BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions

Odisha State Board BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions Textbook Exercise Questions and Answers.

BSE Odisha Class 6 Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions

ଦତ୍ତ ମାପଦୁଇଟି ମଧ୍ୟରେ ତୁଳନା କର (ଅନୁପାତରେ ପ୍ରକାଶ କର) ।
ଯେପରି: 120 କି.ଗ୍ରା. ଓ 40 କି.ଗ୍ରା. ର ଅନୁପାତ = 120 : 40 = 3 : 1
(କ) 108 ମି. ଓ 72 ମି.
ସମାଧାନ:
108 ମି. ଓ 72 ମି. ର ଅନୁପାତ = 108 : 72 = 3 : 2

(ଖ) 30 ଘଣ୍ଟା 80 ଘଣ୍ଟା
ସମାଧାନ:
30 ଘଣ୍ଟା 80 ଘଣ୍ଟାର ଅନୁପାତ = 30 : 80 = 3 : 8

(ଗ) 72 ଲି. ଓ 100 ଲି.
ସମାଧାନ:
72 ଲି. ଓ 100 ଲି. ର ଅନୁପାତ = 72 : 100 = 18 : 25

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions

ନିମ୍ନରେ ଦିଆଯାଇଥ‌ିବା ସଂଖ୍ୟାଯୋଡ଼ାମାନଙ୍କ ମଧ୍ୟରେ ଥିବା ଅନୁପାତ ଲେଖ ଓ ତାକୁ ଲଘିଷ୍ଠ ଆକାରରେ ପରିଣତ କର ।
() 33 55
ସମାଧାନ:
33 55 ର ଅନୁପାତ = \(\frac{33}{55}\) = \(\frac{3}{5}\)
∴ 33 : 75 = 3 : 5

() 125 175
ସମାଧାନ:
125 175 ର ଅନୁପାତ = \(\frac{125}{175}\) = \(\frac{5}{7}\)
∴ 125 : 175 = 5 : 7

() 108 60
ସମାଧାନ:
108 60 ର ଅନୁପାତ = \(\frac{108}{60}\) = \(\frac{9}{5}\)
∴ 108 : 60 = 9 : 5

() 27 108
ସମାଧାନ:
27 108 ର ଅନୁପାତ = \(\frac{27}{108}\) = \(\frac{1}{4}\)
∴ 27 : 108 = 1 : 4

ଏମାନଙ୍କ ମଧ୍ୟରୁ ପ୍ରଥମ ଅନୁପାତ ସହ ଅନ୍ୟ କେଉଁ ଅନୁପାତଟି ଏକ ସମାନୁପାତ ଗଠନ କରେ ତାକୁ ବାଛ ଓ ଡାହାଣ ପଟେ ଥିବା ଖାଲି ଘରେ ଲେଖ । ପ୍ରଥମ ପ୍ରଶ୍ନର ଉତ୍ତର ଲକ୍ଷ୍ୟ କରି ଅନ୍ୟ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
(କ) 1 : 2, 3 : 4, 8 : 20, 8 : 16
ସମାଧାନ:
1 : 2 :: 8 : 16

(ଖ) 3 : 4, 4 : 3, 30 : 40, 36 : 60
ସମାଧାନ:
3 : 4 :: 30 : 40

(ଗ) 8 : 11, 16 : 22, 24 : 13, 11 : 18
ସମାଧାନ:
8 : 11 :: 16 : 22

(ଘ) 10 : 21, 20 : 63, 30 : 63, 40 : 88
ସମାଧାନ:
10 : 21 :: 30 : 63

(ଙ) 5 : 9, 20 : 18, 20 : 36, 15 : 36
ସମାଧାନ:
5 : 9 :: 20 : 36

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions

ନିଜେ କରି ଦେଖ:
ନିମ୍ନ ସମାନୁପାତରେ ପ୍ରାନ୍ତପଦ ଦୁଇଟିର ଗୁଣଫଳ ଓ ମଧ୍ୟପଦ ଦ୍ଵୟର ଗୁଣଫଳ ମଧ୍ୟରେ କ’ଣ ସଂପର୍କ ଅଛି ? କ’ଣ ଲକ୍ଷ୍ୟ କରୁଛ ଲେଖ ।
(i) 1 : 2 :: 8 : 16
ସମାଧାନ:
ପ୍ରାନ୍ତ ପଦଦ୍ୱୟର ଗୁଣଫଳ = 1 × 16 = 16, ମଧ୍ୟ ପଦଦ୍ୱୟର ଗୁଣଫଳ = 2 × 8 = 16

(ii) 3 : 4 :: 54 : 72
ସମାଧାନ:
ପ୍ରାନ୍ତ ପଦଦ୍ୱୟର ଗୁଣଫଳ = 3 × 72 = 216, ମଧ୍ୟପଦ ଦ୍ଵୟର ଗୁଣଫଳ = 4 × 54 = 216 

(iii) 5 : 9 :: 15 : 27
ସମାଧାନ:
ପ୍ରାନ୍ତ ପଦଦ୍ୱୟର ଗୁଣଫଳ = 5 × 27 = 135, ମଧ୍ୟପଦ ଦ୍ଵୟର ଗୁଣଫଳ = 9 × 15 = 135 

କହିଲ ଦେଖ୍:
କେଉଁ ବିଷୟରେ ପିଲାଟି ଭଲ କରିଛି ?
ସମାଧାନ:
ବିଜ୍ଞାନରେ ପିଲାଟି ଭଲ କରିଛି ।

ନିମ୍ନ ଶତକଡ଼ାଗୁଡ଼ିକୁ ଭଗ୍ନାଂସଂଖ୍ୟାରେ ପରିଣତ କର:
(କ) 25%
ସମାଧାନ:
25% = \(\frac{25}{100}\) = \(\frac{1}{4}\)

(ଖ) 20%
ସମାଧାନ:
20% = \(\frac{20}{100}\) = \(\frac{1}{5}\)

(ଗ) 7%
ସମାଧାନ:
7% = \(\frac{7}{100}\)

(ଘ) 150%
ସମାଧାନ:
150% = \(\frac{150}{100}\) = \(\frac{3}{2}\)

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions

ନିମ୍ନ ଶତକଡ଼ାଗୁଡ଼ିକୁ ଅନୁପାତରେ ପରିଣତ କର:
(କ) 40%
ସମାଧାନ:
40% = \(\frac{40}{100}\) = \(\frac{2}{5}\) = 2 : 5

(ଖ) 45%
ସମାଧାନ:
45% = \(\frac{45}{100}\) = \(\frac{9}{20}\) = 9 : 20

(ଗ) 125%
ସମାଧାନ:
125% = \(\frac{125}{100}\) = \(\frac{5}{4}\) = 5 : 4

(ଘ) 75%
ସମାଧାନ:
75% = \(\frac{75}{100}\) = \(\frac{3}{4}\) = 3 : 4

ନିମ୍ନ ଶତକଡ଼ାଗୁଡ଼ିକୁ ଦଶମିକ ସଂଖ୍ୟାରେ ପରିଣତ କର:
(କ) 25%
ସମାଧାନ:
25% = \(\frac{25}{100}\) = 0.25

(ଖ) 20%
ସମାଧାନ:
20% = \(\frac{20}{100}\) = \(\frac{2}{10}\) = 0.2

(ଗ) 10%
ସମାଧାନ:
10% = \(\frac{10}{100}\) = \(\frac{1}{10}\) = 0.1

(ଘ) 5%
ସମାଧାନ:
5% = \(\frac{5}{100}\) = 0.05

ନିଜେ କରି ଦେଖ:
ପାଖ ଚିତ୍ରରେ ଦେଖାଯାଇଥିବା ଭଳି 35% ଓ 75% କୁ ବିଭିନ୍ନ ରୂପରେ ପ୍ରକାଶ କର ।
ସମାଧାନ:
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions 1

କହିଲ ଦେଖ୍:
\(\frac{3}{4}\) ଓ \(\frac{4}{5}\) ରେ ବଡ଼ କିଏ ? (ଉଭୟକୁ ଶତକଡ଼ାରେ ପ୍ରକାଶ କରି କୁହ)
ସମାଧାନ:
\(\frac{3}{4}\) = (\(\frac{3}{4}\) × 100)% = 75%
\(\frac{4}{5}\) = (\(\frac{4}{5}\) × 100)% = 80%
\(\frac{4}{5}\) ବଡ଼ ।

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions

ଶତକଡ଼ାରେ ପ୍ରକାଶ କର ।
(କ) \(\frac{7}{20}\), \(\frac{3}{5}\), 2\(\frac{3}{2}\), \(\frac{7}{9}\)
ସମାଧାନ:
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions 2

(ଖ) 3 : 4, 6 : 8, 11 : 12, 7 : 18, 5 : 7
ସମାଧାନ:
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions 3

(ଗ) 0.2, 0.19, 0.123, 5.87, 2.05
ସମାଧାନ:
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions 4

କହିଲ ଦେଖ୍:
ମୋର ଓଜନ 250 ଗ୍ରାମ୍, ମୋ ଓଜନର \(\frac{2}{5}\) କେତେ ?
ସମାଧାନ:
250 ଗ୍ରାମ୍ ର \(\frac{2}{5}\) = 250 × \(\frac{2}{5}\) = 100 ଗ୍ରାମ୍ ।

(କ) ତୁମକୁ ତୁମ ମା’ ପ୍ରଥମ ଦିନ 5 ଟି ଲଡ଼ୁ ଓ ଦ୍ବିତୀୟ ଦିନ 3 ଟି ଲଡୁ ଖାଇବାକୁ ଦେଲେ ।
(i) ତୁମକୁ ମୋଟ କେତୋଟି ଲଡୁ ଦେଲେ ?
ସମାଧାନ:
5 + 3 = 8 ଟି ଲଡୁ ।

(ii) କେତେ ଦିନରେ ସେତକ ଲଡ଼ୁ ଖାଇବାକୁ ଦେଲେ ?
ସମାଧାନ:
2 ଦିନ

(iii) ତୁମକୁ ଯଦି ପ୍ରତ୍ୟେକ ଦିନ ତୁମ ମା’ ସମାନ ସଂଖ୍ୟକ ଲଡ଼ୁ ଦେଇଥାନ୍ତେ, ତେବେ ସେତକ ଲଡୁକୁ ତୁମକୁ ପ୍ରତ୍ୟେକ ଦିନ କେତୋଟି ଲେଖାଏଁ ଦେଇଥାନ୍ତେ ?
ସମାଧାନ:
ଦିନକୁ 4 ଟି ଲଡୁ ଦେଲେ 8 ÷ 4 = 2 ଦିନ ଦେଇଥାନ୍ତେ ।

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions

(ଖ) ଜଣେ ଦୋକାନୀ 5 ଦିନରେ ବିକ୍ରି କରିଥିବା ପଙ୍ଖାସଂଖ୍ୟା ନିମ୍ନରେ ଦିଆଗଲା।
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ InText Questions 5
(i) ମୋଟ କେତୋଟି ପଙ୍ଖା ବିକ୍ରି ହୋଇଛି ?
ସମାଧାନ:
4 + 5 + 3 + 6 + 2 = 20

(ii) ମୋଟ ଦିନ ସଂଖ୍ୟା କେତେ ?
ସମାଧାନ:
 5 ଦିନ

(iii) ଯଦି ଦୋକାନୀଟି ସେହି ପାଞ୍ଚ ଦିନରେ ଦୈନିକ ସମାନ ସଂଖ୍ୟକ ପଙ୍ଖା ବିକ୍ରି କରିଥାନ୍ତେ, ତେବେ ପ୍ରତିଦିନ ସେ କେତୋଟି ପଙ୍ଖା ବିକ୍ରି କରିଥାନ୍ତେ ?
ସମାଧାନ:
 20 ÷ 5 = 4 ଟି

 

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

Odisha State Board BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ Important Questions and Answers.

BSE Odisha Class 6 Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ବାୟୁମଣ୍ଡଳର ବିଭିନ୍ନ ସ୍ତରଗୁଡ଼ିକୁ ଚିତ୍ର ସାହାଯ୍ୟରେ ଦର୍ଶାଅ ଓ ବାୟୁର ବିଭିନ୍ନ ଉପାଦାନଗୁଡ଼ିକର ନାମ ଲେଖ।
Answer:

  • ବାୟୁମଣ୍ଡଳକୁ ୫ ଗୋଟି ସ୍ତରରେ ବିଭକ୍ତ କରାଯାଇଛି; ଯଥା—
    (୧) ଟ୍ରପୋସ୍ପିଅର
    (୨) ଷ୍ଟ୍ରାଟୋସ୍ପିଅର
    (୩) ମେସୋସ୍ପିଅର
    (୪) ଥର୍ମୋସ୍ପିଅର
    (୫) ଏକ୍ସୋସ୍ପିଅର।

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ Q. 2

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

  • ବାୟୁ କେତେକ ବାଷ୍ପ ଓ ଧୂଳିକଣା ଆଦି ପଦାର୍ଥର ଏକ ଭୌତିକ ମିଶ୍ରଣ। ସେହିସବୁ ଉପାଦାନଗୁଡ଼ିକ ହେଲା— ଯବକ୍ଷାରଜାନ, ଅମ୍ଳଜାନ, ଅଙ୍ଗାରକାମ୍ଳ, ଉଦ୍ଜାନ, ଆର୍‌ଗନ୍, ଜେନନ୍, ନିଅନ ଓ ଜଳୀୟବାଷ୍ପ।
  • ବାୟୁର ମୁଖ୍ୟ ଉପାଦାନ ଯବକ୍ଷାରଜାନର ପରିମାଣ ୭୮% ଓ ଅମ୍ଳଜାନର ପରିମାଣ ୨୧% । ଅନ୍ୟାନ୍ୟ ସମସ୍ତ ବାଷ୍ପର ପରିମାଣ ୧% ।

୨। ଅଶ୍ମମଣ୍ଡଳ ବିଷୟରେ ଯାହାଜାଣ ଲେଖ।
Answer:

  • ଅଶ୍ମମଣ୍ଡଳଟି ଭୂତ୍ବକ୍‌ର ବିଭିନ୍ନ ଶିଳା ଓ ମୃତ୍ତିକାସ୍ତରକୁ ନେଇ ଗଠିତ।
  • ଭୂପୃଷ୍ଠରେ ଥ‌ିବା ବିଭିନ୍ନ ଉଦ୍ଭିଦ ଓ ପ୍ରାଣୀମାନଙ୍କ ଜୀବନଧାରଣ ପାଇଁ ଆବଶ୍ୟକ ଅଧିକାଂଶ ଉପାଦାନ ଏହି ଶିଳା ଓ ମୃତ୍ତିକାରୁ ହିଁ ମିଳିଥାଏ।
  • ଅଶ୍ମମଣ୍ଡଳ ପୃଥ‌ିବୀର ସାତୋଟି ମହାଦେଶ ଓ ସମୁଦ୍ରତଳକୁ ନେଇ ଗଠିତ ହୋଇଛି। ଏହି ମହାଦେଶଗୁଡ଼ିକ ହେଲା– ଏସିଆ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକା, ଇଉରୋପ ଓ ଅଷ୍ଟ୍ରେଲିଆ।
  • ଭୂପୃଷ୍ଠରେ ଏହି ମହାଦେଶଗୁଡ଼ିକ ବିସ୍ତୀର୍ଣ୍ଣ ଜଳଭାଗଦ୍ଵାରା ପରସ୍ପରଠାରୁ ଅଲଗା ରହିଛନ୍ତି।
  • ପୃଥ‌ିବୀର ସ୍ଥଳଭାଗ ସାତଟି ମହାଦେଶ ସହ ବିସ୍ତୀର୍ଣ୍ଣ ଜଳଭାଗ ୪ଟି ମହାସାଗରକୁ ନେଇ ଗଠିତ।

୩। ପୃଥ‌ିବୀର ବାରିମଣ୍ଡଳ ବିଷୟରେ ସଂକ୍ଷେପରେ ବର୍ଣ୍ଣନା କର।
Answer:

  • ବାରିମଣ୍ଡଳ ପୃଥ‌ିବୀପୃଷ୍ଠର ପ୍ରାୟ ଶତକଡ଼ା ୭୧ ଭାଗ ସ୍ଥାନ ଅଧିକାର କରିଛି।
  • ଏହି ଜଳ ସାଗର, ମହାସାଗର, ହ୍ରଦ ବ୍ୟତୀତ ପାର୍ବତ୍ୟ ଅଞ୍ଚଳରେ ତୁଷାରରାଶି ଓ ହିମବାହ, ନଦୀ ଓ କେନାଲରେ ପ୍ରବହମାନ ଧାରା, ଭୂଗର୍ଭରେ ସଞ୍ଚ ଜଳ ଓ ବାୟୁମଣ୍ଡଳରେ ଜଳୀୟବାଷ୍ପ ରୂପେ ଥାଏ।
  • ଏହି ସମସ୍ତ ଜଳରାଶିକୁ ନେଇ ବାରିମଣ୍ଡଳ ଗଠିତ।
  • ସମୁଦାୟ ଜଳରାଶିର ଶତକଡ଼ା ୯୭.୨ ଭାଗ ଜଳ ମହାସାଗର ଓ ସାଗରରେ ରହିଛି। ଏହା ଲବଣାକ୍ତ ହୋଇଥିବାରୁ ପାନୀୟ ଅନୁପଯୋଗୀ।
  • ଶତକଡ଼ା ୨.୮ ଭାଗ ଜଳ ପାନୀୟ ଉପଯୋଗୀ । ତାହା ମଧ୍ୟରୁ ଶତକଡ଼ା ପ୍ରାୟ ୨.୭୭ ଭାଗ ଜଳ ବରଫ ଆକାରରେ ଓ ଭୂଗର୍ଭସ୍ଥ ଜଳ ଆକାରରେ ଅଛି। ମାତ୍ର ଶତକଡ଼ା ୦.୦୩ ଭାଗ ଜଳ ପୃଥ‌ିବୀପୃଷ୍ଠରେ ଉପଲବ୍ଧ ।
  • ପୃଥ‌ିବୀପୃଷ୍ଠରେ ଜଳର ପରିମାଣ ଅଧିକ ଥିବାରୁ ଏହା ଜଳୀୟ ଗ୍ରହ ବା ନୀଳଗ୍ରହ ରୂପେ ପରିଚିତ।

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

(କ) ସଂକ୍ଷେପରେ ଉତ୍ତର ଦିଅ।

୧। ପୃଥ‌ିବୀର କେଉଁ କେଉଁ ମହାଦେଶ ସଂପୂର୍ଣ୍ଣ ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ ?
Answer:

  • ପୃଥ‌ିବୀର ୩ଟି ମହାଦେଶ ସଂପୂର୍ଣ୍ଣ ଭାବରେ ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ।
  • ସେଗୁଡ଼ିକ ହେଲା– ଉତ୍ତର ଆମେରିକା, ଏସିଆ ଓ ଇଉରୋପ।

୨। ପରିସଂସ୍ଥା କାହାକୁ କୁହାଯାଏ ?
Answer:

  • ଏକ ନିର୍ଦ୍ଦିଷ୍ଟ ପ୍ରକାରର ଜଳବାୟୁ, ମୃତ୍ତିକା ଓ ସେହି ଅଞ୍ଚଳରେ ରହୁଥ‌ିବା ଜୀବଗୋଷ୍ଠୀକୁ ଦେହ ଏକ ପରିବେଶ ସୃଷ୍ଟି ହୋଇଥାଏ।
  • ଏହାକୁ ପରିସଂସ୍ଥା କୁହାଯାଏ।

୩ । ଭୂଗୋଲକୀୟ ଉଷ୍ମତା ବୃଦ୍ଧି ପାଇବାର କାରଣ କ’ଣ ?
Answer:

  • ଭୂପୃଷ୍ଠରେ ଥ‌ିବା କଳକାରଖାନା, ତାପଜ ଶକ୍ତିକେନ୍ଦ୍ର ଓ ଗମନାଗମନ ପାଇଁ ବ୍ୟବହୃତ ଯାନବାହନରୁ ନିର୍ଗତ ପାଉଁଶ ଓ ଧୂଆଁ ବାୟୁମଣ୍ଡଳକୁ ଦୂଷିତ କରିଥାଏ।
  • ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ବୃଦ୍ଧିପାଇଁ ଭୂଗୋଲକୀୟ ଉଷ୍ଣତା ବୃଦ୍ଧି ହୋଇଥାଏ।

୪। ଆଟ୍‌ଲାଣ୍ଟିକ୍ ମହାସାଗରର ପୂର୍ବ ଓ ପଶ୍ଚିମରେ କେଉଁ କେଉଁ ମହାଦେଶ ଅବସ୍ଥିତ ?
Answer:

  • ଆଟ୍‌ଲାଣ୍ଟିକ୍ ମହାସାଗରର ପୂର୍ବରେ ଇଉରୋପ ଓ ଆଫ୍ରିକା ଅବସ୍ଥିତ।
  • ଏହାର ପଶ୍ଚିମରେ ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା ଅବସ୍ଥିତ।

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

୫। ପ୍ରଶାନ୍ତ ମହାସାଗରର କେଉଁ କେଉଁ ଦିଗରେ କେଉଁ ମହାଦେଶ ଅବସ୍ଥିତ ?
Answer:

  • ପ୍ରଶାନ୍ତ ମହାସାଗରର ପୂର୍ବରେ ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା ମହାଦେଶ ଅବସ୍ଥିତ।
  • ଏହାର ପଶ୍ଚିମରେ ଏସିଆ ଓ ଦକ୍ଷିଣରେ ଆଣ୍ଟର୍କଟିକା ମହାଦେଶ ଅବସ୍ଥିତ।

(ଖ) ପାର୍ଥକ୍ୟ ଦର୍ଶାଅ।

୧। ଅଶ୍ମମଣ୍ଡଳ ଓ ଜୈବ ମଣ୍ଡଳ :
Answer:

 ଅଶ୍ମମଣ୍ଡଳ ଜୈବ ମଣ୍ଡଳ
  • ଅଶ୍ମମଣ୍ଡଳ ଭୂତ୍ବକ୍ର ବିଭିନ୍ନ ଶିଳା ଓ ମୃତ୍ତିକାକୁ ନେଇ ଗଠିତ । ଭୂପୃଷ୍ଠରେ ଥିବା ବିଭିନ୍ନ ଉଦ୍ଭିଦ ଓ ପ୍ରାଣୀମାନଙ୍କ ଜୀବନ ଧାରଣ ପାଇଁ ଆବଶ୍ୟକ ଅଧିକାଂଶ ଉପାଦାନ ଏହି ଶିଳା ଓ ମୃତ୍ତିକାରୁ ହିଁ ମିଳିଥାଏ।
  • ଏହା ପୃଥିବୀର ସାତୋଟି ମହାଦେଶ ଓ ସମୁଦ୍ରତଳକୁ ନେଇ ଗଠିତ।
  • ଭୂପୃଷ୍ଠରେ ଏବଂ ଏହାର ଅଳ୍ପକିଛି ଉପର ଓ ଅଳ୍ପକିଛି ତଳକୁ ତିଷ୍ଠି ରହିଥ‌ିବା ଜୀବ ଓ ଉଦ୍ଭିଦ ଜଗତକୁ ନେଇ ଜୈବ ମଣ୍ଡଳ ଗଠିତ । ଏହି ମଣ୍ଡଳଟି ସମଗ୍ର ଜୀବଜଗତର ଧାରଣ ଓ ପୋଷଣ କର୍ତ୍ତା।
  • ଭୂପୃଷ୍ଠର ମୃତ୍ତିକା, ଜଳ ଓ ବାୟୁଦ୍ୱାରା ଏହି ମଣ୍ଡଳଟି ପରିପୃଷ୍ଠ।

୨। ପ୍ରଶାନ୍ତ ମହାସାଗର ଓ ଆଟଲାଣ୍ଟିକ୍ ମହାସାଗର :
Answer:

 ପ୍ରଶାନ୍ତ ମହାସାଗର ଆଟଲାଣ୍ଟିକ୍ ମହାସାଗର
  • ପ୍ରଶାନ୍ତ ମହାସାଗର ପୃଥ‌ିବୀର ବୃହତ୍ତ ମ ମହାସାଗର । ଏହା ପୃଥ‌ିବୀ ପୃଷ୍ଠର ପ୍ରାୟ ଏକ ତୃତୀୟାଂଶ ସ୍ଥାନ ଅଧୀକାର କରିଛି ।
  • ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା ଏହାର ଉପକୂଳରେ ଅବସ୍ଥିତ।
  • ଆଟଲାଣ୍ଟିକ୍ ମହାସାଗର ପୃଥ‌ିବୀର ଦ୍ବିତୀୟ ବୃହତ୍ତମ ମହାସାଗର। ଏହା ପ୍ରାୟ ଇଂରାଜୀ ଅକ୍ଷର ‘S’ ଆକୃତି ସଦୃଶ।
  • ଏହି ମହାସାଗରର ଗୋଟିଏ ପାର୍ଶ୍ଵରେ ଉତ୍ତର ଓ ଦକ୍ଷିଣ ଆମେରିକା ମହାଦେଶ ଏବଂ ଅନ୍ୟ ଏକ ପାର୍ଶ୍ଵ ରେ ଇଉରୋପ ଓ ଆଫ୍ରିକା ମହାଦେଶ ଅବସ୍ଥିତ।

(ଗ) ସଂକ୍ଷିପ୍ତ ଟିପ୍ପଣୀ :

୧। ନୀଳଗ୍ରହ :
Answer:

  • ପୃଥ‌ିବୀରେ ଜଳଭାଗର ପରିମାଣ ପ୍ରାୟ ଶତକଡ଼ା ୭୧ ଭାଗ ଓ ସ୍ଥଳଭାଗର ପରିମାଣ ପ୍ରାୟ ଶତକଡ଼ା ୨୯ ଭାଗ।
  • ପୃଥ‌ିବୀରେ ଜଳର ପରିମାଣ ଅଧ‌ିକ ହୋଇଥିବାରୁ ଏହାକୁ ଜଳୀୟ ଗ୍ରହ ବା ନୀଳଗ୍ରହ କହନ୍ତି।

୨। ପରିସଂସ୍ଥା :
Answer:
ଏକ ନିର୍ଦ୍ଦିଷ୍ଟ ପ୍ରକାରର ଜଳବାୟୁ, ମୃତ୍ତିକା ଏବଂ ସେହି ଅଞ୍ଚଳରେ ରହୁଥ‌ିବା ପ୍ରାଣୀ ଓ ଉଦ୍ଭିଦମାନଙ୍କୁ ନେଇ ଯେଉଁ ପରିବେଶ ସୃଷ୍ଟି ହୁଏ। ତାହାକୁ ପରିସଂସ୍ଥା କୁହାଯାଏ।

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

୩। ବାୟୁମଣ୍ଡଳ :
Answer:

  • ପୃଥ‌ିବୀର ଚତୁଃପାର୍ଶ୍ଵରେ ବାୟୁର ଏକ ସ୍ତର ଢାଙ୍କି ହୋଇ ରହିଛି। ଭୂପୃଷ୍ଠ ପ୍ରାୟ ୧୬୦୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ବିସ୍ତୃତ। ଜୀବଜଗତର ଶ୍ଵାସକ୍ରିୟା ପାଇଁ ବାୟୁମଣ୍ଡଳ ଅତ୍ୟନ୍ତ ଆବଶ୍ୟକ।
  • ବାୟୁମଣ୍ଡଳର ତାପମାତ୍ରା, ଚାପ, ଘନତ୍ୱ ଆଦି ସବୁଠାରେ ସମାନ ନଥାଏ। ବାୟୁମଣ୍ଡଳରେ ୭୮ ଶତକଡ଼ା ଯବକ୍ଷାରଜାନ ଓ ୨୧ ଭାଗ ଅମ୍ଳଜାନ ରହିଛି।

(ଘ) ଭୌଗୋଳିକ କାରଣ ଦର୍ଶାଅ :

୧। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ଅପେକ୍ଷାକୃତ କମ୍ ଥିଲେ ମଧ୍ୟ ଏହା ଗୁରୁତ୍ବପୂର୍ଣ।
Answer:

  • ବାୟୁମଣ୍ଡଳରେ ଅପେକ୍ଷାକୃତ କମ୍ ପରିମାଣରେ ଥ‌ିବା ଅଙ୍ଗାରକାମ୍ଳ ବାଷ୍ପ ପୃଥ‌ିବୀ ବିକିରଣ କରୁଥିବା ତାପକୁ ଗ୍ରହଣ କରି ପୃଥ‌ିବୀର ଉଷ୍ଣତା ରକ୍ଷା କରିବାରେ ସାହାଯ୍ୟକରେ।
  • ତାଛଡ଼ା ଉଭିଦ ଜଗତର ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟାରେ ଏହା ବିଶେଷ ଆବଶ୍ୟକ ହୋଇଥାଏ। ତେଣୁ ଏହା ଖୁବ୍ ଗୁରୁତ୍ବପୂର୍ଣ୍ଣ।

୨। ପର୍ବତ ଆରୋହଣକାରୀମାନେ ସେମାନଙ୍କ ସହିତ ଅମ୍ଳଜାନ ପୂର୍ଣ୍ଣ ଥଳୀ ଦେଇଥାନ୍ତି।
Answer:

  • ବାୟୁମଣ୍ଡଳରେ ବାୟୁର ଘନତା ସର୍ବତ୍ର ସମାନ ନଥାଏ। ଭୂପୃଷ୍ଠରୁ ଉଚ୍ଚତାର ବୃଦ୍ଧି ସଙ୍ଗେ ସଙ୍ଗେ ବାୟୁର ଘନତା କ୍ରମଶଃ କମି କମି ଯାଏ।
  • ସମୁଦ୍ର ପତ୍ତନରେ ଏହା ସବୁଠାରୁ ଅଧିକ ଏବଂ ପର୍ବତ ଶିଖରରେ ଏହା ବହୁତ କମ୍ ଥାଏ। ତେଣୁ ପର୍ବତ ଶିଖରରେ ଏହା ବହୁତ କମ୍ ଥାଏ। ତେଣୁ ପର୍ବତ ଆରୋହୀମାନେ ଅମ୍ଳଜାନପୂର୍ଣ୍ଣ ଥଳୀ ସାଙ୍ଗରେ ନେ ଇଥାନ୍ତି।

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

(କ) ଶୂନ୍ୟସ୍ଥାନ ପୂରଣ କର।

(୧) ପୃଥ‌ିବୀର ସର୍ବୋଚ୍ଚ ପାର୍ବତ୍ୟ ଶୃଙ୍ଗର ଉଚ୍ଚତା _______ ।
Answer:
୮୮୪୮ ମିଟର

(୨) ଭୂପୃଷ୍ଠର ପ୍ରାୟ _________ ଜଳଭାଗଦ୍ବାରା ବେଷ୍ଟିତ।
Answer:
ତିନି-ଚତୁର୍ଥାଂଶ

(୩) ପୃଥ‌ିବୀର ସାତଟି ମହାଦେଶ ଓ ସମୁଦ୍ରତଳକୁ ନେଇ ___________ ଗଠିତ।
Answer:
ଅଶ୍ମମଣ୍ଡଳ

(୪) ପୃଥ‌ିବୀକୁ ତା’ର ଚତୁଃପାର୍ଶ୍ବରେ ଏକ _________ ଘେରି ରହିଛି।
Answer:
ବାୟୁମଣ୍ଡଳ

(୫) ପୃଥ‌ିବୀର ଗଭୀରତମ ସାମୁଦ୍ରିକ ଖାତ ମାରିଆନା ___________ ମହାସାଗରରେ ଅବସ୍ଥିତ।
Answer:
ପ୍ରଶାନ୍ତ

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

(୬) ଏଭେରେଷ୍ଟର ଉଚ୍ଚତା ___________ ମିଟର।
Answer:
୮୮୪୮ ମିଟର

(୭) ମାରିଆନାର ଗଭୀରତା ___________ ମିଟର।
Answer:
୧୧୦୨୨ ମିଟର

(୮) ପୃଥ‌ିବୀର ବୃହତ୍ତମ ମହାସାଗର _____________।
Answer:
ପ୍ରଶାନ୍ତ ମହାସାଗର

(୯) ପୃଥ‌ିବୀପୃଷ୍ଠରେ ଉପଲବ୍ଧ ଜଳର ପରିମାଣ ____________।
Answer:
୦.୦୩ ଭାଗ

(୧୦) ବାୟୁମଣ୍ଡଳରେ ________ ବାଷ୍ପର ପରିମାଣ ଅଧ୍ଵ ହେଲେ ଭୂଗୋଲକୀୟ ତାପମାତ୍ରାରେ କ୍ରମଶଃ ବୃଦ୍ଧି ଘଟିଥାଏ।
Answer:
ଅଙ୍ଗାରକାମ୍ଳ

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

(ଖ) ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ସଂକ୍ଷେପରେ ଦିଅ।

୧। ସମୁଦାୟ ଜଳରାଶିର ଶତକଡ଼ା କେତେ ଅଂଶ ସାଗର ଓ ମହାସାଗରରେ ଅଛି ?
Answer:
ସମୁଦାୟ ଜଳରାଶିର ଶତକଡ଼ା ୯୭.୨ ଭାଗ ଜଳ ସାଗର ଓ ମହାସାଗରରେ ଅଛି।

୨। ଭୂପୃଷ୍ଠରୁ ପ୍ରାୟ କେତେ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ବିସ୍ତୃତ ?
Answer:
ଭୂପୃଷ୍ଠରୁ ପ୍ରାୟ ୧୬୦୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ବିସ୍ତୃତ।

୩। ସବୁଠାରୁ ଉଚ୍ଚରେ ଥ‌ିବା ସ୍ତରର ନାମ କ’ଣ ?
Answer:
ସବୁଠାରୁ ଉଚ୍ଚରେ ଥିବା ସ୍ତରର ନାମ ଏକ୍ସୋସ୍ପିଅର।

୪। ବାୟୁର ଦୁଇଟି ମୁଖ୍ୟ ଉପାଦାନର ନାମ ଲେଖ।
Answer:
ବାୟୁର ଦୁଇଟି ମୁଖ୍ୟ ଉପାଦାନର ନାମ ଯବକ୍ଷାରଜାନ ଓ ଅମ୍ଳଜାନ।

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

୫। ପବନ କାହାକୁ କୁହାଯାଏ ?
Answer:
ପ୍ରବାହିତ ବାୟୁକୁ ପବନ କୁହାଯାଏ।

୬। ପୃଥ‌ିବୀର ଗଭୀରତମ ସାମୁଦ୍ରିକ ଖାତର ନାମ କ’ଣ ?
Answer:
ପୃଥ‌ିବୀର ଗଭୀରତମ ସାମୁଦ୍ରିକ ଖାତର ନାମ ମାରିଆନା।

୭। ପୃଥ‌ିବୀପୃଷ୍ଠରୁ କେତେ ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ବ୍ୟାପି ରହିଛି ?
Answer:
ପୃଥ‌ିବୀପୃଷ୍ଠରୁ ପ୍ରାୟ ୧୬୦୦ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବାୟୁମଣ୍ଡଳ ବ୍ୟାପି ରହିଛି।

୮। ପୃଥ‌ିବୀର ଦ୍ଵିତୀୟ ବୃହତ୍ତମ ମହାସାଗରର ନାମ କ’ଣ ?
Answer:
ପୃଥ‌ିବୀର ଦ୍ବିତୀୟ ବୃହତ୍ତମ ମହାସାଗରର ନାମ ଆଟ୍‌ଲାଣ୍ଟିକ୍ ମହାସାଗର।

୯। ଏସିଆ ମହାଦେଶର ଦକ୍ଷିଣରେ କେଉଁ ମହାସାଗର ଅଛି ?
Answer:
ଏସିଆ ମହାଦେଶର ଦକ୍ଷିଣରେ ଭାରତ ମହାସାଗର ଅଛି।

୧୦। ଆଟ୍‌ଲାଣ୍ଟିକ୍ ମହାସାଗରର ଆକୃତି କିପରି ?
ଆଟ୍‌ଲାଣ୍ଟିକ୍ ମହାସାଗରର ଆକୃତି ଇଂରାଜୀ ଅକ୍ଷର ‘S’ ପରି।

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

(ଗ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ।

୧। ନିମ୍ନଲିଖ ମଧ୍ୟରୁ ପୃଥ‌ିବୀରେ ସ୍ଥଳଭାଗର ଆୟତନ ଶତକଡ଼ା କେତେ ?
(A) ୩୯ ଭାଗ
(B) ୨୯ ଭାଗ
(C) ୭୮ ଭାଗ
(D) ୭୧ ଭାଗ
Answer:
(B) ୨୯ ଭାଗ

୨। ଗଡ଼ୱିନ୍ ଅଷ୍ଟିନ୍ କେଉଁ ପର୍ବତରେ ଅବସ୍ଥିତ ?
(A) ହିମାଳୟ
(B) ହିନ୍ଦୁକୁଶ
(C) କ୍ୟୁନଲୁନ୍
(D) କାରାକୋରମ୍
Answer:
(D) କାରାକୋରମ୍

୩। ନିମ୍ନଲିଖ ମଧ୍ୟରୁ କେଉଁ ପ୍ରଣାଳୀଟି ସୁମେରୁ ମହାସାଗର ସହିତ ପ୍ରଶାନ୍ତ ମହାସାଗରକୁ ସଂଯୁକ୍ତ କରୁଛି ?
(A) ପକ୍ ପ୍ରଣାଳୀ
(B) ବେରିଂ ପ୍ରଣାଳୀ
(C) ଜିଦ୍ରାଲିଟର ପ୍ରଣାଳୀ
(D) ଇଂଲିଶ୍ ପ୍ରଣାଳୀ
Answer:
(B) ବେରିଂ ପ୍ରଣାଳୀ

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

୪। ନିମ୍ନଲିଖ ମଧ୍ୟରୁ ପୃଥ‌ିବୀର ଉଚ୍ଚତମ ଶୃଙ୍ଗ କିଏ ?
(A) ଏଭେରେଷ୍ଟ
(B) ହିନ୍ଦୁକୁଶ
(C) ଭୂଗୋଲକୀୟ
(D) ଗଭୀରତମ
Answer:
(A) ଏଭେରେଷ୍ଟ

୫। ନିମ୍ନଲିଖ ମଧ୍ୟରୁ ପୃଥ‌ିବୀର ବୃହତ୍ତମ ମହାସାଗର କିଏ ?
(A) ଭାରତ ମହାସାଗର
(B) ଅମ୍ଳଜାନ
(C) ଆଟଲାଣ୍ଟିକ୍ ମହାସାଗର
(D) ପ୍ରଶାନ୍ତ ମହାସାଗର
Answer:
(D) ପ୍ରଶାନ୍ତ ମହାସାଗର

୬। ଭୂପୃଷ୍ଠରେ ଥ‌ିବା ସ୍ଥଳଭାଗର ପରିମାଣ କେତେ ?
(A) ୧/୪
(B) ୧/୩
(C) ୨/୩
(D) ୧/୨
Answer:
(A) ୧/୪

୭। ଆଟଲାଣ୍ଟିକ୍ ମହାସାଗରର ଆକୃତି କେଉଁ ଇଂରାଜୀ ଅକ୍ଷର ପରି ?
(A) T
(B) 0
(C) P
(D) S
Answer:
(D) S

୮। ପୃଥ‌ିବୀର ବାୟୁମଣ୍ଡଳଟି ଭୂପୃଷ୍ଠରୁ କେତେ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ?
(A) ୧୬୦୦
(B) ୧୨୦୦
(C) ୪୦୦୦
(D) ୮୦୦୦
Answer:
(A) ୧୬୦୦

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

୯। ବାୟୁମଣ୍ଡଳରେ କେଉଁ ଗ୍ୟାସ୍‌ର ପରିମାଣ ସବୁଠାରୁ ଅଧିକ ?
(A) ଅମ୍ଳଜାନ
(B) ଅଙ୍ଗାରକାମ୍ଳ
(C)ଆଟଲାଣ୍ଟିକ୍ ମହାସାଗର
(D) ଯବକ୍ଷାରଜାନ
Answer:
(D) ଯବକ୍ଷାରଜାନ

୧୦। ପୃଥ‌ିବୀର ଗଭୀରତମ ସାମୁଦ୍ରିକ ଖାତ ମାରିଆନା କେଉଁ ମହାସାଗରରେ ଅବସ୍ଥିତ ?
(A) ପ୍ର ଶା ନ୍ତ
(B) ଆଟ୍‌ଲାଣ୍ଟିକ୍
(C) ଶୂନ୍ୟସ୍ଥାନ
(D)ପୃଥ‌ିବୀପୃଷ୍ଠରେ
Answer:
(A) ପ୍ର ଶା ନ୍ତ

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

(ଘ) ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର।

1. ପୃଥ‌ିବୀର ଗଭୀରତମ ସାମୁଦ୍ରିକ ଖାତ ମାରିଆନା ____________ ମହାସାଗରରେ ଅବସ୍ଥିତ।
(ପ୍ରଶାନ୍ତ, ଆଟ୍‌ଲାଣ୍ଟିକ୍, ଭାରତ, ସୁମେରୁ)
Answer:
ପ୍ରଶାନ୍ତ

2. ପୃଥ‌ିବୀପୃଷ୍ଠରେ ଥିବା ମଧୁର ଜଳର ପରିମାଣ ପ୍ରାୟ ଶତକଡ଼ା __________ ଭାଗ।
(୧.୮, ୧୮ ୩୮, ୪.୮)
Answer:
୧.୮

3. ସୁମେରୁ ମହାସାଗର ସହିତ ପ୍ରଶାନ୍ତ ମହାସାଗରକୁ __________ ପ୍ରଣାଳୀ ସଂଯୁକ୍ତ କରୁଛି ।
(ଜିବ୍ରାଲିଟର, ପକ୍ , ବେରିଂ, ଇଂଲିଶ )
Answer:
ବେରିଂ

4. ବାୟୁମଣ୍ଡଳରେ _____________ ଗ୍ୟାସ୍‌ ପରିମାଣ ସବୁଠାରୁ ଅଧିକ।
( ଅମ୍ଳଜାନ, ଅଙ୍ଗାରକାମ୍ଳ, ଆରଗନ, ଯବକ୍ଷାରଜାନ)
Answer:
ଯବକ୍ଷାରଜାନ

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

5. ପୃଥ‌ିବୀର ସର୍ବୋଚ୍ଚ ପାର୍ବତ୍ୟ ଶୃଙ୍ଗର ଉଚ୍ଚତା __________ ମିଟର।
(୮୮୪୮, ୮୮୮୪, ୮୪୮୮, ୮୮୮୮ )
Answer:
୮୮୪୮

6. ପୃଥ‌ିବୀପୃଷ୍ଠରେ ଉପଲବ୍ଧ ଜଳର ପରିମାଣ ଶତକଡ଼ା __________ ।
(୦.୩ ଭାଗ, ୦.୦୩ ଭାଗ, ୦.୦୦୩ ଭାଗ, ୩ ଭାଗ)
Answer:
୦.୦୩ ଭାଗ

7. ଭୂପୃଷ୍ଠରେ ଥ‌ିବା ସ୍ଥଳଭାଗର ପରିମାଣ ________________ ।
[୧/୪’ ୧/୩’ ୨/୩’୧/୨]
Answer:
୧/୪’

8. ବାୟୁମଣ୍ଡଳରେ __________ ବାଷ୍ପର ପରିମାଣ ଅଧ୍ଵ ହେଲେ ଭୂଗୋଲକୀୟ ତାପମାତ୍ରାର କ୍ରମଶଃ ବୃଦ୍ଧି ଘଟିଥାଏ।
( ଅମ୍ଳଜାନ, ଅଙ୍ଗାରକାମ୍ଳ, ଆରଗନ୍, ଯବକ୍ଷାରଜାନ )
Answer:
ଅଙ୍ଗାରକାମ୍ଳ

10. ପୃଥ‌ିବୀର ବାୟୁମଣ୍ଡଳଟି ଭୂପୃଷ୍ଠରୁ ________ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ।
(୧୬୦୦, ୧୨୦୦, ୪୦୦, ୮୦୦)
Answer:
୧୬୦୦

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

ତୁମ ପାଇଁ କାମ :

  • ମନୁଷ୍ୟ ଯେଉଁ ଯେଉଁ କାର୍ଯ୍ୟ ପାଇଁ ଅଶ୍ଵମଣ୍ଡଳ, ବାରିମଣ୍ଡଳ ଓ ବାୟୁମଣ୍ଡଳ ଉପରେ ନିର୍ଭରଶୀଳ ତାହାର ତାଲିକା କର।
    Answer:
    ( ନିଜେ କର।)
  • ପୃଥ‌ିବୀର ଚିତ୍ର ଅଙ୍କନ କରି ତହିଁରେ ମହାଦେଶ ଓ ମହାସାଗରଗୁଡ଼ିକୁ ରେଖାଙ୍କିତ ଚିତ୍ରରେ ଦର୍ଶାଅ।
    Answer:
    ( ନିଜେ କର।)
  • ମାନଚିତ୍ର ଅଧ୍ୟୟନକରି ପ୍ରଦତ୍ତ ସାରଣୀଟିରେ ବିଭିନ୍ନ ମହାସାଗର ତଟସ୍ଥ ଦେଶଗୁଡ଼ିକର ନାମ ଲେଖ।
    ( ଦେଶଗୁଡ଼ିକର ନାମ ସାରଣୀରେ ଲେଖୁ ଦିଆଯାଇଛି ।)

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ

BSE Odisha 6th Class Geography Important Questions Chapter 5 ପୃଥିବୀର ମଣ୍ଡଳସମୂହ Q .1

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions

Odisha State Board BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions Textbook Exercise Questions and Answers.

BSE Odisha Class 6 Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions

ନିମ୍ନରେ ଜଣେ ଦୋକାନୀର କେତେକ ଜିନିଷର ବିକ୍ରିକୁ ଲାଭ ଓ କ୍ଷତିରେ ସୂରଯାଇଛି। ଲାଭ ଓ କ୍ଷତି ହେଉଛି ଦୁଇଟି ବିପରୀତ ଅବସ୍ଥା। ଲାଭକୁ ‘+’ ସଂକେତ ଦ୍ୱାରା ସୂରଯାଉଥ‌ିବା ବେଳେ ‘ କ୍ଷତି’ କୁ ‘-’ ସଂକେତ ଦ୍ୱାରା ସୂରଯାଇଥାଏ। କେତେକ ପରିସ୍ଥିତିର ବର୍ଣ୍ଣନା କରାଯାଇଛି, ସଂକେତ ବ୍ୟବହାର କରି ଲେଖ –

କିନିଷର ନାମ ଲାଭ କ୍ଷତି ଡପଯୁକ୍ତ ଚିହ୍ନ ବ୍ୟବହାର କରି ସୂଚାଇବା
ସୋରିଷତେକ 150 ଟଙ୍କା
ଚାଡଳ 250 ଟଙ୍କା
ଗୋଲମରିଚ 225 ଟଙ୍କା
ଗହମ 200 ଟଙ୍କା
ଆଳୁ 50 ଟଙ୍କା

ସମାଧାନ:

କିନିଷର ନାମ ଲାଭ କ୍ଷତି ଡପଯୁକ୍ତ ଚିହ୍ନ ବ୍ୟବହାର କରି ସୂଚାଇବା
ସୋରିଷତେକ 150 ଟଙ୍କା + 150 ଟଙ୍କା
ଚାଡଳ 250 ଟଙ୍କା – 250 ଟଙ୍କା
ଗୋଲମରିଚ 225 ଟଙ୍କା + 225 ଟଙ୍କା
ଗହମ 200 ଟଙ୍କା + 200 ଟଙ୍କା
ଆଳୁ 50 ଟଙ୍କା – 50 ଟଙ୍କା

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions

ନିଜେ କରି ଦେଖ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions 1
ଉପରିସ୍ଥ ସଂଖ୍ୟାରେଖାକୁ ଦେଖ୍ ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ । 
-ଶୂନ (0) ସୂଚକ ବିନ୍ଦୁ ପାଖରୁ ଡାହାଣକୁ 3 ଏକକ ଯାଅ, କେଉଁ ସଂଖ୍ୟା  ପାଇଲ ?
ସମାଧାନ:
+3

ଶୂନ (0) ସୂଚକ ବିନ୍ଦୁ ପାଖରୁ ବାମକୁ ଓ ଏକକ ଯାଅ, କେଉଁ ସଂଖ୍ୟା ପାଇଲ ? 
ସମାଧାନ:
 -3

କହିଲ ଦେଖ୍:
ସଂଖ୍ୟାରେଖା ବ୍ୟବହାର କରି -4 ରେ +6 ଯୋଗକଲେ ଯୋଗଫଳ କେତେ ହେବ ?
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions 2
ଏଣୁ (4) + (+6) = +2

ନିଜେ କରି ଦେଖ:
(i) ଯେ କୌଣସି ଦୁଇଟି ଧନାତ୍ମକ ପୂର୍ବସଂଖ୍ୟା ନିଅ । ପ୍ରଥମ ସଂଖ୍ୟାଟିରେ ଦ୍ବିତୀୟ ସଂଖ୍ୟାଟିକୁ ମିଶାଅ । ଏବେ ଦ୍ବିତୀୟ ସଂଖ୍ୟାରେ ପ୍ରଥମ ସଂଖ୍ୟାକୁ ମିଶାଅ । ଉଭୟ ଯୋଗଫଳ ସମାନ ହେଲା କି ?
ସମାଧାନ:
3 + 5 = 8, 5 + 3 = 8 ଉଭୟ ଯୋଗଫଳ ସମାନ ।

(ii) ଗୋଟିଏ ଧନାତ୍ମକ ପୂର୍ଣ୍ଣସଂଖ୍ୟା ଓ ଗୋଟିଏ ଋଣାତ୍ମକ ପୂର୍ଣ୍ଣସଂଖ୍ୟା ନେଇ ସେହିଭଳି କାମଟିକୁ କର । ଦୁଇଟି ଯାକ ଯୋଗଫଳ ମଧ୍ୟରେ କ’ଣ ଲକ୍ଷ୍ୟ କରୁଛ ?
ସମାଧାନ:
– 3 + (-5) = −2, (−5) + 3 = -2; ଉଭୟ ଯୋଗଫଳ ସମାନ ।

(iii) ଦୁଇଟି ଋଣାତ୍ମକ ପୂର୍ବସଂଖ୍ୟା ନେଇ ପ୍ରଥମ ସଂଖ୍ୟାରେ ଦ୍ବିତୀୟ ସଂଖ୍ୟାକୁ ମିଶାଇ ଯୋଗଫଳ କେତେ ହେଲା ଲେଖ । ଏବେ ଦ୍ବିତୀୟ ସଂଖ୍ୟାରେ ପ୍ରଥମ ସଂଖ୍ୟାକୁ ଯୋଗକରି ଯୋଗଫଳ ନିର୍ଣ୍ଣୟ କର । ଉଭୟ ଯୋଗଫଳ ସମାନ ହେଉଛି କି ?
ସମାଧାନ:
(-3) + (-5) = -8 , (-5) + (-3) = -8; ଉଭୟ ଯୋଗଫଳ ସମାନ ।

(iv) ଉପରେ କରିଥିବା ତିନୋଟି କାମରୁ କ’ଣ ଜାଣିଲ ?
ସମାଧାନ:
ଦୁଇଟି ପୂର୍ଣ୍ଣ ସଂଖ୍ୟାକୁ ଯେକୌଣସି କ୍ରମରେ ଯୋଗକଲେ ଯୋଗଫଳ ସମାନ ହୁଏ ।

କହିଲ ଦେଖ୍:
ପୂର୍ଣ୍ଣସଂଖ୍ୟା ମଧ୍ୟରେ ବିୟୋଗ ପ୍ରକ୍ରିୟା କ୍ରମବିନିମୟୀ ନିୟମ ପାଳନ କରେ କି ?
ସମାଧାନ:
ପୂର୍ଣ୍ଣସଂଖ୍ୟା ମଧ୍ୟରେ ବିୟୋଗ ପ୍ରକ୍ରିୟା କ୍ରମବିନିମୟୀ ନିୟମ ପାଳନ କରେ ନାହିଁ ।

1. ସଂଖ୍ୟାରେଖା ସାହାଯ୍ୟରେ କେତେ ଯୋଡ଼ା ବିପରୀତ ସଂଖ୍ୟାର ଯୋଗଫଳ ନିର୍ଣ୍ଣୟ କର ।
(i) (+4) + (-4) = କେତେ ?
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions 3
(+4) + (-4) = 0

(ii) (-7) + (+7) = କେତେ ?
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions 4
(-7) + (+7)= 0

(iii) (+8) + (-8) = କେତେ ?
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions 5
(+8) + (-8) = 0

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା InText Questions

2. ଉପରୋକ୍ତ ତିନୋଟି ଯୋଗଫଳରୁ କ’ଣ ଲକ୍ଷ୍ୟ କରୁଛ ?
ସମାଧାନ:
ଦୁଇଟି ବିପରୀତ ସଂଖ୍ୟାର ଯୋଗଫଳ 0 ।

3. -12, +6, -1394 ଓ +1579 ର ପରମ ମାନ ନିର୍ଣ୍ଣୟ କର ।
ସମାଧାନ:
-12 ର ପରମମାନ = | -12 | = 12;
+6 ର ପରମମାନ = | +6 | = 6;
-1394 ର ପରମମାନ = | –1394 |= 1394; 
+1579 ର ପରମମାନ = | +1579 | = 1579

4. +8 କୁ ବିଭିନ୍ନ ପ୍ରକାରରେ ଦୁଇଟି ଧନାତ୍ମକ ରାଶିର ସମଷ୍ଟି ରୂପେ ଲେଖ ।
ସମାଧାନ:
+8 = (+7) + (+1) = (+6) + (+2)
= (+5) + (+3) = (+4) + (+4)
= (+3) + (+5) = (+2) + (+6) = (+1) + (+7)

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.3

Odisha State Board BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.3 Textbook Exercise Questions and Answers.

BSE Odisha Class 6 Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.3

Question 1.
ନିମ୍ନ ପ୍ରଶ୍ନମାନଙ୍କର ଉତ୍ତର ଦିଅ –
(କ) (+5) ଏକ ପୂର୍ଣସଂଖ୍ୟା, (-6) ଏକ ପୂର୍ଣସଂଖ୍ୟା ।
(+5) + (-6) = (-1), ଏଠାରେ ପୂର୍ବସଂଖ୍ୟା ଦୁଇଟିର ଯୋଗଫଳ ଏକ ପୂର୍ବସଂଖ୍ୟା ହେଲା।
ଏଥୁରୁ ଯୋଗ ପ୍ରକ୍ରିୟା କେଉଁ ନିୟମ ପାଳନ କରୁଥିବାର ଜଣାପଡିଲା ?
ସମାଧାନ:
ଥ୍ରୁ ଯୋଗ ପ୍ରକ୍ରିୟା ସଂବୃତ୍ତି ନିୟମ ପାଳନ କରୁଥିବାର ଜଣାପଡ଼ିଲା ।

(ଖ) ପୂର୍ବସଂଖ୍ୟାରେ ଯୋଗ ପ୍ରକ୍ରିୟା ଅଭେଦ ନିୟମ ପାଳନ କରେ- ଗୋଟିଏ ଉଦାହରଣ ଦେଇ ବୁଝାଅ । 
ସମାଧାନ:
(+3) + (0) = +3, (0) + (+3) = +3 
∴ (+3) + (0) = 0 + (+3) = +3
ପୂର୍ଣ ସଂଖ୍ୟାରେ ଯୋଗ ପ୍ରକ୍ରିୟା ଅଭେଦ ନିୟମ ପାଳନ କରେ । 

(ଗ) ଗୋଟିଏ ଧନାତ୍ମକ ପୂର୍ବସଂଖ୍ୟା ନିଅ। ଏହାର ଯୋଗାତ୍ମକ ବିଲୋମୀ ନିଶ୍ଚୟ କର। ତୁମେ ନେଇଥିବା ଧନାତ୍ମକ ସଂଖ୍ୟା ଓ ତାହାର ଯୋଗାତ୍ମକ ବିଲୋମୀର ସମଷ୍ଟି କେତେ ହେବ ସ୍ଥିର କର।
ସମାଧାନ:
+5 ର ଯୋଗାତ୍ମକ ବିଲୋମୀ -5 ।
(+5) + (-5) = 0
∴ ଧନାତ୍ମକ ସଂଖ୍ୟା ଓ ତାହାର ଯୋଗାତ୍ମକ ବିଲୋମୀର ସମଷ୍ଟି 0 ।

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.3

Question 2.
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.3 1 ଏହା (+1) କୁ ସୂଋଏ, ସେହିପରି BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.3 2 ଏହା (-)କୁ ସୂଋଏ ତେବେ ନିମ୍ନ ଯୋଗଫଳକୁଡ଼ିକୁ ସ୍ଥିର କର।
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.3 3
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.3 4

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2

Odisha State Board BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 Textbook Exercise Questions and Answers.

BSE Odisha Class 6 Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2

Question 1.
ଗୋଟିଏ ସଂଖ୍ୟାରେଖା ଅଙ୍କନ କରି ସେଥିରେ ପୂର୍ଣ୍ଣସଂଖ୍ୟାମାନ ଚିହ୍ନଟ କର । ସେହି ସଂଖ୍ୟାରେଖା ସାହାଯ୍ୟରେ ନିମ୍ନ ପ୍ରଶ୍ନମାନଙ୍କର ଉତ୍ତର ଦିଅ ।
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 1
(କ) -3 ସୂଚକ ବିନ୍ଦୁଠାରୁ ସେହି ସଂଖ୍ୟାର ଯୋଗାତ୍ମକ ବିଲୋମୀ (ବା ବିପରୀତ ସଂଖ୍ୟା) ସଂଖ୍ୟା ସୂଚକ ବିନ୍ଦୁର ଦୂରତା କେତେ ଏକକ ?
ସମାଧାନ:
-3 ର ଯୋଗାତ୍ମକ ବିଲୋମୀ (ବା ବିପରୀତ ସଂଖ୍ୟା) = 3
-3 ସୂଚକ ବିନ୍ଦୁଠାରୁ 3 ସୂଚକ ବିନ୍ଦୁର ଦୂରତା = 3 – (–3) = 3 + 3 = 6 ଏକକ

(ଖ) -7 ସୂଚକ ବିନ୍ଦୁ ଓ -4 ସୂଚକ ବିନ୍ଦୁ ମଧ୍ୟରେ ଦୂରତା କେତେ ?
ସମାଧାନ:
-7 ସୂଚକ ବିନ୍ଦୁ ଓ -4 ସୂଚକ ବିନ୍ଦୁ ମଧ୍ୟରେ ଦୂରତା = -4 – (-7) = -4 + 7 = 3

(ଗ) +7 ସୂଚକ ବିନ୍ଦୁ ଓ + 4 ସୂଚକ ବିନ୍ଦୁ ମଧ୍ୟରେ ଦୂରତା କେତେ ?
ସମାଧାନ:
+7 ସୂଚକ ବିନ୍ଦୁ ଓ +4 ସୂଚକ ବିନ୍ଦୁ ମଧ୍ୟରେ ଦୂରତା = 7 – 4 = 3

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2

Question 2.
ସଂଖ୍ୟାରେଖାଟିଏ ଅଙ୍କନ କରି ସେଥ‌ିରେ ପୂର୍ବସଂଖ୍ୟା ମାନଙ୍କୁ ଚିହ୍ନଟ କର । ସେହି ସଂଖ୍ୟା ରେଖାକୁ ଦେଖୁ ନିମ୍ନ ପ୍ରଶ୍ନମାନଙ୍କର ଉତ୍ତର ଦିଅ ।
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 2
(କ) -2 ସୂଚକ ବିନ୍ଦୁ ପାଖରୁ 4 ଏକକ ବାମକୁ ଆସିଲେ କେଉଁ ସଂଖ୍ୟା ସୂଚକ ବିନ୍ଦୁ ପାଖରେ ପହଞ୍ଚିବ ? 
ସମାଧାନ:
-2 ବିନ୍ଦୁ ପାଖରେ 4 ଏକକ ବାମକୁ ଆସିଲେ, -2 – 4 = -6 ସୂଚକ ବିନ୍ଦୁ ପାଖରେ ପହଞ୍ଚିବ ।

(ଖ) +4 ସୂଚକ ବିନ୍ଦୁଠାରୁ 7 ଏକକ ବାମକୁ ଆସିଲେ କେଉଁ ସଂଖ୍ୟା ପାଖରେ ପହଞ୍ଚିବ ?
ସମାଧାନ:
+4 ସୂଚକ ବିନ୍ଦୁଠାରୁ 7 ଏକକ ବାମକୁ ଆସିଲେ +4 – 7 = -3 ସୂଚକ ବିନ୍ଦୁ ପାଖରେ ପହଞ୍ଚିବ ।

(ଗ) -5 ସୂଚକ ବିନ୍ଦୁ ପାଖରୁ 4 ଏକକ ଡ଼ାହାଣକୁ ଆସିଲେ କେଉଁ ସଂଖ୍ୟା ପାଖରେ ପହଞ୍ଚିବ ?
ସମାଧାନ:
-5 ସୂଚକ ବିନ୍ଦୁ ପାଖରୁ 4 ଏକକ ଡାହାଣକୁ ଆସିଲେ –5 + 4 = -1 ସୂଚକ ବିନ୍ଦୁ ପାଖରେ ପହଞ୍ଚିବ ।

(ଘ) -2 ସୂଚକ ବନ୍ଧୁଠାରୁ 5 ଏକକ ଡ଼ାହାଣକୁ ଗଲେ, କେଉଁ ସଂଖ୍ୟା ପାଖରେ ପହଞ୍ଚିବ ?
ସମାଧାନ:
-2 ସୂଚକ ବିନ୍ଦୁଠାରୁ 5 ଏକକ ଡାହାଣକୁ ଗଲେ –2 + 5 = 3 ସୂଚକ ବିନ୍ଦୁ ପାଖରେ ପହଞ୍ଚିବ ।

Question 3.
ସଂଖ୍ୟାରେଖା ସାହାଯ୍ୟରେ ଯୋଗକର । ପ୍ରତ୍ୟେକ ପ୍ରଶ୍ନ ସମାଧାନ ପାଇଁ ଗୋଟିଏ ସଂଖ୍ୟାରେଖାର ସାହାଯ୍ୟ ନିଅ।
(କ) (+3) + (+2)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 3
ଏଣୁ (+3) + (+2) = +5

(ଖ) (-2) + (+5)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 4
(-2) + (+5) = +3

(ଗ) (+8) + (-3)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 5
(+8) + (-3) = +5

(ଘ) (-7) + (+4)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 6
(-7) + (+4) = -3

(ଙ) (-3) + (-4)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 7
(-3) + (-4) = -3 – (+4) = -3 – (+4) = -7

(ଚ) (+5) + (0)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 8
(+5) + (0) = +5

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2

Question 4.
ପ୍ରତ୍ୟେକ ପ୍ରଶ୍ନ ଲାଗି ଗୋଟିଏ ସଂଖ୍ୟାରେଖା ଅଙ୍କନ କରି ବିୟୋଗ କର ।
(କ) (+5) – (+3)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 9
(+5) – (+3) = +2

(ଖ) (+7) – (-4)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 10
(+7) – (-4) = (+7) + (4) = +11

(ଗ) (+5) – (+8)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 11
(+5) – (+8) = -3

(ଘ) (+4) – (-7)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 12
(+4) – (-7) = (+4) + (+7) = +11

(ଙ) (-4) – (+3)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 13
(-4) – (+3) = -7

(ଚ) (-6) – (-5)
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.2 14
(-6) – (-5) = -6 + (+5) = -1

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

Odisha State Board BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ Textbook Exercise Questions and Answers.

BSE Odisha Class 9 Odia Solutions Chapter 11 ପ୍ରକୃତ ବନ୍ଧୁ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର
Question ୧।
ସଗୋତ୍ର ଓ ଅସଗୋତ୍ର ଏହିପରି ଆଉ କେଉଁ କେଉଁ ବିରୋଧାତ୍ମକ ଶବ୍ଦ ଅଛି ପାଠ ମଧ୍ୟରୁ ଖୋଜି ବାହାର କର ।
Answer:
BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ 1
BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ 2

Question ୨।
ନିଜ ସହିତ ଗୋଟିଏ ଶ୍ରେଣୀରେ ପଠନ କରେ ଯିଏ ତାକୁ କହନ୍ତି ‘ସହପାଠୀ’ । ସେହିପରି ‘ସହ’ ଲଗାଇ ଆଉ ତିନୋଟି ଶବ୍ଦ ଗଢ଼ !
Answer:
ନିଜ ସହିତ ଗୋଟିଏ କ୍ଷେତ୍ରରେ କର୍ମ କରେ ଯିଏ – ସହକର୍ମୀ ।
ନିଜ ସହିତ ଗୋଟିଏ ସ୍ଥାନକୁ ଯାତ୍ରା କରେ ଯିଏ – ସହଯାତ୍ରୀ ।
ନିଜ ସହିତ ଗୋଟିଏ କାର୍ଯ୍ୟକୁ କରେ ଯିଏ – ସହକାରୀ ।

Question ୩ ।
ବନ୍ଧନୀ ମଧ୍ୟରୁ ଠିକ୍ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(ଅପ୍ରକଟିତ, ବିପତ୍ତି, ହିତସାଧନ, ପାପ, ଗୋପନୀୟ)
(କ) ପ୍ରକୃତ ମିତ୍ର, ମିତ୍ରଙ୍କୁ __________________ ରୁ ନିବୃତ୍ତ କରାନ୍ତି ।
Answer:
ପାପ

(ଖ) ପ୍ରକୃତ ମିତ୍ର, ସର୍ବଦା ମିତ୍ରର __________________ ରେ ରତ ହୋଇଥା’ନ୍ତି ।
Answer:
ହିତସାଧନ

(ଗ) ପ୍ରକୃତ ମିତ୍ର, ମିତ୍ରଙ୍କର _________________ ବିଷୟମାନ ଗୋପନ ରଖନ୍ତି ।
Answer:
ଗୋପନୀୟ

(ଘ) ପ୍ରକୃତ ମିତ୍ର, ମିତ୍ରଙ୍କର ____________________ ଗୁଣମାନଙ୍କୁ ପ୍ରକଟିତ କରନ୍ତି ।
Answer:
ଅପ୍ରକଟିତ

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

(ଙ) ପ୍ରକୃତ ମିତ୍ର, ମିତ୍ରଙ୍କୁ _______________________ ପଡ଼ିଲେ ତାଙ୍କ ପାଖେ ପାଖେ ରହନ୍ତି ।
Answer:
ବିପତ୍ତି

Question ୪।
ବିପରୀତ ଅର୍ଥବୋଧକ ଶବ୍ଦ ଲେଖ ।
ଦୁର୍ନାମ, ଭଟ୍ଟା, ନିଃସ୍ୱାର୍ଥ, ମିତ୍ର, ଉପକାର
Answer:
ପ୍ରଦତ୍ତ ଶବ୍ଦ  – ବିପରୀତ ଶବ୍ଦ
ଦୁର୍ନାମ – ସୁନାମ
ଭଟ୍ଟା  –  ଜୁଆର
ନିଃସ୍ୱାର୍ଥ – ସ୍ୱ।ର୍ଥପର
ମିତ୍ର – ଶତୁ୍ର୍ର
ଉପକାର – ଅପକାର

Question ୫।
ଦୀନର ବନ୍ଧୁ ‘ଦୀନବନ୍ଧୁ’ । ଏହିପରି ସମ୍ବନ୍ଧସୂଚକ ଆଉ ଦୁଇଟି ଶବ୍ଦ ଗଠନ କର ।
ଜଗତର ନାଥ – ଜଗନ୍ନାଥ ।
ଲୋକମାନଙ୍କର ନାଥ – ଲୋକନାଥ ।

Question ୬।
‘ଦେଖା ସୁନ୍ଦର କଖାରୁ ବଢ଼ି’ ପରି ପ୍ରବନ୍ଧରେ ଆଉ କେଉଁ କେଉଁ ଲୋକବାଣୀଗୁଡ଼ିକ ଅଛି ସେଗୁଡ଼ିକୁ ଖୋଜି ବାକ୍ୟରେ ବ୍ୟବହାର କର ।
Answer:
ଜଡ଼ା ତେଲକୁ ମେଣ୍ଢାବାଳ (ଅତି ଆପଣାର) – ଦେବବ୍ରତ ସୁକାନ୍ତର ସାଙ୍ଗ ଆଦୌ ଛାଡ଼ୁନି । ଜଡ଼ା ତେଲକୁ ମେଣ୍ଢାବାଳ, ଦେଖାଯାଉ ଏ ବନ୍ଧୁତା କେତେ କାଳ ରହୁଛି ?
ବାଘ ଘରେ ମିରିଗ ନାଟ – ଶ୍ରେଣୀ ଶିକ୍ଷକ ନ ଥ‌ିବାରୁ ପିଲାମାନେ ପାଟି କରୁଛନ୍ତି, ଏ ତ ବାଘ ଘରେ ମିରିଗ ନାଟ ଚାଲିଛି ।
ଅଙ୍ଗେ ନିଭାଇବା (ଅନୁଭୂତିରେ ଆଣିବା) – ସୁଖ କହିବି, ନା ଦୁଃଖ କହିବି, ନା ଯାହା ଅଙ୍ଗେ ନିଭେଇଛି ତାହା

Question ୭।
ପରାଠରି, ଡରାଡରି, ଧରାଧରି, ପରାପରି, ମରାମରି, ସରାସରି ଶବ୍ଦଗୁଡ଼ିକୁ ବାକ୍ୟରେ ବ୍ୟବହାର କର ।
Answer:
ଠରାଠରି – ପିଲାମାନଙ୍କ ଠରାଠରି ଦେଖ୍ ଶିକ୍ଷକ ସେମାନଙ୍କ ଉଦ୍ଦେଶ୍ୟ ଜାଣିବାକୁ ଇଚ୍ଛା କଲେ ।
ଡରାଡ଼ରି – ପିଲାମାନେ, ପରସ୍ପର ଡରାଡ଼ରି ହେବା ଉଚିତ ନୁହେଁ ।
ଧରାଧରି – କୃଷ୍ଣ ଓ ଚାଣୂର ଧରାଧରି ହୋଇ ଯୁଦ୍ଧରେ ରତ ହେଲେ ।
ପରାପରି – ଛୋଟ ପିଲାମାନେ ପରାପରି ଖେଳନ୍ତି ।
ମରାମରି – ଖେଳ ଛାଡ଼ି ପିଲାମାନେ ପଡ଼ିଆରେ ମରାମରି ହେଉଛନ୍ତି ।
ସରାସରି – ବିବାହକାଳୀନ ସମସ୍ତ କାର୍ଯ୍ୟ ସରାସରି କରିବାରେ ସେ ଜଣେ ଦକ୍ଷ ବ୍ୟକ୍ତି ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୮।
ପ୍ରାବନ୍ଧିକଙ୍କର ପ୍ରଥମ ଦଶ ବର୍ଷ କିପରି କଟିଛି ?
Answer:
ପ୍ରାବନ୍ଧିକଙ୍କର ପ୍ରଥମ ଦଶ ବର୍ଷ ଅଣହେଜ ଅବସ୍ଥାରେ କଟିଛି ।

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

Question ୯ ।
ଜୀବନର ଦୀର୍ଘକାଳ ମଧ୍ୟରେ କେଉଁମାନଙ୍କ ସହ ପ୍ରାବନ୍ଧିକଙ୍କର ଆଳାପ ଓ ପରିଚୟ ହୋଇଛି ?
Answer:
ଜୀବନର ଦୀର୍ଘକାଳ ମଧ୍ୟରେ ଜନ୍ମତଃ, ବିବାହତଃ, ସମାଜତଃ, କର୍ମକ୍ଷେତ୍ରତଃ, ସଂସାରତଃ, ବ୍ୟବସାୟତଃ ଏହିପରି ଅନେକତଃ ପ୍ରାବନ୍ଧିକଙ୍କର ବହୁସହସ୍ର ବ୍ୟକ୍ତିଙ୍କ ସଙ୍ଗେ ‘ସାପ୍ତପଦୀନ’ ଆଳାପ ପରିଚୟ ହୋଇଅଛି ।

Question ୧୦ ।
ମିତ୍ରଙ୍କର ସମ୍ପଦ କାଳରେ କିଏ ପାଖରେ ରହିବାକୁ ଆଗ୍ରହାନ୍ବିତ ହୁଏ ନାହିଁ ? ହୁଅନ୍ତି ନାହିଁ ।
Answer:
ମିତ୍ରଙ୍କୁ ପାପକାର୍ଯ୍ୟରୁ ନିବୃତ୍ତ ରଖୁବା ସହ ସର୍ବଦା ମିତ୍ରଙ୍କ ହିତସାଧନ କରୁଥିବା ତଥା ମିତ୍ରଙ୍କ ଗୋପନୀୟ ବିଷୟକୁ ଗୋପନ ରଖ୍ ଅପ୍ରକଟିତ ଗୁଣକୁ ପ୍ରକଟିତ କରୁଥିବା ସନ୍ନିତ୍ରହିଁ ମିତ୍ରଙ୍କ ସମ୍ପଦକାଳରେ ପାଖରେ ରହିବାକୁ ଆଗ୍ରହାନ୍ବିତ ହୁଅନ୍ତି ନାହିଁ ।

Question ୧୧ ।
କ’ଣ ଯୋଗୁଁ ଲେଖକଙ୍କ ସହିତ ବନ୍ଧୁତାର ସୂତ୍ରପାତ ହୋଇଥିଲା ?
Answer:
ଧନରେ ମୁଗ୍‌ଧ ହୋଇ, ଯଶ ବା ପ୍ରତିପତ୍ତି ଯୋଗୁଁ ଏବଂ ପଦବୀ ହେତୁ ଉପସ୍ଥିତ ବା ଭବିଷ୍ୟ କାର୍ଯ୍ୟ ସାଧନର ଉଦ୍ଦେଶ୍ୟ ନେଇ ଲେଖକଙ୍କ ସଙ୍ଗେ ବନ୍ଧୁତାର ସୂତ୍ରପାତ ହୋଇଥିଲା ।

Question ୧୨ ।
ଲେଖକଙ୍କଠାରୁ ବନ୍ଧୁମାନେ କେତେବେଳେ ଦୂରେଇଗଲେ ?
Answer:
ସାପଦେହରୁ କାତି ଛାଡ଼ିବା ପରି ଯେତେବେଳେ ଲେଖକଙ୍କଠାରୁ ଧନ, ପ୍ରତିପତ୍ତି, ପଦବୀ ଓ କାର୍ଯ୍ୟସାଧନ ଶକ୍ତି ଚାଲିଗଲା, ସେତେବେଳେ ସ୍ଵାର୍ଥଲିପ୍‌ସୁ ବନ୍ଧୁଗଣ ତାଙ୍କଠାରୁ ଦୂରେଇଗଲେ ।

Question ୧୩।
ଭଗବାନଙ୍କୁ ‘ଦୀନବନ୍ଧୁ’ ନାମ କାହିଁକି ଦିଆଯାଇଛି ?
Answer:
କୌଣସି ଫଳପ୍ରାପ୍ତିର ଆଶା ନରଖ୍ ଆବଶ୍ୟକତା ବା ବିପଦବେଳେ ପ୍ରକୃତ ସନ୍ନିତ୍ର ପରି କେବଳ ଭଗବାନ୍ ହିଁ ସାହାଯ୍ୟ କରୁଥିବାରୁ ତାଙ୍କୁ ‘ଦୀନବନ୍ଧୁ’ ନାମ ଦିଆଯାଇଛି ।

Question ୧୪ ।
କ’ଣ ସରିଗଲେ ବନ୍ଧୁତାର ବନ୍ଧନ ହୁଗୁଳା ହୋଇଯାଏ ?
Answer:
ଈପ୍‌ସିତ ଉପକାର ବା କାର୍ଯ୍ୟହାସଲ କରିସାରିବା ପରେ ସ୍ବାର୍ଥଲିପ୍‌ସୁ ବନ୍ଧୁମାନଙ୍କର ବନ୍ଧୁତାର ବନ୍ଧନ ହୁଗୁଳା ହୋଇଯାଏ ।

Question ୧୫ ।
କେତେବେଳେ ବନ୍ଧୁଜନ ‘ପଙ୍ଗପାଳ’ ପରି ମାଡ଼ି ଆସିବେ ?
Answer:
ବହୁ ଲୋକଙ୍କ ଉପକାର କରିପାରିବା ସହ ଦୁଃଖ ଦେଇପାରିବା, ପ୍ରଭୁତ୍ୱ ବିସ୍ତାର କରିପାରିବା ତଥା କ୍ଷତିସାଧନ କରିପାରିବା ପରି ପଦବୀରେ ଅଧିଷ୍ଠିତ ହେବାମାତ୍ରେ ବନ୍ଧୁଜନ ପଙ୍ଗପାଳ ପରି ମାଡ଼ି ଆସିବେ ।

Question ୧୬ ।
ବନ୍ଧୁମାନେ ଭଟ୍ଟା ପଡ଼ିଯାଆନ୍ତି କାହିଁକି ?
Answer:
ପଦବୀ ଚାଲିଗଲା ପରେ ବନ୍ଧୁଜନଙ୍କ ସ୍ବାର୍ଥସିଦ୍ଧିର ଆଶା ରହେ ନାହିଁ । ତେଣୁ ସେମାନେ ଦୂରେଇଯାଆନ୍ତି ।

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

ସପ୍ରସଙ୍ଗ ସରଳାର୍ଥ ଲେଖ

Question ୧୭ ।
ସଂସାରରେ ଦେଖାଯାଏ ଯେ ଅଧିକାଂଶ ବନ୍ଧୁତା ‘ହେତୁକ’ ବା କାମର ପିଆରା ବନ୍ଧୁତା ।
Answer:
ସଂସାରରେ …………………………………………… ପିଆରା ବନ୍ଧୁତା ।
ଉକ୍ତ ଗଦ୍ୟାଶଟି ପଠିତ ‘ପ୍ରକୃତ ବନ୍ଧୁ’ ନାମଧେୟ ପ୍ରବନ୍ଧରୁ ସଂଗୃହୀତ । ଏଠାରେ ପ୍ରାବନ୍ଧିକ ଗୋପାଳଚନ୍ଦ୍ର ପ୍ରହରାଜ ଏ ସଂସାରରେ ଅଧିକାଂଶ ବନ୍ଧୁତ୍ୱ ମଧ୍ଯରେ କିପରି ସ୍ବାର୍ଥପୂର୍ତ୍ତିରୂପକ ଲାଳସା ଲୁକ୍‌କାୟିତ ହୋଇ ରହିଥାଏ, ତାହା ଉପସ୍ଥାପନ କହିଛନ୍ତି ।

ପଣ୍ଡିତମାନଙ୍କ ମତରେ ସେ ହିଁ ସଚ୍ଚିତ୍ର, ଯିଏ ମିତ୍ରଙ୍କୁ ପାପକାର୍ଯ୍ୟରୁ ନିବୃତ୍ତ କରିବା ସହିତ ହିତସାଧନ କରନ୍ତି, ବନ୍ଧୁଙ୍କ ଗୋପନୀୟ ବିଷୟକୁ ଗୋପନ ରଖ୍ ଅପ୍ରକଟିତ ଗୁଣକୁ ପ୍ରକଟ କରନ୍ତି । ସମ୍ପଦ କାଳରେ ପାଖରେ ନ ରହି ବିପଦରେ ପାଖେ ପାଖେ ରହନ୍ତି । କିନ୍ତୁ ପ୍ରାବନ୍ଧିକ ତାଙ୍କ ଜୀବନର ସତାବନ ବର୍ଷର ଜୀବନକାଳ ମଧ୍ୟରେ ବିଭିନ୍ନ କାରଣବଶତଃ ଯେଉଁ ବହୁ ସହସ୍ର ବନ୍ଧୁ ଅର୍ଜନ କରିଥିଲେ, ସେମାନଙ୍କୁ ସନ୍ନିତ୍ରର ସେହି ଲକ୍ଷଣଦ୍ଵାରା ପରୀକ୍ଷା କରି ଦେଖ‌ିଲେ ଯେ ଚାରିଜଣ ଖଣ୍ଡେ ପ୍ରକୃତ ବନ୍ଧୁ ପାଇପାରିଲେ ନାହିଁ । ପ୍ରାବନ୍ଧିକଙ୍କ ଧନ, ଯଶ, ପ୍ରତିପତ୍ତି ତଥା ପଦବୀଦ୍ଵାରା ଆକର୍ଷିତ ହୋଇ ସ୍ଵାର୍ଥସାଧନ ପାଇଁ ସେମାନେ ବନ୍ଧୁତ୍ଵର ସୂତ୍ରପାତ କରିଥିଲେ ।

ମହାପ୍ରସାଦ ବା ଖୋଦାଙ୍କ ନାମ କହି ଉପସ୍ଥିତ ତଥା ଭବିଷ୍ୟତ କାର୍ଯ୍ୟସାଧନ ନିମନ୍ତେ ବନ୍ଧୁତାର ଡୋରି ଲଗାଇଥିଲେ । ସେହି ମହାପ୍ରସାଦ ବା ଖୋଦାଙ୍କ ନାମର ଏକାନ୍ତ ବିଶ୍ୱସନୀୟତା ମଧ୍ଯରେ ବାଡ଼ିଦୁଆରର ଗଳିକବାଟର କଞ୍ଚି ଅର୍ଥାତ୍ ସମସ୍ତ ଦୁର୍ବଳତାକୁ ଜାଣିଯାଇଥିଲେ । କିନ୍ତୁ ଧନ, ପ୍ରତିପତ୍ତି, ପଦବୀ ତଥା କାର୍ଯ୍ୟସାଧନ ଶକ୍ତି ଚାଲିଯିବା ପରେ ସେମାନେ ସମ୍ପୂର୍ଣ୍ଣ ଉଭେଇଗଲେ । କାର୍ଯ୍ୟସାଧନ ପରେ ହୁଗୁଳିଗଲା ବନ୍ଧୁତ୍ଵର ବନ୍ଧନ । ଈପ୍‌ସିତ ସ୍ୱାର୍ଥ ହାସଲ ପରେ ଭବିଷ୍ୟତରେ ଅଧିକ ଉପକାର ପାଇବା ଆଶାରେ ସେମାନେ ବିପକ୍ଷ ବା ଶତ୍ରୁଙ୍କୁ ଆଶ୍ରୟ କରି ଦୁର୍ନାମ ରଟିବା ସହ ବିରୋଧରେ ସାକ୍ଷ୍ୟଦେବାକୁ ମଧ୍ୟ କୁଣ୍ଠିତ ହେଲେ ନାହିଁ । ତେଣୁ ପ୍ରାବନ୍ଧିକ ସେପରି ବନ୍ଧୁତାକୁ କାମର ପିଆର ବନ୍ଧୁତା ବୋଲି କହିଛନ୍ତି ।

Question ୧୮ ।
ତୁମେ ଯାହାଙ୍କର ଉପରେ କରିଥାଅ, ଯେ ତୁମ ଅନ୍ନରେ ପ୍ରତିପାଳିତ, ଯେ ତୁମ ସ୍ୱାର୍ଥତ୍ୟାଗ ଓ ପରିଶ୍ରମ ଫଳରେ ‘ମଣିଷ’ ହୋଇଛନ୍ତି, ଯେ ତୁମ ରକ୍ତରେ ଗଢ଼ା, ସେହି ପୁଣି ତୁମର କଟ୍ଟର ଦୁସ୍‌ମନ ହୋଇ ଠିଆ ହୁଅନ୍ତି ।
Answer:
ତୁମେ ଯାହାଙ୍କର ………………………………………. ଠିଆ ହୁଅନ୍ତା ।
ନାମକ ପ୍ରବନ୍ଧରୁ ଆନୀତ । ଏଠାରେ ପ୍ରାବନ୍ଧିକ ଉପକୃତ ବ୍ୟକ୍ତି କିପରି ପ୍ରତ୍ଯୁପକାର ବଦଳରେ ପ୍ରଧାନ ଶତ୍ରୁଭାବେ ଦଣ୍ଡାୟମାନ ହୁଏ, ତାହା ବର୍ଣ୍ଣନା କରିଛନ୍ତି ।

ପଣ୍ଡିତମାନଙ୍କ କଥାତ ଲକ୍ଷଣାନୁଯାୟୀ ଏ ସଂସାରରେ ସଜ୍ଜିତ୍ର ବିରଳ । ଅଧିକାଂଶ ଲୋକ ଧନ, ଯଶ, ପ୍ରତିପତ୍ତି ବା ପଦବୀରେ ଆକୃଷ୍ଟ ହୋଇ ଉପସ୍ଥିତ ବା ଭବିଷ୍ୟତ ସ୍ଵାର୍ଥସାଧନ ଲାଳସାରେ ମହାପ୍ରସାଦ ବା ଖୋଦାଙ୍କ ନାମ ନେଇ ବନ୍ଧୁତ୍ଵ ସ୍ଥାପନ କରନ୍ତି; କିନ୍ତୁ ସ୍ଵାର୍ଥହାସଲ ପରେ ବନ୍ଧୁତ୍ଵର ବନ୍ଧନକୁ ହୁଗୁଳା କରି ପଳାୟନ କରନ୍ତି । ଅଧ‌ିକ ପ୍ରାପ୍ତି ଆଶାରେ ବିପକ୍ଷ ବା ଶତ୍ରୁଙ୍କୁ ଆଶ୍ରା କରି ବିରୋଧାଚରଣ କରିବାକୁ ପଶ୍ଚାତ୍ରପଦ ହୁଅନ୍ତି ନାହିଁ । କିନ୍ତୁ ବହୁ ସ୍ଥଳରେ ଦେଖାଯାଏ, ଯେଉଁ ବ୍ୟକ୍ତି ଉପକାର ପାଇଥବ, ଆପଣଙ୍କ ଅନ୍ନରେ ଯେଉଁ ଲୋକ ପ୍ରତିପାଳିତ ହୋଇଥବ, ଆପଣଙ୍କ ସ୍ବାର୍ଥତ୍ୟାଗ ଓ ପରିଶ୍ରମ ଫଳରେ ଯିଏ ମଣିଷ ହୋଇଥବ, ଆପଣଙ୍କ ରକ୍ତରେ ଗଢ଼ା ହୋଇଥବ, ସେ ହିଁ ସମୟକ୍ରମେ ପ୍ରଧାନ ଶତ୍ରୁ ହୋଇ ଛିଡ଼ାହେବ ।

ଧର୍ମାନୁଯାୟୀ ଉପକାର ବଦଳରେ ପ୍ରତ୍ଯୁପକାର ଅଥବା ଅନ୍ତତଃ କୃତଜ୍ଞତା ଆପଣଙ୍କର ପ୍ରାପ୍ୟ । ସେହି ଉପକାରର ପାଉଣା ପରିଶୋଧ କରିବାକୁ ସେ ବାଧ୍ୟ । ସେହି ବାଧ୍ୟବାଧକତା ହିଁ ଅନର୍ଥର ମଞ୍ଜି । ଯେତେବେଳେ ଆପଣ ନିଜେ ବିପଦରେ ପଡ଼ିଥ‌ିବେ, ସେତେବେଳେ ଯେଉଁମାନଙ୍କର ଆପଣ କିଛି ଉପକାର କରିନାହାନ୍ତି, ଯେଉଁମାନେ ସାହାଯ୍ୟ କରିବେ ବୋଲି ଆପଣ ସ୍ଵପ୍ନରେ ମଧ୍ୟ ଭାବି ନାହାନ୍ତି, ସେମାନେ ସ୍ବତଃ ପ୍ରଣୋଦିତ ହୋଇ ଆସି ଆପଣଙ୍କୁ ବିପଦରୁ ଉଦ୍ଧାର କରିବେ । କିନ୍ତୁ ଯେଉଁମାନେ ଧର୍ମତଃ ପ୍ରତି- ଉପକାର କରିବାକୁ ବାଧ୍ୟ, ସେମାନେ ଆପଣଙ୍କୁ ଦେଖ‌ିଲେ ଲୁଚିବେ । ବରଂ ଅକଳରେ ପଡ଼ିଥିବା ଦେଖୁ ମରଣାନ୍ତକ ଆଘାତ ଦେବାକୁ ମଧ୍ୟ ପଶ୍ଚାତ୍‌ପଦ ଦେବେ ନାହିଁ । ତେଣୁ ମହାପୁରୁଷମାନେ କହିଛନ୍ତି, ପ୍ରତ୍ଯୁପକାର ବା ପରିଶୋଧର ଆଶା ନରଖ୍ କର୍ତ୍ତବ୍ୟ ଜ୍ଞାନରେ ପରୋପକାର କରିବା ଉଚିତ ।

Question ୧୯ ।
ଅଫଳପେପ୍‌ସୁ ବନ୍ଧୁ, ପ୍ରକୃତ ବନ୍ଧୁ ।
Answer:
ଅଫଳପେପ୍‌ସୁ ……………………………………………….. ବନ୍ଧୁ ।
ଉକ୍ତ ଗଦ୍ୟାଶଟି ଗୋପାଳଚନ୍ଦ୍ର ପ୍ରହରାଜଙ୍କ ରଚିତ ‘ଦୁନିଆ ରୀତି ଏ’ ଶୀର୍ଷକ ପ୍ରବନ୍ଧରୁ ସଂକଳିତ ‘ପ୍ରକୃତ ବନ୍ଧୁ’ ନାମକ ପ୍ରବନ୍ଧରୁ ସମାନୀତ । ଏଠାରେ ପ୍ରାବନ୍ଧିକ ପ୍ରକୃତ ବନ୍ଧୁ ସମ୍ପର୍କରେ ଆଲୋଚନା କରିଛନ୍ତି ।
ଏ ସଂସାରରେ ଅନେକ ଲୋକ ଧନ, ଯଶ, ପ୍ରତିପରି ବା ପଦବୀଦ୍ୱାରା ଆକର୍ଷିତ ହୋଇ ଉପସ୍ଥିତ ତଥା ଭବିଷ୍ୟତର ସ୍ଵାର୍ଥସାଧନ ନିମନ୍ତେ ବନ୍ଧୁତା ସ୍ଥାପନ କରିଥା’ନ୍ତି । ବନ୍ଧୁ ମୁଣ୍ଡରେ ସମସ୍ତ ବିପଦ ଲଦିଦେଇ ନିଜେ ଆନନ୍ଦରେ ରୁହନ୍ତି; କିନ୍ତୁ ଧନ, ପ୍ରତିପତ୍ତି ବା ପଦବୀ ଚାଲିଗଲା ପରେ ଆଉ ଦର୍ଶନ ଦିଅନ୍ତି ନାହିଁ । ଆଉ କେତେକ ଖୋଦାଙ୍କ ନାମକୁ ଭିଭିକରି ବନ୍ଧୁ ବାନ୍ଧନ୍ତି । ସେହି ବନ୍ଧୁତ୍ବର ବିଶ୍ୱସନୀୟତା ଭିତରେ ବନ୍ଧୁର ଦୁର୍ବଳତା ଜାଣନ୍ତି ।

କାର୍ଯ୍ୟ ହାସଲ ପରେ ଅଧ୍ଵ ସ୍ଵାର୍ଥସିଦ୍ଧି ନିମନ୍ତେ ବିପକ୍ଷ ବା ଶତ୍ରୁଙ୍କୁ ଆଶ୍ରୟ କରି ଦୁର୍ନାମ ରଟିବା କିମ୍ବା ବିରୋଧରେ ସାକ୍ଷ୍ୟ ଦେବାକୁ ମଧ୍ୟ କୁଣ୍ଠିତ ହୁଅନ୍ତି ନାହିଁ । ତୁମଦ୍ୱାରା ଉପକୃତ ହୋଇଥିବା ମାନବ ମଧ୍ଯ କୃତଜ୍ଞତା ଜଣାଇବା ବା ପ୍ରତ୍ଯୁପକାର କରିବା ବଦଳରେ ତୁମକୁ ବିପଦରେ ପଡ଼ିଥ‌ିବା ଦେଖୁ ମରଣାନ୍ତକ ଆଘାତ ଦେବାକୁ ପଶ୍ଚାତ୍‌ତ୍ଵପଦ ହୁଅନ୍ତି ନାହିଁ । ତେଣୁ ଫଳର କାମନା ନରଖ୍ ପ୍ରତ୍ଯୁପକାର ବା ପରିଶୋଧ ପାଇବାର ଆଶା ନ ରଖ୍ ପବିତ୍ର କର୍ତ୍ତବ୍ୟଜ୍ଞାନରେ ପରୋପକାର କରିବା ଉଚିତ । ଏ ସଂସାରରେ ନିଃସ୍ୱାର୍ଥ ଅହେତୁକୀ ବନ୍ଧୁତା ବିରଳ ।

ଆବଶ୍ୟକତା ସମୟରେ ବା ବିପଦବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଦୃଢ଼ କର୍ମ ସମ୍ପର୍କ ବା ଦୃଢ଼ ରକ୍ତ ସମ୍ପର୍କ ଆଦିଜନିତ ବନ୍ଧୁତା-ବନ୍ଧୁତା ନୁହେଁ – ତାହା କାମର ପିଆରା ବନ୍ଧୁତା । ଫଳପ୍ରାପ୍ତିର କୌଣସି ଆଶା ନ ରଖ୍ ଆବଶ୍ୟକ ସମୟରେ ବା ବିପଦବେଳେ ସାହାଯ୍ୟ କରୁଥ‌ିବା ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ପ୍ରାବନ୍ଧିକଙ୍କ ଭାଷାରେ ସେ ହିଁ ଅଫଳପେପ୍‌ସୁ ବନ୍ଧୁ । ସେଥ‌ିପାଇଁ ଭଗବାନଙ୍କର ନାମ ଦୀନବନ୍ଧୁ । କାରଣ ଏ ସଂସାରରେ ସେ ହିଁ ଏକା ବନ୍ଧୁ ପଦବାଚ୍ୟ ।

Question ୨୦ ।
‘ଆଜି ଯେ ବନ୍ଧୁତାସନେ କାଲି ସେ ଅରାତି’ ପାଲଟିବେ– ବାଘର ଘରେ ମିରିଗର ନାଟ ଲାଗିଥ୍ ଓ ତୁମେ ଆମେ ବଲବଲ କରି ଚାହିଁ ଜଳକା ବନି ଚାହିଁଥୁବା ।
Answer:
ଆଜି ଯେ ବନ୍ଧୁତାସନେ ……………………………………………. ବନି ଚାହିଁଥୁବା ।
ଉକ୍ତ ଗଦ୍ୟାଶଟି ଗୋପାଳଚନ୍ଦ୍ର ପ୍ରହରାଜଙ୍କଦ୍ଵାରା ପ୍ରଣୀତ ‘ଦୁନିଆ ରୀତି ଏ’ ଶୀର୍ଷକ ପ୍ରବନ୍ଧ ସଂକଳିତ ‘ପ୍ରକୃତ ବନ୍ଧୁ’ ନାମକ ପ୍ରବନ୍ଧରୁ ସମାନୀତ । ବନ୍ଧୁ କିପରି ଶତ୍ରୁରେ ପରିଣତ ହୋଇ କ୍ଷତିସାଧନ କରିବାକୁ ମଧ୍ୟ ପଶ୍ଚାତ୍‌ପଦ ହେବେ ନାହିଁ ତାହା ପ୍ରାବନ୍ଧିକ ଏଠାରେ ଉପସ୍ଥାପନ କରିଛନ୍ତି ।

ମନୁଷ୍ୟ ଯେଉଁ ପଦବୀରେ ଅଧିଷ୍ଠିତ ହେବା ମାତ୍ରେ ବହୁ ଲୋକଙ୍କ ଉପକାର କରିବା ସହ ଦୁଃଖ ଦେଇପାରିବେ, ଅନେକଙ୍କ ଉପରେ ପ୍ରଭୁତ୍ଵ ବିସ୍ତାର କରିବା ସଙ୍ଗେ ସଙ୍ଗେ ବିପୁଳ କ୍ଷତି ସାଧନ କରିପାରିବେ, ସେପରି ପଦବୀରେ ଅଧିଷ୍ଠିତ ହେବାମାତ୍ରେ ପଙ୍ଗପାଳ ପରି ବହୁ ବନ୍ଧୁଜନ ମାଡ଼ିଆସିବେ । ଧନ-ଜନ-ଗୋପ-ଲକ୍ଷ୍ମୀ, ମାନ-ସମ୍ମାନ ଏପରିକି ଜୀବନ ମଧ୍ୟ ସମର୍ପଣ କରିବାକୁ ବହୁଲୋକ ଆଗେଇ ଆସିବେ । ଆବଶ୍ୟକ ହେଲେ ବାଘ ଦୁଧ, ପିମ୍ପୁଡ଼ି ରକତ, ଆକାଶ କୟାଁ, ସାପ ଗୋଡ଼ ପ୍ରଭୃତି ଅସମ୍ଭବ ପଦାର୍ଥ ମଧ୍ଯ ଆଣିଦେବାକୁ ବାହାରି ପଡ଼ିବେ । କିନ୍ତୁ ଈଶ୍ବରଙ୍କ ଦୟାରୁ ବା ଦୟାହୀନତାରୁ ଯେଉଁଦିନ ସେହି ପଦବୀ ହାତରୁ ଚାଲିଯିବ, ପରଦିନ ରାତ୍ରିପାହିବା ପୂର୍ବରୁ ପଦାଧ୍ୟାନଜନିତ ସମସ୍ତ ବନ୍ଧୁଙ୍କ ଆଗମନ ବନ୍ଦ ହୋଇଯିବ ।

ସେମାନେ ସ୍ଵାର୍ଥସିଦ୍ଧି ପାଇଁ ବିପକ୍ଷ ବା ଶତ୍ରୁଙ୍କ ଆଶ୍ରୟ ନେଇ ବିରୋଧରେ ଅସ୍ତ୍ର ଧରିବେ । କାଲି ଯିଏ ବନ୍ଧୁତାର ଆସନରେ ବସି ଅତି ଆପଣାର ହୋଇଥିଲା, ସେ ଭୟଙ୍କର ଶତ୍ରୁ ସାଜି ବିପକ୍ଷ ବା ଶତ୍ରୁଙ୍କ ପାଇଁ ଅସ୍ତ୍ରରେ ଆଘାତ କରିବାକୁ ମଧ୍ୟ ପଶ୍ଚାତ୍‌ପଦ ହେବ ନାହିଁ । ବନ୍ଧୁତ୍ବର ବିଶ୍ୱସନୀୟତା ମଧ୍ଯରେ କରାଗତ କରିଥିବା ବାଡ଼ି ଦୁଆରର କଞ୍ଜ୍ (ସକଳ ଦୁର୍ବଳତାକୁ) ଶତ୍ରୁଙ୍କ ହାତରେ ସମର୍ପଣ କରିଦେବ । ଆରମ୍ଭ ହେବ ଭୟଙ୍କର ସଂଘର୍ଷ। ସେହି ଦୁର୍ବଳତାକୁ ଅସ୍ତ୍ର କରି ନିର୍ବଳମାନେ ବଳ ପାଇ ପ୍ରବଳ ହୋଇଉଠିବେ । ବଳହୀନ ହରିଣ ପରି ଯେଉଁମାନେ ପଦାଧ୍ତ ବ୍ୟକ୍ତିଙ୍କୁ ମହାବଳ ବାଘ ପରି ଭୟ କରୁଥିଲେ, ପଦବୀ ଚାଲିଗଲା ପରେ ସେମାନେ ବାଘ ଘରେ ପ୍ରବେଶ କରି ନିର୍ଭୟରେ ପ୍ରାଦୁର୍ଭାବ ଆରମ୍ଭ କରିଦେବେ । କିଛି କରିବାକୁ ଚାହିଁଲେ ମଧ୍ୟ ନୀରବରେ କେବଳ ଚାହିଁରହିବା ସାର ହେବ । ସୁତରାଂ ଏପରି ସ୍ବାର୍ଥଲିପ୍‌ସୁ ବନ୍ଧୁମାନଙ୍କୁ ପରିହାର କରି ନିଃସ୍ବାର୍ଥ ବନ୍ଧୁତ୍ଵ ସ୍ଥାପନ କରିବାକୁ ପ୍ରାବନ୍ଧିକ ପରାମର୍ଶ ଦେଇଛନ୍ତି ।

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୨୧ ।
ଦୀର୍ଘ ବର୍ଷର ଅନୁଭୂତିରେ ପ୍ରାବନ୍ଧିକଙ୍କର ବନ୍ଧୁତା ସ୍ଥାପନ ଓ ସେ କିପରି ଠେକିଛନ୍ତି, ଠେକିକରି ମଧ୍ୟ ଶିଖୁନାହାନ୍ତି ତାହା ବର୍ଣ୍ଣନ କର ।
କିମ୍ବା, ବନ୍ଧୁତ୍ଵର ସଂଜ୍ଞା ନିରୂପଣରେ ପ୍ରାବନ୍ଧିକଙ୍କର ଦୀର୍ଘଜୀବନର ଅଭିଜ୍ଞତା କିପରି ସହାୟକ ହୋଇଛି, ତାହା ବର୍ଣ୍ଣନା କର ।
କିମ୍ବା, ଠିକିଲେ ଶିଖନ୍ତି– ଏ ପ୍ରବାଦଟି ଲେଖକ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ବାସ୍ତବ ଜୀବନରେ କିପରି ପ୍ରତିଫଳିତ ହୋଇଛି, ତାହା ଆଲୋଚନା କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟ ଇତିହାସରେ ଜଣେ ପ୍ରସିଦ୍ଧ ରମ୍ୟରଚକ ଭାବେ ସୁଖ୍ୟାତି ଲାଭ କରିଥିବା ସ୍ଵର୍ଗତ ଗୋପାଳଚନ୍ଦ୍ର ପ୍ରହରାଜ ଥିଲେ ସମସାମୟିକ ସାମାଜିକ ଜୀବନ ବିଶ୍ଳେଷଣ କରିବାରେ ଅପୂର୍ବ ବିନ୍ଧାଣି । ଶାଣିତ ବ୍ୟଙ୍ଗ ଓ ବିଦ୍ରୁପ ମାଧ୍ୟମରେ ସମସ୍ତ ସାମାଜିକ ଅପଚାର ବିରୋଧରେ ସ୍ବର ଉତ୍ତୋଳନ କରିଥିବା କଟକ ଜିଲ୍ଲାନ୍ତର୍ଗତ ସିଦ୍ଧେଶ୍ୱରପୁରର ସେହି ସୁଯୋଗ୍ୟ ସନ୍ତାନଙ୍କ ଲେଖନୀ ମୁନରୁ ଆତ୍ମପ୍ରକାଶ କରିଥିବା ‘ପୂର୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’, ‘ନନାଙ୍କ ବସ୍ତାନି’, ‘ଦୁନିଆର ହାଲଚାଲ’, ‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’, ‘ବାଇମହାନ୍ତିଙ୍କ ପାଞ୍ଜି’, ‘ଆମ ଘରର ହାଲଚାଲ’ ପ୍ରଭୃତି ସାରସ୍ଵତ କୃତିରାଜି ସ୍ୱୀୟ ରମଣୀୟତା, ବାଚାତୁରୀ, ହାସ୍ୟରସ ମାଧ୍ୟମରେ ପ୍ରତିଟି ପାଠକ ହୃଦୟକୁ ଆକର୍ଷିତ କରିବା ସହ ପ୍ରାବନ୍ଧିକଙ୍କୁ କରିଛି କାଳଜୟୀ ।

‘ଭଞ୍ଜ ପ୍ରଦୀପ’ର ୧୧ଶ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ ‘ଦୁନିଆ ରୀତି ଏ’ ପ୍ରବନ୍ଧରୁ ସଂକଳିତ ‘ପ୍ରକୃତ ବନ୍ଧୁ’ ଶୀର୍ଷକ ପ୍ରବନ୍ଧରେ ପ୍ରାବନ୍ଧିକ ସ୍ବୀୟ ଦୀର୍ଘ ଜୀବନକାଳ ମଧ୍ୟରେ ଅର୍ଜିତ ବନ୍ଧୁତ୍ବର ଅନୁଭୂତି ସମ୍ପର୍କରେ ଆଲୋଚନା କରିଛନ୍ତି ।
ନୀତିକାରଙ୍କ ମତରେ –
‘ପରୋକ୍ଷେ କାର୍ଯ୍ୟହନ୍ତାରଂ ପ୍ରତ୍ଯକ୍ଷେ ପ୍ରିୟବାଦିନମ୍,
ବର୍ଜୟେତ୍ ତାଦୃଶଂ ବରଂ ବିଷକୁୟଂ ପୟୋମୁଖମ୍ ।’
ଆଗରେ ମଧୁର ବଚନ କହି ପରୋକ୍ଷରେ କ୍ଷତିସାଧନ କରୁଥିବା ବନ୍ଧୁ ବିଷକୁମ୍ଭ ପୟୋମୁଖ ସଦୃଶ । ସେପରି ବନ୍ଧୁଙ୍କୁ ପରିତ୍ୟାଗ କରିବା ଉଚିତ । ପ୍ରାବନ୍ଧିକ ତାଙ୍କ ଜୀବନର ସତାବନ ବର୍ଷ ବୟସ ମଧ୍ୟରେ ସଂସାରର ବିଭିନ୍ନ କ୍ଷେତ୍ରରେ, ନାନା ପ୍ରସଙ୍ଗ, ଅବସ୍ଥା ତଥା ସ୍ଥାନରେ ଏହିପରି ବହୁ ବିଷକୁମ୍ଭ ପୟୋମୁଖମାନଙ୍କ ସହ ବନ୍ଧୁତ୍ଵ ସ୍ଥାପନ କରି ଠକିଛନ୍ତି ତଥାପି ଶିକ୍ଷା କରିପାରି ନାହାନ୍ତି ବୋଲି ଗଭୀର ଅନୁତାପ ମଧ୍ଯ କରିଛନ୍ତି ।

ଜୀବନର ସେହି ଦୀର୍ଘକାଳ ମଧ୍ୟରେ ଜନ୍ମ, ବିବାହ, କର୍ମକ୍ଷେତ୍ର, ସଂସାର, ବ୍ୟବସାୟ ତଥା ସାହିତ୍ୟ ପ୍ରଭୃତି ନାନା କାରଣବଶତଃ ପ୍ରାବନ୍ଧିକଙ୍କର ବହୁ ସହସ୍ର ବ୍ୟକ୍ତିଙ୍କ ସଙ୍ଗେ ଆଳାପ ତଥା ପରିଚୟ ହୋଇଛି । ସେହି ପରିଚୟରୁ ସମ୍ପର୍କ ଦୃଢ଼ୀଭୂତ ହୋଇ ସୌହାର୍ଘ୍ୟ ତଥା ବନ୍ଧୁତା ମଧ୍ୟ ସ୍ଥାପିତ ହୋଇଛି । ସେହି ବନ୍ଧୁମାନଙ୍କ ମଧ୍ୟରୁ କେତେକ ପ୍ରୀତିବନ୍ଧୁ ବା ମହାପ୍ରସାଦ ବନ୍ଧୁ, ଆଉ କେତେକ ସପିଣ୍ଡ ଓ ଅସପିଣ୍ଡ ବନ୍ଧୁ, ସମାନୋଦକ ଓ ଅସମାନୋଦକ ବନ୍ଧୁ, ସାକୁଲ୍ୟ ଓ ଅସାକୁଲ୍ୟ ବନ୍ଧୁ, ସମଧର୍ମୀ ଓ ଅସମଧର୍ମୀ ବନ୍ଧୁ, ସହପାଠୀ ଓ ଅସହପାଠୀ ବନ୍ଧୁ, ସମକକ୍ଷ ଓ ଅସମକକ୍ଷ ବନ୍ଧୁ, ସମଲେଖକ ଓ ଅସମଲେଖକ ବନ୍ଧୁ ପ୍ରଭୃତିଙ୍କ ସହ ସମ୍ପର୍କ ଆଭାଷଣପୂର୍ବ ସାପ୍ତପଦୀନଠାରୁ ଆରମ୍ଭକରି କରମର୍ଦ୍ଦନ, ତୈଳମର୍ଦ୍ଦନ, ଆଲିଙ୍ଗନ, କାଗଜ କଲମ, ସମାଲୋଚନ, ଟକୀ, ସିନେମା, ପୁସ୍ତକାଦି ମୁଦ୍ରଣ, ପ୍ରକାଶ ଓ ପ୍ରଚାର ପ୍ରଭୃତି ମାଧ୍ୟମରେ ସ୍ଥାପିତ ହୋଇଥିଲା ।

ପଣ୍ଡିତମାନଙ୍କ ମତରେ ସଜ୍ଜିତ୍ରର ଲକ୍ଷଣ ହେଉଛି, ପ୍ରକୃତ ମିତ୍ର ମିତ୍ରଙ୍କୁ ପାପକାର୍ଯ୍ୟରୁ ନିବୃତ୍ତ କରିବା ସହ ସର୍ବଦା ମିତ୍ରଙ୍କର ହିତସାଧନରେ ରତ ହୁଅନ୍ତି, ମିତ୍ରଙ୍କ ଗୋପନୀୟ ବିଷୟକୁ ଗୋପନ ରଖ୍ ମିତ୍ରଙ୍କ ଅପ୍ରକଟିତ ଗୁଣକୁ ପ୍ରକଟ କରନ୍ତି । ସମ୍ପଦ କାଳରେ ମିତ୍ରଙ୍କ ପାଖରେ ରହିବାକୁ ଆଗ୍ରହାନ୍ବିତ ନ ହୋଇ ବିପଦରେ ମିତ୍ରଙ୍କ ପାଖେ ପାଖେ ରୁହନ୍ତି ।

ମିତ୍ରତାର ଏହି କଷଟି ପଥରରେ ପ୍ରାବନ୍ଧିକ ତାଙ୍କ ବନ୍ଧୁମାନଙ୍କୁ ପରୀକ୍ଷା କରି ଚାରିଜଣ ଖଣ୍ଡେ ପ୍ରକୃତ ବନ୍ଧୁ ପାଇପାରିଲେ ନାହିଁ । କାରଣ ସେମାନେ ପ୍ରାବନ୍ଧିକଙ୍କ ଧନରେ ମୁଗ୍ଧ ହୋଇ ବନ୍ଧୁତା ସ୍ଥାପନ କରିଥିଲେ । ତାଙ୍କ ଯଶ ବା ପ୍ରତିପତ୍ତି ଯୋଗୁଁ ତଥା ପଦବୀ ହେତୁ ଉପସ୍ଥିତ ତଥା ଭବିଷ୍ୟତ କାର୍ଯ୍ୟ ସାଥ୍‌ ହେବାପାଇଁ ବନ୍ଧୁତାର ସୂତ୍ରପାତ କରିଥିଲେ । ସମସ୍ତ ବିପଦ ପ୍ରାବନ୍ଧିକଙ୍କ ମୁଣ୍ଡରେ ଲଦି ସେମାନେ ଆନନ୍ଦରେ ଉଖୁଡ଼ା ଖାଉଥିଲେ ।

କିନ୍ତୁ ଯେତେବେଳେ ପ୍ରାବନ୍ଧିକଙ୍କଠାରୁ ସେହି ଧନ, ପ୍ରତିପତ୍ତି, ପଦବୀ ତଥା କାର୍ଯ୍ୟସାଧନ ଶକ୍ତି ଅପସରି ଯାଇଛି, ସେତେବେଳେ ସେହି ସ୍ଵାର୍ଥଲିପ୍‌ସୁ ବନ୍ଧୁଗଣ ମଧ୍ୟ ଉଭେଇ ଯାଇଛନ୍ତି । ମହାପ୍ରସାଦ ବା ଖୋଦାଙ୍କ ନାମ ନେଇ ବନ୍ଧୁତା ସ୍ଥାପନ ସେତେବେଳେ ସେହି ସ୍ଵାର୍ଥଲିପ୍‌ସୁ ବନ୍ଧୁଗଣ ମଧ୍ୟ ଉଭେଇ ଯାଇଛନ୍ତି । ମହାପ୍ରସାଦ ବା ଖୋଦାଙ୍କ ନାମ ନେଇ ବନ୍ଧୁତା ସ୍ଥାପନ ଜାଣି ଯାଇଥିଲେ । ସ୍ଵାର୍ଥ ହାସଲ କରିସାରିବା ପରେ ହୁଗୁଳା ହୋଇଗଲା ବନ୍ଧୁତାର ଦୃଢ଼ ବନ୍ଧନ । ଈପ୍‌ସିତ ଉପକାର ବା କାର୍ଯ୍ୟ ହାସଲ କରିସାରି ତା’ଠାରୁ ଅଧିକ ଉପକାର ତଥା ଭବିଷ୍ୟତ ଉଜ୍ଜ୍ବଳ ହେବ ବୋଲି ବିବେଚନା କରି ବିପକ୍ଷକୁ ଆଶ୍ରୟ କଲେ । ଶତ୍ରୁଙ୍କ ନିକଟତର ହେବାପାଇଁ ପ୍ରାବନ୍ଧିକଙ୍କ ଦୁର୍ନାମ ରଟନା କରିବା ସହ ଆବଶ୍ୟକ ସ୍ଥଳେ ଧର୍ମାଧ୍ଵରଣରେ ବା ସମାଜର ଇଜ୍‌ଲାସ୍‌ରେ ତାଙ୍କ ବିରୋଧରେ ସାକ୍ଷ୍ୟ ଦେବାକୁ ମଧ୍ୟ କୁଣ୍ଠିତ ହେଲେ ନାହିଁ ।

ତାଙ୍କଦ୍ୱାରା ଉପକୃତ ହୋଇଥିବା, ତାଙ୍କ ଅନ୍ନରେ ପ୍ରତିପାଳିତ ତଥା ତାଙ୍କ ସ୍ୱାର୍ଥତ୍ୟାଗ ଓ ପରିଶ୍ରମ ଫଳରେ ମଣିଷ ହୋଇଥ‌ିବା ବନ୍ଧୁମାନେ କୃତଜ୍ଞତା ଜଣାଇବା ବା ପ୍ରତ୍ଯୁପକାର କରିବା ବଦଳରେ ପ୍ରଧାନ ଶତ୍ରୁ ଭାବେ ଛିଡ଼ାହେଲେ । ବିପଦବେଳେ ସେମାନେ ଲୁଚିବା ସଙ୍ଗେ ସଙ୍ଗେ ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଶ୍ଚାତ୍‌ପଦ ହେଲେ ନାହିଁ । ବରଂ ଦୁର୍ବଳ ଶତ୍ରୁମାନେ ସେମାନଙ୍କଠାରୁ ବାଡ଼ି ଦୁଆରର କଞ୍ଚି ପାଇ ପ୍ରବଳ ହୋଇଉଠି ବାଘ ଘରେ ଆରମ୍ଭ କଲେ ମିରିଗର ନାଟ । ଶେଷରେ କିଂକର୍ତ୍ତବ୍ୟବିମୂଢ଼ ହୋଇ ଚାହିଁ ରହିଥ‌ିବା ପ୍ରାବନ୍ଧିକଙ୍କର ଏହା ଥିଲା ସତାବନ ବର୍ଷର ଅଙ୍ଗେନିଭା ଅନୁଭୂତି ।

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

Question ୨୨ ।
ପ୍ରକୃତ ବନ୍ଧୁତାର ସ୍ବରୂପ ପଠିତ ପ୍ରବନ୍ଧ ଅବଲମ୍ବନରେ ଆଲୋଚନା କର ।
କିମ୍ବା, ପ୍ରାବନ୍ଧିକ ଗୋପାଳଚନ୍ଦ୍ରଙ୍କର ପ୍ରବନ୍ଧ ଅନୁସରଣରେ ପ୍ରକୃତ ଓ ଅପ୍ରକୃତ ବନ୍ଧୁତା ମଧ୍ୟରେ ଥ‌ିବା ବୈଷମ୍ୟର ଆଲୋଚନା କର ।
କିମ୍ବା, କେଉଁ ବନ୍ଧୁତାରେ ମଣିଷ ଜୀବନର ବାସ୍ତବତା ପ୍ରତିଫଳିତ ହୋଇଥାଏ, ପଠିତ ପ୍ରବନ୍ଧ ଛାୟାରେ ଉପସ୍ଥାପନ କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟ ଇତିହାସରେ ସ୍ଵର୍ଗତ ଗୋପାଳଚନ୍ଦ୍ର ପ୍ରହରାଜ ଜଣେ ଶ୍ରେଷ୍ଠ ରମ୍ୟରଚକ ଭାବେ ହୋଇଥିଲେ ବହୁ ସୁଖ୍ୟାତିର ଅଧିକାରୀ । ଶାଣିତ ବ୍ୟଙ୍ଗ ତଥା ବିଦ୍ରୁପ ମାଧ୍ୟମରେ ସମସାମୟିକ ସାମାଜିକ ଜୀବନକୁ ବିଶ୍ଳେଷଣ କରିବାରେ ସେହି ଅପୂର୍ବ ବିନ୍ଧାଣି ଥିଲେ କଟକ ଜିଲ୍ଲାର୍ନ୍ତଗତ ସିଦ୍ଧେଶ୍ଵରପୁର ଗ୍ରାମର ସୁଯୋଗ୍ୟ ଦାୟାଦ । ତାଙ୍କ ଲେଖନୀ ମୁନରୁ ଆତ୍ମପ୍ରକାଶ କରିଥିବା ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’, ‘ନନାଙ୍କ ବସ୍ତାନି’, ‘ଦୁନିଆର ହାଲଚାଲ’, ‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’, ‘ବାଇ ମହାନ୍ତିଙ୍କ ପାଞ୍ଜି’, ‘ଆମ ଘରର ହାଲଚାଲ’ ଆଦି କାଳଜୟୀ କୃତିରାଜି ତାଙ୍କ ଅମ୍ଳାନ ସାରସ୍ବତ ପ୍ରତିଭାର ପରିଚୟ ପ୍ରଦାନ କରେ ।

‘ଭଞ୍ଜ ପ୍ରଦୀପ’ର ୧୧ଶ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ ‘ଦୁନିଆ ରୀତି ଏ’ ପ୍ରବନ୍ଧରୁ ସଙ୍କଳିତ ‘ପ୍ରକୃତ ବନ୍ଧୁ’ ଶୀର୍ଷକ ପ୍ରବନ୍ଧରେ ପ୍ରାବନ୍ଧିକ ପ୍ରକୃତ ବନ୍ଧୁତାର ସ୍ବରୂପ ସମ୍ପର୍କରେ ଆଲୋଚନା କରିଛନ୍ତି ।
‘ପରୋଽପି ହିତବାନ୍ ବନ୍ଧୁ
ବନ୍ଧୁରପ୍ୟହିତଃ ପରଃ ।’’

ପର ହେଲେ ମଧ୍ୟ ଯିଏ ହିତସାଧନ କରିଥାଏ ସେ ବନ୍ଧୁ ପଦବାଚ୍ୟ; କିନ୍ତୁ ବନ୍ଧୁ ହୋଇ ମଧ୍ୟ ଯିଏ ଅହିତକର କାର୍ଯ୍ୟ କରେ ସେ ଶତ୍ରୁଭାବେ ବିବେଚିତ ହୁଏ । ତେଣୁ ପଣ୍ଡିତମାନେ ସଜ୍ଜିତ୍ରର ଲକ୍ଷଣ ପ୍ରତିପାଦନ କରିବାକୁ ଯାଇ କୁହନ୍ତି – ପ୍ରକୃତ ମିତ୍ର ବନ୍ଧୁଙ୍କୁ ସର୍ବଦା ପାପକାର୍ଯ୍ୟରୁ ନିବୃତ୍ତ କରନ୍ତି । ସର୍ବଦା ସେମାନେ ବନ୍ଧୁଙ୍କର ହିତସାଧନରେ ରତ ହୁଅନ୍ତି । ମିତ୍ରଙ୍କର ଗୋପନୀୟ ବିଷୟକୁ ଗୋପନ ରଖିବା ସହ ତାଙ୍କର ଅପ୍ରକଟିତ ଗୁଣକୁ ପ୍ରକଟିତ କରିବାକୁ ସଚେଷ୍ଟ ହୁଅନ୍ତି । ସମ୍ପଦ କାଳରେ ମିତ୍ରଙ୍କ ନିକଟରେ ରହିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ; କିନ୍ତୁ ବିପଦବେଳରେ ବନ୍ଧୁଙ୍କର ପାଖେ ପାଖେ ରହି ବନ୍ଧୁଙ୍କୁ ସାହାଯ୍ୟ କରିଥା’ନ୍ତି । କାରଣ ସେମାନେ ବନ୍ଧୁର ବନ୍ଧୁତ୍ବ ରକ୍ଷାକରିବା ନିମନ୍ତେ ସର୍ବଦା ସତର୍କ ତଥା ତତ୍ପର ଥାଆନ୍ତି ।

ସେମାନଙ୍କ ହୃଦୟରେ ନଥାଏ କୌଣସି ଫଳପ୍ରାପ୍ତି ବା ପ୍ରତ୍ଯୁପକାରର ଆଶା । ଧନ, ଯଶ, ପ୍ରତିପତ୍ତି ବା ପଦପଦବୀ ପ୍ରତି ଆକର୍ଷିତ ହୋଇ ସେମାନେ ବନ୍ଧୁତ୍ଵ ସ୍ଥାପନ କରିନଥା’ନ୍ତି । ବର୍ତ୍ତମାନ ବା ଭବିଷ୍ୟତର ସ୍ବାର୍ଥସାଧନ ଲାଳସାରେ ସେମାନଙ୍କ ବନ୍ଧୁତ୍ବର ଡୋରି ବନ୍ଧାଯାଇ ନଥାଏ । ବନ୍ଧୁ ମୁଣ୍ଡରେ ନଡ଼ିଆ ଭାଙ୍ଗି ଉଖୁଡ଼ା ଖାଇବା ସେମାନଙ୍କ ଧର୍ମ ନୁହେଁ । ବନ୍ଧୁଙ୍କଠାରୁ ଧନ, ପ୍ରତିପତ୍ତି, ପଦବୀ ତଥା କାର୍ଯ୍ୟସାଧନ ଶକ୍ତି ଚାଲିଯିବା ପରେ ବନ୍ଧୁଙ୍କୁ ବିପନ୍ନ କରି ଅନ୍ତର୍ହିତ ହେବା ସେମାନଙ୍କର କର୍ମ ନୁହେଁ ।

ପ୍ରକୃତ ବନ୍ଧୁର ବନ୍ଧୁତାର ବନ୍ଧନ କେବେ ହୁଗୁଳା ହୋଇଯାଏ ନାହିଁ । ସେ ବନ୍ଧୁଙ୍କ ଦୁର୍ବଳତାକୁ କେବେ ଶତ୍ରୁ ବା ବିପକ୍ଷଙ୍କ ଆଗରେ ପ୍ରକାଶ କରନ୍ତି ନାହିଁ କିମ୍ବା ତାଙ୍କ ନାମରେ ଦୁର୍ନାମ ରଟନ୍ତି ନାହିଁ କି ବନ୍ଧୁଙ୍କ ବିରୋଧରେ କେବେ ସାକ୍ଷ୍ୟ ପ୍ରଦାନ କରନ୍ତି ନାହିଁ ।

ବନ୍ଧୁଙ୍କଦ୍ୱାରା ଉପକୃତ ହେଲେ ଧର୍ମାନୁଯାୟୀ ବନ୍ଧୁଙ୍କୁ କୃତଜ୍ଞତା ଜଣାଇବା ବା ଉପକାର ବଦଳରେ ପ୍ରତ୍ୟୁପକାର କରିବାକୁ ସେମାନେ କେବେ ଭୁଲନ୍ତି ନାହିଁ । କାରଣ ଉପକାରର ପ୍ରତ୍ୟୁପକାର କରିବା ଧର୍ମତଃ ସେମାନେ ବାଧ୍ୟ ବୋଲି ମନେକରନ୍ତି । ପ୍ରକୃତ ମିତ୍ର କେବେ କୌଣସି ପ୍ରାପ୍ତିର ଆଶା ରଖ୍ ବନ୍ଧୁର ଉପକାର କରେ ନାହିଁ । ତେଣୁ ମହାଜନମାନେ କହିଛନ୍ତି – ‘ଫଳର କାମନା ନ ରଖୁ, ପ୍ରତ୍ଯୁପକାରର ଆଶା ନ କରି, ପରିଶୋଧ ପାଇବାର ଇଚ୍ଛା ନ କରି, ପବିତ୍ର କର୍ତ୍ତବ୍ୟ ଜ୍ଞାନରେ ପରର ଉପକାର କରିଯାଅ ।’ ପ୍ରକୃତ ବନ୍ଧୁର ବନ୍ଧୁତା ହେଉଛି ନିଃସ୍ୱାର୍ଥ ବନ୍ଧୁତା । ଅଫଳପେପ୍‌ସୁ ବନ୍ଧୁ ହିଁ ପ୍ରକୃତ ବନ୍ଧୁ ।

ତେଣୁ ବିପନ୍ନ ବ୍ୟକ୍ତିର ଏକମାତ୍ର ସହାୟକ ରୂପେ କୌଣସି ପ୍ରାପ୍ତିର ଆଶା ନ ରଖ୍ କେବଳ ଭଗବାନ୍ ହିଁ ସହାୟତା କରିଥା’ନ୍ତି । ସେଥ୍ପାଇଁ ତାଙ୍କର ନାମ ଦୀନବନ୍ଧୁ । ସେ ହିଁ ଏକା ବନ୍ଧୁ ପଦବାଚ୍ୟ । ପ୍ରକୃତ ବନ୍ଧୁଙ୍କ ବନ୍ଧୁତ୍ୱ ନିଃସ୍ୱାର୍ଥ ତଥା ଅହେତୁକୀ ବନ୍ଧୁତା । ସେପରି ଫଳ-କାମନା- ବିରହିତ ପରୋପକାରୀ ସଂସାରରେ ବିରଳ । ସେହି ବନ୍ଧୁ ହିଁ ପ୍ରକୃତ ବନ୍ଧୁ ।

Question ୨୩ ।
‘‘ଯେଉଁଠାରେ ଫଳର ଆଶାରଖ୍ ପରୋପକାର କରିବ ସେଠାରେ ନିଶ୍ଚେ ଚିଆଁ ପାଇବ’’– ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କର ।
କିମ୍ବା, ଫଳପେପ୍‌ସୁ ବନ୍ଧୁ, ପ୍ରକୃତ ବନ୍ଧୁ ନୁହଁନ୍ତି, ଏପରି ବନ୍ଧୁ କାର୍ଯ୍ୟତଃ ଧରା ପଡ଼ିଥା’ନ୍ତି – ଏହାର ସତ୍ୟତା ପଠିତ ପ୍ରବନ୍ଧ ଅନୁସରଣରେ ପ୍ରତିପାଦନ କର ।
କିମ୍ବା, କେଉଁପରି ବନ୍ଧୁ ଫଳରେ ଆଶା ରଖ୍ କାର୍ଯ୍ୟ କରନ୍ତି ଏବଂ ତାହାର ପରିଣାମ କ’ଣ ହୁଏ, ଆଲୋଚନା କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟ ଜଗତକୁ ସ୍ୱୀୟ ସାରସ୍ୱତ ପ୍ରତିଭା-ପ୍ରଭାରେ ସତତ ସମୁଜ୍ଜ୍ବଳ କରିଥିବା ଗୋପାଳଚନ୍ଦ୍ର ପ୍ରହରାଜ ଥିଲେ ଅନନ୍ୟ ପ୍ରତିଭାଧର ବରେଣ୍ୟ ପୁରୁଷ । ଶାଣିତ ବ୍ୟଙ୍ଗ, ବିଦ୍ରୂପ ତଥା ହାସ୍ୟରସାତ୍ମକ ପ୍ରବନ୍ଧ ରଚନା କରି ଶ୍ରେଷ୍ଠ ରମ୍ୟରଚକର ସୁଖ୍ୟାତି ଅର୍ଜନ କରିଥିବା ସେହି ଅମର ମଣିଷକୁ କୋଳରେ ଧରି କଟକ ଜିଲ୍ଲାନ୍ତର୍ଗତ ସିଦ୍ଧେଶ୍ଵରପୁର ଗ୍ରାମ ହୋଇଛି ଗର୍ବିତ । ତାଙ୍କ ସାରସ୍ବତ ଲେଖନୀ ନିଃସୃତ ‘ନନାଙ୍କ ବସ୍ତାନି’, ‘ଦୁନିଆର ହାଲଚାଲ’, ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’, ‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’ ପ୍ରଭୃତି କାଳଜୟୀ ସୃଷ୍ଟିସମ୍ପଦ ତାଙ୍କ ଅମଳିନ ପ୍ରତିଭାର ସ୍ପଷ୍ଟ ପ୍ରତିଫଳନ ।
‘ଭଞ୍ଜ ପ୍ରଦୀପ’ର ୧୧ଶ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ ‘ଦୁନିଆ ରୀତି ଏ’ ପ୍ରବନ୍ଧରୁ ସଂକଳିତ ‘ପ୍ରକୃତ ବନ୍ଧୁ’ ଶୀର୍ଷକ ପ୍ରବନ୍ଧରେ ପ୍ରାବନ୍ଧିକ ଫଳ ଆଶା ନରଖ୍ କର୍ତ୍ତବ୍ୟଜ୍ଞାନରେ ପରୋପକାର କରିବାକୁ ପରାମର୍ଶ ପ୍ରଦାନ କରିଛନ୍ତି ।

ପର ଉପକାର      ପୁଣ୍ୟମୟ ବ୍ରତ
ପାଳନ୍ତି ମହତ ଜନ
ପର ଉପକାରେ     ଉର୍ବୀ ଦିବାକର
ଦିଅନ୍ତି ଶସ୍ୟ କିରଣ । (ଗଙ୍ଗାଧର ମେହେର)

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

ସଂସ୍କୃତରେ ମଧ୍ୟ ଗୋଟିଏ ଉକ୍ତି ଅଛି– ‘ପରୋପକାରାୟ ସ୍ଵର୍ଗୀୟ ।’ ସେଥ‌ିପାଇଁ ମହାଜନମାନେ ମଧ୍ୟ କହିଛନ୍ତି –
‘ଫଳର କାମନା ନ ରଖୁ, ପ୍ରତ୍ଯୁପକାରର ଆଶା ନ କରି, ପରିଶୋଧ ପାଇବାର ଇଚ୍ଛା ନ କରି, ପବିତ୍ର କର୍ତ୍ତବ୍ୟଜ୍ଞାନରେ ପରର ଉପକାର କରିଯାଅ ।’’ ‘ପରୋପକାର’କୁ ଏକ ପୁଣ୍ୟମୟ ବ୍ରତ ବା ପବିତ୍ର କର୍ତ୍ତବ୍ୟ ମନେକରି ପରର ଉପକାର କରିବା ଉଚିତ । ପ୍ରତ୍ଯୁପକାର ବା କୃତଜ୍ଞତା ଆଶାରଖ୍ କାହାର ଉପକାର କରିବା ଉଚିତ ନୁହେଁ । କାରଣ ଏ ସଂସାରରେ ଉପକୃତ ବ୍ୟକ୍ତି ହିଁ ପରବର୍ତୀ ସମୟରେ ଅପକାର କରିବାକୁ ପଶ୍ଚାତ୍‌ପଦ ହୁଏ ନାହିଁ । ଏହି ସତ୍ୟକୁ ପ୍ରମାଣିତ କରିବାପାଇଁ ପ୍ରାବନ୍ଧିକ ମହାତ୍ମା ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ଉକ୍ତିକୁ ଉପସ୍ଥାପନ କରିଛନ୍ତି । ଦିନେ ମହାତ୍ମା ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କୁ ଆସି ଜଣେ କହିଲେ– ‘ଅମୁକ ଆପଣଙ୍କ ନାମରେ ଭାରି ଦୁର୍ନାମ ରଟନା କରୁଛନ୍ତି ।’’

ଏହା ଶୁଣି ମହାପୁରୁଷ ନୀରବ ରହିବାରୁ ଭଦ୍ରବ୍ୟକ୍ତି ଜଣକ ତାଙ୍କ ନୀରବତାର କାରଣ ପଚାରନ୍ତେ ଈଶ୍ଵରଚନ୍ଦ୍ର କହିଲେ– ‘ନିନ୍ଦାକାରୀଙ୍କର ମୁଁ କେବେ କୌଣସି ଉପକାର କରିଛି କି ନାହିଁ ଏହି କଥାର ହେଜ କରୁଥୁଲି । ମୁଁ ତାଙ୍କର କେବେ କିଛି ଉପକାର କରିଛି ବୋଲି ମୋର ସ୍ମରଣ ହେଉନାହିଁ; ଏପରି ଅବସ୍ଥାରେ ସେ କାହିଁକି ମୋ ଦୁର୍ନାମ କରିବାରେ ମାତିଛନ୍ତି, ମୁଁ ବୁଝିପାରୁ ନାହିଁ ।’’ ଫଳତଃ ଦେଖାଯାଏ ଉପକୃତ ବ୍ୟକ୍ତି ହିଁ ପ୍ରତ୍ୟୁପକାର କରିବା ପରିବର୍ତ୍ତେ ଅପକାର କରିବାକୁ ଆଗେଇ ଆସେ । ଯିଏ ତୁମ ଅନ୍ନରେ ପ୍ରତିପାଳିତ, ତୁମେ ଯାହାର ଉପକାର କରିଅଛ, ତୁମ ସ୍ୱାର୍ଥତ୍ୟାଗ ତଥା ପରିଶ୍ରମ ଫଳରେ ଯିଏ ମଣିଷ ହୋଇଅଛି, ଯିଏ ତୁମର ରକ୍ତରେ ଗଢ଼ା, ସେ ହିଁ ତୁମର ପ୍ରଧାନ ଶତ୍ରୁରୂପେ ଛିଡ଼ାହେବେ ।

କରିବାକୁ ସେ ବାଧ୍ୟ । ସେହି ବାଧ୍ୟବାଧକତା ହିଁ ସଂସାରରେ ସୃଷ୍ଟ ବହୁ ଅନର୍ଥର ମଞ୍ଜିର କାରଣ ସାଜେ । କାରଣ ସେମାନେ ପ୍ରକୃତ ମିତ୍ର ନୁହଁନ୍ତି । ମିତ୍ରଙ୍କୁ ପାପକାର୍ଯ୍ୟରୁ ନିବୃତ୍ତ କରି ମିତ୍ରଙ୍କ ହିତ ସାଧନରେ ରତ ରହି ଗୋପନୀୟ ବିଷୟକୁ ଗୋପନ ରଖ୍ ବିପଦବେଳେ ପାଖେ ପାଖେ ରହି ସାହାଯ୍ୟ କରିବା ସେମାନଙ୍କ ଧର୍ମ ନୁହେଁ । ବରଂ ତୁମ ଧନ, ଯଶ, ପ୍ରତିପତ୍ତି ଓ ପଦବୀରେ ମୁଗ୍ଧ ହୋଇ ବର୍ତ୍ତମାନର ତଥା ଭବିଷ୍ୟତର ସ୍ଵାର୍ଥସାଧନ ନିମନ୍ତେ ସେମାନେ ବନ୍ଧୁତାର ଡୋରି ଲଗାଇଥିଲେ । ତୁମ ମୁଣ୍ଡରେ ନଡ଼ିଆ ଭାଙ୍ଗି ଉଖୁଡ଼ା ଖାଇଥିଲେ । ତୁମ ପାଦରେ ଧନ-ଜନ-ଗୋପ-ଲକ୍ଷ୍ମୀ ଢାଳିଦେବା ସହ ମାନ-ସମ୍ମାନ ଓ ଜୀବନ ମଧ୍ୟ ସମର୍ପଣ କରିବାକୁ ଆଗେଇ ଆସୁଥିଲେ । ଆବଶ୍ୟକ ହେଲେ ବାଘଦୁଧ, ପିମ୍ପୁଡ଼ି ରକ୍ତ, ସାପ ଗୋଡ଼ ପ୍ରଭୃତି ଅସମ୍ଭବ ପଦାର୍ଥ ଆଣିଦେବାକୁ ମଧ୍ୟ ବାହାରି ପଡୁଥିଲେ ।

ବନ୍ଧୁତ୍ବର ସେହି ନିଶା ମଧ୍ଯରେ ତୁମର ସକଳ ଦୁର୍ବଳତାକୁ ମଧ୍ୟ ସେମାନେ ଜାଣି ଯାଇଥିଲେ । ତୁମର ଧନ, ପ୍ରତିପତ୍ତି, ପଦବୀ, କାର୍ଯ୍ୟସାଧନ ଶକ୍ତି ଚାଲିଯିବା ପରେ ହୁଗୁଳି ଯିବ ବନ୍ଧୁତାର ବନ୍ଧନ । ଅଧିକ ସ୍ବାର୍ଥ ସାଧନ ନିମନ୍ତେ ବିପକ୍ଷଙ୍କୁ ଆଶ୍ରୟ କରିବେ । ତୁମେ ବିପଦରେ ପଡ଼ିଥିବା ସମୟରେ ଦେଖା କରିବାକୁ ମଧ୍ୟ ନ ଆସି ସେହି ସମୟରେ ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଶ୍ଚାତ୍‌ଦ ହେବେ ନାହିଁ । ବିପକ୍ଷ ବା ଶତ୍ରୁଙ୍କ ଆଗରେ ତୁମ ଦୁର୍ବଳତା ପ୍ରକାଶ କରିବେ । ସେହି ଦୁର୍ବଳତାକୁ ଅସ୍ତ୍ରକରି ଶତ୍ରୁ ଆକ୍ରମଣ କରିବାକୁ ଆଗେଇ ଆସିବେ । ଆରମ୍ଭ ହେବ ଉଭୟଙ୍କ ମଧ୍ୟରେ ସଂଘର୍ଷ । ତେଣୁ ଯଥାର୍ଥରେ ପ୍ରାବନ୍ଧିକ କହିଛନ୍ତି– ‘ଆଜି ଯେ ବନ୍ଧୁତାସନେ କାଲି ସେ ଅରାତି ।’

ଏ ସଂସାରରେ ଫଳର ଆଶାରଖ୍ ବନ୍ଧୁତା ସ୍ଥାପନ କଲେ ତା’ର ପ୍ରତିଫଳ ପାଇବା ସୁନିଶ୍ଚିତ । ତଥାପି ବିପଦବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ନିଃସ୍ୱାର୍ଥ ଅହେତୁକୀ ବନ୍ଧୁତା ତଥା ଫଳକାମନା ବିରହିତ ପରୋପକାର ଏ ସଂସାରରେ ବିରଳ । ତେଣୁ ପରଦ୍ଵାରା ଅପକୃତ ହେଲେ ମଧ୍ୟ ପରୋପକାର ରୂପକ ପୁଣ୍ୟମୟ ବ୍ରତ ପାଳନ କରିବାପାଇଁ କବି ଗାଇଛନ୍ତି –

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ 6

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

Question ୨୪ ।
କାମର ପିଆରା ବନ୍ଧୁତା ପ୍ରକୃତ ବନ୍ଧୁତା ନୁହେଁ । ଏହା ବୁଝାଇ ସାନ ଭଉଣୀ ନିକଟକୁ ପତ୍ର ଲେଖ ।
Answer:
କଲ୍ୟାଣୀୟା ସ୍ମିତା,

ଅମରଦା

ତା………………………………..

ମୋର ହାର୍ଦ୍ଦିକ ସ୍ନେହାଶିଷ ନେବୁ । ବାପା ଓ ବୋଉଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇଦେବୁ । ଗତକାଲି ତୋର ଚିଠି ପାଇ ସେଥିରୁ ତୋର ବନ୍ଧୁମାନଙ୍କ କଥା ତଥା ସେମାନଙ୍କ ଗହଣରେ ତୋର ଆନନ୍ଦରେ କାଳକାଟିବା କଥା ଜାଣି ଯେତିକି ଖୁସି ହେଲି ସେତିକି ମୋ ମନ ଆଶଙ୍କାରେ ମଧ୍ୟ ଭରିଗଲା । କାରଣ, ଏ ସଂସାରରେ ନିଃସ୍ୱାର୍ଥ ବନ୍ଧୁତ୍ଵ ବିରଳ । ସମସ୍ତ ବନ୍ଧୁତା କାମର ପିଆରା । ସେହିପରି ବନ୍ଧୁତ୍ବ ସମ୍ପର୍କରେ ଓଡ଼ିଆ ସାହିତ୍ୟର ସୁପ୍ରସିଦ୍ଧ ରମ୍ୟରଚକ ଭାବେ ପରିଚିତ ଗୋପାଳଚନ୍ଦ୍ର ପ୍ରହରାଜ ‘ପ୍ରକୃତ ବନ୍ଧୁ’ ନୀମକ ପ୍ରବନ୍ଧରେ ବର୍ଣ୍ଣନା କରିଛନ୍ତି । ସେ ସମ୍ପର୍କରେ ମୁଁ ବର୍ଣ୍ଣନା କରୁଛି । ତୁ ଶେଷ ପର୍ଯ୍ୟନ୍ତ ଚିଠି ପଢ଼ି ହୃଦୟଙ୍ଗମ କରିବୁ ଏବଂ କାମର ପିଆରା ବନ୍ଧୁମାନଙ୍କୁ ପରିହାର କରି ପ୍ରକୃତ ବନ୍ଧୁମାନଙ୍କ ସଙ୍ଗେ ବନ୍ଧୁତ୍ୱ ସ୍ଥାପନ କରିବୁ ।

ଏ ସଂସାରରେ ନିଃସ୍ୱାର୍ଥ ଅହେତୁକୀ ବନ୍ଧୁତା ତଥା ଫଳକାମନା ବିରହିତ ପରୋପକାର ବିରଳ । ପଣ୍ଡିତମାନେ ସନ୍ନିତ୍ରର ଲକ୍ଷଣ ସମ୍ପର୍କରେ କହିଛନ୍ତି– ‘ପ୍ରକୃତ ମିତ୍ର, ମିତ୍ରଙ୍କୁ ପାପରୁ ନିବୃତ୍ତ କରାନ୍ତି, ମିତ୍ରଙ୍କର ଗୋପନୀୟ ବିଷୟମାନ ଗୋପନ ରଖନ୍ତି, ମିତ୍ରଙ୍କର ଅପ୍ରକଟିତ ଗୁଣକୁ ପ୍ରକଟିତ କରନ୍ତି, ମିତ୍ରଙ୍କ ସମ୍ପଦକାଳରେ ପାଖରେ ରହିବାକୁ ଆଗ୍ରହାନ୍ବିତ ହୁଅନ୍ତି ନାହିଁ; କିନ୍ତୁ ମିଶ୍ରଙ୍କ ବିପରି ପଡ଼ିଲେ ତାଙ୍କ ପାଖେ ପାଖେ ରହନ୍ତି ।’’

ଯଥାର୍ଥରେ ବିପଦକାଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ସେ ହିଁ ଅଫଳପେପ୍‌ସୁ ବନ୍ଧୁ । ସେଥ‌ିପାଇଁ ଭଗବାନଙ୍କ ନାମ ଦୀନବନ୍ଧୁ । ଏ ସଂସାରର ସେ ହିଁ ଏକା ବନ୍ଧୁ ପଦବାଚ୍ୟ । ଏତଦ୍‌ବ୍ୟତୀତ ଏ ସଂସାରରେ ସମସ୍ତ ବନ୍ଧୁତା କାମର ପିଆରା ବନ୍ଧୁତା । ଯେଉଁ ବନ୍ଧୁତ୍ଵ ସ୍ବାର୍ଥସାଧନ ଉପରେ ପ୍ରତିଷ୍ଠିତ । ଧନ, ପ୍ରତିପତ୍ତି, ପଦବୀ ପ୍ରତି ଆକର୍ଷିତ ହୋଇ ସେମାନେ ବନ୍ଧୁତ୍ଵ ସ୍ଥାପନ କରିଥା’ନ୍ତି । ଅନ୍ତରରେ ସେମାନଙ୍କର ଥାଏ ବର୍ତ୍ତମାନ ତଥା ଭବିଷ୍ୟତର କାର୍ଯ୍ୟସାଧନର ଲାଳସା ।

ସ୍ୱାର୍ଥ ହାସଲ ପାଇଁ ବନ୍ଧୁତ୍ବର ଅଭିନୟ କରି ଧନ-ଜନ-ଗୋପଲକ୍ଷ୍ମୀ, ମାନ ସମ୍ମାନ ଏବଂ ଜୀବନକୁ ମଧ୍ଯ ସମର୍ପଣ କରିଦେବାକୁ ସେମାନେ ଆଗେଇ ଆସିବେ । ଆବଶ୍ୟକ ହେଲେ ବାଘଦୁଧ, ପିମ୍ପୁଡ଼ି ରକ୍ତ, ନିର୍ମୂଳୀ ମୂଳ, ସାପ ଗୋଡ଼ ପ୍ରଭୃତି ଅସମ୍ଭବ ପଦାର୍ଥ ମଧ୍ୟ ଆଣିଦେବାକୁ ବାହାରି ପଡ଼ିବେ । ମହାପ୍ରସାଦ ବା ଖୋଦାଙ୍କ ନାମ ଧରି ବନ୍ଧୁତା ସ୍ଥାପନ କରିବେ । ସେହି ନାମର ନିଶା ମଧ୍ୟରେ ବନ୍ଧୁତ୍ଵର ଗଭୀର ବିଶ୍ଵସନୀୟତା ମଧ୍ଯରେ ସେମାନେ ତୋର ସକଳ ଦୁର୍ବଳତାକୁ ଜାଣିଯାଇଥବେ । ‘ପ୍ରକୃତ ବନ୍ଧୁ’ ଶୀର୍ଷକ ପ୍ରବନ୍ଧର ରଚୟିତା ‘ମହାପ୍ରସାଦ ବା ଖୋଦାଙ୍କ ନାମ ନିଶାରେ ମୁଁ ସେଥୁମଧ୍ୟରୁ ପନ୍ଦରପଣ ବନ୍ଧୁଙ୍କ ହାତକୁ ମୋ ବାଡ଼ିଦୁଆରର ଗଳିକବାଟର କଞ୍ଚୁ ବଢ଼ାଇ ଦେଇଥୁଲି; ବଢ଼ାଇ ଦେଇଥୁଲି ନକହି ମୁଁ ନିଶାରେ ଚୁର୍ ଥିବାବେଳେ ସେମାନେ ମୋ ଅଣ୍ଟାରୁ ବା ପକେଟ୍‌ରୁ ସେ କଞ୍ଚ୍ କାଢ଼ିନେଇଥିଲେ ।’’

କାର୍ଯ୍ୟ ସରିଗଲେ ସ୍ଵାର୍ଥ ହାସଲ କରିସାରିବା ପରେ ହୁଗୁଳା ହୋଇଯାଏ ସେମାନଙ୍କ ବନ୍ଧୁତ୍ବର ସେହି ଦୃଢ଼ ବନ୍ଧନ । ତୋଠାରୁ ଈପ୍‌ସିତ କାର୍ଯ୍ୟ ବା ଉପକାର ହାସଲ କରିସାରିବା ପରେ ଭବିଷ୍ୟତରେ ଅଧ‌ିକ ଉପକାର ଲାଭ କରିବା ଆଶାରେ ସେମାନେ ତୋ ବିପକ୍ଷଙ୍କୁ ଆଶ୍ରା କରିବେ । ତୋ ନାମରେ ଦୁର୍ନାମ ରଟନା କରିବା ସହ ତୋ ବିରୋଧରେ ସାକ୍ଷ୍ୟ ଦେବାକୁ ମଧ୍ୟ କୁଣ୍ଠିତ ହେବେ ନାହିଁ । ‘ଜଡ଼ାତେଲ ମେଣ୍ଢାବାଳ’ ପରି ସମ୍ପର୍କ ରଖୁଥ‌ିବା ବନ୍ଧୁମାନଙ୍କ ସହ ତୋର ସୃଷ୍ଟିହେବ ‘ଝୋଟନିଆଁ’ର ସମ୍ପର୍କ । ସେତେବେଳେ ସେମାନେ ମହାପ୍ରସାଦ ବା ଖୋଦାଙ୍କ ନାମ ଧରି କରଗତ କରିଥିବା ତୋ ବାଡ଼ି ଦୁଆରର ଗଳିକବାଟର କଞ୍ଚଟିକୁ ତୋର ପ୍ରତିଦ୍ଵନ୍ଦୀ ବା ଶତ୍ରୁ ହାତରେ ଧରାଇଦେବେ । ସେହି କଞ୍ଜ୍ ବା ଦୁର୍ବଳତାକୁ ଅସ୍ତ୍ର କରି ମିରିଗ ପରି ଦୁର୍ବଳ ଶତ୍ରୁ ପ୍ରବଳ ହୋଇଉଠି ତୋ ବାଘ ଘରେ ମିରିଗ ନାଟ ଆରମ୍ଭ କରିବେ । ସେତେବେଳେ ଚାହିଁ ଜଳକା ବନି ରହିବା ବ୍ୟତୀତ ଇଚ୍ଛା ଥିଲେ ବି କିଛି କରିପାରିବୁ ନାହିଁ । ତେଣୁ ପ୍ରାବନ୍ଧିକ ଗୋପାଳଚନ୍ଦ୍ର ପ୍ରହରାଜ କହିଛନ୍ତି, ‘ଆଜି ଯେ ବନ୍ଧୁତାସନେ କାଲି ସେ ଅରାତି ।’’

ତୁ ଯେଉଁମାନଙ୍କର ଉପକାର କରିଅଛୁ, ତୋ ପରିଶ୍ରମ ତଥା ସ୍ଵାର୍ଥତ୍ୟାଗ ଫଳରେ ଯିଏ ମଣିଷ ହୋଇଅଛି, ସେ ତୋ ଉପକାରର ପ୍ରତ୍ୟୁପକାର କରିବା ବା କୃତଜ୍ଞତା ଜଣାଇବା ପରିବର୍ତ୍ତେ ତୋର ପରମ ଶତ୍ରୁ ହୋଇ ଛିଡ଼ାହେବ । ତୁ ବିପଦରେ ପଡ଼ିଥିବାବେଳେ ସାହାଯ୍ୟ କରିବା ପରିବର୍ତ୍ତେ ସେମାନେ ଦିହଛପା ଦେବେ । ବରଂ ଅକଳରେ ପଡ଼ିଥିବାର ଦେଖୁ ମରଣାନ୍ତକ ଆକ୍ରମଣ କରିବାକୁ ପଶ୍ଚାତ୍‌ପଦ ହେବେ ନାହିଁ । କାରଣ ସେମାନଙ୍କର ବନ୍ଧୁତା ଥୁଲା କାମର ପିଆରା ବନ୍ଧୁତା । ତେଣୁ ତୁ ଫଳର କୌଣସି କାମନା ନରଖ୍, ପ୍ରତ୍ଯୁପକାରର ଆଶା ନକରି, ପରିଶୋଧ ପାଇବାର ଇଚ୍ଛା ନକରି, ପବିତ୍ର କର୍ତ୍ତବ୍ୟ ଜ୍ଞାନରେ ପରର ଉପକାର କରିବୁ । ବନ୍ଧୁତ୍ଵର ନିଶାରେ ଚୁର୍ ହୋଇ ତୋ ବାଡ଼ିଦୁଆରର ଗଳିକବାଟର କଞ୍ଚିଟିକୁ କେବେ ସେମାନଙ୍କ ହାତକୁ ବଢ଼ାଇଦେବୁ ନାହିଁ । ବିପଦରେ ତୋର କେହି ସହାୟକ ନ ହେଲେ ମଧ୍ୟ ବିପଦର ବନ୍ଧୁ ଜଗତର ନାଥ ଦୀନବନ୍ଧୁ ଜଗନ୍ନାଥ ନିଶ୍ଚୟ ତୋର ସହାୟକ ହେବେ । ରହୁଛି । । ଇତି ।

ତୋର ଶୁଭାକାଂକ୍ଷୀ ଭାଇନା

ଠିକଣା
ପେରକ ପ୍ରପକ
ଶୁଭ ଙ୍କର ସାମନ୍ତରାୟ
ସା./ପୋ.—ଅମରଦା
ଜି.– ମୟୂରଭଞ୍ଜ
ସି୍ମତା ସାମନ୍ତରାୟ
ଭ କ୍ତମଧୁ ବଦ୍ୟପୀଠ
ଜି.— କଟକ

ତୁମପାଇଁ କାମ

୨୫ । ପ୍ରାବନ୍ଧିକ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କର ଅନ୍ୟାନ୍ୟ ପ୍ରବନ୍ଧ ସଂଗ୍ରହ କରି ପଢ଼ ।
୨୬ । ତୁମ ବନ୍ଧୁମାନଙ୍କ ଭିତରେ ପ୍ରକୃତ ବନ୍ଧୁର କି କି ଲକ୍ଷଣ ରହିଛି ତାହା ଟିପାଖାତାରେ ଲେଖୁ ରଖ ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

Question ୧।
ପ୍ରାବନ୍ଧିକଙ୍କର ପ୍ରଥମ ଦଶ ବର୍ଷ କିପରି କଟିଛି ?
Answer:
ପ୍ରାବନ୍ଧିକଙ୍କର ପ୍ରଥମ ଦଶ ବର୍ଷ ଅଣହେଜ ଅବସ୍ଥାରେ କଟିଛି ।

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

Question ୨।
ଜୀବନର ଦୀର୍ଘକାଳ ମଧ୍ୟରେ କେଉଁମାନଙ୍କ ସହ ପ୍ରାବନ୍ଧିକଙ୍କର ଆଳାପ ଓ ପରିଚୟ ହୋଇଛି ?
Answer:
ଜୀବନର ଦୀର୍ଘକାଳ ମଧ୍ୟରେ ଜନ୍ମତଃ, ବିବାହତଃ, କର୍ମକ୍ଷେତ୍ର ତଃ, ସଂସାରତଃ, ବ୍ୟବସାୟତଃ ଇତ୍ୟାଦି ବ୍ୟକ୍ତିଙ୍କ ସଙ୍ଗେ ‘ସାପ୍ତପଦୀନ’ ଆଳାପ ପରିଚୟ ହୋଇଅଛି ।

Question ୩ ।
କ’ଣ ଯୋଗୁଁ ଅନେକଙ୍କର ଲେଖକଙ୍କ ସହିତ ବନ୍ଧୁତାର ସୂତ୍ରପାତ ହୋଇଥିଲା ?
Answer:
ଧନରେ ମୁଗ୍‌ଧ ହୋଇ, ଯଶ ବା ପ୍ରତିପତ୍ତି ଯୋଗୁଁ ଏବଂ ପଦବୀ ହେତୁ ଉପସ୍ଥିତ ବା ଭବିଷ୍ୟ କାର୍ଯ୍ୟ ସାଧନର ଉଦ୍ଦେଶ୍ୟ ନେଇ ଅନେକଙ୍କର ଲେଖକଙ୍କ ସଙ୍ଗେ ବନ୍ଧୁତାର ସୂତ୍ରପାତ ହୋଇଥିଲା ।

Question ୪ ।
ଲେଖକଙ୍କଠାରୁ ସ୍ଵାର୍ଥ ଲିପ୍‌ସୁ ବନ୍ଧୁ ମାନେ କେତେବେଳେ ଦୂରେଇଗଲେ ?
Answer:
ଯେତେବେଳେ ଲେଖକଙ୍କଠାରୁ ଧନ, ପ୍ରତିପରି, ପଦବୀ ଓ କାର୍ଯ୍ୟସାଧନ ଶକ୍ତି ଚାଲିଗଲା । ,
ଦୂରେଇଗଲେ ।

Question ୫ ।
ଭଗବାନ୍‌ଙ୍କୁ ‘ଦୀନବନ୍ଧୁ’ ନାମ କାହିଁକି ଦିଆଯାଇଛି ?
Answer:
କୌଣସି ଫଳପ୍ରାପ୍ତିର ଆଶା ନରଖୁ ଆବଶ୍ୟକ ବା ବିପଦବେଳେ କେବଳ ଭଗବାନ୍ ହିଁ ସାହାଯ୍ୟ କରୁଥିବାରୁ ତାଙ୍କୁ ‘ଦୀନବନ୍ଧୁ’ ନାମ ଦିଆଯାଇଛି ।

Question ୬ ।
କ’ଣ ସରିଗଲେ ବନ୍ଧୁତାର ବନ୍ଧନ ହୁଗୁଳ । ହୋଇଯାଏ ?
Answer:
ପରେ ସ୍ଵାର୍ଥଲିପ୍‌ସୁ ବନ୍ଧୁମାନଙ୍କର ବନ୍ଧୁତାର ବନ୍ଧନ ହୁଗୁଳା ହୋଇଯାଏ ।

Question ୭ ।
ବନ୍ଧୁମାନେ ଭଟ୍ଟା ପଡ଼ିଯାଆନ୍ତି କାହିଁକି ?
Answer:
ପଦବୀ ଚାଲିଗଲା ପରେ ବନ୍ଧୁଜନଙ୍କ ସ୍ବାର୍ଥସିଦ୍ଧିର ଆଶା ରହୁ ନଥିବାରୁ ସେମାନେ ଦୂରେଇଯାଆନ୍ତି ।

ନିମ୍ନ ଶବ୍ଦଗୁଡ଼ିକର ଅର୍ଥ ଗୋଟିଏ ଶବ୍ଦରେ ବା ବାକ୍ୟରେ ଲେଖ ।

Question ୮।
ଅଣହେଜର ଅର୍ଥ କ’ଣ ?
Answer:
ସ୍ମରଣ ନ କରିବା ହେତୁ ନ କରିବା ।

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

Question ୯।
ଆକ୍ଷେପ କାହାକୁ କୁହାଯାଏ ।
Answer:
ଅନ୍ୟ ପ୍ରତି ଦୋଷାରୋପ କରିବାକୁ ଆକ୍ଷେପ କୁହାଯାଏ ।

Question ୧୦।
ରାଷ୍ଟ୍ର ବିପ୍ଳବ କହିଲେ କ’ଣ ବୁଝ ?
Answer:
ଦେଶରେ ଆନ୍ଦୋଳନକୁ ରାଷ୍ଟ୍ର ବିପ୍ଳବ କୁହାଯାଏ ।

Question ୧୧।
ସମ୍ପଦ କାଳରେ ଅର୍ଥ କ’ଣ ?
Answer:
ସମୃଦ୍ଧି ବେଳରେ ।

Question ୧୨।
ଚପୋଟ ମୁଖ୍ୟାଦି କହିଲେ କ’ଣ ବୁଝ ?
Answer:
ଚାପଡ଼ା ଓ ବିଧାକୁ ଚପୋଟ ମୁଷ୍ୟାଦିକୁ ବୁଝାଏ ।

Question ୧୩।
ଅଫଳପେପ୍‌ସୁ କାହାକୁ କୁହାଯାଏ ?
Answer:
ଫଳ ଆଶା କରୁ ନଥ‌ିବା ବ୍ୟକ୍ତିକୁ ଅଫଳ ପେପ୍‌ସୁ କୁହାଯାଏ ।

Question ୧୪।
ପାରଲୌକିକର ଅର୍ଥ କ’ଣ ?
Answer:
ପରଲୋକ ସମ୍ବନ୍ଧୀୟ ।

Question ୧୫।
ମହାପ୍ରସାଦ ବନ୍ଧୁ କହିଲେ କ’ଣ ବୁଝ ?
Answer:
ଧର୍ମ ବନ୍ଧୁଙ୍କୁ ମହାପ୍ରାସାଦ ବନ୍ଧୁ କୁହାଯାଏ ।

Question ୧୬।
ଉତ୍ସବେର ଅର୍ଥ କ’ଣ ?
Answer:
ପର୍ବପର୍ବ।ଣିମାନଙ୍କରେ

Question ୧୭ ।
କାର୍ଯ୍ୟସାଧକର ଅର୍ଥ କ’ଣ ?
Answer:
କାର୍ଯ୍ୟସାଧନକାରୀ

Question ୧୮।
ସମ୍ମାର୍ଜନର ଅର୍ଥ କ’ଣ ?
Answer:
ଆଶ୍ଵାସନା, ସମାଧାନ ।

Question ୧୯।
ସାପ୍ତପଦୀନ କାହାକୁ କୁହାଯାଏ ?
Answer:
ହିନ୍ଦୁ ବିବାହ ସମୟରେ ବରକନ୍ୟାଙ୍କର ମନ୍ତ୍ର ଉଚ୍ଚାରଣ କରି ସାତୋଟି ମଣ୍ଡଳିରେ ଏକତ୍ର ସାତ ପାହୁଣ୍ଡ ଗମନ ।

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

Question ୨୦।
ସଗୋତ୍ର କହିଲେ କ’ଣ ବୁଝ ?
Answer:
ସମାନ ଗୋତ୍ରକୁ ସଗୋତ୍ର କୁହାଯାଏ ।

Question ୨୧।
ସମାନୋଦକ
Answer:
ଚଉଦ ପୁରୁଷ ପର୍ଯ୍ୟନ୍ତ ଜ୍ଞାତିକୁଟୁମ୍ବ ।

B ଗୋଟିଏ ପଦରେ ଉତ୍ତର ଲେଖ ।
1. କିପରି ବନ୍ଧୁ ପ୍ରକୃତ ବନ୍ଧୁ ?
Answer:
ଫଳପେପ୍‌ସୁ

2. ଭଗବାନଙ୍କୁ କେଉଁ ନାମ ଦିଆଯାଇଛି ?
Answer:
ଦୀନବନ୍ଧୁ

3. ଆଜି ଯେ ବନ୍ଧୁ ତାସନେ କାଲି ସେ ____________________ ପାଲଟିଯିବେ ?
Answer:
ରାତି

4. ବାଘ ଘରେ କାହାର ନାଟ ଲାଗିଥାଏ ?
Answer:
ମିରିଗର

5. ପଦବୀରେ ଥ‌ିବାବେଳେ ବନ୍ଧୁଜନମାନେ କିପରି ମାଡ଼ି ଆସନ୍ତି ?
Answer:
ପିମ୍ପୁଡ଼ି ପରି

6. ପ୍ରାବନ୍ଧିକ ବନ୍ଧୁତାର ନିଶାରେ ଚୁର୍ ଥ‌ିବାବେଳେ ବନ୍ଧୁମାନେ ତାଙ୍କ ଅଣ୍ଟା ବା ପକେଟରୁ କ’ଣ କାଢ଼ି ନେଇଥିଲେ ?
Answer:
କଞ୍ଚ୍

7. ପଦାନଜନିତ ବନ୍ଧୁମାନେ କେଉଁ ସମୟରେ ଭଟ୍ଟା ପଡ଼ିଯିବେ ?
Answer:
ପଦବୀରୁ ଯିବା ପରେ

8. ଯେଉ‍‍ଁମାନଙ୍କ ସହ ଜଡ଼।ତେଲ ମେଣ।ବାଳ ସଂପର୍କ ଥିଲା ପଦବୀ ଯିବାପରେ ସେମାନଙ୍କ ସହ କେଉଁ ସମ୍ପର୍କ ସୃଷ୍ଟି ହେବ ?
Answer:
ଝୋଟ ନିଆଁ

୨. କାହାର କାନ୍ଦୁ କାନ୍ଦୁ ଦିନ ସରେ ନାହିଁ ?
Answer:
ହତଭାଗାର

10. ଯେ ସାହାଯ୍ୟ କରିବାକୁ ଧର୍ମତଃ ବାଧ୍ୟ, ଶେଷରେ ସେ କ’ଣ କରେ ?
Answer:
ଦିହଛପା ଦିଏ

11. କାମ ସରିଗଲେ ବନ୍ଧୁତାର ବନ୍ଧନ କ’ଣ ହୋଇଯାଏ ?
Answer:
ହୁଗୁଳା

12. ଅଧିକାଂଶ ବନ୍ଧୁ ତା କାହା ନାମ ଉପରେ ଗଢ଼ାଯାଇଥାଏ ?
Answer:
ମହାପ୍ରସାଦ ବା ଖୋଦାଙ୍କର

13. ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଜନ୍ମ କଟକ ଜିଲ୍ଲାର କେଉଁ ଗ୍ରାମରେ ହୋଇଥିଲା ?
Answer:
ସିଦ୍ଧେଶ୍ଵରପୁର

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

14. ଗଣ୍ଡା-କହିଲେ କେଉଁ ସଂଖ୍ୟାକୁ ବୁଝାଏ ?
Answer:
ଚାରିଗୋଟି

15. ମହାଜନମାନେ ପବିତ୍ର କର୍ତ୍ତବ୍ୟ ଜ୍ଞାନରେ କ’ଣ କରିବାକୁ କହିଯାଇଛନ୍ତି ?
Answer:
ପରୋପକାର

16. ପଦବୀରୁ ଖସିଯିବା ପରେ କେଉଁ ବନ୍ଧୁମାନେ ଭଟ୍ଟା ପଡ଼ିଯିବେ ?
Answer:
ପଦାଧ୍ୟାନଜନିତ ବନ୍ଧୁମାନେ

17. ‘ଦୀନବନ୍ଧୁ’ ନାମ କାହାକୁ ଦିଆଯାଇଛି ?
Answer:
ଭଗବାନଙ୍କୁ

18. କିଏ ଏକା ବନ୍ଧୁ ପଦବାଚ୍ୟ ?
Answer:
ଭଗବାନ୍

19. ଦୀନବନ୍ଧୁ ଙ୍କ ବ୍ୟତୀତ ଅନ୍ୟସବୁ ବନ୍ଧୁତା କିପରି ହୋଇଥାଏ ?
Answer:
ଦେଖା ସୁନ୍ଦର କଖାରୁ ବଡ଼ି ପରି

C ଶୂନ୍ୟସ୍ଥାନ ପୂରଣ କର ।
1. ପ୍ରକୃତ ମିତ୍ର ସର୍ବଦା ମିତ୍ରର ________________ ରେରତ ହୋଇଥା’ନ୍ତି ।
Answer:
ହିତ ସାଧନ

2. ପ୍ରକୃତ ମିତ୍ର ମିତ୍ରଙ୍କର _________________ ବିଷୟମାନ ଗୋପନ ରଖନ୍ତି ।
Answer:
ଗୋପନୀୟ

3. ପ୍ରକୃତ ମିତ୍ର ମିତ୍ରଙ୍କର ________________ ପ୍ରକଟିତ କରନ୍ତି ।
Answer:
ପ୍ରକଟିତ ଗୁଣଗୁଡ଼ିକୁ

4. ପ୍ରକୃତ ମିତ୍ର ମିତ୍ରଙ୍କର _________________ ସମୟରେ ତାଙ୍କ ପାଖେ ପାଖେ ରହନ୍ତି ।
Answer:
ବିପଦ

5. ପ୍ରକୃତ ମିତ୍ର ମିତ୍ରଙ୍କର _______________ ସମୟରେ ପାଖରେ ରହିବାକୁ ଆଗ୍ରହାନ୍ବିତ ହୁଅନ୍ତି ନାହିଁ ।
Answer:
ସଂପଦ

6. ଅଧିକାଂଶ ବନ୍ଧୁ ପ୍ରାବନ୍ଧିକଙ୍କ ମୁଣ୍ଡରେ ନଡ଼ିଆ ଭାଙ୍ଗି ___________________ ଖାଉଥିଲେ ।
Answer:
ଉଖୁଡ଼ା

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

7. ସଂସାରରେ ଦେଖାଯାଏ ଯେ ଅଧିକାଂଶ ବନ୍ଧୁତା ________________________ ବନ୍ଧୁତା ।
Answer:
କାମର ପିଆରା

8. ଯେ ତୁମ ରକ୍ତରେ ଗଢ଼ା, ସେହି ପୁଣି ତୁମର ______________________ ହୋଇ ଛିଡ଼ା ହୁଏ ।
Answer:
କଟ୍ଟର ଦୁସ୍‌ମନ୍

9. _____________________ ହିଁ ସଂସାରରେ ବହୁ ଅନର୍ଥର ମଞ୍ଜି ।
Answer:
ବାଧ୍ୟବାଧକତା

10. ଫଳର ଆଶା ରଖ୍ ପରୋପକାର କଲେ ସେଠାରେ _________________ ପାଇବ ।
Answer:
ଚିଆଁ

11.‘ପ୍ରକୃତ ବନ୍ଧୁ’ ପ୍ରବନ୍ଧର ରଚୟିତା ___________________ ।
Answer:
ଗୋପାଳଚନ୍ଦ୍ର ପ୍ରହରାଜ

12. ଲେଖକଙ୍କଠାରୁ ବନ୍ଧୁମାନେ __________________ ହରାଇବା ପରେ ଦୂରେଇ ଗଲେ ।
Answer:
ଧନ, ପ୍ରତିପତ୍ତି ଓ ପଦବୀ

13. ଅଫଳାପେପ୍‌ସୁ ବନ୍ଧୁ ______________________ ବନ୍ଧୁ ପଦବାଚ୍ୟ ।
Answer:
ପ୍ରକୃତ ବନ୍ଧୁ

14. ଲେଖକ ବନ୍ଧୁ ମାନଙ୍କ ହାତ କୁ ____________________ ବଢ।ଇ ଦେଇଥିଲେ ।
Answer:
ବାଡ଼ିଦୁଆର କଞ୍ଚ

15. ‘ଜଡ଼ାତେଲ ମେଣ୍ଢାବାଳ’ ସମ୍ପର୍କର ଅର୍ଥ ___________________ ।
Answer:
ଅତି ନିବିଡ଼ ସମ୍ପର୍କ

16. ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ର ରଚୟିତା _________________ ।
Answer:
ଗୋପାଳ ଚନ୍ଦ୍ର ପ୍ରହରାଜ

17. ପ୍ରାବନ୍ଧିକଙ୍କ ଜୀବନର ପ୍ରଥମ ଦଶ ବର୍ଷ ________________ ଅବସ୍ଥାରେ ବିତିଥିଲା ।
Answer:
ଅଣହେଜ

18. ବହୁ ସହସ୍ର ବ୍ୟକ୍ତିଙ୍କ ସଙ୍ଗେ ପ୍ରାବନ୍ଧିକଙ୍କର_______________ ଆଳାପ ପରିଚୟ ହୋଇଅଛି ।
Answer:
ସାପ୍ତପଦୀନ

19. ପ୍ରାବନ୍ଧିକଙ୍କର ___________________ ପ୍ରବନ୍ଧରୁ ‘ପ୍ରକୃତ ବନ୍ଧୁ’ ବିଷୟଟି ଆସିଅଛି ।
Answer:
ଦୁନିଆ ରୀତି ଏ

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

20. ପ୍ରକୃତ ମିତ୍ର ମିତ୍ରଙ୍କୁ ________________ ରୁ ନିବୃତ୍ତ କରାନ୍ତି ।
Answer:
ପାପ

21. କେତେକ ବନ୍ଧୁ ସେମାନଙ୍କ ଈପ୍‌ସିତ କାର୍ଯ୍ୟ ହାସଲ କରିସାରିବା ପରେ _________________ ଙ୍କୁ ଅନୁସରଣ କଲେ ।
Answer:
ବିପକ୍ଷ

22. ରାଜଦ୍ଵାରେ ଶ୍ମଶାନେ ଚ ଯଃ ତିଷ୍ଠତି ସ __________________ ।
Answer:
ବାନ୍ଧବ

23. ____________________ ସମୟର ବନ୍ଧୁ ପ୍ରକୃତ ବନ୍ଧୁ ପଦବାଚ୍ୟ ।
Answer:
ଫଳକାମନା ବିରହିତ

24. ________________ ସମୟର ବନ୍ଧୁ ପ୍ରକୃତ ବନ୍ଧୁ ପଦବାଚ୍ୟ ।
Answer:
ବିପଦ

25. ଦୃଢ଼ ରକ୍ତ ସମ୍ପର୍କ, ଦୃଢ଼ କର୍ମ ସମ୍ପର୍କ ଆଦି ଜନିତ ବନ୍ଧୁତାକୁ _______________________ ବୋଲାଯାଇ ନପାରେ ।
Answer:
ବନ୍ଧୁତା

26. ବନ୍ଧୁତା – ବନ୍ଧନ ହୁଗୁଳା ହୋଇଗଲା ପରେ ପ୍ରାବନ୍ଧିକଙ୍କର _______________ ଟି ବନ୍ଧୁଙ୍କ ଅକ୍ତିଆରରେ ରହିଗଲା ।
Answer:
କଞ୍ଚ୍

27. ପ୍ରାବନ୍ଧିକ ମହାପ୍ରସାଦ ବା ଖୋଦାଙ୍କ ନାମର ନିଶାରେ ଚୁର ଥିବାବେଳେ ତାଙ୍କ ଅଣ୍ଟାରୁ ବା ପକେଟରୁ ବନ୍ଧୁମାନେ _______________ କାଢ଼ି ନେଇଥିଲେ ।
Answer:
କଞ୍ଚ୍

D ଠିକ୍ କିମ୍ବା ଭୁଲ୍ ଲେଖ ।
1. ଭଗବାନଙ୍କୁ ଦୀନବନ୍ଧୁ ନାମ ଦିଆଯାଇଛି ।
Answer:
ଠିକ୍

2. ଆଜି ଯେ ବନ୍ଧୁତାସନେ କାଲି ସେ ନିଜର ପାଲଟିଯିବେ ।
Answer:
ଭୁଲ୍

3.ଯେଉଁମାନଙ୍କ ସହ ‘ଜଡ଼ାତେଲ ମେଣ୍ଢାବାଳ’ ସଂପର୍କ ଥିଲା ପଦବୀ ଯିବାପରେ ସେମାନଙ୍କ ସହ ଉତ୍ତମ ସମ୍ପର୍କ ସୃଷ୍ଟି ହେବ ।
Answer:
ଭୁଲ୍

4. ସ୍ୱାର୍ଥ ସରିଗଲେ ବନ୍ଧୁତାର ବନ୍ଧନ ହୁଗୁଳା ହୋଇଯାଏ ।
Answer:
ଠିକ୍

5. ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଜନ୍ମ କଟକ ଜିଲ୍ଲାର ସିଦ୍ଧେଶ୍ଵରପୁର ଗ୍ରାମରେ ହୋଇଥିଲା ।
Answer:
ଠିକ୍

6. ‘ଦୀନବନ୍ଧୁ’ ନାମ ଗୋପବନ୍ଧୁଙ୍କୁ ଦିଆଯାଇଛି ।
Answer:
ଭୁଲ୍

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

7. ପ୍ରକୃତ ମିତ୍ର ମିତ୍ରଙ୍କର ସଂପଦ ସମୟରେ ପାଖରେ ରହିବାକୁ ଆଗ୍ରହାନ୍ବିତ ହୁଅନ୍ତି ନାହିଁ ।
Answer:
ଠିକ୍

8. ‘ପ୍ରକୃତ ବନ୍ଧୁ’ ପ୍ରବନ୍ଧର ରଚୟିତା ଗୋପବନ୍ଧୁ ଦାସ ।
Answer:
ଭୁଲ୍

9. ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ର ରଚୟିତା ଗୋପାଳଚନ୍ଦ୍ର ପ୍ରହରାଜ ।
Answer:
ଠିକ୍

10. ପ୍ରାବନ୍ଧିକଙ୍କର ‘ଦୁନିଆ ରୀତି ଏ’ ପ୍ରବନ୍ଧରୁ ‘ପ୍ରକୃତ ବନ୍ଧୁ’ ବିଷୟଟି ଆସିଅଛି ।
Answer:
ଠିକ୍

11. ପ୍ରକୃତ ମିତ୍ର ମିତ୍ରଙ୍କୁ ସତ୍‌ରୁ ନିବୃତ୍ତ କରାନ୍ତି |
Answer:
ଭୁଲ୍

12. କେତେକ ବନ୍ଧୁ ସେମାନଙ୍କ ଈପ୍‌ସିତ କାର୍ଯ୍ୟ ହାସଲ କରିସାରିବା ପରେ ବିପକ୍ଷଙ୍କୁ ଅନୁସରଣ କଲେ ।
Answer:
ଠିକ୍

13. ଦୃଢ଼ ରକ୍ତ ସମ୍ପର୍କ, ଦୃଢ଼ କର୍ମ ସମ୍ପର୍କ ଆଦି ଜନିତ ବନ୍ଧୁତାକୁ ବନ୍ଧୁତା ବୋଲାଯାଇ ନପାରେ ।
Answer:
ଠିକ୍

E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ‘ପ୍ରକୃତ ବନ୍ଧୁ’ ପ୍ରବନ୍ଧର ରଚୟିତା କିଏ ?
(A) ଗୋପାଳଚନ୍ଦ୍ର ଛୋଟରାୟ
(B) ଗୋପାଳଚନ୍ଦ୍ର ପ୍ରହରାଜ
(C) ଗୋପାଳଚନ୍ଦ୍ର ଘୋଷ
(D) ଗୋପାଳଚନ୍ଦ୍ର ମିଶ୍ର
Answer:
(B) ଗୋପାଳଚନ୍ଦ୍ର ପ୍ରହରାଜ

2. ଗୋପାଳଚନ୍ଦ୍ର ପ୍ରହରାଜ ଓଡ଼ିଆ ସାହିତ୍ୟରେ କେଉଁ ଭାବରେ ପ୍ରସିଦ୍ଧ ଥିଲେ ?
(A) ଔପନ୍ୟାସିକ
(B) ଗାଳ୍ପିକ
(C) ସଂଗ୍ରାହକ
(D) ରମ୍ୟରଚକ
Answer:
(D) ରମ୍ୟରଚକ

3. ଲେଖକ ଗୋପାଳଚନ୍ଦ୍ର ପ୍ରହରାଜ ଠେକିକରି କ’ଣ କରିନାହାନ୍ତି ?
(A) ହେଜି ନାହାନ୍ତି
(B) ଶିଖୁ ନାହାନ୍ତି
(C) ଚେତି ନାହାନ୍ତି
(D) ଚିନ୍ତି ନାହାନ୍ତି
Answer:
(B) ଶିଖୁ ନାହାନ୍ତି

4. ବହୁ ସହସ୍ର ବ୍ୟକ୍ତିଙ୍କ ସହିତ ଲେଖକଙ୍କର କିପରି ଆଳାପ ପରିଚୟ ହୋଇଛି ?
(A) ପାଞ୍ଚପଦୀନ
(B) ଦ୍ବିପଦୀନ
(C) ସାପ୍ତପଦୀନ
(D) ଅଷ୍ଟପଦୀନ
Answer:
(C) ସାପ୍ତପଦୀନ

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

5. ହତଭାଗାର ଦିନ କିପରି ସରେ ନାହିଁ ?
(A) ହସୁହସୁ
(B) କାନ୍ଦୁକାନ୍ଦୁ
(C) ଲେଖୁ ଲେଖୁ
(D) ଦେଖୁ ଦେଖୁ
Answer:
(B) କାନ୍ଦୁକାନ୍ଦୁ

6. ସଂସାରରେ ଅଧିକାଂଶ ବନ୍ଧୁତା କିପରି ?
(A) ନାମର ପିଆରା
(B) ଧନର ପିଆରା
(C) କାମର ପିଆରା
(D) ଛଳନାର ପିଆରା
Answer:
(C) କାମର ପିଆରା

7. କାମ ହାସଲ କରିସାରି ଲେଖକଙ୍କ ବନ୍ଧୁମାନେ କାହାକୁ ଅନୁସରଣ କଲେ ?
(A) ଲେଖକଙ୍କୁ
(B) ନିଜନିଜକୁ
(C) ଲେଖକଙ୍କ ବିପକ୍ଷକୁ
(D) ମହାତ୍ମାମାନଙ୍କୁ
Answer:
(C) ଲେଖକଙ୍କ ବିପକ୍ଷକୁ

8. ଉପକାରୀଠାରୁ ପ୍ରତିବଦଳରେ କ’ଣ ଧର୍ମତଃ ପ୍ରାପ୍ୟ ଅଟେ ?
(A) ପାଉଣା
(B) କୃତଜ୍ଞତା
(C) ପ୍ରତ୍ଯୁପକାର
(D) ପ୍ରତ୍ୟୁପକାର ବା କୃତଜ୍ଞତା
Answer:
(D) ପ୍ରତ୍ୟୁପକାର ବା କୃତଜ୍ଞତା

9. ଫଳ ଆଶା ରଖ୍ ପରୋପକାର ବା ବନ୍ଧୁତା କଲେ କ’ଣ ପାଇବ ?
(A) ଦଣ୍ଡ
(B) ଧୋକ୍କା
(C) ଚିଆଁ
(D) ପ୍ରତିହିଂସା
Answer:
(C) ଚିଆଁ

10. ଭଗବାନ୍‌ଙ୍କୁ କେଉଁ ନାମ ଦିଆଯାଇଛି ?
(A) ବ୍ରଜବନ୍ଧୁ
(B) ଦୀନବନ୍ଧୁ
(C) ହରିବନ୍ଧୁ
(D) ଦୁଃଖୀବନ୍ଧୁ
Answer:
(B) ଦୀନବନ୍ଧୁ

11. ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ର ରଚୟିତା କିଏ ?
(A) ଗୋପାଳ ଚନ୍ଦ୍ର ପ୍ରହରାଜ
(B) ଦୀନକୃଷ୍ଣ ଦାସ
(C) ଗୋପବନ୍ଧୁ ଦାସ
(D) ଗୋଲୋକବିହାରୀ ଧଳ
Answer:
(A) ଗୋପାଳ ଚନ୍ଦ୍ର ପ୍ରହରାଜ

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

12. ପ୍ରାବନ୍ଧିକଙ୍କ ଜୀବନର ପ୍ରଥମ ଦଶ ବର୍ଷ କେଉଁ ଅବସ୍ଥାରେ ବିତିଥିଲା ?
(A) କିଶୋର ଅବସ୍ଥାରେ
(B) ଅଣହେଜ ଅବସ୍ଥାରେ
(C) ଯୁବକାବସ୍ଥାରେ
(D) ବୃଦ୍ଧାବସ୍ଥାରେ
Answer:
(B) ଅଣହେଜ ଅବସ୍ଥାରେ

13. ବହୁ ସହସ୍ର ବ୍ୟକ୍ତିଙ୍କ ସଙ୍ଗେ ପ୍ରାବନ୍ଧିକଙ୍କର କେଉଁ ଆଳାପ ପରିଚୟ ହୋଇଅଛି ?
(A) ଏକପଦୀନ
(B) ବହୁପଦୀନ
(C) ପଞ୍ଚପଦୀନ
(D) ସାପ୍ତପଦୀନ
Answer:
(D) ସାପ୍ତପଦୀନ

14. ପ୍ରାବନ୍ଧିକଙ୍କର କେଉଁ ପ୍ରବନ୍ଧରୁ ‘ପ୍ରକୃତ ବନ୍ଧୁ’ ବିଷୟଟି ଆସିଅଛି ?
(A) ନନାଙ୍କ ବସ୍ତାନି
(B) ବାଈମହାନ୍ତି ପାଞ୍ଜି
(C) ଦୁନିଆ ରୀତି ଏ
(D) ଦୁନିଆର ହାଲଚାଲ
Answer:
(C) ଦୁନିଆ ରୀତି ଏ

15. ପ୍ରକୃତ ମିତ୍ର ମିତ୍ରଙ୍କୁ କେଉଁଥୁରୁ ରୁ ନିବୃତ୍ତ କରାନ୍ତି ?
(A) ପାପ
(B) କାର୍ଯ୍ୟ
(C) କୁସଙ୍ଗ
(D) ସ୍ଵାର୍ଥସାଧନ
Answer:
(A) ପାପ

16. ପ୍ରକୃତ ମିତ୍ର ସର୍ବଦା ମିତ୍ରର କେଉଁଥରେ ରତ ହୋଇଥା’ନ୍ତି ?
(A) ସ୍ଵାର୍ଥ ସିଦ୍ଧି
(B) କାମନା ପ୍ରାପ୍ତି
(C) ହିତ ସାଧନ
(D) ଅହିତ ସାଧନ
Answer:
(C) ହିତ ସାଧନ

17. ପ୍ରକୃତ ମିତ୍ର ମିତ୍ରଙ୍କର କେଉଁ ବିଷୟମାନ ଗୋପନ ରଖନ୍ତି ?
(A) ବଦଭ୍ୟାସ
(B) ଗୋପନୀୟ
(C) କାର୍ଯ୍ୟସମୂହ
(D) ପ୍ରଶଂସା
Answer:
(B) ଗୋପନୀୟ

18. ପ୍ରକୃତ ମିତ୍ର ମିତ୍ରଙ୍କର କେଉଁ ଗୁଣକୁ ପ୍ରକଟିତ କରନ୍ତି ?
(A) ବଦ୍‌ଗୁଣକୁ
(B) ସଦ୍‌ଗୁଣକୁ
(C) ଦୁର୍ଗୁଣକୁ
(D) ଅପ୍ରକଟିତ ଗୁଣଗୁଡ଼ିକୁ
Answer:
(D) ଅପ୍ରକଟିତ ଗୁଣଗୁଡ଼ିକୁ

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

19. ପ୍ରକୃତ ମିତ୍ର ମିତ୍ରଙ୍କର କେଉଁ ସମୟରେ ତାଙ୍କ ପାଖେ ପାଖେ ରହନ୍ତି ?
(A) ସଂପଦ
(B) ବିପଦ
(C) ସୁଖ
(D) ଯେକୌଣସି
Answer:
(C) ସୁଖ

20. ପ୍ରକୃତ ମିତ୍ର ମିତ୍ରଙ୍କର କେଉଁ ସମୟରେ ପାଖରେ ରହିବାକୁ ଆଗ୍ରହାନ୍ବିତ ହୁଅନ୍ତି ନାହିଁ ?
(A) ବିପଦ
(B) ଯେକୌଣସି ସମୟରେ
(C) ସଂପଦ
(D) ଦୁଃଖ
Answer:
(B) ଯେକୌଣସି ସମୟରେ

21. ଲେଖକଙ୍କଠାରୁ ବନ୍ଧୁମାନେ କେତେବେଳେ ଦୂରେଇ ଗଲେ ?
(A) ଚାକିରି ଗଲାପରେ
(B) ଆଇନ ବ୍ୟବସାୟ କଲାପରେ
(C) ଧନ, ପ୍ରତିପରି ଓ ପଦବୀ ହରାଇଲା ପରେ
(D) ସହରରେ ରହିଲାପରେ
Answer:
(C) ଧନ, ପ୍ରତିପରି ଓ ପଦବୀ ହରାଇଲା ପରେ

22. କେଉଁ ବନ୍ଧୁ ପ୍ରକୃତ ବନ୍ଧୁ ପଦବାଚ୍ୟ ?
(A) ଅଫଳପେପ୍‌ସୁ
(B) ଧର୍ମବନ୍ଧୁ
(C) ସଗୋତ୍ର ବନ୍ଧୁ
(D) ସାକୁଲ୍ୟ ବନ୍ଧୁ
Answer:
(A) ଅଫଳପେପ୍‌ସୁ

ପ୍ରାବନ୍ଧିକଙ୍କ ପରିଚୟ :

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ 5

ଆଧୁନିକ ଓଡ଼ିଆ ସାହିତ୍ୟ ଇତିହାସରେ ଜଣେ ପ୍ରସିଦ୍ଧ ରମ୍ୟରଚକ ଭାବେ ଖ୍ୟାତି ଲାଭ କରିଥିବା ଗୋପାଳଚନ୍ଦ୍ର ପ୍ରହରାଜ ଥିଲେ ସମସାମୟିକ ସାମାଜିକ ଜୀବନ ବିଶ୍ଳେଷଣ କରିବାରେ ଅପୂର୍ବ ବିନ୍ଧାଣି । ଶାଣିତ ବ୍ୟଙ୍ଗ ଓ ବିଦ୍ରୂପ ମାଧ୍ୟମରେ ସମସ୍ତ ସାମାଜିକ ଅପଚାର ବିରୋଧରେ ସ୍ବର ଉତ୍ତୋଳନ କରିବା ସହିତ ସ୍ବୀୟ ସହାନୁଭୂତିର ତୀବ୍ରତାକୁ ବ୍ୟକ୍ତିତ୍ଵ ରସରେ ରସାଣିତ କରି ସରଳ ସାବଲୀଳ ତଥା ଲୋକମୁଖର ଭାଷାରେ କରିଛନ୍ତି ଉପସ୍ଥାପନ । ରମଣୀୟତା, ବାକ୍‌ଚାତୁରୀ ତଥା ହାସ୍ୟରସରେ ରସାଣିତ ପ୍ରାବନ୍ଧିକଙ୍କ କୃତିରାଜିର ସ୍ଵତନ୍ତ୍ର ଆବେଦନ ପାଠକ ହୃଦୟକୁ ସତତ ଆକର୍ଷିତ କରିଥାଏ– ଏହା ନିଃସନ୍ଦେହ ।

ପ୍ରାବନ୍ଧିକଙ୍କ ଆଭିମୁଖ୍ୟ :
‘ଭଞ୍ଜ ପ୍ରଦୀପ’ର ୧୧ଶ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ ‘ଦୁନିଆ ରୀତି ଏ’ ପ୍ରବନ୍ଧରୁ ସଙ୍କଳିତ ‘ପ୍ରକୃତ ବନ୍ଧୁ’ ଶୀର୍ଷକ ପ୍ରବନ୍ଧରେ ପ୍ରାବନ୍ଧିକ ଦୁନିଆର ରୀତି, ବନ୍ଧୁତା ନାମରେ ଛଳନା, ତିକ୍ତତା, ପ୍ରକୃତ ବନ୍ଧୁତାର ମହତ୍ତ୍ଵ ସମ୍ପର୍କରେ ଉପସ୍ଥାପନ କରିଛନ୍ତି ।

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

ପ୍ରବନ୍ଧର ସାରମର୍ମ :
ଜୀବନର ପ୍ରଥମ ଦଶବର୍ଷ ଅଜ୍ଞାନ ଅବସ୍ଥାରେ ଅତିବାହିତ ହେବାପରେ ହେତୁ ପାଇବା ଦିନଠାରୁ ସତାବନ ବର୍ଷ ପର୍ଯ୍ୟନ୍ତ ପ୍ରାବନ୍ଧିକ ନାନା କ୍ଷେତ୍ରରେ, ନାନା ପ୍ରସଙ୍ଗରେ, ନାନା ଅବସ୍ଥା ତଥା ସ୍ଥାନରେ ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ମଧ୍ୟ ସେଥିରୁ କିଛି ଶିକ୍ଷା କରି ନ ପାରିବା ହିଁ ତାଙ୍କ ପାଇଁ ଗଭୀର ଅନୁତାପର ବିଷୟ ହୋଇ ରହିଯାଇଛି । ଏହି ଦୀର୍ଘକାଳ ମଧ୍ୟରେ ତାଙ୍କର ଜନ୍ମ, ବିବାହ, ସମାଜ, କର୍ମକ୍ଷେତ୍ର, ସଂସାର, ବ୍ୟବସାୟ, ସାହିତ୍ୟ ଏହିପରି ଅନେକ କାରଣବଶତଃ ବହୁ ସହସ୍ର ବ୍ୟକ୍ତିଙ୍କ ସଙ୍ଗେ ‘ସାପ୍ତପଦୀନ’ ଆଳାପ ପରିଚୟ ତଥା ଦୃଢ଼ତର ସମ୍ପର୍କ ହୋଇଅଛି । କେତେକଙ୍କ ସହିତ ସୌହାର୍ଘ୍ୟ ତଥା ବନ୍ଧୁତା ସ୍ଥାପିତ ହୋଇଛି ।

ସେମାନଙ୍କ ମଧ୍ୟରୁ କେତେକ ମହାପ୍ରସାଦ ବନ୍ଧୁ ବା ପ୍ରୀତିବନ୍ଧୁ, ସଗୋତ୍ର ଓ ଅସଗୋତ୍ର ବନ୍ଧୁ, ସପିଣ୍ଡ ଓ ଅସପିଣ୍ଡ ବନ୍ଧୁ, ସମାନୋଦକ ଓ ଅସମାନୋଦକ ବନ୍ଧୁ, ସାକୁଲ୍ୟ ଓ ଅସାକୁଲ୍ୟ ବନ୍ଧୁ, ସମଧର୍ମୀ ଓ ଅସମଧର୍ମୀ ବନ୍ଧୁ, ସମକର୍ମା ଓ ଅସମକର୍ମା ବନ୍ଧୁ, ସହପାଠୀ ଓ ଅସହପାଠୀ ବନ୍ଧୁ, ସହଯୋଗୀ ଓ ଅସହଯୋଗୀ ବନ୍ଧୁ, ସମଲେଖକ ଓ ଅସମଲେଖକ ବନ୍ଧୁ, ସମଦଶାପନ୍ନ ଓ ଅସମଦଶାପନ୍ନ ବନ୍ଧୁ ଅଛନ୍ତି । ସେହି ସମ ଓ ଅସମ ତାଲିକାରେ ବିଷମ ବିଶେଷଣ ବିଶିଷ୍ଟ ବନ୍ଧୁମାନେ ମଧ୍ୟ ଅଛନ୍ତି । ସେମାନଙ୍କ ସହିତ ଆଭାଷଣପୂର୍ବ ସାପ୍ତପଦୀନଠାରୁ ଆରମ୍ଭ କରି କରମର୍ଦ୍ଦନ, ତୈଳମର୍ଦ୍ଦନ, ଆଲିଙ୍ଗନ, କାଗଜ କଲମ, ସମାଲୋଚନ, ଡାକଘର ଜରିଆରେ ରେଜିଷ୍ଟରି, ମନିଅର୍ଡର, ଟେଲିଫୋନ୍, ଗ୍ରାମଫୋନ୍, ଟକୀ, ସିନେମା, ପୁସ୍ତକାଦିର ମୁଦ୍ରଣ, ପ୍ରକାଶ ଓ ପ୍ରଚାର ମାଧ୍ୟମରେ ବନ୍ଧୁତ୍ଵ ସ୍ଥାପନ ହୋଇଥିଲା । ଏତଦ୍‌ବ୍ୟତୀତ ‘ଉତ୍ସବେ ବ୍ୟସନେବ ଦୁର୍ଭିକ୍ଷେ ରାଷ୍ଟ୍ରବିପ୍ଳବେ, ରାଜଦ୍ଵାରେ ଶ୍ମଶାନେ ଚ ଯଃ ତିଷ୍ଠତି ସ ବାନ୍ଧବ ’’ଏହି ଉକ୍ତି ଅନୁଯାୟୀ ବହୁ ବନ୍ଧୁଙ୍କର ସମାଗମ ମଧ୍ୟ ହୋଇଥିଲା ।

ପଣ୍ଡିତମାନଙ୍କ ମତରେ ସତ୍ ମିତ୍ରର ଲକ୍ଷଣ ହେଲା– ପ୍ରକୃତ ମିତ୍ର ମିତ୍ରକୁ ପାପକାର୍ଯ୍ୟରୁ ନିବୃତ୍ତ କରାନ୍ତି । ସର୍ବଦା ମିତ୍ରଙ୍କର ହିତସାଧନରେ ରତ ହୁଅନ୍ତି, ମିତ୍ରଙ୍କର ଗୋପନୀୟ ବିଷୟକୁ ଗୋପନ ରଖ୍ ସହିତ ଅପ୍ରକଟିତ ଗୁଣକୁ ପ୍ରକଟିତ କରନ୍ତି । ସମ୍ପଦ କାଳରେ ମିତ୍ରଙ୍କ ନିକଟରେ ରହିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ; କିନ୍ତୁ ବିପଦ କାଳରେ ପାଖେ ପାଖେ ରହିଥା’ନ୍ତି । ପ୍ରାବନ୍ଧିକ ବିଗତ ସତାବନ ବର୍ଷ ମଧ୍ୟରେ ଅର୍ଜିତ ବନ୍ଧୁମାନଙ୍କୁ ପ୍ରକୃତ ବନ୍ଧୁର ସେହି କଷଟି ପଥରରେ ପରୀକ୍ଷା କରି ଚାରିଜଣ ପ୍ରକୃତ ବନ୍ଧୁ ମଧ୍ୟ ପାଇପାରିଲେ ନାହିଁ । ସେମାନଙ୍କ ମଧ୍ୟରୁ କେତେକ ଧନରେ ମୁଗ୍ଧ ହୋଇ ମିତ୍ରତା କରିଥିଲେ ତ, କେତେକ ପ୍ରତିପତ୍ତି ଯୋଗୁଁ, ଆଉ କେତେକ ପଦବୀ ଯୋଗୁଁ ସେମାନଙ୍କ ଉପସ୍ଥିତ ତଥା ଭବିଷ୍ୟତ କାର୍ଯ୍ୟ ସାଧନ ନିମନ୍ତେ ଖାଉଥିଲେ; କିନ୍ତୁ ସାପ ଦେହରୁ କାତି ଛାଡ଼ିଗଲା ପରି ପ୍ରାବନ୍ଧିକଙ୍କ ପାଖରୁ ଧନ, ପ୍ରତିପତ୍ତି, ପଦବୀ, କାର୍ଯ୍ୟସାଧନ ଶକ୍ତି ଚାଲିଯିବା ପରେ ସେହି ବନ୍ଧୁମାନେ ସମ୍ପୂର୍ଣ୍ଣଭାବେ ଉଭେଇଗଲେ ।

କାର୍ଯ୍ୟହାସଲ ଉଦ୍ଦେଶ୍ୟ ରଖ୍ ବନ୍ଧୁତା ସ୍ଥାପନ କରିଥିବା ବନ୍ଧୁମାନଙ୍କ ମଧ୍ୟରୁ ଅଧିକାଂଶ ମହାପ୍ରସାଦ ବା ଖୋଦାଙ୍କ ନାମରେ ବନ୍ଧୁତ୍ବ କରିଥା’ନ୍ତି । ସେହି ମହାପ୍ରସାଦ ବା ଖୋଦାଙ୍କ ନାମ ନିଶାରେ ପ୍ରାବନ୍ଧିକ ସେମାନଙ୍କ ହାତକୁ ତାଙ୍କ ବାଡ଼ିଦୁଆରର ଗଳିକବାଟର କଞ୍ଚୁ ବଢ଼ାଇ ଦେଇଥିଲେ । ଅର୍ଥାତ୍ ବନ୍ଧୁତ୍ଵର ଦୃଢ଼ବିଶ୍ଵାସ ମଧ୍ୟରେ ସେମାନେ ସମସ୍ତ ଦୁର୍ବଳତାକୁ ଜାଣିଯାଇଥିଲେ । କାର୍ଯ୍ୟ ହାସଲ ପରେ ବନ୍ଧୁତ୍ଵର ବନ୍ଧନ ହୁଗୁଳା ହୋଇଗଲା । ଭବିଷ୍ୟତରେ ଅଧିକ ଉପକାର ହେବା ଆଶାରେ ସେମାନେ ବିପକ୍ଷଙ୍କୁ ଆଶ୍ରାକରି ପ୍ରାବନ୍ଧିକଙ୍କ ନାମରେ ଦୁର୍ନାମ ରଟିବା, ତାଙ୍କ ବିରୋଧରେ ଧର୍ମାଧ୍ଵରଣରେ, ସମାଜର ଇଜ୍‌ଲାସରେ ମଧ୍ୟ ସାକ୍ଷ୍ୟ ଦେବାକୁ କୁଣ୍ଠାବୋଧ କଲେ ନାହିଁ ।

ଦିନେ ଜଣେ ମହାତ୍ମା ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କୁ କହିଲେ– ‘ଅମୁକ ଆପଣଙ୍କ ନାମରେ ଭାରି ଦୁର୍ନାମ ରଟନା କରୁଛନ୍ତି ।’’ ମହାପୁରୁଷ ନୀରବ ରହିବାରୁ ରିପୋର୍ଟକାରୀ ନୀରବତାର କାରଣ ପଚାରିଲେ । ଈଶ୍ଵରଚନ୍ଦ୍ର ଉତ୍ତର ଦେଲେ, ‘ନିନ୍ଦାକାରୀଙ୍କର ମୁଁ କେବେ କୌଣସି ଉପକାର କରିଛି କି ନାହିଁ ଏହି କଥାର ହେଜ କରୁଥୁଲି । ମୁଁ ତାଙ୍କର କେବେ କିଛି ଉପକାର କରିଛି ବୋଲି ମୋର ସ୍ମରଣ ହେଉନାହିଁ; ଏପରି ଅବସ୍ଥାରେ ସେ କାହିଁକି ମୋ ଦୁର୍ନାମ କରିବାରେ ମାତିଛନ୍ତି, ମୁଁ ବୁଝି ପାରୁନାହିଁ ।’’

ବହୁକ୍ଷେତ୍ରରେ ଦେଖାଯାଏ ଯେ ତୁମେ ଯାହାଙ୍କର ଉପକାର କରିଥାଅ, ଯିଏ ତୁମ ଅନ୍ନରେ ପ୍ରତିପାଳିତ, ତୁମ ସ୍ୱାର୍ଥତ୍ୟାଗ ଓ ପରିଶ୍ରମର ଫଳରେ ଯିଏ ମଣିଷ ହୋଇଛି, ଯିଏ ତୁମ ରକ୍ତରେ ଗଢ଼ା, ସେ ହିଁ ତୁମର ପ୍ରଧାନ ଶତ୍ରୁ ଭାବରେ ଛିଡ଼ାହେବ । ଉପକାର ବଦଳରେ ପ୍ରତ୍ଯୁପକାର ବା ଅନ୍ତତଃ କୃତଜ୍ଞତା ତାଙ୍କଠାରୁ ମୋର ପ୍ରାପ୍ୟ ଏବଂ ସେହି ପାଉଣା ପରିଶୋଧ କରିବାକୁ ସେ ବାଧ୍ୟ । ସେହି ବାଧ୍ୟବାଧକତା ହିଁ ସଂସାରରେ ବହୁ ଅନର୍ଥର ମଞ୍ଜି । କିନ୍ତୁ ଆପଣ ଯେଉଁମାନଙ୍କର କିଛି ଉପକାର କରି ନାହାନ୍ତି କିମ୍ବା ଯିଏ ଆପଣଙ୍କୁ ସାହାଯ୍ୟ କରିବେ ବୋଲି ସ୍ବପ୍ନରେ ଭାବିନାହାନ୍ତି ସେ ହିଁ ସ୍ୱତଃ ପ୍ରଣୋଦିତ ହୋଇ ଆସି ଆପଣଙ୍କୁ ବିପଦବେଳେ ସାହାଯ୍ୟ କରିବେ । ଅପର ପକ୍ଷରେ ଆପଣଙ୍କ ଉପକାରର ପ୍ରତି ଉପକାର କରିବାକୁ ଯିଏ ଧର୍ମତଃ ବାଧ୍ୟ, ସେ ଦିହଛପା ଦେବେ ବରଂ ଆପଣଙ୍କୁ ଅକଳରେ ପଡ଼ିଥିବା ଦେଖୁ ସେତେବେଳେ ଥଣ୍ଟରେ ଠେଙ୍ଗୁରେ ଠକ୍ ଠକ୍ କରି ହାଣିବାକୁ ପଶ୍ଚାତ୍‌ପଦ ହେବେ ନାହିଁ । ଏହାହିଁ ପ୍ରାବନ୍ଧିକଙ୍କ ସତାବନ ବର୍ଷର ଅନୁଭବ ।

ମହାଜନମାନେ କହିଛନ୍ତି– ଫଳର କାମନା ନରଖ୍, ପ୍ରତ୍ଯୁପକାର ବା ପରିଶୋଧ ପ୍ରାପ୍ତିର ଆଶା ନକରି ବନ୍ଧୁତା ସ୍ଥାପନ କରିବା ଉଚିତ । ଅନ୍ୟଥା ପରାଭବ ପାଇବା ସୁନିଶ୍ଚିତ । ଏ ସଂସାରରେ ନିଃସ୍ୱାର୍ଥ ବନ୍ଧୁତା ତଥା ଫଳ-କାମନା ବିରହିତ ପରୋପକାର ବିରଳ । ଦୃଢ଼ ରକ୍ତସମ୍ପର୍କ ତଥା ଦୃଢ଼ କର୍ମସମ୍ପର୍କ ଆଦିଜନିତ ବନ୍ଧୁତ୍ୱ, ବନ୍ଧୁତ୍ବ ପଦବାଚ୍ୟ ନୁହେଁ । ବିପଦର ବନ୍ଧୁ ବା ଉଦ୍ଦେଶ୍ୟବିହୀନ ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ସେଥ‌ିପାଇଁ ଭଗବାନଙ୍କର ନାମ ଦୀନବନ୍ଧୁ । ସେ ହିଁ ବନ୍ଧୁ ପଦବାଚ୍ୟ । ଅନ୍ୟ ସବୁ ବନ୍ଧୁତ୍ଵ ‘ଦେଖା-ସୁନ୍ଦର କଖାରୁ ବଡ଼ି’ ଅର୍ଥାତ୍ ବାହାରକୁ ସୁନ୍ଦର ଭିତରେ ଫମ୍ପା । ଏତଦ୍‌ବ୍ୟତୀତ ଅନ୍ୟ ସମସ୍ତ ବନ୍ଧୁତ୍ବ ମଧ୍ଯରେ ସ୍ଵାର୍ଥ ସାଧନର ଲାଳସା ସନ୍ନିହିତ ।

ଯେଉଁ ପଦବୀରେ ବହୁ ଲୋକଙ୍କ ଉପକାର କରିବା ସହିତ ଦୁଃଖ ମଧ୍ୟ ଦେଇହେବ, ଅନେକଙ୍କ ଉପରେ ପ୍ରଭୁତ୍ଵ ବିସ୍ତାର କରିବା ସଙ୍ଗେ ସଙ୍ଗେ ବହୁ ଲୋକଙ୍କ ଗୋଛି ଓ ଗଳା କାଟିହେବ, ସେପରି ପଦବୀରେ ପାଦଦେବା ମାତ୍ରେ ପଙ୍ଗପାଳ ପରି ବହୁ ବନ୍ଧୁଜନ ମାଡ଼ିଆସିବେ । ଉଦ୍ଦେଶ୍ୟ ସାଧନ ନିମନ୍ତେ ଧନ-ଜନ-ଗୋପ-ଲକ୍ଷ୍ମୀ, ମାନ-ସମ୍ମାନ ସବୁକିଛି ସମର୍ପଣ କରିବାକୁ ଆଗେଇ ଆସିବେ । ଆବଶ୍ୟକ ହେଲେ ବାଘଦୁଧ, ପିମ୍ପୁଡ଼ି ରକତ, ଆକାଶ କର୍ଲା ପ୍ରଭୃତି ଅସମ୍ଭବ ପଦାର୍ଥ ଆଣି ଭେଟି ଦେବାକୁ ବାହାରି ପଡ଼ିବେ ।

BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ

କିନ୍ତୁ ଈଶ୍ଵରଙ୍କ ଦୟାରୁ ହେଉ ବା ଦୟାହୀନତାରୁ ହେଉ, ସେ ପଦବୀରୁ ଖସିବା ପରେ ରାତ୍ରି ପାହିବା ପୂର୍ବରୁ ସମସ୍ତ ବନ୍ଧୁ ଛାଡ଼ି ଚାଲିଯାଇଥିବେ । ବରଂ ବିପକ୍ଷ ବା ଶତ୍ରୁଙ୍କ ସହ ମିଶି ତୁମ ବିରୋଧରେ ଅସ୍ତ୍ରଧରି ଆଘାତ କରିବାକୁ ମଧ୍ୟ ପଶ୍ଚାତ୍‌ପଦ ହେବେ ନାହିଁ । ଯେଉଁମାନଙ୍କ ସହିତ ଦିନେ‘ଜଡ଼ାତେଲ ମେଣ୍ଢାବାଳ’ (ଅତି ଆପଣାର) ସମ୍ପର୍କ ଥିଲା ସେମାନଙ୍କ ସହିତ ‘ଝୋଟ ନିଆଁ’ (ଘୋର ଶତ୍ରୁତା) ସମ୍ପର୍କ ସୃଷ୍ଟି ହେବ । ଦୁର୍ବଳତା ଶତ୍ରୁ ବା ବିପକ୍ଷଙ୍କ ହାତରେ ପଡ଼ିବା ମାତ୍ରେ ବନ୍ଧୁ-ବନ୍ଧୁଙ୍କ ମଧ୍ୟରେ ଲାଗିବ ସଂଘର୍ଷ । ବାଘଘରେ ଲାଗିବ ମିରିଗର ନାଟ । ଶେଷରେ ସମସ୍ତେ ବିସ୍ମୟାନ୍ବିତ ହୋଇ କହିବେ–
‘ଆଜି ଯେ ବନ୍ଧୁତାସନେ କାଲି ସେ ଅରାତି ।’’

ବିଷୟଗତ ଶବ୍ଦାବଳୀ ଓ ଉତ୍ତର

ଅଣହେଜ – ସ୍ମରଣ ନ କରିବା|ହେତୁ ନ କରିବା ।
ଆଳାପ – ଗପସପ ।
ଠେକିଛି – ଅନୁଭବରୁ ଶିଖୁଛି ।
ସୌହାଦ୍ଦ୍ୟ – ପ୍ରୀତି, ବନ୍ଧୁତ୍ଵ ।
ବୁଝି ପାରିବା – ବୁଝିପାରିବା ।
ଅନ୍ୟ ପ୍ରତି ଦୋଷାରୋପ କରିବା ।
ରାଷ୍ଟ୍ର ବିପ୍ଳବ – ଦେଶରେ ଆନ୍ଦୋଳନ ।
ପ୍ରକାଟିତ – ପ୍ରକାଶିତ ।
ସମ୍ପଦ କାଳରେ – ସମୃଦ୍ଧି ବେଳରେ ।
ପୁଞ୍ଜିଏ – ଚାବିଜଣ
ପ୍ରତିପତ୍ତ – ସମ୍ମାନ/ପ୍ରତିଷ୍ଠା ।
କଞ୍ଚ୍ – ଚାବି ।
ଦୁର୍ନ।ମ – ବଦ୍‌ନାମ, ନିନ୍ଦା ।
ମୁଗ୍ଧ – ବିମୋହିତ ।
ବିଷମ – ଅସମାନ/ଦୁଃସହ
ଚପୋଟ ମୁଖ୍ୟାଦି – ଚାପଡ଼ା ଓ ବିଧା ।
BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ 3
BSE Odisha 9th Class Odia Solutions Chapter 11 ପ୍ରକୃତ ବନ୍ଧୁ 4

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.1

Odisha State Board BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.1 Textbook Exercise Questions and Answers.

BSE Odisha Class 6 Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.1

Question 1.
ନିମ୍ନ ପରିସ୍ଥିତିମାନଙ୍କର ବିପରୀତ ପରିସ୍ଥିତି ଲେଖ ।
(କ) ଜନସଂଖ୍ୟା ବୃଦ୍ଧି
ସମାଧାନ:
ଜନସଂଖ୍ୟା ହ୍ରାସ

(ଖ) ବ୍ୟାଙ୍କରେ ଟଙ୍କା ଜମା କରିବା
ସମାଧାନ:
ବ୍ୟାଙ୍କରୁ ଟଙ୍କା ଉଠାଇବା

(ଗ) ବ୍ୟୟ କରିବା
ସମାଧାନ:
ଆୟ କରିବା

(ଘ) ଉତ୍ତରକୁ ଯିବା
ସମାଧାନ:
ଦକ୍ଷିଣକୁ ଯିବା

(ଙ) ତାପମାତ୍ରା ହ୍ରାସ
ସମାଧାନ:
 ତାପମାତ୍ରା ବୃଦ୍ଧି

(ଚ) 500 ଖ୍ରୀଷ୍ଟାବ୍ଦ
ସମାଧାନ:
500 ଖ୍ରୀଷ୍ଟପୂର୍ବ

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.1

Question 2.
‘+’ ବା ‘–’ ଚିହ୍ନ ବ୍ୟବହାର କରି ଲେଖ ।
(କ) 400 ଟଙ୍କା ଲାଭ
ସମାଧାନ:
+400 ଟଙ୍କା

(ଖ) ଡାହାଣକୁ 4 କି.ମି.
ସମାଧାନ:
+4 କି.ମି.

(ଗ) ବ୍ୟାଙ୍କରୁ 300 ଟଙ୍କା ଉଠାଣ
ସମାଧାନ:
300 ଟଙ୍କା

(ଘ) 5 ଗୋଲ୍‌ରେ ହାରିବା
ସମାଧାନ:
-5 ଗୋଲ୍‌

(ଙ) ଭୂପୃଷ୍ଠ ଠାରୁ 200 ମି. ଉଚ୍ଚ
ସମାଧାନ:
+200 ମିଟର 

() 2,00,000 ଟଙ୍କା ଆୟ
ସମାଧାନ:
+2,00,000 ଟଙ୍କା

Question 3.
ନିମ୍ନ ସଂଖ୍ୟା ଯୋଡ଼ିମାନଙ୍କ ମଧ୍ୟରୁ କେଉଁଗୁଡ଼ିକ ବିପରୀତ ସଂଖ୍ୟାଯୋଡ଼ି ଚିହ୍ନଟ କର । 
(2, -3) (-5, 5) (-7, -8) (-1, 0) (-11, +11) (17, -17)
ସମାଧାନ:
ବିପରୀତ ସଂଖ୍ୟା ଯୋଡ଼ି ହେଲା
(-5, 5) (-11, +11) (17, -17)

Question 4.
ଗୋଟିଏ ନିର୍ଦ୍ଦିଷ୍ଟ ଦିବସରେ ଭାରତର ଛଅଟି ସ୍ଥାନର ତାପମାତ୍ରାକୁ ନିମ୍ନରେ ଦିଆଯାଇଛି ।

ସ୍ଥାନ ତାପମାତ୍ରା
ସିଆଚାନ 0°C ରୁ 10°C କମ୍
ଭୁବନେଶ୍ୱର 0°C ରୁ 22°C ଅଧିକ
ସିମଳା 0°C ରୁ 3°C କମ୍
ଦାରି ଙ୍ଗିବାଢ଼ି 0°C ରୁ 1°C କମ୍
କୋରାପୁଟ 0°C ରୁ 8°C ଅଧିକ
ଲଦାଖ 0°C ରୁ 8°C କମ୍

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.1 1
(କ) ପ୍ରତ୍ୟେକ ସ୍ଥାନର ତାପମାତ୍ରାକୁ ପୂର୍ବସଂଖ୍ୟାରେ ପ୍ରକାଶ କର।
ସମାଧାନ:

ସ୍ଥାନ ତାପମାତ୍ରା
ସିଆଚାନ -10°C
ଭୁବନେଶ୍ୱର +22°C
ସିମଳା -3°C
ଦାରି ଙ୍ଗିବାଢ଼ି -1°C
କୋରାପୁଟ +8°C
ଲଦାଖ -8°C

(ଖ) ଗୋଟିଏ ସଂଖ୍ୟାରେଖା ଅଙ୍କନ କରି ପ୍ରତ୍ୟେକ ସ୍ଥାନର ତାପମାତ୍ରାକୁ ସେଥ‌ିରେ ସୂଚାଅ ।
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.1 2

(ଗ) କେଉଁ ସ୍ଥାନର ତାପମାତ୍ରା ସବୁଠାରୁ ଅଧିକ ଓ କେଉଁ ସ୍ଥାନର ତାପମାତ୍ରା ସବୁଠାରୁ କମ୍ ?
ସମାଧାନ:
ଭୁବନେଶ୍ଵରର ତାପମାତ୍ରା ସବୁଠାରୁ ଅଧିକ ଓ ସିଆଚୀନ୍‌ର ତାପମାତ୍ରା ସବୁଠାରୁ କମ୍ ।

Question 5.
ନିମ୍ନରେ ଥିବା କ୍ରମଗୁଡ଼ିକ ମଧ୍ୟରୁ ଠିକ୍ କ୍ରମକୁ ଚିହ୍ନାଅ।
3 < 4
ସମାଧାନ:
3 < 4 (✓)

-7 > -8
ସମାଧାନ:
-7 > -8 (✓)

-9 > +5 
ସମାଧାନ:
-9 > +5 (✗)

-3 < 0
ସମାଧାନ:
-3 < 0 (✓)

-8 < +2
ସମାଧାନ:
-8 < +2 (✓)

+1 > -300
ସମାଧାନ:
+1 > -300 (✓)

-0 < 0
ସମାଧାନ:
-0 < 0 (✗)

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.1

Question 6.
ଦତ୍ତ ସଂଖ୍ୟାମାନଙ୍କର ବିପରୀତ ସଂଖ୍ୟା ଲେଖ।
() 7
ସମାଧାନ:
7 ର ବିପରୀତ ସଂଖ୍ୟା = -7

() -9
ସମାଧାନ:
-9 ର ବିପରୀତ ସଂଖ୍ୟା = -(-9) = 9

() -10
ସମାଧାନ:
-10 ର ବିପରୀତ ସଂଖ୍ୟା = -(-10) = 10

() 0
ସମାଧାନ:
0 ର ବିପରୀତ ସଂଖ୍ୟା = 0

() 17
ସମାଧାନ:
17 ର ବିପରୀତ ସଂଖ୍ୟା = -17

Question 7.
ନିମ୍ନସ୍ଥ ପୂର୍ବସଂଖ୍ୟା ଦୁଇଟିର ମଧ୍ୟବର୍ତୀ ପୂର୍ବସଂଖ୍ୟାଗୁଡ଼ିକୁ ସାନରୁ ବଡ଼ କ୍ରମରେ ଲେଖ ।
(କ) 2 ଓ 8
ସମାଧାନ:
2 ଓ 8 ର ମଧ୍ୟବର୍ତ୍ତୀ ପୂର୍ଣ୍ଣସଂଖ୍ୟାଗୁଡ଼ିକ ହେଲା : 3 , 4, 5, 6, 7 ।

(ଖ) -3 -7
ସମାଧାନ:
-3 -7 ର ମଧ୍ୟବର୍ତ୍ତୀ ପୂର୍ଣ୍ଣସଂଖ୍ୟାଗୁଡ଼ିକ ହେଲା : -6, -5, -4 ।

(ଗ) -5 +2
ସମାଧାନ:
-5 +2 ର ମଧ୍ୟବର୍ତ୍ତୀ ପୂର୍ଣ୍ଣସଂଖ୍ୟାଗୁଡ଼ିକ ହେଲା : -4, -3, -2, -1, 0, 1 ।

(ଘ) -1  +1
ସମାଧାନ:
-1  +1 ର ମଧ୍ୟବର୍ତ୍ତୀ ପୂର୍ଣ୍ଣସଂଖ୍ୟାଗୁଡ଼ିକ ହେଲା : 0

(ଙ) -7 0
ସମାଧାନ:
-7 0 ର ମଧ୍ୟବର୍ତ୍ତୀ ପୂର୍ଣ୍ଣସଂଖ୍ୟାଗୁଡ଼ିକ ହେଲା : -6, -5, -4, -3, -2, -1 ।

Question 8.
ଖାଲି ଘରେ >, < ଓ = ଚିହ୍ନମାନଙ୍କ ମଧ୍ୟରୁ ଉପଯୁକ୍ତ ଚିହ୍ନ ବସାଅ, ଯେପରି କ୍ରମ ଠିକ୍ ରହିବ।
(କ) 2 _______ -5
ସମାଧାନ:
>

(ଖ) -7 _______ 3
ସମାଧାନ:
<

(ଗ) 0 _______ -4
ସମାଧାନ:
>

(ଘ) 0 _______ -0
ସମାଧାନ:
=

(ଙ) -0 _______ -3
ସମାଧାନ:
>

(ଚ) -3 _______ -7
ସମାଧାନ:
>

Question 9.
ନିମ୍ନ ଉକ୍ତିଗୁଡ଼ିକ ମଧ୍ୟରୁ ଠିକ୍ ଉକ୍ତିକୁ ବାଛି ତୁମ ଖାତାରେ ଲେଖ ।
(କ) କ୍ଷୁଦ୍ରତମ ପୂର୍ଣ୍ଣସଂଖ୍ୟା ହେଉଛି 0 ।
(ଖ) -225 ଅପେକ୍ଷା -80 ସାନ ।
(ଗ ) -444 ଅପେକ୍ଷା 0 ସାନ ।
(ଘ) -2 < 0 < 7 
(ଙ) -0 = 0
(ଚ) ଶୂନ (0) ଧନାତ୍ମକ ବା ଋଣାତ୍ମକ ନୁହେଁ ।
ସମାଧାନ:
(ଘ), (ଙ), (ଚ) ଠିକ୍

Question 10.
(କ) ସାନରୁ ବଡ଼ କ୍ରମରେ ସଜାଅ।
5, 0, -11, 14, -20, 25, -4
ସମାଧାନ:
ସାନରୁ ବଡ଼ କ୍ରମ : -20 < -11 < -4 < 0 < 5 < 14 < 25

(ଖ) ବଡ଼ରୁ ସାନକ୍ରମରେ ସଜାଅ।
-8, 2, 5, -6, 0, 15, -111
ସମାଧାନ:
ବଡ଼ରୁ ସାନକ୍ରମ : 15 > 5 > 2 > 0 > -6 > -8 > -111

Question 11.
ସଂଖ୍ୟାରେଖାକୁ ଦେଖ୍, ନିମ୍ନ ପ୍ରଶ୍ନମାନଙ୍କର ଉତ୍ତର ଦିଅ ।
(କ) + 5 ସୂଚକ ବିନ୍ଦୁଠାରୁ ଡାହାଣକୁ 3 ଏକକ ଦୂର ଗଲେ, କେଉଁ ସଂଖ୍ୟା ପାଇବ ?
(ଖ) 5 ସୂଚକ ବିନ୍ଦୁଠାରୁ ବାମକୁ 3 ଏକକ ଦୂର ଗଲେ, କେଉଁ ସଂଖ୍ୟା ପାଇବ ?
(ଗ) + 7 ସୂଚକ ବିନ୍ଦୁଠାରୁ କେତେ ଏକକ ଦୂରରେ – 4 ସୂଚକ ବିନ୍ଦୁ ରହିଛି ?
(ଘ) -7 ସୂଚକ ବିନ୍ଦୁଠାରୁ ଯେତିକି ଦୂରରେ –4 ସୂଚକ ବିନ୍ଦୁ ରହିଛି, -7 ସୂଚକ ବିନ୍ଦୁର ବାମକୁ ପାଖକୁ ସେତିକି ଦୂରରେ କେଉଁ ସଂଖ୍ୟା ରହିଛି ?
ସମାଧାନ:
BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.1 3
(କ) +5 ସୂଚକ ବିନ୍ଦୁଠାରୁ ଡାହାଣକୁ 3 ଏକକ ଦୂର ଗଲେ, 5 + 3 = +8 ସଂଖ୍ୟା ମିଳିବ । 
(ଖ) +5 ସୂଚକ ବାମକୁ 3 ଏକକ ଦୂର ଗଲେ 5 – 3 = +2 ସଂଖ୍ୟା ମିଳିବ ।
(ଗ) +7 ସୂଚକ ବିନ୍ଦୁଠାରୁ 7 – (-4) = 7 + 4 = 11 ଏକକ ଦୂରରେ -4 ସୂଚକ ବିନ୍ଦୁ ରହିଛି । 
(ଘ) -7 ସୂଚକ ବିନ୍ଦୁଠାରୁ -4 – (-7) = 4 + 7 = 3 ଏକକ ଦୂରରେ -4 ସୂଚକ ବିନ୍ଦୁ ରହିଛି ।
-7 ସୂଚକ ବିନ୍ଦୁର ବାମ ପାଖକୁ 3 ଏକକ ଦୂରରେ = -7 – 3 = -10 ସୂଚକ ବିନ୍ଦୁ ରହିଛି ।

BSE Odisha 6th Class Maths Solutions Chapter 8 ପୂର୍ଣ୍ଣ ସଂଖ୍ୟା Ex 8.1

Question 12.
ସଂଖ୍ୟାରେଖା ଉପରେ ।
(କ) –3 ଓ –8 ସୂଚକ ବିନ୍ଦୁଦ୍ଵୟ ମଧ୍ୟରେ ବ୍ୟବଧାନ କେତେ ?
ସମାଧାନ:
–3 ଓ –8 ସୂଚକ ବିନ୍ଦୁଦ୍ଵୟ ମଧ୍ୟରେ ବ୍ୟବଧାନ = -3 – (-8) = -3 + 8 = 5 ଏକକ

(ଖ) –2 ଓ +3 ସୂଚକ ବିନ୍ଦୁଦ୍ଵୟ ମଧ୍ୟରେ ଦୂରତା କେତେ ?
ସମାଧାନ:
–2 ଓ +3 ସୂଚକ ବିନ୍ଦୁଦ୍ଵୟ ମଧ୍ୟରେ ଦୂରତା = 3 – (-2) = 3 + 2 = 5 ଏକକ ।

+2 1st Year Optional Odia Solutions Chapter 2 ନନ୍ଦିକେଶ୍ୱରୀ Question Answer

Odisha State Board Plus Two First Year Optional Odia Question Answer Chapter 2 ନନ୍ଦିକେଶ୍ୱରୀ Textbook Exercise Questions and Answers.

Plus Two First Year Optional Odia Chapter 2 ନନ୍ଦିକେଶ୍ୱରୀ Question Answer

ପାଠ୍ୟପୁସ୍ତକସ୍ଥ ନମୁନା ପ୍ରଶ୍ନବଳୀ ଓ ଉତ୍ତର

(କ) ୧ ନମ୍ବର ବିଶିଷ୍ଟ ସମ୍ଭାବ୍ୟ ଉତ୍ତରମୂଳକ ପ୍ରଶ୍ନବଳୀ ।

Question 1.
ଧାଡ଼ି ଧାଡ଼ି ଶିବିର କେଉଁଠି ଶୋଭା ପାଉଥିଲା?
(କ) ମହାନଦୀ ତୀରରେ
(ଖ) ଦୟାନଦୀ ତୀରରେ
(ଗ) କୁଶଭଦ୍ରା ତୀରରେ
(ଘ) କାଠଯୋଡ଼ି ତୀରରେ
Answer:
(ଘ) କାଠଯୋଡ଼ି ତୀରରେ

Question 2.
ଶୁଭ୍ର ତନ୍ତୁଗୁଡ଼ିକ କିପରି ଶୋଭା ପାଉଥିଲା?
(କ) ଖଡ଼ି ଶୈଳ ପରି
(ଖ) ହିମ ଶୈଳ ପରି
(ଗ) ତୁଷାର ଶୈଳ ପରି
(ଘ) ବରଫ ଶୈଳ ପରି
Answer:
(କ) ଖଡ଼ି ଶୈଳ ପରି

Question 3.
ବାଦିତ୍ର ଶବ୍ଦରେ କ’ଣ ପ୍ରକମ୍ପିତ ହେଉଥିଲା?
(କ) ଆକାଶ
(ଖ) ପାତାଳ
(ଗ) ଅବନୀ
(ଘ) ସାଗର
Answer:
(ଗ) ଅବନୀ

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

Question 4.
ଦାସେରକ ଶବ୍ଦର ଅର୍ଥ କ’ଣ?
(କ) ବାର୍‌ହା
(ଖ) ଭାଲୁ
(ଗ) ଓଟ
(ଘ) ଜିରାଫ୍
Answer:
(ଗ) ଓଟ

Question 5.
କେଉଁଠାରେ ବିପଣି ବସିଥିଲା?
(କ) ମହାନଦୀ ବନ୍ଧରେ
(ଖ) କାଠଯୋଡ଼ି ବନ୍ଧରେ
(ଗ) କୁଆଖାଇ ବନ୍ଧରେ
(ଘ) ବ୍ରାହ୍ମଣୀ ବନ୍ଧରେ
Answer:
(ଖ) କାଠଯୋଡ଼ି ବନ୍ଧରେ

Question 6.
ସ୍କନ୍ଧାବାର କାହାକୁ କହନ୍ତି?
(କ) ଶିବିର
(ଖ) ଛାଉଣୀ
(ଗ) ଖାଦ୍ଯ ଭଣ୍ଡାର
(ଘ) ଘୋଡ଼ାଶାଳ
Answer:
(କ) ଶିବିର

Question 7.
କେଉଁ ସ୍ଥାନଟି ତୁଳସୀ କ୍ଷେତ୍ର ଭାବରେ ପ୍ରସିଦ୍ଧ?
(କ) ଯାଜପୁର
(ଖ) ଭଦ୍ରକ
(ଗ) ବାଲେଶ୍ବର
(ଘ) କେନ୍ଦ୍ରାପଡ଼ା
Answer:
(ଘ) କେନ୍ଦ୍ରାପଡ଼ା

Question 8.
ହଳାୟୁଧ କିଏ?
(କ) ଇନ୍ଦ୍ର
(ଖ) ବରୁଣ
(ଗ) ଜନକ
(ଘ) ବଳରାମ
Answer:
(ଘ) ବଳରାମ

Question 9.
ଅସୁରେଶ୍ଵରର ପ୍ରଧାନ ଦେବୀ କିଏ?
(କ) ବିମଳା
(ଖ) କମଳା
(ଗ) ରାମଚଣ୍ଡୀ
(ଘ) ହରଚଣ୍ଡୀ
Answer:
(ଘ) ହରଚଣ୍ଡୀ

Question 10.
ଶାଳିପୁରର ଆଧୁନିକ ନାମ କ’ଣ?
(କ) ଶାନ୍ତପୁର
(ଖ) ସିଂହପୁର
(ଗ) ସାଲେପୁର
(ଘ) ସୁଜନପୁର
Answer:
(ଗ) ସାଲେପୁର

Question 11.
ବହୁଦ୍ଵାରଶୋଭୀ ପୁର କାହାକୁ କୁହାଯାଇଛି?
(କ) କଟକ
(ଖ) ଭୁବନେଶ୍ବର
(ଗ) ବିଡ଼ାନାସୀ
(ଘ) ଚଉଦ୍ଵାର
Answer:
(ଘ) ଚଉଦ୍ଵାର

Question 12.
କେଉଁ ଶୈଳକୁ ଦର୍ପଣୀର ଦର୍ପ କୁହାଯାଇଛି?
(କ) କପିଳାସ ଶୈଳ
(ଖ) ବିନାୟକ ଶୈଳ
(ଗ) ସପ୍ତଶଯ୍ୟା ଶୈଳ
(ଘ) ସ୍ଵର୍ଣ୍ଣଚୂଡ଼ ଶୈଳ
Answer:
(ଖ) ବିନାୟକ ଶୈଳ

Question 13.
କେଉଁ ସ୍ଥାନରେ ଅଧିକ ଚନ୍ଦନ ବୃକ୍ଷ ଦେଖାଯାଏ?
(କ) ଚଣ୍ଡିଖୋଲ
(ଖ) ଆନନ୍ଦପୁର
(ଗ) ଅଳତୀ
(ଘ) ଯାଜପୁର
Answer:
(ଗ) ଅଳତୀ

Question 14.
ଐରରାଜାଙ୍କ ପ୍ରସିଦ୍ଧ କୀର୍ତ୍ତିରାଜି କେଉଁଠାରେ ଦେଖାଯାଏ?
(କ) ଖଣ୍ଡଗିରି
(ଖ) ଧଉଳିଗିରି
(ଗ) ଲଳିତଗିରି
(ଘ) ପୁଷ୍ପଗିରି
Answer:
(କ) ଖଣ୍ଡଗିରି

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

Question 15.
ନିର୍ମଳା ନିର୍ଝର କେଉଁଠାରେ ପ୍ରବାହିତ?
(କ) ଗଜପତି
(ଖ) ଖଲ୍ଲିକୋଟ
(ଗ) ବ୍ରହ୍ମପୁର
(ଘ) କନ୍ଧମାଳ
Answer:
(ଖ) ଖଲ୍ଲିକୋଟ

Question 16.
ମଞ୍ଜୁସାର ମହାଭୂଷା ବୋଲି କେଉଁ ଗିରିକୁ କୁହାଯାଇଛି?
(କ) ମାଲ୍ୟଗିରି
(ଖ) ନୀଳଗିରି
(ଗ) ମହେନ୍ଦ୍ରଗିରି
(ଘ) ମେଘାସନ ଗିରି
Answer:
(ଗ) ମହେନ୍ଦ୍ରଗିରି

Question 17.
ସ୍ଵାହାଙ୍କ ସହଚରୀ ବୋଲି କେଉଁ ଦେବୀଙ୍କୁ କୁହାଯାଇଛି?
(କ) ବିମଳା
(ଖ) କମଳା
(ଗ) ହିଙ୍ଗୁଳା
(ଘ) ତାରା
Answer:
(ଗ) ହିଙ୍ଗୁଳା

Question 18.
କିଏ ରଣସ୍ଥଳକୁ ନିଜ ଅସ୍ଥିରେ ଧବଳ କରିଛି?
(କ) ଅଶ୍ଵବଳ
(ଖ) ଦନ୍ତାବଳ
(ଗ) ସୈନ୍ୟବଳ
(ଘ) ପ୍ରଜାବଳ
Answer:
(ଖ) ଦନ୍ତାବଳ

Question 19.
ଗୋମାୟୁ କାହାକୁ କହନ୍ତି?
(କ) ହାତୀ
(ଖ) ଶାଗୁଣା
(ଗ) ବରାହ
(ଘ) ଶୃଗାଳ
Answer:
(ଘ) ଶୃଗାଳ

Question 20.
ସୁବର୍ଣ୍ଣକେଶରୀଙ୍କର ଦୁର୍ଗର ନାମ କ’ଣ?
(କ) ଚଉଦ୍ଵାର ଗଡ଼
(ଖ) ବିଡ଼ାନାସୀ ଗଡ଼
(ଗ) ଶିଶୁପାଳ ଗଡ଼
(ଘ) କୁଜଙ୍ଗ ଗଡ଼
Answer:
(ଖ) ବିଡ଼ାନାସୀ ଗଡ଼

Question 21.
ରାଜା ଅନଶନ କରି କାହା ଦେଉଳରେ ଅଧ୍ୟା ପଡ଼ିଥିଲେ?
(କ) ଶିବ
(ଖ) ବିଷ୍ଣୁ
(ଗ) ଚଣ୍ଡିକା
(ଘ) ଲକ୍ଷ୍ମୀ
Answer:
(ଗ) ଚଣ୍ଡିକା

Question 22.
ନିୟତି ରୂପେ କାହାର ଇଚ୍ଛା ତ୍ରିଭୁବନରେ ପ୍ରତିଫଳିତ ହୁଏ?
(କ) ମହାଶକ୍ତି
(ଖ) ମହାରୁଦ୍ର
(ଗ) ମହାବ୍ରହ୍ମ
(ଘ) ମହାଲକ୍ଷ୍ମୀ
Answer:
(ଖ) ମହାରୁଦ୍ର

Question 23.
ଶତ୍ରୁ-ଦର୍ପହାରୀ ଜୈତ୍ରମଣିକୁ କେଉଁଠି ପିନ୍ଧିବାକୁ ଚଣ୍ଡିକା ରାଜାଙ୍କୁ କହିଥିଲେ?
(କ) କଣ୍ଠମଣି ରୂପେ
(ଖ) ଶିରୋମଣି ରୂପେ
(ଗ) ହସ୍ତମଣି ରୂପେ
(ଘ) ହୃଦମଣି ରୂପେ
Answer:
(ଖ) ଶିରୋମଣି ରୂପେ

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

Question 24.
କେଉଁ ରାଜା ଜୈତ୍ରମଣି ଧାରଣ କରିଥିଲେ?
(କ) ମର୍କତ କେଶରୀ
(ଖ) ଯଯାତି କେଶରୀ
(ଗ) ସୁବର୍ଣ୍ଣ କେଶରୀ
(ଘ) ନୃପକେଶରୀ
Answer:
(ଗ) ସୁବର୍ଣ୍ଣ କେଶରୀ

Question 25.
ବାସୁଦେବ ଚୋରଗଙ୍ଗଙ୍କ ମନ୍ତ୍ରୀ ହେବା ଆଗରୁ କାହାର ମନ୍ତ୍ରୀ ଥିଲେ?
(କ) ଯଯାତି କେଶରୀ
(ଖ) ମର୍କତ କେଶରୀ
(ଗ) ବୀର କେଶରୀ
(ଘ) ସୁବର୍ଣ୍ଣ କେଶରୀ
Answer:
(ଘ) ସୁବର୍ଣ୍ଣ କେଶରୀ

Question 26.
ଚୋରଗଙ୍ଗ ଯେଉଁ ମାତୃ-ପାଦପଦ୍ମକୁ ଜୁହାର କରିଛନ୍ତି ସେ କିଏ?
(କ) ଲକ୍ଷ୍ମୀ
(ଖ) ସରସ୍ଵତୀ
(ଗ) ଜାହ୍ନବୀ
(ଘ) ବିମଳା
Answer:
(ଗ) ଜାହ୍ନବୀ

Question 27.
ପ୍ରଭାତ-ଡଗରା କିଏ ବୋଲି କବି କହିଛନ୍ତି?
(କ) କଜ୍ଜଳପାତି
(ଖ) କୁମ୍ଭାଟୁଆ
(ଗ) କପୋତ
(ଘ) କାକ
Answer:
(କ) କଜ୍ଜଳପାତି

Question 28.
ଛାୟାବାଜି ଭଳି ଗଭୀର କନ୍ଦରା କେଉଁଥରେ ପରିଣତ ହେଲା?
(କ) ଝରଣା
(ଖ) ନଦୀ
(ଗ) ପୁଷ୍କରିଣୀ
(ଘ) ହ୍ରଦ
Answer:
(ଘ) ହ୍ରଦ

Question 29.
ଗଙ୍ଗାଦେବୀ ଜଳରେ ସମାସୀନା ହେଲାବେଳେ ବନଦେବୀଙ୍କର କେଉଁ ବାଦ୍ୟ ବାଜି ଉଠିଥିଲା?
(କ) ବଂଶୀ
(ଖ) ତାପୁରା
(ଗ) ବୀଣା
(ଘ) ଢୋଲ
Answer:
(ଗ) ବୀଣା

Question 30.
ଦ୍ଵାପରର ବୀର ଦେବବ୍ରତ କିଏ?
(କ) ଅର୍ଜୁନ
(ଖ) କର୍ଷ
(ଗ) କୃଷ୍ଣ
(ଘ) ଭୀଷ୍ମ
Answer:
(ଘ) ଭୀଷ୍ମ

Question 31.
ଧର୍ମ ସଂସ୍ଥାପନ କରିବାକୁ କିଏ ଭାଜନ ଅଟେ?
(କ) କର୍ମବୀର
(ଖ) ଧର୍ମବୀର
(ଗ) ଭକ୍ତିବୀର
(ଘ) ଯୁଦ୍ଧବୀର
Answer:
(ଖ) ଧର୍ମବୀର

Question 32.
ଶତ୍ରୁ ପ୍ରତି ପ୍ରୀତିଭାବ କେଉଁ ବଳ ଆଣିଦିଏ?
(କ) ଧର୍ମବଳ
(ଖ) କର୍ମବଳ
(ଗ) ବାହୁବଳ
(ଘ) ପୁଣ୍ଯବଳ
Answer:
(କ) ଧର୍ମବଳ

Question 33.
ଉତ୍କଳ ଭୁବନର ବିଷ୍ଣୁପଦୀ ବୋଲି କେଉଁ ନଦୀକୁ କୁହାଯାଇଛି?
(କ) ବୈତରଣୀ
(ଖ) ଭାର୍ଗବୀ
(ଗ) ଦୟା
(ଘ) ମହାନଦୀ
Answer:
(ଘ) ମହାନଦୀ

Question 34.
ମହାନଦୀ-ଲୀଳା ନିମନ୍ତେ ତୀର୍ଥେଶ କେଉଁ ଦେଶ ଛାଡ଼ି ଦେଇଛନ୍ତି?
(କ) ପୂର୍ବ ଦେଶ
(ଖ) ପଶ୍ଚିମ ଦେଶ
(ଗ) ଉତ୍ତର ଦେଶ
(ଘ) ଦକ୍ଷିଣ ଦେଶ
Answer:
(କ) ପୂର୍ବ ଦେଶ

Question 35.
ସୁକାନ୍ତି-ତନୁଜା କିଏ?
(କ) ଗଙ୍ଗା
(ଖ) ଗୋଦାବରୀ
(ଗ) ମହାନଦୀ
(ଘ) କାବେରୀ
Answer:
(ଗ) ମହାନଦୀ

Question 36.
ଦକ୍ଷିଣରେ ନାବିକମାନଙ୍କଦ୍ଵାରା କିଏ ଅର୍ଚ୍ଚିତା ହୁଅନ୍ତି?
(କ) ତାରାତାରିଣୀ
(ଖ) ଭଗବତୀ
(ଗ) ଚର୍ଚ୍ଚିକା
(ଘ) ଉଗ୍ରତାରା
Answer:
(ଗ) ଚର୍ଚ୍ଚିକା

Question 37.
ତ୍ଵଷାମ୍ପତି କାହାକୁ କୁହାଯାଏ?
(କ) ସୂର୍ଯ୍ୟ
(ଖ) ଚନ୍ଦ୍ର
(ଗ) ସାଗର
(ଘ) ପୃଥ‌ିବୀ
Answer:
(କ) ସୂର୍ଯ୍ୟ

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

Question 38.
ପାଶୀର ଅର୍ଥ କ’ଣ?
(କ) ଯମ
(ଖ) କୁବେର
(ଗ) ବରୁଣ
(ଘ) ଗନ୍ଧର୍ବ
Answer:
(ଗ) ବରୁଣ

Question 39.
କେଉଁ ଦେବୀ ଯଜ୍ଞରୁ ସମ୍ଭୂତା ବୋଲି କିମ୍ବଦନ୍ତୀ ଅଛି?
(କ) ଚଣ୍ଡିକା
(ଖ) ବିମଳା
(ଗ) ଲକ୍ଷ୍ମୀ
(ଘ) ବିରଜା
Answer:
(ଘ) ବିରଜା

Question 40.
ଗୋନାସିକା ଗିରିରୁ କେଉଁ ନଦୀ ଜାତ ହୋଇଛି?
(କ) ବ୍ରାହ୍ମଣୀ
(ଖ) ବୈତରଣୀ
(ଗ) ସୁବର୍ଣ୍ଣରେଖା
(ଘ) ବିରୂପା
Answer:
(ଖ) ବୈତରଣୀ

Question 41.
ମେଘାସନ ଶୈଳରେ କିଏ ବାସ କରେ ବୋଲି କବି କହିଛନ୍ତି?
(କ) ବାଦଲ
(ଖ) ଝଟିକା
(ଗ) ପବନ
(ଘ) ବିଜୁଳି
Answer:
(ଖ) ଝଟିକା

Question 42.
ମହାନଦୀର ସହଚରୀ ବୋଲି କବି କାହାକୁ କହିଛନ୍ତି?
(କ) ବୈତରଣୀ
(ଖ) କୁଶଭଦ୍ରା
(ଗ) ବଳାଙ୍ଗୀ
(ଘ) ଚିତ୍ରୋତ୍ପଳା
Answer:
(ଗ) ବଳାଙ୍ଗୀ

Question 43.
କେଉଁମାନେ ସୁବର୍ଣ୍ଣପରାଗ ସୁବର୍ଣ୍ଣତଟିନୀରୁ ସଂଗ୍ରହ କରୁଥିଲେ?
(କ) ଆଦିବାସୀ
(ଖ) ଗ୍ରାମବାସୀ
(ଗ) ଶବର ଯୁବତୀ
(ଘ) ଜୁଆଙ୍ଗଯୁବତୀ
Answer:
(ଗ) ଶବର ଯୁବତୀ

Question 44.
ବ୍ରହ୍ମାଣ୍ଡ ପାବନୀ ବୋଲି କବି କେଉଁ ନଦୀକୁ କହିଛନ୍ତି?
(କ) ବ୍ରାହ୍ମୀ
(ଖ) ବୈତରଣୀ
(ଗ) କାଠଯୋଡ଼ି
(ଘ) ମହାନଦୀ
Answer:
(କ) ବ୍ରାହ୍ମୀ

Question 45.
ପାହାଡ଼ ଉପରେ କୋଚିଲାଖାଇଙ୍କର ରାବ ବନ ମଧ୍ୟରେ କାହାର ପ୍ରଭାବ ପ୍ରଚାର କରିଥିଲା?
(କ) ପ୍ରଭାତ
(ଖ) ମଧ୍ୟାହ୍ନ
(ଗ) ସାୟାହ୍ନ
(ଘ) ରାତ୍ରି
Answer:
(ଖ) ମଧ୍ୟାହ୍ନ

Question 46.
ଉଚ୍ଚତାରେ ସର୍ବଶୈଳକୁ ଲଜ୍ଜା ଦେଇ କିଏ ଶିଖର ଟେକିଛି?
(କ) ସର୍ପେଶ୍ଵର
(ଖ) କପିଳାସ
(ଗ) ବରୁଣେଇ
(ଘ) ସପ୍ତଶଯ୍ୟା
Answer:
(ଘ) ସପ୍ତଶଯ୍ୟା

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

Question 47.
କେଉଁ ସ୍ଥାନ ବୌଦ୍ଧ କୀର୍ତ୍ତିରାଜି ମଣ୍ଡିତ ବୋଲି କୁହାଯାଇଛି?
(କ) ଆଠଗଡ଼
(ଖ) ସାରଙ୍ଗଗଡ଼
(ଗ) ପଟିଆ
(ଘ) ନରାଜ
Answer:
(ଘ) ନରାଜ

Question 48.
ଥରେ କାନ୍ତକୁ ଥରେ ମିହିରକୁ ଅନାଇ କାଠଯୋଡ଼ି ନୀରରେ କିଏ ଭାସୁଛି?
(କ) ମାଛରଙ୍କା
(ଖ) ହଂସ
(ଗ) ରଥାଙ୍ଗୀ
(ଘ) ବତକ
Answer:
(ଗ) ରଥାଙ୍ଗୀ

Question 49.
ନବ ନବ ଇନ୍ଦ୍ରଜାଲ ଦେଖାଇ କିଏ କେତେ ପ୍ରକାର ରୂପ ଧାରଣ କରୁଛି?
(କ) ଆକାଶ
(ଖ) ପୃଥ‌ିବୀ
(ଗ) ଚକ୍ରବାଳ
(ଘ) ସାଗର
Answer:
(ଗ) ଚକ୍ରବାଳ

Question 50.
ଚଉଦିଗରେ କ’ଣ ଘୋଟିଲେ ଜଳ ସ୍ଥଳ ଓ ବ୍ୟୋମର ସୀମା ଲିଭିଯାଏ?
(କ) ସୂର୍ଯ୍ୟ କିରଣ
(ଖ) ଚନ୍ଦ୍ର କିରଣ
(ଗ) ଘନ ବାଦଲ
(ଘ) ତିମିର-କାଳିମା
Answer:
(ଘ) ତିମିର-କାଳିମା

Question 51.
ପଟହ-କାହାଳୀ-ତୂରୀ-ଭେରୀ ଶବ୍ଦରେ କାହାର ଗୃହ କମ୍ପି ଉଠୁଛି?
(କ) ମହାଦେବଙ୍କର
(ଖ) ଚଣ୍ଡିକାଙ୍କର
(ଗ) ବିଷ୍ଣୁଙ୍କର
(ଘ) ମଙ୍ଗଳାଙ୍କର
Answer:
(ଖ) ଚଣ୍ଡିକାଙ୍କର

Question 52.
ତରୁପର୍ଣ୍ଣରେ ଦୀପ କାହାକୁ ନିନ୍ଦା କରୁଛି?
(କ) ସୂର୍ଯ୍ୟ
(ଖ) ଚନ୍ଦ୍ର
(ଗ) ଗ୍ରହାଣୁପୁଞ୍ଜ
(ଘ) ତାରାବ୍ରଜ
Answer:
(ଘ) ତାରାବ୍ରଜ

Question 53.
ସମସ୍ତେ ଉତ୍ସବରେ ଭାଗୀ ହୋଇଥିଲାବେଳେ କାହାର ମୁଖ ମଳିନ ଥିଲା?
(କ) ରାଜା
(ଖ) ରାଣୀ
(ଗ) ଜେମା
(ଘ) ପ୍ରଜା
Answer:
(ଗ) ଜେମା

Question 54.
ପୋତପାଳ ଶବ୍ଦର ଅର୍ଥ କ’ଣ?
(କ) ନୌକା
(ଖ) ନାବିକ
(ଗ) ଭେଳା
(ଘ) ବୋଇତ
Answer:
(ଖ) ନାବିକ

Question 55.
ନନ୍ଦିକା କେଉଁ ଗୃହରେ ନିଭୃତରେ ବସି ଯୁଦ୍ଧର ଦୃଶ୍ୟ ଦେଖୁଥିଲା?
(କ) ରଙ୍ଗଶାଳା
(ଖ) ପାକଶାଳା
(ଗ) ଚନ୍ଦ୍ରଶାଳା
(ଘ) ଶୟନଶାଳା
Answer:
(ଗ) ଚନ୍ଦ୍ରଶାଳା

Question 56.
ଶିଖଣ୍ଡୀ-ବାହାନ କାହାକୁ କୁହାଯାଇଛି?
(କ) ଶିବ
(ଖ) ବିଷ୍ଣୁ
(ଗ) କନ୍ଦର୍ପ
(ଘ) କାର୍ତ୍ତିକେୟ
Answer:
(ଘ) କାର୍ତ୍ତିକେୟ

Question 57.
ବୀର ସବୁବେଳେ କିପରି ଯୁଝୁଥାଏ?
(କ) ଖଣ୍ଡାର ଦାଢ଼ରେ
(ଖ) ଭାଗ୍ୟର ଦାଢ଼ରେ
(ଗ) ବିପଦର ଦାଢ଼ରେ
(ଘ) କର୍ମର ଦାଢ଼ରେ
Answer:
(ଗ) ବିପଦର ଦାଢ଼ରେ

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

Question 58.
ଚନ୍ଦନ ଗଛରେ କିଏ ବାସ କରେ?
(କ) ଶୁକ
(ଗ) ପନ୍ନଗ
(ଖ) କୋଇଲି
(ଘ) ଗୁଣ୍ଡୁଚି
Answer:
(ଗ) ପନ୍ନଗ

Question 59.
ଚୋରଗଙ୍ଗଙ୍କ ଜନନୀ କିଏ ବୋଲି ନନ୍ଦିକା ଶୁଣିଥିଲେ?
(କ) ଲକ୍ଷ୍ମୀ
(ଖ) ବିମଳା
(ଗ) ଜାହ୍ନବୀ
(ଘ) ବିରଜା
Answer:
(ଗ) ଜାହ୍ନବୀ

Question 60.
ମଶାରି ଭିତରେ ମଶକ ପରି ନନ୍ଦିକାଙ୍କ ମନ କିପରି ଭ୍ରମୁଥୁଲା?
(କ) ଆଶଙ୍କାରେ
(ଖ) ଉତ୍କଣ୍ଠାରେ
(ଗ) ବ୍ୟାକୁଳତାରେ
(ଘ) ଆର୍କରେ
Answer:
(ଘ) ଆର୍ଭରେ

Question 61.
ରାଜାବାଳା ନନ୍ଦିକା କାହା କୋଳରେ ଦୋଳି ଖେଳୁଥିଲେ?
(କ) ଭାବ-ସମୁଦ୍ର
(ଖ) ଭାବ-ସରିତ
(ଗ) ଭାବ-ଊର୍ମି
(ଘ) ଭାବ-ଉଲ୍ଲାସ
Answer:
(ଗ) ଭାବ-ଉର୍ମି

Question 62.
ନନ୍ଦିକାଙ୍କ ପିତା କାହା କଥା ରଖିଲେ ଏତେ ରକ୍ତପାତ ହୋଇନଥାନ୍ତା ବୋଲି ନନ୍ଦିକା ଭାବୁଥିଲେ?
(କ) ଚୋରଗଙ୍ଗଙ୍କର
(ଖ) ରାଣୀଙ୍କର
(ଗ) ମନ୍ତ୍ରୀ ବାସୁଦେବଙ୍କର
(ଘ) ପ୍ରଜାମାନଙ୍କର
Answer:
(ଗ) ମନ୍ତ୍ରୀ ବାସୁଦେବଙ୍କର

Question 63.
ଶାସ୍ତ୍ରମତରେ କାହା ଉପରେ ପିତାଙ୍କର ପୂର୍ବ ଅଧିକାର ଅଛି?
(କ) ପତ୍ନୀ
(ଖ) ପୁତ୍ର
(ଗ) ସୁତା
(ଘ) ଭ୍ରାତା
Answer:
(ଗ) ସୁତା

Question 64.
ଭାଗ୍ୟଦେବୀ ସବୁବେଳେ କାହାର ଅନୁକୂଳ ହୋଇଥା’ନ୍ତି?
(କ) ଧାର୍ମିକର
(ଖ) ଧନୀକର
(ଗ) ଭକ୍ତର
(ଘ) ଉଦ୍‌ଯୋଗୀର
Answer:
(ଘ) ଉଦ୍‌ଯୋଗୀର

Question 65.
ମହୀରେ ମହାବଳୀ କିଏ ବୋଲି କବି କହିଛନ୍ତି?
(କ) ଧର୍ମ
(ଖ) କର୍ମ
(ଗ) ପୁଣ୍ଯ
(ଘ) ପ୍ରେମ
Answer:
(ଘ) ପ୍ରେମ

Question 66.
ପ୍ରେମ ବଳରେ ସୁଭଦ୍ରା କ’ଣ ଲାଭ କରିଥିଲେ?
(କ) ଧନ
(ଖ) ଯଶ
(ଗ) ଦୟିତ
(ଘ) ରାଜ୍ୟ
Answer:
(ଗ) ଦୟିତ

Question 67.
ଦେବୀଦତ୍ତ ମଣିଟି ହସ୍ତଗତ ହେଲେ ନନ୍ଦିକାର ପ୍ରାଣେଶ୍ବର କ’ଣ ହେବେ ବୋଲି ନନ୍ଦିକା ଚିନ୍ତା କରିଛନ୍ତି?
(କ) ଦିଗ୍‌ବିଜୟୀ ବୀର
(ଖ) ମଗଧ ଈଶ୍ବର
(ଗ) ଉତ୍କଳ ଈଶ୍ଵର
(ଘ) ରାଜ ଚକ୍ରବର୍ତ୍ତୀ
Answer:
(ଗ) ଉତ୍କଳ ଈଶ୍ବର

Question 68.
ଖେଳା-ଖଞ୍ଜରୀଟ ଦୃଶା ବୋଲି କବି କାହାକୁ ଉପମା ଦେଇଛନ୍ତି?
(କ) ଗଙ୍ଗା
(ଖ) ସୁଭଦ୍ରା
(ଗ) ଲକ୍ଷ୍ମୀ,
(ଘ) ନନ୍ଦିକା
Answer:
(ଘ) ନନ୍ଦିକା

Question 69.
ବିଡ଼ାନାସୀଗଡ଼ ସୁଡ଼ଙ୍ଗ ଦୁଆର କେଉଁ ଦିଗକୁ ଥିଲା?
(କ) ପୂର୍ବ
(ଖ) ପଶ୍ଚିମ
(ଗ) ଉତ୍ତର
(ଘ) ଦକ୍ଷିଣ
Answer:
(ଘ) ଦକ୍ଷିଣ

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

Question 70.
ଶର୍ବରୀଶ ଶବ୍ଦର ଅର୍ଥ କ’ଣ?
(କ) ସୂର୍ଯ୍ୟ
(ଖ) ଚନ୍ଦ୍ର
(ଗ) ତାରା
(ଘ) କୁମୁଦ
Answer:
(ଖ) ଚନ୍ଦ୍ର

Question 71.
ପ୍ରତି ବୀଚି ବକ୍ଷରେ ଚନ୍ଦ୍ରମା-ପଦକ କାହା ସମ ଝକଝକ କରୁଥିଲା?
(କ) ହୀରକ
(ଖ) ସୁବର୍ଣ୍ଣ
(ଗ) କଉସ୍ତୁର
(ଘ) ସ୍ଫଟିକ
Answer:
(ଗ) କଉସ୍ତୁର

Question 72.
ତରୁଶିରରେ ବସି କିଏ ଜ୍ୟୋସ୍ମାମୃତ ସଙ୍ଗେ ପ୍ରେମାମୃତ ପାନ କରୁଥିଲା?
(କ) ହଂସ ହଂସୀ
(ଖ) କପୋତ କପୋତୀ
(ଗ) ଶୁକ ଶାରୀ
(ଘ) ଚକୋର ଚକୋରୀ
Answer:
(ଘ) ଚକୋର ଚକୋରୀ

Question 73.
ଦିଗ ଦିଗନ୍ତରେ କାହାର ସ୍ଵନ ଯାମିନୀର ନୂପୁର-ନିକ୍କଣ ଭଳି ଶୁଭୁଥୁଲା?
(କ) କପୋତ
(ଖ) ଝିଲ୍ଲୀ
(ଗ) ଚକୋର
(ଘ) ପିକ
Answer:
(ଖ) ଝିଲ୍ଲୀ

Question 74.
ଚୋରଗଙ୍ଗଙ୍କର ଲାଳସା କେଉଁଥିପାଇଁ ଥିଲା?
(କ) ରାଜ୍ୟ ଲାଭ ପାଇଁ
(ଖ) ଶତ୍ରୁ ବିଜୟ ପାଇଁ
(ଗ) ଦିଗ୍‌ବିଜୟ ପାଇଁ
(ଘ) ଧର୍ମ ସ୍ଥାପନା ପାଇଁ
Answer:
(ଘ) ଧର୍ମ ସ୍ଥାପନା ପାଇଁ

Question 75.
ଧର୍ମର ସହାୟ କିଏ?
(କ) ଧାର୍ମିକ
(ଖ) ସନ୍ନ୍ୟାସୀ

(ଘ) ବ୍ରହ୍ମାଣ୍ଡ ସାଇଁ
Answer:
(ଘ) ବ୍ରହ୍ମାଣ୍ଡ ସାଇଁ

Question 76.
ଚମୁପତିର ଅର୍ଥ କ’ଣ?
(କ) ରାଜା
(ଖ) ମନ୍ତ୍ରୀ
(ଗ) ସେନାପତି
(ଘ) କଟୁଆଳ
Answer:
(ଗ) ସେନାପତି

Question 77.
ସୁଷମାରେ ରାଜଜେମା କାହାକୁ ନିନ୍ଦା କରୁଥିଲେ?
(କ) ବିକଶିତ ପଦ୍ମକୁ
(ଖ) ଚକ୍ର କିରଣକୁ
(ଗ) ସୁନ୍ଦରୀ ଅପ୍‌ସରାଙ୍କୁ
(ଘ) ଶାରଦୀୟ ଉଷାକୁ
Answer:
(ଘ) ଶାରଦୀୟ ଉଷାକୁ

Question 78.
ଅତ୍ୟକ ଭୂଷଣେ ଶୋଭେ ମତ୍ତକାଶୀ – ଏଠାରେ ମତ୍ତକାଶୀର ଅର୍ଥ କ’ଣ?
(କ) ମତ୍ତହସ୍ତୀ
(ଖ) ଉତ୍ତମା ନାରୀ
(ଗ) ନର୍ତ୍ତକୀ
(ଘ) ଗଣବଧୂ
Answer:
(ଖ) ଉତ୍ତମା ନାରୀ

Question 79.
ରାଜଜେମାଙ୍କର ବଦନମଣ୍ଡଳ କାହାକୁ ଜିଣୁଥିଲା?
(କ) ସକାଳର ପଦ୍ମକୁ
(ଖ) ସନ୍ଧ୍ୟାର କୁମୁଦକୁ
(ଗ) ନିବୋଦିତ ତପନଙ୍କୁ
(ଘ) ଶରଦର ଇନ୍ଦ୍ରଙ୍କୁ
Answer:
(ଘ) ଶରଦର ଇନ୍ଦୁଙ୍କୁ

Question 80.
ଅଥବା ଗଢ଼ିଲେ ଋତୁ ପୁଷ୍ପାକର – ଏଠାରେ ପୁଷ୍ପାକର କାହାକୁ କୁହାଯାଇଛି?
(କ) ଫୁଲ ବଗିଚା
(ଖ) ପୁଷ୍ପ ଚାଙ୍ଗୁଡ଼ା
(ଗ) ବସନ୍ତଋତୁ
(ଘ) କନ୍ଦର୍ପ
Answer:
(ଗ) ବସନ୍ତଋତୁ

Question 81.
ଅପରୂପା ନନ୍ଦିକାଙ୍କୁ ଦେଖୁ ସେ ଦେବୀ କି ମାନବୀ ବୋଲି ଚୋରଗଙ୍ଗଙ୍କର ସଂଶୟ କିଭଳି ଦୂର ହେଲା?
(କ) ସ୍ଵରରୁ
(ଖ) ଚାଲିରୁ
(ଗ) ପଲକ ପାତରୁ
(ଘ) ଛାୟାରୁ
Answer:
(ଘ) ଛାୟାରୁ

Question 82.
ନାରୀକୁଳ ସର୍ବଦା କାହାର ପକ୍ଷପାତୀ ବୋଲି ନନ୍ଦିକା କହିଥିଲା?
(କ) ଧନବାନଙ୍କର
(ଖ) ରୂପବାନଙ୍କର
(ଗ) ବୀରଙ୍କର
(ଘ) ରାଜଚକ୍ରବର୍ତୀଙ୍କର
Answer:
(ଗ) ବୀରଙ୍କର

Question 83.
ଚୈତ୍ରମଣି ବିନିମୟରେ ନନ୍ଦିକା କ’ଣ ଯାଚଜ୍ଞା କରିଥିଲା?
(କ) ଧନ
(ଖ) ମାନ
(ଗ) ପ୍ରେମ
(ଘ) ରାଣୀପଦ
Answer:
(ଗ) ପ୍ରେମ

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

Question 84.
‘ନାଭିଗୟା’ର ବର୍ତ୍ତମାନର ନାମ କ’ଣ?
(କ) କଟକ
(ଖ) ବିଡ଼ାନାସୀ
(ଗ) ଭୁବନେଶ୍ବର
(ଘ) ଯାଜପୁର
Answer:
(ଘ) ଯାଜପୁର

Question 85.
ନନ୍ଦିକାର ମୋହପାଶକୁ କିଏ ଛେଦନ କଲା?
(କ) ମନ
(ଖ) ପ୍ରାଣ
(ଗ) ହୃଦୟ
(ଘ) ବିବେକ
Answer:
(ଘ) ବିବେକ

Question 86.
ଅନୁତାପ ଫଣୀ କ’ଣ ଉଗାରି ନନ୍ଦିକାଙ୍କର ମର୍ମସ୍ଥଳକୁ ଦଂଶନ କଲା?
(କ) ବିଷ
(ଖ) ଅନଳ
(ଗ) ଜଳ
(ଘ) ବାୟୁ
Answer:
(ଖ) ଅନଳ

Question 87.
ମୂଳ କାଟିଦେଲେ ବଲ୍ମୀକ ଦୂରନ୍ତ– ଏଠାରେ ବଲ୍ମୀକ କିଏ?
(କ) ମୂଷା
(ଖ) ପିମ୍ପୁଡ଼ି
(ଗ) ଉଇ
(ଘ) ଯୋକ
Answer:
(ଗ) ଉଇ

Question 88.
ସ୍ମୃତିକୁ ଫିଙ୍ଗିପାରିଲେ ମଣିଷ କ’ଣ ଲଭନ୍ତା?
(କ) ସୁଖ
(ଖ) ଶାନ୍ତି
(ଗ) ମୁଭି
(ଘ) ନିସ୍ତାର
Answer:
(ଘ) ନିସ୍ତାର

Question 89.
ନତ ମୁଖୀ ନନ୍ଦିକା କାହାର ଆଶ୍ରୟ ଚାହୁଁଥୁଲା?
(କ) ଆକାଶର
(ଖ) ମହୀର
(ଗ) ପାତାଳର
(ଘ) ସାଗରର
Answer:
(ଖ) ମହୀର

Question 90.
କାହାର ପ୍ରବାହରେ ଉଜାଣି ଭାସିବା ପାଇଁ ପ୍ରାଣୀଜଗତ ଭାଜନ ନୁହଁନ୍ତି?
(କ) ବାୟୁ ପ୍ରବାହ
(ଖ) ମେଘ ପ୍ରବାହ
(ଗ) କାଳ ପ୍ରବାହ
(ଘ) ଜଳପ୍ରବାହ
Answer:
(ଗ) କାଳ ପ୍ରବାହ

Question 91.
ପ୍ରାଣହୀନ ଦୁଃଖ୍ନୀ ନନ୍ଦିକାର ଶରୀର କିପରି ଦେଖାଯାଉଥିଲା?
(କ) ବିପର୍ଯ୍ୟସ୍ତ ପୁଷ୍ପ ପରି
(ଖ) ପର୍ୟୁଷିତ ପଦ୍ମ ପରି
(ଗ) ବୃଚ୍ୟୁତ ଫୁଲ ପରି
(ଘ) ମଥୁତ ପୁଷ୍ପ ପରି
Answer:
(ଖ) ପର୍ୟୁଷିତ ପଦ୍ମ ପରି

Question 92.
ମୃତ୍ୟୁ ପୂର୍ବରୁ ନନ୍ଦିକା ଜୈତ୍ର ମଣିଟିକୁ କେଉଁଠି ରଖୁଥିଲା?
(କ) ହସ୍ତମୁଠାରେ
(ଖ) ଫରୁଆ ଭିତରେ
(ଗ) ପଣନ୍ତର କୋଣରେ
(ଘ) ଶିବିକା ଭିତରେ
Answer:
(ଗ) ପଣନ୍ତର କୋଣରେ

Question 93.
ଶିରରେ କ’ଣ ଘେନି ଯାଉଛି ବୋଲି ନନ୍ଦିକା ତା’ର ପିତାଙ୍କୁ ଲେଖୁଥିଲା?
(କ) ଅନୁତାପ ଭାର
(ଖ) ଗ୍ଳାନି ଭାର
(ଗ) ଲଜ୍ଜା ଭାର
(ଘ) ପାପ ଭାର
Answer:
(ଘ) ପାପ ଭାର

Question 94.
ନିଜ ପିଣ୍ଡର ସତ୍କାର କେଉଁଠି କରାଇବାକୁ ନନ୍ଦିକା ପିତାଙ୍କୁ ଅନୁରୋଧ କରିଥିଲା?
(କ) ଶ୍ମଶାନରେ
(ଖ) ସ୍ଵର୍ଗଦ୍ଵାରରେ
(ଗ) ଦୁର୍ଗ ଭିତରେ
(ଘ) ମାନବ ସଞ୍ଚାର ଶୂନ୍ୟ ଅଞ୍ଚଳରେ
Answer:
(ଘ) ମାନବ ସଞ୍ଚାର ଶୂନ୍ୟ ଅଞ୍ଚଳରେ

Question 95.
ସୁବର୍ଣ୍ଣକେଶରୀ ବିଷାଦରେ ଉଦାସୀ ହୋଇ କେଉଁଠି ବନବାସୀ ହେଲେ?
(କ) ମହାନଦୀ ତୀରରେ
(ଖ) ବ୍ରାହ୍ମଣୀ ତୀରରେ
(ଗ) କୁଶଭଦ୍ରା କୂଳରେ
(ଘ) ଚିତ୍ରୋତ୍ପଳା ତୀରରେ
Answer:
(କ) ମହାନଦୀ ତୀରରେ

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

Question 96.
ସୁବର୍ଣ୍ଣପୁର କେଉଁଠି ଅବସ୍ଥିତ?
(କ) ଅଂଶୁପା ହ୍ରଦ ନିକଟରେ
(ଖ) କାଠଯୋଡ଼ି ତୀରରେ
(ଗ) ବିରୂପା ତୀରରେ
(ଘ) ବୈତରଣୀ କୂଳରେ
Answer:
(କ) ଅଂଶୁପା ହ୍ରଦ ନିକଟରେ

Question 97.
ଚୋଡ଼ଗଙ୍ଗ ସେହି ଦେବଦତ୍ତ ମଣିକୁ କେଉଁଠାକୁ ପଠାଇଥିଲେ?
(କ) ନିଜ ରାଜ୍ୟକୁ
(ଖ) ବିରାଜା କ୍ଷେତ୍ରକୁ
(ଗ) ଏକାମ୍ର କ୍ଷେତ୍ରକୁ
(ଘ) ନୀଳାଚଳ ଧାମକୁ
Answer:
(ଘ) ନୀଳାଚଳ ଧାମକୁ

Question 98.
ମହାନଦୀ କେଉଁଠାରେ ବେଣୀମୁକ୍ତ ହୋଇଥିଲା?
(କ) କଟକଠାରେ
(ଖ) ବିଡ଼ାନାସୀଠାରେ
(ଗ) ଚଉଦ୍ଵାରଠାରେ
(ଘ) ସୁବର୍ଣ୍ଣପୁରଠାରେ
Answer:
(ଖ) ବିଡ଼ାନାସୀଠାରେ

(ଖ) ୧ ନମ୍ବର ବିଶିଷ୍ଟ ଏକ ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନବଳୀ ଓ ଉତ୍ତର

Question 1.
ଧାଡ଼ି ଧାଡ଼ି ହୋଇ ଶୁଭ୍ର ତମ୍ବୁଗୁଡ଼ିକ କିପରି ଶୋଭା ପାଉଥିଲା?
Answer:
ଧାଡ଼ି ଧାଡ଼ି ହୋଇ ଶୁଭ୍ର ତମ୍ବୁଗୁଡ଼ିକ ଖଡ଼ି ଶୈଳ ବା ଚୂନପଥରର ପାହାଡ଼ ଭଳି ଶୋଭା ପାଉଥିଲା ।

Question 2.
ମଲ୍ଲଯୁଦ୍ଧରେ ପ୍ରକମ୍ପିତ ରଙ୍ଗସ୍ଥଳୀକୁ ଦର୍ଶକମାନେ କିପରି ଉପଭୋଗ କରୁଥିଲେ ?
Answer:
ମଲ୍ଲଯୁଦ୍ଧରେ ପ୍ରକମ୍ପିତ ରଙ୍ଗସ୍ଥଳୀକୁ ଦର୍ଶକମାନେ ତାଳି ମାରି ଉପଭୋଗ କରୁଥିଲେ ।

Question 3.
ଦାସେରକ ଗ୍ରୀବାତୋଳି କ’ଣ ଭକ୍ଷଣ କରୁଛି ?
Answer:
ଦାସେରକ ଗ୍ରୀବାତୋଳି ନିମ୍ବଦଳ ଭକ୍ଷଣ କରୁଛି ।

Question 4.
କେଉଁଠାରେ ବିପଣି ବସିଥିଲା?
Answer:
କାଠଯୋଡ଼ି ବନ୍ଧରେ ବିପଣି ବସିଥିଲା ।

Question 5.
କାଠଯୋଡ଼ିରୁ କେଉଁ କେଉଁ ନଦୀ ଜନ୍ମିଛନ୍ତି?
Answer:
କାଠଯୋଡ଼ିରୁ କୁଶଭଦ୍ରା, ଦୟା, ଭାର୍ଗବୀ ଆଦି ନଦୀ ଜନ୍ମିଛନ୍ତି ।

Question 6.
ଚୋଡ଼ଗଙ୍ଗଙ୍କର ସ୍କନ୍ଧାବାର କେଉଁଠାରେ ଶୋଭା ପାଉଥିଲା?
Answer:
ଚୋଡ଼ଗଙ୍ଗଙ୍କର ସ୍କନ୍ଧାବାର କାଠଯୋଡ଼ିର ଉତ୍ତରରେ ଶୋଭାପାଉଥିଲା ।

Question 7.
ତୁଳସୀକ୍ଷେତ୍ରର ପ୍ରଧାନଦେବତା କିଏ?
Answer:
ତୁଳସୀକ୍ଷେତ୍ରର ପ୍ରଧାନ ଦେବତା ହେଉଛନ୍ତି ହଳାୟୁଧ ବା ବଳଦେବ ।

Question 8.
ପ୍ରାଚୀନ କାଳରେ ଉତ୍ତର-କୋଶଳାର ଅବସ୍ଥିତି କେଉଁଠି ଥିଲା?
Answer:
ପ୍ରାଚୀନ କାଳରେ ଉତ୍ତର-କୋଶଳର ଅବସ୍ଥିତି ଚଉଦ୍ଵାରା ବା ଚଉଦ୍ଵାରଠାରେ ଥିଲା ।

Question 9.
ଛତିଆର ଅଧ୍ୟାତ୍ରୀ ଦେବୀ କିଏ ଥିଲେ ?
Answer:
ବଳାରାତିପ୍ରିୟା ବା ଇନ୍ଦ୍ରଙ୍କ ପତ୍ନୀ ଶଳୀଦେବୀ ଛତିଆର ଅଧ୍ୟାତ୍ରୀ ଦେବୀ ଥିଲେ ।

Question 10.
କେଉଁ ଦେବୀଙ୍କଠାରେ ନିତ୍ୟ ବଳିଦାନ କରାଯାଏ?
Answer:
ହରଚଣ୍ଡୀ ଦେବୀଙ୍କଠାରେ ନିତ୍ୟ ବଳିଦାନ କରାଯାଏ ।

Question 11.
ଚିତ୍ରୋତ୍ପଳା କେଉଁ ନଦୀର ଶାଖାନଦୀ?
Answer:
ଚିତ୍ରୋତ୍ପଳା ମହାନଦୀର ଶାଖାନଦୀ ।

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

Question 12.
ଚିତ୍ରୋତ୍ପଳା ତୀରରେ କେଉଁ ଦେବୀ ପୂଜା ପାଆନ୍ତି?
Answer:
ଚିତ୍ରୋତ୍ପଳା ତୀରରେ ଭଗବତୀ ଦେବୀ ପୂଜା ପାଆନ୍ତି ।

Question 13.
ଉତ୍କଳର କାଳିନ୍ଦୀ ବୋଲି କବି କାହାକୁ କହିଛନ୍ତି?
Answer:
ଉତ୍କଳର କାଳିନ୍ଦୀ ବୋଲି କବି ସାଳନ୍ଦୀ ନଦୀକୁ କହିଛନ୍ତି ।

Question 14.
ସୋରର ପୂର୍ବରେ ଓ ପଶ୍ଚିମରେ କ’ଣ ଶୋଭା ପାଉଛି?
Answer:
ସୋରର ପଶ୍ଚିମରେ ପର୍ବତ ଓ ପୂର୍ବରେ ପାରାବାର ଶୋଭା ପାଉଛି ।

Question 15.
ମାଧବଙ୍କର ମନ୍ଦିର କେଉଁଠାରେ ପ୍ରତିଷ୍ଠିତ?
Answer:
ପ୍ରାଚୀ ନଦୀ ତୀରରେ ମାଧବାଖ୍ୟ ଗ୍ରାମରେ ମାଧବଙ୍କ ମନ୍ଦିର ପ୍ରତିଷ୍ଠିତ ।

Question 16.
ଧଉଳିର ଦର୍ପଣ ବୋଲି କବି କାହାକୁ କହିଛନ୍ତି?
Answer:
ଦୟାନଦୀକୁ କବି ଧଉଳିର ଦର୍ପଣ ବୋଲି କହିଛନ୍ତି ।

Question 17.
କେଉଁମାନେ ମହାଧନୁର୍ଦ୍ଧାରୀ?
Answer:
କନ୍ଧ ଯୋଧବୃନ୍ଦମାନେ ମହାଧନୁର୍ଦ୍ଧାରୀ ବୋଲି କୁହାଯାଇଛି ।

Question 18.
କେଉଁଠାରେ ଯଥେଷ୍ଟ ପରିମାଣରେ ହରିଦ୍ରା ଉତ୍ପନ୍ନ ହୁଏ?
Answer:
କନ୍ଧମାଳ ପାର୍ବତୀୟ କ୍ଷେତ୍ରମାନଙ୍କରୁ ଯଥେଷ୍ଟ ପରିମାଣରେ ହରିଦ୍ରା ଉତ୍ପନ୍ନ ହୁଏ ।

Question 19.
ରିପୁ କାନନରେ କେଉଁମାନେ ଦାବାନଳ ପରି?
Answer:
ରିପୁ କାନନରେ ତାଳଚେରର ବୀରମାନେ ଦାବାନଳ ପରି ।

Question 20.
ତାଳଚେରର ଆରାଧ୍ୟା ଦେବୀ କିଏ?
Answer:
ହିଙ୍ଗୁଳା ହେଉଛନ୍ତି ତାଳଚେରର ଆରାଧ୍ୟ ଦେବୀ ।

Question 21.
ଢେଙ୍କାନାଳର ନାମକରଣ କିପରି ହୋଇଛି?
Answer:
ଢେଙ୍କା ନାମକ ଜଣେ ଶବର ରାଜାଙ୍କ ନାମରୁ ଢେଙ୍କାନାଳର ନାମକରଣ ହୋଇଛି ।

Question 22.
ଗୃଧ୍ରଙ୍କର ରୁଧର ପାରଣା କେଉଁମାନେ ହେଲେ?
Answer:
ଯୁଦ୍ଧ ଅଶ୍ବଗୁଡ଼ିକ ଗୃଧ୍ରଙ୍କର ରୁଧର ପାରଣା ହେଲେ ।

Question 23.
ଚୋରଗଙ୍ଗଙ୍କର କିଏ ସହାୟ ହୋଇଥିଲେ?
Answer:
ମା’ ଗଙ୍ଗାଦେବୀ ଚୋରଗଙ୍ଗଙ୍କର ସହାୟ ହୋଇଥିଲେ ।

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

Question 24.
ଗଙ୍ଗାଙ୍କ ବାକ୍ୟରେ ଦେବ ଚନ୍ଦ୍ରଚୂଡ଼ ଚୋଡ଼ଗଙ୍ଗଙ୍କୁ କ’ଣ ପ୍ରଦାନ କରିବାକୁ ଇଚ୍ଛା କରିଥିଲେ?
Answer:
ଗଙ୍ଗାଙ୍କ ବାକ୍ୟରେ ଦେବ ଚନ୍ଦ୍ରଚୂଡ଼ ଚୋଡ଼ଗଙ୍ଗଙ୍କୁ ଉତ୍କଳର ମହୁଡ଼ ବା ଉତ୍କଳର ସିଂହାସନ ପ୍ରଦାନ କରିବାକୁ ଇଚ୍ଛା କରିଥିଲେ ।

Question 25.
ଗଡ଼ଦ୍ବାର ରୁଦ୍ଧ କରିବାକୁ ରାଜା ସୁବର୍ଣ୍ଣକେଶରୀକୁ କିଏ ଆଜ୍ଞା ଦେଇଥିଲେ?
Answer:
ଗଡ଼ଦ୍ୱାର ରୁଦ୍ଧ କରିବାପାଇଁ ରାଜା ସୁବର୍ଣ୍ଣକେଶରୀଙ୍କୁ ଦେବୀ ଗଡ଼ଚଣ୍ଡୀ ଆଜ୍ଞା ଦେଇଥିଲେ ।

Question 26.
ସୁବର୍ଣ୍ଣକେଶରୀଙ୍କୁ କିଏ ଚୈତ୍ରମଣି ପ୍ରଦାନ କରିଥିଲେ?
Answer:
ସୁବର୍ଣ୍ଣକେଶରୀଙ୍କୁ ଦେବୀ ଗଡ଼ଚଣ୍ଡୀ ଜୈତ୍ରମଣି ପ୍ରଦାନ କରିଥିଲେ ।

Question 27.
ଚୋରଗଙ୍ଗଦେବ ବିଜନରେ କ’ଣ ମନ୍ତ୍ରଣା କରୁଥିଲେ?
Answer:
ସ୍ବ-ଦେଶକୁ ବାହୁଡ଼ି ଯିବେ ବୋଲି ଚୋରଗଙ୍ଗଦେବ ବିଜନରେ ବସି ମନ୍ତ୍ରଣା କରୁଥିଲେ ।

Question 28.
‘କାଲି ରାତ୍ରିଯାଏ ରହ ଧୈର୍ଯ୍ୟ ଧରି’ – ଏକଥା କିଏ କହିଛନ୍ତି?
Answer:
‘‘କାଲି ରାତ୍ରିଯାଏ ରହ ଧୈର୍ଯ୍ୟ ଧରି—’’ ଏକଥା ଚୋରଗଙ୍ଗଦେବ ତାଙ୍କର ସୈନ୍ୟମାନଙ୍କୁ କହିଛନ୍ତି ।

Question 29.
କୁକ୍‌କୁଟ, କୌଶିକ ଓ ଚଷାପୁଏ ମିଳି କ’ଣ କଲେ?
Answer:
କୁକ୍‌କୁଟ, କୌଶିକ ଓ ଚଷାପୁଏ ମିଳି ତୌର୍ଯ୍ୟତ୍ରିକ କଲେ।

Question 30.
ଜାହ୍ନବୀଙ୍କର ସହଚରୀମାନେ କେଉଁ ବେଶ ଧାରଣ କରିଥିଲେ?
Answer:
ଜାହ୍ନବୀଙ୍କର ସହଚରୀମାନେ ଉତ୍କଳୀୟ ବେଶ ବା ଓଡ଼ିଆଣୀ ବେଶ ଧାରଣ କରିଥିଲେ ।

Question 31.
ଦେବୀ ଜାହ୍ନବୀଙ୍କର କବରୀ କେଉଁଥରେ ଭୂଷିତ ହୋଇଥିଲା?
Answer:
ଦେବୀ ଜାହ୍ନବୀଙ୍କର କବରୀ ଶତଦଳ ବା ପଦ୍ମଫୁଲରେ ଭୂଷିତ ହୋଇଥିଲା ।

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

Question 32.
ଜାହ୍ନବୀ ଜଳରେ ସମାସୀନା ହେବାପରେ କାହାର ବୀଣା ବାଜି ଉଠିଲା?
Answer:
ଜାହ୍ନବୀ ଜଳରେ ସମାସୀନା ହେବାପରେ ବନଦେବୀଙ୍କର ବୀଣା ବାଜିଉଠିଲା ।

Question 33.
ଜାହ୍ନବୀଙ୍କୁ ଜଳରେ କେଉଁମାନେ ବେଢ଼ି ରହିଥିଲେ?
Answer:
ଜାହ୍ନବୀଙ୍କୁ ଜଳରେ ହଂସ ଓ ଚକ୍ରବାକମାନେ ବେଢ଼ି ରହିଥିଲେ ।

Question 34.
ତୃଣାହାର ଛାଡ଼ି କେଉଁମାନେ ଉଦ୍‌ଗ୍ରୀବ ହୋଇ ଚାହିଁ ରହିଥିଲେ?
Answer:
ତୃଣାହାର ଛାଡ଼ି ମୃଗ ଓ ମୃଗୀମାନେ ଉଦ୍‌ଗ୍ରୀବ ହୋଇ ଚାହିଁ ରହିଥିଲେ ।

Question 35.
ଦେବୀଙ୍କ ରୂପ କାହାକୁ ଲାଞ୍ଛିତ କରୁଥୁଲା?
Answer:
ଦେବୀଙ୍କ ରୂପ କୋଟି ଦ୍ବିଜରାଜ ଅର୍ଥାତ୍ ଚନ୍ଦ୍ରଙ୍କୁ ଲାଞ୍ଛିତ କରୁଥିଲା ।

Question 36.
ଭୂ-ଭାରତରେ ଦ୍ଵାପର ଯୁଗରେ କିଏ ବୈଷ୍ଣବଧର୍ମ ସ୍ଥାପନ କରିଥିଲେ?
Answer:
ଭୂ-ଭାରତରେ ଦ୍ଵାପର ଯୁଗରେ ବୀର ଦେବବ୍ରତ ବୈଷ୍ଣବ ଧର୍ମ ସ୍ଥାପନ କରିଥିଲେ ।

Question 37.
ପ୍ରଧାନପାଟ ପର୍ବତ କେଉଁଠାରେ ପରିଦୃଶ୍ୟ ହୁଏ?
Answer:
ପ୍ରଧାନପାଟ ପର୍ବତ ସମ୍ବଲପୁର ଜିଲ୍ଲାରେ ପରିଦୃଶ୍ୟ ହୁଏ ।

Question 38.
ଦେବତାଙ୍କୁ କ’ଣ ଜଣା?
Answer:
ଦେବତାଙ୍କୁ କୂଟ ଜଣା ।

Question 39.
ଶତ୍ରୁ ହୋଇବି କିଏ କାହାର ମନ ଚୋରି କଲା?
Answer:
ଶତ୍ରୁ ହୋଇବି ଚୋଡ଼ଗଙ୍ଗଦେବ ନନ୍ଦିକାର ମନ ଚୋରି କଲା ।

Question 40.
ପ୍ରଭୁପଣକୁ କିଏ ଭାଜନ ନୁହେଁ?
Answer:
ଯିଏ ଅନ୍ୟର ମନକଥାକୁ ବୁଝିପାରେ ନାହିଁ, ସେ ପ୍ରଭୁପଣକୁ ଭାଜନ ନୁହେଁ ।

Question 41.
ମହାବିଷ୍ଣୁଙ୍କ ସ୍ନାନ ଯୋଗୁଁ କଏ ପୁଣ୍ୟତୋୟା?
Answer:
ମହାବିଷ୍ଣୁଙ୍କ ସ୍ନାନ ଯୋଗୁଁ ବୈତରଣୀ ନଦୀର ଜଳ ପୁଣ୍ୟତୋୟା ହୋଇଛି ।

Question 42.
ଶବର ଯୁବତୀମାନେ କେଉଁଠାରୁ ସୁବର୍ଣ୍ଣପରାଗ ସଂଗ୍ରହ କରନ୍ତି?
Answer:
ଶବର ଯୁବତୀମାନେ ସୁବର୍ଣ୍ଣରେଖା ନଦୀରୁ ସୁବର୍ଣ୍ଣପରାଗ ସଂଗ୍ରହ କରନ୍ତି ।

Question 43.
ରମ୍ଭାଙ୍କ ମନ୍ଦିର କେଉଁ କେଉଁ ନଦୀ ତୀରରେ ଅବସ୍ଥିତ?
Answer:
ରମ୍ଭାଙ୍କର ମନ୍ଦିର ବ୍ରାହ୍ମଣୀ ନଦୀତୀରରେ ଅଛି ।

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

Question 44.
ପ୍ରଧାନପାଟ ପ୍ରପାତର ଜଳରାଶି କେଉଁ ନଦୀ ସହିତ ମିଶିଛି?
Answer:
ପ୍ରଧାନପାଟ ପ୍ରପାତର ଜଳରାଶି ବ୍ରାହ୍ମଣୀନଦୀ ସହିତ ମିଶିଛି।

Question 45.
କେଉଁ ସ୍ଥାନ ବୌଦ୍ଧ କିର୍ତ୍ତୀରାଜି ମଣ୍ଡିତ ଅଟେ?
Answer:
ନରାଜ ବୌଦ୍ଧ କିର୍ତ୍ତୀରାଜି ମଣ୍ଡିତ ଅଟେ ।

Question 46.
ସର୍ପେଶ୍ଵର ପର୍ବତର ପୟର କିଏ ଧୌତ କରୁଛି (ସାପୁଆ) ନଦୀ ଧୌତ କରୁଛି ।
Answer:
ସର୍ପେଶ୍ଵର ପର୍ବତର ପୟର ସର୍ପେଶ୍ଵରୀ ୪୭ ।

Question 47.
ଥରେ କାନ୍ତକୁ ଥରେ ମିହିରକୁ ଅନାଇ କିଏ ଭାବୁଛି ?
Answer:
ଥରେ କାନ୍ତାକୁ ଥରେ ମିହିରକୁ ଅନାଇ ରଥାଙ୍ଗୀ ବା ଚକ୍ରବାକୀ ଭାବୁଛି ।

Question 48.
ଉନ୍ନତ ଆନନ୍ଦରେ ଦୁର୍ଗବାସୀ କ’ଣ ରୁଣ୍ଡ କଲେ?
Answer:
ଉନ୍ନତ ଆନନ୍ଦରେ ଦୁର୍ଗବାସୀ ଭୋଗ ରୁଣ୍ଡ କଲେ ।

Question 49.
ଦେବୀଙ୍କ ଛାମୁରେ ଭକ୍ତି ଭାବରେ ରାଜା କ’ଣ କରୁଥିଲେ?
Answer:
ଦେବୀଙ୍କ ଛାମୁରେ ଭକ୍ତି ଭାବରେ ରାଜା ଚାମର ଢାଳୁଥିଲେ ।

Question 50.
ଦେବତାଙ୍କୁ କ’ଣ ଜଣା ଯାହା ମନୁଷ୍ୟକୁ ବଣା କରେ?
Answer:
ଦେବତାଙ୍କୁ ଦେବକୂଟ ଜଣା, ଯାହା ମନୁଷ୍ୟକୁ ବଣା କରେ ।

Question 51.
ଅରି ହୋଇ ବି କିଏ କାହାର ମନ ଚୋରି କରିଛି ।
Answer:
ଅରି ହୋଇ ମଧ୍ୟ ଚୋଡ଼ଗଙ୍ଗଦେବ ରାଜଜେମା ନନ୍ଦିକାଙ୍କର ମନ ଚୋରି କରିଛନ୍ତି ।

Question 52.
ପ୍ରଭୁପଣକୁ କିଏ ଭାଜନ ନୁହେଁ?
Answer:
ଯିଏ ପରର ମନ (ଅନ୍ୟର ମନ) ବୁଝିପାରେ ନାହିଁ, ସେ ପ୍ରଭୁପଣକୁ ଭାଜନ ନୁହେଁ ।

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

Question 53.
ଶାସ୍ତ୍ର ମତରେ କାହା ଉପରେ ପିତାର ପୂର୍ବ ଅଧିକାର ଅଛି?
Answer:
ଶାସ୍ତ୍ର ମତରେ ସୁତା ବା କନ୍ୟା ଉପରେ ପିତାର ପୂର୍ବ ଅଧିକାର ଅଛି ।

Question 54.
ମହୀରେ ମହାବଳୀ କିଏ?
Answer:
ମହୀରେ ମହାବଳୀ ପ୍ରେମ ।

Question 55.
ଯୁଦ୍ଧ ଦିନରୁ ରୁଦ୍ଧ ହୋଇଥିବା ସୁଡ଼ଙ୍ଗର ଦ୍ଵାର କେଉଁ ଦିଗକୁ ଥିଲା?
Answer:
ଯୁଦ୍ଧ ଦିନରୁ ରୁଦ୍ଧ ହୋଇଥିବା ସୁଡ଼ଙ୍ଗର ଦ୍ବାର ଦକ୍ଷିଣ ଦିଗକୁ ଥିଲା ।

Question 56.
ଜ୍ୟୋତ୍ସ୍ନାବାହିନୀ ଯାମିନୀ ଯୋଗୁଁ ଅବନୀ କିଭଳି ଦେଖାଯାଉଛି?
Answer:
ଜ୍ୟୋତ୍ସ୍ନାବାହିନୀ ଯାମିନୀ ଯୋଗୁଁ ଅବନୀ ଶ୍ଵେତଦ୍ୱୀପ ପରି ଦେଖାଯାଉଥିଲା ।

Question 57.
ସୁଷମାରେ ରାଜଜେମା କାହାକୁ ନିନ୍ଦା କରୁଛି?
Answer:
ସୁଷମାରେ ରାଜଜେମା ଶରତକାଳର ଉଷାକୁ ନିନ୍ଦା କରୁଥିଲା ।

Question 58.
ପୂର୍ଣ୍ଣମାସୀ କାହାକୁ ଲୋଡ଼ନ୍ତି?
Answer:
ପୂର୍ଣ୍ଣମାସୀ ଅଳ୍ପ ତାରା ଲୋଡ଼େ ।

Question 59.
ନାରୀକୁଳ ସର୍ବଦା କାହାର ପକ୍ଷପାତୀ?
Answer:
ନାରୀକୁଳ ସର୍ବଦା ବୀରମାନଙ୍କର ପକ୍ଷପାତୀ ।

Question 60.
ନତମୁଖୀ ନନ୍ଦିକା କାହାର ଆଶ୍ରୟ ଚାହୁଁଥିଲା?
Answer:
ନନ୍ଦିକା ନତମୁଖ ହୋଇ ଗର୍ଭରେ ଆଶ୍ରୟ ଚାହୁଁଥିଲା ।

(ଗ) ୨ ନମ୍ବର ବିଶିଷ୍ଟ ଦୁଇଟି ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନବଳୀ ଓ ଉତ୍ତର । ଲେଖା ଓ ଲେଖକଙ୍କ ପାଇଁ – ୧ ନମ୍ବର ଓ ଉତ୍ତର ପାଇଁ – ୧ ନମ୍ବର ।

Question 1.
ନନ୍ଦିକେଶ୍ଵରୀ କାବ୍ୟଟି କେଉଁ କେଉଁ ବିଦେଶୀ ଗ୍ରନ୍ଥର ଛାୟାରେ ଲିଖ୍ତ?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ନନ୍ଦିକେଶ୍ୱରୀ କାବ୍ୟଟି ଓଭିଡ଼ଙ୍କ ‘ମେଟାମରଫୋସିସ୍’ କାବ୍ୟର ଅଷ୍ଟମ କବିତା ‘ଦି କିଙ୍ଗ୍ ମିନସ୍ ଏଣ୍ଡ ସିଲା’ର କାହାଣୀ ଓ ବାଇରନ୍‌ଙ୍କ ‘ଦି ସିଜ୍ ଅଫ୍ କୋରିନ୍ଥ’ ଗ୍ରନ୍ଥର କଥାବସ୍ତୁର ଛାୟାରେ ଲିଖୁତ ହୋଇଛି ।

Question 2.
କାଠଯୋଡ଼ି କୂଳରେ କ’ଣ ବସିଛି ଓ ଲୋକମାନେ କେଉଁଠି ଠୁଳ ହୋଇଛନ୍ତି ?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
କାଠଯୋଡ଼ି କୂଳରେ ବିପଣି ବା ହାଟ ବସିଛି । ଲୋକମାନେ ନଦୀଶଯ୍ୟା, ନଦୀବନ୍ଧ ଏବଂ ନଦୀକୂଳରେ ଠୁଳ ହୋଇଛନ୍ତି ।

Question 3.
ଆଳି କାହିଁକି ପ୍ରସିଦ୍ଧ?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ବାଲୁକାପୂର୍ଣ୍ଣ ଆଳିର ସର୍ବପ୍ରଧାନ ଦେବତା ହେଉଛନ୍ତି ବରାହ । ଆଳିର କ୍ଷତ୍ରିୟ-ବୃନ୍ଦମାନେ ମହାବୀର୍ଯ୍ୟଶାଳୀ ଅଟନ୍ତି ।

Question 4.
ଶାଳିପୁର କେଉଁ ନଦୀ କୂଳରେ ଅବସ୍ଥିତ ? ଏଠାରେ କେଉଁ ଦେବୀଙ୍କ ମନ୍ଦିର ଅଛି ?
Answer:
କାବ୍ୟ – ନନ୍ଦିକେଶ୍ଵରୀ
କବି – ରାଧାନାଥ ରାୟ
ଶାଳିପୁରର ଆଧୁନିକ ନାମ ସାଲେପୁର, ଏହା ଚିତ୍ରୋତ୍ପଳା ନଦୀ କୂଳରେ ଅବସ୍ଥିତ । ଏଠାରେ ଦେବୀ ଭଗବତୀଙ୍କ ମନ୍ଦିର ଅଛି ।

Question 5.
ଉତ୍ତର-କୋଶଳା କେଉଁ ଅଞ୍ଚଳକୁ କୁହାଯାଉଥିଲା?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ମହାନଦୀର ଉତ୍ତରାଂଶକୁ ଉତ୍ତର କୋଶଳା କୁହାଯାଉଥିଲା । ଚଉଦ୍ଵାର ଆଦି ସ୍ଥାନ ଏହି ଉତ୍ତର କୋଶଳା ଅନ୍ତର୍ଗତ ।

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

Question 6.
କବି ଭଦ୍ରକର ବର୍ଣ୍ଣନା କିପରି କରିଛନ୍ତି ?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ଭଦ୍ରକ ସହରଟି ସାଳନ୍ଦୀ ନଦୀକୁ ବେଢ଼ିରହିଛି । ଏହି ସାଳନ୍ଦୀ ନଦୀକୁ କବି ଉତ୍କଳର କାଳିନ୍ଦୀ ବା ଯମୁନା ଭାବରେ ବର୍ଣ୍ଣନା କରିଛନ୍ତି ।

Question 7.
ସୋରର ଚିତ୍ର କିପରି ଦିଆଯାଇଛି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ବାଲେଶ୍ବର ଜିଲ୍ଲାର ଏକ ଅଞ୍ଚଳର ନାମ ସୋର । ଏହି ସୋରର ପଶ୍ଚିମରେ ପର୍ବତ ଓ ପୂର୍ବରେ ପାରାବାର ବା ସାଗର ରହିଛି ।

Question 8.
ଉତ୍କଳ ସାମ୍ରାଜ୍ୟ କାହାକୁ ପ୍ରଦାନ କରିବାକୁ କିଏ ଇଚ୍ଛା କରିଥିଲେ ?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ଉତ୍କଳ ସାମ୍ରାଜ୍ୟ ଚୋଡ଼ଗଙ୍ଗଦେବଙ୍କୁ ପ୍ରଦାନ କରିବାକୁ, ଗଙ୍ଗାଙ୍କ ଆଦେଶରେ ଚନ୍ଦ୍ରଚୂଡ଼ ବା ଶିବ ଇଚ୍ଛା କରିଥିଲେ ।

Question 9.
ସୁବର୍ଣ୍ଣକେଶରୀ କାହିଁକି ଗଡ଼ଦ୍ଵାର ରୁଦ୍ଧ କରିଥିଲେ?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ରାଜା ଚୋଡ଼ଗଙ୍ଗଦେବ ଗଙ୍ଗାଙ୍କ ବରରେ ବଳୀୟାନ ହୋଇ ଉତ୍କଳକୁ ଆକ୍ରମଣ କଲେ, ସୁବର୍ଣ୍ଣକେଶରୀ ଅନେକ ଚେଷ୍ଟାପରେ ମଧ୍ୟ ଉତ୍କଳର ରକ୍ଷା କରିନପାରି, ଆରାଧ୍ୟା ଦେବୀ ଗଡ଼ଚଣ୍ଡୀଙ୍କ ଶରଣାପନ୍ନ ହେଲେ, ଦେବୀଙ୍କ ଆଦେଶରେ, ସୁବର୍ଣ୍ଣକେଶରୀ ଗଡ଼ଦ୍ଵାର ରୁଦ୍ଧ କରିଥିଲେ ।

Question 10.
ଚଣ୍ଡିକା ସୁବର୍ଣ୍ଣକେଶରୀଙ୍କୁ ସ୍ଵପ୍ନରେ କ’ଣ ଆଜ୍ଞା ଦେଲେ?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ଚଣ୍ଡିକା ସୁବର୍ଣ୍ଣକେଶରୀଙ୍କୁ ସ୍ଵପ୍ନରେ ଦେଖାଦେଇ କହିଲେ – ‘ଚୋଡ଼ଗଙ୍ଗ ଗଙ୍ଗାଙ୍କ ଆଶୀର୍ବାଦ ଲାଭକରି ବଳୀୟାର ହୋଇଛି, ତେଣୁ ତାଙ୍କୁ ସମ୍ମୁଖ ଯୁଦ୍ଧରେ ପରାସ୍ତ କରିହେବ ନାହିଁ । ଏପରିକି ଗଙ୍ଗାଙ୍କ ଆଦେଶରେ ମହାକୋପି ଶିବ ମଧ୍ଯ ତାଙ୍କୁ ଉତ୍କଳର ସିଂହାସନ ପ୍ରଦାନ କରିବାପାଇଁ ଇଚ୍ଛାପ୍ରକାଶ କରିଛନ୍ତି । ତେଣୁ ଯୁଦ୍ଧରେ ବିଜୟୀ ଆଶା ତ୍ୟାଗକରି ବିଡ଼ାନାସୀ ଗଡ଼ ମଧ୍ଯରେ ଅବସ୍ଥାନ କର ।

Question 11.
ସୁବର୍ଣ୍ଣକେଶରୀଙ୍କୁ ଜୈତ୍ରମଣି ପ୍ରଦାନ କରି ଚଣ୍ଡିକା କ’ଣ କହିଥିଲେ?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ସୁବର୍ଣ୍ଣକେଶରୀଙ୍କୁ ଜୈତ୍ରମଣି ପ୍ରଦାନକରି ଚଣ୍ଡିକା କହିଲେ – ‘‘ଏହି ମଣି ସର୍ବଦା ଧାରଣ କର । ଏହି ମଣି ଧାରଣ କରିଥିବା ପର୍ଯ୍ୟନ୍ତ, ଶତ୍ରୁ ତୁମର କୌଣସି କ୍ଷତି କରିପାରିବ ନାହିଁ । ପୁନଶ୍ଚ ଗଡ଼ଦ୍ଵାର ରୁଦ୍ଧ କରି ଗଡ଼ ମଧ୍ୟରେ ବାସକର ।’’

Question 12.
ବାସୁଦେବ କିଏ ? ସେ କାହିଁକି ଚୋଳଗଙ୍ଗଙ୍କର ମନ୍ତ୍ରୀତ୍ବ ସ୍ଵୀକାର କରିଥିଲେ ?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ବାସୁଦେବ ସୁବର୍ଣ୍ଣକେଶରୀଙ୍କ ମନ୍ତ୍ରୀ ଥିଲେ । କିନ୍ତୁ ବିବାଦ ହେବାରୁ ସେ ତାଙ୍କ ପାଖରୁ ଛାଡ଼ି ଚାଲିଆସି ଚୋଡ଼ଗଙ୍ଗଙ୍କ ମନ୍ତ୍ରୀତ୍ଵ ସ୍ଵୀକାର କରିଥିଲେ ।

Question 13.
କୁଆଁତାରା କିପରି ଶୋଭା ପାଉଛି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ନୀଳକାନ୍ତି ସ୍ୱରୂପ ଆକାଶରେ କୁଆଁତାରା ବିରାଜମାନ କଲା । ସତେ ଯେପରି ପୂର୍ବ ଆକାଶ ତା’ର ମଥାରେ ରାମାନନ୍ଦୀ ଚିତା ଲଗାଇଛି ।

Question 14.
କୁମ୍ଭାଟୁଆର ବର୍ଣ୍ଣନା କିପରି ଦିଆଯାଇଛି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
କୁମ୍ଭାଟୁଆ ଡଗର ସାଜି ଜଙ୍ଗଲରେ ନାଗରା ବଜାଇ, ସକାଳ ହେବାର ଖବର ଦେଉଛି ବୋଲି ବର୍ଣ୍ଣନା କରାଯାଇଛି ।

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

Question 15.
କେଉଁମାନେ ମିଶି ତ୍ରୈର୍ଯ୍ୟତ୍ମିକ ସମ୍ପାଦନ କଲେ?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
କୁକ୍‌କୁଟ, କୌଶିକ ଓ ଚଷାପୁଏ ମିଶି ତ୍ରୈର୍ଯ୍ୟତ୍ରିକ ସମ୍ପାଦନ କଲେ ।,ଗୀତ, ବାଦ୍ୟ ଓ ନୃତ୍ୟର ସମନ୍ଵୟକୁ ଦ୍ରୌର୍ଯ୍ୟତ୍ରିକ କୁହାଯାଏ ।

Question 16.
ନିର୍ଜନ କନ୍ଦରରୁ ପ୍ରବାହିତ ଜଳଧାରାକୁ କବି କିପରି ବର୍ଣ୍ଣନା କରିଛନ୍ତି?
Answer:
କାବ୍ୟ – ନନ୍ଦିକେଶ୍ବରୀ
କବି – ରାଧାନାଥ ରାୟ
ନିର୍ଜନ କନ୍ଦରରୁ ପ୍ରବାହିତ ଜଳଧାରାକୁ କବି ପୂଜାବେଦୀରୁ କୃପାଝର ବହୁଛି ବୋଲି କହିଛନ୍ତି । ସେଇ ଜଳଧାରା କାଚ ପରି ସ୍ବଚ୍ଛ, ଯେପରି ଦେବତା ତଥା ଦେବ ମନ ପରି ଉଦାର ।

Question 17.
ହ୍ରଦ ମଧ୍ୟରେ କ’ଣ ଶୋଭାପାଉଥିଲା?
Answer:
କାବ୍ୟ – ନନ୍ଦିକେଶ୍ଵରୀ
କବି – ରାଧାନାଥ ରାୟ
ହ୍ରଦର ଉପର ଆସ୍ତରଣରେ ଜଳ-ପୁଷ୍ପ-ଦଳ ଶୋଭା ପାଉଥିଲା । ପଦ୍ମ, କଇଁ, ଧବଳ କଇଁ ପ୍ରଭୃତି ଫୁଲ ସେଇ ହ୍ରଦରେ ଥିଲା ।

Question 18.
କବି ମହାନଦୀକୁ କିପରି ବର୍ଣ୍ଣନା କରିଛନ୍ତି ?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
କବି ମହାନଦୀକୁ ଉତ୍କଳ ଭୁବନର ବିଷ୍ଣୁପଦୀ ବା ଗଙ୍ଗା ବୋଲି ବର୍ଣ୍ଣନା କରିଛନ୍ତି । ମହାନଦୀ ହେଉଛି ଉତ୍କଳର ପ୍ରାଣ, ତାହାରି ସକାଶେ ଉତ୍କଳ ଶସ୍ୟଶ୍ୟାମଳା ହୋଇପାରିଛି ।

Question 19.
ବିରଜାଦେବୀଙ୍କର କିପରି ବର୍ଣ୍ଣନା ହୋଇଛି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ବିରଜାଦେବୀ ପୂର୍ଣ୍ଣିମା ଚନ୍ଦ୍ରର ଜ୍ୟୋତି ପରି ଓ ସେ ଦେବ ଯଜ୍ଞରୁ ସମ୍ଭୂତା ଏବଂ ପରମା ସୁନ୍ଦରୀ ବୋଲି କବି ବର୍ଣ୍ଣନା କରିଛନ୍ତି ।

Question 20.
ବୈତରଣୀର ବର୍ଣ୍ଣନା କିପରି ପ୍ରଦାନ କରାଯାଇଛି?
Answer:
କାବ୍ୟ – ନନ୍ଦିକେଶ୍ଵରୀ
କବି – ରାଧାନାଥ ରାୟ
ବୈତରଣୀ ନଦୀଟି କେନ୍ଦୁଝର ଜିଲ୍ଲାର ଗୋନାସିକା ପର୍ବତରୁ ଜାତ ହୋଇଛି, ଏହାର ଜଳ ଅତ୍ୟନ୍ତ ପବିତ୍ର ଓ ମହାବିଷ୍ଣୁ ଏହି ନଦୀଜଳରେ ସ୍ନାନ କରିଥିବାରୁ ଏହା ପୁଣ୍ୟତୋୟା ହୋଇଛି ବୋଲି କବି ବର୍ଣ୍ଣନା କରିଛନ୍ତି ।

Question 21.
ବ୍ରାହ୍ମଣୀ ନଦୀର କି ବର୍ଣ୍ଣନା ଦିଆଯାଇଛି ?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ବ୍ରାହ୍ମଣୀ ନଦୀର ଜଳ ପବିତ୍ରକାରିଣୀ । ଏହି ବ୍ରାହ୍ମଣୀ ନଦୀ ବୈତରଣୀ ସହ ମିଶି ଉତ୍କଳକୁ ଶସ୍ୟଶ୍ୟାମଳା କରୁଛି । ତେଣୁ ରମ୍ଭା ଏହାର କୂଳରେ ଇଚ୍ଛାପ୍ରକାଶ କରି ବାସ କରୁଛନ୍ତି ବୋଲି କବି ବର୍ଣ୍ଣନା କରିଛନ୍ତି ।

Question 22.
ରଚିବେ ଯା’ ତୀରେ ରୁଚିର ନବର
ଦୂର ଭବିଷ୍ୟତେ ତୋର ବଂଶଧର – ଏହାର ଭାବାର୍ଥ ଲେଖ ।
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ପ୍ରଧାନପାଟ ଦେବଗଡ଼ରେ ଅବସ୍ଥିତ । ଦେବଗଡ଼ ବାମଣ୍ଡାର ରାଜଧାନୀ । ଏହି ଭବିଷ୍ୟବାଣୀ ଲକ୍ଷ୍ୟ ହେଉଛି ଚୋଡ଼ଗଙ୍ଗଦେବ ବାମଣ୍ଡା ରାଜବଂଶର ଆଦିପୁରୁଷ ଅଟନ୍ତି ।

Question 23.
କେଉଁ ନଦୀ ଉତ୍କଳରେ ପୂଜା ପାଉଛନ୍ତି?
Answer:
କାବ୍ୟ – ନନ୍ଦିକେଶ୍ଵରୀ
କବି – ରାଧାନାଥ ରାୟ
ବ୍ରାହ୍ମଣୀ, ବୈତରଣୀ, ସୁବର୍ଷରେଖା, ବୁଢ଼ାବଳଙ୍ଗ ଏହି ଚାରିସଖୀଙ୍କ ସହ ସୁକାନ୍ତି ତନୁଜା ଅର୍ଥାତ୍ ମହାନଦୀ ଉତ୍କଳରେ ପୂଜା ପାଉଛନ୍ତି ।

Question 24.
ଦେବୀଙ୍କ ଆବିର୍ଭାବରେ କେଉଁ ନବତୀର୍ଥ କାହା ନାମାନୁସାରେ ପ୍ରତିଷ୍ଠିତ ହେଲା?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ଦେବୀଙ୍କ ଆବିର୍ଭାବରେ ଯେଉଁ ନବତୀର୍ଥ ପ୍ରତିଷ୍ଠିତ ହେଲା ତାହାର ନାମ ହେଲା ‘ଚୋରଗଙ୍ଗ ଦହ’ ବା ଚୁଡ଼ଙ୍ଗ ଦହ । ଏହା ଚୋଡ଼ଗଙ୍ଗଦେବଙ୍କ ନାମାନୁସାରେ ପ୍ରତିଷ୍ଠିତ ହେଲା ।

Question 25.
ନଦୀକୂଳ ବନ୍ଧୁ କିଏ ଓ ସେ କାହିଁକି ପ୍ରତ୍ୟୁତ୍ତର ଦେଲା?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ନଦୀକୂଳ ବନ୍ଧୁ ହେଉଛି ଯାମଘୋଷୀ ନାମକ ଏକ ଜାତିର ପକ୍ଷୀ । ପର୍ବତ ଉପରୁ କୋଚିଲାଖାଇର ରାବ ଶୁଣି ସେ ମଧ୍ଯ ଅନ୍ୟ ପଟରୁ ରାବ ଦେଇଛି । କବି ଏହାକୁ ନଦୀକୂଳ ବନ୍ଧୁ ପ୍ରତ୍ୟୁତ୍ତର ଦେଲା ବୋଲି ବର୍ଣ୍ଣନା କରିଛନ୍ତି ।

Question 26.
କିଏ ଫଗୁଖେଳ ଖେଳୁଛି ଓ କିପରି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ବାରୁଣୀ ରାଣୀ ସ୍ଵର୍ଣ୍ଣ ବେଳ ବା ଲୁଗା ପିନ୍ଧି ସଖୀମାନଙ୍କ ସହ ମିଶି ଫଗୁ ଖେଳୁଛନ୍ତି ବୋଲି କୁହାଯାଇଛି ।

Question 27.
ନୀଳ ପ୍ରାଚୀର ପରି କ’ଣ ଶୋଭାପାଉଛି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ସାରଙ୍ଗଗଡ଼ରୁ ଆଠଗଡ଼ଯାଏ ଯେଉଁ ଶୈଳଶ୍ରେଣୀ ରହିଛି, ତାହା ନୀଳ ପ୍ରାଚୀର ପରି ଶୋଭାପାଉଛି ବୋଲି କବି ବର୍ଣ୍ଣନା କରିଛନ୍ତି ।

Question 28.
ସପ୍ତଶଯ୍ୟାର ବର୍ଣ୍ଣନା କିପରି ହୋଇଛି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ସପ୍ତଶଯ୍ୟା ପର୍ବତଟି ଢେଙ୍କାନାଳ ଜିଲ୍ଲାରେ ଅଛି ଓ ଏହା କଟକଠାରୁ ଦେଖାଯାଏ । ଏହି ପାହାଡ଼ ଉଚ୍ଚତାରେ ଅନ୍ୟସବୁ ପାହାଡ଼ମାନଙ୍କୁ ଲଜ୍ଜାଦେଇ ନିଜେ ମୁଣ୍ଡଟେକି ରହିଛି ବୋଲି କବି ବର୍ଣ୍ଣନା କରିଛନ୍ତି ।

Question 29.
ନରାଜ କାହିଁକି ପ୍ରସିଦ୍ଧ?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ମହାନଦୀର ଉପର ମୁଣ୍ଡରେ ନରାଜ ପହାଡ଼ ରହିଛି । ଏହା ବୌଦ୍ଧକର୍ଭି ଲାଗି ପ୍ରସିଦ୍ଧ ।

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

Question 30.
ସର୍ପେଶ୍ଵର ପର୍ବତ କେଉଁଠି ଅଛି ? ସେଠାରେ କେଉଁ ନଦୀ ପ୍ରବାହିତ?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ସର୍ପେଶ୍ଵର ପର୍ବତ ଆଠଗଡ଼ରେ ଅଛି । ସେଠାରୁ ସର୍ପେଶ୍ଵର (ସାପୁଆ) ନଦୀ ପ୍ରବାହିତ ହେଉଛି ।

Question 31.
ରଥାଙ୍ଗୀ ବିଷୟରେ କ’ଣ କୁହାଯାଇଛି ?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ପୁରାଣରେ ପ୍ରବାଦ ଅଛି ଯେ, ମହାଲକ୍ଷ୍ମୀଙ୍କ ଅଭିଶାପ ଯୋଗୁଁ ଚକ୍ରବାକ ଓ ଚକ୍ରବାକୀଙ୍କର ଦିନରେ ମିଳନ ଓ ରାତିରେ ବିଚ୍ଛେଦ ହୁଏ । ସନ୍ଧ୍ୟା ହୋଇଆସୁଥିବାରୁ ରଥାଙ୍ଗୀ ବା ଚକ୍ରବାକୀ କାଠଯୋଡ଼ି ପାଣିରୁ ଥରେ ସୂର୍ଯ୍ୟଙ୍କୁ ଓ ଆଉଥରେ ନିଜ କାନ୍ତଙ୍କୁ ଚାହିଁ ଦୁଃଖ ପ୍ରକାଶ କରୁଛି ।

Question 32.
ଗଡ଼ବାସୀ ଜନେ କାହିଁକି ଉଲ୍ଲାସରେ ଗଡୁଛନ୍ତି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ଗୁପ୍ତଚର ଆସି ଖବର ଦେଇଛି ଯେ, ଆଜି ରାତ୍ର ଶେଷ ହେବାମାତ୍ରେ, ଶତ୍ରୁପକ୍ଷ ଚୋଡ଼ଗଙ୍ଗଦେବ ଉତ୍କଳ ଛାଡ଼ି ପ୍ରତ୍ୟାଗମନ କରିବେ । ତେଣୁ ଗଡ଼ବାସୀମାନେ ଉଲ୍ଲାସରେ ଗଡୁଛନ୍ତି ।

Question 33.
ଚଣ୍ଡିକାଙ୍କ ଗୃହରେ କିପରି ମହୋତ୍ସବ ଲାଗି ରହିଥିଲା ଓ କାହିଁକି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ଚଣ୍ଡିକାଙ୍କ ମନ୍ଦିରରେ ଗଡ଼ବାସୀମାନେ ନୃତ୍ୟ, ଗୀତ, ବାଦ୍ୟର ଆୟୋଜନ କରି ବିଭିନ୍ନ ପ୍ରକାରର ଭୋଗ ଅର୍ପଣ କରୁଛନ୍ତି, ରାଜା ଚାମର ଢାଳୁଛନ୍ତି, ବିଭିନ୍ନ ପ୍ରକାର ବାଦ୍ୟ ଓ ରୋଷଣୀରେ ମନ୍ଦିର ସୁନ୍ଦର ଦେଖାଯାଉଛି, କାରଣ ହେଉଛି ଶତ୍ରୁପକ୍ଷ ରାତିପାହିବା ପରେ ଉତ୍କଳ ଛାଡ଼ି ଚାଲିଯିବେ ଓ ଉତ୍କଳ ପୁନଶ୍ଚ ସ୍ଵାଧୀନ ହୋଇଯିବ ।

Question 34.
କିଏ କାହିଁକି ମୁଖ ମଳିନ କରିଛି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ଏତେ ଉଲ୍ଲାସ ମଧ୍ୟରେ ସୁବର୍ଣ୍ଣକେଶରୀଙ୍କ ଝିଅ ନନ୍ଦିକାଙ୍କ ମୁଖ ମଳିନ ଦେଖାଯାଉଛି, କାରଣ ସେ ଚୋଡ଼ଗଙ୍ଗ ଦେବଙ୍କୁ ଭଲ ପାଉଥିଲେ ଓ ଯେତେବେଳେ ଜାଣିଲେ ଚୋଡ଼ଗଙ୍ଗ ଦେବ ଉତ୍କଳ ଛାଡ଼ି ଚାଲିଯିବେ, ସେତେବେଳେ ତାଙ୍କ ମୁଖ ମଳିନ ପଡ଼ିଯାଇଛି ।

Question 35.
ବୃଥା ସେ କୃତ୍ରିମ ଉଲ୍ଲାସେ ପ୍ରୟାସ
ଫୁଟି ବାହାରୁଛି ରୁଦ୍ଧ ଦୀର୍ଘଶ୍ଵାସ–କାହା ବିଷୟରେ କାହିଁକି କୁହାଯାଇଛି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ଏହା ନନ୍ଦିକା ବିଷୟରେ କୁହାଯାଇଛି । ଗଡ଼ବାସୀମାନେ ଚୋଡ଼ଗଙ୍ଗଙ୍କ ସ୍ବରାଜ୍ୟ ପ୍ରତ୍ୟାଗମନରେ ଖୁସି ଥିବାବେଳେ, ନନ୍ଦିକା ଖୁସି ହୋଇପାରୁ ନଥୁଲା, ତେଣୁ ଏପରି କୁହାଯାଇଛି ।

Question 36.
ସମାଧ୍-ତତ୍ପରା ବୋଲି କାହାକୁ କୁହାଯାଇଛି ଓ କାହିଁକି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ସମାଧ୍-ତପୂରା ବୋଲି ବସୁନ୍ଧରାକୁ କୁହାଯାଇଛି । କାରଣ ଅର୍ଦ୍ଧରାତ୍ରରେ ବସୁନ୍ଧରା ନୀରବରେ ଚୁପ୍‌ଚାପ୍ ମଉନାବତୀ ପରି ରହିଥିଲା ।

Question 37.
ଶିଖଣ୍ଡି ବାହନ କିଏ? ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ଶିଖଣ୍ଡି ବାହନ ହେଉଛନ୍ତି କାର୍ତ୍ତିକେୟ । ଅଶ୍ଵପୃଷ୍ଠରେ ଖଣ୍ଡା ଧରି ଚୋଡ଼ଗଙ୍ଗ ଯୁଦ୍ଧ କରୁଥିବାବେଳେ ଜେମା ତାଙ୍କର କାନ୍ତି ଦେଖୁ କାର୍ତ୍ତିକେୟଙ୍କୁ ମଧ୍ୟ ନିନ୍ଦା କରିଥିଲା ।

Question 38.
ଅସି-ଲତାବନରେ କିଏ କାହାକୁ ନେଇ ପକାଇଛି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ବିହି ବା ଭଗବାନ ଚୋଡ଼ଗଙ୍ଗଙ୍କୁ ନେଇ ଆସି-ଲତା ବନରେ ପକାଇଛି ।

Question 39.
କିଏ ଦେଖୁଅଛି ଫେଡ଼ି ଭବିତବ୍ୟ?
ହେବ କାଳେ ଶତ୍ରୁ-ଶରର ଶରବ୍ୟ ! – ଏକଥା କିଏ କାହା ଉଦ୍ଦେଶ୍ୟରେ କହିଛି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ଏକଥା ନନ୍ଦିକା ଚୋଡ଼ଗଙ୍ଗଦେବଙ୍କ ଉଦ୍ଦେଶ୍ୟରେ କହିଛି ।

Question 40.
ଜାହ୍ନବୀଙ୍କର ହୃଦୟ ବଜ୍ର ପରି ବୋଲି କାହିଁକି କୁହାଯାଇଛି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ଚୋଡ଼ଗଙ୍ଗଦେବଙ୍କର ମାଆ ହେଉଛନ୍ତି ଜାହ୍ନବୀ । ସେ ଜଣେ ମାଆ ହୋଇ ମଧ୍ୟ କୁମରକୁ ଯୁଦ୍ଧପାଇଁ ପଠେଇ ଦେଇ ନିଜେ ଧୈର୍ଯ୍ୟଧରି ରହିଛନ୍ତି । ତେଣୁ ତାଙ୍କ ହୃଦୟ ବଜ୍ର ପରି ବୋଲି କୁହାଯାଇଛି ।

Question 41.
ଦେବକୂଟ ସିନା ଦେବତାଙ୍କୁ ଜଣା
ମନୁଷ୍ୟତ ତହିଁ ସବୁବେଳେ ବଣା’– ଏକଥା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
କାବ୍ୟ – ନନ୍ଦିକେଶ୍ଵରୀ
କବି – ରାଧାନାଥ ରାୟ
ଦେବବ୍ରତ ବା ଭୀଷ୍ମ ମଧ୍ଯ ଗଙ୍ଗାଙ୍କର ପୁତ୍ର ଥିଲେ ଓ ତାଙ୍କୁ ମଧ୍ୟ ଯୁଦ୍ଧରେ ଶୁଆଇ ଦେଇଥିଲେ ଗଙ୍ଗା । ତେଣୁ ସେହି ଦେବବ୍ରତ ଯେହେତୁ ଗଙ୍ଗାଙ୍କର ପୁତ୍ର, ଏହା ଚମତ୍କାର ନୁହେଁ ।

Question 42.
ନନ୍ଦିକାର ମନ କିପରି ବିଚଳିତ ହୋଇଛି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ମଶାରି ଭିତରେ ମଶକ ଯେପରି ବିଚଳିତ ହୁଏ ଅଥବା ପ୍ରଭଞ୍ଜନ ବଳରେ ତରୁଶାଖା ଯେପରି ବିଚଳିତ ହୁଏ, ସେହିପରି ନନ୍ଦିକାର ମନ ବିଚଳିତ ହୋଇଛି ।

Question 43.
କାହାର ହୃଦୟ ବିପଣିକୁ କିଏ ଲୁଣ୍ଠନ କଲା ଓ କିପରି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ରାଜଜେମା ନନ୍ଦିକାର ହୃଦୟ ବିପଣିକୁ ରାଜା ଚୋଡ଼ଗଙ୍ଗଦେବ ଲୁଣ୍ଠନ କରିଛନ୍ତି । ଦୂରରୁ ଆସି କୌଶଳ କ୍ରମରେ ସେ ଏହା କରିଛନ୍ତି ବୋଲି କୁହାଯାଇଛି ।

Question 44.
ଗଲା ହୃଦୟ ନ ଆସିବ ବାହୁଡ଼ି
ପକ୍ଷ ଥିଲେ ଦେହ ଯାଇଥାନ୍ତା ଉଡ଼ି – କିଏ କେଉଁ ପ୍ରସଙ୍ଗରେ କହିଛି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ଏକଥା ନନ୍ଦିକା କହିଛନ୍ତି । ନନ୍ଦିକା ନିଜର ହୃଦୟକୁ ଚୋଡ଼ଗଙ୍ଗଙ୍କୁ ଦାନ କରିଦେଇଛନ୍ତି । ମାତ୍ର ଯେତେବେଳେ ଶୁଣିଛନ୍ତି ଯେ, ସେ ରାତ୍ରି ପାହିବା ମାତ୍ରେ, ଚୋଡ଼ଗଙ୍ଗ ଉତ୍କଳ ଛାଡ଼ି ଚାଲିଯିବେ, ତାଙ୍କ ମନରେ ଦୁଃଖ ହୋଇଛି ଓ ସେ ଏଭଳି ଭାବିଛନ୍ତି ।

Question 45.
ବାସୁଦେବ କାହିଁକି ଦେଶାନ୍ତରୀ ହେଲେ?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ବାସୁଦେବ ସୁବର୍ଷକେଶରୀଙ୍କ ନିକଟରେ ମନ୍ତ୍ରୀ ଭାବରେ ଥିଲେ । ସେ ରାଜ୍ୟ ପାଇଁ ଏବଂ ନନ୍ଦିକାଙ୍କ ପାଇଁ ଦେଶାନ୍ତରୀ ହେଲେ ।

Question 46.
କିଏ କାହାର ପୁତ୍ରାଭାବ ପୂରଣ କରିଥାନ୍ତା ବୋଲି ନନ୍ଦିକା ଭାବିଛି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ଚୋଡ଼ଗଙ୍ଗଦେବଙ୍କୁ ଯଦି ସୁବର୍ଣ୍ଣକେଶରୀ ନିଜର କନ୍ୟା ନନ୍ଦିକାକୁ ପ୍ରଦାନ କରିଥା’ନ୍ତେ, ତେବେ ଚୋଡ଼ଗଙ୍ଗଦେବ ସୁବର୍ଣ୍ଣକେଶରୀଙ୍କ ପୁତ୍ରାଭାବ ପୂରଣ କରିଥା’ନ୍ତେ ବୋଲି ନନ୍ଦିକା ଭାବିଛନ୍ତି ।

Question 47.
ସୁଭଦ୍ରା ପ୍ରସଙ୍ଗରେ କ’ଣ କୁହାଯାଇଛି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ନନ୍ଦିକାଙ୍କ ଭାବନାରେ ସୁଭଦ୍ରାଙ୍କ ପ୍ରସଙ୍ଗ ଉତ୍‌ଥାପନ କରିଛନ୍ତି କବି । ଦିନେ ପ୍ରେମ ପାଇଁ ସୁଭଦ୍ରା ନିଜ ବଂଶ ମର୍ଯ୍ୟାଦା, ଭାଇ ଦୁହିଁଙ୍କର ସମ୍ଭ୍ରାନ୍ତକୁ ଭୁଲି, ନିଜର ପ୍ରାଣପ୍ରିୟ ଅର୍ଜୁନଙ୍କ ସହ ଚାଲିଯାଇଥିଲେ ପ୍ରେମର ଜଗତକୁ ।

Question 48.
କ’ଣ କରି ପ୍ରେମିକା କୁଳର ଶ୍ରେଷ୍ଠ ହେବ ବୋଲି ନନ୍ଦିକା ଭାବଛି?
Answer:
କାବ୍ୟ – ନନ୍ଦିକେଶ୍ଵରୀ
କବି – ରାଧାନାଥ ରାୟ
ନନ୍ଦିକା ଚିନ୍ତା କରିଛନ୍ତି ସେ ମଧ୍ୟ ସୁଭଦ୍ରାଙ୍କ ପରି ପ୍ରେମ ଜଗତରେ ନୂଆ ଆଦର୍ଶ ଆଣିବେ । ପିତାଙ୍କର ଜୈତ୍ରମଣିକୁ ହସ୍ତଗତ କରି ପ୍ରେମିକ ଚୋଡ଼ଗଙ୍ଗଙ୍କୁ ଦେଇ ତାଙ୍କୁ ଛତ୍ରପତି କରାଇବାକୁ ଚାହିଁଛନ୍ତି । ନିଜ ପ୍ରେମିକକୁ ଛତ୍ରପତି ସଜାଇ ପ୍ରେମିକା କୁଳର ଶ୍ରେଷ୍ଠ ହେବେ ବୋଲି ନନ୍ଦିକା ଭାବିଛନ୍ତି ।

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

Question 49.
ନନ୍ଦିକା କିପରି ସୁଡ଼ଙ୍ଗ ଦ୍ବାର ଉନ୍ମୋଚନ କଲା?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ଯେଉଁ ଦ୍ବାରବାଟରେ ରାଣୀମାନେ ସ୍ନାନ କରିବାକୁ ଯାଆନ୍ତି, ସେହି ଦ୍ବାରର କଞ୍ଜୁ ନନ୍ଦିକା ପାଖରେ ରଖୁଥିଲେ । ସେହି କଞ୍ଚ୍ ମାଧ୍ୟମରେ ନନ୍ଦିକା ସୁଡ଼ଙ୍ଗଦ୍ଵାର ଉନ୍ମୋଚନ କଲେ ।

Question 50.
ଜହ୍ନରାତିରେ ଚକୋର-ଚକୋରୀଙ୍କ ବର୍ଣ୍ଣନା କବି କିପରି କରିଛନ୍ତି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
କାବ୍ୟମାନଙ୍କରେ ବର୍ଣ୍ଣନା ଅଛି ଯେ, ଚକୋର ଓ ଚକୋରୀ ରାତ୍ରିରେ ଜ୍ୟୋତ୍ସ୍ନାପାନ କରନ୍ତି । ଜହ୍ନ ରାତିରେ ଚକୋର ଓ ଚକୋରୀ ସେହି ମଧୁର ଜ୍ୟୋତ୍ସ୍ନାକୁ ପାନକରି ଗଛ ଉପରେ ବସି ସଙ୍ଗୀତ-ଗାନ କରୁଛନ୍ତି ବୋଲି କବି ବର୍ଣ୍ଣନା କରିଛନ୍ତି ।

Question 51.
ଭାଗ୍ୟ-ଚକ୍ର କାହାର ବଚସ୍କର ଓ କିପରି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ଭାଗ୍ୟଚକ୍ର ମାତା ଗଙ୍ଗାଙ୍କର ବଚସ୍କର । ମାତାଙ୍କର ମାୟାରେ ସହସ୍ର ଘଟଣା, କ୍ଷଣିକରେ ଉପସ୍ଥିତ ହୋଇ ଦେବଶକ୍ତିକୁ ଅପ୍ରମିତ କରିପାରେ ।

Question 52.
ସର୍ବବାମା ଶିରୋଭୂଷା କିଏ ଓ ତା’ର ଶୋଭା କାହାକୁ ନିନ୍ଦା କରୁଛି?
Answer:
କାବ୍ୟ — ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ସର୍ବବାମା ଶିରୋଭୂଷା ହେଉଛନ୍ତି ଉତ୍କଳର ରାଜଜେମା ନନ୍ଦିକା ଏବଂ ତାଙ୍କର ଶୋଭା ଶରତ୍‌କାଳର ପ୍ରଭାତକୁ ନିନ୍ଦା କରୁଛି ।

Question 53.
ନନ୍ଦିକାର ଭୂ-ସଂଚାଳନକୁ କିପରି ବର୍ଣ୍ଣନା କରାଯାଇଛି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ନନ୍ଦିକାର ବଙ୍କିମ ଠାଣି ଏବଂ ତରଙ୍ଗ ଚାହାଣି ଯେପରି ବିଳାସର ଖଣି ସଦୃଶ । ସେହି ଚାହାଣି ସହ ସୁନ୍ଦର ଭୂଲତାର ସୌନ୍ଦର୍ଯ୍ୟକୁ କବି କନ୍ଦର୍ପରୂପୀ କେଳା ସାପ ଖେଳାଉଛି ବୋଲି ବର୍ଣ୍ଣନା କରିଛନ୍ତି ।

Question 54.
ନନ୍ଦିକାର କଟିଶୋଭାକୁ କିପରି ବର୍ଣ୍ଣନା କରାଯାଇଛି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ନନ୍ଦିକାର କଟି ଶୋଭା ସାକ୍ଷାତ ଅନଙ୍ଗ ପରି ଥିଲା । ଅନଙ୍ଗଙ୍କୁ ଛକି ରହି ଶିବ ଯେପରି ନୃତ୍ୟ କରୁଥିଲେ ।

Question 55.
ନନ୍ଦିକାର ନୀଳ କେଶପାଶର ଶୋଭା କିପରି ବର୍ଣ୍ଣନା କରାଯାଇଛି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ନନ୍ଦିକାର ନୀଳ ଦୋଳାୟମାନ କେଶପାଶ ଦେଖୁଲେ ଲାଗୁଥିଲା ସତେଯେପରି ଶଶୀ ଦେହରୁ ସୁଧାରାଶି ପାନ କରିବାକୁ ରାହୁ ପଛେ ପଛେ ଧାଇଁ ଆସି ଧରିଛି ।

Question 56.
ଦିବ୍ୟନାରୀଟି ଦେବୀ କି ମାନବୀ, ଚୋଡ଼ଗଙ୍ଗଦେବ କିପରି ଜାଣିଲେ?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ପ୍ରଥମେ ଚୋଡ଼ଗଙ୍ଗଦେବ ସଂଶୟରେ ପଡ଼ିଲେ, ସାମ୍‌ନାରେ ଉଭା ହୋଇଥ‌ିବା ନାରୀଟି ଦେବୀ ନା ମାନବୀ । ମାତ୍ର ଚନ୍ଦ୍ରାଲୋକରୁ ସେହି ନାରୀର ଛାଇକୁ ଦେଖୁ ଜାଣିଲେ ସେହି ଦିବ୍ୟନାରୀଟି ମାନବୀ ।

Question 57.
ଅନିଳେ କଦାପି ଟଳେ କି ଅଚଳ? – ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
‘ଅନିଳେ କଦାପି ଟଳେ କି ଅଚଳ’ – ପାଖରେ ଅନିନ୍ଦ୍ୟସୁନ୍ଦରୀ ନନ୍ଦିକାକୁ ଦେଖ୍ ମଧ୍ଯ ଚୋଡ଼ଗଙ୍ଗଦେବ ସ୍ଥିରହୋଇ ରହିଛନ୍ତି । ତେଣୁ ଯେତେ ବେଗରେ ପବନ ହେଲେ ମଧ୍ୟ, ସେ ପର୍ବତକୁ କେବେ ଟଳାଇ ପାରେ ନାହିଁ । ଏଠାରେ ଚୋଡ଼ଗଙ୍ଗଙ୍କୁ ପର୍ବତ ସହିତ ତୁଳନା କରାଯାଇଛି ।

Question 58.
ଚୋରଗଙ୍ଗଙ୍କର ହୃଦସର କାହିଁକି ଆଲୋଡ଼ିତ ହେଲା?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ନନ୍ଦିକା ନିଜ ପିତାଙ୍କ ମସ୍ତକରୁ ଜୈତ୍ରମଣି ନେଇ ଚୋରଗଙ୍ଗଙ୍କ ପାଦତଳେ ସମର୍ପି ପ୍ରେମଭିକ୍ଷା କରିଛି । ତେଣୁ ଚୋରଗଙ୍ଗଦେବ ବିସ୍ମିତ ହୋଇଛନ୍ତି ଓ କ୍ରୋଧ ସହକାରେ ଦୁଃଖ କରିଛନ୍ତି ।

Question 59.
ଯଯାତିଙ୍କ ଯଶୋରାଶି କେଉଁଠି ଠୁଳ ହୋଇଛି ଓ କିପରି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ଯଯାତିଙ୍କର ଯଶୋରାଶି ଏକାମ୍ରରେ ଠୁଳ ହୋଇଛି । ଯଯାତିକେଶରୀ ଭୁବନେଶ୍ଵରରେ ଅନେକ ମନ୍ଦିର ନିର୍ମାଣ କରିବା ସହିତ ବୈତରଣୀ ନଦୀ ତୀରରେ ଦଶାଶ୍ବମେଧ ଘାଟ ଓ ଯଜ୍ଞନଗରୀ ନିର୍ମାଣ କରିଥିଲେ ।

Question 60.
ଯଯାତିଙ୍କ କୁଳରେ ନନ୍ଦିକାର ଜନ୍ମକୁ ଚୋଡ଼ଗଙ୍ଗ କିପରି ତୁଳନା କରିଛନ୍ତି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ଯଯାତିଙ୍କ କୁଳରେ ନନ୍ଦିକାର ଜନ୍ମକୁ ଚୋଡ଼ଗଙ୍ଗ ଦେବବାଣୀ ସହ ଅପଭାଷା ମିଶିବା ଏବଂ ପବିତ୍ର ଭାଗିରଥୀ ସ୍ରୋତରେ ଯେପରି କର୍ମନାଶା ମିଶିବା ସହ ତୁଳନା କରିଛନ୍ତି ।

Question 61.
ନନ୍ଦିକା କେଉଁ ତିନି ମହାପାପ କରିଥିଲେ?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ନନ୍ଦିକାର ଦେଶଦ୍ରୋହୀ, ରାଜଦ୍ରୋହୀ ଓ ପିତୃଦ୍ରୋହୀ ଭଳି ତିନି ମହାପାପର ଭାଗିନୀ ବୋଲି କହି ଚୋଡ଼ଗଙ୍ଗ ତାଙ୍କୁ ଶତଧ୍ୟାର କରିଛନ୍ତି ।

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

Question 62.
ନନ୍ଦିକାକୁ ତା’ର ଆତ୍ମକୃତ ପାପ କିପରି ପ୍ରତ୍ୟୟ ହେଲା?
Answer:
କାବ୍ୟ – ନନ୍ଦିକେଶ୍ଵରୀ
କବି – ରାଧାନାଥ ରାୟ
ନନ୍ଦିକା ତା’ର ପିତାଙ୍କର ପ୍ରାଣସ୍ୱରୂପ ଜୈତ୍ରମଣି ଚୋଡ଼ଗଙ୍ଗଙ୍କ ପାଦତଳେ ସମର୍ପି ଦେଇ ପ୍ରତିଦାନରେ ପ୍ରେମଭିକ୍ଷା କରିଥିଲା । ମାତ୍ର ବିବେକୀ ପୁରୁଷ ଚୋଡ଼ଗଙ୍ଗ କୀର୍ତ୍ତିଶାଳୀ ଯଯାତି କୁଳସମ୍ଭୂତା ନନ୍ଦିକାର ଏତାଦୃଶ ଦେଶଦ୍ରୋହୀ, ରାଜଦ୍ରୋହୀ, ପିତୃଦ୍ରୋହୀ କାର୍ଯ୍ୟକୁ ଧ୍ୟାର କରିଥିଲେ । ତତ୍‌କ୍ଷଣାତ୍ ବିବେକ ଦଂଶନରେ ନନ୍ଦିକା ନିଜ ଆତ୍ମକୃତ ପାପ ବିଷୟରେ ଜାଣିପାରିଲା ।

Question 63.
ନନ୍ଦିକା କାହାକୁ ଆଶ୍ରୟ ମାଗୁଥୁଲା?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ଆତ୍ମକୃତ ପାପ ପ୍ରତ୍ୟୟ ହେଲା ପରେ ତାଙ୍କର ସରାଗ, ରୂପକାନ୍ତି ନିଷ୍ପ୍ରଭ ହୋଇଗଲା । ସେ ନତମୁଖୀ ପୃଥ‌ିବୀକୁ ଅନାଇ ରହିଥିଲେ, ସତେଯେପରି ପୃଥବୀମାତା ଗର୍ଭରେ ଆଶ୍ରୟ ପାଇବାପାଇଁ ତାଙ୍କୁ ନିବେଦନ କରୁଥିଲେ ।

Question 64.
ନନ୍ଦିକା ତାଙ୍କ ପିତାଙ୍କୁ ଚିଠିରେ କ’ଣ ଲେଖୁଲା?
Answer:
କାବ୍ୟ — ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ଚୋଡ଼ଗଙ୍ଗଙ୍କୁ ରାଜ୍ୟ ସମର୍ପଣ କରି ତାଙ୍କୁ ପୁତ୍ର ଭାବରେ ଗ୍ରହଣ କରିବା ସହିତ, ତାଙ୍କର ଶବକୁ ଏକ ବିଜନ ସ୍ଥାନରେ ସମାଧ୍ ଦେଇ ସେଠାରେ ମନ୍ଦିରଟିଏ ନିର୍ମାଣ କରିବାକୁ ପିତା ସୁବର୍ଣ୍ଣକେଶରୀଙ୍କୁ ନନ୍ଦିକା ଚିଠିରେ ଲେଖୁଥିଲା ।

Question 65.
ସୁବର୍ଣ୍ଣକେଶରୀ ଚୋରଗଙ୍ଗଙ୍କୁ କ’ଣ ସମର୍ପଣ କରି କେଉଁଠିକୁ ଗଲେ?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ସୁବର୍ଣ୍ଣକେଶରୀ ଚୋରଗଙ୍ଗଦେବଙ୍କୁ ଚୈତ୍ରମଣି ସହିତ ରାଜସିଂହାସନ ସମର୍ପଣ କରି ମହାନଦୀ ତୀରରେ ସନ୍ୟାସୀ ଭାବରେ ଜୀବନ ବିତାଇବାକୁ ଚାଲିଗଲେ ।

(ଘ) ୩ ନମ୍ବର ବିଶିଷ୍ଟ ସଂକ୍ଷିପ୍ତ ଉତ୍ତରମୂଳପ ପ୍ରଶ୍ନବଳୀ ଓ ଉତ୍ତର (୩୦ଟି ଶବ୍ଦ ମଧ୍ଯରେ) ଲେଖା ଓ ଲେଖକଙ୍କ ପାଇଁ – ୧ ନମ୍ବର ଓ ଉତ୍ତର ପାଇଁ – ୨ ନମ୍ବର ।

Question 1.
କାଠଯୋଡ଼ି ତୀରରେ ଚୋରଗଙ୍ଗ ଦେବଙ୍କ ସମରସଜ୍ଜାର ଚିତ୍ର ପ୍ରଦାନ କର ।
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ଚୋରଗଙ୍ଗଦେବ ଦାକ୍ଷିଣାତ୍ୟରୁ ସେନାବାହିନୀ ଧରି ଉତ୍କଳର ରାଜଧାନୀ ବିଡ଼ାନାସୀ ଦୁର୍ଗକୁ ଅବରୋଧ କରିବାପାଇଁ କାଠଯୋଡ଼ି ତୀରରେ ଶିବିର ବସାଇଛନ୍ତି । ଧଳା ତମ୍ବୁର ଶିବିରଗୁଡ଼ିକ କାଠଯୋଡ଼ିଠାରୁ ମହାନଦୀ ପର୍ଯ୍ୟନ୍ତ ଲମ୍ବିଯାଇଛି ଏବଂ ସେଗୁଡ଼ିକ ଧଳା ଚୂନପର୍ବତର ଭ୍ରମ ସୃଷ୍ଟି କରୁଛି । ବିଭିନ୍ନ ପ୍ରକାର ଯୁଦ୍ଧବାଦ୍ୟରେ ପୃଥ‌ିବୀ କମ୍ପି ଉଠୁଛି । କେଉଁଠି ଯୋଦ୍ଧାମାନେ ଲାଖ ବିନ୍ଧୁଛନ୍ତି ତ ଅନ୍ୟ କେଉଁଠି ପାଇକମାନେ ଖଣ୍ଡା ଲଢ଼େଇର ଅଭ୍ୟାସ କରୁଛନ୍ତି । ଅଶ୍ୱାରୋହୀଙ୍କଠାରୁ ଆରମ୍ଭକରି ସୈନିକମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଯୁଦ୍ଧ ପାଇଁ ପ୍ରସ୍ତୁତି ହେଉଛନ୍ତି ।

Question 2.
‘ନନ୍ଦିକେଶ୍ଵରୀ’ କାବ୍ୟରେ ଉଷା ବର୍ଣ୍ଣନାର ଚିତ୍ର ବର୍ଣ୍ଣନା କର ।
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ନନ୍ଦିକେଶ୍ୱରୀ କାବ୍ୟରେ ରାଧାନାଥ ଉଷାର ଚମତ୍କାର ବର୍ଣ୍ଣନା ଆଙ୍କିଛନ୍ତି । ରାଜା ଚୋଡ଼ଗଙ୍ଗଦେବ କାଠଯୋଡ଼ିରେ ସ୍ନାନ ସାରି, ମାତା ଗଙ୍ଗାଙ୍କ ପାଦପଦ୍ମ ଧ୍ୟାନକରି ଘୋର ଅରଣ୍ୟ ମଧ୍ୟକୁ ପ୍ରବେଶ କଲାବେଳକୁ ଉଷା ଧରା ପୃଷ୍ଠକୁ ଅବତରଣ କରୁଛି । ଉଷା ଆଗମନର ସମ୍ବାଦ କଜ୍ଜଳପତ୍ରୀ ତା’ର ପବିତ୍ର ନିଃସ୍ଵନ ମାଧ୍ୟମରେ ଜଣାଉଛି । ଧୀରେ ଧୀରେ ଚନ୍ଦ୍ର ଲିଭିଯାଉଛି, ପୂର୍ବ ଆକାଶ ରକ୍ତବର୍ଣ୍ଣ ଧାରଣ କରୁଛି । ଯେପରି ନୀଳ ସମୁଦ୍ର ମଧ୍ୟରେ ଶୁଭ୍ର ଗଙ୍ଗାଜଳ ପ୍ରବେଶ କରେ, ସେହିପରି ନୀଳ ଆକାଶ ବକ୍ଷରେ ଉଷାର ଶୁଭ୍ରାଲୋକର ପ୍ରକାଶ ଘଟିଛି ।

Question 3.
ଗଙ୍ଗାଦେବୀ ଚୋରଗଙ୍ଗଦେବଙ୍କୁ କେଉଁ ଭକ୍ତ ପ୍ରଚାର କରିବାକୁ କହିଛନ୍ତି ଓ କାହିଁକି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ଗଙ୍ଗାଦେବୀ ଚୋରଗଙ୍ଗଦେବ ବୈଷ୍ଣବ ଭକ୍ତି ପ୍ରଚାର କରିବାପାଇଁ କହିଛନ୍ତି । ଶାକ୍ତଧର୍ମ ଅତ୍ୟନ୍ତ ନିଷ୍ଠୁର ଓ ଶାକ୍ତଧର୍ମରେ ଯେଉଁ ପଞ୍ଚମକାର (ମଦ୍ୟ-ମାଂସ-ମତ୍ସ୍ୟ-ମୁଦ୍ରା-ମୈଥୁନ) ରହିଛି, ତାହାକୁ ବୈଷ୍ଣବ ଧର୍ମରେ ନିନ୍ଦା କରାଯାଇଛି । ତେଣୁ ଗଙ୍ଗା ଚୋଡ଼ଗଙ୍ଗକୁ ଶାକ୍ତଧର୍ମକୁ ଉଠାଇ ବୈଷ୍ଣବ ଧର୍ମର ପ୍ରଚାର କରିବା ପାଇଁ କହିଛନ୍ତି ।

Question 4.
ଧର୍ମବୀରର ମହତ୍ତ୍ବ ସମ୍ପର୍କରେ କବି କ’ଣ କହିଛନ୍ତି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ଯୁଦ୍ଧବୀରମାନେ ଧର୍ମବୀର ହୋଇପାରିବେ ନାହିଁ । ଯେପରି କୁଆପଥର କେବେହେଲେ ହୀରା ହୋଇପାରେନା । ଧର୍ମବୀର କେବଳ ଧର୍ମ ସଂସ୍ଥାପନ କରିପାରନ୍ତି ସେମାନଙ୍କ ଯୁଦ୍ଧଭୂମି ହେଉଛି ମନୁଷ୍ୟର ହୃଦୟ । ଧର୍ମବଳ ପାଖରେ ଶତ୍ରୁ ମଧ୍ୟ ମିତ୍ର ପାଲଟି ଯାଏ । ତେଣୁ ସଂସାରରେ ସବୁବେଳେ ଧର୍ମବୀର ହିଁ ବଳୀୟାନ ।

Question 5.
ମହାନଦୀର ବର୍ଣ୍ଣନା କବି ଲେଖନୀରେ କିଭଳି ରୂପ ପାଇଛି?
Answer:
କାବ୍ୟ – ନନ୍ଦିକେଶ୍ବରୀ
କବି – ରାଧାନାଥ ରାୟ
କବିଙ୍କ ଲେଖନୀରେ ମହାନଦୀ ଉତ୍କଳବାସୀଙ୍କ ପାଇଁ ଦେବୀ ପାଲଟିଯାଇଛି । ମହାନଦୀ ବିଷ୍ଣୁପଦୀ ଓ ସୁକାନ୍ତି ଋଷିଙ୍କର କନ୍ୟା । ଏହାର ତୀରରେ ବହୁ ତୀର୍ଥସ୍ଥଳୀ ରହିଛି । ଏହି ତୀର୍ଥସ୍ଥଳୀଗୁଡ଼ିକଦ୍ୱାରା ମହିମାମଣ୍ଡିତା ମହାନଦୀ ପାଇଁ ଉତ୍କଳ ଶସ୍ୟଶ୍ୟାମଳା ହୋଇପାରିଛି ।

Question 6.
ପ୍ରଧାନପାଟର ଚିତ୍ର କିପରି ବର୍ଣ୍ଣନା କରାଯାଇଛି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ପ୍ରଧାନପାଟ ହେଉଛି ଏକ ଜଳପ୍ରପାତ । ଏହା ସମ୍ବଲପୁରରେ ଅବସ୍ଥିତ । ଏହାର ଜଳଧାର ଉଚ୍ଚ ପାହାଡ଼ କାନ୍ଥରୁ ଯେପରି ସ୍ଵଚ୍ଛ ହୋଇ ଝରୁଥାଏ, ତାହା ଅତ୍ୟନ୍ତ ସୁନ୍ଦର ଦେଖାଯାଏ । ଏହାର ସ୍ବଚ୍ଛ ଜଳକଣା ହୀରାଠାରୁ ଉଜ୍ଜ୍ବଳତର । ଉକ୍ତ ପାହାଡ଼ କାନ୍ଥରୁ ଜଳଧାରା ପଡ଼ୁଥିବାବେଳେ ଯେଉଁ କ୍ଷୁଦ୍ରକ୍ଷୁଦ୍ର ଜଳକଣା ସବୁ ଛିଟିକିପଡ଼େ, ସେଥ‌ିରେ ସୂର୍ଯ୍ୟକିରଣ ପଡ଼ି ଅନବରତ ଇନ୍ଦ୍ରଧନୁ ସୃଷ୍ଟି କରୁଥାଏ । ଏହା ଅତି ମନୋମୁଗ୍ଧକର ଦେଖାଯାଏ ।

Question 7.
ସୁକାନ୍ତି-ତନୁଜାଙ୍କର ଚାରି ସଖୀଙ୍କର ପରିଚୟ ଦିଅ ।
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ସୁକାନ୍ତି ତନୁଜା କହିଲେ ମହାନଦୀକୁ ବୁଝାଏ । ଏହାର ଚାରି ସଖୀମାନେ ହେଲେ ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ।

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

Question 8.
ବିଡ଼ାନାସୀଗଡ଼ରେ କିପରି ଉତ୍ସବ ପାଳିତ ହୋଇଥିଲା?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ବିଡ଼ାନାସୀ ଗଡ଼ର ଗଡ଼ବାସୀମାନେ ଚଣ୍ଡିକାଙ୍କ ମନ୍ଦିରରେ କାହାଳୀ, ତୂରୀ, ଭେରୀ ବଜାଇ ବନ୍ଦନା କରୁଛନ୍ତି । କେଉଁଠି ତୋରଣରେ ସଜାଯାଇଛି ତ ପୁଣି କେଉଁଠି ଧାଡ଼ି ଧାଡ଼ି ହୋଇ ଦୀପାବଳୀ ଜାଳି ପୁରୋହିତମାନେ ମନ୍ତ୍ର ଉଚ୍ଚାରଣ କରୁଛନ୍ତି । ନିଜେ ରାଜା ସୁବର୍ଣ୍ଣକେଶରୀ ମା’ ଚଣ୍ଡିକାଙ୍କ ପାଖରେ ଚାମର ଢାଳୁଛନ୍ତି ଓ ପଟମହିଷୀମାନେ ଅର୍ଘ୍ୟଥାଳି ଧରି ଭକ୍ତିଭାବରେ ବନ୍ଦାପନା କରୁଛନ୍ତି । ସମ୍ପୂର୍ଣ୍ଣ ଗଡ଼ବାସୀମାନେ ଉଲ୍ଲସିତ ହୋଇ ଉତ୍ସବ ପାଳନ କରୁଛନ୍ତି ।

Question 9.
କାବ୍ୟରେ ବର୍ଣ୍ଣିତ ତମିସ୍ରା ରଜନୀର ଚିତ୍ର ପ୍ରଦାନ କର।
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
‘ନନ୍ଦିକେଶ୍ଵରୀ’ କାବ୍ୟରେ କବି ଗଡ଼ ମଧ୍ଯରେ ତମିସ୍ରା ରଜନୀର ଚିତ୍ର ପ୍ରଦାନ କରିଛନ୍ତି । ରାତ୍ରି ଏକ ଘଡ଼ି ଗତ ହୁଅନ୍ତେ ଘରେ ଘରେ ପ୍ରଦୀପ ଲିଭିଯିବାରୁ ସର୍ବତ୍ର ଗାଢ଼ ଅନ୍ଧାର ବା ତମସା ଆବୋରି ବସିଲା । ରାତି ଅଧ୍ଵ ଗାଢ଼ତର ହେବାରୁ ନିବିଡ଼ ଅନ୍ଧକାରରେ ରଜନୀ ଆବୃତ ହେଲା । ଦୁଇ ପାର୍ଶ୍ଵର ବଡ଼ ବଡ଼ ଗହଳ ବୃକ୍ଷରାଜି ଭିତରେ ତମିସ୍ର ଯେପରି ନିବିଡ଼ତର ହୋଇଥିଲା । ଅନ୍ଧାର ଗାଢ଼ତର ହୋଇ ବଢୁଥୁଲା, ଯେପରି ସେଥ୍ରେ ସୂଚୀ ବି ଗଳିବ ନାହିଁ । ନିବିଡ଼ ତମସାରେ ବସୁନ୍ଧରା ସାଇଁ ସାଇଁ ଡାକୁଥିଲା । ସତେ ଯେପରି ସେ ସମାଧୂ- ତତ୍ପରା ।

Question 10.
ଚୋରଗଙ୍ଗଙ୍କର ସୌନ୍ଦର୍ଯ୍ୟ କବି କିପରି ବର୍ଣ୍ଣନା କରିଛନ୍ତି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ଚୋରଗଙ୍ଗଙ୍କ ସୌନ୍ଦର୍ଯ୍ୟ ସଂପର୍କରେ କବି ଉଲ୍ଲେଖ କରିଛନ୍ତି – ଚୋରଗଙ୍ଗଙ୍କ ଲଳିତ ମୂର୍ତ୍ତି ଦେଖୁଲେ ହୃଦୟ କରତି ହେଉଥିଲା । ଅଙ୍ଗରେ ବର୍ମ, ଶିରରେ ସ୍ଵର୍ଷ ଶିରଣାସ୍ତ୍ର, ଭୁବନରେ କୃପାଣ ଶୋଭାପାଉଥିଲା । ତାଙ୍କର ରୂପଶୋଭା କାର୍ତ୍ତିକେୟଙ୍କୁ ମଧ୍ୟ ନିନ୍ଦୁଥିଲା ।

Question 11.
ମନ୍ତ୍ରୀ ବାସୁଦେବ ରାଜା ସୁବର୍ଷକେଶରୀଙ୍କୁ କି ମନ୍ତ୍ରଣା ଦେଇଥିଲେ?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ମନ୍ତ୍ରୀ ବାସୁଦେବ ରଥ ହେଉଛନ୍ତି ସୁବର୍ଷକେଶରୀଙ୍କ ମନ୍ତ୍ରୀ । ସେ ରାଜାଙ୍କୁ ମନ୍ତ୍ରଣା ଦେଇଛନ୍ତି ଯେ, ରାଜଜେମା ନନ୍ଦିକାଙ୍କୁ ଚୋଡ଼ଗଙ୍ଗଙ୍କ ହାତରେ ଟେକିଦେଇ ତାଙ୍କୁ ଜାମାତା ଭାବରେ ଗ୍ରହଣ କରିବାପାଇଁ । ମାତ୍ର ରାଜା ଏଥ‌ିରେ ସମ୍ମତି ପ୍ରକାଶ କରିନାହାନ୍ତି, ନିଜର ଶତ୍ରୁକୁ କନ୍ୟାଦାନ କରିବେ ନାହିଁ ବୋଲି କହିଛନ୍ତି ।

Question 12.
କିଏ ପ୍ରଭୁପଣକୁ ଭାଜନ ନୁହେଁ?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ଯେଉଁ ବ୍ୟକ୍ତି ସବୁବେଳେ ନିଜ ବିଷୟରେ ଚିନ୍ତାକରେ, ମାତ୍ର ଅନ୍ୟମାନେ ଯାହା ଭୋଗ କରିବାର କରନ୍ତୁ, ସେ ବିଷୟରେ ତା’ର ଚିନ୍ତା ନଥାଏ । ଅପରର ମନର କଥା ବା ମନର ବେଦନାକୁ ଯିଏ ଜାଣିପାରେ ନାହିଁ; ସେ କେବେହେଲେ ପ୍ରଭୁପଣକୁ ଭାଜନ ନୁହେଁ ବୋଲି କୁହାଯାଇଛି ।

Question 13.
ପ୍ରେମର ଶକ୍ତି ସମ୍ପର୍କରେ କ’ଣ କୁହାଯାଇଛି?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ପ୍ରେମ ହେଉଛି ଏହି ମହୀରେ ସବୁଠାରୁ ବଳୀୟାନ । ଏହା ପ୍ରେମ ହିଁ ଅବଳାକୁ ବୀର କରିପାରେ । ପ୍ରେମ ଉଦ୍‌ଯୋଗ ଦିଏ ପୁଣି ସାହସ ମଧ୍ଯ ଦିଏ । ଅବଶ ଲୋକକୁ ଚଞ୍ଚଳ କରାଇପାରେ ପ୍ରେମ । ସଂସାରରେ ଯେଉଁମାନଙ୍କୁ ଭୀରୁ କହନ୍ତି, ପ୍ରେମର ପ୍ରଭାବରେ ସେମାନେ ବୀର ହୋଇପାରନ୍ତି । ତେଣୁ ପ୍ରେମ ସର୍ବଶକ୍ତିମାନ ବୋଲି କୁହାଯାଇଛି ।

Question 14.
ନନ୍ଦିକାର ଅଭିସାରକାଳୀନ ଜହ୍ନରାତିର ଶୋଭା ବର୍ଣ୍ଣନା କର ।
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ନନ୍ଦିକା ଅଭିସାରକାଳରେ ଆକାଶରେ ଚନ୍ଦ୍ର ଉପରକୁ ଉଠିଛି । ତା’ର ଧବଳ କିରଣରେ ସେ ଚାରିଦିଗକୁ ଧବଳିତ କରିଛି । ବିଭାବରୀ ଯେପରି ତା’ର କବରୀରେ ଧବଳ କୁସୁମଟିଏ ଖୋଷି ଦେଲା ଓ ଅନ୍ଧକାର ସ୍ବରାଜ୍ୟ ପରିତ୍ୟାଗ କଲା । ପର୍ବତକନ୍ଦରରେ ଅନ୍ଧକାର ଆଶ୍ରୟ ନେଇଛି । ଶିବଙ୍କ ଜଟାରୁ ଗଙ୍ଗା ବହିଗଲାପରି ଚନ୍ଦ୍ରରୁ ଜ୍ୟୋତ୍ସ୍ନାର ପ୍ରବାହ ବହିଆସୁଛି । ପୃଥ‌ିବୀ ଶ୍ଵେତଦ୍ବୀପ ଭଳି ମନେହଉଛି । ଚନ୍ଦ୍ରକିରଣ କାଠଯୋଡ଼ି ଜଳରେ ପଡ଼ି କୌସ୍ତୁଭ ମଣିର ଶୋଭା ଧାରଣ କରୁଛି ଏବଂ ଚକୋର ଚକୋରୀ ଗଛର ଡାଳରେ ବସି ସଙ୍ଗୀତର ମଧୁର ମୂର୍ଚ୍ଚନା ତୋଳୁଛନ୍ତି ।

Question 15.
‘ବୀର ପକ୍ଷପାତୀ ସଦା ନାରୀକୁଳ’– ଏହାର ଭାବ ପ୍ରକାଶ କର ।
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
‘ବୀର ପକ୍ଷପାତୀ ସଦା ନାରୀକୁଳ’ ନନ୍ଦିକା ମୁଖରେ କବି ଏହି ଉକ୍ତି ପ୍ରକାଶ କରିଛନ୍ତି । ଏହାର ଭାବାର୍ଥ ହେଉଛି, ଯେ ପ୍ରକୃତରେ ବୀର ନାରୀଜାତି ସର୍ବଦା ସେହି ବୀରର ପକ୍ଷ ନେଇଥାଏ; ଏବଂ ଚୋଡ଼ଗଙ୍ଗଦେବ ପ୍ରକୃତ ପକ୍ଷେ ଜଣେ ବୀର ବୋଲି ନନ୍ଦିକା ନିଜ ପିତାଙ୍କ ଜୈତ୍ରମଣି ଆଣି ତାଙ୍କ ପାଦତଳେ ସମର୍ପଣ କରିଛି ।

Question 16.
ଦୈବୀଶକ୍ତି ଓ ନିୟତିର ନିର୍ଦ୍ଦେଶ ସମ୍ପର୍କରେ କବିଙ୍କର ସମର୍ଥନକୁ ପ୍ରକାଶ କର ।
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ନନ୍ଦିକେଶ୍ଵରୀ କାବ୍ୟରେ ଦୈବୀଶକ୍ତି ଓ ନିୟତିର ନିର୍ଦ୍ଦେଶକୁ ଅତି ସହଜ ଓ ସରଳ ଭାବରେ କବି ସମର୍ଥନ କରିଛନ୍ତି । ଚୋଡ଼ଗଙ୍ଗଦେବ ଦେବୀ ଗଙ୍ଗାଙ୍କ ଆଦେଶରେ ବୈଷ୍ଣବ ଭକ୍ତ ପ୍ରଚାର ପାଇଁ ଉତ୍କଳ ଅଧିକାର କରିବା ପାଇଁ ଆସିଛନ୍ତି । ସେପଟେ ସୁବର୍ଣ୍ଣକେଶରୀଙ୍କୁ ମଧ୍ଯ ଚଣ୍ଡିକାଦେବୀ ରକ୍ଷା କରିଛନ୍ତି । ମାତ୍ର ସବୁ ପରେ ବି ନିୟତି ନିୟମ ଅନ୍ୟ ପ୍ରକାର ହୋଇଛି, ଶେଷରେ ଚୋଡ଼ଗଙ୍ଗ ଉତ୍କଳାଧୀଶ ହୋଇଛନ୍ତି । ତେଣୁ କବି ଲେଖୁଛନ୍ତି ‘‘ଶକ୍ତି ନାହିଁ ବସ କାହାରି ଜଗତ/ନିୟତିକୁ ନେବ ନିଜ ଇଚ୍ଛାମତେ ।’’

Question 17.
ତିରତା ନନ୍ଦିକାର ହତାଶା ଭାବର ଚିତ୍ର ପ୍ରଦାନ କର ।
Answer:
କାବ୍ୟ – ନନ୍ଦିକେଶ୍ବରୀ
କବି – ରାଧାନାଥ ରାୟ
ପ୍ରେମପ୍ରଣଦ୍ମିନୀ ନନ୍ଦିକା ଚୋଡ଼ଗଙ୍ଗଙ୍କ ପାଦତଳେ ଜୈତ୍ରମଣି ଥୋଇଦେଇ ପ୍ରତିବଦଳରେ ପ୍ରେମଭିକ୍ଷା କରିଛି । ଚୋଡ଼ଗଙ୍ଗ ଏଥରେ କ୍ରୋଧୂତ ହୋଇ ଭର୍ସନା କରିଛନ୍ତି । ସେଇ ଭର୍ଜନାରେ ନନ୍ଦିକା ଭାଙ୍ଗିପଡ଼ିଛି । ଯେଉଁ ପୁରୁଷକୁ ଏତେ ଭଲ ପାଇ ସେ ପିତାଙ୍କ ଜୀବନ ତା’ ପାଦତଳେ ସମର୍ପି ଦେଇଥୁଲା ସେ ପୁରୁଷର ତିରସ୍କାରରେ ତା’ର ମୋହ ଭଙ୍ଗ ହୋଇଛି । ବିବେକର ଦଂଶନରେ ସେ ଜାଣିପାରିଛି କେଉଁଟା ଠିକ୍ ଆଉ କେଉଁଟା ଭୁଲ୍ । ଅନୁତାପ ରୂପକ ନିଆଁରେ ସେ ଦଗ୍ଧ ହୋଇ ଦୁଃଖ ପାଇଛି । ସମସ୍ତ ରୂପ ଲାବଣ୍ୟ ତା’ର ମଉଳି ପଡ଼ିଛି ।

Question 18.
ରାଜନନ୍ଦିନୀ ନନ୍ଦିକାର ପ୍ରାଣହୀନ ଶରୀରର ନିଷ୍ପ୍ରଭ କାନ୍ତିର ଚିତ୍ର ପ୍ରଦାନ କର ।
Answer:
କାବ୍ୟ – ନନ୍ଦିକେଶ୍ଵରୀ
କବି – ରାଧାନାଥ ରାୟ
ରାଜନନ୍ଦିନୀ ନନ୍ଦିକା ଅତ୍ୟନ୍ତ ରୂପବତୀ ଥିଲେ, ମାତ୍ର ଯେଉଁ ଶରୀର ଶୋଭାର ଉଦ୍ୟାନ ଥୁଲା, ମୃତ୍ୟୁ ପରେ ତାହା ଶ୍ମଶାନରେ ପରିଣତ ହୋଇଛି । ଫୁଲଟି ନିଆଁରେ ପୋଡ଼ିଗଲେ ଯେପରି ଦେଖାଯାଏ, ସେପରି ନନ୍ଦିକାର ଶବ ଦେଖାଯାଉଛି । ଶିଖାଟି ଲିଭିଗଲା ପରେ ସଳିତା ଯେପରି ପଡ଼ିରହେ ସେହିଭଳି ନନ୍ଦିକାର ମୃତଦେହ ପଡ଼ିଅଛି । ସୁନ୍ଦର ଆଖ୍ ଦୁଇଟି ବୁଜି ହୋଇଯାଇଛି । ରାଜନନ୍ଦିନୀ ନନ୍ଦିକାର ପ୍ରାଣହୀନ ନିଷ୍ପ୍ରଭ ଶରୀରକୁ ଦେଖୁ ସମସ୍ତେ ବିକଳ ହୋଇ ପଡ଼ୁଥିଲେ ।

Question 19.
ରାଜନନ୍ଦିନୀ ନନ୍ଦିକା ଶିବିକାରେ ଥାଇ ପିତାଙ୍କୁ କ’ଣ ଲେଖୁଥିଲେ?
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ରାଜନନ୍ଦିନୀ ନନ୍ଦିକା ଶିବିକାରେ ଥାଇ ପିତାଙ୍କ ଉଦ୍ଦେଶ୍ୟରେ ଶେଷ ପତ୍ରଟିଏ ଲେଖୁଥିଲେ । ସେଥିରେ ସେ ଲେଖୁଥିଲେ – ‘ମୁଁ ଯେଉଁ ପାପ କରିଛି ତା’ର ଭାରକୁ ନେଇ ମୁଁ ଯାଉଛି, ମତେ ଦୁଃସ୍ବପ୍ନ ଭାବି ଭୁଲିଯିବ । ଯାହାଙ୍କୁ ମୁଁ ପ୍ରାଣପତି ବୋଲି ଭାବିଥୁଲି, ତାଙ୍କୁ ପୁତ୍ରସମ ଦେଖୁ । ମୋର ମୃତଦେହକୁ ଏକ ବିଜନ ସ୍ଥାନରେ ସଂସ୍କାର କରି ମନ୍ଦିରଟିଏ ନିର୍ମାଣ କରିବ ।’

Question 20.
ନନ୍ଦିକାର ମୃତ୍ୟୁରେ ବର୍ଣ୍ଣିତ କାରୁଣ୍ୟର ଚିତ୍ର ଅଙ୍କନ କର ।
Answer:
କାବ୍ୟ – ନନ୍ଦିକେଶ୍ୱରୀ
କବି – ରାଧାନାଥ ରାୟ
ନନ୍ଦିକାର ମୃତ୍ୟୁରେ ସମଗ୍ର ବିଡ଼ାନାସୀ ଶୋକରେ ପ୍ଲାବିତ ହୋଇଛି । ନନ୍ଦିକାଙ୍କର ସଖୀମାନେ ବିକଳ ହୋଇ କାନ୍ଦୁଛନ୍ତି । ରାଣୀମାନେ ଅନ୍ତପୁରରେ କାନ୍ଦୁଛନ୍ତି । ସବୁଠାରୁ ହୃଦୟ ବିଦାରକ ଦୁଃଖ ଭୋଗୁଛନ୍ତି ରାଜା ସୁବର୍ଣ୍ଣକେଶରୀ, କାରଣ କନ୍ୟାର ମୃତ୍ୟୁରେ ସେ କାନ୍ଦିପାରୁ ନାହାନ୍ତି, ଅତ୍ୟନ୍ତ ଦୁଃଖରେ ସେ ସ୍ଥାଣୁ ପାଲଟି ଯାଇଛନ୍ତି; ଏବଂ ଏହି ଶୋକର ଛାୟା ସମଗ୍ର ବିଡ଼ାନାସୀବାସୀଙ୍କୁ ମର୍ମାହତ କରିଛି ।

(ଚତ୍) ୫ ନମ୍ବର ବିଶିଷ୍ଟ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନବଳୀ ଓ ଉତ୍ତର (୧୫୦ ଶବ୍ଦ ମଧ୍ୟରେ) ।

Question 1.
ରାଧାନାଥଙ୍କର ସଫଳ କବିକର୍ମର ନିଦର୍ଶନ ‘ନନ୍ଦିକେଶ୍ଵରୀ’ – ଆଲୋଚନା କର ।
Answer:
ରାଧାନାଥ ସାହିତ୍ୟ ରଚନା କରିବା ପୂର୍ବରୁ ଓଡ଼ିଆ ସାହିତ୍ୟରେ ସଂସ୍କୃତ ପ୍ରଭାବିତ ରୀତି ସାହିତ୍ୟ ପ୍ରଭାବ ବିସ୍ତାର କରିଥିଲା । ସେହି ସମୟର ସାହିତ୍ୟ ମୁଖ୍ୟତଃ ଦରବାରୀ ସାହିତ୍ୟ ଥିଲା । ଇଂରେଜମାନେ ଓଡ଼ିଶା ଅଧିକାର କରିବାପରେ, ଓଡ଼ିଶାର ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ଜୀବନରେ ବ୍ୟାପକ ପରିବର୍ତ୍ତନ ଆସିଛି । ଆଧୁନିକ ଶିକ୍ଷାର ପ୍ରସାର ଘଟିଛି, ତା’ ସହିତ ଛାପାଖାନର ମଧ୍ୟ ଆରମ୍ଭ ହୋଇଛି । ରାଧାନାଥ ସେହି ଆଧୁନିକ ଯୁଗର ପୃଷ୍ଠଭୂମିରେ ଲେଖନୀଚାଳନା କରିଛନ୍ତି । ପାରମ୍ପରିକ ସାହିତ୍ୟକୁ ସେ ନୂଆକରି ତା’ର ରୂପ ପରିବର୍ତ୍ତନ କରିଛନ୍ତି । ଆଳଙ୍କାରିକତାରୁ ସାହିତ୍ୟକୁ ଯଥାସମ୍ଭବ ଦୂରେଇ ରଖ୍ ସାଧାରଣ ମଣିଷ ଭାବରେ ସାହିତ୍ୟର ରୂପକୁ ସଜେଇଛନ୍ତି । ଯାହା ପଣ୍ଡିତମାନଙ୍କଠାରୁ ଆରମ୍ଭ କରି ଅଶିକ୍ଷିତ ଲୋକ ପର୍ଯ୍ୟନ୍ତ ସମସ୍ତେ ବୁଝିପାରିବେ । ତାଙ୍କର ସାହିତ୍ୟ ସୃଷ୍ଟି ମଧ୍ୟରେ ‘କେଦାରଗୌରୀ’, ‘ଉଷା’, ‘ପାର୍ବତୀ’, ‘ନନ୍ଦିକେଶ୍ୱରୀ’, ‘ଉର୍ବଶୀ’, ‘ମହାଯାତ୍ରା’, ‘ଚିଲିକା’ ଆଦି କାବ୍ୟଗୁଡ଼ିକ ଉଲ୍ଲେଖଯୋଗ୍ୟ ।

ଆଲୋଚିତ ପ୍ରସଙ୍ଗଟି ହେଉଛି ‘ନନ୍ଦିକେଶ୍ଵରୀ’ କାବ୍ୟର ବୈଚିତ୍ର । ‘ନନ୍ଦିକେଶ୍ଵରୀ’ କାବ୍ୟଟି କବିଙ୍କର ତୃତୀୟ ସୃଷ୍ଟି । ଉକ୍ତ କାବ୍ୟଟି ୧୮୮୭ ମସିହାରେ ଭିକ୍ଟୋରିଆ ପ୍ରେସ୍‌ରୁ ପ୍ରକାଶିତ ହୋଇଥିଲା । ଏହି କାବ୍ୟଟିର ବର୍ଣନାଶୈଳୀ ସ୍ଵତନ୍ତ୍ର । ଚରିତ୍ରମାନଙ୍କର ଅବତାରଣା ମଧ୍ୟ ସୁନ୍ଦର । ପ୍ରକୃତି ବର୍ଣ୍ଣନା ଜୀବନ୍ତ ଏବଂ ପ୍ରେମର ବର୍ଣ୍ଣନା ମହୀୟାନ । କାବ୍ୟଟିର ବିଷୟବସ୍ତୁ ଚୋଡ଼ଗଙ୍ଗ ଦେବଙ୍କ ସମରସଜ୍ଜାରୁ ଆରମ୍ଭ ହୋଇଛି । ପରେ ପରେ ସୁନ୍ଦର ଭାବରେ କବି ଉତ୍କଳର ବିଭିନ୍ନ ଐତିହାସିକ ସ୍ଥାନ ଓ ତୀର୍ଥ ବିଷୟରେ ବର୍ଣ୍ଣନା କରିଛନ୍ତି । ‘ନନ୍ଦିକେଶ୍ୱରୀ’ କାବ୍ୟର ସୁବର୍ଣ୍ଣକେଶରୀ ଓ ଚୋଡ଼ଗଙ୍ଗଦେବଙ୍କ ଚରିତ୍ର ମାଦଳାପାଞ୍ଜିରୁ ଆଣିଛନ୍ତି ଓ ସେଥୁରେ ଓଭିଡ୍‌ଙ୍କ ‘ମେଟାମରଫୋସିସ୍’ କାହାଣୀର ନିମସ୍ ଓ ମିନ୍ସଙ୍କୁ ଆରୋପ କରିଛନ୍ତି । ଏହା ପ୍ରାଚ୍ୟ ଓ ପାଶ୍ଚାତ୍ୟର ଏକ ସୁନ୍ଦର ସମନ୍ବୟ ହୋଇପାରିଛି । ନନ୍ଦିକା ଚରିତ୍ରଟି ସମ୍ପୂର୍ଣ କାଳ୍ପନିକ ହେଲେ ମଧ୍ୟ ତା’ର ଅବତାରଣା ଏପରି ଭାବରେ କରିଛନ୍ତି ଯେ, ତାହା ସତ୍ୟ କାହାଣୀ ପରି ପ୍ରତ୍ୟୟମାନ ହୋଇଛି ।

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

Question 2.
ରାଧାନାଥଙ୍କର ଏକ ବୈଚିତ୍ରପୂର୍ଣ୍ଣ ସୃଷ୍ଟି ‘ନନ୍ଦିକେଶ୍ଵରୀ’ – ଆଲୋଚନା କର ।
Answer:
ରାଧାନାଥ ସାହିତ୍ୟ ରଚନା କରିବା ପୂର୍ବରୁ ଓଡ଼ିଆ ସାହିତ୍ୟରେ ସଂସ୍କୃତ ପ୍ରଭାବିତ ରୀତି ସାହିତ୍ୟ ପ୍ରଭାବ ବିସ୍ତାର କରିଥିଲା । ସେହି ସମୟର ସାହିତ୍ୟ ମୁଖ୍ୟତଃ ଦରବାରୀ ସାହିତ୍ୟ ଥିଲା । ଇଂରେଜମାନେ ଓଡ଼ିଶା ଅଧିକାର କରିବାପରେ, ଓଡ଼ିଶାର ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ଜୀବନରେ ବ୍ୟାପକ ପରିବର୍ତ୍ତନ ଆସିଛି । ଆଧୁନିକ ଶିକ୍ଷାର ପ୍ରସାର ଘଟିଛି, ତା’ ସହିତ ଛାପାଖାନର ମଧ୍ୟ ଆରମ୍ଭ ହୋଇଛି । ରାଧାନାଥ ସେହି ଆଧୁନିକ ଯୁଗର ପୃଷ୍ଠଭୂମିରେ ଲେଖନୀଚାଳନା କରିଛନ୍ତି । ପାରମ୍ପରିକ ସାହିତ୍ୟକୁ ସେ ନୂଆକରି ତା’ର ରୂପ ପରିବର୍ତ୍ତନ କରିଛନ୍ତି । ଆଳଙ୍କାରିକତାରୁ ସାହିତ୍ୟକୁ ଯଥାସମ୍ଭବ ଦୂରେଇ ରଖ୍ ସାଧାରଣ ମଣିଷ ଭାବରେ ସାହିତ୍ୟର ରୂପକୁ ସଜେଇଛନ୍ତି । ଯାହା ପଣ୍ଡିତମାନଙ୍କଠାରୁ ଆରମ୍ଭ କରି ଅଶିକ୍ଷିତ ଲୋକ ପର୍ଯ୍ୟନ୍ତ ସମସ୍ତେ ବୁଝିପାରିବେ । ତାଙ୍କର ସାହିତ୍ୟ ସୃଷ୍ଟି ମଧ୍ୟରେ ‘କେଦାରଗୌରୀ’, ‘ଉଷା’, ‘ପାର୍ବତୀ’, ‘ନନ୍ଦିକେଶ୍ୱରୀ’, ‘ଉର୍ବଶୀ’, ‘ମହାଯାତ୍ରା’, ‘ଚିଲିକା’ ଆଦି କାବ୍ୟଗୁଡ଼ିକ ଉଲ୍ଲେଖଯୋଗ୍ୟ ।

ଆଲୋଚିତ ପ୍ରସଙ୍ଗଟି ହେଉଛି ‘ନନ୍ଦିକେଶ୍ଵରୀ’ କାବ୍ୟର ବୈଚିତ୍ର । ‘ନନ୍ଦିକେଶ୍ଵରୀ’ କାବ୍ୟଟି କବିଙ୍କର ତୃତୀୟ ସୃଷ୍ଟି । ଉକ୍ତ କାବ୍ୟଟି ୧୮୮୭ ମସିହାରେ ଭିକ୍ଟୋରିଆ ପ୍ରେସ୍‌ରୁ ପ୍ରକାଶିତ ହୋଇଥିଲା । ଏହି କାବ୍ୟଟିର ବର୍ଣନାଶୈଳୀ ସ୍ଵତନ୍ତ୍ର । ଚରିତ୍ରମାନଙ୍କର ଅବତାରଣା ମଧ୍ୟ ସୁନ୍ଦର । ପ୍ରକୃତି ବର୍ଣ୍ଣନା ଜୀବନ୍ତ ଏବଂ ପ୍ରେମର ବର୍ଣ୍ଣନା ମହୀୟାନ । କାବ୍ୟଟିର ବିଷୟବସ୍ତୁ ଚୋଡ଼ଗଙ୍ଗ ଦେବଙ୍କ ସମରସଜ୍ଜାରୁ ଆରମ୍ଭ ହୋଇଛି । ପରେ ପରେ ସୁନ୍ଦର ଭାବରେ କବି ଉତ୍କଳର ବିଭିନ୍ନ ଐତିହାସିକ ସ୍ଥାନ ଓ ତୀର୍ଥ ବିଷୟରେ ବର୍ଣ୍ଣନା କରିଛନ୍ତି । ‘ନନ୍ଦିକେଶ୍ୱରୀ’ କାବ୍ୟର ସୁବର୍ଣ୍ଣକେଶରୀ ଓ ଚୋଡ଼ଗଙ୍ଗଦେବଙ୍କ ଚରିତ୍ର ମାଦଳାପାଞ୍ଜିରୁ ଆଣିଛନ୍ତି ଓ ସେଥୁରେ ଓଭିଡ୍‌ଙ୍କ ‘ମେଟାମରଫୋସିସ୍’ କାହାଣୀର ନିମସ୍ ଓ ମିନ୍ସଙ୍କୁ ଆରୋପ କରିଛନ୍ତି । ଏହା ପ୍ରାଚ୍ୟ ଓ ପାଶ୍ଚାତ୍ୟର ଏକ ସୁନ୍ଦର ସମନ୍ବୟ ହୋଇପାରିଛି । ନନ୍ଦିକା ଚରିତ୍ରଟି ସମ୍ପୂର୍ଣ କାଳ୍ପନିକ ହେଲେ ମଧ୍ୟ ତା’ର ଅବତାରଣା ଏପରି ଭାବରେ କରିଛନ୍ତି ଯେ, ତାହା ସତ୍ୟ କାହାଣୀ ପରି ପ୍ରତ୍ୟୟମାନ ହୋଇଛି ।

Question 3.
ପ୍ରେମ ଅନ୍ଧ ଅଟେ – ‘ନନ୍ଦିକେଶ୍ୱରୀ’ କାବ୍ୟରୁ ଏହି ଉକ୍ତିର ଯଥାର୍ଥତା ଦର୍ଶାଅ ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟର ଯୁଗପ୍ରବର୍ତ୍ତକ କବିବର ରାଧାନାଥ ରାୟ ୧୮୪୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜନ୍ମ ଓଡ଼ିଆ ସାହିତ୍ୟ ଆକାଶରେ ନୂତନ ଆଲୋକ ଚମକାଇ ଥିଲା । କବି ଓଡ଼ିଆ ସାହିତ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲେ । ଓଡ଼ିଆ ସାହିତ୍ୟରେ ସେ ନୂଆଧାରା ଆଣିଥିଲେ । ରାଧାନାଥଙ୍କ ସ୍ରଷ୍ଟା ମାନସ ଥିଲା ନୂତନତାର ସନ୍ଧାନୀ । ସେ ଥିଲେ ବହୁ ଶାସ୍ତ୍ରବିତ୍ । ପ୍ରାଚ୍ୟ-ପାଶ୍ଚାତ୍ୟ ସାହିତ୍ୟର ସମନ୍ବୟ ତାଙ୍କ ସାହିତ୍ୟର ମୁଖ୍ୟ ବିଷୟ ଥିଲା । ରାଧାନାଥଙ୍କର କାବ୍ୟଗୁଡ଼ିକ ମୁଖ୍ୟତଃ ରୋମାଣ୍ଟିକ୍ । ‘କେଦାରଗୌରୀ’, ‘ଚନ୍ଦ୍ରଭାଗା’, ‘ନନ୍ଦିକେଶ୍ୱରୀ’, ‘ଉଷା’, ‘ପାର୍ବତୀ’, ‘ଉର୍ବଶୀ’ ଇତ୍ୟାଦି କାବ୍ୟଗୁଡ଼ିକ ପ୍ରେମମୂଳକ କାବ୍ୟ । ମାତ୍ର ପ୍ରାୟତଃ ଏହି କାବ୍ୟରେ ନାୟକ -ନାୟିକାଙ୍କର ବିଚ୍ଛେଦ ଘଟିଛି । ତଥାପି ମଧ୍ୟ ପ୍ରେମ ପାଇଁ କାବ୍ୟଗୁଡ଼ିକ ସ୍ମରଣୀୟ । ପ୍ରତ୍ୟେକ କାବ୍ୟରେ କବି ପ୍ରେମର ମହାନତାକୁ ପ୍ରତିପାଦନ କରିଛନ୍ତି ଏବଂ ଏହି ପ୍ରେମ, କିଛି ଜାଣେ ନାହିଁ, କେବଳ ପ୍ରେମ ଛଡ଼ା ଅନ୍ୟସବୁ ଫିକା ଲାଗେ ।

ନନ୍ଦିକେଶ୍ଵରୀ କାବ୍ୟରେ ମଧ୍ୟ ପ୍ରେମର ସୁନ୍ଦର ବର୍ଣ୍ଣନା କରାଯାଇଛି । ପ୍ରେମ ଅନ୍ଧ ଅଟେ– ପ୍ରେମିକା ନନ୍ଦିକା ନିଜର ପ୍ରିୟ ପୁରୁଷ ପାଇଁ କିପରି ପ୍ରେମରେ ଅନ୍ଧ ହୋଇଯାଇଛି; ତାହା ଆଲୋଚନାରୁ ବିଷୟବସ୍ତୁ । ନନ୍ଦିକେଶ୍ଵରୀ କାବ୍ୟର ନାୟକ ଚୋଡ଼ଗଙ୍ଗଦେବ ଗଙ୍ଗାଙ୍କ ଆଦେଶରେ ଉତ୍କଳରେ ବୈଷ୍ଣବ ଭକ୍ତି ପ୍ରଚାର କରିବା ଉଦ୍ଦେଶ୍ୟରେ ଉତ୍କଳ ଅଧିକାର କରିବାପାଇଁ କାଠଯୋଡ଼ି ଆରପାରିରେ ଶିବିର ପକାଇ ଅଛନ୍ତି । ସେତେବେଳେ ଉତ୍କଳର ରାଜା ଥିଲେ ସୁବର୍ଷକେଶରୀ । ସୁବର୍ଣ୍ଣକେଶରୀଙ୍କର ଅନିନ୍ଦ୍ୟସୁନ୍ଦରୀ କନ୍ୟାଟିଏ ଥୁଲା, ଯାହାର ନାମ ନନ୍ଦିକା । ରାଜା ସୁବର୍ଣ୍ଣକେଶରୀ ଶତଚେଷ୍ଟା ପରେ ମଧ୍ୟ ଉତ୍କଳକୁ ରକ୍ଷାକରି ପାରିନାହାନ୍ତି, ତେଣୁ ଦେବୀ ଚଣ୍ଡିକାଙ୍କର ଶରଣାପନ୍ନ ହେଇଛନ୍ତି । ଦେବୀ ତାଙ୍କୁ ‘ଜୈତ୍ରମଣି’ ରକ୍ଷାକବଚ ପ୍ରଦାନ କରିଛନ୍ତି । ସେହି ମଣି ସାହାଯ୍ୟରେ ଉତ୍କଳକୁ ରକ୍ଷା କରିଛନ୍ତି ରାଜା । ମାତ୍ର ସୁନ୍ଦରୀ ନନ୍ଦିକା ଚୋଡ଼ଗଙ୍ଗଦେବଙ୍କ ପ୍ରେମରେ ପାଗଳୀ ହୋଇଯାଇଛନ୍ତି । ଶେଷରେ ଚୋଡ଼ଗଙ୍ଗ ଉତ୍କଳର ବିଡ଼ାନାସି ଗଡ଼କୁ ଭେଦ କରିନପାରି ସ୍ଵରାଜ୍ୟକୁ ଫେରିଯିବାକୁ ବସିଛନ୍ତି ।

ଏହି ଖବରରେ ନନ୍ଦିକା ଭାଙ୍ଗି ପଡ଼ିଛନ୍ତି । ରାତି ଅଧରେ ପ୍ରାଣପ୍ରିୟ ଚୋଡ଼ଗଙ୍ଗଙ୍କ କଥା ଭାବି ଭାବି ଅଥୟ ହୋଇଛନ୍ତି । ଚୋଡ଼ଗଙ୍ଗ ତା’ ପିତାଙ୍କ ଶତ୍ରୁ, ତେଣୁ ସେ ଚାହିଁ ମଧ୍ଯ ତାଙ୍କୁ ବିବାହ କରିପାରିବେ ନାହିଁ । ମନେ ମନେ ସୁଭଦ୍ରାଙ୍କ ପ୍ରେମକଥା ଭାବିଛନ୍ତି ନନ୍ଦିକା । ସେହି ମୂହୂର୍ତ୍ତରେ ସେ ସବୁକିଛି ଭୁଲିଯାଇ ନିଜ ପିତାଙ୍କ ଜୈତ୍ରମଣିକୁ ଚୋରାଇ ନେଇ ପ୍ରେମିକଙ୍କୁ ଦେଇ ତାଙ୍କୁ ଏକଚ୍ଛତ୍ରପତି କରାଇବା କଥା ଚିନ୍ତାକରିଛି ଏବଂ ଏହି ପ୍ରେମରେ ପଡ଼ି ସେ ନିଜ ପିତାଙ୍କୁ ମଧ୍ୟ ପାସୋରି ପକାଇଛି । ଶେଷରେ ସେ ତାହାହିଁ କରିଛି, ପିତାଙ୍କ ଜୈତ୍ରମଣିକୁ ହସ୍ତଗତ କରି ଯାଇ ପ୍ରେମିକ ପାଖରେ ପହଞ୍ଚିଯାଇଛି । ନିଜ ପ୍ରେମ ପାଇଁ ସେ ନିଜର ବଂଶ ପରମ୍ପରା, ପିତା-ମାତା ଆଉ ନିଜକୁ ମଧ୍ଯ ପାସୋରି ପକାଇଛି । ପ୍ରକୃତରେ ପ୍ରେମ ଅନ୍ଧ ବୋଲି କବି ନନ୍ଦିକା ମାଧ୍ୟମରେ ସୁନ୍ଦର ବର୍ଣ୍ଣନା କରିଛନ୍ତି । ତେଣୁ ସେ ନନ୍ଦିକା ମୁଖରେ କହିଛନ୍ତି –

‘‘ମହାବଳୀ ପ୍ରେମ ଅଟଇ ମହୀର,
ପ୍ରେମ ସିନା କରେ ଅବଳାକୁ ବୀର,
ପ୍ରେମ ଦିଏ ବୁଦ୍ଧି ଉଦ୍‌ଯୋଗ ସାହସ,
ପ୍ରେମ କରିପାରେ ଅବଶକୁ ବଶ ।’’

ଶେଷରେ ନନ୍ଦିକା ଚୋଡ଼ଗଙ୍ଗଙ୍କ ପାଖରେ ପହଞ୍ଚି, ଜୈତ୍ରମଣିକୁ ତାଙ୍କ ପାଦତଳେ ଥୋଇଦେଇ ପ୍ରେମଭିକ୍ଷା କରିଛି । ସେତେବେଳେ ସେ ନିଜର ଅସ୍ଥିତ୍ଵକୁ ସମ୍ପୂର୍ଣ୍ଣ ଭୁଲିଯାଇଛି । ତେଣୁ ପ୍ରେମ ଅନ୍ଧ ବୋଲି କବି ବର୍ଣ୍ଣନା କରିଛନ୍ତି ।

Question 4.
‘ନନ୍ଦିକେଶ୍ଵରୀ’ କାବ୍ୟରୁ ପ୍ରଣୟ ସ୍ନିଗ୍ଧ ଭାବଚେତନାର ଚିତ୍ର ଉପସ୍ଥାପନ କର ।
Answer:
ଓଡ଼ିଆ ସାହିତ୍ୟର ଆଧୁନିକ ପର୍ବରେ ଯେଉଁ କେତେଜଣ ପ୍ରଚଣ୍ଡ ପ୍ରତିଭା ସେମାନଙ୍କ ଅନନ୍ୟ ସୃଷ୍ଟିର ପ୍ରତିଦାନରେ ନିଜ ନାମକୁ ସ୍ଵର୍ଣ୍ଣାକ୍ଷରରେ ଅମର କରିଯାଇଛନ୍ତି ସେମାନଙ୍କ ମଧ୍ୟରୁ କବିବର ରାଧାନାଥ ରାୟ ଅନ୍ୟତମ ଯୋଗ୍ଯ କାବ୍ୟଶିଳ୍ପୀ । ତାଙ୍କର କାବ୍ଯସଂପଦ ବହୁ ବୈଚିତ୍ରରେ ପରିପୂର୍ଣ୍ଣ । ଗ୍ରୀକ୍ ସାହିତ୍ୟରୁ କଥାବସ୍ତୁ ଗ୍ରହଣକରି ଉତ୍କଳୀୟ ପରିବେଶରେ ସେ କାବ୍ୟ କୋଣାର୍କ ତୋଳିଛନ୍ତି, ଯାହା ଯେମିତି କାରୁକାର୍ଯ୍ୟପୂର୍ଣ୍ଣ ସେମିତି ଦୀପ୍ତିମୟ । ପୂର୍ବ ପରମ୍ପରାକୁ ଭାଙ୍ଗି ନୂତନତାର ଆବାହନ କରିବାରେ ରାଧାନାଥ ଥିଲେ ଅଗ୍ରଗଣ୍ୟ । ସାହିତ୍ୟକୁ ବିଳାସର ସାମଗ୍ରୀ ନଭାବି ଜୀବନର ପ୍ରତିଛବି ଭାବରେ ଗ୍ରହଣ କରିଛନ୍ତି କବି । ଫଳରେ ରାଧାନାଥଙ୍କ ସାହିତ୍ୟ ମାନବିକ ଆବେଦନ ସୃଷ୍ଟି କରିପାରିଛି ।

‘ନନ୍ଦିକେଶ୍ଵରୀ’, ‘ଚନ୍ଦ୍ରଭାଗା’, ‘କେଦାରଗୌରୀ’ ପରି କାବ୍ୟରେ ଦୁଃଖାନ୍ତକ ପରିଣତି ପାଇଁ ପାଶ୍ଚାତ୍ୟ ସାହିତ୍ୟର ପ୍ରେରଣା ଏବଂ ନିଜ ବ୍ୟକ୍ତିଗତ ଜୀବନର ହତାଶାଭାବ ହିଁ ଅନେକ ପରିମାଣରେ ଦାୟୀ ହୋଇପାରେ । ତାଙ୍କ ଅନନ୍ୟ କାବ୍ୟକୃତି ମଧ୍ୟରୁ ‘ଚିଲିକା’, ‘କେଦାରଗୌରୀ’, ‘ଦରବାର’, ‘ଚନ୍ଦ୍ରଭାଗା’, ‘ଯଯାତିକେଶରୀ’, ‘ଉଷା’, ‘ପାର୍ବତୀ’ ଆଦି ଅନ୍ୟତମ । ଆଲୋଚ୍ୟ ‘ନନ୍ଦିକେଶ୍ଵରୀ’ କାବ୍ୟର ନାୟକ ନାୟିକା ରାଜବଂଶଜ ହେଲେ ମଧ୍ୟ ସେମାନଙ୍କ ପ୍ରେମ ପ୍ରଣୟ ରୀତିଯୁଗୀୟ ଦେହର ମିଳନରେ ସୀମିତ ନୁହେଁ । ପ୍ରେମ ଏଠାରେ ଦେହାତୀତ । ଅଶ୍ରୁ ଓ ବିରହରେ ଏହା ମହିମାନ୍ଵିତ । ପ୍ରେମର ଛତ୍ରୀ ଉଡ଼ାଇବା ପାଇଁ ନନ୍ଦିକା ସଂକଳ୍ପବଧ । ସେଥିଲାଗି ସେ ସ୍ଥିର କରିଛନ୍ତି –

‘‘ ପ୍ରେମବଳେ ତାଙ୍କୁ କରି ଛତ୍ରପତି
ପ୍ରେମିକାକୁଳେ ମୁଁ ଟେକାଇବି ଛତି ।”

ପ୍ରେମର ବାନା ଉଡ଼ାଇବା ପାଇଁ ନନ୍ଦିକା ପିତାଙ୍କୁ ଶିରରୁ ଜୈତ୍ରମଣି ନେଇ ଚୋଡ଼ଗଙ୍ଗଙ୍କୁ ପ୍ରଦାନ କରିଛି । ମାତ୍ର ସେଠାରେ ଚୋଡ଼ଗଙ୍ଗଙ୍କ ଦ୍ବାରା ଉପେକ୍ଷିତା ହୋଇ ଆତ୍ମହତ୍ୟାକୁ ଶ୍ରେୟ ମଣିଛି ।

ଦେଶଦ୍ରୋହୀ, ରାଜଦ୍ରୋହୀ, ପିତୃଦ୍ରୋହୀ ହୋଇଥିବାରୁ ଅପରାଧବୋଧ ହେତୁ ନନ୍ଦିକା ମୃତ୍ୟୁର ପଥ ବାଛିବାକୁ ଶ୍ରେୟ ବୋଲି ବିଚାରିଛି । କବିଙ୍କର ଗଭୀର ବିଚାରବୋଧ ହିଁ ଏପରି ଏକ ପରିଣତିର କଳ୍ପନା କରିଛି । ଉତ୍କଳର ପବିତ୍ର କ୍ଷେତ୍ରରେ ଦେଶଦ୍ରୋହୀ ନନ୍ଦିକା ସୃଷ୍ଟି ହେବା ପ୍ରକୃତରେ ବିସ୍ମୟ ବୋଲି ଚୋଡ଼ଗଙ୍ଗ ପ୍ରକାଶ କରିଛନ୍ତି । ତଥାପି କବି ଏପରି ଏକ ପ୍ରେମପ୍ରଣୟମୂଳକ କାବ୍ୟରେ ପ୍ରେମର ଚମତ୍କାର ବର୍ଣ୍ଣନା ତଥା ଗୁଣଗାନକୁ ଅନାଦାର କରିନାହାନ୍ତି, ଅଧୂକନ୍ତୁ ପ୍ରେମର ଶ୍ରେଷ୍ଠତ୍ୱ ଓ ମହିମା ଗାନ କରିଛନ୍ତି । କବିଙ୍କ ଭାଷାରେ –

‘‘ ମହାବଳୀ ପ୍ରେମ ଅଟଇ ମହୀର,
ପ୍ରେମ ସିନା କରେ ଅବଳାକୁ ବୀର
ପ୍ରେମ ଦିଏ ବୁଦ୍ଧି ଉଦ୍‌ଯୋଗ ସାହସ,
ପ୍ରେମ କରିପାରେ ଅବଶକୁ ବଶ ।”

ପ୍ରଣୟମୁଗ୍ଧା ଲଳନା ନନ୍ଦିକା ପ୍ରେମପାଇଁ ହୋଇଛି ଦୁଃସାହସୀ । ଅଥଚ ପ୍ରେମ ପ୍ରଣୟ ମିଳନ ପରିବର୍ତ୍ତେ ଅପମାନ ବରଣ କରି ସେ ବିରହରେ ବେଦନା ଭୋଗିଛି । ପ୍ରଣୟଦଗ୍ଧ ଏକ ନାରୀ ମନର ବେଦନାକୁ କବି ରାଧାନାଥ ଅତି ଚମତ୍କାର ଭାବରେ ପାଠକ ପାଖରେ ତୋଳି ଧରିଛନ୍ତି । ଧର୍ମ, ଯୁଦ୍ଧ ବୀରପଣରେ ପରିଣତି ନ ଆଣି କବି ନିଜ କଳ୍ପନା ଓ ବର୍ଣ୍ଣନାରେ ପ୍ରେମଯୁଦ୍ଧରେ ସମାପ୍ତ କରିଛନ୍ତି । ପ୍ରେମ ପାଗଳିନୀ ନନ୍ଦିକାର ମନ ହୃଦୟ ଭାଙ୍ଗିଯାଇଛି । ପ୍ରେମ ପାଇଁ ସେ ଯେଉଁ ପଦକ୍ଷେପ ନେଇଛି, ସେଥୁରୁ ଆଉ ପଛକୁ ଲେଉଟି ନିର୍ଲଜ ଜୀବନ ଜିଇଁବାକୁ ଇଚ୍ଛା କରିନାହିଁ; ବରଂ ମୃତ୍ୟୁରେ ତା’ର ଭାବନା ଲିପ୍ତ ହେବାକୁ ଛାଡ଼ିଦେଇଛି । ପ୍ରେମ ସ୍ମୃତି ହୋଇ ଝଟକିଛି, ଯାହାକୁ କେବେ ବି ଭୁଲିହେବ ନାହିଁ । କବିଙ୍କ ଭାଷାରେ

“ସ୍ମୃତି ତ କଦାପି ନୁହେଁ ଫିଙ୍ଗିବାର,
ପାରିଲେ ଫିଙ୍ଗି ସେ ଲଭନ୍ତା ନିସ୍ତାର ।’’

ବାସ୍ତବିକ୍ କବିଙ୍କ ରୋମାଣ୍ଟିକ୍ ଦୃଷ୍ଟିଭଙ୍ଗୀ ଓ ପ୍ରେମପ୍ରଣୟର ବର୍ଣ୍ଣନା ଅଦ୍ବିତୀୟ ।

Question 5.
‘ନନ୍ଦିକେଶ୍ଵରୀ’ କାବ୍ୟରୁ ରାଧାନାଥଙ୍କର ନୈସର୍ଗିକ ଚେତନାର ଚିତ୍ର ଅଙ୍କନ କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟର ଉନ୍ମେଷ ଲଗ୍ନରେ ଯେଉଁ ସ୍ରଷ୍ଟାଙ୍କର କଳା-କାରିଗରୀ, ପ୍ରତିଭାର ଚମତ୍କାରୀ ତାଙ୍କୁ ସ୍ମରଣୀୟ ଓ ସ୍ବତନ୍ତ୍ର କରି ରଖୁଛି । ସେ ନିଶ୍ଚରେ ନବଚେତନାର ବାର୍ତ୍ତାବହ କବିବର ରାଧାନାଥ ରାୟ । ତାଙ୍କ କାବ୍ୟ କୁସୁମ ଲାଭ କରି ଓଡ଼ିଆ ଭାଷା ସାହିତ୍ୟ ଯେମିତି ହୋଇଛି ବର୍ଣ୍ଣମୟ ସେମିତି ହୋଇଛି ବୈଚିତ୍ରପୂର୍ଣ୍ଣ ।

ତାଙ୍କ କାବ୍ୟଗୁଡ଼ିକ ମଧ୍ୟରୁ ‘ଚନ୍ଦ୍ରଭାଗା’, ‘ଚିଲିକା’, ‘ନନ୍ଦିକେଶ୍ଵରୀ’, ‘ମହାଯାତ୍ରା’, ‘ଦରବାର’, ‘କେଦାରଗୌରୀ’, ‘ଯଯାତିକେଶରୀ’, ‘ପାର୍ବତୀ’, ‘ଉଷା’ ଆଦି ଅନ୍ୟତମ । ଆଲୋଚ୍ୟ ‘ନନ୍ଦିକେଶ୍ଵରୀ’ ତାଙ୍କର ଅନ୍ୟ ଏକ ଚର୍ଚ୍ଚିତ କାବ୍ୟ । ଏହା ୧୮୮୭ ମସିହାରେ ପ୍ରକାଶ ପାଇଥିଲା ।

ପ୍ରାଚ୍ୟ ପାଶ୍ଚତ୍ୟର ଅପୂର୍ବ ମିଳନରେ ରାଧାନାଥଙ୍କ ସୃଷ୍ଟି ଯେମିତି ଲୋକପ୍ରିୟ ହୋଇଥିଲା ସେମିତି ହୋଇଥୁଲା ଚିତ୍ତାକର୍ଷକ । ରାଧାନାଥ ପାଶ୍ଚାତ୍ୟରୁ କଥାବସ୍ତୁ ଗ୍ରହଣ କରିଥିଲେ ମଧ୍ୟ ପ୍ରକୃତିର ଆକର୍ଷଣକୁ ସେ ଏଡ଼ାଇ ଦେଇ ଯାଇନାହାନ୍ତି । ରୀତି ସାହିତ୍ୟର ପ୍ରକୃତି ବର୍ଣ୍ଣନାର ଧାରାରୁ ମୁକୁଳି ଯାଇ ଭିନ୍ନ ଓ ନବ ଭାବନାର ଉଦ୍ରେକ କରାଇଛନ୍ତି ରାଧାନାଥ ରାୟ । ରୀତି ସାହିତ୍ୟରେ ଋତୁ ବର୍ଣ୍ଣନା, ସରୋବର ବର୍ଣ୍ଣନା, ପ୍ରାତ-ସଞ୍ଜର ବର୍ଣ୍ଣନା ଆଦି ବାହ୍ୟ ପ୍ରକୃତିର ବର୍ଣ୍ଣନା ଥିଲା ସେଇ କାଳର କବିମାନଙ୍କ ବର୍ଣ୍ଣନାସ୍ଥଳୀ । ମାତ୍ର ରାଧାନାଥ ରାୟ ପ୍ରକୃତି ବର୍ଣ୍ଣନାରେ ତାହା ମାନବିକ ଗୁଣରେ ବିଭୂଷିତ, ତାହା ଜଡ଼ ନୁହେଁ କି ନିର୍ବାକ୍ ନୁହେଁ । ବାହ୍ୟ ପ୍ରକୃତି ଓ ଅନ୍ତଃପ୍ରକୃତିର ସମନ୍ଵୟରେ କବିଙ୍କ ‘ନନ୍ଦିକେଶ୍ବରୀ’ କାବ୍ୟ ହୋଇଉଠିଛି ପ୍ରାଣବନ୍ତ । ତାଙ୍କ ପ୍ରକୃତି କେବଳ ଭୂଗୋଳର ନିର୍ଜୀବ ବିଷୟ ନୁହେଁ; ବରଂ ବର୍ଣ୍ଣନାର ରସବତା ପାଠକକୁ ଆଲୋଡି଼ତ ଓ ପ୍ରଭାବିତ କରେ ।

ପ୍ରଥମ ସର୍ଗରେ ବିଭିନ୍ନ ସ୍ଥାନର ବର୍ଣ୍ଣନା ଅପୂର୍ବଶ୍ରୀ ଧାରଣ କରିଛି । ସତ୍ତାହୀନ ଜଡ଼ ଜୀବନହୀନ ପ୍ରକୃତି ପ୍ରାଣ ପାଇ ସଚଳ ହୋଇଉଠିଛି ରାଧାନାଥଙ୍କ ବର୍ଣ୍ଣନାରେ । କବିଙ୍କ ଭାଷାରେ –

‘‘ ପରସ୍ପରେ ଭୁଜ ଛନ୍ଦିବାରେ ସଦା
ଚମ୍ପାକୃତ ଯହିଁ ବଳାରି ଶରଧା ।’’
X X X X X
‘‘ କୋଠରଙ୍ଗ ଯହିଁ ବଦନ ବିଜନେ
ଧଉଳି ଦେଖଇ ଦୟା – ଦରପଣେ ।
ରାହାଙ୍ଗ ରଚନ୍ତି ଯହିଁ କେଳି-କଳା
ଇଜଳ-ନିକୁଞ୍ଜେ କଜ୍ଵଳ-କୁନ୍ତଳା ।’’

ସେହିପରି ସପ୍ତକୋଷୀ ଗଣ୍ଡର ବର୍ଣ୍ଣନାରେ କବିଙ୍କ ଲେଖନୀ ସେହିପରି ଜୀବନ୍ତ ହୋଇଉଠିଛି । କବିଙ୍କ ଭାଷାରେ –

‘‘ ସପ୍ତକ୍ରୋଶୀ ଗଣ୍ଡ ରାଜେ ଶୈଳ-କୁଞ୍ଜେ
ସୁଶୀତଳ ତୁଙ୍ଗ ଶୈଳଚ୍ଛାୟା ପୁଞ୍ଜେ
ନିର୍ଜନେ ଦିଅନ୍ତି ବନହୁମାବଳୀ
ଜଳ-ଦେବତାଙ୍କୁ ଯହିଁ ପୁଷ୍ପାଞ୍ଜଳି ।
ତହିଁ ମହାନଦୀ – ପ୍ରବାହେ ନିଦାଘେ
ପ୍ରିୟା-ସଙ୍ଗେ ଖେଳୁଥିଲା ଅନୁରାଗେ ।’’

ଉତ୍କଳର ବିଭିନ୍ନ ନଦନଦୀ, ହ୍ରଦ, ପ୍ରପାତ ବର୍ଣ୍ଣନାରେ ମଧ୍ଯ କବି ଅପୂର୍ବ କଳାକୌଶଳର ପରିଚୟ ଦେଇଛନ୍ତି । ଯାହା ଯେତିକି ବାସ୍ତବ ଚିତ୍ର ବହନ କରୁଛି ସେତିକି ପ୍ରକୃତିକୁ କବିଙ୍କ ଦୃଷ୍ଟିରେ ପାଠକ ପାଖରେ ତୋଳି ଧରିବାରେ ‘ନନ୍ଦିକେଶ୍ୱରୀ’ କାବ୍ୟ ସଫଳ ହେଉଛି । କବିଙ୍କ ବର୍ଣ୍ଣନାରେ ବୈତରଣୀ ଉତ୍କଳର ଗଡ଼ଖାଇ ସଦୃଶ । ବଳାଙ୍ଗୀ ନଦୀ ଉତ୍କଳ ହେମସୀମାନ୍ତ ରୂପିଣୀ ଶୋଭାପାଉଛି । ପ୍ରଧାନପାଟର ବର୍ଣ୍ଣନାରେ କବି ରାଧାନାଥ ରାୟ ଲେଖୁଛନ୍ତି –

‘‘ ପ୍ରଧାନ-ପାଟର ପ୍ରପାତ ଭୀଷଣ
ନିର୍ଜନ ଗହଳେ ଗର୍ଜେ ଅନୁକ୍ଷଣ ।
X X X X
ଯହିଁ କେଳିଲୋଳ-ଜଳଦେବୀ – କେଳି
ଉପୁଯାଏ ଶତ ସଲିଳ-ହାବେଳି ।”

ଦ୍ଵିତୀୟ ସର୍ଗରେ ମଧ୍ୟ କବି ସେହିପରି ସନ୍ଧ୍ୟାର ଅପୂର୍ବ ଶୋଭା ବର୍ଣ୍ଣନା କରିଛନ୍ତି । ଆକାଶ-ପୃଥ‌ିବୀ, ଜଳ-ସ୍ଥଳ, ସ୍ଵର୍ଣ୍ଣାଭରଙ୍ଗ ଧାରଣ କରିଛି ସୂର୍ଯ୍ୟାସ୍ତ ସମୟରେ । ଏହି ସନ୍ଧ୍ୟାର ବର୍ଣ୍ଣନା ଯେମିତି ହୃଦୟସ୍ପର୍ଶୀ ସେମିତି ଭାବଗର୍ଭକ । କବିଙ୍କ ଭାଷାରେ –

‘‘ଚାହୁଁ ଚାହୁଁ ରବି ହେଲେ ଅସ୍ତମିତ,
ପଶ୍ଚିମାଶା ହେଲା କୁଙ୍କୁମେ ଛୁରିତ,
କେତେ ରୂପ ଧରୁଅଛି ଚକ୍ରବାଳ,
ଦେଖାଉଛି ନବ ନବ ଇନ୍ଦ୍ରଜାଲ |
ରକ୍ତ, ପୀତ, ନୀଳେ ଚିତ୍ରକରି ନଭ
ଭିଆଇଛି ନନାବର୍ଷେ ବର୍ଣ୍ଣୋତ୍ସବ ।’

‘ନନ୍ଦିକେଶ୍ୱରୀ’ ବାସ୍ତବିକ୍ କବିଙ୍କ ପ୍ରକୃତି ବର୍ଣ୍ଣନାର ଏକ ନିଖୁଣ ପରିପାଟୀର ପରିଚୟ । ମାନବିକ ଆବେଦନ, ବାହ୍ୟ ଓ ଅନ୍ତଃ ପ୍ରକୃତିର ସମନ୍ଵୟ ତାଙ୍କ କାବ୍ୟକୁ କରିଛି ବଳିଷ୍ଠ । ପ୍ରକୃତିର ଅପରୂପ ବର୍ଣ୍ଣନରେ ରାଧାନାଥ ଖୁବ୍ ସିଦ୍ଧହସ୍ତ ।

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

Question 6.
‘ନନ୍ଦିକେଶ୍ଵରୀ’ କାବ୍ୟର ବର୍ଣ୍ଣନା ବିଳାସର ପରିଚୟ ଦିଅ ।
Answer:
ଆଧୁନିକ ସାହିତ୍ୟ କ୍ଷେତ୍ରରେ କବିବର ରାଧାନାଥ ରାୟ ସ୍ବୟଂ ଏକ ବୈଚିତ୍ର କହିଲେ ଅତ୍ୟୁକ୍ତି ହେବନାହିଁ । ପରମ୍ପରା ଓ ଗତାନୁଗତିକ ନିର୍ବାଚନରୁ ମୁକ୍ତହୋଇ ବୈଚିତ୍ରପୂର୍ଣ୍ଣ ପ୍ରକୃତିବର୍ଣ୍ଣନା ଓ ପ୍ରେମମୂଳକ କାବ୍ୟ ରଚନା କରି ଓଡ଼ିଆ ସାହିତ୍ୟ ଧାରାରେ ନବଚେତନାର ପ୍ରବାହ କରିଥିଲେ ସେ । ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟରୁ ଉପାଦାନ ସଂଗ୍ରହ କରି ଗଢ଼ିଲେ ତାଙ୍କର କାବ୍ୟକୋଣାର୍କ । ତେଣୁ ପ୍ରାଚ୍ୟର ଭିତ୍ତିଭୂମି ଉପରେ ପାଶ୍ଚାତ୍ୟର ପ୍ରଭାବ ତାଙ୍କ ସୃଷ୍ଟିକୁ କରିଛି ଅନନ୍ୟ । ପାଶ୍ଚାତ୍ୟର କଥାବସ୍ତୁକୁ ଉତ୍କଳର କିମ୍ବଦନ୍ତୀ ସହ ମିଶାଇ ଅପୂର୍ବ କଳ୍ପନାଶକ୍ତିର ପ୍ରୟୋଗ ଓ କଳାକୌଶଳର ପ୍ରୟୋଗରେ ଖୁବ୍ ଚମତ୍କାର ସୃଷ୍ଟି ଓଡ଼ିଆ ସାହିତ୍ୟ ଭଣ୍ଡାରରେ ସାଇତି ରଖ୍ ଯାଇଛନ୍ତି । ସେହି ସୃଷ୍ଟିଗୁଡ଼ିକ ମଧ୍ୟରୁ ‘ନନ୍ଦିକେଶ୍ବରୀ’ ଅନ୍ୟତମ ସାର୍ଥକ ସୃଷ୍ଟି ।

କଟକର ଉତ୍ତରରେ ମହାନଦୀର ‘ନନ୍ଦିକେଶ୍ୱରୀ ପଠା’ ନାମରେ ଏକ ପଠା ରହିଛି । ଅଂଶୁପା ହ୍ରଦ ନିକଟରେ ଅବସ୍ଥିତ ‘ସୁବର୍ଣ୍ଣପୁର’ ରାଜା ସୁବର୍ଣ୍ଣକେଶରୀଙ୍କ ନାମାନୁସାରେ ନାମିତ ହୋଇଛି ବୋଲି ବିଶ୍ଵାସ ରହିଛି । ଆହୁରି ମଧ୍ୟ ରହିଛି ‘ବୁଡ଼ଙ୍ଗ ଦହ’ ନାମରେ ଏକ ହ୍ରଦ । କିମ୍ବଦନ୍ତୀ ଓ ଲୋକବିଶ୍ୱାସକୁ ନେଇ କବି ଗଢ଼ିଛନ୍ତି ‘ନନ୍ଦିକେଶ୍ଵରୀ’ କାବ୍ୟ । ନନ୍ଦିକେଶ୍ବରୀ ପଠାର ଏପରି ନାମକରଣ ହେବାରେ ସେ କଳ୍ପନାକୁ ଅଧିକ ଆଶ୍ରୟ କରିଛନ୍ତି । ସେଥ‌ିପାଇଁ ସେ ପାଶ୍ଚାତ୍ୟ ସାହିତ୍ୟର କଥାବସ୍ତୁକୁ ଗ୍ରହଣ କରିଛନ୍ତି ।

ଓଭିଡ୍‌ଙ୍କ ‘ମେଟାମରଫସିସ୍’ କାବ୍ୟମାଳାର ଅଷ୍ଟମ ଆଖ୍ୟାୟିକା “The King Minus and Scylla” ର ଅନୁକରଣରେ ରାଧାନାଥ ରାୟ ‘ନନ୍ଦିକେଶ୍ୱରୀ’ କାବ୍ୟର ପରିକଳ୍ପନା କରିଛନ୍ତି । ରାଜା ମିନସ୍‌ଙ୍କୁ ସେ ଚୋଡ଼ଗଙ୍ଗଦେବ, ରାଜା ନିସସ୍‌ଙ୍କୁ ସୁବର୍ଣ୍ଣକେଶରୀ ଭାବରେ ବର୍ଣ୍ଣନା କରି ରୁଦ୍ଧ ବିଡ଼ାନାସୀକୁ ସେ ମିଗାରେ ଦୁର୍ଗ ଅବରୋଧ ସହ କଳନା କରିଛନ୍ତି । ନିସ୍‌ସଙ୍କ ରାଜକନ୍ୟା ସିଲା ପରି ନନ୍ଦିକେଶ୍ୱରୀ ମଧ୍ୟ ସୁବର୍ଣ୍ଣକେଶରୀଙ୍କ ଏକମାତ୍ର କନ୍ୟା । ସିଲା ସ୍ଵର୍ଣ୍ଣାଭ କେଶଗୁଚ୍ଛ (purple hair) ଅପହରଣ କରିବାକୁ ରାଧାନାଥ ତାହାକୁ ଜୈନ୍ଦ୍ରମଣି ଅପହରଣ ପ୍ରସଙ୍ଗ ଭାବରେ ବର୍ଣ୍ଣନା କରିଛନ୍ତି । ସିଲା ପରି ନନ୍ଦିକେଶ୍ବରୀ ମଧ୍ୟ ଉପେକ୍ଷିତା ହୋଇ ଆତ୍ମହତ୍ୟା କରିଛି । ସିଲା ସମୁଦ୍ରକୁ ଡେଇଁ ଆତ୍ମହତ୍ୟା କରିଥିଲାବେଳେ ନନ୍ଦିକା ପିତାଙ୍କ ଉଦ୍ଦେଶ୍ୟରେ ଏକ ହୃଦୟ ବିଦାରକ ପତ୍ର ଲେଖୁ ଆତ୍ମହତ୍ୟା କରିଛନ୍ତି । କବିଙ୍କ ଭାଷାରେ –

‘‘ ଫୁଟିଥିଲା ଯାହା ବାଲ୍ୟରୁ ବଉଳି
ରୂପ-ପୁଷ୍ପ ଗଲା ନିମିଷେ ମଉଳି ।
ମଉଳଇ ନବମାଳିକା ଯେମନ୍ତ,
ମୂଳ କାଟିଦେଲେ ବଲ୍ଲୀକ ଦୂରନ୍ତ।’’

ପିତାଙ୍କ ପାଖକୁ ପ୍ରେରିତ ପତ୍ରରେ କବିଙ୍କ ଭାଷା ନନ୍ଦିକେଶ୍ଵରୀ ଉଲ୍ଲେଖ କରିଛନ୍ତି ।

“ ତାତ ଜୀବଲୀଳା ସରୁଛି ମୋହର,
ଅନ୍ତଃମେ ବନ୍ଦିଲି ତୁମ୍ଭ ଶ୍ରୀପୟର ।
ଶିରେ ଘେନି ଯାଉଅଛି ପାପଭାଗ
ତହିଁ, ଯହିଁ ଚିର-ମୁକ୍ତ କୃପାଦ୍ଵାର।’’

‘ନନ୍ଦିକେଶ୍ଵରୀ’ କାବ୍ୟର ସଫଳତା କବିଙ୍କର ବର୍ଣ୍ଣନା ବିଳାସର ଚାତୁର୍ଯ୍ୟ ଉପରେ ନିର୍ଭରଶୀଳ । ପାଶ୍ଚାତ୍ୟ ସାହିତ୍ୟ କଥାବସ୍ତୁ ଆହରଣ କଲେ ମଧ୍ୟ ତାକୁ ଉତ୍କଳୀୟ ପଟ୍ଟଭୂମିରେ ସ୍ଥାନିତ କରି ସେ ତାଙ୍କ କବିତ୍ଵର ସଫଳ ନିଦର୍ଶନ ଦେଇଛନ୍ତି । ପ୍ରକୃତି ବର୍ଣ୍ଣନା, କଥାବସ୍ତୁର ବର୍ଣ୍ଣନା, ସର୍ବୋପରି ସୁସଂଯୋଜନାରେ କବିବରଙ୍କ ଏହି ଅନନ୍ୟ କୃତିଟି ଯେତିକି ବର୍ଣ୍ଣନାଧର୍ମୀ ସେତିକି ଆବେଗଧର୍ମୀ । କବିଙ୍କ ଏହି କଳ୍ପନା ଭ୍ରାନ୍ତପୂର୍ଣ୍ଣ ବୋଲି ହୃଦ୍‌ବୋଧନ ହୁଏନା; ବରଂ କିମ୍ବଦନ୍ତୀର ଅଶ୍ରାରେ କବିଙ୍କ ବର୍ଣ୍ଣନା ବିଳାସରେ ଏହା ଅଭ୍ରାନ୍ତ ମନେହୁଏ । ବାସ୍ତବିକ କବିକଳ୍ପନା ଯୁକ୍ତିସଙ୍ଗତ ଓ ଅଭ୍ରାନ୍ତ ।

Question 7.
‘ନନ୍ଦିକେଶ୍ଵରୀ’ କାବ୍ୟରେ ବର୍ଣ୍ଣିତ ମନୋରମ ସାଂଧ୍ଯ ପ୍ରକୃତିର ଚିତ୍ର ପ୍ରଦାନ କର । କିମ୍ବା, ‘ନନ୍ଦିକେଶ୍ଵରୀ’ କାବ୍ୟରେ ରାଧାନାଥଙ୍କ ପ୍ରକୃତି ଚିତ୍ରଣର ଅଭିନବତା ବର୍ଣ୍ଣନା କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟର ଉନ୍ମେଷ ଲଗ୍ନରେ ଯେଉଁ ସ୍ରଷ୍ଟାଙ୍କର କଳା-କାରିଗରୀ, ପ୍ରତିଭାର ଚମତ୍କାରୀ ତାଙ୍କୁ ସ୍ମରଣୀୟ ଓ ସ୍ବତନ୍ତ୍ର କରି ରଖୁଛି । ସେ ନିଶ୍ଚରେ ନବଚେତନାର ବାର୍ତ୍ତାବହ କବିବର ରାଧାନାଥ ରାୟ । ତାଙ୍କ କାବ୍ୟ କୁସୁମ ଲାଭ କରି ଓଡ଼ିଆ ଭାଷା ସାହିତ୍ୟ ଯେମିତି ହୋଇଛି ବର୍ଣ୍ଣମୟ ସେମିତି ହୋଇଛି ବୈଚିତ୍ରପୂର୍ଣ୍ଣ ।

ତାଙ୍କ କାବ୍ୟଗୁଡ଼ିକ ମଧ୍ୟରୁ ‘ଚନ୍ଦ୍ରଭାଗା’, ‘ଚିଲିକା’, ‘ନନ୍ଦିକେଶ୍ଵରୀ’, ‘ମହାଯାତ୍ରା’, ‘ଦରବାର’, ‘କେଦାରଗୌରୀ’, ‘ଯଯାତିକେଶରୀ’, ‘ପାର୍ବତୀ’, ‘ଉଷା’ ଆଦି ଅନ୍ୟତମ । ଆଲୋଚ୍ୟ ‘ନନ୍ଦିକେଶ୍ଵରୀ’ ତାଙ୍କର ଅନ୍ୟ ଏକ ଚର୍ଚ୍ଚିତ କାବ୍ୟ । ଏହା ୧୮୮୭ ମସିହାରେ ପ୍ରକାଶ ପାଇଥିଲା ।

ପ୍ରାଚ୍ୟ ପାଶ୍ଚତ୍ୟର ଅପୂର୍ବ ମିଳନରେ ରାଧାନାଥଙ୍କ ସୃଷ୍ଟି ଯେମିତି ଲୋକପ୍ରିୟ ହୋଇଥିଲା ସେମିତି ହୋଇଥୁଲା ଚିତ୍ତାକର୍ଷକ । ରାଧାନାଥ ପାଶ୍ଚାତ୍ୟରୁ କଥାବସ୍ତୁ ଗ୍ରହଣ କରିଥିଲେ ମଧ୍ୟ ପ୍ରକୃତିର ଆକର୍ଷଣକୁ ସେ ଏଡ଼ାଇ ଦେଇ ଯାଇନାହାନ୍ତି । ରୀତି ସାହିତ୍ୟର ପ୍ରକୃତି ବର୍ଣ୍ଣନାର ଧାରାରୁ ମୁକୁଳି ଯାଇ ଭିନ୍ନ ଓ ନବ ଭାବନାର ଉଦ୍ରେକ କରାଇଛନ୍ତି ରାଧାନାଥ ରାୟ । ରୀତି ସାହିତ୍ୟରେ ଋତୁ ବର୍ଣ୍ଣନା, ସରୋବର ବର୍ଣ୍ଣନା, ପ୍ରାତ-ସଞ୍ଜର ବର୍ଣ୍ଣନା ଆଦି ବାହ୍ୟ ପ୍ରକୃତିର ବର୍ଣ୍ଣନା ଥିଲା ସେଇ କାଳର କବିମାନଙ୍କ ବର୍ଣ୍ଣନାସ୍ଥଳୀ । ମାତ୍ର ରାଧାନାଥ ରାୟ ପ୍ରକୃତି ବର୍ଣ୍ଣନାରେ ତାହା ମାନବିକ ଗୁଣରେ ବିଭୂଷିତ, ତାହା ଜଡ଼ ନୁହେଁ କି ନିର୍ବାକ୍ ନୁହେଁ । ବାହ୍ୟ ପ୍ରକୃତି ଓ ଅନ୍ତଃପ୍ରକୃତିର ସମନ୍ଵୟରେ କବିଙ୍କ ‘ନନ୍ଦିକେଶ୍ବରୀ’ କାବ୍ୟ ହୋଇଉଠିଛି ପ୍ରାଣବନ୍ତ । ତାଙ୍କ ପ୍ରକୃତି କେବଳ ଭୂଗୋଳର ନିର୍ଜୀବ ବିଷୟ ନୁହେଁ; ବରଂ ବର୍ଣ୍ଣନାର ରସବତା ପାଠକକୁ ଆଲୋଡି଼ତ ଓ ପ୍ରଭାବିତ କରେ ।

ପ୍ରଥମ ସର୍ଗରେ ବିଭିନ୍ନ ସ୍ଥାନର ବର୍ଣ୍ଣନା ଅପୂର୍ବଶ୍ରୀ ଧାରଣ କରିଛି । ସତ୍ତାହୀନ ଜଡ଼ ଜୀବନହୀନ ପ୍ରକୃତି ପ୍ରାଣ ପାଇ ସଚଳ ହୋଇଉଠିଛି ରାଧାନାଥଙ୍କ ବର୍ଣ୍ଣନାରେ । କବିଙ୍କ ଭାଷାରେ –

‘‘ ପରସ୍ପରେ ଭୁଜ ଛନ୍ଦିବାରେ ସଦା
ଚମ୍ପାକୃତ ଯହିଁ ବଳାରି ଶରଧା ।’’
X X X X X
‘‘ କୋଠରଙ୍ଗ ଯହିଁ ବଦନ ବିଜନେ
ଧଉଳି ଦେଖଇ ଦୟା – ଦରପଣେ ।
ରାହାଙ୍ଗ ରଚନ୍ତି ଯହିଁ କେଳି-କଳା
ଇଜଳ-ନିକୁଞ୍ଜେ କଜ୍ଵଳ-କୁନ୍ତଳା ।’’

ସେହିପରି ସପ୍ତକୋଷୀ ଗଣ୍ଡର ବର୍ଣ୍ଣନାରେ କବିଙ୍କ ଲେଖନୀ ସେହିପରି ଜୀବନ୍ତ ହୋଇଉଠିଛି । କବିଙ୍କ ଭାଷାରେ –

‘‘ ସପ୍ତକ୍ରୋଶୀ ଗଣ୍ଡ ରାଜେ ଶୈଳ-କୁଞ୍ଜେ
ସୁଶୀତଳ ତୁଙ୍ଗ ଶୈଳଚ୍ଛାୟା ପୁଞ୍ଜେ
ନିର୍ଜନେ ଦିଅନ୍ତି ବନହୁମାବଳୀ
ଜଳ-ଦେବତାଙ୍କୁ ଯହିଁ ପୁଷ୍ପାଞ୍ଜଳି ।
ତହିଁ ମହାନଦୀ – ପ୍ରବାହେ ନିଦାଘେ
ପ୍ରିୟା-ସଙ୍ଗେ ଖେଳୁଥିଲା ଅନୁରାଗେ ।’’

ଉତ୍କଳର ବିଭିନ୍ନ ନଦନଦୀ, ହ୍ରଦ, ପ୍ରପାତ ବର୍ଣ୍ଣନାରେ ମଧ୍ଯ କବି ଅପୂର୍ବ କଳାକୌଶଳର ପରିଚୟ ଦେଇଛନ୍ତି । ଯାହା ଯେତିକି ବାସ୍ତବ ଚିତ୍ର ବହନ କରୁଛି ସେତିକି ପ୍ରକୃତିକୁ କବିଙ୍କ ଦୃଷ୍ଟିରେ ପାଠକ ପାଖରେ ତୋଳି ଧରିବାରେ ‘ନନ୍ଦିକେଶ୍ୱରୀ’ କାବ୍ୟ ସଫଳ ହେଉଛି । କବିଙ୍କ ବର୍ଣ୍ଣନାରେ ବୈତରଣୀ ଉତ୍କଳର ଗଡ଼ଖାଇ ସଦୃଶ । ବଳାଙ୍ଗୀ ନଦୀ ଉତ୍କଳ ହେମସୀମାନ୍ତ ରୂପିଣୀ ଶୋଭାପାଉଛି । ପ୍ରଧାନପାଟର ବର୍ଣ୍ଣନାରେ କବି ରାଧାନାଥ ରାୟ ଲେଖୁଛନ୍ତି –

‘‘ ପ୍ରଧାନ-ପାଟର ପ୍ରପାତ ଭୀଷଣ
ନିର୍ଜନ ଗହଳେ ଗର୍ଜେ ଅନୁକ୍ଷଣ ।
X X X X
ଯହିଁ କେଳିଲୋଳ-ଜଳଦେବୀ – କେଳି
ଉପୁଯାଏ ଶତ ସଲିଳ-ହାବେଳି ।”

ଦ୍ଵିତୀୟ ସର୍ଗରେ ମଧ୍ୟ କବି ସେହିପରି ସନ୍ଧ୍ୟାର ଅପୂର୍ବ ଶୋଭା ବର୍ଣ୍ଣନା କରିଛନ୍ତି । ଆକାଶ-ପୃଥ‌ିବୀ, ଜଳ-ସ୍ଥଳ, ସ୍ଵର୍ଣ୍ଣାଭରଙ୍ଗ ଧାରଣ କରିଛି ସୂର୍ଯ୍ୟାସ୍ତ ସମୟରେ । ଏହି ସନ୍ଧ୍ୟାର ବର୍ଣ୍ଣନା ଯେମିତି ହୃଦୟସ୍ପର୍ଶୀ ସେମିତି ଭାବଗର୍ଭକ । କବିଙ୍କ ଭାଷାରେ –

‘‘ଚାହୁଁ ଚାହୁଁ ରବି ହେଲେ ଅସ୍ତମିତ,
ପଶ୍ଚିମାଶା ହେଲା କୁଙ୍କୁମେ ଛୁରିତ,
କେତେ ରୂପ ଧରୁଅଛି ଚକ୍ରବାଳ,
ଦେଖାଉଛି ନବ ନବ ଇନ୍ଦ୍ରଜାଲ |
ରକ୍ତ, ପୀତ, ନୀଳେ ଚିତ୍ରକରି ନଭ
ଭିଆଇଛି ନନାବର୍ଷେ ବର୍ଣ୍ଣୋତ୍ସବ ।’

‘ନନ୍ଦିକେଶ୍ୱରୀ’ ବାସ୍ତବିକ୍ କବିଙ୍କ ପ୍ରକୃତି ବର୍ଣ୍ଣନାର ଏକ ନିଖୁଣ ପରିପାଟୀର ପରିଚୟ । ମାନବିକ ଆବେଦନ, ବାହ୍ୟ ଓ ଅନ୍ତଃ ପ୍ରକୃତିର ସମନ୍ଵୟ ତାଙ୍କ କାବ୍ୟକୁ କରିଛି ବଳିଷ୍ଠ । ପ୍ରକୃତିର ଅପରୂପ ବର୍ଣ୍ଣନରେ ରାଧାନାଥ ଖୁବ୍ ସିଦ୍ଧହସ୍ତ ।

Question 8.
‘ନନ୍ଦିକେଶ୍ଵରୀ’ କାବ୍ୟରୁ କବିଙ୍କର ଜାତୀୟତା ଭାବର ପରିଚୟ ଦିଅ ।
Answer:
କବି ରାଧାନାଥ ପରାଧୀନ ଓଡ଼ିଶାରେ ଜନ୍ମଲାଭ କରିଥିଲେ । ତାଙ୍କ ଜନ୍ମର ୪୫ ବର୍ଷ ପୂର୍ବରୁ ୧୮୦୩ ମସିହାରେ ଇଂରେଜ ସରକାର ଓଡ଼ିଶା ଶାସନର ଅଧିକାରୀ ହୋଇସାରିଥିଲେ । ୧୮୧୭ ମସିହାରେ ପାଇକ ବିଦ୍ରୋହ ପରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟର ମର୍ଯ୍ୟାଦା ହରାଇ ବସିଲା । ଓଡ଼ିଆଜାତି ଭୀରୁ କାପୁରୁଷ ଭାବରେ ଜୀବନଯାପନ କଲେ । ବନ୍ୟା, ବାତ୍ୟା, ମରୁଡ଼ି ଆଦି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାକୁ ଭାଙ୍ଗିପକାଇଲା । ଏହିପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ରାଧାନାଥ କଲମ ଚାଳନା କରିଛନ୍ତି । ଜଣେ ସଚେତନ କାବ୍ୟପୁରୁଷ ଭାବରେ ସେ ଓଡ଼ିଆ ଜାତିକୁ ଜାଗ୍ରତ କରିବାପାଇଁ ଚେଷ୍ଟା କରିଛନ୍ତି । କାବ୍ୟରେ ଜାତୀୟତାର ସ୍ପର୍ଶ ଅଙ୍କନ କରିଛନ୍ତି ସୁନ୍ଦର ଭାବରେ । କାବ୍ୟଟିରେ ଓଡ଼ିଶାର ଭୌଗୋଳିକ ସୀମାକୁ ସେ ଦର୍ଶାଇଛନ୍ତି ଅତି ସୂକ୍ଷ୍ମ ଭାବରେ ।

ଆଲୋଚ୍ୟ ନନ୍ଦୀକେଶ୍ଵରୀ କାବ୍ୟରେ କବି ସୁବର୍ଣ୍ଣକେଶରୀଙ୍କ ସେନାବାହିନୀରେ ସାରା ଓଡ଼ିଶାର ଛୋଟ ଛୋଟ ରାଜ୍ୟର ସେନାମାନଙ୍କୁ ସାମିଲ କରାଇଛନ୍ତି । ଆଳି, କନିକା, କୁଜଙ୍ଗ, ହରିଶପୁର, ସାଲେପୁର, କେନ୍ଦ୍ରାପଡ଼ା, ନିଆଳି, ଅସ୍ତରଙ୍ଗ, ଚଉଦ୍ଵାର, ଢେଙ୍କାନାଳ, ଦର୍ପଣୀ, ବାଣପୁର, ଖଲ୍ଲିକୋଟ, ମଞ୍ଜୁଷା, ତାଳଚେର ଆଦି ଅଞ୍ଚଳର ସେନାମାନଙ୍କର ବୀରତ୍ଵ ଗାନ କରିବା ସହିତ, ସେହି ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମଧ୍ୟ ବର୍ଣ୍ଣନା କରିଛନ୍ତି ।

ମହାନଦୀ ଉତ୍କଳକୁ ଧନ୍ୟ କରିଛି । ମହାନଦୀ ସମେତ ଆହୁରି ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ବର୍ଣ୍ଣନା ଦେଇଛନ୍ତି । ଏହା ସହିତ ନୀଳମାଧବ, ଭଟ୍ଟାରିକା, ଚର୍ଚ୍ଚିକା, ସିଂହନାଥ ଓ ଧବଳେଶ୍ଵର ଆଦି ଅଧିକାଂଶ ଧାର୍ମିକପୀଠ ମହାନଦୀ ତୀରରେ ଅବସ୍ଥିତ । ଏଇ ନଦୀକୂଳର ତୀର୍ଥ ସ୍ଥାନଗୁଡ଼ିକ ଯେମିତି ପବିତ୍ର ସେମିତି ମଧ୍ଯ ପ୍ରସିଦ୍ଧ ।
କବି କାବ୍ୟରେ ଯେଉଁ ଭୌଗୋଳିକ ସୀମାର ପରିଚୟ ଦେଇଛନ୍ତି, ତା’ର ମୂଳ କାରଣ ହେଉଛି ଜାତୀୟତାବୋଧର ଉଦ୍ରେକ । ଏତେ ପ୍ରଜ୍ଞା, ଏତେ ପ୍ରୌଢ଼ ଓ ଏତେ ସୌନ୍ଦର୍ଯ୍ୟରେ ଭରପୂର ହୋଇଥିବା ଓଡ଼ିଶା କଦାପି କୌଣସି ଗୁଣରେ ଚୂନ ନୁହେଁ ।

କବିବରଙ୍କର ନନ୍ଦିକେଶ୍ଵରୀ କାବ୍ୟଟି ଏକ ସାର୍ଥକ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ କାବ୍ୟ ।

Question 9.
ଐତିହାସିକ ସତ୍ୟତା ନୁହେଁ, କଳାତ୍ମକ ଆଭିମୁଖ୍ୟ ହିଁ ନନ୍ଦିକେଶ୍ଵରୀ କାବ୍ୟର ମୂଳାଧାର – ପ୍ରତିପାଦନ କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟରେ ରାଧାନାଥ ହେଉଛନ୍ତି ପ୍ରାତଃ ସ୍ମରଣୀୟ । ସାହିତ୍ୟକୁ ସେ ରୀତି କବିମାନଙ୍କ ପାରମ୍ପରିକ ରଚନାରୁ ମୁକ୍ତ କରି ନୂତନ ମାର୍ଗରେ ନେଇଯାଇଛନ୍ତି । ଉକ୍ତ ନନ୍ଦିକେଶ୍ଵରୀ କାବ୍ୟଟି କବିଙ୍କର ତୃତୀୟ ସୃଷ୍ଟି । କାବ୍ୟଟି ଐତିହାସିକ ପୃଷ୍ଠଭୂମିରେ ରଚିତ, ମାତ୍ର ଏଥୁରେ ଐତିହାସିକ ସତ୍ୟତା ପ୍ରତିପାଦନ କରିବା କବିଙ୍କର ଲକ୍ଷ୍ୟ ନୁହେଁ । ଏହା ଏକ ନିଖୁଣ କଳାତ୍ମକ କାବ୍ୟ; ଯେଉଁଥିରେ କବିଙ୍କର ସୂକ୍ଷ୍ମ ଉପସ୍ଥାପନ ଦେଖିବାକୁ ମିଳିଥାଏ । ମାତ୍ର କବି ଏତେ ସୂକ୍ଷ୍ମ ଭାବରେ ଇତିହାସର ଚରିତ୍ର ସହିତ କାଳ୍ପନିକ ଚରିତ୍ରର ମିଶ୍ରଣ କରିଛନ୍ତି, ତାହା ସତ୍ୟ ଘଟଣା ପରି ପ୍ରତୀୟମାନ ହୋଇଥାଏ ।

ନନ୍ଦିକେଶ୍ଵରୀ କାବ୍ୟଟି ପାଇଁ ମୂଳକଥାବସ୍ତୁ ସେ ଆଣିଛନ୍ତି ଓଭିଡ଼ିଙ୍କ ‘ମେଟାମରଫୋସିସ୍’ କାହାଣୀରୁ ଓ କାବ୍ୟନାୟିକା ନନ୍ଦିକାର ଆତ୍ମହତ୍ୟା ଘଟଣା ପାଇଁ ସେ ବାଇରଙ୍କୁ ଅନୁସରଣ କରିଛନ୍ତି । ଉକ୍ତ ଦୁଇ ବିଦେଶୀ କଥାବସ୍ତୁକୁ ଆଣି ସେ ଓଡ଼ିଶା ଇତିହାସର ଚୋଡ଼ଗଙ୍ଗଦେବ ଓ ସୁବର୍ଣ୍ଣକେଶରୀଙ୍କ ସହ ମିଶେଇ ଦେଇଛନ୍ତି । ମାଦଳାପାଞ୍ଜିର ବାସୁଦେବ କାହାଣୀ ଓ କଟକର ନନ୍ଦିକେଶ୍ୱରୀ ପଠା, କାବ୍ୟଟିକୁ ଆହୁରି ସୁନ୍ଦର କରିପାରିଛି । ଚୋରଗଙ୍ଗ ଓ ସୁବର୍ଣ୍ଣକେଶରୀଙ୍କ ଭିଭିଭୂମି ଉପରେ ସେ ମିନ୍ସ ଓ ନିମସ୍‌ଙ୍କ ଯଥାକ୍ରମେ ଆରୋପିତ କରିଛନ୍ତି ଓ ଗ୍ରୀକ୍ କାହାଣୀର ରାଜକୁମାରୀ ସିଲା ପରିବର୍ତ୍ତେ ସେ ନନ୍ଦିକାଙ୍କୁ ଆଣିଛନ୍ତି ଏବଂ ଏହି ନନ୍ଦିକା ଚରିତ୍ରଟି ସମ୍ପୂର୍ଣ୍ଣ ଭାବରେ କାଳ୍ପନିକ ।

ଚୋଡ଼ଗଙ୍ଗଙ୍କୁ ଗଙ୍ଗାଙ୍କର ଆଶୀର୍ବାଦ ହେଉ କିମ୍ବା ସୁବର୍ଣ୍ଣକେଶରୀଙ୍କୁ ଚଣ୍ଡିକାଙ୍କର ଚୈତ୍ରମଣି ଦାନ, କୌଣସିଟିରେ ଆମେ ଇତିହାସର ସତ୍ୟତା ପାଇବା ନାହିଁ । ମାତ୍ର ଏହିସବୁ ପ୍ରସଙ୍ଗ କାବ୍ୟଟିକୁ ଭାବାତ୍ମକ କରିଛି ଓ ଦୈବୀଶକ୍ତିର ଅଲୌକିକତାକୁ ସମର୍ଥନ କରୁଛି । ସେହିପରି ଭାବରେ ନନ୍ଦିକା ପିତାଙ୍କ ଜୈତ୍ରମଣିକୁ ହସ୍ତଗତ କରି ଚୋଡ଼ଗଙ୍ଗଙ୍କୁ ଉତ୍କଳର ଏକଚ୍ଛତ୍ରପତି କରିବା ଉଦ୍ଦେଶ୍ୟରେ ଯାଇ ପହଞ୍ଚିଛି ଚୋଡ଼ଗଙ୍ଗ ପାଖରେ । ସେ ଜୈତ୍ରମଣିକୁ ତାଙ୍କ ପାତତଳେ ଥୋଇଦେଇ ପ୍ରେମଭିକ୍ଷା କରିଛି । ସେତେବେଳେ ଚୋଡ଼ଗଙ୍ଗ କେଶରୀ ବଂଶର କୀର୍ତ୍ତି ବର୍ଣ୍ଣନା କରି ତାକୁ ଭତ୍ସନା କରିଛନ୍ତି । ପୁନଶ୍ଚ, ପିତୃଦ୍ରୋହୀ, ଦେଶଦ୍ରୋହୀ, ରାଜଦ୍ରୋହୀ ଏପରି ତିନୋଟି ପାପରେ ଭାଗିନୀ ବୋଲି କହିଛନ୍ତି । ପୁନଶ୍ଚ ଚୈତ୍ରମଣି ସହ ନନ୍ଦିକାକୁ ଶିବିକାରେ ବିଡ଼ାନାସୀ ପଠାଇ ଦେଉଛନ୍ତି । ନନ୍ଦିକା ପିତାଙ୍କ ଉଦ୍ଦେଶ୍ୟରେ ପତ୍ରଟିଏ ଲେଖ୍ ଆତ୍ମହତ୍ୟା କରୁଛି ଏବଂ ପତ୍ରରେ ନନ୍ଦିକାର ଅନୁରୋଧ କ୍ରମେ ସୁବର୍ଣ୍ଣକେଶରୀ ଚୋଡ଼ଗଙ୍ଗଙ୍କୁ ରାଜ୍ୟ ସମର୍ପଣ କରିଛନ୍ତି । କନ୍ୟାର ଅନ୍ତମ କ୍ରିୟାକରି ସେଠାରେ ମନ୍ଦିରଟିଏ ନିର୍ମାଣ କରୁଛନ୍ତି ଓ ଶେଷରେ ସନ୍ନ୍ୟାସ ଜୀବନ ବିତାଇଛନ୍ତି ।

ଏ ସମସ୍ତ ଘଟଣାରେ କୌଣସି ଐତିହାସିକ ସତ୍ୟନା ନାହିଁ । ମାତ୍ର ଏସବୁ ଘଟଣାକୁ କବି ଏପରି ଭାବରେ ଗୁନ୍ଥିଛନ୍ତି, ଯାହା ପାଠକ ମନରେ ଆନ୍ଦୋଳନ ସୃଷ୍ଟିକରେ । ତେଣୁ ଏହି କାବ୍ୟ ଓ ଐତିହାସିକ ସତ୍ୟତା ନୁହେଁ ବରଂ କଳାତ୍ମକ ଆଭିମୁଖ୍ୟ ହିଁ କାବ୍ୟର ମୂଳଧାରା ।

Question 10.
‘ନନ୍ଦିକେଶ୍ଵରୀ’ କାବ୍ୟରୁ କବିଙ୍କ ଭୌଗୋଳିକ ଦୃଷ୍ଟିର ପରିଚୟ ଦିଅ ।
Answer:
ରୀତି ସାହିତ୍ୟ ଛନ୍ଦ ଅଳଙ୍କାର ଶବ୍ଦ କାରିଗରୀପୂର୍ଣ୍ଣ ଧାରାରୁ ଓଡ଼ିଆ କାବ୍ୟକୁ ମୁକୁଳେଇ ନେଇ ନବଚେତନାର ମନ୍ତ୍ରରେ ଦୀକ୍ଷିତ କରିଥିବା ଜଣେ ଅନନ୍ୟ କାବ୍ୟ କଳାକାର ଥିଲେ କବିବର ରାଧାନାଥ ରାୟ । ରାଧାନାଥ ସ୍ବକୀୟ ପ୍ରତିଭାରେ ସ୍ୱୀୟ ପଦାଙ୍କ ଅଙ୍କନ କରି ଅନ୍ୟମାନଙ୍କ ପାଇଁ ଯୁଗପ୍ରବର୍ତ୍ତକ ଆଦର୍ଶ ହୋଇଛନ୍ତି । ତାଙ୍କ କାବ୍ୟକୁସୁମ ଲାଭକରି ଓଡ଼ିଆ କାବ୍ୟମାଳା ଯେମିତି ହୋଇଛି ବର୍ଣ୍ଣମୟ ସେମିତି ହୋଇଛି ସୁରଭିଯୁକ୍ତ । ଏହି କାବ୍ୟକୁସୁମ ମଧ୍ୟରୁ ‘ନନ୍ଦିକେଶ୍ୱରୀ’ ଅନ୍ୟତମ ସାର୍ଥକ କାବ୍ୟକର୍ମ ।

ଏହି ‘ନନ୍ଦିକେଶ୍ୱରୀ’ କାବ୍ୟରୁ ତାଙ୍କର ଉତ୍କଳୀୟ ପ୍ରୀତି ପରିଲକ୍ଷିତ ହୋଇଥାଏ । କିମ୍ବଦନ୍ତୀ, ଲୋକକଥାର ଆଧାରରେ ଲିଖ୍ତ ହେଲେହେଁ କବି ନିଜ ମାତୃଭୂମିର ଜୟଗାନ କରିବାକୁ କୌଣସି ସୁଯୋଗକୁ ହାତଛଡ଼ା କରିନାହାନ୍ତି । ଉତ୍କଳର ଚାରୁଚିତ୍ର, ନଦନଦୀ, ଗିରିକନ୍ଦର, ସାଗରହ୍ରଦ ସମସ୍ତେ କବିଙ୍କ ବର୍ଣ୍ଣନାରେ ମହାନ୍ ହୋଇଯାଇଛନ୍ତି ।

ଦାକ୍ଷିଣାତ୍ୟର ରାଜା ଚୋଡ଼ଗଙ୍ଗ ଉତ୍କଳ ପ୍ରଦେଶ ଅଧିକାର ଆଶାରେ ଏଠାରେ ରହି ବହୁଦିନ ଯୁଦ୍ଧ କରିଛନ୍ତି । ଚୋଡ଼ଗଙ୍ଗଙ୍କୁ ବାଧାଦେବା ଉଦ୍ଦେଶ୍ୟରେ କେବଳ ସୁବର୍ଷକେଶରୀ ନୁହଁନ୍ତି, ଉତ୍କଳର ଅନ୍ୟ ଅଞ୍ଚଳରୁ ମଧ୍ଯ ବୀର ସୈନ୍ୟମାନେ ଆସି ପ୍ରାଣପାତ କରିଛନ୍ତି । ଏହି ପ୍ରସଙ୍ଗରେ କବି ଉତ୍କଳର ବହୁ ଅଞ୍ଚଳର ନାମ, ସେହି ସ୍ଥାନର ବୈଶିଷ୍ଟ୍ୟ, ସେଠାକାର ଦେବଦେବୀଙ୍କ ପରିଚୟ ମଧ୍ୟ ଦେଇଛନ୍ତି । ଯାହା ତାଙ୍କର ଭୌଗୋଳିକ ଜ୍ଞାନର ଏକ ଅନୁପମ ନିଦର୍ଶନ । ହେନ୍ତାଳବନସ୍ଥ ଅଞ୍ଚଳ, କନିକା, କୁଜଙ୍ଗ, ମରିଚ-ହରିଶପୁର, ଅସ୍ତରଙ୍ଗ ଆଦିର ସୈନ୍ୟମାନେ ଯୁଦ୍ଧରେ ଯୋଗ ଦେଇଛନ୍ତି । ଏହି ସବୁ କ୍ଷେତ୍ରରେ ସୈନ୍ୟମାନେ ମହାବୀର । କବିଙ୍କ ବର୍ଣ୍ଣନାରେ –

“ବରାହ-ପାଳିତ ବାଲିପୂର୍ଣ୍ଣ ଆଳି
କ୍ଷତ୍ରବୃନ୍ଦ ଯା’ର ମହାବୀର୍ଯ୍ୟଶାଳୀ ।’’

କେନ୍ଦ୍ରାପଡ଼ା, ଅସୁରେଶ୍ୱର, ସାଲେପୁର, ଚଉଦ୍ଵାର, ଉତ୍ତରକୋଶଳା, ଛତିଆ, ମହାବିନାୟକ, ଅଳତୀ, ବିରଜାମଣ୍ଡଳ, ଭଦ୍ରକ, ସୋର, ନୀଳଗିରି, ସ୍ଵର୍ଣ୍ଣଚୂଡ଼ ପୁନଙ୍ଗ, ପ୍ରାଚୀ ତୀରବର୍ତ୍ତୀ ଅଞ୍ଚଳ ନିଆଳି, ଧଉଳି, ପାରିକୁଦ, ଦାଣ୍ଡିମାଳ, ଖଣ୍ଡଗିରି, ଖଲ୍ଲିକୋଟ, ମଞ୍ଜୁଷା ଆଦିର ବୀରମାନେ ମାତୃଭୂମି ପାଇଁ ଯୁଦ୍ଧକରି ପ୍ରେତପୁର ଗମନ କରିଛନ୍ତି । କବିଙ୍କ ଭାଷାରେ – “

“ଏହି ଦେଶ ଅନ୍ୟ ଦେଶବାସୀ ଶୂର
କାଠଯୋଡ଼ି-ତୀରେ ଗଲେ ପ୍ରେତପୁର ।’’

ଏସବୁ ଅଞ୍ଚଳ ବ୍ୟତୀତ ଗଡ଼ଜାତର କନ୍ଧ, ଶବରମାନେ ଯୁଦ୍ଧରୁ ବାଦ୍ ଯାଇନାହାନ୍ତି । ରାଧାନାଥ ସେଥ‌ିପାଇଁ ଲେଖୁଛନ୍ତି –

“ମାଲ୍ୟଗିରିବାସୀ ଦୁର୍ଘର୍ଷ ଜୁଆଙ୍ଗ
କେତେ ହେଲେ ରଣଭୂମେ ବିକଳାଙ୍ଗ ।’’

ହରିଦ୍ରା ଏବଂ ହରିତ ଅତ୍ୟଧ୍ଵ ହେଉଥିବା କନ୍ଧମାଳ, ତାଳଚେର, କପିଳାସ ଖୋଲର ଶବର, ଢେଙ୍କାନାଳ, ସପ୍ତକ୍ରୋଶୀ ଆଦି ଅଞ୍ଚଳର ସୈନିକମାନେ ଏଠାରେ ବୀରତ୍ଵର ସହ ଯୁଦ୍ଧକରି ଯୁଦ୍ଧକ୍ଷେତ୍ରରେ ସମାଧ୍ ଲଭିଛନ୍ତି । କବି ଏଠାରେ ଉଭୟ ପକ୍ଷର ସୈନିକମାନଙ୍କର କଥା ଉଲ୍ଲେଖ କରି ଗାଇଛନ୍ତି –

“ ତହିଁ ବେନିପକ୍ଷେ ଋଣଦେବୀଙ୍କର
ସ୍ଵଶିର-କମଳେ ପୁଜିଲେ ପୟର
ଜୀବନେ ହେଲେ ହେଁ ପରସ୍ପରେ ବାଦୀ
ମରଣେ ଲଭିଲେ ଏକତ୍ର ସମାଧ୍ ।’’

କବିଙ୍କ ବର୍ଣ୍ଣନାରେ ଏହି ଉତ୍କଳଭୂମି ବୀରଭୂମି । ଏହାର ସୈନ୍ୟମାନେ ବୀର ସୈନିକ । ମାତୃଭୂମିର ସମ୍ମାନ ପାଇଁ ଜୀବନ ତ୍ୟାଗ କରିବାକୁ ସେମାନେ ପଛାଇନାହାନ୍ତି । ତେବେ ଏହାର କଥାବସ୍ତୁ ବର୍ଣ୍ଣନା ପ୍ରସଙ୍ଗରେ ରାଧାନାଥ ଉତ୍କଳର ନଦନଦୀ, ବଣପାହାଡ଼ ଓ ଦେବଦେବୀଙ୍କର ମଧ୍ୟ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି । ଉତ୍କଳର ମାଟି ପାଣି ପବନର ମହକ ମହକିତ ହୋଇଉଠେ ନନ୍ଦିକେଶ୍ଵରୀ କାବ୍ୟରେ । ଉତ୍କଳର ବିଭିନ୍ନ ସ୍ଥାନର ସୁନ୍ଦର ବର୍ଣ୍ଣନା କବିଙ୍କ ପ୍ରତିଭାର ଜ୍ଵଳନ୍ତ ପ୍ରମାଣ ବହନ କରେ ।
ବାସ୍ତବିକ୍ କବିଙ୍କ ଭୌଗୋଳିକ ଦୃଷ୍ଟିର ଅସାଧାରଣତ ସର୍ବଜନବିଦିତ ।

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

Question 11.
କବି କଳ୍ପନାର ଏକ ଅଭ୍ରାନ୍ତ ନିଦର୍ଶନ ‘ନନ୍ଦିକେଶ୍ୱରୀ’ – ଆଲୋଚନା କର ।
Answer:
ଆଧୁନିକ ସାହିତ୍ୟ କ୍ଷେତ୍ରରେ କବିବର ରାଧାନାଥ ରାୟ ସ୍ବୟଂ ଏକ ବୈଚିତ୍ର କହିଲେ ଅତ୍ୟୁକ୍ତି ହେବନାହିଁ । ପରମ୍ପରା ଓ ଗତାନୁଗତିକ ନିର୍ବାଚନରୁ ମୁକ୍ତହୋଇ ବୈଚିତ୍ରପୂର୍ଣ୍ଣ ପ୍ରକୃତିବର୍ଣ୍ଣନା ଓ ପ୍ରେମମୂଳକ କାବ୍ୟ ରଚନା କରି ଓଡ଼ିଆ ସାହିତ୍ୟ ଧାରାରେ ନବଚେତନାର ପ୍ରବାହ କରିଥିଲେ ସେ । ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟରୁ ଉପାଦାନ ସଂଗ୍ରହ କରି ଗଢ଼ିଲେ ତାଙ୍କର କାବ୍ୟକୋଣାର୍କ । ତେଣୁ ପ୍ରାଚ୍ୟର ଭିତ୍ତିଭୂମି ଉପରେ ପାଶ୍ଚାତ୍ୟର ପ୍ରଭାବ ତାଙ୍କ ସୃଷ୍ଟିକୁ କରିଛି ଅନନ୍ୟ । ପାଶ୍ଚାତ୍ୟର କଥାବସ୍ତୁକୁ ଉତ୍କଳର କିମ୍ବଦନ୍ତୀ ସହ ମିଶାଇ ଅପୂର୍ବ କଳ୍ପନାଶକ୍ତିର ପ୍ରୟୋଗ ଓ କଳାକୌଶଳର ପ୍ରୟୋଗରେ ଖୁବ୍ ଚମତ୍କାର ସୃଷ୍ଟି ଓଡ଼ିଆ ସାହିତ୍ୟ ଭଣ୍ଡାରରେ ସାଇତି ରଖ୍ ଯାଇଛନ୍ତି । ସେହି ସୃଷ୍ଟିଗୁଡ଼ିକ ମଧ୍ୟରୁ ‘ନନ୍ଦିକେଶ୍ବରୀ’ ଅନ୍ୟତମ ସାର୍ଥକ ସୃଷ୍ଟି ।

କଟକର ଉତ୍ତରରେ ମହାନଦୀର ‘ନନ୍ଦିକେଶ୍ୱରୀ ପଠା’ ନାମରେ ଏକ ପଠା ରହିଛି । ଅଂଶୁପା ହ୍ରଦ ନିକଟରେ ଅବସ୍ଥିତ ‘ସୁବର୍ଣ୍ଣପୁର’ ରାଜା ସୁବର୍ଣ୍ଣକେଶରୀଙ୍କ ନାମାନୁସାରେ ନାମିତ ହୋଇଛି ବୋଲି ବିଶ୍ଵାସ ରହିଛି । ଆହୁରି ମଧ୍ୟ ରହିଛି ‘ବୁଡ଼ଙ୍ଗ ଦହ’ ନାମରେ ଏକ ହ୍ରଦ । କିମ୍ବଦନ୍ତୀ ଓ ଲୋକବିଶ୍ୱାସକୁ ନେଇ କବି ଗଢ଼ିଛନ୍ତି ‘ନନ୍ଦିକେଶ୍ଵରୀ’ କାବ୍ୟ । ନନ୍ଦିକେଶ୍ବରୀ ପଠାର ଏପରି ନାମକରଣ ହେବାରେ ସେ କଳ୍ପନାକୁ ଅଧିକ ଆଶ୍ରୟ କରିଛନ୍ତି । ସେଥ‌ିପାଇଁ ସେ ପାଶ୍ଚାତ୍ୟ ସାହିତ୍ୟର କଥାବସ୍ତୁକୁ ଗ୍ରହଣ କରିଛନ୍ତି ।

ଓଭିଡ୍‌ଙ୍କ ‘ମେଟାମରଫସିସ୍’ କାବ୍ୟମାଳାର ଅଷ୍ଟମ ଆଖ୍ୟାୟିକା “The King Minus and Scylla” ର ଅନୁକରଣରେ ରାଧାନାଥ ରାୟ ‘ନନ୍ଦିକେଶ୍ୱରୀ’ କାବ୍ୟର ପରିକଳ୍ପନା କରିଛନ୍ତି । ରାଜା ମିନସ୍‌ଙ୍କୁ ସେ ଚୋଡ଼ଗଙ୍ଗଦେବ, ରାଜା ନିସସ୍‌ଙ୍କୁ ସୁବର୍ଣ୍ଣକେଶରୀ ଭାବରେ ବର୍ଣ୍ଣନା କରି ରୁଦ୍ଧ ବିଡ଼ାନାସୀକୁ ସେ ମିଗାରେ ଦୁର୍ଗ ଅବରୋଧ ସହ କଳନା କରିଛନ୍ତି । ନିସ୍‌ସଙ୍କ ରାଜକନ୍ୟା ସିଲା ପରି ନନ୍ଦିକେଶ୍ୱରୀ ମଧ୍ୟ ସୁବର୍ଣ୍ଣକେଶରୀଙ୍କ ଏକମାତ୍ର କନ୍ୟା । ସିଲା ସ୍ଵର୍ଣ୍ଣାଭ କେଶଗୁଚ୍ଛ (purple hair) ଅପହରଣ କରିବାକୁ ରାଧାନାଥ ତାହାକୁ ଜୈନ୍ଦ୍ରମଣି ଅପହରଣ ପ୍ରସଙ୍ଗ ଭାବରେ ବର୍ଣ୍ଣନା କରିଛନ୍ତି । ସିଲା ପରି ନନ୍ଦିକେଶ୍ବରୀ ମଧ୍ୟ ଉପେକ୍ଷିତା ହୋଇ ଆତ୍ମହତ୍ୟା କରିଛି । ସିଲା ସମୁଦ୍ରକୁ ଡେଇଁ ଆତ୍ମହତ୍ୟା କରିଥିଲାବେଳେ ନନ୍ଦିକା ପିତାଙ୍କ ଉଦ୍ଦେଶ୍ୟରେ ଏକ ହୃଦୟ ବିଦାରକ ପତ୍ର ଲେଖୁ ଆତ୍ମହତ୍ୟା କରିଛନ୍ତି । କବିଙ୍କ ଭାଷାରେ –

‘‘ ଫୁଟିଥିଲା ଯାହା ବାଲ୍ୟରୁ ବଉଳି
ରୂପ-ପୁଷ୍ପ ଗଲା ନିମିଷେ ମଉଳି ।
ମଉଳଇ ନବମାଳିକା ଯେମନ୍ତ,
ମୂଳ କାଟିଦେଲେ ବଲ୍ଲୀକ ଦୂରନ୍ତ।’’

ପିତାଙ୍କ ପାଖକୁ ପ୍ରେରିତ ପତ୍ରରେ କବିଙ୍କ ଭାଷା ନନ୍ଦିକେଶ୍ଵରୀ ଉଲ୍ଲେଖ କରିଛନ୍ତି ।

“ ତାତ ଜୀବଲୀଳା ସରୁଛି ମୋହର,
ଅନ୍ତଃମେ ବନ୍ଦିଲି ତୁମ୍ଭ ଶ୍ରୀପୟର ।
ଶିରେ ଘେନି ଯାଉଅଛି ପାପଭାଗ
ତହିଁ, ଯହିଁ ଚିର-ମୁକ୍ତ କୃପାଦ୍ଵାର।’’

‘ନନ୍ଦିକେଶ୍ଵରୀ’ କାବ୍ୟର ସଫଳତା କବିଙ୍କର ବର୍ଣ୍ଣନା ବିଳାସର ଚାତୁର୍ଯ୍ୟ ଉପରେ ନିର୍ଭରଶୀଳ । ପାଶ୍ଚାତ୍ୟ ସାହିତ୍ୟ କଥାବସ୍ତୁ ଆହରଣ କଲେ ମଧ୍ୟ ତାକୁ ଉତ୍କଳୀୟ ପଟ୍ଟଭୂମିରେ ସ୍ଥାନିତ କରି ସେ ତାଙ୍କ କବିତ୍ଵର ସଫଳ ନିଦର୍ଶନ ଦେଇଛନ୍ତି । ପ୍ରକୃତି ବର୍ଣ୍ଣନା, କଥାବସ୍ତୁର ବର୍ଣ୍ଣନା, ସର୍ବୋପରି ସୁସଂଯୋଜନାରେ କବିବରଙ୍କ ଏହି ଅନନ୍ୟ କୃତିଟି ଯେତିକି ବର୍ଣ୍ଣନାଧର୍ମୀ ସେତିକି ଆବେଗଧର୍ମୀ । କବିଙ୍କ ଏହି କଳ୍ପନା ଭ୍ରାନ୍ତପୂର୍ଣ୍ଣ ବୋଲି ହୃଦ୍‌ବୋଧନ ହୁଏନା; ବରଂ କିମ୍ବଦନ୍ତୀର ଅଶ୍ରାରେ କବିଙ୍କ ବର୍ଣ୍ଣନା ବିଳାସରେ ଏହା ଅଭ୍ରାନ୍ତ ମନେହୁଏ । ବାସ୍ତବିକ କବିକଳ୍ପନା ଯୁକ୍ତିସଙ୍ଗତ ଓ ଅଭ୍ରାନ୍ତ ।

Question 12.
ଏକ ରୋମାଣ୍ଟିକ୍ କାବ୍ୟ ଭାବରେ ନନ୍ଦିକେଶ୍ଵରୀର ମୂଲ୍ୟାୟନ କର ।
Answer:
ଓଡ଼ିଆ ସାହିତ୍ୟର ଆଧୁନିକ ପର୍ବରେ ଯେଉଁ କେତେଜଣ ପ୍ରଚଣ୍ଡ ପ୍ରତିଭା ସେମାନଙ୍କ ଅନନ୍ୟ ସୃଷ୍ଟିର ପ୍ରତିଦାନରେ ନିଜ ନାମକୁ ସ୍ଵର୍ଣ୍ଣାକ୍ଷରରେ ଅମର କରିଯାଇଛନ୍ତି ସେମାନଙ୍କ ମଧ୍ୟରୁ କବିବର ରାଧାନାଥ ରାୟ ଅନ୍ୟତମ ଯୋଗ୍ଯ କାବ୍ୟଶିଳ୍ପୀ । ତାଙ୍କର କାବ୍ଯସଂପଦ ବହୁ ବୈଚିତ୍ରରେ ପରିପୂର୍ଣ୍ଣ । ଗ୍ରୀକ୍ ସାହିତ୍ୟରୁ କଥାବସ୍ତୁ ଗ୍ରହଣକରି ଉତ୍କଳୀୟ ପରିବେଶରେ ସେ କାବ୍ୟ କୋଣାର୍କ ତୋଳିଛନ୍ତି, ଯାହା ଯେମିତି କାରୁକାର୍ଯ୍ୟପୂର୍ଣ୍ଣ ସେମିତି ଦୀପ୍ତିମୟ । ପୂର୍ବ ପରମ୍ପରାକୁ ଭାଙ୍ଗି ନୂତନତାର ଆବାହନ କରିବାରେ ରାଧାନାଥ ଥିଲେ ଅଗ୍ରଗଣ୍ୟ । ସାହିତ୍ୟକୁ ବିଳାସର ସାମଗ୍ରୀ ନଭାବି ଜୀବନର ପ୍ରତିଛବି ଭାବରେ ଗ୍ରହଣ କରିଛନ୍ତି କବି । ଫଳରେ ରାଧାନାଥଙ୍କ ସାହିତ୍ୟ ମାନବିକ ଆବେଦନ ସୃଷ୍ଟି କରିପାରିଛି ।

‘ନନ୍ଦିକେଶ୍ଵରୀ’, ‘ଚନ୍ଦ୍ରଭାଗା’, ‘କେଦାରଗୌରୀ’ ପରି କାବ୍ୟରେ ଦୁଃଖାନ୍ତକ ପରିଣତି ପାଇଁ ପାଶ୍ଚାତ୍ୟ ସାହିତ୍ୟର ପ୍ରେରଣା ଏବଂ ନିଜ ବ୍ୟକ୍ତିଗତ ଜୀବନର ହତାଶାଭାବ ହିଁ ଅନେକ ପରିମାଣରେ ଦାୟୀ ହୋଇପାରେ । ତାଙ୍କ ଅନନ୍ୟ କାବ୍ୟକୃତି ମଧ୍ୟରୁ ‘ଚିଲିକା’, ‘କେଦାରଗୌରୀ’, ‘ଦରବାର’, ‘ଚନ୍ଦ୍ରଭାଗା’, ‘ଯଯାତିକେଶରୀ’, ‘ଉଷା’, ‘ପାର୍ବତୀ’ ଆଦି ଅନ୍ୟତମ । ଆଲୋଚ୍ୟ ‘ନନ୍ଦିକେଶ୍ଵରୀ’ କାବ୍ୟର ନାୟକ ନାୟିକା ରାଜବଂଶଜ ହେଲେ ମଧ୍ୟ ସେମାନଙ୍କ ପ୍ରେମ ପ୍ରଣୟ ରୀତିଯୁଗୀୟ ଦେହର ମିଳନରେ ସୀମିତ ନୁହେଁ । ପ୍ରେମ ଏଠାରେ ଦେହାତୀତ । ଅଶ୍ରୁ ଓ ବିରହରେ ଏହା ମହିମାନ୍ଵିତ । ପ୍ରେମର ଛତ୍ରୀ ଉଡ଼ାଇବା ପାଇଁ ନନ୍ଦିକା ସଂକଳ୍ପବଧ । ସେଥିଲାଗି ସେ ସ୍ଥିର କରିଛନ୍ତି –

‘‘ ପ୍ରେମବଳେ ତାଙ୍କୁ କରି ଛତ୍ରପତି
ପ୍ରେମିକାକୁଳେ ମୁଁ ଟେକାଇବି ଛତି ।”

ପ୍ରେମର ବାନା ଉଡ଼ାଇବା ପାଇଁ ନନ୍ଦିକା ପିତାଙ୍କୁ ଶିରରୁ ଜୈତ୍ରମଣି ନେଇ ଚୋଡ଼ଗଙ୍ଗଙ୍କୁ ପ୍ରଦାନ କରିଛି । ମାତ୍ର ସେଠାରେ ଚୋଡ଼ଗଙ୍ଗଙ୍କ ଦ୍ବାରା ଉପେକ୍ଷିତା ହୋଇ ଆତ୍ମହତ୍ୟାକୁ ଶ୍ରେୟ ମଣିଛି ।

ଦେଶଦ୍ରୋହୀ, ରାଜଦ୍ରୋହୀ, ପିତୃଦ୍ରୋହୀ ହୋଇଥିବାରୁ ଅପରାଧବୋଧ ହେତୁ ନନ୍ଦିକା ମୃତ୍ୟୁର ପଥ ବାଛିବାକୁ ଶ୍ରେୟ ବୋଲି ବିଚାରିଛି । କବିଙ୍କର ଗଭୀର ବିଚାରବୋଧ ହିଁ ଏପରି ଏକ ପରିଣତିର କଳ୍ପନା କରିଛି । ଉତ୍କଳର ପବିତ୍ର କ୍ଷେତ୍ରରେ ଦେଶଦ୍ରୋହୀ ନନ୍ଦିକା ସୃଷ୍ଟି ହେବା ପ୍ରକୃତରେ ବିସ୍ମୟ ବୋଲି ଚୋଡ଼ଗଙ୍ଗ ପ୍ରକାଶ କରିଛନ୍ତି । ତଥାପି କବି ଏପରି ଏକ ପ୍ରେମପ୍ରଣୟମୂଳକ କାବ୍ୟରେ ପ୍ରେମର ଚମତ୍କାର ବର୍ଣ୍ଣନା ତଥା ଗୁଣଗାନକୁ ଅନାଦାର କରିନାହାନ୍ତି, ଅଧୂକନ୍ତୁ ପ୍ରେମର ଶ୍ରେଷ୍ଠତ୍ୱ ଓ ମହିମା ଗାନ କରିଛନ୍ତି । କବିଙ୍କ ଭାଷାରେ –

‘‘ ମହାବଳୀ ପ୍ରେମ ଅଟଇ ମହୀର,
ପ୍ରେମ ସିନା କରେ ଅବଳାକୁ ବୀର
ପ୍ରେମ ଦିଏ ବୁଦ୍ଧି ଉଦ୍‌ଯୋଗ ସାହସ,
ପ୍ରେମ କରିପାରେ ଅବଶକୁ ବଶ ।”

ପ୍ରଣୟମୁଗ୍ଧା ଲଳନା ନନ୍ଦିକା ପ୍ରେମପାଇଁ ହୋଇଛି ଦୁଃସାହସୀ । ଅଥଚ ପ୍ରେମ ପ୍ରଣୟ ମିଳନ ପରିବର୍ତ୍ତେ ଅପମାନ ବରଣ କରି ସେ ବିରହରେ ବେଦନା ଭୋଗିଛି । ପ୍ରଣୟଦଗ୍ଧ ଏକ ନାରୀ ମନର ବେଦନାକୁ କବି ରାଧାନାଥ ଅତି ଚମତ୍କାର ଭାବରେ ପାଠକ ପାଖରେ ତୋଳି ଧରିଛନ୍ତି । ଧର୍ମ, ଯୁଦ୍ଧ ବୀରପଣରେ ପରିଣତି ନ ଆଣି କବି ନିଜ କଳ୍ପନା ଓ ବର୍ଣ୍ଣନାରେ ପ୍ରେମଯୁଦ୍ଧରେ ସମାପ୍ତ କରିଛନ୍ତି । ପ୍ରେମ ପାଗଳିନୀ ନନ୍ଦିକାର ମନ ହୃଦୟ ଭାଙ୍ଗିଯାଇଛି । ପ୍ରେମ ପାଇଁ ସେ ଯେଉଁ ପଦକ୍ଷେପ ନେଇଛି, ସେଥୁରୁ ଆଉ ପଛକୁ ଲେଉଟି ନିର୍ଲଜ ଜୀବନ ଜିଇଁବାକୁ ଇଚ୍ଛା କରିନାହିଁ; ବରଂ ମୃତ୍ୟୁରେ ତା’ର ଭାବନା ଲିପ୍ତ ହେବାକୁ ଛାଡ଼ିଦେଇଛି । ପ୍ରେମ ସ୍ମୃତି ହୋଇ ଝଟକିଛି, ଯାହାକୁ କେବେ ବି ଭୁଲିହେବ ନାହିଁ । କବିଙ୍କ ଭାଷାରେ

“ସ୍ମୃତି ତ କଦାପି ନୁହେଁ ଫିଙ୍ଗିବାର,
ପାରିଲେ ଫିଙ୍ଗି ସେ ଲଭନ୍ତା ନିସ୍ତାର ।’’

ବାସ୍ତବିକ୍ କବିଙ୍କ ରୋମାଣ୍ଟିକ୍ ଦୃଷ୍ଟିଭଙ୍ଗୀ ଓ ପ୍ରେମପ୍ରଣୟର ବର୍ଣ୍ଣନା ଅଦ୍ବିତୀୟ ।

Question 13.
ରାଧାନାଥଙ୍କ ଏକ ବୈଚିତ୍ରପୂର୍ଣ୍ଣ ସୃଷ୍ଟି ‘ନନ୍ଦିକେଶ୍ୱରୀ’ – ଆଲୋଚନା କର ।
Answer:
ଓଡ଼ିଆ ସାହିତ୍ୟର ଆଧୁନିକ ପର୍ବରେ ଯେଉଁ କେତେଜଣ ପ୍ରଚଣ୍ଡ ପ୍ରତିଭା ସେମାନଙ୍କ ଅନନ୍ୟ ସୃଷ୍ଟିର ପ୍ରତିଦାନରେ ନିଜ ନାମକୁ ସ୍ଵର୍ଣ୍ଣାକ୍ଷରରେ ଅମର କରିଯାଇଛନ୍ତି ସେମାନଙ୍କ ମଧ୍ୟରୁ କବିବର ରାଧାନାଥ ରାୟ ଅନ୍ୟତମ ଯୋଗ୍ଯ କାବ୍ୟଶିଳ୍ପୀ । ତାଙ୍କର କାବ୍ଯସଂପଦ ବହୁ ବୈଚିତ୍ରରେ ପରିପୂର୍ଣ୍ଣ । ଗ୍ରୀକ୍ ସାହିତ୍ୟରୁ କଥାବସ୍ତୁ ଗ୍ରହଣକରି ଉତ୍କଳୀୟ ପରିବେଶରେ ସେ କାବ୍ୟ କୋଣାର୍କ ତୋଳିଛନ୍ତି, ଯାହା ଯେମିତି କାରୁକାର୍ଯ୍ୟପୂର୍ଣ୍ଣ ସେମିତି ଦୀପ୍ତିମୟ । ପୂର୍ବ ପରମ୍ପରାକୁ ଭାଙ୍ଗି ନୂତନତାର ଆବାହନ କରିବାରେ ରାଧାନାଥ ଥିଲେ ଅଗ୍ରଗଣ୍ୟ । ସାହିତ୍ୟକୁ ବିଳାସର ସାମଗ୍ରୀ ନଭାବି ଜୀବନର ପ୍ରତିଛବି ଭାବରେ ଗ୍ରହଣ କରିଛନ୍ତି କବି । ଫଳରେ ରାଧାନାଥଙ୍କ ସାହିତ୍ୟ ମାନବିକ ଆବେଦନ ସୃଷ୍ଟି କରିପାରିଛି ।

‘ନନ୍ଦିକେଶ୍ଵରୀ’, ‘ଚନ୍ଦ୍ରଭାଗା’, ‘କେଦାରଗୌରୀ’ ପରି କାବ୍ୟରେ ଦୁଃଖାନ୍ତକ ପରିଣତି ପାଇଁ ପାଶ୍ଚାତ୍ୟ ସାହିତ୍ୟର ପ୍ରେରଣା ଏବଂ ନିଜ ବ୍ୟକ୍ତିଗତ ଜୀବନର ହତାଶାଭାବ ହିଁ ଅନେକ ପରିମାଣରେ ଦାୟୀ ହୋଇପାରେ । ତାଙ୍କ ଅନନ୍ୟ କାବ୍ୟକୃତି ମଧ୍ୟରୁ ‘ଚିଲିକା’, ‘କେଦାରଗୌରୀ’, ‘ଦରବାର’, ‘ଚନ୍ଦ୍ରଭାଗା’, ‘ଯଯାତିକେଶରୀ’, ‘ଉଷା’, ‘ପାର୍ବତୀ’ ଆଦି ଅନ୍ୟତମ । ଆଲୋଚ୍ୟ ‘ନନ୍ଦିକେଶ୍ଵରୀ’ କାବ୍ୟର ନାୟକ ନାୟିକା ରାଜବଂଶଜ ହେଲେ ମଧ୍ୟ ସେମାନଙ୍କ ପ୍ରେମ ପ୍ରଣୟ ରୀତିଯୁଗୀୟ ଦେହର ମିଳନରେ ସୀମିତ ନୁହେଁ । ପ୍ରେମ ଏଠାରେ ଦେହାତୀତ । ଅଶ୍ରୁ ଓ ବିରହରେ ଏହା ମହିମାନ୍ଵିତ । ପ୍ରେମର ଛତ୍ରୀ ଉଡ଼ାଇବା ପାଇଁ ନନ୍ଦିକା ସଂକଳ୍ପବଧ । ସେଥିଲାଗି ସେ ସ୍ଥିର କରିଛନ୍ତି –

‘‘ ପ୍ରେମବଳେ ତାଙ୍କୁ କରି ଛତ୍ରପତି
ପ୍ରେମିକାକୁଳେ ମୁଁ ଟେକାଇବି ଛତି ।”

ପ୍ରେମର ବାନା ଉଡ଼ାଇବା ପାଇଁ ନନ୍ଦିକା ପିତାଙ୍କୁ ଶିରରୁ ଜୈତ୍ରମଣି ନେଇ ଚୋଡ଼ଗଙ୍ଗଙ୍କୁ ପ୍ରଦାନ କରିଛି । ମାତ୍ର ସେଠାରେ ଚୋଡ଼ଗଙ୍ଗଙ୍କ ଦ୍ବାରା ଉପେକ୍ଷିତା ହୋଇ ଆତ୍ମହତ୍ୟାକୁ ଶ୍ରେୟ ମଣିଛି ।

ଦେଶଦ୍ରୋହୀ, ରାଜଦ୍ରୋହୀ, ପିତୃଦ୍ରୋହୀ ହୋଇଥିବାରୁ ଅପରାଧବୋଧ ହେତୁ ନନ୍ଦିକା ମୃତ୍ୟୁର ପଥ ବାଛିବାକୁ ଶ୍ରେୟ ବୋଲି ବିଚାରିଛି । କବିଙ୍କର ଗଭୀର ବିଚାରବୋଧ ହିଁ ଏପରି ଏକ ପରିଣତିର କଳ୍ପନା କରିଛି । ଉତ୍କଳର ପବିତ୍ର କ୍ଷେତ୍ରରେ ଦେଶଦ୍ରୋହୀ ନନ୍ଦିକା ସୃଷ୍ଟି ହେବା ପ୍ରକୃତରେ ବିସ୍ମୟ ବୋଲି ଚୋଡ଼ଗଙ୍ଗ ପ୍ରକାଶ କରିଛନ୍ତି । ତଥାପି କବି ଏପରି ଏକ ପ୍ରେମପ୍ରଣୟମୂଳକ କାବ୍ୟରେ ପ୍ରେମର ଚମତ୍କାର ବର୍ଣ୍ଣନା ତଥା ଗୁଣଗାନକୁ ଅନାଦାର କରିନାହାନ୍ତି, ଅଧୂକନ୍ତୁ ପ୍ରେମର ଶ୍ରେଷ୍ଠତ୍ୱ ଓ ମହିମା ଗାନ କରିଛନ୍ତି । କବିଙ୍କ ଭାଷାରେ –

‘‘ ମହାବଳୀ ପ୍ରେମ ଅଟଇ ମହୀର,
ପ୍ରେମ ସିନା କରେ ଅବଳାକୁ ବୀର
ପ୍ରେମ ଦିଏ ବୁଦ୍ଧି ଉଦ୍‌ଯୋଗ ସାହସ,
ପ୍ରେମ କରିପାରେ ଅବଶକୁ ବଶ ।”

ପ୍ରଣୟମୁଗ୍ଧା ଲଳନା ନନ୍ଦିକା ପ୍ରେମପାଇଁ ହୋଇଛି ଦୁଃସାହସୀ । ଅଥଚ ପ୍ରେମ ପ୍ରଣୟ ମିଳନ ପରିବର୍ତ୍ତେ ଅପମାନ ବରଣ କରି ସେ ବିରହରେ ବେଦନା ଭୋଗିଛି । ପ୍ରଣୟଦଗ୍ଧ ଏକ ନାରୀ ମନର ବେଦନାକୁ କବି ରାଧାନାଥ ଅତି ଚମତ୍କାର ଭାବରେ ପାଠକ ପାଖରେ ତୋଳି ଧରିଛନ୍ତି । ଧର୍ମ, ଯୁଦ୍ଧ ବୀରପଣରେ ପରିଣତି ନ ଆଣି କବି ନିଜ କଳ୍ପନା ଓ ବର୍ଣ୍ଣନାରେ ପ୍ରେମଯୁଦ୍ଧରେ ସମାପ୍ତ କରିଛନ୍ତି । ପ୍ରେମ ପାଗଳିନୀ ନନ୍ଦିକାର ମନ ହୃଦୟ ଭାଙ୍ଗିଯାଇଛି । ପ୍ରେମ ପାଇଁ ସେ ଯେଉଁ ପଦକ୍ଷେପ ନେଇଛି, ସେଥୁରୁ ଆଉ ପଛକୁ ଲେଉଟି ନିର୍ଲଜ ଜୀବନ ଜିଇଁବାକୁ ଇଚ୍ଛା କରିନାହିଁ; ବରଂ ମୃତ୍ୟୁରେ ତା’ର ଭାବନା ଲିପ୍ତ ହେବାକୁ ଛାଡ଼ିଦେଇଛି । ପ୍ରେମ ସ୍ମୃତି ହୋଇ ଝଟକିଛି, ଯାହାକୁ କେବେ ବି ଭୁଲିହେବ ନାହିଁ । କବିଙ୍କ ଭାଷାରେ

“ସ୍ମୃତି ତ କଦାପି ନୁହେଁ ଫିଙ୍ଗିବାର,
ପାରିଲେ ଫିଙ୍ଗି ସେ ଲଭନ୍ତା ନିସ୍ତାର ।’’

ବାସ୍ତବିକ୍ କବିଙ୍କ ରୋମାଣ୍ଟିକ୍ ଦୃଷ୍ଟିଭଙ୍ଗୀ ଓ ପ୍ରେମପ୍ରଣୟର ବର୍ଣ୍ଣନା ଅଦ୍ବିତୀୟ ।

Question 14.
‘ନନ୍ଦିକେଶ୍ଵରୀ’ କାବ୍ୟରୁ ଉତ୍କଳର ବିଭିନ୍ନ ସ୍ଥାନର ପରିଚୟ ଦିଅ ।
Answer:
ରାଧାନାଥ ସାହିତ୍ୟ ରଚନା କରିବା ପୂର୍ବରୁ ଓଡ଼ିଆ ସାହିତ୍ୟରେ ସଂସ୍କୃତ ପ୍ରଭାବିତ ରୀତି ସାହିତ୍ୟ ପ୍ରଭାବ ବିସ୍ତାର କରିଥିଲା । ସେହି ସମୟର ସାହିତ୍ୟ ମୁଖ୍ୟତଃ ଦରବାରୀ ସାହିତ୍ୟ ଥିଲା । ଇଂରେଜମାନେ ଓଡ଼ିଶା ଅଧିକାର କରିବାପରେ, ଓଡ଼ିଶାର ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ଜୀବନରେ ବ୍ୟାପକ ପରିବର୍ତ୍ତନ ଆସିଛି । ଆଧୁନିକ ଶିକ୍ଷାର ପ୍ରସାର ଘଟିଛି, ତା’ ସହିତ ଛାପାଖାନର ମଧ୍ୟ ଆରମ୍ଭ ହୋଇଛି । ରାଧାନାଥ ସେହି ଆଧୁନିକ ଯୁଗର ପୃଷ୍ଠଭୂମିରେ ଲେଖନୀଚାଳନା କରିଛନ୍ତି । ପାରମ୍ପରିକ ସାହିତ୍ୟକୁ ସେ ନୂଆକରି ତା’ର ରୂପ ପରିବର୍ତ୍ତନ କରିଛନ୍ତି । ଆଳଙ୍କାରିକତାରୁ ସାହିତ୍ୟକୁ ଯଥାସମ୍ଭବ ଦୂରେଇ ରଖ୍ ସାଧାରଣ ମଣିଷ ଭାବରେ ସାହିତ୍ୟର ରୂପକୁ ସଜେଇଛନ୍ତି । ଯାହା ପଣ୍ଡିତମାନଙ୍କଠାରୁ ଆରମ୍ଭ କରି ଅଶିକ୍ଷିତ ଲୋକ ପର୍ଯ୍ୟନ୍ତ ସମସ୍ତେ ବୁଝିପାରିବେ । ତାଙ୍କର ସାହିତ୍ୟ ସୃଷ୍ଟି ମଧ୍ୟରେ ‘କେଦାରଗୌରୀ’, ‘ଉଷା’, ‘ପାର୍ବତୀ’, ‘ନନ୍ଦିକେଶ୍ୱରୀ’, ‘ଉର୍ବଶୀ’, ‘ମହାଯାତ୍ରା’, ‘ଚିଲିକା’ ଆଦି କାବ୍ୟଗୁଡ଼ିକ ଉଲ୍ଲେଖଯୋଗ୍ୟ ।

ଆଲୋଚିତ ପ୍ରସଙ୍ଗଟି ହେଉଛି ‘ନନ୍ଦିକେଶ୍ଵରୀ’ କାବ୍ୟର ବୈଚିତ୍ର । ‘ନନ୍ଦିକେଶ୍ଵରୀ’ କାବ୍ୟଟି କବିଙ୍କର ତୃତୀୟ ସୃଷ୍ଟି । ଉକ୍ତ କାବ୍ୟଟି ୧୮୮୭ ମସିହାରେ ଭିକ୍ଟୋରିଆ ପ୍ରେସ୍‌ରୁ ପ୍ରକାଶିତ ହୋଇଥିଲା । ଏହି କାବ୍ୟଟିର ବର୍ଣନାଶୈଳୀ ସ୍ଵତନ୍ତ୍ର । ଚରିତ୍ରମାନଙ୍କର ଅବତାରଣା ମଧ୍ୟ ସୁନ୍ଦର । ପ୍ରକୃତି ବର୍ଣ୍ଣନା ଜୀବନ୍ତ ଏବଂ ପ୍ରେମର ବର୍ଣ୍ଣନା ମହୀୟାନ । କାବ୍ୟଟିର ବିଷୟବସ୍ତୁ ଚୋଡ଼ଗଙ୍ଗ ଦେବଙ୍କ ସମରସଜ୍ଜାରୁ ଆରମ୍ଭ ହୋଇଛି । ପରେ ପରେ ସୁନ୍ଦର ଭାବରେ କବି ଉତ୍କଳର ବିଭିନ୍ନ ଐତିହାସିକ ସ୍ଥାନ ଓ ତୀର୍ଥ ବିଷୟରେ ବର୍ଣ୍ଣନା କରିଛନ୍ତି । ‘ନନ୍ଦିକେଶ୍ୱରୀ’ କାବ୍ୟର ସୁବର୍ଣ୍ଣକେଶରୀ ଓ ଚୋଡ଼ଗଙ୍ଗଦେବଙ୍କ ଚରିତ୍ର ମାଦଳାପାଞ୍ଜିରୁ ଆଣିଛନ୍ତି ଓ ସେଥୁରେ ଓଭିଡ୍‌ଙ୍କ ‘ମେଟାମରଫୋସିସ୍’ କାହାଣୀର ନିମସ୍ ଓ ମିନ୍ସଙ୍କୁ ଆରୋପ କରିଛନ୍ତି । ଏହା ପ୍ରାଚ୍ୟ ଓ ପାଶ୍ଚାତ୍ୟର ଏକ ସୁନ୍ଦର ସମନ୍ବୟ ହୋଇପାରିଛି । ନନ୍ଦିକା ଚରିତ୍ରଟି ସମ୍ପୂର୍ଣ କାଳ୍ପନିକ ହେଲେ ମଧ୍ୟ ତା’ର ଅବତାରଣା ଏପରି ଭାବରେ କରିଛନ୍ତି ଯେ, ତାହା ସତ୍ୟ କାହାଣୀ ପରି ପ୍ରତ୍ୟୟମାନ ହୋଇଛି ।

Question 15.
ପ୍ରଣୟଦଗ୍‌ଧ ଏକ ନାରୀ ମନର ଅବିକଳ ଚିତ୍ର ରାଧାନାଥୀ ଲେଖନୀରେ କିପରି ପ୍ରତିଭାତ ହୋଇଛି, ‘ନନ୍ଦିକେଶ୍ଵରୀ’ ଅବଲମ୍ବନରେ ଆଲୋଚନା କର ।
Answer:
ରୀତି ସାହିତ୍ୟ ଛନ୍ଦ ଅଳଙ୍କାର ଶବ୍ଦ କାରିଗରୀପୂର୍ଣ୍ଣ ଧାରାରୁ ଓଡ଼ିଆ କାବ୍ୟକୁ ମୁକୁଳେଇ ନେଇ ନବଚେତନାର ମନ୍ତ୍ରରେ ଦୀକ୍ଷିତ କରିଥିବା ଜଣେ ଅନନ୍ୟ କାବ୍ୟ କଳାକାର ଥିଲେ କବିବର ରାଧାନାଥ ରାୟ । ରାଧାନାଥ ସ୍ବକୀୟ ପ୍ରତିଭାରେ ସ୍ୱୀୟ ପଦାଙ୍କ ଅଙ୍କନ କରି ଅନ୍ୟମାନଙ୍କ ପାଇଁ ଯୁଗପ୍ରବର୍ତ୍ତକ ଆଦର୍ଶ ହୋଇଛନ୍ତି । ତାଙ୍କ କାବ୍ୟକୁସୁମ ଲାଭକରି ଓଡ଼ିଆ କାବ୍ୟମାଳା ଯେମିତି ହୋଇଛି ବର୍ଣ୍ଣମୟ ସେମିତି ହୋଇଛି ସୁରଭିଯୁକ୍ତ । ଏହି କାବ୍ୟକୁସୁମ ମଧ୍ୟରୁ ‘ନନ୍ଦିକେଶ୍ୱରୀ’ ଅନ୍ୟତମ ସାର୍ଥକ କାବ୍ୟକର୍ମ ।

ଏହି ‘ନନ୍ଦିକେଶ୍ୱରୀ’ କାବ୍ୟରୁ ତାଙ୍କର ଉତ୍କଳୀୟ ପ୍ରୀତି ପରିଲକ୍ଷିତ ହୋଇଥାଏ । କିମ୍ବଦନ୍ତୀ, ଲୋକକଥାର ଆଧାରରେ ଲିଖ୍ତ ହେଲେହେଁ କବି ନିଜ ମାତୃଭୂମିର ଜୟଗାନ କରିବାକୁ କୌଣସି ସୁଯୋଗକୁ ହାତଛଡ଼ା କରିନାହାନ୍ତି । ଉତ୍କଳର ଚାରୁଚିତ୍ର, ନଦନଦୀ, ଗିରିକନ୍ଦର, ସାଗରହ୍ରଦ ସମସ୍ତେ କବିଙ୍କ ବର୍ଣ୍ଣନାରେ ମହାନ୍ ହୋଇଯାଇଛନ୍ତି ।

ଦାକ୍ଷିଣାତ୍ୟର ରାଜା ଚୋଡ଼ଗଙ୍ଗ ଉତ୍କଳ ପ୍ରଦେଶ ଅଧିକାର ଆଶାରେ ଏଠାରେ ରହି ବହୁଦିନ ଯୁଦ୍ଧ କରିଛନ୍ତି । ଚୋଡ଼ଗଙ୍ଗଙ୍କୁ ବାଧାଦେବା ଉଦ୍ଦେଶ୍ୟରେ କେବଳ ସୁବର୍ଷକେଶରୀ ନୁହଁନ୍ତି, ଉତ୍କଳର ଅନ୍ୟ ଅଞ୍ଚଳରୁ ମଧ୍ଯ ବୀର ସୈନ୍ୟମାନେ ଆସି ପ୍ରାଣପାତ କରିଛନ୍ତି । ଏହି ପ୍ରସଙ୍ଗରେ କବି ଉତ୍କଳର ବହୁ ଅଞ୍ଚଳର ନାମ, ସେହି ସ୍ଥାନର ବୈଶିଷ୍ଟ୍ୟ, ସେଠାକାର ଦେବଦେବୀଙ୍କ ପରିଚୟ ମଧ୍ୟ ଦେଇଛନ୍ତି । ଯାହା ତାଙ୍କର ଭୌଗୋଳିକ ଜ୍ଞାନର ଏକ ଅନୁପମ ନିଦର୍ଶନ । ହେନ୍ତାଳବନସ୍ଥ ଅଞ୍ଚଳ, କନିକା, କୁଜଙ୍ଗ, ମରିଚ-ହରିଶପୁର, ଅସ୍ତରଙ୍ଗ ଆଦିର ସୈନ୍ୟମାନେ ଯୁଦ୍ଧରେ ଯୋଗ ଦେଇଛନ୍ତି । ଏହି ସବୁ କ୍ଷେତ୍ରରେ ସୈନ୍ୟମାନେ ମହାବୀର । କବିଙ୍କ ବର୍ଣ୍ଣନାରେ –

“ବରାହ-ପାଳିତ ବାଲିପୂର୍ଣ୍ଣ ଆଳି
କ୍ଷତ୍ରବୃନ୍ଦ ଯା’ର ମହାବୀର୍ଯ୍ୟଶାଳୀ ।’’

କେନ୍ଦ୍ରାପଡ଼ା, ଅସୁରେଶ୍ୱର, ସାଲେପୁର, ଚଉଦ୍ଵାର, ଉତ୍ତରକୋଶଳା, ଛତିଆ, ମହାବିନାୟକ, ଅଳତୀ, ବିରଜାମଣ୍ଡଳ, ଭଦ୍ରକ, ସୋର, ନୀଳଗିରି, ସ୍ଵର୍ଣ୍ଣଚୂଡ଼ ପୁନଙ୍ଗ, ପ୍ରାଚୀ ତୀରବର୍ତ୍ତୀ ଅଞ୍ଚଳ ନିଆଳି, ଧଉଳି, ପାରିକୁଦ, ଦାଣ୍ଡିମାଳ, ଖଣ୍ଡଗିରି, ଖଲ୍ଲିକୋଟ, ମଞ୍ଜୁଷା ଆଦିର ବୀରମାନେ ମାତୃଭୂମି ପାଇଁ ଯୁଦ୍ଧକରି ପ୍ରେତପୁର ଗମନ କରିଛନ୍ତି । କବିଙ୍କ ଭାଷାରେ – “

“ଏହି ଦେଶ ଅନ୍ୟ ଦେଶବାସୀ ଶୂର
କାଠଯୋଡ଼ି-ତୀରେ ଗଲେ ପ୍ରେତପୁର ।’’

ଏସବୁ ଅଞ୍ଚଳ ବ୍ୟତୀତ ଗଡ଼ଜାତର କନ୍ଧ, ଶବରମାନେ ଯୁଦ୍ଧରୁ ବାଦ୍ ଯାଇନାହାନ୍ତି । ରାଧାନାଥ ସେଥ‌ିପାଇଁ ଲେଖୁଛନ୍ତି –

“ମାଲ୍ୟଗିରିବାସୀ ଦୁର୍ଘର୍ଷ ଜୁଆଙ୍ଗ
କେତେ ହେଲେ ରଣଭୂମେ ବିକଳାଙ୍ଗ ।’’

ହରିଦ୍ରା ଏବଂ ହରିତ ଅତ୍ୟଧ୍ଵ ହେଉଥିବା କନ୍ଧମାଳ, ତାଳଚେର, କପିଳାସ ଖୋଲର ଶବର, ଢେଙ୍କାନାଳ, ସପ୍ତକ୍ରୋଶୀ ଆଦି ଅଞ୍ଚଳର ସୈନିକମାନେ ଏଠାରେ ବୀରତ୍ଵର ସହ ଯୁଦ୍ଧକରି ଯୁଦ୍ଧକ୍ଷେତ୍ରରେ ସମାଧ୍ ଲଭିଛନ୍ତି । କବି ଏଠାରେ ଉଭୟ ପକ୍ଷର ସୈନିକମାନଙ୍କର କଥା ଉଲ୍ଲେଖ କରି ଗାଇଛନ୍ତି –

“ ତହିଁ ବେନିପକ୍ଷେ ଋଣଦେବୀଙ୍କର
ସ୍ଵଶିର-କମଳେ ପୁଜିଲେ ପୟର
ଜୀବନେ ହେଲେ ହେଁ ପରସ୍ପରେ ବାଦୀ
ମରଣେ ଲଭିଲେ ଏକତ୍ର ସମାଧ୍ ।’’

କବିଙ୍କ ବର୍ଣ୍ଣନାରେ ଏହି ଉତ୍କଳଭୂମି ବୀରଭୂମି । ଏହାର ସୈନ୍ୟମାନେ ବୀର ସୈନିକ । ମାତୃଭୂମିର ସମ୍ମାନ ପାଇଁ ଜୀବନ ତ୍ୟାଗ କରିବାକୁ ସେମାନେ ପଛାଇନାହାନ୍ତି । ତେବେ ଏହାର କଥାବସ୍ତୁ ବର୍ଣ୍ଣନା ପ୍ରସଙ୍ଗରେ ରାଧାନାଥ ଉତ୍କଳର ନଦନଦୀ, ବଣପାହାଡ଼ ଓ ଦେବଦେବୀଙ୍କର ମଧ୍ୟ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି । ଉତ୍କଳର ମାଟି ପାଣି ପବନର ମହକ ମହକିତ ହୋଇଉଠେ ନନ୍ଦିକେଶ୍ଵରୀ କାବ୍ୟରେ । ଉତ୍କଳର ବିଭିନ୍ନ ସ୍ଥାନର ସୁନ୍ଦର ବର୍ଣ୍ଣନା କବିଙ୍କ ପ୍ରତିଭାର ଜ୍ଵଳନ୍ତ ପ୍ରମାଣ ବହନ କରେ ।
ବାସ୍ତବିକ୍ କବିଙ୍କ ଭୌଗୋଳିକ ଦୃଷ୍ଟିର ଅସାଧାରଣତ ସର୍ବଜନବିଦିତ ।

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

Question 16.
ଚୋରଗଙ୍ଗଙ୍କର ଚରିତ୍ର ଚିତ୍ରଣ କର ।
Answer:
କବିବର ରାଧାନାଥ ରାୟଙ୍କ ସାହିତ୍ୟ ସୃଷ୍ଟିରେ ଚରିତ୍ରମାନଙ୍କୁ ଲକ୍ଷ୍ୟକଲେ ଦେଖିବା, ସେମାନେ ନିଜ ନିଜ ସ୍ଥାନରେ ପ୍ରଭାବଶାଳୀ । ‘ନନ୍ଦିକେଶ୍ଵରୀ’ କାବ୍ୟର ଚରିତ୍ରମାନଙ୍କ ମଧ୍ୟରେ ପ୍ରତ୍ୟେକ ଚରିତ୍ର ମଧ୍ୟ ବେଶ୍ ପ୍ରଭାବଶାଳୀ । ଚୋଡ଼ଗଙ୍ଗଦେବ ବା ଚୋରଗଙ୍ଗଦେବ ନନ୍ଦିକେଶ୍ଵରୀ କାବ୍ୟର ନାୟକ । ଏକାଧାରରେ ସେ ଜଣେ ବୀର, ବିବେକବାନ୍, ସୌମ୍ୟ, ମାତୃଭକ୍ତ ଓ ସହୃଦୟବାନ୍ ରାଜା । ତାଙ୍କର ଚରିତ୍ର ମଧ୍ୟରେ କବି ଏହାହିଁ ଚିତ୍ରିତ କରିଛନ୍ତି ।

ଚୋଡ଼ଗଙ୍ଗଦେବ ଏକ ଐତିହାସିକ ନାମ; ହେଲେ ଉକ୍ତ କାବ୍ୟରେ ତାଙ୍କର ଐତିହାସିକ ଭାବମୂର୍ତ୍ତି ଖୋଜିଲେ ନିରାଶ ହେବାକୁ ପଡ଼େ । କାରଣ କବି ଏଥରେ ଓଭିଡ଼ଙ୍କ ମିନ୍ସ ଚରିତ୍ରର ମିଶ୍ରଣ କରିଛନ୍ତି ।

ମାତୃଭକ୍ତ ଭାବରେ ଚୋଡ଼ଗଙ୍ଗଦେବଙ୍କ ଚରିତ୍ର ବେଶ୍ ଚର୍ଚ୍ଚିତ । ସେ ହେଉଛନ୍ତି ଗଙ୍ଗାଙ୍କର ପୁତ୍ର, ତେଣୁ ଗଙ୍ଗାଙ୍କ ଆଦେଶ ରକ୍ଷାକରି ସେ ଉତ୍କଳ ଅଧିକାର କରି, ସେଠାରେ ବୈଷ୍ଣବ ଧର୍ମର ସ୍ଥାପନ କରିବାପାଇଁ ଆସିଛନ୍ତି । ମାତ୍ର ଗଡ଼ଚଣ୍ଡୀଙ୍କ ଦୟାରେ ଜୈତ୍ରମଣି ସାହାଯ୍ୟରେ ସୁବର୍ଣ୍ଣକେଶରୀ ବିଡ଼ାନାସୀ ଗଡ଼କୁ ରକ୍ଷା କରିଛନ୍ତି, ତେଣୁ ଚୋଡ଼ଗଙ୍ଗଦେବ ଶତଚେଷ୍ଟା ପରେ ମଧ୍ୟ ଗଡ଼ ଭେଦ କରି ନପାରି ସ୍ବରାଜ ପ୍ରତ୍ୟାବର୍ତ୍ତନ କରିବାକୁ ଚାହିଁଛନ୍ତି । ଫେରିବା ପୂର୍ବରୁ ଜଙ୍ଗଲ ମଧ୍ୟରେ ଦେବୀ ଗଙ୍ଗାକୁ ଦର୍ଶନ କରିଛନ୍ତି । ପୁନଶ୍ଚ ଦେବୀ ଗଙ୍ଗା ଆଉ ଗୋଟିଏ ରାତି ଅପେକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ଓ ଚୋଡ଼ଗଙ୍ଗଦେବ ମଧ୍ଯ ତାହା ମାତୃଆଜ୍ଞା ବୋଲି ହୃଦୟଙ୍ଗମ କରି ଅପେକ୍ଷା କରିଛନ୍ତି । ଏଠାରେ ତାଙ୍କ ବ୍ୟକ୍ତିତ୍ଵର ପରାକାଷ୍ଠା ପ୍ରତିଫଳିତ ହୋଇଥାଏ ।

ଚୋଡ଼ଗଙ୍ଗଙ୍କୁ ଜଣେ ସୌମ୍ୟ ସୁନ୍ଦର ବୀର ଭାବରେ କବି ବର୍ଣ୍ଣନା କରିଛନ୍ତି । ସେହି ସୁନ୍ଦର ରୂପରେ ନନ୍ଦିକା ଘାରି ହୋଇଛି । ନିଜର ମନୋପ୍ରାଣକୁ ସେ ଚୋଡ଼ଗଙ୍ଗଙ୍କ ପାଖରେ ବିକିଦେଇଛି । ତେଣୁ ତାଙ୍କର ସ୍ଵ-ରାଜ୍ୟ ପ୍ରତ୍ୟାଗମନକୁ ସେ ସହିପାରି ନାହିଁ । ପ୍ରେମରେ ଅନ୍ଧୁଣୀ ହୋଇ ନିଜ ପିତାଙ୍କ ଜୈତ୍ରମଣିକୁ ଅପହରଣ କରି, ସେ ଚୋଡ଼ଗଙ୍ଗଦେବଙ୍କ ପାଖରେ ପହଞ୍ଚିଛି । ମାତ୍ର ଏଇଠି ହିଁ ଚୋଡ଼ଗଙ୍ଗଙ୍କର ଚରିତ୍ର ବିଶେଷ ଭାବରେ ପ୍ରତିଫଳିତ ହୋଇଛି । ସେ ନନ୍ଦିକାକୁ କେବେ ଦେଖୁନଥିଲେ, ତାକୁ ଦେଖୁବାପରେ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ତାଙ୍କ ପାଖରେ ଏତେ ଅନିନ୍ଦ୍ୟ ସୁନ୍ଦରୀକୁ ଦେଖ୍ ମଧ୍ଯ ନିଜ ଚରିତ୍ରର କୌଣସି ସ୍ଖଳନ ଘଟିନାହିଁ । ବରଂ ନନ୍ଦିକାଙ୍କ ମୁଖରୁ ସବୁ ଶୁଣିସାରିବା ପରେ ସେ ଘୃଣା ଆଉ କ୍ରୋଧରେ ଭର୍ସନା କରିଛନ୍ତି । ଜଣେ ନିରପେକ୍ଷ ବ୍ୟକ୍ତିଭାବରେ ସେ ନନ୍ଦିକାର ଏତାଦୃଶ କାର୍ଯ୍ୟକୁ ନିନ୍ଦାକରି ତାଙ୍କ ପୂର୍ବପୁରୁଷ କେଶରୀ ବଂଶର କୀର୍ତ୍ତିକୁ ଦୋହରାଇଛନ୍ତି । ପୁନଶ୍ଚ ରାଜଦ୍ରୋହୀ, ପିତୃଦ୍ରୋହୀ ଓ ଦେଶଦ୍ରୋହୀ ଏହି ତିନିପାପରେ ନନ୍ଦିକା ଭାଗିନୀ ବୋଲି କହିଛନ୍ତି । ଶେଷରେ ସେ ନନ୍ଦିକାକୁ ଜଣେ ମନ୍ତ୍ରୀଙ୍କ ଦ୍ଵାରା ଶିବିକାରେ ବସାଇ ଚୈତ୍ରମଣି ସହିତ ସୁବର୍ଣ୍ଣକେଶରୀଙ୍କ ପାଖକୁ ଫେରାଇ ଦେଇଛନ୍ତି । ସେ ଚାହିଁଥିଲେ ଜୈତ୍ରମଣିଟିକୁ ରଖୁ ଉତ୍କଳକୁ କରାୟତ୍ତ କରିପାରିଥାନ୍ତେ; ମାତ୍ର ସେ ସେପରି କରିନାହାନ୍ତି । ଏଠାରେ ସେ ଜଣେ ବିବେକବାନ୍ ପୁରୁଷ ଭାବରେ ନିଜକୁ ପ୍ରମାଣିତ କରିଛନ୍ତି । ଏହି ମହାନ୍‌ ବ୍ୟକ୍ତିତ୍ୱଙ୍କ ହାତରେ ସୁବର୍ଷକେଶରୀ ନିଜ ଝିଅ ନନ୍ଦିକାର ଅନୁରୋଧ କ୍ରମେ ଜୈତ୍ରମଣି ସହିତ ଉତ୍କଳର ସିଂହାସନ ଅର୍ପଣ କରିଛନ୍ତି । ଚୋଡ଼ଗଙ୍ଗଦେବ ସେହି ଚୈତ୍ରମଣିକୁ ଶ୍ରୀକ୍ଷେତ୍ରକୁ ପଠେଇ ଦେଇଛନ୍ତି ଓ ଉତ୍କଳର ସମସ୍ତ ରାଜାମାନେ ଆସି ତାଙ୍କର ବନ୍ଦନା କରିଛନ୍ତି ।

ଏହିଭଳି ଭାବରେ ନନ୍ଦିକେଶ୍ଵରୀ କାବ୍ୟରେ ଚୋଡ଼ଗଙ୍ଗଦେବଙ୍କର ଚରିତ୍ର ଚିତ୍ରିତ ହୋଇଛି ।

Question 17.
‘ନନ୍ଦିକେଶ୍ଵରୀ’ କାବ୍ୟରୁ କବି ପ୍ରତିଭାର ପରିଚୟ ପ୍ରଦାନ କର ।
Answer:
ଓଡ଼ିଆ ସାହିତ୍ୟର ଆଧୁନିକ ପର୍ବରେ ଯେଉଁ କେତେଜଣ ପ୍ରଚଣ୍ଡ ପ୍ରତିଭା ସେମାନଙ୍କ ଅନନ୍ୟ ସୃଷ୍ଟିର ପ୍ରତିଦାନରେ ନିଜ ନାମକୁ ସ୍ଵର୍ଣ୍ଣାକ୍ଷରରେ ଅମର କରିଯାଇଛନ୍ତି ସେମାନଙ୍କ ମଧ୍ୟରୁ କବିବର ରାଧାନାଥ ରାୟ ଅନ୍ୟତମ ଯୋଗ୍ଯ କାବ୍ୟଶିଳ୍ପୀ । ତାଙ୍କର କାବ୍ଯସଂପଦ ବହୁ ବୈଚିତ୍ରରେ ପରିପୂର୍ଣ୍ଣ । ଗ୍ରୀକ୍ ସାହିତ୍ୟରୁ କଥାବସ୍ତୁ ଗ୍ରହଣକରି ଉତ୍କଳୀୟ ପରିବେଶରେ ସେ କାବ୍ୟ କୋଣାର୍କ ତୋଳିଛନ୍ତି, ଯାହା ଯେମିତି କାରୁକାର୍ଯ୍ୟପୂର୍ଣ୍ଣ ସେମିତି ଦୀପ୍ତିମୟ । ପୂର୍ବ ପରମ୍ପରାକୁ ଭାଙ୍ଗି ନୂତନତାର ଆବାହନ କରିବାରେ ରାଧାନାଥ ଥିଲେ ଅଗ୍ରଗଣ୍ୟ । ସାହିତ୍ୟକୁ ବିଳାସର ସାମଗ୍ରୀ ନଭାବି ଜୀବନର ପ୍ରତିଛବି ଭାବରେ ଗ୍ରହଣ କରିଛନ୍ତି କବି । ଫଳରେ ରାଧାନାଥଙ୍କ ସାହିତ୍ୟ ମାନବିକ ଆବେଦନ ସୃଷ୍ଟି କରିପାରିଛି ।

‘ନନ୍ଦିକେଶ୍ଵରୀ’, ‘ଚନ୍ଦ୍ରଭାଗା’, ‘କେଦାରଗୌରୀ’ ପରି କାବ୍ୟରେ ଦୁଃଖାନ୍ତକ ପରିଣତି ପାଇଁ ପାଶ୍ଚାତ୍ୟ ସାହିତ୍ୟର ପ୍ରେରଣା ଏବଂ ନିଜ ବ୍ୟକ୍ତିଗତ ଜୀବନର ହତାଶାଭାବ ହିଁ ଅନେକ ପରିମାଣରେ ଦାୟୀ ହୋଇପାରେ । ତାଙ୍କ ଅନନ୍ୟ କାବ୍ୟକୃତି ମଧ୍ୟରୁ ‘ଚିଲିକା’, ‘କେଦାରଗୌରୀ’, ‘ଦରବାର’, ‘ଚନ୍ଦ୍ରଭାଗା’, ‘ଯଯାତିକେଶରୀ’, ‘ଉଷା’, ‘ପାର୍ବତୀ’ ଆଦି ଅନ୍ୟତମ । ଆଲୋଚ୍ୟ ‘ନନ୍ଦିକେଶ୍ଵରୀ’ କାବ୍ୟର ନାୟକ ନାୟିକା ରାଜବଂଶଜ ହେଲେ ମଧ୍ୟ ସେମାନଙ୍କ ପ୍ରେମ ପ୍ରଣୟ ରୀତିଯୁଗୀୟ ଦେହର ମିଳନରେ ସୀମିତ ନୁହେଁ । ପ୍ରେମ ଏଠାରେ ଦେହାତୀତ । ଅଶ୍ରୁ ଓ ବିରହରେ ଏହା ମହିମାନ୍ଵିତ । ପ୍ରେମର ଛତ୍ରୀ ଉଡ଼ାଇବା ପାଇଁ ନନ୍ଦିକା ସଂକଳ୍ପବଧ । ସେଥିଲାଗି ସେ ସ୍ଥିର କରିଛନ୍ତି –

‘‘ ପ୍ରେମବଳେ ତାଙ୍କୁ କରି ଛତ୍ରପତି
ପ୍ରେମିକାକୁଳେ ମୁଁ ଟେକାଇବି ଛତି ।”

ପ୍ରେମର ବାନା ଉଡ଼ାଇବା ପାଇଁ ନନ୍ଦିକା ପିତାଙ୍କୁ ଶିରରୁ ଜୈତ୍ରମଣି ନେଇ ଚୋଡ଼ଗଙ୍ଗଙ୍କୁ ପ୍ରଦାନ କରିଛି । ମାତ୍ର ସେଠାରେ ଚୋଡ଼ଗଙ୍ଗଙ୍କ ଦ୍ବାରା ଉପେକ୍ଷିତା ହୋଇ ଆତ୍ମହତ୍ୟାକୁ ଶ୍ରେୟ ମଣିଛି ।

ଦେଶଦ୍ରୋହୀ, ରାଜଦ୍ରୋହୀ, ପିତୃଦ୍ରୋହୀ ହୋଇଥିବାରୁ ଅପରାଧବୋଧ ହେତୁ ନନ୍ଦିକା ମୃତ୍ୟୁର ପଥ ବାଛିବାକୁ ଶ୍ରେୟ ବୋଲି ବିଚାରିଛି । କବିଙ୍କର ଗଭୀର ବିଚାରବୋଧ ହିଁ ଏପରି ଏକ ପରିଣତିର କଳ୍ପନା କରିଛି । ଉତ୍କଳର ପବିତ୍ର କ୍ଷେତ୍ରରେ ଦେଶଦ୍ରୋହୀ ନନ୍ଦିକା ସୃଷ୍ଟି ହେବା ପ୍ରକୃତରେ ବିସ୍ମୟ ବୋଲି ଚୋଡ଼ଗଙ୍ଗ ପ୍ରକାଶ କରିଛନ୍ତି । ତଥାପି କବି ଏପରି ଏକ ପ୍ରେମପ୍ରଣୟମୂଳକ କାବ୍ୟରେ ପ୍ରେମର ଚମତ୍କାର ବର୍ଣ୍ଣନା ତଥା ଗୁଣଗାନକୁ ଅନାଦାର କରିନାହାନ୍ତି, ଅଧୂକନ୍ତୁ ପ୍ରେମର ଶ୍ରେଷ୍ଠତ୍ୱ ଓ ମହିମା ଗାନ କରିଛନ୍ତି । କବିଙ୍କ ଭାଷାରେ –

‘‘ ମହାବଳୀ ପ୍ରେମ ଅଟଇ ମହୀର,
ପ୍ରେମ ସିନା କରେ ଅବଳାକୁ ବୀର
ପ୍ରେମ ଦିଏ ବୁଦ୍ଧି ଉଦ୍‌ଯୋଗ ସାହସ,
ପ୍ରେମ କରିପାରେ ଅବଶକୁ ବଶ ।”

ପ୍ରଣୟମୁଗ୍ଧା ଲଳନା ନନ୍ଦିକା ପ୍ରେମପାଇଁ ହୋଇଛି ଦୁଃସାହସୀ । ଅଥଚ ପ୍ରେମ ପ୍ରଣୟ ମିଳନ ପରିବର୍ତ୍ତେ ଅପମାନ ବରଣ କରି ସେ ବିରହରେ ବେଦନା ଭୋଗିଛି । ପ୍ରଣୟଦଗ୍ଧ ଏକ ନାରୀ ମନର ବେଦନାକୁ କବି ରାଧାନାଥ ଅତି ଚମତ୍କାର ଭାବରେ ପାଠକ ପାଖରେ ତୋଳି ଧରିଛନ୍ତି । ଧର୍ମ, ଯୁଦ୍ଧ ବୀରପଣରେ ପରିଣତି ନ ଆଣି କବି ନିଜ କଳ୍ପନା ଓ ବର୍ଣ୍ଣନାରେ ପ୍ରେମଯୁଦ୍ଧରେ ସମାପ୍ତ କରିଛନ୍ତି । ପ୍ରେମ ପାଗଳିନୀ ନନ୍ଦିକାର ମନ ହୃଦୟ ଭାଙ୍ଗିଯାଇଛି । ପ୍ରେମ ପାଇଁ ସେ ଯେଉଁ ପଦକ୍ଷେପ ନେଇଛି, ସେଥୁରୁ ଆଉ ପଛକୁ ଲେଉଟି ନିର୍ଲଜ ଜୀବନ ଜିଇଁବାକୁ ଇଚ୍ଛା କରିନାହିଁ; ବରଂ ମୃତ୍ୟୁରେ ତା’ର ଭାବନା ଲିପ୍ତ ହେବାକୁ ଛାଡ଼ିଦେଇଛି । ପ୍ରେମ ସ୍ମୃତି ହୋଇ ଝଟକିଛି, ଯାହାକୁ କେବେ ବି ଭୁଲିହେବ ନାହିଁ । କବିଙ୍କ ଭାଷାରେ

“ସ୍ମୃତି ତ କଦାପି ନୁହେଁ ଫିଙ୍ଗିବାର,
ପାରିଲେ ଫିଙ୍ଗି ସେ ଲଭନ୍ତା ନିସ୍ତାର ।’’

ବାସ୍ତବିକ୍ କବିଙ୍କ ରୋମାଣ୍ଟିକ୍ ଦୃଷ୍ଟିଭଙ୍ଗୀ ଓ ପ୍ରେମପ୍ରଣୟର ବର୍ଣ୍ଣନା ଅଦ୍ବିତୀୟ ।

+2 1st Year Odia Optional Chapter 2 ନନ୍ଦିକେଶ୍ୱରୀ Summary

କବି ପରିଚୟ :
ଆଧୁନିକ ଓଡ଼ିଆ କବିତାର ଯୁଗପ୍ରବର୍ତ୍ତକ କବିବର ରାଧାନାଥ ରାୟ ୧୮୪୮ ମସିହା ସେପ୍ଟେମ୍ବର ମାସ ୨୮ ତାରିଖରେ ବାଲେଶ୍ଵର ଜିଲ୍ଲାର କେଦାରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ଥିଲା ସୁନ୍ଦରନାରାୟଣ ରାୟ ଓ ମାତାଙ୍କ ନାମ ଥିଲା ତାରିଣୀ ଦାସୀ । ରାଧାନାଥ ରାୟଙ୍କର ସାନଭାଟିଏ ମଧ୍ୟ ଥିଲା ଯାହାଙ୍କ ନାମ ଯଦୁନାଥ ରାୟ । କବିଙ୍କୁ ଯେତେବେଳେ ମାତ୍ର ପାଞ୍ଚ ବର୍ଷ, ସେହି ବୟସରେ ତାଙ୍କର ମାତୃବିୟୋଗ ଘଟିଲା । କିଛିଦିନ ପରେ ସାହି-ପଡ଼ିଶା ଓ ବନ୍ଧୁବାନ୍ଧବଙ୍କ ଅନୁରୋଧ କ୍ରମେ ସୁନ୍ଦରନାରାୟଣ ଯାଜପୁରର ରୂପ ଦାସୀଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ରୂପ ଦାସୀଙ୍କ ଗର୍ଭରୁ ସୀତାନାଥ, ହରନାଥ ନାମରେ ଦୁଇଟି ପୁଅ ଓ ସ୍ଵର୍ଣ୍ଣମୟୀ ନାମରେ ଗୋଟିଏ ଝିଅ ଜନ୍ମ ହୋଇଥିଲେ ।
ଶୁଣାଯାଏ କବିଙ୍କର ପୂର୍ବପୁରୁଷ ବଙ୍ଗଦେଶରୁ ଆସି ଓଡ଼ିଶାରେ ବାସ କରୁଥିଲେ । ତାହାଙ୍କ କୌଳିକ ଉପାଧ୍ ଥିଲା ‘ଦେ’ । କୌଣସି ରାଜାଙ୍କଠାରୁ ‘ରାୟ’ ଉପାଧ୍ ପାଇ କୌଳିକ ଉପାଧିକୁ ତାଙ୍କର ପୂର୍ବପୁରୁଷ ଛାଡ଼ି ଦେଇଥିଲେ ।

ଶିକ୍ଷା :
ରାଧାନାଥ ୬ ବର୍ଷ ବୟସରେ ଗାଁ ଚାଟଶାଳୀରେ ବିଦ୍ୟାରମ୍ଭ କରିଥିଲେ । ପିଲାଟି ଦିନରୁ ସେ ମେଧାବୀ ଓ ବୁଦ୍ଧିମାନ ଥିଲେ । ତାଙ୍କୁ ପାଠକୁ ଆଦୌ ମୁଖସ୍ଥ କରିବାକୁ ପଡ଼ୁନଥିଲା । କାରଣ ତାଙ୍କର ମନେରଖୁବା ଶକ୍ତି ପ୍ରଖର ଥିଲା । ରାଧାନାଥ ପିଲାଦିନରୁ ରୁଗ୍‌ଣ ଥିଲେ । କାଶ ଓ ଶ୍ଵାସରୋଗରେ ଆକ୍ରାନ୍ତ ଥିଲେ, ଯାହା ତାଙ୍କ ପଢ଼ିବାରେ ପ୍ରତିବନ୍ଧକ ହେଉଥିଲା । ତେଣୁ ସୁନ୍ଦରନାରାୟଣ ରାଧାନାଥଙ୍କୁ ବାଲେଶ୍ଵର ନେଇ ଆସିଲେ ଏବଂ ଚିକିତ୍ସା କଲେ । ଦେହ ଭଲ ହେଲା ମାତ୍ର ଶ୍ଵାସରୋଗଟି ସାରାଜୀବନ ରହିଗଲା । ରାଧାନାଥ ୧୦ ବର୍ଷ ବୟସରେ ବାଲେଶ୍ଵର ଜିଲ୍ଲାସ୍କୁଲରେ ପ୍ରବେଶ କଲେ, ନିଜର ମେଧାବଳରେ ଶ୍ରେଣୀରେ ସର୍ବୋଚ୍ଚ ସ୍ଥାନ ଅଧିକାର କଲେ । ୧୮୬୪ ମସିହାରେ କଲିକତା ବିଶ୍ବବିଦ୍ୟାଳୟର ଏଣ୍ଟ୍ରାନ୍ସ ପରୀକ୍ଷାରେ ପାସ୍ କଲେ ଓ ପ୍ରେସିଡ଼େନ୍ସି କଲେଜରେ ପଢ଼ିବା ପାଇଁ କଲିକତା ଗଲେ । ସେତେବେଳକୁ ତାଙ୍କର ବୟସ ୧୬ ବର୍ଷ ହୋଇଥିଲା । ଅର୍ଥର ଅଭାବ ଓ ଶାରୀରିକ ଅସୁସ୍ଥତା ହେତୁ ସେଠାରୁ ସେ ଫେରିଆସିଲେ । ଶେଷରେ ରାଧାନାଥ ଦାମୋଦର ଦାସ ନାମକ ଜଣେ ଯୁବକଙ୍କୁ ଭେଟିଲେ । ତାଙ୍କର ବାଲେଶ୍ଵରର ସୁନହଟପଡ଼ାରେ ଗୋଟିଏ ଉପାଦେୟ ପାଠାଗାର ଥିଲା । ସେଠାରେ ରାଧାନାଥ ପଢ଼ିବାକୁ ଲାଗିଲେ ଏବଂ ଘରୋଇ ଛାତ୍ର ଭାବରେ ଏଫ.ଏ. ପାସ୍ କଲେ । ଏହାଛଡ଼ା ସେ ଉର୍ଦୁ, ପାର୍ଶୀ, ସଂସ୍କୃତ, ବଙ୍ଗଳା ଭାଷା ସହିତ ସଙ୍ଗୀତ ମଧ୍ଯ ଶିକ୍ଷା କରିଥିଲେ ।

ବୃତ୍ତି :
କଲିକତାରୁ ପାଠପଢ଼ା ଅଧାରୁ ଛାଡ଼ି ଆସିବା ପରେ ବାପାଙ୍କ ଉପଦେଶ ଅନୁସାରେ ଶିକ୍ଷକତା ବୃତ୍ତିକୁ ଆପଣେଇ ନେଲେ ରାଧାନାଥ । ୩୦ ଟଙ୍କା ବେତନରେ ବାଲେଶ୍ଵର ଜିଲ୍ଲାସ୍କୁଲରେ ତୃତୀୟ ଶିକ୍ଷକ ଭାବରେ ଯୋଗଦେଲେ । ସେଠାରେ ପ୍ରାୟ ୫ ବର୍ଷ କାର୍ଯ୍ୟ କଲାପରେ ପୁରୀ ଜିଲ୍ଲା ସ୍କୁଲକୁ ଦ୍ୱିତୀୟ ଶିକ୍ଷକ ଭାବରେ ବଦଳି ହେଲେ । ପୁରୀରେ ତୃତୀୟ ବର୍ଷ କାର୍ଯ୍ୟ କରୁଥିବା ସମୟରେ କଲେକ୍ଟରୀ ପରୀକ୍ଷା ସକାଶେ ଆଇନ ଅଧ୍ୟୟନ, ଜରିବ ପ୍ରଭୃତି ଶିକ୍ଷାରେ ପରିଶ୍ରମ କରିବାକୁ ପୁନଶ୍ଚ ରୋଗଗ୍ରସ୍ତ ହେଲେ । କିଛିଦିନ ପରେ ସୁସ୍ଥ ହେବାରୁ ବାଙ୍କୁଡ଼ା ଜିଲ୍ଲାସ୍କୁଲରେ ଦ୍ଵିତୀୟ ଶିକ୍ଷକ ରୂପରେ ୬ ମାସ କାର୍ଯ୍ୟ କଲେ । ତା’ପରେ ଡେପୁଟି-ଇନ୍‌ସପେକ୍ଟର ପଦରେ ନିଯୁକ୍ତି ହୋଇ ବାଲେଶ୍ବର ଆସିଲେ । ପାଞ୍ଚ ବର୍ଷ ଡେପୁଟି-ଇନ୍ସପେକ୍ଟର ରହିବା ପରେ ରାଧାନାଥ ଜଏଣ୍ଟ-ଇନ୍‌ସପେକ୍ଟର ପଦକୁ ଉନ୍ନୀତ ହେଲେ । ସେତେବେଳକୁ ତାଙ୍କର ପିତା ଆରପାରିକୁ ଚାଲିଯାଇଥିଲେ । ପରିବାରର ଦାୟିତ୍ଵ ତାଙ୍କ ଉପରେ ସମ୍ପୂର୍ଣ୍ଣ ନ୍ୟସ୍ତ ଥିଲା । ୧୮୯୨ ରେ ରାଧାନାଥ ଇନ୍ସପେକ୍ଟର ପଦକୁ ଉନ୍ନୀତ ହେଲେ । ୧୮୯୬ରେ ସେ ‘ରାୟବାହାଦୂର’ ଉପାଧ୍ଧରେ ଭୂଷିତ ହେଲେ । ୧୯୦୧ରେ ସେ ପ୍ରୋଭିନ୍‌ସିଆଲ ସର୍‌ଭିସ୍ (Provincial Service) ରେ ଶୀର୍ଷସ୍ଥାନ ଅଧିକାର କଲେ ଓ ୧୯୦୩ରେ ସରକାରୀ ଚାକିରିରୁ ଅବସର ଗ୍ରହଣ କଲେ । ଏହିଭଳି ଭାବରେ ତାଙ୍କର ବୃତ୍ତି ଜୀବନ କଟିଥିଲା ।

ରାଧାନାଥଙ୍କ ସାହିତ୍ୟ ସୃଷ୍ଟି :
କବିବର ରାଧାନାଥ ରାୟ ଓଡ଼ିଆ ସାହିତ୍ୟର ଚର୍ଚ୍ଚିତ କବିମାନଙ୍କ ମଧ୍ୟରୁ ଅନ୍ୟତମ । ଓଡ଼ିଆ ସାହିତ୍ୟରେ ରାଧାନାଥ ଏକ ନୂତନ ମୋଡ଼ ବୁଲାଣି ଆଣିଛନ୍ତି । ତେଣୁ ତାକୁ ଯୁଗପ୍ରବର୍ତ୍ତକ ଭାବରେ ଗ୍ରହଣ କରାଯାଏ । କେହି କେହି ଓଡ଼ିଆ ଆଧୁନିକ ସାହିତ୍ୟର ଜନକ ଭାବରେ ପ୍ରତିଷ୍ଠା କରନ୍ତି ରାଧାନାଥଙ୍କୁ । ତାଙ୍କର ରଚନାବଳୀ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି । କେବଳ ସେତିକି ନୁହେଁ ଓଡ଼ିଆ ଭାଷା ଓ ଜାତୀୟତାର ପୁନର୍ଜାଗରଣରେ ସହାୟକ ହୋଇଛି ତାଙ୍କର ଚିରନ୍ତନ ସୃଷ୍ଟି ।

ରାଧାନାଥ ଲେଖନୀ ଚାଳନା କଲାବେଳକୁ, ଓଡ଼ିଶାର ଅବସ୍ଥା ସମ୍ପୂର୍ଣ୍ଣ ଭାବରେ ଏକ ସନ୍ଧିକ୍ଷଣ ଦେଇ ଗତି କରୁଥିଲା । ରାଜ-ଅତ୍ୟାଚାର, କୁଶାସନ, ବନ୍ୟା ଓ ମରୁଡ଼ି ଇତ୍ୟାଦି କାରଣଗୁଡ଼ିକ ବଳବତ୍ତର ଥିଲା । ସବୁଠାରୁ ବଡ଼ ଦୁଃଖ ଆଣି ଦେଇଥଲା ନ’ଅଙ୍କ ଦୁର୍ଭିକ୍ଷ ୧୮୬୬ରେ । ପରିଶେଷରେ କିଛି ବଙ୍ଗୀୟମାନଙ୍କ ‘ଓଡ଼ିଆ ଭାଷା ବିଲୋପ ଚକ୍ରାନ୍ତ’ ଓଡ଼ିଆମାନଙ୍କର ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା । ତେଣୁ ଏହି ସମୟରେ ଓଡ଼ିଆ ଜାତି ଓ ଭାଷାର ଅବସ୍ଥା ଶୋଚନୀୟ ଥିଲା । ତେଣୁ ଓଡ଼ିଆ ଜାତିର ପ୍ରକୃତ ପରିଚୟକୁ ଫେରାଇ ଆଣିବାପାଇଁ ସାହିତ୍ୟ ମଧ୍ଯ ଥିଲା ଏକ ବିରାଟ ମାଧ୍ୟମ ଏବଂ ଯେଉଁ ଯୁଗପୁରୁଷଗଣ ଓଡ଼ିଆ ଜାତିର ପୁନରୁଭ୍ୟୁଦୟରେ ପ୍ରଧାନ ଭୂମିକା ଗ୍ରହଣ କଲେ, ସେମାନଙ୍କ ମଧ୍ୟରୁ ରାଧାନାଥ ରାୟ ହେଲେ ଅନ୍ୟତମ ପଟ୍ଟପୁରୋଧା ।

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

ରାଧାନାଥ ସାହିତ୍ୟ ରଚନା କଲାବେଳକୁ, ସାହିତ୍ୟ ତାଳପତ୍ରରେ ଆବଦ୍ଧ ନଥିଲା । ସେତେବେଳକୁ ବିଭିନ୍ନ ପତ୍ରିକା ଛପା ହେଲାଣି । ସାହିତ୍ୟର ପରିସର ବୃଦ୍ଧି ହେଲାଣି । ସେ ଥିଲେ ବହୁ ଶାସ୍ତ୍ରଦର୍ଶୀ । ବିଭିନ୍ନ ଭାଷା ତାଙ୍କୁ ଜଣାଥିଲା, ସଂସ୍କୃତଠାରୁ ଆରମ୍ଭ କରି ଇଂରାଜୀ ପର୍ଯ୍ୟନ୍ତ ସବୁ ସାହିତ୍ୟ ସେ ପଢ଼ିଥିଲେ । ଓଡ଼ିଆ ସାହିତ୍ୟରେ ଉନବିଂଶ ଶତାବ୍ଦୀର ଅର୍ଦ୍ଧାଧିକ କାଳ ପର୍ଯ୍ୟନ୍ତ କାବ୍ୟଯୁଗ ଓ ସଙ୍ଗୀତଯୁଗର ପ୍ରଭାବ ଥିଲା । ମାତ୍ର ପାଶ୍ଚାତ୍ୟ ଶିକ୍ଷା, ସଭ୍ୟତା ଓ ସଂସ୍କୃତିର ସଂସର୍ଗ ଚିନ୍ତନ ପ୍ରଚଳିତ ସାହିତ୍ୟଧାରାକୁ ଏକ ନୂତନ ରୂପ ଦେଲା । ରାଧାନାଥ ସେହି ନୂତନ ଧାରାକୁ ନିଜ ସାହିତ୍ୟରେ ପ୍ରତିଫଳିତ କଲେ । ଏହି ଦୃଷ୍ଟିକୋଣରୁ ରାଧାନାଥଙ୍କୁ ‘ଯୁଗପ୍ରବର୍ତ୍ତକ’ କାବରେ ଅଭିହିତ କରାଯାଏ । ପ୍ରଧାନତଃ ଓଡ଼ିଆ ସାହିତ୍ୟ ଥିଲା ଦରବାରୀ ସାହିତ୍ୟ । ସେଥୁରୁ ସେ ସାହିତ୍ୟକୁ ମୁକ୍ତ କରିଛନ୍ତି ଓ ନୂତନ ରୂପ ଦେଇଛନ୍ତି । ରାଧାନାଥ ଥିଲେ ବହୁପାଠୀ । ହୋମର, ସ୍କଟ, ୱାଡ଼ସ୍ୱାର୍ଥ, ବାଇରନ୍, କୀଟସ୍, ମିଲଟନ, ସେକ୍‌ସପିଅର, ଟେନିସନ୍, ଗ୍ରୀକ୍‌କବି ଓଭିଡ଼୍ ଆଦି ପାଶ୍ଚାତ୍ୟ ସାହିତ୍ୟିକଙ୍କ ସାହିତ୍ୟ ପଢ଼ିବା ସହିତ ପ୍ରାଚ୍ୟ ସାହିତ୍ୟ ଜଗତର ବାଲ୍ମୀକି, ବ୍ୟାସ, ଭବଭୂତି, କାଳିଦାସ, ଶ୍ରୀହର୍ଷ, ମାଇକେଲ ମଧୁସୂଦନ, ପ୍ରେମଚନ୍ଦ, ଉପେନ୍ଦ୍ର ଭଞ୍ଜ ଆଦି ସ୍ରଷ୍ଟାମାନଙ୍କର ସାହିତ୍ୟକୁ ସେ ଗଭୀର ଭାବରେ ଅଧ୍ୟୟନ କରିଥିଲେ ।

ରାଧାନାଥଙ୍କ ସାହିତ୍ୟର ପ୍ରଧାନ ବିଶେଷତ୍ଵ ହେଲା, ସେ ପାଶ୍ଚାତ୍ୟ ସାହିତ୍ୟରୁ କଥାବସ୍ତୁ ଆହରଣ କରି ତାକୁ ଓଡ଼ିଶାର ଚରିତ୍ରମାନଙ୍କ ମଧ୍ୟରେ ପରିବେଷଣ କରିଛନ୍ତି । ପୂର୍ବରୁ ଯେପରି କାବ୍ୟମାନଙ୍କରେ ମଙ୍ଗଳାଚରଣର ଅବତାରଣା କରାଯାଉଥିଲା ତାକୁ ସେ ଛାଡ଼ିଯାଇଛନ୍ତି । ସିଧାସଳଖ କଥାବସ୍ତୁର ଆରମ୍ଭ କରିବାପାଇଁ ଯତ୍ନଶୀଳ ହୋଇଛନ୍ତି । ଯେତେ ସମ୍ଭବ ସହଜ ଓ ସରଳ ଭାଷାରେ କାବ୍ୟ ଲେଖିବାରେ ସିଦ୍ଧହସ୍ତ ଥିଲେ ରାଧାନାଥ । ନାରୀ ଚରିତ୍ରମାନେ ଅବଳା କିମ୍ବା ଦୁର୍ବଳା ନୁହଁନ୍ତି, ସେମାନଙ୍କୁ ସେ ଏକ ସ୍ବତନ୍ତ୍ର ସ୍ଥାନର ଅଧିକାରୀଣୀ କରିଛନ୍ତି । ରାଧାନାଥଙ୍କ ସାହିତ୍ୟରେ ନାରୀ ଚରିତ୍ର ଏକ ନୂତନ ପରିଚୟ ସୃଷ୍ଟି କରନ୍ତି । ଏହାର ଉଦାହରଣରେ ଆମେ ‘ଉଷା’ଙ୍କୁ ବୀରାଙ୍ଗନା, ‘ନନ୍ଦିକେଶ୍ୱରୀ’କୁ ଅନ୍ଧାର ରାତିରେ ଏକା ଏକା ଯିବାର ସାହସ ଓ ପାର୍ବତୀର ପ୍ରତିବାଦ କରିବାର ଶକ୍ତିକୁ ଦେଖୁଥାଉ । ତାଙ୍କ କାବ୍ୟମାନଙ୍କରେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିହୁଏ । ଉତ୍କଳର ପ୍ରକୃତିକୁ ସେ ସୁନ୍ଦରଭାବରେ ବର୍ଣ୍ଣନା କରିଛନ୍ତି । ମହେନ୍ଦ୍ରରୁ ମେଘାସନ ଯାଏ ସବୁ ପାହାଡ଼, ସବୁ ନଦୀ, ବଣ, ବିଭିନ୍ନ ମନ୍ଦିର ଓ ଅଧ୍ତ୍ରୀ ଦେବଦେବୀଙ୍କର ମହିମାକୁ ପ୍ରସଙ୍ଗ କ୍ରମେ ସୁନ୍ଦର ରୂପ ପ୍ରଦାନ କରିଛନ୍ତି । ପୁନଶ୍ଚ ଉତ୍କଳର ଅତୀତ କୀର୍ତ୍ତିଗୁଡ଼ିକୁ ବର୍ଣନା କରିଛନ୍ତି । ଅତୀତର ଗୌରବକୁ ବର୍ଣ୍ଣନା କରି ନବ୍ୟ ଉତ୍କଳୀୟମାନଙ୍କ ମନରେ ଜାତୀୟତାବୋଧକୁ ସେ ଜାଗ୍ରତ କରିପାରିଥିଲେ ।

ଯଥା – ‘‘ଗୋଦାବରୀଠାରୁ ଗଙ୍ଗାଯାଏ ବ୍ୟାପୀ,
କୀର୍ତିମାଳା ଯା’ର ବିରାଜେ ଅଦ୍ୟାପି ।
ଏକାମ୍ରେ କୋଣାର୍କେ ଯା କୀର୍ତି ଭାସ୍ବର
ଯୋଗ୍ୟ ପୁତ୍ର ତୁମ୍ଭେ ସେହି ଉତ୍କଳର ।’’ – (ଦରବାର)

ରାଧାନାଥ ଯେମିତି ଥିଲେ ଭାବପ୍ରବଣ ଓ ସୌନ୍ଦର୍ଯ୍ୟାନୁରାଗୀ, ସେମିତି ଥିଲେ ଜଣେ ସ୍ବାଭିମାନୀ ନାଗରିକ ଓ ବୌଦ୍ଧିକ ବ୍ୟକ୍ତି । ସେ ସେହି ସମୟର ସାଂସ୍କୃତିକ ଓ ପ୍ରଶାସନିକ ଅବସ୍ଥା ଦେଖୁ କ୍ଷୁବ୍ଧ ହେବା ସହିତ ଓଡ଼ିଆମାନଙ୍କର ମୂର୍ଖତା, ସ୍ବାର୍ଥପରତା ଓ ତୋଷାମଦ ପ୍ରକୃତି ପାଇଁ ଦୁଃଖ ପ୍ରକାଶ କରୁଥିଲେ । ତେଣୁ ନିଜର ‘ଦରବାର’ କାବ୍ୟରେ ସେ ଓଡ଼ିଆମାନଙ୍କୁ ବିଦ୍ରୁପ କରିବା ସହିତ ସଚେତନ କରାଇଛନ୍ତି ।

ତାଙ୍କର ପ୍ରତ୍ୟେକଟି କୃତିର ତାତ୍ପର୍ଯ୍ୟ ରହିଛି । ପୁନର୍ଜାଗରଣର ପ୍ରଧାନ ବିନ୍ଧାଣି ଓ ଆଧୁନିକ ଓଡ଼ିଆ ସାହିତ୍ୟର ସୁଯୋଗ୍ୟ ପଥପ୍ରଦର୍ଶକ ଭାବରେ ସେ ଚିରସ୍ମରଣୀୟ ।

ସୃଷ୍ଟି-ସମ୍ଭାର :
ରାଧାନାଥ ପ୍ରଥମେ ବଙ୍ଗଳା ଭାଷାରେ କବିତା ଲେଖୁଥିଲେ ଯେଉଁଗୁଡ଼ିକ ‘କବିତାବଳୀ’ ଗ୍ରନ୍ଥରେ ସଂକଳିତ । ଏହାପରେ ସେହି ସମୟର ଆବଶ୍ୟକତା ଓ ଭୂଦେବ ମୁଖୋପାଧ୍ୟାୟଙ୍କ ପରାମର୍ଶରେ ଓଡ଼ିଆରେ କାବ୍ୟକବିତା ରଚନା କଲେ । ସଂସ୍କୃତ ଭାଷାରେ ମଧ୍ୟ ରାଧାନାଥ କବିତା ଲେଖୁଥିଲେ ।
ରାଧାନାଥଙ୍କ ରଚନାବଳୀଗୁଡ଼ିକୁ ନିମ୍ନୋକ୍ତ ଭାବରେ ବିଭକ୍ତ କରାଯାଇପାରେ –
(୧) ବଙ୍ଗଳା ରଚନା :

  • କବିତାବଳୀ (୧ମ – ୧୮୬୮)
  • କବିତାବଳୀ (୨ୟ – ୧୮୭୨)
  • ଲେଖାବଳୀ – ୧୮୭୯

(୨) ଅନୁବାଦ :

  • ମେଘଦୂତ (ପୂର୍ବମେଘ, ଉତ୍ତରମେଘ) – ୧୮୭୩
  • ତୁଳସୀ ସ୍ତବକ – ୧୮୯୪
  • ଇତାଲୀୟ ଯୁବା (ଉପନ୍ୟାସ)

(୩) କାବ୍ୟ-କବିତା :

  • ଓଡ଼ିଆ କବିତାବଳୀ – (୧ମ-୧୮୭୬)
  • ଓଡ଼ିଆ କବିତାବଳୀ – (୨ୟ-୧୮୮୫)
  • କେଦାରଗୌରୀ – ୧୮୮୬
  • ଚନ୍ଦ୍ରଭାଗା – ୧୮୮୬
  • ନନ୍ଦିକେଶ୍ୱରୀ – ୧୮୮୭
  • ଉଷା – ୧୮୮୮
  • ପାର୍ବତୀ – ୧୮୯୦
  • ଚିଲିକା (ଖଣ୍ଡକାବ୍ୟ) – ୧୮୯୧
  • ମହାଯାତ୍ରା – ୧୮୯୨
  • ଯଯାତିକେଶରୀ – (୧୮୯୪-୯୫)
  • ଉର୍ବଶୀ – (୧୮୯୫)
  • ଦରବାର – (୧୮୯୪-୯୭)
  • ଦଶରଥ ବିୟୋଗ
  • ସାବିତ୍ରୀ ଚରିତ୍ର
  • ମହେନ୍ଦ୍ରଗିରି

(୪) ଗଦ୍ୟରଚନା :

  • ବିବେକୀ
  • ଅପରିପକ୍ବତା
  • ବୋଝ ବୋହିବା
  • ଇତାଲୀୟ ଯୁବ
  • ‘ଉର୍ବଶୀ’ କାବ୍ୟର ଉପସଂହାର
  • ଭ୍ରମଣକାରୀର ପତ୍ର
  • ବାମଣ୍ଡା
  • ଲହଡ଼ା ଏବଂ କେନ୍ଦୁଝର
  • ସାର୍ ରାଜା ବାସୁଦେବ ସୁଢ଼ଳଦେବ
  • ଉତ୍କଳ ସାହିତ୍ୟର ଉନ୍ନତି
  • ପାର୍ବତୀ କାବ୍ୟର ଉପସଂହାର
  • ସାର୍ ବାସୁଦେବ ସୁଢ଼ଳଦେବଙ୍କ ବିୟୋଗରେ ରାଧାନାଥଙ୍କ ଶୋକ ‘ଇତ୍ୟାଦି’

(୫) ସଂସ୍କୃତ ରଚନା :

  • ଭାରତ ଗୀତିକା
  • ଧବଳେଶ୍ଵର ସ୍ତୋତ୍ରମ୍
  • ଶ୍ରୀ କାଳିକା ସ୍ତୁତି

(୬) ପାଠ୍ୟପୁସ୍ତକ :

  • ବ୍ୟାକରଣ ପ୍ରବେଶ
  • ବ୍ୟାକରଣ ପରିଚୟ
  • ପଣକିଆ ବୋଧନୀ

(୭) ଅନ୍ୟାନ୍ୟ କେତେକ କୃତି :

  • ବାଣହରଣ
  • ଶ୍ମଶାନ ଦୃଶ୍ୟ
  • ଦୁର୍ଯ୍ୟୋଧନଙ୍କର ରକ୍ତନଦୀ ସନ୍ତରଣ
  • ସତୀପ୍ରତି ସତୀଦ୍ରୋହୀ ପତିର ଉକ୍ତି
  • ପ୍ରତାପରୁଦ୍ରଦେବ
  • ଯୁଧ୍ର ପ୍ରତି ବ୍ୟାସ
  • ସତ୍ୟବାଦୀ
  • ପୁଲବାଣୀ

କାବ୍ୟର ସାରକଥା :
ରାଧାନାଥ ରାୟଙ୍କର ‘ନନ୍ଦିକେଶ୍ଵରୀ’ କାବ୍ୟଟି ୧୮୮୭ ମସିହାରେ ପ୍ରକାଶିତ ହୁଏ । ସୋମବଂଶୀ ରାଜତ୍ଵ ପରେ ଓଡ଼ିଶାରେ ଗଙ୍ଗବଂଶ ରାଜତ୍ଵର ପ୍ରତିଷ୍ଠା କିପରି ହେଲା, ତାହା ଏହି କାବ୍ୟରେ ବର୍ଣ୍ଣନା କରାଯାଇଛି । ଉତ୍କଳ ଓ ଗଙ୍ଗ ବାହିନୀର ସମରସଜ୍ଜା ବର୍ଣ୍ଣନାରୁ ‘ନନ୍ଦିକେଶ୍ଵରୀ’ କାବ୍ୟର କଥାବସ୍ତୁ ଆରମ୍ଭ ହୋଇଛି । ଦାକ୍ଷିଣାତ୍ୟର ଚୋଳଗଙ୍ଗ ଦେବ ସେନାବାହିନୀ ଧରି ଉତ୍କଳର ରାଜଧାନୀ କଟକ ନିକଟରେ ପହଞ୍ଚିଛନ୍ତି । କଟକର ଦକ୍ଷିଣ ପାର୍ଶ୍ଵସ୍ଥ କାଠଯୋଡ଼ି ନଦୀର ଅପରପାର୍ଶ୍ବରେ ସେ ଶିବିର ସ୍ଥାପନ କରିଛନ୍ତି । ସେତେବେଳେ ଉତ୍କଳର ନରପତି ଥିଲେ ସୁବର୍ଣ୍ଣକେଶରୀ । ରାଜା ଚୋଡ଼ଗଙ୍ଗଦେବ ଦେବୀ ଗଙ୍ଗାଙ୍କଠାରୁ ବରପ୍ରାପ୍ତ ହୋଇ ଶାକ୍ତଧର୍ମକୁ ବିଲୋପ କରି ବୈଷ୍ଣବ ଧର୍ମର ପ୍ରତିଷ୍ଠା ପାଇଁ ଉତ୍କଳ ଆକ୍ରମଣ କରିଛନ୍ତି । ଉତ୍କଳ ବାହିନୀ ମଧ୍ୟ ଶତ୍ରୁମାନଙ୍କର ମୁକାବିଲା କରିଛନ୍ତି । ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ସୈନ୍ୟମାନେ ଆସି ସମ୍ମୁଖ ଯୁଦ୍ଧରେ ଯୋଗ ଦେଇଛନ୍ତି । ମାତ୍ର ପରାକ୍ରମୀ ଗଙ୍ଗବାହିନୀ ନିକଟରେ ଉତ୍କଳ ଅଧ୍ଵରଙ୍କର ସେନାବାହିନୀ ଓ ସମସ୍ତ ଯୁଦ୍ଧକୌଶଳ ହାରମାନିଛି । ରାଜା ସୁବର୍ଣ୍ଣକେଶରୀ ଉପାୟଶୂନ୍ୟ ହୋଇ ଗଡ଼ଚଣ୍ଡିଙ୍କ ନିକଟରେ ଅଧ୍ୟା ପଡ଼ିଛନ୍ତି । ଦେବୀ ରାଜାଙ୍କୁ ଗଡ଼ଦ୍ଵାର ରୁଦ୍ଧ କରିବାପାଇଁ ଆଦେଶ ଦେଇଛନ୍ତି । ପୁନଶ୍ଚ ଜୈତ୍ରମଣିଟିଏ ପ୍ରଦାନ କରିଛନ୍ତି । ଏହି ମଣି ଯେତେ ପର୍ଯ୍ୟନ୍ତ ରାଜାଙ୍କ ପାଖରେ ଥ‌ିବା ଶତ୍ରୁ କୌଣସି କ୍ଷତି କରିପାରିବ ନାହିଁ । ରାଜା ଏହି ମଣିକୁ ଧାରଣ କରି ଗଡ଼ ମଧ୍ଯରେ ନିରାପଦରେ ଅବସ୍ଥାନ କଲେ ।

ଶତ ଚେଷ୍ଟାପରେ ମଧ୍ୟ ଚୋଡ଼ଗଙ୍ଗଦେବ ଉତ୍କଳର ରାଜାଙ୍କୁ ହରାଇ ପାରିନାହାନ୍ତି କମ୍ବା ଗଡ଼କୁ ଭେଦକରି ପାରନାହାନ୍ତି । ତେଣୁ ସେ ଉତ୍କଳ ବିଜୟ ଆଶା ମନରୁ ତୁଟାଇ ଦେଇଛନ୍ତି । ସୈନ୍ୟଗଣ ସ୍ବଦେଶ ଫେରିଯିବା ପାଇଁ ବ୍ୟସ୍ତ ହୋଇଯାଇଛନ୍ତି । ରାଜା ସେମାନଙ୍କୁ ପ୍ରଭାତି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଆଦେଶ ଦେଇଛନ୍ତି । ସେହି ରାତ୍ରରେ ଚୋଡ଼ଗଙ୍ଗ କାଠଯୋଡ଼ିର ଅପର ପାର୍ଶ୍ଵରେ ଜଙ୍ଗଲ ମଧ୍ୟରେ ଇଷ୍ଟଦେବୀ ଗଙ୍ଗାଙ୍କୁ ମଧ୍ୟ ଦର୍ଶନ କରିଛନ୍ତି । ଗଙ୍ଗା ମଧ୍ଯ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାପାଇଁ ଚୋଡ଼ଗଙ୍ଗଙ୍କୁ କହିଛନ୍ତି ।

ଏପଟେ ଶତ୍ରୁଶିବିରର ସ୍ୱରାଜ୍ୟ ପ୍ରତ୍ୟାବର୍ତ୍ତନ ଖବର ଗୁପ୍ତଚର ଆଣି ଗଡ଼ ମଧ୍ଯରେ ସୁବର୍ଣ୍ଣକେଶରୀଙ୍କ ପାଖରେ ପ୍ରକାଶ କରିଛନ୍ତି । ତେଣୁ ଗଡ଼ବାସୀମାନେ ଆନନ୍ଦ ଉଲ୍ଲାସରେ ମାତିଯାଇଛନ୍ତି । ଗଡ଼ଚଣ୍ଡିଙ୍କ ମନ୍ଦିରରେ ମହାସମାରୋହରେ ପୂଜାର ଆୟୋଜନ କରାଯାଇଛି । ସାରା ପୁରର ନରନାରୀମାନେ ନୃତ୍ୟଗୀତ ଓ ବାଦ୍ୟ ମଧ୍ୟରେ ଆନନ୍ଦିତ ହୋଇଛନ୍ତି । ଏତେ ଆନନ୍ଦ ମଧ୍ୟରେ ରାଜନଗରରେ ଜଣେ ମାତ୍ର ଖୁସି ହୋଇପାରୁ ନାହାନ୍ତି, ସେହେଲେ ସୁବର୍ଣ୍ଣ କେଶରୀଙ୍କ ଏକମାତ୍ର କନ୍ୟା ରାଜନନ୍ଦିନୀ ନନ୍ଦିକା । ଚୋଡ଼ଗଙ୍ଗଦେବଙ୍କୁ ନନ୍ଦିକା ପ୍ରେମ କରୁଥିଲେ । ଚୋଡ଼ଗଙ୍ଗ ମଧ୍ୟ ନନ୍ଦିକାଙ୍କୁ ବିବାହ କରିବାପାଇଁ ମନ୍ତ୍ରୀ ବାସୁଦେବ ରଥଙ୍କଦ୍ୱାରା ସୁବର୍ଣ୍ଣକେଶରୀଙ୍କ ପାଖକୁ ପ୍ରସ୍ତାବ ପଠାଇଥିଲେ । ହେଲେ, ସେ ନିଜ ଶତ୍ରୁକୁ କନ୍ୟାଦାନ କରିବେ ନାହିଁ ବୋଲି ମନା କରିଥିଲେ । ମାତ୍ର ନନ୍ଦିକା ଚୋଡ଼ଗଙ୍ଗଙ୍କ ରୂପରେ ପାଗଳିନୀ ହୋଇପଡ଼ିଥିଲେ । ରାଜନନ୍ଦିନୀ ଉତ୍ସବ ଶେଷରେ ଅନ୍ତଃପୁରକୁ ଫେରିଛନ୍ତି । ହେଲେ ତାଙ୍କ ମନରେ ପ୍ରାୟପ୍ରିୟ ଚୋଡ଼ଗଙ୍ଗଙ୍କ ଭାବନା ଆହୁରି ଦୃଢ଼ୀଭୂତ ହୋଇଛି । ନଗରରେ ସମସ୍ତେ ଶୋଇଗଲା ପରେ ମଧ୍ୟ ସେ ଶୋଇ ପାରିନାହାନ୍ତି । ନିଜର ପିତାଙ୍କୁ ମଧ୍ୟ ମନେମନେ ତିରସ୍କାର କରିଛନ୍ତି । ତାଙ୍କ ଆଖ୍ ସାମନାରେ ନାଚିଯାଇଛି ସୁଭଦ୍ରାଙ୍କର ପ୍ରତିଛବି । କିପରି ସୁଭଦ୍ରା ନିଜ ବଂଶ ମର୍ଯ୍ୟାଦାକୁ ଭୁଲିଯାଇ ପ୍ରାଣପ୍ରିୟ ଅର୍ଜୁନଙ୍କ ସାଙ୍ଗରେ ଚାଲିଯାଇଥିଲେ ପ୍ରେମର ଜଗତକୁ । ପରିଶେଷରେ ସେ ନିଜକୁ ଆୟତ୍ତରେ ରଖ୍ଯାରି ନାହାନ୍ତି ।

ସେ ମଧ୍ୟ ସୁଭଦ୍ରାଙ୍କ ପଦାଙ୍କ ଅନୁସରଣ କରିଛନ୍ତି । ପ୍ରେମର ଜଗତରେ ଏକ ନୂଆ ଆଦର୍ଶ ସୃଷ୍ଟି କରିବାପାଇଁ ଚେଷ୍ଟା କରିଛନ୍ତି । ନିସ୍ତବ୍ଧ ରାତ୍ରିରେ ସେ ନିଜ ପିତାଙ୍କର ଅମୋଘ ଅସ୍ତ୍ର ସେହି ଚୈତ୍ରମଣିକୁ ହସ୍ତଗତ କରି ପ୍ରାଣପ୍ରିୟ ପୁରୁଷ ଚୋଡ଼ଗଙ୍ଗଦେବଙ୍କ ଶିବରରେ ପ୍ରବେଶ ହୋଇଛନ୍ତି । ଚୋଡ଼ଗଙ୍ଗଦେବଙ୍କ ସମ୍ମୁଖରେ ଉଭାହୋଇଛନ୍ତି ଉତ୍କଳର ରାଜନନ୍ଦିନୀ ନନ୍ଦିକା । ନିଜର ପରିଚୟ ଦେଇ ସେହି ଜୈତ୍ରମଣିଟିକୁ ଚୋଡ଼ଗଙ୍ଗଦେବଙ୍କ ପାଦତଳେ ଥୋଇଦେଇଛନ୍ତି ଓ ପ୍ରତିଦାନରେ ସ୍ଵପ୍ରେମର ନିବିଡ଼ତା ଦର୍ଶାଇ ପ୍ରେମର ସହକାରେ ତାଙ୍କୁ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ଚୋଡ଼ଗଙ୍ଗଦେବ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି । ମାତ୍ର ନନ୍ଦିକା ଯେଉଁ ଆଶା ଭରଷା ନେଇ ଚୋଡ଼ଗଙ୍ଗଦେବଙ୍କ ପାଖକୁ ଯାଇଥିଲେ, ତା’ର ଫଳ ଓଲଟା ହେଲା । ଚୋଡ଼ଗଙ୍ଗଦେବ ତାଙ୍କୁ ଗ୍ରହଣ କରିବା ବଦଳରେ ଭର୍ସନା କରିଛନ୍ତି । ସେ ନନ୍ଦିକାଙ୍କୁ ଦେଶଦ୍ରୋହୀ, ରାଜଦ୍ରୋହୀ ଓ ପିତୃ ଦ୍ରୋହୀ ଏଭଳି ତିନୋଟି ମହାପାପର ଭାଗିନୀ କହି ସ୍ଵାକ୍କାର କରିଛନ୍ତି । ନନ୍ଦିକା ଚୋଡ଼ଗଙ୍ଗଙ୍କର ଏହି ବ୍ୟବହାରରେ ମର୍ମାହତ ହୋଇଛନ୍ତି । ସମଗ୍ର ଦୁନିଆ ତାଙ୍କୁ ଅନ୍ଧକାରମୟ ଦେଖାଯାଇଛି । ନିଜେ ନିଜର ଭୁଲ୍ ବୁଝିପାରି ଅନୁତାପ ଅଗ୍ନିରେ ଜଳିଯାଇଛନ୍ତି ।

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

ଏଣେ ଚୋଡ଼ଗଙ୍ଗଦେବ ମନ୍ତ୍ରୀଙ୍କଦ୍ଵାରା ଏକ ସୁନ୍ଦର ଶିବିକାରେ ଜୈତ୍ରମଣି ସହ ନନ୍ଦିକାକୁ ବିଡ଼ାନାସୀ ଗଡ଼କୁ ପଠାଇ ଦେଇଛନ୍ତି । ପ୍ରଭାତ ହୋଇଆସୁଥିଲା । ସୁବର୍ଣ୍ଣକେଶରୀ ଦୂତ ମୁଖରୁ ସମସ୍ତ କଥା ଶୁଣି ବିଷାଦଗ୍ରସ୍ତ ହୋଇପଡ଼ିଛନ୍ତି । ସମ୍ରାଟ ସୁବର୍ଷକେଶରୀ ସଖୀମାନଙ୍କୁ ଯଥାଶୀଘ୍ର ଶିବିକାରୁ କନ୍ୟାକୁ ଆଣିବାପାଇଁ ଆଦେଶ ଦେଇଛନ୍ତି । ମାତ୍ର ସେତେବେଳକୁ ସବୁ ଶେଷ ହୋଇସାରିଛି । ନନ୍ଦିକା ପିତାଙ୍କ ନାମରେ ଚିଠିଟିଏ ଲେଖୁ ଆତ୍ମହତ୍ୟା କରିଛନ୍ତି ।

ଚିଠିଟିକୁ ପାଠ କରିସାରି ସୁବର୍ଣ୍ଣକେଶରୀ ମର୍ମାହତ ହୋଇପଡ଼ିଲେ । ନନ୍ଦିକାର ଅନୁରୋଧ କ୍ରମେ ବିଜନ ପଠାରେ ତା’ର ଶେଷକୃତ୍ୟ ସମାପନ କରି ସେଠାରେ ମନ୍ଦିରଟିଏ ନିର୍ମାଣ କରାଇଲେ । ତତ୍‌ପରେ ଜୌତ୍ରମଣିଟିକୁ ଚୋଡ଼ଗଙ୍ଗଦେବଙ୍କୁ ପ୍ରଦାନ କରିବା ସହ ସାମ୍ରାଜ୍ୟ ମଧ୍ୟ ପ୍ରଦାନ କରିଛନ୍ତି ଓ ମହାନଦୀ କୂଳରେ ସନ୍ନ୍ୟାସୀ ଜୀବନ ଅତିବାହିତ କରିଛନ୍ତି । ନନ୍ଦିକା ସମାଧ୍ ଉପରେ ନିର୍ମିତ ହୋଇଥିବା ମନ୍ଦିର ପଠାର ନାମ ନନ୍ଦିକେଶ୍ଵରୀ ଭାବରେ ନାମିତ ହୋଇଛି ଏବଂ ମହାନଦୀ କୂଳରେ ରାଜା ସନ୍ନ୍ୟାସୀ ଜୀବନ କଟାଇଥବା ସ୍ଥାନଟି ଏବେ ସୁବର୍ଣ୍ଣପୁର ନାମରେ ପରିଚିତ । ଚୋଡ଼ଗଙ୍ଗ ଦେବ ଉତ୍କଳର ସମ୍ରାଟ ହୋଇଛନ୍ତି ଓ ସେହି ଚୈତ୍ରମଣିକୁ ନୀଳାଚଳ ନାଥ ଜଗନ୍ନାଥଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏହାହିଁ ହେଉଛି ନନ୍ଦିକେଶ୍ଵରୀ କାବ୍ୟର ସଂକ୍ଷିପ୍ତ କଥାବସ୍ତୁ ।

ନନ୍ଦିକେଶ୍ୱରୀ କାବ୍ୟର ସିଦ୍ଧାନ୍ତ :
ରାଧାନାଥ ନନ୍ଦିକେଶ୍ଵରୀ କାବ୍ୟ ପାଇଁ ଯେଉଁ କଥାବସ୍ତୁ ଗ୍ରହଣ କରିଛନ୍ତି, ତାହା ସମ୍ପୂର୍ଣ୍ଣଭାବରେ କଳ୍ପନାପ୍ରସୂତ ନୁହେଁ । ନନ୍ଦିକେଶ୍ଵରୀ କାବ୍ୟରେ ଯେଉଁ ଚରିତ୍ରମାନଙ୍କର ଚିତ୍ରଣ କରାଯାଛି ଯଥା – ଚୋଡ଼ଗଙ୍ଗଦେବ, ସୁବର୍ଣ୍ଣକେଶରୀ ଓ ବାସୁଦେବ ରଥ ଇତ୍ୟାଦି ଓଡ଼ିଶାର ଇତିହାସରେ କେଶରୀ ବଂଶର ପତନ ଓ ଗଙ୍ଗବଂଶର ଆରମ୍ଭ ସମୟର ଚରିତ୍ର । ଏମାନଙ୍କୁ ମାଦଳାପାଞ୍ଜି ସମେତ ଇତିହାସ ଗ୍ରନ୍ଥ ମଧ୍ୟରେ ସ୍ୱୀକାର କରନ୍ତି । ମାତ୍ର କାବ୍ୟନାୟିକା ନନ୍ଦିକା ଚରିତ୍ରଟି ସମ୍ପୂର୍ଣ୍ଣ ଭାବରେ କଳ୍ପନିକ ।

ଓଭିଡ଼ଙ୍କ ‘ମେଟାମରଫୋସିସ୍’ର କାବ୍ୟମାଳାର ଅଷ୍ଟମ ଆଖ୍ୟାୟିକା ‘King Minus and Scylla’ ଓ ବାଇରନ୍‌ଙ୍କ ‘Siege of Corinth’ରୁ କଥାବସ୍ତୁ ଓ ବର୍ଣ୍ଣନାଶୈଳୀକୁ ଆହରଣ କରି ଓଡ଼ିଶା ଇତିହାସର ଚରିତ୍ରମାନଙ୍କ ଉପରେ ଆରୋପିତ କରିଛନ୍ତି । ନନ୍ଦିକେଶ୍ଵରୀ କାବ୍ୟର ମୂଳ ଉତ୍ସ ଓଭିଡ଼ଙ୍କ ‘ମେଟାମରଫୋସିସ୍’ରୁ ଆଣିଛନ୍ତି ଏବଂ କାବ୍ୟନାୟିକା ନନ୍ଦିକେଶ୍ଵରୀ ଆତ୍ମହତ୍ୟା ଘଟଣା ପାଇଁ କବି ବାଇରଙ୍କୁ ଅନୁସରଣ କରିଛନ୍ତି । ଏହି ଦୁଇଟି ବିଦେଶୀ ରଚନାରୁ କଥା ମୂଳକୁ ଆହରଣ କରି କବି ତାକୁ ଓଡ଼ିଶା ଇତିହାରେ ସମୀକରଣ କରିଛନ୍ତି । ମଦଳାପାଞ୍ଜିର ବାସୁଦେବ ରଥ କାହାଣୀ ଓ କଟକର ନନ୍ଦିକେଶ୍ଵରୀ ପଠା କାବ୍ୟର କାହାଣୀକୁ ଆହୁରି ଚମତ୍କାର କରିଛି । ମାଦଳା ପାଞ୍ଜିର ଚୋଡ଼ଗଙ୍ଗ ଦେବ ଓ ସୁବର୍ଣ୍ଣକେଶରୀଙ୍କ ଭିତ୍ତିଭୂମି ଉପରେ ସେ ମିନ୍ସ ଓ ନିମସ୍ତଙ୍କ ଆରୋପ କରିଛନ୍ତି । ଗ୍ରୀକ୍ କାହାଣୀର ରାଜକୁମାରୀ ସିଲା ପରିବର୍ତ୍ତିତ ହୋଇଛି ରାଜକୁମାରୀ ନନ୍ଦିକା
ଭାବରେ ।

ପରିଶେଷରେ ଏତିକି କୁହାଯାଇପାରେ, ରାଧାନାଥଙ୍କ ପ୍ରତ୍ୟେକ ସାହିତ୍ୟସୃଷ୍ଟି ପ୍ରାଚ୍ୟ ଓ ପାଶ୍ଚାତ୍ୟଧାରାର ଏକ ସମୀକରଣ ଏବଂ ନନ୍ଦିକେଶ୍ଵରୀ ଏହି ମିଶ୍ରଧାରାର ସ୍ଵତନ୍ତ୍ର ସୃଷ୍ଟି ।

ଉପନ୍ୟାସର ସଂଜ୍ଞା ଓ ସ୍ବରୂପ

ସାହିତ୍ୟ ଚିର ପ୍ରବହମାନ । ଏହି ସ୍ରୋତରେ ସମୟକ୍ରମେ କେତେ କେତେ ନବ ତରଙ୍ଗମାନ ସୃଷ୍ଟି ହୋଇଛି । ଏହି ତରଙ୍ଗ ସାହିତ୍ୟ ପ୍ରବାହଧାରାକୁ ଯେମିତି ପ୍ରଭାବିତ କରିଛି ସେମିତି କରିଛି ବୈଚିତ୍ରମୟ । ଏହି ତରଙ୍ଗମାନଙ୍କ ମଧ୍ୟରୁ ଉପନ୍ୟାସ ଅନ୍ୟତମ । ସାହିତ୍ୟର ଚିତ୍ରିତ କଳେବର ମଧ୍ୟରେ ଏକ ବୈଚିତ୍ରପୂର୍ଣ୍ଣ ମନନଶୀଳ ଗଦ୍ୟାତ୍ମକ କଳା ହିଁ ଉପନ୍ୟାସ । ଏହା ମାନବ ଜୀବନର ତଥା ସମାଜର ଏକ ବାସ୍ତବ ଅନୁକୃତି । ଜୀବନାନୁଭୂତିର ରସାଳ ଆଲେଖ୍ୟ ଓ ଯୁଗଯନ୍ତ୍ରଣାର ରୂପ ଏଥିରେ ଅଭିବ୍ୟଞ୍ଜିତ । କଥା ସାହିତ୍ୟର ଏହି ଅନନ୍ୟ ଗଦ୍ୟଶିଳ୍ପ ବିଭାଗଟି ପାଠକଙ୍କୁ ନିଜ ପ୍ରତି ଖୁବ୍ ଆକର୍ଷିତ କରାଇ ପାରିଛି । ସମୟକ୍ରମେ ବିଭିନ୍ନ ସ୍ତରରେ କଥା ସାହିତ୍ୟର ରୂପାନ୍ତର ଘଟିଛି । ଆଧୁନିକ କାଳଖଣ୍ଡରେ ପାଶ୍ଚାତ୍ୟ ସାହିତ୍ୟର ପ୍ରଭାବରେ ଉପନ୍ୟାସ ଏକ ନୂତନ ଗଦ୍ୟଶିଳ୍ପ ଭାବରେ ଏହି ରୂପାନ୍ତରର ଏକ ବଳିଷ୍ଠ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଏହି ଉପନ୍ୟାସର ସଂଜ୍ଞା ସମ୍ପର୍କରେ ନାନା ମୁନି ନାନା ମତ ନ୍ୟାୟରେ ବହୁ ସମାଲୋଚକ ନିଜ ନିଜ ମତ ପ୍ରଦାନ କରିଛନ୍ତି ।

ପାଶ୍ଚାତ୍ୟ ସମାଲୋଚକମାନଙ୍କଠାରୁ ପ୍ରାଚ୍ୟ ସମାଲୋଚକମାନଙ୍କ ପର୍ଯ୍ୟନ୍ତ ‘ଉପନ୍ୟାସ’ର ସଂଜ୍ଞା ନିର୍ଦ୍ଧାରଣ କରିବାରେ ପ୍ରୟାସ କରିଛନ୍ତି । ତେବେ ଉପନ୍ୟାସର ଏକ ନିର୍ଦ୍ଦିଷ୍ଟ ସ୍ଵୟଂସମ୍ପୂର୍ଣ ସଂଜ୍ଞା ନିଶ୍ଚିତ ହୋଇପାରି ନାହିଁ । ତେବେ ଏହି ‘ଉପନ୍ୟାସ’ର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି – ‘ଉପ + ନି + ଅସ୍ + ଘଞ୍ଚ୍’ । ଏହାର ଅର୍ଥ ପାଖକୁ ଆଣିବା ତେଣୁ କୌଣସି ଅର୍ଥ ବା ଅଭିପ୍ରାୟକୁ ପାଖକୁ ଆଣି ବର୍ଣ୍ଣନା କରିବା ହିଁ ଉପନ୍ୟାସ । ନାଟ୍ୟଶାସ୍ତ୍ରର ପ୍ରଣେତା ଭରତମୁନିଙ୍କଠାରୁ ଆରମ୍ଭ କରି ସଂସ୍କୃତ ସାହିତ୍ୟ ପରମ୍ପରାନୁମୋଦିତ ଅନ୍ୟାନ୍ୟ ଆଚାର୍ଯ୍ୟମାନଙ୍କଦ୍ୱାରା ଉପନ୍ୟାସ ବିଭିନ୍ନ ଅର୍ଥରେ ପ୍ରଯୁକ୍ତ ହୋଇଥିଲେ ହେଁ, ଯୁକ୍ତିଯୁକ୍ତ ଭାବରେ ଉପସ୍ଥାପିତ ତଥା ପାଠକକୁ ଆମୋଦିତ କରୁଥ‌ିବା ରଚନା ଉପନ୍ୟାସ ଭାବରେ ଗୃହୀତ ହୋଇଆସୁଛି ।

ଇଂରାଜୀ ‘NOVEL’ (ନଭେଲ୍) ଶବ୍ଦକୁ ଓଡ଼ିଆରେ ଉପନ୍ୟାସ ଭାବରେ ଗ୍ରହଣ କରାଯାଇଛି । ତେବେ ଏହି ନଭେଲ୍ ସମ୍ପର୍କରେ Huttonଙ୍କ ମତ ହେଉଛି – ‘‘A novel is a work of fiction containing a good story and well-drawn character.” ଅର୍ଥାତ୍ ‘‘ଉପନ୍ୟାସ ଯଥାର୍ଥତଃ ଏକ ସୁନ୍ଦର କାହାଣୀ ଓ ସୁନ୍ଦର ଚରିତ୍ର ଚିତ୍ରଣର ଚିତ୍ରଶାଳା ।’’

ଗୋଟିଏ କଳ୍ପିତ ବା ସତ୍ୟ ଘଟଣାକୁ ବାସ୍ତବତାର ସ୍ପର୍ଶ ଦେଇ ନିଜସ୍ବ ଶୈଳୀ ଓ ଭାଷା ପ୍ରୟୋଗ ମାଧ୍ୟମରେ କଳାତ୍ମକ ଭାବରେ ପରିପ୍ରକାଶ ହେଲେ ତାହା ଉପନ୍ୟାସ ହୋଇଥାଏ । ଏହା ଏକ କର୍ମବିବର୍ତ୍ତନଶୀଳ ସାରସ୍ଵତ କଳା । କାହା ମତରେ ଏହା ଜୀବନର ଗୋପନ ଅଂଶକୁ ପାଠକ ପାଖରେ ଚିତ୍ର ଧର୍ମତାନୁସାରେ ତୋଳିଧରେ । ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ କଥାକାର ତଥା ଔପନ୍ୟାସିକ ପ୍ରେମଚାନ୍ଦ ଉପନ୍ୟାସ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଯେ ‘‘ଯେ ଉପନ୍ୟାସ ମାନବଜୀବନକା ଚିତ୍ରମାତ୍ର ସମଝତା ହୁଁ । ମାନବ ଚରିତ୍ରତାର ପ୍ରକାଶ ଡାଇନା ଔର ଉସ୍କୋ ରହସ୍ୟାକା ଖୋନା ହି ଉପନ୍ୟାସକ୍ରା ମୂଲ୍ ତତ୍ତ୍ଵ ହୈ I’’

ତେବେ ଉପନ୍ୟାସର ସଂଜ୍ଞା ଦେବାକୁ ଯାଇ ସମାଲୋଚନା କ୍ଷେତ୍ରରେ ଏପରି ଅନେକ ସଂଜ୍ଞା ଉପନ୍ୟାସ ନିମନ୍ତେ ନିର୍ଦ୍ଧାରିତ ହୋଇ ରହିଛି । ତେବେ ଆଜି ଉପନ୍ୟାସର ସଂଜ୍ଞା ଯାହା ହେଉନା କାହିଁକି ଏହା ଯେ କେବଳ କଳ୍ପନାର ନ୍ୟାସ ନୁହେଁ, ଅଧୂକନ୍ତୁ ବାସ୍ତବତାର ନ୍ୟାସ, ଏହା ସର୍ବଜନସ୍ଵୀକୃତ । କୌଣସି ଗଳ୍ପକୁ ଦୀର୍ଘ କରିଦେଲେ ତାହା ଉପନ୍ୟାସ ହୋଇଯିବ ନାହିଁ । ଠିକ୍ ସେମିତି କୌଣସି ଉପନ୍ୟାସକୁ ମଧ୍ଯ କ୍ଷୁଦ୍ର କରିଦେଲେ ତାହା ଗଳ୍ପ ହୋଇଯିବ ନାହିଁ ।

ସୁତରାଂ ଉପନ୍ୟାସ ସାହିତ୍ୟର ଏକ ସ୍ଵତନ୍ତ୍ର କଳା । ସାହିତ୍ୟର ଅନ୍ୟ କିଛି ବିଭାଗ ପରି ଏହା ହୁଏତ ରୀତିସିଦ୍ଧ, ନୀତିଧର୍ମୀ ବା ଶିକ୍ଷାପ୍ରଦ ନହୋଇପାରେ; ମାତ୍ର ଏହା ଆନନ୍ଦପ୍ରଦାୟକ ଏବଂ ଅନୁଭୂତିବ୍ୟଞ୍ଜକ ଆବେଗଧର୍ମୀ କଳା । ବିଭିନ୍ନ ଉପାଦାନ ସମନ୍ବୟରେ ଏହି ସାରସ୍ଵତ ଶିଳ୍ପକଳାର ବୈଶିଷ୍ଟ୍ୟ ଲକ୍ଷଣୀୟ ଏବଂ ଏହା ମଧ୍ୟ ଏକ ମିଶ୍ର କଳା । ନାଟକ, କ୍ଷୁଦ୍ରଗଳ୍ପ, ପ୍ରବନ୍ଧ, କାବ୍ୟକବିତା ଇତ୍ୟାଦି ସାହିତ୍ୟିକ କଳାକର୍ମଠାରୁ କେତେକ ଉପାଦାନ ଗ୍ରହଣ କରି ଉପନ୍ୟାସ ହୋଇଥାଏ ବର୍ଲିଳ । ଉପନ୍ୟାସ ସହିତ କ୍ଷୁଦ୍ରଗଳ୍ପ, କାବ୍ୟ, ନାଟକରେ ଥିବା ସାମ୍ୟ ଓ ବୈଷମ୍ୟରୁ ଉପନ୍ୟାସର ସ୍ଵରୂପ ସମ୍ପର୍କୀୟ ଧାରଣା ଅଧିକ ପ୍ରକାଶିତ ହୋଇଥାଏ । ଏଥୁରୁ ସ୍ପଷ୍ଟ ପ୍ରତିପାଦିତ ହୁଏ ଯେ, ଉପନ୍ୟାସ ଏକ ସାହିତ୍ୟିକ କଳା ଭାବରେ ନିତ୍ୟ ନୂତନତାର ଦ୍ୟୋତକ ।

ଉପନ୍ୟାସର ସଂଜ୍ଞାକୁ ନେଇ କେତେକ ପାଶ୍ଚାତ୍ୟ ମତକୁ ନିମ୍ନରେ ଉପସ୍ଥାପନ କରାଯାଇଛି ।
Oxford Junior Encyclopaedia 16 “The novel is a long prose story that is largely imaginary.” ଅର୍ଥାତ୍ ଉପନ୍ୟାସ ହେଉଛି ଗଦ୍ୟରେ ଲିଖ୍ତ ଏକ ଦୀର୍ଘ କଳ୍ପନାପ୍ରସୂତ ଗଳ୍ପ ।

ସେହିପରି ସମାଲୋଚକ Henry Jamesଙ୍କ ମତରେ – “A novel is in its broadest definition a personal, a direct impression of life.” ଅର୍ଥାତ୍ ଉପନ୍ୟାସ ବ୍ୟକ୍ତିଗତ ଓ ପ୍ରତ୍ୟକ୍ଷ ଜୀବନର ନିଚ୍ଛକ ପ୍ରତିଛବି ।

Huttonଙ୍କ ମତରେ ଉପନ୍ୟାସ ଯଥାର୍ଥତଃ ଏକ କାହାଣୀ ଯେଉଁଥରେ ସୁନ୍ଦର ଚିତ୍ରିତ ଚରିତ୍ରର ସମନ୍ଵୟ ହୋଇଥାଏ । ତାଙ୍କ ଭାଷାରେ “A novel is a work of fiction containing a good story and well-drawn character.”

H.G. Wells 16 – A novel is a kind of luckybag into which anything may be poured.’ ଅର୍ଥାତ୍ ଉପନ୍ୟାସ ଏପରି ଏକ ସୌଭାଗ୍ୟ ମୁଣା ବା ଥଳି, ଯାହା ଭିତରେ ଯେକୌଣସି ଦ୍ରବ୍ୟ ରଖାଯାଇପାରେ ।

N. Elizabeth ତାଙ୍କ ଭାଷାରେ ମତ ଦେଇ ‘The Novel and the Society’ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି – “The novel may be defined as a prose form which recreates life in time or space or in the two elements together.” ଅର୍ଥାତ୍ ଉପନ୍ୟାସ ସ୍ଥାନ ବା କାଳ ବା ଉଭୟର ସମନ୍ୱୟରେ ଗଠିତ ଏକ ଗଦ୍ୟଶିଳ୍ପ ଭାବରେ ଗୃହୀତ ହୋଇପାରେ, ଯେଉଁଥ‌ିରେ ଜୀବନକୁ ନୂତନ ଢଙ୍ଗରେ ତିଆରି କରାଯାଇପାରିବ ।

ଉପନ୍ୟାସର କଳା ସମ୍ପର୍କରେ ‘କଲିନ୍ ଉଇଲସନ୍’ (Colin Wilson) ତାଙ୍କ ‘The Craft of the Novel’ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି – “The novel is an attempt to create a mirror in which the novelist will be able to see his own face. It is fundamentally an attempt of a self creation”. ଅର୍ଥାତ୍ । ଉପନ୍ୟାସ ତା’ର ମାନସ ମନ୍ଦିରରେ ଏପରି ଏକ ଦର୍ପଣ ନିର୍ମାଣ କରେ ଯେଉଁଥରେ ଔପନ୍ୟାସିକ ନିଜର ପ୍ରତିଛବି ଅବଲୋକନ କରିପାରେ । ନିଜ ସୃଷ୍ଟିରେ ମଧ୍ଯ ନିଜକୁ ସେ ଦେଖିପାରେ ।

ସମାଲୋଚକ Relph Fox ତାଙ୍କ ଅଭିମତ ପ୍ରଦାନ କରି କହନ୍ତି – “The novel is the most important gift of Bourgeois Capitalist Civilization to the world’s imaginative culture. The novel is a great adventure in its discovery of man, ଅର୍ଥାତ୍ ଉପନ୍ୟାସ ହେଉଛି ବିଶ୍ଵ ବକ୍ଷରେ କଳାକୃଷ୍ଟିକୁ ପୁଞ୍ଜିବାଦୀ ସଭ୍ୟତାର ଚରମ ଅବଦାନ ।

Trollope ଉପନ୍ୟାସର ସଂଜ୍ଞା ଦେବାକୁ ଯାଇ କହିଛନ୍ତି ଯେ ସାଧାରଣ ମଣିଷର ଜୀବନଯାତ୍ରାକୁ ହାସ୍ୟ କରୁଣ ରସ ମଧ୍ୟରେ ବ୍ୟକ୍ତ କରିବାକୁ ଉପନ୍ୟାସ ହିଁ ସମର୍ଥ ହୋଇଥାଏ । ତାଙ୍କ ଭାଷାରେ – “A novel should give a picture of common life enlivened by humour and sweetened by pathos.”

ସେହିପରି ପ୍ରଖ୍ୟାତ ଇଂରାଜୀ ସମାଲୋଚକ Wallter Allen ତାଙ୍କ ‘The English Novel’ ପୁସ୍ତକରେ ଉପନ୍ୟାସ ସମ୍ପର୍କରେ କହିଛନ୍ତି – “We find there a close imitation of man and manners. We see the very web and texture of society as it really exist and we meet it when we come into the world.” ଅର୍ଥାତ୍ ସାମାଜିକ ଜୀବନର ବାସ୍ତବ ରୂପରେଖ ଲୋକଚରିତ୍ରର ଅଧ୍ୟୟନ, ଅନୁଶୀଳନ, ଦୈନନ୍ଦିନ ଜୀବନର ଘଟଣାବଳୀ ଉପନ୍ୟାସରେ ରୂପାନ୍ତରିତ ।

“The Growth of English Novel” ଗ୍ରନ୍ଥରେ E.A. Baker ଯଥାର୍ଥରେ ଲେଖୁଛନ୍ତି – “……. the inter pretation of human lite by means of fictions, prose in narrative.” ଅର୍ଥାତ୍ ଉପନ୍ୟାସ ହେଉଛି ମାନବ ଜୀବନର ଅଭିବ୍ୟକ୍ତି ।

କେବଳ ପାଶ୍ଚାତ୍ୟ ସମାଲୋଚକମାନେ କାହିଁକି ପ୍ରାଚ୍ୟ ସମାଲୋଚକମାନେ ମଧ୍ୟ ଉପନ୍ୟାସର ସଂଜ୍ଞା ଦେବାକୁ ଯାଇ ଖୁବ୍ ଚମତ୍କାର କଥା ଉଲ୍ଲେଖ କରିଯାଇଛନ୍ତି । ‘କାବ୍ୟାଳଙ୍କାର’ ଗ୍ରନ୍ଥର ୨୬୧ ପୃଷ୍ଠାରେ ଉଲ୍ଲେଖ ରହିଛି ‘‘ ଉପନ୍ୟାସ ମନ୍ୟସ୍ୟୟଦର୍ଥ ସ୍ୟାଦିଶାତଃ’। ବଙ୍ଗଳାର ପ୍ରଖ୍ୟାତ ସମାଲୋଚକ ସରୋଜ ବନ୍ଦୋପାଧ୍ୟାୟ ତାଙ୍କ ‘ବାଂଲା ଉପନ୍ୟାସର କାଳାନ୍ତର’ ଗ୍ରନ୍ଥରେ ଲେଖୁଛନ୍ତି – ‘ନାଟ୍ୟକାରଙ୍କୁ କେବଳ ନାଟକ ଜାଣିଲେ ଚଳେ । କବିଙ୍କୁ କବିତା, କିନ୍ତୁ ଔପନ୍ୟାସିକ ଜାଣନ୍ତି ଯେ, ଜୀବନ କେବଳ ନାଟକ କିମ୍ବା କବିତା ନୁହେଁ । ସେ ଜାଣନ୍ତି ଯେ ଜୀବନ ନାଟକ, କାବ୍ୟ, କାହାଣୀ ହୁଏତ ଆହୁରି ଅନେକ କିଛି । ଉପନ୍ୟାସ ସର୍ବଗ୍ରାସୀ, ଉପନ୍ୟାସକାର ସର୍ବଚାରୀ ।’’ (ପୃ-୧୧)

ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ମଧ୍ୟ ଉପନ୍ୟାସର ସଂଜ୍ଞା ଅନେକ ସମାଲୋଚକମାନଙ୍କଦ୍ୱାରା ନିର୍ଦ୍ଧାରଣ କରାଯାଇଛି । ସମାଲୋଚକ ଡଃ ଶ୍ରୀନିବାସ ମିଶ୍ର ତାଙ୍କ ‘ଆଧୁନିକ ଓଡ଼ିଆ ଗଦ୍ୟସାହିତ୍ୟ’ ଗ୍ରନ୍ଥରେ ଲେଖୁଛନ୍ତି – “‘ମହାକାବ୍ୟର ବିଲୟ ପରେ ଆଧୁନିକ କାଳରେ ଯୁଗୀୟ ‘ଏପିକ୍‌’ ହିଁ ଉପନ୍ୟାସ । x x x x ଏହା ସଭ୍ୟତାର ନବ ଅଧ୍ୟାୟର ଅନିବାର୍ଯ୍ୟ ପ୍ରକାଶ ବାହକ । ସମକାଳୀନ ସମାଜ ଜୀବନର ବାସ୍ତବ ଓ ବିଶ୍ବସ୍ତ ଶିଳ୍ପକର୍ମ ଉପନ୍ୟାସ ମଧ୍ୟରେ ମାନବିକ ଅନୁଭୂତି ଓ ଅଭିଜ୍ଞତାର ବିଚିତ୍ରରୂପ ଅଙ୍କିତ ହୁଏ ।’’

ଅଧ୍ୟାପକ ତାରିଣୀ ଚରଣ ଦାସ ଉପନ୍ୟାସ ସମ୍ପର୍କରେ ମତ ଦେଇଛନ୍ତି ଯେ ‘‘ଗଦ୍ୟ ମାଧ୍ୟମକୁ କେନ୍ଦ୍ରକରି ଜୀବନ ଓ ଜଗତର ବିଶ୍ଳେଷଣ କରୁଥିବା କଳାତ୍ମକ ରଚନାର ନାମ ହିଁ ଉପନ୍ୟାସ ।”

ଅଧ୍ୟାପକ ବ୍ରହ୍ମାନନ୍ଦ ସିଂହ ଯଥାର୍ଥରେ କହିଛନ୍ତି – ‘‘ଉପନ୍ୟାସ ଏପରି ଏକ କଳା, ଯେଉଁଥରେ ମନୁଷ୍ୟ ପ୍ରବୃତ୍ତିର ଟିକିନିଖ୍ ବର୍ଣ୍ଣନା ସୁଖ ସମୃଦ୍ଧିର ବିଭିନ୍ନ ଦିଗ, ଜ୍ଞାନ ଓ ହାସ ପରିହାସର ଜୀବନ୍ତ ଚିତ୍ର, ସହଜ ସ୍ବଚ୍ଛନ୍ଦ ଭାଷାରେ ସମଗ୍ର ପୃଥ‌ିବୀକୁ ଜଣାଇ ଦିଆଯାଏ । ଫଳତଃ ମାନବ ଅନ୍ତରର ସତ୍ୟତା ପ୍ରକାଶ କରିବାରେ ଓ ସମାଜ ଗଠନ କରିବାରେ ଏହା ବହୁ ସହାୟକ ହୋଇଥାଏ ।’’ (ତୃତୀୟ ନୟନ, ଅଧ୍ୟାପକ ବ୍ରହ୍ମାନନ୍ଦ ସିଂହ, ପୃ-୨)

ସେହିପରି ଡଃ କୃଷ୍ଣଚରଣ ବେହେରା ତାଙ୍କ ‘କଥାସାହିତ୍ୟ’ ଗ୍ରନ୍ଥରେ ଲେଖୁଛନ୍ତି – ‘‘ଉପନ୍ୟାସ ମଣିଷର ବାସ୍ତବ ଓ ପୂର୍ଣାଙ୍ଗ ଜୀବନର କାଳ୍ପନିକ ଗଦ୍ୟକାହାଣୀ । ସାଧାରଣତଃ ଏହା ମଣିଷ ଜୀବନ ଅଥବା ସମାଜର ଏକ ଅଖଣ୍ଡ ପରିପୂର୍ଣ୍ଣ ଚିତ୍ର ପ୍ରଦାନ କରିଥାଏ । ଲେଖକର ବ୍ୟକ୍ତିଗତ ଦୃଷ୍ଟିଭଙ୍ଗୀ ଓ ଜୀବନାନୁଭୂତି ଏହା ମଧ୍ୟରେ ପରୋକ୍ଷ ଭାବରେ ପ୍ରକାଶିତ ହୋଇଥାଏ । ସ୍ୱାଭାବିକ ଭାବରେ ଗଳ୍ପ କଥନ, ଚରିତ୍ର ଚିତ୍ରଣ, ଦୃଶ୍ୟ ଘଟଣାଦି ବର୍ଣ୍ଣନା ମାଧ୍ୟମରେ ଉପନ୍ୟାସର ଏହିସବୁ ଉଦ୍ଦେଶ୍ୟ ସାଧୁତ ହୋଇଥାଏ ।’’

ଅଧ୍ୟାପକ ଡଃ ପଠାଣି ପଟ୍ଟନାୟକ ‘‘ଓଡ଼ିଆ ଉପନ୍ୟାସ ସାହିତ୍ୟ ପରିଚୟ’’ ପୁସ୍ତକରେ ଲେଖୁଛନ୍ତି – ‘‘ଉପନ୍ୟାସ ଏହି ମାଟିଗୋଡ଼ି ସଂସାରର କାହାଣୀକୁ ରୂପାୟିତ କରେ । ସାହିତ୍ୟ ସଂସାରରେ ଉପନ୍ୟାସ ଅତ୍ୟନ୍ତ ଜୀବନଧର୍ମୀ ହୋଇଥିବାରୁ ତାହା ଅତ୍ୟନ୍ତ ଲୋକପ୍ରିୟ ଏବଂ ପ୍ରଭାବଶାଳୀ କଳାଭାବରେ ଗୃହୀତ ହୋଇଅଛି ।’’(ପୃ-୩)

ଓଡ଼ିଆ ଉପନ୍ୟାସର ବିକାଶଧାରା

ଆଧୁନିକ କାଳଖଣ୍ଡରେ ଏକ ସ୍ଵତନ୍ତ୍ର ସାରସ୍ୱତ ଶିଳ୍ପ-କଳାଭାବରେ ଆବିର୍ଭାବ ହୁଏ ଉପନ୍ୟାସର । ପାଶ୍ଚାତ୍ୟ ସାହିତ୍ୟର ସର୍ବପ୍ରଥମ ଉପନ୍ୟାସ ପ୍ରକାଶ ପାଏ ୧୭୪୦ ମସିହାରେ । ରିଚାର୍ଡ଼ସନ୍‌ଙ୍କ ଉପନ୍ୟାସ ‘ପାମେଲା’ ହିଁ ଥିଲା ଇଂରାଜୀ ସାହିତ୍ୟର ପ୍ରଥମ ଉପନ୍ୟାସ । ଏହାର ଏକ ଶତାବ୍ଦୀ ପରେ ଅର୍ଥାତ୍ ଉନବିଂଶ ଶତକରେ ଭାରତୀୟ ସାହିତ୍ୟରେ ଉପନ୍ୟାସ ସୃଷ୍ଟି ଲାଭକଲା ।

ତେବେ ଓଡ଼ିଶା କ୍ଷେତ୍ରରେ ଏହା ଆଉଟିକେ ବିଳମ୍ବରେ ହୋଇଥିଲା । ଓଡ଼ିଶାରେ ଇଂରାଜୀ ଭାଷାର ପ୍ରସାର ଓ ମୁଦ୍ରାଯନ୍ତ୍ରର ପ୍ରତିଷ୍ଠା ଏବଂ ପତ୍ରପତ୍ରିକାରେ ପ୍ରକାଶ ଫଳରେ ଏକ ପ୍ରକାର ନୂଆ ଚେତନାର ଉନ୍ମେଷ ହେଲା । ତେବେ ବିଚାରକଲେ ଏକଥା ସ୍ପଷ୍ଟ ଅନୁମେୟ ହୁଏ ଯେ ଉପନ୍ୟାସ ଏଇ ନବ ଚେତନାର ସଫଳ ରୂପାୟନ । ଏଇଠାରୁ ହିଁ ଓଡ଼ିଆ ଉପନ୍ୟାସ ସୃଷ୍ଟିର ସମ୍ଭାବନାମୟ ଯାତ୍ରା ପ୍ରାରମ୍ଭ ହୁଏ । ତେବେ ଏହି ଆଦ୍ୟ ତଥା ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡ଼ିଆ ଭାଷାର କିଛି ଉପନ୍ୟାସ ପୂର୍ବରୂପ ପାଇବା ପୂର୍ବରୁ ରହିଯାଇଛନ୍ତି । ଯଥା— ‘ସୌଦାମିନୀ’, ‘ଅନାଥନୀ’, ‘ମଠର ସମ୍ବାଦ’, ‘ଉନ୍ମାଦିନୀ’ ପ୍ରଭୃତି । ଏଗୁଡ଼ିକ ପ୍ରକାଶ ପାଉଥିବା ପତ୍ରିକାର ଅଳ୍ପାୟୁଷ ଏଗୁଡ଼ିକ ଅସମ୍ପୂର୍ଣ ରଖିଦେଇଥିଲେ ।

ଉପରୋକ୍ତ ଅସମ୍ପୂର୍ଣ୍ଣ ଉପନ୍ୟାସର ରଚନାର ପ୍ରୟାସ ପରେ ୧୮୮୮ ମସିହାରେ ଉମେଶ ଚନ୍ଦ୍ର ସରକାର ରଚନା କଲେ ‘ପଦ୍ମମାଳୀ’ । ଏହା ହିଁ ଥିଲା ଓଡ଼ିଆ ସାହିତ୍ୟର ପ୍ରଥମ ଉପନ୍ୟାସ । ଏହାପରେ ରାମଶଙ୍କର ରାୟଙ୍କ ପୂର୍ଣ୍ଣାଙ୍ଗ ଉପନ୍ୟାସ ‘ବିବାସିନୀ’ ପ୍ରକାଶ ପାଇଲା । ୧୮୯୮ ମସିହାରେ ରଚିତ ହେଲା ଆଦିବାସୀ ଜୀବନ ଉପରେ ଆଧାରିତ ପ୍ରଥମ ଉପନ୍ୟାସ ‘ଭୀମାଭୂୟାଁ’ । ୧୯୦୮ରେ ପ୍ରକାଶିତ ଏହି ଉପନ୍ୟାସ ଓଡ଼ିଆ ଭାଷାର ତୃତୀୟ ପୂର୍ଣ୍ଣାଙ୍ଗ ଉପନ୍ୟାସ ।

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

ଓଡ଼ିଆ ଉପନ୍ୟାସ ରଚନାର ଏକ ସୁସ୍ଥ ବାତାବରଣ ସୃଷ୍ଟି ହୋଇ ଆସିଲାବେଳକୁ ଆବିର୍ଭାବ ହୁଏ ଓଡ଼ିଆ କଥାଜଗତର ସମ୍ରାଟ ବ୍ୟାସକବି ଫକୀରମୋହନ ସେନାପତିଙ୍କର । ୧୯୦୨ରେ ପ୍ରକାଶ ପାଇଲା ତାଙ୍କର ପ୍ରଥମ ଉପନ୍ୟାସ ‘‘ଛ’ମାଣ ଆଠଗୁଣ୍ଠ’’ । ଏହାପରେ ୧୯୦୩ରେ ‘ଲଛମା’, ୧୯୧୩ରେ ‘ମାମୁ’ ଓ ୧୯୧୫ ମସିହାରେ ‘ପ୍ରାୟଶ୍ଚିତ୍ତ’ ପ୍ରକାଶିତ ହୋଇ ଓଡ଼ିଆ ଉପନ୍ୟାସ ଭଣ୍ଡାରକୁ ପରିପୁଷ୍ଟ କରିବା ସହ ଉପନ୍ୟାସ ରଚନା କ୍ଷେତ୍ରରେ ଉତ୍ସାହ ଭରିଦେଲା ।

ତେବେ ଏହି ଉନ୍ମେଷ କାଳରେ ଆଉ କିଛି ବଳିଷ୍ଠ ଉପନ୍ୟାସ ମଧ୍ୟ ଓଡ଼ିଆ ଉପନ୍ୟାସ କଳେବରକୁ ବହୁବର୍ଷା କରିଥିଲା । ଔପନ୍ୟାସିକମାନେ ବିଭିନ୍ନ ପତ୍ରପତ୍ରିକାରେ ଉପନ୍ୟାସ ରଚନା ନିମନ୍ତେ ମନବଳେଇ ନୂତନ ଉପନ୍ୟାସମାନ ଓଡ଼ିଆ ପାଠକମାନଙ୍କୁ ଉପହାର ଆକାରରେ ଦେଇଥିଲେ । ଏମାନଙ୍କ ମଧ୍ୟରୁ କବିଶେଖର ଚିନ୍ତାମଣି ମହାନ୍ତି, ନନ୍ଦକିଶୋର ବଳ, ଚିନ୍ତାମଣି ଆଚାର୍ଯ୍ୟ ଦୟାନିଧୁ ମିଶ୍ର ଆଦି ଅନ୍ୟତମ ।

କବିଶେଖର ଚିନ୍ତାମଣି ମହାନ୍ତିଙ୍କ ‘ବୁଲାଫକୀର’, ‘ରୁପାଚୁଡ଼ି’, ‘ଟଙ୍କାଗଛ’, ‘ଯୁଗଳମଠ’, ‘ଶନିସପ୍ତା’, ‘ରକ୍ତଦାନ’ ପ୍ରଭୃତି କେତୋଟି ଉଲ୍ଲେଖନୀୟ ଉପନ୍ୟାସ ବେଶ୍ ପ୍ରଭାବଶାଳୀ ହୋଇଥିଲା । ପୁଣି ନନ୍ଦକିଶୋର ବଳଙ୍କ ‘କନକଲତା’, ତାରିଣୀ ଚରଣ ରଥଙ୍କ ‘ଅନ୍ନପୂର୍ଣ୍ଣା’, ଚିନ୍ତାମଣି ଆଚାର୍ଯ୍ୟଙ୍କ ‘ସଫଳସ୍ଵପ୍ନ’, ଦୟାନିଧୁ ମିଶ୍ରଙ୍କ ‘ମାନଭଞ୍ଜନ’, ଚନ୍ଦ୍ରମଣି ଦାସଙ୍କର ‘ସୁରେଖା’, କାମପାଳ ମିଶ୍ରଙ୍କ ‘ଅମ୍ବିକା’, ଅଶ୍ବିନୀକୁମାର ଘୋଷଙ୍କ ‘ବୁଢ଼ା ଚାଚା’, ଗୋବିନ୍ଦ ତ୍ରିପାଠୀଙ୍କ ‘ଗୁଇନ୍ଦା ଗଦାଧର’ ପ୍ରଭୃତି ଉପନ୍ୟାସ ଓଡ଼ିଆ ଉପନ୍ୟାସର ଆଦ୍ୟକାଳରେ ବେଶ୍ ପ୍ରଭାବିତ କରିଥିଲା ଓଡ଼ିଆ ଉପନ୍ୟାସ ପାଠକକୁ ।

ଏହିସବୁ ଉପନ୍ୟାସ ରଚନା ଥିଲା ୧୯୨୦ ମସିହା ପୂର୍ବବର୍ତ୍ତୀ । ତେବେ ଏହାପରେ ସାହିତ୍ୟ କ୍ଷେତ୍ରରେ ଆସିଛି ଆଲୋଡ଼ନ । ବିଶ୍ବଯୁଦ୍ଧର ପରୋକ୍ଷ ପ୍ରଭାବ ସାହିତ୍ୟକ୍ଷେତ୍ରକୁ ସଂକ୍ରମିତ ହୋଇଛି । ସମାଜ ସଚେତନତା, ରାଜନୈତିକ କୁସଂସ୍କାର, ବିଦ୍ରୋହ ମନୋବୃତ୍ତି, ପ୍ରତିବାଦର ଆହ୍ଵାନ ମଣିଷର ଅନ୍ତଃମନରେ ସମ୍ପୃକ୍ତ ରହସ୍ୟର ଝଲକ ସାହିତ୍ୟ ମାଧ୍ୟମରେ ଦେଇ ଉପନ୍ୟାସ କ୍ଷେତ୍ରକୁ ହୋଇଆସିଛି । କୁନ୍ତଳାକୁମାରୀ, ବୈଷ୍ଣବଚରଣ ଦାସ, ରାମଚନ୍ଦ୍ର ଆଚାର୍ଯ୍ୟ, ଗୋଦାବରୀଶ ମହାପାତ୍ର, ରାମପ୍ରସାଦ ସିଂ, କମଳାକାନ୍ତ ଦାସ ପ୍ରଭୃତି ସେଇ ସମୟରେ ଉପନ୍ୟାସ ସାହିତ୍ୟର ମଙ୍ଗ ଧରିଥିଲେ ।

କୁନ୍ତଳାକୁମାରୀଙ୍କ ‘ଭ୍ରାନ୍ତି’, ‘ନଅତୁଣ୍ଡୀ’, ‘କାଳିବୋହୂ’, ‘ପରଶମଣି’, ‘ରଘୁ ଅରକ୍ଷିତ’ ଆଦି ଉପନ୍ୟାସ ଏହି କାଳଖଣ୍ଡରେ ବେଶ୍ ପାଠକୀୟତା ହାସଲ କରିଥିଲା । ଏହି ସମୟରେ ଦୟାନିଧି ମିଶ୍ରଙ୍କ ‘ସଂଯୁକ୍ତା’, ‘ରାଣାପ୍ରତାପ ସିଂହ’, ‘ମାନଭଞ୍ଜନ’, ‘ପୁନର୍ଜନ୍ମ’, ‘ନୟନତାରା’, ଉପେନ୍ଦ୍ରକିଶୋର ଦାସଙ୍କ ‘ମଲାଜହ୍ନ’, ମୃତ୍ୟୁଞ୍ଜୟ ରଥଙ୍କ ‘ଅଭୂତ ପରିଣାମ’ ଗୋଦାବରୀଶ ମିଶ୍ରଙ୍କ ‘ପଟାନ୍ତର’, ‘ଅଭାଗିନୀ’, ‘ନିର୍ବାସିତ’, ଗୋଦାବରୀଶ ମହାପାତ୍ରଙ୍କ ‘ରାଜଦ୍ରୋହୀ’, ‘ବନ୍ଦୀର ମାୟା’, ‘ପ୍ରେମପଥେ’, ‘ବିଦ୍ରୋହ’, ‘ରକ୍ତପାତ’, ‘ବୀରଯୁବକ’, କମଳାକାନ୍ତ ଦାସଙ୍କ ‘ବୋଉ’, ‘ଆଶ୍ରିତ’, ‘ଭାଉଜବୋଉ’, ‘ଜୀବନ ସଉଦା’, ‘ଚବିଶ ନମ୍ବର କେବିନ୍’, ‘ସାରଦୀନାନୀ’, ‘ମନର ଦାଉ’ ଏବଂ ‘ମଣିଷର ଦାବୀ’, ‘ବୈଷ୍ଣବଚରଣ ଦାସଙ୍କ ‘ମନେମନେ’, ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ‘କଣାମାମୁ’, ହରେକୃଷ୍ଣ ମହତାବଙ୍କ ‘ପ୍ରତିଭା’, ଟାଉଟର’, ‘ଅବ୍ୟାପାର’, ‘ନୂତନ ଧର୍ମ’, ଅନନ୍ତପ୍ରସାଦ ପଣ୍ଡାଙ୍କ ‘ଭାଗ୍ୟଚକ୍ର’, ଚକ୍ରଧର ମହାପାତ୍ରଙ୍କ ‘ବଳାଙ୍ଗୀ’, ରାମଚନ୍ଦ୍ର ଆଚାର୍ଯ୍ୟଙ୍କ ‘ବୀରାଙ୍ଗନା’, ‘ବୀର ଓଡ଼ିଆ’, ‘ପୀୟୂଷ ପ୍ରବାହ’, ‘କମଳ କୁମାରୀ’, ‘ପ୍ରଣୟପ୍ରବାହ’, ‘ପଦ୍ମିନୀ’, କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ‘ମାଟିର ମଣିଷ’, ‘ଲୁହାର ମଣିଷ’, ‘ଆଜିର ମଣିଷ’, ‘ମୁକ୍ତାଗଡ଼ରେ କ୍ଷୁଧା’ ‘ଅମରଚିତା’, ସବୁଜ ସାହିତ୍ୟିକ ଗୋଷ୍ଠୀଙ୍କ ‘ବାସନ୍ତି’, ରାମପ୍ରସାଦ ସିଂହଙ୍କ ‘ଅଗ୍ନିପଥେ’ ‘ପୂଜାର ବଳୀ’, ‘ପ୍ରତିହିଂସା’, ‘ମରୁର ସାଥୀ’, ‘ଛିନ୍ନମସ୍ତା’, ‘ଯୁଗାନ୍ତର’, ‘ସମାପ୍ତି’, ‘ହୋମଶିଖା’, ‘ମରୀଚିକା’, ଜଗତବନ୍ଧୁ ମହାପାତ୍ରଙ୍କ ‘ମଣିକାଞ୍ଚନ’, ‘ଭଙ୍ଗାସଂସାର’, ‘ବିସର୍ଜନ’, ‘ପକେଟମାର୍’, ସୀତାଦେବୀ ଖାଡ଼ଙ୍ଗାଙ୍କ ‘ପୋଷ୍ୟପୁତ୍ର’, ଚିନ୍ତାମଣି ମିଶ୍ରଙ୍କ ‘ପଞ୍ଚପତ୍ରୀ’, ‘କାଳର ନିଷ୍ପତ୍ତି’, ‘ଅକାଳଚଡ଼କ’, ‘ଜଗୁଆ ମା’ ଆଦି ଉପନ୍ୟାସ ଓଡ଼ିଆ ଉପନ୍ୟାସ ସାହିତ୍ୟର ପରିପୁଷ୍ପ କରିବା ସହ ପ୍ରଦାନ କରିଥିଲେ ଏକ ସୁଭବିଷ୍ୟ । ସ୍ଵାଧୀନତା ପୂର୍ବବର୍ତ୍ତୀ କାଳଖଣ୍ଡରେ ଏହି ଉପନ୍ୟାସ ଓ ଔପନ୍ୟାସିକ ପାଠକ ମହଲରେ ନିଜର ଏକ ସ୍ବତନ୍ତାସନ ଜାହିର କରିପାରିଥିଲେ ।

ସ୍ଵାଧୀନତା ପୂର୍ବବର୍ତୀ ଉପନ୍ୟାସ ସାହିତ୍ୟ କ୍ଷେତ୍ରରେ ଆଉକିଛି ଔପନ୍ୟାସିକ ମଧ୍ୟ ନିଜର ସ୍ଥିତିକୁ ବେଶ୍ ମଜବୁତ୍ କରି ଗଢ଼ି ତୋଳିଛନ୍ତି, ସେମାନଙ୍କ ମଧ୍ୟରୁ ଔପନ୍ୟାସିକ କାହ୍ନୁ ଚରଣ ମହାନ୍ତି ଅନ୍ୟତମ । ତାଙ୍କର ଅଜସ୍ରାସ୍ରାବୀ ଲେଖନୀ ବହୁ ଉପନ୍ୟାସ ସୃଷ୍ଟି କରିଛି । ‘ବାଲିରାଜା’, ‘ପଳାତକ’, ‘ତଥାସ୍ତୁ’, ‘ହା ଅନ୍ନ’, ‘ଶାସ୍ତି’, ‘ବଜ୍ରବାହୁ’, ‘ଜେଉଡେଉକା’, ‘ସ୍ଵପ୍ନ ନା ସତ୍ୟ’, ‘ତୁଣ୍ଡବାଇଦ’, ‘କା’, ‘ଝଞ୍ଜା’, ‘ଅଦେଖାହାତ’, ‘ପ୍ରତୀକ୍ଷା’ ଆଦି ସାର୍ଥକ ଉପନ୍ୟାସ ଔପନ୍ୟାସିକ କାହ୍ନୁ ଚରଣ ମହାନ୍ତିଙ୍କ ପ୍ରତିଭାର ସ୍ବାକ୍ଷର ବହନ କରେ ।

ଏହି ସମୟରେ ଅନ୍ୟ ଶ୍ରେଷ୍ଠ ଔପନ୍ୟାସିକମାନଙ୍କ ମଧ୍ୟରୁ ରାଜକିଶୋର ପଟ୍ଟନାୟକ, ଗୋପୀନାଥ ମହାନ୍ତି, ନିତ୍ୟାନନ୍ଦ ମହାପାତ୍ର ପ୍ରଭୃତି ନିଜ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଯାଇଛନ୍ତି । ତାଙ୍କ ଅମୂଲ୍ୟ ଉପନ୍ୟାସଗୁଡ଼ିକ କେବଳ ଯେ ପାଠକର ପ୍ରିୟ ହୋଇଥିଲା ତାହା ନୁହେଁ, ଓଡ଼ିଆ ଉପନ୍ୟାସ ସାହିତ୍ୟ-ଧାରାକୁ ଦେଇଥିଲା ନୂତନ ଦିଗଦର୍ଶନ । ରାଜକିଶୋର ପଟ୍ଟନାୟକଙ୍କ ‘ପଞ୍ଜୁରୀ ପକ୍ଷୀ’, ‘ସିନ୍ଦୂରଗାର’, ‘ସପନ କୁହୁଡ଼ି’, ‘ଅସରନ୍ତି’, ‘ସ୍ମୃତିର ମଶାଣି’, ‘ଭଙ୍ଗାମେଘ’, ‘ବିରହିଣୀ’, ‘ଚଲାବାଟ’, ‘ଅଷ୍ଟମୀ ଚାନ୍ଦ’, ‘କଜ୍ଵଳଗାର’, ‘ପ୍ରୀତିର ବଣିକ’, ‘ଜୀବନସନ୍ଧ୍ୟା’, ‘କଳାପରଦା’, ‘ସକାଳ କୁହୁଡ଼ି’, ‘ସଞ୍ଜବତୀ’, ‘ପ୍ରୀତିର କଜ୍ଜ୍ବଳ’ ଆଦି ଉପନ୍ୟାସ ତାଙ୍କୁ ସ୍ମରଣୀୟ କରି ରଖୁବ ।

ସେହିପରି ଗୋପୀନାଥ ମହାନ୍ତିଙ୍କ ‘ମନ ଗହୀରର ଚାଷ’, ‘ଦାଦିବୁଢ଼ା’, ‘ପରଜା’, ‘ହରିଜନ’, ‘ଅମୃତ ସନ୍ତାନ’, ‘ରାହୁର ଛାୟା’, ‘ଦାନାପାଣି’, ‘ଶିବଭାଇ’, ‘ଲୟ ବିଲୟ’, ‘ମାଟିମଟାଳ’, ‘ଅପହଞ୍ଚ’, ‘ଆକାଶ ସୁନ୍ଦରୀ’ ‘ଅନଳାନଳ’, ‘ସପନମାଟି’, ‘ଶରତବାବୁଙ୍କ ଗଳି’, ‘ଦିଗବିହୁଡ଼ି’ ଆଦି ଅନ୍ୟତମ ସାର୍ଥକ ଉପନ୍ୟାସାବଳୀ, ଯାହା ପାଠକଙ୍କୁ ଆଜି ପର୍ଯ୍ୟନ୍ତ ପ୍ରଭାବିତ କରିଆସିଛି ।

ଔପନ୍ୟାସିକ ନିତ୍ୟାନନ୍ଦ ମହାପାତ୍ରଙ୍କ ଉପନ୍ୟାସ ମଧ୍ଯ ସ୍ଵାଧୀନତା ପୂର୍ବବର୍ତ୍ତୀ କାଳଖଣ୍ଡରେ ବେଶ୍ ପ୍ରଭାବଶାଳୀ ଥିଲା । ତାଙ୍କ ‘ହିଡ଼ମାଟି’, ‘ଭଙ୍ଗାଡ଼ିହ’, ‘ଜିଅନ୍ତା ମଣିଷ’, ‘ଭୁଲ’ ଆଦି ଉପନ୍ୟାସ ପାଠକର ହୃଦୟକୁ ସ୍ପର୍ଶ କରିପାରିଥିଲା । ତେବେ ଏହି ସ୍ଵାଧୀନତା ପୂର୍ବବର୍ତ୍ତୀ କାଳରେ ରଚିତ ଉପନ୍ୟାସଗୁଡ଼ିକ ଉଭୟ ପରିମାଣାତ୍ମକ ଗୁଣାତ୍ମକ ଦୃଷ୍ଟିରୁ ଥିଲେ ସ୍ଵତନ୍ତ୍ର ।
ସ୍ଵାଧୀନତା ପୂର୍ବବର୍ତ୍ତୀ ଓଡ଼ିଶାର ସାମାଜିକ, ସାଂସ୍କୃତିକ, ରାଜନୀତିକ ଓ ମାନସିକ ମୂଲ୍ୟବୋଧ, ଶୋଷଣ, ଅତ୍ୟାଚାର ଇତ୍ୟାଦି ବିଭିନ୍ନ ସମସ୍ୟା ଓ ପରିସ୍ଥିତି ଓଡ଼ିଆ ଉପନ୍ୟାସ ସାହିତ୍ୟରେ ରୂପନେଇଛି । ଓଡ଼ିଆ ଔପନ୍ୟାସିକମାନେ ବିଶ୍ବ ସାହିତ୍ୟ ସହ ତାଳଦେଇ ଜାତୀୟତାବାଦୀ ଚେତନା, ଆଦର୍ଶବାଦୀ ଚେତନା ସମ୍ବଳିତ ମାନବବାଦର ବାସ୍ତବଧର୍ମୀ ଶବ୍ଦଜ୍ଞାନ କରିଛନ୍ତି ସ୍ଵାଧୀନତାର ପୂର୍ବ କାଳଖଣ୍ଡରେ । ତେବେ ସାମଗ୍ରିକ ସମାଜବୋଧ ଓ ଗଣଚେତନା ଉପରେ ପର୍ଯ୍ୟବସିତ ସ୍ଵାଧୀନତା ପୂର୍ବବର୍ତୀ ଉପନ୍ୟାସ ସାହିତ୍ୟ ।

ସ୍ଵାଧୀନତା ପରବର୍ତ୍ତୀ କାଳରେ କିନ୍ତୁ ଗଣଚେତନା, ସାମାଜିକ ଚେତନା ଅପେକ୍ଷା ବ୍ୟଭିଚେତନାଧର୍ମିତାକୁ ତଥା ‘ଜଣ’ ବୋଧ (Individualistic Idea) କୁ ପ୍ରାଧାନ୍ୟ ମିଳିଛି । ଅର୍ଥନୈତିକ ଅସ୍ୱଚ୍ଛଳତା, ରାଜନୀତିକ ପ୍ରତାରଣା, ଆଧୁନିକ ମଣିଷର ଅସହାୟତା ତଥା ବିଚ୍ଛିନ୍ନ ବ୍ୟକ୍ତିସତ୍ତାକୁ ନେଇ ଉପନ୍ୟାସର କଥାବସ୍ତୁ ଗତି କରିଛି । ଔପନ୍ୟାସିକ ସମାଜ ଅପେକ୍ଷା ନିଜ ସମ୍ମୁଖର ବ୍ୟକ୍ତିସତ୍ତା ଏବଂ ତତ୍‌ସମ୍ପର୍କିତ ଜୀବନାନୁଭୂତିକୁ ନେଇ ଉପନ୍ୟାସ କଳ୍ପନା କରିଛି ସ୍ଵାଧୀନତା ପରବର୍ତ୍ତୀ କାଳଖଣ୍ଡରେ । ସ୍ଵାଧୀନତା ପରବର୍ତ୍ତୀ ସମସ୍ୟାବହୁଳ ଜୀବନଧାରା, ସାମାଜିକ ସମ୍ପର୍କହୀନତା ଓ ରାଜନୀତି ପ୍ରଭାବିତ ଆର୍ଥନୀତିକ ସଙ୍କଟବୋଧ ସ୍ରଷ୍ଟାକୁ ଗଣଚେତନାରୁ ଦୂରେଇ ଆଣିଛି ଓ ଏକକ ବୋଧସମ୍ପନ୍ନ ବ୍ୟକ୍ତିସତ୍ତା
ନିକଟରେ ପହଞ୍ଚାଇ ଦେଇଛି ।

ସୁରେନ୍ଦ୍ର ମହାନ୍ତି, ଗୋକୁଳାନନ୍ଦ ମହାପାତ୍ର, ମହାପାତ୍ର ନୀଳମଣି ସାହୁ, ବିଭୂତି ପଟ୍ଟନାୟକ, ପ୍ରତିଭା ରାୟ, ଗୋବିନ୍ଦ ଦାସ, ବଳରାମ ପଟ୍ଟନାୟକ, ଚନ୍ଦ୍ରଶେଖର ରଥ, କଣ୍ଡୁରୀ ଚରଣ ଦାସ, ସାତକଡ଼ି ହୋତା, ଗାୟତ୍ରୀ ବସୁମଲ୍ଲିକ୍, ନୃସିଂହ ଚରଣ ପଣ୍ଡା, ଶାନ୍ତନୁ ଆଚାର୍ଯ୍ୟ, କୃଷ୍ଣପ୍ରସାଦ ମିଶ୍ର, ଯମେଶ୍ବର ତ୍ରିପାଠୀ, ଅବନୀ କୁମାର ବରାଳ, ଶ୍ରୀନିବାସ ଉଦ୍‌ଗାତା, ବୀଣା ମହାପାତ୍ର, ଦେବ୍ରାଜ ଲେଙ୍କା, ବ୍ରଜମୋହନ ମହାନ୍ତି, ଅନାଦି ସାହୁ, କଳ୍ପନା କୁମାରୀ ଦେବୀ, ରଘୁନାଥ ମହାପାତ୍ର, ଗଣେଶ୍ୱର ମିଶ୍ର, ହୃଷିକେଶ ପଣ୍ଡା, ଭାସ୍କର ଜେନା, ଅଜୟ ସ୍ୱାଇଁ, ପଦ୍ମଜ ପାଳ ଆଦି ସ୍ରଷ୍ଟା ଏହି କାଳଖଣ୍ଡରେ ନିଜର ସ୍ଵାତନ୍ତ୍ର୍ୟକୁ ପ୍ରମାଣିତ କରିଛନ୍ତି । ଏହାର ଅର୍ଥ ନୁହେଁ, ସ୍ଵାଧୀନତା ପୂର୍ବରୁ ଲେଖୁ ଆସୁଥ‌ିବା ଔପନ୍ୟାସିକମାନେ ଲେଖା ବନ୍ଦ କରିଦେଇଛନ୍ତି; ବରଂ ସେମାନେ ମଧ୍ୟ ନବୀନ ପ୍ରତିଭାମାନଙ୍କୁ ପ୍ରଭାବିତ କରିବାରେ ସଫଳହୋଇ ନୂତନ ଉପନ୍ୟାସମାନ ସୃଷ୍ଟି କରିଛନ୍ତି ।

ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି ଏହି କାଳଖଣ୍ଡରେ ରାଜନୈତିକ, ଐତିହାସିକ ଓ ସାମାଜିକ ଘଟଣାବଳୀକୁ ଆଧାର କରି ବହୁ ଉପନ୍ୟାସ ଲେଖୁଛନ୍ତି । ସେଗୁଡ଼ିକ ମଧ୍ୟରୁ ‘ଅନ୍ଧଦିଗନ୍ତ’, ‘ନୀଳଶୈଳ’, ‘ଅଚଳାୟତନ’, ‘ବଧୂ ଓ ପ୍ରିୟା’, ‘ହଂସଗୀତ’, ‘ନିଳାଦ୍ରିବିଜୟ’, ‘ନେତି ନେତି’, ‘କୃଷ୍ଣାବେଣୀର ସନ୍ଧ୍ୟା’, ‘ଆଜିବକର ଅଟ୍ଟହାସ୍ୟ’ ଆଦି ଅନ୍ୟତମ, ସେହିପରି ଗୋକୁଳାନନ୍ଦ ମହାପାତ୍ରଙ୍କ ‘ଚନ୍ଦ୍ରର ମୃତ୍ୟୁ’, ‘ସ୍ଫୁଟନିକ୍’, ‘କୃତ୍ରିମ ଉପଗ୍ରହ’, ‘ପୃଥ‌ିବୀ ବାହାରେ ମଣିଷ’, ‘ଉଡ଼ନ୍ତା ଥାଳିଆ’ ଆଦି ଉପନ୍ୟାସ, ମହାପାତ୍ର ନୀଳମଣି ସାହୁଙ୍କ ‘ଧରା ଓ ଧାରା’, ‘ତାମସୀ ରାଧା’, ‘ହଂସ ମିଥୁନ’; ଗୋବିନ୍ଦ ଦାସଙ୍କ ‘ଅମାବାସ୍ୟାର ଚନ୍ଦ୍ର’, ‘ସୂର୍ଯ୍ୟାସ୍ତ’, ‘ଲାସୁ’, ଚନ୍ଦ୍ରଶେଖର ରଥଙ୍କ ‘ଯନ୍ତ୍ରାରୂଢ଼’, ‘ଅସୂର୍ଯ୍ୟ ଉପନିବେଶ’, ‘ନବଜାତକ’, କଣ୍ଡୁରୀ ଚରଣ ଦାସଙ୍କ ‘ରକ୍ତତାଣ୍ଡବ’, ‘କାଳରାତ୍ରିର ସଇତାନ୍’, ‘ଲାଲ୍‌ରୀ’, ‘ନିହତ ନାୟିକା’; ସାତକଡ଼ି ହୋତାଙ୍କ ‘ବ୍ୟାକୁଳ ହୃଦୟ’, ‘ଅନେକ ଦିଗନ୍ତ’, ‘ସ୍ୱପ୍ନଶିଉଳି’, ‘ଅଶାନ୍ତ ଅରଣ୍ୟ’, ‘ଅସମୟ’ ‘ଏତେ ସ୍ଵପ୍ନ ଏତେ ଆଲୋକ’ ଆଦି ଉପନ୍ୟାସ ବେଶ୍ ସ୍ମରଣୀୟ ।

ଉତ୍ତର ପଚାଶ ଉପନ୍ୟାସ ବିକାଶ ପର୍ବରେ ଆଉ ଜଣେ ପ୍ରତିଭାବାନ୍‌ ଔପନ୍ୟାସିକ ହେଉଛନ୍ତି ବିଭୂତି ପଟ୍ଟନାୟକ । ଅନେକଗୁଡ଼ିଏ ଉପନ୍ୟାସ ରଚନା କରି ସେ ଓଡ଼ିଆ ଉପନ୍ୟାସ ସାହିତ୍ୟକୁ ବହୁ ବର୍ଷରେ ବର୍ଷମୟ କରିଅଛନ୍ତି । ତାଙ୍କର ‘ପ୍ରେମିକା’, ‘ଦିନ ଯାଏ ଚିହ୍ନ ରହେ’, ‘ତୁମେ ତୃଷ୍ଣାର ଜଳ’, ‘ଟୋପାଏ ସିନ୍ଦୁର ଦିଟୋପା ଶଙ୍ଖା’, ‘କେଶବତୀ କନ୍ୟା’ ‘ବଧୂ ନିରୁପମା’, ‘ଚପଳଛନ୍ଦା’, ‘ସୁଲତାନା’, ‘ଓଦାମାଟିର ସ୍ୱର୍ଗ’, ‘ବନ୍ଦୀ ଯାଯାବର’, ‘ଅସବର୍ଣ୍ଣ’, ‘ଦେବକୀର କାରାବାସ’, ‘ନାୟିକାର ନାମ ଶ୍ରାବଣୀ’, ‘ସତୀ ଅସତୀ’, ‘ଘନ କୁହୁଡ଼ିର ଦିନ’, ‘ଅଶୋକ ବନର ସୀତା’, ‘ଦଗ୍ଧ ଫୁଲବନ’, ‘ସୁଲୋଚନା’, ‘ଛବିର ମଣିଷ’, ‘ଅଶ୍ୱମେଧର ଘୋଡ଼ା’, ‘ବିଦାୟବେଳା’, ‘ଶେଷବସନ୍ତ’, ‘ପରପୁରୁଷ’, ‘ଅଦିନ ଶ୍ରାବଣ’, ‘ପ୍ରିୟବାନ୍ଧବୀ’, ‘ଛାୟା ଚନ୍ଦ୍ରିକା’, ‘ଏଇ ଗାଁ ଏଇ ମାଟି’, ‘ପ୍ରିୟପୁରୁଷ’, ‘ଖେଳଘର ଭାଙ୍ଗିଗଲା’, ‘ମନ ଭଲ ନାହିଁ’, ‘ଆଗ୍ନେୟଗିରିରେ ବଣଭୋଜୀ’ ଆହୁରି ଅନେକ ଉପନ୍ୟାସ ଏହା ପ୍ରମାଣ କରେ ।

ତେବେ ଏଇ ସମୟରେ ଆଉ ଜଣେ ବିଶିଷ୍ଟ ପ୍ରତିଭା ତଥା ଅନନ୍ୟ ଔପନ୍ୟାସିକା ଥିଲେ ପ୍ରତିଭା ରାୟ । ତାଙ୍କର ଅନେକଗୁଡ଼ିଏ ଉପନ୍ୟାସ ଖାଲି ପାଠକର ପ୍ରିୟ ଯେ ହୋଇରହିଛି, ତାହା ନୁହେଁ; ବରଂ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି । ଏହି ଔପନ୍ୟାସିକାଙ୍କ ‘ଦୁଇଟି ଢେଉ’, ‘ବର୍ଷା-ବସନ୍ତ-ବୈଶାଖ’, ‘ଅରଣ୍ୟ’, ‘ଉପନାୟିକା’, ‘ନିଷିଦ୍ଧ ପୃଥ‌ିବୀ’, ‘ପରିଚୟ’, ‘ପୁଣ୍ୟତୋୟା’, ‘ଅପରିଚିତା’, ‘ମେଘମେଦୁର’, ‘ଆଶାବରୀ’, ‘ଅୟଆରମ୍ଭ’, ‘ନୀଳତୃଷ୍ଣା’, ‘ସମୁଦ୍ରର ସ୍ଵର’, ‘ଶିଳାପଦ୍ମ’, ‘କଇଁଚର ସପନ’, ‘ଦେହାତୀତ’, ‘କୁଳର ନିଆଁ’, ‘ନଦୀ ନିସ୍ତରଙ୍ଗ’, ‘ଯାଜ୍ଞସେନୀ’, ‘ଡାଳିମ୍ବ ଫୁଲର ହସ’, ‘ଆଦିଭୂମି’, ‘ଉତ୍ତରମାର୍ଗ’, ‘ମହାମୋହ’ ଆଦି ଉପନ୍ୟାସ ତାଙ୍କ ପ୍ରତିଭାର ପରିଚୟ ବହନ କରେ ।

ସେହିପରି ଗାୟତ୍ରୀ ବସୁମଲ୍ଲିକଙ୍କ ‘କାବେରୀ’, ‘ଓଏସିସ୍’, ‘ମରୁଝର’, ‘ମାଧବୀର ମଧୁରାତ୍ରି’, ‘ସୂର୍ଯ୍ୟୋପରାଗ’, ‘ମୃଗତୃଷ୍ଠାର ଇତିକଥା’,,‘ସାତ ସାଗର ତେର ନଈ’, ‘ନୃସିଂହ ଚରଣ ପଣ୍ଡାଙ୍କ ‘ଚଣ୍ଡାଶୋକ’, ‘ଧର୍ମାଶୋକ’, ‘ମେଷପାଳକ’, ‘ଖାରବେଳ’, ‘ସପ୍ତସିନ୍ଧୁ’, ଶାନ୍ତନୁ ଆଚାର୍ଯ୍ୟଙ୍କ ‘ନରକିନ୍ନର’, ‘ଶତାବ୍ଦୀର ନଚିକେତା’, ‘ତିନୋଟି ରାତିର ସକାଳ’, ‘ଦକ୍ଷିଣାବର୍ତ୍ତ’, ‘ଯାତ୍ରାର ପ୍ରଥମ ପାଦ’, ‘ଶକୁନ୍ତଳା’, ‘ତୃଷ୍ଣା’, କୃଷ୍ଣପ୍ରସାଦ ମିଶ୍ରଙ୍କ ‘ମୃଗତୃଷ୍ଣା’, ‘ସିଂହକଟି’, ‘ନେପଥ୍ୟ’, ‘ଯମେଶ୍ଵର ତ୍ରିପାଠୀଙ୍କ ‘ମିଥୁନଲଗ୍ନ’, ‘ସେକାଳ ଏକାଳ ଅନ୍ୟକାଳ’, ‘ମାଳବିକାର ସ୍ବପ୍ନ’ ‘ଝଡ଼ ଓ ନୀଡ଼’, ‘ସଞ୍ଜ ସକାଳ’, ‘ଚିତ୍ତ ଚକୋରୀ ଝୁରେ’, ଅବନିକୁମାର ବରାଳଙ୍କ ‘ଅପରାହ୍ନର ଛାୟା’, ‘ମଞ୍ଚକନ୍ୟାର କାହାଣୀ’, ‘ସଂଳାପ ନିର୍ଜନତାର’, ‘ପ୍ରେମର ଅନ୍ଵେଷଣରେ ଗୋଟିଏ ତରୁଣୀ’, ଶ୍ରୀନିବାସ ଉଦ୍‌ଗାତାଙ୍କ ‘ନୀଳନୟନ ତଳେ’, ‘ଶେଷରାତ୍ରି ପ୍ରଥମ ସକାଳ’, ‘ଶିଳାର ସ୍ଵପ୍ନ’, ‘କାନ୍ତା’, ବୀଣା ମହାପାତ୍ରଙ୍କ ‘ଅଙ୍ଗେ ଅଙ୍ଗେ ରଙ୍ଗ ଲାଗେ’, ‘ଏଇ ଜହ୍ନରାତି’, ‘ମନମୟୂରୀ’, ‘ସୁବର୍ଣ୍ଣ ସୀତା’, ‘ନୀଳଝରଣା’, ‘ଜୀବନରଙ୍ଗ’, ଦେବ୍ରାଜ ଲେଙ୍କାଙ୍କ ‘ଜୋକର’, ‘ଖେଳ’, ‘ଅନ୍ଧମୁହାଣୀ’, ‘ପ୍ରେମ ନଗରର ଅନେକ କଥା’, ‘ଦୂର ପୃଥ‌ିବୀର ତାରା’, ‘ଅନ୍ଵେଷ’, ‘ଅନ୍ଵେଷଣ’ ଆଦି ଉପନ୍ୟାସଗୁଡ଼ିକ ଔପନ୍ୟାସିକ ଦକ୍ଷତାକୁ ପ୍ରମାଣ କରିଛନ୍ତି ।

ଅନ୍ୟ ଯେଉଁସବୁ ଉପନ୍ୟାସ ଓ ଔପନ୍ୟାସିକ ଏହି କାଳଖଣ୍ଡରେ ଚର୍ଚ୍ଚାରେ ଥିଲେ, ସେମାନଙ୍କ ମଧ୍ୟରୁ ବ୍ରଜମୋହନ ମହାନ୍ତିଙ୍କ ‘ବିହୁଏ ନିଆଁ’, ‘ତକ୍ଷକ ମୁଁ କୃଷ୍ଣ’, ‘ମୃତନଦୀର ଢେଉ’, ‘ଅନ୍ଧ ପୃଥ‌ିବୀ’, ‘ଲଳିତା ଲବଙ୍ଗଲତା’, କଳ୍ପନାକୁମାରୀ ଦେବୀଙ୍କ ‘ପଞ୍ଚପୁଷ୍ପ’, ‘ପ୍ରଜାପତିର ମନ’, ‘ଦିନାନ୍ତର ରଙ୍ଗ’ ରଘୁନାଥ ମହାପାତ୍ରଙ୍କ ‘ପ୍ରଥମ ପ୍ରତିଶ୍ରୁତି’, ‘ଧୂସର ମାଟି ଓ ସବୁଜ ଶସ୍ୟ’, ଅନାଦି ସାହୁଙ୍କ ‘ମୁଣ୍ଡ ମେଖଳା’, ‘ଜଙ୍ଗଲୀ ସହର’, ‘କ୍ଷଣଭଙ୍ଗୁର’, ‘ଶରସଜ୍ଜା’, ଗଣେଶ୍ବର ମିଶ୍ରଙ୍କ ‘ସାମୁଦ୍ରିକ’, ‘ଆରୋହୀ’, ‘ନେତା’ ହୃଷିକେଶ ପଣ୍ଡାଙ୍କ ‘ଶୂନ୍ୟ ସଙ୍ଗେ ସାମୟିକ ସନ୍ଧି’, ‘ହରିଣ ପିଠରେ ଅଜଣା ସୂର୍ଯ୍ୟାସ୍ତକୁ’, ‘ସୁନାପୁଟର ଲୋକେ’, ‘ସୁବର୍ଣ୍ଣ ଦ୍ୱୀପ’, ‘ଶୃତ ୧୯୯୪’, ‘ହସ ଓ ଇତିହାସ’, ଭାସ୍କର ଜେନାଙ୍କ ‘ଅନୁତପ୍ତ ଅନ୍ଧକାର’, ‘ଅବ୍ୟକ୍ତ ଅଭିମାନ’, ‘ଅବୁଝା ପୃଥିବୀ’, ‘ସମୟ ଅସମୟ’, ‘ନୀରବ ସୂର୍ଯ୍ୟାସ୍ତ’, ‘କାଗଜଫୁଲ’, ‘ରଙ୍ଗୀନ ସମୁଦ୍ର’, ‘ବିଷଣ୍ଣ ଅରଣ୍ୟ’, ପଦ୍ମଜ ପାଳଙ୍କ ‘ଦୁର୍ଗ ପତନର ବେଳ’, ‘ଆମ ସମୟର ଦୁଃଖ’, ‘ପାପ ପରି ନିଜର’, ‘ଗଣ୍ଡ ଭୈରବ’ ଆଦି ଉପନ୍ୟାସ ଅନ୍ୟତମ ।

CHSE Odisha Class 11 Optional Odia Solutions Chapter 2 ନନ୍ଦିକେଶ୍ୱରୀ

ସ୍ଥୂଳତଃ ଓଡ଼ିଆ ଉପନ୍ୟାସର ସ୍ଵାଧୀନତା ପରବର୍ତ୍ତୀ କାଳରେ ଘଟିଛି ଅନେକ ପରିବର୍ତ୍ତନ । ଉଭୟେ ଆଙ୍ଗିକ ଓ ଆମ୍ବିକ କ୍ଷେତ୍ରରେ ଆସିଛି ନବ ନବ ପ୍ରୟୋଗଶୈଳୀ । କେବେ କେବେ ଏଇ ପରୀକ୍ଷା ପ୍ରବଣତା ପାଠକ ପାଖରେ ଅବୋଧ ହୋଇଛି ତ କେବେ କେବେ ବେଶ୍ ଗ୍ରହଣଯୋଗ୍ୟ ହୋଇଛି । ତେବେ ଯାହାହେଉ ଏକଥା ଆମମାନଙ୍କୁ ସ୍ଵୀକାର କରିବାକୁ ହେବ ଯେ ଓଡ଼ିଆ ଉପନ୍ୟାସର ସ୍ତର କାଳକ୍ରମେ ସମ୍ପ୍ରସାରିତ ହୋଇଛି । ବହୁ ପତ୍ରପତ୍ରିକାରେ ଏଯାବତ୍ ଓଡ଼ିଆ ଉପନ୍ୟାସ ସେମାନଙ୍କ ଯାତ୍ରା ଅବ୍ୟାହତ ରଖୁଛି । ବିଶ୍ଵ ଉପନ୍ୟାସ ସାହିତ୍ୟ ସହ ତାଳଦେଇ ଓଡ଼ିଆ ଉପନ୍ୟାସ ସାହିତ୍ୟ ମଧ୍ଯ ଆଗେଇ ଯିବାର ପଣ ବାନ୍ଧିଲାଣି ।

ସଂକ୍ଷେପରେ ଓଡ଼ିଆ ଉପନ୍ୟାସର ବିକାଶଧାରାକୁ ଉପରୋକ୍ତ କ୍ରମେ ଆଲୋଚନା କରାଗଲା । ମୋଟାମୋଟି ଭାବରେ ଓଡ଼ିଆ ପାଠକପାଠିକାଙ୍କ ଇଚ୍ଛାକୁ ଆଖ୍ୟାଗରେ ରଖୁ ଓଡ଼ିଆ ଉପନ୍ୟାସ ଗତିକରିଛି ।

କଠିନ ଶବ୍ଦ ଓ ଏହାର ଅର୍ଥ :

  • କେତନ – ପତାକା ।
  • ସମୀରଣ – ପବନ ।
  • ବାଦିତ୍ର – ବାଦ୍ୟ, ବାଜା ।
  • ଦାସେରକ – ଉଷ୍ଟ୍ର, ଓଟ।
  • ବିପଣି – ହାଟ, ବଜାର ।
  • ସ୍କନ୍ଧାବାର – ତମ୍ବୁ, ଶିବିର ।
  • ତାଳୀବନ – ହେନ୍ତାଳ ବନ ।
  • ବରାହ – ଆଳିର ସର୍ବପ୍ରଧାନ ଦେବତା ।
  • ତୁଳସୀକ୍ଷେତ୍ର – କନ୍ଦରପଡ଼ା, ଲଳିତଗିରି ବାସୀ କନ୍ଦରାସୁରକୁ ସଂହାର କରି ବଳରାମ ତାହାର କନ୍ୟା ତୁଳସୀକୁ ବିବାହ କରିଥିବାର ସ୍ଥାନୀୟ କିମ୍ବଦନ୍ତୀ ଅଛି । ଏହି ହେତୁରୁ କନ୍ଦରପଡ଼ାର ଅନ୍ୟତମ ନାମ ତୁଳସୀକ୍ଷେତ୍ର । ବଳଦେବ କେନ୍ଦ୍ରାପଡ଼ାର ପ୍ରଧାନ ଦେବତା ।
  • ଚଣ୍ଡୀ – ଅସୁରେଶ୍ଵରର ପ୍ରଧାନ ଦେବତା ହରଚଣ୍ଡୀ । ଏଠାରେ ପ୍ରାୟ ପ୍ରତ୍ୟହ ବଳିଦାନ ହୁଏ । ଏପରି ବଳିଦାନ ଓଡ଼ିଶାରେ ଅନ୍ୟତ୍ର ଦେଖାଯାଏ ନାହିଁ ।
  • ଶାଳିପୁର — (ଆଧୁନିକ ନାମ ସାଲେପୁର)ରେ ପ୍ରବାହିତ ମହାନଦୀର ଶାଖା ଚିତ୍ରୋତ୍ପଳା ତୀରରେ ଭଗବତୀଙ୍କ ମନ୍ଦିର ପ୍ରତିଷ୍ଠିତ ।
  • ପୂତ – ପବିତ୍ର ।
  • ଉତ୍ତରକୋଶଳା – ପ୍ରାଚୀନ କାଳରେ ମହାନଦୀର ଉତ୍ତରାଂଶ ଉତ୍ତର କୋଶଳା ନାମରେ ଅଭିହିତ ହେଉଥିଲା ।
  • ବଳାରାତିପ୍ରିୟା – ଶଚୀ ଛତିଆର ଅଧ୍ୟାତ୍ରୀ ଦେବୀ ଥିଲେ ।
  • ଟଙ୍କିଳ – ଟାଙ୍ଗରା/ପାହାଡ଼ିଆ ।
  • ଆଳତୀ — ଆଳତୀରେ ଅଦ୍ୟାପି ଚନ୍ଦନ ବୃକ୍ଷ ଦେଖାଯାଏ ।
  • ଅମ୍ବରେ — ଆକାଶରେ ।
  • ସ୍ବର୍ଣ୍ଣଚୂଡ଼ – ପ୍ରଚଳିତ ନାମ ସୁନହଟ୍ ।
  • ଛୁରୀଅନା – ପୁନଙ୍ଗରେ ଅନେକ ଛୁରୀଅନା ବୃକ୍ଷ ଦେଖାଯାଏ ।
  • ମାଧବାଖ୍ୟ ଗ୍ରାମ – ପ୍ରାଚୀ ତୀରବର୍ତ୍ତୀ ମାଧବ ଗ୍ରାମ ଯେଉଁଠାରେ ମାଧବଙ୍କର ମନ୍ଦିର ପ୍ରତିଷ୍ଠିତ ।
  • ତରକେ – ଭୟ ଦେଖାଏ ।
  • ଧଉଳି – ଦୟାନଦୀ ତୀର ରେ ଅବସ୍ଥିତ ଐତିହାସିକ ପର୍ବତ ।
  • ରଙ୍ଗଣ – କାଠରଙ୍ଗଣୀ ପୁଷ୍ପ ।
  • ଐର-ଯଶ – ଖଣ୍ଡଗିରିର ଗୁମ୍ଫାମାନ ଐରରାଜା ଖାରବେଳଙ୍କ ପ୍ରଧାନ କୀର୍ତ୍ତି ଯାହା ତାଙ୍କର ଯଶ ପ୍ରଚାର କରେ ।
  • ନିର୍ମଳା ନିର୍ଝର – ଖଲିକୋଟ ରାଜଧାନୀର ଅଦୂରବର୍ତ୍ତୀ ଝରଣା ଯାହାର ଜଳ ସ୍ଵାସ୍ଥ୍ୟକର ବୋଲି ପ୍ରସିଦ୍ଧ ।
  • ମହେନ୍ଦ୍ର – ଓଡ଼ିଶାର ସର୍ବୋଚ୍ଚ ପର୍ବତ । କୁଳାଚଳ ମଧ୍ୟରେ ଏହା ପରିଗଣିତ ।
  • ମାଲ୍ୟଗିରି – ଉତ୍କଳର ସର୍ବୋଚ୍ଚ ପବର୍ତ, ଲହଡ଼ାରେ ଅବସ୍ଥିତ ।
  • ହରିଦ୍ରା – ହଳଦି, କନ୍ଧମାଳରେ ପାର୍ବତୀୟ କ୍ଷେତ୍ର ମାନଙ୍କରୁ ହରିଦ୍ରା ଯଥେଷ୍ଟ ପରିମାଣରେ ଉତ୍ପନ୍ନ ହୁଏ ।
  • ହିଙ୍ଗୁଳା – ହିଙ୍ଗୁଳାଦେବୀ ତାଳଚେରରେ ପ୍ରଧାନ ଦେବତା ।
  • ଢେଙ୍କା – ଢେଙ୍କା ନାମକ ଶବର ରାଜା ଯାହାଙ୍କ ନାମରୁ ଢେଙ୍କାନାଳ ନାମ ହୋଇଛି ।
  • ସାତକୋଶିଆ ଗଣ୍ଡ – ଦଶପଲ୍ଲା ଓ ବଉଦର ଅନ୍ତର୍ଗତ । ବଡ଼ମୂଳ ଘାଟୀ ଏହି ଗଣ୍ଡର ପୂର୍ବ ସୀମା । ଏହି ଗଣ୍ଡ ଗୋଟିଏ ପ୍ରଧାନ ଦୃଶ୍ୟସ୍ଥଳ ।
  • ଗୋମାୟୁ – ଶୃଗାଳ, ବିଲୁଆ।
  • କେଶରୀ – ସିଂହ ।
  • ଦୁର୍ନିବାର – ଯାହାକୁ ବାଧା ଦେବା ଦୁଃସାଧ୍ୟ ।
  • ଦାବବହ୍ନି – ବନାଗ୍ନି ।
  • ଚନ୍ଦ୍ରଚୂଡ଼ – ଶିବ ।
  • ବାସୁଦେବ – ବାସୁଦେବ ନାମକ ଜଣେ ଉତ୍କଳୀୟ ବ୍ରାହ୍ମଣ ଚୋର ଗଙ୍ଗଙ୍କର ମନ୍ତ୍ରୀତ୍ଵ ସ୍ଵୀକାର କରିଥିଲେ । ପ୍ରଥମେ ସୁବର୍ଷ କେଶରୀଙ୍କ ମନ୍ତ୍ରୀ ଥାଇ ତାହାଙ୍କ ସହିତ ବିବାଦ ହେବାରୁ ତାଙ୍କୁ ଛାଡ଼ି ପଳାଇ ଆସିଲେ ଏବଂ ଚୋରଗଙ୍ଗଙ୍କୁ ଉତ୍କଳୀୟ ସିଂହାସନରେ
  • ବସାଇବାର ତାଙ୍କର ଲକ୍ଷ୍ୟ ଥିଲା ।
  • ସିକତା – ବାଲୁକା ।
  • ମାତୃପାଦପଦ୍ମ – ଗଙ୍ଗାଦେବୀ ଚୋର ଗଙ୍ଗଙ୍କର ଜନନୀ, ଏହି କିମ୍ବଦନ୍ତୀ ଉତ୍କଳ ଇତିହାସରେ ପ୍ରସିଦ୍ଧ ।
  • ଅସିହସ୍ତେ – ଖଣ୍ଡା ହାତରେ ଧରି ।
  • ବନସ୍ପତି – ବଡ଼ ବଡ଼ ବୃକ୍ଷ ।
  • ପର୍ବତ-ମେଖଳେ – ପର୍ବତର ମଧ୍ୟଭାଗରେ ।
  • ଅରାବଳୀ – ଆର୍ଦ୍ରବଳୀ; କାଳପୁରୁଷ ନକ୍ଷତ୍ରପୁଞ୍ଜ ।
  • କୌଶିକ – ପେଚା ।
  • ଚଷାପୁଅ – ପକ୍ଷୀବିଶେଷ ।
  • ତ୍ରୈର୍ଯ୍ୟତ୍ରିକ – ନୃତ୍ୟ-ଗୀତ-ବାଦ୍ୟର ସମନ୍ଵୟ ।
  • ଛାୟାବାଜି – କୁହୁକ ।
  • ତାମରସ – ପଦ୍ମ ।
  • କହ୍ଲାର – ଧଳାକଇଁ, ପାଣିଶିଉଳି ।
  • ବର୍ତ୍ତ – ମୟୂର ।
  • ବିହଙ୍ଗ – ପକ୍ଷୀ ।
  • କାକଳି – ପକ୍ଷୀ କୂଜନ ।
  • ଦ୍ବିଜରାଜ – ଚନ୍ଦ୍ର ।
  • ମୟୂଖ – ଜ୍ୟୋତି / କିରଣ ।
  • ପାର୍ବତୀ – ପାର୍ବତୀ (ଶକ୍ତି) ଗଙ୍ଗାଙ୍କର ସପତ୍ନୀ ।
  • ଦେବବ୍ରତ – ଭୀଷ୍ମ ।
  • କରକା – କୁଆପଥର ।
  • ବିଷ୍ଣୁପଦୀ – ଗଙ୍ଗା ।
  • ତୀର୍ଥେଶ – ସମୁଦ୍ର ।
  • ମହେନ୍ଦ୍ର – ଓଡ଼ିଶାର ପର୍ବତମାଳା ମହେନ୍ଦ୍ରଗିରିର ଅଂଶୀଭୂତ ।
  • ସୁକାନ୍ତି – ମୁନି ବିଶେଷ ।
  • ଶ୍ରୀନୀଳମାଧବ – ଖଣ୍ଡପଡ଼ା ଅନ୍ତର୍ଗତ ମହାନଦୀ-ତୀରବର୍ତୀ ସୁପ୍ରସିଦ୍ଧ କଣ୍ଟିଲୋ-ପାଟଣାର ଗୋଟିଏ ପର୍ବତ-ଶିଖରରେ ନୀଳ ମାଧବ-ମନ୍ଦିର ପ୍ରତିଷ୍ଠିତ ।
  • ଭଟ୍ଟାରିକା – ବଡ଼ାମ୍ବା ରାଜ୍ୟରେ ପ୍ରତିଷ୍ଠିତ ; ଏହାଙ୍କର ଅପର ନାମ ବୃହଦମ୍ବା ।
  • ଚର୍ଚ୍ଚିକା – ବାଙ୍କିର ପ୍ରଧାନ ଦେବୀ ।
  • ଧବଳଈଶ୍ବର – ମହାନଦୀର ସ୍ରୋତ ମଧ୍ୟରେ ପର୍ବତ ଶୃଙ୍ଗ ରେ ସିଂହ ନା ଥ ଏବଂ ଧବଳେଶ୍ଵରଙ୍କ ମନ୍ଦିର ପ୍ରତିଷ୍ଠିତ ।
  • ଦ୍ବିଷାମ୍ପତି – ସୂର୍ଯ୍ୟ ।
  • ବର୍ଷୀ – ରାସ୍ତା ।
  • ପାଶୀ – ବରୁଣ ।
  • ସୌଦାମିନୀ – ବିଜୁଳି ।
  • ମହାଦେବୀ – ବିରଜା ଦେବୀ, ସେ ଯଜ୍ଞରୁ ସମ୍ଭୂତା ବୋଲି କିମ୍ବଦନ୍ତୀ ଅଛି ।
  • ଗୋନାସିକା – କେନ୍ଦୁଝର ଅନ୍ତର୍ଗତ ଭୂୟାଁପୀଢ଼ରେ ଗୋନାସିକା ପର୍ବତ ଅବସ୍ଥିତ । ଏହି ପର୍ବତରୁ ବୈତରଣୀ ନଦୀ ଜାତ ହୋଇଛି ।
  • ମହାବରାହ – ମହାବରାହନାଥ ଯାଜପୁରର ପ୍ରସିଦ୍ଧ ଦେବତା ।
  • ମେଘାସନ – ମେଘାସନ ଗିରି ଓଡ଼ିଶାର ଦ୍ଵିତୀୟ ଉଚ୍ଚ ପର୍ବତ, ମୟୂରଭଞ୍ଜରେ ଅବସ୍ଥିତ । ଏହା ଶିମୂଳିପାଳ ପର୍ବତର ପ୍ରଧାନ ଶିଖର । ଶିମୂଳି ପାଳ ପର୍ବତରୁ ବଳାଙ୍ଗୀ ଜାତ ।
  • ଝଟିକା – ଝଡ଼ ।
  • ରମ୍ଭା – ବାମଣ୍ଡା ରାଜ୍ୟ ଅନ୍ତର୍ଗତ ବ୍ରାହ୍ମଣୀ ତୀରବର୍ତୀ ‘ବାରକୂଟ’ ଗ୍ରାମରେ ରମ୍ଭାଙ୍କ ମନ୍ଦିର ଅଛି ।
  • ପ୍ରଧାନପାଟ – ପ୍ରଧାନପାଟର ପ୍ରପାତ ବାମଣ୍ଡା ରାଜଧାନୀ ଦେବଗଡ଼ ନିକଟବର୍ତୀ ।
  • ଭୃଗୁ – ପର୍ବତର ଢାଲୁ ପ୍ରଦେଶ ।
  • ବଂଶଧର – ବଂଶର ଦାୟାଦ, ବାମଣ୍ଡାର ରାଜଧାନୀ ଦେବଗଡ଼ । ଚୂଡ଼ଙ୍ଗ ଦେବ ବାମଣ୍ଡା ରାଜବଂଶର ଆଦିପୁରୁଷ ଅଟନ୍ତି ।
  • ସୁକାନ୍ତି-ତନୁଜା – ମହାନଦୀ ।
  • ଚୂଡ଼ଙ୍ଗ ଦହ – ଏହି ହ୍ରଦ କଟକରୁ ୪ କ୍ରୋଶ ଦୂରବର୍ତ୍ତୀ ସାରଙ୍ଗଗଡ଼ ନିକଟସ୍ଥ ଅରଣ୍ୟ ମଧ୍ୟରେ ଅବସ୍ଥିତ । ଏହା ଅତ୍ୟନ୍ତ ଗଭୀର ଏବଂ ଏହାର ଜଳ ନିର୍ମଳ । କେହି କେହି କହନ୍ତି ଯେ, ଏହା ମଧ୍ଯରେ ଗଙ୍ଗାଦେବୀଙ୍କର ମନ୍ଦିର ଅଛି ଏବଂ ବିଗତ ନଅଙ୍କରେ କିଞ୍ଚିତ୍ ଜଳ
  • ଶୁଷ୍କ ହୋଇଯିବାରୁ ଉକ୍ତ ମନ୍ଦିରର ଚୂଡ଼ା ଦୃଷ୍ଟିଗୋଚର ହୋଇଥିଲା ।
  • ତଡ଼ିତ – ବିଜୁଳି ।
  • ଅମ୍ବରେ – ଆକାଶରେ । ତରଣି – ସୂର୍ଯ୍ୟ ।
  • ଅଚଳେ – ପାହାଡ଼ ଉପରେ ।
  • ନଦୀକୂଳ ବନ୍ଧୁ ଯାମଘୋଷୀ ପକ୍ଷୀ ।
  • ପ୍ରଦୋଷ – ସନ୍ଧ୍ୟା ।
  • ଦେବୀଦ୍ବାର – ଡମପଡ଼ା ଅନ୍ତର୍ଗତ ପ୍ରସିଦ୍ଧ ପର୍ବତମାଳା । ଏହା କଟକର ଦକ୍ଷିଣ-ପଶ୍ଚିମ ପଟରେ ଅବସ୍ଥିତ ।
  • ବାରୁଣୀ – ପଶ୍ଚିମ ।
  • ସ୍ଵର୍ଣ୍ଣବେଳ – ସୁନାର ବସ୍ତ୍ର ।
  • ସପ୍ତଶଯ୍ୟା – ସପ୍ତଶଯ୍ୟା ପର୍ବତ ଢେଙ୍କାନାଳ ଅନ୍ତର୍ଗତ । କଟକର ପଶ୍ଚି ମରେ ଯେଉଁ ପର୍ବତମାନ ଦୃଷ୍ଟ ହୁଅନ୍ତି, ସେମାନଙ୍କ ମଧ୍ୟରେ ସପ୍ତଶଯ୍ୟା ପର୍ବତ ସର୍ବୋଚ୍ଚ ।
  • ଗ୍ରହରାଜ – ସୂର୍ଯ୍ୟ ।
  • ନରାଜ – ନରାଜର ବୌଦ୍ଧକୀର୍ତ୍ତି ଇତିହାସ-ପ୍ରସିଦ୍ଧ ।
  • ସର୍ପେଶ୍ବର – ସର୍ପେଶ୍ଵର ପର୍ବତ ଆଠଗଡ଼ର ଅନ୍ତର୍ଗତ । ନରାଜର ବିପରୀତ ପାର୍ଶ୍ଵରେ ଅବସ୍ଥିତ ଆଠଗଡ଼ର ପ୍ରଧାନତମ ନଦୀ ସର୍ପେଶ୍ୱରୀ (ସାପୁଆ) ଏହି ପର୍ବତ ତଳେ ମହାନଦୀରେ ମିଳିଅଛି ।
  • ରଥାଙ୍ଗୀ – ଚକ୍ରବାକୀ ।
  • ମିହିର – ସୂର୍ଯ୍ୟ ।
  • ପଟିଆ – ଏହି ରାଜ୍ୟ କଟକରୁ ୩ କୋଶ ଦକ୍ଷିଣରେ ଅବସ୍ଥିତ । ଏହାର ପର୍ବତ ଏବଂ କାନନ ବେଷ୍ଟିତ ଦହମାନ ଅତି ରମଣୀୟ। ଏହି ଦହ ମାନ ଙ୍କର ପଦ୍ମପତ୍ର, ପଦ୍ମପୁଷ୍ପ ଏବଂ ଶିଙ୍ଗଡ଼ା ପ୍ରଭୃତି କଟକ କୁ ଯଥେଷ୍ଟ ପରିମାଣରେ ଆମଦାନୀ ହୁଏ ।
  • ଛୁରିତ – ଲିପ୍ତ । ପଶ୍ଚିମ ଆକାଶ କୁଙ୍କୁମ ବର୍ଣ୍ଣ ଧାରଣ କଲା ।
  • ତିମିର – ଅନ୍ଧକାର ।
  • ଚନ୍ଦ୍ରୋଦୟା – ଚନ୍ଦ୍ରଦୀପ ।
  • କୈରବ – କୁମୁଦ ।
  • ଗିର – କଥା ।
  • ଗୁଢ଼ଚାର – ଗୁପ୍ତଚର ।
  • ସରଣୀ – ରାସ୍ତା; ପଥ ।
  • ମହିଷୀ – ରାଣୀ ।
  • ନବକିଶଳୟ – ନୂଆ କଅଁଳ ପତ୍ର ।
  • ମୁକୁଳ – କଢ଼ି ।
  • କେଶରିପ୍ରବୀର – ସୁବର୍ଣ୍ଣକେଶରୀ ଶ୍ରେଷ୍ଠ ରାଜା ।
  • ଯାମିନୀ – ରାତ୍ରି ।
  • ବନସ୍ପତି – ବଡ଼ ବଡ଼ ବୃକ୍ଷ ।
  • ତମିସ୍ର – ଗାଢ଼ ଅନ୍ଧକାର ।
  • ପୋତପାଳ – ନାବିକ ।
  • ହର୍ମ୍ଯ – ଉଚ୍ଚତମ ପ୍ରାସାଦ ।
  • ମାରେ – କନ୍ଦର୍ପରେ; କାମପୀଡ଼ାରେ ।
  • ବାଜି – ଅଶ୍ବ ।
  • ଶିଖଣ୍ଡି ବାହନ – କାର୍ତ୍ତିକେୟ; ମୟୂର ବାହନ ।
  • ପୁଷ୍ପଧନୁଷ୍ପାଣି – କାମଦେବ ।
  • ଲୋଳ – ଆନ୍ଦୋଳିତ ।
  • କଳଧୌତେ – ସୁନାରେ ।
  • ତ୍ରାସ – ଭୟ ।
  • ପନ୍ନଗ – ସର୍ପ ।
  • ଚୋରଗଙ୍ଗ – ଗଙ୍ଗାଙ୍କର ପୁତ୍ର ବୋଲି ଇତିହାସ ଅସମର୍ଥିତ ଏକ କିମ୍ବଦନ୍ତୀ ଅଛି ।
  • ପବି – ବଜ୍ର
  • ଆଶୁଗ – ଶର (ଭୀଷ୍ମଙ୍କ ଶର ଶଯ୍ୟା ଉପାଖ୍ୟାନ ମହାଭାରତରେ ବଣ୍ଠିତ) ।
  • ପ୍ରଭଞ୍ଜନ – ପବନ ।
  • ଅରାତି – ଶତ୍ରୁ ।
  • ଅର୍ଗଳା – ମାନ୍ଦା, ବରଣମାଳା ।
  • ଅରି – ଶତ୍ରୁ ।
  • ଅଶନି – ବଜ୍ର ।
  • ଭିକ୍ଷା ବ୍ୟବସାୟୀ – ଭିକାରି ।
  • ସୁତା – କନ୍ୟା ।
  • ଉଦ୍‌ଯୋଗୀ – ଉଦ୍ୟମଶୀଳ ।
  • ଦୟିତ – ପତି ।
  • ନିଗଡ଼ – ବନ୍ଧନ ।
  • ଚୋରବର – ଚୋରଗଙ୍ଗ ବର ହୁଅନ୍ତେ ।
  • ଖଞ୍ଜରୀଟ – ଖଞ୍ଜନ ପକ୍ଷୀ ବା କଜଳପାତି ପକ୍ଷୀ ।
  • ରାଜସଙ୍ଗେ – ରାଜପୁରେ ।
  • ନ୍ଯାସ – ଫେରାଇ ନେବାର ସର୍ତ୍ତରେ ଦିଆଯାଇଥିବା ।
  • ପର୍ବ-ଶର୍ବରୀଶ-ମୁଖୀ – ପୂର୍ଣ୍ଣଚନ୍ଦ୍ରମୁଖୀ ।
  • ସାଧ୍ବସ – ଭୟ, ସମ୍ଭମ ।
  • ଫୁଲଧନୁ — କନ୍ଦର୍ପ ।
  • କାଠଯୋଡ଼ି – ମହାନଦୀର ଶାଖାନଦୀ ; କାଠଯୋଡ଼ିର ପଥରବନ୍ଧ ମରକତ କେଶରୀଙ୍କର ସର୍ବପ୍ରଧାନ କୀର୍ତ୍ତି ।
  • ରାଜହଂସବନ – ରାଜହଂସବନ କଟକର ପୂର୍ବବର୍ତୀ । ପୂର୍ବକାଳରେ ଏହା ଗୋଟିଏ ବୃହତ୍ ବନ ଥିଲା ।
  • ଅତଣ୍ଡି – ଶୁଭ୍ର-ପତ୍ରବିଶିଷ୍ଟ ବନଲତା ବିଶେଷ ।
  • ଧୂର୍ଜଟି – ମହାଦେବ ।
  • କଉସ୍ତୁଭ – ବିଷ୍ଣୁଙ୍କର ବକ୍ଷରେ ଶୋଭାପାଉଥ‌ିବା ମଣି ।
  • ସୈକତ – ବାଲୁକା ।
  • ଚକୋର – ପାପି ଆ ପକ୍ଷୀର ସଂସ୍କୃତ ନାମ ଚକୋର ।
  • ବିଭାବରୀ – ରାତି ।
  • ଭୀମ – ଭୟଙ୍କର, ନିଷ୍ଠୁର ।
  • ବଚସ୍କର – କଥା ବା ଆଦେଶର ପୂର୍ବ ଅଧୀନ ।
  • ଅମ୍ବୁରାଶି – ସମୁଦ୍ର ।
  • ଅକୂପାର – ସାଗର ।
  • ଚମୁପତି – ସେନାପତି ।
  • ମତ୍ତକାଶୀ – ଉତ୍ତମା ରମଣୀ ।
  • ଶରଦିନ୍ଦୁ – ଶରତ ଋତୁର ଜହ୍ନ ।
  • ମାର — କନ୍ଦର୍ପ ।
  • ଗାରୁଡ଼ିଆ – କେଳା, ଗାରିଡ଼ି ମନ୍ତ୍ର ଜାଣିଥ‌ିବା ବ୍ୟକ୍ତି ।
  • ଅହି – ସାପ ।
  • ଉରସିଜ – ସ୍ତନ ।
  • ରମ୍ଭା-ଉରୁ – କଦଳୀ ବୃକ୍ଷ ସଦୃଶ ଜାନୁ ।
  • ଆଲାନ – ଗଜ ବନ୍ଧନ ସ୍ତମ୍ଭ ।
  • ଦ୍ବିରଦ – ହସ୍ତୀ ।
  • ନିକଷ – କଷଟି ପଥର ।
  • ବିରଞ୍ଚ୍ – ବ୍ରହ୍ମା ।
  • ପୁଷ୍ପାକାର – ବସନ୍ତ ।
  • କ୍ଷୀରୋଦ ନନ୍ଦିନୀ – ଲକ୍ଷ୍ମୀ ।
  • କୁସୁମ ଶର — କନ୍ଦର୍ପ ।
  • ମନୋଜ – କନ୍ଦର୍ପ, କାମଦେବ ।
  • ଅନିଳେ – ପବନରେ ।
  • ଆଶ୍ରୟ – ଅଭିପ୍ରାୟ ।
  • ନାଭିଗୟା – ବୈତରଣୀ ନଦୀ ତୀର ସ୍ଥିତ ‘ଯାଜପୁର’ ନଗର ଯଯାତି କେଶରୀ କର୍ତ୍ତୃକ ସଂସ୍ଥାପିତ । ଏହାର ପୌରାଣିକ ନାମ ନାଭିଗୟା ।
  • ଏକାମ୍ରେ – ଭୁବନେଶ୍ଵରରେ ।
  • କାଠଯୋଡ଼ି-ରୋଧ – ମରକତ କେଶରୀଙ୍କ ପ୍ରଧାନ କୀର୍ତ୍ତି କଟକ ନଗର କୁ ବେଢ଼ିଥ‌ିବା ମହାନଦୀ ଓ କାଠଯୋଡ଼ିର ପଥର ବନ୍ଧ ।
  • କର୍ମନାଶ – ସୁକର୍ମକୁ ନାଶ କରୁଥ‌ିବା ଏକ ଅପବିତ୍ର ନଦୀ ।
  • କରଣିରେ – ଗୋଟିଏ କାର୍ଯ୍ୟରେ ।
  • ଉତ୍ତରଳ – ଉତୁରିବା ।
  • ପୟଃ – ଜଳ । ଫୁଟୁଥ‌ିବା ଜଳରେ ତୈଳ ପକାଇଲେ ତାହାର ସ୍ତ୍ରୀତାବସ୍ଥା କମିଯାଏ ।
  • ଫଣୀ – ସର୍ପ ।
  • ବଲ୍ମୀକ – ଉଚ୍ଚ ।
  • ଉଜାଣି – ସ୍ରୋତର ପ୍ରତିକୂଳରେ ।
  • ବାଷ୍ପପୂର – କୋହ ।
  • ବଡ଼ଭି – ରାଜାପ୍ରାସାଦ ।
  • ଚତ୍ବରେ – ଚଉତରା ; ପ୍ରାଙ୍ଗଣ ।
  • ଆଳୀଏ – ସଖୀମାନେ ।
  • ଚେଡ଼ୀ – ଦାସୀ ।
  • ତରାସେ – ଭୟରେ ।
  • ଉତ୍ତାନ – ଚିତ୍ ହୋଇ ଶୋଇବା ।
  • ପର୍ୟ୍ଯୁଷିତ – ବାସି ।
  • କାଳ-ହୁତାଶନ – କାଳଅଗ୍ନି ।
  • ଫେଇ – ଖୋଲି ।
  • କୁଳପାଂଶୁଳା – କୁଳ କଳଙ୍କିନୀ ।
  • ଶୋଚି – ଭାବି; ଚିନ୍ତାକରି ।
  • ସଞ୍ଚାର – ଗତାଗତ, ଯା-ଆସ ।
  • ନିଶାମୁଖେ – ସନ୍ଧ୍ୟାରେ ।
  • ନନ୍ଦିକେଶ୍ଵରୀ ପଠା – ନନ୍ଦିକେଶ୍ଵରୀ ପଠା କଟକର ଉତ୍ତରରେ ମହାନଦୀ ମଧ୍ଯରେ ଅବସ୍ଥିତ ।
  • ସୁବର୍ଣ୍ଣପୁର – ଅଂଶୁପା ହ୍ରଦର ନିକଟରେ ‘ସୁବର୍ଣ୍ଣ ପୁର’ ଅବସ୍ଥିତ । ଏହା ସୁବର୍ଣ୍ଣକେଶରୀଙ୍କ ନାମାନୁ ସାରେ କଥ୍ ହୋଇ ଆସୁଅଛି ବୋଲି ବିଶ୍ଵାସ ।
  • ନୀଳାଚଳେ – ଶ୍ରୀକ୍ଷତ୍ର ପୁରୀକୁ ।
  • ମହାନଦୀ ମୁକ୍ତ-ବେଣୀ – ବିଡ଼ାନାସିଠାରେ ମହାନଦୀ ବେଣୀମୁକ୍ତ ହୋଇ ଦୁଇଭାଗରେ ବିଭକ୍ତ ହୋଇ କାଠଯୋଡ଼ି ଓ ମହାନଦୀରେ ବିଭକ୍ତ ।

+2 1st Year Optional Odia Solutions Chapter 1 ମଥୁରାମଙ୍ଗଳ Question Answer

Odisha State Board Plus Two First Year Optional Odia Question Answer Chapter 1 ମଥୁରାମଙ୍ଗଳ Textbook Exercise Questions and Answers.

Plus Two First Year Optional Odia Chapter 1 ମଥୁରାମଙ୍ଗଳ Question Answer

ପାଠ୍ୟପୁସ୍ତକସ୍ଥ ନମୁନା ପ୍ରଶ୍ନବଳୀ ଓ ଉତ୍ତର

(କ) ୧ ନମ୍ବର ବିଶିଷ୍ଟ ସମ୍ଭାବ୍ୟ ଉତ୍ତରମୂଳକ ପ୍ରଶ୍ନବଳୀ।

Question 1.
ଶ୍ରୀକୃଷ୍ଣଙ୍କ ଖଡ଼ଗର ନାମ କ’ଣ?
(କ) ସୁଦର୍ଶନ
(ଖ) ନନ୍ଦକ
(ଗ) ମାଧବ
(ଘ) ବକାରି
Answer:
(ଖ) ନନ୍ଦକ

Question 2.
ଦୁର୍ମିଳା ନନ୍ଦନ କାହାକୁ କୁହାଯାଇଛି?
(କ) ନନ୍ଦ
(ଖ) ବସୁଦେବ
(ଗ) କୃଷ୍ଣ
(ଘ) କଂସ
Answer:
(ଘ) କଂସ

Question 3.
କଂସର ମାତାଙ୍କ ନାମ କ’ଣ?
(କ) ଯଶୋଦା
(ଖ) ଇନ୍ଦୁମତୀ
(ଗ) ଦେବକୀ
(ଘ) ପୂତନା
Answer:
(ଖ) ଇନ୍ଦୁମତୀ

Question 4.
ଉଗ୍ରସେନ କେଉଁ ରାଜ୍ୟର ରାଜା ଥିଲେ?
(କ) ମଥୁରା
(ଖ) ଗୋପ
(ଗ) ସୌଭ
(ଘ) ଦ୍ଵାରକା
Answer:
(କ) ମଥୁରା

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 5.
କାରଣ-ସଲିଳ-ବିହାରୀ ବୋଲି କାହାକୁ କୁହାଯାଇଛି?
(କ) ଶ୍ରୀକୃଷ୍ଣଙ୍କୁ
(ଖ) କଂସକୁ
(ଗ) ନନ୍ଦଙ୍କୁ
(ଘ) ଅକୃରଙ୍କୁ
Answer:
(କ) ଶ୍ରୀକୃଷ୍ଣଙ୍କୁ

Question 6.
ବିଶ୍ୱକର୍ମା କିଏ?
(କ) ବିଶ୍ଵନିୟନ୍ତା
(ଖ) ଦେବଶିଳ୍ପୀ
(ଗ) ବିଶ୍ଵକର୍ତ୍ତା
(ଘ) ଦାନବ ଶିଳ୍ପୀ
Answer:
(ଖ) ଦେବଶିଳ୍ପୀ

Question 7.
ବିରଞ୍ଚ୍ କିଏ?
(କ) ବିଷ୍ଣୁ
(ଖ) ବ୍ରହ୍ମା
(ଗ) ମହେଶ୍ଵର
(ଘ) ବିଶ୍ୱକର୍ମା
Answer:
(ଖ) ବ୍ରହ୍ମା

Question 8.
କବିଙ୍କର ଦରିଦ୍ର ଜୀବନ କାହିଁକି ହୋଇଛି?
(କ) ଧନବିନେ
(ଖ) ଭଦ୍ଭାବିନେ
(ଗ) ପ୍ରାଚୁର୍ଯ୍ୟବିନେ
(ଘ) ଐଶ୍ବର୍ଯ୍ୟବିନେ
Answer:
(ଖ) ଭଲ୍ଲିବିନେ

Question 9.
ପାପଅନଳ କ’ଣ ଦହନ କରେ?
(କ) ଘରଦ୍ବାର
(ଖ) ବଣପାହାଡ଼
(ଗ) ପିଣ୍ଡ-କାଷ୍ଠ
(ଘ) ଗାଁଗଣ୍ଡା
Answer:
(ଗ) ପିଣ୍ଡ-କାଷ୍ଠ

Question 10.
ଶୁକମୁନି କେଉଁ ରାଜାଙ୍କୁ କୃଷ୍ଣଚରିତ ଭାଗବତ ଶୁଣାଇଥିଲେ?
(କ) କଂସ
(ଖ) ନନ୍ଦ
(ଗ) ପରୀକ୍ଷିତ
(ଘ) ଉଗ୍ରସେନ
Answer:
(ଗ) ପରୀକ୍ଷିତ

Question 11.
ମହୀକୁ ରକ୍ଷା କରିବାପାଇଁ ବ୍ରହ୍ମାଙ୍କ ସମେତ ସର୍ବଦେବତା କେଉଁଠାରେ ଭଗବାନଙ୍କୁ ଗୁହାରି ଜଣାଇଥିଲେ?
(କ) କ୍ଷୀର ସାଗର ତଟେ
(ଖ) ହିମାଳୟ ପାଦ ତଳେ
(ଗ) ବୈକୁଣ୍ଠ ପୁରରେ
(ଘ) ଇନ୍ଦ୍ରଭୁବନରେ
Answer:
(କ) କ୍ଷୀର ସାଗର ତଟେ

Question 12.
ଶ୍ରୀକୃଷ୍ଣ ଜନ୍ମ ହୋଇ କେତେ ଦିନ ପରେ ପୂତନାକୁ ମାରିଥିଲେ?
(କ) ବାର ଦିନରେ
(ଖ) ସାତ ଦିନରେ
(ଗ) ନଅ ଦିନରେ
(ଘ) ଏକୋଇଶି ଦିନରେ
Answer:
(ଖ) ସାତ ଦିନରେ

Question 13.
ନନ୍ଦରାଜାଙ୍କୁ କିଏ ହରଣ କରିନେଇଥିଲେ?
(କ) ଇନ୍ଦ୍ର
(ଖ) ବରୁଣ
(ଗ) ଯମ
(ଘ) ସୂର୍ଯ୍ୟ
Answer:
(ଖ) ବରୁଣ

Question 14.
ଇନ୍ଦ୍ର ସହିତ ବିବାଦବେଳେ ଶ୍ରୀକୃଷ୍ଣ କେଉଁ ପର୍ବତ ତୋଳି ଧରିଥିଲେ?
(କ) ଗନ୍ଧମାର୍ଦ୍ଦନ
(ଖ) ହିମାଳୟ
(ଗ) ଗୋବର୍ଦ୍ଧନ
(ଘ) ମୈନାକ
Answer:
(ଗ) ଗୋବର୍ଦ୍ଧନ

Question 15.
କଂସର ମନ୍ତ୍ରୀ କିଏ?
(କ) ଉଗ୍ରସେନ
(ଖ) ଅକ୍ରୂର
(ଗ) ଉଦ୍ଧବ
(ଘ) ଉପନନ୍ଦ
Answer:
(ଖ) ଅକ୍ରୂର

Question 16.
କଂସର ବଇରୀ ନନ୍ଦନନ୍ଦନ ବୋଲି କିଏ କହିଯାଇଥିଲେ?
(କ) ମୁନିବର ନାରଦ
(ଖ) ବଶିଷ୍ଠ
(ଗ) ବିଶ୍ଵାମିତ୍ର
(ଘ) ବ୍ରହ୍ମା
Answer:
(କ) ମୁନିବର ନାରଦ

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 17.
କେଉଁଠାରେ ଥିବା ଅଗ୍ନିକଣା ମନ୍ଦ ପବନରେ ବଳିଷ୍ଠ ହୋଇଉଠେ?
(କ) ଘର ଭିତରେ
(ଖ) ଚୁଲି ଭିତରେ
(ଗ) ଭସ୍ମକୁଢ଼ରେ
(ଘ) ଅରଣ୍ୟ ଭିତରେ
Answer:
(ଗ) ଭସ୍ମକୁଢ଼ରେ

Question 18.
ସ୍ଵପ୍ନ ସତ୍ୟ ନୋହେ ବୋଲି କଂସ କେଉଁପରି ଜାଣିଲା?
(କ) ଏହା ବେଦ ଭାଷଇ
(ଖ) ଏହା ଋଷିଆଜ୍ଞା
(ଗ) ଏହା ରାଜାଙ୍କ ଆଦେଶ
(ଘ) ଈଶ୍ୱରଙ୍କ ଇଚ୍ଛା
Answer:
(କ) ଏହା ବେଦ ଭାଷଇ

Question 19.
ସଫଳାସୁତ କିଏ?
(କ) ଶ୍ରୀକୃଷ୍ଣ
(ଖ) ବଳରାମ
(ଗ) ଅକ୍ରୂର
(ଘ) ଉଦ୍ଧବ
Answer:
(ଗ) ଅକ୍ରୂର

Question 20.
ଜଳଦତନୁ କାହାକୁ କୁହାଯାଇଛି?
(କ) ମେଘ ପରି ଦେହ ଯାହାଙ୍କର
(ଖ) ଜଳ ପରି ଶରୀର ଯାହାର
(ଗ) ଆକାଶ ପରି ଦେହ ଯାହାର
(ଘ) ନଦୀ ପରି ଶରୀର ଯାହାର
Answer:
(କ) ମେଘ ପରି ଦେହ ଯାହାଙ୍କର

Question 21.
ରାମ କୃଷ୍ଣ ଗୋପପୁରରେ ଅକୃରଙ୍କୁ ଦେଖ୍ କ’ଣ ପଚାରିବେ?
(କ) ବିଶ୍ଵାସକଥା
(ଖ) କଂସଙ୍କ ଖବର
(ଗ) ମଥୁରା ଖବର
(ଘ) ଧନୁଯାତ୍ରା କଥା
Answer:
(କ) ବିଶ୍ୱାସକଥା

Question 22.
ଶ୍ରୀପତିଙ୍କୁ ଦେଖ‌ିଲେ ଅକୁରଙ୍କର କ’ଣ ଛିନ୍ନ ହେବ?
(କ) ଭବବନ୍ଧ
(ଖ) ମଥୁରାର ମାୟା
(ଗ) ଗୋପର ଆସକ୍ତି
(ଘ) ବୈକୁଣ୍ଠ ଲାଭର ଆଶା
Answer:
(କ) ଭବବନ୍ଧ

Question 23.
ଆକୁଳ ହୋଇ ଶୂନ୍ୟକୁ କିଏ କୋଳ କରୁଥିଲେ?
(କ) କଂସ
(ଖ) ଅକ୍ରୂର
(ଗ) ଉଦ୍ଧବ
(ଘ) ବସୁଦେବ
Answer:
(ଖ) ଅକ୍ରୂର

Question 24.
ଅକ୍ରୂର ଗୋପସୀମାନ୍ତରେ ଶ୍ରୀକୃଷ୍ଣ କ’ଣ କରୁଥିବାର ଦେଖିଲେ?
(କ) ଗାବ ଦୋହନ
(ଖ) ଗୋପାଳ ମେଳେ କ୍ରୀଡ଼ା
(ଗ) ଗୋପୀମାନଙ୍କ ସହିତ କଥାବାର୍ତ୍ତା
(ଘ) ଗୋ ଚାରଣ
Answer:
(କ) ଗାବ ଦୋହନ

Question 25.
ରୋହିଣୀବଳା କିଏ?
(କ) ଶ୍ରୀକୃଷ୍ଣ
(ଖ) ବଳରାମ
(ଗ) ଅକ୍ରୂର
(ଘ) ନନ୍ଦ
Answer:
(ଖ) ବଳରାମ

Question 26.
କଂସ ଲେଖୁଥିବା ପତ୍ରକୁ ମନ୍ତ୍ରୀ କେଉଁଠି ଧାରଣ କଲେ?
(କ) ଗଳାରେ ଲମ୍ବାଇଲେ
(ଖ) ଅଣ୍ଟାରେ ଖୋସିଲେ
(ଗ) କାଖରେ ଜାକିଲେ
(ଘ) ମୁଣ୍ଡରେ ବାନ୍ଧିଲେ
Answer:
(କ) ଗଳାରେ ଲମ୍ବାଇଲେ

Question 27.
କଂସ କେଉଁ ଅବସ୍ଥାରେ ପତ୍ର ଲେଖୁଥିଲା?
(କ) ମହାରୋଷ ହୋଇ
(ଖ) ଖୁସୀ ହୋଇ
(ଗ) ଦୁଃଖରେ ପଡ଼ି
(ଘ) ନିଦ୍ରାରେ ଥାଇ
Answer:
(କ) ମହାରୋଷ ହୋଇ

Question 28.
କଂସର ଆଦେଶରେ ନନ୍ଦରାଜା ମଥୁରାକୁ କେବେ ଆସିବେ?
(କ) ତତକାଳେ
(ଖ) ଦିନେ ପରେ
(ଗ) ଦୁଇଦିନ ପରେ
(ଘ) ସୁବିଧା ହେଲେ
Answer:
(କ) ତତକାଳେ

Question 29.
ବିଧାଘାତରେ କଂସ କ’ଣ ଚୂନା କରିପାରେ?
(କ) ଚତ୍ରକୂଟ କୁଧର
(ଖ) ମେରୁପର୍ବତ
(ଗ) ହିମାଳୟ ପର୍ବତ
(ଘ) ନନ୍ଦର ମେରୁଦଣ୍ଡ
Answer:
(କ) ଚତ୍ରକୂଟ କୁଧର

Question 30.
କଂସର ଦାନୀପଣ ସହିତ କିଏ ସମକକ୍ଷ?
(କ) ସୁନାସୀର
(ଖ) କର୍ଷ
(ଗ) ହରିଶ୍ଚନ୍ଦ୍ର
(ଘ) ବଳି
Answer:
(କ) ସୁନାସୀର

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 31.
କଂସର ଧାର୍ମିକପଣ ସହିତ କିଏ ସମାନ?
(କ) ଯୁଧ୍ର
(ଖ) କେହି ନୁହେଁ
(ଗ) ବସୁଦେବ
(ଘ) ଶ୍ରୀକୃଷ୍ଣ
Answer:
(ଖ) କେହି ନୁହେଁ

Question 32.
କଂସର ଶଶୁରଙ୍କ ନାମ କ’ଣ?
(କ) ଉଗ୍ରସେନ
(ଖ) ଜରାସନ୍ଧ
(ଗ) ଦକ୍ଷ
(ଘ) ବ୍ରହ୍ମା
Answer:
(ଖ) ଜରାସନ୍ଧ

Question 33.
କିଏ କଂସର ସଖା ଥିଲା?
(କ) ବୀରକେଶୀ
(ଖ) ଅଘା
(ଗ) ବକା
(ଘ) ଧେନୁକା
Answer:
(କ) ବୀରକେଶୀ

Question 34.
ନନ୍ଦ ଯଦି ଶିରୀଷ କୁସୁମ ହୁଏ ତେବେ କଂସର ଭୂମିକା କ’ଣ ହେବ?
(କ) ମହାପ୍ରଳୟ ବରଷା
(ଖ) ଶାଗୁଣା ପକ୍ଷୀ
(ଗ) ମହୁମାଛି
(ଘ) ମାଳି
Answer:
(କ) ମହାପ୍ରଳୟ ବରଷା

Question 35.
ଅକ୍ରୂର କାହାକୁ ନେବାପାଇଁ ଗୋପପୁର ଆସିଥିଲେ?
(କ) ରାମକୃଷ୍ଣ
(ଖ) ନନ୍ଦ ଯଶୋଦା
(ଗ) ଦେବକୀ ବସୁଦେବ
(ଘ) ନନ୍ଦ ବସୁଦେବ
Answer:
(କ) ରାମକୃଷ୍ଣ

Question 36.
ସାୟକ ପୂଜା କିଏ କରିଥିଲା?
(କ) ନନ୍ଦ
(ଖ) ଅକ୍ରୂର
(ଗ) କଂସ
(ଘ) ଗୋପୀମାନେ
Answer:
(ଗ) କଂସ

Question 37.
କଂସ କାହାକୁ ଚିଟାଉ ଲେଖୁଥିଲା?
(କ) ଶ୍ରୀକୃଷ୍ଣ
(ଖ) ବଳରାମ
(ଗ) ନନ୍ଦ
(ଘ) ବସୁଦେବ
Answer:
(ଗ) ନନ୍ଦ

Question 38.
କଂସର ଆଜ୍ଞା ପ୍ରମାଣେ ନନ୍ଦ ନଆସିଲେ କଂସ କ’ଣ କରିବ?
(କ) ନନ୍ଦକୁ କାରାଗାରରେ ରଖୁବ
(ଖ) ଦେଶାନ୍ତର କରିବ
(ଗ) କାନ୍ଧ ଛେଦନ କରିବ
(ଘ) ଅପମାନିତ କରିବ
Answer:
(ଗ) କାନ୍ଧ ଛେଦନ କରିବ

Question 39.
କଂସର ବଳବୀର୍ଯ୍ୟ ଅଇରି କୁଳକୁ କିଭଳି ଥୁଲା?
(କ) କେତୁ
(ଖ) ରାହୁ
(ଗ) ସୁନାସୀର
(ଘ) କୁବେର
Answer:
(କ) କେତୁ

Question 40.
କଂସର କୋପରେ ମହୀର ଅବସ୍ଥା କ’ଣ ହୁଏ?
(କ) ଦୋହଲି ଉଠଇ
(ଖ) ଭାଙ୍ଗି ପଡ଼େ
(ଗ) ଖଣ୍ଡ ଖଣ୍ଡ ହୋଇଯାଏ
(ଘ) ବିବର୍ଣ୍ଣ ହୋଇଯାଏ
Answer:
(କ) ଦୋହଲି ଉଠଇ

Question 41.
କଂସର କୋପରେ କିଏ ଥରହର ହୁଏ?
(କ) ମେରୁ
(ଖ) ଗନ୍ଧମାର୍ଦ୍ଦନ
(ଗ) ଗୋବର୍ଦ୍ଧନ
(ଘ) ବିନ୍ଧ୍ୟପର୍ବତ
Answer:
(କ) ମେରୁ

Question 42.
ଅଇରି ଉରସଲ-ବାନା କିଏ ବହନ କରୁଥିଲା?
(କ) ନନ୍ଦ
(ଖ) ବସୁଦେବ
(ଗ) ଶ୍ରୀକୃଷ୍ଣ
(ଘ) କଂସ
Answer:
(ଘ) କଂସ

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 43.
କଂସର ପାଣ୍ଡିତ୍ୟରେ କିଏ ହାରିଯାଏ?
(କ) ନାରଦ
(ଖ) ଶ୍ରୀକୃଷ୍ଣ
(ଗ) ଦେବଗୁରୁ
(ଘ) ମହେଶ୍ବର
Answer:
(ଗ) ଦେବଗୁରୁ

Question 44.
କଂସର ‘ରଡ଼ିଗୋଟାକେ’ର ପରିଣତି କ’ଣ?
(କ) ତିନିପୁରର ସର୍ବଜନ୍ତୁ ମରିବେ
(ଖ) ମହୀ ଦୋହଲି ଉଠିବ
(ଗ) ମଥୁରାପୁରା ଧ୍ଵଂସ ହେବ
(ଘ) ବୈକୁଣ୍ଠପୁର ଭାଙ୍ଗିଯିବ
Answer:
(କ) ତିନିପୁରର ସର୍ବଜନ୍ତୁ ମରିବେ

Question 45.
ଶ୍ରୀକୃଷ୍ଣଙ୍କ ମଥୁରା ଯିବା କଥା ଶୁଣି ଗୋପୀମାନେ କେତେ ସଂଖ୍ୟାରେ ମେଳି ହୋଇ ବିଚାର କରୁଥିଲେ?
(କ) ପାଞ୍ଚ ସାତ
(ଖ) ଛଅ ନଅ
(ଘ) ବାର ପନ୍ଦର
(ଗ) ଦଶ ବାର
Answer:
(କ) ପାଞ୍ଚ ସାତ

Question 46.
ଏଣୀଦୃଶା କହିଲେ କ’ଣ ବୁଝାଏ?
(କ) ମୀନ ନୟନୀ
(ଖ) ହରିଣ ନୟନା
(ଗ) ମୟୂର ଆଖ୍
(ଘ) ପଦ୍ମଲୋଚନା
Answer:
(ଖ) ହରିଣ ନୟନା

Question 47.
ଶ୍ରୀକୃଷ୍ଣ ମଥୁରା ଚାଲିଗଲେ ଗୋପୀମାନେ ସ୍ତିରୀହତ୍ୟା ଦୋଷ କାହାକୁ ଦେବେ?
(କ) ଶ୍ରୀକୃଷ୍ଣଙ୍କୁ
(ଖ) ବଳରାମଙ୍କୁ
(ଗ) ଅକ୍ରୁରଙ୍କୁ
(ଘ) କଂସକୁ
Answer:
(ଘ) କଂସକୁ

Question 48.
ଭୋଜପତି କିଏ?
(କ) ନନ୍ଦ
(ଖ) ବସୁଦେବ
(ଗ) ଅକ୍ରୂର
(ଘ) କଂସ
Answer:
(ଘ) କଂସ

Question 49.
ଶ୍ରୀକୃଷ୍ଣ ମଥୁରା ଚାଲିଗଲେ ଭୂମିର ଅବସ୍ଥା କ’ଣ ହେବ?
(କ) ଅଙ୍ଗ ଅଶୋଭା ଦିଶିବ
(ଖ) ବନ୍ଧ୍ୟା ପାଲଟି ଯିବ
(ଗ) ଦୁଇଫାଳ ହୋଇଯିବ
(ଘ) ଶୂନ୍ୟରେ ମିଳାଇ ଯିବ
Answer:
(କ) ଅଙ୍ଗ ଅଶୋଭା ଦିଶିବ

Question 50.
ମଥୁରାରେ ଧନୁଉତ୍ସବ ଦେଖ୍ କେତେଦିନ ପରେ ଶ୍ରୀକୃଷ୍ଣ ଲେଉଟି ଆସିବେ ବୋଲି ଗୋପୀମାନଙ୍କୁ କହିଲେ?
(କ) ପାଞ୍ଚ ସାତ ଦିନ
(ଖ) ଦୁଇ ଚାରି ଦିନ
(ଗ) ଦିନେ ଦୁଇଦିନ
(ଘ) ଦଶବାର ଦିନ
Answer:
(ଖ) ଦୁଇ ଚାରି ଦିନ

Question 51.
ପ୍ରଭୁ ଚକ୍ରପାଣି କାହା ଘରେ ଜନ୍ମ ହେବେ ବୋଲି ଦେବତାମାନଙ୍କୁ କହିଥିଲେ?
(କ) ନନ୍ଦ ଘରେ
(ଖ) ବସୁଦେବ ଘରେ
(ଗ) କଂସ ଘରେ
(ଘ) ଉଗ୍ରସେନ ଘରେ
Answer:
(ଖ) ବସୁଦେବ ଘରେ

Question 52.
ପୃଥ୍ବୀ ହିତରେ ଭଗବାନ କେଉଁ ଶୟନ ତେଜିଥିଲେ?
(କ) ନାଗଶୟନ
(ଖ) ବୈକୁଣ୍ଠ ଶୟନ
(ଗ) ପଦ୍ମ ଶୟନ
(ଘ) ଲକ୍ଷ୍ମୀଙ୍କ ଅଙ୍କ ଶୟନ
Answer:
(କ) ନାଗଶୟନ

Question 53.
କଳି-କଳୁଷ-ରୋଗକୁ କ’ଣ ଔଷଧ ବୋଲି କୁହାଯାଇଛି?
(କ) କୃଷ୍ଣ ଚରିତ
(ଖ) କଂସ ଚରିତ
(ଗ) ବସୁଦେବ ଚରିତ
(କ) କୃଷ୍ଣ ଚରିତ
Answer:
(ଘ) ଉଦ୍ଧବ ଚରିତ

Question 54.
କୃଷ୍ଣ ଚରିତ ଭାଗବତ ଶୁଣି କିଏ ଉଷତ ହୋଇଥିଲେ?
(କ) କଂସରାଜା
(ଖ) ପରୀକ୍ଷିତ ରାଜା
(ଗ) ଯୁଧୃଷ୍ଠିର ରାଜା
(ଘ) ଧୃତରାଷ୍ଟ୍ର ରାଜା
Answer:
(ଖ) ପରୀକ୍ଷିତ ରାଜା

Question 55.
ଗୋରୁ ବ୍ରାହ୍ମଣଙ୍କୁ କିଏ କଷଣ ଦେଇଥିଲା?
(କ) କୃଷ୍ଣ
(ଖ) ବଳରାମ
(ଗ) କଂସ
(ଘ) ବସୁଦେବ
Answer:
(ଗ) କଂସ

Question 56.
ପିତାମହ କିଏ?
(କ) ବ୍ରହ୍ମା
(ଖ) ଉଗ୍ରସେନ
(ଗ) ନନ୍ଦ
(ଘ) କଂସ
Answer:
(କ) ବ୍ରହ୍ମା

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 57.
କେଉଁ ସାଗରରେ ଭଗବାନ ଅନନ୍ତଶୟନ କରିଥିଲେ?
(କ) କ୍ଷୀର ସାଗରରେ
(ଖ) ମହୁ ସାଗରରେ
(ଗ) ଘୃତ ସାଗରରେ
(ଘ) ଅମୃତ ସାଗରରେ
Answer:
(କ) କ୍ଷୀର ସାଗରରେ

Question 58.
ବେଦବର କିଏ?
(କ) ବ୍ରହ୍ମା
(ଖ) ବିଷ୍ଣୁ
(ଗ) ଉଦ୍ଧବ
(ଘ) ନାରଦ
Answer:
(କ) ବ୍ରହ୍ମା

Question 59.
କୁବେର କୁମାରଙ୍କୁ କିଏ ତାରଣ କରିଥିଲେ?
(କ) ବସୁଦେବ
(ଖ) ଯଶୋଦା
(ଗ) ବଳରାମ
(ଘ) ଶ୍ରୀକୃଷ୍ଣ
Answer:
(ଘ) ଶ୍ରୀକୃଷ୍ଣ

Question 60.
ନନ୍ଦରାଜାଙ୍କୁ କିଏ ହରଣ କରିନେଇଥିଲା?
(କ) ଯମ
(ଖ) ଇନ୍ଦ୍ର
(ଗ) ବରୁଣ
(ଘ) ଗନ୍ଧର୍ବ
Answer:
(ଗ) ବରୁଣ

Question 61.
ଇନ୍ଦ୍ର ବିବାଦରେ ଶ୍ରୀକୃଷ୍ଣ କେଉଁ ପର୍ବତକୁ ତୋଳି ଧରିଥିଲେ?
(କ) ଗନ୍ଧମାର୍ଦ୍ଦନ
(ଖ) ଗୋବଦ୍ଧନ
(ଗ) କୈଳାସ
(ଘ) ହିମାଳୟ
Answer:
(ଖ) ଗୋବର୍ଦ୍ଧନ

Question 62.
ଗୋରୁ ବ୍ରାହ୍ମଣ ରକ୍ଷଣେ କିଏ ଜାତ ହୁଅନ୍ତି?
(କ) କଂସ
(ଖ) ଭଗବାନ ଶ୍ରୀକୃଷ୍ଣ
(ଗ) ବ୍ରହ୍ମା
(ଘ) ମହେଶ୍ବର
Answer:
(ଖ) ଭଗବାନ ଶ୍ରୀକୃଷ୍ଣ

Question 63.
ଶ୍ରୁତି ସ୍ମୃତିକୁ କିଏ ଗୋଚର ନୁହନ୍ତି?
(କ) ମଣିଷ
(ଖ) ପୃଥ‌ିବୀ
(ଗ) ଭଗବାନ
(ଘ) ପର୍ବତ
Answer:
(ଗ) ଭଗବାନ

Question 64.
‘କୃଷ୍ଣଙ୍କୁ ଭଜିଲେ ତରିବା’ କଥା କବି କେଉଁଠାରୁ ଶୁଣିଲେ?
(କ) ସୁଜ୍ଞଜନଙ୍କ ମୁଖରୁ
(ଖ) ପାଲାକାରଙ୍କଠାରୁ
(ଗ) ପୌରାଣିକମାନଙ୍କଠାରୁ
(ଘ) ଗାଁ ଗହଳରୁ
Answer:
(କ) ସୁଵଜନଙ୍କ ମୁଖରୁ

Question 65.
କଂସ ଜନ୍ମ, ମରଣ ଭାଗବତର କେଉଁ ସ୍କନ୍ଧରେ ବର୍ଣ୍ଣିତ ହୋଇଛି?
(କ) ୧ମ
(ଖ) ୨ୟ
(ଗ) ୫ମ
(ଘ) ୧୦ମ
Answer:
(ଘ) ୧୦ମ

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 66.
କାଳୀୟ ନାଗକୁ ଶ୍ରୀକୃଷ୍ଣ କେଉଁଠାରେ ଦଳନ କରିଥିଲେ?
(କ) କାଳିନ୍ଦୀ ହ୍ରଦରେ
(ଖ) ଚିଲିକା ହ୍ରଦରେ
(ଗ) ମାନସରୋବରରେ
(ଘ) ଯମୁନା ଜଳରେ
Answer:
(କ) କାଳିନ୍ଦୀ ହ୍ରଦରେ

Question 67.
କଂସର ମନ୍ତ୍ରୀ କିଏ ଥିଲେ?
(କ) ଅକ୍ରୂର
(ଖ) ଉଦ୍ଧବ
(ଗ) ଉଗ୍ରସେନ
(ଘ) ନାରଦ
Answer:
(କ) ଅକ୍ରୂର

Question 68.
କୃଷ୍ଣଙ୍କୁ ମାରିବା ପାଇଁ ପୂତନା କେଉଁଠାରେ ବିଷ ଭରିଥିଲା?
(କ) ସ୍ତନରେ
(ଖ) ଓଠରେ
(ଗ) ଜିହ୍ନାରେ
(ଘ) ହସ୍ତରେ
Answer:
(କ) ସ୍ତନରେ

Question 69.
ବ୍ୟାଧ୍ୟାକୁ ହେଳା କଲେ କ’ଣ ହୁଏ?
(କ) ପରାଣେ ମାରଇ
(ଖ) ମୋକ୍ଷ ଦିଏ
(ଗ) ମୁକ୍ତି ଦିଏ
(ଘ) ଭଲ ହୋଇଯାଏ
Answer:
(କ) ପରାଣେ ମାରଇ

Question 70.
ଭସ୍ମକୁଢ଼ରେ କ’ଣ ଥାଇ ମନ୍ଦ ପବନରେ ବଳିଷ୍ଠ ହୋଇଥାଏ?
(କ) ପାଉଁଶ
(ଖ) ଅଗ୍ନିକଣା
(ଗ) ଅଙ୍ଗାର
(ଘ) ଜଳନ୍ତା ନିଆଁ
Answer:
(ଖ) ଅଗ୍ନିକଣା

Question 71.
କଂସରାଜା କେଉଁଥରେ ପଡ଼ି ମୋହ ହୋଇଲା?
(କ) ସଂସାର ଚକ୍ରରେ
(ଖ) କାଳ ଚକ୍ରରେ
(ଗ) ବିଷୟ ଚକ୍ରରେ
(ଘ) ଘଟଣା ଚକ୍ରରେ
Answer:
(ଖ) କାଳ ଚକ୍ରରେ

Question 72.
କଂସରାଜାକୁ କ’ଣ ସବୁ ବିଷ ସମାନ ଲାଗୁଥିଲା?
(କ) ଶାସନ କାର୍ଯ୍ୟ
(ଖ) ରାଜଭୋଗ
(ଗ) ସ୍ନାନ ମାର୍ଜନ ଶୟନ ଭୋଜନ
(ଘ) ଧନୁଯାତ୍ରା ପ୍ରସଙ୍ଗ
Answer:
(ଗ) ସ୍ନାନ ମାର୍ଜନ ଶୟନ ଭୋଜନ

Question 73.
କଂସ ଡଗର ବୋଲି କାହାକୁ କୁହାଯାଇଛି?
(କ) ଉଦ୍ଧବ
(ଖ) ଅକ୍ରୂର
(ଗ) ନାରଦ
(ଘ) ବସୁଦେବ
Answer:
(ଖ) ଅକ୍ରୂର

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 74.
‘ଜଳଦତନୁ’ ବୋଲି କାହାକୁ କୁହାଯାଇଛି?
(କ) ଶ୍ରୀକୃଷ୍ଣଙ୍କୁ
(ଖ) ଉଦ୍ଧବକୁ
(ଗ) ଅକ୍ରୂରକୁ
(ଘ) କଂସକୁ
Answer:
(କ) ଶ୍ରୀକୃଷ୍ଣଙ୍କୁ

Question 75.
ଶତପତ୍ର କହିଲେ କ’ଣ ବୁଝାଏ?
(କ) ମନ୍ଦାର
(ଖ) ପଦ୍ମ
(ଗ) ନାରିକେଳ
(ଘ) ଛଣ
Answer:
(ଖ) ପଦ୍ମ

Question 76.
ଶ୍ରୀକୃଷ୍ଣଙ୍କର ପରିଧାପନ କ’ଣ ଥିଲା?
(କ) ନୀଳବସନ
(ଖ) ପୀତବସନ
(ଗ) କୃଷ୍ଣବସନ
(ଘ) ଲାଲବସନ
Answer:
(ଖ) ପୀତବସନ

Question 77.
ଶ୍ରୀକୃଷ୍ଣଙ୍କ ନାସାର ସୁଷମା କାହା ସହିତ ତୁଳନୀୟ?
(କ) ତିଳ କୁସୁମ
(ଖ) ଚମ୍ପାଫୁଲ
(ଗ) ମନ୍ଦାର ଫୁଲ
(ଘ) ଅଶୋକ ଫୁଲ
Answer:
(କ) ତିଳ କୁସୁମ

Question 78.
ଶ୍ରୀକୃଷ୍ଣଙ୍କ ଅଧର’ରଙ୍ଗର ତୁଳନା କିଏ?
(କ) ପଦ୍ମଫୁଲ
(ଖ) ପାରିଜାତ
(ଗ) କଇଁଫୁଲ
(ଘ) ଗୋଲାପ ଫୁଲ
Answer:
(ଖ) ପାରିଜାତ

Question 79.
ଶ୍ରୀକୃଷ୍ଣଙ୍କ ଦନ୍ତଶ୍ରେଣୀର ଉପମା କିଏ?
(କ) ଡାଳିମ୍ବବୀଜ
(ଖ) କାଇଁଚ
(ଗ) ଗଙ୍ଗଶିଉଳି
(ଘ) ମଲ୍ଲୀଫୁଲ
Answer:
(କ) ଡାଳିମ୍ବବୀଜ

Question 80.
‘ଘନେ ଅଙ୍ଗିର’ କହିଲେ କ’ଣ ବୁଝାଯାଏ?
(କ) ମେଘରେ ବିଜୁଳି
(ଖ) ମେଘ ଭିତରେ ତାରା
(ଗ) ମେଘ ଭିତରେ ସୂର୍ଯ୍ୟ
(ଘ) ମେଘ ଭିତରେ ଚନ୍ଦ୍ର
Answer:
(କ) ମେଘରେ ବିଜୁଳି

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 81.
ଅକୃରଙ୍କ ବିଚାରରେ ଶ୍ରୀକୃଷ୍ଣଙ୍କ ରୋମମୂଳରେ କ’ଣ ସବୁ ନିବାସ କରିଛନ୍ତି?
(କ) ବ୍ରହ୍ମାଣ୍ଡମାଳ
(ଖ) ଫୁଲମାଳ
(ଗ) ରତ୍ନମାଳ
(ଘ) ମଣିମାନେ
Answer:
(କ) ବ୍ରହ୍ମାଣ୍ଡମାଳ

Question 82.
ନନ୍ଦରାଜା ପାଖକୁ କିଏ ଚିଟାଉ ଲେଖୁଥିଲା?
(କ) ବସୁଦେବ
(ଖ) କଂସ
(ଗ) ଶ୍ରୀକୃଷ୍ଣ
(ଘ) ବଳରାମ
Answer:
(ଖ) କଂସ

Question 83.
କଂସ ରାଣ ଦେଲେ କିଏ ଭୟ କରେ?
(କ) ପଶୁପତି
(ଖ) ଜନ୍ତୁପତି
(ଗ) ଖଗପତି
(ଘ) ମୃଗପତି
Answer:
(ଖ) ଜନ୍ତୁପତି

Question 84.
ପଣ୍ଡିତ ପଣେ ଦେବଗୁରୁ କାହାଠାରୁ ହାରିଯାଏ ବୋଲି ଚିଟାଉରେ ଲେଖାଥିଲା?
(କ) କଂସ
(ଖ) ଚାଲୁର
(ଗ) ମୁଷ୍ଟିକ
(ଘ) ଅଘା
Answer:
(କ) କଂସ

Question 85.
ପ୍ରଜାପାଳନରେ କଂସର ଭୂମିକା କିଭଳି ଥିଲା ବୋଲି ଚିଟାଉରେ ଉଲ୍ଲେଖ ଥିଲା?
(କ) ତାତ
(ଖ) ମାତ
(ଗ) ଭ୍ରାତ
(ଘ) ଖୁଡୁତା
Answer:
(କ) ତାତ

Question 86.
ଅଷ୍ଟଭୁଜ କିଏ?
(କ) ବିଷ୍ଣୁ
(ଖ) ବ୍ରହ୍ମା
(ଗ) ମହେଶ୍ଵର
(ଘ) କଂସ
Answer:
(ଖ) ବ୍ରହ୍ମା

Question 87.
କିଏ କଂସର ହନ୍ତକାର ନୁହେଁ?
(କ) ଚାଣୁର
(ଖ) ମୁଷ୍ଟିକ
(ଗ) ଅଘା
(ଘ) ଉଗ୍ରସେନ
Answer:
(ଘ) ଉଗ୍ରସେନ

Question 88.
ଅକ୍ରୁର କେଉଁଭଳି କୃଷ୍ଣପ୍ରେମରେ ମଜି ଯାଇଥିଲା?
(କ) ଜଳେ ଲବଣ
(ଖ) କ୍ଷୀରେ ପାଣି
(ଗ) ପାଣିରେ ଚିନି
(ଘ) କ୍ଷୀରରେ ଚିନି
Answer:
(କ) ଜଳେ ଲବଣ

Question 89.
‘ତ୍ରିଯାଦବେ’ ବୋଲି କାହାଙ୍କୁ କୁହାଯାଇଛି?
(କ) କଂସ, ନନ୍ଦ, ବସୁଦେବ
(ଖ) ଉଦ୍ଧବ, ଅକ୍ରୂର, କୃଷ୍ଣ
(ଗ) ବଳରାମ, କୃଷ୍ଣ, ଅକ୍ରୂର
(ଘ) କୃଷ୍ଣ, ବଳରାମ, କଂସ
Answer:
(ଗ) ବଳରାମ, କୃଷ୍ଣ, ଅକ୍ରୂର

Question 90.
ଅକ୍ରୁରଙ୍କ ଭାବନାରେ ଯାଦବକୁଳ କାଳଅନଳ କିଏ?
(କ) ଶ୍ରୀକୃଷ୍ଣ
(ଖ) ବଳରାମ
(ଗ) କଂସ
(ଘ) ଅକ୍ରୂର
Answer:
(ଗ) କଂସ

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 91.
‘ଶାରଙ୍ଗପାଣି’ ବୋଲି କାହାକୁ କୁହାଯାଇଛି?
(କ) ବଳରାମ
(ଖ) ଶ୍ରୀକୃଷ୍ଣ
(ଗ) କଂସ
(ଘ) ଇନ୍ଦ୍ର
Answer:
(ଖ) ଶ୍ରୀକୃଷ୍ଣ

Question 92.
‘ସାୟକ ପୂଜା’ର ଅର୍ଥ କ’ଣ?
(କ) ଧନୁଯାତ୍ରା
(ଖ) ତୀର ପରୀକ୍ଷା
(ଗ) ଖଡ଼ଗ ପୂଜା
(ଘ) ବୀର ପୂଜା
Answer:
(କ) ଧନୁଯାତ୍ରା

Question 93.
‘ଏଣୀଦୃଶା’ କହିଲେ କାହାକୁ ବୁଝାଯାଏ?
(କ) ପୂତନା
(ଖ) ମୃଗୁଣୀ
(ଗ) ହରିଣୀ
(ଘ) ଗୋପୀ
Answer:
(ଘ) ଗୋପୀ

Question 94.
‘ଅକ୍ରୂର ହସ୍ତରେ ଯେଣୁ ବେନି ଚକ୍ଷୁ ଦେବା’ । ଏଠାରେ ବେନି ଚକ୍ଷୁର ତାତ୍ପର୍ଯ୍ୟ କ’ଣ?
(କ) ନନ୍ଦ, ବସୁଦେବ
(ଖ) କୃଷ୍ଣ, ବଳରାମ
(ଗ) ଉଦ୍ଧବ, ଅକ୍ରୂର
(ଘ) ଉଗ୍ରସେନ, କଂସ
Answer:
(ଖ) କୃଷ୍ଣ, ବଳରାମ

Question 95.
‘ମଧୁପୁର’ କେଉଁଟି?
(କ) ଗୋପପୁର
(ଖ) ମଥୁରାପୁର
(ଗ) ଅଳକାପୁର
(ଘ) ବୈକୁଣ୍ଠପୁର
Answer:
(ଖ) ମଥୁରାପୁର

Question 96.
ଶ୍ରୀକୃଷ୍ଣ ମଥୁରାପୁର ଯିବା କଥା ଶୁଣି ଗୋପୀଙ୍କର ମନ ମୀନ କେଉଁଠାରେ ବୁଡ଼ିଗଲା?
(କ) ଚିନ୍ତା-ରତ୍ନାକରରେ
(ଖ) ଆନନ୍ଦ ସାଗରରେ
(ଗ) କ୍ଷୀର ସମୁଦ୍ରରେ
(ଘ) କାଳିନ୍ଦୀ ହ୍ରଦରେ
Answer:
(କ) ଚିନ୍ତା-ରତ୍ନାକରରେ

Question 97.
ଶ୍ରୀକୃଷ୍ଣ ମଥୁରା ଚାଲିଗଲେ ଗୋପୀମାନେ କେଉଁଠାରେ ଜୀବନ ହାରିବେ ବୋଲି କହିଛନ୍ତି?
(କ) ଯମୁନା ଗଣ୍ଡେ
(ଖ) ହିମାଳୟରେ
(ଗ) କାଳିନ୍ଦୀ ହ୍ରଦରେ
(ଘ) ମହୋଦଧୂରେ
Answer:
(କ) ଯମୁନା ଗଣ୍ଡେ

Question 98.
କରୀନ୍ଦ୍ର ଗମନା କାହାକୁ କୁହାଯାଇଛି ?
(କ) ଶ୍ରୀକୃଷ୍ଣ
(ଖ) ବଳରାମ
(ଗ) ଗୋପୀ
(ଘ) ଅକ୍ରୂର
Answer:
(ଗ) ଗୋପୀ

Question 99.
କଂସ ନାମରେ ଗୋପୀମାନେ ଯଦି ପ୍ରାଣ ହରାଇବେ ତେବେ କଂସ କେଉଁ ଦୋଷ ପାଇବ?
(କ) ନରହତ୍ଯା
(ଖ) ବ୍ରହ୍ମହତ୍ଯା
(ଗ) ସ୍ତିରୀହତ୍ଯା
(ଘ) ଶିଶୁହତ୍ଯା
Answer:
(ଗ) ସ୍ତିରୀହତ୍ୟା

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 100.
କେଉଁଟି ଭକ୍ତଚରଣ ଦାସଙ୍କ ରଚନା?
(କ) ମନବୋଧ ଚଉତିଶା
(ଖ) ମଧୁପ ଚଉତିଶା
(ଗ) ମୃଗୁଣୀ ସ୍ତୁତି
(ଘ) ବଟଅବକାଶ
Answer:
(କ) ମନବୋଧ ଚଉତିଶା

(ଖ) ୧ ନମ୍ବର ବିଶିଷ୍ଟ ଏକ ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନବଳୀ।

Question 1.
‘ମିଥ୍ୟା ନୁହଇ ପ୍ରମାଣ ବଚନ’ ବୋଲି କେଉଁଠି ଲେଖାଯାଇଛି?
Answer:
‘ମିଥ୍ୟା ନୁହଇ ପ୍ରମାଣ ବଚନ’ ବୋଲି ଭକ୍ତଚରଣ ଦାସଙ୍କ ‘ମଥୁରାମଙ୍ଗଳ’ କାବ୍ୟର ପ୍ରଥମ ଛାନ୍ଦରେ ଲେଖାହୋଇଛି।

Question 2.
ନରକ ଅସୁରକୁ କିଏ ବିନାଶ କରିଥିଲେ?
Answer:
ନରକ ଅସୁରକୁ ଶ୍ରୀକୃଷ୍ଣ ବିନାଶ କରିଥିଲେ।

Question 3.
ଶ୍ରୁତି ସ୍ମୃତିକୁ କିଏ ଗୋଚର ନୁହନ୍ତି?
Answer:
ଶ୍ରୁତି ସ୍ମୃତିକୁ ଶ୍ରୀକୃଷ୍ଣ ଗୋଚର ନୁହଁନ୍ତି।

Question 4.
ଶ୍ରୀକୃଷ୍ଣ ଭଗବାନଙ୍କ ଆଜ୍ଞାରେ ବ୍ରହ୍ମା କେତେଗୋଟି ଭୁବନ ରଚନା କରିଛନ୍ତି?
Answer:
ଶ୍ରୀକୃଷ୍ଣ ଭଗବାନଙ୍କ ଆଜ୍ଞାରେ ବ୍ରହ୍ମା ଚଉଦଗୋଟି ଭୁବନ ରଚନା କରିଛନ୍ତି।

Question 5.
କ’ଣ ବିନା କବିଙ୍କର ଦରିଦ୍ର ଜୀବନ ହୋଇଛି?
Answer:
ଭକ୍ତି ବିନା କବିଙ୍କ ଜୀବନ ଦରିଦ୍ର ହୋଇଛି।

Question 6.
ନିଶିଦିବସେ ଯେ ହରି ଭଜନ୍ତି ତାଙ୍କର କ’ଣ ହୁଏ?
Answer:
ନିଶିଦିବସେ ଯେ ହରି ଭଜନ୍ତି ତାଙ୍କର ସଂସାରର ପାପତାପ ନାଶ ହୁଏ।

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 7.
କଳି-କଳୁଷ-ରୋଗକୁ ଔଷଧ ବୋଲି କାହାକୁ କୁହାଯାଇଛି?
Answer:
କଳି-କଳୁଷ-ରୋଗକୁ ଔଷଧ ବୋଲି କୃଷ୍ଣଚରିତ ରୂପକ ଅମୃତମୟ କଥାକୁ କୁହାଯାଇଛି।

Question 8.
ବଛା ବାଳକମାନଙ୍କୁ ବିଧାତା ହରିନେଲା ପରେ ଶ୍ରୀକୃଷ୍ଣ କ’ଣ କଲେ?
Answer:
ବଛା ବାଳକମାନଙ୍କୁ ବିଧାତା ହରି ନେଲାପରେ ଶ୍ରୀକୃଷ୍ଣ ନିଜ ଶରୀରରୁ ବଛା ବାଳକମାନଙ୍କୁ ଜାତ କରାଇ ବ୍ରହ୍ମାଙ୍କ ମାୟାଙ୍କୁ ଖଣ୍ଡନ କରିଥିଲେ।

Question 9.
କୃଷ୍ଣଙ୍କୁ ମାରିବା ପାଇଁ ପୁତନା କେଉଁ ଉପାୟ କରିଥିଲା?
Answer:
କୃଷ୍ଣଙ୍କୁ ମାରିବା ପାଇଁ ପୁତନା ନିଜ ସ୍ତନାଗ୍ରରେ ବିଷ ବୋଳି ତାଙ୍କୁ କ୍ଷୀର ପାନ କରାଇଥିଲା।

Question 10.
ବ୍ୟାଧ୍ୟାକୁ ହେଳା କଲେ କ’ଣ ହୁଏ?
Answer:
ବ୍ୟାଧ୍ୟାକୁ ହେଳା କଲେ ମୃତ୍ୟୁର କାରଣ ହୁଏ।

Question 11.
ଭସ୍ମକୁଢ଼ରେ ଥ‌ିବା ଅଗ୍ନିକଣା କିପରି ବଳିଷ୍ଠ ହୁଏ?
Answer:
ଭସ୍ମକୁଢ଼ରେ ଥ‌ିବା ଅଗ୍ନିକଣା ମନ୍ଦପବନରେ ବଳିଷ୍ଠ ହୁଏ।

Question 12.
ଅକୂରଙ୍କର ନାସାଦ୍ବାରା କିପରି ଆନନ୍ଦ ଲାଭ କରିବେ?
Answer:
ଅକ୍ରୂରଙ୍କର ନାସାଦ୍ଵାରା ଶ୍ରୀକୃଷ୍ଣଙ୍କ ଶରୀରର ଗନ୍ଧ ପାଇ ଆନନ୍ଦ ଲାଭ କରିବ।

Question 13.
କଂସ ଯଦି କୋପ କରେ ତେବେ କ’ଣ ହୁଏ?
Answer:
କଂସ କୋପ କଲେ ପୃଥ‌ିବୀ ଦୋହଲି ଉଠେ ଓ ମେରୁ ପର୍ବତ ଥରହର ହୁଏ।

(ଗ) ୨ ନମ୍ବର ବିଶିଷ୍ଟ ଦୁଇଟି ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନବଳୀ । ଲେଖା ଓ ଲେଖକଙ୍କ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।

Question 1.
କଂସ କିପରି ବ୍ରହ୍ମାଣ୍ଡକୁ ମୋର କରିପାରିଥିଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସର ବଳ ବୀର୍ଯ୍ୟ ଓ ପ୍ରତାପରେ ସମଗ୍ର ବିଶ୍ବବ୍ରହ୍ମାଣ୍ଡ ଥରହର ହେଉଥିଲେ। କୌଣସି ଯୋଦ୍ଧା କଂସ ସହ ଯୁଦ୍ଧ କରିବାକୁ ସାହସ କରିପାରୁନଥିଲେ। ତେଣୁ ବିନା ଯୁଦ୍ଧରେ ଯୋଦ୍ଧାମାନଙ୍କୁ ପରାଜିତ କରି କଂସ ବ୍ରହ୍ମାଣ୍ଡକୁ ମୋର କରିପାରିଥିଲା।

Question 2.
କଂସର ହନ୍ତକାରମାନଙ୍କ ନାମ କ’ଣ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସର ହନ୍ତକାରମାନଙ୍କ ନାମ ହେଲା ଶୂର, ନାରକା ବ୍ୟୋମା, ଅଘା, ପ୍ରଳମ୍ବା, କଦମ୍ବା, ମୁଷ୍ଟିକ, ଶଲ୍ୟ ଦୃବିନ୍ଦ, ଚାଣୁର ଇତ୍ୟାଦି।

Question 3.
ଶିରୀଷ -କୁସୁମ-ପ୍ରସଙ୍ଗରେ କ’ଣ କୁହାଯାଇଛି?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଶିରୀଷ କୁସୁମ ଅତ୍ୟନ୍ତ କୋମଳ । ଏପରି କୋମଳ ଯେ ଶିରୀଷ-ପାତର ଭାରା ସହି ନପାରି ନଷ୍ଟ ହୋଇଯାଏ। ଅର୍ଥାତ୍ ମହାପ୍ରଳୟର ପ୍ରହାର ସହି ନପାରି ନଷ୍ଟ ହୋଇଯାଏ । ସେହିପରି କଂସ ନିଜକୁ ମହାପ୍ରଳୟଙ୍କରୀ ବର୍ଷା କହି ନନ୍ଦଙ୍କୁ ଶିରୀଷ ଫୁଲ ସହ ତୁଳନା କରିଛନ୍ତି।

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 4.
କଂସର ଆଜ୍ଞା ପ୍ରମାଣେ ନନ୍ଦ ନ ଆସିଲେ କଂସ କ’ଣ କରିବ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସର ଆଜ୍ଞା ପ୍ରମାଣେ ନନ୍ଦ ନ ଆସିଲେ କଂସ ଅତିମାତ୍ରାରେ କ୍ରୋଧାନ୍ଵିତ ହୋଇ ନନ୍ଦର ସ୍କନ୍ଧ ଛେଦନ କରିବ।

Question 5.
କଂସର ବଳବୀର୍ଯ୍ୟ କିପରି ବର୍ଷିତ ହୋଇଛି?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସର ବଳବୀର୍ଯ୍ୟ ଆଇରି କୁଳ ନିମନ୍ତେ କେତୁ ବା ଧୂମକେତୁ ସଦୃଶ ଥିଲା ବୋଲି ବର୍ଣ୍ଣିତ ହୋଇଛି।

Question 6.
କଂସ କୋପକଲେ ମହୀର ଅବସ୍ଥା କିପରି ହୁଏ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ କୋପ କଲେ ମହୀ ଅର୍ଥାତ୍ ପୃଥ‌ିବୀର ଅବସ୍ଥା ସଂକଟାପନ୍ନ ହୁଏ। ମହୀ ଥରି ଉଠେ ଅର୍ଥାତ୍ ଦୋହଲି ଉଠେ ଏବଂ ମେରୁ ପର୍ବତ ଥରହର ହୁଏ।

Question 7.
ମେରୁ କେତେବେଳେ ଥରହର ହୁଏ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଯେତେବେଳେ କଂସ କୋପ କରେ ଅଥବା କ୍ରୋଧ କରେ ସେତେବେଳେ ମେରୁ ଥରହର ହୁଏ।

Question 8.
ବିଧାଘାତରେ କଂସ କ’ଣ କରିପାରେ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ବିଧାଘାତରେ କଂସ ଚିତ୍ରକୂଟ ପର୍ବତକୁ ଚୂନା କରିପାରେ।

Question 9.
କଂସ ବିଧାଘାତର ଭୟାବହତା କିଭଳି?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସର ବିଧାଘାତ ଭୟଙ୍କର ଥୁଲା, ଯାହାଦ୍ୱାରା ସେ ଚିତ୍ରକୂଟ ପର୍ବତକୁ ଚୂନା କରିଦେଉଥଲା।

Question 10.
ଅଇରି ଉରସଲ-ବାନାର ପ୍ରାସଙ୍ଗିକତା କ’ଣ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ଶତ୍ରୁକୁଳର ବକ୍ଷ ଭେଦକାରୀ ତୀକ୍ଷ୍ଣ ଅସ୍ତ୍ର କୁନ୍ତ ସଦୃଶ ଥ‌ିବାରୁ ତା’ର ବାନା ବା ପତାକାକୁ ଭରସଲ-ବାନା ବୋଲି କୁହାଯାଇଛି।

Question 11.
କଂସ ତା ଚିଟାଉରେ ନିଜ ପଣ୍ଡିତ ପଣ ସମ୍ପର୍କରେ କ’ଣ ଲେଖୁଥିଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ତା’ର ଚିଟାଉରେ ନିଜ ପଣ୍ଡିତପଣ ଦେଖାଇ କହିଛି ଯେ ସେ ପଣ୍ଡିତପଣରେ ଦେବଗୁରୁ ବୃହସ୍ପତିକୁ ହରାଇ ଦେଇପାରେ।

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 12.
କଂସର ରଡ଼ି ଗୋଟାକେ କେଉଁ ଅବସ୍ଥା ସୃଷ୍ଟି ହେବ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସର ରଡ଼ି ଗୋଟାକରେ ତ୍ରିପୁରରେ ଥିବା ସର୍ବପ୍ରାଣୀ ମୃତ୍ୟୁବରଣ କରିବେ।

୩ ନମ୍ବର ବିଶିଷ୍ଟ ଉତ୍ତରମୂଳକ ପ୍ରଶ୍ନବଳୀ। (୩୦ଟି ଶବ୍ଦ ମଧ୍ୟରେ) ଲେଖା ଓ ଲେଖକଙ୍କ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର।

Question 1.
କଂସକୁ କ’ଣ ଓ କାହିଁକି ବିଷ ସମାନ ଲାଗୁଥିଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସକୁ ସ୍ନାନ, ମାର୍ଜନ, ଭୋଜନ ଓ ଶୟନ ସବୁକିଛି ବିଷପରି ଲାଗୁଥିଲା । କାରଣ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜାତ ସନ୍ତାନ ହାତରେ ତା’ର ମୃତ୍ୟୁ ଘଟିବ ବୋଲି ମୁନିବର ନାରଦଙ୍କ ମୁଖରୁ ସେ ଶୁଣିଥିଲା । ତେଣୁ ସେ ଭୟଭୀତ ହୋଇ ପଡ଼ିଥିଲା।

Question 2.
ସ୍ଵପ୍ନ ସତ୍ୟ ନୁହେଁ ବୋଲି କଂସ କେତେବେଳେ ଓ କାହିଁକି ମନେକଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜାତ ସନ୍ତାନ ତା’ର ମୃତ୍ୟୁର କାରଣ ହେବ ବୋଲି ଜାଣିବା ପରେ କଂସକୁ କିଛି ଭଲ ଲାଗୁନଥିଲା । ସେ ଯେଉଁ ଦିଗକୁ ଚାହୁଁଥିଲା ତାକୁ କେବଳ କୃଷ୍ଣରୂପ ଦୃଶ୍ୟ ହେଉଥିଲା । ଶୋଇବା ସମୟରେ ନାନାଦି ଭୟଙ୍କର ଅଶୁଭସୂଚକ ସ୍ଵପ୍ନ ଦେଖି ଚମକି ପଡୁଥିଲା । ନିଦ୍ରାଭଙ୍ଗ ହେବା ପରେ କଂସ ଉଠିପଡ଼ି ଏସବୁ ସ୍ଵପ୍ନକୁ ମିଥ୍ୟା ମନେ କଲା, କାରଣ ସ୍ଵପ୍ନ ସତ୍ୟ ନୁହେଁ ବୋଲି ବେଦରେ କୁହାଯାଇଛି ।

Question 3.
ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ କଂସ କେଉଁମାନଙ୍କୁ ପଠାଇଥିଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ମହାପ୍ରତାପୀ କଂସ ଦେବକୀର ଅଷ୍ଟମ ଗର୍ଭରୁ ଜାତ ସନ୍ତାନ ତା’ର ଚିରଶତ୍ରୁ ଶ୍ରୀକୃଷ୍ଣ ଗୋପପୁରେ ନନ୍ଦରାଜା ଘରେ ଥିବା କଥା ଜାଣିବା ପରେ ତାଙ୍କୁ ମାରିବାପାଇଁ ପ୍ରଥମେ ପୁତନା ରାକ୍ଷସୀକୁ ପଠାଇଥିଲା । ପରେ କଂସ ନିଜର ଅନୁଚର ତୃଣା, ଶକଟା, ବକା, ଅଘା ଆଦିଙ୍କୁ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ପଠାଇଥିଲା।

Question 4.
କୃଷ୍ଣଙ୍କୁ ମାରିବାପାଇଁ ଅକ୍ରୂର ପାଖରେ କଂସ କେଉଁ ଉପାୟ ବାଢ଼ିଥିଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ କୃଷ୍ଣଙ୍କୁ ମାରିବା ପାଇଁ ଅନେକ ରାକ୍ଷସଙ୍କୁ ପଠାଇଥିଲେ ମଧ୍ୟ କେହି ସଫଳ ହୋଇନଥିଲେ। ଫଳରେ କଂସାସୁର କୃଷ୍ଣ ବଧ ନିମନ୍ତେ ଭିନ୍ନ ବ୍ୟୁହ ରଚନା କରି ଅକୁରଙ୍କୁ ପଠାଇବା ପାଇଁ ମନସ୍ଥ କରିଥିଲା। କୃଷ୍ଣ ବଳରାମଙ୍କୁ ଧନୁଯାତ୍ରା ଦେଖାଇବା ଆଳରେ ଏକ ବର୍ଷର ଧାର୍ଯ୍ୟ ରାଜଦେୟ ସହିତ ସଙ୍ଗରେ ଘେନି ଆସିବାକୁ ସେ ଅକ୍ରୂରକୁ କହିଥିଲା।

Question 5.
କଂସ ସ୍ଵପ୍ନରେ କ’ଣ ଦେଖୁଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ମୃତ୍ୟୁ ଭୟରେ ଖୁବ୍ ଆତଙ୍କିତ କଂସ ଶେଶଇପଡ଼ି ସ୍ବପ୍ନ ଦେଖିଲା ଯେ ତା’ର ତତଲା ନିଶ୍ଵାସ ଶଙ୍ଖଶବ୍ଦ ପରି ଶୁଭିଛି। ସେ ସ୍ଵପ୍ନରେ ନାନା ଭୟଙ୍କର ଦୃଶ୍ୟରୂପ ଦେଖୁଥିଲା; ଯଥା – ସେ ମଇଁଷି ଉପରେ ମନ୍ଦାରମାଳ ପକାଇ ଯାଉଛି। ଚାରିଦିଗରେ ଶାଗୁଣା, ଶୃଗାଳ, ଶୂନ, ବିରାଡ଼ି, ପେଚାଙ୍କ ଶବ୍ଦ ଶୁଣାଯାଇଛି।

Question 6.
ଅକ୍ରୂର ଗୋପକୁ ଯିବା ପାଇଁ କିପରି ପ୍ରସ୍ତୁତ ହେଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ କୃଷ୍ଣଙ୍କୁ ଆଣିବା ପାଇଁ ଅକ୍ରୂରକୁ ପଠାଇଥିଲେ। ତେଣୁ ଅକ୍ରୂର ପ୍ରାତକାଳରୁ ଉଠି ନିତ୍ୟକର୍ମ ସାରି ବାହାରିଲା। ରଥରେ ଅଶ୍ବ ଯୋଚି ଲଗାମ ଧରି ଯା’ ବୋଲି କହିଲା। ତତ୍‌କ୍ଷଣାତ୍‌ ସେ ମଥୁରା ସୀମା ପାର ହୋଇଗଲା।

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 7.
କଂସଡଗର ନିଜ ପିତାମାତଙ୍କୁ କାହିଁକି ଧନ୍ୟ ଧନ୍ୟ ବୋଲି କହିଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସଡଗର ଅକ୍ରୂର ବଳରାମ ଓ ଶ୍ରୀକୃଷ୍ଣଙ୍କୁ ଗୋପରୁ ମଥୁରାକୁ ଆଣି କଂସ ନିକଟରେ ହାଜର କରାଇବା ପାଇଁ ରଥ ଚଢ଼ି ବାହାରିଲା । ମନେମନେ ସେ ବିଚାର କଲେ ଶ୍ରୀକୃଷ୍ଣ ତା’ର’ ରଥରେ ବିଜେ କରିବେ, ଏହା ଅତି ଚମତ୍କାର କଥା। ମନରେ ଭାବିଛି ଆଜି ଧନ୍ୟ ହୋଇଗଲା ସେ। ତା’ର ପିତାମାତା ତା’ପରି ପୁଅକୁ ଜନ୍ମ ଦେଇଥ‌ିବାରୁ ସେ ପିତାମାତାଙ୍କୁ ଧନ୍ୟ ଧନ୍ୟ ବୋଲି କହିଲା।

Question 8.
ଅକୃରଙ୍କର ବେନିଶ୍ରବଣ କିପରି ସର୍ବ ଦୋଷ ତେଜିବେ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅକ୍ରୂର ମନରେ ଆନନ୍ଦ ଭରି ଯାଇଛି, ଯେତେବେଳେ ସେ ଶ୍ରୀକୃଷ୍ଣ ବଳରାମଙ୍କୁ ଆଣିବା ପାଇଁ ଗୋପପୁର ନିମନ୍ତେ ଯାତ୍ରା କରିଛି । ନିଜ ପିତାମାତାଙ୍କୁ ଧନ୍ୟ ଧନ୍ୟ କହି ତା’ର ଏଇ ଜନ୍ମ ସାର୍ଥକ ହେଲା ବୋଲି ବିଚାର କରିଛି । ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଦର୍ଶନ କରି ତା’ର ଚକ୍ଷୁ ଧନ୍ୟ ହେବ। ଯେତେବେଳେ ଗୋପପୁରରେ ସେ ପହଞ୍ଚିବେ, ସେତେବେଳେ ଶ୍ରୀକୃଷ୍ଣ ‘ଅକ୍ରୂର ଆସ’ ବୋଲି ଡାକିବେ। ଏହା ଅକ୍ରୂରର ଦୁଇ ଶ୍ରବଣେନ୍ଦ୍ରୟର ସକଳ ଦୋଷ ହରଣ କରିନେବ।

Question 9.
ଅକୃରଙ୍କର ଅଙ୍ଗ କିପରି ନିର୍ମଳ ହେବ ବୋଲି ସେ ମନେ କରିଛନ୍ତି?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅକ୍ରୂର ଶ୍ରୀକୃଷ୍ଣ ବଳରାମଙ୍କୁ ଆଣିବା ଉଦ୍ଦେଶ୍ୟରେ ଗୋପପୁର ଗମନ କରିଛି। ଶ୍ରୀକୃଷ୍ଣଙ୍କୁ ନେଇ ତାଙ୍କ ମନରେ ଅନେକ ଭାବନା ସୃଷ୍ଟି ହୋଇଛି । କଂସ ଏହି ଦାୟିତ୍ୱ ତାଙ୍କୁ ଦେଇଥ‌ିବାରୁ ସେ ନିଜକୁ ଧନ୍ୟ ମନେକରିଛି । ଶ୍ରୀକୃଷ୍ଣ ତୁଣ୍ଡରୁ କଥା ଶୁଣି ତା’ର ଶ୍ରବଣଇନ୍ଦ୍ରିୟ ଓ ଶ୍ରୀକୃଷ୍ଣଙ୍କ ଅଙ୍ଗର ମହକରେ ନାସା ଇନ୍ଦ୍ରିୟ ଧନ୍ୟ ହେବ। ତା’ପରେ ପ୍ରଭୁ ଶ୍ରୀକୃଷ୍ଣ ଯଦି ତା’କୁ କୋଳ କରନ୍ତି ତେବେ ତା’ର ଅଙ୍ଗ ନିର୍ମଳ ହେବ ବୋଲି ସେ ମନେକରିଛି।

Question 10.
ଅକ୍ରୂର କଂସରାଜାଙ୍କୁ କାହିଁକି ଧନ୍ୟବାଦ ଦେଉଥିଲେ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ଶ୍ରୀକୃଷ୍ଣ ବଳରାମଙ୍କୁ ମଥୁରାକୁ ନିମନ୍ତ୍ରଣ କରି ଆଣିବାପାଇଁ ଅକ୍ରୂରକୁ ପଠାଇଛି । ଅକୁରଙ୍କ ପାଇଁ ଏହା ମହାସୁଯୋଗ ପାଲଟିଛି । ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବା, ତାଙ୍କ ଶ୍ରୀତୁଣ୍ଡରୁ ଅମୃତ ସମାନ କଥା ଶ୍ରବଣ କରିବା ଏମିତିକି ତାଙ୍କ ଶ୍ରୀଅଙ୍ଗ ସ୍ପର୍ଶ କରିବାର ସୁଯୋଗ ମିଳିବା ଯୋଗୁ ଅକ୍ରୂର କଂସରାଜାଙ୍କୁ ଧନ୍ୟବାଦ ଦେଉଥିଲା।

Question 11.
ଅକ୍ରୂର ଗୋପ ଯିବା ବାଟରେ ଥ‌ିବା ବାଲିକୁଦରେ କ’ଣ ସବୁ ଦେଖୁଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅକ୍ରୂର କଂସାଦେଶରେ ମଥୁରାରୁ ଗୋପପୁର ଯାତ୍ରା କରିଛି। ଗୋପପୁର ଯିବା ବାଟରେ ବାଲିକୁଦ ଦେଖୁଲା। ଶ୍ରୀକୃଷ୍ଣ ବଳରାମଙ୍କ ଦର୍ଶନରେ ଆତ୍ମବିଭୋର ହୋଇ ଉଠିଥ‌ିବା ଅକ୍ରୂର ସେଇ ବାଲିକୁଦ ଉପରେ ଚକ୍ର, ପାଦପଦ୍ମ, ଧ୍ଵଜ, ଅଙ୍କୁଶ ଆଦିର ଚିହ୍ନ ମଧ୍ଯ ପଡ଼ିଥିବାର ଦେଖିଲା। ସେ ରଥରୁ ଓହ୍ଲାଇ ସେଇ ବାଲିକୁ ନେଇ ନିଜ ମଥାରେ ଲଗାଇଲା।

Question 12.
କିଏ କାହାକୁ ଓ କାହିଁକି ‘ମୁଁ ହୀନ ମୂଢ଼ ପାପିଷ୍ଠ ରାଢ଼’ ବୋଲି କହିଛି?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅକ୍ରୂର ଶ୍ରୀକୃଷ୍ଣଙ୍କୁ ଆଣିବା ଲାଗି ମଥୁରାରୁ ଗୋପପୁରକୁ ଯାଇଛି । ରାସ୍ତାରେ ରଥ ନେଇ ଗଲାବେଳେ କୃଷ୍ଣ ଦର୍ଶନର ଅନେକ କଥା ଚିନ୍ତାକରି ଭାବବିହ୍ବଳ ହୋଇଉଠିଛନ୍ତି । ରାସ୍ତାରେ ବାଲିଗଦାରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଚିହ୍ନ ଦେଖ୍ ଭାବରେ ଗଦ୍‌ଗଦ୍ ହୋଇ ସେଇ ବାଲିକୁ ମଥାରେ ଲଗାଇଛି। ତା’ର ଭାବାନ୍ତର ହୋଇଛି ସତରେ ସେ କ’ଣ କୃଷ୍ଣଙ୍କୁ ଚର୍ମଚକ୍ଷୁରେ ଦର୍ଶନ କରିପାରିବ ? ଏଇ ପ୍ରଶ୍ନ ସେ ନିଜ ମନକୁ ମନ ପଚାରିଚାଲିଛି ଏବଂ ନିଜକୁ ହୀନ ମୂଢ଼ ପାପିଷ୍ଠ ବୋଲି କହିଛି।

Question 13.
ବେନି ଭାଇ ଅକ୍ରୁରଙ୍କ ଅଙ୍ଗରେ କ’ଣ ଲେପନ କରୁଥିଲେ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅକ୍ରୂର ଗୋପପୁରରେ ପହଞ୍ଚିଲା ପରେ ଶ୍ରୀକୃଷ୍ଣଙ୍କ ମାୟା ଯୋଗୁ ସେ ଶ୍ରୀକୃଷ୍ଣଙ୍କୁ ଚିହ୍ନିପାରି ନାହାନ୍ତି। ଅକ୍ରୂର ରଥଚଢ଼ି ଆସିଲାବେଳେ ମନରେ ଯାହାସବୁ ଚିନ୍ତା କରିଥିଲେ ଭାବଗ୍ରାହୀ ଶ୍ରୀକୃଷ୍ଣ ତାଙ୍କ ସହ ସେହିସବୁ କରିଲେ। ଖାଇବାକୁ ଦେଇସାରି ପାନଭାଙ୍ଗି ଦେଇଗଲେ। ବେନିଭାଇ ଅକ୍ରୁରଙ୍କ ଦେହରେ ବା ଅଙ୍ଗରେ ବାସଚନ୍ଦନ ଲେପନ କରୁଥିଲେ।

Question 14.
କଂସ କାହା ପ୍ରତି ନିଶାମଣି ବୋଲି ଚିଟାଉରେ ଲେଖୁଥିଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ଅକ୍ରୂର ହାତରେ ନନ୍ଦଙ୍କ ନିକଟକୁ ଏକ ଚିଟାଉ ପ୍ରେରଣ କରିଥିଲା, ଯେଉଁଥିରେ ସେ ନିଜ ଆତ୍ମବଡ଼ିମା ଗାନ କରିଥିଲା। ଏଇ ଚରାଚର ସଂସାରରେ କେହି ତା’ର ସରି ନୁହେଁ ବୋଲି କହିଥିଲା। ସେଇ ଚିଟାଉରେ ଲେଖୁଥୁଲା ଯଦି ଯାଦବ ବଂଶ କୁମୁଦ ବନ ହୁଅନ୍ତି, ତେବେ ସେ ନିଶାମଣି ସଦୃଶ ଅଟନ୍ତି।

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 15.
କଂସ କିପରି ଯୋଦ୍ଧାମାନେ ଜିଣିଥିଲା ବୋଲି କହିଛି?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ନିଜ ଆତ୍ମବଡ଼ିମା ଗାନ କରି ନନ୍ଦରାଜାଙ୍କ ନିକଟକୁ ଚିଟାଉ ପଠାଇଛି, ଯେଉଁଥରେ ସେ ନିଜ ଶ୍ରେଷ୍ଠତା ନିଜେ ଗାନ କରିଛି । ସେ ଘୋଷଣା କରି ଲେଖୁଛି, ସେ ଏପରି ଜଣେ ଯୋଦ୍ଧା ଯେ ଅନ୍ୟ ଯୋଦ୍ଧାମାନେ ତା’ସହ ଯୁଦ୍ଧ କରିବା ପୂର୍ବରୁ ତା’ର ବଶତା ସ୍ବୀକାର କରିଥା’ନ୍ତି। ଅନ୍ୟ ଯୋଦ୍ଧାମାନେ ଭୟରେ ତା’ସହ ସନ୍ଧି କରି ପରାଜୟ ସ୍ୱୀକାର କରିଥାନ୍ତି। ତେଣୁ ଯୁଦ୍ଧ ନକରି ମଧ୍ଯ ଯୋଦ୍ଧାମାନ ଜିଣିଥିଲା ବୋଲି ସେ କହିଛି।

Question 16.
କଂସର ରଡ଼ିଗୋଟାକେ କି ଅବସ୍ଥା ହେବ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ନନ୍ଦରାଜାଙ୍କ ନିକଟକୁ ପଠାଇଥିବା ଚିଟାଉରେ କଂସ ଲେଖିଛି ଯେ ତା’ର ରଡ଼ି ଗୋଟାକରେ ତିନିପୁରରେ ଅର୍ଥାତ୍ ସ୍ଵର୍ଗପୁର, ମର୍ତ୍ତ୍ୟପୁର ଓ ପାତାଳପୁରରେ ଯେତେକ ଜୀବଜନ୍ତୁ ଅଛନ୍ତି, ସମସ୍ତେ ମରିବେ ।

Question 17.
ରାମକୃଷ୍ଣଙ୍କୁ ଅକ୍ରୂର ସହିତ ପଠାଇଦେବା ପାଇଁ କଂସ କାହିଁକି ଲେଖୁଥିଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ନନ୍ଦଙ୍କ ନିକଟକୁ ପଠାଇଥିବା ଚିଟାଉରେ ରାମକୃଷ୍ଣଙ୍କୁ ଅକ୍ରୂର ସହ ପଠାଇବାକୁ ଲେଖୁଥିଲା। କାରଣ ନନ୍ଦରାଜାର ଏଇ ଦୁଇ ବାଳକ କେତେ ବଡ଼ ହେଲେଣି ଏହା ସେ ଦେଖିବାକୁ ଚାହୁଁଛି। ଏହା ବ୍ୟତୀତ ବଳରାମ ଶ୍ରୀକୃଷ୍ଣ ଅକୃରଙ୍କ ସହ ମଥୁରା ଆସିଲେ ଏଠାରେ ବଡ଼ଲୋକଙ୍କ ସହ ମିଶିବାର ସୁଯୋଗ ପାଇବେ ଏବଂ ତାଙ୍କ ମନରୁ ସମସ୍ତ ଭୟ ଦୂରହେବ।

Question 18.
ଯେତେବେଳେ ଗୋପ ତେଜି ଯିବେ ନାରାୟଣ, ସେତେବେଳେ କ’ଣ ହେବ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅକ୍ରୁରଙ୍କ ସହ ଯେତେବେଳେ ଶ୍ରୀକୃଷ୍ଣ ବଳରାମ ଗୋପପୁର ଛାଡ଼ି ମଥୁରା ଯିବେ ସେତେବେଳେ ଏଇ ସମ୍ବାଦ ସମଗ୍ର ଗୋପନଗରରେ ଦୁଃଖର ଲହରୀ ଖେଳାଇଦେବ। ସକଳ ହୃଦୟରେ ବେଦନାର ଛାୟା ଘୋଟିଯିବ। ଯିଏ ସାରା ଗୋପପୁରର ପ୍ରାଣ, ତାଙ୍କ ବିନା ଗୋପପୁରର ଅବସ୍ଥା ମ୍ରିୟମାଣ ହୋଇଯିବ।

Question 19.
କାଲିଠାରୁ ଅନ୍ଧ ହୋଇଯିବା ବୋଲି ଗୋପୀ ଜଣକ କାହିଁକି କହିଛି?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କୃଷ୍ଣଙ୍କ ଗୋପପୁରରୁ ବିଦାୟ ପରେ ଗୋପୀ ଗୋପାଳୁଣୀ କିପରି ଜୀବନ ଧାରଣ କରିବେ ଭାଳି ହୋଇଛନ୍ତି। କୃଷ୍ଣଙ୍କୁ ନିଜ ଜୀବନ ପ୍ରଶ୍ଵାସ ଧରି ନେଇଥିବା ଗୋପୀମାନେ ଜୀବନ ଜିଇଁବାର ଆଶା ହରାଇଛନ୍ତି। ସେଇ ଗୋପୀମାନଙ୍କ ମଧ୍ୟରୁ ଜଣେ ଗୋପୀ କହିଛି ଯେ କୃଷ୍ଣଙ୍କ ବିଦାୟ ପରେ କାଲିଠାରୁ ସେ ରୋଦନ କରି କରି ନିଜର ଦୃଷ୍ଟିଶକ୍ତି ହରାଇ ଅନ୍ଧ ହୋଇଯିବ।

Question 20.
କାଲିଠାରୁ କୁମୁଦ ମରିବେ ବୋଲି କହିବାର ତାତ୍ପର୍ଯ୍ୟ କ’ଣ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଶ୍ରୀକୃଷ୍ଣଙ୍କ ମଥୁରା ଯାତ୍ରା ଗୋପୀମାନଙ୍କୁ ଭାବବିହ୍ବଳ କରିପକାଇଛି। ସେମାନେ ଜଡ଼ ପ୍ରାୟ ପାଲଟି ଯାଇଛନ୍ତି । କାଲିଠାରୁ ଅର୍ଥାତ୍ କୃଷ୍ଣଙ୍କ ବିଦାୟ ପରଠାରୁ କୁମୁଦ ମରିବେ। କାରଣ କୁମୁଦ ରମଣ କୁମୁଦକୁ ଯିବେ, ଅର୍ଥାତ୍ କୁମୁଦରମଣ ଶ୍ରୀକୃଷ୍ଣ କୁମୁଦକୁ ଅର୍ଥାତ୍ ଦକ୍ଷିଣ-ପଶ୍ଚିମସ୍ଥ ମଥୁରା ନଗରୀକୁ ଯିବେ। ତେଣୁ କୁମୁଦରୂପୀ ଗୋପୀମାନେ ମରିବେ।

୫ ନମ୍ବର ବିଶିଷ୍ଟ ଉତ୍ତରମୂଳକ ପ୍ରଶ୍ନବଳୀ। (୧୫୦ଟି ଶବ୍ଦ ମଧ୍ଯରେ ଉତ୍ତର)।

Question 1.
‘ମଥୁରାମଙ୍ଗଳ’ କାବ୍ୟର ନାମକରଣର ଯଥାର୍ଥତା ଦର୍ଶାଅ।
କିମ୍ବା, ‘ମଥୁରାମଙ୍ଗଳ’ କାବ୍ୟ ଏକ ସଫଳ ପୌରାଣିକ କାବ୍ୟ ଆଲୋଚନା କର ।
Answer:
ରୀତିଯୁଗୀୟ କାବ୍ୟ ପରମ୍ପରାରେ ଭକ୍ତକବି ଭକ୍ତଚରଣ ଦାସଙ୍କର ‘ମଥୁରାମଙ୍ଗଳ’ ଏକ ବ୍ୟତିକ୍ରମ। ଏହା ବୈଷ୍ଣବ ଭକ୍ତିରସାତ୍ମକ କାବ୍ୟ। ଭାଗବତରେ ବିଷୟବସ୍ତୁ ଆଧାରରେ ଏହା ରଚିତ ହୋଇଥିଲେ ହେଁ, ଏଥରେ ଶୁଦ୍ଧାରାଗାନୁଗା ଭକ୍ତି ଉପରେ ଗୁରୁତ୍ବ ଆରୋପ କରାଯାଇଅଛି। ଏହି କାବ୍ୟରେ ମଥୁରାଧୂପତି ଯଦୁରାଜ କଂସର ବିନାଶ ଓ ମଥୁରାର ମଙ୍ଗଳ ବିଧାନ ମୁଖ୍ୟ ପ୍ରତିପାଦିତ ବିଷୟ। କଂସ ବ୍ରହ୍ମାବରରେ ବଳୀୟାନ, ସେ ଅତ୍ୟାଚାରୀ ଓ ସ୍ଵେଚ୍ଛାଚାରୀ, ଦେବତାମାନଙ୍କୁ ସେ ପାଦତଳେ ଖଟାଏ। ସମସ୍ତେ ତାଙ୍କୁ ଭୟ କରନ୍ତି। ଏପରିକି ନିଜର ପିତା ଉଗ୍ରସେନ ମଧ୍ଯ ତାଙ୍କୁ ଭୟରେ ସିଂହାସନ ଛାଡ଼ିଦେଇ ସାମାନ୍ୟ କଟୁଆଳ ରୂପେ କାର୍ଯ୍ୟକଲେ । ସେ ପୁଣି ଶୂନ୍ୟବାଣୀ ଶୁଣି ନିଜର ଭଉଣୀ ଦେବକୀ ଓ ଭିଣୋଇ ବସୁଦେବଙ୍କୁ ବନ୍ଦୀଶାଳାରେ ରଖୁଲା। ସେମାନଙ୍କର ଜନ୍ମିତ ସନ୍ତାନମାନଙ୍କୁ ନିର୍ମମ ଭାବରେ ହତ୍ୟାକଲା। ଅଷ୍ଟମ ଗର୍ଭରେ ଜନ୍ମନେଲେ ଭଗବାନ୍ ଶ୍ରୀକୃଷ୍ଣ। ବସୁଦେବ ତାଙ୍କୁ ଆଣି ଗୋପପୁରରେ ନନ୍ଦରାଣୀ ଯଶୋଦାଙ୍କ କୋଳରେ ଶୁଆଇଦେଇ ତାଙ୍କର ସତ୍ୟଜାତ କନ୍ୟାକୁ ନେଇଗଲେ। କଂସ ସେଇ କନ୍ୟାକୁ ଶିଳା ଉପରେ କଚାଡ଼ିଲା ମାତ୍ରେ ସେଇ କନ୍ୟା ଆକାଶମାର୍ଗକୁ ଚାଲିଯାଇ କଂସର ମୃତ୍ୟୁ ଅବଶ୍ୟମ୍ଭାବୀ ବୋଲି ଘୋଷଣା କଲା । ତତ୍‌ପରେ କଂସ ନାନା ଉପାୟରେ ଚେଷ୍ଟାକଲା ଶ୍ରୀକୃଷ୍ଣ ଓ ବଳରାମକୁ ମାରିବାପାଇଁ। ପୁତନା, ଅଘା, ବକା, ଶକଟା, ଧେନୁକା, ତୃଣା ଆଦି କେତେ ଅସୁରଙ୍କୁ ପଠାଇଲା। ମାତ୍ର ସମସ୍ତେ ଶ୍ରୀକୃଷ୍ଣଙ୍କ ହାତରେ ମଲେ। ମଥୁରାର ଦୁଷ୍ଟ ଅସୁରମାନଙ୍କୁ ଗୋଟି ଗୋଟି କରି ମାରିଦେଲେ ଶ୍ରୀକୃଷ୍ଣ। ଏଥିରେ କଂସ ଚିନ୍ତାରେ ପଡ଼ିଗଲା, ସେ କ’ଣ କରିବ? କିପରି କୃଷ୍ଣଙ୍କୁ ମାରିବ। ଅନ୍ୟପକ୍ଷରେ ଦେବତାମାନେ ଭଗବାନଙ୍କୁ ପ୍ରାର୍ଥନା କଲେ –

ଅତି ଆରତେ ଡାକଛି ଅମର ।
ଦେବ ରକ୍ଷାକର ମହୀ ତୋହର ॥
ଯେବେ ନ ରଖୁବ ନାଶ ଗଲୁଟି ।
ଦୈତ୍ୟ ସ୍ଵର୍ଗ ଭୁବନ କଲା ଲୁଟି ॥
ଗୋରୁ ବ୍ରାହ୍ମଣ ସୁଜନ ନାଶିଲା ।
ମହା ଅଧର୍ମେ ମହୀକି ଗ୍ରାସିଲା ॥

ସେଦିନ ଭଗବାନ୍ ଦେବତାମାନଙ୍କୁ ନିଜେ ବସୁଦେବଙ୍କ ଘରେ ଜନ୍ମହୋଇ କଂସକୁ ବିନାଶ କରିବେ ବୋଲି କହି ବିଦା କରିଥିଲେ। କଂସ ମଧ୍ଯ ଶ୍ରୀକୃଷ୍ଣଙ୍କୁ ବିନାଶ କରିବାକୁ ଉଦ୍ୟମ କରି ବ୍ୟର୍ଥ ହେଲାପରେ ଅକ୍ରୂରକୁ ପଠାଇଛି ଶ୍ରୀକୃଷ୍ଣ ଓ ବଳରାମଙ୍କୁ କୌଶଳ କରି ମଥୁରାକୁ ନେଇଆସିବା ଲାଗି। ଶ୍ରୀକୃଷ୍ଣ ଓ ବଳରାମ ମଥୁରାକୁ ଆସିଲେ। ପ୍ରଥମେ ସେ କଂସର ଅସୁର ରଜକକୁ ହତ୍ୟା କଲେ। ତା’ପରେ ସେମାନେ ନିଧନ କଲେ କୁବଳୟା ହସ୍ତୀକୁ। ତା’ପରେ ମୁଷ୍ଟିକ ଓ ଚାଣୁରକୁ ବେନିଭାଇ ହତ୍ୟା କଲେ। ପରିଶେଷରେ ଶ୍ରୀକୃଷ୍ଣ ଗଲେ କଂସ ନିକଟକୁ। କଂସ ମଞ୍ଚାରୁ ଡେଇଁପଡ଼ି ମୃତ୍ୟୁବରଣ କଲା। ଦୁଷ୍ଟ ରାକ୍ଷସର ମୃତ୍ୟୁ ହେଲା। ଦେବତାମାନେ ଖୁସିରେ ପୁଷ୍ପ ବୃଷ୍ଟି କଲେ, ଗନ୍ଧର୍ବମାନେ ଗୀତ ଗାଇଲେ। କିନ୍ନରଗଣ ନୃତ୍ୟକଲେ। ଅଗ୍ନି ଶିଖା ତୋଳି ଉଠିଲା। ପବନ ଖୁସିରେ ବହିଗଲା। ମଥୁରା ହେଲା ଶାନ୍ତ। ସ୍ଵର୍ଗ, ମର୍ତ୍ତ୍ୟ, ପାତାଳ ହେଲା ଶାନ୍ତ। ମଥୁରାବାସୀ ଆନନ୍ଦ ପ୍ରକାଶ କଲେ। ସମସ୍ତେ ଶ୍ରୀକୃଷ୍ଣଙ୍କୁ ଘେନି ଆନନ୍ଦ ଉଲ୍ଲାସରେ ଖୁସି ମନାଇଲେ। ଏହି ଦୃଷ୍ଟିରୁ ଦେଖ‌ିଲେ କବି ଏହି ବିଷୟଟିର ନାମ ରଖୁଥିଲେ ‘ମଥୁରାମଙ୍ଗଳ’। ଏହି କାବ୍ୟରେ କଂସର ବିନାଶ ଫଳରେ ମଥୁରାର ମଙ୍ଗଳ ହୋଇଛି ସତ; କିନ୍ତୁ କବି ଭକ୍ତଚରଣ ଦାସ ଏହି ଗ୍ରନ୍ଥରେ ଶୁଦ୍ଧାଭକ୍ତି, ଗୋପିପ୍ରେମ ଓ ଉଦ୍ଧବଙ୍କ ଭକ୍ତିଭାବକୁ ବ୍ୟକ୍ତ କରିଅଛନ୍ତି। କୃଷ୍ଣଙ୍କ ପ୍ରତି ଗୋପୀମାନଙ୍କର ଆକୁଳତା ଯେପରି ଏହି କାବ୍ୟରେ ବର୍ଣ୍ଣିତ ତାହା ଏକାନ୍ତ ହୃଦ୍ୟ। ଏହା ସତ୍ତ୍ୱେ କବି ଯେପରି ‘ମଥୁରାମଙ୍ଗଳ’ ନାମକରଣ କରିଛନ୍ତି ତାହା ଯଥାର୍ଥ ଅଟେ।

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 2.
ଅକ୍ରୂରଙ୍କ ଗୋପଯାତ୍ରାକାଳୀନ ଦୃଶ୍ୟ ବର୍ଣ୍ଣନା କର।
କିମ୍ବା, ‘ମଥୁରାମଙ୍ଗଳ’ କାବ୍ୟରେ ଅକ୍ରୂର ଚରିତ୍ରର ଉପଯୋଗିତା ବିଚାର କର।
Answer:
‘ମଥୁରାମଙ୍ଗଳ’ କାବ୍ୟରେ ଅକ୍ରୂର ଚରିତ୍ର ଏକ ଅନବଦ୍ୟ ଚରିତ୍ର। ଏହି ଚରିତ୍ର ଅବଲମ୍ବନରେ ଭକ୍ତକବି ଭକ୍ତଚରଣ ଦାସ ନିଜର ଭକ୍ତି ଭାବନାକୁ ପ୍ରକାଶ କରିଛନ୍ତି। ଅକ୍ରୂର ମଥୁରାପତି କଂସାସୁରର ମନ୍ତ୍ରୀ। ସେ କଂସକୁ ମନ୍ତ୍ରଣା ଦେବା ମାଧ୍ୟମରେ କଂସର ପତନ ଚାହିଁଛନ୍ତି। ସେ ପୁଣି କୃଷ୍ଣଗତ ପ୍ରାଣ, କଂସର ଅତ୍ୟାଚାରକୁ ସେ ବରଦାସ୍ତ କରିପାରି ନାହାଁନ୍ତି। ତେଣୁ ସେ କୌଶଳ କରିଛନ୍ତି କଂସର ନିଧନ ପାଇଁ। କଂସର ମନରେ ଦାରୁଣ ଦୁଃଖ ସୃଷ୍ଟି ହୋଇଛି। କୃଷ୍ଣଙ୍କୁ ମାରିବାର ସକଳ ଚେଷ୍ଟା ବ୍ୟର୍ଥ ହୋଇଛି। ପୁତନା, ଶକଟା, ଧେନୁକା, ତୃଣା, ବକା, ଅଘା ଆଦି ଅସୁରମାନଙ୍କୁ ନିଧନ କରି ଶ୍ରୀକୃଷ୍ଣ ଗୋପପୁରରେ ରହିଥା’ନ୍ତି। ଏହି କାରଣରୁ କଂସ ଘୋର ଚିଷ୍ଠିତ। କଂସ ମନ୍ତ୍ରୀ ଅକ୍ରୂରକୁ ଡାକି କହିଛନ୍ତି ଯେ ରାମକୃଷ୍ଣଙ୍କୁ ଯେକୌଣସି ମତେ ମଥୁରାକୁ ନେଇ ଆସିବାକୁ। ସେ କହିଛନ୍ତି –

‘‘ମୋର ବିଶ୍ବାସ ତୁ, ଏଣୁ କହୁଛି ।
ଆଣି ଦେବୁ ନନ୍ଦର ବେନି ବଛି ।।
X X X X
ମୋହ ଛାମୁରେ କରାଇବୁ ଭେଟ ।
ବଳେ ଧରି ମାରିବି ନନ୍ଦ ଚାଟ ।।’’

ଅକ୍ରୂର ଏହି କଥା ଶୁଣି ଆନନ୍ଦିତ ହୋଇଛନ୍ତି। କଂସର ଦୁର୍ବଳତାକୁ ସେ ଉପଲବ୍ଧି କରିଛନ୍ତି। ଶ୍ରୀକୃଷ୍ଣଙ୍କୁ ମଥୁରାକୁ ଆଣିବାକୁ ହେବ। ଅକ୍ରୂର ରଥସଜାଇ କୃଷ୍ଣଦର୍ଶନ ଆଶାରେ ଉତ୍ପନ୍ନ ହୋଇ ଗୋପପୁରକୁ ବାହାରି ପଡ଼ିଛନ୍ତି। କେତେ ଆକାଙ୍‌କ୍ଷା ନେଇ ସେ ଗମନକଲେ ବ୍ରଜପୁରକୁ। ଭଗବାନ ଶ୍ରୀକୃଷ୍ଣଙ୍କୁ ସେ ଦେଖ‌ିବେ, କୋଟି ଜନ୍ମ ତାଙ୍କର ସାର୍ଥକ ହେବ। କବିଙ୍କ ଭାଷାରେ –

‘‘କଂସଡ଼ଗର କରେ ବିଚାର ଧନ୍ୟ ହୋଇଲା ଆଜ।
ଧନ୍ୟ ମୋ ତାତ ଧନ୍ୟ ମୋ ମାତ ଦେଖୁ ଦେବରାଜ॥
ଧନ୍ୟରେ ନେତ୍ର ହେବ ପବିତ୍ର ଚାହିଁ ଜଳଦତନୁ।
ଗୋପାଳ ମେଳେ ନନ୍ଦର କୋଳେ ବସି ଯେ ଥିବେ କାହୁ॥’’

କେତେ ବାସନା ତାଙ୍କ ମନରେ ଜାଗିଉଠିଛି। ତାଙ୍କୁ ରାମକୃଷ୍ଣ ପ୍ରେମରେ ଆଲିଙ୍ଗନ କରିବେ। ଏହିପରି ନାନା ଚିନ୍ତାକରି ଯାଉ ଯାଉ ପଥ ମଧ୍ଯରେ ବାଲିକୁଦ ଉପରେ ସେ ଶ୍ରୀକୃଷ୍ଣଙ୍କ ଧ୍ଵଜ, ଅଙ୍କୁଶ, ଚକ୍ର ଓ ପଦଚିହ୍ନ ଦେଖ‌ିଲେ। ତାଙ୍କର ଅନ୍ତର ଢଳଢଳ ହୋଇଉଠିଲା। ସେ ରଥରୁ ଡେଇଁ ପଡ଼ିଲେ। ସେଇ ବାଲିକୁ ନେଇ ସେ ଦେହସାରା ବୋଲିହେଲେ। ନୟନରୁ ଝରିପଡ଼ିଲା ପ୍ରେମାଶ୍ରୁ। କବି ଏ ପ୍ରସଙ୍ଗରେ ଲେଖିଛନ୍ତି –

‘‘ଆନନ୍ଦ ହୋଇ ରଥରୁ ଡେଇଁ ଶିରେ ନିଉଡ଼େ ବାଲି ।
ହା କୃଷ୍ଣ ବୋଲି ନ ପାରେ ଚାଲି, ନୟନୁ, ଅଶ୍ରୁ ଗଳି ॥
କହି ହୁଡ଼ଇ, ଉଠି ପଡ଼ଇ, ଗଡ଼ଇ ପାଦ ପରେ ।
ଶୂନ୍ୟକୁ କୋଳ କରି ଆକୁଳ, କମ୍ପଇ ପ୍ରେମଭରେ ॥’’

ଅକ୍ରୂରର ଏହା ଭାବାନ୍ତର ନୁହେଁ ସତେ ଯେମିତି ଏହା ହେଉଛି କବିଙ୍କର ଅନ୍ତରର କଥା। ଅକ୍ରୁର ଚରିତ୍ର ସହିତ ସେ ଏକାମ୍ ହୋଇ ଯାଇଛନ୍ତି। ଅକ୍ରୂର ଗୋପଦାଣ୍ଡରେ ପ୍ରବେଶ କରି ଶ୍ରୀକୃଷ୍ଣଙ୍କୁ ଚିହ୍ନିପାରି ନାହାଁନ୍ତି। ମାୟାଧର ମାୟା କରିଦେଲେ ଗୋପର ସମସ୍ତ ଗୋପାଳ ବାଳକ ଶ୍ରୀକୃଷ୍ଣଙ୍କ ପରି ଦେଖାଯାଉଛନ୍ତି। ଘୋର ଚିନ୍ତାରେ ପଡ଼ିଗଲେ ଅକ୍ରୂର। ତା’ପରେ ଶ୍ରୀକୃଷ୍ଣ ମାୟା ସମ୍ବରଣ କଲେ। ଅକୁରଙ୍କୁ ସେ ଆଲିଙ୍ଗନ କଲେ। ରାମ ଓ କୃଷ୍ଣ ଅକୁରଙ୍କର ସେବା କରିଛନ୍ତି। ଅକୁରଙ୍କର ପାଦ ଚାପି ନେଇଛନ୍ତି। ଏହି ଅବସରରେ ଅକ୍ରୂର ତାଙ୍କର ମନକଥା କହିଛନ୍ତି।

‘‘ପାରିଲେ ରଖ, ହେଲି ନିରେଖ କଂସର ଦର୍ପ ହରି।
ଏହି ବିଷୟ ଆସିଛି ମୁହିଁ, ପଚାରୁ ଭଙ୍ଗୀ କରି॥’’

ଏହାପରେ ଅକୁରଙ୍କୁ ସାନ୍ତନା ଦେଇଛନ୍ତି କୃଷ୍ଣ । ନନ୍ଦର ନିକଟରେ ଅକ୍ରୂର କଂସର ଚିଟାଉ ଉପସ୍ଥାପିତ କରିଛି। ତା’ପରେ ଅକ୍ରୂର ରାମକୃଷ୍ଣଙ୍କୁ ସାଥ୍‌ରେ ବସାଇ ମଥୁରା ଅଭିମୁଖେ ଯାତ୍ରା କରିଛନ୍ତି। ବାଟରେ ଯମୁନା ଜଳରେ ସ୍ନାନ କଲାବେଳେ ଜଳ ମଧ୍ୟରେ ସେ ରାମକୃଷ୍ଣଙ୍କୁ ଦେଖୁ ବିସ୍ମିତ ହୋଇଛନ୍ତି। ଜଳରୁ ଉଠି ସେ ପୁଣି ଦେଖୁଛନ୍ତି ରଥରେ ବିଦ୍ୟମାନ ରାମକୃଷ୍ଣ। ଅତଏବ ଉକ୍ତ କାବ୍ୟରେ ଅକ୍ରୂର ଚରିତ୍ରର ବିଶେଷ ଭୂମିକା ରହିଛି।

Question 3.
କଂସ ଲେଖୁଥ‌ିବା ଚିଟାଉର ଭାବଧାରା ବିଶ୍ଳେଷଣ କର।
Answer:
ଓଡ଼ିଆ ଭକ୍ତି ସାହିତ୍ୟ ପରମ୍ପରାରେ ଯେଉଁ କେତେଜଣ ବିଶିଷ୍ଟ ପ୍ରତିଭା ନିଜ ନାମକୁ ରୀତିସାହିତ୍ୟ ଧାରାରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଯାଇଛନ୍ତି, ସେମାନଙ୍କ ମଧ୍ୟରୁ କବି ଭକ୍ତଚରଣ ଦାସ ଅନ୍ୟତମ ପ୍ରଚଣ୍ଡ ପ୍ରତିଭା । ସହଜ ସରଳ ‘ଭାଷାଶୈଳୀ, ସରଳ ଭକ୍ତିରସାତ୍ମକ ଭାବଧାରା ତାଙ୍କ ସୃଷ୍ଟିଗୁଡ଼ିକୁ ସାର୍ଥକ କରିରଖୁଛି। ସେଇ ସବୁ ଅମୂଲ୍ୟ କୃତିଗୁଡ଼ିକ ମଧ୍ୟରୁ ‘ମଥୁରାମଙ୍ଗଳ’ ଅନ୍ୟତମ। ଏଇ ‘ମଥୁରାମଙ୍ଗଳ’ କାବ୍ୟରେ ଶ୍ରୀକୃଷ୍ଣ, ନନ୍ଦ, ଯଶୋଦା, ଗୋପୀଗୋପାଳୁଣୀ ଓ କଂସ ଚରିତ୍ର ସଂପର୍କରେ ଆଲୋକପାତ କରାଯାଇଛି। କଂସର ମୃତ୍ୟୁ ଏହାର ମୁଖ୍ୟ କଥାବସ୍ତୁ। କଂସର ଅହଂ, ତା’ର ଗର୍ବଭାବକୁ ଚୂର୍ଣ୍ଣ କରି ଶ୍ରୀକୃଷ୍ଣ ମର୍ତ୍ତ୍ୟରେ ସତ୍ୟ-ଧର୍ମ ଓ ପରମ୍ପରାକୁ ବିନାଶ ହେବାରୁ ଉଦ୍ଧାର କରିଥିଲେ।

ମଥୁରା ନରପତି ଉଗ୍ରସେନଙ୍କ ରାଣୀ ଇନ୍ଦୁମତୀଙ୍କୁ ଅଭିଶପ୍ତ ବିଦ୍ୟାଧର ଦୁର୍ମିଳା ରାକ୍ଷସ ଛଦ୍ମବେଶରେ ରମଣ କରିବାରୁ କଂସର ଜନ୍ମ ହୋଇଥିଲା ଏବଂ ଅସୁର ସନ୍ତାନ ହେତୁ ତା’ର ପ୍ରକୃତି ମଧ୍ଯ ରାକ୍ଷସ ପରି ହୋଇଥିଲା। ଯୁବ ଅବସ୍ଥାରେ ସେ ତ୍ରିଭୁବନ ପ୍ରକମ୍ପିତ କରିଲା। ସୁର, ନର, କିନ୍ନର ସଭିଙ୍କୁ ଦାସ ପରି ଖଟାଇଲା। ଆଭିଜାତ୍ୟ ଓ କୌଳିନ ଦୃଷ୍ଟିରୁ କେହି କଂସର ସମକକ୍ଷ ହୋଇନାହାନ୍ତି। ତେବେ ଏହି କଂସ ଧନସଂପରି, କ୍ଷମତା ଏବଂ ଐଶ୍ବର୍ଯ୍ୟର ବିଳାସ ମଧ୍ୟରେ ପାଲଟି ଯାଇଛି ବିକ୍ରମଶାଳୀ।

ଏହି ବିକ୍ରମଶାଳୀ ମହାପ୍ରତାପୀ ରାଜା କଂସର ମୃତ୍ୟୁ ଦେବକୀଙ୍କ ଅଷ୍ଟମ ସନ୍ତାନଦ୍ୱାରା ହେବ ବୋଲି ନାରଦ କହିଥିଲେ। ତେଣୁ କଂସ ଦେବକୀଙ୍କ ସନ୍ତାନମାନଙ୍କୁ ଗୋଟେ ଗୋଟେ କରି ହତ୍ୟା କରିଛି। ହେଲେ ବିଧୁ ନିର୍ଦ୍ଦେଶରେ ଦେବକୀଙ୍କ ଅଷ୍ଟମ ସନ୍ତାନ ଗୋପପୁର ନନ୍ଦ ଯଶୋଦାଙ୍କ ସନ୍ତାନ ହୋଇ ବଢ଼ିଛି। ଏହି ଖବର କଂସକୁ ପ୍ରାପ୍ତ ହେଲାପରେ କଂସ ବହୁ ଅସୁରଙ୍କୁ ପଠାଇଛି ନନ୍ଦସୁତ ଶ୍ରୀକୃଷ୍ଣଙ୍କୁ ବଧ କରିବା ନିମନ୍ତେ। ସମସ୍ତେ ଅସଫଳ ହେବାପରେ ଏକ ଚକ୍ରାନ୍ତ ରଚି ନନ୍ଦସୁତ ବଳରାମ ଶ୍ରୀକୃଷ୍ଣଙ୍କୁ ମଥୁରାକୁ ନିମନ୍ତ୍ରିତ କରାଇଛି । କଂସ ତା’ର ମନ୍ତ୍ରୀ ଅକ୍ରୂରକୁ ଗୋପପୁର ପଠାଇଛି ଏବଂ ତାଙ୍କରି ହାତରେ ନନ୍ଦରାଜାଙ୍କ ନିକଟକୁ ଏକ ଚିଟାଉ ପଠାଇଛି।

ଏହି ଚିଟାଉରେ ନନ୍ଦରାଜାଙ୍କୁ କଂସ ନିଜର ବଡ଼ପଣ ଦେଖାଇ ଅନେକ କଥା ଲେଖୁଛନ୍ତି। ବିନା ଯୁଦ୍ଧରେ କିପରି ଶତ୍ରୁମାନେ କଂସର ବଶତା ସ୍ଵୀକାର କରନ୍ତି, ତା’ର ରଡ଼ି ଶୁଣି ତ୍ରିଭୁବନ କିପରି ଥରି ଉଠେ ତାହାକୁ ଉଲ୍ଲେଖ କରିଛି। ଜଣେ ଅଭିଜ୍ଞ କୂଟନୀତିଜ୍ଞ ପରି ସେ ଚିଟାଉରେ ନନ୍ଦସୁତମାନଙ୍କୁ ଅର୍ଥାତ୍ ଶ୍ରୀକୃଷ୍ଣ ବଳରାମଙ୍କୁ ଦର୍ଶନ କରିବା କଥା ନନ୍ଦ ନିକଟକୁ ଲେଖୁ ପଠାଇଛନ୍ତି । ଶ୍ରୀକୃଷ୍ଣ ବଳରାମ ମଥୁରା ଗଲେ ବିଜ୍ଞଜନଙ୍କ ସହ ମିଶି ପରିଚିତ ହୋଇ ନିର୍ଭୟରେ କିପରି ରହିବେ ଏକଥା ଉଲ୍ଲେଖ କରିବା ପଛରେ ତା’ର ଚତୁରତା ବାରି ହୋଇପଡ଼େ।

‘ମଥୁରାମଙ୍ଗଳ’ କାବ୍ୟର ନାୟକ ଶ୍ରୀକୃଷ୍ଣ ହେଲେ ହେଁ କଂସାସୁର ହେଉଛି ପ୍ରତିନାୟକ। ଏହି ପ୍ରତି ନାୟକ ସହିତ ସଂଘର୍ଷ ହେଲେ ସିନା ନାୟକର ବ୍ୟକ୍ତିତ୍ଵ ପ୍ରକଟିତ ହେବ! କଂସ ନନ୍ଦଙ୍କ ଉଦ୍ଦେଶ୍ୟରେ ପଠାଇଥିବା ଚିଟାଉରୁ ହିଁ ତା’ର ଚରିତ୍ର ବିଷୟରେ ଧାରଣା ପାଠକ ନିକଟରେ ସ୍ପଷ୍ଟ ହୋଇଉଠିଛି । କଂସକୁ ପାପର ପ୍ରତୀକ ଭାବରେ ଗ୍ରହଣ କରି ଏହାର ବିନାଶ ସାଧନକରି ସତ୍ୟର ପ୍ରତିଷ୍ଠା କରାଇବା ହିଁ ଲେଖକ ତଥା କବି ଭକ୍ତଚରଣ ଦାସଙ୍କ କଳ୍ପିତ-କଳ୍ପନା ହୋଇଥିଲେ ସୁଦ୍ଧା କଂସ ଯେ ଜଣେ ରାଜନୀତିଜ୍ଞ, ବିକ୍ରମଶାଳୀ ବୀର, ସୁଚତୁର ରାଜପୁରୁଷ ଏବଂ ଧୈର୍ଯ୍ୟବାନ୍ ଶାସକ ଏଥ‌ିରେ ସନ୍ଦେହର ଅବକାଶ ନାହିଁ। ବାସ୍ତବିକ ‘ମଥୁରାମଙ୍ଗଳ’ର କଂସ ଚରିତ୍ର ଚିତ୍ରଣ ଓ ଚିଟାଉରେ କଂସର ବର୍ଣ୍ଣନା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ।

Question 4.
କଂସ ଚିଟାଉରୁ ତା’ର ଅହଂକାରର ସ୍ଵରୂପ ନିର୍ଣ୍ଣୟ କର।
Answer:
ଓଡ଼ିଆ ଭକ୍ତି ସାହିତ୍ୟ ପରମ୍ପରାରେ ଯେଉଁ କେତେଜଣ ବିଶିଷ୍ଟ ପ୍ରତିଭା ନିଜ ନାମକୁ ରୀତିସାହିତ୍ୟ ଧାରାରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଯାଇଛନ୍ତି, ସେମାନଙ୍କ ମଧ୍ୟରୁ କବି ଭକ୍ତଚରଣ ଦାସ ଅନ୍ୟତମ ପ୍ରଚଣ୍ଡ ପ୍ରତିଭା । ସହଜ ସରଳ ‘ଭାଷାଶୈଳୀ, ସରଳ ଭକ୍ତିରସାତ୍ମକ ଭାବଧାରା ତାଙ୍କ ସୃଷ୍ଟିଗୁଡ଼ିକୁ ସାର୍ଥକ କରିରଖୁଛି। ସେଇ ସବୁ ଅମୂଲ୍ୟ କୃତିଗୁଡ଼ିକ ମଧ୍ୟରୁ ‘ମଥୁରାମଙ୍ଗଳ’ ଅନ୍ୟତମ। ଏଇ ‘ମଥୁରାମଙ୍ଗଳ’ କାବ୍ୟରେ ଶ୍ରୀକୃଷ୍ଣ, ନନ୍ଦ, ଯଶୋଦା, ଗୋପୀଗୋପାଳୁଣୀ ଓ କଂସ ଚରିତ୍ର ସଂପର୍କରେ ଆଲୋକପାତ କରାଯାଇଛି। କଂସର ମୃତ୍ୟୁ ଏହାର ମୁଖ୍ୟ କଥାବସ୍ତୁ। କଂସର ଅହଂ, ତା’ର ଗର୍ବଭାବକୁ ଚୂର୍ଣ୍ଣ କରି ଶ୍ରୀକୃଷ୍ଣ ମର୍ତ୍ତ୍ୟରେ ସତ୍ୟ-ଧର୍ମ ଓ ପରମ୍ପରାକୁ ବିନାଶ ହେବାରୁ ଉଦ୍ଧାର କରିଥିଲେ।

ମଥୁରା ନରପତି ଉଗ୍ରସେନଙ୍କ ରାଣୀ ଇନ୍ଦୁମତୀଙ୍କୁ ଅଭିଶପ୍ତ ବିଦ୍ୟାଧର ଦୁର୍ମିଳା ରାକ୍ଷସ ଛଦ୍ମବେଶରେ ରମଣ କରିବାରୁ କଂସର ଜନ୍ମ ହୋଇଥିଲା ଏବଂ ଅସୁର ସନ୍ତାନ ହେତୁ ତା’ର ପ୍ରକୃତି ମଧ୍ଯ ରାକ୍ଷସ ପରି ହୋଇଥିଲା। ଯୁବ ଅବସ୍ଥାରେ ସେ ତ୍ରିଭୁବନ ପ୍ରକମ୍ପିତ କରିଲା। ସୁର, ନର, କିନ୍ନର ସଭିଙ୍କୁ ଦାସ ପରି ଖଟାଇଲା। ଆଭିଜାତ୍ୟ ଓ କୌଳିନ ଦୃଷ୍ଟିରୁ କେହି କଂସର ସମକକ୍ଷ ହୋଇନାହାନ୍ତି। ତେବେ ଏହି କଂସ ଧନସଂପରି, କ୍ଷମତା ଏବଂ ଐଶ୍ବର୍ଯ୍ୟର ବିଳାସ ମଧ୍ୟରେ ପାଲଟି ଯାଇଛି ବିକ୍ରମଶାଳୀ।

ଏହି ବିକ୍ରମଶାଳୀ ମହାପ୍ରତାପୀ ରାଜା କଂସର ମୃତ୍ୟୁ ଦେବକୀଙ୍କ ଅଷ୍ଟମ ସନ୍ତାନଦ୍ୱାରା ହେବ ବୋଲି ନାରଦ କହିଥିଲେ। ତେଣୁ କଂସ ଦେବକୀଙ୍କ ସନ୍ତାନମାନଙ୍କୁ ଗୋଟେ ଗୋଟେ କରି ହତ୍ୟା କରିଛି। ହେଲେ ବିଧୁ ନିର୍ଦ୍ଦେଶରେ ଦେବକୀଙ୍କ ଅଷ୍ଟମ ସନ୍ତାନ ଗୋପପୁର ନନ୍ଦ ଯଶୋଦାଙ୍କ ସନ୍ତାନ ହୋଇ ବଢ଼ିଛି। ଏହି ଖବର କଂସକୁ ପ୍ରାପ୍ତ ହେଲାପରେ କଂସ ବହୁ ଅସୁରଙ୍କୁ ପଠାଇଛି ନନ୍ଦସୁତ ଶ୍ରୀକୃଷ୍ଣଙ୍କୁ ବଧ କରିବା ନିମନ୍ତେ। ସମସ୍ତେ ଅସଫଳ ହେବାପରେ ଏକ ଚକ୍ରାନ୍ତ ରଚି ନନ୍ଦସୁତ ବଳରାମ ଶ୍ରୀକୃଷ୍ଣଙ୍କୁ ମଥୁରାକୁ ନିମନ୍ତ୍ରିତ କରାଇଛି । କଂସ ତା’ର ମନ୍ତ୍ରୀ ଅକ୍ରୂରକୁ ଗୋପପୁର ପଠାଇଛି ଏବଂ ତାଙ୍କରି ହାତରେ ନନ୍ଦରାଜାଙ୍କ ନିକଟକୁ ଏକ ଚିଟାଉ ପଠାଇଛି।

ଏହି ଚିଟାଉରେ ନନ୍ଦରାଜାଙ୍କୁ କଂସ ନିଜର ବଡ଼ପଣ ଦେଖାଇ ଅନେକ କଥା ଲେଖୁଛନ୍ତି। ବିନା ଯୁଦ୍ଧରେ କିପରି ଶତ୍ରୁମାନେ କଂସର ବଶତା ସ୍ଵୀକାର କରନ୍ତି, ତା’ର ରଡ଼ି ଶୁଣି ତ୍ରିଭୁବନ କିପରି ଥରି ଉଠେ ତାହାକୁ ଉଲ୍ଲେଖ କରିଛି। ଜଣେ ଅଭିଜ୍ଞ କୂଟନୀତିଜ୍ଞ ପରି ସେ ଚିଟାଉରେ ନନ୍ଦସୁତମାନଙ୍କୁ ଅର୍ଥାତ୍ ଶ୍ରୀକୃଷ୍ଣ ବଳରାମଙ୍କୁ ଦର୍ଶନ କରିବା କଥା ନନ୍ଦ ନିକଟକୁ ଲେଖୁ ପଠାଇଛନ୍ତି । ଶ୍ରୀକୃଷ୍ଣ ବଳରାମ ମଥୁରା ଗଲେ ବିଜ୍ଞଜନଙ୍କ ସହ ମିଶି ପରିଚିତ ହୋଇ ନିର୍ଭୟରେ କିପରି ରହିବେ ଏକଥା ଉଲ୍ଲେଖ କରିବା ପଛରେ ତା’ର ଚତୁରତା ବାରି ହୋଇପଡ଼େ।

‘ମଥୁରାମଙ୍ଗଳ’ କାବ୍ୟର ନାୟକ ଶ୍ରୀକୃଷ୍ଣ ହେଲେ ହେଁ କଂସାସୁର ହେଉଛି ପ୍ରତିନାୟକ। ଏହି ପ୍ରତି ନାୟକ ସହିତ ସଂଘର୍ଷ ହେଲେ ସିନା ନାୟକର ବ୍ୟକ୍ତିତ୍ଵ ପ୍ରକଟିତ ହେବ! କଂସ ନନ୍ଦଙ୍କ ଉଦ୍ଦେଶ୍ୟରେ ପଠାଇଥିବା ଚିଟାଉରୁ ହିଁ ତା’ର ଚରିତ୍ର ବିଷୟରେ ଧାରଣା ପାଠକ ନିକଟରେ ସ୍ପଷ୍ଟ ହୋଇଉଠିଛି । କଂସକୁ ପାପର ପ୍ରତୀକ ଭାବରେ ଗ୍ରହଣ କରି ଏହାର ବିନାଶ ସାଧନକରି ସତ୍ୟର ପ୍ରତିଷ୍ଠା କରାଇବା ହିଁ ଲେଖକ ତଥା କବି ଭକ୍ତଚରଣ ଦାସଙ୍କ କଳ୍ପିତ-କଳ୍ପନା ହୋଇଥିଲେ ସୁଦ୍ଧା କଂସ ଯେ ଜଣେ ରାଜନୀତିଜ୍ଞ, ବିକ୍ରମଶାଳୀ ବୀର, ସୁଚତୁର ରାଜପୁରୁଷ ଏବଂ ଧୈର୍ଯ୍ୟବାନ୍ ଶାସକ ଏଥ‌ିରେ ସନ୍ଦେହର ଅବକାଶ ନାହିଁ। ବାସ୍ତବିକ ‘ମଥୁରାମଙ୍ଗଳ’ର କଂସ ଚରିତ୍ର ଚିତ୍ରଣ ଓ ଚିଟାଉରେ କଂସର ବର୍ଣ୍ଣନା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ।

Question 5.
ମଥୁରାମଙ୍ଗଳ କାବ୍ୟ ଅବଲମ୍ବନରେ ଭକ୍ତଚରଣଙ୍କ ଭକ୍ତିମତା ନିରୂପଣ କର।
କିମ୍ବା, ‘ମଥୁରାମଙ୍ଗଳ’ କାବ୍ୟର ଦ୍ଵିତୀୟ ଛାନ୍ଦ ଅବଲମ୍ବନରେ ଅକୁରଙ୍କ ଭକ୍ତି ଭାବନାର ପରିଚୟ ଦିଅ।
Answer:
‘ମଥୁରାମଙ୍ଗଳ’ କାବ୍ୟ ହେଉଛି କବି ଭକ୍ତଚରଣ ଦାସଙ୍କର ସର୍ବଶ୍ରେଷ୍ଠ କୃତି। ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳାମୟ ଜୀବନର ଏହା ଏକ ରସମୟ ଅଭିବ୍ୟକ୍ତି। ଏହି କାବ୍ୟରେ ଅକୁରଙ୍କ ଚରିତ୍ର ଏକ ଅନବଦ୍ୟ ସୃଷ୍ଟି। ଅକ୍ରୂର ହେଉଛନ୍ତି ମଥୁରା ନରପତି କଂସର ମନ୍ତ୍ରୀ। ସେ ଭକ୍ତ। ସେ ଜାଣେ ଶ୍ରୀକୃଷ୍ଣ ହିଁ ସ୍ୱୟଂ ଭଗବାନ୍। କଂସଙ୍କର ମନ୍ତ୍ରୀ ହେଲେବି ସେ କଂସଙ୍କର କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ। ସେ ଚାହେଁ କଂସର ବିନାଶ, ମାତ୍ର ଏଥିପାଇଁ ସେ ଅକ୍ଷମ। ବାହାରକୁ ସେ କଂସର ବିଶ୍ବାସୀ, କିନ୍ତୁ ମନଭିତରେ ସେ କଂସର ମୃତ୍ୟୁ କାମନା କରନ୍ତି। କଂସ ଯେତେବେଳେ ଜାଣିଲା ଶ୍ରୀକୃଷ୍ଣ ଗୋପପୁରରେ ନନ୍ଦରାଜାଙ୍କ ଘରେ ବଢୁଛନ୍ତି, ସେତେବେଳେ ସେ ତାଙ୍କୁ ମାରିବାକୁ ନାନା ଉପାୟ କଲା। ମାତ୍ର ତା’ର ସକଳ ଉଦ୍ୟମ ବିଫଳ ହେଲା। ସେ ଯେତେ ଅସୁରଙ୍କୁ ପଠାଇଲା ସମସ୍ତେ ମଲେ। ଏଣୁ ସେ ବ୍ୟସ୍ତ ହୋଇପଡ଼ିଲା। ଅବଶେଷରେ ମନ୍ତ୍ରୀ ଅକ୍ରୁରଙ୍କୁ ପାଖକୁ ଡାକି ନିଜର ମନୋଭାବ ବ୍ୟକ୍ତ କଲା –

‘‘ନନ୍ଦନନ୍ଦନ ମୋହର ବଇରୀ।
ତାକୁ କେମନ୍ତେ ପକାଇବି ମାରି ।।’’

ଶେଷରେ ରାମକୃଷ୍ଣଙ୍କୁ ଆଣିବା ପାଇଁ ଅକ୍ରୁରଙ୍କୁ ରଥ ନେଇ ଗୋପପୁରକୁ ଯିବାକୁ ସେ ଆଦେଶ ଦେଲା। ରାମକୃଷ୍ଣଙ୍କୁ ସେ ଆଣି ନିଜ ହାତରେ ମାରି ଶାନ୍ତି ଲାଭକରିବ ବୋଲି କହିଲା। ଅକ୍ରୁରଙ୍କୁ ସେ ବିନୀତ ହୋଇ କୃଷ୍ଣଙ୍କୁ ମଥରାପୁର ଆଣିବାକୁ କହିଲା। ପ୍ରକୃତରେ ଅକ୍ରୂର ଏପରି ଏକ ସୁଯୋଗର ଅପେକ୍ଷା କରିଥିଲେ। ଏତେଦିନ ତାଙ୍କ ଜୀବନ ଧନ୍ୟ ହେଲା। ସେ ନିଜେ ଦେଖୁବେ ଭଗବାନ୍ ଶ୍ରୀକୃଷ୍ଣଙ୍କୁ। ତାଙ୍କ ଜନ୍ମ ସାର୍ଥକ ହେବ। କଂସର ହେବ ବିନାଶ। ସକାଳୁ ସେ ରଥ ପ୍ରସ୍ତୁତ କରି ଗୋପକୁ ଯିବାକୁ ବାହାରିଲେ। କୃଷ୍ଣ ଦର୍ଶନ ଆଶା ତାଙ୍କର ବଳବତ୍ତର ହୋଇଉଠିଲା। ଚକ୍ଷୁ ପଲକମାତ୍ରେ ସେ ମଥୁରା ସୀମା ଅତିକ୍ରମ କରିଗଲେ। ବାଟରେ ସେ ମନେମନେ ଚିନ୍ତା କରୁଥା’ନ୍ତି –

‘‘କଂସଡଗର କରେ ବିଚାର ଧନ୍ୟ ହୋଇଲି ଆଜ ।
ଧନ୍ୟ ମୋ ତାତ ଧନ୍ୟ ମୋ ମାତ ଦେଖୁବି ଦେବରାଜ ॥
ଧନ୍ୟ ମୋ ନେତ୍ର ହେବ ପବିତ୍ର ଚାହିଁ ଜଳଦତନୁ ।
ଗୋପାଳ ମେଳେ ନନ୍ଦର କୋଳେ ବସି ୟେ ଥିବେ କାହୁ ॥
ଦୂରୁ ଅନାଇ ଡାକିବେ ଦୁଇ-ଭାଇ ଅକ୍ରୁର ଆସ ।
ସେ ବାଣୀ ଶୁଣି ଶ୍ରବଣ ବେନି ତେଜିବେ ସର୍ବ ଦୋଷ ॥’’

ଅକ୍ରୁର ଭକ୍ତ, ତାଙ୍କ ମନ ଓ ହୃଦୟ କୃଷ୍ଣ ଅନୁରକ୍ତ। ସେ ଭାବୁଥା’ନ୍ତି ଶ୍ରୀକୃଷ୍ଣଙ୍କର ନବୀନ ଘନକାନ୍ତି ଦେଖୁ ତାଙ୍କର ଆଖ୍ ପବିତ୍ର ହେବ। ଶ୍ରୀକୃଷ୍ଣଙ୍କର ମଧୁମୟ ବାଣୀ ଶୁଣି ତା’ର କର୍ଣ୍ଣ ଧନ୍ୟ ହେବ। ଶ୍ରୀକୃଷ୍ଣଙ୍କ ଶରୀରର ସୁଗନ୍ଧ ଲାଭକରି ତାଙ୍କର ନାସା ପବିତ୍ର ହେବ। ଶ୍ରୀକୃଷ୍ଣ ଯେତେବେଳେ ତାଙ୍କୁ କୋଳ କରିବେ ସେତେବେଳେ ତାଙ୍କର ଅଙ୍ଗ ନିର୍ମଳ ହୋଇଯିବ। ମନେ ମନେ ସେ କଂସକୁ ପ୍ରଶଂସା କଲେ ତାଙ୍କୁ ପଠାଇଥିବା ହେତୁ । ସେ ଏଥର ଭାବିଲେ –

‘‘ପାଇବି ଗତି ଦେଖୁ ଶ୍ରୀପତି ଛେଦିବି ଭବବନ୍ଧ ।
ସ୍ନେହରେ କରି ବ୍ରଜବିହାରୀ କର ଦେବ ମୋକନ୍ଧ ॥’’

ଅକ୍ରୁରଙ୍କ ମନ ଭିତରେ ଆଉ କୌଣସି ଭାବନା ନାହିଁ । କେବଳ କୃଷ୍ଣଦର୍ଶନ ଆଶାରେ ସେ ଅଧୀର । ରଥରେ ଯାଉ ଯାଉ ବାଟରେ ବାଲିକୁଦ ପଡ଼ିଲା। ସେଠି ସେ ଦେଖିଲେ ଭଗବାନଙ୍କ ପାଦ ଚିହ୍ନ ପଡ଼ିଛି। ସେ ତତ୍‌କ୍ଷଣାତ୍‌ ରଥରୁ ଡେଇଁପଡ଼ି ଦେହସାରା ବାଲି ବୋଳିହୋଇ କାନ୍ଦି କାନ୍ଦି ମୁର୍ଚ୍ଛା ହୋଇପଡ଼ିଲେ । ଅଳ୍ପ ଅଳ୍ପ ଚାହିଁ ପୁଣି ନୟନ ମୁଦ୍ରିତ କରିନେଲେ। ଶ୍ରୀକୃଷ୍ଣଙ୍କ ସେ ଆର୍ଭକଣ୍ଠରେ ଡାକଦେଲେ। ସତେ କ’ଣ ସେ କରୁଣାମୟ ଭଗବାନ୍ ଶ୍ରୀକୃଷ୍ଣଙ୍କୁ ଦେଖ‌ିବେ । ସତେ କ’ଣ ତାଙ୍କର ଜୀବନ ଧନ୍ୟ ହେବ। କବି ଅକ୍ରୁରଙ୍କର ଏହି ଭକ୍ତି ଭାବବିହ୍ବଳ ଅବସ୍ଥାକୁ ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି –

‘‘ଆନନ୍ଦ ହୋଇ ରଥରୁ ଡେଇଁ ଶିରେ ନିଉଡ଼େ ବାଲି ।
ହା କୃଷ୍ଣ ବୋଲି ନ ପାରେ ଚାଲି, ନୟନୁ ଅଶ୍ରୁ ଗଳି ॥
କହି ହୁଡ଼ଇ, ଉଠି ପଡ଼ଇ, ଗଡ଼ଇ ପାଦ ପରେ ।
ଶୂନ୍ୟକୁ କୋଳ କରି ଆକୁଳ, କମ୍ପଇ ପ୍ରେମଭରେ ॥’’

ବାସ୍ତବିକ ଉକ୍ତ କବିତାରେ ଅକୃରଙ୍କର ଶ୍ରୀକୃଷ୍ଣ ଭକ୍ତିର ଯଥାର୍ଥ ଭାବ ନିହିତ । ସେ କଂସର ମନ୍ତ୍ରୀ ହୋଇ ମଧ୍ଯ କଂସର ଅନ୍ୟାୟ-ଅନାଚାର ଓ ଅତ୍ୟାଚାରକୁ ପ୍ରଶ୍ରୟ ଦେଇନାହାନ୍ତି । ସେ କୃଷ୍ଣଙ୍କୁ ପରମାତ୍ମା ଭାବରେ ଜାଣନ୍ତି । ତେଣୁ ସେ ଶ୍ରୀକୃଷ୍ଣଙ୍କ କରୁଣାଲାଭ କରି ଧନ୍ୟ ହୋଇଅଛନ୍ତି । କବି ଏହି ଚରିତ୍ରକୁ ସୁନ୍ଦର ଭାବରେ ରୂପାୟନ କରିଅଛନ୍ତି ।

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 6.
ଏକ କୃଷ୍ଣରସାଶ୍ରିତ କାବ୍ୟ ଭାବରେ ‘ମଥୁରା ମଙ୍ଗଳ’ର ସାର୍ଥକତା ନିରୂପଣ କର।
Answer:
ବୈରାଗୀଚରଣ ପଟ୍ଟନାୟକରୁ ଯେଉଁ ଅଲୌକିକ ପ୍ରତିଭାର ରୂପନ୍ତରଣରେ ଆବିର୍ଭାବ ହୋଇଥଲେ ଓଡ଼ିଆ ସାହିତ୍ୟର ଅନନ୍ୟ କବି ଭକ୍ତଚରଣ ଦାସ, ସେଇ ଅଲୌକିକତାର ଏକ ଜ୍ଵଳନ୍ତ ରୂପଭାବରେ ପ୍ରକଟିତ ହୋଇଥିଲା କାବ୍ୟ ‘ମଥୁରାମଙ୍ଗଳ’ ଓଡ଼ିଆ କୃଷ୍ଣ ସାହିତ୍ୟ କ୍ଷେତ୍ରରେ ଏକ ଅଦ୍ବିତୀୟ ଓ ଅନୁପମ କାବ୍ୟ ଏହି ‘ମଥୁରାମଙ୍ଗଳ’। ଭକ୍ତି ରସାତ୍ମକ ଭାବ ଓ ସତ୍ୟ- ଧର୍ମର ପ୍ରତିଷ୍ଠାର ଜୟଗାନ କରୁଥିବା ଏହି କାବ୍ୟ ଏଯାବତ୍ ତା’ର ଲୋକପ୍ରିୟତାକୁ ଅକ୍ଷୁଣ୍ଣ ରଖୁଛି। ‘ମଥୁରାମଙ୍ଗଳ’ କାବ୍ୟର ନାୟକ ଶିରୋମଣି ହେଉଛନ୍ତି ଶ୍ରୀକୃଷ୍ଣ । ସଂସ୍କୃତ କାବ୍ୟ ପରମ୍ପରାନୁଯାୟୀ ସ୍ୱୟଂ ଭଗବାନ ବୋଲି ଚିତ୍ରିତ ହୋଇଆସୁଥ‌ିବା ଏହି ମହାନାୟକ ହେଉଛନ୍ତି ଅବ୍ୟକ୍ତ ନିରାକାର ଏବଂ ପରଂବ୍ରହ୍ମ । ଇଚ୍ଛାମୟ ପୁରୁଷ ଶ୍ରୀକୃଷ୍ଣ ଯେକୌଣସି ରୂପ ନେଇପାରନ୍ତି । ସେ ଜଣେ ଅଲୌକିକ ପୁରୁଷ, ତାଙ୍କ ଚରିତ୍ରରେ ଦେବତ୍ୱର ସୀମା ନାହିଁ । ତାଙ୍କର ଅଲୌକିକତା ସଂପର୍କରେ ଅତି ସଂକ୍ଷେପରେ କୁହାଯାଇପାରେ –

‘‘ସୁଜନ ବାନ୍ଧବ, ଦୁର୍ଜନ ଯମ
ଶରଣ ତାରଣ କାମିନୀ କାମ ।
ରୂପ ଅରୂପ ନାନାଗତି ହୋଏ
ଯା ନାମେ ଅଶେଷ କଳୁଷ ଦହେ ।’’

ସେହି ନନ୍ଦସୁତ ଗୋଲୋକସୁନ୍ଦର ହଟିଆ ନାଗର ଶ୍ରୀକୃଷ୍ଣ ବାଲ୍ୟକାଳରୁ ତୁଳସୀ ଦୁଇପତ୍ରରୁ ବାସେ ନ୍ୟାୟରେ ଦୁଷ୍ଟ ନବାରି ସନ୍ଥ ପାଇଛନ୍ତି । ପୁତନାର ପ୍ରାଣନେବାଠାରୁ ବକାଶୁର ବଧ ପର୍ଯ୍ୟନ୍ତ ବନ ଅନଳକୁ ଶୋଷିବାଠାରୁ ଗିରି ଗୋବର୍ଦ୍ଧନ ଉତ୍ତୋଳନ କରିବା ପର୍ଯ୍ୟନ୍ତ ସବୁ ବର୍ଣ୍ଣନା ଭିତରେ ଶ୍ରୀକୃଷ୍ଣଙ୍କ ମହନୀୟତା ପରିସ୍ପଷ୍ଟ । ମଥୁରା ଯାତ୍ରା କାଳରେ ଅକ୍ରୁରଙ୍କୁ ମାୟା ପ୍ରଦର୍ଶନ, ବିନାଯୁଦ୍ଧରେ କଂସ ପରି ପ୍ରତାପୀ ରାକ୍ଷସର ମୃତ୍ୟୁ, ଏସବୁ ଗ୍ରନ୍ଥରେ ଶ୍ରୀକୃଷ୍ଣଙ୍କର ଅଲୌକିକ ଅସାଧାରଣ ଶକ୍ତିର ପରିଚୟ ମିଳେ । ଗୋପୀଗୋପାଳୁଣୀଙ୍କ ଜୀବନଠାରୁ ଅଧିକ ସ୍ନେହଶ୍ରଦ୍ଧା ପ୍ରୀତି ପ୍ରଦାନ ମଧ୍ୟ ଏହି ଅଲୌକିକତାର ଏକ ଏକ ନମୁନା । ଫଳରେ ଶ୍ରୀକୃଷ୍ଣଙ୍କ ମଥୁରାଗମନ ବଡ଼ ଅସହ୍ୟ ହୋଇଉଠିଛି ଗୋପୀମାନଙ୍କ ପାଇଁ । ବାସ୍ତବିକ ‘ମଥୁରାମଙ୍ଗଳ’ କାବ୍ୟରେ କୃଷ୍ଣଙ୍କ ଚରିତ୍ର ଚିତ୍ରଣ ଅଦ୍ବିତୀୟ ।

Question 7.
‘ମଥୁରାମଙ୍ଗଳ’ର ପ୍ରଥମ ଛାନ୍ଦ ଅବଲମ୍ବନରେ ଶ୍ରୀକୃଷ୍ଣଙ୍କ ମହିମା ବର୍ଣ୍ଣନା କର।
Answer:
ମଧ୍ଯକାଳୀନ ଓଡ଼ିଆ କାବ୍ୟଧାରାର ଅନନ୍ୟ ପ୍ରମୁଖ କାବ୍ୟକର୍ତ୍ତା ଥିଲେ ‘ମଥୁରାମଙ୍ଗଳ’ର ରଚୟିତା କବି ଭକ୍ତଚରଣ ଦାସ । ଭକ୍ତଚରଣ ଥିଲେ ନିଷ୍ଠାପର ବୈଷ୍ଣବ, ତାଙ୍କ ବୈଷ୍ଣବୀୟ ଭାବସତ୍ତାର ସୁନ୍ଦର ପ୍ରତିବିମ୍ବନ ହେଉଛି କାବ୍ୟ ‘ମଥୁରାମଙ୍ଗଳ’ । ପରମ୍ପରାକୁ ମାନ୍ୟତା ପ୍ରଦାନ କରି କବି ଭକ୍ତଚରଣ ଦାସ, କାବ୍ୟର ପ୍ରଥମ ଛାନ୍ଦରେ ତାଙ୍କର ଉପାସ୍ୟ ପ୍ରଭୁ କୃଷ୍ଣଙ୍କ ମହିମା ପ୍ରଖ୍ଯାପନ କରିବାରେ ଅସାମାନ୍ୟ ସଫଳତା ଅର୍ଜନ କରିଛନ୍ତି । ‘ମଥୁରାମଙ୍ଗଳ’ କାବ୍ୟର ପ୍ରଥମ ଛାନ୍ଦରେ ପ୍ରଥମେ କବି କୃଷ୍ଣପ୍ରଶସ୍ତି ଗାନ କରିଛନ୍ତି । ତାଙ୍କ ମତରେ କୃଷ୍ଣ ହେଉଛନ୍ତି ଗୋକୁଳ-ସୁନ୍ଦର ଗୋବିନ୍ଦ, ସେ ନନ୍ଦକଧାରୀ, ସେ ମାଧବ, ଦାମୋଦର, କଂସାରି, ଦଇତାରି, ଅନନ୍ତ ବ୍ରହ୍ମାଣ୍ଡବିହାରୀ, ସେ ହିରଣ୍ୟାରି, ବକାରି, ନରକାରି, ମୁରାରି । ସେ ବ୍ରଜଚନ୍ଦ୍ରମା, ନନ୍ଦ-ନନ୍ଦନ-ଆନନ୍ଦକନ୍ଦ, ଗୋପିଜନବଲ୍ଲଭ ସର୍ବକାରଣର କାରଣ ଗୋକୁଳ ଚନ୍ଦ୍ରମା । ସକଳ ଆତ୍ମାରେ ବିଚରଣ କରୁଥିବା ହେତୁ ସେ ହେଉଛନ୍ତି ଆତ୍ମାରାମ, ତାଙ୍କର ଆଦି-ମଧ୍ଯ -ଅନ୍ତ ସବୁକାଳରେ ଅଗୋଚର । ସେଇ ନିରାକାର, ନିରାଧାର, ନିରାମୟ ପରମପୁରୁଷଙ୍କ ଆଜ୍ଞାରେ ସ୍ରଷ୍ଟାପୁରୁଷ ବ୍ରହ୍ମା ସୃଜିଛନ୍ତି ଚତୁର୍ଦ୍ଦଶ ଭୁବନ; ଏଥ‌ିରେ ଇନ୍ଦ୍ର, ଚନ୍ଦ୍ର, ସୂର୍ଯ୍ୟ କେବଳ ସେଇ ପରମପୁରୁଷଙ୍କ ଆଜ୍ଞାରେ ଆତଜାତ ହୁଅନ୍ତି । କବିଙ୍କ ଭାଷାରେ-

ସେ ଆଦି ଅନାଦି ନିରାକାର । ଶ୍ରୁତି-ସୁମୃତିକି ନାହିଁ ଗୋଚର ।।
ତୋର ଆଜ୍ଞା ଶିରେ ଧରି ବିରଞ୍ଚ । ଚତୁର୍ଦ୍ଦଶ ଭୁବନ ଅଛି ରଞ୍ଚି ।।
ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ଆଦି ଦେବତା । ତୋର ସର୍ଜିଲାରୁ ଏହି ବକତା ।।

କୃଷ୍ଣଙ୍କର ନାମୋଚ୍ଚାରଣରେ ପ୍ରାପ୍ତ ହୁଏ ଅସୀମ ଭକ୍ତ । ସକଳ ପାପ-ସନ୍ତାପରୁ ମିଳେ କେବଳ ମୁକ୍ତି । ତାଙ୍କ ଚରିତ ଗାନ, ପଠନ, ଶ୍ରବଣଦ୍ୱାରା ଅନେକ ସନ୍ତପ୍ତ ବ୍ୟକ୍ତି ପାଇଛନ୍ତି ମୁକ୍ତି । କଳି-କଳୁଷ ବ୍ୟାଡ୍ ଉପଶମ କରିବା ନିମିତ୍ତ କୃଷ୍ଣ ଚରିତ ହେଉଛି ମହୋର୍ଷେଧ୍ । କବିଙ୍କ ଭାଷାରେ –

କୃଷ୍ଣ ଚରିତ ଅମୃତ ବାରାଧ୍ । କବି-କଳୁଷ-ରୋଗକୁ ଔଷଧ ।

ପ୍ରଥମ ଛନ୍ଦର ଶେଷାଶରେ କବି ଭକ୍ତଚରଣ, କୃଷ୍ଣଙ୍କ ଭୋଜବଂଶ ଅବତଂସ ଦ୍ରୁମିଲାନନ୍ଦନ କଂସଙ୍କ ନିଧନ ପ୍ରସଙ୍ଗରେ ଚମତ୍କାର ବର୍ଣ୍ଣନା ପ୍ରଦାନ କରିଛନ୍ତି । ଏଥିପାଇଁ ସେ ଭାଗବତର କଂସବଧ ବୃତ୍ତାନ୍ତକୁ ଆଧାର କରି, କଂସ ପ୍ରତାପରୁ ମହୀଭାରାକୁ ଉଦ୍ଧାର କରିବାପାଇଁ କୃଷ୍ଣ କିପରି ଅବତାର ଗ୍ରହଣ କଲେ ତାହା ଅତି ସୁନ୍ଦର ଓ ସାବଲୀଳ ଶୈଳୀରେ ବର୍ଣ୍ଣନା କରିଅଛନ୍ତି।

Question 8.
ଶ୍ରୀକୃଷ୍ଣଙ୍କ ମଥୁରା ଯାତ୍ରାକାଳୀନ ଦୃଶ୍ୟ ବର୍ଣ୍ଣନା କର।
Answer:
ମଧ୍ଯକାଳୀନ ଓଡ଼ିଆ କାବ୍ୟ ସାହିତ୍ୟର ପ୍ରମୁଖ କାବ୍ୟକର୍ତ୍ତା ଅନାସକ୍ତ ବୈଷ୍ଣବ କବି ଭକ୍ତଚରଣଙ୍କ ଅସାମାନ୍ୟ କୃଷ୍ଣଭକ୍ତିର ଅସାଧାରଣ ପରିଚୟ ହେଉଛି କାବ୍ୟ ‘ମଥୁରାମଙ୍ଗଳ’ । ଶଂସିତ କାବ୍ୟରେ କବି ବହୁଚର୍ଚ୍ଚିତ ଜନପ୍ରିୟ ପୁରାଣ ଆଖ୍ୟାନ କଂସବଧ ପ୍ରସଙ୍ଗକୁ ଗ୍ରହଣ କରିଛନ୍ତି । ପ୍ରବଳପ୍ରତାପୀ ଦୂରାଚାରୀ କଂସ ପ୍ରତାପରେ ସମଗ୍ର ଧରାବାସୀ ଗଭୀର ଦୁଃଖ ଓ ଯାତନାରେ ପୀଡ଼ିତ ହେବାପରେ ସେମାନଙ୍କୁ ଉଦ୍ଧାର କରିବାକୁ ଅବତାରୀ ପୁରୁଷ ଆଦି-ଅନ୍ତଚ୍ୟୁତ ଅଚ୍ୟୁତ କୃଷ୍ଣ ବ୍ରଜପୁରରେ ନନ୍ଦ-ମନ୍ଦିରରେ ବ୍ରଜଲୀଳା ଆରମ୍ଭ କରନ୍ତି ।
ଦେବକୀନନ୍ଦନ କୃଷ୍ଣଙ୍କୁ ବଧ କରିବାପାଇଁ ପାପିଷ୍ଠ ମଥୁରାପତି ମାତୁଳ କଂସ କପଟରେ ମନ୍ତ୍ରୀ ଅକୁରଙ୍କୁ ଦୂତକରି ବ୍ରଜପୁରକୁ ପ୍ରେରଣ କରନ୍ତି । ବ୍ରଜପୁରରେ ଅକୁରଙ୍କ ଉପସ୍ଥିତି ସମସ୍ତଙ୍କୁ ଆଚମ୍ବିତ କରେ, ସବୁରି ମନରେ ସଂଶୟ । ସମ୍ବାଦ ପ୍ରସରିଯାଏ, ବ୍ରଜବାସୀଙ୍କର ଏକାନ୍ତ ପ୍ରିୟତମ ରାମ-କୃଷ୍ଣ-ମଥୁରା ଯାତ୍ରା କରିବେ । ଏହି ସମ୍ବାଦ ଶ୍ରବଣରେ ମର୍ମାହତ ହୋଇଉଠିଛି ସମଗ୍ର ଗୋପପୁର । ପଥେ-ଘାଟେ ଚର୍ଚ୍ଚା, ଆଲୋଚନା, ଆଲୋଡ଼ା, ଖେଦ, ସନ୍ତାପ ଆଉ ବିଚଳନ ।
କୃଷ୍ଣଙ୍କ ମଥୁରାଯାତ୍ରା ପ୍ରସଙ୍ଗରେ ସମସ୍ତେ ଚକିତ, ଗଭୀର ଭାବରେ ଦୁଃଖାଭିଭୂତ । ସତେ ଯେମିତି ଗୋପରେ ଅକାଳ ବଜ୍ରପାତ ଘଟିଛି । କବିଙ୍କ ଭାଷାରେ –

‘‘ଶୁଣି ଗୋପପୁରଜନେ ହୋଇଲେ ଆରତ
ବଜ୍ର ବାଜି ଥାବର ହୁଅଇ ଯେହ୍ନେ ପାତ ।’’

ମେଳି ମେଳି ହୋଇ ଗୋପୀମାନେ ବିଚାର କରୁଥିଲେ, କୃଷ୍ଣ ତାଙ୍କର ପ୍ରାଣ, ପ୍ରାଣ ଚାଲିଗଲେ ସେମାନେ ଜୀବନ ଜିଇଁବେ କିପରି? ତେଣୁ

‘‘ନିଶ୍ଚେ ହୋଇବ ମରଣ
ଯେତେବେଳେ ଗୋପ ତେଜି ଯିବେ ନାରାୟଣ ।’’

କୃଷ୍ଣଙ୍କ ମଥୁରାଯାତ୍ରା ପ୍ରସଙ୍ଗ ସମସ୍ତଙ୍କ ହୃଦୟକୁ ମଥୁ କରିଦେଲା, ଏହା ଶୁଣିବା ମାତ୍ରେ କେହି କେହି ପ୍ରାଣ ବିସର୍ଜନ କରିବାର ପ୍ରତିଜ୍ଞା କଲେ, ସବୁରି ଚକ୍ଷୁ ଲୋତକାପ୍ଲତ, ଅବାରିତ ବାରିଧାରା ଭଳି କେହି କେହି ଢାଳୁଥୁଲେ ଅଶ୍ଳୀଳ ଅର୍ଘ୍ୟ । ସମସ୍ତେ ସନ୍ତାପିତ, ଦୁଃଖ-ସନ୍ତାପର ଚରମ ମୁହୂର୍ଭ ଯେମିତି ସମଗ୍ର ଗୋପକୁ ଆଚ୍ଛନ୍ନ ଆଉ ଉଚ୍ଛନ୍ନ କରୁଥିଲା । କୃଷ୍ଣଙ୍କ ମଥୁରା ଯାତ୍ରାକାଳୀନ ଦୃଶ୍ୟାଙ୍କନରେ କବିଙ୍କର ବର୍ଣ୍ଣନା ଅତ୍ୟନ୍ତ ବେଦନାରୁଣ ଅବସ୍ଥା ସୃଷ୍ଟି କରିଛି । ସତେଯେମିତି ସମଗ୍ର ଗୋପଦାଣ୍ଡରେ ପ୍ରବାହିତ ହୋଇଛି ଶୋକ-କାରୁଣ୍ୟର ଉଜାଣି ଯମୁନା ।

Question 9.
ରାମକୃଷ୍ଣଙ୍କ ମଥୁରା ଯାତ୍ରା ସମୟରେ ଗୋପୀମାନଙ୍କ ଅବସ୍ଥା ବର୍ଣ୍ଣନା କର।
Answer:
ଅସାଧାରଣ ଭକ୍ତିମତ୍ତା ଓ କୃଷ୍ଣିକପ୍ରାଣତାର ରସବାନ ଅଭିବ୍ୟକ୍ତି କବି ଭକ୍ତଚରଣଙ୍କର ଅନନ୍ୟ ଭକ୍ତି ଅର୍ଘ୍ୟ ‘ମଥୁରାମଙ୍ଗଳ’। ଶଂସିତ କାବ୍ୟର ଚତୁର୍ଥ ଛନ୍ଦରେ କବି କୃଷ୍ଣଙ୍କର ମଥୁରା ଯାତ୍ରାର ପ୍ରାକ୍ ସୂଚନାରେ କୃଷ୍ଣଗତପ୍ରାଣା ଗୋପୀମାନଙ୍କର ଶୋକ-କାରୁଣ୍ୟର ସନ୍ତାପିତ ମୁହୁର୍ଭକୁ ଅତି ସୁନ୍ଦର ଓ ମନୋଜ୍ଞ ଭାବରେ ବର୍ଣ୍ଣନା କରିଛି। ଭୋଜବଂଶ ଅବତଂସ ଦ୍ରୁମିଲାସୁତ କଂସଙ୍କ ମନ୍ତ୍ରୀ ଅକ୍ରୁରଙ୍କ ରଥ ଗୋପଦାଣ୍ଡରେ ନନ୍ଦ-ମନ୍ଦିର ଅଭିମୁଖୀ ହେବାପରେ ସମଗ୍ର ବ୍ରଜଭୂମିରେ ପରିଲକ୍ଷିତ ହୋଇଛି ଅକାଳ ବଜ୍ରପାତର ଦାରୁଣ ଓ ଶୋକଦ ପରିସ୍ଥିତି । ସବୁରି ଭିତରେ ବିଷଣ୍ଣତା ଆଉ ବ୍ୟାକୁଳତା । କୃଷ୍ଣ ଗୋପୀନାଥ, ଗୋପାଙ୍ଗନାମାନେ କୃଷ୍ଣଗତପ୍ରାଣା । ସେ ମଥୁରା ଚାଲିଗଲେ ପ୍ରାଣଶୂନ୍ୟ ହୋଇଯିବେ ଗୋପୀମାନେ । ରାମକୃଷ୍ଣ ସେମାନଙ୍କ ବେନି ନେତ୍ର, ଉଭୟ ମଥୁରାଗଲେ ସେମାନେ ଚକ୍ଷୁଶୂନ୍ୟ ହେବେ । କୃଷ୍ଣ ପ୍ରୀତି-ପାଗଳିନୀ ଗୋପାଙ୍ଗନାମାନଙ୍କ ମଧ୍ୟରୁ କେହି କେହି ଗଭୀର ଦୁଃଖରେ କେବଳ ଅଶୁମୁଞ୍ଚନ କରିବାକୁ ଲାଗିଲେ । କେହି କେହି କୃଷ୍ଣବିହୀନ ଜୀବନକୁ ଯମୁନା ଜଳରେ ଝାସ ଦେବାର ଯୋଜନା କଲେ । କଂସଦ୍ଵାରା କୃଷ୍ଣ ନୀତ ହେଉଥିବାରୁ, କୃଷ୍ଣଙ୍କ ବିହୁନେ ବଞ୍ଚିବା ଅସମ୍ଭବ ହେଉଥ‌ିବାରୁ କେହି କେହି ନିଶ୍ଚିତ ମରଣର ଉଦ୍‌ଘୋଷଣା କରି, କଂସ ନାରୀହତ୍ୟା ଦୋଷର ମହାପାତକରେ ପାତକୀ ହେବ ବୋଲି ଦୃଢ଼ ଚେତାବନୀ ଶୁଣାଇଛନ୍ତି ।

‘‘କେ ବୋଲେ, ଯମୁନାଗଣ୍ଡେ ଜୀବନ ହାରିବା
ଦାରୁଣ କଂସ ନୃପତି ନାମରେ ମରିବା ।
ସ୍ତିରୀହତ୍ୟା ଦୋଷ ପାଉ,
ସୁଖ ଶିରୀ ଛାଡ଼ି ନିଜ ଜୀବନ ହରାଉ।’’

କୃଷ୍ଣଙ୍କ ମଥୁରାଯାତ୍ରା ପରିପ୍ରେକ୍ଷୀରେ ଚତୁରୀ ଗୋପାଙ୍ଗନାମାନଙ୍କ ଆତୁରତା ହେଉଥୁଲା ତୀବ୍ରତର। କେହି କେହି ଗୋପୀ କୃଷ୍ଣ ମଥୁରା ଯାତ୍ରା ନକରନ୍ତୁ, ଗୋପରେ ରହନ୍ତୁ, ଏଥ‌ିପାଇଁ ନିଜର ମୃତ୍ୟୁ ହେଉ ବୋଲି ସଂକଳ୍ପ କରୁଥିଲେ। ସମଗ୍ର ଗୋପାଙ୍ଗନାମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଏକାନ୍ତ ଶୋକ-ସନ୍ତୁଳିତ-ସନ୍ତପ୍ତ ପରିସ୍ଥିତି । କିଏ ଏଇ ବେଦନାରେ ହୃଦରେ କରାଘାତ କରୁଥାଏ ତ, କିଏ ପୁଣି ଭାରସାମ୍ୟ ହରାଇ ଭୂମିଗତା ହେଉଥାଏ। ‘ହା ଗୋବିନ୍ଦ’ ଶବ୍ଦ ଉଚ୍ଚାରଣ କରି କିଏ ପୁଣି ମୂର୍ତ୍ତିତା ହେଉଥାଏ। ଗୋପାଙ୍ଗନାମାନଙ୍କ ଶୋକ-ସନ୍ତାପିତ ଅବସ୍ଥାର ଭାବୋଚ୍ଛାସକୁ ଭକ୍ତ କବି ଭକ୍ତଚରଣ ଅତି ଚମତ୍କାର ତଥ୍ୟ ଅନ୍ତରଙ୍ଗ ଶୈଳୀରେ ବର୍ଣ୍ଣନା କରି, ଭାବଗ୍ରାହୀଙ୍କ ପ୍ରତି ଭାବପ୍ରବଣା ଗୋପୀମାନଙ୍କର ଭାବସାବଲ୍ୟ ପ୍ରକାଶ କରିଛନ୍ତି।

CHSE Odisha Class 11 Optional Odia Solutions Chapter 1 ମଥୁରାମଙ୍ଗଳ

Question 10.
‘ମଥୁରାମଙ୍ଗଳ’ କାବ୍ୟଟି ଭକ୍ତି ଓ ସଙ୍ଗୀତର ସମନ୍ବିତ ଆଧାର ଆଲୋଚନା କର । କିମ୍ବା, ‘ମଥୁରାମଙ୍ଗଳ’ କାବ୍ୟରୁ କବିଙ୍କର କବିତ୍ବ ଓ ବର୍ଣ୍ଣନା ନୈପୁଣ୍ୟର ପରିଚୟ ପ୍ରଦାନ କର?
Answer:
ରୀତିଯୁଗର ଅନ୍ୟତମ ବିଶିଷ୍ଟ କବି ଭକ୍ତଚରଣ ଦାସ। ‘ମଥୁରାମଙ୍ଗଳ’ ତାଙ୍କର ଅନନ୍ୟ ସୃଷ୍ଟି। ଏହି କାବ୍ୟରେ ବର୍ଣ୍ଣିତ ହୋଇଛି ଶ୍ରୀକୃଷ୍ଣଙ୍କର ଅଲୌକିକ ଲୀଳାର କମନୀୟ ଅଭିବ୍ୟକ୍ତି। ଏଥ‌ିରେ ଶ୍ରୀକୃଷ୍ଣଙ୍କ ଜନ୍ମ, କୈଶୋର କଳା, ଶ୍ରୀକୃଷ୍ଣଙ୍କ ପ୍ରତି ଯଶୋଦାଙ୍କର ବାତ୍ସଲ୍ୟଭାବ, ଶ୍ରୀକୃଷ୍ଣ ଓ ଗୋପାଙ୍ଗନାମାନଙ୍କର ପ୍ରେମଲୀଳା, ଶ୍ରୀକୃଷ୍ଣଙ୍କ ମଥୁରାଗମନ, ଅକ୍ରୁରଙ୍କ କୃଷ୍ଣଭକ୍ତି, ମଥୁରାରେ କୃଷ୍ଣଙ୍କର ଅବସ୍ଥାନ, କଂସ ବିନାଶ, କଂସ ରାଣୀମାନଙ୍କର ଶୋକ, ଶ୍ରୀକୃଷ୍ଣଙ୍କ ବିଚ୍ଛେଦରେ ଗୋପାଙ୍ଗନାମାନଙ୍କର ଗଭୀର ଦୁଃଖ, ଉଦ୍ଧବ ଓ ଗୋପାଙ୍ଗନାଙ୍କର ଉକ୍ତି ପ୍ରତ୍ଯୁକ୍ତି ଏବଂ ପ୍ରେମଭକ୍ତିର ଶ୍ରେଷ୍ଠତ୍ୱ ପ୍ରତିପାଦନ ଇତ୍ୟାଦି ବିବିଧ ପ୍ରସଙ୍ଗ ରସାଳଭାବରେ ବର୍ଣ୍ଣିତ । ବୈଷ୍ଣବ ଭକ୍ତି ଓ ପ୍ରେମତତ୍ତ୍ଵ ଏଥରେ ରୂପାୟନ କରାଯାଇଥିଲେ ମଧ୍ୟ କବି ରୀତିଯୁଗର କାବ୍ୟାଦର୍ଶକୁ ଏଥ‌ିରେ ଅନୁସରଣ କରିଛନ୍ତି । ବିଭିନ୍ନ ଛାନ୍ଦ ଓ ରାଗରାଗିଣୀ, ଆଳଙ୍କାରିକ ଶବ୍ଦ ସଂଯୋଜନା, ଶୃଙ୍ଗାର ରସ ପ୍ରାଧାନ୍ୟ, ଅନ୍ୟାନ୍ୟ ରସଗୁଡ଼ିକର ଆନୁଷଙ୍ଗିକ ପ୍ରୟୋଗ, ବିଭିନ୍ନ ଅଳଙ୍କାରର ବ୍ୟବହାର ଏହି କାବ୍ୟରେ ଦେଖିବାକୁ ମିଳେ । ଏହି କାବ୍ୟର ଆରମ୍ଭରେ କବି ‘ଆଦୌ ଆଶା ନମସ୍କ୍ରିୟ ।’ ରୀତିରେ ଇଷ୍ଟସ୍ତୁତି ଓ ବସ୍ତୁନିର୍ଦେଶ କରିଅଛନ୍ତି; ଯଥା –

ଜୟ ଗୋବିନ୍ଦ ଗୋକୁଳ-ସୁନ୍ଦର ।
ଜୟ ରାମ-ଅନୁଜ ଦାମୋଦର ।।
ଜୟ କଂସାରି ଜଗତ-ତାରଣ ।
ଜୟ ମାଧବ ନନ୍ଦକ-ଧାରଣ ।।

ଶ୍ରୀମଦ୍‌ଭାଗବତର ଦଶମ ସ୍କନ୍ଧର କଥାବସ୍ତୁକୁ ଗ୍ରହଣ କରି କବି କାବ୍ୟର ବିଷୟବସ୍ତୁ ଅବତାରଣା କରିଅଛନ୍ତି । ଏହାପରେ କବି କଂସର ଅତ୍ୟାଚାରରେ ଧରଣୀର ଦୁଃଖ, ବ୍ରହ୍ମାଦି ଦେବତାମାନଙ୍କର ନାରାୟଣଙ୍କୁ ସ୍ତୁତି, ନାରାୟଣଙ୍କର କୃଷ୍ଣ ଅବତାର, ଗୋପପୁରରେ ଅବସ୍ଥାନ, କଂସ ପଠାଇଥିବା ଅସୁରମାନଙ୍କ ଶ୍ରୀକୃଷ୍ଣଙ୍କ ହାତରେ ନିଧନ, କଂସର ଭାଳେଣି, ଶ୍ରୀକୃଷ୍ଣଙ୍କୁ ମଥୁରା ଆଣିବାକୁ ମନ୍ତ୍ରୀ ଅକୃରଙ୍କୁ ପ୍ରେରଣ ଆଦି ଘଟଣାକୁ ଚମତ୍କାର ଭାବରେ ରୂପାୟନ କରିଅଛନ୍ତି । ଏହାପରେ ଅକ୍ରୂର ଯାଇଛନ୍ତି ଶ୍ରୀକୃଷ୍ଣଙ୍କୁ ଆଣିବାପାଇଁ। କବି ଯେପରି ଭାବରେ ଅକ୍ରୂରଙ୍କର କୃଷ୍ଣଭକ୍ତିଙ୍କୁ ରୂପାୟନ କରିଅଛନ୍ତି ସେଥ‌ିରୁ କବିଙ୍କର କୃଷ୍ଣଭକ୍ତି ଜଣାଯାଇଥାଏ । ଅକ୍ରୂର ଗୋପଦାଣ୍ଡରେ ପହଞ୍ଚି ଶ୍ରୀକୃଷ୍ଣଙ୍କ ଗୋଦୋହନ କରୁଥିବା ଦେଖୁଥିଲେ। କବି ଲେଖୁଛନ୍ତି –

‘ଦେଖୁଲା ଗୋଟେ ଗୋପାଳ ମେଣ୍ଟ ଗାବ ଦୁହନ୍ତି ହରି ।
ନୀଳଜୀମୃତ-ବରନ ଦୀତ-ବସନ ବିଦୁପରି ॥
ଶିରେ ତ୍ରିମୁଣ୍ଡୀ କି ଅବା ମଣ୍ଡି ଥୋଇଛି ଇନ୍ଦ୍ରଧନୁ ।
ଭ୍ରମର ଶ୍ରେଣୀ ଚୁମ୍ବନ୍ତି ଜାଣି ସୁଗନ୍ଧ ଗନ୍ଧ ଯେଣୁ ॥
ଅଳକାପନ୍ତି ଝଳି ଦିଶନ୍ତି ଭୁଲତା ପୁଷ୍ପଚାପ ।
ନୟନ ବାଣ ଅଞ୍ଜନ ଗୁଣ କର୍ଷ ପର୍ଯ୍ୟନ୍ତେ ଧାପ ॥’’

ଶ୍ରୀକୃଷ୍ଣଙ୍କର ରୂପକାନ୍ତି କବିଙ୍କର ଲେଖନୀରେ ଜୀବନ୍ତ ହୋଇଉଠିଛି । ବର୍ଣ୍ଣନା ଯେପରି ସ୍ଵାଭାବିକ ସେହିପରି ଏକାନ୍ତ ରସମୟ । ପୁଣି ଶ୍ରୀକୃଷ୍ଣଙ୍କର ପରୀକ୍ଷା, ଅକୃରଙ୍କ ଦୁଃଖ ଓ ଅବଶେଷରେ ଶ୍ରୀକୃଷ୍ଣଙ୍କର ଅକୃରଙ୍କୁ ଗୃହକୁ ନେବା, ତାଙ୍କର ଆତିଥ୍ୟ ସତ୍କାର କରିବା ଓ କଂସର ଉଦ୍ଦେଶ୍ୟ ସମ୍ପର୍କରେ ଅକ୍ରୂର କହିବା ଆଦି ଘଟଣା ବେଶ୍ ଚିତ୍ତାକର୍ଷକ ହୋଇଅଛି । କବି ଏହି ପ୍ରସଙ୍ଗରେ କଂସର ଗୋଟିଏ ଚିଠିର ଅବତାରଣା କରିଅଛନ୍ତି । ଏହି ଚିଠିରେ କଂସର ସାମ-ଦାନ-ଦଣ୍ଡ ଭେଦନୀତିରେ ପରିଚୟ ନିହିତ । କଂସ ଚିଠିରେ ନନ୍ଦରାଜାଙ୍କୁ ଧମକ ଦେଇଛି ।

‘‘କେବଳ ଶିରୀଷ-କୁସୁମକୁ ମହା-ପ୍ରଳୟ ବରଷା ଲୋଡ଼ି ।
ସେହି ପ୍ରାୟେ ମୁହିଁ, ସେହି ପ୍ରାଏ ତୁହି, ଶିଶିରେ ଯେ ଯିବୁ ସଢ଼ି ॥”

ଶ୍ରୀକୃଷ୍ଣ-ବଳରାମଙ୍କ ସହିତ ମଥୁରାକୁ ବାହାରିଲେ । ଏହି ସମ୍ବାଦ ଗୋପପୁରରେ ବ୍ୟାପିଗଲା । ଜନନୀ ଯଶୋଦା ମଧ୍ୟ ବିକଳ ବିଳାପ କରିବାକୁ ଲାଗିଲେ ।

ଆରେ ବାବୁ ଶ୍ୟାମଘନ ତୁ ଗଲେ ମଧୁଭୁବନ
କାହା ମୁଖ ଅନାଇ ବଞ୍ଚିବି
ହେବ ଦଶ ଦିଗ ଶୂନ୍ଯ ଅସ୍ଥିର ହେବ ଜୀବନ
ନିଶି ଦିବସରେ ଝୁରୁଥିବିରେ ଜୀବଧନ।

ଶ୍ରୀକୃଷ୍ଣ ମଥୁରାକୁ ଗଲେ ଗୋପପୁରବାସୀ କିପରି ବଞ୍ଚିବେ ଏହିକଥାକୁ ସେମାନେ ଚିନ୍ତା କରିଛନ୍ତି । କବି ଯେପରି ଭାବରେ ବିଷୟବସ୍ତୁର ଉପସ୍ଥାପନ କରିଛନ୍ତି ତାହା ଏକାନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ଅତଏବ ‘ମଥୁରାମଙ୍ଗଳ’ କାବ୍ୟରୁ କବିଙ୍କର ବର୍ଣ୍ଣନା ନୈପୁଣ୍ୟର ଯଥାର୍ଥ ପରିଚୟ ମିଳିଥାଏ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

(କ) ୧ ନମ୍ବର ବିଶିଷ୍ଟ ସମ୍ଭାବ୍ୟ ଉତ୍ତରମୂଳକ ପ୍ରଶ୍ନବଳୀ ।

Question 1.
ଭକ୍ତଚରଣ ଦାସ କେଉଁ ଯୁଗର କବି?
(A) ସବୁଜ ଯୁଗ
(B) ରୀତି ଯୁଗ
(C) ସାରଳା ଯୁଗ
(D) ସତ୍ୟବାଦୀ ଯୁଗ
Answer:
(B) ରୀତି ଯୁଗ

Question 2.
ଶ୍ରୀକୃଷ୍ଣ କାହାର ଶତ୍ରୁ?
(A) ଶକଟାର
(B) ହିରଣ୍ୟକଶିପୁର
(C) ଅଘାସୁରର
(D) କଂସର
Answer:
(D) କଂସର

Question 3.
‘ମଥୁରା ମଙ୍ଗଳ କାବ୍ୟ’ରେ କେଉଁ କାବ୍ୟରେ ପ୍ରଭାବ ପଡୁଛି?
(A) ଭାଗବତ
(B) କୀଚକବଧ
(C) ମହାଭାରତ
(D) ଚିଲିକା
Answer:
(A) ଭାଗବତ

Question 4.
‘ମଥୁରାମଙ୍ଗଳ’ କାବ୍ୟରେ କେତୋଟି ଛାନ୍ଦ ଅଛି?
(A) ୧୫
(B) ୨୦
(C) 99
(D) ୩୦
Answer:
(D) ୩୦

Question 5.
ନିମ୍ନୋକ୍ତ କେଉଁଟି ଭକ୍ତଚରଣଙ୍କ ରଚିତ କାବ୍ୟ?
(A) ଚିଲିକା
(B) ରସକଲ୍ଲୋଳ
(C) କୀଚକବଧ
(D) ଗୋପମଙ୍ଗଳ
Answer:
(D) ଗୋପମଙ୍ଗଳ

Question 6.
ଶ୍ରୀକୃଷ୍ଣ କାହା କୋଳରେ ଜନ୍ମଗ୍ରହଣ କରିଥିଲେ?
(A) ଯଶୋଦା
(B) ପାର୍ବତୀ
(C) ଉର୍ମିଳା
(D) ଦେବକୀ
Answer:
(D) ଦେବକୀ

Question 7.
ଶ୍ରୀକୃଷ୍ଣଙ୍କୁ ମଥୁରାପୁରକୁ ନେବାପାଇଁ କିଏ ଆସିଥିଲା?
(A) ଉଦ୍ଧବ
(B) କଂସ
(C) ଅଘାସୁର
(D) ଅକ୍ରୂର
Answer:
(D) ଅକ୍ରୂର

Question 8.
‘ମଥୁରାମଙ୍ଗଳ’ କାବ୍ୟର ରଚୟିତା କିଏ?
(A) ରାଧାନାଥ ରାୟ
(B) ଭକ୍ତଚରଣ ଦାସ
(C) ଉପେନ୍ଦ୍ରନାଥ ଦାସ
(D) ସାରଳା ଦାସ
Answer:
(B) ଭକ୍ତଚରଣ ଦାସ

Question 9.
କବି ଭକ୍ତଚରଣଙ୍କ ସମୟସୀମା କେବେ?
(A) ୧୮୦୫–୧୯୦୦
(B) ୧୫୫୦–୧୬୬୦
(C) ୧୯୦୦–୨୦୧୦
(D) ୧୭୮୦–୧୮୫୫
Answer:
(D) ୧୭୮୦–୧୮୫୫

Question 10.
ଭକ୍ତଚରଣଙ୍କ ପିତୃଦତ୍ତ ନାମ କ’ଣ ଥିଲା?
(A) ବାବାଜୀ ଚରଣ ପଟ୍ଟନାୟକ
(B) ସିଦ୍ଧେଶ୍ଵର ପରିଡ଼ା
(C) ସୀତାକାନ୍ତ ପଟ୍ଟନାୟକ
(D) ବୈରାଗୀ ଚରଣ ପଟ୍ଟନାୟକ
Answer:
(B) ସିଦ୍ଧେଶ୍ଵର ପରିଡ଼ା

Question 11.
କେଉଁ ଦୀକ୍ଷା ଗ୍ରହଣ କରିବା ପରେ ତାଙ୍କ ନାମ ହେଲା ଭକ୍ତଚରଣ ଦାସ ହୋଇଥିଲା?
(A) ଗୌଡ଼ୀୟ ଦୀକ୍ଷା
(B) ଶୈବ ଦୀକ୍ଷା
(C) ବୈଷ୍ଣବ ଦୀକ୍ଷା
(D) ମନଃଦୀକ୍ଷା
Answer:
(C) ବୈଷ୍ଣବ ଦୀକ୍ଷା

Question 12.
କବି ଭକ୍ତଚରଣ ଜନ୍ମ ସମୟ କେବେ?
(A) ୧୭୮୦
(B) ୧୮୫୦
(C) ୧୭୯୦
(D) ୧୯୩୦
Answer:
(A) ୧୭୮୦

Question 13.
କବି ଭକ୍ତଚରଣ କେଉଁ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ?
(A) କଟକ
(B) ପୁରୀ
(C) ଖୋର୍ଦ୍ଧା
(D) ସମ୍ବଲପୁର
Answer:
(B) ପୁରୀ

Question 14.
ଶ୍ରୀକୃଷ୍ଣ ଜନ୍ମସ୍ଥାନ କେଉଁଠି?
(A) ମଥୁରାପୁର
(B) ଯମୁନାକୂଳ
(C) ଗୋପପୁର
(D) ଅଯୋଧ୍ୟା
Answer:
(A) ମଥୁରାପୁର

Question 15.
ରାମକୃଷ୍ଣ କିଏ?
(A) ଅର୍ଜୁନ-କୃଷ୍ଣ
(B) ବଳରାମ-ଶ୍ରୀକୃଷ୍ଣ
(C) କୃଷ୍ଣ-କଂସ
(D) ଅଭିମନ୍ୟୁ-ଶ୍ରୀକୃଷ୍ଣ
Answer:
(B) ବଳରାମ-ଶ୍ରୀକୃଷ୍ଣ

Question 16.
‘କୁଧର’ ଶବ୍ଦର ଅର୍ଥ କ’ଣ?
(A) ପର୍ବତ
(B) ମନ୍ଦଲୋକ
(C) କୃଷ୍ଣ
(D) ଭଲଲୋକ
Answer:
(A) ପର୍ବତ

(ଖ) ୧ ନମ୍ବର ବିଶିଷ୍ଟ ଏକ ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନବଳୀ ।

Question 1.
‘ମଥୁରାମଙ୍ଗଳ’ କାବ୍ୟର ରଚୟିତା କିଏ ? ଓଡ଼ିଆ ସାହିତ୍ୟରେ ସେ କେଉଁ ଯୁଗର କବି?
Answer:
‘ମଥୁରାମଙ୍ଗଳ’ କାବ୍ୟର ରଚୟିତା ହେଉଛନ୍ତି ଭକ୍ତଚରଣ ଦାସ । ଓଡ଼ିଆ ସାହିତ୍ୟରେ ସେ ହେଉଛନ୍ତି ରୀତିଯୁଗର କବି ।

Question 2.
ଭକ୍ତଚରଣ କେଉଁ ଧର୍ମର ଉପାସକ ଥିଲେ?
Answer:
ଭକ୍ତଚରଣ ଗୌଡ଼ୀୟ ବୈଷ୍ଣବ ଧର୍ମର ଉପାସକ ଥିଲେ ।

Question 3.
ଭକ୍ତଚରଣ କାହାକୁ ପୂଜା କରୁଥିଲେ ?
Answer:
ଭକ୍ତଚରଣ ବୃନ୍ଦାବନ ଚନ୍ଦ୍ରଙ୍କୁ ପୂଜା କରୁଥିଲେ ।

Question 4.
ଭକ୍ତଚରଣଙ୍କ ରଚିତ ଦୁଇଟି ଗ୍ରନ୍ଥର ନାମ ଲେଖ ।
Answer:
ଭକ୍ତଚରଣଙ୍କ ରଚିତ ଦୁଇଗୋଟି ଗ୍ରନ୍ଥ ହେଉଛି – କଳାକଳେବର ଚଉତିଶା, ମନବୋଧ ଚଉତିଶା ।

Question 5.
‘ମଥୁରାମଙ୍ଗଳ’ କାବ୍ୟରେ କେତୋଟି ଛାନ୍ଦ ରହିଛି?
Answer:
‘ମଥୁରାମଙ୍ଗଳ’ କାବ୍ୟରେ ୩୦ଟି ଛାନ୍ଦ ରହିଛି ।

Question 6.
କାବ୍ୟ ଆରମ୍ଭରେ କବି କାହାର ବନ୍ଦନା କରିଛନ୍ତି?
Answer:
କାବ୍ୟ ଆରମ୍ଭରେ କବି ଶ୍ରୀକୃଷ୍ଣଙ୍କର ବନ୍ଦନା କରିଛନ୍ତି ।

Question 7.
କବି କାହାକୁ ଅମୃତ ବାରାଧ୍ ବୋଲି କହିଛନ୍ତି?
Answer:
କବି କୃଷ୍ଣ ଚରିତକୁ ଅମୃତ ବାରାଧ୍ ବୋଲି କହିଛନ୍ତି ।

Question 8.
କଳି-କଳୁଷ ରୋଗର ଔଷଧ କ’ଣ?
Answer:
କୃଷ୍ଣ ଚରିତ ପଠନ, ଶ୍ରବଣ, ଲିଖନ ହେଉଛି କଳି-କଳୁଷ ରୋଗର ଔଷଧ ।

Question 9.
ଭାଗବତରେ କୃଷ୍ଣ ଚରିତ ପ୍ରସଙ୍ଗ କିଏ କାହାକୁ ଶୁଣାଇଛନ୍ତି?
Answer:
ଭାଗବତରେ କୃଷ୍ଣଚରିତ ଶୁକମୁନି ପରୀକ୍ଷିତ ରାଜାଙ୍କୁ ଶୁଣାଇଛନ୍ତି ।

Question 10.
ଭାଗବତର କେଉଁ ସ୍କନ୍ଧରେ କଂସର ଜନ୍ମ-ମରଣ ପ୍ରସଙ୍ଗ ବର୍ଣ୍ଣିତ ହୋଇଛି?
Answer:
ଭାଗବତର ଦଶମ ସ୍କନ୍ଧରେ କଂସର ଜନ୍ମ-ମରଣ ପ୍ରସଙ୍ଗ ବର୍ଣ୍ଣିତ ହୋଇଛି ।

Question 11.
କଂସର ପିତା ଓ ମାତାଙ୍କ ନାମ କ’ଣ?
Answer:
କଂସର ପିତାଙ୍କ ନାମ ଦୁର୍ମିଳାସୁର ଓ ମାତାଙ୍କ ନାମ ଇନ୍ଦୁମତୀ ।

Question 12.
କୃଷ୍ଣ ଗୋପପୁରରେ କେଉଁ କେଉଁ ଅସୁରମାନଙ୍କୁ ବିନାଶ କରିଥିଲେ ।
Answer:
କୃଷ୍ଣ ଗୋପପୁରରେ ପୁତନା, ତୃଣା, ଶକଟା, ବକା, ଅଘା ଆଦି ଅସୁରମାନଙ୍କୁ ବିନାଶ କରିଥିଲେ ।

Question 13.
ନନ୍ଦରାଜାଙ୍କୁ କିଏ ହରଣ କରି ନେଇଥିଲେ?
Answer:
ନନ୍ଦରାଜାଙ୍କୁ ବରୁଣ ହରଣ କରି ନେଇଥିଲେ ।

Question 14.
କଂସ ରାଜାର ମନ୍ତ୍ରୀଙ୍କ ନାମ କ’ଣ?
Answer:
କଂସ ରାଜାର ମନ୍ତ୍ରୀଙ୍କ ନାମ ଅକ୍ରୂର ।

Question 15.
‘ଭସ୍ମ କୋଷରେ ଅଗ୍ନିକଣା ଥାଇ, ମନ୍ଦ ପବନେ ବଳିଷ୍ଠ ହୁଅଇ’ – ଏକଥା କିଏ କାହାକୁ କହିଛି?
Answer:
ଏକଥା କଂସରାଜା ମନ୍ତ୍ରୀ ଅକୃରଙ୍କୁ କହିଛନ୍ତି ।

Question 16.
କଂସ ଅକ୍ରୂର ହାତରେ ନନ୍ଦଙ୍କ ପାଖକୁ କ’ଣ ପଠାଇଥିଲା?
Answer:
କଂସ ଅକ୍ରୁର ହାତରେ ନନ୍ଦଙ୍କ ପାଖକୁ ‘ଆଜ୍ଞାପତ୍ର’ ଲେଖୁ ପଠାଇଥିଲା ।

Question 17.
ଗୋପରୁ କୃଷ୍ଣ ବଳରାମଙ୍କୁ ଆଣିବା ପାଇଁ କଂସ କାହାକୁ ପଠାଇଥିଲା?
Answer:
ଗୋପରୁ କୃଷ୍ଣ-ବଳରାମଙ୍କୁ ଆଣିବା ପାଇଁ ମନ୍ତ୍ରୀ ଅକ୍ରୂରକୁ ପଠାଇଥିଲା ।

Question 18.
ସଫଳାସୁତ କିଏ ? ସେ କ’ଣ ଦେଖିବାକୁ ଉଚ୍ଛନ୍ନ ହେଲା?
Answer:
ସଫଳାସୁତ ଅକ୍ରୂର । ସେ କୃଷ୍ଣଙ୍କୁ ଦେଖିବା ପାଇଁ ଉଚ୍ଛନ୍ନ ହେଲା ।

Question 19.
ଅକ୍ରୁର ଯିବାବେଳେ କ’ଣ ଶୋଭା ପାଉଥିଲା?
Answer:
ଅକ୍ରୂର ଯିବାବେଳେ ରହୁବର ବା ରଥଶ୍ରେଷ୍ଠ ଶୋଭା ପାଉଥିଲା ।

Question 20.
କଂସର ଡଗର କିଏ? ସେ କେଉଁଠିକି ଯାଇଛି?
Answer:
କଂସର ଡଗର ଅକ୍ରୂର । ସେ ଗୋପପୁରକୁ ଯାଇଛି ।

Question 21.
ଶ୍ରୀକୃଷ୍ଣ କେଉଁଠି ବସିଥ‌ିବେ ବୋଲି ଅକୃର ଭାବିଛି?
Answer:
ଶ୍ରୀକୃଷ୍ଣ ଗୋପାଳମାନଙ୍କ ମେଳରେ ନନ୍ଦଙ୍କ କୋଳରେ ବସିଥିବେ ବୋଲି ଅକ୍ରୂର ଭାବିଛି ।

Question 22.
ଅକ୍ରୁରଙ୍କୁ ଦୂରରୁ ଅନାଇ କିଏ ଡାକିବେ?
Answer:
ଅକ୍ରୂରଙ୍କୁ ଦୂରରୁ ଅନାଇ ରାମ-କୃଷ୍ଣ ଦୁଇଭାଇ ତାଙ୍କୁ ଡାକିବେ।

Question 23.
ଅକ୍ଟର ଆଖୁବୁଜି କାହାର ଲୀଳା ସ୍ମରଣ କରିଛି?
Answer:
ଅକ୍ରୂର ଆଖିବୁଜି ଗୋବିନ୍ଦଙ୍କ ଲୀଳା ସ୍ମରଣ କରିଛି ।

Question 24.
ଶରୀର ଗନ୍ଧ ପାଇ କ’ଣ ଆନନ୍ଦ ହେବ?
Answer:
ଶରୀର ଗନ୍ଧ ପାଇ ନାସାଦ୍ବାରା ଆନନ୍ଦ ହେବ ।

Question 25.
ଅକ୍ରୁର କାହାର ଭାଇ?
Answer:
ଅକ୍ରୂର କୃଷ୍ଣଙ୍କ ପିତା ବସୁଦେବଙ୍କ ଭାଇ ଅଟନ୍ତି ।

(ଗ) ୨ ନମ୍ବର ବିଶିଷ୍ଟ ଦୁଇଟି ବାକ୍ୟରେ ଉତ୍ତରମୂଳକ ପ୍ରଶ୍ନବଳୀ । ଲେଖା ଓ ଲେଖକଙ୍କ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।
(ଉତ୍ତର ଲେଖିବାବେଳେ ଲେଖା ଓ ଲେଖକଙ୍କ ନାମ ଉଲ୍ଲେଖ କରିବାକୁ ପଡ଼ିବ ।)

Question 1.
ଶ୍ରୀକୃଷ୍ଣଙ୍କୁ ଦେଖ୍ ଅକୃରଙ୍କର କ’ଣ ହେବ ବୋଲି ସେ ଭାବିଛନ୍ତି ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଶ୍ରୀକୃଷ୍ଣଙ୍କୁ ଦେଖ୍ ତାଙ୍କର ମୁକ୍ତି ହୋଇଯିବ, ସେ ପରମଗତି ଲାଭ କରିବେ ଏବଂ ଭବ ବନ୍ଧନରୁ ସବୁଦିନ ପାଇଁ ଛେଦ କରିବେ ବୋଲି ଅକ୍ରୂର ଭାବିଛନ୍ତି ।

Question 2.
ଅକୃରଙ୍କୁ ଦେଖ୍ ଶ୍ରୀକୃଷ୍ଣ କାହିଁକି ମାୟା ରଚନା କରିଥିଲେ ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅକୂରଙ୍କୁ ଦେଖୁ ଶ୍ରୀକୃଷ୍ଣ ତାଙ୍କ ଭକ୍ତିଭାବର ପରିଚୟ ପାଇବାପାଇଁ ମାୟା ରଚନା କରିଥିଲେ ।

Question 3.
ଅକ୍ରୂର ପ୍ରଥମେ କାହିଁକି କୃଷ୍ଣଙ୍କୁ ଚିହ୍ନି ପାରିଲେ ନାହିଁ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅକ୍ରୂରଙ୍କୁ ଦେଖ୍ କୃଷ୍ଣ ମାୟା ରଚନା କଲେ । ସମସ୍ତ ଗୋପାଳମାନଙ୍କର ସମ ଭୂଷଣ, ସମ ଗମନ, ସମ ଚାହାଁଣିକୁ ଦେଖ୍ ଅକ୍ରୂର ପ୍ରଥମେ କିଏ ରାମ ଓ କିଏ କୃଷ୍ଣ ବୋଲି ଚିହ୍ନି ପାରିଲେ ନାହିଁ ।

Question 4.
କୃଷ୍ଣ ଅକୃରଙ୍କୁ କି କି ଦ୍ରବ୍ୟ ଖାଇବାକୁ ଦେଇଥିଲେ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କୃଷ୍ଣ ଅକ୍ରୁରଙ୍କୁ ବିଭିନ୍ନ ପୁରଦିଆ ପିଠା, ସର, ଲବଣୀ ଆଦି ଖାଇବାକୁ ଦେଇଥିଲେ ।

Question 5.
ରାମକୃଷ୍ଣ ଅକୃରଙ୍କର କିପରି ସେବା କରିଥିଲେ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ରାମକୃଷ୍ଣ ଆନନ୍ଦରେ ଅକୃରଙ୍କୁ ଘରକୁ ଡାକିନେଇ ପାଦଧୋଇ ବିବିଧ ପୁରଦିଆ ପିଠା, ସର, ଲବଣୀ ଖାଇବାକୁ ଦେଲେ । ଦେହରେ ବାସଚନ୍ଦନ ଲେପନ କରି ରତ୍ନ ପଲଙ୍କରେ ଝୀନବସନ ପାରିଦେଇ ତହିଁ ଉପରେ ପୁଷ୍ପ ବିଞ୍ଚି ତାଙ୍କ ଶେଶଇବା ବ୍ୟବସ୍ଥା କରିଥିଲେ । ଅକ୍ରୂର ଶୟନ କରିବା ପରେ ତାଙ୍କର ପାଦ ଚାପିଥିଲେ । ଏହିପଟି ରାମକୃଷ୍ଣ ଅକୃରଙ୍କର ସେବା କରିଥିଲେ ।

Question 6.
କୃଷ୍ଣଙ୍କ ଦନ୍ତର କାନ୍ତି କିପରି ଥୁଲା ଓ ତାହା କାହାକୁ ନିନ୍ଦା କରୁଥିଲା ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କୃଷ୍ଣଙ୍କ ଦନ୍ତର କାନ୍ତି ଡାଳିମ୍ବ ମଞ୍ଜି ସଦୃଶ ଥିଲା ଓ ତାହା ଚନ୍ଦ୍ରକୁ ନିନ୍ଦା କରୁଥିଲା ।

Question 7.
କୃଷ୍ଣଙ୍କ ଶିରର ତ୍ରିମୁଣ୍ଡୀ କିପରି ଶୋଭା ପାଉଥିଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କୃଷ୍ଣଙ୍କ ଶିରର ତ୍ରିମୁଣ୍ଡି ଇନ୍ଦ୍ରଧନୁ ସଦୃଶ ଶୋଭା ପାଉଥିଲା ।

Question 8.
‘କାହାର ଧନ ଜୀବନ ଚିର ନୋହି ହୋଇବ ହୀନ’ – ଏକଥା କିଏ, କାହାକୁ ଓ କାହିଁକି କହିଛନ୍ତି?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଏକଥା କୃଷ୍ଣ ଅକୃରଙ୍କୁ କଂସର ଦୌରାମ୍ୟକୁ ଲକ୍ଷ୍ୟକରି କହିଛନ୍ତି ।

Question 9.
କଂସର ଆଜ୍ଞାପତ୍ର କାହାକୁ ଦେବାପାଇଁ କୃଷ୍ଣ ଅକୃରଙ୍କୁ କହିଛନ୍ତି?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସର ଆଜ୍ଞାପତ୍ର ପିତା ନନ୍ଦକୁ ଦେବାପାଇଁ କୃଷ୍ଣ ଅକୃରଙ୍କୁ କହିଛନ୍ତି ।

Question 10.
କବି କାହିଁକି ନିରାଶ ହୋଇଛନ୍ତି?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କବି ସାଧୁ ସଙ୍ଗ ନପାଇ ନିରାଶ ହୋଇଛନ୍ତି ।

Question 11.
କଂସ ଚିଠିରେ କ’ଣ ଲେଖୁଛି?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସ ଅତିମାତ୍ରାରେ କ୍ରୋଧାନ୍ଵିତ ହୋଇ ନନ୍ଦରାଜାଙ୍କୁ ଚିଠିରେ ଲେଖିଛି ଯେ ମୋର ଆଜ୍ଞା ମୁତାବକ ତତ୍‌କାଳେ ମଥୁରାକୁ ଆସିବୁ, ନଚେତ୍ ତୋର ସ୍କନ୍ଧ ଛେଦନ କରିବି ।

Question 12.
କଂସର ଅତି ଶକ୍ତିଶାଳୀ ବୀର କେଉଁମାନେ ବୋଲି ପୁରାଣରେ ବର୍ଣ୍ଣିତ ହୋଇଅଛି ।
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ନାରକା, ବ୍ୟୋମ, ଅଘା, ପ୍ରଳମ୍ବା, କଦମ୍ବା, ଦୁର୍ବିନ୍ଦ ପ୍ରଭୃତି ଅସୁରମାନେ କଂସର ଅତି ଶକ୍ତିଶାଳୀ ବୀର ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି ।

Question 13.
କଂସର ମନ୍ତ୍ରୀ ଅକ୍ରୂର କାହିଁକି ଭ୍ରମରେ ପଡ଼ିଥିଲା?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କୃଷ୍ଣ ମାୟା ରଚିବାରୁ ଗୋପବାଳକମାନଙ୍କ ମଧ୍ୟରୁ କିଏ କୃଷ୍ଣ ଓ କିଏ ବଳରାମ ଜାଣିନପାରି କଂସର ମନ୍ତ୍ରୀ ଭ୍ରମରେ ପଡ଼ିଥିଲା ।

Question 14.
୧୪। ଜ୍ଞାନୀମାନଙ୍କ ମୁହଁରୁ କବି କ’ଣ ଶୁଣୁଥିଲେ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କୃଷ୍ଣନାମ ଭଜନ କଲେ ଜୀବନରେ ମୁକ୍ତି ମିଳେ ବୋଲି କବି ଜ୍ଞାନୀମାନଙ୍କ ମୁହଁରୁ ଶୁଣିଥିଲେ ।

Question 15.
କଂସର ଅତ୍ୟାଚାରରେ ଅତିଷ୍ଠ ହୋଇ ଦେବଗଣ କାହାକୁ ଗୁହାରି ଜଣାଇଥିଲେ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
କଂସର ଅତ୍ୟାଚାରରେ ଅତିଷ୍ଠ ହୋଇ ଦେବଗଣ କ୍ଷୀର ସାଗରରେ ନଗଶୟନ କରିଥିବା ବିଷ୍ଣୁଙ୍କ ପାଖରେ ଗୁହାରି କରିଥିଲେ ।

Question 16.
ଅକ୍ରୂର କ’ଣ ସାଜିଲା ଓ ସେଥ‌ିରେ କ’ଣ ଯୋଚିଲା ?
Answer:
କାବ୍ୟ – ମଥୁରାମଙ୍ଗଳ
କବି – ଭକ୍ତଚରଣ ଦାସ
ଅକ୍ରୂର ରଥ ସାଜିଲା ଓ ସେଥୁରେ ଅଶ୍ବ ଯୋଚିଲା ।

+2 1st Year Odia Optional Chapter 1 ମଥୁରାମଙ୍ଗଳ Summary

ମଥୁରାମଙ୍ଗଳ କବି ପରିଚୟ
ରୀତିଯୁଗୀୟ ଓଡ଼ିଆ ସାହିତ୍ୟରେ ଯେଉଁ କେତେଜଣ କବି କାବ୍ୟ ରଚନାକରି ଓଡ଼ିଆ ପୁରାଣ ସାହିତ୍ୟକୁ ସମୃଦ୍ଧ ଓ ବଳିଷ୍ଠ କରି ଯାଇଛନ୍ତି ତନ୍ମଧ୍ୟରୁ ‘ମଥୁରାମଙ୍ଗଳ’ର କବି ଭକ୍ତଚରଣ ଦାସ ଅନ୍ୟତମ । ଓଡ଼ିଆ ସାହିତ୍ୟରେ ସେ ହେଉଛନ୍ତି ଅନୁରାଗ ଓ ବିରାଗର କବି । କବିଙ୍କ ରଚିତ ‘ମନବୋଧ ଚଉତିଶା’ରେ ଜୀବନର ଅନ୍ତଦୃଷ୍ଟି, ଦୈହିକ ଭୋଗତୃଷ୍ଠା ଓ ସାଂସାରିକ ଲାଳସା ପ୍ରତି ବୈରାଗ୍ୟଭାବ ପାଠକ ପ୍ରାଣକୁ ଯେଭଳି ବିରାଗବ୍ୟଞ୍ଜିତ କରେ, ‘କଳା କଳେବର ଚଉତିଶା’ରେ ଗୋପୀମାନଙ୍କର କୃଷ୍ଣପ୍ରେମ ଓ କୃଷ୍ଣଙ୍କ ପ୍ରତି ଅତ୍ୟଧ‌ିକ ଆସକ୍ତି ପାଠକକୁ ଅନୁରୂପ ଭାବରେ ପ୍ରେମ ଅନୁରାଗୀ କରାଇଥାଏ । ଭକ୍ତଚରଣ ଥିଲେ ଓଡ଼ିଆ ସାହିତ୍ୟରେ ଭକ୍ତିବାଦର ପ୍ରଚାରକ । ତାଙ୍କର ଜନ୍ମ ବିଷୟରେ ଜାଣିବା ଏବେବି ରହସ୍ୟମୟ । କିମ୍ବଦନ୍ତୀ ଅନୁସାରେ ତାଙ୍କର ପିତୃଦତ୍ତ ନାମ ଥିଲା ବୈରାଗୀଚରଣ ପଟ୍ଟନାୟକ । ଜାତିରେ ସେ ଥିଲେ କରଣ । ସେ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେବାପରେ ତାଙ୍କର ନାମ ରଖାଗଲା ଭକ୍ତଚରଣ ଦାସ । ଖୋର୍ଦ୍ଧା ରାଜା ଦିବ୍ୟସିଂହ ଦେବଙ୍କର ସେ ଥିଲେ ସମସାମୟିକ । ଖୋର୍ଦ୍ଧା ଜିଲ୍ଲାର ସୁନାଖଳାରେ (ସାନପଦର ଗ୍ରାମରେ) ଏବେ ସୁଦ୍ଧା ତାଙ୍କର ଏକ ମିଠ ଅଛି ।

କେହି କେହି ସମାଲୋଚକ ତାଙ୍କର ଜନ୍ମ ୧୭୨୯ ମସିହାରେ ଖୋର୍ଦ୍ଧା ଜିଲ୍ଲା ସାନପଦର ଗ୍ରାମରେ ହୋଇଥିଲା ବୋଲି ଉଲ୍ଲେଖ କରିଛନ୍ତି । ସେ ଯାହା ହେଉନା କାହିଁକି ୧୮୧୩ ମସିହା କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ୮୪ ବର୍ଷ ବୟସରେ ସୁନାଖଳାଠାରୁ ସଂକୀର୍ତ୍ତନ କରି ପୁରୀ ଯିବା ବାଟରେ ତାଙ୍କର ମହାପ୍ରୟାଣ ହୋଇଥିଲା । ପ୍ରକୃତରେ କହିବାକୁ ଗଲେ ଭକ୍ତଚରଣ ଥିଲେ ଜଣେ ପ୍ରକୃତ ଭକ୍ତ । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ସେ ଖାଲିପାଦରେ ଭାରତର ବିଭିନ୍ନ ତୀର୍ଥ ସ୍ଥାନରୁ ଚାଲିଚାଲି ଯାଇଥିଲେ । ଖୋର୍ଦ୍ଧା, ବାଣପୁର, ଦଶପଲ୍ଲା ଓ ରାଜସୁନାଖଳାଠାରେ ସେ ଚାରୋଟି ମଠ ସ୍ଥାପନ କରିଥିଲେ । ଯେତେବେଳେ ସେ ଗୌଡ଼ପଡ଼ା ମଠାରେ ଅବସ୍ଥାନ କରୁଥିଲେ, ସେତେବେଳେ ସେ ବୃନ୍ଦାବନଚନ୍ଦ୍ରଙ୍କୁ ଉପାସନା କରୁଥିଲେ । ସେଠାକାର ରାଜକର୍ମଚାରୀମାନେ ତାଙ୍କ ସହିତ ଶତ୍ରୁତା ଆଚରଣ କରି ତାଙ୍କର ଉପାସ୍ୟ ଦେବତାଙ୍କୁ ନଦୀଗର୍ଭକୁ ପକାଇ ଦେଇଥିଲେ । ଭକ୍ତଚରଣଙ୍କୁ ସ୍ୱପ୍ନାଦେଶ ହେଲା ଯେ ସେହି ବିଗ୍ରହକୁ ନେଇ ସୁନାଖଳାରେ ପୂଜା କରିବେ । ତେଣୁ ଭକ୍ତଚରଣ ରାଜସୁନାଖଳାରେ ବୃନ୍ଦାବନଚନ୍ଦ୍ରଙ୍କୁ ସ୍ଥାପନ କରି ପୂଜା କଲେ । ଭକ୍ତଚରଣ ଏକାଧାରରେ ଥିଲେ ଭକ୍ତ, କବି ଓ ଚିକିତ୍ସକ ।

ଭକ୍ତଚରଣ ବହୁ କାବ୍ୟ, କବିତା, ଚଉତିଶା ଆଦି ରଚନା କରିଥିଲେ । ତାଙ୍କର ବହୁଜନାଦୃତ ଗ୍ରନ୍ଥ ହେଉଛି ‘‘ମଥୁରାମଙ୍ଗଳ’’ । ଏତଦ୍‌ବ୍ୟତୀତ ସେ ମଧ୍ଯ ‘ଗୋପମଙ୍ଗଳ’, ‘ମନଃଶିକ୍ଷା’, ‘କଳାକଳେବର ଚଉତିଶା’, ‘ମନବୋଧ ଚଉତିଶା’ ଆଦି କାବ୍ୟକବିତା ରଚନା କରିଥିଲେ । ରଚନା କ୍ରମ ଦୃଷ୍ଟିରୁ କବିଙ୍କ ‘ମନବୋଧଚଉତିଶା’କୁ ପ୍ରାଥମିକ ସ୍ତରର ରଚନା ଭାବରେ ସ୍ବୀକୃତି ଦିଆଯାଏ । ବୈରାଗ୍ୟ, ସାଂସାରିକ ଧର୍ମ ପ୍ରତି ଅନାସକ୍ତିଜନିତ ଅନୁଭବରୁ ଏହି କବିତାର ସୃଷ୍ଟି । ଏଥରେ କବି ଦର୍ଶାଇଛନ୍ତି ଯେ, ଏ ସଂସାର ଅନିତ୍ୟ, ଦେହ ଅନିତ୍ୟ, ସଂପଦ ଅନିତ୍ୟ । ବଞ୍ଚୁଥିଲା ପର୍ଯ୍ୟନ୍ତ ମଣିଷ ମଣିଷକୁ ପଚାରେ, ସ୍ତ୍ରୀ ତା’ର ସ୍ୱାମୀକୁ ଭଲପାଏ, ଜ୍ଞାତି କୁଟୁମ୍ବ ପଚାରନ୍ତି । କିନ୍ତୁ ମରିଗଲେ ମଣିଷକୁ କେହି ପଚାରନ୍ତି ନାହିଁ । ମୃତ୍ୟୁପରେ ତାକୁ କେହି ଛୁଇଁବେ ନାହିଁ । ତା’ପାଇଁ ଦରକାର ହେବ ମାତ୍ର ଛଅ ଖଣ୍ଡ କାଠ । ସେଥ‌ିପାଇଁ କବି ଲେଖୁଛନ୍ତି –

‘‘ଛଅ ଖଣ୍ଡ କାଠ ହେବ ତୋ ପାଇଁ ଲୋଡ଼ା
ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା ।’’ (ମନବୋଧ ଚଉତିଶା)
ପୁଣି ସେ ଲେଖୁଛନ୍ତି ଯେ –
‘‘ଖଣ୍ଡି ଯେ ଖଣ୍ଡି ତୋର
ପିଞ୍ଜରା କାଠି
ଖାଉଣ ଥିବେ ଶ୍ଵାନ
ଶୃଗାଳ ବାଣ୍ଟି ଯେ ।
ଗଲେଣି ତୋ ସଙ୍ଗତୁ
ଯେତେକ ଜନ
ଗଣ୍ଠିରେ ବାନ୍ଧିନେଲେ
କେ କେତେ ଧନ ରେ ।”
ତେଣୁ ସେ କହିଛନ୍ତି ବାରମ୍ବାର ଭଗବାନ ନାମ ନେବାକୁ ବାରମ୍ବାର କହୁଥିଲେ । ତାଙ୍କ ମତରେ –
‘‘କହଇ ମନ ଆରେ ମୋ ବୋଲ କର
କଳା ଶ୍ରୀମୁଖ ବାରେ ଦେଖୁବା ଚାଲ ରେ
କେତେ ଦିନକୁ ମନ ବାନ୍ଧିବୁ ଆଣ୍ଟ
କି ଘେନି ଯିବୁ ତୋ’ର ଛୁଟିଲେ ଘଟ ରେ ।’’

ଅନ୍ୟ କବିମାନଙ୍କ ଅପେକ୍ଷା ଭକ୍ତଚରଣ ଦାସ କିଛିଟା ବାସ୍ତବବାଦୀ ଥିଲେ । ମୃତ୍ୟୁ, ସଂସାର, ଜନ୍ମ, ଦେହ-ଦେହାନ୍ତ ପ୍ରତି କବି ଯଥେଷ୍ଟ ସଚେତନ ଥିଲେ । ତାଙ୍କର କବିତା ପଢ଼ିଲେ ଯେ କେହି ସାଂସାରିକ ଲୋକ ମନରେ ଭରିଯାଏ ବୈରାଗ୍ୟର ସନ୍ଦେଶ । ଅତଏବ ଭକ୍ତଚରଣଙ୍କ କବିତାରେ ଭକ୍ତି ଭାବନାରେ ସ୍ରୋତ କୂଳ ଲଙ୍ଗିଛି ସତ୍ୟ; – କିନ୍ତୁ ଉତ୍ତୁଙ୍ଗ ସାମାଜିକ ଜୀବନ ପ୍ରବାହରେ ଏହା ହୋଇଛି ମର୍ମରିତ ।

ଗୌଡ଼ୀୟ ବୈଷ୍ଣବଧର୍ମରେ ଦୀକ୍ଷିତ ହେବାପରେ କବି ଭକ୍ତଚରଣଙ୍କ ଜୀବନ କୃଷ୍ଣ ପ୍ରେମାନୁରାଗରେ ରଞ୍ଜିତ ହୋଇ ଯାଇଥିଲା । ଜଣେ ସଫଳ ବୈଷ୍ଣବ ଭାବରେ ତାଙ୍କୁ ଚାରିଦିଗ ଦେଖାଯାଉଥିଲା କୃଷ୍ଣମୟ । ଶୟନ, ସପନ, ଜାଗରଣ ସବୁଥ୍ରେ ଯେପରି ତାଙ୍କର ହେଉଥୁଲା ଶ୍ରୀକୃଷ୍ଣଙ୍କ ସାକ୍ଷାତ୍‌କାର । ଦେହ, ମନ, ପ୍ରାଣକୁ ସେ କୃଷ୍ଣ ପଦାରବିନ୍ଦରେ ସମର୍ପିତ କରି ଦେଉଥିଲେ । ଏହି ଐକାନ୍ତିକ କୃଷ୍ଣ ଆତ୍ମିକତାରୁ ଜନ୍ମ ନେଲା ‘‘କଳାକଳେବର ଚଉତିଶା’’ । କୃଷ୍ଣ ଗୋପପୁରକୁ ଆନନ୍ଦ ଉତ୍ସାହରେ ଭରି ଦେଉଥିଲେ । ବିଷୟବାସନା ବ୍ୟସ୍ତ, ଅର୍ଥ ଉପାର୍ଜନନିରତ ଗୋପିନୀମାନଙ୍କ ଜୀବନରେ କୃଷ୍ଣ ଭରି ଦେଉଥ୍ଲେ ପ୍ରେମ ଓ ପ୍ରଣୟର ଅନୁରାଗ । ଗୋପୀଗଣ ଭୁଲିଥିଲେ ତାଙ୍କ ବ୍ୟବସାୟ, ଜାତି, କୁଳ, ଗୋତ୍ର, ବଂଶାଭିମାନ; ଏପରିକି କୃଷ୍ଣ ପାଇଁ ବି ଭୁଲି ଥିଲେ ମଧ୍ୟ ଆପଣାର ପ୍ରିୟତମ ଗୋପାଳମାନଙ୍କୁ । ଏବେ ସେହି କୃଷ୍ଣ ସେମାନଙ୍କୁ ଛାଡ଼ି ଚାଲିଯିବେ ମଧୁପୁରୀକୁ । କଂସର ମନ୍ତ୍ରୀ ଅକ୍ରୂର ଆସିଛନ୍ତି କୃଷ୍ଣଙ୍କୁ ନେଇଯିବା ପାଇଁ ଏ ସମ୍ବାଦ ଗୋପୀମାନେ ଶୁଣିଛନ୍ତି । ପ୍ରଥମେ ସେମାନେ ଏ କଥାକୁ ବିଶ୍ୱାସ କରିପାରି ନାହାଁନ୍ତି । ନିଷ୍ଠୁର ସତ୍ୟକୁ ମୁହାଁମୁହିଁ କରିବାର ସାହାସ ନାହିଁ । ପରସ୍ପର ମଧ୍ୟରେ ପଚରାପଚରି ହେଉଛନ୍ତି ଯେ ସତରେ କ’ଣ କୃଷ୍ଣ ଆମ୍ଭକୁ ଛାଡ଼ି ଚାଲିଯିବେ । ଗୋପୀମାନଙ୍କ ମୁଖରେ କୃଷ୍ଣ ରୂପର ମଞ୍ଜୁଳ ବର୍ଣନା ‘କଳାକଳେବର ଚଉତିଶା’କୁ ଏକାନ୍ତ ଲୋକପ୍ରିୟ କରିଛି । ମନୋହର ଲୋକ ସଙ୍ଗୀତର ସ୍ଵରରେ ଏହା ଆଜି ମଧ୍ୟ ଓଡ଼ିଆ ପ୍ରାଣକୁ ମୁଗ୍ଧ କରେ । ଗୋପୀମାନେ କହୁଛନ୍ତି –

‘‘ଖସି ପଡୁଛି କି ଆକାଶୁ
କିବା ଗଙ୍ଗା-ଯମୁନା,
କ୍ଷୀର ସଙ୍ଗେ ପ୍ରାଣ ଶୋଷିଲେ
ନାଶ ଗଲା ପୁତନା ।
X X X X X X X
ଜହର ସଙ୍ଗତେ ମହୁରା
ଆସି ହେଲା ନିରତ,
ଯୁବତୀ କୁଳକୁ ଦଇବ
କଳା ଏ ହନ୍ତସନ୍ତ |
ଝରିପଡ଼ୁଛି କି ଝୁଣ୍ଟିଆ
ଝସ କେତନ ଘାତେ
ଝାଳ ବିନ୍ଦୁ ବିନ୍ଦୁ ଶ୍ରୀମୁଖ
ବୋହୂ ଅଛି ନିରତେ ।
ନୟନ ଉପରେ ଭୂଲତା
କିଏ କାମ କମାଣ
ନୁହଁନ୍ତି ଏ ପୋଏ କାହାରି
ସବୁ ଗୋପୀଙ୍କ ପ୍ରାଣ ।’’

‘‘କଳାକଳେବର ଚଉତିଶା’’ ରଚନାରେ କବିଙ୍କ ସଫଳତା ତାଙ୍କୁ ‘ମଥୁରାମଙ୍ଗଳ’ ସୃଷ୍ଟି ପାଇଁ ପ୍ରେରଣା ଯୋଗାଇଛି । କୃଷ୍ଣଙ୍କର ଜନ୍ମପରେ ମଥୁରାର ମଙ୍ଗଳ ପାଇଁ ତାଙ୍କର ମଧୁପୁର ଯାତ୍ରା ଓ ଦୁରାଚାରୀ କଂସକୁ ସବୁ ନିପାତ କରିବାର କଥାବସ୍ତୁକୁ ଭିଭିକରି ‘ମଥୁରାମଙ୍ଗଳ’ କାବ୍ୟ ରଚିତ । ‘ମଥୁରା’ ରାଜ୍ୟର ମଙ୍ଗଳ କାମନା ପାଇଁ ବିଷୟ ହୋଇଥିବାରୁ ଏହାର ନାମକରଣ ‘ମଥୁରାମଙ୍ଗଳ’ କରାଯାଇଛି । ସରଳ ଲୋକକଥ୍ତ ଗ୍ରାମ୍ୟଭାଷା ସହିତ ଶାସ୍ତ୍ରୀୟ ଶବ୍ଦର ମଣିକାଞ୍ଚନ ଯୋଗରେ ଏହି କାବ୍ୟ ଏକାନ୍ତ ଶ୍ରୁତିମଧୁର ହୋଇପାରିଛି । ଭାଷ୍ୟ ପ୍ରୟୋଗରେ ଭକ୍ତଚରଣଙ୍କର ନିଷ୍ଠା ଯେକୌଣସି ପାଠକଠାରେ ଭାବ ତନ୍ମୟତା ସୃଷ୍ଟିକରେ । ମଥୁରା ରାସ୍ତାରେ ମଦନମୋହନ ରୂପ ଧାରଣ କରି କୃଷ୍ଣ କଂସର ରାଜସଭାକୁ ଯାଉଥିବାବେଳର ଗୋଟିଏ ଦୃଶ୍ୟର ବର୍ଣ୍ଣନାରୁ ଦୃଷ୍ଟାନ୍ତ ସ୍ଵରୂପ ନିଆଯାଇପାରେ –

‘‘ବାବୁ ସେ ନବ ନାଗର କାହୁ
ଦେଖୁ ପାଶୋରିବ କାହାର ମନୁ ।
ଶିଶୁଙ୍କୁ ଦିଶନ୍ତି ଶିଶୁ ପରାୟେ
ନାରୀଙ୍କ ଦୃଷ୍ଟିକୁ ମଦନରାୟେ ।
ବୃଦ୍ଧଙ୍କୁ ବାଳକ ସ୍ଵଭାବ ମତି
ଜ୍ଞାନୀଙ୍କି ନିର୍ଗୁଣ ରୂପ ଶ୍ରୀପତି ।
ଭକ୍ତକୁ ନନ୍ଦ-ନନ୍ଦନ ପରା
ନାନା ରୂପ ଧରେ ନନ୍ଦର ଧରା ।’’

ଭକ୍ତକବିଙ୍କର ଅନ୍ତର ଥୁଲା ଭକ୍ତିରେ ନିତ୍ୟ ଢଳଢଳ । ବୃନ୍ଦାବନଚନ୍ଦ୍ରଙ୍କୁ ସେ ପୂଜା କରୁଥିଲେ । ସେ ଥିଲେ ବୈଷ୍ଣବ । ସାଧୁସନ୍ଥଙ୍କ ପ୍ରତି ତାଙ୍କର ଥିଲା ବହୁ ଆଦର । ଭକ୍ତଚରଣ ଯେ କେବଳ କବି ଏକଥା ନୁହେଁ, କବିରାଜି ଶାସ୍ତ୍ରରେ ମଧ୍ୟ ତାଙ୍କର ନିପୁଣତା ଥିବା କଥା ତାଙ୍କ ଲିଖିତ ‘ମନଃଶିକ୍ଷା’ ଓ ବୈଦ୍ୟଶାସ୍ତ୍ରରୁ ସ୍ପଷ୍ଟ ଅନୁମତି ହୁଏ । କବିଙ୍କ ରଚିତ ଗ୍ରନ୍ଥଗୁଡ଼ିକ ହେଲା –

  • ମଥୁରାମଙ୍ଗଳ
  • ଗୋପମଙ୍ଗଳ
  • ମନବୋଧ ଚଉତିଶା
  • କଳାକଳେବର ଚଉତିଶା
  • ମନଃଶିକ୍ଷା
  • ବୈଦ୍ୟଶାସ୍ତ୍ର ଇତ୍ୟାଦି

କବିଙ୍କର ସାଧନାର ପୀଠ ଥୁଲା ରାଜସୁନାଖଳା ମଠ । ‘ମଥୁରାମଙ୍ଗଳ’ କାବ୍ୟଟି ଜୀବନର ଶେଷ ପାଦରେ ରଚନା କରିଥିବାରୁ ରାଜସୁନାଖଳା ମଠରେ ଏହାର ଆରମ୍ଭ ଓ ଶେଷ ହୋଇଥିଲା ବୋଲି ମନେହୁଏ । ଏହା ପୂର୍ବରୁ ସେ ‘କଳାକଳେବର ଚଉତିଶା’, ‘ମନବୋଧ ଚଉତିଶା’ ଓ ‘ମନଃଶିକ୍ଷା’ ରଚନା କରିଥିଲେ । କଥ୍ତ ଅଛି ଯେ– ଦୁଇଟି ବୈଦ୍ୟଶାସ୍ତ୍ର ଗ୍ରନ୍ଥ ଓ ‘ଗୋପମଙ୍ଗଳ’ କାବ୍ୟ ମଧ୍ୟ ରଚନା କରିଥିଲେ । କିନ୍ତୁ ଏହା ଅଦ୍ୟାବଧୂ ବି ଦୁଷ୍ଟ୍ରାପ୍ୟ । କବିଙ୍କ ‘କଳାକଳେବର ଚଉତିଶା’ ଓ ‘ମନବୋଧ ଚଉତିଶା’ର ଅପୂର୍ବ ସାଙ୍ଗୀତିକତା ପାଠକ ଓ ଶ୍ରୋତାଙ୍କୁ ମୁଗ୍ଧ କରିରଖେ । ଭକ୍ତଚରଣ – ଭକ୍ତ, ବୈଷ୍ଣବ – ପୁଣି ସେ କବି । ଗୋଟିଏ ମଣିଷର ତିନୋଟି ବୃତ୍ତି । ସଂସାରର ହିତ ଏ ବୃତ୍ତିସମୂହର ଧର୍ମ । ‘‘ମଥୁରାମଙ୍ଗଳ’’ କାବ୍ୟରେ ଗୋପାଙ୍ଗନାମାନେ ଭକ୍ତିମାର୍ଗର ଅଧିକାରିଣୀ, କୃଷ୍ଣ ସେମାନଙ୍କର ଆରାଧ୍ୟ ଦେବତା । ଲୌକିକ ଚରିତ୍ର ନେଇ ପ୍ରକଟିତ କୃଷ୍ଣ ତାଙ୍କର ସାକାର ବ୍ରହ୍ମ । ସେ ଗୋପୀମାନଙ୍କର ସୁଖ-ଦୁଃଖ ସହିତ ସଂଶ୍ଳିଷ୍ଟ । ଗୋପୀମାନଙ୍କ ସଗୁଣ ପ୍ରେମଭକ୍ତି ତାଙ୍କ ଭକ୍ତିର ଆଧାର । ପ୍ରେମରେ ଆବେଶିତ ମନହିଁ ମଣିଷକୁ ପ୍ରଭୁଙ୍କ ନିକଟତର କରାଏ । ଶେଷରେ ଉପାସ୍ୟ ଓ ଉପାସକର ଏକୀକରଣ ହୋଇଥାଏ ଯେତେବେଳେ ଦୁହେଁ ଅଭିନ୍ନ, ପ୍ରେମରେ ଅତୀନ୍ଦ୍ରିୟତା ସେତେବେଳେ ପ୍ରେମ ପ୍ରେମିକକୁ ଯୁଗବଥ ଶାଶ୍ୱତ ଓ ମହାନ୍
କରେ ।

ଭକ୍ତଚରଣ ଅବତାରୀ କୃଷ୍ଣଙ୍କୁ ଏହି ରୂପରେ ଦେଖୁଛନ୍ତି ଓ ତା’ର ପ୍ରତିଷ୍ଠା ମଧ୍ଯ ଚାହିଁଛନ୍ତି, ଠିକ୍ ଚୈତ୍ୟନଙ୍କ ପରି । ‘ମଥୁରାମଙ୍ଗଳ’ରେ ଉଦ୍ଧବ ଜ୍ଞାନମାର୍ଗୀ ଓ ଗୋପାଙ୍ଗନାମାନେ ପ୍ରେମ ମାର୍ଗର ପଥକ । ଦୁଇଟିର ଦ୍ବନ୍ଦ୍ବ ମଧ୍ୟରେ ପ୍ରେମମାର୍ଗର ବିଜୟବାର୍ତ୍ତା ଭକ୍ତଚରଣ ‘ମଥୁରାମଙ୍ଗଳ’ରେ ଶୁଣାଇଛନ୍ତି । ନତମସ୍ତକ ହୋଇ ଉଦ୍ଧବ ଗୋପୀମାନଙ୍କ ପ୍ରେମଭକ୍ତିକୁ ସ୍ଵୀକାର କରିନେଇଛନ୍ତି । ଦର୍ଶନର ନିଗୂଢ଼ ତତ୍ତ୍ଵରାଜିରୁ ସେ ସହଜ, ସରଳ ଓ ବୋଧଗମ୍ୟ ଭାଷାରେ ବ୍ୟାଖ୍ୟା କରିଛନ୍ତି । ସେଥ‌ିରେ ଅଯଥା ପାଣ୍ଡିତ୍ୟ ଓ କ୍ଳିଷ୍ଟତା ନାହିଁ । ଜୀବ ଓ ବ୍ରହ୍ମକୁ ସେ ପୃଥକ୍ ପୃଥକ୍ ଭାବରେ ଦେଖୁଛନ୍ତି । ଅର୍ଥାତ ଜୀବର ବ୍ରହ୍ମ ସହିତ ମିଶ୍ରଣକୁ ସେ ସ୍ଵୀକାର କରିନାହାଁନ୍ତି, କିନ୍ତୁ ତାଙ୍କର ଏକ ମନନଶୀଳ ବ୍ୟକ୍ତି ଯେ ସେ ଜୀବ ପ୍ରତି ଦୟା ପ୍ରଦର୍ଶନ କରିବାକୁ ଚାହିଁଛନ୍ତି ।

ପୂର୍ବଭାଷା :
‘ମଥୁରାମଙ୍ଗଳ’ ପୂର୍ବରୁ କୃଷ୍ଣ-ବିଷୟକ କାହାଣୀକୁ ଆଧାର କରି ଓଡ଼ିଶାରେ ବହୁ କାବ୍ୟକବିତା ରଚିତ ହୋଇଛି । କିନ୍ତୁ ‘ମଥୁରାମଙ୍ଗଳ’ ଓଡ଼ିଆ କାବ୍ୟଧାରାରେ ସ୍ବାତନ୍ତ୍ର୍ୟ ରକ୍ଷା କରିଥାଏ । କୃଷ୍ଣବିଷୟକ ଗୀତିକବିତା—ଚଉତିଶା ଏବଂ କାବ୍ୟ ମଧ୍ୟରେ ‘ମଥୁରାମଙ୍ଗଳ’ ଥିଲା ଏକ ଯୋଗସୂତ୍ର ସମ୍ପାଦକ କାବ୍ୟ । ‘ମଥୁରାମଙ୍ଗଳ’ ଅନ୍ୟାନ୍ୟ କୃଷ୍ଣବିଷୟକ କାବ୍ୟଠାରୁ ସ୍ୱତନ୍ତ୍ର, ବ୍ୟତିକ୍ରମ ଓ ଅନନ୍ୟ ମଧ୍ଯ । ପ୍ରସଙ୍ଗତଃ ଭାଗବତ ବ୍ୟତୀତ ଉପର୍ୟ୍ୟକ୍ତ ଗ୍ରନ୍ଥଗୁଡ଼ିକ ସହ ଏକ ତୁଳନାତ୍ମକ ବିଶ୍ଳେଷଣ କରିପାରିବା । କୃଷ୍ଣକଥା ଆଲୋଚନା ହେଲେ ଓଡ଼ିଶାର ଜନମାନସରେ ଏକ ଉନ୍ମାଦନା ସୃଷ୍ଟି ହୁଏ । ସେଥ‌ିପାଇଁ ଓଡ଼ିଆରେ କୁହାଯାଇଛି ଯେ ଓଡ଼ିଶାର ପ୍ରତ୍ୟେକ ଜନସାଧାରଣ କୃଷ୍ଣଭକ୍ତିକୁ ନିଜର ମାନସିକ ଓ କୃଷ୍ଣଙ୍କୁ ପ୍ରତ୍ୟକ୍ଷ ଦେବତା ବୋଲି କୁହନ୍ତି । କହିବାକୁ ଗଲେ ଯେଉଁ କେତେଜଣ କବି ତାଙ୍କର ମନନଶୀଳ ଭାବରେ ଓଡ଼ିଆ ସାହିତ୍ୟରେ କୃଷ୍ଣଭକ୍ତି ରସାତ୍ମକ କାବ୍ୟ ରଚନା କରିଛନ୍ତି ତନ୍ମଧ୍ୟରୁ ଭକ୍ତଚରଣଙ୍କ ‘ମଥୁରାମଙ୍ଗଳ’ ଏକ ଭିନ୍ନ ଧରଣର ଲିଖୁ କାବ୍ୟ ।

ତିରିଶ ଛାନ୍ଦରେ ବିଷୟ ବିନ୍ୟାସ ଘଟିଛି । ଶୁଦ୍ଧାଭତ୍ତିର ଉପାସକ କବି କାହାଣୀରେ ନୂତନତା ସୃଷ୍ଟିକରି ନାହାଁନ୍ତି; ମାତ୍ର ନିଜର ଭକ୍ତିପୁଷ୍ପରେ କାବ୍ୟମନ୍ଦିର ନିର୍ମାଣ କରି ଶ୍ରୀକୃଷ୍ଣଙ୍କୁ ସେଥ‌ିରେ ସ୍ୱୟଂ ପରମବ୍ରହ୍ମରୂପେ ସ୍ଥାପନ କରିଛନ୍ତି । କବି ନିଜର ଭକ୍ତପ୍ଲାବିତ ହୃଦୟର ଅନୁଭବ ଓ କଳ୍ପନାର ଅରୁଣିମାରେ ବିଚିତ୍ର ସ୍ପନ୍ଦନ ସୃଜିଛନ୍ତି । ନିଜସ୍ଵ ଧର୍ମମିତ ଓ ବିଶ୍ଵାସର ଶ୍ରେଷ୍ଠତା ପ୍ରତିପାଦନ ପାଇଁ ତାଙ୍କର ଚରମ ଆକାଂକ୍ଷା । ସୃଷ୍ଟି ଭିତରେ ତାହାର ପ୍ରତିଫଳନ ଓ ପ୍ରତିପାଦନ ଏପରି ଘଟିଛି ଯେ ପାଠକ କବିର ସ୍ୱତନ୍ତ୍ର ଧାରଣା ଓ କୃଷ୍ଣ-କାହାଣୀକୁ ସ୍ଵତନ୍ତ୍ର କରି ବୁଝିବାକୁ ଅବସର ପାଏ ନାହିଁ । ମଥୁରାର ମଙ୍ଗଳ କାମନା ଏ କାବ୍ୟର ଉଦ୍ଦେଶ୍ୟ ନୁହେଁ । ଏହା ହୋଇଥିଲେ ବାଲ୍ୟଲୀଳାର ବର୍ଣ୍ଣନା ଅଧିକ ସ୍ଥାନ ପାଇଥା’ନ୍ତା ଓ କଂସ ନିଧନରେ ଗ୍ରନ୍ଥର ପରିସମାପ୍ତି ଘଟିଥା’ନ୍ତା । ଧନୁଯାତ୍ରା ଉତ୍ସବକୁ କୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ କରି ନେବାଠାରୁ ବିଷୟର ଉପସ୍ଥାପନ ହୋଇଛି । ଅକ୍ରୂର ଗୋପପୁରରୁ କୃଷ୍ଣ-ବଳରାମଙ୍କୁ ମଥୁରା ଆଣିବା ସମ୍ବାଦରେ ଆର୍ଭ-ଆକୁଳ ଗୋପନାରୀ ଓ ଯଶୋଦାଙ୍କର ବିଳାପ ବର୍ଣ୍ଣନା ପାଞ୍ଚଟି ଛାନ୍ଦରେ ସ୍ଥାନ ପାଇଛି । ପରବର୍ତ୍ତୀ ସାତଟି ଛାନ୍ଦରେ ଉଦ୍ଧବ ଗୋପୀମାନଙ୍କ ମଧ୍ୟରେ ଉକ୍ତି-ପ୍ରତ୍ୟୁକ୍ତି – ଜ୍ଞାନ ଓ ଶ୍ରଦ୍ଧାଭତ୍ତିର ବର୍ଣ୍ଣନା ଭିତରେ କାବ୍ୟର ପରିସମାପ୍ତି ଘଟିଛି ।

ବିଷୟ ବିନ୍ୟାସରେ କବି କୁଶଳୀ-କବି ପ୍ରତିଭାର ପରିଚୟ ଦେଇଛନ୍ତି । ଡଃ ନଟବର ସାମନ୍ତରାୟଙ୍କ ଉକ୍ତିଟି ଏଠାରେ ସ୍ମରଣୀୟ – ‘‘ସମଗ୍ର ଓଡ଼ିଆ ବୈଷ୍ଣବ ସାହିତ୍ୟ ମଧ୍ଯରେ ସୃଷ୍ଟିର ଏପରି ସୁମଧୁର ପରିକଳ୍ପନା ଏକାନ୍ତ ଦୁର୍ଲଭ’’। ଡଃ ସାମନ୍ତରାୟ ପୁନଶ୍ଚ କହିଛନ୍ତି – ‘‘କବିଙ୍କର ପ୍ରକୃତ ସୃଷ୍ଟି ଲକ୍ଷ୍ୟ ହେଉଛି କାବ୍ୟର ପରିସୀମା ମଧ୍ୟରେ ଗୋପୀଭାବର ଚିରନ୍ତନ, ଶାଶ୍ୱତ ମହିମା ପ୍ରଖ୍ଯାପନ କରିବା ।’’

ଡଃ ସାମାନ୍ତରାୟଙ୍କ ଉପର୍ୟ୍ୟନ୍ତ ମତ ‘‘କବିର ଏଇ ମୌଳିକ ନିର୍ମାଣ ପ୍ରତିଭା’’ ‘ମଥୁରାମଙ୍ଗଳ’ର ବିଷୟ ସଜ୍ଜୀକରଣ ପଶ୍ଚାତ୍‌ରେ ନିହିତ ରହିଛି । ଏକବିଂଶ ଓ ଦ୍ୱାବିଂଶ ଛାନ୍ଦରେ ଯୁଦ୍ଧର ବର୍ଣ୍ଣନା ଏବଂ ଦ୍ୱାବିଂଶ ଛାନ୍ଦର ମାତ୍ର ଦୁଇଟି ପଦରେ ( ଷୋଡ଼ଶ ଓ ସପ୍ତଦଶ) କଂସ ମୃତ୍ୟୁର ସୂଚନା କବି ମନୋଜ୍ଞ ଚିତ୍ର ଭିତରେ ଉପସ୍ଥାପନ କରିଛନ୍ତି । ଏହି କେତୋଟି ଛାନ୍ଦ ବ୍ୟତୀତ ସମଗ୍ର ଗ୍ରନ୍ଥରେ ଶୁଦ୍ଧାଭକ୍ତିର ରସ ପ୍ଲାବନ ଘଟିଛି । ଛାନ୍ଦାନୁସାରେ ବିଷୟବସ୍ତୁର ବିଭାଜନ କଲେ ସ୍ପଷ୍ଟ ଅନୁଭବ କରିହେବ କବିଙ୍କର ଲକ୍ଷ୍ୟ ।

  • ଛାନ୍ଦ ୧-୩ – ଧନୁଯାତ୍ରା ପାଇଁ ନିମନ୍ତ୍ରଣ, ଅକ୍ରୂରଙ୍କ ଗୋପ ଗମନ, କଂସର ଚିଟାଉ ।
  • ଛାନ୍ଦ ୪-୯ – ଗୋପାଙ୍ଗନା ଓ ଯଶୋଦା ବିଳାପ | ଗୋପପୁର ବର୍ଣ୍ଣନା ।
  • ଛାନ୍ଦ ୧୦-୧୧ – ପଥରେ ଅକ୍ରୂରର ଭ୍ରାନ୍ତି ଓ ତା’ର ନିରାକରଣ ଏବଂ ଭକ୍ତିର ସାଯୁଜ୍ୟ ଦର୍ଶନ ।
  • ଛାନ୍ଦ ୧୨ – କଂସର ମନ୍ତ୍ରଣା ।
  • ଛାନ୍ଦ ୧୩-୧୭ – ମଥୁରାରେ ପ୍ରବେଶ ଓ ମଥୁରା ନଗରବାସୀଙ୍କର ଆନନ୍ଦ ବର୍ଣ୍ଣନା (ରଜକ, କୁବ୍‌ଜା, ସୁଦାମା ମାଳୀର ସୁଦେଶ ଓ ରାତ୍ରିଯାପନ)
  • ଛାନ୍ଦ ୧୮-୨୨ – ଧନୁଯାତ୍ରାରେ ପ୍ରବେଶ, ମଲ୍ଲମାନଙ୍କ ସହିତ ଯୁଦ୍ଧ ବର୍ଣ୍ଣନା, କଂସର ମୃତ୍ୟୁ ।
  • ଛାନ୍ଦ ୨୩ – ଶୋକାଉଁ କଂସ ରମଣୀଙ୍କର ବର୍ଣ୍ଣନା ଓ କୃଷ୍ଣଙ୍କର ଛଦ୍ମ ଶୋକ ।
  •  ଛାନ୍ଦ ୨୪-୩୦ · ଉଦ୍ଧବର ଗୋପ ଗମନ, ଗୋପୀମାନଙ୍କ ସହ ଆଳାପ, ଭକ୍ତର ମାହାତ୍ମ୍ୟ କଥନ ଓ ମଥୁରା ପ୍ରତ୍ୟାବର୍ତ୍ତନ ପରେ ଶ୍ରୀକୃଷ୍ଣଙ୍କୁ ଗୋପପୁର ସମ୍ବାଦ କଥନ ।

ଆଠଟି ପର୍ଯ୍ୟାୟରେ କାବ୍ୟକର୍ମକୁ ବିଭକ୍ତ କରାଯାଇଛି । ପ୍ରଥମ ଛାନ୍ଦରେ ବିଷୟ ସମ୍ଭାବନା ସହିତ କଂସର ମୃତ୍ୟୁ ଭୟାର୍ତ୍ତ ବିକାରଗ୍ରସ୍ତ ମନର ମନୋରମ ବର୍ଣ୍ଣନା ରହିଛି । କଂସବଧ ମାଧ୍ୟମରେ ମଥୁରା ମଙ୍ଗଳର ସ୍ଥୂଳ ଇଙ୍ଗିତ ହୁଏତ ଥାଇପାରେ । ମାତ୍ର ଅବଶିଷ୍ଟ ୨୭ଟି ଛାନ୍ଦ ଭିତରେ କବିଙ୍କର ଭକ୍ତି ବିଚ୍ଛୁରିତ ହୋଇଛି । ଶ୍ରୀକୃଷ୍ଣଙ୍କ ପ୍ରତି ଉଭୟ ଗୋପ ଓ ମଥୁରାର ନରନାରୀମାନଙ୍କ ଭିତରେ ଥ‌ିବା ଅକୃତ୍ରିମ ପ୍ରେମର ବର୍ଣ୍ଣନା ଏହି ୨୭ଟି ଛାନ୍ଦ ମଧ୍ୟରେ ସୂକ୍ଷ୍ମାକାରେ କଥିତ । ମନେହୁଏ, ଗୋପୀଭାବ ଓ ସେ ଭାବର ମହିମା ପ୍ରଖ୍ଯାପନ ଭକ୍ତକବି ମଥୁରାମଙ୍ଗଳରେ ଚାହିଁଛନ୍ତି । ଅକୃତ୍ରିମ ପ୍ରେମହିଁ ମଥୁରାକୁ ମଙ୍ଗଳଦାନ କରିଛି । ଶାନ୍ତ ବା ଭକ୍ତି ରସର ପ୍ରାଧାନ୍ୟ କାବ୍ୟଟିର ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଦେଇଛି ବୋଲି କୁହାଯାଇପାରେ ।

ପ୍ରଥମ, ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ଛାନ୍ଦର ସାରକଥା :
କବି ଭକ୍ତଚରଣ ଥିଲେ ଗୌଡ଼ୀୟ ବୈଷ୍ଣବ ଧର୍ମର କବି । ତେଣୁ ସେ କାବ୍ୟର ଆରମ୍ଭରେ ତାଙ୍କ ଆରାଧ୍ୟ ଦେବତା ଶ୍ରୀକୃଷ୍ଣଙ୍କର ବନ୍ଦନା କରିଛନ୍ତି । ଏ ପ୍ରକାର ବନ୍ଦନା କରିବା ପ୍ରାଚୀନ କାବ୍ୟର ଆଦର୍ଶ ଥିଲା । କବି ନିଜର କାବ୍ୟ ଆରମ୍ଭ କରିବା ବେଳେ ମଙ୍ଗଳାଚରଣରେ କୃଷ୍ଣଙ୍କର ବନ୍ଦନା କରିଛନ୍ତି । ଏହା ମଧ୍ୟ ପାଠକ ଓ ଶ୍ରୋତାଙ୍କ ମନରେ ଭକ୍ତିଭାବ ସୃଷ୍ଟି କରେ । କୃଷ୍ଣ ଥିଲେ କବିଙ୍କର ଆରାଧ୍ୟ ଦେବତା । ଶ୍ରୀକୃଷ୍ଣଙ୍କୁ ସେ ପରମ ଆରାଧ୍ୟ ଦେବତା ବୋଲି ସ୍ମରଣ କରିଛନ୍ତି । ଶ୍ରୀକୃଷ୍ଣ ହେଉଛନ୍ତି ଶ୍ରେଷ୍ଠ ଦେବତା । ଏହି ସଂସାରରେ ସୃଷ୍ଟି ଓ ପାଳନ ପାଇଁ ସେ ଜନ୍ମଗ୍ରହଣ କରିଛନ୍ତି । ତାଙ୍କର ଲୀଳାଖେଳା ମୂଳରେ ଜଗତର କଲ୍ୟାଣସାଧନ ହେଉଛି ଏକମାତ୍ର ଉଦ୍ଦେଶ୍ୟ । କବି ଭକ୍ତଚରଣ ଦାସ ଲେଖୁଛନ୍ତି –

‘‘ଜୟ ଯାଦବ-ବରଜଚନ୍ଦ୍ରମା ।
ଜୟ ସର୍ବ କାରଣ ବିଶ୍ୱକର୍ମା ॥
ନାନା ରୂପ, ଅରୂପ ତୁହି ହଉ ।
ପ୍ରାଣିମାନଙ୍କ ହିତେ ଦେହ ବହୁ ॥
ଗୋରୁ ବ୍ରାହ୍ମଣ ରକ୍ଷଣେ ତୋ ଜାତ ।
କେହି ନ ଜାଣେ ଆଦି ମଧ୍ଯ ଅନ୍ତ ॥
ସର୍ବ ଆତ୍ମାରେ ତୁହି ଆତ୍ମ ରାମ ।
ତୋର ବିହୁନେ ନାହିଁ କର୍ମକର୍ମ ॥’’

ପ୍ରଥମ ଛାନ୍ଦରେ କବି ସେହି ଲୀଳାମୟ ପୁରୁଷ କୃଷ୍ଣଙ୍କର ବନ୍ଦନା କରିଛନ୍ତି । ସେ ହେଉଛନ୍ତି ସ୍ୱୟଂ ଭଗବାନ ଏବଂ ସମସ୍ତ ଐଶ୍ବର୍ଯ୍ୟମୁକ୍ତ । ‘କୃଷ୍’ ଶବ୍ଦର ଅର୍ଥ ଭୂବା ବା ସତ୍, ‘ଶ’ଶବ୍ଦର ଅର୍ଥ ନିବୃତ୍ତି ବା ଚିଦାନନ୍ଦ । ଏହି ଦୁଇ ଶବ୍ଦର ଯୋଗରେ ‘କୃଷ୍ଣ’ ଶବ୍ଦର ଉତ୍ପତ୍ତି । ଅତଏବ‘କୃଷ୍ଣ’ ଶବ୍ଦର ଅର୍ଥ ସଚ୍ଚିଦାନନ୍ଦ, ଈଶ୍ବର, ଅନାଦି ଅନନ୍ତକାଳରୁ ବିଦ୍ୟମାନ, ଜ୍ଞାନମୟ ଓ ଆନନ୍ଦସ୍ଵରୂପ । ତେଣୁ ଏହି ସମଗ୍ର ଭାବକୁ ‘କୃଷ୍ଣ’ ଏହି ଗୋଟିଏ ଶବ୍ଦରେ ‘ଅଭିହିତ’ କରାଯାଇଛି । ସେହି ଭଗବାନ ଶ୍ରୀକୃଷ୍ଣ କବିଙ୍କର ଦୃଷ୍ଟିରେ ‘ସର୍ବକାରଣ କର୍ତ୍ତା ବିଶ୍ଵକର୍ମା’ ସର୍ବ ଆତ୍ମାରେ ସେ ଆତ୍ମାରାମ । ସେ ହେଉଛନ୍ତି ସୃଷ୍ଟିର ସର୍ବଶ୍ରେଷ୍ଠ କର୍ତ୍ତା । ତାଙ୍କ ବିନା ଗତି ନାହିଁ । ତେଣୁ କବି ସେହି ଲୀଳାମୟ ପୁରୁଷ ଭଗବାନଙ୍କ ପାଦତଳେ ମନୋପ୍ରାଣକୁ ଢାଳି ଦେଇଛନ୍ତି ।

କୃଷ୍ଣ ନାମକୁ କବି ଜପାମାଳି ରୂପେ ଗ୍ରହଣ କରିଛନ୍ତି । ତାଙ୍କ ମତରେ କୃଷ୍ଣ ଚିନ୍ତା ହେଉଛନ୍ତି ସୃଷ୍ଟିର ସର୍ବଶ୍ରେଷ୍ଠ କର୍ତ୍ତା । ତାଙ୍କ ବିନା ଏ ସଂସାରର ମୂଲ୍ୟ ନାହିଁ । ତାଙ୍କ ବିନା
ହେଉଛି ସଂସାରର ଶ୍ରେଷ୍ଠ ଚିନ୍ତା । ସେ ଏ ଭବସାଗରରୁ ମୁକ୍ତି ହେବା ସମ୍ଭବ ନୁହେଁ । ଏହିପରି ପୂର୍ବକାଳରେ ମୁନିଋଷିମାନେ ତରିଯାଇଛନ୍ତି । ପୁରାଣରେ ମଧ୍ଯ ଲେଖାଅଛି ଯେ ଯେଉଁମାନେ ଦିନରାତି ଶ୍ରୀକୃଷ୍ଣଙ୍କ ନାମ ସ୍ମରଣ କରନ୍ତି ସେମାନେ ସବୁ ପାପରୁ ମୁକ୍ତି ପାଆନ୍ତି । କବି ଆଜି ବିଚାର କରିଛନ୍ତି – ସଂସାରରେ ଧନ, ଜନ, ଜୀବନ ଚିର ନୁହେଁ । ପାପପଙ୍କିଳ ଦୁନିଆରେ ମୋହମାୟାରେ ପଡ଼ି କବି ଅନେକ ପାପକର୍ମ କରିଯାଇଛନ୍ତି । ଦିନୁ ଦିନ ଆୟୁଷ ତାଙ୍କର କ୍ଷୀଣ ହେବାର ଲାଗିଛି । ସେହି ପାପପଙ୍କରୁ ଉଦ୍ଧାର ପାଇବାପାଇଁ କବି କୃଷ୍ଣ ଚରିତ ବର୍ଣନା କରିବାକୁ ମନ ବଳାଇଛନ୍ତି । ଗୀତରେ ସେ ବର୍ଣ୍ଣନା କରିବେ ଭଗବାନଙ୍କର ଅଲୌକିକ ଲୀଳାକୁ । ଏଥିପାଇଁ ତାଙ୍କର ଆରାଧ୍ୟ ଦେବତା କୃଷ୍ଣ ତାଙ୍କୁ ସହାୟ ହୁଅନ୍ତୁ ବୋଲି କବି ପ୍ରାର୍ଥନା କରି ଲେଖୁଛନ୍ତି –

‘‘କୃଷ୍ଣ ଚରିତ ଅମୃତ ବାରାଧୁ ।
କଳି-କଳୁଷ-ରୋଗକୁ ଔଷଧୂ ॥
ତହୁଁ କିଛି ପ୍ରସଙ୍ଗରେ କହିବି ।
ଦୁଷ୍ଟ ପାତକଭାରାକୁ ଦହିବି ॥
ଗୀତ କରି ରଚିବି ହାରିଲୀଳା ।
ଦୟା କରି ହେ ସ୍ଵାମୀ ନନ୍ଦବଳା ॥
ଯେଉଁ ରୂପେ କଂସ କେଶୀ ବଧୂ ।
ଏଥୁ ପରେ ନାନୀ ଦୁଷ୍ଟ ସାଧୂ ||
ତାହା କହିବାକୁ ମୋ’ର ବିଚାର ।
ରାଗବନ୍ଧରେ କରିବି ପ୍ରଚାର ||
ମୋର ହୃଦରେ ବସି ଦିଅ କହି ।
ଭକ୍ତଚରଣ ଏତକ ମାଗଇ ॥’’

କୃଷ୍ଣ-ଚରିତ ଶ୍ରବଣ କରିବାପାଇଁ କବି ସୁଜନମାନଙ୍କୁ କହିଛନ୍ତି । କୃଷ୍ଣଚରିତ ସମ୍ପର୍କରେ ଶୁକଦେବ ରାଜା ପରୀକ୍ଷିତକୁ କହିଛନ୍ତି । ଏକଥା ଭାଗବତର ଦଶମ ସ୍କନ୍ଧରେ ଉଲ୍ଲେଖ ଅଛି । ସେହିକଥାକୁ ଅବଲମ୍ବନ କରି ଏବଂ କଂସର ଜନ୍ମ, ମରଣକୁ ନେଇ କବି ଭକ୍ତଚରଣ ଦାସ ରଚନା କରିଛନ୍ତି ‘ମଥୁରାମଙ୍ଗଳ’ କାବ୍ୟ । ସତେଯେପରି ଏହି କାବ୍ୟଟି ମଥୁରାର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ଥିଲା ।

ଦ୍ଵାପର ଯୁଗରେ ଦୁର୍ମିଳାନନ୍ଦନ କଂସ ମଥୁରା ରାଜା ଉଗ୍ରସେନଙ୍କ ରାଣୀ ଇନ୍ଦୁମତୀଙ୍କ ଗର୍ଭରୁ ଜନ୍ମ ନେଲା । ବ୍ରହ୍ମାଙ୍କ ବଳରେ ବଳୀୟାର ହୋଇ ସେ ଗୋରୁ, ବ୍ରାହ୍ମଣମାନଙ୍କୁ ବହୁ କଷଣ ଦେଲା । ସ୍ବର୍ଗ, ମର୍ତ୍ତ୍ୟ, ପାତାଳ ତିନିପୁରକୁ ଥରହର କଲା । ଭୟରେ ଦେବତାମାନେ ଆସି ତା’ର ପାଦତଳେ ଶରଣ ପଶିଲେ । ଧର୍ମକୁ ନାଶ କରି କଂସ ଅଧର୍ମ କାର୍ଯ୍ୟ କରିଚାଲିଲା । ଜୀବମାନଙ୍କୁ ଅଶେଷ ନିର୍ଯାତନା ଦେଲା । ଦିନୁଦିନ ତା’ର ଅତ୍ୟାଚାର ବଢ଼ିଚାଲିଲା । ଦେବତାମାନେ ଆଉ ସହ୍ୟ କରିପାରିଲେ ନାହିଁ । ସମସ୍ତେ ଯାଇ ଇନ୍ଦ୍ରଙ୍କ ପାଖରେ ପହଞ୍ଚିଲେ । ଇନ୍ଦ୍ର ମଧ୍ୟ କ’ଣ କରିବେ ଚିନ୍ତା କରିପାରିଲେ ନାହିଁ । ବ୍ରହ୍ମାଙ୍କଠାରୁ ସନ୍ଦେଶ ପାଇ ଇନ୍ଦ୍ରଙ୍କ ସହିତ ଦେବଗଣ ଯାଇ କ୍ଷୀର ସାଗରରେ ଅନନ୍ତ ଶୟନ କରିଥିବା ଭଗବାନ ବିଷ୍ଣୁଙ୍କ ନିକଟରେ ପହଞ୍ଚିଲେ । ଅତି ଆକୁଳରେ ଦେବଗଣ ଭଗବାନ୍ ବିଷ୍ଣୁଙ୍କୁ ସ୍ତୁତି କଲେ ଏବଂ କଂସର ଅନ୍ୟାୟ ଅତ୍ୟାଚାର ସମ୍ବନ୍ଧରେ ଜଣାଇଲେ ।

ଭଗବାନ୍ ବିଷ୍ଣୁ ହେଉଛନ୍ତି ଦୟାର ସାଗର । ଦେବତାମାନଙ୍କର କଥାକୁ ସେ ହୃଦୟଙ୍ଗମ କଲେ । ଅଳ୍ପଦିନ ପରେ ସେ କଂସକୁ ମାରିବେ । କୃଷ୍ଣ ଅବତାର ନେଇ ସେ ବସୁଦେବଙ୍କ ଘରେ ଦେବକୀଙ୍କ ଗର୍ଭରୁ ଅଷ୍ଟମ ସନ୍ତାନରୂପେ ଜନ୍ମନେବେ । ଏକଥା ଶୁଣି ଦେବଗଣ ଆନନ୍ଦ ମନରେ ପ୍ରତ୍ୟାବର୍ତ୍ତନ କଲେ । କିଛିଦିନ ପରେ ଭଗବାନ ବିଷ୍ଣୁ ଦେବକୀଙ୍କର ଗର୍ଭରେ ଆସି ବାସ କଲେ । ଦଶମାସ ଦଶଦିନ ହେବାରୁ କୃଷ୍ଣରୂପରେ ସେ ଜନ୍ମନେଲେ । କଂସର ଭୟରେ ସେହି ରାତିରେ ବସୁଦେବ ବନ୍ଦୀଗୃହରୁ କୃଷ୍ଣଙ୍କୁ ନେଇ ଗୋପପୁରରେ ନନ୍ଦରାଣୀ ଯଶୋଦାଙ୍କ କୋଳରେ ଛାଡ଼ିଦେଇ ଆସିଲେ । ଏକଥା କଂସ ଜାଣିପାରିଲେ ନାହିଁ । ଗୋପପୁରରେ ନନ୍ଦ ଯଶୋଦାଙ୍କ କୋଳରେ କୃଷ୍ଣ ଶୁକ୍ଳପକ୍ଷ ଚନ୍ଦ୍ରପରି ଦିନକୁ ଦିନ ବଢ଼ିବାକୁ ଲାଗିଲେ । ସାତଦିନରେ,ସେ କଂସ ପଠାଇଥିବା ପୁତନାକୁ ନାଶ କଲେ । ଏହାପରେ ତୃଣା, ଶକଟା, ବକା, ଅଘା ଆଦି ଅସୁରମାନଙ୍କୁ ବଧ କଲେ । କାଳିନ୍ଦୀ ହ୍ରଦରେ କାଳୀନାଗ ଦମନ କଲେ । କ୍ରମେ ଗୋପପୁରରେ ଏହିରୂପେ ପ୍ରଭୁ ଲୀଳା ଆରମ୍ଭ କଲେ ।

ଏକଦା କ୍ରୋଧବଶତଃ ବରୁଣ ଆସି ନନ୍ଦରାଜାଙ୍କୁ ହରଣ କରିନେଇଥିଲେ । ତାଙ୍କ ହସ୍ତରୁ କୃଷ୍ଣ ନନ୍ଦଙ୍କୁ ଉଦ୍ଧାର କରି ଆଣିଥିଲେ । ପୁଣି ଇନ୍ଦ୍ର କୋପକରି ସାତଦିନ ବ୍ୟାପି ଗୋପପୁରରେ ବର୍ଷା କରାଇଥିଲେ । କୃଷ୍ଣ ନିଜ କାଣି ଆଙ୍ଗୁଠିରେ ଗିରି ଗୋବଦ୍ଧନକୁ ଟେକି ଇନ୍ଦ୍ରଙ୍କ କୋପରୁ ଗୋପବାସୀଙ୍କୁ ଉଦ୍ଧାର କଲେ । ବୃନ୍ଦାବନ ହେଲା ତାଙ୍କ ଖେଳଭୂମି । ଗୋପବାଳାମାନଙ୍କୁ ନେଇ ସେହି ବୃନ୍ଦାବନରେ ସେ ନିତ୍ୟ ନିବାସ କଲେ । ଗୋପୀମାନଙ୍କ ସହ ଅନେକ ଖେଳକୌତୁକରେ ରତ ହେଲେ । ଯମୁନା ଜଳରେ ସ୍ନାନ କରୁଥିବାବେଳେ ସେ ଗୋପୀମାନଙ୍କର ବସ୍ତ୍ରକୁ ଚୋରାଇ ନେଇ ଗୋପୀମାନଙ୍କ ସହ ରାସକ୍ରୀଡ଼ାରେ ନିମଗ୍ନ ରହିଲେ । ପୁଣି ନିଜର ବାହୁବଳରେ କେଶୀ ପିଣ୍ଡକୁ ମତ୍ତନ କଲେ । ଯେତେ ଅସୁର ଥିଲେ ସମସ୍ତଙ୍କୁ ବଧ କରି ଧର୍ମପାଳନ କଲେ । ତାହା ଶୁଣି କଂସ ଭୟରେ ଥରହର ହେଲା । କେଉଁ ଉପାୟରେ ସେ ତା’ର ଶତ୍ରୁକୁ ମାରିବ ସେହି ଚିନ୍ତାରେ ଘାରିହେଲା । ମନ୍ତ୍ରୀ ଅକ୍ରୂରକୁ ଡକାଇ ପରାମର୍ଶ ଲୋଡ଼ିଲା । ନାରଦ କହିଯାଇଥିବା କଥା ଅକ୍ରୂରକୁ ଜଣାଇଲା । ଦେବକୀର ଅଷ୍ଟମଗର୍ଭରେ ଜାତ ହୋଇଥ‌ିବା ସନ୍ତାନ ଗୋପପୁରରେ ବଢ଼ୁଛି । ସେହି ନନ୍ଦସୁତ କୃଷ୍ଣ ତା’ପାଇଁ କାଳ ହୋଇ ରହିଛି । ତାକୁ ମାରିବାପାଇଁ ସେ କୌଶଳକରି ପୁତନା, ତୃଣା, ଶକଟା, କେଶୀ, କଦମ୍ବା, ଧେନୁକା, ବ୍ୟୋମା, ବସା, ଅଘା ଆଦି ଅସୁରମାନଙ୍କୁ ପଠାଇଥିଲା । ସମସ୍ତେ ସେଇ କୃଷ୍ଣ ହାତରେ ମଲେ । ନିରୁପାୟ ହୋଇ କଂସ ବସିରହିଛି । ବିଶ୍ଵାସୀ ମନ୍ତ୍ରୀ ଅକ୍ରୂରର ପରାମର୍ଶ ଲୋଡ଼ିଛି । କାଲି ପ୍ରଭାତରେ ଗୋପପୁର ଯାଇ କୃଷ୍ଣ-ବଳରାମଙ୍କୁ କୌଣସି ପ୍ରକାରରେ ମଥୁରାକୁ ଆଣିବାକୁ କହିଛି । ଏହିଠାରେ ସେ ଦୁଇଭାଇଙ୍କୁ ହତ୍ୟାକରି ଆନନ୍ଦରେ ଅନ୍ନଜଳ ଭକ୍ଷଣ କରିବ । ତା’ର ମୃତ୍ୟୁ ଯେ କୃଷ୍ଣ ହାତରେ ସେ ଏ କଥା ଜାଣିପାରି କହିଛି –

‘‘ଶୂନ୍ୟ ମଣ୍ଡଳେ ମେଘ ପ୍ରକାଶଇ ।
ଛିଦ୍ର ହୋଇ ବହୁତ ବରଷଇ ॥
ଭସ୍ମ କୁଢ଼ରେ ଅଗ୍ନିକଣା ଥାଇ ।
ମନ୍ଦ ପବନେ ବଳିଷ୍ଠ ହୁଅଇ ॥
କାଳେ ସଂସାର କରଇ ଦହିଜ ।
ସେହି ପ୍ରକରେ ନନ୍ଦର ତନୁଜ ॥
ତାକୁ ବେଳହୁଁ ଉପାଏ ମାରିବା ।
ନ ମାଇଲେ କାଳେ ଆପେ ମାରିବା ॥’’

ନିଜ ମରଣଭେଦ ମନ୍ତ୍ରୀ ଅକୃରଙ୍କୁ କଂସ ଜଣାଇଛି । ଅତି ବିକଳ ହୋଇ ଅକୁରଙ୍କ ହାତଧରି ଉପାୟ ବତାଇ ଦେଇଛି । କ୍ରମେ ରାତ୍ରି ପ୍ରବେଶ ହୋଇଛି । କଂସ ଆଜ୍ଞାପତ୍ର ଲେଖୁଛି । ଅକ୍ରୂର ହସ୍ତରେ ତାହାକୁ ପ୍ରଦାନ କରିଛି । ଅକ୍ରୂର ଆଜ୍ଞାପତ୍ରକୁ ଗଳାରେ ଲମ୍ବାଇ ଗୋପପୁରକୁ ଗମନ କରିଛନ୍ତି । ସେଥ‌ିପାଇଁ କଂସ ଧନୁଯାତ୍ରାର ବନ୍ଦୋବସ୍ତ କରିଛି । ସେହିପରି ଭାବରେ ଦ୍ଵିତୀୟ ଛାନ୍ଦରେ କବି ଅକୁରଙ୍କ ଗୋପପୁର ଗମନ ଓ କୃଷ୍ଣଦର୍ଶନ ପ୍ରସଙ୍ଗ ବର୍ଣ୍ଣନା କରିଛନ୍ତି । ରାତି ପାହି ସକାଳ ହୋଇଛି । ଅକ୍ରୂର ଗୋପପୁରକୁ ଗମନ କରିଛି । କୃଷ୍ଣଙ୍କୁ ଦର୍ଶନ କରିବାପାଇଁ ଅକ୍ରୂରର ମନ ଉଚ୍ଛନ୍ନ ହୋଇଉଠିଛି । ସେ ମନେ ମନେ ଚିନ୍ତା କରୁଥାଏ ଯେ ତା’ର ଜୀବନ ଧନ୍ୟ ହୋଇଛି । ତା’ର ପିତା ମାତା ଧନ୍ୟ । ସେ ଆଜି ଦେବରାଜ କୃଷ୍ଣଙ୍କୁ ଦେଖୁବ । ସେ ପହଞ୍ଚିଲାବେଳକୁ କୃଷ୍ଣ ଯାଇ ନନ୍ଦ ଯଶୋଦାଙ୍କ କୋଳରେ ବସିଥିବେ । ଅକ୍ରୁର ଯାଇ ପହଞ୍ଚିଯିବ ସେଠାରେ । ଦୁଇଭାଇ ଦୂରରୁ ଦେଖୁ ‘ଆସ ଆସ’ ବୋଲି ଡାକିବେ । ସେହି ଅମୃତମୟ ବାଣୀ ଶୁଣି ତାଙ୍କର ସବୁ ଦୋଷ ଖଣ୍ଡିତ ହୋଇଯିବ ।

କବି ଲେଖନୀରେ – କଂସଡଗର କରେ ବିଚାର ଧନ୍ୟ ହୋଇଲା ଆଜ ।
ଧନ୍ୟ ମୋ ତାତ ଧନ୍ୟ ମୋ ମାତ ଦେଖୁ ଦେବରାଜ ॥

କୃଷ୍ଣଙ୍କୁ ଦେଖୁଲେ ପରବର୍ତ୍ତୀ ଅବସ୍ଥାରେ କ’ଣ କ’ଣ ଘଟିବ ତାହା ଅକ୍ରୂର ମନେମନେ ବିଚାର କରିଛନ୍ତି । ଶେଷରେ ଅକ୍ରୁରଙ୍କ ମନକଥାକୁ ବୁଝିପାରିଛନ୍ତି କୃଷ୍ଣ । ମଥୁରା ଯିବାପାଇଁ ସେ ସମ୍ମତି ଜଣାଇଛନ୍ତି । ଚିଟାଉ ନେଇ ପିତା ନନ୍ଦଙ୍କୁ ଦେବାପାଇଁ କହିଛନ୍ତି । ଅକ୍ରୁର ନନ୍ଦରାଜାଙ୍କୁ ଚିଟାଉ ଦେଇଛନ୍ତି । ନିଦ୍ରାରୁ ଉଠି ରାଜା ନନ୍ଦ କଂସର ଆଜ୍ଞା ପତ୍ରିକାକୁ କାତର ଚିତ୍ତରେ ପାଠ କରିଛନ୍ତି।

ସେହିପରି ତୃତୀୟ ଛାନ୍ଦରେ ନନ୍ଦଙ୍କ ନିକଟକୁ କଂସ ଲେଖୁଥ‌ିବା ଆଜ୍ଞାପତ୍ରର ବିଷୟବସ୍ତୁ ବର୍ଷିତ ହୋଇଅଛି । କଂସ ଲିଖ୍ ଆଜ୍ଞାପତ୍ରର ବିଷୟବସ୍ତୁ ଏହି ଯେ ଇନ୍ଦ୍ର, ଚନ୍ଦ୍ର ଆଦି ଦେବତା ତା’ର ବଶ୍ୟତା ସ୍ୱୀକାର କରିଅଛନ୍ତି । ନନ୍ଦ ଯେ କେତେକାଳ ଧରି କଂସ ପ୍ରତି ଅବଜ୍ଞାଭାବ ପୋଷଣ କରିଆସିଛନ୍ତି, ସେଥ୍ପାଇଁ କଂସ କୁପିତ ହୋଇ ନନ୍ଦଙ୍କୁ ଉପହାରଦ୍ରବ୍ୟ ସହିତ ଆସି ତା’ ନିକଟରେ କ୍ଷମାଭିକ୍ଷା କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଧନୁ ଉତ୍ସବ ଦେଖିବାପାଇଁ କୃଷ୍ଣ-ବଳରାମଙ୍କୁ ସଙ୍ଗରେ ଆଣି ଆସିବାପାଇଁ ମଧ୍ଯ କଂସ ନିର୍ଦ୍ଦେଶ ଦେଇଛନ୍ତି । ନନ୍ଦ ଏହି ଆଜ୍ଞାପତ୍ର ପାଠ କରି ଦୁଃଖ୍ତ ହୋଇ ମଥୁରାଯାତ୍ରା ବିଷୟ ଗୋପପୁରରେ ଘୋଷଣା କରିଛନ୍ତି ଏବଂ ଅକ୍ରୁରଙ୍କୁ ଆଦର ସହିତ ସତ୍କାର କରିଅଛନ୍ତି ।

ସେହିପରି ଚତୁର୍ଥ ଛାନ୍ଦରେ ଧନୁ ଉତ୍ସବ ଦେଖୁବା ନିମିତ୍ତ ଶ୍ରୀକୃଷ୍ଣ ଓ ବଳରାମ ମଥୁରାପୁର ଯିବାକଥା ଶୁଣି ଗୋପୀମାନେ ଅତ୍ୟନ୍ତ ଦୁଃଖୁତା ଓ ଉତ୍କଣ୍ଠିତା ହୋଇପଡ଼ିଛନ୍ତି । ସେମାନେ ନନ୍ଦଙ୍କ ମନ୍ଦିରରେ ପ୍ରବେଶ କରି ଦେଖ‌ିଲେ ଯେ ମଥୁରାପୁର ଯାତ୍ରାଲାଗି ନନ୍ଦମନ୍ଦିର ପ୍ରାଙ୍ଗଣରେ ସମ୍ଭାରସଜ୍ଜା ଚାଲିଅଛି । ଗୋପୀମାନେ ଶ୍ରୀକୃଷ୍ଣଙ୍କର ମଥୁରାଗମନ କଥା ଜାଣିପାରି ତାଙ୍କ ବିରହରେ ଅସହ୍ୟ ହୋଇପଡ଼ିଛନ୍ତି । ଏହି ଛାନ୍ଦର କଥାବସ୍ତୁ ମୁଖ୍ୟତଃ ଭାଗବତରୁ ଗୃହୀତ ହୋଇଅଛି । ଏହି ଛାନ୍ଦର ପଦଲାଳିତ୍ୟ ଓ ସଙ୍ଗୀତ ମୁଗ୍ଧକର ହୋଇଅଛି । ଶ୍ରୀକୃଷ୍ଣ ମଥୁରାକୁ ଚାଲିଗଲେ ଗୋପବାସୀଙ୍କ ଅବସ୍ଥା କିପରି ଶୋଚନୀୟ ହୋଇପଡ଼ିବ ତାହା ସୁନ୍ଦର ଭାବରେ କବି ବର୍ଣ୍ଣନା କରିଛନ୍ତି ।

କବିଙ୍କ ଭାଷାରେ – ‘‘କେ ବୋଲଇ, କାଲିଠାରୁ କୁମୁଦ ମରିବେ ।
କୁମୁଦ-ରମଣ ଯେଣୁ କୁମୁଦକୁ ଯିବେ ।
ଅନ୍ଧକାରକୁ ବାଢ଼ିବ ।
ସତେ କି ଚନ୍ଦ୍ରମା ଚନ୍ଦ୍ରମଣିକି ଛାଡ଼ିବ ।”

କଠିନ ଶବ୍ଦ ଓ ଏହାର ଅର୍ଥ :

ପ୍ରଥମ ଛାନ୍ଦ

  • ଅନୁଜ – ସାନଭାଇ, ଯେ ଶେଷରେ ଜାତ।
  • ତାରଣ – ଉଦ୍ଧାରକର୍ତ୍ତା।
  • ଜୟ – ୧ମ ପଦଠାରୁ ୭ମ ପଦ ପର୍ଯ୍ୟନ୍ତ କବି ଶ୍ରୀକୃଷ୍ଣଙ୍କ ର ଜୟଗାନ କରିଥିବାରୁ ଏଠାରେ ‘ଜୟ’ ଶବ୍ଦର ଅର୍ଥ ନମସ୍କାର।
  • କଂସାରି – କଂସର ଶତ୍ରୁ।
  • ରମାରମଣ – ଲକ୍ଷ୍ମୀପତି ।
  • ଦଇତାରି – ଅସୁରମାନଙ୍କ ଶତ୍ରୁ ।
  • ଅନନ୍ତ – ଯାହାର ଅନ୍ତ ନାହିଁ ।
  • ନନ୍ଦକ – ଶ୍ରୀକୃଷ୍ଣଙ୍କ ଖଡ଼ଗ ।
  • ଅନାଦି – ଯାହାର ଆରମ୍ଭ ନାହିଁ କି ଶେଷ ନାହିଁ ।
  • ଅଖେଳବିହାରୀ – ସର୍ବବ୍ୟାପୀ ।
  • ପଙ୍କଜ – ଯେ ପଙ୍କରୁ ଜାତ, ପଦ୍ମ।
  • ପୟର – ପାଦ ।
  • ପ୍ରୟୋଜନ – ଆବଶ୍ୟକ ।
  • ସୁଜନ – ପଣ୍ଡିତ ।
  • ତରି ଅଛନ୍ତି – ମୁକ୍ତି ପାଇଛନ୍ତି ।
  • ନିଶି – ରାତି ।
  • ଭବ – ସଂସାର ।
  • ତେଜନ୍ତି – ପରିତ୍ୟାଗ କରନ୍ତି ।
  • ପୀତବାସ – ହଳଦିଆ ବସ୍ତ୍ର ଯେ ପରି ଧାନ କରନ୍ତି ।
  • ବକାରି – ବକାସୁରର ଶତ୍ରୁ।
  • ନରକ – ପ୍ରାଗ୍ ଜ୍ୟୋତି ଷପୁରର ରାକ୍ଷସରାଜ ।
  • ଯାତନା – କଷ୍ଟ ।
  • ବାରିଧ୍ – ସାଗର ।
  • ଉସତ – ଆନନ୍ଦ ।
  • ଦୁର୍ମୂଲା ନନ୍ଦକ – କଂସ ।
  • ସୁନାସୀର – ଇନ୍ଦ୍ର ।
  • କାଳୀ – କାଳୀ ନାଗ ।
  • ବିବାଦ – କଳହ ।
  • ନିବାସ – ବାସ ।
  • ସନ୍ତାପ – ଦୁଃଖ ।
  • କଳୁଷ – ପାପ ।
  • ସୁରଗଣ – ଦେବଗଣ
  • ଉଦରେ – ଗର୍ଭରେ ।
  • ଦେହୀ – ଶରୀର ।
  • ବଇରୀ – ଶତ୍ରୁ ।
  • ଭାଳଇ – ଚିନ୍ତା କରଇ ।
  • ଭସ୍ମକୁଢ଼ – ପାଉଁଶ ।
  • ମନ୍ଦ – ଧୀର ।
  • ଦହିଜ – ଦହ୍ୟ, ଦଗ୍‌ଧ ।
  • ତନୁଜ – ପୁତ୍ର ।
  • ବେନିକର – ଦୁଇହାତ ।
  • ବେନିଭାଇ – ଦୁଇଭାଇ (କୃଷ୍ଣ ଓ ବଳରାମ) ।
  • ବିନତି – ଅନୁରୋଧ ।
  • କବରୀ – ଜୁଡ଼ା, ଖୋସା ।
  • ଗୃଧ୍ର – ଭାବ ।
  • ସ୍ବନ – ଶାଗୁଣା ।
  • ମାର୍ଜାର – ବିରାଡ଼ି (ମଞ୍ଜାରି) ।
  • ଉଦେ – ଉଦିତ ହୁଏ ।
  • ଭାନୁ – ସୂର୍ଯ୍ୟ ।
  • ଯାଦବ – ଯଦୁବଂଶରେ ଜାତ ।
  • ଚତୁର୍ଦ୍ଦଶ ଭୁବନ – ଚଉଦ ଭୁବନ (ଅତଳ, ବିତଳ ସୁତଳ, ରସାତଳ, ତଳାତଳ, ମହାତଳ, ପାତାଳ, ଭୂ, ଭୂଦଃ, ସ୍ୱ, ମହାଃ, ଜନଃ, ତପଃ, ସତ୍ୟ) ।
  • ବକତା – ବ୍ୟକ୍ତ ।
  • ସର୍ବକରତା – ଯେ ସବୁ କରିଛନ୍ତି ।
  • ବ୍ଯତ୍ରକେ – ବ୍ୟତୀତ ।
  • ମୋହରେ – ମୋତେ ।
  • ପଙ୍କଜପୟରେ – ପଦ୍ମପାଦରେ ।
  • ପ୍ରମାଣ ବଚନ – ସିଦ୍ଧ ବଚନ ।
  • ଭବକଳୁଷ ସନ୍ତାପ – ସଂସାରର ପାପତାପ ।
  • କେଶୀ – କଂସର ଅନୁଚର ।
  • ସାଧୁକ – ନାଶ କଲ ।
  • ରାଜନ – ପରୀକ୍ଷିତ ।
  • ଉଷତ – ଆନନ୍ଦିତ ।
  • ବେଦବର – ବ୍ରହ୍ମା ।
  • ଦୈତ – କଂସ ।
  • ନାଗଶୟନ – ଅନନ୍ତଶଯ୍ୟା ।
  • ଚନ୍ଦ୍ରମା ପକ୍ଷ – ଶୁକ୍ଳପକ୍ଷ ।
  • ପୁତନା – ଅଘା ଓ ବକାସୁରର ଭଉଣୀ ।
  • ବେନି ବଛି – ଦୁଇପୁଅ ।
  • ବର୍ତ୍ତନ ବସାଣ – ଧାର୍ଯ୍ୟ ହୋଇଥିବା ରାଜ୍ୟବୃତ୍ତି ।
  • ଝାଇଁ – ତତଲା ।

ଦ୍ବିତୀୟ ଛାନ୍ଦ

  • ଆଶେ – ଆଶାରେ ।
  • ସଫଳାସୁତ – ଅକ୍ରୂର ।
  • ହେଜିଲା – ଭାବିଲା ।
  • ବାଗ ଦଉଡ଼ି – ଲଗାମ ।
  • ଉଚ୍ଛନ୍ନ – ଚଞ୍ଚଳ ।
  • ଚକ୍ଷୁ ମଟକେ – ଆଖୁପିଛୁଳାକେ ।
  • ଅତି ଛଟକେ – ଅତି ଶୀଘ୍ର ।
  • ରହୁବର – ରଥଶ୍ରେଷ୍ଠ ।
  • ବଳି – ଅତିକ୍ରମ କରି ।
  • ଦେବଙ୍କ ରାଜେ – ଶ୍ରୀକୃଷ୍ଣ ।
  • ତାତ – ପିତା ।
  • ମଧୁପୁର – ମଥୁରା ।
  • ଡଗର – ଦୂତ ।
  • ଜଳଦ ତନୁ – ନୂଆ ମେଘ ପରି ଯାହାର ଶରୀର ।
  • ନାସାଦ୍ବାର – ନାସାରନ୍ଧ୍ର ।
  • ପେଷିଲା – ପଠାଇଲା ।
  • ଶ୍ରୀପତି – କୃଷ୍ଣ ।
  • ଭବବନ୍ଧନ – ସଂସାର ବନ୍ଧନ ।
  • ବ୍ରଜବିହାରୀ – ଶ୍ରୀକୃଷ୍ଣ ।
  • ଭାଳି – ଚିନ୍ତା କରି ।
  • ଧ୍ବଜ – ପତାକା ।
  • ଚକ୍ରାଦି – ଚକ୍ର ଆଦି ଅଷ୍ଟାଦଶ ଚିହ୍ନ ।
  • ଶିରେ – ମୁଣ୍ଡରେ ।
  • କହି ହୁଡ଼ଇ – କେହୁ କହୁ ଭୁଲିଯିବା ।
  • ଗଡ଼ଇ ପାଦ ପରେ – ପାଦତଳେ ଗଡ଼ିଯିବା ।
  • ଶୂନ୍ୟକୁ କୋଳ କରି – ଶୂନ୍ୟକୁ ଶ୍ରୀକୃଷ୍ଣ ଭାବି ବାହୁ ବିସ୍ତାରକରି, ଆଲିଙ୍ଗନ କରି
  • ମନେ ହେଜଇ – ମନରେ ଚିନ୍ତା କରିବା ।
  • ବାତୁଳ ହୋଇ – ଉନ୍ମାଦ ହୋଇ ।
  • ଗୋପୀମୋହନ – ଶ୍ରୀକୃଷ୍ଣ ।
  • ଆରତ – ଆତୁର ।
  • ଅଙ୍କୁଶ – ଆଙ୍କୁଡ଼ି ।
  • ନିଉଡ଼େ – ବୋଳେ ।
  • ରାଢ଼ – କୃପଣ ।
  • ଗୋପମାର୍ଗ – ବ୍ରଜଦାଣ୍ଡ ।
  • ଦ୍ରହାସେ – ମନ୍ଦହାସରେ, ଅଳ୍ପ ଅଳ୍ପ ହସି ।
  • ସୀମାନ୍ତରେ – ଶେଷଭାଗରେ ।
  • ଜୀମୂତ – ମେଘ ।
  • ବିଦ୍ୟୁ – ବିଜୁଳି ।
  • ତ୍ରିମୁଣ୍ଡୀ – ଫୁଲ ଖୋସା ହୋଇଥିବା ଜୁଡ଼ା ।
  • ତିଳକୁସୁମ – ରାଶିଫୁଲ ।
  • ପାରିଜାତ – ସ୍ବର୍ଗମନ୍ଦାର ।
  • ଶତପତ୍ର – ପଦ୍ମ ।
  • ରଦନ ତେଜ – ଦନ୍ତର କାନ୍ତି ।

ତୃତୀୟ ଛାନ୍ଦ

  • ଅଇରିକୁଳକୁ କେତୁ – ଶତ୍ରୁକୁଳକୁ ଧୂମକେତୁ।
  • ରଣରାଜପୁତ୍ରେ – ରଣପ୍ରିୟ ରାଜପ୍ରତୁମାନେ ମୋର ପ୍ରତିଜ୍ଞାରେ ରଣତେଜି ମୃତ୍ୟୁ ଲଭନ୍ତି ।
  • ଜନ୍ତୁ ପତି – ଯମ ।
  • କୁଧର – ପର୍ବତ ।
  • ଅଇରି – ଶତ୍ରୁ ।
  • ଉର – ଛାତି ।
  • ଶଲ – କୁନ୍ତ ।
  • ବ୍ରଜସେହ୍ନା – ଦୁର୍ଭେଜ୍ୟ ସାଞ୍ଜୁବିଶେଷ ।
  • ସୁନାସୀର – ଇନ୍ଦ୍ର ।
  • ଜଳଧୂ – ସମୁଦ୍ର ।
  • ଦେବଗୁରୁ – ବୃହସ୍ପତି ।
  • ବିଧ – ବ୍ରହ୍ମା ।
  • ତାତ – ବ୍ରହ୍ମା ।
  • ମୂଳ – ପ୍ରଧାନ କଥା ।
  • କଟକାଇ – ଯୁଦ୍ଧ ଆୟୋଜକ କଲେ ବା ସୈନ୍ୟ ସହିତ ଗଡ଼ ଆକ୍ରମଣ କଲେ ।
  • ଯାଦବକୁଳ – ଯଦୁବଂଶ ।
  • କୁମୁଦବନ – କଇଁସମୂହ ।
  • ନିଶାମଣି – ଚନ୍ଦ୍ର ଚନ୍ଦ୍ର କଇଁମାନଙ୍କୁ ପ୍ରଫୁଲ୍ଲିତ କଲା ପରି ମୁଁ ଯଦୁବଂଶର ଆନନ୍ଦଦାତା ଅଟେ ।
  • ସହିବା ପଣେ – ସହିଷ୍ଣୁତାରେ ।
  • ଅଷ୍ଟଭୂଜ – ବ୍ରହ୍ମା ।
  • ଧାପ – ରଣଯାତ୍ରା ।
  • ଜରାସନ୍ଧ – ମଗଧର ରାଜା ।
  • ହନ୍ତକାର – ଘାତକ ।
  • ମହାପ୍ରଳୟ ବରଷା – ସଂବର୍ଭମେଘ ।
  • ସମ୍ଭାର – ଦ୍ରବ୍ଯାପହାର ।
  • ଗୋଟିକା, ଅଧାମ – ମିଷ୍ଟାନ୍ନ ବିଶେଷ ।
  • ପରଚେ – ଚିହ୍ନା, ପରିଚୟ ।
  • ଶିରୀପତି – କୃଷ୍ଣ ।
  • ପରିଜନ – ଭୃତ୍ୟ ।
  • ଗୋପସାଇଁ – ଗେପରାଜା, ନନ୍ଦ ।

ଚତୁର୍ଥ ଛାନ୍ଦ

  • ସାୟକ – ଶର।
  • ସାୟକ ପୂଜା – ଧନୁପୂଜା ।
  • ଥାବର – ସ୍ଥାବର, ପର୍ବତବୃକ୍ଷାଦି ।
  • ପାତ – ବିନାଶ, କ୍ଷୟ ।
  • ଗୋଈ – ଗୋପୀ ।
  • ଏଣୀଦୃଶା – ମୃଗନୟନା ।
  • ବେନିଚକ୍ଷୁ – ଏଠାରେ କୃଷ୍ଣଚନ୍ଦ୍ର ଓ ବଳରାମ ।
  • ମୁକୁଦ ମରିବେ – କଇଁସବୁ ମରିବେ ।
  • କୁମୁଦରମଣ – ଚନ୍ଦ୍ର ।
  • କୁମୁଦ – ନୈର୍ଗତ କୋଣ ।
  • କରୀନ୍ଦ୍ର ଗମନା – କଂସ ।
  • ଆୟୁନେଉ – ଆମ୍ଭଙ୍କୁ ମାରୁ ।
  • ଲୀଳା – କୃଷ୍ଣଙ୍କ ଖେଳ କଉତୁକ ।
  • ବାହୁନି – ଉଚ୍ଚସ୍ୱରରେ ବର୍ଣନା କରି ।
  • କୋଡ଼େ – ମାରେ ।
  • ସ୍ଥକିତ – ଥର ।
  • ଭଙ୍ଗାଇ – ନିଷେଧ କରି, ଭାଙ୍ଗୁଣିଆ କରି ।
  • ସାରଣୀ – ଜଣେ ଗୋପୀ ।
  • ପ୍ରତିବାଣୀ – ପ୍ରତ୍ୟୁତ୍ତର ।
  • ମଧୁପୁର – ମଥୁରା ।
  • ଭେଳିକି – କୁହୁକ, ଭୋଜବିଦ୍ୟା ।
  • ହେମମାଳା – ଗଜରାଜ ଗତି ।
  • ଭେଳା – ଆଶ୍ରା ବା ଆଶ୍ରୟ ।
  • ଧାତା ଛାଡ଼ିଲା – ଦଇବ ଛାଡ଼ିଲା, ବିହି ବାମ ହେଲା ।
  • ନିୟତ – ନିଶ୍ଚୟ ।
  • ଗୋରସରେ – ଦୁଧରେ ।
  • ବରଜ – କୃଷ୍ଣଚନ୍ଦ୍ର ।
  • ବରଜ ଚତୁରୀ – ଗୋପୀ ।
  • ବରଗିଛି – ପଠାଇଛି ।
  • ରମଣ – କାନ୍ତ, ଗୋପୀରମଣ ଅର୍ଥରେ ।
  • ଚିନ୍ତାରତ୍ନାକରେ – ଚିନ୍ତାରୂପ ସମୁଦ୍ରରେ ।
  • ମନମୀନ – ମନରୂପ ମାଛ ବୁଡ଼ିଗଲା ।
  • କାରୁଣ – କାରୁଣ୍ୟ, ରୋଦନ ।

CHSE Odisha MIL Sanskrit Class 11 Question Answer (+2 1st Year)

+2 1st Year MIL Sanskrit Book Solutions Pdf Download

गद्यभागः

पद्यभाग:

BSE Odisha Class 11 Sanskrit Grammar

CHSE Odisha Class 11 Sanskrit Question Pattern and Distribution of Marks

Syllabus
+2 M.I.L Sanskrit
First Year
Total Classes – 80

There will be one Paper with 100 marks. The examination will last 3 (three) hours.

Course Structure

Classes Required Marks Allotted
(a) Reading Skill 20 20
(b) Writing Skill 25 40
(c) Literary Text 35 40
Total 80 Classes 100 Marks

Portions to be Stuided

(a) Prose – Sanskrutaprabha (Gadyabhagah)
संस्कृतप्रभा-गद्यभागः
The following prose pieces from the book mentioned above are to be stuided

  1. मनुमत्स्याख्यानम् (Manumatsyakhyanam)
  2. चतुरशृगालः (Chaturasrugalah)
  3. संस्कृते किं नास्ति (Sanskrta kim nasti)
  4. जाबालः सत्यकामः (Jabalah Satyakamah)

(b) Poetry – Samskrtaprabha (Podyabhagah)
संस्कृतप्रभा (पद्यभागः)
The following poetry pieces from the above book are to be stuided

  1. सुभाषितावली (Subhasitavali)
  2. भाति मे भारतम् (Bhati me Bharatam)
  3. वसन्तः (Vasantah)

(c) Grammar from the Prose and Poetry

  1. सन्धि-सन्धिविच्छेद (Sandhi and Sandhi Viccheda)
  2. कारकविभक्ति (Karak Vibhakti)
  3. प्रकृतिप्रत्यय (Prakrti Pratyaya)

(d) Topics from the Grammar text

  1. स्त्रीप्रत्यय (Stripratyaya)
  2. समास (Samasa)
  3. Formation of a single word from Stripratyaya and Samasa

(e) Translation and Comprehension

  1. Comprehension – Sanskrit Passage from the comprehension passages of संस्कृतप्रभा, Part – I
  2. Translation into Odia/English from prose and Poetry, translation from Sanskrit to Odia/English.

(f) Writing Skill
The art of writing – letters, Applications, Textual Explanation, Textual long questions.

Books Recommended

  1. Sanskrtaprabha, Part – I संस्कृतप्रभा प्रथमोभागः
    Published by Odisha State Bureau of Textbook Preparation and Production.
  2. Vyakaranadarpants- ब्याकरण दर्पण:
    Published by Odisha State Bureau of Textbook Preparation and Production.

Question Pattern and Mark-Division

1. Reading Skill (20 Marks)

  • Multiple choice questions from Prose & Poetry (3 + 2) (1 × 5 = 5 Marks)
  • Very short questions from Prose & Poetry (2 + 3) (1 × 5 = 5 Marks)
  • Short questions from Prose & Poetry (1 + 1) (2 × 2 = 4 Marks)
    (out of 4 questions)
  • Two questions from prose & poetry (1 + 1) (3 × 2 = 6 Marks)
    (out of 4 questions)

2. Writing Skill (40 Marks)

  • Very Short Questions from Grammar Text – 10 Marks
    • Stripratyaya – 1 × 3 = 3 Marks
    • Samasa – 1 × 4 = 4 Marks
    • Ekapadikarana – 1 × 3 = 3 Marks
  • Translation of verse into Odia/English from Poetry Text – 4 × 1 = 4 Marks (out of 2 verses)
  • Translation of one passage into Odia/English from Prose Text – 6 × 1 = 6 Marks
  • Translation of an Unseen Sanskrit Passage to Odia/English from given Passage – 1 No. (10 × 1 = 10 Marks)
  • Application/Letter writing – 1 No. (10 × 1 = 10 Marks) (out of 2 questions)

3. Literary Text (40 Marks)

  • Grammar from Prose: (Sandhiviccheda) – 1 × 4 = 4 Marks
  • Grammar from Poetry:
    • Karaka-Vibhakti – 1 × 3 = 3 Marks
    • Prakrati-Pratyaya – 1 × 3 = 3 Marks
  • Two questions from Prose & Poetry (1 + 1) (6 × 2 = 12 Marks) (within 30 words) (out of 4 questions)
  • Explanation of Verse from Poetry text (one) (8 × 1 = 8 Marks) (out of two verses)
  • Comprehension (One Passage) from text (1 – 8) (2 × 5 = 10 Marks)

N.B. Answer in Sanskrit is to be written either in Odia script or in Devanagari script.

CHSE Odisha Class 12 History Chapter 13 Objective Questions in Odia Medium

Odisha State Board CHSE Odisha Class 12 History Solutions Chapter 13 ମହାତ୍ମା ଗାନ୍ଧି ଏବଂ ସ୍ଵାଧୀନତା ପାଇଁ ଜାତୀୟ ସଂଗ୍ରାମ Objective Questions.

CHSE Odisha 12th Class History Chapter 13 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ରାୱାଲତ୍ ଆଇନ କେବେ ପ୍ରଣୀତ ହୋଇଥିଲା ?
(କ) ୧୯୧୭ ଖ୍ରୀ.ଅ.
(ଖ) ୧୯୧୮ ଖ୍ରୀ.ଅ.
(ଗ) ୧୯୧୯ ଖ୍ରୀ.ଅ.
(ଘ) ୧୯୨୦ ଖ୍ରୀ.ଅ.
Answer:
(ଗ) ୧୯୧୯ ଖ୍ରୀ.ଅ.

୨। ଭାରତୀୟ ଜାତୀୟ କଂଗ୍ରେସର ନାମକରଣ କିଏ କରିଥିଲେ ?
(କ) ଦାଦାଭାଇ ନାରୋଜୀ
(ଖ) ଫିରୋଜଶାହ ମେହେଟ୍ଟା
(ଗ) ଉମେଶ ଚନ୍ଦ୍ର ବାନାର୍ଜୀ
(ଘ) ଉମେଶ ଚନ୍ଦ୍ର ବାନାର୍ଜୀ
Answer:
(କ) ଦାଦାଭାଇ ନାରୋଜୀ

୩ । ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନରେ କିଏ ସଭାପତିତ୍ୱ କରିଥିଲେ ?
(କ) ଉମେଶ ଚନ୍ଦ୍ର ବାନାର୍ଜୀ
(ଖ) ଫିରୋଜଶାହ ମେହେଟ୍ଟା
(ଗ) ମହାଦେବ ଗୋବିନ୍ଦ ରାନାଡ଼େ
(ଘ) ଉମେଶ ଚନ୍ଦ୍ର ବାନାର୍ଜୀ
Answer:
(କ) ଉମେଶ ଚନ୍ଦ୍ର ବାନାର୍ଜୀ

୪ । ଜାତୀୟ କଂଗ୍ରେସର କେଉଁ ଅଧୁବେଶନରେ ଇଂରେଜ ସରକାରଙ୍କ ବିରୁଦ୍ଧରେ ଅସହଯୋଗ ପ୍ରସ୍ତାବ ଗୃହୀତ କରିଥିଲେ ?
(କ) କଲିକତା ଅଧ୍ଵବେଶନ
(ଖ) ନାଗପୁର ଅଧ୍ଵବେଶନ
(ଗ) ଲାହୋର ଅଧୂବେଶନ
(ଘ) ବମ୍ବେ ଅଧ୍ଵବେଶନ
Answer:
(ଖ) ନାଗପୁର ଅଧୁବେଶନ

୫ । ମହାତ୍ମା ଗାନ୍ଧି କାହିଁକି ଅସହଯୋଗ ଆନ୍ଦୋଳନକୁ ସ୍ଥଗିତ ରଖୁଥିଲେ ?
(କ) ଇଂରେଜ ସରକାର ତାଙ୍କୁ ଅନୁରୋଧ କରିଥିଲେ ।
(ଖ) ଚୌରୀଚୌରା ହିଂସାକାଣ୍ଡ ପାଇଁ
(ଗ) ଖୁଲାଫତ୍ ଆନ୍ଦୋଳନରେ ବିଫଳତା
(ଘ) ଜନସାଧାରଶଙ୍କଠାରୁ ସମଥନ ନପାଇ
Answer:
(ଖ) ଚୌରୀଚୌରା ହିଂସାକାଣ୍ଡ

CHSE Odisha Class 12 History Chapter 13 Objective Questions in Odia Medium

୬ । ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟିର ପ୍ରଥମ ସଭାପତି କିଏ ଥିଲେ ?
(କ) ଗୋପବନ୍ଧୁ ଦାସ
(ଖ) ଗୋପବନ୍ଧୁ ଚୌଧୁରୀ
(ଗ) ଭାଗୀରଥ ମହାପାତ୍ର
(ଘ) ଏକରାମ୍ ରସୁଲ
Answer:
(କ) ଗୋପବନ୍ଧୁ ଦାସ

୭ । କିଏ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ସଙ୍ଗଠିତ କରାଇଥିଲେ ?
(କ) ଗୋପବନ୍ଧୁ ଦାସ
(ଖ) ଗୋପବନ୍ଧୁ ଚୌଧୁରୀ
(ଗ) ହରେକୃଷ୍ଣ ମହତାବ
(ଘ) ଭାଗୀରଥ ମହାପାତ୍ର
Answer:
(କ) ଗୋପବନ୍ଧୁ ଦାସ

୮ | ଅସହଯୋଗ ଆନ୍ଦୋଳନରେ ସାମିଲ ହେଉଥବା କର୍ମୀମାନଙ୍କୁ ଶିକ୍ଷା ଦେବାପାଇଁ ଏବଂ ସେମାନଙ୍କୁ ଆଶ୍ରୟ ଦେବାପାଇଁ ‘ସ୍ଵରାଜ ଆଶ୍ରମ’ କେଉଁଠାରେ ପ୍ରତିଷ୍ଠା କରାଯାଇଥିଲା ?
(କ) ଜଗତ୍‌ସିଂହପୁର
(ଖ) କଟକ
(ଗ) ବାଲେଶ୍ଵର
(ଘ) ସାଷିଗୋପାଳ
Answer:
(ଖ) କଟକ

୯। ଅସହଯୋଗ ଆନ୍ଦୋଳନ କାଳରେ ‘ସ୍ଵରାଜ ମନ୍ଦିର’ କେଉଁଠାରେ ପ୍ରତିଷ୍ଠା କରାଯାଇଥିଲା ?
(କ) ବାଲେଶ୍ଵର
(ଖ) ଭଦୁକ
(ଗ) ପୁରା
(ଘ) କଟକ
Answer:
(କ) ବାଲେଶ୍ବର

୧୦ । ଛାତ୍ର ଅସହଯୋଗୀମାନଙ୍କ ମଧ୍ୟରେ ସମନ୍ଵୟ ସ୍ଥାପନ କରିବାପାଇଁ ‘ସ୍ଵରାଜ ସେବକ ସଂଘ’ କେଉଁଠାରେ ପ୍ରତିଷ୍ଠା କରାଯାଇଥିଲା ?
(କ) କଟକ
(ଖ) ପୁରା
(ଗ) ଭଦୁକ
(ଘ) ଗଞାମ
Answer:
(କ) କଟକ

୧୧ । ଅସହଯୋଗ ଆନ୍ଦୋଳନ ସମୟରେ ଓଡ଼ିଶାରେ ଜାତୀୟ ବିଦ୍ୟାଳୟମାନ ପ୍ରତିଷ୍ଠା କରାଯାଇଥିଲା । ସାକ୍ଷିଗୋପାଳଠାରେ କିଏ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ?
(କ) ଗୋପବନ୍ଧୁ ଦାସ
(ଖ) ହରେକୃଷ୍ଣ ମହତାବ
(ଗ) କରୁଣାକର ପାଣିଗ୍ରାହୀ
(ଘ) ମଧୁସୂଦନ ବିଶ୍ଵାଳ
Answer:
(କ) ଗୋପବନ୍ଧୁ ଦାସ

CHSE Odisha Class 12 History Chapter 13 Objective Questions in Odia Medium

୧୨ । ଜାତୀୟ କଂଗ୍ରେସର ଲାହୋର ଅଧ୍ଵବେଶନରେ କିଏ ଅଧ୍ୟକ୍ଷତା କରିଥିଲେ ?
(କ) ମୋତିଲାଲ୍ ନେହେରୁ
(ଖ) ମହାତ୍ମା ଗାନ୍ଧି
(ଗ) ଜବାହରଲାଲ ନେହେରୁ
(ଘ) ମହମ୍ମଦ ଅଲ୍ଲୀ ଜିନ୍ନା
Answer:
(ଖ) ଜବାହରଲାଲ ନେହେରୁ

୧୩ । ଜାତୀୟ କଂଗ୍ରେସର କେଉଁ ଅଧୁବେଶନରେ ପୂର୍ଣ୍ଣ ସ୍ଵରାଜ ପ୍ରସ୍ତାବ ଗୃହୀତ ହୋଇଥିଲା ?
(କ) ନାଗପୁର ଅଧିବେଶନ
(ଖ) କଲିକତା ଅଧିବେଶନ
(ଗ) ଲାହୋର ଅଧିବେଶନ
(ଘ) ଅହମ୍ମଦାବାଦ ଅଧ୍ଵବେଶନ
Answer:
(ଗ) ଲାହୋର ଅଧୂବେଶନ

୧୪ । ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ କିଏ ଭାରତର ବଡ଼ଲାଟ ଥିଲେ ?
(କ ) ଲର୍ଡ ଚେମ୍‌ସଫୋର୍ଡ଼
(ଖ) ଲର୍ଡ ଇରଉଇନ୍
(ଗ) ଲର୍ଡ ୱେଲିଙ୍ଗଟନ୍
(ଘ) ଲର୍ଡ ଲିନ୍‌ଲିଥଗୋ
Answer:
(ଖ) ଲର୍ଡ ଇରଉଇନ୍

୧୫ । ଗାନ୍ଧୀ-ଇରଇଇନ୍ ଚୁକ୍ତି କେବେ ସ୍ୱାକ୍ଷରିତ ହୋଇଥିଲା ?
(କ) ୨୭ ଫେବୃୟାରୀ ୧୯୩୦
(ଖ) ୨୭ ଫେବୃୟାରୀ ୧୯୨୯
(ଗ) ୨୭ ଫେବୃୟାରୀ ୧୯୩୧
(ଘ) ୨୭ ଫେବୃୟାରୀ ୧୯୩୨
Answer:
(ଗ) ୨୭ ଫେବୃୟାରୀ ୧୯୩୧

୧୬ । ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ୱ କିଏ ନେଇଥିଲେ ?
(କ) ସୁରେନ୍ଦ୍ର ପଟ୍ଟନାୟକ
(ଖ) ବିନୋଦ କାନୁନ୍‌ଗୋ
(ଗ) ଆଚାର୍ଯ୍ୟ ହରିହର ଦାସ
(ଘ) ନିରଞ୍ଜନ ଘୋଷ
Answer:
(ଗ) ଆଚାର୍ଯ୍ୟ ହରିହର ଦାସ

୧୭ । ଲବଣ ଆଇନ ଅମାନ୍ୟ କରିବାପାଇଁ ଓଡ଼ିଶାର କେଉଁ ସ୍ଥାନକୁ ଠିକ୍ କରାଯାଇଥିଲା ?
(କ) ଇଞ୍ଚୁଡ଼ି
(ଖ) କୁଜଙ୍ଗ
(ଗ) ଅସ୍ତରଙ୍ଗ
(ଘ) ହୁମ୍ମା
Answer:
(କ) ଇଞ୍ଚୁଡ଼ି

୧୮ । କୁଜଙ୍ଗଠାରେ ଆଇନ ଅମାନ୍ୟ ଆନ୍ଦୋଳନରେ କିଏ ନେତୃତ୍ୱ ନେଇଥିଲେ ?
(କ) ନାରାୟଣ ବୀରବର ସାମନ୍ତ
(ଖ) ନିରୱୁନ ଘୋଷ
(ଗ) ସୁରେନ୍ଦ୍ର ପଟ୍ଟନାୟକ
(ଘ) ବିନୋଦ କାନୁନ୍‌ଗୋ
Answer:
(କ) ନାରାୟଣ ବୀରବର ସାମନ୍ତ

CHSE Odisha Class 12 History Chapter 13 Objective Questions in Odia Medium

୧୯ । ୧୯୩୫ର ଭାରତ ଶାସନ ଆଇନ କେଉଁ କମିଶନର ସୁପାରିସ ଭିଭିରେ ପ୍ରଣୀତ ହୋଇଥିଲା ?
(କ) ମ୍ୟାକଲେ କମିଶନ
(ଖ) ହଣ୍ଟର କମିଶନ୍
(ଗ) ସାଇମନ୍ କମିଶନ୍
(ଘ) ସାରେକ୍ଲିଫ୍ କମିଶନ
Answer:
(ଗ) ସାଇମନ୍ କମିଶନ୍

୨୦ । ଜାତୀୟ କଂଗ୍ରେସର କେଉଁ ଅଧୁବେଶନରେ ଭାରତଛାଡ଼ ପ୍ରସ୍ତାବ ଗୃହୀତ ହୋଇଥିଲା ?
(କ) ବମ୍ବେ ଅଧିବେଶନ
(ଖ) କଲିକତା ଅଧିବେଶନ
(ଗ) ଲାହୋର ଅଧୂବେଶନ
(ଘ) ନାଗପୁର ଅଧ୍ଵବେଶନ
Answer:
(କ) ବମ୍ବେ ଅଧୁବେଶନ

୨୧ । ଭାରତଛାଡ଼ ଆନ୍ଦୋଳନ ସମୟରେ କିଏ ଭାରତର ବଡ଼ଲାଟ ଥିଲେ ?
(କ) ଲର୍ଡ ଲିନ୍‌ଲିନ୍‌
(ଖ) ଲର୍ଡ ୱାଭେଲ
(ଗ) ଲର୍ଡ ମାଉଣ୍ଟବ୍ୟାଟେନ
(ଘ) ଲର୍ଡ କର୍ଜନ
Answer:
(କ) ଲର୍ଡ ଲିନ୍‌ଲିଥ୍‌

୨୨ । ଭାରତଛାଡ଼ ଆନ୍ଦୋଳନରେ ଗାନ୍ଧିଙ୍କୁ ଗିରଫ କରାଯିବା ପରେ କେଉଁଠାରେ ରଖାଯାଇଥିଲା ?
(କ) ୟାରବେଡ଼ା ଜେଲ୍
(ଗ) ଆଗାଖାଁ ରାଜପ୍ରାସାଦ
(ଖ) ଅହମ୍ମଦ ନଗର ଦୁର୍ଗ
(ଘ) ହଜାରିବାଗ ଜେଲ
Answer:
(ଗ) ଆଗାଖାଁ ରାଜପ୍ରାସାଦ

୨୩ । ଭାରତଛାଡ଼ ଆନ୍ଦୋଳନ ସହ ଜଡ଼ିତ କେଉଁ ଘଟଣାଟି ଦ୍ଵିତୀୟ ଜାଲିଆନାୱାଲାବାଗ୍‌ର ସଂହାର ବୋଲି ବର୍ଣ୍ଣିତ
(କ) କାଇପଡ଼ା-କଳାମାଟିଆ ଘଟଣା, ୨୬ ଅଗଷ୍ଟ ୧୯୪୨
(ଖ) ଲୁଣିଆ–କଟସାହି ଘଟଣା, ୨୨ ସେପ୍ଟେମ୍ବର ୧୯୪୨
(ଗ) ଇରମ୍ ଘଟଣା, ୨୮ ସେପ୍ଟେମ୍ବର ୧୯୪୨
(ଘ) ଖଇରାଡିହି-ତୁଡ଼ିଗୁଡ଼ିଆ ଘଟଣା, ୨୮ ସେପ୍ଟେମ୍ବର ୧୯୪୨
Answer:
(ଗ) ଇରମ୍ ଘଟଣା ,୨୮ ସେପ୍ଟେମ୍ବର ୧୯୪୨

୨୪ । କୋରାପୁଟ ଜିଲ୍ଲାରେ ଭାରତଛାଡ଼ ଆନ୍ଦୋଳନ ନେତୃତ୍ଵ କିଏ ନେଇଥିଲେ ?
(କ) ଲକ୍ଷ୍ମଣ ନାୟକ
(ଖ) ଗୋପବନ୍ଧୁ ଦାସ
(ଗ) ସୁଇଜମଲ୍ଲ ଶାହା
(ଘ) ଅଶୋକ ଦାସ
Answer:
(କ) ଲକ୍ଷ୍ମଣ ନାୟକ

CHSE Odisha Class 12 History Chapter 13 Objective Questions in Odia Medium

୨୫ । କେବେ ଲକ୍ଷ୍ମଣ ନାୟକ ଫାଶୀ ପାଇଥିଲେ ?
(କ) ୧୯୪୧ ମାର୍ଚ୍ଚ ୧୦ ତାରିଖ
(ଖ) ୧୯୪୨ ଅପ୍ରେଲ ୩ ତାରିଖ
(ଗ) ୧୯୪୨ ଡିସେମ୍ବର ୨୫ ତାରିଖ
(ଘ) ୧୯୪୩ ମାର୍ଚ୍ଚ ୨୯ ତାରିଖ
Answer:
(ଘ) ୧୯୪୩ ମାର୍ଚ୍ଚ ୨୯ ତାରିଖ

୨୬ । ‘ରକ୍ତତୀର୍ଥ’ କାହାକୁ କୁହାଯାଏ ?
(କ) ଇରମ୍
(ଖ) ଇଞ୍ଚୁଡ଼ି
(ଗ) ହୁମ୍ମା
(ଘ) ନିମାପଡ଼ା
Answer:
(କ) ଇରମ୍

୨୭ । ହିନ୍ଦୁସ୍ଥାନ ରିପବ୍ଲିକାନ୍‌ ସଂଘ ନିମ୍ନୋକ୍ତ କେଉଁ ମସିହାରେ ଗଠିତ ହୋଇଥିଲା ?
(କ) ୧୯୨୪
(ଖ) ୧୯୨୫
(ଗ) ୧୯୨୬
(ଘ) ୧୯୨୭
Answer:
(କ) ୧୯୨୪

୨୮ । ହିନ୍ଦୁସ୍ଥାନ ରିପବ୍ଲିକାନ୍‌ ସଂଘ ପରବର୍ତୀ ସମୟରେ କେଉଁ ନାମରେ ନାମିତ ହୋଇଥିଲା ?
(କ) ହିନ୍ଦୁସ୍ଥାନ ସଂଘ
(ଖ) ହିନ୍ଦୁସ୍ଥାନ ସୋସାଲିଷ୍ଟ ରିପବ୍ଲିକାନ୍ ସଂଘ
(ଗ) ହିନ୍ଦୁସ୍ଥାନ ମଜଦୁର ସଂଘ
(ଘ) କମ୍ୟୁନିଷ୍ଟ ଇଣ୍ଟରନ୍ୟାସନାଲ ସଂଘ
Answer:
(ଖ) ହିନ୍ଦୁସ୍ଥାନ ସୋସାଲିଷ୍ଟ୍ ରିପବ୍ଲିକାନ ସଂଘ

୨୯ । ପ୍ରଥମ ତ୍ରିରଙ୍ଗା ପତାକା ନିମ୍ନୋକ୍ତ କେଉଁ ମସିହାରେ ଉତ୍ତୋଳନ କରାଯାଇଥିଲା ?
(କ) ଡିସେମ୍ବର ୩୧, ୧୯୨୯
(ଖ) ଡିସେମ୍ବର ୨୯, ୧୯୨୯
(ଗ) ଡିସେମ୍ବର ୨୫, ୧୯୨୯
(ଘ) ଡିସେମ୍ବର ୧୦, ୧୯୨୯
Answer:
(କ) ଡିସେମ୍ବର ୩୧, ୧୯୨୯

୩୦ । କେବେ ମହାତ୍ମା ଗାନ୍ଧି ଓଡ଼ିଶା ଆଗମନ କରିଥିଲେ ?
(କ) ୧୯୨୦
(ଖ) ୧୯୨୧
(ଗ) ୧୯୨୨
(ଘ) ୧୯୨୩
Answer:
(ଖ) ୧୯୨୧

୩୧ । ‘ଉତ୍କଳ ସ୍ଵରାଜ ଶିକ୍ଷା ପରିଷଦ’ କେଉଁଠାରେ ପ୍ରତିଷ୍ଠିତ ହୋଇଥିଲା ?
(କ) କଟକ
(ଖ) ପୁରୀ
(ଗ) ବାଲେଶ୍ଵର
(ଘ) ଯାଜପୁର
Answer:
(କ) କଟକ

CHSE Odisha Class 12 History Chapter 13 Objective Questions in Odia Medium

୩୨ । ‘ଅଳକା ଆଶ୍ରମ’ କେଉଁଠାରେ ପ୍ରତିଷ୍ଠିତ ହୋଇଥିଲା ?
(କ) କଟକ
(ଖ) ଜଗତ୍ ସିହପୁର
(ଗ) ପୁରୀ
(ଘ) ବାଲେଶର
Answer:
(ଖ) ଜଗତସିଂହପୁର

୩୩ । ମଣ୍ଟେରୁ ଚେମ୍ସଫୋର୍ଡ଼ ଶାସନ ସଂସ୍କାର ଆଇନ କେବେ ପ୍ରଣୀତ ହୋଇଥୁଲା ?
(କ) ୧୯୧୭
(ଖ) ୧୯୧୮
(ଗ) ୧୯୧୯
(ଘ) ୧୯୨୬
Answer:
(ଗ) ୧୯୨୯

୩୪ । ‘ହିନ୍ଦୁସ୍ଥାନ ରିପବ୍ଲିକାନ୍‌ ସଂଘ’ କେବେ ଗଠିତ ହୋଇଥିଲା ?
(କ) ୧୯୨୧
(ଖ) ୧୯୨୨
(ଗ) ୧୯୨୪
(ଘ) ୧୯୨୫
Answer:
(ଗ) ୧୯୨୪

୩୫ । ୧୮୮୫ରେ ଅବସରପ୍ରାପ୍ତ ଇଂରେଜ ଅଧିକାରୀ ଆଲାନ୍ ଅକ୍ସାଭିଆନ୍ ହ୍ୟୁମ୍ ଭାରତର କେଉଁ ବଡ଼ଲାଟଙ୍କୁ ପ୍ରଭାବିତ କରି ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠା କରିଥିଲେ ?
(କ) ଲର୍ଡ ଡଫ୍‌ରିନ୍‌
(ଖ) ଲର୍ଡ କ୍ୟାମିଂ
(ଗ) ଲଡ ଓ୍ବାରେନ୍ ହେଜିଂସ୍
(ଘ) ଲର୍ଡ ଡେଲ୍‌ହାଉସୀ
Answer:
(କ) ଲର୍ଡ଼ ଡଫ୍‌ରିନ୍

୩୬ । କେଉଁ ଦିବସକୁ ‘ପ୍ରଥମ ସ୍ଵାଧୀନତା ଦିବସ’ ରୂପେ ଘୋଷଣା କରାଯାଇଥିଲା ?
(କ) ୨୬ ଜାନୁୟାରୀ ୧୯୩୦
(ଖ) ୨୬ ଫେବୃୟାରୀ ୧୯୩୦
(ଗ) ୨୫ ମେ ୧୯୨୯
(ଘ) ୨୬ ମେ ୧୯୨୯
Answer:
(କ) ୨୬ ଜାନୁୟାରୀ ୧୯୩୦

୩୭ । ପ୍ରଥମ ଗୋଲଟେବୁଲ୍ ବୈଠକ କେବେ ଆୟୋଜିତ ହୋଇଥିଲା ?
(କ) ୧୯୩୦
(ଖ) ୧୯୩୧
(ଗ) ୧୯୩୨
(ଘ) ୧୯୩୩
Answer:
(କ) ୧୯୩୦

CHSE Odisha Class 12 History Chapter 13 Objective Questions in Odia Medium

୩୮ । ତୃତୀୟ ଗୋଲଟେବୁଲ ବୈଠକ କେବେ ଅନୁଷ୍ଠିତ ହୋଇଥିଲା ?
(କ) ୧୯୩୦
(ଖ) ୧୯୩୧
(ଗ) ୧୯୩୨
(ଘ) ୧୯୩୩
Answer:
(ଗ) ୧୯୩୨

୩୯ । କିଏ ପ୍ରଥମେ ଇଞ୍ଚୁଡ଼ିରେ ଲବଣ ଆଇନ ଭଙ୍ଗ କରିଥିଲେ ?
(କ) ଆଚାର୍ଯ୍ୟ ହରିହର
(ଖ) ଗୋପବନ୍ଧୁ ଦାସ
(ଗ) ଗୋପବନ୍ଧୁ ଚୌଧୁରୀ
(ଘ) ନିରଞନ ପଇନାୟକ
Answer:
(କ) ଆଚାର୍ଯ୍ୟ ହରିହର

୪୦ । କେବେ ‘କ୍ରିପ୍‌ କମିଶନ୍’ ଭାରତ ଗସ୍ତରେ ଆସିଥିଲେ ?
(କ) ୧୯୪୦
(ଖ) ୧୯୪୧
(ଗ) ୧୯୪୨
(ଘ) ୧୯୪୩
Answer:
(ଖ) ୧୯୪୧

୪୧ । କେବେ ଭାରତଛାଡ଼ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହୋଇଥିଲା ?
(କ) ୧୯୪୧
(ଖ) ୧୯୪୨
(ଗ) ୧୯୪୩
(ଘ) ୧୯୪୫
Answer:
(ଖ) ୧୯୪୨

୪୨ । ବ୍ରିଟିଶ୍ ସରକାର କେଉଁ ସ୍ଵାଧୀନତା ସଂଗ୍ରାମୀଙ୍କୁ ‘କାଇଜର-ଇ-ହିନ୍ଦ୍’ ଉପାଧ୍ଵରେ ଭୂଷିତ କରିଥିଲେ ?
(କ) ମୌଲାନା ଆବୁଲ କାଲାମ୍ ଆଜାଦ୍
(ଖ) ଖାନ୍ ଅବଦୁଲ୍ ଗମ୍ଫର ଖାଁ
(ଗ) ମହାତ୍ମା ଗାନ୍ଧି
(ଘ) ଦାଦାଭାଇ ନାରୋଜୀ
Answer:
(ଗ) ମହାତ୍ମା ଗାନ୍ଧି

୪୩ । ଭାରତର ସ୍ଵାଧୀନତା ସଂଗ୍ରାମର କେଉଁ ଆନ୍ଦୋଳନରେ ଅର୍ଥ ଯୋଗାଇବାପାଇଁ ‘ତିଲକ ସ୍ଵରାଜ ଫଣ୍ଡ’ ଗଠିତ ହୋଇଥିଲା ?
(କ) ଅସହଯୋଗ ଆନ୍ଦୋଳନ
(ଗ) ଭାରତଛାଡ଼ ଆନ୍ଦୋଳନ
(ଖ) ଆଇନ ଅମାନ୍ୟ ଆନ୍ଦୋଳନ
(ଘ) ସ୍ଵାଧୀନତା ଆନ୍ଦୋଳନ
Answer:
(କ) ଅସହଯୋଗ ଆନ୍ଦୋଳନ

CHSE Odisha Class 12 History Chapter 13 Objective Questions in Odia Medium

୪୪ । ଭାରତ ଇତିହାରେ କେଉଁ ସମୟକୁ ଚରମପନ୍ଥୀ ଯୁଗ ବୋଲି ଅଭିହିତ କରାଯାଉଥାଏ ?
(କ) ୧୯୨୦ – ୧୯୨୬
(ଖ) ୧୮୮୫-୧୯୧୯
(ଗ) ୧୯୦୬ – ୧୯୧୯
(ଘ) ୧୯୦୫-୧୯୨୭
Answer:
(ଗ) ୧୯୦୬–୧୯୧୯

B. ଶୂନ୍ୟସ୍ଥାନ ପୂରଣ କର ।

୧। _________________ ଦିନ ମହାତ୍ମା ଗାନ୍ଧି ମୃତ୍ୟୁବରଣ କରିଥିଲେ ।
Answer:
୧୯୪୮ ଖ୍ରୀ.ଅ, ଜାନୁୟାରୀ ୩୦ ତାରିଖ

୨ । ପୱାବର ଦୁଇ ନେତା ______________ ଓ ________________ ଙ୍କୁ ଗିରଫ ପ୍ରତିବାଦରେ ୧୯୧୯ ଖ୍ରୀଷ୍ଟାବ୍ଦରେ ଜାଲିୱାନାୱାଲାବାଗ୍ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା ।
Answer:
ଡକ୍ଟର କିଚଲୁ, ଡକ୍ଟର ସତ୍ୟପାଳ

୩ । ୧୯୨୯ ଖ୍ରୀଷ୍ଟାବ୍ଦରେ ଅନୁଷ୍ଠିତ ଭାରତୀୟ ଜାତୀୟ କଂଗ୍ରେସ ଲାହୋର ଅଧିବେଶନରେ _______________ ସଭାପତିତ କରିଥିଲେ ।
Answer:
ଜବାହରଲାଲ ନେହେରୁ

୪। ମହାତ୍ମା ଗାନ୍ଧିଙ୍କଦ୍ଵାରା ଲବଣ ଆଇନ ଭଙ୍ଗ ପାଇଁ ଦାଣ୍ଡିଯାତ୍ରା _______________ ସ୍ଥାନରୁ ଆରମ୍ଭ ହୋଇଥିଲା ।
Answer:
ଗୁଜରାଟର ସାବରମତୀ ଆଶ୍ରମ

୫ । ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ________________ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ ।
Answer:
ହରେକୃଷ୍ଣ ମହତାବ

CHSE Odisha Class 12 History Chapter 13 Objective Questions in Odia Medium

୬ । ୧୯୩୭ ଖ୍ରୀଷ୍ଟାବ୍ଦରେ ________________ ଓଡ଼ିଶାରେ ପ୍ରଥମ କଂଗ୍ରେସ ମନ୍ତ୍ରୀମଣ୍ଡଳର ନେତୃତ୍ଵ ନେଇଥିଲେ ।
Answer:
ବିଶ୍ଵନାଥ ଦାସ

୭ । _________________ ମସିହାରେ କ୍ରିପ୍‌ସ ମିଶନ ଭାରତକୁ ଆସିଥିଲେ ।
Answer:
୧୯୪୨

୮ | ଭାରତଛାଡ଼ ଆନ୍ଦୋଳନର ଠିକ୍ ପୂର୍ବରୁ ଗାନ୍ଧିଙ୍କୁ ____________________ ଠାରେ ବନ୍ଦୀ କରି ରଖାଗଲା ।
Answer:
ପୁନାର ଆଗା ଖାଁ ପ୍ରାସାଦ

୯ । ଓଡ଼ିଶାର ସ୍ଵାଧୀନତା ସଂଗ୍ରାମୀ _________________ ଭାରତଛାଡ଼ ଆନ୍ଦୋଳନ ସମୟରେ ଫାଶୀ ଦଣ୍ଡ ପାଇ ସହିଦ୍ ହୋଇଥିଲେ ।
Answer:
ଲକ୍ଷ୍ମଣ ନାୟକ

୧୦| ________________ ଖ୍ରୀ.ଅ.ରେ ମହାତ୍ମା ଗାନ୍ଧି ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲେ ।
Answer:
୧୯୨୦

୧୧ । ଭାରତଛାଡ଼ ଆନ୍ଦୋଳନ __________________ ଖ୍ରୀ.ଅ.ରେ ଆରମ୍ଭ ହୋଇଥିଲା ।
Answer:
୧୯୪୨

୧୨ । ହରେକୃଷ୍ଣ ମହତାବଙ୍କ ନେତୃତ୍ଵରେ ବାଲେଶ୍ଵରଠାରେ ଗଠନ କରାଯାଇଥିବା କଂଗ୍ରେସ ଆଶ୍ରମର ନାମ ________________ ଥିଲା ।
Answer:
ସ୍ଵରାଜ ମନ୍ଦିର

CHSE Odisha Class 12 History Chapter 13 Objective Questions in Odia Medium

୧୩ । ୧୯୧୯ର ________________ ଆଇନ ବିରୁଦ୍ଧରେ ମହାତ୍ମା ଗାନ୍ଧି ପ୍ରଥମଥର ପାଇଁ ଇଂରେଜ ବିରୋଧୀ ମନୋଭାବ ପ୍ରଦର୍ଶନ କରିଥିଲେ ।
Answer:
ରାଓ୍ବାଲାଙ୍କ୍

୧୪ । ହିନ୍ଦୁସ୍ଥାନ ରିପବ୍ଲିକାନ୍‌ ସଂଘ ________________ ଖ୍ରୀ.ଅ.ରେ ଗଠିତ ହୋଇଥିଲା ।
Answer:
୧୯୨୪

୧୫ । ବଙ୍ଗରେ ________________ ସନ୍ତ୍ରାସବାଦୀ ଆନ୍ଦୋଳନ ଆରମ୍ଭ କରିଥିଲେ ।
Answer:
ସୂର୍ଯ୍ୟସେନ

୧୬ । __________________ ଦିନଟିକୁ ଭାରତରେ ପ୍ରଥମ ସ୍ଵାଧୀନତା ଦିବସ ରୂପେ ପାଳନ କରାଯାଇଥିଲା ।
Answer:
୨୬ ଜାନୁୟାରୀ ୧୯୩୦

୧୭ । ଗାନ୍ଧିଜୀ _______________ ଖ୍ରୀ.ଅ.ରେ ଆରମ୍ଭ କରିଥିଲେ ଆଇନ ଅମାନ୍ୟ ଆନ୍ଦୋଳନ ।
Answer:
୧୯୩୦

୧୮ । ଗାନ୍ଧିଜୀ ________________ ଖ୍ରୀ.ଅ.ରେ ପ୍ରଥମେ ଓଡ଼ିଶା ଆସିଥିଲେ ।
Answer:
୧୯୨୧

୧୯ । ପ୍ରଥମ ଗୋଲଟେବୁଲ୍ ବୈଠକରେ ଭାରତ ତଥା ଇଂଲଣ୍ଡରୁ ମୋଟ ୬୯ ଜଣଙ୍କୁ ସଦସ୍ୟଙ୍କୁ ବଛାଯାଇଥିଲେ ମଧ୍ୟ ________________ ଙ୍କୁ ଏଠାକୁ ନିମନ୍ତ୍ରଣ କରାଯାଇନଥିଲା ।
Answer:
ମହାତ୍ମା ଗାନ୍ଧି

୨୦। ________________ କୁଜଙ୍ଗର ଆଇନ ଅମାନ୍ୟ ଆନ୍ଦୋଳନରେ ନେତୃତ୍ଵ ନେଇଥିଲେ ।
Answer:
ନାରାୟଣ ବୀରବର ସାମନ୍ତ

୨୧। ଭାରତଛାଡ଼ ଆନ୍ଦୋଳନ ________________ ବିପ୍ଳବ ନାମରେ ପ୍ରସିଦ୍ଧ ।
Answer:
ଅଗଷ୍ଟ

୨୨। ସାଇମନ୍ କମିଶନ ________________ ଖ୍ରୀ.ଅ.ରେ ଭାରତ ଆସିଥିଲା ।
Answer:
୧୯୨୮

CHSE Odisha Class 12 History Chapter 13 Objective Questions in Odia Medium

୨୩। କାଇପଦର ଗୁଳିକାଣ୍ଡ _______________ ଦିନରେ ଘଟିଥିଲା ।
Answer:
୧୯୪୨ ମସିହା ଅଗଷ୍ଟ ୨୬

୨୪। ଧାମନଗର ଗୁଳିକାଣ୍ଡ _______________ ଦିନ ଘଟିଥିଲା ।
Answer:
୧୯୪୨ ଖ୍ରୀ.ଅ. ସେପ୍ଟେମ୍ବର ୨୫

୨୫ । ____________ ଦିନରେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଯାଇଥିଲା ।
Answer:
୧୯୪୩ ଖ୍ରୀ.ଅ. ମାର୍ଚ୍ଚ ୨୯

୨୬ । ଗୋପବନ୍ଧୁ ଦାସ ______________ ସାପ୍ତାହିକୀ ପତ୍ରିକା ସମ୍ପାଦନା କରିଥିଲେ ।
Answer:
ସମାଜ

୨୭ । ସ୍ଵରାଜ ମନ୍ଦିର ଆନୁକୂଲ୍ୟରେ _______________ ପତ୍ରିକା ପ୍ରକାଶ ପାଇଥିଲା ।
Answer:
ସ୍ଵରାଜ ସମାଚାର

୨୮ । _______________ ଖ୍ରୀ.ଅ.ରେ ଗୋପବନ୍ଧୁ ଦାସ ମୃତ୍ୟୁବରଣ କରିଥିଲେ ।
Answer:
୧୯୨୮

୨୯। ___________________ ଓଡ଼ିଶାରେ ଲବଣ ସତ୍ୟାଗ୍ରହ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ।
Answer:
ଗୋପବନ୍ଧୁ ଚୌଧୁରୀ

୩୦ । ଓଡ଼ିଶାର __________________ ଠାରେ ପ୍ରଥମ ଲବଣ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା ।
Answer:
ଇଞ୍ଚୁଡ଼ି

CHSE Odisha Class 12 History Chapter 13 Objective Questions in Odia Medium

୩୧ । ଲବଣ ସତ୍ୟାଗ୍ରହରେ ମୁଖ୍ୟ ଭୂମିକା ନେଇଥିବା ଓଡ଼ିଶାର ନାରୀ ନେତ୍ରୀଙ୍କର ନାମ ହେଲା ________________ ଓ ___________________ ।
Answer:
ରମାଦେବୀ, ସରଳା ଦେବୀ

୩୨। __________________ କହିଥିଲେ ‘କର ବା ମର’ ।
Answer:
ମହାତ୍ମା ଗାନ୍ଧି

୩୩ । ଓଡ଼ିଶାର ସ୍ଵାଧୀନତା ସଂଗ୍ରାମୀ _________________ ଙ୍କୁ ଭାରତଛାଡ଼ ଆନ୍ଦୋଳନରେ _________________ ଜେଲ୍ ରେ ଫାଶୀ ଦିଆଯାଇଥିଲା ।
Answer:
ଲକ୍ଷ୍ମଣ ନାୟକ, ବ୍ରହ୍ମପୁର

୩୪ । ଗାନ୍ଧିଜୀ _________________ ଦେଶକୁ ପ୍ରଥମେ ନିଜର କର୍ମକ୍ଷେତ୍ର ରୂପେ ବାଛିଥିଲେ ।
Answer:
ଦକ୍ଷିଣ ଆଫ୍ରିକା

୩୫ । ଭାରତଛାଡ଼ ଆନ୍ଦୋଳନ ସମୟରେ ଢେଙ୍କାନାଳର ନେତୃତ୍ୱ ନେଇଥିଲେ __________________ ।
Answer:
ବୈଷ୍ଣବ ଚରଣ ପଟ୍ଟନାୟକ

୩୬ । _______________ ଠାରେ ଭାରତଛାଡ଼ ଆନ୍ଦୋଳନରେ ନେତୃତ୍ଵ ନେଇଥିଲେ ମୁରଲୀଧର ପଣ୍ଡା ।
Answer:
ଧାମନଗର ।

C. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧ । କେଉଁ ସମୟକୁ ଗାନ୍ଧି-ଯୁଗ କୁହାଯାଏ ?
Answer:
୧୯୧୯ ଖ୍ରୀ.ଅ.ରୁ ୧୯୪୭ ଖ୍ରୀ.ଅ. ପର୍ଯ୍ୟନ୍ତ ସମୟକୁ ଗାନ୍ଧି-ଯୁଗ କୁହାଯାଏ ।

୨। କେବେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା ?
Answer:
୧୯୨୦ ଖ୍ରୀ.ଅ.ରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା ।

୩ । କଂଗ୍ରେସର କେଉଁ ଅଧୁବେଶନରେ ଅସହଯୋଗ ଆନ୍ଦୋଳନ ସମ୍ପର୍କରେ ନିଷ୍ପତ୍ତି ଗୃହୀତ ହୋଇଥିଲା ?
Answer:
କଂଗ୍ରେସର ନାଗପୁର ଅଧୂବେଶନରେ ଅସହଯୋଗ ଆନ୍ଦୋଳନ ସମ୍ପର୍କରେ ନିଷ୍ପତ୍ତି ଗୃହୀତ ହୋଇଥିଲା ।

CHSE Odisha Class 12 History Chapter 13 Objective Questions in Odia Medium

୪। ରାୱାଲଡ୍ ଆଇନ କେବେ ପ୍ରଣୀତ ହୋଇଥିଲା ?
Answer:
ରାୱାଲଡ୍ ଆଇନ ୧୯୧୯ ଖ୍ରୀ.ଅ.ରେ ପ୍ରଣୀତ ହୋଇଥିଲା ।

୫। ଜାଲିଆନାୱାଲାବାଗ ହତ୍ୟାକାଣ୍ଡ କେବେ ସଂଘଟିତ ହୋଇଥିଲା ?
Answer:
୧୯୧୯ ଖ୍ରୀ.ଅ. ଏପ୍ରିଲ ୧୩ ତାରିଖ ଦିନ ଜାଲିଆନାୱାଲବାଗ ହତ୍ୟାକାଣ୍ଡ ସଂଘଟିତ ହୋଇଥିଲା ।

୬ । ମହାତ୍ମା ଗାନ୍ଧି କେବେ ମୃତ୍ୟୁବରଣ କରିଥିଲେ ?
Answer:
ମହାତ୍ମା ଗାନ୍ଧି ୧୯୪୮ ଖ୍ରୀ.ଅ. ଜାନୁୟାରୀ ୩୦ ତାରିଖରେ ମୃତ୍ୟୁବରଣ କରିଥିଲେ ।

୭ । ଅସହଯୋଗ ଆନ୍ଦୋଳନକୁ କାହିଁକି ବନ୍ଦ କରିଦିଆଯାଇଥିଲା ?
Answer:
ଚୌରୀଚୌରା ହିଂସାକାଣ୍ଡ ପରେ ଅସହଯୋଗ ଆନ୍ଦୋଳନକୁ ବନ୍ଦ କରିଦିଆଯାଇଥିଲା ।

୮ । ‘ସ୍ଵରାଜ ଆଶ୍ରମ’ କେଉଁଠାରେ ପ୍ରତିଷ୍ଠା କରାଯାଇଥିଲା ?
Answer:
‘ସ୍ଵରାଜ ଆଶ୍ରମ’ କଟକଠାରେ ପ୍ରତିଷ୍ଠା କରାଯାଇଥିଲା ।

୯୮ ‘ଅଳକା ଆଶ୍ରମ ’ କେଉଁଠାରେ ପ୍ରତିଷ୍ଠା କରାଯାଇଥିଲା ?
Answer:
‘ଅଳକା ଆଶ୍ରମ’ ଜଗତସିଂହପୁରଠାରେ ପ୍ରତିଷ୍ଠା କରାଯାଇଥିଲା ।

୧୦ । ‘ସ୍ଵରାଜ ମନ୍ଦିର’ କେଉଁଠାରେ ପ୍ରତିଷ୍ଠିତ ହୋଇଥିଲା ?
Answer:
‘ସ୍ଵରାଜ ମନ୍ଦିର’ ବାଲେଶ୍ଵରଠାରେ ପ୍ରତିଷ୍ଠିତ ହୋଇଥିଲା ।

୧୧ । ‘ସ୍ଵରାଜ ସେବକ ସଂଘ’ କେଉଁଠାରେ ପ୍ରତିଷ୍ଠା କରାଯାଇଥିଲା ?
Answer:
‘ସ୍ଵରାଜ ସେବକ ସଂଘ’ କଟକଠାରେ ପ୍ରତିଷ୍ଠା କରାଯାଇଥିଲା ।

CHSE Odisha Class 12 History Chapter 13 Objective Questions in Odia Medium

୧୨ । ଆଇନ ଅମାନ୍ୟ ଆନ୍ଦୋଳନ କେବେ ଆରମ୍ଭ ହୋଇଥିଲା ?
Answer:
୧୯୩୦ ଖ୍ରୀ.ଅ. ମାର୍ଚ୍ଚ ମାସରେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ ହୋଇଥିଲା ।

୧୩ । କଂଗ୍ରେସର କେଉଁ ଅଧିବେଶନରେ ଆଇନ ଅମାନ୍ୟ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହୋଇଥିଲା ?
Answer:
କଂଗ୍ରେସର ଲାହୋର ଅଧିବେଶନରେ ଆଇନ ଅମାନ୍ୟ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହୋଇଥିଲା ।

୧୪ । କଂଗ୍ରେସର କେଉଁ ଅଧିବେଶନରେ ‘ପୂର୍ଣ୍ଣ ସ୍ଵରାଜ’ ପ୍ରସ୍ତାବ ଗୃହୀତ ହୋଇଥିଲା ।
Answer:
କଂଗ୍ରେସର ୧୯୨୯ ଖ୍ରୀ.ଅ. ଲାହୋର ଅଧୂବେଶନରେ ‘ପୂର୍ଣ୍ଣ ସ୍ଵରାଜ’ ପ୍ରସ୍ତାବ ଗୃହୀତ ହୋଇଥିଲା ।

୧୫ । ଗାନ୍ଧିଜୀ କେବେ ପ୍ରଥମେ ଓଡ଼ିଶା ଆସିଥିଲେ ?
Answer:
ଗାନ୍ଧିଜୀ ୧୯୨୧ ଖ୍ରୀ.ଅ.ରେ ପ୍ରଥମେ ଓଡ଼ିଶା ଆସିଥିଲେ ।

୧୬ । ସାଇମନ କମିଶନ କେବେ ଭାରତ ଆସିଥିଲା ?
Answer:
ସାଇମନ କମିଶନ ୧୯୨୮ଖ୍ରୀ.ଅ.ରେ ଭାରତ ଆସିଥିଲା ।

୧୭ । ‘ସତ୍ୟବାଦୀ ବନ ବିଦ୍ୟାଳୟ’ କେଉଁଠାରେ ସ୍ଥାପିତ ହୋଇଥିଲା ?
Answer:
‘ସତ୍ୟବାଦୀ ବନ ବିଦ୍ୟାଳୟ’ ସାକ୍ଷିଗୋପାଳଠାରେ ସ୍ଥାପିତ ହୋଇଥିଲା ।

୧୮ । କେଉଁ ଦିନକୁ ଭାରତର ପ୍ରଥମ ସ୍ଵାଧୀନତା ଦିବସରୂପେ ପାଳନ କରାଯାଇଥିଲା ?
Answer:
୧୯୩୦ ଖ୍ରୀ.ଅ. ଜାନୁୟାରୀ ୩୦ ତାରିଖରୁ ଭାରତର ପ୍ରଥମ ସ୍ଵାଧୀନତା ଦିବସରୂପେ ପାଳନ କରାଯାଇଥିଲା ।

୧୯ । ଦ୍ଵିତୀୟ ଗୋଲଟେବୁଲ୍ ବୈଠକ କେବେ ଆହୂତ ହୋଇଥିଲା ?
Answer:
୧୯୩୧ ଖ୍ରୀ.ଅ. ଡିସେମ୍ବର ମାସରେ ଇଂଲଣ୍ଡଠାରେ ଦ୍ଵିତୀୟ ଗୋଲଟେବୁଲ ବୈଠକ ଆହୂତ ହୋଇଥିଲା ।

୨୦ । ଇରମ୍ ଗୁଳିକାଣ୍ଡ କେବେ ଘଟିଥିଲା ?
Answer:
ଇରମ୍ ଗୁଳିକାଣ୍ଡ ୧୯୪୨ ଖ୍ରୀ.ଅ. ସେପ୍ଟେମ୍ବର ୨୮ ତାରିଖରେ ଘଟିଥିଲା ।

CHSE Odisha Class 12 History Chapter 13 Objective Questions in Odia Medium

୨୧ । ଦ୍ଵିତୀୟ ଗୋଲଟେବୁଲ ବୈଠକରେ ଅଧ୍ୟକ୍ଷତା କିଏ କରିଥିଲେ ?
Answer:
ଦ୍ଵିତୀୟ ଗୋଲଟେବୁଲ ବୈଠକରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ମ୍ୟାକ୍‌ନାଲ୍‌ ଅଧ୍ୟକ୍ଷତା କରିଥିଲେ ।

୨୨ । ଗାନ୍ଧୀ-ଇର୍‌ଉଇନ୍ ଚୁକ୍ତି କେବେ ସମ୍ପାଦିତ ହୋଇଥିଲା ?
Answer:
ଗାନ୍ଧୀ-ଇର୍‌ଉଇନ୍ ଚୁକ୍ତି ୧୯୩୧ ଖ୍ରୀ.ଅ. ଫେବୃୟାରୀ ୨୭ରେ ସମ୍ପାଦିତ ହୋଇଥିଲା ।

୨୩ । ପ୍ରଥମ ଗୋଲଟେବୁଲ ବୈଠକ କେଉଁଠାରେ ଆହୂତ ହୋଇଥିଲା ?
Answer:
ପ୍ରଥମ ଗୋଲଟେବୁଲ ବୈଠକ ନଭେମ୍ବର ୨ ତାରିଖ ୧୯୩୦ ଖ୍ରୀ.ଅ.ରେ ଲଣ୍ଡନରେ ଆହୂତ ହୋଇଥିଲା ।

୨୪ । ୧୯୪୨ ଖ୍ରୀ.ଅ. ଅଗଷ୍ଟ ୮ ତାରିଖ କାହିଁକି ପ୍ରସିଦ୍ଧ ?
Answer:
୧୯୪୨ ଖ୍ରୀ.ଅ. ଅଗଷ୍ଟ ୮ ତାରିଖ ଦିନ ଐତିହାସିକ ‘ଭାରତଛାଡ଼ ଆନ୍ଦୋଳନ’ ପ୍ରସ୍ତାବ ଗୃହୀତ ହୋଇଥିଲା ।

୨୫ । ପ୍ରଥମ ଗୋଲଟେବୁଲ ବୈଠକରେ କ’ଣ ଆଲୋଚନା କରାଯାଇଥିଲା ?
Answer:
ଭାରତକୁ ଏକ ଅଧୁରାଜ୍ୟର ମାନ୍ୟତା ଦେବା ବିଷୟରେ ଏଥୁରେ ଆଲୋଚନା କରାଯାଇଥିଲା ।

୨୬ । ଭାରତଛାଡ଼ ଆନ୍ଦୋଳନର ନେତୃତ୍ଵ କିଏ ନେଇଥିଲେ ?
Answer:
ମହାତ୍ମା ଗାନ୍ଧି ଭାରତଛାଡ଼ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ।

୨୭ । କିଏ ଓଡ଼ିଶାରେ ଲବଣ ସତ୍ୟାଗ୍ରହ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ?
Answer:
ଗୋପବନ୍ଧୁ ଚୌଧୁରୀ ଓଡ଼ିଶାରେ ଲବଣ ସତ୍ୟାଗ୍ରହ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ।

୨୮ । ଗାନ୍ଧି-ଇର୍‌ଭଇନ୍ ଚୁକ୍ତିକୁ କେଉଁମାନେ ବିରୋଧ କରିଥିଲେ ?
Answer:
ଭଲ ଗାନ୍ଧି– ଇରଉଇନ୍ ଚୁକ୍ତିକୁ ସୁଭାଷଚନ୍ଦ୍ର ବୋଷ ଏବଂ ଜବାହରଲାଲ ନେହେରୁ ଆଦି ନେତାମାନଙ୍କଦ୍ୱାରା ପରିଚାଳିତ ବାମପନ୍ଥୀ ଦଳ ତୀବ୍ର ବିରୋଧ କରିଥିଲେ ।

CHSE Odisha Class 12 History Chapter 13 Objective Questions in Odia Medium

୨୯ । ଓଡ଼ିଶାର କେଉଁ ନାରୀନେତ୍ରୀ ଲବଣ ସତ୍ୟାଗ୍ରହରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ?
Answer:
ରମାଦେବୀ ଓ ସରଳାଦେବୀ ଓଡ଼ିଶାର ଲବଣ ସତ୍ୟାଗ୍ରହରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

୩୦ । ଓଡ଼ିଶାର କେଉଁ ଆଦିବାସୀ ନେତାଙ୍କୁ ଭାରତଛାଡ଼ ଆନ୍ଦୋଳନବେଳେ ଫାଶୀ ଦିଆଯାଇଥିଲା ?
Answer:
ଆଦିବାସୀ ନେତା ଲକ୍ଷ୍ମଣ ନାୟକଙ୍କୁ ଭାରତଛାଡ଼ ଆନ୍ଦୋଳନବେଳେ ବ୍ରହ୍ମପୁର ଜେଲରେ ଫାଶୀ ଦିଆଯାଇଥିଲା ।

୩୧ । ଫରଓ୍ବାଡ଼୍ ବ୍ଳକ କିଏ ଗଠନ କରିଥିଲେ ?
Answer:
ସୁଭାଷଚନ୍ଦ୍ର ବୋଷ ଫରୱାଡ୍ ବ୍ଲକ ଗଠନ କରିଥିଲେ ।

୩୨ । ଆଇ.ଏନ୍.ଏ.ର ନେତୃତ୍ୱ କିଏ ନେଇଥିଲେ ?
Answer:
ଆଇ.ଏନ୍.ଏ.ର ନେତୃତ୍ଵ ସୁଭାଷଚନ୍ଦ୍ର ବୋଷ ନେଇଥିଲେ ।

୩୩ । ବ୍ରିଟିଶ ସରକାର କେଉଁ ସଂଗ୍ରାମୀଙ୍କୁ ‘କାଇଜର-ଇ-ହିନ୍ଦ୍’ ଉପାଧ୍ଵରେ ଭୂଷିତ କରିଥିଲେ ?
Answer:
ବ୍ରିଟିଶ ସରକାର ସ୍ଵାଧୀନତା ସଂଗ୍ରାମୀ ମହାତ୍ମା ଗାନ୍ଧିଙ୍କୁ ‘କାଇଜର-ଇ-ହିନ୍ଦ୍ ଉପାଧ୍ଧରେ ଭୂଷିତ କରିଥିଲେ ।

୩୪ । ମୂଷା ମଳିକ କିଏ ?
Answer:
ମୂଷା ମଳିକ ଗଡ଼ଜାତ ଅଞ୍ଚଳର ଜଣେ ସ୍ଵାଧୀନତା ସଂଗ୍ରାମୀ ଥିଲେ ଯାହାକୁ ବ୍ରିଟିଶ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ ।

୩୫ । ମାଉଣ୍ଟବ୍ୟାଟେଣ୍ଟ୍‌ କିଏ ?
Answer:
ଲର୍ଡ ମାଉଣ୍ଟବ୍ୟାଟେନ୍ ପରାଧୀନ ଭାରତର ଶେଷ ଓ ସ୍ଵାଧୀନ ଭାରତର ପ୍ରଥମ ଭାଇସ୍‌ୟ ଥିଲେ ।

୩୬ । ପଞ୍ଜାବରେ କେଉଁ ଦୁଇଜଣ ନେତାଙ୍କୁ ଗିରଫ ପ୍ରତିବାଦରେ ଜାଲିଆନାୱାଲାବାଗଠାରେ ସଭାର ଆୟୋଜନ କରାଯାଇଥିଲା ?
Answer:
ପଞ୍ଜାବର ଡକ୍ଟର ସଇଫ୍‌ଉଦ୍ଦିନ୍ କିଟ୍‌ ଓ ଡକ୍ଟର ସତ୍ୟପାଲଙ୍କ ଗିରଫ ପ୍ରତିବାଦରେ ଜାଲିଆନାୱାଲାବାଗ୍ ଠାରେ ସଭାର ଆୟୋଜନ କରାଯାଇଥିଲା ।

୩୭ । କେଉଁ ବ୍ରିଟିଶ ଜେନେରାଲ୍ ଜାଲିଆନାଓ୍ବାଲାବାଗ୍‌ଠାରେ ହୋଇଥିବା ହତ୍ୟାକାଣ୍ଡ ପାଇଁ ଦାୟୀ ?
Answer:
ବ୍ରିଟିଶ ଜେନେରାଲ ଡାୟାର ଜାଲିଆନାୱାଲାବାଗ୍‌ଠାରେ ହୋଇଥିବା ହତ୍ୟାକାଣ୍ଡ ପାଇଁ ଦାୟୀ ।

CHSE Odisha Class 12 History Chapter 13 Objective Questions in Odia Medium

୩୮ । ଖିଲାଫତ୍ ଆନ୍ଦୋଳନର ନିମନ୍ତେ ଦିଲ୍ଲୀଠାରେ ଆୟୋଜିତ ସଭାରେ କିଏ ସଭାପତିତ୍ୱ କରିଥିଲେ ?
Answer:
ମହାତ୍ମା ଗାନ୍ଧି ଏହି ସଭାରେ ସଭାପତିତ୍ୱ କରିଥିଲେ ।

୩୯ । ତୃତୀୟ ଗୋଲଟେବୁଲ ବୈଠକ କେବେ ହୋଇଥିଲା ?
Answer:
ନଭେମ୍ବର ୧୯୩୨ ମସିହାରେ ତୃତୀୟ ଗୋଲଟେବୁଲ୍ ବୈଠକ ଆହୂତ ହୋଇଥିଲା ।

୪୦ । ଇଂଲଣ୍ଡର କେଉଁ ପ୍ରଧାନମନ୍ତ୍ରୀ ଭାରତକୁ କ୍ୟାବିନେଟ୍ ମିଶନ ପଠାଇଥିଲେ ?
Answer:
ଇଂଲଣ୍ଡର ପ୍ରଧାନମନ୍ତ୍ରୀ ସାର୍‌ ରିଚାର୍ଡ ଆଟ୍‌ ଭାରତକୁ କ୍ୟାବିନେଟ୍ ମିଶନ ପଠାଇଥିଲେ ।

୪୧ । ସମ୍ରାଟ ପଞ୍ଚମ ଜର୍ଜ ଗାନ୍ଧିଜୀଙ୍କୁ ଧମକ ଦେଇ ଦ୍ଵିତୀୟ ଗୋଲଟେବୁଲ ବୈଠକରେ କ’ଣ କହିଥିଲେ ?
Answer:
ସମ୍ରାଟ ପଞ୍ଚମ ଜର୍ଜ ଗାନ୍ଧିଜୀଙ୍କୁ ଧମକଦେଇ ଦ୍ଵିତୀୟ ଗୋଲଟେବୁଲ ବୈଠକରେ କହିଥିଲେ ଯେ ତାଙ୍କ ସରକାରଙ୍କୁ ସହଯୋଗ ନ କଲେ ସେ ଭାରତୀୟମାନଙ୍କୁ ମେସିନ୍ଗଗନ ଏବଂ ବୋମାରେ ଉଡ଼ାଇଦେବେ ।

୪୨ । କ୍ୟାବିନେଟ୍ ମିଶନ୍ ଭାରତକୁ କେବେ ଆସିଥିଲେ ?
Answer:
୧୯୪୬ ଖ୍ରୀଷ୍ଟାବ୍ଦରେ କ୍ୟାବିନେଟ୍ ମିଶନ୍ ଭାରତକୁ ଆସିଥିଲେ ।

୪୩ । ୧୯୩୦ ଖ୍ରୀ.ଅ. ଜାନୁୟାରୀ ୨୬ ତାରିଖ କାହିଁକି ପ୍ରସିଦ୍ଧ ?
Answer:
୧୯୩୦ ଖ୍ରୀ.ଅ. ଜାନୁୟାରୀ ୨୬ ତାରିଖ ଦିନଟିକୁ ପୂର୍ଣ୍ଣ ସ୍ଵରାଜ ବା ସ୍ଵାଧୀନତା ଦିବସ ରୂପେ କଂଗ୍ରେସ ଦ୍ଵାରା ପାଳନ କରାଗଲା ।

୪୪ । ବାନରସେନା କାହାକୁ କୁହାଯାଉଥିଲା ?
Answer:
ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନରେ ଯୋଗଦେଇଥ‌ିବା ୧୬ ବର୍ଷରୁ କମ୍ ପିଲାମାନଙ୍କୁ ‘ବାନରସେନା’ କୁହାଯାଉଥିଲା ।

୪୫ । କିଏ କହିଥିଲେ– ‘କର ବା ମର’ ?
Answer:
ଗାନ୍ଧିଜୀ କହିଥିଲେ- ‘କର ବା ମର’ ।

CHSE Odisha Class 12 History Chapter 13 Objective Questions in Odia Medium

୪୬ । ପ୍ରଥମ ଗୋଲଟେବୁଲ ବୈଠକ କେବେ ଆହୂତ ହୋଇଥିଲା ?
Answer:
ପ୍ରଥମ ଗୋଲଟେବୁଲ ବୈଠକ ୧୯୩୦ ଖ୍ରୀ.ଅ.ରେ ଆହୂତ ହୋଇଥିଲା ।

୪୭ । ବ୍ୟକ୍ତିଗତ ଆଇନ ଅମାନ୍ୟ ଆନ୍ଦୋଳନ କେବେ ଆରମ୍ଭ ହୋଇଥିଲା ?
Answer:
ବ୍ୟକ୍ତିଗତ ଆଇନ ଅମାନ୍ୟ ଆନ୍ଦୋଳନ ୧୯୪୦ ଖ୍ରୀ.ଅ.ରେ ଆରମ୍ଭ ହୋଇଥିଲା ।

୪୮ । ପାକିସ୍ତାନ ଗଠନ ପ୍ରସ୍ତାବର ସ୍ରଷ୍ଟା କିଏ ଥିଲେ ?
Answer:
ପାକିସ୍ତାନ ଗଠନ ପ୍ରସ୍ତାବର ସ୍ରଷ୍ଟା ମହମ୍ମଦ ଅଲ୍ଲୀ ଜିନ୍ନା ଥିଲେ ।

୪୯ । ମହମ୍ମଦ ଅଲ୍ଲୀ ଜିଲ୍ଲା ପାକିସ୍ତାନ ଗଠନ ପ୍ରସ୍ତାବ କେବେ ଆଗତ କରିଥିଲେ ?
Answer:
୧୯୪୦ ଖ୍ରୀ.ଅ.ରେ ମହମ୍ମଦ ଅଲ୍ଲୀ ଜିନ୍ନା ପାକିସ୍ତାନ ଗଠନ ପ୍ରସ୍ତାବ ଆଗତ କରିଥିଲେ ।

୫୦ । କ୍ରିପ୍‌ ମିଶନ୍ କେବେ ଭାରତକୁ ଆସିଥିଲେ ?
Answer:
୧୯୪୨ ଖ୍ରୀଷ୍ଟାବ୍ଦରେ କ୍ରିପସ୍ ମିଶନ୍ ଭାରତକୁ ଆସିଥିଲେ ।

୫୧ । ଭାରତଛାଡ଼ ଆନ୍ଦୋଳନ କେବେ ଆରମ୍ଭ ହୋଇଥିଲା ?
Answer:
ଭାରତଛାଡ଼ ଆନ୍ଦୋଳନ ୧୯୪୨ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା ।

୫୨ । କିଏ ଗାନ୍ଧିଜୀଙ୍କୁ ଅର୍ଦ୍ଧନଗ୍ନ ଫକୀର ବୋଲି କହିଥିଲେ ?
Answer:
ଚର୍ଚ୍ଚିଲ୍ ଗାନ୍ଧିଜୀଙ୍କୁ ଅର୍ଦ୍ଧନଗ୍ନ ଫକୀର ବୋଲି କହିଥିଲେ ।

୫୩ । ସାଇମନ୍ କମିଶନ୍ କେବେ ଓ କାହିଁକି ଗଠିତ ହୋଇଥିଲା ?
Answer:
୧୯୧୯ ଭାରତ ଶାସନ ଆଇନର କାର୍ଯ୍ୟକାରିତାକୁ ଅନୁଧ୍ୟାନ କରିବାପାଇଁ ୧୯୨୭ରେ ସାଇମନ୍ କମିଶନ୍ ଗଠିତ ହୋଇଥିଲା ।

୫୪ । କେଉଁ କମିଶନରେ ଜଣେ ହେଲେ ଭାରତୀୟ ନଥିଲେ ?
Answer:
ସାଇମନ କମିଶନ୍‌ରେ ଜଣେ ହେଲେ ଭାରତୀୟ ନ ଥିଲେ ।

CHSE Odisha Class 12 History Chapter 13 Objective Questions in Odia Medium

୫୫ । କାହା ସଭାପତିତ୍ଵରେ ଓଡ଼ିଶାର ପ୍ରଥମ ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହୋଇଥିଲା ?
Answer:
ଗୋପବନ୍ଧୁ ଦାସଙ୍କ ସଭାପତିତ୍ୱରେ ଓଡ଼ିଶାର ପ୍ରଥମ ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହୋଇଥିଲା ।

୫୬ । ଏକରାମ ରସୁଲ୍ କିଏ ?
Answer:
୧୯୨୧ରେ ପ୍ରାଦେଶିକ କଂଗ୍ରେସ କମିଟିର ଉପସଭାପତି ଡକ୍ଟର ଏକରାମ ରସୁଲ୍ ଥିଲେ ।

D. ଭ୍ରମ ସଂଶୋଧନ କର ।

୧। ଜାଲିଆନାଓ୍ବାଲାବାଗ୍ ହତ୍ୟାକାଣ୍ଡ ଯୋଗୁଁ ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନକୁ ହଠାତ୍ ସ୍ଥଗିତ ରଖିଥିଲେ ।
Answer:
ଆନ୍ଦୋଳନକାରୀମାନେ ହିଂସାକାଣ୍ଡ ପନ୍ଥା ଅବଲମ୍ବନ କରି ଚେରୀଚୌରାଠାରେ ଅଗ୍ନି ସଂଯୋଗ କରି ପୋଲିସମାନଙ୍କୁ ହତ୍ୟା କରିବା ଯୋଗୁଁ ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନକୁ ହଠାତ୍ ସ୍ଥଗିତ ରଖିଥିଲେ ।

୨ । ଭାରତଛାଡ଼ ଆନ୍ଦୋଳନ ସମୟରେ ନୟାଗଡ଼ର କନ୍ଧ ଯୁବକ ଲକ୍ଷ୍ମଣ ନାୟକ ପୋଲିସ୍ ଗୁଳିରେ ପ୍ରାଣ ହରାଇଥିଲେ ।
Answer:
ଭାରତଛାଡ଼ ଆନ୍ଦୋଳନ ସମୟରେ ନୟାଗଡ଼ର କନ୍ଧ ଯୁବକ କଷ୍ଟି ଡାକୁଆ ପୋଲିସ୍ ଗୁଳିରେ ପ୍ରାଣ ହରାଇଥିଲେ ।

୩ । ୧୯୨୧ ଖ୍ରୀ.ଅ. ମାର୍ଚ୍ଚ ମାସରେ ଗଠିତ ହୋଇଥିବା ଉତ୍କଳ ପ୍ରଦେଶ କଂଗ୍ରେସ କମିଟିରେ ନୀଳକଣ୍ଠ ଦାସଙ୍କୁ ସଭାପତି କରାଯାଇଥିଲା ।
Answer:
୧୯୨୧ ଖ୍ରୀ.ଅ. ମାର୍ଚ୍ଚ ମାସରେ ଗଠିତ ହୋଇଥିବା ଉତ୍କଳ ପ୍ରଦେଶ କଂଗ୍ରେସ କମିଟିରେ ଗୋପବନ୍ଧୁ ଦାସଙ୍କୁ ସଭାପତି କରାଯାଇଥିଲା ।

୪ । ଖିଲାଫତ୍ ଆନ୍ଦୋଳନର ସ୍ରଷ୍ଟା ଜବାହରଲାଲ ନେହେରୁ ଥିଲେ ।
Answer:
ଖିଲାଫତ୍ ଆନ୍ଦୋଳନର ସ୍ରଷ୍ଟା ମହାତ୍ମା ଗାନ୍ଧି ଥିଲେ ।

CHSE Odisha Class 12 History Chapter 13 Objective Questions in Odia Medium

୫। ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ଗୋପବନ୍ଧୁ ଦାସ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ ।
Answer:
ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ହରେକୃଷ୍ଣ ମହତାବ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ ।

୬। ୧୯୦୦ ଖ୍ରୀଷ୍ଟାବ୍ଦରେ ଲର୍ଡ କର୍ଜନ ବଙ୍ଗଭଙ୍ଗ ଆଇନ ପ୍ରଣୟନ କରିଥିଲେ ।
Answer:
୧୯୦୫ ଖ୍ରୀଷ୍ଟାବ୍ଦରେ ଲର୍ଡ କର୍ଜନ ବଙ୍ଗଭଙ୍ଗ ଆଇନ ପ୍ରଣୟନ କରିଥିଲେ ।

୭ । ଅଶୋକ ଚକ୍ର ଚିହ୍ନ କଂଗ୍ରେସ ପତାକାରେ ସ୍ଥାନ ପାଇଥିଲା ।
Answer:
ଚରଖା ଚିହ୍ନ କଂଗ୍ରେସ ପତାକାରେ ସ୍ଥାନ ପାଇଥିଲା ।

୮ | ଗାନ୍ଧିଜୀ ୧୯୦୫ ଖ୍ରୀ.ଅ.ରେ ଓଡ଼ିଶା ଆସିଥିଲେ ।
Answer:
ଗାନ୍ଧିଜୀ ୧୯୨୧ ଖ୍ରୀ.ଅ.ରେ ଓଡ଼ିଶା ଆସିଥିଲେ ।

୯ । ଗୋପବନ୍ଧୁ ଚୌଧୁରୀ ଜଗତ୍‌ସିଂହପୁରଠାରେ ଆନନ୍ଦାଶ୍ରମ ପ୍ରତିଷ୍ଠା କରିଥିଲେ ।
Answer:
ଗୋପବନ୍ଧୁ ଚୌଧୁରୀ ଜଗତ୍‌ସିଂହପୁରଠାରେ ଅଳକା ଆଶ୍ରମ ପ୍ରତିଷ୍ଠା କରିଥିଲେ ।

୧୦ । ଓଡ଼ିଶାର କାକଟପୁରଠାରେ ଲବଣ ସତ୍ୟାଗ୍ରହ ପ୍ରଥମେ ଆରମ୍ଭ ହୋଇଥିଲା ।
Answer:
ଓଡ଼ିଶାର ବାଲେଶ୍ଵରସ୍ଥିତ ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହ ପ୍ରଥମେ ଆରମ୍ଭ ହୋଇଥିଲା ।

୧୧ । ପବିତ୍ର ମୋହନ ପ୍ରଧାନ ଢ଼େଙ୍କାନାଳରେ ଭାରତଛାଡ଼ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ।
Answer:
ପବିତ୍ର ମୋହନ ପ୍ରଧାନ ତାଳଚେରରେ ଭାରତଛାଡ଼ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

୧୨ । ଓଡ଼ିଶାରେ ଗୋପବନ୍ଧୁ ଚୌଧୁରୀଙ୍କୁ ‘ଉତ୍କଳମଣି’ ଉପାଧ୍ଧରେ ସମ୍ମାନିତ କରାଯାଇଛି ।
Answer:
ଓଡ଼ିଶାରେ ଗୋପବନ୍ଧୁ ଦାସଙ୍କୁ ‘ଉତ୍କଳମଣି’ ଉପାଧ୍ଧରେ ସମ୍ମାନିତ କରାଯାଇଛି ।

CHSE Odisha Class 12 History Chapter 13 Objective Questions in Odia Medium

୧୩ । ମହମ୍ମଦ ଅଲ୍ଲୀ ଜିନ୍ନା ଗଢ଼ିଥ‌ିବା ଅନୁଷ୍ଠାନର ନାମ ଖୁଦାଇ ଖିଡ଼ମିତ୍‌ର ଥିଲା ।
Answer:
ଖାଁ ଅବ୍‌ଦୁଲ୍ ଗଫର ଖାଁ ଗଢ଼ିଥ‌ିବା ଅନୁଷ୍ଠାନର ନାମ ଖୁଦାଇ ଖିଦ୍‌ମତ୍କାର ଥିଲା ।

୧୪ । ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହକୁ ଭାରତର ପାପଢ଼ହାଣ୍ଡି ଲବଣ ସତ୍ୟାଗ୍ରହ ସହିତ ତୁଳନା କରାଯାଇଛି ।
Answer:
ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହକୁ ଭାରତର ଦାଣ୍ଡି ଲବଣ ସତ୍ୟାଗ୍ରହ ସହିତ ତୁଳନା କରାଯାଇଛି ।

୧୫ । ୧୯୪୨ ଖ୍ରୀ.ଅ. ଅଗଷ୍ଟ ୮ ତାରିଖ ଦିନ ଭାରତୀୟ ଜାତୀୟ କଂଗ୍ରେସର ନାଗପୁର ଅଧିବେଶନରେ ମହାତ୍ମା ଗାନ୍ଧିଦ୍ଵାରା ଆଗତ ଭାରତଛାଡ଼ ପ୍ରସ୍ତାବ ଅନୁମୋଦନ ଲାଭ କରିଥିଲା ।
Answer:
୧୯୪୨ ଖ୍ରୀ.ଅ. ଅଗଷ୍ଟ ୮ ତାରିଖ ଦିନ ଭାରତୀୟ ଜାତୀୟ କଂଗ୍ରେସର ବମ୍ବେ ଅଧିବେଶନରେ ମହାତ୍ମା ଗାନ୍ଧିଦ୍ଵାରା ଆଗତ ଭାରତଛାଡ଼ ପ୍ରସ୍ତାବ ଅନୁମୋଦନ ଲାଭ କରିଥିଲା ।