BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

Odisha State Board BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି Textbook Exercise Questions and Answers.

BSE Odisha Class 7 Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧ ।
ଉତ୍ତର କୁହ ।
(କ) କବିତାଟିରେ ବର୍ଷିତ ସ୍ଥାନ କେଉଁଠି ଅବସ୍ଥିତ ?
କବିତାଟିରେ ବର୍ଣ୍ଣିତ ଖଣ୍ଡଗିରି ଭୁବନେଶ୍ଵରର ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ ଏକ ପାହାଡ଼ । ପ୍ରାଚୀନ ଉତ୍କଳର ନରପତି ମହାମେଘବାହନ ଐର ଖାରବେଳଙ୍କ କୀର୍ତ୍ତିରାଜି ଏହି ପାହାଡ଼ର ଗୁମ୍ଫାଗାତ୍ରରେ ଖୋଦିତ ହୋଇଛି ।

(ଖ) କବି ଖଣ୍ଡଗିରିକୁ ଉତ୍କଳ ଗୌରବର ପ୍ରତୀକ ରୂପେ କାହିଁକି ବର୍ଣ୍ଣନା କରିଛନ୍ତି ?
ଖଣ୍ଡଗିରି ପାହାଡ଼ର ପ୍ରସ୍ତର ଖଣ୍ଡମାନଙ୍କରେ ରହିଥ‌ିବା ଶିଳାଲିପିଗୁଡ଼ିକରେ ପ୍ରାଚୀନ ଉତ୍କଳୀୟ ରାଜାମାନଙ୍କ ସମ୍ପର୍କରେ ବହୁ ତଥ୍ୟ ଖୋଦିତ ହୋଇଅଛି । ବିଶେଷତଃ ଆଗଙ୍ଗାଗୋଦାବରୀ ବିସ୍ତୃତ କଳିଙ୍ଗ ସାମ୍ରାଜ୍ୟର ସମ୍ରାଟ ମହାମେଘବାହନ ଐର ଖାରବେଳଙ୍କ କୀର୍ତ୍ତିରାଜିର ମୂକସାକ୍ଷୀ ଭାବେ ଖଣ୍ଡଗିରିର ଗୁମ୍ଫାମାନ ଅଦ୍ୟାବଧୂ ପ୍ରାଚୀନ ଉତ୍କଳ ଗୌରବର ପ୍ରତୀକ ରୂପେ ରହିଅଛି ।

(ଗ) ଖଣ୍ଡଗିରି ଜନସ୍ମୃତିରୁ କାହିଁକି ଲିଭିଯାଉଛି ?
Answer:
ଖଣ୍ଡଗିରିଠାରେ ଥ‌ିବା ଗୁମ୍ଫା, ମନ୍ଦିର, ରାଣୀହଂସପୁର ଓ ରାଜପ୍ରାସାଦର ଜୀର୍ଣାବଶେଷ ପରିତ୍ୟକ୍ତ ଅବସ୍ଥାରେ ରହି କାଳକ୍ରମେ ବିଲୁପ୍ତ ହେବାକୁ ବସିଲାଣି । ସମୁଦାୟ ପାହାଡ଼ଟି ଲତାଗୁଳ୍ମ ଆଚ୍ଛାଦିତ ହେବାରୁ ତାହା ଅଗମ୍ୟ ହୋଇପଡ଼ିଛି ।

(ଘ) କବିତାରେ ରାଣୀହଂସପୁର ସମ୍ପର୍କରେ କବି କ’ଣ କହିଛନ୍ତି ?
Answer:
କାଳର ଅପ୍ରତିହତ ପ୍ରଭାବରେ ଖଣ୍ଡଗିରି କ୍ରମେ ପରିତ୍ୟକ୍ତ ଅବସ୍ଥାରେ ରହି ଭଗ୍ନାବଶେଷରେ ପରିଣତ ହୋଇଛି । ଏଠାରେ ଥିବା ବିଭିନ୍ନ ଗୁମ୍ଫା ସହ ରାଣୀହଂସପୁର ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହି ଅତୀତ ଉତ୍କଳର ଗୌରବୋଜ୍ଜ୍ବଳ ରାଜବିଭବର ମୂକସାକ୍ଷୀ ପାଲଟିଛି । ଏକଦା ଐଶ୍ଵର୍ଯ୍ୟରେ ପୂର୍ଣ ରାଜପ୍ରାସାଦର ଏହି ଅଂଶର ଜରାଜୀର୍ଣ୍ଣ ଅବସ୍ଥା କେବଳ

(ଙ) ସାଧୁ ଧର୍ମବେଶୀ ଓ ଖଣ୍ଡଗିରି ପଥପ୍ରାନ୍ତବାସୀଙ୍କ ସମ୍ପର୍କରେ କବିତାରେ କ’ଣ କୁହାଯାଇଛି ?
Answer:
ଗୌରବାବହ ଅତୀତ ଉତ୍କଳର ମୂକସାକ୍ଷୀ ଭାବେ ଦଣ୍ଡାୟମାନ ଜୀର୍ଣ୍ଣ ଖଣ୍ଡଗିରି ସନ୍ନିକଟ ପଥପ୍ରାନ୍ତବାସୀ ଏବଂ ସେଠାରେ ଅବସ୍ଥାନ କରୁଥିବା ସାଧୁସନ୍ଥମାନଙ୍କଠାରୁ ଖଣ୍ଡଗିରି ସମ୍ପର୍କରେ ନାନା ବିସ୍ମୟକର ତଥ୍ୟ ଶୁଣିବାକୁ ମିଳେ । ଏବେ ମଧ୍ୟ ବିଳମ୍ବିତ ରାତ୍ରିର ନିସ୍ତବ୍ଧ ପ୍ରହରରେ ତପସ୍ବୀମାନଙ୍କ କଣ୍ଠ ନିଃସୃତ ଗମ୍ଭୀର ଧ୍ଵନି ଶୁଣାଯାଏ ଏବଂ ସେମାନଙ୍କ ମତରେ ଗୁମ୍ଫାର ଅନ୍ଧକାର ଗୁହା ମଧ୍ଯରେ ସେହି ତପଚାରୀମାନଙ୍କ ଉପସ୍ଥିତି ଅଦ୍ୟାବଧୂ ଅନୁଭୂତ ହୁଏ । ସାଧୁମାନଙ୍କର ଏପରି ଉକ୍ତିରେ ପଥଚାରୀ ଓ ପର୍ଯ୍ୟଟକମାନେ ବିସ୍ମିତ ହୋଇଥା’ନ୍ତି । ବାସ୍ତବରେ ଏହା ନିର୍ଜନତାର ଏକ ପ୍ରତିଧ୍ଵନି ।

BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

Question ୨।
ଦୁଇଟି ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) କବି ଖଣ୍ଡଗିରିକୁ ଦେଖ୍ କାହିଁକି ଚିନ୍ତାମଗ୍ନ ହୋଇପଡ଼ିଛନ୍ତି ?
Answer:
ଖଣ୍ଡଗିରି ପାହାଡ଼ ପ୍ରାଚୀନ କଳିଙ୍ଗର ଗୌରବପୂର୍ଣ୍ଣ ଗାଥା ବହନ କରିଛି । ସମ୍ରାଟ ମହାମେଘବାହନ ଐର ଖାରବେଳଙ୍କ ଅଶେଷ କୀର୍ତ୍ତି ପାହାଡ଼ର ଶିଳାଗାତ୍ରରେ ଖୋଦିତ ହୋଇଛି । ଏଠାରେ ଥ‌ିବା ଗୁମ୍ଫା, ମନ୍ଦିର, ରାଣୀହଂସପୁର ଓ ରାଜପ୍ରାସାଦର ଜୀଶୀର୍ଷ ଧ୍ୱଂସାବଶେଷ ଅଦ୍ୟାବଧୂ ବିଦ୍ୟମାନ ଯାହା କ୍ରମଶଃ ପରିତ୍ୟକ୍ତ ଅବସ୍ଥାରେ ରହି ବିଲୁପ୍ତ ପ୍ରାୟ ହେବାକୁ ବସିଲାଣି । ଜନ୍ମଭୂମିର ଉଜ୍ଜଳ ଅତୀତର ଗୌରବରାଜି କ୍ରମବିଲୁପ୍ତ ଅବସ୍ଥାକୁ ଗତି କରୁଥିବାରୁ କବି ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ନିଜ କଳ୍ପନେତ୍ରରେ ଉତ୍କଳର ଗୌରବ ଗରିମା ସ୍ମରଣ କରି କବି ଚିନ୍ତାମଗ୍ନ ହୋଇପଡ଼ିଛନ୍ତି ।

(ଖ) କବିତାରେ ଖଣ୍ଡଗିରି ରାଜଦରବାରର ଦୃଶ୍ୟ କିପରି ଚିତ୍ରିତ ହୋଇଛି ?
ଖଣ୍ଡଗିରି ପାହାଡ଼ର ଗୁମ୍ଫାଗୁଡ଼ିକ ବ୍ୟତୀତ ରାଜପ୍ରାସାଦ ଓ ରାଣୀହଂସପୁର ଆଦି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲେ ମଧ୍ୟ ଶିଳାଖଣ୍ଡମାନଙ୍କରେ ପ୍ରାସାଦ ପ୍ରାଙ୍ଗଣ ଓ ଦେଉଳର ଛାପ ସ୍ପଷ୍ଟ ବାରି ହୋଇଯାଏ । ସେସବୁ ପ୍ରାଚୀନ ଦେଖୁପାରିଛନ୍ତି, ରାଜଦରବାରରେ ଗୁପ୍ତଚର ବିଜୟ ସମ୍ବାଦ ଦେବାର ଦୃଶ୍ୟ, ମନ୍ତ୍ରୀ ଓ ପାରିଷଦବର୍ଗଙ୍କ ସହ ରାଜାଙ୍କର ଗୁପ୍ତ ମନ୍ତ୍ରଣାର ଦୃଶ୍ୟ । କବି ଶୁଣିପାରିଛନ୍ତି ନିକଟସ୍ଥ ପ୍ରାଙ୍ଗଣରେ ବୀରବାଦ୍ୟର ଟମକ ଏବଂ ଦେଖାରିଛନ୍ତି ଉତ୍କଳୀୟ ବୀର ସୈନ୍ୟମାନଙ୍କ ସମରସଜ୍ଜାର ଦୃଶ୍ୟ ।

(ଗ) ଶ୍ରମଣ ସନ୍ନ୍ୟାସୀମାନେ ଖଣ୍ଡଗିରିରେ କ’ଣ କରୁଛନ୍ତି ବୋଲି କବି ବର୍ଣ୍ଣନା କରିଛନ୍ତି ?
Answer:
ଖଣ୍ଡଗିରିର ଅପୂର୍ବ ଶୋଭାରାଜି ଦର୍ଶନ କରୁ କରୁ କବିଙ୍କ କଳ୍ପନା ସୁଦୂର ଅତୀତକୁ ଫେରି ଯାଇଛି । ଏକଦା ଏହି ଖଣ୍ଡଗିରି ଗୁମ୍ଫାମାନଙ୍କରେ ବୌଦ୍ଧ ଶ୍ରମଣ ସନ୍ନ୍ୟାସୀମାନେ ଏକତିତ୍ର ହୋଇ ଧର୍ମତତ୍ତ୍ଵ ଆଲୋଚନାରେ ବ୍ୟସ୍ତ ରହିବାର ଦୃଶ୍ୟ କବିଙ୍କ କଳ୍ପନେତ୍ରରେ ଭାସିଉଠିଛି । ‘ଅହିଂସା ପରମ ଧର୍ମ’ ଯାହାକି ବୌଦ୍ଧଧର୍ମର ମୂଳମନ୍ତ୍ର, ସେହି ତତ୍ତ୍ବ ଉପରେ, କାଳର ପ୍ରଭାବରେ ସେସବୁ ବିଲୀନ ହୋଇଥିଲେ ମଧ୍ୟ ଅଦ୍ୟାପି ଖଣ୍ଡଗିରିଠାରେ ବାସ କରୁଥିବା ସାଧୁସନ୍ଥ ତଥା ପଥଚାରୀମାନଙ୍କଠାରୁ ଶୁଣିବାକୁ ମିଳେ ଯେ ରାତ୍ରିର ନିସ୍ତବ୍ଧ ପ୍ରହରରେ ଗୁମ୍ଫାମାନଙ୍କରୁ ଶ୍ରମଣମାନଙ୍କ କଣ୍ଠସ୍ଵର ଓ ସଙ୍ଗୀତ ଶୁଣାଯାଏ ।

(ଘ) ଖଣ୍ଡଗିରି ଗୁମ୍ଫାରେ ଶିଳ୍ପୀମାନେ କେଉଁ କାର୍ଯ୍ୟ କରୁଛନ୍ତି ?
Answer:
ପ୍ରାଚୀନ ଉତ୍କଳର ଗୌରବାବହ ଶିଳ୍ପଚାତୁରୀର ମୂକସାକ୍ଷୀ ଭାବେ ଖଣ୍ଡଗିରି ଅଦ୍ୟାବଧୂ ଦଣ୍ଡାୟମାନ । ବିଶେଷତଃ କଳିଙ୍ଗର ବିଜୟୀ ସମ୍ରାଟ ମହାମେଘବାହନ ଐର ଖାରବେଳଙ୍କ କୀର୍ତ୍ତିରାଜି ଗୁମ୍ଫାର ପ୍ରସ୍ତରଖଣ୍ଡମାନଙ୍କରେ ଖୋଦିତ ହୋଇଛି । ଆଦେଶରେ ସେମାନେ ସେଠାରେ ଅବିରତ କର୍ମରତ ରହି ସେହି ଅପୂର୍ବ ପ୍ରସ୍ତରକଳା ସୃଷ୍ଟିରେ ନିମଗ୍ନ ରହିଥ‌ିବାର ଦୃଶ୍ୟ କବି ଦେଖିପାରିଛନ୍ତି । କଳିଙ୍ଗ ରାଜାମାନଙ୍କ ଅକ୍ଷୟ କୀର୍ତ୍ତିରାଜି ଶିଳାଗାତ୍ରରେ ଲିପିବଦ୍ଧ ହୋଇ ଆଜି ମଧ୍ୟ ପର୍ଯ୍ୟଟକଙ୍କୁ ବିସ୍ମିତ କରେ ।

(ଙ) ସାଧକମାନେ ଖଣ୍ଡଗିରିରେ ଏବେ ମଧ୍ୟ ଅଛନ୍ତି ବୋଲି କହିବାର କାରଣ କ’ଣ ?
Answer:
ଏକଦା ଖଣ୍ଡଗିରି ଉତ୍କଳରେ ବୌଦ୍ଧଧର୍ମ ପ୍ରଚାରର କେନ୍ଦ୍ରବିନ୍ଦୁ ଥିଲା । ଏଠାରେ ଥ‌ିବା ଗୁମ୍ଫାମାନଙ୍କରେ ବୌଦ୍ଧ ଶ୍ରମଣ ସନ୍ନ୍ୟାସୀମାନେ ବୌଦ୍ଧଧର୍ମର ଗୂଢ଼ ତତ୍ତ୍ଵଦି ଆଲୋଚନା କରୁଥିଲେ । ବୌଦ୍ଧଧର୍ମର ବାଣୀ ‘ଅହିଂସା ପରମ ଧର୍ମ’ ଉପରେ ଧର୍ମଯାଜକମାନେ ଲୋକମାନଙ୍କୁ ଉପଦେଶ ପ୍ରଦାନ କରୁଥିଲେ । କାଳକ୍ରମେ ସେସବୁ ବିନଷ୍ଟ ହେଲାପରେ ଅତୀତକୁ ଶ୍ରମଣ ସନ୍ନ୍ୟାସୀମାନେ ବୌଦ୍ଧଧର୍ମର ଗୂଢ଼ ତତ୍ତ୍ଵଦି ଆଲୋଚନା କରୁଥିଲେ । ବୌଦ୍ଧଧର୍ମର ବାଣୀ ‘ଅହିଂସା ପରମ ଧର୍ମ’ ଉପରେ ଧର୍ମଯାଜକମାନେ ଲୋକମାନଙ୍କୁ ଉପଦେଶ ପ୍ରଦାନ କରୁଥିଲେ । କାଳକ୍ରମେ ସେସବୁ ବିନଷ୍ଟ ହେଲାପରେ ଅତୀତକୁ ସ୍ମରଣ କରାଇବାପାଇଁ ଖଣ୍ଡଗିରି ମୂକସାକ୍ଷୀ ଭାବେ ଉଭା ହୋଇଛି । ଖଣ୍ଡଗିରିଠାରେ ବସବାସ କରୁଥିବା ସାଧୁସନ୍ଥମାନେ ଖଣ୍ଡଗିରି ସମ୍ପର୍କରେ ବହୁ ବିସ୍ମୟକର କଥା ଦୃଢ଼ଭାବେ କହିଥାଆନ୍ତି । ସେମାନଙ୍କ ମତରେ ଏବେ ମଧ୍ୟ ଖଣ୍ଡଗିରି ଗୁମ୍ଫାଗର୍ଭ ମଧ୍ୟରେ ବହୁ ତପସ୍ଵୀ ଓ ସାଧକ ତପାଚରଣରେ ନିମଗ୍ନ ରହିଛନ୍ତି ଯେଉଁମାନଙ୍କ ଗମ୍ଭୀର ସ୍ଵର ରାତ୍ରିର ନିସ୍ତବ୍ଧ ପ୍ରହରରେ ଶୁଣିବାକୁ ମିଳେ ।

(ଚ) ବୃଦ୍ଧ ଖଣ୍ଡଗିରି ବିରକ୍ତ ପରାଏ ଉଭା ଗମ୍ଭୀରେ- ଏହା କାହିଁକି କୁହାଯାଇଛି ?
Answer:
ଉତ୍କଳର ଗୌରବାବହ ଅତୀତର ମୂକସାକ୍ଷୀ ଭାବେ ଖଣ୍ଡଗିରି ଅଦ୍ୟାବଧୂ ବିଦ୍ୟମାନ । ଉତ୍କଳୀୟ ରାଜା ମହାରାଜାମାନଙ୍କ କୀର୍ତ୍ତିରାଜି, ଉତ୍କଳର ବୀର ସୈନ୍ୟସାମନ୍ତମାନଙ୍କ ବୀରତ୍ଵ ଗରିମା ତଥା ଉତ୍କଳୀୟ କାରୁକଳା ଶିଳ୍ପୀମାନଙ୍କ କଳାକୃତି ଆଦିର ମୂକସାକ୍ଷୀ ଭାବେ ଖଣ୍ଡଗିରି ଦଣ୍ଡାୟମାନ । ମାତ୍ର କାଳର କରାଳଗର୍ଭରେ ଏହା କ୍ରମେ ଜୀର୍ଘଶୀର୍ଷ ଅବସ୍ଥାକୁ ଆସି କ୍ରମେ ବିଲୁପ୍ତ ହେବାକୁ ବସିଲାଣି ଯାହା ଦର୍ଶନ କରି କବିଙ୍କ ମନ ବିଷାଦରେ ଭରିଉଠିଛି । କବିଙ୍କୁ ଖଣ୍ଡଗିରି ଏକ ଅସନ୍ତୁଷ୍ଟ ଓ ବିରକ୍ତ ପାହାଡ଼ ଭାବେ ଦୃଶ୍ୟମାନ ହୋଇଛି । ଏହାର ପାଦଦେଶ ଲତାଗୁଳ୍ମ ଆଚ୍ଛାଦିତ ହୋଇ କ୍ରମେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଯେଉଁ ସ୍ଥାନ ଏକଦା କୋଳାହଳ, ବୀରବାଦ୍ୟ ଓ ତତ୍ତ୍ଵାଲୋଚନାର ଗୁରୁଗମ୍ଭୀର ଶବ୍ଦରେ ପ୍ରକମ୍ପିତ ହୋଇ ଉଠୁଥିଲା ତାହା ଆଜି ହିଂସ୍ର ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀ ପାଲଟିଥିବା ଲକ୍ଷ୍ୟ କରି ହୁଏତ ଖଣ୍ଡଗିରି ବିରକ୍ତି ପ୍ରକାଶ କରୁଛି । ଅତୀତରେ ଉତ୍କଳୀୟ ମାନଙ୍କଠାରେ ଥିବା କଳା କାରିଗରୀ ଓ ଜ୍ଞାନତତ୍ତ୍ବ ପ୍ରତି ଆଗ୍ରହ ଆଜିର ଉତ୍କଳୀୟ ମାନଙ୍କଠାରେ ନ ଦେଖ୍ ଖଣ୍ଡଗିରି ବିରକ୍ତି ପ୍ରକାଶ କରୁଛି।

Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ‘ତଥାପି ସେ ଗାଥା ରଖୁଅଛି ଗିରି
କାଳ ପରାଭବେ ଦେଖାଇ ହିଆ ।’
Answer:
ତଥାପି ସେ ………………………… ଦେଖାଇ ହିଆ ।
ଉଦ୍ଧୃତାଂଶଟି କବି ଗୋପବନ୍ଧୁ ଦାସଙ୍କ ରଚିତ “ଦେଖୁନାହିଁ କେତେଦିନୁ ଖଣ୍ଡଗିରି” କବିତାରୁ ଆନୀତ। ପାଷାଣ ହେଲେ ମଧ୍ୟ ଖଣ୍ଡଗିରି କିପରି ଉତ୍କଳର କୀର୍ତ୍ତି ରାଜି ନିଜ ବକ୍ଷରେ ସାଇତି ରଖୁଛି ତାହା ଏଠାରେ ବର୍ଣ୍ଣିତ। କଳାରେ ଉତ୍କୃଷ୍ଟ ଥିବାରୁ ଓଡ଼ିଶାର ନାଁ ହେଉଛି ଉତ୍କଳ। ରାଜା ମହାରାଜାମାନଙ୍କର ବୀରତ୍ଵ କାହାଣୀ ଏବଂ ଅନ୍ୟାନ୍ୟ ଯଶଖ୍ୟାତି କଳା, ସ୍ଥାପତ୍ୟ, ସାହିତ୍ୟ, ଧର୍ମନୀତି ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ଉତ୍କଳ ଶ୍ରେଷ୍ଠସ୍ଥାନ ଅଧିକାର କରିଥିଲା। ମାତ୍ର ଆଜି ଓଡ଼ିଶାର ସେ ଗୌରବ ଓ ବିଭବ କାଳର କରାଳ ସ୍ରୋତରେ ବିଲୀନ ହୋଇ ଯାଇଛି । ଆଜିର କଳିଙ୍ଗବାସୀ ମାତୃଭୂମିର ଗୌରବ ଏବଂ କଳିଙ୍ଗର ନାମ ପର୍ଯ୍ୟନ୍ତ ବିସ୍ମରଣ କରିଛନ୍ତି । ମାତ୍ର ଖଣ୍ଡଗିରି ଏଥୁରୁ ସମ୍ପୂର୍ଣ ସ୍ଵତନ୍ତ୍ର । ସବୁ ବାଧା ବିଘ୍ନକୁ ଅତିକ୍ରମ କରି, ଅତୀତ ଉତ୍କଳର ଐତିହ୍ୟକୁ ବକ୍ଷରେ ଧାରଣ କରି ବୀରଦର୍ପରେ ସେ ଦଣ୍ଡାୟମାନ ହୋଇ ରହିଛି । କାଳର କରାଳ ପ୍ରଭାବ ଏହି କୀର୍ତ୍ତିରାଜିକୁ ସମ୍ପୂର୍ଣ ଧ୍ୱଂସ କରିପାରିନାହିଁ ।

(ଖ) ‘ନୁହେଁ ତା’ ବିଚିତ୍ର ବାହ୍ୟ ବିଶ୍ଵ ମାତ୍ର
ପ୍ରତିଫଳେ ନର ନିଜ ହୃଦୟ ।’
‘ନୁହେଁ ତା’ ………………………….. ନିଜ ହୃଦୟ ।’
ଉକ୍ତ ପଦ୍ୟାଶଟି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ରଚିତ “ଦେଖୁନାହିଁ କେତେଦିନୁ ଖଣ୍ଡଗିରି” କବିତାରୁ ଗୃହୀତ। ମନୁଷ୍ୟ ନିଜ ହୃଦୟର ବିଶ୍ଵାସ ଏବଂ ଚିନ୍ତାଧାରାର ପ୍ରତିଫଳନ ବାହ୍ୟ ବିଶ୍ଵରେ କିପରି ଦେଖ‌ିବାକୁ ପାଇଥାଏ, ତାହା ଏଠାରେ କବି ବର୍ଣ୍ଣନା କରିଛନ୍ତି । ଖଣ୍ଡଗିରିର ପଥପାର୍ଶ୍ଵରେ ବସି ରହିଥା’ନ୍ତି ଧର୍ମବେଶଧାରୀ ବହୁ ସାଧୁ । ସେମାନେ ପରିଦର୍ଶକମାନଙ୍କୁ ଖଣ୍ଡଗିରି ବିଷୟରେ ବହୁ ଅଦ୍ଭୁତ କାହାଣୀ ଶୁଣାନ୍ତି ଏବଂ ସିଦ୍ଧ ସାଧକଗଣଙ୍କର ଜୀର୍ଣ କଠଉ ଦେଖାଇ ଶ୍ରୋତା ମନରେ ଖଣ୍ଡଗିରିର ସିଦ୍ଧ ସାଧକମାନଙ୍କ ବିଷୟରେ ବିଶ୍ଵାସ ଜନ୍ମାନ୍ତି । ସେମାନେ କହନ୍ତି ଯେ ଏବେ ମଧ୍ୟ ଖଣ୍ଡଗିରିର ଅନ୍ଧାର ଗୁମ୍ଫା ଗହ୍ବରରୁ ଗଭୀର ରାତ୍ରିରେ ଭାସିଆସେ ବିଷ୍ଣୁ-ସଙ୍ଗୀତ । ସେମାନଙ୍କର ଏ ସବୁ କାହାଣୀକୁ ଅବିଶ୍ବାସ କରିବାର କିଛି କାରଣ ନାହିଁ ବୋଲି କବି କହୁଛନ୍ତି | କାରଣ ଏ ବାହ୍ୟ ଦୁନିଆ ହେଉଛି ମଣିଷ ହୃଦୟର ବିଶ୍ଵାସ ଓ ତା’ର ଚିନ୍ତାଧାରାର ଅବିକଳ ପ୍ରତିଫଳନା

BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

Question ୪ ।
ତଳେ ଦିଆଯାଇଥ‌ିବା ସମୋଚ୍ଚାରିତ ଶବ୍ଦ ମଧ୍ୟରେ ଥ‌ିବା ଅର୍ଥ-ପାର୍ଥକ୍ୟକୁ ବାକ୍ୟ ମାଧ୍ୟମରେ ପ୍ରକାଶ କର ।
ପ୍ରାସ।ଦ – ପ୍ରସାଦ, ସତ – ଶତ, ବାସା – ବାସି, ଖର – ଖାର, ପୁର – ପୂର
Answer:
ପ୍ରାସ।ଦ – (ଭୋଗ) – ଜଗନ୍ନାଥଙ୍କ ପ୍ରସାଦ ସେବନ କଲେ ପାପରୁ ମୁକ୍ତି ମିଳେ ବୋଲି ପ୍ରବାଦ ରହିଛି ।
ପ୍ରସାଦ – (କୋଠାଘର) – ସୁରବାବୁଙ୍କ ବାସସ୍ଥାନ ଏକ ତିନିମହଲା ବିଶିଷ୍ଟ ପ୍ରାସାଦ ଅଟେ ।
ସତ – (ସତ୍ୟ) – ସତ କେବେ ଲୁଚି ରହେନାହିଁ ।
ଶତ – (ଶହେ) – ଗାନ୍ଧାରୀ ଶତ ପୁତ୍ରର ଜନନୀ ଥିଲେ ।
ବାସା – (ବାସିନ୍ଦା) – ଗ୍ରାମବାସୀମାନେ ମିଳିତ ହୋଇ ଗ୍ରାମ ରାସ୍ତା ମରାମତି କରୁଛନ୍ତି ।
ବାସି – (ବାସି/ପଚା) – ବାସି ଖାଦ୍ୟ ଖାଇବା ଉଚିତ ନୁହେଁ ।
ଖର – (କ୍ଷିପ୍ର) ବର୍ଷାଦିନେ ନଦୀର ଜଳ ଖର ହୋଇଥାଏ ।
ଖାର – (ଖାର) – ଧୋବା ଖାର ଦେଇ ଲୁଗା ସଫା କରୁଛି ।
ପୁର – (ନଗର) – ବିଭିନ୍ନ ପର୍ବପର୍ବାଣି ପୁରପଲ୍ଲୀମାନଙ୍କରେ ଖୁବ୍ ଧୁମ୍‌ଧାମ୍‌ରେ ପାଳନ କରାଯାଏ ।
ପୂର – (ପିଠା ଭିତରେ ଭରିବାର ଜିନିଷ) – କାକରା ପିଠା ମଧ୍ଯରେ ଦିଆଯାଉଥ‌ିବା ପୂର କାକରାକୁ ସୁଆଦିଆ କରେ ।

Question ୫ ।
ମନେପକାଇ କବିତାର ପଦଟିକୁ ପୂରଣ କର ।
(କ) ଦୂର ଦେଖୁଁ ଦୂତ ____________
____________କରେ ଛାମୁରେ ଜଣା ।
Answer:
ଦୂର ଦେଖୁଁ ଦୂତ ବିଜୟ ବାରତା
ଘେନି ଆସି କରେ ଛାମୁରେ ଜଣା ।

(ଖ) ଗମ୍ଭୀର ନିଘୋଷେ ____________
____________ଧର୍ମ ପ୍ରଚାର ।
Answer:
ଗମ୍ଭାର ନିର୍ଘୋଷେ ଲୋକ ଉପଦେଶେ
କାହିଁ ବା ଅହିଂସା ଧର୍ମ ପ୍ରଚାର ।

(ଗ) ଚୂଳୁଁ ମୂଳ ଯାଏ ____________
____________ ଗୁମ୍ଫା ଦେଉଳ ।
Answer:
ଚୂଳୁଁ ମୂଳ ଯାଏ ଶୋଭେ ଶିଳାକାୟେ
ପ୍ରାସାଦ ପ୍ରାଙ୍ଗଣ ଗୁମ୍ଫା ଦେଉଳ ।

Question ୬।
କବିତାର କେଉଁ ପ୍ରସଙ୍ଗରେ କୁହାଯାଇଛି ଲେଖ ।
(କ) ‘ଉଜ୍ଜଳ ଛବି’
Answer:
ଖଣ୍ଡଗିରି ଦର୍ଶନ କାଳରେ କବି ଉତ୍କଳର ଗୌରବାବହ ସମୃଦ୍ଧି ବିଷୟରେ କଳ୍ପନା କରିବା ପ୍ରସଙ୍ଗରେ ଏହା କୁହାଯାଇଛି।

(ଖ) ‘କଳିଙ୍ଗର ଭୂତି’
ଐରବଂଶ ସମ୍ରାଟ ମହାମେଘବାହନ ଖାରବେଳଙ୍କ ସମୟରେ ଓଡ଼ିଶା କଳିଙ୍ଗ ଭାବେ ପରିଚିତ ଥିଲା । ତାଙ୍କ ରାଜତ୍ଵ ସମୟରେ ରାଜ୍ୟ ଆଗଙ୍ଗାଗୋଦାବରୀ ବିସ୍ତୃତ ଥିଲା ଏବଂ କଳିଙ୍ଗ କଳା, ସଂସ୍କୃତି, ଧର୍ମ, ସମାଜ ବ୍ୟବସ୍ଥା, ପ୍ରତିରକ୍ଷା ତଥା ବାଣିଜ୍ୟ ବ୍ୟବସାୟ ସବୁ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିଲା । ଏହି ପ୍ରସଙ୍ଗରେ କଳିଙ୍ଗର ଭୂତି ଅସାମାନ୍ୟ କଥା କୁହାଯାଇଛି ।

(ଗ) ‘ପ୍ରତ୍ୟକ୍ଷ ପ୍ରମାଣ’
Answer:
ଜୀର୍ଣ ଖଣ୍ଡଗିରି ଗୁମ୍ଫା ଗହ୍ବର ମଧ୍ୟରେ ତପସ୍ଵୀ ଓ ସାଧକମାନେ ବାସ କରୁଛନ୍ତି ଏବଂ ନିସ୍ତବ୍ଧ ରାତ୍ରିରେ ସେମାନଙ୍କ କଣ୍ଠନିଃସୃତ ଗମ୍ଭୀର ଧ୍ଵନି ଶୁଣାଯାଏ ବୋଲି ପାହାଡ଼ ଉପକଣ୍ଠରେ ରହୁଥିବା ସାଧୁ ସନ୍ଥମାନେ ଦୃଢ଼ଭାବରେ କହିଥାଆନ୍ତି । ଏହାର ପ୍ରତ୍ୟକ୍ଷ ପ୍ରମାଣ ସ୍ୱରୂପ ସେମାନଙ୍କ ବ୍ୟବହୃତ ଜୀର୍ଣ୍ଣ କଠଉ ଆଦି “ଖାଇଥାଆନ୍ତି । ଏହି ପ୍ରସଙ୍ଗରେ ‘ପ୍ରତ୍ୟକ୍ଷ ପ୍ରମାଣ’ କଥା କୁହାଯାଇଛି ।

(ଘ) ‘ସଙ୍ଗୀତ ନଭେ’
Answer:
ଏକଦା ଖଣ୍ଡଗିରି ଗୁମ୍ଫାମାନଙ୍କରେ ବୌଦ୍ଧ ଶ୍ରମଣ ସନ୍ନ୍ୟାସୀମାନେ ଶିଷ୍ୟମାନଙ୍କ ଗହଣରେ ଧର୍ମତତ୍ତ୍ଵ ଆଲୋଚନା କରୁଥିଲେ । ପରବର୍ତ୍ତୀ ସମୟରେ ଜୀର୍ଣ୍ଣ ଖଣ୍ଡଗିରି ପରିପାର୍ଶ୍ବରେ ବସବାସ କରୁଥିବା ସାଧୁସନ୍ଥମାନେ ଦୃଢ଼ଭାବେ କହନ୍ତି ଯେ ଅଦ୍ୟାବଧୂ ବହୁ ତପଚାରୀ ଗୁମ୍ଫାର ନିଭୃତ କକ୍ଷରେ ସାଧନାରତ ଅଛନ୍ତି । ବିଳମ୍ବିତ ରାତ୍ରିର ନିସ୍ତବ୍ଧ ପ୍ରହରରେ ସେମାନଙ୍କ ଗମ୍ଭୀର କଣ୍ଠସଙ୍ଗୀତ ଓ ମନ୍ତ୍ର ଉଚ୍ଚାରଣ ଶୁଣିବାକୁ ମିଳେ । ଏହି ପ୍ରସଙ୍ଗରେ ‘ସଙ୍ଗୀତ ନଭେ’ କଥା କୁହାଯାଇଛି ।

Question ୭ ।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ଗୋଟିଏ ଲେଖାଏଁ ପ୍ରତିଶବ୍ଦ ଲେଖ ।
କାୟା, ହିଆ, ନିଶିଥ, ନଭ, କଠାଉ
Answer:
କାୟା – ଶରୀର
ନିଶିଥ – ରାତ୍ରି, ଅର୍ଦ୍ଧରାତ୍ରି
କଠାAnswer: ଖଡ଼ମ
ହିଆ – ବକ୍ଷ, ଛାତି
ନଭ – ଆକାଶ

Question ୮।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ଅର୍ଥ ଲେଖ ।
ରୋଧଛନ୍ତି, ନିବସନ୍ତି, ପ୍ରତିଫଳେ, ଏକାନ୍ତେ, ନିରତେ
Answer:
ରୋଧ୍ଵଛନ୍ତି – ଅଟକାଇଛନ୍ତି, ବାଧା ଦେଇଛନ୍ତି
ନିବସନ୍ତି – ବସବାସ କରନ୍ତି
ପ୍ରତିଫଳେ – ପ୍ରତିଫଳିତ ହୁଏ
ଏକାନ୍ତେ – ଏକୁଟିଆ ସମୟରେ, ନିରୋଳାରେ
ନିରତେ – ସବୁ ସମୟରେ, ଅନବରତ ଭାବେ

ତୁମପାଇଁ କାମ :

ଉତ୍କଳମଣି ଗୋପବନ୍ଧୁଙ୍କର ବିଭିନ୍ନ ଲେଖା ସଂଗ୍ରହ କର ଓ ପଢ଼ ।
ଖଣ୍ଡଗିରିର ଇତିହାସ ଓ ତତ୍‌ସଂପର୍କିତ ବିଭିନ୍ନ ଛବି ସଂଗ୍ରହ କର । ଖଣ୍ଡଗିରି ଉପରେ ଏକ ପ୍ରବନ୍ଧ ରଚନା କର ।
Answer:
ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କର ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନେ।ତ୍ତର

ଅତିସଂ ଷିପ୍ତ ପ୍ରଶ୍ନେ।ତ୍ତର

Question ୧ ।
‘ଦେଖୁ ନାହିଁ କେତେ ଦିନୁ ଖଣ୍ଡଗିରି’ କବିତାର କବି କିଏ ?
Answer:
‘ଦେଖୁ ନାହିଁ କେତେ ଦିନୁ ଖଣ୍ଡଗିରି’ର କବି ହେଉଛନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ।

Question ୨ ।
ଗୋପବନ୍ଧୁ କେଉଁଠି ଜନ୍ମଗ୍ରହଣ କରିଥିଲେ ?
Answer:
ଗୋପବନ୍ଧୁ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।

Question ୩ ।
‘ଦେଖୁ ନାହିଁ କେତେ ଦିନୁ ଖଣ୍ଡଗିରି’ କବିତାରେ ଗୋପବନ୍ଧୁ କେଉଁ କଥାକୁ ମନେପକାଇଛନ୍ତି ?
Answer:
‘ଦେଖୁ ନାହିଁ କେତେ ଦିନୁ ଖଣ୍ଡଗିରି’ କବିତାରେ ଗୋପବନ୍ଧୁ ଖଣ୍ଡଗିରି ଇତିହାସ ମାଧ୍ୟମରେ ଆମ ଅତୀତର

Question ୪ ।
ଖଣ୍ଡଗିରି କାହାର ଅତୀତ ଗୌରବ ଗାଥାକୁ ଗାଉଛି ?
Answer:
ଖଣ୍ତଗିରି ଅତାତ ତ୍ତକ୍ କର ଗୌରବର ଗାଥାକୁ ଗାତ୍ତଛା

Question ୫ ।
କବି କ’ଣ ଦେଖୁ ବିମୁଗ୍ଧ ହୋଇଥିଲେ ?
Answer:
କବି ଖଣ୍ଡଗିରି ପାହାଡ଼ ପାର୍ଶ୍ଵରେ ଥିବା ପ୍ରାକୃତିକ ଶୋଭା ଦର୍ଶନ କରି ବିମୁଗ୍ଧ ହୋଇଥିଲେ।

BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

Question ୬ ।
କେଉଁ ଶାସକଙ୍କ କୀର୍ତ୍ତିରାଜି ଖଣ୍ଡଗିରି ପାହାଡ଼ର ଗୁମ୍ଫାଗାତ୍ରରେ ଖୋଦିତ ହୋଇଛି ?
Answer:
ପ୍ରାଚୀନ ଉତ୍କଳର ନରପତି ମହାମେଘ ବାହନ ଐରଖାରବେଳଙ୍କ କୀର୍ତିରାଜି ଖଣ୍ଡଗିରି ପାହାଡ଼ର ଗୁମ୍ଫା ଗାତ୍ରରେ ଖେ।ଦିତ ହୋଇଛି।

Question ୭ ।
ଖଣ୍ଡଗିରିରେ କ’ଣ ମୂକସାକ୍ଷୀ ରୂପେ ଦଣ୍ଡାୟମାନ ହୋଇଛି ?
Answer:
ଖଣ୍ଡଗିରିରେ ଐର ଖାରବେଳଙ୍କ ଦ୍ବାରା ନିର୍ମିତ ରାଣୀହଂସପୁର ପ୍ରାସାଦ ପ୍ରାଙ୍ଗଳ ଗୁମ୍ଫା, ଦେଉଳ ଅତୀତର ମୂକସାକ୍ଷୀ

Question ୮ ।
ଖଣ୍ଡଗିରିରେ କ’ଣ ନାରଖାର ଅବସ୍ଥାରେ ଛିଡ଼ା ହୋଇଥିବା କଥା କବି ବର୍ଣ୍ଣନା କରିଛନ୍ତି ?
Answer:
ରାଜା ଐର ଖାରବେଳଙ୍କଦ୍ଵାରା ନିର୍ମିତ ରାଣୀହଂସପୁରଟି ପୂର୍ବର ସୌନ୍ଦର୍ଯ୍ୟ ହରାଇ ଖୁବ୍ ନାରଖାର ହୋଇ ଛିଡ଼ା

Question ୯ ।
ଖଣ୍ଡଗିରିକୁ ଯିବା ଅଗମ୍ୟ ହେଇଛି କାହିଁକି ?
Answer:
ସମୁଦାୟ ପାହାଡ଼ଟି ଲତାଗୁଳ୍ମ ଆଚ୍ଛାଦିତ ହେବାରୁ ଅଗମ୍ୟ

Question ୧୦ ।
ଅତୀତର ବିଳାସପୂର୍ବ ରାଜପ୍ରାସାଦ ଆଜି କାହାର ଆଶ୍ରୟସ୍ଥଳୀ ହୋଇପଡ଼ିଛି । ହୋଇଛି ?
Answer:
ଅତୀତର ବିଳାସପୂର୍ଣ୍ଣ ରାଜପ୍ରାସାଦ ଆଜି ହିଂସ୍ର ବନ୍ୟଜନ୍ତୁଙ୍କର ଆଶ୍ରୟସ୍ଥଳ ହୋଇପାରିଛି ।

ବସ୍ତ୍ ନିଷ୍ଠ ପ୍ରଶ୍ନୋତ୍ତର

Question ୧।
‘ଦେଖୁନାହିଁ କେତେଦିନୁ ଖଣ୍ଡଗିରି’ କବିତାଟି କାହାର ରଚନା ?
(କ) ସାରଳା ଦାସ.
(ଖ) ଦାନକୃଷ୍ଣ ଦାଷ
(ଗ) ଗୋପବନ୍ଧୁ ଦାସ
(ଘ) ଅଭିମନ୍ୟୁ ସାମନ୍ତ୍ରସିଂହାର
Answer:
(ଗ) ଗୋପବନ୍ଧୁ ଦାସ

Question ୨ ।
ନିମ୍ନୋକ୍ତ ସ୍ଥାନମାନଙ୍କ ମଧ୍ୟରୁ କେଉଁଠାରେ ଗୋପବନ୍ଧୁ ଜନ୍ମଗ୍ରହଣ କରିଥିଲେ ?
(କ) ନୀଳଗିରି
(ଖ) କାହୁଆ
(ଗ) ସୁଆଶ୍ରୋ
(ଘ) ମଳ୍ଲାକାଶପୁର
Answer:
(ଗ) ସୁଆଶ୍ରୋ

Question ୩ ।
ଗୋପବନ୍ଧୁ ସତ୍ୟବାଦୀଠାରେ ବନବିଦ୍ୟାଳୟ କାହିଁକି ପ୍ରତିଷ୍ଠା କରିଥିଲେ ?
(କ) ସ୍ଵାଧୀନତା ସଂଗ୍ରାମୀ ତିଆରି କରିବାପାଇଁ
(ଖ) ଙ୍ଗରେଜମାନଙ୍କୁ ଅସହଯୋଗ କରିବାପାଇଁ
(ଗ) ଦେଶପ୍ରେମୀ ସଂଗ୍ରାମୀ ମଣିଷ ତିଆରି କରିବା ସଙ୍ଗେ ସଙ୍ଗେ ସମାଜ ଓ ସଂସ୍କୃତିକୁ ଉନ୍ନତ କରିବାପାଇଁ
(ଘ) ସାହିତ୍ୟର ବିକାଶପାଇଁ
Answer:
(ଗ) ଦେଶପ୍ରେମୀ ସଂଗ୍ରାମୀ ମଣିଷ ତିଆରି କରିବା ସଙ୍ଗେ ସଙ୍ଗେ ସମାଜ ଓ ସଂସ୍କୃତିକୁ ଉନ୍ନତ କରିବାପାଇଁ

BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

Question ୪।
ଗୋପବନ୍ଧୁ କେଉଁ ଅବସ୍ଥାରେ ଖଣ୍ଡଗିରି ଦେଖିବାକୁ ଯାଇଥିଲେ ?
(କ) ଶିଶୁ ଅବସ୍ଥାରେ
(ଖ) ପ୍ରଥମ ଯୌବନ ଅବସ୍ଥ।ରେ
(ଗ) ପ୍ରୌଢ ଅବସ୍ଥାରେ
(ଘ) ବୃଦ୍ଧ ଅବସ୍ଥାରେ
Answer:
(ଖ) ପ୍ରଥମ ଯୌବନ ଅବସ୍ଥ।ରେ

Question ୫।
ଖଣ୍ଡଗିରି କେଉଁଠାରେ ଅବସ୍ଥିତ ?
(କ) ଭୁବନେଶ୍ଵରର ପୂର୍ବ ଦିଗରେ
(ଖ) ଭୁବନେଶ୍ଵରର ଦକ୍ଷିଣ ଦିଗରେ
(ଗ) ଭୁବନେଶ୍ଵରର ପଶ୍ଚିମ ଦିଗରେ
(ଘ) ଭୁବନେଶ୍ୱରର ଉତ୍ତର – ପଶ୍ଚିମ ଦିଗରେ
Answer:
(ଘ) ଭୁବନେଶ୍ୱରର ଉତ୍ତର – ପଶ୍ଚିମ ଦିଗରେ

Question ୬ ।
‘ସୁଷମା-ପିପାସା-ଭାବ-ଉନ୍ମାଦେ’ – ଏଠାରେ ‘ସୁଷମା-ପିପାସା’ର ଅର୍ଥ ନିମ୍ନୋକ୍ତ ମଧ୍ୟରୁ କେଉଁଟି ?
(କ) ସୌନ୍ଦର୍ଯ୍ୟ ଉପଭୋଗ କରିବାର ଇଚ୍ଛା
(ଗ) ଅବସର ସମୟ କଟାଇବାର ଇଚ୍ଛା
(ଖ) କବିତା ଲେଖୁବାର ଇଚ୍ଛା
(ଘ) ଗବେଷଣା କରିବାର ଇଚ୍ଛା
Answer:
(କ) ସୌନ୍ଦର୍ଯ୍ୟ ଉପଭୋଗ କରିବାର ଇଚ୍ଛା

Question ୭।
କାଳ ପ୍ରତିସ୍ରୋତରେ ଗତି କରିବାକୁ କବି କାହାର ଆଶ୍ରୟ ନେଇଛନ୍ତି ?
(କ) କଳ୍ପନାର ନେତ୍ର
(ଖ) କଜ୍ଜିନାର ପୋତ
(ଖ) ଜନସୃତି
(ଘ) ସନ୍ନ୍ୟାସାମାନଙ୍କର ସଂଗାତ
Answer:
(ଖ) କଜ୍ଜିନାର ପୋତ

Question ୮।
ଖଣ୍ଡଗିରି କାହାର କୀର୍ତ୍ତି ?
(କ) ଅଶୋକ
(ଖ) ଖାରବେଳ
(ଗ) ଅନଙ୍ଗଭୀମ ଦେବ
(ଘ) ନରସିଂହ ଦେବ
Answer:

Question ୯।
ଯାଇଅଛି ମିଶି କଳିଙ୍ଗ ଭୂତି – ଏହି କବିତାଂଶରେ ‘ଭୂତି’ର ଅର୍ଥ ହେଉଛି –
(କ) କୀର୍ତି
(ଖ) ଅନୁରାଗ ଶୂନ୍ଯ
(ଗ) ସମ୍ପଦ
(ଘ) ସ୍କୃତି
Answer:
(ଖ) ଅନୁରାଗ ଶୂନ୍ଯ

Question ୧୦ ।
କଳିଙ୍ଗର ଅତୀତ ଗୌରବର ମୂକସାକ୍ଷୀରୂପେ କିଏ
(କ) ହାତୀଗୁମ୍ଫା
(ଖ) ରାଜାରାଶା ଗୁମ୍ପା
(ଗ) ଖଣ୍ଡଗିରି ରାଣୀହଂସପୁର ଗୁମ୍ଫା
(ଘ) ବ୍ୟାଘ୍ର ଗୁମ୍ଫା
Answer:
(ଗ) ଖଣ୍ଡଗିରି ରାଣୀହଂସପୁର ଗୁମ୍ଫା

Question ୧୧ ।
ଖଣ୍ଡଗିରି କିପରି ଉତ୍କଳର ଗୌରବ ଗୀତ ଗାନକରୁଛି ?
(କ) ଗୁଣୁଗୁଣୁ ହୋଇ
(ଖ) ନିରବ ଗମ୍ଭୀରେ
(ଗ) ବିରକ୍ତି ଭାବରେ
(ଘ) ଉଚ୍ଚସ୍ୱରରେ
Answer:
(ଖ) ନିରବ ଗମ୍ଭୀରେ

BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

Question ୧୨ ।
ଖଣ୍ଡଗିରି କେଉଁ ଗୀତ ଗାଉଛି ବୋଲି କବି କହିଛନ୍ତି ?
(କ) ଗୌରବର
(ଖ) ଆନନ୍ଦର
(ଗ) ସାହସର
(ଘ) ବିଷାଦର
Answer:
(କ) ଗୌରବର

Question ୧୩ ।
ଖଣ୍ଡଗିରିରେ ଗଭୀର ରାତିରେ କାହାର ସଂଗୀତ ଶୁଣାଯାଏ ?
(କ) ଶ୍ରମଣ ସନ୍ନ୍ୟାସୀଙ୍କର
(ଖ) ହିଂସ୍ରଜନ୍ତୁଙ୍କର
(ଗ) ଅଶରାରାମାନଙ୍କର
(ଘ) ନର୍ତ୍ତକାମାନଙ୍କର
Answer:
(କ) ଶ୍ରମଣ ସନ୍ନ୍ୟାସୀଙ୍କର

Question ୧୪ ।
ଶ୍ରମଣ ସନ୍ନ୍ୟାସୀଗଣ ଖଣ୍ଡଗିରିରେ ବସି କେଉଁ ଧର୍ମ ପ୍ରଚାର କରୁଥିଲେ ?
(କ) ହିନ୍ଦୁ ଧର୍ମ
(ଖ) ଇସ୍‌ଲାମ୍ ଧର୍ମ
(ଗ) ଅହିଂସା ଧର୍ମ
(ଘ) ଖଷ୍ଟଧର୍ମ
Answer:
(ଗ) ଅହିଂସା ଧର୍ମ

BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

Question ୧୫ ।
ଖଣ୍ଡଗିରିକୁ ଦେଖ୍ କବି କ’ଣ ସ୍ମରଣ କରିଛନ୍ତି ?
(କ) ଖଣ୍ଡଗିରିର ବିନଷ୍ଟ ରୂପେ
(ଖ) ଖଣ୍ଡଗିରିର ଅତୀତ ଗୌରବ
(ଗ) ଗୁମ୍ଫାର କାରୁକାର୍ଯ୍ୟ
(ଘ) ପ୍ରକୃତିର ସୌନ୍ଦର୍ଯ୍ୟ
Answer:
(ଗ) ଗୁମ୍ଫାର କାରୁକାର୍ଯ୍ୟ

Question ୧୬ ।
ଖଣ୍ଡଗିରିର ପଥ ମଧ୍ଯରେ ବାଟୋଇମାନଙ୍କୁ ସାଧୁସନ୍ଥମାନେ କ’ଣ ସବୁ ଦେଖାଇଥାଆନ୍ତି ?
(କ) ଜୀର୍ଣ୍ଣ କଠଉ
(ଖ) ଭଗ୍ନ ମୂର୍ତ୍ତି
(ଗ) ଗୁମ୍ଫାର କାରୁକାର୍ଯ୍ୟ
(ଘ) ଖଣ୍ଡଗିରିର ବିନଷ୍ଟ ରୂପ
Answer:
(କ) ଜୀର୍ଣ୍ଣ କଠଉ

Question ୧୭ ।
କଳିଙ୍ଗ ଗୌରବରାଜି କେଉଁଠି ମିଶିଯାଇଛି ବୋଲି କବି କହିଛନ୍ତି ?
(କ) ସମୁଦ୍ରଗର୍ଭରେ
(ଗ) ଖଣ୍ଡଗିରିର ପଥର ଦେହରେ
(ଖ) ମହାକାଳ ବକ୍ଷରେ
(ଘ) ଉଦୟଗିରିର ପଥର ଦେହରେ
Answer:

Question ୧୮ ।
ଖଣ୍ଡଗିରିର ଶୋଭା ସଂଦର୍ଶନ କରି କବି କେଉଁଠାରେ ଚିନ୍ତା ନିମଗ୍ନ ହୋଇ ବସିପଡ଼ିଲେ ?
(କ) ଖଣ୍ଡଗିରି ଚୂଡ଼ାରେ
(ଖ) ଖଣ୍ଡଗିରି ପାଦଦେଶରେ
(ଗ) ରାଣୀହଂସପୁରରେ
(ଘ) ଉଦୟଗିରି ପାଦଦେଶରେ
Answer:
(ଖ) ଖଣ୍ଡଗିରି ପାଦଦେଶରେ

Question ୧୯ ।
କବି କାହା ସାହାଯ୍ୟରେ ଖଣ୍ଡଗିରିର ଅତୀତ ଉତ୍କଳର ଛବି ଅବଲୋକନ କରିଛନ୍ତି ?
(କ) କଳ୍ପନାର ଚକ୍ଷୁରେ
(ଖ) କଳ୍ପନାର ପୋତରେ
(ଗ) କାଳ ପ୍ରତିସ୍ପ୍ରେ।ତରେ
(ଘ) ସ୍ଵଚକ୍ଷ୍ମରେ
Answer:
(କ) କଳ୍ପନାର ଚକ୍ଷୁରେ

BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

Question ୨୦ ।
ଶ୍ରମଣ କାହାକୁ କହନ୍ତି ?
(କ) ପୁରୋହିତ
(ଖ) ଚୈନ ସନ୍ନ୍ୟାସୀ
(ଗ୍) ବୌଦ୍ଧ ସନ୍ନ୍ୟାସୀ
(ଘ) ଧର୍ମଯାଜକ
Answer:
(ଗ୍) ବୌଦ୍ଧ ସନ୍ନ୍ୟାସୀ

Question ୨୧ ।
କାହାର ପ୍ରଭାବରେ ଲୋକଙ୍କ ସ୍ମୃତିପଟରୁ ଅତୀତ କଳିଙ୍ଗର ବିଭବରାଜି ଲିଭିଯାଇଛି ?
(କ) ଜନାର ପ୍ରଭାବରେ
(ଖ) ବିଜ୍ଞାନର ପ୍ରଭାବରେ
(ଗ୍) ପାଣ୍ଠାତ୍ୟ ସଭ୍ୟତାର ପ୍ରଭାବରେ
(ଘ) କାଳର ପ୍ରଭାବରେ
Answer:
(ଘ) କାଳର ପ୍ରଭାବରେ

Question ୨୨ ।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ‘ସୁଖଦୁଃଖ’ ପରି ଯୁଗ୍ମଶବ୍ଦ ?
(କ) ଖଟମାଠ
(ଖ) ଟଙ୍କାଟୋକର
(ଗ) ପାପପୁଣ୍ୟ
(ଘ) ଧନମାନ
Answer:
(ଗ) ପାପପୁଣ୍ୟ

Question ୨୩ ।
ନିମ୍ନୋକ୍ତ ମଧ୍ୟରୁ କେଉଁ ପଶୁ ଶ୍ଵାପଦ ?
(କ) ଗାଈ
(ଖ) ଛେଳି
(ଗ) ମାଇଁଷି
(ଘ) ସିଂହ
Answer:
(ଘ) ସିଂହ

Question ୨୪ ।
ନିମ୍ନୋକ୍ତ କେଉଁଟି ଆକାଶର ଅର୍ଥକୁ ବୁଝାଉଛି ?
(କ) ନିଶିଥ
(ଖ) ନଭ
(ଗ) ଶୋକର
(ଘ) ଯାମ
Answer:
(ଖ) ନଭ

Question ୨୫ ।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଉନ୍ମାଦର ଅର୍ଥକୁ ବୁଝାଉନାହିଁ ?
(କ) ମତ୍ତ
(ଘ) କାଳର ପ୍ରଭାବରେ
(ଗ) ପାପପୁଣ୍ୟ
(ଘ) ସିଂହ
Answer:
(ଘ) ସିଂହ

BSE Odisha 7th Class Odia Solutions Chapter 3 ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି

Question ୨୬ ।
ଖଣ୍ଡଗିରି ପରିଦର୍ଶନରେ କବିଙ୍କର କେଉଁ କଳିଙ୍ଗ ନରପତିଙ୍କ ଗୌରବମୟ କାହାଣୀ ମନେପଡ଼ିଛି ?
(କ) ଅନଙ୍ଗଭୀମ ଦେବ
(ଖ) ଯଯାତିକେଶରୀ
(ଗ) ଖାରବେଳ
(ଘ) ପୁରୁଷୋତ୍ତମ ଦେବ
Answer:
(ଗ) ଖାରବେଳ

Question ୨୭ ।
ବାହ୍ୟ ବିଶ୍ଵରେ କ’ଣ ପ୍ରତିଫଳିତ ହୁଏ ବୋଲି କବିତାରେ କୁହାଯାଇଛି ?
(କ) ମଣିଷର ହୃଦୟ
(ଖ) ପ୍ରତିବିମ୍ବ
(ଗ) ଇନ୍ଦ୍ରଧନୁ
(ଘ) ପ୍ରାକୃତିକ ଦୃଶ୍ୟ
Answer:
(କ) ମଣିଷର ହୃଦୟ

Question ୨୮ ।
କେଉଁମାନଙ୍କ ସଙ୍ଗୀତ ଗଭୀର ନିଶୀଥରେ ଶୁଣାଯାଏ ବୋଲି କବି କହିଛନ୍ତି ?
(କ) ଶ୍ରମଣ ସାଧକ
(ଖ) ଅସାଧୁ ସାଧକ
(ଗ) ଇନ୍ଦ୍ରଧନୁ
(ଘ) ପ୍ରାକୃତିକ ଦୃଶ୍ୟ
Answer:
(ଗ) ଇନ୍ଦ୍ରଧନୁ

Question ୨୯ ।
ଖଣ୍ଡଗିରି ପାହାଡ଼ରେ କେତୋଟି ଗୁମ୍ଫା ରହିଛି ?
(କ) ୧୫
(ଖ) ୧୭
(ଗ) ୧୯
(ଘ) ୨୩
Answer:
(ଗ) ୧୯

କବି ପରିଚୟ :

ଗୋପବନ୍ଧୁ ଦାସ ନବ ଉତ୍କଳର ପ୍ରାଣ ପ୍ରତିଷ୍ଠାତା ଥିଲେ । କରିଥିଲେ । ସତ୍ୟବାଦୀଠାରେ ବକୁଳ ବନର ଛୁରୀଅନା କୁଞ୍ଜ ତଳେ ସେ ପ୍ରତିଷ୍ଠା କରିଥିଲେ ଏକ ବନବିଦ୍ୟାଳୟ । ସେବା, ସାହିତ୍ୟ ସୃଷ୍ଟି ଓ ଶିକ୍ଷା ବିସ୍ତାର ଥିଲା ତାଙ୍କ ଜୀବନର ଲକ୍ଷ୍ୟ । ଦେଶପ୍ରେମୀ, ସଂଗ୍ରାମୀ ମଣିଷ ତିଆରି କରିବା ସଙ୍ଗେ ସଙ୍ଗେ ସାହିତ୍ୟ ମାଧ୍ୟମରେ ଓଡ଼ିଶାର ସଂସ୍କୃତି ଓ ସମାଜକୁ ଉନ୍ନତ କରିବାକୁ ସେ ସାରାଜୀବନ ପ୍ରୟାସ କରିଥିଲେ । ପରେ ସ୍ଵାଧୀନତା ଆନ୍ଦୋଳନରେ ଭାଗ ନେଇ ସେ ଓଡ଼ିଶାର ସର୍ବମାନ୍ୟ ନେତାର ସମ୍ମାନ ଲାଭ କରିଥିଲେ । ତାଙ୍କରି ଆଦର୍ଶକୁ ଭିତ୍ତିକରି ଓଡ଼ିଆ ସାହିତ୍ୟର ଏହି ସମୟକୁ ସତ୍ୟବାଦୀ ଯୁଗ କୁହାଯାଏ । ତାଙ୍କର ପ୍ରତ୍ୟେକ ରଚନାରେ ଦେଶପ୍ରେମ ଓ ଅପୂର୍ବ ଓଡ଼ିଆପ୍ରୀତି ସ୍ପଷ୍ଟ ପ୍ରତିଫଳିତ ହୋଇଛି । ତାଙ୍କ ସାରସ୍ଵତ ସୃଷ୍ଟିଗୁଡ଼ିକ ମଧ୍ୟରେ ‘ଧର୍ମପଦ’, ‘କାରାକବିତା’, ‘ବନ୍ଦୀର ଆତ୍ମକଥା’, ‘ଅବକାଶ ଚିନ୍ତା’ ଇତ୍ୟାଦି ଅମ୍ଳାନ ଯଶ ଲାଭ କରିଛି । ଆଲୋଚ୍ୟ କବିତା ‘ଦେଖୁନାହିଁ କେତେ ଦିନୁ ଖଣ୍ଡଗିରି’ କବିତାରେ ଗୋପବନ୍ଧୁ ଖଣ୍ଡଗିରିର ଇତିହାସ ମାଧ୍ୟମରେ ଆମର ଅତୀତ ଗୌରବକୁ ସ୍ମରଣ କରିଛନ୍ତି । କବିଙ୍କର ପ୍ରକୃତି ପ୍ରୀତି ଓ ଜାତୀୟତା ଭାବ ନିମ୍ନ ପଂକ୍ତିଗୁଡ଼ିକରୁ ସହଜରେ ଅନୁମିତ ହୁଏ ।

“ଭକ୍ ଳ – ତନୟେ ଦିଅ ନବ ନଳ
ଭକ୍ ଳ – ପାଦପେ ରସମୟ ଫଳା

ଭକ୍ ଳ – କାନନେ ସ୍ଠର୍ଗାୟ ସୁମନ
ଭକ୍ ଳ – ସରିତେ ପବିତ୍ର ଜାବନା

ଭକ୍ ଳ – ଆକାଶେ ନବ ଯଶଃ ରବି
ଭକ୍ ଳ – ପ୍ରକୃତି ଧରୁ ନବ ଛବି।”

କବିତାର ପୃଷ୍ଠଭୂମି :

ପ୍ରାକୃତିକ ଶୋଭା ଦର୍ଶନ କରୁ କରୁ ଗୁମ୍ଫାର ପ୍ରସ୍ତର ଖଣ୍ଡ ଉପରେ ଖୋଦିତ ଚାରୁକଳା ଓ ଶିଳାଲିପି, ଉତ୍କଳର ଅତୀତ ଗୌରବକୁ ସ୍ମରଣ କରାଇ ଦେଇଥିଲା । କଳ୍ପନା ନେତ୍ରରେ ସେ ଉକଳର ମହାମହିମ ଐର ଖାରବେଳଙ୍କ କୀର୍ତ୍ତିରାଜି ଦର୍ଶନ କରିଥିଲେ । ପରବର୍ତୀ ସମୟରେ ସେ ତାଙ୍କ ଅତିକ୍ରାନ୍ତ ଯୌବନରେ ଯେତେବେଳେ ଖଣ୍ଡଗିରିକୁ ଆଉଥରେ ଦର୍ଶନ କଲେ ସେତେବେଳେ ଉତ୍କଳୀୟ ପୂର୍ବପୁରୁଷମାନଙ୍କ ଗୌରବ ଗାଥା ସ୍ମରଣ କରି ଏହି କବିତାଟି ରଚନା କରିଥିଲେ ।

କବିତାର ସାରକଥା :

ଐତିହ୍ୟ ବିମଣ୍ଡିତ ଓଡ଼ିଶାର ଅତୀତ ଥିଲା। ଗୌରବମୟ । ଓଡ଼ିଶାର ରାଜା, ମହାରାଜାମାନଙ୍କ ମହାନ୍ କୀର୍ତ୍ତିରାଜି ଏବେ ମଧ୍ୟ ପାହାଡ଼, ପର୍ବତର ଶିଳାଗାତ୍ରରେ, ମଠ, ମନ୍ଦିର ପୃଷ୍ଠଭାଗରେ ଲିପିବଦ୍ଧ ହୋଇ ରହିଛି । ଖଣ୍ଡଗିରି ପାହାଡ଼ର ଗୁମ୍ଫା ଓ ପ୍ରସ୍ତରଖଣ୍ଡ ଉପରେ ସମ୍ରାଟ ଖାରବେଳଙ୍କ ଗୌରବପୂର୍ଣ୍ଣ କୀର୍ତିସମୂହ ଖୋଦିତ ହୋଇ ଅଦ୍ୟାବଧୂ ପର୍ଯ୍ୟଟକମାନଙ୍କୁ ବିସ୍ମିତ କରୁଛି । ଯୌବନର ପ୍ରଥମ ସୋପାନରେ କବି ଖଣ୍ଡଗିରି ଦର୍ଶନ କରିବାର ସୁଯୋଗ ପାଇଥିଲେ । ସ୍ଵଭାବତଃ ସେ ଥିଲେ ସୌନ୍ଦର୍ଯ୍ୟ ପିପାସୁ । ଖଣ୍ଡଗିରି ପରିପାର୍ଶ୍ଵରେ ଥ‌ିବା ପ୍ରାକୃତିକ ଶୋଭା ଦର୍ଶନ କରି ସେ ବିମୁଗ୍ଧ ହୋଇଥିଲେ । ଭାବବିହ୍ଵଳ ହୋଇ ସେ କଳ୍ପନା କରିଥିଲେ ଅତୀତ ଉତ୍କଳର ସମ୍ରାଟ ମହାମେଘବାହନ ଐର ଖାରବେଳଙ୍କ ଐଶ୍ବର୍ଯ୍ୟପୂର୍ଣ୍ଣ କୀର୍ତ୍ତିରାଜିକୁ ।

କଳ୍ପନା -ନେତ୍ରରେ କବି ଦେଖୁଥିଲେ ସମ୍ରାଟଙ୍କ ବିଳାସପୂର୍ଣ୍ଣ ରାଜପ୍ରାସାଦ । ଶୁଣିପାରୁଥିଲେ ପ୍ରାସାଦ ପ୍ରାଙ୍ଗଣରୁ ବୀରବାଦ୍ୟର ଟମକ । ଦେଖିପାରୁଥିଲେ ପାଇକ ସୈନ୍ୟମାନଙ୍କ ସମରାଭ୍ୟାସ, ରଣସଜ୍ଜା ଓ ପାରିଷଦବର୍ଗଙ୍କ ସହ ଗୁପ୍ତମନ୍ତ୍ରଣା, ରାଜାଙ୍କ ସମ୍ମୁଖରେ ଗୁପ୍ତଚରର ରାଜ୍ୟ ସମାଚାର ଉପସ୍ଥାପନର ଦୃଶ୍ୟ । ଉତ୍କଳୀୟ କାରୁକଳା ଶିଳ୍ପୀମାନଙ୍କ ଶିଳାଖୋଦନର ଦୃଶ୍ୟ ଭାସିତ୍ତଠୁଥ୍ ଲା ତାଙ୍କ କଞ୍ଜନେତ୍ରରୋ ଗୁମ୍ଫା ଗହ୍ୱରମାନଙ୍କରେ ବୌଦ୍ଧ ସନ୍ନ୍ୟାସୀମାନଙ୍କ ଧର୍ମତତ୍ତ ଆଲୋଚନା, ଶ୍ରମଣମାନଙ୍କ ‘ଅହିଂସା ପରମ ଧର୍ମ’ର ବାଣୀ ପ୍ରତିଧ୍ଵନିତ ହେଉଥିଲା ଗୁମ୍ଫା ପରିସରରେ ।

ପରବର୍ତ୍ତୀ ସମୟରେ କାଳର କରାଳ ଗର୍ଭରେ ଲୁଚିଯିବାକୁ ବସିଲା ଉତ୍କଳର ସେହି ପ୍ରାଚୀନ କୀର୍ତ୍ତିରାଜି । ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଲା ଖଣ୍ଡଗିରି । କଳ୍ପନା ରାଜ୍ୟରୁ କବି ଯେତେବେଳେ ବାସ୍ତବ ଜଗତକୁ ଫେରିଛନ୍ତି ତାଙ୍କୁ ଲତାଗୁଳ୍ମଭରା ଖଣ୍ଡଗିରି ପରିସର ଦୁଃଖ ଦେଇଛି । ସତେ ଯେପରି ତାଙ୍କ ସମ୍ମୁଖରେ ବିନଷ୍ଟସର୍ବସ୍ବ ବୃଦ୍ଧ ଖଣ୍ଡଗିରି ଦଣ୍ଡାୟମାନ ସେହି ଗୌରବାବହ ଅତୀତର ମୂକସାକ୍ଷୀ ସାଜି ।

କବି ଅନୁଭବ କରିଛନ୍ତି ସତେ ଯେପରି କଳିଙ୍ଗ ସନ୍ତାନଠାରେ ତା’ର ଅତୀତ ଗୌରବ ବିସ୍ତ୍ରୁତ ହୋଇଛି । ମାତ୍ର ଖଣ୍ଡଗିରି ତା’ର ଭଗ୍ନକୋଳରେ ସେସବୁକୁ ସାଇତି ରଖ୍ ବାରମ୍ବାର ତାହା ସ୍ମରଣ କରାଇ ଚାଲିଛି । ଧ୍ୱସ୍ତ ବିଧ୍ବସ୍ତ ରାଣୀହଂସପୁର ସେହି ଐଶ୍ଵର୍ଯ୍ୟପୂର୍ଣ୍ଣ ରାଜପରିବାରର ସାକ୍ଷୀ ହୋଇ ପଡ଼ିରହିଛି । ପାହାଡ଼ର ପାଦଦେଶରୁ ଶିଖର ପର୍ଯ୍ୟନ୍ତ ଭଗ୍ନ ଗୁମ୍ଫା, ଭଗ୍ନ ଦେଉଳ ଓ ଶିଳା ଭଗ୍ନାଂଶ ସତେକି ବିଳାପ କରୁଛନ୍ତି । ତରୁ, ଲତା, ଗୁଳ୍ମଭରା ଆଚ୍ଛାଦିତ ପଥରାଜି ଆଜି ଦୁର୍ଗମ । ଏକଦା ଅତୀତର ସେହି ବିଳାସପୂର୍ଣ୍ଣ ରାଜପ୍ରାସାଦ ପ୍ରାଙ୍ଗଣ ଆଜି ହିଂସ୍ର ବନ୍ୟଜନ୍ତୁମାନଙ୍କ ଆଶ୍ରୟସ୍ଥଳୀ ।

ଖଣ୍ଡଖଶ୍ରଗିରିର ଗୁମ୍ଫାମାନଙ୍କରେ ବାସ କରୁଥ୍ ବା ସାଧୁ ସନ୍ନ୍ୟାସୀମାନେ ବହୁ ବିସ୍ତୟକର କାହାଶାମାନ ଶୁଣାଇଥାଆନ୍ତି। ସ୍ଵଅନୁଭୂତିରୁ ସେମାନେ ପାହାଡ଼ ଗୁମ୍ଫାରେ ଅଦ୍ୟାବଧୂ ତପସ୍ବୀମାନଙ୍କ ଅଶରୀରୀ ଆତ୍ମା ଚଳପ୍ରଚଳ ହେବା ଅନୁଭବ ଖଶ୍ରଗିରିର ଗୁମ୍ଫାମାନଙ୍କରେ ବାସ କରୁଥ୍ ବା ସାଧୁ ସନ୍ନ୍ୟାସୀମାନେ ବହୁ ବିସ୍ତୟକର କାହାଶାମାନ ଶୁଣାଇଥାଆନ୍ତି। କରିଛନ୍ତି । ବିଳମ୍ବିତ ରାତ୍ରିର ନିସ୍ତବ୍ଧ ପ୍ରହରରେ ସେମାନଙ୍କ କଣ୍ଠନିଃସୃତ ଗମ୍ଭୀର ଧ୍ଵନି ଶୁଣିବାକୁ ମିଳେ । କେହି କେହି ଏହାକୁ ସତ୍ୟ ମନେକରନ୍ତି ତ କେହି କେହି ଏହାକୁ ବିକୃତ ମାନସିକତା କହି ସଂଶୟ ପ୍ରକାଶ କରନ୍ତି । କାରଣ ମନୁଷ୍ୟ ମନର ନିଜସ୍ଵ ଚିନ୍ତାଧାରା ହିଁ ତା’ର ବିଶ୍ୱାସକୁ ପ୍ରଭାବିତ କରିଥାଏ ଏବଂ ବାହ୍ୟଜଗତର କାର୍ଯ୍ୟକଳାପରେ ତା’ର ପ୍ରତିଫଳନ ଦେଖାଦେଇଥାଏ । କବିତାଟିରେ କବି ଗୋପବନ୍ଧୁଙ୍କ ତୀବ୍ର ଜାତିପ୍ରୀତି ତଥା ସ୍ବଦେଶପ୍ରେମର ଝଲକ ଦେଖିବାକୁ ମିଳେ ।

କଠିନ ଶବ୍ଦାର୍ଥ :

  • ଖଣ୍ଡଗିରି – ଭୁବନେଶ୍ବରର ଉତ୍ତର – ପଶ୍ଚିମ ଦିଗରେ ଅବସ୍ଥିତ। ଏଠାରେ ପ୍ରାଚୀନ ଉକ୍କର ଉକ୍କର ରାଜା ମହାମେଘବାହନ ଐର ଖାରବେଳଙ୍କ ଅନେକ କାର୍ତ୍ତ ରହିଛିା ଏହା ନିକଟରେ ଉଦୟଗିରି ଅବସ୍ଥିତ।
  • ଜନସ୍ଥ ତିପଟୁ – ଲୋକଙ୍କ ମନରୁ ।
  • ବାରତା – ଖବର ।
  • ଅଙ୍କ – କୋଳରେ ।
  • ସୁଷମା – ସୌନ୍ଦର୍ଯ୍ୟ ।
  • ଶିରୀ – ଶୋଭା, ସୌନ୍ଦର୍ଯ୍ୟ ।
  • ଭରି – ପୂର୍ଣ୍ଣକରି ।
  • ପୋତ – ନୌକା / ବୋଇତ ।
  • ପ୍ରତିସ୍ରୋତେ – ସ୍ରୋତର ବିପରୀତ ଦିଗରେ ।
  • ବିଭବ – ସମ୍ପଦା
  • ଐର ଖାରବେଳ – ଉତ୍କଳର ନରପତି ଐର ବଂଶର ସମ୍ରାଟ ଖାରବେଳ ।
  • ନେତ୍ର – ଚକ୍ଷୁ, ଆଖ୍ ।
  • କାଳ – ସମୟ ।
  • ରାଜି – ସମୂହ ।
  • ଶ୍ରମଣ – ବୌଦ୍ଧ ଭିକ୍ଷୁ / ବୌଦ୍ଧ ସନ୍ୟାସୀ ।
  • ନିଘୋଷ – ଉତ୍କଟ ଶବ୍ଦରେ / ପ୍ରଚଣ୍ଡ ଧ୍ଵନି / ଖୁବ୍ ଜୋରରେ ଶବ୍ଦ ।
  • ନିରତେ – ସର୍ବଦା / ସବୁ ସମୟରେ ।
  • ପୁରତେ – ଆଗରେ ଜଳରେ ।
  • ନୀରେ – ପାଣିଫୋଟକା ।
  • ବୁଦ୍‌ବୁଦ – ଯେଉଁ ପଶୁମାନେ ମାଂସ ଭକ୍ଷଣ କରି ଜୀବନ ଯାପନ କରନ୍ତି */ ବ୍ୟାଘ୍ର, ସିଂହ ଆଦି ।
  • ସ୍ୱାପଦ – ଓଡ଼ିଶାର ପ୍ରାଚୀନ ନାମ ।
  • କଳିଙ୍ଗ – ସମ୍ପଦ / ଐଶ୍ୱର୍ଯ୍ୟ ।
  • ଭୂତି – ମହତ ଗୁଣାବଳୀ ।
  • ହିଆ – ହୃଦୟ, ପକ୍ଷସ୍ଥଳା
  • ନିଭୃତ – ଗୁପ୍ତା
  • ଅନ୍ୟାପି – ଆଜି ପର୍ପ୍ୟନ୍ତ।
  • ଶିଳାକାୟେ – ପଥର ଉପରେ।
  • କାୟା – ଶରାରା
  • ପ୍ରଥାକ – ବାଟୋଇ।
  • ସଂଶୟ – ସନ୍ଦେହା
  • ନଭେ – ଆକାଶରୋ
  • ଉନ୍ମାଦ – ମତ୍ତ / ଅତିଶୟ ଆବେଗ।
  • ପରାଭବ – କ୍ଷୟକାରା / ପରାଜୟ ।
  • ପିପାସା – ତୃଷା / ଶେଷ / ଲାଳସା ।
  • ବିରକ୍ତ – ଅସନ୍ତୁଷ୍ଟ / ଚିତିଯିବା ।
  • ନାରଖାର – ନଷ୍ଟବିନଷ୍ଟ
  • ସର୍ବସ୍ୱ – ଯାହାସବୁ ନିଜର

CHSE Odisha Class 12 Sociology Unit 3 Short Answer Questions in Odia Medium

Odisha State Board CHSE Odisha Class 12 Sociology Solutions Unit 3 ସାଂସ୍କୃତିକ ବିବିଧତାର ଆହ୍ଵାନ Short Answer Questions.

CHSE Odisha 12th Class Sociology Unit 3 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(କ) ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧ । ସାମ୍ପ୍ରଦାୟିକତାର ତିନିଟି ଲକ୍ଷଣ :
Answer:
‍(i) ସାଂପ୍ରଦାୟିକତାର ସଦା ସର୍ବଦା ଭିନ୍ନ ଭିନ୍ନ ସମୁଦାୟ ମଧ୍ଯରେ ଅବିଶ୍ବାସ, ହିଂସା ଓ ବିଭେଦର ବାତାବରଣ ଉଦ୍ରେକ କରିଥାଏ ।
(ii) ଏହା କୌଣସି ଧାର୍ମିକ ସମୁଦାୟର ସାର୍ଥକୁ ଜାତୀୟ ସାର୍ଥର ପରିପନ୍ଥୀଭାବରେ ଚିତ୍ରଣ କରିଥାଏ ।
(iii) ଏହା ମାନବବାଦ ଅର୍ଥାତ୍ ସ୍ନେହ, ପ୍ରେମ, ମୈତ୍ରୀ କରୁଣା, ଭ୍ରାତୃତ୍ଵଭାବର ପରିପନ୍ଥୀ ।

୨ । ସାମ୍ପ୍ରଦାୟିକତା ସୃଷ୍ଟିର ତିନିଟି କାରଣ :
Answer:
(i) ରାଜନୈତିକ ତୁଷ୍ଟୀକରଣ ଓ ସଂକୀର୍ଣ୍ଣ ରାଜନୀତି ଭାରତର ସାମ୍ପ୍ରଦାୟିକତାବାଦକୁ ପ୍ରୋତ୍ସାହିତ କରିଥାଏ ।
(ii) ସାମ୍ପ୍ରଦାୟିକ ମନୋଭାବ ତଥା ଦଙ୍ଗା ଘଟିବା ପଛରେ ବିଦେଶୀ ଶତ୍ରୁମାନଙ୍କର ଭୂମିକା ରହିଥାଏ ।
(iii) ଶିକ୍ଷାର ଅଭାବ ଓ ଆର୍ଥିକ ଅନଗ୍ରସରତା କିଛି ପରିମାଣରେ ସାମ୍ପ୍ରଦାୟିକତାର କାରଣ ହୋଇଥାଏ ।

୩ । ଆତଙ୍କବାଦ :
Answer:
ଯୋଜନାବଦ୍ଧ ଓ ସୁଚିନ୍ତିତ ଉପାୟରେ ହିଂସାକାଣ୍ଡକୁ ମାଧ୍ୟମରୂପେ ଗ୍ରହଣ କରି ଯେତେବେଳେ କୌଣସି ଏକ ସଙ୍ଗଠିତ ସମୂହ ଅଥବା ରାଜନୈତିକ ଦଳ ନିଜର ନିହିତ ସାର୍ଥସାଧନ କରିବାକୁ ପ୍ରଚେଷ୍ଟା କରିଥା’ନ୍ତି ତାହାକୁ ଆତଙ୍କବାଦ କୁହାଯାଏ । ଗଣହତ୍ୟା, ଗୃହଦାହ, ଅପହରଣ, ଗୁଳିକାଣ୍ଡ, ବିମାନ-ଅପହରଣ ଓ ଧ୍ବଂସ କରିବା, ବୋମାବର୍ଷଣଦ୍ବାରା ନିରୀହ ଜନତାଙ୍କ ମଧ୍ୟରେ ଉଭୟ ବାତାବରଣ ପ୍ରଭୃତି ସୃଷ୍ଟି କରିବାକୁ ଆତଙ୍କବାଦୀମାନେ ଅସ୍ତ୍ରରୂପେ ବ୍ୟବହାର କରନ୍ତି । ଆତଙ୍କବାଦ କେବଳ ଏକ ଜାତୀୟ ସମସ୍ୟା ନୁହେଁ ଏହା ଏକ ଆନ୍ତର୍ଜାତୀୟ ସମସ୍ୟା ।

୪ । ଆତଙ୍କବାଦର ଯେକୌଣସି ତିନିଟି ପ୍ରଭାବ :
Answer:
(i) ଆତଙ୍କବାଦ ଧନଜୀବନ ହାନି କରିଥାଏ ।
(ii) ଏହା ରାଷ୍ଟ୍ରର ଆର୍ଥିକ ବିକାଶକୁ ପ୍ରତିହତ କରେ ।
(iii) ଆତଙ୍କବାଦ ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଅବନତି ଘଟାଏ ।

CHSE Odisha Class 12 Sociology Unit 3 Short Answer Questions in Odia Medium

୫ । ଭାରତରେ ରହିଥ‌ିବା ଆତଙ୍କବାଦ :
Answer:
ଭାରତ ବହୁକାଳରୁ ଆତଙ୍କବାଦର ଶିକାର ହୋଇଛି । ନିମ୍ନରେ କେତେଗୁଡ଼ିଏ ଆତଙ୍କବାଦୀ କାର୍ଯ୍ୟକଳାପର ଉଦାହରଣ ଦିଆଗଲା ।
(i) କାଶ୍ମୀରରେ ଆତଙ୍କବାଦ
(ii) ପଞ୍ଜାବରେ ଆତଙ୍କବାଦ
(iii) ଆସାମ ଓ ଉତ୍ତର-ପୂର୍ବ ରାଜ୍ୟମାନଙ୍କରେ ଆତଙ୍କବାଦ
(iv) ମାଓ ଉଗ୍ରବାଦ ଓ ନକ୍ସଲପନ୍ଥୀ ଆତଙ୍କବାଦ

୬ । ଜାତିବାଦ :
Answer:
ଜାତିବାଦ କହିଲେ ନିଜ ଜାତିକୁ ଅତିଶୟ ଭଲପାଇବା ବା ଆନୁଗତ୍ୟ ପ୍ରକାଶ କରିବା ଏବଂ ଅନ୍ୟ ଜାତି ପ୍ରତି ହେୟ ମନୋଭାବକୁ ବୁଝାଏ । ଯେତେବେଳେ ଏକ ଜାତି ନିଜ ଜାତିର ସାର୍ଥ ଓ ଆଧୂପତ୍ୟ ବଜାୟ ରଖୁବା ନିମିତ୍ତ ଅନ୍ୟ ଜାତିର ସାର୍ଥ ଓ ଆଧ୍ୟତ୍ୟ ବିରୁଦ୍ଧରେ କାର୍ଯ୍ୟ କରିଥାଏ, ସେତେବେଳେ ଜାତିବାଦ ସୃଷ୍ଟି ହୋଇଥାଏ । ଅତ୍ୟଧିକ ଜାତିବାଦ ଭାବନା ଜାତିଭିତ୍ତିକ ସଂଘର୍ଷ ସୃଷ୍ଟିକରି ଜାତୀୟ ସଂହତିରେ ଅନ୍ତରାୟ ହୋଇଥାଏ ।

୭ । ଜାତିବାଦର ଯେକୌଣସି ତିନିଟି କାରଣ :
Answer:
(i) ଜାତି ପ୍ରତିଷ୍ଠା ପାଇଁ ପ୍ରତିଯୋଗିତା ।
(ii) ସରକାରୀ ସ୍ତରରେ ଜାତିଭିତିକ ସୁବିଧା ସୁଯୋଗ ।
(iii) ବିଭିନ୍ନ ରାଜନୈତିକ ଦଳମାନେ ରାଜନୀତିରେ ନିଜ ସ୍ଥିତି ପାଇଁ ଜାତିବାଦକୁ ଉତ୍ସାହିତ କରୁଛନ୍ତି ।

୮ । ଆଞ୍ଚଳିକବାଦ :
Answer:
ବ୍ୟକ୍ତି ନିଜେ ବାସ କରୁଥିବା ଅଞ୍ଚଳକୁ ଭଲ ପାଇବା ଓ ସେଥୁପ୍ରତି ଅନ୍ଧ ଆନୁଗତ୍ୟ ପ୍ରକାଶ କରିବାକୁ ଆଞ୍ଚଳିକବାଦ କୁହାଯାଏ । ଅନ୍ୟ ଅଞ୍ଚଳର ସାର୍ଥ ପ୍ରତି ଦୃଷ୍ଟି ନଦେଇ କେବଳ ନିଜ ଅଞ୍ଚଳରେ ସାର୍ଥ ସାଧନ ବା ଉନ୍ନତି କରିବା, ଶାସନ ଓ ପ୍ରଶାସନିକ ବ୍ୟବସ୍ଥାରେ ନିଜ ଅଞ୍ଚଳକୁ ଅଧିକ ସାୟତ୍ତ ଶାସନ ପ୍ରଦାନ କରିବା ଏବଂ ଅନ୍ୟ ଅଞ୍ଚଳରେ ଲୋକମାନଙ୍କୁ ନିଜ ଅଞ୍ଚଳରେ ବସବାସ କରିବାକୁ ଅନୁମତି ନଦେବା ଆଦି ଆଞ୍ଚଳିକବାଦକୁ ହିଁ ବୁଝାଇଥାଏ । ସଂକୀର୍ଣ୍ଣ ଆଞ୍ଚଳିକବାଦ ଜାତୀୟ ସଂହତିକୁ ପ୍ରତିହତ କରେ ।

୯ । ଆଞ୍ଚଳିକବାଦ ଦୂରୀକରଣ ପାଇଁ ଯେକୌଣସି ତିନିଟି ପଦକ୍ଷେପ :
Answer:
(i) ପରିବହନ ଓ ଯୋଗାଯୋଗ ସୁବିଧାର ବିକାଶ
(ii) ଆଞ୍ଚଳିକ ରାଜନୈତିକ ଦଳକୁ ବେଆଇନ ଘୋଷଣୀ
(iii) ଭାଷା ବିଦ୍ବେଷକୁ ଦୂର କରି ସମସ୍ତ ଭାଷା ପ୍ରତି ରାଷ୍ଟ୍ରବାସୀଙ୍କୁ ଆକର୍ଷିତ କରିବା

୧୦ । ଆଞ୍ଚଳିକବାଦର ଯେକୌସି ତିନିଟି ଲକ୍ଷଣ :
Answer:
(i) ଆଞ୍ଚଳିକବାଦ ରାଷ୍ଟ୍ରୀୟ ନିର୍ମାଣ କ୍ଷେତ୍ରରେ ଏକ ବିରାଟ ପ୍ରତିବନ୍ଧକ ଅଟେ ।
(ii) ଏହା ବ୍ୟକ୍ତି ଓ ରାଷ୍ଟ୍ରକୁ ଧ୍ବଂସାଭିମୁଖୀ କରିଥାଏ ।
(iii) ଅନ୍ୟ ଅଞ୍ଚଳର ସାର୍ଥ ପ୍ରତି ଦୃଷ୍ଟିନଦେଇ ନିଜ ଅଞ୍ଚଳରେ ଉନ୍ନତି ବିକାଶ କରିବାର ଲକ୍ଷ୍ୟ ବା ଉଦ୍ଦେଶ୍ୟ ।

୧୧ । ଜାତୀୟ ସଂହତି :
Answer:
ଜାତୀୟ ସଂହତି ରାଷ୍ଟ୍ରର ଏକତା ଓ ଅନଗ୍ରସରତା ପ୍ରତି ରହିଥ‌ିବା ଦୃଢ଼ ସାମାଜିକ ଓ ମନସ୍ତାତ୍ତ୍ଵିକ ଅବସ୍ଥାକୁ ବୁଝାଏ । ଯେତେବେଳେ ରାଷ୍ଟ୍ରର ଅଧ୍ବବାସୀ ନିଜ ଜାତି, ଧର୍ମ, ପ୍ରଜାତି, ଭାଷା ଓ ଆର୍ଥନୀତିକ ସଂକୀର୍ଣ୍ଣ ମନୋଭାବରୁ ଊର୍ଦ୍ଧ୍ବରେ ରହି ଦେଶର ନାଗରିକ ଭାବରେ ମୈତ୍ରୀ ଓ ଭ୍ରାତୃଭାବରେ ବାନ୍ଧିହୋଇ ରାଷ୍ଟ୍ରର ହିତ ପାଇଁ କାମ କରନ୍ତି, ତାହାକୁ ଜାତୀୟ ସଂହତି କୁହାଯାଏ । ଦେଶଭକ୍ତି, ଦେଶପ୍ରେମ ଓ ଦେଶ ପ୍ରତି ଆନୁଗତ୍ୟ ମାଧ୍ୟମରେ ଏହା ପ୍ରତିଷ୍ଠା ହୋଇଥାଏ ।

(ଖ) ପାର୍ଥକ୍ୟ ଦର୍ଶାଅ

୧ । ସାମ୍ପ୍ରଦାୟିକତା ଓ ଜାତିବାଦ
Answer:
ଯେତେବେଳେ କୌଣସି ଗୋଟିଏ ସମୁଦାୟର ସଦସ୍ୟମାନେ ଅନ୍ୟ ସମୁଦାୟର ସଦସ୍ୟମାନଙ୍କୁ ଘୃଣାଚକ୍ଷୁରେ ଦେଖନ୍ତି ଓ ପରସ୍ପର ମଧ୍ୟରେ ହିଂସା ଓ ଅସୂୟତାର ବାତାବରଣ ସୃଷ୍ଟି କରନ୍ତି, ଯାହାକି ବିଶେଷତଃ ଧାର୍ମିକ ବାରଣରୁ ସୃଷ୍ଟି ହୋଇଥାଏ, ତାହାକୁ ସାମ୍ପ୍ରଦାୟିକତା କୁହାଯାଏ । ଜାତିବାଦ କହିଲେ ନିଜ ଜାତିକୁ ଅତିଶୟ ଭଲ ପାଇବା ବା ଆନୁଗତ୍ୟ ପ୍ରକାଶ କରିବା ଏବଂ ଅନ୍ୟ ଜାତିକୁ ହେୟ ମନେକରିବାକୁ ବୁଝାଏ ।

୨ । ଆତଙ୍କବାଦ ଓ ଆଞ୍ଚଳିକବାଦ
Answer:
କୌଣସି ଏକ ଗୋଷ୍ଠୀ ବେଆଇନ ଭାବରେ ବଳ ପ୍ରୟୋଗ, ହିଂସା, ନରହତ୍ୟାକୁ ମାଧମରୂପେ ବ୍ୟବହାର କରି ନିଜର ସାର୍ଥ ହାସଲ କରିବାକୁ ଆତଙ୍କବାଦ କୁହାଯାଏ । ବ୍ୟକ୍ତି ନିଜେ ବାସ କରୁଥିବା ଅଞ୍ଚଳକୁ ଭଲ ପାଇବା ଓ ସେଥୁପ୍ରତି ଅନ୍ଧ ଆନୁଗତ୍ୟ ପ୍ରକାଶ କରିବାକୁ ଆଞ୍ଚଳିକବାଦ କୁହାଯାଏ ।

CHSE Odisha Class 12 Sociology Unit 3 Short Answer Questions in Odia Medium

(ଗ) ପାଞ୍ଚଟି | ଛଅଟି ବାକ୍ୟରେ ଉତ୍ତର ଦିଅ ।

୧ । ସାମ୍ପ୍ରଦାୟିକତାବାଦର କାରଣ :
Answer:
ସାମ୍ପ୍ରଦାୟିକତା ବୃଦ୍ଧି ପାଇଁ କେତେଗୁଡ଼ିଏ କାରଣ ଦାୟୀ ।
(i) ଭାରତରେ ସାମ୍ପ୍ରଦାୟିକତାବାଦ ପାଇଁ ମୁଖ୍ୟତଃ ରାଜନୈତିକ ଦଳଗୁଡ଼ିକ ଦାୟୀ ।
(ii) ଗଣମାଧ୍ୟମ ଓ ପାଠ୍ୟପୁସ୍ତକର ଅଭାବ ସତନ୍ତ୍ରଭାବରେ ସାକ୍ଷରତାର ଅଭାବ ।
(iii) ଆର୍ଥିକ ଅନଗ୍ରସରତା, ରାଜନୈତିକ ସୁବିଧାବାଦ ଓ ମୁଖ୍ୟସ୍ରୋତରୁ ଦୂରତ୍ବ ସାମ୍ପ୍ରଦାୟିକତା ସୃଷ୍ଟି କରିଥାଏ ।
(iv) ବିଦେଶୀ ଶକ୍ତିର ଭୂମିକା, ବିଭାଜନ, ଶାସନନୀତି ଓ ଧର୍ମାନ୍ତରୀକରଣ ଦାୟୀ ଅଟେ ।
(v) ଧର୍ମନିରପେକ୍ଷବାଦର ଅବକ୍ଷୟ ତଥା ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରତି ମନୋଭାବ ଏହି ସାମ୍ପ୍ରଦାୟିକତା ସୃଷ୍ଟି କରେ ।
(vi) ଧର୍ମ ନାମରେ ଦାନ ବା ସତନ୍ତ୍ର ସୁବିଧା ସାମ୍ପ୍ରଦାୟିକତା ସୃଷ୍ଟି କରେ ।

୨ । ସାମ୍ପ୍ରଦାୟିକତାବାଦର ନିରାକରଣ :
Answer:
(i) ସନ୍ତ୍ରାସବାଦର ବିଲୋପ ଓ ସ୍ୱତନ୍ତ୍ର ସୁରକ୍ଷାବାହିନୀର ନିୟୋଜନ ।
(ii) ଗଣମାଧ୍ୟମକୁ ନିରୀକ୍ଷଣ କରିବା ଏବଂ ଶାନ୍ତିକମିଟି ଗଠନ କରିବା ଓ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରି ଦେଶର ବିଧ୍ବସ୍ତ ସେନାମାନଙ୍କର ଥଇଥାନ ବ୍ୟବସ୍ଥା କରିବା ।
(iii) ସମାଜରୁ ସାମ୍ପ୍ରଦାୟିକ ବିଚାରଧାରାର ବିଲୋପ ଓ ଧର୍ମାନ୍ତରୀକରଣକୁ ବିରୋଧ ତଥା ଶିକ୍ଷାର ବିକାଶ କରିବା ।
(iv) ଆର୍ଥିକ ବିକାଶ ଓ କର୍ମସଂସ୍ଥାନର ସୁବିଧା କରିବା ।
(v) ଧର୍ମରୁ ରାଜନୀତିକୁ ଦୂରୀକରଣ କରିବା ।
(vi) ଗାନ୍ଧିବାଦର ପ୍ରସାର ଓ ସାମ୍ପ୍ରଦାୟିକ ସଦ୍‌ଭାବ ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ କରିବା ।

୩ । ଆତଙ୍କବାଦର ପ୍ରକୃତି :
Answer:
(i) ଆତଙ୍କବାଦ ଭୟ ପ୍ରଦର୍ଶନ ଓ ବଳପ୍ରୟୋଗକୁ ମାଧ୍ୟମ କରିଥାଏ ।
(i) ଉଗ୍ର ଭାବପ୍ରବଣତାର ବଶବର୍ତ୍ତୀ ହୋଇ ଉଦ୍‌ଭ୍ରାନ୍ତ ବ୍ୟକ୍ତିମାନେ ଆତଙ୍କବାଦୀ ଗୋଷ୍ଠୀର ସଦସ୍ୟ ହୋଇଥାନ୍ତି ।
(iii) ଏହା ଏକ ସଙ୍ଗଠିତ, ସୁଚିନ୍ତିତ ଓ ଯୋଜନାବଦ୍ଧ କାର୍ଯ୍ୟ ।
(iv) ଆତଙ୍କବାଦ ଫମ୍ପା ତଥା ମିଥ୍ୟା ଆଦର୍ଶବାଦ ଉପରେ ଆଧାରିତ ଯାହା କୌଣସି ବିଧ୍ବସମ୍ମତ ତଥା ତର୍କସମ୍ମତ ବିଚାରଧାରା ଉପରେ ଆଧାରିତ ହୋଇଥାଏ ।
(v) ଆତଙ୍କବାଦ ଏକ ଅଗଣତାନ୍ତ୍ରିକ ଓ ବେଆଇନ କାର୍ଯ୍ୟ ।
(vi) ହିଂସାକାଣ୍ଡ ଓ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ମାଧ୍ୟମରେ ଆତଙ୍କବାଦ ସାମାଜିକ, ରାଜନୈତିକ ଓ ମନୋବୈଜ୍ଞାନିକ ଚାପ ପ୍ରୟୋଗ କରି ଲକ୍ଷ୍ୟ ହାସଲ କରିବାକୁ ଉଦ୍ୟମ କରିଥାଏ ।

୪ । ଜାତିବାଦର ଲକ୍ଷଣ :
Answer:
(i) ଜାତିବାଦ କେତେକ ଗୋଷ୍ଠୀ ବା ଜାତୀୟ ଏକତ୍ରୀକରଣ ଅଟେ ।
(ii) ନିଜ ଜାତିର ସ୍ବାର୍ଥ ସାମର୍ଥ୍ୟକୁ ବଜାୟ ରଖୁବାପାଇଁ ଜାତିବାଦର ସୃଷ୍ଟି ।
(iii) ଜାତିବାଦ ବ୍ୟକ୍ତିକୁ ନିଜ ଜାତି ସାର୍ଥତ୍ୟାଗ କରିବା ନିମନ୍ତେ ଉତ୍ସାହିତ କରେ ।
(iv) ଅତ୍ୟଧକ ଜାତିବାଦଦ୍ୱାରା ଜାତି ଜାତି ମଧ୍ୟରେ ସଂଘର୍ଷର ସମ୍ଭାବନା ଥାଏ ।
(v) ଜାତିବାଦ ଜାତୀୟ ସଂହତି ପ୍ରତିଷ୍ଠା ପଥରେ ପ୍ରତିବନ୍ଧକ ସୃଷ୍ଟି କରେ ।

୫ । ଜାତିବାଦର କାରଣ :
Answer:
ଭାରତୀୟ ସମାଜରେ ଜାତି ପ୍ରତିଷ୍ଠା ପାଇଁ ପ୍ରତିଯୋଗିତା ଜାତିବାଦ ସୃଷ୍ଟି କରିଥିଲା । ଏହା ବିବାହ ଓ ସାମାଜିକ ମିଳାମିଶାରେ କଟକଣାରୁ ବୃଦ୍ଧିପାଏ । ସହରୀକରଣର ଦ୍ରୁତ ପ୍ରସାର ଜାତିବାଦର ସୃଷ୍ଟି ପାଇଁ କେତେକାଂଶରେ ଦାୟୀ । ବର୍ତ୍ତମାନର ରାଜନୈତିକ ଚିତ୍ରପଟ୍ଟରେ ଜାତିବାଦ ଏକ ମାଧ୍ୟମ ହୋଇଅଛି । ଜାତିଭିତ୍ତିକ ସୁବିଧାସୁଯୋଗ ଜାତିଆଣ ମନୋବୃତ୍ତିକୁ ସୁଦୃଢ଼ କରୁଛି । ସମାଜବିଜ୍ଞାନୀମାନେ ମତ ପୋଷଣ କରିଛନ୍ତି, ଜାତିଦ୍ଵାରା ଆବଦ୍ଧ ବ୍ୟକ୍ତିମାନେ କେବଳ ନିଜ ଜାତିର ସଦସ୍ୟମାନଙ୍କୁ ଅଗ୍ରାଧ‌ିକାର ଦେଇଥାନ୍ତି ।

CHSE Odisha Class 12 Sociology Unit 3 Short Answer Questions in Odia Medium

୬ । ଜାତିବାଦର ନିରାକରଣ :
Answer:
ଉନ୍ନତ ଓ ବୈଜ୍ଞାନିକ ଶିକ୍ଷା ମାଧ୍ୟମରେ ଜାତିବାଦରେ ବିଶ୍ବାସ କରୁଥିବା ବ୍ୟକ୍ତିମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ସମ୍ଭବ ହୋଇଥାଏ । ଆନ୍ତଃଜାତି ବିବାହର ପ୍ରଚଳନ ଜାତିବାଦର ବିଲୋପ ସାଧନ ନିମନ୍ତେ ବିଶେଷ ସହାୟକ ହୋଇଥାଏ । ଜାତିବାଦକୁ ଉତ୍ସାହିତ କରୁଥିବା ରାଜନୈତିକ ଦଳକୁ ବେଆଇନ ଘୋଷଣା କରାଯିବା ଉଚିତ । ସେଚ୍ଛାସେବୀ ସଙ୍ଗଠନ ପ୍ରତିଷ୍ଠା କରାଯାଇ ଜାତିବାଦର ଦୂରୀକରଣ କରାଯାଇପାରିବ ।

ଗଣମାଧ୍ୟମର ସୁବିନିଯୋଗ କରାଯାଇପାରିବ । ସରକାରୀ ସାହାଯ୍ୟଗୁଡ଼ିକ ଜାତିଭିତ୍ତିକ ଅନୁସାରେ ପ୍ରଦାନ କରାଯାଇଛି, ସେ ସମସ୍ତ ପାଇଁ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରତିଷ୍ଠା କରିବା ଯଥା ବ୍ୟକ୍ତିର ସାମାଜିକ, ଅର୍ଥନୈତିକ ଭିଭିକୁ ବିଚାରକୁ ନେଲେ ଉତ୍ତମ ।

୭ । ଆଞ୍ଚଳିକତାର କାରଣ :
Answer:
ଭୌଗୋଳିକ ପୃଥକୀକରଣ ବା ସୀମାନ୍ତବର୍ତ୍ତିତା, ଆଞ୍ଚଳିକତା ସୃଷ୍ଟି କରେ । କେତେକ ସମାଜବିଜ୍ଞାନୀ ମତ ପ୍ରଦାନ କରିଥାନ୍ତି ଯେ ଆଞ୍ଚଳିକତାବାଦର ସୃଷ୍ଟି ପାଇଁ କେତେକ ଐତିହାସିକ କାରଣ ମଧ୍ୟ ଦାୟୀ । ଆଞ୍ଚଳିକତାବାଦ ବୃଦ୍ଧି କ୍ଷେତ୍ରରେ ରାଜନୈତିକ ଓ ଅର୍ଥନୈତିକ କାରଣ ପୂର୍ଣ୍ଣମାତ୍ରାରେ ଦାୟୀ ରହିଛି ।

ଭାଷାଭିଭିକ ଆଞ୍ଚଳିକତା ସୃଷ୍ଟି, ଯୋଗାଯୋଗ ଓ ପରିବହନ ସୁବିଧାର ଅଭାବ ତଥା ବୈମାତୃକ ମନୋଭାବ ଆଞ୍ଚଳିକତାବାଦକୁ ଜନ୍ମ ଦେଇଥାଏ । ସାମାଜିକ ଓ ସାଂସ୍କୃତିକ କାରଣ ତଥା ବ୍ୟକ୍ତିର ସଂକୀର୍ଣ୍ଣ ମନୋଭାବ ଆଞ୍ଚଳିକତାବାଦକୁ ଉସ୍‌କାଇଥାଏ ।

୮ । ଆଞ୍ଚଳିକବାଦ ଦୂରୀକରଣ :
Answer:
ପରିବହନ ଓ ଯୋଗାଯୋଗର ଉନ୍ନତି ସାଧନଦ୍ୱାରା ସଂକୀର୍ଣ୍ଣ ଆଞ୍ଚଳିକବାଦ ଦୂର କରିହେବ । ରାଷ୍ଟ୍ରରେ ଆଞ୍ଚଳିକ ରାଜନୈତିକ ଦଳକୁ ବେଆଇନ ଘୋଷଣା କରିବା ଉଚିତ । ପ୍ରତ୍ୟେକ ଅଞ୍ଚଳକୁ ସରକାରୀ ସ୍ତରରେ ଅର୍ଥନୈତିକ ସୁବିଧା ସୁଯୋଗ ପ୍ରଦାନ କରାଗଲେ, ଅର୍ଥନୈତିକ ମନୋଭାବକୁ ନିୟନ୍ତ୍ରଣ କରିନେଇ ସତନ୍ତ୍ରଭାବରେ ଜନଜାତି ଅଧୁଷିତ ଅଞ୍ଚଳରେ ବିକାଶ କରାଗଲେ ଆଞ୍ଚଳିକ ବିଦ୍ବେଷକୁ ଦୂର କରାଯାଇପାରିବ । ଆଞ୍ଚଳିକ ଭାଷାଗୁଡ଼ିକ ସମଦୃଷ୍ଟିରେ ଗ୍ରହଣ କରାଗଲେ ଆଞ୍ଚଳିକତା ଦୂର ହେବ ।

CHSE Odisha Class 12 Sociology Unit 3 Objective Questions in Odia Medium

Odisha State Board CHSE Odisha Class 12 Sociology Solutions Unit 3 ସାଂସ୍କୃତିକ ବିବିଧତାର ଆହ୍ଵାନ Objective Questions.

CHSE Odisha 12th Class Sociology Unit 3 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(କ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ବିବିଧତା ମଧ୍ୟରେ ଚିରନ୍ତନ ଏକତାରେ ପରିପୁଷ୍ଟ ହୋଇଛି କେଉଁ ଦେଶ ?
(କ) ଭାରତ
(ଖ) ପାକିସ୍ତାନ
(ଗ) ଶ୍ରୀଲଙ୍କା
(ଘ) ବାଇଂଲାଦେଶ
Answer:
(କ) ଭାରତ

୨ । ଗୋଟିଏ ଦେଶର ସମସ୍ତ ମାନବ ସମୂହର ଏକ ସାଧାରଣ ପରିଚିତି ସହିତ ଆତ୍ମୀକରଣ ହେଉଛି ଜାତୀୟ ସଂହତି । ଏହା କିଏ କହିଥିଲେ ?
(କ) ବେନ୍‌ଜାମିନ୍
(ଖ) କାକା କାଲେଲ୍‌କର
(ଗ) ପ୍ରଫେସର ଘୁରେ
(ଘ) ଗାନ୍ଧୀ
Answer:
(କ) ବେନ୍‌ଜାମିନ୍

୩ । ନିଜ ଧର୍ମ ପ୍ରତି ଅନ୍ଧ ଆନୁଗତ୍ୟ ଓ ପରଧର୍ମ ପ୍ରତି ବିରୋଧ ବା ଶତୃଭାବକୁ କ’ଣ କୁହାଯାଏ ?
(କ) ସାମ୍ପ୍ରଦାୟିକତାବାଦ
(ଖ) ଭାଷାବାଦ
(ଗ) ଆଞ୍ଚଳିକତାବାଦ
(ଘ) ଜାତିବାଦ
Answer:
(କ) ସାମ୍ପ୍ରଦାୟିକତାବାଦ

CHSE Odisha Class 12 Sociology Unit 3 Objective Questions in Odia Medium

୪ । ଅନ୍ୟ ଧର୍ମର କ୍ଷତି ସାଧନ କରି ନିଜ ଧର୍ମର ପ୍ରତିଷ୍ଠାକୁ ବଜାୟ ରଖୁବା କାହାର ମୂଳ ଲକ୍ଷ୍ୟ ଅଟେ ?
(କ) ସାମ୍ପ୍ରଦାୟିକତାବାଦ
(ଖ) ଭାଷାବାଦ
(ଗ) ଆଞ୍ଚଳିକତାବାଦ
(ଘ) ଜାତିବାଦ
Answer:
(କ) ସାମ୍ପ୍ରଦାୟିକତାବାଦ

୫ । ନିଜ ମାତୃଭାଷା ପ୍ରତି ଆନୁଗତ୍ୟ ସହିତ ଅନ୍ୟ ଭାଷାର ବିରୁଦ୍ଧାଚରଣ କହିଲେ କ’ଣ ବୁଝାଏ ?
(କ) ସାମ୍ପ୍ରଦାୟିକତାବାଦ
(ଖ) ଭାଷାବାଦ
(ଗ) ଆଞ୍ଚଳିକତାବାଦ
(ଘ) ଜାତିବାଦ
Answer:
(ଖ) ଭାଷାବାଦ

୬ । ବେଡ଼ୋ ଆନ୍ଦୋଳନ, ଖଲିସ୍ଥାନ ଆନ୍ଦୋଳନ, ନାଗା ଆନ୍ଦୋଳନ ପ୍ରଭୃତି କେଉଁ ଆନ୍ଦୋଳନର ଉଦାହରଣ ଅଟେ ।
(କ) ଆଞ୍ଚଳିକତାବାଦ
(ଖ) ଭାଷାବାଦ
(ଗ) ସାମ୍ପ୍ରଦାୟିକତାବାଦ
(ଘ) ଜାତିବାଦ
Answer:
(କ) ଆଞ୍ଚଳିକତାବାଦ

୭ । ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକମାନେ ନିଜ ଅଞ୍ଚଳ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରି ଅନ୍ୟ ଅଞ୍ଚଳର ସ୍ୱାର୍ଥକୁ ଗୁରୁତ୍ଵ ନଦେବା ହେଉଛି କ’ଣ ?
(କ) ଆଞ୍ଚଳିକତାବାଦ
(ଖ) ଭାଷାବାଦ
(ଗ) ସାମ୍ପ୍ରଦାୟିକତାବାଦ
(ଘ) ଜାତିବାଦ
Answer:
(କ) ଆଞ୍ଚଳିକତାବାଦ

୮ । ‘‘ନ୍ୟାୟବୋଧ, ଔଚିତ୍ୟ, ସାମ୍ୟ ଓ ବିଶ୍ଵ ଭ୍ରାତୃଭାବ ଆଦି ସୁସ୍ଥ ସାମାଜିକ ମାନଦଣ୍ଡ ଗୁଡ଼ିକୁ ଉପେକ୍ଷା କରି ମାତ୍ରାଧ‌ିକ ଅନ୍ଧ ଓ ଦାୟିକ ଗୋଷ୍ଠୀ ଆନୁଗତ୍ୟ ହେଉଛି ଜାତିବାଦ ।’’ ଏହା କିଏ କହିଥିଲେ ?
(କ) କାକା କାଲେଲ୍‌କର
(ଖ) ଗାନ୍ଧୀ
(ଗ) ପ୍ରଫେସର ଘୁରେ
(ଘ) ନେହେରୁ
Answer:
(କ) କାକା କାଲେଲ୍‌କର

୯ । ଗୋଟିଏ ଜାତିର ସଦସ୍ୟ ଉଚିତ୍-ଅନୁଚିତ୍, ନ୍ୟାୟ-ଅନ୍ୟାୟ, ବିଚାର ବିହୀନ ହୋଇ ନିଜ ଜାତିର ପ୍ରଥା ଓ ପରମ୍ପରାକୁ ଅନ୍ୟ ଜାତିର ପ୍ରଥା ଓ ପରମ୍ପରାଠାରୁ ଉତ୍କୃଷ୍ଟ ବିଚାର କରିବା ସହିତ ନିଜ ଜାତି ପ୍ରତି ଅନ୍ଧ ଆନୁଗତ୍ୟ ଦେଖାଇବା ହେଉଛି କ’ଣ ?
(କ) ଜାତିବାଦ
(ଖ) ସାମ୍ପ୍ରଦାୟିକତାବାଦ
(ଗ) ଭାଷାବାଦ
(ଘ) ଆଞ୍ଚଳିକତାବାଦ
Answer:
(କ) ଜାତିବାଦ

୧୦ । କାହା ବିଚାରରେ ସିନେମା ମାଧ୍ଯମରେ ବିଭିନ୍ନ ଜାତିର ସଦସ୍ୟମାନଙ୍କର ରୁଚିରେ ପରିବର୍ତ୍ତନ ଦ୍ୱାରା ଜାତିବାଦକୁ ଦୂର କରାଯାଇପାରିବ ।
(କ) ଶ୍ରୀଯୁକ୍ତ ପ୍ରଭୁ
(ଖ) ଶ୍ରୀମତୀ କାର୍ଭେ
(ଗ) ପ୍ରଫେସର ରାଓ
(ଘ) ଗାନ୍ଧୀ
Answer:
(କ) ଶ୍ରୀଯୁକ୍ତ ପ୍ରଭୁ

CHSE Odisha Class 12 Sociology Unit 3 Objective Questions in Odia Medium

୧୧ । କେଉଁ ସମାଜବିଜ୍ଞାନୀଙ୍କ ମତରେ ‘‘ଜାତୀୟତା ଏକ ନିର୍ଦ୍ଦିଷ୍ଟ ରାଷ୍ଟ୍ରପତି ଥିବା ନିବିଡ଼ ଆତ୍ମୀୟତା ଓ ସମ୍ମାନବୋଧ ଓ ଭାବାବେଶକୁ ବୁଝାଏ’’ ।
(କ) ଷ୍ଟାଲିନ୍
(ଖ) ମ୍ୟାକ୍ସ ୱେବର
(ଗ) ପାର୍କ
(ଘ) ଜିମମ୍ୟାନ୍
Answer:
(ଘ) ଜିମମ୍ୟାନ୍

୧୨ । କାହା ମତରେ ‘ଇତିହାସର ସାମନ୍ତବାଦୀ କାଳରେ ଆର୍ଥନିତୀକ ସମୂହ ଗୁଡ଼ିକ ଓ ପ୍ରଜାତୀୟ ସମୂହମାନଙ୍କର ମିଶ୍ରଣ ଫଳରେ ଜାତୀୟତାର ଅଭ୍ୟୁଦୟ ହୋଇଥିଲା ।
(କ) ପାର୍କ
(ଖ) ୱେବର
(ଗ) ଷ୍ଟାଲିନ୍
(ଘ) ଆଇ.ପି. ଦେଶାଇ
Answer:
(ଗ) ଷ୍ଟାଲିନ୍

୧୩ । ସାଂପ୍ରଦାୟିକତାର ଏକ ଲକ୍ଷଣ କ’ଣ ?
(କ) ଅସହଯୋଗ
(ଖ) ସଂଘର୍ଷ
(ଗ) ଦୁଇ ସମୂହ ମଧ୍ଯରେ ଧର୍ମଗତ ପ୍ରଭେଦ
(ଘ) ଆତଙ୍କବାଦ
Answer:
(ଗ) ଦୁଇ ସମୂହ ମଧ୍ଯରେ ଧର୍ମଗତ ପ୍ରଭେଦ

୧୪ । ସାମ୍ପ୍ରଦାୟିକତାର ଏକ କାରଣ ଲେଖ ?
(କ) ଅନ୍ତଃବିବାହ
(ଖ) ଜାତୀୟ ପର୍ବ
(ଗ) ଧର୍ମନିରପେକ୍ଷ ମନୋଭାବର ଅବକ୍ଷୟ
(ଘ) ସୁସ୍ଥ ପରମ୍ପରା
Answer:
(ଗ) ଧର୍ମନିରପେକ୍ଷ ମନୋଭାବର ଅବକ୍ଷୟ

୧୫ । ସାମ୍ପ୍ରଦାୟିକତା ଦୂରୀକରଣ ପାଇଁ ଏକ ପଦକ୍ଷେପ ଲେଖ ?
(କ) ସୁସ୍ଥଜନମତ
(ଖ) ଆଞ୍ଚଳିକବାଦ
(ଗ) ପ୍ରତିବାଦ
(ଘ) କେହି ନୁହଁନ୍ତି
Answer:
(କ) ସୁସ୍ଥଜନମତ

୧୬ । କେଉଁ ମସିହାରେ ଭାରତ ସଂସଦଭବନ ଉପରେ ଆତଙ୍କବାଦର ଆକ୍ରମଣ ହୋଇଥିଲା
(କ) 1995
(ଖ) 2005
(ଗ) 1999
(ଘ) 2001
Answer:
(ଘ) 2001

୧୭ । ‘କେଉଁ ସମାଜବିଜ୍ଞାନୀଙ୍କ ମତରେ ‘ରାଜନୈତିକ ସାର୍ଥ ହାସଲ କରିବା ପାଇଁ କୌଣସି ଏକ ସମୁଦାୟ ଅଥବା ‘ଏହାର ଏକ ବୃହତ୍ତ ଅଂଶକୁ ହିଂସାତ୍ମକ କାର୍ଯ୍ୟକାଳାପ ମାଧ୍ୟମରେ ଭୟ ସୃଷ୍ଟିକରିବାକୁ ଆତଙ୍କବାଦ କୁହାଯାଏ’’ ।
(କ) ରାମ ଆହୁଜା
(ଖ) ମ୍ୟାକ୍ସ ୱେବର
(ଗ) ଇମାଇଲ୍ ଦୂର୍ଖାଇମ
(ଘ) ଋଷୋ
Answer:
(କ) ରାମ ଆହୁଜା

CHSE Odisha Class 12 Sociology Unit 3 Objective Questions in Odia Medium

୧୮ । ସମାଜ ଉପରେ ଆତଙ୍କବାଦର ଏକ ପ୍ରଭାବକୁ ଲେଖ –
(କ) ସଂହତିରକ୍ଷା
(ଖ) ଭୟର ବାତାବରଣ ସୃଷ୍ଟି
(ଗ) ନିରକ୍ଷରତା
(ଘ) ସଦ୍ଭାବନା
Answer:
(ଖ) ଭୟର ବାତାବରଣ ସୃଷ୍ଟି

୧୯ । ବେଆଇନ ଭାବରେ ବଳପ୍ରୟୋଗ, ହିଂସା, ନରହତ୍ୟାକୁ ମାଧ୍ୟମ ରୂପେ ବ୍ୟବହାର କରି ନିଜର ପ୍ରାର୍ଥ ହାସଲ କରିବାକୁ କ’ଣ କୁହାଯାଏ ?
(କ) ସମାଜବାଦ
(ଖ) ଆଞ୍ଚଳିକବାଦ
(ଗ) ଜାତିବାଦ
(ଘ) ଆତାଙ୍କବାଦ
Answer:
(ଘ) ଆତାଙ୍କବାଦ

୨୦ । ଜାତୀୟ ସଂହତିର ମୁଖ୍ୟ ସମସ୍ୟାକୁ ଚିହ୍ନଟ କର –
(କ) ଆର୍ଥିକ ଦୁର୍ଗତି
(ଖ) ଆଞ୍ଚଳିକବାଦ
(ଗ) ବେକାରା
(ଘ) ଦୁର୍ନୀତି
Answer:
(ଖ) ଆଞ୍ଚଳିକବାଦ

୨୧ । ଜାତିବାଦ ହେଉଛି ମାତ୍ରାଧ‌ିକ ଅନ୍ଧ ଓ ଦାୟିକ ଗୋଷ୍ଠୀ ଆନୁଗତ୍ୟ ଯାହାକି ନ୍ୟାୟବୋଧ, ଔଚିତ୍ୟ, ସାମ୍ୟ, ବିଶ୍ବଭାତୃତ୍ବବାଦ ଆଦି ସୁସୁ ସାମାଜିକ ମାନଦଣ୍ଡଗୁଡ଼ିକୁ ଉପେକ୍ଷା କରିଥାଏ, ଏହା କିଏ କହିଥିଲେ ?
(କ) କମ୍‌
ଖ) ମ୍ୟାକ୍ସୱେବର
(ଗ) ଜାଜା ଜାଲେଇକର
(ଘ) ସେନସର
Answer:
(ଗ) କାକା କାଲେଲ୍‌କର

୨୨ । ଜାତିବାଦର ଏକ କାରଣ ହେଉଛି –
(କ) ସମୁଦାୟ ଗଠନ
(ଖ) ଦଳ
(ଗ) ନିର୍ବାଚନ
(ଘ) ଏହାମଧ୍ୟରୁ କେହି ନୁହଁନ୍ତି
Answer:
(ଗ) ନିର୍ବାଚନ

୨୩ । ଜାତିଶବ୍ଦଟି କେଉଁ ପର୍ତ୍ତୁଗୀଜ୍ ଶବ୍ଦରୁ ଆନୀତ
(କ) ଜନ୍
(ଖ) କାଷ୍ଟା
(ଗ) କାଷ୍ଟ
(ଘ) କାଟ୍
Answer:
(ଖ) କାଷ୍ଟା

୨୪ । ଜାତିବାଦର ନିରାକରଣ ନିମନ୍ତେ ଏକ ପଦକ୍ଷେପକୁ ଦର୍ଶାଅ –
(କ) ଆନ୍ତଃଜାତି ବିବାହ
(ଖ) ହିନ୍ଦୁଧର୍ମ
(ଗ) ସହରୀକରଣ
(ଘ) ପସନ୍ଦାତ୍ମକ ବିବାହ
Answer:
(କ) ଆନ୍ତଃଜାତି ବିବାହ

୨୫ । ନିଜ ଅର୍ଥନୀତିକୁ ଭଲପାଇବା ହେଉଛି ଆନୁଗତ୍ୟ ପ୍ରଦର୍ଶନ କରିବାକୁ କ’ଣ କୁହାଯାଏ ?
(କ) ଭାଷାବାଦ
(ଖ) ଧର୍ମ
(ଗ) ଆଞ୍ଚଳିକତାବାଦ
(ଘ) ଜାତିବାଦ
Answer:
(ଗ) ଆଞ୍ଚଳିକତାବାଦ

୨୬ । କେଉଁ ଅର୍ଥରେ ଅନ୍ୟ ଅଞ୍ଚଳର ସ୍ବାର୍ଥ ତଥା ଜାତୀୟ ସାର୍ଥପ୍ରତି ଦୃଷ୍ଟିନ ହୋଇ କେବଳ ନିଜ ଅଞ୍ଚଳର ଉନ୍ନତି ସୁଯୋଗ ଏବଂ ସାର୍ଥପ୍ରତି ଦୃଷ୍ଟିଦେବାକୁ ଆଞ୍ଚଳିକବାଦ କୁହାଯାଏ ।
(କ) ସଂକୀର୍ଣ୍ଣ ସାର୍ଥ
(ଖ) ବ୍ୟାପକ ଅର୍ଥ
(ଗ) ବିସ୍ତ୍ରୁତ ଅର୍ଥ
(ଘ) ରାଜନୈତି ଅର୍ଥ
Answer:
(କ) ସଂକୀର୍ଣ୍ଣ ସାର୍ଥ

୨୭ । ଆଞ୍ଚଳିକବାଦର ଏକ କାରଣ ହେଲା –
(କ) ନାରାଶିକ୍ଷା
(ଖ) ଆଧୁନିକ ଶିକ୍ଷା
(ଗ) ଭୌଗୋଳିକ କାରଣ
(ଘ) ଅର୍ଥନୈତିକ ବିକାଶ
Answer:
(ଗ) ଭୌଗୋଳିକ କାରଣ

CHSE Odisha Class 12 Sociology Unit 3 Objective Questions in Odia Medium

୨୮ । ଆଞ୍ଚଳିକବାଦର ଦୂରୀକରଣ ନିମନ୍ତେ ଏକ ପଦକ୍ଷେପ –
(କ) ସଂଘର୍ଷ
(ଖ) ପ୍ରତିଯୋଗିତା
(ଗ) ପ୍ରସାଶନର ସହାୟତା
(ଘ) ଜାତୀୟମନୋଭାବର ସୃଷ୍ଟି
Answer:
(ଘ) ଜାତୀୟମନୋଭାବର ସୃଷ୍ଟି

୨୯ । ଆଞ୍ଚଳିକବାଦର କୁପରିଣାମ ହେଉଛି ।
(କ) ରାଜ୍ୟ ସତନ୍ତ୍ରତା
(ଖ) ଭାଷାଗତ ଆଞ୍ଚଳିକ
(ଗ) ମାଟିର ସନ୍ତାନନୀତି
(ଘ) ବିଚ୍ଛିନ୍ନତା ବାଦ
Answer:
(ଘ) ବିଚ୍ଛିନ୍ନତା ବାଦ

୩୦ । ଜାତୀୟତାବାଦ (Nationalism) ରେ ଜାତୀୟ ବା Nation ଶବ୍ଦଟି କେଉଁ ମୂଳଶବ୍ଦରୁ ଅନୀତ ।
(କ) ଲାଟିନ୍ ଶବ୍ଦ Natio
(ଖ) ଇଂରାଜୀଶବ୍ଦ National
(ଗ) Nationalism
(ଘ) କେହି ନୁହଁନ୍ତି
Answer:
(କ) ଲାଟିନ୍ ଶବ୍ଦ ‘Natio’

(ଖ) ଶୂନ୍ୟସ୍ଥାନ ପୂରଣ କର ।

୧ । __________ ସାମ୍ପ୍ରଦାୟିକବାଦର ଦୂରୀକରଣପାଇଁ ଏକ କାରକ ଅଟେ ।
Answer:
ସତନ୍ତ୍ର ଅଦାଲତ ପ୍ରତିଷ୍ଠା

୨ । __________ ସାମ୍ପ୍ରଦାୟିକତାର ଏକ କାରଣ ଅଟେ ।
Answer:
ଆର୍ଥିକ ଅନଗ୍ରସରତା

୩ । __________ ସାମ୍ପ୍ରଦାୟିକତାର ଏକ ଲକ୍ଷଣ ଅଟେ ।
Answer:
ଜାତୀୟ ସାର୍ଥକୁ ଉପେକ୍ଷାକରି ସାମ୍ପ୍ରଦାୟିକ ସାର୍ଥକୁ ଗୁରୁତ୍ବଦେବା ।

୪ । ଙ୍କ ମତରେ ସାମ୍ପ୍ରଦାୟିକତା ଏକ ରାଜନୈତିକବାଦ ଯାହା ଉଭୟ ଧାର୍ମିକ ଓ ସାଂସ୍କୃତିକ ପାର୍ଥକ୍ୟମାନଙ୍କୁ ନେଇ ରାଜନୈତିକ ଲକ୍ଷ୍ୟ ହାସଲ କରାଯାଏ ।
Answer:
ପ୍ରଭା ଦୀକ୍ଷିତ

୫ । __________ ସାମ୍ପ୍ରଦାୟିକବାଦର ଦୂରୀକରଣ ପାଇଁ ଏକ ପଦକ୍ଷେପ ଅଟେ ।
Answer:
ସତନ୍ତ୍ର ଅଦାଲତ ପ୍ରତିଷ୍ଠା |

୬ । ସାମ୍ପ୍ରଦାୟିକବାଦର ଏକ କାରଣ ଅଟେ ।
Answer:
ଆର୍ଥିକ ଅନଗ୍ରସରତା

୭ । ଜାତି ଶବ୍ଦଟି ପର୍ତ୍ତୁଗୀଜ ଶବ୍ଦ __________ ରୁ ଆନୀତ ।
Answer:
କାଷ୍ଟ

୮ । Casta (କଷ୍ଟା)ର ଅର୍ଥ __________ ।
Answer:
ପ୍ରଜାତି, ବଂଶ ଓ କୁଳ

CHSE Odisha Class 12 Sociology Unit 3 Objective Questions in Odia Medium

୯ । ସମାଜତତ୍ତ୍ୱବିଦମାନଙ୍କ ମତରେ ଜାତି ହେଉଛି __________ ।
Answer:
ବୃତ୍ତି ଭିତ୍ତିକ

୧୦ । ଜାତିର ଏକ ଲକ୍ଷଣ __________ ।
Answer:
ବୈବାହିକ କଟକଣା ବା ଅନ୍ତର୍ବିବାହ

୧୧ । ଗୀତା ଅନୁସାରେ ଚାରିଜାତି ହେଉଛି ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ __________ ।
Answer:
ଣୂଦ୍ର

୧୨ । __________ ଙ୍କ ମତରେ ‘ଜାତି ଜାତୀୟ ରାଜନୀତିକୁ ଭାଗ ଭାଗ କରି ଦେଇଛି ଏବଂ ଜାତିଗତ ରାଜନୀତି ଜାତୀୟ ଦଳ ଗଠନ କରିଅଛି ।’’
Answer:
ଏମ. ଏନ୍. ଶ୍ରୀନିବାସ ।

୧୩ । __________ ଜାତି ଓ ରାଜନୀତି ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ତିନିଟିଦିଗରୁ ସୃଷ୍ଟି କରିଛନ୍ତି ।
Answer:
ରଜନୀକୋଠରୀ

୧୪ । ଜାତିବାଦର ଏକ କାରଣ ହେଲା __________ ।
Answer:
ଜାତିର ଗୌରବ ଓ ପ୍ରତିଷ୍ଠା ପାଇଁ ପ୍ରତିଯୋଗୀତା ।

୧୫ । ଆକ୍ଷରିକ ଅର୍ଥରେ __________ କହିଲେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଅଧ୍ବବାସୀଙ୍କର ସେହି ଅଞ୍ଚଳ ପ୍ରତି ଥିବା ପ୍ରୀତି ଓ ମମତାକୁ ବୁଝାଇଥାଏ ।
Answer:
ଆଞ୍ଚଳିକବାଦ

୧୬ । __________ ଆଞ୍ଚଳିକବାଦସୃଷ୍ଟିର ଏକ କାରଣ ଅଟେ ।
Answer:
ବିଚ୍ଛିନ୍ନତା

୧୭ । __________ ଭାରତରେ ଆର୍ଥନିକତା ସୃଷ୍ଟି କରିବାରେ ସାହାଯ୍ୟ କର ।
Answer:
ଭାଷା ବିଦ୍ବେଷ

୧୮ । __________ ମସିହାହରେ ଭାଷାଭିଭିକ ରାଜ୍ୟ ପୁନର୍ଗଠନ ହୋଇଥିଲା ।
Answer:
୧୯୫୬

୧୯ । ମହାରାଷ୍ଟ୍ରର __________ ରାଜନୈତିକ ଦଳ ରୂପେ ପ୍ରଭାବଶାଳୀ ଅଟେ ।
Answer:
ଶିବସେନା ।

୨୦ । ଆନ୍ଧ୍ରର __________ ରାଜନୈତିକ ଦଳରୂପେ ଭୂମିକା ଗ୍ରହଣ କରିଛି ।
Answer:
ତେଲେଙ୍ଗାନା ପ୍ରଜା ସମିତି ।

୨୧ । ବିଜେଡି ଏକ __________ ରାଜନୈତିକ ଦଳ ।
Answer:
ଆଞ୍ଚଳିକ

୨୨ । ମସିହାରେ ଅରୁଣାଚଳକୁ ଏକ ସତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରଋଲା ।
Answer:
୧୯୮୬

CHSE Odisha Class 12 Sociology Unit 3 Objective Questions in Odia Medium

୨୩ । ଜାତୀୟ ସଂହତି ଏକ __________ ପ୍ରକ୍ରିୟା ।
Answer:
ସାମାଜିକ, ମନୋବୈଜ୍ଞାନିକ ।

୨୪ । ଜାତୀୟ ସଂହତି ପ୍ରକ୍ରିୟା __________ ଅଟେ ।
Answer:
ବହୁମୁଖୀ

୨୫ । ଭରତବର୍ଷ ଏକ __________ ଧର୍ମର ପୀଠସ୍ଥକୀ ।
Answer:
ବହୁ

୨୬ । ସାମ୍ପ୍ରଦାୟିକତା ହେଉଛି ଏକ __________ ଘଟଣା ।
Answer:
ସାମାଜିକ

୨୭ । ସାମ୍ପ୍ରଦାୟିକତା ଏକ __________ ବାଦ ଅଟେ ।
Answer:
ବିଚ୍ଛିନ୍ନତା

୨୮ । ସାମ୍ପ୍ରଦାୟିକତା କହିଲେ ନିଜ ଧର୍ମ ପ୍ରତି __________ ଓ ପର ଧର୍ମ ପ୍ରତି __________ ଓ ଶତ୍ରୁତାଭାବକୁ ବୁଝାଇଥାଏ ।
Answer:
ଆନୁଗତ୍ୟ, ବିରୋଧ

୨୯ । ଅନ୍ୟ ଧର୍ମର __ ସାଧନ କରି ନିଜ ଧର୍ମର __________ କରିବା ସାମ୍ପ୍ରଦାୟିକତାବାଦର ମୂଳମନ୍ତ୍ର ।
Answer:
କ୍ଷତି, ପ୍ରତିଷ୍ଠା

୩୦ । ଜାତିବାଦ ଜାତୀୟ ସଂହତି ପ୍ରତିଷ୍ଠା କ୍ଷେତ୍ରରେ ଅନ୍ୟ ଏକ __________ ପ୍ରତିବନ୍ଧକ ।
Answer:
ଗୁରୁତ୍ଵପୂର୍ଣ୍ଣ

୩୧ । ଯେତେବେଳେ ଜଣେ ବ୍ୟକ୍ତି ନିଜ ଜାତି ସପକ୍ଷରେ __________ ବିମର୍ଶହୀନ ଆନୁଗତ୍ୟ ଓ ଅନ୍ୟ ଜାତି ପ୍ରତି __________ ଓ ଶତ୍ରୁତା ଭାବ ଦେଖାଏ, ଯେତେବେଳେ ସାମ୍ପ୍ରଦାୟିକ ମନୋଭାବ ସୃଷ୍ଟି ହୁଏ ।
Answer:
ବିଚାର , ବିରୋଧ

୩୨ । ଜାତି-ଜାତି ମଧ୍ୟରେ ବା ସ୍ଵଜାତିରେ ହେଉଥ‌ିବା ବିବାହକୁ __________ ବିବାହ କହନ୍ତି ।
Answer:
ସମଜାତି

୩୩ । ଜାତିବାଦର ବିରୋଧ ପାଇଁ ଅନ୍ୟ ଏକ ଅମୋଘ ଅସ୍ତ୍ର ହେଉଛି __________ ।
Answer:
ଆନ୍ତଃଜାତି ବିବାହ

୩୪ । __________, __________ ଓ __________ ପ୍ରଭୃତି ସଂକୀର୍ଣ୍ଣତା ଯୋଗୁଁ ଜାତିବାଦ ପ୍ରସାରଲାଭ କରେ ।
Answer:
ଅଜ୍ଞତା, ଅନ୍ଧବିଶ୍ବାସ, ଧର୍ମାନ୍ଧତା

୩୫ । ଆଞ୍ଚଳିକତାବାଦ ଜାତୀୟ ସଂହତିର __________ କରେ ନାହିଁ ।
Answer:
ବିରୋଧାଚରଣ

୩୬ । ଆଞ୍ଚଳିକତାବାଦର ସଂକୀର୍ଣ୍ଣ ଅର୍ଥଟି __________ ।
Answer:
ଅତି ବିପଜ୍ଜନକ

୩୭ । ଆଞ୍ଚଳିକତାବାଦ ରାଷ୍ଟ୍ରୀୟ ନିର୍ମାଣ କ୍ଷେତ୍ରରେ ଏକ ବିରାଟ __________ ରୂପେ ଛିଡ଼ା ହୋଇଥାଏ ।
Answer:
ତିବନ୍ଧକ

୩୮ । ଭୂମି-ପୁତ୍ର ତତ୍ତ୍ୱ __________ ର ଅନ୍ୟ ଏକ ପରିପ୍ରକାଶ ।
Answer:
ଆଞ୍ଚଳିକତାବାଦ

୩୯ । ରାଜ୍ୟ-ରାଜ୍ୟ ମଧ୍ୟରେ ସୀମାକୁ ନେଇ ଉପୁଜୁଥ‌ିବା ମନୋମାଳିନ୍ୟ __________ ର ଆଉ ଏକ ରୂପ ।
Answer:
ଆଞ୍ଚଳିକତାବାଦ

CHSE Odisha Class 12 Sociology Unit 3 Objective Questions in Odia Medium

୪୦ । ଆଜିକାଲି ଆଞ୍ଚଳିକତାବାଦର ମୁଖ୍ୟ କାରଣଟି __________ ଅଟେ ।
Answer:
ରାଜନୈତିକ

୪୧ । ବିବିଧତା ମଧ୍ୟରେ ଏକତା ପ୍ରତିଷ୍ଠା କରିବାର ନାମ ହେଉଛି __________ ।
Answer:
ଜାତୀୟ ସଂହତି

୪୧ । __________ ଜାତୀୟ ଜୀବନରେ ସ୍ଥିରତା ଓ ସ୍ଥାୟିତ୍ଵ ଆଣି ଦେଇଥାଏ ।
Answer:
ଜାତୀୟ ସଂହତି

୪୩ । ଆଜିକାଲି ସାମ୍ପ୍ରଦାୟିକତା, ସନ୍ତ୍ରାସବାଦ, ଜାତିବାଦ ଓ ଆଞ୍ଚଳିକତାବାଦ ପ୍ରଭୃତି ବିଚ୍ଛିନ୍ନ ଜାତିବାଦୀ ଶକ୍ତିର ଅଭ୍ୟୁଦୟ ହେବା ଫଳରେ __________ ପ୍ରତି ଘୋର ବିପଦ ଦେଖାଦେଇଛି ।
Answer:
ଜାତୀୟ ସଂହତି

୪୪ । ଜାତୀୟ ସଂହତି ଏକ __________ ଧାରଣା ।
Answer:
ଭାଗବତ

୪୫ । ବାହାରୁ ଦେଖ‌ିଲେ ଜଣାପଡ଼େ ଭାରତୀୟ ସମାଜ __________ ପରିପୂର୍ଣ୍ଣ, ମାତ୍ର ଟିକିଏ ତଳେଇ ଦେଖୁଲେ __________ ହିଁ ଏହାର ମୂଳମନ୍ତ୍ର ।
Answer:
ବିବିଧତାରେ , ଏକତା

୪୬ । ବିବିଧତାକୁ ଗୋଟିଏ ସୂତ୍ରରେ ବାନ୍ଧି ରଖୁବାରେ __________ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।
Answer:
ଜାତୀୟ ସଂହତି ।

୪୭ । ଯେଉଁ ପ୍ରକ୍ରିୟାଦ୍ଵାରା ବିଚ୍ଛିନ୍ନତାବାଦୀ ଶକ୍ତିଗୁଡ଼ିକୁ ପ୍ରତିହତ କରି ଦେଶର ଦେଶର ବିଭିନ୍ନ ବ୍ୟକ୍ତି ଓ ସମୂହ ମଧ୍ୟରେ ଏକତା ପ୍ରତିଷ୍ଠା ପରିବାର ପ୍ରୟାସ କରାଯାଇଥାଏ, ତାହାକୁ __________ କୁହନ୍ତି ।
Answer:
ଜାତୀୟ ସଂହତି ।

୪୮ । ବିବିଧତା ମଧ୍ୟରେ ଏକତା ସୃଷ୍ଟି କରିବା __________ ସରଳ ପରିପ୍ରକାଶ ।
Answer:
ଜାତୀୟ ସଂହତିର ।

୪୯ । ଆମ ଦେଶରେ ପରିଦୃଷ୍ଟ ଜାତୀୟ ସଂହତିକୁ ବିଶମ୍‌ଙ୍କ ଭାଷାରେ __________ ନାମରେ ପରିଭାଷିତ କରାଯାଇପାରେ ।
Answer:
ଜାତୀୟ ସଂହତି ।

(ଗ) ଭ୍ରମ ସଂଶୋଧନ କର ।

୧ । ୨୦୦୧ ମସିହାରେ ମୁମ୍ବାଇ ସାଲର ତାଜ ହୋଟେଲ ଓ ଅନ୍ୟାନ୍ୟ ସ୍ଥାନରେ ଆତଙ୍କବାଦ ସଂଘଟିତ ହୋଇଥିଲା ।
Answer:
୨୦୦୧ ମସିହାରେ ମୁମ୍ବାଇ ସଲର ତାଜ୍ ହୋଟେଲ ଓ ଅନ୍ୟାନ୍ୟ ସ୍ଥାନରେ ଆତଙ୍କବାଦ ସଂଘଟିତ ହୋଇଥିଲା ।

୨ । ପୂର୍ବରୁ କେତେକ ପ୍ରଚ୍ୟ ଦେଶମାନଙ୍କରେ ଆତଙ୍କବାଦ ରହିଥିଲା ।
Answer:
ପୂର୍ବରୁ କେବଳ ପାଶ୍ଚାତ୍ୟ ଦେଶମାନଙ୍କରେ ଆତଙ୍କବାଦ ରହିଥିଲା ।

୩ । ମ୍ୟାକ୍ସୱେବରଙ୍କ ମତରେ, ଆତଙ୍କବାଦ ହେଉଛି ଏକ ରାଜନୈତିକ ସ୍ୱାର୍ଥ ପ୍ରଣୋଦିତ ସାମୂହିକ ହିଂସାକାଣ୍ଡ ।”
Answer:
ଏମ୍. ଆର. ସ୍କାରପିଟ୍ ଓ ଏମ. ଏଲ. ଆଣ୍ଡରସନଙ୍କ ମତରେ ‘ଆତଙ୍କବାଦ ହେଉଛି ଏକ ରାଜନୈତିକ ସ୍ୱାର୍ଥ ପ୍ରଣୋଦିତ ସାମୂହିକ ହିଂସାକାଣ୍ଡ ।’’

୪ । ମହାରାଷ୍ଟ୍ରରେ ତାମିଲ ସେନା, ଗୁଜୁରାଟରେ ଶିବ ସେନା ଓ ଉତ୍ତର ଭାରତରେ ହିନ୍ଦୀ ସେନା ଆର୍ଥନିକବାଦର ପୃଷ୍ଠଭୂମିରେ ରହିଛନ୍ତି ।
Answer:
ମହାରାଷ୍ଟ୍ରରେ ଶିବ ସେନା, ଗୁଜୁରାଟରେ ସରଦାର ସେନା ଓ ଉତ୍ତରଭାରତରେ ହିନ୍ଦୀ ସେନା ଆର୍ଥନୈତିକତାବାଦର ପୃଷ୍ଠଭୂମିରେ ରହିଛନ୍ତି ।

୫ । ଯେଉଁ ପ୍ରକ୍ରିୟା ଦ୍ଵାରା ବିଚ୍ଛିନ୍ନତାବାଦୀ ଶକ୍ତିଗୁଡ଼ିକୁ ପ୍ରତିହତ କରି ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ଏକତା ପ୍ରତିଷ୍ଠା କରାଯାଇଥାଏ, ସେହି ପ୍ରକ୍ରିୟା ହେଉଛି ଜାତୀୟ ଜାଗରଣ ।
Answer:
ଯେଉଁ ପ୍ରକ୍ରିୟା ଦ୍ବାରା ବିଚ୍ଛିନ୍ନତାବାଦୀ ଶକ୍ତିଗୁଡ଼ିକୁ ପ୍ରତିହତ କରି ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ଏକତା ପ୍ରତିଷ୍ଠା କରାଯାଇଥାଏ, ସେହି ପ୍ରକ୍ରିୟା ହେଉଛି ଜାତୀୟ ସଂହତି ।

୬ । ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବରେ ଭାରତରେ ନିର୍ଦ୍ଦିଷ୍ଟ ଧର୍ମର ନୀତିଗୁଡ଼ିକୁ ସମ୍ମାନ ଦିଆଯାଇଥାଏ ।
Answer:
ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବରେ ଭାରତରେ ଧର୍ମ ନିରପେକ୍ଷ ନୀତିଗୁଡ଼ିକୁ ସମ୍ମାନ ଦିଆଯାଇଥାଏ ।

୭ । ହିନ୍ଦୀକୁ ରାଷ୍ଟ୍ରଭାଷା ରୂପେ ଗ୍ରହଣ କରାଯିବାରୁ ଅଣହିନ୍ଦୀଭାଷୀ ରାଜ୍ୟରୁ ଲୋକମାନଙ୍କ ମଧ୍ୟରେ ଈର୍ଷାଭାବ ବଢ଼ି ଆଞ୍ଚଳିକତାବାଦକୁ ଉତ୍ସାହିତ କଲା ।
Answer:
ହିନ୍ଦୀକୁ ରାଷ୍ଟ୍ରଭାଷା ରୂପେ ଗ୍ରହଣ କରାଯିବାରୁ ଅଣହିନ୍ଦୀଭାଷୀ ରାଜ୍ୟର ଲୋକମାନଙ୍କ ମଧ୍ୟରେ ଈର୍ଷାଭାବ ବଢ଼ି ଭାଷାବାଦକୁ ଉତ୍ସାହିତ କଲା ।

CHSE Odisha Class 12 Sociology Unit 3 Objective Questions in Odia Medium

୮ । ଭାଷାବାଦ ଦୂରୀକରଣପାଇଁ ଜାତୀୟ ସମ୍ବଳର ସମବଣ୍ଟନ ଉପରେ ଅଧିକ ଗୁରୁତ୍ଵ ଦିଆଯିବା ଦରକାର ।
Answer:
ଆଞ୍ଚଳିକତାବାଦ ଦୂରୀକରଣପାଇଁ ଜାତୀୟ ସମ୍ବଳର ସମବଣ୍ଟନ ଉପରେ ଅଧିକ ଗୁରୁତ୍ଵ ଦିଆଯିବା ଦରକାର ।

୯ । ପ୍ରଫେସର ଏମ. ଏନ୍. ଶ୍ରୀନିବାସଙ୍କ ମତରେ ଆନ୍ତଃ-ଜାତି ବିବାହ ଦ୍ୱାରା ଜାତିବାଦକୁ ଦୂର କରାଯାଇପାରିବ ।
Answer:
ପ୍ରଫେସର ଜି. ଏସ୍. ଘୁରେଙ୍କ ମତରେ ଆନ୍ତଃ-ଜାତି ବିବାହ ଦ୍ବାରା ଜାତିବାଦକୁ ଦୂର କରାଯାଇପାରିବ ।

୧୦ । ଜାତୀୟ ସଂହତି କହିଲେ ଜାତୀୟ ଗୁରୁତ୍ବକୁ ହିଁ ବୁଝାଯାଏ ।
Answer:
ଜାତୀୟ ସଂହତି କହିଲେ ଜାତୀୟ ଏକତାକୁ ହିଁ ବୁଝାଯାଏ ।

୧୧ । ଜାତୀୟ ସଂହତି ହେଉଛି ପ୍ରକୃତରେ ଏକ ସାଂସ୍କୃତିକ ସଂହତି ।
Answer:
ଜାତୀୟ ସଂହତି ହେଉଛି ପ୍ରକୃତରେ ଏକ ଆବେଗିକ ସଂହତି ।

୧୨ । ଜାତିବାଦ ନିଜ ଜାତି ପ୍ରତି ଥ‌ିବା ଅତିଶୟ ଗୁରୁତ୍ୱକୁ ବୁଝାଇଥାଏ ।
Answer:
ଜାତିବାଦ ନିଜ ଜାତି ପ୍ରତି ଥ‌ିବା ଅତିଶୟ ଆନୁଗତ୍ୟକୁ ବୁଝାଇଥାଏ ।

୧୩ । ଅନ୍ୟ ଅଞ୍ଚଳର ସ୍ୱାର୍ଥ ତଥା ଜାତୀୟ ସ୍ୱାର୍ଥ ପ୍ରତି ଦୃଷ୍ଟି ନ ଦେଇ କେବଳ ନିଜ ଅଞ୍ଚଳର ଉନ୍ନତି ଏବଂ ସ୍ବାର୍ଥ ପ୍ରତି ଦୃଷ୍ଟିଦେବାକୁ ଉଗ୍ର ଜାତୀୟତା ବାଦ କୁହାଯାଏ ।
Answer:
ଠିକ୍ ।

୧୪ । ମାମ୍ପଦାୟିକତା ଏକ ସାର୍ବଜନୀନବାଦ ଅଟେ ।
Answer:
ସାମ୍ପ୍ରଦାୟିକତା ଏକ ଆଦର୍ଶବାଦ ଅଟେ ।

୧୫ । ସାମ୍ପ୍ରଦାୟିକତାକୁ ଧର୍ମର ଅର୍ଥନୀତିକରଣ ବୋଲି କୁହାଯାଏ ।
Answer:
ସାମ୍ପ୍ରଦାୟିକତାକୁ ଧର୍ମର ରାଜନୀତିକରଣ ବୋଲି କୁହାଯାଏ ।

୧୬ । ଆଞ୍ଚଳିକତାବାଦ ଜାତୀୟ ସଂହତିରେ ଗୁରତ୍ୱ ସୃଷ୍ଟି କରେ ।
Answer:
ଆଞ୍ଚଳିକତାବାଦ ଜାତୀୟ ସଂହତିରେ ପ୍ରତିବନ୍ଧକ ସୃଷ୍ଟି କରେ ।

୧୭ । ଆଞ୍ଚଳିକତାବାଦ ରାଷ୍ଟ୍ରୀୟ ନିର୍ମାଣ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରେ ।
Answer:
ଠିକ୍ ଅଛି ।

୧୮ । ଭୂମି-ପୁତ୍ର ତତ୍ତ୍ଵ ଜାତିବାଦର ଏକ ପରିପ୍ରକାଶ ।
Answer:
ଭୂମି-ପୁତ୍ର ତତ୍ତ୍ବ ଆଞ୍ଚଳିକତାବାଦର ଏକ ପରିପ୍ରକାଶ ।

୧୯ । ଯେତେବେଳେ ଜଣେ ବ୍ୟକ୍ତି ନିଜ ଜାତି ସପକ୍ଷରେ ଅନ୍ଧ ବିଚାର ଓ ଅନ୍ୟ ଜାତି ପ୍ରତି ବିରୋଧ ଦେଖାଏ, ତାହାକୁ ସାମ୍ପ୍ରଦାୟିକତାବାଦ କୁହାଯାଏ ।
Answer:
ଯେତେବେଳେ ଜଣେ ବ୍ୟକ୍ତି ନିଜ ଜାତି ସପକ୍ଷରେ ଅନ୍ଧ ବିଚାର ଓ ଅନ୍ୟ ଜାତି ପ୍ରତି ବିରୋଧ ଦେଖାଏ ତାହାକୁ ଆଞ୍ଚଳିକତାବାଦର କୁହାଯାଏ ।

୨୦ । ଏଚ୍. ଏନ୍. ଗାନି କହିଛନ୍ତି, ‘ ଗୋଟିଏ ଦେଶର ସମସ୍ତ ଜନସାଧାରଣଙ୍କ ମଧ୍ୟରେ ଏକ ସାଧାରଣ ପରିଚୟ ସୃଷ୍ଟି କରିବାର ଆତ୍ମୀକରଣକୁ ଜାତୀୟ ସଂହତି କୁହାଯାଏ ।
Answer:
ବେଞ୍ଜାମିନ୍ କହିଛନ୍ତି, ‘‘ ଗୋଟିଏ ଦେଶର ସମସ୍ତ ଜନସାଧାରଣଙ୍କ ମଧ୍ୟରେ ଏକ ସାଧାରଣ ପରିଚୟ ସୃଷ୍ଟି କରିବାର ଆତ୍ମୀକରଣକୁ ଜାତୀୟ ସଂହତି କୁହାଯାଏ ।

CHSE Odisha Class 12 Sociology Unit 3 Objective Questions in Odia Medium

୨୧ । ସଂହତି ଏକ ଆବେଗ ଅଟେ ।
Answer:
ସଂହତି ଏକ ଜାତୀୟ ଏକତା, ଜାତି ପ୍ରତି ଆନୁଗତ୍ୟ ଓ ମନୋଭାବକୁ ବୁଝାଇଥାଏ ।

୨୨ । ଜାତୀୟ ସଂହତି ଏକ ଅର୍ଥନୈତିକ ପ୍ରକ୍ରିୟା ।
Answer:
ଜାତୀୟ ସଂହତି ଏକ ମନସ୍ତାତ୍ତ୍ଵିକ ପ୍ରକ୍ରିୟା ।

୨୩ । ଜାତୀୟ ସଂହତି ବିବିଧତା ସ୍ଥାପନ କରେ ।
Answer:
ଜାତୀୟ ସଂହତି ଏକତା ସ୍ଥାପନ କରେ ।

୨୪ । ଜାତୀୟ ସଂହତି ବ୍ୟକ୍ତିସ୍ୱାର୍ଥକୁ ଗୁରୁତ୍ୱ ପ୍ରଦାନ କରିଥାଏ ।
Answer:
ଜାତୀୟ ସଂହତି ବ୍ୟକ୍ତିସ୍ୱାର୍ଥକୁ ଗୁରୁତ୍ୱ ଦେଇ ନଥାଏ ।

୨୫ । ଜାତୀୟ ସଂହତି ପ୍ରତ୍ୟେକ ନାଗରିକକୁ ବିଭାଜିତ କରିଥାଏ ।
Answer:
ଜାତୀୟ ସଂହତି ପ୍ରତ୍ୟେକ ନାଗରିକକୁ ଏକାଠି କରିଥାଏ ।

୨୬ । ସାମ୍ପ୍ରଦାୟିକତା ଜାତୀୟ ସଂହତିକୁ ସୁଦୃଢ଼ କରିଥାଏ ।
Answer:
ସାମ୍ପ୍ରଦାୟିକତା ଜାତୀୟ ସଂହତିକୁ କ୍ଷୁଣ୍ଣ କରିଥାଏ ।

୨୭ । ସାମ୍ପ୍ରଦାୟିକତା ବ୍ୟକ୍ତିର ସ୍ବଭାବ ଓ ବିଚାରଧାରା ଅଟେ ।
Answer:
ସାମ୍ପ୍ରଦାୟିକତା ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ପ୍ରତିଯୋଗିତା ଓ ଶତ୍ରୁତା ମନୋଭାବ ଅଟେ ।

୨୮ । ସାମ୍ପ୍ରଦାୟିକତା ଜନସାଧାରଣଙ୍କ ମଧ୍ୟରେ ଘନିଷ୍ଠ ସଂପର୍କ ସୃଷ୍ଟି କରିଥାଏ ।
Answer:
ସାଂପ୍ରଦାୟିକତା ଜନସାଧାରଣଙ୍କ ମଧ୍ୟରେ ସଂଘର୍ଷ ଓ ହିଂସା ସୃଷ୍ଟି କରିଥାଏ ।

(ଘ) ଗୋଟିଏ ଶବ୍ଦ ବା ବାକ୍ୟରେ ଉତ୍ତର ଦିଅ ।

୧ । ସାମ୍ପ୍ରଦାୟିକତାବାଦ କ’ଣ ?
Answer:
ଯେତେବେଳେ କୌଣସି ଗୋଟିଏ ସମୁଦାୟର ସଦସ୍ୟମାନେ ଅନ୍ୟ ସମୁଦାୟର ସଦସ୍ୟମାନଙ୍କୁ ଘୃଣାଚକ୍ଷୁରେ ଦେଖନ୍ତି ଓ ପରସ୍ପର ମଧ୍ୟରେ ଧର୍ମୀୟ ହିଂସା ଓ ଅସହ୍ୟତାର ବାତାବରଣ ସୃଷ୍ଟି କରନ୍ତି, ତାହାକୁ ସାମ୍ପ୍ରଦରୟିକତାବାଦ କୁହାଯାଏ ।

୨ । ସାମ୍ପ୍ରଦାୟିକତାବାଦର ଏକ ଲକ୍ଷଣକୁ ଲେଖ ?
Answer:
ଏହା ପୃଥକ ରାଷ୍ଟ୍ର ନିର୍ମାଣ କରିବାକୁ ମଧ୍ୟ ଷଡ଼ଯନ୍ତ୍ର କରିପାରେ ।

୩ । ସାମ୍ପ୍ରଦାୟିକତାବାଦର ଦୁଇଟି କାରଣ ଲେଖ ?
Answer:
(i) ରାଜନୈତିକ କାରଣ,
(ii) ଧର୍ମନିରପେକ୍ଷତାବାଦର ଅବକ୍ଷୟ

୪ । ସାମ୍ପ୍ରଦାୟିକତା ଦୂରୀକରଣ ପାଇଁ ଏକ ପଦକ୍ଷେପ ଲେଖ ?
Answer:
ଚରମପନ୍ଥୀ ସନ୍ତ୍ରାସବାଦର ମୂଳୋତ୍ପାଟନ ।

CHSE Odisha Class 12 Sociology Unit 3 Objective Questions in Odia Medium

୫ । ଆତଙ୍କବାଦ କ’ଣ ?
Answer:
କୌଣସି ଏକ ଗୋଷ୍ଠୀ ବେଆଇନଭାବରେ ବଳ ପ୍ରୟୋଗ ହିଂସା, ନରହତ୍ୟାକୁ ମାଧମରୂପେ ବ୍ୟବହାର କରି ନିଜର ସାର୍ଥ ହାସଲ କରିବାକୁ ଆତଙ୍କବାଦ କୁହାଯାଏ ।

୬ । ଆତଙ୍କବାଦର ଏକ ସଂଲେଖ ।
Answer:
ଏଫ୍. ଆଇ ସ୍ପାରପିଟ୍ ଓ ଏମ୍. ଏଲ୍ ଆଣ୍ଡରସନ୍‌ଙ୍କ ମତରେ ‘ଆତଙ୍କବାଦ ହେଉଛି ଏକ ରାଜନୈତିକ ସାର୍ଥ ପ୍ରଣୋଦିତ ହିଂସାକାଣ୍ଡ’’ ।

୭ । ଆତଙ୍କବାଦର ଏକ ଲକ୍ଷଣ ଲେଖ ?
Answer:
ଆତଙ୍କବାଦ ଏକ ଅଗଣତାନ୍ତ୍ରିକ ଓ ବେଆନ କାର୍ଯ୍ୟ ଅଟେ ।

୮ । ଜାତିବାଦର ଏକ ସଂଜ୍ଞା ପ୍ରଦାନ କର ?
Answer:
କାକା କାଲେଲ୍‌କରଙ୍କ ମତରେ , ‘ଜାତିବାଦ ହେଉଛି ସା ଅନ୍ଧ ଏବଂ ଦାୟିକ ଗୋଷ୍ଠୀ ଅନୁଗତ୍ୟ ନ୍ୟାୟବୋଧ, ଔଚିତ୍ୟ, ସାମ୍ୟ, ଓ ବିଶ୍ଵ ଭ୍ରାତୃତ୍ବବାଦ ଆଦି ସୁସ୍ଥ ସାମାଜିକ ମାନଦଣ୍ଡଗୁଡ଼ିକୁ ଉପେକ୍ଷା କରିଥାଏ ।’’

୯ । ଜତିବାଦର ଦୁଇଟି ଲକ୍ଷଣ ଲେଖ ?
Answer:
(i) ଜାତିବାଦ କେତେକ ଗୋଷ୍ଠୀ ବା ଜାତୀରେ ଏକତ୍ରୀକରଣ ଅଟେ ।
(ii) ନିଜ ଜାତୀର ସାର୍ଥ, ସାମର୍ଥ୍ୟକୁ ବଜାୟ ରଖୁବା ପାଇଁ ଜାତିବାଦର ସୃଷ୍ଟି ।

୧୦ । ଜାତିବାଦର ନିରାକରଣ ନିମନ୍ତେ ଦୁଇଟି ପଦକ୍ଷେପ ଲେଖ ?
Answer:
(i) ବିଜ୍ଞାନସମ୍ମତ ଶିକ୍ଷା
(ii) ଆନ୍ତଃଜାତି ବିବାହ

୧୧ । ଜାତିବାଦର ଦୁଇଟି କାରଣ ଲେଖ ?
Answer:
(i) ଜାତି ପ୍ରତିଷ୍ଠା ପାଇଁ ପ୍ରତିଯୋଗୀତା ।
(ii) ବିବାହ ଓ ସାମାଜିକ ମିଳାମିଶାରେ ନିଷେଧ ।

୧୨ । ଆଞ୍ଚଳିକବାଦ କହିଲେ କ’ଣ ବୁଝ ?
Answer:
ବ୍ୟକ୍ତି ନିଜେ ବାସ କରୁଥିବା ଅଞ୍ଚଳକୁ ଭଲ ପାଇବା ସେଥ୍ୟପ୍ରତି ଆନୁଗତ୍ୟ ପ୍ରକାଶ କରିବାକୁ ଆଞ୍ଚଳିକଦାବ କୁହାଯାଏ ଯତା ଅନ୍ୟ ଅଞ୍ଚଳକୁ ଗୌଣ ମନେକରିବା ।

୧୩ । ଅର୍ଥନୈତିକବାଦର ଦୁଇଟି ଲକ୍ଷଣ ଲେଖ ?
Answer:
(i) ଏହା ରାଜ୍ୟ ରାଜ୍ୟ ମଧ୍ୟରେ ବିବାଦ ଶୃଷ୍ଟିକରେ ।
(ii) ଆଞ୍ଚଳିକତାବାଦ ଫଳରେ କେତେକ ସଂକୀର୍ଣ୍ଣ ମନୋଭାବକୁ ପ୍ରଦର୍ଶନ କରିଥାଏ ।

୧୪ । ଆଞ୍ଚଳିକତା ବାଦର ଦୁଇଟି କାରଣ ଲୋକ ?
Answer:
(i) ଭୌଗୋଳିକ କାରଣ
(ii) ଐତିହାସିକ କାରଣ

୧୫ । ଆଞ୍ଚଳିକତାବାଦ ଦୂରୀକରଣ ନିମନ୍ତେ ଦୁଇଟି ପଦକ୍ଷେପ ଲେଖ ?
Answer:
(i) ପରିବର୍ତ୍ତନ ଓ ଯୋଗାଯୋଗ ସୁବିଧାର ଉନ୍ନତି
(ii) ଅର୍ଥନୈତିକ ସୁବିଧାସୁଯୋଗ ।

୧୪ । ଆଞ୍ଚଳିକତା ବାଦର ଦୁଇଟି କାରଣ ଲୋକ ?
Answer:
(i) ଭୌଗୋଳିକ କାରଣ
(ii) ଐତିହାସିକ କାରଣ

୧୫ । ଆଞ୍ଚଳିକତାବାଦ ଦୂରୀକରଣ ନିମନ୍ତେ ଦୁଇଟି ପଦକ୍ଷେପ ଲେଖ ?
Answer:
(i) ପରିବର୍ତ୍ତନ ଓ ଯୋଗାଯୋଗ ସୁବିଧାର ଉନ୍ନତି
(ii) ଅର୍ଥନୈତିକ ସୁବିଧାସୁଯୋଗ ।

୧୬ । ଆଞ୍ଚଳିକତାବାଦର ଉଗ୍ର ସ୍ଵରୂପକୁ କ’ଣ କୁହାଯାଏ ?
Answer:
ବିଚ୍ଛିନ୍ନତାବାଦ

୧୭ । ଭାରତରେ ଜାତିବାଦର ଏକ ପ୍ରଭାବ ଦର୍ଶାଅ ।
Answer:
ରାଷ୍ଟ୍ରୀୟ ଐକ୍ୟରେ ପ୍ରତିବନ୍ଧକ

୧୮ । ‘Caste in Indian Politics’ ପୁସ୍ତକର ରଚୟିତା କିଏ ?
Answer:
ରଜନୀ କୋଠାରୀ

୧୯ । Modernity of Tradition ପୁସ୍ତକ କିଏ ରଚନା କରିଥିଲେ ?
Answer:
ରୁଡ଼ଲଫ୍ ଏବଂ ରୁଡ଼ଲଫ୍

୨୦ । ଆତଙ୍କବାଦ କେଉଁ ଶବ୍ଦରୁ ଉଦ୍ଧୃତ ହୋଇଅଛି ?
Answer:
ଲାଟିନ୍ ଶବ୍ଦରୁ

CHSE Odisha Class 12 Sociology Unit 3 Objective Questions in Odia Medium

୨୧ । ଆତଙ୍କବାଦ ଶବ୍ଦଟି କେଉଁ ଲାଟିନ୍ ଶବ୍ଦରୁ ଉଦ୍ଧୃତ ହୋଇଅଛି ?
Answer:
ଟେରେରେ (Terrere)

୨୨ । ଆତଙ୍କବାଦର ସଂଜ୍ଞା କେଉଁ ମସିହାରେ ପ୍ରଦାନ କରାଯାଇଥିଲା ?
Answer:
୧୯୩୭ ମସିହାରେ

୨୩ । ଆତଙ୍କବାଦ ଲୋକମାନଙ୍କ ମନରେ କ’ଣ ସୃଷ୍ଟି କରେ ?
Answer:
ଭୟ

୨୪ । ଗୋଟିଏ ଆତଙ୍କବାଦୀ ଦଳର ନାମ ଉଲ୍ଲେଖ କର ।
Answer:
ଲସ୍କର-ଇ-ତୋଇବା

୨୫ । ଓଡ଼ିଶାର କେତେଗୋଟି ଜିଲ୍ଲା ମାଓ ଆତଙ୍କର ସମ୍ମୁଖୀନ ହେଉଅଛି ?
Answer:
୧୮ ଗୋଟି

୨୬ । ଆତଙ୍କବାଦର ଏକ ବୈଶିଷ୍ଟ୍ୟ ଦର୍ଶାଅ ।
Answer:
ଆତଙ୍କବାଦ ଭୟ ପ୍ରଦର୍ଶନ କରିଥାଏ ।

୨୭ । ଆତଙ୍କବାଦର ଏକ କାରଣ ଦର୍ଶାଅ ।
Answer:
ଦାରିଦ୍ର୍ୟ ଓ ବେକାରି

୨୮ । ଆତଙ୍କବାଦର ସମାଜ ଉପରେ ଏକ ପ୍ରଭାବ ଲେଖ ।
Answer:
ଆତଙ୍କବାଦ ଧନଜୀବନ ହାନି କରିଥାଏ ।

୨୯ । ଆତଙ୍କବାଦର ଏକ ସଂଜ୍ଞା ଲେଖ ।
Answer:
ଆତଙ୍କବାଦ ହେଉଛି ଏକ ରାଜନୈତିକ ସ୍ଵାର୍ଥପ୍ରଣୋଦିତ ସାମୂହିକ ହିଂସାକାଣ୍ଡ ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

Odisha State Board BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ Textbook Exercise Questions and Answers.

BSE Odisha Class 9 Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ପଠିତ କବିତାରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ବୁଲନ୍ତି ___________________ କୁଳ ହୋଇ ଯୋଡ଼ା ଯୋଡ଼ା ।
(ଖ) କେମନ୍ତେ ସେ _______________ ବାଳା କଣ୍ଠତଟୁ ଦେଲା ହୁଳହୁଳି ।
(ଗ) ମାରିବାକୁ ହବ ଲକ୍ଷ _______________________ ଫୋପାଡ଼ି ଲକ୍ଷ ତୀର ।
(ଘ) ଜନ୍ମଭୂଇଁର ମଙ୍ଗଳ ଲାଗି ___________________ ଦେବାକୁ ହେବ ।
(ଙ) ଆଗେ ବାଜୁଥ‌ିବ _______________________ ବାଜା ପଛେ ଆସୁଥୁବ ତମେ ।
Answer:
(କ) ବୁଲନ୍ତି ଶ୍ୱାପଦ କୁଳ ହୋଇ ଯୋଡ଼ା ଯୋଡ଼ା ।
(ଖ) କେମନ୍ତେ ସେ ବୀର୍ଯ୍ୟବତୀ ବାଳା କଣ୍ଠତଟୁ ଦେଲା ହୁଳହୁଳି ।
(ଗ) ମାରିବାକୁ ହବ ଲକ୍ଷ ସଇନି ଫୋପାଡ଼ି ଲକ୍ଷ ତୀର ।
(ଘ) ଜନ୍ମଭୂଇଁର ମଙ୍ଗଳ ଲାଗି ଜୀବନ ଦେବାକୁ ହେବ ।
(ଙ) ଆଗେ ବାଜୁଥୁବ ସଂଗ୍ରାମ ବାଜା ପଛେ ଆସୁଥ୍ ତମେ ।

Question ୨।
ନିମ୍ନଲିଖ ଉକ୍ତିଗୁଡ଼ିକ ମଧ୍ୟରୁ ଯେଉଁଗୁଡ଼ିକ ଠିକ୍ ସେଗୁଡ଼ିକୁ ଲେଖ ।
(କ) ପାଇକ ବାଦ୍ୟ ରଣ-ଶିଙ୍ଗା ବର୍ତ୍ତମାନ ଓଡ଼ିଶାର ସବୁଠାରେ ବାଜୁଛି ।
(ଖ) ଓଡ଼ିଶାର ଐତିହ୍ୟସମ୍ପନ୍ନ ସ୍ଥାନଗୁଡ଼ିକରୁ ଅନେକ ଅବହେଳିତ ଭାବରେ ପଡ଼ିଛି ।
(ଗ) ପାଇକବଧୂମାନେ ନିଜ ହାତରେ ସ୍ଵାମୀମାନଙ୍କୁ ସଜ୍ଜିତ କରି ଯୁଦ୍ଧକ୍ଷେତ୍ରକୁ ପଠାଉଥିଲେ ।
(ଘ) ସ୍ଵାମୀଙ୍କୁ ଯୁଦ୍ଧକ୍ଷେତ୍ରକୁ ପଠାଇଦେଇ ପାଇକବଧୂ ଘରେ ଗୁମୁରି କାନ୍ଦୁଥିଲା ।
(ଙ) ଜୀବନକୁ ଉପଭୋଗରେ ବିତାଇ ଦେବାକୁ ମଣିଷ ଜନ୍ମ ହୋଇଛି ।
Answer:
(ଖ) ଓଡ଼ିଶାର ଐତିହ୍ୟସମ୍ପନ୍ନ ସ୍ଥାନଗୁଡ଼ିକରୁ ଅନେକ ଅବହେଳିତ ଭାବରେ ପଡ଼ିଛି ।
(ଗ) ପାଇକବଧୂମାନେ ନିଜ ହାତରେ ସ୍ଵାମୀମାନଙ୍କୁ ସଜ୍ଜିତ କରି ଯୁଦ୍ଧକ୍ଷେତ୍ରକୁ ପଠାଉଥିଲେ ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

Question ୩।
ନିମ୍ନଲିଖ୍ ସମୋଚ୍ଚାରିତ ଶବ୍ଦର ଅର୍ଥ ଲେଖ ।
କୁଳ – କୂଳ, ଲକ୍ଷ – ଲକ୍ଷ୍ୟ, ଶର – ସର, ଅନଳ – ଅନିଳ
Answer:
କୁଳ – ବଂଶ
କୂଳ – ନଦୀତଟ
ଲକ୍ଷ – ସଂଖ୍ୟ।ବିଶେଷ
ଲକ୍ଷ୍ୟ – ଉଦ୍ଦେଶ୍ୟ/ଏକାଗ୍ରତା
ଶର – ତୀର/ବାଣ
ସର – ପୋଖରୀ/ଦୁଧସର
ଅନଳ – ପବନ
ଅନିଳ – ପବନ

Question ୪।
ନିମ୍ନଲିଖତ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ବନ, ଘୋଡ଼ା, ସମୀରଣ, ଲକ୍ଷ୍ମୀ, ଶୈଳ ।
Answer:
ବନ – କାନନ, ଅଟବୀ, ଅରଣ୍ୟ, ବିପିନ
ଘୋଡ଼ା – ଅଶ୍ଵ, ବାଜ୍, ତୁରଗ, ତୁରଙ୍ଗ
ସମୀରଣ – ପବନ, ସମୀର, ମରୁତ, ଅନିଳ
ଲକ୍ଷ୍ମୀ – ପଦ୍ମାଳୟା, କମଳା, ଶ୍ରୀ, ଇନ୍ଦିରା
ଶୈଳ – ପର୍ବତ, ମହୀଧର, ଗିରି, ଅଚଳ

Question ୫।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ଲିଙ୍ଗ ପରିବର୍ତ୍ତନ କର ।
ତରୁଣୀ, ବୀର, ଘୋଡ଼ା, ପ୍ରିୟତମ, ବଧୂ
Answer:
ତରୁଣୀ – ତରୁଣ
ବୀର – ବୀରା/ବାରାଙ୍ଗନା
ଘୋଡ଼ା – ଘୋଡ଼ୀ
ପ୍ରିୟତମ – ପ୍ରିୟତମା
ବଧୂ – ବର

Question ୬।
ନିମ୍ନଲିଖ ଶବ୍ଦଗୁଡ଼ିକର ଗଦ୍ୟରୂପ ଲେଖ ।
ଶମଶାନ, ଶଇଳ, ସଇନ, ଗଉରବ, ଯତନ
Answer:
ଶମଶାନ – ଶ୍ମଶାନ
ଶଇଳ – ଶୈଳ
ସଇନ – ସୈନ୍ୟ
ଗଉରବ – ଗୌରବ
ଯତନ – ଯତ୍ନ

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

Question ୭।
ନିମ୍ନରେ ଲେଖାଯାଇଥିବା ପ୍ରତ୍ୟେକ ଧାଡ଼ିରୁ ଭିନ୍ନ ଶବ୍ଦଟିକୁ ବାଛ ।
(କ) ଅତୀତ, ପୂର୍ବତନ, ଅତୀବ, ପ୍ରାଚୀନ, ପୁରାତନ
(ଖ) ଖଣ୍ଡା, ବନ୍ଧୁକ, ତୋପ, ଢାଲ, ଛୁରୀ
(ଗ) ସମୀରଣ, କାକର, ପବନ, ମଳୟ, ବାଆ
(ଘ) ଘୋଡ଼ା, ବଳଦ, ଗଧ, କୁକୁର, ବିଲୁଆ
(ଙ) ବାଳକ, ବାଳିକା, ତରୁଣ, ବୃଦ୍ଧ, ପ୍ରୌଢ଼
Answer:
(କ) ଅତୀତ
(ଖ) ଢାଲ
(ଗ) କାକର
(ଘ) ବିଲୁଆ
(ଙ) ବାଳିକା

Question ୮।
ନିମ୍ନରେ ଦିଆଯାଇଥ‌ିବା ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦକୁ ମିଳାଅ ।
Answer:
BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ 1
Answer:
BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ 2

Question ୯।
ନିମ୍ନରେ ‘ସୋହାଗେ’ର ଚାରିଗୋଟି ଅର୍ଥ ଦିଆଯାଇଛି । ଠିକ୍ ଅର୍ଥଟିକୁ ବାଛ ।
(କ) ଅତି ଘୃଣାରେ, (ଖ) ଅତି ସ୍ନେହରେ, (ଗ) ଅତି ଈର୍ଷାରେ, (ଘ) ଅତି ଯତ୍ନରେ
Answer:
(ଖ) ଅତି ସ୍ନେହରେ ।

Question ୧୦ ।
ନିମ୍ନଲିଖ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଢ଼ ।
ସମର, ସଂଗ୍ରାମ, ପ୍ରାଙ୍ଗଣ, ବିଜୟ, ଗୌରବ
Answer:
ସମର – ଉତ୍କଳୀୟ ପାଇକବୀର ସମର କ୍ଷେତ୍ରରେ ଅସାମାନ୍ୟ ବୀରତ୍ଵ ପ୍ରଦର୍ଶନ କରିଥିଲେ ।
ସଂଗ୍ରାମ – ଭାରତର ସ୍ବାଧୀନତା ସଂଗ୍ରାମ ଶାନ୍ତି ଓ ଅହିଂସା ଉପରେ ଆଧାରିତ ଥିଲା ।
ପ୍ରାଙ୍ଗଣ – କ୍ରୀଡ଼ା ପ୍ରାଙ୍ଗଣ ଛାତ୍ରଛାତ୍ରୀମାନଙ୍କ ପ୍ରିୟ ସ୍ଥାନ ।
ବିଜୟ – ନିଷ୍ଠାପର ଉଦ୍ୟମ ମନୁଷ୍ୟକୁ ବିଜୟ ଆଣିଦିଏ ।
ଗୌରବ – ଓଡ଼ିଶାର ପ୍ରାଚୀନ ଗୌରବ ମହିମାମୟ ଥିଲା

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

କ୍ଷୁଦ୍ର ଭତ୍ତରମୂଳକ ପ୍ରଶ୍ନୋତ୍ତର

Question ୧୧।
ଶ୍ମଶାନ ପରି କ’ଣ ପଡ଼ିଛି ବୋଲି କବି କହିଛନ୍ତି ?
Answer:
ପ୍ରାଚୀନ ଉତ୍କଳର ଦୁର୍ଗ, ବନ ଓ ପ୍ରାନ୍ତର ଶ୍ମଶାନ ପରି ପଡ଼ିରହିଛି ବୋଲି କବି କହିଛନ୍ତି ।

Question ୧୨ ।
ଯୋଦ୍ଧାବେଶ କେଉଁମାନେ ଧାରଣ କରୁଥିଲେ ?
Answer:
ଅତୀତ ଉତ୍କଳର ଖଣ୍ଡାୟତ-ପାଇକମାନେ ଯୋଦ୍ଧାବେଶ ଧାରଣ କରୁଥିଲେ ।

Question ୧୩ ।
ସମୀରଣ କିପରି ବହିଯାଏ ?
Answer:
ସମୀରଣ ନୀରବରେ ଗୁଞ୍ଜରଣ କରି ବହିଯାଏ ।

Question ୧୪।
ଶ୍ଵାପଦକୁଳ କେଉଁଠାରେ ବୁଲୁଛନ୍ତି ?
Answer:
ଶ୍ୱାପଦକୁଳ ପ୍ରାଚୀନ ଦୁର୍ଗ, ବନ ଓ ପ୍ରାନ୍ତରରେ ବୁଲୁଛନ୍ତି ବୋଲି କବି କହିଛନ୍ତି ।

Question ୧୫ ।
ବୀରମାଟିକୁ ଦେଖ‌ିଲେ ମନରେ କି ଭାବନା ସୃଷ୍ଟି ହୁଏ ?
Answer:
ବୀରମାଟିକୁ ଦେଖ‌ିଲେ ମନରେ ଅତୀତର ଗୌରବାବହ ସ୍ମୃତି ଜାଗ୍ରତ ହେବା ସହିତ ରକ୍ତରେ ଉଷ୍ମତା ବୃଦ୍ଧି ପାଏ ।

Question ୧୬ ।
ବୀରମାଟି ବୁକୁତଳେ କ’ଣ ଧରି ପଡ଼ିରହିଛି ?
Answer:
ବୀରମାଟି ବୁକୁତଳେ ଲକ୍ଷ ଲକ୍ଷ ଓଡ଼ିଆ ପାଇକଙ୍କ ଗୌରବାବହ ବୀରଗାଥାକୁ ଚାପି ଧରି ପଡ଼ିରହିଛି ।

Question ୧୭ ।
ଖଣ୍ଡାୟତ ବଧୂ ନିଜର ସ୍ୱାମୀକୁ ବୀରବେଶରେ କିପରି ସଜ୍ଜିତ କରୁଥୁଲା ?
Answer:
ଖଣ୍ଡାୟତ ବଧୂ ନିଜ ସ୍ୱାମୀ କପାଳରେ ବିଜୟ ସିନ୍ଦୂର, ହାତରେ ତରବାରି, କାନ୍ଧରେ ଧନୁର୍ବାଣ, ପୃଷ୍ଠଦେଶରେ ତୁଣୀର ବାନ୍ଧି ବୀରବେଶରେ ସୁସଜ୍ଜିତ କରୁଥିଲା ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

Question ୧୮ ।
ଯୁଦ୍ଧକ୍ଷେତ୍ରକୁ ସ୍ୱାମୀକୁ ପଠାଇ ଖଣ୍ଡାୟତ ବଧୂ କିପରି ସମୟ କାଟୁଥୁଲା ?
Answer:
ଖଣ୍ଡାୟତ ବଧୂ ସ୍ୱାମୀକୁ ଯୁଦ୍ଧକ୍ଷେତ୍ରକୁ ପଠାଇ ଅନୁଶୋଚନା ନ କରି ଆତଙ୍କିତ ନ ହୋଇ ସ୍ବାମୀର ଶୁଭ ମନାସି ବିଜୟ କାମନା କରି ସମୟ କାଟୁଥିଲା ।

Question ୧୯ ।
ବୀରବାଳା ତା’ ସ୍ୱାମୀକୁ ଯୁଦ୍ଧକ୍ଷେତ୍ରକୁ କିପରି ପଠାଉଥିଲା ବୋଲି କବି କହିଛନ୍ତି ?
Answer:
ବୀରବାଳା ତା’ ସ୍ଵାମୀର ବକ୍ଷଦେଶରେ ମନ୍ଦାରମାଳା ପକାଇ ବୀରବେଶରେ ସଜାଇ ସମର ସଙ୍ଗୀତ ଗାଇ ରଣଶିଙ୍ଗା ବଜାଇ ଅର୍ଘ୍ୟଥାଳୀ ଧରି ହୁଳହୁଳି ଦେଇ ବନ୍ଦାପନା କରି ଯୁଦ୍ଧକ୍ଷେତ୍ରକୁ ପଠାଉଥିଲା ।

Question ୨୦ ।
ବୀରବାଳା କେଉଁ ଗୀତ ଗାଉଥିଲେ ?
Answer:
ବୀରବାଳା ସମର ସଙ୍ଗୀତ ଗାଉଥିଲେ ।

Question ୨୧ ।
‘ଯିବାପାଇଁ ହବ ବୀର’ – ‘ବୀର’ ବୋଲି କାହାକୁ କିଏ ସମ୍ବୋଧନ କରିଛନ୍ତି ?
Answer:
‘ଯିବାପାଇଁ ହେବ ବୀର’ – ଏଠାରେ ‘ବୀର’ ବୋଲି ପାଇକବଧୂ ତା’ର ସ୍ୱାମୀକୁ ସମ୍ବୋଧନ କରିଅଛି ।

Question ୨୨ ।
କେଉଁ ଉଦ୍ଦେଶ୍ୟ ନେଇ ଯୁଦ୍ଧକ୍ଷେତ୍ରକୁ ଯିବାକୁ ପଡ଼ିବ ବୋଲି ବୀରବାଳା କହିଛନ୍ତି ?
Answer:
ଜନ୍ମଭୂମିର ମଙ୍ଗଳ ପାଇଁ ଲକ୍ଷ ସୈନ୍ୟକୁ ମାରି ବିଜୟୀ ହେବା ଉଦ୍ଦେଶ୍ୟରେ ଯୁଦ୍ଧକ୍ଷେତ୍ରକୁ ଯିବାକୁ ପଡ଼ିବ ବୋଲି ବୀରବାଳା ତା’ସ୍ଵାମୀକୁ କହିଛି ।

Question ୨୩ ।
କେତେବେଳେ ପ୍ରିୟତମଙ୍କୁ ପାଇକବଧୂ ଆଦର କରି ନେବେ ବୋଲି କବି କହିଛନ୍ତି ?
Answer:
ଯୁଦ୍ଧକ୍ଷେତ୍ରରେ ଶତ୍ରୁସଂହାର କରି ହାତରେ ବିଜୟ ବୈଜୟନ୍ତୀ ଉଡ଼ାଇ ବୀରଦର୍ପରେ ଆସୁଥ‌ିବା ସ୍ଵାମୀକୁ ଆଦରରେ ପାଛୋଟି ନେବାକୁ ଆଗେଇ ଆସିବ ବୋଲି କବି କହିଛନ୍ତି ।

Question ୨୪ ।
ଯୁଦ୍ଧଜୟୀମାନେ କିପରି ଫେରନ୍ତି ?
Answer:
ଯୁଦ୍ଧଜୟୀମାନେ ହାତରେ ବିଜୟବାନା ଧରି ବୀରବାଦ୍ୟ ତାଳେ ତାଳେ ଗର୍ବରେ ଜୟ ଜୟ କାର କରି ରଣଭୂମିରୁ ଫେରି ଥାଆନ୍ତି ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

Question ୨୫ ।
ତରୁଣୀ ଓ ଜନ୍ମଭୂଇଁ – ଏହି ଦୁଇଟି ମଧ୍ୟରୁ ବୀରର ପ୍ରିୟ କିଏ ହେବା ଉଚିତ ?
Answer:
ତରୁଣୀ ଓ ଜନ୍ମଭୂଇଁ – ଏ ଦୁଇଟି ମଧ୍ୟରୁ ଜନ୍ମଭୂଇଁ ବୀରର ପ୍ରିୟ ହେବା ଉଚିତ ।

Question ୨୬ ।
ବିଜୟୀ ସ୍ଵାମୀକୁ ଦେଖ‌ିଲେ ପାଇକବଧୂ ହୃଦୟରେ କି ଭାବ ଅନୁଭବ କରିବ ?
Answer:
ବିଜୟୀ ସ୍ଵାମୀଙ୍କୁ ଦେଖ‌ିଲେ ପାଇକବଧୂର ହୃଦୟ ଗର୍ବ ଓ ଗୌରବରେ ଉତ୍‌ଫୁଲ୍ଲିତ ହୋଇଉଠିବ ।

Question ୨୭ ।
କିଏ କାହାର ପଦବନ୍ଦନା କରିବ ?
Answer:
ବୀରବାଳା ପାଇକବଧୂ ଯୁଦ୍ଧବିଜୟୀ ବୀର ସ୍ବାମୀଙ୍କର ପଦବନ୍ଦନା କରିବ ।

ସପ୍ରସଙ୍ଗ ସରଳାର୍ଥ ଲେଖ

Question ୨୮ ।
ଏଇ ଦୁର୍ଗ, ଏଇ ବନ, ଏ ନୀଳ ପ୍ରାନ୍ତର
ପଡ଼ିଅଛି ଶମଶାନ ପରି ।
Answer:
ଏଇ ଦୁର୍ଗ, …………………. ଶମଶାନ ପରି ।
ଏଠାରେ କବି ଅତୀତ ଉତ୍କଳର ଗୌରବୋଜ୍ଜ୍ଵଳ ଐତିହ୍ୟର ସ୍ମାରକୀ ଖୋର୍ଦ୍ଧାଗଡ଼ର ଭଗ୍ନଦୁର୍ଗ ଓ ପରିତ୍ୟକ୍ତ ସମରପ୍ରାଙ୍ଗଣର ଜରାଜୀର୍ଣ୍ଣ ଅବସ୍ଥା ଦର୍ଶନରେ କଳିଙ୍ଗ ପାଇକ ସେନାନୀର ଅଖଣ୍ଡ ବିକ୍ରମ ଓ ବୀରତ୍ଵର ସ୍ମୃତି ରୋମନ୍ଥନ କରିଛନ୍ତି ।

ଏକଦା ଖୋର୍ଦ୍ଧାଗଡ଼ର ଦୁର୍ଗ ଓଡ଼ିଆ ପାଇକ ବୀରମାନଙ୍କ ଅସ୍ତ୍ରଶସ୍ତ୍ରାଦିର ଝନତ୍‌କାରରେ ପ୍ରକମ୍ପିତ ହେଉଥିଲା । ଦୁର୍ଗ ସମ୍ମୁଖସ୍ଥ ପ୍ରାଙ୍ଗଣ ଥିଲା ସେମାନଙ୍କ ସମରାଭ୍ୟାସର ସ୍ଥଳୀ । ଯୁଦ୍ଧବାଦ୍ୟ ଓ ରଣଶିଙ୍ଗା ଧ୍ଵନିରେ ପ୍ରକମ୍ପିତ ହେଉଥିଲା ପାର୍ଶ୍ଵ ସ୍ଥ ବନଭୂମି ଓ ବିସ୍ତୀର୍ଣ୍ଣ ପ୍ରାନ୍ତର । ଦୁର୍ଗ ପରିପାର୍ଶ୍ବରେ ଶୁଣାଯାଉଥିଲା ଅଶ୍ଵମାନଙ୍କ ଟାପୁ ଶବ୍ଦ । କାଳର କରାଳ ବକ୍ଷରେ ଉତ୍କଳର ସେହି ଗୌରବାବହ ଅଧ୍ୟାୟ ହଜିଯାଇଛି । ଖଣ୍ଡାୟତ-ପାଇକବୀରଙ୍କ ରଣହୁଙ୍କାରରେ ଏକଦା ପ୍ରକମ୍ପିତ ସେହି ଦୁର୍ଗ କେବଳ ପରିତ୍ୟକ୍ତ ଶିଳାସମୂହରେ ପରିଣତ ହୋଇ ଗଡ଼ର ଗରିମାମୟ ଅତୀତର ମୂକସାକ୍ଷୀ ଭାବେ ଉଭା ହୋଇଛି । ସମରାଭ୍ୟାସ ନିମନ୍ତେ ଉଦ୍ଦିଷ୍ଟ ପ୍ରାଙ୍ଗଣ ଓ ପ୍ରାନ୍ତର ଶ୍ମଶାନ ତୁଲ୍ୟ ପଡ଼ିରହିଛି ।

ପାଇକ ସେନାନୀଙ୍କ ଶୌର୍ଯ୍ୟ, ବୀର୍ଯ୍ୟଭରା ସ୍ମୃତିର ସାକ୍ଷ୍ୟ ଦେବାପାଇଁ ଦୁର୍ଗ ପାର୍ଶ୍ଵଦେଶର ଘନବନାନୀ ଅଦ୍ୟାବଧୂ ରହିଥିଲେ ମଧ୍ୟ ଶ୍ଵାପଦସଙ୍କୁଳ ହୋଇପଡ଼ିଥିବାରୁ ଲୋକଲୋଚନ ଅନ୍ତରାଳକୁ ଚାଲିଯାଇଛି । କବି ଶ୍ମଶାନ ସମ ପଡ଼ିରହିଥ‌ିବା ଦୁର୍ଗ, ବନ ଓ ପ୍ରାନ୍ତରକୁ ଦେଖ୍ ସେହି ବୀରମାଟିର ଅତୀତକୁ ସ୍ମରଣ କରିଛନ୍ତି । କଳ୍ପନାର ପ୍ରତିସ୍ରୋତରେ ଯାଇ ସେ ଯୋଦ୍ଧବେଶରେ ସଜ୍ଜିତ ବୀର ଓଡ଼ିଆ ପାଇକମାନଙ୍କ ସମରାଭ୍ୟାସ ଦେଖାରିଛନ୍ତି ଓ ବୀରାଙ୍ଗନା ପାଇକବଧୂର ଅସାମାନ୍ୟ ଦେଶପ୍ରେମ ଲକ୍ଷ୍ୟ କରି ବିସ୍ମୟ ପ୍ରକାଶ କରିଛନ୍ତି ।

Question ୨୯।
ଏଇ ବୀର ମାଟି !
ଚାହିଁଲେ ନିମିଷେ ଯା’ରେ
ରକ୍ତ ଯାଏ ତାତି,
ରହିଅଛି ପଡ଼ି
ଅତୀତର ଲକ୍ଷବୀର ଗାଥା
ବୁକୁତଳେ ଧରି ।
Answer:
ଏଇ ବୀର ……………………………. ବୁକୁତଳେ ଧରି ।
ପ୍ରୋକ୍ତ ପଦ୍ୟାଶଟି କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରଚିତ ‘ପାଇକବଧୂର ଉଦ୍‌ବୋଧନ’ ଦୀର୍ଘ କବିତାର ଅଂଶବିଶେଷ ସମଶୀର୍ଷକଧାରୀ କବିତାରୁ ଗୃହୀତ ।
ଏଠାରେ କବି ବୀରଭୂମି ଖୋର୍ଦ୍ଧାଗଡ଼ର ଭଗ୍ନ ଶିଳାସ୍ତୂପ ପ୍ରାୟ ପଡ଼ିରହିଥ‌ିବା ଦୁର୍ଗ ଏବଂ ସମ୍ମୁଖସ୍ଥ ବନ ଓ ପ୍ରାନ୍ତର ଦର୍ଶକ ପ୍ରାଣରେ କିପରି ଉତ୍କଳର ଗୌରବାବହ ଅତୀତ ସ୍ମୃତି ଜାଗରଣ କରେ ତାହା ଉପସ୍ଥାପନ କରିଛନ୍ତି ।

ଲାଲ୍‌ମାଟିର ଖୋର୍ଦ୍ଧାଗଡ଼ କଳିଙ୍ଗ ଖଣ୍ଡାୟତ-ପାଇକବୀରଙ୍କ ଶୌର୍ଯ୍ୟ, ବୀର୍ଯ୍ୟର ମୂକସାକ୍ଷୀ, ଉତ୍କଳର ଗୌରବୋଜ୍ଜ୍ବଳ ଐତିହ୍ୟର ସ୍ମାରକୀ । ଏକଦା ଓଡ଼ିଆ ପାଇକବୀରମାନଙ୍କ ଅସାମାନ୍ୟ ସମର କୌଶଳ ଓଡ଼ିଶାର ସୀମାକୁ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ କରାଇଥିଲା । ସେମାନଙ୍କ ଅଖଣ୍ଡ ବୀରତ୍ଵ ଓ ଅତୁଳନୀୟ ଦେଶପ୍ରେମର ମୂକସାକ୍ଷୀ ହୋଇ ପଡ଼ିରହିଛି ଭଗ୍ନ ଦୁର୍ଗର ଶିଳାରାଶି । ସମ୍ମୁଖସ୍ଥ ପ୍ରାଙ୍ଗଣ, ଯାହା ଏକଦା ପାଇକବୀରମାନଙ୍କ ସମରାଭ୍ୟାସର ସ୍ଥଳୀ ଥିଲା, ତାହା ପରିତ୍ୟକ୍ତ ପ୍ରାନ୍ତରଭାବେ ଅଦ୍ୟାବଧୂ ଉଭା ହୋଇଛି ।

ସେହି ବୀରଭୂମି ଦର୍ଶନରେ ପ୍ରତିଟି ଓଡ଼ିଆ ନିଜକୁ ଗର୍ବିତ ଓ ଗୌରବାନ୍ବିତ ମନେକରେ । ପୂର୍ବପୁରୁଷଙ୍କ ସ୍ଵାଭିମାନ ଓ ବୀରତ୍ୱର ଗାଥା ତା’ର କର୍ଣ୍ଣକୁହରରେ ପ୍ରତିଧ୍ଵନିତ ହୋଇଉଠେ । ଧମନୀର ରକ୍ତ ପ୍ରବାହରେ ଉଷ୍ମତା ଭରିଯାଏ । ଚଳଚ୍ଚିତ୍ରର ଛବି ପରି ପାଇକବୀରଙ୍କ ଯୁଦ୍ଧଯାତ୍ରାର ଦୃଶ୍ୟ ମାନସପଟରେ ଉଦ୍ଭାସିତ ହୋଇ ଶରୀରରେ ରୋମାଞ୍ଚ ସୃଷ୍ଟି ହୁଏ । ଲକ୍ଷ ଲକ୍ଷ କଳିଙ୍ଗ ସେନାନୀଙ୍କ ଗରିମାମୟ ଯୁଦ୍ଧ କାହାଣୀକୁ ବୁକୁତଳେ ଚାପିଧରି ସେହି ବୀରମାଟି ପ୍ରତିଟି ଓଡ଼ିଆ ପ୍ରାଣରେ ଦେଶପ୍ରୀତି ଜାଗ୍ରତ କରେ ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

Question ୩୦ ।
ମନ୍ଦାରର ମାଳା ବକ୍ଷ ପଟେ
ଲମ୍ବାଇଲା ଆଦରେ ଯତନେ ।
Answer:
ମନ୍ଦାରର ମାଳା ………………………… ଆଦରେ ଯତନେ ।
ଏଠାରେ କବି ବୀରବାଳା ପାଇକବଧୂ ନିଜ ସ୍ୱାମୀକୁ ଯୁଦ୍ଧଯାତ୍ରା ପାଇଁ କିପରି ଭାବେ ସୁସଜ୍ଜିତ କରେ ତାହା ବର୍ଣ୍ଣନା କରିଛନ୍ତି ।

କଳିଙ୍ଗର ବୀରାଙ୍ଗନା-ପାଇକବଧୂର ଅଖଣ୍ଡ ସାହସ ଓ ଅନନ୍ୟ ତ୍ୟାଗର ଅଶ୍ରୁତପୂର୍ବ ଦେଶପ୍ରୀତି ବର୍ଣ୍ଣନାରେ କବି ଶତମୁଖ ହୋଇଉଠିଛନ୍ତି । ଜଣେ ସାଧାରଣ ନାରୀ ନିଜ ସ୍ୱାମୀକୁ ଯୁଦ୍ଧର ଭୟାବହତାକୁ ଠେଲିଦେବାକୁ କଦାପି ଇଚ୍ଛାକରେ ନାହିଁ । କିନ୍ତୁ କଳିଙ୍ଗର ପାଇକବଧୂ ସ୍ଵାମୀକୁ ନିଜ ହାତରେ ବୀରବେଶରେ ସଜାଇ ଦେଇ ଦେଶ ପାଇଁ ଲଢ଼ିବାକୁ ସମରଭୂମିକୁ ପଠାଇ ଦେଉଥିଲା । ହାତରେ ଢାଲ, ତରବାରି, ତୁଣୀର ଓ ଧନୁର୍ବାଣ ଧରାଇ ବୀର୍ଯ୍ୟବତୀ ପାଇକ ରମଣୀ ଗଳାରେ ଲମ୍ବାଇ ଦେଉଥିଲା ମନ୍ଦାର ପୁଷ୍ପର ମାଳା ।

ଅର୍ଘ୍ୟଥାଳୀ ଧରି ସ୍ଵାମୀକୁ ବନ୍ଦାପନା କରି ଯୁଦ୍ଧଯାତ୍ରା ପାଇଁ ଗାଇଉଠୁଥିଲା ସମର ସଙ୍ଗୀତ । ହୁଳହୁଳି ଶବ୍ଦରେ ପ୍ରାଙ୍ଗଣ ପ୍ରକମ୍ପିତ କରି ହସ ହସ ମୁଖରେ ବିଦାୟ ଦେଉଥ୍‌ଲା ପ୍ରାଣପ୍ରିୟକୁ । ନବବିବାହିତା ପାଇକବଧୂ ସ୍ଵାମୀକୁ ଯୋଦ୍ଧବେଶରେ ସଜାଇ, ବୀରଦର୍ପରେ ଶତ୍ରୁବିନାଶ କରିବାକୁ ପ୍ରେରଣା ଦେବାପାଇଁ ରଣଶିଙ୍ଗା ନାଦରେ କରୁଥିଲା । ବୀରାଙ୍ଗନା ପାଇକବଧୂର ଅପୂର୍ବ ଦେଶପ୍ରେମ ଲକ୍ଷ୍ୟ କରି କବି ବିସ୍ମୟ ପ୍ରକାଶ କରିଛନ୍ତି ।

Question ୩୧ ।
ତରୁଣୀ ବକ୍ଷ ଲାଗି ପ୍ରିୟତମ ଜନ୍ମ ନୁହଁଇ ତବ
ଜନ୍ମଭୂଇଁର ମଙ୍ଗଳ ଲାଗି ଜୀବନ ଦେବାକୁ ହେବ ।
Answer:
ତରୁଣୀ ବକ୍ଷ………………………………………. ଦେବାକୁ ହେବ ।
ଶଂସିତ ପଦ୍ୟାଶଟି ପ୍ରଖ୍ୟାତ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରଚିତ ‘ପାଇକବଧୂର ଉଦ୍‌ବୋଧନ’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି ବୀର୍ଯ୍ୟବତୀ ପାଇକବାଳାର ଅନନ୍ୟ ଦେଶପ୍ରେମ ଓ ଅତୁଳନୀୟ ତ୍ୟାଗ ଉପରେ ଆଲୋକପାତ କରିଛନ୍ତି ।
ପୋଷଣ କରିଥାଏ । ତେଣୁ ସ୍ବାମୀର ଦୀର୍ଘଜୀବନ କାମନା କରି ସେ ନାନା ବ୍ରତ ଉପବାସ ମଧ୍ୟ କରିଥାଏ । କିନ୍ତୁ କଳିଙ୍ଗ ପାଇକବଧୂର ଜୀବନ ଦର୍ଶନ ଥିଲା ଭିନ୍ନ । ଦେଶର ସ୍ଵାଧୀନତା ଓ ଅଖଣ୍ଡତାର ସୁରକ୍ଷା ପାଇଁ ସେ ସ୍ଵାମୀସୁଖକୁ ଜଳାଞ୍ଜଳି ଦେବାକୁ ଶ୍ରେୟ ମଣୁଥିଲା । ତେଣୁ ନବବିବାହିତା ପାଇକ କିଶୋରୀ ତା’ର ପ୍ରାଣପ୍ରିୟକୁ ନିଜ ହାତରେ ଯୋଦ୍ଧବେଶରେ ସଜାଇ ଶତ୍ରୁର ମୁକାବିଲା କରିବାପାଇଁ ଅକୁଣ୍ଠ ଚିତ୍ତରେ ସମରଭୂମିକୁ ପଠାଇ ଦେଉଥିଲା ।

ପତିସୋହାଗିନୀ କିଶୋରୀ ପ୍ରିୟାଠାରୁ ବିଦାୟ ନେଲାବେଳେ ଖଣ୍ଡାୟତ ବୀର ଯୁବକ ହୃଦୟର ଆବେଗକୁ ଅନୁଭବ କରିପାରୁଥିଲା ପ୍ରାଣପ୍ରିୟା ପତ୍ନୀ । ସୀମାନ୍ତରେ ଶତ୍ରୁ ହୁଙ୍କାର ଦେଉଥୁଲାବେଳେ ପ୍ରିୟାର ସ୍ନିଗ୍ଧ ସାନ୍ନିଧ୍ୟ ଓ ନିବିଡ଼ ବାହୁବନ୍ଧନରେ ବିଳାସର ସ୍ବପ୍ନ ଦେଖିବା ଯେ ବୀର ପକ୍ଷରେ କାପୁରୁଷତାର ପରିଚୟ, ବୀରା ରମଣୀ ଦୃପ୍ତକଣ୍ଠରୁ ଝରିପଡ଼ୁଥୁଲା ପ୍ରେରଣାର ଏହି ଅଗ୍ନିବର୍ଷୀ ବାଣୀ । ଜନ୍ମଭୂମିର ସୁରକ୍ଷା ପାଇଁ ଯୁଦ୍ଧକ୍ଷେତ୍ରରେ ହସି ହସି ପ୍ରାଣ ଉତ୍ସର୍ଗ କରିବା ଯେ ପାଇକ ଯୁବକର ପୌରୁଷର ପରିଚାୟକ ଏବଂ ସେହିପରି ଦେଶପ୍ରେମୀ ବୀର ସ୍ୱାମୀକୁ ନେଇ ପାଇକବଧୂ ନିଜକୁ ଗର୍ବିତ ଓ ଗୌରବାନ୍ବିତ ବୋଧକରେ ବୋଲି ସ୍ପଷ୍ଟୋକ୍ତି ପ୍ରକାଶ କରି ସ୍ଵାମୀ ମନରେ ସେ ଉତ୍ସାହ ଭରିଦେଉଥ୍‌ଲା ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୩୨ ।
ସଂଶିତ କବିତାଟିରେ କବିଙ୍କର ଦେଶାତ୍ମବୋଧ ଓ ଜାତୀୟଭାବ କିପରି ପ୍ରକଟିତ ହୋଇଛି, ଆଲୋଚନା କର ।
କିମ୍ବା, ‘ପାଇକବଧୂର ଉଦ୍‌ବୋଧନ’ କବିତାରେ ଅତୀତ ଉତ୍କଳର ଯେଉଁ ଗରିମାମୟ ଇତିହାସର ସଂକେତ ରହିଛି, ତାହା ଉଲ୍ଲେଖ କର ।
କିମ୍ବା, କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ଜାତୀୟ ପ୍ରୀତି ଚିନ୍ତାଧାରା ତାଙ୍କ କବିତାଗୁଡ଼ିକରେ ପ୍ରତିଫଳିତ– ଏହା ତାଙ୍କ ରଚିତ ‘ପାଇକବଧୂର ଉଦ୍‌ବୋଧନ’ କବିତା ଅବଲମ୍ବନରେ ପ୍ରତିପାଦନ କର ।
Answer:
ଭାବନାରେ ଆନ୍ଦୋଳିତ କରେ । ଓଡ଼ିଶା ଓ ଓଡ଼ିଆ ଜାତିର ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନେଇ ସମୃଦ୍ଧ କବିଙ୍କ ରଚନାବଳୀ କବିଙ୍କୁ ‘ପାଇକ କବି’ ଭାବରେ ଏକ ସ୍ୱତନ୍ତ୍ର ଆସନ ଦେଇପାରିଛି । କବିଙ୍କର କବିତାଗୁଡ଼ିକ ଖାଲି ଶୁଷ୍କ ଦେଶପ୍ରୀତିର ଉଦ୍‌ବୋଧନ ନୁହେଁ, ଓଡ଼ିଶାର ଅତୀତ ଗୌରବ ଓ ଗରିମାମୟ କାହାଣୀକୁ ନେଇ ରଚିତ କବିତାଗୁଡ଼ିକ ବେଶ୍ ହୃଦୟସ୍ପର୍ଶୀ ।

କବିଙ୍କ ସୃଷ୍ଟିସମ୍ଭାର ମଧ୍ୟରେ ‘ଅଗ୍ନିଶଙ୍ଖ’, ‘ଆହୂତି’, ‘ମାଟିଦୀପ’, ‘ଦିଗବଳୟ’ ଆଦି ରଚନାବଳୀ କବିଙ୍କ ଉଜ୍ଜ୍ଵଳ ପ୍ରତିଭାର ସ୍ବାକ୍ଷର ବହନ କରେ । କିମ୍ବଦନ୍ତୀକୁ ଆଶ୍ରୟ କରି ସଂଳାପ ଭଙ୍ଗୀରେ ରଚିତ କବିତାଗୁଡ଼ିକ ପ୍ରାଣବାନ୍ ଓ ସୁଖପାଠ୍ୟ । ଆଲୋଚ୍ୟ କବିତା ‘ପାଇକବଧୂର ଉଦ୍‌ବୋଧନ’ କବିଙ୍କର ଏକ ଦୀର୍ଘ କବିତାର ଅଂଶବିଶେଷ ।

କବିତା ‘ପାଇକବଧୂର ଉଦ୍‌ବୋଧନ’ ଓଡ଼ିଶାର ଅତୀତ ଇତିହାସ ଓ ଜାତୀୟ ବୀରତ୍ଵର ଏକ ହୃଦୟସ୍ପର୍ଶୀ ଆଲେଖ୍ୟ । ପାଇକବାଳାର କୋମଳ ହୃଦୟ ମଧ୍ଯରେ ଦେଶପ୍ରୀତିର ଯେଉଁ ଅନନ୍ୟ ଫଲ୍‌ଗୁ କବିତାଟିରେ ରୂପାୟିତ ହୋଇଛି, ତାହା ପାଠକ ପ୍ରାଣରେ ଜାତୀୟ ଚେତନା ସୃଷ୍ଟି କରେ । ଖୋର୍ଦ୍ଧାଗଡ଼ ଅତୀତ ଉତ୍କଳର ଗୌରବୋଜ୍ଜ୍ଵଳ ଐତିହ୍ୟର ସ୍ମାରକୀ, କଳିଙ୍ଗର ଖଣ୍ଡାୟତ- ପାଇକବୀରମାନଙ୍କ ବୀରତ୍ୱର ମୂକସାକ୍ଷୀ । ଏହି ବୀରଭୂମିର ଦର୍ଶନ ହିଁ ପ୍ରତିଟି ଓଡ଼ିଆ ପ୍ରାଣରେ ଶିହରଣ ସୃଷ୍ଟି କରେ । ଦର୍ଶକର ଧମନୀରେ ରକ୍ତର ଉଷ୍ମତା ବୃଦ୍ଧିପାଏ । ଲକ୍ଷ ଲକ୍ଷ ପାଇକବୀରଙ୍କ ଶୌର୍ଯ୍ୟ, ବୀର୍ଯ୍ୟର ଗାଥାକୁ ବୁକୁତଳେ ଚାପିରଖ୍ ଏ ଭୂମି ଆଜି ମୂକ ପାଲଟି ଯାଇଛି । ବୀର ରକ୍ତରଞ୍ଜିତ ଏଇ ଲାଲମାଟି ଦର୍ଶନ କଲାପରେ ଖୋର୍ଦ୍ଧାଗଡ଼ର ଗରିମାମୟ ସ୍ମୃତି ରୋମନ୍ଥନ କରିଛନ୍ତି କବି ।

ଗଡ଼ର ଦୁର୍ଗ ଏକଦା ପାଇକ ସେନାନୀଙ୍କ ଅସ୍ତ୍ରଶସ୍ତ୍ରାଦିର ଝଙ୍କାରରେ ନିନାଦିତ ହୋଇ ଉଠୁଥିଲା । ଦୁର୍ଗ ସମ୍ମୁଖସ୍ଥ ପ୍ରାଙ୍ଗଣ ଥିଲା ସମରାଭ୍ୟାସର କ୍ଷେତ୍ର । ଯୁଦ୍ଧବାଦ୍ୟ ଓ ରଣଶିଙ୍ଗା ନାଦରେ ପ୍ରକମ୍ପିତ ହୋଇଉଠୁଥିଲା ପାର୍ଶ୍ୱସ୍ଥ ବନଭୂମି । ପାଇକବୀରଙ୍କ ରଣ ହଂକାରରେ ପ୍ରତିଧ୍ଵନିତ ହେଉଥୁଲା ଦୁର୍ଗ ଚତୁଃସୀମା । ତୋପ, କମାଣ, ବନ୍ଧୁକର ଗୁରୁଗର୍ଜନ ଶତ୍ରୁ ଶିବିରରେ ଆତଙ୍କ ସୃଷ୍ଟି କରୁଥିଲା । କବି ତାଙ୍କ କଳ୍ପନେତ୍ରରେ ଦେଖ୍ ପାରିଛନ୍ତି ଖୋର୍ଦ୍ଧାଗଡ଼ର ଏହି ଗରିମାମୟ ଇତିହାସକୁ ।

ପ୍ରକୃତିସ୍ଥ ହେଲା ପରେ ଦେଖୁଛନ୍ତି କଳିଙ୍ଗର ବୀର ସେନାନୀଙ୍କ କାର୍ମଭୂମିର ଜରାଜୀର୍ଣ୍ଣ ଅବସ୍ଥା । ଶ୍ମଶାନସମ ପଡ଼ିରହିଛି ଭଗ୍ନଦୁର୍ଗର ଶିଳାସମୂହ, ପ୍ରାଙ୍ଗଣ ଓ ପ୍ରାନ୍ତର । ଯେଉଁ ବନ, ପ୍ରାନ୍ତର ଦିନେ ଯୁଦ୍ଧଅଶ୍ଵମାନଙ୍କ କ୍ଷୁରୋତ୍‌ତ ଧୂଳିରେ ଆଚ୍ଛାଦିତ ହେଉଥିଲା, ସେ ସ୍ଥାନରେ ବିରାଜମାନ କରୁଛି ଅଖଣ୍ଡ ନୀରବତା । ପାର୍ଶ୍ଵସ୍ଥ ବନଭୂମି ହୋଇଉଠିଛି ଶ୍ଵାପଦସଙ୍କୁଳ । କବିଙ୍କ ଭାଷାରେ –

‘ଫୁଟେ ନାହିଁ ତୋପ ଓ ବନ୍ଧୁକ
ଛୁଟେ ନାହିଁ ଲକ୍ଷ ଲକ୍ଷ ତୀର
ଟପ୍ ଟପ୍ ଚାଲେ ନାହିଁ ଘୋଡ଼ା
ସମୀରଣ ବହିଯାଏ ନୀରବେ ଗୁଞ୍ଜରି
ବୁଲନ୍ତି ଶ୍ୱାପଦ କୁଳ ହୋଇ ଯୋଡ଼ା ଯୋଡ଼ା ।’’

କବିଙ୍କ ଜିଜ୍ଞାସୁ ପ୍ରାଣ ଉତ୍କଳର ପୂର୍ବପୁରୁଷଙ୍କ ଅସାମାନ୍ୟ ସ୍ବାଭିମାନ ଓ ବୀରତ୍ବର ବାଣୀ ଶୁଣାଇବାକୁ ଦୁର୍ଗର ଭଗ୍ନଶିଳା ଓ ପାର୍ଶ୍ୱସ୍ଥ ବନ, ପ୍ରାନ୍ତରକୁ ଆବେଗଭରା ଆହ୍ଵାନ କରିଛନ୍ତି । ଚିରମୌନୀ ଭଗ୍ନଦୁର୍ଗ ଓ ପ୍ରାଙ୍ଗଣକୁ କଳିଙ୍ଗ ଜାତିର ଗୌରବଗାଥା ଶୁଣାଇବାପାଇଁ ଅନୁନୟ କରିଛନ୍ତି । ବୀରଜାତିର ଅଖଣ୍ଡ ବିକ୍ରମ ଓ ତେଜୋଦୀପ୍ତ ସମର କଳାକୌଶଳର ପ୍ରତ୍ୟକ୍ଷ ବିବରଣୀ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । କଳିଙ୍ଗର ବୀରାଙ୍ଗନା ପାଇକବଧୂର ଅନନ୍ୟ ତ୍ୟାଗ ଓ ଅଖଣ୍ଡ ସାହସର କାହାଣୀ ଶୁଣିବାକୁ କବିପ୍ରାଣ ବ୍ୟାକୁଳତା ପ୍ରକାଶ କରିଛି । କବି କଣ୍ଠରେ –

ପ୍ରକାଶ କରିଛି । କବି କଣ୍ଠରେ –
କଥା କହି ସମର ପ୍ରାଙ୍ଗଣ,
କହ କଥା ଭଗ୍ନ ଦୁର୍ଗ ଶିଳା
କଥା କହି ଶଇଳ କାନନ ।’’

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

ଓଡ଼ିଆ ଜାତିର ଗୌରବୋଜ୍ଜ୍ଵଳ ଐତିହ୍ୟ ଓ ବୀରତ୍ବର ବାଣୀ ଶୁଣିବାପାଇଁ କବି ମନର ବୈକଲ୍ୟ ତାଙ୍କ ଜାତିପ୍ରୀତି ଓ ଦେଶାତ୍ମବୋଧ ଚେତନାର ପରିଚୟ ବହନ କରେ । ନବବିବାହିତା ପାଇକ କିଶୋରୀବଧୂ ନିଜ ସ୍ୱାମୀକୁ ଯୋଦ୍ଧବେଶରେ ସୁସଜ୍ଜିତ କରି ଦୁର୍ଗ ପ୍ରାଙ୍ଗଣରେ ବିଦାୟ ଦେଇଯାଉଥିଲା । ଶତ୍ରୁ ନିପାତ କରିବାପାଇଁ ପ୍ରିୟତମକୁ ବଜ୍ରଶପଥ କରାଇ ଦୃପ୍ତ କଣ୍ଠରେ ଉତ୍ସାହ ଓ ପ୍ରେରଣାର ବାଣୀ ଶୁଣାଉଥୁଲା ପାଇକ ରମଣୀ ।

ବୀର ସ୍ବାମୀ ହୃଦୟରେ ପ୍ରାଣପ୍ରିୟା ପ୍ରତି ଅବଦମିତ ଭାବାବେଗକୁ ଅନୁଭବ କରି ପାଇକବଧୂ ବୀର ପାଇକର କର୍ତ୍ତବ୍ୟ ଓ ପୌରୁଷ ବିଷୟରେ ସ୍ଵାମୀକୁ ସଚେତନ କରାଇ ଦେଉଥିଲା । ଖଣ୍ଡାୟତ କୂଳର ପାଇକବଧୂ ବୀର ପାଇକର କର୍ତ୍ତବ୍ୟ ଓ ପୌରୁଷ ବିଷୟରେ ସ୍ଵାମୀକୁ ସଚେତନ କରାଇ ଦେଉଥିଲା । ଖଣ୍ଡାୟତ କୁଳର ସୁଯୋଗ୍ୟ ଦାୟାଦର ଜନ୍ମ କେବଳ ମାତୃଭୂମିର ସମ୍ମାନ ରକ୍ଷା ପାଇଁ ଉଦ୍ଦିଷ୍ଟ । ଜନ୍ମଭୂମିର ସ୍ଵାଧୀନତା ଓ ଅଖଣ୍ଡତା ରକ୍ଷା ପାଇଁ ଜାଗ୍ରତ ପ୍ରହରୀ ଭାବେ ଜୀବନ ଅତିବାହିତ କରିବାରେ ପ୍ରମାଣିତ ହୁଏ ତା’ର ପୌରୁଷର ସାର୍ଥକତା ।

ସୀମାନ୍ତରେ ଶତ୍ରୁ ରଣହୁଙ୍କାର ଦେଉଥିଲାବେଳେ ପ୍ରିୟାର ପଣତ ତଳେ ବିଳାସର ସ୍ଵପ୍ନ ଦେଖ‌ିବା ଯେ କାପୁରୁଷର ଲକ୍ଷଣ । ବୀର ବିକ୍ରମରେ ଶତ୍ରୁ ନିପାତ କରିବାପାଇଁ ସମରକ୍ଷେତ୍ରକୁ ଲମ୍ଫ ଦେବାକୁ ପ୍ରାଣପ୍ରିୟକୁ ଉତ୍ତେଜନାପୂର୍ଣ୍ଣ ଆହ୍ବାନ ଦେଉଥିଲା କିଶୋରୀ ପାଇକବଧୂ । ବୀରବାଳାର ଅଗ୍ନିବର୍ଷୀ ବାଣୀ ଶ୍ରବଣରେ ପାଇକ ସନ୍ତାନ ହୃଦୟରେ ସୃଷ୍ଟି ହେଉଥିଲା ଅଖଣ୍ଡ ଆତ୍ମବିଶ୍ଵାସ, ବାହୁରେ ଭରି ଯାଉଥିଲା ଶତସିଂହର ବଳ । ପାଇକବଧୂର ରଣଶିଙ୍ଗା ନାଦ ସ୍ଵାମୀ ମନତଳର ସବୁ ଦୁର୍ବଳତାକୁ ବୀରତ୍ଵରେ ରୂପାନ୍ତରିତ କରୁଥିଲା । ପ୍ରାଣପ୍ରିୟାର ଦୃପ୍ତ କଣର କଣ୍ଠରୁ ଝରିପଡ଼ୁଥୁଲା –

‘ଶତେକ ସୈନ୍ୟ ସାଥେ ରଣ କରି ବିଜୟ ଲକ୍ଷ୍ମୀ ବରି
ଆସିବ ଯେ ଦିନ କୋଟି ଗଭରବେ ନେବି ମୁଁ ଆଦର କରି ।
ବନ୍ଦାଇ ନେବି କୁଟୀରେ ସୋହାଗେ
ପଦବନ୍ଦନା କରି
ଚାଲ ପ୍ରିୟତମ ସମର କ୍ଷେତ୍ରେ
ବକ୍ଷେ ଅନଳ ଭରି ।’’

ସଂଳାପଧର୍ମୀ କବିତାର ଭାବାବେଗ, ଭାଷାର ସାବଲୀଳ ପ୍ରବାହ ଓ ଅନୁଭବର ଆନ୍ତରିକ ପ୍ରାଣସତ୍ତାରେ ଭରା କବିଙ୍କ ଜାତୀୟତାବାଦୀ କବିତା ‘ପାଇକବଧୂର ଉଦ୍‌ବୋଧନ’ କାବ୍ୟ ସାହିତ୍ୟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନ ଦାବି କରେ ।

Question ୩୩ ।
ଅତୀତ ଉତ୍କଳର ଶୌର୍ଯ୍ୟ ଓ ସାମରିକ ବିଭବର ଯେଉଁ ଚିତ୍ର କବିତାଟିରେ ପ୍ରକାଶିତ ହୋଇଛି ତାହା ବର୍ଣ୍ଣନ କର।
କିମ୍ବା, ଅତୀତର ବୀର ଓଡ଼ିଆର ଅନନ୍ୟ ସମରକୁଶଳତା ‘ପାଇକବଧୂର ଉଦ୍‌ବୋଧନ’ କବିତା ମଧ୍ୟରେ କିପରି ପରସ୍ଫୁଟିତ ହୋଇଛି, ତାହା ବର୍ଣ୍ଣନା କର ।
କିମ୍ବା, ବୀର ଓଡ଼ିଆର ସମରକୌଶଳ ଓ କିମ୍ବା ଅପରିମିତ ସାହସର କାବ୍ୟକ ବ୍ୟାଖ୍ୟା କବିଙ୍କ ଲେଖନୀରେ କିପରି ଜୀବନ୍ତ ହୋଇପାରିଛି, ତାହା ଉଲ୍ଲେଖ କର ।
Answer:
ସବୁଜ ସମସାମୟିକ କବି ଭାବେ ଯେଉଁ କତିପୟ ସାରସ୍ଵତ ସାଧକ ଉତ୍କଳ ବାଣୀଭଣ୍ଡାରକୁ ସମୃଦ୍ଧ କରିଛନ୍ତି ସେମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ତ୍ରିପାଠୀ ଅନ୍ୟତମ । ନିଜ ଜନ୍ମସ୍ଥଳୀ ପଲ୍ଲୀଭୂମିର ପ୍ରାକୃତିକ ପରିବେଶ ମଧ୍ୟରେ କବିତା ରଚନା ଆରମ୍ଭ କରି ସେ ତାଙ୍କ ପରିଣତ କାବ୍ୟସ୍ୱରକୁ ଅନାହତ ମାନବବାଦୀ ଭାବଧାରାରେ ରସାଣିତ କରିପାରିଥିଲେ । ତାଙ୍କ ଆବେଗଧର୍ମୀ କବିତାଗୁଡ଼ିକ ପାଠକ ପ୍ରାଣରେ ଜାତୀୟ ଚେତନା ସୃଷ୍ଟି କରେ । କବିଙ୍କ ପ୍ରମୁଖ ରଚନାବଳୀ ଓଡ଼ିଶା ଓ ଓଡ଼ିଆଙ୍କ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ଉପରେ ଆଧାରିତ ତଥା ଜାତିପ୍ରୀତିରେ ସମୃଦ୍ଧ ।

କବିଙ୍କ ସୃଷ୍ଟିନିଚୟ ଭାଷା ଓ ଭାବ ଦୃଷ୍ଟିରୁ ସରଳ, ସ୍ୱଚ୍ଛ ଓ ନିରାଭରଣ । ଏହି ସାରସ୍ଵତ ସ୍ରଷ୍ଟାଙ୍କ ସୃଷ୍ଟିସମ୍ଭାର ମଧ୍ୟରେ ‘ଅଗ୍ନିଶଙ୍ଖ’, ‘ଆହୂତି’, ‘ମାଟିଦୀପ’, ‘ଦିଗବଳୟ’ ଆଦି ରଚନାବଳୀ କବିଙ୍କ ଅମଳିନ ସାରସ୍ଵତ ପ୍ରତିଭାର ବଳିଷ୍ଠ ନିଦର୍ଶନ ।

ଏହି କବିତାଟିରେ କବି ଉତ୍କଳର ଶୌର୍ଯ୍ୟ ଓ ସାମରିକ ବିଭବର ହୃଦୟସ୍ପର୍ଶୀ ଚିତ୍ର ପ୍ରଦାନ କରିବା ସଙ୍ଗେ ସଙ୍ଗେ ଉତ୍କଳୀୟ ନାରୀର ଅନନ୍ୟ ତ୍ୟାଗ ଓ ଅଖଣ୍ଡ ସାହସ ତଥା ମହନୀୟ ଦେଶାତ୍ମବୋଧ ଚେତନାର ଗୁରୁତ୍ଵପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଛନ୍ତି । ‘ପାଇକବଧୂର ଉଦ୍‌ବୋଧନ’ ଶୀର୍ଷକ କବିତାଟି ଅତୀତ ଉତ୍କଳର ଗୌରବାବହ ସ୍ମୃତିକୁ ପାଠକ ପ୍ରାଣରେ ଉଜ୍ଜୀବିତ କରେ ।

କଳିଙ୍ଗର ପାଇକସେନାଙ୍କ ଅଖଣ୍ଡ ବୀରତ୍ବ ଓ ଅନନ୍ୟ ସମରକୌଶଳ ଏକଦା ଓଡ଼ିଶାର ସୀମାକୁ ଗଙ୍ଗାଠାରୁ ଗୋଦବରୀ ପର୍ଯ୍ୟନ୍ତ ବିସ୍ତୃତ କରାଇ ପାରିଥିଲା । ଖୋର୍ଦ୍ଧାଗଡ଼ ଅତୀତ ଉତ୍କଳର ଗୌରବୋଜ୍ଜ୍ବଳ ଐତିହ୍ୟର ସ୍ମାରକୀ ଓ କଳିଙ୍ଗ ଖଣ୍ଡାୟତ ପାଇକବୀରଙ୍କ ବୀରତ୍ୱର ମୂକସାକ୍ଷୀ । ଏହି ଗଡ଼ର ଦୁର୍ଗ ଦିନେ ଓଡ଼ିଆ ପାଇକବୀରଙ୍କ ଅସ୍ତ୍ରଶସ୍ତ୍ରାଦିର ଝନତ୍‌କାରରେ ପ୍ରକମ୍ପିତ ହେଉଥିଲା । ଯୁଦ୍ଧବାଦ୍ୟର ବଜ୍ର ନିଘୋଷ ଗମ୍ଭୀର ଧ୍ୱନି ଓ ରଣଶିଙ୍ଗାର ଉଦ୍ଦୀପନା ଏବଂ ଉନ୍ମାଦନା ସୃଷ୍ଟିକାରୀ ନିନାଦରେ ପ୍ରକମ୍ପିତ ହେଉଥିଲା ଦୁର୍ଗ ପରିପାର୍ଶ୍ବ ।

ସମ୍ମୁଖସ୍ଥ ପ୍ରାଙ୍ଗଣ ଓ ପ୍ରାନ୍ତର ପାଇକ ସେନାନୀଙ୍କ ସମରାଭ୍ୟାସରେ ମୁଖରିତ ହୋଇଉଠୁଥିଲା । ଯୋଦ୍ଧବେଶରେ ସଜ୍ଜିତ କଳିଙ୍ଗସେନାଙ୍କ ରଣହୁକାରରେ ପ୍ରକମ୍ପିତ ହେଉଥିଲା ଗଡ଼ ଚତୁଃସୀମା । ତୋପ, କମାଣ ଓ ବନ୍ଧୁକର ଗୁରୁଗର୍ଜନରେ ପ୍ରତିଧ୍ଵନିତ ହେଉଥିଲା ପାର୍ଶ୍ୱସ୍ଥ ବନ ଓ ପ୍ରାନ୍ତର । ରଣାଭ୍ୟାସରତ ପାଇକସେନାଙ୍କ କାମୁଁକ ଟଙ୍କାର ଓ ତହିଁରୁ ନିର୍ଗତ ଲକ୍ଷ ଲକ୍ଷ ତୀର ସଞ୍ଚାଳନରେ ଗଗନ ମଣ୍ଡଳ ଆଚ୍ଛାଦିତ ହେଉଥିଲା । ଅଶ୍ଵମାନଙ୍କ ଟାପୁ ଶବ୍ଦରେ ମୁଖରିତ ହୋଇଉଠୁଥୁଲା ଗଡ଼ ଚତୁଃସୀମା । ଅଶ୍ଵକ୍ଷୁରୋତ୍‌ତ ଧୂଳି ଧୂମମଣ୍ଡଳ ପ୍ରାୟ ଗଗନପବନ ଆଚ୍ଛାଦିତ କରୁଥିଲା । କବିଙ୍କ ଭାଷାରେ –

‘ଏଇ ବୀର ମାଟି !
ଚାହିଁଲେ ନିମିଷେ ଯାରେ
ରକ୍ତ ଯାଏ ତାତି,
ରହିଅଛି ପଡ଼ି
ଅତୀତର ଲକ୍ଷ ବୀରଗାଥା
ବୁକୁତଳେ ଧରି ।’

ଖୋର୍ଦ୍ଧାଗଡ଼ର ହୃତଗୌରବ ସ୍ମରଣ କରି କବି କଳ୍ପନେତ୍ରରେ ଦେଖୁପାରିଛନ୍ତି ବୀରମାଟିର ଐତିହ୍ୟଭରା ସୁଦୂର ଅତୀତ । ଏହି ମାଟିର କ୍ଷଣିକ ଦର୍ଶନରେ ପ୍ରତିଟି ଓଡ଼ିଆର ହୃଦୟ, ପୂର୍ବପୁରୁଷଙ୍କ ଶୌର୍ଯ୍ୟ, ବୀର୍ଯ୍ୟଭରା କାହାଣୀ ସ୍ମରଣରେ ଗର୍ବିତ ହୁଏ, ଧମନୀରେ ରକ୍ତର ଉଷ୍ମତା ବୃଦ୍ଧିପାଏ । ଲକ୍ଷ ଲକ୍ଷ ପାଇକସେନାଙ୍କ ବୀରତ୍ୱର ଗାଥାକୁ ବୁକୁତଳେ ଚାପିରଖ୍ ଆଜି ସତେଯେପରି ସେ ମୂକ ପାଲଟି ଯାଇଛି ବୋଲି କବି ଅନୁଭବ କରିଛନ୍ତି ।

ପରିତ୍ୟକ୍ତ ଭାବେ ପଡ଼ିରହିଥିବା ଭଗ୍ନଦୁର୍ଗର ଶିଳାସମୂହ ଓ ପାର୍ଶ୍ୱସ୍ଥ ବନ, ପ୍ରାନ୍ତରକୁ ବୀରଜାତିର ଅଖଣ୍ଡ ବିକ୍ରମ ଓ ତେଜୋଦୀପ୍ତ ସମର କଳାକୌଶଳର ପ୍ରତ୍ୟକ୍ଷ ବିବରଣୀ ପ୍ରଦାନ କରିବାକୁ କବି ଅନୁନୟ କରିଛନ୍ତି । ପୂର୍ବପୁରୁଷଙ୍କ ଅସାମାନ୍ୟ ସ୍ୱାଭିମାନ ଓ ବୀରତ୍ବର ବାଣୀ ଶୁଣାଇବାପାଇଁ ଭଗ୍ନଶିଳାଖଣ୍ଡକୁ କବି ଅନୁରୋଧ କରିଛନ୍ତି । କବି କଣ୍ଠରୁ ଝରିପଡ଼ିଛି –

‘‘କହ କହ ହେ ବନ ପ୍ରାନ୍ତର
କଥା କହି ସମର ପ୍ରାଙ୍ଗଣ,
କହ କଥା ଭଗ୍ନ ଦୁର୍ଗ ଶିଳା
କହ କଥା ଶଇଳ କାନନ ।’’

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

କଳିଙ୍ଗର ବୀରବାଳା ପାଇକବଧୂର ଅସୀମ ସାହସ ଓ ଅନନ୍ୟ ତ୍ୟାଗର କାହାଣୀ ଶୁଣିବାକୁ କବିପ୍ରାଣ ବ୍ୟାକୁଳ ହୋଇ ଉଠିଛି । ନବବିବାହିତା ଖଣ୍ଡାୟତ ପାଇକ କିଶୋରୀ ନିଜ ସ୍ୱାମୀକୁ ଯୋଦ୍ଧବେଶରେ ସଜାଇ, ରଣଶିଙ୍ଗା ନାଦରେ ଗାଁ ଭୂଇଁ ପ୍ରକମ୍ପିତ କରି ଦୁର୍ଗ ପ୍ରାଙ୍ଗଣରେ ପହଞ୍ଚାଇ ଦେଉଥିଲା । ବୀରାଙ୍ଗନା ପାଇକବଧୂ ସ୍ବାମୀ ହାତରେ ଧରାଇ ଦେଉଥୁଲା ଢାଲ ଓ ତରବାରି । ନିଜ ହାତରେ ସ୍ବାମୀର ପୃଷ୍ଠଦେଶରେ ବାନ୍ଧି ଦେଉଥିଲା ତୀରଭରା ତୁଣୀର, ଧରାଇ ଦେଉଥିଲା ଦୀପ୍ତ ଧନୁଶର ।

ଗଳାରେ ମନ୍ଦାରମାଳା ଲମ୍ବାଇ ଦେଇ ଅର୍ଘ୍ୟ ବନ୍ଦାପନା କଲାବେଳେ ହୁଳହୁଳି ନାଦରେ ଗ୍ରାମଭୂମି ନିନାଦିତ କରୁଥୁଲା ବୀର୍ଯ୍ୟବତୀ ବାଳା । ଯୁଦ୍ଧବାଦ୍ୟ ତାଳେ ତାଳେ ସମର ସଙ୍ଗୀତ ଗାନ କରି ବିଦାୟ ଦେଉଥ୍ଲା ପ୍ରାଣପ୍ରିୟ ସ୍ୱାମୀକୁ । ଜନ୍ମଭୂମିର ସ୍ଵାଧୀନତା ରକ୍ଷା ପାଇଁ ଦୃଢ଼ ହସ୍ତରେ ଶତ୍ରୁ ନିପାତ କରିବାକୁ ଦୃପ୍ତ କଣ୍ଠରେ ରାଣ ଦେଇ ବୀରବାଳା ସ୍ବାମୀ ମନରେ ସାହସ ଭରିଦେଉଥିଲା ।

ପ୍ରାଣପ୍ରିୟାଠାରୁ ବିଦାୟ ନେଲାବେଳେ ପାଇକ ଯୁବକ ମନରେ ସୃଷ୍ଟ କ୍ଷଣିକ ବିଷାଦକୁ ଅନୁଭବ କରି ପାଇକବାଳା ଖଣ୍ଡାୟତ ଯୁବକକୁ କର୍ତ୍ତବ୍ୟବୋଧ ସମ୍ପର୍କରେ ସଚେତନ କରାଇ ଦେଉଥିଲା । ଜୀବନ-ମୃତ୍ୟୁର ଲୁଚକାଳି କ୍ରୀଡ଼ାସ୍ଥଳୀ ସମରଭୂମିକୁ ପଠାଇ ବୀରବାଳା ପାଇକବଧୂ କିପରି ହୁଳହୁଳି ଦେଇ ନିଜ ସ୍ଵାମୀକୁ ଦୁର୍ଗ ପ୍ରାଙ୍ଗଣରେ ବିଦାୟ ଦେଇପାରିଲା ତାହା ଚିନ୍ତାକରି କବି ବିସ୍ମୟ ପ୍ରକାଶ କରିଛନ୍ତି । କବିଙ୍କ ଭାଷାରେ –

‘‘ କେମନ୍ତେ ସେ ବୀର୍ଯ୍ୟବତୀ ବାଳା
କଣ୍ଠତଟୁ ଦେଲା ହୁଳହୁଳି
ବନ୍ଦାଇଲା ସ୍ଵାମୀରେ ସୋହାଗେ
ଯାଅ ଦର୍ପେ ଯୁଦ୍ଧ କର ବୋଲି !”

କଳିଙ୍ଗର ପାଇକ ରମଣୀର ସେହି ଅନୁଳନୀୟ ଦେଶପ୍ରୀତି ଓ ଅନନ୍ୟ ଜାତୀୟ ଚେତନା ହିଁ ଉତ୍କଳ ସନ୍ତାନକୁ ଉଦ୍‌ବୁଦ୍ଧ କରିଥିଲା । ଉତ୍କଳୀୟ ପାଇକବୀରଙ୍କ ଅପୂର୍ବ ସମର କଳାକୌଶଳକୁ ଆଧାର କରି ଓଡ଼ିଶାର ସାମରିକ ବିଭବ ପରିପୁଷ୍ଟ ଥିଲା । ଉତ୍କଳୀୟମାନଙ୍କ ରକ୍ତରେ ଶୌର୍ଯ୍ୟ, ବୀର୍ଯ୍ୟର କଣିକା ହିଁ ଏ ଜାତିକୁ ବୀରଜାତିର ମର୍ଯ୍ୟାଦା ପ୍ରଦାନ କରିଥିଲା । କଳିଙ୍ଗ ଥିଲା ବୀର ସେନାନୀଙ୍କ ଅଖଣ୍ଡ ଗର୍ବ ଗୌରବର କର୍ମଭୂମି । କବିଙ୍କ ଉଗ୍ର ପ୍ରାଦେଶିକ ଚେତନା, ନିଷ୍ଠାପର ଜାତିପ୍ରାଣତା ତଥା ଜାତୀୟତାର ଯଥାଯଥ ସମନ୍ୱୟ କବିତାରେ ଭରି ଦେଇଛି ଅପୂର୍ବ ପ୍ରାଣପ୍ରାଚୁର୍ଯ୍ୟ ।

Question ୩୪ ।
‘ନାରୀ ଯୁଗେ ଯୁଗେ ପ୍ରେରଣାଦାୟିନୀ’ – ଉକ୍ତିଟିକୁ ପଠିତ କବିତା ଅନୁସରଣରେ ପ୍ରମାଣ କର ।
କିମ୍ବା, ଏକବିଂଶ ଶତାବ୍ଦୀର ‘ନାରୀ ସଶକ୍ତିକରଣ ଯୋଜନା’ର ଏକ ସଫଳ ଝଲକ ଅତୀତ କଳିଙ୍ଗ ସଭ୍ୟତା ମଧ୍ୟରେ ଦେଖିବାକୁ ମିଳେ – ଏହାର ଯଥାର୍ଥତା ପଠିତ କବିତା ଛାୟାରେ ପ୍ରତିପାଦନ କର ।
କିମ୍ବା, ପୁରୁଷର ସମସ୍ତ ସଫଳତା କ୍ଷେତ୍ରରେ ନାରୀର ପ୍ରେରଣା ଅପରିହାର୍ଯ୍ୟ – ଏହା ପଠିତ ‘ପାଇକବଧୂର ଉଦ୍‌ବୋଧନ’ କବିତା ଅନୁସରଣରେ ଆଲୋଚନା କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରବହମାନ କାଳବକ୍ଷରେ ସବୁଜ ଯୁଗ ଓ ପ୍ରଗତିପର୍ବର ସନ୍ଧିସ୍ଥଳରେ ଜାତୀୟ ଚେତନା ତଥା ରୋମାଣ୍ଟିକ୍ ଭାବଧାରାକୁ ଆଧାର କରି ସ୍ୱକୀୟ ଲେଖନୀ ଚାଳନା କରିଥିଲେ ସବୁଜ ସମସାମୟିକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ । ଜନ୍ମଭୂମି ପରିପାର୍ଶ୍ବର ପ୍ରାକୃତିକ ସୌନ୍ଦର୍ଯ୍ୟକୁ କବିତାରେ ରୂପ ଦେଉ ଦେଉ ଜାତିପ୍ରୀତି, ମାନବବାଦର ଜୟଜୟକାରରେ ତାଙ୍କ କବିତାମାନ ହୋଇଉଠିଥିଲା ରସାଳ ଓ ମଞ୍ଜୁଳ । ଅତୀତ ଉତ୍କଳର ଗୋରବୋଦୀପ୍ତ ଐତିହ୍ୟ ଓ ବୀରବାଣୀ ଗାନ କରି ସେ ଓଡ଼ିଆ ପାଠକ ପ୍ରାଣରେ ତୋଳି ପାରିଥିଲେ ଉଷ୍ମତାର ଝଙ୍କାର ।

କବିଙ୍କ ସାରସ୍ଵତ ସୃଷ୍ଟିନିଚୟ ମଧ୍ୟରେ ‘ଅଗ୍ନିଶଙ୍ଖ’, ‘ଆହୂତି’, ‘ମାଟିଦୀପ’, ‘ଦିଗବଳୟ’, ‘ହେ ମୋର ଉନ୍ମୁକ୍ତ ଜାତି’, ‘ରୂପାୟନ’ ଓ ‘ଉତ୍ସ’ ଆଦି ରଚନା ତାଙ୍କ ଉଜ୍ଜ୍ଵଳ ପ୍ରତିଭାର ସ୍ବାକ୍ଷର ବହନ କରେ । କବିଙ୍କ ‘ପାଇକବଧୂର ଉଦ୍‌ବୋଧନ’ କବିତାଟି ମୁଖ୍ୟତଃ ପାଇକ ରମଣୀର ଅସାମାନ୍ୟ ତ୍ୟାଗ ଓ ଅନନ୍ୟ ଦେଶପ୍ରୀତିର ବାଣୀ ପ୍ରଚାର କରେ ।

ନାରୀର ଅନ୍ୟ ନାମ ଶକ୍ତି । ପୁରୁଷ ପାଇଁ ଶକ୍ତି ଓ ପ୍ରେରଣାର ଉତ୍ସ ହେଉଛି ନାରୀ । ଇତିହାସରେ ଏହାର ବହୁଳ ପ୍ରମାଣ ଉପଲବ୍‌ଧ । ଜନନୀ, ଭଗିନୀ ଓ ଜାୟାର ଭୂମିକାରେ ଅବତୀର୍ଣ୍ଣ ହୋଇ ନାରୀ ପୁରୁଷ ଜୀବନକୁ ପୂର୍ଣ୍ଣତାରେ ଭରିଦିଏ । ପ୍ରେରଣାଦାୟିନୀ ଭାବେ ସାହସ ଓ ଧୈର୍ଯ୍ୟର ମହାଶିକ୍ଷା ଦେଇ ପୁରୁଷଠାରେ ସୃଜନୀ ଶକ୍ତିର ବିକାଶ ଘଟାଇଥାଏ । ବିଶେଷତଃ ଭାରତୀୟ ସଂସ୍କୃତିକୁ ମହାନ୍‌ କରି ଗଢ଼ିତୋଳିବାରେ ନାରୀମାନଙ୍କର ଅତୁଳନୀୟ ଭୂମିକା ରହିଛି ।

କଳା, ସାହିତ୍ୟ, ସଙ୍ଗୀତ, ସାମରିକ ବିଭବ ଆଦି ବହୁବିଧ କ୍ଷେତ୍ରରେ ଏକଦା ଓଡ଼ିଶା। ସାରା ଦେଶରେ ଏକ ସ୍ବତନ୍ତ୍ର ସ୍ଥାନ ଲାଭ କରି ଆସିଥିଲା । ଉତ୍କଳର ପାଇକବୀରଙ୍କ ଅପୂର୍ବ ସମର କଳାକୌଶଳ ଶତ୍ରୁ ହୃଦୟରେ କମ୍ପନ ସୃଷ୍ଟି କରୁଥିଲା । କଳିଙ୍ଗର ପାଇକମାନଙ୍କୁ ବୀର ଓ ସାହସୀ ଭାବେ ଗଢ଼ି ତୋଳିବାରେ ବୀରାଙ୍ଗନା ନାରୀମାନଙ୍କ ଉତ୍ସାହ ଓ ପ୍ରେରଣା ଅବଶ୍ୟ ସ୍ଵୀକାର୍ଯ୍ୟ ।

‘ପାଇକବଧୂର ଉଦ୍‌ବୋଧନ’ ଶୀର୍ଷକ କବିତାରେ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଉତ୍କଳର ବୀର୍ଯ୍ୟବତୀ ପାଇକ ରମଣୀର ଅନନ୍ୟ ତ୍ୟାଗ, ଅଖଣ୍ଡ ସାହସ ଓ ଅପୂର୍ବ ଦେଶପ୍ରୀତିର ଜୟଗାନ କରିଛନ୍ତି । ନବବିବାହିତା ପାଇକ କିଶୋରୀ ସ୍ଵାମୀକୁ ଯୁଦ୍ଧଭୂମିକୁ ପଠାଇବାପାଇଁ ନିଜ ହାତରେ ତାକୁ ଯୋଦ୍ଧବେଶରେ ସଜ୍ଜିତ କରୁଥିଲା ଓ ରଣଶିଙ୍ଗା ବଜାଇ ବଜାଇ ସମର ପ୍ରାଙ୍ଗଣରେ ଛାଡ଼ିଦେଇ ଯାଉଥିଲା । ବୀରଦର୍ପରେ ଶତ୍ରୁ ବିନାଶ କରିବାକୁ ଶପଥ କରାଇ ହାତରେ ଧରାଇ ଦେଉଥୁଲା ଢାଲ ଓ ତରବାରି । କପାଳରେ ପିନ୍ଧାଇ ଦେଉଥିଲା ବିଜୟ ସିନ୍ଦୂର ।

ପୃଷ୍ଠଦେଶରେ ବାନ୍ଧି ଦେଉଥିଲା ସଶକ୍ତ ତୁଣୀର । ହାତରେ ଧନୁର୍ବାଣ ଧରାଇ ବକ୍ଷଦେଶରେ ଲମ୍ବାଇ ଦେଉଥିଲା ମନ୍ଦାରର ମାଳା । ଯୁଦ୍ଧବାଦ୍ୟର ତାଳେ ତାଳେ ସମର ସଙ୍ଗୀତ ଗାନ କରି ସ୍ଵାମୀ ମନରେ ଭରି ଦେଉଥ୍‌ଲା ଗଭୀର ଆତ୍ମବିଶ୍ଵାସ ଓ ଅଖଣ୍ଡ ସାହସ । ରଣକ୍ଷେତ୍ରକୁ ବିଦାୟ ଦେବା ପୂର୍ବରୁ ହୁଳହୁଳି ଦେଇ ବନ୍ଦାପନା କରୁଥୁଲା ପ୍ରାଣପ୍ରିୟକୁ । ଜୀବନ ଓ ମୃତ୍ୟୁର କ୍ରୀଡ଼ାସ୍ଥଳୀ, ସମରକ୍ଷେତ୍ରକୁ ପଠାଇବାପାଇଁ ପାଇକବଧୂର ଏତାଦୃଶ କାର୍ଯ୍ୟଧାରା କବିଙ୍କୁ ବିସ୍ମିତ କରିଛି ।

ଯୁଦ୍ଧକ୍ଷେତ୍ରର ବିଭୀଷିକା ମଧ୍ୟକୁ ଲମ୍ଫ ଦେଇ ଶତ୍ରୁ ବିନାଶ କରିବାକୁ ପାଇକବୀର ମନରେ ଉତ୍ସାହ ଓ ପ୍ରେରଣା ଭରିଦେଉଥ୍‌ଲା ବୀରବାଳା ପାଇକ ରମଣୀ । କିଶୋରୀ ବଧୂଠାରୁ ବିଦାୟ ନେଲାବେଳେ ପାଇକ ବୀର ହୁଏତ ଚିନ୍ତାକରି ପାରୁଥାଏ ଯେ ସେହି ବିଦାୟ ହୋଇପାରେ ଚିର ବିଦାୟ ଓ ସେହି ଦେଖା ଶେଷଦେଖା ହୋଇପାରେ । ପ୍ରାଣପ୍ରିୟ ମନର ଏହି ଭାବନାକୁ ପାଇକବଧୂ ଅନୁଭବ କରି ଦୃପ୍ତ କଣ୍ଠରେ ତାକୁ ଶୁଣାଏ ସମର ସଙ୍ଗୀତ । ପତ୍ନୀଠାରୁ ପ୍ରେରଣାର ଅଗ୍ନିବର୍ଷୀ ବାଣୀ ପାଇକବୀର ବାହୁରେ ଭରିଦିଏ ଶତସିଂହର ବଳ, ହୃଦୟରେ ଭରିଦିଏ ଅଖଣ୍ଡ ସାହସ, ରକ୍ତରେ ଭରିଦିଏ ଅନଳର ତେଜ । କବିଙ୍କ ଭାଷାରେ –

‘‘ଯିବାପାଇଁ ହବ ଋଣ ପ୍ରାଙ୍ଗଣେ ଯିବାପାଇଁ ହବ ବୀର
ମାରିବାକୁ ହବ ଲକ୍ଷ ସଇନି ଫୋପାଡ଼ି ଲକ୍ଷ ତୀର ।
ତରୁଣୀ ବକ୍ଷ ଲାଗି ପ୍ରିୟତମ ଜନ୍ମ ନୁହଁଇ ତବ
ଜନ୍ମଭୂଇଁର ମଙ୍ଗଳ ଲାଗି ଜୀବନ ଦେବାକୁ ହବ ।’’

ଯେ ଖଣ୍ଡାୟତ ବୀର ପକ୍ଷରେ କାପୁରୁଷତାର ପରିଚୟ, କାରଣ ଖଣ୍ଡାୟତ ପାଇକବୀର ହସ୍ତରେ କେବଳ ଉନ୍ମୁକ୍ତ କରବାଳ ହିଁ ଶୋଭାପାଏ । ଶତ୍ରୁ ରକ୍ତରଞ୍ଜିତ, ରଣ ବିଜୟୀ ତୀକ୍ଷ୍ଣଣ ତରବାରିକୁ ସ୍ୱାମୀ ହାତରେ ଦେଖ‌ିଲେ ପାଇକ ରମଣୀ ପାଇଯାଏ ପ୍ରାଣପ୍ରିୟର ପୌରୁଷର ପରିଚୟ । ହୃଦୟ ତା’ର ଗର୍ବ ଓ ଗୌରବରେ ଉତ୍‌ଫୁଲ୍ଲିତ ହୋଇଉଠେ । ଶତ୍ରୁଧ୍ବଂସୀ ବିଜୟୀ ବୀର ସ୍ଵାମୀର ଗର୍ବୋନ୍ନତ ବକ୍ଷ ଦେଖୁଲେ ପାଇକବଧୂର ହୃଦୟରେ ସୃଷ୍ଟି ହୁଏ ଅପୂର୍ବ ପୁଲକ ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

ତେଣୁ ହୃଦୟରେ ଅନଳର ତେଜ ଓ ବାହୁରେ ଶତସିଂହର ବଳ ନେଇ ସମର କ୍ଷେତ୍ରରେ ଉଭା ହେବାପାଇଁ ପ୍ରିୟ କାନରେ ବୀରବାଣୀ ଶୁଣାଏ ପ୍ରାଣପ୍ରିୟା ପତ୍ନୀ । ମାତୃଭୂମିର ସମ୍ମାନ ରକ୍ଷା ପାଇଁ ହସି ହସି ରଣଭୂମିରେ ଜୀବନ ଉତ୍ସର୍ଗ କରିବାପାଇଁ ଖଣ୍ଡାୟତ କୁଳର ସୁଯୋଗ୍ୟ ଦାୟାଦ ଜନ୍ମ ନିଏ । ଶତ୍ରୁ ସଂହାର କରି, ହାତରେ ବିଜୟ ବୈଜୟନ୍ତୀ ଉଡ଼ାଇ, ବୀର ଦର୍ପରେ ସଂଗ୍ରାମ ଭୂମିରୁ ଲେଉଟି ଆସୁଥିବା ସ୍ଵାମୀକୁ ଦେଖ‌ିଲେ ପାଇକ ରମଣୀର ହୃଦୟ ଗର୍ବରେ ଉଲ୍ଲସିତ ହୋଇଉଠେ ।

ବିଜୟୀ ବୀର ସ୍ବାମୀର ପଦବନ୍ଦନା କରିବାକୁ ଅର୍ଘ୍ୟଥାଳୀ ଧରି କୁଟୀର ଦ୍ବାରଦେଶରେ ସ୍ନେହ ସୋହାଗିନୀ ପାଇକବଧୂ ଅପେକ୍ଷା କରି ରହିବ ବୋଲି କହି ପ୍ରାଣପ୍ରିୟକୁ ରଣକ୍ଷେତ୍ର ଯିବାପାଇଁ ପ୍ରେରଣା ପ୍ରଦାନ କରେ ପାଇକବଧୂ । ପ୍ରାଣପ୍ରିୟାର ପ୍ରେରଣାଭରା ବାଣୀ ପାଇକବୀର ହୃଦୟରେ ମାତୃଭୂମି ପ୍ରୀତିକୁ ବହୁଗୁଣିତ କରିଛି । ଅଖଣ୍ଡ ସାହସ ଓ ଅପୂର୍ବ ବୀରତ୍ଵରେ ସେ ଶତ୍ରୁ ରକ୍ତରେ ହୋରି ଖେଳିବାକୁ ପ୍ରତିଜ୍ଞାବଦ୍ଧ ହୋଇଛି । ବାସ୍ତବିକ ଯୁଗେ ଯୁଗେ ନାରୀ ହିଁ ପ୍ରେରଣା- ଦାୟିନୀ, ଏହି ଉକ୍ତିର ଯଥାର୍ଥତା କବିତାଟିରେ ପ୍ରତିପାଦିତ ହୋଇଛି ।

Question ୩୫ ।
‘ପାଇକବଧୂର ଉଦ୍‌ବୋଧନ’ କବିତାଟିର ନାମକରଣର ସାର୍ଥକତା ପ୍ରତିପାଦନ କର ।
Answer:
ସବୁଜ ସମସାମୟିକ ଚେତନାର ବାର୍ତ୍ତାବହ, ମାନବବାଦର ଯଥାର୍ଥ ରୂପକାର କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ପ୍ରକୃତି ଉପାସନା, ସୌନ୍ଦର୍ଯ୍ୟାନୁଭୂତି, ଜାତୀୟ ଭାବନାକୁ ଆଧାର କରି ଲେଖନୀ ଚାଳନା କରିଥିଲେ । ତାଙ୍କ ରଚିତ କବିତାଗୁଡ଼ିକରେ ଅତୀତ ଉତ୍କଳର ଗୌରବାବହ ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ଜୟଗାନ ଦେଖ‌ିବାକୁ ମିଳେ । ଏହି କବିଙ୍କ ସାରସ୍ବତ ସୃଷ୍ଟିସମୂହ ପାଠକ ପ୍ରାଣରେ ଜାତିପ୍ରୀତି ଓ ସ୍ଵାଭିମାନର ମନ୍ତ୍ର ପ୍ରତିଧ୍ଵନିତ କରେ । କବିଙ୍କ ରଚିତ ‘ଅଗ୍ନିଶଙ୍ଖ’, ‘ଆହୂତି’, ‘ମାଟିଦୀପ’, ‘ଦିଗ୍‌ବଳୟ’ ଓ ‘ଉତ୍ସ’ ଆଦି ବିଶିଷ୍ଟ ରଚନାଗୁଡ଼ିକ ତାଙ୍କ ଉଜ୍ଜଳ ସାରସ୍ଵତ ପ୍ରତିଭାର ପରିଚାୟକ ।

ଆଲୋଚ୍ୟ କବିତା ‘ପାଇକବଧୂର ଉଦ୍‌ବୋଧନ’ ପ୍ରାଚୀନ ଉତ୍କଳର ଶୌର୍ଯ୍ୟ ଓ ସାମରିକ ବିଭବର ହୃଦୟସ୍ପର୍ଶୀ ଚିତ୍ର ପ୍ରଦାନ କରିବା ସଙ୍ଗେ ସଙ୍ଗେ ଉତ୍କଳୀୟ ବୀରାଙ୍ଗନା ପାଇକ ରମଣୀର ଅଖଣ୍ଡ ସାହସ, ଅନନ୍ୟ ତ୍ୟାଗ ତଥା ଦେଶପ୍ରୀତିର ମହନୀୟତାକୁ ପ୍ରତିପାଦନ କରେ । କବିତାର ଶୀର୍ଷକ ବୀର୍ଯ୍ୟବତୀ ପାଇକବଧୂର ମହତ୍ତ୍ଵ ଓ ବୈଶିଷ୍ଟ୍ୟ ଉପରେ ଆଧାରିତ । ସଂଳାପଧର୍ମୀ ଏହି ଗାଥା କବିତାର ନାୟିକା ପାଇକବଧୂକୁ କେନ୍ଦ୍ରକରି ଉତ୍କଳର ଗରିମାମୟ ଅତୀତ ଇତିହାସର ସ୍ମୃତି ରୋମନ୍ଥନ କରିଛନ୍ତି କବି ।

ଯେଉଁ ଖଣ୍ଡାୟତ-ପାଇକବୀର ସେନାନୀଙ୍କ ଅପୂର୍ବ ଋଣ କଳା-କୌଶଳକୁ ପାଥେୟ କରି ଏକଦା କଳିଙ୍ଗର ସୀମା ଗଙ୍ଗାଠାରୁ ଗୋଦବରୀ ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା, ସେହି ଉତ୍କଳୀୟ ପାଇକବୀରଙ୍କ ପ୍ରେରଣାର ଉତ୍ସ ଥିଲା ବୀରାଙ୍ଗନା ପାଇକବଧୂ । ବୀରବାଳା ପାଇକ ରମଣୀର ଦୃପ୍ତ କଣ୍ଠନିଃସୃତ ଅଗ୍ନିବର୍ଷୀ ଆହ୍ବାନ ଓ ଉତ୍ସାହପୂର୍ଣ୍ଣ ବାଣୀରେ ଉଦ୍‌ବୁଦ୍ଧ ହୋଇ ଖଣ୍ଡାୟତ ବୀର, ସମରକ୍ଷେତ୍ରରେ ସହିଦ ହେବାକୁ ଜୀବନର ସାର୍ଥକତା ବୋଳି ଉପଲବ୍‌ଧି କରୁଥିଲା । ପାଇକ ରମଣୀ କଣ୍ଠରୁ ଝରିପଡ଼ୁଥୁଲା –

‘ଯିବା ପାଇଁ ହବ ଋଣ ପ୍ରାଙ୍ଗଣେ ଯିବାପାଇଁ ହବ ବୀର
ମାରିବାକୁ ହବ ଲକ୍ଷ ସଇନି ଫୋପାଡ଼ି ଲକ୍ଷ ତୀର ।

ଆବେଗ କବିତାରେ ସ୍ପଷ୍ଟଭାବେ ରୂପାୟିତ ହୋଇଛି । ଖଣ୍ଡାୟତ-ପାଇକବୀର ସ୍ୱାମୀକୁ କର୍ଭବ୍ୟ ସଚେତନ କରାଇବାରେ ତା’ର କଣ୍ଠନିଃସୃତ ଦୃପ୍ତ ଆହ୍ଵାନ ତଥା ଅଗ୍ନିବର୍ଷୀ ଉଦ୍‌ବୋଧନୀ କବିତାର ନାମକରଣକୁ ସାର୍ଥକତା ପ୍ରଦାନ କରିଛି । କବିଙ୍କ ଭାଷାରେ – ‘ଶତେକ ସୈନ୍ୟ ସାଥେ ରଣ କରି ବିଜୟ ଲକ୍ଷ୍ମୀ ବରି କଣ୍ଠନିଃସୃତ ଦୃପ୍ତ ଆହ୍ଵାନ ତଥା ଅଗ୍ନିବର୍ଷୀ ଉଦ୍‌ବୋଧନୀ କବିତାର ନାମକରଣକୁ ସାର୍ଥକତା ପ୍ରଦାନ କରିଛି । କବିଙ୍କ ଭାଷାରେ –

‘ଶତେକ ସୈନ୍ୟ ସାଥେ ରଣ କରି ବିଜୟ ଲକ୍ଷ୍ମୀ ବରି
ଆସିବ ଯେ ଦିନ କୋଟି ଗଉରବେ ନେବି ମୁଁ ଆଦର କରି ।’’

ସଶକ୍ତ ତୁଣୀର ବାନ୍ଧିଦେଇ ହାତରେ ଧନୁର୍ବାଣ ଧରାଇଦିଏ ସେ । ସୁତୀକ୍ଷ୍ଣ ତରବାରି ଓ ସୁଦୃଢ଼ ଢାଲ ଧରାଇ ବକ୍ଷଦେଶରେ ଝୁଲାଇ ଦିଏ ମନ୍ଦାରର ମାଳା । କପାଳରେ ବିଜୟ ସିନ୍ଦୂର ପିନ୍ଧାଇ ଦେଇ ଅର୍ଘ୍ୟଥାଳୀ ହାତରେ ଧରି ବନ୍ଦାପନା କରେ ପ୍ରାଣପ୍ରିୟ ପତିଙ୍କୁ । ମଙ୍ଗଳ ହୁଳହୁଳି ଶବ୍ଦରେ ପ୍ରାଙ୍ଗଣ ନିନାଦିତ କରି ଶୁଭକ୍ଷଣରେ ସ୍ଵାମୀକୁ ବିଦାୟ ଦିଏ ପାଇକବଧୂ । ରଣବାଦ୍ୟର ତାଳେ ତାଳେ ସମର ସଙ୍ଗୀତ ଗାନ କରି ସ୍ୱାମୀ ମନରେ ଉତ୍ସାହ ଓ ପ୍ରେରଣା ଭରିଦିଏ ।

ରଣଶିଙ୍ଗା ବଜାଇ ବଜାଇ ଦୁର୍ଗ ପ୍ରାଙ୍ଗଣରେ ଛାଡ଼ିଦେଇ ଯାଏ ପ୍ରାଣପ୍ରିୟକୁ । କିଶୋରୀ ପାଇକବଧୂକୁ ଘରେ ଛାଡ଼ି ସମରଭୂମି ଅଭିମୁଖେ ଗଲାବେଳେ ବୀର ପାଇକ ସନ୍ତାନ ମନରେ କ୍ଷଣିକ ବିଷାଦ ସୃଷ୍ଟି ହେବା ସ୍ଵାଭାବିକ । ଏହା ଅନୁଭବ କରି ପ୍ରାଣପ୍ରିୟା ବୀରବାଳା ତା’ ସ୍ଵାମୀ ମନରେ ଉଦ୍ଦାମତା ଭରିଦେବାପାଇଁ କହେ –

‘ତରୁଣୀ ବକ୍ଷ ଲାଗି ପ୍ରିୟତମ ଜନ୍ମ ନୁହଁଇ ତବ
ଜନ୍ମଭୂଇଁର ମଙ୍ଗଳ ଲାଗି ଜୀବନ ଦେବାକୁ ହବ ।’’

ଯୁଦ୍ଧଜୟୀ ସ୍ଵାମୀ ହସ୍ତରେ ରକ୍ତରଞ୍ଜିତ ତରବାରି ଦେଖ‌ିଲେ ଖଣ୍ଡାୟତ ରମଣୀର ହୃଦୟ ଗର୍ବରେ ଉତ୍‌ଫୁଲ୍ଲିତ ହୋଇ ଉଠିବ । ତେଣୁ ଶତ୍ରୁ ସଂହାର କରିବାପାଇଁ ବୀର ଦର୍ପରେ ସମରକ୍ଷେତ୍ରକୁ ଲମ୍ଫ ଦେବାକୁ ସ୍ଵାମୀକୁ ଶପଥ କରାଏ ବୀର୍ଯ୍ୟବତୀ ପାଇକବଧୂ । ବିଜୟ ବୈଜୟନ୍ତୀ ଉଡ଼ାଇ ସମରଭୂମିରୁ ଯୁଦ୍ଧବାଦ୍ୟର ତାଳେ ତାଳେ ରଣଫେରନ୍ତା ସେନାନୀଙ୍କ ଅଗ୍ରଭାଗରେ ସଦର୍ପେ ଆସୁଥ‌ିବା ସ୍ଵାଭିମାନସ୍ପର୍ଷିତ ସ୍ଵାମୀକୁ ଦେଖ‌ି ନିଜକୁ ଯେ ଶତଗୌରବର ଅଧ୍ୟାରିଣୀ ବୋଲି ଭାଗ୍ୟବତୀ ପାଇକ ରମଣୀ ମନେକରିବ ଏହା କହି ସ୍ଵାମୀ ମନରେ ଭରିଦିଏ ଶତସିଂହର ବଳ । କବିଙ୍କ ଭାଷାରେ –

‘‘ଆଗେ ବାଜୁଥୁବ ସଂଗ୍ରାମ ବାଜା ପଛେ ଆସୁଥୁବ ତମେ
ବିଜୟ କେତନ ହାତେ ଧରିଥୁବ ଦେଖୁ ନୟନ କଣେ ।’’

ନିପାତ କରିବାପାଇଁ ମନରେ ଅଖଣ୍ଡ ସାହସ, ହୃଦୟରେ ଅନଳର ତେଜ ଭରିଦେବାପାଇଁ ପାଇକବଧୂର ତେଜୋଦ୍ଦୀପ୍ତ ଉଦ୍‌ବୋଧନ ସ୍ଵାମୀ ମନରେ ରଣପିପାସାକୁ ବହୁଗୁଣିତ କରେ । ରଣବିଜୟୀ ସ୍ଵାମୀକୁ ଅର୍ଘ୍ୟଥାଳୀ ଧରି କୁଟୀର ଦ୍ଵାରରେ ପ୍ରତୀକ୍ଷାରତ ରହିବ ବୋଲି କହି ପ୍ରାଣପ୍ରିୟକୁ ବିଦାୟ ଦିଏ ପାଇକବଧୂ । ବାସ୍ତବିକ ପାଇକବଧୂର ଅନନ୍ୟ ଦେଶପ୍ରୀତି ଓ ଅତୁଳନୀୟ ତ୍ୟାଗର କାହାଣୀକୁ ଆଧାର କରି ରଚିତ ଆଲୋଚ୍ୟ କବିତା ନାମକରଣର ସାର୍ଥକତା ପ୍ରତିପାଦନ କରେ ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

Question ୩୬ ।
‘ଜନ୍ମଭୂମିର ରକ୍ଷା ପାଇଁ ନାରୀର ଭୂମିକା’ ବର୍ଣ୍ଣନ କରି ତୁମ ସାନ ଭଉଣୀ ନିକଟକୁ ମନଛୁଆଁ ପତ୍ରଟିଏ ଲେଖ ।
Answer:

କଳିଙ୍ଗନଗର
ତା ୧୫୮୨।୧୯

ଆଦରଣୀୟା ପୂଜା,
ମୋର ସ୍ନେହ ନେବୁ । ତୋ’ ସହପାଠୀଙ୍କୁ ମୋର ଶୁଭେଚ୍ଛା ଜଣାଇବୁ । ଗତ ସପ୍ତାହରେ ତୋ’ ଚିଠି ପାଇଲି । ପରୀକ୍ଷାରେ ଭଲ କରିଛୁ ବୋଲି ଜାଣି ବହୁତ ଖୁସି ଲାଗିଲା । କାଲି ଆମ ବିଦ୍ୟାଳୟରେ ଆୟୋଜିତ ଏକ ବକ୍ତୃତା ପ୍ରତିଯୋଗିତାରେ ମୁଁ ପ୍ରଥମ ସ୍ଥାନ ଅଧିକାର କରିଛି । ବକ୍ତୃତାର ଶୀର୍ଷକ ଥିଲା ‘ଜନ୍ମଭୂମିର ରକ୍ଷା ପାଇଁ ନାରୀର ଭୂମିକା’ । ଏ ଚିଠିରେ ସେ ବିଷୟରେ ଦୁଇଧାଡ଼ି ଲେଖୁଛି ।
ପୂଜା, ତତେ ଥରେ କହିଥିଲି– ‘ଅପି ସ୍ଵର୍ଣ୍ଣମୟୀ ଲଙ୍କା ଲକ୍ଷ୍ମଣ ନ ମେ ରୋଚତେ, ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’’।

ଶ୍ରୀରାମଚନ୍ଦ୍ରଙ୍କର ଲକ୍ଷ୍ମଣଙ୍କ ପ୍ରତି ଏହି ଉକ୍ତିରୁ ଆରମ୍ଭ କରିଥିଲି ମୋର ବକ୍ତୃତା । ସ୍ଵର୍ଗଠାରୁ ମହାନ୍ ଆମ ଏଇ ଜନ୍ମଭୂମିକୁ ରକ୍ଷା କରିବା ଆମ ସମସ୍ତଙ୍କର ନୈତିକ କର୍ଭବ୍ୟ । ତେବେ କେବଳ ଯେ ପ୍ରତିରକ୍ଷା ବିଭାଗରେ ଯୋଗଦେଇ ସୀମାନ୍ତରେ ଶତ୍ରୁ ସହ ଯୁଦ୍ଧ କରିବାରେ ଏହି କର୍ତ୍ତବ୍ୟ ସୀମିତ, ତାହା ନୁହେଁ । ସାମାଜିକ ସ୍ତରରେ ନୈତିକ ଜୀବନଚର୍ଯ୍ୟା ପାଇଁ ଅଙ୍ଗୀକାରବଦ୍ଧତା ହେଉଛି ସବୁଠାରୁ ଗୁରୁତ୍ଵପୂର୍ଣ୍ଣ । ଯିଏ ଯେଉଁ ପରିସ୍ଥିତିରେ, ଯେଉଁ କ୍ଷେତ୍ରରେ କର୍ମ କଲେ ମଧ୍ୟ ନିଜ କାର୍ଯ୍ୟଧାରାରେ ସାଧୁତା ଓ ଶୃଙ୍ଖଳାକୁ ପ୍ରାଥମିକତା ଦେଇ ନିଷ୍ଠାପର ଭାବେ କର୍ତ୍ତବ୍ୟ ସମ୍ପାଦନ କରିବା ହେଉଛି ମାତୃଭୂମି ପ୍ରତି ସମ୍ମାନ ପ୍ରଦର୍ଶନର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ।

ଇତିହାସ ପୃଷ୍ଠା ଉନ୍ମୋଚନ କଲେ ରାଣୀ ଦୁର୍ଗାବତୀ, ରାଣୀ ଲକ୍ଷ୍ମୀବାଈ ଓ ପଦ୍ମିନୀଙ୍କ ପରି ମହୀୟସୀ ମହିଳାଙ୍କ ଅପୂର୍ବ ଦେଶପ୍ରୀତି ବିଷୟରେ ଆମେ ଅବଗତ ହେଉ । ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମରେ ଝାନ୍ସୀରାଣୀ ଲକ୍ଷ୍ମୀବାଈ ଅପୂର୍ବ ବୀରତ୍ଵ ପ୍ରଦର୍ଶନ କରି ଇଂରେଜ ସାମ୍ରାଜ୍ୟକୁ ବିବ୍ରତ କରିଦେଇଥିଲେ । ଆଧୁନିକ ଭାରତରେ ସରୋଜିନୀ ନାଇଡୁ, ଇନ୍ଦିରା ଗାନ୍ଧି, ମେଧା ପାଟେକର ପ୍ରଭୃତି ଭାରତୀୟ ସମାଜକୁ ବହୁଭାବେ ପ୍ରଭାବିତ କରିଥିଲେ ।

ଏକଦା ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଆଶାପୂର୍ଣ୍ଣା ଦେବୀ, ଅମୃତା ପ୍ରୀତମ୍, କପିଳା ବାତ୍ସାୟନ, କୁନ୍ତଳା କୁମାରୀ ସାବତ ପ୍ରଭୃତି ଆଜି ମଧ୍ୟ ଅବିସ୍ମରଣୀୟ । ସମ୍ପ୍ରତି ଶିକ୍ଷା ଓ ବିଭିନ୍ନ ଚାକିରି କ୍ଷେତ୍ରରେ ନାରୀମାନଙ୍କୁ ଅଗ୍ରାଧିକାର ଦିଆଯାଉଛି । ଏବେ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ସେମାନେ ପ୍ରବେଶ କରି ଶତ୍ରୁପକ୍ଷର ମୁକାବିଲା-କଲେଣି । ମହାକାଶରେ ସେମାନଙ୍କ ଯାତ୍ରା ଅବ୍ୟାହତ ରହିଛି । ଗୃହାଙ୍ଗନରେ ଆବଦ୍ଧ ରହି କେବଳ ଗୃହକର୍ମରେ ଲିପ୍ତ ରହିବା ପରି ମାନସିକତା ଆଜି ଆଉ ନାହିଁ । ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା, ପ୍ରତିରକ୍ଷା ଆଦି ବହୁବିଧ କ୍ଷେତ୍ରରେ ସୁନାମ ଅର୍ଜନ କରି ମାତୃଭୂମିର ସମ୍ମାନ ରଖିବାର ସୁଯୋଗ ସେମାନଙ୍କୁ ମିଳିଛି । ପି.ଟି.ଉଷା, କଣ୍ଠମ୍ ମାଲେଶ୍ଵରୀ, ସାନିଆ ମିର୍ଜା ଆଦି କ୍ରୀଡ଼ାବିତ୍ ଭାରତକୁ ବିଶ୍ବସ୍ତରରେ ସୁନାମ ଆଣିଦେଇଛନ୍ତି ।

ଭାରତୀୟ ନାରୀ ପାଶ୍ଚାତ୍ୟ ନାରୀମାନଙ୍କ ପରି ବିକୃତ ଜୀବନଚର୍ଯ୍ୟାଠାରୁ ବହୁଦୂରରେ । ଭାରତୀୟ ସଂସ୍କୃତି ଓ ପରମ୍ପରା ଉପରେ ଆଧାରିତ ଜୀବନଶୈଳୀ ଓ ନୈତିକତାକୁ ଗୁରୁତ୍ଵ ପ୍ରଦାନପୂର୍ବକ ଯେ କୌଣସି ଗଠନମୂଳକ କାର୍ଯ୍ୟରେ ନିୟୋଜିତ ହୋଇ ମାତୃଭୂମିର ସମ୍ମାନ ବୃଦ୍ଧି କରାଯାଇପାରିବ ।

ପୂଜା, ତୁ’ ତ ଏନ୍.ସି.ସି.ରେ ଯୋଗଦେବାକୁ ଚାହୁଁଥିଲୁ । ବାପା କ’ଣ କହିଲେ ? ତା’ ଛଡ଼ା ବିଦ୍ୟାଳୟରେ ତ ଏନ୍.ସି.ସି. ଅଛି । ତା’ଛଡ଼ା ତୁ’ ତ ହଷ୍ଟେଲରେ ରହୁଛୁ । ତେଣୁ କିଛି ଅସୁବିଧା ତୋ’ର ସେଥ‌ିରେ ଯୋଗଦେବା ଦରକାର । ମୁଁ କହିଛି ବୋଲି ବାପାଙ୍କୁ କହିବୁ । ଭାବୁଛି, ସେ ଭବିଷ୍ୟତରେ ଏନ୍.ସି.ସି.ର ପ୍ରମାଣପତ୍ର ବହୁ କାମରେ ଲାଗିବ । ସେ ଯାହା ହେଉ, ମନ ଦେଇ ପାଠ ପଢୁଥୁବୁ । ସବୁଥର ପରି ଯେପରି ପରୀକ୍ଷାରେ ଭଲ ହୁଏ, ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରିବୁ । ବଡ଼ଦିନ ଛୁଟିରେ ଘରକୁ ଆସିଲେ ଦେଖାହେବ । ଚିଠି ପାଇ ଚିଠି ଦେବୁ । ରହୁଛି ।

ତୋର ଶୁଭାକାଙ୍ଷୀ ଅପା

ଠିକଣା
ପ୍ରେରକ : ପ୍ରାପ୍ତେଷୁ : [ଉ।କଟିକଟ]
ଲିଜା ଶତପଥୀ
ମାର୍ଫତ – ପୂଣ୍ଣନ୍ଦୁ ଶତପଥୀ
ପୋ – କଳି ଙ୍ଗନଗର
ଯାଜପୁର
ପିନ୍ ———-
ପୂଜା ଶତପଥୀ
ରେଭେନ୍ପା ବାଳିକା ବିଦଳିୟ
ଛାତବାସ
ପୋ – ଚୌଧୁରୀ ବଜାର
ଜି – କଟକ
ପିନ୍ -୭୫୩୦୦୨

ତୁମପାଇଁ କାମ

୩୭ । ‘ପାଇକବଧୂର ଉଦ୍‌ବୋଧନ’ ସମଗ୍ର କବିତାଟି ସଂଗ୍ରହ କରି ପଢ଼ ।
୩୮ । କବିଙ୍କର ଅନ୍ୟକୃତିଗୁଡ଼ିକ ସଂଗ୍ରହ କରି ପଢ଼ ।
୩୯ । ଅତୀତ ଉତ୍କଳର ଗୌରବୋଜ୍ଜ୍ଵଳ ଐତିହ୍ୟ ସମ୍ପର୍କରେ ଟିପାଖାତାରେ ସୂଚନା ଟିପି ରଖ ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ଶ୍ମଶାନ ପରି କ’ଣ ପଡ଼ିଛି ବୋଲି କବି କହିଛନ୍ତି ?
Answer:
ପ୍ରାଚୀନ ଉତ୍କଳର ଦୁର୍ଗ, ବନ ଓ ପ୍ରାନ୍ତର ଶ୍ମଶାନ ପରି ପଡ଼ି ରହିଛି ବୋଲି କବି କହିଛନ୍ତି ।

2. ଯୋଦ୍ଧାବେଶ କେଉଁମାନେ ଧାରଣ କରୁଥିଲେ ?
Answer:
ଅତୀତ ଉତ୍କଳର ଖଣ୍ଡାୟତ -ପାଇକ ମାନେ ଯୋଦ୍ଧାବେଶ ଧାରଣ କରୁଥିଲେ ।

3. ସମୀରଣ କିପରି ବହିଯାଏ ?
Answer:
ସମୀରଣ ନୀରବରେ ଗୁଞ୍ଜରଣ କରି ବହିଯାଏ ।

4. ଶ୍ରୀପଦକୁଳ କେଉଁଠାରେ ବୁଲୁଛନ୍ତି ?
Answer:
ଶ୍ୱାପଦକୁଳ ପ୍ରାଚୀନ ଦୁର୍ଗ, ବନ ଓ ପ୍ରାନ୍ତରରେ ବୁଲୁଛନ୍ତି ବୋଲି କବି କହିଛନ୍ତି ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

5. ବୀରମାଟିକୁ ଦେଖ‌ିଲେ ମନରେ କି ଭାବନା ସୃଷ୍ଟି ହୁଏ ?
Answer:
ବୀର ମାଟିକୁ ଦେଖ୍ ଲେ ମନରେ ଅତୀତର ଗୌରବାବହ ସ୍ମୃତି ଜାଗ୍ରତ ହେବା ସହିତ ରକ୍ତରେ ଭଷ୍ମତା ବୃଦ୍ଧି ପାଏ ।

6. ବୀରମାଟି ବୁକୁତଳେ କ’ଣ ଧରି ପଡ଼ିରହିଛି ?
Answer:
ବୀରମାଟି ବୁକୁତଳେ ଲକ୍ଷ ଲକ୍ଷ ଓଡ଼ିଆ ପାଇକଙ୍କ ଗୌରବାବହ ବୀରଗାଥାକୁ ଚାପି ଧରି ପଡ଼ିରହିଛି ।

7. ଖଣ୍ଡାୟତ ବଧୂ ନିଜର ସ୍ୱାମୀକୁ ବୀରବେଶରେ କିପରି ସଜ୍ଜିତ କରୁଥିଲା ?
Answer:
ଖଣ୍ଡାୟତ ବଧୂ ନିଜ ସ୍ୱାମୀ କପାଳରେ ବିଜୟ ସିନ୍ଦୂର, ହାତରେ ତରବାରୀ, କାନ୍ଧରେ ଧନୁର୍ବାଣ, ପୃଷ୍ଠଦେଶରେ ତୂଣୀର ବାନ୍ଧି ତାଙ୍କୁ ବୀରବେଶରେ ସୁସଜ୍ଜିତ କରୁଥିଲା ।

8. ଯୁଦ୍ଧକ୍ଷେତ୍ରକୁ ସ୍ୱାମୀକୁ ପଠାଇ ଖଣ୍ଡାୟତ ବଧୂ କିପରି ସମୟ କାଟୁଥିଲା ?
Answer:
ଖଣ୍ଡାୟତ ବଧୂ ସ୍ଵାମୀକୁ ଯୁଦ୍ଧକ୍ଷେତ୍ରକୁ ପଠାଇ ଅନୁଶୋଚନା ନ କରି ଆତଙ୍କିତ ନ ହୋଇ ସ୍ବାମୀର ଶୁଭ ମନାସି ବିଜୟ କାମନା କରି ସମୟ କାଟୁଥିଲା ।

9. ବୀରବାଳା ତା’ ସ୍ୱାମୀକୁ ଯୁଦ୍ଧକ୍ଷେତ୍ରକୁ କିପରି ପଠାଉଥିଲା ବୋଲି କବି କହିଛନ୍ତି ?
Answer:
ବୀରବାଳା ତା’ ସ୍ୱାମୀର ବକ୍ଷଦେଶରେ ମନ୍ଦାରମାଳା ପକାଇ ବୀରବେଶରେ ସଜାଇ ସମର ସଙ୍ଗୀତ ଗାଇ ରଣଶିଙ୍ଗା ବଜାଇ ଅର୍ଘ୍ୟଥାଳୀ ଧରି ହୁଳହୁଳି ଦେଇ ବନ୍ଦାପନା କରି ଯୁଦ୍ଧକ୍ଷେତ୍ରକୁ ପଠାଉଥିଲା ।

10. ବୀରବାଳା କେଉଁ ଗୀତ ଗାଉଥିଲା ?
Answer:
ବୀରବାଳା ସମର ସଙ୍ଗୀତ ଗାଉଥିଲା ।

11. ‘ଯିବାପାଇଁ ହବ ବୀର’ – ‘ବୀର’ ବୋଲି କାହାକୁ କିଏ ସମ୍ବୋଧନ କରିଛନ୍ତି ?
Answer:
‘ଯିବାପାଇଁ ହବ ବୀର’ – ଏଠାରେ ‘ବୀର’ ବୋଲି ପାଇକବଧୂ ତା’ର ସ୍ୱାମୀକୁ ସମ୍ବୋଧନ କରିଛନ୍ତି ।

12. କେଉଁ ଉଦ୍ଦେଶ୍ୟ ନେଇ ଯୁଦ୍ଧକ୍ଷେତ୍ରକୁ ଯିବାକୁ ପଡ଼ିବ ବୋଲି ବୀରବାଳା କହିଛନ୍ତି ?
Answer:
ଜନ୍ମଭୂମିର ମଙ୍ଗଳ ପାଇଁ ଲକ୍ଷ ସୈନ୍ୟକୁ ମାରି ବିଜୟୀ ହେବା ଉଦ୍ଦେଶ୍ୟରେ ଯୁଦ୍ଧକ୍ଷେତ୍ରକୁ ଯିବାକୁ ପଡ଼ିବ ବୋଲି ବୀରବାଳା ତା’ସ୍ଵାମୀକୁ କହିଛି ।

13. କେତେବେଳେ ପ୍ରିୟତମଙ୍କୁ ପାଇକବଧୂ ଆଦର କରି ନେବେ ବୋଲି କବି କହିଛନ୍ତି ?
Answer:
ଯୁଦ୍ଧକ୍ଷେତ୍ରରେ ଶତ୍ରୁସଂହାର କରି ହାତରେ ବିଜୟ ବୈଜୟନ୍ତୀ ଉଡ଼ାଇ ବୀରଦର୍ପରେ ଆସୁଥ‌ିବା ସ୍ଵାମୀକୁ ଆଦରରେ ପାଛୋଟି ନେବାକୁ ପାଇକବଧୂ ଆଗେଇ ଆସିବ ବୋଲି କବି କହିଛନ୍ତି ।

14. ଯୁଦ୍ଧଜୟୀମାନେ କିପରି ଫେରନ୍ତି ?
Answer:
ବୀରବାଦ୍ୟ ତାଳେ ତାଳେ ଗର୍ବରେ ଜୟ ଜୟ କାର କରି ରଣଭୂମିରୁ ଫେରି ଥାଆନ୍ତି ।

15. ତରୁଣୀ ଓ ଜନ୍ମଭୂଇଁ – ଏହି ଦୁଇଟି ମଧ୍ୟରୁ ବୀରର ପ୍ରିୟ କିଏ ହେବା ଉଚିତ ?
Answer:
ତରୁଣୀ ଓ ଜନ୍ମଭୂଇଁ – ଏ ଦୁଇଟି ମଧ୍ୟରୁ ଜନ୍ମଭୂଇଁ ବୀରର ପ୍ରିୟ ହେବା ଉଚିତ ।

16. ବିଜୟୀ ସ୍ଵାମୀଙ୍କୁ ଦେଖୁଲେ ପାଇକବଧୂ ହୃଦୟରେ କି ଭାବ ଅନୁଭବ କରିବ ?
Answer:
ବିଜୟୀ ସ୍ଵାମୀଙ୍କୁ ଦେଖୁଲେ ପାଇକବଧୂର ହୃଦୟ ଓ ଗୌରବ ଭାବ ଅନୁଭବ କରିବ ।

17. କିଏ କାହାର ପଦବନ୍ଦନା କରିବ ?
Answer:
ବୀରବାଳା ପାଇକବଧୂ ଯୁଦ୍ଧବିଜୟୀ ବୀର ସ୍ୱାମୀଙ୍କର ପଦବନ୍ଦନା କରିବ ।

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. କେଉଁ ସ୍ଥାନରେ ଆଉ ତୋପ ଫୁଟେ ନାହିଁ କିମ୍ବା ଘୋଡ଼ା ଟପ୍‌ଟପ୍ ଚାଲେ ନାହିଁ ?
Answer:
ଦୁର୍ଗରେ

2. କେଉଁମାନେ ଯୋଡ଼ା ଯୋଡ଼ା ହୋଇ ବୁଲୁଛନ୍ତି ?
Answer:
ସ୍ୱାପଦକୁଳ

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

3. ସ୍ଵାମୀଙ୍କ କପାଳରେ ଖଣ୍ଡାୟତ ବଧୂ କ’ଣ ଆଙ୍କି ଦେଉଥିଲା ?
Answer:
ବିଜୟ ସିନ୍ଦୂର

4. ‘ସୋହାଗେ’- ଶବ୍ଦର ଅର୍ଥ କ’ଣ ?
Answer:
ଅତି ସ୍ନେହରେ

5. ପାଇକବଧୂ ତା’ସ୍ଵାମୀର ବକ୍ଷଦେଶରେ କ’ଣ ଲମ୍ବାଇ ଦେଉଥିଲା ?
Answer:
ମନ୍ଦାରର ମାଳା

6. ସ୍ଵାମୀକୁ ଯୁଦ୍ଧକ୍ଷେତ୍ରକୁ ପଠାଇବାବେଳେ ପାଇକବଧୂ କେଉଁ ଗୀତ ଗାନ କରୁଥିଲା ?
Answer:
ସମର ସଂଗୀତ

7. ମାରିବାକୁ ହେବ ଲକ୍ଷ __________________ ଫୋପାଡ଼ି ଲକ୍ଷ ତୀର ।
Answer:
ସଇନ

8. ଜନ୍ମଭୂଇଁର ମଙ୍ଗଳ ଲାଗି କ’ଣ ଦେବାକୁ ହେବ ବୋଲି ପାଇକବଧୂ ତା’ର ସ୍ୱାମୀକୁ କହିଛି ?
Answer:
ଜୀବନ

9. ‘ଯିବା ପାଇଁ ହବ ବୀର’ – ଏଠାରେ ପାଇକବଧୂ ‘ବୀର’ ବୋଲି କାହାକୁ ସମ୍ବୋଧନ କରିଛି ?
Answer:
ତା’ର ସ୍ୱାମୀକୁ

10. ବୀରର ଜନ୍ମ କାହା ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ପାଇକବଧୂ କହିଛି ?
Answer:
ତରୁଣୀର ବକ୍ଷ ପାଇଁ

11. ଅତୀତରେ ପାଇକମାନଙ୍କ କାର୍ଯ୍ୟ କ’ଣ ଥିଲା ?
Answer:
ଯୁଦ୍ଧ କରି ଜନ୍ମଭୂମିର ରକ୍ଷା କରିବା

12. ବୀରପାଇକମାନେ ଯୁଦ୍ଧକ୍ଷେତ୍ରକୁ ଗଲାବେଳେ ଶରମୁଣା କେଉଁଠାରେ ବାନ୍ଧନ୍ତି ?
Answer:
ପିଠିରେ

13. କେଉଁଥ୍‌ପାଇଁ ପାଇକ ବୀରକୁ ଜୀବନ ଦେବାକୁ ହେବ ବୋଲି କବିତାରେ କୁହାଯାଇଛି ?
Answer:
ଜନ୍ମଭୂମିର ମଙ୍ଗଳ ପାଇଁ

14. ଖୋର୍ଦ୍ଧାର ବୀରମାଟି ବୁକୁତଳେ ଅତୀତର କ’ଣ ଧରି ପଡ଼ି ରହିଛି ବୋଲି କୁହାଯାଇଛି ?
Answer:
ଲକ୍ଷ ବୀରଗାଥା

15. ସମରକ୍ଷେତ୍ରକୁ କିପରି ଯିବା ପାଇଁ ଖଣ୍ଡାୟତ ବଧୁ ନିଜ ପ୍ରିୟତମକୁ କହିଛି ?
Answer:
ବକ୍ଷରେ ଅନଳ ଧରି

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

16. ‘ପାଇକବଧୂର ଉଦ୍‌ବୋଧନ’ କବିତାର କବି କିଏ ?
Answer:
କୃଷ୍ଣଚନ୍ଦ୍ର ତ୍ରିପାଠୀ

17. ଦୁର୍ଗ, ବନ ଓ ନୀଳପ୍ରାନ୍ତର କିପରି ପଡ଼ିରହିଛି ବୋଲି କବି କହିଛନ୍ତି ?
Answer:
ଶ୍ମଶାନ ପରି

18. ପାଇକମାନଙ୍କର ଯୁଦ୍ଧକାଳୀନ ବାଦ୍ୟବିଶେଷକୁ କ’ଣ କୁହାଯାଏ ?
Answer:
ରଣଶିଂଗା

19. କେଉଁମାନେ ଯୋଦ୍ଧାବେଶ ଧାରଣ କରୁଥିଲେ ?
Answer:
ଖଣ୍ଡାୟତ ବୀର

20. ନୀରବେ ଗୁଞ୍ଜରି କିଏ ବହିଯାଏ ?
Answer:
ସମୀରଣ

C ଶୂନ୍ୟସ୍ଥାନ ପୂରଣ କର ।

1. ଖଣ୍ଡାୟତ ବଧୂ ତା’ ସ୍ଵାମୀର ପୃଷ୍ଠଦେଶରେ _______________ ବାନ୍ଧୁଥିଲା ।
Answer:
ଶରମୁଣା

2. ଖଣ୍ଡାୟତ ବଧୂ ତା’ ପତିର ଆରହସ୍ତରେ ______________ ଦେଉଥିଲା ।
Answer:
ଧନୁଶର

3. ଖଣ୍ଡାୟତ ବଧୂ ତା’ର ସ୍ୱାମୀକୁ ___________ ର ସହିତ ଯୁଦ୍ଧ କରିବାକୁ କହି ବିଦାୟ ଦେଲା ।
Answer:
ଦର୍ପ

4. କବି _________________ କୁ ବୀର୍ଯ୍ୟବତୀ ବାଳା ବୋଲି ଅଭିହିତ କରୁଥିଲା ?
Answer:
ଖଣ୍ଡାୟତ ବଧୂ

5. ଖଣ୍ଡାୟତବଧୂ ତା’ର ସ୍ବାମୀକୁ ଯୁଦ୍ଧକ୍ଷେତ୍ରକୁ ପଠାଇବାବେଳେ ______________ ରେ ସମର ସଙ୍ଗୀତ ଗାନ କରୁଥିଲା ।
Answer:
କୁଟୀର ପ୍ରାଙ୍ଗଣ

6. ବକ୍ଷରେ ___________________ ଭରି ଯୁଦ୍ଧକ୍ଷେତ୍ରକୁ ଯିବା ପାଇଁ ଖଣ୍ଡାୟତବଧୂ ତା’ର ସ୍ୱାମୀକୁ କହିଛି ।
Answer:
ଅନଳ

7. ତରୁଣୀ ବକ୍ଷ ଲାଗି ___________ ର ଜନ୍ମ ନୁହେଁ ବୋଲି ଖଣ୍ଡାୟତ ବଧୂ କହିଛି ।
Answer:
ବୀର

8. ବୀର ମାଟିକୁ ନିମିଷେ ଚାହିଁଲେ _______________ ତାତିଯାଏ ।
Answer:
ରକ୍ତ

9. ବୀରମାଟି ବୁକୁତଳେ _________________ ଧରି ପଡ଼ିରହିଛି ।
Answer:
ଲକ୍ଷ ବୀରଗାଥା

10. ଖଣ୍ଡାୟତ ବଧୂ ତା’ର ସ୍ୱାମୀକୁ __________________ ବେଶରେ ସୁସଜ୍ଜିତ କରୁଥିଲା ।
Answer:
ବୀର

11. ___________________ କରି ଫେରି ଆସିବା ବେଳେ ପାଇକବଧୂ ତା’ର ପ୍ରିୟତମକୁ ଆଦର କରି ପାଛୋଟି ନେବ ବୋଲି କହିଛି ।
Answer:
ଯୁଦ୍ଧ ଜୟ

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

12. ତରୁଣୀ ଓ ଜନ୍ମଭୂମି- ଏ ଦୁହିଁଙ୍କ ମଧ୍ୟରୁ ________________ ବୀରର ପ୍ରିୟ ହେବା ଉଚିତ ।
Answer:
ଜନ୍ମଭୂମି

13. ସ୍ଵାମୀଙ୍କ ହାତରେ ______________________ ଦେଖିବାକୁ ପାଇକବଧୂ ଆଶା କରେ ।
Answer:
ବିଜୟ କେତନ

14. ଆଜି ଦୁର୍ଗ, ବନ ଓ ପ୍ରାନ୍ତରରେ ____________________ ନୀରବେ ଗୁଞ୍ଜରି ବହିଯାଏ ।
Answer:
ସମୀରଣ

15. ଆଜି ଖଣ୍ଡାୟତ ବୀରମାନେ ___________________ ବେଶ ଧାରଣ କରୁନାହାନ୍ତି ।
Answer:
ଯୋଦ୍ଧ

16. ________________ ମାଟିକୁ ନିମିଷେ ଚାହିଁଲେ ରକ୍ତ ତାତିଯାଏ ।
Answer:
ବୀର

17. ଅତୀତର ଲକ୍ଷ ବୀରଗାଥା ବୁକୁତଳେ ଧରି ______________ ପଡ଼ିରହିଛି ।
Answer:
ବୀରମାଟି

18. ଖଣ୍ଡାୟତ ବଧୂ ______________ କୁ ବୀରବେଶରେ ସଜାଉଥିଲା ।
Answer:
ତା’ର ସ୍ବାମୀ

19. ଖଣ୍ଡାୟତ ବଧୂ ତା’ର ସ୍ବାମୀକୁ ବୀରବେଶରେ ସଜାଇ ______________ କୁ ପଠାଉଥିଲା ।
Answer:
ଯୁଦ୍ଧକ୍ଷେତ୍ର

20. ଖଣ୍ଡାୟତ ବଧୂ ତା’ ସ୍ବାମୀକୁ ବୀରବେଶରେ ସଜାଇ ଯୁଦ୍ଧକ୍ଷେତ୍ରକୁ ପଠାଇବାବେଳେ _________________ ବଜାଉଥିଲା ।
Answer:
ରଣଶିଙ୍ଗା

D ଠିକ୍ କିମ୍ବା ଭୁଲ୍ ଲେଖ ।
1. ଶ୍ୱାପଦକୁଳମାନେ ଯୋଡ଼ା ଯୋଡ଼ା ହୋଇ ବୁଲୁଛନ୍ତି ।
Answer:
ଠିକ୍

2.‘ସୋହାଗେ’- ଶବ୍ଦର ଅର୍ଥ ଅତି କଠୋର ।
Answer:
ଭୁଲ୍

3. ସ୍ଵାମୀକୁ ଯୁଦ୍ଧକ୍ଷେତ୍ରକୁ ପଠାଇବାବେଳେ ପାଇକବଧୂ ସମର ସଂଗୀତ ଗାନ କରୁଥିଲା ।
Answer:
ଠିକ୍

4. ଜନ୍ମଭୂଇଁର ମଙ୍ଗଳ ଲାଗି ଜୀବନ ଦେବାକୁ ହେବ ବୋଲି ପାଇକବଧୂ ତା’ର ସ୍ୱାମୀକୁ କହିଛି ।
Answer:
ଠିକ୍

5. ‘ଯିବା ପାଇଁ ହେବ ବୀର’ – ଏଠାରେ ପାଇକବଧୂ ‘ବୀର’ ବୋଲି ତା’ର ସ୍ୱାମୀକୁ ସମ୍ବୋଧନ କରିଛି ।
Answer:
ଠିକ୍

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

6. କୃଷ୍ଣଚନ୍ଦ୍ର ତ୍ରିପାଠୀ ‘ପାଇକବଧୂର ଉଦ୍‌ବୋଧନ’ କବିତାର କବି ।
Answer:
ଠିକ୍

7. ପାଇକମାନଙ୍କର ଯୁଦ୍ଧକ।ଳାନ ବାଦ୍ୟବିଶେଷକୁ ବିଜୟ ତୂରୀ କୁହାଯାଏ ।
Answer:
ଭୁଲ୍

8. ନୀରବେ ଗୁଞ୍ଜରି ସମୀରଣ ବହିଯାଏ ।
Answer:
ଠିକ୍

9. ଖଣ୍ଡାୟତ ବଧୂ ତା’ ପତିର ଆରହସ୍ତରେ ଧନୁଶର ଦେଉଥିଲା ।
Answer:
ଠିକ୍

10. ଖଣ୍ଡାୟତ ବଧୂ ତା’ର ସ୍ବାମୀକୁ ଦର୍ପର ସହିତ ଯୁଦ୍ଧ କରିବାକୁ କହି ବିଦାୟ ଦେଲା ।
Answer:
ଠିକ୍

11. କବି ଖଣ୍ଡାୟତ ବଧୂକୁ ବୀର୍ଯ୍ୟବତୀ ବାଳା ବୋଲି ଅଭିହିତ କରୁଥିଲା ?
Answer:
ଠିକ୍

12. ବକ୍ଷରେ ଅନଳ ଭରି ଯୁଦ୍ଧକ୍ଷେତ୍ରକୁ ଯିବା ପାଇଁ ଖଣ୍ଡାୟତବଧୂ ତା’ର ସ୍ୱାମୀକୁ କହିଛି ।
Answer:
ଠିକ୍

13. ବୀର ମାଟିକୁ ନିମିଷେ ଚାହିଁଲେ ମନ ତାତିଯାଏ ।
Answer:
ଭୁଲ୍

14. ଖଣ୍ଡାୟତ ବଧୂ ତା’ର ସ୍ବାମୀକୁ ବୀରବେଶରେ ସୁସଜ୍ଜିତ କରୁଥିଲା ।
Answer:
ଠିକ୍

15. ତରୁଣୀ ଓ ଜନ୍ମଭୂମି- ଏ ଦୁହିଁଙ୍କ ମଧ୍ୟରୁ ତରୁଣୀ ବୀରର ପ୍ରିୟ ହେବା ଉଚିତ ।
Answer:
ଭୁଲ୍

16. ଆଜି ଦୁର୍ଗ, ବନ ଓ ପ୍ରାନ୍ତରରେ ସମୀରଣ ନୀରବେ ଗୁଞ୍ଜରି ବହିଯାଏ ।
Answer:
ଠିକ୍

17. ଖଣ୍ଡାୟତ ବଧୂ ତା’ ସ୍ଵାମୀକୁ ବୀରବେଶରେ ସଜାଇ ଯୁଦ୍ଧକ୍ଷେତ୍ରକୁ ପଠାଇବାବେଳେ ଘଣ୍ଟି ବଜାଉଥିଲା ।
Answer:
ଭୁଲ୍

18. କେମନ୍ତେ ସେ ବୀର୍ଯ୍ୟବତୀ ବାଳା କଣ୍ଠତଳୁ ଦେଲା ହୁଳହୁଳି ।
Answer:
ଠିକ୍

E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. କେଉଁ ସ୍ଥାନରେ ଆଉ ତୋପ ଫୁଟେ ନାହିଁ କିମ୍ବା ଘୋଡ଼ା ଟପ୍‌ଟପ୍ ଚାଲେ ନାହିଁ ?
(A) ଶ୍ମଶାନରେ
(B) ନଗ୍ରରେ
(C) ଅରଣ୍ୟରେ
(D) ଦୁର୍ଗରେ
Answer:
(D) ଦୁର୍ଗରେ

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

2. କେଉଁମାନେ ଯୋଡ଼ା ଯୋଡ଼ା ହୋଇ ବୁଲୁଛନ୍ତି ?
(A) ଅଶ୍ଵକୁଳ
(B) ଗଜକୁଳ
(C) ଶୃଗାଳକୁଳ
(D) ଦ୍ଵାପଦକୁଳ
Answer:
(D) ଦ୍ଵାପଦକୁଳ

3. ସ୍ଵାମୀଙ୍କ କପାଳରେ ଖଣ୍ଡାୟତ ବଧୂ କ’ଣ ଆଙ୍କି ଦେଉଥିଲା ?
(A) ବିଜୟ ଚନ୍ଦନ
(B) ବିଜୟ କଜ୍ଵଳ
(C) ବିଜୟ ଟୀକା
(D) ବିଜୟ ସିନ୍ଦୂର
Answer:
(D) ବିଜୟ ସିନ୍ଦୂର

4. ‘ସୋହାଗେ’- ଶବ୍ଦଟିର ଉପଯୁକ୍ତ ଅର୍ଥଟିକୁ ବାଛ ।
(A) ଅତି ଘୃଣାରେ
(B) ଅତି ସ୍ନେହରେ
(C) ଅତି ଈର୍ଷାରେ
(D) ଅତି ଯତ୍ନରେ
Answer:
(B) ଅତି ସ୍ନେହରେ

5. ପାଇକବଧୂ ତା’ସ୍ଵାମୀର ବକ୍ଷଦେଶରେ କ’ଣ ଲମ୍ବାଇ ଦେଉଥିଲା ?
(A) ତୁଳସୀର ମାଳା
(B) କର୍ପୂରମାଳା
(C) କୁସୁମର ମାଳା
(D) ମନ୍ଦାରର ମାଳା
Answer:
(D) ମନ୍ଦାରର ମାଳା

6. ସ୍ଵାମୀକୁ ଯୁଦ୍ଧକ୍ଷେତ୍ରକୁ ପଠାଇବା ବେଳେ ପାଇକବଧୂ କେଉଁ ଗୀତ ଗାନ କରୁଥିଲା?
(A) ପ୍ରଣୟ ସଂଗୀତ
(B) ଜାତୀୟ ସଂଗୀତ
(C) ଭକ୍ତି ସଂଗୀତ
(D) ସମର ସଂଗୀତ
Answer:
(D) ସମର ସଂଗୀତ

7. ମାରିବାକୁ ହେବ ଲକ୍ଷ ________________ ଫୋପାଡ଼ି ଲକ୍ଷତୀର ।
(A) ପାଇକ
(B) ଶତ୍ରୁ
(C) ସଇନି
(D) ଜୀବନ
Answer:
(C) ସଇନି

8. ଜନ୍ମଭୂଇଁର ମଙ୍ଗଳ ଲାଗି କ’ଣ ଦେବାକୁ ହେବ ବୋଲି ପାଇକବଧୂ ତା’ର ସ୍ଵାମୀକୁ କହିଛି ?
(A) ଧନସମ୍ପଦ
(B) ସ୍ଵାର୍ଥତ୍ୟାଗ
(C) ରକ୍ତ
(D) ଜୀବନ
Answer:
(D) ଜୀବନ

୨. ‘ଯିବା ପାଇଁ ହେବ ବୀର’ – ଏଠାରେ ପାଇକବଧୂ ‘ବୀର’ ବୋଲି କାହାକୁ ସମ୍ବୋଧନ କରିଛି ?
(A) ସୈନିକକୁ
(B) ପାଇକଜାତିକୁ
(C) ରାଜାଙ୍କୁ
(D) ତା’ର ସ୍ଵାମୀକୁ
Answer:
(D) ତା’ର ସ୍ଵାମୀକୁ

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

10. ବୀରର ଜନ୍ମ କାହା ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ପାଇକବଧୂ କହିଛି ?
(A) ଜନ୍ମଭୂମି ପାଇଁ
(B) ପରିବାର ପାଇଁ
(C) ଜନନୀ ପାଇଁ
(D) ତରୁଣୀର ବକ୍ଷ
Answer:
(D) ତରୁଣୀର ବକ୍ଷ

11. ଖଣ୍ଡାୟତ ବଧୂ ତା’ ସ୍ବାମୀର ପୃଷ୍ଠଦେଶରେ କ’ଣ ବାନ୍ଧୁଥିଲା ?
(A) ଖଡ୍‌ଗ
(B) ବର୍ଚ୍ଛା
(C) ଶରମୁଣା
(D) ଧନୁତୀର
Answer:
(C) ଶରମୁଣା

12. ଖଣ୍ଡାୟତ ବଧୂ ତା’ ପତିର ଆରହସ୍ତରେ କ’ଣ ଦେଉଥିଲା ?
(A) ଖଡ୍‌ଗ
(B) ଧନୁଶର
(C) ଛୁରିକା
(D) ବନ୍ଧୁକ
Answer:
(B) ଧନୁଶର

13. ଖଣ୍ଡାୟତ ବଧୂ କାହାକୁ ଦର୍ପର ସହିତ ଯୁଦ୍ଧ କରିବାକୁ କହି ବିଦାୟ ଦେଲା ?
(A) ତା’ର ପୁତ୍ରକୁ
(B) ତା’ର ଭାଇକୁ
(C) ତା’ର ସ୍ଵାମୀକୁ
(D) ତା’ର ପିତାକୁ
Answer:
(C) ତା’ର ସ୍ଵାମୀକୁ

14. କବି କାହାକୁ ବୀର୍ଯ୍ୟବତୀ ବାଳା ବୋଲି ଅଭିହିତ କରିଛନ୍ତି ?
(A) କୁଳବଧୂକୁ
(B) ବରବଧୂକୁ
(C) ବାରବଧୂକୁ
(D) ଖଣ୍ଡାୟତ ବଧୂକୁ
Answer:
(D) ଖଣ୍ଡାୟତ ବଧୂକୁ

15. ଖଣ୍ଡାୟତ ବଧୂ ତା’ର ସ୍ଵାମୀକୁ ଯୁଦ୍ଧକ୍ଷେତ୍ର କୁ କରୁଥିଲା ?
(A) ଯୁଦ୍ଧକ୍ଷେତ୍ରରେ
(B) ଗୃହ ମଧ୍ୟରେ
(C) କୁଟୀର ପ୍ରାଙ୍ଗଣରେ
(D) ମନ୍ଦିରରେ
Answer:
(C) କୁଟୀର ପ୍ରାଙ୍ଗଣରେ

16. ବକ୍ଷରେ କ’ଣ ଭରି ଯୁଦ୍ଧକ୍ଷେତ୍ରକୁ ଯିବା ପାଇଁ ଖଣ୍ଡାୟତବଧୂ ତା’ର ସ୍ୱାମୀକୁ କହିଛି ?
(A) ଅନଳ
(B) ଅନିଳ
(C) ବୁଧ
(D) ସଲିଳ
Answer:
(A) ଅନଳ

17. ତରୁଣୀ ବକ୍ଷ ଲାଗି କାହାର ଜନ୍ମ ନୁହେଁ ବୋଲି ଖଣ୍ଡାୟତ ବଧୂ କହିଛି ?
(A) ପୁରୁଷର
(B) ବୀରର
(C) ବରର
(D) ଶବରର
Answer:
(B) ବୀରର

18. ବୀର ମାଟିକୁ ନିମିଷେ ଚାହିଁଲେ କି ଭାବନା ସୃଷ୍ଟି ହୁଏ ?
(A) ଅନୁଶୋଚନା
(B) ଦୁଃଖ
(C) ରକ୍ତ ତାତିଯାଏ
(D) ବିସ୍ମୟଭାବ
Answer:
(C) ରକ୍ତ ତାତିଯାଏ

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

19. ବୀରମାଟି ବୁକୁତଳେ କ’ଣ ଧରି ପଡ଼ିରହିଛି ?
(A) ଅନେକ ଦୁଃଖ
(B) ଲକ୍ଷବୀର ଗାଥା
(C) ଖଣିଜଦ୍ରବ୍ଯ
(D) ଧନରତ୍ନ
Answer:
(B) ଲକ୍ଷବୀର ଗାଥା

20. ଖଣ୍ଡାୟତବଧୂ ତା’ର ସ୍ଵାମୀକୁ କେଉଁ ବେଶରେ ସୁସଜ୍ଜିତ କରୁଥୁଲା ?
(A) ବର ବେଶରେ
(B) ବୀରବେଶରେ
(C) ରାଜବେଶରେ
(D) ସୁନାବେଶରେ
Answer:
(B) ବୀରବେଶରେ

21. କେତେବେଳେ ପାଇକବଧୂ ତା’ର ପ୍ରିୟତମକୁ ଆଦର କରି ପାଛୋଟି ନେବ ବୋଲି କହିଛି ?
(A) ଯୁଦ୍ଧ ଜୟକରି ଫେରି ଆସିବାବେଳେ
(B) ପରାଜୟ ବରଣ କରି ଆସିବାବେଳେ
(C) ଯୁଦ୍ଧରେ ବୀରଗତିକୁ ପ୍ରାପ୍ତ ହେଲେ
(D) ସ୍ଵାମୀ ମରଶରୀରକୁ
Answer:
(A) ଯୁଦ୍ଧ ଜୟକରି ଫେରି ଆସିବାବେଳେ

22. ତରୁଣୀ ଓ ଜନ୍ମଭୂମି- ଏ ଦୁହିଁଙ୍କ ମଧ୍ୟରୁ କିଏ ବୀରର ପ୍ରିୟ ହେବା ଉଚିତ ?
(A) ତରୁଣୀ
(B) ଜନ୍ମଭୂମି
(C) ଉଭୟ
(D) କେହି ନୁହେଁ
Answer:
(B) ଜନ୍ମଭୂମି

23. ସ୍ଵାମୀଙ୍କ ହାତରେ କ’ଣ ଦେଖିବାକୁ ପାଇକବଧୂ ଆଶା କରେ ?
(A) ବିଜୟ କେତନ
(B) ଶତ୍ରୁର ପତାକା
(C) ସ୍ଵର୍ଣ୍ଣାଳଙ୍କାର
(D) ଗୋଲାପ ଫୁଲ
Answer:
(A) ବିଜୟ କେତନ

24. ଆଜି ଦୁର୍ଗ, ବନ ଓ ପ୍ରାନ୍ତରରେ କିଏ ନୀରବେ ଗୁଞ୍ଜରି ବହିଯାଏ ?
(A) ତଟିନୀ
(B) ସମୟ
(C) ସମୀରଣ
(D) ନିୟତି
Answer:
(C) ସମୀରଣ

25. ଆଜି ଖଣ୍ଡାୟତ ବୀରମାନେ କେଉଁ ବେଶ ଧାରଣ କରୁନାହାନ୍ତି ?
(A) ବରବେଶ
(B) ରାଜବେଶ
(C) ସୁବେଶ
(D) ଯୋଦ୍ଧବେଶ
Answer:
(D) ଯୋଦ୍ଧବେଶ

କବିଙ୍କ ସମ୍ବନ୍ଧରେ :
ସବୁଜ ସମସାମୟିକ କବି ଭାବେ କୃଷ୍ଣଚନ୍ଦ୍ର ତ୍ରିପାଠୀ ଓଡ଼ିଆ ପଦ୍ୟ ସାହିତ୍ୟ କ୍ଷେତ୍ରରେ ଜଣେ ଦରଦୀ, ମାନବବାଦୀ ସ୍ରଷ୍ଟା । ତାଙ୍କ ଆବେଗଧର୍ମୀ କବିତାଗୁଡ଼ିକ ପାଠକ ପ୍ରାଣରେ ଜାତୀୟ ଚେତନା ସୃଷ୍ଟି କରେ । ନିଜ ପଲ୍ଲୀ ଅଞ୍ଚଳର ବିପୁଳ ପ୍ରାକୃତିକ ପରିବେଶ ମଧ୍ୟରେ କବିତା ରଚନା ଆରମ୍ଭ କରିଥିଲେ ମଧ୍ୟ ତାଙ୍କ ପରିଣତ କାବ୍ୟସ୍ୱରରେ ଅତି ନିର୍ଦ୍ଦିଷ୍ଟ ଭାବରେ ଏକ ଅନାହତ ମାନବବାଦୀ ଭାବଧାରା ପ୍ରକଟିତ ହୋଇଛି । ମାତ୍ର ବାରବର୍ଷ ବୟସରେ କବି ଯେତେବେଳେ ବାଣପୁର ମାଇନର ସ୍କୁଲରେ ଅଧ୍ୟୟନରତ ଥିଲେ, ସେତେବେଳେ ସହପାଠୀମାନଙ୍କ ସହିତ ମିଶି ‘ହିନ୍ଦୁ’, ‘ମାନବମିତ୍ର’ ଓ ‘କଳିକା’ ନାମରେ ହାତଲେଖା ପତ୍ରିକା ପ୍ରକାଶ କରିଥିଲେ ।

ଜନ୍ମଭୂମି ଚିଲିକା ତଟଦେଶସ୍ଥ ପ୍ରାକୃତିକ ସୌନ୍ଦର୍ଯ୍ୟର ଚିତ୍ରକୁ କବି ତାଙ୍କ କିଶୋର- ସୁଲଭ- ପ୍ରକୃତି-ପ୍ରୀତିମୂଳକ ‘ଶାଳିଆ’, ‘ପ୍ରଭାତ’ ଓ ‘ଶିଶୁଟି– ଏହିପରି କେତୋଟି କବିତାରେ ରୂପାୟିତ କରିଥିଲେ । ଏହି ସମୟରେ ବାଣପୁର ସ୍କୁଲର ଶିକ୍ଷକ ଶ୍ରୀ ଚିନ୍ତାମଣି ଜେନା କିଶୋର କବିଙ୍କୁ ବହୁ ଉତ୍ସାହ ଓ ପ୍ରେରଣା ଦେଇଥ‌ିବା କଥା କବି ନିଜେ ସ୍ଵୀକାର କରିଛନ୍ତି । ସତର ବର୍ଷ ବୟସରୁ ତାଙ୍କ ରଚିତ କବିତାମାନ ନିୟମିତ ଭାବେ ‘ସହକାର’ ସାହିତ୍ୟ ପତ୍ରିକାରେ ଆତ୍ମପ୍ରକାଶ କରିଥିଲା ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

କବିଙ୍କ ଲେଖାସମୂହ ଓଡ଼ିଶା ଓ ଓଡ଼ିଆଙ୍କ ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଉପରେ ଆଧାରିତ ଏବଂ ଜାତିପ୍ରୀତିରେ ସମୃଦ୍ଧ । କବିତାର ଭାଷା ଓ ଭାବ ବହୁଭାବେ ସରଳ, ସ୍ୱଚ୍ଛ ଓ ନିରାଭରଣ । ବକ୍ତବ୍ୟ ଅତି ସ୍ପଷ୍ଟ ଓ ପ୍ରାଞ୍ଜଳ । ପଲ୍ଲୀର ସରଳ, ସାବଲୀଳ, ସ୍ୱଚ୍ଛ ରୂପଟିକୁ ଆଙ୍କିବାବେଳେ କବି ଯେତେଦୂର ସମ୍ଭବ ସ୍ଵଚ୍ଛ, ସୁଭଗ ଓ ସରଳ ଶୈଳୀକୁ ପସନ୍ଦ କରିଛନ୍ତି । ଏକ ସ୍ବଚ୍ଛ ଗିରିସ୍ରୋତ ପରି କବି ହୃଦୟର ଆବେଗ ଓ ଉଲ୍ଲାସ ପ୍ରତିଟି କବିତା ମଧ୍ୟରେ କେତେବେଳେ ସମତଳ ଓ ଛନ୍ଦୋବଦ୍ଧ ଭାବରେ ତ କେତେବେଳେ ସ୍ଵାଭାବିକ ବନ୍ଧୁରତା ଓ ବକ୍ରତାକୁ ବହନ କରି ମୁକ୍ତ ଗତିରେ ପ୍ରବାହିତ ହୋଇଛି ।

ତାଙ୍କ ଉଦ୍‌ବୋଧନମୂଳକ କବିତାଗୁଡ଼ିକ ପାଠକ ପ୍ରାଣରେ ଜାତୀୟତାବୋଧ ସଞ୍ଚାର କରେ । ତାଙ୍କ ସାରସ୍ଵତ ସୃଷ୍ଟିନିଚୟ ମଧ୍ୟରେ ‘ଅଗ୍ନିଶଙ୍ଖ’, ‘ମାଟିଦୀପ’, ‘ଆହୂତି’, ‘ଦିଗବଳୟ’, ‘ଉତ୍ସ’ ଇତ୍ୟାଦି କବିତା ସଂକଳନ କବିଙ୍କ ଅନନ୍ୟ ସାରସ୍ବତ ପ୍ରତିଭାର ବଳିଷ୍ଠ ନିଦର୍ଶନ ।

କବିତାର ପୃଷ୍ଠଭୂମି :
ଏହି କବିତାରେ କବି ପ୍ରାଚୀନ ଉତ୍କଳର ଶୌର୍ଯ୍ୟ ଓ ଜାତୀୟ ବୀରତ୍ବର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । କବି ଓଳସିଂହରେ ପଢୁଥ‌ିବା ସମୟରେ ଖୋର୍ଦ୍ଧାଗଡ଼ର ଗୌରବୋଦୀପ୍ତ ଐତିହ୍ୟ ଓ କିମ୍ବଦନ୍ତୀମାନଙ୍କଦ୍ୱାରା ବହୁଭାବରେ ପ୍ରଭାବିତ ହୋଇଥିଲେ । ଦେଶାତ୍ମବୋଧକୁ ଆଧାର କରି ରଚିତ ଏହି କବିତାଟି ଖୁବ୍‌ ପ୍ରାଣସ୍ପର୍ଶୀ ଓ ଜୀବନ୍ତ । ଏକଦା କଳିଙ୍ଗ ରାଜ୍ୟର ସୀମା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଉତ୍କଳୀୟ ପାଇକବୀର, ଶୌର୍ଯ୍ୟ ଓ ପରାକ୍ରମରେ ଅତୁଳନୀୟ ସମରନୈପୁଣ୍ୟ ପ୍ରଦର୍ଶନ ବିଜୟ ସିନ୍ଦୂର ।

ପୃଷ୍ଠଦେଶରେ ବାନ୍ଧି ଦେଉଥିଲା ତୀରଭରା ସଶକ୍ତ ତୃଣୀର । ଅନ୍ୟହସ୍ତଟିରେ ଦେଉଥିଲା ଦୀପ୍ତ ଧନୁଶର । ବୀର୍ଯ୍ୟବତୀ ସାହସୀ ପାଇକ ରମଣୀ ପ୍ରଦୀପ ଧରି ସ୍ଵାମୀକୁ ବନ୍ଦାପନା କଲାବେଳେ ଶୁଭ ହୁଳହୁଳି ଶବ୍ଦରେ ନିନାଦିତ କରୁଥିଲା ତା’ର କୁଟୀର ପ୍ରାଙ୍ଗଣ । ବେକରେ ମନ୍ଦାରମାଳ ଲମ୍ବାଇଦେଇ ସମରଭୂମିକୁ ସ୍ୱାମୀକୁ ପଠାଇବାର ସମସ୍ତ ପ୍ରସ୍ତୁତି କରି ନେଉଥିଲା । ପାଇକବଧୂର ଅସାମାନ୍ୟ ଧୈର୍ଯ୍ୟ ଓ ସାହସକୁ ସ୍ମରଣ କରି କବି ବିସ୍ମିତ ହୋଇଛନ୍ତି । କବିଙ୍କ ଭାଷାରେ–

‘କେମନ୍ତେ ସେ ବୀର୍ଯ୍ୟବତୀ ବାଳା
କଣ୍ଠତଟୁ ଦେଲା ହୁଳହୁଳି
ବନ୍ଦାଇଲା ସ୍ଵାମୀରେ ସୋହାଗେ
ଯାଅ ଦର୍ପେ ଯୁଦ୍ଧ କର ବୋଲି !”’

ସ୍ଵାମୀ ମନରେ ବୀରତ୍ଵ ଓ ଦେଶପ୍ରେମର ଭାବନା ଜାଗ୍ରତ କରିବାପାଇଁ ପାଇକ ରମଣୀ ଯୁଦ୍ଧବାଦ୍ୟର ତାଳେ ତାଳେ ଗାଇ ଉଠୁଥିଲା ସମର ସଙ୍ଗୀତ । ପରିବେଶ ପ୍ରକମ୍ପିତ ହୋଇଉଠୁଥିଲା ତା’ର କଣ୍ଠନିଃସୃତ ଦୃପ୍ତ ରଣ ସଙ୍ଗୀତର ମେଘମନ୍ଦ୍ର ଧ୍ୱନିରେ ।

ପତିସୋହାଗିନୀ କିଶୋରୀ ନବବଧୂଠାରୁ ବିଦାୟ ନେଲାବେଳେ ପାଇକ ବୀରର ଯୁବା ହୃଦୟରେ ସୃଷ୍ଟ କ୍ଷଣିକ ବିଷାଦକୁ ହୁଏତ ଅନୁଭବ କରିପାରୁଥିଲା ପ୍ରାଣପ୍ରିୟା ପତ୍ନୀ । କିନ୍ତୁ ବୀରା ରମଣୀର ଦୃପ୍ତକଣ୍ଠରୁ ଝରିପଡୁଥୁଲା ପ୍ରେରଣାର ଅଗ୍ନିବର୍ଷୀ ବାଣୀ । ଧନୁର୍ବାଣରେ ଶତ୍ରୁ ନିପାତ କରିବାପାଇଁ ରାଣ ଦେଇ ପ୍ରିୟତମକୁ ଶପଥ କରାଇ ଦେଉଥ୍‌ଲା କଳିଙ୍ଗରମଣୀ । ଜୀବନକୁ ବାଜି ଲଗାଇ ଜନ୍ମଭୂମିର ସମ୍ମାନ ରକ୍ଷା କରିବାକୁ ସଂକଳ୍ପବଦ୍ଧ ହେବାପାଇଁ ପ୍ରିୟତମ କାନରେ ଶୁଣାଇ ଚାଲୁଥିଲା ଉତ୍ସାହ ଓ ଉଦ୍ଦୀପନାଭରା ବାଣୀ ।

ବୀରାଙ୍ଗନା ପାଇକବଧୂର ସେହି ଉଦ୍‌ବୋଧନଭରା ବାଣୀ ଶୁଣିପାରିଛନ୍ତି କବି । ପାଇକ ଘରଣୀ ଦୃଢ଼ତାର ସହ ସ୍ୱାମୀକୁ କହିଛି ଯେ ‘ବୀର ଖଣ୍ଡାୟତ ହାତରେ କେବଳ ଶୋଭାପାଏ ଶତ୍ରୁ ରକ୍ତପିପାସୀ ଉନ୍ମୁକ୍ତ କୃପାଣ ।’’ ଅରି-ରକ୍ତ- ରଞ୍ଜିତ-ରଣବିଜୟୀ ସେହି ତରବାରିକୁ ଦେଖୁ ଗର୍ବିତା ପତ୍ନୀ ପାଇଯାଏ ତା’ ସ୍ୱାମୀର ପୌରୁଷର ପରିଚୟ । ଜନ୍ମଭୂମିର ସ୍ଵାଧୀନତା ଓ ଅଖଣ୍ଡତା ବିପନ୍ନ ହେଉଥିଲାବେଳେ ପ୍ରିୟାର ସ୍ନିଗ୍ଧ କୋମଳ ସାନ୍ନିଧ୍ୟ ଓ ନିବିଡ଼ ବାହୁବନ୍ଧନରେ ବିଳାସର ସ୍ଵପ୍ନ ଦେଖ‌ିବାରେ ପ୍ରୟାସୀ ହେବାପାଇଁ ଖଣ୍ଡାୟତ-ପାଇକ ଜନ୍ମନିଏ ନାହିଁ । କାପୁରୁଷତାରେ ତା’ ଜନ୍ମଜାତକ କଦାପି କଳଙ୍କିତ ହୋଇ ନ ପାରେ ।

ପାଇକବୀର ଦକ୍ଷହସ୍ତର ଉଦ୍ଧତ କରବାଳ ଓ ସୁଦୃଢ଼ ଧନୁର୍ବାଣ ଶତ୍ରୁ ରକ୍ତପାନ ପାଇଁ ସଦା ସଜାଗ ରହିଥାଏ । ଶତ୍ରୁ- ଧ୍ଵଂସୀ ବିଜୟୀ ବୀର ସ୍ବାମୀର ଗର୍ବୋନ୍ନତ ବକ୍ଷ ଦେଖୁଲେ ପାଇକ ଘରଣୀ ହୃଦୟରେ ସୃଷ୍ଟି ହୁଏ ଅପୂର୍ବ ପୁଲକ । ତେଣୁ ମନରେ ଅଖଣ୍ଡ ସାହସ, ହୃଦୟରେ ଅନଳର ତେଜ ଓ ବାହୁରେ ଶତସିଂହର ବଳ ନେଇ ସମର କ୍ଷେତ୍ରକୁ ଲମ୍ଫ ପ୍ରଦାନ କରିବାପାଇଁ ପ୍ରିୟତମ କାନରେ ବୀରବାଣୀ ଶୁଣାଇଛି ପ୍ରାଣପ୍ରିୟା ପତ୍ନୀ । ପାଇକବଧୂ ପୁନଶ୍ଚ କହିଛି ଯେ ମାତୃଭୂମିର ସମ୍ମାନ ରକ୍ଷା ପାଇଁ ହସ ହସ ମୁଖରେ ରଣଭୂମିରେ ଜୀବନ ଉତ୍ସର୍ଗ କରିଯାଏ ଖଣ୍ଡାୟତ କୁଳର ସୁଯୋଗ୍ୟ ଦାୟାଦ ।

ଅରିକୁଳ ଦମନ କରି, ବିଜୟ ବୈଜୟନ୍ତୀ ବାନା ଉଡ଼ାଇ, ସଂଗ୍ରାମୀ ବାଦ୍ୟ ତାଳେ ତାଳେ, ଯୁଦ୍ଧଭୂମିରୁ ଫେରୁଥିବା ବିଜୟୀ ସେନାର ଅଗ୍ରଭାଗରେ ସ୍ଵାମୀକୁ ଦେଖ‌ିଲେ ତା’ ପ୍ରାଣପ୍ରିୟା ପତ୍ନୀର ପ୍ରାଣ ଗର୍ବ ଓ ଗୌରବରେ ଯେପରି ଉତ୍‌ଫୁଲ୍ଲିତ ହୋଇଉଠିବ; ସେହି ସୌଭାଗ୍ୟର ଅଧ୍ବକାରିଣୀ କରାଇବାକୁ ପ୍ରାଣପ୍ରିୟକୁ ଅନୁନୟ କରିଛି ପାଇକବଧୂ । ପୌରୁଷର ସ୍ବାକ୍ଷର ବହନ କରି ସ୍ବାଭିମାନ ସ୍ପର୍ଷିତ ଯୁଦ୍ଧଫେରନ୍ତା ସ୍ଵାମୀର ପଦବନ୍ଦନା କରିବାକୁ ସେଦିନ ଅର୍ଘ୍ୟଥାଳୀ ଧରି କୁଟୀର ଦ୍ଵାରରେ ସ୍ନେହ ସୋହାଗିନୀ ପତ୍ନୀ ଅପେକ୍ଷା କରିଥବ ବୋଲି କହିଛି । ରଣବିଜୟୀ ସ୍ଵାମୀକୁ ବନ୍ଦାପନା କରି କୁଟୀରକୁ ପାଛୋଟି ନେବାକୁ ପ୍ରତୀକ୍ଷା କରି ରହିବ ବୋଲି ବାରମ୍ବାର କହି ସ୍ଵାମୀଠାରୁ ବିଦାୟ ନେଇଛି ପାଇକ ଘରଣୀ ।

BSE Odisha 9th Class Odia Solutions Chapter 6 ପାଇକବଧୂର ଉଦ୍‌ବୋଧନ

ବିଷୟଗତ ଶବ୍ଦ ଓ ଅର୍ଥ :

  • ତୁର୍ଗ – ଗଡ଼ ବା ପ୍ରାଚୀର ।
  • ଣମଣାନ – ମଣାଣି।
  • ରଣ – ଯୁଦ୍ଧ ।
  • ତୋପ – ଗୁଳି ।
  • ନାରବେ – ନିଃଶବ୍ଦରେ ।
  • ଶାୃପଦକୁଳ – ହିଂସ୍ରକନୃୁସମୁହ
  • ନିମିଷେ- ମୁହୂର୍ତ୍ତକରେ ।
  • ବୁକୁତଳେ – ଛାତିତଳେ ।
  • ସମର ପ୍ରାଙ୍ଗଣ – ଯୁଦ୍ଧଭୂଇଁ ।
  • ଶିଳା – ପଥର ।
  • କାନନ – ବଣ ।
  • ରଶଶିଙ୍କ। – ଶିଙ୍ଗରେ ତିଆରି ଏକ ପ୍ରାଚୀନ ତୂରୀ ।
  • ତୀକ୍ଷ୍ଣଣ ତରବାରି – ଧାରୁଆ ଖଣ୍ଡା ।
  • ଦାପୁ – ଉଜ୍ଜ୍ବଳ ।
  • ଦୀଳ ପ୍ରାନ୍ତର – ସବୁଜ ପଡ଼ିଆ ।
  • ଶିଙ୍ଗ। – ଶିଙ୍ଗରେ ତିଆରି ଏକ ପ୍ରାଚୀନ ତୂରୀ ।
  • ଯୋଦ୍ଧୃବେଣ – ଯୋଦ୍ଧ।ରବେଶା
  • ସମାରଶ – ପବନ ।
  • ଗୁୱରି – ଗୁଣୁଗୁଣୁ ଶବ୍ଦ କରି ।
  • ବାରମାଟି – ବାରଭୁକ‍ଁ
  • ଗାଥା – କାହାଶା
  • ବନ ପ୍ରାନ୍ତର – ବଣ ଓ ପଡ଼ିଆ ।
  • ଭଗୃ – ଭଙ୍ଗ।
  • ଶକଳ – ପର୍ବତା
  • ଖଣ୍ଡାୟତ ବଧୂ – ଖଣ୍ଡାୟତ ବୋହୂ ।
  • ଚରମେ – ପିଠିପଟରେ/ଶେଷଙାଗରୋ
  • ବାର୍ଯ୍ୟବତା – ସାହସା/ବାରା
  • ସୋହାଗେ – ଅତି ସ୍ନେହରେ ।
  • ବକ୍ଷପଟେ – ଛାତି ଭାଗରେ ।
  • ସମର ସଙ୍ଗ।ତ – ଯୁଦ୍ଧ ଗୀତ ।
  • କୁଟୀର ପ୍ରାଙ୍ଗଣେ -କୁଡ଼ିଆ ଦ୍ୱାରରେ ।
  • ତରୁଶା ବକ୍ଷ – ନାରୀର ଛାତି ।
  • ବିଜୟଲକ୍ଷ୍ମୀ – ବିଜୟଶ୍ରୀ ।
  • ସଂଗ୍ରାମ ବାଦ୍ୟ – ଯୁଦ୍ଧଭେରୀ ।
  • ନୟନ କଣେ – ଆଖିଆଗରେ ।
  • ସମରକ୍ଷେତ୍ରେ – ଯୁଦ୍ଧଭୂଇଁରେ ।
  • ଅନଳ – ନିଆଁ, ଅଗ୍ନି ।
  • ଦର୍ପେ- ବୀରତ୍ଵ ସହକାରେ ।
  • ଯତନେ – ଯତ୍ନ ସହକାରେ ।
  • ମେଘେତ୍ରେ – ମେଘର ଗମ୍ଭୀର ଧ୍ଵନିରେ ।
  • ଣତେକ – ଶହେ ।
  • ଗଉରବେ – ସମ୍ମାନରେ ।
  • ବଜୟକେତନ – ବଜୟ ପତାକା
  • ବଦାଇ – ଅଭ୍ୟର୍ଥନା ବା ବନ୍ଦାପନା କରିବା ।
  • ବକ୍ଷେ – ଛାତିରେ ।
  • ଉରି – ପୂର୍ଣ୍ଣକରି ।
  • ପ୍ର‍।ଙ୍ଗଶ – କପାଳରୋ
  • ଉ।ଲେ – କପାଳରେ ।
  • ବାଳା – ଯୁବତୀ ।
  • ବରି – ବରଣ କରି ।

BSE Odisha 8th Class Science Solutions Chapter 18 ବାୟୁ ଓ ଜଳ ପ୍ରଦୂଷଣ

Odisha State Board BSE Odisha 8th Class Science Solutions Chapter 18 ବାୟୁ ଓ ଜଳ ପ୍ରଦୂଷଣ Textbook Exercise Questions and Answers.

BSE Odisha Class 8 Science Solutions Chapter 18 ବାୟୁ ଓ ଜଳ ପ୍ରଦୂଷଣ

Question 1.
ଜଳ କିପରି ପ୍ରଦୂଷିତ ହୋଇଥାଏ, ଉଦାହରଣ ସହ ଲେଖ ।

  • ଜଳରେ ଲୁଗାସଫା କଲେ,
  • ଜଳରେ ଗାଡ଼ି ମୋଟର ଧୋଇଲେ,
  • ବିଭିନ୍ନ ଶିଳ୍ପରୁ ନିର୍ଗତ ତରଳ ଆବର୍ଜନା ଜଳରେ ମିଶିଲେ,
  • ରାସାୟନିକ ପଦାର୍ଥ ଓ ଆବର୍ଜନା ମିଶିଲେ

BSE Odisha 8th Class Science Solutions Chapter 18 ବାୟୁ ଓ ଜଳ ପ୍ରଦୂଷଣ

ଉଦାହରଣ – 1
ଗଙ୍ଗାନଦୀ ଯେଉଁ ସହର ଓ ନଗର ଦେଇ ବହୁଛି, ସେଥୁରୁ ବହୁ ଆବର୍ଜନା, ନର୍ଦ୍ଦମା ଜଳ, ମୃତଶରୀର ଓ ହାନୀକାରକ ଦ୍ରବ୍ୟ ଜଳରେ ମିଶୁଛି । ଲୋକମାନେ ଗାଧୋଇବା, ଲୁଗା ସଫାକରିବା ସହ ଆବର୍ଜନା, ଫୁଲ, ଦେବଦେବୀଙ୍କ ମୂର୍ତ୍ତି, ପଲିଥୁନ୍ ଖୋଳ ଇତ୍ୟାଦି ଏହି ନଦୀରେ ପକାଇଥା’ନ୍ତି । କାନପୁରଠାରେ 5000 ରୁ ଅଧ୍ଵ ଶିଳ୍ପ କାରଖାନାରୁ ତରଳ ବିଷାକ୍ତ ରାସାୟନିକ ଆବର୍ଜନା ଗଙ୍ଗାନଦୀର ଜଳରେ ମିଶି ଏହାକୁ ପ୍ରଦୂଷିତ କରିଥାଏ ।

ଉଦାହରଣ – 2
ରାୟଗଡ଼ା ପେପର ମିଲରୁ ନିର୍ଗତ ତରଳ ଆବର୍ଜନାରେ ଆର୍ସେନିକ୍, ସୀସା ଓ ଫ୍ଲୋରାଇଡ୍‌ର ମାତ୍ରା ଅଧ୍ବକ ପରିମାଣରେ ଥାଏ । ଏହି ଦୂଷିତ ଜଳ ଯୋଗୁଁ ନାଗାବଳୀ ନଦୀର ଜଳ ବିଷାକ୍ତ ହେଉଛି । ଏହି ବିଷାକ୍ତ ଜଳର ପ୍ରଭାବ ପ୍ରାଣୀ ଓ ଉଭିଦମାନଙ୍କ ଉପରେ ପଡ଼ୁଅଛି ।

Question 2.
ତୁମେ ନିଜ ତରଫରୁ ବାୟୁ ପ୍ରଦୂଷଣ କମାଇବାପାଇଁ କିପରି ସାହାଯ୍ୟ କରିବ ଲେଖ ।
ଉ-

  • ଗାଡ଼ି ମୋଟରରେ ସୀସା ବିହୀନ ପେଟ୍ରୋଲ ଓ CNG ପକାଇବା ।
  • ଜୀବାଶ୍ମ ଇନ୍ଧନ ବଦଳରେ ଅଣପାରମ୍ପରିକ ଶକ୍ତି (ସୌର ଶକ୍ତି, ଜଳ ବିଦ୍ୟୁତ୍ ଶକ୍ତି ଓ ପବନ ଶକ୍ତି) ବ୍ୟବହାର କରିବା ।
  • ବନମହୋତ୍ସବ ପାଳନ ଦ୍ବାରା ବୃକ୍ଷରୋପଣ କରିବା ।
  • ଜୈବ ପଦାର୍ଥକୁ ନପୋଡ଼ି କମ୍ପୋଷ୍ଟ କରିବା ।
  • ଉଦ୍‌ଜାନ ଶକ୍ତି ଦ୍ୱାରା ଗାଡ଼ିମୋଟର ଚଳାଇବା ।
  • ପ୍ଲାଷ୍ଟିକ୍‌ ଜାତ ଦ୍ରବ୍ୟକୁ ନପୋଡ଼ି ତାହା ପୁନଃଚକ୍ରଣ କରିବା ।
  • କ୍ରସର ଗୁଣ୍ଡିରେ ସିମେଣ୍ଟ ମିଶାଇ ଇଟା ତିଆରି କରିବା ।

Question 3.
ନିର୍ମଳ ଓ ସ୍ଵଚ୍ଛଜଳ ସର୍ବଦା ପାନଯୋଗ୍ୟ । ମତାମତ ଦିଅ ।
ଉ-

  • ଛଣା ଯନ୍ତ୍ରରୁ ନିର୍ଗତ ଜଳ ନିର୍ମଳ ମନେହେଉଥିଲେ ମଧ୍ୟ ଏଥିରେ ଅନେକ ଅଣୁଜୀବ ରହିଥାଏ । ତେଣୁ ଏହା ପିଇଲେ ରୋଗ ବ୍ୟାପିବା ସମ୍ଭାବନା ରହିଥାଏ ଓ ଏହା ନିରାପଦ ପାନୀୟ ଜଳ ନୁହେଁ ।
    ପ୍ରଦୂଷିତ ଜଳ ବ୍ୟବହାର କରୁଥିବା ଲୋକେ ହଇଜା, ଟାଇଫଏଡ୍ ଓ ଜଣ୍ଡିସ୍ ଆଦି ରୋଗରେ ଆକ୍ରାନ୍ତ ହୋଇଥା’ନ୍ତି ।
  • ପାଣିକୁ ଫୁଟାଇ ଥଣ୍ଡାକରି ଛାଣି ପିଇବା ନିରାପଦ ଅଟେ କାରଣ ଏଥୁରୁ ଜୀବାଣୁମାନେ ମରିଯାଇଥା’ନ୍ତି ।
  • ଘରମାନଙ୍କରେ କ୍ୟାଣ୍ଡଲଯୁକ୍ତ ଫିଲ୍‌ଟର୍ ବ୍ୟବହାର ହେବା ଆବଶ୍ୟକ, କାରଣ ଏହାଦ୍ଵାରା ଭୌତିକ ପଦ୍ଧତିରେ ଜଳର ପରିଶୋଧନ ହେବା ଆବଶ୍ୟକ ।
  • ଜଳ ବିଶୋଧନ ପାଇଁ ରାସାୟନିକ ପଦ୍ଧତିରେ ଜଳରେ କ୍ଲିଚିଂ ପାଉଡ଼ର ବା କ୍ଲୋରିନ୍ ବଟିକା ପକାଇବା ଆବଶ୍ୟକ । ସୁତରାଂ ଉପରୋକ୍ତ ପଦ୍ଧତିମାନ ଅବଲମ୍ବନ କରି ଜଳକୁ ପାନୀୟ ଉପଯୋଗୀ କରି ପିଇବା ଆବଶ୍ୟକ; ନଚେତ୍ ଅନେକ ରୋଗ ହେବାର ସମ୍ଭାବନା ରହିଥାଏ ।

Question 4.
ମ୍ୟୁନିସିପାଲିଟିର ଜଣେ ସଦସ୍ୟ ହିସାବରେ ତୁମ ସହରକୁ ବିଶୁଦ୍ଧ ଜଳ ଯୋଗାଣ ପାଇଁ କି କି ପଦକ୍ଷେପ ନେବ, ତାହାର ଏକ ଯୋଜନା ପ୍ରସ୍ତୁତ କର ।
ଉ-
ମ୍ୟୁନିସିପାଲିଟିର ଜଣେ ସଦସ୍ୟ ହିସାବରେ ତୁମ ସହରକୁ ବିଶୁଦ୍ଧ ଜଳ ଯୋଗାଣ ପାଇଁ କି କି ପଦକ୍ଷେପ ନେବ, ପ୍ରଣୟନ କରିବାକୁ ହେବ; ଯଥା

  • ଜଳଯୋଗାଣର ଉତ୍ସ ଭୂତଳ ହେବା ଆବଶ୍ୟକ ।
  • ଜଳକୁ ମୋଟା ପଲିଥନ୍ ପାଇପ୍‌ରେ ପ୍ରବାହିତ କରିବାକୁ ହେବ ।
  • ଶିଳ୍ପାନୁଷ୍ଠାନମାନଙ୍କରେ ଜଳ ବିଶୋଧନ ପ୍ରକଳ୍ପ ପ୍ରତିଷ୍ଠାକରିବା ବାଧ୍ୟତାମୂଳକ ହେବା ଆବଶ୍ୟକ ।
  • ଜଳଯୋଗାଣ ପୂର୍ବରୁ ଭୌତିକ ଓ ରାସାୟନିକ ପଦ୍ଧତିରେ ଏହାର ପରିଶୋଧନ କରିବା ଆବଶ୍ୟକ ।
  • ଜଳ ବିଶୋଧନ ପାଇଁ ରାସାୟନିକ ପଦ୍ଧତିରେ ଜଳରେ କ୍ଲୋରିନ୍‌ ବଟିକା ବା ବ୍ଲିଚିଂ ପାଉଡ଼ର ମିଶାଇବା ଆବଶ୍ୟକ ।
  • ନୀୟ ଜଳ ପ୍ରବାହିତ ହେଉଥ‌ିବା ପାଇପ୍ ଯେପରି ନର୍ଦ୍ଦମା ଜଳ ସଂସ୍ପର୍ଶରେ ନ ଆସିବ ସେଥ୍ୟପ୍ରତି ଦୃଷ୍ଟି ଦେବାକୁ ହେବ ।
  • ଜଳ ସଂରକ୍ଷଣ ସହ ଏହାର ଅପଚୟ ନହେବା ପାଇଁ କମ୍ ବ୍ୟବହାର (Reduce), ପୁନର୍ବ୍ଯବହାର (Reuse) ଓ ପୁନଶ୍ଚକ୍ରଣ (Recycle) ମାଧ୍ୟମରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ।

Question 5.
ବିଶୁଦ୍ଧ ବାୟୁ ଓ ପ୍ରଦୂଷିତ ବାୟୁ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।

ବିଶୁଦ୍ଧ ଚାୟୁ ପ୍ରଦୂଷିତ ଚାୟୁ
(i) ବିଶୁଦ୍ଧ ବାୟୁରେ ତା’ର ସଂଗଠିତ ଉପାଦାନଗୁଡ଼ିକ ଠିକ୍ ପରିମାଣରେ ଥାଏ । (i) ପ୍ରଦୂଷିତ ବାୟୁରେ ଉପାଦାନଗୁଡ଼ିକର ପରିମାଣ ବ୍ୟତିକ୍ରମ ଦେଖାଯାଏ ।
(ii) ବିଶୁଦ୍ଧ ବାୟୁରେ ବାୟୁ ପ୍ରଦୂଷକ କଣିକାମାନ ନଥାଏ । (ii) ପ୍ରଦୂଷିତ ବାୟୁରେ ବାୟୁ ପ୍ରଦୂଷକ କଣିକାମାନ ଥାଏ ।
(iii) ଏହି ବାୟୁ ସ୍ବାସ୍ଥ୍ୟପକ୍ଷେ ହିତକର । (iii) ଏହି ବାୟୁ ସ୍ଵାସ୍ଥ୍ୟପକ୍ଷେ ଅହିତକର ।

BSE Odisha 8th Class Science Solutions Chapter 18 ବାୟୁ ଓ ଜଳ ପ୍ରଦୂଷଣ

Question 6.
ଅମ୍ଳବର୍ଷାର ପ୍ରଭାବ କିପରି ବର୍ଣ୍ଣନା କର ? ଏହା ପ୍ରଭାବରେ ଆମର କି କ୍ଷତି ହୋଇଥାଏ ?
ଅମ୍ଳବର୍ଷାର ପ୍ରଭାବ – ସଲ୍‌ଫର୍‌ ଡାଇଅକ୍‌ସାଇଡ୍‌ ଓ ନାଇଟ୍ରୋଜେନ୍ ଡାଇଅକ୍‌ସାଇଡ୍ ଭଳି ପ୍ରଦୂଷକ ବର୍ଷାଜଳ ସହ ମିଶି ଅମ୍ଳବର୍ଷା (Acid rain) ସୃଷ୍ଟି କରନ୍ତି ।
SO2 + H2O → H2 SO4 NO2 + H2O → HNO3
ଅମ୍ଳବର୍ଷାର ପ୍ରଭାବଜନିତ କ୍ଷତି –

  • ଅମ୍ଳବର୍ଷା ମାର୍ବଲ ପଥରକୁ କ୍ଷତିଗ୍ରସ୍ତ କରାଏ । ଏହାର ପ୍ରଭାବରେ ମାଲର ରଙ୍ଗ ହଳଦିଆ ହୋଇଯାଏ । ମାର୍ବଲର
  • ଏହା ମୃତ୍ତିକାରୁ କ୍ୟାଲସିୟମ୍ ପୋଷକ ଅପସାରଣ କରେ ।
  • ଏହା ଧାତବ ସୌଧକୁ ନଷ୍ଟ କରେ ।
  • ଏହା ବାସଗୃହ ଓ ପକ୍‌କା ଘର ଉପରେ ‘ପ୍ରଭାବ ପକାଇଥାଏ ।
  • ନଦୀ ଓ ପୁଷ୍କରିଣୀରେ ରହୁଥିବା ଜଳଚର ଜୀବଙ୍କ ଜୀବନଚକ୍ରରେ ବାଧା ସୃଷ୍ଟି କରେ ।
  • ଗଛର ପତ୍ରରୁ ସବୁଜକଣା ନଷ୍ଟ ହୋଇ ହଳଦିଆ ପଡ଼ିଯାଏ ।
  • ମୃତ୍ତିକାର ଅମ୍ଳତ୍ୱ ବୃଦ୍ଧିପାଏ; ଫଳରେ ଉତ୍ପାଦନ କ୍ଷମତା ହ୍ରାସପାଏ ।

Question 7.
‘ସବୁଜ କୋଠରି ପ୍ରଭାବ’’ କ’ଣ ନିଜ ଭାଷାରେ ବର୍ଣ୍ଣନା କର ।
ଉ-
Agn 6710K gælQ (Green house effect) –

  • ପୃଥ‌ିବୀପୃଷ୍ଠକୁ ସୂର୍ଯ୍ୟାଲୋକ ଉତ୍ତପ୍ତ କରିଥାଏ । ସୂର୍ଯ୍ୟରଶ୍ମିର କିଛି ଅଂଶ ପୃଥ‌ିବୀଦ୍ୱାରା ଶୋଷିତ ହୁଏ ଏବଂ ଅବଶିଷ୍ଟ ମହାକାଶକୁ ଫେରିଯାଏ । ଏହି ପ୍ରତିଫଳିତ ରଶ୍ମିର କିଛି ଅଂଶକୁ ବାୟୁମଣ୍ଡଳ ଧରିରଖେ; ଫଳରେ ବାୟୁମଣ୍ଡଳର ଉତ୍ତାପ- ବୃଦ୍ଧିପାଏ ।
  • ନର୍ସରୀରେ ଥିବା କାଚଘର ମଧ୍ୟକୁ ସୂର୍ଯ୍ୟର ଉତ୍ତାପ ପ୍ରବେଶ କରିପାରେ; କିନ୍ତୁ ଏହା ମଧ୍ୟରୁ ବାହାରିପାରେ ନାହିଁ; ଫଳରେ ଏହି କୋଠରିର ତାପମାତ୍ରା ଅଧ୍ଵ ରହିଥାଏ । ଏହାକୁ ସବୁଜ କୋଠରି ପ୍ରଭାବ ବା Green house effect କୁହାଯାଏ ।
  • ଅଙ୍ଗାରକାମ୍ଳ ଓ ମିଥେନ ପରି କେତେକ ଗ୍ୟାସର ତାପଶୋଷଣ ସାମର୍ଥ୍ୟ ରହିଛି । ଏହିସବୁ ଗ୍ୟାସ୍‌ ପରିମାଣ ବୃଦ୍ଧି ପୃଥ‌ିବୀକୁ ଏକ ସବୁଜ କୋଠରିରେ ପରିଣତ କରିଦେଉଛି ।
  • ମନୁଷ୍ୟର ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ଜଙ୍ଗଲ କ୍ଷୟଯୋଗୁଁ ବାୟୁମଣ୍ଡଳରେ CO2 ର ମାତ୍ରା ବୃଦ୍ଧିପାଉଛି । CO2 ବ୍ୟତୀତ ମିଥେନ୍, ନାଇଟ୍ରସ୍ ଅକ୍ସାଇଡ୍ ଓ ଜଳୀୟବାଷ୍ପ ମଧ୍ୟ ସବୁଜ କୋଠରି ଉପରେ ପ୍ରଭାବ ପକାଉଥ‌ିବାରୁ ଏଗୁଡ଼ିକୁ ଗ୍ରୀନ ହାଉସ୍ ଗ୍ୟାସ ରୂପେ ଗଣନ କରାଯାଉଛି ।

Question 8.
“‘ଗ୍ଲୋବାଲ ୱାର୍ମିଙ୍ଗ୍’’ ସମ୍ବନ୍ଧରେ ଏକ ବକ୍ତବ୍ୟ ପ୍ରସ୍ତୁତ କର ।
(ତୁମେ ଶ୍ରେଣୀରେ ଏ ସଂପର୍କରେ କହିବାକୁ ପଡ଼ିବ)
ଉ-
ସମ୍ମାନୀୟ ସଭାପତି ମହୋଦୟ, ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀବୃନ୍ଦ ଓ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଗଣ । ଆଜିର ଆଲୋଚ୍ୟ ବିଷୟ ‘ଗ୍ଲୋବାଲ ୱାର୍ମିଙ୍ଗ୍’’ ସମ୍ବନ୍ଧରେ ମୋର ବକ୍ତବ୍ୟ ଉପସ୍ଥାପିତ କରିବା ପାଇଁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଅଧୂମାତ୍ରାରେ ଟ୍ରପୋସ୍ଫିୟର ବା ବାୟୁମଣ୍ଡଳରେ ପ୍ରବେଶ କରିଥାଏ । ସୂର୍ଯ୍ୟକିରଣରେ ବିଭିନ୍ନ ରଶ୍ମି; ଯଥା – ଅଲ୍‌ଟ୍ରା ଭାଓଲେଟ୍, ଭିଜିବୁଲ୍ ଇନ୍‌ଫ୍ରା ରେଡ଼୍ ଆଦି ଥାଏ ।

ଏଗୁଡ଼ିକ ମଧ୍ୟରୁ ଅଲ୍ଟ୍ରା ଭାଓଲେଟ୍-ବି ବା ଅତିବାଇଗଣୀ ରଶ୍ମି, ଯାହାକି ଜୀବଜଗତ ପ୍ରତି ଅତ୍ୟନ୍ତ କ୍ଷତିକାରକ, ବାୟୁମଣ୍ଡଳକୁ ପ୍ରବେଶ କରିପାରି ନଥାଏ । ଏହାକୁ ଷ୍ଟ୍ରାଟୋସ୍ପିୟରରେ ଥ‌ିବା ଓଜୋନ୍ (O3) ସ୍ତର ଅଟକାଇ ଦେଇଥାଏ; କିନ୍ତୁ ଇନ୍‌ଫ୍ରା ରେଡ଼ ରଶ୍ମି ଏହାକୁ ଭେଦ କରି ପୃଥ୍ବୀପୃଷ୍ଠକୁ ଆସିଥାଏ ଏବଂ ତାପ ପ୍ରଦାନ କରିଥାଏ । ବାୟୁମଣ୍ଡଳରେ ଥ‌ିବା ଅଙ୍ଗାରକାମ୍ଳ ବାଷ୍ପର ଘନ ଆସ୍ତରଣ ଏକ କମ୍ବଳ ସଦୃଶ କାମ କରିଥାଏ ଏବଂ ପୃଥ‌ିବୀପୃଷ୍ଠରୁ ଫେରିଆସୁଥିବା ଉତ୍ତପ୍ତ ବିକିରଣକୁ ଅଟକାଇ ଦିଏ । ଏହାଦ୍ଵାରା ଭୂପୃଷ୍ଠ ତାପମାତ୍ରା ବୃଦ୍ଧି ଘଟିଥାଏ ।

ଏହାକୁ ସବୁଜ ଗୃହ ପ୍ରଭାବ କୁହାଯାଏ ଏବଂ ଅଙ୍ଗାରକାମ୍ଳ ବାଷ୍ପ (CO2), ମିଥେନ୍ (CH2) ଆଦି ହେଉଛି ସବୁଜ ଗୃହ ବାଷ୍ପ, ଯାହାଦ୍ୱାରା ତାପମାତ୍ରା ବୃଦ୍ଧି ହୁଏ; ତେବେ ପ୍ରାୟ ୭୨ ପ୍ରତିଶତ ଗ୍ଲୋବାଲ ୱାର୍ମିଙ୍ଗ୍ ଅଙ୍ଗାରକାମ୍ଳ ବାଷ୍ପ ଯୋଗୁଁ ହୋଇଥାଏ । ବହୁରାଷ୍ଟ୍ରୀୟ ବ୍ୟବସାୟ ପ୍ରତିଷ୍ଠାନ ‘ଚିକାଗୋ ଜଳବାୟୁ ବିନିମୟ କାର୍ଯ୍ୟାଳୟ’’ ଏହି ବ୍ୟବସାୟ କରୁଛନ୍ତି । ଭାରତରେ ମଧ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ଭାରତ ସରକାରଙ୍କ ନିର୍ଦେଶରେ କ୍ଲିନ୍ ଡେଭଲପ୍‌ମେଣ୍ଟ ମେକାନିଜିମ୍ (CDM) ଆରମ୍ଭହୋଇଛି, ଯାହାକି କାର୍ବନ ଟ୍ରେଡ଼ିଙ୍ଗ୍ ଏବଂ କ୍ଲିନ୍ ଟେକ୍ନୋଲୋଜି ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରିଥାଏ । ଭାରତ ସରକାରଙ୍କ ଯୋଜନା-ଆୟୋଗ ତରଫରୁ ଏଥ‌ିପାଇଁ ପ୍ରୟାସ ଜାରି ରହିଛି । ଏଥ‌ିପାଇଁ ଏକ ଜାତୀୟ କାର୍ଯ୍ୟାନୁଷ୍ଠାନ ଯୋଜନା ଗଠନ କରାଯାଇଛି ।

ଗ୍ଲୋବାଲ୍ ୱାର୍ମିଙ୍ଗ ଏକ ବିଶ୍ଵ ସ୍ତରୀୟ ସମସ୍ୟା ଏବଂ ଏହାକୁ ପ୍ରତିହତ କରା ନଗଲେ ହୁଏତ ଆଗାମୀ ଦିନରେ ସୁନାମୀ ଭଳି ଅନେକ ପ୍ରାକୃତିକ ଦୁର୍ବିପାକ ଦେଖାଦେବ । ପୃଥ‌ିବୀର ତାପମାତ୍ରା ବୃଦ୍ଧି, ବରଫରାଶି ତରଳିଯିବା, ସମୁଦ୍ର ପତ୍ତନର ଉଚ୍ଚତା ବଢ଼ିବା, ନଦୀଗୁଡ଼ିକ ଶୁଖୁଯିବା ଏବଂ ଜଳାଭାବ ଦେଖାଦେବା, ଭୟଙ୍କର ପୂଣ୍ଡିଝଡ଼ ଇତ୍ୟାଦି ସମ୍ପ୍ରତି ଘଟଣାମାନ ମଣିଷ ସଭ୍ୟତାର ଅସ୍ଥିତ୍ଵପ୍ରତି ବିପଦ ସୃଷ୍ଟି କରୁଛି ।

BSE Odisha 8th Class Science Solutions Chapter 18 ବାୟୁ ଓ ଜଳ ପ୍ରଦୂଷଣ

ପ୍ରକୃତରେ ଜୀବନଧାରଣର ସକଳ ଆଧାର ପ୍ରକୃତିରୁ ମିଳିଥାଏ ଏବଂ ଏହି ପ୍ରକୃତିର ଅବକ୍ଷୟ ଏବଂ ଦୁର୍ଘଟଣା ଓ ସେ ସମ୍ବନ୍ଧୀୟ ଯାବତୀୟ ଉଦ୍‌ବେଗ ଆଜି ଚିରନ୍ତନତା ପ୍ରତି ଆହ୍ୱାନ ଦେଉଛି । ଏହି ଆହ୍ୱାନର ଶିକାର ହୋଇ ଅନେକ ସଭ୍ୟତା କାଳର କରାଳ ୧୯୯୬ ମସିହାର ତଥ୍ୟ ଅନୁଯାୟୀ ଆମେରିକାର ପ୍ରତି ୧୦୦୦ ଲୋକଙ୍କ ପାଇଁ ୪୮୯ଟି ୪ ଚକିଆ ଗାଡ଼ି ଥିବାବେଳେ ଚୀନରେ ତାହା ୩.୨ ଏବଂ ଭାରତରେ ୪.୪ ।

ପୃଥ‌ିବୀର ବିକାଶିତ ଦେଶମାନଙ୍କର ଲଗାମଛଡ଼ା ବିଳାସବ୍ୟସନ ଆଜି ମଣିଷ ତୃତୀୟାଂଶ ଛାଡ଼େ କେବଳ ଆମେରିକା । ଆମେରିକା ସମେତ ବିକଶିତ ଦେଶମାନେ ଯେତିକି ପରିମାଣରେ ଅଙ୍ଗାରକାମ୍ଳ ଗ୍ୟାସ୍ ବାୟୁମଣ୍ଡଳକୁ ଛାଡ଼ନ୍ତି, ସେହି ତୁଳନାରେ ଗ୍ରୀନ୍ ହାଉସ୍‌ର ସୁରକ୍ଷା ପାଇଁ ତତ୍ପର ନୁହନ୍ତି କି ସେଥ୍ୟପ୍ରତି ଧ୍ୟାନ ବି ଦିଅନ୍ତି ନାହିଁ । ସେମାନଙ୍କର ଭୋଗ ବିଳାସ, ସମଗ୍ର ମଣିଷ ସଭ୍ୟତା ପାଇଁ ବିନାଶର ବାଟ କଢ଼ାଇଛି । କୋଟି କୋଟି ବର୍ଷ ଧରି ପ୍ରକ୍ରିୟାକରଣ ଭିତରେ ପୃଥ‌ିବୀ ଯେଉଁ ସମ୍ପଦ ସୃଷ୍ଟି କରିଛି ସେସବୁ ମଣିଷର ଗୋଟିଏ ଜୀବଦ୍ଦଶା ଭିତରେ ନିଃଶେଷ ହୋଇଯାଉଛି ।

ଏହି ପ୍ରାକୃତିକ ସମ୍ପଦଗୁଡ଼ିକୁ ଯେତିକି ପରିମାଣରେ ଏବଂ ଯେତିକି ସୀମା ଭିତରେ ବ୍ୟବହାର କରାଯିବା କଥା, ତା’ଠୁ ଢେର ଅଧିକ ପରିମାଣରେ ଆମେ ବ୍ୟବହାରକରୁଛୁ; ଫଳରେ ଜଙ୍ଗଲ କମି କମି ଯାଉଛି, ଚାରଣଭୂଇଁ ସରି ସରି ଆସୁଛି, ବ୍ୟାପକ ହେଉଛି ଗ୍ରୀଷ୍ମପ୍ରବାହ, ମତ୍ସ୍ୟଭଣ୍ଡାର ଓ ସାମୁଦ୍ରିକ ପ୍ରବାଳସମୂହ ଧ୍ଵଂସପାଇ ଚାଲିଛି, ମରୁଭୂମି ତା’ର କାୟା ବିସ୍ତାର କରି ଚାଲିଛି, ବରଫ ପାହାଡ଼ଗୁଡ଼ିକ ତରଳିବାରେ ଲାଗିଛି, ନଦୀଗୁଡ଼ିକ ଶୁଖ୍ ଶୁଖୁ ଯାଉଛି, ତେଲ ଓ ଖଣିଜ ପଦାର୍ଥ ସରି ସରି ଆସୁଛି, ସମୁଦ୍ର ପତ୍ତନ ବଢୁଛି ଏବଂ ତା’ ସହିତ ମାଡ଼ିଆସୁଛି ଭୟଙ୍କର ଝଡ଼ ଓ ଘୂର୍ଣ୍ଣିବାତ୍ୟାମାନ ।

ସଭ୍ୟତାର ଧ୍ବଂସ ସହିତ, ଏହାକୁ ସାମ୍ନା କରିବାର ସମୟ ଆଜି ବର୍ତ୍ତମାନର ମନୁଷ୍ୟ ସଭ୍ୟତା ସେହି ଦଶା ଭୋଗିବାକୁ ବାଧ୍ୟ । ଏଣୁ ଏହି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାପାଇଁ ଆମେ ନିଜକୁ ପ୍ରସ୍ତୁତି କରିବା ପାଇଁ ସମୟ ଆସିଛି ।
(ଉପରୋକ୍ତ ବର୍ଣ୍ଣନା କେବଳ ଏକ ନମୁନା ମାତ୍ର । ଛାତ୍ରଛାତ୍ରୀମାନେ କହିବାବେଳେ ଏହିପରି ନିଜ ଲେଖା ପ୍ରସ୍ତୁତ କରିବେ ।)

Question 9.
ତାଜମହଲ ଉପରେ କି ପ୍ରକାର କ୍ଷତିର ଆଶଙ୍କା ରହିଛି ଲେଖ ।
ଉ-
ତାଜମହଲ ଉପରେ ନିମ୍ନଲିଖତ କ୍ଷତିର ସମ୍ଭାବନା ରହିଛି –

  • ଆଗ୍ରାଠାରେ ଅବସ୍ଥିତ ତାଜମହଲ ପର୍ଯ୍ୟଟକମାନଙ୍କ ପାଇଁ ଏକ ଆକର୍ଷଣ ।
  • ଆଗ୍ରା ସହରରେ ଓ ଚତୁଃପାର୍ଶ୍ଵରେ ଥ‌ିବା ରବର ଶିଳ୍ପ, ରସାୟନ ଶିଳ୍ପ, ଅଟୋମୋବାଇଲ ଶିଳ୍ପ, ତୈଳ ରିଫାଇନାରୀ ଯୋଗୁଁ ସଲ୍‌ଫର୍ ଡାଇଅକ୍‌ସାଇଡ୍ ଓ ନାଇଟ୍ରୋଜେନ୍ ଅକ୍ସାଇଡ୍ ସୃଷ୍ଟି ହେଉଛି ।
  • ଏହି ଗ୍ୟାସ ବର୍ଷାଜଳ ସହ ମିଶି ଗନ୍ଧକାମ୍ଳ ଓ ଯବକ୍ଷାରାମ୍ଳ ସୃଷ୍ଟି କରେ । ଏହି ଅମ୍ଳ ବର୍ଷା ଜଳ ସହିତ ମିଶି ଅମ୍ଳବର୍ଷା ବା ଏସିଡ୍ ରେନ୍ ସୃଷ୍ଟି କରିଥାଏ ।
  • ଏହି ଅମ୍ଳବର୍ଷା ମାର୍ବଲ ପଥରକୁ କ୍ଷତିଗ୍ରସ୍ତ କରିବ ଓ ଏହାର ପ୍ରଭାବରେ ଧଳା ମାର୍ବଲର ରଙ୍ଗ କ୍ରମଶଃ ଫିକା ଓ ପରେ ହଳଦିଆ ପଡ଼ିବାର ସମ୍ଭାବନା ରହିଅଛି ।
  • ଅମ୍ଳବର୍ଷା ଯୋଗୁଁ ମାର୍ବଲ କ୍ଷୟ ଅଧିକ ହେଲେ ମାର୍ବଲ କ୍ୟାନସର ଓ ମଥୁରା ତୈଳ ରିଫାଇନାରୀରୁ ନିର୍ଗତ ଧୂଆଁ ଯୋଗୁଁ ମାର୍ବଲର ରଙ୍ଗ ଭବିଷ୍ୟତରେ ହଳଦିଆ ହେବାର ସମ୍ଭାବନା ରହିଛି ।

Question 10.
ଜଳରେ ପୋଷକର ମାତ୍ରା ବୃଦ୍ଧି ଜଳଜୀବମାନଙ୍କର ବଞ୍ଚିବା ଉପରେ କାହିଁକି ପ୍ରଭାବ ପକାଉଛି ?

  • ଚାଷଜମିରେ ପ୍ରୟୋଗ କରାଯାଉଥିବା ରାସାୟନିକ ସାର ବର୍ଷାଜଳ ସହ ଧୋଇହୋଇ ନିକଟସ୍ଥ ଜଳାଶୟକୁ ଆସିଥାଏ । ଜଳରେ ପୋଷକର ମାତ୍ରା ବୃଦ୍ଧିପାଏ ।
  • ଏହି କାରଣରୁ ଜଳାଶୟରେ ଶୈବାଳର ବୃଦ୍ଧିହୋଇ ସବୁଜ ଦେଖାଯାଏ ।
  • ଜଳରେ ଅମ୍ଳଜାନ ଦ୍ରବୀଭୂତ ହୋଇ ରହିଥାଏ । ମୃତ୍ୟୁପରେ ଶୈବାଳ ବ୍ୟାକ୍ଟେରିଆମାନଙ୍କର ଖାଦ୍ୟଭାବେ ବ୍ୟବହୃତ ହୁଏ । ଶୈବାଳ ବଢ଼ିବାଦ୍ୱାରା ଅମ୍ଳଜାନ ଅଭାବ ଦେଖାଦିଏ ।
  • ଫଳରେ ଅନ୍ୟ ଜଳଜୀବମାନେ ମରିଯିବାର ସମ୍ଭାବନା ରହିଥାଏ ।

BSE Odisha 8th Class Science Solutions Chapter 18 ବାୟୁ ଓ ଜଳ ପ୍ରଦୂଷଣ

Question 11.
ନିମ୍ନଲିଖତ ଗ୍ୟାସ୍‌ ମଧ୍ୟରୁ କେଉଁଟି ଗ୍ରୀନ୍ ହାଉସ ଗ୍ୟାସ ନୁହେଁ ?
(କ) କାର୍ବନ ଡାଇଅକ୍‌ସାଇଡ୍
(ଖ) ସଲ୍‌ଫର୍ ଡାଇଅକ୍ସାଇଡ୍
(ଗ) ମିଥେନ୍
(ଘ) ନାଇଟ୍ରୋଜେନ୍
ଉ-
ନାଇଟ୍ରୋଜେନ୍

Question 12.
ଶୂନ୍ୟସ୍ଥାନ ପୂରଣ କର ।
(i) ବାୟୁରେ …………………. % ଯବକ୍ଷାରଜାନ ଥାଏ ।
(ii) ଶ୍ଵାସଜନିତ ସମସ୍ୟାର କାରଣ ………………… ପ୍ରଦୂଷଣ ।
(iii) କାର୍ବନ ମନୋକ୍‌ସାଇଡ୍ ରକ୍ତର ……………….. କ୍ଷମତା ହ୍ରାସକରେ ।
(iv) କୁହୁଡ଼ି ଓ ଧୂଆଁ ମିଶି …………………. ସୃଷ୍ଟି କରନ୍ତି ।
(v) ଓକୋନ୍ ସ୍ତର ……………. ରଶ୍ମିକୁ ଶୋଷିନିଏ ।
(vi) ଗଙ୍ଗାର ପ୍ରଦୂଷଣ …………………….. ଠାରେ ବେଶି ହୋଇଛି ।

Answers:
(i) 78%
(ii) ବାୟୁ
(iii) ଅମ୍ଳଜାନ ପରିବହନ
(iv) ସ୍କଟ୍
(v) ଅତିବାଇଗଣି
(vi) କାନପୁର

BSE Odisha 8th Class Science Solutions Chapter 18 ବାୟୁ ଓ ଜଳ ପ୍ରଦୂଷଣ

Question 13.
ପ୍ରଥମ ଶବ୍ଦଦ୍ୱୟର ସଂପର୍କକୁ ଦେଖ୍ ତୃତୀୟ ଶବ୍ଦର ସଂପର୍କିତ ଶବ୍ଦଟି ଶୂନ୍ୟସ୍ଥାନରେ ଲେଖ ।
(i) ସଲ୍‌ଫର୍ ଡାଇଅକ୍ସାଇଡ୍ : ଗନ୍ଧକାମ୍ଳ :: ନାଇଟ୍ରୋଜେନ ଡାଇଅକସାଇଡ୍ : ……………………. ।
(ii) ଅମ୍ଳବର୍ଷା : ମାର୍ବଲ କ୍ୟାନସର :: ଓଜୋନ୍‌ କ୍ଷୟ : …………………….. ।
(iii) ଅଙ୍ଗାରକାମ୍ଳ : ଯାନବାହନ :: CFC : ……………… ।
(iv) କୋଇଲା : ଜୀବାଶ୍ମ ଇନ୍ଧନ :: CNG : ……………. ।
(v) ଧୂଳିକଣା : ବାୟୁ ପ୍ରଦୂଷଣ :: ମଳ : ………………………. ।

Answers:
(i) ଯବକ୍ଷାରାମ୍ଳ
(ii) ଚର୍ମ କର୍କଟ
(iii) ଶୀତଳଭଣ୍ଡାର
(iv) ଗ୍ୟାସୀୟ ଇନ୍ଧନ
(v) ଜଳ ପ୍ରଦୂଷଣ

1. ଶୂନ୍ୟସ୍ଥାନ ପୂରଣ କର ।
(i) ବାୟୁ ବିଭିନ୍ନ ଗ୍ୟାସ୍ତ୍ରର ଏକ ………………… ।
(ii) ବାୟୁରେ ଯବକ୍ଷାରଜାନର ପରିମାଣ ………………… ।
(iii) ବାୟୁରେ ଅମ୍ଳଜାନର ପରିମାଣ …………………।
(iv) ଧୂଳିକଣା ଓ ଧୂଆଁ ଇତ୍ୟାଦିକୁ ………………… କୁହାଯାଏ ।
(v) କାର୍ବନ ମନୋକ୍‌ସାଇଡ୍ ରକ୍ତରେ ……………….. ର ଦହନ କ୍ଷମତା ହ୍ରାସ କରିଥାଏ ।
(vi) କୁହୁଡ଼ି ସହ ଧୂଆଁ ମିଶି ……………….. ସୃଷ୍ଟି ହୁଏ ।
(vii) ଶିଳ୍ପଯୋଗୁଁ ଅଧୁକ ……………………. ହୋଇଥାଏ ।
(viii) ଓଜୋନ୍ ସ୍ତର ପୃଥ‌ିବୀ ଉପରେ ଏକ ଆସ୍ତରଣପରି ଘେରିରହିଛି । ଏହାକୁ ………….. କୁହାଯାଏ ।
(ix) ଓଜୋନ୍ ରନ୍ଧ୍ର ………………… ଜାତୀୟ ଗ୍ୟାସ୍‌ଦ୍ୱାରା ହୋଇଥାଏ ।
(x) ତାପଜ ଶକ୍ତି ପ୍ରକଳ୍ପରୁ ନିର୍ଗତ ……………. ବାୟୁରେ ମିଶି ବାୟୁ ପ୍ରଦୂଷଣ କରିଥାଏ ।
(xi) ବାୟୁ ପ୍ରଦୂଷଣ ପ୍ରଭାବରେ ତାଜମହଲର ଧଳା ମାର୍ବଲ ………………. ପଡ଼ିଗଲାଣି ।
(xii) ସଲ୍‌ଫର୍ ଡାଇଅକ୍‌ସାଇଡ୍ ବର୍ଷାଜଳ ସହ ମିଶି ……………………. ସୃଷ୍ଟି କରେ ।
(xiii) ନାଇଟ୍ରୋଜେନ୍ ଅକ୍ସାଇଡ୍ ବର୍ଷାଜଳ ସହ ମିଶି ……………………..ସୃଷ୍ଟି କରେ ।
(xiv) ମଥୁରା ତୈଳ ରିଫାଇନାରୀରୁ ନିର୍ଗତ ……………………….. ଯୋଗୁଁ ମାର୍ବଲର ରଙ୍ଗ ହଳଦିଆ ହୋଇଯାଉଛି ।
(xv) ପୃଥ‌ିବୀପୃଷ୍ଠକୁ ……………….. ଉତ୍ତପ୍ତ କରିଥାଏ ।

BSE Odisha 8th Class Science Solutions Chapter 18 ବାୟୁ ଓ ଜଳ ପ୍ରଦୂଷଣ

Answers:
(i) ମିଶ୍ରଣ
(ii) 78%
(iii) 21%
(iv) ପ୍ରଦୂଷକ
(v) ଅମ୍ଳଜାନ
(vi) ସ୍କଟ୍
(vii) ବାୟୁ ପ୍ରଦୂଷଣ
(viii) ଓଜୋନ୍ ଢାଲ
(ix) କ୍ଲୋରୋଫ୍ଲୋରୋ କାର୍ବନ
(x) ଧୂଆଁ ଓ କଣିକା
(x) ଫିକା
(xii) H2SO4
(xiii) HNO3
(xiv) କଣିକାମିଶା ଧୂଆଁ
(xv) ସୂର୍ଯ୍ୟାଲୋକ

2. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ପିଇବାଯେଗ୍ୟପା ପାଶିକୁ ………………….. କୁହାଯାଏ । (ପାନୀୟ ଜଳ, ଲବଣାକ୍ତ ଜଳ, କ୍ଷାରୀୟ ଜଳ, ଅମ୍ଳୀୟ ଜଳ)
(ii) ଜଳକୁ …………… ଦ୍ଵାରା ଶୋଧନ କରାଯାଏ । (ବାଷ୍ପୀଭବନ, ଘନୀଭବନ, ଜଳ ବିଶୋଧନ ଯନ୍ତ୍ର, କୌଣସିଟି ନୁହେଁ)
(iii) ଜଳ ବିଶୋଧନ ପାଇଁ ରାସାୟନିକ ପଦ୍ଧତିରେ ଜଳରେ …………………….. ବଟିକା ପକାଯାଏ । (ଫ୍ଲୋରିନ୍, କ୍ଲୋରିନ୍, ବ୍ରୋମିନ୍, ଆୟୋଡ଼ିନ୍)
(iv) କ୍ୟାଣ୍ଡଲଯୁକ୍ତ ଫିଲ୍‌ଟର୍ ବ୍ୟବହାର …………………. ପ୍ରଣାଳୀ ଅଟେ (ପାତନ, ପରିସ୍ରବଣ, ଊର୍ଦ୍ଧପାତନ, ରେଚନ)
(v) ପୃଥ‌ିବୀର …………………. ପ୍ରତିଶତ ଲୋକ ଭଲ ପାଣି ପିଇବାକୁ 18 (25, 20, 15, 18)
(vi) ବାୟୁରେ 78% …………………. ଗ୍ୟାସ ଥାଏ । (N2, O2, CO2)
(vii) ବାୟରେ 21% …………………. ଗ୍ୟାସ ଥାଏ । (N2, O2, H2, CO4)
(viii) ଓଜୋନ୍ ଢାଲ ସୂର୍ଯ୍ୟାଲୋକରୁ …………………. ଶୋଷଣ କରେ । (ଦୃଶ୍ୟମାନ ରଶ୍ମି, α – ରଶ୍ମି, β- ରଶ୍ମି, UV ରଶ୍ମି)
(ix) ପେଟ୍ରୋଲ ଓ ଡିଜେଲରୁ ନିର୍ଗତ କଣିକା ………………… ଦ୍ୱାରା ଶରୀରରେ ପ୍ରବେଶ କରେ । (ରକ୍ତ ସଞ୍ଚାଳନ, ଆଲୋକଶ୍ଳେଷଣ, ଶ୍ୱସନ୍, ଶ୍ଵାସକ୍ରିୟା)

Answers:
(i) ପାନୀୟ ଜଳ
(ii) ଜଳବିଶୋଧନ ଯନ୍ତ୍ର
(iii) କୋରିନ୍
(iv) ପରିସ୍ରବଣ
(v) 25
(vi) N2
(vii) O2
(viii) UV ରଶ୍ମି
(ix) ଶ୍ଵାସକ୍ରିୟା

3. ବାମ ପାର୍ଶ୍ଵର ଶବ୍ଦପୁଞ୍ଜର ସମ୍ପର୍କକୁ ଲକ୍ଷ୍ୟରଖୁ ଦକ୍ଷିଣ ପାର୍ଶ୍ଵର ଉପଯୁକ୍ତ ଶବ୍ଦ ଲେଖ ।
(i) ଯବକ୍ଷାରଜାନ : ଅମ୍ଳଜାନ : : 78% : ………………. ।
(ii) ଧୂଳିକଣା : କଳକାରଖାନାର ତରଳ ଆବର୍ଜନା :: ବାୟୁ ପ୍ରଦୂଷକ : ………………. ।
(iii) ସଲ୍‌ଫର୍‌ ଡାଇଅକ୍‌ସାଇଡ୍ : ନାଇଟ୍ରୋଜେନ ଡାଇଅକ୍‌ସାଇଡ୍ :: H4SO4 : ………………. ।
(iv) SO2  : ଅମ୍ଳବର୍ଷା :: CO2, CH4 : ………………. ।
(v) ମଟରଗାଡ଼ି : CNG :: ରୋଷେଇଘର : ………………. ।
(vi) SO2 : ଅମ୍ଳବର୍ଷା :: CO2 : ………………. ।
(vii) ଧୂମଯୁକ୍ତ ଇନ୍ଧନ : କିରୋସିନି :: ପରିଷ୍କାର ଇନ୍ଧନ : ………………. ।
(viii) କ୍ଲୋରିନେସନ୍ : କ୍ଲୋରିନ୍‌ ବଟିକା :: ପରିସ୍ରବଣ : ………………. ।
(ix) ଭୌତିକ ପଦ୍ଧତି : ପାଣି ଫୁଟାଇବା :: ରାସାୟନିକ ପଦ୍ଧତି : ………………. ।
(x) ଟାଇଫଏଡ୍ : ପ୍ରଦୂଷିତ ଜଳ :: ଆଜ୍‌ମା : ………………. ।

BSE Odisha 8th Class Science Solutions Chapter 18 ବାୟୁ ଓ ଜଳ ପ୍ରଦୂଷଣ

Answers:
(i) 21%
(ii) ଜଳ ପ୍ରଦୂଷକ
(iii) HNO3
(vi) ବିଶ୍ୱ ତାପନ
(v) LPG
(iv) ସବୁଜ ଘର ପ୍ରଭାବ
(vii) CNG
(viii) ଫିଲ୍‌ଟର୍ କ୍ୟାଣ୍ଡଲ
(ix) କ୍ଲୋରିନ୍‌ ବଟିକା ମିଶାଇବା
(x) ପ୍ରଦୂଷିତ ବାୟୁ

4. ‘କ’ସ୍ତମ୍ଭରେ ଥ‌ିବା ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥିବା ସମ୍ପର୍କିତ ଶବ୍ଦକୁ ମିଳାଅ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ଓଜୋନ୍ ରନ୍ଧ୍ର 1. GAP
(ii) ବସ୍ , ଟ୍ରକ 2. CO
(iii) ରୋଷେଇଘର 3. UV
(iv) ଗ୍ରୀନ ହାଉସ ଗ୍ୟାସ୍ 4. CH
(v) ଅମ୍ଳବର୍ଷା 5. CNG
(vi) ଓଜୋନ୍ ଢାଲ 6. CFC
(vii) ରକ୍ତରେ ଦହନ କ୍ଷମତା ହ୍ରାସ 7. LPG
(viii) ପ୍ରକୃତି ପାଇଁ ବିଶ୍ବ ସ୍ତରୀୟ ପାଣ୍ଠି 8. H2SO4
(ix) 1985 9. pH
(x) ଅମ୍ଳତ୍ୱ ତୁଳନା 10. WWF


Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ଓଜୋନ୍ ରନ୍ଧ୍ର 1. CFC
(ii) ବସ୍ , ଟ୍ରକ 2. CNG
(iii) ରୋଷେଇଘର 3. LPG
(iv) ଗ୍ରୀନ ହାଉସ ଗ୍ୟାସ୍ 4. CH
(v) ଅମ୍ଳବର୍ଷା 5. H2SO4
(vi) ଓଜୋନ୍ ଢାଲ 6. UV
(vii) ରକ୍ତରେ ଦହନ କ୍ଷମତା ହ୍ରାସ 7. CO
(viii) ପ୍ରକୃତି ପାଇଁ ବିଶ୍ବ ସ୍ତରୀୟ ପାଣ୍ଠି 8. WWF
(ix) 1985 9. GAP
(x) ଅମ୍ଳତ୍ୱ ତୁଳନା 10. pH
(i) ଓଜୋନ୍ ରନ୍ଧ୍ର 1. CFC

 

CHSE Odisha Class 12 Economics Chapter 10 Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 10 ବଜାର Long Answer Questions.

CHSE Odisha 12th Class Economics Chapter 10 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ପୂର୍ଣ ପ୍ରତିହିତାମୂଳକ ବଜାର କାହାକୁ କୁହାଯାଏ ? ଏହାର ବୈଶିଷ୍ଟ୍ୟ ଆଲୋଚନା କରି ବିଶୁଦ୍ଧ ପ୍ରତିଯୋଗିତାଠାରୁ ଏହା କିପରି ଭିନ୍ନ ଦର୍ଶାଅ ।
Answer:
ଯେଉଁ ବଜାରରେ ଅସଂଖ୍ୟ କ୍ରେତା ଓ ବିକ୍ରେତା ଏକ ସମଜାତୀୟ ଦ୍ରବ୍ୟର କ୍ରୟ ବିକ୍ରୟରେ ଅଂଶଗ୍ରହଣ କରିଥା’ନ୍ତି, ସେହି ବଜାରକୁ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର କୁହାଯାଏ । ପୂର୍ଣ୍ଣ ପ୍ରତିଯୋଗିତା ବିଦ୍ୟମାନ ଥିଲେ ଜଣେ କ୍ରେତା ବା ବିକ୍ରେତା ବଜାର ଦରକୁ ପ୍ରଭାବିତ କରିପାରନ୍ତି ନାହିଁ । ବଜାରରେ ଦ୍ରବ୍ୟର ଦର ମୋଟ ଚାହିଦା ଓ ଯୋଗାଣ ଉପରେ ନିର୍ଭର କରେ । କୌଣସି ଉତ୍ପାଦନକାରୀ ପ୍ରଚଳିତ ବଜାର ଦରକୁ ମାନିନିଅନ୍ତି । ତାକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ । କୌଣସି ଏକ ପ୍ରତିଷ୍ଠାନ ସମ୍ମୁଖୀନ ହେଉଥିବା ଚାହିଦାରେଖା ଆନୁଭୂମିକ ସରଳରେଖାଟିଏ ହୋଇଥାଏ । ବଜାରରେ କ୍ରେତା ବିକ୍ରେତାଙ୍କ ପ୍ରବେଶ ବା ପ୍ରସ୍ଥାନ ଉପରେ କଟକଣା ନଥାଏ । କ୍ରେତା ଓ ବିକ୍ରେତାମାନେ ପ୍ରଚଳିତ ବଜାରର ପ୍ରଚଳିତ ଅବସ୍ଥା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଥାଆନ୍ତି ।

ପୂର୍ଣ୍ଣ ପ୍ରତିଯୋଗିତା ବୈଶିଷ୍ଟ୍ୟ :
(1) ଅସଂଖ୍ୟ କ୍ରେତା ଓ ବିକ୍ରେତା – ପୂର୍ଣ୍ଣ ପ୍ରତିଯୋଗିତା ବଜାରରେ ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର ବହୁସଂଖ୍ୟକ କ୍ରେତା ଓ ବିକ୍ରେତା ଥାଆନ୍ତି । ଅସଂଖ୍ୟ କ୍ରେତା ଥିବାରୁ ପ୍ରତ୍ୟେକ କ୍ରେତା ଯେଉଁ ପରିମାଣ କ୍ରୟ କରନ୍ତି ତାହା ଦ୍ରବ୍ୟଟିର ମୋଟ ଯୋଗାଣର ଏକ ସାମାନ୍ୟ ଅଂଶ ମାତ୍ର । ତେଣୁ ନିଜ କ୍ରୟର ପରିମାଣକୁ ହ୍ରାସ-ବୃଦ୍ଧି କରି ସେ ଦ୍ରବ୍ୟର ଦରକୁ ପ୍ରଭାବିତ କରିପାରନ୍ତି ନାହିଁ । ବଜାରରେ ପ୍ରଚଳିତ ଦରକୁ ଗ୍ରହଣ କରି ସେ କ୍ରୟର ପରିମାଣ ସ୍ଥିର କରିଥା’ନ୍ତି ।

ସେହିପରି ବହୁସଂଖ୍ୟକ ବିକ୍ରେତାଙ୍କ ଉପସ୍ଥିତି ଯୋଗୁଁ ଜଣେ ବିକ୍ରେତା ଅଧିକ ବିକ୍ରୟ କରି ବା କମ୍ କ୍ରୟ କରି ଦ୍ରବ୍ୟର ଦରକୁ ପ୍ରଭାବିତ କରିପାରନ୍ତି ନାହିଁ । ଜଣେ ବିକ୍ରେତାର ବିକ୍ରୟ ପରିମାଣ ମୋଟ ଯୋଗାଣର ଏକ କ୍ଷୁଦ୍ର ଅଂଶ ମାତ୍ର । ତେଣୁ ପ୍ରଚଳିତ ବଜାର ଦରରେ ତାଙ୍କୁ ବିକ୍ରୟ କରିବାକୁ ପଡ଼ିଥାଏ । ସମସ୍ତ କ୍ରେତା ଓ ବିକ୍ରେତାଙ୍କ ସମ୍ମିଳିତ ଚାହିଦା ଓ ଯୋଗାଣର ପ୍ରଭାବଦ୍ଵାରା ବଜାର ଦର ନିରୂପିତ ହୋଇଥାଏ ।

(2) ସମଜାତୀୟ ଦ୍ରବ୍ୟ – ସମ୍ପୃକ୍ତ ଦ୍ରବ୍ୟଟି ସମଜାତୀୟ ହେବା ଦରକାର । ଏହାର ବିଭିନ୍ନ ଏକକ ମଧ୍ୟରେ କୌଣସି ଗୁଣାତ୍ମକ, ଆକାରଗତ ବା ଶ୍ରେଣୀଗତ ପାର୍ଥକ୍ୟ ରହିବା ଉଚିତ ନୁହେଁ । ଦ୍ରବ୍ୟଟି ସମଜାତୀୟ ହେଲେ କ୍ରେତାମାନେ ଯେକୌଣସି ବିକ୍ରେତାଙ୍କ ନିକଟରୁ ଦ୍ରବ୍ୟଟି କ୍ରୟ କରିପାରନ୍ତି । କୌଣସି କ୍ରେତା ଦ୍ରବ୍ୟଟି ପାଇଁ ପ୍ରଚଳିତ ବଜାର ଦରଠାରୁ ଅଧିକ ଦେବାକୁ ରାଜି ହୁଅନ୍ତି ନାହିଁ ।

(3) ଅବାଧ ପ୍ରବେଶ ଓ ପ୍ରସ୍ଥାନ ଅଧିକାର – ପୂର୍ଣ୍ଣାଙ୍ଗ ପ୍ରତିଯୋଗିତାରେ ପ୍ରତିଷ୍ଠାନମାନଙ୍କ ପ୍ରବେଶ ଓ ପ୍ରସ୍ଥାନ ଉପରେ କୌଣସି ପ୍ରତିବନ୍ଧକ ନଥାଏ । ଯଦି ଉପସ୍ଥିତ ପ୍ରତିଷ୍ଠାନମାନଙ୍କୁ ଅସ୍ଵାଭାବିକ ଲାଭ ମିଳୁଥାଏ ତେବେ ନୂତନ ପ୍ରତିଷ୍ଠାନ ଉତ୍ପାଦନ କ୍ଷେତ୍ରରେ ଅବତରଣ କରିବାରେ କୌଣସି ପ୍ରତିବନ୍ଧକ ନଥାଏ । ଉପସ୍ଥିତ ପ୍ରତିଷ୍ଠାନମାନଙ୍କ ମଧ୍ୟରୁ ଯଦି କାହାକୁ କ୍ଷତି ସହିବାକୁ ହେଉଥାଏ ତେବେ ସେ ପ୍ରତିଷ୍ଠାନ ଉତ୍ପାଦନ କ୍ଷେତ୍ରରୁ ଅପସରି ଯାଇପାରନ୍ତି । ଏହା ଫଳରେ ପ୍ରତିଷ୍ଠାନମାନଙ୍କୁ ଦୀର୍ଘକାଳରେ କେବଳ ସ୍ଵାଭାବିକ ଲାଭ ମିଳିଥାଏ ।

(4) ବଜାର ସମ୍ପର୍କରେ ପୂର୍ବ ଜ୍ଞାନ – ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ, କ୍ରେତା ଓ ବିକ୍ରେତାମାନଙ୍କ ବଜାରର ବିଭିନ୍ନ ଅଂଶରେ-ପ୍ରଚଳିତ ଥିବା ଅବସ୍ଥା ସମ୍ପର୍କରେ ପୂର୍ଣ୍ଣ ଜ୍ଞାନ ଥାଏ । ଜଣେ ବିକ୍ରେତା ପ୍ରଚଳିତ ଦରଠାରୁ ଅଧିକ ଦରରେ ଦ୍ରବ୍ୟଟି ବିକ୍ରୟ କରିବାକୁ ଚେଷ୍ଟାକଲେ କୌଣସି କ୍ରେତା ତାଙ୍କ ପାଖକୁ ଯାଆନ୍ତି ନାହିଁ । ତେଣୁ ସେ ପରିଶେଷରେ ଅନ୍ୟାନ୍ୟ ବିକ୍ରେତାମାନେ ଧାର୍ଯ୍ୟ କରିଥିବା ଦରରେ ବିକ୍ରୟ କରିବାକୁ ବାଧ୍ୟ ହୁଅନ୍ତି । ସେହିପରି ବିକ୍ରେତା ମଧ୍ୟ ପ୍ରଚଳିତ ବଜାର ଦର ବିଷୟରେ ଜାଣିଥୁଲେ ତାହାଠାରୁ କମ୍ ଦରରେ ଦ୍ରବ୍ୟ ବିକ୍ରୟ କରନ୍ତି ନାହିଁ ।

(5) ଉତ୍ପାଦନ ସାଧନମାନଙ୍କ ପୂର୍ଣ୍ଣ ଗତିଶୀଳତା – ଉତ୍ପାଦନ ସାଧନର ଏକକଗୁଡ଼ିକର ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଏବଂ ଗୋଟିଏ ବୃତ୍ତିରୁ ଅନ୍ୟ ବୃତ୍ତିକୁ ଗତି କରିବାରେ କୌଣସି ବାଧା ନଥାଏ । ଏହାଫଳରେ ପ୍ରତ୍ୟେକ ସାଧନର ପ୍ରତ୍ୟେକ ଏକକକୁ ସମାନ ପାରିତୋଷିକ ମିଳିଥାଏ ।

CHSE Odisha Class 12 Economics Chapter 10 Long Answer Questions in Odia Medium

(6) ପରିବହନ ପରିବ୍ୟୟର ଅନୁପସ୍ଥିତି – ପୂର୍ଣ୍ଣାଙ୍ଗ ବଜାରର ଅନ୍ୟ ଏକ ସର୍ଭ ହେଲା ପରିବହନ ପରିବ୍ୟୟର ଅନୁପସ୍ଥିତି । ବଜାରର ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଦ୍ରବ୍ୟକୁ ସ୍ଥାନାନ୍ତରିତ କରିବାପାଇଁ କୌଣସି ପରିବହନ ଖର୍ଚ୍ଚ ଲାଗେନାହିଁ । ଏହା କ୍ରେତା ଓ ବିକ୍ରେତାଙ୍କ ସାମୀପ୍ୟ ଓ ନିବିଡ଼ ସମ୍ପର୍କ ଯୋଗୁଁ ସମ୍ଭବପର ହୁଏ । ଏହା ହେଲେ କ୍ରେତାମାନେ ବଜାରର ଯେକୌଣସି ଅଂଶରୁ ଦ୍ରବ୍ୟ କ୍ରୟ କରିପାରନ୍ତି ଏବଂ ନିର୍ଦ୍ଦିଷ୍ଟ ଦ୍ରବ୍ୟ ପାଇଁ ଗୋଟିଏ ମାତ୍ର ଦର ପ୍ରଚଳିତ ହୋଇଥାଏ ।

ଅର୍ଥଶାସ୍ତ୍ରରେ ଅନେକ ସମୟରେ ବିଶୁଦ୍ଧ ପ୍ରତିଯୋଗିତା ଓ ପୂର୍ଣ୍ଣ ପ୍ରତିଯୋଗିତା ମଧ୍ଯରେ ପାର୍ଥକ୍ୟ ଆଲୋଚିତ ହୋଇଥାଏ । ବଜାରରେ ପ୍ରଥମ ତିନୋଟି ବୈଶିଷ୍ଟ୍ୟ ବିଦ୍ୟମାନ ଥିଲେ ତାହାକୁ ବିଶୁଦ୍ଧ ପ୍ରତିଯୋଗିତା କୁହାଯାଏ । ପ୍ରଥମ ତିନୋଟି ବ୍ୟତୀତ ଅନ୍ୟ ବୈଶିଷ୍ଟ୍ୟଗୁଡ଼ିକ ଉପସ୍ଥିତ ଥିଲେ ଯାଇ ପୂର୍ଣ ପ୍ରତିଯୋଗିତାମୂଳକ ଅବସ୍ଥା ସୃଷ୍ଟି ହୁଏ । ତେଣୁ ବିଶୁଦ୍ଧ ପ୍ରତିଯୋଗିତା ଅପେକ୍ଷା ପୂର୍ଣ୍ଣ ପ୍ରତିଯୋଗିତା ଅଧ୍ବକ ବ୍ୟାପକ ଅଟେ ।

କୃଷିକାର୍ଯ୍ୟରେ କିଛି ପରିମାଣରେ ବିଶୁଦ୍ଧ ପ୍ରତିଯୋଗିତାମୂଳକ ଅବସ୍ଥା ଦୃଷ୍ଟିଗୋଚର ହୁଏ । କୃଷକମାନେ ଏକ ନିର୍ଦ୍ଦିଷ୍ଟ ପ୍ରକାର, IR-8 ଧାନ ଚାଷ କରି ତାହାକୁ ବଜାରରେ ପ୍ରଚଳିତ ଦରରେ ବିକ୍ରୟ କରିଥା’ନ୍ତି । କିନ୍ତୁ ପ୍ରକୃତ ବଜାରରେ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ଅବସ୍ଥା କ୍ଵଚିତ୍ର ଦେଖିବାକୁ ମିଳେ । ତଥାପି ଧାରଣାଟିର ତାତ୍ତ୍ଵିକ ତାତ୍ପର୍ଯ୍ୟ ରହିଛି ।

2. ଏକାଧିକାର ବ୍ୟବସାୟ (ବଜାର) କହିଲେ କ’ଣ ବୁଝାଯାଏ ? ଏହାର ବୈଶିଷ୍ଟ୍ୟଗୁଡ଼ିକ କ’ଣ ? ଏହା କିପରି ପୂର୍ଣ୍ଣାଙ୍ଗ ବଜାରଠାରୁ ପୃଥକ୍ ?
Answer:
ଏକଚାଟିଆ ବ୍ୟବସାୟ ଅନ୍ୟ ଏକପ୍ରକାର ଅପୂର୍ଣ୍ଣ ପ୍ରତିଯୋଗିତା । ଯେଉଁ ବଜାରରେ ଜଣେମାତ୍ର ବିକ୍ରେତା ବା ଉତ୍ପାଦନକାରୀ ସମସ୍ତ ବଜାରଟିକୁ ନିୟନ୍ତ୍ରଣ କରିଥା’ନ୍ତି, ତାହାକୁ ଏକଚାଟିଆ ବଜାର କୁହାଯାଏ । ଏକଚାଟିଆ ବଜାରରେ ବିକ୍ରେତା ଏପରି ଏକ ଦ୍ରବ୍ୟ ବିକ୍ରୟ କରନ୍ତି ଯାହାର କୌଣସି ନିକଟ ବିକଳ୍ପ ନଥାଏ । ଫଗୁଁସନ୍‌ଙ୍କ ଭାଷାରେ, ‘‘ଯେତେବେଳେ ବଜାରରେ ଜଣେମାତ୍ର ଉତ୍ପାଦନକାରୀ ଥା’ନ୍ତି ଏବଂ ପ୍ରତ୍ୟକ୍ଷ ପ୍ରତିଯୋଗିତା ନଥାଏ, ସେତେବେଳେ ବିଶୁଦ୍ଧ ଏକାଧ୍ୟାକାର ବ୍ୟବସାୟର ଆତ୍ମପ୍ରକାଶ ହୁଏ ।

ଉପରୋକ୍ତ ସଂଜ୍ଞାର ଅନୁଶୀଳନରୁ ଜଣାଯାଏ ଯେ, ବଜାରରେ କୌଣସି ଗୋଟିଏ ଦ୍ରବ୍ୟର ଜଣେ ବିକ୍ରେତା ଥିବା ଅନୁଷ୍ଠାନକୁ ଏକାଧିକାର ବ୍ୟବସାୟ କୁହାଯାଏ । ଉତ୍ପାଦିତ ଦ୍ରବ୍ୟର କୌଣସି ପ୍ରତିସ୍ଥାପକ ଦ୍ରବ୍ୟ ନଥାଏ ଏବଂ ସେପ୍ରକାର ବଜାରକୁ ଅନ୍ୟ କେହି ପ୍ରବେଶ କରିବା ଉପରେ ପ୍ରତିବନ୍ଧକ ଥାଏ । ଦ୍ରବ୍ୟ ଯୋଗାଣ ବିକ୍ରେତାଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥାଏ । ଉତ୍ପାଦନକାରୀ ଅନ୍ୟ ଉତ୍ପାଦନକାରୀଙ୍କ ପ୍ରତିକ୍ରିୟାକୁ ନନେଇ ଦ୍ରବ୍ୟର ଦାମ୍ ନିର୍ଦ୍ଧାରଣ କରିଥା’ନ୍ତି । ଏହି କାରଣରୁ ଏକାଧିକାରୀ ବ୍ୟବସାୟୀଙ୍କୁ ଦାମ୍ ସର୍ଜନକାରୀ କୁହାଯାଏ ।

(1) ଜଣେ ମାତ୍ର ବିକ୍ରେତା – ଏକଚାଟିଆ ବଜାରରେ ଜଣେ ମାତ୍ର ବିକ୍ରେତା ବା ଉତ୍ପାଦନକାରୀ ଅଂଶଗ୍ରହଣ କରିଥା’ନ୍ତି । ସମସ୍ତ ବଜାର ଉପରେ ତାଙ୍କର ନିୟନ୍ତ୍ରଣ ଥାଏ । ସେ ଯେଉଁ ଦ୍ରବ୍ୟ ବା ସେବା ବିକ୍ରୟ କରନ୍ତି ତାହାର ଯୋଗାଣ ଉପରେ ତାଙ୍କର ପ୍ରଭୃତ ନିୟନ୍ତ୍ରଣ ଥାଏ । ଏକଚାଟିଆ ବ୍ୟବସ୍ଥାରେ ଉତ୍ପାଦନକାରୀ ପ୍ରତିଷ୍ଠାନ ଓ ଶିଳ୍ପ ମଧ୍ୟରେ କୌଣସି ପ୍ରଭେଦ ନଥାଏ । ଗୋଟିଏ ମାତ୍ର ଉତ୍ପାଦନ ସଂସ୍ଥା ସମଗ୍ର ଶିଳ୍ପର ଆକାର ପରିଗ୍ରହଣ କରେ ।

(2) ପ୍ରତିସ୍ଥାପକ ଦ୍ରବ୍ୟର ଅନୁପସ୍ଥିତି – ଜଣେ ବିଶୁଦ୍ଧ ଏକାଧିକାରୀ ପ୍ରତିଷ୍ଠାନ ଉତ୍ପାଦନ କରୁଥିବା ଦ୍ରବ୍ୟର କୌଣସି ଫଳପ୍ରଦ ପ୍ରତିବଦଳ ଦ୍ରବ୍ୟ ନ ଥିବାରୁ ଉତ୍ପାଦନକାରୀ ଦ୍ରବ୍ୟର ଦାମ୍ ନିର୍ଦ୍ଦରେ ସ୍ଥିର କରିଥା’ନ୍ତି । ତଥାପି ଦାମ୍ ସ୍ଥିର କରିବାରେ ସେ ମନମୁଖୀ ହୋଇ କାର୍ଯ୍ୟକରନ୍ତି ନାହିଁ । ସୁତରାଂ ତାଙ୍କୁ ଜଣେ ମୁକୁଟବିହୀନ ରାଜ୍ୟର ମାନ୍ୟତା ମିଳିଥାଏ ।

(3) ପ୍ରବେଶ ପଥରେ ପ୍ରତିବନ୍ଧକ – ଏକାଧ୍ୟାକାର ବଜାରକୁ ନୂତନ ପ୍ରତିଷ୍ଠାନମାନେ ଅବାଧରେ ପ୍ରବେଶ କରିପାରନ୍ତି ନାହିଁ । ତାଙ୍କୁ ପ୍ରତିଯୋଗିତାରୁ ସୁରକ୍ଷା ଦେବାପାଇଁ କେତେକ ଆଇନଗତ ବ୍ୟବସ୍ଥା ରହିଥାଏ । ସୁତରାଂ ଏକାଧିକାରୀ ଉତ୍ପାଦନକାରୀଙ୍କର କୌଣସି ପ୍ରତିଦ୍ବନ୍ଦୀ ନଥିବା କୁହାଯାଏ ।

(4) ବିକ୍ରୟ ବାବଦ ଖର୍ଜ – ଏକାଧିକାରୀ ବ୍ୟବସାୟୀ ନିଜ ଉତ୍ପାଦିତ ଦ୍ରବ୍ୟର ବଜାରକୁ ବ୍ୟାପକ ଲୋକପ୍ରିୟ କରିବାପାଇଁ ପ୍ରଚାର ଓ ବିଜ୍ଞାପନ ବାବଦରେ କିଛି ଖର୍ଚ୍ଚ କରନ୍ତି । ଏପରି ଖର୍ଚ୍ଚକୁ ବିକ୍ରୟ ବାବଦ ଖର୍ଚ୍ଚ କୁହାଯାଏ ଯାହାର ଅନ୍ୟନାମ ହେଉଛି ଶିକ୍ଷାମୂଳକ ବିକ୍ରୟ ପରିବ୍ୟୟ ।

(5) ଅବାଧ ଦାମ୍ ନିର୍ଦ୍ଧାରଣ- ଏକାଧିକାରୀ ବ୍ୟବସାୟୀ ଦ୍ରବ୍ୟର ଦାମ୍ ନିର୍ଦ୍ଧାରଣ କରିବାରେ ଅନ୍ୟାନ୍ୟ ପ୍ରତିବନ୍ଧକରୁ ମୁକ୍ତ ରହିଥା’ନ୍ତି । ସେ ହେଉଛନ୍ତି ତାଙ୍କ ଦ୍ରବ୍ୟର ଦାମ୍‌ନିୟନ୍ତା । ଉପଭୋକ୍ତା ଓ କ୍ରେତାଗଣ ବିକଳ୍ପ ପନ୍ଥାରହିତ ହୋଇ ସେହି ନିର୍ଦ୍ଧାରିତ ଦାମ୍ଭିକୁ ଗ୍ରହଣ କରିଥା’ନ୍ତି । ଦାମ୍ ନିର୍ଦ୍ଧାରଣ କଲାବେଳେ କମ୍ ଦାମ୍‌ରେ ଅଧ‌ିକ ବିକ୍ରୟ କରିପାରିବା ଏବଂ ଦାମ୍ ବୃଦ୍ଧିକରି ଦ୍ରବ୍ୟ ଯୋଗାଣ ସଂକୋଚନ କରିବା ବିଷୟରେ ଏକାଧିକାରୀ ବ୍ୟବସାୟୀ ସଚେତନ ଥା’ନ୍ତି ।

(6) ବିଭେଦମୂଳକ ଦାମ୍ – ବିଭେଦମୂଳକ ଦାମ୍ ପ୍ରଚଳନ କେବଳ ଏକାଧିକାରୀ ବ୍ୟବସାୟ କ୍ଷେତ୍ରରେ ସମ୍ଭବ ହୋଇଥାଏ । ବିଭେଦମୂଳକ ଦାମ୍ କହିଲେ ଭିନ୍ନ ଭିନ୍ନ କ୍ରେତାଙ୍କଠାରୁ ସମାନ ଦ୍ରବ୍ୟ ପାଇଁ ଭିନ୍ନ ଭିନ୍ନ ଦାମ୍ ନେବା ଅଥବା ଭିନ୍ନ ଭିନ୍ନ ଦ୍ରବ୍ୟ ପାଇଁ ଏକପ୍ରକାର ଦାମ୍ ନେବା । ବିଭେଦମୂଳକ ଦାମ୍ ପ୍ରଚଳନ କରିବା ଉଦ୍ଦେଶ୍ୟ ହେଉଛି ଲାଭାଂଶକୁ ସର୍ବାଧ‌ିକ କରିବା ।

(7) ସମଜାତୀୟ ଚାହିଦା ରେଖା – ଏକାଧିକାର ବ୍ୟବସାୟରେ ଜଣେ ମାତ୍ର ବିକ୍ରେତା ଥିବା କାରଣରୁ ସବୁ କ୍ରେତାଙ୍କର ଚାହିଦା ରେଖା ମିଶ୍ରଣରେ ଯେଉଁ ମୋଟ ଚାହିଦା ରେଖା ସୃଷ୍ଟି ହୁଏ ତାହାକୁ ଏକାଧିକାରୀଙ୍କ ଚାହିଦା ରେଖା କୁହାଯାଏ । ଏକ ସ୍ଵାଭାବିକ ଚାହିଦା ରେଖା ବାମରୁ ଡାହାଣକୁ ନିମ୍ନୋବନତ ହୋଇଥାଏ ଯେଉଁଥୁରୁ ସୂଚନା ମିଳେ ଯେ, ଜଣେ ବିକ୍ରେତା ଦାମ୍ ହ୍ରାସ କରି ଅଧ୍ବକ ବିକ୍ରୟ କରିପାରନ୍ତି ଏବଂ ଦାମ୍ ବୃଦ୍ଧି କରି କମ୍ ବିକ୍ରୟ କରିବାକୁ ଚାହାଁନ୍ତି । ଚାହିଦା ରେଖା ଏକାଧିକାରୀ ବ୍ୟବସାୟୀଙ୍କ ପାଇଁ ହାରାହାରି ଆୟରେଖା ସ୍ଵରୂପ ଉପସ୍ଥାପନ ହୋଇଥାଏ ।

ଏକାଧିକାର ବଜାର ଓ ପୂର୍ବପ୍ରତିଯୋଗିତାମୂଳକ ବଜାର ମଧ୍ଯରେ ନିମ୍ନ ପାର୍ଥକ୍ୟଗୁଡ଼ିକ ପରିଲକ୍ଷିତ ହୋଇଥାଏ ।

ଏକାଧିକାର ବଜାର ପୂର୍ଣ ପ୍ରତିଯୋଗିତାମୂଳକ ବଜାର
(1) ବଜାରରେ ବିକ୍ରୟ ହେଉଥିବା ଦ୍ରବ୍ୟର ଯୋଗାଣ ଜଣେ  ବ୍ୟକ୍ତିଙ୍କଦ୍ବାରା ନିୟନ୍ତ୍ରିତ ହୋଇଥାଏ । (1) ଦ୍ରବ୍ୟ ଯୋଗାଣ ଶିଳ୍ପ ଅନ୍ତର୍ଗତ ବହୁ ପ୍ରତିଷ୍ଠାନଦ୍ଵାରା ନିୟନ୍ତ୍ରିତ
ହୋଇଥାଏ ।
(2) ଏକାଧିକାରୀ ବ୍ୟବସାୟୀ ଦାମ୍‌ର ନିୟନ୍ତା ହୋଇଥିବାରୁ ଦ୍ରବ୍ୟର ଦାମ୍ ତାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ହୋଇଥାଏ । (2) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଦ୍ରବ୍ୟର ଦାମ୍ ସ୍ଥିର ରହିଥାଏ । କାରଣ କୌଣସି ବିକ୍ରେତା ବ୍ୟକ୍ତିଗତ ପ୍ରଚେଷ୍ଟାରେ ଦାମ୍ ପରିବର୍ତ୍ତନ କରିବାକୁ ଅକ୍ଷମ ହୋଇଥା’ନ୍ତି । ବଜାରରେ ପ୍ରଚଳିତ ଦାମ୍‌ କୁ ପ୍ରତିଷ୍ଠାନମାନେ ଅନୁସରଣ କରିଥା’ନ୍ତି ।
(3) ଦାମ୍ ହ୍ରାସ – ବୃଦ୍ଧି କରି ବିକ୍ରେତା ଯୋଗାଣକୁ ପ୍ରଭାବିତ କରନ୍ତି । (3) ବିକ୍ରେତା ଯୋଗାଣ ବୃଦ୍ଧି କରି ପ୍ରଚଳିତ ଦାମ୍‌ କୁ କରନ୍ତି ।
(4) ଏକପ୍ରକାର ବଜାରରେ ଭିନ୍ନ କ୍ରେତାଙ୍କଠାରୁ ଭିନ୍ନ ଭିନ୍ନ ଦାମ୍ ନିଆଯାଇପାରେ । (4) ସମସ୍ତଙ୍କ ପାଇଁ ଗୋଟିଏ ଦାମ୍ ପ୍ରଚଳନ ହେଉଥିବାରୁ ବିଭେଦମୂଳକ ଦାମ୍ ଆଦାୟ କରିବା ସମ୍ଭବପର ନୁହେଁ ।
(5) ଦ୍ରବ୍ୟର ପ୍ରତି ସ୍ଥାପନ ଦ୍ରବ୍ୟ ନ ଥିବାରୁ ଚାହିଦା ସ୍ଥିତିସ୍ଥାପକତା ବଜାରରେ ଶୂନ୍ୟ ବିବେଚିତ ହୁଏ । (5) ନିକଟ ପ୍ରତିବଦଳ ଦ୍ରବ୍ୟର ଉପସ୍ଥିତି ଯୋଗୁଁ ବଜାରରେ ଦ୍ରବ୍ୟର ଚାହିଦା ସ୍ଥିତିସ୍ଥାପକତା ଅସୀମ ହୋଇଥାଏ ।
(6) ପ୍ରତିଷ୍ଠାନ ଓ ଶିଳ୍ପ ମଧ୍ୟରେ ପାର୍ଥକ୍ୟ ନ ଥାଏ । (6) ଏକ ଶିଳ୍ପରେ ଅନେକଗୁଡ଼ିଏ ପ୍ରତିଷ୍ଠାନ ଅନ୍ତର୍ଭୁକ୍ତ ହୋଇଥିବାରୁ ପ୍ରତିଷ୍ଠାନ ଓ ଶିଳ୍ପ ମଧ୍ୟରେ ପାର୍ଥକ୍ୟ ବିଚାର ରହିଥାଏ ।
(7) ପ୍ରଚଳିତ ଦାମ୍ ଉତ୍ପାଦନ ପରିବ୍ୟୟଠାରୁ ଅଧିକ ହୋଇପାରେ, ଯାହାଫଳରେ ପ୍ରତିଷ୍ଠାନକୁ ଦୀର୍ଘକାଳୀନ ଅସ୍ଵାଭାବିକ ଲାଭ ମିଳିପାରେ । (7) ଦାମ୍ ଉତ୍ପାଦନ ପରିବ୍ୟୟ ସହିତ ସମାନ ହୋଇଥୁବାରୁ ପ୍ରତିଷ୍ଠାନମାନକୁ ଦୀର୍ଘକାଳରେ କେବଳ ସ୍ଵାଭାବିକ ଲାଭ ମିଳିଥାଏ ।

CHSE Odisha Class 12 Economics Chapter 10 Long Answer Questions in Odia Medium

3. ପୂର୍ଣ୍ଣାଙ୍ଗ ପ୍ରତିଯୋଗିତାରେ କିପରି ଦାମ୍ ନିର୍ଦ୍ଧାରଣ କରାଯାଏ ?
Answer:
ଯେଉଁ ବଜାରରେ ଅସଂଖ୍ଯ କ୍ରେତା-ବିକ୍ରେତା ଏକ ସମଜାତୀୟ ଦ୍ରବ୍ୟର କ୍ରୟ-ବିକ୍ରୟରେ ଅଂଶଗ୍ରହଣ କରିଥା’ନ୍ତି, ସେହି ବଜାରକୁ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର କୁହାଯାଏ । ପୂର୍ଣ୍ଣ ପ୍ରତିଯୋଗିତା ବିଦ୍ୟମାନ ଥିଲେ, ଜଣେ କ୍ରେତା ବା ବିକ୍ରେତା ବଜାର ଦରକୁ ପ୍ରଭାବିତ କରିପାରନ୍ତି ନାହିଁ । ବଜାରରେ ଦ୍ରବ୍ୟର ଦର ମୋଟ ଚାହିଦା ଓ ଯୋଗାଣ ଉପରେ ନିର୍ଭର କରେ । କୌଣସି ଉତ୍ପାଦନକାରୀ ପ୍ରଚଳିତ ବଜାର ଦରକୁ ମାନି ନିଅନ୍ତି । ତାକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ । କୌଣସି ଏକ ପ୍ରତିଷ୍ଠାନ ସମ୍ମୁଖୀନ ହେଉଥ‌ିବା ଚାହିଦା ରେଖା ଆନୁଭୂମିକ ସରଳରେଖାଟିଏ ହୋଇଥାଏ । ବଜାରରେ କ୍ରେତା-ବିକ୍ରେତାଙ୍କ ପ୍ରବେଶ ବା ପ୍ରସ୍ଥାନ ଉପରେ କଟକଣା ନଥାଏ । କ୍ରେତା ଓ ବିକ୍ରେତାମାନେ ପ୍ରଚଳିତ ବଜାରର ପ୍ରଚଳିତ ଅବସ୍ଥା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଥାଆନ୍ତି ।

ପ୍ରତ୍ୟେକ କ୍ରେତା କ୍ରୟ କରୁଥିବା ପରିମାଣ ଏବଂ ବିକ୍ରେତା ବିକ୍ରି କରୁଥିବା ପରିମାଣ ଏତେ କମ୍ ହୋଇଥାଏ ଯେ ସେମାନଙ୍କ ମଧ୍ୟରୁ କେହି ହେଲେ ବ୍ୟକ୍ତିଗତଭାବେ ବଜାରରେ ପ୍ରଚଳିତ ଦାମ୍କୁ ପ୍ରଭାବିତ କରିପାରନ୍ତି ନାହିଁ । କାରଣ ପ୍ରଚଳିତ ଦାମ୍ ବଜାରର ସାମଗ୍ରିକ ଚାହିଦା ଏବଂ ଯୋଗାଣର ପାରସ୍ପରିକ କ୍ରିୟାଦ୍ବାରା ନିରୂପିତ ହୋଇଥାଏ । ଏହିପରି ଭାବରେ ସ୍ଥିରୀକୃତ ଦାମ୍ ସହିତ ପ୍ରତ୍ୟେକ ବିକ୍ରେତା ତାଙ୍କ ଉତ୍ପାଦର ତାଳମେଳ କରିଥା’ନ୍ତି ଏବଂ ପ୍ରତ୍ୟେକ କ୍ରେତା ତାଙ୍କର କ୍ରୟ ପରିମାଣ ମେଳ କରିଥା’ନ୍ତି । ବିଭିନ୍ନ ପ୍ରତିଷ୍ଠାନ ବିକ୍ରି କରୁଥିବା ଦ୍ରବ୍ୟ ସଦୃଶ ଏବଂ ସମଜାତୀୟ ହୋଇଥାଏ । ପୂର୍ଣ୍ଣାଙ୍ଗ ପ୍ରତିଯୋଗିତାର ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ଯେ, ପ୍ରତିଷ୍ଠାନମାନଙ୍କର ବଜାରକୁ ପ୍ରବେଶ କରିବା ଏବଂ ବଜାରରୁ ପ୍ରସ୍ଥାନ ହେବା ଅବାଧ ହୋଇଥାଏ । ବଜାର ସମ୍ପର୍କରେ କ୍ରେତା ଓ ବିକ୍ରେତାଙ୍କର ପୂର୍ଣଜ୍ଞାନ ଥାଏ । ଏହି ପ୍ରକାର ବଜାର ବ୍ୟବସ୍ଥାରେ ପରିବହନ ବାବଦ ଖର୍ଚ୍ଚ ଏବଂ ବିଜ୍ଞାପନ ବାବଦ ଖର୍ଚ୍ଚ କରିବାକୁ ପଡ଼ି ନ ଥାଏ ।

ଦ୍ରବ୍ୟର ଦାମ୍ କିପରି ନିର୍ଦ୍ଧାରିତ ହୁଏ, ସେ ବିଷୟରେ ଅର୍ଥଶାସ୍ତ୍ରୀମାନଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଯାଇଥିଲା । କେତେକଙ୍କ ମତରେ, ଦ୍ରବ୍ୟର ଦାମ୍ ଦ୍ରବ୍ୟର ଉପାଦେୟତା ଉପରେ ନିର୍ଭର କରେ । ଜେଭେନ୍ସ ଏବଂ ଅଷ୍ଟ୍ରିଆର କେତେକ ଅର୍ଥଶାସ୍ତ୍ରୀ ମତପୋଷଣ କରିଥିଲେ ଯେ ଦ୍ରବ୍ୟର ପ୍ରାନ୍ତୀୟ ଉପଯୋଗିତା ଓ ଦାମ୍ ସମାନ ହେଲା ପର୍ଯ୍ୟନ୍ତ ଉପଭୋକ୍ତା ଦ୍ରବ୍ୟ କ୍ରୟ କରୁଥା’ନ୍ତି । ସମସ୍ତ ଉପଭୋକ୍ତାଙ୍କର ଚାହିଦାର ସମଷ୍ଟି ଉକ୍ତ ଦାମ୍‌ରେ ମୋଟ ଚାହିଦା ସୂଚିତ କରେ । ଅତଏବ ଦ୍ରବ୍ୟର ଦାମ୍ ଦ୍ରବ୍ୟର ଉପାଦେୟତାଦ୍ୱାରା ନିରୂପଣ କରାଯାଏ ।

ଅନ୍ୟ କେତେକଙ୍କ ମତରେ, ଦ୍ରବ୍ୟର ଦାମ୍ ଉତ୍ପାଦନ ପରିବ୍ୟୟଦ୍ୱାରା ନିରୂପିତ ହୁଏ । ପ୍ରାନ୍ତୀୟ ପରିବ୍ୟୟ ଓ ଦାମ୍ ସମାନ ହେବା ଅବସ୍ଥାରେ ଉତ୍ପାଦନକାରୀ ସର୍ବାଧିକ ଲାଭ ପାଇଥାଆନ୍ତି ! କାରଣ ଯେଉଁ ପରିମାଣ ଦ୍ରବ୍ୟ ଉତ୍ପନ୍ନ କଲେ ପ୍ରାନ୍ତୀୟ ପରିବ୍ୟୟ ଦାମ୍ ସହିତ ସମାନ ହୁଏ, ଉତ୍ପାଦନକାରୀ ସେହି ପରିମାଣ ଦ୍ରବ୍ୟ ଉତ୍ପନ୍ନ କରନ୍ତି ।

ଅଧ୍ୟାପକ ମାର୍ଶାଲ୍ ଏହି ଦୁଇ ମତବାଦ ମଧ୍ୟରେ ସମନ୍ଵୟ ସ୍ଥାପନ କରି ମତ ଦେଇଛନ୍ତି ଯେ ଦାମ୍ ନିର୍ଦ୍ଧାରଣରେ ଚାହିଦା ଓ ଯୋଗାଣ ଉଭୟର ଗୁରୁତ୍ଵ ରହିଛି । ଚାହିଦା ଓ ଯୋଗାଣ ଉଭୟଙ୍କର ସହଯୋଗରେ ଦାମ୍ ନିର୍ଦ୍ଧାରିତ ହୁଏ ଏବଂ ଯେପର୍ଯ୍ୟନ୍ତ ସେମାନେ ଅପରିବର୍ତ୍ତିତ ରହନ୍ତି, ସେତେବେଳ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଦାମ୍ ପ୍ରଚଳିତ ହୋଇଥାଏ ।

ବର୍ତ୍ତମାନ ଚାହିଦା ଓ ଯୋଗାଣ ସାହାଯ୍ୟରେ କିପରି ଦାମ୍ ନିର୍ଦ୍ଧାରଣ ହୁଏ ଏହା ନିମ୍ନରେ ଆଲୋଚନା କରାଯାଇଛି । ଚାହିଦା ପାର୍ଶ୍ବ – କ୍ରେତାମାନଙ୍କ ତରଫରୁ ଚାହିଦାର ପରିପ୍ରକାଶ ହୁଏ । ଦ୍ରବ୍ୟର ଉପଯୋଗିତା ଥିବାରୁ ତାହାର ଚାହିଦା ସୃଷ୍ଟି ହୁଏ । କ୍ରେତାଗଣ ଦ୍ରବ୍ୟଟି ପାଇଁ କେଉଁ ଦାମ୍ ଅର୍ପଣ କରିବେ, ତାହା ଦ୍ରବ୍ୟରୁ ମିଳୁଥିବା ପ୍ରାନ୍ତୀୟ ଉପଯୋଗିତା ସୂତ୍ରରୁ ଜଣାପଡ଼େ । ଗୋଟିଏ ଦ୍ରବ୍ୟ ଅଧ୍ଵକରୁ ଅଧ୍ଵ ଲାଭ କଲେ ଅତିରିକ୍ତ ଏକକରୁ ମିଳୁଥିବା ପ୍ରାନ୍ତୀୟ ଉପଯୋଗିତା ହ୍ରାସ ହୁଏ । ତେଣୁ କ୍ରେତା ଦ୍ରବ୍ୟର ଦାମ୍ କମ୍ ହେଲେ ଅଧ‌ିକ କ୍ରୟ କରିଥା’ନ୍ତି । ଏହା ହେଉଛି ଚାହିଦା ସୂତ୍ରର ମୂଳଭିଭି । ଏହି ସୂତ୍ର ଉପରେ ଭିଭିକରି ବିଭିନ୍ନ ଦାମ୍‌ରେ କ୍ରୟ ହେଉଥ‌ିବା ଦ୍ରବ୍ୟ ପରିମାଣକୁ ସୂଚାଇବାପାଇଁ ଏକ ଚାହିଦା ସୂଚୀ ପ୍ରସ୍ତୁତ କରାଯାଇପାରେ ।

ନିମ୍ନଲିଖୂତ ସାରଣୀରେ ବିଭିନ୍ନ ଦାମ୍‌ରେ ଆମ୍ବର ଚାହିଦା ଦର୍ଶାଯାଇଛି ।
ଚାହିଦା ସୂଚୀ

ଆମ୍ବର କି.ଗ୍ରା.ପ୍ରତି ଦାମ୍ (ଟଙ୍କାରେ) ଆମ୍ବର ଚାହିଦା ପରିମାଣ (କି.ଗ୍ରା.ରେ)
5.00 200
4.00 300
3.00 400
2.00 500

ଉପରୋକ୍ତ ସାରଣୀରୁ ପ୍ରତୀୟମାନ ହୁଏ ଯେ ଆମ୍ବର କିଲୋଗ୍ରାମ୍ ପ୍ରତି ଦାମ୍ ହ୍ରାସ ପାଇବାରୁ ଏହାର ଚାହିଦାର ପରିମାଣ ବୃଦ୍ଧି ପାଇଛି । ଦାମ୍ ଓ ଚାହିଦାର ପରିମାଣ ମଧ୍ଯରେ ଥ‌ିବା ବିପରୀତମୁଖୀ ସମ୍ପର୍କ ରେଖାଚିତ୍ର ମାଧ୍ୟମରେ ଉପସ୍ଥାପନ କରାଯାଇପାରେ ।

CHSE Odisha Class 12 Economics Chapter 10 Long Answer Questions in Odia Medium 1

ଉପରୋକ୍ତ ଚିତ୍ରରେ ‘DD’ ଚାହିଦା ଲେଖା ଅଟେ ଯାହା ବାମରୁ ଡାହାଣକୁ ନିମ୍ନଗାମୀ ହୋଇଛି । ତେଣୁ ଦ୍ରବ୍ୟର ଦାମ୍ ଓ ଏହାର ଚାହିଦାର ପରିମାଣ ମଧ୍ଯରେ ଥିବା ବିପରୀତମୁଖୀ ସମ୍ପର୍କ ସୂଚିତ ହୋଇଛି ।

ଯୋଗାଣ ପାର୍ଶ୍ବ – ଏକ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ଦାମ୍‌ରେ ବଜାରକୁ ବିକ୍ରୟ ପାଇଁ ଅର୍ପିତ କୌଣସି ଏକ ଦ୍ରବ୍ୟର ପରିମାଣକୁ ଯୋଗାଣ କୁହାଯାଏ । ଦ୍ରବ୍ୟର ଯୋଗାଣ ଏହାର ପରିବ୍ୟୟ ଉପରେ ନିର୍ଭର କରେ । ତେଣୁ ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ଏହାର ଯୋଗାଣ ବୃଦ୍ଧି ପାଏ, କାରଣ ଯୋଗାଣ ବୃଦ୍ଧିଜନିତ ପରିବ୍ୟୟ ବୃଦ୍ଧି ଦାମ୍ ବୃଦ୍ଧିଦ୍ୱାରା ଭରଣା କରାଯାଇପାରେ । ଯୋଗାଣ ସୂତ୍ର, ଦ୍ରବ୍ୟର ଦାମ୍ ଓ ଏହାର ଯୋଗାଣର ପରିମାଣ ମଧ୍ଯରେ ଥିବା ପ୍ରତ୍ୟକ୍ଷ ସମ୍ପର୍କକୁ ସୂଚିତ କରେ ଅର୍ଥାତ୍ ଉଚ୍ଚ ଦାମ୍‌ରେ ଯୋଗାଣ ଅଧିକ ହୋଇଥିବାବେଳେ କମ୍ ଦାମ୍‌ରେ ଯୋଗାଣ ସ୍ଵଳ୍ପ ହୋଇଥାଏ । ଏହା ନିମ୍ନୋକ୍ତ ଯୋଗାଣ ସୂଚୀଦ୍ଵାରା ପ୍ରତିଫଳିତ ହୋଇଥାଏ ।

ଯୋଗାଣ ସୂଚୀ

ଆମ୍ବର କିଲୋପ୍ରତି
ଦାମ୍ (ଟଙ୍କାରେ)
ଆମ୍ବର ଯୋଗାଣ
ପରିମାଣ (କି.ଗ୍ରା.ରେ)
5.00 600
4.00 500
3.00 400
2.00 200

CHSE Odisha Class 12 Economics Chapter 10 Long Answer Questions in Odia Medium 2

ଉପରୋକ୍ତ ସୂଚୀରୁ ପ୍ରତୀୟମାନ ହୁଏ ଯେ, ଆମ୍ବର କିଲୋଗ୍ରାମ୍ ପ୍ରତି ଦାମ୍ ଟ. 5.00 ରୁ ଟ.2.00 କୁ କ୍ରମାଗତଭାବେ ହ୍ରାସ ପାଉଥ‌ିବାରୁ ଏହାର ଯୋଗାଣ 600 କି.ଗ୍ରା.ରୁ 200 କି.ଗ୍ରା.କୁ ହ୍ରାସ ପାଇଛି । ଏହି ଅଭିଧାରଣା ରେଖାଚିତ୍ର ସାହାଯ୍ୟରେ ଦର୍ଶାଯାଇପାରେ ।

ଉପରୋକ୍ତ ଚିତ୍ରରେ ଯୋଗାଣ ସୂଚୀର ଜ୍ୟାମିତିକ ପରିପ୍ରକାଶ କରାଯାଇଛି । ଦ୍ରବ୍ୟର ଦାମ୍‌ର ହ୍ରାସ ସହ ଏହାର ପରିମାଣ ହ୍ରାସ ପାଇଛି । ‘SS’ ଯୋଗାଣ ରେଖାର ବାମରୁ ଡାହାଣକୁ ଉର୍ଦ୍ଧ୍ୱଗତି ହୋଇଛି ଯାହା ଦାମ୍ ଓ ଯୋଗାଣର ପରିମାଣ ମଧ୍ଯରେ ପ୍ରତ୍ୟକ୍ଷ ଧନାତ୍ମକ ସମ୍ପର୍କ ସୂଚିତ କରୁଅଛି ।

CHSE Odisha Class 12 Economics Chapter 10 Long Answer Questions in Odia Medium

ଚାହିଦା ଓ ଯୋଗାଣର ପାରସ୍ପରିକ କ୍ରିୟା

ଆମ୍ବର କି.ଗ୍ରା. ପ୍ରତି ଦାମ୍
(ଟଙ୍କାରେ)
ଆମ୍ବର ଚାହିଦା
(କି.ଗ୍ରା.ରେ)
ଆମ୍ବର ଯୋଗାଣର
(କି.ଗ୍ରା.ରେ)
5.00 200 600
4.00 300 500
3.00 400 400
2.00 500 200

ଉପରୋକ୍ତ ସାରଣୀରୁ ଜଣାଯାଏ ଯେ, ଦାମ୍ ଓ ଚାହିଦା ବିପରୀତମୁଖୀ ହୋଇଥିଲାବେଳେ ଦାମ୍ ଓ ଯୋଗାଣ ଏକ ଦିଗରେ ଗତି କରନ୍ତି । ଅର୍ଥାତ୍ ଦାମ୍ ବୃଦ୍ଧି ହେଲେ ଚାହିଦା ହ୍ରାସ ହୁଏ, ମାତ୍ର ଯୋଗାଣ ବୃଦ୍ଧି ହୁଏ । ବଜାରରେ ଆମ୍ବର ଦାମ୍ କି.ଗ୍ରା. ପ୍ରତି ଟ. 5.00 ବେଳେ ଚାହିଦା ପରିମାଣ 200 କି.ଗ୍ରା. ଏବଂ ଯୋଗାଣ ପରିମାଣ 600 କି.ଗ୍ରା. ।

ସେହିପରି ଦାମ୍ ଟ.2.00 ବେଳେ ଚାହିଦା ପରିମାଣ 500 କି.ଗ୍ରା. ମାତ୍ର ଯୋଗାଣ ପରିମାଣ 200 କି.ଗ୍ରା. । ଏହିପରି ଭାବରେ ଆମ୍ବର ଦାମ୍ ଯେତେବେଳେ କି.ଗ୍ରା. ପ୍ରତି ଟ.3.00 ହୁଏ, ସେତେବେଳେ ବଜାରରେ ଚାହିଦା ଓ ଯୋଗାଣ ପରସ୍ପର ସହିତ ସମାନ ହୋଇଥା’ନ୍ତି । ଏହି ଅବସ୍ଥାକୁ ସନ୍ତୁଳନ ଅବସ୍ଥା ଏବଂ ସେହି ଅବସ୍ଥାରେ ପ୍ରଚଳିତ ଦାମ୍ବୁକୁ ସନ୍ତୁଳନ ଦାମ୍ କୁହାଯାଏ । ଏହାକୁ ନିମ୍ନୋକ୍ତ ରେଖାଚିତ୍ର ସାହାଯ୍ୟରେ ଦର୍ଶାଯାଇଛି ।

CHSE Odisha Class 12 Economics Chapter 10 Long Answer Questions in Odia Medium 3

ରେଖାଚିତ୍ରରେ ଚାହିଦା ରେଖା ଓ ଯୋଗାଣ ରେଖା ପରସ୍ପରକୁ Q ବିନ୍ଦୁରେ ଛେଦ କରୁଛନ୍ତି । ଏହି ଅବସ୍ଥାରେ ଚାହିଦା ଓ ଯୋଗାଣ ପରସ୍ପର ସମାନ ହେଉଥ‌ିବାରୁ ଏହି ଅବସ୍ଥାକୁ ସନ୍ତୁଳନ ଅବସ୍ଥା କୁହାଯାଏ । ସନ୍ତୁଳନ ଦାମ୍ ଓ ସନ୍ତୁଳନ ଉତ୍ପାଦ ଯଥାକ୍ରମେ QM ଏବଂ OM ସନ୍ତୁଳନ ଅବସ୍ଥା ହୋଇଥାଏ ଅଥବା ଚାହିଦା ଯୋଗାଣଠାରୁ କମ୍ ହୋଇଥାଏ ।

4. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ‘ବଜାର ଦର’ କିପରି ନିର୍ଦ୍ଧାରିତ ହୁଏ ?
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ ବଜାରରେ ପ୍ରଚଳିତ ହେଉଥିବା କୌଣସି ଦ୍ରବ୍ୟର ଦାମ୍ଭିକୁ ‘ବଜାର ଦାମ୍’ କୁହାଯାଏ । ଏହାହିଁ ଦ୍ରବ୍ୟଟିର ଉପସ୍ଥିତ ଦର ଏବଂ ଏହା ସ୍ଵଳ୍ପକାଳରେ ପ୍ରଚଳିତ ଥାଏ । ତେଣୁ ଦ୍ରବ୍ୟର ଯୋଗାଣ ଦ୍ରବ୍ଯଭଣ୍ଡାର ମଧ୍ୟରେ ସୀମିତ ରହିଥାଏ । ଏହି ସ୍ଵଳ୍ପକାଳରେ ଦାମ୍ ନିର୍ଦ୍ଧାରଣ କ୍ଷେତ୍ରରେ ଚାହିଦା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

ଯୋଗାଣ ସ୍ଵଳ୍ପକାଳରେ ଅପେକ୍ଷାକୃତ ସ୍ଥିର ରହିଥିବାରୁ ଚାହିଦାର ପରିବର୍ତନ ହେଲେ ଦ୍ରବ୍ୟର ଦାମ୍‌ରେ ପରିବର୍ତ୍ତନ ହୋଇଥାଏ । ଚାହିଦାର ସ୍ବତଃ ପରିବର୍ତ୍ତନ ବାରମ୍ବାର ହେଉଥିବାରୁ ‘ବଜାର ଦର’ ବାରମ୍ବାର ପରିବର୍ତ୍ତିତ ହୋଇଥାଏ । ବଜାର ଦର ନିର୍ଦ୍ଧାରଣ ପ୍ରକ୍ରିୟା ଦୁଇପ୍ରକାର ଦ୍ରବ୍ୟ ସଂକ୍ରାନ୍ତରେ ବିଶ୍ଳେଷଣ କରାଯାଇଥାଏ, ଯଥା – କ୍ଷୟଶୀଳ ବା ନଷ୍ଟଶୀଳ ଦ୍ରବ୍ୟ ଓ ଦୀର୍ଘସ୍ଥାୟୀ ଦ୍ରବ୍ୟ ।

ପଚନଶୀଳ ଓ ନଷ୍ଟଶୀଳ ଦ୍ରବ୍ୟର ବଜାର ଦର :
ବଜାରକାଳ ଅତ୍ୟନ୍ତ ସ୍ଵଳ୍ପ ହୋଇଥିବାରୁ ଏହି ସମୟକାଳ ମଧ୍ୟରେ ଦ୍ରବ୍ୟର ଯୋଗାଣ ଅପେକ୍ଷାକୃତ ସ୍ଥିର ବା ସୀମିତ । ତେଣୁ ଦ୍ରବ୍ୟଭଣ୍ଡାରର ସମସ୍ତ ପରି ମାଣ ବିକ୍ରୟ ନିମନ୍ତେ ଅର୍ପିତ ହୋଇଥାଏ । କାରଣ ନଷ୍ଟଶୀଳ ଦ୍ରବ୍ୟକୁ ଭବିଷ୍ୟତ ପାଇଁ ଗଚ୍ଛିତ କରି ରଖୁବା ସମ୍ଭବ ହୁଏ ନାହିଁ । ତେଣୁ ବଜାର ଦାମ୍ ଯେତେ ସ୍ଵଳ୍ପ ହେଲେହେଁ ଏବଂ ତାହା ଉତ୍ପାଦନ ପରିବ୍ୟୟଠାରୁ କମ୍ ହେଲେ ସୁଦ୍ଧା ବିକ୍ରେତା ସମସ୍ତ ପରିମାଣକୁ ବିକ୍ରୟ କରିବାକୁ ବାଧ୍ୟ ହୋଇଥାଏ ।

କାରଣ ଏହି ଦ୍ରବ୍ୟଗୁଡ଼ିକ ନଷ୍ଟ ହୋଇଯିବାର ଆଶଙ୍କା ରହିଥାଏ । ତେଣୁ ନଷ୍ଟଶୀଳ ଦ୍ରବ୍ୟର ଯୋଗାଣ ସଂପୂର୍ଣ୍ଣ ଅସ୍ଥିତିସ୍ଥାପକ ହୋଇଥାଏ ଓ ଏହାର ଯୋଗାଣ ରେଖା ଉଲ୍ଲମ୍ବାକୃତି (Vertical) ହୋଇଥାଏ । ଯଦି କୌଣସି କାରଣରୁ ଚାହିଦା ହଠାତ୍ ବୃଦ୍ଧି ହୁଏ ତେବେ, ନଷ୍ଟଶୀଳ ଦ୍ରବ୍ୟ ଅଧିକ ଦାମରେ ବିକ୍ରି ହୋଇଥାଏ ଏବଂ ଚାହିଦା ହ୍ରାସ ହେଲେ କମ୍ ଦାମ୍‌ରେ ବିକ୍ରୟ ହୁଏ ।

ଏହି ଅବସ୍ଥାକୁ ରେଖାଚିତ୍ର ସାହାଯ୍ୟରେ ଉପସ୍ଥାପନ କରାଯାଇପାରେ ।

CHSE Odisha Class 12 Economics Chapter 10 Long Answer Questions in Odia Medium 4

ଉପରୋକ୍ତ ରେଖାଚିତ୍ରରେ ଯୋଗାଣର ପରିମାଣ OM ଦ୍ୱାରା ଦର୍ଶାଯାଇଛି । ଯୋଗାଣ ଅପରିବର୍ତ୍ତନୀୟ ହୋଇଥିବାରୁ ଯୋଗାଣ ରେଖା ଉଲ୍ଲମ୍ବ ରେଖା MPS ଦ୍ବାରା ସୂଚିତ ହୋଇଛି । ‘DD’ ମୂଳ ଚହିବା ରେଖା ବୋଲି ଦର୍ଶାଯାଇଛି । ଚାହିଦା ଓ ଯୋଗାଣର ସନ୍ତୁଳନଦ୍ୱାରା (Q ବିନ୍ଦୁରେ), OP ଦାମ୍ ନିର୍ଦ୍ଧାରିତ ହୋଇଛି । ତେଣୁ ‘OP’ କୁ ସନ୍ତୁଳନ ବଜାର ଦାମ୍ କୁହାଯାଏ ।

ମାତ୍ର ଯଦି ଚାହିଦା D1D1 କୁ ବୃଦ୍ଧି ହୁଏ, ତେବେ ସନ୍ତୁଳନ ଦାମ୍ OP1 କୁ ବୃଦ୍ଧି ପାଏ । ଅପରପକ୍ଷରେ ଚାହିଦା D2D2 କୁ ହ୍ରାସହେଲେ ବଜାର ଦାମ୍ OP2 କୁ ହ୍ରାସ ହୋଇଥାଏ । ଏହିପରି ଚାହିଦା ବଜାର ଦାମ୍‌କୁ ପ୍ରଭାବିତ କରେ ।

ଦୀର୍ଘସ୍ଥାୟୀ ଦ୍ରବ୍ୟର ଦାମ୍ ନିର୍ଦ୍ଧାରଣ :

CHSE Odisha Class 12 Economics Chapter 10 Long Answer Questions in Odia Medium 5

ଦବ୍ୟଟି ଯଦି ସ୍ଥାୟୀ ଦ୍ରବ୍ୟ ହୋଇଥାଏ ଓ ତାହାକ ଗଳିତ ରଖୁବାର ସମ୍ଭାବନା ଥାଏ, ତେବେ ଦାମ୍ ହ୍ରାସ ପାଇବା ଅବସ୍ଥାରେ ବିକ୍ରେତା ଏହି ଦ୍ରବ୍ୟକୁ ବିକ୍ରୟ ନକରି ଭବିଷ୍ୟତରେ ବିକ୍ରି ପାଇଁ ଗଚ୍ଛିତ ରଖୁଥାଆନ୍ତି । ସୁତରାଂ ଏହି ଦ୍ରବ୍ୟ କ୍ଷେତ୍ରରେ ଦୁଇପ୍ରକାର ଦାମ୍ ଓ ଅନ୍ୟଟି ସଂରକ୍ଷଣ ଦାମ୍ (Reservation Price) । ବଜାର ଦାମ୍ ଯଦି ସଂରକ୍ଷିତ ଦାମ୍‌ଠାରୁ କମ୍ ହୁଏ, ତେବେ ବିକ୍ରେତା କିଛି ଦ୍ରବ୍ୟ ଭବିଷ୍ୟତରେ ଉଚ୍ଚ ଦାମ୍‌ରେ ବିକ୍ରୟ କରିବାପାଇଁ ଗଚ୍ଛିତ ରଖନ୍ତି ।

CHSE Odisha Class 12 Economics Chapter 10 Long Answer Questions in Odia Medium

ସଂରକ୍ଷିତ ଦାମ୍ ହେଉଛି ବିକ୍ରେତା ପାଇଁ ସର୍ବନିମ୍ନ ଗ୍ରହଣୀୟ ଦାମ୍ । ବିକ୍ରେତା ଯଦି ଅନୁମାନ କରନ୍ତି ଯେ ସଂରକ୍ଷିତ ଦାମ୍ ଭବିଷ୍ୟତରେ ପ୍ରଚଳିତ ଦାମ୍‌ଠାରୁ କମ୍ ହେବ ତେବେ ସେ ସଂରକ୍ଷିତ ଦାମ୍ଭିକୁ ନିମ୍ନସ୍ତରରେ ଧାର୍ଯ୍ୟ କରନ୍ତି । ବିପରୀତ ଅବସ୍ଥାରେ ସଂରକ୍ଷିତ ଦାମ୍ ଅଧିକ ହୋଇଥାଏ । ଏହି କାରଣରୁ ଦୀର୍ଘସ୍ଥାୟୀ ଦ୍ରବ୍ୟର ଯୋଗାଣ ରେଖା କିଛିକାଳପାଇଁ ଊର୍ଦ୍ଧ୍ୱଗାମୀ ହୋଇ ପୁନଶ୍ଚ ଉଲ୍ଲମ୍ବାକୃତି ହୋଇଥାଏ ।

ଉପରୋକ୍ତ ରେଖାଚିତ୍ରରେ ଦୀର୍ଘସ୍ଥାୟୀ ଦ୍ରବ୍ୟର ଯୋଗାଣ ବକ୍ରରେଖା TRS ଦ୍ୱାରା ସୂଚିତ ହୋଇଛି ଏବଂ ଦ୍ରବ୍ୟ ପରିମାଣ ସ୍ଥିର ବୋଲି OM ଦ୍ଵାରା ଦର୍ଶାଯାଇଛି । ଦ୍ରବ୍ୟର ଚାହିଦା DD ରେଖାଦ୍ୱାରା ସୂଚିତ ହୋଇଛି । DD ରେଖା TRS ରେଖାକୁ L ବିନ୍ଦୁରେ ଛେଦ କରୁଥିବାରୁ OP ଦାମ୍ ନିର୍ଦ୍ଧାରିତ ହୋଇଛି । ଏ କ୍ଷେତ୍ରରେ ଦ୍ରବ୍ୟ ବିକ୍ରିର ପରିମାଣ ON ହୋଇଛି । ଅବଶିଷ୍ଟ NM ପରିମାଣ ଦ୍ରବ୍ୟ ବିକ୍ରେତା ନିଜ ପାଖରେ ଗଚ୍ଛିତ ରଖୁ’ନ୍ତି ।

ଯଦି ଚାହିଦା ବୃଦ୍ଧି ହୋଇ D1D1 ହୁଏ ତେବେ ନୂତନ ସନ୍ତୁଳନ ଅବସ୍ଥା R ବିନ୍ଦୁରେ ହୋଇଥାଏ ଏବଂ ବଜାର ଦାମ୍ OP1 ହୋଇଥାଏ । OP1 ଦାମ୍‌ରେ ସମସ୍ତ ଦ୍ରବ୍ୟ (OM) ବଜାରରେ ବିକ୍ରି ହୋଇଥାଏ । OT ହେଉଛି ସଂରକ୍ଷିତ ଦାମ୍ ଯେଉଁ ଦାମ୍‌ରେ କୌଣସି ଦ୍ରବ୍ୟ ବିକ୍ରି ନ ହୋଇ ବିକ୍ରେତାଙ୍କ ପାଖରେ ଗଚ୍ଛିତ ହୋଇ ରହିଥାଏ ।

ବଜାରରେ ଦାମ୍ OT ଠାରୁ ଯେତେ ଅଧ୍ଵ ହେଲେ ବିକ୍ରେତା ସେତେ ଅଧ୍ବକ ପରିମାଣରେ ବିକ୍ରୟ କରିବାକୁ ଆଗ୍ରହ ପ୍ରକାଶ କରନ୍ତି । ମାତ୍ର ଦ୍ରବ୍ୟର ସର୍ବାଧ‌ିକ ଯୋଗାଣ OM ରେ ସୀମିତ ରହିଥାଏ ।

ଉପରୋକ୍ତ ବିଶ୍ଳେଷଣରୁ ଅନୁମିତ ହୁଏ ଯେ ବଜାର ଦାମ୍ ନିର୍ଦ୍ଧାରଣ କ୍ଷେତ୍ରରେ ଚାହିଦା ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।

5. ସ୍ଵାଭାବିକ ଦର କିପରି ନିର୍ଦ୍ଧାରଣ କରାଯାଏ ?
Answer:
ସ୍ଵାଭାବିକ ଦର ବଜାରରେ ଦୀର୍ଘକାଳରେ ପ୍ରତିଷ୍ଠିତ ହୋଇଥାଏ । ସ୍ଵାଭାବିକ ଦର ଅଧିକ ସ୍ଥାୟୀ ଓ ଅବିଚଳିତ କାରଣଦ୍ଵାରା ପ୍ରଭାବିତ ହୁଏ ଓ ସ୍ଥିର ରହେ । ଏହା ବଜାରର ଅସ୍ଥିରତାଦ୍ୱାରା ପ୍ରଭାବିତ ହୁଏ ନାହିଁ ।

ସ୍ଵାଭାବିକ ଦର ନିର୍ଦ୍ଧାରଣରେ ଉତ୍ପାଦନ ପରିବ୍ୟୟ ବା ଯୋଗାଣ ଅଧ‌ିକ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରେ । ବଜାର କାଳରେ ଚାହିଦା ବଢ଼ିପାରେ ବା କମିପାରେ । କିନ୍ତୁ ଏହି ସମୟ ଅତିଶୟ ସ୍ଵଳ୍ପ ହୋଇଥିବାରୁ ଯୋଗାଣ ଚାହିଦା ସହିତ ସାମଞ୍ଜସ୍ୟ ଆଣିପାରେ ନାହିଁ । କିନ୍ତୁ ଦୀର୍ଘକାଳରେ ଚାହିଦାର ପରିବର୍ତ୍ତନ ଯଦି ସ୍ଥାୟୀ ହୁଏ, ତେବେ ଯୋଗାଣ ମଧ୍ୟ ନୂତନ ଚାହିଦା ସହିତ ଆବଶ୍ୟକୀୟ ପରିବର୍ତ୍ତନ ଆଣିପାରେ ।

ଯଦି ଚାହିଦା ବୃଦ୍ଧି ପାଏ ତେବେ ସେହି ଅନୁପାତରେ ଯୋଗାଣ ମଧ୍ୟ ବୃଦ୍ଧିପାଇବ । ଯଦି ଚାହିଦା ହ୍ରାସ ହୁଏ, ତେବେ ଯୋଗାଣରେ ମଧ୍ୟ ଅନୁରୂପ ପରିବର୍ତ୍ତନ ହେବ । ଫଳରେ କୌଣସି ଅସ୍ବାଭାବିକ ଲାଭ ବା କ୍ଷତିର ସମ୍ଭାବନା ନଥାଏ । ଦର ସର୍ବଦା ଉତ୍ପାଦନ ପରିବ୍ୟୟ ସହିତ ସମାନ ହୁଏ ଯେଉଁଠି ସ୍ବାଭାବିକ ଲାଭ ମଧ୍ଯ ନିହିତ ଥାଏ ।

ସ୍ଵାଭାବିକ ଦର ଏକ ହାରାହାରି ଦର ନୁହେଁ । ଏହା ଦୀର୍ଘକାଳୀନ ଦର ଏବଂ ଏହା ସମସ୍ତ ପ୍ରକାର ଆଲୋଡ଼ନରୁ ମୁକ୍ତ ଥାଏ । ତେଣୁ ସ୍ବାଭାବିକ ଦର ଦୀର୍ଘକାଳୀନ ସମୟରେ ପ୍ରତିଷ୍ଠିତ ହୋଇଥାଏ, ଯେତେବେଳେ ଯୋଗାଣ ସମ୍ପୂର୍ଣ୍ଣରୂପେ ଚାହିଦା ସହିତ ସମଯୋଜିତ ହୁଏ । ଏହି ସମୟରେ ଏହି ଦୁଇଟି ଶକ୍ତି ମଧ୍ୟରେ ଉପଯୁକ୍ତ ସମନ୍ବୟ ସାଧୂତ ହୋଇଥାଏ ।

ସ୍ବାଭାବିକ ଦର ନିର୍ଦ୍ଧାରଣ :
ସ୍ଵାଭାବିକ ଦର କିପରି ନିର୍ଦ୍ଧାରିତ ହୁଏ, ତାହା ଏବେ ଲକ୍ଷ୍ୟ କରାଯାଉ । ସ୍ବାଭାବିକ ଦର ନିର୍ଦ୍ଧାରଣ ପ୍ରକ୍ରିୟାକୁ ଏକ ରେଖାଚିତ୍ର ସାହାଯ୍ୟରେ ବର୍ଣ୍ଣନା କରାଯାଇପାରେ ।

CHSE Odisha Class 12 Economics Chapter 10 Long Answer Questions in Odia Medium 6

ନିର୍ଦ୍ଧାରଣ ସୂଚିତ ହୋଇଛି । କ୍ଷୀରର ଦର ମୂଳ ବଜାରକାଳୀନ ଯୋଗାଣ ପରିମାଣ OM ଦ୍ଵାରା ସୂଚିତ ହୁଏ । DD ଚାହିଦା ରେଖା ବଜାରକାଳୀନ ଯୋଗାଣ ରେଖା MS କୁ ଠୁ ବିନ୍ଦୁରେ ଛେଦ କରେ । OP ହେଲା ବଜାର ଦର । ମନେକରାଯାଉ, କ୍ଷୀରର ଚାହିଦାରେ ହଠାତ୍ ସ୍ଥାୟୀ ପରିବର୍ତ୍ତନ ଘଟିଲା । ବଜାର କାଳ ଖୁବ୍ ସ୍ଵଳ୍ପ ହୋଇଥିବାରୁ କ୍ଷୀରର ଯୋଗାଣକୁ ତାହାର ବଦ୍ଧିତ ଚାହିଦା ସହିତ ସମ୍ପୂର୍ଣ୍ଣଭାବରେ ସମଯୋଜିତ କରିବା ସମ୍ଭବ ହୁଏ ନାହିଁ ।

ଏହି ଯୋଗାଣ ସମ୍ପୂର୍ଣ୍ଣ ଭାବରେ ଅପରିବର୍ତ୍ତନୀୟ । ଏହା ଏକ ଉଲ୍ଲମ୍ବ ଯୋଗାଣ ରେଖାଦ୍ୱାରା ସୂଚିତ ହେଉଛି । ଚାହିଦାର ଏହି ବୃଦ୍ଧି ଫଳରେ ବଜାର ଦର OP2 କୁ ବୃଦ୍ଧି ପାଏ ।

କିନ୍ତୁ ଦୀର୍ଘକାଳରେ ଯୋଗାଣ ସମ୍ପୂର୍ଣ୍ଣଭାବରେ ଏହି ବର୍ଦ୍ଧିତ ଚାହିଦା ସହିତ ସମଯୋଜିତ ହେବ । ଦୀର୍ଘକାଳରେ ଲୋକମାନେ ଅଧିକ ସଂଖ୍ୟାରେ ଗାଈ ପାଳିବା ଆରମ୍ଭ କରିବେ । କ୍ଷୀର ଉତ୍ପାଦନ ନିମନ୍ତେ ଅଧୂକ ସମ୍ପଦ ବିନିଯୁକ୍ତ ହେବ । ଫଳରେ କ୍ଷୀର ଉତ୍ପାଦନ ବିଶେଷଭାବରେ ବୃଦ୍ଧି ପାଇବ । ଦତ୍ତ ରେଖାଚିତ୍ରରେ SS ହେଉଛି ଦୀର୍ଘକାଳୀନ ଯୋଗାଣ ରେଖା । ଯାହା ନୂତନ ଚାହିଦା ରେଖା D1D1 କୁ । ବିନ୍ଦୁରେ ଛେଦ କରୁଛି ।

OP ହେଉଛି ଦୀର୍ଘକାଳୀନ ସ୍ଵାଭାବିକ ଦର ଯାହା OP2 ଅପେକ୍ଷା କମ୍ । ଦୀର୍ଘକାଳୀନ ଯୋଗାଣର ପରିମାଣ OM1 ଦ୍ଵାରା ସୂଚିତ ହେଉଛି । ଏହା ବଜାରକାଳୀନ ଯୋଗାଣର ପରିମାଣ OM ଅପେକ୍ଷା ବେଶୀ । ଏହି ରେଖାଚିତ୍ରରେ ଲକ୍ଷ୍ୟ କରାଯାଇପାରେ ଯେ ଦୀର୍ଘକାଳୀନ ଦର OP1 ମୂଳ ଦର OP ଅପେକ୍ଷା ଅଧିକ । କାରଣ ଦୀର୍ଘକାଳରେ କ୍ଷୀରର ଉତ୍ପାଦନ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର ଅଧୀନ ବୋଲି ଧରାଯାଇଛି ।

6. ସ୍ଵାଭାବିକ ଦାମ୍ ଓ ବଜାର ଦାମ୍ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ ବଜାରରେ ପ୍ରଚଳିତ କୌଣସି ଦ୍ରବ୍ୟର ଦାମ୍ଭିକୁ ବଜାର ଦାମ୍ କୁହାଯାଏ । ଏହି ସମୟସୀମା ଅତ୍ୟନ୍ତ ସ୍ଵଳ୍ପ ହୋଇଥିବାରୁ ବଜାରରେ ଦ୍ରବ୍ୟର ଯୋଗାଣ ସୀମିତ ହୋଇଥାଏ । ମାତ୍ର ସ୍ଵାଭାବିକ ଦାମ୍ ଦୀର୍ଘକାଳୀନ ଦାମ୍ଭିକୁ ବୁଝାଏ ।

ନିମ୍ନରେ ବଜାର ଦାମ୍ ଓ ସ୍ଵାଭାବିକ ଦାମ୍ ମଧ୍ୟରେ ଥିବା ପାର୍ଥକ୍ୟ ଆଲୋଚନା କରାଯାଇଛି ।

  • ଦ୍ରବ୍ୟର ଦାମ୍ ନିର୍ଦ୍ଧାରଣ କ୍ଷେତ୍ରରେ ଉଭୟ ଚାହିଦା ଓ ଯୋଗାଣର ପାରସ୍ପରିକ କ୍ରିୟା ଅତ୍ୟନ୍ତ ଅପରିହାର୍ଯ୍ୟ । ମାତ୍ର ବଜାର ଦାମ୍ ବିଶେଷଭାବେ ଦ୍ରବ୍ୟର ଚାହିଦାଦ୍ୱାରା ନିରୂପିତ ହୋଇଥାଏ । ଅନ୍ୟପକ୍ଷରେ ସ୍ୱାଭାବିକ ଦାମ୍ ମୁଖ୍ୟତଃ ଯୋଗାଣ ବା ଉତ୍ପାଦନ ପରିବ୍ୟୟଦ୍ଵାରା ଅଧିକ ପ୍ରଭାବିତ ହୋଇଥାଏ ।
  • ବଜାର ଦାମ୍ ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରଚଳିତ ଥାଏ । ଏଣୁ ଏହା ସ୍ବଳ୍ପକାଳୀନ ଦାମ୍ ଏବଂ କ୍ଷଣସ୍ଥାୟୀ । ଏହି ଦାମ୍ ସର୍ବଦା ଦୋଳାୟମାନ ଅବସ୍ଥାରେ ରହିଥାଏ । ଚାହିଦାର ପରିବର୍ତ୍ତନ ଏହି ଦାମ୍ଭିକୁ ବାରମ୍ବାର ପ୍ରଭାବିତ କରିଥାଏ । ତେଣୁ ବଢାର ଦାମ୍ ସାମୟିକ ଅର୍ଥନୈତିକ ଶକ୍ତିଦ୍ଵାରା ପ୍ରତିଷ୍ଠିତ ହୋଇଥାଏ । ଅନ୍ୟପକ୍ଷରେ ସ୍ଵାଭାବିକ ଦାମ୍ ହେଉଛି ଦୀର୍ଘକାଳୀନ ଦାମ୍ । ଏହା ସ୍ଥାୟୀ ସନ୍ତୁଳନ ଦାମ୍ । ଏହା ଚାହିଦା ଓ ଯୋଗାଣର ପୂର୍ଣ୍ଣ କ୍ଷମତା ବା ସ୍ଥାୟୀ ସନ୍ତୁଳନଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ।
  • ବଜାର ଦାମ୍ ସାଧାରଣତଃ ସାମୟିକ କାରଣଦ୍ବାରା ପ୍ରଭାବିତ ହୋଇଥାଏ । ଚାହିଦାର ସାମୟିକ ପରିବର୍ତ୍ତନ ଯୋଗୁଁ ବଜାର ଦାମ୍ ଅସ୍ଥିର ହୋଇଥାଏ । ମାତ୍ର ସ୍ଵାଭାବିକ ଦାମ୍ ଅଧିକ ସ୍ଥାୟୀ କାରଣଦ୍ୱାରା ପ୍ରଭାବିତ ହୋଇଥାଏ । ତେଣୁ ଏହା ବଜାର ଦାମଠାରୁ ଅଧିକ ସ୍ଥାୟୀ ।
  • ବାସ୍ତବରେ ବଜାର ଦାମ୍ ବଜାରରେ ପ୍ରଚଳିତ ଦାମ୍ । ଏହାହିଁ ପ୍ରକୃତ ଦର । କ୍ରେତା ଓ ବିକ୍ରେତା ଏହି ପ୍ରଚଳିତ ଦାମ୍‌ରେ କ୍ରୟବିକ୍ରୟ ସଂପାଦନ କରିଥା’ନ୍ତି । କିନ୍ତୁ ସ୍ବାଭାବିକ ଦାମ୍ ଏକ କାଳ୍ପନିକ ଓ ଅବାସ୍ତବ ଧାରଣା । ଏହା ଏକ ଆଦର୍ଶ ଦାମ୍ । ଏହା ଦୀର୍ଘକାଳରେ ପ୍ରତିଷ୍ଠିତ ହେବାର ଆଶା କରାଯାଏ । ବଜାର ଦାମ୍ ସ୍ବାଭାବିକ ଦାମ୍‌କୁ କେନ୍ଦ୍ରକରି ଘୂରି ବୁଲୁଥାଏ ।
  • ବଜାର ଦର ଉତ୍ପାଦନ ପରିବ୍ୟୟରୁ ବେଶି ବା କମ୍ ହୋଇପାରେ । ତେଣୁ କେତେବେଳେ ହୁଏତ ଅସ୍ଵାଭାବିକ ଲାଭ ଉପୁଜିଥାଏ କିମ୍ବା ଅସ୍ଵାଭାବିକ କ୍ଷତି ମଧ୍ଯ ହୋଇଥାଏ । କିନ୍ତୁ ସ୍ବାଭାବିକ ଦାମ୍‌ରେ କେବଳ ସ୍ଵାଭାବିକ ଲାଭ ହିଁ ନିହିତ ଥାଏ ।
  • ସମସ୍ତ ପ୍ରକାର ଦ୍ରବ୍ୟ କ୍ଷେତ୍ରରେ ବଜାର ଦାମ୍ ଦେଖାଯାଏ । କିନ୍ତୁ ସମସ୍ତ ଦ୍ରବ୍ୟ କ୍ଷେତ୍ରରେ ସ୍ଵାଭାବିକ ଦାମ୍ ସମ୍ଭବ ନୁହେଁ । କେବଳ ପୁନରୁତ୍ପାଦନ ଦ୍ରବ୍ୟର ସ୍ବାଭାବିକ ଦାମ୍ ହିଁ ରହିଥାଏ । ଦୁଷ୍ପାପ୍ୟ ଦ୍ରବ୍ୟ, ପୁରୁଣା ଚିତ୍ରକଳା, ପୁରୁଣା ଡାକଟିକଟ ଆଦିର ସ୍ଵାଭାବିକ ଦାମ୍ ନଥାଏ ।

CHSE Odisha Class 12 Economics Chapter 10 Long Answer Questions in Odia Medium

7. ଏକାଧିକାରମୂଳକ ପ୍ରତିଯୋଗିତାର ସଂଜ୍ଞା ପ୍ରକରଣ କରି ତା’ର ବୈଶିଷ୍ଟ୍ୟଗୁଡ଼ିକ ଆଲୋଚନା କର ।
Answer:
ଅଧ୍ୟାପକ ଚାମ୍ବରଲିନ୍ ସର୍ବପ୍ରଥମେ ୧୯୩୩ ମସିହାରେ ଏକାଧ୍ୟାକାରୀ ପ୍ରତିଯୋଗିତା ତତ୍ତ୍ଵର ବିଶଦ ବ୍ୟାଖ୍ୟା କରିଥିଲେ । ତାଙ୍କ ମତରେ ଏକ ନିର୍ଦ୍ଦିଷ୍ଟ ବଜାର ପରିସ୍ଥିତିରେ ପ୍ରତ୍ୟେକ ବିକ୍ରୟକାରୀ ଏକପ୍ରକାର ଏକାଧିକାରୀ ଏବଂ ଏହି ଶ୍ରେଣୀର ଏକାଧିକାରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ରହିଥାଏ । ଅର୍ଥାତ୍ ଏକାଧ୍ୟାକାରୀ ପ୍ରତିଯୋଗିତା ଏପରି ଏକ ବଜାର ବ୍ୟବସ୍ଥା ଯେଉଁଥୁରେ ଉଭୟ ଏକାଧିକାର ଓ ପ୍ରତିଯୋଗିତାର ଉପାଦାନମାନଙ୍କର ସହାବସ୍ଥାନ ଦେଖାଯାଏ ।

ଏହି ବଜାରରେ ଅନେକ କ୍ରେତା ଓ ବିକ୍ରେତା ଥିବାରୁ ଏହା ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରର ନିକଟତର । ଅର୍ଥାତ୍‌ ଏହା ଏପରି ଏକ ବଜାର ସ୍ଥିତିକୁ ବୁଝାଏ, ଯେଉଁଠିକି ଅନେକ ବିକ୍ରେତା ନିକଟତମ ବିକଳ୍ପ ଥିବା ଏକ ଦ୍ରବ୍ୟର ବିକ୍ରୟ ପାଇଁ ପରସ୍ପର ସହିତ ପ୍ରତିତ୍ୱହିତା କରୁଥା’ନ୍ତି ।

ଯେଉଁଠାରେ ନାନା ମାର୍କ, ଆକାର, ବ୍ୟାବସାୟିକ ଚିହ୍ନ ଭିଭିରେ ଗୋଟିଏ ଦ୍ରବ୍ୟକୁ ଅଳ୍ପ କେତେକ ଉତ୍ପାଦନକାରୀ ଉତ୍ପାଦନ କରି ପ୍ରତିଯୋଗିତାକୁ ସେମାନଙ୍କ ମଧ୍ୟରେ ସୀମିତ ରଖନ୍ତି, ତାହାକୁ ଏକାଧ୍ୱକାରମୂଳକ ପ୍ରତିଯୋଗିତା ବଜାର କୁହାଯାଏ ।

ଏକାଧିକାରମୂଳକ ପ୍ରତିଯୋଗିତା ବଜାରରେ ବୈଶିଷ୍ଟ୍ୟ :

ଏହି ପ୍ରକାର ବଜାରରେ ନିମ୍ନଲିଖୁତ ବୈଶିଷ୍ଟ୍ୟମାନ ଦେଖାଯାଏ
(i) ବହୁସଂଖ୍ୟକ କ୍ରେତା ଓ ବିକ୍ରେତା – ଏକାଧିକାରମୂଳକ ପ୍ରତିଯୋଗିତା ବଜାରରେ ପ୍ରତ୍ୟେକ ଶିଳ୍ପସଂସ୍ଥାରେ ବହୁସଂଖ୍ୟକ ପ୍ରତିଷ୍ଠାନ ରହିଥାଆନ୍ତି । ପ୍ରତ୍ୟେକ ପ୍ରତିଷ୍ଠାନର ଦାମ୍ ଓ ଉତ୍ପାଦ ଉପରେ ନିଜସ୍ଵ ନିୟନ୍ତ୍ରଣ ରହିଥାଏ । ପ୍ରତ୍ୟେକ ପ୍ରତିଷ୍ଠାନ ସ୍ବାଧୀନ ଭାବରେ କାର୍ଯ୍ୟ କରନ୍ତି ।

ଦୀର୍ଘକାଳରେ ନୂତନ ପ୍ରତିଷ୍ଠାନମାନଙ୍କର ଅବାଧ ପ୍ରବେଶର ସୁଯୋଗ ଥିବା ଯୋଗୁଁ ବିକ୍ରେତାଙ୍କ ସଂଖ୍ୟା ବୃଦ୍ଧି ପାଏ । ଏକାଧ୍ୟାକାର ପ୍ରତିଯୋଗିତାରେ ବିକ୍ରେତାର ଦାମ୍ ଉପରେ ପ୍ରଭାବ ଥାଏ । ଅନ୍ୟ ବଜାର ପରି ଏଠାରେ କ୍ରେତାମାନଙ୍କର ସଂଖ୍ୟା ମଧ୍ୟ ବହୁତ ।

(ii) ଅବାଧ ପ୍ରବେଶ ଓ ପ୍ରସ୍ଥାନ – ଏକାଧିକାରମୂଳକ ପ୍ରତିଯୋଗିତା ବଜାରରେ କୌଣସି ଏକ ଶିଳ୍ପସଂସ୍ଥାକୁ ପ୍ରତିଷ୍ଠାନଗୁଡ଼ିକ ଅବାଧରେ ପ୍ରବେଶ କରନ୍ତି ଓ ଅବାଧରେ ପ୍ରସ୍ଥାନ କରନ୍ତି । ବର୍ତ୍ତମାନର ପ୍ରତିଷ୍ଠାନଗୁଡ଼ିକ ଅତ୍ୟଧ୍ଵ ଲାଭ ଅର୍ଜନ କରନ୍ତି । ସେତେବେଳେ ଏହି ଲାଭଦ୍ବାରା ଆକୃଷ୍ଟ ହୋଇ ନୂତନ ପ୍ରତିଷ୍ଠାନମାନ ଶିଳ୍ପରେ ଯୋଗ ଦିଅନ୍ତି । ସେହିଭଳି ବର୍ତ୍ତମାନର କିଛି ପ୍ରତିଷ୍ଠାନ କ୍ଷତି ବହନ କରୁଥା’ନ୍ତି । ସେହି ପ୍ରତିଷ୍ଠାନଗୁଡ଼ିକ ଶିଳ୍ପସଂସ୍ଥାରୁ ପ୍ରସ୍ଥାନ କରନ୍ତି ।

(iii) ଦ୍ରବ୍ୟ ବିଭେଦୀକରଣ – ଦ୍ରବ୍ୟର ବିଭେଦୀକରଣ ଏକାଧିକାରମୂଳକ ପ୍ରତିଯୋଗିତା ବଜାରର ଏକ ବିଶେଷ ବୈଶିଷ୍ଟ୍ୟ । ଏହି ବଜାର ବ୍ୟବସ୍ଥାରେ ପ୍ରତ୍ୟେକ ଉତ୍ପାଦନ ପ୍ରତିଷ୍ଠାନଦ୍ବାରା ଉତ୍ପାଦିତ ଦ୍ରବ୍ୟର ସ୍ଵାତନ୍ତ୍ର୍ୟତା ରହିଥାଏ । ଦ୍ରବ୍ୟର ବିଭେଦୀକରଣ ଅର୍ଥ ଦ୍ରବ୍ୟ କ୍ରେତା ଗୋଟିଏ ଦ୍ରବ୍ୟକୁ ଅନ୍ୟ ଦ୍ରବ୍ୟଠାରୁ ବିଭେଦୀକୃତ କରିଥାଏ । ବିଭିନ୍ନ ଦ୍ରବ୍ୟ ମଧ୍ୟରେ ଆକାର, ପ୍ରକାର, ରଙ୍ଗ, ଗନ୍ଧ, ସ୍ଵାଦ ଅନ୍ୟାନ୍ୟ ପ୍ରକାର ପାର୍ଥକ୍ୟମାନ ଦେଖାଯାଏ ।

ଉଦାହରସ୍ୱରୂପ, ବିଭିନ୍ନ ରେଡ଼ିଓ ସେଟ୍‌, ମଟରକାର, ସାବନ, ଟେଲିଭିଜନ୍ ସେଟ୍ ଇତ୍ୟାଦି କ୍ଷେତ୍ରରେ ଏ ପ୍ରକାର ଦ୍ରବ୍ୟ ବିଭେଦନ ଦେଖାଯାଏ । ତେଣୁ, ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର କ୍ରେତାମାନେ ଏକ ନିର୍ଦ୍ଦିଷ୍ଟ କମ୍ପାନୀର ଦ୍ରବ୍ୟକୁ ଏପରିକି ବେଶୀ ଦାମ୍‌ରେ ମଧ୍ଯ କିଣିବାକୁ ପସନ୍ଦ କରିଥାଆନ୍ତି ।

(iv) ବିକ୍ରୟ ପରିବ୍ୟୟ – ପ୍ରତ୍ୟେକ ପ୍ରତିଷ୍ଠାନ ନିଜର ଉତ୍ପାଦିତ ଦ୍ରବ୍ୟର ବିକ୍ରୟ ବୃଦ୍ଧି ଘଟାଇବାପାଇଁ ଏକ ଭିନ୍ନ ପ୍ରକାରର ବ୍ୟୟ କରିଥାଆନ୍ତି । ବିକ୍ରୟ ପରିବ୍ୟୟର ଏକ ବିଶେଷ ଉପାଦାନ ହେଉଛି ବିଜ୍ଞାପନ ଖର୍ଚ୍ଚ । ଏହା ଉଭୟ ଚାହିଦା ଓ ଉତ୍ପାଦିତ ଦ୍ରବ୍ୟର ପରିବ୍ୟୟକୁ ପ୍ରଭାବିତ କରିଥାଏ । ଏଠାରେ ପ୍ରତିଷ୍ଠାନର ମୁଖ୍ୟ ଲକ୍ଷ୍ୟ ହେଲା ଅଧ୍ବକ ଲାଭ ଅର୍ଜନ କରିବା । ସେଥ୍ପାଇଁ ପ୍ରତିଷ୍ଠାନ ବିଜ୍ଞାପନ ଜନିତ ଖର୍ଚ୍ଚ ଯଥାଯଥ ବିଚାରକୁ ନେଇଥାଆନ୍ତି ।

(v) ଅପୂର୍ଣ୍ଣାଙ୍ଗ ଜ୍ଞାନ – ଏକାଧିକାରମୂଳକ ପ୍ରତିଯୋଗିତା କ୍ରେତାମାନଙ୍କର ଅପୂର୍ଣ୍ଣାଙ୍ଗ ଜ୍ଞାନ ବା ଅବଗତି ଉପରେ ନିର୍ଭର କରେ । ଗ୍ରାହକମାନଙ୍କ ମନରେ ଦ୍ରବ୍ୟଗୁଡ଼ିକର କାଳ୍ପନିକ ଉତ୍କର୍ଷତା ସ୍ଥାପନ କରିବାରେ ପ୍ରତିଷ୍ଠାନଗୁଡ଼ିକ ଅଧ୍ବକ ବ୍ୟୟ କରିଥା’ନ୍ତି । ଏହାଦ୍ଵାରା ଦ୍ରବ୍ୟଟି ବାସ୍ତବରେ ଯାହା ତାହା ଥାଇ ମଧ୍ୟ କ୍ରେତା ତାହାକୁ ଅନ୍ୟ ଦ୍ରବ୍ୟ ଅପେକ୍ଷା ଅଧିକ ଭଲ ଓ ଅଧିକ ଗୁଣାତ୍ମକ ବୋଲି ବିବେଚନା କରିଥା’ନ୍ତି । ଏହା ସମ୍ପୂର୍ଣ୍ଣ ବଜାରକୁ ଅନେକ ଉପ-ବଜାରରେ ବିଭକ୍ତ କରିଥାଆନ୍ତି, ଯାହାପାଇଁ ସ୍ବତନ୍ତ୍ର ପ୍ରତିଷ୍ଠାନଗୁଡ଼ିକର ମଧ୍ୟ ଏକାଧିକାର ଅବସ୍ଥା ରହିଥାଏ ।

(vi) ଦାମ୍-ରହିତ ପ୍ରତିଯୋଗିତା – ଏକାଧ୍ୟାକାରମୂଳକ ପ୍ରତିଯୋଗିତାର ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ଦାମ୍-ରହିତ ପ୍ରତିଯୋଗିତା ଯଦ୍ବାରା ବଜାରରେ ପ୍ରତିଷ୍ଠାନଗୁଡ଼ିକ ଗ୍ରାହକମାନଙ୍କୁ ଜିଣିବାକୁ ଚେଷ୍ଟା କରିଥା’ନ୍ତି । ଦାମ୍ ହ୍ରାସ କରିବା ବ୍ୟତୀତ ପ୍ରତିଯୋଗୀମାନଙ୍କ ସହିତ ଅନ୍ୟାନ୍ୟ ପଦ୍ଧତିଦ୍ୱାରା ପ୍ରତିଯୋଗିତା କରିବା ସମ୍ଭବ ହୋଇପାରିବ ।

ସେଗୁଡ଼ିକ ମଧ୍ୟରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦ୍ରବ୍ୟର ମରାମତି କରିବାର ପ୍ରତିଶ୍ରୁତି, ବିକ୍ରୟ ପରେ ସେବା, ରିହାତି କିମ୍ବା ପରିବହନ ଖର୍ଚ୍ଚ ଛାଡ଼ ଇତ୍ୟାଦି ଅନ୍ତର୍ଭୁକ୍ତ । ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର ବିକ୍ରୟ ପାଇଁ ଗ୍ରାହକମାନଙ୍କୁ ଆକୃଷ୍ଟ କରିବାର ଏଗୁଡ଼ିକ ଗୁପ୍ତ ଅବଲମ୍ବନ ଅଟେ ।

(vii) ଚାହିଦାରେଖାର ଆକୃତି – ଏ ପ୍ରକାର ବଜାରରେ, ପ୍ରତିଷ୍ଠାନ ଏକ ନିମ୍ନଗାମୀ ଚାହିଦା ରେଖାର ସମ୍ମୁଖୀନ ହୋଇଥା’ନ୍ତି । କାରଣ ପ୍ରତିଷ୍ଠାନ ବଜାରକୁ କିଛି ମାତ୍ରାରେ ପ୍ରଭାବିତ କରିପାରେ, ଯେହେତୁ ଦ୍ରବ୍ୟ ବିଭେଦନ ଏ ପ୍ରକାର ବଜାରର ଏକ ବୈଶିଷ୍ଟ୍ୟ । ମାତ୍ର କେତେ ମାତ୍ରାରେ ପ୍ରତିଷ୍ଠାନ ବଜାରକୁ ପ୍ରଭାବିତ କରି ନିଜ ଲାଭରେ ରଖୂପାରିବ ତାହା ଦ୍ରବ୍ୟ ପ୍ରତି ଉପଭୋକ୍ତାମାନଙ୍କର ପସନ୍ଦ ବା ରୁଚି ଉପରେ ନିର୍ଭର କରେ ।

ଦ୍ଵିତୀୟରେ, ସେହି ଏକା ଦ୍ରବ୍ୟକୁ ଅନ୍ୟ ପ୍ରତିଯୋଗୀମାନେ ଉତ୍ପାଦନ କରି ଯୋଗାଣ କରନ୍ତି । ନିକଟତମ ବିକଳ୍ପ ଦ୍ରବ୍ୟ ଯୋଗାଣ କରୁଥିବା ପ୍ରତିଦ୍ବନ୍ଦୀମାନଙ୍କର ଆଡୁ ଆସୁଥୁବା ପ୍ରତିଯୋଗିତାକୁ ପ୍ରଥମ ପ୍ରତିଷ୍ଠାନ କେତେଦୂର ପ୍ରତିହତ କରିପାରୁଛି, ତାହା ଉପରେ ମଧ୍ୟ ପ୍ରଥମ ପ୍ରତିଷ୍ଠାନର ବଜାର ପ୍ରଭାବ ନିର୍ଭର କରେ ।

ଏଣୁ ଏକାଧିକାରମୂଳକ ପ୍ରତିଯୋଗିତା ବଜାରରେ, ଏକ ପ୍ରତିଷ୍ଠାନର ଚାହିଦା ରେଖ ଏକାଧ୍ଵରା ପ୍ରତିଷ୍ଠାନର ଚାହିଦା ରେଖା ଅପେକ୍ଷା ଅଧୂକ ସ୍ଥିତିସ୍ଥାପକ ବା ନମନୀୟ ।

ଏହାର କାରଣ ହେଲା ଏକାଧିକାରୀ ପ୍ରତିଯୋଗିତା ଉତ୍ପାଦିତ ହେଉଥିବା ଦ୍ରବ୍ୟର ବହୁତ ନିକଟତମ ବିକଳ୍ପ ଦ୍ରବ୍ୟ ବଜାରରେ ମିଳୁଥିବା ସମୟରେ ଏକାଧିକାରୀଙ୍କ ପ୍ରତିଷ୍ଠାନର ଦ୍ରବ୍ୟ ନିକଟତମ ବିକଳ୍ପ ବଜାରରେ ମିଳେ ନାହିଁ ।

CHSE Odisha Class 12 Economics Chapter 10 Long Answer Questions in Odia Medium 7

ଚିତ୍ରରେ ଦର OP ରୁ OP କୁ ହ୍ରାସ ହେଲେ ବିକ୍ରୟ ପରିମାଣ OQ ରୁ OQ1 କୁ ବୃଦ୍ଧି ପାଉଛି ।

8. ଅଧିକାର କହିଲେ କ’ଣ ବୁଝ ? ତାହାର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ଆଲୋଚନା କର ।
Answer:
ଅଚ୍ଛାଧିକାର ଅସମ୍ପୂର୍ଣ୍ଣ ପ୍ରତିଯୋଗିତା ବଜାରର ଏକ ଉଦାହରଣ । ଅଚ୍ଛାଧିକାର ବଜାରରେ ଏକାଧିକାର ବଜାରର କିଛି ଲକ୍ଷଣ ଓ ଏକାଧିକାରମୂଳକ ପ୍ରତିଯୋଗିତା ବଜାରର କିଛି ଲକ୍ଷଣ ଦେଖାଯାଏ । ଏକାଧିକାର ବଜାରରେ ପ୍ରତିଦ୍ବନ୍ଦିତା ନଥାଏ । ଏକାଧ୍ୟାକାରମୂଳକ ପ୍ରତିଯୋଗିତାରେ ପ୍ରତିଷ୍ଠାନମାନଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଥାଏ, କାରଣ ଏହି ପ୍ରତିଷ୍ଠାନମାନେ ନିକଟତମ ବିକଳ୍ପ ଥିବା ଦ୍ରବ୍ୟ ସବୁ ଉତ୍ପାଦନ କରନ୍ତି ।

ଅଳ୍ପାତ୍‌ର ବଜାରରେ ଅଳ୍ପ କେତେଜଣ ବୃହତ୍ ପ୍ରତିଷ୍ଠାନ ବା ବିକ୍ରେତା ପରସ୍ପର ସହିତ ପ୍ରତିଦ୍ବନ୍ଦିତା କରି ଏକ ଦ୍ରବ୍ୟ ଉତ୍ପାଦନ ଓ ବିକ୍ରୟ କରନ୍ତି । ଯେହେତୁ ଜଣେ ବିକ୍ରେତା ବା ଉତ୍ପାଦନକାରୀ ଦ୍ରବ୍ୟର ଏକ ବୃହତ୍ ଅଂଶ ଉତ୍ପାଦନ ଓ ବିକ୍ରୟ କରନ୍ତି, ସେ ଦର ଓ ଉତ୍ପାଦ ପରିମାଣକୁ ଯଥେଷ୍ଟ ପ୍ରଭାବିତ କରିପାରନ୍ତି ।

CHSE Odisha Class 12 Economics Chapter 10 Long Answer Questions in Odia Medium

ଅଚ୍ଛାଧିକାର ବଜାରର ଲକ୍ଷଣ – ଅଳ୍ପାକାର ବଜାରରେ ନିମ୍ନଲିଖିତ ବୈଶିଷ୍ଟ୍ୟମାନ ଦେଖିବାକୁ ମିଳେ ।
(i) ପରସ୍ପର ନିର୍ଭରଶୀଳତା – ପରସ୍ପର ନିର୍ଭରଶୀଳତା ଏହି ବଜାରର ଏକ ଗୁରୁତ୍ଵପୂର୍ଣ୍ଣ ବୈଶିଷ୍ଟ୍ୟ ଅଟେ । ଅଛ କେତେକ ପ୍ରତିଷ୍ଠାନ ଉତ୍ପାଦନରତ ଥିବାରୁ କୌଣସି ଗୋଟିଏ ପ୍ରତିଷ୍ଠାନ ସ୍ଵାଧୀନ ଭାବରେ ଦର ସମ୍ବନ୍ଧୀୟ ନିଷ୍ପତ୍ତି ଗ୍ରହଣ କରିପାରନ୍ତି ନାହିଁ ।

ପ୍ରତ୍ୟେକ ପ୍ରତିଷ୍ଠାନ ଦ୍ରବ୍ୟର ଦାମ୍ ଓ ଉତ୍ପାଦନର ପରିମାଣ ସ୍ଥିର କଲାବେଳେ ଅନ୍ୟ ପ୍ରତିଦ୍ବନ୍ଦୀ ପ୍ରତିଷ୍ଠାନମାନଙ୍କର ପ୍ରତିକ୍ରିୟାକୁ ବିଚାରକୁ ନେଇଥା’ନ୍ତି । ଏହାଦ୍ୱାରା ପ୍ରତିଷ୍ଠାନଗୁଡ଼ିକର ବ୍ୟାବସାୟିକ ନିଷ୍ପତ୍ତି ସ୍ଵାଧୀନ ନ ହୋଇ ପ୍ରତିଯୋଗୀମାନଙ୍କ ଉପରେ ନିର୍ଭରଶୀଳ ହୋଇଥାଏ । ତେଣୁ ଅନ୍ଧାଧିକାର ବଜାରରେ ଦର ନିର୍ଦ୍ଧାରଣ ପଦ୍ଧତି ଅତ୍ୟନ୍ତ ଜଟିଳ ହୋଇଥାଏ ।

(ii) ଅସଂଖ୍ୟକ ବିକ୍ରେତା – ଅଚ୍ଛାଧ୍ୟାର ବଜାରରେ ଅଳ୍ପସଂଖ୍ୟକ ବିକ୍ରେତା ଓ ଅନେକ କ୍ରେତା ଥାଆନ୍ତି । ବିକ୍ରେତାଙ୍କ ସଂଖ୍ୟା ଅଳ୍ପ ହୋଇଥିବାରୁ, ପ୍ରତ୍ୟେକ ବିକ୍ରେତା ଉତ୍ପାଦନର ଏକ ଉଲ୍ଲେଖନୀୟ ଅଂଶକୁ ନିୟନ୍ତ୍ରଣ କରନ୍ତି ଓ ଦରକୁ ପ୍ରଭାବିତ କରିପାରନ୍ତି । ଜଣେ ବିକ୍ରେତା ତାଙ୍କ ଦ୍ରବ୍ୟର ଦର ହ୍ରାସ କରି ବିକ୍ରୟ ବୃଦ୍ଧି କରିପାରନ୍ତି । ଏହା ଅନ୍ୟ ବିକ୍ରେତାମାନଙ୍କର ଲାଭକୁ ପ୍ରଭାବିତ କରେ । ପ୍ରତ୍ୟେକ ବିକ୍ରେତାଙ୍କର ଅନ୍ୟ ବିକ୍ରେତାମାନଙ୍କ ଉପରେ ସିଧାସଳଖ ପ୍ରଭାବ ରହେ ।

(iii) ବିକ୍ରୟ ପରିବ୍ୟୟ ଓ ବିଜ୍ଞାପନ – ଅଚ୍ଛାଧ୍ୟାର ବଜାରରେ ଦ୍ରବ୍ୟର ଦାମ୍ ହ୍ରାସ ଘଟାଇ ବିକ୍ରୟ ବୃଦ୍ଧି ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଥାଏ । ଏହା ଫଳରେ ପ୍ରତିଯୋଗୀ ପ୍ରତିଷ୍ଠାନମାନଙ୍କ ମଧ୍ୟରେ ଦାମ୍-ଯୁଦ୍ଧ ଦେଖାଦେଇଥାଏ । ଏହାସହିତ, ଏହି ବଜାରରେ ପ୍ରତିଷ୍ଠାନଗୁଡ଼ିକ ନିଜ ନିଜର ବିକ୍ରିକୁ ପ୍ରୋତ୍ସାହିତ କରିବାପାଇଁ ବିଜ୍ଞାପନ ବାବଦରେ ବହୁ ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହୋଇଥାଆନ୍ତି । ତେଣୁ ଅଚ୍ଛାଧିକାର ବଜାରରେ ବିଜ୍ଞାପନ ଏକ ଜୀବନ-ମରଣ ଘଟଣା ହୋଇଥାଏ ।

(iv) ଗୋଷ୍ଠୀଗତ ବ୍ୟବହାର – ଅଳ୍ପାତ୍‌ର ବଜାରରେ ପ୍ରତିଷ୍ଠାନଗୁଡ଼ିକ ପରସ୍ପର ନିର୍ଭରଶୀଳ ହୋଇଥିବାରୁ ସେମାନେ ମିଳିତ ହୋଇ ସେମାନଙ୍କର ସାଧାରଣ ହିତ ସାଧନ ପାଇଁ କାର୍ଯ୍ୟ କରିଥାଆନ୍ତି । ପରସ୍ପର ମଧ୍ୟରେ ପ୍ରତିଦ୍ଵନ୍ଦିତା ଥାଇ ମଧ୍ୟ କେବଳ ବ୍ୟକ୍ତିଗତ ଲାଭ ସାଧନ ପାଇଁ ସମସ୍ତେ ଏକତ୍ରିତ ଭାବେ କାର୍ଯ୍ୟ କରନ୍ତି ।

(v) ଅନିଶ୍ଚିତତା – ଅନିଶ୍ଚିତତା ଅଧିକାର ବଜାରର ଅନ୍ୟ ଏକ ଲକ୍ଷଣ । ଅନ୍ଧାଧିକାର ବଜାରରେ ଜଣେ ବିକ୍ରେତା ଦର ପରିବର୍ତ୍ତନ କଲେ ଅନ୍ୟ ବିକ୍ରେତାମାନେ ତାଙ୍କୁ ଅନୁସରଣ କରିବେ କି ନାହିଁ, ତାହା ହେଉଛି ଅନିଶ୍ଚିତତା ତେଣୁ କ୍ଷତି ସହିବାର ଯଥେଷ୍ଟ ସମ୍ଭାବନା ଥାଏ ।

(vi) ଚାହିଦା। ରେଖାର ଅନିଶ୍ଚିତତା – ଅଚ୍ଛାଧ୍ୟାର ବଜାରରେ ଚାହିଦା ଲେଖା ଅନିଶ୍ଚିତ ତଥା ଅନିର୍ଦ୍ଧାରିତ ହୋଇଥାଏ । ଏଠାରେ ପ୍ରତିଷ୍ଠାନଗୁଡ଼ିକ ନିଷ୍ପତ୍ତି ଗ୍ରହଣ କରିବାରେ ପରସ୍ପର ଉପରେ ନିର୍ଭରଶୀଳ ହୋଇଥିବାରୁ ଗୋଟିଏ ପ୍ରତିଷ୍ଠାନ ତା’ର ଦର ପରିବର୍ତ୍ତନ କଲେ ତାହା ଅନ୍ୟ ପ୍ରତିଦ୍ଧହୀ ପ୍ରତିଷ୍ଠାନମାନଙ୍କର ବିକ୍ରିକୁ ପ୍ରଭାବିତ କରିଥାଏ । ଫଳରେ କ୍ଷତିଗ୍ରସ୍ତ ପ୍ରତିଷ୍ଠାନଟି ସେହି ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହୋଇଥାଆନ୍ତି ।

ଅର୍ଥାତ୍ ଜଣେ ଦର ପରିବର୍ତ୍ତନ କଲେ ଅନ୍ୟମାନେ ମଧ୍ୟ ସେହି ପନ୍ଥା ଗ୍ରହଣ କରିଥାଆନ୍ତି । ଏହାଦ୍ଵାରା ଚାହିଦା ରେଖା ଅନିଶ୍ଚିତ ହେବା ସଙ୍ଗେ ସଙ୍ଗେ ପରିବର୍ତ୍ତନଶୀଳ ମଧ୍ୟ ହୋଇଥାଏ ।

BSE Odisha 9th Class Physical Science Notes Chapter 7 ମହାକର୍ଷଣ

Odisha State Board BSE Odisha 9th Class Physical Science Notes Chapter 7 ମହାକର୍ଷଣ will enable students to study smartly.

BSE Odisha Class 9 Physical Science Notes Chapter 7 ମହାକର୍ଷଣ

→ ଉପକ୍ରମ (Introduction) :
(i) ଗୋଟିଏ ବସ୍ତୁର ଗତିର ଦିଗ ଓ ବେଗରେ ପରିବର୍ତ୍ତନ ପାଇଁ ବଳ ଆବଶ୍ୟକ ହୋଇଥାଏ । ପୃଥିବୀ ଉପରେ କିଛି ଉଚ୍ଚତାରୁ ପଡୁଥିବା ବସ୍ତୁର ଗତିର ଦିଗ ସର୍ବଦା ପୃଥ‌ିବୀର କେନ୍ଦ୍ର ଆଡ଼କୁ ନିମ୍ନଗାମୀ ହୋଇଥାଏ ।
(ii) ସୂର୍ଯ୍ୟ ଚତୁର୍ଦ୍ଦିଗରେ ଗ୍ରହମାନେ ଓ ପୃଥ‌ିବୀ ଚାରିପଟେ ଚନ୍ଦ୍ର ଅହରହ ଘୂର୍ଣ୍ଣନ କରନ୍ତି । ଉଚ୍ଚରୁ ତଳକୁ ପଢୁଥ‌ିବା ବସ୍ତୁ ଉପରେ ଏବଂ ଘୂର୍ଣ୍ଣନରତ ଗ୍ରହ ଓ ଚନ୍ଦ୍ର ଉପରେ ନିଶ୍ଚିତଭାବେ କୌଣସି ବାହ୍ୟବଳ ‘କାର୍ଯ୍ୟ କରୁଛି । ଏହି ବଳ ପ୍ରଭାବରେ ଏମାନେ ଗତି କରୁଛନ୍ତି ।
(iii) ସାର୍ ଆଇଜାକ୍ ନିଉଟନ୍ ଙ୍କ ମତରେ, ଏ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବଳର ଲକ୍ଷଣ ଏକ ଓ ଅଭିନ୍ନ ଅଟେ । ଏହି ବଳକୁ ମହାକର୍ଷଣ ବଳ (Gravitational force) କୁହାଯାଏ ।

→ ମହାକର୍ଷଣ (Gravitation):
(i) ଖଣ୍ଡିଏ ସୂତାର ଗୋଟିଏ ମୁଣ୍ଡରେ ଏକ ଛୋଟ ଗୋଲକଟିଏ ବାନ୍ଧି ଅନ୍ୟ ମୁଣ୍ଡଟିକୁ ହାତରେ ଧରି ଗୋଲକଟିକୁ ବୁଲାଇଲେ, ବୃତ୍ତାକାର ପଥରେ ଘୂରିଲାବେଳେ ଗୋଲକର ଗତିର ଦିଗ ସେହି ବୃତ୍ତାକାର ପଥର ପ୍ରତ୍ୟେକ ବିନ୍ଦୁରେ ପରିବର୍ତ୍ତିତ ହୋଇଥାଏ ।
(ii) ଘୂର୍ଣ୍ଣନରତ ଗୋଲକରେ ତା’ର ପରିବେଗର ପରିବର୍ତ୍ତନ ଯୋଗୁ ତ୍ଵରଣ ଥାଏ । ଏହି ତ୍ଵରଣ ଯେଉଁ ବଳଦ୍ଵାରା ସୃଷ୍ଟି ହୁଏ, ତାହାକୁ କେନ୍ଦ୍ରାଭିସାରୀ (centripetal) ବଳ କୁହାଯାଏ । ଏହି ବଳର ଦିଗ ସର୍ବଦା ବୃତ୍ତାକାର ଘୂର୍ଣ୍ଣନ ପଥର କେନ୍ଦ୍ର ଆଡ଼କୁ ରହିଥାଏ ।
(iii) କେନ୍ଦ୍ରାଭିସାରୀ ବଳ ଯେତେ ସମୟ ପାଇଁ ଗୋଲକ ଉପରେ କାର୍ଯ୍ୟ କରେ ସେହି ସମୟ ପର୍ଯ୍ୟନ୍ତ ଗୋଲକଟି ଘୂରୁଥାଏ ।
(iv) ସୂତାଟି ଛିଣ୍ଡିଗଲେ ବା ସୂତାକୁ ଛାଡ଼ିଦେଲେ ଏହି କେନ୍ଦ୍ରାଭିସାରୀ ବଳ ଉଭେଇ (vanish) ଯାଏ । ଗୋଲକଟି ସେହି ପଥରୁ ବିଚ୍ୟୁତ ହୋଇ ବୃତ୍ତପ୍ରତି ଥିବା ସ୍ପର୍ଶକ ଦିଗରେ ଏକ ସରଳରେଖାରେ ବୃତ୍ତଠାରୁ ବିଚ୍ଛିନ୍ନ ହୋଇ ଚାଲିଯାଏ ।
(v) ଗଛରୁ ଛିଣ୍ଡିଗଲା ପରେ ସେଓ ପୃଥ‌ିବୀ ଆଡ଼କୁ ଆକର୍ଷିତ ହୋଇ ତଳକୁ ଖସିପଡ଼େ । ନିଉଟନ୍‌ଙ୍କ ତୃତୀୟ ଗତି ନିୟମାନୁ ସାରେ ସେଓଟି ମଧ୍ଯ ପୃଥ‌ିବୀକୁ ନିଜ ଆଡ଼କୁ ଆକର୍ଷିତ କରେ ।
BSE Odisha 9th Class Physical Science Notes Chapter 7 ମହାକର୍ଷଣ - 1
(vi ) ନିଉଟନ୍‌ଙ୍କ ଦ୍ଵିତୀୟ ଗତି ନିୟମାନୁ ସାରେ,
ବଳ = ବସ୍ତୁତ୍ଵ x ତ୍ଵରଣ । F = m × a ⇒ a = \(\frac {F}{m}\)
ଯଦି ପ୍ରଯୁକ୍ତ ବଳ ସ୍ଥିର ରହେ ତେବେ a ∝ \(\frac {1}{m}\)
ଅର୍ଥାତ୍ ଏକ ସ୍ଥିର ବଳଦ୍ଵାରା ବସ୍ତୁରେ ସୃଷ୍ଟି ହେଉଥ‌ିବା ତ୍ଵରଣ ବସ୍ତୁର ବସ୍ତୁତ୍ଵ ସହିତ ପ୍ରତିଲୋମାନୁପାତୀ ହୋଇଥାଏ ।
(vii) ପୃଥ‌ିବୀର ବସ୍ତୁତ୍ୱ ସେଓର ବସ୍ତୁତ୍ୱଠାରୁ ଯଥେଷ୍ଟ ଅଧ‌ିକ ହୋଇଥିବାରୁ ସେଓର ଆକର୍ଷଣ ବଳଦ୍ଵାରା ପୃଥ‌ିବୀରେ ଅତି ଅଳ୍ପ ଓ ନଗଣ୍ୟ ତ୍ଵରଣ ସୃଷ୍ଟି ହୁଏ । ତେଣୁ ପୃଥ‌ିବୀ ସେଓ ଆଡ଼କୁ ଗତି କରିବା ଜଣାପଡ଼େ ନାହିଁ ।
(ix) ଏହି କାରଣରୁ ଚନ୍ଦ୍ର ପୃଥ‌ିବୀକୁ ଆକର୍ଷଣ କରେ କିନ୍ତୁ ପୃଥ‌ିବୀ ଚନ୍ଦ୍ରପଟେ ଘୂରି ନଥାଏ ।
(x) ସୂର୍ଯ୍ୟ ଓ ପ୍ରତ୍ୟେକ ଗ୍ରହ ମଧ୍ଯରେ ଏକ ବଳ କାର୍ଯ୍ୟ କରୁଥିବାରୁ ପ୍ରତ୍ୟେକ ଗ୍ରହ ସୂର୍ଯ୍ୟ ଚାରିପଟେ ଘୂରନ୍ତି।
(xi) ପୃଥ‌ିବୀର ମହାକର୍ଷଣ ବଳକୁ ଏକ ବିଶେଷ ନାମ ଦେଇ ମାଧ୍ୟାକର୍ଷଣ ବଳ (Force of gravity) କୁହାଯାଏ ।

BSE Odisha 9th Class Physical Science Notes Chapter 7 ମହାକର୍ଷଣ

→ ମାଧ୍ୟାକର୍ଷଣର ସର୍ବଭାରତୀୟ ନିୟମ (Universal Law of Gravitation):
ବିଶ୍ଵର ପ୍ରତ୍ୟେକ ବସ୍ତୁ ଅନ୍ୟ ବସ୍ତୁକୁ ନିଜ ଆଡ଼କୁ ଆକର୍ଷଣ କରେ । ଏହି ଆକର୍ଷଣ ବଳର ପରିମାଣ ବସ୍ତୁତ୍ଵୟର ବସ୍ତୁତ୍ଵର ଗୁଣଫଳ ସହ ସମାନୁପାତୀ ଏବଂ ସେମାନଙ୍କ ବସ୍ତୁତ୍ଵ କେନ୍ଦ୍ର ମଧ୍ୟରେ ଥ‌ିବା ଦୂରତାର ବର୍ଗ ସହ ପ୍ରତିଲୋମାନୁପାତୀ ଅଟେ । ଏହି ବଳ ବସ୍ତୁଦ୍ଵୟର ବସ୍ତୁତ୍ଵ କେନ୍ଦ୍ରକୁ ସଂଯୋଗ କରୁଥିବା ସରଳରେଖା ଦିଗରେ କାର୍ଯ୍ୟକାରୀ ହୁଏ । ଏହାକୁ ସାର୍ବଜନୀନ ମହାକର୍ଷଣ ନିୟମ କୁହାଯାଏ ।
BSE Odisha 9th Class Physical Science Notes Chapter 7 ମହାକର୍ଷଣ - 2

ଗାଣିତିକ ବ୍ୟାଖ୍ୟା :
(i) ମନେକର A ଓ B ବସ୍ତୁଦ୍ଵୟର ବସ୍ତୁତ୍ଵ ଯଥାକ୍ରମେ M ଓ m । A ଓ B ମଧ୍ୟରେ ଦୂରତା = d
ବସ୍ତୁଦ୍ଵୟ ମଧ୍ଯରେ କାର୍ଯ୍ୟ କରୁଥିବା ମହାକର୍ଷଣ ବଳ = F
ମହାକର୍ଷଣ ନିୟମ ଅନୁ ଯାୟୀ F ∝ M x m ………….(1)
ଏବଂ F ∝ \(\frac{1}{\mathrm{~d}^2}\) ………….(2)
(1) ଓ (2) ରୁ F ∝ \(\frac{\mathrm{M} \times \mathrm{m}}{\mathrm{d}^2}\) ⇒ F = G \(\begin{gathered}\mathrm{M} \times \mathrm{m} \\\mathrm{d}^2\end{gathered}\) ………….(3)
ଏଠାରେ ଓ ଏକ ସମାନୁ ପାତୀ ସ୍ଥିରାଙ୍କ । ଏହାକୁ ମଧ୍ୟ ସାର୍ବଜନୀନ ମହାକର୍ଷଣୀୟ ସ୍ଥିରାଙ୍କ (Universal Gravitational Constant) କୁହାଯାଏ ।
(ii) G ର ମୂଲ୍ୟ ବସ୍ତୁଗୁଡ଼ିକର ପ୍ରକୃତି, ଗଠନ, ସେମାନଙ୍କର ବସ୍ତୁତ୍ଵ ବା ଅବସ୍ଥାନ ଉପରେ ନିର୍ଭର କରେ ନାହିଁ ।
(iii) ଏହାର ମୂଲ୍ୟ ସର୍ବତ୍ର ସମାନ । ତେଣୁ ଏହାକୁ ସାର୍ବଜନୀନ ମହାକର୍ଷଣୀୟ ଧ୍ରୁବାଙ୍କ କୁହାଯାଏ ।
(iv) ଦୁଇଟି ବସ୍ତୁ ମଧ୍ୟରେ କାର୍ଯ୍ୟ କରୁଥିବା ମହାକର୍ଷଣ ବଳ ସେହି ବସ୍ତୁଦ୍ଵୟର ବସ୍ତୁତ୍ଵ ଓ ସେମାନଙ୍କ ମଧ୍ୟରେ ଥିବା ଦୂରତ୍ଵ ଉପରେ ନିର୍ଭର କରେ । ଏହି ବଳ ସେହି ବସ୍ତୁଦ୍ଵୟକୁ ଯୋଗ କରୁଥିବା ସରଳରେଖା ଦିଗରେ କାର୍ଯ୍ୟ କରେ ।
(v) ଯଦି M = m = 1 କି.ଗ୍ରା.
ଏବଂ d = 1 ମିଟର ହୁଏ,
ତେବେ F = G = 6.673 x 10-11 ନିଉଟନ୍ ମି/କି.ଗ୍ରା ହେବ ।
(vi) ମହାକର୍ଷଣ ବଳର ପରିମାଣ ବହୁତ କମ୍ ହୋଇଥ‌ିବାରୁ ଏହାକୁ ଦୁର୍ବଳ ବଳ (weak force of nature) କୁହାଯାଏ ।

BSE Odisha 9th Class Physical Science Notes Chapter 7 ମହାକର୍ଷଣ

→ ମାଧ୍ୟାକର୍ଷଣର ସର୍ବଭାରତୀୟ ନିୟମର ଗୁରୁତ୍ୱ (Importance of the Universal Law of Gravitation):
(i) ମହାକର୍ଷଣ ବଳ ଯୋଗୁଁ ସମସ୍ତ ଜୀବଜଗତ ପୃଥ‌ିବୀ ପୃଷ୍ଠରେ ଅବସ୍ଥାନ କରିଛନ୍ତି ।
(ii) ଏହି ବଳ ଯୋଗୁଁ ସୂର୍ଯ୍ୟ ଚାରିପଟେ ଗ୍ରହମାନେ ଓ ପୃଥବୀ ଚାରିପଟେ ଚନ୍ଦ୍ର ଅହରହ ଘୂରୁଛନ୍ତି ।
(iii) ସମସ୍ତ ଜଡ଼ୀୟ ବସ୍ତୁର ଗତି ଓ ସ୍ଥିତି ଏହି ବଳ ଉପରେ ନିର୍ଭର କରେ ।

→ ମୁକ୍ତ ପତନ (Free Fall) :
(i) ବସ୍ତୁଟିଏ ଉପରୁ ତଳକୁ ପୃଥ‌ିବୀ ଆଡ଼କୁ ଖସିଲାବେଳେ ତାହା କେବଳ ପୃଥ‌ିବୀର ମହାକର୍ଷଣ ବଳ ଯୋଗୁଁ ଖସେ । ବସ୍ତୁର ଏପ୍ରକାର ଗତିକୁ ମୁକ୍ତ ପତନ (Free Fall) କୁହାଯାଏ ।
(ii) ଯଦି ଗୋଟିଏ ବସ୍ତୁ କେବଳ ମହାକର୍ଷଣ ବଳର ପ୍ରଭାବ ଯୋଗୁଁ ଗତି କରୁଥାଏ ତେବେ ତାହାର ଗତିକୁ ମୁକ୍ତପତନ ଗତି କୁହାଯାଏ ।
(iii) ପୃଥ‌ିବୀର ଆକର୍ଷଣ ବା ମାଧ୍ୟାକର୍ଷଣ ଯୋଗୁଁ ଜାତ ହେଉଥ‌ିବା ତ୍ଵରଣକୁ ମାଧ୍ୟାକର୍ଷଣଜନିତ ତ୍ଵରଣ (acceleration due to gravity) କୁହାଯାଏ ।
(iv) ମାଧ୍ୟାକର୍ଷଣଜନିତ ତ୍ଵରଣକୁ ‘g’ ଅକ୍ଷରଦ୍ଵାରା ସୂଚିତ କରାଯାଏ । ଏହାର ଦିଗ ସର୍ବଦା ତଳକୁ ଅର୍ଥାତ୍ ପୃଥ‌ିବୀ ଆଡ଼କୁ ହୋଇଥାଏ ।
(v) ବସ୍ତୁଟିଏ ତଳକୁ ପଡ଼ୁଥିବାବେଳେ ତ୍ଵରଣ ଗତି ଦିଗରେ ହେଉଥ‌ିବାରୁ ଏହାକୁ ଯୁକ୍ତାତ୍ମକ ଓ ବସ୍ତୁଟି ଉପରକୁ ଯାଉଥ‌ିବାବେଳେ ତ୍ଵରଣର ଦିଗ ଗତି ଦିଗର ବିପରୀତ ହୋଇଥିବାରୁ ଏହାକୁ ବିଯୁକ୍ତାତ୍ମକ ବୋଲି ଧରାଯାଏ ।

g ଓ G ମଧ୍ୟରେ ସଂପର୍କ :
(i) ନିଉଟନ୍‌ଙ୍କ ଗତିର ଦ୍ଵିତୀୟ ନିୟମାନୁସାରେ, ବଳର ପରିମାଣ ବସ୍ତୁତ୍ଵ ଓ ତ୍ଵରଣର ଗୁଣଫଳ ସହ ସମାନ । ମନେକର
(ii) m ବସ୍ତୁତ୍ଵର ଏକ ବସ୍ତୁ ମୁକ୍ତଭାବରେ ଭୂପୃରେ ପଡୁଛି । ଏଠାରେ ବସ୍ତୁର ତ୍ଵରଣ = ମାଧ୍ୟାକର୍ଷଣ ଜନିତ ତ୍ଵରଣ = g I
ପୃଥ‌ିବୀଦ୍ଵାରା ବସ୍ତୁ ଉପରେ ପ୍ରୟୋଗ ହେଉଥିବା ବଳ, F = mg ………….(1)
ପୃଥ‌ିବୀ ଓ ବସ୍ତୁ ମଧ୍ୟରେ ମହାକର୍ଷଣ ବଳ, F = G \(\begin{gathered}\mathrm{M} \times \mathrm{m} \\\mathrm{d}^2\end{gathered}\) ………….(2)
ସମୀକରଣ (1) ଓ (2)ରୁ mg = G \(\begin{gathered}\mathrm{M} \times \mathrm{m} \\\mathrm{d}^2\end{gathered}\) ⇒g = \(\frac{\mathrm{GM}}{\mathrm{d}^2}\) ………….(3)
ଏଠାରେ M = ପୃଥ‌ିବୀର ବସ୍ତୁତ୍ଵ ଓ d = ପୃଥ‌ିବୀଠାରୁ ବସ୍ତୁର ଦୂରତା ।
(iii) ମନେକର ବସ୍ତୁଟି ପୃଥ‌ିବୀ ପୃଷ୍ଠରେ ଅବସ୍ଥାନ କରୁଛି । ଏଠାରେ d = R = ପୃଥ‌ିବୀର ବ୍ୟାସାର୍ଦ୍ଧ । ସମୀକରଣ (3)ରେ d = R ସ୍ଥାପନ କଲେ g = \(\frac{\mathrm{GM}}{\mathrm{d}^2}\) …………….(4)
(iv) ପୃଥିବୀପୃଷ୍ଠରେ gର ମୂଲ୍ୟ Rର ମୂଲ୍ୟ ଉପରେ ନିର୍ଭର କରେ ଏବଂ gର ମୂଲ୍ୟ R2 ସହିତ ପ୍ରତି କେ। ମାନୁପାତୀ ଅଟେ ।

→ G ର ମୂଲ୍ୟ ଗଣନା କରିବାକୁ (To calculate the value of g):
ସାର୍ବଜନୀନ ମହାକର୍ଷଣୀୟ ଧ୍ରୁବାଙ୍କ G = 6.7 x 10-11 ନିଉଟନ୍ ମି. କି.ଗ୍ରା2
ପୃଥ‌ିବୀର ବସ୍ତୁତ୍ଵ M = 6 x 1024 କି.ଗ୍ରା., ପୃଥ‌ିବୀର ବ୍ୟାସାର୍ଦ୍ଧ R = 6.4 x 106 ମିଟର
BSE Odisha 9th Class Physical Science Notes Chapter 7 ମହାକର୍ଷଣ - 3
∴ ମାଧ୍ୟାକର୍ଷଣଜନିତ ତରଣ (g)ର ମୂଲ୍ୟ ୨୫ ମି. /ସେ2 |

BSE Odisha 9th Class Physical Science Notes Chapter 7 ମହାକର୍ଷଣ

→ ମାଧ୍ୟାକର୍ଷଣ ବଳ ପ୍ରଭାବରେ ବସ୍ତୁର ଗତି (Motion of objects under the influence of Gravitational Force of the Earth):
(i) ମୁକ୍ତ ପତନରେ ବସ୍ତୁର ଗତି ସମୀକରଣର ରୂପ ସମତ୍ଵରଣରେ ଗତି କରୁଥିବା ବସ୍ତୁର ଗତି ସମୀକରଣର ରୂପ ସହ ସମାନ । ରୂପ ସହ ସମାନ ।
(ii) ମନେକର ଗୋଟିଏ ବସ୍ତୁ t ସମୟ ପାଇଁ ମୁକ୍ତ ପତନରେ ଖସୁଛି । ଏଠାରେ ବସ୍ତୁର ପ୍ରାରମ୍ଭିକ ବେଗ = u, ଅନ୍ତିମ ବେଗ = v ଓ ମାଧ୍ୟାକର୍ଷଣ ଜନିତ ତ୍ଵରଣ = g ଏବଂ t ସମୟରେ ବସ୍ତୁଦ୍ଵାରା ଅତିକ୍ରାନ୍ତ ଦୂରତା = s ହେଲେ,
(iii) ତ୍ଵରଣର ଦିଗ ବସ୍ତୁର ଗତି ଦିଗରେ ହେଲେ gର ମୂଲ୍ୟ ଯୁକ୍ତାତ୍ମକ ଓ ଗତି ଦିଗର ବିପରୀତ ହେଲେ gର ମୂଲ୍ୟ ବିଯୁକ୍ତାତ୍ମକ ହେବ ।

→ ମାସ (Mass):
(i) କୌଣସି ବସ୍ତୁ ମଧ୍ୟରେ ଥ‌ିବା ପଦାର୍ଥର ପରିମାଣକୁ ବସ୍ତୁର ବସ୍ତୁତ୍ଵ କୁହାଯାଏ ।
(ii) ଯେଉଁ ବସ୍ତୁର ବସ୍ତୁତ୍ଵ ଯେତେ ଅଧ‌ିକ ତାହାର ଜଡ଼ତା ସେତେ ବେଶୀ ।
(iii) ବସ୍ତୁର ବସ୍ତୁତ୍ୱ ତାହାର ଅବସ୍ଥିତି ଉପରେ ନିର୍ଭର କରେ ନାହିଁ । ଅର୍ଥାତ୍ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହେଲେ ବସ୍ତୁର ବସ୍ତୁତ୍ଵର କୌଣସି ପରବର୍ତ୍ତନ ହୁଏ ନାହିଁ ।
(iv) ବସ୍ତୁର ବସ୍ତୁତ୍ଵ ସବୁ ସ୍ଥାନରେ ସ୍ଥିର ରହେ ।
(v) ଏହା ଏକ ଅଦିଶ ରାଶି ଓ ଏହାକୁ ଭୌତିକ ନିକିତିରେ ମାପ କରାଯାଏ ।

→ ଓଜନ (Weight):
ପୃଥ‌ିବୀ ଯେଉଁ ମାଧ୍ୟାକର୍ଷଣ ବଳ ପ୍ରୟୋଗ କରି ଗୋଟିଏ ବସ୍ତୁକୁ ନିଜ ଆଡ଼କୁ ଆକର୍ଷିତ କରେ, ତାହାକୁ ଉକ୍ତ ବସ୍ତୁର ଓଜନ କୁହାଯାଏ ।
(i) ଏକ ବସ୍ତୁ ଉପରେ କ୍ରିୟାଶୀଳ ହେଉଥୁବା ପୃଥ‌ିବୀର ମାଧ୍ୟାକର୍ଷଣ ବଳକୁ ସେହି ବସ୍ତୁର ଓଜନ କୁହାଯାଏ । W= mg 620162 m = ବସ୍ତୁର ବସ୍ତୁତ୍ଵ, g = ମାଧ୍ୟାକର୍ଷଣଜନିତ ତ୍ଵରଣ ଓ W = ବସ୍ତୁର ଓଜନ ।
(ii) ଓଜନର ଏକକ ବଳର ଏକକ ସହ ସମାନ ।
(iii) ଓଜନ ଏକ ସଦିଶ ରାଶି । ଏହାର ପରିମାଣ ଓ ଦିଗ ଉଭୟ ଥାଏ । ଏହାର ଦିଗ ସର୍ବଦା ପୃଥ‌ିବୀର କେନ୍ଦ୍ର ଆଡ଼କୁ ନିମ୍ନମୁଖୀ ହୋଇଥାଏ ।
(iv) ‘g’ ର ମୂଲ୍ୟ ସବୁ ସ୍ଥାନରେ ସମାନ ନଥ‌ିବାରୁ ବସ୍ତୁର ଓଜନ ମଧ୍ୟ ସବୁ ସ୍ଥାନରେ ସ୍ଥିର ନୁହେଁ । ଭିନ୍ନ ଭିନ୍ନ ସ୍ଥାନରେ ବସ୍ତୁର ଓଜନ ଭିନ୍ନ ଭିନ୍ନ ହୋଇଥାଏ ।
(v) ଏହାକୁ କମାନୀ ନିକିତିରେ ମାପ କରାଯାଏ ।
(vi) ଏହା ଏକ ସଦିଶ ରାଶି ।

→ ଚନ୍ଦ୍ରପୃଷ୍ଠରେ ବସ୍ତୁର ଓଜନ (Weight of an object on the Moon) :
(i) ଚନ୍ଦ୍ରପୃଷ୍ଠରେ ଚନ୍ଦ୍ର ଯେଉଁ ମାଧ୍ୟାକର୍ଷଣ ବଳ ପ୍ରୟୋଗ କରି ଗୋଟିଏ ବସ୍ତୁକୁ ନିଜ ଆଡ଼କୁ ଆକର୍ଷଣ କରେ ତାହାକୁ ଚନ୍ଦ୍ରପୃଷ୍ଠରେ ଉକ୍ତ ବସ୍ତୁର ଓଜନ କୁହାଯାଏ । ପୃଥ୍ବୀ ତୁଳନାରେ ଚନ୍ଦ୍ରର ବସ୍ତୁତ୍ଵ କମ୍ ହୋଇଥିବାରୁ ଏହା ବସ୍ତୁ ଉପରେ କମ୍ ମାଧ୍ୟାକର୍ଷଣ ବଳ ପ୍ରୟୋଗ କରେ ।
(ii) ମନେକର m ବସ୍ତୁତ୍ଵ ବିଶିଷ୍ଟ ଗୋଟିଏ ବସ୍ତୁର ଓଜନ ଚନ୍ଦ୍ରପୃଷ୍ଠରେ = Wm ଚନ୍ଦ୍ରର ବସ୍ତୁତ୍ଵ = Mm ଓ ଚନ୍ଦ୍ରର ବ୍ୟାସାର୍ଦ୍ଧ = Rm ହୁଏ,
ମହାକର୍ଷଣ ବଳର ନିୟମାନୁ ଯାୟୀ, Wm = G \(\begin{gathered}\mathrm{M}_{\mathrm{m}} \times \mathrm{m} \\\mathrm{R}_{\mathrm{m}}^2\end{gathered}\) …………(1)
(iii) m ବସ୍ତୁତ୍ଵ ବିଶିଷ୍ଟ ଗୋଟିଏ ବସ୍ତୁର ଓଜନ ପୃଥ‌ିବୀପୃଷ୍ଠରେ = We ପୃଥ‌ିବୀର ବସ୍ତୁତ୍ଵ = We ଓ ପୃଥ‌ିବୀର ବ୍ୟାସାର୍ଦ୍ଧ = Re ହୁଏ,
ତେବେ We = G \(\begin{gathered}\mathrm{M}_{\mathrm{m}} \times \mathrm{m} \\\mathrm{R}_{\mathrm{m}}^2\end{gathered}\) …………(2)
BSE Odisha 9th Class Physical Science Notes Chapter 7 ମହାକର୍ଷଣ - 4
(v) ଯଦି gm = ଚନ୍ଦ୍ରପୃଷ୍ଠରେ ମାଧ୍ୟାକର୍ଷଣ ଜନିତ ତ୍ଵରଣ,
ge = ପୃଥ‌ିବୀପୃଷ୍ଠରେ ମାଧ୍ୟାକର୍ଷଣ ଜନିତ ତ୍ଵରଣ, m = ବସ୍ତୁର ବସ୍ତୁତ୍ଵ
BSE Odisha 9th Class Physical Science Notes Chapter 7 ମହାକର୍ଷଣ - 6

BSE Odisha 9th Class Physical Science Notes Chapter 7 ମହାକର୍ଷଣ

→ ଥ୍ରଷ୍ଟ ଏବଂ ଚାପ (Thrust and Pressure):
ସଂଘାତ (Thrust) :
ବସ୍ତୁର ପୃଷ୍ଠ ସହ ସଂସ୍ପର୍ଶରେ ଆସି ପୃଷ୍ଠପ୍ରତି ଲମ୍ବଭାବରେ କାର୍ଯ୍ୟ କରୁଥିବା ମୋଟ ବଳକୁ ସଂଘାତ କୁହାଯାଏ । ସଂଘାତର ଏକକ ବଳର ଏକକ ସହ ସମାନ ।

ଉଦ।ହ୍ରରଶ:
(i) ଏକ ହାତୁଡ଼ିଦ୍ଵାରା କାନ୍ଥରେ କଣ୍ଟା ପିଟିବା ସମୟରେ କଣ୍ଟାର ଚେପ୍‌ଟା ମୁଣ୍ଡରେ ବଳ ପ୍ରୟୋଗ କରିବାକୁ ହୁଏ । ଏହି ବଳ କଣ୍ଟାର ମୁନିଆ ଅଗ୍ରଭାଗରେ କାର୍ଯ୍ୟ କରିଥାଏ ଓ କାନ୍ଥ ପ୍ରତି ଲମ୍ବ ଦିଗରେ କାର୍ଯ୍ୟ କରେ ।
(ii) ବାଲି ଉପରେ ଠିଆହେଲେ ପାଦ ଦୁଇଟି ବାଲି ଭିତରକୁ ଦବିଯାଏ, କିନ୍ତୁ ବାଲି ଉପରେ ଶୋଇ ପଡ଼ିଲେ ଦେହ ବାଲି ଭିତକରୁ ଦବିଯାଏ ନାହିଁ । ଉଭୟ କ୍ଷେତ୍ରରେ ଶରୀରର ଓଜନ ବଳ ବାଲି ଉପରେ ଲମ୍ବ ଭାବରେ କାର୍ଯ୍ୟ କରିଥାଏ ।

→ ଚାପ (Pressure):
ଏକ ମଟନ ମତି ଏକକ କ୍ଷେତ୍ରଫଳ ଉପର ଲମ୍ବ ଭାବରେ କାର୍ଯ୍ୟ କରୁଥିବା ମୋଟ ବଳ ବା ସଂଘାତକୁ ଚାପ କୁହାଯାଏ । ଅର୍ଥାତ୍ ଚାପ ହେଉଛି ସଂଘାତ ଓ କ୍ଷେତ୍ରଫଳର ଅନୁପାତ ।
BSE Odisha 9th Class Physical Science Notes Chapter 7 ମହାକର୍ଷଣ - 5
ଯେଉଁଠାରେ, P = ପୃଷ୍ଠତଳ ଉପରେ ଚାପ, F = ପୃଷ୍ଠତଳ ଉପରେ ସଂଘାତ ଓ A = ପୃଷ୍ଠତଳର କ୍ଷେତ୍ରଫଳ

ଉଦ।ହ୍ରରଶ:
(i) କାନ୍ଥ ଉପରେ କଣ୍ଟାର ଚେପ୍‌ଟା ମୁଣ୍ଡ ରଖ୍ ମୁନିଆଁ ଅଗ୍ରଭାଗରେ ହାତୁଡିରେ ବଳ ପ୍ରୟୋଗ କଲେ କଣ୍ଟାଟି କାନ୍ଥରେ ପଶେନାହିଁ; କିନ୍ତୁ କାନ୍ଥରେ କଣ୍ଟାର ମୁନିଆଁ ଅଗ୍ରଭାଗକୁ ରଖ୍ ଚେପ୍‌ଟା ମୁଣ୍ଡରେ ବଳ ପ୍ରୟୋଗ କଲେ କଣ୍ଟାଟି କାନ୍ଥ ଭିତରକୁ ପଶିଯାଏ । କାରଣ ମୁନିଆଁ ଅଗ୍ରଭାଗର ସ୍ପର୍ଶ କ୍ଷେତ୍ରଫଳ କମ୍ ହେବାରୁ ବଳର ପ୍ରଭାବ ଅଧିକ ହୁଏ । ଫଳରେ ଚାପ ଅଧିକ ହୁଏ ।
(ii) ଛୁରୀର ପିଠିପଟ ଦ୍ଵାରା ଫଳ କାଟି ହୁଏନାହିଁ । କିନ୍ତୁ ତୀକ୍ଷଣ ଧାରଦ୍ଵାରା ସହଜରେ ଫଳ କାଟି ହୁଏ । ଧାର ପାର୍ଶ୍ଵର ସ୍ପର୍ଶ କ୍ଷେତ୍ରଫଳ କମ୍ ଲବାର ନାମ ଅଧିକ ହୋଇଥାଏ ।

→ ତରଳ ପଦାର୍ଥର ଚାପ (Pressure in Fluids) :
(i) ତରଳ ପଦାର୍ଥ ଯେଉଁ ପାତ୍ରରେ ରହେ, ସେହି ପାତ୍ରର ତଳେ ଓ କାନ୍ଥ ଉପରେ ଚାପ ପକାଏ ।
(ii) ତରଳ ପଦାର୍ଥ ମଧ୍ଯରେ ଏହି ଚାପ ଗୋଟିଏ ବିନ୍ଦୁର ସବୁ ଦିଗରେ ସମାନ ଭାବେ ପ୍ରଯୁକ୍ତ ହୁଏ ।

BSE Odisha 9th Class Physical Science Notes Chapter 7 ମହାକର୍ଷଣ

→ ବୋଇତ (Bouyancy):
(i) ତରଳ ପଦାର୍ଥରେ ବୁଡ଼ିଥିବା ପ୍ରତ୍ୟେକ ବସ୍ତୁ ଉପରେ ତରଳ ପଦାର୍ଥ ଏକ ଉର୍ଦୁବଳ ପ୍ରୟୋଗ କରେ । ଏହାକୁ ପୂବନ ବଳ କୁହାଯାଏ । ତରଳ ପଦାର୍ଥର ଏହି ଉର୍ଦୁବଳ ପ୍ରୟୋଗ କରିବା ଗୁଣକୁ ପ୍ଲବତା କୁହାଯାଏ ।
(ii) କୌଣସି ବସ୍ତୁ ଜଳ ମଧ୍ୟରେ ବୁଡ଼ିଲେ ସେହି ବସ୍ତୁ ଉପରେ କ୍ରିୟାଶୀଳ ଊର୍ଦ୍ଧ୍ୱମୁଖୀ ପ୍ଲବନ ବଳର ପରିମାଣ ଅପସାରିତ ଜଳର ଓଜନର ପରିମାଣ ସହିତ ସମାନ।

→ ଆର୍କିମିଡେଙ୍କ ନୀତି (Archimede’s Principle) :
କୌଣସି ଏକ ତରଳରେ କୌଣସି ଏକ ବସ୍ତୁକୁ ସମ୍ପୂର୍ଣ୍ଣ ବା ଆଂଶିକ ଭାବରେ ବୁଡ଼ାଇଲେ ବସ୍ତୁଟିର ଓଜନ ହ୍ରାସ ପାଏ । ବସ୍ତୁର ଓଜନର ଏହି ଆଭାସୀ ହ୍ରାସ ବସ୍ତୁଦ୍ଵାରା ଅପସାରିତ ତରଳର ଓଜନ ସହ ସମାନ ହୋଇଥାଏ । ଅର୍ଥାତ୍ ଗୋଟିଏ ବସ୍ତୁକୁ ତରଳ ପଦାର୍ଥରେ ବୁଡ଼ାଇଲେ ତାହାର ଓଜନ କିଛି କମିଗଲା ପରି ଜଣାପଡେ । ଏହି ଓଜନ ହ୍ରାସକୁ ଆଭାସୀ ହ୍ରାସ କୁହାଯାଏ । କାରଣ ବସ୍ତୁଟି ତରଳରୁ ବାହାରି ଆସିଲେ ତାହା ତା’ର ପ୍ରକୃତ ଓଜନକୁ ଫେରିଆସେ ।

→ ଆପେକ୍ଷିକ ଘନତା (Relative Density):
(i) ଏକ ବସ୍ତୁର ପ୍ରତି ଏକକ ଆୟତନରେ ଥିବା ବସ୍ତୁତ୍ଵକୁ ବସ୍ତୁର ସାନ୍ଦ୍ରତା କୁହାଯାଏ ।
(ii) ସାନ୍ଦ୍ରତାର ଏକକ କି.ଗ୍ରା. ମି ।
(iii) “ସାନ୍ଦ୍ରତା ପ୍ରତ୍ୟେକ ବସ୍ତୁର ଏକ ସ୍ଵତନ୍ତ୍ର ଗୁଣ । ଭିନ୍ନ ଭିନ୍ନ ବସ୍ତୁର ସାନ୍ଦ୍ରତା ଭିନ୍ନ ଭିନ୍ନ ।
(iv) ଗୋଟିଏ ବସ୍ତୁର ସାନ୍ଦ୍ରତାରୁ ତା’ର ଶୁଦ୍ଧତା । (purity) ଜଣାପଡ଼େ ।
(v) ଗୋଟିଏ ବସ୍ତୁର ସାନ୍ଦ୍ରତା ଓ ଜଳର ସାନ୍ଦ୍ରତାର ଅନୁ ପାତକୁ ସେହି ବସ୍ତୁର ଆପେକ୍ଷିକ ସାନ୍ଦ୍ରତା କୁହାଯାଏ ।
(vi) ଆପେକ୍ଷିକ ସାନ୍ଦ୍ରତାର କୌଣସି ଏକକ ନାହିଁ ।

BSE Odisha 9th Class Physical Science Notes Chapter 7 ମହାକର୍ଷଣ

BSE Odisha 9th Class Physical Science Notes Chapter 8 କାର୍ଯ୍ୟ ଓ ଶକ୍ତି

Odisha State Board BSE Odisha 9th Class Physical Science Notes Chapter 8 କାର୍ଯ୍ୟ ଓ ଶକ୍ତି will enable students to study smartly.

BSE Odisha Class 9 Physical Science Notes Chapter 7 କାର୍ଯ୍ୟ ଓ ଶକ୍ତି

→ କାର୍ଯ୍ୟ (Work)
(i) ଗୋଟିଏ ସ୍ଥାନରେ ବସି କିଛି କ୍ରିୟା (action) କରିବା, ଅଧ୍ବକ ବଳ ପ୍ରୟୋଗ କରି କାନ୍ଥକୁ ଠେଲିବା, ମୁଣ୍ଡରେ ବୋଝ ମୁଣ୍ଡେଇ ଠିଆହୋଇ ରହିବା, ଗୋଟିଏ ସ୍ଥାନରେ ଠିଆହୋଇ ପାଠ ପଢ଼ାଇବା ଇତ୍ୟାଦିରେ କାର୍ଯ୍ୟ ହୁଏ ବୋଲି ଅନେକ ଭାବନ୍ତି ମାତ୍ର ବିଜ୍ଞାନରେ ଏହାକୁ କାର୍ଯ୍ୟ ବୋଲି ବିବେଚନା କରାଯାଏ ନାହିଁ ।
(ii) ଉପରିସ୍ଥ ଉଦାହରଣଗୁଡ଼ିକରେ ବଳ ପ୍ରୟୋଗ ସତ୍ତ୍ଵେ ବସ୍ତୁ ବିସ୍ଥାପିତ ନହୋଇ ସ୍ଥିର ରହୁଥ‌ିବାରୁ ସେଠାରେ କାର୍ଯ୍ୟ ସମ୍ପାଦିତ ହେଉନାର୍ହି।
(iii) ଫୁଟ୍‌ବଲ୍‌ ଖେଳିଲାବେଳେ, ଗଛ ଚଢ଼ିଲାବେଳେ, ଶିଡ଼ି ଚଢ଼ିଲାବେଳେ, ଚାଲିଲାବେଳେ, ଦୌଡ଼ିଲାବେଳେ କାର୍ଯ୍ୟ ସମ୍ପାଦିତ ହୁଏ । ଉପରୋକ୍ତ ଉଦାହରଣରେ ବଳ ପ୍ରୟୋଗଦ୍ଵାରା ବସ୍ତ୍ର ବିସ୍ଥାପିତ ହୋଇ ଗତଶୀଳ ରହୁଥ‌ିବାରୁ କାର୍ଯ୍ୟ ହୋଇଥାଏ ।

BSE Odisha 9th Class Physical Science Notes Chapter 8 କାର୍ଯ୍ୟ ଓ ଶକ୍ତି

→ ବୈଜ୍ଞାନିକ ଦୃଷ୍ଟିରେ କାର୍ଯ୍ୟ (Scientific Concept of Work) :
ବୈଜ୍ଞାନିକ ପରିଭାଷାରେ କାର୍ଯ୍ୟର ସଂଜ୍ଞାକୁ ସରଳ ଭାବରେ ବୁଝିବାପାଇଁ କେତେକ ଉଦାହରଣ ଦିଆଯାଇଛି ।
(i) ଜମି ଉପରେ ଏକ ବସ୍ତକ ବଳପ୍ରୟୋଗ କରି ଠେଲିବାଦ୍ଵାରା ତାହା ବିସ୍ଥାପିତ ହୋଇଥାଏ । ଏଠାରେ ଠେଲାବଳ ବସ୍ତୁ ଉପରେ କାର୍ଯ୍ୟ କରିଥାଏ ।
(ii) ଚକଲଗା ଖେଳନାରେ ସୂତା ବାନ୍ଧି ଟାଣିଲେ ଖେଳନାଟି ଗତିଶୀଳ ହୁଏ । ଏଠାରେ ଟଣାବଳଦ୍ଵାରା ଖେଳନା ଉପରେ କାର୍ଯ୍ୟ ସମ୍ପାଦିତ ହୋଇଥାଏ ।
(iii) ଟେବୁଲ ଉପରେ ଥ‌ିବା ବହିଟିକୁ ଉପରକୁ ଉଠାଇଲେ ବହିଟି ଉପରେ ବଳପ୍ରୟୋଗ ହୋଇଥାଏ । ଏଠାରେ ବଳ ପ୍ରୟୋଗ ଦ୍ଵାରା ବହି କିଛି ଉପରକୁ ଉଠିଥିବାରୁ କାର୍ଯ୍ୟ ସଂପାଦିତ ହୋଇଥାଏ ।

→ ଏକ ନିର୍ଦ୍ଦିଷ୍ଟ ବଳଦ୍ଵାରା ସମ୍ପାଦିତ କାର୍ଯ୍ୟ (Work done by a Constant Force):
(i) ମନେକର ଗୋଟିଏ ବସ୍ତୁ ଉପରେ ଏକ ନିର୍ଦ୍ଦିଷ୍ଟ ବଳ F କାର୍ଯ୍ୟ କରୁଛି ଚକ ପ୍ରୟୋଗ ଫଳରେ ଏହି ବସ୍ତୁଟି ବଳପ୍ରୟୋଗ ଦିଗରେ s ଦୂରତା ବିସ୍ଥାପିତ ହୋଇ W କାର୍ଯ୍ୟ ସମ୍ପାଦିତ ହେଲା ।
(ii) କାର୍ଯ୍ୟର କେବଳ ପରିମାଣ ଥାଏ ଦିଗ ନଥାଏ । ତେଣୁ କାର୍ଯ୍ୟ ଏକ ଅଦିଶ ରାଶି ।
ଏକକ : କାର୍ଯ୍ୟର ଦୁଇଟି ମୌଳିକ ଏକକ ହେଲା ଜୁଲ୍ ଓ ଅର୍ଗ ।
ଅର୍ଗ : ଏକ ଡାଇନ୍ ବଳ ଏକ ବସ୍ତୁ ଉପରେ କାର୍ଯ୍ୟକରି ବସ୍ତୁକୁ ବଳ ଦିଗରେ ଏକ ସେଣ୍ଟିମିଟର ବିସ୍ଥାପିତ କଲେ ବଳଦ୍ଵାରା ସମ୍ପାଦିତ କାର୍ଯ୍ୟର ପରିମାଣକୁ ଏକ ଅର୍ଗ କୁହାଯାଏ ।
ଜୁଲ୍ : ଏକ ନିଉଟନ୍ ବଳ ଏକ ବସ୍ତୁ ଉପରେ କାର୍ଯ୍ୟକରି ବସ୍ତୁକୁ ବଳ ଦିଗରେ ଏକ ମିଟର ବିସ୍ଥାପିତ କଲେ ବଳଦ୍ଵାରା ସମ୍ପାଦିତ କାର୍ଯ୍ୟର ପରିମାଣକୁ ଏକ ଜୁଲ୍ କୁହାଯାଏ ।
ଜୁଲ୍ ଓ ଅର୍ଗ ମଧ୍ୟରେ ସମ୍ପର୍କ :
1 ସ୍କୁଲ୍ = 1 ନିଉଟନ୍ × 1 ମିଟର = 105 ଡାଇନ୍ x 102 ସେ.ମି. = 107 ଡାଇନ୍ × ସେ.ମି. = 107 ଅର୍ଗ

BSE Odisha 9th Class Physical Science Notes Chapter 8 କାର୍ଯ୍ୟ ଓ ଶକ୍ତି

→ ଯୁକ୍ତାତ୍ମକ କାର୍ଯ୍ୟ :
(i) ପ୍ରଯୁକ୍ତ ବଳ ଦିଗରେ ବିସ୍ଥାପନ ହେଲେ କାର୍ଯ୍ୟ ଯୁକ୍ତାତ୍ମକ ହୁଏ ।
(ii) ପାହାଡ଼ରୁ ଓହ୍ଲାଇବାବେଳେ ମାଧ୍ୟାକର୍ଷଣ ବଳ କାର୍ଯ୍ୟକରି ଓହ୍ଲାଇବାକୁ ସହଜ କରେ । ଏଠାରେ ବିସ୍ଥାପନ ମାଧ୍ୟାକର୍ଷଣ ବଳ ଦିଗରେ ତଳକୁ’ ହୋଇଥାଏ ।

ବିଯୁକ୍ତାତ୍ମକ କାର୍ଯ୍ୟ :
(i) ପ୍ରଯୁକ୍ତ ବଳର ବିପରୀତ ଦିଗରେ ବିସ୍ଥାପନ ହେଲେ କାର୍ଯ୍ୟ ବିଯୁକ୍ତାତ୍ମକ ହୁଏ ।
(ii) ପାହାଡ଼ ଉପରକୁ ଚଢ଼ିବାବେଳେ, କୂଅରୁ ପାଣି କାଢ଼ିବାବେଳେ, ଲିଫ୍‌ଟରେ ଉପରକୁ ଗଲାବେଳେ, ମାଧ୍ୟାକର୍ଷଣ ବଳର ବିପରୀତ ଦିଗରେ ବସ୍ତୁର ବିସ୍ଥାପନ ହୁଏ ।
କାର୍ଯ୍ୟ = ବଳ × ବିସ୍ଥାପନ
⇒ W = F × (- s) ⇒ W= – Fs

→ ଶକ୍ତି (Energy):
(i) କାର୍ଯ୍ୟ କରିବାପାଇଁ ଶକ୍ତି ଆବଶ୍ୟକ ହୁଏ ।
(ii) ସୂର୍ଯ୍ୟ ହେଉଛି ସବୁଠାରୁ ବଡ଼ ପ୍ରାକୃତିକ ଶକ୍ତିର ଉତ୍ସ । ବିଭିନ୍ନ ଶକ୍ତିର ଉତ୍ସ ଏହି ସୌରଶକ୍ତିରୁ ମିଳିଥାଏ । ଏଥିପାଇଁ ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଉତ୍ସ ବୋଲି କୁହାଯାଏ ।
(iii) ଅଣୁ, ପରମାଣ, ଭଗର୍ଭ, ପବନ ଏବଂ ସାମୁଦ୍ରିକ ଢେଉ ବା ଜୁଆରରୁ ମଧ୍ୟ ଶକ୍ତି ମିଳିଥାଏ ।

BSE Odisha 9th Class Physical Science Notes Chapter 8 କାର୍ଯ୍ୟ ଓ ଶକ୍ତି

→ ଶକ୍ତିର ପ୍ରକାରଭେଦ (Forms of Energy):
ଶକ୍ତିର ବିଭିନ୍ନ ପ୍ରକାର ରୂପ ଅଛି; ଯଥା – ଯାନ୍ତ୍ରିକ ଶକ୍ତି (ସ୍ଥିତିଜ ଶକ୍ତି + ଗତିଜ ଶକ୍ତି), ତାପଜ ଶକ୍ତି, ରାସାୟନିକ ଶକ୍ତି, ବିଦ୍ୟୁତ୍ ଶକ୍ତି, ଆଲୋକ ଶକ୍ତି ଇତ୍ୟାଦି ।

→ ଗତିଜ ଶକ୍ତି (Kinetic Energy):
ଗୋଟିଏ ବସ୍ତୁ ତାହାର ଗତି ଯୋଗୁଁ ଯେଉଁ ଶକ୍ତି ଆହରଣ କରିଥାଏ, ତାହାକୁ ବସ୍ତୁର ଗତିଜ ଶକ୍ତି କୁହାଯାଏ ।

→ ଏକ ଉଚ୍ଚତାରେ ଏକ ବସ୍ତୁର ସମ୍ଭାବ୍ୟ ଶକ୍ତି (Potential Energy of an Object at a Height):
(i) ଗୋଟିଏ ବସ୍ତୁକୁ କିଛି ଉଚ୍ଚତାକୁ ଉଠାଇଲେ ତାହା ଅଧିକ ଶକ୍ତି ଆହରଣ କରିଥାଏ । ବସ୍ତୁଟିକୁ ଉପରକୁ ଉଠାଇଲାବେଳେ ତାହା ଉପରେ ହେଉଥିବା କାର୍ଯ୍ୟ ମାଧ୍ୟାକର୍ଷଣ ବଳର ବିପରୀତ ଦିଗରେ ସଂପାଦିତ ହୋଇଥାଏ । ଉତ୍ତୋଳିତ ବସ୍ତୁଟିରେ ଗଚ୍ଛିତ ହୋଇଥବା ଏପରି ଶକ୍ତିକୁ ମାଧ୍ୟାକର୍ଷଣୀୟ ସ୍ଥିତିଜ ଶକ୍ତି କୁହାଯାଏ ।
(ii) ମାଧ୍ୟାକର୍ଷଣ ବଳର ବିପରୀତ ଦିଗରେ ଗୋଟିଏ ବସ୍ତୁକୁ ଭୂମି ଉପରେ କୌଣସି ଉଚ୍ଚତାକୁ ଉଠାଇବା ପାଇଁ ସମ୍ପାଦିତ ହୋଇଥିବା କାର୍ଯ୍ୟକୁ ସେହି ବସ୍ତୁର ମାଧ୍ୟାକର୍ଷଣୀୟ ସ୍ଥିତିଜ ଶକ୍ତି (Gravitational Potential Energy) କୁହାଯାଏ ।

ସ୍ଥିତିଜ ଶକ୍ତି ନିମନ୍ତେ ଗାଣିତିକ ସୂତ୍ର :
(i) ମାନେକର । ପରିମାଣ ବଳ ପ୍ରୟୋଗ କରାଯାଇ m ବସ୍ତୁତ୍ଵ ବିଶିଷ୍ଟ ଗୋଟିଏ ବସ୍ତୁକୁ ଭୂପୃଷ୍ଠ ଉପରେ h ଉଚ୍ଚତା ପର୍ଯ୍ୟନ୍ତ ଉଠାଗଲା । h ଉଚ୍ଚତା ପର୍ଯ୍ୟନ୍ତ ଉଠାଇବାପାଇଁ ଆବଶ୍ୟକ ବଳର ପରିମାଣ_F = mg ।
(ii) ଏଠାରେ ବସ୍ତୁଳି ଉପରେ ମାଧ୍ୟାକର୍ଷଣ ବଳର ବିପରୀତ ଦିଗରେ ସଂପାଦିତ କାର୍ଯ୍ୟ, W = ବସ୍ତୁ ଉପରେ କାର୍ଯ୍ୟକାରୀ ବାହ୍ୟବଳ (F) x ବସ୍ତୁର ବିସ୍ଥାପନ (h) = mg x h = mgh
(iii) ଏହି କାର୍ଯ୍ୟ ବସ୍ତୁଟିକୁ ଉପରକୁ ଉଠାଇଲାବେଳେ ସଂପାଦିତ ହୋଇଥିବାରୁ ବସ୍ତୁର ସ୍ଥିତିଜ ଶକ୍ତି ରୂପେ ଗଚ୍ଛିତ ହୋଇ ରହେ । h ଉଚ୍ଚତାରେ ବସ୍ତୁର ମାଧ୍ୟାକର୍ଷଣୀୟ ସ୍ଥିତିଜ ଶକ୍ତି Ep = mgh
(iv) ଭୂପୃଷ୍ଠ ଉପରେ ବସ୍ତୁର ଅବସ୍ଥାନ ଜନିତ ସ୍ଥିତିଜ ଶକ୍ତି ତାହାର ବସ୍ତୁତ୍ଵ (m), ମାଧ୍ୟାକର୍ଷଣ ଜନିତ ତ୍ଵରଣ (g) ଏବଂ ଭୂପୃଷ୍ଠରୁ ବସ୍ତୁର ଉଚ୍ଚତା (h) ଉପରେ ନିର୍ଭର କରେ ।
BSE Odisha 9th Class Physical Science Notes Chapter 8 କାର୍ଯ୍ୟ ଓ ଶକ୍ତି - 1

BSE Odisha 9th Class Physical Science Notes Chapter 8 କାର୍ଯ୍ୟ ଓ ଶକ୍ତି

→ ଶକ୍ତି ସଂରକ୍ଷଣର ନିୟମ (Law of Conservation of Energy):
ଶକ୍ତିର ସୃଷ୍ଟି ନାହିଁ କିମ୍ବା ବିନାଶ ନାହିଁ । ଏହା କେବଳ ଗୋଟିଏ ରୂପରୁ ଅନ୍ୟ ଏକ ରୂପକୁ ପରିବର୍ଜିତ ହୋଇଥାଏ । ବିଶ୍ଵର ମୋଟ ଶକ୍ତିର ପରିମାଣ ସର୍ବଦା ସ୍ଥିର ଅଟେ । ଏହାହିଁ ଶକ୍ତି ସଂରକ୍ଷଣର ନିୟମ ଅଟେ ।

ଉଦାହରଣ:
(i) ମନେକର m ବସ୍ତୁତ୍ଵ ଥ‌ିବା ଗୋଟିଏ ବସ୍ତୁ ଭୂମି ଉପରେ h ଉଚ୍ଚତାରେ ଅଛି । ଏହି ଉଚ୍ଚତାରେ ବସ୍ତୁ ଟି କୁ ଛାଡ଼ିଦେଲେ ତା’ର ମୁକ୍ତ ପତନ (Free fall) ହେବ । ପ୍ରାରମ୍ଭରେ ଛାଡ଼ିବା ପୂର୍ବରୁ ବସ୍ତୁର ସ୍ଥିତିଜ ଶକ୍ତି = mgh ସ୍ଥିର ଅବସ୍ଥାରେ ବସ୍ତୁର ପରିବେଗ ଶୂନ ହୋଇଥିବାରୁ ଗତିଜ ଶକ୍ତି = 0 ତେଣୁ ପ୍ରାରମ୍ଭରେ ବସ୍ତୁର ମୋଟ ଶକ୍ତି = mgh ।
(ii) ଯେତେବେଳେ ବସ୍ତୁଟି ଉପରୁ ତଳକୁ ପଡ଼ିବା ଆରମ୍ଭ କରେ ସେତେବେଳ ତାହାର ପରିବେଗ ବୃଦ୍ଧି ପାଏ ଓ ବସ୍ତୁର ସ୍ଥିତିଜ ଶକ୍ତି ଗତିଜ ଶକ୍ତିରେ ରୂପାନ୍ତରିତ ହୋଇଥାଏ । ଏହା ଫଳରେ ସ୍ଥିତିଜ ଶକ୍ତି କମିଯାଏ ଓ ଗତିଜ ଶକ୍ତି ବଢ଼ିଚାଲେ । ଯଦି ବସ୍ତୁଟିର ପରିବେଗ କୌଣସି ଏକ ସମୟରେ v ହୋଇଥାଏ, ତେବେ ସେହି ସମୟରେ ତାହାର ଗତିଜ ଶକ୍ତି ମୁଁ mv ହୋଇଥାଏ ।
(iii) ଯେତେବେଳେ ବସ୍ତୁଟି ଠିକ୍ ଭୂମି ଉପରେ ପଡ଼ିବାକୁ ଯାଏ ସେତେବେଳେ ଉଚ୍ଚତା h = 0 ହୁଏ ଏବଂ ପରିବେଗ ସର୍ବାଧ‌ିକ ହୁଏ । ତେଣୁ ଏଠାରେ ଗତିଜ ଶକ୍ତି ସର୍ବାଧ୍ଯକ ହୁଏ ଏବଂ ସ୍ଥିତିଜ ଶକ୍ତି ଶୂନ ରହିଥାଏ ।
(iv) ବସ୍ତୁଟି ତଳକୁ ଖସୁଥ‌ିବା ସମୟରେ ପ୍ରତ୍ୟେକ ସ୍ଥାନରେ ବସ୍ତୁର ଗତିଜ ଶକ୍ତି ଓ ସ୍ଥିତିଜ ଶକ୍ତିର ଯୋଗଫଳ ଅର୍ଥାତ ବସ୍ତର ମୋଟ ଶକ୍ତିର ପରିମାଣ ସ୍ଥିର ରହିଥାଏ । ଅର୍ଥାତ୍ ସ୍ଥିତିଜ ଶକ୍ତି + ଗତିଜ ଶକ୍ତି = ସ୍ଥିର
⇒ mgh + \(\frac {1}{2}\) mv2 = Constant
(v) ମୁକ୍ତଭାବେ ଖସିପଡ଼ୁଥୁବା ବସ୍ତୁଟିର ସ୍ଥିତିଜ ଶକ୍ତି ତା’ର ପତନ ପଥର କୌଣସି ସ୍ଥାନରେ ହ୍ରାସ ପାଇଲେ ତା’ର ଗତିଜ ଶକ୍ତି ସମପରିମାଣରେ ବୃଦ୍ଧିପାଏ । ବସ୍ତୁ ମୁକ୍ତଭାବରେ ଖସିପଡ଼ୁଥ‌ିବାବେଳେ ବସ୍ତୁର ମାଧ୍ୟାକର୍ଷଣ ଜନିତ ସ୍ଥିତିଜ ଶକ୍ତି ଅବିରତ ଭାବରେ ତା’ର ଗତିଜ ଶକ୍ତିରେ ରୂପାନ୍ତରିତ ହୋଇଥାଏ ।

BSE Odisha 9th Class Physical Science Notes Chapter 8 କାର୍ଯ୍ୟ ଓ ଶକ୍ତି

→  କାର୍ଯ୍ୟ କରିବାର ହାର (Rate of Doing Work) :
(i) ଏକ କାରକ (agent) ଦ୍ଵାରା କାର୍ଯ୍ୟ କେତେ ଶୀଘ୍ର ବା କେତେ ଧୀର ସମ୍ପାଦିତ ହୋଇଥାଏ, ତାହା ସେହି କାରକର କ୍ଷମତାରୁ ଜଣାପଡ଼େ ।
(ii) ଯଦି କୌଣସି କାରକ ଏକ କାର୍ଯ୍ୟ (W)କୁ t ସମୟ ମଧ୍ୟରେ ସମ୍ପାଦିତ କରିପାରେ, ତେବେ ତାହାର ପାୱାର,
ଏକକ : ପାୱାରର ଏକକ ହେଉଛି ୱାଟ୍ । ଯଦି ଗୋଟିଏ କାରକ ଏକ ସେକେଣ୍ଡରେ ଏକ ଜୁଲ୍ କାର୍ଯ୍ୟ ସମ୍ପାଦନ କରିପାରେ, ତେବେ ତାହାର ପାୱାର ଏକ ୱାଟ୍ ବୋଲି କୁହାଯାଏ ।
(iii) କାର୍ଯ୍ୟ ସମ୍ପାଦନ ସମୟରେ ମୋଟ ନିୟୋଜିତ ଶକ୍ତି ବା ମୋଟ ସମ୍ପାଦିତ କାର୍ଯ୍ୟ ଏବଂ ମୋଟ ସମୟର ଅନୁପାତରୁ ହାରାହାରି ପାୱାର (Average Power) ନିର୍ଣ୍ଣୟ କରାଯାଇଥାଏ ।
BSE Odisha 9th Class Physical Science Notes Chapter 8 କାର୍ଯ୍ୟ ଓ ଶକ୍ତି - 2

→  ଶକ୍ତି ବାଣିଜ୍ୟିକ ଏକକ (Commercial Unit of Energy):
(i) ଅଧ‌ିକ ପରିମାଣର ଶକ୍ତିକୁ ସୁବିଧା ପାଇଁ ଏକ ବୃହତ୍ତର ଏକ କ କିଲୋ। ୱାଟ୍ ଘଣ୍ଟା (kwh) ରେ ପ୍ରକାଶ କରାଯାଏ ।
1 kWh = 1 kw × th
= 1000 W × 3600 s = 1000 J/s × 3600 s = 36,00,000 J
∴ 1 କିଲୋୱାଟ୍ ଘଣ୍ଟା (kwh) = 3.6 × 106 ଜୁଲ୍
(ii) ଘରେ ଏବଂ କଳକାରଖାନାମାନଙ୍କରେ ବ୍ୟବହୃତ ହେଉଥ‌ିବା ବିଜୁଳି ଶକ୍ତିର ପରିମାଣକୁ ସାଧାରଣତଃ କିଲୋଓ୍ୱାନ୍ସରେ ପ୍ରକାଶ କରାଯାଇଥାଏ ।
(iii) ଘରେ ବୈଦ୍ୟୁତିକ ଶକ୍ତିର ମାସିକ ପରିମାଣକୁ ଯେଉଁ ୟୁନିଟ୍ (Unit) ବା ଏକକରେ ପ୍ରକାଶ କରାଯାଇଥାଏ, ତାହା ହେଉଛି ଏକ କିଲୋୱାଟ-ଘଣ୍ଟା (kwh) ଏକକ । 1 unit = 1 kwh

BSE Odisha 7th Class Odia Solutions Chapter 1 କଳାମାଣିକରେ

Odisha State Board BSE Odisha 7th Class Odia Solutions Chapter 1 କଳାମାଣିକରେ Textbook Exercise Questions and Answers.

BSE Odisha Class 7 Odia Solutions Chapter 1 କଳାମାଣିକରେ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ମାତା ଯଶୋଦା କାହିଁକି ଚିନ୍ତିତ ହୋଇପଡ଼ିଛନ୍ତି ?
Answer:
ସ୍ନେହମୟୀ ମାତା ଯଶୋଦା କୃଷ୍ଣଙ୍କ ବନରୁ ଫେରିବା ବିଳମ୍ବରେ ଅଧୀରା ହୋଇପଡ଼ିଛନ୍ତି । ପ୍ରତ୍ୟହ ସନ୍ଧ୍ୟାପୂର୍ବରୁ କୃଷ୍ଣ ଗୋଚାରଣରୁ ଫେରିଆସନ୍ତି; କିନ୍ତୁ ସେଦିନ ସନ୍ଧ୍ୟା ଅତିକ୍ରାନ୍ତ ହୋଇଯାଇଛି; ତେଣୁ ମାତା ଯଶୋଦାଙ୍କ ମନ ଭୟ ଓ ନାନା ଆଶଙ୍କାରେ ବିବ୍ରତ ହୋଇପଡ଼ିଛି ।

(ଖ) ଶ୍ରୀକୃଷ୍ଣଙ୍କୁ କେଉଁ ଖାଦ୍ୟ ରୁଚୁ ନଥିଲା ?
Answer: –
ଶ୍ରୀକୃଷ୍ଣଙ୍କ ଶରୀର ଥୁଲା ଦୁର୍ବଳ । ତେଣୁ ମା’ ତାଙ୍କୁ ନାନା କ୍ଷୀରଜାତ ଦ୍ରବ୍ୟ; ଯଥା- ଗୋଟିକା, ଅଧାମ ଓ ସର ଆଦି ଯାଚି ଖୁଆଇବାକୁ ଚେଷ୍ଟା କରୁଥିଲେ । ମାତ୍ର ସେସବୁ ଖାଦ୍ୟ କୃଷ୍ଣଙ୍କୁ ରୁଚୁ ନଥିଲା । କିନ୍ତୁ ଲହୁଣି ପ୍ରତି ତାଙ୍କ ମନରେ ଗଭୀର ଆଗ୍ରହ ଥିଲା ଓ ମା’ଙ୍କୁ ସେ ଲହୁଣି ଲାଞ୍ଚ ମାଗୁଥିଲେ ।

(ଗ) ଯଶୋଦା ନିଜକୁ ଡଙ୍କୁଣୀ ବୋଲି କାହିଁକି କହିଛନ୍ତି ?
Answer:
ଯଶୋଦାଙ୍କର ବୃଦ୍ଧାବୟସରେ ଶ୍ରୀକୃଷ୍ଣ ଏକମାତ୍ର ସନ୍ତାନ ହୋଇଥିବାରୁ ସେ କ୍ଷଣମାତ୍ର ପାଖରୁ ଛାଡ଼ିବାକୁ ଇଚ୍ଛା କରୁନଥିଲେ; କିନ୍ତୁ କୃଷ୍ଣ ଗୋଚାରଣରେ ଯିବାକୁ ଜିଦ୍ କରୁଥିଲେ । ବନରୁ ଫେରିବାରେ ବିଳମ୍ବ ହେବାରୁ ଯଶୋଦା ବ୍ୟସ୍ତ ଓ ବିବ୍ରତ ହୋଇ ନିଜକୁ ଡଙ୍କୁଣୀ ବୋଲି କହି ଅନୁତାପ କରୁଥିଲେ ।

(ଘ) ଶ୍ରୀକୃଷ୍ଣଙ୍କ ପାଦରେ କଣ୍ଟା ଫୁଟିଯିବାର ଆଶଙ୍କା ମାଆଙ୍କ ମନରେ କାହିଁକି ସୃଷ୍ଟି ହୋଇଛି ?
Answer:
ଗୋଚାରଣରେ ଯିବାବେଳେ ଶ୍ରୀକୃଷ୍ଣ କଠଉ ଓ ଛତା ସଙ୍ଗରେ ନେଇଥାଆନ୍ତି । କିନ୍ତୁ ସେଦିନ ସେସବୁ ନେବାକୁ ସେ ଭୁଲି ଯାଇଥିଲେ । କଠଉ ନ ଥିବାରୁ ତାଙ୍କ କୋମଳ ପାଦରେ କଣ୍ଟା ଫୁଟି ତାଙ୍କୁ କଷ୍ଟ ହେଉଥ‌ିବ ଭାବି ମା’ ମନରେ ଆଶଙ୍କା ସୃଷ୍ଟି ହୋଇଛି । ବନ ମଧ୍ଯରେ ପଡ଼ିଥିବା ଅନାବନା କଣ୍ଟା ଫୁଟି ପାଦରୁ ରକ୍ତ ଝରିପଡ଼ୁଥ‌ିବ ଓ ସେ ଯନ୍ତ୍ରଣା ଭୋଗୁଥ‌ିବେ, ଏହିକଥା ମନରେ ଭାଳି ମା’ଙ୍କ ମନ ବିଷାଦରେ ଭରିଉଠିଛି ।

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୨।
ଦୁଇଟି ବା ତିନୋଟି ବାକ୍ୟରେ ଉତ୍ତର ଦିଅ ।
(କ) ଶ୍ରୀକୃଷ୍ଣଙ୍କୁ କଳାମାଣିକ କହିବାର ତାତ୍ପର୍ଯ୍ୟ କ’ଣ ?
Answer:
ମାଣିକ୍ୟ ହେଉଛି ଏକ ବହୁମୂଲ୍ୟ ରତ୍ନପଥର । ଏହା ବିଭିନ୍ନ ବର୍ଷର ହୋଇଥାଏ ଓ ବର୍ଣ୍ଣ ଅନୁସାରେ ତା’ର ନାମକରଣ ହୋଇଥାଏ । ଏହା ଚିକ୍‌କଣ, ସୁନ୍ଦର ଓ ବହୁ ମୂଲ୍ୟବାନ୍ । ଯଶୋଦାଙ୍କ ପାଇଁ ଶ୍ରୀକୃଷ୍ଣ ଥିଲେ ସର୍ବସୁନ୍ଦର ଓ ବହୁ ମୂଲ୍ୟବାନ୍ । କିନ୍ତୁ କୃଷ୍ଣଙ୍କ ଶରୀରର ରଙ୍ଗ ଶ୍ୟାମଳ ହୋଇଥିବାରୁ ଯଶୋଦା ପୁତ୍ର କୃଷ୍ଣଙ୍କୁ ସ୍ନେହରେ କଳାମାଣିକ ବୋଲି ସମ୍ବୋଧନ କରିଛନ୍ତି ।

(ଖ) ପୁଅର କେଉଁସବୁ କାର୍ଯ୍ୟ ମନେପକାଇ ମାଆ ଭାଳି ହେଉଛନ୍ତି ?
Answer:
ମା’ ମନ ସନ୍ତାନ ପାଇଁ ସତତ ବ୍ୟାକୁଳ। କୃଷ୍ଣ ଯଶୋଦାଙ୍କର ଏକମାତ୍ର ସନ୍ତାନ ଥିଲେ। ମା’ଙ୍କ ବାରଣ ସତ୍ତ୍ଵେ ଆଦରର ଧନ ତାଙ୍କର ଗୋରୁ ଚରାଇବାକୁ ବଣକୁ ଯାଇ ଫେରିବାରେ ବିଳମ୍ବ କରିଛନ୍ତି। ତେଣୁ ସ୍ନେହମୟୀ, ମମତାମୟୀ ମା’ର ହଦୟ ଅହେତୁକ ଭୟ ଓ ଆଶଙ୍କାରେ ଥରିଉଠିଛି। କୃଷ୍ଣଙ୍କୁ ଘରେ ଅଧାମ, ଗୋଟିକା, ସର ଆଦି ସୁସ୍ଵାଦୁ ଖାଦ୍ୟ ରୁଚେ ନାହିଁ । ଲହୁଣି ମାଗି ମାଗି ନୃତ୍ୟ କରିବା, ଅଳି ଅଝଟ କରି ତଳେ ଗଡ଼ିଯିବା, ଧୂଳି ଧୂସର ହୋଇ କୋଳରେ ଲୋଟିଯିବା ଭଳି କୃଷ୍ଣଙ୍କର ଶିଶୁସୁଲଭ ଚପଳତାକୁ ମା’ ମନେ ପକାଇ ଭାଳି ହେଉଛନ୍ତି । ଜଙ୍ଗଲରେ ଡାହାଣୀ ଓ ରାକ୍ଷସଙ୍କର ଉପଦ୍ରବ ହେଉଥ‌ିବ, ଟାଣଖରାରେ ଶ୍ରମଝାଳ ବୋହି ଯାଉଥବ, ପାଦରେ କଣ୍ଟା ଫୁଟି କଷ୍ଟ ହେଉଥ‌ିବ – ଏମିତି କେତେକଥା ଭାବି ଭାଳି ହେଉଛନ୍ତି ଏବଂ ଭାବି ଭାବି ମା ଯଶୋଦା ବିଳାପ କରୁଥିଲେ ।

(ଗ) ମାଆଙ୍କର ହୃଦୟ ତାପ ବିନାଶ କରିବାରେ ଶ୍ରୀକୃଷ୍ଣ ହରିଚନ୍ଦନ ପରି ଥିଲେ ବୋଲି କହିବାର କାରଣ କ’ଣ ?
Answer:
ହରିଚନ୍ଦନ ହେଉଛି ଦେବଯୋଗ୍ୟ ସୁବାସିତ ଶ୍ଵେତ ଚନ୍ଦନ । ଗ୍ରୀଷ୍ମକାଳରେ ଶରୀରକୁ ଶୀତଳତା ପ୍ରଦାନ କରିବାପାଇଁ ଚନ୍ଦନ ଲଗାଯାଏ ଯାହାକି ହୃଦୟର ସକଳ ସନ୍ତାପ, ଦୁଃଖ, ତାପ ଓ ଦିହନକୁ ଶାନ୍ତ କରେ । ଯଶୋଦାଙ୍କ ଜୀବନରେ କୃଷ୍ଣ ଥିଲେ ବାର୍ଦ୍ଧକ୍ୟର ଏକମାତ୍ର ସମ୍ବଳ, ଜୀବନର୍‌ ସର୍ବସ୍ଵ । ଯେତେବେଳେ ସେ କୃଷ୍ଣଙ୍କୁ ହୃଦୟରେ ଲଗାଇ ଆଲିଙ୍ଗନ କରନ୍ତି, ତାଙ୍କ ହୃଦୟର ସକଳ ଦୁଃଖ, ସନ୍ତାପ ଦୂରୀଭୂତ ହୁଏ । କ୍ଷଣକ ପାଇଁ ପାଖରୁ ଅନ୍ତର ହେଲେ ଭୟ ଓ ଆଶଙ୍କାରେ ତାଙ୍କ ମନରେ ବ୍ୟାକୁଳତା ଭରିଯାଏ ଏବଂ କୋଳକୁ ଫେରିଆସିଲେ ସେ ପରମ ସୁଖ ଅନୁଭବ କରନ୍ତି । ତେଣୁ ସେ କୃଷ୍ଣଙ୍କୁ ହୃଦୟର ତାପ ବିନାଶକ ହରିଚନ୍ଦନ ବୋଲି କହିଛନ୍ତି ।

(ଘ) ଶ୍ରୀକୃଷ୍ଣ କିପରି ଯଶୋଦାଙ୍କର ସୁଖର କାରଣ ଥିଲେ ?
Answer:
ବୃଦ୍ଧ ବୟସରେ ଶ୍ରୀକୃଷ୍ଣଙ୍କ ପରି ସନ୍ତାନ ଯଶୋଦାଙ୍କ ଜୀବନର ସର୍ବସ୍ବ ଏବଂ ଏକମାତ୍ର ସମ୍ବଳ ଥିଲେ । ତାଙ୍କ ପାଇଁ କୃଷ୍ଣ ଥିଲେ ନୟନ ପ୍ରତିମା ସଦୃଶ । କ୍ଷଣକ ପାଇଁ କୃଷ୍ଣ ପାଖରୁ ଅନ୍ତର ହେଲେ ସେ ବିଳାପ କରି ଉଠୁଥିଲେ । କୃଷ୍ଣ ତାଙ୍କ ପାଇଁ ଅନ୍ଧର ଲଉଡ଼ି ଓ ଦରିଦ୍ରର ଧନ ପରି ଥିଲେ । ଅଝଟ କୃଷ୍ଣ କିନ୍ତୁ ତାଙ୍କ ବାରଣ ନ ମାନି ଗୋଚାରଣରେ ବନକୁ ଚାଲି ଯାଉଥିଲେ । ଜୀବର ଜୀବନ ତଥା ହୃଦରତ୍ନହାର ସଦୃଶ କୃଷ୍ଣ ତାଙ୍କ ଜୀବନର ସମସ୍ତ ସୁଖର କାରଣ ଥିଲେ । ତାଙ୍କ ଚନ୍ଦ୍ରବଦନ ଦର୍ଶନରେ ମା’ ପାଉଥିଲେ ଅସୀମ ଆନନ୍ଦ । ଜୀବନର ସମସ୍ତ ଦୁଃଖ ପାସୋରି ସେ ତାଙ୍କୁ କୋଳେଇ ନେଉଥିଲେ ।

(ଡ) ଶ୍ରୀକୃଷ୍ଣଙ୍କର ବେଣୁସ୍ଵନକୁ କାନ ଡେରିବା ପ୍ରସଙ୍ଗରେ କେଉଁ ଭାବ ପ୍ରକାଶ ପାଇଛି ?
Answer:
ଶ୍ରୀକୃଷ୍ଣ ନିତିପ୍ରତି ଗୋଚାରଣରେ ବନକୁ ଯାଇ ସନ୍ଧ୍ୟା ପୂର୍ବରୁ ଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ଗୋଧୂଳି ବେଳରେ ତାଙ୍କ ବଂଶୀସ୍ୱନକୁ କାନଡେରି ରହୁଥିଲେ ମାତା ଯଶୋଦା । ଦୂରରୁ ସୁମଧୁର ବେଣୁତାନ ତାଙ୍କ ମନରେ ଆନନ୍ଦ ଭରି ଦେଉଥିଲା । ସେ ଦାଣ୍ଡକୁ ଧାଇଁ ଯାଉଥିଲେ ପୁଅକୁ ପାଛୋଟି ଆଣିବାପାଇଁ । ସେଦିନ ସନ୍ଧ୍ୟା ଅତିକ୍ରାନ୍ତ ହୋଇଥିଲେ ମଧ୍ୟ କୃଷ୍ଣଙ୍କ ଘରବାହୁଡ଼ାରେ ବିଳମ୍ବ ଦେଖି ମା’ ଯଶୋଦାଙ୍କ ମନ ଭୟ ଓ ଆଶଙ୍କାରେ ଭରି ଉଠିଥିଲା । ବଂଶୀର ସ୍ଵନକୁ ଅପେକ୍ଷା କରି କରି ନାନା ବିପଦ ଆଶଙ୍କାରେ ବ୍ୟାକୁଳ ହୋଇଥିଲା ତାଙ୍କ ମନ । ତେଣୁ ନିଜକୁ ସ୍ଵୀକାର କରି ଦୁଃଖରେ ଭାଙ୍ଗି ପଡ଼ିଥିଲେ ସେ । ପୁତ୍ରର ଗୁଣ ସ୍ମରଣ କରି ସେ କରୁଣ ସ୍ବରରେ ବିଳାପ କରିଉଠିଥିଲେ । ଏଠାରେ ମାତା ଯଶୋଦାଙ୍କର ଅପୂର୍ବ ବାତ୍ସଲ୍ୟ-ମମତାର ଭାବ ପ୍ରକାଶ ପାଇଛି ।

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୩।
ପଠିତ କବିତାଟିକୁ ମନେପକାଇ କବିତାଂଶ ପୂରଣ କର ।
(କ) ଅନ୍ଧ ଲଉଡ଼ି ବାବୁରେ ………………..।
(ଖ) ………………………. ରଖି ଯାଉ ଗୋରୁ।
(ଗ) ହୃଦତାପ ବିନାଶନେ ……………….।
(ଘ) ………………………. ସର ନ ରୁଚଇ ତୋତେ।
(ଙ) ବନେ କଣ୍ଟା ଲାଗି ହୋଏ ……………….।
Answer:
(କ) ଅନ୍ଧ ଲଉଡ଼ି ବାବୁରେ ହୃଦ ରତ୍ନହାରା
(ଖ) ଡରୁ ଥାଉ ଅନ୍ଧାରକୁ ରଖି ଯାଉ ଗୋରୁ।
(ଗ) ହୃଦତାପ ବିନାଶନେ ହରିଚନ୍ଦନ।
(ଘ) ଗୋଟିକା, ଅଧାମ, ସର ନ ରୁଚଇ ତୋତେ।
(ଙ) ବନେ କଣ୍ଟା ଲାଗି ହୋଏ ମୃଦୁ ପାଦ ଚିନ୍ତା।

Question ୪ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ତୋଳି ମୁଁ ଧଇଲେ ……………………….ପଶିବଇଁ ମୁହଁ ।
Answer:
ପ୍ରଦତ୍ତ ପଦ୍ୟାଶଟି ଅଭିମନ୍ୟୁ ସାମନ୍ତସିଂହାରଙ୍କ ରଚିତ ‘କଳା ମାଣିକରେ’ ଶୀର୍ଷକ ପଦ୍ୟରୁ ଆନୀତ । ଏଠାରେ ମା’ର ବାତ୍ସଲ୍ୟପ୍ରୀତି ଏବଂ ସନ୍ତାନର ଜନନୀପ୍ରୀତି ଉଭୟର ପରିପ୍ରକାଶ ଘଟିଛି । ବାଲ୍ୟକାଳରେ ଶ୍ରୀକୃଷ୍ଣ ଅତ୍ୟନ୍ତ ଦୁର୍ବଳ ଶରୀରବିଶିଷ୍ଟ ଥିଲେ । ସେଥ‌ିପାଇଁ ମାତା ଯଶୋଦା ଚିନ୍ତିତ ଥିଲେ । ସନ୍ତାନ ଯେତେ ସୁସ୍ଥ ସବଳ ଥିଲେ ମଧ୍ୟ ଜନନୀ ଚକ୍ଷୁରେ ସେ ସଦାବେଳେ ଦୁର୍ବଳ ମନେ ହୋଇଥାଏ । କୃଷ୍ଣଙ୍କୁ କୋଳରେ ଧରି ସ୍ନେହ କଲାବେଳେ ଯଶୋଦା ପୁତ୍ରର ଅସୁସ୍ଥତା ଆଶଙ୍କା କରିଥାଆନ୍ତି । ତେଣୁ ଗୋଟିକା, ଅଧାମ ଓ ସର ଆଦି ପୁଷ୍ଟିକର ଖାଦ୍ୟ ଖାଇବାକୁ ତାଙ୍କୁ ବାଧ୍ୟ କରନ୍ତି । ଏହିପରି ଦୁର୍ବଳ କୋମଳ ଶରୀର ଧାରଣ କରି ସେ ଗୋଚାରଣ ନିମନ୍ତେ ବନକୁ ଯାଇଥିବାରୁ ମା’ ମନ ସଦା ଆତଙ୍କିତ ଥାଏ । ପୁନଶ୍ଚ ସନ୍ଧ୍ୟା ପରେ ବନରୁ ଫେରିବାରେ ବିଳମ୍ବ ହେବାରୁ ଆଶଙ୍କାରେ ଅତିଷ୍ଠ ହୋଇ ଯଶୋଦା ବ୍ୟାକୁଳ ହୋଇଉଠିଛନ୍ତି ଓ ପୁତ୍ରର ଗୁଣାବଳୀ ସ୍ମରଣ କରି ବିଳାପ କରିଛନ୍ତି ।

(ଖ) ନେଲୁ ନାର୍ହି କାର୍ହି ପାଇଁ ………………………….. ..ମୃଦୁ ପାଦ ଚିନ୍ତା ।
Answer:
ପ୍ରୋକ୍ତ ପଦ୍ୟାଶଟି ଅଭିମନ୍ୟୁ ସାମନ୍ତସିଂହାରଙ୍କ ରଚିତ ‘କଳା ମାଣିକରେ’ ଶୀର୍ଷକ ପଦ୍ୟରୁ ଆନୀତ । ସ୍ନେହମୟୀ ଜନନୀ ଯଶୋଦାଙ୍କର ବିଳାପ ବର୍ଣ୍ଣନା କରିଛନ୍ତି । ସନ୍ଧ୍ୟାରେ ଗୃହକୁ ପ୍ରତ୍ୟାବର୍ତ୍ତନ କରିବାରେ ବିଳମ୍ବ ହେବାରୁ ଯଶୋଦା କୃଷ୍ଣଙ୍କ ଚିନ୍ତାରେ ବ୍ୟାକୁଳ ହୋଇଉଠିଛନ୍ତି । ଗାଈଗୋଠ ସହ ଗଲାବେଳେ କୃଷ୍ଣ ତାଙ୍କ କଠଉ ଓ ଛତା ସଙ୍ଗରେ ନେବାକୁ ଭୁଲିଯାଇଛନ୍ତି । ସେଥ‌ିପାଇଁ ମା’ଙ୍କ ମନରେ ଅସୁମାରି ଆଶଙ୍କା ସୃଷ୍ଟି ହୋଇଛି । ସେ ଚିନ୍ତା କରିଛନ୍ତି ହୁଏତ ନିଦାଘ ଝାଞ୍ଜି ହେତୁ କୃଷ୍ଣଙ୍କ ଦେହରୁ ଝାଳ ବହି ପଡ଼ୁଥ‌ିବ । ବନ ମଧ୍ୟରେ ଅନାବନା କଣ୍ଟା ମାଡ଼ି ସୁକୋମଳ ପାଦ ଦୁଇଟିରୁ ରକ୍ତ ଝରିପଡ଼ୁଥ‌ିବ । ଯନ୍ତ୍ରଣାରେ ତାଙ୍କ ଅଲିଅଳ ପୁଅ ଅଧୀର ହୋଇପଡ଼ୁଥ୍ । ଚାଲିବାରେ କଷ୍ଟ ଅନୁଭବ କରି ହୁଏତ ଆସିବାରେ ବିଳମ୍ବ ହୋଇଛି । ଏହିପରି ନାନା ଭୟ ଓ ଆଶଙ୍କାରେ ମା’ ମନ ଶିହରି ଉଠିଛି । ବାତ୍ସଲ୍ୟ ମମତାମୟୀ ଜନନୀ ଯଶୋଦାଙ୍କର ବ୍ୟାକୁଳତା କବିଙ୍କ ଲେଖନୀରେ ଜୀବନ୍ତ ହୋଇଉଠିଛି।

Question ୫।
ଅସଜଡ଼ା ପଦକୁ ସଜାଡ଼ି ଲେଖ ।
(କ) ତୁ ତୁ ବିନାଶନେ ଏକଇ ବୃଦ୍ଧକାଳେ ନନ୍ଦ ହୃଦତାପ ହରିଚନ୍ଦନ ମୋହର ।
Answer:
ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ, ହୃଦତାପ ବିନାଶନେ ତୁ ହରିଚନ୍ଦନ ।

(ଖ) ଶ୍ରୁତିକି ଡଙ୍କୁଣୀ ବନକୁ ମାତିବାର ଶୁଭୁଛି ଛାଡ଼ିଦେଲି ନିଶାଚର କାହିଁକି ମୁଁ ।
Answer:
ନିଶାଚର ମାତିବାର ଶୁଭୁଛି ଶ୍ରୁତିକି, ମୁଁ ଡଙ୍କୁଣୀ ଛାଡ଼ିଦେଲି ବନକୁ କାହିଁକି ।

Question ୬।
ଯଶୋଦା ଶ୍ରୀକୃଷ୍ଣଙ୍କୁ କ’ଣ କ’ଣ ସମ୍ବୋଧନ କରି ଡାକିଛନ୍ତି, ସେହି ନାମଗୁଡ଼ିକ ଲେଖ ।
Answer:
ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ଜନନୀ ଯଶୋଦା ସମ୍ବୋଧନ କରି ଡାକିଥିବା ନାମଗୁଡ଼ିକ ହେଲା କଳାମାଣିକ, ନିଧନ ସଙ୍ଖାଳି, ଦରିଦ୍ର ପସରା, ଅନ୍ଧ ଲଉଡ଼ି, ହୃଦ ରତ୍ନହାରା, ଜୀବ ଜୀବନ, ନୟନ ପ୍ରତିମା, ହରିଚନ୍ଦନ ।

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୭।
ରେଖାଙ୍କିତ ଶବ୍ଦଗୁଡ଼ିକର ଅର୍ଥ ଲେଖ ।
(କ) ନିଧନ ସଙ୍ଖାଳି ମୋର ଦରିଦ୍ର ପସରା ।
Answer:
ନିଧନ – ନିର୍ଜନ, ଧନହୀନ, ଦରିଦ୍ର, ଗରିବ ।

(ଖ) ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ ।
Answer:
ନିଧନ – ପୁଅ, ପୁତ୍ର ।

(ଗ) ଗୋଟିକା ଅଧାମ ସର ନ ରୁଚଇ ତୋତେ ।
Answer:
ଅଧାମ – ଦୁଗ୍ଧଜାତ ମିଷ୍ଟାନ୍ନ ବିଶେଷ, ରାବିଡ଼ି, ସରପୁଳି। ଦୁଗ୍ଧକୁ ଗରମ କରି ଏଥୁରୁ ଜଳୀୟ ଅଂଶ କମିଗଲା ପରେ ଅର୍ଦ୍ଧତରଳ ଅବସ୍ଥାରେ ଯାହା ରହେ ତାହାକୁ ଅଧାମ କୁହାଯାଏ । ଏହା ଏକ ସୁସ୍ବାଦୁ ଖାଦ୍ୟ ।.

(ଘ) ବନେ କଣ୍ଟା ଲାଗି ହୋଏ ମୃଦୁ ପାଦ ଚିନ୍ତା ।
Answer:
ମୃଦୁ – କୋମଳ, ନରମ ।

(ଙ‍) ବାର ବାର ବାରୁଥାଇ ଯିବା ପାଇଁ ବନେ ।
Answer:
ବାରୁଥାଇ – ବାରଣ କରୁଥାଇ, ମନା କରୁଥାଇ ।

Question ୮।
ତଳେ ଦିଆଯାଇଥ‌ିବା ସମୋଚ୍ଚାରିତ ଶବ୍ଦଗୁଡ଼ିକ ମଧ୍ୟରେ ଥ‌ିବା ଅର୍ଥଗତ ପାର୍ଥକ୍ୟ ଲେଖ ।
ବେଶି – ବେଶା,  ନିଧନ –  ନିଧନ,  ଶ୍ରୁତି – ଶ୍ରୁତି,  ନିଶା –  ନିଶା,  ବର – ବର
Answer:
ବେଶି – ଅଧ୍ଵ ।
ବେଶା – ବେଶଧାରା ।
ନିଧନ – ମୃତ୍ୟୁ, ବିନାଶ ।
ନିଧନ – ଧନହୀନ, ଦରିଦ୍ର ।
ଶ୍ରୁତି – କାନ, ଶ୍ରବଣ, ଶୁଣିବା ।
ଶ୍ରୁତି – ବେଦ, କିମ୍ବଦନ୍ତୀ ।
ନିଶା – ରାତ୍ରି ।
ନିଶା – ନିଶାଦ୍ରବ୍ୟ ଅଭସ୍ତ
ବର – ବୃକ୍ଷ ବିଶେଷ, ସ୍ୱାମା, ପତି।
ବର – ଆଶାର୍ବାଦା

Question ୯।
ତଳଲିଖିତ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
କାନନ, ଦରିଦ୍ର, ନୟନ, ଜନନୀ, ଲଉଡ଼ି
Answer:
କାନନ – ବଣ, ଜଙ୍ଗଲ ।,
ନୟନ – ଚକ୍ଷୁ, ଆଖି ।
ଲଉଡ଼ି – ବାଡ଼ି, ଯଷ୍ଟି ।
ଦରିଦ୍ର – ଦୀନ, ଗରିବ ।
ଜନନୀ – ମାତା, ମା’ ।

ତୁମପାଇଁ କାମ :

ଏ ଗୀତଟିକୁ ସ୍ଵର, ତାଳ ସହ ଗାନ କର ।
ସନ୍ତାନ ପ୍ରତି ସ୍ନେହ ପ୍ରକାଶ କରୁଥିବା ଏହିପରି ବିଭିନ୍ନ କବିଙ୍କର ଆଉ କେତୋଟି ଗୀତ ସଂଗ୍ରହ କର ଓ ପଢ଼ ।
Answer:
ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କର ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧ ।
‘କଳାମାଣିକରେ’ କବିତାର କବିଙ୍କ ନାମ କ’ଣ ?
Answer:
କଳାମାଣିକରେ କବିତାର କବି ହେଉଛନ୍ତି ଅଭିମନ୍ୟୁ ସାମନ୍ତସିଂହାର।

Question ୨ ।
କଳାମାଣିକରେ କବିତାଟି କେଉଁ କାବ୍ୟରୁ ଆସିଅଛି ?
Answer:
କଲାମାଶିକାରେ କବିତାଟି ଅଭିମନ୍ୟୁ ସାମନ୍ତ୍ରସିଂହାରଙ୍କ ରଚିତ ‘ବିନ୍ଦଗ୍ଧ ଚିନ୍ତ୍ର।ମଶି’ କାବ୍ୟରୁ ଆସିଅଛି।

Question ୩ ।
କୃଷ୍ଣଙ୍କୁ କିଏ ଝୁରି ହେଉଛନ୍ତି ?
Answer:
କୃଷ୍ଣଙ୍କୁ ମାଆ ଯଶୋଦା ବାତ୍ସଲ୍ୟ ସ୍ନେହହେତୁ ମନେ ମନେ ତାଙ୍କୁ ଝୁରି ହେଉଛନ୍ତି।

Question ୪ ।
ଶ୍ରୀକୃଷ୍ଣ କାହାକୁ ଡରୁଥିଲେ ?
Answer:
ଶ୍ରୀକୃଷ୍ଣ ଅନ୍ଧି।ରକୁ ଡରୁଥିଲୋ

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୫ ।
ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ ବଣକୁ ଯିବାକୁ ବାରଣ କରୁଥିଲେ କାହିଁକି ?
Answer:
ବଣ ମଧ୍ଯରେ ଡାହାଣୀମାନେ କ୍ଷତି ଘଟାନ୍ତି। ସେଥ‌ିପାଇଁ ଶ୍ରୀକୃଷ୍ଣଙ୍କୁ ମାଆ ଯଶୋଦା ବଣକୁ ଯିବାକୁ ବାରଣ କରୁଥ୍ ଲୋ

Question ୬ ।
ଶ୍ରୀକୃଷ୍ଣ କେଉଁ ଖାଦ୍ୟକୁ ଭଲ ପାଉଥିଲେ ?
Answer:
ଶ୍ରୀକୃଷ୍ଣ ଲବଣି ଖାଇବା ପାଇଁ ଭଲ ପାଉଥ୍ ଲୋ

Question ୭ ।
ମାଆ ଯଶୋଦାଙ୍କୁ କ’ଣ ନ ଶୁଣିପାରିଥିବାରୁ ସେ ଅତ୍ୟଧୁକ ବ୍ୟସ୍ତ ହୋଇପଡ଼ିଛନ୍ତି ?
Answer:
ମାଆ ସନ୍ଧ୍ୟା ସମୟରେ ଶ୍ରୀକୃଷ୍ଣଙ୍କ ବଂଶୀ ସ୍ଵରକୁ ଶୁଣିଥା’ନ୍ତି । କିନ୍ତୁ ଆଜି ସେ ବଂଶୀ ସ୍ଵରକୁ ନ ଶୁଣି ପାରିଥବାରୁ ଅତ୍ୟଧୂକ ବ୍ୟସ୍ତ ହୋଇପଡ଼ିଛନ୍ତି।

Question ୮ ।
ଶ୍ରୀକୃଷ୍ଣଙ୍କ ପାଦରେ କଷ୍ଟ ହେଉଥ‌ିବ ବୋଲି ଯଶୋଦା କାହିଁକି ଭାବୁଥିଲେ ?
Answer:
ଶ୍ରୀକୃଷ୍ଣ ବଣକୁ ଗଲାବେଳେ ସାଙ୍ଗରେ କଠଉ ନେଇ ନ ଥିଲେ। ପାଦରେ କଣ୍ଟା ଫୁଟି କଷ୍ଟ ହେଉଥ‌ିବ ବୋଲି ଯଶୋଦା ଭାବୁଥିଲେ ।

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୯ ।
ଶ୍ରୀକୃଷ୍ଣଙ୍କ ଦେହରୁ ଝାଳ ବୋହୁଥ‌ିବ ବୋଲି କାହିଁକି ମାଆ ଯଶୋଦା ଭାବୁଥିଲେ ?
Answer:
ଝାଞ୍ଜି ଖରାରେ ଶ୍ରୀକୃଷ୍ଣଙ୍କ ଦେହରୁ ଝାଳ ବୋହୁଥ୍‌ବ ବୋଲି ଯଶୋଦା ଭାବୁଥ୍ ଲୋ

Question ୧୦ ।
ନିଶାଚରମାନେ କେଉଁଠି ମାତିଥିବାର ଯଶୋଦା ଶୁଣିଥିଲେ ?
Answer:
ନିଶାଚରମାନେ ବଣରେ ମାତିଥିବାର ଯଶୋଦା ଶୁଣିଥିଲେ।

ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର:

Question ୧।
‘କଳାମାଣିକରେ’ କବିତାଟି କେଉଁ ବହିରୁ ଅଣାଯାଇଛି ?
(କ) ବିଦଗ୍‌ଧ ଚିନ୍ତାମଣି
(ଖ) ତପସ୍ବିନୀ
(ଗ) ପ୍ରଶୟବଳ୍ମରା
(ଘ) ପ୍ରେମକଳା
Answer:
(କ) ବିଦଗ୍‌ଧ ଚିନ୍ତାମଣି

Question ୨ ।
‘କଳାମାଣିକରେ’ କବିତାଟି କାହାର ରଚନା ?
(କ) ଉପେନ୍ଦ୍ର ଭଞ୍ଜ
(ଖ) ଦୀନକୃଷ୍ଣ ଦାସ
(ଗ) ଅଭିମନ୍ୟୁ ସାମନ୍ତସିଂହାର
(ଘ) ଗାଙ୍ଗଧର ମେହେର
Answer:
(ଗ) ଅଭିମନ୍ୟୁ ସାମନ୍ତସିଂହାର

Question ୩।
‘କଳାମାଣିକରେ’ କବିତା ‘ବିଦଗ୍‌ଧ ଚିନ୍ତାମଣି’ କାବ୍ୟର କେଉଁ ଛାନ୍ଦରୁ ଅଣାଯାଇଛି ?
(କ) ଚତୁର୍ଦ୍ଦଶ ଛାନ୍ଦ
(ଖ) ଷଷ୍ଠ ଛାନ୍ଦ
(ଗ) ଚଉଷଠି ଛାନ୍ଦ
(ଘ) ସତଷଠି ଛାନ୍ଦ
Answer:
(ଘ) ସତଷଠି ଛାନ୍ଦ

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୪।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅଭିମନ୍ୟୁ ସାମନ୍ତସିଂହାରଙ୍କ ରଚନା ନୁହେଁ ?
(କ) ବାଘଗାତ
(ଖ) ଚଢ଼େଇ ଗୀତ
(ଗ) ନାନାବାୟା ଗୀତ
(ଘ) ବୋଲେ ହୁଁଟି
Answer:
(ଗ) ନାନାବାୟା ଗୀତ

Question ୫।
‘କଳାମାଣିକରେ’ କବିତାରେ ମାତାଙ୍କର କେଉଁ ମୁଖ୍ୟଭାବ କବି ପ୍ରକାଶକରିଛନ୍ତି ?
(କ) ବାତ୍ସଲ୍ୟମୟୀ ହୃଦୟର ଆବେଗ
(ଗ) ମାତୃ ହୃଦୟର ପ୍ରେମ
(ଖ) ମାତୃ ହୃଦୟର ସ୍ନେହ
(ଘ) ସନ୍ତାନର ମୋହ
Answer:
(କ) ବାତ୍ସଲ୍ୟମୟୀ ହୃଦୟର ଆବେଗ

Question ୬ ।
‘ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ’ – ଏଠାରେ ଏହି କବିତାଂଶରେ ‘ଧୀରେ’ କାହାକୁ ସମ୍ବୋଧନ କରାଯାଇଛି ?
(କ) ଯଶୋଦାଙ୍କୁ
(ଖ) ଗୋପୀମାନଙ୍କୁ
(ଗ) କବିତାଟି ଯେଉଁମାନେ ଶୁଣିବେ
(ଘ) ପଣ୍ଡିତମାନଙ୍କୁ
Answer:
(ଘ) ପଣ୍ଡିତମାନଙ୍କୁ

Question ୭।
‘କଳାମାଣିକ’ କାହାକୁ କୁହାଯାଇଛି ?
(କ) ଏକ ମୂଲ୍ୟବାନ୍ ଧାତୁ
(ଖ) ଧନସମ୍ପତ୍ତି
(ଗ) ଶ୍ରୀକୃଷ୍ଣ
(ଘ) ପଦ୍ମରାଗ ମଶି
Answer:
(ଗ) ଶ୍ରୀକୃଷ୍ଣ

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୮ ।
‘ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ’ ବୋଲି କାହାକୁ କୁହାଯାଇଛି ?
(କ) ଶ୍ରୀକୃଷ୍ଣଙ୍କୁ
(ଖ) ନନ୍ଦରାଜାଙ୍କୁ
(ଗ) ଅଭିମନ୍ୟୁଙ୍କୁ
(ଘ) ବଳରାମଙ୍କୁ
Answer:
(କ) ଶ୍ରୀକୃଷ୍ଣଙ୍କୁ

Question ୯୮
‘ହୃଦତାପ ବିନାଶନେ ତୁ ହରିଚନ୍ଦନ’ – ଏହି ପଦ୍ୟାଶରେ ‘ହରିଚନ୍ଦନ’ କାହାକୁ ଲକ୍ଷ୍ୟକରି କୁହାଯାଇଛି ?
(କ) ଶ୍ରୀକୃଷ୍ଣ
(ଖ) ବଳରାମ
(ଗ) କୃଷ୍ଣ ଓ ବଳରାମ
(ଘ) ବିଷ୍ଣୁଙ୍କ ଚନ୍ଦନ
Answer:
(ଘ) ବିଷ୍ଣୁଙ୍କ ଚନ୍ଦନ

Question ୧୦ ।
ନେଲୁ ନାହିଁ କାହିଁ ତୋ କଠଉ ଛତା’ ପଦ୍ୟାଶରେ ମାଆଙ୍କର କେଉଁ ମନୋଭାବ ପ୍ରକାଶ ପାଉଛି ?
(କ) ପୁଅ ପ୍ରତି ବିରକ୍ତିଭାବ
(ଖ) ପୁଅର ନିଭୀକତା ସଂପର୍କରେ ଆସ୍ଥା
(ଗ) ପୁଅର ଗୋଡ଼ରେ କଣ୍ଟା ପଶିବାର ଭୟ
(ଘ) ପୁଅର ନିରାପତ୍ତା ପ୍ରତି ସଂଶୟ
Answer:
(ଗ) ପୁଅର ଗୋଡ଼ରେ କଣ୍ଟା ପଶିବାର ଭୟ

Question ୧୧।
‘ମୁଁ ଡଙ୍କୁଣି ଛାଡ଼ିଦେଲି ବନକୁ କାହିଁକି’ ? – ଏଥରେ କେଉଁ ମୁଖ୍ୟ ଭାବଟି ପ୍ରକାଶ ପାଇଛି ?
(କ) ସ୍ନେହ
(ଖ) ବାତ୍ସଲ୍ୟ
(ଗ) ଆଶଙ୍କା
(ଘ) ଚିନ୍ତା
Answer:
(ଗ) ଆଶଙ୍କା

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୧୨ ।
‘ନିଶାଚର ମାତିବାର ଶୁଭୁଛି ଶ୍ରୁତିକି’ – ଏହି ପଦ୍ୟାଶରେ ‘ନିଶାଚର’ କାହାକୁ ଲକ୍ଷ୍ୟକରି କୁହାଯାଇଛି ?
(କ) ରାକ୍ଷସ
(ଖ) ରାତିଚୋର
(ଗ) ହିଂସ୍ରଜନ୍ତୁ
(ଘ) ଖଣ୍ଡ
Answer:
(କ) ରାକ୍ଷସ

Question ୧୩ ।
ହରିଚନ୍ଦନ କ’ଣ କରେ ?
(କ) ହୃଦତାପ ବିନାଶ କରେ
(ଖ) ବୃଦ୍ଧକାଳେ ସାହାଯ୍ୟ କରେ
(ଗ) ହୃଦୟରେ ଭକ୍ତିଭାବ ଆଣେ
(ଘ) ମନରେ ସାହସ ଦିଏ
Answer:
(କ) ହୃଦତାପ ବିନାଶ କରେ

Question ୧୪ ।
ଶ୍ରୀକୃଷ୍ଣ ନାଚି ନାଚି ମା’ଙ୍କୁ କ’ଣ ଲାଞ୍ଚ ମାଗନ୍ତି ?
(କ) ପେଡ଼ା
(ଖ) ରାବିଡ଼ି
(ଗ) ହୁଧସର
(ଘ) ଲହୁଣି
Answer:
(ଘ) ଲହୁଣି

Question ୧୫ ।
ନିମ୍ନୋକ୍ତ ମଧ୍ୟରୁ ବାତ୍ସଲ୍ୟ ମମତାର ଅର୍ଥ କେଉଁଟି ?
(କ) ପୁଅଝିଅମାନଙ୍କର ଉନ୍ନତି
(ଖ) ପୁଅଝିଅଙ୍କ ପ୍ରତି ପିତାମାତାଙ୍କର କର୍ତ୍ତବ୍ୟ
(ଗ) ଦୁଧସର
(ଘ) ଲହୁଣି
Answer:
(ଘ) ଲହୁଣି

Question ୧୬ ।
ନିମ୍ନୋକ୍ତ ମଧ୍ୟରୁ କେଉଁଟିକୁ କୃଷ୍ଣ ଡରନ୍ତି ବୋଲି ଯଶୋଦା କହିଛନ୍ତି ?
(କ) ଡାହାଣୀକୁ
(ଖ) ଅନ୍ଧିରକୁ
(ଗ) ନିଶାଚରକୁ
(ଘ) ହିଂସ୍ରଜନ୍ତୁଙ୍କୁ
Answer:
(ଘ) ହିଂସ୍ରଜନ୍ତୁଙ୍କୁ

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୧୭ ।
କୃଷ୍ଣ ବଣକୁ ଯାଇଥିଲାବେଳେ ସାଥ୍‌ରେ କେଉଁ କେଉଁ ଜିନିଷ ନେଇ ନଥ‌ିବାରୁ ମାତା ଯଶୋଦା ଭାଳି ହୋଇଛନ୍ତି ?
(କ) ଗୋଟିକା, ଅଧାମ
(ଖ) ବଂଶୀ
(ଗ) କଠଉ, ଛତା
(ଘ) ମୟୂରଚଦ୍ରିକା
Answer:
(ଗ) କଠଉ, ଛତା

Question ୧୮ ।
ଅଧାମର ଅର୍ଥ ନିମ୍ନୋକ୍ତ ମଧ୍ୟରୁ କେଉଁଟି ?
(କ) ପୋଡ଼ା
(ଖ) ରାବିଡ଼ି
(ଗ) କହିଶି
(ଘ) ରସଗୋଲା
Answer:
(ଖ) ରାବିଡ଼ି

Question ୧୯ ।
ଯଶୋଦା କ’ଣ ପାଇଁ କାନ ଡେରିଥା’ନ୍ତି ?
(କ) ଶ୍ରୀକୃଷ୍ଣଙ୍କ କଥା
(ଖ) ଶ୍ରୀକୃଷ୍ଣଙ୍କ ବଂଶୀର ସ୍ଵନ
(ଗ) ଗାଈପଲ ଫେରିବାର ଶବ୍ଦ
(ଘ) ଶ୍ରୀକୃଷ୍ଣଙ୍କ କଠଉର ଶବ୍ଦ
Answer:
(ଖ) ଶ୍ରୀକୃଷ୍ଣଙ୍କ ବଂଶୀର ସ୍ଵନ

Question ୨୦ ।
ବନକୁ ଯିବାପାଇଁ ଯଶୋଦା ଶ୍ରୀକୃଷ୍ଣଙ୍କୁ ବାରମ୍ବାର ବାରଣ କରୁଥିଲେ କାହିଁକି ?
(କ) ସାଥ୍‌ରେ କଠଉ ଓ ଛତା ନେବାକୁ ଶ୍ରୀକୃଷ୍ଣ ଭୁଲିଯା’ନ୍ତି ।
(ଖ) ବଣରେ ଅନ୍ଧାର ଘୋଟି ରହିଥାଏ ।
(ଗ) ବଣରେ ଗୋଟିକା, ଅଧାମ, ଲହୁଣି ଆଦି ମିଳିନଥାଏ ।
(ଘ) ଡାହାଣୀ ଶ୍ରୀକୃଷ୍ଣଙ୍କୁ ଲୋଭେଇଯା’ନ୍ତି ।
Answer:
(ଘ) ଡାହାଣୀ ଶ୍ରୀକୃଷ୍ଣଙ୍କୁ ଲୋଭେଇଯା’ନ୍ତି ।

Question ୨୧ ।
ମାତା ଯଶୋଦା କେଉଁ କଥା ଭାଳୁଛନ୍ତି ବୋଲି କବିତାରେ କୁହାଯାଇଛି ?
(କ) ଘରକଥା
(ଖ) ଗାଈଗୋରୁଙ୍କ କଥା
(ଗ) ବାତ୍ସଲ୍ୟମମତା କଥା
(ଘ) ପଡ଼େ।ଶାଙ୍କ ମମତା କଥା
Answer:
(ଗ) ବାତ୍ସଲ୍ୟମମତା କଥା

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୨୨ ।
ବନେ କଣ୍ଟା ଲାଗି ହୋଏ – ପାଦ ଚିନ୍ତା : ପାଦ ପୂରଣ କର ।
(କ) କଅଁଳ
(ଖ) ମୃଦୁ
(ଗ) ନରମ
(ଘ) କର୍କଶ
Answer:
(ଖ) ମୃଦୁ

Question ୨୩ ।
ନାଚି ଲାଞ୍ଚ ମାଗୁଥାଉ – କେମନ୍ତେ : – ପାଦ ପୂରଣ କର ।
(କ) ଲବଣି
(ଖ) ଗୋଟିକା
(ଗ) ଆଧାମ
(ଘ) ସର
Answer:
(କ) ଲବଣି

Question ୨୪ ।
ଅଭିମନ୍ୟୁ ସାମନ୍ତସିଂହାର କେଉଁ ଶତାବ୍ଦୀର କବି ?
(କ) ବିଂଶ
(ଖ) ଊନବିଂଶ
(ଗ) ସପ୍ତଦଶ
(ଘ) ଅଷ୍ଟାଦଶ
Answer:
(ଘ) ଅଷ୍ଟାଦଶ

Question ୨୫ ।
‘ତୋଳି’- ଏହା କେଉଁ ଅର୍ଥ ପ୍ରକାଶ କରେ ?
(କ) ତୋଳିବା
(ଖ) ସଂଗ୍ରହ କରିବା
(ଗ) ଟେକି ଧରି
(ଘ) ଏ ସମସ୍ତ
Answer:
(ଗ) ଟେକି ଧରି

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୨୬ ।
‘ସାରୁ’ – ଏହା କେଉଁ ଅର୍ଥ ପ୍ରକାଶ କରେ ?
(କ) ଶେଷକରୁ
(ଖ) ଏକପ୍ରକାର ପରିବା
(ଗ) ପରିବା
(ଘ) ଏଥିମଧ୍ୟରୁ କୌଣସିଟି ନୁହେଁ
Answer:
(କ) ଶେଷକରୁ

Question ୨୭ ।
ନିଧନସଙ୍ଖାଳି ମୋର ଦରିଦ୍ର ପସରା – ରେଖାଙ୍କିତ ଶବ୍ଦଟିର ଅର୍ଥ କ’ଣ ?
(କ) ଧନହାନ
(ଖ) ମୃତ
(ଗ) ଗରିବ
(ଘ) ପାଇବା
Answer:
(କ) ଧନହାନ

Question ୨୮ ।
ମାତା ଯଶୋଦା ନିଜକୁ ଡଙ୍କୁଣୀ ବୋଲି କାହିଁକି କହିଛନ୍ତି ?
(କ) ଶ୍ରୀକୃଷ୍ଣଙ୍କୁ କଠଉ, ଛତା ଦେଇ ନଥ‌ିବାରୁ
(ଖ) ନିଶାଚର ମାତିଥିବା ଶୁଣି ମଧ୍ୟ ଶ୍ରୀକୃଷ୍ଣଙ୍କୁ ବଣକୁ ଛାଡ଼ିଥିବାରୁ
(ଗ) ଶ୍ରୀକୃଷ୍ଣଙ୍କ ଦେହରେ ଖରାବାଜି ଝାଳ ବହୁଥ‌ିବାରୁ
(ଘ) ଶ୍ରୀକୃଷ୍ଣ ପଥଶ୍ରମ ପାଉଥିବାରୁ
Answer:
(ଖ) ନିଶାଚର ମାତିଥିବା ଶୁଣି ମଧ୍ୟ ଶ୍ରୀକୃଷ୍ଣଙ୍କୁ ବଣକୁ ଛାଡ଼ିଥିବାରୁ

Question ୨୯ ।
ଯଶୋଦା ଶ୍ରୀକୃଷ୍ଣଙ୍କୁ ଲକ୍ଷ୍ୟକରି ପ୍ରତ୍ୟକ୍ଷ ଭାବରେ କେଉଁ କଥାଟି କହିନାହାନ୍ତି ? ସେ ତାଙ୍କର-
(କ) ନିଧନସଙ୍ଖ୍।ଳି
(ଖ) ହରିଚନ୍ଦନ
(ଗ) କରିଦ୍ରପସରା
(ଘ) ନୟନପ୍ରତିମା
Answer:
(ଖ) ହରିଚନ୍ଦନ

Question ୩୦
ମା’ ପୁଅକୁ ଲବଣି ପିତୁଳା ବୋଲି କାହିଁକି କହିଛନ୍ତି ?
(କ) ସ୍ନେହବଶତଃ
(ଖ) ଦୟ।ବଶତଃ
(ଗ) କରୁଣାବଶତଃ
(ଘ) ଭୟବଶତଃ
Answer:
(କ) ସ୍ନେହବଶତଃ

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୩୧ ।
‘ଗୋଟିକା, ଅଧାମ, ସର ନ ରୁଚଇ ତୋତେ’ ଏଥୁ ‘ଗୋଟିକା’ ଶବ୍ଦର ଅର୍ଥ କ’ଣ ?
(କ) ସରପୁଳି
(ଖ) ରସାବଳି
(ଗ) ରାବିଡ଼ି
(ଘ) ପେଡ଼ା
Answer:
(ଘ) ପେଡ଼ା

Question ୩୨ ।
‘କଳାମାଣିକ’ କବିତାରେ ଯଶୋଦାଙ୍କର କେଉଁ ମନୋଭାବ ଉପରେ ଗୁରୁତ୍ଵ ଦିଆଯାଇଛି ?
(କ) ଉଦ୍‌ବିଗ୍ନତା
(ଖ) ଭୟାତୁରତା
(ଗ) ଅସହାୟତା
(ଘ) ସନ୍ତାନପ୍ରତି ମମତା
Answer:
(ଘ) ସନ୍ତାନପ୍ରତି ମମତା

Question ୩୩ ।
‘କଳାମାଣିକରେ’ କବିତାର ମୁଖ୍ୟ ଭାବ କ’ଣ ?
(କ) ଈଶ୍ବର ଭକ୍ତି
(ଖ) କରୁଣଭାବ
(ଗ) ବିଷାଦଭାବ
(ଘ) ସନ୍ତାନ ସ୍ନେହ
Answer:
(ଘ) ସନ୍ତାନ ସ୍ନେହ

BSE Odisha 7th Class Odia Solutions Chapter 1 କଳାମାଣିକରେ

Question ୩୪ ।
ଶ୍ରୀକୃଷ୍ଣ ବଣକୁ ଯାଇଥିବାରୁ ଯଶୋଦଙ୍କ ମନରେ କେଉଁ ଭାବ ଉଦ୍ରେକ ହୋଇ ନାହିଁ ?
(କ) ଭୟ
(ଖ) ଉଦ୍‌ବେଗ
(ଗ) ଅ।ଶଙ୍କା
(ଘ) କୌତୂହଳ
Answer:
(ଘ) କୌତୂହଳ

କବି ପରିଚୟ :

ଇତିହାସରେ ଏକ ଉଜ୍ଜ୍ବଳ ଚରିତ୍ର । ସେ ‘କାବ୍ୟଯୁଗ’ ବା ‘ରାତିକ୍ଷୁଗ’ ବା ‘ଛନ୍ଦଯୁଗ’ ନାମରେ ନାମିତ ଏକ ସ୍ଵତନ୍ତ୍ର ସାର ସ୍କୃତ ଯୁଗର ଅନ୍ୟତମ ପ୍ରତିନିଧ୍। ରାଧାକୃଷ୍ଣଙ୍କର ଅମୃତ ଜୀବନଚରିତ ଆଧାରିତ ବହୁ କାବ୍ୟକବିତାର ସେ ରଚୟିତା । ପ୍ରତ୍ୟେକ ଓଡ଼ିଆଙ୍କ ନିକଟରେ ସେ ବିଦଗ୍ଧ କବିଭାବେ ପରିଚିଦ୍ଧ । ତାଙ୍କ ରଚିତ କାବ୍ୟକବିତାଗୁଡ଼ିକ ମଧ୍ୟରେ ‘ବିଦଗ୍ଧ ଚିନ୍ତାମଣି’, ‘ପ୍ରେମକଳା’, ‘ରସବତୀ’, ‘ସୁଲକ୍ଷଣା’, ‘ବାଘଗୀତ’, ‘ଚଢ଼େଇ ଗୀତ’, ‘ବୋଲେ ହୁଁ ଟି’ ଆଦି ପ୍ରଧାନ । ବାଲ୍ୟକାଳରୁ ସେ ସରଳ ସାବଲୀଳ କରୁଥିଲେ । କବିତା ‘କଳା ମାଣିକରେ’ କବିଙ୍କର ସର୍ଚଶ୍ରେଷ୍ଠ କାବ୍ୟ ‘ବିଦଗ୍ଧ ଚିନ୍ତାମଣି’ ର ସତଷଠି ଛାନ୍ଦରୁ ଗୃହୀତ ।

କବିତାର ପୃଷ୍ଠଭୂମି :

ଶ୍ରାକୃଷ୍ଣ ପ୍ତତିଦିନ ଗୋପବାଳକମାନଙ୍କ ସହ ବନକୁ ଗୋଚାରଣରେ ଯାଉଥିଲେ । ଏକଦା ସନ୍ଧ୍ୟାରେ ଗାଈଗୋଠ ସହ ଘରକୁ ଫେରିବାରେ ତାଙ୍କର ବିଳମ୍ବ ହେବାରୁ ଯଶୋଦାଙ୍କ ମନରେ ଅନେକ ଭୟ ଓ ଆଶଙ୍କା ଯଶୋଦାଙ୍କ ମନରେ ଅନେକ ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି । ସେ ମନରେ ପୁତ୍ର କୃଷ୍ଣଙ୍କ ଗୁଣ ଗାନକରି ବିଳାପ କରିଛନ୍ତି । ସ୍ନେହ- ବତ୍ସଳ ମାତା ମନର ବ୍ୟସ୍ତତାରେ କବିତାଟି ରସାଣିତ ହୋଇଛି । କବି ବାତ୍ସଲ୍ୟଭରା ହୃଦୟର ଆବେଗକୁ ସୁନ୍ଦର ଭାବେ କବିତାରେ ରୂପ ଦେଇଛନ୍ତି ।

କବିତାର ସାରକଥା :
ଗୋପପୁରରେ ପ୍ରତ୍ୟହ ଶ୍ରୀକୃଷ୍ଣ ଗୋପାଳ ବାଳକମାନଙ୍କ ସହ ଗାଈଗୋଠ ନେଇ ବନ ମଧ୍ୟକୁ ଗୋଚାରଣ ନିମିତ୍ତ ଯାଇଥା’ନ୍ତି ଓ ସନ୍ଧ୍ୟା ସମୟରେ ପ୍ରତ୍ୟାବର୍ତ୍ତନ କରନ୍ତି । ସେଦିନ ଫେରିବା ବିଳମ୍ବ ହେବାରୁ ମାତା ଯଶୋଦାଙ୍କ ମନ ବ୍ୟସ୍ତତାରେ ଭରି ଉଠିଛି । ମନ ମଧ୍ୟରେ ନାନା ଆଶଙ୍କା ସୃଷ୍ଟି ହୋଇଛି। କୃଷ୍ଣଙ୍କର ଗୁଣ ଓ କାର୍ଯ୍ୟକଳାପ ଆଦି ତାଙ୍କ ସ୍ମୃତିକୁ ଆସିବାରୁ ସେ ବିଳାପ କରିଉଠିଛନ୍ତି । ସ୍ନେହମୟୀ ଜନନୀଙ୍କ ବାତ୍ସଲ୍ୟ ମମତା କବିତାର ଛତ୍ରେ ଛତ୍ରେ ଫୁଟିଉଠିଛି ଯାହା କବି ସାମନ୍ତସିଂହାରଙ୍କ ଲେଖନୀରେ ଅତି ମନୋରମ ରୂପ ଲାଭ କରିଛି ।

ଯଶୋଦାଙ୍କ ବୃଦ୍ଧାକାଳର ଏକମାତ୍ର ସନ୍ତାନ ଥିଲେ ଶ୍ରୀକୃଷ୍ଣ । ସେ ପିତାମାତାଙ୍କର ଅତି ଅଲିଅଳ ଥିଲେ । ଦୀର୍ଘସମୟ ଧରି ଶ୍ରୀକୃଷ୍ଣ ଆଖୁ ଆଢୁଆଳରେ ରହିଯିବାରୁ ମା’ ମନ ତାଙ୍କର ଆତଙ୍କିତ ହୋଇପଡ଼ିଛି । ଅହେତୁକ ଭୟରେ ମନ ଶିହରି ଉଠିଛି । ମା’ଙ୍କ ପାଇଁ ସେ ସତେଯେପରି ଥୁଲେ ଅନ୍ଧର ଲଉଡ଼ି, ଦରିଦ୍ରର ପସରା ଓ ନିର୍ଜନର ଧନ ସ୍ୱରୂପ । ତାଙ୍କ ପ୍ରାଣର ପ୍ରତିମା, ନୟନର ମଣି କୃଷ୍ଣଙ୍କର ବନ ମଧ୍ୟରେ କୌଣସି ଅସୁବିଧା ହେଲା କି ? ଏହା ଚିନ୍ତାକରି ଭୟରେ ମାତା ଯଶୋଦାଙ୍କ ହୃଦୟ ବ୍ୟସ୍ତତାରେ ଭରିଉଠିଛି, ବ୍ୟାକୁଳତାରେ ଅଧୀର ହୋଇପଡ଼ିଛନ୍ତି ସେ ।

ଯେଉଁ କୃଷ୍ଣ ଅନ୍ଧାରକୁ ଭୟ କରନ୍ତି, ସେ ଗାଈଗୋଠ ସହ ସନ୍ଧ୍ୟା ପରେ କିପରି ଘରକୁ ଫେରିବେ ସେ ବିଷୟରେ ଭାବି ମା’ ମନ ବାତୁଳ ପ୍ରାୟ ହୋଇଉଠିଛି । ବାରଣ କଲେ ମଧ୍ୟ କୃଷ୍ଣ ଗାଈଗୋଠ ସହ ବନକୁ ଯିବାକୁ ଜିଦ୍ କରୁଥିଲେ । ବୃଦ୍ଧ ବୟସରେ ତାଙ୍କ ହୃଦଚନ୍ଦନ ପ୍ରାୟ ଏକମାତ୍ର ପୁତ୍ରର ଅନୁପସ୍ଥିତି ତାଙ୍କୁ ବିବ୍ରତ କରିପକାଇଛି । ତାଙ୍କର ମନେପଡ଼ିଯାଇଛି କୃଷ୍ଣଙ୍କର ଲବଣି ମାଗିବାର ଭଙ୍ଗୀ । ଗୋଟିକା, ଅଧାମ, ସର ଖାଇବାକୁ ରୁଚୁ ନଥିଲାବେଳେ ଲହୁଣି ଚୋରାଇ ଖାଇବାରେ ସେ କିପରି ପାରଙ୍ଗମ ଥିଲେ ତାହା ଯଶୋଦାଙ୍କ ଆଖି ଆଗରେ ନାଚି ଉଠିଛି ।

ମା’ ଶୁଣିଥିଲେ ଯେ ବନରେ ଡାକିନୀ, ଯୋଗିନୀ ଆଦି ନିଶାଚରମାନେ ଉପଦ୍ରବ କରିଥାଆନ୍ତି, ଯେଉଁଥପାଇଁ ସେ ଦୁର୍ବଳ ମନା କୃଷ୍ଣଙ୍କୁ ବନକୁ ପଠାଇବାକୁ ବାରଣ କରି ଆସୁଥିଲେ । ସେମାନେ ପୁଅ ପାଇଁ କିଛି ବିପତ୍ତି ସୃଷ୍ଟି କରିନାହାନ୍ତି ତ ! ମମତାମୟୀ ମା’ ମନ ସେ କଥା ଚିନ୍ତାକରି ଆତଙ୍କିତ ହୋଇପଡ଼ିଛି। ନିଦାଘ ଝାଞ୍ଜିରେ ହୁଏତ କୋମଳ ଅଙ୍ଗରୁ ଝାଳ ବୋହି ପଡ଼ୁଥ‌ିବ । କଠଉ କି ଛତା ମଧ୍ଯ ନେବାକୁ ଭୁଲିଯାଇଛନ୍ତି ସେ । ହୁଏତ ପାଦରେ କଣ୍ଟା ଫୁଟି କଷ୍ଟ ହେଉଥ‌ିବ । ଏ ସମସ୍ତ କଥା ମନରେ ଭାଳି ଯଶୋଦା ବିବ୍ରତ ହୋଇପଡ଼ିଛନ୍ତି । ଗୋଠ ବାହୁଡ଼ା ସମୟରେ ପୁଅର ବଂଶୀସ୍ବନ ନ ଶୁଣି ସେ ବ୍ୟସ୍ତ ହୋଇପଡ଼ିଛନ୍ତି । ବାତ୍ସଲ୍ୟ ମମତାରେ ଭରା ମା’ ହୃଦୟର ଉଦ୍‌ବିଗ୍ନତା କବିତାକୁ ରସାଣିତ କରିଛି ।

କଠିନ ଶବ୍ଦାର୍ଥ :

  • ଭାକୁଛନ୍ତି – ଭାବୁଛନ୍ତି
  • ଧୀରେ – ପଣ୍ଡିତମାନେ /ସୁଧୀଜନମାନେ ।
  • ବାତ୍ସଲ୍ୟ ମମତା – ନିଜ ପୁଅଝିଅମାନଙ୍କ ପ୍ରତି ପିତାମାତାଙ୍କ ଗଭୀର ସ୍ନେହ ।
  • ଘେନ – ଗ୍ରହଣ କର
  • କାନନ – ବଣ / ଜଙ୍ଗଲ ।
  • ନିଧନ – ଧନହୀନ / ଦରିଦ୍ର / ଗରିବ
  • ଲଉଡ଼ି – ବାଡ଼ି ।
  • ଅନ୍ଧ ଲଉଡ଼ି – ଅନ୍ଧଲୋକ ବାଡ଼ି ସାହାଯ୍ୟରେ ବାଟ ଖୋଜି ଚାଲେ । ବାଢ଼ିଟି ତା’ପାଇଁ ସବୁଠାରୁ ବେଶି -ପ୍ରିୟ, ବେଶି ପ୍ରୟୋଜନ ।
  • ଜୀବନ – ପ୍ରାଣ
  • ପାସୋରି – ଭୁଲି
  • ସାରୁ – ଶେଷକରୁ
  • ଜନକ – ପିତା / ବାପା ।
  • ଜନନୀ – ମାତା ।
  • ନନ୍ଦନ – ପୁତ୍ର ।
  • ବାରବାର – ବାରମ୍ବାର
  • ଡାକିନୀ – ଡାହାଣୀ
  • ହରିଚନ୍ଦନ – ଶୀତଳତା ପ୍ରଦାନକାରୀ ଶ୍ଵେତ ଚନ୍ଦନ ବା ଆହ୍ଲାଦ ପ୍ରଦାନକାରୀ ଚନ୍ଦନ ।
  • ବେଣୁଗୀତ – ବଂଶୀସ୍ବର
  • ହୃଦତାପ – ହୃଦୟର ଦୁଃଖଜ୍ଵାଳା ।
  • ଗୋଟିକା – ପେଡ଼ା / ସନ୍ଦେଶ ।
  • ଅଧାମ – ସରପୁଳି / ରାବିଡ଼ି ।
  • ଲବଣି – ଲହୁଣି ।
  • ବାରୁଥାଇ – ମନାକରୁଥାଏ
  • ମମତା – ସ୍ନେହ ।
  • ବେଣୁ – ବଂଶୀ ।
  • ନିଶାଚର – ରାକ୍ଷସ / ରାତ୍ରିରେ ଯେଉଁମାନେ ବିଚରଣ କରନ୍ତି ।
  • ଅଙ୍ଗୁ – ଦେହରୁ
  • ଶ୍ରୁତି – ଶୁଣିବା/କାନ ।
  • ତରୁ – ବୃକ୍ଷ ।
  • ମୃଦୁ – କୋମଳା
  • ସଙ୍ଖଳି – ପ୍ରାଣଧନ / ପ୍ରିୟବ୍ ସ୍ତୁ।
  • ତାଙ୍କୁଶା – ଡାହାଣା

BSE Odisha 7th Class Odia Solutions Chapter 2 ତାରା-ସୂର୍ଯ୍ୟ

Odisha State Board BSE Odisha 7th Class Odia Solutions Chapter 2 ତାରା-ସୂର୍ଯ୍ୟ Textbook Exercise Questions and Answers.

BSE Odisha Class 7 Odia Solutions Chapter 2 ତାରା-ସୂର୍ଯ୍ୟ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) କେଉଁମାନଙ୍କୁ ରବି ପରି ରଶ୍ମିମାନ୍ ବୋଲି କବି କହିଛନ୍ତି ?
Answer:
ବିଦେଶୀ ଶାସକମାନଙ୍କ କଠୋର ଶାସନ ଓ ପ୍ରଚଣ୍ଡ ବଳ ବିକ୍ରମ ରବି ପରି ରଶ୍ମିମାନ୍ ଭଳି ଦେଖାଯାଉଥିଲେ ମଧ୍ୟ ଆମ ଦେଶର ବିଜ୍ଞ, ବିଦ୍ୱାନ୍ ଓ ଜ୍ଞାନୀ ଗୁଣୀମାନଙ୍କୁ ରବି ପରି ରଶ୍ମିମାନ୍ ବୋଲି କବି କହିଛନ୍ତି ।

(ଖ) ସେମାନଙ୍କ ମନରେ ଭୟ ଅଛି ବୋଲି କବି କାହିଁକି ଉପଲବ୍ଧି କରିଛନ୍ତି ?
Answer:
ସୂର୍ଯ୍ୟଙ୍କ ଦୀପ୍ତିମନ୍ତ ଆଭା ଓ ଜ୍ୟୋତି ସମ୍ମୁଖରେ ଦୂର ଗଗନର ନକ୍ଷତ୍ରମାନେ ତେଜହୀନ ଜଣା ପଡ଼ିଥାଆନ୍ତି । କବି କିନ୍ତୁ ଏଠାରେ ଦେଶବାସୀଙ୍କ ମନର ଭୟକୁ ଲକ୍ଷ୍ୟ କରି ଏହା କହିଛନ୍ତି । ବିଦେଶୀ ଶାସକଙ୍କ ନିଷ୍ଠୁର ଶାସନ ବ୍ୟବସ୍ଥା ଆଢୁଆଳରେ ସେମାନେ ଭୟାତୁର ବୋଲି କବି ଅନୁଭବ କରିଛନ୍ତି ।

(ଗ) ଆମ୍ଭ ଭାସ୍କର କାହାକୁ ଲକ୍ଷ୍ୟ
Answer:
ଦେଶବାସୀଙ୍କ ଉପରେ ବିଦେଶୀ ଶାସକଙ୍କ ବଳ ବିକ୍ରମ ତଥା ନିର୍ଦ୍ଦୟ ଶାସନକୁ କବି ଆମ୍ଭ ଭାସ୍କର ବୋଲି କହିଛନ୍ତି ।

(ଘ) ଆମ୍ଭ ଭାସ୍କରକୁ ଅନ୍ୟମାନେ କାହିଁକି କ୍ଷୁଦ୍ର ତାରା ବୋଲି କହନ୍ତି ?
Answer:
ପୃଥ୍ବା ବାସାଙ୍କୁ ସୂର୍ଯ୍ୟ ପ୍ରଚଣ୍ଡ ତେଜୋଦୀପ୍ତ ପ୍ରତାୟମାନ ହେଉଥ୍ବାବେଳେ ହର ମହାକାଶରେ ସୂର୍ଯ୍ୟସମ ଅନ୍ୟ ନକ୍ଷତ୍ରମାନଙ୍କ ମଣ୍ଡଳ ମଧ୍ୟରେ ଥ‌ିବା ଗ୍ରହାଧ‌ିବାସୀମାନଙ୍କୁ ସୂର୍ଯ୍ୟ କ୍ଷୁଦ୍ର ତାରା ପରି ପରିଦୃଷ୍ଟ ହୁଅନ୍ତି । ବାସ୍ତବରେ ସୂର୍ଯ୍ୟସମ ଆଚରଣ ପ୍ରଦର୍ଶନ କରୁଥ‌ିବା ବିଦେଶୀ ଶାସକମାନେ ଆମ ଦେଶବାସୀଙ୍କ ପାଇଁ କ୍ଷୁଦ୍ର ତଥା ନଗଣ୍ୟ ଭାବେ ଗୃହୀତ ହୋଇଥାଆନ୍ତି ।

(ଙ) ‘‘ଆମ୍ଭେ ଚାହୁଁଥାଉ ତାଙ୍କର ଉଦୟ’’- କିଏ କାହାର ଉଦୟ ଚାହୁଁଛନ୍ତି ?
Answer:
ଆମ ଦେଶବାସୀ ଏପରି ସଂସ୍କାର ପାଇଛନ୍ତି ଯେ ସେମାନେ ଉପକାରୀର ସମାଲୋଚନା କରିପାରନ୍ତି ନାହିଁ । ବିଶ୍ବ ସଭ୍ୟତା ଓ ବିଜ୍ଞାନ ବିଷୟରେ ଆମକୁ ସଭ୍ୟ ଶିକ୍ଷିତ କରାଇଥିବା, ଜ୍ଞାନଦାନ କରାଇଥିବା ରାଜାର ଜୟଗାନ କରିବା ପ୍ରଜାର ପ୍ରଥମ କର୍ତ୍ତବ୍ୟ ବୋଲି ଭାରତୀୟମାନେ ଚିନ୍ତା କରିଥାଆନ୍ତି । ତେଣୁ ତାଙ୍କର ଜୟଗାନ କରିବା ତଥା ଆମର ଉପକାର ସାଧନ କରୁଥିବା ଶାସକଙ୍କୁ ସୂର୍ଯ୍ୟ ସହ ତୁଳନା କରି ଆମେ ତାଙ୍କ ଉଦୟ କାମନା କରୁଥାଉ ବୋଲି କବି ଉଲ୍ଲେଖ କରିଛନ୍ତିା

BSE Odisha 7th Class Odia Solutions Chapter 2 ତାରା-ସୂର୍ଯ୍ୟ

Question ୨।
ଦୁଇଟି ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ତାରାଗଣ କେବଳ ନିଜର ଜଗତକୁ ଆଲୋକିତ କରିଛନ୍ତି – ଏଥୁ କେଉଁ ଭାବ ପ୍ରକାଶ ପାଇଛି ?
Answer:
ତାରାଗଣ ସୁଦୂର ମହାକାଶରେ ଅବସ୍ଥାପିତ ଥିବାରୁ ଆମକୁ କ୍ଷୁଦ୍ର ପରିଦୃଷ୍ଟ ହୋଇଥାଆନ୍ତି । କିନ୍ତୁ ସେମାନେ ସୂର୍ଯ୍ୟଙ୍କ ପରି ଗୋଟିଏ ଗୋଟିଏ ମହାନ୍ ଆଲୋକପିଣ୍ଡ ଅଟନ୍ତି । ସେମାନେ ନିଜ ମଣ୍ଡଳରେ ଥ‌ିବା ଗ୍ରହ ଉପଗ୍ରହାଦିର ଅଧିବାସୀମାନଙ୍କୁ ଆଲୋକ ପ୍ରଦାନ କରିଥାଆନ୍ତି । ସେହିପରି ଆମ ଦେଶର ବିଜ୍ଞ, ବିଦ୍ଵାନ୍ ତଥା ପଣ୍ଡିତମଣ୍ଡଳୀ ଯଥେଷ୍ଟ ପ୍ରତିଭାବାନ୍ ହୋଇଥିଲେ ମଧ୍ୟ ସେମାନେ କେବଳ ନିର୍ଦ୍ଦିଷ୍ଟ ପରିସର ମଧ୍ୟସ୍ଥ ସମାଜରେ ପୂଜ୍ୟ ଓ ମହାନ୍ ଭାବେ ପରିଗଣିତ ହୋଇଥାଆନ୍ତି । ପ୍ରଚାର ଓ ପ୍ରସାର ଅଭାବରୁ ସେମାନେ ବହିର୍ଦେଶ ଲୋକଲୋଟନ ଅନ୍ତରାଳରେ ରହି ନଗଣ୍ୟ ଭାବେ ବିବେଚିତ ହୁଅନ୍ତି । ବିଦେଶୀ ଶାସକବର୍ଗ ବଳପୂର୍ବକ ସେମାନଙ୍କ ଉପରେ ପ୍ରଭୁତ୍ଵ ଜାହିର କରି ଅନ୍ୟ ଦେଶରେ ମଧ୍ୟ ସୂର୍ଯ୍ୟସମ ତେଜୋଦୀପ୍ତ ଜଣା ପଡ଼ିଥାଆନ୍ତି । କିନ୍ତୁ ଆମ ଦେଶର ପ୍ରଚଣ୍ଡ ପ୍ରତିଭାମାନେ କେବଳ ଆମ ନିଜ ଦେଶରେ ହିଁ ପରିଚିତ ହୋଇଥାଆନ୍ତି ।

(ଖ) ଆମ ଭାସ୍କରଙ୍କୁ ତାରାରାଜ୍ୟର ଲୋକମାନେ ଏକ କ୍ଷୁଦ୍ର ତାରା ବୋଲି କହୁଥ‌ିବାରୁ କବିଙ୍କ ମନରେ କେଉଁ ଭାବ ଉଦ୍ରେକ ହୋଇଛି ?
Answer:
ମହତ ବ୍ୟକ୍ତିମାନେ ସାଧାରଣ ଲୋକଙ୍କ କଥାରେ ପ୍ରତିକ୍ରିୟା ପ୍ରକାଶ କରନ୍ତି ନାହିଁ । ଯାହା ବାସ୍ତବ ସେମାନେ ତାରା ପରି ପ୍ରତୀୟମାନ ହୋଇଥାଏ । ତେଣୁ ସେମାନେ ଆମ ଭାସ୍କରକୁ କ୍ଷୁଦ୍ର ତାରା ବୋଲି କହିଥା’ନ୍ତି । କବି ଏ କଥାରେ ବିସ୍ମୟ ପ୍ରକାଶ କରିନାହାନ୍ତି । ତାଙ୍କ ମତରେ ଭାସ୍କରକୁ କ୍ଷୁଦ୍ର ତାରା ବୋଲି କହିଦେଲେ ସେ କ୍ଷୁଦ୍ର ହୋଇଯାଏ ନାହିଁ । ସାଧାରଣ ଚକ୍ଷୁରେ ତାରା ପରି ଦେଖାଗଲେ ମଧ୍ୟ ଭାସ୍କରର ତେଜ ଓ ଆଲୋକରେ କିଛି ପରିବର୍ତ୍ତନ ଆସି ନଥାଏ ।

(ଗ) ତାରାମାନଙ୍କ ରାଜ୍ୟରେ ଆମ ସୂର୍ଯ୍ୟ କାହିଁକି ଦେଖାଯାଆନ୍ତି ନାହିଁ ?
Answer:
ସୂର୍ଯ୍ୟ ଏକ ଜ୍ଵଳନ୍ତ ଅଗ୍ନିପିଣ୍ଡ । ଏହାର ଆଲୋକ ଓ ତେଜ ସୌରମଣ୍ଡଳରେ ଅବସ୍ଥିତ ଗ୍ରହ, ଉପଗ୍ରହାଦିଙ୍କୁ ଅନୁଭୂତ ହୁଏ । ମାତ୍ର ତାରକାମାନେ ନିଜ ମଣ୍ଡଳରେ ଥାଇ ନିଜ ଚତୁଃପାର୍ଶ୍ଵରେ ପରିକ୍ରମା କରୁଥିବା ଗ୍ରହାଦିମାନଙ୍କୁ ଆଲୋକ ପ୍ରଦାନ କରିଥାଆନ୍ତି ଯେଉଁଠାରେକି ସୂର୍ଯ୍ୟଙ୍କ ଆଲୋକ ତାରା ପରି ପରିଦୃଷ୍ଟ ହୁଏ । ଦିବସରେ ମଧ୍ୟ ସେହି ତାରକାମାନଙ୍କର ତେଜ ଓ ଆଲୋକ ପ୍ରଭାବରେ ଆମ ସୂର୍ଯ୍ୟ ସେମାନଙ୍କ ରାଜ୍ୟରେ ପରିଦୃଷ୍ଟ ହୋଇନଥାଆନ୍ତି । ପରିଦୃଷ୍ଟ ହୁଏ ସେମାନେ ସେ ସମ୍ପର୍କରେ ଅନୁରୂପ ମତ ପ୍ରଦାନ କରିଥାଆନ୍ତି ।

(ଙ) ତାରାମାନଙ୍କର ରବିପଣ କେବଳ ସେଇମାନଙ୍କ ରାଜ୍ୟରେ ସୀମିତ ବୋଲି କୁହାଯାଇଛି କାହିଁକି ?
Answer:
ସୂର୍ଯ୍ୟ ଏକ ଉଜ୍ଜ୍ଵଳ ତେଜୋମୟ ଆଲୋକପିଣ୍ଡ । ଏହାର ତେଜ ଓ ଆଲୋକ କେବଳ ସୂର୍ଯ୍ୟଙ୍କୁ ପରିକ୍ରମା କରୁଥ‌ିବା ଗ୍ରହ ଉପଗ୍ରହାଦିରେ ପରିଦୃଷ୍ଟ ହୁଏ । କିନ୍ତୁ ତାରକାମାନେ ସୂର୍ଯ୍ୟସମ ପ୍ରଚଣ୍ଡ ତେଜୋଦୀପ୍ତ ହୋଇଥିଲେ ମଧ୍ୟ ସେମାନେ ପୃଥ‌ିବୀଠାରୁ ବହୁଦୂରରେ ଅବସ୍ଥାନ କରୁଥିବାରୁ ପୃଥ‌ିବୀବାସୀ ସେମାନଙ୍କ ରବିପଣ ଅନୁଭବ କରିପାରନ୍ତି ନାହିଁ । ଅନ୍ୟ ଅର୍ଥରେ ଆମ ଦେଶର ବିଦ୍ବାନ୍, ଜ୍ଞାନୀମାନେ ଅନ୍ୟ ଦେଶରେ ନିଜର ଜ୍ଞାନ ଗରିମା ପରିପ୍ରକାଶ କରିବାର ସେମାନଙ୍କୁ ମର୍ଯ୍ୟାଦା ପ୍ରଦାନ କରିଥାଏ ।

BSE Odisha 7th Class Odia Solutions Chapter 2 ତାରା-ସୂର୍ଯ୍ୟ

Question ୩।
ପ୍ରସଙ୍ଗ ସହ ସରଳାର୍ଥ ଲେଖ ।
(କ) ଯାହାକୁ ଯେମନ୍ତ ଦିଶେ ତେମନ୍ତ ସେ ଭାଷେ ।
Answer:
ଯାହାକୁ ………………………………… ସେ ଭାଷେ ।
Answer:
ଶଂସିତ ପଦ୍ୟାଶଟି ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ରଚିତ ‘ତାରା-ସୂର୍ଯ୍ୟ’ କବିତାରୁ ଆନୀତ । ଏଠାରେ କବି ଏକ ସାଧାରଣ ସତ୍ୟର ଅବତାରଣା କରିଛନ୍ତି । ସାଧାରଣତଃ ଲୋକମାନେ କୌଣସି ବସ୍ତୁକୁ ଯେପରି ଭାବେ ଦେଖୁଥାଆନ୍ତି ସେହି ଭାବେ ବର୍ଣ୍ଣନା କରିଥା’ନ୍ତି । ଚାରି ଅନ୍ଧ ସାଙ୍ଗ ହାତୀର ବର୍ଣ୍ଣନା କଲାପରି ଖାଲି ଆଖୁକୁ ଯାହାକିଛି ଯେପରି ଭାବେ ଦୃଶ୍ୟମାନ ହୁଏ ତାହା ଜନସାଧାରଣରେ ସେହିଭାବେ ବର୍ଣ୍ଣିତ ହୋଇଥାଏ । ମାତ୍ର ମହତ ଲୋକେ ସେହି ମନ୍ତବ୍ୟ ସମ୍ପର୍କରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥା’ନ୍ତି । କାରଣ ସେମାନେ ବାସ୍ତବତା ଉପଲବ୍ଧି କରିପାରନ୍ତି । ସେମାନେ ସାଧାରଣ ଚକ୍ଷୁରେ ଯାହା ଯେପରି ଦେଖାଯାଏ ତା’ର କାରଣ ଅନୁଧ୍ୟାନ କରନ୍ତି ଓ ବାସ୍ତବତାକୁ ବୁଝି ମତ ଉପସ୍ଥାପନ କରନ୍ତି । ତାରାମାନେ ସୂର୍ଯ୍ୟ ସମ ପ୍ରଚଣ୍ଡ ତେଜୋଦୀପ୍ତ ଆଲୋକପିଣ୍ଡ ବୋଲି କବି ଉପଲବ୍ଧି କରିଛନ୍ତି ଏବଂ ଦିବସରେ ତାରକାଗଣ ପରିଦୃଷ୍ଟ ନ ହେବାର କାରଣ ମଧ୍ୟ ସେ ଜାଣିଛନ୍ତି । ସେଇଥପାଇଁ ସାଧାରଣ ଲୋକଙ୍କ ପରି ମତ ପ୍ରକାଶ ନକରି ପ୍ରକୃତ କାରଣ ଅନୁଧ୍ୟାନ କରିବା ଗୁରୁତ୍ଵପୂର୍ଣ୍ଣ ବୋଲି କବି କହିଛନ୍ତି ।

(ଖ) ଯେ ଯାହାର ହିତ କରେ ନ ନେଲେ ତା’ ନାମ
ଆମ୍ଭ ଦେଶେ କହୁଁ ତାକୁ ନିମକହାରାମ ।
Answer:
ଯେ ଯାହାର …………………….. ନିମକହାରାମ ।
ପ୍ରୋକ୍ତ ପଦ୍ୟାଶଟି ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ରଚିତ ‘ତାରା-ସୂର୍ଯ୍ୟ’ କବିତାରୁ ଆନୀତ । ଏଠାରେ କବି ଆମ୍ଭ ଦେଶବାସୀଙ୍କ ଅନ୍ୟ ଏକ ମହାନତା ବିଷୟରେ ଆଲୋକପାତ କରିଛନ୍ତି । ଉପକାରୀର ଉପକାର ସ୍ଵୀକାର କରିବା ମହତ ବ୍ୟକ୍ତିର ଲକ୍ଷଣ । ଭାରତୀୟମାନେ ଏହା ଉପଲବ୍ଧି କରି ନିଜ ମହନୀୟତାର ପରିଚୟ ଯୁଗେ ଯୁଗେ ପ୍ରଦାନ କରି ଆସିଛନ୍ତି । ତାରକାଗଣ ସୂର୍ଯ୍ୟଙ୍କ ପରି ତେଜୋଦୀପ୍ତ ହୋଇଥିଲେ ମଧ୍ୟ ଆଲୋକ ଉତ୍ତାପ ଯୋଗାଇ ସକଳ ଶକ୍ତିର ଆଧାର ଭାବେ ଗୃହୀତ ହୋଇଥାଆନ୍ତି ।

ସେଥ୍ପାଇଁ ଆମେ ପ୍ରତ୍ୟହ ତାଙ୍କର ଉଦୟ କାମନା କରିଥାଉ ଏବଂ ତାଙ୍କ ମହାନ୍ ଉପକାର ପାଇଁ ତାଙ୍କୁ ପ୍ରଣିପାତ କରିଥାଉ । ତାରାଗଣ ସୂର୍ଯ୍ୟସମ ଜ୍ଵଳନ୍ତ ଆଲୋକପିଣ୍ଡ ହୋଇଥିଲେ ମଧ୍ୟ ସେମାନେ ଆମର କୌଣସି ଉପକାରରେ ଆସୁନଥ‌ିବାରୁ ସୂର୍ଯ୍ୟ ପରି ସେମାନେ ଉପଯୁକ୍ତ ସମ୍ମାନ ଲାଭ କରନ୍ତି ନାହିଁ । ତେଣୁ ଆମ ଦେଶବାସୀ ଉପକାରୀ । ସୂର୍ଯ୍ୟଙ୍କ ମହାନତାରେ ଶତମୂଖ ହୋଇଛନ୍ତି । ତାରକାଗଣଙ୍କୁ ଲୁକ୍କାୟିତ ପ୍ରତିଭା ସେମାନଙ୍କ ଦୃଷ୍ଟି ଅନ୍ତରାଳରେ ରହିଯାଇଛି । ଅଥଚ ସେହି ତାରକାଗଣ ଦିନେ ନା ଦିନେ ପରିପ୍ରକାଶିତ ହୋଇ ନିଜର ଉଜ୍ଜଳତାର ଜଗତକୁ ଆଲୋକ ଦୀପ୍ତ କରିବେ ।

Question ୪।
ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ରଜନୀ, ଭାସ୍କର, ଗଗନ, ତମ, ତାରା
Answer:
ରଜନୀ – ରାତ୍ରି, ବିଭାବରୀ
ଭାସ୍କର – ସୂର୍ଯ୍ୟ, ରବି
ଗଗନ – ଆକାଶ, ଅମ୍ବର
ତମ – ଅଜ୍ଞାନ, ଅନ୍ଧାର
ତାରା – ନକ୍ଷତ୍ର, ଚନ୍ଦ୍ରଜାୟା

Question ୫।
ବିପରୀତ ଅର୍ଥବୋଧକ ଶବ୍ଦ ଲେଖ ।
ଲାଭ, କ୍ଷୟ, ଉଦୟ, ହିତ, ପ୍ରଚୁର, ମହତ, କ୍ଷୁଦ୍ର, ଆଲୋକ
Answer:
ଲାଭ – କ୍ଷତି
ଉଦୟ – ଅସ୍ତ
ପ୍ରଚୁର – ଅପ୍ରଚୁର, ସ୍ଵୱି
କ୍ଷୁଦ୍ର – ବୃହତ୍
କ୍ଷୟ – ବୃଦ୍ଧି
ହିତ – ଅହିତ
ମହତ – ହାନ, ଅମହତ
ଆଲେ।କ – ଅନ୍ଧକାର

BSE Odisha 7th Class Odia Solutions Chapter 2 ତାରା-ସୂର୍ଯ୍ୟ

Question ୬ ।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକୁ ପୁରୁଷ ଭେଦରେ ସଜାଇ ଲେଖ ।
ସେ, ତାରା, ତୁମ୍ଭେ, ରବି, ଆମ୍ଭ, ତୁମ୍ଭ (ପ୍ରଥମ ପୁରୁଷ, ଦ୍ଵିତୀୟ ପୁରୁଷ, ତୃତୀୟ ପୁରୁଷ)
Answer:
ଦ୍ଵିତୀୟ ପୁରୁଷ – ଆମ୍ଭ
ତୁମ୍ଭେ ତୃତୀୟ ପୁରୁଷ – ତୁମ୍ଭ, ତୁମ୍ଭେ
ତୃତାୟ ପୁରୁଷ – ସେ, ତାରା, ରବି

Question ୭ ।
୧୦୦ ରୁ ୧୫୦ ଶବ୍ଦ ମଧ୍ଯରେ ଉତ୍ତର ଲେଖ ।
(କ) ତାରା ଓ ସୂର୍ଯ୍ୟଙ୍କ ମଧ୍ୟରେ କବି କାହାକୁ ଶ୍ରେଷ୍ଠତ୍ୱ ପ୍ରଦାନ କରିଛନ୍ତି ?
Answer:
‘ତାରା-ସୂର୍ଯ୍ୟ’ କବିତାଟି ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ‘ଅର୍ଘ୍ୟଥାଳୀ’ କବିତା ସଂକଳନରୁ ଗୃହୀତ । କବିତାଟିରେ କବି ବିଦେଶୀ ଶାସନାଧୀନ ଦେଶବାସୀଙ୍କ ମନରେ ଆତ୍ମବିଶ୍ଵାସ ଭରିଦେଇ ହୀନମନ୍ୟତା ଦୂର କରିବାକୁ ପରାମର୍ଶ ଦେଇଛନ୍ତି । କବି ସୁଦୂର ମହାକାଶରେ ମିଞ୍ଜି ମିଞ୍ଜି ଆଲୋକ ପ୍ରଦାନ କରୁଥିବା ତାରକାଗଣଙ୍କୁ ସୂର୍ଯ୍ୟସମ ତେଜୋଦୀପ୍ତ ବୋଲି ପ୍ରକାଶ କରି ସୂର୍ଯ୍ୟ ସହ ସମକକ୍ଷ ବୋଲି ବର୍ଣ୍ଣନା କରିଛନ୍ତି । କିନ୍ତୁ ସୂର୍ଯ୍ୟ ଆମ ନିକଟରେ ରହି ଆମ ପାଇଁ ଉପକାରୀ ଭାବେ ଉତ୍ତାପ ଓ ଆଲୋକ ପ୍ରଦାନ କରୁଥିବାରୁ, ତାରକାମାନେ ସେହି ଆଲୋକ ଓ ତାପ ତୁଳନାରେ କ୍ଷୁଦ୍ର ଓ ନଗଣ୍ୟ ବିବେଚିତ ହୋଇଥାଆନ୍ତି । ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣ ପ୍ରଭାବରେ ସେମାନେ ଦିବସରେ ପ୍ରତିଭାତ ହୋଇପାରନ୍ତି ନାହିଁ । ଏଠାରେ କବି ବିଦେଶୀ ଶାସକର ନିଷ୍ଠୁର ଶାସନ ଓ ଅତ୍ୟାଚାରକୁ ତେଜଭରା ସୂର୍ଯ୍ୟ ସହ ତୁଳନା କରି ଶାସିତ ଦେଶବାସୀଙ୍କ ଅବଦମିତ ପ୍ରତିଭାକୁ ତାରକାମାନଙ୍କ ସହ ତୁଳନା କରିଛନ୍ତି।

ବିଦେଶୀ ଶାସକଙ୍କ ଶୋଷଣ ଓ ଅତ୍ୟାଚାରକୁ ମଥାପାତି ସହି ନେଉଥ‌ିବା ଦେଶବାସୀଙ୍କ ମନରେ ପ୍ରେରଣା ତଥା ଉତ୍ସାହ ଭରି ଦେବାପାଇଁ ସେମାନଙ୍କୁ ଆତ୍ମପରିଚୟ ପ୍ରଦାନ କରି କବି କହିଛନ୍ତି ଯେ ସେମାନେ ବିଦେଶୀମାନଙ୍କ ତୁଳନାରେ କୌଣସି ଗୁଣରେ ନୂନ ନୁହଁନ୍ତି । ଏଠାରେ ତାରାର ଶ୍ରେଷ୍ଠତ୍ୱ ପ୍ରତିପାଦିତ ହୋଇଛି । ସେମାନେ ଅତୀତରେ ବିଶ୍ବରେ ଏକ ପ୍ରମୁଖ ବୀରଜାତି ଭାବେ ଯେପରି ପରିଗଣିତ ହୋଇଥିଲେ ତାହା ହୁଏତ ସେମାନେ ପାସୋରି ଦେଇଛନ୍ତି । କଳା, ସାହିତ୍ୟ, ଧର୍ମ, ପ୍ରତିରକ୍ଷା, ବାଣିଜ୍ୟ ବ୍ୟବସାୟ ଆଦି ସବୁକ୍ଷେତ୍ରରେ ସେମାନେ ଥିଲେ ଅଦ୍ବିତୀୟ । ସେମାନଙ୍କ ପ୍ରଚଣ୍ଡ ପ୍ରତିଭା ସମ୍ପର୍କରେ କବି ଅଗବତ ଥ‌ିବାରୁ ସେମାନଙ୍କୁ ଦୂର ଆକାଶର ତାରକା ସହ ତୁଳନା କରିଛନ୍ତି ।

କେବଳ ସେମାନଙ୍କ ପ୍ରତିଭା ନିଜ ଦେଶ ମଧ୍ୟରେ ସୀମିତ ରହିବାରୁ ଅନ୍ୟ ରାଷ୍ଟ୍ରବାସୀ ତାହା ଉପଲବ୍ଧି କରିପାରି ନାହାନ୍ତି । ପରାଧୀନତାର ଶୋଷଣ ଓ ପେଷଣ ମଧ୍ୟରେ ସେମାନେ କ୍ରମେ ଆତ୍ମବିଶ୍ଵାସ ହରାଇ ଦୁର୍ବଳ ମାନସିକତାର ଶିକାର ହୋଇଛନ୍ତି । ସେମାନଙ୍କ ଶକ୍ତି, କ୍ଷମତା ସଙ୍କୁଚିତ ହୋଇ ଦୂରଗଗନର ତାରକା ବଞ୍ଚ୍ ରହିଛି । ନିଜ ଦେଶବାସୀଙ୍କର ଏତାଦୃଶ ଅବସ୍ଥା ଲକ୍ଷ୍ୟ କରି କବି ଅଭିମାନଭରା ସଚେତନ ହେବାକୁ ଆହ୍ଵାନ କରିଛନ୍ତି । ନିଜ ଦେଶବାସୀଙ୍କର ଏତାଦୃଶ ଅବସ୍ଥା ଲକ୍ଷ୍ୟ କରି କବି ଅଭିମାନଭରା କଣ୍ଠରେ ସେମାନଙ୍କୁ ଜାଗ୍ରତ ତଥା ସଦୃଶ କେବଳ ମିଞ୍ଜି ମିଞ୍ଜି ହୋଇ କଣ୍ଠରେ ସେମାନଙ୍କୁ ଜାଗ୍ରତ ତଥା ସଚେତନ ହେବାକୁ ଆହ୍ବାନ କରିଛନ୍ତି।

(ଖ) କବି ନିଜର ଅଭିମାନକୁ କିପରି ପ୍ରକାଶ କରିଛନ୍ତି ?
Answer:
ସ୍ବଭାବ କବି ଗଙ୍ଗାଧର ମେହେର ଥିଲେ ଜଣେ ସ୍ଵାଭିମାନୀ ଓ ଦେଶପ୍ରେମୀ । କବିଙ୍କର ‘ତାରା-ସୂର୍ଯ୍ୟ’ କବିତାଟି ଏକ ଦେଶପ୍ରେମମୂଳକ କବିତା । ଦେଶବାସୀଙ୍କୁ ଜାଗରିତ କରିବା ଉଦ୍ଦେଶ୍ୟରେ ଏହି କବିତାଟି ରଚିତ ହୋଇଛି । ମାତୃଭୂମି ଓ ମାତୃଭାଷା ପ୍ରତି ତାଙ୍କ ହୃଦୟରେ ଥିଲା ଗଭୀର ମମତା। ପରାଧୀନ ଭାରତର ଦେଶବସୀଙ୍କ ଦୁରବସ୍ଥା କବିଙ୍କୁ ଗଭୀର ଦୁଃଖ ଦେଇଛି । ବିଦେଶୀ ଶାସନର ଅତ୍ୟାଚାର ଓ ଶୋଷଣରେ ଦେଶବାସୀ ନିଜର ସ୍ବାତନ୍ତ୍ର୍ୟ ହରାଇ ବାଧ୍ୟ ହୋଇ ନିଷ୍ଠୁର ଶାସନକୁ ମଥାପାତି ସହି ନେଉଥିଲେ । ଏକଦା ବିଶ୍ଵରେ ଏକ ମହାନ୍ ଜାତିର ମର୍ଯ୍ୟାଦା ଲାଭ କରିଥିବା ଆମ ଦେଶବାସୀ ଅତୀତ ଗୌରବକୁ ଭୁଲିଯାଇ ନୀରବରେ ସମସ୍ତ ଶୋଷଣ କଷଣକୁ ସହ୍ୟ କରୁଥିବା ଲକ୍ଷ୍ୟ କରି ସେମାନଙ୍କ ମନରେ ଆତ୍ମବିଶ୍ଵାସ ସୃଷ୍ଟି କରିବାକୁ କବି ତାଙ୍କ ଲେଖନୀ ଚାଳନା କରିଛନ୍ତି । ଆମ ଦେଶବାସୀ କେତେ ମହାନ୍ ଓ କେତେ କେତେ ପ୍ରତିଭାର ଅଧ୍ୟାକାରୀ ହୋଇ ମଧ୍ଯ କଠୋର ଶାସନ ତଳେ ହୀନମନ୍ୟ ହୋଇପଡ଼ିବା କବିଙ୍କ ମନରେ ବିଷାଦ ଭରି ଦେଇଛି । ତେଣୁ ସେମାନଙ୍କ ଭିତରେ ଲୁଚି ରହିଥ‌ିବା ସ୍ଵାଧୀନଚେତା ମାନବୀୟ ଗୁଣର ବିକାଶ ଘଟାଇବାପାଇଁ ସେ ସେମାନଙ୍କୁ ଆହ୍ୱାନ କରିଛନ୍ତି।

ସୂର୍ଯ୍ୟ ପ୍ରଚଣ୍ଡ ତେଜ ଓ ଆଲୋକରେ ଧରାବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଉଥବା ବେଳେ ସୁଦୂର ମହାକାଶରେ ଥ‌ିବା ଅସଂଖ୍ୟ ତାରାଗଣ କେବଳ କ୍ଷୀଣ ଆଲୋକ ଧରି ଚାହିଁ ରହିଛନ୍ତି । ଏପରିକି ସୂର୍ଯ୍ୟଙ୍କ ପ୍ରଚଣ୍ଡ ପ୍ରଭାରେ ସେମାନେ ଦିବସରେ ଜ୍ୟୋତିହୀନ ହୋଇ ରହିଛନ୍ତି । ଯଦିଓ ସେମାନେ ସୂର୍ଯ୍ୟଙ୍କ ପରି ଗୋଟିଏ ଗୋଟିଏ ତେଜୋମୟ ଆଲୋକପିଣ୍ଡ ତଥାପି ସୂର୍ଯ୍ୟଙ୍କ ପରାକ୍ରମ ନିକଟରେ ସେମାନେ ନିଜର ବିକ୍ରମ ପରିପ୍ରକାଶର ସୁଯୋଗ ପାଉନାହାନ୍ତି । ସେହିପରି ଆମ ଦେଶବାସୀମାନେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ହେଲେ ମଧ୍ୟ କେବଳ ଦେଶ ମଧ୍ୟରେ ତାହା ସୀମିତ ରହିଛି । ପ୍ରଚାର ଓ ପ୍ରସାର ଅଭାବରୁ ସେମାନଙ୍କ ପ୍ରତିଭା ସମ୍ପର୍କରେ ବାହ୍ୟଜଗତ ଅପରିଚିତ ରହିଛି । କିନ୍ତୁ ସେମାନଙ୍କଠାରେ ଯେଉଁ ମହାନୁଭବତା , ଅଛି ତାହା ଅନ୍ୟତ୍ର ବିରଳ । ସେମାନେ ଉପକାରୀର ଉପକାରକୁ ମୁକ୍ତ କଣ୍ଠରେ ସ୍ଵୀକାର କରି ତା’ର ଉନ୍ନତି କାମନା କରିଥାଆନ୍ତି । ସେଥ୍ପାଇଁ କବି କହିଛନ୍ତି –

‘ଯେ ଯାହାର ହିତ କରେ ନ ନେଲେ ତା’ ନାମ
ଆମ୍ଭ ଦେଶେ କହୁଁ ତାକୁ ନିମକହାରାମ ।’’

(ଗ) ‘ତାରା-ସୂର୍ଯ୍ୟ’ କବିତାର ଭାବ ଆମକୁ ଏକ ମହାଶିକ୍ଷା ପ୍ରଦାନ କରେ କିପରି ?
Answer:
ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସମସ୍ତ କବିତାବଳୀ ପାଠକଙ୍କୁ ମହାନ୍ ଶିକ୍ଷା ପ୍ରଦାନ କରିଥାଏ । ପଠିତ ‘ତାରା-ସୂର୍ଯ୍ୟ’ କବିତାରେ କବି ତାରା କିମ୍ବା ସୂର୍ଯ୍ୟ କାହାକୁ ନୂନ ଭାବେ ବର୍ଣ୍ଣନା ନକରି ଉଭୟଙ୍କ ଗୁଣଗାନ କରିଛନ୍ତି । ଏହା କେବଳ ଜଣେ ମହତ ବ୍ୟକ୍ତିର ଲକ୍ଷଣ । ମହତ ବ୍ୟକ୍ତି ସର୍ବଦା ଉପକାରୀ ନିକଟରେ କୃତଜ୍ଞ ରହିବା ସହ ପ୍ରତ୍ଯୁପକାର ପାଇଁ ସୁଯୋଗ ଅପେକ୍ଷାରେ ରହେ । କାହାକୁ ଇତର ବା ନଗଣ୍ୟ ମନେକରିବା ମହତ ବ୍ୟକ୍ତିର ଲକ୍ଷଣ ନୁହେଁ । ତେଣୁ କବି କ୍ଷୀଣ ଆଲୋକ ଧାରଣ କରିଥିବା ତାରକାମାନଙ୍କୁ ସେମାନଙ୍କ ତେଜ ଓ ତାପ ବିଷୟରେ ସ୍ମରଣ କରାଇ ଦେଇଛନ୍ତି । ଅପର ପକ୍ଷରେ ସୂର୍ଯ୍ୟଙ୍କଠାରୁ ଲାଭ କରୁଥିବା ଉପକାରକୁ ମୁକ୍ତ କଣ୍ଠରେ ସ୍ଵୀକାର କରିବାକୁ ପଶ୍ଚାତ୍‌ପଦ ହୋଇ ନାହାନ୍ତି । ସେଥ‌ିପାଇଁ କବିତାରେ କହିଛନ୍ତି

‘‘ଆମ୍ଭ ରାଜ୍ୟ ଆମ୍ଭ ରବି କରେ ତମ କ୍ଷୟ,
ଏଣୁ ଆମ୍ଭେ ଚାହୁଁଥାଉଁ ତାଙ୍କର ଉଦୟ ।’’

ବାସ୍ତବ କ୍ଷେତ୍ରରେ କବିତାଟିରୁ କବିଙ୍କର ସ୍ଵଦେଶପ୍ରେମର ପରିଚୟ ମିଳିଥାଏ । ଦେଶବାସୀଙ୍କୁ ତାରକାଗଣ ଭାବେ ବର୍ଣ୍ଣନା କରି ସେମାନଙ୍କ ଦୀପ୍ତି, ତେଜ, ବୀରତ୍ଵ ଓ ପ୍ରତିଭା ସମ୍ପର୍କରେ ସେ ଯେ ଦେଶବାସୀ ପ୍ରଚଣ୍ଡ ପ୍ରତିଭାର ଅଧ‌ିକାରୀ ହୋଇଥିଲେ ମଧ୍ୟ ବିଦେଶୀ ପରାଧୀନ ଜୀବନ ଯାପନ କରୁଥିବା ହେତୁ ସେମାନଙ୍କର ସମସ୍ତ ପ୍ରତିଭା ଭିତରେ ହିଁ ସେମାନେ ପ୍ରତିଭାବନ୍ତ ଭାବେ ବିଦିତ । ପ୍ରଚାର ଓ ପ୍ରସାର ଅଭାବ ହେତୁ ସେମାନେ ବହିର୍ଦ୍ଦେଶରେ ପରିଚିତ ହୋଇପାରି ନାହାଁନ୍ତି । ଜଣେ ମହତ ବ୍ୟକ୍ତି ଭାବେ ତାହା କବି ଅନୁଭବ କରିଛନ୍ତି । ଦେଶବାସୀଙ୍କ ମନରେ ଜାଗରଣ ସୃଷ୍ଟି କରିବାପାଇଁ ସେ କବିତା ମାଧ୍ୟମରେ ଉତ୍ସାହ ଓ ପ୍ରେରଣା ପ୍ରଦାନ କରିଛନ୍ତି । ବିଦେଶୀ ଶାସକଙ୍କ କ୍ରୂର ଶାସନ ତଳେ ଅତ୍ୟାଚାରିତ ତଥା ଶୋଷିତ ଜାବନ ଯାପନ କରୁଥ୍ ବାରୁ ସେମାନେ ଦୂର ଆକାଶର ତାରକାମାନଙ୍କ ପରି ନାରବରେ ଚାର୍ହି ରହିଥ‌ିବା ଲକ୍ଷ୍ୟ କରି କବିଙ୍କ ମନରେ ଦୁଃଖ ଜାତ ହୋଇଛି ।

ମହତ ବ୍ୟକ୍ତି ଯେପରି ଉପକାରୀଠାରେ ସଦାକୃତଜ୍ଞ ରହିଥାଏ, ସେହିପରି ସୂର୍ଯ୍ୟସମ ବିଦେଶୀ ଶାସନକୁ ପ୍ରତ୍ୟକ୍ଷ ସମାଲୋଚନା ନକରି ବରଂ ଉପକାରୀର ଅପକାର କାମନା କରୁଥିବା ଲୋକ ଆମ ଦେଶରେ ନିମକହାରାମ ଭାବେ ବିବେଚିତ ହୁଏ ବୋଲି କବି ସ୍ପଷ୍ଟ ଉଲ୍ଲେଖ କରିଛନ୍ତି । ତଥାପି ଦେଶବାସୀଙ୍କ ମନରେ ଆତ୍ମବିଶ୍ଵାସ ସୃଷ୍ଟି କରାଇବାରେ କବିଙ୍କ ପ୍ରୟାସ ପ୍ରଣିଧାନଯୋଗ୍ୟ ।

ତୁମପାଇଁ କାମ :

ଗଙ୍ଗାଧର ମେହେରଙ୍କର ‘ତାରା-ସୂର୍ଯ୍ୟ’ ପରି ଅନ୍ୟ କେତୋଟି କବିତା ସଂଗ୍ରହ କରି ପଢ଼ ।
ତାରା ଓ ସୂର୍ଯ୍ୟଙ୍କୁ ନେଇ ଅନ୍ୟ କୌଣସି କବିଙ୍କର କେତୋଟି କବିତା ପଢ଼ି ସେଗୁଡ଼ିକର ସାରକଥା ଲେଖ ।
Answer:
ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କର ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ଳେ।ତ୍ତର

ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
‘ତାରା-ସୂର୍ଯ୍ୟ’ କବିତାରେ କବି ପ୍ରଥମେ କାହାକୁ ସମ୍ବୋଧନ କରିଛନ୍ତି ?
Answer:
ତାରା – ସୂର୍ଯ୍ୟ କବିତାର କବି ପ୍ରଥମେ ତାରାମାନଙ୍କୁ ସମ୍ବେ।ଧନ କରିଛନ୍ତି।

Question ୨ ।
ତାରାମାନଙ୍କ ମନରେ ଭୟ ଅଛି ବୋଲି କବି କାହିଁକି ଅନୁଭବ କରିଛନ୍ତି ?
Answer:
ତାରାମାନେ ଦିନରେ ଦେଖା ନ ଯାଇ ରାତିରେ ଦେଖାଦେଉଥ‌ିବାରୁ ସେମାନଙ୍କ ମନରେ ଭୟ ଅଛି ବୋଲି ଅନୁଭବ କରିଛନ୍ତି।

Question ୩ ।
ନିମକହାରାମ କାହାକୁ କୁହାଯାଏ ?
Answer:
ହିତକାରୀର ହିତକୁ ସ୍ଵୀକାର କରୁନଥିବା ଲୋକଙ୍କୁ ନିମକହାରାମ କୁହାଯାଏ ।

BSE Odisha 7th Class Odia Solutions Chapter 2 ତାରା-ସୂର୍ଯ୍ୟ

Question ୪ ।
“ ଆମ୍ଭେ ଚାହୁଁଥାଉ ତାଙ୍କର ଉଦୟ” — କିଏ କାହାର ଉଦୟ ଚାହୁଁଛନ୍ତି ?
Answer:
ଆମ ରାଜ୍ୟର ଲୋକମାନେ ଆମ୍ଭର ଅନ୍ଧକାରକୁ ଦୂର କରୁଥିବା ରବିଙ୍କର ଉଦୟ ଚାହୁଁଛନ୍ତି ।

Question ୫।
‘ତାରା-ସୂର୍ଯ୍ୟ’ କବିତାର କବି କିଏ ?
Answer:
‘ତାରା-ସୂର୍ଯ୍ୟ’ କବିତାର କବି ଗଙ୍ଗାଧର ମେହେର ।

Question ୬।
ଆମ୍ଭ ଭାସ୍କରଙ୍କୁ ଅନ୍ୟମାନେ କାହିଁକି କ୍ଷୁଦ୍ର ତାରା ବୋଲି କହନ୍ତି ?
Answer:
ଆମ୍ଭ ଭାସ୍କର ଅନ୍ୟମାନଙ୍କ ଆଗରେ ଭାସ୍କର ହୋଇ ଦେଖାଯାଆନ୍ତି ନାହିଁ ବୋଲି ଅନ୍ୟମାନେ ଆମ୍ଭ ଭାସ୍କରଙ୍କୁ କ୍ଷୁଦ୍ର ତାରା ବୋଲି କହନ୍ତି।

Question ୭ ।
କ’ଣ ସତ୍ୟ ବୋଲି କବି ଜାଣିଛନ୍ତି ?
Answer: -ତାରାମାନେ ସୂର୍ଯ୍ୟ ପରି ଅଟନ୍ତି ଏହା ସତ୍ୟବୋଲି କବି ଜାଣିଛନ୍ତି

Question ୮।
‘ତାରା – ସୂର୍ଯ୍ୟ’ କବିତାଟି କେଉଁ ମୂଳଗ୍ରନ୍ଥରୁ ଆନୀତ ?
Answer:
‘ତାରା – ସୂର୍ଯ୍ୟ’ କବିତାଟି କବିଙ୍କର ‘ଅର୍ଘ୍ୟଥାଳୀ’ କବିତାରୁ ଆନୀତ ।

Question ୯।
ଆମ ରାଜ୍ୟରେ କିଏ ତମ କ୍ଷୟ କରେ ?
Answer:
ଆମ ରାଜ୍ୟରେ ରବି ତମ କ୍ଷୟ କରେ ।

Question ୧୦ ।
କେଉଁମାନଙ୍କୁ ରବି ପରି ରଶ୍ମିମାନ ବୋଲି କବି କହିଛନ୍ତି ?
Answer:
ତାରାମାନଙ୍କୁ ରବିପରି ରଶ୍ମିମାନ ବୋଲି କବି କହିଛନ୍ତି ।

BSE Odisha 7th Class Odia Solutions Chapter 2 ତାରା-ସୂର୍ଯ୍ୟ

Question ୧୧।
ଆମ୍ଭ ତମ ନାଶିବାକୁ କାହାର ପ୍ରଭାବ ନାହିଁ ?
Answer:
ଆମ୍ଭ ତମ ନାଶିବାକୁ ତାରାମାନଙ୍କର ପ୍ରଭାବ ନାହିଁ ।

Question ୧୨।
ଆମେ କାହିଁକି ରବିଙ୍କର ଉଦୟକୁ ଚାହୁଁଛୁ ?
Answer:
ରବି ତମ କ୍ଷୟ କରୁଥିବାରୁ ଆମେ ରବିଙ୍କର ଉଦୟକୁ ଚାହୁଁଛୁ ।

Question ୧।
ନିମ୍ନୋକ୍ତ କବିତାମାନଙ୍କ ମଧ୍ୟରୁ କେଉଁଟି ଗଙ୍ଗାଧର ମେହେରଙ୍କ ରଚନା ?
(କ) ଅବକାଶ ଚିନ୍ତା
(ଖ) ଅର୍ଘ୍ୟଥାଳୀ
(ଗ) ବାଘଗାତ
(ଘ) ଅର୍ବନା
Answer:
(ଖ) ଅର୍ଘ୍ୟଥାଳୀ

Question ୨।
ଗଙ୍ଗାଧର ମେହେରଙ୍କୁ କି କବି କୁହାଯାଏ ?
(କ) ବ୍ୟାସକବି
(ଖ) ଜାତୀୟ କବି
(ଗ) ସ୍ୱଭାବ କବି
(ଘ) ଗଲ୍ଲାକବି
Answer:
(ଗ) ସ୍ୱଭାବ କବି

Question ୩ ।
‘ତାରା-ସୂର୍ଯ୍ୟ’ କବିତାର ମୁଖ୍ୟ ଭାବ କ’ଣ ?
(କ) ଦେଶପ୍ରେମର ବାର୍ତ୍ତା
(ଖ) ପ୍ରକୃତି ପ୍ରେମର ବାର୍ତ୍ତା
(ଗ) ବିଭୁପ୍ରେମର ବାର୍ତ୍ତା
(ଘ) ଅର୍ଚ୍ଚନା
Answer:
(ଘ) ଅର୍ଚ୍ଚନା

Question ୪।
ନିମ୍ନୋକ୍ତ ମଧ୍ଯରୁ କେଉଁଟି ସୂର୍ଯ୍ୟଙ୍କର ପ୍ରତିଶବ୍ଦ ନୁହେଁ ?
(କ) ପ୍ରଭାକର
(ଖ) ଭାସ୍କର
(ଗ) ଦିବାକର
(ଘ) ରବି
Answer:
(ଖ) ଭାସ୍କର

BSE Odisha 7th Class Odia Solutions Chapter 2 ତାରା-ସୂର୍ଯ୍ୟ

Question ୫ ।
ନିମ୍ନୋକ୍ତ କବିତା ପଂକ୍ତି ପାଇଁ କେଉଁଟି ଉପଯୁକ୍ତ ପଂକ୍ତି
(କ) ଆମ୍ଭ ତମ ନାଶିବାକୁ ନାହିଁ ତ ପ୍ରଭାବ
(ଖ) ସେକଥାରେ ମହତଙ୍କ କି ଯାଏ ଆସେ
(ଗ) ତୁମେ ପରା ଅଛ କେତେ ରବି-ରଶ୍ମିମାନ
(ଘ) ଏଶୁ ଆମ୍ଭେ ଚାହୁଁଥାଉ ତାଙ୍କର ଉଦୟ
Answer:
(ଖ) ସେକଥାରେ ମହତଙ୍କ କି ଯାଏ ଆସେ

Question ୬।
‘ଆମ୍ଭ ଦେଶେ କହୁଁ ତାକୁ ନିମକହାରାମ !’
(କ) କୃତଜ୍ଞ
(ଖ) କୃତଘ୍ନ
(ଗ) ନାଚ
(ଘ) ହିଂସ୍ର
Answer:
(ଖ) କୃତଘ୍ନ

Question ୭ ।
ନିମ୍ନୋକ୍ତ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ଦ୍ଵିତୀୟ ପୁରୁଷ ?
(କ) ସେ
(ଖ) ରବି
(ଗ) ଦିବାକର
(ଘ) ସ୍ଵାଭିମାନର ବାର୍ତ୍ତା
Answer:
(ଗ) ଦିବାକର

Question ୮।
ସୂର୍ଯ୍ୟଙ୍କର କେଉଁ ପ୍ରତିଶବ୍ଦ ‘ତାରା-ସୂର୍ଯ୍ୟ’ କବିତାରେ କବି ବ୍ୟବହାର କରି ନାହାନ୍ତି ?
(କ) ଭାସ୍ନର
(ଖ) ପ୍ରଭାକର
(ଗ) ରବି
(ଘ) ଦିବାକର
Answer:
(ଘ) ଦିବାକର

BSE Odisha 7th Class Odia Solutions Chapter 2 ତାରା-ସୂର୍ଯ୍ୟ

Question ୯ ।
‘ତାରା-ସୂର୍ଯ୍ୟ’ କବିତାରେ କବିଙ୍କ ମନର କି ଭାବ ପ୍ରକାଶପାଇଛି ?
(କ) ଘୃଣାଭାବ
(ଖ) ଆଳସ୍ୟଭାବ
(ଗ) ସ୍ଵାଭିମାନ
(ଘ) ସଂଜାର୍ଣ୍ଣ
Answer:
(ଗ) ସ୍ଵାଭିମାନ

Question ୧୦ ।
‘ତାରା-ସୂର୍ଯ୍ୟ’ କବିତାର କବି କାହାକୁ ଶ୍ରେଷ୍ଠତ୍ୱ ପ୍ରଦାନ କରିଛନ୍ତି ?
(କ) ତାରା
(ଖ) ସୂର୍ଯ୍ୟ
(ଗ) ରାଜ୍ୟ
(ଘ) ଚ୍ଚାତି
Answer:
(ଖ) ସୂର୍ଯ୍ୟ

Question ୧୧ ।
କେଉଁମାନଙ୍କୁ ନିମକହାରାମ କୁହାଯାଏ ?
(କ) ଉପକାରୀ ପ୍ରତି କୃତଜ୍ଞତା ପ୍ରକାଶ କରୁଥିବା ବ୍ୟକ୍ତିକୁ
(ଖ) ନିଜର ଜୟଗାନ କରୁଥ୍ ବା ବ୍ୟକ୍ତିକୁ
(ଗ) ନିଜର ଜୟଗାନ ନ କରୁଥିବା ବ୍ୟକ୍ତିକୁ
(ଘ) ଉପକାରୀ ପ୍ରତି କୃତଜ୍ଞତା ପ୍ରକାଶ କରୁନଥିବା ବ୍ୟକ୍ତିକୁ
Answer:
(ଘ) ଉପକାରୀ ପ୍ରତି କୃତଜ୍ଞତା ପ୍ରକାଶ କରୁନଥିବା ବ୍ୟକ୍ତିକୁ

Question ୧୨ ।
ଆମ ଭାସ୍କର କାହାକୁ ଲକ୍ଷ୍ୟ କରି କୁହାଯାଇଛି ?
(କ) ଆମର ତାରାଙ୍କୁ
(ଖ) ଆମର ସୂର୍ଯ୍ୟଙ୍କୁ
(ଗ) ଆମର ମନୋଭାବକୁ
(ଘ) ଆମର ପରମ୍ପରାକୁ
Answer:
(ଖ) ଆମର ସୂର୍ଯ୍ୟଙ୍କୁ

Question ୧୩ ।
‘‘ଆମ୍ଭ ଭାସ୍କରକୁ ତୁମ ରାଜ୍ଯଲୋକ ସାରା, ବୋଲୁଛନ୍ତି ଗଗନର କ୍ଷୁଦ୍ର ଏକ ତାରା !?? – ଏଥୁରେ କେଉଁ ଭାବ ପ୍ରକାଶପାଇଛି ?
(କ) ପ୍ରସନ୍ନତା
(ଖ) ସଂକାର୍ଣ୍ଣ ମନୋଭାବ
(ଗ) ବିବ୍ରତା
(ଘ) ଭୟ
Answer:
(ଖ) ସଂକାର୍ଣ୍ଣ ମନୋଭାବ

BSE Odisha 7th Class Odia Solutions Chapter 2 ତାରା-ସୂର୍ଯ୍ୟ

Question ୧୪ ।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗଙ୍ଗାଧର ମେହେରଙ୍କ ଦ୍ଵାରା ରଚିତ ନୁହେଁ ?
(କ) ତପସ୍ୱିନା
(ଖ) ଅର୍ଘ୍ୟଥାଳୀ
(ଗ) ଧର୍ମପଦ
(ଘ) ପ୍ରଶୟବଲ୍ଲରା
Answer:
(ଗ) ଧର୍ମପଦ

Question ୧୫ ।
ପ୍ରକୃତରେ କାହାକୁ କବି ମହାନ ବୋଲି ଉଲ୍ଲେଖ କରିଛନ୍ତି ?
(କ) ତାରାମାନଙ୍କୁ
(ଖ) ସୂର୍ଯ୍ୟଙ୍କୁ
(ଗ) ତାରାମାନଙ୍କ ରବିପଣକୁ
(ଘ) ତାରାମାନଙ୍କର ସୂର୍ଯ୍ୟଙ୍କପ୍ରତି ଉପହାସ ଭାବକୁ
Answer:
(ଖ) ସୂର୍ଯ୍ୟଙ୍କୁ

Question ୧୬ ।
‘ରବି’ – କେଉଁ ପୁରୁଷ ?
(କ) ପ୍ରଥମ
(ଖ) ଦ୍ୱିତୀୟ
(ଗ) ତୃତାୟ
(ଘ) ମଧ୍ୟମ
Answer:
(ଗ) ତୃତାୟ

Question ୧୭।
‘ତାରା’ କେଉଁ ପୁରୁଷ ?
(କ) ପ୍ରଥମ
(ଖ) ଦ୍ୱିତାୟ
(ଗ) ତୃତୀୟ
(ଘ) ମଧ୍ୟମ
Answer:
(ଗ) ତୃତୀୟ

Question ୧୮ ।
‘ତାରା–ସୂର୍ଯ୍ୟ’ କବିତାର କବି କିଏ ?
(କ) ଗଙ୍ଗାଧର ମେହେର
(ଖ) ରାଧାନାଥ ରାୟ
(ଗ) ଗୋପବନ୍ଧୁ ଦାସ
(ଘ) ମଧୁସୂଦନ ରାଓ
Answer:
(କ) ଗଙ୍ଗାଧର ମେହେର

Question ୧୯ ।
ଆମ୍ଭେ ଚାହୁଁଥାଉଁ ତାଙ୍କର ଉଦୟ’ – କିଏ କାହାର ଉଦୟ ଚାହୁଁଛନ୍ତି?
(କ) ପୃଥ‌ିବୀ ଅଧିବାସୀଗଣ ସୂର୍ଯ୍ୟଙ୍କର ଉଦୟ
(ଖ) ପୃଥ‌ିବୀ ଅଧିବାସୀଗଣ ସୂର୍ଯ୍ୟାଙ୍କର ଉଦୟ
(ଗ) ପୃଥ‌ିବୀର ଅଧିବାସୀଗଣ ଚନ୍ଦ୍ର ଓ ସୂର୍ଯ୍ୟଙ୍କର ଉଦୟ
(ଘ) ପୃଥ‌ିବୀର ଅଧିବାସୀଗଣ ତାରାମାନଙ୍କର ଉଦୟ
Answer:
(କ) ପୃଥ‌ିବୀ ଅଧିବାସୀଗଣ ସୂର୍ଯ୍ୟଙ୍କର ଉଦୟ

BSE Odisha 7th Class Odia Solutions Chapter 2 ତାରା-ସୂର୍ଯ୍ୟ

Question ୨୦ ।
କେଉଁମାନଙ୍କୁ ରବିପରି ରଶ୍ମିମାନ୍ ବୋଲି କବି କହିଛନ୍ତି ?
(କ) ତାରାମାନଙ୍କୁ
(ଖ) ସୂର୍ଯ୍ୟଙ୍କୁ
(ଗ) ଚନ୍ଦ୍ରଙ୍କୁ
(ଘ) ବିଦ୍ୱାନମାନଙ୍କୁ
Answer:
(କ) ତାରାମାନଙ୍କୁ

Question ୨୧ ।
‘ଭାସ୍କର’ ଶବ୍ଦଟିର ଅର୍ଥ କ’ଣ ?
(କ) ଉଜ୍ଜ୍ବଳ
(ଖ) ଆସିବା
(ଗ) ସୂର୍ଯ୍ୟ
(ଘ) ଚନ୍ଦ୍ର
Answer:
(କ) ଉଜ୍ଜ୍ବଳ

Question ୨୨ ।
ତାରାଗଣ କେବଳ ନିଜର ଜଗତକୁ ଆଲୋକିତ କରିଛନ୍ତି – ଏଥୁରୁ କେଉଁ ଭାବ ପ୍ରକାଶପାଇଛି ?
(କ) ସଂକାର୍ଣ୍ଣ ମନେ।ଭାବ
(ଖ) ସ୍ୱାର୍ଥପର ମନେ।ଭାବ
(ଗ) ନିଃସ୍ଵାର୍ଥ ମନୋଭାବ
(ଘ) ଦୃଢ଼ ମନୋଭାବ
Answer:
(କ) ସଂକାର୍ଣ୍ଣ ମନେ।ଭାବ

Question ୨୩ ।
‘ତାରା-ସୂର୍ଯ୍ୟ’ କବିତାଟି କବିଙ୍କର କେଉଁ କାବ୍ୟରୁ ଅଣାଯାଇଛି ?
(କ) କବିତାକଲ୍ଲୋଳ
(ଖ) ଅର୍ଘ୍ୟଥାଳୀ
(ଗ) ଇନ୍ଦୁମତୀ
(ଘ) ପ୍ରଶୟବଲ୍ଲରା
Answer:
(ଖ) ଅର୍ଘ୍ୟଥାଳୀ

କବି ପରିଚୟ :

ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗର ଅନ୍ୟତମ ବରେଣ୍ୟ କବି ଗଙ୍ଗାଧର ମେହେର ସ୍ୱଭାବ କବିଭାବେ ପରିଚିତ। ପ୍ରକୃତିକୁ କାବନ୍ତ୍ରଭାବେ ବର୍ଣ୍ଣନା କରିବାରେ ସେ ଥିଲେ ସିଦ୍ଧହସ୍ତ । ତେଣୁ ତାଙ୍କୁ ପ୍ରକୃତି କବି ମଧ୍ୟ କୁହାଯାଏ । ସ୍ବଭାବ କବି ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ରଚିତ ‘ତପସ୍ବିନୀ’, ‘ଇନ୍ଦୁମତୀ’, ‘କୀଚକବଧ’ ଆଦି କାବ୍ୟ ଏବଂ ‘କୃଷକ ସଙ୍ଗୀତ’, ‘ଅର୍ଘ୍ୟଥାଳୀ’, ‘କବିତା କଲ୍ଲୋଳ’ ଆଦି କ୍ଷୁଦ୍ର କବିତା ସଙ୍କଳନ ତାଙ୍କ ଅନନ୍ୟ ସାଧାରଣ କବି ପ୍ରତିଭାର ପରିଚୟ ବହନ କରେ । ମାତୃଭୂମି ଓ ମାତୃଭାଷାକୁ ଅମୂଲ୍ୟ ଗ୍ରନ୍ଥ ଭାବେ ବିବେଚିତ ହୋଇଛି ଓ ଓଡ଼ିଆ ଶିକ୍ଷାର୍ଥୀମାନଙ୍କ ପାଠ୍ୟପୁସ୍ତକରେ ସ୍ଥାନିତ ହୋଇଛି ।

କବିତାର ପୃଷ୍ଠଭୂମି :

‘ତାରା-ସୂର୍ଯ୍ୟ’ କବିତାଟି କବିଙ୍କ ଶ୍ରେଷ୍ଠ କବିତା ‘ଅର୍ଘ୍ୟଥାଳୀ’ରୁ ଗୃହୀତ । କବି ଏହି କବିତାଟିରେ ବିଦେଶୀ ଲକ୍ଷ୍ୟକରି ‘ଆମ ସୂର୍ଯ୍ୟ ଆମ ପାଇଁ ସବୁଠୁ ଉଜ୍ଜଳ’ ବୋଲି ଅଭିମାନୀ ବାର୍ତ୍ତା ପ୍ରଦାନ କରିଛନ୍ତି । କବିତାରେ କବିଙ୍କ ସ୍ଵଦେଶପ୍ରେମ ସ୍ପଷ୍ଟ ପ୍ରତିଭାତ ହୋଇଛି । ଉତ୍କଳୀୟମାନଙ୍କୁ ଉଦ୍‌ବୋଧନ ଦେଇ ମନରୁ ହୀନମନ୍ୟତା ଦୂର କରିବାକୁ ଏବଂ ହୃଦୟରେ ଆତ୍ମବିଶ୍ଵାସ ଜାଗ୍ରତ କରିବାକୁ କବି ପରାମର୍ଶ ଦେଇଛନ୍ତି ।

କବିତାର ସାରକଥା :

ବିସ୍ମରଣ ହୋଇଥିଲା । କଳା, ଭାସ୍କର୍ଯ୍ୟ, ସାହିତ୍ୟ, ଧର୍ମ, ସାମାଜିକ ସ୍ଥିତି ଓ ବାଣିଜ୍ୟ ବ୍ୟବସାୟ ଆଦି ସବୁ କ୍ଷେତ୍ରରେ ସେମାନେ ଥିଲେ ଅଗ୍ରଗଣ୍ୟ । କିନ୍ତୁ ପରାଧୀନ ରହି ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଦେଖା ଦେଇଥ‌ିବା ଅନୁଭବ କରି କବି ସେମାନଙ୍କୁ ଜାଗ୍ରତ କରିବାପାଇଁ ଆହ୍ବାନ ଦେଇଛନ୍ତି । ସେ ସେମାନଙ୍କୁ ତାରକାଗଣ ସହ ତୁଳନା କରି କହିଛନ୍ତି ଯେ ସେମାନେ ତାପ, ତେଜ ଓ ଜ୍ୟୋତିରେ ସୂର୍ଯ୍ୟଙ୍କ ତୁଳନାରେ କେବେ ମଧ୍ୟ ଊଣା ନୁହଁନ୍ତି । ବାସ୍ତବରେ ରାତ୍ରି ଆକାଶରେ ଦେଖାଯାଉଥ‌ିବା ନକ୍ଷତ୍ରଗୁଡ଼ିକ ସୂର୍ଯ୍ୟଙ୍କ ପରି ଗୋଟିଏ ଗୋଟିଏ ତେଜୋଦୀପ୍ତ ଜ୍ୟୋତିଷ୍କ ।

ମହାକାଶରେ ସୂର୍ଯ୍ୟଙ୍କୁ ଯେପରି ଗ୍ରହମାନେ ପରିକ୍ରମା କରିଥାଆନ୍ତି ସେହିପରି ପ୍ରତ୍ୟେକ ନକ୍ଷତ୍ରଙ୍କର ଗୋଟିଏ ଗୋଟିଏ ମଣ୍ଡଳ ରହିଅଛି ଓ ତାଙ୍କ ଚତୁଃପାର୍ଶ୍ବରେ ଗ୍ରହ ଉପଗ୍ରହାଦି ପରିକ୍ରମଣ କରୁଛନ୍ତି । ସେମାନେ ସୂର୍ଯ୍ୟଙ୍କ ପରି ରଶ୍ମିମାନ ଓ ତେଜୋବନ୍ତ । କେବଳ ଦୂର ଆକାଶରେ ଥିବାରୁ ସେମାନେ କ୍ଷୁଦ୍ର ଦେଖାଯାଆନ୍ତି ଏବଂ ଦିବସରେ ସୂର୍ଯ୍ୟଙ୍କ ଜ୍ୟୋତି ପ୍ରଭାବରେ ସେମାନେ ଦୃଷ୍ଟିଗୋଚର ହୋଇପାରନ୍ତି ନାହିଁ । ଠିକ୍ ସେହିପରି ବିଦେଶୀ ଶାସକଙ୍କ କଠୋର ଶାସନ ମଧ୍ୟରେ ଦେଶବାସୀ ଦୂରଗଗନର ନକ୍ଷତ୍ରମାନଙ୍କ ପରି ନିଜର ପରାକ୍ରମ ପ୍ରକାଶ କରିବାକୁ ସୁଯୋଗ ପାଇପାରୁ ନାହାନ୍ତି ।

ଦେଶବାସୀଙ୍କୁ ତାରକାଗଣ ଭାବେ ସମ୍ବୋଧନ କରି ସେମାନଙ୍କୁ ଦୀପ୍ତି, ତେଜ ଓ ବିକ୍ରମ ସମ୍ପର୍କରେ ସଚେତନ ହେବାକୁ କବି କହିଛନ୍ତି । ସେମାନଙ୍କଠାରେ ଅଶେଷ ପ୍ରତିଭା ଥିଲେ ମଧ୍ୟ ସେସବୁ ବିଦେଶୀ ଶାସକଙ୍କ ପରାକ୍ରମରେ ଅବଦମିତ ହୋଇ ରହିଅଛି । ତାରାମାନଙ୍କ ରାଜ୍ୟରେ ସୂର୍ଯ୍ୟ । ମଧ୍ୟ ଗଗନର ଏକ କ୍ଷୁଦ୍ରତାରା ଭାବେ ପରିଦୃଷ୍ଟ ହୋଇଥାଆନ୍ତି । ସେହିପରି ପୃଥ‌ିବୀରେ ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣ ସମ୍ମୁଖରେ ତାରାମାନେ ପରିଦୃଷ୍ଟ ହୋଇପାରୁ ନାହାନ୍ତି । ମହତ ବ୍ୟକ୍ତିମାନେ କିନ୍ତୁ ବାସ୍ତବତାକୁ ଅନୁଭବ କରିଥାଆନ୍ତି । ସାଧାରଣ ଲୋକଚକ୍ଷୁରେ ତାରକାଗୁଡ଼ିକ କ୍ଷୁଦ୍ର ଦେଖାଯାଉଥିଲେ ମଧ୍ୟ ସେମାନଙ୍କ ମହାନତା ବିଷୟରେ ମହତ ବ୍ୟକ୍ତିମାନେ ଜାଣି ଥାଆନ୍ତି ।

ବିଦେଶୀ ଶାସକମାନଙ୍କ ଉଦ୍ଦେଶ୍ୟରେ କବି ଦୃଢ଼ଭାବେ କହିଛନ୍ତି। ଯେ ସେମାନେ ଯେତେ ବଳ ବିକ୍ରମଶାଳୀ ହେଲେ ମଧ୍ୟ ଆମ ଦେଶ ସମ୍ପର୍କରେ ସେମାନେ ସମ୍ପୂର୍ଣ୍ଣ ଅଜ୍ଞ । ଆମ ଦେଶ, ଆମ ଦେଶବାସୀ, ଆମ ସଂସ୍କୃତି ଓ ଆମ ପରମ୍ପରା ଆମ ପାଇଁ ମହାନ୍ । ମହାନ ବ୍ୟକ୍ତିମାନେ ଅଜ୍ଞ ନୁହଁନ୍ତି । କବି କହିଛନ୍ତି ଯେ ସୂର୍ଯ୍ୟଙ୍କ ପରି ତାରକାମାନେ ସେମାନଙ୍କ ରାଜ୍ୟରେ ମଧ୍ୟ ପ୍ରଚୁର କିରଣ ଦେଇଥାଆନ୍ତି । ତେଣୁ ସେଠାରେ ସେମାନେ ତେଜୀୟାନ ସୂର୍ଯ୍ୟ ଭାବେ ପରିଗଣିତ ହୋଇଥାଆନ୍ତି । ସେହିପରି ଆମ ଦେଶରେ ଆମ ଦେଶବାସୀଙ୍କ ମହତ୍ତ୍ବ ରହିଥିଲେ। ମଧ୍ୟ ବିଦେଶରେ ତାହା ପରିପ୍ରକାଶ ହୋଇ ନ ପାରିବାରୁ ସେମାନେ ଆମକୁ ମୂର୍ଖ ଓ ଇତର ବୋଲି ଭାବି ଆମ ଉପରେ ଶାସନ କରିବାକୁ ଆସିଛନ୍ତି ।

ଆମ ଉପରେ ସେମାନେ ନିଜ ନିଜର ପ୍ରଭୁତ୍ଵ ଜାହିର କରି ବଳପୂର୍ବକ ଆମ ଉପରେ ଏକ ବିଦେଶୀ ଶାସନକୁ ଲଦି ଦେଇଛନ୍ତି । ସାଧାରଣ ଲୋକଙ୍କ ଧାରଣା ଯେ ବିଦେଶୀ ଶାସକମାନେ ଆମଠାରୁ ବିଜ୍ଞ ଓ ଅଧ୍ବକ ଶିକ୍ଷିତ । ସେମାନେ ଆମକୁ ସଭ୍ୟତାର ଆଲୋକ ଦେଖାଉଛନ୍ତି । ତେଣୁ ସାଧାରଣ ଲୋକେ ସେମାନଙ୍କୁ ଅଧ୍ବକ ଶକ୍ତିଶାଳୀ ବୋଲି ମନେ କରିଥାଆନ୍ତି । ସେମାନଙ୍କ ପ୍ରଭାବରେ ଆମଠାରେ ଲୁକ୍‌କାୟିତ ଅବସ୍ଥାରେ ରହିଥ‌ିବା ପ୍ରତିଭା ପ୍ରକାଶ ଲାଭ କରିବା ସମ୍ଭବ ହେଉ ନାହିଁ । ଯାହା ଅପ୍ରକାଶିତ ରହିଥାଏ ତା’ର ଗୁରୁତ୍ଵକୁ କେହି ଉପଲବ୍ଧି କରିପାରି ନଥାଏ । ଅପରନ୍ତୁ ସେ ପ୍ରଭାବଶାଳୀ ବ୍ୟକ୍ତିର ଜୟଗାନ କରିଥାଏ । କାରଣ ଉପକାରୀର ଉପକାର ଅସ୍ବୀକାର କରୁଥିବା ବ୍ୟକ୍ତିକୁ ସାଧାରଣତଃ ନିମକହାରାମ ବୋଲି କୁହାଯାଏ। କବିତା ମାଧ୍ୟମରେ କବି ଦେଶବାସୀଙ୍କୁ ସେମାନଙ୍କ ଶକ୍ତି ଓ ସାମର୍ଥ୍ୟ ସମ୍ପର୍କରେ ସଚେତନ କରି ଜାଗ୍ରତ ହେବାକୁ ଆହ୍ଵାନ ଦେଇଛନ୍ତି ।

କଠିନ ଶବ୍ଦାର୍ଥ :

  • ରବିରଶ୍ମି – ସୂର୍ଯ୍ୟ କିରଣ ।
  • ଯେମନ୍ତ – ଯେପରି ।
  • ପ୍ରଭାକର – ସୂର୍ଯ୍ୟ ।
  • ଭାଷେ – କୁହେ ।
  • ଦିଶ – ଦେଖାଯାଏ, ଦିଗ
  • ଗଗନ – ଆକାଶ
  • ହିତ – ମଙ୍ଗଳ
  • ରଜନୀ’ – ରାତି ।
  • ତମ – ଅନ୍ଧକାର ।
  • ଭାସ୍ବର – ଉଜ୍ଜ୍ଵଳ ।
  • ନିମକହାରାମ – କୃତଘ୍ନ / ଅକୃତଜ୍ଞା
  • ଭାସ୍କର – ସୂର୍ଯ୍ୟ
  • ଦିଶେ – ଦେଖାଯାଏ

BSE Odisha 8th Class Science Solutions Chapter 17 ତାରକା ଓ ସୌରଜଗତ

Odisha State Board BSE Odisha 8th Class Science Solutions Chapter 17 ତାରକା ଓ ସୌରଜଗତ Textbook Exercise Questions and Answers.

BSE Odisha Class 8 Science Solutions Chapter 17 ତାରକା ଓ ସୌରଜଗତ

Question 1.
ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତରଟି ବାଛ ।
(a) ନିମ୍ନଲିଖ ମଧ୍ୟରୁ କିଏ ସୌରଜଗତର ଅନ୍ତର୍ଭୁକ୍ତ ନୁହେଁ (ଗ୍ରହାଣୁ, ଉପଗ୍ରହ, ତାରକାପୁଞ୍ଜ, ଧମୂକେତୁ)
(b) ନିମ୍ନଲିଖ ମଧ୍ୟରୁ କେଉଁଟି ଗୋଟିଏ ସୌରଗ୍ରହ ନୁହେଁ । ( ସିରିଅସ୍, ବୁଧ, ଶନି, ଶୁକ୍ର)
(c) ନିମ୍ନଲିଖ ମଧ୍ୟରୁ କେଉଁଟି ଗୋଟିଏ ତାରା ? (ସନ୍ଧ୍ୟାତାରା, ଧ୍ରୁବତାରା, ସୁଟିଂତାରା, ଲଞ୍ଜାତାରା )
(d) ଭୁଗର୍ଭରେ ଗଚ୍ଛିତ ତୈଳଖଣିର ସନ୍ଧାନରେ କେଉଁ ଉପଗ୍ରହର ଭୂମିକା ଗୁରୁତ୍ବପୂର୍ଣ୍ଣ ? (ସାଧାରଣ, ଭୂସ୍ଥିର, ସୁଦୂର-ସନ୍ଧାନୀ, ଏଡୁସାଟ୍)

Answers:
(a) ତାରକାପୁଞ୍ଜ
(b) ସିରିଅସ୍
(c) ଧ୍ରୁବତାରା
(d) ସୁଦୂର -ସନ୍ଧାନୀ

BSE Odisha 8th Class Science Solutions Chapter 17 ତାରକା ଓ ସୌରଜଗତ

Question 2.
ଗୋଟିଏ ବା ଦୁଇଟି ପଦରେ ଉତ୍ତର ଦିଅ ।
(a) ଚନ୍ଦ୍ର କାହାର ଆଲୋକରେ ଆଲୋକିତ ହୁଏ ?
ଉ-
ଚନ୍ଦ୍ର ସୂର୍ଯ୍ୟର ଆଲୋକରେ ଆଲୋକିତ ହୁଏ ।

(b) ସୂର୍ଯ୍ୟଠାରୁ ଦୂରତମ ଗ୍ରହର ନାମ କ’ଣ ?
ଉ-
ସୂର୍ଯ୍ୟଠାରୁ ଦୂରତମ ଗ୍ରହର ନାମ ନେପଚୁନ୍ ।

(c) କେଉଁ ଗ୍ରହର ରଙ୍ଗ ଲାଲ୍ ଦିଶେ ?
ଉ-
ମଙ୍ଗଳ ଗ୍ରହର ରଙ୍ଗ ଲାଲ୍ ଦିଶେ ।

(d) ନିର୍ଦ୍ଦିଷ୍ଟ ଆକୃତିରେ ସଜାଯିବାଭଳି ଦେଖାଯାଉଥିବା ତାରାମାନଙ୍କୁ କ’ଣ କୁହାଯାଏ ?

ନିର୍ଦ୍ଦିଷ୍ଟ ଆକୃତିରେ ସଜାଯିବାଭଳି ଦେଖାଯାଉଥ‌ିବା ତାରାମାନଙ୍କୁ ତାରକାପୁଞ୍ଜ କୁହାଯାଏ ।

(e) ସାଧାରଣତଃ କେଉଁ କେଉଁ ଗ୍ରହର କକ୍ଷ ମଧ୍ୟରେ ‘ଗ୍ରହାଣୁପୁଞ୍ଜ’ ଅବସ୍ଥିତ ?
ଉ-
ମଙ୍ଗଳ ଓ ବୃହସ୍ପତି ଗ୍ରହର କକ୍ଷ ମଧ୍ୟରେ ‘ଗ୍ରହାଣୁପୁଞ୍ଜ’ ଅବସ୍ଥିତ ।

Question 3.
ନିମ୍ନରେ ଦିଆଯାଇଥ‌ିବା ଉକ୍ତିଗୁଡ଼ିକ ‘ଠିକ୍‌’ ବା ‘ଭୁଲ୍’ ଲେଖ ।
(a) ଧ୍ରୁବତାରା ସୌରଜଗତର ଏକ ସଦସ୍ୟ ।
(b) ସୌରଜଗତର କ୍ଷୁଦ୍ରତମ ଗ୍ରହ ହେଉଛି ବୁଧ ।
(c) ଅମାବାସ୍ୟା ଦିନ ସୂର୍ଯ୍ୟପରାଗ ଘଟିବାର ସମ୍ଭାବନା ଅଛି ।
(d) ସିରଅସ୍ କାଳପୁରୁଷ ମଣ୍ଡଳ ନିକଟରେ ଦେଖାଯାଏ ।

Answers:
(a) ଭୁଲ୍
(b) ଠିକ୍
(c) ଠିକ୍
(c) ଠିକ୍
(d) ଠିକ୍

Question 4.
‘କ’ ସ୍ତମ୍ଭର ଉପଯୁକ୍ତ ପଦ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ପଦକୁ ମେଳ କର ।

BSE Odisha 8th Class Science Solutions Chapter 17 ତାରକା ଓ ସୌରଜଗତ 1

Question 5.
(a) ଆକାଶରେ ସନ୍ଧ୍ୟାତାରା ରୂପେ କିଏ, କେତେବେଳେ ଓ କେଉଁ ଦିଗରେ ଦେଖାଯାଏ ?
ଉ-
ଆକାଶରେ ସନ୍ଧ୍ୟାତାରା ରୂପେ ଶୁକ୍ରଗ୍ରହ ସୂର୍ଯ୍ୟାସ୍ତ ପ୍ରାୟ 47 ଦିଗ୍‌ବଳୟ ମଧ୍ୟରେ ଏହାକୁ ଦେଖୁହେବ ।

(b) ସୌରଜଗତର ବୃହତ୍ତମ ଗ୍ରହର ନାମ ଓ ସର୍ବାଧ‌ିକ ଉପଗ୍ରହଧାରୀ ଗ୍ରହର ନାମ ଲେଖ ।
ଉ-
ସୌରଜଗତର ବୃହତ୍ତମ ଗ୍ରହର ନାମ ବୃହସ୍ପତି ଓ ସର୍ବାଧ‌ିକ ଉପଗ୍ରହଧାରୀ ଗ୍ରହର ନାମ ବୃହସ୍ପତି ।

(c) ତାରକାପୁଞ୍ଜ କହିଲେ କ’ଣ ବୁଝ ? ଦୁଇଟି ତାରକାପୁଞ୍ଜର ନାମ ଲେଖ ।
ଉ-
ମହାକାଶରେ ତାରାଗୁଡ଼ିକ ବିଭିନ୍ନ ଆକାରରେ ସଜ୍ଜିତ ହୋଇ ରହିଥ‌ିବାପରି ଦେଖାଯାଆନ୍ତି । ଏହାକୁ ତାରାପୁଞ୍ଜ, ତାରକାପୁଞ୍ଜ, ନକ୍ଷତ୍ରପୁଞ୍ଜ ବା ନକ୍ଷତ୍ରମଣ୍ଡଳ କୁହାଯାଏ । ଦୁଇଟି ତାରକାପୁଞ୍ଜର ନାମ ସପ୍ତର୍ଷିମଣ୍ଡଳ ଓ କାଳପୁରୁଷ ।

BSE Odisha 8th Class Science Solutions Chapter 17 ତାରକା ଓ ସୌରଜଗତ

(d) ଧୂମକେତୁର ଗଠନ ଲେଖ । ଏହାର ଲାଞ୍ଜ ସବୁବେଳେ ଦେଖାଯାଏ କି ?
ଉ-

  • ଧୂମକେତୁଗୁଡ଼ିକ ଛୋଟ ପଥରଖଣ୍ଡ, ଧୂଳିକଣା ଏବଂ ଗ୍ୟାସ୍‌ରେ ଭର୍ତ୍ତି ।
  • ଲାଞ୍ଜ ଅଂଶଟି ମୁଖ୍ୟତଃ ଏମୋନିଆ, ମିଥେନ୍, ଜଳୀୟବାଷ୍ପ ଓ ବରଫକଣାରେ ପୂର୍ଣ ।
  • ସୂର୍ଯ୍ୟର ନିକଟତର ହେଲେ ଏଥିରେ ଥ‌ିବା ଛୋଟ ଛୋଟ କଣିକା ବାଷ୍ପୀଭୂତ ହୋଇ ଲକ୍ଷ ଲକ୍ଷ କି.ମି. ପର୍ଯ୍ୟନ୍ତ ଲମ୍ବିଥାଏ ।
  • ଧୂମକେତୁ ସୂର୍ଯ୍ୟର ନିକଟତର ହେବାବେଳେ ଲାଞ୍ଜଟି ସୂର୍ଯ୍ୟର ବିପରୀତ ଦିଗରେ ସର୍ବଦା ରହିଥାଏ ଏବଂ ସୂର୍ଯ୍ୟଠାରୁ ଅନେକ ଦୂରକୁ ଚାଲିଗଲେ ଲାଞ୍ଜଟି ପ୍ରାୟ ଦେଖାଯାଏ ନାହିଁ । ଧୂମକେତୁର ଲାଞ୍ଜ ଅଂଶ ସବୁବେଳେ ଦେଖାଯାଏ ନାହିଁ । କେବଳ ସୂର୍ଯ୍ୟର ନିକଟତର ହେଲେ ଦେଖାଯାଏ ।

(e) ଉଲ୍‌କା କହିଲେ କ’ଣ ବୁଝ ? ଉଲ୍‌କା ଓ ଉଲ୍‌କାପିଣ୍ଡ ମଧ୍ୟରେ ପ୍ରଭେଦ ଲେଖ ।
ଅନ୍ଧାର ରାତିରେ ଯେଉଁ ମହାକାଶୀୟ ବସ୍ତୁ ଆଲୋକର ଝଲକ ସୃଷ୍ଟି କରି ଭୂପୃଷ୍ଠ ଆଡ଼କୁ ପଡ଼ିବାର ଦେଖାଯାଏ, ସେଗୁଡ଼ିକୁ ଉଲ୍‌କା କହନ୍ତି; ମାତ୍ର ଯେଉଁ ଉଲ୍‌କାଗୁଡ଼ିକ ଆକାରରେ ବଡ଼, ସେଗୁଡ଼ିକ ସଂପୂର୍ଣ୍ଣ ପୋଡ଼ି ନଯାଇ ଭୂପୃଷ୍ଠରେ ଆସି ପଡ଼ନ୍ତି । ଏଗୁଡ଼ିକ ଥଣ୍ଡାହୋଇ ପଥର ଆକାରରେ ପଡ଼ିରହନ୍ତି । ସେଗୁଡ଼ିକୁ ଉଲ୍‌କାପିଣ୍ଡ କୁହାଯାଏ ।
ଉ-
BSE Odisha 8th Class Science Solutions Chapter 17 ତାରକା ଓ ସୌରଜଗତ 2

(f) କୃତ୍ରିମ ଉପଗ୍ରହ ଓ ପ୍ରାକୃତିକ ଉପଗ୍ରହ ମଧ୍ୟରେ ଦୁଇଟି ପାର୍ଥକ୍ୟ ଲେଖ ।
ଉ-
BSE Odisha 8th Class Science Solutions Chapter 17 ତାରକା ଓ ସୌରଜଗତ 3

Question 6.
‘ଶନିଗ୍ରହ’ ସମ୍ବନ୍ଧରେ ଏକ ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।

  • ଶନି ଆୟତନରେ ସୌରଜଗତର ଦ୍ଵିତୀୟ ବୃହତ୍ତମ ଗ୍ରହ ଓ ଏହାର ରଙ୍ଗ ଈଷତ୍ ପୀତ ।
  • ସମଗ୍ର ଗ୍ରହଟି ହାଇଡ୍ରୋଜେନ୍, ହିଲିୟମ୍, ଏମୋନିଆ, ମିଥେନ୍ ପରି ଗ୍ୟାସ୍‌ରେ ପୂର୍ଣ ।
  • ଏହାର 60ଟି ଉପଗ୍ରହ ମଧ୍ୟରୁ ଟାଇଟନ୍ ବୃହତ୍ତମ ଅଟେ ।
  • ଶନିର ଅନେକ ବଳୟ ରହିଛି । ଏହି ବଳୟଗୁଡ଼ିକ ଅତିକ୍ଷୁଦ୍ର ପଥର, ବରଫକଣା ଓ ଧୂଳିକଣାକୁ ନେଇ ଗଠିତ । ଏମାନେ ଶନି ଚାରିପଟେ ପତଳା ଚକ୍ର ଆକାରରେ ଘୂରିବୁଲନ୍ତି ।
  • ଶନିର ସାନ୍ଦ୍ରତା ସୌରଜଗତର ଗ୍ରହମାନଙ୍କ ମଧ୍ୟରେ ସବୁଠାରୁ କମ୍ ।

Question 7.
କୃତ୍ରିମ ଉପଗ୍ରହଦ୍ଵାରା ଆମର କି କି ଉପକାର ସାଧୁତ ହୋଇପାରୁଛି ?
(a) ଏହା ବାୟୁମଣ୍ଡଳରେ ଘଟୁଥିବା ପରିବର୍ତ୍ତନ, ପାଣିପାଗ ବିବରଣୀ ଇତ୍ୟାଦି ବିଷୟରେ ସୂଚନା ପ୍ରଦାନ କରିପାରୁଛି ।
(b) ସୁଦୂର-ସନ୍ଧାନୀ ଉପଗ୍ରହଦ୍ବାରା ଖଣିଜ ପଦାର୍ଥ ତଥା ଭୂଗର୍ଭରେ ଗଚ୍ଛିତ ତୈଳ ଇତ୍ୟାଦିର ପରିମାଣ ଓ ସ୍ଥାନ ନିରୂପଣ କରାଯାଇପାରୁଛି ।
(c) ଭୂସ୍ଥିର ଉପଗ୍ରହ ଦ୍ଵାରା ଟେଲିଯୋଗାଯୋଗ ବା ଦୂର ସଂଚାରଣ, ବିଭିନ୍ନ କାର୍ଯ୍ୟକ୍ରମର ସିଧା ପ୍ରସାରଣ, ଉପଗ୍ରହ ମାଧ୍ୟମରେ ଶିକ୍ଷାଦାନ ଇତ୍ୟାଦି ସମ୍ପାଦନ କରାଯାଇପାରୁଛି ।
(d) ଜଙ୍ଗଲ ଓ ପରିବେଶ ସନ୍ତୁଳନ ନିମନ୍ତେ ନୂତନ ଜଙ୍ଗଲ ସୃଷ୍ଟିପାଇଁ ସ୍ଥାନ ନିରୂପଣ ଇତ୍ୟାଦି କ୍ଷେତ୍ରରେ ଉପଗ୍ରହ ଗୁରୁତ୍ୱପୂଣ୍ଣ ଭୂମିକା ଗ୍ରହଣକରିଛି ।

Question 8.
ତୁମ ଉତ୍ତର ଖାତାରେ ଦୁଇଟି ନକ୍ଷତ୍ର ମଣ୍ଡଳର ରେଖାଙ୍କିତ ଚିତ୍ର ଅଙ୍କନ କର ତୁମ ଉତ୍ତର ଖାତାରେ ଦୁଇଟି ନକ୍ଷତ୍ର ମଣ୍ଡଳର ରେଖାଙ୍କିତ ଚିତ୍ର ଅଙ୍କନ କର ।
BSE Odisha 8th Class Science Solutions Chapter 17 ତାରକା ଓ ସୌରଜଗତ 4

Question 9.
ଗୋଟିଏ ଗ୍ରହର ବ୍ୟାସାର୍ଦ୍ଧ ଅନ୍ୟ ଏକ ଗ୍ରହର ବ୍ୟାସାର୍ଦ୍ଧର 10 ଗୁଣ । ବଡ଼ ଗ୍ରହଟିର ଆୟତନ କେତୋଟି ସାନଗ୍ରହର ଆୟତନ ସହ ସମାନ ହେବ ହିସାବ କର ।
ମନେକର ପ୍ରଥମ ସାନଗ୍ରହର ବ୍ୟାସାର୍ଦ୍ଧ = 1, ଦ୍ବିତୀୟ ବଡ଼ ଗ୍ରହର ବ୍ୟାସାର୍ଦ୍ଧ (R) = 10r,
BSE Odisha 8th Class Science Solutions Chapter 17 ତାରକା ଓ ସୌରଜଗତ 5

BSE Odisha 8th Class Science Solutions Chapter 17 ତାରକା ଓ ସୌରଜଗତ

Question 10.
ଚନ୍ଦ୍ରକଳାର ହ୍ରାସବୃଦ୍ଧି ସମ୍ବନ୍ଧରେ ଏକ ସଂକ୍ଷିପ୍ତ ଆଲୋଚନା କର ।

  • ଯେଉଁ ଦିନ ଚନ୍ଦ୍ର ଥାଳିଆଭଳି ପ୍ରାୟ ବୃତ୍ତାକାର ଦେଖାଯାଏ, ତାକୁ ପୂର୍ଣ୍ଣମୀ କହନ୍ତି । ତା’ ପରଠାରୁ ପ୍ରତିଦିନ ତାର ଉଜ୍ଜ୍ବଳ ଥାଳିଆ ଭଳି ଦିଶୁଥ‌ିବା ଅଂଶ କମିବାରେ ଲାଗେ । ଏହା କ୍ରମଶଃ ସରୁ ହୋଇ ଦାଆପରି ବକ୍ରାକୃତି ଦେଖାଯାଏ ।
  • ପ୍ରାୟ ପନ୍ଦର ଦିନ ବେଳକୁ ଆଦୌ ଦେଖାଯାଏନି । ଆମେ କହୁ ସେଦିନ ଅମାବାସ୍ୟା ହେଲା ।
  • ତା’ପରଠୁ ପ୍ରାୟ ପନ୍ଦର ଦିନ ପର୍ଯ୍ୟନ୍ତ ଚନ୍ଦ୍ରର ଉଜ୍ଜଳ ଦିଶୁଥ‌ିବା ଅଂଶ ଧୀରେ ଧୀରେ ବୃଦ୍ଧିପାଏ ଓ ପନ୍ଦରଦିନ ବେଳକୁ ପ୍ରାୟ ଥାଳିଆଭଳି ଦେଖାଯାଏ । ଚନ୍ଦ୍ରର ଆକୃତିରେ ଏପରି ପରିବର୍ତ୍ତନକୁ ଚନ୍ଦ୍ରକଳାର ହ୍ରାସବୃଦ୍ଧି କୁହନ୍ତି ।

ଆଉ କ’ଣ କରିହେବ ?

Question 1.
ଆମ ଭୁବନେଶ୍ୱରରେ ଥ‌ିବା ସାମନ୍ତ ଚନ୍ଦ୍ରଶେଖର ପ୍ଲାନେଟାରିୟମ୍‌କୁ ବୁଲିଯାଅ । ସେଠାରେ ତାରକାମାନଙ୍କୁ କିପରି ପ୍ରଦର୍ଶନ କରାଯାଉଛି ଲକ୍ଷ୍ୟ କରି ।
ଉ-
ପିଲାମାନେ ନିଜେ କରିବାକୁ ଚେଷ୍ଟା କର ।

Question 2.
ଆକାଶରେ ଉଲ୍‌କାପାତର ଦୃଶ୍ୟ ଦେଖିବାକୁ ଚେଷ୍ଟା କର । (ସେପ୍ଟେମ୍ବରରୁ ନଭେମ୍ବର ମାସର କୌଣସି ମେଘମୁକ୍ତ ରାତି ଏଥିପାଇଁ ବେଶ୍ ଉପଯୋଗୀ)
ଉ-
ପିଲାମାନେ ନିଜେ କରିବାକୁ ଚେଷ୍ଟା କରି ।

Question 3.
ଆଉ କିଛି ତାରକାପୁଞ୍ଜର ନାମ ସଂଗ୍ରହ କର । ଆକାଶରେ ସେଗୁଡ଼ିକୁ ଠାବ କରିବାକୁ ଶିଖ ।
ଉ-
ପିଲାମାନେ ନିଜେ କରିବାକୁ ଚେଷ୍ଟା କର ।

Question 4.
ଦୂରତାର ମାନ (scale) ସହିତ ଏକ ସୌର ଜଗତର ଚିତ୍ର ଅଙ୍କନ କର ।
ଉ-
ପିଲାମାନେ ନିଜେ କରିବାକୁ ଚେଷ୍ଟା କର ।

Question 5.
ରାତିରେ ମେଘମୁକ୍ତ ଆକାଶକୁ ଦେଖ୍ ତାରା, ତାରକାପୁଞ୍ଜ, ଗ୍ରହ ଇତ୍ୟାଦିଙ୍କୁ ଚିହ୍ନିବାକୁ ଶିଖ ଓ ସେମାନଙ୍କର ଗତିବିଧୂ ଲକ୍ଷ୍ୟ କର ।
ଉ-
ପିଲାମାନେ ନିଜେ କରିବାକୁ ଚେଷ୍ଟା କର

BSE Odisha 8th Class Science Solutions Chapter 17 ତାରକା ଓ ସୌରଜଗତ

Question 6.
ବିଭିନ୍ନ ଜ୍ୟୋତିର୍ବିଦ୍‌ମାନଙ୍କର ଫଟୋ ସଂଗ୍ରହ କରି ଆଲବମରେ ରଖ । ସେମାନଙ୍କର ଜ୍ୟୋତିର୍ବିଜ୍ଞାନ (Astronomy) କୁ ଦାନ ସମ୍ବନ୍ଧରେ ବିବରଣୀ ସଂଗ୍ରହ କରି ରଖ ।
ଉ-
ଓଡ଼ିଶାର ସାମନ୍ତ ଚନ୍ଦ୍ରଶେଖର ଜଣେ ପ୍ରସିଦ୍ଧ ଜ୍ୟୋତିର୍ବିଦ୍ ଥିଲେ । ସେ ‘ସିଦ୍ଧାନ୍ତ ଦର୍ପଣ’ ନାମକ ଏକ ଉପାଦେୟ ଗ୍ରନ୍ଥ ରଚନା କରି ଅମର ହୋଇଯାଇଛନ୍ତି । ଏଥୁରୁ ବିଭିନ୍ନ ଗ୍ରହ, ନକ୍ଷତ୍ରମାନଙ୍କର ଗତିବିଧ ତଥା ଅନ୍ୟାନ୍ୟ ମହାଜାଗତିକ ବସ୍ତୁ ସମ୍ବନ୍ଧରେ ବିଭିନ୍ନ ତଥ୍ୟ ଆମେ ପାଇପାରୁ । ଗାଲିଲିଓ ମଧ୍ୟ ଜଣେ ପ୍ରସିଦ୍ଧ ଜ୍ୟୋତିର୍ବିଦ୍ ଅଟନ୍ତି । ସେ ହେଉଛନ୍ତି ଦୂରବୀକ୍ଷଣ ଯନ୍ତ୍ରର ଉଦ୍ଭାବକ । ସେ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଆକାଶରେ ଥିବା ବିଭିନ୍ନ ଗ୍ରହ ନକ୍ଷତ୍ରମାନଙ୍କର ଗତିବିଧ‌ିକୁ ଲକ୍ଷ୍ୟକରିଥିଲେ ଓ ସିଏ ମଧ୍ୟ ତଥ୍ୟ ପ୍ରଦାନ କରିଥିଲେ ଯେ ପୃଥ‌ିବୀ ଓ ଗ୍ରହସମୂହ ସୂର୍ଯ୍ୟ ଚାରିପଟେ ଘୂର୍ଶନ କରିଥା’ନ୍ତି ଓ ସୂର୍ଯ୍ୟ ହେଉଛି ସ୍ଥିର । ଅନ୍ୟାନ୍ୟ ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀମାନଙ୍କର ନାମ ହେଉଛି ଟଲେମୀ, କୋପରନିକସ୍‌, ଆର୍ଯ୍ୟଭଟ୍ଟ ଇତ୍ୟାଦି ।

Question 7.
ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧରେ ବାହାରୁଥ‌ିବା ଲେଖାଗୁଡ଼ିକୁ ପଢ଼ ଓ ତୁମକୁ ଭଲ ଲାଗୁଥ‌ିବା କଥା ସଂଗ୍ରହ କରି ରଖ । ଉ- ପିଲାମାନେ ନିଜେ କରିବାକୁ ଚେଷ୍ଟା କର ।
ଉ-
ପିଲାମାନେ ନିଜେ କରିବାକୁ ଚେଷ୍ଟା କର ।

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ବସ୍ତୁନିଷ୍ଠ ପ୍ରଶ୍ନେ। ଭର

1. ଶୂନ୍ୟସ୍ଥାନ ପୂରଣ କର ।
(i) …………………. କୁ ଶିକାରୀ ତାରା କୁହାଯାଏ ।
(ii) …………………. ଉପଗ୍ରହଦ୍ବାରା TV ପ୍ରସାରଣ ସମ୍ଭବପର ହେଉଛି ।
(iii) …………………. ତାରକାପୁଞ୍ଜ N କିମ୍ବା M ପରି ଦେଖାଯାଏ ।
(iv) …………………. ଗ୍ରହ ପୂର୍ବରୁ ପଶ୍ଚିମକୁ ଆବର୍ତ୍ତନ କରେ ।
(v) …………………. ଗ୍ରହ ପୂର୍ବରୁ ପଶ୍ଚିମକୁ ଆବର୍ତ୍ତନ କରେ ।
(vi) ସୂର୍ଯ୍ୟଠାରୁ ଆଲୋକ ଆସି ପୃଥିବୀପୃଷ୍ଠରେ ପହଞ୍ଚିବାକୁ …………………. ମିନିଟ୍ ଲାଗେ ।
(vii) ସୂର୍ଯ୍ୟର ବସ୍ତୁତ୍ଵ ପ୍ରାୟ …………………. କି.ଗ୍ରା. ।
(viii) ସର୍ବପ୍ରଥମେ …………………. BSE Odisha 8th Class Science Solutions Chapter 17 ତାରକା ଓ ସୌରଜଗତ 1
(ix) ଗ୍ରହାଣୁପୁଞ୍ଜ …………………. ଓ …………………. ଗ୍ରହଗୁଡ଼ିକର କକ୍ଷଦ୍ବୟର ମଧ୍ୟରେ ରହି ସୂର୍ଯ୍ୟକୁ ପରିକ୍ରମଣ କରୁଛି ।
(x) ହାଲିଙ୍କ ଧୂମକେତୁର ପରିକ୍ରମଣ ସମୟ ପ୍ରାୟ ……………………… ବର୍ଷ ଅଟେ ।
(xi) ସୌରଜଗତର ସବୁଠାରୁ ବଡ଼ ଉପଗ୍ରହର ନାମ ………………………ଅଟେ ।
(xii) ମହାକାଶ ଅଭିଯାନର ପ୍ରଥମ କୃତ୍ରିମ ଉପଗ୍ରହର ନାମ …………………. ଅଟେ ।
(xiii) ପ୍ରଥମ ଜୀବନ୍ତ କୋଷ …………………. ମଣ୍ଡଳରେ ସୃଷ୍ଟି ହୋଇଥିଲା ।
(xiv) …………………. ଗ୍ରହକୁ ଜଳଗ୍ରହ କହନ୍ତି
(xv) …………………. ସବୁଠାରୁ ବଡ଼ ଗ୍ରହାଣୁ ଅଟେ ।
(xvi) ଆକାଶଗଙ୍ଗା ଛାୟାପଥରେ ପ୍ରାୟ ……………………. ଟି ତାରକା ରହିଛନ୍ତି ।
(xvii) ଆମ ରାଶିଚକ୍ରରେ …………………. ଟି ରାଶି ଅଛି ।
(xviii) …………………. ସୌରଜଗତର କ୍ଷୁଦ୍ରତମ ଗ୍ରହ ।
(xix) ପୃଥ‌ିବୀର …………………. ଦିଗରେ ଥ‌ିବା ଆକାଶରେ ଧ୍ରୁବୁତାରା ଦେଖାଯାଏ ।
(xx) ସୂର୍ଯ୍ୟର ଦ୍ବିତୀୟ ନିକଟତମ ଗ୍ରହ …………………. ।

BSE Odisha 8th Class Science Solutions Chapter 17 ତାରକା ଓ ସୌରଜଗତ

Answers:
(i) କାଳପୁରୁଷ
(ii) ଭୂସ୍ଥିର
(iii) କ୍ୟାସିଓପିଆ
(iv) ଶୁକ୍ର
(v) ହିଲିୟମ୍
(vi) 8
(vii) 2×1030
(viii) ନିଲ୍ ଆମଷ୍ଟ୍ରଙ୍ଗ
(ix) ମଙ୍ଗଳ, ବୃହସ୍ପତି
(x) 76
(xi) ଟାଇଟନ୍
(xii) ସ୍ଫୁଟନିକ୍ -1
(xiii) ବାରି
(xiv) ପୃଥ‌ିବୀ
(Xv) ସିରସ୍
(xvi) 1.5 x 1011
(xvii) 12
(xviii) ବୁଧ
(xix) ଉତ୍ତର
(xx) ଶୁକ୍ର

2. ବାମ ପାର୍ଶ୍ଵରେ ଥ‌ିବା ଶବ୍ଦଦ୍ୱୟର ସମ୍ପର୍କକୁ ଲକ୍ଷ୍ୟ କରି ଦକ୍ଷିଣ ପାର୍ଶ୍ଵରେ ଥ‌ିବା ଶବ୍ଦ ସହ ସଂପର୍କିତ ଶବ୍ଦଟି ଲେଖ ।
(i) ଟାଇଟନ୍‌ : ଉପଗ୍ରହ :: ହାଲି : …………………. ।
(ii) ମଙ୍ଗଳ : ଲାଲ :: ନେପ୍‌ଚ୍ୟୁନ : …………………. ।
(iii) ପୃଥ‌ିବୀ : ଚନ୍ଦ୍ର :: ଶନି : …………………. ।
(iv) ଅମାବାସ୍ୟା : ସୂର୍ଯ୍ୟପରାଗ :: ପୂର୍ଣ୍ଣିମା : …………………. ।
(v) ସାଧାରଣ ଦୂରତା : km :: ମହାକାଶ ଦୂରତା : …………………. ।
(vi) ୟୁରେନ୍ସ : ସବୁଜଗ୍ରହ :: ନେପ୍‌ଚୁନ୍ : …………………. ।
(vii) ବୁଧ : 59 ଦିନ :: ପୃଥ‌ିବୀ : …………………. ।
(viii) ପୃଥ‌ିବୀ : ଗ୍ରହ :: ଫୋବସ୍ : …………………. ।
(ix) ଶନି : ବଳୟଗ୍ରହ :: ମଙ୍ଗଳ : …………………. ।

Answers:
(i) ଧୂମକେତୁ
(ii) ନୀଳବର୍ଣ୍ଣ
(iii) ଟାଇଟାନ୍
(iv) ଚନ୍ଦ୍ରଗ୍ରହଣ
(v) ଆଲୋକ ବର୍ଷ
(vi) ଶୀତଳଗ୍ରହ
(vii) 23 ଘ . 56 ମି . 4 ସେ
(viii) ଉପଗ୍ରହ
(ix) ଲୋହିତଗ୍ରହ

BSE Odisha 8th Class Science Solutions Chapter 17 ତାରକା ଓ ସୌରଜଗତ

3. ନିମ୍ନୋକ୍ତ ପ୍ରତ୍ୟେକ ପ୍ରଶ୍ନପାଇଁ ଦିଆଯାଇଥ‌ିବା ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛ ।
(i) ………………ର ପରିକ୍ରମଣ କାଳ ସର୍ବାଧ‌ିକ ।
(i) ବୃହସ୍ପତି
(ii) ଶନି
(iii) ୟୁରେନ୍ସ
(iv) ନେପଚୁନ୍

(ii) ବୃହସ୍ପତିରେ ………………….. ଟି ଉପଗ୍ରହ ଅଛି ।
(i) 69
(ii) 66
(iii) 63
(iv) 60

(iii) ……………………. ଗ୍ରହର ପୃଥ‌ିବୀ ସହ ସାଦୃଶ୍ୟ ଅଛି ।
(i) ମଙ୍ଗଳ
(ii) ବୁଧ
(iii) ଶନି
(iv) ଶୁକ୍ଳ

(iv) ପୃଥିବୀ ………………… ଛାୟାପଥର ଅଂଶବିଶେଷ ଅଟେ ।
(i) ହାଇଡ୍ରା
(ii) ଭିର୍‌ଗୋ
(iii) ମିଲ୍‌କ
(iv) ବ୍ୟୁଟେସ୍

(v) ସୂର୍ଯ୍ୟ ନିଜ ଅକ୍ଷ ଚାରିପଟେ …………………….. ଦିନରେ ଥରେ ଘୂରେ ।
(i) 24
(ii) 25
(iii) 59
(iv) 365

(vi) ଏକ ଆଲୋକବର୍ଷ ପ୍ରାୟ କେତେ କି.ମି. ?
(i) 9.5 x 1012
(iii) 0.946 x 1012
(ii) 91.5 x 1012
(iv) 946 x 1012

(vii) ସୂର୍ଯ୍ୟ ନିଜ ଅକ୍ଷ ଚାରିପାଖରେ କେତେ ଦିନରେ ଥରେ ଘୂରେ ?
(i) 24 ଘଣ୍ଟା
(ii) 365 69
(iii) 59 ଦିନ
(iv) 25 ଦିନ

BSE Odisha 8th Class Science Solutions Chapter 17 ତାରକା ଓ ସୌରଜଗତ

(viii) କେଉଁ ଉପଗ୍ରହଦ୍ଵାରା ଟେଲିଭିଜନ ପ୍ରସାରଣ ସମ୍ଭବ ହୋଇପାରୁଛି ?
(i) ସାଧାରଣ
(ii) ଭୂସ୍ଥିର
(iii) ସୁଦୂର ସନ୍ଧାନୀ
(iv) ସମସ୍ତ

(ix) ବୃହସ୍ପତିରେ କେତୋଟି ଉପଗ୍ରହ ଅଛି ?
(i) 60
(ii) 63
(iii) 66
(iv) 69

(x) କେଉଁଟି ସୂର୍ଯ୍ୟର ମୁଖ୍ୟ ଉପାଦାନ ?
(i) ଏମୋନିଆ
(ii) ହିଲିୟମ୍
(iii) ନିୟନ୍
(iv) ଆରଗନ୍

Answers:
(i) ନେପଚୁନ୍
(ii) 63
(iii) ମଙ୍ଗଳ
(iv) ମିଲ୍‌କ
(v) 25
(vi) 9.5 × 102
(vii) 25 ଦିନ
(x) ହିଲିୟମ୍
(viii) ଭୂସ୍ଥିର
(ix) 63

BSE Odisha 8th Class Science Solutions Chapter 17 ତାରକା ଓ ସୌରଜଗତ

4. ‘କ’ ସ୍ତମ୍ଭରେ ଥ‌ିବା ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥିବା ସମ୍ପର୍କିତ ଶବ୍ଦକୁ ମିଳାଅ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ଚନ୍ଦ୍ର ଆକୃତିରେ ପରିବର୍ତ୍ତନ (i) 27.3 ଦିନ
(ii) ଶୁକ୍ର (ii)  21.07.1969
(iii) ଚନ୍ଦ୍ରର ପରିକ୍ରମଣକାଳ (iii) ଚନ୍ଦ୍ରକଳା
(iv) ଆପେ।ଲୋ -II (iv) ପାହାନ୍ତି ତାରା
(v) ଗବେଷଣାଗାର (v) ଲାଲ୍ ଗ୍ରହ
(vi) ସିରିୟସର ଦୂରତା (vi) ଦ୍ଵିତୀୟ ବୃହତ୍ତମ ଗ୍ରହ
(vii) ସପ୍ତର୍ଷିମଣ୍ଡଳ (vii) 23 ଘଣ୍ଟା 56 ମିନିଟ୍ 4 ସେ.
(viii) ପୃଥ‌ିବୀର ଆବର୍ତ୍ତନକାଳ (viii) ପ୍ରଶ୍ନବାଚକ ଚିହ୍ନ
(ix) ମଙ୍ଗଳ (ix) 8.7 ଆଲୋକବର୍ଷ ମାନମନ୍ଦିର
(x) ଶନି (x) ମାନପନ୍ଦିର


Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ଚନ୍ଦ୍ର ଆକୃତିରେ ପରିବର୍ତ୍ତନ (iii) ଚନ୍ଦ୍ରକଳା
(ii) ଶୁକ୍ର (iv) ପାହାନ୍ତି ତାରା
(iii) ଚନ୍ଦ୍ରର ପରିକ୍ରମଣକାଳ (i) 27.3 ଦିନ
(iv) ଆପେ।ଲୋ -II (ii)  21.07.1969
(v) ଗବେଷଣାଗାର (x) ମାନପନ୍ଦିର
(vi) ସିରିୟସର ଦୂରତା (ix) 8.7 ଆଲୋକବର୍ଷ ମାନମନ୍ଦିର
(vii) ସପ୍ତର୍ଷିମଣ୍ଡଳ (viii) ପ୍ରଶ୍ନବାଚକ ଚିହ୍ନ
(viii) ପୃଥ‌ିବୀର ଆବର୍ତ୍ତନକାଳ (vii) 23 ଘଣ୍ଟା 56 ମିନିଟ୍ 4 ସେ.
(ix) ମଙ୍ଗଳ (v) ଲାଲ୍ ଗ୍ରହ
(x) ଶନି (vi) ଦ୍ଵିତୀୟ ବୃହତ୍ତମ ଗ୍ରହ