟା ରାଜଗୁରୁ
Answer:
(ଗ) ବାଜି ରାଉତ

Question ୫ ।
‘ହସିଲା ଟୋକା ସେ, ଓଠକୁ ଓଠରେ ଚାପି’ – ଏହି କବିତାଂଶରେ ନାଉରୀ ଟୋକାର କେଉଁ ଗୁଣ କଥା କୁହାଯାଇଛି ?
(କ) ଭୟ
(ଖ) ବୀରତ୍ଵ ଓ ସାହସ
(ଗ) ପିଲଳିଆମି
(ଘ) ମ୍ରିୟମାଣ ଅବସ୍ଥା
Answer:
(ଖ) ବୀରତ୍ଵ ଓ ସାହସ

Question ୬।
‘ମଣିଷ-ମରାଳି ଆମରି ରକ୍ତପାୟୀ’ – ଏହି କବିତାଂଶରେ ମଣିଷ-ମରାଳି କାହାକୁ କୁହାଯାଇଛି ?
(କ) ବ୍ରିଟିଶ ଫଉଜ
(ଖ) ଆଦିମ ଲୋକ
(ଗ) ଗଡ଼ଜାତର ରାଜା
(ଘ) ହିଂସ୍ରଜନ୍ତୁ
Answer:
(କ) ବ୍ରିଟିଶ ଫଉଜ

Question ୭।
‘ବୀର ଅଶ୍ଳେଷ ପାଇ’ – ଏହି କବିତାଂଶରେ ‘ଅଶ୍ଳେଷ’ ଶବ୍ଦର ଅର୍ଥ କ’ଣ ?
(କ) ଭୟ ପାଇବା
(ଖ) ଭୟ ଦେଖାଇବା
(ଗ) ଆଲିଙ୍ଗନ କରିବା
(ଘ) ଆନନ୍ଦିତ ହେବା
Answer:
(ଗ) ଆଲିଙ୍ଗନ କରିବା

BSE Odisha 7th Class Odia Solutions Chapter 6 ବାଳୁତ ବୀର ସେ

Question ୮।
‘ନେବି ନାହିଁ ନାଆ ଭାଇର ଆଦେଶ ନାହିଁ’ – ଏହି କବିତାଂଶରେ କେଉଁ ଭାଇର ଆଦେଶ କଥା କୁହାଯାଇଛି ?
(କ) ନାଉରିଆ କୁଳର ଆଦେଶ
(ଖ) ରାଜାଙ୍କ ଭାଇର ଆଦେଶ
(ଗ) ଇଂରେଜ ସେନାପତିଙ୍କ ଆଦେଶ
(ଘ) ପ୍ରଜାମଣ୍ଡଳର ଆଦେଶ
Answer:
(ଘ) ପ୍ରଜାମଣ୍ଡଳର ଆଦେଶ

Question ୯ ।
ନିମ୍ନୋକ୍ତ କବିତାଂଶ ପାଇଁ କେଉଁଟି ଉପଯୁକ୍ତ ପଂକ୍ତି ? ‘ତତଲା ରକତ ଧାର’ –
(କ) ବିହଗେ ନ ଉଠୁଁ କଳକାକଳିରେ ମାତି
(ଖ) ପୂରୁବ ଆକାଶେ ଫିକା ନ ପଡ଼ୁଣୁ ରାତି
(ଗ) ମୁକ୍ତି ସମରେ ଆଦ୍ୟ ବିଜୟ ଗାର
(ଘ) ହସିଲା ଟୋକା ସେ ଓଠକୁ ଓଠରେ ଚାପି
Answer:
(ଗ) ମୁକ୍ତି ସମରେ ଆଦ୍ୟ ବିଜୟ ଗାର

Question ୧୦ ।
ନିମ୍ନୋକ୍ତ ମଧ୍ଯରୁ ‘ରାତି’ର ପ୍ରତିଶବ୍ଦ କେଉଁଟି ନୁହେଁ ?
(କ) ନିଶା
(ଖ) ରାତ୍ରି
(ଗ) ରଜନା
(ଘ) ରାଜା
Answer:
(ଘ) ରାଜା

Question ୧୧।
କବିତାରେ ‘ବୀର’ କାହାକୁ ସମ୍ବୋଧନ କରାଯାଇଛି ?
(କ) ବାଜି ରାଉତ
(ଖ) କବିଙ୍କୁ
(ଗ) ସୁଭାଷ ବୋଷଙ୍କୁ
(ଘ) ଇଂରେଜମାନଙ୍କୁ
Answer:

Question ୧୨।
ଲଗା ନାଆଁ ପଛେ ଘାଟ – ଅଘାଟରେ’ ବୋଲି କିଏ କାହାକୁ କହିଥିଲେ ?
(କ) ବାଜି ରାଉତ, ଇଂରେଜମାନଙ୍କୁ
(ଖ) ନାଉରିଆ, ବାଜି ରାଉତକୁ
(ଗ) ଙ୍ଗରେଜମାନେ ବାଜି ରାଉତକୁ
(ଘ) ଇଂରେଜମାନେ, ଗପରାଶାଙ୍କୁ
Answer:
(କ) ବାଜି ରାଉତ, ଇଂରେଜମାନଙ୍କୁ

BSE Odisha 7th Class Odia Solutions Chapter 6 ବାଳୁତ ବୀର ସେ

Question ୧୩।
ବାଜି ରାଉତ କେଉଁ ଜିଲ୍ଲାର ବାଳକ ଥିଲା ?
(କ) ଯାଜପୁରୁ
(ଖ) କଟକ
(ଗ) ବରଗଡ଼
(ଘ) ଢେଙ୍କାନାଳ
Answer:
(ଘ) ଢେଙ୍କାନାଳ

Question ୧୪।
ବାଜି ରାଉତର ବୟସ କେତେ ଥିଲା ?
(କ) ବାରବର୍ଷ
(ଖ) ତେରବର୍ଷ
(ଗ) ପନ୍ଦରବର୍ଷ
(ଘ) ସତରବର୍ଷ
Answer:
(କ) ବାରବର୍ଷ

Question ୧୫।
‘ବୀର’ ଶବ୍ଦର ବିପରୀତ ଅର୍ଥଟି କ’ଣ ?
(ଗ) ବରଗଡ଼
(ଖ) ବୀରା
(କ) ବୃଦ୍ଧ
(ଗ) ଭୀରୁ
Answer:
(ଗ) ବରଗଡ଼

କବି ପରିଚୟ :

ଆଧୁନିକ ପ୍ରଗତିଶାଳ ଓଡ଼ିଆ ସାହିତ୍ୟ ଜଗତର କବିମାନଙ୍କ ମଧ୍ୟରେ କବି ଅନନ୍ତ ପଟ୍ଟନାୟକ ଅନ୍ୟତମା ତାଙ୍କ କବିତାରେ କୃଷକ, ଶ୍ରମିକ, ଦିନମଜୁରିଆ, ଖଟିଖିଆ ଓ ସର୍ବହରାଙ୍କ ପାଇଁ ସମବେଦନାର ସ୍ବର ଦେଖିବାକୁ ମିଳେ । ଏକ ଶ୍ରେଣୀହୀନ ସମାଜ ପ୍ରତିଷ୍ଠା ପାଇଁ ଆହ୍ବାନ ତାଙ୍କ କବିତାର ମୁଖ୍ୟ ସ୍ଵର। ତାଙ୍କର କେତେକ କବିତାରେ ନୂତନ କ୍ଷୁଗ ସୃଷ୍ଟିର ଆହାନ ଏବଂ ଜାତୀୟତାବାଦା ଚେତନା ମଧ୍ୟ ପରିଲକ୍ଷିତ ହୁଏ । ସମାଜରେ ବହୁ ପ୍ରାଚୀନ କାଳରୁ ପ୍ରଚଳିତ ଧର୍ମାନ୍ଧତା, ଅନ୍ଧବିଶ୍ଵାସ, କୁସଂସ୍କାର ଏବଂ ଅତ୍ୟାଚାର ବିରୋଧରେ ସେ ସ୍ଵର ଉତ୍ତୋଳନ କରିଛନ୍ତି ତାଙ୍କ ସାରସ୍ଵତ ସୃଷ୍ଟି ଗୁଡ଼ିକ ମଧ୍ୟରେ ‘ଶାନ୍ତଶିଖା’, ‘ତର୍ପଣ କରେ ଆଜି’, ‘ଥିଲେଢ଼ା ଲୋଡ଼ା’ ଏବଂ ‘ଛ।ଇରଛିଟା’ ପ୍ରଭୃତି କବିତା ଗ୍ରନ୍ଥ ତାଙ୍କର ଅସାମାନ୍ୟ ପ୍ରତିଭାର ପରିଚୟ ପ୍ରଦାନ କରେ ।

କବି ଅନନ୍ତ ପଟ୍ଟନାୟକଙ୍କ ଦେଶବତ୍ସଳ କବିପ୍ରାଣ ବାଳକ ବାଜିରାଉତର ଅନନ୍ୟ ଦେଶପ୍ରାତିକୁ କବିତାରେ ରୂପଦେଇ ସମୁଢଳ କରିଛନ୍ତି । ବାସ୍ତବରେ ବାଜିରାଉତ ଦେଶପ୍ରେମର ଏକ ଅଦ୍ଭୁତ ଉଦାହରଣ । ମାତ୍ର ବାରବର୍ଷର ନାଉରୀ ପିଲା ସେ । ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ନୀଳକଣ୍ଠପୁର ଗାଁର ଜଣେ ଗରିବ ଖଣ୍ଡାୟତ ସନ୍ତାନ । ୧୯୩୮ ମସିହାର ଗଡ଼ଜାତ ପ୍ରଜା ଆନ୍ଦୋଳନ ବେଳେ ସାହିଭାଇମାନଙ୍କ ନିଷ୍ପତ୍ତିକ୍ରମେ ତା’ ଉପରେ ପଢ଼ିଥ୍ ଲା ବ୍ରାହ୍ଣା ନଦୀଘାଟ ଜଗିବାର ଦାୟିତ୍ଵ । ବ୍ରିଟିଶ ଫୌଜଙ୍କୁ ନଦୀପାର କରାଇ ନ ଦେବାରୁ ସେମାନଙ୍କ ଗୁଳିଚୋଟରେ ସେ ସହିଦ ହେଲା । ବାଳୁତ ବାଜିର ଅଦ୍ଭୁତ ଆତ୍ମତ୍ୟାଗରେ କବି ଅଭିଭୂତ ହୋଇ ଉଠିଛନ୍ତି । କବି ସଚ୍ଚି ରାଉତରାୟଙ୍କ ଭାଷାରେ –

‘‘ଏଡ଼ିକି ସେ ଅମାନିଆ ପିଲା
ଫଉଜର ଗୁଳି ଗୋଳା, ରଜା, ଝଡ଼, କିଛି ନ ମାନିଲା
ଧୂଳି ଖେଳ ଛାଡ଼ି
ଗୁଳି ଆଗେ ଜୀବନକୁ ହସି ହସି ଦେଲା ସିନା ବାଢ଼ି ।’’

କବିତାର ସାରକଥା :

ଗଡ଼ଜାତ ପ୍ରଜାମଣ୍ଡଳ ଆଦେଶରେ ବ୍ରାହ୍ମଣୀ ନଦୀଘାଟ ଜଗିବାର ଦାୟିତ୍ୱ ନେଇ ପୂର୍ବଦିନ ସନ୍ଧ୍ୟାରୁ ଘରୁ ବାହାରିଯାଇଛି । ସେଦିନ ରାତ୍ରି ଆକାଶରେ ଖେଳୁଥିଲା ଦୋଳା ଦୋଳା ମେଘ । ମେଘ, ପବନ, ବରଷା, ବତାସ ସାଙ୍ଗକୁ ବିଜୁଳିର ଚମକ ପରିବେଶକୁ ଭୟଙ୍କର କରିଥିଲା । ହେଲେ ମଙ୍ଗରେ ହାତ ରଖି ନାଆମୁଣ୍ଡରେ କାତ ଓ ଆହୁଲାକୁ ଡେରିଦେଇ ନାଆ ଉପରେ ନିଜ ଦାୟିତ୍ଵ ସମ୍ପର୍କରେ ସଚେତନ ଥିଲା ନାଉରୀ ପିଲା ବାଜିରାଉତ ।

ସୂର୍ଯ୍ୟୋଦୟର ଅବ୍ୟବହିତ ପୂର୍ବରୁ, ପକ୍ଷୀମାନଙ୍କ କାକଳି ଶୁଭିବା ପୂର୍ବରୁ ଫିକା ଅନ୍ଧାର ଭିତରେ ନଈ ସେପାରିରୁ ‘ କିଏରେ ନାଉରି ବୋଲି ଡାକ ଶୁଭିଲା । ତୁରନ୍ତ ନଦୀପାର କରାଇ ଦେବାପାଇଁ କର୍କଶ ସ୍ବରର ଆଦେଶ ନଦୀକୂଳରେ ପ୍ରତିଧ୍ଵନିତ ହେଲା । ସାରା ରାତି ଉଜାଗର ଥ‌ିବା ଅବଶ ଆଖି ତା’ର ମୁଦି ହୋଇ ଆସୁଥିଲା ବେଳେ ଏପରି ଅପରିଚିତ ରୁକ୍ଷ ଆଦେଶ ତା’ର ଅଳସ ଭଙ୍ଗ କରିଥିଲା । ନିଦ ମଳମଳ ଆଖିରେ ସେ ନଦୀ ଆରପାରିରେ ଫଉଜଙ୍କୁ ଦେଖିପାରିଲା ।

ନିଜ କର୍ତ୍ତବ୍ୟ ଓ ଦାୟିତ୍ଵ ସମ୍ପର୍କରେ ସଚେତନ ହୋଇଉଠିଲା । ନଦୀକୂଳରୁ ବିଲ ପାଟ ଦେଇ ନାଆ ବାହିନେଲା ଦୂରକୁ ଦୂରକୁ । ପଛରୁ କର୍କଶ ସ୍ଵରରେ ପାରି କରିବାପାଇଁ ଘନ ଘନ ଆଦେଶ ଆସୁଥିଲେ ମଧ୍ୟ ବାଜି ସେଥିରେ ବିଚଳିତ ହୋଇ ନଥିଲା। ସାମାନ୍ୟ ବାଳକଟିଏ ହୋଇ ଆଦେଶକୁ ଅବଜ୍ଞା କରୁଥିବାରୁ କ୍ରୋଧାନ୍ଵିତ ହୋଇ ଉଠିଥିଲେ ଫିରିଙ୍ଗି ଫଉଜ । କବିଙ୍କ ଭାଷାରେ-

‘ପିଲା ବକଟେ ତୁ ଆମକୁ, ଦେଖ୍, ନ ରଗା !’
ଲଗା ନାହା ପଛେ-ଘାଟ-ଅଘାଟରେ ଲଗା !’’

‘ଭାଇର ଆଦେଶ ନାହିଁ ଏବଂ ନାଆ ନେବି ନାହିଁ”’ ବୋଲି ବୀରଦର୍ପରେ ଉତ୍ତର ଦେଇଥିଲା ବାଜିରାଉତ । ତାଚ୍ଛଲ୍ୟ ହସ ସହ ସଳଖ ଉତ୍ତର ତା’ ମୁହଁରୁ ବାହାରି ଆସିଥିଲା । ଆତତାୟୀ, ରକ୍ତପିପାସୁ ସିପାହିଙ୍କୁ ସେ କଦାପି ପାରି କରିଦେବ ନାହିଁ ବୋଲି ଦୃଢ଼ କଣ୍ଠରେ ଉତ୍ତର ଦେଇଥିଲା । ସାମାନ୍ୟ ନାଉରୀ ବାଳକର ଏତାଦୃଶ ହେୟଜ୍ଞାନ ଓ ବେଖାତିର ଉତ୍ତର ସିପାହିମାନଙ୍କୁ ଅସହ୍ୟ ବୋଧ ହୋଇଥିଲା । ଅବିଳମ୍ବେ ବନ୍ଧୁକ ମୁନରୁ ଗୁଳି ଛୁଟିବାକୁ ଲାଗିଲା ଓ ଆଖି ପଲକ ମାତ୍ରକେ ବାଳୁତ ବୀର ବାଜି ଟଳିପଡ଼ିଲା ନାଆ ଉପରେ । ଖାଲି ସେତିକିରେ ସିପାହିମାନଙ୍କ କ୍ରୋଧ ଶାନ୍ତ ହୋଇନଥିଲା । ପହଁରି ପହଁରି ନଦୀପାର ହୋଇ ସେମାନେ ବାଜିର ଅଷ୍ଟାଙ୍ଗ ଶରୀରକୁ ସେ ସଙ୍ଗିନ ମୁନରେ ଭୁଷିବାରେ ଲାଗିଲେ । ବାଳକ ବାଜି ଦେହର ଉଷ୍ଣ ରକ୍ତରେ ରଞ୍ଜିତ ହେଲା ନାଆ। ସେତେବେଳକୁ ତା’ର ମୁଣ୍ଡର ଖପୁରି ଓଲଟି ପଡ଼ିଥିଲା ।

ମୃତ୍ୟୁକୁ ଉପହାସ କରି ବାଜିରାଉତ ଗୁଳିବଦ୍ଧ ହୋଇ ଦେଶ ପାଇଁ ସହିଦ ହୋଇଗଲା । ତା’ ଦେହର ସେହି ଉଷ୍ଣ ରକ୍ତଧାର ପରାଧୀନ ଦେଶର ଦଳିତ ଦେଶବାସୀଙ୍କୁ ସ୍ଵାଧୀନତା ସଂଗ୍ରାମର ଆଦ୍ୟ ବିଜୟ ସଂକେତ ଦେଇଗଲା । ପ୍ରବଳ ପ୍ରତାପୀ ଦୁର୍ଦ୍ଧର୍ଷ ବ୍ରିଟିଶ ସରକାରଙ୍କ ସ୍ଵେଚ୍ଛାଚାରୀ ଶାସନ ବିରୁଦ୍ଧରେ, ବୀର ବିକ୍ରମରେ ସଂଗ୍ରାମ କରିବାକୁ ପ୍ରେରଣା ଦେଇଗଲା । ବନ୍ଧୁକର ଶବ୍ଦ ଶୁଣି ଆଖପାଖ ଗାଁ ଲୋକ ବିଲ-ପାଟ ଦେଇ ଧାଇଁ ଆସିଲେ; କିନ୍ତୁ ସେତେବେଳକୁ ବାଜି ଚାଲିଯାଇଥିଲା ଆରପାରିକୁ ।

ମେଘୁଆ ଆକାଶ କ୍ରମେ ପରିଷ୍କାର ହୋଇ ଆସୁଥିଲା । ନରମ କିରଣ ବିଞ୍ଚି ସୂର୍ଯ୍ୟ ଉଇଁ ଆସୁଥିଲେ ପୂର୍ବାକାଶରେ । ସମବେତ ଜନତା ଅନୁଭବ କରୁଥିଲେ ସତେ ଯେପରି ନଦୀକୂଳର କଅଁଳ ଘାସ ବାଳୁତ ବୀର ବାଜିରାଉତର ସ୍ପର୍ଶ ପାଇ ଥରିଉଠୁଥିଲା ଏବଂ ସଦର୍ପେ କହୁଥିଲା–

‘ଅତ୍ୟାଚାରୀର ଶାସନ ସରିଲା !
ଭୟ ନାହିଁ ! ଭୟ ନାହିଁ !!

ଗରିବ ନାଉରିଆ, ବାଳୁତ ବୀର ବାଜିରାଉତ ମରି ମଧ୍ୟ ଆଜି ଅମର ହୋଇ ରହିଛି । ଅନନ୍ୟ ଦେଶପ୍ରୀତିର ଅପୂର୍ବ ଉଦାହରଣ ହୋଇ ସେ ଦେଶବାସୀଙ୍କ ଶୀତଳ ଧମନୀରେ ଉଷ୍ମତା ଭରିଦେଇଛି ।

କଠିନ ପଦାର୍ଥ:

  • ନାହା ଭିଡ଼ି – ନାଆଁ ପ୍ରସ୍ତୁତ କରି ।
  • ଉଭାରି – ଠିଆ କରାଇ (ଏଠାରେ ନାଆରେ କାତ ଡେରି ଦେବା ଅର୍ଥରେ ପ୍ରୟୋଗ ହୋଇଛି) ।
  • ବିହଗ – ପକ୍ଷୀ ।
  • ବିହରେ – ପକ୍ଷୀମାନେ ।
  • ଅସୁର ଆଖି – ବ୍ରିଟିଶ ଫୌଜର ହିଂସ୍ର ଆଖି ।
  • କଟାଶିଆ – ରୁକ୍ଷ, କର୍କଶ (କଟାଶ–ବଣଭୁଆ, ବଣଭୁଆ ପରି ଭୟଙ୍କର ଆଖି ରେ ଚାହିଁବା ) ।
  • ବକଟେ – ଟିକିଏ (ଏଠାରେ ସାନପିଲା ଅର୍ଥରେ) ।
  • ପାଟ – ଏକ ବିସ୍ତୃତ ଖାଲୁଆ ଜମି ।
  • ମଣିଷ – ମରାଳି – ମନୁଷ୍ୟ ହତ୍ୟାକାରା / ମଣିଷଙ୍କୁ ମାରି ପକାଉଥ୍ବା ବ୍ରିଟିଶ ଫୌଚ୍ଚା
  • ନଳୀ – ବନ୍ଧୁକ ।
  • ପଲାସି – ଶୀଘ୍ର ଧାଇଁଯିବା ।
  • ଲଲାଟେ – କପାଳରେ / ମଥାରେ ।
  • ଆଶ୍ଳେଷ – ଆଲିଙ୍ଗନ ( କୁଣ୍ଢାଇ ପକାଇବା)
  • ସଙ୍ଗିନ – ବନ୍ଧୁ କର ଅଗ୍ର ଭାଗରେ ଲାଗିଥିବା ଧାରୁଆ ଛୁରୀ ।
  • ମୁକ୍ତି ସମରେ – ସ୍ଵାଧୀନତା ସଂଗ୍ରାମରେ ।
  • ରକ୍ତ-ପାୟୀ – ରକ୍ତ ପିପାସ ।
  • ପଲକେ – ତତକ୍ଷଣାତ । ଆଖି ପଲକ ମାତ୍ରକେ ।
  • ଆଦ୍ୟ – ପ୍ରଥମ ।
  • ବିଲ ଗହଳରେ – ଶସ୍ୟକ୍ଷେତ୍ର ମଧ୍ୟଭାଗ ଦେଇ ।

CHSE Odisha Class 12 Sociology Unit 3 Long Answer Questions in Odia Medium

Odisha State Board CHSE Odisha Class 12 Sociology Solutions Unit 3 ସାଂସ୍କୃତିକ ବିବିଧତାର ଆହ୍ଵାନ Long Answer Questions.

CHSE Odisha 12th Class Sociology Unit 3 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଜାତୀୟ ସଂହତି କ’ଣ ? ଏହାର ବିପଦଗୁଡ଼ିକୁ ଲେଖ ।
Answer:
ବାସ୍ତବିକ ଜାତୀୟ ସଂହତି ଏକ ବ୍ୟାପକ ତଥା ବହୁମୁଖୀ ସାମାଜିକ ପ୍ରକ୍ରିୟା ଅଟେ । ଏହା ସଂକୀର୍ଣ୍ଣ ସ୍ବାର୍ଥକୁ ପ୍ରତିହତ କରି ଜାତୀୟ ସ୍ବାର୍ଥକୁ ଅଗ୍ରାଧ‌ିକାର ଦେଇଥାଏ । ଜାତୀୟ ସଂହତି ପାରସ୍ପରିକ ସହନଶୀଳତାକୁ ବୁଝାଏ । ଏହା ମିଶ୍ରଣ ନୁହେଁ ସଂଯୋଜନ, ସମାନତା ନୁହେଁ ବରଂ ଏକତା । ଭାରତର ଏକତା ଓ ଅଖଣ୍ଡତା ପ୍ରତି ଅନେକ ବାହ୍ୟ ଓ ଆଭ୍ୟନ୍ତରୀଣ ବିପଦର ସମ୍ଭାବନା ଅଛି ।

ପ୍ରଫେସର ଘୁରେଙ୍କ ମତରେ, ‘ଜାତୀୟ ସଂହତି ଏକ ମନୋବୈଜ୍ଞାନିକ ଏବଂ ଶୈକ୍ଷଣିୟ ପ୍ରକ୍ରିୟା, ଯେଉଁଥୁରେ କି ଏକତା, ଦୃଢ଼ତା ଏବଂ ପାରସ୍ପରତିକ ସମ୍ବନ୍ଧ ପ୍ରତିଷ୍ଠା ଇତ୍ୟାଦି ଭାବନା ତଥା ଲୋକମାନଙ୍କ ମଧ୍ୟରେ ସାଧାରଣ ନାଗରିକ ଭାବନା ଏବଂ ରାଷ୍ଟ୍ର ପ୍ରତି ଆନୁଗତ୍ୟ ଦେଖିବାକୁ ମିଳିଥାଏ ।’’

ଜାତୀୟ ସଂହତି ଦେଶର ନାଗରିକମାନଙ୍କ ହୃଦୟରେ ‘ଆମ ଭାବନା’ ଉଦ୍ରେକ କରିଥାଏ । ଅଧିକନ୍ତୁ ବିଭିନ୍ନ ରାଜନୈତିକ, ଧାର୍ମିକ, ଭାଷାଗତ ଓ ସାଂସ୍କୃତିକ ସମୂହ ମଧ୍ଯରେ ଏହା ଐକ୍ୟ ଭାବନା ସୃଷ୍ଟି କରିଥାଏ । ଯେଉଁସବୁ ଶକ୍ତି ଜାତୀୟ ସଂହତି କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଥାଏ, ସେଗୁଡ଼ିକ ନିମ୍ନରେ ଆଲୋଚନା କରାଯାଇଛି ।

ବାହ୍ୟ ବିପଦ :
(କ) ପଡ଼ୋଶୀସୃଷ୍ଟ ବିପଦ : ବହିଃଶତ୍ରୁ ଆକ୍ରମଣ ଭାରତର ଏକତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଥାଏ । ପାକିସ୍ତାନ ଓ ଚୀନ୍ ଭାରତର ଦୁଇଟି ମୁଖ୍ୟ ପଡ଼ୋଶୀ । ଉଭୟଙ୍କ ସହ ଭାରତର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଏ ପର୍ଯ୍ୟନ୍ତ ସମ୍ଭବ ହୋଇପାରି ନାହିଁ । ସୀମାରେଖା ନିର୍ଦ୍ଧାରଣ ନେଇ ଉଭୟ ପଡ଼ୋଶୀଙ୍କ ସହ ଭାରତର ସମ୍ପର୍କ ତିକ୍ତ ।

ପାକିସ୍ତାନ ସହ ତିକ୍ତତା ସୃଷ୍ଟିର ପ୍ରଧାନ କାରଣ ହେଉଛି ଜାମ୍ମୁ ଓ କାଶ୍ମୀର । ଏହା ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିଲେ ମଧ୍ୟ ପାକିସ୍ତାନ ଏହାର କିଛି ଅଞ୍ଚଳ ଉପରେ ନିଜର ଅଧିକାର ସାବ୍ୟସ୍ତ କରିଆସୁଅଛି । ସମୁଦାୟ କାଶ୍ମୀରକୁ ନିଜ ନିୟନ୍ତ୍ରଣାଧୀନ କରିବାର ପ୍ରବଳ ପ୍ରୟାସ ଜାରିରଖୁଛି । ଫଳତଃ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଭାରତର ଏକତାପ୍ରତି ବିପଦ ସୃଷ୍ଟି କରୁଛି ।

(ଖ) ଆନ୍ତର୍ଜାତିକ ସନ୍ତ୍ରାସବାଦ : ଆନ୍ତର୍ଜାତିକ ସ୍ତରର କୁଖ୍ୟାତ ସନ୍ତ୍ରାସବାଦୀ ଅନୁଷ୍ଠାନଗୁଡ଼ିକ ବିଶ୍ୱଶାନ୍ତି ଓ ସମୃଦ୍ଧି ପ୍ରତି ବିପଦ ସୃଷ୍ଟି କରିଆସୁଛନ୍ତି । ଭାରତ ସେମାନଙ୍କର ଦୌରାତ୍ମ୍ୟରୁ ମୁକ୍ତ ନୁହେଁ । ଏହି ଆତଙ୍କବାଦୀମାନଙ୍କ ଯୋଗୁଁ ଅପହରଣ, ମୁଣ୍ଡଜାମିନ ଓ ହତ୍ୟା ଭଳି ଜଘନ୍ୟ ଅପରାଧ ଘଟୁଛି ଓ ଭାରତର ଏକତା ବିପନ୍ନ ହେବାର ଆଶଙ୍କା ରହିଛି ।

CHSE Odisha Class 12 Sociology Unit 3 Long Answer Questions in Odia Medium

ଆଭ୍ୟନ୍ତରୀଣ ବିପଦ :
(କ) ସାଂପ୍ରଦାୟିକତା : ଅବଦୁଲ ଅହମ୍ମଦଙ୍କ ମତରେ, ‘ସାଂପ୍ରଦାୟିକତା ହେଉଛି ଏକ ସାମାଜିକ ଘଟଣା ଯାହାକି ଦୁଇ ସଂପ୍ରଦାୟର ଧର୍ମକୁ ନେଇ ପୁଷ୍ଟ ଓ ସେମାନଙ୍କୁ ଉଗ୍ରତା, ଉତ୍ତେଜନା ଏବଂ ଦଙ୍ଗା ଆଡ଼କୁ ଟାଣି ନେଇଥାଏ ।’’ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହେଲେ ମଧ୍ୟ ସାଂପ୍ରଦାୟିକ ବିଦ୍ବେଷରୁ ମୁକ୍ତ ନୁହେଁ ।

ଧର୍ମ ନାମରେ କେତେକ ସ୍ଵାର୍ଥାନ୍ଵେଷୀ ବ୍ୟକ୍ତି ଓ ସଂସ୍ଥା ଜନସାଧାରଣଙ୍କ ମଧ୍ୟରେ ସନ୍ଦେହ, ଘୃଣା, ଭୟ, ଅବିଶ୍ଵାସ ଓ ତିକ୍ତତା ସୃଷ୍ଟି କରି ସାଂପ୍ରଦାୟିକ ଉତ୍ତେଜନା ଓ ସଂଘର୍ଷ ସୃଷ୍ଟି କରିଥାଆନ୍ତି । ଏହାଦ୍ଵାରା ଜାତୀୟ ସମ୍ପତ୍ତି ନଷ୍ଟ ହେବାସହ ଜାତୀୟ ଏକତା କ୍ଷୁଣ୍ଣହୁଏ । ନିକଟରେ ସଙ୍ଗଠିତ ହୋଇଥିବା ଗୁଜରାଟର ଗୋଧ୍ରା ନରସିଂହାର ସାଂପ୍ରଦାୟିକତାର ଏକ ବେଦନାସିକ୍ତ ଉଦାହରଣ ।

(ଖ) ଭାଷାବାଦ : ଭାଷାଗତ ବୈଷମ୍ୟ ଜାତୀୟ ଏକତାର ଅନ୍ୟ ଏକ ପ୍ରତିବନ୍ଧକ । ମାତୃଭାଷା ପ୍ରତି ପ୍ରଗାଢ଼ ଅନୁରକ୍ତି ସହ ଅନ୍ୟଭାଷାର ବିରୁଦ୍ଧାଚରଣ ଭାଷାବାଦ ସୃଷ୍ଟି କରେ । ଉଗ୍ର ଭାଷାବାଦ ସଂକୀର୍ଣ୍ଣ ଆଞ୍ଚଳିକତାକୁ ପ୍ରୋତ୍ସାହନ ଦେଇ ଦେଶର ଶାନ୍ତିପୂର୍ଣ୍ଣ ବାତାବରଣକୁ ବ୍ୟାହତ କରେ । ଫଳରେ ଜାତୀୟ ଏକତା ନଷ୍ଟହେବାର ଆଶଙ୍କା ଥାଏ ।

ସ୍ଵାଧୀନୋତ୍ତର ଭାରତରେ ରାଜ୍ୟ ପୁନର୍ଗଠନ ଭାଷାଭିଭିକ ହୋଇଥିବାରୁ ଆଞ୍ଚଳିକ ଭାଷାଗୁଡ଼ିକ ମଧ୍ୟରେ ଭାରସାମ୍ୟ ରକ୍ଷାକରି ଦେଶରେ ଏକତା ବଜାୟ ରଖୁବା ଏକ ଦୁରୂହ ବ୍ୟାପାର ।

(ଗ) ଆଞ୍ଚଳିକ ମନୋଭାବ : ଆଞ୍ଚଳିକ ସ୍ଵାର୍ଥ ପ୍ରତି ପ୍ରାଧାନ୍ୟ ଜାତୀୟ ଏକତା ପଥରେ ଏକ ଗୁରୁତ୍ଵପୂର୍ଣ୍ଣ ଅନ୍ତରାୟ ସୃଷ୍ଟିକରେ । ଆଞ୍ଚଳିକ ସ୍ବାର୍ଥକୁ ଦୃଷ୍ଟିରେ ରଖ୍ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ମାତ୍ରାତ୍ମକ ଆର୍ଥିକ ସୁବିଧାସୁଯୋଗ ହାସଲ କରିନେଲେ ତାହା ମଧ୍ୟ ଅବହେଳିତ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥାଏ ।

ଫଳରେ ଆଞ୍ଚଳିକ ବୈଷମ୍ୟ ସୃଷ୍ଟିହୋଇ ଦେଶର ଅଖଣ୍ଡତା ବ୍ୟାହତ ହୁଏ । ଭାରତର ଉତ୍ତର ପୂର୍ବାଞ୍ଚଳରେ ଥିବା ନାଗାଲ୍ୟାଣ୍ଡ, ମଣିପୁର ଓ ମିଜୋରାମ ଭଳି ରାଜ୍ୟମାନଙ୍କରେ ଏହି ଆଞ୍ଚଳିକ ବିଦ୍ବେଷ ଉଗ୍ର ରୂପ ଧାରଣ କରିଅଛି ।

(ଘ) ଜାତିବାଦ : ଜାତିବାଦ ଜାତୀୟ ସଂହତି ପ୍ରତିଷ୍ଠା କ୍ଷେତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରତିବନ୍ଧକ । କାକା କାଲେଲକରଙ୍କ ମତରେ, ‘ଜାତିବାଦ ହେଉଛି ମାତ୍ରାତିରିକ୍ତ ଏବଂ ଦାୟିକ ଗୋଷ୍ଠୀ ଆନୁଗତ୍ୟ ଯାହାକି ନ୍ୟାୟବୋଧ, ଔଚିତ୍ୟ, ସାମ୍ୟ ଓ ବିଶ୍ୱଭ୍ରାତୃତ୍ଵଭାବ ଆଦି ସୁସ୍ଥ ସାମାଜିକ ମାନଦଣ୍ଡଗୁଡ଼ିକୁ ଉପେକ୍ଷା କରିଥାଏ ।’’

ଜାତିବାଦରେ ବିଶ୍ବାସ କରୁଥିବା ବ୍ୟକ୍ତି, ଉଚିତ ଅନୁଚିତ, ନ୍ୟାୟ-ଅନ୍ୟାୟ ଆଦିର କୌଣସି ବାଛବିଚାର ନକରି ନିଜ ଜାତିର ସ୍ବାର୍ଥହାସଲ ପାଇଁ ଅଧିକ ଗୁରୁତ୍ଵ ଦେଇଥାଏ ଓ ଅନ୍ୟଜାତିର ସ୍ବାର୍ଥକୁ ଉପେକ୍ଷା କରିଥାଏ, ଯାହାଫଳରେ ଜାତୀୟ ସଂହତି ବାଧାପ୍ରାପ୍ତ ହୁଏ ।

(‍ଙ) ଆର୍ଥିକ ଦୁଃସ୍ଥିତି : ଆର୍ଥିକ ଦୁରବସ୍ଥା ଓ ବୈଷମ୍ୟ ଦେଶ ମଧ୍ୟରେ ଅବିଶ୍ବାସ ଓ ସନ୍ଦେହର ବାତାବରଣ ସୃଷ୍ଟିକରେ । ଆର୍ଥିକ ଦୃଷ୍ଟିରୁ ଅନୁନ୍ନତ ଶ୍ରେଣୀର ଲୋକମାନେ ସମୃଦ୍ଧ ବର୍ଗଦ୍ଵାରା ଶୋଷିତ ହେଉଥିବା ଅନୁଭବ କରନ୍ତି । ଏହି ଅର୍ଥନୈତିକ ତାରତମ୍ୟ ଧନୀ-ଦରିଦ୍ର ମଧ୍ୟରେ ଉତ୍ତେଜନା ଓ ଦ୍ବନ୍ଦ ସୃଷ୍ଟିକରି ଦେଶର ଏକତା ପ୍ରତି ବିପଦ ସୃଷ୍ଟି କରିଥାଏ ।

(ଚ) କଳୁଷିତ ରାଜନୀତି : ରାଜନୈତିକ ନେତାମାନେ ମୂଲ୍ୟବୋଧଭିଭିକ ରାଜନୀତି ଅବଲମ୍ବନ ନକଲେ ରାଜନୀତି ଦିଗଭ୍ରଷ୍ଟ ଓ କଳୁଷିତ ହୁଏ । ଭାରତରେ ରାଜନୈତିକ ଦଳ ଓ ନେତାମାନେ ଦଳସର୍ବସ୍ଵ ତଥା ଆର୍ଥସର୍ବସ୍ୱ ହୋଇପଡ଼ୁଥିବାରୁ ସାମ୍ପ୍ରଦାୟିକତା, ଜାତିବାଦ, ଆଞ୍ଚଳିକତାବାଦ, ହିଂସା, ଦ୍ବେଷ ଆଦି ସମସ୍ୟା ମୁଣ୍ଡ ଟେକୁଛି । ଜାତି ଓ ଧର୍ମକୁ କେନ୍ଦ୍ରକରି ରାଜନୈତିକ ଦଳ ଗଠିତ ହେଉଛି । ଅର୍ଥ ଓ ବାହୁ ବଳରେ ନେତାମାନେ ନିର୍ବାଚନ ବୈତରଣୀ ପାରହେବାକୁ ଚେଷ୍ଟା କରୁଛନ୍ତି ।

ରାଜନୀତିରେ ସାଧୁତା ଓ ଚରିତ୍ରବତ୍ତାର କିଛି ଗୁରୁତ୍ବ ନାହିଁ । ସାଂସଦ ଓ ବିଧାୟକମାନେ ପଣ୍ୟଦ୍ରବ୍ୟରେ ପରିଣତ ହୋଇଛନ୍ତି । ରାଜନୀତି ନାମରେ ଘୋଡ଼ା ବେପାର ଚାଲୁଛି । ଭାରତୀୟ ରାଜନୀତିରେ ଅପରାଧୀକରଣ ଏକ ଜଟିଳ ସମସ୍ୟାରୂପେ ଦେଖାଦେଇଛି । ନାନା ଅପରାଧରେ ଅଭିଯୁକ୍ତ ବ୍ୟକ୍ତିମାନେ ରାଜନୀତିରେ ପ୍ରବେଶ କରୁଛନ୍ତି । ସରାକାରୀ କଳର ଅପପ୍ରୟୋଗ ହେଉଛି । ନିର୍ମଳ ଓ ଦୁର୍ନୀତିମୁକ୍ତ ଶାସନ ମରୀଚିକାରେ ପରିଣତ ହୋଇଛି । ଫଳରେ ଦେଶର ଐକ୍ୟ ବିପନ୍ନ ହେଉଛି ।

(ଛ) ଦୁର୍ବଳ ଶାସନ : ଦେଶର ଶାସନ ବ୍ୟବସ୍ଥା ଦୁର୍ବଳ, ତ୍ରୁଟିଯୁକ୍ତ କିମ୍ବା ପ୍ରଭାବହୀନ ହୋଇପଡ଼ିଲେ ଅସାମାଜିକ ବ୍ୟକ୍ତିମାନଙ୍କର କାର୍ଯ୍ୟକଳାପ ବୃଦ୍ଧି ପାଏ, ଯାହାଫଳରେ ଦେଶର ଏକତା ପ୍ରଭାବିତ ହୁଏ । ପ୍ରଗତିମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୁଏ । ଅବିଶ୍ଵାସ, ଭୟ ଓ ଆତଙ୍କର ବାତାବରଣ ସୃଷ୍ଟିହୁଏ । ନୀତିହୀନ ନେତା ଓ ଦୁର୍ନୀତିମୁକ୍ତ ଅମଲାତନ୍ତ୍ର ଅଭାବରୁ ଆମ ଦେଶର ଅଖଣ୍ଡତା ପରାହତ ହେଉଛି ।

(ଜ) ତ୍ରୁଟିଯୁକ୍ତ ଶିକ୍ଷାବ୍ୟସ୍ଥା : ପ୍ରଚଳିତ ଶିକ୍ଷାବ୍ୟବସ୍ଥା ଯୁଗୋପଯୋଗୀ ଓ ପ୍ରୟୋଗାତ୍ମକ ହେଉ ନଥିବାରୁ ଯୁବପୀଢ଼ି ଦିଗହରା ହୋଇଯାଉଛନ୍ତି । ସେମାନଙ୍କର କାର୍ଯ୍ୟଦକ୍ଷତା ତଥା ନୈତିକ କର୍ତ୍ତବ୍ୟବୋଧ ଉପରେ ଦେଶର ପ୍ରଗତି ଓ ଏକତା ନିର୍ଭରଶୀଳ । ସାଂପ୍ରତିକ ଶିକ୍ଷାବ୍ୟବସ୍ଥା ଯୁବପୀଢ଼ିର ଚାହିଦା ପୂରଣ କରିବାରେ ସକ୍ଷମ ହେଉନାହିଁ । ଯଦ୍ବାରା ବେରୋଜଗାରୀ ଓ ତୀବ୍ର ପ୍ରତିଯୋଗିତାର ସମ୍ମୁଖୀନ ହୋଇ ସେମାନେ ନିରାଶା ଜର୍ଜରିତ । ଏହାଦ୍ଵାରା ଜାତୀୟ ଏକତା ପ୍ରଭାବିତ ହେଉଅଛି ।

(ଝ) ସୀମାହୀନ ଦୁର୍ନୀତି : ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ଦେଶର ସାମାଜିକ, ଅର୍ଥନୈତିକ, ଧାର୍ମିକ ଓ ନୈତିକ ଜୀବନକୁ କଳୁଷିତ କରୁଛି । ଦେଶର ସ୍ବାର୍ଥକୁ ଅର୍ଥଲାଳସାରେ ଜଳାଞ୍ଜଳି ଦେଇ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ନିଜ ସ୍ବାର୍ଥକୁ ପ୍ରାଧାନ୍ୟ ଦେଉଛି । ଦେଶକୁ ବିଦେଶୀ ଶତ୍ରୁ ହାତକୁ ଟେକିଦେବାକୁ ମଧ୍ୟ କୁଣ୍ଠାବୋଧ କରୁନାହିଁ । ଦେଶପ୍ରେମ ଓ ଜାତୀୟତାବାଦର ଅଭାବ ପରିଲକ୍ଷିତ ହେଉଛି, ଯାହାଦ୍ୱାରା ଦେଶର ଏକତା ପରାହତ ହେଉଛି ।

(ଞ) ବୈଦେଶିକ ଷଡ଼ଯନ୍ତ୍ର : ବୈଦେଶିକ ଶତ୍ରୁମାନେ ଆମ ଦେଶରେ ଅର୍ଥନୈତିକ ଓ ରାଜନୈତିକ ପରିସ୍ଥିତିକୁ ବିପର୍ଯ୍ୟସ୍ତ କରିବା ନିମନ୍ତେ ଷଡ଼ଯନ୍ତ କରୁଛନ୍ତି । ଆତଙ୍କବାଦୀ ସଙ୍ଗଠନ ମାଧ୍ୟମରେ ହିଂସା ଓ ଆତଙ୍କରାଜ ନିମନ୍ତେ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ସାଂପ୍ରଦାୟିକ ଓ ଆଞ୍ଚଳିକ ଭେଦଭାବ ସୃଷ୍ଟିକରି ଜାତୀୟ ଏକତା କ୍ଷୁଣ୍ଣ କରିବାକୁ ପ୍ରୟାସ କରୁଛନ୍ତି ।

CHSE Odisha Class 12 Sociology Unit 3 Long Answer Questions in Odia Medium

୨ । ଜାତୀୟ ସଂହତି ସୁରକ୍ଷାର ଉପାଦାନଗୁଡ଼ିକ କ’ଣ ?
Answer:
ଜାତୀୟ ସଂହତିର ସୁରକ୍ଷା ନିମନ୍ତେ ଏହା ପଥରେ ଥ‌ିବା ସମସ୍ତ ପ୍ରତିବନ୍ଧକକୁ ଦୂର କରିବା ବିଧେୟ ।
(କ) ସୁଦୃଢ଼ ଶାସନ : ସମଗ୍ର ରାଷ୍ଟ୍ରରେ ଶାସନ ବ୍ୟବସ୍ଥା ସୁଦୃଢ଼ ରହିଲେ ଦେଶର ଏକତା ପ୍ରତି ଭୟ ରହେନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଏକକ ସଂଖ୍ୟାଗରିଷ୍ଠ ଦଳ ହାତରେ ଶାସନ ଡୋରି ରହିଲେ ନୀତି ନିର୍ଦ୍ଧାରଣରେ ଅସୁବିଧା ରହେନାହିଁ । ପ୍ରଗତିମୂଳକ କିମ୍ବା ସଂସ୍କାରମୂଳକ ପଦକ୍ଷେପ ସହଜରେ ଗ୍ରହଣ କରିହୁଏ । ବିଦେଶୀ ଶତ୍ରୁର ଆକ୍ରମଣ କିମ୍ବା ଷଡ଼ଯନ୍ତ୍ରର ଉଚିତ ମୁକାବିଲା କରିହୁଏ ।

ପଡ଼ୋଶୀ ରାଷ୍ଟ୍ର ପାଖରେ ସମ୍ମାନ ବୃଦ୍ଧିପାଏ । ଆନ୍ତର୍ଜାତିକ ସ୍ତରରେ ସ୍ଵାଭିମାନ ପ୍ରତିଷ୍ଠା ହୁଏ । ଆନ୍ତର୍ଜାତିକ ସନ୍ତ୍ରାସବାଦର ମୁକାବିଲା ନିମନ୍ତେ ସହଯୋଗ ମିଳେ । ସମ୍ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ରସ୍ତରରେ ମିଳିତ ସରକାର ଦେଖାଯାଉଛି, ଯଦ୍ବାରା ଦେଶର ଏକତା ପ୍ରଭାବିତ ହେଉଛି ।

(ଖ) ଆର୍ଥିକ ପ୍ରଗତି : ଅର୍ଥନୈତିକ ପ୍ରଗତି ଜାତୀୟ ଏକତାର ଭିତ୍ତିଭୂମିକୁ ସୁଦୃଢ଼ କରେ । ଏହାଦ୍ଵାରା ଦେଶରୁ ଆର୍ଥିକ ଓ ସାମାଜିକ ବୈଷମ୍ୟ ଦୂର ହୁଏ । ଧନୀ ଓ ଦରିଦ୍ର ମଧ୍ୟରେ ଦୂରତା କମ୍ ହୁଏ । ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରସାରିତ ହୁଏ । ଜାତୀୟ ଐକ୍ୟ ବଜାୟ ରହେ ।

(ଗ) ସାଂପ୍ରଦାୟିକ ଏକତା : ଭାରତକୁ ଭାଗ ଭାଗ କରିବାପାଇଁ ଧର୍ମ ଓ ଜାତି ବିଭାଗ ବହୁ ପରିମାଣରେ ଦାୟୀ । ଧର୍ମଗତ ଭେଦଭାବ ଓ ଏକ ଧର୍ମ ମଧ୍ଯରେ ଥିବା ଜାତିଆଣ ମନୋବୃତ୍ତି ଦୂର ନହେବା ପର୍ଯ୍ୟନ୍ତ ଜାତୀୟ ସଂହତିର ସୁରକ୍ଷା ଅସମ୍ଭବ । ଆଇନଦ୍ୱାରା କିମ୍ବା ସାମାଜିକ ସଚେତନତା ମାଧ୍ୟମରେ ସାଂପ୍ରଦାୟିକ ଏକତା ପ୍ରତିଷ୍ଠା ଆବଶ୍ୟକ ।

ଧାର୍ମିକ ସମନ୍ଵୟ ରକ୍ଷା, ବ୍ୟକ୍ତିର ଧାର୍ମିକ ସ୍ବାଧୀନତା ପ୍ରତି ହସ୍ତକ୍ଷେପ ନ କରିବା, ଧର୍ମାନ୍ତରୀକରଣ ପାଇଁ ଉଦ୍ୟମ ନ କରିବା, ଧର୍ମ ବା ଜାତି ଭିଭିରେ ଭେଦଭାବ ନ ରଖୁବା ଓ ବୈବାହିକ ସମ୍ପର୍କ ମାଧ୍ୟମରେ ବିଭିନ୍ନ ଧର୍ମ ଓ ଜାତି ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବାଦ୍ୱାରା ଆମ ଦେଶରେ ଏକତା ଅକ୍ଷୁଣ୍ଣ ରହିପାରିବ ।

(ଘ) ଗଣତାନ୍ତ୍ରିକ ମୂଲ୍ୟବୋଧ : ଗଣତାନ୍ତ୍ରିକ ମୂଲ୍ୟବୋଧଦ୍ଵାରା ସମାନତା, ନ୍ୟାୟ ଓ ସ୍ଵାଧୀନତାଭାବ ପ୍ରସାରିତ ହୁଏ । ଏହାଦ୍ଵାରା ସାମାଜିକ-ସାଂସ୍କୃତିକ ଏକତା ପ୍ରତିଷ୍ଠିତ ହୁଏ । ଭାରତରେ ଗଣତାନ୍ତ୍ରିକ ଭାବଧାରା ବଜାୟ ରହିଥ‌ିବା ପର୍ଯ୍ୟନ୍ତ ଦେଶର ସଂହତି ଅତୁଟ ରହିପାରିବ ।

(ଙ) ସୁସ୍ଥ ରାଜନୈତିକ ପରମ୍ପରା : ସୁସ୍ଥ ରାଜନୈତିକ ପରମ୍ପରା ଅନୁସରଣରେ ଦୃଢ଼ ଜନମତ ସୃଷ୍ଟି କରି ଦେଶରେ ସୁଶାସନ ପ୍ରତିଷ୍ଠା କରାଯାଇପାରିବ । ରାଜନୈତିକ ଦଳ ଓ ନେତାମାନେ ଦେଶର ସ୍ବାର୍ଥକୁ ଜଳାଞ୍ଜଳି ଦେଇ, ରାଜନୈତିକ ମୂଲ୍ୟବୋଧକୁ ତ୍ୟାଗ କରି ନିଜ ସ୍ବାର୍ଥ ହାସଲ ନିମନ୍ତେ ସାଂପ୍ରଦାୟିକତା, ଜାତିବାଦ, ଆଞ୍ଚଳିକତାବାଦ, ଧାର୍ମିକ ବିଶ୍ଳେଷକୁ ପ୍ରୋତ୍ସାହନ ଦେଲେ ରାଜନୀତିରେ ଅପରାଧ ପ୍ରବଣତା ବୃଦ୍ଧିପାଇବ ଓ ହିଂସା, ଦ୍ବେଷ, ଅପହରଣ, ଗୁପ୍ତହତ୍ୟା ଆଦି ଜଘନ୍ୟ ଅପରାଧ ସଂଘଟିତ ହେବ ।

ଏହି ପରିପ୍ରେକ୍ଷୀରେ ଆମ ଦେଶର ସାର୍ବଭୌମତ୍ୱ ଓ ସଂହତିର ସୁରକ୍ଷା ରାଜନୈତିକ ନେତାମାନଙ୍କ ଉପରେ ଅଧିକ ନିର୍ଭରଶୀଳ ।

(ଚ) ଭାଷାବାଦ : ଭାଷାବାଦ ଭାରତର ମୌଳିକ ସମସ୍ୟା । ପୃଥ‌ିବୀର ଅନ୍ୟ କୌଣସି ଦେଶରେ ଏତେ ଭାଷାଭାଷୀ ଲୋକ ଦେଖାଯା’ନ୍ତି ନାହିଁ । ବିଭିନ୍ନ ଭାଷାଭାଷୀ ଲୋକଙ୍କ ମଧ୍ୟରେ ସମନ୍ଵୟ ରକ୍ଷାକରିବା, ଗୋଟିଏ ଭାଷାକୁ ରାଷ୍ଟ୍ରଭାଷାର ମର୍ଯ୍ୟାଦା ଦେବା, ବିଭିନ୍ନ ଆଞ୍ଚଳିକ ଭାଷାର ମୌଳିକତା ରକ୍ଷାକରିବା ଭାରତ ପାଇଁ ଏକ ଆହ୍ୱାନ । ଅବଶ୍ୟ ଇଂରାଜୀ ଭାଷାର ବହୁଳ ପ୍ରଚଳନ ଭାରତର ଭାଷାଜନିତ ସମସ୍ୟାକୁ ବହୁମାତ୍ରାରେ ସରଳ କରିପାରିଛି । ତଥାପି ଭାଷାଗତ ସମସ୍ୟା ଜାତୀୟ ସଂହତି ପ୍ରତି ବିପଦ ହୋଇ ରହିଛି ।

(ଛ) ଉନ୍ନତ ଶିକ୍ଷାବ୍ୟବସ୍ଥା : ପ୍ରଚଳିତ ଶିକ୍ଷାବ୍ୟବସ୍ଥା ଯୁଗୋପଯୋଗୀ ନହେଲେ ଯୁବପୀଢ଼ି ଦିଗ୍‌ଦର୍ଶନ ହରାଇ ବସନ୍ତି । ଭବିଷ୍ୟତ ନାଗରିକ ଉଚିତ ଶିକ୍ଷା ଆଭବରୁ ନୈରାଶ୍ୟର ସମ୍ମୁଖୀନ ହୁଅନ୍ତି । ତେଣୁ ଉନ୍ନତ ପାଠ୍ୟକ୍ରମ ପ୍ରଚଳନ, ପ୍ରୟୋଗାତ୍ମକ ଜ୍ଞାନର ପ୍ରସାର, ନୈତିକ କର୍ଭବ୍ୟବୋଧ ସୃଷ୍ଟି, ଦେଶପ୍ରେମ ଶିକ୍ଷାଦ୍ଵାରା ଦେଶର ପ୍ରଗତି ଓ ଏକତା ସୁରକ୍ଷିତ ହୁଏ । ଆମ ଦେଶରେ ଶିକ୍ଷା କ୍ଷେତ୍ରରେ ପ୍ରୟୋଗାତ୍ମକ ବିଶ୍ଳେଷଣ ଜାରିରଖୁ ଉଚିତ ।

ଗବେଷଣା ନିମନ୍ତେ ପ୍ରୋତ୍ସାହନ ଦେବା ତଥା ଗବେଷଣାଲବ୍ଧ ଜ୍ଞାନର ଉପଯୋଗ ହେବା ଉଚିତ । ସର୍ବୋପରି ଲିଙ୍ଗ ଭେଦରେ ଶିକ୍ଷା ପ୍ରସାରକୁ ସଂକୋଚନ ନ କରି ଉଭୟ ବାଳକ ଓ ବାଳିକାମାନଙ୍କ ଶିକ୍ଷା ପ୍ରତି ସମାନ ଦୃଷ୍ଟି ଦେଲେ ଦେଶର ପ୍ରଗତି ଓ ଐକ୍ୟ ବଜାୟ ରହିପାରିବ ।

(ଜ) ଆନ୍ତର୍ଜାତିକ କୂଟନୀତି : ଦେଶର ଅର୍ଥନୀତି ଓ ରାଜନୈତିକ ପରିସ୍ଥିତିକୁ ବିପର୍ଯ୍ୟସ୍ତ କରିବାରେ ବୈଦେଶିକ ଶକ୍ତିମାନଙ୍କର ଯଥେଷ୍ଟ ଭୂମିକା ରହିଛି । ଆନ୍ତର୍ଜାତିକ ସ୍ତରରେ କୂଟନୈତିକ ସମ୍ପର୍କ ବଳରେ ଆମ ଦେଶର ଆଭିମୁଖ୍ୟର ସଫଳ ପ୍ରଚାର ହେବା ଉଚିତ । ଏହାଦ୍ୱାରା ଦେଶର ମାନବୃଦ୍ଧି ହେବା ସହ ବିଦେଶୀ ରାଷ୍ଟ୍ରମାନଙ୍କ ସହ ମିତ୍ରତା ସ୍ଥାପନ ହୋଇପାରିବ ଓ ସହଯୋଗ ବୃଦ୍ଧି ପାଇବ ।

ବହିର୍ବାଣିଜ୍ୟର ପ୍ରସାର ଘଟି ଦେଶର ଆର୍ଥିକ ଉନ୍ନତି ହେବ ଓ ପ୍ରତ୍ୟାର୍ପଣ ଚୁକ୍ତି ମାଧ୍ୟମରେ ଆମ ଦେଶରୁ ଲୁଚି ପଳାଇଥବା ଅପରାଧୀମାନଙ୍କୁ କାବୁ କରିହେବ ।

(ଝ) ଆବେଗାତ୍ମକ ଏକତା : ଦେଶପ୍ରେମ ବଳରେ ଦେଶ ସହ ଏକ ଆବେଗାତ୍ମକ ସମ୍ପର୍କ ସ୍ଥାପିତ ହୁଏ । ଦେଶପ୍ରେମରେ ଉଦ୍‌ବୁଦ୍ଧ ବ୍ୟକ୍ତି ଦେଶର ଏକତା ଓ ଅଖଣ୍ଡତା ରକ୍ଷା କରିବାରେ ଯତ୍ନଶୀଳ ରହେ । ତେଣୁ ବିଭିନ୍ନ କିସମର ସାଂସ୍କୃତିକ ଶିକ୍ଷା, ଆଧ୍ୟାତ୍ମିକତା ଚିନ୍ତାଧାରା, ସାମାଜିକ ଅନୁଷ୍ଠାନ ମାଧ୍ୟମରେ ଦେଶପ୍ରେମ ଭାବନା ଜାଗ୍ରତ କରାଇବା ଉଚିତ ।

ଆମ ଦେଶରେ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ସ୍ତରରେ ଗଭୀର ଆବେଗାତ୍ମକ ଆକର୍ଷଣ ରହିଛି । ସୁସ୍ଥ ମାନସିକତା ଓ ଏକତା ଜାତୀୟ ସଂହତିକୁ ସୁଦୃଢ଼ କରିପାରିବ ।

CHSE Odisha Class 12 Sociology Unit 3 Long Answer Questions in Odia Medium

୩ । ସାମ୍ପ୍ରଦାୟିକତାର କାରଣଗୁଡ଼ିକ ଉଲ୍ଲେଖ କର ।
Answer:
ସାମ୍ପ୍ରଦାୟିକତା ହେଉଛି ଏକ ସାମାଜିକ ଘଟଣା ଯାହାକି ଦୁଇ ସମ୍ପ୍ରଦାୟର ଧର୍ମକୁ ନେଇ ସୃଷ୍ଟି ଓ ଏହା ବେଳେବେଳେ ସେମାନଙ୍କୁ ଉଗ୍ରତା, ଉତ୍ତେଜନା ଓ ଦଙ୍ଗା ଆଡ଼କୁ ଟାଣିନିଏ । ଭାରତରେ ସାମ୍ପ୍ରଦାୟିକ ସମସ୍ୟା ଏତେ ଜଟିଳ ଯେ ଏହାର କାରଣ ନିର୍ଦ୍ଦେଶ କରିବା ଏତେଟା ସହଜ ନୁହେଁ । ନିମ୍ନରେ କେତେକ ସମ୍ଭାବ୍ୟ କାରଣ ଆଲୋଚନା କରାଗଲା ।

(୧) ଐତିହାସିକ ପୃଷ୍ଠଭୂମି – ଇତିହାସରୁ ଜଣାଯାଏ ଯେ ଅତୀତରେ ଧର୍ମକୁ ଭିଭିକରି ଅନେକ ସଂଘର୍ଷ ଘଟିଛି । ଫଳସରୂପ ମୁଖ୍ୟତଃ ଦୁଇଟି ପରସ୍ପର ବିରୋଧୀ ଧାର୍ମିକ ସମୂହ ସୃଷ୍ଟି ହୋଇଛି । ହିନ୍ଦୁ, ଇସଲାମ, ହିନ୍ଦୁ-ବୌଦ୍ଧ କେତେକ ଐତିହାସିକ ତଥ୍ୟରେ ସାମ୍ପ୍ରଦାୟିକବାଦର ସମ୍ମୁଖୀନ ହେଉଥିଲେ ।

(୨) ମନୋବୈଜ୍ଞାନିକ ଉପାଦାନ – ପରସ୍ପର ପ୍ରତି ଅବିଶ୍ଵାସ, ସନ୍ଦେହ, ଭୟ ତଥା ହୀନମନ୍ୟତା ଆଦି ମନୋବୈଜ୍ଞାନିକ କାର୍ଯ୍ୟଗୁଡ଼ିକ ସାମ୍ପ୍ରଦାୟିକତା ବୃଦ୍ଧି ପାଇଁ ଅଧିକାଂଶ ପରିମାଣରେ ଦାୟୀ ଅଟେ । ବିଭିନ୍ନ ରାଜନୈତିକ ଦଳ ସଂଖ୍ୟାଲଘୁ ସମ୍ପ୍ରଦାୟ ପ୍ରତି ଅନ୍ୟାୟ ଭାବରେ ତୋଷଣ ନୀତି ଅବଲମ୍ବନ କରିବା ଓ ସଂଖ୍ୟାଗରିଷ୍ଠମାନଙ୍କୁ ଅର୍ଥନୈତିକ ଓ ସାମାଜିକ ପ୍ରଗତିରେ ଉଦ୍‌ବୁଦ୍ଧ କରିବା ଏବଂ ବିଭିନ୍ନ ସମ୍ପ୍ରଦାୟ ମଧ୍ଯରେ ଅନିଶ୍ଚିତତା ଭାବ ପରସ୍ପର ମଧ୍ୟରେ ସନ୍ଦେହ ଓ ବିଦ୍ବେଷ ସୃଷ୍ଟି କରିଅଛି ।

(୩) ସାମାଜିକ ଉପାଦାନ – ଭାରତବର୍ଷରେ ବିଭିନ୍ନ ଧର୍ମ ଅନୁଯାୟୀ ସଂସ୍କୃତିଗତ ପ୍ରଭେଦ ଦେଖା ଯାଇଥାଏ । ଏଠାରେ ହିନ୍ଦୁ, ମୁସଲମାନ, ଶିଖ, ଖ୍ରୀଷ୍ଟିୟାନ ତଥା ପାର୍ସୀମାନଙ୍କ ରୀତିନୀତି, ଚାଲିଚଳନ, ବେଶଭୂଷା, ଧର୍ମ, ବିଶ୍ବାସ, ପର୍ବପର୍ବାଣି ଇତ୍ୟାଦି ପରସ୍ପରଠାରୁ ପୃଥକ୍ । ସାମାଜିକ ବିଧ୍ଵବିଧାନ ମଧ୍ୟ ସମ୍ପୂର୍ଣ୍ଣ ଅଲଗା । ଫଳରେ ସେମାନେ ପରସ୍ପରପ୍ରତି ଭିନ୍ନ ମନୋଭାବ ପୋଷଣ କରିଥା’ନ୍ତି ।

(୪) ରାଜନୈତିକ ଉପାଦାନ – ଗଣତନ୍ତ୍ର ସର୍ବୋତ୍ତମ ଶାସନ ବ୍ୟବସ୍ଥା । ମାତ୍ର ଭୋଟ ପାଇଁ ରାଜନୀତି ହେଉଥୁବାରୁ ଧର୍ମକୁ ଭୋଟ ଆହରଣର ଏକ ପ୍ରଚ୍ଛନ୍ନ ଅଥଚ ପ୍ରକୃଷ୍ଟ ମାର୍ଗଭାବରେ ବ୍ୟବହାର କରାଯାଇଛି । ଭୋଟ ସମୟରେ ଧର୍ମନାମରେ ପ୍ରଚାର ସାମ୍ପ୍ରଦାୟିକତାକୁ ତୀବ୍ରତର କରିଥାଏ । ଏବେ ସାମ୍ପ୍ରଦାୟିକତାକୁ ଭିଭିକରି ଗଢ଼ି ଉଠିଥିବା କେତେକ ରାଜନୈତିକ ଦଳ ଭୋଟ ରାଜନୀତିରେ ଅବତୀର୍ଣ୍ଣ ହେବାପରେ ପରିସ୍ଥିତି ଆହୁରି ଜଟିଳ ହୋଇଯାଇଛି ।

(୫) ସମାଜବିରୋଧୀ ତତ୍ତ୍ବର ପ୍ରଚାର – ପ୍ରତ୍ୟେକ ସମାଜରେ କିଛି ନା କିଛି ସାମାଜ ବିରୋଧୀ ଲୋକ ରହିଛନ୍ତି । ସେମାନଙ୍କ କାର୍ଯ୍ୟ ହେଲା ବିଭିନ୍ନ ଧର୍ମସମୂହଗୁଡ଼ିକ ମଧ୍ୟରେ ସଂଘର୍ଷ ସୃଷ୍ଟି କରିବା ଓ ତହିଁରୁ ନିଜ ଫାଇଦା ଉଠାଇବା । ଏମାନେ ସାଧାରଣତଃ କୌଣସି ବିଶେଷ ପର୍ବପର୍ବାଣି ବା ଉତ୍ସବ ଅବସରରେ ମନଗଢ଼ା ଭୁଲ୍‌ତଥ୍ୟ ପରିବେଷଣ କରି ସାମ୍ପ୍ରଦାୟିକତାର ବୀଜବପନ କରିଥା’ନ୍ତି ।

(୬) ସାମ୍ପ୍ରଦାୟିକ ସଂଗଠନ – ଆମ ଦେଶରେ ବିଭିନ୍ନ ଧର୍ମକୁ ନେଇ ମୌଳିକ ସଙ୍ଗଠନମାନ ରହିଅଛି । ମୌଳିକତାବାଦୀମାନେ ସ୍ଥାନ, କାଳ, ପାତ୍ର ଭେଦରେ ଧର୍ମର ବାଖ୍ୟା ଓ ଆଚରଣ ବଦଳିବାରେ ବିଶ୍ଵାସ କରନ୍ତି ନାହିଁ । ସେମାନେ ଧର୍ମର ଏକ ସଂକୀର୍ଣ୍ଣ ଋଢ଼ବାଦୀ ବ୍ୟାଖ୍ୟା କରି ନିଜ ଧର୍ମର ଅନନ୍ୟତା ଓ ଶ୍ରେଷ୍ଠତା ପ୍ରମାଣ କରିବା ସଙ୍ଗେ ସଙ୍ଗେ ଅନ୍ୟ ଧର୍ମର ନ୍ୟୁନତା ପ୍ରମାଣ କରିବାକୁ ଚେଷ୍ଟା କରିଥାଆନ୍ତି ।

ଆଜିକାଲି ହିନ୍ଦୁ, ମୁସଲମାନ, ଶିଖ୍, ଜନଜାତି ଆଦି ସମ୍ପ୍ରଦାୟର ଅନେକ ସଙ୍ଗଠନ ମୁଣ୍ଡ ଟେକିବାରେ ଲାଗିଛି । ଏ ପ୍ରକାର ସଙ୍ଗଠନ ଆପଣା ଧର୍ମର ଲୋକମାନଙ୍କୁ ଏକଜୁଟ୍ କରି ଧର୍ମ ନାମରେ ଅନ୍ୟ ସମ୍ପ୍ରଦାୟର ଲୋକମାନଙ୍କ ପ୍ରତି ଘୃଣା ଓ ବିଦ୍ବେଷ ମନୋଭାବ ସୃଷ୍ଟି କରନ୍ତି |

(୭) ଇତିହାସର ମିଥ୍ୟାବର୍ଣ୍ଣନା – ଭାରତର ଇତିହାସକୁ ଭୁଲ୍ ଭାବରେ ଉପସ୍ଥାପନା କରିବାର ଅପଚେଷ୍ଟା ବ୍ରିଟିଶ ଶାସକମାନଙ୍କଠାରୁ ଆରମ୍ଭ ହୋଇଅଛି । ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଦ୍ବେଷ ସୃଷ୍ଟି କରି Divide and rule ଅନୁଯାୟୀ ବ୍ରିଟିଶରମାନେ ଐତିହାସିକ ଭୁଲ୍‌ତଥ୍ୟ ଯୋଗାଇ ଦେଇଛନ୍ତି । ସମୟେ ସମୟେ ପାଠ୍ୟ ପୁସ୍ତକଗୁଡ଼ିକରେ ଇତିହାସର ଭ୍ରମାତ୍ମକ ବର୍ଣ୍ଣନା ସ୍ଥାନ ପାଇଥିବାରୁ ତାହା ଶିଶୁ ମନରେ ଅଯଥା ସାମ୍ପ୍ରଦାୟିକ ବିଦ୍ବେଷ ସୃଷ୍ଟି କରୁଅଛି ।

(୮) ବୈଦେଶିକ ହସ୍ତକ୍ଷେପ – ବେଳେବେଳେ ବୈଦେଶିକ ରାଷ୍ଟ୍ରଗୁଡ଼ିକ ଭାରତ ପ୍ରତି ହିଂସା ମନୋଭାବ ରଖ୍ ଦେଶର ବିଚ୍ଛିନ୍ନତାବାଦୀ ଶକ୍ତିଗୁଡ଼ିକୁ ଉତ୍ସାହ ପ୍ରଦାନ କରିଥା’ନ୍ତି । ଆମେରିକାର ଗୁପ୍ତଚର ସଂସ୍ଥା CIA ମଧ୍ୟ ଅତୀତରେ ଭାରତକୁ ଦୁର୍ବଳ କରିବାପାଇଁ ସାମ୍ପ୍ରଦାୟିକ ଦଙ୍ଗାକୁ ଉତ୍ସାହିତ କରିବାର ଅଭିଯୋଗ ହୋଇଥିଲା ।

(୯) ଗଣମାଧ୍ୟମ – ସାମ୍ପ୍ରଦାୟିକ ଉତ୍ତେଜନାକୁ ପ୍ରଜ୍ବଳିତ କରିବାରେ ଗଣମାଧ୍ୟମଗୁଡ଼ିକ ବେଳେବେଳେ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଥା’ନ୍ତି | ଶୂନ୍ୟରୁ ତୋଳି ସମ୍ବାଦ ପ୍ରକାଶ କରି ଏବଂ ପ୍ରମାଦପୂର୍ଣ୍ଣ ତଥ୍ୟ ପରିବେଷଣ କରି ସାମ୍ପ୍ରଦାୟିକ ରୂପୀ ଅଗ୍ନିରେ ଘିଅ ଢାଳିଥା’ନ୍ତି |

(୧୦) ମୁଖ୍ୟସ୍ରୋତରୁ ଦୂରତ୍ବ – ସଂଖ୍ୟାଲଘୁମାନେ ମୁଖ୍ୟସ୍ରୋତରୁ ଦୂରରେ ରହିଥିବାରୁ ସାମ୍ପ୍ରଦାୟିକ ଶକ୍ତିର ଚାପ ଫଳରେ ସାମ୍ପ୍ରଦାୟିକତା ପ୍ରତି ଆକୃଷ୍ଟ ହୁଅନ୍ତି ।

(୧୧) ସାମ୍ପ୍ରଦାୟିକ ସଦ୍‌ଭାବ ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ – ସାମ୍ପ୍ରଦାୟିକ ସଦ୍‌ଭାବର ପ୍ରସାର ପାଇଁ ଭିନ୍ନ ଭିନ୍ନ ସମୟରେ ପ୍ରତ୍ୟେକ ଅଞ୍ଚଳରେ ସଭା, ଶୋଭାଯାତ୍ରା, ଶିବିର ଓ ପ୍ରଦର୍ଶନୀର ଆବଶ୍ୟକତା ରହିଛି । ବିଶେଷଭାବରେ ସଂଖ୍ୟାଲଘୁ ସମୁଦାୟର ପ୍ରତ୍ୟେକ ଅଞ୍ଚଳରେ ସଭା, ଶୋଭାଯାତ୍ରା, ଶିବିର ଓ ପ୍ରଦର୍ଶନୀର ଆବଶ୍ୟକତା ରହିଛି । ବିଶେଷଭାବରେ ସଂଖ୍ୟାଲଘୁ ସମୁଦାୟର ସଦସ୍ୟମାନଙ୍କୁ ଏସବୁ କାର୍ଯ୍ୟକ୍ରମରେ ଅଧ‌ିକ ସଂଖ୍ୟାରେ ଯୋଗଦେବାପାଇଁ ପଦକ୍ଷେପ ନିଆଯିବା ଉଚିତ ।

ପ୍ରାଚୀରପତ୍ର, ଚିତ୍ରକଳା, ନାଟକ, ପାଲା, ଦାସକାଠିଆ ମାଧ୍ୟମରେ ଧର୍ମନିରପେକ୍ଷ ବିଚାରଧାରାର ବହୁଳ ପ୍ରଚାର କରିବା ଆବଶ୍ୟକ । ଗଣମାଧ୍ୟମ ଏ ସଂକ୍ରାନ୍ତରେ ସକ୍ରିୟ ଭୂମିକା ଗ୍ରହଣ କରିବା ଆବଶ୍ୟକ ।

(୧୦) ଗାନ୍ଧିବାଦର ପ୍ରସାର – ଜାତିର ପିତା ମହାତ୍ମା ଗାନ୍ଧୀ ସାମ୍ପ୍ରଦାୟିକ ସଦ୍‌ଭାବର ଏକ ମହାନ୍ ପ୍ରତୀକ । ତାଙ୍କର ପ୍ରଦର୍ଶିତ ମାର୍ଗ ଓ ବିଚାରଧାରା ଯଥା ଅହିଂସା, ମୈତ୍ରୀ, ସର୍ବଧର୍ମକୁ ସମ୍ମାନ ଓ ପରସ୍ପର ମଧ୍ୟରେ ଭ୍ରାତୃତ୍ଵର ପ୍ରସାରଦ୍ୱାରା ଭାରତ ଏକ ବୃହତ୍ ଧର୍ମ ନିରପେକ୍ଷ ରାଷ୍ଟ୍ର ହୋଇପାରିଛି ।

CHSE Odisha Class 12 Sociology Unit 3 Long Answer Questions in Odia Medium

୪ । ସାମ୍ପ୍ରଦାୟିକତାବାଦର ନିରାକରଣ ପାଇଁ କି କି ପଦକ୍ଷେପ ଗ୍ରହଣ କରାଯିବା ଉଚିତ, ଆଲୋଚନା କର ।
Answer:
ସାଧୀନତାର ଛଅ ଦଶନ୍ଧିରୁ ଅଧ୍ବକ କାଳ ବିତିଯାଇଥିଲେ ମଧ୍ୟ ସାମ୍ପ୍ରଦାୟିକତା ଆମ ଦେଶର ଜାତୀୟ ସଂହତି ପାଇଁ ଏକ ମୁଖ୍ୟ ସମସ୍ୟା ହୋଇ ରହିଛି । ବିଗତ ବର୍ଷମାନଙ୍କରେ ଅତି କମ୍‌ରେ ଦଶହଜାରରୁ ଅଧିକ ଲୋକ ସାମ୍ପ୍ରଦାୟିକ ଦଙ୍ଗାରେ ମୃତ୍ୟୁବରଣ କରିଛନ୍ତି । ଅଯୋଧ୍ୟା, ଗୋଧ୍ରା, ବମ୍ବେର ସାମ୍ପ୍ରଦାୟିକ ଦଙ୍ଗା ଆଜି ମଧ୍ୟ ଲୋକମାନେ ପାସୋରି ପାରି ନାହାନ୍ତି ।

ସାମ୍ପ୍ରଦାୟିକତାକୁ ପ୍ରତିହତ କରି ନପାରିବା ଆମ ରାଷ୍ଟ୍ରତନ୍ତ୍ର ଓ କ୍ଷମତାର ଅଧିକାରୀମାନଙ୍କର ବିଫଳତା । ଏହାର ପ୍ରତିରୋଧ ଓ ବିଲୋପ ପାଇଁ ନିମ୍ନରେ କେତେକ ପ୍ରସ୍ତାବକୁ ଆଲୋଚନା କରାଗଲା ।

(କ) ତୁରନ୍ତ ପଦକ୍ଷେପ :
(୧) ଗଣମାଧ୍ୟମର ଗୁଜବ ପ୍ରଚାର ବା ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶନ ବା ସମ୍ପ୍ରସାରଣକୁ ନିଷିଦ୍ଧ କରିବା ।
(୨) ଚରମପନ୍ଥୀ ସନ୍ତ୍ରାସବାଦର ମୂଳୋତ୍ପାଟନ ଆବଶ୍ୟକ । ଦଙ୍ଗାଗୋଳ ସୃଷ୍ଟି କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନଗୁଡ଼ିକ ପ୍ରତି କଠୋର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ।
(୩) ଦଙ୍ଗା ପ୍ରଭାବିତ ଅଞ୍ଚଳରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ସମ୍ମାନାସ୍ପଦ ସଦସ୍ୟମାନଙ୍କୁ ସାମିଲ କରି ଶାନ୍ତି କମିଟିର ଗଠନ ଓ ସକ୍ରିୟ ପଦକ୍ଷେପ ଗ୍ରହଣ କରିବା ।
(୪) ଦଙ୍ଗାଗୋଳକୁ ପ୍ରତିହତ କରିବାପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ପାରଙ୍ଗମ ସ୍ୱତନ୍ତ୍ର ସୁରକ୍ଷାବାହିନୀଗୁ ସୃଷ୍ଟି କରି ନିୟୋଜିତ କରିବା ।
(୫) ଦଙ୍ଗାଗଣ୍ଡଗୋଳରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପ୍ରତି ସ୍ୱତନ୍ତ୍ର ଅଦାଲତ ମାଧ୍ୟମରେ ତୁରନ୍ତ ଦଣ୍ଡବ୍ୟବସ୍ଥା କରିବା ।
(୬) ଦଙ୍ଗାବିଧ୍ବସ୍ତ ଲୋକମାନଙ୍କର ଥଇଥାନ ପାଇଁ ବିପର୍ଯ୍ୟସ୍ତ ଲୋକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସୁରକ୍ଷା ପ୍ରଦାନ କରିଥା ତଥା ରିଲିଫ୍ କ୍ୟାମ୍ପରେ ରଖ୍ ସେମାନଙ୍କ ଖାଦ୍ୟବସ୍ତ୍ର ଓ ସ୍ୱାସ୍ଥ୍ୟ ସଂକ୍ରାନ୍ତୀୟ ଜରୁରୀ ବ୍ୟବସ୍ଥା କରିବା ଆବଶ୍ୟକ ।
(୭) ଦଙ୍ଗାଭୟଭୀତ ଲୋକମାନଙ୍କର ମନୋବୈଜ୍ଞାନିକ ସମାଜତାତ୍ତ୍ୱିକ ବ୍ୟବସ୍ଥାରେ ଥଇଥାନ କରିବା ଆବଶ୍ୟକ ।

ସୂଦୂରପ୍ରସାରୀ ପଦକ୍ଷେପ :
(୧) ସାକ୍ଷରତା – ସମସ୍ତ ସାଧାରଣ ନାଗରିକ ଓ ଯୁବକ ଯୁବତୀମାନଙ୍କ ମଧ୍ୟରେ ଶିକ୍ଷା ଓ ସଚେତନତାର ପ୍ରସାରଦ୍ଵାରା ଧର୍ମନିରପେକ୍ଷତା ମଜବୁତ ହେବ ଓ ସଂପ୍ରଦାୟିକତାର ମୂଳୋତ୍ପାଟନ ହୋଇପାରିବ ।

(୨) ଆର୍ଥିକ ବିକାଶ – ସଂଖ୍ୟାଲଘୁ ସଂପ୍ରଦାୟର ଆର୍ଥିକ ବିକାଶ ହୋଇପାରିଲେ କେତେକାଂଶରେ ସାମ୍ପ୍ରଦାୟିକତାକୁ ରୋକାଯାଇପାରିବ ।

(୩) କର୍ମସଂସ୍ଥାନ – ସଂଖ୍ୟାଲଘୁ ସମୁଦାୟର ଅଧିକାଂଶ ସଦସ୍ୟ ଶିକ୍ଷାଲାଭରୁ ବଞ୍ଚିତ ହୋଇଥିବାରୁ ସରକାରୀ ଓ ବେସରକାରୀ ଚାକିରି କ୍ଷେତ୍ରରେ ବହୁଳଭାବରେ ଯୋଗଦେଇ ପାରୁନାହାଁନ୍ତି । ସେମାନଙ୍କୁ ଉଚିତ ରୂପରେ କର୍ମସଂସ୍ଥାନ ଓ ବୃତ୍ତି କ୍ଷେତ୍ରରେ ନିୟୋଜିତ କରିପାରିଲେ, ସେମାନେ ସାମ୍ପ୍ରଦାୟିକ ଶକ୍ତିର ଶିକାର ହେବେ ନାହିଁ ।

(୪) ସାମ୍ପ୍ରଦାୟିକ ବିଚାରଧାରାର ଲୋପ – ଧର୍ମ ଓ ସଂପ୍ରଦାୟର ବିରୋଧୀ ମନୋଭାବର ବିକାଶକୁ ସମାଜରୁ ବିଲୋପ କରିବା ଅତ୍ୟନ୍ତ ଜରୁରୀ । ଅନ୍ୟ ଧର୍ମ ପ୍ରତି ଘୃଣା, ଆକ୍ଷେପ ବା ଆକ୍ରୋଶମୂଳକ ମନୋଭାବକୁ ପରିବର୍ତ୍ତନ କରାଯିବା ଆବଶ୍ୟକ ।

(୫) ଧର୍ମ ଓ ରାଜନୀତିକୁ ପୃଥକ କରିବା – ସମସ୍ତ ରାଜନେତା, ରାଜନୈତିକ ଦଳ ଓ ସଙ୍ଗଠନ ସାମ୍ପ୍ରଦାୟିକତା ମନୋଭାବରୁ ବିରତ ରହିବା ଆବଶ୍ୟକ । ଦେଶର ରାଜନୈତିକ କ୍ଷେତ୍ର ସହ ଧର୍ମକୁ ସଂଶ୍ଳିଷ୍ଟ ନକରି ପୃଥକ୍ ରଖୁବା ଉଚିତ ।

(୬) ଧର୍ମାନ୍ତରୀକରଣକୁ ବିରୋଧ – କୌଣସି ଧର୍ମ ବା ସମୁଦାୟର ଲୋକମାନଙ୍କୁ ବଳପୂର୍ବକ ଅଥବା ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତ୍ତନ କରି ଅନ୍ୟ ଧର୍ମରେ ଦୀକ୍ଷିତ ହେବାକୁ କଡ଼ାକଡ଼ି ଭାବରେ ପ୍ରତିରୋଧ କରିବା ଆବଶ୍ୟକ । ସଇଚ୍ଛାରେ କେହି ଅନ୍ୟ ଧର୍ମ ଗ୍ରହଣ କରିବା ଦୋଷାବହ ନୁହେଁ, ମାତ୍ର ଲୋକମାନଙ୍କର ନିରକ୍ଷରତା ଓ ସରଳତାର ସୁଯୋଗ ନେଇ ସେମାନଙ୍କର ଧର୍ମାନ୍ତରିତ କରିବା ଏକ ଜଘନ୍ୟ ଅପରାଧ । ଏଥିପାଇଁ ଦୃଢ଼ ଆଇନ ବ୍ୟବସ୍ଥା ପ୍ରଣୟନ କରିବା ସହ ଏହାକୁ ସତର୍କତାର ସହ କାର୍ଯ୍ୟକାରୀ କରିବା ବିଧେୟ ।

(୭) ଶିକ୍ଷିତ ଓ ମଧ୍ୟବିତ୍ତ ଶ୍ରେଣୀର ଭୂମିକା – ଭାରତର ଶିକ୍ଷିତ ଓ ମଧ୍ୟବିତ୍ତ ଶ୍ରେଣୀ ଇତିହାସକାଳରୁ ଦେଶ ଗଠନ ଓ ସାମାଜିକ ବିପ୍ଳବ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛନ୍ତି । ସାମ୍ପ୍ରଦାୟିକତା ବିରୁଦ୍ଧରେ ସଭାସମିତି ଓ ବିଚାର ଗୋଷ୍ଠୀ ତଥା ମାର୍ଗଦର୍ଶନ ଓ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସାମ୍ପ୍ରଦାୟିକତା ଦମନ କରିବାପାଇଁ ଏମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିବା
ଆବଶ୍ୟକ ।

(୮) ପାଠ୍ୟପୁସ୍ତକ ଓ ଶିକ୍ଷାନୁଷ୍ଠାନର ଭୂମିକା – ଆମ ଦେଶର ପାଠ୍ୟପୁସ୍ତକ ବିଶେଷଭାବରେ ଇତିହାସ ଶିକ୍ଷାଦାନ କ୍ଷେତ୍ରରେ ଅନେକ ଭ୍ରମାତ୍ମକ ଓ ସାମ୍ପ୍ରଦାୟିକ ତତ୍ତ୍ୱ ତଥା ଇତିହାସକୁ ବିକୃତ କରି ଚିତ୍ରଣ କରିବାର ଦୃଷ୍ଟାନ୍ତ ଦେଖାଦିଏ । ଇତିହାସକାର ଓ ପାଠ୍ୟପୁସ୍ତକ ପ୍ରଣେତା ତଥା ଶିକ୍ଷକବର୍ଗ ଏଥପାଇଁ ସଚେତନ ହେବା ତଥ୍ୟ ବିଭ୍ରାନ୍ତିକର ତଥ୍ୟକୁ ତୁରନ୍ତ ବାଦ ଦେଇ ଶିକ୍ଷା ପ୍ରଦାନ କରିବା ଆବଶ୍ୟକ । ଶିକ୍ଷାନୁଷ୍ଠାନମାନଙ୍କରେ ଭିନ୍ନ ଭିନ୍ନ ସମୁଦାୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସଦ୍‌ଭାବ ଓ ମୈତ୍ରୀର ପ୍ରସାର ଆବଶ୍ୟକ ।

୫ । ଆତଙ୍କବାଦ କ’ଣ ? ଆତଙ୍କବାଦର ବୈଶିଷ୍ଟ୍ୟକୁ ଆଲୋଚନା କର ।
Answer:
ହିଂସାତ୍ମକ କର୍ମକୁ ଲକ୍ଷ୍ୟଲାଭର ସମୁଚିତ ପନ୍ଥାରୂପେ ମନେକରୁଥିବା ପୃଥିବୀବ୍ୟାପୀ ସନ୍ତ୍ରାସବାଦୀ ଗୋଷ୍ଠୀମାନଙ୍କର କାର୍ଯ୍ୟକଳାପକୁ ଆତଙ୍କବାଦ କୁହାଯାଏ । ଏକ ସଙ୍ଗଠିତ ଦଳ ବା ସମୂହ ନିଜର ନିର୍ଦ୍ଧାରିତ ଲକ୍ଷ୍ୟପୂରଣ ନିମିତ୍ତ ଯୋଜନାବଦ୍ଧ ଭାବରେ ହିଂସାର ବ୍ୟବହାର କରିବାର ପଦ୍ଧତି ହେଉଛି ଆତଙ୍କବାଦ । ଆତଙ୍କବାଦର କେତେକ ବୈଶିଷ୍ଟ୍ୟକୁ ନିମ୍ନରେ ଆଲୋଚନା କରାଗଲା ।

(୧) ରାଜନୈତିକ ଅଭିପ୍ରାୟ – ସମ୍ପ୍ରତି ଆତଙ୍କବାଦ ବିଶ୍ବ ରାଜନୀତି ପ୍ରତି ଏକ ଆକ୍ରମଣାତ୍ମକ କାର୍ଯ୍ୟ ଅଟେ । ଏହା ରାଷ୍ଟ୍ରର ଉନ୍ନତିରେ ବାଧା ସୃଷ୍ଟି କରିଥାଏ । ବାଂଲାଦେଶରୁ ଭାରତକୁ ମୁସଲମାନମାନଙ୍କ ଅନୁପ୍ରବେଶ ଏବଂ ଏହାକୁ ରୋକିବାରେ ସରକାରଙ୍କ ଅକ୍ଷମତା ସାମାଜିକ ସ୍ଥିତିକୁ ଉଦ୍‌ବେଗ କରିଅଛି ।

CHSE Odisha Class 12 Sociology Unit 3 Long Answer Questions in Odia Medium

(୨) ନିର୍ଦ୍ଦିଷ୍ଟ ଲକ୍ଷ୍ୟଭିତ୍ତିକ ସମୂହ – ୨୦୦୦ ମସିହାହୁ ୨୦୧୧ ମସିହା ପର୍ଯ୍ୟନ୍ତ ଆତଙ୍କବାଦୀମାନେ ଅହମ୍ମଦାବାଦ, ପୁନେ, ବେଙ୍ଗାଲୁର, ହାଇଦ୍ରାବାଦ, ଜୟପୁର, ବାରଣାସୀରେ ଅମାନୁଷିକ/ବର୍ବର ଆକ୍ରମଣ କରିଛନ୍ତି । ୨୦୦୧ରେ ଭାରତୀୟ ପାର୍ଲାମେଣ୍ଟ ଆକ୍ରମଣ ଏବଂ ୨୦୦୮ରେ ୨୬/୧୧ର ଆତଙ୍କବାଦୀ ଆକ୍ରମଣ ସମାଜରେ ନାନା ବିଶୃଙ୍ଖଳା ସୃଷ୍ଟି କରିଅଛି । ଭାରତର ନାଗାଲାଣ୍ଡ, ମିଜୋରାମ ଏବଂ ମଣିପୁରର ଜାତି ବିଭେଦକୁ ନେଇ ହିଂସା ଓ ପ୍ରତିହିଂସା ହୋଇଅଛି ।

(୩) ଆତଙ୍କବାଦ ରାଷ୍ଟ୍ର ଏବଂ ସମୁଦାୟ ବିରୋଧୀ – ବିପଦପୂର୍ଣ୍ଣ ଆତଙ୍କବାଦ ଜାତୀୟ ଐକ୍ୟ ଓ ସଂହତିରେ ବାଧା ସୃଷ୍ଟି କରିଥାଏ । ଆତଙ୍କବାଦୀମାନେ ସାଧାରଣତଃ ଜାତୀୟ ସଂହତି, ରାଜନୈତିକ ସଂହତି, ରାଜନୈତିକ ଅନୁଷ୍ଠାନ ଏବଂ ସାଂସ୍କୃତିକ ମୂଲ୍ୟବୋଧକୁ ଲକ୍ଷ୍ୟରଖୁ ନାନା ଅଘଟଣମାନ ଭାରତରେ କରିଥା’ନ୍ତି । ସମାଜ ଓ ସାମାଜିକ, ରାଜନୈତିକ ଓ ଅର୍ଥକ ସମ୍ପର୍କକୁ ବିଶୃଙ୍ଖଳିତ କରିଥା’ନ୍ତି । ଗ୍ରାମ ବା ସହର ସାମୁଦାୟିକ ମନୋଭାବକୁ ଦୁର୍ବଳ କରିଥାନ୍ତି ।

(୪) ଆତଙ୍କବାଦ ବେଆଇନ ଆଇନ ବିରୁଦ୍ଧ ଓ ଆଇନ ଅସଙ୍ଗତ ଅଟେ – ଆତଙ୍କବାଦ ରାଜନୈତିକ, ଆଦର୍ଶଗତ, ସାମାଜିକ, ଅର୍ଥନୈତିକ କାରଣଗୁଡ଼ିକ ନେଇ ଆଇନ ବିରୋଧୀ କାର୍ଯ୍ୟ କରି ସ୍ବାର୍ଥ ହାସଲ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥାଏ । ପ୍ରାୟତଃ ଆତଙ୍କବାଦୀମାନଙ୍କର କାର୍ଯ୍ୟ ପଦ୍ଧତି ବେଆଇନ ବା ଆଇନ ବିରୋଧୀ ଅଟେ । ଆଇନଗୁଡ଼ିକ ଅବମାନନା କରି ବିଦ୍ରୋହୀଗଣ ସମାଜରେ ନାନା ଅଘଟଣ ଘଟାଇଥା’ନ୍ତି, ଯାହାକି ସମାଜ, ରାଷ୍ଟ୍ରର ବିକାଶ, ପ୍ରଗତି ଓ ଉନ୍ନତିରେ ବାଧକ ହୋଇଥାଏ । ଏହା ଆଇନ ଅସଙ୍ଗତ । ଏହା ଦେଶରେ ବିବିଧତା ଆଣିଥାଏ ଏବଂ ଶାନ୍ତି ଭଙ୍ଗ କରିଥାଏ ।

(୫) ଆତଙ୍କବାଦ ଭୟ ପ୍ରଦର୍ଶନ କରିଥାଏ ପଞ୍ଜାବ, କାଶ୍ମୀରରେ ଆତଙ୍କବାଦ, ନକ୍ସଲ, ଉଲ୍‌ଫା ଆତଙ୍କବାଦ ଇତ୍ୟାଦି ସମାଜରେ ଭୟ ସଂଚାର କରିଥା’ନ୍ତି । ଆତଙ୍କବାଦୀଙ୍କଦ୍ୱାରା ବ୍ୟବହୃତ ବୋମା, ବିସ୍ଫୋରକ ଦ୍ରବ୍ୟ, ଦୋକାନ ବଜାର, ରେଳଷ୍ଟେସନ, ବସ୍‌ଷ୍ଟାଣ୍ଡରେ ବୋମା ବିସ୍ଫୋରଣ, ସ୍ଥାନୀୟ ମୁଖ୍ୟଲୋକଙ୍କୁ ଅପହରଣ ଓ ହତ୍ୟାଧମକ ନାନା ଭୟ ସଞ୍ଚାର କରିଥାଏ ।

(୬) ଆତଙ୍କବାଦ ସୁସଙ୍ଗତ ବିଚାରକୁ ନିବାରଣ କରିଥାଏ – ସମାଜର ଅନୁମୋଦିତ, ସୀକୃତ ଓ ପ୍ରଣୋଦିତ ନୀତିନିୟମ, ଆଇନକାନୁନକୁ ଆତଙ୍କବାଦୀମାନେ ସହଜରେ ଗ୍ରହଣ କରି ନଥା’ନ୍ତି । ବରଂ ଆଇନକୁ ଅବମାନନା ବା ବେଖାତିର କରି ଆତଙ୍କି, ବା ସନ୍ତ୍ରାସ କରି ନିଜର ମତାମତ ଗ୍ରହଣ କରିବାକୁ ପ୍ରଶାସନ ତଥା ଜନସାଧାରଣଙ୍କୁ ବାଧ୍ୟ କରାଇବା ସନ୍ତ୍ରାସବାଦୀଙ୍କ ଉଦ୍ଦେଶ୍ୟ
ଥାଏ ।

(୭) ଆତଙ୍କବାଦ ସେଚ୍ଛାଚାରିତାକୁ ପ୍ରଶୟ ପ୍ରଦାନ କରିଥାଏ – ନିଜର ନିଷ୍ପଭିକୁ ଅନ୍ଧଭାବରେ ଗ୍ରହଣ କରିବାପାଇଁ ଦାବିଗୁଡ଼ିକ ଆତଙ୍କବାଦୀମାନେ ଉପସ୍ଥିତ କରିଥାନ୍ତି । ସେମାନଙ୍କର ମନମୁଖୀ ବ୍ୟବହାର ଅଶାନ୍ତି ବା ସାମାଜିକ ତଥା ଆଇନଗତ ବିଶୃଙ୍ଖଳାର କାରଣ ହୋଇଥାଏ ।

(୮) ଆତଙ୍କବାଦ ଜନସାଧାରଣଙ୍କୁ ଅସହାୟ କରିଦିଏ – ବହୁ ନିରୀହ ଜନସାଧାରଣ ଆତଙ୍କବାଦର ଆକ୍ରୋଶର ଶିକାର ହୋଇଥାନ୍ତି । ବହୁ ଧନସମ୍ପଭିର କ୍ଷୟକ୍ଷତି ହୋଇଥାଏ । ଏହି ବିପର୍ଯୟର ଶିକାର ହୋଇ ବହୁ ଅନାଥ, ବିଧବା, ଗୃହହୀନ ଆତଙ୍କବାଦ ଦମନର ଏକ ମାଧ୍ୟମ ଅଟେ । ଏହା ଏକ ହିଂସାତ୍ମକ ପଦକ୍ଷେପ ଅଟେ ।

୬ । ଆତଙ୍କବାଦର କାରଣଗୁଡ଼ିକ ବର୍ଣନା କର ।
Answer:
ସାଧାରଣତଃ ଜନସାଧାରଣଙ୍କୁ ପ୍ରଭାବିତ କରି ରାଜନୀତିକ କିମ୍ବା ବିଦ୍ରୋହ ନିମିତ୍ତ ସୁବିଧା ସୁଯୋଗ ଲାଭ କରିବାପାଇଁ ପୂର୍ବ ପରିକଳ୍ପିତ ବା ସ୍ଥିରୀକୃତ ଉଦ୍ଦେଶ୍ୟମୂଳକ ଓ ଯୋଜନାମୂଳକ ହତ୍ୟା, ଆତଙ୍କ ନିରୀହମାନଙ୍କୁ ଭୀତି ପ୍ରଦର୍ଶନ ହେଉଛି ଆତଙ୍କବାଦ ।

CHSE Odisha Class 12 Sociology Unit 3 Long Answer Questions in Odia Medium

ଆତଙ୍କବାଦର ଅନେକ କାରଣମାନ ରହିଛି । ସେଗୁଡ଼ିକ ନିମ୍ନରେ ଆଲୋଚନା କରାଯାଇଛି ।

ସାମାଜିକ କାରଣ – ଯେତେବେଳେ ସଂଖ୍ୟାଲଘୁ ଗୋଷ୍ଠୀ ସେମାନଙ୍କର ଅଧିକାରଗୁଡ଼ିକ ଠିକ୍ ଭାବରେ ପୂରଣ କରିବାରେ ଅସମର୍ଥ ହୋଇଥା’ନ୍ତି ଏବଂ ସେମାନଙ୍କର ସାଂସ୍କୃତିର ଅବକ୍ଷୟ ହେଉଅଛି ବୋଲି ଅନୁଭବ କରିଥା’ନ୍ତି, ସେଥ‌ିପାଇଁ ଉପଯୁକ୍ତ ସହାୟତା ଓ ପ୍ରୋତ୍ସାହନରେ ବିଫଳ ହେଲେ ସେମାନେ ଚରମପନ୍ଥୀ ହୋଇଥା’ନ୍ତି ।

କେତେକ କାରଣବଶତଃ ସଂଖ୍ୟାଲଘୁ ଗୋଷ୍ଠୀର ସଦସ୍ୟମାନେ ସାମାଜିକ ସମ୍ପର୍କକୁ ବ୍ୟାପକ କରିବାରେ ବିଫଳ ହୋଇଥାନ୍ତି । ସେମାନେ ମୁଖ୍ୟସ୍ରୋତରେ ସାମିଲ ହୋଇପାରନ୍ତି ନାହିଁ । ଫଳରେ ବିକଳ୍ପ ପନ୍ଥା ଅନୁସରଣ କରି ଆତଙ୍କବାଦ ଭିତରେ ନିଜକୁ ପରିଚାଳନା କରିଥା’ନ୍ତି ଓ ଆତଙ୍କବାଦୀ ପାଲଟିଯା’ନ୍ତି ।

(୨) ଅର୍ଥନୈତିକ କାରଣ – ଦାରିଦ୍ର୍ୟ ଆତଙ୍କବାଦର ପ୍ରଧାନ କାରଣ ଅଟେ । ସାମାଜିକ ଓ ଅର୍ଥକ ଅବସ୍ଥାର ଅସନ୍ତୁଳନ ବିକଳ୍ପ ପନ୍ଥା ପାଇଁ ବାଟ ଦେଖାଇଥାଏ । ସେମାନେ ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଧାରିବାପାଇଁ ଅସହିଷ୍ଣୁ ଓ ହିଂସ୍ର ଆଚରଣ ଦେଖାଇଥା’ନ୍ତି । ଏପରିକି ସେମାନେ ଆବଶ୍ୟକତାକୁ ପୂରଣ କରିବାପାଇଁ ଆତ୍ମଘାତୀ ନୀତି ଅବଲମ୍ବନ କରି ଅନ୍ୟର କ୍ଷତି କରିଥା’ନ୍ତି ଓ ସେମାନଙ୍କର ମନରେ ଭୟର ସଞ୍ଚାର କରିଥା’ନ୍ତି ।

ଦ୍ଵିତୀୟତଃ, ଶିକ୍ଷିତ ବେକାରୀ ଚାକିରି ପ୍ରତି ବିଶେଷ ଧ୍ୟାନଦେଇ ବିଫଳ ହେବାରୁ ଓ ସାମାଜିକ ମର୍ଯ୍ୟଦା ଅଧୋପତନ ଭୟରୁ ସେମାନେ ବିପଥଗାମୀ ହୁଅନ୍ତି । ଦୁର୍ନୀତି, ପ୍ରୀୟାପ୍ରୀତି, ଅସାଧୁତା, ବେକାରୀ ସମସ୍ୟାକୁ ବିଛାଇ ଦେଇଅଛି । ଆର୍ଥିକ ଅବସ୍ଥା ଓ ଜୀବନକୁ ମୁକ୍ତ ଭାବେ ଉପଭୋଗ ପାଇଁ ସେମାନେ ଆତଙ୍କବାଦ ଗ୍ରହଣ କରୁଛନ୍ତି ।

ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା, ଝାଡ଼ଖଣ୍ଡ, ବିହାର ରାଜ୍ୟରେ କେତେକ ଅର୍ଥନୈତିକ କାରଣ, ଯଥା-ଭୂ-ସମ୍ପରି ସଂସ୍କାର, ଗ୍ରାମୀଣ ବେକାରୀ, ଭୂମିହୀନ ଶ୍ରମିକଙ୍କ ପ୍ରତି ଜମିଦାରଙ୍କ ଶୋଷଣ ଆତଙ୍କବାଦିତାକୁ ବୃଦ୍ଧି କରେ ।

(୩) ଜାତିଗତ କାରଣ – ନାଗାଲାଣ୍ଡ, ମିଜୋରାମ, ମଣିପୁର ଓ ଆସାମରେ ହେଉଥ‌ିବା ଆତଙ୍କବାଦଗୁଡ଼ିକ ପ୍ରଜାତୀୟ ଓ ଜାତିଭିତ୍ତିକ ଦ୍ବେଷ ପାଇଁ ହେଉଅଛି । ଜାତିଆଣଭାବ ସଂକୀର୍ଣ୍ଣ ସ୍ବାର୍ଥ, ହିଂସାତ୍ମକ ଆଚରଣ କରିବାପାଇଁ କେତେକ ଗୋଷ୍ଠୀ ପ୍ରବର୍ତ୍ତାଉଛନ୍ତି । ଫଳରେ ରାଜ୍ୟଗୁଡ଼ିକରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି । ଜାତିଗତ ସଂଘର୍ଷ, ଶ୍ରେଣୀ ଜଟିଳତା, ଅସମାନତା, ରାଜନୈତିକ ସୁଯୋଗରୁ ବଞ୍ଚିତ ହେଉଥ‌ିବା ଗୋଷ୍ଠୀ ଓ ଜାତି ସାମର୍ଥ୍ୟକୁ ବଳବତ୍ତର ରଖୁବା ପାଇଁ ଆତଙ୍କବାଦର ସାହାଯ୍ୟ ଗ୍ରହଣ କରି ବ୍ୟକ୍ତି ଆତଙ୍କବାଦୀ ହୋଇଥାଏ ।

(୪) ଧର୍ମୀୟ କାରଣ – ସାଧାରଣତଃ ବିଶ୍ବରେ ଯେଉଁ ଆତଙ୍କବାଦଜନିତ ବିଘଟନ ଘଟିଯାଉଛି ତା’ର ମୁଖ୍ୟ କାରଣ ହେଉଛି ଧର୍ମୀୟ ଈର୍ଷା ଓ ଆସୂୟା ମନୋଭାବ । ପଞ୍ଜାବର ଖଲିସ୍ଥାନବାଦୀ, ଜାମ୍ମୁ କାଶ୍ମୀରର ମୁକ୍ତି ସଙ୍ଗଠନ, ଏପରିକି ହିଜ୍କୁଲ୍ ମୁଜାହିଦ୍ଦିନର ଦାବି ଜାମ୍ମୁ ଓ କାଶ୍ମୀରକୁ ପାକିସ୍ତାନ ସହ ମିଶ୍ରିତ ଧର୍ମୀୟ ସଂଘର୍ଷର ରୂପ ପ୍ରଦାନ କରେ । ଏହା ଜନଜୀବନକୁ ନଷ୍ଟ କରିଥାଏ ।

(୫) ଗଣତନ୍ତ୍ର ବିରୋଧୀ – ଆଧୁନିକ ରାଜନୀତିରେ ଗଣତନ୍ତ୍ର ଶାସନ ଶ୍ରେଷ୍ଠ ଅଟେ; କିନ୍ତୁ କେତେକ ମୁଷ୍ଟିମେୟ ଗୋଷ୍ଠୀ ଏହି ସୁଯୋଗର ଅସହୁପଯୋଗ କରନ୍ତି । ଦଳୀୟ କୁତ୍ସିତ ମନୋଭାବ, ହୀନ ସାର୍ଥପରତା ଗଣତନ୍ତ୍ରକୁ ବିକଳାଙ୍ଗ କରିଛି । ‘ଜୋର ଯାହାର ମୂଲକ ତା’ର’ ନୀତି ସାମାଜିକ, ରାଜନୈତିକ ଜୀବନ ବିଶୃଙ୍ଖଳିତ କରିଥାଏ । ଏହା ଆତଙ୍କବାଦକୁ ପ୍ରୋତ୍ସାହିତ କରେ ।

(୬) ଅମାନବିକତା – ଜାତୀୟତାବୋଧର ଅଭାବ ମଣିଷ ଜାତିର ମହନୀୟତାକୁ ନଷ୍ଟ କରିଦିଏ । ଜାତି, ଧର୍ମ, ବର୍ଣ୍ଣର ଅନ୍ଧ ଆନୁଗତ୍ୟଭାବ ମାନବିକତାକୁ ନଷ୍ଟ କରିଥାଏ ଓ ସେମାନେ ବିଶୃଙ୍ଖଳିତ ହୋଇ ଆତଙ୍କରାଜ, ଲୁଟତରରାଜ ଚଳାଇଥା’ନ୍ତି । ଗୋଷ୍ଠୀ, ହିତାହିତ ଜ୍ଞାନ ହରାଇବସନ୍ତ ଓ ଉଦ୍ଦାମତ୍ତାର ଶିକାର ହୋଇଥା’ନ୍ତି । ସେମାନେ ଉଚିତ ଓ ଅନୁଚିତର ବିଚାର କରିବାର ସାମର୍ଥ୍ୟ ହରାଇ ବସନ୍ତି ଏବଂ ତହୁ ଉଗ୍ରବାଦ ବା ଆତଙ୍କବାଦ ସେମାନଙ୍କ ଜୀବନକୁ ନଷ୍ଟକରେ ।

ଆତଙ୍କବାଦର ଅନ୍ୟାନ୍ୟ କାରକଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।

(i) ପ୍ରାଦ୍ୟୋଗିକ ସମାଜର ଯାନ୍ତ୍ରିକ ସଭ୍ୟତା, ଯୋଗାଯୋଗ ଓ ପରିବହନ ତଥା କଳକାରଖାନାର ପରିବେଶ ପରୋକ୍ଷରେ
(ii) ଆଜିର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆତଙ୍କବାଦୀ ଆନ୍ଦୋଳନଗୁଡ଼ିକୁ ଅପେକ୍ଷାକୃତ ଭାବରେ ତୀବ୍ର କରିଥାଏ । ଦୂରବର୍ତ୍ତୀ ନିୟନ୍ତ୍ରକଦ୍ବାରା ଚାଳିତ ଯୁଦ୍ଧାସ୍ତ୍ର ମାଧ୍ୟମରେ ଆତଙ୍କବାଦୀ ଘୋର କ୍ଷତି କରନ୍ତି ।
(iii) ଆଧୁନିକ ଯୁଦ୍ଧକୌଶଳ ପାଇଁ ବିଶ୍ବର ବୃହତ୍ ଆତଙ୍କବାଦୀ ସଂଗଠନ ସହ ଆଞ୍ଚଳିକ କ୍ଷୁଦ୍ର ଆତଙ୍କବାଦୀ ସଙ୍ଗଠନର ହାତ ମିଳାଇବା ଫଳରେ ଆତଙ୍କବାଦ ତେଜିଥାଏ ।
(iv) ଆନ୍ତର୍ଜାତିକ ଆତଙ୍କବାଦୀ ବ୍ୟବସ୍ଥାର ବୃଦ୍ଧି ଓ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ।
(v) ଗଣମାଧ୍ୟମରେ ହିଂସା ଓ ଆତଙ୍କବାଦଜନିତ କୌଶଳର ବହୁଳ ପ୍ରଚାର ପ୍ରସାର ଏହାକୁ ବୃଦ୍ଧିକରେ ।
ଆତଙ୍କବାଦର କାରଣ ପାଇଁ ଉପରୋକ୍ତ କାରକଗୁଡ଼ିକ ଦାୟୀ ଅଟନ୍ତି ।

୭ । ଭାରତୀୟ ସମାଜରେ ଆତଙ୍କବାଦର ପ୍ରଭାବକୁ ଆଲୋଚନା କର ।
Answer:
ଆତଙ୍କବାଦର ପ୍ରଭାବ ରାଷ୍ଟ୍ର ଉପରେ ପଡ଼ିବା ସହିତ ସମଗ୍ର ବିଶ୍ବରେ ପଡ଼ିଥାଏ ଓ ଏହା ଉଦ୍‌ବେଗର କାରଣ ହୋଇଥାଏ । ଏକ ନିର୍ଦ୍ଦିଷ୍ଟ ସାର୍ଥକୁ କେନ୍ଦ୍ରକରି ଯେଉଁ ଆତଙ୍କ ଖେଳିଯାଏ ତା’ର ପ୍ରଭାବରେ ବ୍ୟକ୍ତି ଓ ସମାଜ କ୍ଷତିଗ୍ରସ୍ତ ହୁଏ । ଆତଙ୍କବାଦର ପ୍ରଭାବକୁ ନିମ୍ନରେ ଆଲୋଚନା କରାଗଲା ।

(୧) ଯୁବ ସମାଜ ଉପରେ ପ୍ରଭାବ – ଆତଙ୍କବାଦ ତରୁଣଗୋଷ୍ଠୀକୁ ସାରା ବିଶ୍ବରେ କବଳିତ କରିଛି । ବେକାର ଯୁବକମାନେ ଅର୍ଥର ଲାଳସାରେ ଆତଙ୍କବାଦୀ ସଙ୍ଗଠନଗୁଡ଼ିକର ସଦସ୍ୟତା ଗ୍ରହଣ କରି ରାଜନୈତିକ ତଥା ସାମାଜିକ ଅବସ୍ଥାକୁ ବିପର୍ଯ୍ୟସ୍ତ କରିଥା’ନ୍ତି । ସାର୍ଥସାଧନ ପାଇଁ ସେମାନଙ୍କର ଶିଷ୍ଟତା, ନୀତିନିଷ୍ଠତା, ବିବେକ ଓ ବିଚାରବୋଧ ଇତ୍ୟାଦି ନଥାଏ ।

ଭାରତର ମୁମ୍ବାଇ ଆକ୍ରମଣ, ତାଜ ହୋଟେଲର କ୍ଷୟକ୍ଷତି ଓ ନିରୀହ ଜନସାଧାରଣଙ୍କର ଧନଜୀବନ ହାନିର କାରଣ ଏହି ଯୁବଗୋଷ୍ଠୀକୁ ଦିଆଯାଇପାରେ । ସେମାନଙ୍କର ସେମାନଙ୍କର ସାହସିକତା କେତେଗୁଡ଼ିଏ ଉଗ୍ରବାଦୀ ସଙ୍ଗଠନକୁ ମଜବୁତ କରିଥାଏ, କିନ୍ତୁ ଏହା ଜାତୀୟ ସଂହତିରେ ବାଧା ସୃଷ୍ଟି କରିଥାଏ । ଯୁବଗୋଷ୍ଠୀ ସଂଯମତା ଓ ଶୃଙ୍ଖଳାକୁ ଗୌଣ ମନେକରନ୍ତି । ସେମାନଙ୍କର ଜାତିପ୍ରୀତି ଓ ଦେଶସେବା ମନୋବୃତ୍ତି ନଥାଏ ।

ତେଣୁ ଆତଙ୍କବାଦ ଯୁବଗୋଷ୍ଠୀଙ୍କ ବ୍ୟବହାରକୁ ପରିବର୍ତ୍ତନ କରିଥାଏ ଓ ସେମାନେ ଉଗ୍ର ସଭାବର ହୋଇଥା’ନ୍ତି ଓ ମାନବିକତାକୁ ହରାଇ ବସିଥା’ନ୍ତି ।

(୨) ଅର୍ଥନୈତିକ ପ୍ରଭାବ – ବିଶ୍ବରେ ଅର୍ଥନୈତିକ ସଙ୍କଟ ଲାଗିରହିଛି ଓ ଭାରତୀୟ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଅଛି । ଆତଙ୍କବାଦୀଙ୍କଦ୍ବାରା ମୁମ୍ବାଇର ତାଜ ହୋଟେଲ ଆକ୍ରମଣ, ନକ୍‌ସଲ, ମାଓସେନା ଆକ୍ରମଣ ତଥା ସୀମାରେ ଉଗ୍ରବାଦୀଙ୍କର ଅନୁପ୍ରବେଶ ଭାରତର ଆର୍ଥିକ ସଂକଟକୁ ଦ୍ବିଗୁଣିତ କରୁଅଛି । ବିସ୍ଫୋରଣ, ହିଂସା, ସଂଘର୍ଷ ଇତ୍ୟାଦି କରୁଥ‌ିବା ଆତଙ୍କବାଦୀକୁ ଦମନ କରିବାପାଇଁ ସରକାରୀ ଉଦ୍ୟମ ରାଷ୍ଟ୍ରର ଅର୍ଥନୀତି ଉପରେ ଚାପ ପକାଇଥାଏ ।

ସରକାରୀ ଅନୁଷ୍ଠାନ, ସର୍ବସାଧାରଣ ବ୍ୟବହୃତ ଯାନବାହନ, ରେଳ, ପୋଲ, ଧ୍ବସ୍ତ ବିଧ୍ବସ୍ତ ହେବା ଫଳରେ ଜାତୀୟ ସମ୍ପତ୍ତି ଓ ଅଭିବୃଦ୍ଧି ହାର ଘୋର ସଙ୍କଟରେ ପଡ଼ିଥାଏ ।

(୩) ସମାଜ ଉପରେ ପ୍ରଭାବ – ଆତଙ୍କବାଦୀଙ୍କର ଦୌରାତ୍ମ୍ୟରେ ସମାଜିକ ଅବସ୍ଥା ବିପର୍ଯ୍ୟସ୍ତ ହୋଇଥାଏ । ପରିବାର ବିଘଟିତ ହୋଇଥାଏ । ଏହା ସଂସ୍କାରବିହୀନ ହୋଇପଡ଼େ । ଜାତୀୟ ସଚେତନତା କ୍ଷୁଣ୍ଣ ହୋଇଯାଏ, ଯାହାକି ଜାତୀୟ ପ୍ରଗତିରେ ପ୍ରତିବନ୍ଧକ ହୋଇଥାଏ । ଜାତିଗତ, ଧର୍ମଗତ ବିବିଧତା ରାଷ୍ଟ୍ରରେ ଐକ୍ୟ ସ୍ଥାପନରେ ବିଫଳ ହୋଇଯାଏ ।

ସମାଜରେ ଶ୍ରେଣୀ ସମସ୍ୟା ସୃଷ୍ଟି ହୋଇଥାଏ ଓ ଏହା ଶ୍ରେଣୀ ସଂଘର୍ଷର ରୂପ ନେଇ ବହୁ ଅଭାବନୀୟ ଘଟଣା ସୃଷ୍ଟି କରିଥାଏ । ବ୍ୟକ୍ତିତ୍ବ ବିଘଟନ ଓ ସାମାଜିକ ବିଘଟନ ପାଇଁ ଆତଙ୍କବାଦ ହିଁ ଦାୟୀ ଅଟେ ।

(୪) ପରିବେଶ ଉପରେ ପ୍ରଭାବ – ପ୍ରକାରାନ୍ତରେ ଦେଖିବାକୁ ଗଲେ ମନୁଷ୍ୟ ପରିବେଶର ବହୁ କ୍ଷତି ଘଟାଇଥାଏ । ଉଗ୍ରବାଦଦ୍ବାରା ମାନବଜାତିର ତଥା ପ୍ରାକୃତିକ ଓ ସାମାଜିକ ପରିବେଶ ଧ୍ବସ୍ତବିଧ୍ୱସ୍ତ ହୋଇଥାଏ । ଆତଙ୍କବାଦୀଙ୍କଦ୍ବାରା ବ୍ୟବହୃତ ଅସ୍ତ୍ର, ରାସାୟନିକ ବୋମା, କ୍ଷେପଣାସ୍ତ୍ର ଇତ୍ୟାଦି ପ୍ରାକୃତିକ ପରିବେଶକୁ ପ୍ରଦୂଷିତ କରିଥାଏ । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଏ ।

CHSE Odisha Class 12 Sociology Unit 3 Long Answer Questions in Odia Medium

ଏହା ସାମାଜିକ ପରିବେଶକୁ ମଧ୍ୟ ପ୍ରଭାବିତ କରିଥାଏ । ପରିବେଶରେ ଭୟ ଓ ଆତଙ୍କ ଖେଳାଇ ଦେଇଥାଏ ।

(୫) ଜାତୀୟ ସୁରକ୍ଷା ଉପରେ ପ୍ରଭାବ – ଆତଙ୍କବାଦ ଜାତୀୟ ସୁରକ୍ଷାରେ ବାଧା ସୃଷ୍ଟି କରିଥାଏ । ଏହା ଆଭ୍ୟନ୍ତରୀଣ ଓ ବାହ୍ୟ ସୁରକ୍ଷା ପ୍ରତି ବିପଦ ଆଣିଥାଏ । ସନ୍ତ୍ରାସବାଦୀ ଆକ୍ରମଣ ବାହ୍ୟଶତ୍ରୁଙ୍କଦ୍ୱାରା ପ୍ରାୟତଃ ସଙ୍ଗଠିତ ହୋଇଥାଏ । ପଡ଼ୋଶୀ ରାଷ୍ଟ୍ରମାନଙ୍କଦ୍ୱାରା ପ୍ରେରିତ ସନ୍ତ୍ରାସବାଦୀମାନେ ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ତଥା ବନ୍ଧୁକଚାଳନା ଇତ୍ୟାଦି ବିଭିନ୍ନ ପ୍ରକାର ବିଘଟନ ଘଟାଇଥା’ନ୍ତି ।

ବିଦେଶୀ ଶକ୍ତିଦ୍ଵାରା ପ୍ରୋତ୍ସାହିତ ହୋଇ ନିଜ ରାଷ୍ଟ୍ରର ନାଗରିକମାନେ ଏହିଭଳି ସନ୍ତ୍ରାସବାଦୀ କାର୍ଯ୍ୟରେ ଲିପ୍ତ ରହିଥା’ନ୍ତି । ଫଳରେ ରାଷ୍ଟ୍ରର ସଂହତି ତଥା ସୁରକ୍ଷା ପ୍ରତି ଏକ ଶକ୍ତ ଆହ୍ଵାନ ପରିସ୍ଥିତି ସୃଷ୍ଟି ହୋଇଥାଏ ।

(୬) ପରିଭ୍ରମଣ ଉପରେ ପ୍ରଭାବ – ପରିଭ୍ରମଣ ଆଞ୍ଚଳିକ ତଥା ରାଷ୍ଟ୍ରୀୟ ଅର୍ଥନୀତିକୁ ସୁଦୃଢ଼ କରିଥାଏ । ଭ୍ରମଣ ଉପରେ ନିର୍ଭର କରୁଥିବା ସ୍ଥାନୀୟ ବାସିନ୍ଦା ବ୍ୟବସାୟ ମାଧ୍ୟମରେ ଆର୍ଥିକ ସଚ୍ଛଳ ହୋଇଥା’ନ୍ତି । କିନ୍ତୁ ଆତଙ୍କବାଦୀ କାର୍ଯ୍ୟକଳାପ ଫଳରେ ବିଭିନ୍ନ ସ୍ଥାନରୁ ଆସୁଥିବା ଭ୍ରମଣକାରୀ ନିଜର ଧନଜୀବନର ସୁରକ୍ଷା ସମ୍ପର୍କରେ ଅନିଶ୍ଚିତତା ତଥା ଭୟ ଆଶଙ୍କା କରି ଏଭଳି ଭ୍ରମଣ କାର୍ଯ୍ୟରୁ ନିଜକୁ ନିବୃତ୍ତ ରଖୁଥାଆନ୍ତି, ଯଦ୍ବାରା ପରିଭ୍ରମଣ ଭଳି ଏକ ଚିତ୍ତ ବିନୋଦନ କାର୍ଯ୍ୟ ବ୍ୟାହତ ହେବା ସହିତ ସ୍ଥାନୀୟ ଅଧ୍ଵବାସୀମାନଙ୍କର ଜୀବିକା ଅର୍ଜନ ଯଥେଷ୍ଟ ହ୍ରାସ ପାଏ ।

(୭) ରାଷ୍ଟ୍ରର ପ୍ରଗତିରେ ବାଧକ ଆତଙ୍କବାଦୀଙ୍କର କାର୍ଯ୍ୟକଳାପ ରାଷ୍ଟ୍ରର ବିକାଶ, ପ୍ରଗତି ଅଥବା ଉନ୍ନତିରେ ବାଧା ସୃଷ୍ଟି କରିଥାଏ ଓ ସାମାଜିକ, ରାଜନୈତିକ ତଥା ଅର୍ଥନୈତିକ ଝଡ଼ ସୃଷ୍ଟି କରିଥାଏ । ରାଷ୍ଟ୍ରରେ ଆଇନ୍ ଶୃଙ୍ଖଳା ବ୍ୟାହତ ହୋଇଥାଏ । ନାଗରିକ ଅଧିକାରରୁ ଜନସାଧାରଣ ବଞ୍ଚିତ ହୋଇଥା’ନ୍ତି । ସରକାରୀ ସ୍ତରରେ ବହୁ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଠିକ୍ ଭାବରେ ତ୍ବରାନ୍ବିତ ହୋଇପାରେ ନାହିଁ ।

ଆତଙ୍କବାଦୀଙ୍କ ଧମକ ଓ ଭୟ ସଞ୍ଚାର, ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକୁ ସୁଚାରୁରୂପେ କାର୍ଯ୍ୟକ୍ଷମ କରାଇପାରେ ନାହିଁ । ଅପହରଣ, ହତ୍ୟା ଇତ୍ୟାଦି ହିଂସାତ୍ମକ କାର୍ଯ୍ୟକୁ ପ୍ରତିହତ କରାଇବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ଉପାୟ ଓ ଯୋଜନାଗୁଡ଼ିକ ଅବଲମ୍ବନ କରାଯାଇଅଛି; କିନ୍ତୁ ଆତଙ୍କବାଦୀଙ୍କ ହସ୍ତକ୍ଷେପ ଓ ଦାଦାବଟି ଆଦାୟ ରାଷ୍ଟ୍ରର ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଅଛି । ଏହାର ପ୍ରତିକ୍ରିୟା ରାଷ୍ଟ୍ରର ସଂହତି ଓ ପ୍ରଗତିରେ ବାଧା ସୃଷ୍ଟି କରିଥିଲା ।

ଆତଙ୍କବାଦ ବ୍ୟକ୍ତିର କ୍ଷତି ପହଞ୍ଚାଇବା ସହିତ ସେମାନଙ୍କର ଚିନ୍ତା ଓ ଚେତନା ଏବଂ ମନୋଭାବକୁ ପ୍ରଭାବିତ କରିଥାଏ । ପ୍ରତ୍ୟେକଙ୍କ ମନରେ ଏହା ଏକ ଅଜଣା ଭୟ ସଞ୍ଚାର ହୋଇଥାଏ ଓ ସର୍ଭିଏ ନିଜକୁ ଅସୁରକ୍ଷିତ ମନେ କରିଥା’ନ୍ତି ।

୮ । ଜାତିବାଦ କ’ଣ ? ଭାରତରେ ଜାତିବାଦ ବୃଦ୍ଧିର କାରଣମାନ ଲେଖ ।
Answer:
ଜାତିବାଦରେ ବିଶ୍ଵାଶ କରୁଥିବା ବ୍ୟକ୍ତି ଉଚିତ-ଅନୁଚିତ, ନ୍ୟାୟ-ଅନ୍ୟାୟ ଆଦିର କୌଣସି ବାଛବିଚାର ନ କରି ନିଜ ଜାତିର ସ୍ବାର୍ଥ ହାସଲ ପାଇଁ ଗୁରୁତ୍ଵ ଦେଇଥାଏ ଓ ଅନ୍ୟଜାତିର ସାର୍ଥକୁ ଉପେକ୍ଷା କରିଥାଏ । ବାବା କାଲେଲକରଙ୍କ ମତରେ, “ଜାତିବାଦ ହେଉଛି ମାତ୍ରାତିରିକ୍ତ ଅନ୍ଧ ଏବଂ ଦାୟିକ ଗୋଷ୍ଠୀ ଆନୁଗତ୍ୟ ଯାହାକି ନ୍ୟାୟବୋଧ, ଔଚିତ୍ୟ, ସାମ୍ୟ ଓ ବିଶ୍ୱଭ୍ରାତୃତ୍ୱଭାବ ଆଦି ସୁସ୍ଥ ମାନବବାଦ ମାନଦଣ୍ଡଗୁଡ଼ିକୁ ଉପେକ୍ଷା କରିଥାଏ” ।

CHSE Odisha Class 12 Sociology Unit 3 Long Answer Questions in Odia Medium

ଜାତିବାଦ ପଛରେ କେତେକ ମୌଳିକ କାରଣ ରହିଛି । ସେଗୁଡ଼ିକୁ ନିମ୍ନରେ ଆଲୋଚନା କରାଗଲା ।

(୧) ଜାତିର ସାମଜିକ ପ୍ରତିଷ୍ଠା ପାଇଁ ପ୍ରତିଯୋଗିତା – ନିଜ ନିଜ ଜାତିର ସାମାଜିକ ପ୍ରତିଷ୍ଠା ପାଇଁ ଜାତି – ଜାତି ମଧ୍ୟରେ ପ୍ରବଳ ପ୍ରତିଯୋଗିତା ଅହରହ ଲାଗିରହିଥାଏ । ବ୍ୟକ୍ତି ସମ୍ମାନକୁ ଜାତି ସମ୍ମାନରୂପେ ଗହଣ କରାଯାଇଥାଏ । ଫଳରେ ଜାତିବାଦର ମୂଳ ସୁଦୃଢ଼ ହୋଇଥାଏ ।

(୨) ସମଜାତି ବିବାହ – ଜାତି – ଜାତି ମଧ୍ୟରେ ବା ସାଜାତିରେ ହେଉଥ‌ିବା ବିବାହକୁ ସମଜାତି ବିବାହ କହନ୍ତି । ଏହି ନିୟମ ଅନୁଯାୟୀ ଜାତି ବା ଉପଜାତି ବାହାରେ ବିବାହକୁ ଅନୁମତି ଦିଆଯାଇ ନଥାଏ । ଫଳରେ ବୈବାହିକ ସମ୍ପର୍କ ଜାତି ମଧ୍ୟରେ ସୀମିତ ରହିଯିବାରୁ ବିବାହ ବନ୍ଧନଦ୍ବାରା ଆବଦ୍ଧ ବ୍ୟକ୍ତିମାନଙ୍କ ମଧ୍ୟରେ ଏକତା ଓ ଘନିଷ୍ଠତା ବୃଦ୍ଧିଯାଏ । ବିଭିନ୍ନ କ୍ଷେତ୍ରରେ ସେମାନେ ନିଜ ନିଜର ଜାତିର ସଦସ୍ୟମାନଙ୍କର ସାର୍ଥକୁ ଅଗ୍ରାଧିକାର ଦେବାକୁ ବାଧ୍ୟ ହୋଇଥା’ନ୍ତି ।

(୩) ସହରୀକରଣ – ଆମ ଦେଶରେ ଆଜିକାଲି ସହରୀକରଣ ପ୍ରକ୍ରିୟାର ଦ୍ରୁତ ପ୍ରସାର ଲକ୍ଷ୍ୟ କରାଯାଇଛି । ଏହା ଜାତିବାଦକୁ ଉତ୍ସାହିତ କରୁଛି ବୋଲି ଅନେକ ମତ ଦେଇଛନ୍ତି । କାରଣ ଗାଁଗଣ୍ଡା ଛାଡ଼ି ସହରକୁ ଆସୁଥ‌ିବା ବ୍ୟକ୍ତି ନିଜକୁ ଅସହାୟ ମନେକରନ୍ତି । ବିପଦ ଆପଦରେ ନିଜ ନଜର ଜାତିଭାଇମାନଙ୍କଠାରୁ ସାହାଯ୍ୟ ସହାନୁଭୂତି ଲୋଡ଼ିଥା’ନ୍ତି । ତେଣୁ ସେମାନଙ୍କ ମଧ୍ୟରେ ସମ୍ପର୍କ ଗଢ଼ିଉଠିଥାଏ ।

(୪) ନିର୍ବାଚନ – ନିର୍ବାଚନ ସମୟରେ ଜାତିକୁ ହାତବାରିସି ରୂପେ ବ୍ୟବହାର କରାଯାଇ ବିଭିନ୍ନ ନେତାମାନେ ନିଜ ଜାତିକୁ ପାଥେୟ କରି ଭୋଟ ଭିକ୍ଷା କରନ୍ତି । ନିର୍ବାଚନରେ ଅନେକ ସମୟରେ ମନ୍ତ୍ରିମଣ୍ଡଳରେ ପ୍ରତିନିଧୁତ୍ଵ ମଧ୍ଯ ଜାତିକୁ ଭିଭିକରି ହୋଇଥାଏ ।

(୫) ପରିବହନ ଓ ଯୋଗାଯୋଗ ସୁବିଧାର ଉନ୍ନତି – ଗମନାଗମନର ଉନ୍ନତି, ଡାକତାର ଓ ଛାପାକଳର ଉଦ୍ଭାବନ ପ୍ରଭୃତି ଯୋଗୁଁ ବିଭିନ୍ନ ଜାତିର ଲୋକମାନେ ଯଥେଷ୍ଟ ଦୂରରେ ରହୁଥିଲେ ହେଁ ଏକାଠି ସଙ୍ଗଠିତ ହେବାର ସୁଯୋଗ ପାଇଛନ୍ତି । ପ୍ରାଦେଶିକ ଓ ଜାତୀୟ ସ୍ତରରେ ବିଭିନ୍ନ ଜାତିଗୁଡ଼ିକ ସଙ୍ଗଠିତ ହେବା ଫଳରେ ଜାତିବାଦ ବୃଦ୍ଧି ପାଇବାରେ ଲାଗିଛି ।

(୬) ଜାତିଭିତ୍ତିକ ସୁବିଧା ସୁଯୋଗ – କେତେକ ନିର୍ଦ୍ଦିଷ୍ଟ ଜାତିର ଲୋକମାନଙ୍କୁ ଅଧିକ ସୁବିଧା ସୁଯୋଗ ଦେବାପାଇଁ ସାମ୍ବିଧାନିକ ବ୍ୟବସ୍ଥା ରହିଅଛି । ସମାଜବିଜ୍ଞାନୀଙ୍କ ମତରେ ଏହା ଜାତିଆଣ ମନୋବୃତ୍ତିକୁ ସୁଦୃଢ଼ କରୁଅଛି । ସରକାରୀ ସ୍ତରରେ ସୁବିଧା ସୁଯୋଗ ପାଇବାପାଇଁ ଏସବୁ ଜାତିର ଲୋକେ ସତନ୍ତ୍ର ସତ୍ତା ବଜାୟ ରଖୁବାକୁ ଚେଷ୍ଟା କରୁଛନ୍ତି |

(୭) ନିରକ୍ଷରତା ଓ ରକ୍ଷଣଶୀଳତା – ଗ୍ରାମୀଣ ଲୋକମାନେ ନିରକ୍ଷରତା ଓ ଅନ୍ଧବିଶ୍ଵାସ ଯୋଗୁ ଜାତିର କଠୋରତା ମଧ୍ୟରେ ସୀମିତ ହୋଇ ରହିଥା’ନ୍ତି । ସେମାନଙ୍କ ରକ୍ଷଣଶୀଳ ମନୋଭାବ ସାମାଜିକ ବ୍ୟବଧାନ ସୃଷ୍ଟି କରିଥାଏ । ଏଥିପାଇଁ ସେମାନେ ପରିବର୍ତ୍ତନକୁ ଆହ୍ବାନ କରନ୍ତି ନାହିଁ ।

ସେମାନେ ରକ୍ଷଣଶୀଳ ବ୍ୟବହାର ପରିବର୍ତ୍ତନକୁ ବିରୋଧ କରିଥାନ୍ତି ଏବଂ ନିଜ ଜାତି ପରିସୀମା ମଧ୍ୟରେ ରହି ଆମ୍ବସନ୍ତୋଷ ଲାଭ କରିବା ସହିତ ସାର୍ଥସାଧନ କରି ନିଜର ପ୍ରସ୍ଥିତି ରାକ୍ଷା କରିଥାନ୍ତି । ଫଳସ୍ୱରୂପ ଏହା ଜାତିବାଦକୁ ପ୍ରୋତ୍ସାହିତ କରିଥାଏ ।

୯ । ଜାତିବାଦର ପରିଣାମ ଓ ପ୍ରଭାବ ଲେଖ ।
Answer:
ସାଧାରଣଭାବରେ କୁହାଯାଇପାରେ ଯେ ନିଜର ତଥା ଜାତିର ପ୍ରସ୍ଥିତି ପାଇଁ ଉଦ୍ୟମ କରିବା ଏକ ସକାରାତ୍ମକ ଚିନ୍ତାଧାରା । କିନ୍ତୁ ଅଧିକାଂଶ କ୍ଷେତ୍ରରେ ଉଗ୍ର ଜାତି ପ୍ରୀତିବ୍ୟକ୍ତି ଓ ସମାଜ ଉପରେ ଏକ ନକାରାତ୍ମକ ଚିନ୍ତାଧାରା ପକାଇ ସମାଜକୁ ବିଘଟିତ କରାଇଥାଏ ।

(୧) ଜାତୀୟତାବାଦରେ ପ୍ରତିବନ୍ଧକ – ଜାତୀୟତାବାଦ ଜନସାଧାରଣଙ୍କ ମଧ୍ୟରେ ସଦେଶପ୍ରେମ ଓ ଆନୁଗତ୍ୟଭାବ ଜାଗ୍ରତ କରିଥାଏ । ଜତୀୟତାବାଦ ଜାତିବାଦକୁ ପ୍ରଶ୍ରୟ ଦିଏ ନାହିଁ । ଜାତିବାଦ ଜାତି ଜାତି ମଧ୍ୟରେ ବିବାଦ ସୃଷ୍ଟି କରିଥାଏ ।

(୨) ରାଷ୍ଟ୍ରୀୟ ଏକତାରେ ପ୍ରତିବନ୍ଧକ – ଜାତିବାଦର ସମର୍ଥନକାରୀମାନେ ଏତେ ପରିମାଣର ଆତ୍ମକୈନ୍ଦ୍ରିକ ହୋଇଥା’ନ୍ତି ଯେ ସେହି ସାର୍ଥକୁ ନେଇ ଜାତି ଜାତି ମଧ୍ୟରେ ସଂଘର୍ଷ ଉପୁଜେ ।

(୩) ଗଣତନ୍ତ୍ରରେ ପ୍ରତିବନ୍ଧକ – ଜାତିବାଦ ଗଣତାନ୍ତ୍ରିକ ମୌଳିକ ନିୟମ ବା ଆଚରଣବିଧୁଗୁଡ଼ିକୁ ମାନିନେବା ପାଇଁ ପ୍ରସ୍ତୁତ ନଥାଏ । ଗଣତନ୍ତ୍ର ସାମାଜିକ ସଂପୃକ୍ତକୁ ଗୁରୁତ୍ଵ ଦେଇଥାଏ । ଫଳରେ ଜାତି ଓ ଶ୍ରେଣୀ ମଧ୍ଯରେ ତାରତମ୍ୟ ବା ପ୍ରଭେଦ ରହି ନଥାଏ । କିନ୍ତୁ ଜାତିବାଦ ସାମାଜିକ ସମ୍ପୃକ୍ତିକୁ ପ୍ରଣୟ ଦେଇ ନଥାଏ, ଅର୍ଥାତ ବାରଣ କରିଥାଏ ।

(୪) ଜନଜୀବନରେ ଦୁର୍ନୀତିକୁ ପ୍ରୋତ୍ସାହିତ କରିବା – ପ୍ରତ୍ୟେକ ଜାତି ନିଜର ପ୍ରାର୍ଥସାଧନ ପାଇଁ ଯେକୌଣସି ମାଧ୍ୟମ ଗ୍ରହଣ କରନ୍ତି ଏବଂ ନିଜ ଜାତି ପ୍ରସ୍ତୁତିରେ ଉନ୍ନତି ଆଣିବା ପାଇଁ ନିଜ ଜାତି ଯେକୌଣସି ପ୍ରକାର ଅନୈତିକ ଏବଂ ଅନୁଚିତ କାର୍ଯ୍ୟ କରିଥାଏ । ଏହା ଦୁର୍ନୀତିକୁ ପ୍ରଶୟ ଦେଇଥାଏ ।

(୫) ଅସ୍ପୃଶ୍ୟତାର ଉତ୍ସ – ଜାତିବାଦ ଛୁଆଁ ଅଛୁଆଁ ଭେଦଭାବ ସୃଷ୍ଟି କରିଥାଏ, ଯାହାକି ସାମଜିକ ସମାନତା ଓ ନ୍ୟାୟ ପ୍ରଦାନରେ ପ୍ରତିବନ୍ଧକ ହୋଇଥାଏ ।

(୬) ସାମାଜିକ ସମନ୍ବୟରେ ବାଧକ ନିଜ ଜାତି ପ୍ରତି ଅନ୍ଧ ଆନୁଗତ୍ୟଭାବ ତଥା ଅତ୍ୟଧିକ ଶ୍ରଦ୍ଧା ଯୋଗୁଁ ଜାତୀୟ ସଂହତି ପ୍ରତି ଏକ ଆହ୍ବାନ ଏପରିକି ବିପଦ ସୃଷ୍ଟି କରିଥାଏ ।

(୭) ପାରମ୍ପରିକ ଓ ରକ୍ଷଣଶୀଳ ଭାବ – ପ୍ରତ୍ୟେକ ଜାତିର ସଦସ୍ୟମାନେ ପ୍ରଥା, ପରମ୍ପରା, ରକ୍ଷଣଶୀଳ ଓ ପରମ୍ପରାଗତ ମତର ସମର୍ଥକ ଅଟନ୍ତି । ସେମାନଙ୍କର ରକ୍ଷଣଶୀଳ ମନୋଭାବ ଜାତିର ସଦସ୍ୟମାନଙ୍କୁ ଚିନ୍ତା ଓ ଚେତନା ସ୍ତରକୁ ଅଧିକାଂଶ କ୍ଷେତ୍ରରେ ସଂକୁଚିତ ଓ ସଂକୀର୍ଣ୍ଣମନା କରିଥା’ନ୍ତି । ଫଳରେ ଏହାର ଏକ ନକାରାତ୍ମକ ପ୍ରଭାବ ସମାଜ ଉପରେ ପଡ଼ିଥାଏ ।

(୮) ଜାତି ସ୍ତରୀକରଣ ଓ ସମାଜିକ ଗତିଶୀଳତାରେ ପ୍ରତିବନ୍ଧକ- ଜାତିର ଜନ୍ମଭିଭିକ ସୟଂସମ୍ପୂର୍ଣ୍ଣ ଜୀବନଧାରା ସମାଜକୁ ସ୍ତରୀକରଣରେ ସାହାଯ୍ୟ କରିଥାଏ ।

(୯) ରାଜନୈତିକ ଅସ୍ଥିରତା – ଜାତିବାଦ ସାଧାରଣତଃ ରାଜନୀତିର ନେତୃବୃନ୍ଦଙ୍କ ହାତବାରିସି ହୋଇ ଆସିଛି । ଜାତିଦ୍ୱାରା ନିର୍ବାଚିତ ସଦସ୍ୟ ନିଜ ଦକ୍ଷତା ବା କ୍ଷମତାକୁ ସଂକୁଚିତ କରି ନିର୍ଦ୍ଦିଷ୍ଟ ଜାତି ବା ସଂପ୍ରାଦାୟର ବିକାଶ କରିବାକୁ ଚାହେଁ ।

(୧୦) ଯାନ୍ତ୍ରିକ ବିଜ୍ଞାନ ଓ ପ୍ରୋଦ୍ୟୋଗିକ ଦକ୍ଷତାରେ ବାଧା – ନିଯୁକ୍ତି କ୍ଷେତ୍ରରେ ବ୍ୟକ୍ତିର ଯୋଗ୍ୟତା ଓ ଦକ୍ଷତା ଅଧିକାଂଶ କ୍ଷେତ୍ରରେ ଜାତି ବିବେଚନା କରିଥାଏ । ଏହା ପ୍ରତ୍ୟକ୍ଷ ବା ପରୋକ୍ଷରେ ସାଧାରଣ ବ୍ୟକ୍ତିର ଯୋଗ୍ୟତା ନିଜର ଦକ୍ଷତା ଉପରେ ପ୍ରଭାବ ପକାଇଥାଏ ।

(୧୧) ଧର୍ମୀୟ ପରିବର୍ତ୍ତନ – ଜାତିର କଠୋରତା, ଉଚ୍ଚଜାତିର ଶୋଷଣ ଓ ଅତ୍ୟାଚାର, ଜାତି ସ୍ତରୀକରଣର କିଛି ନିମ୍ନସ୍ତରର ସଦସ୍ୟମାନଙ୍କୁ ଧର୍ମାନ୍ତରୀକରଣ, ଧର୍ମୀୟ ପରିବର୍ତ୍ତନରେ ସାହାଯ୍ୟ କରିଥାଏ ।

୧୦ । ଜାତିବାଦ ସମସ୍ୟାର ସମାଧାନ କିପରି ହେବ, ବର୍ଣନା କର ।
Answer:
ଜାତିବାଦ ଜାତୀୟ ସଂହତିରେ ବାଧା ସୃଷ୍ଟି କରିଥାଏ । ଜାତିବାଦ ଭଳି ଏକ ଘୃଣ୍ୟପ୍ରଥାକୁ ସୁଧାରିବାପାଇଁ ବିଭିନ୍ନ ସମାଜବିଜ୍ଞନୀଙ୍କ ଦ୍ଵାରା ବହୁ ପରାମର୍ଶ ଦିଆଯାଇଛି । ସେଥିମଧ୍ୟରୁ କେତେକ ପ୍ରଧାନ ପରାମର୍ଶ ଏଠାରେ ଉଲ୍ଲେଖ କରାଗଲା ।

(୧) ବିଚାରନିଷ୍ଠ ଓ ବିଜ୍ଞାନ ଶିକ୍ଷା – ପ୍ରଫେସର ଏମ୍. ଏନ୍ . ଶ୍ରୀନିବାସ ଜାତିବାଦର ନିରାକରଣ ପାଇଁ ଓ ଯୁବକମାନଙ୍କୁ ବିଜ୍ଞାନ ଓ ସାର୍ବଜନୀର ଶିକ୍ଷା ପ୍ରଦାନରେ ଆବଶ୍ୟକତାକୁ ଗୁରୁତ୍ବ ପ୍ରଦାନ କରିଛନ୍ତି । ଅଜ୍ଞତା, ଅନ୍ଧବିଶ୍ବାସ ଓ ଧର୍ମାନ୍ଧତା ପ୍ରଭୃତି ସଂକୀର୍ଣ୍ଣତା ଯୋଗୁଁ ଜାତିବାଦର ପ୍ରସାରଲାଭ କରେ । ଶିକ୍ଷାହିଁ ବୁଝାଇଦିଏ ଦକ୍ଷତା ।

(୨) ଆନ୍ତଃଜାତି ବିବାହ -ଜାତିବାଦର ବିଲୋପ ପାଇଁ ଅନ୍ୟ ଏକ ଆମୋଘ ଅସ୍ତ୍ର ହେଉଛି ଆନ୍ତଃଜାତି ବିବାହ । ଜି.ଏସ୍. ୟୂରେଙ୍କ ମତରେ, ଜାତିବାଦ ଯୋଗୁ ଉପୁଜିଥିବା ଉତ୍ତେଜନାକୁ ଆନ୍ତଃବିବାହ ଦୂର କରିପାରିବ । ତେଣୁ ଶିକ୍ଷାର ପ୍ରଚଳନ ସହ ନିଯୁକ୍ତି ତଥା ଆନ୍ତଃଜାତି ବିବାହ କରୁଥିବା ବ୍ୟକ୍ତିକୁ ବିଭିନ୍ନ ସରକାରୀ ସାହାଯ୍ୟ ନେଇ ଅନ୍ତଃଜାତି ବିବାହ ବ୍ୟବସ୍ଥାକୁ ଉତ୍ସାହିତ କରାଯାଇ ପାରିବ । ଏହି ବିବାହଦ୍ବାରା ଦୁଇ ଭିନ୍ନ ଜାତିଭିଭିକ ପରିବାର ମଧ୍ୟରେ ସଦ୍‌ଭାବ ସୃଷ୍ଟି ହୁଏ ।

(୩) ସାମ୍ୟ ପ୍ରତିଷ୍ଠା – ଜାତିବାଦର ବିଲୋପ ପାଇଁ ସମାଜରେ ବାସ କରୁଥିବା ବିଭିନ୍ନ ଗୋଷ୍ଠୀର ବ୍ୟକ୍ତିମାନଙ୍କ ମଧ୍ୟରେ ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ସାମ୍ୟ ପ୍ରତିଷ୍ଠା ହେବା ଦରକାର ।

CHSE Odisha Class 12 Sociology Unit 3 Long Answer Questions in Odia Medium

ଶ୍ରୀମତୀ ଇରାବତୀ କାର୍ଭେଙ୍କ ମତରେ, ‘ଅର୍ଥନୈତିକ ଓ ସାଂସ୍କୃତିକ ସାମ୍ୟ ପ୍ରତିଷ୍ଠା ଦ୍ଵାରା ଜାତିବାଦକୁ ଦୂର କରାଯାଇପାରିବ” ବୋଲି ମତପୋଷଣ କରିଛନ୍ତି ।

(୪) ଜାତିବାଦକୁ ଉତ୍ସାହିତ କରୁଥିବା ରାଜନୈତିକ ଦଳ ଓ ସଙ୍ଗଠନକୁ ବେଆଇନ ଘୋଷଣା – ଯେଉଁ ରାଜନୈତିକ ଦଳଗୁଡ଼ିକ ଜାତିବାଦ ଉପରେ ପ୍ରତିଷ୍ଠିତ ଓ ଯେଉଁମାନେ ନିଜର ସ୍ବାର୍ଥସାଧନ ପାଇଁ ଜାତିଆଣ ଭାବକୁ ଅସ୍ତ୍ରରୂପେ ବ୍ୟବହାର କରନ୍ତି ସେଗୁଡ଼ିକୁ ବେଆଇନ ଘୋଷଣା କରିବା ଉଚିତ । ନିର୍ବାଚନବେଳେ ଯେଉଁ ରାଜନୈତିକ ବ୍ୟକ୍ତିମାନେ ଜାତି ନାଁରେ ଶସ୍ତା ଲୋକପ୍ରିୟତା ଅର୍ଜନ କରିବାକୁ ଉଦ୍ୟମ କରନ୍ତି ସେମାନଙ୍କୁ ଆଇନଦ୍ୱାରା ଦଣ୍ଡିତ କରାଯିବା ଉଚିତ୍ । ଜାତିଭିଭିକ ପତ୍ରିକା, ସମ୍ବାଦପତ୍ର ଓ ସଙ୍ଗଠନଗୁଡ଼ିକୁ ମଧ୍ୟ ବେଆଇନ ବୋଲି ଘୋଷଣା କରିବା ଆବଶ୍ୟକ ।

(୫) ସତନ୍ତ୍ର ସୁବିଧା ପାଇଁ ଅନ୍ୟ ଭିତ୍ତି ପ୍ରସ୍ତୁତି – ସରକାରୀ ସାହାଯ୍ୟଗୁଡ଼ିକ ଜାତି ଭିତ୍ତିରେ ଦିଆନଯାଇ ଏଥପାଇଁ ଅନ୍ୟ ଭିତ୍ତି ପ୍ରସ୍ତୁତି କରିବା ଆବଶ୍ୟକ । ଏପରି କ୍ଷେତ୍ରରେ ବ୍ୟକ୍ତିର ସାମାଜିକ ତଥା ଅର୍ଥନୈତିକ ଭିଭିକୁ ବିଚାରକୁ ନିଆଗଲେ ଜାତିବାଦ ଅନେକାଂଶରେ ଏଡ଼ାଇ ଦେଇ ହୁଅନ୍ତା ।

(୬) ସେଚ୍ଛାସେବୀ ସଙ୍ଗଠନ ପ୍ରତିଷ୍ଠା – ଜାତିବାଦକୁ ରୋକିବା ଦିଗରେ ସେଚ୍ଛାସେବୀ ସଙ୍ଗଠନଗୁଡ଼ିକୁ ଆବଶ୍ୟକ ପରିମାଣରେ ସାହାଯ୍ୟ ଓ ତାଲିମ ଦିଆଯିବା ଦରକାର ।

(୭) ଗଣମାଧ୍ୟମର ଉପଯୋଗ – ଆକାଶବାଣୀ, ଦୂରଦର୍ଶନ, ଚଳଚ୍ଚିତ୍ର ଓ ସମ୍ବାଦପତ୍ର ପ୍ରଭୃତି ଗଣମାଧ୍ୟମଗୁଡ଼ିକର ଜାତିବାଦର ବିଚାରଣରେ ପ୍ରଧାନ ଭୂମିକା ରହିଅଛି । ତଥ୍ୟମୂଳକ ସମ୍ବାଦ ପରିବେଷଣ କରି, ଫିଚର ଓ ସମ୍ପାଦକୀୟ ଆଦି ଲେଖୁ ସମ୍ବାଦପତ୍ରରେ ଜାତିବାଦକୁ ନିରୁତ୍ସାହିତ କରାଯାଇ ପାରିଛି ।

(୮) ସାମ୍ବିଧାନିକ ବ୍ୟବସ୍ଥା – ସାମ୍ବିଧାନିକ ବ୍ୟବସ୍ଥା ପ୍ରତ୍ୟେକ ଜାତିର ସଦସ୍ୟକୁ ନ୍ୟାୟ ଓ ସମାନତା ଦେବାରେ ସାହାଯ୍ୟ କରିଥାଏ ଓ ଜାତୀୟ ସଂହତି, ଭ୍ରାତୃଭାବ, ବ୍ୟକ୍ତି, ମର୍ଯ୍ୟାଦା ରକ୍ଷା କରିବାରେ ସାହାଯ୍ୟ କରିଥାଏ । ସମ୍ବିଧାନର ୧୫(୧) ଧାରା, ଧାରା ୧୬ (୧), ଧାରା ୩୮, ଦେଶର ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଦେଇଥାଏ ଓ ଲିଙ୍ଗଗତ ପକ୍ଷପାତିତା କରିନଥାଏ । ୧୯୫୫ ମସିହାରେ ଅସ୍ପୃଶ୍ୟତା ଅପସାରଣ ଆଇନ ଜାତିଆଣ ଭାବକୁ ଖଣ୍ଡନ କରିଅଛି ।

ସମାଜବିଜ୍ଞାନୀ ପ୍ରଫେସର ପି.ଏନ୍. ପ୍ରଭୁଙ୍କ ମତରେ, ‘ପରିବର୍ତ୍ତିତ ମନୋଭାବରେ ନିତାନ୍ତ ଆବଶ୍ୟକ ରହିଅଛି ଯାହାକି ଜାତି ଜାତି ମଧ୍ୟରେ ଥିବା ସଂଘର୍ଷକୁ ଦୂର କରିଦେଇ ପାରିବା । ସରକାରୀ ବେସରକାରୀ ସ୍ତରରେ ଜାତିବାଦ ଦୂର କରାଯାଇପାରିବ ।

ସେଥ‌ିପାଇଁ ଗଠନମୂଳକ ସକାରାତ୍ମକ ମନୋଭାବ ଆବଶ୍ୟକ ।

୧୧ । ଆଞ୍ଚଳିକତାବାଦ କ’ଣ ? ଏହାର କାରଣଗୁଡ଼ିକ ଲେଖ ।
Answer:
ସାଧାରଣତଃ ଆଞ୍ଚଳିକତାବାଦ କହିଲେ ଯେଉଁ ଅଞ୍ଚଳରେ ଆମେ ବାସ କରିଥାଉ ସେହି ଅଞ୍ଚଳକୁ ଭଲପାଇବା ଓ ସେଥପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବାକୁ ବୁଝାଇଥାଏ । ସଂକୀର୍ୟ ଅର୍ଥରେ ଏହା ଅନ୍ୟ ଅଞ୍ଚଳର ସାର୍ଥ ପ୍ରତି ଦୃଷ୍ଟି ନଦେଇ କେବଳ ନିଜ ଅଞ୍ଚଳର ଉନ୍ନତି, ସୁବିଧା ସୁଯୋଗ ଓ ସାର୍ଥ ପ୍ରତି ଦୃଷ୍ଟିଦେବାକୁ ବୁଝାଇଥାଏ । ଏ ପ୍ରକାର ମନୋଭାବକୁ କେହି କେହି ‘ଉପଜାତୀୟତାବାଦ’ (Sub Nationalism) ନାମରେ ନାମିତ କରିଥା’ନ୍ତି ।

ଏଥିରେ ନିଜ ଅଞ୍ଚଳକୁ ଅନ୍ୟ ଅଞ୍ଚଳଠାରୁ ବଡ଼ ମନେ କରିବା, ନିଜ ଅଞ୍ଚଳକୁ ସବୁଠାରୁ ଅଧିକ ସାୟର ଶାସନ ଅଧିକାର ଦେବା, ଅନ୍ୟ ଅଞ୍ଚଳରୁ ଆସୁଥୁବା ଲୋକମାନଙ୍କୁ ନିଜ ଅଞ୍ଚଳରେ ବସବାସ କରି ରହିବାକୁ ବିରୋଧ କରିବା ଇତ୍ୟାଦି ସ୍ଥାନ ପାଇଥାଏ ।

ଦେଶ ଅପେକ୍ଷା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ପ୍ରତି ଅତ୍ୟଧକ ଆସକ୍ତି ଏବଂ କେତେକ କ୍ଷେତ୍ରରେ ରାଜ୍ୟର କୌଣସି ଏକ ଅଞ୍ଚଳ ପ୍ରତି ଅଧିକ ଅନୁରକ୍ତି ପ୍ରଦର୍ଶନକୁ ଆଞ୍ଚଳିକବାଦ କୁହାଯାଏ । ସେଲିଗ୍‌ମ୍ୟାନ ଓ ଜନସନ୍‌ଙ୍କ ଭାଷାରେ – ଆଞ୍ଚଳିକତାବାଦ ସମ୍ପ୍ରସାରଣଧର୍ମୀ ଯେକୌଣସି ନିଷ୍ପେଷକାରୀ କେନ୍ଦ୍ରାଭିମୁଖୀ ବ୍ୟବସ୍ଥା ବିରୋଧରେ ଏକ ଆନ୍ଦୋଳନ ।

ଆଞ୍ଚଳିକତାବାଦ ପ୍ରକୃତି ହେଉଛି ବିଚ୍ଛିନ୍ନତାବାଦୀ ପ୍ରବୃତ୍ତି, ସଂଘୀୟ ଗଣତାନ୍ତ୍ରିକ ବିଧ୍ ବ୍ୟବସ୍ଥାକୁ କ୍ଷତି କରିବାପାଇଁ ଭୟ ଦେଖାଇବା ଓ ସ୍ଥାନୀୟ ଜନସଂଖ୍ୟାର ଉଚ୍ଚାକାଂକ୍ଷାକୁ ବ୍ୟକ୍ତ କରିବା । ଏହା ତୁଳତାତ୍ମକ ବିଦ୍ବେଷ ସୃଷି କରେ । ଜାତୀୟତାବାଦରେ ବହୁସମୟରେ ଏହା ଅନ୍ତରାୟ ବା ପ୍ରତିବନ୍ଧକ ଅଟେ । ବିଶ୍ଵାସର ମଧ୍ୟ ଏହା ପୁନଃ ଅବତାରଣା କରିଥାଏ ।

ଆଞ୍ଚଳିକତାବାଦ କାରଣ : ଭାରତରେ ଆଞ୍ଚଳିକତାବାଦର ବିଭିନ୍ନ କାରଣମାନ ରହିଅଛି । ସେଗୁଡ଼ିକୁ ନିମ୍ନରେ ଆଲୋଚନା କରାଗଲା ।

(୧) ଐତିହାସିକ କାରଣ – ଆମ ଦେଶର ଇତିହାସ ଆଞ୍ଚଳିକତାବାଦ ପ୍ରସାର ପାଇଁ କେତେକାଂଶରେ ଦାୟୀ ଅଟେ । ଉଦାହରଣସରୂପ, ଇତିହାସ କହେ, ପୂର୍ବ ଭାରତର କେତେକ ଶାସକ ଦକ୍ଷିଣ ଭାରତକୁ ଜୟ କରିଥିଲେ । ସେତେବେଳେ ଦକ୍ଷିଣ ଭାରତର କେତେକ ରାଜ୍ୟ ଉତ୍ତର ଭାରତ ପର୍ଯ୍ୟନ୍ତ ବ୍ୟାପିଥିଲା । ତେଣୁ କେତେକ ଦକ୍ଷିଣ ଭାରତୀୟ ଉତ୍ତର ଭାରତର ଅଧିବାସୀମାନଙ୍କଠାରୁ ନିଜକୁ ପୃଥକ୍ ବୋଲି ମନେକରନ୍ତି ।

(୨) ଭୌଗୋଳିକ କାରଣ – ଅଞ୍ଚଳଗୁଡ଼ିକର ଭୌଗୋଳିକ ଅବସ୍ଥିତି ପରି ସେ ପ୍ରତ୍ୟେକ ପରସ୍ପରଠାରୁ ସମ୍ପୂଣ୍ଣ ଭିନ୍ନ ଭିନ୍ନ ଜଣାପଡ଼ିଥା’ନ୍ତି, ଅଞ୍ଚଳଗୁଡ଼ିକରେ ବସବାସ କରି ରହୁଥ‌ିବା ଅଧିବାସୀମାନଙ୍କଠାରୁ ପୂରାପୂରି ଅଲଗା ବୋଲି ନିଜକୁ ଭାବିଥାନ୍ତି । ଏ ପ୍ରକାର ମନୋଭାବ ଆଞ୍ଚଳିକବାଦ ରୂପକ ଅଗ୍ନିଶିଖାକୁ ପ୍ରଜ୍ଜ୍ୱଳିତ କରି ରଖୁବାରେ ସହାୟକ ହୋଇଥାଏ ।

(୩) ରାଜନୈତିକ କାରଣ – ଅନେକ ରାଜନୈତିକ ନେତୃବର୍ଗ ଆପଣା ଆପଣା ଅଞ୍ଚଳମାନଙ୍କରେ ନିଜ ନିଜର ପ୍ରଭାବ ପ୍ରତିଷ୍ଠା କରିବା ତଥା ଦଳଗତ ସାର୍ଥ ସାଧନ ନିମିତ୍ତ ଉକ୍ତ ଅଞ୍ଚଳରେ ଅଧ୍ବବାସୀମାନଙ୍କ ମନରେ ଆଞ୍ଚଳିକତାବାଦର ଧାରଣା ସୃଷ୍ଟି କରିଥିବା ଜଣାପଡ଼ୁଛି । ତର୍କ ବିତର୍କ ମାଧ୍ୟମରେ ଆପଣା ଆପଣା ଅଞ୍ଚଳ ପ୍ରତି ଜାତୀୟ ସରକାରଙ୍କ ଉଦାସୀନତାର ଅପପ୍ରଚାର କରିବାରେ ଲାଗିଛନ୍ତି ।

ଅର୍ଥନୈତିକ ଏକତା ଦ୍ଵାରାହିଁ କେବଳ ସମସ୍ୟା ଦୂର କରାଯାଇପାରିବ ଏ ପ୍ରକାର ଆଶାଭରସା ଲୋକମାନଙ୍କୁ ଦେଇଛନ୍ତି । ବେଳେବେଳେ ଆନ୍ଦୋଳନ ତଥା ଉପଦ୍ରବ ସୃଷ୍ଟିକରି ଅଞ୍ଚଳିକତାବାଦକୁ ଉସୁକଉଛନ୍ତି । ଫଳରେ ଆଞ୍ଚଳିକତାବାଦ ଆମ ଦେଶ ଆଗରେ ବିରାଟ ସମସ୍ୟା ହୋଇ ଠିଆ ହୋଇଛି ।

(୪) ଅର୍ଥନୈତିକ କାରଣ · ଏହା ସ୍ବୀକାର୍ଯ୍ୟ ଯେ ଆମ ଦେଶର କେତେକ ଅଞ୍ଚଳ ଅର୍ଥନୈତିକ ଦୃଷ୍ଟିକୋଣରୁ ଅନୁନ୍ନତ ଅଟେ । ଫଳରେ ଏହି ଅଞ୍ଚଳରେ ସେମାନଙ୍କ ମନରେ ହୀନମନୋଭାବ ସୃଷ୍ଟି ହୋଇଥାଏ । ସେମାନେ ନିଜକୁ ଅତି ଛୋଟ ମନେକରିଥା’ନ୍ତି । ଅପର ପକ୍ଷରେ ଯେଉଁ ଅଞ୍ଚଳଗୁଡ଼ିକ ଅର୍ଥନୈତିକ କ୍ଷେତ୍ରରେ ଉନ୍ନତ, ସେ ଅଞ୍ଚଳଗୁଡ଼ିକର ଅଧ୍ଵବାସୀମାନେ ନିଜକୁ ସତନ୍ତ୍ର ବୋଲି ମନେକରିଥା’ନ୍ତି । ଅନୁନ୍ନତ ଅଞ୍ଚଳଗୁଡ଼ିକ ସହ ଅର୍ଥନୀତିର ସମବଣ୍ଟନ ପାଇଁ କୁଣ୍ଠାବୋଧ କରିଥା’ନ୍ତି ।

(୫) ମନୋବୈଜ୍ଞାନିକ କାରଣ – ନିଜ ଅଞ୍ଚଳକୁ କିପରି ଭାବରେ ଅଧିକ ଉନ୍ନତ କରିବା କେବଳ ଏ ପ୍ରକାର ଭାବନାରେ କେତେକ ଲୋକ ବ୍ୟସ୍ତ ରହନ୍ତି । ଏ ପ୍ରକାର ଇଚ୍ଛାର ବଶବର୍ତ୍ତୀ ହୋଇ ସେମାନେ ସାମଗ୍ରିକ ଜାତୀୟ ସାର୍ଥର ବିରୁଦ୍ଧରେ କାର୍ଯ୍ୟ କରିଥା’ନ୍ତି । ଅନ୍ୟ ଅଞ୍ଚଳ ପ୍ରତି ବୈମାତୃକ ଭାବ ପ୍ରଦର୍ଶନ କରିଥା’ନ୍ତି । ଏହାଛଡ଼ା , କେତେକ ଲୋକ ହିଂସା, ଦ୍ବେଷ, ପରଶ୍ରୀକାତରତା ଆଦି ମନୋଭାବର ଶୀକାର ହୋଇ ଆଞ୍ଚଳିକତାବାଦର ଦ୍ରୁତ ପ୍ରସାର କରିଥାଆନ୍ତି ।

(୬) ସାଂସ୍କୃତିକ ଓ ସାମାଜିକ ତାରତମ୍ୟ – ଗୋଟିଏ ଅଞ୍ଚଳରେ ବସବାସ କରୁଥିବା ଲୋକେ ସେମାନଙ୍କର ସାଂସ୍କୃତିକ ଓ ସାମାଜିକ ଐତିହ୍ୟକୁ ନେଇ ବଞ୍ଚିଥାନ୍ତି । ଯଦି ସେମାନଙ୍କର ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନଗୁଡ଼ିକ ଅନ୍ୟ ଅଞ୍ଚଳରେ ରହୁଥ‌ିବା ସଂସ୍କୃତି ଓ ସାମାଜିକ ଐତିହ୍ୟ ମଧ୍ୟରେ ପ୍ରଭେଦ ପରିଲକ୍ଷିତ ହୋଇଥାଏ, ତେବେ ନିଜ ନିଜ ଅଞ୍ଚଳର ସଂସ୍କୃତି ଓ ସାମାଜିକ ଐତିହ୍ୟ ପ୍ରତି ସେମାନେ ନିଜର ଆନୁଗତ୍ୟ ଦେଖାଇଥାନ୍ତି । ଫଳରେ ଆଞ୍ଚଳିକତାବାଦ ସୃଷ୍ଟି ହୋଇଥାଏ ।

(୭) ପରିବହନ ଓ ଯୋଗାଯୋଗ ସୁବିଧାର ଅଭାବ – ପରିବହନ ଏବଂ ଯୋଗାଯୋଗ ସୁବିଧା ନ ଥିଲେ ବ୍ୟକ୍ତି ଏକ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଯାଇପାରେ ନାହିଁ । ଫଳରେ ସେମାନଙ୍କ ମଧ୍ୟରେ ପାରସ୍ପରିକ ଯୋଗସୂତ୍ର ରାକ୍ଷା ହୋଇପାରେ ନାହିଁ । ଫଳରେ ବୁଝାମଣାର ଅଭାବ ଦେଖାଯାଏ ଓ ସେମାନେ ନିଜ-ପର ଭାବନାରେ ପରିଚାଳିତ ହୋଇଥା’ନ୍ତି ।

(୮) ଭାଷାଗତ କାରଣ – ଭାଷାକୁ ଭିଭିକରି ଭାରତରେ ପ୍ରାକ୍ ସ୍ବାଧୀନତା ସମୟରେ ବିଭିନ୍ନ ପ୍ରଦେଶରେ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ପ୍ରକ୍ରିୟାରେ ପଞ୍ଜାବ, ହରିୟାଣା, ପଶ୍ଚିମବଙ୍ଗ, ବିହାର, ଓଡ଼ିଶା ପ୍ରଭୃତି ସତନ୍ତ୍ର ପ୍ରଦେଶ ଭାବରେ ପୁନର୍ଗଠିତ ହୋଇଅଛନ୍ତି । ଏହି ଭାଷାଭିଭିକ ରାଜ୍ୟଗୁଡ଼ିକ ବିଶେଷ ଭାବରେ ଉଗ୍ର ଆଞ୍ଚଳିକତାବାଦର ସ୍ପଷ୍ଟ ପ୍ରତିଫଳନ ଅଟେ ।

ତେଲେଙ୍ଗାନା ରାଜ୍ୟ ଗଠନ ପ୍ରସ୍ତାବ, କୋଶଳ ରାଜ୍ୟ ଗଠନ ପ୍ରସ୍ତାବ, ସେହିପରି ଆସାମ ଓ ମେଘାଳୟର ସତନ୍ତ୍ର ରାଜ୍ୟ ଗଠନ ପ୍ରସ୍ତାବ ଭାଷାଗତ କାରଣ ସହ ଜଡ଼ିତ ।

(୯) ସୀମା ଓ ନଦୀଜଳ ବଣ୍ଟନ ବିବାଦ – ଆଞ୍ଚଳିକତାବାଦ ରାଜ୍ୟଗୁଡ଼ିକରେ ଦେଖାଯାଉଥିବା ସୀମା ଓ ନଦୀଜଳ ବଣ୍ଟନ ବିବାଦକୁ ତୀବ୍ରତର କରାଇଥାଏ । ଭାରତରେ ନର୍ମଦା, କ୍ରିଷ୍ଣା ଓ କାବେରୀ ଇତ୍ୟାଦି ନଦୀଜଳ ବଣ୍ଟନ ଆଞ୍ଚଳିକତାବାଦକୁ ପ୍ରେତ୍ସାହିତ କରି ରାଜ୍ୟମାନଙ୍କରେ ଯଥା- ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶରେ ବିବାଦ ସୃଷ୍ଟି କରିଆସୁଛି । ଏହା ରାଜ୍ୟଗୁଡ଼ିକର ଆଞ୍ଚଳିକବାଦକୁ ପ୍ରୋତ୍ସାହିତ କରିଥାଏ ।

(୧୦) ବୈମାତୃକ ମନୋଭାବ – ପକ୍ଷପାତ ନୀତି ଅଧୁକାଂଶ କ୍ଷେତ୍ରରେ ଆଞ୍ଚଳିକତାବାଦକୁ ଜନ୍ମ ଦେଇଥାଏ । ଯେତେବେଳେ ରାଜ୍ୟ ଓ କେନ୍ଦ୍ରଶାସନ ମଧ୍ୟରେ ଭିନ୍ନତା ପରିଲକ୍ଷିତ ହୋଇଥାଏ, ସେତେବେଳେ ଦୁଇ ରାଜନୈତିକ ପୃଷ୍ଠଗତ ଦ୍ବନ୍ଦ୍ବ ଆଞ୍ଚଳିକତାବାଦ ସୃଷ୍ଟି କରିଥାଏ । ରାଜନୈତିକ ଅସୂୟା, ବୈମାତୃକ ମନୋଭାବ ଓ ଉନ୍ନୟନମୂଳକ ଅବହେଳା ନିର୍ଦ୍ଦିଷ୍ଟ ରାଜ୍ୟଗୁଡ଼ିକରେ ଆଞ୍ଚଳିକତାବାଦ ସୃଷ୍ଟି କରିଥାଏ ।

CHSE Odisha Class 12 Sociology Unit 3 Long Answer Questions in Odia Medium

୧୨ । ଭାରତରେ ଆଞ୍ଚଳିକତାବାଦର ପ୍ରକାରଭେଦଗୁଡ଼ିକ ଆଲୋଚନା କର ।
Answer:
ଭାରତର ଆଞ୍ଚଳିକତାବାଦ ପ୍ରାୟ ଦ୍ରାବିଡ଼ୀୟ ଆନ୍ଦୋଳନରୁ ଆରମ୍ଭ ହୋଇଥିଲା । ଆଞ୍ଚଳିକତାବାଦର ପ୍ରକାରଭେଦକୁ ନିମ୍ନରେ ଆଲୋଚନା କରାଗଲା ।
(i) ଭାଷାଭିଭିକ ଆଞ୍ଚଳିକତାବାଦ
(ii) ଭୂମିପୁତ୍ର ନୀତିଭିତ୍ତିକ ଆଞ୍ଚଳିକତାବାଦ
(iii) ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି
(iv) ପୂର୍ବ ରାଜ୍ୟପାହ୍ୟା ଦାବି
(v) ଆନ୍ତଃରାଜ୍ୟ ବିବାଦ
(vi) ସାୟତ୍ତତା ଦାବି
(vii) ବିଚ୍ଛିନ୍ନତାବାଦ
(viii) ରାଜ୍ୟ ମଧ୍ୟରେ ଆଞ୍ଚଳିକ ସାୟତ୍ତତା ପାଇଁ ଦାବି
(ix) ଯୁଦ୍ଧଖୋର ମନୋଭାବ

(i) ଭାଷାଭିରିକ ଆଞ୍ଚଳିକତାବାଦ – ଭାଷା ମଧ୍ଯମରେ ଉକ୍ତ ଆଞ୍ଚଳିକତାବାଦ ସୃଷ୍ଟି ହୋଇଥାଏ । ୧୯୫୩ ମସିହାରେ ଭାଷାକୁ ପ୍ରାଧାନ୍ୟ ଦେଇ ସତନ୍ତ୍ର ରାଜ୍ୟ ଗଠନ କରାଯାଇଥିଲା ଯାହା ଆଜିର ଆନ୍ଧ୍ରପ୍ରଦେଶ ରାଜ୍ୟ ସୃଷ୍ଟି ହୋଇଅଛି । ରାଷ୍ଟ୍ରଭାଷା ହିନ୍ଦୀକୁ ନେଇ ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ପ୍ରଭୃତି ଅଣହିନ୍ଦୀ ରାଜ୍ୟଗୁଡ଼ିକ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା । ପଞ୍ଜାବ, ପଶ୍ଚିମବଙ୍ଗ, ବିହାର ଓ ଆସାମ ରାଜ୍ୟଗୁଡ଼ିକରେ ମଧ୍ୟ ଭାଷାକୁ କେନ୍ଦ୍ରକରି ଆଞ୍ଚଳିକତା ପରିପ୍ରକାଶ ହେଉଛି ।

(ii) ଭୂମିପୁତ୍ର ନୀତିଭିତ୍ତିକ ଆଞ୍ଚଳିକତାବାଦ – ବିଶେଷତଃ, ନିଯୁକ୍ତି କ୍ଷେତ୍ରରେ ନିଜ ରାଜ୍ୟର ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଅସନ୍ତୋଷର କାରଣ ହୋଇଥାଏ । ତେଣୁ ନିଜ ରାଜ୍ୟର ଲୋକଙ୍କୁ ଚାକିରି କ୍ଷେତ୍ରରେ, ବ୍ୟବସାୟ ବାଣିଜ୍ୟରେ ଅଧିକ ସୁବିଧା ସୁଯୋଗ ଓ ଅଗ୍ରାଧିକାର, ଅନ୍ୟ ରାଜ୍ୟ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି କରୁଅଛି । ମହାରାଷ୍ଟ୍ରରେ ଶିବସେନା, ତାମିଲନାଡୁରେ ‘ତାମିଲ ସେନା’ ଇତ୍ୟାଦି ଭୂମିପୁତ୍ର ନୀତିର ଗୋଟିଏ ଗୋଟିଏ ଉଦାହରଣ ।

(iii) ସ୍ଵତନ୍ତ୍ର ରାଜ୍ୟପାହ୍ୟା ଦାବି – 2000 ମସିହାରେ ଉତ୍ତରପ୍ରଦେଶର କିଛି ଅଞ୍ଚଳକୁ ନେଇ ଉତ୍ତରାଞ୍ଚଳ, ବିହାରର କିଛି ଅଂଶକୁ ନେଇ ଝାଡ଼ଖଣ୍ଡ, ମଧ୍ୟପ୍ରଦେଶର କିଛି ଅଂଶ ନେଇ ‘ଛତିଶଗଡ଼’ର ସୃଷ୍ଟି, ସତନ୍ତ୍ର ରାଜ୍ୟପାହ୍ୟାର ଦାବିର ଅନ୍ତର୍ଭୁକ୍ତ । ସେହିପରି ତେଲେଙ୍ଗାନା ରାଜ୍ୟ, କୋଶଳ ରାଜ୍ୟ ଗଠନ ତଥା ଗୁର୍ଖାଲାଣ୍ଡ ଦାବି ଏହି ମନୋଭାବର ଅନ୍ତର୍ଗତ ।

(iv) ପୂର୍ବରାଜ୍ୟ ପାହ୍ୟା ଦାବି – କେନ୍ଦ୍ରଶାସିତ ଅଞ୍ଚଳଭାବେ ସୃଷ୍ଟି, ହମାଚଳପ୍ରଦେଶ, ମଣିପୁର, ତ୍ରିପୁରା, ଗୋଆ, ମିଜୋରାମ ଓ ଅରୁଣାଚଳପ୍ରଦେଶ ପୂର୍ବ ରାଜ୍ୟପାହ୍ୟାପାଇଁ ଦାବିକରି ରାଜ୍ୟର ମାନ୍ୟତା ହାସଲ କରିଥିଲା । ନିଜକୁ ପୂର୍ବ ରାଜ୍ୟପାହ୍ୟା ଦାବିରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା ।

(v) ଆନ୍ତଃରାଜ୍ୟ ବିବାଦ – ସୀମା, ଜଳବଣ୍ଟନ ଓ ସଂହତିକୁ ନେଇ ଭାରତରେ ବହୁ ରାଜ୍ୟ ମଧ୍ୟରେ ଆନ୍ତଃରାଜ୍ୟ ବିବାଦ ରହିଅଛି । ପୋଲାଭରମ ପ୍ରକଳ୍ପରେ ମହେନ୍ଦ୍ରତନୟା ନଦୀବନ୍ଧରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ, କାବେରୀ ନଦୀଜଳ ବଣ୍ଟନକୁ ନେଇ ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାଟ ଓ ମହାରାଷ୍ଟ୍ର ମଧ୍ୟରେ ବିବାଦ ଲାଗିଛି ।

(vi) ସାୟତ୍ତତା ଦାବ – ଜାମ୍ମୁ ଓ କାଶ୍ମୀରରେ ନ୍ୟାସନାଲ କନଫରେନସ୍, ଆନ୍ଧ୍ରପ୍ରଦେଶର ତେଲୁଗୁଦେଶମ୍, ପଶ୍ଚିବବଙ୍ଗର ସି.ପି. ଆଇ. ଏମ୍, ପଞ୍ଜାବର ଅକାଳୀ ଦଳ, ତାମିଲନାଡୁର ଡି.ଏମ୍.କେ ଦଳ ନିଜର ରାଜ୍ୟଗୁଡ଼ିକୁ ସୟଂଚାଳିତ କରିବାକୁ ଦାବିକରି କେତେକ ଗୁରୁତ୍ଵପୂର୍ଣ୍ଣ ବିଭାଗ ବ୍ୟତୀତ ଅନ୍ୟ ବିଭାଗରେ ରାଜ୍ୟକୁ ସାୟତ୍ତତା ଦେବାପାଇଁ ଦାବି କରୁଛନ୍ତି ।

(vii) ବିଚ୍ଛିନ୍ନତାବାଦୀ – ସାଧୀନ ଭାବରେ ଶାସନ କରିବା ଓ ସାର୍ବଭୌମତ୍ୱ ହାସଲ କରିବା ଏହାର ମୁଖ୍ୟ ଉଦେଶ୍ୟ । ଆସାମ ମିଳିତ ସାମ୍ମୁଖ୍ୟ (ULFA), JKLF ଜାମ୍ମୁ କାଶ୍ମୀର ପୂର୍ଣ୍ଣ ସାମ୍ମୁଖ୍ୟ, ଖଲିସ୍ଥାନ, ମିଜୋ ଜାତୀୟବାଦୀ, ନାଗାଲାଣ୍ଡ, ଗୁର୍ଖାଲାଣ୍ଡ, ସାଧୀନ ରାଜ୍ୟ ଗଠନ ନିମନ୍ତେ ସର ଉତ୍ତୋଳନ କରୁଛନ୍ତି ।

(viii) ରାଜ୍ୟ ମଧ୍ୟରେ ଆଞ୍ଚଳିକ ସାୟତ୍ତତା ପାଇଁ ଦାବୀ – ଓଡ଼ିଶାରେ ଆଞ୍ଚଳିକତା ମନୋଭାବ ମଧ୍ଯ ରହୁଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ଜାମ୍ମୁ-କାଶ୍ମୀର ସଦସ୍ୟ, ପଶ୍ଚିମବଙ୍ଗର ଗୋଖାଁ ଅଞ୍ଚଳକୁ ସୟଂଶାସନର କ୍ଷମତା ପ୍ରଦାନ ପାଇଁ ଦାବି ହେଉଅଛି ।

(ix) ଯୁଦ୍ଧଖୋର ମନୋଭାବ – କେତେକ ହିଂସାର ପଥ ଅନୁସରଣ କରି ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଚାହାଁନ୍ତି । କ୍ରୂର ଆଞ୍ଚଳିକତା ମନୋଭାବ ସେମାନଙ୍କୁ ଏହି ଅବସ୍ଥାରେ ପହଞ୍ଚାଇଥାଏ । ମହାରାଷ୍ଟ୍ରର ଶିବସେନା, ତାମିଲନାଡୁର ତାମିଲସେନା ଯୋଗୁ ଦେଶରେ ହିଂସାଭାବ ସୃଷ୍ଟି ହୋଇଅଛି । କେତେକ ରାଜ୍ୟରେ ଉଗ୍ରବାଦ ଓ କେନ୍ଦ୍ର ପ୍ରତି ବୈର ମନୋଭାବ ସୃଷ୍ଟି ହେଉଅଛି ।

୧୩ । ଆଞ୍ଚଳିକତାବାଦର ନିରାକରଣ ବା ପ୍ରତିବାଦ ପାଇଁ କି କି ପଦକ୍ଷେପ ଗ୍ରହଣ କରାଯାଇପାରେ, ଆଲୋଚନା କର ।
Answer:
ପରିବହନ ଓ ଯୋଗାଯୋଗ ସୁବିଧାର ଉନ୍ନତି – ଜଣେ ବ୍ୟକ୍ତି ଅନ୍ୟଜଣେ ବ୍ୟକ୍ତିର ପାଖରେ ସହଜ ଓ ସୁବିଧାରେ ପାଇଁ କେତେକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଆବଶ୍ୟକ ହୋଇଥାଏ ।

(୧) ପରିବହନ ଓ ଯୋଗାଯୋଗ ସୁବିଧାର ଉନ୍ନତି – ଜଣେ ବ୍ୟକ୍ତି ଅନ୍ୟଜଣେ ବ୍ୟକ୍ତିର ପାଖରେ ସହଜ ଓ ସୁବିଧାରେ ପହଞ୍ଚିପାରିଲେ ସେମାନଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ହୋଇ ପରସ୍ପର ମଧ୍ୟରେ ବନ୍ଧୁତା ଘନିଷ୍ଠ ହୋଇପାରିବ । ଯଦି ପରିବହନ ଓ ଯୋଗାଯୋଗ ବ୍ୟବସ୍ଥାର ସୁବିଧା କରିଦିଆଯା’ନ୍ତା, ତାହାହେଲେ ଲୋକେ କାଶ୍ମୀରଠାରୁ କନ୍ୟାକୁମାରୀ, ଦ୍ଵାରକାଠାରୁ ପୁରୀ ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳରେ ଲୋକମାନଙ୍କର ସଂସ୍ପର୍ଶରେ ଆସିପାରନ୍ତେ ।

ସେମାନଙ୍କ ମନରେ ଭାବନା ଆସନ୍ତା ଯେ ସେମାନେ କୌଣସି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକ ନୁହଁନ୍ତି, ଭାରତର ସ୍ଥାୟୀ ବାସିନ୍ଦା ।

(୨) ଜାତୀୟ ଇତିହାସର ପ୍ରସାର -ଜାତିର ଇତିହାସ ଦେଶର ବିଭିନ୍ନ ଅଞ୍ଚଳର ଲୋକମାନଙ୍କର ଅବଦାନଦ୍ୱାରା ଉନ୍ନତ ହୋଇଥାଏ । ତେଣୁ ପ୍ରତ୍ୟେକ ଲୋକଙ୍କ ନିକଟରେ ଜାତୀୟତାଭାବକୁ ଠିକ୍‌ଭାବରେ ଗଢ଼ିବା ହେଉଛି ଏକ ଦାୟିତ୍ଵ । ତେଣୁ ଶିଶୁମାନଙ୍କୁ ଶିକ୍ଷାୟତନରେ ଶିକ୍ଷା ଦାନ କରିବା ଆବଶ୍ୟକ ଯେ ସେମାନେ ଜଣେ ଉତ୍ତମ ଓଡ଼ିଆ, ପଞ୍ଜାବୀ, ତେଲୁଗୁ ବା ଗୁଜୁରାଟୀ ନ ହୋଇ ଜଣେ ଉତ୍ତମ ନାଗରିକ ଭାବରେ ମନବଳାନ୍ତୁ ।

(୩) ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକୁ ବେଆଇନ ଘୋଷଣା – କେତେକ ନ୍ୟସ୍ତସାର୍ଥ ବ୍ୟକ୍ତି ରାଜନୈତିକ ଦଳଗୁଡ଼ିକ ଆଞ୍ଚଳିକତାବାଦକୁ ଉସୁକାଉଛନ୍ତି । ବିଭିନ୍ନ ଦଳ ଆଞ୍ଚଳିକ ଭିତ୍ତିରେ ଗଢ଼ିଉଠିଛି, ତେଣୁ ରାଜନୈତିକ ଦଳମାନଙ୍କୁ ଆଞ୍ଚଳିକ ଦଳ ଭିଭିରେ ଗଠନ କରାଯିବା ଉପରେ ନିଷେଧାଜ୍ଞା ଜାରିହେବା ଆବଶ୍ୟକ । ନିର୍ବାଚନ କମିଶନ ଏପରିକି ରାଜନୈତିକ ଦଳଗୁଡ଼ିକୁ ନିର୍ବାଚନରେ ଭାଗ ନ ନେବା ପାଇଁ ଏକ ବିଜ୍ଞପ୍ତି ଜାରିକରିବା ଉଚିତ ।

CHSE Odisha Class 12 Sociology Unit 3 Long Answer Questions in Odia Medium

(୪) ଜାତୀୟ ମନୋଭାବ ସୃଷ୍ଟି – ଲୋକମାନଙ୍କ ମନରେ ମହାଭାରତୀୟ ଭାବନା ଜାଗ୍ରତ କରିବା ପାଇଁ ବିଭିନ୍ନ ଗଣମାଧ୍ୟମଗୁଡ଼ିକୁ ଉପଯୋଗ କରିବା ଉଚିତ । ଏପରିକି ଗାଁ ଗହଳିରେ ଗାଉଁଲି ଗଣମାଧ୍ୟମ ଯଥା ଦାସକାଠିଆ, ପାଲା, ହରିକଥା, ଲୀଳା, ସୁଆଙ୍ଗ ଇତ୍ୟାଦି ମାଧ୍ୟମରେ ଆଞ୍ଚଳିକତାବାଦର ବିଭିନ୍ନ କୁପରିଣାମଗୁଡ଼ିକୁ ପରିବେଷଣ କରିବା ଉଚିଦ ।

ଟେଲିଭିଜନ, ଦୈନିକ ସମ୍ବାଦପତ୍ର, ରେଡ଼ିଓ ଇତ୍ୟାଦି ଆଧୁନିକ ଗଣମାଧ୍ୟମ ଜରିଆରେ ବିଭିନ୍ନ ଅଞ୍ଚଳରେ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକର ପରିବେଷଣ କରାଯାଇ ଲୋକମାନଙ୍କ ମନରୁ ଭ୍ରାନ୍ତ ଆଞ୍ଚଳିକତା ଦୂରକରିବା ପାଇଁ ଚେଷ୍ଟା କରିବା ଆବଶ୍ୟକ ।

(୫) ଜାତୀୟ ଭାଷାର ଉନ୍ନତି – ଆଞ୍ଚଳିକ ଭାଷା ପ୍ରତି ଦୁର୍ବଳତା ଓ ଏହାର ପ୍ରଚାର, ପ୍ରସାର ଓ ପ୍ରାଧାନ୍ୟ ଆଞ୍ଚଳିକତାବାଦକୁ ସୁଦୃଢ଼ କରିଥାଏ । ତେଣୁ ଜାତୀୟ ଭାଷାର ସମ୍ମାନ ଓ ଉତ୍‌ଥାନ ଆବଶ୍ୟକ । ରାଷ୍ଟ୍ରର ସମସ୍ତ ଭାଷାଗୁଡ଼ିକୁ ସମ୍ମାନ ପ୍ରଦର୍ଶନ ଓ ଜାତୀୟ ତଥା ରାଷ୍ଟ୍ରୀୟ ଭାଷା ଯୋଗାଯୋଗର ସୂତ୍ର ରୂପେ ସମସ୍ତ ନାଗରିକ ବ୍ୟବହାର କଲେ ଆଞ୍ଚଳିକତାବାଦ ଦୂର ହୋଇପାରିବ । ଏଥ ନିମନ୍ତେ ମାନବିକତାର ଆବଶ୍ୟକତା ରହିଛି ।

(୬) ସାର୍ବଜନୀନ ଶିକ୍ଷା ଓ ସାଧାରଣ ପାଠ୍ୟକ୍ରମ – ପ୍ରାଥମିକ ସ୍ତରରୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ବିବିଧତା ମଧ୍ୟରେ ଐକ୍ୟଭାବ କିପରି ସ୍ଥାପନ କରାଯାଇପାରିବ, ସେଥ‌ିପ୍ରତି ଧ୍ୟାନଦେବା ଓ ପାଠ୍ୟକ୍ରମ ପ୍ରସ୍ତୁତ କରିବା ଉଚିତ । ଫଳରେ ଆଞ୍ଚଳିକ ପକ୍ଷପାତିତା ପରିବର୍ତ୍ତେ ଜାତୀୟତା ଓ ଦେଶପ୍ରୀତିଭାବ ଛାତ୍ରଛାତ୍ରୀଙ୍କ ମନରେ ରହିପାରିବ ଓ ଉତ୍ତମ ନାଗରିକ ଭାବରେ ସେମାନଙ୍କର ପରିଚୟ ପ୍ରଦାନ କରିପାରିବ ।

(୭) ସମତୁଲ ବିକାଶ | ଉନ୍ନତି – ପ୍ରତ୍ୟେକ ରାଜ୍ୟଗୁଡ଼ିକର ବିକାଶ କେନ୍ଦ୍ର ସରକାରଙ୍କ ଦାୟିତ୍ଵ । ଏଥିରେ ଖ୍ଲାପ ଓ ପକ୍ଷପାତିତା ହେଲେ ରାଜ୍ୟଗୁଡ଼ିକରେ ଅସନ୍ତୋଷ ଭାବ ଆସିଥାଏ । ବହୁ ଆଞ୍ଚଳିକ ଦଳଗୁଡ଼ିକ ସକ୍ରିୟ ହୋଇଯାଇଥା’ନ୍ତି । ତେଣୁ କେନ୍ଦ୍ର ସରକାରଙ୍କର ସମତୁଲ ବିକାଶ ଓ ନିରପେକ୍ଷ ବିକାଶର ଧାରା ଆଞ୍ଚଳିକତାବାଦକୁ ରୋକିଦେଇ ପାରିବ ।

ରାଷ୍ଟ୍ର ମଧ୍ୟରେ ବିକାଶ ଓ ଉନ୍ନତି କ୍ଷେତ୍ରରେ ପାତର ଅନ୍ତର ହେଲେ ଆଞ୍ଚଳିକ ଶକ୍ତିଗୁଡ଼ିକ ସକ୍ରିୟ ହୋଇଥା’ନ୍ତି । ସେହି ସମସ୍ୟାର ସମାଧାନ ସମତୁଲ ନ୍ୟାୟଦ୍ବାରା ନୀତିଦ୍ଵାରା କରାଯାଇ ପାରିବ ।

(୮) ଗଣମାଧ୍ୟମର ସହଯୋଗ ମନୋଭାବ – ଆଞ୍ଚଳିକତାବାଦକୁ ହ୍ରାସ କରିବାପାଇଁ ଗଣମାଧ୍ୟମର ଭୂମିକା ଖୁବ୍ ଗୁରୁତ୍ଵପୂର୍ଣ୍ଣ । ସାଧାରଣତଃ ଟେଲିଭିଜନ, ସମ୍ବାଦପତ୍ର, ରେଡ଼ିଓ , ଚଳଚ୍ଚିତ୍ର, ବିଜ୍ଞାପନ, ପତ୍ରପତ୍ରିକା ଠିକ୍ ତଥ୍ୟ ଜନସାଧାରଣଙ୍କୁ ପ୍ରଦାନ କରି ଅର୍ଥନୈତିକତାବାଦକୁ ଦୂର କରିପାରିଥାଏ । ଗଣମାଧ୍ଯମ ଜାତୀୟ ଐକ୍ୟ ପ୍ରତିଷ୍ଠା କରିଥାଏ ।

(୯) ଜନଜାତି ଅଧୁଷିତ ଅଞ୍ଚଳର ବିକାଶ – ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ଜନଜାତିମାନେ ପଛୁଆ ଅଟନ୍ତି । ସେହି ଅନୁଭବ ସେମାନଙ୍କୁ କେତେକ ଭୁଲ୍ ସଙ୍ଗଠନରେ ସାମିଲ ହେବା ପାଇଁ ସୁଯୋଗ ସୃଷ୍ଟି କରିଥାଏ ଏବଂ ଆମୂଳକ ବିଚ୍ଛିନ୍ନତାଭାବକୁ ସୁଦୃଢ଼ କରିଥାଏ ।

ତେଣୁ ଆଦିବାସୀବହୁଳ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଅର୍ଥନୈତିକ ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଧ୍ୟାନଦେବା ଉଚିତ । ଭ୍ରାତୃତ୍ୱ ମନୋଭାବ, ଜାତୀୟତା ପ୍ରତିଷ୍ଠା ଓ ସାର୍ବଜନୀନ ମନୋଭାବ ଏହାଦ୍ବାରା ସମ୍ଭବ ହେବ ।

(୧୦) ପର୍ଯ୍ୟଟନ, ଐତିହ୍ୟସ୍ଥଳୀର ବିକାଶ – ଭାରତ ହେଉଛି ପ୍ରକୃତି କୋଳରେ ସୌନ୍ଦର୍ଯ୍ୟର ସୁରମ୍ୟ ସ୍ଥାନ । ବିଭିନ୍ନ ପ୍ରାନ୍ତରେ ପର୍ଯ୍ୟଟନ ଓ ଐତିହ୍ୟସ୍ଥଳୀ ରହିଅଛି । ସମସ୍ତ ସ୍ଥାନକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଯୋଗାଯୋଗ ଓ ସଂହତି ରକ୍ଷା କରାଗଲେ ଆଞ୍ଚଳିକତାବାଦ ଦୂର ହେବ ।

(୧୧) ସନ୍ତୁଳିତ ଅର୍ଥନୈତିକ ପ୍ରଗତି – ସମସ୍ତ ରାଜ୍ୟଗୁଡ଼ିକ ମଧ୍ୟରେ ସମଭାବରେ ଯୋଜନା ପ୍ରସ୍ତୁତି, ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଆର୍ଥିକ ସହାୟତା, ନିଯୁକ୍ତି କ୍ଷେତ୍ରରେ ସମାନ ଗୁରୁତ୍ଵ ପ୍ରଭୃତି ବିଭିନ୍ନ ସମସ୍ୟାଗୁଡ଼ିକୁ ସମାଧାନ କରିପାରିବ ଓ ଜନ ଅସନ୍ତୋଷ ଦୂର କରିପାରିବ । ସମସ୍ତ ରାଜ୍ୟଗୁଡ଼ିକରେ ସମାନ ଅର୍ଥନୈତିକ ପ୍ରଗତିର ଆବଶ୍ୟକତା ରହିଅଛି ।

ଉପରୋକ୍ତ ଆଲୋଚନାରୁ ସୁସ୍ପଷ୍ଟ, ଜାତୀୟ ବଜାର, ଯୋଗାଯୋଗର ପ୍ରସାର, ଭାରତୀୟ ଅନୁଷ୍ଠାନଗୁଡ଼ିକର ପ୍ରଭାବ, ଗଣମାଧ୍ୟମର ସକ୍ରିୟ ଅଂଶଗ୍ରହଣ, ସାଧାରଣ ଶିକ୍ଷା ପାଠ୍ୟକ୍ରମ ଓ ସଚେତନତା ତଥା ଜାତୀୟ ମନୋଭାବ ଆଞ୍ଚଳିକତାବାଦକୁ ଦୂର କରିପାରିବ ।

୧୪ । ଭାରତରେ ଏକତାର ସମସ୍ୟାମାନ ଲେଖ ।
Answer:
ଆମ ମାତୃଭୂମି ଭାରତବର୍ଷ ଏକ ବିଶାଳ ଉପମହାଦେଶ । ଏହା କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବିସ୍ତୃତ । ଏହି ଉପମହାଦେଶ ବିଶ୍ବ ଦରବାରରେ ଏକ ବିଶିଷ୍ଟ ସ୍ଥାନର ଅଧିକାରୀ । ଏହାର ଉତ୍ତରରେ ଜାଗ୍ରତ ପ୍ରହରୀ ସଦୃଶ ଅତ୍ୟଚ୍ଚ ହିମାଳୟ ପର୍ବତମାଳା, ଦକ୍ଷିଣରେ ବିଶାଳ ଭାରତ ମହାସାଗର, ପୂର୍ବରେ ଲବଣାକ୍ତ ବଙ୍ଗୋପସାଗର ଏବଂ ପଶ୍ଚିମରେ ଆରବ ସାଗର ଓ ବିନ୍ଧ୍ୟ ପର୍ବତମାଳା ଏହାର ସୀମାରେଖାକୁ ଦର୍ଶାଇଥାଏ ।

ଅଧ୍ଵନ୍ତୁ ଏହା ବିଭିନ୍ନ ପ୍ରଜାତୀୟ, ଧର୍ମୀୟ, ଭାଷାଗତ ଏବଂ ଜନଜାତୀୟ ସମୂହକୁ ନେଇ ଗଠିତ । ଭାରତର ଜନସଂଖ୍ୟା ଦୃଷ୍ଟିରୁ ଏଠାରେ ଭାଷାରେ ଭିନ୍ନତା, ଧର୍ମରେ ନିରପେକ୍ଷତା, ଚଳଣିରେ ପାର୍ଥକ୍ୟ ଓ ବେଶଭୂଷାରେ ଅନନ୍ୟତା ଏ ଦେଶକୁ ଐକ୍ୟ ପ୍ରଦାନ କରିଆସୁଛି ।

ସ୍ଵାଧୀନତା ପରେ ଭାରତବର୍ଷରେ ବିଚ୍ଛିନ୍ନତାବାଦୀ ଶକ୍ତିଗୁଡ଼ିକ ମୁଣ୍ଡଟେକି ଉଠିଛି । ନିର୍ବାଚନକାଳୀନ ସଂଘର୍ଷରୁ ସାଂପ୍ରଦାୟିକତାବାଦ ଓ ଜାତିଆଣ ଭେଦଭାବ ଭୟଙ୍କର ରୂପ ଧାରଣ କରିଛି । ଭାରତ-ପାକିସ୍ତାନ ଯୁଦ୍ଧ, ଅର୍ଥନୈତିକ ଦୁର୍ଗତି ଏବଂ ସାମାଜିକ ପ୍ରସ୍ଥିତି ଦେଶର ଏକତାକୁ ବିପର୍ଯ୍ୟସ୍ତ କରୁଛି । ସେଗୁଡ଼ିକ ମଧ୍ୟରୁ ସଂପ୍ରଦାୟିକତାବାଦ (Communalism), ଜାତିବାଦ (Casteism), ଭାଷାବାଦ (Linguism) ଏବଂ ଆଞ୍ଚଳିକତାବାଦ (Regionalism) ପ୍ରଧାନ ।

ଏହି କାରଣଗୁଡ଼ିକ ଭାରତୀୟ ସାମାଜିକ ଜୀବନରେ ଅଶାନ୍ତି ଓ ଅସ୍ଥିରତା ଆଣିବା ସହିତ ଦେଶର ଜାତୀୟ ସଂହତି ପଥରେ ଘୋର ପ୍ରତିବନ୍ଧକ ସୃଷ୍ଟି କରିଥା’ନ୍ତି । ସୁତରାଂ ଏହି ଚାରୋଟି ସମାଜର ଐକ୍ୟତାକୁ ନଷ୍ଟ କରେ, ଯାହାକୁ ନିମ୍ନଲିଖ୍ ଭାବେ ପର୍ଯ୍ୟାଲୋଚନା କରାଯାଇପାରେ ।

(i) ସଂପ୍ରଦାୟିକତାବାଦ (Communalism) – ଭାରତବର୍ଷ ବହୁ ଧର୍ମ ଓ ସଂପ୍ରଦାୟର କେନ୍ଦ୍ରସ୍ଥଳୀ । ଏଠାରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ୍, ଶିଖ୍, ବୌଦ୍ଧ, ଜୈନ, ପାର୍ସି ଆଦି ପ୍ରତ୍ୟେକ ଧାର୍ମିକ ସଂପ୍ରଦାୟର ଲୋକମାନେ ବାସ କରନ୍ତି । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ଏଥ‌ିରେ ସବୁ ସଂପ୍ରଦାୟର ଲୋକଙ୍କୁ ସବୁ କ୍ଷେତ୍ରରେ ସମାନ ସୁବିଧାସୁଯୋଗ ଦିଆଯାଉଛି ।

କେହି କାହାର ଧର୍ମ ଉପରେ ଅଯଥା ହସ୍ତକ୍ଷେପ କରନ୍ତି ନାହିଁ, ତଥାପି ବେଳେବେଳେ ଧର୍ମ ନାମରେ ଅପପ୍ରଚାର ଫଳରେ ସଂପ୍ରଦାୟଗୁଡ଼ିକ ମଧ୍ୟରେ ତିକ୍ତତା ଓ ଶତ୍ରୁତା ମନୋଭାବ ଦେଖାଯାଏ । ଧର୍ମଗତ ପ୍ରଭେଦତାକୁ ଭିଭିକରି ବିଭିନ୍ନ ସଂପ୍ରଦାୟ ମଧ୍ୟରେ ସୃଷ୍ଟି ହେଉଥ‌ିବା ଶତ୍ରୁତା ମନୋଭାବକୁ ସାଂପ୍ରଦାୟିକତାବାଦ କୁହାଯାଏ । ଅନ୍ୟ ଅର୍ଥରେ ନିଜ ସଂପ୍ରଦାୟ ଏବଂ ଧର୍ମ ପ୍ରତି ଅନ୍ଧ ଆନୁଗତ୍ୟ ସାଂପ୍ରଦାୟିକତାବାଦ ରୂପେ ପରିଚିତ ।

ଏହା ଭାରତର ଜାତୀୟ ଐକ୍ୟ ଓ ସଂହତିକୁ ବିପର୍ଯ୍ୟସ୍ତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହି ସାଂପ୍ରଦାୟିକତାବାଦ ଯୋଗୁଁ 1947 ମସିହାରେ ଦେଶ ଭାରତ ଓ ପାକିସ୍ତାନ ନାମରେ ଦୁଇଟି ରାଷ୍ଟ୍ରରେ ବିଭାଜିତ ହୋଇଥିଲା । ବିଭାଜନ ପରେ ମଧ୍ୟ ଭାରତର ଏହି ସମସ୍ୟା ଦୂରୀଭୂତ ହୋଇପାରୁ ନାହିଁ । କାରଣ ବର୍ତ୍ତମାନ ଭାରତରେ ସଂଖ୍ୟାତ୍ମକ ମୁସଲମାନ ସଂପ୍ରଦାୟର ଲୋକମାନେ ବସବାସ କରୁଛନ୍ତି ।

ଫଳତଃ ସର୍ବଦା ହିନ୍ଦୁ-ମୁସଲିମ୍ ସାଂପ୍ରଦାୟିକତା ମନୋଭାବ ସୃଷ୍ଟି ହେଉଛି । ରାମ ମନ୍ଦିର ଓ ବାବରୀ ମସ୍‌ଜିଦ୍ ସମସ୍ୟା ଏହାର ଏକ ଉଜ୍ଜ୍ବଳ ନମୁନା । ବେଳେବେଳେ ସାଂପ୍ରଦାୟିକ ଦଙ୍ଗାହଙ୍ଗାମା ସୃଷ୍ଟି ହୋଇ ଦେଶରେ ଜାତୀୟ ସଂହତିକୁ ବିପନ୍ନ କରୁଛି ।

CHSE Odisha Class 12 Sociology Unit 3 Long Answer Questions in Odia Medium

(ii) ଜାତିବାଦ (Casteism) – ଜାତିବାଦ ଭାରତୀୟ ସମାଜର ଏକ ସ୍ବକୀୟ ବ୍ୟାଧ୍ । ଜାତିବାଦ ଜାତିପ୍ରଥା ସହିତ ଘନିଷ୍ଠ ଭାବେ ସଂପୃକ୍ତ । ତେଣୁ ଏହା ମୁଖ୍ୟତଃ ଏକ ଗ୍ରାମ୍ୟ ସମାଜର ସମସ୍ୟା ରୂପେ ପରିଚିତ । ସମୁଦାୟ ହିନ୍ଦୁ ସମାଜ ଜାତିପ୍ରଥାଦ୍ଵାରା କ୍ଷୁଦ୍ର କ୍ଷୁଦ୍ର ସମୂହରେ ବିଭକ୍ତ । ପ୍ରତିଟି ଜାତି ସମୂହର ସଦସ୍ୟମାନଙ୍କ ମଧ୍ୟରେ ଦୃଢ଼ ଆର୍ଥିକ ଭାବନା (We feeling) ଏବଂ ଅନ୍ଧ ଆନୁଗତ୍ୟ ରହିଥାଏ ।

ଏହି ଆନୁଗତ୍ୟର ବଶବର୍ତୀ ହୋଇ ଯେତେବେଳେ କୌଣସି ଜାତିର ସଦସ୍ୟମାନେ ନିଜ ଜାତିର ସ୍ବାର୍ଥ ଓ ଆଧୂପତ୍ୟ ବଜାୟ ରଖୁବା ନିମିତ୍ତ ବିବେକହୀନ ଭାବେ ଅନ୍ୟ ଜାତି ପ୍ରତି ବୈରୀ ମନୋଭାବ ପୋଷଣ କରନ୍ତି, ସେତେବେଳେ ଜାତିବାଦ ଜନ୍ମଲାଭ କରେ । ସୁତରାଂ ଜାତିବାଦ କହିଲେ ନିଜ ଜାତି ପ୍ରତି ଅନ୍ଧ ଓ ବିବେକହୀନ ଆନୁଗତ୍ୟକୁ ହିଁ ବୁଝାଯାଏ, ଯାହାର ବଶବର୍ତ୍ତୀ ହୋଇ ଏକ ଜାତିର ସଦସ୍ୟଗଣ ଅନ୍ୟ ଜାତି ପ୍ରତି ହିଂସାତ୍ମକ ଆଚରଣ ପ୍ରଦର୍ଶନ କରନ୍ତି ।

ଅନ୍ୟ ଅର୍ଥରେ ନିଜ ଜାତିର ସ୍ବାର୍ଥ ଓ ମର୍ଯ୍ୟାଦା ନାମରେ ହିଂସାପରାୟଣ ହୋଇ ଅନ୍ୟ ଜାତି ବିରୁଦ୍ଧରେ ଯେକୌଣସି ପ୍ରକାର ଅମାନୁଷିକ ତଥା ଅଯଥାର୍ଥ କାର୍ଯ୍ୟ କରିବାର ଦୃଢ଼ ସଂକଳ୍ପକୁ ଜାତିବାଦ କୁହାଯାଏ । କାକା କାଲୋଲ୍‌କର କହିଛନ୍ତି, ଜାତିବାଦ ହେଉଛି ଏକ ଦୃଢ଼ ଓ ବଳିଷ୍ଠ ସମୂହ ଆନୁଗତ୍ୟ, ଯାହା ନ୍ୟାୟ, ନ୍ୟାର୍ଯ୍ୟ ବ୍ୟବହାର ଏବଂ ସାର୍ବଜନୀନ ଭ୍ରାତୃତ୍ୱଭାବର ସୁସ୍ଥ ସାମାଜିକ ଆଦର୍ଶକୁ ଅବିମାନନା କରିଥାଏ (Casteism is a strong blood supreme group loyalty that ignores the healthy social standards of justice, fair play and universal brotherhood.) ।

ଆଇ.ଏନ୍. ଶର୍ମାଙ୍କ ମତରେ, ଜାତିବାଦ ନିଜ ଜାତି ବା ଉପଜାତି ପ୍ରତି ଏକ ବିବେକହୀନ ସମୂହ ଆନୁଗତ୍ୟ, ଯାହା ଅନ୍ୟ ଜାତିର ସ୍ବାର୍ଥ ପ୍ରତି ଦୃଷ୍ଟି ଦେଇ ନଥାଏ ଓ ନିଜ ସମୂହର ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ଅନ୍ୟାନ୍ୟ ସ୍ୱାର୍ଥ ପୂରଣ କରିବାପାଇଁ ଚେଷ୍ଟା କରିଥାଏ (Casteism is a blind loyalty towards ones’ own caste or sub-caste, which does not care for the interests of other castes and seeks to realise the social, economic public and other interests of its own group.) |

ଜାତିବାଦ ସ୍ବାର୍ଥପର, ସଂକୀର୍ଣ୍ଣତା ଏବଂ ଈର୍ଷାପରାୟଣ ମନୋଭାବର ଏକ ପ୍ରତୀକ । ଏହା ଜାତି ଜାତି ମଧ୍ୟରେ ହିଂସା, ଦ୍ବେଷ ଓ ପରଶ୍ରୀକାତରତା ସୃଷ୍ଟି କରେ । ଯେତେବେଳେ ଗୋଟିଏ ଜାତିର ସଦସ୍ୟଗଣ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଭୋଗ କରିବାକୁ ଚାହାନ୍ତି, ସେତେବେଳେ ସେମାନେ ଅନ୍ୟ ଜାତିକୁ ସେଥୁରୁ ବଞ୍ଚିତ କରିବାପାଇଁ ବିଚ୍ଛିନ୍ନ ହୋଇ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ।

ଧୀରେ ଧୀରେ ଏହି ଈର୍ଷାନ୍ୱିତ ମନୋଭାବ ସଂଘର୍ଷର ରୂପ ଧାରଣ କରି ଦଙ୍ଗାହଙ୍ଗାମା ଓ ରକ୍ତପାତର ତାଣ୍ଡବଲୀଳା ସୃଷ୍ଟି କରେ । ସୁତରାଂ ଜାତିବାଦ ଏକ ଉତ୍କଟ ସାମାଜିକ ସମସ୍ୟା ରୂପେ ଦେଶର ଜାତୀୟ ସଂହତିକୁ ବିପଦାପନ୍ନ କରୁଅଛି, ଏହା ନିଃସନ୍ଦେହ ।

(iii) ଭାଷାବାଦ (Linguism) – ଆମ ମାତୃଭୂମି ଭାରତବର୍ଷ ଏକ ବିଶାଳ ଦେଶ । ବିଭିନ୍ନ ଭାଷାଭାଷୀ ଲୋକମାନେ ଭାରତର ପ୍ରକୃତ ଅଧିବାସୀ । ଏହି ଦୃଷ୍ଟିରୁ ଭାରତ ବିଭିନ୍ନ ଭାଷାର ଏକ କେନ୍ଦ୍ରସ୍ଥଳୀ । ତେଣୁ ଭାରତକୁ ବହୁ ଭାଷା ମିଶ୍ରିତ ଏକ କୋଳାହଳମୟ ଦୁର୍ଗ (Varitable tower of babel) କୁହାଯାଏ । ବର୍ତ୍ତମାନ ଭାରତରେ ବହୁ ଭାଷା ଦେଖିବାକୁ ମିଳୁଛି । କିନ୍ତୁ ପ୍ରାଚୀନ ସମୟରେ ଏହି ଭାଷାଗତ ବିଭିନ୍ନତା ଦେଶ ପାଇଁ ଏକ ବଡ଼ ସମସ୍ୟା ନଥିଲା ।

କାରଣ ସଂସ୍କୃତ ସର୍ବପ୍ରଥମେ, ତା’ପରେ ପାର୍ସୀ ଏବଂ ଦେଢ଼ଶହ ବର୍ଷ ଧରି ସମସ୍ତ ବୁଦ୍ଧିଜୀବୀ ମହଲରେ ଇଂରାଜୀ ଏକ ସଂଯୋଗକାରୀ ଭାଷା ରୂପେ କରୁଥିଲା । କିନ୍ତୁ ବର୍ତ୍ତମାନ ଭାଷାଗତ ସମସ୍ୟା ଏକ ମୁଖ୍ୟ ସମସ୍ୟାଭାବେ ଦେଖାଦେଇ ଦେଶର ସ୍ଥିତି ପ୍ରତି ବିପଦ ସୃଷ୍ଟି କରୁଛି । କାରଣ ଏପର୍ଯ୍ୟନ୍ତ ଇଂରାଜୀ ଭାଷା ଭଳି କୌଣସି ସଂଯୋଗକାରୀ ଭାଷାର ବିକାଶ ଘଟିନାହିଁ ।

ଯଦିଓ ହିନ୍ଦୀ ଭାଷା ଭାରତୀୟ ରାଷ୍ଟ୍ର ଭାଷା ରୂପେ ସାମ୍ବିଧାନିକ ଭାବେ ସ୍ବୀକୃତିପ୍ରାପ୍ତ ତଥାପି ଏହାର ପ୍ରଚଳନ ଏକ ବିବଦମାନ ବିଷୟ । ଭାଷାବାଦ କହିଲେ ନିଜ ଭାଷା ପ୍ରତି ଅତିଶୟ ବ୍ୟକ୍ତିଗତ ଅନୁରକ୍ତିକୁ ହିଁ ବୁଝାଇଥାଏ । ଅନ୍ୟ ଅର୍ଥରେ ନିଜ ଭାଷା ପ୍ରତି ଅନୁରକ୍ତ ରହି ଅନ୍ୟ ଭାଷା ବିରୁଦ୍ଧରେ ସ୍ଵର ମଧ୍ୟରେ ଶତ୍ରୁତା ମନୋଭାବ ସୃଷ୍ଟି ହେଉଥ‌ିବାର ଅନେକ ଦୃଷ୍ଟାନ୍ତ ରହିଛି ।

ଭାଷାବାଦ ଭାରତର ଜାତୀୟ ସ୍ବାଧୀନତା ସଂଗ୍ରାମରୁ ଜାତ ହୋଇଛି । ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ଇଂରେଜମାନେ ଦେଶକୁ ଭାଷାଗତ ସୀମା ଭିତ୍ତିରେ ବିଭିନ୍ନ ପ୍ରଦେଶରେ ବିଭକ୍ତ କରିଥିଲେ । ଯଦିଓ ପ୍ରଥମେ ସ୍ଵାଧୀନତା ଆନ୍ଦୋଳନର ଜାତୀୟ ନେତାମାନେ ଏହି ବ୍ୟବସ୍ଥାକୁ ସମାଲୋଚନା କରିଥିଲେ ତଥାପି ପରେ ଭାଷାଭିଭିକ ଆଞ୍ଚଳିକ ବିଭାଜନକୁ ସେମାନେ ଅନୁସରଣ କଲେ । ଭାରତୀୟ ଜାତୀୟ କଂଗ୍ରେସର ପ୍ରାଦେଶିକ ବିଭାଜନ ମଧ ଭାଷାଗତ ସୀମାଭିଭିକ ହୋଇଥିଲା ।

ଭାରତ ସ୍ଵାଧୀନ ହେବାପରେ ଭାଷାଗତ ସମ-ମୌଳିକତା (Homogenequsly) ଭିରିରେ ଭାରତକୁ କେତୋଟି ରାଜ୍ୟରେ ବିଭକ୍ତ କରାଯାଇ ପ୍ରତିଟି ରାଜ୍ୟର ଭାଷାକୁ ସ୍ବୀକୃତି ଦିଆଗଲା । ସେହି ସମୟଠାରୁ ଭାରତରେ ଭାଷାବାଦ ସମସ୍ୟା ଅଳ୍ପେ ବହୁତେ ସୃଷ୍ଟି ହେଉଅଛି ।

ଆଞ୍ଚଳିକବାଦ (Regionalism) – ଏକ ନିର୍ଦ୍ଦିଷ୍ଟ ତଥା ସ୍ଥିରୀକୃତ ସୀମାରେଖାକୁ ଧାରଣ କରିଥିବା କୌଣସି ଏକ ସ୍ଥାନକୁ ଏକ ଅଞ୍ଚଳ (Region) ଭାବେ ପ୍ରତିପାଦିତ କରାଯାଇପାରେ । ଏକ ଅଞ୍ଚଳର ପରିସରଭୁକ୍ତ ଲୋକମାନେ ଉକ୍ତ ଅଞ୍ଚଳର ସ୍ଥାୟୀ ଅଧ୍ୟାବାସୀ ରୂପେ ପରିଚିତ । ସେମାନେ ସଂପୃକ୍ତ ଅଞ୍ଚଳର ସମସ୍ତ ଅଧିକାର ଓ ସୁବିଧା ସୁଯୋଗ ଉପଭୋଗ କରିବା ସହିତ ଅଞ୍ଚଳର ସାମାଜିକ, ଅର୍ଥନୈତିକ ତଥା ରାଜନୈତିକ ବ୍ୟାପାରରେ ସକ୍ରିୟ ଅଂଶଗ୍ରହଣ କରିଥା’ନ୍ତି ।

ଅଞ୍ଚଳର ସମ୍ମାନ ତଥା ଖ୍ୟାତି ଓ ଗୌରବ ବୃଦ୍ଧି ସେମାନଙ୍କର ପରମ କର୍ତ୍ତବ୍ୟ ବୋଲି ମନେକରନ୍ତି । ବାସ୍ତବ କ୍ଷେତ୍ରରେ ଭାରତର ପ୍ରତ୍ୟେକ ଭାଷାଗତ ସ୍ଥାନ ଏକ ଅଞ୍ଚଳରୁପେ ପରିଚିତ । କିନ୍ତୁ ଏହା ଭିତରେ ଅର୍ଥନୈତିକ ବିକାଶର ସ୍ତର, ସାମାଜିକ ଚଳଣି ଓ ସାଂସ୍କୃତିକ ପ୍ରଭେଦତା ଆଦି ଅନ୍ୟ କେତେକ ମାନଦଣ୍ଡ ଭିଭିରେ ଏକାଧିକ ଅଞ୍ଚଳ ଜ୍ଵାର ହୃଦ୍‌ବୋଧ ହୁଏ ।

CHSE Odisha Class 12 Sociology Unit 3 Long Answer Questions in Odia Medium

୧୫ । ଜାତିବାଦ କ’ଣ ଓ ଏହା ଫଳାଫଳମାନ ଦର୍ଶାଅ ।
Answer:
(୧) ଜାତିବାଦ କ’ଣ ? – ଅନ୍ୟ ଜାତି ବିଦ୍ବେଷ ମନୋଭାବ ।
(୨) ଜାତିବାଦର କାରଣ – ଜାତିର ସମ୍ମାନ ବୃଦ୍ଧି ପାଇଁ ଚେଷ୍ଟା, ପରିବହନ ଓ ଯୋଗାଯୋଗର ଉନ୍ନତି, ନିର୍ବାଚନ ପ୍ରକ୍ରିୟା, ବିବାହ ଓ ଅନ୍ୟାନ୍ୟ କ୍ଷେତ୍ରରେ ସହରୀକରଣ ।
(୩) ଜାତିବାଦର କୁପରିଣାମ – ଜାତୀୟ ଏକତା ଓ ସଂହତି ପ୍ରତି ସମସ୍ୟା, ଗଣତନ୍ତ୍ରର ବିରୁଦ୍ଧାଚରଣ, ଅର୍ଥନୈତିକ ଉନ୍ନତିରେ ପ୍ରତିବନ୍ଧକ, ଦୁର୍ନୀତି ଇତ୍ୟାଦି ।

ଜାତିବାଦ ଭାରତୀୟ ଜାତୀୟ ଏକତାରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଏକ ମୁଖ୍ୟ ଉପାଦାନ ଅଟେ । ଯେତେବେଳେ ଏକ ଜାତି ନିଜ ସପକ୍ଷରେ ଅନ୍ଧ ଓ ବିବେକହୀନ ବିଚାର କରିଥାଏ ଓ ଅନ୍ୟ ଜାତି ପ୍ରତି ବିଦ୍ବେଷ ମନୋଭାବ ଦେଖାଇଥାଏ, ସେତେବେଳେ ତାହାକୁ ଜାତିବାଦ କୁହାଯାଏ ।

କାକା କାଲେକରଙ୍କ ମତରେ ‘ ଜାତିବାଦ ହେଉଛି ମାତ୍ରାତିରକ୍ତି ଅନ୍ଧ ଓ ଦାୟିକ ଗୋଷ୍ଠୀ ଆନୁଗତ୍ୟ, ଯାହାକି ନ୍ୟାୟବୋଧ ଔଦ୍ଧତ୍ୟ, ସାମ୍ୟ ଓ ବିଶ୍ୱଭ୍ରାତୃତ୍ୱଭାବ ଆଦି ସୁସ୍ଥ ସାମାଜିକ ମାନଦଣ୍ଡଗୁଡ଼ିକୁ ଉପେକ୍ଷା କରିଥାଏ । ଜାତିବାଦ ପାଇଁ ଅନେକ କାରଣ ଦାୟୀ ଅଟନ୍ତି । ସେହି କାରଣମାନ ହେଲା –

(୧) ଜାତିର ସମ୍ମାନ ବୃଦ୍ଧି ପାଇଁ ଚେଷ୍ଟା – ଏକ ଜାତି ବ୍ୟବସ୍ଥା ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତିର ପ୍ରସ୍ଥିତି, ତା’ ଜାତିର ପ୍ରସ୍ଥିତି ଉପରେ ନିର୍ଭର କରିଥାଏ । ତେଣୁ ପ୍ରତ୍ୟେକ ବ୍ୟକ୍ତି ସ୍ତରୀକରଣ ବ୍ୟବସ୍ଥାରେ ତା’ ଜାତିର ସମ୍ମାନ ବୃଦ୍ଧି କରିବାକୁ ଚେଷ୍ଟା କରିଥାଏ । ତେଣୁ ବ୍ୟକ୍ତି ଓ ଜାତି ମଧ୍ୟରେ ସେମାନଙ୍କର ନିଜ ନିଜର ଜାତିର ସମ୍ମାନ ବୃଦ୍ଧି ପାଇଁ ହେଉଥ‌ିବା ତୀବ୍ର ପ୍ରତିଯୋଗିତାକୁ ଜାତିବାଦ ସୃଷ୍ଟି ହୁଏ ।

(୨) ପରିବହନ ଓ ଯୋଗାଯୋଗର ଉନ୍ନତି – ପରିବହନ ଯୋଗାଯୋଗ ବ୍ୟବସ୍ଥାର କ୍ରମ ଉନ୍ନତି ଜାତିବାଦର ଉତ୍‌ଥାନକୁ ପ୍ରୋତ୍ସାହିତ କରିବା ସହିତ ଏହାକୁ ଅଧ୍ବକ ବୃହତ୍ତର କରିଥିଲା । ଏଥ୍ ଯୋଗୁଁ ଦୂରଦୂରାନ୍ତରେ ବାସ କରୁଥିବା ଗୋଟିଏ ଜାତିର ସଦସ୍ୟମାନଙ୍କ ମଧ୍ୟରେ ଘନିଷ୍ଠ ସଂପର୍କ ସ୍ଥାପନ ସମ୍ଭବ ହୋଇପାରିଲା ଏବଂ ସେମାନେ ଅଧିକ ସଂଗଠିତ ହୋଇପାରିଲେ । ଏହା ସେମାନଙ୍କୁ ସେମାନଙ୍କର ସ୍ବାର୍ଥ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା କରିବାକୁ ଏକତ୍ର କରିଥିଲା । ଫଳରେ ଜାତିବାଦ ଅଧ୍ବକ ଦୃଢ଼ତର ହୋଇଥିଲା ।

(୩) ନିର୍ବାଚନ ପ୍ରକ୍ରିୟା – ଆମ ଦେଶର ନିର୍ବାଚନ ପ୍ରକ୍ରିୟା ଜାତିବାଦକୁ ପ୍ରୋତ୍ସାହିତ କରିଥାଏ । ପ୍ରତ୍ୟେକ ରାଜନୈତିକ ଦଳ ଓ ଏହାର ନେତାମାନେ ନିର୍ବାଚନରେ ଜିତିବାପାଇଁ ଜାତିଗତ ଆନୁଗତ୍ୟକୁ ଉତ୍ସାହିତ କରିଥା’ନ୍ତି । ନିର୍ବାଚନ ସମୟରେ ନିର୍ଦ୍ଦିଷ୍ଟ ଜାତିର ପ୍ରାର୍ଥୀଙ୍କୁ ବାଛିବା ଓ ସେମାନଙ୍କୁ ସ୍ୱତନ୍ତ୍ର ସୁବଧା ପ୍ରଦାନ କରିବାଦ୍ୱାରା ଜାତିବାଦ ଅଧିକ ଦୃଢ଼ତର ହୋଇଛି ।

(୪) ବିବାହ ଓ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରତିବନ୍ଧକ – ପ୍ରତ୍ୟେକ ଜାତି ଏବଂ ଉପଜାତି ଏହାର ସଦସ୍ୟମାନଙ୍କ ଉପରେ ବିବାହ ବୃତ୍ତି ନିର୍ବାଚନ, ଖାଦ୍ୟପାନୀୟ ଗ୍ରହଣ ଇତ୍ୟାଦି କ୍ଷେତ୍ରରେ କେତେକ କଟକଣା ଲାଗୁ କରିଥାଏ । ଜାତି ଏଣ୍ଡୋଗାମୀ ନିୟମ ଅନୁସାରେ ପ୍ରତ୍ୟେକ ଜାତିର ସଦସ୍ୟ ତା’ର ନିଜ ଜାତିରେ ବିବାହ କରିବାକୁ ବାଧ୍ୟ । ସେହିପରି ଜଣେ ତା’ର ଜାତିବୃତ୍ତିକୁ ଗ୍ରହଣ କରିବାକୁ ବାଧ୍ୟ । ଗୋଟିଏ ଜାତିର ସଦସ୍ୟମାନେ ଅନ୍ୟ ଜାତିର ସଦସ୍ୟମାନଙ୍କଠାରୁ ଖାଦ୍ୟ ଗ୍ରହଣ କରିପାରିବେ ନାହିଁ । ଏହିସବୁ ବାଧା ଓ କଟକଣା ଯୋଗୁଁ ଜାତିବାଦର ଉତ୍‌ଥାନ ସହଜ ହୋଇଥାଏ ।

(୫) ସହରୀକରଣ – ସହରୀକରଣର ବ୍ୟାପକତା ଜାତି ପ୍ରଭାବକୁ ହ୍ରାସ କରିଥିଲେ ମଧ୍ୟ ପ୍ରକାରାନ୍ତରେ ଏହା ଜାତିବାଦର ଉତ୍‌ଥାନକୁ ପ୍ରୋତ୍ସାହିତ କରିଥାଏ । ସହରର ଜନଗହଳି ମଧ୍ୟରେ ଲୋକମାନେ ସେମାନଙ୍କର ପରିଚୟର ଅଭାବ ଓ ବ୍ୟକ୍ତିତ୍ଵର ଅଭାବ ଆଦି ଅନୁଭବ କରିଥା’ନ୍ତି । ଏସବୁର ଅଭାବ ପୂରଣ ପାଇଁ ଏବଂ ନିଜର ଗୁରୁତ୍ଵକୁ ଜାହିର କରିବାପାଇଁ ମନୁଷ୍ୟ ଜାତି ଉପରେ ନିର୍ଭର କରୁଛି, ଯାହାକି ଜାତିବାଦର ବୃଦ୍ଧି ଘଟାଉଛି ।

ଜାତିବାଦର କୁପରିଣାମ :
(କ) ଜାତୀୟ ଏକତା ଓ ସଂହତି ପ୍ରତି ସମସ୍ୟା – ଜାତିବାଦ ସଂକୀର୍ଣ୍ଣ ସ୍ବାର୍ଥ ଉପରେ ପର୍ଯ୍ୟବସିତ ହୋଇଥ‌ିବାରୁ ଏହା ଜାତୀୟ ସ୍ଵାର୍ଥର ପରିପନ୍ଥୀ । ଜାତି ଜାତି ମଧ୍ୟରେ ସର୍ବଦା ବିବାଦ ଲାଗି ରହିଥ‌ିବାରୁ ଏହା ଜାତୀୟ ଏକତା ଓ ସଂହତି ପଥରେ ବାଧା ସୃଷ୍ଟି କରିଥାଏ ।

(ଖ) ଗଣତାନ୍ତ୍ରିକ ବିରୁଦ୍ଧାଚରଣ – ଗଣତନ୍ତ୍ର ସମାନତା ଉପରେ ପ୍ରତିଷ୍ଠିତ ହୋଇଥାଏ; କିନ୍ତୁ ଜାତି ବ୍ୟବସ୍ଥା ଅସମାନତା, ଉଚ୍ଚନୀଚ କ୍ରମ ଓ ଅସ୍ପୃଶ୍ୟତା ଆଦିରେ ବିଶ୍ୱାସ କରିଥାଏ । ତେଣୁ ଏକ ଜାତିଭିଭିକ ସମାଜରେ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରାୟତଃ ଦେଖାଯାଇ ନଥାଏ ।

(ଗ) ଅର୍ଥନୈତିକ ଉନ୍ନତିରେ ପ୍ରତିବନ୍ଧକ ଆଣିଥାଏ – ପ୍ରତ୍ୟେକ ଜାତିର ଏକ ଜାତି ବୃଦ୍ଧି ରହିଥାଏ, ଯାହାକୁ ଏହାର ସଦସ୍ୟମାନେ ଗ୍ରହଣ କରିବାକୁ ବାଧ୍ୟ ହୋଇଥା’ନ୍ତି । ଇଚ୍ଛା ବିରୋଧରେ ବୃତ୍ତି ଗ୍ରହଣ କରିବାରୁ ବ୍ୟକ୍ତିର ଆର୍ଥିକ ପରିସ୍ଥିତିରେ ଉନ୍ନତି ହୋଇପାରେ ନାହିଁ । ଏତଦ୍‌ବ୍ୟତୀତ ଜାତିଭିଭିକ ସମାଜରେ ବିଭିନ୍ନ କଟକଣା, ନିୟମ, ସଂରକ୍ଷଣ ନିୟମ ଓ ଦୁର୍ନୀତି ଯୋଗୁଁ ବ୍ୟକ୍ତି ଓ ସମାଜର ଆର୍ଥିକ ପ୍ରଗତି ବାଧାପ୍ରାପ୍ତ ହୋଇଥାଏ ।

(ଘ) ସାଧାରଣ ଜୀବନରେ ଦୁର୍ନୀତିକୁ ଉତ୍ସାହିତ କରିଥାଏ – ଏକ ଜାତିଭିତ୍ତିକ ସମାଜରେ ଲୋକମାନଙ୍କର ନିଜ ନିଜ ଜାତି ପ୍ରତି ଥ‌ିବା ଅନ୍ଧ ଆନୁଗତ୍ୟ ସେମାନଙ୍କର ନିଜ ନିଜ ସଦସ୍ୟମାନଙ୍କ ପାଇଁ ପ୍ରଶାସନିକ ଓ ବିଭିନ୍ନ ସ୍ତରରେ ସମର୍ଥନକୁ ପ୍ରୋତ୍ସାହିତ କରିଥାଏ । ଫଳରେ ଲୋକମାନେ ଦୁର୍ନୀତି, ପ୍ରିୟାପ୍ରୀତି ତୋଷଣ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ ।

୧୬ । ସନ୍ତ୍ରାସବାଦ ଉପରେ ଏକ ବିବରଣୀ ପ୍ରଦାନ କର ।
Answer:
(୧) ସନ୍ତ୍ରାସବାଦ ଉତ୍ପତ୍ତି
(୨) ରାଜନୈତିକ ଅଭିପ୍ରାୟ
(୩) ସନ୍ତ୍ରାସବାଦର ଐତିହ୍ୟ
(୪) ସନ୍ତ୍ରାସବାଦର ଲକ୍ଷ୍ୟ
(୫) ଭାରତରେ ସକ୍ରିୟ ସନ୍ତ୍ରାସବାଦ ଗୋଷ୍ଠୀ
(୬) ସନ୍ତ୍ରାସବାଦୀ କାର୍ଯ୍ୟକଳାପର ଦମନ / ପ୍ରତିକାର ବ୍ୟବସ୍ଥା ଇତ୍ୟାଦି ।

CHSE Odisha Class 12 Sociology Unit 3 Long Answer Questions in Odia Medium

ବିଂଶ ଶତାବ୍ଦୀର ଶେଷଭାଗରେ ସମଗ୍ର ବିଶ୍ବ ଯେଉଁ ଭୟାବହ ଜଟିଳ ସମସ୍ୟାରେ ଜର୍ଜରିତ, ତାହାହିଁ ହେଉଛି ସନ୍ତ୍ରାସବାଦ । ମାନବିକତାହୀନ ତଥା ବର୍ବରୋଚିତ ଆକ୍ରମଣ ଓ ମାନସିକତା ପ୍ରସୂତ ପୈଶାଚିକ ଆଚରଣ ହିଁ ସନ୍ତ୍ରାସବାଦୀ ସଂଗଠନର କାର୍ଯ୍ୟକଳାପ । ସଂଗଠିତ ହତ୍ୟା ଲୁଣ୍ଠନ, ଅପହରଣ ଓ ବିସ୍ଫୋରଣ ଘଟାଇ ଧନଜୀବନ ନଷ୍ଟ କରିବା ଇତ୍ୟାଦି ଅମାନୁଷିକ କାର୍ଯ୍ୟ ହିଁ ସନ୍ତ୍ରାସବାଦୀମାନଙ୍କର ପ୍ରଧାନ କାର୍ଯ୍ୟ ।

ଏହା ଏକ ଉଗ୍ର ମନୋଭାବାପନ୍ନ କାର୍ଯ୍ୟ ହୋଇଥ‌ିବାରୁ ଏହାକୁ ଉଗ୍ରବାଦ ବା ଆତଙ୍କବାଦ ବୋଲି କୁହାଯାଏ । ସେହିପରି କୌଣସି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବା ସଂଗଠନ ନିଜର କୌଣସି ଦାବି ହାସଲ କରିବା ପାଇଁ ସଶସ୍ତ୍ର ସଂଘର୍ଷ ମାଧ୍ୟମରେ ନିରୀହ ଜନସାଧାରଣଙ୍କୁ ହତ୍ୟା କରନ୍ତି, ତାକୁ ମଧ୍ୟ ଆତଙ୍କବାଦ କୁହାଯାଏ । ସେମାନଙ୍କ ହିଂସାକାଣ୍ଡର ନାମ ହେଉଛି ଆତଙ୍କବାଦ (Terrorism) ।

ଏସବୁ ଦୃଷ୍ଟିରୁ ଆଲୋଚନା କଲେ ଜଣାଯାଏ ଯେ, କିଛି ରାଜନୈତିକ ଅଭିପ୍ରାୟ ନେଇ ପୃଥ‌ିବୀର ବିଭିନ୍ନ ରାଷ୍ଟ୍ରରେ ପ୍ରାୟ ଶତାଧିକ ସନ୍ତ୍ରାସବାଦୀ ସଂଗଠନ କାର୍ଯ୍ୟ କରୁଛନ୍ତି । ଦୃଷ୍ଟାନ୍ତସ୍ୱରୂପ, ଏଠାରେ ଆଲୋଚ୍ୟ ଆଫଗାନିସ୍ତାନର ‘ଅଲକାଇଦା’ ଶ୍ରୀଲଙ୍କାର ‘ଏଲ୍.ଟି.ଟି.ଇ’, ନେପାଳର ‘ମାଓପନ୍ଥୀ ଗରିଲା ଗୋଷ୍ଠୀ’,ପାକିସ୍ତାନର ‘ ଜୈସ-ଇ-ମହମ୍ମଦ’’, ପାଲେଷ୍ଟାଇନର ‘ହାମାସ୍’ ପ୍ରଭୃତି ସଂଗଠନକୁ ଆତଙ୍କବାଦୀ ବୋଲି ଘୋଷଣା କରାଯାଇଛି ।

ସାଂପ୍ରତିକ ଯୁଗରେ ବିପୁଳ ଅର୍ଥ ପ୍ରୟୋଗ ମାଧ୍ୟମରେ ଅତ୍ୟାଧୁନିକ ମାରଣାସ୍ତ୍ରମାନ ସଂଗ୍ରହ କରି ସନ୍ତ୍ରାସବାଦୀମାନେ ବିଭିନ୍ନ ସ୍ଥାନରେ ଯେଭଳି ନାରକୀୟ ହିଂସାକାଣ୍ଡମାନ ଭିଆଉ କେବଳ ବିଶ୍ୱମାନବିକତାକୁ ବ୍ୟଥ୍‌ତ କରି ନାହିଁ, ବରଂ ମାନବୀୟ ସଭ୍ୟତାର ଇତିହାସରେ ମଧ୍ଯ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଛି । ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଣୁ ବିଭିନ୍ନ ରାଷ୍ଟ୍ରର ରାଜନେତା ତଥା ଜାତିସଂଘର ତୁଙ୍ଗ ନେତୃବର୍ଗ ଏହି ସମସ୍ୟା ପ୍ରତି ବିଶେଷ ସଚେତନ ହୋଇ ଉଠିଛନ୍ତି ।

ସନ୍ତ୍ରାସବାଦର ଐତିହ୍ୟ :
‘ସନ୍ତ୍ରାସବାଦ’ ଶବ୍ଦଟି ଅତୀତରେ ସୁପରିଚିତ ନ ଥିଲେ ହେଁ ଏହାର ଇତିହାସ ସୁପ୍ରାଚୀନ । ଏପରିକି ପୃଥ‌ିବୀ ଇତିହାସର ପୃଷ୍ଠା ଲେଉଟାଇଲେ ଅତୀତର ବହୁ ରାଜନୈତିକ ବିଘଟନ ଆରମ୍ଭ ଦୃଷ୍ଟି ପଥାରୂଢ଼ ହୋଇଥାଏ । ସମୟାନୁକ୍ରମେ ଭୟାବହ ଗଣବିପ୍ଳବ ଘଟି ବହୁ ରାଜଶକ୍ତି କ୍ଷମତାଚ୍ୟୁତ ହୋଇଛନ୍ତି । କାରୁଣ୍ୟର ଉଲ୍ଲାସରେ ଅଶ୍ରୁସିକ୍ତ ବିଶ୍ବମାନବିକତା ଏକାନ୍ତରେ ବିଳାପ କରିଉଠିଛି ।

ଦୃଷ୍ଟାନ୍ତସ୍ୱରୂପ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ ଇହୁଦୀମାନେ ପାଲେଷ୍ଟାଇନ୍‌ରେ ରୋମ୍ ରାଜତନ୍ତ୍ରକୁ ବିରୋଧ କରି ସେଠାରେ ବହୁ ରୋମୀୟଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ । ସେହିପରି ଅଷ୍ଟାଦଶ ଶତାବ୍ଦୀର ଶେଷଭାଗରେ ଫରାସୀ ଲୁଇ ଶାସନ ବିରୋଧରେ ଯେଉଁ ପ୍ରଚଣ୍ଡ ଗଣ ଆନ୍ଦୋଳନ ମୁଣ୍ଡ ଟେକିଥିଲା, ତା’ର ପରିସମାପ୍ତି ଘଟିଥିଲା ଅମାନୁଷିକ ହତ୍ୟାକାଣ୍ଡ ଓ ରକ୍ତପାତ ମଧ୍ଯରେ ।

ରାଜା ଷୋଡ଼ଶ ଲୁଇ ଓ ରାଜପରିବାରର ସମସ୍ତ ସଦସ୍ୟଙ୍କ ସହିତ ବହୁ ସମର୍ଥକମାନଙ୍କୁ ବିପ୍ଳବୀମାନେ ସମବେତ ଜନତାଙ୍କ ଗହଣରେ ପ୍ରାକାଶ୍ୟରେ ହତ୍ୟା କରିଥିଲେ । ଫ୍ରାନ୍ସ ଭଳି ରୁଷ୍ ଓ ଆମେରିକାରେ ମଧ୍ୟ ବିପ୍ଳବ ଘଟି ହତ୍ୟାର ବିଭୀଷିକା ସୃଷ୍ଟି ହୋଇଥିଲା । ସେହିପରି ପୃଥ‌ିବୀର ବିଭିନ୍ନ ଦେଶରେ ବହୁ ରାଷ୍ଟ୍ରନେତା ତଥା ବିଶିଷ୍ଟ ବ୍ୟକ୍ତିସମୂହ ଗଣବିପ୍ଳବର ସମ୍ମୁଖୀନ ହୋଇ ମୃତ୍ୟୁବରଣ କରିଥିବା ଇତିହାସରେ ନଜିର ରହିଛି ।

୧୮୮୧ରେ ରୁଷର ସମ୍ରାଟ୍ ଜାର ଦ୍ବିତୀୟ ଆଲେକ୍‌ଜାଣ୍ଡର ବୋମା ବିସ୍ଫୋରଣରେ ନିହତ ହୋଇଥିବାବେଳେ ୧୮୯୮ରେ ଅଷ୍ଟ୍ରିଆର ସାମ୍ରାଜ୍ଞୀ ଏଲିଜାବେଥଙ୍କୁ ଓ ୧୮୬୫ରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଆବ୍ରାହମ୍ ଲଙ୍କନଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ୧୮୧୮ ମସିହାରେ ସ୍ଵେଚ୍ଛାଚାରୀ ଜାର୍ ଶାସନର ଅବସାନ ଘଟାଇବାକୁ ଯାଇ ବିପ୍ଳବୀମାନେ ସମ୍ରାଟ୍ ଦ୍ୱିତୀୟ ନିକୋଲାସ୍‌ଙ୍କୁ ପରିବାର ସହ ସ୍ପଷ୍ଟ ଦିବାଲୋକରେ ହତ୍ୟା କରିଥିଲେ ।

ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି, ଜେନେରାଲ ବୈଦ୍ୟ ଓ ଭୂତପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ସନ୍ତ୍ରାସବାଦର ଶିକାର ହୋଇ ଜୀବନ ହରାଇଥିଲେ । ଆଧୁନିକ ବିଶ୍ଵରେ ବିଶେଷକରି ବିଂଶ ଶତାବ୍ଦୀର ଅନ୍ତିମ ପର୍ଯ୍ୟାୟରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଦ୍ରୁତ ଗତିରେ ବଢ଼ି ବଢ଼ି ଚାଲିଛି । ସରକାରଙ୍କ ବିରୋଧ ସତ୍ତ୍ବେ ବା ଦେଶର ବିଭିନ୍ନ ପ୍ରତିକାର ବ୍ୟବସ୍ଥା କରାଯିବା ସତ୍ତ୍ବେ ସନ୍ତ୍ରାସବାଦୀ ଗୋଷ୍ଠୀ ଶକ୍ତିଶାଳୀ ହୋଇଉଠିଛନ୍ତି ।

ସାମ୍ପତିକ ଯୁଗରେ ଏହି କାର୍ଯ୍ୟକଳାପ ବିଭିନ୍ନ ରାଜୈନତିକ ଦଳର ନେତାମାନଙ୍କର ମୁଣ୍ଡବ୍ୟଥାର କାରଣ ହୋଇପଡ଼ିଛି । ଅତ୍ୟାଧୁନିକ ମାରଣାସ୍ତ୍ର ନିର୍ମାଣ, ବିସ୍ଫୋରକ ସାମଗ୍ରୀର ଉଦ୍‌ଭାବନ, ଉନ୍ନତ ପରିବହନ ଓ ଯୋଗାଯୋଗର ବ୍ୟବସ୍ଥା, ଅତ୍ୟାଧୁନିକ ଯାନବାହନର ଆବିଷ୍କାର ଇତ୍ୟାଦି ସନ୍ତ୍ରାସବାଦୀମାନଙ୍କର ଶକ୍ତି ଓ ଜ୍ଞାନକୌଶଳକୁ ଶାଣିତ କରିବାରେ ସାହାଯ୍ୟ କରିଛି ।

ଏଣୁ ଆଧୁନିକ ବିଜ୍ଞାନ ଓ ଜ୍ଞାନ କୌଶଳକୁ ଏ ଶ୍ରେଣୀୟ ଲୋକମାନେ ଅପବ୍ୟବହାର କରି ମାନବ ସମାଜକୁ କେବଳ ଧ୍ୱଂସପଥରେ ଆଗେଇ ନେବାରେ ସହାୟକ ହେଉଛନ୍ତି । ଏହାର କୁପରିଣତି ଯେ ଧ୍ୱଂସାଭିମୁଖୀ- ଏଥରେ ଦ୍ବିମତର କାରଣ ନାହିଁ । ଏସବୁ ଦୃଷ୍ଟିରୁ ଆଲୋଚନା କରାଗଲେ ସନ୍ତ୍ରାସବାଦୀ କାର୍ଯ୍ୟକଳାପର ସୁଦୀର୍ଘ ପରମ୍ପରା ରହିଛି । ଏପରିକି ପୁରାଣ ଯୁଗରେ ମଧ୍ୟ ଏହାର ଦୃଷ୍ଟାନ୍ତ ଦେଖୁବାକୁ ମିଳେ ।

ରାମାୟଣରେ ରାମଦୂତ ହନୁମାନ୍‌ଙ୍କଦ୍ଵାରା ଲଙ୍କାପୋଡ଼ି ହେଉ ବା ମହାଭାରତର ପାଣ୍ଡବମାନଙ୍କ ନିଧନ ନିମନ୍ତେ ଜତୁଗୃହ ଦାହ ବା ପାଣ୍ଡବମାନଙ୍କ ନିଦ୍ରିତ ଶିଶୁପୁତ୍ରମାନଙ୍କୁ ଅଶ୍ୱତ୍‌ଥାମାଦ୍ଵାରା ନିଶାର୍ଦ୍ଧରେ ହତ୍ୟା ଇତ୍ୟାଦି ଅମାନୁଷିକ କାର୍ଯ୍ୟ ସନ୍ତ୍ରାସବାଦୀ କାର୍ଯ୍ୟକଳାପର ଜ୍ଵଳନ୍ତ ଆଲେଖ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ; କିନ୍ତୁ ଏଭଳି ହିଂସାତ୍ମକ କାର୍ଯ୍ୟକୁ ହୁଏତ ଏହି ଆତଙ୍କବାଦୀ ଶ୍ରେଣୀରେ ଅନ୍ତର୍ଭୁକ୍ତ କର ନ ଗଲେ ହେଁ ଏହାକୁ ଏକ ପ୍ରତିହିଂସା ବା ପ୍ରତିଶୋଧମୂଳକ କାର୍ଯ୍ୟରୂପେ ଧରିନିଆଯାଇପାରେ ।

ସନ୍ତ୍ରାସବାଦୀଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ :
ଯେକୌଣସି ଏକ ଗୋଷ୍ଠୀ ବା ସଙ୍ଗଠନ ନିଜର କୌଣସି ଦାବି ହାସଲ ନିମନ୍ତେ ବା ଆତ୍ମନିର୍ଦ୍ଧାରଣ ଅଧିକାର ହାସଲ ପାଇଁ ସଶସ୍ତ୍ର ସଂଘର୍ଷ ମାଧ୍ୟମରେ ନିରୀହ ଜନତାଙ୍କୁ ହତ୍ୟା କରନ୍ତି ଓ ରାଜ୍ୟରେ ବା ଦେଶରେ ଅରାଜକତା ସୃଷ୍ଟି କରିବା ହେଉଛି ସେମାନଙ୍କର ପ୍ରଧାନ ଲକ୍ଷ୍ୟ । ଏମାନଙ୍କର କାର୍ଯ୍ୟପ୍ରଣାଳୀ ଏକ ପ୍ରକାର ନାରକୀୟ ହତ୍ୟା ଓ ବୋମାମାଡ଼ ମାଧ୍ୟମରେ ଜନସମାଜରେ ଭୟୋଦ୍ରେକ କରାଇ ସରକାରଙ୍କଠାରୁ ଦାବି ହାସଲ କରିବା ।

ଏସବୁ କାର୍ଯ୍ୟକଳାପ ସାଧାରଣତଃ ଜନଗହଳି ରାସ୍ତା, ରେଳଷ୍ଟେସନ, ବସ୍‌ଷ୍ଟାଣ୍ଡ, ମନ୍ଦିର, ଲୋକାରଣ୍ୟ ସ୍ଥାନ, ଦେଶର ନିଷିଦ୍ଧାଞ୍ଚଳରେ ରାସାୟନିକ ଦ୍ରବ୍ୟର ବିସ୍ଫୋରଣ, ଅତ୍ୟାବଶ୍ୟକୀୟ ସଂସ୍ଥାର ମୂଳୋତ୍ପାଟନ କରିବା ହେଉଛି ଆତଙ୍କବାଦୀଙ୍କ ଲକ୍ଷ୍ୟ । କେତେକ ସ୍ଥାନରେ ସରକାରୀ ରାଷ୍ଟ୍ରନେତାଙ୍କୁ ମୁଣ୍ଡଜାମିନ ରଖ୍ ସରକାରଙ୍କଠାରୁ ବିପୁଳ ଅର୍ଥ ଆଦାୟ କରିବା ବା ବିଭିନ୍ନ ଦାବି ହାସଲ କରିବାରେ ସନ୍ତ୍ରାସବାଦୀମାନେ ସକ୍ରିୟ ହୋଇ ଉଠୁଛନ୍ତି ।

ସେମାନଙ୍କର କାର୍ଯ୍ୟକଳାପ ଦେଶ ପାଇଁ କ୍ଷତିକାରକ । ଏହାଦ୍ଵାରା ବହୁ ନିରୀହ ଜୀବନ ନଷ୍ଟ ହେବାକୁ ଯାଉଛି । ଆଲୋଚନାର ପ୍ରସଙ୍ଗ ଦୃଷ୍ଟିରୁ ଏହି ଗୋଷ୍ଠୀକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇଛି; ଯଥା – ବିଚ୍ଛିନ୍ନତାବାଦୀ ଓ ସଂସ୍କାରବାଦୀ ଗୋଷ୍ଠୀ । ଏହି ଦୁଇ ଗୋଷ୍ଠୀଙ୍କ କାର୍ଯ୍ୟକଳାପ ଏକ ହେଲେ ହେଁ ଏମାନଙ୍କ ଉଦ୍ଦେଶ୍ୟ ଭିନ୍ନ । ବିଚ୍ଛିନ୍ନତାବାଦୀମାନେ ଭାରତରୁ ଅଲଗା ହୋଇ ଏକ ସ୍ବାଧୀନ ରାଷ୍ଟ୍ର ଗଠନ କରିବାକୁ ଚାହାନ୍ତି ।

‘ଖଲିସ୍ତାନ ଦାବି’ ଓ କାଶ୍ମୀର ସମସ୍ୟା ପ୍ରଭୃତି ଏହାର ଜ୍ଵଳନ୍ତ ନିଦର୍ଶନ । ସେହିପରି ‘ସଂସ୍କାରବାଦୀମାନେ ନିଜର ଭାଷା, ଜାତି, ସଂସ୍କୃତି, ସ୍ୱତନ୍ତ୍ରତା, ସାମାଜିକ ନ୍ୟାୟ ପ୍ରଭୃତିର ପ୍ରତିଷ୍ଠା ନିମନ୍ତେ ଆର୍ଥିକ ଲାଭ ଉଠାଇବା ଉଦ୍ଦେଶ୍ୟରେ ସଂଗ୍ରାମ ଚାଲୁ ରଖନ୍ତି ।

ଭାରତରେ ସକ୍ରିୟ ସନ୍ତ୍ରାସବାଦୀ ଗୋଷ୍ଠୀ :
ଭାରତରେ ସ୍ଵାଧୀନତା ପୂର୍ବରୁ ଦେଶରେ ଯେଉଁ ଗଣବିପ୍ଳବ ଦେଖାଦେଇଥିଲା ବା ବ୍ୟକ୍ତିବିଶେଷ ଦେଶ ପାଇଁ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ଥିଲେ ତାହାକୁ ଠିକ୍ ରୂପେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ବୋଲି କୁହା ନ ଯାଇପାରେ । କାରଣ ସେମାନଙ୍କର ହତ୍ୟାକାଣ୍ଡ ଅମାନୁଷିକ ବା ଅବିଚାରିତ ନ ଥିଲା । ଏପରିକି ସେମାନେ ନିଜର ଦାବି ହାସଲ ପାଇଁ ନିରୀହ ଜନତାକୁ ହତ୍ୟା କରୁ ନ ଥିଲେ କି ନିର୍ଯାତନା ଦେଉ ନ ଥିଲା ।

କିନ୍ତୁ ସ୍ବାଧୀନତା ପରବର୍ତ୍ତୀ ସମୟରେ ଦେଶରେ ଦେଖାଯାଉଥ‌ିବା ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଭିନ୍ନ ଅଟେ । ଭାରତରେ ଦେଖାଦେଇଥ‌ିବା ପଞ୍ଜାବ, କାଶ୍ମୀର, ଆସାମ,ଶ୍ରୀଲଙ୍କା ପ୍ରଭୃତି ଅଞ୍ଚଳକୁ ନେଇ ଯେଉଁ ପ୍ରଚଣ୍ଡ ଉଗ୍ରବାଦ ମୁଣ୍ଡ ଟେକିଛି, ତାହା ସଂପୂର୍ଣ୍ଣଭାବେ ବିଚାର ବା ବିବେକଶୂନ୍ୟ ଅମାନୁଷିକ କାର୍ଯ୍ୟ । ଏହାଦ୍ୱାରା ନିରୀହ ଜନତାଙ୍କ ହତ୍ୟା, ଜାତୀୟ ସଂପରି ନଷ୍ଟ, ରାଜନୈତିକ ଲୋକଙ୍କ ଜୀବନ ଉପରେ ଆତଙ୍କ ସୃଷ୍ଟି, ମୁଣ୍ଡଜାମିନ, ଦେଶର ସୁରକ୍ଷାବହିନୀ ଉପରେ କୌଶଳପୂର୍ଣ ଅତର୍କିତ ଆକ୍ରମଣ ଇତ୍ୟାଦି ନିଜର ଦାବି ହସଲ କରିବା ଏକ ନିତିଦିନିଆ ବ୍ୟାପାର ହୋଇପଡ଼ିଛି ।

ପଞ୍ଜାବର ଖଲିସ୍ତାନ ଆନ୍ଦୋଳନ ହେଉଛି ଏକ ବିଚ୍ଛିନ୍ନତାବାଦୀ ଆନ୍ଦୋଳନର ଜ୍ଵଳନ୍ତ ନିଦର୍ଶନ । ସେହିପରି ପାକିସ୍ତାନ ସହାୟତାରେ କାଶ୍ମୀରରେ ଯେଉଁ ସନ୍ତ୍ରାସବାଦୀ କାର୍ଯ୍ୟକ୍ରମ ଚାଲୁରହିଛି, ତାହା ମୂଳରେ ରହିଛି ଭାରତରୁ ପୃଥକ୍ କରିନେଇ ପାକିସ୍ତାନରେ ମିଶାଇବାର ପ୍ରୟାସ । କାଶ୍ମୀର ଓ ପଞ୍ଜାବ ସମସ୍ୟା ସହିତ ଆସାମରେ ବୋଡ଼ୋ ଉଗ୍ରପନ୍ଥୀ,ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା, ଦାର୍ଜିଲିଂର ଗୁର୍ଖା ସଙ୍ଗଠନ, ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତରେ ନକ୍‌ସଲପନ୍ଥୀ, ବିହାରରେ ମାଓପନ୍ଥୀ, କମ୍ୟୁନିଷ୍ଟ ସେଣ୍ଟର, ପିପୁଲସ୍ ଓ୍ବାର ଗ୍ରୁପ୍, ଏହି ସମସ୍ୟାକୁ ଅଧ‌ିକ ସକ୍ରିୟ କରିଦେଇଛି, ଯାହାକି ଏଠାରେ ଆଲୋଚନାର ବିଷୟ ।

ପଞ୍ଜାବର ଖଲିସ୍ତାନ ଦାବି :
ପ୍ରଥମେ ଭାରତର ପଞ୍ଜାବରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପର ଅୟମାରମ୍ଭ ହୋଇଥିଲା । ଏଥିରେ ସମ୍ପୃକ୍ତ ଥିଲେ ‘ଖଲିସ୍ତାନ କମାଣ୍ଡୋ ଫୋର୍ସ’ ଓ ‘ବାବର ଖାଲସା’ ପ୍ରଭୃତି ସନ୍ତ୍ରାସବାଦୀ ଅନୁଷ୍ଠାନ । ଏମାନେ ପାକିସ୍ତାନରେ ଶିବିର ସ୍ଥାପନ କରି ପଞ୍ଜାବରେ ଅନୁପ୍ରବେଶ କରୁଥିଲେ । ସନ୍ଥ ଭିଡ୍ରେନୱାଲାଙ୍କ ବାହୁଛାୟା ତଳେ ପବିତ୍ର ସ୍ଵର୍ଣ୍ଣ ମନ୍ଦିର ଓ ଗୁରୁଦ୍ୱାରାମାନଙ୍କରେ ଲୁଚି ରହି ଧ୍ୱଂସାତ୍ମକ କାର୍ଯ୍ୟକଳାପ ଚଳାଉଥିଲେ । ଏମାନଙ୍କର ମୁଖ୍ୟ ଦାବି ଥିଲା ଖଲିସ୍ତାନ ଗଠନ ।

CHSE Odisha Class 12 Sociology Unit 3 Long Answer Questions in Odia Medium

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ‘ବୁ ଷ୍ଟାର ଅପରେସନ’ ମାଧ୍ୟମରେ ସ୍ବର୍ଣ୍ଣମନ୍ଦିରରୁ ଆତଙ୍କବାଦୀମାନଙ୍କୁ ହଟାଇ ଦେଇଥିଲେ । ଫଳରେ ସନ୍ତ୍ରାସବାଦୀମାନଙ୍କର ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହେବା ସଙ୍ଗେ ସଙ୍ଗେ ସଂଗଠନର ମୁଖ୍ୟ ଭିଟ୍ରେନୱାଲା ନିହତ ହେଲେ । ଏପରିକି ପଞ୍ଜାବରେ ମୁଖ୍ୟ ଆରକ୍ଷୀ ମହାରକ୍ଷୀ କେ.ପି.ଏସ୍ ଗିଲ୍‌ଙ୍କ ନେତୃତ୍ୱରେ ଆତଙ୍କବାଦ ବିରୋଧ ଅଭିଯାନ ପ୍ରବଳ ହେବାରୁ ପଞ୍ଜାବରୁ ଶିଖ୍ ଆତଙ୍କବାଦୀମାନେ ମୂଳପୋଛ ହୋଇଗଲେ; କିନ୍ତୁ ପରବର୍ତ୍ତୀ ସମୟରେ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ନିଜର ପଞ୍ଜାବୀ ଦେହରକ୍ଷୀ ବିୟନ୍ତ ସିଂହଙ୍କ ଗୁଳିରେ ଇହଲୀଳା ସମ୍ବରଣ କରିଥିଲେ ।

ଏ ସମସ୍ୟାର ସମାଧାନ କରାଯାଇ ଦେଶରେ ଶାନ୍ତି ସ୍ଥାପନ କରାଯାଇଥିଲେ ହେଁ କେତେକ ଉଗ୍ରପନ୍ଥୀ ବ୍ୟକ୍ତି ବିଦେଶରେ ଥାଇ ଅଦ୍ୟାବଧୂ ସେମାନଙ୍କ କାର୍ଯ୍ୟକ୍ରମକୁ ବଞ୍ଚାଇ ରଖୁବାର ମସୁଧା ଚଳାଇଛନ୍ତି ।

କାଶ୍ମୀର ସମସ୍ୟା :
ଭାରତରେ ବିଶେଷ ସକ୍ରିୟ ବିଚ୍ଛିନ୍ନତାବାଦୀ ସଂଗଠନଗୁଡ଼ିକ ମଧ୍ୟରେ ଜାମ୍ମୁ କାଶ୍ମୀର ରାଜ୍ୟର ‘ଲସ୍କର-ଇ-ତୋଇବା’, ‘କେ.କେ.ଏଲ୍.ଏଫ୍’ ଓ ‘ହୁରିୟାତ କନ୍‌ଫରେନ୍ସ’ ଆଦି ପ୍ରଧାନ ସନ୍ତ୍ରାସବାଦୀ ଅନୁଷ୍ଠାନ ଭାବେ ମୁଣ୍ଡ ଟେକିଛି । ଏମାନେ ମୌଳବାଦୀ ଜେହାଦୀ ସଂଗଠନର ମୁଖ୍ୟ । ଏମାନଙ୍କର ଦାବି ହେଲା କାଶ୍ମୀରକୁ ଭାରତରୁ ବିଚ୍ଛିନ୍ନ କରି ପାକିସ୍ତାନରେ ମିଶାଇବା ।

‘ଲସ୍କର-ଇ-ତୋଇବା’ ସଂଗଠନ ପାକିସ୍ତାନ, ଆଫଗାନିସ୍ତାନରୁ ଭଡ଼ାଟିଆ ଗୁଣ୍ଡା ଆତଙ୍କବାଦୀମାନଙ୍କୁ ଡାକିଆଣି ବିପୁଳ ଅର୍ଥ ବ୍ୟୟରେ କାଶ୍ମୀର ପଣ୍ଡିତମାନଙ୍କୁ ନିଧନ, ନିକଟ ଅତୀତରେ ଜାମ୍ମୁ-କାଶ୍ମୀର ବିଧାନସଭା ନିକଟରେ ବୋମା ବିସ୍ଫୋରଣ ଭାରତର ପାର୍ଲିଆମେଣ୍ଟ ଭିତରେ ଆକ୍ରମଣ ପ୍ରମାଣ ମିଳିଛି । ଏମାନେ ପାକିସ୍ତାନ ସହାୟତାରେ କାଶ୍ମୀର ଉପତ୍ୟକାରେ ଅଦ୍ୟାବଧୂ ସୀମାପାର ଆତଙ୍କବାଦ ଚଳାଉଥିବାର ଦୃଷ୍ଟାନ୍ତ ମିଳୁଛି ।

ଏଲ.ଟି.ଟି.ଇ :
ଶ୍ରୀଲଙ୍କାରେ ଆତଙ୍କବାଦୀ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଲା ଦକ୍ଷିଣ ଭାରତ ଓ ଉତ୍ତର ଶ୍ରୀଲଙ୍କାର ତାମିଲବହୁଳ ଅଞ୍ଚଳଗୁଡ଼ିକୁ ମିଶାଇ ସ୍ବାଧୀନ ‘ତାମିଲ ଇଲମ’ ଗଠନ କରିବା ।

ନକ୍ସଲପନ୍ଥୀ :
୧୯୬୯ ମସିହାରେ ପଶ୍ଚିମବଙ୍ଗର ନକ୍ସଲବାଡ଼ି ଅଞ୍ଚଳରୁ ଏହି ସୂତ୍ରପାତ ଘଟି ବର୍ତ୍ତମାନ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ରାଜ୍ୟକୁ ଉଗ୍ରରୂପ ଧାରଣ କରି ବ୍ୟାପିଚାଲିଛି ।

ସନ୍ତ୍ରାସବାଦୀ କାର୍ଯ୍ୟକଳାପକୁ ଦମନ କରିବାର ବ୍ୟବସ୍ଥା :
ସନ୍ତ୍ରାସବାଦୀ କାର୍ଯ୍ୟକଳାପକୁ ଦମନ କରିବା ନିମନ୍ତେ ସରକାରୀ ସ୍ତରରେ ପ୍ରଚେଷ୍ଟା ଜାରି ରହିଛି । ଭାରତର ଜଳପଥ, ସ୍ଥଳପଥ ଆକାଶପଥର ସୁଦୀର୍ଘ ସୀମାରେଖାକୁ ଅତିକ୍ରମ କରି ସନ୍ତ୍ରାସବାଦୀମାନଙ୍କର ପ୍ରବେଶ ପଥକୁ ସଂପୂର୍ଣ୍ଣ ବନ୍ଦ କରିବା ସହଜସାଧ୍ୟ ନ ହେଲେ ହେଁ ବୀର ଯବାନମାନଙ୍କର ଆପ୍ରାଣ ଉଦ୍ୟମ ପ୍ରଣିଧାନଯୋଗ୍ୟ । ଏଥ‌ିପାଇଁ ଦେଶର ଯବାନମାନେ ପ୍ରାଣପାତ କରି ଆତଙ୍କବାଦୀଙ୍କ ସହ ସଂଗ୍ରାମ ଜାରି ଅବ୍ୟାହତ ରଖୁଛନ୍ତି ।

ସେହିପରି ପୁଲିସ୍ ବାହିନୀ ସଜାଗ ରହି ଦେଶଦ୍ରୋହୀମାନଙ୍କୁ ଦମନ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପ୍ରତି ଉପଯୁକ୍ତ ଶାସ୍ତିବିଧାନ କରୁଛନ୍ତି । ତଥାପି ଆମ ଦେଶକୁ ପାକିସ୍ତାନ, ନେପାଳ, ଭୁଟାନ, ମିଆଁମାର ଓ ବାଙ୍ଗଲାଦେଶରୁ ଆତଙ୍କବାଦୀ ସଙ୍ଗଠନମାନେ ବିପୁଳ ଅର୍ଥ, ଅସ୍ତ୍ରଶସ୍ତ୍ର ଏପରିକି ଭଡ଼ାଟିଆ ଆତଙ୍କବାଦୀମାନଙ୍କୁ ପ୍ରେରଣ କରି ଭାରତରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ।

ସେହିପରି ନେପାଳର ‘ମାଓବାଦୀ ସଂଗଠନ’ ବ୍ୟାପକ ହତ୍ୟାକାଣ୍ଡ ଘଟାଇଥିବା ଏହାର ଜ୍ୱଳନ୍ତ ନମୁନା ମାତ୍ର । ଏଥପାଇଁ ଆମର ନେତୃବର୍ଗ ଆତଙ୍କବାଦୀମାନଙ୍କୁ ଦୃଢ଼ହସ୍ତରେ ଦମନ କରିବା ନିମନ୍ତେ ଅଦ୍ୟାବଧୂ ସଂକଳ୍ପବଦ୍ଧ । ତା’ସହିତ ସରକାରୀ ତଥା ବେସରକାରୀ ସ୍ତରରେ ଉକ୍ତ ଦମନର ଉଦ୍ୟମ ଅବ୍ୟାହତ ରହିବା ଉଚିତ ।

ସନ୍ତ୍ରାସବାଦର ବିଲୋପ ଏକ ସାମୂହିକ ସଚେତନତାର ଉଦ୍ୟମ, ଯେଉଁଥରେ ମାନସିକତା ଓ କଲ୍ୟାଣମୂଳକ ଯୋଜନା ଓ ଅସନ୍ତୁଳିତ ବ୍ୟବସ୍ଥାକୁ ସୁଧାର କରିବା ଆବଶ୍ୟକ ।