BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

Odisha State Board BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ Textbook Exercise Questions and Answers.

BSE Odisha Class 8 History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୭୫ ଗୋଟି ଶବ୍ଦରେ ଲେଖ ।

(କ) ଆମେରିକା ଉପନିବେଶଗୁଡ଼ିକର ଶାସନ ପ୍ରଣାଳୀ କିପରି ଥିଲା ?
Answer:
ପ୍ରତିନିଧୂମୂଳକ ଶାସନ :

  • ପ୍ରତ୍ୟେକ ଉପନିବେଶରେ ଜଣେ ଜଣେ ଶାସନକର୍ତ୍ତା ବା ଗଭର୍ଣ୍ଣର ଥିଲେ ଓ ଏହା ଏକ ପ୍ରତିନିଧୂମୂଳକ ଶାସକ ସଂସ୍ଥାଦ୍ୱାରା ଶାସିତ ହୋଇଥିଲା ।
  • ଗଭର୍ଣ୍ଣର ଇଂଲଣ୍ଡର ରାଜାଙ୍କ ପ୍ରତିନିଧ୍ବ ରୂପେ ଅବସ୍ଥାପିତ ହେଉଥିଲେ ଏବଂ ତାଙ୍କର ବେତନ ଉପନିବେଶର ପ୍ରତିନିଧ୍ଵ ସଭା ମଞ୍ଜୁର କରୁଥିଲା ।
  • ପ୍ରତିନିଧ୍ଵ ସଭାର ସଭ୍ୟମାନେ ଉପନିବେଶରେ ଅଧିବାସୀମାନଙ୍କଦ୍ୱାରା ନିର୍ବାଚିତ ହେଉଥିଲେ । ଏହି ପ୍ରତିନିଧୂ ସଭା କର ଆଦାୟ, ଆଇନ ପ୍ରଣୟନ ପରି ବହୁ ଦାୟିତ୍ଵ ସମ୍ପାଦନ କରୁଥିଲେ ମଧ୍ୟ ଏହାର ସ୍ଵାଧୀନତା ନଥିଲା ।

କ୍ଷମତାର ପ୍ରୟୋଗ :

  • ସ୍ଵାଧୀନ ଭାବରେ ଆଇନ ପ୍ରଣୟନ କରି ପ୍ରୟୋଗ କରିବାର କ୍ଷମତା ଏହାର ନଥିଲା ।
  • ଉପନିବେଶର ଗଭର୍ଣ୍ଣର ଇଂଲଣ୍ଡର ସ୍ଵାର୍ଥ ପ୍ରତି ଦୃଷ୍ଟି ରଖୁ ଉପନିବେଶର ସ୍ବାର୍ଥକୁ ଉପେକ୍ଷା କରୁଥିଲେ ।

(ଖ) ଷ୍ଟାମ୍ପ ଆଇନ କହିଲେ କ’ଣ ବୁଝ ? ଏହି ଆଇନକୁ ଉପନିବେଶବାସୀମାନେ ବିରୋଧ କରିବାରୁ ଏହାର ବିକଳ୍ପ ବ୍ୟବସ୍ଥା କ’ଣ ହୋଇଥିଲା ? ଷ୍ଟାମ୍ପ ଆଇନ୍ କ’ଣ ?
Answer:
ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟରେ ସାତବର୍ଷ ଧରି ହୋଇଥିବା ଯୁଦ୍ଧରେ ଖର୍ଚ୍ଚ ହୋଇଥ‌ିବା ଅର୍ଥର କିଛି ଅଂଶ ଭରଣା କରିବାପାଇଁ ୧୭୬୫ ମସିହାରେ ବ୍ରିଟିଶ୍ ପାର୍ଲାମେଣ୍ଟରେ ଷ୍ଟାମ୍ପ ଆଇନ ପ୍ରଣୟନ କରାଗଲା ।
ନୀତିନିୟମ :

  • ଏହି ଆଇନ ଅନୁଯାୟୀ ଉପନିବେଶର ଅଧ୍ବବାସୀମାନଙ୍କୁ ଜମି କିଣା-ବିକା ଦଲିଲ, ଦସ୍ତାବିଜ୍ ଓ ଦାନପତ୍ର ଆଦାନପ୍ରଦାନ ସମୟରେ ନିର୍ଦ୍ଧାରିତ ମୂଲ୍ୟର ଷ୍ଟାମ୍ପ ଲଗାଇବାକୁ ବାଧ୍ୟ କରାଗଲା । ସେହି ଷ୍ଟାମ୍ପ ବାବଦ ଅର୍ଥ ଇଂରେଜ ସରକାର ପାଉଥିଲେ ।
  • ଉପନିବେଶବାସୀମାନେ ଏହି ଆଇନକୁ ବିରୋଧ କରିବାରୁ ଏହି ଆଇନ ବଦଳରେ ବିଭିନ୍ନ ଦ୍ରବ୍ୟ ଉପରେ କରଧାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଗଲା ।
  • ଏହି ନିଷ୍ପତ୍ତି ଅନୁଯାୟୀ କାଚ, କାଗଜ, ରଙ୍ଗ ଓ ଚା’ ପ୍ରଭୃତି ଆବଶ୍ୟକ ପଦାର୍ଥ ଉପରେ ଆମଦାନି କର ବସାଗଲା ।
  • ଉପନିବେଶବାସୀମାନେ ଏଥ‌ିରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିବାରୁ କେବଳ ଚା’ ବ୍ୟତୀତ ଅନ୍ୟ ଜିନିଷ ଉପରୁ କର ଉଠାଇ ଦିଆଗଲା ।

BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

(ଗ) ଫ୍ରାନ୍ସର ସାମାଜିକ ବିଭାଜନ ଉପରେ ଧାରଣା ଦିଅ ।
Answer:
ଫ୍ରାନ୍ସର ସାମାଜିକ ଶ୍ରେଣୀ ଜନ୍ମ, ପଦବୀ, ଧନକୁ ଭିତ୍ତି କରି ଦୁଇଭାଗରେ ବିଭକ୍ତ ଥିଲା; ଯଥା –
(୧) ସୁବିଧା ସୁଯୋଗ ଉପଭୋଗ କରୁଥିବା ଶ୍ରେଣୀ ଓ (୨) ସୁବିଧା ବଞ୍ଚ ଅବହେଳିତ, ଶୋଷିତ ଓ ନିର୍ଯାତିତ ଶ୍ରେଣୀ ।
ସୁବିଧାବାଦୀ ଗୋଷ୍ଠୀ :

  • ଧର୍ମଯାଜକ ଓ ସମ୍ଭ୍ରାନ୍ତ ବଂଶୀୟମାନେ ସୁବିଧାଭୋଗୀ ଶ୍ରେଣୀ ଓ ଭୂ-ସମ୍ପତ୍ତିର ମାଲିକ ଥିଲେ । ଏମାନଙ୍କ ସଂଖ୍ୟା ମୋଟ ଲୋକସଂଖ୍ୟାର ଶତକଡ଼ା ୫ ଭାଗ ଥିଲା ।
  • ଯୋଗ୍ୟତା ନଥାଇ ମଧ୍ୟ ଏମାନେ ଉଚ୍ଚ ସରକାରୀ ପଦପଦବୀରେ ନିଯୁକ୍ତ ହେଉଥିଲେ । ଧର୍ମଯାଜକମାନେ ସାଧାରଣ ଲୋକଙ୍କଠାରୁ ଧର୍ମ କର ଆଦାୟ କରି ବିଳାସ ପାଇଁ ବ୍ୟୟ କରୁଥିଲେ ।

ଅବହେଳିତ ଗୋଷା :

  • କୃଷକ, କାରିଗର ଓ ସାଧାରଣ ନାଗରିକ ସୁବିଧାବଞ୍ଚ ଶ୍ରେଣୀ ଅନ୍ତର୍ଭୁକ୍ତ ଥିଲେ । ସମାଜରେ ଓକିଲ, ଡାକ୍ତର, ଲେଖକ, ଶିକ୍ଷକ, ବ୍ୟବସାୟୀ ମଧ୍ୟ ଏହି ଶ୍ରେଣୀର ଥିଲେ ।
  • ଭାଗଚାଷୀ ଓ ମୂଲିଆମାନେ ସାମନ୍ତମାନଙ୍କ କ୍ଷେତରେ ବିନା ପାରିଶ୍ରମିକରେ ଖଟୁଥିଲେ । ସବୁପ୍ରକାର ଯୋଗ୍ୟତା ଥିଲେ ମଧ୍ୟ ସେମାନେ ସରକାରୀ ଚାକିରିରୁ ବଞ୍ଚିତ ହେଉଥିଲେ ।

(ଘ) ଫରାସୀ ରାଷ୍ଟ୍ରବିପ୍ଳବ କିପରି ସମଗ୍ର ପୃଥ‌ିବୀକୁ ପ୍ରଭାବିତ କରିଥିଲା ?
Answer:
ରାଜତନ୍ତ୍ରର ଧ୍ବଂସ :

  • ଫରାସୀ ରାଷ୍ଟ୍ରବିପ୍ଳବ ସମଗ୍ର ପୃଥ‌ିବୀକୁ ପ୍ରଭାବିତ କରିଥିଲା ।
  • ଏହା ରାଜତନ୍ତ୍ର ଶାସନକୁ ଧ୍ୱଂସ କରି ପ୍ରଜାତନ୍ତ୍ର ଶାସନ ପ୍ରତିଷ୍ଠା କରିଥିଲା ।
  • ଏହା ସାମନ୍ତବାଦ ଲୋପ କରିବାରେ ସହାୟ ହୋଇଥିଲା ।

ଧର୍ମଗତ ସ୍ଵାଧୀନତା :
ଗୀର୍ଜାଗୁଡ଼ିକ ଅଧୀନରେ ଥ‌ିବା ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇ ମଧ୍ୟବିତ୍ତ ଓ କୃଷକମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା । ଲୋକମାନଙ୍କୁ ଧର୍ମଗତ ସ୍ଵାଧୀନତା ପ୍ରଦାନ କରାଯାଇଥିଲା ।

ବିପ୍ଳବର ପ୍ରେରଣା ଦେଇଥିଲା :
ଆଧୁନିକ ଯୁଗରେ ଗଣ ଆନ୍ଦୋଳନ ପରମ୍ପରା ସୃଷ୍ଟି କରିବା ସହିତ ଏହା ସ୍ୱେଚ୍ଛାଚାରୀ ରାଜତନ୍ତ୍ର ବିରୋଧରେ ବିପ୍ଳବ କରିବାକୁ ପ୍ରେରଣା ଦେଇଥିଲା ।

(ଙ) ଜର୍ମାନୀ ଏକତ୍ରୀକରଣ ପାଇଁ ବିସ୍‌ମାର୍କଙ୍କ ଭୂମିକା କ’ଣ ଥିଲା ?
Answer:
ବିଚକ୍ଷଣ କୂଟନୀତି :

  • ବିସ୍‌ମାର୍କ ପ୍ରୁସିଆର ରାଜା ପ୍ରଥମ ଉଇଲିୟମ୍ଙ୍କ ମନ୍ତ୍ରୀ ଓ ବିଚକ୍ଷଣ କୂଟନୀତିଜ୍ଞ ଥିଲେ ।
  • ସେ ଜାଣିଥିଲେ ଯେ ପ୍ରୁସିଆ ନେତୃତ୍ବର ଜର୍ମାନୀ ଏକତ୍ରୀକରଣକୁ ଅଷ୍ଟ୍ରିଆ, ଫ୍ରାନ୍ସ ଓ ଡେନ୍‌ମାର୍କ ବିରୋଧ କରିବେ । ତେଣୁ ଯୁଦ୍ଧ ବିନା ଜର୍ମାନୀ ଏକତ୍ରୀକରଣ ସମ୍ଭବ ନୁହେଁ ।

ସୈନ୍ୟବାହିନୀ ଗଠନ :

  • ସେଥ‌ିପାଇଁ ବିସ୍‌ମାର୍କ ଏକ ଶକ୍ତିଶାଳୀ ସୈନ୍ୟବାହିନୀ ଗଠନ କଲେ । କୂଟନୀତି ବଳରେ ଅଷ୍ଟ୍ରିଆକୁ ନିଜ ପକ୍ଷକୁ ଆଣି ଡେନ୍‌ମାର୍କକୁ ଯୁଦ୍ଧରେ ପରାଜିତ କରି ଜର୍ମାନ୍ ଅଞ୍ଚଳ ପ୍ଲେଜ୍ ଉଇଟ୍‌କୁ ପ୍ରୁସିଆ ସହ ମିଶାଇଦେଲେ ।
  • ସେ ଇଉରୋପୀୟ ରାଷ୍ଟ୍ରଗୁଡ଼ିକ ସହ ସୁସମ୍ପର୍କ ରଖ୍ ସେମାନଙ୍କ ସମର୍ଥନ ଲାଭ କଲେ । ଅଷ୍ଟ୍ରିଆ ସହ ଯୁଦ୍ଧ ହେଲେ ରୁଷ୍ ଓ ଫ୍ରାନ୍ସ ନିରପେକ୍ଷ ରହିବାକୁ ରାଜି ହେଲେ । ପରେ ସେ ଅଷ୍ଟ୍ରିଆକୁ ଯୁଦ୍ଧରେ ପରାସ୍ତ କରି ହୋଲଷ୍ଟେନ୍‌କୁ ପ୍ରୁସିଆ ସହ ମିଶାଇଦେଲେ ।

ଏକତ୍ରୀକରଣ :
ପରବର୍ତୀ ସମୟରେ ଫ୍ରାନ୍ସକୁ ସେଡ଼ାନ୍‌ଠାରେ ପରାଜିତ କରି ଫ୍ରାନ୍ସ ଅଧ୍ବକୃତ ଜର୍ମାନ୍ ଅଞ୍ଚଳ ଆଲସେସ୍ ଓ ଲୋରେନ୍‌କୁ ପ୍ରୁସିଆ ସହ ମିଶାଇ ଜର୍ମାନୀ ଏକତ୍ରୀକରଣ ସମ୍ପୂର୍ଣ୍ଣ କରିଥିଲେ ।

BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

(ଚ) ଇଟାଲୀ ଏକତ୍ରୀକରଣ ପାଇଁ କାଉଣ୍ଟ କାଭୁର୍‌ଙ୍କ ଉଦ୍ୟମ ବର୍ଣ୍ଣନା କର ।
Answer:
ଉଦାର ଦେଶଭକ୍ତ :
କାଉଣ୍ଟ କାଲୁର ଜଣେ ଉଦାରପନ୍ଥୀ ନେତା ଓ ଦେଶଭକ୍ତ ଥିଲେ । ସାର୍ଜିନିଆର ରାଜା ଦ୍ଵିତୀୟ ଭିକ୍ଟର ଇମାନୁଏଲ ତାଙ୍କୁ ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତି ଦେଇଥିଲେ ।

ବୈଦେଶିକ ସାହାଯ୍ୟ :
ପିଡ଼ମଣ୍ଟ-ସାର୍ଜିନିଆ ନେତୃତ୍ୱରେ ଇଟାଲୀ ଏକତ୍ରୀକରଣ ସମ୍ଭବ ବୋଲି ସେ ବିଶ୍ଵାସ କରୁଥିଲେ ଓ ବୈଦେଶିକ ରାଷ୍ଟ୍ରର ସହାୟତାରେ ଇଟାଲୀ ଏକତ୍ରୀକରଣ ପାଇଁ ପ୍ରୟାସ କରିଥିଲେ ।

କ୍ରିମିଆ ଯୁଦ୍ଧ :
କାଭୁରଙ୍କ ପରାମର୍ଶରେ କ୍ରିମିଆ ଯୁଦ୍ଧରେ ପିଡ଼ମଣ୍ଟ-ସାର୍ଜିନିଆ ଫ୍ରାନ୍ସ ଓ ଇଂଲଣ୍ଡ ସପକ୍ଷରେ ଯୋଗ ଦେଇଥ‌ିବାରୁ ସେ ଇଉରୋପୀୟ ରାଷ୍ଟ୍ରଙ୍କ ସମର୍ଥନ ପାଇପାରିଥିଲେ ।

ଏକତ୍ରୀକରଣ :

  • ୧୮୫୯ ମସିହାରେ ଫ୍ରାନ୍ସ ସହଯୋଗରେ ପିଡ଼ମଣ୍ଟ-ସାର୍ଜିନିଆ ଅଷ୍ଟ୍ରିଆକୁ ପରାଜିତ କରି ଲୋମ୍ବାର୍ଡ଼, ପାର୍ମା, ମଡ଼େନା, ଟସ୍‌ନୀ ଓ କେନ୍ଦ୍ରୀୟ ଇଟାଲୀ ରାଜ୍ୟକୁ ଅସ୍ଵୀକାର କରି ନିଜ ରାଜ୍ୟ ସହ ମିଶାଇଦେଲା ।
  • ଏହିପରିଭାବେ ଇଟାଲୀର ଏକତ୍ରୀକରଣ ନିମନ୍ତେ କାଭୁରଙ୍କ ଅବଦାନ ଚିରସ୍ମରଣୀୟ ।

(ଛ) ଗାରିବାଲ୍ଟିଙ୍କୁ ଇଟାଲୀର ତ୍ୟାଗୀପୁତ୍ର କାହିଁକି କୁହାଗଲା ?
Answer:
ବିଦ୍ରୋହର ନେତୃତ୍ଵ ନେବା :
ଦକ୍ଷିଣ ଇଟାଲୀର ନେପ୍‌ସ୍ ଓ ସିସିଲି ଏକତ୍ରୀକରଣ ମୁକ୍ତି ପାଇଁ ହୋଇଥ‌ିବା ଜନଜାଗରଣ ଓ ବିଦ୍ରୋହର ନେତୃତ୍ଵ ନେଇଥିଲେ ଗାରିବାଲ୍‌ ।

ଲାଲକୁର୍ତ୍ତା ବାହିନୀ ଗଠନ :
ସେ ‘ଲାଲକୁର୍ତ୍ତା ବାହିନୀ’ ନାମକ ମୁକ୍ତିବାହିନୀ ଗଠନ କରି ତାହା ସାହାଯ୍ୟରେ ସିସିଲି ଓ ନେପ୍‌ଲସ୍ ଅଧ୍ୟାର କଲେ ।

ଶାସନଭାର ଅର୍ପଣ :
ସେ ଏହାପରେ ରୋମ ଆକ୍ରମଣ କରିବାପାଇଁ ଯୋଜନା କରୁଥିବା ସମୟରେ ରାଜା ଭିକ୍ଟର ଇମାନୁଏଲ୍‌ଙ୍କ ସହ ତାଙ୍କର ସାକ୍ଷାତ୍ ହେଲା । ସେ ଅଭୂତପୂର୍ବ ତ୍ୟାଗ ଓ ଦେଶଭକ୍ତିର ପରିଚୟ ଦେଇ ସିସିଲି ଓ ନେପଲ୍ସର ଶାସନଭାର ରାଜା ଭିକ୍ଟର ଇମାନୁଏଲ୍‌ଙ୍କୁ ଅର୍ପଣ କରିଥିଲେ ।

ପଦବୀକୁ ପ୍ରତ୍ୟାଖ୍ୟାନ :
ସେ ଉଚ୍ଚ ପଦବୀ ଓ ପୁରସ୍କାରକୁ ମଧ୍ୟ ପ୍ରତ୍ୟାଖ୍ୟାନ କରି ଗୋଟିଏ ଶସ୍ୟମଞ୍ଜି ଥଳି ସହ ନିଜର କୃଷିକ୍ଷେତ୍ର କାପରେରା ଦ୍ବୀପକୁ ଫେରିଗଲେ । ତେଣୁ ଇଟାଲୀ ଇତିହାସରେ ତାଙ୍କୁ ତ୍ୟାଗୀପୁତ୍ର ଆଖ୍ୟା ଦିଆଯାଇଛି ।

(ଜ) ମାଜିନୀ କିଏ ? ସେ ଇଟାଲୀ ଏକତ୍ରୀକରଣ ପାଇଁ କିପରି ଉଦ୍ୟମ କରିଥିଲେ ?
Answer:
ଜନ୍ମଗ୍ରହଣ :
ଯୋଶେଫ୍‌ ମାଜିନୀ ଇଟାଲୀର ଜେନୋଆଠାରେ ୧୮୦୫ ମସିହାରେ ଜନ୍ମଗ୍ରହଣ କରିଥିଲେ ।

ତରୁଣ ଇଟାଲୀ ଗଠନ :

  • ସେ ପ୍ରଥମେ ‘କାର୍ବୋନାରୀ’ ସଙ୍ଗଠନର ସଭ୍ୟ ଥିଲେ; ମାତ୍ର ଏହାର ହିଂସାତ୍ମକ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ‘ତରୁଣ ଇଟାଲୀ’ ସଙ୍ଗଠନ ଗଢ଼ିଥିଲେ ।
  • ଏହି ସଙ୍ଗଠନ ମାଧ୍ୟମରେ ଯୁବକମାନଙ୍କଦ୍ୱାରା ଗଣ ବିପ୍ଳବ ମାଧ୍ୟମରେ ଏକତା ପ୍ରତିଷ୍ଠା କରିବା ତାଙ୍କର ଲକ୍ଷ୍ୟ ଥିଲା ।

ସାଧାରଣତନ୍ତ୍ର ପ୍ରତିଷ୍ଠା :
ତାଙ୍କ ନେତୃତ୍ବରେ ବିପ୍ଳବୀମାନେ ରୋମ୍ରେ ପୋପ୍ ଶାସନର ଅବସାନ ଘଟାଇ ସେଠାରେ ସାଧାରଣତନ୍ତ୍ର ପ୍ରତିଷ୍ଠା କରିଥିଲେ ।

ନିର୍ବାସନ ଦଣ୍ଡ :
‘ତରୁଣ ଇଟାଲୀ’ ସଙ୍ଗଠନ ସିସିଲିରେ ବିଦ୍ରୋହ କରିଥିଲା; ମାତ୍ର ତାହାକୁ ଦମନ କରାଯାଇଥିଲା । ଏହି ଜାତୀୟତାବାଦୀ କାର୍ଯ୍ୟ ପାଇଁ ତାଙ୍କୁ ଇଟାଲୀରୁ ନିର୍ବାସିତ ହେବାକୁ ପଡ଼ିଥିଲା । ସେ ଇଟାଲୀବାସୀଙ୍କ ମନରେ ଐକ୍ୟ ଭାବନା ସୃଷ୍ଟି କରିଥିଲା ।

BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ଟି ଶବ୍ଦ ମଧ୍ଯରେ ଲେଖ ।

(କ) କେଉଁଥ୍ପାଇଁ ଇଂଲଣ୍ଡର ପିଗ୍ରୀମ୍ ଫାଦରସ୍ମାମାନେ ଆମେରିକା ପ୍ରତି ପ୍ରଲୋଭିତ ହୋଇଥିଲେ ?
Answer:
ଆମେରିକାର ଉର୍ବର ମୃତ୍ତିକା, ପ୍ରଚୁର ଖଣିଜ ପଦାର୍ଥ ଓ ଶୁଷ୍କ ଜଳବାୟୁ ଦେଖ୍ ପିଗ୍ରୀମ୍ ଫାଦରସ୍‌ମାନେ ଏହା ପ୍ରତି ପ୍ରଲୋଭିତ ହୋଇଥିଲେ ।

(ଖ) କେଉଁ ଉଦ୍ଦେଶ୍ୟ ରଖ୍ ବ୍ରିଟିଶ୍ ପାର୍ଲାମେଣ୍ଟ ଷ୍ଟାମ୍ପ ଆଇନ ପ୍ରଣୟନ କରିଥିଲେ ?
Answer:
ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ଯରେ ଲାଗିଥିବା ସପ୍ତବାର୍ଷୀୟ ଯୁଦ୍ଧରେ ଖର୍ଚ୍ଚ ହୋଇଥ‌ିବା ଅର୍ଥର କିଛି ଅଂଶ ଭରଣା କରିବାପାଇଁ ବ୍ରିଟିଶ୍ ପାର୍ଲାମେଣ୍ଟ ଷ୍ଟାମ୍ପ ଆଇନ ପ୍ରଣୟନ କରିଥିଲେ ।

(ଗ) ଫରାସୀ ସମାଜରେ କେଉଁମାନଙ୍କୁ ସୁବିଧାବଞ୍ଚିତ ଶ୍ରେଣୀ କୁହାଯାଉଥିଲା ? ସେମାନେ କେଉଁଥୁରୁ ବଞ୍ଚିତ ହେଉଥିଲେ ?
Answer:

  • ଫରାସୀ ସମାଜରେ କୃଷକ, କାରିଗର ଓ ସାଧାରଣ ନାଗରିକଙ୍କୁ ସୁବିଧାବଞ୍ଚତ ଶ୍ରେଣୀ କୁହାଯାଉଥିଲା । ଏତଦ୍‌ବ୍ୟତୀତ ଓକିଲ, ଡାକ୍ତର, ଲେଖକ, ଶିକ୍ଷକ, ବ୍ୟବସାୟୀ ଓ ଶିଳ୍ପପତିମାନେ ମଧ୍ୟ ସୁବିଧାବଞ୍ଚ ଶ୍ରେଣୀର ଅନ୍ତର୍ଭୁକ୍ତ ଥିଲେ ।
  • ସାମନ୍ତମାନଙ୍କ କ୍ଷେତ୍ରରେ କାମ କରିବାପାଇଁ ସେମାନଙ୍କୁ ମଜୁରି ମିଳୁନଥିଲା । ଜଙ୍ଗଲରୁ ଜାଳେଣି ସଂଗ୍ରହ, ଅନାବାଦି ଜମିରେ ପଶୁଚାରଣ ଅଧିକାର ସେମାନଙ୍କର ନଥିଲା । ସବୁପ୍ରକାର ଯୋଗ୍ୟତା ଥିଲେ ମଧ୍ୟ ସେମାନଙ୍କୁ ଚାକିରି ମିଳୁ ନଥିଲା । ବ୍ୟବସାୟୀ ଓ ଶିଳ୍ପପତିମାନେ ବ୍ୟବସାୟ ଓ ଶିଳ୍ପ ପ୍ରତିଷ୍ଠାପାଇଁ ଅନୁମତି ପାଉନଥିଲେ ।

(ଘ) ‘‘ସ୍ପିରିଟ୍ ଅଫ୍ ଦି ଲଜ୍’’ ପୁସ୍ତକ କିଏ ଲେଖୁଥିଲେ ? ଏହି ପୁସ୍ତକରେ କେଉଁ ବିଷୟ ଉଲ୍ଲେଖ ରହିଛି ?
Answer:

  • ‘ସ୍ପିରିଟ୍ ଅଫ୍ ଦି ଲଜ୍’ ପୁସ୍ତକ ମଣ୍ଟେକ୍ସ’ ଲେଖୁଥିଲେ ।
  • ଏହି ପୁସ୍ତକରେ ଫ୍ରାନ୍ସର ସ୍ୱେଚ୍ଛାଚାରୀ ରାଜତନ୍ତ୍ର ଶାସନ ଓ ସାମାଜିକ ବୈଷମ୍ୟକୁ ସମାଲୋଚନା କରିଥିଲେ ।

(ଙ) ଫ୍ରାନ୍ସର ବିପ୍ଳବୀମାନେ କେବେ ବାସ୍ତଲ୍ ଦୁର୍ଗ ଆକ୍ରମଣ କରିଥିଲେ ?
Answer:
ଫ୍ରାନ୍ସର ବିପ୍ଳବୀମାନେ ୧୭୮୯ ଖ୍ରୀଷ୍ଟାବ୍ଦ ଜୁଲାଇ ୧୪ ତାରିଖ ଦିନ ବାସ୍ତଲ ଦୁର୍ଗ ଆକ୍ରମଣ କରିଥିଲେ ।

BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

(ଚ) ପ୍ରୁସିଆର ରାଜା ପ୍ରଥମ ଉଇଲିୟମ୍‌ଙ୍କ କେଉଁ ପଦକ୍ଷେପକୁ ପ୍ରତିନିଧ୍ଵ ସଭା ବିରୋଧ କରିଥିଲା ? ଏହାକୁ ଭିତ୍ତି କରି କେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ?
Answer:

  • ପ୍ରୁସିଆର ରାଜା ପ୍ରଥମ ଉଇଲିୟମ୍‌ଙ୍କ ସାମରିକ ସଂସ୍କାର ପଦକ୍ଷେପକୁ ପ୍ରୁସିଆର ପ୍ରତିନିଧୂ ସଭା ‘ଡାଏଟ୍’ ବିରୋଧ କରିଥିଲା ।
  • ଏହାକୁ ଭିତ୍ତି କରି ସାମ୍ବିଧାନିକ ସଂକଟ ସୃଷ୍ଟି ହୋଇଥିଲା ।

(ଛ) ବିସ୍‌ମାର୍କ କିପରି ଭାବରେ ସ୍ଲାବ୍‌ଉଇଗ୍ ଓ ହୋଲଷ୍ଟେନ୍ ଅଧିକାର କରିଥିଲେ ?
Answer:

  • କ୍ଲୋଜ୍ଉଇଗ୍ ଓ ହୋଲଷ୍ଟେନ୍ ଅଞ୍ଚଳ ପାଇବା ପାଇଁ ବିସ୍‌ମାର୍କ ଅଷ୍ଟ୍ରିଆର ସାହାଯ୍ୟ ଲୋଡ଼ିଥିଲେ।
  • ପ୍ରୁସିଆ ଓ ଅଷ୍ଟ୍ରିଆ ମିଳିତ ଭାବେ ଡେନ୍‌ମାର୍କକୁ ପରାସ୍ତ କରିବାରୁ ସ୍ଲାଇଗ୍ ପ୍ରୁସିଆ ସହ ଓ ହୋଲଷ୍ଟେନ୍‌ ଅଷ୍ଟ୍ରିଆ ସହ ମିଶିଗଲା ।
  • ପରବର୍ତୀ ସମୟରେ ଅଷ୍ଟ୍ରିଆକୁ ଯୁଦ୍ଧରେ ପରାଜିତ କରି ବିସ୍‌ମାର୍କ ହୋଲଷ୍ଟେନ୍‌ ଅଧିକାର କଲେ ।

(ଜ) କେବେ ଓ କେଉଁମାନଙ୍କୁ ନେଇ ‘ତରୁଣ ଇଟାଲୀ’ ଦଳ ଗଠନ ହୋଇଥିଲା ?
Answer:
୧୮୩୧ ମସିହାରେ ଇଟାଲୀର ଯୁବକମାନଙ୍କୁ ନେଇ ‘ତରୁଣ ଇଟାଲୀ’ ଦଳ ଗଠନ ହୋଇଥିଲା ।

(ଝ) ଚାର୍ଲସ୍ ଆଲବର୍ଟ କେଉଁ ରାଜ୍ୟର ଶାସକ ଥିଲେ ? କେଉଁ ଘଟଣାରୁ ସେ ସିଂହାସନ ତ୍ୟାଗ କରିଥିଲେ ?
Answer:

  • ଚାର୍ଲସ୍‌ ଆଲବର୍ଟ ସାଢ଼ିନିଆର ରାଜା ଥିଲେ ।
  • ସେ ଅଷ୍ଟ୍ରିଆ ବିରୁଦ୍ଧରେ ବାରମ୍ବାର ଯୁଦ୍ଧ କରି ପରାସ୍ତ ହେବାରୁ ସିଂହାସନ ତ୍ୟାଗ କରିଥିଲେ ।

(ଞ) ‘ଲାଲକୁର୍ତ୍ତା ବାହିନୀ’ କିଏ ଗଠନ କରିଥିଲେ ? ଏହି ବାହିନୀ କେଉଁ ଅଞ୍ଚଳ ଅଧିକାର କରିଥିଲା ?
Answer:

  • ‘ଲାଲକୁର୍ତ୍ତା ବାହିନୀ’ ଗାରିବାଲ୍ଟି ଗଠନ କରିଥିଲା ।
  • ଏହି ବାହିନୀ ନେପଲ୍ସ ଓ ସିସିଲି ଅଧିକାର କରିଥିଲା ।

BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୩। ବନ୍ଧନୀ ମଧ୍ଯରୁ ସଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ଖ୍ରୀଷ୍ଟାବ୍ଦ ୧୬୨୦ରେ ଇଂଲଣ୍ଡର ରାଜା _____________ ଥିଲେ ।
(ପ୍ରଥମ ଏଲିଜାବେଥ୍, ପ୍ରଥମ ଜେମ୍ସ, ଭିକ୍ଟୋରିଆ, ଉଇଲିୟମ୍)
Answer:
ପ୍ରଥମ ଜେମସ୍

(ଖ) ଆମେରିକୀୟ ଉପନିବେଶମାନଙ୍କରେ ଇଂରେଜମାନେ __________________ ଦ୍ରବ୍ୟ ଉପରେ ଆମଦାନୀ କର ବସାଇଥିଲେ ।
(କପା, ତମାଖୁ, ଚା’, ରଙ୍ଗ)
Answer:
ଚା

(ଗ) ‘ମୁଁ ହେଉଛି ରାଷ୍ଟ୍ର’’ । ଏହା ____________ ଙ୍କ ଭକ୍ତି ଥିଲା ।
(ତ୍ରୟୋଦଶ ଲୁଇ, ଚତୁର୍ଦ୍ଦଶ ଲୁଇ, ପଞ୍ଚବଶ ଭୁଲ୍, ଷୋଡ଼ଶ ଲୁଇ)
Answer:
ଚତୁର୍ଦ୍ଦଶ ଲୁଇ

(ଘ) ସୋସିଆଲ କଶାକ୍ଟ ____________ ଲେଖୁଥିଲେ ।
(ମଣ୍ଟେଲ୍ୟୁ, ଭଲ୍‌ଟାୟାର, ନେପୋଲିୟନ୍, ରୁଷୋ)
Answer:
ରୁଷୋ

(ଙ) ପ୍ରଥମ ଉଇଲିୟମ୍ ___________ ରାଜା ଥିଲେ ।
(ଅଷ୍ଟ୍ରିଆ, ପ୍ରୁସିଆ, ମଡ଼େନା, ହୋଲଷ୍ଟେନ୍)
Answer:
ପ୍ରୁସିଆ

(ଚ) ୱାଟରରୁ ଯୁଦ୍ଧରେ ______________ ପରାସ୍ତ ହୋଇଥିଲେ ।
(ନେପୋଲିୟନ୍, ଲର୍ଡ କଣ୍ଠୱାଲିସ୍, ଦ୍ଵିତୀୟ ଜେମ୍‌ସ, ଷୋଡ଼ଶ ଲୁଇ)
Answer:
ନେପୋଲିୟନ୍

BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

(ଛ) କ୍ରିମିଆ ଯୁଦ୍ଧ ______________ ମସିହାରେ ହୋଇଥିଲା ।
(୧୮୫୧, ୧୮୫୪, ୧୮୫୯, ୧୮୨୩)
Answer:
୧୮୫୪

(ଜ) ‘ତରୁଣ ଇଟାଲୀ’ ସଂଗଠନ _____________ ଗଠନ କରିଥିଲେ ।
(ମାଜିନୀ, କାଲୁର୍‌, ଗାରିବାଲ୍‌, ଇମାନୁଏଲ୍)
Answer:
ମାଜିନୀ

୪। ରେଖାଙ୍କିତ ଶବ୍ଦଗୁଡ଼ିକୁ ପରିବର୍ତ୍ତନ ନ କରି ଭ୍ରମ ସଂଶୋଧନ କର ।

(କ) ଷ୍ଟାମ୍ପ୍ ଆଇନ ଆମେରିକା ପାର୍ଲାମେଣ୍ଟରେ ପ୍ରଣୟନ କରାଯାଇଥିଲା ।
Answer:
ଷ୍ଟାମ୍ ଆଇନ ବ୍ରିଟିଶ୍ ପାର୍ଲାମେଣ୍ଟରେ ପ୍ରଣୟନ କରାଯାଇଥିଲା ।

(ଖ) ୧୮୬୫ ମସିହାରେ ସାଢ଼େ ଯୁଦ୍ଧ ପୁସିଆ ଓ ଅଷ୍ଟିଆ ମଧ୍ୟରେ ହୋଇଥିଲା ।
Answer:
୧୮୬୬ ମସିହାରେ ସାଢ଼େ ଯୁଦ୍ଧ ପୁସିଆ ଓ ଅଷ୍ଟ୍ରିଆ ମଧ୍ୟରେ ହୋଇଥିଲା ।

BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

(ଗ) ‘କାର୍ବୋନାରୀ’ ନାମକ ସଙ୍ଗଠନ ଇଟାଲୀର ବିଚ୍ଛିନ୍ନତା ଆଣିଥିଲା ।
Answer:
ଭିଏନା କଂଗ୍ରେସ ଇଟାଲୀର ବିଚ୍ଛିନ୍ନତା ଆଣିଥିଲା

(ଘ) ଗାରିବାଲିଡି ତରୁଣ ଇଟାଲୀ ନାମକ ମୁକ୍ତିବାହିନୀ ଗଠନ କରିଥିଲେ ।
Answer:
ଗାରିବାଲିଡି ଲାଲକୁର୍ତ୍ତା ବାହିନୀ ନାମକ ମୁକ୍ତିବାହିନୀ ଗଠନ କରିଥିଲେ ।

(ଙ) ଦ୍ଵିତୀୟ ଭିକ୍ଟର ଇମାନୁଏଲଙ୍କ ପ୍ରଧାନମନ୍ତ୍ରୀ ମାଜିନୀ ଥିଲେ ।
Answer:
ଦ୍ଵିତୀୟ ଭିକ୍ଟର ଇମାନୁଏଲଙ୍କ ପ୍ରଧାନମନ୍ତ୍ରୀ କାଉଣ୍ଟ କାଭୁର ଥିଲେ ।

(ଚ) ୧୮୬୧ ମସିହାରେ ପୁସିଆର ରାଜା ରୂପେ ବିସ୍‌ମାର୍କ ଅଧିଷ୍ଠିତ ହୋଇଥିଲେ ।
Answer:
୧୮୬୧ ମସିହାରେ ପ୍ରୁସିଆର ରାଜା ରୂପେ ପ୍ରଥମ ଉଇଲିୟମ୍ ଅଧିଷ୍ଠିତ ହୋଇଥିଲେ ।

BSE Odisha 8th Class History Solutions Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

୫। ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସଂପୃକ୍ତ ଶବ୍ଦ ମିଳନ କର ।

‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସଂପୃକ୍ତ ଶବ୍ଦ ମିଳନ କର ।

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

Odisha State Board BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭) Textbook Exercise Questions and Answers.

BSE Odisha Class 7 History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

(କ) ତୋଗଲକ ବଂଶର ପତନ ପରେ ସୁଲତାନୀ ଶାସନ ଦୁର୍ବଳ ହୋଇପଡ଼ିଲା କାହିଁକି ?
Answer:
ତୋଗଲକ ବଂଶର ପତନ ପରେ ନିମ୍ନଲିଖୁ କାରଣଗୁଡ଼ିକ ଯୋଗୁଁ ସୁଲତାନୀ ଶାସନ ଦୁର୍ବଳ ହୋଇପଡ଼ିଥିଲା ।

  • ତୋଗଲକମାନଙ୍କ ପରେ ଭାରତରେ ଶାସନ କରିଥିବା ସୟଦ୍ ଓ ଲୋଦୀ ବଂଶର ଶାସକମାନେ ଦୁର୍ବଳ ଥିଲେ ।
  • ସାମନ୍ତ ଓ ପ୍ରାଦେଶିକ ଶାସକମାନେ ସୁଲତାନମାନଙ୍କୁ ଖାତିର ନକରି ନିଜ ନିଜର ସ୍ଵାଧୀନତା ଘୋଷଣା କରିଥିଲେ । ଫଳରେ ଦେଶରେ ଅରାଜକତା ଓ ବିଶୃଙ୍ଖଳା ଦେଖାଦେଇଥିଲା ।
  • ସେତେବେଳେ ଦିଲ୍ଲୀର ଲୋଦୀ ବଂଶର ସୁଲତାନ୍ ଇବ୍ରାହିମ୍ ଲୋଦୀଙ୍କର ସ୍ୱେଚ୍ଛାଚାରୀ ଶାସନରେ ଆଫଗାନ୍
  • ଏପରିକି ଇବ୍ରାହିମ୍ ଲୋଦୀଙ୍କୁ ସିଂହାସନରୁ ବିତାଡ଼ିତ କରିବାପାଇଁ ସେମାନେ କାବୁଲ୍‌ର ରାଜା ବାବରଙ୍କ ସାହାଯ୍ୟ ଲୋଡ଼ିଥିଲେ ।

(ଖ) ବାବର ଭାରତରେ ମୋଗଲ ସାମ୍ରାଜ୍ୟର ମୂଳଦୁଆ ପକାଇଲେ କିପରି ?
Answer:

  • ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରେ ସୁଲତାନୀ ଶାସନର ଦୁର୍ବଳତାର ସୁଯୋଗ ନେଇ ଅନେକ ପ୍ରାଦେଶିକ ରାଜ୍ୟ ସ୍ଵାଧୀନ ହୋଇଗଲେ । ଦିଲ୍ଲୀର ଶାସକ ଇଭ୍ରାହିମ୍ ଲୋଦୀଙ୍କ ଶାସନରେ ଅସନ୍ତୁଷ୍ଟ ଆଫଗାନ୍ ଅମୀରମାନେ ତାଙ୍କୁ କ୍ଷମତାଚ୍ୟୁତ କରିବାପାଇଁ ବାବରଙ୍କ ସାହାଯ୍ୟ ଲୋଡ଼ିଥିଲେ ।
  • ଭାରତ ଆକ୍ରମଣପାଇଁ ଉଦ୍ୟମରତ ଫରଗଣାର ରାଜା ବାବର ଆଫଗାନ୍ ଅମୀରମାନଙ୍କ ଅନୁରୋଧ କ୍ରମେ ଭାରତ ଆକ୍ରମଣ କରିଥିଲେ ।
  • ସେ ପ୍ରଥମେ କାବୁଲ ଓ କାନ୍ଦାହାର ଜୟ କରିଥିଲେ । ତା’ପରେ ସେ ଭାରତ ଆକ୍ରମଣ କଲେ ଏବଂ ୧୫୨୬ ଖ୍ରୀଷ୍ଟାବ୍ଦରେ ପାନିପଥ ନାମକ ସ୍ଥାନରେ ଦିଲ୍ଲୀର ସୁଲତାନ୍ ଇବ୍ରାହିମ୍ ଲୋଦୀଙ୍କୁ ଏକ ତୁମୁଳ ଯୁଦ୍ଧରେ ପରାସ୍ତ କରିଥିଲେ ।
  • ବାବର ଏହି ଯୁଦ୍ଧରେ ବିଜୟଲାଭ କରି ଦିଲ୍ଲୀ ଓ ଆଗ୍ରା ଅଧିକାର କରି ମୋଗଲ ସାମ୍ରାଜ୍ୟର ମୂଳଦୁଆ ପକାଇଥିଲେ ।

(ଗ) ହୁମାୟୁନ୍ କେଉଁ କେଉଁ ବିପଦର ସମ୍ମୁଖୀନ ହୋଇଥିଲେ ?
Answer:

  • ବାବରଙ୍କ ମୃତ୍ୟୁ ପରେ ମୋଗଲ ସାମ୍ରାଜ୍ୟର ଭିଭିଭୂମି ସୁଦୃଢ଼ ନଥ‌ିବା ହେତୁ ଏହାର ସୁରକ୍ଷା ସକାଶେ ହୁମାୟୁନ୍‌ଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା ।
  • ହୁମାୟୁନ୍‌ଙ୍କର ରାଜ୍ୟଶାସନ ଆରମ୍ଭରେ ଆଫଗାନ୍‌ମାନେ ପୁନରାୟ ଦିଲ୍ଲୀ ଉପରେ ଆଖୁ ପକାଇଲେ ।
  • ଏହି ସମୟରେ ହୁମାୟୁନ୍‌ଙ୍କ ଭାଇମାନେ ଈର୍ଷାପରାୟଣ ହୋଇ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରିଥିଲେ ।
  • ହୁମାୟୁନ୍‌ଙ୍କ ସୈନ୍ୟବାହିନୀ ମଧ୍ୟ ସୁଦୃଢ଼ ନ ଥିଲା ଏବଂ କେତେକ ସାମନ୍ତ ଓ ଉଚ୍ଚପଦସ୍ଥ କର୍ମଚାରୀ ହୁମାୟୁନ୍‌ଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ରରେ ଲିପ୍ତ ଥିଲେ ।
  • ଏହିପରି ଭାବରେ ହୁମାୟୁନ୍ ଚତୁର୍ଦ୍ଦିଗରେ ବିପଦର ସମ୍ମୁଖୀନ ହୋଇଥିଲେ ।

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

(ଘ) ଶେର୍ ଖାଁ ହୁମାୟୁନ୍‌ଙ୍କୁ କିପରି ଅସୁବିଧାରେ ପକାଇଥିଲେ ?
Answer:

  • ଶେର୍ ଖାଁ ଥିଲେ ପୂର୍ବ ଭାରତର ଜଣେ ପରାକ୍ରମୀ ଆଫଗାନ୍ ବିଦ୍ରୋହୀ । ସିଂହାସନ ଆରୋହଣ ପରେ ହୁମାୟୁନ୍ ତାଙ୍କ ବିରୁଦ୍ଧରେ ଯୁଦ୍ଧଯାତ୍ରା କରିଥିଲେ ।
  • ପ୍ରାରମ୍ଭିକ ପର୍ଯ୍ୟାୟରେ ହୁମାୟୁନ୍‌ଙ୍କ ହସ୍ତରେ ପରାସ୍ତ ହୋଇ ଶେର୍ ଖାଁ ଆତ୍ମସମର୍ପଣ କରିଥିଲେ । ପରବର୍ତ୍ତୀ ସମୟରେ ହୁମାୟୁନ୍ ବାହାଦୂର ଶାହାଙ୍କ ସହ ଯୁଦ୍ଧରତ ଥିଲାବେଳେ ଶେର୍ ଖାଁ ପୁଣି ବଙ୍ଗ ରାଜ୍ୟ ଆକ୍ରମଣ କରିଥିଲେ । ବଙ୍ଗର ରାଜା ବାଧ୍ୟ ହୋଇ ତାଙ୍କ ସହ ସନ୍ଧି କରି ବିପୁଳ ଅର୍ଥ ଦେଇଥିଲେ । ଫଳରେ ସମଗ୍ର ବିହାର ଓ ବଙ୍ଗଳାରେ ଶେର୍ ଖାଁ ଆଧ୍ୟତ୍ୟ ବିସ୍ତାର କରିଥିଲେ ।
  • ୧୫୩୭ ଖ୍ରୀ.ଅ.ରେ ହୁମାୟୁନ ଶେର୍ ଖାଁଙ୍କ ସହ ଯୁଦ୍ଧ କରି ଚୁନାର ଦୁର୍ଗ ଓ ବଙ୍ଗର ଗୌଡ଼ ଅଧିକାର କରିଥିଲେ । ସେତେବେଳକୁ ଶେର୍ ଖାଁ ନାରା, ବନାରସ ଓ ଜୌନପୁର ଅତ୍‌କାର କରିସାରିଥିଲେ । ଶେଷରେ ୧୫୩୯ ଖ୍ରୀ.ଅ.ରେ ଚୌସାଠାରେ ଶେର୍ ଖାଁ ହୁମାୟନଙ୍କୁ ପରାସ୍ତ କରିଥିଲେ ।
  • ପୁନଶ୍ଚ ୧୫୪୦ ଖ୍ରୀ.ଅ.ରେ କନୌଜଠାରେ ହୁମାୟୁନ୍ ଶେର୍ ଖାଁଙ୍କଠାରୁ ଯୁଦ୍ଧରେ ପରାସ୍ତ ହୋଇ ଦିଲ୍ଲୀ

(ଙ) ଆକବର ମୋଗଲ ସାମ୍ରାଜ୍ୟର ସ୍ଥିତିକୁ ସୁଦୃଢ଼ କରିଥିଲେ କିପରି ?
Answer:

  • ପିତା ହୁମାୟୁନ୍‌ଙ୍କ ମୃତ୍ୟୁ ପରେ ମାତ୍ର ୧୩ ବର୍ଷ ବୟସରେ ଆକବର ପଞ୍ଜାବଠାରେ ସିଂହାସନ ଆରୋହଣ କରିଥିଲେ ଏବଂ ଏକ ଜଟିଳ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।
  • ସେହି ସମୟରେ ଶେର୍‌ଶାହାଙ୍କ ବଂଶର ଜଣେ ରାଜାଙ୍କର ସୁଯୋଗ୍ୟ ମନ୍ତ୍ରୀ ହିମୁ ମୋଗଲମାନଙ୍କୁ ପରାସ୍ତ କରି ଦିଲ୍ଲୀ ଓ ଆଗ୍ରା ଅଧିକାର କରିନେଇଥିଲେ ।
  • ଆକବର ବୈରାମ୍ ଖାଁଙ୍କ ସାହାଯ୍ୟରେ ହିମୁଙ୍କୁ ଦ୍ଵିତୀୟ ପାନିପଥ ଯୁଦ୍ଧରେ ୧୫୫୬ ଖ୍ରୀଷ୍ଟାବ୍ଦରେ ପରାସ୍ତ କରି ଦିଲ୍ଲୀ ଓ ଆଗ୍ରା ଅଧିକାର କଲେ ।
  • ପରବର୍ତ୍ତୀ କାଳରେ ସେ ରାଜପୁତମାନଙ୍କ ପ୍ରତି ଉଦାରନୀତି ଗ୍ରହଣ କରି ଓ ସେମାନଙ୍କ ସହ ବୈବାହିକ
  • ଏହିପରି ଭାବରେ ଆକବର ଭାରତରେ ମୋଗଲ ସାମ୍ରାଜ୍ୟର ସ୍ଥିତିକୁ ସୁଦୃଢ଼ କରିଥିଲେ ।

(ଚ) ହଳଦୀଘାଟ ଯୁଦ୍ଧ କେତେ ଖ୍ରୀଷ୍ଟାବ୍ଦରେ ହୋଇଥିଲା ? ଏହି ଯୁଦ୍ଧର ଫଳାଫଳ କ’ଣ ହୋଇଥିଲା ?
Answer:

  • ହଳଦୀଘାଟ ଯୁଦ୍ଧ ୧୫୭୬ ଖ୍ରୀଷ୍ଟାବ୍ଦରେ ହୋଇଥିଲା ।
  • ଏହି ଯୁଦ୍ଧରେ ମାନସିଂହଙ୍କ ନେତୃତ୍ବରେ ମୋଗଲମାନେ ରାଣା ପ୍ରତାପଙ୍କୁ ପରାଜିତ କରି ଚିତୋର ଦୁର୍ଗ ଅଧିକାର କରିଥିଲେ ।
  • ଏହି ଯୁଦ୍ଧ ପରେ ଭାରତର ସମସ୍ତ ରାଜପୁତ୍ ରାଜ୍ୟଗୁଡ଼ିକ ଉପରେ ଆକବରଙ୍କ ପ୍ରଭାବ ପ୍ରତିଷ୍ଠିତ ହୋଇ ପାରିଥିଲା ।

(ଛ) ଆକବର କାହିଁକି ଉଦାର ଧର୍ମନୀତି ଗ୍ରହଣ କରିଥିଲେ ?
Answer:

  • ଆକବର ତାଙ୍କର ଉଦାର ଧର୍ମନୀତି ପାଇଁ ଇତିହାସରେ ସ୍ମରଣୀୟ ହୋଇ ରହିଛନ୍ତି ।
  • ଏକ ଉଦାର ଧର୍ମନୀତିକୁ ଅବଲମ୍ବନ କରି ସେ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଥ‌ିବା ଭେଦଭାବ ଦୂର କରିବାକୁ ଚେଷ୍ଟା କରିଥିଲେ । ଏଥ‌ିପାଇଁ ଆକବର ହିନ୍ଦୁମାନଙ୍କ ଉପରୁ ଜିଜିୟା କର ଓ ତୀର୍ଥଯାତ୍ରୀ କର ଉଠାଇ ଦେଇଥିଲେ ।
  • ସେ ହିନ୍ଦୁମାନଙ୍କ ପରି ବେଶପୋଷାକ ପିନ୍ଧୁଥୁଲେ ହିନ୍ଦୁ ପର୍ବପର୍ବାଣିରେ ଯୋଗ ଦେଉଥିଲେ । ଅନେକ ହିନ୍ଦୁ ମନ୍ଦିର ତାଙ୍କ ସମୟରେ ନିର୍ମିତ ହୋଇଥିଲା ।
  • ଭାରତରେ ଏକ ସାର୍ବଜନୀନ ଧର୍ମ ପ୍ରତିଷ୍ଠା କରିବା ଆକବରଙ୍କର ଲକ୍ଷ୍ୟ ଥିଲା । ତେଣୁ ସେ ଫତେପୁର ସିକ୍ରୀଠାରେ ‘ଇବାଦତ୍ନା’ ନାମକ ଏକ ଉପାସନା ଗୃହ ୧୫୭୫ ଖ୍ରୀ.ଅ.ରେ ନିର୍ମାଣ କରିଥିଲେ ।
  • ସେ ଦିନ୍-ଇ-ଇଲାହୀ ନାମକ ଏକ ନୂତନ ଧର୍ମ ସୃଷ୍ଟି କରିଥିଲେ । ମାତ୍ର ଏହି ଧର୍ମ ଗ୍ରହଣ କରିବାକୁ କାହାକୁ ବାଧ୍ୟ କରି ନଥିଲେ ।

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

(ଜ) ନୁର୍‌ଜାହାନ୍ କିଏ ? ଜାହାଙ୍ଗୀରଙ୍କ ଶାସନକାଳରେ ତାଙ୍କର ଭୂମିକା କିପରି ଥିଲା ?
Answer:

  • ନୁର୍‌ଜାହାନ୍ ଥିଲେ ଜାହାଙ୍ଗୀରଙ୍କର ପତ୍ନୀ । ୧୬୧୧ ଖ୍ରୀଷ୍ଟାବ୍ଦରେ ଜୀହାଙ୍ଗୀର ନୁର୍‌ଜାହାନ୍‌ଙ୍କୁ ବିବାହ କରିଥିଲେ । ଜାହାଙ୍ଗୀରଙ୍କ ଶାସନକାଳରେ ତାଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା ।
  • ସେ ଅତ୍ୟନ୍ତ ସୁନ୍ଦରୀ ଓ ବୁଦ୍ଧିମତୀ ଥିଲେ । ତେଣୁ ଜାହାଙ୍ଗୀରଙ୍କୁ ପ୍ରତି ସ୍ତରରେ ସେ ରୂପ ଓ ବୁଦ୍ଧିଦ୍ୱାରା
  • ଜାହାଙ୍ଗୀର ବିଳାସମୟ ଜୀବନଯାପନ କରି ଶାସନକାର୍ଯ୍ୟରେ ଅବହେଳା କରୁଥିବାରୁ ନୁର୍‌ଜାହାନ୍ ଅନେକ
  • ସରକାରୀ କାଗଜପତ୍ର ଓ ନିର୍ଦେଶାନାମାରେ ନୁର୍‌ଜାହାନ୍ ଦସ୍ତଖତ କରୁଥିଲେ ।
  • ଏପରିକି ଦେଶରେ ପ୍ରଚଳିତ ମୁଦ୍ରାରେ ଜାହାଙ୍ଗୀରଙ୍କ ସହିତ ନୁର୍‌ଜାହାନ୍‌ଙ୍କ ନାମ ମଧ୍ୟ ରହୁଥିଲା ।

(ଝ) ଶାହାଜାହାନ୍‌ଙ୍କ ସଫଳ କୃତିଗୁଡ଼ିକ କ’ଣ ଥିଲା ?
Answer:

  • ଜାହାଙ୍ଗୀରଙ୍କର ତୃତୀୟ ପୁତ୍ର ଶାହାଜାହାନଙ୍କର ରାଜତ୍ଵ ସମୟରେ ମୋଗଲ କଳା ଓ ସ୍ଥାପତ୍ୟ ବିକାଶର ଚରମ ସୀମାରେ ପହଞ୍ଚିଲା ।
  • ନିଜର ପତ୍ନୀ ମମ୍‌ତାନ୍‌ଙ୍କ ସ୍ମୃତିରେ ସେ ଉତ୍ତର ପ୍ରଦେଶର ଆଗ୍ରାଠାରେ ଅବସ୍ଥିତ ଯମୁନା ନଦୀ କୂଳରେ ‘ତାଜମହଲ’ ନାମକ ଏକ ସ୍ମୃତି ମନ୍ଦିର ତିଆରି କରିଥିଲେ ।
  • ବିଶ୍ଵର ସପ୍ତାଶ୍ଚାଯ୍ୟ ମଧ୍ଯରେ ସ୍ଥାନ ପାଇଥିବା ଏହି ତାଜମହଲ ଅନନ୍ୟ ସ୍ଥାପତ୍ୟ ଓ କଳା ପାଇଁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଛି ।
  • ଏହାଛଡ଼ା ଶାହାଜାହାନ୍ ଜୁମା ମସ୍‌ଜିଦ୍, ମୋତି ମସ୍‌ଜିଦ୍ ଆଦି ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଧର୍ମପୀଠମାନ ନିର୍ମାଣ କରାଇଥିଲେ ।
  • ଦିଲ୍ଲୀର ଉପକଣ୍ଠ ଯମୁନା ନଦୀ କୂଳରେ ସେ ‘ଶାହାଜାହାବାଦ’ ନାମକ ଏକ ନଗରୀ ପ୍ରତିଷ୍ଠା କରିଥିଲେ, ଯେଉଁଠାରେ ଲାଲ୍‌କିଲ୍ଲା ବା ରେଡ୍‌ଫୋର୍ଟ ନିର୍ମାଣ କରାଯାଇଥିଲା ।
  • ଏହି ଦୁର୍ଗ ମଧ୍ୟରେ ଥ‌ିବା ସୌଧମାନଙ୍କ ମଧ୍ୟରେ ମୋତିମହଲ, ହୀରାମହଲ, ରଙ୍ଗମହଲ, ଦେୱାନ-ଇ- ଆମ୍ବ, ଦେୱାନ୍-ଇ-ଖାସ୍ ପ୍ରସିଦ୍ଧ ଥିଲା । ଏହାବ୍ୟତୀତ ସେ ହୀରା ଓ ମଣିମୁକ୍ତାଖଚିତ ମୟୂର ସିଂହାସନ ନିର୍ମାଣ କରିଥିଲେ ।

(ଞ) ଔରଙ୍ଗଜେବ୍‌ଙ୍କର ହିନ୍ଦୁମାନଙ୍କ ପ୍ରତି ମନୋଭାବ କିପରି ଥିଲା ?
Answer:

  • ଔରଙ୍ଗଜେବ୍ ଜଣେ ନୈଷ୍ଠିକ ମୁସଲମାନ ଥିଲେ ଓ ତାଙ୍କର ହିନ୍ଦୁମାନଙ୍କ ପ୍ରତି ବିଦ୍ବେଷ ମନୋଭାବ ଥିଲା ।
  • ସେ ହିନ୍ଦୁମାନଙ୍କ ଉପରେ ପୁଣି ଥରେ ଜିଜିୟା ଓ ତୀର୍ଥଯାତ୍ରୀ କର ବସାଇଥିଲେ ।
  • ସେ ରାଜପୁତ୍ମାମାନଙ୍କୁ ମଧ୍ୟ ହତାଦର କରୁଥିଲେ ।
  • ତାଙ୍କର ଶାସନ କାଳରେ ହିନ୍ଦୁମାନଙ୍କୁ କୌଣସି ଉଚ୍ଚ ପଦପଦବୀରେ ନିଯୁକ୍ତି ଦିଆଯାଇ ନଥିଲା ।
  • ଏହା ବ୍ୟତୀତ ଜାଠ, ଶିଖ୍, ସତନାମୀ ଓ ମରହଟ୍ଟାମାନେ ମଧ୍ୟ ତାଙ୍କ ହିନ୍ଦୁବିଦ୍ବେଷ ନୀତିର ଶିକାର ହୋଇଥିଲେ ।

(ଟ) ମୋଗଲ ଶାସକମାନଙ୍କର ଅନ୍ୟ ଶାସକମାନଙ୍କ ସହ ସମ୍ପର୍କ କିପରି ଥିଲା ?
Answer:

  • ମୋଗଲମାନେ ଅତ୍ୟନ୍ତ କ୍ଷମତାଶାଳୀ ଥିଲେ । ଭାରତରେ ଯେଉଁ ରାଜା ସେମାନଙ୍କର ବଶ୍ୟତା ସ୍ବୀକାର କରୁନଥିଲେ, ତାଙ୍କ ବିରୁଦ୍ଧରେ ସେମାନେ ଯୁଦ୍ଧ କରୁଥିଲେ ।
  • ଭାରତୀୟ ରାଜାମାନଙ୍କ ମଧ୍ୟରୁ ଅଧିକାଂଶ ରାଜପୁତ୍ ରାଜା ଆକବରଙ୍କ ବଶ୍ୟତା ସ୍ବୀକାର କରିଥିଲେ । ଏପରିକି ସେମାନଙ୍କ ମଧ୍ୟରୁ କେତେକ ନିଜ ନିଜର କନ୍ୟାଙ୍କୁ ମୋଗଲ ପରିବାରରେ ବିବାହ ଦେଇ ବୈବାହିକ ସମ୍ପର୍କ ସ୍ଥାପନ କରିଥିଲେ ।
  • କେବଳ ମେୱାରର ଶିଶୋଦୀୟ ରାଜପୁତ୍ମାମାନେ ମୋଗଲ ସମ୍ରାଟଙ୍କ ବଶ୍ୟତା ସ୍ବୀକାର କରିବାପାଇଁ ମନା କରିଥିଲେ । ମୋଗଲମାନେ ସେମାନଙ୍କୁ ପରାଜିତ କରିଥିଲେ ।
  • ମୋଗଲ ଶାସକମାନେ ପରାଜିତ ରାଜାମାନଙ୍କୁ ସେମାନଙ୍କ ରାଜ୍ୟ ଫେରାଇ ଦେଉଥିଲେ ଏବଂ ତାଙ୍କୁ କୌଣସି ପ୍ରକାର ଅସମ୍ମାନ କରୁନଥିଲେ । ଫଳରେ ସେମାନେ ରାଜପୁତ୍ ରାଜାମାନଙ୍କ ଉପରେ ସହଜରେ ପ୍ରଭାବ ବିସ୍ତାର କରିପାରୁଥିଲେ ।
  • କିନ୍ତୁ ଔରଙ୍ଗଜେବ୍ ଶାସକ ଥିବା ସମୟରେ ସେ ରାଜପୁତ୍ ରାଜା ଏବଂ ମରହଟ୍ଟା ରାଜା ଶିବାଜୀଙ୍କ ସହିତ ସମ୍ପର୍କକୁ ଅତ୍ୟନ୍ତ ତିକ୍ତ କରିଥିଲେ, ଯାହାର କୁପ୍ରଭାବ ମୋଗଲ ସାମ୍ରାଜ୍ୟ ଉପରେ ପଡ଼ିଥିଲା ।

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

(୦) ମୋଗଲମାନଙ୍କର ଧର୍ମନୀତି କିପରି ଥିଲା ?
Answer:

  • ମୋଗଲ ସମ୍ରାଟମାନେ ଇସଲାମ୍ ଧର୍ମାବଲମ୍ବୀ ଥିଲେ ମଧ୍ୟ ଔରଙ୍ଗଜେବ୍‌ଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ସମ୍ରାଟ ଅତ୍ୟନ୍ତ ଉଦାର ଥିଲେ ।
  • ଭାରତରେ ଥିବା ବିଭିନ୍ନ ଧର୍ମ ଏବଂ ଭାରତୀୟମାନଙ୍କ ଧର୍ମଭାବନା ପ୍ରତି ସେମାନେ ସମ୍ମାନ ଜଣାଇଥିଲେ ।
  • ନିଜର ଧର୍ମନୀତି ପାଇଁ ମୋଗଲ ସମ୍ରାଟ ମହାନୁଭବ ଆକବର ଥିଲେ ସୁପ୍ରସିଦ୍ଧ । ଧର୍ମକ୍ଷେତ୍ରରେ ଏକ ଉଲ୍ଲେଖନୀୟ ଉଦାରନୀତି ଅବଲମ୍ବନ କରି ସେ ହିନ୍ଦୁ, ମୁସଲମାନମାନଙ୍କ ମଧ୍ୟରେ ଥ‌ିବା ଭେଦଭାବକୁ ଦୂର କରିବାକୁ ଚେଷ୍ଟା କରିଥିଲେ ।
  • ତାଙ୍କଦ୍ୱାରା ସୃଷ୍ଟ ଦିନ୍-ଇ-ଇଲାହୀ ଥିଲା ଏକ ଶ୍ରେଷ୍ଠ କୃତି । ପ୍ରତ୍ୟେକ ଧର୍ମ ମଧ୍ୟରେ ପ୍ରୀତି ସ୍ଥାପନ କରି ଏକ ସର୍ବଭାରତୀୟ ଜାତି ଗଠନ କରିବା ଥିଲା ଆକବରଙ୍କର ଉଦ୍ଦେଶ୍ୟ । ହିନ୍ଦୁମାନଙ୍କ ଉପରୁ ଘୃଣ୍ୟ ଜିଜିୟା ଓ ତୀର୍ଥଯାତ୍ରୀ କର ଉଠାଇଦେବା ସହ ସବୁ ଧର୍ମର ଲୋକଙ୍କୁ ସମାନ ସୁବିଧା ସୁଯୋଗ ସେ ପ୍ରଦାନ କରିଥିଲେ ।
  • ମାତ୍ର ଔରଙ୍ଗଜେବଙ୍କ ହିନ୍ଦୁ ବିଦ୍ବେଷ ନୀତି ଏକ ମାରାତ୍ମକ ରୂପ ଧାରଣ କରି ସର୍ବଶେଷରେ ମୋଗଲ ସାମ୍ରାଜ୍ୟର ପତନ ଘଟାଇଥିଲା ।

(ଡ) ମୋଗଲ ଶାସନ ସମୟରେ ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ଅବସ୍ଥା କିପରି ଥିଲା ?
Answer:

  • ମୋଗଲ ଶାସନକାଳରେ ସମ୍ରାଟ ସମାଜର ପ୍ରଥମ ନାଗରିକ ଓ ସାମ୍ରାଜ୍ଞୀ ସମାଜର ପ୍ରଥମ ମହିଳା ଥିଲେ । ସମ୍ରାଟଙ୍କ ପରେ ସମାଜରେ ସମ୍ଭ୍ରାନ୍ତ ଶ୍ରେଣୀ, ମଧ୍ୟବିତ୍ତ ଶ୍ରେଣୀ ଓ ସର୍ବନିମ୍ନ ଶ୍ରେଣୀ ବାସ କରୁଥିଲେ । ସମ୍ଭ୍ରାନ୍ତ ମାନେ ବିଳାସରେ ଜୀବନ ଅତିବାହିତ କରୁ ଥ‌ିବାବେଳେ ମଧ୍ୟବିତ୍ତ ଶ୍ରେଣୀ ଅନ୍ତର୍ଗତ ଲେଖକ, ବ୍ୟବସାୟୀ, କଳାକାର ଓ ସର୍ବନିମ୍ନ ଶ୍ରେଣୀ ଅନ୍ତର୍ଗତ କୃଷକ, ବଣିକ, ଶ୍ରମିକ ଆଦି ଅତି ଶୋଚନୀୟ ଭାବରେ ଜୀବିକା ନିର୍ବାହ କରୁଥିଲେ ।
  • ମୁସଲମାନମାନେ ଭୋଜନରେ ଭାତ, ରୁଟି ଏବଂ ବିଭିନ୍ନ ପ୍ରକାର ମାଂସ, ପ୍ରିୟ ଖାଦ୍ୟରୂପେ ବିରିୟାନୀ ଓ କଚମ୍ବର ଖାଉଥିଲେ । ସେମାନେ ଅଙ୍ଗୁର ଓ ଡାଳିମ୍ବ ଆଦି ଫଳ ଖାଇବା ସହ ଏଗୁଡ଼ିକର ରଙ୍ଗୀନ ସର୍ବତ ପାନୀୟରୂପେ ପିଉଥିଲେ । ସେହିପରି ହିନ୍ଦୁମାନଙ୍କର ପ୍ରିୟ ଖାଦ୍ୟ ଥିଲା ଖେଚୁଡ଼ି । ଉତ୍ତର ଭାରତୀୟ ହିନ୍ଦୁମାନେ ମୁଖ୍ୟତଃ ରୁଟି ଖାଉଥଲେ ଓ ପର୍ବପର୍ବାଣିରେ ପୁରୀ, ଲୁଚି ଓ ଖୂରୀ ଆଦି ପ୍ରସ୍ତୁତ କରୁଥିଲେ ।
  • ଶାସକମାନେ ଦାମୀ ଓ ସୂକ୍ଷ୍ମ ପୋଷାକ ପରିଧାନ କରୁଥିଲାବେଳେ ମୁସଲମାନ ରମଣୀମାନେ ସାଲୁଆର, କୁର୍ତ୍ତା ପରିଧାନ କରିବା ସହିତ କଜ୍ଵଳ, ଗୋଲାପ ଜଳ, ଅତର, ନଖ ରଞ୍ଜକ, ମେହନ୍ଦୀ ଆଦି ପ୍ରସାଧନ ସାମଗ୍ରୀ ବ୍ୟବହାର କରୁଥିଲେ । ଅପର ପକ୍ଷରେ ସମ୍ଭ୍ରାନ୍ତ ହିନ୍ଦୁମାନେ ମୂଲ୍ୟବାନ୍ ପୋଷାକ, ସାଧାରଣ ଜନତା ମୋଟା ସୂତାବୁଣା ପୋଷାକ ପିନ୍ଧୁଥିଲେ ଓ ମୁଣ୍ଡରେ ପଗଡ଼ି ବାନ୍ଧୁଥିଲେ ।
  • ସମ୍ରାଟ ଓ ସମ୍ଭ୍ରାନ୍ତମାନେ ନୌବିହାର, ଶିକାର, ଖଣ୍ଡାଯୁଦ୍ଧ, ଘୋଡ଼ାଦୌଡ଼ ଏବଂ ସାଧାରଣ ମୁସଲମାନମାନେ ସତରଞ୍ଜ, ଗୁଡ଼ିଉଡ଼ା, ପାରାଉଡ଼ା, କୁକୁଡ଼ା ଲଢ଼େଇ ଆଦି ମାଧ୍ୟମରେ ଖେଳରେ ଅବସର ବିନୋଦନ କରୁଥିଲେ । ସେହିପରି ହିନ୍ଦୁମାନେ ମଲ୍ଲଯୁଦ୍ଧ, କୁସ୍ତି ଓ ଶିକାର, ପଶାପାଲି, ବାଦ୍ୟଯନ୍ତ୍ର, ରାମଲୀଳା ଓ ଯାଦୁଖେଳ ଆଦି ମାଧ୍ୟମରେ ସମୟ ଅତିବାହିତ କରୁଥିଲେ ।
  • ମୁସଲମାନମାନେ ମହରମ୍ ଓ ଇଦ୍ ଏବଂ ହିନ୍ଦୁମାନେ ଜନ୍ମ ଉତ୍ସବ, ନାମକରଣ, ରକ୍ଷାବନ୍ଧନ, ଶିବରାତ୍ରି, ରାମନବମୀ ଆଦି ପର୍ବପର୍ବାଣି ପାଳନ କରୁଥିଲେ ।
  • ମୋଗଲ ଯୁଗରେ ମୁସଲମାନ ଛାତ୍ରମାନେ ସ୍କୁଲ ଶିକ୍ଷା ସମାପ୍ତ କରି ମଦ୍ରାସାରେ ଓ ହିନ୍ଦୁ ଛାତ୍ରମାନେ ପ୍ରାଥମିକ ବିଦ୍ୟାଳୟ ବା ଟୋଲ୍‌ରେ ଶିକ୍ଷାଲାଭ କରୁଥିଲେ ।

(ଢ) ମୋଗଲ ରାଜତ୍ଵ କାଳରେ ଭାଷା ଓ ସାହିତ୍ୟର ଉନ୍ନତି କିପରି ହୋଇଥିଲା ?
Answer:

  • ମୋଗଲ ରାଜତ୍ଵ କାଳରେ ପାର୍ସୀ, ଅରବୀ, ଉର୍ଦ୍ଦୁ, ହିନ୍ଦୀ ଭାଷା ଓ ସାହିତ୍ୟରେ ବିଶେଷ ଉନ୍ନତି ସାଧୂ ହୋଇଥିଲା ।
  • ମୋଗଲ ଦରବାରରେ ଅନେକ ବିଶିଷ୍ଟ କବି, ସାହିତ୍ୟିକ ଓ ଐତିହାସିକ ଥିଲେ । ଆକବର ନିଜେ ନିରକ୍ଷର ଥିଲେ ମଧ୍ୟ ସାହିତ୍ୟ ପ୍ରତି ତାଙ୍କର ବିଶେଷ ଅନୁରାଗ ଥିଲା ।
  • ବାବର, ହୁମାୟୁନ୍, ଜାହାଙ୍ଗୀର ଓ ଔରଙ୍ଗଜେବ୍‌ ନିଜ ନିଜର ଆତ୍ମଚରିତ ଲେଖୁ ମୋଗଲ ଯୁଗର ସାହିତ୍ୟକୁ ପରିପୁଷ୍ଟ କରିଥିଲେ ।
  • ସେହି ସମୟରେ କବୀରଙ୍କ ‘ଦୋହା’, ତୁଳସୀଦାସଙ୍କ ‘ରାମଚରିତ ମାନସ’, ଅନ୍ଧକବି ସୁରଦାସଙ୍କ ‘ସୁରସାଗର’ ଓ ରସ ଖାଁଙ୍କ ଭକ୍ତଗୀତ ‘ପ୍ରେମବାଟିକା’ ପ୍ରସିଦ୍ଧି ଲାଭ କରିଥିଲା ।
  • ଏହି ସମୟରେ ଅନେକ ପ୍ରାଚୀନ ହିନ୍ଦୁଗ୍ରନ୍ଥ ପାର୍ସୀ ଭାଷାରେ ଅନୁବାଦିତ ହୋଇଥିଲା । ସାହିତ୍ୟ ମାଧ୍ୟମରେ ହିନ୍ଦୁ ଓ ଇସଲାମ୍ ସଂସ୍କୃତିର ସମନ୍ଵୟ ଘଟିଥିଲା ।

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

(ଣ) ମୋଗଲ ଶାସନ ସମୟକୁ କଳା ଓ ସ୍ଥାପତ୍ୟର ସୁବର୍ଣ୍ଣ ଯୁଗ କୁହାଯାଏ କାହିଁକି ?
Answer:

  • ମୋଗଲ କଳା ଓ ସ୍ଥାପତ୍ୟ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ଵରେ ଆଦୃତ ହୋଇଥିଲା । ମୋଗଲ ବଂଶର ଜନପ୍ରିୟ ଶାସକ ଆକବର ଏବଂ ଶାହାଜାହାନ୍‌ଙ୍କ ପୃଷ୍ଠପୋଷକତା ଲାଭ କରି ସେହି ସମୟରେ କଳା ଓ ସ୍ଥାପତ୍ୟ ଉନ୍ନତିର ଚରମ ସୀମାରେ ପହଞ୍ଚିଥିଲା । ଶାହାଜାହାନ୍‌ଙ୍କ ରାଜତ୍ଵକାଳ ମୋଗଲ କଳା ଓ ସ୍ଥାପତ୍ୟର ସୁବର୍ଣ୍ଣଯୁଗ ରୂପେ ପ୍ରସିଦ୍ଧ ।
  • ମୋଗଲ ସମ୍ରାଟମାନେ ଅଜସ୍ର ଅର୍ଥବ୍ୟୟରେ କାରୁକାର୍ଯ୍ୟପୂର୍ଣ୍ଣ ମନୋରମ ରାଜପ୍ରାସାଦ, ଦୁର୍ଗ, ମସ୍‌ଜିଦ୍, ସମାଧ୍, ସୌଧ ଆଦି ନିର୍ମାଣ କରିଥିଲେ । ଆକବରଙ୍କ ସମୟର ଆଗ୍ରା ଦୁର୍ଗ, ଫତେପୁର ସିକ୍ରୀର ରାଜପ୍ରାସାଦ ଆଦି ଲାଲ ପଥରର ନିର୍ମିତ ହୋଇଥିଲା ।
  • ଶାହାଜାହାନ୍‌ଙ୍କଦ୍ଵାରା ଯମୁନା ନଦୀ କୂଳରେ ମାର୍ବଲ ପଥରର ନିର୍ମିତ ତାଜମହଲ ମୋଗଲ ଯୁଗର ଏକ ଅଦ୍ବିତୀୟ କୀର୍ତ୍ତି ଥିଲା ।
    ତାଙ୍କର କୀର୍ତ୍ତିଗୁଡ଼ିକ ମଧ୍ୟରୁ ମୋତି ମସ୍‌ଜିଦ୍, ଲାଲକିଲ୍ଲା, ଜୁମା ମସ୍‌ଜିଦ୍ ଆଦି ପ୍ରସିଦ୍ଧ ଅଟେ । ଏସବୁ କୀର୍ତ୍ତି ଇସଲାମ୍ ଓ ଭାରତୀୟ କଳାଶୈଳୀରେ ନିର୍ମିତ ହୋଇଥିଲା । ଏତଦ୍‌ବ୍ୟତୀ ହୀରା, ମଣିମୁକ୍ତାଖଚିତ ବିଶ୍ୱବିଖ୍ୟାତ ମୟୂର ସିଂହାସନ ଶାହାଜାହାନ୍ ନିର୍ମାଣ କରିଥିଲେ ।
  • ଜାହାଙ୍ଗୀରଙ୍କ ସମୟରେ ଚିତ୍ରକଳାର ବିକାଶ ସାଧୂ ହୋଇଥିଲା । ଜାହାଙ୍ଗୀର ସାର୍‌ ଟମାସ୍ ରୋଙ୍କ ସଂସ୍ପର୍ଶରେ ଆସି ୟୁରୋପୀୟ ଚିତ୍ରକଳା ପ୍ରତି ଆକୃଷ୍ଟ ହୋଇଥିଲେ ।

୨। ତଳ ପ୍ରଶ୍ନର କେତେକ ସମ୍ଭାବ୍ୟ ଉତ୍ତର ଦିଆଯାଉଛି । ସେଗୁଡ଼ିକ ମଧ୍ୟରୁ ଯେଉଁ ଉତ୍ତରଟି ଠିକ୍ ତା’ ପାଖରେ ଠିକ୍ (✓) ଚିହ୍ନ ଦିଅ ।
(କ) ବାବରଙ୍କ ପିତାଙ୍କ ନାମ କ’ଣ ଥିଲା ?
( ) ଶେଖର ମିର୍ଜା ( ) ଉମର୍ ଶେଖ୍ ମିର୍ଜା ( ) ଶେଖ୍ ଉମର୍ ମିର୍ଜା ( ) ଶେଖ୍ ମିର୍ଜା
Answer:
(✓) ଉମର୍ ଶେଖ୍ ମିର୍ଜା

(ଖ) ଘାଘରା ଯୁଦ୍ଧ କେତେ ଖ୍ରୀଷ୍ଟାବ୍ଦରେ ହୋଇଥିଲା ?
( ) ୧୫୨୯ ଖ୍ରୀଷ୍ଟାବ୍ଦ ( ) ୧୫୩୦ ଖ୍ରୀଷ୍ଟାବ୍ଦ ( ) ୧୫୩୧ ଖ୍ରୀଷ୍ଟାବ୍ଦ ( ) ୧୫୩୨ ଖ୍ରୀଷ୍ଟାବ୍ଦ
Answer:
(✓) ୧୫୨୯ ଖ୍ରୀଷ୍ଟାବ୍ଦ

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

(ଗ) ପାରସ୍ୟର ବର୍ତ୍ତମାନ ନାମ କ’ଣ ?
( ) ଇରାକ୍ ( ) କୁଏତ୍ ( ) ସାଉତି ଆରବ ( ) ଇରାନ୍
Answer:
(✓) ଇରାନ୍

(ଘ) ଆକବରଙ୍କ ଅଭିଭାବକଙ୍କ ନାମ କ’ଣ ଥିଲା ?
( ) ବୈରାମ୍ ଖାଁ ( ) ଛୋଟେ ଖାଁ ( ) ବଡ଼େ ଖାଁ ( ) ଉମର୍ ଖାଁ
Answer:
(✓) ବୈରାମ୍ ଖାଁ

(ଙ) ଆକବର ନିଜ ସାମ୍ରାଜ୍ୟକୁ କେତୋଟି ସୁବାରେଭାଗ କରିଥିଲେ ?
( ) ୧୨ଟି ( ) ୧୩ଟି ( ) ୧୪ଟି ( ) ୧୫ଟି
Answer:
(✓) ୧୫ଟି

(ଚ) ଆକବରଙ୍କ ଜ୍ୟେଷ୍ଠପୁତ୍ରଙ୍କ ନାମ କ’ଣ ଥିଲା ?
( ) ଅଲିମ୍ ( ) ସଲିମ୍ ( ) ଖୁରମ୍ ( ) ହଲିମ୍
Answer:
(✓) ସଲିମ୍

(ଛ) ମୋଗଲ ଶାସନ ସମୟରେ ଗ୍ରାମଗୁଡ଼ିକୁ ନେଇ କ’ଣ ଗଠିତ ହୋଇଥିଲା ?
( ) ଜିଲ୍ଲା ( ) ରାଜ୍ୟ ( ) ପ୍ରଗଣା ( ) ଦେଶ
Answer:
(✓) ପ୍ରଗଣା

(ଜ) ଅନ୍ଧକବି ସୁରଦାସ କ’ଣ ରଚନା କରିଥିଲେ ?
( ) ସୁର ସାଗର () ଅମୃତ ସାଗର ( ) ରାମଚରିତ ମାନସ ( ) ପ୍ରେମ ବଟିକା
Answer:
(✓) ସୁର ସାଗର

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

(ଝ) ଫତେପୁର ସିକ୍ରୀ ରାଜପ୍ରସାଦ କେଉଁ ପଥରରେ ନିର୍ମିତ ହୋଇଥିଲା ?
( ) ମୁଗୁନି ପଥର ( ) ଲାଲ ପଥର ( ) ମାର୍ବଲ ପଥର ( ) ନୀଳ ପଥର
Answer:
(✓) ଲାଲ ପଥର

୩। ଭୁଲ୍ ଥିଲେ ଠିକ୍ କରି ଲେଖ ।
(କ) ବାବର ଚେଙ୍ଗିଜ୍ ଖାଁଙ୍କ ବଂଶଧର ଥିଲେ ।
Answer:
ବାବର ତୈମୁରଲଙ୍କ ବଂଶଧର ଥିଲେ ।

(ଖ) ହୁମାୟୁନ୍ ମହମ୍ମଦ ଶାହାଙ୍କୁ ପରାସ୍ତ କରି ଗୁଜରାଟ ଓ ମାଳବ ଅସ୍ୱୀକାର କରିଥିଲେ ।
Answer:
ହୁମାୟୁନ୍ ବାହାଦୂର ଶାହାଙ୍କୁ ପରାସ୍ତ କରି ଗୁଜରାଟ ଓ ମାଳବ ଅଧିକାର କରିଥିଲେ ।

(ଗ) ମାନସିଂଙ୍କ ନେତୃତ୍ୱରେ ମୋଗଲମାନେ ହଳଦୀଘାଟ ଯୁଦ୍ଧରେ ରାଣା ରତନଙ୍କୁ ପରାସ୍ତ କରିଥିଲେ ।
Answer:
ମାନସିଂଙ୍କ ନେତୃତ୍ବରେ ମୋଗଲମାନେ ହଳଦୀଘାଟ ଯୁଦ୍ଧରେ ରାଣା ପ୍ରତାପଙ୍କୁ ପରାସ୍ତ କରିଥିଲେ ।

(ଘ) ବୀରବଲ୍ ଆକବରଙ୍କ ଦରବାରରେ ସର୍ବଶ୍ରେଷ୍ଠ ସଙ୍ଗୀତଜ୍ଞ ଥିଲେ ।
Answer:
ତାସେନ୍ ଆକବରଙ୍କ ଦରବାରରେ ସର୍ବଶ୍ରେଷ୍ଠ ସଙ୍ଗୀତଜ୍ଞ ଥିଲେ ।

(ଙ) ଲାଲକିଲ୍ଲା ଆକବର ପ୍ରତିଷ୍ଠା କରିଥିଲେ ।
Answer:
ଲାଲ୍‌କିଲ୍ଲା ଶାହାଜାହାନ୍ ପ୍ରତିଷ୍ଠା କରିଥିଲେ ।

(ଚ) ଔରଙ୍ଗଜେବ୍ ଶିଙ୍ଖାମାନଙ୍କ ନବମ ଗୁରୁ ଗୋବିନ୍ଦ ସିଂଙ୍କୁ ହତ୍ୟା କରିଥିଲେ ।
Answer:
ଔରଙ୍ଗଜେବ୍ ଶିଖ୍ରୀମାନଙ୍କ ନବମ ଗୁରୁ ତେଗ୍‌ବାହାଦୂରଙ୍କୁ ହତ୍ୟା କରିଥିଲେ ।

(ଛ) ମାରୱାରର ବର୍ତ୍ତମାନ ନାମ ଜୟପୁର ଅଟେ ।
Answer:
ଅମ୍ବରର ବର୍ତ୍ତମାନ ନାମ ଜୟପୁର ଅଟେ ।

(ଜ) ଆକବର ଉତ୍ପାଦନର ଏକ ଚତୁର୍ଥାଂଶ ଭୂରାଜସ୍ଵ ରୂପେ ନେଉଥିଲେ ।
Answer:
ଆକବର ଉତ୍ପାଦନର ଏକ ତୃତୀୟାଂଶ ଭୂରାଜସ୍ବ ରୂପେ ନେଉଥିଲେ ।

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭)

(ଝ) ମୋଗଲ ଶାସନ କାଳରେ ମୁସଲମାନ ସମାଜ ୫ ଭାଗରେ ବିଭକ୍ତ ହୋଇଥିଲା ।
Answer:
ମୋଗଲ ଶାସନ କାଳରେ ମୁସଲମାନ ସମାଜ ୪ ଭାଗରେ ବିଭକ୍ତ ହୋଇଥିଲା ।

(ଞ) ରମୁ ଖାଁ ସୁରସାଗର ରଚନା କରିଥିଲେ ?
Answer:
ସୁର ଦାସ ସୁରସାଗର ରଚନା କରିଥିଲେ ।

୪। ‘କ’ ସ୍ତମ୍ଭରେ ଥ‌ିବା ସମୟକୁ ଓ ‘ଖ’ ସ୍ତମ୍ଭରେ ଥ‌ିବା ଘଟଣାକୁ ଗାର ଦେଇ ଯୋଡ଼ ।

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭) 1

BSE Odisha 7th Class History Solutions Chapter 3 ମୋଗଲ ସାମ୍ରାଜ୍ୟ (୧୫୨୬ – ୧୭୦୭) 2

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(d)

Odisha State Board BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(d) Textbook Exercise Questions and Answers.

BSE Odisha Class 9 Maths Solutions Geometry Chapter 6 ଅଙ୍କନ Ex 6(d)

Question 1.
Δ ABC ଅଙ୍କନ କର ଯାହାର :
(i) a = 3.4 ସେ.ମି., m∠C = 30°, c = 4.2 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(d) 1
(a) BC ଅଙ୍କନ କର ଯାହାର ଦୈର୍ଘ୍ୟ 3.4 ସେ.ମି. ।
(b) C ବିନ୍ଦୁରେ ∠BCX ଅଙ୍କନ କର ଯାହାର ପରିମାଣ 30° ।
(c) B କୁ କେନ୍ଦ୍ରକରି 4.2 ସେମି. ବ୍ୟାସାର୍ଦ୍ଧ ପରିମିତ ଚାପ ଅଙ୍କନ କର ଯାହା \(\overrightarrow{\mathrm{CX}}\) କୁ A ଓ ବିନ୍ଦୁରେ ଛେଦ କରିବ ।
(d) B͞A ଅଙ୍କନ କରି Δ ABC ଓ ଅଙ୍କନ ସଂପୂର୍ଣ୍ଣ କର ।
ବି.ଦ୍ର. : ଏଠାରେ BA > BC ହେତୁ ଗୋଟିଏ ମାତ୍ର ତ୍ରିଭୁଜ ଅଙ୍କନ ସମ୍ଭବ ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(d)

(ii) c = 8 ସେ.ମି., m∠A = 60°, a = 6.9 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(d) 2
(a) AB ଅଙ୍କନ କର ଯାହାର ଦୈର୍ଘ୍ୟ 8 ସେ.ମି. ।
(b) A ବିନ୍ଦୁରେ ∠BAX ଅଙ୍କନ କର ଯାହାର ପରିମାଣ 60° ।
(c) B କୁ କେନ୍ଦ୍ରକରି 6.9 ସେମି. ବ୍ୟାସାର୍ଦ୍ଧ ପରିମିତ ଚାପ ଅଙ୍କନ କର ଯାହା \(\overrightarrow{\mathrm{AX}}\) କୁ C ବିନ୍ଦୁରେ ଛେଦ କରୁ ।
(d) B͞C ଅଙ୍କନ କରି Δ ABC ସଂପୂର୍ଣ୍ଣ କର ।

(iii) b = 8.5 ସେ.ମି., m∠C = 45°, c = 6 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(d) 3
(a) A͞C ଅଙ୍କନ କର ଯାହାର ଦୈର୍ଘ୍ୟ 8.5 ସେ.ମି. ।
(b) C ବିନ୍ଦୁରେ ∠ACX ଅଙ୍କନ କର ଯାହାର ପରିମାଣ 45° ।
(c) A କୁ କେନ୍ଦ୍ରକରି 6 ସେମି. ବ୍ୟାସାର୍ଦ୍ଧ ପରିମିତ ଚାପ ଅଙ୍କନ କର ଯାହା \(\overrightarrow{\mathrm{CX}}\) କୁ B ବିନ୍ଦୁରେ ଛେଦ କରିବ ।
(d) AB ଅଙ୍କନ କରି Δ ABC ସଂପୂର୍ଣ୍ଣ କର ।

(iv) a = 8 ସେ.ମି., m∠C = 30°, c = 4.2 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(d) 4
(a) B͞C ଅଙ୍କନ କର ଯାହାର ଦୈର୍ଘ୍ୟ 8 ସେ.ମି. ।
(b) C ବିନ୍ଦୁରେ ∠BCX ଅଙ୍କନ କର ଯାହାର ପରିମାଣ 30° ।
(c) B କୁ କେନ୍ଦ୍ରକରି 4.2 ସେମି. ବ୍ୟାସାର୍ଦ୍ଧ ପରିମିତ ଚାପ ଅଙ୍କନ କର ଯାହା \(\overrightarrow{\mathrm{CX}}\) କୁ A ଓ A’ ବିନ୍ଦୁରେ ଛେଦ କରୁ ।
(d) B͞A ଓ BA’ ଅଙ୍କନ କରି Δ ABC ଓ Δ A’BC ଅଙ୍କନ କର ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(d)

(v) a = 8 ସେ.ମି., m∠B = 60°, b = 7.1 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(d) 5
(a) B͞C ଅଙ୍କନ କର ଯାହାର ଦୈର୍ଘ୍ୟ 8 ସେ.ମି. ।
(b) B ବିନ୍ଦୁରେ ∠CBX ଅଙ୍କନ କର ଯାହାର ପରିମାଣ 60° ।
(c) C କୁ କେନ୍ଦ୍ରକରି 7.1 ସେମି. ବ୍ୟାସାର୍ଦ୍ଧ ପରିମିତ ଚାପ ଅଙ୍କନ କର ଯାହା \(\overrightarrow{\mathrm{BX}}\) କୁ A ଓ A’ ବିନ୍ଦୁରେ ଛେଦ କରୁ ।
(d) CA ଓ CA’ ଅଙ୍କନ କରି Δ ABC ଓ Δ A’BC ସଂପୂର୍ଣ୍ଣ କର ।

(vi) c = 8.3 ସେ.ମି., m∠A = 45°, a = 6 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(d) 6
(a) A͞B ଅଙ୍କନ କର ଯାହାର ଦୈର୍ଘ୍ୟ ସେ.ମି. ।
(b) A ବିନ୍ଦୁରେ ∠BAX ଅଙ୍କନ କର ଯାହାର ପରିମାଣ 45° ।
(c) B କୁ କେନ୍ଦ୍ରକରି 6 ସେମି. ବ୍ୟାସାର୍ଦ୍ଧ ପରିମିତ ଚାପ ଅଙ୍କନ କର ଯାହା \(\overrightarrow{\mathrm{AX}}\) କୁ C ଓ C’ ବିନ୍ଦୁରେ ଛେଦ କରୁ ।
(d) BC ଓ BC’ ଅଙ୍କନ କରି Δ ABC ଓ Δ A’BC ଅଙ୍କନ କର।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(c)

Odisha State Board BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(c) Textbook Exercise Questions and Answers.

BSE Odisha Class 9 Maths Solutions Geometry Chapter 6 ଅଙ୍କନ Ex 6(c)

Question 1.
Δ ABC ଅଙ୍କନ କର ଯାହାର :
(i) a + b + c = 11 ସେ.ମି., m∠B = 60°, m∠C = 75° ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(c) 1
(a) 11 ସେ.ମି. ଦୈର୍ଘ୍ୟ ବିଶିଷ୍ଟ XY ଅଙ୍କନ କର ।
(b) X ବିନ୍ଦୁରେ (\(\frac{1}{2}\) × 60°) 30° ଏବଂ Y ବିନ୍ଦୁରେ (\(\frac{1}{2}\) × 75°) 37\(\frac{1}{2}\)° ପରିମାଣ
ବିଶିଷ୍ଟ ଯଥାକ୍ରମେ ∠MXY ଏବଂ ∠NYX ଅଙ୍କନ କର ।
\(\overrightarrow{\mathrm{XM}}\) ଓ \(\overrightarrow{\mathrm{YN}}\) ର ଛେଦବିନ୍ଦୁ A ହେଉ ।
(c) AX ଓ AY ର ସମସ୍ଵିଖଣ୍ଡକ ଲମ୍ବ ଅଙ୍କନ କର ଯେପରିକି ସେମାନେ XY କୁ ଯଥାକ୍ରମେ B ଓ C ବିନ୍ଦୁରେ ଛେଦ କରିବେ ।
(d) AB ଓ AC ଅଙ୍କନ କରି Δ ABC ସଂପୂର୍ଣ୍ଣ କର ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(c)

(ii) a + b + c = 10.5 ସେ.ମି., m∠B = 105°, m∠A = 45° ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(c) 2
(a) 10.5 ସେ.ମି. ଦୈର୍ଘ୍ୟ ବିଶିଷ୍ଟ XY ଅଙ୍କନ କର ।
(b) X ବିନ୍ଦୁରେ \(\frac{105°}{2}\) = 52\(\frac{1}{2}\)° ଏବଂ Y ବିନ୍ଦୁରେ \(\frac{45°}{2}\) = 22\(\frac{1}{2}\)° ପରିମାଣବିଶିଷ୍ଟ ଯଥାକ୍ରମେ ∠MXY ଓ ∠NYX ଅଙ୍କନ କର ।
\(\overrightarrow{\mathrm{XM}}\) ଓ \(\overrightarrow{\mathrm{YN}}\) ର ଛେଦବିନ୍ଦୁ A ହେଉ ।
(c) AX ଓ AY ର ସମର୍ଦ୍ଦିଖଣ୍ଡକ ଲମ୍ବ ଅଙ୍କନ କର ଯେପରିକି ସେମାନେ XY କୁ ଯଥାକ୍ରମେ B ଓ C ବିନ୍ଦୁରେ ଛେଦ କରିବେ ।
(d) AB ଓ AC ଅଙ୍କନ କରି Δ ABC ସଂପୂର୍ଣ୍ଣ କର ।

(iii) m∠B = 90°, AB = BC ଓ ପରିସୀମା = 12 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(c) 3
(a) XY ରେଖାଖଣ୍ଡ ଅଙ୍କନ କର ଯାହାର ଦୈର୍ଘ୍ୟ 12 ସେ.ମି. ।
(b) X ବିନ୍ଦୁରେ 45° ମାପରେ ∠MXY ଏବଂ Y ବିନ୍ଦୁରେ 22\(\frac{1}{2}\)° ମାପରେ ∠NYX ଅଙ୍କନ କର ।
(c) \(\overrightarrow{\mathrm{XM}}\) ଓ \(\overrightarrow{\mathrm{YN}}\) ଦ୍ଵୟର ଛେଦବିନ୍ଦୁ A ହେଉ ।
(d) AX ଓ AY ର ସମଦ୍ବିଖଣ୍ଡକ XY କୁ ଯଥାକ୍ରମେ B ଓ C ବିନ୍ଦୁରେ ଛେଦ କରନ୍ତୁ ।
(e) AB ଓ AC ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

(iv) a = b, ପରିସୀମା = 10.7 ସେ.ମି. ଓ m∠A = 75° ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(c) 4
(a) XY ଅଙ୍କନ କର ଯାହାର ଦୈର୍ଘ୍ୟ 10.7 ସେ.ମି.
(b) X ବିନ୍ଦୁରେ 37\(\frac{1}{2}\)° ମାପରେ ∠MXY ଏବଂ Y ବିନ୍ଦୁରେ 37\(\frac{1}{2}\)° ମାପରେ ∠NYX ଅଙ୍କନ କର ।
(c) \(\overrightarrow{\mathrm{XM}}\) ଓ \(\overrightarrow{\mathrm{YN}}\) ଦ୍ଵୟର ଛେଦବିନ୍ଦୁ C ହେଉ ।
(d) CX ଓ CY ର ଲମ୍ବ ସମଦ୍ବିଖଣ୍ଡକ ଅଙ୍କନ କର ଯାହା XY କୁ ଯଥାକ୍ରମେ B ଓ A ବିନ୍ଦୁରେ ଛେଦ କରିବ ।
(e) C͞B ଓ C͞A ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

(v) b = c, ପରିସୀମା = 12.5 ସେ.ମି. ଓ m∠A = 75° ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(c) 5
(a) XY ଅଙ୍କନ କର ଯାହାର ଦୈର୍ଘ୍ୟ 12.5 ସେ.ମି. ।
(b) X ବିନ୍ଦୁରେ 37\(\frac{1}{2}\)° ମାପରେ ∠MXY ଓ Y ବିନ୍ଦୁରେ 37\(\frac{1}{2}\)° ମାପରେ ∠NYX ଅଙ୍କନ କର ।
(c) \(\overrightarrow{\mathrm{XM}}\) ଓ \(\overrightarrow{\mathrm{YN}}\) ଦ୍ଵୟର ଛେଦବିନ୍ଦୁ A ହେଉ ।
(d) AX ଓ AY ର ଲମ୍ବ ସମଦ୍ବିଖଣ୍ଡକ ଅଙ୍କନ କର ଯାହା XY କୁ ଯଥାକ୍ରମେ B ଓ C ବିନ୍ଦୁରେ ଛେଦ କରିବ ।
(e) A͞B ଓ AC ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(c)

Question 2.
ଏକ ସମବାହୁ ତ୍ରିଭୁଜ ଅଙ୍କନ କର ଯାହର ପରିସୀମା = 11.3 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(c) 6
(a) X͞Y ଅଙ୍କନ କର ଯାହାର ଦୈର୍ଘ୍ୟ 11.3 ସେ.ମି. ।
(b) X ଓ Y ବିନ୍ଦୁରେ 30° ପରିମିତ ଲେଖାଏଁ ଯଥାକ୍ରମେ ∠MXY ଏବଂ ∠NYX କୋଣମାନ ଅଙ୍କନ କର ।
(c) \(\overrightarrow{\mathrm{XM}}\) ଓ \(\overrightarrow{\mathrm{YN}}\) ଦ୍ଵୟର ଛେଦବିନ୍ଦୁ A ହେଉ ।
(d) AX ଓ AY ଲମ୍ବ ସମଦ୍ବିଖଣ୍ଡକ ମାନ ଅଙ୍କନ କର ଯାହା XY କୁ ଯଥାକ୍ରମେ B ଓ C ବିନ୍ଦୁରେ ଛେଦ କରନ୍ତୁ ।
(e) AB ଓ AC ଅଙ୍କନ କରି Δ ABC ସଂପୂର୍ଣ୍ଣ କର ।

Question 3.
ଏକ ସମକୋଣୀ ସମଦ୍ବିବାହୁ ତ୍ରିଭୁଜ ଅଙ୍କନ କର ଯାହାର ପରିସୀମା 11.7 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(c) 7
(a) XY ଅଙ୍କନ କର ଯାହାର ଦୈର୍ଘ୍ୟ 11.7 ସେ.ମି. ।
(b) X ବିନ୍ଦୁରେ 22\(\frac{1}{2}\)° ପରିମିତ ∠MXY ଓ Y ବିନ୍ଦୁରେ 22\(\frac{1}{2}\)° ପରିମିତ ∠NYX ଅଙ୍କନ କର ।
(c) \(\overrightarrow{\mathrm{XM}}\) ଓ \(\overrightarrow{\mathrm{YN}}\) ଦ୍ଵୟର ଛେଦବିନ୍ଦୁ A ହେଉ ।
(d) A͞X ଏବଂ AY ର ଲମ୍ବ ସମଦ୍ବିଖଣ୍ଡ ମାନ ଅଙ୍କନ କର ଯାହା XY କୁ B ଓ C ବିନ୍ଦୁରେ ଛେଦ କରୁ ।
(e) AB ଓ AC ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

BSE Odisha 9th Class History Notes Chapter 13 ଭାରତର ପରମ୍ପରା

Odisha State Board BSE Odisha Class 9 History Notes Chapter 13 ଭାରତର ପରମ୍ପରା will enable students to study smartly.

BSE Odisha Class 9 History Notes Chapter 13 ଭାରତର ପରମ୍ପରା

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ 
→ ଉପକ୍ରମ:

ଭାରତର ପ୍ରତ୍ୟେକ ଜାତି, ଗୋଷ୍ଠୀ ବା ସମ୍ପ୍ରଦାୟ ମଧ୍ୟରେ ନିର୍ଦ୍ଦିଷ୍ଟ ପରମ୍ପରା ପୁରୁଷାନୁକ୍ରମେ ପ୍ରଚଳିତ ହୋଇଆସୁଛି । ଭାରତୀୟ ସମାଜ, ଧର୍ମ, ସଂସ୍କୃତି, ରାଜନୀତି ତଥା ଅର୍ଥନୀତି କ୍ଷେତ୍ରରେ ଏହି ଉଚ୍ଚ ପରମ୍ପରା ଦୃଷ୍ଟିଗୋଚର ହୁଏ ।

→ ପରମ୍ପରା ହେଉଛି କୌଣସି ଜାତି, ସଂପ୍ରଦାୟ, ଗୋଷ୍ଠୀ, ସମାଜ ଅଥବା ରାଷ୍ଟ୍ରରେ ପୁରୁଷାନୁକ୍ରମେ ଧାରାବାହିକଭାବେ ପ୍ରଚଳିତ ସୁସ୍ଥ ଲୋକରୀତି, ଧର୍ମ, ବିଶ୍ଵାସ, ଜୀବନଧାରା ବା ଶୈଳୀ, ଯାହାକୁ ପରବର୍ତ୍ତୀ ପିଢ଼ି ମଧ୍ଯ ଗ୍ରହଣ କରି ସେହି ଅନୁଯାୟୀ ପରିଚାଳିତ ହୁଅନ୍ତି ।

ବିଷୟବସ୍ତୁର ରୂପରେଖ:

  • ପରମ୍ପରା ଓ ଏହାର ପ୍ରଭାବ
  • ସାମାଜିକ ପରମ୍ପରା
  • ଧାର୍ମିକ ପରମ୍ପରା
  • ସାଂସ୍କୃତିକ ପରମ୍ପରା
  • ରାଜନୈତିକ ପରମ୍ପରା
  • ଆର୍ଥନୀତିକ ପରମ୍ପରା

BSE Odisha 9th Class History Notes Chapter 13 ଭାରତର ପରମ୍ପରା

ପରମ୍ପରା ଓ ଏହାର ପ୍ରଭାବ :

BSE Odisha 9th Class History Notes Chapter 13 ଭାରତର ପରମ୍ପରା 1

ସାମାଜିକ ପରମ୍ପରା :
ଆମ ସମାଜରେ ପରିବାର, ବିବାହ, ନୈତିକ ମୂଲ୍ୟବୋଧ ଓ କର୍ଭବ୍ୟ ଏବଂ ଉତ୍ସବ ପାଳନାଦିରେ ସାମାଜିକ ପରମ୍ପରା ଅନୁଷ୍ଠିତ ହୋଇଥାଏ ।

1. ପରିବାର : ବୈଦିକ ଯୁଗରୁ ଭାରତରେ ଯୌଥ ପରିବାର ପରମ୍ପରା ପ୍ରଚଳିତ । ଭାରତରେ ସାଧାରଣତଃ ଅଧିକାଂଶ ସ୍ଥାନରେ ପିତୃବଂଶୀୟ ପରିବାର ଥିବାବେଳେ ଆଉ କେତେକ ସ୍ଥାନରେ ମାତୃବଂଶୀୟ ପରିବାର ଥ‌ିବାର ଦେଖାଯାଏ ।

2. ବିବାହ : ଏହା ଏକ ସାମାଜିକ ପରମ୍ପରା । ଆମ ସମାଜରେ ଏହାକୁ ପବିତ୍ର ଅନୁଷ୍ଠାନ, ଏକ ସଂସ୍କାର ଏବଂ ଏକ କର୍ତ୍ତବ୍ୟ ବୋଲି ବିବେଚନା କରାଯାଇଥାଏ । ଆମେ ଏହାକୁ ଆମ ଧାର୍ମିକ ନୀତି ଅନୁସାରେ ସମ୍ପାଦନା କରିଥାଉ ।

3. ନୈତିକ ମୂଲ୍ୟବୋଧ : ଆମ ଭାରତରେ ଅନେକ ମୂଲ୍ୟବୋଧ ରହିଛି; ଯଥା- ବୟୋଜ୍ୟେଷ୍ଠମାନଙ୍କୁ ସମ୍ମାନ ଇତ୍ୟାଦି ଦୟା, ଦାନ, ସେବା, ଆଦେଶ ପାଳନ, ଗୁରୁଜନଙ୍କୁ ପ୍ରଣାମ, କଥାବାର୍ତ୍ତାରେ ଶାଳୀନତା ରକ୍ଷା କରିବା କ୍ଷମା ଓ ସ୍ନେହ ପ୍ରଭୃତି ନୈତିକ ମୂଲ୍ୟବୋଧ ଭାରତୀୟ ପରମ୍ପରାରେ ରହିଛି ।

4. ନୈତିକ କର୍ତ୍ତବ୍ୟ : ସନ୍ତାନମାନଙ୍କର ଲାଳନପାଳନ, ପିତାମାତାଙ୍କର ସେବାଯନ୍ତ୍ର, ଅତିଥ୍ୟ ସତ୍କାର, ନାରୀମାନଙ୍କୁ ସମ୍ମାନ ପ୍ରଦର୍ଶନ, ମୃତ ବ୍ୟକ୍ତିର ଅତ୍ୟେଷ୍ଟିକ୍ରିୟା ଓ ପରିଷ୍କାର ପରିଚ୍ଛନ୍ନତା ଆଦି ପ୍ରତ୍ୟେକ ଭାରତୀୟର ନୈତିକ ହୁଏ ।

5. ଉତ୍ସବ ପାଳନ : ଆମ ଭାରତୀୟ ପରିବାରରେ ଅନେକ ଉତ୍ସବ ପାଳନ କରାଯାଇଥାଏ; ଯଥା – ଜନ୍ମୋତ୍ସବ, ନାମକରଣ, ଅନ୍ନପ୍ରାଶନ, ବିଦ୍ୟାରମ୍ଭ ଓ ବିବାହ ଇତ୍ୟାଦି । ଏହାଛଡ଼ା ହୋଲି, ଗୁରୁପୂର୍ଣ୍ଣିମା, ବିଜୟାଦଶମୀ, ରକ୍ଷାବନ୍ଧନ, ଜନ୍ମାଷ୍ଟମୀ, ଦୀପାବଳୀ, ଇଦ୍, ମହରମ, ଖ୍ରୀଷ୍ଟଜନ୍ମ ଓ ନୂଆବର୍ଷ ଇତ୍ୟାଦି ଭାରତର ସାମାଜିକ ପରମ୍ପରା ଭାବରେ ବିବେଚିତ ହୋଇଥାଏ ।

BSE Odisha 9th Class History Notes Chapter 13 ଭାରତର ପରମ୍ପରା

ଧାର୍ମିକ ପରମ୍ପରା :
BSE Odisha 9th Class History Notes Chapter 13 ଭାରତର ପରମ୍ପରା 2

BSE Odisha 9th Class History Notes Chapter 13 ଭାରତର ପରମ୍ପରା 3

BSE Odisha 9th Class History Notes Chapter 13 ଭାରତର ପରମ୍ପରା 4

1. ଆଧ୍ୟ।ମିକତା : ଭାରତରେ ସବୁ ଧର୍ମ।ବଲମ୍ୱୀ ସର୍ବଶକ୍ତିମା ପରମେଶ୍ଵରଙ୍କ ପ୍ରତି ବିଶ୍ଵାସ ସ୍ଥାପନ ଓ ତାଙ୍କ ନିକଟରେ ଆତ୍ମସମର୍ପଣକୁ ନିଜ ଧର୍ମର ମୂଳନୀତି ଭାବେ ବିଶ୍ୱାସ କରନ୍ତି । ସମସ୍ତେ ଈଶ୍ଵର ଭକ୍ତି ଉପରେ ଗୁରୁତ୍ଵ ଦେଇଥା’ନ୍ତି ।

→ ବୈଦିକ ଯୁଗର ବ୍ରାହ୍ମଣ୍ୟ ଧର୍ମ ପରବର୍ତ୍ତୀ ସମୟରେ ହିନ୍ଦୁଧର୍ମ ନାମରେ ପରିଚିତ ହୋଇଥିଲା ।

BSE Odisha 9th Class History Notes Chapter 13 ଭାରତର ପରମ୍ପରା

2. ଉଦାରତା : ଭାରତରେ ଅନେକ ଧର୍ମର ଲୋକ ବାସ କରନ୍ତି ଓ ଏଠାରେ ଅନେକ ଧର୍ମ ପ୍ରଚାର କରାଯାଇଛି । ବୌଦ୍ଧ, ଜୈନ, ଇସ୍‌ଲାମ୍ ଓ ଖ୍ରୀଷ୍ଟଧର୍ମ ଆମ ସମାଜରେ ଅନେକ ପ୍ରାଧାନ୍ୟ ବିସ୍ତାର କରିଥିଲା । ସମ୍ରାଟ ଅଶୋକ ବୌଦ୍ଧ ଧର୍ମାବଲମ୍ବୀ ହେଲେ ସୁଦ୍ଧା ସେ ସବୁ ଧର୍ମପ୍ରତି ଉଦାରତା ପୋଷଣ କରିଥିଲେ । ସମ୍ରାଟ ଆକବର ମଧ୍ୟ ଦିନ-ଇ-ଲ୍ଲାହୀ ପ୍ରବର୍ତ୍ତନ କରି ସବୁ ଧର୍ମର ସମନ୍ଵୟ ରକ୍ଷା କରିଥିଲେ ।

3. ମୂର୍ତ୍ତିପୂଜା : ସିନ୍ଧୁ ସଭ୍ୟତାଠାରୁ ଆରମ୍ଭ କରି ଆମ ସମାଜରେ ମୂର୍ତ୍ତି ପୂଜା ପରମ୍ପରା ରହି ଆସିଛି । ମୂର୍ତ୍ତି ପୂଜାର ପରମ୍ପରା ସବୁ ସ୍ଥାନରେ ଦେଖିବାକୁ ମିଳି ନଥାଏ ।

4. ପୂଜାବିଧ : ପ୍ରତ୍ୟେକ ଭାରତୀୟ ନିଜ ଗୃହରେ ବା ଧର୍ମପୀଠରେ ନିଜ ଧର୍ମର ସ୍ବତନ୍ତ୍ର ପର୍ବ ଦିବସରେ ପୂଜା କରିବା ପରମ୍ପରା ବହୁକାଳରୁ ଚଳି ଆସୁଛି । ପୂଜା ସମୟରେ ଧର୍ମନୀତି ଅନୁସାରେ, ଧର୍ମଗ୍ରନ୍ଥ ପାଠ କରାଯାଇଥାଏ । ଆହୁରି ମଧ୍ୟ ସେଠାରେ ଭଜନ, କୀର୍ତ୍ତନ, ପ୍ରାର୍ଥନା ଓ ହୋମଯଜ୍ଞ ଇତ୍ୟାଦି କରାଯାଇଥାଏ ।

5. ଧର୍ମବିଶ୍ଵାସ : ଭାରତୀୟମାନେ ଆତ୍ମାର ଅମରତ୍ୱ, କର୍ମବାଦ, ପୁନର୍ଜନ୍ମ, ମୋକ୍ଷପ୍ରାପ୍ତି, ସମାନତା, ଭକ୍ତି, ଦୟା, ଦାନ, କ୍ଷମା ଓ ଅହିଂସାରେ ବିଶ୍ବାସ କରିବା ପରମ୍ପରା ରହିଛି । ହିନ୍ଦୁମାନଙ୍କ ଚତୁର୍ଧାମ ଯାତ୍ରା ଓ ମୁସଲମାନମାନଙ୍କର ମକ୍କାଯାତ୍ରା ଧାର୍ମିକ ତଥା ପାରମ୍ପରିକ ବିଶ୍ଵାସର ଉଦାହରଣ ।

  • ଇସ୍‌ଲାମ ଧର୍ମର ପର୍ବ – ଇଦ୍-ଉଲ୍-ଜୁହା ଓ ମହରମ
  • ଖ୍ରୀଷ୍ଟଧର୍ମର ପର୍ବ – ଗୁଡ ଫ୍ରାଇଡେ, ବଡ଼ଦିନ, ଇଷ୍ଟର
  • ଜୈନଧର୍ମର ପର୍ବ – ମହାବୀର ଜୟନ୍ତୀ

ସାଂସ୍କୃତିକ ପରମ୍ପରା :
1. ବୈଦିକ ସଂସ୍କୃତି : ବୈଦିକ ସଂସ୍କୃତିରେ ଚତୁରାଶ୍ରମ; ଯଥା- ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଓ ସନ୍ୟାସ ଇତ୍ୟାଦି ଆମ ସମାଜରେ ପ୍ରଚଳିତ । ଆର୍ଯ୍ୟମାନ ର ‘ବସୁଧୈବ କୁଟୁମ୍ବକମ୍’ ଚିନ୍ତାଧାରା ଷଟ୍ ଦାର୍ଶନିକ ପଦ୍ଧତି ଭାରତୀୟ ସଂସ୍କୃତିକୁ ବଳିଷ୍ଠ କରିଛି ।

2. ନୃତ୍ୟଗୀତ : ଭାରତୀୟ ସାଂସ୍କୃତିକ ପରମ୍ପରାରେ ନୃତ୍ୟଗୀତ ଏକ ମହତ୍ତ୍ଵପୂର୍ଣ୍ଣ ଉପାଦନା ଭାବରେ ଆମ ପରମ୍ପରାକୁ ସମୃଦ୍ଧ କରିପାରିଛି । ପାରମ୍ପରିକ ନୃତ୍ୟକଳା ସହିତ ଶାସ୍ତ୍ରୀୟ ନୃତ୍ୟ, ଲୋକଗୀତ ଇତ୍ୟାଦି ବହୁକାଳରୁ ପ୍ରଚଳିତ ହୋଇଆସୁଛି । ଏହା ଆମର ସୃଜନଶୀଳତାର ପ୍ରମାଣ ଦେଇଥାଏ । ସାହିତ୍ୟ : ବେଦ, ବ୍ରାହ୍ମଣ, ସଂହିତା, ଆରଣ୍ୟକ, ଉପନିଷଦ, ଶାସ୍ତ୍ର, ସୂତ୍ର, ରାମାୟଣ ଓ ମହାଭାରତ ଆଦି ସାହିତ୍ୟ ବୈଦିକ କାଳରେ ସୃଷ୍ଟି ହୋଇଥିଲା । ଗୁପ୍ତଯୁଗରେ ସଂସ୍କୃତ ଭାଷାରେ ରଚିତ ନାଟକ, କାବ୍ୟ, ଗଳ୍ପ, ଅଭିଧାନ, ବ୍ୟାକରଣ ପରମ୍ପରା ସୃଷ୍ଟି କରିଥିଲା । ବିଭିନ୍ନ ଧର୍ମର ସମନ୍ବୟରେ ଭାରତୀୟ ସାହିତ୍ୟ ମହିମା ମଣ୍ଡିତ ହୋଇଥିଲା ।

BSE Odisha 9th Class History Notes Chapter 13 ଭାରତର ପରମ୍ପରା

→ ବେଦକୁ ଭାରତର ପ୍ର।ଚୀନତମ ସାହିତ୍ୟ କୁହାଯାଏ । ସାହିତ୍ୟର ଆଦର୍ଶ ପୁରୁଷ ଥିଲେ କାଳିଦାସ ।

3. ଜ୍ୟୋତିର୍ବିଦ୍ୟା ଓ ଆୟୁର୍ବିଦ୍ୟା : ବୈଦିକ ସଭ୍ୟତାରୁ ଜ୍ୟୋତିଷ ଓ ଚିକିତ୍ସା ବିଦ୍ୟାର ପରମ୍ପରା ସୃଷ୍ଟି ହୋଇଛି । ଆୟୁର୍ବେଦ ଚିକିତ୍ସା ବିଧୂରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୋଇନଥାଏ । ତେଣୁ ଏହାର ଜନପ୍ରିୟତା ବଢ଼ିବାରେ ଲାଗିଛି ।

→ ଜ୍ୟୋତିଷ ବେଦାଙ୍ଗରେ ଜ୍ୟୋତିଷ ଓ ଅଥର୍ବବେଦରେ ‘ଚିକିତ୍ସା ବିଦ୍ୟା’ ବଣନା କରାଯାଇଛି।

ରାଜନୈତିକ ପରମ୍ପରା :
ଭାରତୀୟ ସାଂସ୍କୃତିକ ପରମ୍ପରାରେ ରାଜନୈତିକ ପରମ୍ପରାର ଏକ ସ୍ଵତନ୍ତ୍ର ସ୍ଥାନ ରହିଛି । ଗଣତନ୍ତ୍ର, ସାଧାରଣତନ୍ତ୍ର, ସ୍ୱାୟତ୍ତ ଶାସନ, ଶାସନର ବିକେନ୍ଦ୍ରୀକରଣ ଓ ପ୍ରଶାସନିକ ପଦ୍ଧତି ଏହାର ଅନ୍ତର୍ଗତ ।
ବୈଦିକ ଯୁଗରେ ‘ସଭା’ ଓ ‘ସମିତି’ ଅନୁଷ୍ଠାନଦ୍ୱାରା ଗଣତାନ୍ତ୍ରିକ ପରମ୍ପରା ଆରମ୍ଭ ହୋଇଥିଲା । ଆମ ସମ୍ବିଧାନର ମୌଳିକ ଅଧିକାର ବହୁକାଳରୁ ପ୍ରଚଳିତ ହୋଇଆସୁଛି ।

1. ସାଧାରଣତନ୍ତ୍ର : ଋଗ୍‌ବୈଦିକ ଯୁଗର ‘ଗଣ’ ନାମକ ସାଧାରଣତନ୍ତ୍ର, ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀର ଷୋହଳଟି ମହାଜନପଦ ମଧ୍ୟରୁ ଭିତ୍ତି ଓ ମଲ୍ଳ ନାମକ ଦୁଇଟି ସାଧାରଣତନ୍ରରୁ ଭାରତର ସାଧାରଣତନ୍ତ୍ ପରମ୍ପରାଗତ ବୋଲି ଧରାଯାଇଥାଏ ।

→ ସ୍ୱାୟତ୍ତ ଶାସନ ବ୍ୟବସ୍ଥା – ଲଉ ରିପନ୍‌ ୧୮୮୨ ମସିହାରେ ଭାରତରେ ସ୍ୱାୟତ୍ତ ଶାସନ ପ୍ରଚଳନ କରିଥିଲେ ।

2. ସ୍ୱାୟତ୍ତ ଶାସନ : ବୈଦିକ ଯୁଗର ଗ୍ରାମ୍ୟ ସ୍ତରର ଶାସନ ବ୍ୟବସ୍ଥା, ରାମାୟଣ, ମହାଭାରତରେ ଉଲ୍ଲିଖ ସ୍ଥାନୀୟ ଶାସନ, ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ‘ପୌର ଶାସନ’ ବ୍ୟବସ୍ଥାରୁ ଜଣାପଡ଼େ ଭାରତୀୟ ପରମ୍ପରାରେ ସ୍ୱାୟତ୍ତ ଶାସନର ବଳିଷ୍ଠ ଅବଦାନ ରହିଛି ।
ଶାସନର ବିକେନ୍ଦ୍ରୀକରଣ : ବୈଦିକ ସଭ୍ୟତାଠାରୁ ଶାସନର ବିକେନ୍ଦ୍ରୀକରଣ ବ୍ୟବସ୍ଥାର ପରମ୍ପରା ଆଧୁନିକ ଯୁଗରେ ମଧ୍ୟ ଭିନ୍ନ ଭାବରେ ପ୍ରତିଷ୍ଠିତ ହୋଇଛି ।

BSE Odisha 9th Class History Notes Chapter 13 ଭାରତର ପରମ୍ପରା

3. ପ୍ରଶାସନିକ ପଦ୍ଧତି : ଭାରତୀୟ ଶାସନ ବ୍ୟବସ୍ଥାରେ ଶାସନ ମୁଖ୍ୟ, ମନ୍ତ୍ରୀମଣ୍ଡଳ, ଅମଲାତନ୍ତ୍ର ବ୍ୟବସ୍ଥା ପ୍ରାଚୀନ କାଳରୁ ଭାରତୀୟ ଶାସନ ଓ ପ୍ରଶାସନିକ ବ୍ୟବସ୍ଥାର ଏକ ସଂଶୋଧ ରୂପ । ଶୃଙ୍ଖଳିତ ତଥା ସଫଳ ଶାସନ ପାଇଁ ଭିନ୍ନ ଭିନ୍ନ ବିଭାଗର ମୁଖ୍ୟ ଭାବେ ପ୍ରଶାସନିକ ଅଧିକାରୀ ରହିବା ରାଜନୈତିକ ପରମ୍ପରାର ଅନ୍ତର୍ଭୁକ୍ତ ।

ଆର୍ଥନୀତିକ ପରମ୍ପରା :
BSE Odisha 9th Class History Notes Chapter 13 ଭାରତର ପରମ୍ପରା 5

1. କୃଷି : କୃଷି ପରମ୍ପରା ଭାରତୀୟ ଅର୍ଥନୀତିରେ ମୁଖ୍ୟ ସ୍ଥାନ ଗ୍ରହଣ କରିଛି । ଆର୍ଯ୍ୟମାନଙ୍କଠାରୁ ଆରମ୍ଭ ହୋଇଥ‌ିବା କୃଷି ପରମ୍ପରା ଆଜି ବି ଅଧିକାଂଶ ଭାରତୀୟଙ୍କ ଜୀବନ ଜୀବିକାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ।

2. ପଶୁପାଳନ : ସିନ୍ଧୁ ସଭ୍ୟତା ତଥା ବୈଦିକ ଯୁଗର ଲୋକମାନେ ବିଭିନ୍ନ ପଶୁସମ୍ପଦ ପାଳନ କରି ସେମାନଙ୍କର ଜୀବିକା ନିର୍ବାହ କରୁଥିଲେ । ଏହା ଏକ ଆର୍ଥନୀତିକ ପନ୍ଥାଭାବେ ଏକ ପରମ୍ପରା ସୃଷ୍ଟି କରିଥିଲା ।

3. କୁଟୀର ଶିଳ୍ପ : ଭାରତରେ କୁଟୀର ଶିଳ୍ପକୁ ଏକ କୌଳିକ ବୃତ୍ତି ଭାବରେ ଗଣାଯାଇଥାଏ । ମାଟି, ପଥର, କାଠ, ସୁନାରୁପାର ତାରକସି କାମ, ବାଉଁଶ, ବେତ, କତା ସାମଗ୍ରୀ, ହସ୍ତତନ୍ତ ଶାଢ଼ି ଇତ୍ୟାଦି ଭାରତୀୟ କୁଟୀର ଶିଳ୍ପର ଉଜ୍ଜ୍ଵଳ ଉଦାହରଣ ।

BSE Odisha 9th Class History Notes Chapter 13 ଭାରତର ପରମ୍ପରା

4. ବାଣିଜ୍ୟ : ସିନ୍ଧୁ ସଭ୍ୟତା କାଳରୁ ଭାରତୀୟ ଆର୍ଥନୀତିକ ପରମ୍ପରା, ବନ୍ଦର ନିର୍ମାଣ ଓ ବହିର୍ଦେଶ ବାଣିଜ୍ୟ * ପରମ୍ପରା ସହିତ ଆରମ୍ଭ ହୋଇଥିଲା । ବୈଦିକ ଯୁଗର ଆଭ୍ୟନ୍ତରୀଣ ବାଣିଜ୍ୟ, ମୌର୍ଯ୍ୟଯୁଗର ସାମୁଦ୍ରିକ ବାଣିଜ୍ୟର ବିକାଶ, ଗୁପ୍ତଯୁଗର ଆଭ୍ୟନ୍ତରୀଣ ଓ ବହିର୍ଦେଶ ବାଣିଜ୍ୟ, ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ଭାରତର ଦୃଢ଼ ବାଣିଜ୍ୟିକ ପରମ୍ପରାର ସୂଚନା ଦେଇଥାଏ ।

5. ଗ୍ରାମ୍ୟ ଅର୍ଥନୀତି : ବୈଦିକ ଯୁଗରୁ ଗ୍ରାମ୍ୟ ଅର୍ଥନୀତିର ପରମ୍ପରା ସୃଷ୍ଟି ହୋଇ କାଳକ୍ରମେ ବିକଶିତ ହୋଇଥିଲା । ଗ୍ରାମ୍ୟ ଅର୍ଥନୀତିରେ କୃଷି, ପଶୁପାଳନ ଓ କୁଟୀର ଶିଳ୍ପକୁ ଗୁରୁତ୍ବ ଦିଆଯାଉଥିଲା । ବର୍ତ୍ତମାନ କାଳରେ ମଧ୍ୟ ଗ୍ରାମ୍ୟ ଅର୍ଥନୀତିକୁ ଆଧାର କରାଯାଇ ରାଷ୍ଟ୍ରର ଅର୍ଥନୀତି ନିର୍ଦ୍ଧାରିତ ହେଉଛି ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b)

Odisha State Board BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b) Textbook Exercise Questions and Answers.

BSE Odisha Class 9 Maths Solutions Geometry Chapter 6 ଅଙ୍କନ Ex 6(b)

Question 1.
Δ ABC ଅଙ୍କନ କର ଯାହାର :
(i) a = 6 ସେ.ମି., m∠C = 45°, b – c = 1.5 ସେ.ମି. ଏବଂ b ଓ c ର ଦୈର୍ଘ୍ୟ ମାପ କରି ଲେଖ ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b) 1
(a) ଏକ ସରଳରେଖା ଅଙ୍କନ କରି ତହିଁରୁ 6 ସେ.ମି. ଦୈର୍ଘ୍ୟ ବିଶିଷ୍ଟ BC ଅଙ୍କନ କର
(b) C ବିନ୍ଦୁରେ 45° ପରିମିତ କୋଣ ∠XCB ଅଙ୍କନ କରି \(\overrightarrow{\mathrm{CX}}\) ରୁ CD = 1.5 ସେ.ମି. ଅଂଶ ଛେଦନ କର ଏବଂ D ବିନ୍ଦୁ ଚିହ୍ନଟ କର ।
(c) BD ଅଙ୍କନ କରି ଏହାର ସମଦ୍ବିଖଣ୍ଡକ ଲମ୍ବ ଅଙ୍କନ କର, ଯାହା \(\overrightarrow{\mathrm{CD}}\) କୁ A ବିନ୍ଦୁରେ ଛେଦ କରୁ ।
(d) BA ଅଙ୍କନ କରି Δ ABC ଅଙ୍କନ ସଂପୂର୍ଣ୍ଣ କର । ଏହାପରେ AC ଓ AB ର ଦୈର୍ଘ୍ୟକୁ ମାପି ଲେଖ ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b)

(ii) AB = 6.2 ସେ.ମି., m∠B = 45°, a – b = 1.3 ସେ.ମି ଏବଂ a ଓ b ର ଦୈର୍ଘ୍ୟ ମାପ କରି ଲେଖ ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b) 2
(a) AB ଅଙ୍କନ କର ଯାହାର ଦୈର୍ଘ୍ୟ 6.2 ସେ.ମି. ।
(b) B ବିନ୍ଦୁରେ 45° ପରିମିତ କୋଣ ∠XBA କୋଣ ଅଙ୍କନ କରି \(\overrightarrow{\mathrm{BX}}\) ରୁ BD = 1.3 ସେ.ମି. ଛେଦନ କର ।
(c) AD ଅଙ୍କନ କରି ଏହାର ସମଦ୍ବିଖଣ୍ଡକ ଲମ୍ବ ଅଙ୍କନକର ଯାହା \(\overrightarrow{\mathrm{BX}}\) କୁ C ବିନ୍ଦୁରେ ଛେଦ କରୁ । 
(d) AC ଅଙ୍କନ କରି Δ ABC ଅଙ୍କନ ସଂପୂର୍ଣ୍ଣ କର । ଏହାପରେ BC ଓ AC ର ଦୈର୍ଘ୍ୟକୁ ମାପି ଲେଖ ।

(iii) a = 6.1 ସେ.ମି., m∠C = 75°, c – b = 1.4 ସେ.ମି. ଏବଂ c ଓ b ର ଦୈର୍ଘ୍ୟ ମାପ କରି ଲେଖ ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b) 3
(a) BC ଅଙ୍କନ କର ଯାହାର ଦୈର୍ଘ୍ୟ 6.1 ସେ.ମି. । 
(b) C ବିନ୍ଦୁରେ 75° ପରିମିତ ∠XCB ଅଙ୍କନ କରି \(\overrightarrow{\mathrm{CY}}\) ରୁ 1.4 ସେ.ମି. ଅଂଶ ଛେଦିତ କରି D ବିନ୍ଦୁ ଚିହ୍ନଟ କର ଯେପରିକି
C – D – Y ହେବ ।
(c) BD ଅଙ୍କନ କରି ଏହାର ସମଦ୍ୱିଖଣ୍ଡକ ଲମ୍ବ \(\overrightarrow{\mathrm{CX}}\) କୁ A ବିନ୍ଦୁରେ ଛେଦକରୁ ।
(d) AB ଅଙ୍କନ କରି Δ ABC ଅଙ୍କନ ସମ୍ପୂର୍ଣ୍ଣ କର ।

(iv) b = 7 ସେ.ମି. m∠A = 60°, a – c = 1.4 ସେ.ମି. ଏବଂ a ଓ c ର ଦୈର୍ଘ୍ୟ ମାପ କରି ଲେଖ ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b) 4
(a) AC ଅଙ୍କନ କର ଯାହାର ଦୈର୍ଘ୍ୟ 7 ସେ.ମି. ।
(b) A ବିନ୍ଦୁରେ 60° ପରିମିତ ∠XAC କୋଣ ଅଙ୍କନ କରି \(\overrightarrow{\mathrm{AY}}\) ରୁ 1.4 ସେ.ମି. ଅଂଶ ଛେଦିତ କରି D ବିନ୍ଦୁ ଚିହ୍ନଟ କର ଯେପରିକି A – D – Y ହେବ ।
(c) D͞C ଅଙ୍କନ କରି ଏହାର ସମଦ୍ୱିଖଣ୍ଡକ ଲମ୍ବ \(\overrightarrow{\mathrm{AX}}\) କୁ B ବିନ୍ଦୁରେ ଛେଦକରୁ ।
(d) B͞C ଅଙ୍କନ କରି Δ ABC ଅଙ୍କନ ସମ୍ପୂର୍ଣ୍ଣ କର । ଏହାପରେ AC ଓ AB ର ଦୈର୍ଘ୍ୟକୁ ମାପି ଲେଖ ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b)

(v) a = 7 ସେ.ମି. c – b = 1 ସେ.ମି. ଏବଂ m∠B = 60° ଓ b ଏବଂ c ର ଦୈର୍ଘ୍ୟ ମାପ କରି ଲେଖ ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b) 5
(a) BC ଅଙ୍କନ କର ଯାହାର ଦୈର୍ଘ୍ୟ 7 ସେ.ମି. ।
(b) B ବିନ୍ଦୁରେ 60° ପରିମିତି ∠XBC ଅଙ୍କନ କରି \(\overrightarrow{\mathrm{BX}}\) ରୁ BD = 1 ସେ.ମି. ଅଂଶ ଛେଦନକର ଏବଂ D ବିନ୍ଦୁ ଚିହ୍ନଟ କର । 
(c) CD ଅଙ୍କନ କରି ଏହାର ସମଦ୍ବିଖଣ୍ଡକ ଲମ୍ବ ଅଙ୍କନ କର, ଯାହା \(\overrightarrow{\mathrm{BD}}\) କୁ A ବିନ୍ଦୁରେ ଛେଦକରୁ ।
(d) AC ଅଙ୍କନ କରି Δ ABC ସଂପୂର୍ଣ୍ଣ କର, ଏହାପରେ AC ଓ AB ର ଦୈର୍ଘ୍ୟକୁ ମାପି ଲେଖ ।

Question 2.
ଏକ ସମବାହୁ ତ୍ରିଭୁଜ ଅଙ୍କନ କର ଯାହାର ଏକ ବାହୁର ଦୈର୍ଘ୍ୟ – ଉଚ୍ଚତା = 1 ସେ.ମି.
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b) 6
(a) \(\overleftrightarrow{\mathrm{MN}}\) ଉପରିସ୍ଥ D ବିନ୍ଦୁରେ \(\overleftrightarrow{\mathrm{DL}}\) ଲମ୍ବ ଅଙ୍କନ କର ।
(b) \(\overrightarrow{\mathrm{DX}}\) ରୁ 1 ସେ.ମି. ଛେଦନ କରି R ବିନ୍ଦୁ ଚିହ୍ନଟ କର ଯେପରିକି D – R – X ହେବ ।
(c) R ବିନ୍ଦୁରେ ∠DRB ଅଙ୍କନ କର ଯାହାର ପରିମାଣ 75° ହେବ
(d) BR ର ସମଦ୍ୱିଖଣ୍ଡକ ଲମ୍ବ \(\overleftrightarrow{\mathrm{DL}}\) କୁ A ବିନ୍ଦୁରେ ଛେଦ କରୁ ।
(e) AB ଓ AC ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

Question 3.
ଏକ ସମକୋଣୀ ସମଦ୍ବିବାହୁ ତ୍ରିଭୁଜ ଅଙ୍କନ କର ଯାହାର କର୍ଣ୍ଣ ଓ ଏକ ସମାନ ବାହୁର ଦୈର୍ଘ୍ୟର ଅନ୍ତର = 2 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b) 7
(a) \(\overrightarrow{\mathrm{BM}}\) ଉପରିସ୍ଥ B ବିନ୍ଦୁରେ ∠XBM ଅଙ୍କନ କର ଯାହାର ପରିମାଣ 90° ହେବ ।
(b) B ବିନ୍ଦୁରେ ଅଙ୍କିତ ଲମ୍ବ \(\overleftrightarrow{\mathrm{XY}}\) ର \(\overrightarrow{\mathrm{BY}}\) ଉପରିସ୍ଥ R ଏକ ବିନ୍ଦୁ
ନିଅ ଯେପରିକି BR = 2 ସେ.ମି. ହେବ ଯେପରିକି B – R – Y ହେବ ।
(c) R ବିନ୍ଦୁରେ ∠XRC ଅଙ୍କନ କର ଯାହାର ପରିମାଣ 67\(\frac{1}{2}\) ହେବ ।
(d) RC ର ସମଦ୍ୱିଖଣ୍ଡକ ଲମ୍ବ \(\overrightarrow{\mathrm{BX}}\) କୁ A ବିନ୍ଦୁରେ ଛେଦକରୁ ।
(e) AC ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

Question 4.
Δ ABC ଅଙ୍କନ କର ଯାହାର :
(i) AB = AC, AD ⊥ BC, BC = 6 ସେ.ମି. ଓ AB – AD = 1 ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b) 8
(a) BC ଅଙ୍କନ କର ଯାହାର ଦୈର୍ଘ୍ୟ 6 ସେ.ମି. ହେବ ।
(b) BC ର ସମଦ୍ବିଖଣ୍ଡକ ଲମ୍ବ \(\overleftrightarrow{\mathrm{XY}}\) ଅଙ୍କନ କରି \(\overleftrightarrow{\mathrm{DY}}\) ରୁ DR = 1 ସେ.ମି. ଅଂଶ ଛେଦନ କର ଯେପରିକି D – R – Y ହେବ ।
(c) BR ଅଙ୍କନ କରି ଏହାର ସମଦ୍ବିଖଣ୍ଡକ ଲମ୍ବ \(\overleftrightarrow{\mathrm{DX}}\) କୁ A ବିନ୍ଦୁରେ ଛେଦ କରୁ ।
(d) AB ଓ AC ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b)

(ii) m∠B = 90°, BC = 6.6 ସେ.ମି., AC – AB = 2.3 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b) 9
(a) BC ଅଙ୍କନ କର ଯାହାର ଦୈର୍ଘ୍ୟ 6.6 ସେ.ମି. ହେବ ।
(b) B ବିନ୍ଦୁରେ 90° ପରିମିତ ∠YBC ଅଙ୍କନ କର ।
(c) \(\overrightarrow{\mathrm{BY}}\) ର ବିପରୀତ ରଶ୍ମି \(\overrightarrow{\mathrm{BX}}\) ଉପରିସ୍ଥ R ଏକ ବିନ୍ଦୁ
ନିଅ ଯେପରିକି BR = 2.3 ସେ.ମି. ଓ B – R – X ହେବ ।
(d) R͞C ଅଙ୍କନ କରି ଏହାର ସମଦ୍ଵିଖଣ୍ଡକ ଲମ୍ବ ଅଙ୍କନ
କର ଯାହା \(\overleftrightarrow{\mathrm{BY}}\) କୁ A ବିନ୍ଦୁରେ ଛେଦ କରିବ ।
(e) A͞C ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

(iii) AD ⊥BC, a = 6 ସେ.ମି., m∠B = 60° ଓ AB – AD = 1 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b) 10
(a) \(\overleftrightarrow{\mathrm{MN}}\) ଉପରିସ୍ଥ D ବିନ୍ଦୁରେ \(\overleftrightarrow{\mathrm{XY}}\) ଲମ୍ବ ଅଙ୍କନ କର ।
(b) \(\overrightarrow{\mathrm{DY}}\) ରୁ DR = 1 ସେ.ମି. ଅଂଶ ଛେଦନ କର ଯେପରିକି D – R – Y ହେବ ।
(c) R ବିନ୍ଦୁରେ ∠DRB ଅଙ୍କନ କର ଯାହାର ପରି ମାଣ 75° ହେବ ।
(d) BR ର ସମଦ୍ବିଖଣ୍ଡକ ଲମ୍ବ \(\overrightarrow{\mathrm{DX}}\) କୁ A ବିନ୍ଦୁରେ ଛେଦ କରୁ ।
(e) AB ଅଙ୍କନ କର ।
(f) \(\overrightarrow{\mathrm{BN}}\) ରୁ BC = 6 ସେ.ମି. ଅଂଶ ଛେଦନ କରି AC ଅଙ୍କନ କର । ତତ୍ପରେ Δ ABC ସମ୍ପୂର୍ଣ୍ଣ କର ।

(iv) BE ⊥ AC, b = 5.8 ସେ.ମି., m∠A = 60° ଓ AB – BE = 1 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(b) 11
(a) \(\overleftrightarrow{\mathrm{MN}}\) ଉପରିସ୍ଥ E ବିନ୍ଦୁରେ \(\overleftrightarrow{\mathrm{XY}}\) ଲମ୍ବ ଅଙ୍କନ କର ।
(b) \(\overrightarrow{\mathrm{EX}}\) ରୁ ER = 1 ସେ.ମି. ଅଂଶ ଛେଦନ କର ଯେପରିକି E – R – X ହେବ ।
(c) R ବିନ୍ଦୁରେ ∠ERA ଅଙ୍କନ କର ଯାହାର ପରିମାଣ 75° ହେବ ।
(d) A͞R ର ସମଦ୍ବିଖଣ୍ଡକ ଲମ୍ବ \(\overrightarrow{\mathrm{EY}}\) କୁ B ବିନ୍ଦୁରେ ଛେଦ କରୁ ।
(e) A͞B ଅଙ୍କନ କର ।
(f) \(\overrightarrow{\mathrm{AN}}\) ରୁ AC = 5.8 ସେ.ମି. ଅଂଶ ଛେଦନ କରି  BC ଅଙ୍କନ କର । ତତ୍ପରେ Δ ABC ସମ୍ପୂର୍ଣ୍ଣ କର ।

BSE Odisha 9th Class Physical Science Solutions Chapter 4 ପରମାଣୁ ଗଠନ

Odisha State Board BSE Odisha 9th Class Physical Science Solutions Chapter 4 ପରମାଣୁ ଗଠନ Textbook Exercise Questions and Answers.

BSE Odisha Class 9 Physical Science Solutions Chapter 4 ପରମାଣୁ ଗଠନ

1. ଟମ୍‌ସନ୍‌ଙ୍କ ପରମାଣୁ ମଡ଼େଲ ଅନୁସାରେ ପରମାଣୁ କିପରି ବିଦ୍ୟୁତ୍ ନିରପେକ୍ଷ ବୁଝାଅ ।
ଉ –
ଟମସନ୍‌ଙ୍କ ପରମାଣୁ ମଡ଼େଲ ଅନୁସାରେ,

  • ପରମାଣୁ ଏକ ଯୁକ୍ତାତ୍ମକ ଚାର୍ଜ ଧାରଣ କରିଥିବା ଗୋଲକ ଏବଂ ସେଥ‌ିରେ ଇଲେକ୍‌ଟ୍ରଗୁଡ଼ିକ ଚାରିଆଡ଼େ ସଂଯୁକ୍ତ ହୋଇ ରହିଥାଏ ।
  • ପରମାଣୁରେ ଯୁକ୍ତାତ୍ମକ ଚାର୍ଜ ଓ ବିଯୁକ୍ତାତ୍ମକ ଚାର୍ଜ ସମାନ ପରିମାଣରେ ରହିଥାଏ । ତେଣୁ ପରମାଣୁଟି ବିଦ୍ୟୁତ୍ ନିରପେକ୍ଷ ଅଟେ ।

2. ତିନୋଟି ଅବପରମାଣୁ କଣିକାର ନାମ ଲେଖ ।
ଉ –
ତିନୋଟି ଅବପରମାଣୁ କଣିକାର ନାମ ହେଉଛି –

  • ଇଲେକ୍‌ଟ୍ରନ୍ (ବିଯୁକ୍ତଚାର୍ଜ କଣିକା)
  • ପ୍ରୋଟନ୍ ( ଯୁକ୍ତଚାର୍ଜ କଣିକା)
  • ନିଉଟ୍ରନ୍ (ଚାର୍ଜବିହୀନ କଣିକା)

3. ଗୋଟିଏ ପରମାଣୁର ପରମାଣୁ କ୍ରମାଙ୍କ 2 ଏବଂ ବସ୍ତୁତ୍ୱ ସଂଖ୍ୟା 4 । ଏହି ପରମାଣୁର ନ୍ୟୁକ୍ଲିୟସ୍‌ରେ କେତୋଟି ନିଉଟ୍ରନ୍ ଅଛି ?
ଉ –
ପରମାଣୁ କ୍ରମାଙ୍କ = 2, ବସ୍ତୁତ୍ୱ ସଂଖ୍ୟା = 4
ପରମାଣୁର ନିଉକ୍ଲିୟସ୍‌ରେ ଥ‌ିବା ନିଉଟ୍ରନ୍ ସଂଖ୍ୟା = ବସ୍ତୁତ୍ୱ ସଂଖ୍ୟା – ପରମାଣୁ କ୍ରମାଙ୍କ = 4 – 2 = 2
∴ ଏହି ପରମାଣୁର ନ୍ୟୁକ୍ଲିୟସ୍‌ରେ 2ଟି ନିଉଟ୍ରନ ଅଛି ।

4. ନାଇଟ୍ରୋଜେନ୍ ପରମାଣୁରେ ଇଲେକ୍‌ଟ୍ରଗୁଡ଼ିକ କିପରି ସଜାଇ ହୋଇ ରହିଛି ବୁଝାଅ ।
ଉ –
ନାଇଟ୍ରୋଜେନ ପରମାଣୁର ନ୍ୟୁକ୍ଲିୟସ୍ ଚାରିପଟେ ଦୁଇଟି ସେଲ
ଯଥା- K ଓ L ରହିଛି |
ନାଇଟ୍ରୋଜେନ୍‌ର ପରମାଣୁ କ୍ରମାଙ୍କ = 7
ଏହି ପରମାଣୁର 7ଟି ଇଲେକ୍‌ଟ୍ରନ୍ ମଧ୍ୟରୁ K-ସେଲ୍‌ରେ 2ଟି
ଏବଂ L-ସେଲ୍‌ରେ 5ଟି ଇଲେକ୍‌ଟ୍ରନ୍ ସଜାଇ ହୋଇ ରହିଛନ୍ତି ।

5. Cl– ଆୟନର ଇଲେକ୍‌ଟ୍ରନ୍‌ ସଜ୍ଜା ଲେଖ ।
ଉ –
Cl– ଆୟନର ଇଲେକ୍‌ଟ୍ରନ୍ ସଜ୍ଜା ହେଉଛି – 2, 8, 8
ଅର୍ଥାତ୍ K ସେଲ୍ ପାଇଁ 2ଟି, L ସେଲ୍ ପାଇଁ ୫ଟି ଓ M ସେଲ୍ ପାଇଁ ୫ଟି ଇଲେକ୍‌ଟ୍ରନ୍ ଥାଏ ।
BSE Odisha 9th Class Physical Science Solutions Chapter 4 img-1

6. ପରମାଣୁର ବାହ୍ୟତମ ସେଲ୍‌ରେ ସର୍ବାଧ୍ଵକ କେତୋଟି ଇଲେକ୍‌ଟ୍ରନ୍ ରହିପାରିବ ?
ଉ –
ଅଷ୍ଟେଟ ନିୟମ ଅନୁସାରେ ପରମାଣୁର ବାହ୍ୟତମ ସେଲ୍‌ରେ ସର୍ବାଧ‌ିକ ୫ଟି ଇଲେକ୍‌ଟ୍ରନ୍ ରହିପାରିବ ।

7. M ସେଲ୍‌ରେ ସର୍ବାଧ‌ିକ କେତୋଟି ଇଲେକ୍‌ଟ୍ରନ୍ ରହିପାରିବ ?
ଉ –
2n2 ନିୟମ ଅନୁ ସାରେ M ସେଲ୍‌ରେ ସର୍ବାଧ‌ିକ 2 x (3)2 = 18ଟି ଇଲେକ୍‌ଟ୍ରନ୍ ରହିପାରିବ ।

8. ସିଲିକନ୍‌ର ଯୋଗ୍ୟତା, ତା’ର ଇଲେକ୍‌ଟ୍ରନ୍ ସଜ୍ଜାରୁ କିପରି ନିରୂପଣ କରାଯାଇପାରିବ ?
ଉ –
(a) ସିଲିକନ୍‌ ପରମାଣୁ କ୍ରମାଙ୍କ = 14
ଏହି ପରମାଣୁର ଇଲେକ୍‌ଟ୍ରନ୍ ସଜ୍ଜା ହେଉଛି K(2), L(8) ଓ M(4) । ଅର୍ଥାତ୍ ଏହାର ବାହ୍ୟତମ ସେଲ୍‌ରେ 4ଟି ଇଲେକ୍‌ଟ୍ରନ୍ ରହିଛି ।
(b) ସିଲିକନ୍ ପରମାଣୁ ତାର ବାହ୍ୟତମ କକ୍ଷରେ ଥ‌ିବା ଚାରୋଟି ସଂଯୋଜକ ଇଲେକ୍‌ଟ୍ରକୁ ଭିନ୍ନ ପରମାଣୁ ସହ ମିଳିତ ଭାବେ ଇଲେକ୍‌ଟ୍ରନ୍‌ ସହଭାଗ କରି ସଂଯୁକ୍ତ ହୋଇଥାଏ ଏବଂ ନିକଟତମ ନିଷ୍କ୍ରିୟ ମୌଳିକ ପରମାଣୁର ସଂରଚନା ରୂପ ପ୍ରାପ୍ତ ହୋଇଥାଏ । ତେଣୁ ସିଲିକନ୍‌ର ଯୋଗ୍ୟତା 4 ଅଟେ ।

BSE Odisha 9th Class Physical Science Solutions Chapter 4 ପରମାଣୁ ଗଠନ

9. ଗୋଟିଏ ପରମାଣୁର ପରମାଣୁ କ୍ରମାଙ୍କ 8 । ଏଥ‌ିରେ କେତୋଟି ଇଲେକ୍‌ଟ୍ରନ ଅଛି ?
ଉ –
ଗୋଟିଏ ପରମାଣୁର ନ୍ୟୁକ୍ଲିୟସ୍‌ରେ ଥ‌ିବା ପ୍ରୋଟନସଂଖ୍ୟାକୁ ଏହା ପରମାଣୁ କ୍ରମାଙ୍କ କୁହାଯାଏ । ପରମାଣୁ ବିଦ୍ୟୁତ୍ ନିରପେକ୍ଷ ହେତୁ ପ୍ରୋଟନ ସଂଖ୍ୟା = ଇଲେକ୍‌ଟ୍ରନ ସଂଖ୍ୟା = 8

10. ହାଇଡ୍ରୋଜେନ୍‌ର ତିନୋଟି ଆଇସୋଟୋପ୍ଲର ନାମ ଲେଖ ।
ଉ –
ହାଇଡ୍ରୋଜେନ୍ ର ତିନୋଟି ଆଇସୋଟୋପ୍ଲର ନାମ

  • ହାଇଡ୍ରୋଜେନ୍ ବା ପ୍ରୋଟିୟମ୍ BSE Odisha 9th Class Physical Science Solutions Chapter 4 img-2
  • ଡିଉଟେରିୟମ୍ BSE Odisha 9th Class Physical Science Solutions Chapter 4 img-3
  • ଟ୍ରାଇଟିୟମ୍ BSE Odisha 9th Class Physical Science Solutions Chapter 4 img-4

11. ଗୋଟିଏ ମୌଳିକର ପ୍ରତୀକ X । ଏହାର ପରମାଣୁ କ୍ରମାଙ୍କ 15 ଏବଂ ବସ୍ତୁତ୍ଵ ସଂଖ୍ୟା 31 । ଏ ସମସ୍ତଙ୍କୁ ସଂକ୍ଷେପରେ କିପରି ସାଙ୍କେତିକ ଉପାୟରେ ଲେଖାଯାଇପାରିବ ?
ଉ –
ମୌଳିକର ପ୍ରତୀକ = X, ପରମାଣୁ କ୍ରମାଙ୍କ = 15 ଓ ସମସ୍ତଙ୍କୁ ସଂଖ୍ୟା = 31
ଏହି ମୌଳିକର ସଂକ୍ଷିପ୍ତ ସାଙ୍କେତିକ ରୂପ – BSE Odisha 9th Class Physical Science Solutions Chapter 4 img-5

12. ଆଇସୋଟୋପ୍ କ’ଣ ଉଦାହରଣ ସହ ଲେଖ ।
ଉ –
ଆଇସୋଟୋପ୍ – ପରମାଣୁ କ୍ରମାଙ୍କ ସମାନ ଥାଇ ବସ୍ତୁତ୍ଵ ସଂଖ୍ୟା ଭିନ୍ନ ହୋଇଥିବା ପରମାଣୁଗୁଡ଼ିକୁ ଆଇସୋଟୋପ୍ କୁହାଯାଏ ।

ଉଦାହରଣ :

  • ନାଇଟ୍ରୋଜେନ୍‌ର ଦୁଇଟି ଆଇସୋଟୋପ୍ ଅଛନ୍ତ ଯଥା BSE Odisha 9th Class Physical Science Solutions Chapter 4 img-6 | ପ୍ରତ୍ୟେକ ନାଇଟ୍ରୋଜେନ୍ ପରମାଣୁର ପରମାଣୁ କ୍ରମାଙ୍କ 7 କିନ୍ତୁ ବସ୍ତୁତ୍ୱ ସଂଖ୍ୟା ଯଥାକ୍ରମେ 14 ଏବଂ 15 |
  • ଅକ୍ସିଜେନ୍‌ର ତିନୋଟି ଆଇସୋଟୋପ୍ ଅଛିନ୍ତ ଯଥା BSE Odisha 9th Class Physical Science Solutions Chapter 4 img-7 | ପ୍ରତ୍ୟେକ ଅକ୍ସିଜେନ୍ ପରମାଣୁର ପରମାଣୁ କ୍ରମାଙ୍କ 8 କିନ୍ତୁ ବସ୍ତୁତ୍ୱ ସଂଖ୍ୟା ଯଥାକ୍ରମେ 16, 17 ଏବଂ 18 |

13. ଆଇସୋବାର୍ କ’ଣ ଉଦାହରଣ ସହ ଲେଖ ।
ଉ –
ଆଇସୋବାର୍ : ବସ୍ତୁତ୍ୱ ସଂଖ୍ୟା ସମାନଥାଇ ଭିନ୍ନ ପରମାଣୁ କ୍ରମାଙ୍କ ଥିବା ପରମାଣୁଗୁଡ଼ିକୁ ଆଇସୋଟାର୍ କୁହାଯାଏ ।

ଉଦାହରଣ :
ପୋଟାସିୟମ୍ର ପରମାଣୁ କ୍ରମାଙ୍କ 19 ଏବଂ କ୍ୟାଲ୍‌ସିୟମ୍‌ର ପରମାଣୁ କ୍ରମାଙ୍କ 20 । ଏହି ଦୁଇ ମୌଳିକର ବସ୍ତୁତ୍ୱ ସଂଖ୍ୟା 40 । ଏହି ଦୁଇ ମୌଳିକର ସଂକ୍ଷିପ୍ତ ସାଙ୍କେତିକ ରୂପ ହେଉଛି BSE Odisha 9th Class Physical Science Solutions Chapter 4 img-8 ଦୁଇଟି ଆଇସୋବାର୍ ଅଟନ୍ତି ।

14. ଉଦାହରଣ ସହ ଆଇସୋଟୋପ୍ ଓ ଆଇସୋବାର୍ ମଧ୍ୟରେ ପ୍ରଭେଦ ଲେଖ ।
BSE Odisha 9th Class Physical Science Solutions Chapter 4 img-9

15. ଟମସନ୍‌ଙ୍କ ପରମାଣୁ ମଡ଼େଲ ସମ୍ବନ୍ଧରେ ଆଲୋଚନା କର ।
ଉ –

  • ଟମସନ୍‌ଙ୍କ ପରମାଣୁ ମଡ଼େଲ୍ : ଟମସନ୍‌ଙ୍କ ପରମାଣୁ ମଡ଼େଲ ଅନୁଯାୟୀ ପରମାଣୁଟି ଯୁକ୍ତାତ୍ମକ ଚାର୍ଜ ରହିଥିବା ଏକ ଗୋଲକ । ଇଲେକ୍‌ଟ୍ରଗୁଡ଼ିକ ଏହା ଭିତରେ ବାଣ୍ଟିହୋଇ ରହିଥା’ନ୍ତି ।
  • ପରମାଣୁର ଯୁକ୍ତାତ୍ମକ ଚାର୍ଜ ବିସ୍ତାରିତ ହୋଇଥିବାବେଳେ ଇଲେକ୍‌ ଟ୍ରନଗୁଡ଼ିକ ବିଛୁରିତ ହୋଇ ରହିଥାନ୍ତି ।

BSE Odisha 9th Class Physical Science Solutions Chapter 4 img-10
ଟମ୍‌ସନ୍‌ଙ୍କ ପ୍ରସ୍ତାବ ଅନୁସାରେ :

  • ପରମାଣୁ ଏକ ଯୁକ୍ତାତ୍ମକ ଚାର୍ଜ ଧାରଣ କରି ଥ୍ ଗୋଲକ ଏବଂ. ଏଥ୍ ରେ ଇଲେକ୍ ଟ୍ରନ୍ ଗୁଡ଼ିକ ସବୁ ଆଡ଼େ ଦୃଢ଼ ଭାବରେ ସଂଯୁକ୍ତ ହୋଇ ରହିଥା’ନ୍ତି ।
  • ପର ମାଣ୍ଡୁ ରେ ୟୁ କ୍ତାତ୍ମକ ଚାର୍ଜ ଓ ବିଯୁକ୍ତାତ୍ମକ ଚାର୍ଜ ସମାନ ପରିମାଣରେ ଥାଏ । ତେଣୁ ପରମାଣୁ ଟି ବିଦ୍ୟୁତ୍ ନିରପେକ୍ଷ ଅଟେ ।

16. ରଦରଫୋର୍ଡ଼ଙ୍କ ସୁନାପାତିଆ ପରୀକ୍ଷାଟି ବୁଝାଅ |
ଉ-
ରଦରଫୋର୍ଡ଼ଙ୍କ ସୁନାପାତିଆ ପରୀକ୍ଷା :
ପରମାଣୁ ମଧ୍ୟରେ ଇଲେକ୍‌ଟ୍ରନ୍ ଗୁଡ଼ିକ କିପରି ସଜେଇ ହୋଇ ରହିଛନ୍ତି, ସେ ବିଷୟରେ ଜାଣିବା ପାଇଁ ବୈଜ୍ଞାନିକ ରଦରଫୋର୍ଡ଼ ଏକ ପରୀକ୍ଷାର ପରିକଳ୍ପନା କରିଥିଲେ ।
BSE Odisha 9th Class Physical Science Solutions Chapter 4 img-11

  • ଏହି ପରୀକ୍ଷାରେ ଖଣ୍ଡିଏ ଅତି ପତଳା ସୁନାପାତିଆ ଉପରେ ତୀବ୍ର ବେଗରେ ଗତି କରୁଥିବା ଆଲ୍‌ଫା (α) କଣିକାକୁ ନିକ୍ଷେପ କରାଗଲା ।
  • ଆଲ୍‌ଫା କଣିକା ହେଉଛି ହିଲିୟମ୍ ଆୟନ (He++) ଯାହା ଦ୍ବିଯୁକ୍ତାତ୍ମକ ଚାର୍ଜ’ ବହନ କରେ । ଏହାର ବସ୍ତୁତ୍ଵ 4u ହୋଇଥ‌ିବାରୁ ତୀବ୍ର ବେଗରେ ଗତି କରୁଥ‌ିବା α-କଣିକାରେ ଯଥେଷ୍ଟ ପରିମାଣର ଶକ୍ତି ରହିଥାଏ ।

ପର୍ଯ୍ୟବେକ୍ଷଣ :

  • ଅଧିକାଂଶ α-କଣିକା ସୁନାପାତିଆ ମଧ୍ୟଦେଇ ସିଧାସଳଖ ଭାବରେ ଗତି କଲା ।
  • କିଛି α-କଣିକାର ଗତିପଥ ବଙ୍କେଇ ହୋଇଗଲା ।
  • ଅଳ୍ପ କିଛି ।-କଣିକା ସୁନାପାତିଆକୁ ଭେଦ ନ କରି ଯେଉଁ ଦିଗରେ ଯାଇଥିଲା ଠିକ୍ ତା’ର ବିପରୀତ ଦିଗରେ ପଛକୁ ଫେରିଆସିଲା ।

ସିଦ୍ଧାନ୍ତ :

  • ସୁନାପାତିଆର ପରମାଣୁ ଭିତରେ ଅଧିକାଂଶ ସ୍ଥାନ ଫମ୍ପା । କାରଣ ଅଧିକାଂଶ ନଂ-କଣିକା ସୁନାପାତିଆ
  • ଖୁବ୍ କମ୍ ସଂଖ୍ୟକ କଣିକା, ଗତିପଥରେ ବଙ୍କେଇ ଯାଉଛି, ଯେଉଁଥୁରୁ ସୂଚନା ମିଳୁଛି ଯେ ପରମାଣୁର ଯୁକ୍ତାତ୍ମକ ଚାର୍ଜ ଖୁବ୍ କମ୍ ସ୍ଥାନ ଦଖଲ କରିଛି।
  • ଅତି ଅଳ୍ପ କେତେକ α-କଣିକା ସିଧା ଆଗକୁ ନ ଯାଇପାରି 180 କୋଣରେ ବିକ୍ଷେପିତ ହୋଇ ପଛକୁ ଫେରିଆସୁଛି । ଏଥୁରୁ ସୂଚନା ମିଳୁଛି ଯେ ସୁନା ପରମାଣୁର ସମସ୍ତ ଯୁକ୍ତାତ୍ମକ ଚାର୍ଜ ଓ ବସ୍ତୁତ୍ୱ କେନ୍ଦ୍ରୀଭୂତ ହୋଇ ପରମାଣୁ ମଧ୍ୟରେ ଖୁବ୍‌ କମ୍ ସ୍ଥାନ ଅଧିକାର କରିଛି ।

BSE Odisha 9th Class Physical Science Solutions Chapter 4 ପରମାଣୁ ଗଠନ

17. ରଦରଫୋର୍ଡ଼ଙ୍କ ପରମାଣୁ ମଡ଼େଲ ବିଷୟରେ ବୁଝାଅ ।
ଉ
ରଦରଫୋର୍ଡ଼ଙ୍କ ପରମାଣୁ ମଡ଼େଲ : ରଦରଫୋର୍ଡ଼ ତାଙ୍କ ସୁନାପାତିଆ ପରୀକ୍ଷାକୁ ଭିଭିକରି ଏକ ପରମାଣୁ ମଡ଼େଲର ପ୍ରସ୍ତାବ ଦେଇଥିଲେ । ଏହି ମଡ଼େଲ ଅନୁ ସାରେ –

  • ପରମାଣୁରେ ଏକ ଯୁକ୍ତାତ୍ମକ ଚାର୍ଜିତ କେନ୍ଦ୍ର ରହିଛି ଯାହାକୁ ନ୍ୟୁକ୍ଲିୟସ୍ କୁହାଯାଏ । ପରମାଣୁର ପ୍ରାୟ
  • ଇଲେକ୍‌ଟ୍ରନ୍‌ଗୁଡ଼ିକ ନ୍ୟୁକ୍ଲିୟସ୍ ଚାରିପଟେ ଥିବା ଫାଙ୍କା ସ୍ଥାନରେ ନିର୍ଦ୍ଦିଷ୍ଟ କକ୍ଷ ପଥରେ ଘୂରୁଛନ୍ତି ।
  • ପରମାଣୁର ଆକାର ତୁଳନାରେ ନ୍ୟୁକ୍ଲିୟସ୍‌ର ଆକାର ଖୁବ୍ ଛୋଟ ।

18. ବୋ’ରଙ୍କ ପରମାଣୁ ମଡ଼େଲ ରଦରଫୋର୍ଡ଼ଙ୍କ ମଡ଼େଲଠାରୁ କିପରି ଭିନ୍ନ ବୁଝାଅ ।
BSE Odisha 9th Class Physical Science Solutions Chapter 4 img-12

19. ଆଇସୋଟୋପ୍‌ର ଚାରୋଟି ବ୍ୟବହାର ଲେଖ ।
ଉ –
ଆଇସୋଟୋପ୍‌ର ବ୍ୟବହାର :

  • ୟୁରେନିୟମ୍‌ର ଆଇସୋଟୋପ୍ ନ୍ୟୁକ୍ଲିୟ ରିଆକ୍ଟରରେ ଜାଳେଣି ରୂପେ ବ୍ୟବହାର କରାଯାଏ ।
  • କୋବାଲ୍ଟର ଏକ ଆଇସୋଟୋପ୍ କ୍ୟାନ୍‌ସର ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ ।
  • ଆୟୋଡ଼ିନ୍‌ର ଏକ ଆଇସୋଟୋପ୍ ଥାଇରଏଡ୍ ଗ୍ରନ୍ଥି (thyriod gland) ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ ।
  • କେତେକ କୃତ୍ରିମ ଆଇସୋଟାପ୍‌କୁ କୃଷି ଓ ଶିଳ୍ପ କ୍ଷେତ୍ରରେ ବ୍ୟବହାର କରାଯାଏ ।

20. ଗୋଟିଏ ନିଷ୍କ୍ରିୟ ମୌଳିକର ଇଲେକ୍‌ଟ୍ରନ୍ ସଜ୍ଜା ଲେଖ ।
ଉ –
ନିଷ୍କ୍ରିୟ ମୌଳିକର ଇଲେକ୍‌ଟ୍ରନ୍ ସଜ୍ଜା :
BSE Odisha 9th Class Physical Science Solutions Chapter 4 img-13

କାର୍ଯ୍ୟାବଳୀ (Activity) : 

ତୁମପାଇଁ କାମ 4.1 :

  • ଶୁଖୁଲା ମୁଣ୍ଡବାଳକୁ ଏକ ପାନିଆରେ କୁଣ୍ଡାଇ ସେହି ପାନିଆଟିକୁ ଛୋଟ ଛୋଟ ଟୁକୁରା କାଗଜ ଖଣ୍ଡ ନିକଟରେ ଦେଖାଇଲେ, କାଗଜ ଟୁକୁରାକୁ ପାନିଆ ଆକର୍ଷଣ କରିବ ।
  • ଗୋଟିଏ କାଚଦଣ୍ଡ (glass rod)କୁ ଏକ ସିଲ୍‌ କନାରେ ଘଷି ତାହାକୁ ଫୁଙ୍କା ହୋଇଥିବା ବେଲୁନ୍ ନିକଟକୁ ନେଲେ ବେଲୁନ୍‌ କାଚଦଣ୍ଡ ଆଡ଼କୁ ଆକର୍ଷିତ ହେବ ।

ସିଦ୍ଧାନ୍ତ : ଦୁଇଟି ପଦାର୍ଥକୁ ପରସ୍ପର ସହିତ ଘର୍ଷଣ କଲେ ବିଦ୍ୟୁତ୍ ଚାର୍ଜ ଉତ୍ପନ୍ନ ହୁଏ ଓ ସେଗୁଡ଼ିକ ଆକର୍ଷଣ କରିବାର ପ୍ରକୃତି ଲାଭ କରନ୍ତି ।
BSE Odisha 9th Class Physical Science Solutions Chapter 4 img-14

  • 1897 ମସିହାରେ ବୈଜ୍ଞାନିକ ଜେ.ଜେ. ଟମସନ୍ ପ୍ରସ୍ତାବ ଦେଲେ ଯେ ବିଯୁକ୍ତ ଚାର୍ଜକଣିକା ପ୍ରତ୍ୟେକ ପରମାଣୁର ଏକ ମୌଳିକ କଣିକା । ଏହି କଣିକାକୁ ଇଲେକ୍‌ଟ୍ରମ୍ (electron) କୁହାଗଲା ।
  • 1886 ମସିହାରେ ବୈଜ୍ଞାନିକ ଇ. ଗୋଲ୍‌ଷ୍ଟାଇନ୍ ଏକ ପରୀକ୍ଷାଦ୍ଵାରା ପରମାଣୁରେ ଯୁକ୍ତଚାର୍ଜ ରହିଥ‌ିବା ଆବିଷ୍କାର କରିଥିଲେ । ଏହି ଯୁକ୍ତଚାର୍ଜ କଣିକାର ନାମ ପ୍ରୋଟନ୍ (Proton) ଦିଆଗଲା ।
  • ପ୍ରୋଟନ୍‌ର ଚାର୍ଜ ଇଲେକ୍‌ଟ୍ରନ୍‌ର ଚାର୍ଜ ସହିତ ସମାନ କିନ୍ତୁ ବିପର1ରଧମା |
  • ପ୍ରୋଟନ୍‌ର ବସ୍ତୁତ୍ଵ ତୁଳନାରେ ଇଲେକ୍‌ଟ୍ରନ୍‌ର ବସ୍ତୁତ୍ଵ ନଗଣ୍ୟ ବୋଲି ଧରାଯାଏ ।

BSE Odisha 9th Class Physical Science Solutions Chapter 4 ପରମାଣୁ ଗଠନ

ତୁମପାଇଁ କାମ 4.2 :
ପ୍ରକୃତିରେ ପୋଟାସିୟମର ତିନୋଟି ଆଇସୋଟୋପ୍ ମିଳିଥାଏ । ସେଗୁଡ଼ିକ ହେଲା »K, K ଏବଂ K । ପୋଟାସିୟମର ପାରମାଣବିକ ବସ୍ତୁତ୍ଵ = 39.098u । ପ୍ରକୃତିରେ ପୋଟାସିୟମର କେଉଁ ଆଇସୋଟୋପ୍‌ର ଶତକଡ଼ା ଅନୁପାତ ସବୁଠାରୁ ଅଧିକ ?
ଉ-
BSE Odisha 9th Class Physical Science Solutions Chapter 4 img-15
ତେଣୁ xର % ମାନ ସବୁଠାରୁ ଅଧ‌ିକ । ଅର୍ଥାତ୍ ପ୍ରକୃତିରେ K ଆଇସୋଟୋପ୍‌ ଶତକଡ଼ା ଅନୁପାତ ସବୁଠାରୁ ଅଧିକ ।

ତୁମପାଇଁ କାମ 4.3 :
ଏହି ଅଧ୍ୟାୟରେ ଆଲୋଚିତ ହୋଇନଥୁବା ପାଞ୍ଚୋଟି ମୌଳିକର ଆଇସୋଟୋପ୍‌ଗୁଡ଼ିକର ଏକ ତାଲିକା କର ।
BSE Odisha 9th Class Physical Science Solutions Chapter 4 img-16
ଉ-
ଆଇସୋଟୋପ୍‌ର ବ୍ୟବହାର (Application of Isotopes) :

  • ୟୁରେନିୟମ୍ ଆଇସୋଟୋପ୍ ନ୍ୟୁକ୍ଲିୟ ରିଆକ୍ଟରରେ ଜାଳେଣି ରୂପେ ବ୍ୟବହାର କରାଯାଏ ।
  • କୋବାଲ୍ଟର ଏକ ଆଇସୋଟୋପ୍ କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ ।
  • ଆୟୋଡ଼ିନ୍‌ ଏକ ଆଇସୋଟୋପ୍ ଥାଇରଏଡ୍ ଗ୍ରନ୍ଥି (Thyroid gland) ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ |
  • କେତେକ କୃତ୍ରିମ ଆଇସୋଟୋପ୍‌କୁ କୃଷି ଓ ଶିଳ୍ପ କ୍ଷେତ୍ରରେ ବ୍ୟବହାର କରାଯାଏ ।

ତୁମପାଇଁ କାମ 4.4 :
ଆଉ କେତୋଟି ଆଇସୋବାର୍‌ର ଏକ ତାଲିକା କର ।
ଉ-
BSE Odisha 9th Class Physical Science Solutions Chapter 4 img-17

BSE Odisha 9th Class Physical Science Solutions Chapter 5 ଗତି

Odisha State Board BSE Odisha 9th Class Physical Science Solutions Chapter 5 ଗତି Textbook Exercise Questions and Answers.

BSE Odisha Class 9 Physical Science Solutions Chapter 5 ଗତି

1. 100 m ପରିଧ ବିଶିଷ୍ଟ ଗୋଟିଏ ବୃତ୍ତାକାର ପଥରେ ଜଣେ ଖେଳାଳୀ 20 ସେକେଣ୍ଡ ସମୟରେ ଥରେ ଘୂରିପାରେ । ତାହାହେଲେ ସେ ଏକ ମିନିଟ୍ 10 ସେକେଣ୍ଡରେ କେତେ ଦୂରତା ଅତିକ୍ରମ କରିବ ଓ ତାହାର ବିସ୍ଥାପନ କେତେ ହେବ ?
ଉ-
ଏଠାରେ ଅତିକ୍ରାନ୍ତ ଦୂରତା (s) = 100 m, ସମୟ (t) = 20 s
∴ ବେଗ (v) = BSE Odisha 9th Class Physical Science Solutions Chapter 5 img-1
ଯଦି ସମୟ (t) = 1 ମିନିଟ୍ 10 ସେକେଣ୍ଡ = 70 ସେକେଣ୍ଡ ହୁଏ,
ତେବେ ଅତିକ୍ରାନ୍ତ ଦୂରତା (s) = vt = 5 m/s × 70s = 350 m ହେବ ।
∴ ଖେଳାଳୀ ଜଣକ ମୋଟ 350 m ଦୂରତା ଅତିକ୍ରମ କରିବ ।
ଏଥିରେ ସେ ସଂପୂର୍ଣ୍ଣ 3 ଥର ବୃତ୍ତାକାର ପରିଧ୍ଵକୁ ଏବଂ ଥରେ ଅର୍ଥପରିଧ୍ଵ ପଥ ଅତିକ୍ରମ କରିବ ।
ତେଣୁ ତାହାର ବିସ୍ଥାପନ = ବୃତ୍ତର ପରିଧ୍ଵ
∴ ବୃତ୍ତର ପରିଧ୍ଵ = πd = 100 m (∵ d = ବୃତ୍ତର ବ୍ୟାସ)
BSE Odisha 9th Class Physical Science Solutions Chapter 5 img-2
ଖେଳାଳୀର ବିସ୍ଥାପନ 31.818m ମିଟର ହେବ ।

2. ସୁମନ୍ତ ବିଦ୍ୟାଳୟକୁ ଗଲାବେଳେ 20 km/h ବେଗରେ ଗାଡ଼ିରେ ଯାଏ । ବିଦ୍ୟାଳୟରୁ ଫେରିଲାବେଳେ ତାହାର ଗାଡ଼ିର ବେଗ 30 km/h ହେଲେ, ତାହାର ହାରାହାରି ବେଗ କେତେ ହେବ ?
ଉ-
ମନେକର ସୁମନ୍ତ ଘରଠାରୁ ବିଦ୍ୟାଳୟର ଦୂରତ୍ୱ = x km
x kmକୁ 20 km/h ବେଗରେ ବିଦ୍ୟାଳୟ ଯିବାକୁ ସମୟ ଲାଗିବ = BSE Odisha 9th Class Physical Science Solutions Chapter 5 img-3
BSE Odisha 9th Class Physical Science Solutions Chapter 5 img-4
∴ ସୁମନ୍ତର ହାରାହାରି ବେଗ 24 km/h ।

BSE Odisha 9th Class Physical Science Solutions Chapter 5 ଗତି

3. ଏକ ମୋଟର ବୋଟ୍ ସ୍ଥିରାବସ୍ଥାରୁ ଗୋଟିଏ ହ୍ରଦରେ ଏକ ସରଳରେଖାରେ ଗତିକଲା । 8 ସେକେଣ୍ଡ ସମୟରେ ତାହାର ତ୍ଵରଣ 3 m/s2 ହେଲା । ଏହି ସମୟ ମଧ୍ୟରେ ବୋଟ୍‌ କେତେ ଦୂରତା ଅତିକ୍ରମ କରିଥିଲା ?
ଉ-
ଏଠାରେ ପ୍ରାରମ୍ଭିକ ପରିବେଗ (u) = 0, ସମୟ (t) = 8 s ଓ ତ୍ଵରଣ (a) = 3m/s2
∴ ଅତିକ୍ରାନ୍ତ ଦୂରତା BSE Odisha 9th Class Physical Science Solutions Chapter 5 img-5
∴ ବୋଟ୍‌ଟି 96 ମି. ଦୂରତା ଅତିକ୍ରମ କରିଥିଲା ।

4. ରାମବାବୁ ସକାଳୁ ଘରୁ ବାହାରି ପୂର୍ବ ଦିଗକୁ 2 km ଗଲେ ଏବଂ ସେଠାରୁ ସେଇବାଟ ଦେଇ ଘରକୁ ଫେରି ଆସିଲେ । ଏହି ଦୂରତା ଅତିକ୍ରମ କରିବାକୁ ସେ ମୋଟ 40 ମିନିଟ୍ ସମୟ ନେଇଥୁଲେ, ତାଙ୍କର ହାରାହାରି ବେଗ ଓ ପରିବେଗ କଳନା କର ।
ଉ –
BSE Odisha 9th Class Physical Science Solutions Chapter 5 img-6
ରାମବାବୁଙ୍କର ହାରାହାରି ବେଗ 6 km/h ଓ ବିସ୍ଥାପନ 0 |

5. ଚିତ୍ରରେ ତିନୋଟି ଗାଡ଼ି A, B ଓ Cର ସମୟ-ଦୂରତା ଗ୍ରାଫ୍ ପ୍ରଦର୍ଶିତ ହୋଇଛି । ଏହି ଗ୍ରାଫ୍‌କୁ ଅନୁଧ୍ୟାନ କରି ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
(a) ଏମାନଙ୍କ ମଧ୍ୟରୁ କେଉଁ ଗାଡ଼ିଟିର ଗତି ସର୍ବାଧ୍ବକ ?
(b) ରାସ୍ତାର କୌଣସି ଗୋଟିଏ ସ୍ଥାନରେ ସେମାନେ ଏକାଠି ହେବେ କି ?
(c) B ଗାଡ଼ିଟି A ଗାଡ଼ିକୁ ଅତିକ୍ରମ କରିବା ପରେ c ଗାଡ଼ିଟି କେତେ ଦୂର ଯାଇଥ‌ିବ ?
(d) C ଗାଡ଼ିକୁ ଅତିକ୍ରମ କରିବା ପରେ B ଗାଡ଼ିଟି କେତେ ଦୂର ଯାଇଥିବ ?

BSE Odisha 9th Class Physical Science Solutions Chapter 5 img-7
ଉ –

(a) ଗତି ଶୀଳ ବସ୍ତୁର ବେଗର ପରି ମାଣ ଦୂରତ। -ସମୟ ଗ୍ରାଫ୍‌ ଆନତି (Slope)ରୁ ଜଣାପଡ଼ିଥାଏ । Bର ଲେଖାଟି X-ଅକ୍ଷ ବା ସମୟ ଅକ୍ଷ ସହ ଉତ୍ପନ୍ନ କରୁଥ‌ିବ। କୋଣର ପରିମାଣ ଅଧିକ ହୋଇଥିବାରୁ ତ’ର ସ୍ଲୋପ୍ ଅଧିକ ହୋଇଥାଏ । ସୁତରାଂ Bର ବେଗ ସର୍ବାଧ‌ିକ ଅଟେ ।

(b) ରାସ୍ତାର କୌଣସି ସ୍ଥାନରେ ସେମାନେ ଏକାଠି ହେବେ ନାହିଁ ।

(c) B ଗାଡ଼ିଟି A ଗାଡ଼ିକୁ D ଠାରେ ଅତିକ୍ରମ କରୁଛି । D ବିନ୍ଦୁର ସ୍ଥାନାଙ୍କ Y -ଅକ୍ଷରେ 10 km । ସେହି ସମୟରେ ୯ ଗାଡି E ଠାରେ ପହଞ୍ଚିବ ଏବଂ E ବିନ୍ଦୁର ସ୍ଥାନାଙ୍କ Y-ଅକ୍ଷରେ 9km । ତେଣୁ B, Aକୁ ଅତିକ୍ରମ କଲାବେଳେ ୯ ଗାଡି B ଓ A ଠାରୁ (10 km – 9 km) = 1 km ପଛରେ ଥ‌ିବ ।

(d) B ଗାଡି C ଗାଡିକୁ F ଠାରେ ଅତିକ୍ରମ କରୁଛି ଏବଂ F ର ସ୍ଥାନାଙ୍କ Y-ଅକ୍ଷରେ 7.5 km 1 B, Cକୁ ମୂଳବିନ୍ଦୁଠାରୁ 7.5 km ଦୂରରେ ଏବଂ A କୁ ମୂଳବିନ୍ଦୁଠାରୁ 10 km ଦୂରରେ ଅତିକ୍ରମ କରିବ । ତେଣୁ B ଗାଡି ୯ ଗାଡିକୁ ଅତିକ୍ରମ କରିବା ସୟରେ (10 km – 7.5 km) = 2.5 km ଦୂରତା ଅତିକ୍ରମ କରିବ ।

BSE Odisha 9th Class Physical Science Solutions Chapter 5 img-8

6. ଗୋଟିଏ ବସ୍ତୁ ଭୂମିଠାରୁ 20 m ଉପରୁ ସ୍ଥିରାବସ୍ଥାରୁ ମୁକ୍ତ ଭାବରେ ପଡ଼ିଲା । ଭୂପୃଷ୍ଠରେ ପଡ଼ିବାକୁ ଏହାକୁ କେତେ ସମୟ ଲାଗିବ ? ଠିକ୍ ଭୂମିକୁ ଛୁଇଁବା ବେଳେ ଏହାର ପରିବେଗ କେତେ ହେବ ?(g = 10 m/s2)
ଉ –
ଏଠାରେ ପ୍ରାରମ୍ଭିକ ପରିବେଗ (u) ), ଭୂମିଠାରୁ ବସ୍ତୁର ଉଚ୍ଚତା (s) = 20m
ଓ ମାଧ୍ୟାକର୍ଷଣ ଜନିତ ତ୍ଵରଣ (g) = 10 m/s2
v2 = u2 + 2gs = 2gs (∵ u = 0)
BSE Odisha 9th Class Physical Science Solutions Chapter 5 img-9
v = u + gt ⇒ t = BSE Odisha 9th Class Physical Science Solutions Chapter 5 img-10
∴ ଭୂପୃଷ୍ଠରେ ପଡ଼ିବାକୁ 2 ସେକେଣ୍ଡ ସମୟ ଲାଗିବ ଓ ଠିକ୍ ଭୂମିରେ ଛୁଇଁବା ବେଳେ ଏହାର ପରିବେଗ 20m/s ହେବ ।

BSE Odisha 9th Class Physical Science Solutions Chapter 5 ଗତି

7. ଗ୍ରାଫ୍ ପ୍ରଦର୍ଶିତ ହୋଇଛି । ଏହାକୁ ପର୍ଯ୍ୟବେକ୍ଷଣ କର ଏବଂ ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
BSE Odisha 9th Class Physical Science Solutions Chapter 5 img-11
(a) ପ୍ରଥମ ଚାରି ସେକେଣ୍ଡରେ କାର୍‌ଟି କେତେ ଦୂରତା ଅତିକ୍ରମ କରିବ ? ଏହି ସମୟରେ କାର୍‌ଟି ଅତିକ୍ରମ କରିଥୁବା ଦୂରତା ପ୍ରଦର୍ଶନ କରୁଥିବା ଗ୍ରାଫ୍‌ର ଅଂଶକୁ ରଙ୍ଗ ଦିଅ ।
(b) ଗ୍ରାଫ୍‌ରେ କେଉଁ ଅଂଶଟିର କାର୍‌ଟି ସମ ଗତିରେ ଗତି କରୁଛି ?
ଉ –
(a) V = 6 m/s, t = 4s
s = vt = 6m/s x 4s = 24m
ଗ୍ରାଫ୍‌ତ ରେଖାଙ୍କିତ ଅଂଶ ହେଉଛି କାର୍ ଟି ଅତିକ୍ରମ କରୁଥିବା ଦୂରତା ।
(b) ଗ୍ରାଫ୍‌ରେ 6 ସେକେଣ୍ଡରୁ 9.6 ସେକେଣ୍ଡ ମଧ୍ୟରେ
BSE Odisha 9th Class Physical Science Solutions Chapter 5 img-12

8. ଗୋଟିଏ ବସ୍ତୁକୁ ଭୂଲମ୍ବ ଦିଗରେ ଭୂମିଠାରୁ ଉପରକୁ ନିକ୍ଷେପ କରାଗଲା । ଏହା 4 ସେକେଣ୍ଡ ପରେ ପ୍ରାରମ୍ଭିକ ସ୍ଥାନକୁ (ଯେଉଁ ସ୍ଥାନରୁ ଯାଇଥିଲା ସେହି ସ୍ଥାନକୁ) ଫେରି ଆସିଲା । ତାହାହେଲେ ଏହାର ପ୍ରାରମ୍ଭିକ ବେଗ କେତେ ଥିଲା ? ଏହା କେତେ ଉପରକୁ ଉଠିଥିଲା ? (g = 10 m/s2)
ଉ –
ପ୍ରାରମ୍ଭିକ ବେଗ = u; ଅନ୍ତିମ ବେଗ v = 0; ମୋଟ ସମୟ ଲାଗିଛି t = 4 sec
କେବଳ ଉପରକୁ ଉଠିବାକୁ ସମୟ ଲାଗିଛି  BSE Odisha 9th Class Physical Science Solutions Chapter 5 img-13
(ଉପରକୁ ଉଠିବାକୁ ଯେତିକି ସମୟ ଲାଗିବ ତଳକୁ ଖସିବାକୁ ସେତିକି ସମୟ ଲାଗିବ ।)
ଉପରକୁ ଉଠିବାପାଇଁ v = 0, t = 2 sec. g = – 10 m/s2
v = u + gt ⇒ 0 = u + gt ⇒ u = – gt = – (- 10m/s2) x 2s = 20 m/s
v2 = u2 + 2 gs ⇒ 0 = u2 + 2 gs
BSE Odisha 9th Class Physical Science Solutions Chapter 5 img-14
∴ ବସ୍ତୁଟି 20m ଉପରକୁ ଉଠିଥିଲା ଓ ତାହାର ପ୍ରାରମ୍ଭିକ ବେଗ 20 m/s ଥିଲା ।

9. ଗୋଟିଏ କୃତ୍ରିମ ଉପଗ୍ରହ 42250 km ବ୍ୟାସାର୍ଷ ବିଶିଷ୍ଟ ଏକ ବୃତ୍ତାକାର କକ୍ଷରେ ପୃଥ‌ିବୀ ପରିକ୍ରମଣ କରୁଅଛି । ଯଦି ଏହା ପୃଥ‌ିବୀ ଚାରିପାଖରେ 24 ଘଣ୍ଟାରେ ଥରେ ଘୂରିଆସେ, ତାହାହେଲେ ଏହାର ବେଗ
ଉ –
ଏଠାରେ ବ୍ୟାସାର୍ଷ (r) = 42250 km, ସମୟ (t) = 24 h
⇒ ଅତିକ୍ରାନ୍ତ ଦୂରତା (s) = ପରିଧ୍ 2лr = 2 x 3.141 x 42250 km = 265414.5 km
BSE Odisha 9th Class Physical Science Solutions Chapter 5 img-15

10. ସ୍ଥିରାବସ୍ଥାରୁ ଗୋଟିଏ କାର୍ ଗତି ଆରମ୍ଭ କରି ଏକ ସିଧା ରାସ୍ତାରେ 4 m/s2 ସମ ତ୍ଵରଣରେ ଗତି କଲା । 10 ସେକେଣ୍ଡ ପରେ ଏହାର ପରିବେଗ କେତେ ହେବ ? ଏହି ସମୟ ମଧ୍ୟରେ କାର୍‌ଟି କେତେ ଦୂର ଯାଇଥ‌ିବ ?
ଉ –
ଏଠାରେ ପ୍ରାରମ୍ଭିକ ପରିବେଗ (u) = 0, ତ୍ଵରଣ (a) = 4 m/s2 ଓ ସମୟ (t) = 10s
ଅନ୍ତିମ ପରିବେଖ = v ହେଲେ v = u + at = 0 + 4 m/s2 x 10s = 40 m/s
ଅତିକ୍ରାନ୍ତ ଦୂରତା BSE Odisha 9th Class Physical Science Solutions Chapter 5 img-16
∴ 10 ସେକେଣ୍ଡ ପରେ କାର୍‌ର ପରିବେଗ ହେବ 40 m/s । ଏହି ସମୟ ମଧ୍ୟରେ କାର୍‌ଟି 200 m ଦୂର ଯାଇଥ‌ିବ ।

BSE Odisha 9th Class Physical Science Solutions Chapter 5 ଗତି

ପ୍ରଶାବଳୀ ଓ ଉତ୍ତର

1. ଗୋଟିଏ ବସ୍ତୁ କିଛି ପଥ ଦେଇ ଗତି କରିଛି । ତାହାର ବିସ୍ଥାପନ ଶୂନ ହୋଇ ପାରିବ କି ? ଯଦି ତୁମର ଉତ୍ତର ହଁ ହୁଏ, ତାହାହେଲେ ଏକ ଉଦାହରଣ ଦ୍ଵାରା ଏହାକୁ ବୁଝାଅ ।
ଉ –
(i) ବସ୍ତୁର ବିସ୍ଥାପନ ଶୂନ ହୋଇପାରିବ ।

(ii) ଉଦାହରଣ : 1 – ଗୋଟିଏ ବସ୍ତୁ ପ୍ରାରମ୍ଭିକ ବିନ୍ଦୁ ‘A’ ରୁ ବାହାରି କୌଣସି ଏକ ପଥ ଅତ୍ରିକମ କରି ପୁନଶ୍ଚ ସେହି ପ୍ରାରମ୍ଭିକ ବିନ୍ଦୁ ‘A’ କୁ ଫେରିଆସିଲେ ବସ୍ତୁର ବିସ୍ଥାପନ ଶୂନ ହେବ । କାରଣ ପ୍ରାରମ୍ଭିକ – ବିନ୍ଦୁ ଓ ଅନ୍ତିମ ବିନ୍ଦୁ ମଧ୍ୟରେ ସର୍ବନିମ୍ନ ଦୂରତା ସମାନ ଅଟେ ।

ଉଦାହରଣ : 2 – ମନେକର, ଗୋଟିଏ ବସ୍ତୁ ‘୦’ ବିନ୍ଦୁରୁ ବାହାରି A ପର୍ଯ୍ୟନ୍ତ ଏକ ସରଳରେଖାରେ ଯାଇ ପୁନଶ୍ଚ ‘୦’ ବିନ୍ଦୁକୁ ଫେରିଆସିଲା । ଏ କ୍ଷେତ୍ରରେ ବସ୍ତୁର ପ୍ରାରମ୍ଭିକ ବିନ୍ଦୁ ଓ ଅନ୍ତିମ ବିନ୍ଦୁ ସମାନ ହୋଇଯିବାରୁ ବସ୍ତୁର ବିସ୍ଥାପନ ଶୂନ ହେବ ।
∴ \(\vec{OA}\) = – \(\vec{OA}\) କିମ୍ବା \(\vec{OA}\) + \(\vec{OA}\) = 0 (\(\vec{OA}\) ଯୁକ୍ତାତ୍ମକ ହେଲେ \(\vec{OA}\) ବିଯୁକ୍ତାତ୍ମକ ହୋଇଥାଏ । )

ଉଦାହରଣ : 3 – ଗୋଟିଏ ଟେକାକୁ ଭୁଲମ୍ବ ଭାବରେ ଉପରକୁ ନିକ୍ଷେପ କଲେ ତାହା କିଛି ବାଟ ଉପରକୁ ଯାଇ କିଛି ସମୟ ପରେ ପ୍ରାରମ୍ଭିକ ଅବସ୍ଥାନକୁ ଫେରିଆସେ । ଏଠାରେ ଟେକାର ବିସ୍ଥାପନ ଶୂନ ମାତ୍ର ଅତିକ୍ରାନ୍ତ ଦୂରତା ଶୂନ ହୋଇନଥାଏ ।

2. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଠିକ୍ ଓ କେଉଁଟି ଭୁଲ ପ୍ରକାଶ କର ।
(a) ବିସ୍ଥାପନ କେବେହେଲେ ଶୂନ ହେବନାହିଁ ।
(b) ବିସ୍ଥାପନର ପରିମାଣ ଅତିକ୍ରାନ୍ତ ଦୂରତାର ପରିମାଣଠରୁ କେବେହେଲେ ଅଧିକ ହେବ ନାହିଁ ।
ଉ –
(a) ଭୁଲ
(b) ଠିକ୍ ।

3. ବେଗ ଓ ପରିବେଗ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
ଉ –
BSE Odisha 9th Class Physical Science Solutions Chapter 5 img-17

4. କେଉଁ ପରିସ୍ଥିତିରେ ହାରାହାରି ପରିବେଗର ପରିମାଣ ହାରାହାରି ବେଗ ସହ ସମାନ ?
ଉ –
ବସ୍ତୁଟି ଏକ ସରଳରେଖାରେ ଏବଂ ସମ ପରିବେଗରେ ଗତି କରୁଥିଲେ ଏହାର ହାରାହାରି ପରିବେଗର ପରିମାଣ ହାରାହାରି ବେଗ ସହ ସମାନ ହେବ ।

5. ଗୋଟିଏ ଯାନର ‘‘ଓଡ଼ୋମିଟର’’ ଯନ୍ତ୍ର କ’ଣ ମାପେ ?
ଉ –
ଗୋଟିଏ ଯାନର ଓଡ଼ୋମିଟର ଯନ୍ତ୍ର ବସ୍ତୁର ଅତିକ୍ରାନ୍ତ ଦୂରତା ମାପେ ।

6. ଯେତେବେଳେ ଗୋଟିଏ ବସ୍ତୁ ସମଗତିରେ ଗତି କରୁଥାଏ, ତାହାର ଗତିପଥ କିପରି ହୋଇଥାଏ ?
ଉ –
ଯେତେବେଳେ ଗୋଟିଏ ବସ୍ତୁ ସମଗତିରେ ଗତି କରୁଥାଏ, ସେତେବେଳେ ତାହାର ଗତିପଥ ସରଳରେଖକ ହୋଇଥାଏ ।

7. ଗୋଟିଏ ବସ୍ତୁ

  • କେତେବେଳେ ସମ ତ୍ଵରଣରେ ଯାଉଛି ବୋଲି ତୁମେ କହିବ ଏବଂ
  • କେତେବେଳେ ଅସମ ତ୍ଵରଣରେ ଯାଉଛି ବୋଲି ତୁମେ କହିବ ।

ଉ –

  • ଯଦି ବସ୍ତୁ ଏକ ସରଳରେଖାରେ ଗତି କରୁଥିବା ସମୟରେ ତାହାର ପରିବେଗ ସମାନ ସମୟ ବ୍ୟବଧାନରେ ସମାନ ପରିମାଣରେ ବୃଦ୍ଧି ଘଟିଥାଏ, ତେବେ ତାହା ସମ ତ୍ଵରଣରେ ଯାଉଛି ବୋଲି କୁହାଯାଏ ।
  • ସେହିପରି ଯଦି ସଳଖ ରାସ୍ତାରେ ଗୋଟିଏ ଗତିଶୀଳ ବସ୍ତର ବେଗ ଅସମାନଭାବରେ ସମାନ ସମୟ ବ୍ୟବଧାନରେ ବୃଦ୍ଧିପାଏ, ତେବେ ତାହା ଅସମ ତ୍ଵରଣରେ ଯାଉଛି ବୋଲି କୁହାଯିବ ।

BSE Odisha 9th Class Physical Science Solutions Chapter 5 ଗତି

8. ସରଳରେଖାରେ ଗୋଟିଏ ବସ୍ ତାହାର ପରିବେଗ 80 km/hରୁ 60 km/h କୁ 5 ସେକେଣ୍ଡରେ କମାଇଲା । ତାହାହେଲେ ସେ ବସ୍‌ର ଗତିରେ ତ୍ଵରଣ କେତେ ?
ଉ –
BSE Odisha 9th Class Physical Science Solutions Chapter 5 img-18

9. ଗୋଟିଏ ଟ୍ରେନ୍ ରେଳଷ୍ଟେସନରୁ ଛାଡ଼ି ସମ ତ୍ଵରଣରେ ଗତିକରି 10 ମିନିଟ୍‌ରେ 40 km/h ପରିବେଗ ଲାଭକଲେ, ଟ୍ରେନ୍‌ର ତ୍ଵରଣ କେତେ ?
ଉ –
ଟ୍ରେନ୍ ର ପ୍ରାରମ୍ଭିକ ପରିବେଗ (u) = 0
ଅନ୍ତିମ ପରିବେଗ (v) = 40 କି.ମି./ ଘଣ୍ଟା BSE Odisha 9th Class Physical Science Solutions Chapter 5 img-19 ମି. / ସେକେଣ୍ଡ = \(\frac { 100 }{ 9 }\) ମି. / ସେକେଣ୍ଡ
ସମୟ (t) = 10 ମିନିଟ୍ = 10 × 60 606 = 600 ସେକେଣ୍ଡ
ତ୍ଵରଣ (a) = \(\frac { v-u }{ t }\) = \(\frac { v }{ t }\) = \(\frac { 100 }{ 9 x 600 }\) ମିଟର / ସେକେଣ୍ଡ
=BSE Odisha 9th Class Physical Science Solutions Chapter 5 img-20 ମିଟର / ସେକେଣ୍ଡ2 = 0.018 ମିଟର / ସେକେଣ୍ଡ2
∴ ଟ୍ରେନ୍‌ର ତ୍ଵରଣ 0.018 ମିଟର / ସେକେଣ୍ଡ2

10. ସମ ଓ ଅସମ ବେଗରେ ଗତି କରୁଥିବା ଗୋଟିଏ ବସ୍ତୁର ସମୟ–ଦୂରତା ଗ୍ରାଫ୍‌ର ଲକ୍ଷଣଗୁଡ଼ିକ ଲେଖ ।
ଉ –

  • ସମ ବେଗରେ ଗତି କରୁଥିବା ବସ୍ତୁର ସମୟ-ଦୂରତା ଗ୍ରାଫ୍‌ ଏକ ତୀର୍ଯ୍ୟକ୍ ସରଳରେଖା ହୁଏ ।
  • ବସ୍ତୁଟି ଅସମ ବେଗରେ ଗତି କରୁଥିଲେ ଗ୍ରାଫ୍‌ଟି ଏକ ବକ୍ରରେଖା ହୁଏ ।

BSE Odisha 9th Class Physical Science Solutions Chapter 5 img-21

11. ଗୋଟିଏ ବସ୍ତୁର ସମୟ-ଦୂରତା ଗ୍ରାଫ୍ ସମୟ ଅକ୍ଷ ସହ ସମାନ୍ତର ହୋଇଥିଲେ, ତାହାର ଗତି କ’ଣ ହୋଇପାରେ ବୋଲି ତୁମେ ଭାବୁଛ ?
ଉ –
ବସ୍ତୁର ସମୟ-ଦୂରତା ଗ୍ରାଫ୍ ସମୟ ଅକ୍ଷ ସହ ସମାନ୍ତର ହୋଇଥିଲେ ବସ୍ତୁଟି ସ୍ଥିର ଖୁବ। ଜଣାଯାଏ ।
BSE Odisha 9th Class Physical Science Solutions Chapter 5 img-22

12. ଗୋଟିଏ ବସ୍ତୁର ସମୟ-ବେଗ ଗ୍ରାଫ୍ ଏକ ସରଳରେଖା ଏବଂ ଏହା ସମୟ ଅକ୍ଷ ସହ ସମାନ୍ତ ର । ବସ୍ତୁର ଗତି ବିଷୟରେ ତୁମେ କ’ଣ କହିପାରିବ ?
ଉ –
ଗୋଟିଏ ସମୟ-ବେଗ ଗ୍ରାଫ୍ ଏକ ସରଳରେଖା ଏବଂ ସମୟ ଅକ୍ଷ ସହ ସମାନ୍ତର ହୋଇଥିଲେ ବସ୍ତୁଟି ସମବେଗରେ ଗତି କରିବ ।
BSE Odisha 9th Class Physical Science Solutions Chapter 5 img-23

13. ଗୋଟିଏ ବସ୍ ସ୍ଥିରାବସ୍ଥାରୁ ଗତି ଆରମ୍ଭ କରି 2 ମିନିଟ୍‌ରେ 0-1 m/s2 ତ୍ଵରଣ ଲାଭ କଲା । ତାହାହେଲେ–

  • ଏହି ସମୟ ମଧ୍ୟରେ ବସ୍‌ କେତେ ଦୂରତା ଅତିକ୍ରମ କରିଥିଲା ?
  • ଗାଡ଼ିଟି କେତେ ବେଗରେ ଯାଉଥିଲା ?

ଉ –
ପ୍ରାରମ୍ଭିକ ବେଗ (u) = 0, ତ୍ଵରଣ (a) = 0.1 ମି/ସେକେଣ୍ଡ2, ସମୟ (t) = 2 ମିନିଟ୍ = 120 ସେକେଣ୍ଡ
ଅତିକ୍ରାନ୍ତ ଦୂରତା BSE Odisha 9th Class Physical Science Solutions Chapter 5 img-24
ବେଗ (v) = u + at = at = 0.1 ମିଟର/ ସେକେଣ୍ଡ2 × 120 ସେକେଣ୍ଡ = 12 ମିଟର/ସେକେଣ୍ଡ ।

  • ଏହି ସମୟ ମଧ୍ୟରେ ବସ୍‌ 720 ମିଟର ଦୂରତା ଅତିକ୍ରମ କରିଥିଲା ।
  • ଗାଡ଼ିଟି 120 ମିଟର | ସେକେଣ୍ଡ ବେଗରେ ଯାଉଥିଲା ।

BSE Odisha 9th Class Physical Science Solutions Chapter 5 ଗତି

14. ଗୋଟିଏ ଟ୍ରେନ୍ 90 km/h ବେଗରେ ଗତି କରୁଥିଲା । ହଠାତ୍ ଟ୍ରେନ୍‌ର ବ୍ରେକ୍ ଦେଇ ଟ୍ରେନ୍‌ଟିର ତ୍ଵରଣ 0.5 m/s2 କରାଗଲା । ଟ୍ରେନ୍‌ଟି ସ୍ଥିର ହେବା ପୂର୍ବରୁ କେତେ ଦୂର ଯାଇପାରିବ ?
ଉ –
ଟ୍ରେନ୍‌ର ପ୍ରାରମ୍ଭିକ ବେଗ (u) = 90 କି.ମି./ ଘଣ୍ଟା \(\frac { 90000 }{ 3600 }\) ମିଟର / ସେକେଣ୍ଡ = 25 ମି / ସେକେଣ୍ଡ
ତ୍ଵରଣ (a) = – 0.5 ମିଟର/ ସେକେଣ୍ଡ2, ଅନ୍ତିମ ବେଗ (v) = 0
v2 = u2 ⇒ 0 = u2 + 2as
BSE Odisha 9th Class Physical Science Solutions Chapter 5 img-25
∴ ଟ୍ରେନ୍ ଟି ସ୍ଥିର ହେବା ପୂର୍ବରୁ 625 ମିଟର ଦୂରଯାଇପାରିବ ।

15. ଗୋଟିଏ କାର୍ ସ୍ଥିରାବସ୍ଥାରୁ ସମ ତ୍ଵରଣରେ ଗତି କଲା । ଏହାର ତ୍ଵରଣ 4 m/s2 ହେଲେ, 3 ସେକେଣ୍ଡ ପରେ କାର୍‌ର ପରିବେଗ କେତେ ହେବ ?
ଉ –
ସ୍ଥିରାବସ୍ଥାରୁ ଗତି ଆରମ୍ଭ କରିଛି, ଅର୍ଥାତ୍ ପ୍ରାରମ୍ଭିକ ବେଗ (u) = 0, ତ୍ଵରଣ (a) = 4 ମିଟର/ ସେକେଣ୍ଡ2, (t) = 3 ସେକେଣ୍ଡ
ଶେଷ ପରିବେଗ (v) = u + at = at = 4 x 3 ମିଟର / ସେକେଣ୍ଡ = 12 ମିଟର/ସେକେଣ୍ଡ ।

16. ଗୋଟିଏ ଗମ୍ବୁଜ ଉପରୁ ହାତରେ ଧରିଥିବା ପଥରଟିକୁ ଛାଡ଼ିଦେଲା ପରେ 4 ସେକେଣ୍ଡ ପରେ ତାହା ଭୂଇଁରେ ପଡ଼ିଲା । ଗମ୍ବୁଜର ଉଚ୍ଚତା କେତେ ? (g = 10 m/s2)
ଉ –
ଗମ୍ବୁଜ ଉପରୁ ପଥରଟିକୁ ଛଡ଼ାଗଲା । ତେଣୁ ପ୍ରାରମ୍ଭିକ ପରିବେଗ (u) = 0, ସମୟ (t) = 4 ସେକେଣ୍ଡ
ଗମ୍ବୁଜର ଉଚ୍ଚତା (s) = ut + \(\frac { 1 }{ 2 }\)gt2 (a = g 10 ମିଟର / ସେକେଣ୍ଡ2)
= \(\frac { 1 }{ 2 }\)gt2 = \(\frac { 1 }{ 2 }\) x 10 x 4 x 4 = 80 ମିଟର ।
∴ ଗମ୍ବୁଜର ଉଚ୍ଚତା ୫୦ ମିଟର ।

17. ସଳଖ ରାଜପଥରେ ସମ ତ୍ଵରଣରେ ଗତି କରୁଥିବା ଗୋଟିଏ ଗାଡ଼ିର ବେଗ 5 ସେକେଣ୍ଡରେ 10 ମି./ସେ. ରୁ 26 ମି. | ସେ. ବେଗକୁ ତ୍ୱରାନ୍ବିତ ହେଲେ, ସେହି ସମୟ ମଧ୍ୟରେ ଗାଡ଼ିଟି କେତେ ବାଟ ଗତି କରିଥବ ?
ଉ –
ପ୍ରାରମ୍ଭିକ ପରିବେଗ (u) = 10 ମିଟର/ସେକେଣ୍ଡ, ଅନ୍ତିମ ପରିବେଗ (v) = 26 ମିଟର/ସେକେଣ୍ଡ, ସମୟ (t) = 5 ସେକେଣ୍ଡ
∴ ବରଣ (a) = \(\frac { v-u }{ t }\) = \(\frac { 26-10 }{ 5 }\) = \(\frac { 16 }{ 5 }\) ମିଟର / ସେକେଣ୍ଡ2
ଅତିକ୍ରାନ୍ତ ଦୂରତା (s) = ut + \(\frac { 1 }{ 2 }\) at2 = 10 x 5 + \(\frac { 1 }{ 2 }\) x \(\frac { 16 }{ 5 }\) x 5 x 5 = 50 + 40 = 90 ମିଟର |
∴ ଗାଡ଼ିଟି ୨୦ ମିଟର ଗତି କରିଥବ ।

କାର୍ଯ୍ୟାବଳୀ (Activity) :

ତୁମପାଇଁ କାମ 5.1 :
ତୁମ ଶ୍ରେଣୀ କୋଠରିର କାନ୍ଥଗୁଡ଼ିକ ସ୍ଥିର କି ଗତିଶୀଳ ?
ଉ –
ପୃଥ‌ିବୀ ଗତିଶୀଳ ହେତୁ କୋଠରିର କାନ୍ଥ ଗୁଡ଼ିକ ଗତିଶୀଳ । ବିଶ୍ଵରେ ପରମ ସ୍ଥିର କେହି ନାହାନ୍ତି । କାନ୍ଥଟି ଆପେକ୍ଷିକ ସ୍ଥିରତାରେ ଅଛି ।

BSE Odisha 9th Class Physical Science Solutions Chapter 5 ଗତି

ତୁମପାଇଁ କାମ 5.2
ଗୋଟିଏ ମିଟର ସ୍କେଲ୍ ଓ ଏକ ଲମ୍ବା ରସି ସଂଗ୍ରହ କର । ତୁମ ବିଦ୍ୟାଳୟର ଆୟତାକାର ଫୁଟ୍‌ବଲ୍‌ ପଡ଼ିଆ ବା ଭଲିବଲ୍ କୋର୍ଟର ଗୋଟିଏ କୋଣରେ ତୁମେ ତୁମ ସାଙ୍ଗ ସହିତ ଠିଆ ହୁଅ । ତୁମ ସାଙ୍ଗକୁ ପଡ଼ିଆ ବା କୋର୍ଟର ଦୈର୍ଘ୍ୟ ଓ ପ୍ରସ୍ଥ ଦେଇ ତୁମର ବିପରୀତ କୋଣକୁ ଯିବାକୁ କୁହ । ଏହି ଦୈର୍ଘ୍ୟ ଓ ପ୍ରସ୍ଥକୁ ମାପିରଖ । ତୁମ ସାଙ୍ଗ ଅତିକ୍ରାନ୍ତ କରୁଥିବା ଦୂରତା ଓ ବିସ୍ଥାପନର ପରିମାଣ କେତେ ? ଉଭୟ ପରିମାଣ ମଧ୍ଯରେ କିଛି ପ୍ରଭେଦ ଦେଖୁଛି କି ? (ମନେକର ଦୈର୍ଘ୍ୟ = x ମିଟର ଓ ପ୍ରସ୍ଥ = y ମିଟର ।)
ଉ –
ABCD ଆୟତାକାର ପଡ଼ିଆର ଦୈର୍ଘ୍ୟ = AB = x ମି.
ଓ ପ୍ରସ୍ଥ = BC = y ମି.
ତୁମେ ଓ ତୁମ ସାଙ୍ଗ ଠିଆ ହୋଇଥିବା ସ୍ଥାନ ବା ପ୍ରାରମ୍ଭିକ ବିନ୍ଦୁ = A
ତୁମ ସାଙ୍ଗ ପହଞ୍ଚିବା ସ୍ଥାନ ବା ଅନ୍ତିମ ବିନ୍ଦୁ = C
ତୁମ ସାଙ୍ଗର ଅତିକ୍ରାନ୍ତ ଦୂରତା = AB + BC = (x + y)
ମିଟର ବିସ୍ଥାପନ = AC = \(\sqrt{x^2+y^2}\) ମିଟର ।
BSE Odisha 9th Class Physical Science Solutions Chapter 5 img-26

ତୁମପାଇଁ କାମ 5.3 :
ଗୋଟିଏ ମଟରଗାଡ଼ି ଭୁବନେଶ୍ଵରରୁ ବାହାରି ନୂଆଦିଲ୍ଲୀ ଗଲା । ତାହାର ପ୍ରାରମ୍ଭିକ ଓ ଅନ୍ତିମ ପାଠ୍ୟଙ୍କ (readings) ମଧ୍ୟରେ ପ୍ରଭେଦ 1850 କି.ମି. ଅଟେ । ଭୁବନେଶ୍ୱରରୁ ନୂଆଦିଲ୍ଲୀର ଦୂରତା କେତେ ? ଭୁବନେଶ୍ଵର ଓ ନୂଆଦିଲ୍ଲୀ ମଧ୍ଯରେ ମଟରଗାଡ଼ିର ବିସ୍ଥାପନ କେତେ ?
ଉ –
ଭୁବନେଶ୍ୱରରୁ ନୂଆଦିଲ୍ଲୀର ଦୂରତା 1850 କି.ମି. ଅଟେ । ଭୁବନେଶ୍ଵର ଓ ନୂଆଦିଲ୍ଲୀ ମଧ୍ୟରେ ମଟରଗାଡ଼ିର ବିସ୍ଥାପନ 1850 କି.ମି. ଅଟେ ।

ତୁମପାଇଁ କାମ 5.4 :
ଦୁଇଟି ବସ୍ତୁ A ଓ Bର ଗତିକୁ ସାରଣୀରେ ଦର୍ଶାଯାଇଛି । ପାର୍ଶ୍ୱସ୍ଥ ସାରଣୀକୁ ନିରୀକ୍ଷଣ କରି ସେମାନଙ୍କର ଗତି ସମଗତି ବା ଅସମଗତି ଭାବି କୁହ ।
ଭ –
ସାରଣୀରୁ ଜଣାଯାଇଛି, ବସ୍ତୁ Aର ଗତି ସମଗତି ଓ ବସ୍ତୁ Bର ଗତି ଅସମଗତି । କାରଣ ବସ୍ତୁ A ସମାନ ସମୟ ଅନ୍ତରାଳରେ ସମାନ ପଥ ଅତିକ୍ରମ କରୁଛି କିନ୍ତୁ ବସ୍ତୁ B ସମାନ ସମୟ ଅନ୍ତରାଳରେ ଅସମାନ ପଥ ଅତିକ୍ରମ କରୁଛି ।
BSE Odisha 9th Class Physical Science Solutions Chapter 5 img-27

ତୁମପାଇଁ କାମ 5.5 :
ତୁମକୁ ଘରୁ ଚାଲି ଚାଲି ବିଦ୍ୟାଳୟକୁ ଯିବାକୁ ଯେତିକି ସମୟ ଲାଗେ ତାହାକୁ ଖାତାରେ ଟିପିରଖ । ଯଦି ରୁମର ତ୍ବାରାହାରି ଦେଖ \(\frac { 4km }{ h }\) ହୁଏ, ତାହାହେଲେ ତୁମ ଘରଠାରୁ ବିଦ୍ୟାଳୟର ଦୂରତା କେତେ ?
ଭ –
ମୋତେ ଘରୁ ଚାଲି ଚାଲି ବିଦ୍ୟାଳୟରେ ପହଞ୍ଚିବା ପାଇଁ 15 ମିନିଟ୍ ସମୟ ଲାଗେ ।
ଅର୍ଥାତ୍ ସମୟ (t) = 15 ମିନିଟ୍ = \(\frac { 1 }{ 4 }\) h, ହାରାହାରି ବେଗ (v) = 4 \(\frac { km }{ h }\)
∴ ଘରଠାରୁ ବିଦ୍ୟାଳୟର ଦୂରତା (s) = vt = 4\(\frac { km }{ h }\) x \(\frac { 1 }{ 4 }\) h = 1km

ତୁମପାଇଁ କାମ 5.6 :
ବର୍ଷାବେଳେ ତୁମେ ବିଜୁଳି ଦେଖୁବାର କିଛି ସମୟ ପରେ ଘଡ଼ଘଡ଼ିର ଧ୍ୱନି ଶୁଣ । ଏପରି କାହିଁକି ହୁଏ ? ଆଲୋକ ଓ ଧ୍ଵନିର ବେଗଦ୍ଵାରା ଏହାକୁ ବୁଝାଅ ।
ଭ –
ବିଜୁଳି ଓ ଘଡ଼ଘଡ଼ି ଏକା ସମୟରେ ସୃଷ୍ଟି ହୁଏ । ଧ୍ଵନିର ବେଗ 330 m/s ବେଳେ ଆଲୋକର ବେଗ 3 × 108 m/s ଅଟେ । ତେଣୁ ବିଜୁଳିକୁ ଆମେ ପ୍ରଥମେ ଦେଖୁ ଓ ପରେ ଘଡ଼ଘଡ଼ି ଶବ୍ଦ ଶୁଣିବାକୁ ମିଳେ ।

ତୁମପାଇଁ କାମ 5.7 :
ତୁମେ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାର ଗତିର ସମ୍ପର୍କରେ ଆସୁଛ । ଦିଆଯାଇଥିବା ତଥ୍ୟକୁ ଭିଭିକରି ପ୍ରତ୍ୟେକ ପ୍ରକାର ଗତିର ଗୋଟିଏ ଲେଖାଏଁ ଉଦାହରଣ ଦିଅ । ଯେଉଁଠି :
(a) ତ୍ଵରଣ, ଗତିର ବିପରୀତ ଦିଗରେ ଥାଏ ।
(b) ତ୍ଵରଣ, ଗତି ଦିଗର ବିରୁଦ୍ଧାଚରଣ କରେ ।
(c) ଗତିର ସମ ତ୍ଵରଣ ଥାଏ ।
(d) ଗତିର ଅସମ ତ୍ଵରଣ ଥାଏ ।
ଉ –
(a) ଉପରକୁ ସିଧାଭାବରେ ଫିଙ୍ଗିଥିବା ଏକ ବଲ୍‌ର ଗତି ।
(b) ସ୍ରୋତର ପ୍ରତିକୂଳରେ ଗତି କରୁଥିବା ଏକ ଡଙ୍ଗାର ଗତି ।
(c) ଗଛରୁ ପଡ଼ୁଥିବା ଏକ ଫଳର ଗତି ।
(d) ଜନଗହଳି ରାସ୍ତାରେ ଗତି କରୁଥିବା କାର୍‌ର ଗତି ।

ତୁମପାଇଁ କାମ 5.8 :
ସମବେଗରେ ଗତି କରୁଥିବା ଗୋଟିଏ ଟ୍ରେନ୍ ର ତିନୋଟି ଷ୍ଟେସନ; ଯଥା- A, B ଓ Cରେ ପହଞ୍ଚିବାର ଏବଂ ଛାଡ଼ିବାର ସମୟ ଏବଂ A ଷ୍ଟେସନଠାରୁ B ଓ Cର ଦୂରତାକୁ ସାରଣୀରେ ଦିଆଯାଇଛି । ଏହି ତଥ୍ୟକୁ ନେଇ ଏକ ସମୟ –ଦୂରତା ଗ୍ରାଫ୍ ଅଙ୍କନ କର ।
BSE Odisha 9th Class Physical Science Solutions Chapter 5 img-28
ଉ –
BSE Odisha 9th Class Physical Science Solutions Chapter 5 img-29

ତୁମପାଇଁ କାମ 5.9 :
ସୂର୍ଯ୍ୟ ଓ ତାହାର ଭଉଣୀ ବନଲତା ତାଙ୍କ ଘରଠାରୁ 3.6 km ଦୂରରେ ଥ‌ିବା ବିଦ୍ୟାଳୟକୁ ସାଇକେଲରେ . ଯାଆନ୍ତି । ସେମାନେ ଘରୁ ଏକା ସମୟରେ ବାହାରି ସମାନ ବାଟ ଦେଇ ବିଦ୍ୟାଳୟକୁ ଯାଉଥିଲେ ମଧ୍ୟ ଅଲଗା ଅଲଗା ସମୟରେ ବିଦ୍ୟାଳୟରେ ପହଞ୍ଚି’ନ୍ତି । ସାରଣ1ରେ ସେମାନଙ୍କର ବିଭନ୍ନ ସମୟରେ ଅତିକ୍ରାନ୍ତ ଦୂରତାକୁ ଦିଆଯାଇଛି । ଏହାକୁ ଦୁଇଟି ଅଲଗା ଅଲଗା ସମୟ-ଦୂରତା ଗ୍ରାଫ୍ ଅଙ୍କନ କର ଓ ବ୍ୟାଖ୍ୟା କର ।
BSE Odisha 9th Class Physical Science Solutions Chapter 5 img-30
ଏହି ଗ୍ରାଫ୍‌ ଜଣାଯାଏ ଯେ ସମାନ ଦୂରତା ଅତିକ୍ରମ ପାଇଁ ସୂର୍ଯ୍ୟ ଅପେକ୍ଷା ବନଲତା ଅଧ‌ିକ ସମୟ ନେଇଛି ।
ଉ –
BSE Odisha 9th Class Physical Science Solutions Chapter 5 img-31

BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର

Odisha State Board BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର Textbook Exercise Questions and Answers.

BSE Odisha Class 8 Political Science Solutions Chapter 2 ରାଜ୍ୟ ସରକାର

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୧୦୦ ଗୋଟି ଶବ୍ଦରେ ଲେଖ ।

(କ) ରାଜ୍ୟପାଳଙ୍କ ବ୍ୟବସ୍ଥାପିକା କ୍ଷମତା କ’ଣ ?
Answer:
ଅଧୁବେଶନ ସମ୍ବନ୍ଧୀୟ :

  • ରାଜ୍ୟପାଳ ବିଧାନମଣ୍ଡଳର ଏକ ବା ଉଭୟ ଗୃହର ଅଧୂବେଶନ ଆହ୍ୱାନ କରନ୍ତି, ଅଧ୍ଵବେଶନର ପରିସମାପ୍ତି ଘୋଷଣା କରନ୍ତି ଏବଂ ଆବଶ୍ୟକ ସ୍ଥଳେ ସେ କେବଳ ବିଧାନସଭାକୁ ଭଙ୍ଗ କରନ୍ତି ।
  • ନିର୍ବାଚନ ପରବର୍ତ୍ତୀ ନବଗଠିତ ବିଧାନସଭାର ପ୍ରଥମ ଅବେଶନ ଓ ପ୍ରତି ବର୍ଷର ପ୍ରଥମ ଅଧ‌ିବେଶନ ପ୍ରାରମ୍ଭରେ ରାଜ୍ୟପାଳ ତାଙ୍କର ‘ଲିଖୁତ ଅଭିଭାଷଣ’ ବିଧାନସଭାରେ ପାଠ କରନ୍ତି ।

ଆଇନ ପ୍ରଣୟନ :

  • ଚିଠା ବିଧେୟକ’ ବା ‘ବିଲ୍’ ବିଧାନମଣ୍ଡଳର ଉଭୟ ଗୃହରେ ବା ବିଧାନସଭାରେ ଗୃହୀତ ହୋଇ ରାଜ୍ୟପାଳଙ୍କ ସମ୍ମତି ପାଇବା ପରେ ‘ପୂର୍ଣ୍ଣାଙ୍ଗ ଆଇନ’ରେ ପରିଣତ ହୁଏ ।
  • ଅର୍ଥ-ଚିଠା ଆଇନ ବିଧାନସଭାରେ ଗୃହୀତ ହେବା ପୂର୍ବରୁ ରାଜ୍ୟପାଳଙ୍କ ପ୍ରାକ୍-ଅନୁମତି ପାଇଥିବାରୁ ରାଜ୍ୟପାଳ ଏହାକୁ ସମ୍ମତି ଦେବାକୁ ବାଧ୍ୟ ।

ଅଧ୍ୟାଦେଶ :
ବିଧାନମଣ୍ଡଳ ବା ବିଧାନସଭାର ଅଧ୍ଵବେଶନ ଚାଲୁ ନଥ‌ିବା ସମୟରେ ଯଦି କୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବାପାଇଁ ନୂତନ ଆଇନ ପ୍ରଣୟନର ଆବଶ୍ୟକତା ପଡ଼େ, ସେତେବେଳେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦଙ୍କ ପରାମର୍ଶ କ୍ରମେ ରାଜ୍ୟପାଳ ଅଧ୍ୟାଦେଶ (ଅର୍ଜିନାନ୍ସ) ଜାରି କରିଥାଆନ୍ତି ।

(ଖ) ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାବଳୀ ବୁଝାଇ ଲେଖ ।
Answer:
ବିଭାଗ ବଣ୍ଟନ :
ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ମନ୍ତ୍ରୀମାନଙ୍କ ନିଯୁକ୍ତି, ପାହ୍ୟା ଓ ବିଭାଗ ବଣ୍ଟନ ହୁଏ । ସେ ମନ୍ତ୍ରୀ ପରିଷଦର ବୈଠକ ଆହ୍ୱାନ କରନ୍ତି, କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରନ୍ତି ଓ ବୈଠକରେ ଅଧ୍ୟକ୍ଷତା କରନ୍ତି ।

ଯୋଗସୂତ୍ର :
ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳ ଓ ରାଜ୍ୟପାଳଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରନ୍ତି । ସେ ରାଜ୍ୟ ଶାସନ ସମ୍ପର୍କରେ ରାଜ୍ୟପାଳଙ୍କୁ ସର୍ବଦା ଅବଗତ କରାଇଥା’ନ୍ତି ।

ନୀତି ନିର୍ଦ୍ଧାରଣ :
ମୁଖ୍ୟମନ୍ତ୍ରୀ ବିଧାନସଭାରେ ସରକାରଙ୍କ ନୀତି ଓ ଯୋଜନାମାନ ଘୋଷଣା କରନ୍ତି । ସେ ବିରୋଧୀ ଦଳର ନେତା ଓ ଅନ୍ୟ ଦଳର ନେତାମାନଙ୍କ ସହିତ ବିଚାର ଆଲୋଚନା କରନ୍ତି ।

ସମନ୍ଵୟ :

  • ମୁଖ୍ୟମନ୍ତ୍ରୀ ଶାସକ ଦଳର ସଦସ୍ୟମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଚାର ଆଲୋଚନା କରିବା ସହିତ ଦଳ ମଧ୍ୟରେ ସମନ୍ଵୟ ରକ୍ଷା କରନ୍ତି ।
  • ମୁଖ୍ୟମନ୍ତ୍ରୀ ବିଭିନ୍ନ ନୀତି ନିୟମ ପ୍ରଣୟନ କରିବାରେ ନିଷ୍ପତ୍ତି ନେବା ସହିତ ସେଗୁଡ଼ିକୁ କାର୍ଯ୍ୟକାରୀ କରିବାପାଇଁ ବିଭିନ୍ନ ପଦକ୍ଷେପ ନିଅନ୍ତି ।
  • ରାଜ୍ୟର ସର୍ବୋଚ୍ଚ ଶାସନକର୍ତ୍ତା ହିସାବରେ ରାଜ୍ୟର ତଥା ଜନତାର ସ୍ବାର୍ଥ କେନ୍ଦ୍ର ସରକାରଙ୍କ ନିକଟରେ ଉଚିତ ଭାବେ ଉପସ୍ଥାପନ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ କାର୍ଯ୍ୟ ।

BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର

(ଗ) ବିଧାନସଭା କିପରି ଗଠିତ ହୁଏ ?
Answer:
ସଭ୍ୟ ସଂଖ୍ୟା :

  • ସମ୍ବିଧାନର ବ୍ୟବସ୍ଥା ଅନୁସାରେ ବିଧାନସଭାର ସଭ୍ୟ ସଂଖ୍ୟା ୫୦୦ରୁ ଅଧିକ କିମ୍ବା ୬୦ରୁ କମ୍ ହୋଇପାରିବ ନାହିଁ ।
  • ଓଡ଼ିଶାର ବିଧାନସଭା ୧୪୭ ଜଣ ସଭ୍ୟଙ୍କୁ ନେଇ ଗଠିତ । ସେଥୁମଧ୍ୟରୁ ୨୨ ଜଣ ଅନୁସୂଚିତ ଜାତି (S.C.), ୩୪ ଜଣ ଅନୁସୂଚିତ ଜନଜାତି (S.T.) ଏବଂ ୯୧ ଜଣ ସାଧାରଣ ବର୍ଗର ଅଟନ୍ତି ।

ନିର୍ବାଚନ :

  • ବିଧାନସଭାର ସଭ୍ୟମାନେ ରାଜ୍ୟର ଭୋଟଦାତାମାନଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବରେ ସାବାଳକ ଭୋଟଦାନ ବ୍ୟବସ୍ଥା ମାଧ୍ୟମରେ ନିର୍ବାଚିତ ହୁଅନ୍ତି ।
  • ୧୮ ବର୍ଷରୁ ଅଧ‌ିକ ବୟସ୍କ ସାବାଳକ ନାଗରିକ ମତଦାନ ଅଧିକାର ସାବ୍ୟସ୍ତ କରି ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ଜଣେ ପ୍ରାର୍ଥୀକୁ ବିଧାୟକ (M.L.A.) ଭାବରେ ନିର୍ବାଚିତ କରନ୍ତି ।
    କାର୍ଯ୍ୟକାଳ : ବିଧାନସଭାର କାର୍ଯ୍ୟକାଳ ୫ ବର୍ଷ । କିନ୍ତୁ ଜରୁରୀ ପରିସ୍ଥିତିବେଳେ ବିଧାନସଭାର କାର୍ଯ୍ୟକାଳ ୧ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ।

(ଘ) ଉଚ୍ଚ ନ୍ୟାୟାଳୟର କ୍ଷେତ୍ରାତ୍‌କାର ବୁଝାଇ ଲେଖ ।
Answer:

  • ଉଚ୍ଚ ନ୍ୟାୟାଳୟର କ୍ଷେତ୍ରାଧିକାରକୁ ୩ ଭାଗରେ ବିଭକ୍ତ କରାଯାଇଛି; ଯଥା— ମୌଳିକ କ୍ଷେତ୍ରାଧିକାର, ଆବେଦନମୂଳକ କ୍ଷେତ୍ରାତ୍‌କାର ଓ ପର୍ଯ୍ୟବେକ୍ଷଣ କ୍ଷେତ୍ରାଧ୍ୟାକାର ।
  • ମୌଳିକ କ୍ଷେତ୍ରାଧୁକାର – ଧାରା ୨୨୬ ଅନୁସାରେ କୌଣସି ନାଗରିକଙ୍କର ମୌଳିକ ଅଧିକାର କ୍ଷୁଣ୍ଣ ହେଲେ ସେ ସିଧାସଳଖ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିପାରିବେ । ସଂସଦ, ବିଧାନସଭା ଇତ୍ୟାଦି ନିର୍ବାଚନ ସଂକ୍ରାନ୍ତୀୟ ମୋକଦ୍ଦମା ଏବଂ ଅଦାଲତ ଅବମାନନା, ବିବାହ, ଛାଡ଼ପତ୍ର ଇତ୍ୟାଦି ମୋକଦ୍ଦମାଗୁଡ଼ିକ ଉଚ୍ଚ ନ୍ୟାୟାଳୟର ମୌଳିକ କ୍ଷେତ୍ରାଧିକାର ଅନ୍ତର୍ଭୁକ୍ତ ।
  • ଆବେଦନମୂଳକ କ୍ଷେତ୍ରାଧୁକାର – ବିଭିନ୍ନ ଦେୱାନୀ ଓ ଫୌଜଦାରୀ ମାମଲାରେ ଜିଲ୍ଲାସ୍ତରୀୟ ବିଚାରପତିଙ୍କ ରାୟ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଏ, ଯଦି ଏହି ମୋକଦ୍ଦମାଗୁଡ଼ିକରେ ଆଇନର ତର୍ଜମା କରାଯିବାର ଆବଶ୍ୟକତା ଥାଏ ।
  • ପର୍ଯ୍ୟବେକ୍ଷଣ କ୍ଷେତ୍ରାଧ୍ୟାର – ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜିଲ୍ଲାସ୍ତରୀୟ ନିମ୍ନ ଅଦାଲତଗୁଡ଼ିକ- ପରିଦର୍ଶନ କରନ୍ତି ଏବଂ ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ କରନ୍ତି । ଉଚ୍ଚ ନ୍ୟାୟାଳୟ ନିମ୍ନ ଅଦାଲତଗୁଡ଼ିକର କାର୍ଯ୍ୟ ନିର୍ବାହ ପଦ୍ଧତି ସ୍ଥିର କରନ୍ତି । ନିମ୍ନ ଅଦାଲତରେ ବିଚାରାଧୀନ ଯେକୌଣସି ମୋକଦ୍ଦମାକୁ ନିଜ ପାଖକୁ ପ୍ରତ୍ୟାହାର କରି ଆଣି ତାହାର ବିଚାର କରିବାର କ୍ଷମତା ଉଚ୍ଚ ନ୍ୟାୟାଳୟର ଅଛି । ଉଚ୍ଚ ନ୍ୟାୟାଳୟରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଚାକିରୀ ସର୍ତ୍ତାବଳୀ ଉଚ୍ଚ ନ୍ୟାୟାଳୟଦ୍ବାରା ନିର୍ଦ୍ଧାରିତ ହୁଏ ।

BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର

(ଙ) ମନ୍ତ୍ରୀପରିଷଦର ଗଠନ କିପରି ହୁଏ ?
Answer:
ପରାମର୍ଶ :
ସମ୍ବିଧାନର ନିୟମ ଅନୁସାରେ ରାଜ୍ୟପାଳଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବାପାଇଁ ଏକ ମନ୍ତ୍ରୀପରିଷଦ ଥାଏ ।

ନିଯୁକ୍ତି :
ରାଜ୍ୟ ବିଧାନସଭାର ସଂଖ୍ୟାଗରିଷ୍ଠ ଦଳର ନେତାଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଅନ୍ତି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଜ୍ୟପାଳ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଅନ୍ତି ।

ମନ୍ତ୍ରିପରିଷଦ :

  • କ୍ୟାବିନେଟ୍ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଓ ଉପମନ୍ତ୍ରୀଙ୍କୁ ନେଇ ମନ୍ତ୍ରୀପରିଷଦ ଗଠିତ ହୋଇଥାଏ ।
  • ବିଧାନମଣ୍ଡଳର ସଭ୍ୟ ନ ଥ‌ିବା ବ୍ୟକ୍ତି ମନ୍ତ୍ରୀପରିଷଦରେ ସ୍ଥାନ ପାଇଥିଲେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭା ବା
  • ବିଧାନସଭାର ସଂଖ୍ୟାଗରିଷ୍ଠ ସଭ୍ୟଙ୍କର ଆସ୍ଥାଭାଜନ ଥୁବା ପର୍ଯ୍ୟନ୍ତ ମନ୍ତ୍ରପରିଷଦ ଶାସନ ପରିଚାଳନା କରିଥାଏ ।

BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୪୦ଟି ଶବ୍ଦରେ ଲେଖ ।

(କ) ରାଜ୍ୟପାଳଙ୍କ ଇଚ୍ଛାଧୀନ କ୍ଷମତାଗୁଡ଼ିକ ଲେଖ ।
Answer:

  • ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଯେଉଁ କ୍ଷମତା ପ୍ରୟୋଗ କରିବା ସମୟରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦର ପରାମର୍ଶଦ୍ବାରା ପରିଚାଳିତ ନହୋଇ ନିଜର ବୁଦ୍ଧି ଓ ବିବେକଦ୍ବାରା ପରିଚାଳିତ ହୁଅନ୍ତି, ସେହି କ୍ଷମତାକୁ ରାଜ୍ୟପାଳଙ୍କର ଇଚ୍ଛାଧୀନ କ୍ଷମତା କୁହାଯାଏ ।
  • କେଉଁ କ୍ଷେତ୍ରରେ ରାଜ୍ୟପାଳ ଇଚ୍ଛାଧୀନ କ୍ଷମତା ପ୍ରୟୋଗ କରିବେ, ତାହା ସେ ନିଜେ ସ୍ଥିର କରନ୍ତି ।
  • ରାଜ୍ୟପାଳଙ୍କ ଇଚ୍ଛାଧୀନ କ୍ଷମତା ବିଷୟରେ କୌଣସି ପ୍ରଶ୍ନ ନ୍ୟାୟାଳୟରେ ଉତ୍‌ଥାପିତ ହୁଏ ନାହିଁ ।
  • ରାଜ୍ୟପାଳଙ୍କର ଇଚ୍ଛାଧୀନ କ୍ଷମତା ସମ୍ପର୍କରେ ସମ୍ବିଧାନରେ କୌଣସି ବିଶଦ ଆଲୋଚନା ହୋଇନାହିଁ ।

(ଖ) ବିଧାନସଭାର ଆଇନ ପ୍ରଣୟନ କ୍ଷମତା ବୁଝାଇ ଲେଖ ।
Answer:

  • ବିଧାନସଭା ରାଜ୍ୟ ତାଲିକା ଏବଂ ଯୁଗ୍ମ ତାଲିକା ଅନ୍ତର୍ଭୁକ୍ତ ବିଷୟଗୁଡ଼ିକରେ ଆଇନ ପ୍ରଣୟନ କରନ୍ତି ।
  • ଚିଠା ଆଇନ (ବିଲ୍) ବିଧାନସଭାରେ ଗୃହୀତ ହେବାପରେ ରାଜ୍ୟପାଳ ତାହାକୁ ସମ୍ମତି ଦେଲେ ତାହା ଆଇନରେ ପରିଣତ ହୁଏ ।

(ଗ) ଉଚ୍ଚ ନ୍ୟାୟାଳୟର ଆବେଦନମୂଳକ କ୍ଷେତ୍ରାଧିକାର ବୁଝାଇ ଲେଖ ।
Answer:

  • ଆବେଦନମୂଳକ କ୍ଷେତ୍ରାଧ୍ୟାର ଉଚ୍ଚ ନ୍ୟାୟାଳୟର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କ୍ଷମତା ।
  • ବିଭିନ୍ନ ଦେୱାନୀ ଓ ଫୌଜଦାରୀ ମାମଲାରେ ଜିଲ୍ଲାସ୍ତରୀୟ ବିଚାରପତିଙ୍କ ରାୟ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇପାରିବ ।

BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର

(ଘ) ବାଚସ୍ପତି କେତେବେଳେ ନିର୍ଣ୍ଣାୟକ ଭୋଟ ଦେଇଥା’ନ୍ତି ?
Answer:

  • ଯେତେବେଳେ କୌଣସି ଚିଠା ଆଇନ ବା ପ୍ରସ୍ତାବ ସପକ୍ଷରେ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳେ; ସେତେବେଳେ ବାଚସ୍ପତି ନିର୍ଣ୍ଣାୟକ ଭୋଟ ଦିଅନ୍ତି ।
  • ଏହି ‘ନିର୍ଣ୍ଣାୟକ ଭୋଟ’ ମାଧ୍ୟମରେ ସେ ଚିଠା ଆଇନ ବା ପ୍ରସ୍ତାବଟିର ଭାଗ୍ୟ ନିର୍ଦ୍ଧାରଣ କରନ୍ତି ।

(ଙ) ନିମ୍ନ ଅଦାଲତ କହିଲେ ତୁମେ କ’ଣ ବୁଝ ?
Answer:

  • ରାଜ୍ୟର ପ୍ରତି ଜିଲ୍ଲା ଓ ସବ୍‌ଡିଭିଜନ୍ ସ୍ତରରେ ଉଚ୍ଚ ନ୍ୟାୟାଳୟ ପରି ଅଧସ୍ତନ ଅଦାଲତମାନ ରହିଛି । ଏହାକୁ ନିମ୍ନ ଅଦାଲତ କୁହାଯାଏ ।
  • ଏହି ନିମ୍ନ ଅଦାଲତକୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଏ; ଯଥା— (୧) ଦେୱାନୀ ଅଦାଲତ, (୨) ଫୌଜଦାରୀ ଅଦାଲତ ।

(ଚ) ଫୌଜଦାରୀ ମୋକଦ୍ଦମା କ’ଣ ?
Answer:

  • ଯେଉଁ ମୋକଦ୍ଦମାଗୁଡ଼ିକ ଚୋରି, ଡକାୟତି, ଧର୍ଷଣ, ହତ୍ୟା ସମ୍ପର୍କିତ ହୋଇଥାଏ, ସେଗୁଡ଼ିକୁ ଫୌଜଦାରୀ ମୋକଦ୍ଦମା କୁହାଯାଏ ।
  • ଏହି ମୋକଦ୍ଦମାଗୁଡ଼ିକର ବିଚାର ପାଇଁ ଜିଲ୍ଲାସ୍ତରରେ ଜିଲ୍ଲା ଦୌରାଜଜ୍, ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏବଂ ସବ୍‌ଡିଭିଜନ ବା ଉପଖଣ୍ଡ ସ୍ତରରେ ସବ୍‌ଡିଭିଜନାଲ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ ଓ ପ୍ରଥମ ଶ୍ରେଣୀ ଓ ଦ୍ୱିତୀୟ ଶ୍ରେଣୀ କ୍ଷମତାପ୍ରାପ୍ତ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତ ରହିଛି ।

(ଛ) ଦେୱାନୀ ମୋକଦ୍ଦମା କ’ଣ ?
Answer:

  • ଯେଉଁ ମୋକଦ୍ଦମାଗୁଡ଼ିକ ଜମିଜମା ସଂକ୍ରାନ୍ତୀୟ ଓ ଅନ୍ୟାନ୍ୟ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ସମ୍ପର୍କିତ, ଦେୱାନୀ ମୋକଦ୍ଦମା କୁହାଯାଏ ।
  • ଦେୱାନୀ ମୋକଦ୍ଦମା ବିଚାର ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା ଜଜ୍, ଅତିରିକ୍ତ ଜିଲ୍ଲା ଜଜଙ୍କର ଅଦାଲତ ଏବଂ ସବ୍‌ଡିଭିଜନ ବା ଉପଖଣ୍ଡ ସ୍ତରରେ ସବଜଜ୍ଙ୍କର ଏବଂ ମୁସଫଙ୍କର ଅଦାଲତ ରହିଛି ।

BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର

୩। ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଲେଖାଏଁ ବାକ୍ୟରେ ଦିଅ ।

(କ) ରାଜ୍ୟପାଳଙ୍କୁ କିଏ ନିଯୁକ୍ତ କରନ୍ତି ?
Answer:
ରାଜ୍ୟପାଳଙ୍କ କାର୍ଯ୍ୟକାଳ ୫ ବର୍ଷ ।

(ଖ) ରାଜ୍ୟପାଳଙ୍କ କାର୍ଯ୍ୟକାଳ କେତେ ବର୍ଷ ?
Answer:
ରାଜ୍ୟପାଳଙ୍କ କାର୍ଯ୍ୟକାଳ ୫ ବର୍ଷ ।

(ଗ) ମୁଖ୍ୟମନ୍ତ୍ରୀଙ୍କୁ କିଏ ନିଯୁକ୍ତି ଦିଅନ୍ତି ?
Answer:
ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ନିଯୁକ୍ତି ଦିଅନ୍ତି ।

(ଘ) ରାଜ୍ୟ ମନ୍ତ୍ରିମଣ୍ଡଳ ବୈଠକରେ କିଏ ଅଧ୍ୟକ୍ଷତା କରନ୍ତି ?
Answer:
ରାଜ୍ୟ ମନ୍ତ୍ରିମଣ୍ଡଳ ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରନ୍ତି ।

BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର

(ଙ) ବିଧାନସଭାରେ କିଏ ଅଧ୍ୟକ୍ଷତା କରନ୍ତି ?
Answer:
ବିଧାନସଭାରେ ବାଚସ୍ପତି ଅଧ୍ୟକ୍ଷତା କରନ୍ତି ।

(ଚ) ଓଡ଼ିଶାର ଉଚ୍ଚ ନ୍ୟାୟାଳୟ କେଉଁଠାରେ ଅବସ୍ଥିତ ?
Answer:
ଓଡ଼ିଶାର ଉଚ୍ଚ ନ୍ୟାୟାଳୟ କେଉଁଠାରେ ଅବସ୍ଥିତ।

(ଛ) ଉଚ୍ଚ ନ୍ୟାୟାଳୟର ବିଚାରପତିମାନେ କେତେ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି ?
Answer:
ଉଚ୍ଚ ନ୍ୟାୟାଳୟର ବିଚାରପତିମାନେ ୬୨ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି ।

BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର

୪। ନିମ୍ନରେ ଦିଆଯାଇଥିବା ସମ୍ଭାବ୍ୟ ଉତ୍ତରଗୁଡ଼ିକ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) ଜାମ୍ମୁ-କାଶ୍ମୀର ରାଜ୍ୟ ପାଇଁ ସମ୍ବିଧାନର କେଉଁ ଧାରା ଅନୁଯାୟୀ ଏକ ସ୍ବତନ୍ତ୍ର ବ୍ୟବସ୍ଥା ପ୍ରଦାନ କରାଯାଇଅଛି ?
(କ) ୩୭୦
(ଖ) ୩୭୪
(ଗ) ୩୭୮
(ଘ) ୩୭୨
Answer:
୩୭୦

(ଖ) ଭାରତର କେତୋଟି ରାଜ୍ୟରେ ଦ୍ୱି-ସଦନୀୟ ବିଧାନ ମଣ୍ଡଳ ଅଛି ?
(କ) ୪
(ଖ) ୫
(ଗ) ୬
(ଘ) ୮
Answer:
୬

(ଗ) ରାଜ୍ୟପାଳ କେତେ ଦିନରେ ଥରେ ରାଜ୍ୟ ଶାସନ ସମ୍ପର୍କରେ ରାଷ୍ଟ୍ରପତିଙ୍କ ରିପୋର୍ଟ ପ୍ରଦାନ କରନ୍ତି ?
(କ) ୧୫ ଦିନ
(ଖ) ୨୦ ଦିନ
(ଗ) ୩୦ ଦିନ
(ଘ) ୬ ମାସ
Answer:
୧୫ ଦିନ

(ଘ) ରାଜ୍ୟ ସରକାରଙ୍କ କେଉଁ ବିଭାଗ ବଜେଟ୍ ପ୍ରସ୍ତୁତ କରିଥାଏ ?
(କ) ଶିକ୍ଷା ବିଭାଗ
(ଖ) ଅର୍ଥ ବିଭାଗ
(ଗ) ସ୍ଵାସ୍ଥ୍ୟ ବିଭାଗ
(ଘ) ଗୃହ ବିଭାଗ
Answer:
ଅର୍ଥ ବିଭାଗ

BSE Odisha 8th Class Political Science Solutions Chapter 2 ରାଜ୍ୟ ସରକାର

(ଙ) ରାଜ୍ୟ ବିଧାନସଭାର କେତୋଟି ଆସନ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ?
(କ) ୯୦
(ଖ) ୯୧
(ଗ) ୯୪
(ଘ) ୯୫
Answer:
୯୧

BSE Odisha 8th Class Political Science Solutions Chapter 1 କେନ୍ଦ୍ର ସରକାର

Odisha State Board BSE Odisha 8th Class Political Science Solutions Chapter 1 କେନ୍ଦ୍ର ସରକାର Textbook Exercise Questions and Answers.

BSE Odisha Class 8 Political Science Solutions Chapter 1 କେନ୍ଦ୍ର ସରକାର

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୧୦୦ ଗୋଟି ଶବ୍ଦରେ ଲେଖ ।

(କ) ରାଷ୍ଟ୍ରପତି କିପରି ବହିଷ୍କୃତ ହୁଅନ୍ତି ?
Answer:
ପଦଚ୍ୟୁତି ପ୍ରକ୍ରିୟା :

  • ରାଷ୍ଟ୍ରପତି କେବଳ ସମ୍ବିଧାନ ଭଙ୍ଗ ଅଭିଯୋଗରେ ଅଭିଯୁକ୍ତ ହୋଇ ମହାଭିଯୋଗ ପ୍ରସ୍ତାବଦ୍ୱାରା ପଦଚ୍ୟୁତ ହୁଅନ୍ତି ।
  • ମହାଭିଯୋଗ ଏକ ଅର୍ଦ-ନ୍ୟାୟିକ ଜଟିଳ ପ୍ରକ୍ରିୟା । ପ୍ରଥମେ ସଂସଦର ଯେକୌଣସି ଗୃହର ସର୍ବମୋଟ ସଭ୍ୟସଂଖ୍ୟାର ଏକ-ଚତୁର୍ଥାଂଶ ସଭ୍ୟ ୧୪ ଦିନ ପୂର୍ବରୁ ଲିଖ୍ତ ନୋଟିସ୍ ଦେଇ ସେହି ଗୃହରେ ମହାଭିଯୋଗ ମସ୍ତାବ ଆଗତ କରିଥାଆନ୍ତି ।

ସଂସଦର କାର୍ଯ୍ୟ :

  • ଏହାପରେ ପ୍ରସ୍ତାବଟି ସେହି ଗୃହର ସର୍ବମୋଟ ସଭ୍ୟସଂଖ୍ୟାର ଅନ୍ୟୁନ ଦୁଇ-ତୃତୀୟାଂଶ ସଭ୍ୟଙ୍କଦ୍ବାରା ଅନୁମୋଦିତ ହେବାପରେ ତାହା ଅନ୍ୟ ଗୃହକୁ ଅଭିଯୋଗର ଅନୁସନ୍ଧାନ (investigation) ପାଇଁ ପଠାଯାଏ ।
  • ଉକ୍ତ ଗୃହ ମହାଭିଯୋଗ ପ୍ରସ୍ତାବ ଉପରେ ଅନୁସନ୍ଧାନ କଲାବେଳେ ରାଷ୍ଟ୍ରପତି ଚାହିଁଲେ, ସେ ନିଜେ ବା ତାଙ୍କର ପ୍ରତିନିଧୂ ସେଠାରେ ଉପସ୍ଥିତ ରହିପାରିବେ ।
  • ଅନୁସନ୍ଧାନ ପରେ ଏହି ଗୃହ ଯଦି ସର୍ବମୋଟ ସଭ୍ୟସଂଖ୍ୟାର ଅନ୍ୟୁନ ଦୁଇ-ତୃତୀୟାଂଶ ସଭ୍ୟଙ୍କ ସମର୍ଥନରେ ପ୍ରେରିତ ମହାଭିଯୋଗ ପ୍ରସ୍ତାବକୁ ଅନୁମୋଦନ କରନ୍ତି, ତାହାହେଲେ ସେହିଦିନଠାରୁ ରାଷ୍ଟ୍ରପତି ବହିଷ୍କୃତ ହୁଅନ୍ତି ।

(ଖ) ରାଷ୍ଟ୍ରପତିଙ୍କ ପ୍ରଶାସନିକ କ୍ଷମତା ବୁଝାଇ ଲେଖ ।
Answer:

  • କେନ୍ଦ୍ର ସରକାରଙ୍କର ସମସ୍ତ ପ୍ରଶାସନିକ କାର୍ଯ୍ୟ ରାଷ୍ଟ୍ରପତିଙ୍କ ନାମରେ ସମ୍ପାଦିତ ହୁଏ ।
  • ମନ୍ତ୍ରୀମାନେ ବିଭିନ୍ନ ପ୍ରଶାସନିକ ବିଭାଗର ମୁଖ୍ୟ ଭାବରେ ଦାୟିତ୍ୱ ବହନ କରନ୍ତି ଓ ପ୍ରଶାସନିକ କାର୍ଯ୍ୟ ତଦାରଖ କରନ୍ତି ।

BSE Odisha 8th Class Political Science Solutions Chapter 1 କେନ୍ଦ୍ର ସରକାର

ସାମ୍ବିଧାନିକ ମୁଖ୍ୟଙ୍କ ନିଯୁକ୍ତି :

  • ରାଷ୍ଟ୍ରପତି ଅନେକ ସମ୍ବିଧାନିକ ପଦାଧିକାରୀଙ୍କୁ ନିଯୁକ୍ତ କରନ୍ତି; ଯଥା – ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟବୃନ୍ଦ, ମହାଧ୍ଵବକ୍ତା, ମୁଖ୍ୟ ଆୟବ୍ୟୟ ହିସାବ ରକ୍ଷକ ଓ ମହାସମୀକ୍ଷକ, ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟମାନଙ୍କର ମୁଖ୍ୟ ନ୍ୟାୟାଧୀଶ ଓ ଅନ୍ୟ ନ୍ୟାୟାଧୀଶବୃନ୍ଦ, କେନ୍ଦ୍ର ଲୋକସେବା ଆୟୋଗର ଅଧ୍ଯକ୍ଷ ଓ ସଦସ୍ୟବୃନ୍ଦ, ରାଜ୍ୟପାଳ, ନିର୍ବାଚନ ଆୟୋଗର ମୁଖ୍ୟ ଆୟୁକ୍ତ ଓ ଅନ୍ୟ ଆୟୁକ୍ତଦ୍ଵୟ, ସରକାରୀ ଭାଷା ଆୟୋଗର ଅଧକ୍ଷ ଓ ସଦସ୍ୟ, ଅନୁସଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ଆୟୋଗର ଅଧ୍ଯକ୍ଷ ଓ ସଦସ୍ୟବୃନ୍ଦ ।
  • ସେ ମହାଧ୍ଵବକ୍ତା, ରାଜ୍ୟପାଳ, କେନ୍ଦ୍ର ଲୋକସେବା ଆୟୋଗର ଅଧକ୍ଷ ଓ ଅନ୍ୟ ସଦସ୍ୟ, ସର୍ବୋଚ୍ଚ ନ୍ୟାୟାଳୟ ଓ ରାଜ୍ୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିବୃନ୍ଦ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଯେକୌଣସି ମନ୍ତ୍ରୀଙ୍କୁ ବହିଷ୍କାର କରିପାରନ୍ତି ।

(ଗ) ରାଷ୍ଟ୍ରପତିଙ୍କ ଜରୁରୀକାଳୀନ କ୍ଷମତା କ’ଣ ?
Answer:

  • ଜାତୀୟ ଜରୁରୀ ପରିସ୍ଥିତି – ଯେତେବେଳେ ଯୁଦ୍ଧ, ବାହ୍ୟଶତ୍ରୁ ଆକ୍ରମଣ ବା ସଶସ୍ତ୍ର ବିପ୍ଳବଦ୍ଵାରା ଦେଶର ନିରାପତ୍ତା ବିପନ୍ନ ହୋଇଛି ବୋଲି ରାଷ୍ଟ୍ରପତିଙ୍କର ହୃଦ୍‌ବୋଧ ହୁଏ, ସେ ମନ୍ତ୍ରୀମଣ୍ଡଳର ଲିଖ୍ ପରାମର୍ଶରେ ସମ୍ବିଧାନର ୩୫୨ ଧାରା ଅନୁସାରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରନ୍ତି ।
  • ୧ ମାସ ମଧ୍ୟରେ ସଂସଦର ଉଭୟ ଗୃହଦ୍ଵାରା ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠ ଭୋଟ ସମର୍ଥନରେ ଗୃହୀତ ହେଲେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣାନାମା ୬ ମାସ ଯାଏ ବଳବତ୍ତର ରହେ ।
  • ରାଜ୍ୟ ଜରୁରୀ ପରିସ୍ଥିତି – ଯେତେବେଳେ ରାଷ୍ଟ୍ରପତି ରାଜ୍ୟପାଳଙ୍କ ରିପୋର୍ଟରୁ ବା ଅନ୍ୟ କୌଣସି ସୂତ୍ରରୁ ଅବଗତ ହୁଅନ୍ତି ଯେ କୌଣସି ରାଜ୍ୟରେ ସମ୍ବିଧାନ ଅନୁସାରେ ଶାସନ ପରିଚାଳିତ ହେଉନାହିଁ ସେତେବେଳେ ରାଷ୍ଟ୍ରପତି ସମ୍ବିଧାନର ୩୫୬ ଧାରା ଅନୁସାରେ ସେହି ରାଜ୍ୟ ପାଇଁ ଜରୁରୀ ପରିସ୍ଥିତି ଘୋଷଣା କରନ୍ତି ।
  • ଏହା ସଂସଦର ଉଭୟ ଗୃହରେ ୨ ମାସ ମଧ୍ୟରେ ଅନୁମୋଦିତ ହେଲେ ୬ ମାସ ପାଇଁ ବଳବତ୍ତର ରହେ ।
  • ଆର୍ଥକ ଜରୁରୀ ପରିସ୍ଥିତି – ଯଦି ଭାରତର ଆର୍ଥିକ ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି ବୋଲି ରାଷ୍ଟ୍ରପତିଙ୍କର ହୃଦ୍‌ବୋଧ ହୁଏ, ତେବେ ସେ ସମ୍ବିଧାନର ୩୬୦ ଧାରା ବଳରେ ଆର୍ଥକ ଜରୁରୀ ପରିସ୍ଥିତି ଘୋଷଣା କରିଥା’ନ୍ତି । ଏହା ୨ ମାସ ମଧ୍ୟରେ ସଂସଦଦ୍ୱାରା ଅନୁମୋଦିତ ହେବା ଆବଶ୍ୟକ ।

(ଘ) ଉପରାଷ୍ଟ୍ରପତିଙ୍କ କାର୍ଯ୍ୟ କ’ଣ ?
Answer:
ଅସ୍ଥାୟୀ ରାଷ୍ଟ୍ରପତି :

  • ଯେତେବେଳେ ମୃତ୍ୟୁ, ପଦତ୍ୟାଗ, ପଦଚ୍ୟୁତି କିମ୍ବା ନିର୍ବାଚନ ଅସିଦ୍ଧ କାରଣରୁ ରାଷ୍ଟ୍ରପତିଙ୍କ ପଦବୀ ଶୂନ୍ୟ ପଡ଼େ, ସେତେବେଳେ ଉପରାଷ୍ଟ୍ରପତି ସର୍ବାଧ୍ଵ ୬ ମାସ ବା ରାଷ୍ଟ୍ରପତି ନିର୍ବାଚନ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରନ୍ତି ।
  • ରାଷ୍ଟ୍ରପତି ଯଦି ଅସୁସ୍ଥତାବଶତଃ ବା ଅନୁପସ୍ଥିତ ରହିବା ହେତୁ ବା ଅନ୍ୟ କୌଣସି କାରଣରୁ ତାଙ୍କର କାର୍ଯ୍ୟ ସମ୍ପାଦନ କରିବାରେ ଅସମର୍ଥ ହୁଅନ୍ତି, ତେବେ ଉପରାଷ୍ଟ୍ରପତି ରାଷ୍ଟ୍ରପତିଙ୍କର କାର୍ଯ୍ୟ ସମ୍ପାଦନ କରନ୍ତି ।

ଅଧ୍ଯକ୍ଷତା :

  • ଉପରାଷ୍ଟ୍ରପତି ରାଜ୍ୟସଭାର ଅଧ୍ୟକ୍ଷଭାବେ କାର୍ଯ୍ୟ କରନ୍ତି ।
  • ସେ ରାଷ୍ଟ୍ରପତିଙ୍କ ପରି ବିଦେଶ ଗସ୍ତ କରି ସରକାରଙ୍କର ନୀତି ଓ ଆଦର୍ଶକୁ ଉପସ୍ଥାପିତ କରନ୍ତି ।
  • ବିଭିନ୍ନ ସାମାଜିକ ତଥା ସାଂସ୍କୃତିକ ଉତ୍ସବରେ ସେ ମୁଖ୍ୟ ଅତିଥ୍‌ ଭାବରେ ଯୋଗଦାନ କରନ୍ତି ।

(ଙ) ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟାବଳୀ ବର୍ଣ୍ଣନା କର ।
Answer:

  • ମନ୍ତ୍ରୀମଣ୍ଡଳ ଗଠନ : କେନ୍ଦ୍ର ମନ୍ତ୍ରୀମଣ୍ଡଳର ମୁଖ୍ୟ ହିସାବରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀମାନଙ୍କର ପାହ୍ୟା ନିର୍ଦ୍ଧାରଣ କରନ୍ତି ଓ ସେମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରନ୍ତି, ମନ୍ତ୍ରୀମଣ୍ଡଳ ବୈଠକରେ ସଭାପତିତ୍ବ କରନ୍ତି ଓ ବୈଠକର କାର୍ଯ୍ୟସୂଚୀ ପ୍ରସ୍ତୁତ କରନ୍ତି ।
  • ଯୋଗସୂତ୍ରଧର : ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଓ ମନ୍ତ୍ରୀମଣ୍ଡଳ ମଧ୍ୟରେ ଯୋଗସୂତ୍ର ରକ୍ଷା କରନ୍ତି । ସେ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତି ରାଷ୍ଟ୍ରପତିଙ୍କୁ ଜଣାନ୍ତି ଓ ରାଷ୍ଟ୍ରପତିଙ୍କ ବାର୍ତ୍ତା ମନ୍ତ୍ରୀମଣ୍ଡଳରେ ଆଲୋଚନା ପାଇଁ ଉପସ୍ଥାପନ କରନ୍ତି ।

ଅଧ୍ଯକ୍ଷତା :

  • ପ୍ରଧାନମନ୍ତ୍ରୀ ମନ୍ତ୍ରୀମଣ୍ଡଳ ଓ ସଂସଦ ମଧ୍ୟରେ ସମନ୍ଵୟ ରକ୍ଷା କରନ୍ତି । ସେ ମନ୍ତ୍ରୀମଣ୍ଡଳ ବୈଠକରେ ଅଧ୍ୟକ୍ଷତା କରନ୍ତି ଓ ମନ୍ତ୍ରୀମଣ୍ଡଳରେ ଗୃହୀତ ନୀତିଗୁଡ଼ିକୁ ସଂସଦରେ ଉପସ୍ଥାପନ କରନ୍ତି ।
  • ସେ ଭାରତର ଆଭ୍ୟନ୍ତରୀଣ ଶାସନ ତଥା ଆନ୍ତର୍ଜାତୀୟ ସମ୍ପର୍କ ବିଷୟରେ ନୀତି ନିର୍ଦ୍ଧାରଣ କରି ସଂସଦରେ ଗୃହୀତ କରାଇଥା’ନ୍ତି ।
  • ପ୍ରଧାନମନ୍ତ୍ରୀ ଶାସକ ଦଳର ନୀତି ଓ କାର୍ଯ୍ୟକ୍ରମ ନିର୍ଦ୍ଧାରଣରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥା’ନ୍ତି ।
  • ପ୍ରଧାନମନ୍ତ୍ରୀ ନୀତି ଆୟୋଗର ଅଧ୍ୟକ୍ଷଭାବେ କାର୍ଯ୍ୟ କରନ୍ତି ।

BSE Odisha 8th Class Political Science Solutions Chapter 1 କେନ୍ଦ୍ର ସରକାର

(ଚ) କେନ୍ଦ୍ର ମନ୍ତ୍ରୀମଣ୍ଡଳର କାର୍ଯ୍ୟ କ’ଣ ?
Answer:
ନୀତି ଆୟୋଗ :

  • କେନ୍ଦ୍ର ମନ୍ତ୍ରୀମଣ୍ଡଳ ଦେଶର ଶାସନ ତଥା ବୈଦେଶିକ ବ୍ୟାପାର ସମ୍ପର୍କରେ ବିଭିନ୍ନ ନୀତି ନିର୍ଦ୍ଧାରଣ କରିଥାଏ ।
  • ବିଭିନ୍ନ ଆଇନର ରୂପରେଖ ଓ ବିଷୟବସ୍ତୁ ନିର୍ଦ୍ଧାରଣ ମନ୍ତ୍ରୀମଣ୍ଡଳ ସ୍ଥିର କରିଥାଏ ।

ବଜେଟ୍ ପ୍ରସ୍ତୁତି :

  • ଦେଶର ଆୟବ୍ୟୟର ବିଭିନ୍ନ ସୂତ୍ର ନିର୍ଦ୍ଧାରଣ ଓ ବଜେଟ୍ ପ୍ରସ୍ତୁତି ଇତ୍ୟାଦି କାର୍ଯ୍ୟ ମନ୍ତ୍ରୀମଣ୍ଡଳଦ୍ୱାରା ଅନୁମୋଦିତ ହୁଏ ।
  • ଦେଶ ଶାସନ ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ତାଙ୍କୁ ସମୁଚିତ ପରାମର୍ଶ ପ୍ରଦାନ କରିବା ମନ୍ତ୍ରୀମଣ୍ଡଳର ମୁଖ୍ୟ କାର୍ଯ୍ୟ ।

ଯୋଜନାର ସଫଳ ରୂପାୟନ :

  • ସରକାରଙ୍କର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ କରିବା ମନ୍ତ୍ରୀମଣ୍ଡଳର ମୁଖ୍ୟ କର୍ତ୍ତବ୍ୟ ।
  • ବିଭିନ୍ନ ନୀତିଗୁଡ଼ିକ ଠିକ୍‌ଭାବେ ଓ ଉପଯୁକ୍ତ ସମୟରେ କାର୍ଯ୍ୟକାରୀ କରିବାପାଇଁ ମନ୍ତ୍ରୀମଣ୍ଡଳ ନିଷ୍ପତ୍ତି ଗ୍ରହଣ କରିଥାଏ ।

(ଛ) ଲୋକସଭାର ଗଠନ ଓ କାର୍ଯ୍ୟାବଳୀ ବର୍ଣ୍ଣନା କର ।
Answer:
ଗଠନ :

  • ଲୋକସଭା ଦେଶର ନାଗରିକମାନଙ୍କଦ୍ୱାରା ସାର୍ବଜନୀନ ସାବାଳକ ଭୋଟ ପ୍ରଥା ମାଧ୍ୟମରେ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ପ୍ରତିନିଧୁମାନଙ୍କୁ ନେଇ ଗଠିତ ।
  • ଲୋକସଭାର ସର୍ବମୋଟ ସଭ୍ୟସଂଖ୍ୟା ସର୍ବାଧ‌ିକ ୫୫୨ ହୋଇପାରିବ । ଏଥ‌ିରୁ ୫୩୦ ଜଣ ବିଭିନ୍ନ ରାଜ୍ୟରୁ ଓ ସର୍ବାଧ‌ିକ ୨୦ଜଣ କେନ୍ଦ୍ରଶାସିତ ଅଞ୍ଚଳରୁ ନିର୍ବାଚିତ ହେବେ ଏବଂ ୨ଜଣ ଆଙ୍ଗୋ ଭାରତୀୟଙ୍କୁ ରାଷ୍ଟ୍ରପତି ମନୋନୀତ କରିପାରିବେ ।
  • ବର୍ତ୍ତମାନ ଲୋକସଭାର ସଭ୍ୟ ସଂଖ୍ୟା ୫୪୫ । ସେଥିରୁ ୫୩୦ ଜଣ ବିଭିନ୍ନ ରାଜ୍ୟରୁ, ୧୩ ଜଣ କେନ୍ଦ୍ରଶାସିତ ଅଞ୍ଚଳରୁ ଓ ୨ ଜଣ ଅଙ୍ଗୋ ଭାରତୀୟଙ୍କୁ ରାଷ୍ଟ୍ରପତି ମନୋନୀତ କରିଛନ୍ତି ।

କାର୍ଯ୍ୟାବଳୀ :

  • ଲୋକସଭା ଦେଶ ପାଇଁ ଆଇନ ପ୍ରଣୟନ କରେ, ଅଧ୍ୟାଦେଶ ଓ ଜରୁରୀ ପରିସ୍ଥିତି ଘୋଷଣାକୁ ଅନୁମୋଦନ କରେ ।
  • ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ, ମୁଲତବୀ ପ୍ରସ୍ତାବ, ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଓ ସର୍ବୋପରି ଅନାସ୍ଥା ପ୍ରସ୍ତାବ ଜରିଆରେ ଲୋକସଭାରେ ସାଂସଦମାନେ କାର୍ଯ୍ୟପାଳିକାର ମନମୁଖୀ ଶାସନକୁ ନିୟନ୍ତ୍ରଣ କରନ୍ତି ।
  • କେନ୍ଦ୍ର ସରକାରଙ୍କର ଆୟବ୍ୟୟର ବାର୍ଷିକ ଅଟକଳ ଲୋକସଭାରେ ଅନୁମୋଦିତ ହୋଇଥାଏ ।
  • ସର୍ବୋଚ୍ଚ ନ୍ୟାୟାଳୟ ଓ ରାଜ୍ୟର ଉଚ୍ଚତମ ନ୍ୟାୟାଳୟର ବିଚାରପତିମାନଙ୍କର ପଦଚ୍ୟୁତି ପ୍ରସ୍ତାବ ଏହି ଲୋକସଭାରେ ଗୃହୀତ ହୋଇଥାଏ ।
  • ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ଲୋକସଭାର ସଭ୍ୟମାନେ ଭାଗ ନେଇଥା’ନ୍ତି ।
  • ଏତଦ୍‌ବ୍ୟତୀତ ଲୋକସଭା ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଥାଏ ।

(ଜ) ରାଜ୍ୟସଭାର ଗଠନ ଓ କାର୍ଯ୍ୟାବଳୀ ବର୍ଣନା କର ।
Answer:
ଗଠନ :

  • ରାଜ୍ୟସଭା ଆମ ସଂସଦର ଦ୍ବିତୀୟ ସଦନ ବା ଉଚ୍ଚ ସଦନ । ଏହା ରାଜ୍ୟମାନଙ୍କର ପ୍ରତିନିଧୂ କରେ ।
  • ରାଜ୍ୟସଭାର ସର୍ବାଧ‌ିକ ସଭ୍ୟସଂଖ୍ୟା ୨୫୦ । ଏଥୁରୁ ସର୍ବାଧ୍ଵ ୨୩୮ ଜଣ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପରୋକ୍ଷ ଭାବେ ନିର୍ବାଚିତ ହୁଅନ୍ତି ଏବଂ ୧୨ ଜଣଙ୍କୁ ରାଷ୍ଟ୍ରପତି କଳା, ବିଜ୍ଞାନ, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ମନୋନୀତ କରନ୍ତି ।
  • ରାଜ୍ୟସଭାର ସଭ୍ୟମାନଙ୍କର କାର୍ଯ୍ୟକାଳ ୬ ବର୍ଷ । ଏହା ଗୋଟିଏ ସ୍ଥାୟୀ ସଭା । କେବଳ ଏକ-ତୃତୀୟାଂଶ ସଦସ୍ୟ ପ୍ରତି ଦୁଇ ବର୍ଷରେ ଅବସର ଗ୍ରହଣ କରନ୍ତି ।

କାର୍ଯ୍ୟାବଳୀ :

  • ଏହି ସଭା କେନ୍ଦ୍ର ତଥା ଯୁଗ୍ମ ତାଲିକାଭୁକ୍ତ ସମସ୍ତ ବିଷୟରେ ଆଇନ ପ୍ରଣୟନ କରେ ।
  • ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ, ମୁଲତବୀ ପ୍ରସ୍ତାବ, ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଓ ସର୍ବୋପରି ଅନାସ୍ଥା ପ୍ରସ୍ତାବ ଜରିଆରେ ଏହି ସଭାର ସାଂସଦମାନେ କାର୍ଯ୍ୟପାଳିକାର ମନୋମୁଖୀ ଶାସନକୁ ନିୟନ୍ତ୍ରଣ କରନ୍ତି ।
  • କେନ୍ଦ୍ର ସରକାରଙ୍କର ବାର୍ଷିକ ଆୟବ୍ୟୟ ଅଟକଳ ଏହି ସଭାରେ ଅନୁମୋଦିତ ହୋଇଥାଏ ।
  • ସର୍ବୋଚ୍ଚ ନ୍ୟାୟାଳୟ ଓ ରାଜ୍ୟର ଉଚ୍ଚତମ ନ୍ୟାୟାଳୟର ବିଚାରପତିମାନଙ୍କର ପଦଚ୍ୟୁତି ପ୍ରସ୍ତାବ ଏହି ସଭାରେ ଗୃହୀତ ହୋଇଥାଏ ।
  • ଏହି ସଭା ସମ୍ବିଧାନ ସଂଶୋଧନ ବିଲ୍ ଆଗତକରି ଗୃହୀତ କରାଇଥାଏ ।

BSE Odisha 8th Class Political Science Solutions Chapter 1 କେନ୍ଦ୍ର ସରକାର

(ଝ) ସଂସଦରେ ସାଧାରଣ ବିଲ୍ କିପରି ଗୃହୀତ ହୁଏ ?
Answer:

  • ସାଧାରଣ ଚିଠା ଆଇନ ବା ବିଲ୍ ସଂସଦର ଯେକୌଣସି ଗୃହରେ ଆଗତ କରାଯାଇପାରେ ।
  • ପ୍ରତ୍ୟେକ ବିଲ୍ ଗୃହରେ ଉପସ୍ଥାପିତ ହେବାପରେ ତିନିଗୋଟି ପାଠ ମାଧ୍ୟମରେ ଗୃହୀତ ହୋଇଥାଏ ।

ପ୍ରଥମ ପାଠ :
ପ୍ରଥମ ପାଠ ସମୟରେ କେବଳ ବିଲ୍‌ର ଉଦ୍ଦେଶ୍ୟ ଏବଂ ଶିରୋନାମା ପାଠ କରାଯାଏ ।

ଦ୍ଵିତୀୟ ପାଠ :
ଦ୍ଵିତୀୟ ପାଠ ସମୟରେ ବିଲ୍ ଉପରେ ଗୃହରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଏ ବା ଆବଶ୍ୟକସ୍ଥଳେ ବିଭିନ୍ନ ଯାଞ୍ଚ କମିଟିକୁ ପଠାଯାଏ କିମ୍ବା ଜନମତ ସଂଗ୍ରହ ପାଇଁ ଜନସାଧାରଣଙ୍କ ନିକଟକୁ ପଠାଯାଏ ।

ତୃତୀୟ ପାଠ :
ତୃତୀୟ ପାଠ ସମୟରେ ବିଲ୍ ଉପରେ ମତଦାନ ବା ଭୋଟ ଗ୍ରହଣ କରାଯାଏ ।

ରାଷ୍ଟ୍ରପତିଙ୍କ ସମ୍ମତି :
ସଂଖ୍ୟାତ୍ମକ ସମର୍ଥନରେ ବିଲ୍‌ ଗୃହୀତ ହେବାପରେ ବିଲ୍‌ ଅନ୍ୟଗୃହକୁ ପ୍ରେରିତ ହୁଏ । ଅନ୍ୟଗୃହରେ ଉପରୋକ୍ତ ପ୍ରଣାଳୀରେ ଚିଠା ଆଇନଟି ଗୃହୀତ ହେବାପରେ ଏହାକୁ ରାଷ୍ଟ୍ରପତିଙ୍କ ସମ୍ମତି ପାଇଁ ପଠାଯାଏ । ରାଷ୍ଟ୍ରପତିଙ୍କ ‘ସମ୍ମତି’ ପାଇବା ପରେ ଚିଠା ଆଇନଟି ପୂର୍ଣାଙ୍ଗ ଆଇନରେ ପରିଣତ ହୁଏ ।

(ଞ) ଲୋକସଭା ବାଚସ୍ପତିଙ୍କର କ୍ଷମତା ଓ କାର୍ଯ୍ୟ କ’ଣ ?
Answer:
ଅଧ୍ଯକ୍ଷତା :

  • ବାଚସ୍ପତି ଗ୍ରହର ଅଧ୍ୟକ୍ଷଭାବେ ଲୋକସଭାର ଅଧ୍ଵଂଶନ କାର୍ଯ୍ୟ ପରିଚାଳନା କରନ୍ତି ।
  • ସେ ଗୃହରେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତି, ଗୃହର ନୀତି ନିୟମାବଳୀର ବ୍ୟାଖ୍ୟା କରନ୍ତି ।
  • ସେ ସଭ୍ୟମାନଙ୍କ ଅଧିକାର ଓ ସୁବିଧା ସୁଯୋଗକୁ ସୁରକ୍ଷା ଦିଅନ୍ତି । ବିଶୃଙ୍ଖଳିତ ଆଚରଣ ପାଇଁ ସେ ସଦସ୍ୟମାନଙ୍କୁ ଗୃହରୁ ନିଲମ୍ବିତ କରନ୍ତି ।

ନିର୍ଦ୍ଧାରଣ କ୍ଷମତା :

  • ଗୋଟିଏ ଚିଠା ଆଇନ ଏକ ଅର୍ଥ-ସମ୍ବନ୍ଧୀୟ ବିଲ୍ କି ନୁହେଁ ତାହା ସେ ନିର୍ଦ୍ଧାରଣ କରନ୍ତି ।
  • ଯେତେବେଳେ ଏକ ବିଲ୍ ବା ଆଗତ ପ୍ରସ୍ତାବ ସପକ୍ଷ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳେ ସେ ତାଙ୍କର ନିର୍ଣ୍ଣାୟକ ଭୋଟ ପ୍ରଦାନ କରି ବିଲ୍ ବା ପ୍ରସ୍ତାବରେ ଭାଗ୍ୟ ନିର୍ଦ୍ଧାରଣ କରନ୍ତି ।

BSE Odisha 8th Class Political Science Solutions Chapter 1 କେନ୍ଦ୍ର ସରକାର

(ଟ) ସର୍ବୋଚ୍ଚ ନ୍ୟାୟାଳୟର ମୌଳିକ କ୍ଷେତ୍ରାଧ୍ୟାର ବୁଝାଇ ଲେଖ ।
Answer:

  • ସର୍ବୋଚ୍ଚ ନ୍ୟାୟାଳୟ ଏକ ସଂଘୀୟ ନ୍ୟାୟାଳୟ ହୋଇଥିବାରୁ କେନ୍ଦ୍ର ଏବଂ ରାଜ୍ୟମାନଙ୍କ ମଧ୍ୟରେ ବା ରାଜ୍ୟ- ରାଜ୍ୟମାନଙ୍କ ମଧ୍ୟରେ ବିବାଦ ଉପୁଜିଲେ, ତାହାର ନ୍ୟାୟିକ ସମାଧାନ ଏହି ସର୍ବୋଚ୍ଚ ନ୍ୟାୟାଳୟ କରିପାରିବ । ଏହି କ୍ଷମତା ମୌଳିକ କ୍ଷେତ୍ରାଧିକାର ଅନ୍ତର୍ଭୁକ୍ତ ।
  • କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ଉପୁଜୁଥ‌ିବା ବିବାଦଗୁଡ଼ିକ ନିମ୍ନପ୍ରକାରର ହୋଇଥାଏ; ଯଥା— (କ) କେନ୍ଦ୍ର ସରକାର ବନାମ ଏକ ବା ଏକାବ୍ଲକ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ, (ଖ) କେନ୍ଦ୍ର ସରକାର ଓ ଏକ ବା ଏକାଧ୍ଵ ରାଜ୍ୟ ସରକାର ବନାମ ଏକ ବା ଏକାଧ୍ଵ ରାଜ୍ୟସରକାରଙ୍କ ମଧ୍ୟରେ ବିବାଦ, (ଗ) ରାଜ୍ୟ ବନାମ ରାଜ୍ୟ ମଧ୍ୟରେ ବିବାଦ ।
  • ସମ୍ବିଧାନର ୩୨ ଧାରା ବଳରେ ନାଗରିକମାନେ ସେମାନଙ୍କର ମୌଳିକ ଅଧିକାର କ୍ଷୁଣ୍ଣ ହେଲେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥାଆନ୍ତି ।
  • ସର୍ବୋଚ୍ଚ ନ୍ୟାୟାଳୟ ପାଞ୍ଚଗୋଟି ନ୍ୟାୟିକ ଆଦେଶ ବା ପରମାଦେଶ (ରିଟ୍) ଜରିଆରେ ନାଗରିକମାନଙ୍କ ମୌଳିକ ଅସ୍ଵୀକାରଗୁଡ଼ିକୁ ସୁରକ୍ଷା ପ୍ରଦାନ କରିଥାଆନ୍ତି । ସେହି ପରମାଦେଶଗୁଡ଼ିକ ହେଲେ : (କ) ହାବିୟସ କର୍ପସ୍ (ଖ) ମାଣ୍ଡାମସ୍, (ଗ) ପ୍ରୋହିବିସନ୍, (ଘ) ସର୍‌ସିଓରାରୀ ଓ (ଙ) କୋରାଣ୍ଟୋ ।

୨। ନିମ୍ନଲିଖ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଲେଖାଏଁ ବାକ୍ୟରେ ଦିଅ ।

(କ) ଭାରତର ସାମ୍ବିଧାନିକ ରାଷ୍ଟ୍ରମୁଖ୍ୟ କିଏ ?
Answer:
ଭାରତର ସାମ୍ବିଧାନିକ ରାଷ୍ଟ୍ରମୁଖ୍ୟ ହୋଉଛନ୍ତି ରାଷ୍ଟ୍ରପତି ।

(ଖ) ରାଷ୍ଟ୍ରପତି ରାଜ୍ୟସଭାକୁ କେଉଁ ବ୍ୟକ୍ତିବିଶେଷଙ୍କୁ ମନୋନୀତ କରନ୍ତି ?
Answer:
ରାଷ୍ଟ୍ରପତି କଳା, ବିଜ୍ଞାନ, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରନ୍ତି ।

(ଗ) ଲୋକସଭାକୁ ରାଷ୍ଟ୍ରପତି କେତେ ଜଣ ସଭ୍ୟ ମନୋନୀତ କରନ୍ତି ଓ ସେମାନେ କେଉଁ ବର୍ଗର ?
Answer:
ଲୋକସଭାକୁ ରାଷ୍ଟ୍ରପତି ୨ ଜଣ ସଭ୍ୟଙ୍କୁ ମନୋନୀତ କରନ୍ତି ଓ ସେମାନେ ଆଙ୍ଗ୍ଲଭାରତୀୟ ବର୍ଗର ଅଟନ୍ତି ।

(ଘ) କେଉଁ କାରଣରୁ ରାଷ୍ଟ୍ରପତିଙ୍କୁ ବହିଷ୍କାର କରାଯାଇପାରିବ ?
Answer:
ସମ୍ବିଧାନ ଭଙ୍ଗ ଅଭିଯୋଗରେ ମହାଭିଯୋଗ ପ୍ରସ୍ତାବଦାରା ରାଷ୍ଟ୍ରପତିଙ୍କ ବହିଷ୍କାର କରାଯାଇପାରିବ ।

BSE Odisha 8th Class Political Science Solutions Chapter 1 କେନ୍ଦ୍ର ସରକାର

(ଙ) ରାଷ୍ଟ୍ରପତି ରାଜ୍ୟସଭାକୁ କେତେଜଣ ସଭ୍ୟ ମନୋନୀତ କରନ୍ତି ?
Answer:
ରାଷ୍ଟ୍ରପତି ୧୨ ଜଣ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରନ୍ତି ।

(ଚ) ଲୋକସଭାର ସର୍ବାଧ୍ଵ ସଦସ୍ୟ ସଂଖ୍ୟା କେତେ ?
Answer:
ଲୋକସଭାର ସଦସ୍ୟ ସଂଖ୍ୟା ୫୪୫ ।

(ଛ) ଲୋକସଭାରେ କିଏ ଅଧ୍ୟକ୍ଷତା କରନ୍ତି ?
Answer:
ଲୋକସଭାରେ ବାଚସ୍ପତି ଅଧ୍ୟକ୍ଷତା କରନ୍ତି ।

(କ) ରାଜ୍ୟସଭାର ସଭ୍ୟ ହେବାପାଇଁ ସର୍ବନିମ୍ନ ବୟସସୀମା କେତେ ?
Answer:
ରାଜ୍ୟସଭାର ସଭ୍ୟ ହେବା ପାଇଁ ସର୍ବନିମ୍ନ ବୟସସୀମା ୩୦ ।

(ଝ) ରାଷ୍ଟ୍ରପତିଙ୍କର କାର୍ଯ୍ୟକାଳ କେତେ ବର୍ଷ ?
Answer:
ରାଷ୍ଟ୍ରପତିଙ୍କର କାର୍ଯ୍ୟକାଳ ୫ ବର୍ଷ ।

(ଞ) କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ କିଏ ଅଧ୍ୟକ୍ଷତା କରନ୍ତି ?
Answer:
କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରନ୍ତି ।

(ଟ) ‘ଝୁଲା ସଂସଦ’ କ’ଣ ?
Answer:
ଯେତେବେଳେ ସାଧାରଣ ନିର୍ବାଚନରେ କୌଣସି ଗୋଟିଏ ଦଳ ଲୋକସଭାରେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରିପାରେ ନାହିଁ, ତାହାକୁ ଝୁଲା ସଂସଦ କୁହାଯାଏ ।

BSE Odisha 8th Class Political Science Solutions Chapter 1 କେନ୍ଦ୍ର ସରକାର

(୦) ରାଷ୍ଟ୍ରପତି କେତେବେଳେ ଅଧ୍ୟାଦେଶ ଜାରି କରନ୍ତି ?
Answer:
ସଂସଦର ଅଧୂବେଶନ ବସିନଥୁବା ସମୟରେ ଯଦି କୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବାପାଇଁ ହଠାତ୍ ଆଇନ ପ୍ରଣୟନର ଆବଶ୍ୟକତା ପଡ଼େ, ତେବେ ରାଷ୍ଟ୍ରପତି ଅଧ୍ୟାଦେଶ ଜାରି କରନ୍ତି ।

(ଙ) ‘କୋରମ’ କହିଲେ କ’ଣ ବୁଝାଏ ?
Answer:
ଯେଉଁ ନ୍ୟୁନତମ ସଂଖ୍ୟକ ସଭ୍ୟଙ୍କର ଉପସ୍ଥିତି ସଭାକାର୍ଯ୍ୟ ଆରମ୍ଭ କରିବାପାଇଁ ଜରୁରୀ, ତାହାକୁ କୋରମ୍ କୁହାଯାଏ ।

(ଢ) କେନ୍ଦ୍ର ମନ୍ତ୍ରିମଣ୍ଡଳ କିପରି ଗଠିତ ହୁଏ ?
Answer:
ପ୍ରତ୍ୟେକ ସାଧାରଣ ନିର୍ବାଚନ ପରେ ରାଷ୍ଟ୍ରପତି ଲୋକସଭାରେ ଥ‌ିବା ସଂଖ୍ୟାଗରିଷ୍ଠ ଦଳର ନେତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ କରନ୍ତି ଓ ତାଙ୍କ ପରାମର୍ଶକ୍ରମେ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତ କରି ମନ୍ତ୍ରୀମଣ୍ଡଳ ଗଠନ କରନ୍ତି ।

(ଣ) ସଂସଦର ମିଳିତ ଅଧୁବେଶନରେ କିଏ ଅଧ୍ୟକ୍ଷତା କରନ୍ତି ?
Answer:
ସଂସଦର ମିଳିତ ଅଧ୍ଵଶନରେ ବାଚସ୍ପତି ଅଧ୍ୟକ୍ଷତା କରନ୍ତି ।

(ତ) ରାଜ୍ୟସଭାର ସଭ୍ୟମାନେ କେତେ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି ?
Answer:
ରାଜ୍ୟସଭାର ସଭ୍ୟମାନେ ୬ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି ।

(ଥ) ଅର୍ଥବିଲ୍ ସଂସଦର କେଉଁ ଗୃହରେ ଆଗତ ହୁଏ ?
Answer:
ଅର୍ଥବିଲ୍ ସଂସଦର ନିମ୍ନ ସଦନ ବା ଲୋକସଭାରେ ଆଗତ ହୁଏ ।

BSE Odisha 8th Class Political Science Solutions Chapter 1 କେନ୍ଦ୍ର ସରକାର

(ଦ) ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ କିଏ ନିଯୁକ୍ତି ଦିଅନ୍ତି ?
Answer:
ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦିଅନ୍ତି ।

(ଧ) ଭାରତରେ ଜରୁରୀ ପରିସ୍ଥିତି କିଏ ଘୋଷଣା କରନ୍ତି ?
Answer:
ଭାରତରେ ଜରୁରୀ ପରିସ୍ଥିତି ରାଷ୍ଟ୍ରପତି ଘୋଷଣା କରନ୍ତି ।

(ନ) ରାଷ୍ଟ୍ରପତି ଶାସନ କେଉଁ ପରିସ୍ଥିତିରେ ଘୋଷଣା କରାଯାଏ ?
Answer:
ଯେତେବେଳେ ରାଷ୍ଟ୍ରପତି ରାଜ୍ୟପାଳଙ୍କ ରିପୋର୍ଟରୁ ବା ଅନ୍ୟ କୌଣସି ସୂତ୍ରରୁ ଅବଗତ ହୁଅନ୍ତି ଯେ କୌଣସି ରାଜ୍ୟରେ ସମ୍ବିଧାନ ଅନୁସାରେ ସରକାର ପରିଚାଳିତ ହୋଇପାରୁ ନାହିଁ, ସେତେବେଳେ ରାଷ୍ଟ୍ରପତି ସେହି ରାଜ୍ୟ ପାଇଁ ରାଷ୍ଟ୍ରପତି ଶାସନ ଘୋଷଣା କରନ୍ତି ।

(ପ) ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ କିଏ ନିଯୁକ୍ତି ଦିଅନ୍ତି ?
Answer:
ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦିଅନ୍ତି।

(ଫ) ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନେ କେତେ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି ?
Answer:
ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନେ ୬୫ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି ।

BSE Odisha 8th Class Political Science Solutions Chapter 1 କେନ୍ଦ୍ର ସରକାର

(ବ) କେଉଁ ପରିସ୍ଥିତିରେ ରାଷ୍ଟ୍ରପତି ପଦ ଶୂନ୍ୟ ପଡ଼େ ?
Answer:
ମୃତ୍ୟୁ, ପଦତ୍ୟାଗ, ପଦଚ୍ୟୁତି ଆଦି ପରିସ୍ଥିତିରେ ରାଷ୍ଟ୍ରପତି ପଦ ଶୂନ୍ୟ ପଡ଼େ ।

(ଭ) କେଉଁ ପରିସ୍ଥିତିରେ ଉପରାଷ୍ଟ୍ରପତି ରାଷ୍ଟ୍ରପତି ଦାୟିତ୍ୱ ସମ୍ପାଦନ କରନ୍ତି ?
Answer:
ମୃତ୍ୟୁ, ପଦତ୍ୟାଗ, ପଦଚ୍ୟୁତି କାରଣରୁ ରାଷ୍ଟ୍ରପତିଙ୍କ ପଦବୀ ଶୂନ୍ୟ ପଡ଼ିଲେ କିମ୍ବା ରାଷ୍ଟ୍ରପତି ଅସୁସ୍ଥ ହେଲେ କିମ୍ବା ଅନୁପସ୍ଥିତ ରହିଲେ, ଉପରାଷ୍ଟ୍ରପତି ରାଷ୍ଟ୍ରପତି ଦାୟିତ୍ୱ ସମ୍ପାଦନ କରନ୍ତି ।

(ମ) ରାଷ୍ଟ୍ରପତି କେଉଁ ବର୍ଗର ଓ କେତେ ଜଣ ବ୍ୟକ୍ତିଙ୍କୁ ଲୋକସଭାକୁ ମନୋନୀତ କରନ୍ତି ?
Answer:
ରାଷ୍ଟ୍ରପତି ଆଙ୍ଗୋ ଭାରତୀୟ ବର୍ଗର ଦୁଇଜଣ ବ୍ୟକ୍ତିଙ୍କୁ ଲୋକସଭାକୁ ମନୋନୀତ କରନ୍ତି ।

(ଯ) ରାଜ୍ୟସଭାର ଅଧ୍ୟକ୍ଷ କିଏ ?
Answer:
ଉପରାଷ୍ଟ୍ରପତି ରାଜ୍ୟସଭାର ଅଧ୍ୟକ୍ଷ ଅଟନ୍ତି ।

(ର) କେଉଁ ନିର୍ଦ୍ଦିଷ୍ଟ କାରଣ ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ପଦଚ୍ୟୁତ କରାଯାଏ ?
Answer:
ପ୍ରମାଣିତ ଅସଦାଚରଣ କିମ୍ବା ଶାରିରୀକ ଅସାମର୍ଥ୍ୟ କାରଣ ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ପଦଚ୍ୟୁତ କରାଯାଏ ।

(ଳ) କିପରି ଓ କାହାଦ୍ଵାରା ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ପଦଚ୍ୟୁତ ହୋଇଥାଆନ୍ତି ?
Answer:
ସଂସଦର ଅନୁମୋଦନକ୍ରମେ ରାଷ୍ଟ୍ରପତିଙ୍କଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ପଦଚ୍ୟୁତ ହୋଇଥାଆନ୍ତି ।

(ବ) ‘କାଟ ପ୍ରସ୍ତାବ’ ଗୃହୀତ ହେଲେ କି ପରିସ୍ଥିତି ଉପୁଜେ ?
Answer:
‘କାଟ ପ୍ରସ୍ତାବ’ ସଂସଦରେ ଗୃହୀତ ହେଲେ ମନ୍ତ୍ରୀମଣ୍ଡଳ ଇସ୍ତଫା ଦିଅନ୍ତି ।

(ଶ) କେନ୍ଦ୍ର ସରକାରଙ୍କର ବାର୍ଷିକ ଆୟବ୍ୟୟ ଅଟକଳ (ବଜେଟ୍) କିଏ ସଂସଦରେ ଆଗତ କରନ୍ତି ?
Answer:
କେନ୍ଦ୍ର ସରକାରଙ୍କର ବାର୍ଷିକ ଆୟବ୍ୟୟ ଅଟକଳ (ବଜେଟ୍) କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ଆଗତ କରନ୍ତି ।

BSE Odisha 8th Class Political Science Solutions Chapter 1 କେନ୍ଦ୍ର ସରକାର

(ଷ) ସମ୍ବିଧାନ ସଂଶୋଧନ ଆଇନ କାହାଦ୍ଵାରା ଗୃହୀତ ହୁଏ ?
Answer:
ସଂବିଧାନ ସଂଶୋଧନ ଆଇନ ସଂସଦଦ୍ବାରା ଗୃହୀତ ହୁଏ ।

(ସ) ଲୋକସଭାର ସଦସ୍ୟ ହେବାପାଇଁ ବୟସଗତ ଯୋଗ୍ୟତା କ’ଣ ?
Answer:
ଲୋକସଭାର ସଦସ୍ୟ ହେବାପାଇଁ ଜଣେ ବ୍ୟକ୍ତିଙ୍କୁ ଅନ୍ୟୁନ ୨୫ ବର୍ଷ ହୋଇଥିବା ଆବଶ୍ୟକ ।

(ହ) କାହା ବିରୋଧରେ ଓ କେଉଁ ସଦନରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଏ ?
Answer:
କେନ୍ଦ୍ର ମନ୍ତ୍ରୀମଣ୍ଡଳ ବିରୋଧରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଏ ।

(କ୍ଷ) ସଂସଦର ‘ପ୍ରୋରୋଗ’ ଘୋଷଣା କିଏ କରନ୍ତି ଓ କେତେବେଳେ ?
Answer:
ଯେତେବେଳେ ସଂସଦ ଆଗାମୀ ଅଧୂବେଶନ ପର୍ଯ୍ୟନ୍ତ ମୁଲତବୀ ବା ସ୍ଥଗିତ ରହେ, ସେତେବେଳେ ରାଷ୍ଟ୍ରପତି ସଂସଦର ‘ପ୍ରୋରୋଗ’ ଘୋଷଣା କରନ୍ତି ।

(ୟ) କେଉଁ ପରିସ୍ଥିତିରେ ସଂସଦର ମିଳିତ ଅଧ‌ିବେଶନ ଡକାଯାଏ ?
Answer:
ଯେତେବେଳେ କୌଣସି ସାଧାରଣ ବିଲ୍ କ୍ଷେତ୍ରରେ ସଂସଦର ଉଭୟ ଗୃହ ମଧ୍ୟରେ ମତପାର୍ଥକ୍ୟ ଦେଖାଯାଏ, ସେତେବେଳେ ସଂସଦର ମିଳିତ ଅଧୂବେଶନ ଡକାଯାଏ ।

(ଲ) ଯୋଜନା ଆୟୋଗର ପରିବର୍ତ୍ତିତ ନାମ କ’ଣ ?
Answer:
ଯୋଜନା ଆୟୋଗର ପରିବର୍ତ୍ତିତ ନାମ ନୀତି ଆୟୋଗ ।

BSE Odisha 8th Class Political Science Solutions Chapter 1 କେନ୍ଦ୍ର ସରକାର

୩ । ବନ୍ଧନୀ ମଧ୍ଯରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) _______________ ଆମ ଦେଶର ପ୍ରଥମ ରାଷ୍ଟ୍ରପତି ।
(ଜ୍ଞାନୀ ଜୈଲ ସିଂ, ଅବଦୁଲ କଲାମ, ସର୍ବପଲ୍ଲୀ ଡକ୍ଟର ରାଧାକ୍ରିଷ୍ଣନ୍, ଡକ୍ଟର ରାଜେନ୍ଦ୍ର ପ୍ରସାଦ)
Answer:
ଡକ୍ଟର ରାଜେନ୍ଦ୍ର ପ୍ରସାଦ

(ଖ) କେନ୍ଦ୍ର ମନ୍ତ୍ରୀମଣ୍ଡଳର ମୁଖ୍ୟଙ୍କୁ ______________ କୁହାଯାଏ ।
(ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ବାଚସ୍ପତି, ମୁଖ୍ୟମନ୍ତ୍ରୀ)
Answer:
ପ୍ରଧାନମନ୍ତ୍ରୀ

(ଗ) ______________ ମସିହାରେ ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଜନ୍ମ ଲାଭ କରିଥିଲା ।
(୧୯୨୬, ୧୯୫୦, ୧୯୦୩, ୧୯୦୯)
Answer:
୧୯୫୦

(ଘ) ______________ ମାସ ପାଇଁ ଅସ୍ଥାୟୀ ରାଷ୍ଟ୍ରପତି ଭାବେ କାର୍ଯ୍ୟ ନିର୍ବାହ କରନ୍ତି ।
(୩, ୪, ୫, ୬)
Answer:
୬

BSE Odisha 8th Class Political Science Solutions Chapter 1 କେନ୍ଦ୍ର ସରକାର

(ଙ) ______________ ଏକ ଅସ୍ଥାୟୀ ସଭା ।
(ଲୋକସଭା, ରାଜ୍ୟସଭା, ବିଧାନସଭା, ଏଥୁମଧ୍ୟରୁ କେଉଁଟି ନୁହେଁ)
Answer:
ଲୋକସଭା

BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

Odisha State Board BSE Odisha Class 9 History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ will enable students to study smartly.

BSE Odisha Class 9 History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ 

1. ଜାତିସଂଘ ଗଠନର ପ୍ରସ୍ତାବ :

  • ୧୯୧୯ ମସିହା ଜାନୁୟାରୀ ୧୮ ତାରିଖରେ ପ୍ୟାରିସ୍ଠାରେ ଏକ ଶାନ୍ତ ସମ୍ମିଳନୀ ଆହୂତ ହୋଇଥିଲା ।
  • ଯୁକ୍ତରାଷ୍ଟ୍ର ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଉଡ୍ରୋ ଉଇଲ୍‌ସନ୍‌ ଆନ୍ତର୍ଜାତିକ କ୍ଷେତ୍ରରେ ସ୍ଥାୟୀ ଶାନ୍ତି ଓ ସହଯୋଗ ପ୍ରତିଷ୍ଠା ପାଇଁ ଏହି ସମ୍ମିଳନୀରେ ତାଙ୍କର ଚଉଦ ସୂତ୍ରୀ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ ।

2. ଜାତିସଂଘର କୋଭେନାଣ୍ଟ ବା ରାଜିନାମା :

  • ଜାତିସଂଘର କେଭେନାଣ୍ଟ କହିଲେ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଜାତିସଂଘ ଗଠନ ସମ୍ପର୍କିତ ରାଜିନାମାକୁ ବୁଝାଏ ।
  • ୧୯୨୦ ମସିହା ଜାନୁୟାରୀ ୧୦ ତାରିଖରୁ କେଭେନାଣ୍ଟ ବଳବତ୍ତର ହେଲା ଏବଂ ଅନୁଷ୍ଠାନିକ ଭାବେ ଜାତିସଂଘ ପ୍ରତିଷ୍ଠିତ ହେଲା ।

3. ଜାତିସଂଘର ଉଦ୍ଦେଶ୍ୟ :

  • ଆନ୍ତର୍ଜାତିକ ସହଯୋଗ, ଶାନ୍ତ ଓ ସୁରକ୍ଷାକୁ ଉତ୍ସାହିତ କରିବା ।
  • ଯୁଦ୍ଧର ଆଶ୍ରୟ ନ ନେବାକୁ ଏବଂ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ମୁକ୍ତ, ନିରପେକ୍ଷ ଓ ସମ୍ମାନଜନକ ସମ୍ପର୍କକୁ ନୈତିକ କର୍ଭବ୍ୟ ଭାବେ ଗ୍ରହଣ କରିବା ।
  • ଆନ୍ତର୍ଜାତିକ ଆଇନକୁ ରାଷ୍ଟ୍ରଗୁଡ଼ିକ ପରସ୍ପର ମଧ୍ୟରେ ଆଚରଣର ପ୍ରକୃତ ବିଧ୍ ଭାବରେ ପ୍ରତିଷ୍ଠିତ କରିବା ।
  • ନିରପେକ୍ଷତା ବଜାୟ ରଖିବା ଏବଂ ଅନୁମୋଦିତ ଚୁକ୍ତିଗୁଡ଼ିକ ପ୍ରତି ସଚେତନ ସମ୍ମାନ ଜଣାଇବା ।
  1. ଜାତିସଂଘ ଗଠନର ପ୍ରସ୍ତାବ
  2. ଜାତିସଂଘର କୋଭେନାଣ୍ଟ ବା ରାଜିନାମା
  3. ଜାତିସଂଘର ଉଦ୍ଦେଶ୍ୟ
  4. ଜାତିସଂଘର ସଙ୍ଗଠନ
  5. ଜାତିସଂଘର କ।ର୍ଯ୍ୟ।ବଳା
  6. ଜାତିସଂଘର ବିଫଳତାର କାରଣ

BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

  • ପ୍ୟାରିସ୍ ସମ୍ମିଳନୀରେ ସ୍ବାକ୍ଷରିତ ଭର୍ସାଇ ସନ୍ଧିରେ ୨୬ ଧାରା ବିଶିଷ୍ଟ ଜାତିସଂଘ କେଭେନାଣ୍ଟ ଆନ୍ତର୍ଭୁକ୍ତ ଥିଲା ।

4. ଜାତିସଂଘର ସଙ୍ଗଠନ:
ଜାତିସଂଘର ତିନିଗୋଟି ମୁଖ୍ୟ ଅଙ୍ଗ ଓ ଦୁଇଟି ସ୍ଵୟଂଶାସିତ ଅଙ୍ଗ ଥିଲା ।
BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ 5

→ ସଭା :

  • ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର ଏହି ସଭାର ସଭ୍ୟ ଥିଲେ ।
  • ସଭାର ଜଣେ ସଭାପତି ଓ ୮ ଜଣ ଉପସଭାପତି ଥିଲେ । ଏହି ସଭାର ୬ ଗୋଟି ସ୍ଥାୟୀ କମିଟି ଓ ୨ଗୋଟି ଅସ୍ଥାୟୀ କମିଟି ଗଠିତ ହୋଇଥିଲା ।
  • ସମସ୍ତ ନିର୍ବାଚିତ ସଦସ୍ୟଙ୍କୁ ନେଇ ଗଠିତ ସାଧାରଣ କମିଟିର ବୈଠକ ବର୍ଷକୁ ଅନ୍ତତଃ ଥରେ ବସୁଥିଲା ।
  • ଏହା ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତି ଓ ଜାତିସଂଘ ପରିଷଦର ଅସ୍ଥାୟୀ ସଭ୍ୟଙ୍କୁ ନିର୍ବାଚିତ କରୁଥିଲା ।

→ ପରିଷଦ :
ଚାରି ଜଣ ସ୍ଥାୟୀ ସଭ୍ୟ ଓ ଚାରିଜଣ ଅସ୍ଥାୟୀ ସଭ୍ୟଙ୍କୁ ନେଇ ପରିଷଦ ଗଠିତ ହୋଇଥିଲା । ଏହା ଜାତିସଂଘର କାର୍ଯ୍ୟକାରିଣୀ ଅଙ୍ଗ ଥିଲା ।
ସ୍ଥାୟୀ ସଭ୍ୟମାନେ ହେଲେ ଗ୍ରେଟ୍‌ବ୍ରିଟେନ୍, ଫ୍ରାନ୍ସ, ଇଟାଲୀ ଓ ଜାପାନ ।
୧୯୨୬ରେ ସ୍ଥାୟୀ ସଭ୍ୟ ହୋଇଥ‌ିବା ଜର୍ମାନୀ ପରେ ଜାତିସଂଘରୁ ଓହରି ଯାଇଥିଲା ।
୧୯୩୪ରେ ରୁଷିଆ ବହିଷ୍କୃତ ହୋଇଥିଲା । ୧୯୩୬ ସୁଦ୍ଧା ଅସ୍ଥାୟୀ ସଭ୍ୟ ସଂଖ୍ୟା ୧୧ ଥିଲା ।
ଜାତିସଂଘର ମୁଖ୍ୟ କାର୍ଯ୍ୟ ଥିଲା ‘ରାଷ୍ଟ୍ରମାନଙ୍କ ମଧ୍ୟରେ ଥ‌ିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ’ ।

→ ସଚିବାଳୟ :
BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ 1
(ଜାତିସଂଘ ସଚିବାଳୟ)

BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ 2

ମାଣ୍ଡେଟ୍‌ – ଏହି ବ୍ୟବସ୍ଥା ହେଉଛି ଏକ ଅଧ୍ୟାସନ ପଦ୍ଧତି । ପ୍ରଥମ ବିଶ୍ଵଯୁଦ୍ଧରେ ତୁର୍କୀ ଓ ଜର୍ମାନୀଠାରୁ ଛଡ଼ାଇ ଅଣାଯାଇଥିବା ଉପନିବେଶଗୁଡ଼ିକ ପାଇଁ ଏହି ‘ମାଣ୍ଡେଟ୍’ ବ୍ୟବସ୍ଥା ପଦ୍ଧତି ଗ୍ରହଣ କରାଯାଇଥିଲା ।

BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ 3

ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟ :

  • ନେଦରଲାଣ୍ଡର ହେଗ୍ରେ ପ୍ରତିଷ୍ଠିତ ଆନ୍ତର୍ଜାତିକ ନ୍ୟାୟାଳୟ ୧୯୨୨ ମସିହା ଫେବୃୟାରୀ ୧୫ ତାରିଖରେ କାର୍ଯ୍ୟ ଆରମ୍ଭ କରିଥିଲା । ପ୍ରତ୍ୟେକ ବିଚାରପତିଙ୍କର କାର୍ଯ୍ୟକାଳ ଥିଲା ୯ ବର୍ଷ ।
  • ଆନ୍ତର୍ଜାତିକ ଚୁକ୍ତିଗୁଡ଼ିକର ସର୍ଭ ବ୍ୟାଖ୍ୟା କରିବା, ଦେଶମାନଙ୍କ ମଧ୍ୟରେ ଥିବା କଳହକୁ ସମାଧାନ କରିବାପାଇଁ ଆଇନଗତ ପରାମର୍ଶ ଆନ୍ତର୍ଜାତିକ ନ୍ୟାୟାଳୟର ମୁଖ୍ୟ କାର୍ଯ୍ୟ ଥିଲା ।
  • ସଭା ଓ ପରିଷଦଦ୍ଵାରା ପଠାଯାଉଥ‌ିବା ବିବାଦ ସମ୍ବନ୍ଧରେ ଏହା ମତାମତ ପ୍ରଦାନ କରିଥାଏ ।
  • ଆନ୍ତର୍ଜାତିକ ନ୍ୟାୟାଳୟର ଦୁଇଗୋଟି ଆଇନଗତ ଅଧିକାର ରହିଛି; ଯଥା – ବାଧ୍ୟତାମୂଳକ ଓ ସ୍ୱେଚ୍ଛାକୃତ ।

ଆନ୍ତର୍ଜାତିକ ଶ୍ରମ ସଂଗଠନ :

  • ଆନ୍ତର୍ଜାତିକ ଶ୍ରମ ସଂଗଠନ ଏକ ସ୍ଵୟଂଶାସିତ ସଂସ୍ଥା । ଏହାର କାର୍ଯ୍ୟକାଳ ଜେନେଭାଠାରେ ଅବସ୍ଥିତ ।
  • ଶ୍ରମିକମାନଙ୍କ ଉନ୍ନତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହ ଏହି ସଙ୍ଗଠନ ଶ୍ରମିକମାନଙ୍କ ଅବସ୍ଥାର ନିୟନ୍ତ୍ରଣ ପାଇଁ ଆନ୍ତର୍ଜାତିକ ନିୟମ ପ୍ରସ୍ତୁତ କରିଥାଏ ।
  • ଜର୍ମାନୀ, ଅଷ୍ଟ୍ରିଆ, ଯୁକ୍ତରାଷ୍ଟ୍ର ଆମେରିକା ଓ ରୁଷିଆ ଏହାର ସଦସ୍ୟ ଥିଲେ ।
  • ପୁରୁଷ, ମହିଳା ଓ ଶିଶୁମାନଙ୍କ ପାଇଁ ତାଙ୍କ ନିଜ ଦେଶରେ ଓ ଅନ୍ୟ ଦେଶରେ ଅନୁକୂଳ ଓ ମାନବୋଚିତ ଅବସ୍ଥା ସୁରକ୍ଷିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।

BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ 4

5. ଜାତିସଂଘର କ।ର୍ଯ୍ୟ।ବଳା :

  • ଜାତିସଂଘ ୧୯୨୧ ମସିହାରେ ଆଲାଣ୍ଡ ଦ୍ୱୀପ ଅଧିକାରକୁ ନେଇ ସ୍ଵିଡେନ ଓ ଫିନ୍‌ଲାଣ୍ଡ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରିଥିଲା ।
  • ଗଣଭୋଟ ଜରିଆରେ ଉତ୍ତର ସାଇଲେସିଆ ସୀମାକୁ ନେଇ ପୋଲାଣ୍ଡ ଓ ଜର୍ମାନୀ ମଧ୍ୟରେ ସୃଷ୍ଟ ବିବାଦର ସମାଧାନ କରିଥିଲା ।
  • ୧୯୩୩ ମସିହାରେ ଲେଟିସିଆ ସହରକୁ ପେରୁର ପୁନଃ ଅଧିକାରକୁ ନେଇ କଲମ୍ବିଆ ଓ ପେରୁ ମଧ୍ୟରେ ସଂଘଟିତ ଯୁଦ୍ଧର ସମାଧାନ କରିଥିଲା ।
  • ମାଣ୍ଡେଟ୍ ବ୍ୟବସ୍ଥାଦ୍ଵାରା ଉପନିବେଶଗୁଡ଼ିକର ଶୋଷଣ ବନ୍ଦ କରିଥିଲା ।
  • କେତେକ କାର୍ଯ୍ୟରେ ଜାତିସଂଘ ଅକୃତକାର୍ଯ୍ୟ ହୋଇଥିଲା; ଯଥା – ଲିଥୁନିଆ ଦଖଲରେ ଥ‌ିବା ଭିଲନା ସହର ଉପରେ ପୋଲାଣ୍ଡର ନିୟନ୍ତ୍ରଣ ।
  • ଇଟାଲୀଦ୍ଵାରା କୋରଫ୍ୟୁ ଦ୍ବୀପ ଧ୍ବଂସ ଓ ଗ୍ରୀସ୍ଠାରୁ କ୍ଷତିପୂରଣ ଆଦାୟ, ଇଟାଲୀର ଆବିସିନିଆ ଅଧିକାର, ଜାପାନର ମଞ୍ଜୁରିଆ ଅଧ୍ୟାର ଇତ୍ୟାଦି ବିବାଦର ସମାଧାନରେ ଜାତିସଂଘ ବିଫଳ ହୋଇଥିଲା ।

6. ଜାତିସଂଘ ବିଫଳତାର କାରଣ :

  • ପ୍ୟାରିସ୍ ଶାନ୍ତିଚୁକ୍ତି ସହିତ ସଂଯୋଗ
  • ଯୁକ୍ତରାଷ୍ଟ୍ର ଆମେରିକାର ଅନୁପସ୍ଥିତି
  • ରାଷୃମାନଙ୍କର ସ୍ୱ।ର୍ଥପର ମନୋଭାବ
  • ସାର୍ବଜନୀନତାର ଅଭାବ ଓ ଆର୍ଥିକ ମାନ୍ଦାବସ୍ଥା

→ ୧୯୪୬ ଏପ୍ରିଲ ୧୮ ତାରିଖରେ ଜାତିସଂଘ, ସଂଯୁକ୍ତ ରାଷ୍ଟ୍ର ସଂଘ (UNO) ସହିତ ମିଶିଯାଇଥିଲେ ।

BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ :

୧୯୧୯ ଖ୍ରୀ.ଅ. – (ଜାନୁୟାରୀ ୧୮ ତାରିଖ) ପ୍ୟାରିସ୍ ଶାନ୍ତ ସମ୍ମିଳନୀ ଆହୂତ, (ଏପ୍ରିଲ୍ ୨୮ ତାରିଖ) ପ୍ୟାରିସ୍ ସମ୍ମିଳନୀର ଏକ ଅଧିବେଶନରେ କେଭେନାଣ୍ଟ ଚିଠା ଗୃହୀତ, (ଜୁନ୍ ୨୮ ତାରିଖ) ପ୍ୟାରିସ୍ଠାରେ ସ୍ଵାକ୍ଷରିତ ଭର୍ସାଇ ସନ୍ଧିରେ କୋଭେନାଣ୍ଟ ଚିଠା ଅନ୍ତର୍ଭୁକ୍ତ ।
୧୯୨୦ ଖ୍ରୀ.ଅ. – ଜାନୁୟାରୀ ୧୦ ତାରିଖଠାରୁ ଜାତିସଂଘ କୋଭେନାଣ୍ଟ ବଳବତ୍ତର ହେବା ସହ ଜାତିସଂଘ ଅନୁଷ୍ଠାନିକ ଭାବେ ପ୍ରତିଷ୍ଠିତ ।
୧୯୨୧ ଖ୍ରୀ.ଅ. – ଜାତିସଂଘଦ୍ବାରା ସ୍ବିଡ଼େନ୍ ଓ ଫିନ୍‌ଲାଣ୍ଡ ମଧ୍ୟରେ ଥିବା କଳହର ସମାଧାନ ।
୧୯୨୨ ଖ୍ରୀ.ଅ. – (ଫେବୃଆରୀ ୧୫) ଆନ୍ତର୍ଜାତିକ ନ୍ୟାୟାଳୟ ଉଦ୍‌ଘାଟିତ, ଜାତିସଂଘ ମାଧ୍ୟମରେ ପୋଲାଣ୍ଡ ଓ ଚେକୋସ୍ଲୋଭାକିଆ ମଧ୍ୟରେ ଥ‌ିବା ବିବାଦର ସମାଧାନ ।
୧୯୨୬ ଖ୍ରୀ.ଅ. – ଜାତିସଂଘରେ ସ୍ଥାୟୀ ସଭ୍ୟଭାବେ ଜର୍ମାନୀ ସ୍ଵୀକୃତ ।
୧୯୩୪ ଖ୍ରୀ.ଅ. – ରୁଷିଆର ଜାତିସଂଘରେ ଯୋଗଦାନ ।
୧୯୩୫ ଖ୍ରୀ.ଅ. – ଜାତିସଂଘର ସଦସ୍ୟ ସଂଖ୍ୟା ୬୦କୁ ବୃଦ୍ଧି ।
୧୯୩୬ ଖ୍ରୀ.ଅ. – ଆନ୍ତର୍ଜାତିକ ନ୍ୟାୟାଳୟରେ ଉପବିଚାରପତି ପଦ ଉଚ୍ଛେଦ, ଇଟାଲୀର ଜାତିସଂଘ ସଦସ୍ୟ ପଦ ତ୍ୟାଗ ।
୧୯୩୯ ଖ୍ରୀ.ଅ. – ଜାତିସଂଘରୁ ରୁଷିଆ ବହିଷ୍କୃତ, ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ।
୧୯୪୬ ଖ୍ରୀ.ଅ. – ୩୪ଟି ରାଷ୍ଟ୍ରର ପ୍ରତିନିଧ୍ ‘ସଭା’ର ଶେଷ ବୈଠକରେ ଯୋଗଦାନ ।