BSE Odisha 10th Class Odia Grammar ରୂଢ଼ି (ରୁହ୍ + ତି)

Odisha State Board BSE Odisha 10th Class Odia Solutions ରୂଢ଼ି (ରୁହ୍ + ତି) Textbook Exercise Questions and Answers.

BSE Odisha Class 10 Odia Grammar ରୂଢ଼ି (ରୁହ୍ + ତି)

(A) ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

Question 1.
ରୂଢ଼ ଶବ୍ଦ କାହାକୁ କହନ୍ତି ?
Answer:
ଯେଉଁ ଶବ୍ଦ ପ୍ରକୃତି ପ୍ରତ୍ୟୟଗତ ଅର୍ଥ ପ୍ରକାଶ ନ କରି ଭିନ୍ନ ଅର୍ଥ ପ୍ରକାଶ କରେ, ତାହାକୁ ରୂଢ଼ ଶବ୍ଦ କୁହନ୍ତି ।

Question 2.
‘ରୂଢ଼ି’ କାହାକୁ କୁହାଯାଏ ?
Answer:
କୌଣସି ଶବ୍ଦ ନିଜସ୍ବ ଅର୍ଥ ଛାଡ଼ି, ଅନ୍ୟ ଶବ୍ଦ ସହିତ ମିଶି ସ୍ବତନ୍ତ୍ର ଅର୍ଥ ପ୍ରକାଶ କଲେ, ତାହାକୁ ‘ରୂଢ଼ି’ କୁହାଯାଏ ।

Question 3.
ଶବ୍ଦ କେତେ ଭାଗରେ ବିଭକ୍ତ ଓ କ’ଣ କ’ଣ ?
Answer:
ଶବ୍ଦ ତିନି ଭାଗରେ ବିଭକ୍ତ; ଯଥା- ରୂଢ଼, ଯୌଗିକ ଓ ଯୋଗରୂଢ଼ ।

Question 4.
ପ୍ରଚଳିତ ରୂଢ଼ି ପ୍ରୟୋଗର କେତୋଟି ଧାରା ପରିଲକ୍ଷିତ ହୁଏ ଓ କ’ଣ କ’ଣ ?
ପ୍ରଚଳିତ ରୂଢ଼ି ପ୍ରୟୋଗର ୩ଟି ଧାରା ପରିଲକ୍ଷିତ ହୁଏ;
ଯଥା- (୧) କ୍ରିୟାହୀନ ରୂଢ଼ି (୨) କ୍ରିୟାଯୁକ୍ତ ରୂଢ଼ି (୩) ତୁଳନାତ୍ମକ ରୂଢ଼ି ।

Question 5.
କ୍ରିୟାହୀନ ରୂଢ଼ି କାହାକୁ କହନ୍ତି ?
Answer:
ଯେଉଁ ରୂଢ଼ିର ପଦସଂହତିରେ କ୍ରିୟାପଦ ନଥାଏ, ତାହାକୁ କ୍ରିୟାହୀନ ରୂଢ଼ି କୁହାଯାଏ ।

BSE Odisha 10th Class Odia Grammar ରୂଢ଼ି (ରୁହ୍ + ତି)

Question 6.
କ୍ରିୟାଯୁକ୍ତ ରୂଢ଼ି କାହାକୁ କୁହାଯାଏ ?
Answer:
ଯେଉଁ ରୂଢ଼ିର ପଦସଂହତିରେ କ୍ରିୟାପଦ ଥାଏ, ତାହାକୁ କ୍ରିୟାଯୁକ୍ତ ରୂଢ଼ି କୁହାଯାଏ ।

Question 7.
ତୁଳନାତ୍ମକ ରୂଢ଼ି କାହାକୁ କୁହାଯାଏ ?
ଯେଉଁ ରୂଢି ପ୍ରୟୋଗର ପଦସଂହତିରେ ଉପମାବାଚକ ଶବ୍ଦର ବ୍ୟବହ୍ବାର ଦେଖାଯାଏ, ତାହାକୁ ତୁଳନାତ୍ମକ ରୂଢ଼ି କୁହାଯାଏ ।

(B) ନିମ୍ନଲିଖ୍ କ୍ରିୟାହୀନ ରୂଢ଼ିଗୁଡ଼ିକର ଅର୍ଥ ଲେଖ ।

Question 1.
ଅରଣ୍ୟ ରୋଦନ
Answer:
ନିଷ୍ପଳ ପ୍ରାର୍ଥନା

Question 2.
ଅନ୍ଧ ବୁଝାମଣା
Answer:
ଅନ୍ୟାୟ ବିଚାର

Question 3.
ଝାଳବୁହା ଧନ
Answer:
କଷ୍ଟ ଅର୍ଜିତ

Question 4.
ଅହିନକୁଳ ସମ୍ପର୍କ
Answer:
ଘେ।ର ଶତ୍ରୁତା

Question 5.
ଅଲଣା କଥା
Answer:
ମୂଲ୍ୟହାନ କଥା

Question 6.
ଅକଲ ଗୁଡୁମ୍
Answer:
ବୁଦ୍ଧିବଶା ହେବା

Question 7.
ଆକାଶ କୁସୁମ
Answer:
ବୃଆ ସ୍ଵପ୍ନ

BSE Odisha 10th Class Odia Grammar ରୂଢ଼ି (ରୁହ୍ + ତି)

Question 8.
ଉପୁରି ମାଲ
Answer:
ମାଗଣା ମିଳିବା

Question 9.
ଏକଘରକିଆ
Answer:
ସାମାଜିକ ବାସନ୍ଦ

Question 10.
ଓଳିଆରୁ ଗଜା
Answer:

Question 11.
କରଛଡ଼ା
Answer:
ଦାୟିତ୍ଵ ନ ନେବା

Question 12.
କୁହାମୁଣ୍ଡା କପିଳା
Answer:
ହୁ ଅବାନ୍ତର କଥା କହିବା

Question 13.
କୁମ୍ଭୀର କାନ୍ଦଣା
Answer:
ଛଳନା/ଉପରଠାତ୍ତରିଆ ସହାନୁଭୂତି

Question 14.
ଖତଗଦାରେ ପଦ୍ମ
Answer:
ପ୍ରତିକୂଳ ପରିସ୍ଥିତିରେ ପ୍ରତିଭା ସ୍ଥୁରଣ

Question 15.
ଗୋବର ଗଣେଶ
Answer:
ମୂର୍ଖ / ନିର୍ବୋଧ

Question 16.
ଘୋଷା ବଳଦ
Answer:
କିଛି ନ ବୁଝି ମୁଖସ୍ଥ କରିବା

BSE Odisha 10th Class Odia Grammar ରୂଢ଼ି (ରୁହ୍ + ତି)

Question 17.
ଛକାପଞ୍ଝା
Answer:
ଉଭୟ ପକ୍ଷର ସତର୍କ ଭାବ

Question 18.
ଜୀବନମୂର୍ଚ୍ଛା
Answer:
ଆପ୍ରାଣ ଉଦ୍ୟମ

Question 19.
ବାଆକୁ ବତା
Answer:
କ୍ଷାଶ ଆଶ୍ରୟ

(C) ନିମ୍ନଲିଖୂତ ଅର୍ଥ ପ୍ରକାଶ କରୁଥିବା କ୍ରିୟାହୀନ ରୂଢ଼ିଗୁଡ଼ିକ ଲେଖ ।

Question 1.
ଅଳ୍ପ ଜ୍ଞାନ ଯୋଗୁଁ ଅପଦସ୍ଥ ହେବା
Answer:

Question 2.
ନିଜ ଲୋକ ଅଯୋଗ୍ୟ
Answer:

Question 3.
ନିର୍ଦ୍ଦିଷ୍ଟ ଆୟରୁ ଅଧିକ
Answer:
ଉପୁରି ମାଲ

Question 4.
ଗଭାରତାର ଅଭାବ
Answer:
ଉପର ଠାଉରିଆ

Question 5.
ଏପଟ ସେପଟ ଛିଦ୍ର କହି ଯେ ସବୁଠାରେ ଭଲେଇ ହୁଏ ।
Answer:
ଏ ଘର ମାଉସା ସେ ଘର ଶିଉସା

Question 6.
ଦାୟିତ୍ୱ ନ ନେବା
Answer:
ଦାୟିତ୍ଵ ନ ନେବା

Question 7.
କଷ୍ଟସାଧ୍ୟ
Answer:
କାଠିକର ପାଠ

Question 8.
ଭାଗ୍ୟଫଳ
Answer:
କରାଇ ଲିଖନ

Question 9.
ସଙ୍କୁଚିତ ପରିବେଶରେ ବଢିଥିବା ବ୍ୟକ୍ତି
Answer:
କୁପ ମଣ୍ତକ

BSE Odisha 10th Class Odia Grammar ରୂଢ଼ି (ରୁହ୍ + ତି)

Question 10.
ଅତି ସୁନ୍ଦର
Answer:
ଗୋଟିଏ ଚାଉଳର ଗଢ଼ା

Question 11.
ଗୋଷ୍ଠୀରୁ ଅଲଗା
Answer:
ଗୋଖେ ଶ୍ରିଆ

Question 12.
ନିଜ ଲୋକ ଶତ୍ରୁ
Answer:
ଘର ଢିଙ୍କି କୁମ୍ଭାର

Question 13.
ଅବସ୍ଥା ଅସମ୍ଭାଳ ହେବା
Answer:
ଘରକୁଢ଼ି ପାଣି ଆଣ୍ଠୁଏ

Question 14.
ତନ୍ନ ତନ୍ନ କରି ଦେଖୁ
Answer:
ଛୁଞ୍ଚ୍ ମାଛି ପରୀକ୍ଷା

Question 15.
ଅତି ପ୍ରିୟ
Answer:
ଜପମାଳି

Question 16.
ଗର୍ବ ଭାଙ୍ଗିବା
Answer:
ଜୋକ ମୁହୁଁରେ ଲୁଣ

Question 17.
ଏକକିଦିଆ
Answer:
ନଛେ।ଡ଼ବକ୍ଷା

Question 18.
ସାମାନ୍ୟ ଘଟଣାରୁ ଭୟଙ୍କର ପରିସ୍ଥିତିର ସୂତ୍ରପାତ
Answer:
ଝିମିଟି ଖେଳରୁ ମହାଭାରତ

(D) ନିମ୍ନଲିଖତ କ୍ରିୟାଯୁକ୍ତ ରୂଢ଼ିଗୁଡ଼ିକର ଅର୍ଥ ଲେଖ ।

Question 1.
ଅହନ୍ତି। ରଖିବା
Answer:
ପ୍ରତିହିଂସା ମନୋଭାବ ପୋଷଣ କରିବା

Question 2.
ଆଖୁରେ ରଖୁ
Answer:
ଯତ୍ନ ନେବା / ଲକ୍ଷ୍ୟ ରଖିବା

Question 3.
ଆଖ୍ ପକାଇବା
Answer:
ଲୋଲୁପ ଦୃଷ୍ଟି ପକାଇବା

Question 4.
ଆଖ୍ ବୁଜିବା
Answer:
ମରିବା, ହେଦତ୍ୟାଗ କରିବା

Question 5.
ଆଖ୍ ପାଇବା
Answer:
ଚାଲାଖ୍ ହେବା / କଳନା କରିବା

Question 6.
ଆଢ଼ ଆଖିରେ ନ ଚାର୍ହିବା
Answer:
ସମ୍ପର୍କ ନ ରଖିବା ନ ରଖଚା

BSE Odisha 10th Class Odia Grammar ରୂଢ଼ି (ରୁହ୍ + ତି)

Question 7.
ଭକ୍ଷନାଧାନ ଗଜା ହେବା
Answer:
ଅସମ୍ଭବ ସମ୍ଭବ ନ୍ଦେବା

Question 8.
କପାଳ ଖୋଲିବା
Answer:
ଭଲ ବେଳ ଗଡିବା

Question 9.
କଳାକାଠ ପଢିଯିବା
Answer:
ମଳିନ ପଡିଯିବା

Question 10.
କଳାକନା ଚୁଲାଇବା
Answer:
ସର୍ବନାଶ କରିବା

Question 11.
କାନରେ ହାତଦେବା
Answer:
ଆଡ଼ ଆଖୁ ନ ଚାହିଁବା

Question 12.
କୁହୁଡ଼ି ପହଁରିବା
Answer:
ବୃଥା ପରିଶ୍ରମ କରିବା

Question 13.
ଖୁଅ କାଢ଼ିବା
Answer:
କଥାକୁ ଘାଶ୍ରି ଦୋଷ ବାହାର କରିବା

Question 14.
ଗୁଜୁରାଣ ମେଣ୍ଟାଇବା
Answer:
କଷ୍ଟକରି କୌଣସିମତେ ଚଳିବା

BSE Odisha 10th Class Odia Grammar ରୂଢ଼ି (ରୁହ୍ + ତି)

Question 15.
ଗୋଡ଼ ହାତ ଧରିବା
Answer:
ଚ୍ରିନମ୍ର ଗୃହାରି କରିବା

Question 16.
ଚଳୁ କରିଦେବା
Answer:
ସବୁ ଶେଷ କରି ଦେବା।

Question 17.
ଚିତା କାଟିବା
Answer:
ଠକିବା

Question 18.
ନାଁ ରଖିବା
Answer:
ଯଶ ରଖିବା

Question 19.
ନାକ ଟେକିବା
Answer:
ପୃଶା କରିବା

Question 20.
ପିଠିରେ ପଡ଼ିବା
Answer:
ସାହା ହେବା

(E) ନିମ୍ନଲିଖ ଅର୍ଥ ପ୍ରକାଶ କରୁଥିବା ରୂଢ଼ିଗୁଡ଼ିକ ଲେଖ ।

Question 1.
ବ୍ୟର୍ଥ ହେବା
Answer:
ଫସର ଫାଟିବା

Question 2.
ଅଥୟ କରିବା
Answer:
ନାକେଦମ୍ କରିବା

Question 3.
ବିରକ୍ତ ହେବା
Answer:
ନାକ ଛିଞ୍ଚାଡ଼ିବା

Question 4.
ସ୍କୁନାମ ଅର୍ଜନ କରିବା
Answer:
ନାଁ କରିବା

Question 5.
ଅନୁମାନ କରିବା
Answer:
ଅନ୍ଧାରକୁ ଟେକା ପକାଇବା

BSE Odisha 10th Class Odia Grammar ରୂଢ଼ି (ରୁହ୍ + ତି)

Question 6.
ଲୋଭ କରିବା
Answer:
ଦୃଷ୍ଟି ପକାଇବା

Question 7.
ମୋଟାମୋଟି ଦେଖୁବା
Answer:
ଆଗ୍ ଗୁଲାଇବା

Question 8.
ପସନ୍ଦ କରିବା
Answer:
ଆଖିକି ପାଇବା

Question 9.
ଠକି ଦେବା
Answer:
ଆଖିରେ ଧୂଳି ନଦେବା

Question 10.
ବିପଦକୁ ଡାକି ଆଣିବା
Answer:
ଆ ବଳଦ ମୋତେ ବିନ୍ଦ୍

Question 11.
ନ ପଚାରୁଣୁ କହିବା
Answer:
ଉପରେ ପଢ଼ି କହିବା

Question 12.
ସର୍ବନାଶ ହେବା
Answer:
ଘର ଢିଙ୍କି କୁମ୍ଭାର

Question 13.
ଯନ୍ତ୍ରଣା ଉପରେ ଯନ୍ତ୍ରଣା ଦେବା
Answer:
କଟା ଘା’ରେ ଚୂନ ଦେବା

BSE Odisha 10th Class Odia Grammar ରୂଢ଼ି (ରୁହ୍ + ତି)

Question 14.
କାର୍ଯ୍ୟ ଆରମ୍ଭ କରିବା
Answer:
କାମରେ ହାତ ଦେବା

Question 15.
କାତର ହେବା
Answer:
କାଠ ହୋଇଯିବା

Question 16.
ବିପଦରେ ପକାଇବା
Answer:
ଖାଲରେ ପକାଇବା

Question 17.
ଜୀବିକା ଛଡ଼ାଇନେବା
Answer:
ଖାଇବା ପତରରେ ଧୂଳି ଦେବା

Question 18.
ଚିନ୍ତିତ ହେବା
Answer:
ଗାଲରେ ହାତ ଦେବା

Question 19.
ପ୍ରସ୍ତୁତ ହୋଇ ରହିବା
Answer:
ଗୋଡଟେକି ବସିବା

Question 20.
ଅତି ଦୁଷ୍ଟାମି କରିବା
Answer:
ଚାଲିଲା ଶଗଡ଼ରେ ହାତଦେବା

(F) ଉପଯୁକ୍ତ ରୂଢ଼ି ବ୍ୟବହାର କରି ଶୂନ୍ୟସ୍ଥାନ ପୂରଣ କର ।

Question 1.
ପିଲାଟା ଏପରି ………………… ଯେ, ଯାହା କହିବ, ତାହା କରିବ ।
Answer:
ନଛେ।ଡ଼ାବନ୍ଧି ।

Question 2.
କାର୍ଯ୍ୟଟି କରିବା ତୁମ ପକ୍ଷରେ ………………………।
Answer:
କାଠିକର ପାଠ

Question 3.
ତାକୁ ଆଉ କିଛି କୁହ ନାହିଁ, ସେ ଭୟରେ ……………….. ପଢ଼ିଗଲାଣି ।
Answer:
କଳାକାଠ

Question 4.
ସେ ମୋ ସମ୍ପତ୍ତି ଉପରେ ……………………….।
Answer:
ଆଖ୍ ପକାଇଛି

BSE Odisha 10th Class Odia Grammar ରୂଢ଼ି (ରୁହ୍ + ତି)

Question 5.
ତାକୁ ଠକିବା ସହଜ ନୁହେଁ । ସେ …………………. କରି ସବୁ ଦେଖୁବ ।
Answer:
ଛୁଞ୍ଚମାଛି ପରୀକ୍ଷା

Question 6.
ତା’ ବାପା ଚିରଦିନ ପାଇଁ ………………………. .।
Answer:
ଆଖି ବୁଚ୍ଚିଲେ

Question 7.
ସେ ତ …………………. ସାଜି ଅନର୍ଥ ସୃଷ୍ଠି କରୁଛି, ତାକୁ କ’ଣ ଚିହ୍ନିନାର୍ହା ?
Answer:
ନାଟର ଗୋବର୍ଦ୍ଧିନ

Question 8.
ସେଇଟା ଗୋଟାଏ _…………………….., ତା’ ସହିତ ପିଲାଙ୍କୁ ଛାଡ଼ ନାହିଁ ।
Answer:
ବଶ ବିଛୁଆତି

Question 9.
………………. ଧନ ମଣିଷକୁ ପ୍ରକୃତ ଶାନ୍ତି ଦିଏ ।
Answer:
ଝାଳଗୁହା

Question 10.
ପ୍ରକୃତ କଥା ନ ଜାଣି ………………. କହୁଛି କାହିଁକି?
Answer:
ଠାସୁକୁ ମାରି

Question 11.
ଦୟାନିଧ୍, ଦାନବଦ୍ଧିଙ୍କର …………………. ବନ୍ଧୁ ।
Answer:
ଦେହଲଗା

Question 12.
ସବୁ କଥାରୁ ………………….. ତାହାର ଗୋଟାଏ ମନ୍ଦ ଅଭ୍ୟାସା
Answer:
ଗୁଅ କାଢ଼ିବା

Question 13.
ତାଙ୍କର ………………. ନାତି ତାଙ୍କ ବିଫଳତାର କାରଣା
Answer:
ହୁଙ୍କାପିଟା

Question 14.
ପିଲାମାନଙ୍କୁ …………………… ଉଚିତ ନୁହେଁ।
Answer:
ମୁହଁ ଦେବା

Question 15.
ଧୌର୍ଯ୍ୟ ଧର, ………………… ହୋଇପଡୁଛ କାର୍ହିକି?
Answer:
ନଈ ନ ଦେଖୁଣୁ ଲଙ୍ଗଳା

Question 16.
ଗୋରମାନେ କାଲି ତାକ୍ତରଙ୍କ ଘରେ ………………. ଦେଇଗଲେ ।
Answer:
କଳାକନା ଗୁଲାଇ

BSE Odisha 10th Class Odia Grammar ରୂଢ଼ି (ରୁହ୍ + ତି)

Question 17.
ସତେ କ’ଣ …………….. ନା, ମୋ ପିଲ।ଟି ରୋଗମୁକ୍ତ ହେବା
Answer:
କଳାକନା ଗଜା ହେବ

Question 18.
ମୁଁ ଆଉଶଙ୍କ ………………. ମୋତେ ଏଇଥିରକ କ୍ଷମା କରିଦିଅନ୍ତୁ ।
Answer:
ହାତ ଧରୁଛି

Question 19.
ଭାଇ ଭାଇ ମଧ୍ୟରେ ………………. ସୃଷ୍ଟି ହେବା ଆଦୌ ଉଚିତ ନୁହେଁ।
Answer:
ଅହିନକୁଳ ସମ୍ପର୍କ

Question 20.
………………… କୁ କିଏ ବା ବଦଳେଇ ଦେଇପାରିବା?
Answer:
କପାଳ ଲିଖନ

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

Odisha State Board BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି Textbook Exercise Questions and Answers.

BSE Odisha Class 9 Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

୧। ନିମ୍ନୋକ୍ତ ଉକ୍ତି ମଧ୍ୟରୁ ଯେଉଁଗୁଡ଼ିକ ଠିକ୍ ତାହା ଲେଖ।

(କ) ‘ଜୀବନ’ ଅଭାବରେ ମାଛ ବଞ୍ଚିପାରେ।
(ଖ) କୃଷ୍ଣ ତାଙ୍କ ପିତାଙ୍କୁ ଚନ୍ଦ୍ର ଆଣିଦେବାପାଇଁ ଅଳି କରୁଥିଲେ।
(ଗ) ଯଶୋଦା କୃଷ୍ଣଙ୍କୁ ମଥୁରାକୁ ଯିବାକୁ ବାରଣ କରୁଥିଲେ।
(ଘ) ଯଶୋଦା ପକ୍ଷରେ କୃଷ୍ଣ ବିଚ୍ଛେଦ ଅସହ୍ୟ ଥିଲା।
(ଙ) କୃଷ୍ଣ ପିଲାଦିନେ କାହାକୁ ଡରୁ ନ ଥିଲେ।
(ଚ) କୃଷ୍ଣ ରାଗିଗଲେ ରନ୍ଧାହାଣ୍ଡି ଭାଙ୍ଗି ଦେଉଥିଲେ।
(ଛ) କୃଷ୍ଣ ଉଚ୍ଚ ପାହାଚ ଚଢ଼ିପାରୁ ନ ଥିଲେ।
Answer:
ନିମ୍ନୋକ୍ତ ଉକ୍ତିଗୁଡ଼ିକ ଠିକ୍।
(ଖ) କୃଷ୍ଣ ତାଙ୍କ ପିତାଙ୍କୁ ଚନ୍ଦ୍ର ଆଣିଦେବାପାଇଁ ଅଳି କରୁଥିଲେ।
(ଗ) ଯଶୋଦା କୃଷ୍ଣଙ୍କୁ ମଥୁରାକୁ ଯିବାକୁ ବାରଣ କରୁଥିଲେ।
(ଘ) ଯଶୋଦା ପକ୍ଷରେ କୃଷ୍ଣ ବିଚ୍ଛେଦ ଅସହ୍ୟ ଥିଲା।
(ଚ) କୃଷ୍ଣ ରାଗିଗଲେ ରନ୍ଧାହାଣ୍ଡି ଭାଙ୍ଗି ଦେଉଥିଲେ।
(ଛ) କୃଷ୍ଣ ଉଚ୍ଚ ପାହାଚ ଚଢ଼ିପାରୁ ନ ଥିଲେ।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

୨। ପଠିତାଂଶରୁ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର।

(କ) ମା’ ପୁଅ ଆଖ୍ୟାରେ __________ ଲଗାଇଲେ।
Answer:
ଅଞ୍ଜନ

(ଖ) ମୋ କଥାକୁ ସେ ________ ଗ୍ରହଣ କଲା ନାହିଁ ।
Answer:
ତିଳେହେଲେ

(ଗ) ଗରିବଟିର _________ କେହି ନାହାନ୍ତି ।
Answer:
ସାହା

ଘ) ସନ୍ୟାସୀଙ୍କ _____________ ମଣ୍ଡଳରେ ଅପୂର୍ବ ଜ୍ୟୋତି ପ୍ରକାଶିତ।
Answer:
ମୁଖ

(ଙ) ମୋ ସହିତ ମୋ ___________ ସବୁଆଡ଼େ ଯାଏ।
Answer:
ଛାଇ।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

୩। ନିମ୍ନଲିଖ୍ ଶବ୍ଦଗୁଡ଼ିକର ଗଦ୍ୟରୂପ ଲେଖ।
ଅଥର, ସୁମରି, ସ୍ବପନ, ଯେହ୍ନେ
Answer:
BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି Q. 1

୪। ନିମ୍ନଲିଖ୍ ଶବ୍ଦଗୁଡ଼ିକୁ ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ କରୁଥିବା ବାକ୍ୟରେ ବ୍ୟବହାର କର।
ଜୀବନ, ଚିତା, ହରି, ବାଳ, ନିଶା
Answer:

  • ଜୀବନ – ( ପ୍ରାଣ ) ଆପଣା ଜୀବନ ବଞ୍ଚାଇବା କୌଶଳ ସବୁ ପ୍ରାଣୀଙ୍କୁ ଜଣା ଅଛି।
    (ଜଳ) ଜୀବନ ବିନା ମାଛ ବଞ୍ଚିପାରେ ନାହିଁ।
  • ଚିତା – (ଚିତ୍ର) ଆଗକାଳରେ ଲୋକମାନେ ଦେହରେ ଚିତା କୁଟାଉଥିଲେ।
    ( ଜୁଇ) ପ୍ରାକ୍-ସ୍ଵାଧୀନତା କାଳରେ ସ୍ତ୍ରୀକୁ ସ୍ଵାମୀ ଚିତା ଅଗ୍ନିରେ ଝାସ ଦେବାକୁ ପଡୁଥିଲା।
    ବୈଷ୍ଣବମାନେ କପାଳରେ ଚିତା ଲଗାଇ ଥାଆନ୍ତି।
  • ଦ୍ରରି — (ଭଗବାନ) ବିପଦ କାଳରେ ହରିଙ୍କୁ ସ୍ମରଣ କରି ଭକ୍ତ ଉଦ୍ଧାର ପାଏ।
    (ଚୋରି କରି) ପଞ୍ଚବଟୀ କୁଟୀରରୁ ରାବଣ ସୀତାଙ୍କୁ ହରି ନେଇଥିଲା।
    ଶ୍ରୀକୃଷ୍ଣ ପିତା ନନ୍ଦରାଜାଙ୍କୁ ହରି ଆଣିଦେବାକୁ ଅଳି କରୁଥିଲେ।
  • ବାଳ – (କେଶ ) ମୁଣ୍ଡରେ ଅଧ‌ିକ ବାଳ ନ ରଖିବାକୁ ଶିକ୍ଷକ କହିଲେ।
    (ବାଳକ) ବାଳ, ବୃଦ୍ଧଙ୍କୁ ହତାଦର କରିବା ଉଚିତ ନୁହେଁ।
  • ନିଶା। – (ମାଦକ ଦ୍ରବ୍ୟ) ନିଶା ସେବନ ସ୍ୱାସ୍ଥ୍ୟ ପକ୍ଷେ ଅହିତକର।
    (ରାତ୍ରି) ନିଶା କାଳରେ ଦବନ ନିଷିଦ୍ଧ ଅଟେ।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

୫। ନିମ୍ନ ଶବ୍ଦଗୁଡ଼ିକର ଅର୍ଥଗତ ପ୍ରଭେଦ ଦର୍ଶାଅ।
ସର-ଶର, ସୁଧା-ସୁଦ୍ଧା, ସମ-ଶମ
Answer:
ସର – ପୋଖରୀ, କ୍ଷୀର ଜାତ ସୁସ୍ବାଦୁ ଖାଦ୍ୟ।
ଶର – ଧନୁର ତୀର, ବାଣ।
ସୁଧା – ଅମୃତ।
ସୁଦ୍ଧା – ତଥାପି।
ସମ – ସମାନ
ଶମ – ଶାନ୍ତି, ସଂଯମ।

୬। ନିମ୍ନ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ।
ରାଜା, ନିଶି, ବସ୍ତ୍ର, ଅଙ୍ଗ, ବନ
Answer:
ଶବ୍ଦ – ପ୍ରତିଶବ୍ଦ
ରାଜା – ନୃପତି, ଭୂପତି, ଅଧୂପତି, ନରେଶ
ବସ୍ତ୍ର – ପୋଷାକ, ଲୁଗା, ବସନ
ବନ – ବିପିନ, ବନସ୍ତ, ଅରଣ୍ୟ
ନିଶି – ରାତ୍ରି, ଶର୍ବରୀ, ଯାମିନୀ
ଅଙ୍ଗ – ଅଂଶ, ଅବୟବ

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

୭। ନିମ୍ନଲିଖତ ଶବ୍ଦଗୁଡ଼ିକର ବ୍ୟାସବାକ୍ୟ ସହ ସମାସର ନାମ ଲେଖ।
ଶ୍ୟାମଘନ, ଦଶଦିଗ, ଚନ୍ଦ୍ରମୁଖ, ପାକଭାଣ୍ଡ
Answer:
ଶ୍ୟାମଘନ – ଘନ ପରି ଶ୍ୟାମ – ଉପମାନ କର୍ମଧାରୟ ସମାସ
ଦଶ ଦିଗ – ଦଶ ଦିଗର ସମାହାର – ଦ୍ବିଗୁ ସମାସ
ଚନ୍ଦ୍ରମୁଖ – ଚନ୍ଦ୍ର ପରି ମୁଖ ଯାହାର – ଉପମିତ ବହୁବ୍ରୀହି ସମାସ
ପାକଭାଣ୍ଡ – ପାକ ନିମିତ୍ତ/ପାଇଁ ଭାଣ୍ଡ – ଚତୁର୍ଥୀ ତତ୍ତ୍ଵପୁରୁଷ ସମାସ

୮ । ନିମ୍ନଲିଖତ ଶବ୍ଦଗୁଡ଼ିକର ବିପରୀତ ଶବ୍ଦ ଲେଖ।
ଶୂନ୍ୟ, ନିଦ୍ରା, ବାନ୍ଧିବା, ବିଚ୍ଛେଦ, ଅନ୍ଧାର
Answer:
ଶବ୍ଦ – ପ୍ରତିଶବ୍ଦ
ଶୂନ୍ୟ – ପୁଣ୍ଡ
ନିଦ୍ରା – ଜାଗ୍ରତ | ଅନିଦ୍ରା
ବାନ୍ଧିବା – ଖୋଲିବା | ଫିଟାଇବା
ବିଚ୍ଛେଦ – ମିଲନ
ଅନ୍ଧାର –  ଅ।ଲେ।କ

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

୯। ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ଯୋଗକରି ବାକ୍ୟ ଗଠନ କର।
‘କ’ ସ୍ତମ୍ଭ – ‘ଖ’ସ୍ତମ୍ଭ
Answer:
BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି Q. 2

  • ‘ଶ୍ୟାମଘନ – ଶ୍ରୀକୃଷ୍ଣଙ୍କୁ ଶ୍ୟାମଘନ ବୋଲି କୁହାଯାଏ।
  • ଚତ୍ରମୂଖ – ମାତା ଯଶୋଦା ପୁତ୍ର କୃଷ୍ଣଙ୍କ ଚନ୍ଦ୍ରମୁଖ ଦର୍ଶନରେ ଜୀବନର ସବୁ ଦୁଃଖ ଭୁଲିଯାଉଥିଲେ।
  • ଉଚ୍ଚ ପାବଚ୍ଛ – କପିଳାସର ଉଚ୍ଚ ପାବଚ୍ଛଶ୍ରେଣୀ ଆରୋହଣ ନିଶ୍ଚିତ ଭାବେ କଷ୍ଟସାଧ୍ୟ।
  • ଚିତ୍ରପନ୍ତି – ମନ୍ଦିରର ବାହାର କାନ୍ଥରେ ନାନାଦି ପୌରାଣିକ ତଥ୍ୟ ସମ୍ବଳିତ ଚିତ୍ରପନ୍ତ ଅଙ୍କିତ ହୋଇଥାଏ।
  • ଭୟଙ୍କର ମୂର୍ତ୍ତି – ମଣ୍ଡପରେ ଚିତ୍ରକର ରାକ୍ଷସର ଏକ ଭୟଙ୍କର ମୂର୍ତ୍ତି ନିର୍ମାଣ କରିଛନ୍ତି।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧୦। ‘ଶ୍ୟାମଘନ’ ବୋଲି କିଏ, କାହାକୁ ସମ୍ବୋଧନ କରିଛନ୍ତି ?
Answer:
‘ଶ୍ୟାମଘନ’ ବୋଲି ମାତା ଯଶୋଦା ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କୁ ସମ୍ବୋଧନ କରିଛନ୍ତି।

୧୧। ‘ଜୀବନ’ ବିନା ‘ଝଷ’ର କ’ଣ ହୁଏ ?
Answer:
‘ଜୀବନ’ ଅର୍ଥାତ୍ ଜଳ ବିନା ‘ଝଷ’ ଅର୍ଥାତ୍ ମାଛର ଜୀବନ ଧାରଣ ସମ୍ଭବ ନୁହେଁ।

୧୨ । ରାଜାଙ୍କ ବିନା ରାଜ୍ୟର ଅବସ୍ଥା କ’ଣ ହୁଏ ?
Answer:
ରାଜାଙ୍କ ବିନା ରାଜ୍ୟର ଶାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ସହ ଅପରାଧୀଙ୍କ ଉପଦ୍ରବ ତଥା ଶତ୍ରୁ ଆକ୍ରମଣରେ ରାଜ୍ୟ ଛାରଖାର ହୋଇଯାଏ।

୧୩ । କୃଷ୍ଣଙ୍କ ଅନୁପସ୍ଥିତିରେ ନିଜର ଜୀବନ କାହା ଭଳି ହେବ ବୋଲି ଯଶୋଦା ଆଶଙ୍କା କରିଛନ୍ତି ?
Answer:
କୃଷ୍ଣଙ୍କ ଅନୁପସ୍ଥିତିରେ ନିଜର ଜୀବନ ଜଳ ବିନା ମାଛ ତଥା ରାଜା ବିନା ଦେଶର ଅବସ୍ଥା ପରି ହେବ ବୋଲି ଯଶୋଦା ଆଶଙ୍କା କରିଛନ୍ତି।

୧୪। କୃଷ୍ଣ ତାଙ୍କ ପିତାଙ୍କୁ କ’ଣ ମାଗନ୍ତି ?
Answer:
ବାଳକ କୃଷ୍ଣ ତାଙ୍କ ପିତାଙ୍କୁ ଅଳିକରି ଆକାଶର ଚାନ୍ଦ ମାଗନ୍ତି।

୧୫ । ଯଶୋଦା କୃଷ୍ଣଙ୍କ ଶରୀରରେ କ’ଣ ଲେପନ କରୁଥିଲେ ?
Answer:
ଯଶୋଦା କୃଷ୍ଣଙ୍କ ଶରୀରରେ ଅଗୁରୁ, ଚନ୍ଦନ, କସ୍ତୁରୀ ଓ କୁଙ୍କୁମ ଲେପନ କରୁଥିଲେ।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

୧୬ । ଯଶୋଦା କୃଷ୍ଣଙ୍କ ମସ୍ତକକୁ କିପରି ବେଶ କରୁଥିଲେ ?
Answer:
ଯଶୋଦା କୃଷ୍ଣଙ୍କ ଘନ କେଶରାଜିକୁ ସୁନ୍ଦରଭାବେ ବାନ୍ଧି ତହିଁରେ ପୁଷ୍ପ ମଣ୍ଡନ କରିବା ସହ ଲଲାଟରେ ଚନ୍ଦନର ଚିତା ଲଗାଉଥିଲେ।

୧୭ । କୃଷ୍ଣଙ୍କ କାନରେ କ’ଣ ଶୋଭାପାଏ ?
Answer:
କୃଷ୍ଣଙ୍କ କର୍ଣ୍ଣଯୁଗଳରେ କୁଣ୍ଡଳ ଶୋଭାପାଏ।

୧୮। କୃଷ୍ଣ ବନକୁ ଗଲେ ଯଶୋଦାଙ୍କ ମନରେ କି ଅନୁଭୂତି ସୃଷ୍ଟି ହୁଏ ?
Answer:
କୃଷ୍ଣ ବନକୁ ଗଲାପରେ ତାଙ୍କ ବିଚ୍ଛେଦକୁ ସହି ନ ପାରି ସତେ ଯେପରି କୃଷ୍ଣ ତାଙ୍କ ପ୍ରାଣକୁ ସଙ୍ଗରେ ନେଇଯାଇଥିବା ପରି ଯଶୋଦା ଅନୁଭବ କରନ୍ତି ।

୧୯ । କୃଷ୍ଣଙ୍କ ଅନୁପସ୍ଥିତିରେ ଯଶୋଦା କ’ଣ କରିବେ ବୋଲି କହିଛନ୍ତି ?
Answer:
କୃଷ୍ଣଙ୍କ ଅନୁପସ୍ଥିତିରେ ପୁତ୍ର ବିରହ ସହି ନ ପାରି ଯଶୋଦା ଗଭୀର ଜଳରେ ଆତ୍ମ ବିସର୍ଜନ କରିବେ ବୋଲି କହିଛନ୍ତି ।

୨୦। ଯଶୋଦା କୃଷ୍ଣଙ୍କୁ କ’ଣ କ’ଣ ଖାଇବାକୁ ଦିଅନ୍ତି ?
Answer:
ଯଶୋଦା କୃଷ୍ଣଙ୍କୁ ଅମୃତତୁଲ୍ୟ ସର, ଲବଣି, ରାବିଡ଼ି ଓ ପାଚିଲା କଦଳୀ ଖାଇବାକୁ ଦିଅନ୍ତି।

୨୧। କୃଷ୍ଣଙ୍କୁ ସୁସ୍ୱାଦୁ ଖାଦ୍ୟ ରୁଚେ ନାହିଁ ବୋଲି କବିତାର ଯେଉଁ ପଂକ୍ତିରୁ ଜଣାପଡ଼ୁଛି ତାହା ଲେଖ।
Answer:
ସର ଲବଣୀ ଅଧାମ ପକ୍ଵ ରମ୍ଭା ସୁଧା ସମ ମୁଖେ ଦେଲେ ଥୁ ଥୁ କରି ଫିଙ୍ଗୁ।

୨୨। କୃଷ୍ଣ ରାଗିଗଲେ କ’ଣ କରୁଥିଲେ ?
Answer:
କୃଷ୍ଣ ରାଗିଗଲେ ପାକହାଣ୍ଡି ଭାଙ୍ଗୁଥିଲେ।

୨୩। କୃଷ୍ଣ ଡରିଗଲେ କ’ଣ କରୁଥିଲେ ?
Answer:
କୃଷ୍ଣ ଡରିଗଲେ ଧାଇଁଯାଇ ମା’ଙ୍କୁ କୁଣ୍ଢାଇ ଧରି ତାଙ୍କ ପିନ୍ଧା ବସନରେ ନିଜ ମୁଖକୁ ଘୋଡ଼ାଇ ଦେଉଥିଲେ।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

୨୪। କୃଷ୍ଣ କାହାକୁ ଦେଖୁ ଭୟ କରୁଥିଲେ ?
Answer:
କୃଷ୍ଣ ଛାଇକୁ ଦେଖ୍ ତଥା ଅନ୍ଧାରଘର ଓ କାନ୍ଥରେ ଥିବା ଭୟଙ୍କର ମୂର୍ତ୍ତି ତଥା ଚିତ୍ରପନ୍ତକୁ ଦେଖ୍ ଡରୁଥିଲେ।

୨୫। କୃଷ୍ଣ ମଥୁରାରେ କ’ଣ ଶୁଣି ଅଧ୍ଵ ଭୟଭୀତ ହୋଇପଡ଼ିବେ ବୋଲି ଯଶୋଦା ଆଶଙ୍କା ପ୍ରକାଶ କରିଛନ୍ତି ?
Answer:
ମଥୁରାରେ ହାତୀ ଓ ଘୋଡ଼ାମାନଙ୍କର ଗର୍ଜନ ଶୁଣି କୃଷ୍ଣ ଅଧ୍ଵ ଭୟଭୀତ ହୋଇପଡ଼ିବେ ବୋଲି ଯଶୋଦା ଆଶଙ୍କା କରିଛନ୍ତି।

୨୬। କୃଷ୍ଣ ଉଚ୍ଚ ପାହାଚ ଉଠିପାରନ୍ତି ନାହିଁ ବୋଲି ଯଶୋଦା କାହିଁକି କହିଛନ୍ତି ?
Answer:
କୃଷ୍ଣ ଭୟାଳୁ ଥ‌ିବାରୁ ଉଚ୍ଚ ପାହାଡ଼ ଉଠିପାରନ୍ତି ନାହିଁ ବୋଲି ଯଶୋଦା କହିଛନ୍ତି।

୨୭। କାନ୍ଥରେ ଭୟଙ୍କର ମୂର୍ତ୍ତିର ଚିତ୍ର ଦେଖ୍ କୃଷ୍ଣ କ’ଣ କରୁଥିଲେ ?
Answer:
କାନ୍ଥରେ ଭୟଙ୍କର ମୂର୍ତ୍ତିର ଚିତ୍ର ଦେଖ୍ କୃଷ୍ଣ ସଙ୍ଗେ ସଙ୍ଗେ ସେ ଘରୁ ବାହାରି ଆସୁଥିଲେ।

୨୮। କୃଷ୍ଣ କ୍ଳାନ୍ତ ହୋଇ କେଉଁଠି ଶୋଇଯାଉଥିଲେ ?
Answer:
କୃଷ୍ଣ କ୍ଳାନ୍ତ ହୋଇ ମାଆଙ୍କ କୋଳରେ ଶୋଇଯାଉଥିଲେ।

୨୯। କୃଷ୍ଣ ଶୋଇଥିଲାବେଳେ କାହିଁକି ଚମକି ଉଠୁଥିଲେ ବୋଲି ଯଶୋଦା କହିଛନ୍ତି ?
Answer:
କୃଷ୍ଣ ଶୋଇବାବେଳେ ନିଦରେ ଭୟଙ୍କର ସ୍ଵପ୍ନ ଦେଖି ଚମକି ପଡୁଥିଲେ।

୩୦। କୃଷ୍ଣ ଚମକି ପଢ଼ି କ’ଣ କରୁଥିଲେ ?
Answer:
କୃଷ୍ଣ ଭୟରେ ଚମକି ପଡ଼ି ମାତା ଯଶୋଦାଙ୍କ କଣ୍ଠରେ ଦୁଇ ହାତକୁ ଛନ୍ଦି ଲୁଗା ଘୋଡ଼ି ହୋଇ ଶୋଇଯାଉଥିଲେ।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

ସପ୍ରସଙ୍ଗ ସରଳାର୍ଥ ଲେଖ

୩୧। ଜୀବନ ବିହୁନେ ଯେହ୍ନେ ଝଷ
ରାଜା ବିନେ ଯେହ୍ନେ ଗ୍ରାମ ଦେଶ।
Answer:
ଛାଇକି ଅନାଇ ଡରୁ……………… ଗ୍ରାମଦେଶ।
ଶଂସିତ ପଦ୍ୟାଶଟି ଭକ୍ତଚରଣ ଦାସଙ୍କ ବିରଚିତ ‘ ମଥୁରା ମଙ୍ଗଳ କାବ୍ଯାନ୍ତର୍ଗତ ଷଷ୍ଠ ଛାନ୍ଦରୁ ସଂଗୃହୀତ ‘କାହା ମୁଖ
ଅନାଇ ବଞ୍ଚିବି’ ଶୀର୍ଷକ ପଦ୍ୟରୁ ଆନୀତ।

ଶଂସିତ ପଦ୍ୟାଶଟି ଭକ୍ତଚରଣ ଦାସଙ୍କ ବିରଚିତ ‘ ମଥୁରା ମଙ୍ଗଳ କାବ୍ଯାନ୍ତର୍ଗତ ଷଷ୍ଠ ଛାନ୍ଦରୁ ସଂଗୃହୀତ ‘କାହା ମୁଖ ଅନାଇ ବଞ୍ଚିବି’ ଶୀର୍ଷକ ପଦ୍ୟରୁ ଆନୀତ।
ଏଠାରେ କବି କୃଷ୍ଣଙ୍କ ବିନା ଯଶୋଦାଙ୍କ ମନରେ ସୃଷ୍ଟ ଅନାଗତ ଆଶଙ୍କା ଉପରେ ଆଲୋକପାତ କରିଛନ୍ତି । ମଥୁରାରେ ଆୟୋଜିତ ଧନୁଉତ୍ସବ ଦର୍ଶନ କରିବାକୁ କଂସର ନିମନ୍ତ୍ରଣ ଚିଟାଉ ଅକୁରଠାରୁ ପାଇବା ପରେ ଗୋପପୁରରେ ହାହାକାର ପଡ଼ିଯାଇଛି । ଶ୍ରୀକୃଷ୍ଣ ମଥୁରା ଯିବାପାଇଁ ସମ୍ମତି ପ୍ରଦାନ କଲାପରେ ଯଶୋଦାଙ୍କ ମାତୃହୃଦୟ ବ୍ୟାକୁଳ ହୋଇଉଠିଛି। ମାତୃହୃଦୟର ଗଭୀର ବାତ୍ସଲ୍ୟ ମମତାର ଚିତ୍ର କବିଙ୍କ ଲେଖନୀ ମୁନରେ ଜୀବନ୍ତ ହୋଇଉଠିଛି ।

କୃଷ୍ଣଙ୍କୁ ଦଣ୍ଡେ ନ ଦେଖ‌ି ମାତା ଯଶୋଦା ବ୍ୟର୍ଥିତ ହୋଇ ପଡ଼ନ୍ତି । କୃଷ୍ଣ ମଥୁରାପୁର ଯାତ୍ରା କଲାପରେ ସେ କିପରି କାଳାତିପାତ କରିବେ ତାହା ଚିନ୍ତା କରି ତାଙ୍କ ପ୍ରାଣ ବିଷାଦରେ ଭରି ଉଠିଛି । ପୁତ୍ର ବିନା ଦେହଧାରଣ କରି ବଞ୍ଚିବା ଯେ ତାଙ୍କ ପକ୍ଷେ ସମ୍ଭବ ହେବ ନାହିଁ, ଏହା ସେ ସ୍ପଷ୍ଟ ଭାବେ ପ୍ରକାଶ କରିଛନ୍ତି । ଜଳ ବିନା ମତ୍ସ୍ୟ ଯେପରି ବଞ୍ଚିବା ଅସମ୍ଭବ ଏବଂ ରାଜା ବିନା ରାଜ୍ୟର ଅବସ୍ଥା ଯେଭଳି ଭାବେ ବିପର୍ଯ୍ୟୟ ଅଭିମୁଖୀ ହୋଇଥାଏ, ଠିକ୍ ସେହିପରି କୃଷ୍ଣଙ୍କ ବିଚ୍ଛେଦରେ ଯଶୋଦା

ପ୍ରାଣଧାରଣ କରିବା ଅସମ୍ଭବ ହୋଇଉଠିବ। ମାନସିକ ଭାରସାମ୍ୟ ହରାଇ ସେ ହୁଏତ ମୃତ୍ୟୁବରଣ କରିବେ ଏହି ଆଶଙ୍କାରେ ତାଙ୍କ ହୃଦୟ ଦଗ୍ଧଭୂତ ହୋଇଉଠିଛି। ସ୍ନେହମୟୀ ଜନନୀଙ୍କ କୋମଳ ମନ ବିଳପି ଉଠିଛି। ତାଙ୍କ ମନୋଭାବନାର ଏକ ନିଚ୍ଛକ ଚିତ୍ର କବି କଳ୍ପନାରେ ମନୋଜ୍ଞ ହୋଇଉଠିଛି।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

୩୨। ଯେତେବେଳେ ବନେ ଯାଉ ସଙ୍ଗରେ ମୋ ପ୍ରାଣ ନେଉ
ନିମିଷେ ବିଚ୍ଛେଦ ନ ସହଇ ।
Answer:
ଯେତେବେଳେ ……… ନ ସହଇ ।
ପ୍ରଦତ୍ତ ପଦ୍ୟାଶଟି ଭକ୍ତଚରଣ ଦାସଙ୍କ ବିରଚିତ ‘ମଥୁରା ମଙ୍ଗଳ କାବ୍ଯାନ୍ତର୍ଗତ ଷଷ୍ଠ ଛାନ୍ଦରୁ ସଂଗୃହୀତ ‘କାହା ମୁଖ ଅନାଇ ବଞ୍ଚିବି ’ ଶୀର୍ଷକ ପଦ୍ୟରୁ ଆନୀତ। ଏଠାରେ କବି ଶ୍ରୀକୃଷ୍ଣଙ୍କ ଗୋଚାରଣ ଉଦ୍ଦେଶ୍ୟରେ ବନଗମନ ପରିପ୍ରେକ୍ଷୀରେ ମାତା ଯଶୋଦାଙ୍କ ମନର ଭାବାନ୍ତର ବର୍ଣ୍ଣନା କରିଛନ୍ତି। ଗୋପାଳ ବାଳକମାନଙ୍କ ସହ ଶ୍ରୀକୃଷ୍ଣ ବନ ମଧ୍ୟକୁ ଗୋଚାରଣ ନିମନ୍ତେ ଯାଉଥିଲେ। ଅନିଚ୍ଛା ସତ୍ତ୍ଵେ ପୁତ୍ରର ଇଚ୍ଛାକୁ ବିରୋଧ କରିପାରୁ ନ ଥିଲେ ସେ। କିନ୍ତୁ ଏକୋଇର ବଳା, ପୁତ୍ର ଶ୍ରୀକୃଷ୍ଣ ତାଙ୍କ ପାଇଁ ନୟନପିତୁଳା ପ୍ରାୟ ଥିଲେ। ଜୀବନସଙ୍ଖାଳି ପୁତ୍ରକୁ ଦଣ୍ଡେ ଛାଡ଼ି ରହିବା ତାଙ୍କୁ ଅସହ୍ୟ ବୋଧ ହେଉଥିଲା । ବନ ମଧ୍ୟରେ ପୁତ୍ର ପ୍ରତି ଅହେତୁକ ବିପଦ ଆଶଙ୍କା କରି ତାଙ୍କ ମନ ଅଥୟ ହୋଇ ଉଠୁଥିଲା। ପୁତ୍ର ବିରହରେ ସାରାଦିନ ଗୃହରେ କେବଳ ଯନ୍ତ୍ରବତ୍ ଚଳପ୍ରଚଳ ହେଉଥିଲେ ସେ। ପୁତ୍ରର କ୍ଷଣିକ ବିଚ୍ଛେଦ ତାଙ୍କୁ କୋଟି ଯୁଗ ପ୍ରାୟ ଅନୁଭୂତ ହେଉଥିଲା। କାରଣ କୃଷ୍ଣ ତାଙ୍କ ପାଇଁ ଥିଲେ ଅନ୍ଧର ଲଉଡ଼ି ସଦୃଶ। କୃଷ୍ଣ ବନରୁ ବାହୁଡ଼ିବା ପର୍ଯ୍ୟନ୍ତ ସେ ନିଜକୁ ପ୍ରାଣହୀନ ପ୍ରାୟ ଅନୁଭବ କରୁଥିଲେ। ପଦ୍ୟାଶଟିରେ ମାତୃହୃଦୟର ଗଭୀର ବାତ୍ସଲ୍ୟ ମମତା ପ୍ରକଟିତ ହୋଇଛି।

୩୩। ସରଲବଣୀ ଅଧାମ ପକ୍ଵରମ୍ଭା ସୁଧା ସମ
ମୁଖେ ଦେଲେ ଥୁ ଥୁ କରି ଫିଲ୍ମ।
Answer:
ସରଲବଣୀ……………. କରି ଫିଙ୍ଗୁ।
ଶଂସିତ ପଦ୍ୟାଶଟି ପକ୍ଵରମ୍ଭାଦାସଙ୍କ ବିରଚିତ ‘ ମଥୁରା ମଙ୍ଗଳ କାବ୍ଯାନ୍ତର୍ଗତ ଷଷ୍ଠ ଛାନ୍ଦରୁ ସଂଗୃହୀତ
‘କାହା ମୁଖ ଅନାଇ ବଞ୍ଚି’ ଶୀର୍ଷକ କବିତାରୁ ଆନୀତ।
ଏଠାରେ କବି ଶ୍ରୀକୃଷ୍ଣଙ୍କ ଖାଦ୍ୟରୁଚି ସମ୍ପର୍କରେ ଆଲୋକପାତ କରିଛନ୍ତି।

ସାଧାରଣତଃ ପୁଅ ପାଇଁ ମା’ର ମନ ସଦା ବ୍ୟାକୁଳିତ ଥାଏ। ସନ୍ତାନର ମନ ଜାଣି ସେ ରୁଚିକର ଖାଦ୍ୟପଦାର୍ଥମାନ ତା’ପାଇଁ ସଜାଡ଼ି ରଖୁଥାଏ। ସ୍ନେହମୟୀ ମା’ ଯଶୋଦା ପୁତ୍ର ଶ୍ରୀକୃଷ୍ଣଙ୍କ ପାଇଁ କ୍ଷୀରସର, ରାବିଡ଼ି ଓ ଲବଣୀ ପରି ଦୁଗ୍ଧଜାତ ସୁସ୍ୱାଦୁ ଖାଦ୍ୟପଦାର୍ଥ ଏବଂ ଅମୃତ ସମ ପାଚିଲା କଦଳୀ ଆଦି ପୁଷ୍ଟିକର ଦ୍ରବ୍ୟ ସାଇତି ରଖୁଥାଆନ୍ତି। କିନ୍ତୁ ସେସବୁ ପଦାର୍ଥ ଶ୍ରୀକୃଷ୍ଣଙ୍କ ପାଇଁ ଥିଲା ଅରୁଚିକର। ଯେତେ ଆଦରରେ ମାଆ ତାଙ୍କୁ ଏ ସମସ୍ତ ଖୁଆଇଦେଲେ ମଧ୍ୟ କୃଷ୍ଣ ସେସବୁକୁ ଥୁ ଥୁ କରି ଫିଙ୍ଗି ଦେଉଥିଲେ। ମା’ ଯଶୋଦା ଏହା ଲକ୍ଷ୍ୟ କରି ବ୍ୟସ୍ତ ହୋଇ ଉଠୁଥିଲେ। କୃଷ୍ଣ ମଥୁରା ଚାଲିଗଲେ ସେଠାରେ କିଏ ତାଙ୍କ ମନ ଜାଣି ଖାଦ୍ୟ ଖୋଇଦେବ, ଏହା ଚିନ୍ତା କରି ମା’ ଯଶୋଦା ବିବ୍ରତ ହୋଇପଡ଼ିଛନ୍ତି। ମମତାମୟୀ ଜନନୀ ପ୍ରାଣର ବାତ୍ସଲ୍ୟ ମମତା ଏଠାରେ ସ୍ପଷ୍ଟ ପ୍ରତିଭାତ ହୋଇଛି।

୩୪। ଛାଇକି ଅନାଇ ଡରୁ ଧାଇଁ ମୋତେ କୋଳ କରୁ
ବସନେ ଘୋଡ଼ାଇ ମୁଖ ଗୋଟି।
Answer:
ଛାଇକି ଅନାଇ ଡରୁ ……… ମୁଖ ଗୋଟି ।
ପ୍ରୋକ୍ତ ପଦ୍ୟାଶଟି ଭକ୍ତଚରଣ ଦାସଙ୍କ ରଚିତ ‘ମଥୁରା ମଙ୍ଗଳ କାବ୍ଯାନ୍ତର୍ଗତ ଷଷ୍ଠ ଛାନ୍ଦରୁ ସଂଗୃହୀତ ‘କାହା ମୁଖ ଅନାଇ ବଞ୍ଚିବି’ ଶୀର୍ଷକ ପଦ୍ୟରୁ ଆନୀତ।
ଏଠାରେ କବି ଶ୍ରୀକୃଷ୍ଣ ଶୈଶବରେ କିପରି ଭୟାତୁର ଥିଲେ ତାହା ବର୍ଣ୍ଣନା କରିଛନ୍ତି।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

ବାଲ୍ୟକାଳରେ ଶ୍ରୀକୃଷ୍ଣ ଭୀଷଣ ଭୟାଳୁ ଥିଲେ । ତେଣୁ ମାତା ଯଶୋଦା ତାଙ୍କ ପାଇଁ ବ୍ୟସ୍ତ ହୋଇପଡୁଥିଲେ । ସେ ଏତେମାତ୍ରାରେ ଭୟାତୁର ଥିଲେ ଯେ ନିଜ ଛାଇକୁ ଦେଖୁ ଡରି ଯାଉଥିଲେ ଓ ଧାଇଁଯାଇ ମା’ଙ୍କୁ ଜାବୋଡ଼ି ଧରୁଥୁଲେ । ମା’ଙ୍କ ପିନ୍ଧା ବସନରେ ନିଜ ମୁହଁକୁ ଲୁଚାଇ ଦେଉଥିଲେ । ଯଶୋଦା ପୁଅକୁ କୋଳରେ ଭିଡ଼ିଧରି ତାଙ୍କ ମନରେ ସାହସ ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲେ । ଏପରି ଭୟାଳୁ ପୁତ୍ର ମଥୁରା ନଗରୀରେ କିପରି ସମୟ ଅତିବାହିତ କରିବ ଏହି ଚିନ୍ତାରେ ଯଶୋଦା ବ୍ୟସ୍ତ ହୋଇଉଠି ଛନ୍ତି । କଂସ ରାଜପ୍ରାସାଦରେ ମହାବଳଶାଳୀ ହସ୍ତୀ, ଅଶ୍ଵ ଓ ରାକ୍ଷସମାନଙ୍କ ଉପସ୍ଥିତି ଲକ୍ଷ୍ୟ କରି ତାଙ୍କ ଆଦରର ପୁଅ ହୁଏତ ଭୟରେ ଶିହରି ଉଠିବ, ଏହା ଚିନ୍ତା କରି ମା’ ମନ ଆତଙ୍କିତ
ହୋଇପଛନ୍ତି।

୩୫। ମାଏ ବୋଲି ଡାକିବୁ କାହାକୁ
ସାହା ବା କେ ଆହା ବୋଲିବାକୁ ରେ।
Answer:
ମାଏ ବୋଲି ……….. ଆହା ବୋଲିବାକୁ ରେ।
ଶଂସିତ ପଦ୍ୟାଶଟି କବି ଭକ୍ତଚରଣ ଦାସଙ୍କ ରଚିତ ‘ମଥୁରା ମଙ୍ଗଳ କାବ୍ୟର ଷଷ୍ଠ ଛାନ୍ଦରୁ ସଂଗୃହୀତ ‘କାହା ମୁଖ ଅନାଇ ବଞ୍ଚିବି’ ଶୀର୍ଷକ ପଦ୍ୟରୁ ଉଦ୍ଧୃତ ।
ଏଠାରେ କବି ଶ୍ରୀକୃଷ୍ଣଙ୍କ ବିରହରେ ବ୍ୟଥ୍ତ ହୋଇ ସ୍ନେହମୟୀ ଯଶୋଦାଙ୍କର ମାତୃହୃଦୟର ବାତ୍ସଲ୍ୟ ମମତାର ଏକ ଜୀବନ୍ତ ଚିତ୍ର ପ୍ରଦାନ କରିଛନ୍ତି।

ମଥୁରାରେ ଧନୁଯାତ୍ରା ଦେଖ‌ିବାପାଇଁ ଶ୍ରୀକୃଷ୍ଣ ପ୍ରସ୍ତୁତ ହେବା ସମ୍ବାଦ ଶୁଣିଲା ପରେ ମା’ ଯଶୋଦା ବାତୁଳ ପ୍ରାୟ ବିଳାପ କରିଛନ୍ତି। କୃଷ୍ଣଙ୍କୁ ମୁହୂର୍ତ୍ତେ ଛାଡ଼ି ବଞ୍ଚିବା ଯାହା ପାଇଁ ଅଶେଷ ଯନ୍ତ୍ରଣାପ୍ରଦ ଥୁଲା, ସେହି ନୟନ-ପିତୁଳା, ଦୁଃଖୀ-ଧନକୁ ସୁଦୂର ମଥୁରାନଗରୀକୁ ପଠାଇ ସେ ବା କିପରି ଦେହଧାରଣ କରି ରହିପାରିବେ । ତାଙ୍କ ମାନସପଟରେ ପୁତ୍ରର ଶୈଶବ ଓ ବାଲ୍ୟଜୀବନର ସୁଖସ୍ଥ ତିଭରା ମୁହୂର୍ତ୍ତଗୁଡ଼ିକ ନାଚି ଉଠିଛି, ଯାହାକୁ ସ୍ମରଣ କରି ଯଶୋଦାଙ୍କ ଅନ୍ତର କାନ୍ଦି ଉଠିଛି । ତାଙ୍କର ଦୁର୍ବଳ ଶରୀର ବିଶିଷ୍ଟ ଭୟାଳୁ ପୁତ୍ର ରାକ୍ଷସପୁରୀରେ କିପରି ଦିନ ଅତିବାହିତ କରିବ, ସେହି ଚିନ୍ତାରେ ସେ ମ୍ରିୟମାଣ ହୋଇପଡ଼ିଛନ୍ତି । ଯେଉଁ ଅଲିଅଳ ପୁତ୍ର କାନ୍ଥରେ ଅଙ୍କିତ ଚିତ୍ରପନ୍ତିରେ ଏକ ଭୟଙ୍କର ଛବି ଦେଖ‌ିଲେ ଭୟରେ ଶିହରି ଉଠେ, ସ୍ବପ୍ନ ଦେଖ୍ ଚମକିଉଠେ ଏବଂ ମା’ଙ୍କୁ ଜାବୋଡ଼ି ଧରି ପଣତରେ ମୁହଁ ଢାଙ୍କିଦିଏ, ସେପରି ଭୟାଳୁ ସନ୍ତାନ ରାକ୍ଷସପୁରୀ ମଥୁରାରେ କିପରି ଦିନ କାଟିବ, ଏକଥା କଳ୍ପନା କରି ଆତଙ୍କିତ ହୋଇଛନ୍ତି ଯଶୋଦା। ସେଠାରେ ସାହା ହେବାପାଇଁ କି ଅଭୟ ଦେବାପାଇଁ କେହି ନ ଥ‌ିବେ। ଏହି ଆଶଙ୍କାରେ ଯଶୋଦା ବିଚଳିତ ହୋଇପଡ଼ିଛନ୍ତି।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୩୬। ଯଶୋଦାଙ୍କ ମାତୃହୃଦୟର ମଧୁର ଅଭିବ୍ୟକ୍ତି କିପରି ପ୍ରକାଶିତ ହୋଇଛି ପଠିତ କବିତା ଅନୁସରଣରେ ଲେଖ ।
କିମ୍ବା, ମାତୃହୃଦୟର ବାତ୍ସଲ୍ୟ ମମତା ମାତା ଯଶୋଦାଙ୍କଠାରେ କିପରି ପରିପ୍ରକାଶ ଲାଭ କରିଛି, ତାହା ପଠିତ
କବିତା ଅବଲମ୍ବନରେ ନିଜ ଭାଷାରେ ବର୍ଣ୍ଣନା କର।
କିମ୍ବା, ‘କାହା ମୁଖ ଅନାଇ ବଞ୍ଚିବି’ ମାତୃ ହୃଦୟର ବାତ୍ସଲ୍ୟଧାରାର ଏକ ଜ୍ଵଳନ୍ତ ପ୍ରତୀକ – ପ୍ରତିପାଦନ କର।
Answer:
‘ ମନବୋଧ ଚଉତିଶା ପରି କାଳଜୟୀ କବିତାର ସ୍ରଷ୍ଟା ଭକ୍ତଚରଣ ଦାସ ଉତ୍କଳର ପୁରପଲ୍ଲୀରେ ଜଣେ ସୁପରିଚିତ ବ୍ୟକ୍ତିତ୍ଵ। ମଧ୍ୟଯୁଗୀୟ ଓଡ଼ିଆ କାବ୍ଯସାହିତ୍ୟରେ ଯେଉଁ କତିପୟ ସାରସ୍ଵତ ସାଧକ ସ୍ୱସୃଷ୍ଟିନିଚୟଦ୍ଵାରା ଯଶସ୍ବୀ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ଭକ୍ତଚରଣ ଏକ ସ୍ବତନ୍ତ୍ର ସମ୍ମାନର ଅଧିକାରୀ। ଭକ୍ତଚରଣଙ୍କ ବୈଷ୍ଣବ ଶୁଦ୍ଧାଭକ୍ତି ଆଧାରିତ, ଭକ୍ତି ରସାଶ୍ରିତ ସାରସ୍ବତ ସୃଷ୍ଟିସମ୍ଭାର ମଧ୍ଯରେ ‘କଳାକଳେବର ଚଉତିଶା’, ‘ମନବୋଧ ଚଉତିଶା’, ‘ଗୋପ ମଙ୍ଗଳ, ‘ ମନଃ ଶିକ୍ଷା ଓ ମଥୁରା ମଙ୍ଗଳ ଆଦି କାବ୍ୟ କବିତାବଳୀ କବିଙ୍କ କୃଷ୍ଣଭକ୍ତି ଓ ଚେତନାର ପରିଚାୟକ । ଆଲୋଚ୍ୟ କବିତା ‘କାହୀ ମୁଖ ଅନାଇ ବଞ୍ଚିବି’ କବିଙ୍କର ଶ୍ରେଷ୍ଠ କାବ୍ୟ ‘ମଥୁରା ମଙ୍ଗଳ’ର ଷଷ୍ଠ ଛାନ୍ଦାନ୍ତର୍ଗତ ପ୍ରଥମ ଆଠଗୋଟି ପଦର ସମାହାର। କବିତାଟି ମାତୃହୃଦୟର ଗଭୀର ବାତ୍ସଲ୍ୟମମତା ଭରା ସ୍ଵଚ୍ଛଳ ମନ୍ଦାକିନୀଧାରା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏତଦ୍‌ଭିନ୍ନ କବିତାଟିରେ କବିଙ୍କର କରୁଣ ରସାଶ୍ରିତ ବର୍ଣ୍ଣନା ଭରିଦେଇଛି ଅଫୁରନ୍ତ ପ୍ରାଣପ୍ରାଚୁର୍ଯ୍ୟ।

ଧନୁ ଉତ୍ସବ ଦର୍ଶନ ପାଇଁ ଅକ୍ରୁରଙ୍କ ସହ କୃଷ୍ଣ ମଥୁରାନଗରୀ ଯିବା ସମ୍ବାଦ ଶ୍ରବଣ କରି ଗୋପ ଗୋପାଙ୍ଗନା, ଗୋପାଳ ବାଳକ, ନନ୍ଦରାଜା ଓ ମାତା ଯଶୋଦା ଏପରିକି ଗୋପପୁରର ଆବାଳ-ବୃଦ୍ଧ-ବନିତା ଶୋକାକୁଳ ହୋଇପଡ଼ିଲେ । ମାତା ଯଶୋଦା ବାତୁଳ ପ୍ରାୟ ହୋଇ କ୍ରନ୍ଦନ କରିବାକୁ ଲାଗିଲେ । କୃଷ୍ଣଙ୍କ ଶୈଶବ ଓ ବାଲ୍ୟାବସ୍ଥାର ସୁମଧୁର ସୁଖସ୍ଥ ତି ତାଙ୍କ ମାନସପଟରେ ବାରମ୍ବାର ପ୍ରତିବିମ୍ବିତ ହେବାକୁ ଲାଗିଲା । ଆକୁଳତାରେ ଭରି ଉଠିଲା ତାଙ୍କ ମାତୃହୃଦୟ । ପୁତ୍ର ବିଚ୍ଛେଦ ତାଙ୍କ ପାଇଁ ଯେ ଅସହ୍ୟ ହେବ ଓ ଶରୀର ପ୍ରାଣଶୂନ୍ୟ ବୋଧ ହେବ, ଏହା ଚିନ୍ତାକରି ତାଙ୍କ ହୃଦୟ ଶିହରି ଉଠିଛି । କବିଙ୍କ ଭାଷାରେ–

‘‘ଆରେ ବାବୁ ଶ୍ୟାମଘନ ଗଳେ ମଧ୍ୟଯୁଗୀୟ
କାହା ମୁଖ ଅନାଇ ବଞ୍ଚିବି
ହେବ ଦଶଦିଗ ଶୂନ୍ୟ ଅସ୍ଥିର ହେବ ଜୀବନ
ନିଶି ଦିବସରେ ଝୁରୁଥବି ରେ, ଜୀବଧନ ।’’

ସର୍ବଶକ୍ତିମାନ ଭଗବାନ ଶ୍ରୀକୃଷ୍ଣଙ୍କ ମାତା ହେବାର ଗୌରବରେ ଗରୀୟସୀ ହୋଇ ମଧ୍ୟ ଜଣେ ସାଧାରଣ ସ୍ନେହଶୀଳା ଜନନୀ ପରି ପୁତ୍ର ବିରହରେ ଯଶୋଦା ମ୍ରିୟମାଣ ହୋଇଉଠିଛନ୍ତି । ଶୈଶବ କାଳରେ ପୁତ୍ର ଶରୀରରେ ଅଗୁରୁ, ଚନ୍ଦନ, କୁଙ୍କୁମ, କସ୍ତୁରୀ ଆଦି ଲେପନ କରିବା, ଚକ୍ଷୁରେ କଜ୍ଜ୍ବଳ ଲଗାଇଦେବା ସମୟରେ କୃଷ୍ଣଙ୍କ ତନ୍ଦ୍ରାଭରା ଆଖୁଡ଼ିକ ମା’ଙ୍କ ଆଖୁ ଆଗରେ ନାଚି ଉଠିଛି । କଣ୍ଠରେ କୁଣ୍ଡଳ, ଲଲାଟରେ ଚିତା, କେଶବିନ୍ୟାସ ତଥା କୁସୁମରେ ମସ୍ତକ ମଣ୍ଡନ ଆଦି ପୁତ୍ରର ସଯତ୍ନ ଲାଳନ ପାଳନ ସ୍ୱହସ୍ତରେ ଯଶୋଦା ନିର୍ବାହ କରୁଥିଲେ । ସେସବୁ ସ୍ମରଣ କରି ତାଙ୍କ ଚକ୍ଷୁ ଲୋତକାପ୍ଲତ ହୋଇଉଠିଛି।

ଯଶୋଦାଙ୍କ ପାଇଁ କୃଷ୍ଣ ଥିଲେ ଜଣେ ସାଧାରଣ ଅଝଟ ବାଳକ । ତାଙ୍କର ଖାଦ୍ୟରୁଚି ଥିଲା ସ୍ଵତନ୍ତ୍ର । ଯେତେ ଯତ୍ନରେ ମାତା କ୍ଷୀରସର, ଲବଣୀ, ରାବିଡ଼ି ଆଦି ଦୁଗ୍ଧଜାତ ପୁଷ୍ଟିକର ସୁସ୍ୱାଦୁ ଖାଦ୍ୟ ଖୁଆଇଦେଲେ ମଧ୍ୟ ସେସବୁକୁ ଥୁ ଥୁ କରି ଫିଙ୍ଗି ଦେଉଥିଲେ ସେ । ବାଧକଲେ ବିରକ୍ତ ହୋଇ ପାକଭାଣ୍ଡ ଭାଙ୍ଗି ପକାଉଥିଲେ । ସବୁ ଦୁଷ୍ଟାମି, ଅଳି ଓ ଅଝଟପଣକୁ ମା’ ମଥାପାତି ସହିଯାଉଥିଲେ।

କିଶୋର ବୟସ ପର୍ଯ୍ୟନ୍ତ ଶ୍ରୀକୃଷ୍ଣ ଭୟାଳୁ ଥିଲେ । ସେଥ‌ିପାଇଁ ମା’ ସଦା ସଜାଗ ରହିଥିଲେ । ବାଲ୍ୟ ବୟସରୁ ନିଜ ଛାଇକୁ ଦେଖ୍ ଭୟ କରିବା, ବିକଟ ସ୍ଵପ୍ନ, ଅନ୍ଧକାର ଗୃହ ଏପରିକି ଗୃହକାନ୍ଥରେ ଅଙ୍କିତ ଚିତ୍ରପଟରେ ଭୟଙ୍କର ଛବି ଦେଖୁ ଶିହରି ଉଠୁଥିଲେ ସେ । ଏପରି ଭୟାତୁର ବାଳକ ପୁତ୍ର କଂସର ମଥୁରାପୁରୀରେ ହସ୍ତୀ, ଅଶ୍ଵ ଓ ରାକ୍ଷସମାନଙ୍କୁ ପ୍ରତ୍ୟକ୍ଷ କରି କିପରି ପରିସ୍ଥିତିର ସମ୍ମୁଖୀନ ହେବେ ଓ କିଏ ତାଙ୍କର ସହାୟ ହେବ ଏସବୁ ଭାବନା ମା’ଙ୍କ ମନକୁ ଆକୁଳତାରେ ଭରି ଦେଇଛି।
କବିଙ୍କ ଭାଷାରେ–

‘‘ଏବେ କଂସପୁର ଯିବୁ ରାକ୍ଷସମାନଙ୍କୁ
ଡରି କାହାକୁ ଧରିବୁ ଯାଇ ରେ ଜୀବଧନ
ମାଏ ବୋଲି ଡାକିବୁ କାହାକୁ
ସାହା ବା କେ ଆହା ବୋଲିବାକୁ ରେ ?’

କୃଷ୍ଣଙ୍କୁ ଦଣ୍ଡେ ନ ଦେଖି ମାତା ଯଶୋଦା ବାତୁଳ ପ୍ରାୟ ହୋଇ ଉଠୁଥିଲେ। କୃଷ୍ଣ ଗୋପାଳ ବାଳକମାନଙ୍କ ସହ ଗୋଚାରଣ ନିମନ୍ତେ ବନକୁ ଗଲେ ଯଶୋଦାଙ୍କ ମନ ଅହେତୁକ ଆଶଙ୍କାରେ ଆଚ୍ଛନ୍ନ ହୋଇଉଠୁଥିଲା। ସନ୍ତାନ ପାଇଁ ମା’ ମନର ଆକୁଳତା, ବାତ୍ସଲ୍ୟମମତା କବିଙ୍କ କଳ୍ପନାଚାତୁରୀରେ ହୋଇଉଠିଛି ପ୍ରାଣସ୍ପର୍ଶୀ। ଯଶୋଦାଙ୍କ ମାତୃହୃଦୟର ମଧୁର ଭାବାବେଗରେ କବିତାଟି ରସାଣିତ ହୋଇଛି।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

୩୭। କବିତାଟିର ଆଧାରରେ କୃଷ୍ଣଙ୍କ ବାଲ୍ୟକାଳର ଏକ ଆଲେଖ୍ୟ ପ୍ରଦାନ କର ।
କିମ୍ବା, ‘ମଥୁରା ମଙ୍ଗଳ’ର ଷଷ୍ଠ ଛାନ୍ଦକୁ ଆଧାର କରି କୃଷ୍ଣଙ୍କର ବାଲ୍ୟଲୀଳାର କେତୋଟି ମଧୁର ମୁହୂର୍ତ୍ତର ଚିତ୍ର ପ୍ରଦାନ କର।
କିମ୍ବା, କୃଷ୍ଣଙ୍କର ବାଲ୍ୟଲୀଳାର ସମସ୍ତ ଦୃଷ୍ଟାନ୍ତ ମଣିଷର ଶୈଶବାବସ୍ଥାର ଏକ ଅବିକଳ ପ୍ରତିଫଳନ – ଏହାର ଯାଥାର୍ଥ ପ୍ରତିପାଦନ କର।
Answer:
ଅଷ୍ଟାଦଶ ଶତାବ୍ଦୀର ଓଡ଼ିଆ କାବ୍ଯସାହିତ୍ୟ ଯେଉଁ କେତେଜଣ ମହାନ୍ ସ୍ରଷ୍ଟାଙ୍କ ଅବଦାନରେ ପୁଷ୍କଳ ଓ ରସୋତ୍ତୀର୍ଣ୍ଣ ହୋଇପାରିଥିଲା; ସେମାନଙ୍କ ମଧ୍ୟରେ ଭକ୍ତଚରଣ ଦାସ ଅନ୍ୟତମ । ସଂସାର ଜଞ୍ଜାଳଗ୍ରସ୍ତ ମାନବର ମନକୁ ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ କରିବାପାଇଁ ଭକ୍ତଚରଣଙ୍କ ‘ମନବୋଧ ଚଉତିଶା’ କବିଙ୍କର ଗଭୀର ତତ୍ତ୍ଵଜ୍ଞାନର ଯଥେଷ୍ଟ ପରିଚୟ ଦେଇଥାଏ । ଏତଦ୍‌ଭିନ୍ନ ଏହି ପ୍ରଥଯଶା ବୈଷ୍ଣବ କବିଙ୍କ ଅନ୍ୟାନ୍ୟ ସାରସ୍ବତ ସୃଷ୍ଟିସମ୍ଭାର ମଧ୍ଯରେ ‘କଳାକଳେବର ଚଉତିଶା ‘ ମନଃ ଶିକ୍ଷା’, ‘ ଗୋପ ମଙ୍ଗଳ ଓ ‘ ମଥୁରା ମଙ୍ଗଳ ଆଦି କାବ୍ୟକବିତାଗୁଡ଼ିକ କୃଷ୍ଣ ଚେତନାରେ ରସାଳ ଓ ମନୋଜ୍ଞ। କବିତା ‘କାହା ମୁଖ ଅନାଇ ବଞ୍ଚିବି’ କବିଙ୍କର କାଳଜୟୀ ‘ମଥୁରା ମଙ୍ଗଳ କାବ୍ୟ ଅନ୍ତର୍ଗତ ଷଷ୍ଠ ଛାନ୍ଦର ପ୍ରଥମ ଆଠଗୋଟି ପଦର ସମାହାର । ଏହି କବିତାଟିରେ କୃଷ୍ଣଙ୍କ ଶୈଶବ ଓ ବାଲ୍ୟକାଳର ସୁମଧୁର ଲୀଳା ବର୍ଣ୍ଣନା ସହିତ କରେ।

ଦୁର୍ମୂଲା ନନ୍ଦନ କଂସଦ୍ଵାରା ଆୟୋଜିତ ଧନୁଉତ୍ସବ ଦର୍ଶନ କରିବାକୁ ଅକ୍ରୂର ସହ ଶ୍ରୀକୃଷ୍ଣଙ୍କ ମଥୁରାପୁର ଗମନ ସମ୍ବାଦ ଶ୍ରବଣ କଲାପରଠାରୁ ଯଶୋଦାଙ୍କ ହୃତସ୍ପନ୍ଦନ ବଢ଼ିଯାଇଛି। ଶୋକରେ ଅଧୀରା ହୋଇ ସେ ବାତୁଳ ପ୍ରାୟ ହୋଇ ଉଠିଛନ୍ତି। ତାଙ୍କ ମାନସପଟରେ ଉଦ୍ଭାସିତ ହୋଇଉଠିଛି ଶ୍ରୀକୃଷ୍ଣଙ୍କ ବାଲ୍ୟକାଳର ଲୀଳାସମୂହ। ଚକ୍ଷୁ ହୋଇଉଠିଛି ଲୋତକାପୁ ତ। ପୁଅର ଗୁଣ ବାହୁନି ସେ ବିଳାପ କରିଛନ୍ତି।

ବୃଦ୍ଧକାଳର ଏକମାତ୍ର ପୁତ୍ର ଶ୍ରୀକୃଷ୍ଣ ଯଶୋଦାଙ୍କ ପାଇଁ ହୋଇଉଠିଥିଲେ ଜୀବର ଜୀବନ, ଦରିଦ୍ର ପସରା ଓ ନୟନ ପିତୁଳା। ସ୍ଵହସ୍ତରେ ସେ ପୁତ୍ରର ଲାଳନପାଳନ ଦାୟିତ୍ଵ ନିର୍ବାହ କରୁଥିଲେ। ଶୈଶବରେ ତାଙ୍କ ଶରୀରରେ ଅଗୁରୁ, ଚନ୍ଦନ, କସ୍ତୁରୀ, କୁଙ୍କୁମାଦି ଲେପନ କରୁଥିଲେ। ସେହି ମା’ ହାତର ସ୍ନେହପୂର୍ଣ୍ଣ ଶୀତଳ ସ୍ପର୍ଶରେ କୃଷ୍ଣଙ୍କ ଚକ୍ଷୁଦ୍ଵୟ ତନ୍ଦ୍ରାଳସରେ ମୁଦି ହୋଇ ଆସୁଥିଲା। ପୁତ୍ରକୁ ଗଭୀର ଆଶ୍ଳେଷରେ ଭିଡ଼ି ଧରି ସୁକୋମଳ ଶେଯ ପାରିଦେଇ ଶୁଆଇ ପକାଉଥିଲେ ଯଶୋଦା। ଅଶୁଭ ଦୃଷ୍ଟି ଆଢୁଆଳରେ ପୁଅକୁ ରଖିବାପାଇଁ କୃଷ୍ଣଙ୍କ ଚକ୍ଷୁରେ କଜ୍ଜ୍ବଳ ପିନ୍ଧାଇ ଦେଉଥିଲେ। କପାଳରେ ଚିତା ଓ କଣ୍ଠରେ କୁଣ୍ଡଳ ପିନ୍ଧାଇ ପୁଅକୁ ସଜାଇ ରଖୁଥିଲେ। ରାକା ରଜନୀର ଆକାଶକୁ ଚାହିଁ ଚନ୍ଦ୍ର ତୋଳିଆଣି ଦେବାପାଇଁ କୃଷ୍ଣ ନନ୍ଦରାଜାଙ୍କ ପାଖରେ ଅଳି କରୁଥିଲେ। କବିଙ୍କ ଭାଷାରେ–

କାହା ଅଙ୍ଗେ ଚତୁଃସମ ଲେପିବି କରି ମ
ନିଦ୍ରାରେ କେ ହେଉଥୁବ ଘାରି ।
କାହାକୁ ଅଞ୍ଜନ ଦେବି: ବସ୍ତ୍ର ପାଡ଼ି ଶୁଆଇବି
ପିତାଙ୍କୁ ମାଗିବ କେହୁ ହରି ରେ ଜୀବଧନ ?’

କୃଷ୍ଣଙ୍କ ମସ୍ତକସ୍ଥ ସୁବିନ୍ୟସ୍ତ ଘନକୃଷ୍ଣ କେଶରାଶିକୁ ସଯତ୍ନ ବନ୍ଧନ କରି କୁସୁମ ମଣ୍ଡନ କରିଦେଉଥ୍ଲେ ଜନନୀ ଯଶୋଦା । ଅନ୍ୟ ଗୋପାଳ ବାଳକଙ୍କ ସହ କ୍ରୀଡ଼ା କୌତୁକରେ ମାତି ଧୂଳିଧୂସରିତ ହୋଇ ଉଠୁଥିଲେ, ମା’ ତାଙ୍କୁ କୋଳକୁ ଉଠାଇ ଧୂଳି ଝାଡ଼ି ଦେଉଥିଲେ ଓ ପୁନରାୟ ଅପରିଷ୍କାର ଲୁଗା ବଦଳାଇ ଦେଉଥିଲେ । ସବୁ ମା’ଙ୍କ ପରି ପ୍ରିୟ ପୁତ୍ର କୃଷ୍ଣଙ୍କ ମନ ଜାଣି ଖାଦ୍ୟ ପ୍ରସ୍ତୁତ କରୁଥିଲେ ଯଶୋଦା । ଅମୃତ ସମ କ୍ଷୀରସର, ଲବଣୀ, ରାବିଡ଼ି ଆଦି ପୁଷ୍ଟିକର କ୍ଷୀରଜାତ ଦ୍ରବ୍ୟ, ପାଚିଲା କଦଳୀ କୃଷ୍ଣଙ୍କ ପାଇଁ ଅରୁଚିକର ଥିଲା ।

ଆଦର କରି ପାଟିରେ ଦେଲେ ସେସବୁକୁ ଥୁ ଥୁ କରି ସେ ଫିଙ୍ଗି ଦେଉଥିଲେ । ବେଶୀ ବାଧ୍ୟ କଲେ କୃଷ୍ଣ ବିରକ୍ତ ହୋଇ ଉଠୁଥିଲେ, ଏପରିକି କୋପାବିଷ୍ଟ ହୋଇ ରନ୍ଧନ ପାତ୍ର ଭାଙ୍ଗି ପକାଉଥିଲେ । ପୁତ୍ରର ଏତାଦୃଶ ଅଝଟପଣ ଦୁଷ୍ଟାମିକୁ ମା’ ଯଶୋଦା ମଥାପାତି ସହି ନେଉଥିଲେ। କିଶୋର କୃଷ୍ଣ ସାଥୀ ଗୋପାଳ ବାଳକମାନଙ୍କ ସହ ଧେନୁ ନେଇ ଗୋଚାରଣ ନିମନ୍ତେ ଯାଉଥିଲେ । ସେହି ସମୟତକ ଯଶୋଦାଙ୍କ ବ୍ୟସ୍ତତା ବହୁଗୁଣିତ ହୋଇଯାଉଥିଲା । କ୍ଷଣକ ପାଇଁ ହେଲେ ମଧ୍ୟ ପୁତ୍ର ବିଚ୍ଛେଦ ତାଙ୍କୁ ବିଷାଦିତ କରୁଥିଲା।
କବି କଣରେ –

ଯେତେବେଳେ ବନେ ଯାଉ ସଙ୍ଗରେ ମୋ ପ୍ରାଣ ନେଉ
ନିମିଷେ ବିଚ୍ଛେଦ ନ ସହଇ।
ଏବେ ଯିବୁ ମଥୁରାକୁ ମୋତେ ପ୍ମଯି କାହାକୁ
ଚନ୍ଦ୍ରମୁଖ ନ ଦେଖ‌ିଲେ ମୁହିଁରେ ଜୀବଧନ
ଜୀବନ ହାରିବି ଗଣ୍ଡ ଜଳେ ।
ତୁ ମୋତେ ଅନ୍ତର ହେଲେ ତିଳେ ରେ ।’

ଆବାଲ୍ୟରୁ ଶ୍ରୀକୃଷ୍ଣ ଭୀଷଣ ଭୟାଳୁ ଥିଲେ । ଏପରିକି ନିଜ ଛାଇକୁ ଦେଖୁ ସେ ଡରି ଯାଉଥଲେ ଓ ଧାଇଁଯାଇ ମା’ଙ୍କ କୋଳଲଗ୍ନା ହୋଇ ଯାଉଥିଲେ । ମା’ଙ୍କ ପିନ୍ଧା ବସନରେ ଢାଙ୍କି ନେଉଥୁଲେ ମୁଖମଣ୍ଡଳ । ଗୃହକାନ୍ଥରେ ଅଙ୍କିତ ଚିତ୍ରପନ୍ତିରେ କୌଣସି ଭୟଙ୍କର ରୂପ ତାଙ୍କ ଦୃଷ୍ଟିପଥାରୂଢ଼ ହେଲେ ସେ ତତ୍‌କ୍ଷଣାତ୍‌ ସେହି ଘରୁ ବାହାରି ଆସୁଥିଲେ । ଭୟ ହେତୁ ରାତ୍ରିରେ ସେ ମା’ଙ୍କ ଦେହଲଗା ହୋଇ ଶୋଇବାକୁ ପସନ୍ଦ କରୁଥିଲେ ।

କୌଣସି ଭୟଙ୍କର ସ୍ଵପ୍ନ ଦେଖ‌ିଲେ ଚମକି ପଡୁଥିଲେ । ମା’ ଯଶୋଦାଙ୍କ ବେକକୁ ଜାବୋଡ଼ି ଧରି ଦେହକୁ ଆଉଜି ପଡ଼ୁଥିଲେ । ପୁଅକୁ ସସ୍ନେହ ଆଲିଙ୍ଗନପୂର୍ବକ ମା’ ପୁନରାୟ ଘୋଡ଼ାଇ ଶୁଆଇ ପକାଉଥିଲେ । କୃଷ୍ଣ ଶାରୀରିକ ଦୃଷ୍ଟିରୁ ଦୁର୍ବଳ ଥିଲେ, ଯେଉଁଥିପାଇଁ ମାତା ଯଶୋଦା ଚିନ୍ତିତ ହୋଇ ରହୁଥିଲେ । ଏପରିକି ଦୁର୍ବଳତା ହେତୁ ଉଚ୍ଚ ପାହାଚ ଚଢ଼ିବାକୁ ସେ ସକ୍ଷମ ନ ଥିଲେ । ସ୍ନେହମୟୀ ଜନନୀ ଯଶୋଦା ସେଥ‌ିପାଇଁ ତାଙ୍କୁ ଗୋଡ଼େ ଗୋଡ଼େ ଜଗି ରହୁଥିଲେ । ପିତାମାତାଙ୍କ ସସ୍ନେହ ଲାଳନପାଳନରେ କୃଷ୍ଣଙ୍କ ବାଲ୍ୟଜୀବନ ସୁଖରେ କଟିଥିଲା।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

୩୮। କବିତାଟିର ନାମକରଣର ସାର୍ଥକତା ପ୍ରତିପାଦନ କର।
କିମ୍ବା, ‘କାହା ମୁଖ ଅନାଇ ବଞ୍ଚିବି’କବିତାରେ ମାତା ଯଶୋଦା କାହାର ମୁଖ ଦେଖିବାପାଇଁ ବ୍ୟାକୁଳତା ପ୍ରକାଶ କରିଛନ୍ତି ଓ କାହିଁକି ?
Answer:
ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ କବି ଭକ୍ତଚରଣ ଦାସ ଜଣେ କୁଶଳୀ ସ୍ରଷ୍ଟା ଭାବରେ ସୁବିଦିତ । ତାଙ୍କର ସୃଷ୍ଟିନିଚୟ ଓଡ଼ିଶାର ପୁରପଲ୍ଲୀରେ ଜନପ୍ରିୟ ଭକ୍ତିରସାତ୍ମକ ଗ୍ରନ୍ଥ ଭାବେ ସୁବିଖ୍ୟାତ । ତାଙ୍କ ସମୟର ସାହିତ୍ୟକୁ ମୁଖ୍ୟତଃ ଧର୍ମାଶ୍ରୟୀ ସାହିତ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ମୋହ-ମାୟାଭରା ସଂସାର ଜଞ୍ଜାଳଗ୍ରସ୍ତ ମାନବ ମନରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବାରେ କବିଙ୍କ କାଳଜୟୀ ରଚନା ‘ ମନବୋଧ ଚଉତିଶାର ସାଫଲ୍ୟ କାହାକୁ ଅଜଣା ନୁହେଁ । କବିଙ୍କ ଅନ୍ୟାନ୍ୟ ସାରସ୍ଵତ କୃତିଗୁଡ଼ିକ ମଧ୍ୟରେ ‘କଳା କଳେବର ଚଉତିଶା’, ‘ମନଃ ଶିକ୍ଷା’, ‘ଗୋପ ମଙ୍ଗଳ ଓ ‘ମଥୁରା ମଙ୍ଗଳ ଆଦି ଖ୍ୟାତିସମ୍ପନ୍ନ ମଧ୍ୟରେ କବିଙ୍କର କଳ୍ପନା-ପ୍ରବଣତା ତାଙ୍କୁ ଜଣେ କୃତବିଦ୍ୟ କଳାକାରର ଆସନ ପ୍ରଦାନ କରିଅଛି । ପରମ ବୈଷ୍ଣବ କବି ଭକ୍ତଚରଣଙ୍କ ‘ମଥୁରା ମଙ୍ଗଳ’ କାବ୍ୟ ଅନ୍ତର୍ଗତ ଷଷ୍ଠ ଛାନ୍ଦର ପ୍ରଥମ ଆଠଗୋଟି ପଦର ସମାହାର ହେଉଛି ଆଲୋଚ୍ୟ କବିତା ‘କାହା ମୁଖ ଅନାଇ ବଞ୍ଚିବି’ର କଳେବର।

ସାଧାରଣତଃ ରଚନାର କଥାବସ୍ତୁକୁ ବିଚାରକୁ ନେଇ ବିଷୟଟିର ନାମକରଣ କରାଯାଇଥାଏ। ଆଲୋଚ୍ୟ କବିତାଟିକୁ ପାଠ କଲେ ସ୍ପଷ୍ଟ ହୃଦ୍‌ବୋଧ ହୁଏ ଯେ ଏହାର ନାମକରଣ ଯଥାର୍ଥ । ଶ୍ରୀକୃଷ୍ଣ ଥିଲେ ନନ୍ଦ ଦମ୍ପତିଙ୍କର ବୃଦ୍ଧକାଳର ଏକମାତ୍ର ସନ୍ତାନ। ଏକୋଇର ବଳା ନନ୍ଦନନ୍ଦନ ଉଭୟଙ୍କ ପାଇଁ ଥିଲେ ଜୀବନ ସଦୃଶ। ବିଶେଷତଃ ମାତା ଯଶୋଦାଙ୍କ ପ୍ରାଣ ପ୍ରାଚୁର୍ଯ୍ୟରେ ଭରି ଉଠିଥିଲା, କାରଣ କୃଷ୍ଣଙ୍କୁ ପାଇ ସେ ଲାଭ କରିଥିଲେ ମାତୃଜୀବନର ପରମ ସାଫଲ୍ୟ। ଶୈଶବରୁ କୃଷ୍ଣଙ୍କ ସୁଧାଝରା ଶ୍ରୀକୃଷ୍ଣ। କର୍ମମୟ ଜୀବନର ଜଞ୍ଜାଳ ମଧ୍ୟରେ ବୁଡ଼ି ରହିଥିଲେ ମଧ୍ୟ ଅଲିଅଳ ପୁତ୍ର କୃଷ୍ଣଙ୍କ ମୁଖପଦ୍ମକୁ ଚାହିଁଦେଲେ ତାଙ୍କ ହୃଦୟ ପୂରି ଉଠୁଥିଲା।

ଗୃହସ୍ତରେ, ସଯତ୍ନରେ ସେ ପୁତ୍ରର ଲାଳନପାଳନ କାର୍ଯ୍ୟ ସମ୍ପାଦନ କରୁଥିଲେ। ଶ୍ରୀକୃଷ୍ଣଙ୍କ ମଥୁରା ଯାତ୍ରା ସମ୍ବାଦ ଶ୍ରବଣରେ ତାଙ୍କ ପ୍ରାଣ ଶିହରି ଉଠିଥିଲା । ହୃଦୟ ହାହାକାର କରି ଉଠିଥିଲା । ଯାହାର ମୁଖଦର୍ଶନ ତାଙ୍କୁ ଉଲ୍ଲସିତ କରୁଥୁଲା, ସେହି ପୁତ୍ରକୁ ମଥୁରା ପଠାଇ ସେ ବା କିପରି ନିଶ୍ଚିନ୍ତ ରହିପାରନ୍ତେ ! କୃଷ୍ଣଙ୍କ ବିନା ପ୍ରାଣଧାରଣ କରିବା ଯେ ଅସମ୍ଭବ ହୋଇଉଠିବ ଏହା ମର୍ମେ ମର୍ମେ ଅନୁଭବ କରିଥିଲେ ମା’ ଯଶୋଦା। ପୁତ୍ରର ଗୁଣ ବାହୁନି ସେ ବିଳାପ କରିବା ଆରମ୍ଭ କରିଦେଇଛନ୍ତି । କବିତାର ପ୍ରଥମ ପଦରୁ ହିଁ ଯଶୋଦାଙ୍କ କୋହଭରା ଉକ୍ତି କବିତାର ନାମକରଣର ଯଥାର୍ଥତା ପ୍ରତିପାଦନ କରେ।
କବିଙ୍କ ଭାଷାରେ–

‘‘ଆରେ ବାବୁ ଶ୍ୟାମଘନ ଗଳେ ମଧ୍ୟଯୁଗୀୟ
କାହା ମୁଖ ଅନାଇ ବଞ୍ଚିବି
ହେବ ଦଶଦିଗ ଶୂନ୍ୟ ଅସ୍ଥିର ହେବ ଜୀବନ
ନିଶି ଦିବସରେ ଝୁରୁଥବି ରେ, ଜୀବଧନ ।’’
ଜୀବନ ବିହୁନେ ଯେହ୍ନେ ଝସ
ରାଜା ବିନେ ଯେହ୍ନେ ଗ୍ରାମଦେଶ ରେ ।’’

ଶୈଶବ କାଳରେ କୃଷ୍ଣଙ୍କ ଶରୀରରେ ଅଗୁରୁ, ଚନ୍ଦନ, କସ୍ତୁରୀ, କୁଙ୍କୁମାଦି ଲେପନ କରିବା, ଚକ୍ଷୁରେ କଜ୍ଵଳ ଲଗାଇବା, ସୁକୋମଳ ଶେଯରେ ଶୁଆଇ ଦେବାଠାରୁ ଆରମ୍ଭ କରି କେଶବିନ୍ୟାସ ପୂର୍ବକ ମସ୍ତକରେ ପୁଷ୍ପ ମଣ୍ଡନ କରିବା, କପାଳରେ ଚିତା, କଣ୍ଠରେ କୁଣ୍ଡଳ ପିନ୍ଧାଇ ମୁଖମଣ୍ଡଳକୁ ସୁଶୋଭନ କରିବା ଆଦି ସମସ୍ତ କାର୍ଯ୍ୟ ଯଶୋଦା ଗୃହସ୍ତରେ ସମ୍ପାଦନ କରୁଥିଲେ । ପୁତ୍ର କୃଷ୍ଣଙ୍କ ସୁଦର୍ଶନ ମୁଖାରବିନ୍ଦକୁ ଚାହିଁ ତାଙ୍କ ହୃଦୟ ପୁଲକିତ ହୋଇଉଠୁଥିଲା । ରାତ୍ରି କାଳରେ ଆକାଶକୁ ଚାହିଁ ଚନ୍ଦ୍ର ତୋଳି ହୃଦୟରେ ମା’ ଲୋତକ ବର୍ଷଣ କରିଛନ୍ତି । ପୁତ୍ର ବିଚ୍ଛେଦରେ ଦେହଧାରଣ କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିବ ବୋଲି

‘‘ଏକଥା ସୁମରି ଯିବି ମରି ।
ନିଶ୍ଚେ ଯେବେ ଯିବୁ ମଧୁପୁରୀ ରେ ।’’

ଅଲିଅଳ କୃଷ୍ଣଙ୍କ ପାଇଁ କ୍ଷୀରସର, ଲବଣୀ, ଅଧାମ, ସୁମିଷ୍ଟ ପାଚିଲା କଦଳୀ ଆଦି ସୁସ୍ଵାଦୁକର ଖାଦ୍ୟଦ୍ରବ୍ୟ ସଜାଇ ରଖୁଥିଲେ ମା’ ଯଶୋଦା । ସେସବୁରେ କିନ୍ତୁ କୃଷ୍ଣଙ୍କର ରୁଚି ନ ଥିଲା । ଆଦରରେ ପାଟିରେ ଦେଲେ ମଧ୍ୟ ସେସବୁକୁ ସେ ଥୁ ଥୁ କରି ଫିଙ୍ଗି ଦେଉଥ‌ିଲେ । ବାଧ୍ୟ କଲେ କ୍ରୋଧବଶତଃ ପାକଭାଣ୍ଡ ଭାଙ୍ଗି ଦେଉଥିଲେ । ତାଙ୍କର ସମସ୍ତ ଅଳି ଓ ଅଝଟପଣକୁ ମଥାପାତି ସହିଯାଉଥିଲେ ମା’ ଯଶୋଦା । ଗୋପବାଳକ ଗହଣରେ କିଶୋର କୃଷ୍ଣ ଧେନୁ, ବତ୍ସା ନେଇ ଗୋଚାରଣ ନିମନ୍ତେ ବନକୁ ଯାଉଥିଲେ ।

ତାଙ୍କର ସେହି ଅନୁପସ୍ଥିତିରେ ଯଶୋଦାଙ୍କ ପ୍ରାଣ ଆତଙ୍କିତ ହୋଇଉଠୁଥିଲା । ଅଧୀରା ଜନନୀ ଚାହିଁ ବସୁଥିଲେ ପୁଅର ଫେରିବା ବାଟକୁ । ତାଙ୍କ ନୟନ ପିତୁଳା ପ୍ରାୟ କୃଷ୍ଣଙ୍କୁ ମୁହୂର୍ତ୍ତେ ନ ଦେଖିଲେ ହୃଦୟ କାରୁଣ୍ୟରେ ଭରି ଉଠୁଥିଲା । ସେହି ପୁତ୍ରକୁ ଦୁର୍ମିଲା ନନ୍ଦନ ଦୁର୍ମତି କଂସପୁରକୁ ପଠାଇ କେଉଁ ମା’ ଥୟ ଧରି ରହିବ ? ତେଣୁ ତାଙ୍କ କଣ୍ଠରୁ ସ୍ଵତଃ ସ୍ଫୁରି ଉଠିଛି –

‘‘ଏକଥା ସୁମରି ଯିବି ମରି । ମୋତେ ସମର୍ପି କାହାକୁ
ଚନ୍ଦ୍ରମୁଖ ନ ଦେଖ‌ିଲେ ମୁହିଁରେ ଜୀବଧନ ।
ଜୀବନ ହାରିବି ଗଣ୍ଡ ଜଳେ ।
ତୁ ମୋତେ ଅନ୍ତର ହେଲେ ତିଳେ ରେ।’’

ଆବାଲ୍ୟରୁ ଶ୍ରୀକୃଷ୍ଣ ଭୀଷଣ ଭୟାଳୁ ଥିଲେ । ଏପରିକି ନିଜ ଛାଇକୁ ଦେଖ୍ ସେ ଡରିଯାଇ ମା’ଙ୍କ କୋଳରେ ମୁହଁ ଲୁଚାଇ ପକାଉଥିଲେ । ଅନ୍ଧକାର ଗୃହ ଦେଖ୍ ଭୟରେ ଥରି ଉଠୁଥଲେ । ଏପରିକି ଗୃହକାନ୍ଥରେ ଅଙ୍କିତ ଚିତ୍ରପନ୍ତିରେ ଭୟଙ୍କର ଛବିଟିଏ ଦେଖିଲେ ଭୟରେ ଶିହରି ଉଠୁଥିଲେ । ଶୟନ କାଳରେ ଅସ୍ଵାଭାବିକ ସ୍ବପ୍ନ ଦେଖ୍ ଚମକି ପଡୁଥିଲେ ସେ । ଆତଙ୍କିତ ହୋଇ ମା’ଙ୍କ ଗଳାବେଷ୍ଟନ କରି ଦେହଲଗ୍ନା ହେଉଥିଲେ ।

ଏପରି ଦୁର୍ବଳ ଓ ଭୟାଳୁ ପୁଅ କଂସାସୁର ପୁରୀରେ ହସ୍ତୀ, ଅଶ୍ଵ ଓ ଭୟଙ୍କର ରାକ୍ଷସମାନଙ୍କ ଗହଣରେ କିପରି କାଳାତିପାତ କରିବ ଏହି ଚିନ୍ତାରେ ଯଶୋଦା ମ୍ରିୟମାଣ ହୋଇପଡ଼ିଛନ୍ତି । ବିଶେଷତଃ ପୁତ୍ରବିଚ୍ଛେଦ ସହ୍ୟ କରିବା ତାଙ୍କ ପକ୍ଷେ ଅତୀବ ବେଦନାଦାୟକ ହେବ ଓ ପୁତ୍ର ମୁଖ ଦର୍ଶନ ବିନା ତାଙ୍କ ଜୀବନ କାରୁଣ୍ୟରେ ଭରିଉଠିବ, ଏହା କହି ସେ ବିଳାପ କରିଛନ୍ତି । ସମଗ୍ର କବିତାଟିର ଛତ୍ରେ ଛତ୍ରେ ‘ କାହା ମୁଖ ଅନାଇ ବଞ୍ଚିବି ’ ନାମକରଣର ସାର୍ଥକତା ପ୍ରତିପାଦିତ ହୋଇଛି ।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

୩୯ । କୃଷ୍ଣଙ୍କ ମଥୁରା ଗମନରେ ମା’ ଯଶୋଦା କାହିଁକି ଆତଙ୍କିତ ହୋଇପଡ଼ିଛନ୍ତି ଲେଖ।
କିମ୍ବା, କୃଷ୍ଣଙ୍କର ମଥୁରାଗମନ ସମ୍ବାଦ ମାତା ଯଶୋଦାଙ୍କୁ ବିବ୍ରତ ଓ ଆତଙ୍କିତ କରିବାର କାରଣ କ’ଣ, ଉଲ୍ଲେଖ କର।
Answer:
ଅଷ୍ଟାଦଶ ଶତାବ୍ଦୀର ପ୍ରଥଯଶା କବିମାନଙ୍କ ମଧ୍ୟରେ ଭକ୍ତଚରଣ ଦାସ ଅନ୍ୟତମ । ‘ଗୋପ ମଙ୍ଗଳ, ‘ମନଃ ଶିକ୍ଷା’, ‘କଳା କଳେବର ଚଉତିଶା ଓ ବହୁଜନପ୍ରିୟ ‘ମନବୋଧ ଚଉତିଶା’ ଓ ‘ମଥୁରା ମଙ୍ଗଳ ଆଦି କାବ୍ୟକବିତାମାନ କବିଙ୍କର ଅସାଧାରଣ ସାରସ୍ବତ କୃତି । ଭକ୍ତଚରଣ ଯେ କେବଳ ଜଣେ ବୈଷ୍ଣବ କବି ଥିଲେ ତାହା ନୁହେଁ, ଜଣେ ଦକ୍ଷ ଚିକିତ୍ସକ ଭାବେ ମଧ୍ୟ ସେ ସୁନାମ ଅର୍ଜନ କରିଥିଲେ । ତାଙ୍କ ରଚିତ ଦୁଇଖଣ୍ଡି ବୈଦ୍ୟଶାସ୍ତ୍ର ପୁସ୍ତକ ତାଙ୍କ ଆୟୁର୍ବେଦ ଜ୍ଞାନନୈପୁଣ୍ୟର ପରିଚାୟକ ।

ଏହି ଭକ୍ତକବିଙ୍କ ଶ୍ରେଷ୍ଠ ସାରସ୍ଵତ କୃତି ‘ମଥୁରା ମଙ୍ଗଳ’ରେ କବି ଶ୍ରୀକୃଷ୍ଣଙ୍କ ମହିମା ପ୍ରଖ୍ଯାପନ କରି ଯାହା ବର୍ଣ୍ଣନା କରିଛନ୍ତି, ତାହା ତାଙ୍କୁ ଜଣେ ବିଶିଷ୍ଟ ବୈଷ୍ଣବ କବିର ଆସନରେ ଆସୀନ କରିଛି । ହାହାକାର କରିଉଠିବ, ଏହି ଭାବନାରେ ସେ ମ୍ରିୟମାଣ ହୋଇପଡ଼ିଛନ୍ତି । ଗୋପପୁର ଓ ନନ୍ଦଭବନରେ ତାଙ୍କର ଲୀଳାଚପଳ ସୁଖସ୍ଥ ତିଭରା ବାଲ୍ୟଜୀବନର ପ୍ରତ୍ୟେକଟି ଚିତ୍ର ତାଙ୍କ ମାନସପଟରେ ଉଦ୍ଭାସିତ ହୋଇଉଠିଛି । ଆଖୁରୁ ବହିଯାଇଛି ଧାର ଧାର ଲୁହ । କ୍ରନ୍ଦନରତା ଜନନୀ ଯଶୋଦା ବ୍ୟଥୂ ପ୍ରାଣରେ ପୁତ୍ର ଗୁଣକୁ ବାହୁନି ଉଠିଛନ୍ତି ।

କିଶୋର କୃଷ୍ଣ ଗୋପପୁରର ସାଥୀ ଗୋପାଳ ବାଳକମାନଙ୍କ ସହ ବନକୁ ଗୋଚାରଣରେ ଯାଉଥିଲେ ଓ ସନ୍ଧ୍ୟାକୁ ଗାଈଗୋଠ ସହ ଗୃହକୁ ପ୍ରତ୍ୟାବର୍ତନ କରୁଥିଲେ । କୃଷ୍ଣଙ୍କର ସେହି ଅନୁପସ୍ଥିତି ମାତା ଯଶୋଦାଙ୍କୁ କୋଟିଯୁଗ ସମ ବୋଧ ହେଉଥିଲା । ବନ ମଧ୍ୟରେ କାଳେ ପୁତ୍ର କୌଣସି ବିପଦର ସମ୍ମୁଖୀନ ହେବ, ସେହି ଅହେତୁକ ଆଶଙ୍କା ଯଶୋଦାଙ୍କୁ ବିବ୍ରତ କରୁଥିଲା । ଏକଲୟରେ ପୁଅର ଫେରିବା ବାଟକୁ ଚାହିଁ ରହୁଥିଲେ ସେ । ସେସବୁ ସ୍ମରଣ କରି ପୁତ୍ର ବିରହରେ ପ୍ରାଣଧାରଣ କରିବା ତାଙ୍କ ପକ୍ଷେ ଯେ ଅସହ୍ୟ ହୋଇଉଠିବ ଏହି ଭାବନା ତାଙ୍କୁ ଭାରାକ୍ରାନ୍ତ କରିଛି I କବିଙ୍କ ଭାଷାରେ–

“ଯେତେବେଳେ ବନେ ଯାଉ ସଙ୍ଗରେ ମୋ ପ୍ରାଣ ନେଉ
ନିମିଷେ ବିଚ୍ଛେଦ ନ ସହଇ ।’’

ଆବାଲ୍ୟରୁ ଶ୍ରୀକୃଷ୍ଣ ଭୀଷଣ ଭୟାଳୁ ଥିଲେ । ଏପରିକି ନିଜ ଛାଇକୁ ଦେଖ୍ ଭୟରେ ମା’ଙ୍କ କୋଳକୁ ଡେଇଁପଡ଼ି ଢାବୋଡ଼ି ଧରୁଥିଲେ । ମା’ଙ୍କ ପିନ୍ଧା ବସନରେ ମୁହଁକୁ ଲୁଚାଇ ପକାଉଥିଲେ l ଅନ୍ଧକାର ଗୃହ ଦେଖ‌ିଲେ ଭୟରେ ଶିହରି ଉଠୁଥ‌ିଲେ । ଶ୍ରୀକୃଷ୍ଣ କେବଳ ଯେ ଭୟାତୁର ଥିଲେ ତା’ ନୁହେଁ, ଶାରୀରିକ ଦୁର୍ବଳତା ହେତୁ ଉଚ୍ଚ ପାହାଚ ଆରୋହଣ କରିବାକୁ ମଧ୍ୟ ସମର୍ଥ ହେଉ ନ ଥିଲେ । ଏପରି ଦୁର୍ବଳ ଶରୀରବିଶିଷ୍ଟ ଭୟାତୁର ପୁତ୍ର ମଥୁରା ନଗରୀର ରାଜପୁରୀରେ ମହାବଳ ହସ୍ତୀମାନଙ୍କର ଗର୍ଜନ ଓ ଭୟଙ୍କର ଅଶ୍ଵମାନଙ୍କ ତ୍ରେଷାରବ ଶୁଣିଲେ ତା’ ଅବସ୍ଥା କିପରି ଦୟନୀୟ ହୋଇପଡ଼ିବ ସେହି ଚିନ୍ତାରେ ମାତା ଯଶୋଦାଙ୍କ ହଦୟ ଶିହରି ଉଠିଛି । କବିଙ୍କ ଭାଷାରେ—

‘“ ଛାଇକି ଅନାଇଁ ଡରୁ ଧାଇଁ ମୋତେ କୋଳ କରୁ
ବସନେ ଘୋଡ଼ାଇ ମୁଖ ଗୋଟି
ହେବ ଦଶଦିଗ ଶୂନ୍ୟ ଅସ୍ଥିର ହେବ ଜୀବନ
ଉଚ୍ଚ ପାବଚ୍ଛ ନ ପାରୁ ଉଠି ରେ ଜୀବଧନ ।
ମଧୁପୁରେ ହସ୍ତୀ ଘୋଡ଼ାମାନ
ଗର୍ଜିଲେ ନ ପୁଣ ଡରୁ ଶ୍ୟାମ ରେ ।’’

ଶ୍ରୀକୃଷ୍ଣ ଏପରି ଭୟାକୁ ଥିଲେ ଯେ ଗୃହକାନ୍ଥରେ ଚିତ୍ରିତ ଚିତ୍ରପନ୍ତିରେ କୌଣସି ଏକ ଭୟଙ୍କର ଛବି ଦେଖିଲେ ଭୟରେ ଥରି ଉଠି ଗୃହ ମଧ୍ୟରୁ ଧାଇଁ ପଳାଉଥିଲେ । ସାମାନ୍ୟ ଚିତ୍ର ଦେଖ୍ ଆତଙ୍କିତ ହୋଇପଡ଼ୁଥିବା କୃଷ୍ଣ ରାକ୍ଷସପୁରୀ ମଥୁରା ନଗରୀରେ ଅସୁରମାନଙ୍କୁ କିପରି ପ୍ରତ୍ୟକ୍ଷ କରିପାରିବ ସେହି ଚିନ୍ତାରେ ଜନନୀ ମ୍ରିୟମାଣ ହୋଇପଡ଼ିଛନ୍ତି । ରାତ୍ରିକାଳରେ ଶ୍ରୀକୃଷ୍ଣ ମା’ ଯଶୋଦାଙ୍କ ନିକଟରେ ଶୟନ କରୁଥିଲେ ।

ସ୍ଵପ୍ନରେ କୌଣସି ଅସ୍ଵାଭାବିକ ରୂପ ଦର୍ଶନ କଲେ ଭୟରେ ଚମକି ଉଠି ମା’ ବୋଲି ଚିତ୍କାର କରି ଉଠୁଥିଲେ । ଜନନୀଙ୍କ ଗଳାବେଷ୍ଟନ କରି ଜାବୋଡ଼ି ଧରୁଥୁଲେ । ଯଶୋଦା ତାଙ୍କୁ ପ୍ରବୋଧନା ଦେଇ ପୁନର୍ବାର ଘୋଡ଼ାଇ ଦେଇ ଶୁଆଇ ପକାଉଥିଲେ। ଏପରି ଭୟାତୁର ସନ୍ତାନ ମଥୁରାପୁରୀରେ କିପରି ଏକାକୀ କାଳାତିପାତ କରିବ ସେହି ଆଶଙ୍କା ଯଶୋଦାଙ୍କ ହୃଦୟକୁ ଆଚ୍ଛନ୍ନ କରିଛି । ଏହିପରି ଭାବେ ବହୁବିଧ ଆଶଙ୍କାରେ ଆତଙ୍କିତ ମା’ ଯଶୋଦା କୃଷ୍ଣ ବିଚ୍ଛେଦରେ ବିଷାଦିତ ତଥା ଅଧୀରା ହୋଇ କ୍ରନ୍ଦନ କରିଛି।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

୪୦। କୃଷ୍ଣଙ୍କ ବାଲ୍ୟକାଳର ବେଶଭୂଷା ବର୍ଣ୍ଣନା କର।
କିମ୍ବା, କୃଷ୍ଣଙ୍କର ବାଲ୍ୟକାଳର ବେଶ-ବୈଚିତ୍ରର ଏକ ବିବରଣୀ ପ୍ରଦାନ କର।
କିମ୍ବା, ବାଲ୍ୟକାଳରେ କୃଷ୍ଣଙ୍କୁ ମାତା ଯଶୋଦା କି କି ବେଶ-ପରିପାଟୀରେ ସଜାଉଥିଲେ ତାହା ବର୍ଣ୍ଣନା କର।
Answer:
ଅଷ୍ଟାଦଶ ଶତାବ୍ଦୀର ଓଡ଼ିଆ କାବ୍ଯସାହିତ୍ୟ ଯେଉଁ କତିପୟ ସାରସ୍ଵତ ସାଧକଙ୍କ ଅତନ୍ଦ୍ର ସାଧନାରେ ଋଦ୍ଧିମନ୍ତ ହୋଇଥିଲା ସେମାନଙ୍କ ମଧ୍ୟରେ ବୈଷ୍ଣବ କବି ଭକ୍ତଚରଣ ଦାସ ଅନ୍ୟତମ । ଏହି ମହାନ୍ ସ୍ରଷ୍ଟାଙ୍କ କାଳଜୟୀ ସୃଷ୍ଟି ଶିକ୍ଷାଦାନ କରିବାକୁ ସମର୍ଥ ହୋଇଥାଏ । ଅଦ୍ୟାବଧୂ ଅଳଂକାଂଶ ଓଡ଼ିଆ ସେହି ଚଉତିଶାର ପଦମାନଙ୍କୁ ଆବୃତ୍ତି କରିଥାଆନ୍ତି ।

କବିଙ୍କ ଅନ୍ୟାନ୍ୟ ସୃଷ୍ଟିସମ୍ଭାର ମଧ୍ଯରେ ‘ମନଃ ଶିକ୍ଷା’, ‘ଗୋପ ମଙ୍ଗଳ’, ‘କଳା କଳେବର ଚଉତିଶା’ ଓ ‘ ମଥୁରା ମଙ୍ଗଳ କାବ୍ୟ କବିଙ୍କ ଅସାମାନ୍ୟ ସାରସ୍ଵତ ପ୍ରତିଭାର ସ୍ବାକ୍ଷର ବହନ କରେ । କବିଙ୍କ ସୃଷ୍ଟିନିଚୟକୁ ଧର୍ମାଶ୍ରୟୀ ସାହିତ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଶ୍ରୀକୃଷ୍ଣ ଲୀଳାମୃତ ଉପରେ ଆଧାରିତ ‘ମଥୁରା ମଙ୍ଗଳ କବିଙ୍କର ଶ୍ରେଷ୍ଠ କୃତି ।

କବିତା ‘କାହା ମୁଖ ଅନାଇ ବଞ୍ଚିବି କବିଙ୍କର ‘ମଥୁରା ମଙ୍ଗଳ’ କାବ୍ୟାନ୍ତର୍ଗତ ଷଷ୍ଠ ଛାନ୍ଦର ପ୍ରଥମ ଆଠଗୋଟି ପଦକୁ ନେଇ ପ୍ରକାଶିତ ହୋଇଛି । ଅକ୍ରୁରଙ୍କ ସହ ଶ୍ରୀକୃଷ୍ଣ ମଥୁରାଗମନ କରୁଥିବା ସମ୍ବାଦରେ ଶୋକାଭିଭୂତ ମାତା ଯଶୋଦାଙ୍କ ହୃଦୟର କାରୁଣ୍ୟ ଓ ପୁତ୍ରବିଚ୍ଛେଦ ଅବ୍ୟବହିତ ପୂର୍ବରୁ କରୁଣ ବିଳାପର କଥାବସ୍ତୁ ହିଁ କବିତାର ମାର୍ମିକ ଅଭିବ୍ୟକ୍ତି । ବୃଦ୍ଧକାଳର ଏକମାତ୍ର ସନ୍ତାନ କୃଷ୍ଣ ଥିଲେ ଯଶୋଦାଙ୍କ ଜୀବନ ଧନ, ନୟନ ପିତୁଳା । ତାଙ୍କୁ ଦଣ୍ଡେ ନ ଦେଖ‌ିଲେ ସେ ବାତୁଳ ପ୍ରାୟ ହୋଇ ଉଠୁଥିଲେ ।

ମଥୁରାପୁରୀ ଚାଲିଗଲା ପରେ ତାଙ୍କ ସହ ଯଶୋଦାଙ୍କ ଜୀବନର ସବୁ ସୁଖଶିରୀ ହଜିଯିବ ବୋଲି ଚିନ୍ତାକରି ତାଙ୍କ ସ୍ନେହମୟୀ ଜନନୀ ଯଶୋଦା ଶିଶୁପୁତ୍ର କୃଷ୍ଣଙ୍କ ବେଶବିନ୍ୟାସ ଗୃହସ୍ତରେ ସମ୍ପାଦନ କରୁଥିଲେ । କୃଷ୍ଣଙ୍କ ସୁକୋମଳ ଦେହରେ ଅଗୁରୁ, ଚନ୍ଦନ, କସ୍ତୁରୀ ଓ କୁଙ୍କୁମ ଆଦିର ପ୍ରଲେପ ଦେଇ ସ୍ନେହସ୍ପର୍ଶ ପ୍ରଦାନ କରୁଥିଲେ । ସେହି ସମୟରେ ଶ୍ରୀକୃଷ୍ଣଙ୍କ ନୟନ ତନ୍ଦ୍ରାଳସରେ ମୁଦି ହୋଇ ଆସୁଥିଲା । ଆଖ୍ୟାରେ କଜ୍ଜଳ ଲଗାଇ ସୁକୋମଳ ଶେଯରେ ସେ ପୁଅକୁ ଶୁଆଇ ପକାଉଥିଲେ ।

‘‘କାହା ଅଙ୍ଗେ ଚତୁଃସମ ଲେପିବି କରିମ
ନିଦ୍ରାରେ କେ ହେଉଥୁବ ଘାରି ।
କାହାକୁ ଅଞ୍ଜନ ଦେବି; ବସ୍ତ୍ର ପାଡ଼ି ଶୁଆଇବି
ପିତାଙ୍କୁ ମାଗିବ କେହୁ ହରି ରେ ଜୀବଧନ ।’’

କୃଷ୍ଣଙ୍କ ଘନକୃଷ୍ଣ କେଶରାଶିକୁ ସଯତ୍ନ କୁଣ୍ଡାଇ ଜୁଡ଼ା ବାନ୍ଧି ଦେଉଥିଲେ ମା’ ଯଶୋଦା । ନାନାବିଧ ସୁବାସିତ ପୁଷ୍ପରେ ମସ୍ତକ ମଣ୍ଡନ କରି ଓ କପାଳରେ ଚିତା ଆଙ୍କିଦେଇ ଉତ୍‌ଫୁଲ୍ଲିତା ହେଉଥିଲେ ଯଶୋଦା । କଣ୍ଠରେ କୁଣ୍ଡଳ ପିନ୍ଧାଇ କୃଷ୍ଣଙ୍କ ମୁଖାରବିନ୍ଦ ଦର୍ଶନରେ ଉଲ୍ଲସିତା ହୋଇ ଉଠୁଥିଲେ ସେ । ସେହି ଦେବୋପମ ମୁଖପଦ୍ମ ଦର୍ଶନରେ ଜୀବନର ସମସ୍ତ ଦୁଃଖ ଭୁଲି ଯାଉଥିଲେ ସେ । ମଥୁରା ଚାଲିଗଲା ପରେ ସେଥୁରୁ ବଞ୍ଚିତା ହୋଇ କିପରି କାଳାତିପାତ କରିବେ ସେହି ଚିନ୍ତାରେ ବ୍ୟଥ୍‌ ହୋଇଛନ୍ତି ଜନନୀ ଯଶୋଦା।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

ତୁମ ପାଇଁ କାମ :

  • ୪୧। ଭକ୍ତଚରଣ ଦାସଙ୍କ ‘ମଥୁରାମଙ୍ଗଳ’ ଏବଂ ଅନ୍ୟ କୃତିଗୁଡ଼ିକ ସଂଗ୍ରହ କରି ପଢ଼।
  • ୪୨। ଶ୍ରୀକୃଷ୍ଣଙ୍କ ଲୀଳା ବର୍ଣ୍ଣନା କରାଯାଇଥିବା କାବ୍ୟଗୁଡ଼ିକର ନାଁ ଓ ଲେଖକଙ୍କ ନାଁ ସଂଗ୍ରହ କରି ଟିପା ଖାତରେ ଲେଖ।

A ଗୋଟିଏ ବାକ୍ୟରେ ଉତ୍ତର ଲେଖ।

1. କୃଷ୍ଣଙ୍କ କର୍ଣ୍ଣଯୁଗଳରେ କ’ଣ ଶୋଭାପାଏ ?
Answer:
କୃଷ୍ଣଙ୍କ କର୍ଣ୍ଣଯୁଗଳରେ କୁଣ୍ଡଳ ଶୋଭାପାଏ।

2. କୃଷ୍ଣ ବନକୁ ଗଲେ ଯଶୋଦାଙ୍କ ମନରେ କି ଅନୁଭୂତି ସୃଷ୍ଟି ହୁଏ ?
Answer:
ସତେ ଯେପରି କୃଷ୍ଣ ତାଙ୍କ ପ୍ରାଣକୁ ସଙ୍ଗ ରେ ନେଇଯାଆନ୍ତି ବୋଲି ଯଶୋଦା ଅନୁଭବ କରନ୍ତି।

3. କୃଷ୍ଣଙ୍କ ଅନୁପସ୍ଥିତିରେ ଯଶୋଦା କ’ଣ କରିବେ ବୋଲି କହିଛନ୍ତି ?
Answer:
କୃଷ୍ଣଙ୍କ ଅନୁପସ୍ଥିତିରେ ପୁତ୍ର ବିରହ ସହି ନ ପାରି ଯଶୋଦା ଗଭୀର ଜଳରେ ଆମ୍ବ ବିସର୍ଜନ କରିବେ ବୋଲି କହିଛନ୍ତି ।

4. ଯଶୋଦା କୃଷ୍ଣଙ୍କୁ କ’ଣ କ’ଣ ଖାଇବାକୁ ଦିଅନ୍ତି ?
Answer:
ଯଶୋଦା କୃଷ୍ଣଙ୍କୁ ଅମୃତତୁଲ୍ୟ ସର, ଲବଣି, ରାବିଡ଼ି ଓ ପାଚିଲା କଦଳୀ ଖାଇବାକୁ ଦିଅନ୍ତି।

5. କୃଷ୍ଣଙ୍କୁ ସୁସ୍ୱାଦୁ ଖାଦ୍ୟ ରୁଚେ ନାହିଁ ବୋଲି କବିତାର ଯେଉଁ ପଂକ୍ତିରୁ ଜଣାପଡୁଛି ତାହା ଲେଖ।
Answer:
ସର ଲବଣି ଅଧାମ ପକ୍ଵରମ୍ଭା ସୁଧା ସମ ମୁଖେ ଦେଲେ ଥୁ ଥୁ କରି ଫିଙ୍ଗୁ।

6. କୃଷ୍ଣ ରାଗିଗଲେ କ’ଣ କରୁଥିଲେ ?
Answer:
କୃଷ୍ଣ ରାଗିଗଲେ ପାକହାଣ୍ଡି ଭାଙ୍ଗୁଥିଲେ।

7. କୃଷ୍ଣ ଡରିଗଲେ କ’ଣ କରୁଥିଲେ ?
Answer:
କୃଷ୍ଣ ଡରିଗଲେ ଧାଇଁଯାଇ ମା’ଙ୍କୁ କୁଣ୍ଢାଇ ଧରି ତାଙ୍କ ପିନ୍ଧା ବସନରେ ନିଜ ମୁଖକୁ ଘୋଡ଼ାଇ ଦେଉଥିଲେ।

8. କୃଷ୍ଣ କାହାକୁ ଦେଖୁ ଭୟ କରୁଥିଲେ ?
Answer:
କୃଷ୍ଣ ଛାଇକୁ ଦେଖ୍ ତଥା ଅନ୍ଧାରଘର ଓ କାନ୍ଥରେ ଥ‌ିବା ଭୟଙ୍କର ମୂର୍ତ୍ତି ତଥା ଚିତ୍ରପଂକ୍ତିକୁ ଦେଖ୍ ଡରୁଥିଲେ।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

9. କୃଷ୍ଣ ମଥୁରାରେ କ’ଣ ଶୁଣି ଅଧ୍ଵ ଭୟଭୀତ ହୋଇପଡ଼ିବେ ବୋଲି ଯଶୋଦା ଆଶଙ୍କା ପ୍ରକାଶ କରିଛନ୍ତି ?
Answer:
ମଥୁରାରେ ହାତୀ ଓ ଘୋଡ଼ାମାନଙ୍କର ଗର୍ଜନ ଶୁଣି କୃଷ୍ଣ ଅଧ୍ଵ ଭୟଭୀତ ହୋଇପଡ଼ିବେ ବୋଲି ଯଶୋଦା ଆଶଙ୍କା କରିଛନ୍ତି।

10. କୃଷ୍ଣ ଉଚ୍ଚ ପାହାଚ ଉଠିପାରନ୍ତି ନାହିଁ ବୋଲି ଯଶୋଦା କାହିଁକି କହିଛନ୍ତି ?
Answer:
କୃଷ୍ଣ ଭୟାଳୁ ଥ‌ିବାରୁ ଉଚ୍ଚ ପାହାଡ଼ ଉଠିପାରନ୍ତି ନାହିଁ ବୋଲି ଯଶୋଦା କହିଛନ୍ତି ।

11. କାନ୍ଥରେ ଭୟଙ୍କର ମୂର୍ତ୍ତିର ଚିତ୍ର ଦେଖ୍ କୃଷ୍ଣ କ’ଣ କରୁଥିଲେ ?
Answer:
କାନ୍ତରେ ଭୟଙ୍କର ମୂର୍ତ୍ତିର ଚିତ୍ର ଦେଖ୍ କୃଷ୍ଣ ସଙ୍ଗେ ସଙ୍ଗେ ସେ ଘରୁ ବାହାରି ଆସୁଥିଲେ ।

12. କୃଷ୍ଣ କ୍ଳାନ୍ତ ହୋଇ କେଉଁଠି ଶୋଇଯାଉଥିଲେ ?
Answer:
କୃ ଷ୍ଣ କ୍ଲାନ୍ତ ହୋଇ ମାଆଙ୍କ ଶୋଇଯାଉଥିଲେ ।

13. କୃଷ୍ଣ ଶୋଇଥିଲାବେଳେ କାହିଁକି ଚମକି ଉଠୁଥିଲେ ବୋଲି ଯଶୋଦା କହିଛନ୍ତି ?
Answer:
କୃଷ୍ଣ ଶୋଇବାବେଳେ ନିଦରେ ଭୟଙ୍କର ସ୍ବପ୍ନ ଦେଖୁ ଚମକି ପଡୁଥିଲେ।

14. କୃଷ୍ଣ ଚମକି ପଢ଼ି କ’ଣ କରୁଥିଲେ ?
Answer:
କୃଷ୍ଣ ଭୟରେ ଚମକି ପଡ଼ି ମାତା ଯଶୋଦାଙ୍କ କଣ୍ଠରେ ଦୁଇ ହାତକୁ ଛନ୍ଦି ଲୁଗା ଘୋଡ଼ି ହୋଇ ଶୋଇଯାଉଥିଲେ।

15. ‘ଶ୍ୟାମଘନ’ ବୋଲି କିଏ, କାହାକୁ ସମ୍ବୋଧନ କରିଛନ୍ତି ?
Answer:
‘ଶ୍ୟାମଘନ’ ବୋଲି ମାତା ଯଶୋଦା ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କୁ ସମ୍ବୋଧନ କରିଛନ୍ତି।

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

B. ଗୋଟିଏ ପଦରେ ଉତ୍ତର ଲେଖ।

1. ‘ଝସ’ କହିଲେ କାହାକୁ ବୁଝାଏ ?
Answer:
ମାଛ

2. କାହା ବିନା ରାଜ୍ୟର ଅବସ୍ଥା ବିପର୍ଯ୍ୟସ୍ତ ହୁଏ ?
Answer:
ରାଜା

3. କୃଷ୍ଣ ତାଙ୍କ ପିତାଙ୍କୁ କ’ଣ ମାଗନ୍ତି ?
Answer:
ଆକାଶର ଚନ୍ଦ୍ର

4. ଚନ୍ଦନ, ଅଗୁରୁ, କସ୍ତୁରୀ ଓ କୁଙ୍କୁମକୁ କ’ଣ କୁହାଯାଏ ?
Answer:
ଚତୁଃସମ

5. କୃଷ୍ଣ କେଉଁ ସ୍ଥାନକୁ ଉଠିପାରନ୍ତି ନାହିଁ ବୋଲି ଯଶୋଦା କହିଛନ୍ତି ?
Answer:
ପାବଚ୍ଛକୁ

6. କେଉଁଠାରେ ଭୟଙ୍କର ମୂର୍ତ୍ତିର ଚିତ୍ର ଦେଖ୍ କୃଷ୍ଣ ପଳାଇ ଯାଇଥିଲେ ?
Answer:
କାନ୍ଥରେ

7. କୃଷ୍ଣ କ୍ଳାନ୍ତ ହୋଇ ରାତ୍ରିରେ କେଉଁଠାରେ ଶୋଇ ଯାଉଥିଲେ ?
Answer:
ମାତାଙ୍କ କୋଳରେ

8. କୃଷ୍ଣ ଶୋଇଥିବାବେଳେ ଚମକି ଉଠୁଥିଲେ କାହିଁକି ?
Answer:
ଭୟଙ୍କର ସ୍ଵପ୍ନ ଦେଖୁ

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

9. କୃଷ୍ଣ ଚମକିପଡ଼ି କାହା କଣ୍ଠକୁ ଦୁଇହାତରେ ଭିଡ଼ି ଧରୁଥିଲେ ?
Answer:
ମାତାଙ୍କର

10. ଯଶୋଦା କୃଷ୍ଣଙ୍କ ଆଖୁରେ କ’ଣ ଲଗାଇ ଦିଅନ୍ତି ?
Answer:
ଅଞ୍ଜନ

11. କୃଷ୍ଣ ମଥୁରାକୁ ଗଲେ ଯଶୋଦା କେଉଁଠାରେ ନିଜ ଜୀବନ ବିସର୍ଜନ କରିବେ ବୋଲି କହିଛନ୍ତି ?
Answer:
ଗଣ୍ଡଜଳରେ

12. ପିତାଙ୍କୁ ମାଗିବ କେହୁ ହରିରେ ଜୀବଧନ’ – ଏଠାରେ ‘ହରି’ ଶବ୍ଦଟି କେଉଁ ଅର୍ଥରେ ବ୍ୟବହୃତ ହୋଇଛି ?
Answer:
ଚାନ୍ଦ

13. ‘କାହାମୁଖ ଅନାଇ ବଞ୍ଚିବି’ କବିତାଟିର କବି କିଏ ?
Answer:
ଭକ୍ତଚରଣ ଦାସ

14. ଚତୁଃସମ କାହାକୁ କୁହନ୍ତି ?
Answer:
ଚନ୍ଦନ, ଅଗୁରୁ, କୁଙ୍କୁମ ଓ କସ୍ତୁରୀ

15. କୃଷ୍ଣଙ୍କ କାନରେ କ’ଣ ଶୋଭାପାଏ ?
Answer:
ସୁବର୍ଣ୍ଣ କୁଣ୍ଡଳ

16. କଂସପୁର ଗଲେ ଶ୍ରୀକୃଷ୍ଣ କାହାକୁ ଦେଖୁବେ ବୋଲି ଯଶୋଦା କହିଛନ୍ତି ?
Answer:
ରାକ୍ଷସମାନଙ୍କୁ

17. ‘କାହା ମୁଖ ଅନାଇ ବଞ୍ଚିବି’ କବିତାଟି କେଉଁ କାବ୍ୟର ଅଂଶବିଶେଷ ?
Answer:
ମଥୁରା ମଙ୍ଗଳ

18. ‘ମଥୁରା ମଙ୍ଗଳ’ କାବ୍ୟର ପ୍ରଣେତା କିଏ ?
Answer:
ଭକ୍ତଚରଣ ଦାସ

19. ମାତା ଯଶୋଦା ‘ଶ୍ୟାମଘନ’ ବୋଲି କାହାକୁ ସମ୍ବୋଧନ କରିଛନ୍ତି ?
Answer:
ଶ୍ରୀକୃଷ୍ଣଙ୍କୁ

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

C. ଶୂନ୍ୟସ୍ଥାନ ପୂରଣ କର।

1. ‘କାହା ମୁଖ ଅନାଇ ବଞ୍ଚି’– ଏହି ଉକ୍ତିଟି ମାତା ଯଶୋଦା ___________ ଙ୍କ ଉଦ୍ଦେଶ୍ୟରେ କହିଛନ୍ତି।
Answer:
ଶ୍ରୀକୃଷ୍ଣ

2. ‘ଜୀବନ ବିହୁନେ ଯେହ୍ନେ ଝସ’– ଏଠାରେ ‘ଜୀବନ’ ଶହୃ ________ ଅର୍ଥରେ ପ୍ରଯୁକ୍ତ ହୋଇଛି।
Answer:
ଜଳ

3. ଶ୍ରୀକୃଷ୍ଣ __________ ରେ ଘାରି ହେଉଥିଲେ।
Answer:
ନିଦ୍ରା

4. ଯଶୋଦା ଶ୍ରୀକୃଷ୍ଣଙ୍କ କେଶ ବନ୍ଧନ କରି _________ ରେ ସୁବେଶ କରୁଥିଲେ।
Answer:
କୁସୁମ

5. ଯଶୋଦା ଶ୍ରୀକୃଷ୍ଣଙ୍କ ଲଲାଟରେ ଲଗାଉ ________ ଦେଉଥିଲେ ।
Answer:
ଚିତା

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

6. ମାତା ଯଶୋଦା ଶ୍ରୀକୃଷ୍ଣଙ୍କ ଅଙ୍ଗରୁ__________ ଦେଉଥିଲେ ।
Answer:
ଧୂଳି

7. ଯଶୋଦା ଶ୍ରୀକୃଷ୍ଣଙ୍କୁ ____________ ପିନ୍ଧାଇ ଦେଇଥିଲେ।
Answer:
କାଛି

8. ଯଶୋଦା ଶ୍ରୀକୃଷ୍ଣଙ୍କୁ ____________ ଖାଇବାକୁ ଦେଉଥିଲେ।
Answer:
ପାଚିଲା କଦଳୀ

9. କୃଷ୍ଣ ଅନ୍ଧାର ଘର ଦେଖ‌ିଲେ ଭୟରେ __________ ହୁଅନ୍ତି ।
Answer:
ଥ‌ରହିର

10. ___________ ରେ ହାତୀ ଘୋଡ଼ାମାନେ ଗର୍ଜିବେ ବୋଲି ଯଶୋଦା କହିଛନ୍ତି।
Answer:
ମଧୁପୁର

11. ଯଶୋଦାଙ୍କ ପକ୍ଷରେ ____________ ଙ୍କର ବିଚ୍ଛେଦ ଅସହ୍ୟ ଥିଲା।
Answer:
କୃଷ୍ଣ

12. ଯଶୋଦା କୃଷ୍ଣଙ୍କୁ _____________ କୁ ଯିବାକୁ ବାରଣ କରୁଥିଲେ।
Answer:
ମଥୁରା

13. ‘ଜୀବନ’ ଅଭାବରେ __________ ବଞ୍ଚିପାରେ ନାହିଁ।
Answer:
ଝସ

14. କଂସ _______________ ରାଜ୍ୟର ରାଜା ଥୁଲେ।
Answer:
ମଥୁରା

15. ‘କାହା ମୁଖ ଅନାଇ ବଞ୍ଚି’ ପଦ୍ୟଟି ମଥୁରାମଙ୍ଗଳ ଛାନ୍ଦରୁ ____________ ସଂଗୃହୀତ ହୋଇଛି।
Answer:
ଷଷ୍ଠ

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

16. ‘ମଥୁରାମଙ୍ଗଳ’ କାବ୍ୟର ଷଷ୍ଠ ଛାନ୍ଦରେ ସମୁଦାୟ____________ ଟି ପଦ ଅଛି।
Answer:
୨୦

17. ‘କାହା ମୁଖ ଅନାଇ ବଞ୍ଚିବି’ କବିତାଟି ‘ମଥୁରାମଙ୍ଗଳ’କାବ୍ୟାନ୍ତର୍ଗତ ଷଷ୍ଠ ଛାନ୍ଦର ____________ ଟି ପଦର ସମନ୍ବିତ ରୂପ ଅଟେ।
Answer:
ପ୍ରଥମ ଆଠ

18. ମଥୁରାର ରାଜା ___________ ଧନୁତ୍ସବର ଆୟୋଜନ କରିଥିଲେ।
Answer:
କଂସ

19. ____________ କଂସଙ୍କର ଧନୁ ଉତ୍ସବ ଦେଖିବାକୁ ମଥୁରାକୁ ଯାଇଥିଲେ।
Answer:
କୃଷ୍ଣ

20. ଶ୍ରୀକୃଷ୍ଣ ଧନୁ ଉତ୍ସବ ଦେଖିବାକୁ ମଥୁରାକୁ ଯିବାବେଳେ _____________ ଙ୍କର ହୃଦୟ ଆଶଙ୍କାରେ ବ୍ୟାକୁଳ ହୋଇଉଠିଛି ।
Answer:
ଯଶୋଦା

21. ଯଶୋଦା କୃଷ୍ଣଙ୍କ ଶରୀରରେ ____________ କରୁଥିଲେ ।
Answer:
ଚତୁଃସମ

22. କୃଷ୍ଣଙ୍କ ଅନୁପସ୍ଥିତିରେ ଯଶୋଦା ___________ ରେ ଜୀବନ ହାରିବେ ବୋଲି କହିଛନ୍ତି ।
Answer:
ଗଣ୍ଡଜଳ

23. କୃଷ୍ଣ ରାଗିଗଲେ_________________ ଭାଙ୍ଗୁଥିଲେ ।
Answer:
ପାକଭାଣ୍ଡ

24. କୃଷ୍ଣ ନିଜର __________ କୁ ଦେଖୁ ଭୟ କରୁଥିଲେ।
Answer:
ଛାଇ

25. କୃଷ୍ଣ ଡରିଗଲେ _________ ଙ୍କୁ କୁଣ୍ଢାଇ ଧରୁଥିଲେ ।
Answer:
ମାଆ.

26. ଶ୍ରୀକୃଷ୍ଣ _________ ରେ ରାକ୍ଷସମାନଙ୍କୁ ଦେଖୁବେ ବୋଲି ଯଶୋଦା କହିଛନ୍ତି ।
Answer:
ମଧୁପୁର

27. ରାତିରେ ଶ୍ରୀକୃ ଷ୍ଣ __________ ଙ୍କ କୋଳରେ ଶୟନ କରୁଥିଲେ ।
Answer:
ଯଶୋଦା

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

28. କୃଷ୍ଣ ବନକୁ ଗଲେ ଯଶୋଦାଙ୍କ ମନରେ _________ ଅନୁଭୂତି ସୃଷ୍ଟି ହୁଏ।
Answer:
ପ୍ରାଣହୀନ

29. ‘ମଧୁଭୁବନ’ କହିଲେ _______ କୁ ବୁଝାଏ।
Answer:
ମଥୁରା

30. କୃଷ୍ଣଙ୍କର ___________ ରେ କୁଣ୍ଡଳ ଶୋଭାପାଏ।
Answer:
କାନ

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

D. ଠିକ୍ କିମ୍ବା ଭୁଲ୍ ଲେଖ।

1. ‘ଝସ’ କହିଲେ ପୃଥିବୀକୁ ବୁଝାଏ।
2. ପ୍ରଜା ବିନା ରାଜ୍ୟର ଅବସ୍ଥା ବିପର୍ଯ୍ୟସ୍ତ ହୁଏ।
3. କୃଷ୍ଣ ଚମକିପଡ଼ି ପିତାଙ୍କ କଣ୍ଠକୁ ଦୁଇହାତରେ ଭିଡ଼ି ଧରୁଥିଲେ।
4. ଭକ୍ତଚରଣ ଦାସ ‘କାହାମୁଖ ଅନାଇ ବଞ୍ଚିବି’ କବିତାଟିର କବି ଅଟନ୍ତି।
5. ମଧୁପୁର ଗଲେ ଶ୍ରୀକୃଷ୍ଣ ରାକ୍ଷସମାନଙ୍କୁ ଦେଖୁବେ ବୋଲି ଯଶୋଦା କହିଛନ୍ତି।
6. ରେବତୀ ଶ୍ରୀକୃଷ୍ଣଙ୍କ ଲଲାଟରେ କୁଙ୍କୁମ ଲଗାଇ ଦେଇଥିଲେ।
7. ଯଶୋଦା ଶ୍ରୀକୃଷ୍ଣଙ୍କୁ କାଛି ପିନ୍ଧାଇ ଦେଇଥିଲେ।
8. ଯଶୋଦା ଶ୍ରୀକୃଷ୍ଣଙ୍କୁ ପାଚିଲା କଦଳୀ ଖାଇବାକୁ ଦେଉଥିଲେ।
9. ମଧୁପୁରରେ ହାତୀ ଘୋଡ଼ାମାନେ ଗର୍ଜିବେ ବୋଲି ଯଶୋଦା କହିଛନ୍ତି।
10. ଯଶୋଦା କୃଷ୍ଣଙ୍କୁ ବୃନ୍ଦାବନକୁ ଯିବାକୁ ବାରଣ କରୁଥିଲେ।
11. ‘କାହା ମୁଖ ଅନାଇ ବଞ୍ଚିବି’ ପଦ୍ୟଟି ‘ମଥୁରାମଙ୍ଗଳ’ କାବ୍ୟର ପଞ୍ଚମ ଛାନ୍ଦରୁ ସଂଗୃହୀତ ହୋଇଛି।
12. ‘ମଥୁରାମଙ୍ଗଳ’ କାବ୍ୟର ଷଷ୍ଠ ଛାନ୍ଦରେ ସମୁଦାୟ ୨୦ ଟି ପଦ ଅଛି।
13. ‘କାହା ମୁଖ ଅନାଇ ବଞ୍ଚି’ କବିତାଟି ‘ମଥୁରାମଙ୍ଗଳ’ କାବ୍ୟାନ୍ତର୍ଗତ ଷଷ୍ଠ ଛାନ୍ଦର ଶେଷ ୮ଗୋଟି ପଦର ସମନ୍ବିତ ରୂପ ଅଟେ।
14. କୃଷ୍ଣ ନିଜର ଛାଇକୁ ଦେଖୁ ଭୟ କରୁଥିଲେ।

Answers
1. ଭୁଲ୍
2. ଭୁଲ୍
3. ଭୁଲ୍
4. ଠିକ୍
5. ଠିକ୍
6. ଭୁଲ୍
7 .ଠିକ୍
8. ଠିକ୍
9. ଠିକ୍
10. ଭୁଲ୍
11. ଭୁଲ୍
12. ଠିକ୍
13. ଭୁଲ୍
14. ଠିକ୍

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

E. ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ।

1. ‘ଝସ’ କହିଲେ କାହାକୁ ବୁଝାଏ?
(A) ଜଳ
(B) ମାଛ
(C) କଚ୍ଛପ
(D) କୁମ୍ଭୀର
Answer:
(B) ମାଛ

2. କାହା ବିନା ରାଜ୍ୟର ଅବସ୍ଥା ବିପର୍ଯ୍ୟସ୍ତ ହୁଏ ?
(A) ମନ୍ତ୍ରୀ
(B) ସଚିବ
(C) ରାଜା
(D) ସେନାପତି
Answer:
(C) ରାଜା

3. କୃଷ୍ଣ ତାଙ୍କ ପିତାଙ୍କୁ କ’ଣ ମାଗନ୍ତି ?
(A) ପୋଖରୀର ପଦ୍ମ
(B) ନବନୀତ
(C) ଆକାଶର ଚନ୍ଦ୍ର
(D) ଧନ
Answer:
(C) ଆକାଶର ଚନ୍ଦ୍ର

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

4. ଚନ୍ଦନ, ଅଗୁରୁ, କସ୍ତୁରୀ ଓ କୁଙ୍କୁମକୁ କ’ଣ କୁହାଯାଏ ?
(A) ଚତୁଃସମ
(B) ଚତୁଃରସ
(C) ଚତୁର୍ଦ୍ରବ୍ଯ
(D) ଚତୁର୍ଲେପ
Answer:
(A) ଚତୁଃସମ

5. କୃଷ୍ଣ କେଉଁ ସ୍ଥାନକୁ ଉଠିପାରନ୍ତି ନାହିଁ ବୋଲି ଯଶୋଦା କହିଛନ୍ତି ?
(A) ପର୍ବତକୁ
(B) ଗଛ ଉପରକୁ
(C) ପାବଚ୍ଛକୁ
(D) ପଲ୍ଯଙ୍କକୁ
Answer:
(C) ପାବଚ୍ଛକୁ

6. କେଉଁଥରେ ଉଯଙ୍କର ମୂର୍ତ୍ତିର ଚିତ୍ର ଦେଖ୍ କୃଷ୍ଣ ପଳାଇ ଯାଇଥଲେ ?
(A) କାନ୍ଥରେ
(B) ଭୂତଳେ
(C) ନୃତ୍ୟଶାଳାରେ
(D) ଚିତ୍ରଶାଳାରେ
Answer:
(A) କାନ୍ଥରେ

7. କୃଷ୍ଣ କ୍ଳାନ୍ତ ହୋଇ ରାତ୍ରିରେ କେଉଁଠାରେ ଶୋଇ ଯାଉଥିଲେ ?
(A) ଭୂତଳେ
(B) ବନରେ
(C) ପିତାଙ୍କ କୋଳରେ
(D) ମାତାଙ୍କ କୋଳରେ
Answer:
(D) ମାତାଙ୍କ କୋଳରେ

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

8. କୃଷ୍ଣ ଶୋଇଥିବାବେଳେ ଚମକି ଉଠୁଥିଲେ କାହିଁକି ?
(A) ଜ୍ଵର ହେତୁ
(B) ରୋଗ ହେତୁ
(C) କ୍ଳାନ୍ତ ହେତୁ
(D) ଭୟଙ୍କର ସ୍ବପ୍ନ ଦେଖୁ
Answer:
(D) ଭୟଙ୍କର ସ୍ବପ୍ନ ଦେଖୁ

9 . କୃଷ୍ଣ ଚମକିପଡ଼ି କାହା କଣ୍ଠକୁ ଦୁଇହାତରେ ଭିଡ଼ି ଧରୁଥିଲେ ?
(A) ନନ୍ଦଙ୍କର
(B) ବଳରାମଙ୍କର
(C) ମାତାଙ୍କର
(D) ଗୋପବାଳକଙ୍କର
Answer:
(C) ମାତାଙ୍କର

10. ଯଶୋଦା କୃଷ୍ଣଙ୍କ ଆଜ୍‌ରେ କ’ଣ ଲଗାଇ ଦିଅନ୍ତି ?
(A) ଚନ୍ଦନ
(B) କୁଙ୍କୁମ
(C) ଅଞ୍ଜନ
(D) ଅଗୁରୁ
Answer:
(C) ଅଞ୍ଜନ

11. କୃଷ୍ଣ ମଥୁରାକୁ ଗଲେ ଯଶୋଦା କେଉଁଠାରେ ନିଜ ଜୀବନ ବିସର୍ଜନ କରିବେ ବୋଲି କହିଛନ୍ତି ?
(A) ଗଣ୍ଡଜଳରେ
(B) ଯମୁନା ନଦୀରେ
(C) ସମୁଦ୍ରରେ
(D) ପୁଷ୍କରିଣୀରେ
Answer:
(A) ଗଣ୍ଡଜଳରେ

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

12. ‘ପିତାଙ୍କୁ ମାଗିବ କେହୁ ହରିରେ ଜୀବଧନ’ – ଏଠାରେ ‘ହରି’ ଶବ୍ଦଟି କେଉଁ ଅର୍ଥରେ ବ୍ୟବହୃତ ହୋଇଛି ?
(A) ଖେଳଣା
(B) ନାରାୟଣ
(C) ଚାନ୍ଦ
(D) ନେଉଳ
Answer:
(C) ଚାନ୍ଦ

13. ‘କାହାମୁଖ ଅନାଇ ବଞ୍ଚିବି’ କବିତାଟିର କବି କିଏ ?
(A) ମଧୁସୂଦନ ରାଓ
(B) ଭକ୍ତଚରଣ ଦାସ
(C) ଦୀନବନ୍ଧୁ ଦାସ
(D) ଜଗନ୍ନାଥ ଦାସ
Answer:
(B) ଭକ୍ତଚରଣ ଦାସ

14. ଚତୁଃସମ କାହାକୁ କୁହନ୍ତି ?
(A) ଚନ୍ଦନ, ଅଗୁରୁ, କୁଙ୍କୁମ ଓ କସ୍ତୁରୀ
(B) ଚନ୍ଦନ, ଫୁଲ, ତୁଳସୀ, ମହୁ
(C) ବେଲପତ୍ର, ଚନ୍ଦନ, ତୁଳସୀ, ମହୁ
(D) ଦୁଗ୍ଧ, ମହୁ, ମିଶ୍ରି, ଛେନା
Answer:
(A) ଚନ୍ଦନ, ଅଗୁରୁ, କୁଙ୍କୁମ ଓ କସ୍ତୁରୀ

15. କୃଷ୍ଣଙ୍କ କାନରେ କ’ଣ ଶୋଭାପାଏ ?
(A) ସୁବର୍ଣ୍ଣକୁଣ୍ଡଳ
(B) ମୋତିମାଳି
(C) ହୀରାଫୁଲ
(D) ସୁବର୍ଣ୍ଣମାଳି
Answer:
(A) ସୁବର୍ଣ୍ଣକୁଣ୍ଡଳ

16. କୃଷ୍ଣ କ’ଣ ଦେଖୁ ଘରୁ ପଳାଇଯା’ନ୍ତି ?
(A) ରାକ୍ଷସ ମୂର୍ତ୍ତି
(B) କାନ୍ଥରେ ଥିବା ଭୟଙ୍କର ଚିତ୍ରପନ୍ତି
(C) ଭୟଙ୍କର ପଶୁ
(D) ସର୍ପ
Answer:
(B) କାନ୍ଥରେ ଥିବା ଭୟଙ୍କର ଚିତ୍ରପନ୍ତି

17. କଂସପୁର ଗଲେ ଶ୍ରୀକୃଷ୍ଣ କାହାକୁ ଦେଖୁବେ ବୋଲି ଯଶୋଦା କହିଛନ୍ତି ?
(A) କଂସକୁ
(B) ରାକ୍ଷସମାନଙ୍କୁ
(C) ଯମୁନାନଦୀକୁ
(D) ହାତୀଘୋଡ଼ାମାନଙ୍କୁ
Answer:
(B) ରାକ୍ଷସମାନଙ୍କୁ

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

18. ‘କାହା ମୁଖ ଅନାଇ ବଞ୍ଚିବି’ କବିତାଟି କେଉଁ କାବ୍ୟର ଅଂଶବିଶେଷ ?
Answer:
(A) ଲାବଣ୍ୟବତୀ
(B) ଗୋପମଙ୍ଗଳ
(C) ମଥୁରା ମଙ୍ଗଳ
(D) ଦ୍ବାରିକା ମଙ୍ଗଳ
Answer:
(C) ମଥୁରା ମଙ୍ଗଳ

19. ‘ମଥୁରା ମଙ୍ଗଳ’ କାବ୍ୟର ପ୍ରଣେତା କିଏ ?
(A) ଅରକ୍ଷିତ ଦାସ
(B) ବତ୍ସା ଦାସ
(C) ଦନେଇ ଦାସ
(D) ଭକ୍ତଚରଣ ଦାସ
Answer:
(D) ଭକ୍ତଚରଣ ଦାସ

20. ମାତା ଯଶୋଦା ‘ଶ୍ୟାମଘନ’ ବୋଲି କାହାକୁ ସମ୍ବୋଧନ କରିଛନ୍ତି ?
(A) ମେଘକୁ
(B) କୃଷ୍ଣଙ୍କୁ
(C) ବଳରାମଙ୍କୁ
(D) କଳାହାଣ୍ଡିଆ ମେଘକୁ
Answer:
(C) ବଳରାମଙ୍କୁ

21. ‘କାହା ମୁଖ ଅନାଇ ବଞ୍ଚି’– ଏହି ଉକ୍ତିଟି ମାତା ଯଶୋଦା କାହା ଉଦ୍ଦେଶ୍ୟରେ କହିଛନ୍ତି ?
(A) ବଳରାମ
(B) ଶ୍ରୀକୃଷ୍ଣ
(C) ନନ୍ଦ
(D) ରାଧା
Answer:
(B) ଶ୍ରୀକୃଷ୍ଣ

22. ‘ଜୀବନ ବିହୁନେ ଯେହ୍ନେ ଝସ’– ଏଠାରେ ଜୀବନ ଶବ୍ଦ କେଉଁ ଅର୍ଥରେ ପ୍ରଯୁକ୍ତ ହୋଇଛି ?
Answer:
(A) ପ୍ରାଣ
(B) ପବନ
(C) ଜଳ
(D) ଅମୃତ
Answer:
(C) ଜଳ

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

23. ଶ୍ରୀକୃଷ୍ଣ କେଉଁଥରେ ଘାରି ହେଉଥିଲେ ?
(A) ନିଦ୍ରାରେ
(B) ନିଶାରେ
(C) ଦୁଃଖରେ
(D) ଶୋକରେ
Answer:
(A) ନିଦ୍ରାରେ

24. ଯଶୋଦା ଶ୍ରୀକୃଷ୍ଣଙ୍କ କେଶ ବନ୍ଧନ କରି କେଉଁଥରେ ସୁବେଶ କରୁଥିଲେ ?
(A) କୁଙ୍କୁମରେ
(B) କୁସୁମରେ
(C) ବସ୍ତ୍ରରେ
(D) ମୟୂର ଚନ୍ଦ୍ରିକାରେ
Answer:
(B) କୁସୁମରେ

BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି

ବିଷୟଗତ ଶବ୍ଦାବଳୀ ଓ ଉତ୍ତର

ଶ୍ୟମଘନ – କଳାମେଘ / ଶ୍ରୀକୃଷ୍ଣ|
ମଧୁକୁଚନ – ମଥୁରାପୁର।
ଦଶଦିଗ – ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ, ଅଗ୍ନି, ବାୟୁ, ଈଶାନ, ନୈଋତ, ଊର୍ଦ୍ଧ୍ବ ଓ ଅଧଃ —ଏହି ହେଲା ଦଶଟି ଦିଗ।
ଶୁନ୍ତ୍ୟ – ଖାଲି।
ନିଶିଦିସ, – ଦିନରାତି।
ଜବସ – ଜଳ।
ଖଷ – ମାଛ।
ଯେହୋ – ଯେପରି।
ଚତୁଃସମ – ଚନ୍ଦନ, ଅଗୁରୁ, କୁଙ୍କୁମ ଓ କସ୍ତୁରୀ।
ସୁଷମ – ସୁନ୍ଦର।
BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି
BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି Q . 3
BSE Odisha 9th Class Odia Solutions Chapter 1 କାହା ମୁଖ ଅନାଇ ବଞ୍ଚିବି Q . 4

BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.6

Odisha State Board BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.6 Textbook Exercise Questions and Answers.

BSE Odisha Class 6 Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.6

Question 1.
C କୁ କେନ୍ଦ୍ରବିନ୍ଦୁ ନେଇ 4.5 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କର । P, Q, R ବିନ୍ଦୁକୁ ଚିହ୍ନଟ କର ଯେପରି P ବିନ୍ଦୁ ବୃତ୍ତର ଅନ୍ତର୍ଦ୍ଦେଶରେ, ‘Q’ ବିନ୍ଦୁ ବୃତ୍ତ ଉପରେ ଓ ‘R’ ବିନ୍ଦୁ ବୃତ୍ତ ର ବହିଃର୍ଦ୍ଦେଶରେ ରହିବ ।
ସମାଧାନ:
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.6 1

Question 2.
‘O” କୁ କେନ୍ଦ୍ରବିନ୍ଦୁ ରୂପେ ନେଇ 4 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କର । A͞B ନାମକ ଏକ ଜ୍ୟା ଅଙ୍କନ କର । କ୍ଷୁଦ୍ରଚାପ ଉପରେ ଏକ ବିନ୍ଦୁ ‘X’ ଚିହ୍ନଟ କର ।
ସମାଧାନ:
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.6 2

BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.6

Question 3.
ନିମ୍ନସ୍ଥ ଉକ୍ତିଗୁଡ଼ିକ ମଧ୍ୟରୁ ଠିକ୍ ଉକ୍ତି ପାଖରେ ଠିକ୍ ଚିହ୍ନ () ଓ ଭୁଲ୍ ଉକ୍ତି ପାଖରେ ଛକି ଚିହ୍ନ (✗) ଦିଅ। 
(କ) ବୃତ୍ତର ପ୍ରତ୍ୟେକ ବ୍ୟାସାର୍ଦ୍ଧ ଏକ ଜ୍ୟା ଅଟେ ।
ସମାଧାନ:

(ଖ) ବୃତ୍ତର ପ୍ରତ୍ୟେକ ବ୍ୟାସ ଏକ ଜ୍ୟା ଅଟେ ।
ସମାଧାନ:

(ଗ) ବୃତ୍ତର ପ୍ରତ୍ୟେକ ଜ୍ୟା କେନ୍ଦ୍ରରେ ସମନ୍ବିଖଣ୍ଡିତ ହୁଏ ।
ସମାଧାନ:

(ଘ) ବୃତ୍ତର ପ୍ରତ୍ୟେକ ଜ୍ୟା ଏକ ରେଖାଖଣ୍ଡ ଯାହାର ପ୍ରାନ୍ତ ବିନ୍ଦୁଦ୍ବୟ ବୃତ୍ତ ଉପରେ ଅବସ୍ଥିତ ।
ସମାଧାନ:

(ଚ) ଏକ ବୃତ୍ତର ପ୍ରତ୍ୟେକ ବ୍ୟାସର ମଧ୍ୟବିନ୍ଦୁ ହେଉଛି ଉକ୍ତ ବୃତ୍ତର କେନ୍ଦ୍ର।
ସମାଧାନ:

Question 4.
‘O’ କୁ କେନ୍ଦ୍ର ରୂପେ ନେଇ 3.7 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକବୃତ୍ତ ଅଙ୍କନ କର । ପ୍ରୋଟ୍ରାକ୍ଟର ବ୍ୟବହାର କରି ଏକ ବୃତ୍ତକଳା ଅଙ୍କନ କର, ଯାହାର କେନ୍ଦ୍ରୀୟ କୋଣର ପରିମାଣ 72° ।
ସମାଧାନ:
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.6 3

BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.6

Question 5.
ଶୂନ୍ୟସ୍ଥାନ ପୂରଣ କର । (<, >, = ଚିହ୍ନମାନଙ୍କ ମଧ୍ୟରୁ ଉପଯୁକ୍ତ ଚିହ୍ନକୁ ବ୍ୟବହାର କର ।) 
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.6 4
(କ) OP _______ OQ, ଯେଉଁଠି ‘O’ ବୃତ୍ତର କେନ୍ଦ୍ରବିନ୍ଦୁ । P ବିନ୍ଦୁ ବୃତ୍ତ ଉପରିସ୍ଥ ଓ Q ବିନ୍ଦୁ ବୃତ୍ତର ଅନ୍ତଃର୍ଦ୍ଦେଶରେ ଅବସ୍ଥିତ । 
ସମାଧାନ:
>

(ଖ) OP _______ OR, ଯେଉଁଠି ‘O’ ବୃତ୍ତର କେନ୍ଦ୍ରବିନ୍ଦୁ । P ବୃତ୍ତ ଉପରିସ୍ଥ ଏକ ବିନ୍ଦୁ ଏବଂ R ବିନ୍ଦୁ ବୃତ୍ତର ବହିଃର୍ଦ୍ଦେଶରେ ଅବସ୍ଥିତ । 
ସମାଧାନ:
<

(ଗ) \(\widehat{\mathrm{AXB}}\) ର ଦୈର୍ଘ୍ୟ _______  ଅର୍ଦ୍ଧବୃତ୍ତର ଦୈର୍ଘ୍ୟ । 
ସମାଧାନ:
=

CHSE Odisha Class 12 History Chapter 10 Objective Questions in Odia Medium

Odisha State Board CHSE Odisha Class 12 History Solutions Chapter 10 ସୁଫି ଓ ଭକ୍ତି ଆନ୍ଦୋଳନ Objective Questions.

CHSE Odisha 12th Class History Chapter 10 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ଭକ୍ତକବି ଜଗନ୍ନାଥ ଦାସଙ୍କୁ କିଏ ଅତିବଡ଼ୀ ଉପାଧ୍ ପ୍ରଦାନ କରିଥିଲେ ?
(କ) କବୀର
(ଖ) ନାନକ
(ଗ) ଶ୍ରୀଚୈତନ୍ୟ
(ଘ) ରାମାନଦ
Answer:
(ଗ) ଶ୍ରୀଚୈତନ୍ୟ

୨ । ମଇନୁଦ୍ଦିନ୍ ଚିସ୍ତି ଭାରତର କେଉଁ ସ୍ଥାନରେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ ?
(କ) ପଞ୍ଜାବ
(ଖ) ରାଜସ୍ଥାନ
(ଗ) ଆଜମୀର
(ଘ) ଦିଲୀ
Answer:
(ଗ) ଆଜମୀର

୩ । କେବେ ମୁଇନୁଦ୍ଦିନ୍ ଚିସ୍ତି ଦେହତ୍ୟାଗ କରିଥିଲେ ?
(କ) ୧୨୩୧ ଖ୍ରୀ.ଅ.
(ଖ) ୧୨୩୨ ଖ୍ରୀ.ଅ.
(ଗ) ୧୨୩୩ ଖ୍ରୀ.ଅ.
(ଘ) ୧୨୩୪ ଖ୍ରୀ.ଅ.
Answer:
(ଘ) ୧୨୩୪ ଖ୍ରୀ.ଅ.

୪ । କେଉଁଠାରେ ଫରିଦ୍ ଜନ୍ମଗ୍ରହଣ କରିଥିଲେ ?
(କ) ଲାହୋର
(ଖ) ପାରସ୍ଯ
(ଗ) ଆଫଗାନିସ୍ଥାନ
(ଘ) କାବୁଲ
Answer:
(ଗ) ଆଫଗାନିସ୍ଥାନ

୫। କେଉଁ ସୁଫିସନ୍ଥଙ୍କର କର୍ମସ୍ଥଳୀ ଥିଲା ହାସୀ ?
(କ) ବାବା ଫରିଦ୍
(ଖ) ନିଜାମୁଦିନ ଆଉଲିଆ
(ଗ) ଶେଖ୍ ନାସିରୁଦ୍ଦିନ୍
(ଘ) ମଇନୁଦ୍ଦିନ୍ ଚିସ୍ତି
Answer:
(କ) ବାବା ଫରିଦ୍

CHSE Odisha Class 12 History Chapter 10 Objective Questions in Odia Medium

୬ । କିଏ କହିଥିଲେ, ‘ରାଜା ଓ ସମ୍ଭ୍ରାନ୍ତମାନଙ୍କ ସହିତ ବନ୍ଧୁତା ସ୍ଥାପନ କରନାହିଁ । ତୁମର ଆଧ୍ୟାତ୍ମିକ ଜୀବନ ପ୍ରତି ସେମାନଙ୍କର ସାକ୍ଷାତ୍‌କୁ ମାରାତ୍ମକ ବୋଲି ବିବେଚନା କର ।’’
(କ) ମଇନୁଦ୍ଦିନ୍ ଚିସ୍ତି
(ଖ) ବାବା ଫରିଦ୍
(ଗ) ଶେଖ୍ ନାସିରୁଦ୍ଦିନ୍
(ଘ) ନିଜାମଉଦ୍ଦିନ୍ ଆଉଲିଆ
Answer:
(ଖ) ବାବା ଫରିଦ୍ର

୭ । ୧୨୩୬ ଖ୍ରୀଷ୍ଟାବ୍ଦରେ ବାଦାଉନ୍‌ଠାରେ କେଉଁ ସୁଫିସନ୍ଥ ଜନ୍ମଗ୍ରହଣ କରିଥିଲେ ?
(କ) ଶେଖ୍ ସଲିମ୍
(ଖ) ନିଜାମୁଦ୍ଦିନ୍ ଆଉଲିଆ
(ଗ) ଶେଖ୍ ନାସିରୁଦ୍ଦିନ୍
(ଘ) ମଇନୁଦ୍ଦିନ୍ ଚିସ୍ତି
Answer:
(ଖ) ନିଜାମୁଦ୍ଦିନ୍ ଆଉଲିଆ

୮ । କେଉଁ ସୁଫିସନ୍ଥ ଦିଲ୍ଲୀ ନିକଟବର୍ତ୍ତୀ ଗିୟାସପୁରଠାରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ ?
(କ) ଶେଖ୍ ସଲିମ୍
(ଖ) ନିଜାମୁଦ୍ଦିନ୍ ଆଉଲିଆ
(ଗ) ବାବା ଫରିଦ୍
(ଘ) ମଇନୁଦ୍ଦିନ୍ ଚିମ୍ପି
Answer:
(ଖ) ନିଜାମୁଦ୍ଦିନ୍ ଆଉଲିଆ

୯ । କେଉଁ ସୁଫିସନ୍ଥଙ୍କୁ ‘ଦିଲ୍ଲୀର ଚିରାଗ’ ବୋଲି କୁହାଯାଉଥିଲା ?
(କ) ଶେଖ୍ ନାସିରୁଦ୍ଦିନ୍
(ଖ) ବାବା ଫରିଦ୍
(ଗ) ଶେଖ୍ ସଲିମ୍
(ଘ) ମଇନୁଦ୍ଧନ୍
Answer:
(କ) ଶେଖ୍ ନାସିରୁଦ୍ଦିନ୍

୧୦ । କେବେ ଶେଖ୍ ନାସିରୁଦ୍ଦିନ୍ ଦେହତ୍ୟାଗ କରିଥିଲେ ?
(କ) ୧୩୩୨ ଖ୍ରୀ.ଅ.
(ଖ) ୧୩୩୩ ଖ୍ରୀ.ଅ.
(ଗ) ୧୩୩୪ ଖ୍ରୀ.ଅ.
(ଘ) ୧୩୩୬ ଖ୍ରୀ.ଅ.
Answer:
(କ) ୧୩୩୬ ଖ୍ରୀ.ଅ.

୧୧ । ଫତେପୁରସିକ୍ରିଠାରେ କେଉଁ ସୁଫିସନ୍ଥ ଅବସ୍ଥାନ କରୁଥିଲେ ?
(କ) ମଇନୁଦ୍ଦିନ୍ ଚିସ୍ତି
(ଖ) ଶେଖ୍ ସଲିମ୍
(ଗ) ନିଜାମୁଦ୍ଦିନ୍ ଆଉଲିଆ
(ଘ)ଶେଖ୍ ଲିମ୍
Answer:
(ଖ) ଶେଖ୍ ସଲିମ୍

୧୨ । ସୁହରାବର୍ତ୍ତୀ ସଂପ୍ରଦାୟର ପ୍ରତିଷ୍ଠାତା କିଏ ଥିଲେ ?
(କ) ସିହାବୁଦ୍ଦିନ୍ ସୁହରାବନ୍ଦୀ
(ଖ) ହମିଦ୍‌ଉଦ୍ଦିନ ନାଗୌରୀ
(ଗ) ଶେଖ୍ ବାହାଉଦ୍ଦିନ୍ ଜାକାରିୟା
(ଘ) ବଜରୁଦ୍ଦିନ୍ ଅରିଫ୍
Answer:
(କ) ସିହାବୁଦ୍ଦିନ୍ ସୁହରାବନ୍ଦୀ

CHSE Odisha Class 12 History Chapter 10 Objective Questions in Odia Medium

୧୩ । ସୁହରାବର୍ତୀ ସଂପ୍ରଦାୟର କେଉଁ ସନ୍ଥ ୧୧୮୨ ଖ୍ରୀଷ୍ଟାବ୍ଦରେ ମୁଲତାନଠାରେ ଜନ୍ମଗ୍ରହଣ କରିଥିଲେ ?
(କ) ଶେଖ୍ ବାହାଉଦ୍ଦିନ୍ ଜାକାରିୟା
(ଖ) ହମିଦ୍‌ଉଦ୍ଦିନ ନାଗୌରୀ
(ଗ) ରୁକ୍‌ଉଦ୍ଦିନ୍
(ଘ) ବଜରୁଦ୍ଦିନ୍ ଅରିଫ୍
Answer:
(କ) ଶେଖ୍ ବାହାଉଦ୍ଦିନ୍ ଜାକାରିୟା

୧୪ । କିଏ କାଦିର ସମ୍ପ୍ରଦାୟ ପ୍ରତିଷ୍ଠା କରିଥିଲେ ?
(କ) ଶେଖ୍ ଅବଦୁଲ
(ଖ) ମହମ୍ମଦ ଜିଲାନୀ
(ଗ) ଶାହା ନିଆମତାଲା
(ଘ)ଶେଖ୍ ହମିଦ୍‌ଗଞ୍ଜ
Answer:
(କ) ଶେଖ୍ ଅବଦୁଲ

୧୫ । କିଏ କାଦିର ସଂପ୍ରଦାୟଙ୍କୁ ଭାରତରେ ଲୋକପ୍ରିୟ କରାଇଥିଲେ ?
(କ) ଶେଖ୍ ଅବଦୁଲ
(ଖ) ମହମ୍ମଦ ଜିଲାନୀ
(ଗ) ଶେଖ୍ ହମିଦ୍‌ଗଞ୍ଜ
(ଘ) ଶେଖ୍ ମାଲି
Answer:
(ଖ) ମହମ୍ମଦ ଜିଲାନୀ

୧୬ । କିଏ ନକସ୍ଵବଦୀ ସଂପ୍ରଦାୟକୁ ଭାରତରେ ଲୋକପ୍ରିୟ କରାଇଥିଲେ ?
(କ) ବାକ୍ସିବିଲ୍ଲା
(ଖ) ମହମ୍ମଦ ସରହିଜ୍
(ଗ) ୱାଲି ଉଲ୍ଲା
(ଘ) ମୀର ଦାର୍ଦ
Answer:
(କ) ବାକ୍ସିବିଲ୍ଲା

୧୭ । କିଏ ପ୍ରଥମେ ଦାକ୍ଷିଣାତ୍ୟରେ ଭକ୍ତିବାଦ ପ୍ରଚାର କରିଥିଲେ ?
(କ) ରାମାନୁଜ
(ଖ) ନିମ୍ବାର୍କ
(ଗ) ରାମାନନ୍ଦ
(ଘ) କବାର
Answer:
(କ) ରାମାନୁଜ

୧୮ । ଭକ୍ତିବାଦର କେଉଁ ପ୍ରଚାରକ ପ୍ରୟାଗଠାରେ ଜନ୍ମଗ୍ରହଣ କରିଥିଲେ ?
(କ) ରାମାନୁଜ
(ଖ) ରାମାନନ୍ଦ
(ଗ) ନିମ୍ବାର୍କ
(ଘ) ନାନକ
Answer:
(ଖ) ରାମାନନ୍ଦ

୧୯ । ଉତ୍ତର ଭାରତରେ ଭକ୍ତିବାଦର ପ୍ରଥମ ପ୍ରଚାରକଙ୍କ ନାମ ଲେଖ ।
(କ) କବୀର
(ଖ) ନିମ୍ବାର୍କ
(ଗ) ରାମାନୁଜ
(ଘ) ନାନକ
Answer:
(କ) କବୀର

୨୦ । କେବେ କବୀର ଜନ୍ମଗ୍ରହଣ କରିଥିଲେ ?
(କ) ୧୪୩୪ ଖ୍ରୀ.ଅ.
(ଖ) ୧୪୩୫ ଖ୍ରୀ.ଅ.
(ଗ) ୧୪୩୮ ଖ୍ରୀ.ଅ.
(ଘ) ୧୪୪୦ ଖ୍ରୀ.ଅ.୦
Answer:
(ଘ) ୧୪୪୦ ଖ୍ରୀ.ଅ.

CHSE Odisha Class 12 History Chapter 10 Objective Questions in Odia Medium

୨୧ । ମୁସଲମାନ ତନ୍ତୀ ନୀରୁ ଓ ତାଙ୍କ ପତ୍ନୀ ନିମା କାହାଙ୍କୁ ଲାଳନପାଳନ କରିଥିଲେ ?
(କ) କବୀର
(ଖ) ନାନକ
(ଗ) ଶ୍ରୀଚୈତନ୍ୟ
(ଘ) ନିମ୍ବାର୍କ
Answer:
(କ) କବୀର

୨୨ । ରାମାନନ୍ଦଙ୍କର ପ୍ରିୟ ଶିଷ୍ୟଙ୍କ ନାମ ଲେଖ ।
(କ) କବୀର
(ଖ) ବଲ୍ଲଭାଚାର୍ଯ୍ୟ
(ଗ) ଶ୍ରୀଚୈତନ୍ୟ
(ଘ) ନାନକ
Answer:
(କ) କବୀର

୨୩ । ଭକ୍ତିବାଦର କେଉଁ ପ୍ରଚାରକଙ୍କର ଶିଷ୍ୟମାନଙ୍କୁ ‘କବୀରପନ୍ଥୀ’ କୁହାଯାଉଥିଲା ?
(କ) ନିମ୍ବାର୍କ
(ଖ) ବଲ୍ଲଭାଚାର୍ଯ୍ୟ
(ଗ) କବୀର
(ଘ) ରାମାନନ୍ଦ
Answer:
(ଗ) କବୀର

୨୪ । କିଏ ‘ଦୋହା’ ମାଧ୍ୟମରେ ଭକ୍ତିବାଦର ପ୍ରଚାର କରି ଲୋକପ୍ରିୟ ହୋଇଥିଲେ ?
(କ) ନିମ୍ବାର୍କ
(ଖ) ରାମାନୁଜ
(ଗ) ରାମାନନ୍ଦ
(ଘ) କବୀର
Answer:
(ଘ) କବୀର

୨୫ । କିଏ ଶିଙ୍ଖଧର୍ମ ପ୍ରତିଷ୍ଠା କରିଥିଲେ ?
(କ) କବୀର
(ଖ) ନାନକ
(ଗ) ଶ୍ରୀଚୈତନ୍ୟ
(ଘ) ରାମାନୁଜ
Answer:
(ଖ) ନାନକ

୨୬ । କିଏ ୧୪୬୯ ଖ୍ରୀଷ୍ଟାବ୍ଦରେ ଲାହୋର ନିକଟବର୍ତୀ ତାଇୱାନ୍ଦି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ?
(କ) ରାମାନୁଜ
(ଖ) ରାମାନନ୍ଦ
(ଗ) କବୀର
(ଘ) ନାନକ
Answer:
(ଘ) ନାନକ

୨୭ । ଗ୍ରନ୍ଥସାହେବ ବା ଆଦିଗ୍ରନ୍ଥରେ କାହା ବାଣୀ ସନ୍ନିବେଶିତ ?
(କ) ନାନକ
(ଖ) କବୀର
(ଗ) ଶ୍ରୀଚୈତନ୍ୟ
(ଘ) ରାମାନୁଜ
Answer:
(କ) ନାନକ

୨୮ । କେବେ ନାନକ ଦେହତ୍ୟାଗ କରିଥିଲେ ?
(କ) ୧୫୩୬ ଖ୍ରୀଷ୍ଟାବ୍ଦ
(ଖ) ୧୫୩୭ ଖ୍ରୀଷ୍ଟାବ୍ଦ
(ଗ) ୧୫୩୮ ଖ୍ରୀଷ୍ଟାବ୍ଦ
(ଘ) ୧୫୪୦ ଖ୍ରୀଷ୍ଟାବ୍ଦ
Answer:
(ଖ) ୧୫୩୮ ଖ୍ରୀଷ୍ଟାବ୍ଦ

୨୯ । କିଏ ନିଜର ମୃତ୍ୟୁ ପୂର୍ବରୁ ଅଙ୍ଗଦଙ୍କୁ ନିଜର ଉତ୍ତରାଧିକାରୀ ରୂପେ ମନୋନୀତ କରିଥିଲେ ?
(କ) ନାନକ
(ଖ) ରାମାନନ୍ଦ
(ଗ) କବୀର
(ଘ) ଶ୍ରୀଚୈତନ୍ୟ
Answer:
(କ) ନାନକ

CHSE Odisha Class 12 History Chapter 10 Objective Questions in Odia Medium

୩୦ । କିଏ ୧୪୮୬ ଖ୍ରୀଷ୍ଟାବ୍ଦରେ ପଶ୍ଚିମବଙ୍ଗର ନବଦ୍ଵୀପରେ ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ?
(କ) ନାନକ
(ଖ) ଶ୍ରୀଚୈତନ୍ୟ
(ଗ) କବୀର
(ଘ) ବଲ୍ଲଭାଚାର୍ଯ୍ୟ
Answer:
(ଖ) ଶ୍ରୀଚୈତନ୍ୟ

୩୧ । ଜଗନ୍ନାଥ ମିଶ୍ର ଓ ଶଚୀଦେବୀ କାହାର ପିତା ଓ ମାତା ଭାବେ ପରିଚିତ ?
(କ) ନାନକ
(ଖ) ଶ୍ରୀଚୈତନ୍ୟ
(ଗ) କବୀର
(ଘ) ରାମାନୁଜ
Answer:
(ଖ) ଶ୍ରୀଚୈତନ୍ୟ

୩୨ । କିଏ ବିଶ୍ୱମ୍ଭର ଓ ନିମାଇଁ ନାମରେ ପରିଚିତ ଥିଲେ ?
(କ) ଶ୍ରୀଚୈତନ୍ୟ
(ଖ) କବୀର
(ଗ) ନାନକ
(ଘ) ନିମ୍ବାର୍କ
Answer:
(କ) ଶ୍ରୀଚୈତନ୍ୟ

୩୩ । କିଏ ‘ଗୌରାଙ୍ଗ ମହାପ୍ରଭୁ’ ନାମରେ ବିଖ୍ୟାତ ହୋଇଥିଲେ ?
(କ) ନାନକ
(ଖ) ଶ୍ରୀଚୈତନ୍ୟ
(ଗ) କବୀର
(ଘ) ବଲ୍ଲଭାଚାର୍ଯ୍ୟ
Answer:
(ଖ) ଶ୍ରୀଚୈତନ୍ୟ

୩୪ । କେବେ ଶ୍ରୀଚୈତନ୍ୟ ଦେହତ୍ୟାଗ କରିଥିଲେ ?
(କ) ୧୫୩୦ ଖ୍ରୀ.ଅ.
(ଖ) ୧୫୩୧ ଖ୍ରୀ.ଅ.
(ଗ) ୧୫୩୨ ଖ୍ରୀ.ଅ.
(ଘ) ୧୫୩୩ ଖ୍ରୀ.ଅ.୦
Answer:
(ଘ) ୧୫୩୩ ଖ୍ରୀ.ଅ.

CHSE Odisha Class 12 History Chapter 10 Objective Questions in Odia Medium

୩୫ । ‘ଗୁରୁମୁଖୀ’ ଭାଷାରେ କିଏ ନିଜର ଧର୍ମମତ ପ୍ରଚାର କରିଥିଲେ ?
(କ) ନାନକ
(ଖ) ଶ୍ରୀଚୈତନ୍ୟ
(ଗ) କବୀର
(ଘ) ରାମାନୁଜ
Answer:
(କ) ନାନକ

୩୬ । କେଉଁ ମୁସଲମାନ କବି ପ୍ରଥମେ ଊର୍ଦ୍ଧ୍ଵ ଭାଷାରେ କବିତା ରଚନା କରିଥିଲେ ?
(କ) ଆବୁଲଫାଜଲ
(ଖ) ଫାୟାଜୀ
(ଗ) ଅମୀର ଖୁସ୍ର
(ଘ) ଅମୀର ହାସାନ୍
Answer:
(ଗ) ଅମୀର ଖୁସ୍ରୁ

୩୭ । ଓଡ଼ିଶାର କେଉଁ ରାଜା ଶ୍ରୀଚୈତନ୍ୟଙ୍କର ପୃଷ୍ଠପୋଷକତା କରିଥିଲେ ?
(କ) କପିଳେନ୍ଦ୍ରଦେବ
(ଖ) ପୁରୁଷୋତ୍ତମଦେବ
(ଗ) ପ୍ରତାପରୁଦ୍ରଦେବ
(ଘ) ଚୋଡ଼ଗଙ୍ଗଦେବ
Answer:
(ଗ) ପ୍ରତାପରୁଦ୍ରଦେବ

୩୮ । କିଏ ‘ତାରିଖ-ଇ-ଫିରୋଜଶାହୀ’ ଗ୍ରନ୍ଥ ରଚନା କରିଥିଲେ ?
(କ) ଜିଆଉଦ୍ଦିନ୍ ବରାଣୀ
(ଖ) ଅମୀର ଖୁସୁ
(ଗ) ଇଜାମୀ
(ଘ) ସାରଙ୍ଗଧର
Answer:
(କ) ଜିଆଉଦ୍ଦିନ ବରାଣୀ

୩୯ । କିଏ ‘ତବାକତ୍-ଇ-ନାସିରୀ’ ପୁସ୍ତକ ରଚନା କରିଥିଲେ ?
(କ) ମିନ୍‌ହାଜ୍-ଉସ୍ – ସିରାଜ
(ଖ) ଅମୀର ଖୁସୁ
(ଗ) ଜିଆଉଦ୍ଦିନ୍ ବରାଣୀ
(ଘ) ରଟ୍ ବି
Answer:
(କ) ମିହାଜ୍- ଉସ୍-ସିରାଜ୍

୪୦ । କବୀରଙ୍କ ଆଧ୍ୟାମିକ ଗୁରୁ କିଏ ଥିଲେ ?
(କ) ଶଙ୍କରାଚାର୍ଯ୍ୟ
(ଖ) ମର୍ଦ୍ଦନା
(ଗ) ରାମାନନ୍ଦ
(ଘ) ଈଶ୍ୱରପୁରୀ
Answer:
(ଗ) ରାମାନନ୍ଦ

CHSE Odisha Class 12 History Chapter 10 Objective Questions in Odia Medium

୪୧ । କବୀରପନ୍ଥୀମାନଙ୍କ ପ୍ରଧାନ ଧର୍ମଗ୍ରନ୍ଥ କ’ଣ ?
(କ) ଦୋହା
(ଖ) ବାଜକ
(ଗ) ଗ୍ରନ୍ଥସାହେବ
(ଘ) ଗୁରୁମୁଖା
Answer:
(ଖ) ବୀଜକ

୪୨ । ନିମ୍ନୋକ୍ତଙ୍କ ମଧ୍ୟରୁ ନାନକଙ୍କ ପିତା କିଏ ଥିଲେ ?
(କ) ନୀରୁ
(ଖ) କାଲୁବେଦୀ
(ଗ) ମର୍ଦ୍ଦନା
(ଘ) ଜଗନ୍ନାଥ ମିଶ୍ର
Answer:
(ଖ) କାଲୁବେଦୀ

୪୩ । ଶ୍ରୀଚୈତନ୍ୟଙ୍କୁ କିଏ କୃଷ୍ଣମନ୍ତ୍ରରେ ଦୀକ୍ଷା ପ୍ରଦାନ କରିଥିଲେ ?
(କ) ରାମାନନ୍ଦ
(ଖ) ଈଶ୍ୱରପୁରୀ
(ଗ) ଜଗନ୍ନାଥ ମିଶ୍ର
(ଘ) ଶଙ୍କରାଚାଯ୍ୟ
Answer:
(ଖ) ଈଶ୍ୱରପୁରୀ

୪୪ । ଶିଖ୍ ଶବ୍ଦର ଅର୍ଥ କ’ଣ ?
(କ) ଗୁରୁ
(ଖ) ପିତା
(ଗ) ଭ୍ରାତା
(ଘ) ଶିଷ୍ୟ
Answer:
(ଘ) ଶିଷ୍ୟ

୪୫ । ନିମ୍ନୋକ୍ତ ମଧ୍ଯରୁ ଶିଖୁମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥ କ’ଣ ?
(କ) ବୀଜକ
(ଖ) ଜେନ୍ଦ-ଆଭେସ୍ତ
(ଗ) ଗ୍ରନ୍ଥସାହେବ
(ଘ) ଗୁରୁମୁଖା
Answer:
(ଗ) ଗ୍ରନ୍ଥସାହେବ

B. ଶୂନ୍ୟସ୍ଥାନ ପୂରଣ କର ।

୧ । ସୁଫ୍ ଶବ୍ଦର ଅର୍ଥ ________________।
Answer:
ଉଲ୍ ବସ୍ତ୍ର ନିର୍ମାଣର ଏକ ସାମଗ୍ରୀ

୨। ନିଜାମୁଦ୍ଦିନ୍ ଆଉଲିଆ___________________ ଖ୍ରୀ.ଅ.ରେ ଜନ୍ମଗ୍ରହଣ କରିଥିଲେ ।
Answer:
୧୨୬୬

୩ । ________________ ଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ପଶମ ବସ୍ତ୍ର ଓ ମୁଦ୍ରାଥଳି ଶେଖ୍ ନାସିରୁଦ୍ଦିନ୍ ଗ୍ରହଣ କରି ନଥିଲେ ।
Answer:
ମହମ୍ମଦ ବିନ୍ ତୋଗଲୋକ

୪ । ନାସିରୁଦ୍ଧନ୍ ଚିସ୍ତ _______________ ଠାରେ ଆଉଲିଆଙ୍କ ଶିଷ୍ୟତ୍ଵ ଗ୍ରହଣ କରିଥିଲେ ।
Answer:
ଦିଲ୍ଲୀ

CHSE Odisha Class 12 History Chapter 10 Objective Questions in Odia Medium

୫। ଶେଖ୍ ବାହାଉଦ୍ଦିନ୍ ଜାକାରିୟା _______________ ଖ୍ରୀ.ଅ.ରେ ଜନ୍ମଗ୍ରହଣ କରିଥିଲେ ।
Answer:
୧୧୮୨

୬ । ମହମ୍ମଦ ତୋଗଲକ ଓ ଫିରୋଜଶାହା ତୋଗଲକଙ୍କ ସମୟରେ _________________ ସମ୍ପ୍ରଦାୟର ବିଶେଷ ଅଗ୍ରଗତି ହୋଇଥିଲା ।
Answer:
ସୁହରାବନ୍ଦୀ

୭ | ନକସ୍ଵନ୍ଦୀ ସମ୍ପ୍ରଦାୟର ଅନୁଗାମୀମାନେ _________________ ପାଳନ ଉପରେ ଅଧ‌ିକ ଗୁରୁତ୍ଵ ଦେଉଥିଲେ ।
Answer:
ଶାରିଆଡ଼

୮ । ଅଦ୍ଵୈତ ମତବାଦର ପ୍ରଚାରକ ଥିଲେ _____________ ।
Answer:
ଶଙ୍କରାଚାର୍ଯ୍ୟ

୯ । _____________ ଖ୍ରୀ.ଅ.ରେ କବୀର ଜନ୍ମଗ୍ରହଣ କରିଥିଲେ ।
Answer:
୧୪୪୦

୧୦ । ‘‘ଯଦି ପ୍ରସ୍ତରମାନ ପୂଜାକରି ଜଣେ ଈଶ୍ଵରଙ୍କୁ ଦେଖ‌ିବାକୁ ପାଏ, ମୁଁ ଗୋଟିଏ ପାହାଡ଼କୁ ପୂଜା କରିବି ।’’ ଏହା _______________ କହିଥିଲେ ।
Answer:
କବୀର

୧୧। ________________ ଙ୍କର ପିତାଙ୍କ ନାମ କାଲୁବେଦୀ ଥିଲା ।
Answer:
ନାନକ

୧୨ । ନାନକଙ୍କର ଧର୍ମପ୍ରଚାରର ଭାଷା ଥିଲା _______________ ।
Answer:
ଗୁରୁମୁଖୀ

୧୩ । ଓଡ଼ିଶା ପ୍ରସିଦ୍ଧ ପଞ୍ଚସଖା ________________ ଙ୍କର ଶିଷ୍ୟତ୍ଵ ଗ୍ରହଣ କରିଥିଲେ ।
Answer:
ଶ୍ରୀଚୈତନ୍ୟ

CHSE Odisha Class 12 History Chapter 10 Objective Questions in Odia Medium

୧୪। ______________ ଙ୍କୁ ଦିଲ୍ଲୀର ଚିରାଗ ବୋଲି ଅଭିହିତ କରାଯାଉଥିଲା ।
Answer:
ଶେଖ୍ ନାସିରୁଦ୍ଦିନ ଚିଷ୍ଠି

୧୫ । ବଲ୍ଲଭାଚାର୍ଯ୍ୟ ______________ ଧର୍ମକୁ ଜନପ୍ରିୟ କରାଇଥିଲେ ।
Answer:
କୃଷ୍ଣଧର୍ମ

C. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ଭକ୍ତିର ଅର୍ଥ କ’ଣ ?
Answer:
ଭକ୍ତିର ଅର୍ଥ ଈଶ୍ବରଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧା ପ୍ରଦର୍ଶନ ।

୨। ଭକ୍ତି ଆନ୍ଦୋଳନ ଫଳରେ କେଉଁ ଭାଷାର ଉତ୍ପତ୍ତି ହୋଇଥିଲା ?
Answer:
ଭକ୍ତି ଆନ୍ଦୋଳନ ଫଳରେ ଉର୍ଦୁ ଭାଷାର ଉତ୍ପତ୍ତି ହୋଇଥିଲା ।

୩ । କର୍ମମାର୍ଗ କ’ଣ ?
Answer:
କର୍ମମାର୍ଗ ଅନୁସାରେ ମୂର୍ତ୍ତିପୂଜା, ଯୋଗ, ସାଧନା, ଆରାଧନା, ଦାନ, ଦକ୍ଷିଣା ଓ ତୀର୍ଥଯାତ୍ରା ଇତ୍ୟାଦି କ୍ରିୟାକର୍ମଦ୍ଵାରା ମୋକ୍ଷପ୍ରାପ୍ତି ସମ୍ଭବ ହୋଇଥାଏ ।

୪ । ରାମାନୁଜ କେବେ ଓ କେଉଁଠି ଜନ୍ମଗ୍ରହଣ କରିଥିଲେ ?
Answer:
୧୦୬୦ ଖ୍ରୀ.ଅ.ରେ ରାମାନୁଜ ତିରୁପତିଠାରେ ଜନ୍ମଗ୍ରହଣ କରିଥିଲେ ।

୫ । ରାମାନନ୍ଦଙ୍କର ପ୍ରଧାନ ଶିଷ୍ୟ କିଏ ଥିଲେ ?
Answer:
ପଦ୍ମାବତୀ ଓ ସୁରସାରୀ ରାମାନନ୍ଦଙ୍କର ପ୍ରଧାନ ଶିଷ୍ୟ ଥିଲେ ।

୬। କବୀର କେଉଁ ଭାଷାରେ ଭକ୍ତିବାଦ ପ୍ରଚାର କରିଥିଲେ ?
Answer:
କବୀର ହିନ୍ଦୀ ଭାଷାରେ ଭକ୍ତିବାଦ ପ୍ରଚାର କରିଥିଲେ ।

CHSE Odisha Class 12 History Chapter 10 Objective Questions in Odia Medium

୭ । ଶିଖ୍ମାନଙ୍କର ପବିତ୍ର ଧର୍ମଗ୍ରନ୍ଥର ନାମ କ’ଣ ?
Answer:
ଶିଖ୍ମାନଙ୍କର ପବିତ୍ର ଧର୍ମଗ୍ରନ୍ଥର ନାମ ଗ୍ରନ୍ଥସାହେବ ।

୮। ଭକ୍ତି ଆନ୍ଦୋଳନର ତିନିଜଣ ସନ୍ଥଙ୍କ ନାମ ଲେଖ ।
Answer:
କବୀର, ନାନକ ଏବଂ ଚୈତନ୍ୟ ଭକ୍ତ ଆନ୍ଦୋଳନର ତିନିଜଣ ସନ୍ଥ ଥିଲେ ।

୯ । ଚୈତନ୍ୟ କାହାଠାରୁ ଦୀକ୍ଷା ଗ୍ରହଣ କରିଥିଲେ ?
Answer:
ଚୈତନ୍ୟ ଈଶ୍ଵରପୁରୀ ନାମକ ଜଣେ ସାଧୁ ପୁରୁଷଙ୍କ ନିକଟରୁ ଦୀକ୍ଷା ଗ୍ରହଣ କରିଥିଲେ ।

୧୦ । ମଇନୁଦ୍ଦିନ୍ ଚିସ୍ତଙ୍କର ସୁଫିବାଦର କେଉଁ ସମ୍ପ୍ରଦାୟ ସହିତ ସମ୍ପର୍କ ଥିଲା ?
Answer:
ମଇନୁଦ୍ଦିନ ଚିସ୍ତିଙ୍କର ସୁଫିବାଦର ଚିସ୍ତା ସମ୍ପ୍ରଦାୟ ସହିତ ସମ୍ପର୍କ ଥିଲା ।

୧୧ । କେଉଁ ସୁଫିସନ୍ତ ବାବା ଫରିଦ୍ ନାମରେ ଖ୍ୟାତିଲାଭ କରିଥିଲେ ?
Answer:
ସୁଫିସନ୍ଥ ଫରିଦୁଦ୍ଦିନ୍ ବାବା ଫରିଦ୍ ନାମରେ ଖ୍ୟାତିଲାଭ କରିଥିଲେ ।

୧୨ । ଶ୍ରୀଚୈତନ୍ୟ କେଉଁ ଧର୍ମ ପ୍ରଚାର କରିଥିଲେ ?
Answer:
ଶ୍ରୀଚୈତନ୍ୟ ବୈଷ୍ଣବ ଧର୍ମ ପ୍ରଚାର କରିଥିଲେ ।

୧୩ । ନାନକ ବିବାହ କରିଥିବା କନ୍ୟାର ନାମ କ’ଣ ଥିଲା ?
Answer:
ନାନକ ବିବାହ କରିଥିବା କନ୍ୟାର ନାମ ସୁଲଖଇନ୍ ଥିଲା ।

୧୪ । କେଉଁ କେଉଁ ଭାଷାର ସମ୍ମିଶ୍ରଣରେ ଊର୍ଦ୍ଧ୍ଵ ଭାଷା ସୃଷ୍ଟି ହୋଇଥୁଲା ?
Answer:
ପାର୍ସୀ ଏବଂ ହିନ୍ଦୀ ଭାଷାର ସମ୍ମିଶ୍ରଣରେ ଊର୍ଦ୍ଧ୍ଵ ଭାଷାର ସୃଷ୍ଟି ହୋଇଥିଲା

CHSE Odisha Class 12 History Chapter 10 Objective Questions in Odia Medium

୧୫ । ଯୁଗ୍ମ ନୃତ୍ୟ ବା ‘ଡୁଏଟ୍’ କିପରି ସୃଷ୍ଟି ହୋଇଥିଲା ?
Answer:
କବାଲୀ ତଥା ଗଜଲ୍‌ର ଅନୁକରଣରେ ହିନ୍ଦୁମାନେ ଯୁଗ୍ମ ନୃତ୍ୟ ବା ଡୁଏଟ୍ ପ୍ରସ୍ତୁତ କରିଥିଲେ ।

୧୬ । ସୁଫିବାଦ କ’ଣ ?
Answer:
ସୁଫି ମତବାଦ ପ୍ରେମ ଉପରେ ପ୍ରତିଷ୍ଠିତ ଏବଂ ଏକେଶ୍ୱରବାଦ ଉପରେ ଏହା ବିଶ୍ଵାସ କରିଥାଏ ।

୧୭ । ‘ଚିସ୍ତା ସମ୍ପ୍ରଦାୟ’ କିଏ ଆରମ୍ଭ କରିଥିଲେ ?
Answer:
ଅବ୍‌ଦୁଲ୍ ଚିସ୍ତି ‘ଚିସ୍ତି ସମ୍ପ୍ରଦାୟ’ ଆରମ୍ଭ କରିଥିଲେ ।

୧୮ । କିଏ ‘ଉମୀର ରାସୋ’ ରଚନା କରିଥିଲେ ?
Answer:
ସାରଙ୍ଗଧର ‘ଉମୀର ରାସୋ ରଚନା କରିଥିଲେ ।

୧୯ । କାଦିରୀ ସମ୍ପ୍ରଦାୟ କେଉଁ ସୁଫି ସନ୍ଥଙ୍କଦ୍ଵାରା ପ୍ରତିଷ୍ଠିତ ହୋଇଥିଲା ?
Answer:
କାଦିରୀ ସମ୍ପ୍ରଦାୟ ଅବ୍‌ଦୁଲ୍ କାଦିର୍ ଜିଲାନିଙ୍କଦ୍ଵାରା ପ୍ରତିଷ୍ଠିତ ହୋଇଥିଲା ।

୨୦ । ନକ୍‌ବାଦ ସମ୍ପ୍ରଦାୟ ସହିତ ସମ୍ପର୍କ ରଖୁଥ‌ିବା ଜଣେ ସୁଫି ସନ୍ଥଙ୍କର ନାମ ଲେଖ ।
Answer:
ନକ୍‌ବାଦ ସମ୍ପ୍ରଦାୟ ସହିତ ସମ୍ପର୍କ ରଖୁଥ‌ିବା ସୁଫି ସନ୍ଥଙ୍କର ନାମ ହେଲା, ଖୁଜା ବାକ୍ସି ବିଲ୍ଲା, ସଇଖ୍ ଅହମ୍ମଦ ସରହିନ୍ଦ୍ ।

୨୧ । ଓଡ଼ିଶାର ପଞ୍ଚସଖା କାହାଦ୍ଵାରା ପ୍ରଭାବିତ ହୋଇଥିଲେ ?
Answer:
ଓଡ଼ିଶାର ପଞ୍ଚସଖା ଚୈତନ୍ୟଙ୍କଦ୍ଵାରା ପ୍ରଭାବିତ ହୋଇଥିଲେ ।

୨୨ । ଊର୍ଦ୍ଧ୍ଵ ଭାଷା କେଉଁ ଭାଷା ନାମରେ ପ୍ରଥମେ କଥିତ ଥିଲା ?
Answer:
ଊର୍ଦ୍ଧ୍ଵ ଭାଷା ପ୍ରଥମେ ‘ଯବନ-ଇ-ହିନ୍ଦୁଭି’ ନାମରେ କଥ୍ତ ଥିଲା ।

CHSE Odisha Class 12 History Chapter 10 Objective Questions in Odia Medium

୨୩ । ‘ତାରିଖ-ଇ-ଫିରୋଜଶାହୀ’ ଲେଖକ କିଏ ?
Answer:
‘ତାରିଖ୍ -ଇ-ଫିରୋଜଶାହୀ’ର ଜିଆଉଦ୍ଦିନ୍ ବରାନୀଙ୍କଦ୍ଵାରା ଲିଖୁତ ହୋଇଥିଲା ।

୨୪ । ଖୁଜା ମଇନୁଦ୍ଦିନ୍ ଚିସ୍ତି କେବେ ମୃତ୍ୟୁବରଣ କରିଥିଲେ ?
Answer:
୧୨୩୪ ଖ୍ରୀ.ଅ.ରେ ଖୁଜା ମଇନୁଦ୍ଦିନ୍ ଚିସ୍ତି ମୃତ୍ୟୁବରଣ କରିଥିଲେ ।

୨୫ । କବୀର କେବେ ଜନ୍ମଗ୍ରହଣ କରିଥିଲେ ?
Answer:
୧୪୪୦ ଖ୍ରୀ.ଅ.ରେ କବୀର ଜନ୍ମଗ୍ରହଣ କରିଥିଲେ ।

୨୬ । କବୀରଙ୍କ ଶିଷ୍ୟମାନଙ୍କୁ କ’ଣ କୁହାଯାଏ ?
Answer:
କବୀରଙ୍କ ଶିଷ୍ୟମାନଙ୍କୁ ‘କବୀରପନ୍ଥୀ’ କୁହାଯାଏ ।

୨୭ । ‘ବୀଜକ କ’ଣ ?
Answer:
‘ବୀଜକରେ କବୀରଙ୍କ ନୀତିବାଣୀଗୁଡ଼ିକ ଲିପିବଦ୍ଧ ହୋଇଛି ।

୨୮ । କିଏ ‘ତବାକତ-ଇ-ନାସିରୀ’ ରଚନା କରିଥିଲେ ?
Answer:
କାଜି ‘ମିନ୍‌ହାଜ–ଉସ୍-ସିରାଜ’ ତବାକତ-ଇ-ନାସିରୀ ରଚନା କରିଥିଲେ ।

୨୯ । କବୀର କେବେ ମୃତ୍ୟୁବରଣ କରିଥିଲେ ?
Answer:
କବୀର ୧୫୧୦ ଖ୍ରୀ.ଅ.ରେ ମୃତ୍ୟୁବରଣ କରିଥିଲେ ।

୩୦ । ନାନକ କେବେ ଓ କେଉଁଠାରେ ଜନ୍ମଲାଭ କରିଥିଲେ ?
Answer:
ନାନକ ୧୪୬୯ରେ ଲାହୋର ନିକଟବର୍ତ୍ତୀ ତାଇୱାନ୍ଦି (ନାନକୋନା)ଠାରେ ଜନ୍ମଗ୍ରହଣ କରିଥିଲେ ।

CHSE Odisha Class 12 History Chapter 10 Objective Questions in Odia Medium

୩୧ । କେଉଁ ଭାଷାରେ ନାନକ ନିଜର ଧର୍ମବାଣୀ ପ୍ରଚାର କରିଥିଲେ ?
Answer:
ଗୁରୁ ନାନକ ‘ଗୁରୁମୁଖୀ’ ଭାଷାରେ ନିଜର ଧର୍ମବାଣୀ ପ୍ରଚାର କରିଥିଲେ ।

୩୨ । କେବେ ନାନକ ମୃତ୍ୟୁବରଣ କରିଥିଲେ ?
Answer:
ନାନକ ୧୫୩୮ ଖ୍ରୀ.ଅ.ରେ ମୃତ୍ୟୁବରଣ କରିଥିଲେ ।

୩୩ । ଅଙ୍ଗଦ କିଏ ?
Answer:
ଅଙ୍ଗଦ ହେଉଛନ୍ତି ଗୁରୁ ନାନକଙ୍କ ଶିଷ୍ୟ ଓ ଉତ୍ତରାଧ୍ୟାକାରୀ ।

୩୪ । ଶ୍ରୀଚୈତନ୍ୟ କେବେ ଓ କେଉଁଠାରେ ଜନ୍ମଲାଭ କରିଥିଲେ ?
Answer:
ଶ୍ରୀଚୈତନ୍ୟ ୧୪୮୬ ଖ୍ରୀ.ଅ.ରେ ବଙ୍ଗଳାର ନବଦ୍ଵୀପଠାରେ ଜନ୍ମଗ୍ରହଣ କରିଥିଲେ ।

୩୫ । ଶ୍ରୀଚୈତନ୍ୟ କାହାକୁ ‘ଅତିବଡ଼ୀ’ ଉପାଧ୍ ପ୍ରଦାନ କରିଥିଲେ ?
Answer:
ଶ୍ରୀଚୈତନ୍ୟ ଜଗନ୍ନାଥ ଦାସଙ୍କୁ ‘ଅତିବଡ଼ୀ’ ଉପାଧ୍ ପ୍ରଦାନ କରିଥିଲେ ।

D. ଭ୍ରମ ସଂଶୋଧନ କର ।

୧। ୧୯୬୬ ଖ୍ରୀଷ୍ଟାବ୍ଦରେ ବ୍ଲାଜା ଅବଦୁଲ୍ ଚିସ୍ତଙ୍କଦ୍ଵାରା ଚିସ୍ତଗୋଷ୍ଠୀ ଆରମ୍ଭ ହୋଇଥିଲା ।
Answer:
୯୬୬ ଖ୍ରୀଷ୍ଟାବ୍ଦରେ ଖୂଜା ଅବଦୁଲ୍ ଚିମ୍ପିଙ୍କଦ୍ଵାରା ଚିଣ୍ଡିଗୋଷ୍ଠୀ ଆରମ୍ଭ ହୋଇଥିଲା ।

୨। ଚିସ୍ତି ସମ୍ପ୍ରଦାୟର ଶେଷ ବିଖ୍ୟାତ ସୁଫିସନ୍ଥ ଥିଲେ ଶେଖ୍ ନିଜାମୁଦ୍ଦିନ୍ ଆଉଲିଆ ।
Answer:
ଚିସ୍ତା ସମ୍ପ୍ରଦାୟର ଶେଷ ବିଖ୍ୟାତ ସୁଫୀସନ୍ଥ ଥିଲେ ଶେଖ୍ ନାସିରୁଦ୍ଦିନ୍ ।

CHSE Odisha Class 12 History Chapter 10 Objective Questions in Odia Medium

୩। ଭକ୍ତି ଆନ୍ଦୋଳନର ସୂତ୍ରପାତ ପ୍ରଥମେ ପୂର୍ବ ଭାରତରେ ହୋଇଥିଲା ।
Answer:
ଭକ୍ତି ଆନ୍ଦୋଳନର ସୂତ୍ରପାତ ପ୍ରଥମେ ଦଷିଶ ଭାରତରେ ହୋଇଥିଲା ।

୪ । ଶଙ୍କରାଚାର୍ଯ୍ୟ ତାଙ୍କର ‘ବେଦାନ୍ତ ସଂଗ୍ରହ’ ପୁସ୍ତକରେ ବିଷ୍ଣୁଙ୍କୁ ଏକ ଅବତାର ବୋଲି ବର୍ଣ୍ଣନା କରିଛନ୍ତି ।
Answer:
ରାମାନନ୍ଦ ତାଙ୍କର ‘ବେଦାନ୍ତ ସଂଗ୍ରହ’ ପୁସ୍ତକରେ ବିଷ୍ଣୁଙ୍କୁ ଏକ ଅବତାର ବୋଲି ବର୍ଣ୍ଣନା କରିଛନ୍ତି ।

୫ । ୧୫୯୫ ଖ୍ରୀ.ଅ.ରେ ଚୈତନ୍ୟ ସନ୍ୟାସବ୍ରତ ଗ୍ରହଣ କରିଥିଲେ ।
Answer:
୧୫୧୦ ଖ୍ରୀ.ଅ.ରେ ଚୈତନ୍ୟ ସନ୍ୟାସବ୍ରତ ଗ୍ରହଣ କରିଥିଲେ ।

୬ । ଗଜପତି କପିଳେନ୍ଦ୍ରଦେବଙ୍କ ରାଜତ୍ଵ ସମୟରେ ଶ୍ରୀଚୈତନ୍ୟ ଓଡ଼ିଶାକୁ ଆସିଥିଲେ ।
Answer:
ଗଜପତି ପ୍ରତାପରୁଦ୍ରଦେବଙ୍କ ରାଜତ୍ଵ ସମୟରେ ଶ୍ରୀଚୈତନ୍ୟ ଓଡ଼ିଶାକୁ ଆସିଥିଲେ ।

୭ । ଦିଲ୍ଲୀଠାରେ ନାନକ ଆଶ୍ରମ ପ୍ରତିଷ୍ଠା କରିଥିଲେ ।
Answer:
କର୍ତ୍ତାରପୁରଠାରେ ନାନକ ଆଶ୍ରମ ପ୍ରତିଷ୍ଠା କରିଥିଲେ ।

CHSE Odisha Class 12 History Chapter 11 Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 11 ଭାରତରେ ବ୍ରିଟିଶ୍ ଔପନିବେଶିକ ଅର୍ଥନୀତି (୧୭୫୭ ରୁ ୧୮୫୭) Short & Long Answer Questions

CHSE Odisha 12th Class History Chapter 11 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି | ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। ଡେଲ୍ହାଉସୀଙ୍କ ସମୟରେ ହୋଇଥିବା କୃଷିର ବ୍ୟବସାୟୀକରଣ ବିଷୟରେ ଲେଖ ।
Answer:
ଡେଲ୍ହାଉସୀଙ୍କ ସମୟରେ ଉନ୍ମୋଚିତ ହୋଇଥିବା ଗଙ୍ଗା କେନାଲ ପରି ପରବର୍ତ୍ତୀ ସମୟରେ ବହୁ କେନାଲ ଉଦ୍‌ଘାଟିତ ହୋଇଥିଲା । ଏହା ଜଳସେଚନରେ ସହାୟକ ହୋଇ ଶସ୍ୟ ଉତ୍ପାଦନ ବୃଦ୍ଧି କରିବା ଦିଗରେ ସହାୟକ ହୋଇଥଲା । ମରୁଡ଼ି ଏବଂ ଜଳାଭାବ ସମୟରେ କେନାଲରୁ ଜଳ ନେଇ କୃଷିକାର୍ଯ୍ୟରେ ବିନିଯୋଗ କରାଯାଇପାରିଥିଲା ।

୨। ଭାରତରେ ସଡ଼କର ଉନ୍ନତି ପାଇଁ କିଏ ଦୃଷ୍ଟି ଦେଇଥିଲେ ? କେଉଁ ସଡ଼କର ନିର୍ମାଣ କାର୍ଯ୍ୟ ୧୮୩୯ ଖ୍ରୀ.ଅ.ରୁ ଆରମ୍ଭ ହୋଇ ୧୮୫୦ ଖ୍ରୀ.ଅ.ରେ ଶେଷ ହେଲା ?
Answer:
ଭାରତରେ ସଡ଼କର ଉନ୍ନତି ପାଇଁ ଲର୍ଡ଼ ଉଇଲିୟମ୍ ବେଣ୍ଟିକ୍ ଦୃଷ୍ଟି ଦେଇଥିଲେ । ଗ୍ରାଣ୍ଡ ଟ୍ରଙ୍କ ରୋଡ଼ର ନିର୍ମାଣ କାର୍ଯ୍ୟ ୧୮୩୯ ଖ୍ରୀ.ଅ.ରୁ ଆରମ୍ଭ ହୋଇ ୧୮୫୦ ଖ୍ରୀ.ଅ.ରେ ଶେଷ ହୋଇଥିଲା ।

୩ । କେବେ ଭାରତରେ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ? ୧୮୫୩ ଖ୍ରୀ.ଅ.ରେ ବ୍ୟବହୃତ ପ୍ରଥମ ରେଳପଥ କେଉଁଠାରୁ କେଉଁ ପର୍ଯ୍ୟନ୍ତ ନିର୍ମିତ ହୋଇଥିଲା ?
Answer:
୧୮୫୦ ଖ୍ରୀ.ଅ.ରେ ଭାରତରେ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ୧୮୫୩ ଖ୍ରୀ.ଅ.ରେ ପ୍ରଥମେ ବମ୍ବେରୁ ଥାନେ ପର୍ଯ୍ୟନ୍ତ ରେଳରାସ୍ତା ନିର୍ମିତ ହୋଇଥିଲା ।

୪। କିଏ ଭାରତରେ ଡାକ ଆଇନ ପ୍ରଚଳନ କରିଥିଲେ ? ଡାକ ମାହାସୁଲ କିପରି ନିର୍ଦ୍ଧାରିତ ହୋଇଥିଲା ?
Answer:
ଲର୍ଡ ଡେଲ୍ହାଉସୀ ଭାରତରେ ଡାକ ଆଇନ ପ୍ରଚଳନ କରିଥିଲେ । ଦୂରତ୍ୱ ନିର୍ବିଶେଷରେ ଅଧତୋଳା ଓଜନର ପ୍ରତି ଚିଠି ପାଇଁ ଦୁଇ ପଇସା ମୂଲ୍ୟର ଡାକ ମାହାସ୍କୁଲ ଧାର୍ଯ୍ୟ ହୋଇଥିଲା ।

୫। ଇଂରେଜମାନଙ୍କର ବାଣିଜ୍ୟ ନୀତି ଭାରତରେ କୁଟୀରଶିଳ୍ପକୁ କିପରି ଏକ ଶକ୍ତ ଧକ୍‌କା ଦେଇଥୁଲା ?
Answer:
ଭାରତୀୟମାନଙ୍କର ବାଣିଜ୍ୟକୁ ଶକ୍ତ ଧକ୍‌କା ଦେଇଥିବା ଇଂରେଜମାନେ ଭାରତରୁ କଞ୍ଚାମାଲ ଲୁଟିନେବା ସହିତ ଭାରତୀୟ କୁଟୀରଶିଳ୍ପକୁ ରୁଗ୍‌ଣ କରିଦେଇଥିଲେ । ଭାରତର ବୁଣାକାର, ବଢ଼େଇ ଓ ତୈଳିକ ଆଦି ବିଭିନ୍ନ ପେସାର ବ୍ୟକ୍ତିମାନଙ୍କୁ ନିରୁତ୍ସାହିତ କରାଗଲା । ଏହା ଭାରତୀୟମାନଙ୍କର ବାଣିଜ୍ୟକୁ ଶକ୍ତ ଧକ୍‌କା ଦେବା ସହିତ ଭାରତର ଅର୍ଥନୀତିକୁ ବହୁମାତ୍ରାରେ ହଁବଳ କରିଦେଇଥିଲା ।

CHSE Odisha Class 12 History Chapter 11 Short & Long Answer Questions in Odia Medium

୬। ଚିରସ୍ଥାୟୀ ବନ୍ଦୋବସ୍ତ କ’ଣ ?
Answer:
୧୭୯୩ ଖ୍ରୀଷ୍ଟାବ୍ଦରେ ଲର୍ଡ଼ କର୍ଡୱାଲିସ୍ ବଙ୍ଗଦେଶରେ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରବର୍ତ୍ତନ କରିଥିଲେ । ଏହି ବନ୍ଦୋବସ୍ତ ଅନୁଯାୟୀ ଜମିଦାରମାନଙ୍କୁ ଜମିର ସ୍ବତ୍ବାଧୀକାରୀଭାବେ ସ୍ଵୀକାର କରାଗଲା ଏବଂ ସେମାନେ ପ୍ରତିବର୍ଷ ସରକାରଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଭୂ-ରାଜସ୍ୱ ଦେବାକୁ ବାଧ୍ୟ ହେଲେ ।

୭ । କେଉଁ ଉଦ୍ଦେଶ୍ୟରେ କମ୍ପାନୀକୁ ଭୂ-ରାଜସ୍ୱ ବନ୍ଦୋବସ୍ତ କରିବାକୁ ପଡ଼ିଥିଲା ?
Answer:
ଭାରତୀୟ ରାଜନୀତିରେ ଔପନିବେଶବାଦକୁ ସମ୍ପୂର୍ଣ୍ଣରୂପେ ପ୍ରବେଶ କରାଇବା ଲକ୍ଷ୍ୟରେ କମ୍ପାନୀକୁ ଭୂ- ରାଜସ୍ଵ ବନ୍ଦୋବସ୍ତ କରିବାକୁ ପଡ଼ିଥିଲା । ତେଣୁ ୧୮୧୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପ୍ରଶାସନିକ ଓ ବିଚାର ବିଭାଗରେ ଯେଉଁ ପରିବର୍ତ୍ତନ କରାଗଲା ତା’ର ଅସଲ ଉଦ୍ଦେଶ୍ୟ ହେଲା ସାମ୍ରାଜ୍ୟବାଦ ଅଭିବୃଦ୍ଧି ପାଇଁ ଭୂ-ରାଜସ୍ୱ ଆଦାୟ । ରୟତମାନଙ୍କୁ ରାଜସ୍ଵର ବୋଝ ବହନ କରିବାକୁ ପଡ଼ିଥିଲା ।

୮। ଚିରସ୍ଥାୟୀ ବନ୍ଦୋବସ୍ତର ଦୁଇଟି ସୁଫଳ ଲେଖ ।
Answer:
ଚିରସ୍ଥାୟୀ ବନ୍ଦୋବସ୍ତର ଦୁଇଟି ସୁଫଳ ହେଲା ।

  • ଚିରସ୍ଥାୟୀ ବନ୍ଦୋବସ୍ତ ଫଳରେ କୃଷିର ଉନ୍ନତି ସମ୍ଭବ ହୋଇପାରିଥିଲା ।
  • କୃଷିର ଉନ୍ନତି ଘଟିବା ଫଳରେ କୃଷକମାନଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବାକୁ ଲାଗିଲା । ଏହାଦ୍ୱାରା ଜମିଦାରମାନେ ମଧ୍ୟ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ପୁଞ୍ଜି ନିବେଶ କରି ଏହାର ଶ୍ରୀବୃଦ୍ଧି ଘଟାଇଥିଲେ ।

୯ । ଚିରସ୍ଥାୟୀ ବନ୍ଦୋବସ୍ତର ଦୁଇଟି କୁଫଳ ଲେଖ ।
Answer:
ଚିରସ୍ଥାୟୀ ବନ୍ଦୋବସ୍ତର ଦୁଇଟି କୁଫଳ ହେଲା

  • ଏହି ଚିରସ୍ଥାୟୀ ବନ୍ଦୋବସ୍ତ କୃଷକମାନଙ୍କର ସ୍ବାର୍ଥକୁ ଉପେକ୍ଷା କରିଥିଲା ।
  • ଏହି ବନ୍ଦୋବସ୍ତ ଫଳରେ ବିଳାସୀ ଜମିଦାରୀ ଗୋଷ୍ଠୀର ଉଦ୍ଭବ ଘଟିଥିଲା ।

୧୦ । ବିତ୍ତର ବହିଃପ୍ରବାହ ତତ୍ତ୍ଵକୁ କେଉଁମାନେ ସମାଲୋଚନା କରି କ’ଣ ମନ୍ତବ୍ୟ ଦେଇଥିଲେ ?
Answer:
ବିତ୍ତର ବହିଃପ୍ରବାହ ତତ୍ତ୍ଵକୁ ରମେଶଚନ୍ଦ୍ର ଦତ୍ତ, ଜି.ଭି. ଯୋଶୀ ଏବଂ ଥର୍ନଟର୍ନ କଠୋର ସମାଲୋଚନା କରିଥିଲେ । ସେମାନେ ମତବ୍ୟକ୍ତ କରିଥିଲେ ଯେ, ‘ଭାରତୀୟ ଅର୍ଥନୀତି ଏବଂ ବାଣିଜ୍ୟର ବିକାଶ କ୍ଷେତ୍ରରେ ବିତ୍ତର ବହିଃପ୍ରବାହ ପ୍ରଧାନ ପ୍ରତିବନ୍ଧକ ଅଟେ ।’’

୧୧ । ରେଳପଥର ବିକାଶ କିପରି ଭାରତୀୟମାନଙ୍କ ମଧ୍ୟରେ ରାଜନୈତିକ ଚେତନା ଆଣିବାରେ ସଫଳ ହୋଇଥିଲା ?
Answer:
ଭାରତରେ ରେଳପଥର ବିକାଶ ଯୋଗୁ ଲୋକମାନେ ସହଜରେ ଓ ସ୍ଵଳ୍ପ ମୂଲ୍ୟରେ ଯାତାୟାତ କରିପାରିଲେ । ଧନୀ, ଦରିଦ୍ର, ସବର୍ଣ୍ଣ ଓ ଅସବର୍ଣ୍ଣ ଲୋକମାନେ ଗୋଟିଏ ବଗିରେ ଏକତ୍ର ଯାତ୍ରା କରିବାରୁ ଉଚ୍ଚନୀଚ ଭେଦଭାବ ଓ ତାରତମ୍ୟ ହ୍ରାସ ପାଇଥିଲା । ଭାରତୀୟମାନଙ୍କ ମଧ୍ୟରେ ରାଜନୈତିକ ଚେତନା ଆଣିବାରେ ରେଳପଥର ବିକାଶ ଥିଲା ଏକ ଆଶୀର୍ବାଦ ।

୧୨ । କେଉଁ କାରଣ ପାଇଁ ଶିଳ୍ପୀ ଓ କାରିଗରମାନଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା ?
Answer:
ବିଦେଶୀ ଦ୍ରବ୍ୟ ପ୍ରତି ଭାରତୀୟମାନେ ଆକୃଷ୍ଟ ହୋଇପଡ଼ିବାରୁ ଶିଳ୍ପୀ ଓ କାରିଗରମାନେ ନିରୁତ୍ସାହିତ ହୋଇପଡ଼ିଥିଲେ । ଇଂଲଣ୍ଡର କଳକାରଖାନାଗୁଡ଼ିକ ପାଇଁ ଭାରତରୁ କଞ୍ଚାମାଲ ଚାଲାଣ କରି ନିଆଯିବାରୁ ଭାରତୀୟ କାରିଗରମାନେ ନିଜ ନିଜର ଶିଳ୍ପ ପାଇଁ ଆବଶ୍ୟକୀୟ କଞ୍ଚାମାଲ ଶସ୍ତାରେ ପାଇପାରି ନଥିଲେ । ଫଳରେ କୁଟୀରଶିଳ୍ପର ବିନାଶ ଘଟିଥିଲା । ଅପରପକ୍ଷେ ଇଂରେଜମାନଙ୍କ ଅତ୍ୟାଚାର ସହ୍ୟ କରିନପାରି ଶିଳ୍ପୀ ଓ କାରିଗରମାନେ ସେମାନଙ୍କର କୌଳିକ ବୃତ୍ତି ତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ ।

CHSE Odisha Class 12 History Chapter 11 Short & Long Answer Questions in Odia Medium

୧୩ । ରୟତରୀ ବନ୍ଦୋବସ୍ତ କେଉଁଠାରେ ଆରମ୍ଭ ହୋଇଥିଲା ? ଏହି ବ୍ୟବସ୍ଥା ଅନୁଯାୟୀ କିଏ ଓ ଉତ୍ପାଦନର କେତେ ଭାଗ ରାଜସ୍ୱ ଆଦାୟ କରିବାର ଦାୟିତ୍ଵ ନେଲେ ?
Answer:
ମାଡ୍ରାସ୍ ଓ ବମ୍ବେ ପ୍ରେସିଡ଼େନ୍ସିର ଅନେକ ଭାଗରେ ରୟତରୀ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଏହି ବ୍ୟବସ୍ଥା ଅନୁଯାୟୀ ଗ୍ରାମ କର୍ମଚାରୀମାନେ ଉତ୍ପାଦନର ଶତକଡ଼ା ୫୦ ଭାଗ ରାଜସ୍ୱ ଆଦାୟ କରିବା ଦାୟିତ୍ୱ ନେଲେ ।

୧୪ । ମାହାଲୱାରୀ ବ୍ୟବସ୍ଥା କେବେ ଓ କାହା ସୁପାରିସରେ ପ୍ରଚଳନ କରାଗଲା ?
Answer:
ମାହାଲୱାରୀ ବ୍ୟବସ୍ଥା ୧୮୨୨ ଖ୍ରୀ.ଅ.ରେ ହୋଲ୍ଟ ମେକେଞ୍ଜିଙ୍କ ସୁପାରିସରେ ପ୍ରଚଳନ କରାଗଲା ।

୧୫ । ଇଂରେଜମାନେ ଭାରତରେ କାହିଁକି ଟେଲିଗ୍ରାଫ୍ ବ୍ୟବସ୍ଥା ପ୍ରଚଳନ କରିଥିଲେ ? କେଉଁ ବ୍ରିଟିଶ୍ ଇଞ୍ଜିନିୟର ଡେଲ୍ହାଉସୀଙ୍କ ଟେଲିଗ୍ରାଫ୍ ଯୋଜନା କାର୍ଯ୍ୟକାରୀ କରିଥିଲେ ?
Answer:
ନିଜ ସାମ୍ରାଜ୍ୟବାଦୀ ମନୋଭାବକୁ ଚରିତାର୍ଥ କରିବାପାଇଁ ଡେଲ୍ହାଉସୀ ଭାରତରେ ଟେଲିଗ୍ରାଫ୍ ଓ ଡାକ ବ୍ୟବସ୍ଥା ପ୍ରଚଳନ କରିଥିଲେ । ଓ’ ସାନେସୀ ନାମକ ବ୍ରିଟିଶ୍ ଇଞ୍ଜିନିୟର ଡେଲ୍ହାଉସୀଙ୍କ ଟେଲିଗ୍ରାଫ୍ ଯୋଜନା କାର୍ଯ୍ୟକାରୀ କରିଥିଲେ ।

୧୬ । କୃଷକମାନଙ୍କ ଦାରିଦ୍ର୍ୟର କାରଣମାନ କ’ଣ ଥିଲା ?
Answer:
ଇଷ୍ଟଇଣ୍ଡିଆ କମ୍ପାନୀର ତ୍ରୁଟିପୂର୍ଣ୍ଣ ଭୂ-ରାଜସ୍ଵ ନୀତି ଏବଂ ଭାରତର ଗ୍ରାମ୍ୟ ଓ ହସ୍ତଶିଳ୍ପର ପତନ କୃଷକମାନଙ୍କ ଦାରିଦ୍ର୍ୟର ମୁଖ୍ୟ କାରଣ ଥିଲା । ଇଂଲଣ୍ଡରେ ଶିଳ୍ପ ବିପ୍ଳବ ପରେ କମ୍ପାନୀ ସରକାର ଇଂଲଣ୍ଡରୁ ଭାରତକୁ କାର୍ପାସ ବସ୍ତ୍ର ରପ୍ତାନୀ କରିବା ଫଳରେ ଭାରତରେ ହସ୍ତଶିଳ୍ପର ପତନ ଘଟିଥିଲା ଏବଂ ସେହି କାର୍ଯ୍ୟରେ ନିୟୋଜିତ ଥିବା ଲୋକମାନେ କୃଷି ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଥିଲେ । ମାତ୍ର ସରକାର କୃଷିଜାତ ଦ୍ରବ୍ୟପାଇଁ କୃଷକମାନଙ୍କୁ ଉପଯୁକ୍ତ ମୂଲ୍ୟ ଦେଉନଥିଲେ ।

୧୭ । ରୟତରୀ ବ୍ୟବସ୍ଥାରେ କୃଷକମାନେ କିପରି ଅତ୍ୟାଚାରିତ ହେଉଥିଲେ ?
Answer:
ରୟତରୀ ବ୍ୟବସ୍ଥାରେ ରୟତମାନେ ନିଜ ଇଚ୍ଛାନୁସାରେ ଜମି ବାଣ୍ଟିନେବାର ବ୍ୟବସ୍ଥା ଥିଲେ ମଧ୍ୟ ପ୍ରକୃତରେ ଏହା ଘଟୁନଥିଲା । ରୟତମାନଙ୍କୁ ବଳପୂର୍ବକ ଯେକୌଣସି ଜମି ଚାଷ କରିବାକୁ ସରକାରୀ କର୍ମଚାରୀମାନେ ବାଧ୍ୟ କର ଥିଲେ । ଏଥରେ ରାଜି ନ ହେଲେ ରୟତମାନଙ୍କ ବେତ୍ରାଘାତ କରାଯାଉଥିଲା । ଏହି ବ୍ୟବସ୍ଥାରେ ରୟତମାନଙ୍କର ଜମି ମାଲିକାନା ସ୍ୱତ୍ଵ ରହିନଥିଲା ।

୧୮ । ବ୍ରିଟେନ୍‌ର ବାଣିଜ୍ୟ ନୀତି ଭାରତର ପାରମ୍ପରିକ ଅର୍ଥନୀତିକୁ କିପରି ବିନାଶ କରିଥିଲା ?
Answer:
ଭାରତରୁ କଞ୍ଚାମାଲ ବ୍ରିଟେନ୍‌ରୁ ରପ୍ତାନୀ କରିବା ଓ ଭାରତକୁ ବିଟ୍ରେନ୍‌ର ଖାଉଟି ରାଜ୍ୟରେ ପରିଣତ କରିବା କାର୍ଯ୍ୟରେ ଇଂରେଜମାନେ ମନୋନିବେଶ କରିଥିଲେ । ଭୂରାଜସ୍ଵ ଏବଂ ଅନ୍ୟାନ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷ କର ଆଦାୟ କରି ଇଂରେଜମାନେ ଉଦ୍ଦେଶ୍ୟମଳକ ଭାବରେ ଭାରତୀୟ ଆର୍ଥନୀତିକ ଢାଞ୍ଚା ବଦଳାଇ ଦେଇଥିଲେ । ଶୋଷଣରେ ଭାରତୀୟମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିଲା । ଇଂରେଜମାନେ ଭାରତରୁ କଞ୍ଚାମାଲ ବୋହିନେବାରୁ ଭାରତୀୟ ଶିଳ୍ପ ରୁଗ୍‌ଣ ହୋଇପଡ଼ିଥିଲା ।

CHSE Odisha Class 12 History Chapter 11 Short & Long Answer Questions in Odia Medium

B. ପାଞ୍ଚଟି/ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। ଦେୱାନୀ ହସ୍ତାନ୍ତର କ’ଣ ?
Answer:
ବକ୍‌ସାର ଯୁଦ୍ଧ ପରେ କ୍ଲାଇଟ୍ ଇଂରେଜମାନଙ୍କର ବିଜୟ ଏବଂ ମିଳିତଶକ୍ତିଙ୍କ ପରାଜୟର ପୂର୍ଣ୍ଣସୁଯୋଗ ନେବାପାଇଁ ବୁଦ୍ଧି ପ୍ରୟୋଗ କରିଥିଲେ । ପ୍ରଥମେ ସେ ଅଯୋଧ୍ୟାର ନବାବ ସୁଜାଉଜୌଲାଙ୍କ ସହିତ ସନ୍ଧିଚୁକ୍ତିରେ ଆବଦ୍ଧ ହୋଇଥିଲେ । ଚୁକ୍ତି ଅନୁଯାୟୀ ନବାବ କ୍ଲାଇନ୍‌ଙ୍କୁ କାର ଓ ଏହ୍ଲାବାଦ ଅଞ୍ଚଳ ସହିତ ଯୁଦ୍ଧର କ୍ଷତିପୂରଣ ବାବଦକୁ ପଚାଶ ଲକ୍ଷ ଟଙ୍କା ଦେବାପାଇଁ ରାଜି ହୋଇଥିଲେ । ଏହାପରେ କ୍ଲାଇବ ମୋଗଲ ସମ୍ରାଟ୍ ଶାହାଆଲାମ୍‌ଙ୍କୁ ସନ୍ଧି ପାଇଁ ଆହ୍ୱାନ କରିଥିଲେ । ସମ୍ରାଟ୍‌ଙ୍କ ଶୋଚନୀୟ ଅବସ୍ଥା ଦେଖୁ ତାଙ୍କୁ କାରା ଓ ଏହ୍ଲାବାଦ ଦୁଇଟି ଅଞ୍ଚଳ ଦାନ କରିଥିଲେ ଏବଂ ଛବିଶ ଲକ୍ଷ ଟଙ୍କାର ଗୋଟିଏ ବାର୍ଷିକ ବୃତ୍ତି ଦେବାକୁ ରାଜି ହୋଇଥିଲେ । ପ୍ରତିଦାନରେ ଶାହାଆଲାମ୍ ଇଷ୍ଟଇଣ୍ଡିଆ କମ୍ପାନୀକୁ ବଙ୍ଗ, ବିହାର ଓ ଓଡ଼ିଶାର ଦେୱାନୀ ପ୍ରଦାନ କରିଥିଲେ । ଦେବୀ ଶବ୍ଦର ଅର୍ଥ ରାଜସ୍ୱ ଆଦାୟ ।

୨। ଇଂରେଜମାନେ କିପରି ଭାବରେ ଭାରତର କୁଟୀରଶିଳ୍ପକୁ ଧ୍ୱଂସ କରିଦେଇଥିଲେ ?
Answer:
ଭାରତୀୟ କାରିଗରମାନେ ମୁଖ୍ୟତଃ କୁଟୀରଶିଳ୍ପ ଉପରେ ନିର୍ଭର କରି ଚଳୁଥୁଲେ । ଇଂରେଜମାନେ ଭାରତକୁ ଆସିବା ପରେ ଅତି ଅଳ୍ପ ଦରରେ କଞ୍ଚାମାଲଗୁଡ଼ିକ କ୍ରୟ କରି ସେଗୁଡ଼ିକୁ ଇଂଲଣ୍ଡ ପଠାଇ ଦେଉଥିଲେ । ଇଂଲଣ୍ଡର ଯନ୍ତ୍ର ତିଆରି ସୌଖୀନ ଦ୍ରବ୍ୟକୁ ଭାରତରେ ପ୍ରଚୁର ପରିମାଣରେ ବିକ୍ରୟ କରାଯାଉଥିଲା । ଏହା ଭାରତୀୟ କୁଟୀରଶିଳ୍ପଜାତ ଦ୍ରବ୍ୟ ଅପେକ୍ଷା ଶସ୍ତା ଥିବାରୁ ଲୋକମାନଙ୍କ ମଧ୍ୟରେ ଏହାର ଚାହିଦା ବୃଦ୍ଧି ପାଇଥିଲା । ଏହାଛଡ଼ା ଇଂରେଜମାନେ ଭାରତୀୟ ବୁଣାକାର ଓ କାଠକାମର କାରିଗରମାନଙ୍କୁ କୁଟୀରଶିଳ୍ପଜାତ ଦ୍ରବ୍ୟ ପ୍ରସ୍ତୁତ ନ କରିବାକୁ ତାଗିଦ କରିଦେଇଥିଲେ । ଏହିଭଳି ଭାବରେ ଇଂରେଜମାନେ ଭାରତୀୟ କୁଟୀରଶିଳ୍ପକୁ ଧ୍ୱଂସ କରିଦେଇଥିଲେ ।

୩ । ଚିରସ୍ଥାୟୀ ବନ୍ଦୋବସ୍ତର ନୀତିଗୁଡ଼ିକ କ’ଣ ଥିଲା ?
Answer:
ଚିରସ୍ଥାୟୀ ବନ୍ଦୋବସ୍ତ ଫଳରେ ଜମିଦାରୀ ପ୍ରଥାର ପୁନର୍ବିନ୍ୟାସ ଘଟିଥିଲା । ଏହି ବନ୍ଦୋବସ୍ତର ନୀତିଗୁଡ଼ିକ ଥିଲା –

  • ଜମିଦାରମାନେ ନିର୍ଦ୍ଦିଷ୍ଟ ଇଲାକାରେ ଦଶବର୍ଷ ଯାଏ ରାଜସ୍ୱ ଆଦାୟ କରିବା ଦାୟିତ୍ଵ ନେଇଥିଲେ ।
  • ଜମିଦାରମାନେ ବଂଶାନୁକ୍ରମିକ ଓ ଆଇନସମ୍ମତଭାବେ ସ୍ଵତ୍ୱ ଉପଭୋଗ କଲେ ଏବଂ ଏକ ନିର୍ଦ୍ଦିଷ୍ଟ ହାରରେ ସରକାରଙ୍କୁ ରାଜସ୍ଵ ଦେଲେ ।
  • ଜମିଦାରମାନେ ଚାହିଁଲେ ଏହି ଜମିଦାରୀ ସ୍ଵତ୍ଵକୁ ହସ୍ତାନ୍ତର କିମ୍ବା ବିକ୍ରି କରିପାରୁଥିଲେ ।
  • ଜମିଦାରମାନେ ନିୟମିତ ଭାବରେ ଏକ ନିର୍ଦ୍ଦିଷ୍ଟ ସମୟରେ ରାଜସ୍ୱ ଦେବାକୁ ଅସମର୍ଥ ହେଲେ ସୂର୍ଯ୍ୟାସ୍ତ ଆଇନ ବଳରେ ଜମିଦାରୀ ନିଲାମ ହେବାର ବ୍ୟବସ୍ଥା ରହିଥିଲା ।

୪ । ଭାରତୀୟ ବସ୍ତ୍ରଶିଳ୍ପର ଧ୍ବଂସ ସାଧନ କିପରି ହୋଇଥିଲା ?
Answer:
ଇଷ୍ଟଇଣ୍ଡିଆ କମ୍ପାନୀ ଏକ ରାଜନୈତିକ ଶକ୍ତି ରୂପରେ ପରିଣତ ହେବାପରେ ଭାରତୀୟ ଶିଳ୍ପ ଉପରେ ବହୁ ରାଜନୈତିକ କଟକଣା ଜାରୀ କରିଥିଲା । ତନ୍ମଧ୍ୟରୁ ବଙ୍ଗଳା, ବିହାର ଓ ଓଡ଼ିଶାର ବସ୍ତ୍ରଶିଳ୍ପ ଉପରେ କଟକଣା ଥିଲା ଉଲ୍ଲେଖଯୋଗ୍ୟ । ଏହା ଫଳରେ ଏହି ରାଜ୍ୟର ଶିଳ୍ପଜାତ ବସ୍ତୁଗୁଡ଼ିକ ବହୁ ଅର୍ଥନୈତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପୁନଶ୍ଚ କମ୍ପାନୀ ବସ୍ତ୍ର ବୟନ କାରୀଗରମାନଙ୍କୁ ବହୁ କମ୍ ପାରିଶ୍ରମିକ ଦେବା ସଙ୍ଗେ ସଙ୍ଗେ ସେମାନଙ୍କୁ ବାଧ୍ୟ କରୁଥିଲେ କେବଳ କମ୍ପାନୀକୁ ବସ୍ତ୍ରଗୁଡ଼ିକ ବିକ୍ରୟ କରିବାପାଇଁ । ପୁନଶ୍ଚ ତୁଳା ଓ ସୂତାର ବିକ୍ରୟ ଉପରେ କମ୍ପାନୀର ଏକଚାଟିଆ ଅଧିକାର ଥ‌ିବାରୁ କମ୍ପାନୀର ପ୍ରଶାସକମାନେ ଭାରତୀୟ ବସ୍ତ୍ର କାରୀଗରମାନଙ୍କୁ ତାହା ବହୁ ଉଚ୍ଚ ଦରରେ ବିକ୍ରି କରୁଥିଲେ । ଫଳରେ ଭାରତୀୟ ବସ୍ତ୍ର କାରିଗରମାନେ ଉଭୟ କ୍ରେତା ଓ ବିକ୍ରେତା ଭାବେ ବହୁ କ୍ଷୟକ୍ଷତିର ସମ୍ମୁଖୀନ ହେଉଥିଲେ । କେବଳ ସେତିକି ନୁହେଁ, ଭାରତ ତିଆରି ବସ୍ତ୍ର ଇଂଲଣ୍ଡର ବଜାରକୁ ପ୍ରବେଶ କଲାବେଳେ ଅତ୍ୟଧିକ କର ଆଦାୟ କରାଯାଉଥିଲା । ଏହିପରି ଭାବରେ ଭାରତୀୟ ବସ୍ତ୍ରବୟନ କାରିଗରମାନଙ୍କର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଥିଲା ଓ ଏଣ୍ଟ୍‌ସହିତ ଭାରତର ସୂତା ଓ ବୟନଶିଳ୍ପର ଧ୍ୱଂସ ସାଧନ ହୋଇଥିଲା ।

CHSE Odisha Class 12 History Chapter 11 Short & Long Answer Questions in Odia Medium

୫ । ବିତ୍ତ ପ୍ରବାହର କୁଫଳ ସମ୍ପର୍କରେ ଲେଖ ।
Answer:
ଇଷ୍ଟଇଣ୍ଡିଆ କମ୍ପାନୀର ଶହେ ବର୍ଷ (୧୭୫୭ରୁ ୧୮୫୭) ଶାସନ ମଧ୍ୟରେ ଭାରତରୁ ବିଭର ଯେଉଁ ବହିଃପ୍ରବାହ ଘଟିଥିଲା ତାହାର କୁଫଳ ଥିଲା ଅବର୍ଣ୍ଣନୀୟ । ପ୍ରଥମତଃ, ବିତ୍ତର ବହିଃପ୍ରବାହ ଭାରତୀୟମାନଙ୍କୁ ଦୁଃଖ ଦେବା ସହିତ ଭାରତର ଅର୍ଥନୀତିକୁ ଦାରୁଣ ଧକ୍କା ଦେଇଥିଲା । ଦ୍ଵିତୀୟତଃ, ବିତ୍ତର ବହିଃପ୍ରବାହ ଯୋଗୁଁ ଇଂଲଣ୍ଡ ପରିପୁଷ୍ଟ ହୋଇଥିଲା । ତୃତୀୟତଃ, ବିତ୍ତ ପ୍ରବାହ ଯୋଗୁଁ ଭାରତରେ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଶିହ୍ବଳତା ଦେଖାଯାଇଥିଲା । ଚତୁର୍ଥତଃ, ବିତ୍ତର ବହିଃପ୍ରବାହ ଫଳରେ ଭାରତରେ ଶିଳ୍ପର ଅବନତି ଦେଖାଦେଇଥିଲା । ଶେଷତଃ, ବିତ୍ତର ପ୍ରବାହ ଯୋଗୁଁ ଭାରତରେ ଅରାଜକତା ଦେଖାଦେଇଥିଲା ।

୬ । ଗମନାଗମନ ଓ ଯୋଗାଯୋଗ ବ୍ୟବସ୍ଥାର ସୁଫଳଗୁଡ଼ିକ ଉଲ୍ଲେଖ କର ।
Answer:
ଇଷ୍ଟଇଣ୍ଡିଆ କମ୍ପାନୀର ଶହେବର୍ଷ (୧୭୫୭ରୁ ୧୮୫୭) ଶାସନ ମଧ୍ୟରେ ଗମନାଗମନ ଓ ଯୋଗାଯୋଗ ବ୍ୟବସ୍ଥାର ପ୍ରସାର ଘଟିବାଦ୍ଵାରା ଭାରତୀୟମାନଙ୍କର ଜୀବନଯାତ୍ରାରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା । ବିଶେଷକରି ରେଳପଥ ଓ ସଡ଼କପଥର ବିକାଶ ଘଟିବା ପରେ ଦେଶ ଭିତରେ ଏବଂ ବାହାରେ ବାଣିଜ୍ୟ କାରବାର ବୃଦ୍ଧି ପାଇଥଲା । ଏହାଦ୍ଵାରା ଶିଳ୍ପ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଥିଲା । ଜନସାଧାରଣ ମଧ୍ଯ ଅତି ଆନନ୍ଦରେ ଯାତାୟାତ କରିପାରିଲେ । ଡାକ ଓ ତାର ବିଭାଗ ପ୍ରତିଷ୍ଠା ହେବା ଫଳରେ ଲୋକମାନେ ଅତି ଅଳ୍ପ ମୂଲ୍ୟରେ ଏବଂ କମ୍ ସମୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସମ୍ବାଦ ପ୍ରେରଣ କରିପାରିଲେ । ରେଳ ପ୍ରଚଳନ ହେବା ଫଳରେ ଭାରତ ବିଭିନ୍ନ ପ୍ରାନ୍ତ ସଂଯୋଜିତ ହୋଇଥିଲା ।

୭ । ଇଂରେଜ ଶାସନ କାଳରେ ଭାରତୀୟ ଶିଳ୍ପୀ ଓ କାରିଗରମାନଙ୍କ ଅବସ୍ଥା କିପରି ଦୁଃସ୍ଥ ହୋଇ ପଡ଼ିଥିଲା ?
Answer:
ଇଂରେଜ ଶାସନ କାଳରେ ଭାରତୀୟ ଶିଳ୍ପୀ ଏବଂ କାରିଗରମାନଙ୍କ ବିପର୍ଯ୍ୟସ୍ତ ଅବସ୍ଥା ପଶ୍ଚାତ୍‌ରେ ଅନେକ କାରଣ ନିହିତ ଥିଲା । ସେଗୁଡ଼ିକ ହେଲା- ପ୍ରଥମତଃ, ଇଂରେଜ ଅଫିସର ଏବଂ ଶିକ୍ଷିତ ଭାରତୀୟମାନଙ୍କ ମଧ୍ୟରେ ବିଦେଶୀ ଦ୍ରବ୍ୟପାଇଁ ପ୍ରବଳ ଆଗ୍ରହ ଦେଖାଦେଇଥିଲା । ଫଳତଃ ଭାରତୀୟ ଶିଳ୍ପୀ ଏବଂ କାରିଗରମାନେ ହତୋତ୍ସାହିତ ହୋଇପଡ଼ିଥିଲେ । ଦ୍ଵିତୀୟତଃ, ବିଭିନ୍ନ ସମୟରେ ପରିଲକ୍ଷିତ ହୋଇଥିବା ଦୁର୍ଭିକ୍ଷମାନ ଭାରତରେ ଗ୍ରାମୀଣ ଶିଳ୍ପୀ ଏବଂ କାରିଗରମାନଙ୍କ ପାଇଁ ଦୁଃଖର କାରଣ ହୋଇଥିଲା । ତୃତୀୟତଃ, ଇଂରେଜମାନେ ଭାରତରେ ଯାନ୍ତ୍ରିକ ପ୍ରଗତିକୁ ନିରୁତ୍ସାହିତ କରିଥିଲେ । ଚତୁର୍ଥତଃ, ଭାରତୀୟ ଶିଳ୍ପୀ ଓ କାରିଗରମାନେ ଆଉ ଶସ୍ତାରେ କଞ୍ଚାମାଲ ପାଇପାରି ନ ଥିଲେ । ପଞ୍ଚମତଃ, ଇଂରେଜମାନେ ଭାରତୀୟ ଶିଳ୍ପୀ ଏବଂ କାରିଗରମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ଫଳରେ ଭୟଭୀତ ହୋଇ ଶିଳ୍ପୀ ଏବଂ କାରିଗରମାନେ ସେମାନଙ୍କ କୌଳିକ ବୃତ୍ତି ତ୍ୟାଗ କରିବାପାଇଁ ବାଧ୍ୟ ହୋଇଥିଲେ ।

୮ | ଦସ୍ତକ କହିଲେ କ’ଣ ବୁଝ ?
Answer:
କମ୍ପାନୀର ପଣ୍ୟଦ୍ରବ୍ୟ ପରିବହନ ନିମନ୍ତେ ‘ଦସ୍ତକ’ ନାମରେ ମୁକ୍ତ ବାଣିଜ୍ୟ ଅନୁମତି ପ୍ରଦାନର ବ୍ୟବସ୍ଥା ହୋଇଥିଲା । କିନ୍ତୁ କମ୍ପାନୀର କର୍ମଚାରୀମାନେ ଏହାର ଅପବ୍ୟବହାର କରି ବ୍ୟକ୍ତିଗତ ବାଣିଜ୍ୟରେ ମଧ୍ୟ ଉକ୍ତ ‘ଦସ୍ତକ’ର ବ୍ୟବହାର କରିଥିଲେ । ଏହାଦ୍ଵାରା କର୍ମଚାରୀମାନେ ପ୍ରଚୁର ଲାଭବାନ୍ ହୋଇଥୁଲେ ଓ ଲାଭର ସମସ୍ତ ଅଂଶ ଇଂଲଣ୍ଡକୁ ହିଁ ଚାଲିଯାଉଥଲା । ଆରମ୍ଭରୁ ଇଷ୍ଟଇଣ୍ଡିଆର କର୍ମଚାରୀମାନେ ଭାରତୀୟମାନଙ୍କଠାରୁ ବହୁ ଭାବରେ ଉପହାର ହେଉ କିମ୍ବା ଉନ୍ମୋଚ ଭାବରେ ହେଉ ପ୍ରଚୁର ପରିମାଣରେ ସୁନା ଗ୍ରହଣ କରୁଥିଲେ ଏବଂ ଏହା ଇଂଲଣ୍ଡକୁ ଚାଲିଯାଉଥିଲା । ଜଣାଯାଏ ଯେ, ଓ୍ବାରେନ୍ ହେଜିଂସ୍‌ଙ୍କ ସମୟରେ ବାର୍ଷିକ ଚାଳିଶ ଲକ୍ଷ ଟଙ୍କାର ସୁନା ଭାରତରୁ ଇଂଲଣ୍ଡକୁ ପଠା ଯାଉଥିଲା ।

CHSE Odisha Class 12 History Chapter 11 Short & Long Answer Questions in Odia Medium

୯ । ୧୮୫୪ ମସିହାର ଡାକ ଆଇନ କ’ଣ ?
Answer:
ଲର୍ଡ଼ ଡେହାଉସୀ ଡାକ ବିଭାଗର ଆମୂଳଚୂଳ ପରିବର୍ତ୍ତନ ଘଟାଇଥିଲେ । ୧୮୫୪ ଖ୍ରୀ.ଅ.ରେ ନୂତନ ‘ଡାକଘର ଆଇନ’ ପ୍ରଣୟନ କରାଗଲା । ସହର ତଥା ଗ୍ରାମରେ ଡାକଘରମାନ ସ୍ଥାପନ କରାଗଲା । ଡାକବିଭାଗର କାର୍ଯ୍ୟକାରିତାକୁ ତଦାରଖ କରିବାପାଇଁ ଜଣେ ‘ଡାଇରେକ୍ଟର ଜେନେରାଲ’ ନିଯୁକ୍ତ ହୋଇଥିଲେ । ପ୍ରତ୍ୟେକ ଚିଠି ଉପରେ ଦୁଇ ପଇସାର ଟିକେଟ୍ ଲଗାଯାଇଥିଲା । ମାତ୍ର ଦୁଇ ପଇସାରେ ଭାରତସାରା ଚିଠି ଅନାୟାସରେ ପହଞ୍ଚି ପାରୁଥିଲା । ଏହା ଯେ କେବଳ ସଂଯୋଗ ସ୍ଥାପନ ବା ବୃଦ୍ଧିରେ ସହାୟକ ହେଉଥିଲା ତାହା ନୁହେଁ, ଇଷ୍ଟଇଣ୍ଡିଆ କମ୍ପାନୀ ପାଇଁ ଏହା ଅର୍ଥ ଆଗମନର ପଥ ସୁଗମ କରିଦେଇଥିଲା ।

୧୦ । ତାଲୁକଦାରୀ ବ୍ୟବସ୍ଥା କ’ଣ ?
Answer:
ସମଗ୍ର ଉତ୍ତରପ୍ରଦେଶ ମାହାଲୱାରୀ ବ୍ୟବସ୍ଥା ଅଧୀନରେ ନ ଥିଲା । ଉତ୍ତରପ୍ରଦେଶର ଆବଧ ଜିଲ୍ଲାରେ ତାଲୁକଦାରୀ ନାମକ ଅନ୍ୟ ଏକ ଭୂବନ୍ଦୋବସ୍ତ ପ୍ରଚଳିତ ଥିଲା । ଏହି ତାଲୁକଦାରୀ ବ୍ୟବସ୍ଥା ଅନୁଯାୟୀ ଇଂରେଜ ସରକାର ତିରିଶ ବର୍ଷ ପାଇଁ ତାଲୁକଦାରଙ୍କ ସହ ଏକ ରାଜିନାମା କରିଥିଲେ । ସରକାରଙ୍କ ତରଫରୁ ତାଲୁକଦାର ବିଭିନ୍ନ ଗ୍ରାମରୁ ରାଜସ୍ୱ ଆଦାୟ କରିବାର ବ୍ୟବସ୍ଥା ହୋଇଥିଲା । ଜମି ଉପରେ ତାଲୁକଦାରଙ୍କର କୌଣସି ଅସ୍ଵୀକାର ନ ଥିଲା । ରାଜସ୍ୱ ଆଦାୟକାରୀଭାବେ ସେ ସରକାରଙ୍କଠାରୁ ତାଙ୍କର ପାରିଶ୍ରମିକ ବେତନ ଆକାରରେ ପାଉଥିଲେ । ଏହାକୁ ତାଲୁକଦାରୀ ବ୍ୟବସ୍ଥା କୁହାଯାଉଥିଲା ।

୧୧ । ସୂର୍ଯ୍ୟାସ୍ତ ନିୟମ କ’ଣ ?
Answer:
ଚିରସ୍ଥାୟୀ ବନ୍ଦୋବସ୍ତର ଅନ୍ୟତମ କୁଫଳ ଥିଲା ସୂର୍ଯ୍ୟାସ୍ତ ନିୟମ । ଏହି ନିୟମ ଅନୁସାରେ ଏକ ନିର୍ଦ୍ଦିଷ୍ଟ ଦିନରେ ଜମିଦାରମାନେ କମ୍ପାନୀର କାର୍ଯ୍ୟାଳୟରେ ରାଜସ୍ଵ ଦାଖଲ କରିବାପାଇଁ ବାଧ୍ୟ ହେଉଥିଲେ । ଏହା ଜମିଦାରଙ୍କ କ୍ଷମତା ଉପରେ ଏକ ଅଙ୍କୁଶ ଲଗାଯାଇଥିଲା । ଫଳରେ କ୍ରମଶଃ ଏହି ବନ୍ଦୋବସ୍ତ ଜମିଦାରମାନଙ୍କ ମଧ୍ୟରେ ଅପ୍ରିୟ ହୋଇପଡ଼ିଲା । ଏହାର ଲୋକପ୍ରିୟତା ମଧ୍ୟ ହ୍ରାସ ହେବାକୁ ଲାଗିଲା । ଠିକ୍ ସମୟରେ ଅର୍ଥ ପୈଠ କରି ନ ପାରି ବହୁ ଜମିଦାର ଜମିର ମାଲିକାନା ସ୍ୱତ୍ଵ ହରାଇ ସର୍ବାସ୍ଵାନ୍ତ ହୋଇଗଲେ ।

୧୨ । ଭାରତରେ ପାଶ୍ଚାତ୍ୟ ବଜାରର ସୃଷ୍ଟି କିପରି ହୋଇଥିଲା ?
Answer:
ଇଂଲଣ୍ଡରେ ଶିଳ୍ପ ବିପ୍ଳବ ହେବା ଫଳରେ ଉତ୍ପାଦନ ବୃଦ୍ଧି ପାଇଥିଲା । ଫଳରେ ରପ୍ତାନୀ ମଧ୍ୟ ବୃଦ୍ଧି ପାଇବା ଫଳରେ ଭାରତରେ ପାଶ୍ଚାତ୍ୟ ବଜାରମାନ ସୃଷ୍ଟି ହେବାକୁ ଲାଗିଲା । ସ୍ଵଦେଶୀ ଦ୍ରବ୍ୟ ପରିବର୍ତ୍ତେ ବିଦେଶୀ ଦ୍ରବ୍ୟମାନ ବଜାରରେ ବହୁପରିମାଣରେ ଦେଖିବାକୁ ମିଳିଲା । ଏହିସବୁ ଦ୍ରବ୍ୟ ଶସ୍ତା ଥିବାରୁ ଭାରତୀୟ ଦ୍ରବ୍ୟର ଚାହିଦା ହ୍ରାସ ପାଇଲା । ଭାରତୀୟ ଶିଳ୍ପ ଏବଂ କାରିଗରମାନେ ହତାଶ ହୋଇ ଦାରୁଣ ଦାରିଦ୍ର୍ୟ ମଧ୍ୟରେ ସଢ଼ିବାକୁ ଲାଗିଲେ ।

CHSE Odisha Class 12 History Chapter 11 Short & Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ‘ଚିରସ୍ଥାୟୀ ବନ୍ଦୋବସ୍ତ’ କ’ଣ ? ଏହାର ସୁଫଳ ଓ କୁଫଳମାନ ଆଲୋଚନା କର ।
Answer:
ୱାରେନ୍ ହେଷ୍ଟିଙ୍ଗସ୍‌ଙ୍କ ବିଦାୟର ଗୋଟିଏ ବର୍ଷ ପରେ ଭାରତର ରାଜନୈତିକ ପଟ୍ଟଭୂମିରେ ଜଣେ ଗଭର୍ଣ୍ଣର ଜେନେରାଲଙ୍କ ଆବିର୍ଭାବ ଘଟିଥିଲା । ସେ ଥିଲେ ମାରକୁଲସ୍ କର୍ଡୱାଲିସ୍ । ସେ ଥିଲେ ଏକମାତ୍ର ବ୍ୟକ୍ତି ଯିଏକି ଦୁଇଥର ପାଇଁ ଉକ୍ତ ପଦବୀରେ ନିଯୁକ୍ତ ହୋଇଥିଲେ । ଏକ ସୁସ୍ଥ ଶାସନ ପ୍ରତିଷ୍ଠା ଦିଗରେ ତାଙ୍କ କାର୍ଯ୍ୟକାଳ ଇଂରେଜ ଇତିହାସରେ ଗୋଟିଏ ଅବିସ୍ମରଣୀୟ ଅଧ୍ୟାୟ । ଶାସନ କ୍ଷେତ୍ରରେ ଲର୍ଡ଼ କଣ୍ଠୱାଲିସ୍‌ଙ୍କ ଉଲ୍ଲେଖଯୋଗ୍ୟ କୃତିତ୍ଵ ହେଉଛି ଚିରସ୍ଥାୟୀ ବନ୍ଦୋବସ୍ତ । ଏହାକୁ ସଂକ୍ଷେପରେ ସରକାରଙ୍କ ଦୀର୍ଘମିଆଦୀ ରାଜସ୍ଵ ନୀତି କୁହାଯାଇଥାଏ । କମ୍ପାନୀ ରାଜସ୍ୱର ସର୍ବୋଚ୍ଚ ପରିମାଣ ଭୂମିରୁ ମିଳିଥାଏ ବୋଲି ଅବଗତ ହୋଇ କର୍ଡୱାଲିସ୍ ସର୍ବଶ୍ରେଷ୍ଠ ଦୃଷ୍ଟି ଦେଇଥିଲେ ଭୂରାଜସ୍ଵର ଅବସ୍ଥା ଉପରେ । ସେ ମଧ୍ୟ ରାଜସ୍ୱ ବିଭାଗରେ ବହୁ ତ୍ରୁଟି ରହିଥିବାର ଲକ୍ଷ୍ୟ କରିଥିଲେ ।

ପୂର୍ବପ୍ରଚଳିତ ରାଜସ୍ଵ ବ୍ୟବସ୍ଥା କାହାରି ମଙ୍ଗଳ ସାଧନ କରୁନଥିଲା । ତେଣୁ କର୍ଣ୍ଣାଲିସ ଏକ ସମୟୋପଯୋଗୀ ବ୍ୟବସ୍ଥା ପ୍ରବର୍ତ୍ତନ କରିବାର ଆବଶ୍ୟକତା ଉପଲବ୍‌ କରିଥିଲେ । ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ସେ ଏ କ୍ଷେତ୍ରରେ ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରିଥିଲେ ଏବଂ କର୍ମଚାରୀଙ୍କର ସାହାଯ୍ୟ ଓ ପରାମର୍ଶ ଗ୍ରହଣ କରିଥିଲେ । ବୋର୍ଡ଼ ଅଫ୍ ରେଭିନ୍ୟୁର ତତ୍କାଳୀନ ସଭାପତି ସାର୍ ଜନ୍ ସୋର୍, ମୁଖ୍ୟ ସେରସ୍ତାଦାର ଜେମସ୍ ଗ୍ରାଣ୍ଟ ଓ ଚାର୍ଲସ୍ ଷ୍ଟୁଆର୍ଟ, ଡନକାନ୍ ଓ ସାର୍ ଉଇଲିୟମ୍ ଜୋନ୍‌ସ୍‌ଙ୍କ ପରି କେତେକ ପଦସ୍ଥ କର୍ମଚାରୀଙ୍କ ସହିତ ଯେ ନିୟମିତ ଆଲୋଚନା କରି ଶେଷରେ ୧୭୯୩ ଖ୍ରୀ.ଅ.ରେ ଜମିଦାରମାନଙ୍କ ସହିତ ଏକ ଦଶବର୍ଷିଆ ବନ୍ଦୋବସ୍ତ ଧାର୍ଯ୍ୟ କରିଥିଲେ । ଏହା ଚିରସ୍ଥାୟୀ ବନ୍ଦୋବସ୍ତ (Permanent Settlement) ନାମରେ ଖ୍ୟାତ ।

ଚିରସ୍ଥାୟୀ ବନ୍ଦୋବସ୍ତର ବିଭିନ୍ନ ଧାରା – ଚିରସ୍ଥାୟୀ ବନ୍ଦୋବସ୍ତଦ୍ଵାରା ଜମିଦାରୀ ପ୍ରଥାର ପୁନର୍ବିନ୍ୟାସ ଘଟିଥିଲା । ଜମିଦାରମାନେ ଉଦ୍ଦିଷ୍ଟ ଇଲାକାରେ ଦଶବର୍ଷଯାଏ ରାଜସ୍ୱ ଆଦାୟ କରିବାର ଦାୟିତ୍ଵ ନେଇଥିଲେ । ଜମିର କର ଓ ସରକାରଙ୍କ ପ୍ରାପ୍ୟ ଧାର୍ଯ୍ୟ କରାଯାଇଥିଲା । ଜମିଦାରମାନେ ବଂଶାନୁକ୍ରମିକ ଓ ଆଇସମ୍ମତଭାବେ ସ୍ଵତ୍ଵ ଉପଭୋଗ କରିବାକୁ ଲାଗିଲେ । ନିର୍ଦ୍ଦିଷ୍ଟ ତାରିଖରେ ଜମିଦାରମାନେ ନିଜ ଅଞ୍ଚଳରୁ ଆଦାୟ ଅର୍ଥକୁ ସରକାରୀ ରାଜକୋଷରେ ପଇଠ କରୁଥିଲେ । ଜମିଦାରମାନେ ଏହି ଜମିଦାରୀ ସ୍ଵତ୍ଵକୁ ହସ୍ତାନ୍ତର କରି ବିକ୍ରି କରିବାପାଇଁ ଅନୁମତି ପାଇଥିଲେ । ଜମିଦାରମାନେ ପ୍ରଜାମାନଙ୍କୁ ପଟ୍ଟା ଦେବାର ବ୍ୟବସ୍ଥା ରହିଥିଲା । ତହିଁରେ ପରିମାଣ ଓ ରାଜସ୍ଵ ପଇଠର ତାରିଖ ଉଲ୍ଲେଖ ଥିଲା । ଏହି ବନ୍ଦୋବସ୍ତ ପ୍ରଚଳନ ହେବାରୁ କେତେକ ଦୃଷ୍ଟିରୁ ପ୍ରଜାମାନଙ୍କର ଲାଭ ହୋଇଥିଲା । କମ୍ପାନୀ ତଥା ସରକାରଙ୍କର ସ୍ଵାର୍ଥରକ୍ଷା ହୋଇପାରିଥିଲା । ସର୍ବୋପରି ଏହି ବ୍ୟବସ୍ଥାରୁ ଉଭୟ ସୁଫଳ ଓ କୁଫଳ ମିଳିଥିଲା ।

  • ସୁଫଳ – ଚିରସ୍ଥାୟୀ ବନ୍ଦୋବସ୍ତ ଏକାଧାରରେ କମ୍ପାନୀ, ଜମିଦାର ଓ ରୟତମାନଙ୍କପାଇଁ ବହୁ ଆଶୀର୍ବାଦ ଆଣିଥିଲା ।
  • ପ୍ରଥମତଃ, ପୂର୍ବର ରାଜସ୍ଵ ହାର ଅପେକ୍ଷା ବର୍ତ୍ତମାନର ରାଜସ୍ଵ ହାର ଦ୍ଵିଗୁଣିତ ହେବାରୁ ସରକରାଙ୍କ ଆୟ ହଠାତ୍ ପ୍ରଚୁରଭାବେ ବୃଦ୍ଧି ପାଇଥିଲା ।
  • ଦ୍ଵିତୀୟତଃ, ଭୂ-ରାଜସ୍ଵରୁ କମ୍ପାନୀ ନିଶ୍ଚତରୂପେ କେତେ ପାଇବ ତାହା ଜଣାପଡ଼ିବା ଫଳରେ ଏହା ନିଜର ଆୟ- ବ୍ୟୟ ସମୀକ୍ଷା କରିବାକୁ ସମର୍ଥ ହୋଇପାରିଥିଲା ।
  • ତୃତୀୟତଃ, ପ୍ରତ୍ୟେକ ବର୍ଷ ରାଜସ୍ଵ ବନ୍ଦୋବସ୍ତ କରିବାଜନିତ ବିପୁଳ ଅର୍ଥବ୍ୟୟରୁ କମ୍ପାନୀ ରକ୍ଷାପାଇଥିଲା ।
  • ଚତୁର୍ଥତଃ, ଚିରସ୍ଥାୟୀ ବନ୍ଦୋବସ୍ତ ଏପରି ଏକ ଶ୍ରେଣୀ ସୃଷ୍ଟି କରିଥିଲା ଯେଉଁମାନେ କି ଇଂରେଜମାନଙ୍କ ପାଖରେ ସଦାସର୍ବଦା ଅନୁରକ୍ତ ଓ ବିଶ୍ବସ୍ତ ହୋଇ ରହିଥିଲେ ।
  • ପଞ୍ଚମତଃ, ଜମିଦାରମାନେ ସରକାରଙ୍କୁ ନିୟମିତରୂପେ ରାଜସ୍ଵ ଦେଉଥ‌ିବା ପର୍ଯ୍ୟନ୍ତ ନିଜ ସ୍ଵତ୍ଵର ମାଲିକ ହୋଇ ରହିଥିଲେ । ସେମାନେ ପୁଲିସ୍ ଓ ବିଚାର ଦାୟିତ୍ୱରୁ ଅବ୍ୟାହତି ପାଇ କୃଷିକାର୍ଯ୍ୟରେ ମନୋନିବେଶ କରିବା ଫଳରେ ଧନଶାଳୀ ହୋଇପାରିଥିଲେ ।
  • ଷଷ୍ଠତଃ, ଚିରସ୍ଥାୟୀ ବନ୍ଦୋବସ୍ତରେ ଜମିଦାରମାନେ ରୟତମାନଙ୍କୁ ପଟ୍ଟା ଦେବାର ବ୍ୟବସ୍ଥା ଥ‌ିବାରୁ ସେମାନଙ୍କର ଅଧିକାର ସୁରକ୍ଷିତ ହୋଇପାରିଥିଲା ।
  • ସପ୍ତମତଃ, ସ୍ଥାୟୀଭାବରେ ରାଜସ୍ଵର ପରିମାଣ ଧାର୍ଯ୍ୟ ହେବାଦ୍ଵାରା କୃଷିର ଉନ୍ନତି ପାଇଁ ରୟତମାନେ ଅଧିକରୁ ଅଧିକ ଯନ୍ତ୍ରବାନ୍ ହୋଇଥିଲେ ।

ଚିରସ୍ଥାୟୀ ବନ୍ଦୋବସ୍ତ ଫଳରେ ସାଧାରଣ ଲୋକଙ୍କର ସମୃଦ୍ଧିକୁ ଲକ୍ଷ୍ୟକରି ମାର୍ଗମେନ୍ କହିଛନ୍ତି, ‘ଏହା ଥିଲା ଏକ ସାହସିକ ତଥା ମହତ୍ତ୍ଵପୂର୍ଣ୍ଣ ପଦକ୍ଷେପ । ଏହାଫଳରେ ଜନସଂଖ୍ୟା ବୃଦ୍ଧି ପାଇଥିଲା ଏବଂ ଲୋକମାନଙ୍କର ସାଧାରଣ ଜୀବନରେ କ୍ରମ ଉନ୍ନତିର ସଂକେତମାନ ପରିଲକ୍ଷିତ ହୋଇଥିଲା ।’’ ଏସବୁ ସତ୍ତ୍ଵେ ଚିରସ୍ଥାୟୀ ବନ୍ଦୋବସ୍ତର କୁପରିଣାମ ଥିଲା ସମଭାବରେ ନୈରାଶ୍ୟଜନକ ।
କୁଫଳ –

  • ଚିରସ୍ଥାୟୀ ବନ୍ଦୋବସ୍ତର ବ୍ୟବସ୍ଥାଗୁଡ଼ିକ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ହୋଇପାରି ନଥ‌ିବାରୁ ବହୁକ୍ଷେତ୍ରରେ ବିଶୃଙ୍ଖଳା ଉପୁଜି ବଙ୍ଗର ବହୁ ସମୃଦ୍ଧ ପରିବାର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ । ସେମାନେ ମଧ୍ୟ ବହୁସଂଖ୍ୟାର ମକଦ୍ଦମାରେ ଜଡ଼ିତ ହୋଇ କ୍ଷତିଗ୍ରସ୍ତ ହୋଇଥିଲେ ।
  • ସ୍ଥାୟୀଭାବରେ ରାଜସ୍ଵ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଏହାର ପରିମାଣ ପୂର୍ବାପେକ୍ଷା ଅଧିକ ହୋଇଥିବାରୁ ବହୁ ଜମିଦାର ରାଜସ୍ୱ ଦେଇନପାରି ସୂର୍ଯ୍ୟାସ୍ତ ଆଇନ ବଳରେ ନିଜର ସମ୍ପଭି ହରାଇ ବସିଥିଲେ ।
  • କାଳକ୍ରମେ ଜମିଦାରମାନେ ଧନଶାଳୀ ହୋଇ ପ୍ରାଚୁର୍ଯ୍ୟ ଓ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବାକୁ ଲାଗିଲେ । ଏପରିକି ରୟତମାନଙ୍କଠାରୁ ରାଜସ୍ୱ ଆଦାୟ କରିବାର ଦାୟିତ୍ଵ ନିଜ ନିଜ ଗୁମାସ୍ତାମାନଙ୍କ ଉପରେ ନ୍ୟସ୍ତକରି ଇଲାକା ଛାଡ଼ି ଜମିଦାରମାନେ ସହରରେ ଯାଇ ବସବାସ କରିବାକୁ ଲାଗିଲେ । ଏଣେ ଗୁମାସ୍ତାମାନେ ରୟତମାନଙ୍କଠାରୁ ବିଭିନ୍ନ ଉପାୟରେ ରାଜସ୍ୱ ଆଦାୟ କରି ନିଜର ପୁଞ୍ଜି ବଢ଼ାଇ ଚାଲିଥିଲେ । ଫଳରେ ପ୍ରଜାହିତୈଷୀ ଜମିଦାର ସୃଷ୍ଟି କରିବାପାଇଁ
  • ଚିରସ୍ଥାୟୀ ବନ୍ଦୋବସ୍ତ ମଧ୍ଯ ବହୁ କ୍ଷେତ୍ରରେ ରୟତମାନଙ୍କର ସ୍ଵାର୍ଥରକ୍ଷା କରିବା ଦିଗରେ ସାହାଯ୍ୟ କରିନଥିଲା । ସେମାନେ ଜମିଦାରମାନଙ୍କ ବିରୁଦ୍ଧରେ ନିଜର ସ୍ଵାର୍ଥରକ୍ଷା ନିମନ୍ତେ ବିଚାରାଳୟକୁ ଯିବାପାଇଁ ଆଇନରେ ରୟତମାନଙ୍କୁ କଣ୍ଠୱାଲିସ୍‌ଙ୍କର ବଳିଷ୍ଠ ଆଶା ଧୂଳିସାତ୍ ହୋଇଥିଲା ।
  • ପ୍ରଥମେ ସରକାରଙ୍କ ଆଦାୟ ବୃଦ୍ଧି ପାଇଥିଲେ ମଧ୍ୟ ଯେତେବେଳେ ଜମିର ଉତ୍ପାଦନ ଆଶାତୀତ ଭାବରେ ବୃଦ୍ଧି ପାଇଥିଲା ସରକାର ସେତେବେଳେ ଅଧିକ ରାଜସ୍ଵ ପାଇବାର ସୁଯୋଗ ହରାଇ ବସିଥିଲେ ।

ଚିରସ୍ଥାୟୀ ବନ୍ଦୋବସ୍ତର କୁପରିମାଣ ଉପରେ ମତବ୍ୟକ୍ତ କରି ହୋମସ୍ ଲେଖୁଛନ୍ତି, ‘ଚିରସ୍ଥାୟୀ ବନ୍ଦୋବସ୍ତ ଥିଲା ଏକ ଦୁର୍ଭାଗ୍ୟଜନକ ପଦକ୍ଷେପ । ଦରିଦ୍ର ରୟତମାନେ ଏଥୁରୁ କୌଣସିପ୍ରକାର ସାହାଯ୍ୟ ପାଇପାରୁ ନଥିଲେ । ଜମିଦାରମାନେ ମଧ୍ୟ ରାଜସ୍ଵ ଦେବାରେ ଅସମର୍ଥ ହେବାରୁ ସେମାନଙ୍କ ଜମିଦାରୀ ବିକ୍ରି ହୋଇଯାଉଥିଲା ଏବଂ ଏଥ‌ିରେ ସରକାରଙ୍କରହିଁ ହିତ ସାଧୁତ ହୋଇଥିଲା ।’’ ମୋଟାମୋଟିଭାବେ ଦେଖିବାକୁ ଗଲେ ଏହା ଲର୍ଡ଼ କଣ୍ଠୱାଲିସ୍‌ଙ୍କର ସମୟୋପଯୋଗୀ ଏକ ଦୃଢ଼ ପଦକ୍ଷେପ ଥିଲା ।

CHSE Odisha Class 12 History Chapter 11 Short & Long Answer Questions in Odia Medium

୨। ଭାରତରୁ କିପରି ବିତ୍ତ ବା ସମ୍ପଦର ପ୍ରବାହ ଘଟିଥିଲା ଆଲୋଚନା କର ।
Answer:
୧୭୫୭ ଖ୍ରୀ.ଅ.ର ପଲାସୀ ଯୁଦ୍ଧ ପରଠାରୁ ୧୮୫୭ ଖ୍ରୀ.ଅ.ର ସିପାହି ବିଦ୍ରୋହ ମଧ୍ଯରେ ଇଂରେଜମାନେ ଭାରତରୁ ମନଇଚ୍ଛା ଧନସମ୍ପତ୍ତି ଇଂଲଣ୍ଡକୁ ବୋହିନେଇ ଭାରତର ଅର୍ଥନୀତିକୁ ଦୁର୍ବଳ କରିଦେଇଥିଲେ । ଭାରତୀୟ ବିତ୍ତର ଏହି ପ୍ରବାହକୁ ଦାଦାଭାଇ ନାରୋଜୀ ‘ପ୍ରବାହ ତତ୍ତ୍ୱ’ ନାମରେ ନାମିତ କରିଥିଲେ । ଅତି ବଳିଷ୍ଠଭାବରେ ସେ ଏହି ବିଭ ପ୍ରବାହ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ । ବିତ୍ତ ପ୍ରବାହର କାରଣ – ଇଂରେଜମାନଙ୍କଦ୍ୱାରା ଇଂଲଣ୍ଡକୁ ଭାରତୀୟ ବିତ୍ତର ପ୍ରବାହ ଘଟୁଥିଲା । ଏହା ପଛରେ ବହୁ କାରଣ ନିହିତ ଥିଲା । ପ୍ରଥମତଃ, ସୁଦୂର ଇଂଲଣ୍ଡରୁ ଭାରତର ଔପନିବେଶିକ ଅର୍ଥନୀତି ପରିଚାଳିତ ହେଉଥିଲା । ପୁନଶ୍ଚ ଭାରତୀୟମାନଙ୍କର ନିୟନ୍ତ୍ରଣ ଏହା ଉପରେ ନ ଥିଲା । ଦ୍ଵିତୀୟତଃ, ଭାରତୀୟମାନଙ୍କ ଶିଳ୍ପ କ୍ଷେତ୍ରରେ ବିକାଶକୁ ଇଂଲଣ୍ଡ ମନପ୍ରାଣ ଦେଇ ବିରୋଧ କରୁଥିଲା ।

ତୃତୀୟତଃ, ଭାରତରେ ବ୍ରିଟିଶ୍ ପ୍ରଶାସନିକ ଅଫିସର ତଥା କର୍ମଚାରୀ ଏବଂ ରାଜ୍ୟଜୟ ପାଇଁ ଉଦ୍ଦିଷ୍ଟ ସେନାବାହିନୀର ପ୍ରତିପୋଷଣ ନିମିତ୍ତ ପ୍ରଚୁର ଅର୍ଥର ଆବଶ୍ୟକତା ଏହି ବିତ୍ତ ପ୍ରବାହର ଅନ୍ୟତମ କାରଣ ଥିଲା । ଚତୁର୍ଥତଃ, ଭାରତର ଭୌଗୋଳିକ ସ୍ଥିତି ଇଂରେଜମାନଙ୍କୁ ଭାରତ ବାହାରେ ସାମ୍ରାଜ୍ୟ ବିସ୍ତାର କରିବାପାଇଁ ସକ୍ଷମ କରାଇପାରିଥିଲା । ତେଣୁ ନିର୍ବିଘ୍ନରେ ଏବଂ ବିନା ପ୍ରତିରୋଧରେ ସେମାନେ ଭାରତର ବିପୁଳ ବିଭକୁ ଲୁଟି ନେଉଥିଲେ । ଶେଷରେ ରାଜସ୍ଵ, ବିଭିନ୍ନ ଶିଳ୍ପ ତଥା ରେଳ, ଡାକ ଏବଂ ଅନ୍ୟାନ୍ୟ ବିଭାଗରୁ ଆନୀତ ସମସ୍ତ ଅର୍ଥ ଇଂରେଜମାନେ ଭାରତୀୟମାନଙ୍କ ପାଇଁ ବ୍ୟୟ କରୁ ନ ଥିଲେ । ଫଳରେ ଭାରତରୁ ଇଂଲଣ୍ଡକୁ ନିର୍ବିବାଦରେ ବିତ୍ତର ପ୍ରବାହ ଘଟୁଥିଲା ।

ଦାଦାଭାଇ ନାରୋଜୀ ପ୍ରାକ୍ ବ୍ରିଟିଶ୍ ଏବଂ ଇଂରେଜମାନଙ୍କ ସମୟରେ ବିତ୍ତର ସ୍ଥିତି ସମ୍ପର୍କରେ ନିଜର ତୁଳନାତ୍ମକ ଅଭିବ୍ୟକ୍ତି ପ୍ରକାଶ କରିଥିଲେ । ତାଙ୍କ ମତରେ, ମୋଗଲ ଏବଂ ମରହଟ୍ଟାମାନଙ୍କ ଶାସନ ସମୟରେ ଭାରତୀୟ ରାଜ୍ୟମାନଙ୍କରୁ ଲୁଣ୍ଠିତ ବିତ୍ତମାନ ଏହି ଭାରତରେ ହିଁ ରହୁଥିଲା । ସେ ସମସ୍ତ ବିତ୍ତ ପୁଣି ଭାରତୀୟମାନଙ୍କ ପାଇଁ ବ୍ୟୟ କରାଯାଉଥିଲା । ବିତ୍ତର ଏହି ଅନ୍ତଃପ୍ରବାହ ଭାରତର ଅର୍ଥନୀତିକୁ ବିପନ୍ନ କରୁ ନ ଥିଲା । ମାତ୍ର ଇଂରେଜମାନଙ୍କ ଆଗମନ ସହିତ ବିତ୍ତ ପ୍ରବାହ କ୍ଷେତ୍ରରେ ପରିବର୍ତ୍ତନ ଘଟିଥିଲା । ମାତ୍ର ଶହେ ବର୍ଷ ମଧ୍ୟରେ (୧୭୫୭ରୁ ୧୮୫୭) କମ୍ପାନୀର କର୍ମକର୍ତ୍ତା, କର୍ମଚାରୀ ଏବଂ ବେପାରୀମାନେ ଭାରତର ବିଭକୁ ନିଜ ଦେଶକୁ ବୋହିନେଇଥିଲେ । ବିତ୍ତର ବହିଃପ୍ରବାହ ଯୋଗୁଁ ଭାରତ କ୍ରମଶଃ ଦରିଦ୍ର ହୋଇଯାଇଥିଲା ।

ବିତ୍ତ ପ୍ରବାହର ବିଭିନ୍ନ ଦିଗ – ବିତ୍ତ ପ୍ରବାହର ବିଭିନ୍ନ ଦିଗ ରହିଥିଲା । ପ୍ରଥମତଃ, ଇଂଲଣ୍ଡରେ ଅବସ୍ଥିତ ଇଷ୍ଟଇଣ୍ଡିଆ କମ୍ପାନୀର ପଦସ୍ଥ ଅଫିରମାନଙ୍କ ଦରମା ବାବଦକୁ ଭାରତରୁ ଅର୍ଥ ପଠାଯାଉଥିଲା ।
ଦ୍ଵିତୀୟତଃ, ୧୭୭୩ ଖ୍ରୀ.ଅ.ରେ ହୋଇଥ‌ିବା ଚାର୍ଟର ଆଇନ ବଳରେ ଇଷ୍ଟଇଣ୍ଡିଆ କମ୍ପାନୀର ଅଂଶୀଦାରମାନଙ୍କୁ ଭାରତରୁ ଆଦାୟ ହେଉଥିବା ରାଜସ୍ୱରୁ ୬,୩୦,୦୦୦ ପାଉଣ୍ଡ ଦେବା କଥା ସ୍ଥିର ହୋଇଥିଲା । ସେହିଦିନଠାରୁ ୧୮୫୭ ପର୍ଯ୍ୟନ୍ତ ଏହା ନିରବଚ୍ଛିନ୍ନ ଭାବରେ ଚାଲିଆସୁଥିଲା । ତୃତୀୟତଃ, ଭାରତୀୟ ପ୍ରଶାସନିକ କାର୍ଯ୍ୟ ଏବଂ ସୈନ୍ୟବାହିନୀରୁ ଅବସର ନେଇ ଇଂଲଣ୍ଡରେ ବାସ କରୁଥିବା ବ୍ୟକ୍ତିବିଶେଷଙ୍କ ପେନ୍‌ସନ ପାଇଁ ମଧ୍ଯ ଭାରତରୁ ଅର୍ଥ ପଠାଯାଉଥିଲା ।

ତୃତୀୟତଃ, ଭାରତୀୟ ପ୍ରଶାସନିକ କାର୍ଯ୍ୟ ଏବଂ ସୈନ୍ୟବାହିନୀରୁ ଅବସର ନେଇ ଇଂଲଣ୍ଡରେ ବାସ କରୁଥିବା ବ୍ୟକ୍ତିବିଶେଷଙ୍କ ପେନ୍‌ସନ ପାଇଁ ମଧ୍ୟ ଭାରତରୁ ଅର୍ଥ ପଠାଯାଉଥିଲା । ଚତୁର୍ଥତଃ, ନୌବାହିନୀ, ସାଧାରଣ ପ୍ରଶାସନିକ ସେବା ଏବଂ ସ୍ଥଳବାହିନୀ ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀ ଇଂଲଣ୍ଡ ବଜାରରେ କିଣାହେବା ବାବଦରେ ଅର୍ଥ ମଧ୍ଯ ଭାରତରୁ ଯାଉଥିଲା । ଶେଷତଃ, ବୈଦେଶିକ ବ୍ୟାଙ୍କ, ବୀମା ଏବଂ ଜାହାଜ କମ୍ପାନୀ ପାଇଁ ଇଂଲଣ୍ଡ ଯେଉଁ ଅର୍ଥ ବିନିଯୋଗ କରୁଥିଲା ତାହାର ମୋଟା ଅଙ୍କ ଭାରତରୁ ହିଁ ଯାଉଥିଲା । ଏହିସବୁ ଉପାୟରେ ଭାରତରୁ ବିଭର ବହିଃପ୍ରବାହ ଘଟୁଥିଲା ।

ବିତ୍ତ ପ୍ରବାହର କୁଫଳ – ଦୀର୍ଘ ଶହେ ବର୍ଷ ମଧ୍ୟରେ ଭାରତରୁ ବିଭର ଯେଉଁ ବହିଃପ୍ରବାହ ଘଟିଥିଲା ଏହାର କୁଫଳ ଥୁଲା ଅବର୍ଣ୍ଣନୀୟ । ଏହା ଭାରତୀୟମାନଙ୍କୁ ଅଶେଷ ଦୁଃଖ ଦେବା ସହିତ ଭାରତର ଅର୍ଥନୀତିକୁ ଦାରୁଣ ଧକ୍କା ଦେଇଥିଲା । ଏହାର କୁଫଳଗୁଡ଼ିକ ଥିଲା ନିମ୍ନ ପ୍ରକାରର । ପ୍ରଥମତଃ, ବିତ୍ତର ଏହି ବହିଃପ୍ରବାହ ଭାରତରେ ଦାରିଦ୍ର୍ୟ ବୃଦ୍ଧିର ପ୍ରଧାନ କାରଣରୂପେ ଦେଖାଦେଇଥିଲା । ଭାରତୀୟମାନଙ୍କ ଅର୍ଥରେ ଇଂଲଣ୍ଡ ପରିପୁଷ୍ଟ ହୋଇଥିବାବେଳେ ଭାରତର କୃଷକ, ଶ୍ରମିକ ଏବଂ ଶିଳ୍ପୀମାନଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଥିଲା । ଦ୍ଵିତୀୟତଃ, ଭାରତରେ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଶିଥୁଳତା ଦେଖାଦେଇଥିଲା । ଧନିକ ବା ଜମିଦାର ଶ୍ରେଣୀୟ ଲୋକମାନେ ଇଂରେଜ ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ପୁଞ୍ଜି ବିନିଯୋଗର ସୁଯୋଗ ପାଇପାରି ନ ଥିଲେ ।

ତୃତୀୟତଃ, ଏହି ବିତ୍ତୀୟ ବହିଃପ୍ରବାହ ଫଳରେ ଭାରତରେ ଶିଳ୍ପର ଅବନତି ଦେଖାଯାଇଥିଲା । ଭାରତରୁ ଲୁହାପଥର, ତୁଳା, କପା ଆଦି କଞ୍ଚାମାଲ ଇଂଲଣ୍ଡକୁ ଚାଲିଯିବା ଫଳରେ ଭାରତୀୟ ଶିଳ୍ପ ରୁଗ୍‌ଣ ହୋଇପଡ଼ିଥିଲା । ଶେଷତଃ, ଭାରତୀୟମାନେ ଚାକିରି ନ ପାଇବାରୁ ସେମାନଙ୍କର ବୃଦ୍ଧି ଉଚ୍ଛେଦ ହେବାରୁ ସେମାନେ ବିଦ୍ରୋହୀ ହୋଇ ଉଠିଥିଲେ । ବିଭିନ୍ନ ପ୍ରକାର କୁକର୍ମ ମାଧ୍ୟମରେ ଅନେକ ଜୀବିକା ନିର୍ବାହର ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେଲେ । ଏହା ଭାରତରେ ଅରାଜକତା ବୃଦ୍ଧି କରିବାରେ ଯଥେଷ୍ଟ ସହାୟକ ହୋଇଥିଲା ।

CHSE Odisha Class 12 History Chapter 11 Short & Long Answer Questions in Odia Medium

୩ । ଭାରତରେ ୧୭୫୭ ଖ୍ରୀ.ଅ. ରୁ ୧୮୫୭ ଖ୍ରୀ.ଅ. ମଧ୍ଯରେ ଗମନାଗମନ ଓ ଯୋଗାଯୋଗର ବିକାଶ କିପରି ଘଟିଥିଲା ଉଲ୍ଲେଖ କର ।
Answer:
ଭାରତରେ ଇଂରେଜ ଶାସନର ପ୍ରତିଷ୍ଠା ପରେ ତା’ର ଭାଗ୍ୟ ବଦଳିବାରେ ଲାଗିଥିଲା । ନିଜର ବ୍ୟାବସାୟିକ କାରବାର ବୃଦ୍ଧି କରିବାପାଇଁ ଇଷ୍ଟଇଣ୍ଡିଆ କମ୍ପାନୀ ଭାରତରେ ଗମନାଗମନର ସୁବିଧା କରିଥିଲା । ତେଣୁ ପରିବହନ ପାଇଁ ସଡ଼କ ଏବଂ ରେଳପଥର ବ୍ୟାପକ ପ୍ରସାର ଘଟିଥିଲା । ଯୋଗାଯୋଗ ନିମିତ୍ତ ଡାକ ଏବଂ ଟେଲିଗ୍ରାଫ୍‌ର ପ୍ରଚଳନ ମଧ୍ୟ ବିଧ୍ଵବଦ୍ଧଭାବରେ ଘଟିଥିଲା । ଭାରତକୁ ଆଧୁନିକୀକରଣ କରିବା ଦିଗରେ ଏଗୁଡ଼ିକର ଗୁରୁତ୍ଵ ଯଥେଷ୍ଟ ଥିଲା । ଏସବୁପାଇଁ ଡେହାଉସୀଙ୍କ ଅବଦାନ ଥିଲା ଉଲ୍ଲେଖଯୋଗ୍ୟ ।

ଭାରତରେ ଇଂରେଜମାନେ ପଦାର୍ପଣ କରିବା ପୂର୍ବରୁ ଏହାର ପରିବହନ ବ୍ୟବସ୍ଥା ଅତି ଅନୁନ୍ନତ ଅବସ୍ଥାରେ ଥିଲା । ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଦ୍ରବ୍ୟ ଆଦି ପରିବହନ ନିମିତ୍ତ ସ୍ଥଳପଥରେ ଲୋକମାନେ ଶଗଡ଼, ଓଟ, ଗଧ, ଘୋଡ଼ା ଆଦି ଉପରେ ନିର୍ଭର କରୁଥିଲେ । ଜଳପଥରେ ନୌକା ଓ ଭେଳା ଉପରେ ନିର୍ଭର କରାଯାଉଥିଲା । ଇଂରେଜମାନେ ଉପଲବ୍‌ କରିଥିଲେ ଯେ ଭାରତରେ ବାଣିଜ୍ୟିକ ପ୍ରସାର ନିମିତ୍ତ ଏହାର ରାସ୍ତାଗୁଡ଼ିକ ସମ୍ପ୍ରସାରଣ କରିବା ତଥା ନଦୀଗୁଡ଼ିକରେ ଷ୍ଟିମର ସାହାଯ୍ୟରେ ପରିବହନର ସୁଯୋଗ ସୃଷ୍ଟି କରିବା ଏକାନ୍ତ ଅପରିହାର୍ଯ୍ୟ । ବିଶେଷକରି ଡେଲ୍ହାଉସୀ ଭାରତରେ ପଦାର୍ପଣ କରିବା ପରେ ପରିବହନ ବ୍ୟବସ୍ଥାର ଉନ୍ନତି ପାଇଁ ଉଦ୍ୟମ କରିଥିଲେ ।

ସଡ଼କପଥର ବିକାଶ – ଲର୍ଡ଼ ଉଇଲିୟମ୍ ବେଣ୍ଟିକ୍ ତାଙ୍କ ଶାସନ କାଳରେ ସଡ଼କପଥର ବିକାଶ ପାଇଁ ଦୃଷ୍ଟି ଦେଇଥିଲେ । ସେ କଲିକତାକୁ ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶ ସହିତ ଯୋଗ କରିବା ଉପରେ ଗୁରୁତ୍ଵ ଦେଇଥିଲେ । ସେ କଲିକତାରୁ ଦିଲ୍ଲୀ ପର୍ଯ୍ୟନ୍ତ ‘ଗ୍ରାଣ୍ଡ ଟ୍ରକ୍ ରୋଡ଼’ ନିର୍ମାଣ କରାଇଥିଲେ । ପରେ ପରେ ଏହି ସଡ଼କ ଲାହୋର ଏବଂ ପେଶର ସହିତ ମଧ୍ୟ ସଂଯୁକ୍ତ କରାଯାଇଥିଲା । ଏହାପରେ ବମ୍ବେଠାରୁ ଆଗ୍ରା ପର୍ଯ୍ୟନ୍ତ ଲମ୍ବିଥିଲା ବିଶାଳ ସଡ଼କପଥ । ପରେ ୧୮୫୪ ଖ୍ରୀ.ଅ.ରେ ଲର୍ଡ଼ ଡେଲ୍ହାଉସୀ ସଡ଼କପଥ, ରେଳପଥ ଓ କେନାଲ ଖନନ ଉପରେ ବିଶେଷଭାବେ ଦୃଷ୍ଟି ଦେଇଥିଲେ ଏବଂ ଏଥ‌ିପାଇଁ ପୂର୍ତ୍ତବିଭାଗ ଗଠନ କରିଥିଲେ । କ୍ରମେ ଭାରତବର୍ଷରେ ଗମନାଗମନ ଓ ପରିବହନ ପାଇଁ ସଡ଼କପଥର ବିକାଶ ଘଟିଥିଲା ।

ଜଳପଥ – ସଡ଼କପଥ ପରି ଜଳପଥର ଆବଶ୍ୟକତା ମଧ୍ଯ ଇଂରେଜମାନେ ଉପଲ୍‌ବଧୂ କରିଥିଲେ । ସେଥ‌ିପାଇଁ ଗଙ୍ଗା ଆଦି ନଦୀରେ ନୌକା ସହିତ ଷ୍ଟିମରର ବନ୍ଦୋବସ୍ତ ମଧ୍ଯ ସେମାନେ କରିଥିଲେ । କେବଳ ସେତିକି ନୁହେଁ, କୃଷିର ଉନ୍ନତି ନିମିତ୍ତ ସେମାନେ କେନାଲର ବିକାଶ ମଧ୍ଯ କରାଇଥିଲେ । ୧୮୫୪ ଖ୍ରୀ.ଅ.ରେ ଗଙ୍ଗାନଦୀର ମୁଖ୍ୟ କେନାଲ ଉଦ୍‌ଘାଟିତ ହୋଇଥିଲା । ପରେ ୧୮୮୨ ଖ୍ରୀ.ଅ.ରେ ସରହିନ୍ଦ୍ କେନାଲର ଶୁଭ ଉଦ୍‌ଘାଟନ ହୋଇଥିଲା । ମାତ୍ର ସ୍ଥଳପଥ ତୁଳନାରେ ଜଳପଥର ସେମିତି ଆଦୃଶିଆ ବିକାଶ ହୋଇପାରିନଥିଲା ।

ରେଳପଥର ପ୍ରଚଳନ – ଶିଳ୍ପ ବିପ୍ଳବ ପରେ ୧୮୨୫ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡରେ ରେଳ ଚଳାଚଳ ହୋଇଥିଲା । ଏହି ରେଳପଥଦ୍ଵାରା କଞ୍ଚାମାଲ ଇତ୍ୟାଦିର ପରିବହନ ଏବଂ ଉତ୍ପନ୍ନ ଦ୍ରବ୍ୟର ବଣ୍ଟନ ସହଜ ହେବ ବୋଲି ଜଣାପଡ଼ିଥିଲା । ଇଷ୍ଟଇଣ୍ଡିଆ କମ୍ପାନୀ ଭାରତରେ ଏହାର ଆବଶ୍ୟକତା ଅନୁଭବ କରିଥିଲା । ଭାରତରେ ରେଳପଥର ବିକାଶ ନିମିତ୍ତ ଡେଲ୍ହାଉସୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବମ୍ବେରୁ କଲ୍ୟାଣ ନଗର, କଲିକତାରୁ ରାଣୀଗଞ୍ଜ ଏବଂ ମାନ୍ଦ୍ରାଜରୁ ଆର୍‌କୋଟ୍ ପର୍ଯ୍ୟନ୍ତ ରେଳପଥର ବିକାଶ ନିମିତ୍ତ ସେ ଉଦ୍ୟମ କରିଥିଲେ । ୧୮୫୩ ଖ୍ରୀ.ଅ.ରେ ପ୍ରଥମଥର ପାଇଁ ଥାନେ ଏବଂ ବମ୍ବେ ମଧ୍ୟରେ ରେଳ ଚଳାଚଳ କରିଥିଲା । ୧୮୫୪ ଖ୍ରୀ.ଅ.ରେ କଲିକତାଠାରୁ ରାଣୀଗଞ୍ଜଆଡ଼କୁ ୬୦ କିଲୋମିଟର ଲମ୍ବର ରେଳପଥ ନିର୍ମିତ ହୋଇଥିଲା । ୧୮୫୬ ଖ୍ରୀ.ଅ.ରେ ମାନ୍ଦ୍ରାଜ ଆର୍‌କୋଟ୍ ରେଳପଥର ଶୁଭାରମ୍ଭ ହୋଇଥିଲା । ୧୮୬୯ ଖ୍ରୀ.ଅ. ବେଳକୁ ୪,୦୦୦ ମାଇଲରୁ ଅଧିକ ରେଳପଥ ଭାରତରେ ବିସ୍ତାରଲାଭ କରିଥିଲା । ଅବଶ୍ୟ ଏହାପରେ ଭାରତରେ ରେଳପଥର ଦ୍ରୁତ ବିକାଶ ଘଟିଥିଲା ।

ଡାକ ବିଭାଗର ସ୍ଥାପନ – ଯୋଗାଯୋଗ ସ୍ଥାପନ ପାଇଁ ଭାରତରେ ଡାକ ବିଭାଗର ପ୍ରଚଳନ ଥିଲା ଇଂରେଜମାନଙ୍କର ଅନ୍ୟ ଏକ ବଳିଷ୍ଠ ପଦକ୍ଷେପ । ଡେଲ୍ହାଉସୀଙ୍କ ଆଗମନ ପୂର୍ବରୁ ଭାରତରେ ଘୋଡ଼ାସବାର ଏବଂ ବ୍ୟକ୍ତିବିଶେଷଙ୍କଦ୍ଵାରା ଡାକ ପ୍ରେରଣ କରାଯାଉଥିଲା । ସମ୍ବାଦ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରେ ପହଞ୍ଚିବାପାଇଁ ଅହେତୁକ ବିଳମ୍ବ ହେଉଥିଲା । ଇଂଲଣ୍ଡରେ ସାର୍ ରୋଲାଣ୍ଡ ହିଲ୍ ନାମକ ଜଣେ ବ୍ୟକ୍ତି ‘ପେନି ଡାକ ମାହାସୁଲ ପ୍ରଥା’ ଉଦ୍ଭାବନ କରିଥିଲେ । ଏହାଫଳରେ ଡାକଟିକଟ କିଣି ଚିଠି ଉପରେ ଲଗାଇ ଚିଠି ପକାଇବାକୁ ପଡ଼ିଲା । ଡେହାଉସୀ ଭାରତରେ ‘ଅର୍ଦ୍ଧଅଣା’ ଡାକ ପ୍ରଥା ପ୍ରଚଳନ କରିଥିଲେ । ଏଥୁ ସହିତ ‘ନୂତନ ଡାକଘର ଆଇନ’ ପ୍ରଣୟନ କରିଥିଲେ । ସହର ତଥା ଗ୍ରାମମାନଙ୍କରେ ଡାକଘରମାନ ସ୍ଥାପନ କରାଯାଇଥିଲା ।

ଡାକବିଭାଗର କାର୍ଯ୍ୟକାରିତାକୁ ତଦାରଖ କରିବାପାଇଁ ଜଣେ ଡାଇରେକ୍ଟର ଜେନେରାଲ ନିଯୁକ୍ତି ପାଇଥିଲେ । ଏହା ଯେ କେବଳ ସଂଯୋଗ ସ୍ଥାପନ କରିବାପାଇଁ ସହାୟକ ହୋଇଥିଲା ତାହା ନୁହେଁ, ଇଷ୍ଟଇଣ୍ଡିଆ କମ୍ପାନୀ ପାଇଁ ଏହା ଅର୍ଥ ଆଗମନର ପଥକୁ ସୁଗମ କରି ଦେଇଥିଲା । ଟେଲିଗ୍ରାଫ୍ ବ୍ୟବସ୍ଥାର ପ୍ରଚଳନ – ଲର୍ଡ଼ ଡେଲ୍‌ହାଉସୀ ଭାରତରେ ଟେଲିଗ୍ରାଫ୍ ପ୍ରଚଳନ କରାଇ ଭାରତରେ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ଘଟାଇଥିଲେ । ଡେହାଉସୀଙ୍କ ସମୟରେ ଦୀର୍ଘ ୪୦୦୦ ମାଇଲ୍ ବ୍ୟାପୀ ଟେଲିଗ୍ରାଫ୍ ତାର ଟଣାଯାଇଥିଲା । ଏହା ଫଳରେ କଲକତା ସହିତ ବମ୍ବେ, ପେଶୱାର, ମାନ୍ଦ୍ରାଜ, ବାରାଣସୀ, ଅମ୍ବାଲା ଆଦି ସ୍ଥାନ ସହିତ ସଂଯୁକ୍ତ ହୋଇପାରିଥିଲା । ଏହା ଫଳରେ ଖୁବ୍ କମ୍ ସମୟ ମଧ୍ୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସମ୍ବାଦ ପ୍ରେରଣ କରାଯାଇପାରିଲା । ୧୮୫୭ ଖ୍ରୀ.ଅ. ପରେ ଭାରତବର୍ଷରେ ଏହା ବହୁଳରୂପେ ପ୍ରସାରିତ ହୋଇଥିଲା ।

ଫଳାଫଳ – ଭାରତରେ ଇଂରେଜମାନଙ୍କର ପରିବହନ ଓ ଯୋଗାଯୋଗର ଫଳାଫଳ ଥିଲା ସୂଦୁରପ୍ରସାରୀ । ପ୍ରଥମତଃ, ରେଳ ପ୍ରଚଳନ ହେବାଫଳରେ ଭାରତର ବିଭିନ୍ନ ପ୍ରାନ୍ତ ସଂଯୋଜିତ ହୋଇପାରିଲା । ବିଭିନ୍ନ ପ୍ରାନ୍ତର ଲୋକମାନଙ୍କ ମଧ୍ୟରେ ଥ‌ିବା ମନୋମାଳିନ୍ୟ କ୍ରମଶଃ ଦୂରୀଭୂତ ହୋଇପାରିଥିଲା । ଏହା ସମୟକ୍ରମେ ଭାରତୀୟମାନଙ୍କ ମଧ୍ୟରେ ଏକତା ବୃଦ୍ଧି କରାଇ ଜାତୀୟତାବାଦ ଉନ୍ମେଷ କରିବା ଦିଗରେ ସହାୟକ ହୋଇଥିଲା । ଦ୍ଵିତୀୟତଃ, କୃଷିର ଉନ୍ନତିଲାଗି ଯଥେଷ୍ଟ ସହାୟକ ହୋଇଥିଲା କେନାଲ ଖନନ । ଏହା ଜଳସେଚନରେ ସହାୟକ ହୋଇ କୃଷି ଉତ୍ପାଦନ ବୃଦ୍ଧି କରିଥିଲା ଏବଂ ବାଣିଜ୍ୟ ବ୍ୟବସାୟରେ ମଧ୍ୟ ସହାୟକ ହୋଇଥିଲା ।

ତୃତୀୟତଃ, ସଡ଼କପଥର ବିକାଶ ଘଟିବା ଫଳରେ ଯାତାୟାତ ଓ ପରିବହନ ବ୍ୟବସାୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହୋଇଥିଲା । ଚତୁର୍ଥତଃ, ଡାକବିଭାଗ ଓ ଇଲେକ୍‌ଟ୍ରିକ୍‌ ଟେଲିଗ୍ରାଫ୍‌ର ପ୍ରଚଳନ ଫଳରେ ଭାରତରେ ସମ୍ବାଦ ସରବରାହ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଥିଲା । ଶେଷତଃ, ପରିବହନ ଓ ସଂଯୋଗ ବ୍ୟବସ୍ଥା ଫଳରେ ଇଂରେଜମାନେ ଭାରତାୟମାନଙ୍କ ବିଶେଷଭାବରେ ଶୋଷଣ କରିବାର ସୁଯୋଗ ପାଇପାରିଥିଲେ । ଭାରତର ବିଭିନ୍ନ ବନ୍ଦର ଏବଂ ସହର ତଥା ଉପାନ୍ତ ଅଞ୍ଚଳରେ ରେଳଦ୍ଵାରା ସଂଯୁକ୍ତ ହେବାଫଳରେ ଏ ଦେଶର କଞ୍ଚାମାଲ ଅନାୟାସରେ ଭାରତ ବାହାରକୁ ଯାଇପାରୁଥିଲା ଏବଂ ବିଦେଶୀ ଦ୍ରବ୍ୟ ମଧ୍ୟ ଖୁବ୍ ଶୀଘ୍ର ଭାରତୀୟ ବଜାରରେ ପ୍ରସାରଲାଭ କରିପାରୁଥିଲା । ସର୍ବୋପରି ୧୭୫୭ ଖ୍ରୀ.ଅ.ରୁ ୧୮୫୭ ଖ୍ରୀ.ଅ.ରୁ ମଧ୍ଯରେ ଇଂରେଜମାନେ ଭାରତରେ ଗମନାଗମନ ଏବଂ ସଂଯୋଗ କ୍ଷେତ୍ରରେ ବହୁ ଉନ୍ନତି ସାଧନ କରିଥିଲେ । ଏହା ଏକପକ୍ଷରେ ଭାରତୀୟମାନଙ୍କ ଅଶେଷ ଉନ୍ନତିସାଧନ କରିଥିଲେ ମଧ୍ୟ ଅନ୍ୟପକ୍ଷରେ ଇଂରେଜମାନଙ୍କର ରାଜନୈତିକ ସ୍ଵାର୍ଥ ଏବଂ ଆର୍ଥନୀତିକ ଶୋଷଣକୁ ପାଥେୟ ଯୋଗାଇଥିଲା ।

CHSE Odisha Class 12 History Chapter 11 Short & Long Answer Questions in Odia Medium

୪। ଇଷ୍ଟଇଣ୍ଡିଆ କମ୍ପାନୀର ବାଣିଜ୍ୟନୀତି ଉପରେ ଆଲୋଚନା କର ।
Answer:
ଜଳପଥ ଆବିଷ୍କାର ପରେ ଇଉରୋପର ବିଭିନ୍ନ ଜାତି ଭାରତ ସହିତ ବାଣିଜ୍ୟ କରିବାପାଇଁ ଉତ୍ସାହ ପ୍ରକାଶ କରିଥିଲେ । ସେହି ଜାତିମାନଙ୍କ ମଧ୍ୟରେ ଶ୍ରେଷ୍ଠ ଥିଲେ ପର୍ତ୍ତୁଗୀଜ୍, ଡଚ୍, ଇଂରେଜ ଓ ଫରାସୀମାନେ । ସପ୍ତଦଶ ଶତାବ୍ଦୀ ଆରମ୍ଭରେ ଯଦିଚ ପର୍ତ୍ତୁଗୀଜ୍‌ମାନେ ଭାରତରେ ବ୍ୟାପକ ବାଣିଜ୍ୟ କରୁଥିଲେ, ଅଷ୍ଟାଦଶ ଶତାବ୍ଦୀବେଳକୁ ସେମାନଙ୍କର ବ୍ୟବସାୟ ସମ୍ପୂର୍ଣ୍ଣରୂପେ ଅଚଳ ହୋଇପଡ଼ିଥିଲା । ଡ୍ୟୁପ୍ଲେଙ୍କ ପରେ ଫରାସୀମାନଙ୍କର ବାଣିଜ୍ୟ ବ୍ୟବସାୟର ପତନ ଘଟିଥିଲା । ଅଷ୍ଟାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଡଚ୍ ଓ ଇଂରେଜମାନେ ଭାରତ ସହିତ ବାଣିଜ୍ୟିକ ସମ୍ପର୍କ ରଖିଥିଲେ । ପଲାସୀ ଯୁଦ୍ଧ ପର୍ଯ୍ୟନ୍ତ ଭାରତରେ ଇଷ୍ଟଇଣ୍ଡିଆ କମ୍ପାନୀ ଗୋଟିଏ ବାଣିଜ୍ୟ କର୍ପୋରେସନ୍ ପରି କାର୍ଯ୍ୟ କରୁଥିଲା । ପଲାସୀ ଯୁଦ୍ଧ ପରେ ଭାରତରେ ଇଂରେଜମାନଙ୍କର ଅର୍ଥନୈତିକ ନୀତିରେ ବିରାଟ ପରିବର୍ତ୍ତନ ଦେଖାଦେଇଥିଲା । ଇଷ୍ଟଇଣ୍ଡିଆ କମ୍ପାନୀ ନିଜର ରାଜନୈତିକ କ୍ଷମତା ମାଧ୍ୟମରେ ଭାରତର ବାଣିଜ୍ୟ ବ୍ୟବସାୟକୁ ନିୟନ୍ତ୍ରଣ କରିବାପାଇଁ ଚେଷ୍ଟା କରିଥିଲା ।

ଏହା ତିନୋଟି ମୂଳ ଲକ୍ଷ୍ୟ ଉପରେ ପ୍ରତିଷ୍ଠିତ ଥିଲା; ଯଥା –

  • କମ୍ପାନୀର ଲାଭର ପରିମାଣକୁ ବୃଦ୍ଧି କରାଇବା
  • ଭାରତକୁ ଅଧିକ ଲାଭଜନକ କରାଇବା
  • ନିଜର ସ୍ଥିତିକୁ ଭାରତରେ ସୁଦୃଢ଼ କରିବା ।

ଏହାର ପରିଣାମସ୍ୱରୂପ ଇଂଲଣ୍ଡର ଅର୍ଥନୈତିକ ଶୋଷଣର ଶିକାର ହୋଇଥିଲା ଐଶ୍ଵର୍ଯ୍ୟଶାଳୀ ଭାରତବର୍ଷ । ପ୍ରଥମେ ଇଷ୍ଟଇଣ୍ଡିଆ କମ୍ପାନୀ ଭାରତୀୟ ଦ୍ରବ୍ୟକୁ ନେଇ ଇଉରୋପୀୟ ବଜାରରେ ବିକ୍ରି କରୁଥିଲା । ସେତେବେଳେ ଭାରତର ଅର୍ଥନୀତି କ୍ଷତିଗ୍ରସ୍ତ ହୋଇନଥିଲା । ମାତ୍ର ସେମାନେ ଭାରତରେ ସାମ୍ରାଜ୍ୟ ସ୍ଥାପନ କରିବା ପରେ (୧୮୫୭ ମସିହା) ବାଣିଜ୍ୟ ପ୍ରତି ଅଧ‌ିକ ଯନ୍ତ୍ରବାନ୍ ହୋଇଥିଲେ । ଏଥିପାଇଁ ସେମାନେ ବହୁ ନିୟମ ଓ ବେନିୟମ କାର୍ଯ୍ୟ କରିବାକୁ ପଛାଇନଥିଲେ । ଉଦାହରଣସ୍ୱରୂପ, ଇଂଲଣ୍ଡରେ ଶିଳ୍ପ ବିପ୍ଳବ ପରେ ତା’ର ଶିଳ୍ପଜାତ ଦ୍ରବ୍ୟ ସବୁ ବହୁ ପରିମାଣରେ ପ୍ରସ୍ତୁତ ହେବାରୁ ସେଗୁଡ଼ିକୁ ଭାରତୀୟ ବଜାରରେ ଶସ୍ତାରେ ବିକ୍ରି କରିବାପାଇଁ ସେହି ଦ୍ରବ୍ୟ ଉପରେ କୌଣସି ଟିକସ ବସାଇନଥିଲେ ।

ଅପରପକ୍ଷେ ଭାରତୀୟ ଶିଳ୍ପଜାତ ଦ୍ରବ୍ୟ ଉପରେ ଟିକସ ବସାଇବା ଫଳରେ ତା’ର ମୂଲ୍ୟ ବଢ଼ିଯାଇଥିଲା । ଫଳରେ ଭାରତୀୟ ବାଣିଜ୍ୟ ଧ୍ୱଂସ ପାଇଯାଇଥିଲା । ଏହି ନୀତି ଫଳରେ ଭାରତର ବହୁ ଶିଳ୍ପ ଅଚଳ ହୋଇପଡ଼ିଥିଲା । ଭାରତୀୟ ଦ୍ରବ୍ୟର ରପ୍ତାନି ବୃଦ୍ଧି କରିବାକୁ କମ୍ପାନୀ ବଙ୍ଗଳାରେ ଅର୍ଥ ବିନିଯୋଗ କରିଥିଲା । ଏହାଦ୍ଵାରା ଭାରତୀୟ ଉତ୍ପାଦନକାରୀମାନେ ଲାଭବାନ୍ ହେବା କଥା; କିନ୍ତୁ କମ୍ପାନୀ ସେମାନଙ୍କ ଉପରେ କଟକଣା ଜାରି କରିଥିଲା । ରାଜନୈତିକ କ୍ଷମତା ଖଟାଇ ବଙ୍ଗଳାର ବୁଣାକାରମାନଙ୍କୁ ଅଳ୍ପମୂଲ୍ୟରେ, ଏପରିକି କ୍ଷତିରେ କାର୍ପାସ ବସ୍ତ୍ର ବିକ୍ରି କରିବାକୁ କମ୍ପାନୀ ବାଧ୍ୟ କରିଥିଲା । ଭାରତୀୟ କାରଖାନାରେ କାର୍ଯ୍ୟ କରିବାକୁ ବୁଣାକାରମାନଙ୍କୁ ବାରଣ କରାଯାଇଥିଲା ଏବଂ ସେମାନେ ଅଳ୍ପ ମଜୁରିରେ କମ୍ପାନୀର କାରଖାନାରେ କାର୍ଯ୍ୟକରିବାକୁ ବାଧ୍ୟ ହେଉଥିଲେ ।

ଗରିବ ବୁଣାକାରମାନେ ଦଣ୍ଡ ଭୟରେ କମ୍ପାନୀ କାରଖାନାରେ କାର୍ଯ୍ୟ କରିବାକୁ ବଣ୍ଡ ଲେଖିଦେଇଥିଲେ । ବଙ୍ଗଳାର ହସ୍ତଶିଳ୍ପୀମାନଙ୍କୁ ଅଧିକ ମଜୁରି ପ୍ରଦାନ ନକରିବାକୁ ଉଭୟ ଭାରତୀୟ ଓ ବିଦେଶୀ କମ୍ପାନୀମାନଙ୍କୁ ବାଧ୍ୟ କରାଯାଇଥିଲା । କମ୍ପାନୀର କର୍ମଚାରୀମାନେ ତୁଳା ବ୍ୟବସାୟ ମଧ୍ୟ ଏକଚାଟିଆ କରି ନେଇଥିଲେ । ଫଳରେ ଭାରତୀୟ ବୁଣାକାରମାନେ ଅଧ‌ିକ ମୂଲ୍ୟଦେଇ ତୁଳା କିଣୁଥିଲେ । ବ୍ରିଟେନ୍‌ରେ ଉତ୍ପାଦିତ ଦ୍ରବ୍ୟ ଭାରତୀୟ ଦ୍ରବ୍ୟଠାରୁ ଉତ୍କୃଷ୍ଟ ଓ ସୁଲଭ ନଥିଲେ ମଧ୍ୟ ବ୍ରିଟେନ୍ ତାହାର ଉତ୍ପାଦିତ ଦ୍ରବ୍ୟର ସ୍ଵାର୍ଥରକ୍ଷା ପାଇଁ ସଜାଇଥଲା । ବ୍ରିଟେନ୍ ସରକାର ମଧ୍ୟ ଭାରତୀୟ ହସ୍ତଶିଳ୍ପ ଉପରେ ଶୁଳ୍‌କ ବୃଦ୍ଧି କରିବାରୁ ବିଦେଶରେ ଚାଲୁଥିବା ଭାରତର ପୂର୍ବ କାରବାର ହ୍ରାସ ପାଇଥିଲା ।

ଶିଳ୍ପ ବିପ୍ଳବ ଯୋଗୁଁ ବ୍ରିଟେନ୍‌ରେ ଯେଉଁ କ୍ଷମତାଶାଳୀ ଉତ୍ପାଦନକାରୀ ଶ୍ରେଣୀର ଉତ୍‌ଥାନ ଘଟିଲା, ସେହି ଶ୍ରେଣୀ ପ୍ରତ୍ୟକ୍ଷ ରାଜନୀତିକ କ୍ଷମତା ହାସଲ କରି ଭାରତୀୟ ଶାସନକୁ ପ୍ରଭାବିତ କରିଥିଲା । ଉତ୍ପାଦନକାରୀମାନଙ୍କର ଲାଭ ଉତ୍ପାଦନରୁ ହିଁ ଆସୁଥୁଲା, ବାଣିଜ୍ୟରୁ ନୁହେଁ । ତେଣୁ ସେମାନେ ବିଟ୍ରେନ୍‌କୁ ଭାରତୀୟ ଦ୍ରବ୍ୟର ଆମଦାନୀ ପରିବର୍ତ୍ତେ ଭାରତରେ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବା ଉପରେ ଗୁରୁତ୍ଵ ଦେଇଥିଲେ । ସେମାନେ ନିଜର ଉଦ୍ୟୋଗ ପାଇଁ ଭାରତକୁ ତୁଳା ଓ ରେଶମ ପରି ଅନ୍ୟାନ୍ୟ କଞ୍ଚାମାଲ ପଠାଇବାକୁ କମ୍ପାନୀ ଉପରେ ଚାପ ପ୍ରୟୋଗ କରିଥିଲେ । ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ବଦଳିଯାଇଥିଲା । ବ୍ରିଟେନ୍‌ର କାର୍ପାସ୍ ବସ୍ତ୍ର ପାଖ ଦେଶଗୁଡ଼ିକୁ ବିଶେଷଭାବରେ ଭାରତରୁ ରପ୍ତାନୀ କରାଗଲା ।

ବ୍ରିଟିଶ୍ ଉତ୍ପାଦନକାରୀମାନେ ଅନୁଭବ କରିଥିଲେ ଯେ କମ୍ପାନୀର ଭାରତରେ ରାଜସ୍ଵ ନିୟନ୍ତ୍ରଣ ଏବଂ ରପ୍ତାନୀ ବାଣିଜ୍ୟ ମୁଖ୍ୟତଃ ସେମାନଙ୍କ ସ୍ୱାର୍ଥରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ୧୭୯୩ ଖ୍ରୀ.ଅ. ରୁ ୧୮୧୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ସେମାନେ କମ୍ପାନୀ ଓ ତାହାର ବାଣିଜ୍ୟିକ ସୁବିଧା ବିରୋଧରେ ଅଭିଯାନ ଚଳାଇଥିଲେ । ଫଳରେ ୧୮୧୩ ଖ୍ରୀଷ୍ଟାବ୍ଦରେ କମ୍ପାନୀର ଭାରତୀୟ ବାଣିଜ୍ୟ ଉପରେ ଥିବା ଏକଚାଟିଆ ଅଧିକାର ଲୋପ କରାଯାଇଥିଲା । ଏହିଠାରୁ ଭାରତ ସଚିବ ବ୍ରିଟେନ୍‌ର ଆର୍ଥନୀତିକ ସମ୍ପର୍କରେ ନୂତନ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । କୃଷିପ୍ରଧାନ ଭାରତ ପରିବର୍ତ୍ତିତ ହୋଇଥିଲା। ଶିଳ୍ପପ୍ରଧାନ ଇଂଲଣ୍ଡର ଆର୍ଥନୀତିକ କଲୋନୀରେ ।

ଭାରତର ସରକାରଙ୍କର ମୁକ୍ତ ବାଣିଜ୍ୟନୀତି ଯୋଗୁଁ ବ୍ରିଟିଶ୍ କଳପ୍ରସ୍ତୁତ ଦ୍ରବ୍ୟ ବିନା କଟକଣାରେ ଭାରତରେ ପ୍ରବେଶ କରିଥିଲା । ଫଳରେ ବ୍ରିଟିଶ୍ ଦ୍ରବ୍ୟ ସହିତ ଭାରତୀୟ ହସ୍ତଶିଳ୍ପ ଭୟଙ୍କର ଓ ଅତୁଳନୀୟ ପ୍ରତିଯୋଗିତାର ସମ୍ମୁଖୀନ ହୋଇ ଲୋପ ପାଇବାକୁ ବସିଥିଲା । ଭାରତକୁ ବ୍ରିଟିଶ୍ର ରପ୍ତାନୀ ଦ୍ରବ୍ୟ ପ୍ରକାଶ୍ୟ ଭାବରେ କିମ୍ବା ନାମମାତ୍ର ଟିକସ ଧାର୍ଯ୍ୟ ହୋଇଆସୁଥିଲା । ଭାରତରେ ବ୍ରିଟିଶ୍ ଦ୍ରବ୍ୟ ବିକ୍ରି କରିବାପାଇଁ ବଜାରବୃଦ୍ଧି କରିବା ହେଲା ଏହା ପରିବର୍ତ୍ତିତ ବାଣିଜ୍ୟ ନୀତିର ଉଦ୍ଦେଶ୍ୟ । ନୂତନ ରାଜ୍ୟଜୟ ଓ ଅଯୋଧ୍ୟା ପରି କରଦ ରାଜ୍ୟ ଅଧୁକାର କରିବା ନୀତି ଗ୍ରହଣ କରି ବ୍ରିଟିଶ୍ ଦ୍ରବ୍ୟର କ୍ରେତା ସଂଖ୍ୟା ବୃଦ୍ଧି କରିବାକୁ ସରକାର ଚେଷ୍ଟା କରିଥିଲେ । ଇଂରେଜମାନେ ଭାରତୀୟ ଦ୍ରବ୍ୟ ପରିବର୍ତ୍ତେ ନିଜ ଦେଶର କଳକାରଖାନା ପାଇଁ ଭାରତରୁ କଞ୍ଚାମାଲ ରପ୍ତାନୀ ଉପରେ ଜୋର୍ ଦେଇଥିଲେ । ଚୀନ୍ ଦେଶର ବାରଣ ସତ୍ତ୍ଵେ ଇଂରେଜମାନେ ଭାରତରୁ ଅଫିମ ନେଇ ସେ ଦେଶରେ ବାଣିଜ୍ୟ କଲେ । ଊନବିଂଶ ଶତାବ୍ଦୀର ଶେଷ ସୁଦ୍ଧା ଭାରତରୁ ମୁଖ୍ୟତଃ ତୁଳା, ରେଶମ, ଝୋଟ, ତୈଳବୀଜ, ଗହମ, ଚମଡ଼ା, ନୀଳ ଓ ଚା’ ରପ୍ତାନୀ ହେଉଥିଲା ।

ଗୋଟିଏ ଶିଳ୍ପାନ୍ନତ ଦେଶ ପାଇଁ କୃଷିର ବ୍ୟବସାୟୀକରଣ ଏକାନ୍ତ ଆବଶ୍ୟକ । ଶିଳ୍ପର କଞ୍ଚାମାଲ ରୂପେ ସାଧାରଣତଃ କୃଷିଜାତ ଦ୍ରବ୍ୟ ବ୍ୟବହୃତ ହୋଇଥାଏ । ତେଣୁ ଶିଳ୍ପର ବିକାଶ ସହିତ କୃଷି ଉତ୍ପାଦନ ବୃଦ୍ଧି ଜରୁରୀ ହୋଇପଡ଼ିଥିଲା । ନିଜ ଶିଳ୍ପ ପାଇଁ କଞ୍ଚାମାଲ ଯୋଗାଇବା ଏବଂ ଇଉରୋପୀୟ ଓ ଆମେରିକା ବଜାରରେ ଅର୍ଥକରୀ ଫସଲ ବିକ୍ରିକରି ଲାଭବାନ୍ ହେବା ଉଦ୍ଦେଶ୍ୟରେ ଇଂରେଜମାନେ କୃଷିର ବ୍ୟବସାୟୀକରଣ କରିଥିଲେ । କୃଷିର ଉନ୍ନତି ପାଇଁ ଭାରତ ସରକାରଙ୍କ ଅଧୀନରେ ଏକ କୃଷି ବିଭାଗ ଖୋଲିବାକୁ ଦାବି କରାଗଲା । କପା ଚାଷର ଉନ୍ନତି ପାଇଁ ୧୮୩୯ମସିହାରେ କୋର୍ଟ ଅଫ୍ ଡାଇରେକ୍ଟର ବାରିଜଣ ଆମେରିକୀୟ ବିଶେଷଜ୍ଞଙ୍କୁ ଭାରତକୁ ପଠାଇଥିଲେ । ଭାରତୀୟ କପାଚାଷୀଙ୍କୁ ତାଲିମ ଦେବା ଥିଲା ସେମାନଙ୍କର ଦାୟିତ୍ଵ । ଉଦ୍ଦେଶ୍ୟ ଥିଲା, ବ୍ରିଟିଶ୍ ମିଲ୍ ପାଇଁ ଉନ୍ନତ ମାନର ତୁଳା ଉତ୍ପନ୍ନ ଓ ରପ୍ତାନୀ କରିବା ।

ଫଳରେ ଅଧୂକରୁ ଅଧ‌ିକ ଜମିରେ କପାଚାଷ କରାଗଲା । ଚା’ ଓ କଫି ଚାଷ ଅପେକ୍ଷା ନୀଳଚାଷ ଥିଲା ଅଧ୍ଵକ ଲାଭଦାୟକ । ତେଣୁ ଇଂରେଜମାନେ ଭାରତରେ ନୀଳ ଚାଷ ଉପରେ ଗୁରୁତ୍ଵ ଦେଇଥିଲେ । ଆମେରିକା ଓ ଇଉରୋପୀୟ ବଜାରରେ ଝୋଟ ପ୍ରସ୍ତୁତ ଦ୍ରବ୍ୟର ଚାହିଦା ଥିବାରୁ ଭାରତରେ ଝୋଟଚାଷ କରାଗଲା । ଏହା ସହିତ ଧୂଆଁପତ୍ର, ଅଫିମ, ଆଖୁ ଆଦି ନୂତନଭାବରେ ମଧ୍ଯ ଚାଷ କରାଗଲା ।
କୃଷିର ବ୍ୟବସାୟୀକରଣରେ ବ୍ରିଟିଶ୍ ବଣିକ, ଉତ୍ପାଦନକାରୀ ଏବଂ ଇଂରେଜମାନଙ୍କ ମଧ୍ୟସ୍ଥିରୂପେ କାର୍ଯ୍ୟ କରୁଥିବା ଭାରତୀୟ ବଣିକ ଓ ଋଣଦାତା ଲାଭବାନ୍ ହୋଇଥିଲେ । ଅବଶ୍ୟ ଏହାଦ୍ୱାରା ଭାରତରେ ଅଳ୍ପ କେତୋଟି ଶିଳ୍ପ ଗଢ଼ିଉଠିଥିଲା; କିନ୍ତୁ ଅଧିକାଂଶ ଭାରତୀୟ ଶିଳ୍ପର ମାଲିକ ଥିଲେ ବ୍ରିଟିଶ୍ ପୁଞ୍ଜିପତି । ଅନ୍ୟ ପକ୍ଷରେ ବ୍ରିଟିଶ୍ ବାଣିଜ୍ୟ ନୀତି ଯୋଗୁଁ ଭାରତୀୟମାନଙ୍କ ଅବସ୍ଥା ଦୁଃଖପୂର୍ଣ୍ଣ ହୋଇଥିଲା । ଅଧ୍ବକ ପରିମାଣରେ ଅର୍ଥକରୀ ଫସଲ ଉତ୍ପାଦନ କରାଯିବାରୁ ଖାଦ୍ୟଶସ୍ୟ ପାଇଁ ଉତ୍କୃଷ୍ଟ ଜମିର ପରିମାଣ କମିଯାଇଥିଲା । ଫଳରେ ଭାରତୀୟ କୃଷି ଓ କୃଷକମାନଙ୍କ ଅବସ୍ଥାରେ ଏକ ବିରାଟ ପରିବର୍ତ୍ତନ ଘଟିଥିଲା । କୃଷକମାନେ ମହାଜନମାନଙ୍କର ଋଣ ପରିଶୋଧ କରିନପାରି କ୍ରମେ ଦରିଦ୍ର ହୋଇଯାଇଥିଲେ ।

ବ୍ରିଟେନ୍‌ର ବାଣିଜ୍ୟ ନୀତି ଫଳରେ ଭାରତର ପାରମ୍ପରିକ ଅର୍ଥନୀତିର ବିନାଶ ଘଟିଥିଲା । ଭାରତରୁ କଞ୍ଚାମାଲ ବ୍ରିଟେନ୍‌କୁ ରପ୍ତାନୀ କରିବା ଓ ଭାରତକୁ ବ୍ରିଟେନ୍‌ର ଖାଉଟି ରାଜ୍ୟରେ ପରିଣତ କରିବା କାର୍ଯ୍ୟରେ ଇଂରେଜମାନେ ଅଧିକ ମନୋନିବେଶ କରିଥିଲେ । ଭୂ-ରାଜସ୍ଵ ଏବଂ ଅନ୍ୟାନ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷ କର ଆଦାୟ କରି ଇଂରେଜମାନେ ଉଦ୍ଦେଶ୍ୟମୂଳକ ଭାବରେ ଭାରତୀୟ ଆର୍ଥନୀତିକ ଢାଞ୍ଚା ବଦଳାଇ ଦେଇଥିଲେ । ସେମାନଙ୍କ ଶୋଷଣରେ ଭାରତର ବଳିଷ୍ଠ ଅର୍ଥନୀତି କ୍ରମଶଃ ଦୁର୍ବଳ ହୋଇପଡ଼ିଥିଲା । ଫଳରେ ଧନଶାଳୀ ଭାରତ ପରିବର୍ତ୍ତିତ ହୋଇଥିଲା ଏକ ଦରିଦ୍ର ଦେଶରେ ।

ଇଂରେଜମାନଙ୍କର ଅର୍ଥନୈତିକ ଶୋଷଣର କ୍ରମବର୍ଦ୍ଧିଷ୍ଣୁ ପରିଣାମ ହେଲା ଭାରତରୁ ଇଂଲଣ୍ଡକୁ ଅର୍ଥର ବହିର୍ଗମନ । ଇଷ୍ଟଇଣ୍ଡିଆ କମ୍ପାନୀ ଏକ ବ୍ୟବସାୟିକ ସଂସ୍ଥା ହୋଇଥିବାରୁ ଭାରତକୁ କେତେ ପରିମାଣରେ ବ୍ୟବସାୟିକ ଲାଭ ହାସଲ କରିପାରିବ ସେଥ‌ିପାଇଁ ସତତ ଚେଷ୍ଟା କରିଥିଲା । ଭାରତରୁ ଇଂଲଣ୍ଡକୁ କଞ୍ଚାମାଲ ପଠାଇ, ଇଂଲଣ୍ଡ ପ୍ରସ୍ତୁତ ଦ୍ରବ୍ୟକୁ ଭାରତରେ ଚଢ଼ା ଦାମ୍‌ରେ ବିକ୍ରିକରି, ଭାରତକୁ ଇଂଲଣ୍ଡକୁ ରପ୍ତାନୀ ଦ୍ରବ୍ୟ ଉପରେ ଅଧ‌ିକ ଶୁଳ୍‌କ ବସାଇ କମ୍ପାନୀ ପ୍ରଚୁର ଅର୍ଥ ରୋଜଗାର କରିଥିଲା । ଏଥୁସହିତ ‘ଦସ୍ତକ ପ୍ରଥା’ର ଅପବ୍ୟବହାର କରି କମ୍ପାନୀ ପ୍ରଚୁର ଅର୍ଥ ଭାରତରୁ ଲୁଟି ନେଇଥିଲା । ଉପଢୌକନ ଓ ଉତ୍କୋଚ ମାଧ୍ୟମରେ ମଧ୍ୟ ବହୁ ଅର୍ଥ କମ୍ପାନୀ ଭାରତରୁ ଆଦାୟ କରିଥିଲା । ଏହିପରି ଭାବରେ ବିପୁଳ ପରିମାଣର ଅର୍ଥ ପ୍ରତିବର୍ଷ ଇଂଲଣ୍ଡକୁ ନିର୍ଗମନ ହେଉଥିଲା । ଏହି ପ୍ରତିକ୍ରିୟାରେ ବାର୍ଷିକ ବାଇଶ ନିୟୁତ ପାଉଣ୍ଡ ଅର୍ଥ ଭାରତରୁ ଇଂଲଣ୍ଡକୁ ଚାଲାଣ ହେଉଥିଲା ବୋଲି ରମେଶଚନ୍ଦ୍ର ଦତ୍ତ ମତବ୍ୟକ୍ତ କରିଥିଲେ । ତେଣୁ ଆର୍ଥିକ କ୍ଷତି ଯୋଗୁ ଭାରତର ଅର୍ଥନୈତିକ ଅବସ୍ଥା କ୍ରମଶଃ ଦୁର୍ବଳ ହୋଇପଡ଼ିଥିଲା । ତେଣୁ ଯଥାର୍ଥରେ କୁହାଯାଇଛି, ‘‘ସୂର୍ଯ୍ୟ ପୃଥ‌ିବୀ ବକ୍ଷରୁ ଜଳୀୟ ଅଂଶ ଶୋଷଣ କରି ଇଂଲଣ୍ଡରେ ବର୍ଷା କରାଉଥିଲା ।’’

CHSE Odisha Class 12 History Chapter 11 Short & Long Answer Questions in Odia Medium

୫ । ଇଷ୍ଟଇଣ୍ଡିଆ କମ୍ପାନୀଦ୍ଵାରା କୃଷିର ବାଣିଜ୍ୟିକୀକରଣ କିପରି କୃଷକ ଗୋଷ୍ଠୀକୁ ଦାରିଦ୍ର୍ୟ ଓ କୃଷିକ୍ଷେତ୍ରରେ ଅବନତି ଆଡ଼କୁ ନେଇଯାଇଥିଲା ?
Answer:
ଭାରତୀୟମାନଙ୍କର କୃଷି ଥିଲା ମୁଖ୍ୟ ଜୀବିକା ଏବଂ ସେହି ଦୃଷ୍ଟିରୁ କୃଷିଜାତ ଦ୍ରବ୍ୟ ଉତ୍ପନ୍ନ କରି ବହୁ ଗ୍ରାମ ଆତ୍ମନିର୍ଭରଶୀଳ ହୋଇଥିଲେ । ସେଗୁଡ଼ିକ ମଧ୍ୟ ସହରାଞ୍ଚଳର ଶିଳ୍ପଗୁଡ଼ିକୁ କଞ୍ଚାମାଲ ଯୋଗାଉଥିଲେ । ସେମାନେ ମୁଖ୍ୟତଃ ଧୂଆଁପତ୍ର, ନୀଳ, ଅଫିମ, ଆଖୁ, କପା ଆଦି ନୂତନ ଭାବେ ଚାଷ କରିଥିଲେ । ପୁନଶ୍ଚ କୃଷକମାନେ ସ୍ଥାନୀୟ ମହାଜନମାନଙ୍କ ଉପରେ ଅର୍ଥ ପାଇଁ ନିର୍ଭର କରୁଥିଲେ । ସେମାନେ ଋଣ ଆଣି ସଦାସର୍ବଦା ଏଥୁରେ ବୁଡ଼ି ରହୁଥିଲେ । କୃଷକମାନେ ଏହାସତ୍ତ୍ଵେ କୃଷିରେ ପ୍ରଚଳିତ ପାରମ୍ପରିକ ପ୍ରଥା ଭାରତୀୟ କୃଷକମାନଙ୍କୁ ନିରାପତ୍ତା ଯୋଗାଇଥିଲା । କୃଷକମାନେ ମହାଜନମାନଙ୍କର ଋଣ ପରିଶୋଧ କରିପାରୁ ନ ଥିଲେ ମଧ୍ୟ ସେମାନଙ୍କଠାରୁ ଜମି ଛଡ଼ାଇ ନେଉଥିଲେ । ମାତ୍ର ଭାରତରେ ଇଂରେଜ ରାଜତ୍ଵ ପରେ କୃଷି ଓ କୃଷକମାନଙ୍କର ଅବସ୍ଥାରେ ଏକ ବିରାଟ ପରିବର୍ତ୍ତନ ଘଟିଥିଲା ।

ଭାରତୀୟ କୃଷକମାନଙ୍କ ଦାରିଦ୍ର୍ୟର ଗୋଟିଏ କାରଣ ଥିଲା ଇଂରେଜମାନଙ୍କର ରାଜସ୍ଵ ନୀତି । କୃଷକମାନେ ଇଂରେଜ ସରକାରଙ୍କୁ ସର୍ବାଧ‌ିକ ପରିମାଣରେ ରାଜସ୍ଵ ଦେଉଥିଲେ । ଜମି ଉପରେ ସବୁଦିନ ପାଇଁ ଅଧିକାର ଜାହିର କରିପାରୁ ନ ଥିଲେ । ଜମିଦାର ଚାହିଁଲେ ଯେକୌଣସି ମୂହୂର୍ତ୍ତରେ କୃଷକମାନଙ୍କଠାରୁ ଜମି ଛଡ଼ାଇ ନେଉଥଲେ । ଏତଦ୍‌ବ୍ୟତୀତ ଜମିଦାରମାନେ ରାଜସ୍ୱ ଛଡ଼ା ବିଭିନ୍ନ ଉପାୟରେ କୃଷକମାନଙ୍କଠାରୁ ବହୁ ଅର୍ଥ ଆଦାୟ କରୁଥିଲେ । ଏପରିକି ସେମାନଙ୍କ ପାଖରୁ ବାଧ୍ୟତାମୂଳକ ଶ୍ରମ ଆଦାୟ କରାଯାଉଥିଲା । ଏହିପରି ଭାବେ ଇଂରେଜମାନଙ୍କର ରାଜସ୍ୱ ନୀତି କୃଷକମାନଙ୍କୁ ଦରିଦ୍ର କରିବା ଦିଗରେ ମୁଖ୍ୟ କାରଣ ହୋଇଥିଲା । ଭାରତୀୟ କୃଷକ ଗୋଷ୍ଠୀ ଏହିପରି ଭାବେ ଇଂରେଜ ସରକାର, ଜମିଦାର ଓ ମହାଜନମାନଙ୍କର ଶୋଷଣର ଶିକାର ହୋଇଥିଲେ । ପୁନଶ୍ଚ କୃଷକମାନେ ଅଶିକ୍ଷିତ ହୋଇଥିବାରୁ ସେମାନେ ତାଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଇପାରୁ ନ ଥିଲେ ।

ଇଂରେଜମାନଙ୍କର ବାଣିଜ୍ୟନୀତି ଭାରତର ଗ୍ରାମ ଓ ସହରରେ ଗଢ଼ିଉଠିଥିବା କୁଟୀର ଶିଳ୍ପର ଧ୍ଵଂସ ସାଧନ କରିଥିଲା । ନଗରରେ ବାସ କରୁଥିବା ଶିଳ୍ପ କାରିଗରମାନେ ଗ୍ରାମକୁ ଚାଲିଯାଇ କୃଷିକାର୍ଯ୍ୟ କରିଥିଲେ । ଫଳରେ କୃଷି ଉପରେ ଅଧ‌ିକ ଚାପ ପଡ଼ିଥିଲା । ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଶତକଡ଼ା ୫୫ ଭାଗ ଲୋକ କୃଷି କାର୍ଯ୍ୟରେ ନିୟୋଜିତ ହୋଇଥିବା ସ୍ଥଳେ ସେହି ଶତାବ୍ଦୀର ଶେଷଆଡ଼କୁ କୃଷକମାନଙ୍କର ସଂଖ୍ୟା ଶତକଡ଼ା ୭୫କୁ ବୃଦ୍ଧି ପାଇଥିଲା । ପୁନଶ୍ଚ ଭାରତବର୍ଷର ଜନସଂଖ୍ୟା ଦ୍ରୁତଗତିରେ ବଢୁଥିବା ସ୍ଥଳେ ଜମିର ପରିମାଣ ବଢୁ ନ ଥିଲା । ବଡ଼ ବଡ଼ ଚାଷଜମି ଛୋଟ ଛୋଟ ଖଣ୍ଡରେ ବିଭକ୍ତ ହୋଇଯାଇଥିଲା । କୃଷି ଉତ୍ପାଦନ କାଳକ୍ରମେ ହ୍ରାସ ପାଇଥିଲା ।

ଇଂରେଜ ସରକାର ମଧ୍ୟ ଜଳସେଚନ ବ୍ୟବସ୍ଥାର ଉନ୍ନତି ଦିଗରେ ବିଶେଷ ଭାବେ ଯନ୍ତ୍ରବାନ୍ ହୋଇନଥିଲେ । ଅପରପକ୍ଷେ ଇଂରେଜ ସରକାରଙ୍କଦ୍ଵାରା କୃଷିର ବାଣିଜ୍ୟିକୀକରଣ ମଧ୍ଯ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଥିଲା । ଇଂରେଜ ସରକାର କାର୍ପାସ୍ ଭଳି କେତୋଟି କୃଷିଜାତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କରିଥିଲେ । ସେହିସବୁ ଦ୍ରବ୍ୟ ହିଁ ଇଂଲଣ୍ଡକୁ ପଠାଯାଉଥିଲା । ତା’ର ନିର୍ଦ୍ଧାରିତ ମୂଲ୍ୟ ଅନେକ ପରିମାଣରେ କମ୍ ରଖାଯାଇଥିବାରୁ କୃଷକମାନେ ଦାରିଦ୍ର୍ୟର ସମ୍ମୁଖୀନ ହୋଇଥିଲେ ।

CHSE Odisha Class 12 History Chapter 11 Objective Questions in Odia Medium

Odisha State Board CHSE Odisha Class 12 History Solutions Chapter 11 ଭାରତରେ ବ୍ରିଟିଶ୍ ଔପନିବେଶିକ ଅର୍ଥନୀତି (୧୭୫୭ ରୁ ୧୮୫୭) Objective Questions.

CHSE Odisha 12th Class History Chapter 11 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । କେବେ ଲର୍ଡ଼ କର୍ଡୱାଲିସ୍ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଚଳନ କରିଥିଲେ ?
(କ) ୧୭୨୦ ଖ୍ରୀ.ଅ.
(ଖ) ୧୭୯୧ ଖ୍ରୀ.ଅ.
(ଗ) ୧୭୯୨ ଖ୍ରୀ.ଅ.
(ଘ) ୧୭୯୩ ଖ୍ରୀ.ଅ.
Answer:
(ଘ) ୧୭୯୩ ଖ୍ରୀ.ଅ.

୨। କେବେ ମାନ୍ଦ୍ରାଜ୍-ଆର୍‌କୋଟ୍ ରେଳପଥର ଶୁଭାରମ୍ଭ ହୋଇଥିଲା ?
(କ) ୧୮୫୩ ଖ୍ରୀ.ଅ.
(ଖ) ୧୮୫୪ ଖ୍ରୀ.ଅ.
(ଗ) ୧୮୫୫ ଖ୍ରୀ.ଅ.
(ଘ) ୧୮୫୬ ଖ୍ରୀ.ଅ.
Answer:
(ଖ) ୧୮୫୬ ଖ୍ରୀ.ଅ.

୩ । ରୟତରୀ ଭୂ-ରାଜସ୍ଵ ବନ୍ଦୋବସ୍ତ କାହା ସହିତ କରାଯାଇଥିଲା ?
(କ) ସରକାର
(ଖ) ଗ୍ରାମସଭା
(ଗ) ଜମିଦାର
(ଘ) କୃଷକ
Answer:
(ଘ) କୃଷକ

୪। କେଉଁ ଅଞ୍ଚଳରେ ରୟତରୀ ଭୂ-ବନ୍ଦୋବସ୍ତ ପ୍ରଚଳନ କରାଯାଇଥିଲା ?
(କ) ମାନ୍ଦ୍ରାଜ, ବମ୍ବେ ଓ ସିନ୍ଧୁପ୍ରଦେଶ
(ଖ) ବଙ୍ଗଳା ଓ ବିହାର
(ଗ) ଓଡ଼ିଶା ଓ ମଧ୍ୟପ୍ରଦେଶ
(ଘ) ଉତ୍ତରପ୍ରଦେଶ ଓ ପଞ୍ଜାବ
Answer:
(କ) ମାନ୍ଦ୍ରାଜ, ବମ୍ବେ ସିନ୍ଧୁପ୍ରଦେଶ

୫ । କେଉଁ ଅଞ୍ଚଳରେ ମାହାଲୱାରୀ ଭୂ-ବନ୍ଦୋବସ୍ତ ପ୍ରଚଳନ କରାଯାଇଥିଲା ?
(କ) ବଙ୍ଗଳା ଓ ବିହାର
(ଖ) ଓଡ଼ିଶା ଓ ଗୁଜରାଟ
(ଗ) ଉତ୍ତରପ୍ରଦେଶ ଓ ପଞ୍ଜାବ
(ଘ) ମାନ୍ଦ୍ରାଜ ଓ ବମ୍ବେ
Answer:
(ଗ) ଉତ୍ତରପ୍ରଦେଶ ଓ ପଞ୍ଜାବ

CHSE Odisha Class 12 History Chapter 11 Objective Questions in Odia Medium

୬ । କୃଷକମାନଙ୍କ ଦାରିଦ୍ର୍ୟର ପ୍ରଧାନ କାରଣ କ’ଣ ଥିଲା ?
(କ) ଇଂରେଜ ସାମ୍ରାଜ୍ୟବାଦ
(ଖ) ସରକାରଙ୍କ ଅଧିକ ପରିମାଣର ଭୂ-ରାଜସ୍ଵ ଧାର୍ଯ୍ୟ ଓ ସଂଗ୍ରହ
(ଗ) ସାମାଜିକ ସଙ୍ଗଠନର ପରିବର୍ତ୍ତନ
(ଘ) ବୈଷୟିକ ଞାନର ଅଭାବ
Answer:
(ଖ) ସରକାରଙ୍କ ଅଧିକ ପରିମାଣର ଭୂ-ରାଜସ୍ୱ ଧାର୍ଯ୍ୟ ଓ ସଂଗ୍ରହ

୭। ଭାରତରୁ ଇଷ୍ଟଇଣ୍ଡିଆ କମ୍ପାନୀର ଏକଚାଟିଆ ବାଣିଜ୍ୟ କାରବାର କେବେ ଉଚ୍ଛେଦ କରାଗଲା ?
(କ) ୧୭୬୫ ଖ୍ରୀ.ଅ.
(ଖ) ୧୭୯୩ ଖ୍ରୀ.ଅ.
(ଗ) ୧୮୧୩ ଖ୍ରୀ.ଅ.
(ଘ) ୧୮୨୯ ଖ୍ରୀ.ଅ.
Answer:
(ଗ) ୧୮୧୩ ଖ୍ରୀ.ଅ.

୮ | କେବେ କଲିକତାଠାରୁ ରାଣୀଗଞ୍ଜ ଆଡ଼କୁ ୬୦ କି.ମି. ଲମ୍ବର ରେଳପଥ ନିର୍ମିତ ହୋଇଥିଲା ?
(କ) ୧୮୫୪ ଖ୍ରୀ.ଅ.
(ଖ) ୧୯୫୪ ଖ୍ରୀ.ଅ.
(ଗ) ୧୭୫୨ ଖ୍ରୀ.ଅ.
(ଘ) ୧୪୫୨ ଖ୍ରୀ.ଅ.
Answer:
(କ) ୧୮୫୪ ଖ୍ରୀ.ଅ

୯ । ଶିଳ୍ପ ବିପ୍ଳବ ପରେ କେବେ ପ୍ରଥମେ ଇଂଲଣ୍ଡରେ ରେଳ ଚଳାଚଳ ଆରମ୍ଭ ହୋଇଥିଲା ?
(କ) ୧୮୨୩ ଖ୍ରୀ.ଅ.
(ଖ) ୧୮୨୫ ଖ୍ରୀ.ଅ.
(ଗ) ୧୮୩୨ ଖ୍ରୀ.ଅ.
(ଘ) ୧୮୪୦ ଖ୍ରୀ.ଅ.
Answer:
(ଖ) ୧୮୨୫ ଖ୍ରୀ.ଅ.

୧୦। ଆର୍.ସି. ଦତ୍ତ ତାଙ୍କ ପୁସ୍ତକ ‘ଦି ଇକୋନୋମିକ୍ ହିଷ୍ଟ୍ରି ଅଫ୍ ଇଣ୍ଡିଆ’ରେ ଦର୍ଶାଇଛନ୍ତି, କିପରି ଭାରତୀୟ ଉତ୍ପାଦନକାରୀମାନଙ୍କର ସ୍ଥାନ ବ୍ରିଟିଶ ଉତ୍ପାଦନକାରୀମାନଙ୍କଦ୍ଵାରା ଅଧ୍ବକୃତ ହେବ ଏବଂ ଭାରତୀୟ ଶିଳୋଦ୍ୟୋଗ ମୂଲ୍ୟରେ ବ୍ରିଟିଶ ଶିଳ୍ପଦ୍ୟୋଗ ଉନ୍ନତି କରିବ, ତାହାର ଉପାୟ ବାହାର କରିବାକୁ ୧୮୧୨ରେ ପାର୍ଲିଆମେଣ୍ଟ ସିଲେକ୍ଟ କମିଟି ଚେଷ୍ଟା କରୁଥିଲା; ଏହି ପୁସ୍ତକ କେବେ ପ୍ରକାଶିତ ହୋଇଥିଲା ?
(କ) ୧୯୦୦ ଖ୍ରୀ.ଅ.
(ଖ) ୧୯୦୧ ଖ୍ରୀ.ଅ.
(ଗ) ୧୯୦୨ ଖ୍ରୀ.ଅ.
(ଘ) ୧୯୦୩ ଖ୍ରୀ.ଅ.
Answer:
(ଖ) ୧୯୦୧ ଖ୍ରୀ.ଅ.

୧୧। କେବେ ଭାରତକୁ ପଠାଇଥିଲେ ?
(କ) ୧୮୩୬ ଖ୍ରୀ.ଅ.
(ଖ) ୧୮୩୭ ଖ୍ରୀ.ଅ.
(ଗ) ୧୮୩୮ ଖ୍ରୀ.ଅ.
(ଘ) ୧୮୩୯ ଖ୍ରୀ.ଅ.ଖ୍ରୀ.ଅ.
Answer:
(ଘ) ୧୮୩୯ ଖ୍ରୀ.ଅ.

CHSE Odisha Class 12 History Chapter 11 Objective Questions in Odia Medium

୧୨ । ‘ବିତ୍ତ ପ୍ରବାହ ତତ୍ତ୍ଵ’ର ପ୍ରବକ୍ତା କିଏ ଥିଲେ ?
(କ) ଆର୍.ସି. ଦତ୍ତ
(ଖ) ଦାଦାଭାଇ ନାରୋଜୀ
(ଗ) ବାଲଗଙ୍ଗାଧର ତିଲକ
(ଘ) ଗୋପାଳକୃଷ୍ଣ ଗୋଖଲେ
Answer:
(ଖ) ଦାଦାଭାଇ ନାରୋଜୀ

୧୩ । କେବେ ଗଙ୍ଗାନଦୀ ମୁଖ୍ୟ କେନାଲର ଶୁଭାରମ୍ଭ ହୋଇଥିଲା ?
(କ) ୧୮୫୦ ଖ୍ରୀ.ଅ.
(ଖ) ୧୮୫୧ ଖ୍ରୀ.ଅ.
(ଗ) ୧୮୫୨ ଖ୍ରୀ.ଅ.
(ଘ) ୧୮୫୪ ଖ୍ରୀ.ଅ.
Answer:
(ଘ) ୧୮୫୪ ଖ୍ରୀ.ଅ.

୧୪ । କେବେ ସିର୍‌ହିନ୍ଦୁ କେନାଲର ଶୁଭ ଉଦ୍‌ଘାଟନ ହୋଇଥିଲା ?
(କ) ୧୮୮୨ ଖ୍ରୀ.ଅ.
(ଖ) ୧୮୮୫ ଖ୍ରୀ.ଅ.
(ଗ) ୧୮୫୮ ଖ୍ରୀ.ଅ.
(ଘ) ୧୮୮୬ ଖ୍ରୀ.ଅ.
Answer:
(କ) ୧୮୮୨ ଖ୍ରୀ.ଅ.

୧୫ । କେବେ ବମ୍ବେରୁ ଥାନେ ପର୍ଯ୍ୟନ୍ତ ରେଳ ଚଳାଚଳ କରିଥିଲା ?
(କ) ୧୮୫୧ ଖ୍ରୀ.ଅ.
(ଖ) ୧୮୫୨ ଖ୍ରୀ.ଅ.
(ଗ) ୧୮୫୩ ଖ୍ରୀ.ଅ.
(ଘ) ୧୮୫୪ ଖ୍ରୀ.ଅ.
Answer:
(ଗ) ୧୮୫୩ ଖ୍ରୀ.ଅ.

୧୬ । ୧୮୫୩ ଖ୍ରୀଷ୍ଟାବ୍ଦରେ କଲିକତାଠାରୁ ଆଗ୍ରା ପର୍ଯ୍ୟନ୍ତ ଟେଲିଗ୍ରାଫ୍ ଲାଇନ୍ ଉନ୍ମୋଚିତ ହୋଇଥିଲା । ଜଣେ ବ୍ରିଟିଶ ଇଞ୍ଜିନିୟର ଟେଲ୍ହାଉସୀଙ୍କ ଯୋଜନାକୁ କାର୍ଯ୍ୟକାରୀ କରିଥିଲେ । ସେହି ବ୍ୟକ୍ତି ଜଣଙ୍କ କିଏ ଥିଲେ ?
(କ) ଓ’ ସାନେସୀ
(ଖ) ମ୍ୟାକ୍ ଆଡ଼ାମ୍
(ଗ) ମ୍ୟାକ୍ସୋଲାଣ୍ଡ ଷ୍ଟିଫେନ୍‌ସନ୍
(ଘ) ସାର୍ ରୋଲାଣ୍ଡ ହିଲ୍
Answer:
(କ) ଓ’ ସାନେସୀ

୧୭ । ଚିରସ୍ଥାୟୀ ବନ୍ଦୋବସ୍ତ ଅନୁଯାୟୀ କିଏ ଜମିର ସ୍ଵତ୍ତ୍ଵାଧ୍ୟାକାରୀ ଥିଲେ ?
(କ) ଜମିଦାର
(ଖ) କୃଷକ
(ଗ) ଗ୍ରାମସଭା
(ଘ) ସରକାର
Answer:
(କ) ଜମିଦାର

୧୮ । କାହାଦ୍ଵାରା ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଣୟନ କରାଯାଇଥିଲା ?
(କ) ଓ୍ବାରେନ୍‌ ହେଜିଂସ୍
(ଖ) ଲର୍ଡ ଡେଲ୍‌ହାଉସୀ
(ଗ) ଲର୍ଡ଼ କର୍ଡଲିସ୍
(ଘ) ଲର୍ଡ ୱେଲସଲି
Answer:
(ଗ) ଲର୍ଡ଼ କର୍ଡୱାଲିସ୍

୧୯ । କିଏ ରୟତୱାରୀ ବ୍ୟବସ୍ଥା ସହ ଜଡ଼ିତ ଥିଲେ ?
(କ) ଡବ୍ଲ୍ୟୁ ଡବ୍ଲ୍ୟୁ
(ଖ) ହୱର
(ଗ) ଫିଲିପ୍ ଡଫ୍
(ଘ) ଥୋମାସ୍ ମୁନରେ
Answer:
(ଖ) ଥୋମାସ୍ ମୁନ୍‌

CHSE Odisha Class 12 History Chapter 11 Objective Questions in Odia Medium

୨୦ । ଇଂରେଜ ଅଫିସର ସାର୍ ଥୋମାସ୍ ମୁନ୍‌ କେଉଁଠାରେ ରୟତରୀ ବ୍ୟବସ୍ଥାର ପ୍ରଚଳନ କରିଥିଲେ ?
(କ) ବମେ
(ଖ) ଦିଲ୍ଲୀ
(ଗ) ମାନ୍ଦ୍ରାଜ
(ଘ) ଆସାମ
Answer:
(ଗ) ମାନ୍ଦ୍ରାଜ

୨୧ । ଉତ୍ତରପ୍ରଦେଶର ଆବଧ ଜିଲ୍ଲାରେ କେଉଁ ପ୍ରକାର ରାଜସ୍ୱ ବ୍ୟବସ୍ଥା ପ୍ରଣୟନ କରାଯାଇଥିଲା ?
(କ) ତାଲୁକଦାରୀ ବ୍ୟବସ୍ଥା
(ଖ) ମାହାଲୱାରୀ ବ୍ୟବସ୍ଥା
(ଗ) ରୟତରୀ ବ୍ୟବସ୍ଥା
(ଘ) ଚିରସ୍ଥାୟୀ ବ୍ୟବସ୍ଥା
Answer:
(କ) ତାଲୁକଦାରୀ ବ୍ୟବସ୍ଥା

୨୨ । କାହାର ସୁପାରିସ କ୍ରମେ ଲର୍ଡ଼ କର୍ଡୱାଲିସ୍ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଣୟନ କରିଥିଲେ ?
(କ) କ୍ୟାପ୍ଟେନ୍‌ ରିଡ଼୍
(ଖ) ଜନ ସୋର୍
(ଗ) ଥୋମାସ୍ ମୁନରେ
(ଘ) ହୋଲଟ୍ ମେକେଞ୍ଜି
Answer:
(ଖ) ଜନ୍ ସୋର୍

୨୩ । କର୍ଡୱାଲିସ୍ କେବେ ଦଶବର୍ଷିଆ ବନ୍ଦୋବସ୍ତ ଆଇନ ପ୍ରଚଳନ କରାଯାଇଥିଲା ?
(କ) ୧୭୮୮ ଖ୍ରୀ.ଅ.
(ଖ) ୧୭୮୯ ଖ୍ରୀ.ଅ.
(ଗ) ୧୭୯୦ ଖ୍ରୀ.ଅ.
(ଘ) ୧୭୯୧ ଖ୍ରୀ.ଅ.
Answer:
(ଖ) ୧୭୮୯ ଖ୍ରୀ.ଅ.

୨୪ । କିଏ ଦଶବର୍ଷିଆ ବନ୍ଦୋବସ୍ତକୁ ଅନୁମୋଦିତ କରିଥିଲେ ?
(କ) ଲର୍ଡ଼ କର୍ଡଲିସ୍
(ଖ) ଲର୍ଡ଼ ୱେଲସଲି
(ଗ) ସାର୍ ଜନ୍ ସୋର୍
(ଘ) ଜନ୍ ମାକେଞ୍ଜି
Answer:
(କ) ଲର୍ଡ଼ କର୍ଡୱାଲିସ୍

୨୫ । କେବେ ଗ୍ରାଣ୍ଟ ଟ୍ରଙ୍କ ରୋଡ଼୍ ନିର୍ମିତ ହୋଇଥିଲା ?
(କ) ୧୮୩୯ ଖ୍ରୀ.ଅ.
(ଖ) ୧୮୫୩ ଖ୍ରୀ.ଅ.
(ଗ) ୧୮୬୭ ଖ୍ରୀ.ଅ.
(ଘ) ୧୮୫୭ ଖ୍ରୀ.ଅ.
Answer:
(କ) ୧୮୩୯ ଖ୍ରୀ.ଅ.

୨୬ । ‘ସୂର୍ଯ୍ୟାସ୍ତ ନିୟମ’ କେଉଁ ଭୂରାଜସ୍ୱ ନୀତି ସହିତ ସମ୍ପୃକ୍ତ ?
(କ) ରୟତରୀ ବ୍ୟବସ୍ଥା
(ଖ) ମାହାଲୱାରୀ ବ୍ୟବସ୍ଥା
(ଗ) ଚିରସ୍ଥାୟୀ ବନ୍ଦୋବସ୍ତ
(ଘ) ପାଞ୍ଚବର୍ଷିଆ ବନ୍ଦୋବସ୍ତ ବ୍ୟବସ୍ଥା
Answer:
(ଗ) ଚିରସ୍ଥାୟୀ ବନ୍ଦୋବସ୍ତ

CHSE Odisha Class 12 History Chapter 11 Objective Questions in Odia Medium

୨୭ । ରୟତ୍ରୀ ବ୍ୟବସ୍ଥା କିଏ ଆରମ୍ଭ କରିଥିଲେ ?
(କ) ସାର୍ ଟମାସ୍ ରୋ
(ଖ) ସାର୍ ଥୋମାସ୍ ମୁନ୍‌
(ଗ) ହକିନ୍ନ
(ଘ) ଓ୍ବାରେନ୍ ହେଜିଂସ୍
Answer:
(ଖ) ସାର୍ ଥୋମାସ୍ ମୁନ୍‌

ମାହାଲୱାରୀ ବ୍ୟବସ୍ଥାରେ ଜମିର ବଣ୍ଟନ କିଏ କରୁଥିଲା ?
(କ) କମ୍ପାନୀ
(ଖ) ଗ୍ରାମମୁଝ୍ୟ
(ଗ) ଜମିଦାର ବା ମିଳିତ ଗୋଷ୍ଠୀ’
(ଘ) ତହସିଲଦାର
Answer:
(ଗ) ଜମିଦାର ବା ମିଳିତଗୋଷ୍ଠୀ

୨୯ । କେତେ ଖ୍ରୀଷ୍ଟାବ୍ଦରେ ଭାରତରେ ଟେଲିଗ୍ରାଫ୍ ସ୍ଥାପିତ ହୋଇଥିଲା ?
(କ) ୧୮୫୪ ଖ୍ରୀ.ଅ.
(ଖ) ୧୮୫୩ ଖ୍ରୀ.ଅ.
(ଗ) ୧୮୬୭ ଖ୍ରୀ.ଅ.
(ଘ) ୧୮୫୭ ଖ୍ରୀ.ଅ.
Answer:
(ଖ) ୧୮୫୩ ଖ୍ରୀ.ଅ.

B. ଶୂନ୍ୟସ୍ଥାନ ପୂରଣ କର ।

୧। _______________ ଗଭର୍ଣ୍ଣର ଜେନେରାଲ ଥିବା ସମୟରେ ଭାରତରେ ପ୍ରଥମ ରେଳପଥର ପ୍ରବର୍ତ୍ତନ କରାଇଥିଲା ।
Answer:
ଲର୍ଡ଼ ଡେଲ୍ହାଉସୀ

୨। ଭାରତରେ ପ୍ରଥମେ ରେଳପଥ ________________ ଖ୍ରୀ.ଅ.ରେ ପ୍ରବର୍ତ୍ତନ କରାଯାଇଥିଲା ।
Answer:
୧୮୫୩

୩ । _______________ ଖ୍ରୀ.ଅ.ରେ ଭାରତରେ ପ୍ରଥମେ ବାଷ୍ପଚାଳିତ ନୌକାର ବ୍ୟବହାର ଆରମ୍ଭ ହୋଇଥିଲା ।
Answer:
୧୮୨୩

୪। ________________ ଙ୍କୁ ଭାରତର ଟେଲିଗ୍ରାଫ୍ ସୁପରିଟେଣ୍ଡେଣ୍ଟ ରୂପେ ଲର୍ଡ଼ ଡେହାଉସୀ ନିଯୁକ୍ତ କରିଥିଲେ ।
Answer:
ସାଂଘନେସୀ

୫ । _______________ ଖ୍ରୀ.ଅ.ରେ ଭାରତରେ ୨୭୬ଟି ପୋଷ୍ଟ ଅଫିସ୍ ଥିଲେ ମଧ୍ୟ ସେଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରୁ ନ ଥିଲା ।
Answer:
୧୮୩୬

୬ । ଇଲଶ୍ତରେ ______________ ନାମକ ଜଣେ ବ୍ୟକ୍ତି ପେନି ଡାକ ମାହାସ୍କୁଲ ପଥା ଉଦ୍ଭାବନ କରିଥିଲେ ।
Answer:
ସାର୍ ଗୋଲାଣ୍ଡ ହିଲ୍

CHSE Odisha Class 12 History Chapter 11 Objective Questions in Odia Medium

C. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧ । ମାହାଲୱାରୀ ବ୍ୟବସ୍ଥା କେଉଁ ଅଞ୍ଚଳରେ ପ୍ରଚଳିତ ଥିଲା ?
Answer:
ମାହାଲରୀ ବ୍ୟବସ୍ଥା ଉତ୍ତରପଦେଶ, ମଧ୍ୟପ୍ରଦେଶ, ପଞ୍ଜାବ ଏବଂ ଉତ୍ତର-ପଶ୍ଚିମ ସୀମାନ୍ତ ଅଞ୍ଚଳରେ ପ୍ରଚଳିତ ଥିଲା ।

୨। କେବେ ମାନ୍ଦ୍ରାଜରେ ରୟତରୀ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା ?
Answer:
୧୮୨୦ ଖ୍ରୀ.ଅ.ରେ ମାନ୍ଦ୍ରାଜରେ ରୟତରୀ ବ୍ୟବସ୍ଥା ସାର୍ ଥୋମାସ୍ ମୁନ୍‌ଙ୍କଦ୍ୱାରା କାର୍ଯ୍ୟକାରୀ ହୋଇଥିଲା ।

୩ । କେଉଁମାନେ ବିତ୍ତ ପ୍ରବାହ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ ?
Answer:
ଦାଦାଭାଇ ନାରୋଜୀ, ରମେଶ ଚନ୍ଦ୍ର ଦତ୍ତ ଏବଂ ଜି.ଭି. ଯୋଶୀ, ଥର୍ନଟନ୍ ଆଦି ବିଭପ୍ରବାହ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ।

୪ । କେଉଁ ବଡ଼ଲାଟ୍ ଭାରତରେ ଯୋଗାଯୋଗ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ?
Answer:
ଲର୍ଡ଼ ଡେହାଉସୀ ଭାରତରେ ଯୋଗାଯୋଗ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ।

୫ । କେବେ ଗଙ୍ଗାନଦୀର ମୁଖ୍ୟ କେନାଲ ଉଦ୍‌ଘାଟିତ ହୋଇଥିଲା ?
Answer:
୧୮୫୪ ଖ୍ରୀ.ଅ.ରେ ଗଙ୍ଗାନଦୀର ମୁଖ୍ୟ କେନାଲ ଉଦ୍‌ଘାଟିତ ହୋଇଥିଲା ।

୬ । କେବେ ଭାରତରେ ପ୍ରଥମେ ରେଳ ଚଳାଚଳ କରିଥିଲା ?
Answer:
୧୮୫୩ ଖ୍ରୀ.ଅ.ରେ ପ୍ରଥମଥରପାଇଁ ଭାରତରେ ବମ୍ବେ ଓ ଥାନେ ମଧ୍ୟରେ ରେଳ ଚଳାଚଳ କରିଥିଲା ।

CHSE Odisha Class 12 History Chapter 11 Objective Questions in Odia Medium

୭ । ‘ପେନି ଡାକ ମାହାସ୍କୁଲ ପ୍ରଥା’ କିଏ ଭଦ୍ଭାବନ କରିଥିଲେ ?
Answer:
ଇଂଲଣ୍ଡର ସାର୍ ରୋଲାଣ୍ଡ୍ ହିଲ୍ ପେନି ଡାକ ମାହାସ୍କୁଲ ପ୍ରଥା ଉଦ୍ଭାବନ କରିଥିଲେ ।

୮ । କେବେ ଭାରତରେ ‘ଅର୍ଦ୍ଧଅଣା ଡାକପ୍ରଥା’ ପ୍ରଚଳିତ ହୋଇଥିଲା ?
Answer:
୧୮୫୨ ଖ୍ରୀ.ଅ.ରେ ଭାରତରେ ‘ଅର୍ଦ୍ଧଅଣା ଡାକପ୍ରଥା’ ପ୍ରଚଳିତ ହୋଇଥିଲା ।

୯ । କେବେ ଭାରତରେ ପରୀକ୍ଷାମୂଳକଭାବେ ଟେଲିଗ୍ରାଫ୍ ତାର ଲମ୍ବିଥିଲା ?
Answer:
୧୮୫୨ ଖ୍ରୀ.ଅ.ରେ ଭାରତରେ ପରୀକ୍ଷାମୂଳକଭାବେ ଟେଲିଗ୍ରାଫ୍ ତାର ଲମ୍ବିଥିଲା ।

୧୦ । କେବେ ଭାରତରେ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଥା ପ୍ରଚଳିତ ହୋଇଥିଲା ?
Answer:
୧୭୯୩ ଖ୍ରୀ.ଅ.ରେ ଭାରତରେ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଥା ପ୍ରଚଳିତ ହୋଇଥିଲା ।

୧୧ । ଚରିସ୍ଥାୟୀ ବନ୍ଦୋବସ୍ତ ପ୍ରଥା ପ୍ରଚଳନ ପାଇଁ କିଏ କର୍ଡୱାଲିସ୍‌ଙ୍କୁ ସାହାଯ୍ୟ କରିଥିଲେ ?
Answer:
ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଥା ପ୍ରଚଳନପାଇଁ ସାର୍ ଜନ୍ ସୋର୍ କର୍ଡୱାଲିସ୍‌ଙ୍କୁ ସାହାଯ୍ୟ କରିଥିଲେ ।

୧୨ । କେଉଁ ବର୍ଷ ଭାରତରେ ବାଷ୍ପଚାଳିତ ନୌକାର ବ୍ୟବହାର ଆରମ୍ଭ ହୋଇ ଥିଲା ?
Answer:
୧୮୨୩ ମସିହାରେ ଭାରତରେ ବାଷ୍ପଚାଳିତ ନୌକାର ବ୍ୟବହାର ଆରମ୍ଭ ହୋଇଥିଲା ।

୧୩ । ମାହାଲୱାରି ବ୍ୟବସ୍ଥା କେଉଁ କେଉଁ ଅଞ୍ଚଳରେ ପ୍ରଚଳିତ ଥିଲା ?
Answer:
ମାହାଲୱାରି ବ୍ୟବସ୍ଥା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ ଏବଂ ଉତ୍ତର-ପଶ୍ଚିମ ସୀମାନ୍ତରେ ପ୍ରଚଳିତ ଥିଲା ।

୧୪ । ଚିରସ୍ଥାୟୀ ବନ୍ଦୋବସ୍ତ ଫଳରେ କେଉଁ ଗୋଷ୍ଠୀର ଉଦ୍ଭବ ଘଟିଥିଲା ?
Answer:
ଚିରସ୍ଥାୟୀ ବନ୍ଦୋବସ୍ତ ଫଳରେ ବିଳାସୀ ଜମିଦାର ଗୋଷ୍ଠୀର ଉଦ୍ଭବ ଘଟିଥିଲା ।

CHSE Odisha Class 12 History Chapter 11 Objective Questions in Odia Medium

୧୫ । ଡାକଘର ଆଇନ ଅନୁସାରେ ପ୍ରତ୍ୟେକ ଚିଠି ଉପରେ କେତେ ପଇସାର ଟିକେଟ୍ ଲଗାଯାଉଥିଲା ?
Answer:
ଡାକଘର ଆଇନ ଅନୁସାରେ ପ୍ରତ୍ୟେକ ଚିଠି ଉପରେ ୨ ପଇସାର ଟିକେଟ୍ ଲଗାଯାଉଥିଲା ।

D. ଭ୍ରମ ସଂଶୋଧନ କର ।

୧ । ମାଡ୍ରାସ୍ ପ୍ରେସିଡ଼େନ୍ସିରେ ରୟତରୀ ବ୍ୟବସ୍ଥା ସାର୍ ଜନ୍ ଅଷ୍ଟିନ୍ ହବାକ୍‌ଙ୍କଦ୍ଵାରା ପ୍ରଣୟନ କରାଯାଇଥିଲା ।
Answer:
ମାଡ୍ରାସ୍ ପ୍ରେସିଡ଼େନ୍ସିରେ ରୟତରୀ ବ୍ୟବସ୍ଥା ଗଭର୍ଣ୍ଣର ଥୋମାସ୍ ମୁନ୍‌ଙ୍କଦ୍ଵାରା ପ୍ରଣୟନ କରାଯାଇଥିଲା ।

୨। ୧୮୨୩ ଖ୍ରୀ.ଅ.ରେ ଭାରତରେ ପ୍ରଥମେ ରେଳ ଚଳାଚଳ ଆରମ୍ଭ ହୋଇଥିଲା ।
Answer:
୧୮୨୩ ଖ୍ରୀ.ଅ.ରେ ଭାରତରେ ପ୍ରଥମେ ବାଷ୍ପଚାଳିତ ନୌକାର ବ୍ୟବହାର ଆରମ୍ଭ ହୋଇଥିଲା ।

୩ । ୧୮୧୯ ଖ୍ରୀ.ଅ.ରେ ସାର୍ ଥୋମାସ୍ ମୁନ୍‌ରେ ନାମକ ଜନୈକ ଇଂରାଜୀ ଉଚ୍ଚପଦସ୍ଥ କର୍ମଚାରୀ ଏକ ନୂତନ ଭୂରାଜସ୍ଵ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦେଇଥିଲେ, ଯାହା ଥିଲା ଜମିଦାରୀ ଓ ରୟତରୀ ବନ୍ଦୋବସ୍ତର ଏକ ମିଶ୍ରଣ ।
Answer:
୧୮୧୯ ଖ୍ରୀ.ଅ.ରେ ହୋଲ୍‌ ମେକେଞ୍ଜି ନାମକ ଜନୈକ ଇଂରେଜ ଉଚ୍ଚପଦସ୍ଥ କର୍ମଚାରୀ ଏକ ନୂତନ ଭୂରାଜସ୍ଵ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦେଇଥିଲେ ଯାହାଥିଲା ଜମିଦାରୀ ଓ ରୟତରୀ ବନ୍ଦୋବସ୍ତର ଏକ ମିଶ୍ରଣ ।

୪। ୧୮୧୮ ଖ୍ରୀ.ଅ.ରେ ବମ୍ବେର ଗଭର୍ଣ୍ଣର କଲିସ୍ ରୟତରୀ ବ୍ୟବସ୍ଥା ସହ ମିଶୁଥିବା ଏକ ଭୂବନ୍ଦୋବସ୍ତ ପ୍ରବର୍ତ୍ତନ କରିଥିଲେ ।
Answer:
୧୮୧୮ ଖ୍ରୀ.ଅ.ରେ ବମ୍ବେର ଗଭର୍ଣ୍ଣର ମାଉଣ୍ଟସୁଆର୍ଟ ଆର୍ଟ ଟଫିନ୍‌ନ୍‌ ରୟତରୀ ବ୍ୟବସ୍ଥା ସହ ମିଶୁଥ‌ିବା ଏକ ଭୂବନ୍ଦୋବସ୍ତ ପ୍ରବର୍ତ୍ତନ କରିଥିଲେ ।

୫। ଲର୍ଡ଼ ଉଇଲିୟମ ବେଷ୍ଟିକ୍‌ଙ୍କୁ ‘ଭାରତୀୟ ରେଳପଥର ଜନକ’ ରୂପେ ଅଭିହିତ କରାଯାଇଥାଏ ।
Answer:
ଲର୍ଡ଼ ଡେଲ୍ହାଉସୀଙ୍କୁ ‘ଭାରତୀୟ ରେଳପଥର ଜନକ’ ରୂପେ ଅଭିହିତ କରାଯାଇଥାଏ ।

୬ । ଚିରସ୍ଥାୟୀ ବନ୍ଦୋବସ୍ତ ଲର୍ଡ଼ ଡେଲ୍ହାଇସୀଙ୍କ ସମୟରେ ପ୍ରବର୍ତ୍ତିତ ହୋଇଥିଲା ।
Answer:
ଚିରସ୍ଥାୟୀ ବନ୍ଦୋବସ୍ତ ଲର୍ଡ଼ କର୍ଡୱାଲିସ୍‌ଙ୍କ ସମୟରେ ପ୍ରବର୍ତ୍ତିତ ହୋଇଥିଲା ।

CHSE Odisha Class 12 History Chapter 11 Objective Questions in Odia Medium

୭ । ଚିରସ୍ଥାୟୀ ବନ୍ଦୋବସ୍ତ ସମଗ୍ର ଭାରତବର୍ଷରେ ପ୍ରଚଳିତ ଥିଲା ।
Answer:
ଚିରସ୍ଥାୟୀ ବନ୍ଦୋବସ୍ତ ସମଗ୍ର ଭାରତବର୍ଷରେ ପ୍ରଚଳିତ ନ ହୋଇ କେବଳ ବଙ୍ଗ, ବିହାର, ଓଡ଼ିଶା ଓ ଅଳ୍ପ କେତେକ ସ୍ଥାନରେ ପ୍ରଚଳିତ ଥିଲା ।

BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

Odisha State Board BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ Textbook Exercise Questions and Answers.

BSE Odisha Class 10 Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

Question 1.
5R ନୀତି କ’ଣ ? ଏହାଦ୍ଵାରା ଆମର ପ୍ରାକୃତିକ ସମ୍ପଦମାନଙ୍କର କିପରି ସୁରକ୍ଷା ହୋଇପାରିବ ଦର୍ଶାଅ । ପ୍ରତ୍ୟକ୍ଷ ତଥା ପରୋକ୍ଷ ଏବଂ ସ୍ବତଃସ୍ପର୍ଭ ଯୋଗଦାନଦ୍ୱାରା ଆମେ ପରିବେଶର ସୁରକ୍ଷା କରିବା ସହ ପ୍ରାକୃତିକ ସମ୍ପଦର ସୁପରିଚାଳନା ଓ ସଂରକ୍ଷଣ ମଧ୍ୟ କରିପାରିବା ।

(i) ପ୍ରତ୍ୟକ୍ଷ ତଥା ପରୋକ୍ଷ ଏବଂ ସ୍ୱତଃସ୍ଫୁର୍ତ ଯୋଗଦାନଦ୍ୱାରା ଆମେ ପରିବେଶର ସୁରକ୍ଷା କରିବା ସହ ପ୍ରାକୃତିକ ସମ୍ପଦର ସୁପରିଚାଳନା ଓ ସଂରକ୍ଷଣ ମଧ୍ୟ କରିପାରିବା ।

(ii) ପରିବେଶ ତଥା ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ‘5R’ ନୀତିକୁ ଏକ ମାଧ୍ୟମ ଭାବରେ ପରିଗଣିତ କରାଯାଇଛି । ଏଗୁଡ଼ିକ ହେଲା- ସମ୍ବରଣ (Reduce), ପୁନଶ୍ଚକ୍ରଣ (Recycle) ଓ ପୁନଃବ୍ୟବହାର (Reuse) ।

(iii) ସମ୍ବରଣ : ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ କମ୍ ସମ୍ପଦ ବ୍ୟବହାର କରିବାକୁ ସମ୍ବରଣ କୁହାଯାଏ । ଅନେକ ସମୟରେ ଆମେ ଆବଶ୍ୟକଠାରୁ ଅଧିକ ସମ୍ପଦ ବ୍ୟବହାର କରିଥାଉ ଓ ନଷ୍ଟ ମଧ୍ୟ କରିଥାଉ । ଆମେ ସଚେତନ ହେଲେ ଏହି ଅପଚୟକୁ ରୋକିହେବ ।

(iv) ପୁନଶ୍ଚକ୍ରଣ : ଆମେ କିଛିମାତ୍ରାରେ ବର୍ଜ୍ୟବସ୍ତୁକୁ କଞ୍ଚାମାଲ ଭାବରେ ବ୍ୟବହାର କରି ପୁନର୍ବାର ବ୍ୟବହାର କରିବା ହେଉଛି ପୁନଶ୍ଚକ୍ରଣ ପଦ୍ଧତି । ପୁନଶ୍ଚକ୍ରଣ ଦ୍ବାରା କଳକାରଖାନାର କଞ୍ଚାମାଲର ଆବଶ୍ୟକତା କିଛିମାତ୍ରାରେ ମେଣ୍ଟାଯାଇପାରିବ । ସେହିପରି ଜୈବ ଆବର୍ଜନାକୁ ଆମେ କମ୍ପୋଷ୍ଟରେ ପରିଣତ କରି ବଗିଚାରେ ବା ଚାଷ ଜମିରେ ବ୍ୟବହାର କରିପାରିବା ।

(v) ପୁନଃବ୍ୟବହାର : କୌଣସି ପଦାର୍ଥକୁ ବାରମ୍ବାର ବ୍ୟବହାର କରିବା ସବୁଠାରୁ ଉନ୍ନତ ଓ ପରିବେଶ ଅନୁକୂଳ ପ୍ରଦ୍ଧତି । ବ୍ୟବହାରଯୋଗ୍ୟ ପଦାର୍ଥଗୁଡ଼ିକୁ ଥରେ ବ୍ୟବହାର କରିବା ପରେ  ବର୍ଜନ ନ କରି ବାରମ୍ବାର ବ୍ୟବହାର କଲେ ସେହିପଦାର୍ଥର ଠିକ୍ ଉପଯୋଗ ହେବା ସହ ସମ୍ପଦର ସଂରକ୍ଷଣ ମଧ୍ୟ ହୋଇଥାଏ ।

(vi) ଯେକୌଣସି ଦେଶର ଆର୍ଥିକ ପ୍ରଗତି ପରିବେଶ ସୁରକ୍ଷା ଓ ପ୍ରାକୃତିକ ସମ୍ପଦର ଉତ୍ସ ସହିତ ଓତଃପ୍ରୋତ ଭାବେ ଜଡ଼ିତ । ବିକାଶ ଓ ପରିବେଶ ସୁରକ୍ଷା ପରସ୍ପରର ବିପରୀତମୁଖୀ ପରି ଦେଖାଯାଉଥିଲେ ମଧ୍ୟ ଆଧୁନିକ ବଦଳାଇବା ସହ ପରିବେଶର କ୍ଷତି ନ କରି ଅର୍ଥନୈତିକ ଉନ୍ନତି ତଥା ସାମାଜିକ ଅଗ୍ରଗତି କିପରି କରାଯାଇପାରିବ ତାହା ଚିନ୍ତା କରିବା ବିଧେୟ । ତା’ସହ ଆବଶ୍ୟକ ନୀତିନିୟମ ଓ ଆଇନ ପ୍ରଣୟନ ପାଳନ କରିବା ଉଚିତ୍‌ । ଏହାଦ୍ଵାରା ଆମର ପ୍ରାକୃତିକ ସମ୍ପଦର ସୁରକ୍ଷା ହେବାସହ ଏଗୁଡ଼ିକ ଚିରନ୍ତନ ଭାବରେ ଆମର ଆବଶ୍ୟକତାକୁ ମେଣ୍ଟାଇବାରେ ସକ୍ଷମ ହେବ ।

BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

Question 2.
ଜଙ୍ଗଲ ନଷ୍ଟହେବାର କାରଣଗୁଡ଼ିକ ବର୍ତ୍ତନ କର ।
ଉ-
ନିମ୍ନଲିଖୂତ କାରଣମାନଙ୍କ ଯୋଗୁ ଜଙ୍ଗଲ ସମ୍ପଦ ନଷ୍ଟ ହେଉଛି; ଯଥା-

(i) ଭାରତରେ ଲକ୍ଷ ଲକ୍ଷ ଆଦିବାସୀ ଜଙ୍ଗଲ ଓ ଜଙ୍ଗଲ ତଳି ଅଞ୍ଚଳରେ ବାସକରି ନିଜର ଦୈନନ୍ଦିନ ଜୀବନଯାପନ ପାଇଁ ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି ।
(ii) କଳକାରଖାନା, ରାସ୍ତାଘାଟ, ରେଳଲାଇନ୍, ଜନବସତି ଓ ଚାଷପାଇଁ ଜଙ୍ଗଲ ସଫାହେବାଦ୍ଵାରା ବଡ଼ ଘଞ୍ଚ ଜଙ୍ଗଲ ଖଣ୍ଡବିଖଣ୍ଡିତ ହେଉଛି ।
(iii) ଆଦିବାସୀ ଓ ସହର ତଳିଅଞ୍ଚଳର ଗାଁମାନଙ୍କରେ ବାସକରୁଥିବା ଲୋକମାନେ ଜଙ୍ଗଲରୁ ଖାଦ୍ୟ, କାଠ, ପତ୍ର, ଫଳ, ଫୁଲ, ମହୁ, ଝୁଣା ଓ ସେମାନଙ୍କ ଗୃହପାଳିତ ପଶୁମାନଙ୍କପାଇଁ ଚାରା ସଂଗ୍ରହ ଯୋଗୁ ଜଙ୍ଗଲ ସମ୍ପଦର ଅବକ୍ଷୟ ହେଉଛି ।
(iv) ସହରବାସୀମାନେ ପରୋକ୍ଷଭାବରେ ଜଙ୍ଗଲ ଓ ଜଙ୍ଗଲଜାତ ଦ୍ରବ୍ୟଦ୍ୱାରା ଉପକୃତ ହୋଇଥାନ୍ତି । ଏମାନେ ତିଆରି କରିଥାନ୍ତି । ଫଳରେ ଦିନକୁ ଦିନ ଜଙ୍ଗଲ ସମ୍ପଦ କ୍ରମଶଃ ସଙ୍କୁଚିତ ହେଉଛି ଓ ମୁଣ୍ଡପିଛା ଜଙ୍ଗଲର ଆୟତନ କମିବାରେ ଲାଗିଛି ।
(v) ବହୁ ଶିଳ୍ପସଂସ୍ଥାରେ ଜଙ୍ଗଲଜାତ ପଦାର୍ଥକୁ କଞ୍ଚାମାଲ ଭାବରେ ବ୍ୟବହାର କରି ଅନେକ ପ୍ରକାରର ବ୍ୟବହାରଯୋଗ୍ୟ ପଦାର୍ଥ ଉତ୍ପାଦନ କରାଯାଉଛି । କାଗଜ, କାଠ, ଖେଳ ଉପକରଣ ଓ କବିରାଜି ଔଷଧ ଦ୍ରୁତକ୍ଷୟ ଘଟୁଛି ।
(vi) ଜଙ୍ଗଲରେ ଅଧିବାସୀମାନଙ୍କର ଅର୍ଥନୈତିକ ପ୍ରଗତି ଓ ସାମାଜିକ ବିକାଶ ନ ହେବା ଫଳରେ ସେମାନେ ତାଙ୍କର ବିକଳ୍ପ ଆୟ ପାଇଁ ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କରିଥା’ନ୍ତି ।

Question 3.
ଜଙ୍ଗଲ ସମ୍ପଦର ଅଂଶୀଦାରମାନେ କିଏ ? ଜଙ୍ଗଲ ସୁରକ୍ଷାରେ ଏମାନଙ୍କର ଭୂମିକା କ’ଣ ?
ଉ-
(i) ସହର, ଗ୍ରାମାଞ୍ଚଳ ଓ ଜଙ୍ଗଲରେ ବାସ କରୁଥିବା ଆଦିବାସୀ ଓ ଜଙ୍ଗଲ ତଳି ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଜଙ୍ଗଲ ସମ୍ପଦର ଅଂଶୀଦାର ଅଟନ୍ତି । ଏତଦ୍‌ବ୍ୟତୀତ ଜଙ୍ଗଲ ବିଭାଗ, ପ୍ରକୃତିପ୍ରେମୀ ଓ ଶିଳ୍ପପତିମାନେ ମଧ୍ୟ ଏହାର ଅଂଶୀଦାର ହୋଇଥା’ନ୍ତି ।
(ii) ସଂରକ୍ଷିତ ଜଙ୍ଗଲ ଥିବା ଅଞ୍ଚଳର ପ୍ରତ୍ୟେକ ଗାଁରେ ଏକ ଗ୍ରାମସଭା କରାଯାଇ ସେଥ‌ିରେ ଗ୍ରାମବାସୀମାନଙ୍କଦ୍ୱାରା ମନୋନୀତ 5ରୁ 10 ଜଣ ଲୋକଙ୍କୁ ସଭ୍ୟଭାବେ ଗ୍ରହଣ କରାଯାଇଛି ।

ଜଙ୍ଗଲ ସୁରକ୍ଷାରେ ଏମାନଙ୍କର ଭୂମିକା :
BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ 1
(ii) ଏହି ସଦସ୍ୟମାନଙ୍କୁ ସେମାନଙ୍କ ଗାଁ ପାଇଁ ଚିହ୍ନଟ କରାଯାଇଥିବା ଜଙ୍ଗଲ ଅଞ୍ଚଳରେ ଦେଉଥ‌ିବା ସମସ୍ତ କାର୍ଯ୍ୟକ୍ରମ, ଯଥା – ବୃକ୍ଷରୋପଣ, ଜଙ୍ଗଲ ସମ୍ପଦ ଓ ଶୁକ୍ଳ ଆଦାୟ ଇତ୍ୟାଦି କ୍ଷେତ୍ରରେ ସିଧାସଳଖ ଜଡ଼ିତ କରାଯାଉଛି । ଗ୍ରାମବାସୀମାନଙ୍କୁ ସେମାନଙ୍କ ଅଞ୍ଚଳର ଜଙ୍ଗଲ ମଧ୍ୟକୁ ପ୍ରବେଶ କରିବା ଓ ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କରିବାପାଇଁ ନିୟନ୍ତ୍ରିତ ପ୍ରବେଶାନୁମତି ଦିଆଯିବା ସଙ୍ଗେସଙ୍ଗେ ସେମାନଙ୍କର ସାମୂହିକ ଉନ୍ନତି ପାଇଁ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

Question 4.
‘ଜଙ୍ଗଲ ହେଉଛି ଜୈବବିବିଧତାର ଉତ୍ସ’ – ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କର ।
ଉ-

(i) ଜୈବ ବିବିଧତା କହିଲେ ସାଧାରଣତଃ ଗୋଟିଏ ସ୍ଥାନରେ ବସବାସ କରୁଥିବା ସମସ୍ତ ପ୍ରାଣୀ, ଉଭିଦ ଓ ଅଣୁଜୀବମାନଙ୍କୁ ବୁଝାଇଥାଏ । ଜଙ୍ଗଲ ପରିବେଶରେ ଅପେକ୍ଷାକୃତ କମ୍ ଜାଗାରେ ଅନେକ ପ୍ରକାର ବୃକ୍ଷଲତା ଓ ଜୀବଜନ୍ତୁ ଦେଖାଯାଉଥ‌ିବାରୁ ଏହାକୁ ଜୈବ ବିବିଧତା ଏକ ମୁଖ୍ୟ ଉତ୍ସ ବୋଲି କୁହାଯାଏ ।
(ii) ଜଙ୍ଗଲରେ ଏହି ପାକତିକ ଜୈବ ବିବିଧତା କତିମ ଉପାୟରେ ମଧ୍ଯ ସୃଷ୍ଟି କରାଯାଇପାରିବ ନାହିଁ । ଅନେକ ଅଞ୍ଚଳରେ ଜଙ୍ଗଲ ସଫା ହୋଇଯିବା ପରେ ସେହି ଅଞ୍ଚଳରେ ଶାଗୁଆନ, ଫାସି ଇତ୍ୟାଦି ଏକ ପ୍ରକାରର ବୃକ୍ଷରୋପଣ କରାଯିବା ଫଳରେ ଜୈବ ବିବିଧତା ହ୍ରାସ ପାଇବା ସହ ଜଙ୍ଗଲ ପରିସଂସ୍ଥାର କ୍ଷତି ଘଟୁଛି ଓ ମୁଭିକାର ମାନ ମଧ୍ଯ କମିଯାଉଛି ।
(iii) ତେଣୁ ପ୍ରକୃତରେ କହିବାକୁ ଗଲେ ପଶୁ, ପକ୍ଷୀ ଓ ଉଦ୍ଭିଦ ଯାହାକି ପ୍ରାକୃତିକ ଭାବେ ଜଙ୍ଗଲରେ ମିଳିଥାଏ, ତାହା ଥରେ ନଷ୍ଟ ହୋଇଗଲେ ପୁନର୍ବାର ସୃଷ୍ଟି କରାଯାଇପାରିବ ନାହିଁ । ତେଣୁ ପ୍ରାକୃତିକ ଜଙ୍ଗଲ ଜୈବ ବିବିଧତାର ପ୍ରମୁଖ ଉତ୍ସ ଅଟେ ।

Question 5.
ଜଙ୍ଗଲ ସମ୍ପଦ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ବର୍ଣ୍ଣନା କର ।
ଉ-

(i) ଜଙ୍ଗଲ ସମ୍ପଦର ମୁଖ୍ୟତଃ 4ଟି ଅଂଶୀଦାର ରହିଛନ୍ତି; ଯଥା- ଜଙ୍ଗଲ ଓ ତାର ଆଖପାଖ ଅଞ୍ଚଳରେ ଅସ୍ଵାସୀ, ଜଙ୍ଗଲ ବିଭାଗ, ଶିଳ୍ପପତି ଓ ପ୍ରକୃତିପ୍ରେମୀ । ସମସ୍ତ ଅଂଶୀଦାରମାନଙ୍କୁ ସାମିଲ କରି ଜଙ୍ଗଲ ସମ୍ପଦର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ଯୁଗ୍ମ ଜଙ୍ଗଲ ପରିଚାଳନା ଯୋଜନା କାର୍ଯ୍ୟକ୍ଷମ କରାଯାଇଛି ।

(ii) ଭାରତ ସରକାରଙ୍କଦ୍ୱାରା ପ୍ରଚଳିତ ଏହି ଜଙ୍ଗଲ ପରିଚାଳନା ଯୋଜନାରେ ସ୍ଥାନୀୟ ଲୋକ ଓ ପ୍ରତ୍ୟକ୍ଷ ଅଂଶୀଦାରମାନଙ୍କ ଅଧିକ ଗରତ ଦିଆଯାଉଛି । ସେମାନଙ୍କର ଅଧିକାରକୁ ଅକ୍ଷୁଣ୍ଣ ରଖୁବା ସହିତ ସେମାନଙ୍କ ଜରିଆରେ ଜଙ୍ଗଲ ସମ୍ପଦର ସଂରକ୍ଷଣ ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ।

(iii) ସେଥୁପାଇଁ ସଂରକ୍ଷିତ ଜଙ୍ଗଲଥିବା ଅଞ୍ଚଳର ପ୍ରତ୍ୟେକ ଗାଁରେ ଏକ ଗ୍ରାମସଭା ଗଠନ କରାଯାଇ ସେଥ‌ିରେ ଗ୍ରାମବାସୀମାନଙ୍କଦାରା ମନୋନୀତ ପାଞ୍ଚରୁ ଦଶଜଣ ଲୋକଙ୍କ ସଭ୍ୟଭାବେ ନିଆଯାଉଛି ।

(iv) ଏହି ସଦସ୍ୟମାନଙ୍କୁ ସେମାନଙ୍କ ଗାଁ ପାଇଁ ଚିହ୍ନଟ କରାଯାଇଥିବା ଜଙ୍ଗଲ ଅଞ୍ଚଳରେ ହେଉଥ‌ିବା ସମସ୍ତ କାର୍ଯ୍ୟକ୍ରମ, ଯଥା – ବୃକ୍ଷରୋପଣ, ଜଙ୍ଗଲ ସମ୍ପଦ ଓ ଶୁଳ୍କ ଆଦାୟ ଇତ୍ୟାଦି କ୍ଷେତ୍ରରେ ସିଧାସଳଖ ଜଡ଼ିତ କରାଯାଉଛି ।

(v) ଗ୍ରାମବାସୀମାନଙ୍କୁ ସେମାନଙ୍କ ଅଞ୍ଚଳର ଜଙ୍ଗଲ ମଧ୍ୟକୁ ପ୍ରବେଶ କରିବା ଓ ଜଙ୍ଗଲଜାତ ପଦାର୍ଥ ସଂଗ୍ରହ କରିବାପାଇଁ ନିୟନ୍ତ୍ରିତ ପ୍ରବେଶାନୁମତି ଦିଆଯିବା ସଙ୍ଗେସଙ୍ଗେ ସେମାନଙ୍କର ସାମୂହିକ ଉନ୍ନତି ପାଇଁ ସେଠାକାର ଜଙ୍ଗଲରୁ ଲବ୍ଧ ଶୁଳ୍କର ଏକ ଅଂଶ ଖର୍ଚ୍ଚ କରାଯାଉଛି । ଫଳରେ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

Question 6.
ଭୂତଳ ଜଳସ୍ତର କମିବାର କାରଣଗୁଡ଼ିକ କ’ଣ ? ଭୂତଳ ଜଳସ୍ତର କିପରି ସମୃଦ୍ଧ କରାଯାଇପାରିବ ?
ଉ-
ଭୂତଳ ଜଳସ୍ତର କମିବାର କାରଣ :
(i) ଦେଶରେ ଖାଦ୍ୟର ଆବଶ୍ୟକତା ବୃଦ୍ଧିପାଉଥିବାରୁ ଦିନକୁ ଦିନ କୃଷି ଓ ଶିଳ୍ପସଂସ୍ଥା ପାଇଁ ଅଧ‌ିକରୁ ଅଧିକ ଜଳ ବ୍ୟବହାର କରାଯାଉଛି । ଫଳରେ ଭୂପୃଷ୍ଠ ଜଳ ବ୍ୟବହାର ସଙ୍ଗେ ସଙ୍ଗେ ଆମ୍ଭେମାନେ ମଧ୍ୟ ନଳକୂପ ଓ ଉଠା ଜଳସେଚନଦ୍ଵାରା ଭୂତଳ ଜଳର ଅତ୍ୟଧିକ ବ୍ୟବହାର କରିଚାଲିଛୁ ।

(ii) ଅନ୍ୟପକ୍ଷରେ ପାହାଡ଼ ଓ ପର୍ବତମାନଙ୍କରୁ ଜଙ୍ଗଲ ସଫା ହୋଇଯିବାଦ୍ବାରା ଭୂତଳକୁ ଜଳର ଗତି କମିବାରେ ଲାଗିଛି ଓ ଭୂତଳ ଜଳର ପରିମାଣ ଦିନକୁ ଦିନ କମିବାରେ ଲାଗିଛି । ସେଥ୍ପାଇଁ ଜଳସମ୍ପଦର ସଂରକ୍ଷଣ ସହ ଏହାର ସୁପରିଚାଳନାପାଇଁ ଆବଶ୍ୟକ ପଦକ୍ଷେପ ନେବା ଦରକାର ।

BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

ଭୂତଳ ଜଳସ୍ତର ସମୃଦ୍ଧ ହେବାର ଉପାୟ :
BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ 2

(iii) ନଦୀବନ୍ଧ ଯୋଜନା – ଆମ ଦେଶରେ ଚାଷବାସ ପାଇଁ ଜଳସେଚନର ଆବଶ୍ୟକତାକୁ ଉପଲବ୍ଧକରି ତତ୍‌କାଳୀନ ଇଂରେଜ ସରକାର ସର୍ବପ୍ରଥମେ ବିଭିନ୍ନ ବଡ଼ ଓ ଚିରସ୍ରୋତା ନଦୀମାନଙ୍କରେ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରିଥିଲେ ।

(iv) ଜଳଛାୟା ପରିଚାଳନା- ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ ସୃଷ୍ଟିକରି, ପଥର ଅଟକ ବନ୍ଧଦେଇ ଜଳପ୍ରବାହର କ୍ଷିପ୍ରତାକୁ କମାଇବା ଓ ଜଳର ଭୂତଳକୁ ପ୍ରବେଶର ମାତ୍ରା ବୃଦ୍ଧି କରିବାଦ୍ଵାରା ବର୍ଷାଜଳ ଭୂତଳ ଅଞ୍ଚଳକୁ ଜଳଛାୟା ଅଞ୍ଚଳ କୁହାଯାଏ । ଜଳଛାୟା ପରିଚାଳନା ପାଇଁ ନିମ୍ନୋକ୍ତ ପଦକ୍ଷେପ ନିଆଯାଏ ।

(v) ଏକ ଚିରାଚରିତ ପ୍ରଥା । ସେଥ‌ିପାଇଁ ସବୁ ଗାଁ ମୁଣ୍ଡରେ ଏକ ପୋଖରୀ ଦେଖିବାକୁ ମିଳିଥାଏ । ଭୂତଳ ଓ ଭୂପୃଷ୍ଠ ଜଳ ସଂରକ୍ଷଣଦ୍ୱାରା ମାଟିର ଆର୍ଦ୍ରତା ବୃଦ୍ଧି ପାଇଥାଏ; ମାଟିରୁ ଗଛପତ୍ର ଓ ଫସଲକୁ ଜଳ ମିଳିଥାଏ । ସମତଳ ଅଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ ନୂତନ ଜ୍ଞାନକୌଶଳର ପ୍ରୟୋଗ କରାଯାଉଛି । ମାଟି କିମ୍ବା କଂକ୍ରିଟ୍ ସାହାଯ୍ୟରେ ଛୋଟ ଛୋଟ ଅଟକବନ୍ଧ ବା ଆଡ଼ିବନ୍ଧ କରାଯାଇ ବର୍ଷାଜଳକୁ ରଖାଯିବାଦ୍ଵାରା ଏହି ଜଳ ତଳକୁ ଗତି କରି ଭୂତଳ ଜଳସ୍ତରର ବୃଦ୍ଧି ଘଟାଇ ପାରୁଛି ।

(vi) ଜଳର ପୁନଶ୍ଚ କ୍ରଣ – କୃଷି ଓ ପିଇବାପାଇଁ ଆବଶ୍ୟକ ଜଳ ଅପେକ୍ଷା ଶିଳ୍ପସଂସ୍ଥାମାନେ ଅଧିକ ଜଳ ବ୍ୟବହାର କରିଥାନ୍ତି । ଏହି ଜଳ ଦୂଷିତ ହୋଇ ନିର୍ଗତ ହୋଇଥାଏ ଓ ଅନେକ ସମୟରେ ବିଶୋଧ ନ ହୋଇ ଭୂପୃଷ୍ଠ ଅନୁସାରେ ବିଶୋଧ କରି ପୁନଶ୍ଚକ୍ରଣ କରିପାରିଲେ ଜଳ ପ୍ରଦୂଷଣଜନିତ ସମସ୍ୟା ଦୂର ହେବା ସହିତ ସେମାନଙ୍କର ନିର୍ଭରଶୀଳତା କିଛିମାତ୍ରାରେ କମାଯାଇପାରିବ । ଶିଳ୍ପସଂସ୍ଥାମାନେ ନିଜସ୍ୱ ଶକ୍ତି ଉତ୍ପାଦନ କେନ୍ଦ୍ରପରି ନିଜସ୍ବ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ଜରିଆରେ ଜଳ ଗଚ୍ଛିତ କରି ରଖୁରିବେ ଓ ଏହାକୁ ବ୍ୟବହାର କରିପାରିବେ ।

Question 7.
ବୃଷ୍ଟିଜଳ ସଂରକ୍ଷଣର ଉପାୟଗୁଡ଼ିକ ବର୍ଣ୍ଣନ କର ।
ଉ-
(i)ଆମ ଦେଶରେ ବୃଷ୍ଟିଜଳକୁ ସଂରକ୍ଷଣ କରି ଦରକାର ସମୟରେ ବ୍ୟବହାର କରିବା ଏକ ଚିରାଚରିତ ପ୍ରଥା । ଗାଁ ମୁଣ୍ଡରେ ଏକ ପୋଖରୀ ଦେଖିବାକୁ ମିଳିଥାଏ । ଭୂତଳ ଓ ଭୂପୃଷ୍ଠ ଜଳ ସଂରକ୍ଷଣଦ୍ଵାରା ମାଟିର ଆର୍ଦ୍ରତା ବୃଦ୍ଧି ପାଇଥାଏ; ମାଟିରୁ ଗଛପତ୍ର ଓ ଫସଲକୁ ଜଳ ମିଳିଥାଏ ।
(ii) ସମତଳ ଅଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ ନୂତନ ଜ୍ଞାନକୌଶଳର ପ୍ରୟୋଗ କରାଯାଉଛି । ମାଟି କିମ୍ବା କଂକ୍ରିଟ୍ ସାହାଯ୍ୟରେ ଛୋଟ ଛୋଟ ଅଟକବନ୍ଧ ବା ଆଡ୍ମିବନ୍ଧ କରାଯାଇ ବର୍ଷାଜଳକୁ ରଖାଯିବାଦ୍ବାରା ଏହି ଜଳ ତଳକୁ ଗତି କରି ଭୂତଳ ଜଳସ୍ତରର ବୃଦ୍ଧି ଘଟାଇ ପାରୁଛି ।
(iii) କେବଳ ଖାଲୁଆ ଅଞ୍ଚଳରେ ଏହି ଜଳ ଭୂପୃଷ୍ଠ ଜଳ ଆକାରରେ ବର୍ଷସାରା ଉପଲବ୍ଧ ହେଉଥ‌ିବାବେଳେ ଜଳ ଜମିରହୁଥ‌ିବା ସ୍ଥାନଗୁଡ଼ିକରେ ଖରାଦିନେ ଚାଷକାର୍ଯ୍ୟ କରାଯାଇ ପାରୁଛି ଓ ଭୂତଳ ଜଳ ଉତ୍ତୋଳନ କରି ଜଳସେଚନ କରାଯାଇ ପାରୁଛି ।
(iv) ସହରାଞ୍ଚଳମାନଙ୍କରେ ସବୁଆଡ଼େ ‘କଂକ୍ରିଟ୍ ଜଙ୍ଗଲ’ ସୃଷ୍ଟି ହେଉଥ‌ିବାରୁ ବର୍ଷାଜଳ ଭୂତଳକୁ ଗତି କରିବାର ବାଟ ରହୁନାହିଁ ଓ ଏହା ବୋହିଯାଇ ନଦୀରେ ମିଶୁଛି । ସେଥ‌ିପାଇଁ ଆମକୁ ବର୍ଷାଜଳ ସଂରକ୍ଷଣ କରି ଭୂତଳକୁ ପଠାଇବାର ବ୍ୟବସ୍ଥା କରିବା ଦରକାର ।
(v) ଛାତ ଉପରେ ପଡ଼ୁଥ‌ିବା ବର୍ଷାଜଳକୁ ଏକ ବାଲିଶଯ୍ୟା ଥିବା କମ୍ ଗଭୀର ଗର୍ଭକୁ ଛାଡ଼ିଦେଲେ ଏହି ଜଳ ବାଲିଶଯ୍ୟାଦ୍ଵାରା ଶୋଷିହୋଇ ମାଟିତଳକୁ ଗତିକରି ଭୂତଳ ଜଳ ସହିତ ମିଶିପାରିବ । ଏହାଛଡ଼ା ବଷାଜଳକୁ ଟାଙ୍କି ସାହାଯ୍ୟରେ ସଂଗ୍ରହ କରି ସିଧାସଳଖ ବ୍ୟବହାର ମଧ୍ୟ କରାଯାଇପାରିବ ।

Question 8.
ବୃହତ୍ ନଦୀବନ୍ଧ ଯୋଜନାଦ୍ଵାରା ଆମକୁ କେଉଁ ପ୍ରକାରର ସୁବିଧା ମିଳିପାରିଛି ? ଆମେ ଏହାର ବିକଳ୍ପ ଚିନ୍ତା କରିବା କାହିଁକି ଦରକାର ?
ଉ-
(i) ବହଡ଼ ନଦୀବନ୍ଧ ପରିବର୍ତ୍ତେ ଜଳସଞ୍ଚୟ ପାଇଁ ଆମକୁ ବିକଳ୍ପ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦରକାର । ଛୋଟ ଛୋଟ ନଦୀବନ୍ଧ ଜରିଆରେ ଅନେକ ସ୍ଥାନରେ ଜଳସଞ୍ଚୟ ହୋଇପାରିଲେ ଏହା ସବୁସ୍ଥାନକୁ ସମପରିମାଣରେ ଉପଲବ୍‌ଧ ହୋଇପାରିବ ଓ ବଣ୍ଟନଜନିତ କ୍ଷୟ ତଥା ଅସୁବିଧା ଦୂର ହୋଇପାରିବ ।
(ii) ଆମ ରାଜ୍ୟରେ ଏହିପରି ଅନେକ ଛୋଟ ଛୋଟ ନଦୀବନ୍ଧ, ଯଥା- ଖଇଖାଇ (ମୟୂରଭଞ୍ଜ, ନରାଜ (କଟକ), ମୁଣ୍ଡୁଳି (ଆଠଗଡ଼) ଡେରାସ (ଭୁବନେଶ୍ଵର) ଓ ସାଳିଆ (ବାଣପୁର) ଆଦି ନିର୍ମାଣ କରାଯାଇ ଜଳସେଚନ ସହ ସହରକୁ ଜଳଯୋଗାଣ କରାଯାଇପାରୁଛି ।
(iii) ଓଡ଼ିଶା ସରକାର ‘ମୋ’ପୋଖରୀ’ ପ୍ରକଳ୍ପ ଏହି ଦିଗରେ ଏକ ଉତ୍ତମ ପଦକ୍ଷେପ ।

Question 9.
ସଂକ୍ଷେପରେ ଉତ୍ତର ଦିଅ ।
(କ) ଜଳଛାୟା ପରିଚାଳନା କ’ଣ ?
ଭ-
ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ ସୃଷ୍ଟିକରି, ପଥର ଅଟକ ବନ୍ଧଦେଇ ଜଳପ୍ରବାହର କ୍ଷିପ୍ରତାକୁ କମାଇବା ଓ ଜଳର ଭୂତଳକୁ ପ୍ରବେଶର ମାତ୍ରା ବୃଦ୍ଧି କରିବାଦ୍ୱାରା ବର୍ଷାଜଳ ଭୂତଳ ଜଳଭାବରେ ସଂରକ୍ଷିତ ହୋଇପାରିବ । ଏହି ପ୍ରକ୍ରିୟାକୁ ଜଳଛାୟା ପରିଚାଳନା କୁହାଯାଏ ଓ ପାହାଡ଼ର ଗଡ଼ାଆ ଆଞ୍ଚଳକୁ ଜଳଛାୟା ଅଞ୍ଚଳ କୁହାଯାଏ । ଜଳଛାୟା ପରିଚାଳନା ପାଇଁ ନିମ୍ନୋକ୍ତ ପଦକ୍ଷେପ ନିଆଯାଏ ।
(i) ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ କ୍ଷୟକୁ ରୋକିବା ଓ ବୃକ୍ଷରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା ।
(ii) ପାହାଡ଼ର ଶିଖରରୁ ପାଦଦେଶ ପର୍ଯ୍ୟନ୍ତ ସ୍ଥାନେସ୍ଥାନେ ପଥର ବନ୍ଧ ନିର୍ମାଣ କରିବାଦ୍ଵାରା ବର୍ଷାଜଳର ବେଗ କମାଯାଇପାରିବ ଓ ଅଧ୍ଵ ଜଳ ଭୂତଳକୁ ଗତି କରିପାରିବ ।

(ଖ) କ୍ଷୁଦ୍ର ନଦୀବନ୍ଧ ଯୋଜନା କିପରି ଉପଯୋଗୀ ?
ଭ-
ବୃହତ୍ ନଦୀବନ୍ଧ ପରିବର୍ତ୍ତେ ଜଳସଞ୍ଚୟ ପାଇଁ ଆମକୁ ବିକଳ୍ପ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦରକାର । ଛୋଟ ଛୋଟ ନଦୀବନ୍ଧ ଜରିଆରେ ଅନେକ ସ୍ଥାନରେ ଜଳସଞ୍ଚୟ ହୋଇପାରିଲେ ଏହା ସବୁସ୍ଥାନକୁ ସମପରିମାଣରେ ଉପଲବ୍‌ଧ ହୋଇପାରିବ ଓ ବଣ୍ଟନଜନିତ କ୍ଷୟ ତଥା ଅସୁବିଧା ଦୂର ହୋଇପାରିବ । ଆମ ରାଜ୍ୟରେ ଏହିପରି ଅନେକ ଛୋଟ ଛୋଟ ନଦୀବନ୍ଧ, ଯଥା- ଖଇଖାଇ (ମୟୂରଭଞ୍ଜ, ନରାଜ (କଟକ), ମୁଣ୍ଡୁଳି (ଆଠଗଡ଼) ଡେରାସ (ଭୁବନେଶ୍ଵର) ଓ ସାଳିଆ (ବାଣପୁର) ଆଦି ନିର୍ମାଣ କରାଯାଇ ଜଳସେଚନ ସହ ସହରକୁ ଜଳଯୋଗାଣ କରାଯାଇପାରୁଛି ।

(ଗ) ସମତଳ ଅଞ୍ଚଳରେ ଜଳ ସଂରକ୍ଷଣ କିପରି କରାଯାଏ ?
ଉ-
ସମତଳ ଅଞ୍ଚଳରେ ବର୍ଷାଜଳ ସଂରକ୍ଷଣ ପାଇଁ ନୂତନ ଜ୍ଞାନକୌଶଳର ପ୍ରୟୋଗ କରାଯାଉଛି । ମାଟି କିମ୍ବା କଂକ୍ରିଟ୍ ସାହାଯ୍ୟରେ ଛୋଟ ଛୋଟ ଅଟକବନ୍ଧ ବା ଆଡ଼ିବନ୍ଧ କରାଯାଇ ବର୍ଷାଜଳକୁ ରଖାଯିବାଦ୍ଵାରା ଏହି ଜଳ ତଳକୁ ଗତିକରି ଭୂତଳ ଜଳସ୍ତରର ବୃଦ୍ଧି ଘଟାଇ ପାରୁଛି ।

(ଘ) ବୃହତ୍ ନଦୀବନ୍ଧ ଯୋଜନାରେ କି କି ଅସୁବିଧା ରହିଛି ?
ଉ-
ବଣ୍ଟନ ସମୟରେ କେନାଲ୍ ବନ୍ଧରେ ଅନେକ ସମୟରେ ଘାଇ ସୃଷ୍ଟିହୋଇ ବହୁପରିମାଣର ଜଳ ନଷ୍ଟହୋଇ ସେହି ଅଞ୍ଚଳରେ ବନ୍ୟାସ୍ଥିତି ସୃଷ୍ଟି କରୁଛି । ସେହିପରି କେତେକ କେନାଲ୍‌ରେ ଆବଶ୍ୟକ ପରିମାଣର ଜଳପ୍ରବାହ ହେଉନଥ‌ିବାରୁ ଲୋକମାନେ କେନାଲ ବନ୍ଧଗୁଡ଼ିକୁ କାଟିଦେଇ ପରିସ୍ଥିତିକୁ ଆହୁରି ଜଟିଳ କରିଦେଉଛନ୍ତି । ଜଳଭଣ୍ଡାର ସୃଷ୍ଟି ହେବାଦ୍ୱାରା ଯେଉଁସବୁ ଗାଁ ଓ ଜମି ଜଳାର୍ଣ୍ଣବ ହେଉଛି ସେଠାକାର ଲୋକମାନଙ୍କୁ ସେହିସ୍ଥାନ ଛାଡ଼ି ଅନ୍ୟସ୍ଥାନକୁ ଯିବାକୁ ପଡ଼ୁଛି । ଫଳରେ ବିସ୍ଥାପିତ ଲୋକମାନେ ସେମାନଙ୍କର ଘରଦ୍ୱାର, ଜମିବାଡ଼ି ଓ ବେପାରବଣିଜ ସବୁ ହରାଇ ନିଃସ୍ବ ହୋଇଯାଉଛନ୍ତି । ସେମାନଙ୍କୁ ଉଚିତ୍ କ୍ଷତିପୂରଣ ଓ ଚାକିରି ନ ମିଳିବାଦ୍ଵାରା ପ୍ରୀତିକର ସାମାଜିକ ତଥା ଅର୍ଥନୈକ ପରିସ୍ଥିତି ସୃଷ୍ଟି ହେଉଛି ।

(ଙ) କୋଇଲା ଓ ପେଟ୍ରୋଲିୟମ୍ଜନିତ ପ୍ରଦୂଷଣ ବିଷୟରେ ଏକ ଟିପ୍ପଣୀ ଦିଅ ।
ଉ-
କୋଇଲା ଓ ପେଟ୍ରୋଲିୟମ୍ ଜଳିବାଦ୍ୱାରା ବାୟୁମଣ୍ଡଳ ପ୍ରଦୂଷିତ ହୋଇଥାଏ । ଅଙ୍ଗାରକାମ୍ଳ ପରିମାଣ ବଢ଼ିବାଦ୍ୱାରା ତାପମାତ୍ରା ବୃଦ୍ଧିପାଇ ସବୁଜ କୋଠରି ପ୍ରଭାବ ଅନୁଭୂତ ହେଉଛି । ଆମେ ନିଜକୁ ଓ ଜୈବବିବିଧତାକୁ ରକ୍ଷା କରିବାପାଇଁ କୋଇଲା ତଥା ପେଟ୍ରୋଲିୟମ୍ର ବ୍ୟବହାରକୁ ନିୟନ୍ତ୍ରିତ କରିବା ସଙ୍ଗେ ସଙ୍ଗେ ବିକଳ୍ପ, ନବୀକରଣଯୋଗ୍ୟ ଶକ୍ତି ବ୍ୟବହାରକୁ ତ୍ବରାନ୍ବିତ କରିବା ଦରକାର । ଏଥପାଇଁ ନିମ୍ନୋକ୍ତ ପଦକ୍ଷେପମାନ ନେବା ନିତାନ୍ତ ଆବଶ୍ୟକ ।

BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

(ଚ) ପୁନଃବ୍ୟବହାର :
ଉ-
(i) କୌଣସି ପଦାର୍ଥକୁ ବାରମ୍ବାର ବ୍ୟବହାର କରିବା ସବୁଠାରୁ ଉନ୍ନତ ଓ ପରିବେଶ ଅନୁକୂଳ ପଦ୍ଧତି ।
(ii) ସେହିପଦାର୍ଥର ଠିକ୍ ଉପଯୋଗ ହେବା ସହ ସମ୍ପଦର ସଂରକ୍ଷଣ ମଧ୍ୟ ହୋଇଥାଏ ।
(iii) ଉଦାହରଣସ୍ୱରୂପ ଆମର ପୁରୁଣା ଲୁଗାପଟା ଓ ଚପଲ, ରଦି କାଗଜ, ପଲିଥୁନ୍ ମୁଣା, କାଗଜ ଡବା, କାଚ ଓ ପ୍ଲାଷ୍ଟିକ୍ ବୋତଲଗୁଡ଼ିକୁ ବିଭିନ୍ନ କାର୍ଯ୍ୟପାଇଁ ବ୍ୟବହାର କରି ଆମେ ପ୍ରଦୂଷଣକୁ ମଧ୍ୟ ଅନେକାଂଶରେ ପ୍ରଶମିତ କରିପାରିବା ।

(ଛ) ପ୍ରାକୃତିକ ସମ୍ପଦ ସଂରକ୍ଷଣରେ ପ୍ରକୃତିପ୍ରେମୀମାନଙ୍କର ଭୂମିକା
ଉ-
(i) 1970 ଦଶକରେ ଜଙ୍ଗଲ ଠିକାଦାରମାନଙ୍କଦ୍ୱାରା କଟାଯାଉଥ‌ିବା ଗଛଗୁଡ଼ିକୁ ରକ୍ଷା କରିବାପାଇଁ ଘରୱାଲ୍ ଜିଲ୍ଲାର ରେନି ଗ୍ରାମରେ ଏକ ଜଙ୍ଗଲ ସୁରକ୍ଷା ଆନ୍ଦୋଳନର ସୂତ୍ରପାତ ହୋଇଥିଲା ।
(ii) ଏହା ଚିପ୍‌ ଆନ୍ଦୋଳନ ନାମରେ ପରିଚିତ । ସୁନ୍ଦରଲାଲ୍ ବହୁଗୁଣା ନାମକ ଜଣେ ସାଧାରଣ ଗ୍ରାମବାସୀ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।
(iii) ଚିପକୋ ଆନ୍ଦୋଳନ ପରି ୧୯୮୩ ମସିହାରେ କର୍ଣ୍ଣାଟକରେ ‘ଅସ୍ଥିକୋ ଆନ୍ଦୋଳନ’’ର ସୂତ୍ରପାତ ହୋଇଥିଲା । ‘‘ଆଖିକୋ’’ର ଅର୍ଥ ମଧ୍ଯ କୁଣ୍ଢାଇ ଧରିବା ।
(iv) ଏହି ଆନ୍ଦୋଳନ କ୍ରମଶଃ ଦେଶର ବିଭିନ୍ନ ଅଞ୍ଚଳକୁ ବ୍ୟାପିଲା ଓ ଲୋକମାନେ ସେମାନଙ୍କ ଅଞ୍ଚଳର ଜଙ୍ଗଲର ସୁରକ୍ଷା ପାଇଁ ଆଗଭର ହେଲେ ।
(v) ପଶ୍ଚିମବଙ୍ଗର ଆରାବରି ଅଞ୍ଚଳର ଶାଳ ଜଙ୍ଗଲ ସଂରକ୍ଷଣ, କେରଳର ପେରିୟାର ଜଙ୍ଗଲ ସଂରକ୍ଷଣ ଇତ୍ୟାଦି ଏହାର ଜ୍ଵଳନ୍ତ ଉଦାହରଣ ।

(ଜ) IUCN
ଉ-
ଏହା ପୃଥ‌ିବୀର ସବୁଠାରୁ ବଡ଼ ପରିବେଶ ସମ୍ବନ୍ଧୀୟ ସଂସ୍ଥା ଏହା ସ୍ଵତନ୍ତ୍ର ଭାବରେ ପରିବେଶ, ଜୈବବିବିଧତା, ପୃଥ‌ିବୀର ବିପନ୍ନ ଜାତିର ଉଭିଦ ଓ ପ୍ରାଣୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ତଥ୍ୟ ଭଣ୍ଡାର ସୃଷ୍ଟି କରିଛି ।
(i) ଜନସାଧାରଣଙ୍କ ଧାରଣା ଯେ ଜଙ୍ଗଲ ସମ୍ପଦ କେବଳ ସରକାରଙ୍କର ଓ ଏଥରେ ସେମାନଙ୍କର କୌଣସି ଅଧିକାର ନାହିଁ କିନ୍ତୁ ଜନଚେତନା ଓ ଜନସାଧାରଣଙ୍କ ପ୍ରତ୍ୟକ୍ଷ ଯୋଗଦାନ ବିନା ଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷଣ ପ୍ରାୟତଃ ଅସମ୍ଭବ ।
(ii) ଜଙ୍ଗଲ ସମ୍ପଦର ଅବକ୍ଷୟ ହେଲେ ବିଶ୍ଵ ଜଳବାୟୁରେ କେଉଁସବୁ ପରିବର୍ତ୍ତନ ହେବ ଓ ତାହା ଆମର ଜୀବନଧାରାକୁ କିପରି ପ୍ରଭାବିତ କରିବ ସେ ବିଷୟରେ ଜନସଚେତନତା ସୃଷ୍ଟି କରିବା ଆବଶ୍ୟକ ।

(ଞ) ଚିପ୍‌ ଆନ୍ଦୋଳନ :
ଉ-
(i) 1970 ଦଶକରେ ଜଙ୍ଗଲ ଠିକାଦାରମାନଙ୍କଦ୍ୱାରା କଟାଯାଉଥ‌ିବା ଗଛଗୁଡ଼ିକୁ ରକ୍ଷା କରିବାପାଇଁ ଘରୱାଲ୍ ଜିଲ୍ଲାର ରେନି (Reni) ଗ୍ରାମରେ ଏକ ଜଙ୍ଗଲ ସୁରକ୍ଷା ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ଏହା ଚିପ୍‌ (Chipko) ଆନ୍ଦୋଳନ ନାମରେ ପରିଚିତ । ସୁନ୍ଦରଲାଲ୍ ବହୁଗୁଣା ନାମକ ଜଣେ
(ii) ଏହା ଚିପ୍‌ (Chipko) ଆନ୍ଦୋଳନ ନାମରେ ପରିଚିତ । ସୁନ୍ଦରଲାଲ୍ ବହୁଗୁଣା ନାମକ ଜଣେ ସାଧାରଣ ଗ୍ରାମବାସୀ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

(ଟ) ବିଷୋଇ ସମ୍ପ୍ରଦାୟ :
ଉ-
ଭାରତର ରାଜସ୍ଥାନ, ହରିଆନା, ପଞ୍ଜାବ ଓ ଉତ୍ତର ପ୍ରଦେଶରେ ବାସ କରୁଥିବା ଲୋକମାନେ ତାଙ୍କ ଧର୍ମଗୁରୁଙ୍କ ଉପଦେଶ ମାନୀ ପ୍ରକୃତି ।

Question 10.
ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(କ) ଅଟକ ବନ୍ଧ ବା ଆଡ଼ିବନ୍ଧ କ’ଣ ?
ଉ-
ମାଟି କିମ୍ବା କଂକ୍ରିଟ୍ ସାହାଯ୍ୟରେ ଛୋଟ ଛୋଟ ଅଟକ ବନ୍ଧ ବା ଆଡ଼ିବନ୍ଧ କରାଯାଇ ବର୍ଷା ଜଳକୁ ରଖାଯିବା ଦ୍ଵାରା ଏହି ଜଳ ତଳକୁ ଗତି କରି ଭୂତଳ ଜଳସ୍ତରର ବୃଦ୍ଧି ଘଟାଇ ପାରୁଛି ।

(ଖ) ଜଳଛାୟା ଅଞ୍ଚଳ କାହାକୁ କୁହାଯାଏ ?
ଉ-
ପାହାଡ଼ର ଗଡ଼ାଣିଆ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି କରି, ପଥର ଅଟକ ବନ୍ଧ ଦେଇ ଜଳପ୍ରବାହର କ୍ଷିପ୍ରତା କମାଇ, ଜଳର ଭୂତଳକୁ ମାତ୍ରା ବୃଦ୍ଧି କରିବା ଜଳଛାୟା ପରିଚାଳନ ହେତୁ ପାହାଡ଼ର ଏହି ଗଡ଼ାଣିଆ ଅଞ୍ଚଳକୁ ଜଳଛାୟା ଅଞ୍ଚଳ କୁହାଯାଏ ।

(ଗ) ବିଶ୍ଵ ବନ୍ୟଜୀବ ପାଣ୍ଠିର ମୂଳ ଲକ୍ଷ୍ୟ କ’ଣ ?
ଉ-
ବିଶ୍ଵ ବନ୍ୟଜୀବ ପାଣ୍ଠିର ଲକ୍ଷ୍ୟ ହେଉଛି, ଜୈବ ବିବିଧତାର ସଂରକ୍ଷଣ ଏବଂ ପ୍ରାକୃତିକ ସମ୍ପଦର ସମାନ ଓ ପରିପୋଷଣକାରୀ ବ୍ୟବହାର ନିଶ୍ଚିତ କରିବା ।

(ଘ) ରେଡ଼୍ ଡାଟା ବୁକ୍‌ରେ କେଉଁ କେଉଁ ରଙ୍ଗର ପୃଷ୍ଠା ରହିଛି ?
ଉ-
‘ରେଡ଼ଡାଟା ବୁକ୍‌ରେ ସିଲେଇ ହୋଇନଥ‌ିବା ଗ୍ରନ୍ଥି ଯୋଗୁଁ ବିଭିନ୍ନ ରଙ୍ଗର ପୃଷ୍ଠା ମଧ୍ୟରୁ ଗୋଲାପି ଓ ସବୁଜ ରଙ୍ଗର ପୃଷ୍ଠା ରହିଛି ।

(ଙ) ଯୁଗ୍ମ ଜଙ୍ଗଲ ପରିଚାଳନା ଯୋଜନା କ’ଣ ?
ଉ-
ସଂରକ୍ଷିତ ଜଙ୍ଗଲ ନିକଟରେ ରହିଥିବା ଗ୍ରାମବାସୀମାନଙ୍କୁ ଅଂଶୀଦାର ଭାବରେ ଯୋଜନାରେ ସାମିଲ କରି ଜଙ୍ଗଲ ସମ୍ପଦର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ‘ଯୁଗ୍ମ ଜଙ୍ଗଲ ପରିଚାଳନା ଯୋଜନା’’ କାର୍ଯ୍ୟକାରୀ ହେଉଛି ।

Question 11.
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(କ) ଉଦ୍ଭିଦ ଉଦ୍ୟାନ କେଉଁ ପ୍ରକାର ସଂରକ୍ଷଣର ଉଦାହରଣ ?
ଉ-
ବାହ୍ୟସ୍ଥାନେ ସଂରକ୍ଷଣ

BSE Odisha 10th Class Life Science Solutions Chapter 10 ପ୍ରାକୃତିକ ସମ୍ପଦର ସଂରକ୍ଷଣ

(ଖ) ଜାତୀୟ ଉଦ୍ୟାନ କେଉଁ ପ୍ରକାର ସଂରକ୍ଷଣର ଉଦାହରଣ ?
ଉ-
ସ୍ବସ୍ଥାନେ ସଂରକ୍ଷଣ

(ଗ) ସୁନ୍ଦରଲାଲ ବହୁଗୁଣା କେଉଁ ପରିବେଶ ଆନ୍ଦୋଳନର ସୂତ୍ରଧର ?
ଉ-
ଚିପ୍ପକୋ ଆନ୍ଦୋଳନ

(ଘ) . କୋଇଲା କେଉଁ ପ୍ରକାର ପ୍ରାକୃତିକ ସମ୍ପଦର ଉଦାହରଣ ?
ଉ-
ନବାକରଣ ଅଯୋଗ୍ୟ

(ଙ) ସର୍ଦାର ସରୋବର ନଦୀବନ୍ଧ ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?
ଉ-
ଟୁଜରାଟ

Question 12.
ଶୂନ୍ୟସ୍ଥାନ ପୂରଣ କର ।
(କ) IUCN ବିପନ୍ନ ଜାତି ବନ୍ୟପ୍ରାଣୀଙ୍କ ସମୀକ୍ଷା କରି ……………………… ନାମକ ଏକ ପୁସ୍ତକ ପ୍ରକାଶ କରିଥିଲେ ।
(ଖ) ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଆକାଶମାର୍ଗରୁ ହେଲିକାପ୍ଟର ସାହାଯ୍ୟରେ ………………………. ବ୍ୟବହାର କରିଥିଲେ
(ଗ) ଆମ ଦେଶରେ ରହିଥିବା ସମସ୍ତ ଚିଡ଼ିଆଖାନା ………………………. ଦ୍ଵାରା ନିୟନ୍ତ୍ରିତ ।
(ଘ) ତାପଜ ବିଦ୍ୟତ୍ କେତ୍ରରୁ ବାହାରୁଥିବା ………………. କୁ ବ୍ୟବହାର କରି ଇଟା ତିଆରି କରାଯାଉଛି ।
(ଙ) ଆମ ଘରେ ସୃଷ୍ଟି ହେଉଥ‌ିବା କାଚ ବୋତଲ, ଧାତୁ ଓ ଜରି ପରି ଆବର୍ଜନାକୁ କଞ୍ଚାମାଲ ଭାବରେ ବ୍ୟବହାର କରି ସେଥୁରୁ ପୁନର୍ବାର ମୂଳ ବସ୍ତୁ ଉତ୍ପାଦନ କରିବା ପ୍ରକ୍ରିୟାକୁ …………………………. କୁହାଯାଏ ।

Answer:
(କ) ରେଡ଼ଡାଟା ବୁକ୍
(ଖ) ଜଳ କମାଣ
(ଗ) କେନ୍ଦ୍ରୀୟ ଚିଡ଼ିଆଖାନା ସଂସ୍ଥା
(ଘ) ଫ୍ଲାଇଆସ୍ । କୋଇଲା ପାଉଁଶ
(ଙ) ପୁନଃଶ୍ଚକ୍ରଣ

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1

Odisha State Board BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 Textbook Exercise Questions and Answers.

BSE Odisha Class 6 Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1

Question 1.
ଦତ୍ତ ମାପଦ୍ଵୟ ମଧ୍ୟରେ ଅନୁପାତ ନିର୍ଣ୍ଣୟ କର । 
(କ) 600 ଗ୍ରାମ୍ ଓ 20 ଗ୍ରାମ୍
ସମାଧାନ:
600 ଗ୍ରାମ୍ ଓ 20 ଗ୍ରାମର ଅନୁପାତ = 600 : 20 = 30 : 1

(ଖ) 500 ଗ୍ରାମ୍ ଓ 2 କି.ଗ୍ରା 
ସମାଧାନ:
500 ଗ୍ରାମ୍ ଓ 2 କି.ଗ୍ରା.ର ଅନୁପାତ (∵ 2 କି.ଗ୍ରା. = 2000 ଗ୍ରାମ)
500 ଗ୍ରାମ୍ ଓ 2000 ଗ୍ରାମର ଅନୁପାତ = 500 : 2000 = 1 : 4

(ଗ) 25 ପଇସା ଓ 1 ଟଙ୍କା
ସମାଧାନ:
25 ପଇସା ଓ 1 ଟଙ୍କାର ଅନୁପାତ 
= 25 ପଇସା ଓ 100 ପଇସାର ଅନୁପାତ = 25 : 100 = 1 : 4

(ଘ) 20 ମିନିଟ୍ ଓ 5 ଘଣ୍ଟା
ସମାଧାନ:
20 ମିନିଟ୍ ଓ 5 ଘଣ୍ଟାର ଅନୁପାତ (∵ 5 ଘଣ୍ଟା = 300 ମିନିଟ୍)
= 20 ମିନିଟ୍ ଓ 300 ମିନିଟ୍ର ଅନୁପାତ = 20 : 300 = 1 : 15

(ଙ) 15 ମିଟର ଓ 90  ସେ.ମି.
ସମାଧାନ:
15 ମିଟର ଓ 90 ସେ.ମି.ର ଅନୁପାତ (15 ମିଟର = 1500 ସେ.ମି.)
= 1500 ସେ.ମି. ଓ 90 ସେ.ମି.ର ଅନୁପାତ = 1500 : 90 = 50 : 3

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1

Question 2.
ଗୋଟିଏ ଶ୍ରେଣୀର ବାଳକ ସଂଖ୍ୟା 40 ଓ ବାଳିକା ସଂଖ୍ୟା 25 ହେଲେ, 
(କ) ବାଳକ ଓ ବାଳିକା ସଂଖ୍ୟାର ଅନୁପାତ କେତେ ?
ସମାଧାନ:
ବାଳକ ଓ ବାଳିକା ସଂଖ୍ୟାର ଅନୁପାତ = 40 : 25 = 8 : 5

(ଖ) ବାଳିକା ଓ ବାଳକ ସଂଖ୍ୟାର ଅନୁପାତ କେତେ ?
ସମାଧାନ:
ବାଳିକା ଓ ବାଳକ ସଂଖ୍ୟାର ଅନୁପାତ = 25 : 40 = 5 : 8

(ଗ) ବାଳକ ସଂଖ୍ୟା ଓ ସମୁଦାୟ ପିଲା ସଂଖ୍ୟାର ଅନୁପାତ କେତେ ?
ସମାଧାନ:
ବାଳକ ସଂଖ୍ୟା = 40, ସମୁଦାୟ ପିଲାସଂଖ୍ୟା = 40 + 25 = 65
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 1
∴ ବାଳକ ସଂଖ୍ୟା ଓ ସମୁଦାୟ ପିଲାସଂଖ୍ୟାର ଅନୁପାତ 8 : 13 । 

(ଘ) ଆଉ 15 ଜଣ ବାଳକ ଶ୍ରେଣୀରେ ନାମ ଲେଖାଇଲା ପରେ ବାଳକ ସଂଖ୍ୟା ଓ ବାଳିକା ସଂଖ୍ୟାର ଅନୁପାତ କେତେ ହେବ ?
ସମାଧାନ:
ଆଉ 15 ଜଣ ବାଳକ ଶ୍ରେଣୀରେ ନାମ ଲେଖାଇଲା ପରେ ବାଳକ ସଂଖ୍ୟା = 40 + 15 = 55
ବାଳକ ସଂଖ୍ୟା = 25
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 2
∴ ଆଉ 15 ଜଣ ବାଳକ ଶ୍ରେଣୀରେ ନାମ ଲେଖାଇଲା ପରେ ବାଳକ ସଂଖ୍ୟା ଓ ବାଳିକା ସଂଖ୍ୟାର ଅନୁପାତ କେତେ 11 : 5 ହେବ ।

Question 3.
ଗୋଟିଏ ବିଦ୍ୟାଳୟର ଶିକ୍ଷକ ସଂଖ୍ୟା 28 ଓ ଛାତ୍ର ସଂଖ୍ୟା 1176 । ସେ ବିଦ୍ୟାଳୟରେ ଶିକ୍ଷକ ଓ ଛାତ୍ର ସଂଖ୍ୟାର ଅନୁପାତ କେତେ ?
ସମାଧାନ:
ଗୋଟିଏ ବିଦ୍ୟାଳୟର ଶିକ୍ଷକ ସଂଖ୍ୟା = 28 ଓ ଛାତ୍ର ସଂଖ୍ୟା = 1176
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 3
ବିଦ୍ୟାଳୟରେ ଶିକ୍ଷକ ଓ ଛାତ୍ର ସଂଖ୍ୟାର ଅନୁପାତ 1 : 42 ।

Question 4.
ହରି 5 ଘଣ୍ଟାରେ 17 କି.ମି. ବାଟ ଯାଏ ଓ ରାମ 3 ଘଣ୍ଟାରେ 34 କି.ମି. ବାଟ ଯାଏ । ସେମାନଙ୍କ ଘଣ୍ଟା ପ୍ରତି ବେଗର ଅନୁପାତ
କେତେ ?
ସମାଧାନ:
ହରି 5 ଘଣ୍ଟାରେ 17 କି.ମି. ବାଟ ଯାଏ । ହରି 1 ଘଣ୍ଟାରେ ଯିବ = \(\frac{17}{5}\) କି.ମି. ।
ରାମ 3 ଘଣ୍ଟାରେ 34 କି.ମି ବାଟ ଯାଏ ।
ରାମ 1 ଘଣ୍ଟାରେ \(\frac{34}{3}\)  କି.ମି. ବାଟଯାଏ ।
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 4
ହରି ଓ ରାମର ଘଣ୍ଟାପ୍ରତି ବେଗ 3 : 10 ।

Question 5.
ରାମ ଓ ଶ୍ୟାମର ଘଣ୍ଟା ପ୍ରତି ବେଗର ଅନୁପାତ 3 : 5 । ରାମ 5 ଘଣ୍ଟାରେ 22\(\frac{1}{2}\) କି.ମି. ବାଟ ଯାଏ । ଶ୍ୟାମର ଘଣ୍ଟା ପ୍ରତି ବେଗ
କେତେ ?
ସମାଧାନ:
ରାମ ଓ ଶ୍ୟାମର ଘଣ୍ଟାପ୍ରତି ବେଗର ଅନୁପାତ 3 : 5 ।
ଅର୍ଥାତ୍ ରାମ ଘଣ୍ଟାରେ 3 ଗୁଣ ଗଲେ ଶ୍ୟାମ ଘଣ୍ଟାରେ 5 ଗୁଣ ଯାଏ ।
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 5

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1

Question 6.
ସକିଲା ଗୋଟିଏ ସପ୍ତାହରେ 1008 ଟଙ୍କା ବ୍ୟୟ କରେ ଓ ପ୍ରତ୍ୟେକ ଦିନ 216 ଟଙ୍କା ଆୟ କରେ । ତା’ର ଦୈନିକ ଆୟ ଓ ବ୍ୟୟର ଅନୁପାତ ନିର୍ଣ୍ଣୟ କର ।
ସମାଧାନ:
ସକିଲା ଏକ ସପ୍ତାହ ବା 7 ଦିନରେ ବ୍ୟୟ କରେ 1008 ଟଙ୍କା ।
ସକିଲା 1 ଦିନରେ ବ୍ୟୟ କରେ = \(\frac{1008}{7}\) = 144 ଟଙ୍କା ।
ସକିଲା 1 ଦିନରେ ଆୟ କରେ = 216 ଟଙ୍କା l 
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.1 6
ସକିଲାର ଦୈନିକ ଆୟ ଓ ବ୍ୟୟର ଅନୁପାତ 3 : 2 ।

CHSE Odisha Class 12 History Chapter 13 Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 13 ମହାତ୍ମା ଗାନ୍ଧି ଏବଂ ସ୍ଵାଧୀନତା ପାଇଁ ଜାତୀୟ ସଂଗ୍ରାମ Objective Questions.

CHSE Odisha 12th Class History Chapter 13 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି | ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। ଅସହଯୋଗ ଆନ୍ଦୋଳନ ସମୟରେ କନିକାର ରାଜା କିଏ ଥିଲେ ? ସେଠାରେ କାହିଁକି ବିଦ୍ରୋହ ହେଲା ?
Answer:
ଅସହଯୋଗ ଆନ୍ଦୋଳନ ସମୟରେ କନିକାର ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜ ଥିଲେ ଯେ କି ବ୍ରିଟିଶ୍ ସରକାରଙ୍କର ପ୍ରିୟପାତ୍ର ଥିଲେ । ସେ ଅସହଯୋଗ ଆନ୍ଦୋଳନକୁ ବିରୋଧ କରିଥିଲେ ଏବଂ ଆନ୍ଦୋଳନ ପୂର୍ବରୁ ଭୂରାସ୍ବ ବୃଦ୍ଧି କରିଥିବାରୁ କନିକାରେ ବିଦ୍ରୋହ ଆରମ୍ଭ ହୋଇଥିଲା ।

୨। ତିଳକ ସ୍ଵରାଜ ପାଣ୍ଠି କାହିଁକି ଗଠନ କରାଯାଇଥିଲା ?
Answer:
ଅସହଯୋଗ ଆନ୍ଦୋଳନକୁ ବ୍ୟାପକ କରିବା ଲକ୍ଷ୍ୟରେ ‘ତିଳକ ସ୍ଵରାଜ ପାଣ୍ଠି’ ଗଠିତ ହୋଇଥିଲା । ଭାରତର ପ୍ରତ୍ୟେକ ପ୍ରାନ୍ତର ଲୋକମାନେ ଅକୁଣ୍ଠିତ ଚିତ୍ତରେ ଏହି ପାଣ୍ଠିକୁ ଅର୍ଥଦାନ କରିଥିଲେ । ଏପରିକି ନାରୀମାନେ ନିଜ ନିଜର ଅଳଙ୍କାର ମଧ୍ୟ ଏହି ପାଣ୍ଠିକୁ ଦାନ କରିଥିଲେ । ଖୁବ୍‌ କମ୍ ସମୟ ମଧ୍ୟରେ ଅସହଯୋଗ ଆନ୍ଦୋଳନ
ଭାରତର ଆବାଳବୃଦ୍ଧବନିତାଙ୍କୁ ପ୍ରଭାବିତ କରିଥିଲା ।

୩ । ଚୌରୀଚୌରା ଘଟଣା କେବେ ଓ କେଉଁଠାରେ ସଂଘଟିତ ହୋଇଥିଲା ? ଏହା ଫଳରେ କେଉଁ ଆନ୍ଦୋଳନରେ ପୂର୍ଣଚ୍ଛେଦ ପଡ଼ିଥିଲା ?
Answer:
ଚୌରୀଚୌରା ଘଟଣା ୫ ଫେବୃୟାରୀ ୧୯୨୨ ଖ୍ରୀ.ଅ.ରେ ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାର ଚୌରୀଚୌରା ନାମକ ସ୍ଥାନରେ ସଂଘଟିତ ହୋଇଥିଲା । ଏହା ଫଳରେ ଅସହଯୋଗ ଆନ୍ଦୋଳନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା ।

୪। ଓଡ଼ିଶାରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିବା ଚାରିଜଣ ବିଶିଷ୍ଟ ନେତାମାନଙ୍କର ନାମ ଲେଖ ।
Answer:
ଓଡ଼ିଶାରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥ‌ିବା ଚାରିଜଣ ବିଶିଷ୍ଟ ନେତାଙ୍କର ନାମ ହେଲା, ଗୋପବନ୍ଧୁ ଚୌଧୁରୀ, ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ ଏବଂ ନୀଳକଣ୍ଠ ଦାସ ।

୫ । ଗାନ୍ଧିଜୀ କେବେ କାହିଁକି ଓଡ଼ିଶା ଆଗମନ କରିଥିଲେ ଓ ପ୍ରଥମେ ସେ କେଉଁଠି ଭାଷଣ ଦେଇଥିଲେ ।
Answer:
ଅସହଯୋଗ ଆନ୍ଦୋଳନକୁ ଓଡ଼ିଶାରେ ଲୋକାଭିମୁଖୀ କରାଇବା ନିମିତ୍ତ ୧୯୨୧ରେ ମହାତ୍ମା ଗାନ୍ଧି ଓଡ଼ିଶା ଆଗମନ କରିଥିଲେ । ମାର୍ଚ୍ଚ ୨୩ ତାରିଖ ୧୯୨୧ରେ କଟକଠାରେ ପହଞ୍ଚି ସେ କାଠଯୋଡ଼ି ନଦୀବାଲିରେ ଏକ ବିଶାଳ ଜନସମାବେଶକୁ ଉଦ୍‌ବୋଧନ ଦେଇଥିଲେ ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୬ । ନେହେରୁ ରିପୋର୍ଟରେ କେଉଁ ପଦ ଉପରେ ଗୁରୁତ୍ଵ ଦିଆଯାଇଥିଲା ? ତରୁଣ ଗୋଷ୍ଠୀର କେଉଁ ନେତାମାନେ ଏହି ରିପୋର୍ଟକୁ ଉଚିତ ମନେ କରିନଥିଲେ ?
Answer:
ନେହେରୁ ରିପୋର୍ଟରେ ଡୋମିନିଅନ୍ ପଦ ଉପରେ ଗୁରୁତ୍ଵ ଦିଆଯାଇଥିଲା । ମାତ୍ର ଜବାହାରଲାଲ୍ ନେହେରୁ ଓ ସୁଭାଷଚନ୍ଦ୍ର ବୋଷଙ୍କ ପରି ତରୁଣ ଗୋଷ୍ଠୀ ଏହି ରିପୋର୍ଟକୁ ଉଚିତ ମନେ କରିନଥିଲେ ।

୭ । ୧୯୨୯ ଖ୍ରୀ.ଅ.ରେ କଂଗ୍ରେସର କେଉଁ ଅଧୁବେଶନରେ ଜବାହରଲାଲ ନେହେରୁଙ୍କ ସଭାପତିତ୍ୱରେ କେଉଁ ପ୍ରସ୍ତାବ ଆଗତ କରାଗଲା ? ଏଥରେ ନେହେରୁ ଭାବପ୍ରବଣ ହୋଇ କ’ଣ କହିଥିଲେ ?
Answer:
୧୯୨୯ ଖ୍ରୀ.ଅ. ଡିସେମ୍ବର ମାସରେ ଜାତୀୟ କଂଗ୍ରେସର ଲାହୋର ଅଧିବେଶନରେ ଜବାହରଲାଲ ନେହେରୁଙ୍କ ସଭାପତିତ୍ୱରେ ପୂର୍ଣ୍ଣ ସ୍ଵରାଜ ପ୍ରସ୍ତାବ ଆଗତ କରାଗଲା । ଏଥ‌ିରେ ଭାବପ୍ରବଣ ହୋଇ ନେହେରୁ କହିଲେ, ‘ବ୍ରିଟିଶ୍ ସାମ୍ରାଜ୍ୟର ଆଲିଙ୍ଗନ ହେଉଛି ଏକ ଭୟାବହ ବ୍ୟାପାର । ଏହା ଜୀବନ ସଞ୍ଚାରକ ଶ୍ରଦ୍ଧାର ଆଲିଙ୍ଗନ ନୁହେଁ କି ହୋଇପାରିବ ନାହିଁ ।

୮। ‘ସାଇମନ୍ ଫେରିଯାଅ’ ଧ୍ବନି କେବେ ଓ କାହିଁକି ଭାରତୀୟମାନେ ଦେଇଥଲେ ? ଏହି କମିଶନକୁ କେଉଁମାନେ ତୀବ୍ର ବିରୋଧ କରିଥିଲେ ?
Answer:
୧୯୨୮ ଖ୍ରୀ.ଅ.ରେ ସାଇମନ୍ କମିଶନ୍ ଭାରତରେ ପ୍ରବେଶ କଲାମାତ୍ରେ ଭାରତୀୟମାନେ ‘ସାଇମନ୍ ଫେରିଯାଅ’ ଧ୍ଵନି ଦେଇଥିଲେ । ଏହି କମିଶନରେ ଜଣେ ହେଲେ ଭାରତୀୟ ସଦସ୍ୟ ନଥିଲେ । ଜାତୀୟ କଂଗ୍ରେସ, ମୁସଲିମ୍ ଲିଗ୍ ଏବଂ ଭାରତର ବିଭିନ୍ନ ସଂଗଠନ ଏହି କମିଶନ୍‌କୁ ତୀବ୍ର ବିରୋଧ କରିଥିଲେ ।

୯ । ପୂର୍ଣ୍ଣ ସ୍ଵରାଜ ପ୍ରସ୍ତାବ କେବେ କେଉଁଠାରେ କାହା ସଭାପତିତ୍ୱରେ ଗୃହୀତ ହୋଇଥିଲା ? ସେ ସମୟରେ ଭାରତର ବଡ଼ଲାଟ କିଏ ଥିଲେ ?
Answer:
୧୯୨୯ ଜାତୀୟ କଂଗ୍ରେସର ଲାହୋର ଅଧିବେଶନରେ ଜବାହରଲାଲ ନେହେରୁଙ୍କ ସଭାପତିତ୍ୱରେ ପୂର୍ଣ୍ଣ ସ୍ଵରାଜ ପ୍ରସ୍ତାବ ଗୃହୀତ ହୋଇଥିଲା । ସେ ସମୟରେ ଭାରତର ବଡ଼ଲାଟ ଲର୍ଡ ଇର୍‌ଉଇନ୍ ଥୁଲେ ।

୧୦ । ପ୍ରଥମ ଗୋଲଟେବୁଲ ବୈଠକ କେବେ ଓ କେଉଁଠାରେ ଅନୁଷ୍ଠିତ ହୋଇଥିଲା ? ଏଥୁରେ କେଉଁ ବିଷୟରେ ଆଲୋଚନା କରାଯାଇଥିଲା ?
Answer:
ପ୍ରଥମ ଗୋଲଟେବୁଲର ବୈଠକ ୨ ନଭେମ୍ବର ୧୯୩୦ ଖ୍ରୀ.ଅ.ରେ ଲଣ୍ଡନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତକୁ ଏକ ଅଧୁରାଜ୍ୟର ମାନ୍ୟତା ଦେବା ବିଷୟରେ ଆଲୋଚନା କରାଯାଇଥିଲା, ମାତ୍ର କୌଣସି ବଳିଷ୍ଠ ସିଦ୍ଧାନ୍ତ ନିଆଯାଇପାରିନଥିଲା ।

୧୧ । ଦ୍ଵିତୀୟ ଗୋଲଟେବୁଲ ବୈଠକ କେବେ ଓ କାହା ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଭାରତର କିଏ ଯୋଗ ଦେଇଥିଲେ ?
Answer:
ଦ୍ଵିତୀୟ ଗୋଲଟେବୁଲ ବୈଠକ ଡିସେମ୍ବର ୧୯୩୧ ଖ୍ରୀ.ଅ.ରେ ପ୍ରଧାନମନ୍ତ୍ରୀ ରାମ୍‌ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତରୁ ଗାନ୍ଧିଜୀ ଯୋଗ ଦେଇଥିଲେ ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୧୨ । ଭାରତଛାଡ଼ ଆନ୍ଦୋଳନ ପ୍ରସ୍ତାବ କେବେ ଏବଂ କଂଗ୍ରେସର କେଉଁ ଅଧ‌ିବେଶନରେ ଗୃହୀତ ହୋଇଥିଲା ? ଏହା କେଉଁ ବିପ୍ଳବ ନାମରେ ପ୍ରସିଦ୍ଧ ହୋଇଥୁଲା ?
Answer:
ଅଗଷ୍ଟ ୮, ୧୯୪୨ରେ ଭାରତୀୟ ଜାତୀୟ କଂଗ୍ରେସର ବମ୍ବେ ଅଧୂବେଶନରେ ଭାରତଛାଡ଼ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହା ଅଗଷ୍ଟ ବିପ୍ଳବ ନାମରେ ପ୍ରସିଦ୍ଧ ହୋଇଥିଲା ।

୧୩ । ଦାଣ୍ଡିଯାତ୍ରା କେବେ ଓ କେଉଁ ଆଶ୍ରମରୁ ବାହାରିଥିଲା ? ଏହାର ନେତୃତ୍ବ କିଏ ନେଇଥିଲେ ?
Answer:
ଦାଣ୍ଡିଯାତ୍ରା ୧୯୨୦, ମାର୍ଚ୍ଚ ୧୨ ତାରିଖ ଦିନ ସାବରମତୀ ଆଶ୍ରମରୁ ଆରମ୍ଭ ହୋଇଥିଲା । ଏହାର ନେତୃତ୍ୱ ମହାତ୍ମା ଗାନ୍ଧି ନେଇଥିଲେ ।

୧୪ । ସୀମାନ୍ତ ଗାନ୍ଧି କିଏ ? ସେ ଗଠନ କରିଥିବା ଜାତୀୟତାବାଦୀ ଅନୁଷ୍ଠାନର ନାମ କ’ଣ ଥିଲା ?
Answer:
ଖାଁ ଅବ୍‌ଦୁଲ୍ ଗଫର ଖାଁଙ୍କୁ ସୀମାନ୍ତ ଗାନ୍ଧି କୁହାଯାଏ । ସେ ଗଠନ କରିଥିବା ଜାତୀୟତାବାଦୀ ଅନୁଷ୍ଠାନର ନାମ ‘ଖୁଦାଇ ଖୁଡ଼ିଗାର’ ଥିଲା ।

୧୫ । ଓଡ଼ିଶାରେ ଇଞ୍ଚୁଡ଼ି ସତ୍ୟାଗ୍ରହରେ କେଉଁ ନାରୀମାନେ ନେତୃତ୍ୱ ନେଇଥିଲେ ? କିଏ ପ୍ରଥମେ ଲୁଣ ମାରି ଆଇନ ଭାଙ୍ଗିଥିଲେ ?
Answer:
ଓଡ଼ିଶାରେ ଇଞ୍ଚୁଡ଼ି ସତ୍ୟାଗ୍ରହରେ ରମାଦେବୀ ଓ ମାଳତୀଦେବୀ ନେତୃତ୍ୱ ନେଇଥିଲେ । ଆଚାର୍ଯ୍ୟ ହରିହର ପ୍ରଥମେ ଲୁଣ ମାରି ଆଇନ ଭାଙ୍ଗିଥିଲେ ।

୧୬ । ଅସହଯୋଗ ଆନ୍ଦୋଳନର ଫଳାଫଳ ସମ୍ପର୍କରେ ଲେଖ ।
Answer:
ଅସହଯୋଗ ଆନ୍ଦୋଳନ ପ୍ରତି ଭାରତର ପ୍ରତ୍ୟେକ କୋଣରୁ ଜନସମର୍ଥନ ମିଳିଥିଲା । ଆନ୍ଦୋଳନ ପରଠାରୁ କଂଗ୍ରେସର ଲକ୍ଷ୍ୟ ପରିବର୍ତ୍ତନ ହୋଇଥିଲା । ସଂସ୍କାର ପରିବର୍ତ୍ତେ ସ୍ୱରାଜ ହାସଲ କରିବା ହୋଇଥିଲା କଂଗ୍ରେସର ଲକ୍ଷ୍ୟ । ଜନସାଧାରଣ ଆନ୍ଦୋଳନରେ ବହୁସଂଖ୍ୟାରେ ଯୋଗଦେବାରୁ କଂଗ୍ରେସ ଏକ ସାର୍ବଜନୀନ ଅନୁଷ୍ଠାନରେ ପରିଣତ ହୋଇଥିଲା । ଅବଶ୍ୟ ଆନ୍ଦୋଳନକୁ ସ୍ଥଗିତ ରଖୁବାରୁ ଗାନ୍ଧିଙ୍କୁ ଅନେକେ ସମାଲୋଚନା କରିଥିଲେ ।

୧୭ । କଂଗ୍ରେସର କେଉଁ ଅଧୁବେଶନରେ କିଏ ଭାରତ ଛାଡ଼ ପ୍ରସ୍ତାବ ଆଗତ କରିଥିଲେ ? ଭାରତ ଛାଡ଼ ଆନ୍ଦୋଳନ କେଉଁ ବିପ୍ଳବ ନାମରେ ପରିଚିତ ?
Answer:
କଂଗ୍ରେସର ବମ୍ବେ ଅଧିବେଶନରେ ମହାତ୍ମା ଗାନ୍ଧି ଭାରତଛାଡ଼ ପ୍ରସ୍ତାବ ଆଗତ କରିଥିଲେ । ଭାରତ ଛାଡ଼ ଆନ୍ଦୋଳନ ଅଗଷ୍ଟ ବିପ୍ଳବ ନାମରେ ପରିଚିତ ।

୧୮ । ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ କ’ଣ ଥିଲା ?
Answer:
ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଦୁଇଟି କାର୍ଯ୍ୟକ୍ରମ ଥିଲା । ପ୍ରଥମତଃ ବ୍ରିଟିଶ ଦ୍ରବ୍ୟ, କୋର୍ଟ, ଚାକିରି ଓ ଶିକ୍ଷାନୁଷ୍ଠାନ ବର୍ଜନ କରାଯାଇଥିଲା । ଦ୍ଵିତୀୟତଃ ଖଦି ବ୍ୟବହାର, ହିନ୍ଦୁ-ମୁସଲମାନ ଏକତା, ଅସ୍ପୃଶ୍ୟତା ଦୂରୀକରଣ, ନିଶା ନିବାରଣ ଓ ଜାତୀୟ ଶିକ୍ଷାର ପ୍ରଚାର ପ୍ରଭୃତି ଗଠନମୂଳକ କାର୍ଯ୍ୟ ଉପରେ ଗୁରୁତ୍ଵ ଦିଆଯାଇଥିଲା ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୧୯ । ସାଇମନ କମିଶନ କାହିଁକି ଗଠନ କରାଯାଇଥିଲା ଏବଂ ଏହା କି ପ୍ରକାର ବିରୋଧର ସମ୍ମୁଖୀନ ହୋଇଥିଲା ?
Answer:
୧୯୧୯ର ଭାରତ ଶାସନ ଆଇନର କାର୍ଯ୍ୟକାରିତାକୁ ଅନୁଧ୍ୟାନ କରିବାପାଇଁ ୧୯୨୭ ଖ୍ରୀ.ଅ.ରେ ସାଇମନ କମିଶନ ଗଠିତ ହୋଇଥିଲା । କମିଶନରେ ଜଣେ ହେଲେ ଭାରତୀୟ ସଭ୍ୟ ନଥିଲେ । ଏଥିପାଇଁ ମାଡ୍ରାସ କଂଗ୍ରେସ ଅଧୂବେଶନରେ କମିଶନକୁ ବିରୋଧ କରାଯିବାପାଇଁ ନିଷ୍ପତ୍ତି ହୋଇଥିଲା । ୧୯୨୮ ଖ୍ରୀ.ଅ.ରେ ସାଇମନ କମିଶନ ବମ୍ବେଠାରେ ପହଞ୍ଚିଥିଲା । ଏହାକୁ ବିରୋଧ କରାଯାଇ ପ୍ରତିବାଦ ଶୋଭାଯାତ୍ରା ବାହାରିଥିଲା ଏବଂ କଳା ପତାକା ପ୍ରଦର୍ଶନ କରାଯାଇଥିଲା ।

୨୦ । ଇଞ୍ଚୁଡ଼ି ସତ୍ୟାଗ୍ରହ ସମ୍ପର୍କରେ ଲେଖ ।
Answer:
ଗୋପବନ୍ଧୁ ଚୌଧୁରୀ ଓ ଆଚାର୍ଯ୍ୟ ହରିହର ଦାସଙ୍କ ନେତୃତ୍ୱରେ ୨୧ ଜଣ ସତ୍ୟାଗ୍ରହୀ କଟକର ସ୍ଵରାଜ ଆଶ୍ରମରୁ ବାହାରି ଇଞ୍ଚୁଡ଼ି ଅଭିମୁଖେ ଯାତ୍ରା କରିଥିଲେ । ବାଟରେ ଗୋପବନ୍ଧୁ ଚୌଧୁରୀଙ୍କୁ ଗିରଫ କରାଯିବାରୁ ଆଚାର୍ଯ୍ୟ ହରିହର ସତ୍ୟାଗ୍ରହୀମାନଙ୍କର ନେତୃତ୍ୱ ନେଇ ଇଞ୍ଚୁଡ଼ିଠାରେ ପହଞ୍ଚିଥିଲେ । ୧୯୩୦ ଖ୍ରୀ.ଅ. ଏପ୍ରିଲ ୧୩ ତାରିଖ ଦିନ ଆଚାର୍ଯ୍ୟ ହରିହର ଲବଣଯୁକ୍ତ ମାଟି ମୁଠାଏ ଧରି ଲବଣ ଆଇନ ଭଙ୍ଗ କରିଥିଲେ । ପରେ ପରେ ଆଚାର୍ଯ୍ୟ ହରିହର ଏବଂ ଅନ୍ୟମାନଙ୍କୁ ପୋଲିସ୍ ଗିରଫ କରିଥିଲେ ।

୨୧ । ପ୍ରଥମ ବିଶ୍ଵଯୁଦ୍ଧ କେବେ ଆରମ୍ଭ ହୋଇ କେବେ ଶେଷ ହେଲା ? ଯୁଦ୍ଧରେ ଭାରତ କେଉଁ ଶକ୍ତିକୁ ସାହାଯ୍ୟ କରିଥିଲା ?
Answer:
ପ୍ରଥମ ବିଶ୍ଵଯୁଦ୍ଧ ୧୯୧୪ ଖ୍ରୀ.ଅ.ରେ ଆରମ୍ଭ ହୋଇ ୧୯୧୮ ଖ୍ରୀ.ଅ.ରେ ଶେଷ ହେଲା । ଯୁଦ୍ଧରେ ଭାରତ ମିତ୍ରଶକ୍ତିକୁ ସାହାଯ୍ୟ କରିଥିଲା ।

୨୨ । ଆଇନ ଅମାନ୍ୟ ଆନ୍ଦୋଳନରେ ବାନରସେନାର କାର୍ଯ୍ୟ କ’ଣ ଥିଲା ?
Answer:
ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ଅନ୍ୟତମ କାର୍ଯ୍ୟପନ୍ଥା ଥିଲା ନାରୀମାନଙ୍କଦ୍ୱାରା ବିଦେଶୀ ଲୁଗାଦୋକାନ ଆଗରେ ଧାରଣା ଦିଆଯିବ । ସେମାନଙ୍କ ପଛକୁ ୧୬ ବର୍ଷରୁ କମ୍ ପିଲାମାନେ ମଧ୍ୟ ସତ୍ୟାଗ୍ରହୀ ରୂପେ ଯୋଗ ଦେଇଥିଲେ । ସେମାନଙ୍କୁ ବାନରସେନା କୁହାଯାଉଥିଲା । ନାରୀମାନଙ୍କ ଅନୁପସ୍ଥିତିରେ ବାନରସେନା ଲୁଗା ଦୋକାନ ଆଗରେ ଧାରଣା ଦେଉଥିଲା । ବହୁ ସ୍ଥାନରେ ବାନରସେନାଙ୍କୁ ପୋଲିସର ବେତମାଡ଼ ସହିବାକୁ ପଡୁଥିଲା ।

୨୩ । ନିମାପଡ଼ା ଗୁଳିକାଣ୍ଡ ସମ୍ପର୍କରେ ଲେଖ ।
Answer:
ସରକାରଙ୍କୁ ଖଜଣା ନ ଦେବାପାଇଁ ନିମାପଡ଼ାଠାରେ ଏକ ପ୍ରତିବାଦ ସଭା ହୋଇଥିଲା । ଲୋକମାନେ ପୋଲିସମାନଙ୍କୁ ଚାକିରି ଛାଡ଼ିଦେବାକୁ ପ୍ରବର୍ତ୍ତାଇଥିଲେ ଓ ପୋଲିସର ବାରଣ ସତ୍ତ୍ଵେ ଥାନାରେ ଜାତୀୟ ପତାକା ଉଡ଼ାଇଥିଲେ । ସେମାନେ ମଧ୍ଯ ଥାନାରେ ଅଗ୍ନି ସଂଯୋଗ କରିଥିଲେ । ପୋଲିସ ଗୁଳି ଚଳାଇବାରୁ ଜଣେ ମୃତ୍ୟୁବରଣ କରିଥିଲା ଏବଂ ବହୁ ଲୋକ ଆହତ ହୋଇଥିଲେ ।

୨୪ । ଆଲାନ୍ ଅକ୍ସାଭିଆନ୍ ହ୍ୟୁମ୍ କିଏ ଓ ସେ କ’ଣ କରିଥିଲେ ?
Answer:
ଆଲାନ୍ ଅକ୍ସାଭିଆନ୍ ହ୍ୟୁମ୍‌ ୧୮୮୫ ଖ୍ରୀ.ଅ.ର ଜଣେ ଅବସରପ୍ରାପ୍ତ ଇଂରେଜ ଅଧିକାରୀ ଥିଲେ । ଇଂରେଜ ସରକାରଙ୍କର ଭାରତରେ ବିଶୃଙ୍ଖଳିତ ଶାସନ ଦେଖି ତାଙ୍କର ହୃଦୟ ବାଧୂତ ହୋଇଥିଲା ଏବଂ ସେ ଭାରତର ତତ୍‌କାଳୀନ ବଡ଼ଲାଟ ଲର୍ଡ ଡଫରିଙ୍କୁ ପ୍ରଭାବିତ କରି ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠା କରିଥିଲେ ।

୨୫ । ପବିତ୍ର ମୋହନ ପ୍ରଧାନ କିଏ ସେ କେଉଁଠାରେ ନେତୃତ୍ୱ ନେଇଥିଲେ ?
Answer:
ପବିତ୍ର ମୋହନ ପ୍ରଧାନ ଜଣେ ସ୍ଵାଧୀନ ସଂଗ୍ରାମୀ ଯେ କି ଭାରତଛାଡ଼ ଆନ୍ଦୋଳନ ସମୟରେ ତାଳଚେରର ନେତୃତ୍ଵ ନେଇଥିଲେ ଏବଂ ବ୍ରିଟିଶମାନଙ୍କଦ୍ଵାରା ମୃତ୍ୟୁବରଣ କରିଥିଲେ ।

୨୬ । କଷ୍ଟି ଡାକୁଆ କିଏ ? ସେ କେଉଁଠାରେ ଓ କିପରି ମୃତ୍ୟୁବରଣ କରିଥିଲେ ?
Answer:
ଭାରତଛାଡ଼ ଆନ୍ଦୋଳନ ସମୟରେ ଗଡ଼ଜାତ ଅଞ୍ଚଳରେ ନେତୃତ୍ୱ ନେଇଥିବା ସଂଗ୍ରାମୀମାନଙ୍କ ମଧ୍ୟରୁ କଷ୍ଟି ଡାକୁଆ ଅନ୍ୟତମ । ନୟାଗଡ଼ର ନୂଆଗାଁଠାରେ ପୋଲିସ୍ ଗୁଳିରେ କାଶୀ ମୃତ୍ୟୁବରଣ କରିଥିଲେ ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୨୭ । ୧୯୨୧ ଖ୍ରୀ.ଅ.ରେ କେଉଁ ସନ୍ଧି ତୁର୍କୀ
Answer:
ସପକ୍ଷରେ ଗଲା ? ତାହାର ପ୍ରଭାବ ଭାରତରେ କିପରି ପଡ଼ିଥିଲା ? ଉ– ୧୯୨୧ ଖ୍ରୀ.ଅ.ରେ ସେଲ୍‌ରେ ସନ୍ଧି ତୁର୍କୀ ସପକ୍ଷରେ ଗଲା । ତାହାର ପ୍ରଭାବରେ ଗାନ୍ଧିଜୀ ଗଢ଼ିଥ‌ିବା ହିନ୍ଦୁ-ମୁସଲମାନ ମେଣ୍ଟ ଭାଙ୍ଗି ଯାଇଥିଲା ଓ ସାମ୍ପ୍ରଦାୟିକ ଭେଦଭାବ ମୁଣ୍ଡ ଟେକିଥିଲା ।

୨୮। ଅସହଯୋଗ ଆନ୍ଦୋଳନ ସମୟରେ ଗଢ଼ି ଉଠିଥ‌ିବା ଜାତୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ନାମ କ’ଣ ଥିଲା ?
Answer:
ଅସହଯୋଗ ଆନ୍ଦୋଳନ ସମୟରେ ବଙ୍ଗରେ ଜାତୀୟ ବିଶ୍ଵବିଦ୍ୟାଳୟ, ତିଳକ ମହାରାଷ୍ଟ୍ର ବିଦ୍ୟାଳୟ, ବିହାର ବିଦ୍ୟାପୀଠ, ଗୁଜରାଟ ବିଦ୍ୟାପୀଠ, ବନାରସ୍ ବିଦ୍ୟାଳୟ ଓ ଲାହୋର ଜାତୀୟ ମହାବିଦ୍ୟାଳୟ ପରି କେତେକ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଗଢ଼ି ଉଠିଥିଲା ।

୨୯। ଦ୍ଵିତୀୟ ଗୋଲଟେବୁଲ ବୈଠକରେ କିଏ ଅଧ୍ୟକ୍ଷତା କରିଥିଲେ ? ଏହି ବୈଠକ କାହିଁକି ସଫଳ ହେଲା ନାହିଁ ?
Answer:
ଦ୍ବିତୀୟ ଗୋଲଟେବୁଲ ବୈଠକରେ ମ୍ୟାକ୍ସେନାଲଡ଼ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଭାରତୀୟମାନଙ୍କ ଦାବିକ୍ ଉପେକ୍ଷା କରାଯାଇଥିଲା ଏବଂ ଇଂରେଜମାନେ ଭେଦନୀତି ପ୍ରୟୋଗ କରିବାଦ୍ୱାରା ଏହି ବୈଠକ ସଫଳ ହେଲା ନାହିଁ ।

୩୦। କାହା ସଭାପତିତ୍ଵରେ ଓଡ଼ିଶାରେ ପ୍ରଥମ ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହେଲା ? କିଏ ଏହି କମିଟିର ଉପସଭାପତି ଥିଲେ ?
Answer:
ଗୋପବନ୍ଧୁ ଦାସଙ୍କ ସଭାପତିତ୍ବରେ ଓଡ଼ିଶାରେ ପ୍ରଥମ ପ୍ରାଦେଶିକ କଂଗ୍ରେସ କିମିଟି ଗଠିତ ହୋଇଥିଲା । ଡକ୍ଟର ଏକରାମ୍ ରସୁଲ ୧୯୨୧ ଖ୍ରୀ.ଅ.ରେ ଏହି କମିଟିର ଉପସଭାପତି ଥିଲେ ।

୩୧। କ୍ରିପ୍‌ସ୍ ମିଶନ୍ କେବେ ଭାରତକୁ ଆଗମନ କରିଥିଲା ? ସେ କି ପ୍ରସ୍ତାବ ଦେଇଥିଲେ ?
Answer:
କ୍ରିପ୍‌ସ୍‌ ମିଶନ ୧୯୪୬ ଖ୍ରୀ.ଅ.ରେ ଭାରତକୁ ଆସିଥିଲା । ଭାରତରେ ଏକ ଶାସନ ବିଧେୟକ ସଭା ଗଠନ କରିବାପାଇଁ ଏହି ମିଶନ ପ୍ରସ୍ତାବ ଦେଇଥିଲା ।

B. ପାଞ୍ଚଟି ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। ୧୯୨୧ ଖ୍ରୀ.ଅ.ରେ ଭାରତୀୟମାନେ ବ୍ରିଟିଶ ଯୁବରାଜଙ୍କୁ କାହିଁକି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
Answer:
୧୯୨୧ ଖ୍ରୀ.ଅ.ରେ କେରଳର ଉତ୍ତର ଭାଗରେ ଅବସ୍ଥିତ ମାଲବାର ନିକଟରେ ମୋପଲା ବା ମୁସଲମାନ କୃଷକମାନେ ଏକ ଜମିଦାରୀ କରିବା ଉଦ୍ଦେଶ୍ୟରେ ଅଲ୍ଲୀ ଭ୍ରାତୃଦ୍ଵୟଙ୍କୁ ନେତୃତ୍ୱ ପ୍ରଦାନ କରିଥିଲେ । ଇଂରେଜ ସରକାର ଏହାର ମୁକାବିଲା କରିବା ଉଦ୍ଦେଶ୍ୟରେ ଅଲ୍ଲୀ ଭ୍ରାତୃଦ୍ଵୟଙ୍କୁ ଗିରଫ କରିଥିଲେ । ଭାରତର ଜାତୀୟ କଂଗ୍ରେସର କାର୍ଯ୍ୟକାରୀ କମିଟି ସରକାରଙ୍କର ଏତାଦୃଶ କାର୍ଯ୍ୟକଳାପକୁ ନିନ୍ଦା କରିବା ସହିତ ୱେଲସର ଯୁବରାଜଙ୍କର ଭାରତ ପରିଦର୍ଶନକୁ ବର୍ଜନ କରିବାପାଇଁ ନିଷ୍ପଭି ନେଇଥିଲେ । ୧୯୨୧ ଖ୍ରୀ.ଅ. ନଭେମ୍ବର ୧୭ ତାରିଖ ଦିନ ଯୁବରାଜ ଭାରତ ପରିଦର୍ଶନରେ ଆସିଥିଲାବେଳେ ତାଙ୍କୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

୨। ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନ କରିବାକୁ କାହିଁକି ନିଷ୍ପତ୍ତି ନେଇଥିଲେ ?
Answer:
ବ୍ରିଟିଶ ଶାସନ ସହିତ ଅସହଯୋଗ ସ୍ଥାପନ କରିବା ଦିଗରେ ଗାନ୍ଧିଜୀଙ୍କୁ ପ୍ରଭାବିତ କରିଥିବା ଘଟଣା ମଧ୍ୟରୁ ରାଓ୍ବାଲାଡ୍ ଆଇନର ପ୍ରବର୍ତ୍ତନ, ଅମୃତସରସ୍ଥିତ ଜାଲିଆନାଓ୍ବାଲାବାଗ୍‌ରେ ସଂଘଟିତ ବୀଭତ୍ସ ହତ୍ୟାକାଣ୍ଡ ଥିଲା ଅନ୍ୟତମ । କେବଳ ସେତିକି ନୁହେଁ, ପରିଶେଷରେ ଖିଲାଫତ୍ ଆନ୍ଦୋଳନ ଥିଲା ଅନ୍ୟ ଏକ ଦୁର୍ଭାଗ୍ୟଜନକ ଘଟଣା ଯହାକି ବ୍ରିଟିଶ ସରକାରଙ୍କ ଦୟା ଓ ନ୍ୟାୟ ବିଚାର ଉପରେ ଗାନ୍ଧିଜୀଙ୍କ ବିଶ୍ୱାସକୁ ଧୂଳିସାତ୍ କରିଦେଇଥିଲା ଏବଂ ଗାନ୍ଧିଜୀ ସତ୍ୟ, ଅହିଂସା ଏବଂ ଆୟୋତ୍ସର୍ଗ ଆଦି ମହାନ୍ ନୀତି ଉପରେ ଆଧାରିତ ଅସହଯୋଗ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲେ ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୩ । ଇରମ୍ ଗୁଳିକାଣ୍ଡ ସମ୍ପର୍କରେ ଲେଖ ।
Answer:
ବାସୁଦେବପୁରର ଇରମ୍ଠାରେ କର ନଦେବାପାଇଁ ପ୍ରତିଜ୍ଞାବଦ୍ଧ ହୋଇ ୧୯୪୨ ଖ୍ରୀ.ଅ. ସେପ୍ଟେମ୍ବର ୨୮ ତାରିଖ ଦିନ ଲୋକମାନେ ମେଳଣ ପଡ଼ିଆରେ କମଳାପ୍ରସାଦ କରଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରିଥିଲେ । ପଡ଼ିଆରୁ ବାହାରିବାପାଇଁ ଗୋଟିଏ ସରୁ ରାସ୍ତା ରହିଥିଲା । ଏହାକୁ ଅବରୋଧ କରି ସନ୍ଧ୍ୟା ସମୟରେ ଡି.ଏସ୍.ପି. ଗୁଳିଚାଳନା କରିବାପାଇଁ ନିର୍ଦ୍ଦେଶ ଦେଉଥିଲେ । ଫଳରେ ୨୯ ଜଣ ମୃତ୍ୟୁବରଣ କରିଥିଲେ ଏବଂ ୫୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆଘାତ ପାଇଥିଲେ । ଏହି ଘଟଣା ଦ୍ଵିତୀୟ ଜାଲିଆନାଓ୍ବାଲାବାଗର ରୂପ ନେଇଥିଲା । ତେଣୁ ଯଥାର୍ଥରେ ଏହାକୁ ‘ରକ୍ତ ତୀର୍ଥ’’ କୁହାଯାଇଥାଏ ।

୪। ଗାନ୍ଧି-ଇରଉଇନ୍ ଚୁକ୍ତି ସମ୍ବନ୍ଧରେ ଆଲୋଚନା କର ।
Answer:
୧୯୩୧ ଖ୍ରୀ.ଅ. ଫେବୃୟାରୀ ୨୭ ତାରିଖ ଦିନ ଗାନ୍ଧିଜୀ ଓ ବଡ଼ଲାଟ ଇର୍‌ଉଇନ୍‌ଙ୍କ ମଧ୍ୟରେ ଏକ ଚୁକ୍ତିନାମା ସମ୍ପାଦିତ ହୋଇଥିଲା । ଏହା ଗାନ୍ଧି-ଇର୍‌ଉଇନ୍ ଚୁକ୍ତି ନାମରେ ପ୍ରସିଦ୍ଧ । ଏହି ଚୁକ୍ତି ଅନୁସାରେ ଇର୍‌ଉଇନ୍ ଭାରତୀୟମାନଙ୍କର କେତେକ ଦାବି ପୂରଣ କରିବାକୁ ସମ୍ମତ ହୋଇଥିଲେ । (i) ଆଇନ ଅମାନ୍ୟ ଆନ୍ଦୋଳନବେଳେ ଗିରଫ ହୋଇଥିବା ସବୁ ବନ୍ଦୀଙ୍କୁ ମୁକ୍ତି ଦିଆଯିବ, (ii) ସେମାନଙ୍କର ସମସ୍ତ ବାଜ୍ୟାପ୍ତି ସମ୍ପଭି ସେମାନଙ୍କୁ ପ୍ରଦାନ କରାଯିବ, (iii), ଭାରତରେ ସଂଘୀୟ ସରକାର ପ୍ରତିଷ୍ଠା କରାଯିବ, (iv) ଭାରତୀୟମାନଙ୍କୁ ଲୁଣ ତିଆରିପାଇଁ ଅଧିକାର ଦିଆଯିବ । ଗାନ୍ଧୀ-ଇର୍‌ଉଇନ୍ ଚୁକ୍ତି ପରେ ଗାନ୍ଧିଜୀ ଆଇନ ଅମାନ୍ୟ ଆନ୍ଦୋଳନ ପ୍ରତ୍ୟାହର କରି ଦ୍ୱିତୀୟ ଗୋଲଟେବୁଲ ବୈଠକରେ ଯୋଗ ଦେଇଥିଲେ ।

୫ । ଐତିହାସିକ ଦାଣ୍ଡିଯାତ୍ରା ବିଷୟରେ ଲେଖ୍ ।
Answer:
ଇଂରେଜ ସରକାରଙ୍କ ଲବଣ-ଆଇନ ଭଙ୍ଗ କରିବାପାଇଁ ଗାନ୍ଧିଜୀ ୭୮ ଜଣ ସହକର୍ମୀଙ୍କ ସହିତ ଗାନ୍ଧିଜୀ ସାବରମତୀରୁ ଦାଣ୍ଡି ଉପକୂଳକୁ ଯାତ୍ରା କରିଥିଲେ । ଦୀର୍ଘ ୨୪ ଦିନ ପଦଯାତ୍ରା ପରେ ଏପ୍ରିଲ ୬ ତାରିଖ ଦିନ ଦାଣ୍ଡି ସମୁଦ୍ରକୂଳରେ ସେ ଲବଣ ପ୍ରସ୍ତୁତକରି ଲବଣ-ଆଇନ ଭଙ୍ଗ କରିଥିଲେ । ଏହା ଐତିହାସିକ ଦାଣ୍ଡିଯାତ୍ରା ନାମରେ ପ୍ରସିଦ୍ଧ । ଏହି ଆନ୍ଦୋଳନରେ ସରକାର ଗାନ୍ଧିଜୀଙ୍କ ସହ ବହୁ ତୁଙ୍ଗନେତାଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିଲେ । ପରବର୍ତୀ ସମୟରେ ଗାନ୍ଧି ଓ ଇର୍‌ଉଇନ୍‌ଙ୍କ ମଧ୍ୟରେ ଏକ ଚୁକ୍ତି ସମ୍ପାଦିତ ହୋଇ ଆନ୍ଦୋଳନକୁ ପ୍ରତ୍ୟାହୃତ କରାଯାଇଥିଲା ।

୬ । ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ପଣ୍ଡିତ ଗୋପବନ୍ଧୁ ଦାସ କିପରି ଭାବରେ ପରିଚାଳିତ କରିଥିଲେ ?
Answer:
୧୯୨୦ ଖ୍ରୀ.ଅ.ରେ ନାଗପୁର କଂଗ୍ରେସ ଅଧ୍ଵବେଶନରେ ଅସହଯୋଗ ଆନ୍ଦୋଳନ ପୂର୍ଣ୍ଣମାତ୍ରାରେ ଗୃହୀତ ହୋଇଥିଲା । ଓଡ଼ିଶାରୁ ୩୫ଜଣ ପ୍ରତିନିଧ୍ଵ ଏଥିରେ ଯୋଗଦେଇଥିଲେ । ୧୯୨୧ରେ ଗୋପବନ୍ଧୁ ଦାସଙ୍କ ସଭାପତିତ୍ୱରେ ଓଡ଼ିଶାର ପ୍ରଥମ ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହୋଇଥିଲା । ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଦାୟିତ୍ଵ କଂଗ୍ରେସ କମିଟିକୁ ପ୍ରଦାନ କରାଯାଇଥିଲା । ଗାନ୍ଧିଜୀଙ୍କ ଅନୁମୋଦିତ ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ବିଷୟରେ ଗୋପବନ୍ଧୁ ଦାସ ଓଡ଼ିଶାବାସୀଙ୍କୁ ବୁଝାଇଥିଲେ । ସେ ଭାଗୀରଥ ମହାପାତ୍ରଙ୍କୁ କଟକ ସହରରେ, କୃପାସିନ୍ଧୁ ମିଶ୍ରଙ୍କୁ ପୁରୀ ଜିଲ୍ଲାରେ, ହରେକୃଷ୍ଣ ମହତାବଙ୍କୁ ବାଲେଶ୍ଵର ଜିଲ୍ଲାରେ ଅସହଯୋଗ ଆନ୍ଦୋଳନ ପରିଚାଳନା କରିବାପାଇଁ ନିୟୋଜିତ କରିଥିଲେ ।

୭ । କନିକା ବିଦ୍ରୋହ ସଂପର୍କରେ ଲେଖ ।
Answer:
ଅସହଯୋଗ ଆନ୍ଦୋଳନର ସ୍ରୋତରେ ଭାସିଯାଇ କନିକାର ପ୍ରଜାମାନେ ବିଦ୍ରୋହ କରିଥିଲେ । ବିଦ୍ୟାଳୟ ତ୍ୟାଗକରି ଛାତ୍ରମାନେ ବିଦ୍ରୋହ ପାଇଁ କୃଷକମାନଙ୍କୁ ଉତ୍ସାହିତ କରିଥିଲେ । ୧୯୨୨ ମସିହାରେ ଜଣେ କୋର୍ଟ’ ପିଅନ ଓ ଦୁଇଜଣ ରାଜପିଅନଙ୍କୁ ଉତ୍ୟକ୍ତ ଜନତା ଧସ୍ତାଧସ୍ତି କରିବା ଫଳରେ ପୋଲିସ୍ ପାଞ୍ଚଜଣଙ୍କୁ ଗିରଫ କରି ନେଇଥିଲେ । ସେମାନଙ୍କୁ ଉତ୍ୟକ୍ତ ଜନତା ପୋଲିସ କବଳରୁ ଛଡ଼ାଇନେବାବେଳେ ପୋଲିସ୍ ଅଧୀକ୍ଷକ ଶ୍ରୀକୃଷ୍ଣ ମହାପାତ୍ରଙ୍କ ନିର୍ଦ୍ଦେଶରେ ଜନତାଙ୍କ ଉପରକୁ ଗୁଳିବର୍ଷଣ କରାଯାଇଥିଲା । ଫଳରେ ପାଟପୁରଠାରେ ବାସୁ ସେଠୀ ଏବଂ ବିଶୁନୀ ମଢ଼ୁଆଳ ମୃତ୍ୟୁବରଣ କରିଥିଲେ ଏବଂ ବହୁ ବ୍ୟକ୍ତି ଆହତ ହୋଇଥିଲେ । ଓଡ଼ିଶାର ଅସହଯୋଗ ଆନ୍ଦୋଳନର ଶେଷ ପର୍ଯ୍ୟାୟରେ କନିକା ବିଦ୍ରୋହ ଇଂରେଜ ଅତ୍ୟାଚାରର ଅଶ୍ରୁଳ ସ୍ମୃତି ବହନ କରିଥିଲା ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୮ । ଓଡ଼ିଶା ଆଇନ ଅମାନ୍ୟ ଆନ୍ଦୋଳନ ପୃଷ୍ଠଭୂମି ଉପରେ ଆଲୋକପାତ କର ।
Answer:
୧୯୩୦ ଖ୍ରୀ.ଅ.ରେ ଐତିହାସିକ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିଥିଲେ ମହାତ୍ମା ଗାନ୍ଧି । ୧୯୩୦ ଖ୍ରୀ.ଅ. ଫେବୃୟାରୀ ୨୮ ତାରିଖ ଦିନ ଉତ୍କଳ କଂଗ୍ରେସ କମିଟି ଆନୁକୂଲ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ଵ ନେବାପାଇଁ ଗୋପବନ୍ଧୁ ଚୌଧୁରୀଙ୍କୁ ଦାୟିତ୍ୱ ଅର୍ପଣ ବାହିନୀ’ ଆଦି ବିଭିନ୍ନ ଭାବରେ ବିଭକ୍ତ ହୋଇଥିଲେ । ଏହିପରି ଭାବରେ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ପୃଷ୍ଠଭୂମି ପ୍ରସ୍ତୁତ ହୋଇଥିଲା ।

୯ । ଓଡ଼ିଶାରେ ଭାରତଛାଡ଼ ଆନ୍ଦୋଳନର ଶୁଭାରମ୍ଭ କିପରି ଘଟିଥିଲା ? କିମ୍ବା, ରେଭେନ୍ସା କଲେଜରେ ଭାରତଛାଡ଼ ଆନ୍ଦୋଳନ କିପରି ରୂପ ନେଇଥିଲା ?
Answer:
୧୯୪୨ ଖ୍ରୀ.ଅ. ଅଗଷ୍ଟ ୯ ତାରିଖରେ ଓଡ଼ିଶାର କଂଗ୍ରେସର ନେତାମାନଙ୍କୁ ପୋଲିସ୍ ଗିରଫ କରିନେବା ସହିତ ‘ଭାରତଛାଡ଼’ ଆନ୍ଦୋଳନର ଶୁଭାରମ୍ଭ ଘଟିଥିଲା ଓଡ଼ିଶା ମାଟିରେ । କଟକର ରେଭେନ୍ସା କଲେଜ ଫାଟକ ଆଗରେ ଛାତ୍ରମାନେ ଏକ ସଭାର ଆୟୋଜନ କରି ଭାରତଛାଡ଼ ଆନ୍ଦୋଳନ ଏବଂ କଂଗ୍ରେସ ନେତାମାନଙ୍କୁ ସହଯୋଗ ପ୍ରଦାନ ନିମିତ୍ତ ନିଷ୍ପତ୍ତି ନେଇଥିଲେ । ୧୪ ଅଗଷ୍ଟ, ୧୯୪୨ରେ ଛାତ୍ରନେତା ବିଭୁଧେନ୍ଦୁ ମିଶ୍ର, ସୁରଜମଲ୍ଲ ଶାହା, ଅଶୋକ ଦାସ, ବିରେନ୍ ମିତ୍ର ଆଦିଙ୍କ ନେତୃତ୍ୱରେ କଲେଜ ଅଫିସରେ ଅଗ୍ନିସଂଯୋଗ କରି ଆସବାବପତ୍ର ପୋଡ଼ି ଦିଆଗଲା । କଟକର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଯୋଗଦେଇଥିଲେ ଏହି ଆନ୍ଦୋଳନରେ । ସଙ୍ଗେ ସଙ୍ଗେ ପୋଲିସ୍ ବିଭୁଧେନ୍ଦୁ ମିଶ୍ର ଓ ସୁରଜମଲ୍ଲ ଶାହାଙ୍କୁ ଗିରଫକରି ବ୍ରହ୍ମପୁର ଜେଲ୍‌କୁ ପଠାଇ ଦେଇଥିଲେ । ଅଗଷ୍ଟ ୧୬ରେ ଲୋକମାନେ ପୋଲିସ୍ ଅଧିକାର କରିନେଇଥିବା ବରୀର କଂଗ୍ରେସ ଆଶ୍ରମ ଉପରେ ଚଢ଼ଉକରି ସେଠାରେ ଚୌକିଦାର ପୋଷାକ ଆଦି ପୋଡ଼ିଦେଇଥିଲେ ।

୧୦ । ଧାମନଗର ଗୁଳିକାଣ୍ଡ ସମ୍ପର୍କରେ ଲେଖ ।
Answer:
ଧାମନଗରଠାରେ ଭାରତଛାଡ଼ ଆନ୍ଦୋଳନକୁ ଗତିଶୀଳ କରାଇଥୁଲେ ମୁରଲୀଧର ପଣ୍ଡା । ସେ ଚୌକିଦାର ପୋଷାକ ପୋଡ଼ିଥିବାର ଅଭିଯୋଗ ପାଇ ପୋଲିସ୍ ଶ୍ରୀଜଙ୍ଗ ଗ୍ରାମକୁ ଯାତ୍ରା କରିଥିଲେ । ସେତେବେଳକୁ ସେ ଲୁଣିଆ କଟସାହି ଗାଁକୁ ଚାଲିଯାଇଥିଲା । ପୋଲିସ୍ ଲୁଣିଆ କଟସାହିରେ ପହଞ୍ଚିଲାମାତ୍ରେ ଲୋକମାନେ ଶଙ୍ଖ ଓ ଢୋଲ ବଜାଇବାରୁ ପାଖ ଗ୍ରାମଗୁଡ଼ିକରୁ ବହୁସଂଖ୍ୟାରେ ଲୋକମାନେ ଏକତ୍ରିତ ହୋଇଥିଲେ । ଫଳରେ ପୋଲିସ୍ ଗୁଳିଚାଳନା କରିଥିଲେ । ଏଥ‌ିରେ ୧୦/୧୨ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ବହୁଲୋକ କ୍ଷତବିକ୍ଷତ ହୋଇଥିଲେ । ଶେଷରେ ମୁରଲୀଧର ପଣ୍ଡାଙ୍କୁ ପୋଲିସ ଗିରଫ କରିଥିଲେ ।

୧୧ । ଭାରତଛାଡ଼ ଆନ୍ଦୋଳନରେ ଲକ୍ଷ୍ମଣ ନାୟକଙ୍କ ଭୂମିକା ଉଲ୍ଲେଖ କର ।
Answer:
ବୈପାରିଗୁଡ଼ା ଥାନା ଅଧୀନରେ ଥ‌ିବା ତେନ୍ତୁଳିଗୁମ୍ମାର ଲକ୍ଷ୍ମଣ ନାୟକ ଭାରତଛାଡ଼ ଆନ୍ଦୋଳନକୁ ତେଜସ୍କ୍ରିୟ କରାଇଥିଲେ କୋରାପୁଟ ଜିଲ୍ଲାରେ । ବିପ୍ଳବପାଇଁ ସେ ଗାଁ ଗାଁ ବୁଲି ଲୋକମାନଙ୍କୁ ମତାଉଥିଲେ । ୨୧ଅଗଷ୍ଟ, ୧୯୪୨ରେ କଂଗ୍ରେସ ପତାକା ଓ ଲାଠିଧରି ବହୁଲୋକଙ୍କ ସହ ସେ ମାଥୁଲି ଥାନା ଘେରାଉ କରିବାପାଇଁ ଅଗ୍ରଗାମୀ ହୋଇଥିଲେ । ମାଥୁଲି ଥାନାରେ ପହଞ୍ଚି ସେ ‘ମହାତ୍ମା ଗାନ୍ଧି କି ଜୟ’ ଧ୍ଵନିରେ ସେହି ଅଞ୍ଚଳକୁ ପ୍ରକମ୍ପିତ କରିଥିଲେ । ପୋଲିସ ଲାଠି ଚାଳନା କରି ତାଙ୍କୁ ଧରାଶାୟୀ କରି ଦେଇଥିଲା । ଜଣେ ଜଙ୍ଗଲରକ୍ଷୀକୁ ପିଟିପିଟି ହତ୍ୟା କରିଥିବାର ଏକ ମିଥ୍ୟା ଅଭିଯୋଗରେ ପୋଲିସ୍ ଲକ୍ଷ୍ମଣ ନାୟକଙ୍କକୁ ଗିରଫ କରି ବ୍ରହ୍ମପୁର ଜେଲକୁ ପ୍ରେରଣ କରିଥିଲେ । ସେଠାରେ ତାଙ୍କୁ ୨୯ ମାର୍ଚ୍ଚ, ୧୯୪୩ରେ ଫାଶୀ ଦିଆଯାଇଥିଲା ।

୧୨ । ଓଡ଼ିଶାରେ ଭାରତଛାଡ଼ ଆନ୍ଦୋଳନପାଇଁ କି ପ୍ରକାର କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିଲା ?
Answer:
ଓଡ଼ିଶାରେ ଭାରତଛାଡ଼ ଆନ୍ଦୋଳନର ପ୍ରତିକ୍ରିୟା ତୀବ୍ର ଆକାର ଧାରଣ କରିଥିଲା । ଏଥିରେ କେତେକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିଲା । ସେଗୁଡ଼ିକ ହେଲା –

  • ଖଜଣା ବନ୍ଦ କରିବା
  • ଗୋଦାମ ଲୁଣ୍ଠନ କରିବା
  • ସରକାରୀ କର୍ମଚାରୀଙ୍କୁ ଆନ୍ଦୋଳନରେ ଯୋଗଦେବାପାଇଁ ପ୍ରବର୍ତ୍ତାଇବା
  • ଧର୍ମଘଟ ପାଳନ କରିବା
  • ପୋଲିସ୍‌କୁ ରୋକିବାପାଇଁ ଯୋଗାଯୋଗ ବିଚ୍ଛିନ୍ନ କରିବା
  • ପଞ୍ଚାୟତ ଗଠନ କରିବା
  • ଜଙ୍ଗଲ ଆଇନ ଉଲ୍ଲଙ୍ଘନ କରିବା
  • ସରକାରୀ ଆଇନ ଅମାନ୍ୟ କରିବା ଏବଂ
  • ସରକାରୀ କର୍ମଚାରୀଙ୍କୁ ଖାଦ୍ୟଦ୍ରବ୍ୟ ଯୋଗାଣ ନିଷିଦ୍ଧ କରିବା ପ୍ରଭୃତି ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୧୩ । ଯାଜପୁର ଜାଗରଣ ବିଷୟରେ ଲେଖ ।
Answer:
କାଇପଦର ଗୁଳିକାଣ୍ଡ ପରେ ଗିରଫ କରାଯାଇଥିବା ସତ୍ୟାଗ୍ରହୀମାନଙ୍କୁ ପୋଲିସ୍ ଯାଜପୁର ନେଇଯାଇଥିଲା । ପୋଲିସ୍ ସେ ଅଞ୍ଚଳରେ ସଭା ସମିତି ଇତ୍ୟାଦିକୁ ନିଷିଦ୍ଧ କରିଥିଲା । ଏହାକୁ ଅବମାନନା କରି ୧୫,୦୦୦ ରୁ ଊର୍ଦ୍ଧ୍ବ ଲୋକ ଥାନା ଏବଂ ଏସ୍.ଡି.ଓ ଅଫିସ ଆଡ଼କୁ ଅଗ୍ରସର ହୋଇଥିଲେ । ପୋଲିସ୍ ବାଧ୍ୟହୋଇ ଗୁଳିଚାଳନା କରିଥିଲା । ଏହି ସମୟରେ ଆକାଶମାର୍ଗରୁ ଟିୟର୍ ଗ୍ୟାସ୍ ପକାଯାଇଥିଲା । ଫଳରେ ଜନତା ଛତ୍ରଭଙ୍ଗ ଦେଇଥିଲେ ଏବଂ ସେଠାରେ ଅବସ୍ଥା ଆୟତ୍ତ କରାଯାଇପାରିଥିଲା ।

୧୪ । ଖିଲାଫତ୍ ଆନ୍ଦୋଳନ କ’ଣ ?
Answer:
ପ୍ରଥମ ବିଶ୍ଵଯୁଦ୍ଧରେ ତୁର୍କୀ ଜର୍ମାନୀକୁ ସାହାଯ୍ୟ କରୁଥିଲା । ଯୁଦ୍ଧରେ ଜର୍ମାନୀର ପରାଜୟ ପରେ ତୁର୍କୀ ମିତ୍ରଶକ୍ତିଙ୍କର ରୋଷର ଶିକାର ହୋଇଥିଲା । ଯୁଦ୍ଧପରେ ମିତ୍ରଶକ୍ତି ତୁର୍କୀର ଅଟୋମାନ ସାମ୍ରାଜ୍ୟକୁ ଖଣ୍ଡ ଖଣ୍ଡ କରି ଖଲିଫା ପଦକୁ ଲୋପ କରିଦେବାକୁ ନିଷ୍ପତ୍ତି ନେଇଥିଲେ । ତୁର୍କୀର ଖଲିଫା ଥିଲେ ମୁସଲମାନ ଜଗତର ଧର୍ମଗୁରୁ । ଇଂରେଜମାନଙ୍କର ଏହି ନିଷ୍ପଭିରେ ଭରତୀୟ ମୁସଲମାନମାନେ ଉତ୍‌କ୍ଷିପ୍ତ ହେଲେ । ଭାରତରେ ମହମ୍ମଦ ଅଲ୍ଲୀ ଓ ସୌକତ ଅଲ୍ଲୀଙ୍କ ନେତୃତ୍ଵରେ ମୁସଲମାନ ଗଣ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହାକୁ ଖିଲାଫତ୍ ଆନ୍ଦୋଳନ କୁହାଯାଏ । ମହାତ୍ମା ଗାନ୍ଧି ଏହି ଆନ୍ଦୋଳନକୁ ସମର୍ଥନ କରିଥିଲେ ।

୧୫ । ଜାଲିଆନାଓ୍ବାଲାବାଗ ହତ୍ୟାକାଣ୍ଡ ସମ୍ପର୍କରେ ଏକ ବିବରଣୀ ପ୍ରଦାନ କର ।
Answer:
୧୯୧୯ ଖ୍ରୀ.ଅ. ଏପ୍ରିଲ ୧୩ ତରିଖ ଦିନ ପଞ୍ଜାବର ଜାଲିଆନାୱାଲାବାଗଠାରେ ବହୁ ହିନ୍ଦୁ ସେମାନଙ୍କର ବୈଶାଖୀ ଉତ୍ସବ ପାଳନ ଅବସରେ ଏକତ୍ରିତ ହୋଇଥିଲେ । ଶାନ୍ତିପୂର୍ଣ୍ଣ ଭାବରେ ସଭାକାର୍ଯ୍ୟ ଚାଲିଥିବାବେଳେ ହଠାତ୍ ଇଂରେଜ ଜେନେରାଲ ଡାୟାର ସୈନ୍ୟବାହିନୀ ସହ ସେଠାରେ ପହଞ୍ଚିଲେ । ସେ ବାଗର ଏକମାତ୍ର ପ୍ରବେଶଦ୍ୱାରକୁ ଅବରୋଧ କରି ନିରୀହ ଜନତାଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ । ଏଥିରେ ୫୦୦ ଲୋକ ନିହତ ଓ ୧୨୦୦ ଲୋକ ଆହତ ହୋଇଥିଲେ । ଏହାକୁ ଇତିହାସରେ ଜାଲିଆନାୱଲାବାଗ ହତ୍ୟାକାଣ୍ଡ କୁହାଯାଏ ।

୧୬ । ଓଡ଼ିଶାରେ ଲବଣ ସତ୍ୟାଗ୍ରହ ବିଷୟରେ ଟିପ୍‌ପଣୀ ଦିଅ ।
Answer:
ଗାନ୍ଧିଜୀଙ୍କଦ୍ଵାରା ଦାଣ୍ଡି ନାମକ ସ୍ଥାନରେ ଯେପରି ଭାବେ ଲବଣ ଆଇନ ଭଙ୍ଗ କରାଗଲା, ସେହିପରି ଭାବରେ ଓଡ଼ିଶାର ବାଲେଶ୍ଵର ଜିଲ୍ଲାର ସମୁଦ୍ର କୂଳରେ ଇଞ୍ଚୁଡ଼ି ନାମକ ସ୍ଥାନରେ ଲବଣ ଆଇନ ଭଙ୍ଗ କରାଯାଇଥିଲା । ଗୋପବନ୍ଧୁ ଚୌଧରୀଙ୍କ ନେତୃତ୍ୱରେ ସତ୍ୟାଗ୍ରହୀମାନେ ଇଞ୍ଚୁଡ଼ି ଯାତ୍ରା କରୁଥିଲାବେଳେ ବାଟରେ ତାଙ୍କୁ ପୋଲିସ୍ ଗିରଫ କରିନେଲେ । ଏହାପରେ ସତ୍ୟାଗ୍ରହୀମାନଙ୍କର ନେତୃତ୍ୱ ନେଇଥିଲେ ଆଚାର୍ଯ୍ୟ ହରିହର । ୧୩ ଏପ୍ରିଲ୍ ସକାଳେ ହଜାର ହଜାର ସତ୍ୟାଗ୍ରହୀଙ୍କ ଗହଣରେ ଆଚାର୍ଯ୍ୟ ହରିହର ଇଞ୍ଚୁଡ଼ିଠାରେ ଲବଣ ଆଇନ ଭଙ୍ଗ କରିଥିଲେ । ହରେକୃଷ୍ଣ ମହତାବ ଓ ସୁରେନ୍ଦ୍ର ନାଥ ଦାସ ଇଞ୍ଚୁଡ଼ିଠାରେ ଲବଣ ତିଆରି ପାଇଁ କ୍ଷେତ୍ର ପ୍ରସ୍ତୁତ କଲେ । ମାର୍ଥାଠାରେ ମା’ ରମାଦେବୀ ଓ ମାଳତୀଦେବୀ ସ୍ଥାନୀୟ ସ୍ତ୍ରୀ ଲୋକଙ୍କ ସହାୟତାରେ ଲବଣ ପ୍ରସ୍ତୁତ କଲେ ।

୧୭ । ରାୱାଲାତ୍ ଆଇନ କ’ଣ ?
Answer:
ବ୍ରିଟିଶ ଶାସନ ସହିତ ଅସହଯୋଗ ସ୍ଥାପନ କରିବା ଦିଗରେ ଗାନ୍ଧିଜୀଙ୍କୁ ପ୍ରଭାବିତ କରିଥିବା ଘଟଣା ମଧ୍ୟରୁ ରାୱାଲାଡ୍ ଆଇନର ପ୍ରବର୍ତ୍ତନ ଥିଲା। ଅନ୍ୟତମ । ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ଇଂଲଣ୍ଡ ବିରୁଦ୍ଧରେ ଭାରତରେ ମାନଙ୍କଦ୍ଵାରା ସଂଘଟିତ ଜାତୀୟତାବାଦୀ କାର୍ଯ୍ୟକ୍ରମର ପ୍ରତିରୋଧ ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିବା ନିମନ୍ତେ ବ୍ରିଟିଶ ସରକାର ବିଚାରପତି ରାଓ୍ବାଲାଷ୍ଟ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । ଏହି କମିଟିର ସୁପାରିସ ଉପରେ ଭିଭିକରି ଭାରତୀୟ ବିଧାନ ପରିଷଦରେ ୧୯୧୯ରେ ଗୋଟିଏ ଆଇନ ଗୃହୀତ ହୋଇଥିଲା । ଏହା ରାୱାଲାଡ୍ ଆଇନ ନାମରେ ଖ୍ୟାତ । ଏଥ‌ିରେ ବ୍ୟବସ୍ଥା ଥିଲା ଯେକୌଣସି ଭାରତୀୟଙ୍କୁ ବିନା ୱାରେଣ୍ଟରେ ବନ୍ଦୀ କରାଯାଇ ତାଙ୍କୁ କାରାଦଣ୍ଡ ଦିଆଯାଇପାରିବ । ବସ୍ତୁତଃ ଏହା ଜନପ୍ରିୟ ସ୍ଵାଧୀନତା ଆନ୍ଦୋଳନକୁ ଦମନ କରିବାପାଇଁ ଉଦ୍ଦିଷ୍ଟ ଥିଲା ତେଣୁ ଗାନ୍ଧିଜୀ ଏହା ବିରୁଦ୍ଧରେ ସତ୍ୟାଗ୍ରହ ଆନ୍ଦୋଳନ ଚଳାଇବା ନିମନ୍ତେ ଭାରତୀୟଙ୍କୁ ଆହ୍ଵାନ ଦେଇଥିଲେ ।

୧୮ । ଲାହୋର କଂଗ୍ରେସ ଅଧିବେଶନରେ କ’ଣ ହୋଇଥିଲା ?
Answer:
ସାଇମନ୍ କମିଶନର ପ୍ରତ୍ୟାବର୍ତ୍ତନ ପରେ ପରେ ଡିସେମ୍ବର ୧୯୨୯ରେ ଜାତୀୟ କଂଗ୍ରେସର ଲାହୋର ଅଧୂବେଶନରେ ଜବାହାରଲାଲ ନେହେରୁଙ୍କ ସଭାପତିତ୍ୱରେ ‘ପୂର୍ଣ୍ଣ ସ୍ଵରାଜ’ ପ୍ରସ୍ତାବ ଗୃହୀତ ହୋଇଥିଲା । ୩୧ ଡିସେମ୍ବର ୧୯୨୯ରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ପତାକା ଉତ୍ତୋଳନ କରଯାଇଥିଲା । ୨୬ ଜାନୁୟାରୀ ୧୯୩୦ ପ୍ରଥମ ସ୍ଵାଧୀନତା ଦିବସ ରୂପେ ଘୋଷଣା କରାଯାଇଥିଲା । କଂଗ୍ରେସର ଏହି ଅଧୁବେଶନରେ ଆଇନ ଅମାନ୍ୟ ଆନ୍ଦୋଳନରେ ଶୁଭାରମ୍ଭ ଗାନ୍ଧିଜୀଙ୍କ ନେତୃତ୍ଵରେ ହେବ ବୋଲି ସ୍ଥିର ହୋଇଥିଲା । ବ୍ରିଟିଶ ସରକାରଙ୍କ ମନମୁଖୀ ଶାସନ ପ୍ରତିବଦଳରେ ଆରମ୍ଭ ହୋଇଥିଲା ଆଇନ ଅମାନ୍ୟ ଆନ୍ଦୋଳନ ।

୧୯ । ଶ୍ରୀଜଙ୍ଗର ଟିକସ ବିରୋଧୀ ସତ୍ୟାଗ୍ରହ କ’ଣ ?
Answer:
ବାଲେଶ୍ଵରର ୧୦ଗୋଟି ଗ୍ରାମକୁ ନେଇ ଗଠିତ ଶ୍ରୀଜଙ୍ଗ ଅଞ୍ଚଳରେ ଟିକସ ବିରୋଧୀ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା । ଗୌରମୋହନ ଦାସ ଏବଂ ବିଦ୍ୟାଧର ରଥଙ୍କ ନେତୃତ୍ଵରେ ଏହା ପରିଚାଳିତ ହୋଇଥିଲା । ଲୋକମାନଙ୍କୁ ଟିକସ ଦେବାପାଇଁ ବାରଣ କରାଗଲା । ସେହି ଅଞ୍ଚଳର ବାରଖଣ୍ଡ ଗ୍ରାମ ଚୌକିଦାରୀ କର ଦେଲେ ନାହିଁ । ଶ୍ରୀଜଙ୍ଗ ଅଧିବାସୀମାନେ କର ପ୍ରଦାନ ନ କରିବାରୁ ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ପୋଲିସ୍ ଆରକ୍ଷୀ ଅଧ୍ୟକ୍ଷ ସେଠାରେ ପହଞ୍ଚି ଲଙ୍କାକାଣ୍ଡ ସୃଷ୍ଟି କରିଥିଲେ । ପୋଲିସ୍ ଜୁଲମ ଏତେ ମାତ୍ରାଧ୍ୟକ ହୋଇଥିଲା ଯେ ଏହା ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିଲା ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୨୦ । କ୍ରିପ୍‌ ମିଶନ୍‌ର କାର୍ଯ୍ୟକାରିତା ସମ୍ପର୍କରେ ଲେଖ ।
Answer:
ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଶ୍ରମିକଦଳର ଜଣେ ବିଖ୍ୟାତ ନେତା ସାର୍ ଷ୍ଟାଫୋର୍ଡ଼ କ୍ରିପ୍‌ସଙ୍କୁ ଭାରତୀୟ ନେତାମାନଙ୍କ ସହ ପରାମର୍ଶ କରି ଦେଶର ସରକାର ଗଠନ ସମ୍ପର୍କରେ ମତାମତ ଦେବାପାଇଁ ୧୯୪୨ ଖ୍ରୀ.ଅ. ଅଗଷ୍ଟ ୮ ତାରିଖରେ ଭାରତକୁ ପ୍ରେରଣ କରିଥିଲେ । ତାହା ‘କ୍ରିପ୍‌ ମିଶନ୍’ ନାମରେ ବିଖ୍ୟାତ । ବିଭିନ୍ନ ଦଳର ନେତାମାନଙ୍କ ସହ ଆଲୋଚନା କରି କ୍ରିପ୍‌ସ ଭାରତର ଶାସନ ବ୍ୟବସ୍ଥା ସମ୍ପର୍କରେ ନିମ୍ନଲିଖୂତ ମତାମତ ଉପସ୍ଥାପନ କରିଥିଲେ ।

  • ‘‘ଭାରତକୁ ଏକ ଅଧୁରାଜ୍ୟ ବା ଡୋମିନିୟନର ଆସନ ଦିଆଯିବ ।’’
  • ଯୁଦ୍ଧର ଅବସାନ ପରେ ଭାରତ ପାଇଁ ଗୋଟିଏ ନୂତନ ସମ୍ବିଧାନ ପ୍ରଣୟନ ନିମନ୍ତେ ଭାରତୀୟମାନଙ୍କୁ ନେଇ ଏକ ସଂସ୍ଥା ଗଠନ କରାଯିବ । ବ୍ୟବସ୍ଥା ରଖାଯିବ ।
  • ସମ୍ବିଧାନ ପ୍ରଣୟନକାରୀ ସଂସ୍ଥାରେ ଭାରତୀୟ ଦେଶୀୟ ରାଜ୍ୟର ପ୍ରତିନିଧ୍ ଅଂଶଗ୍ରହଣ କରିବାପାଇଁ ବ୍ୟବସ୍ଥା ରଖାଯିବ ।
  • ନୂତନ ସମ୍ବିଧାନ ପ୍ରଣୟନ ହେବା ପର୍ଯ୍ୟନ୍ତ ବ୍ରିଟିଶ ସରକାର ଭାରତର ନିରାପତ୍ତା ପାଇଁ ଦାୟୀ ରହିବେ । ଉପରିଲିଷ୍କୃତ କ୍ରିପ୍‌ସଙ୍କର ଏହି ପ୍ରସ୍ତାବଗୁଡ଼ିକ ଭାରତୀୟମାନଙ୍କ ମନର ଆଶା ଓ ଆତ୍ମବିଶ୍ଵାସ ସଞ୍ଚାର କରିପାରି ନ ଥିଲା । ତେଣୁ ଭାରତୀୟ ଜାତୀୟ କଂଗ୍ରେସ ସେଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ।

୨୧ । ପାପଡ଼ାହାଣ୍ଡି ଗୁଳିକାଣ୍ଡ ବିଷୟରେ ଆଲୋଚନା କର ।
Answer:
ଅଗଷ୍ଟ ୨୪, ୧୯୪୨ରେ ବହୁ ଲୋକ ଏକତ୍ରିତ ହୋଇ କୋରାପୁଟର ପାପଡ଼ାହାଣ୍ଡିରେ ଥ‌ିବା ପୋଲ ଏବଂ ଥାନା ଧ୍ବଂସ କରିବାକୁ ଯାଇଥିଲେ । ପୋଲିସ ସେମାନଙ୍କୁ ରାସ୍ତାରେ ବାଧା ଦେଇଥିଲା । ସେମାନେ ନ ଶୁଣିବାରୁ ପୋଲିସ୍ ଗୁଳି କରିଥିଲା ଏବଂ ୧୫ଜଣ ଲୋକ ମୃତ୍ୟୁବରଣ କରିଥିଲେ । ବହୁ କଂଗ୍ରେସ କର୍ମୀଙ୍କୁ ଗୁଳିକରି ପୋଲିସ୍ ପାପଡ଼ାହାଣ୍ଡି ନଦୀଗର୍ଭକୁ ନିକ୍ଷେପ କରିଥିଲା ବୋଲି ଅଭିଯୋଗ ହୋଇଥିଲା ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଅସହଯୋଗ ଆନ୍ଦୋଳନ ସମ୍ପର୍କରେ ବିବରଣୀ ପ୍ରଦାନ କର ।
Answer:
ମହାତ୍ମା ଗାନ୍ଧି ପ୍ରାୟ ୨୦ ବର୍ଷକାଳ ଆଫ୍ରିକାରେ ଅବସ୍ଥାନ କରି ୧୯୧୫ରେ ଭାରତକୁ ଫେରିଥିଲେ । ଏହାପରେ ସେ ଭାରତୀୟମାନଙ୍କ ସ୍ଵାଧୀନତା ଆନ୍ଦୋଳନର ନେତୃତ୍ଵ ଗ୍ରହଣ କରିଥିଲେ । ସେହି ସମୟରେ ପ୍ରଥମ ମହାସମର ଚାଲିଥିଲା । ଗାନ୍ଧିଜୀଙ୍କ ଆହ୍ଵାନକ୍ରମେ ଭାରତୀୟ ନେତା ଓ ଜନସାଧାରଣ ଇଂରେଜ ସରକାରଙ୍କୁ ସାହାଯ୍ୟ ଦେଲେ । ମଣ୍ଟେଗୁ-ଚେମ୍ସଫୋର୍ଡ଼ ଭାରତର ଭୂମିକାର ପ୍ରଶଂସା କଲେ ଏବଂ ଏହାର ପୁରସ୍କାର ସ୍ଵରୂପ ଯୁଦ୍ଧ ପରେ ଏ ଦେଶର ସ୍ୱାୟତ୍ତ ଶାସନର କ୍ରମବିକାଶ ପାଇଁ ପ୍ରତିଶ୍ରୁତି ଦେଲେ । ୧୯୧୮ରେ ଯୁଦ୍ଧ ଶେଷ ହେବାପରେ ଭାରତୀୟମାନେ ସରକାରଙ୍କଠାରୁ ବହୁତ କିଛି ଆଶା କରିଥିଲେ । ମାତ୍ର ଏହାପରେ ଇଂରେଜ ସରକାର ଭାରତୀୟମାନଙ୍କ ସାହାଯ୍ୟ ଓ ସମର୍ଥନ ଭୁଲିଗଲେ ଏବଂ ସେମାନଙ୍କ ପ୍ରତି କଠୋର ବ୍ୟବହାର ପ୍ରଦର୍ଶନ କଲେ । ଗାନ୍ଧିଜୀ ଏହାର ତୀବ୍ର ପ୍ରତିରୋଧ କଲେ । ପରିଶେଷରେ ଇଂରେଜ ସରକାରଙ୍କ ସହିତ ଅସହଯୋଗ ପାଇଁ ପଦକ୍ଷେପ ନେଲେ । ଏହି ଅସହଯୋଗ ଆନ୍ଦୋଳନ ବିଭିନ୍ନ କାରଣପାଇଁ ସଂଗଠିତ ହୋଇଥିଲା ।

ରାଓ୍ବାଲାଙ୍କ୍ ଆଇନ- ଭାରତୀୟମାନଙ୍କର ଆଶା ଓ ଦାବି ପୂରଣ କରାଯାଇ ନଥିବାରୁ ସେମାନେ ଆନ୍ଦୋଳନ କରିପାରନ୍ତି ବୋଲି ସରକାର ଆଶଙ୍କା ପ୍ରକାଶ କଲେ । ତେଣୁ ଭାରତୀୟ ବିଦ୍ରୋହୀମାନଙ୍କୁ କିପରି ଦମନ କରାଯାଇ ପାରିବ, ସେଥ୍‌ପାଇଁ ରାୱାଲାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହେଲା । ୧୯୧୯ରେ ରାୱାଲାଡ୍ ଏକ କଠୋର ଆଇନ ପ୍ରଣୟନ କଲେ । ଏହାଦ୍ଵାରା ସରକାର ଯେକୌଣସି ବ୍ୟକ୍ତିଙ୍କୁ ସନ୍ଦେହରେ ଗିରଫ କରିପାରିଲେ ଏବଂ ବିନା ବିଚାରରେ ଜେଲ୍‌କୁ ପଠାଇଦେଇ ପାରିଲେ । ସରକାରଙ୍କ ବିଶ୍ଵାଘାତକତା ମହାତ୍ମା ଗାନ୍ଧିଙ୍କୁ ମର୍ମାହତ କରିଥିଲା । ସେ ଏହି ଆଇନର ବିରୋଧ କରି ୧୯୧୯ ଏପ୍ରିଲ ୬ ତାରିଖରେ ଦେଶବ୍ୟାପୀ ହରତାଳ କରିଥିଲେ । ଇଂରେଜ ସରକାର ଗାନ୍ଧିଜୀଙ୍କ ସମେତ ହଜାର ହଜାର ବ୍ୟକ୍ତିଙ୍କୁ ଗିରଫ କଲେ ।

ଜାଲିଆନାଓ୍ବାଲାବାଗ ହତ୍ୟାକାଣ୍ଡ– ଏହି ସମୟରେ ପଞ୍ଜାବର ଅମୃତସରରେ ବିଶେଷ ଉତ୍ତେଜନା ଦେଖାଦେବାରୁ ୧୯୧୯ ଏପ୍ରିଲ- ୧୧ ତାରିଖରେ ଡାୟାରଙ୍କ ହାତରେ ଇଂରେଜ ସରକାର ଶାସନ ଭାର ଅର୍ପଣ କଲେ । ପଞ୍ଜାବରେ ସବୁପ୍ରକାର ସଭାସମିତିକୁ ବେଆଇନ ଘୋଷଣା କରାଗଲା । କିନ୍ତୁ ଏପ୍ରିଲ ୧୩ ତାରିଖ ଦିନ ବୈଶାଖୀ ଉତ୍ସବ ପାଳନ କରିବାପାଇଁ ଜାଲିଆନାଓ୍ବାଲାବାଗ ଉଦ୍ୟାନରେ ହଜାର ହଜାର ନରନାରୀ ସମ୍ମିଳିତ ହୋଇଥିଲେ । ଏହି ସମୟରେ ହଠାତ ଡାୟାର ସେଠାରେ ଉପସ୍ଥିତ ହୋଇ ବାଗର ଏକମାତ୍ର ପ୍ରବେଶଦ୍ଵାରକୁ ବନ୍ଦକରି ନିରୀହ ଜନତାଙ୍କ ଉପରକୁ ଆଖୁବୁଜା ଗୁଳିଚାଳନା ପାଇଁ ଆଦେଶ ଦେଇଥିଲେ । ଏହି ଗୁଳିକାଣ୍ଡରେ ହଜାର ହଜାର ଲୋକ ମୃତାହତ ହୋଇଥିଲେ । ଏହି ଘଟଣାରେ ଗାନ୍ଧିଜୀ ମର୍ମାହତ ହୋଇପଡ଼ିଲେ ।

ଖୁଲାଫତ୍ ଆନ୍ଦୋଳନ– ତୁର୍କୀର ସୁଲତାନ ସମଗ୍ର ପୃଥ‌ିବୀର ମୁଲସମାନମାନଙ୍କର ଧର୍ମଗୁରୁ ବା ଖଲିଫାରୂପେ ସମ୍ମାନିତ ଥିଲେ । ପ୍ରଥମ ବିଶ୍ଵଯୁଦ୍ଧରେ ସେ ଜର୍ମାନୀକୁ ସମର୍ଥନ କରିଥିଲେ । ଯୁଦ୍ଧରେ ଜର୍ମାନୀର ପରାଜୟ ପରେ ଇଂରେଜ ସରକାର ତୁର୍କୀର ସୁଲତାନଙ୍କୁ ଗିରଫ କଲେ । ଏହା ବିଶ୍ଵରେ ମୁସଲମାନ ସଂପ୍ରଦାୟକୁ ଅପମାନିତ କରିଥିଲା । ଭାରତରେ ମୁସଲମାନମାନେ ତୁର୍କୀ ସୁଲତାନଙ୍କ ଗିରଫରେ ହତୋତ୍ସାହ ହୋଇପଡ଼ିଲେ । ଗାନ୍ଧିଜୀଙ୍କ ନେତୃତ୍ଵରେ ଖୁଲାଫତ୍ ସମ୍ମିଳନୀ ଆହ୍ବାନ କରାଗଲା । ୧୯୨୦ରେ ଗାନ୍ଧିଜୀଙ୍କ ପରାମର୍ଶକ୍ରମେ ନିଷ୍ଫଳ ଭାରତ ଖୁଲାଫତ୍ କମିଟି ଭାରତୀୟ ଜାତୀୟ କଂଗ୍ରେସ ସହ ମିଶି ଅସହଯୋଗ ଆନ୍ଦୋଳନ ଆରମ୍ଭ କଲେ ।

ଗାନ୍ଧିଜୀ କଲିକତାର କଂଗ୍ରେସ ଅଧ‌ିବେଶନରେ ଅସହଯୋଗ ପ୍ରସ୍ତାବ ଆଗତ କରିଥିଲେ । ପରବର୍ତ୍ତୀ ସମୟରେ ୧୯୨୦ ଡିସେମ୍ବର ମାସରେ ନାଗପୁରଠାରେ ଚାଲିଥିବା କଂଗ୍ରେସ ଅଧ୍ବବେଶନ ଗାନ୍ଧିଜୀଙ୍କ ପ୍ରସ୍ତାବକୁ ଗ୍ରହଣକରି ଅନୁମୋଦିତ କରିଥିଲା । ଫଳରେ ଅସହଯୋଗ ଆନ୍ଦୋଳନପାଇଁ ଗାନ୍ଧିଜୀ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ କଲେ । ଆନ୍ଦୋଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ- ଇଂରେଜ ସରକାରଙ୍କ ଶାସନକଳକୁ ସମ୍ପୂର୍ଣ୍ଣ ସ୍ଥାଣୁ କରିଦେବା ଏହି ଆନ୍ଦୋଳନର ମୁଖ୍ୟ ଲକ୍ଷ୍ୟ ଥିଲା । ଗାନ୍ଧିଜୀଙ୍କ ଆନ୍ଦୋଳନର ଦୁଇଟି ଦିଗ ଥିଲା- ଗଠନମୂଳକ ଓ ବିରୋଧାତ୍ମକ ।

ଗଠନମୂଳକ ଲକ୍ଷ୍ୟ:

  • ସମସ୍ତ ପ୍ରକାର ବିଦେଶୀ ଦ୍ରବ୍ୟର ବର୍ଜନ
  • ସ୍ଵଦେଶୀ ଦ୍ରବ୍ୟର ବହୁଳ ବ୍ୟବହାର
  • ସୂତାକଟା ଓ ଲୁଗାବୁଣା
  • ସାଂପ୍ରଦାୟିକତା ଓ ଅସ୍ପୃଶ୍ୟତାର ନିବାରଣ
  • ଜାତୀୟ ଶିକ୍ଷାର ପ୍ରତିଷ୍ଠା ଓ ପ୍ରସାର ।

ବିରୋଧାତ୍ମକ ଲକ୍ଷ୍ୟ:

  • ବ୍ୟବସ୍ଥାପକ ପରିଷଦ ପାଇଁ ନିର୍ବାଚନ ବର୍ଜନ
  • ଆଇନ ଅଦାଲତଗୁଡ଼ିକ ବର୍ଜନ
  • ସରକାରୀ ସ୍କୁଲ ଓ କଲେଜ ବର୍ଜନ
  • ସରକାରଙ୍କଦ୍ଵାରା ଆୟୋଜିତ ଦରବାର ଓ ଉତ୍ସବ ଆଦିର ବର୍ଜନ ।

ସତ୍ୟ ଓ ଅହିଂସା ମାଧ୍ୟମରେ ଆନ୍ଦୋଳନ ଚଳାଇବାକୁ ଗାନ୍ଧିଜୀ ଦେଶବାସୀଙ୍କୁ ପ୍ରବର୍ତ୍ତାଇଲେ । ତାଙ୍କ ମତରେ, ନିଷ୍ଠାପର ଅହିଂସା ନୀତି ବଳରେ ସ୍ୱରାଜ୍ୟ ହାସଲ ହୋଇପାରିବ । ଆନ୍ଦୋଳନର ଅଗ୍ରଗତି- ୧୯୨୧ ଖ୍ରୀ.ଅ.ର ପ୍ରାରମ୍ଭରେ ଆନ୍ଦୋଳନ ଆରମ୍ଭ ହେଲା । ହଜାର ହଜାର ଜନସାଧାରଣ ଏଥ‌ିରେ ଯୋଗଦାନ କରି ଏହାକୁ ଗଣଆନ୍ଦୋଳନର ରୂପ ଦେଇଥିଲେ । ଶତକଡ଼ା ୮୦ ଭାଗ ଲୋକ ନିର୍ବାଚନ ବର୍ଜନ କଲେ । ଖ୍ୟାତନାମା ଆଇନଜୀମାନେ; ଯଥା- ମୋତିଲାଲ ନେହେରୁ, ଚିତ୍ତରଞ୍ଜନ ଦାସ, ବଲ୍ଲଭଭାଇ ପଟେଲ, ରାଜେନ୍ଦ୍ର ପ୍ରସାଦ କୋର୍ଟକଚେରୀ ବର୍ଜନ କରିଥିଲେ । ବହୁସଂଖ୍ୟକ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ବର୍ଜନ କରି ଜାତୀୟ ଶିକ୍ଷାନୁଷ୍ଠାନରେ ଯୋଗଦେଲେ । ଲୋକମାନେ ବିଦେଶୀଦ୍ରବ୍ୟ ବର୍ଜନ କଲେ । ଦେଶର ସର୍ବତ୍ର ଲୁଗାବୁଣା ଓ ସୂତାକଟା ଆରମ୍ଭ ହେଲା । ସ୍ଵଦେଶୀ ବସ୍ତୁର ଆଦର ବଢ଼ିଲା । ଏହି ଆନ୍ଦୋଳନର ନେତୃତ୍ଵ ନେଇଥିଲେ ମହମ୍ମଦ ସୌକତ ଅଲ୍ଲୀ, ମହମ୍ମଦ ଅଲ୍ଲୀ, ଡଃ ଆନସାରୀ, ମୌଲାନା ଆବୁଲ କାଲାମ ଆଜାଦ, ଚିତ୍ତରଞ୍ଜନ ଦାସ, ଲାଲା ଲଜପତ୍ ରାୟ, ମୋତିଲାଲ ନେହେରୁ ଓ ଜବାହରଲାଲ ନେହେରୁ ଇତ୍ୟାଦି ତୁଙ୍ଗ ନେତାମାନେ ।

ସରକାରଙ୍କ ଦମନ ନୀତି- ଅସହଯୋଗ ଆନ୍ଦୋଳନର ଅଗ୍ରଗତିକୁ ପ୍ରତିରୋଧ କରିବାପାଇଁ ଇଂରେଜ ସରକାର ଦମନନୀତି ପ୍ରୟୋଗ କରିଥିଲେ । ବହୁ ଜାତୀୟତାବାଦୀ ନେତାଙ୍କୁ ଗିରଫ କରାଗଲା । ଭାରତ ଦର୍ଶନରେ ଆସିଥୁବା ୱେଲ୍ସର ଯୁବରାଜଙ୍କୁ ଭାରତୀୟମାନେ ଦେଶବ୍ୟାପୀ ହରତାଳ କରି ସ୍ଵାଗତ କରିଥିଲେ । ଫଳରେ ଇଂରେଜ ସରକାର ଭାରତୀୟମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର, ଗୁଳି ଓ ଲାଠିଚାଳନା ଆରମ୍ଭ କରିଥିଲେ । ଇଂରେଜ ସରକାର ୩୦,୦୦୦ ଲୋକଙ୍କୁ ଗିରଫ କଲେ । ସରକାରଙ୍କ ଦୃଢ଼ ଦମନନୀତି ସତ୍ତ୍ଵେ ଏହି ଆନ୍ଦୋଳନ ଦ୍ରୁତବେଗରେ ପ୍ରସାରଲାଭ କରିଥିଲା ।

ଆନ୍ଦୋଳନ ପ୍ରତ୍ୟାହାର- ଆନ୍ଦୋଳନ ଅଗ୍ରଗତି କରୁଥିବାବେଳେ ହଠାତ୍‌ ୧୯୨୨ ଖ୍ରୀ.ଅ. ଫେବୃୟାରୀ ୫ ତରିଖ ଦିନ ଉତ୍ତରପ୍ରଦେଶର ଚୌରୀଚୌରାଠାରେ ଉଭ୍ୟକ୍ତ ଜନତା ଏକ ପୋଲିସ୍ ଥାନାରେ ଅଗ୍ନିସଂଯୋଗ କରିଥିଲେ । ଏଥ‌ିରେ ୨୨ ଜଣ ପୋଲିସ୍ କର୍ମଚାରୀ ଜୀବନ୍ତ ଦଗ୍‌ଧ ହୋଇଥିଲେ । ଏହି ଘଟଣାରେ ମର୍ମାହତ ହୋଇ ଗାନ୍ଧିଜୀ ହଠାତ୍ ଆନ୍ଦୋଳନକୁ ସ୍ଥଗିତ ରଖୁଲେ । ଅବଶ୍ୟ ଏଥିପାଇଁ କଂଗ୍ରେସର ତୁଙ୍ଗ ନେତାମାନେ ତାଙ୍କୁ ସମାଲୋଚନା କରିଥିଲେ । ଇଂରେଜ ସରକାର ଗାନ୍ଧିଜୀଙ୍କୁ ମାର୍ଚ୍ଚ ୧୪, ୧୯୨୨ରେ ଗିରଫ କରି ଜେଲ୍‌କୁ ପଠାଇ ଦେଇଥିଲେ । ସେ ଦୀର୍ଘ ୬ ବର୍ଷକାଳ ବନ୍ଦୀ ଅବସ୍ଥାରେ ପୁନାର ୟାରୱାଡ଼ା ସେଣ୍ଟ୍ରାଲ ଜେଲ୍‌ରେ ରହିଥିଲେ । ପରେ ଅସୁସ୍ଥତା ହେତୁ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା ।

ଫଳାଫଳ – ‘ଗାନ୍ଧିଜୀ ଜେଲରୁ ମୁକ୍ତିଲାଭ କରି ଗଠନମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କଲେ । ସେ ଜନସାଧାରଣଙ୍କୁ ଚରଖାଦ୍ଵାରା ସୂତା କାଟିବାକୁ ଉତ୍ସାହିତ କଲେ । ଅସ୍ପୃଶ୍ୟତା ଦୂରୀକରଣ ଓ ନିଶା ନିବାରଣପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମଗୁଡ଼ିକ ହାତକୁ ନେଇଥିଲେ । ଅସହଯୋଗ ଆନ୍ଦୋଳନ ବିଫଳ ହୋଇଥିଲେ ମଧ୍ୟ ଏହାର ଫଳାଫଳ ଗୁରୁତ୍ଵପୂର୍ଣ ଥିଲା । ଏହାଦ୍ଵାରା ଭରତର ସ୍ଵାଧୀନତା ଆନ୍ଦୋଳନ ଗ୍ରାମାଞ୍ଚଳକୁ ପରିବ୍ୟାପ୍ତ ହେଲା । ଭାରତୀୟମାନଙ୍କର ବ୍ରିଟିଶ ବିରୋଧୀ ମନୋଭାବ ତୀବ୍ରତର ହେଲା । ଏହାପରେ କଂଗ୍ରେସ କେବଳ ଭାରତୀୟ ନେତାମାନଙ୍କ ଅନୁଷ୍ଠାନ ନହୋଇ ଭାରତୀୟ ଜନତାଙ୍କ ଅନୁଷ୍ଠାନ ହେଲା । ଗାନ୍ଧିଜୀ ଭାରତର ଶ୍ରେଷ୍ଠ ଜନପ୍ରିୟ ନେତାରୂପେ ସ୍ଵୀକୃତ ହେଲେ । ଏହି ଆନ୍ଦୋଳନ ଭାରତୀୟମାନଙ୍କର ଆତ୍ମବିଶ୍ଵାସ ବୃଦ୍ଧି କରିଥିଲା । ପରବର୍ତୀ ଆନ୍ଦୋଳନ ପାଇଁ ଭାରତୀୟମାନେ ଗାନ୍ଧିଜୀଙ୍କ ନେତୃତ୍ୱକୁ ଅପେକ୍ଷା କରି ରହିଲେ ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୨ । ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ପ୍ରଭାବ କିପରି ଅନୁଭୂତ ହୋଇଥିଲା ଉଲ୍ଲେଖ କର ।
Answer:
ସମଗ୍ର ଭାରତରେ ଗାନ୍ଧିଜୀଙ୍କ ନେତୃତ୍ଵରେ ଆରମ୍ଭ ହୋଇଥିବା ଅସହଯୋଗ ଆନ୍ଦୋଳନରେ ପ୍ରତିଧ୍ଵନି ପ୍ରତିଫଳିତ ହୋଇଥିଲା ଓଡ଼ିଶାରେ । ଓଡ଼ିଶାରେ ଯଦୁମଣି ମଙ୍ଗରାଜଙ୍କ ନେତୃତ୍ଵରେ ରେଭେନ୍ସା କଲେଜର କେତେକ ଛାତ୍ର ପ୍ରତିରକ୍ଷା ବାହିନୀରେ ଯୋଗଦେଇ ଇଂରେଜମାନଙ୍କୁ ସାହାଯ୍ୟ କରିଥିଲେ ପ୍ରଥମ ବିଶ୍ଵଯୁଦ୍ଧ ସମୟରେ । ମାତ୍ର ଯୁଦ୍ଧ ପରେ ଭାରତୀୟମାନଙ୍କୁ କିଛିଟା ରାଜନୈତିକ ଅଧିକାର ଦେବା ପରିବର୍ତ୍ତେ କଠୋର ରାୱାଲଡ୍ ଆଇନ ପ୍ରବର୍ତ୍ତନ କରିଥିଲେ ଇଂରେଜମାନେ । ଇଂରେଜମାନଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଗାନ୍ଧିଜୀ ଶେଷରେ ଅସହଯୋଗ ଆନ୍ଦୋଳନ କରିବାପାଇଁ ସ୍ଥିର କରିଥିଲେ ।

୧୯୨୦ ଡିସେମ୍ବର ମାସରେ ଜାତୀୟ କଂଗ୍ରେସର ନାଗପୁର ଅବେଶନରେ ଓଡ଼ିଶାରୁ ୩୫ ଜଣ ପ୍ରତିନିଧ୍ ଗୋପବନ୍ଧୁ ଦାସଙ୍କ ନେତୃତ୍ଵରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ହରେକୃଷ୍ଣ ମହତାବ, ମୁକୁନ୍ଦପ୍ରସାଦ ଦସ, ନିରଞ୍ଜନ ପଟ୍ଟନାୟକ, ଭାଗୀରଥ୍ ମହାପାତ୍ର, ଯଦୁମଣି ମଙ୍ଗରାଜ ପ୍ରଭୃତି ନେତାମାନେ ମୁଖ୍ୟ ଥିଲେ । ଏହି ଅଧୂବେଶନରେ ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ବିପୁଳ ଉତ୍ସାହ ଓ ଉନ୍ମାଦନାର ସହ ଗୃହୀତ ହୋଇଥିଲା । ଏହାଛଡ଼ା ଏଥିରେ ଭାଷାସୂତ୍ରରେ ପ୍ରଦେଶ ଗଠନ ନୀତିକୁ ମାନିନିଆଯାଇ ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟି ଗଠନକୁ ସ୍ୱୀକୃତି ପ୍ରଦାନ କରାଗଲା । ଓଡ଼ିଶାର ପ୍ରତିନିଧୁମାନେ ନୂତନ ଆଶା ନେଇ ଓଡ଼ିଶାକୁ ଫେରିଆସି ଗାନ୍ଧିଜୀଙ୍କ ନେତୃତ୍ଵରେ ଅସହଯୋଗ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କଲେ । ପଣ୍ଡିତ ଗୋପବନ୍ଧୁ ଦାସ ଉତ୍କଳ କଂଗ୍ରେସ କମିଟି ଗଠନ କରି ତା’ର ସଭାପତି ହେଲେ ଓ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ପରିଚାଳନା ଦାୟିତ୍ଵ କଂଗ୍ରେସ ଉପରେ ନ୍ୟସ୍ତ କରାଗଲା ।

ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ଓଡ଼ିଶାର ଅଗଣିତ ଓଡ଼ିଆ ଯୁବକ ସ୍କୁଲ-କଲେଜ ଛାଡ଼ି ଅସହଯୋଗ ଆନ୍ଦୋଳନରେ ଯୋଗଦେଲେ । ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ଯଦୁମଣି ମଙ୍ଗରାଜ, ନୀଳକଣ୍ଠ ଦାସ, ଗୋପବନ୍ଧୁ ଚୌଧୁରୀ ପ୍ରମୁଖ ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ । ଗୋପବନ୍ଧୁ ଚୌଧୁରୀ ଡେପୁଟି କଲେକ୍ଟର ଚାକିରିରୁ ଇସ୍ତଫା ଦେଲେ ଓ ପଣ୍ଡିତ ଲିଙ୍ଗରାଜ ମିଶ୍ର ସରକାରୀ ଅଧ୍ୟାପକ ଚାକିରି ଛାଡ଼ି ଆନ୍ଦୋଳନରେ ଯୋଗଦେଲେ । କଂଗ୍ରେସ କର୍ମୀମାନଙ୍କୁ ତାଲିମ ଦେବାପାଇଁ କଟକର ‘ସ୍ଵରାଜ ଆଶ୍ରମ’ ଓ ଜଗତ୍‌ସିଂହପୁରରେ ‘ଅଳକା ଆଶ୍ରମ’ ପ୍ରତିଷ୍ଠା କରାଯାଇଥିଲା । କଟକରେ ଛାତ୍ରମାନେ ‘ସ୍ଵରାଜ ସେବକ ସଂଘ’ ଗଠନ କରିଥିଲେ ।

ଆନ୍ଦୋଳନର ଲକ୍ଷ୍ୟ – ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଦୁଇଟି ଲକ୍ଷ୍ୟ ଥିଲା । ପ୍ରଥମଟି ହେଲା – ବିଦେଶୀ ଦ୍ରବ୍ୟ, ସରକାରୀ କୋର୍ଟକଚେରି, ସରକାରଙ୍କ ପ୍ରଦତ୍ତ ପଦବୀ ଓ ଉପାଧ୍ ଏବଂ ଇଂରେଜ ସରକାରଙ୍କ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡ଼ିକୁ ବର୍ଜନ କରିବା । ଦ୍ଵିତୀୟଟି ହେଲା – ଓଡ଼ିଶାରେ ହିନ୍ଦୁ-ମୁସଲମାନମାନଙ୍କ ମଧ୍ୟରେ ଐକ୍ୟଭାବ, ନିଶା ନିବାରଣ, ଜାତୀୟ ଶିକ୍ଷାର ପ୍ରସାର ଏବଂ ଓଡ଼ିଶାରେ ଖଦୀର ପ୍ରସାର ଆଦି ଗଠନମୂଳକ କାର୍ଯ୍ୟ କରିବା । ବିଦେଶୀ ଦ୍ରବ୍ୟ ବର୍ଜନ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିଲା । କଂଗ୍ରେସ କର୍ମୀମାନେ ବାଲେଶ୍ଵର ଜିଲ୍ଲାରେ ‘ସ୍ଵରାଜ ମନ୍ଦିର’ ପ୍ରତିଷ୍ଠା କରି ବିଦେଶୀ ବସ୍ତ୍ର ବର୍ଜନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରରୋଚନାରେ ବହୁ ଓଡ଼ିଆ ଶ୍ରମିକ କଲିକତାସ୍ଥିତ ବିଦେଶୀ ଦୋକାନମାନଙ୍କରେ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲେ । ଫଳରେ କଲିକତାର ବଡ଼ବଜାରରେ ଦୋକାନଗୁଡ଼ିକ ବନ୍ଦ ହୋଇଯାଇଥିଲା ।

୧୯୨୧ ମାର୍ଚ୍ଚ ୨୩ ତାରିଖରେ ଗାନ୍ଧିଜୀ ଓଡ଼ିଶା ଆସି କଟକର କାଠଯୋଡ଼ି ବାଲିପଠାରେ ସଭା କରିଥିଲେ ଏଥ‌ିରେ ଗୋପବନ୍ଧୁ ଦାସ ସଭାପତିତ୍ୱ କରିଥିଲେ । ଆନ୍ଦୋଳନକୁ ସଫଳ କରିବାପାଇଁ ବିବିଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା । ସରକାରୀ ଶିକ୍ଷାନୁଷ୍ଠାନ ବର୍ଜନ କରିବା ଫଳରେ ଓଡ଼ିଶାରେ ଜାତୀୟ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଗୋପବନ୍ଧୁ ଦାସଙ୍କ ପ୍ରଚେଷ୍ଟାରେ ସତ୍ୟବାଦୀଠାରେ ଜାତୀୟ ବନବିଦ୍ୟାଳୟ କାର୍ଯ୍ୟକାରୀ ହୋଇଥିଲା । କଟକରେ ଏକ ଜାତୀୟ ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା । ଏହି ବିଦ୍ୟାଳୟମାନଙ୍କରେ ସୂତାକଟା, ଲୁଗାବୁଣା, କାଠକାମ ଓ ହିନ୍ଦୀଶିକ୍ଷା ଇତ୍ୟାଦି ପାଠ୍ୟକ୍ରମ ରହିଥିଲା ।

ଏହି ସମୟରେ ଓଡ଼ିଶାରେ ଜମିଦାରମାନଙ୍କ ଅତ୍ୟାଚାର ବଢ଼ିଚାଲିଲା । ଜମିଦାରମାନଙ୍କ ବିରୋଧରେ ଉତ୍କଳ ପ୍ରାଦେଶିକ କମିଟି ସ୍ଵର ଉତ୍ତୋଳନ କରିଥିଲା । କନିକାର ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜ ପ୍ରଜାମାନଙ୍କୁ ଅତ୍ୟାଚାର କରି ଭୂରାଜସ୍ୱ ଆଦାୟ କରୁଥିବାରୁ କଂଗ୍ରେସ କର୍ମୀମାନେ ତାଙ୍କ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ । ଫଳରେ ଗୋପବନ୍ଧୁ ଦାସ ଓ ଭାଗୀରଥ ମହାପାତ୍ରଙ୍କୁ ଛଅମାସ କାରାଦଣ୍ଡ ଭୋଗିବାକୁ ପଡ଼ିଥିଲା ।

ଆନ୍ଦୋଳନକୁ ଦମନ– ଅସହଯୋଗ ଆନ୍ଦୋଳନକୁ ଦମନ କରିବାପାଇଁ ଇଂରେଜ ସରକାର ଅନ୍ୟାନ୍ୟ ରାଜ୍ୟଭଳି ଓଡ଼ିଶାରେ ମଧ୍ୟ ଦମନମୂଳକ କାର୍ଯ୍ୟ ଆରମ୍ଭ କଲେ । ସଭାସମିତି, ଶୋଭାଯାତ୍ରା ବେଆଇନ ବୋଲି ଘୋଷିତ ହେଲା । ଗୋପବନ୍ଧୁ ଦାସଙ୍କୁ ହାତକଡ଼ି ପକାଇ ଗିରଫକରି ନିଆଗଲା ଏବଂ ହଜାରିବାଗ ଜେଲକୁ ପଠାଇ ଦିଆଗଲା । ଚୌରୀଚୌରା ହିଂସାକାଣ୍ଡ ପରେ ଗାନ୍ଧିଜୀ ମର୍ମାହତ ହୋଇ ଆନ୍ଦୋଳନକୁ ସ୍ଥଗିତ ରଖୁବା ଫଳରେ ଓଡ଼ିଶାରେ ଏହାର ଗତି ଧୂମେଇ ଯାଇଥିଲା ।

ଫଳାଫଳ– ୧୯୨୪ ଜୁନ୍ ୨୪ ତାରିଖରେ ହଜାରିବାଗ ଜେଲ୍‌ରୁ ମୁକ୍ତି ପାଇବା ପରେ ପଣ୍ଡିତ ଗୋପବନ୍ଧୁ ଦାସ କଟକରେ ଅନୁଷ୍ଠିତ ଉତ୍କଳ ପ୍ରାଦେଶିକ କମିଟିରେ ଯୋଗ ଦେଇଥିଲେ । ହରେକୃଷ୍ଣ ମହତାବ ଜେଲରୁ ଫେରିବା ପରେ ୧୯୨୩ ଖ୍ରୀ.ଅ. ସେପ୍ଟେମ୍ବର ୨ ତାରିଖ ଦିନ ବାଲେଶ୍ଵରରୁ ‘ପ୍ରଜାତନ୍ତ୍ର’ ସମ୍ବାଦପତ୍ର ପ୍ରକାଶନ କରିଥିଲେ । ଓଡ଼ିଶାରେ ଏହି ଅସହଯୋଗ ଆନ୍ଦୋଳନ ଖଦୀ ଓ ଚରଖା ଆନ୍ଦୋଳନକୁ ପ୍ରସାର କରିବାରେ ସାହାଯ୍ୟ କରିଥିଲା । ମହାତ୍ମାଗାନ୍ଧୀଙ୍କୁ ଜାତୀୟ ନେତାଭାବରେ ସ୍ଵୀକୃତି ମିଳିଲା । ଓଡ଼ିଶାରେ କନିକା କୃଷକ ଆନ୍ଦୋଳନକୁ ପାଥେୟ ଯୋଗାଇଥିଲା ଏହି ଅସହଯୋଗ ଆନ୍ଦୋଳନ । ଶେଷରେ ଭାରତ ତଥା ଓଡ଼ିଶାବାସୀଙ୍କ ମନରେ ମୁକ୍ତିସଂଗ୍ରାମ ଜାରି ରଖୁବାପାଇଁ ଅପୂର୍ବ ଉନ୍ମାଦନା ସଞ୍ଚାର କରିଥିଲା । ମୋଟ ଉପରେ ଅସହଯୋଗ ଆନ୍ଦୋଳନରେ ଓଡ଼ିଶାର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୩ । ଆଇନ ଅମାନ୍ୟ ଆନ୍ଦୋଳନରେ ଓଡ଼ିଶାର ଭୂମିକା କ’ଣ ଥିଲା ଆଲୋଚନା କର ।
Answer:
୧୯୨୯ ଜାତୀୟ କଂଗ୍ରେସର ଲାହୋର ଅଧିବେଶନରେ ଜବାହରଲାଲ ନେହେରୁଙ୍କ ସଭାପତିତ୍ୱରେ ଗୃହୀତ ହୋଇ ୧୯୩୦ରେ ମହାତ୍ମା ଗାନ୍ଧି ଆରମ୍ଭ କରିଥିଲେ ଆଇନ ଅମାନ୍ୟ ଆନ୍ଦୋଳନ । ସେ ୧୯୩୦ ମାର୍ଚ୍ଚ ୧୨ ତାରିଖ ଦିନ ଐତିହାସିକ ଦାଣ୍ଡିଯାତ୍ରା କରି ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିଥିଲେ । ଏହାର ପ୍ରତିକ୍ରିୟା ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଅନୁଭୂତ ହୋଇଥିଲା । ଇଞ୍ଚୁଡ଼ି, କାକଟପୁର ଓ ଗଞ୍ଜାମ ଆଦି ସ୍ଥାନରେ ବ୍ୟାପକ ହୋଇଉଠିଥିଲା ଏହି ଆଇନ ଅମାନ୍ୟ ଆନ୍ଦୋଳନ । ୧୯୩୦ ଫେବୃୟାରୀ ୨୮ରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଆନୁକୂଲ୍ୟରେ ଆହୂତ ହୋଇଥିଲା ସଭା । ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ଗୋପବନ୍ଧୁ ଚୌଧୁରୀ । ଲବଣ ସତ୍ୟାଗ୍ରହ ପାଇଁ ବାଲେଶ୍ଵର ଜିଲ୍ଲାର ଇଞ୍ଚୁଡ଼ିକୁ ସର୍ବପ୍ରଥମେ ମନୋନୟନ କରାଯାଇଥିଲା । ହରେକୃଷ୍ଣ ମହତାବ ଓ ସୁରେନ୍ଦ୍ରନାଥ ଦାସଙ୍କ ଉପରେ ନ୍ୟସ୍ତ ଥିଲା ବାଲେଶ୍ଵରର ସତ୍ୟାଗ୍ରହୀମାନଙ୍କୁ ଏକଜୁଟ କରାଇବାର ଦାୟିତ୍ଵ ।

୧୯୩୦ ଖ୍ରୀ.ଅ. ଏପ୍ରିଲ ୬ ତାରିଖ ଦିନ ଗୋପବନ୍ଧୁ ଚୌଧୁରୀ ଓ ଆଚାର୍ଯ୍ୟ ହରିହର ଦାସଙ୍କ ନେତୃତ୍ୱରେ ୨୧ ଜଣ ସତ୍ୟାଗ୍ରହୀ କଟକ ସ୍ଵରାଜ ଆଶ୍ରମରୁ ଇଞ୍ଚୁଡ଼ି ପର୍ଯ୍ୟନ୍ତ ଐତିହାସିକ ଯାତ୍ରା ଆରମ୍ଭ କରିଥିଲେ । ପୋଲିସ ବାଟରୁ ଗୋପବନ୍ଧୁ ଚୌଧୁରୀଙ୍କୁ ଗିରଫ କରିନେଇଥିଲେ । ୧୯୩୦ ଖ୍ରୀ.ଅ. ଏପ୍ରିଲ ୧୪ ତାରିଖ ଦିନ ସତ୍ୟାଗ୍ରହୀମାନେ ଇଞ୍ଚୁଡ଼ିଠାରେ ଲବଣ ଆଇନ ଭଙ୍ଗ କରିଥିଲେ । ଏପ୍ରିଲ ୨୦ ତାରିଖ ଦିନ ରମାଦେବୀ ଓ ମାଳତୀଦେବୀଙ୍କ ନେତୃତ୍ଵରେ ଶହ ଶହ ମହିଳା ଇଞ୍ଚୁଡ଼ିକୁ ଯାତ୍ରା କରିଥିଲେ । ଲବଣ ଆଇନ ଭଙ୍ଗକରି ଆଚାର୍ଯ୍ୟ ହରିହରଙ୍କ ସହ ଶହ ଶହ ଅନ୍ୟାନ୍ୟ ସତ୍ୟାଗ୍ରହୀ ପୋଲିସ୍ ହାତରେ ଗିରଫ ହୋଇଥିଲେ ।

ଇଞ୍ଚୁଡ଼ି ବ୍ୟତୀତ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ; ଯଥା- ଅବିଭକ୍ତ କଟକ ଜିଲ୍ଲାର କୁଜଙ୍ଗ, ପୁରୀ ଜିଲ୍ଲାର କୁହୁଡ଼ି ଓ ଅସ୍ତରଙ୍ଗ, ଗଞ୍ଜାମ ଜିଲ୍ଲାର ହୁମା ପ୍ରଭୃତି ସ୍ଥାନରେ ଲୁଣମରା ଅଭିଯାନ ଚାଲୁରହିଲା । ହଜାର ହଜାର ଲୋକ ସରକାରୀ ନୀଳକଣ୍ଠ ଦାସ, ଜଗନ୍ନାଥ ରଥ, ନୀଳାମ୍ବର ଦାସ, କରୁଣାକର ପାଣିଗ୍ରାହୀ ଏବଂ ମଥୁରାମୋହନ ବେହେରା ବାଲେଶ୍ଵର ଜିଲ୍ଲାର ମାର୍ଥାଠାରେ ଲବଣ ସତ୍ୟାଗ୍ରହର ନେତୃତ୍ଵ ନେଇଥିଲେ । ଓଡ଼ିଶାରେ ସ୍କୁଲମାନଙ୍କରୁ ବହୁ ଅଳ୍ପବୟସ୍କ ଛାତ୍ର ଏକତ୍ରିତ ହୋଇ ବାନରସେନା ଗଠନକରି ଆନ୍ଦୋଳନାତ୍ମକ କାର୍ଯ୍ୟ ଚାଲୁରଖୁଲେ । ଲୁଗାପୋଡ଼ି, ମଦଦୋକାନ ଆଗରେ ପିକେଟିଂ ଆଦି ସେମାନଙ୍କର ପ୍ରଧାନକାର୍ଯ୍ୟ ଥିଲା । ପୋଲିସ୍ ସେମାନଙ୍କୁ ବେତମାଡ଼ଦ୍ଵାରା ଦମନ କରିବାପାଇଁ ଚେଷ୍ଟାକରି ବିଫଳ ହେଲେ ।

ଆଇନ ଅମାନ୍ୟ ଆନ୍ଦୋଳନରେ ଯୋଗଦେଇ ଓଡ଼ିଶାର ବହୁ ନେତା ସରକାରଙ୍କଦ୍ଵାରା ଗିରଫ ହୋଇଥିଲେ । ସେମାନଙ୍କ ମଧ୍ୟରେ ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ, ଲିଙ୍ଗରାଜ ମିଶ୍ର, ନନ୍ଦକିଶୋର ଦାସ, ନୀଳକଣ୍ଠ ଦାସ, ଯଦୁମଣି ମଙ୍ଗରାଜ, କୃପାସିନ୍ଧୁ ହୋତା, ରମାଦେବୀ, ସରଳାଦେବୀ ପ୍ରଭୃତି ପ୍ରମୁଖ ଥିଲେ । ୧୯୩୧ ଖ୍ରୀଷ୍ଟାବ୍ଦରେ ଗାନ୍ଧି-ଇର୍‌ଉଇନ୍ ଚୁକ୍ତି ସ୍ୱାକ୍ଷରିତ ହେବାପରେ ଗାନ୍ଧିଜୀ ଆଇନ ଅମାନ୍ୟ ଆନ୍ଦୋଳନକୁ ପ୍ରତ୍ୟାହାର କରି ନେଇଥିଲେ । ଚୁକ୍ତିର ସର୍ଭେ ଅନୁସାରେ ବଡ଼ଲାଟ ଭାରତୀୟମାନଙ୍କର କେତେକ ନ୍ୟାଯ୍ୟ ଦାବିକୁ ମାନିନେଇଥିଲେ ।

କିନ୍ତୁ ଗାନ୍ଧିଜୀ ଦ୍ଵିତୀୟ ଗୋଲ୍ଟେବୁଲ ବୈଠକରୁ ନିରାଶ ହୋଇ ଫେରିବା ପରେ ପୁନର୍ବାର ଆଇନ ଅମାନ୍ୟ ଆନ୍ଦୋଳନ ଚଳାଇବାପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ । ଫଳରେ ଦେଶର ଚାରିଆଡ଼େ ଏହି ଆନ୍ଦୋଳନ ପୂର୍ବାପେକ୍ଷା ତୀବ୍ରଭାବରେ ଚାଲିଲା । ପୋଲିସ୍ ଓଡ଼ିଶାରେ କଟକ, ପୁରୀ, ବାଲେଶ୍ଵର ଏବଂ ସମ୍ବଲପୁର ପ୍ରଭୃତି ସ୍ଥାନର କଂଗ୍ରେସ କାର୍ଯ୍ୟାଳୟଗୁଡ଼ିକୁ ଦଖଲ କରିନେଲେ ଏବଂ ବହୁ ବ୍ୟକ୍ତିଙ୍କୁ ଗିରଫ କରିଥିଲେ । ନୀଳାମ୍ବର ଦାସ, ବିନୋଦ କାନୁନ୍‌ଗୋ, ସୁରେନ୍ଦ୍ରନାଥ ଦାସ ପ୍ରଭୃତି ନେତାମାନେ ଆନ୍ଦୋଳନକୁ ବେଳକୁ ଓଡ଼ିଶାରେ ଏହି ଆନ୍ଦୋଳନରେ ଭଟ୍ଟା ପଡ଼ିଯାଇଥିଲା ।

ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ଫଳାଫଳ ଥିଲା ସୁଦୂରପ୍ରସାରୀ । ଏହି ଆନ୍ଦୋଳନ ଫଳରେ ଓଡ଼ିଶାରେ ଜନଜାଗରଣ ଅଧ୍ବକ ପରିମାଣରେ ବୃଦ୍ଧି ପାଇଥିଲା । ୧୯୩୧ ଖ୍ରୀ.ଅ.ରେ କଟକଠାରେ ରାଧାନାଥ ରଥ, ମଧୁସୂଦନ ପଟ୍ଟନାୟକ, ବାଲୁଙ୍କେଶ୍ୱର ଆଚାର୍ଯ୍ୟ ଓ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଉଦ୍ୟମରେ ପ୍ରଥମ ଓଡ଼ିଶା ପ୍ରଜା ସମ୍ମିଳନୀ ଆୟୋଜିତ ହୋଇଥିଲା । ଓଡ଼ିଶାରେ ଏହି ସମୟରେ ‘ସମାଜ’ ଓ ‘ପ୍ରଜାତନ୍ତ୍ର’ ନାମକ ଦୁଇଟି ସାପ୍ତାହିକ ସମ୍ବାଦପତ୍ର ଦୈନିକ ରୂପେ ପ୍ରକାଶଲାଭ କରିଥିଲା । ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ନାରୀ ଜାଗରଣ ପାଇଁ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲା ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୪। ଭାରତଛାଡ଼ ଆନ୍ଦୋଳନ କେଉଁ ପରିସ୍ଥିତିରେ ଆରମ୍ଭ ହେଲା ? ଭାରତର ସ୍ଵାଧୀନତାକୁ ଏହା କିପରି ତ୍ବରାନ୍ବିତ କଲା ?
Answer:
୧୯୪୨ରେ ଭାରତର ରାଜନୀତି ଜିନ୍ନାଙ୍କ ପାକିସ୍ତାନ ଦାବି, ଜାପାନୀମାନଙ୍କର ସୀମାନ୍ତ ଆକ୍ରମଣ ଏବଂ ଇଂରେଜମାନଙ୍କ ଦମନନୀତି ଯୋଗୁଁ ଶୋଚନୀୟ ଅବସ୍ଥାରେ ପହଞ୍ଚିଲା । ଦେଶରେ ଅରାଜକତା ଓ ଅଶାନ୍ତି ଦିନକୁ ଦିନ ବୃଦ୍ଧି ପାଇଲା । ମହାତ୍ମା ଗାନ୍ଧି ଉପଲବ୍‌ଧୁ କଲେ ଯେ ଇଂରେଜମାନେ ଭାରତର ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ଅଧିକ ସମୟ ଖେଳ ଖେଳିଲେ ଦେଶର ସର୍ବନାଶ ଘଟିବ । ତେଣୁ ସେ ହଠାତ୍‌ ଭାରତଛାଡ଼ ଆନ୍ଦୋଳନ ଆରମ୍ଭ କରିବାପାଇଁ ସ୍ଥିର କଲେ । ଏହାଛଡ଼ା ସେ ଆଶାକଲେ ଯେ ସରକାର ଏପରି ସଂକଟକାଳରେ ଆନ୍ଦୋଳନକୁ ଦବାଇବାପାଇଁ କଠୋର ନୀତି ଅବଲମ୍ବନ ନକରି ଆପୋଷ ସମାଧାନ ପାଇଁ ଉଦ୍ୟମ କରିବେ । କେତେକ ତୁଙ୍ଗନେତା ସରକାରଙ୍କଠାରୁ ଠିକ୍ ଓଲଟା ଆଶା କରୁଥିଲେ ମଧ୍ୟ ଗାନ୍ଧିଜୀଙ୍କର ପ୍ରସ୍ତାବକୁ ଅଗ୍ରାହ୍ୟ କରିପାରିଲେ ନାହିଁ ।

ଆନ୍ଦୋଳନର ପୃଷ୍ଠଭୂମି– ପ୍ରଥମତଃ, ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଇଂଲଣ୍ଡରେ ପ୍ରଧାନମନ୍ତ୍ରୀ ସାର୍ ଷ୍ଟାଫୋର୍ଡ଼ କ୍ରିପ୍‌ସଙ୍କ ନେତୃତ୍ୱରେ ଏକ ଦଳ ଭାରତ ପଠାଇଥିଲେ । ଏହା ‘କ୍ରିପ୍‌ ମିଶନ’ ନାମରେ ବିଖ୍ୟାତ । ବିଭିନ୍ନ ଦଳ ସହିତ ଆଲୋଚନା କରି ଭାରତରେ ଔପନିବେଶିକ ସ୍ୱାୟତ୍ତ ଶାସନ ପ୍ରଚଳନ କରିବାର ପ୍ରସ୍ତାବ ଦେଇଥିଲେ କ୍ରିପ୍‌ସ । ଏଥ‌ିରେ ଭାରତ ବିଭାଜନର ମଞ୍ଜି ସୁପ୍ତଭାବରେ ରହିଥ‌ିବାରୁ ଗାନ୍ଧିଜୀ କ୍ରିପ୍‌ସଙ୍କ ଏହି ପ୍ରସ୍ତାବରେ ଉତ୍‌କ୍ଷିପ୍ତ ହୋଇଥିଲେ । ଫଳରେ କ୍ରିପ୍‌ସଙ୍କ ପ୍ରସ୍ତାବ ଭାରତୀୟମାନଙ୍କଦ୍ଵାରା ଗୃହୀତ ହେଲାନାହିଁ । ଦ୍ଵିତୀୟତଃ, ଜାପାନ ବର୍ମା ଅଧିକାର କରିବା ପରେ ସେଠାରୁ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ଶରଣାର୍ଥୀମାନେ ଇଂରେଜମାନଙ୍କର ଅତ୍ୟାଚାର ସମ୍ପର୍କରେ ବର୍ଣ୍ଣନା କରିଥିଲେ ଯାହା ବହୁ ନେତାଙ୍କୁ ବିଚଳିତ କରିଥିଲା ।

ତେଣୁ ଇଂରେଜମାନଙ୍କୁ ଭାରତରୁ ତଡ଼ିବାର ଉପଯୁକ୍ତ ସମୟ ଆସିଯାଇଛି ବୋଲି କଂଗ୍ରେସ ଉପଲବ୍‌ଧ୍ଵ କରିଥିଲା । ତୃତୀୟତଃ, ସମ୍ଭାବ୍ୟ ଜାପାନ ଆକ୍ରମଣର ଭୟ ଭାରତୀୟମାନଙ୍କୁ ଲାଗିଥିଲା । ଇଂରେଜମାନଙ୍କୁ ସିଙ୍ଗାପୁର, ମାଳୟ ଏବଂ ବର୍ମାରେ ପରାସ୍ତ କରିବା ପରେ କାଳେ ଭାରତଆଡ଼କୁ ଜାପାନ ମାଡ଼ିଆସିବ, ଏଥ‌ିପାଇଁ ଭାରତୀୟମାନେ ଇଂରେଜମାନଙ୍କୁ ଭାରତରୁ ତଡ଼ିବାପାଇଁ କଂଗ୍ରେସ ନେତାମାନେ ଚାହିଁଥିଲେ । ଏହିସବୁ କାରଣପାଇଁ ଭାରତଛାଡ଼ ଆନ୍ଦୋଳନର ଉତ୍ପତ୍ତି ଘଟିଥିଲା ।

ଭାରତଛାଡ଼ ପ୍ରସ୍ତାବ– ୮ ଅଗଷ୍ଟ ୧୯୪୨ରେ ଭାରତୀୟ ଜାତୀୟ କଂଗ୍ରେସର ବମ୍ବେ ଅଧିବେଶନରେ ମହାତ୍ମା ଜଳିଉଠିଲା । ଭାରତଛାଡ଼ ଆନ୍ଦୋଳନକୁ ଦମନ କରିବାପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ । ତେଣୁ କଂଗ୍ରେସ ଜଳି ଉଠିଲା । ଭାରତଛାଡ଼ ଆନ୍ଦୋଳନକୁ ଦମନ କରିବାପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ । ତେଣୁ କଂଗ୍ରେସ ଅଧିବେଶନରେ ସେହି ପ୍ରସ୍ତାବ ଗୃହୀତ ହେବାର ଅଳ୍ପ କେଇଘଣ୍ଟା ପରେ ଅଗଷ୍ଟ ୯ ତାରିଖ ପ୍ରତ୍ୟୁଷରେ ଗାନ୍ଧିଜୀ, ଜବାହରଲାଲ ନେହେରୁ, ଆଜାଦ୍ କୃପାଳିନୀ ପ୍ରମୁଖ ତୁଙ୍ଗ ନେତାଙ୍କୁ ଗିରଫକରି ନିଆଗଲା । କଂଗ୍ରେସକୁ ବେଆଇନ ଘୋଷଣା କରାଗଲା ଏବଂ ଦେଶସାରା ସବୁ କଂଗ୍ରେସ କର୍ମୀଙ୍କୁ ଜେଲରେ ଭର୍ତ୍ତି କରିଦିଆଗଲା । ସରକାରଙ୍କ ଏଭଳି ଆଚରଣରେ ଜନସାଧାରଣ କ୍ଷୁବ୍‌ଧ ହୋଇ ଆନ୍ଦୋଳନ କରିବାପାଇଁ ନିଷ୍ପତ୍ତି ନେଲେ । ଫଳରେ ଭାରତଛାଡ଼ ଆନ୍ଦୋଳନକ୍ଷିପ୍ରଗତିରେ ଆଗେଇ ଚାଲିଲା | କାର୍ଯ୍ୟପନ୍ଥା– ଏହି ଆନ୍ଦୋଳନ ସମୟରେ କଂଗ୍ରେସ ନିମ୍ନ କାର୍ଯ୍ୟପନ୍ଥାମାନ ଗ୍ରହଣ କରିଥିଲା ।

  • କୃଷକମାନେ ଜମିକର ଦେବେନାହିଁ ଓ ଅନ୍ୟାନ୍ୟ ଟିକସ ପ୍ରଚଳନ ବନ୍ଦ ରହିବ ।
  • ଇଂରେଜ କର୍ମଚାରୀଙ୍କୁ ଖାଦ୍ୟଦ୍ରବ୍ୟ ବିକ୍ରି କରିବେ ନାହିଁ ।
  • କାଗଜ ନୋଟ୍ ଗ୍ରହଣ କରାଯିବ ନାହିଁ ।
  • ରାସ୍ତା, ଟେଲିଗ୍ରାଫ ଲାଇନ୍ ଓ ରେଳଧାରଣା ବିପର୍ଯ୍ୟସ୍ତ କରିଦିଆଯିବ ।
  • ସ୍କୁଲ, କଲେଜ, କୋର୍ଟ ଆଦି ବର୍ଜନ କରାଯିବ ।
  • ପୋଲିସ୍ ଥାନା, କୋର୍ଟ ଓ ଜେଲ ଭାରତୀୟମାନଙ୍କ ଅକ୍ତିଆରକୁ ନିଆଯିବ ।
  • ପଞ୍ଚାୟତ ସ୍ତରରେ ଶାନ୍ତି ବାହିନୀ ଗଠନ କରାଯିବ ।
  • ଅହିଂସା ମାର୍ଗରେ ଆନ୍ଦୋଳନକୁ ଚାଲୁ ରଖାଯିବ ।

ଉପରୋକ୍ତ କାର୍ଯ୍ୟମାନ ଦେଶର ସର୍ବତ୍ର ପାଳନ କରିବାପାଇଁ କର୍ମୀମାନେ ଉଦ୍ୟମ କଲେ । ସମଗ୍ର ଦେଶରେ ବିଦ୍ରୋହର ବହ୍ନି ଜଳିଉଠିଲା । ସଭା ଓ ଶୋଭାଯାତ୍ରାରେ ଦେଶ ପ୍ରକମ୍ପିତ ହେଲା । ସହରମାନଙ୍କର ଜୀବନଯାତ୍ରା ଅଚଳ ହୋଇପଡ଼ିଲା; ମାତ୍ର ସରକାରଙ୍କ ଦମନଲୀଳା ଆଗରେ ଆନ୍ଦୋଳନ ବେଶୀଦିନ ବଞ୍ଚୁପାରିଲା ନାହିଁ । ସରକାର ଜନତାଙ୍କ ଉପରେ ଆଖୁବୁଜା ଗୁଳିଚାଳନା, ଲାଠିଚାଳନା ଓ ବୋମାବର୍ଷଣ କଲେ । ଅନେକ ଗ୍ରାମ ଜାଳିଦେଲେ ଓ ସ୍ତ୍ରୀଲୋକମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚଳାଇଲେ । ସରକାରୀ ହିସାବ ଅନୁସାରେ ଏହି ଆନ୍ଦୋଳନରେ ୬୦ ହଜାରରୁ ଅଧ‌ିକ ଲୋକ ଗିରଫ ହୋଇଥିଲେ, ଏକହଜାର ଲୋକ ଗୁଳିକାଣ୍ଡରେ ପ୍ରାଣ ହରାଇଥିଲେ ଏବଂ ଦୁଇହଜାର ଲୋକ ଆହତ ହୋଇଥିଲେ ।

ଗାନ୍ଧିଜୀ ଜେଲରେ ୧୯୪୩ ଖ୍ରୀ.ଅ.ରେ ଏହାର ପ୍ରତିବାଦ କରି ୨୧ ଦିନ ଅନଶନ ପାଳନ କଲେ । ମାତ୍ର ସରକାର ଗାନ୍ଧିଜୀଙ୍କ ପ୍ରତି କୌଣସି ଉଦାରତା ଦେଖାଇ ନଥିଲେ । ସୌଭାଗ୍ୟବଶତଃ ତାଙ୍କର ଅନଶନ ସଫଳ ହୋଇଥିଲା । ଏହି ଆନ୍ଦୋଳନରେ ମୁସ୍‌ଲିମ୍ ଲିଗ୍ ଜିନ୍ନା ଅଂଶଗ୍ରହଣ କରିନଥିଲେ । ଫଳାଫଳ” ଏହି ଆନ୍ଦୋଳନର ଫଳାଫଳ ସୁଦୂରପ୍ରସାରୀ ଥିଲା । ପ୍ରଥମତଃ, ଏହି ଆନ୍ଦୋଳନ ଭାରତୀୟମାନଙ୍କୁ ସାହସୀ କରିଦେଇଥିଲା । ଗାନ୍ଧିଜୀଙ୍କ ବାଣୀ– ‘କର ବା ମର’ (Do or Die) ଲୋକମାନଙ୍କ ମଧ୍ୟରେ ସୃଷ୍ଟି କରିଥିଲା ଅପୂର୍ବ ପ୍ରେରଣା । ତେଣୁ ସେମାନେ ଇଂରେଜ ସରକାରର ଗୁଳି, ଲାଠିମାଡ଼ ଆଦିକୁ ଭୂକ୍ଷେପ କରିନଥିଲେ । ଦ୍ଵିତୀୟତଃ, ଏହି ଆନ୍ଦୋଳନ ଇଂରେଜ ସରକାରଙ୍କ ଆଖ୍ ଖୋଲି ଦେଇଥିଲା । ସେମାନେ ଉପଲବ୍‌ କଲେ ଯେ ଭୟ ମାଧ୍ୟମରେ ଆଉ ଭାରତୀୟମାନଙ୍କୁ ଶାସନ କରିହେବ ନାହିଁ । ତେଣୁ ଭାରତରେ ବିକଳ୍ପ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନପାଇଁ ସେମାନେ ଚିନ୍ତା କରିବାକୁ ଲାଗିଲେ । ପରିଶେଷରେ ଏହି ଆନ୍ଦୋଳନ ମହାତ୍ମା ଗାନ୍ଧିଙ୍କର ଭାବମୂର୍ତ୍ତିକୁ ବଳିଷ୍ଠଭାବରେ ପ୍ରତିଷ୍ଠିତ କରିଥିଲା ।

CHSE Odisha Class 12 History Chapter 13 Short & Long Answer Questions in Odia Medium

ଆନ୍ଦୋଳନ । ସ୍ଵାଧୀନତା ପ୍ରାପ୍ତି ପାଇଁ ଏହା ଭାରତୀୟମାନଙ୍କ ମନରେ ନୂତନ ଉନ୍ମାଦନା ସୃଷ୍ଟି କରିଥିଲା । ବ୍ରିଟିଶ ସାମ୍ରାଜ୍ୟର ଗୌରବ-ରବିକୁ ଭାରତବର୍ଷରୁ ଅସ୍ତମିତ କରିବାପାଇଁ ଆବାହନୀ ସଙ୍ଗୀତ ଗାଇଥିଲା ଭାରତଛାଡ଼ ଆନ୍ଦୋଳନ । ୧୯୪୨ ଅଗଷ୍ଟ, ବିପ୍ଳବ ଦବିଗଲା ସତ, ମାତ୍ର ଏହାପରେ ଭାରତଛାଡ଼ ଧ୍ଵନି କଂଗ୍ରେସର ମୂଳମନ୍ତ୍ର ହୋଇ ରହିଗଲା । ଜୟପ୍ରକାଶ ନାରାୟଣଙ୍କ ଭାଷାରେ, ‘ଫରାସୀ ବିପ୍ଳବ ଓ ରୁଷ୍ ବିପ୍ଳବ ସେମାନଙ୍କ ଦେଶର ଇତିହାସରେ ଯେଉଁ ସ୍ଥାନ ଅଧିକାର କରିଅଛି, ୧୯୪୨ର ବିପ୍ଳବକୁ ଆମ ଦେଶ ଇତିହାସରେ ସେହି ସ୍ଥାନ ଦିଆଯାଇପାରେ ।’’

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions

Odisha State Board BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions Textbook Exercise Questions and Answers.

BSE Odisha Class 6 Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions

ଦତ୍ତ ମାପଦୁଇଟି ମଧ୍ୟରେ ତୁଳନା କର (ଅନୁପାତରେ ପ୍ରକାଶ କର) ।
ଯେପରି: 120 କି.ଗ୍ରା. ଓ 40 କି.ଗ୍ରା. ର ଅନୁପାତ = 120 : 40 = 3 : 1
(କ) 108 ମି. ଓ 72 ମି.
ସମାଧାନ:
108 ମି. ଓ 72 ମି. ର ଅନୁପାତ = 108 : 72 = 3 : 2

(ଖ) 30 ଘଣ୍ଟା 80 ଘଣ୍ଟା
ସମାଧାନ:
30 ଘଣ୍ଟା 80 ଘଣ୍ଟାର ଅନୁପାତ = 30 : 80 = 3 : 8

(ଗ) 72 ଲି. ଓ 100 ଲି.
ସମାଧାନ:
72 ଲି. ଓ 100 ଲି. ର ଅନୁପାତ = 72 : 100 = 18 : 25

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions

ନିମ୍ନରେ ଦିଆଯାଇଥ‌ିବା ସଂଖ୍ୟାଯୋଡ଼ାମାନଙ୍କ ମଧ୍ୟରେ ଥିବା ଅନୁପାତ ଲେଖ ଓ ତାକୁ ଲଘିଷ୍ଠ ଆକାରରେ ପରିଣତ କର ।
() 33 55
ସମାଧାନ:
33 55 ର ଅନୁପାତ = \(\frac{33}{55}\) = \(\frac{3}{5}\)
∴ 33 : 75 = 3 : 5

() 125 175
ସମାଧାନ:
125 175 ର ଅନୁପାତ = \(\frac{125}{175}\) = \(\frac{5}{7}\)
∴ 125 : 175 = 5 : 7

() 108 60
ସମାଧାନ:
108 60 ର ଅନୁପାତ = \(\frac{108}{60}\) = \(\frac{9}{5}\)
∴ 108 : 60 = 9 : 5

() 27 108
ସମାଧାନ:
27 108 ର ଅନୁପାତ = \(\frac{27}{108}\) = \(\frac{1}{4}\)
∴ 27 : 108 = 1 : 4

ଏମାନଙ୍କ ମଧ୍ୟରୁ ପ୍ରଥମ ଅନୁପାତ ସହ ଅନ୍ୟ କେଉଁ ଅନୁପାତଟି ଏକ ସମାନୁପାତ ଗଠନ କରେ ତାକୁ ବାଛ ଓ ଡାହାଣ ପଟେ ଥିବା ଖାଲି ଘରେ ଲେଖ । ପ୍ରଥମ ପ୍ରଶ୍ନର ଉତ୍ତର ଲକ୍ଷ୍ୟ କରି ଅନ୍ୟ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
(କ) 1 : 2, 3 : 4, 8 : 20, 8 : 16
ସମାଧାନ:
1 : 2 :: 8 : 16

(ଖ) 3 : 4, 4 : 3, 30 : 40, 36 : 60
ସମାଧାନ:
3 : 4 :: 30 : 40

(ଗ) 8 : 11, 16 : 22, 24 : 13, 11 : 18
ସମାଧାନ:
8 : 11 :: 16 : 22

(ଘ) 10 : 21, 20 : 63, 30 : 63, 40 : 88
ସମାଧାନ:
10 : 21 :: 30 : 63

(ଙ) 5 : 9, 20 : 18, 20 : 36, 15 : 36
ସମାଧାନ:
5 : 9 :: 20 : 36

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions

ନିଜେ କରି ଦେଖ:
ନିମ୍ନ ସମାନୁପାତରେ ପ୍ରାନ୍ତପଦ ଦୁଇଟିର ଗୁଣଫଳ ଓ ମଧ୍ୟପଦ ଦ୍ଵୟର ଗୁଣଫଳ ମଧ୍ୟରେ କ’ଣ ସଂପର୍କ ଅଛି ? କ’ଣ ଲକ୍ଷ୍ୟ କରୁଛ ଲେଖ ।
(i) 1 : 2 :: 8 : 16
ସମାଧାନ:
ପ୍ରାନ୍ତ ପଦଦ୍ୱୟର ଗୁଣଫଳ = 1 × 16 = 16, ମଧ୍ୟ ପଦଦ୍ୱୟର ଗୁଣଫଳ = 2 × 8 = 16

(ii) 3 : 4 :: 54 : 72
ସମାଧାନ:
ପ୍ରାନ୍ତ ପଦଦ୍ୱୟର ଗୁଣଫଳ = 3 × 72 = 216, ମଧ୍ୟପଦ ଦ୍ଵୟର ଗୁଣଫଳ = 4 × 54 = 216 

(iii) 5 : 9 :: 15 : 27
ସମାଧାନ:
ପ୍ରାନ୍ତ ପଦଦ୍ୱୟର ଗୁଣଫଳ = 5 × 27 = 135, ମଧ୍ୟପଦ ଦ୍ଵୟର ଗୁଣଫଳ = 9 × 15 = 135 

କହିଲ ଦେଖ୍:
କେଉଁ ବିଷୟରେ ପିଲାଟି ଭଲ କରିଛି ?
ସମାଧାନ:
ବିଜ୍ଞାନରେ ପିଲାଟି ଭଲ କରିଛି ।

ନିମ୍ନ ଶତକଡ଼ାଗୁଡ଼ିକୁ ଭଗ୍ନାଂସଂଖ୍ୟାରେ ପରିଣତ କର:
(କ) 25%
ସମାଧାନ:
25% = \(\frac{25}{100}\) = \(\frac{1}{4}\)

(ଖ) 20%
ସମାଧାନ:
20% = \(\frac{20}{100}\) = \(\frac{1}{5}\)

(ଗ) 7%
ସମାଧାନ:
7% = \(\frac{7}{100}\)

(ଘ) 150%
ସମାଧାନ:
150% = \(\frac{150}{100}\) = \(\frac{3}{2}\)

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions

ନିମ୍ନ ଶତକଡ଼ାଗୁଡ଼ିକୁ ଅନୁପାତରେ ପରିଣତ କର:
(କ) 40%
ସମାଧାନ:
40% = \(\frac{40}{100}\) = \(\frac{2}{5}\) = 2 : 5

(ଖ) 45%
ସମାଧାନ:
45% = \(\frac{45}{100}\) = \(\frac{9}{20}\) = 9 : 20

(ଗ) 125%
ସମାଧାନ:
125% = \(\frac{125}{100}\) = \(\frac{5}{4}\) = 5 : 4

(ଘ) 75%
ସମାଧାନ:
75% = \(\frac{75}{100}\) = \(\frac{3}{4}\) = 3 : 4

ନିମ୍ନ ଶତକଡ଼ାଗୁଡ଼ିକୁ ଦଶମିକ ସଂଖ୍ୟାରେ ପରିଣତ କର:
(କ) 25%
ସମାଧାନ:
25% = \(\frac{25}{100}\) = 0.25

(ଖ) 20%
ସମାଧାନ:
20% = \(\frac{20}{100}\) = \(\frac{2}{10}\) = 0.2

(ଗ) 10%
ସମାଧାନ:
10% = \(\frac{10}{100}\) = \(\frac{1}{10}\) = 0.1

(ଘ) 5%
ସମାଧାନ:
5% = \(\frac{5}{100}\) = 0.05

ନିଜେ କରି ଦେଖ:
ପାଖ ଚିତ୍ରରେ ଦେଖାଯାଇଥିବା ଭଳି 35% ଓ 75% କୁ ବିଭିନ୍ନ ରୂପରେ ପ୍ରକାଶ କର ।
ସମାଧାନ:
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions 1

କହିଲ ଦେଖ୍:
\(\frac{3}{4}\) ଓ \(\frac{4}{5}\) ରେ ବଡ଼ କିଏ ? (ଉଭୟକୁ ଶତକଡ଼ାରେ ପ୍ରକାଶ କରି କୁହ)
ସମାଧାନ:
\(\frac{3}{4}\) = (\(\frac{3}{4}\) × 100)% = 75%
\(\frac{4}{5}\) = (\(\frac{4}{5}\) × 100)% = 80%
\(\frac{4}{5}\) ବଡ଼ ।

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions

ଶତକଡ଼ାରେ ପ୍ରକାଶ କର ।
(କ) \(\frac{7}{20}\), \(\frac{3}{5}\), 2\(\frac{3}{2}\), \(\frac{7}{9}\)
ସମାଧାନ:
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions 2

(ଖ) 3 : 4, 6 : 8, 11 : 12, 7 : 18, 5 : 7
ସମାଧାନ:
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions 3

(ଗ) 0.2, 0.19, 0.123, 5.87, 2.05
ସମାଧାନ:
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions 4

କହିଲ ଦେଖ୍:
ମୋର ଓଜନ 250 ଗ୍ରାମ୍, ମୋ ଓଜନର \(\frac{2}{5}\) କେତେ ?
ସମାଧାନ:
250 ଗ୍ରାମ୍ ର \(\frac{2}{5}\) = 250 × \(\frac{2}{5}\) = 100 ଗ୍ରାମ୍ ।

(କ) ତୁମକୁ ତୁମ ମା’ ପ୍ରଥମ ଦିନ 5 ଟି ଲଡ଼ୁ ଓ ଦ୍ବିତୀୟ ଦିନ 3 ଟି ଲଡୁ ଖାଇବାକୁ ଦେଲେ ।
(i) ତୁମକୁ ମୋଟ କେତୋଟି ଲଡୁ ଦେଲେ ?
ସମାଧାନ:
5 + 3 = 8 ଟି ଲଡୁ ।

(ii) କେତେ ଦିନରେ ସେତକ ଲଡ଼ୁ ଖାଇବାକୁ ଦେଲେ ?
ସମାଧାନ:
2 ଦିନ

(iii) ତୁମକୁ ଯଦି ପ୍ରତ୍ୟେକ ଦିନ ତୁମ ମା’ ସମାନ ସଂଖ୍ୟକ ଲଡ଼ୁ ଦେଇଥାନ୍ତେ, ତେବେ ସେତକ ଲଡୁକୁ ତୁମକୁ ପ୍ରତ୍ୟେକ ଦିନ କେତୋଟି ଲେଖାଏଁ ଦେଇଥାନ୍ତେ ?
ସମାଧାନ:
ଦିନକୁ 4 ଟି ଲଡୁ ଦେଲେ 8 ÷ 4 = 2 ଦିନ ଦେଇଥାନ୍ତେ ।

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions

(ଖ) ଜଣେ ଦୋକାନୀ 5 ଦିନରେ ବିକ୍ରି କରିଥିବା ପଙ୍ଖାସଂଖ୍ୟା ନିମ୍ନରେ ଦିଆଗଲା।
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions 5
(i) ମୋଟ କେତୋଟି ପଙ୍ଖା ବିକ୍ରି ହୋଇଛି ?
ସମାଧାନ:
4 + 5 + 3 + 6 + 2 = 20

(ii) ମୋଟ ଦିନ ସଂଖ୍ୟା କେତେ ?
ସମାଧାନ:
 5 ଦିନ

(iii) ଯଦି ଦୋକାନୀଟି ସେହି ପାଞ୍ଚ ଦିନରେ ଦୈନିକ ସମାନ ସଂଖ୍ୟକ ପଙ୍ଖା ବିକ୍ରି କରିଥାନ୍ତେ, ତେବେ ପ୍ରତିଦିନ ସେ କେତୋଟି ପଙ୍ଖା ବିକ୍ରି କରିଥାନ୍ତେ ?
ସମାଧାନ:
 20 ÷ 5 = 4 ଟି

 

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

Odisha State Board BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ Important Questions and Answers.

BSE Odisha Class 6 Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ବାୟୁମଣ୍ଡଳର ବିଭିନ୍ନ ସ୍ତରଗୁଡ଼ିକୁ ଚିତ୍ର ସାହାଯ୍ୟରେ ଦର୍ଶାଅ ଓ ବାୟୁର ବିଭିନ୍ନ ଉପାଦାନଗୁଡ଼ିକର ନାମ ଲେଖ।
Answer:

  • ବାୟୁମଣ୍ଡଳକୁ ୫ ଗୋଟି ସ୍ତରରେ ବିଭକ୍ତ କରାଯାଇଛି; ଯଥା—
    (୧) ଟ୍ରପୋସ୍ପିଅର
    (୨) ଷ୍ଟ୍ରାଟୋସ୍ପିଅର
    (୩) ମେସୋସ୍ପିଅର
    (୪) ଥର୍ମୋସ୍ପିଅର
    (୫) ଏକ୍ସୋସ୍ପିଅର।

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ Q. 2

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

  • ବାୟୁ କେତେକ ବାଷ୍ପ ଓ ଧୂଳିକଣା ଆଦି ପଦାର୍ଥର ଏକ ଭୌତିକ ମିଶ୍ରଣ। ସେହିସବୁ ଉପାଦାନଗୁଡ଼ିକ ହେଲା— ଯବକ୍ଷାରଜାନ, ଅମ୍ଳଜାନ, ଅଙ୍ଗାରକାମ୍ଳ, ଉଦ୍ଜାନ, ଆର୍‌ଗନ୍, ଜେନନ୍, ନିଅନ ଓ ଜଳୀୟବାଷ୍ପ।
  • ବାୟୁର ମୁଖ୍ୟ ଉପାଦାନ ଯବକ୍ଷାରଜାନର ପରିମାଣ ୭୮% ଓ ଅମ୍ଳଜାନର ପରିମାଣ ୨୧% । ଅନ୍ୟାନ୍ୟ ସମସ୍ତ ବାଷ୍ପର ପରିମାଣ ୧% ।

୨। ଅଶ୍ମମଣ୍ଡଳ ବିଷୟରେ ଯାହାଜାଣ ଲେଖ।
Answer:

  • ଅଶ୍ମମଣ୍ଡଳଟି ଭୂତ୍ବକ୍‌ର ବିଭିନ୍ନ ଶିଳା ଓ ମୃତ୍ତିକାସ୍ତରକୁ ନେଇ ଗଠିତ।
  • ଭୂପୃଷ୍ଠରେ ଥ‌ିବା ବିଭିନ୍ନ ଉଦ୍ଭିଦ ଓ ପ୍ରାଣୀମାନଙ୍କ ଜୀବନଧାରଣ ପାଇଁ ଆବଶ୍ୟକ ଅଧିକାଂଶ ଉପାଦାନ ଏହି ଶିଳା ଓ ମୃତ୍ତିକାରୁ ହିଁ ମିଳିଥାଏ।
  • ଅଶ୍ମମଣ୍ଡଳ ପୃଥ‌ିବୀର ସାତୋଟି ମହାଦେଶ ଓ ସମୁଦ୍ରତଳକୁ ନେଇ ଗଠିତ ହୋଇଛି। ଏହି ମହାଦେଶଗୁଡ଼ିକ ହେଲା– ଏସିଆ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକା, ଇଉରୋପ ଓ ଅଷ୍ଟ୍ରେଲିଆ।
  • ଭୂପୃଷ୍ଠରେ ଏହି ମହାଦେଶଗୁଡ଼ିକ ବିସ୍ତୀର୍ଣ୍ଣ ଜଳଭାଗଦ୍ଵାରା ପରସ୍ପରଠାରୁ ଅଲଗା ରହିଛନ୍ତି।
  • ପୃଥ‌ିବୀର ସ୍ଥଳଭାଗ ସାତଟି ମହାଦେଶ ସହ ବିସ୍ତୀର୍ଣ୍ଣ ଜଳଭାଗ ୪ଟି ମହାସାଗରକୁ ନେଇ ଗଠିତ।

୩। ପୃଥ‌ିବୀର ବାରିମଣ୍ଡଳ ବିଷୟରେ ସଂକ୍ଷେପରେ ବର୍ଣ୍ଣନା କର।
Answer:

  • ବାରିମଣ୍ଡଳ ପୃଥ‌ିବୀପୃଷ୍ଠର ପ୍ରାୟ ଶତକଡ଼ା ୭୧ ଭାଗ ସ୍ଥାନ ଅଧିକାର କରିଛି।
  • ଏହି ଜଳ ସାଗର, ମହାସାଗର, ହ୍ରଦ ବ୍ୟତୀତ ପାର୍ବତ୍ୟ ଅଞ୍ଚଳରେ ତୁଷାରରାଶି ଓ ହିମବାହ, ନଦୀ ଓ କେନାଲରେ ପ୍ରବହମାନ ଧାରା, ଭୂଗର୍ଭରେ ସଞ୍ଚ ଜଳ ଓ ବାୟୁମଣ୍ଡଳରେ ଜଳୀୟବାଷ୍ପ ରୂପେ ଥାଏ।
  • ଏହି ସମସ୍ତ ଜଳରାଶିକୁ ନେଇ ବାରିମଣ୍ଡଳ ଗଠିତ।
  • ସମୁଦାୟ ଜଳରାଶିର ଶତକଡ଼ା ୯୭.୨ ଭାଗ ଜଳ ମହାସାଗର ଓ ସାଗରରେ ରହିଛି। ଏହା ଲବଣାକ୍ତ ହୋଇଥିବାରୁ ପାନୀୟ ଅନୁପଯୋଗୀ।
  • ଶତକଡ଼ା ୨.୮ ଭାଗ ଜଳ ପାନୀୟ ଉପଯୋଗୀ । ତାହା ମଧ୍ୟରୁ ଶତକଡ଼ା ପ୍ରାୟ ୨.୭୭ ଭାଗ ଜଳ ବରଫ ଆକାରରେ ଓ ଭୂଗର୍ଭସ୍ଥ ଜଳ ଆକାରରେ ଅଛି। ମାତ୍ର ଶତକଡ଼ା ୦.୦୩ ଭାଗ ଜଳ ପୃଥ‌ିବୀପୃଷ୍ଠରେ ଉପଲବ୍ଧ ।
  • ପୃଥ‌ିବୀପୃଷ୍ଠରେ ଜଳର ପରିମାଣ ଅଧିକ ଥିବାରୁ ଏହା ଜଳୀୟ ଗ୍ରହ ବା ନୀଳଗ୍ରହ ରୂପେ ପରିଚିତ।

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

(କ) ସଂକ୍ଷେପରେ ଉତ୍ତର ଦିଅ।

୧। ପୃଥ‌ିବୀର କେଉଁ କେଉଁ ମହାଦେଶ ସଂପୂର୍ଣ୍ଣ ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ ?
Answer:

  • ପୃଥ‌ିବୀର ୩ଟି ମହାଦେଶ ସଂପୂର୍ଣ୍ଣ ଭାବରେ ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ।
  • ସେଗୁଡ଼ିକ ହେଲା– ଉତ୍ତର ଆମେରିକା, ଏସିଆ ଓ ଇଉରୋପ।

୨। ପରିସଂସ୍ଥା କାହାକୁ କୁହାଯାଏ ?
Answer:

  • ଏକ ନିର୍ଦ୍ଦିଷ୍ଟ ପ୍ରକାରର ଜଳବାୟୁ, ମୃତ୍ତିକା ଓ ସେହି ଅଞ୍ଚଳରେ ରହୁଥ‌ିବା ଜୀବଗୋଷ୍ଠୀକୁ ଦେହ ଏକ ପରିବେଶ ସୃଷ୍ଟି ହୋଇଥାଏ।
  • ଏହାକୁ ପରିସଂସ୍ଥା କୁହାଯାଏ।

୩ । ଭୂଗୋଲକୀୟ ଉଷ୍ମତା ବୃଦ୍ଧି ପାଇବାର କାରଣ କ’ଣ ?
Answer:

  • ଭୂପୃଷ୍ଠରେ ଥ‌ିବା କଳକାରଖାନା, ତାପଜ ଶକ୍ତିକେନ୍ଦ୍ର ଓ ଗମନାଗମନ ପାଇଁ ବ୍ୟବହୃତ ଯାନବାହନରୁ ନିର୍ଗତ ପାଉଁଶ ଓ ଧୂଆଁ ବାୟୁମଣ୍ଡଳକୁ ଦୂଷିତ କରିଥାଏ।
  • ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ବୃଦ୍ଧିପାଇଁ ଭୂଗୋଲକୀୟ ଉଷ୍ଣତା ବୃଦ୍ଧି ହୋଇଥାଏ।

୪। ଆଟ୍‌ଲାଣ୍ଟିକ୍ ମହାସାଗରର ପୂର୍ବ ଓ ପଶ୍ଚିମରେ କେଉଁ କେଉଁ ମହାଦେଶ ଅବସ୍ଥିତ ?
Answer:

  • ଆଟ୍‌ଲାଣ୍ଟିକ୍ ମହାସାଗରର ପୂର୍ବରେ ଇଉରୋପ ଓ ଆଫ୍ରିକା ଅବସ୍ଥିତ।
  • ଏହାର ପଶ୍ଚିମରେ ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା ଅବସ୍ଥିତ।

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

୫। ପ୍ରଶାନ୍ତ ମହାସାଗରର କେଉଁ କେଉଁ ଦିଗରେ କେଉଁ ମହାଦେଶ ଅବସ୍ଥିତ ?
Answer:

  • ପ୍ରଶାନ୍ତ ମହାସାଗରର ପୂର୍ବରେ ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା ମହାଦେଶ ଅବସ୍ଥିତ।
  • ଏହାର ପଶ୍ଚିମରେ ଏସିଆ ଓ ଦକ୍ଷିଣରେ ଆଣ୍ଟର୍କଟିକା ମହାଦେଶ ଅବସ୍ଥିତ।

(ଖ) ପାର୍ଥକ୍ୟ ଦର୍ଶାଅ।

୧। ଅଶ୍ମମଣ୍ଡଳ ଓ ଜୈବ ମଣ୍ଡଳ :
Answer:

 ଅଶ୍ମମଣ୍ଡଳ ଜୈବ ମଣ୍ଡଳ
  • ଅଶ୍ମମଣ୍ଡଳ ଭୂତ୍ବକ୍ର ବିଭିନ୍ନ ଶିଳା ଓ ମୃତ୍ତିକାକୁ ନେଇ ଗଠିତ । ଭୂପୃଷ୍ଠରେ ଥିବା ବିଭିନ୍ନ ଉଦ୍ଭିଦ ଓ ପ୍ରାଣୀମାନଙ୍କ ଜୀବନ ଧାରଣ ପାଇଁ ଆବଶ୍ୟକ ଅଧିକାଂଶ ଉପାଦାନ ଏହି ଶିଳା ଓ ମୃତ୍ତିକାରୁ ହିଁ ମିଳିଥାଏ।
  • ଏହା ପୃଥିବୀର ସାତୋଟି ମହାଦେଶ ଓ ସମୁଦ୍ରତଳକୁ ନେଇ ଗଠିତ।
  • ଭୂପୃଷ୍ଠରେ ଏବଂ ଏହାର ଅଳ୍ପକିଛି ଉପର ଓ ଅଳ୍ପକିଛି ତଳକୁ ତିଷ୍ଠି ରହିଥ‌ିବା ଜୀବ ଓ ଉଦ୍ଭିଦ ଜଗତକୁ ନେଇ ଜୈବ ମଣ୍ଡଳ ଗଠିତ । ଏହି ମଣ୍ଡଳଟି ସମଗ୍ର ଜୀବଜଗତର ଧାରଣ ଓ ପୋଷଣ କର୍ତ୍ତା।
  • ଭୂପୃଷ୍ଠର ମୃତ୍ତିକା, ଜଳ ଓ ବାୟୁଦ୍ୱାରା ଏହି ମଣ୍ଡଳଟି ପରିପୃଷ୍ଠ।

୨। ପ୍ରଶାନ୍ତ ମହାସାଗର ଓ ଆଟଲାଣ୍ଟିକ୍ ମହାସାଗର :
Answer:

 ପ୍ରଶାନ୍ତ ମହାସାଗର ଆଟଲାଣ୍ଟିକ୍ ମହାସାଗର
  • ପ୍ରଶାନ୍ତ ମହାସାଗର ପୃଥ‌ିବୀର ବୃହତ୍ତ ମ ମହାସାଗର । ଏହା ପୃଥ‌ିବୀ ପୃଷ୍ଠର ପ୍ରାୟ ଏକ ତୃତୀୟାଂଶ ସ୍ଥାନ ଅଧୀକାର କରିଛି ।
  • ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା ଏହାର ଉପକୂଳରେ ଅବସ୍ଥିତ।
  • ଆଟଲାଣ୍ଟିକ୍ ମହାସାଗର ପୃଥ‌ିବୀର ଦ୍ବିତୀୟ ବୃହତ୍ତମ ମହାସାଗର। ଏହା ପ୍ରାୟ ଇଂରାଜୀ ଅକ୍ଷର ‘S’ ଆକୃତି ସଦୃଶ।
  • ଏହି ମହାସାଗରର ଗୋଟିଏ ପାର୍ଶ୍ଵରେ ଉତ୍ତର ଓ ଦକ୍ଷିଣ ଆମେରିକା ମହାଦେଶ ଏବଂ ଅନ୍ୟ ଏକ ପାର୍ଶ୍ଵ ରେ ଇଉରୋପ ଓ ଆଫ୍ରିକା ମହାଦେଶ ଅବସ୍ଥିତ।

(ଗ) ସଂକ୍ଷିପ୍ତ ଟିପ୍ପଣୀ :

୧। ନୀଳଗ୍ରହ :
Answer:

  • ପୃଥ‌ିବୀରେ ଜଳଭାଗର ପରିମାଣ ପ୍ରାୟ ଶତକଡ଼ା ୭୧ ଭାଗ ଓ ସ୍ଥଳଭାଗର ପରିମାଣ ପ୍ରାୟ ଶତକଡ଼ା ୨୯ ଭାଗ।
  • ପୃଥ‌ିବୀରେ ଜଳର ପରିମାଣ ଅଧ‌ିକ ହୋଇଥିବାରୁ ଏହାକୁ ଜଳୀୟ ଗ୍ରହ ବା ନୀଳଗ୍ରହ କହନ୍ତି।

୨। ପରିସଂସ୍ଥା :
Answer:
ଏକ ନିର୍ଦ୍ଦିଷ୍ଟ ପ୍ରକାରର ଜଳବାୟୁ, ମୃତ୍ତିକା ଏବଂ ସେହି ଅଞ୍ଚଳରେ ରହୁଥ‌ିବା ପ୍ରାଣୀ ଓ ଉଦ୍ଭିଦମାନଙ୍କୁ ନେଇ ଯେଉଁ ପରିବେଶ ସୃଷ୍ଟି ହୁଏ। ତାହାକୁ ପରିସଂସ୍ଥା କୁହାଯାଏ।

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

୩। ବାୟୁମଣ୍ଡଳ :
Answer:

  • ପୃଥ‌ିବୀର ଚତୁଃପାର୍ଶ୍ଵରେ ବାୟୁର ଏକ ସ୍ତର ଢାଙ୍କି ହୋଇ ରହିଛି। ଭୂପୃଷ୍ଠ ପ୍ରାୟ ୧୬୦୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ବିସ୍ତୃତ। ଜୀବଜଗତର ଶ୍ଵାସକ୍ରିୟା ପାଇଁ ବାୟୁମଣ୍ଡଳ ଅତ୍ୟନ୍ତ ଆବଶ୍ୟକ।
  • ବାୟୁମଣ୍ଡଳର ତାପମାତ୍ରା, ଚାପ, ଘନତ୍ୱ ଆଦି ସବୁଠାରେ ସମାନ ନଥାଏ। ବାୟୁମଣ୍ଡଳରେ ୭୮ ଶତକଡ଼ା ଯବକ୍ଷାରଜାନ ଓ ୨୧ ଭାଗ ଅମ୍ଳଜାନ ରହିଛି।

(ଘ) ଭୌଗୋଳିକ କାରଣ ଦର୍ଶାଅ :

୧। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ଅପେକ୍ଷାକୃତ କମ୍ ଥିଲେ ମଧ୍ୟ ଏହା ଗୁରୁତ୍ବପୂର୍ଣ।
Answer:

  • ବାୟୁମଣ୍ଡଳରେ ଅପେକ୍ଷାକୃତ କମ୍ ପରିମାଣରେ ଥ‌ିବା ଅଙ୍ଗାରକାମ୍ଳ ବାଷ୍ପ ପୃଥ‌ିବୀ ବିକିରଣ କରୁଥିବା ତାପକୁ ଗ୍ରହଣ କରି ପୃଥ‌ିବୀର ଉଷ୍ଣତା ରକ୍ଷା କରିବାରେ ସାହାଯ୍ୟକରେ।
  • ତାଛଡ଼ା ଉଭିଦ ଜଗତର ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟାରେ ଏହା ବିଶେଷ ଆବଶ୍ୟକ ହୋଇଥାଏ। ତେଣୁ ଏହା ଖୁବ୍ ଗୁରୁତ୍ବପୂର୍ଣ୍ଣ।

୨। ପର୍ବତ ଆରୋହଣକାରୀମାନେ ସେମାନଙ୍କ ସହିତ ଅମ୍ଳଜାନ ପୂର୍ଣ୍ଣ ଥଳୀ ଦେଇଥାନ୍ତି।
Answer:

  • ବାୟୁମଣ୍ଡଳରେ ବାୟୁର ଘନତା ସର୍ବତ୍ର ସମାନ ନଥାଏ। ଭୂପୃଷ୍ଠରୁ ଉଚ୍ଚତାର ବୃଦ୍ଧି ସଙ୍ଗେ ସଙ୍ଗେ ବାୟୁର ଘନତା କ୍ରମଶଃ କମି କମି ଯାଏ।
  • ସମୁଦ୍ର ପତ୍ତନରେ ଏହା ସବୁଠାରୁ ଅଧିକ ଏବଂ ପର୍ବତ ଶିଖରରେ ଏହା ବହୁତ କମ୍ ଥାଏ। ତେଣୁ ପର୍ବତ ଶିଖରରେ ଏହା ବହୁତ କମ୍ ଥାଏ। ତେଣୁ ପର୍ବତ ଆରୋହୀମାନେ ଅମ୍ଳଜାନପୂର୍ଣ୍ଣ ଥଳୀ ସାଙ୍ଗରେ ନେ ଇଥାନ୍ତି।

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

(କ) ଶୂନ୍ୟସ୍ଥାନ ପୂରଣ କର।

(୧) ପୃଥ‌ିବୀର ସର୍ବୋଚ୍ଚ ପାର୍ବତ୍ୟ ଶୃଙ୍ଗର ଉଚ୍ଚତା _______ ।
Answer:
୮୮୪୮ ମିଟର

(୨) ଭୂପୃଷ୍ଠର ପ୍ରାୟ _________ ଜଳଭାଗଦ୍ବାରା ବେଷ୍ଟିତ।
Answer:
ତିନି-ଚତୁର୍ଥାଂଶ

(୩) ପୃଥ‌ିବୀର ସାତଟି ମହାଦେଶ ଓ ସମୁଦ୍ରତଳକୁ ନେଇ ___________ ଗଠିତ।
Answer:
ଅଶ୍ମମଣ୍ଡଳ

(୪) ପୃଥ‌ିବୀକୁ ତା’ର ଚତୁଃପାର୍ଶ୍ବରେ ଏକ _________ ଘେରି ରହିଛି।
Answer:
ବାୟୁମଣ୍ଡଳ

(୫) ପୃଥ‌ିବୀର ଗଭୀରତମ ସାମୁଦ୍ରିକ ଖାତ ମାରିଆନା ___________ ମହାସାଗରରେ ଅବସ୍ଥିତ।
Answer:
ପ୍ରଶାନ୍ତ

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

(୬) ଏଭେରେଷ୍ଟର ଉଚ୍ଚତା ___________ ମିଟର।
Answer:
୮୮୪୮ ମିଟର

(୭) ମାରିଆନାର ଗଭୀରତା ___________ ମିଟର।
Answer:
୧୧୦୨୨ ମିଟର

(୮) ପୃଥ‌ିବୀର ବୃହତ୍ତମ ମହାସାଗର _____________।
Answer:
ପ୍ରଶାନ୍ତ ମହାସାଗର

(୯) ପୃଥ‌ିବୀପୃଷ୍ଠରେ ଉପଲବ୍ଧ ଜଳର ପରିମାଣ ____________।
Answer:
୦.୦୩ ଭାଗ

(୧୦) ବାୟୁମଣ୍ଡଳରେ ________ ବାଷ୍ପର ପରିମାଣ ଅଧ୍ଵ ହେଲେ ଭୂଗୋଲକୀୟ ତାପମାତ୍ରାରେ କ୍ରମଶଃ ବୃଦ୍ଧି ଘଟିଥାଏ।
Answer:
ଅଙ୍ଗାରକାମ୍ଳ

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

(ଖ) ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ସଂକ୍ଷେପରେ ଦିଅ।

୧। ସମୁଦାୟ ଜଳରାଶିର ଶତକଡ଼ା କେତେ ଅଂଶ ସାଗର ଓ ମହାସାଗରରେ ଅଛି ?
Answer:
ସମୁଦାୟ ଜଳରାଶିର ଶତକଡ଼ା ୯୭.୨ ଭାଗ ଜଳ ସାଗର ଓ ମହାସାଗରରେ ଅଛି।

୨। ଭୂପୃଷ୍ଠରୁ ପ୍ରାୟ କେତେ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ବିସ୍ତୃତ ?
Answer:
ଭୂପୃଷ୍ଠରୁ ପ୍ରାୟ ୧୬୦୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ବିସ୍ତୃତ।

୩। ସବୁଠାରୁ ଉଚ୍ଚରେ ଥ‌ିବା ସ୍ତରର ନାମ କ’ଣ ?
Answer:
ସବୁଠାରୁ ଉଚ୍ଚରେ ଥିବା ସ୍ତରର ନାମ ଏକ୍ସୋସ୍ପିଅର।

୪। ବାୟୁର ଦୁଇଟି ମୁଖ୍ୟ ଉପାଦାନର ନାମ ଲେଖ।
Answer:
ବାୟୁର ଦୁଇଟି ମୁଖ୍ୟ ଉପାଦାନର ନାମ ଯବକ୍ଷାରଜାନ ଓ ଅମ୍ଳଜାନ।

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

୫। ପବନ କାହାକୁ କୁହାଯାଏ ?
Answer:
ପ୍ରବାହିତ ବାୟୁକୁ ପବନ କୁହାଯାଏ।

୬। ପୃଥ‌ିବୀର ଗଭୀରତମ ସାମୁଦ୍ରିକ ଖାତର ନାମ କ’ଣ ?
Answer:
ପୃଥ‌ିବୀର ଗଭୀରତମ ସାମୁଦ୍ରିକ ଖାତର ନାମ ମାରିଆନା।

୭। ପୃଥ‌ିବୀପୃଷ୍ଠରୁ କେତେ ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ବ୍ୟାପି ରହିଛି ?
Answer:
ପୃଥ‌ିବୀପୃଷ୍ଠରୁ ପ୍ରାୟ ୧୬୦୦ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ବ୍ୟାପି ରହିଛି।

୮। ପୃଥ‌ିବୀର ଦ୍ଵିତୀୟ ବୃହତ୍ତମ ମହାସାଗରର ନାମ କ’ଣ ?
Answer:
ପୃଥ‌ିବୀର ଦ୍ବିତୀୟ ବୃହତ୍ତମ ମହାସାଗରର ନାମ ଆଟ୍‌ଲାଣ୍ଟିକ୍ ମହାସାଗର।

୯। ଏସିଆ ମହାଦେଶର ଦକ୍ଷିଣରେ କେଉଁ ମହାସାଗର ଅଛି ?
Answer:
ଏସିଆ ମହାଦେଶର ଦକ୍ଷିଣରେ ଭାରତ ମହାସାଗର ଅଛି।

୧୦। ଆଟ୍‌ଲାଣ୍ଟିକ୍ ମହାସାଗରର ଆକୃତି କିପରି ?
ଆଟ୍‌ଲାଣ୍ଟିକ୍ ମହାସାଗରର ଆକୃତି ଇଂରାଜୀ ଅକ୍ଷର ‘S’ ପରି।

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

(ଗ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ।

୧। ନିମ୍ନଲିଖ ମଧ୍ୟରୁ ପୃଥ‌ିବୀରେ ସ୍ଥଳଭାଗର ଆୟତନ ଶତକଡ଼ା କେତେ ?
(A) ୩୯ ଭାଗ
(B) ୨୯ ଭାଗ
(C) ୭୮ ଭାଗ
(D) ୭୧ ଭାଗ
Answer:
(B) ୨୯ ଭାଗ

୨। ଗଡ଼ୱିନ୍ ଅଷ୍ଟିନ୍ କେଉଁ ପର୍ବତରେ ଅବସ୍ଥିତ ?
(A) ହିମାଳୟ
(B) ହିନ୍ଦୁକୁଶ
(C) କ୍ୟୁନଲୁନ୍
(D) କାରାକୋରମ୍
Answer:
(D) କାରାକୋରମ୍

୩। ନିମ୍ନଲିଖ ମଧ୍ୟରୁ କେଉଁ ପ୍ରଣାଳୀଟି ସୁମେରୁ ମହାସାଗର ସହିତ ପ୍ରଶାନ୍ତ ମହାସାଗରକୁ ସଂଯୁକ୍ତ କରୁଛି ?
(A) ପକ୍ ପ୍ରଣାଳୀ
(B) ବେରିଂ ପ୍ରଣାଳୀ
(C) ଜିଦ୍ରାଲିଟର ପ୍ରଣାଳୀ
(D) ଇଂଲିଶ୍ ପ୍ରଣାଳୀ
Answer:
(B) ବେରିଂ ପ୍ରଣାଳୀ

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

୪। ନିମ୍ନଲିଖ ମଧ୍ୟରୁ ପୃଥ‌ିବୀର ଉଚ୍ଚତମ ଶୃଙ୍ଗ କିଏ ?
(A) ଏଭେରେଷ୍ଟ
(B) ହିନ୍ଦୁକୁଶ
(C) ଭୂଗୋଲକୀୟ
(D) ଗଭୀରତମ
Answer:
(A) ଏଭେରେଷ୍ଟ

୫। ନିମ୍ନଲିଖ ମଧ୍ୟରୁ ପୃଥ‌ିବୀର ବୃହତ୍ତମ ମହାସାଗର କିଏ ?
(A) ଭାରତ ମହାସାଗର
(B) ଅମ୍ଳଜାନ
(C) ଆଟଲାଣ୍ଟିକ୍ ମହାସାଗର
(D) ପ୍ରଶାନ୍ତ ମହାସାଗର
Answer:
(D) ପ୍ରଶାନ୍ତ ମହାସାଗର

୬। ଭୂପୃଷ୍ଠରେ ଥ‌ିବା ସ୍ଥଳଭାଗର ପରିମାଣ କେତେ ?
(A) ୧/୪
(B) ୧/୩
(C) ୨/୩
(D) ୧/୨
Answer:
(A) ୧/୪

୭। ଆଟଲାଣ୍ଟିକ୍ ମହାସାଗରର ଆକୃତି କେଉଁ ଇଂରାଜୀ ଅକ୍ଷର ପରି ?
(A) T
(B) 0
(C) P
(D) S
Answer:
(D) S

୮। ପୃଥ‌ିବୀର ବାୟୁମଣ୍ଡଳଟି ଭୂପୃଷ୍ଠରୁ କେତେ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ?
(A) ୧୬୦୦
(B) ୧୨୦୦
(C) ୪୦୦୦
(D) ୮୦୦୦
Answer:
(A) ୧୬୦୦

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

୯। ବାୟୁମଣ୍ଡଳରେ କେଉଁ ଗ୍ୟାସ୍‌ର ପରିମାଣ ସବୁଠାରୁ ଅଧିକ ?
(A) ଅମ୍ଳଜାନ
(B) ଅଙ୍ଗାରକାମ୍ଳ
(C)ଆଟଲାଣ୍ଟିକ୍ ମହାସାଗର
(D) ଯବକ୍ଷାରଜାନ
Answer:
(D) ଯବକ୍ଷାରଜାନ

୧୦। ପୃଥ‌ିବୀର ଗଭୀରତମ ସାମୁଦ୍ରିକ ଖାତ ମାରିଆନା କେଉଁ ମହାସାଗରରେ ଅବସ୍ଥିତ ?
(A) ପ୍ର ଶା ନ୍ତ
(B) ଆଟ୍‌ଲାଣ୍ଟିକ୍
(C) ଶୂନ୍ୟସ୍ଥାନ
(D)ପୃଥ‌ିବୀପୃଷ୍ଠରେ
Answer:
(A) ପ୍ର ଶା ନ୍ତ

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

(ଘ) ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର।

1. ପୃଥ‌ିବୀର ଗଭୀରତମ ସାମୁଦ୍ରିକ ଖାତ ମାରିଆନା ____________ ମହାସାଗରରେ ଅବସ୍ଥିତ।
(ପ୍ରଶାନ୍ତ, ଆଟ୍‌ଲାଣ୍ଟିକ୍, ଭାରତ, ସୁମେରୁ)
Answer:
ପ୍ରଶାନ୍ତ

2. ପୃଥ‌ିବୀପୃଷ୍ଠରେ ଥିବା ମଧୁର ଜଳର ପରିମାଣ ପ୍ରାୟ ଶତକଡ଼ା __________ ଭାଗ।
(୧.୮, ୧୮ ୩୮, ୪.୮)
Answer:
୧.୮

3. ସୁମେରୁ ମହାସାଗର ସହିତ ପ୍ରଶାନ୍ତ ମହାସାଗରକୁ __________ ପ୍ରଣାଳୀ ସଂଯୁକ୍ତ କରୁଛି ।
(ଜିବ୍ରାଲିଟର, ପକ୍ , ବେରିଂ, ଇଂଲିଶ )
Answer:
ବେରିଂ

4. ବାୟୁମଣ୍ଡଳରେ _____________ ଗ୍ୟାସ୍‌ ପରିମାଣ ସବୁଠାରୁ ଅଧିକ।
( ଅମ୍ଳଜାନ, ଅଙ୍ଗାରକାମ୍ଳ, ଆରଗନ, ଯବକ୍ଷାରଜାନ)
Answer:
ଯବକ୍ଷାରଜାନ

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

5. ପୃଥ‌ିବୀର ସର୍ବୋଚ୍ଚ ପାର୍ବତ୍ୟ ଶୃଙ୍ଗର ଉଚ୍ଚତା __________ ମିଟର।
(୮୮୪୮, ୮୮୮୪, ୮୪୮୮, ୮୮୮୮ )
Answer:
୮୮୪୮

6. ପୃଥ‌ିବୀପୃଷ୍ଠରେ ଉପଲବ୍ଧ ଜଳର ପରିମାଣ ଶତକଡ଼ା __________ ।
(୦.୩ ଭାଗ, ୦.୦୩ ଭାଗ, ୦.୦୦୩ ଭାଗ, ୩ ଭାଗ)
Answer:
୦.୦୩ ଭାଗ

7. ଭୂପୃଷ୍ଠରେ ଥ‌ିବା ସ୍ଥଳଭାଗର ପରିମାଣ ________________ ।
[୧/୪’ ୧/୩’ ୨/୩’୧/୨]
Answer:
୧/୪’

8. ବାୟୁମଣ୍ଡଳରେ __________ ବାଷ୍ପର ପରିମାଣ ଅଧ୍ଵ ହେଲେ ଭୂଗୋଲକୀୟ ତାପମାତ୍ରାର କ୍ରମଶଃ ବୃଦ୍ଧି ଘଟିଥାଏ।
( ଅମ୍ଳଜାନ, ଅଙ୍ଗାରକାମ୍ଳ, ଆରଗନ୍, ଯବକ୍ଷାରଜାନ )
Answer:
ଅଙ୍ଗାରକାମ୍ଳ

10. ପୃଥ‌ିବୀର ବାୟୁମଣ୍ଡଳଟି ଭୂପୃଷ୍ଠରୁ ________ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ।
(୧୬୦୦, ୧୨୦୦, ୪୦୦, ୮୦୦)
Answer:
୧୬୦୦

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

ତୁମ ପାଇଁ କାମ :

  • ମନୁଷ୍ୟ ଯେଉଁ ଯେଉଁ କାର୍ଯ୍ୟ ପାଇଁ ଅଶ୍ଵମଣ୍ଡଳ, ବାରିମଣ୍ଡଳ ଓ ବାୟୁମଣ୍ଡଳ ଉପରେ ନିର୍ଭରଶୀଳ ତାହାର ତାଲିକା କର।
    Answer:
    ( ନିଜେ କର।)
  • ପୃଥ‌ିବୀର ଚିତ୍ର ଅଙ୍କନ କରି ତହିଁରେ ମହାଦେଶ ଓ ମହାସାଗରଗୁଡ଼ିକୁ ରେଖାଙ୍କିତ ଚିତ୍ରରେ ଦର୍ଶାଅ।
    Answer:
    ( ନିଜେ କର।)
  • ମାନଚିତ୍ର ଅଧ୍ୟୟନକରି ପ୍ରଦତ୍ତ ସାରଣୀଟିରେ ବିଭିନ୍ନ ମହାସାଗର ତଟସ୍ଥ ଦେଶଗୁଡ଼ିକର ନାମ ଲେଖ।
    ( ଦେଶଗୁଡ଼ିକର ନାମ ସାରଣୀରେ ଲେଖୁ ଦିଆଯାଇଛି ।)

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ Q .1