BSE Odisha 9th Class History Notes Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ

Odisha State Board BSE Odisha Class 9 History Notes Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ will enable students to study smartly.

BSE Odisha Class 9 History Notes Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ 
→ ଉପକ୍ରମ:

  • ପୃଥ‌ିବୀର ବୈପ୍ଳବିକ ଇତିହାସର ମୂକସାକ୍ଷୀ ହେଉଛି ରୁଷ୍ ବିପ୍ଳବ ।
  • ରୁଷ୍ ବିପ୍ଳବ ସାମ୍ୟବାଦ, ସମାଜବାଦ ଓ ସମତାର ବାର୍ତ୍ତା ପ୍ରସାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।
  • ଏହା ମଧ୍ଯ ପୃଥ‌ିବୀର ଅନେକ ଦେଶର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବାରେ ସହାୟତା କରିଥିଲା ।
  • ୧୯୧୭ ମସିହାର ରୁଷ୍ ବିପ୍ଳବ ପୃଥ‌ିବୀରେ ଏକ କ୍ରାନ୍ତିକାରୀ ଯୁଗର ଶୁଭାରମ୍ଭ କରିଥିଲା ।
  • ଫରାସୀ ବିପ୍ଳବ ୧୭୮୯ ମସିହାରେ ସାମ୍ୟ, ସମାନତା ଓ ମୈତ୍ରୀର ବାର୍ତ୍ତା ପ୍ରଚାର କରିଥିଲାବେଳେ ରୁଷ୍ ବିପ୍ଳବ, ସାମ୍ୟବାଦ, ସମାଜବାଦ ଓ ସମତାର ମନ୍ତ୍ର ପ୍ରଚାର କରିବାରେ କୌଣସି ଗୁଣରେ କମ୍ ନଥିଲା

ସ୍ୱେଚ୍ଛାଚାରୀ ଶାସନ :

  • ରୁଷିଆରେ ପ୍ରାୟ ଏକ ଶହ ବର୍ଷରୁ ଊର୍ଦ୍ଧ୍ବ ଧରି ରୋମାନୋଭ୍ ବଂଶ ଶାସନ କରି ଆସୁଥିଲେ । ସେମାନଙ୍କର ଶାସନ ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ଥିଲା ଓ ସେମାନେ ଏକଚ୍ଛତ୍ରବାଦୀ ଭାବରେ ରାଜତ୍ଵ କରୁଥିଲେ । ସମ୍ରାଟମାନଙ୍କୁ ‘ଜାର୍’ ବୋଲି କୁହାଯାଉଥିଲା ।
  • ରୁଷିଆରେ ଶେଷ ପାଞ୍ଚଜଣ ଜାର ଅତ୍ୟନ୍ତ ନିଷ୍ଠୁର ଓ କ୍ରୂର ଥିଲେ ।
  • ପ୍ରଥମ ଆଲେକ୍‌ଜାଣ୍ଡାର ଜଣେ ଅତ୍ୟାଚାରୀ ଶାସକ ଥିଲେ । ସେ ପ୍ରତିକ୍ରିୟାଶୀଳ ନୀତି ପ୍ରବର୍ତ୍ତନ କରିଥିଲେ ।
  • ଦ୍ଵିତୀୟ ଆଲେକ୍‌ଜାଣ୍ଡାର ରୁଷିଆରେ ପ୍ରଚଳିତ ଥ‌ିବା ଦାସତ୍ଵ ଓ କୃଷିଭୃତ୍ୟ ପ୍ରଥା ଉଚ୍ଛେଦ କରିଥିଲେ ଓ ତୃତୀୟ ଆଲେକ୍‌ଜାଣ୍ଡାର ଜଣେ ନିଷ୍ଠୁର ଓ ନିରଙ୍କୁଶ ଶାସନ ପ୍ରବର୍ତ୍ତନ କରିଥିଲେ ।
  • ପ୍ରଥମ ନିକୋଲାସ୍ ଜଣେ ଅତ୍ୟାଚାରୀ ଶାସକ ଥିଲେ । ସେ ପ୍ରଗତିଶୀଳ ଚିନ୍ତାଧାରାକୁ ବିରୋଧ କରୁଥିଲେ । ଶେଷରେ ଦ୍ବିତୀୟ ନିକୋଲାସ୍‌ଙ୍କ ଶାସନ କାଳରେ ଜନଅସନ୍ତୋଷ ଘନୀଭୂତ ହୋଇ ବିପ୍ଳବର ସୂତ୍ରପାତ ହୋଇଥିଲା ।

ବିଷୟବସ୍ତୁର ରୂପରେଖ:

  • ରୁଷ୍ ବିପ୍ଳବର କାରଣସମୂହ
  • ବିପ୍ଳବର ସୂତ୍ରପାତ
  • ଫେବୃଆରୀ ବିପ୍ଳବର ଫଳାଫଳ
  • ଅକ୍ଟୋବର ବିପ୍ଳବ
  • ରୁଷ୍ ବିପ୍ଳବର ଫଳାଫଳ

BSE Odisha 9th Class History Notes Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ

ରୁଷ୍ ବିପ୍ଳବର କାରଣ:

  • ସ୍ୱେଚ୍ଛାଚାରୀ ଶାସନ
  • ସାମାଜିକ ବୈଷମ୍ୟ
  • ଅର୍ଥନୈତିକ ଅସମାନତା
  • ଶିଳ୍ପ ବିପ୍ଳବର ପ୍ରଭାବ
  • ବୌଦ୍ଧିକ ଚେତନା
  • ଭିନ୍ନ ଭିନ୍ନ ଦଳ ଗଠନ
  • ଅପାରଗ ଅମଲାତନ୍ତ୍
  • ନିରୁତ୍ସାହିତ ସୈନ୍ୟବାହିନୀ
  • ରକ୍ତାକ୍ତ ରବିବାର
  • ଷମତାବିହୀନ ତୁମା
  • ଜାରିନା ଓ ରାସ୍‌ପୁଟିନ୍‌ଙ୍କ ହସ୍ତକ୍ଷେପ
  • ବିଶ୍ଵଯୁଦ୍ଧରେ ରୁଷିଆର ପରାଜୟ

ସାମାଜିକ ବୈଷମ୍ୟ :

  • ରୁଷ୍ ସମାଜରେ ଦୁଇ ଶ୍ରେଣୀର ଲୋକେ ବାସ କରୁଥିଲେ । ସେମାନଙ୍କୁ ଥିଲାବାଲା ବା ଧନୀକ ଶ୍ରେଣୀ ଓ ନ ଥୁଲାବାଲା ବା କୃଷକ ଗୋଷ୍ଠୀ ବୋଲି କୁହାଯାଉଥିଲା ।
  • ଥୁଲାବାଲା ବା ଧନୀକ ଶ୍ରେଣୀର ଲୋକମାନେ ସମସ୍ତ ପ୍ରକାର କ୍ଷମତା ଉପଭୋଗ କରୁଥିଲେ । ତା’ସହିତ ଦେଶର ସମସ୍ତ ଜମିର ମାଲିକ ଥିଲେ । ମାତ୍ର ନ ଥିଲାବାଲା ବା ଶ୍ରମିକ ଓ କୃଷକ ଶ୍ରେଣୀର
  • ଲୋକମାନେ ସବୁଥିରୁ ବଞ୍ଚିତ ଥିଲେ ।
  • ଏହି ସାମାଜିକ ବୈଷମ୍ୟ ଲୋକମାନଙ୍କ ମଧ୍ୟରେ ଶ୍ରେଣୀ ସଂଘର୍ଷ ମନୋଭାବ ସୃଷ୍ଟି କରିଥିଲା ଓ ଏହା ପରବର୍ତ୍ତୀ ଅବସ୍ଥାରେ ଏକ ବିପ୍ଲବରେ ପରିଣତ ହେଲା ।

→ ଭୋଦ୍‌କା – ରୁଷିଆରେ ଗହମରୁ ପ୍ରସ୍ତୁତ ହେଉଥ‌ିବା ଏକ ନିଶାକାରୀ ପାନୀୟ ।

ଅର୍ଥନୈତିକ ଅସମାନତା :

  • ଅସମାନତା ସୃଷ୍ଟି ହୋଇଥିଲା, ଯାହାଫଳରେ ସମାଜରେ ଶୋଷକ ଓ ଶୋଷିତ ଶ୍ରେଣୀ ସୃଷ୍ଟି ହୋଇଥିଲେ ।
  • କୃଷକମାନଙ୍କର ଅବସ୍ଥାରେ ପରିବର୍ତ୍ତନ ପାଇଁ କୃଷିଭୃତ୍ୟ ପ୍ରଥା ଉଚ୍ଛେଦ କରାଯିବା ସତ୍ତ୍ବେ ସେମାନଙ୍କର ଅବସ୍ଥାରେ କୌଣସି ପରିବର୍ତ୍ତନ ଆସିନଥିଲା
  • ରୁଷ୍ ସମାଜରେ କୃଷକମାନେ ସର୍ବହରା ବା ପ୍ରୋଲେତାରିଏତ୍ ଭାବରେ ପରିଚିତ ହେଲେ, ଯାହାକି ବିପ୍ଳବ ପାଇଁ ବାଟ ସୁଗମ କରିଥିଲା ।

BSE Odisha 9th Class History Notes Chapter 3 ରୁଷ ବିପ୍ଲବ 1
→ ପ୍ରୋଲେତାରିଏତ୍ – ରୁଷିଆର ସର୍ବହରା କୃଷକମାନଙ୍କୁ ପ୍ରୋଲେତାରି ଏତ୍ କୁହାଯାଉଥିଲା ।

ଶିଳ୍ପ ବିପ୍ଳବର ପ୍ରଭାବ :

  • ଶିଳ୍ପ ବିପ୍ଳବର ପ୍ରଭାବ ରୁଷିଆର ଶ୍ରମିକମାନଙ୍କର ଜୀବନଧାରାରେ କୌଣସି ପରିବର୍ତ୍ତନ ଆଣିପାରିନଥିଲା ।
  • ଯନ୍ତ୍ରପାତିର ପ୍ରୟୋଗ ଫଳରେ ଅନେକ ଶ୍ରମିକଙ୍କୁ ଛଟେଇ କରାଯାଉଥିଲା । ସେମାନଙ୍କୁ କମ୍ ପାରିଶ୍ରମିକରେ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିଲା ।
  • ପୁଞ୍ଜିପତି ଓ ଶ୍ରମିକମାନଙ୍କ ମଧ୍ୟରେ ସମ୍ପର୍କ ଅଧିକ ଖରାପ ହେଲା ଓ ଶ୍ରମିକମାନେ ନିଜର ସମସ୍ୟାର ସମାଧାନ ପାଇଁ ସଂଘମାନ ଗଠନ କରିଥିଲେ । ଶିଳ୍ପକ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

BSE Odisha 9th Class History Notes Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ

ବୌଦ୍ଧିକ ଚେତନା :

  • ରୁଷିଆର ପ୍ରଗତିଶୀଳ ମତବାଦଗୁଡ଼ିକର ପ୍ରଚାରରେ ଜାର୍‌ଙ୍କ ପ୍ରତିବନ୍ଧକ ସତ୍ତ୍ଵେ ଅନେକ ପାଶ୍ଚାତ୍ୟ ସାହିତ୍ୟ ରୁଷ୍ ଭାଷାରେ ଅନୂଦିତ ହୋଇ ଶିକ୍ଷିତ ଲୋକମାନଙ୍କଦ୍ୱାରା ପାଠ କରାଯାଇଥିଲା ।
  • ରୁଷର ଚିନ୍ତାଶୀଳ ଲେଖକ ଯଥା – କାର୍ଲ ମାର୍କସ୍, ଲିଓ ଟଲଷ୍ଟୟ,ଦସ୍ତୋଭସ୍କି, ମାକ୍‌ସିମ୍ ଗୋର୍କୀ ଓ ଲାଭରୋଭ୍ ରୁଷ୍ ବିପ୍ଳବ ପାଇଁ ପ୍ରେରଣା ଯୋଗାଇଥିଲା ।

→ କାର୍ଲମାର୍କଙ୍କ କମ୍ୟୁନିଷ୍ଟମାନି ଫେଷ୍ଟୋ ୧୮୪୮ ମସିହାରେ ଦାସକ୍ୟାପିଟାଲ୍ ୧୮୬୭ରେ ପ୍ରକାଶ ପାଇଥିଲା

ଭିନ୍ନ ଭିନ୍ନ ଦଳ ଗଠନ :

  • ରୁଷର ସବୁଠାରୁ ଗରିବ ଓ ଶ୍ରମିକଗୋଷ୍ଠୀମାନେ ବିଭିନ୍ନ ଦଳ ଗଠନ କରି ଜାରଙ୍କ ସ୍ୱେଚ୍ଛାଚାରିତା ଓ ଶୋଷକ ଶ୍ରେଣୀ ଅନ୍ୟାୟ ବିରୁଦ୍ଧରେ ବିପ୍ଳବ କରିଥିଲେ ।
  • ରୁଷରେ ୧୮୯୫ ମସିହାରେ ଶ୍ରମିକମାନେ ସାମାଜିକ ଗଣତାନ୍ତ୍ରିକ ଦଳ ଓ ୧୯୦୧ ରେ ଭୂମିହୀନ କୃଷକମାନେ ସାମାଜିକ ବିପ୍ଳବୀ ଦଳ ଗଠନ କରିଥିଲେ ।
  • ୧୯୦୩ ମସିହାରେ ଶ୍ରମିକମାନଙ୍କ ଦଳ ଦୁଇଭାଗରେ ବିଭକ୍ତ ହୋଇଥିଲା ଯଥା –ମେନ୍‌ସେଭିକ୍ ଓ ବୋଲ୍‌ସେଭିକ୍ ।
  • ମାରତୋଭ୍ଙ୍କଦ୍ଵାରା ମେନ୍‌ସେଭିକ୍ ଓ ଲେନିନ୍‌ଙ୍କଦ୍ୱାରା ବୋଲ୍‌ସେଭିକ୍ ଦଳ ପରିଚାଳିତ ହେଉଥିଲା ।

ଅପାରଗ ଅମଲାତନ୍ତ୍ର :

  • ରୁଷିଆର ଅମଲାତନ୍ତ୍ରର ଅଧିକାଂଶ ଲୋକ ଧନୀକ ଶ୍ରେଣୀର ଥିଲେ । ସେମାନଙ୍କର ସାଧାରଣ ଲୋକଙ୍କ ପ୍ରତି କୌଣସି ସହାନୁଭୂତି ନଥିଲା । ଗରିବ ଲୋକଙ୍କୁ ସେମାନେ ଶୋଷଣ କରୁଥିଲେ ।
  • ସେଠାରେ ଅମଲାତନ୍ତ୍ରର ଦକ୍ଷତାର ଅଭାବ, ପ୍ରିୟାପ୍ରୀତି ତୋଷଣ ଓ ଦୁର୍ନୀତି ଯୋଗୁ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା । ସେମାନେ ଏହାର ପରିବର୍ତ୍ତନ ପାଇଁ ସୁଯୋଗ ଅପେକ୍ଷାରେ ଥିଲେ ।

ନିରୁତ୍ସାହିତ ସୈନ୍ୟବାହିନୀ :

  • ଜାର୍ ରୁଷିଆର ସୈନ୍ୟବାହିନୀକୁ ଅତ୍ୟାବଶ୍ୟକ ସୁବିଧା ସୁଯୋଗ ଯୋଗାଇବାପାଇଁ ଆଗ୍ରହ ପ୍ରକାଶ କରିନଥିଲେ ।
  • ସୈନ୍ୟମାନେ ଭୋକ ଉପାସ ଓ ଯୁଦ୍ଧ ଉପକରଣର ଅଭାବ ଯୋଗୁଁ ମୃତ୍ୟୁବରଣ କରିଥିଲେ ।
  • ସୈନ୍ୟବାହିନୀରେ ଆଧୁନିକ ଅସ୍ତ୍ରଶସ୍ତ୍ରର ଅଭାବ ସହିତ କ୍ରିମିଆ ଯୁଦ୍ଧ, ରୁଷ୍-ଜାପାନ ଯୁଦ୍ଧରେ ରୁଷର ପରାଜୟ ଫଳରେ ଜାର୍ ଶାସନର ଦୁର୍ବଳତା ପ୍ରକାଶ ପାଇଲା ଓ ଜନସାଧାରଣ ଅପମାନବୋଧ କଲେ ।

ରକ୍ତାକ୍ତ ରବିବାର :

  • ୧୯୦୫ ଜାନୁଆରୀ ୨୨ ତାରିଖରେ ଧର୍ମଯାଜକ ଫାଦର ଗ୍ୟ।ପନ୍ ଙ୍କ ନେତୃତ୍ୱରେ ଜନସାଧାରଣ ସେଣ୍ମପିଟରସ୍ ବସ୍ଥିତି ଜାର୍‌ଙ୍କ ରାଜପ୍ରାସାଦକୁ ଦାବିପତ୍ର ଦେବାପାଇଁ ଶୋଭାଯାତ୍ରା କରି ଯାଇଥିଲେ ।
  • ଜାର୍‌ଙ୍କ ନିର୍ଦ୍ଦେଶରେ ସୈନ୍ୟମାନେ ଶୋଭାଯାତ୍ରାକାରୀଙ୍କ ଉପରେ ଗୁଳି ଚାଳନା କରିବା ଫଳରେ ଅନେକ ମୃତ୍ୟୁବରଣ କଲେ ଓ ବହୁସଂଖ୍ୟକ ଆହତ ହେଲେ । ଏହାକୁ ରୁଷ୍ ଇତିହାସରେ ‘ରକ୍ତାକ୍ତ ରବିବାର’ କୁହାଯାଏ ।

ଷମତାବିହୀନ ତୁମା:
୧୯୦୫ ମସିହାରେ ଜାର୍ ଦ୍ବିତୀୟ ନିକୋଲାସ୍‌ଙ୍କ ରୁଷର ନିର୍ବାଚିତ ସଂସଦ ‘ଡୁମା’ ଆହ୍ଵାନ କରିବାର ନିର୍ଦ୍ଦେଶ ବିରୋଧରେ ଜନ ଆନ୍ଦୋଳନ ଦେଖାଦେବାରୁ ଜାର୍ ଅକ୍ଟୋବର ଇସ୍ତାହାର ଘୋଷଣା କଲେ ଓ ଡୁମାକୁ ଆଇନ ପ୍ରଣୟନ କ୍ଷମତା ପ୍ରଦାନ କରିଥିଲେ ।

  • କ୍ରିମିଆ ଯୁଦ୍ଧ – ୧୮୫୪ ମସିହା
  • ରୁଷ-ଜାପାନ ଯୁଦ୍ଧ – ୧୯୦୪ ମସିହା
  • ଲେନିନ୍‌ଙ୍ଗ୍ରାଡ଼ – ରୁଷିଆର ଦ୍ୱିତୀୟ ବୃହତ୍ତମ ସହର
  • ଡୁମା – ରୁସ୍‌ର ପାର୍ଲିଆମେଣ୍ଟ
  • ୧୯୦୬ ମେ ୬ ତାରିଖ – ପ୍ରଥମ ଡୁମା
  • ୧୯୦୭ ମାର୍ଚ୍ଚ – ଦ୍ବିତୀୟ ଡୁମା ଆହୂତ
  • ୧୯୧୨ ମସିହା – ତୃତୀୟା ଡୁମା ଗଠନ

BSE Odisha 9th Class History Notes Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ

ଜାରିନା ଓ ରାସ୍‌ପୁଟିନ୍‌ଙ୍କ ହସ୍ତକ୍ଷେପ :

  • ଜାର୍ ଦ୍ୱିତୀୟ ନିକୋଲାସ୍‌ଙ୍କ ପତ୍ନୀ ଜାରିନା ଆଲେକ୍‌ଜାଣ୍ଡ୍ରା ଜଣେ ଅହଙ୍କାରୀ, ସଂକୀର୍ଣ୍ଣମନା ଓ ଅତ୍ୟନ୍ତ କ୍ଷମତାଲୋଭୀ ନାରୀ ଥିଲେ ।
  • ରାସ୍‌ଟିନ ନାମକ ଜଣେ ଭଣ୍ଡ ସନ୍ନ୍ୟାସୀଙ୍କଦ୍ୱାରା ସେ ପ୍ରଭାବିତ ହୋଇଥିଲେ । ସେ ତାଙ୍କୁ ଅଖଣ୍ଡ କ୍ଷମତା ପ୍ରଦାନ କରିଥିଲେ । ଯାହାଫଳରେ ରୁଷ୍ଠରେ ଦୁର୍ନୀତି ଓ ବିଭ୍ରାନ୍ତିକର ବାତାବରଣ ଦେଖାଦେଇଥିଲା ।
  • ରୁଷରେ ରାଜପରିବାର ପ୍ରତି ଅସନ୍ତୋଷ ବୃଦ୍ଧି ପାଇଥିଲା ଓ ଲୋକମାନେ ଶାସନରେ ପରିବର୍ତ୍ତନ ଆବଶ୍ୟକ କଲେ ।

→ ରାସ୍‌ପୁଟିନଙ୍କ ପୂରାନାମ – ଗ୍ରିଗୋରୀ ଏଫମୋଭିଚ୍‌ । ରାଜକୁମାର ୟୁସୁପୋଷ୍ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ।

ଜାରିନା ଓ ରାସ୍‌ପୁଟିନ୍‌ଙ୍କ ହସ୍ତକ୍ଷେପ :
ଜାର୍ ଦ୍ୱିତୀୟ ନିକୋଲାସ୍କଙ୍କ ପତ୍ନୀ ଜାରିନା ଆଲେକ୍‌ଜାଣ୍ଡ୍ରା ଜଣେ ଅହଙ୍କାରୀ, ସଂକୀର୍ଣ୍ଣମନା ଓ ଅତ୍ୟନ୍ତ କ୍ଷମତାଲୋଭୀ ନାରୀ ଥିଲେ ।
ରାସ୍‌ପୁଟିନ ନାମକ ଜଣେ ଭଣ୍ଡ ସନ୍ୟାସୀଙ୍କଦ୍ୱାରା ସେ ପ୍ରଭାବିତ ହୋଇଥିଲେ । ସେ ତାଙ୍କୁ ଅଖଣ୍ଡ କ୍ଷମତା ପ୍ରଦାନ କରିଥିଲେ । ଯାହାଫଳରେ ରୁଷରେ ଦୁର୍ନୀତି ଓ ବିଭ୍ରାନ୍ତିକର ବାତାବରଣ ଦେଖାଦେଇଥିଲା ।
ରୁଷରେ ରାଜପରିବାର ପ୍ରତି ଅସନ୍ତୋଷ ବୃଦ୍ଧି ପାଇଥିଲା ଓ ଲୋକମାନେ ଶାସନରେ ପରିବର୍ତ୍ତନ ଆବଶ୍ୟକ କଲେ ।

ବିଶ୍ବଯୁଦ୍ଧରେ ରୁଷିଆର ପରାଜୟ :

  • ପ୍ରଥମ ବିଶ୍ଵ ଯୁଦ୍ଧରେ ରୁଷିଆ ଜର୍ମାନୀ ବିରୋଧରେ ମିତ୍ରଶକ୍ତି ସପକ୍ଷରେ ଯୋଗଦେଇଥିଲା ଏବଂ ଜର୍ମାନୀଠାରୁ ପରାଜୟ ବରଣ କରିଥିଲା ।
  • ସେହି ସମୟରେ ରୁଷିଆର ଆର୍ଥିକ ଅବନତି ହେବାକୁ ଲାଗିଲା । ଏହା ଅସନ୍ତୁଷ୍ଟ ଜନତାଙ୍କୁ ଜାରଙ୍କ ବିରୋଧରେ ବିପ୍ଳବ କରିବାପାଇଁ ଉତ୍ତେଜିତ କରିଥିଲା ।

BSE Odisha 9th Class History Notes Chapter 3 ରୁଷ ବିପ୍ଲବ 2

ବିପ୍ଳବର ସୂତ୍ରପାତ :
ରୁଷ୍ ବିପ୍ଳବର ଆଶୁ କାରଣ ଥିଲା ଖାଦ୍ୟଶସ୍ୟ, ପୋଷାକ, ଜାଳେଣି ପ୍ରଭୃତି ଦୈନନ୍ଦିନ ଆବଶ୍ୟକତାର ଅଭାବ । ଏସବୁପ୍ରତି ଜାର୍‌ଙ୍କ ଉଦାସୀନତା ଯୋଗୁଁ ରୁଷିବାସୀ ବିପ୍ଳବର ପନ୍ଥା ଗ୍ରହଣ କରିଥିଲେ ।
ବିପ୍ଳବ ଓ ଦ୍ବିତୀୟଟି ଥିଲା ଅକ୍ଟୋବର ବିପ୍ଳବ ।
BSE Odisha 9th Class History Notes Chapter 3 ରୁଷ ବିପ୍ଲବ 3

ଫେବୃଆରୀ ବିପ୍ଳବ :

  • ୧୯୧୭ ମସିହା ମାର୍ଚ୍ଚ ୮ ତାରିଖରେ ପ୍ରାୟ ଏକ ଲକ୍ଷ ଲୋକ ପେଟ୍ରୋଗାଡ଼ ସହର ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଥ‌ିରେ ହଜାର ହଜାର ସଂଖ୍ୟାରେ ମହିଳା ମଧ୍ୟ ଯୋଗ
  • ଦେଇଥିଲେ । ଆହୁରି ମଧ୍ୟ ସୈନ୍ୟବାହିନୀର ଲୋକମାନେ ଏହି ବିଦ୍ରୋହରେ ଯୋଗ ଦେଇଥିଲେ ।
  • ଜାର୍ ଉୁମାକୁ ଭାଙ୍ଗିସେଇଥ୍ ଲେ ଓ ସୈନ୍ୟବାହି ଆଦୋଳନକାରୀମାନଙ୍କୁ ନେଇ ‘ସୋଭିଏତ୍’ ଗଠିତ ହେଲା ।
  • ମାର୍ଚ୍ଚ ୧୫ ତାରିଖରେ ଜାର୍ ଶାସନ ଓ ରୋମାନୋଭ୍ ରାଜବଂଶର ଅବସାନ ଘଟିଥିଲା ।
  • ପ୍ରିନ୍ସ ଲୋଭୋଭ୍ଙ୍କ ନେତୃତ୍ବରେ ସେଠାରେ କାମଚଳା ସରକାର ଗଠିତ ହୋଇଥିଲା ।

BSE Odisha 9th Class History Notes Chapter 3 ରୁଷ ବିପ୍ଲବ 4

→ ଫେବୃୟାରୀ ବିପ୍ଳବ – ସେ ସମୟରେ ପ୍ରଚଳିତ କ୍ୟାଲେଣ୍ଡର ଅନୁଯାୟୀ ମାର୍ଚ୍ଚ ୧୨ ତାରିଖଟି ଫେବୃୟାରୀ ୨୭ ତାରିଖ ଥିଲା, ତେଣୁ ଏହାକୁ ଫେବୃୟାରୀ ବିପ୍ଳବ କୁହାଯାଏ ।

ଅକ୍ଟୋବର ବିପ୍ଳବ :

  • ଲେନିନ୍ ଓ ଟ୍ରଟସ୍କିଙ୍କ ନେତୃତ୍ୱରେ ବୋଲ୍‌ସେଭିକ୍ ବିପ୍ଳବ ବା ଅକ୍ଟୋବର ବିପ୍ଳବ ଆରମ୍ଭ ହୋଇଥିଲା ।
  • ୧୯୧୭ ମସିହା ନଭେମ୍ବର ୭ ତାରିଖରେ ବୋଲସେଭିକ୍‌ମାନେ ବିନା ରକ୍ତପାତରେ ରୁଷିଆରେ ସରକାର ଗଠନ କରିଥିଲେ ।
  • ଏହି ବିପ୍ଳବ ଏକ ସାମାଜିକ ବିପ୍ଳବ ଥିଲା । ଦେଶରେ ସାମ୍ୟବାଦ ଓ ସମାଜବାଦ ପ୍ରତିଷ୍ଠା ହେଲା ।
  • ନଭେମ୍ବର ୭ ତାରିଖ ରୁଷ୍ କ୍ୟାଲେଣ୍ଡର ଅକ୍ଟୋବର ମାସରେ ପଡୁଥିବାରୁ ଏହାକୁ ଅକ୍ଟୋବର ବିପ୍ଳବ କୁହାଯାଏ । ବିପ୍ଳବ ପରେ ଲେନିନ୍ ପ୍ରଧାନ ମନ୍ତ୍ରୀ ଓ ଟ୍ରଟସ୍କି ବୈଦେଶିକ ମନ୍ତ୍ରୀ ହୋଇଥିଲେ ।

→ ଅକ୍ଟୋବର ବିପ୍ଳବ – ରୁଷ୍ ବିପ୍ଳବ ସମୟରେ ପ୍ରଚଳିତ ମାସର ୨୫ ତାରିଖ ହୋଇଥିବାରୁ ଏହାକୁ ଅକ୍ଟୋବର ବିପ୍ଳବ କୁହାଯାଏ ।

BSE Odisha 9th Class History Notes Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ

ରୁଷ୍ ବିପ୍ଳବର ଫଳସ୍ଵରୂପ ରାଜନୈତିକ ପରିବର୍ତ୍ତନ :

  • ଜାମାନଙ୍କର ଏକଚ୍ଛତ୍ର ଶାସନ ଲୋପ ପାଇଥିଲା ।
  • ଦେଶର ଶାସନ ପ୍ରୋଲେତାରିଏନ୍‌ଙ୍କ ହାତକୁ ଗଲା । ରୁଷିଆରେ ଏକଦଳୀୟ ରାଷ୍ଟ୍ର ଗଠିତ ହେଲା ।
  • ୧୯୧୮ ମସିହାରେ ରୁଷିଆ ‘ରୁଷୀୟ ସୋସିଆଲିଷ୍ଟ ଫେଡ଼େରେଟିଭ୍ ସୋଭିଏତ୍ ରିପବ୍ଲିକ୍‌’ ଭାବରେ ନାମିତ ହେଲା ।
  • ସମ୍ବିଧାନ ଅନୁସାରେ ୧୯୨୪ ମସିହାରେ ଏହାକୁ ‘‘ୟୁନିୟନ୍ ଅଫ୍ ସୋଭିଏତ୍ ସୋସିଆଲିଷ୍ଟ ରିପବ୍ଲିକସ୍’’ କୁହାଗଲା । ସର୍ବ-ରୁଷିଆ ସୋଭିଏତ୍ କଂଗ୍ରେସ ରୁଷର ସଂସଦ ଭାବେ କାର୍ଯ୍ୟ କଲା ।

ଅର୍ଥନୈତିକ ପରିବର୍ତ୍ତନ :

  • ସମସ୍ତ ଘରୋଇ ଶିଳ୍ପ କାରଖାନା ଓ ବ୍ୟାଙ୍କଗୁଡ଼ିକର ଜାତୀୟକରଣ ହେଲା ଏବଂ ସେଗୁଡ଼ିକ ସରକାରଙ୍କ ନିୟନ୍ତ୍ରଣାଧୀନ ହେଲା ।
  • ଦେଶର ସମସ୍ତ ସମ୍ପଦ ରାଷ୍ଟ୍ରୀୟ ସମ୍ପତ୍ତି ରୂପେ ଘୋଷିତ ହୋଇଥିଲା ।
  • ଶ୍ରମିକମାନଙ୍କଦ୍ୱାରା ଗଠିତ କମିଟିଦ୍ଵାରା କାରଖାନାର ଉତ୍ପାଦନ ଓ ଆବଣ୍ଟନ ବ୍ୟବସ୍ଥା ପରିଚାଳନା କରାଗଲା ।

ସାମାଜିକ ପରିବର୍ତ୍ତନ :

  • ପୁରାତନ ପାଠ୍ୟକ୍ରମ ଓ ଶିକ୍ଷାଦାନ ପଦ୍ଧତିକୁ ବଦଳାଇ ସାମ୍ୟବାଦ ଓ ସମାଜବାଦ ସମ୍ବନ୍ଧରେ ଅଧୂକ ଶିକ୍ଷା ଦିଆଗଲା।
    ଶିକ୍ଷା କ୍ଷେତ୍ରରେ ଧର୍ମର ପ୍ରଭାବକୁ ଲୋପ କରିଦିଆଗଲା।
  • କଳା ଓ ସ୍ଥାପତ୍ୟ କ୍ଷେତ୍ରରେ ନୂତନତ୍ଵ ଦେଖାଦେଲା ।

→ ରୁଷିଆ ଓ ଜର୍ମାନୀ ମଧ୍ୟରେ ୧୯୧୭ରେ ସ୍ବାକ୍ଷରିତ ସନ୍ଧିକୁ ବ୍ରେଷ୍ଟ-ଲିତୋଭସ୍କ ସନ୍ଧି କୁହାଯାଏ ।

ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରଭାବ :

  • ଅନେକ ଦେଶରେ ଦରିଦ୍ର ନିଷ୍ପେଷିତ ଜନସାଧାରଣ ସାମ୍ୟବାଦ ଓ ସାମାଜିକ ସମାନତା ପ୍ରତି ଆକୃଷ୍ଟ ହେଲେ ।
  • ସାରା ବିଶ୍ଵରେ ଶ୍ରମିକ ଶ୍ରେଣୀ ପାଇଁ ରୁଷ୍ ବିପ୍ଳବ ପ୍ରେରଣା ଯୋଗାଇଥିଲା ଓ ଶିଳ୍ପାୟିତ ରାଷ୍ଟ୍ରମାନଙ୍କରେ ଶ୍ରମିକ ଆନ୍ଦୋଳନ ଆରମ୍ଭ ହୋଇଥିଲା ।
  • ପୋଲାଣ୍ଡ, ହଙ୍ଗେରୀ, ୟୁଗୋସ୍ଲୋଭିଆ, ଚୀନ୍, ଚେକୋସ୍ଲୋଭିଆ, ରୁମାନିଆ, ବୁଲଗେରିଆ ପ୍ରଭୃତି ଦେଶମାନଙ୍କରେ ସାମ୍ୟବାଦ ପ୍ରତିଷ୍ଠା ହୋଇଥିଲା ।
  • ରୁଷିଆ ସହ ଇଂଲାଣ୍ଡ, ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା, ଇଟାଲୀର ଆଦର୍ଶବାଦକୁ ନେଇ କଳହର ସୂତ୍ରପାତ ହୋଇଥିଲା ।
  • ଆନ୍ତର୍ଜାତିକ ବ୍ୟାପାରରେ ରୁଷିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ଓ ବିଶ୍ୱରାଜନୀତିରେ ପୁଞ୍ଜିବାଦର ଏକଚାଟିଆ ଆଧ୍ୟାତ୍ୟକୁ ପ୍ରତିରୋଧ କରିପାରିଥିଲା ।

BSE Odisha 9th Class History Notes Chapter 3 ରୁଷ ବିପ୍ଲବ : କାରଣ ଓ ଫଳାଫଳ

ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ :

୧୭୮୯ ଖ୍ରୀ.ଅ. – ଫରାସୀ ରାଷ୍ଟ୍ର ବିପ୍ଳବ ସଂଘଟିତ ।
୧୮୦୧-୧୮୨୫ ଖ୍ରୀ.ଅ. – ଜାର୍ ପ୍ରଥମ ଆଲେକ୍‌ଜାଣ୍ଡାରଙ୍କ ଶାସନ ସମୟ ।
୧୮୧୮ ଖ୍ରୀ.ଅ. – ଜର୍ମାନୀର ରାଇନ୍‌ଲାଣ୍ଡରେ କାର୍ଲ ମାର୍କ୍ସଙ୍କର ଜନ୍ମ ।
୧୮୨୫-୧୮୫୫ ଖ୍ରୀ.ଅ. – ଜାର୍ ପ୍ରଥମ ନିକୋଲାସ୍‌ଙ୍କ ଶାସନ ସମୟ ।
୧୮୪୮ ଖ୍ରୀ.ଅ. – କାର୍ଲ ମାର୍କଙ୍କଦ୍ୱାରା ‘କମ୍ୟୁନିଷ୍ଟ ମାନିଫେଷ୍ଟା’ ପୁସ୍ତକ ପ୍ରକାଶିତ ।
୧୮୫୪ ଖ୍ରୀ.ଅ. – କ୍ରିମିଆ ଯୁଦ୍ଧ ସଂଘଟିତ ।
୧୮୫୫ ଖ୍ରୀ.ଅ. – (ମାର୍ଚ୍ଚ ୨) ଜାର୍ ପ୍ରଥମ ନିକୋଲାସ୍କଙ୍କ ମୃତ୍ୟୁ ।
୧୮୬୧ ଖ୍ରୀ.ଅ. – ଜାର୍ ଦ୍ୱିତୀୟ ଆଲୋକ୍‌ଜାଣ୍ଡାରଙ୍କ ଶାସନ ସମୟ ।
୧୮୫୫-୧୮୮୧ ଖ୍ରୀ.ଅ. – ଜାର୍ ଦ୍ୱିତୀୟ ଆଲେକ୍‌ଜାଣ୍ଡାରଙ୍କଦ୍ଵାରା ଦେଶରୁ ଦାସତ୍ଵ ପ୍ରଥା ଲୋପ ପାଇଁ ଘୋଷଣା ।
୧୮୬୭ ଖ୍ରୀ.ଅ. – କାର୍ଲ ମାର୍କସ୍‌ ଓ ଫ୍ରେଡ଼େରିକ୍ ଏଞ୍ଜେଲ୍ସଙ୍କଦ୍ବାରା ‘ଦ କ୍ୟାପିଟାଲ’ ପୁସ୍ତକ ପ୍ରକାଶିତ ।
୧୮୭୦ ଖ୍ରୀ.ଅ. – ରୁଷିଆରେ ଲେନିନ୍‌ଙ୍କର ଜନ୍ମ ।
୧୮୮୧-୧୮୯୪ ଖ୍ରୀ.ଅ. – ଜାର୍ ତୃତୀୟ ଆଲେକ୍‌ଜାଣ୍ଡାରଙ୍କର ଶାସନ ସମୟ ।
୧୮୮୩ ଖ୍ରୀ.ଅ. – ଲଣ୍ଡନଠାରେ କାର୍ଲ ମାର୍କଙ୍କର ମୃତ୍ୟୁ ।
୧୮୯୪-୧୯୧୭ ଖ୍ରୀ.ଅ. – ଜାର୍ ଦ୍ୱିତୀୟ ନିକୋଲାସ୍‌ଙ୍କର ଶାସନ ସମୟ ।
୧୮୯୫ ଖ୍ରୀ.ଅ. – ଅସନ୍ତୁଷ୍ଟ ଶ୍ରମିକମାନଙ୍କଦ୍ୱାରା ‘ସାମାଜିକ ଗଣତାନ୍ତ୍ରିକ ଦଳ’ ଗଠନ ।
୧୯୦୦ ଖ୍ରୀ.ଅ. – ଲେନିନ୍‌ଙ୍କର ନିର୍ବାସନ ଦଣ୍ଡରୁ ମୁକ୍ତି ।
୧୯୦୧ ଖ୍ରୀ.ଅ. – କୃଷକମାନଙ୍କଦ୍ଵାରା ‘ସାମାଜିକ ବିପ୍ଳବୀ ଦଳ’ ଗଠନ ।
୧୯୦୩ ଖ୍ରୀ.ଅ. – ସାମାଜିକ ଗଣତାନ୍ତ୍ରିକ ଦଳ ୨ ଭାଗରେ ବିଭକ୍ତ, ଯଥା – (କ) ମେସେଭିକ୍ ଦଳ, (ଖ) ବୋଲ୍‌ସେଭିକ୍ ଦଳ ।
୧୯୦୪ ଖ୍ରୀ.ଅ. – ରୁଷ୍-ଜାପାନ ଯୁଦ୍ଧ ।
୧୯୦୫ ଖ୍ରୀ.ଅ. – (ଜାନୁୟାରୀ ୨୨) ରକ୍ତାକ୍ତ ରବିବାର ।
୧୯୧୬ ଖ୍ରୀ.ଅ. – (ଡିସେମ୍ବର) ରାସ୍‌ପୁଟିନ୍‌ଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ।
୧୯୧୭ ଖ୍ରୀ.ଅ. – ରୁଷ୍ ବିପ୍ଳବ ସଂଘଟିତ; (ନଭେମ୍ବର ୭) ବୋଲ୍‌ସେଭିକ୍ ସ୍ୱେଚ୍ଛାସେବୀମାନଙ୍କଦ୍ୱାରା ପେଟ୍ରୋଗ୍ରାଡ୍ ସହରର ରେଳଷ୍ଟେସନ, ସାମରିକ ଦୁର୍ଗ, ଟେଲିଗ୍ରାଫ୍ ଓ ଟେଲିଫୋନ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ଦଖଲ; ରୁଷିଆରେ ସୋଭିଏତ୍ ସାଧାରଣତନ୍ତ୍ର ସ୍ଥାପିତ; (ଡିସେମ୍ବର୧୫) ବ୍ରେଷ୍ଟ -ଲିତୋଭସ୍କଠାରେ ଜର୍ମାନୀ ସହ ଯୁଦ୍ଧବିରତି ବୁଝାମଣା ସ୍ବାକ୍ଷର କରି ରୁଷିଆ ପ୍ରଥମ ବିଶ୍ୱଯୁଦ୍ଧରୁ ଓହରିଗଲା ।
୧୯୧୮ ଖ୍ରୀ.ଅ. – ରୁଷିଆ ‘ରୁଷୀୟ ସୋସିଆଲିଷ୍ଟ ଫେଡ଼େରେଟିଭ୍ ସୋଭିଏତ୍ ରିପବ୍ଲିକ୍‌’ ନାମରେ ନାମିତ ଓ (ମାର୍ଚ୍ଚ ୩ ତାରିଖ) ରୁଷ୍ ଓ ଜର୍ମାନୀ ମଧ୍ୟରେ ବ୍ରେଷ୍ଟ-ଲିତୋଭସ୍କ ସନ୍ଧି ସ୍ବାକ୍ଷରିତ ।
୧୯୨୪ ଖ୍ରୀ.ଅ. – ରୁଷିଆ ‘ୟୁନିଅନ୍ ଅଫ୍ ସୋଭିଏତ୍ ସୋସିଆଲିଷ୍ଟ ରିପବ୍ଲିକ୍‌ସ୍’ ନାମରେ ପରିଚିତ ଓ ଲେନିନ୍‌ଙ୍କର ମୃତ୍ୟୁ ।

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Odisha State Board BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା Textbook Exercise Questions and Answers.

BSE Odisha Class 10 Odia Solutions Chapter 7 ଜାଗ ବନ୍ଧନହରା

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
ନବୟଗର ………………………… ମାନଙ୍କୁ ଜାଗି ଉଠିବାପାଇଁ କୁହାଯାଇଛି ।
(ଶୋଷିତ, କୃଷକ, ବୃଦ୍ଧ, ତରୁଣ)
Answer:
ତରୁଣ

Question ୨।
ଠିକ୍ ଉତ୍ତରଟି ବାଛି ପାଦ ପୂରଣ କର ।
ଲକ୍ଷ ଜାବନେ ଖେଳାଅ ………………….।
(ସମାଜବାଦୀଧାରା, ଆଲୋକଧାରା, ଉତ୍ସାହବାଣୀ, ଅନ୍ଧକାରଧାରା)
Answer: ଥିଲେ।କଧାରା

Question ୩।
‘ସଞ୍ଚିତ’ କେଉଁ ପଦ ?
(ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ)
Answer:
ବିଶେଷଣ

Question ୪।
କେଉଁଟି ‘ତିମିର’ର ପ୍ରତିଶବ୍ଦ ହେବ ଲେଖ ।
(କ) ଅନ୍ଧାର
(ଖ) ରାତ୍ରି
(ଗ) ସନ୍ଧ୍ୟା
(ଘ) କଳା
Answer:
(କ) ଅନ୍ଧାର

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question ୫।
ତନ୍ଦ୍ରାପରଶ କେଉଁ ସମାସ ?
(କର୍ମଧାରୟ, ଷଷ୍ଠୀ ତତ୍ତ୍ଵପୁରୁଷ, ପଞ୍ଚମୀ ତତ୍‌ପୁରୁଷ, ବହୁବ୍ରୀହି)
Answer:
ଷଷ୍ଠୀ ତତ୍ତ୍ଵପୁରୁଷ,

Question ୬।
‘ଭୁବନ’ – ଏହିପରି ‘ଅନ’ ପର ପ୍ରତ୍ୟୟ ଲାଗିଥିବା ୩ଟି ଶବ୍ଦ ଲେଖ ।
Answer:
କମ୍ପନ, ବନ୍ଧନ, ସ୍କନ୍ଦନ

Question ୭ ।
‘ନିର୍ଝର’ ଶବ୍ଦର ସନ୍ଧିବିଚ୍ଛେଦ କଲେ କ’ଣ ହେବ ?
(କ) ନିଃ + ଝର,
(ଖ) ନିର + ଝର,
(ଗ) ନି + ଝର
(ଘ) ନା + ଝର
Answer:
(କ) ନିଃ + ଝର,

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୮।
ବନ୍ଧନହରା କେଉଁମାନଙ୍କ ଉଦ୍ଦେଶ୍ୟରେ ବୁହାଯାଇଛି?
Answer:
ବନ୍ଧନହରା ନବାନଯୁଗର ତରୁଶମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି।

Question ୯।
କେଉଁଠାରେ ଆଲୋକଧାରା ଖେଳାଇବାକୁ କବି କହିଛନ୍ତି ?
Answer:
ଲକ୍ଷ ଲକ୍ଷ ପାନବ ଜୀବନରେ ଆଲୋକ ଧାରା ଖେଳାଇବାକୁ କବି କହିଛନ୍ତି।

Question ୧୦ ।
କବି କ’ଣ ଲୁପ୍ତ ହେବାକୁ କହିଛନ୍ତି ?
Answer:
ଜାତିଭେଦ ପ୍ରଥା ଲୁପ୍ତ ହେବାକୁ କବି କହିଛନ୍ତି ।

Question ୧୧ ।
କାହାର ଶଙ୍ଖଧ୍ଵନିରେ ଦୁଃଖଜ୍ଵାଳା ପ୍ରଶମିତ ହେବ ?
Answer:
ମହାମାନବର ଶଙ୍ଖ ଧ୍ଵନିରେ ଦୁଃଖଜ୍ଵାଳା ପ୍ରଶମିତ ହେବ ।

Question ୧୨ ।
କେଉଁଠାରେ ଅମର ଗାନ ଗାଇବାପାଇଁ କବି କହିଛନ୍ତି ?
Answer:
ମୃତ୍ୟୁଦ୍ଵାରରେ ଦଣ୍ଡାୟମାନ ହୋଇ ଅମର ଗାନ ଗାଇବାପାଇଁ କବି କହିଛନ୍ତି ?

Question ୧୩ ।
ତିମିରକାର ଭାଙ୍ଗିଦେବା କଥା କବି କାହିଁକି କହିଛନ୍ତି ?
Answer:
ମାନବ ମସ୍ତକରେ ସଞ୍ଚିତ ଅପମାନକୁ ପୋଛିଦେବାପାଇଁ ତିମିରକାରାକୁ ଭାଙ୍ଗିଦେବା ନିମନ୍ତେ କବି କହିଛନ୍ତି ।

Question ୧୪ ।
ମରୁ ପଥରେ କ’ଣ ସୃଷ୍ଟି କରିବାକୁ କବି କହିଛନ୍ତି ?
Answer:
ମରୁ ପଥରେ ଝରଣା ସୃଷ୍ଟି କରିବାକୁ କବି କହିଛନ୍ତି ।

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question ୧୫ ।
‘ସମ୍ମୁଖେ ତବ’- ‘ତବ’ ଏଠାରେ କାହା ଉଦ୍ଦେଶ୍ୟରେ କୁହାଯାଇଛି ?
Answer:
‘ସମ୍ମୁଖେ ତବ’ ଏଠାରେ ‘ତବ’ ନବଯୁଗର ତରୁଣମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି

Question ୧୬ ।
ଭୁବନସାରା ହସାଇବାପାଇଁ କ’ଣ ଭିନ୍ନ କରିବାକୁ କୁହାଯାଇଛି ?
Answer:
ଭୁବନସାରା ହସାଇବାପାଇଁ ତନ୍ଦ୍ରାର ସ୍ପର୍ଶକୁ ଭିନ୍ନ କରିବାକୁ କୁହାଯାଇଛି।

Question ୧୭ ।
ଭବିଷ୍ୟତରେ ତରୁଣମାନେ କ’ଣ କଲେ ଜାଗିଉଠିବେ ବୋଲି କବି କହିଛନ୍ତି ?
Answer:
ଅତୀତର ଦୁଃଖ, ଦୈନ୍ୟ ନିପୀଡ଼ିତ ଦୁର୍ବଳ ଜୀବନକୁ ବିଦୀର୍ଣ୍ଣ କଲେ ହିଁ ଭବିଷ୍ୟତର ତରୁଣମାନେ ଜାଗିଉଠିବେ ବୋଲି କବି କହିଛନ୍ତି ।

Question ୧୮ ।
ବିଜୟର ମାଳା ଘେନିବା ପୂର୍ବରୁ କ’ଣ ହେଉ ବୋଲି କବି କହିଛନ୍ତି ?
Answer:
ବିଜୟର ମାଳା ଘେନିବା ପୂର୍ବରୁ ସମସ୍ତ ବାଧାବିଘ୍ନ ରୂପକ ପ୍ରତିବନ୍ଧକର ଅର୍ଗଳ ଭାଙ୍ଗିଯିବା ସହ ପୀଡ଼ାପର୍ବତ ବୂର୍ଣ୍ଣ ହୋଇଯାଉ ବୋଲି କବି କବି କହିଛନ୍ତି।

Question ୧୯ ।
ମରଣ ଦୁଆରେ  ଚରଣ ଅରପି
ଗାଅରେ ଅମର ଗାନ
ପୋଛଦିଅ ଆଚ୍ଚି ମାନବ ଶିରସୁଁ
ସଞ୍ଚ ଅପମାନ ।
Answer:
ମରଶ ତୁଆରେ ……………………… ସଞ୍ଚ ଅପମାନ ।
ପ୍ରଦତ୍ତ ପଦ୍ୟାଶଟି ପ୍ରଗତିବାଦୀ କବି ଅନନ୍ତ ପଟ୍ଟନାୟକଙ୍କ ‘ଜାଗ ବନ୍ଧନହରା’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି ନବୀନଯୁଗର ତରୁଣମାନଙ୍କୁ ସମାଜରେ ଦୁଃସ୍ଥ, ଅସହାୟ, ଶୋଷିତ ଓ ସର୍ବହରାମାନଙ୍କ ବେଦନାକ୍ଳିଷ୍ଟ ଜୀବନରେ ଆନନ୍ଦ ଭରିଦେବା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଆହ୍ଵାନ କରିଛନ୍ତି। ଜୀବନରେ ଆନନ୍ଦ ଭରିଦେବା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଆହ୍ଵାନ କରିଛନ୍ତି । କବିଙ୍କ ମତରେ କେବଳ ତରୁଣମାନେ ହିଁ ସମାଜର କଳଙ୍କିତ ଜାତିପ୍ରଥା, କୁସଂସ୍କାର ତଥା ଅନ୍ଧବିଶ୍ବାସ ପରି କର୍କଟ ରୋଗଗ୍ରସ୍ତ ସାମାଜିକ ବିଧ୍ୱଂବ୍ୟବସ୍ଥାରେ ପରିବର୍ତ୍ତନ ଆଣିପାରିବେ । ସମାଜର ବଡ଼ପଣ୍ଡା ସାଜିଥିବା ପୁଞ୍ଜିପତି, ଶିଳ୍ପପତି, ଜମିଦାର, ବୁକୁଁଆ ଶ୍ରେଣୀ ସାଧାରଣ କୃଷକ, ଶ୍ରମିକ, ଦିନମଜୁରିଆ ପରି ଦରିଦ୍ର, ଅସହାୟମାନଙ୍କୁ ଶୋଷଣ, ନିଷେଷଣ ମଧ୍ୟରେ ସନ୍ତୁଳିତ ଜୀବନ ଅତିବାହିତ କରିବାକୁ ବାଧ୍ୟ କରିଆସିଛନ୍ତି । ଏପରି ବ୍ୟାଧ୍ବସ୍ତ ସମାଜ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାପାଇଁ ତରୁଣମାନଙ୍କୁ ସଂଘର୍ଷ ଓ ରକ୍ତପାତର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ତଥାପି ସେହି ନିରନ୍ନ, କାଙ୍ଗାଳ, ସର୍ବହରାଙ୍କ ମୁହଁରେ ହସ ଭରିଦେବାପାଇଁ ସେମାନଙ୍କୁ ମରଣର ବାଜି ଲଗାଇବାକୁ ପଡ଼ିବ । ମୃତ୍ୟୁର ସମ୍ମୁଖୀନ ହେଲେ ମଧ୍ୟ ସେମାନେ ହିଁ ଶୋଷିତ, ଲାଞ୍ଚ, ପଦଦଳିତ, ଅପମାନିତ ଭାବେ ଜୀବନ ନିର୍ବାହ କରୁଥିବା ଦୁଃଖୀ, ଦରିଦ୍ରଙ୍କ ଜୀବନରେ ସୁଖ, ଶାନ୍ତି ଭରିଦେଇ ପାରିବେ । ସେମାନଙ୍କ ହୃଦୟରେ ଆତ୍ମବିଶ୍ଵାସ ଓ ସନ୍ତୋଷର ବୀଜ ବପନ କରିପାରିବେ । ଆଜୀବନ ଦୁଃଖ, ଯନ୍ତ୍ରଣା, ଲଜ୍ଜା, ଅପମାନକୁ ଗଳାଧଃକରଣ କରିଆସିଥିବା ସର୍ବହରାମାନଙ୍କୁ ଚିରଶାନ୍ତର ଅମର ସଙ୍ଗୀତ ଶୁଣାଇ ସେମାନଙ୍କ ମୁହଁରେ ପ୍ରାଣଖୋଲା ହସ ଭ ଦେଇ ପାରିବେ ।

Question ୨୦ ।
ଭିନ୍ନ କରି ସେ
ହସାଅ ଭୁବନ ସାରା ।
Answer:
ଛନ୍ନ କରି ସେ …………………….. ହସାଅ ଭୁବନ ସାରା ।
ପ୍ରୋକ୍ତ ପଦ୍ୟାଶଟି ପ୍ରଖ୍ୟାତ ପ୍ରଗତିବାଦୀ କବି ଅନନ୍ତ ପଟ୍ଟନାୟକଙ୍କ ରଚିତ ‘ଜାଗ ବନ୍ଧନହରା’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି କବାନଯୁଗର ବନ୍ଧନହରା ତରୁଣମାନଙ୍କୁ ମାନବବାଦା ଚେତନାର ସନ୍ଧାନ କରବାରେ ବାଧକ ମାୟା ମୋହ, ଆବେଗର ବନ୍ଧନ ଛିନ୍ନ କରି ନିଷ୍ଫଳ ବିଶ୍ବର ଦଳିତ, ଲାଞ୍ଚ ଓ ଶୋଷିତବର୍ଗଙ୍କ ମୁଖରେ ହସ ଫୁଟାଇବାକୁ ଆହ୍ଵାନ କରିଛନ୍ତି କବିଙ୍କ ମତରେ ସମାଜରେ ପ୍ରାଚାନ କାଳରୁ ଚଳିଆସୁଥିବା ରକ୍ଷଣଶାଳ ପରମ୍ପରାର ଗତାନୁଗତିକ ଧାରାକୁ ପ୍ରୋତ୍ସାହନ ଦେଇ ଆସୁଥିବା ପୁଞ୍ଜିପତି, ଜମିଦାର ଓ ଧନୀକ ସମ୍ପ୍ରଦାୟର ଚକ୍ରାନ୍ତକୁ ପ୍ରତିହତ ନ କଲେ ସାଧାରଣ ଖଟିଖ୍, ମେହେନତି ମଣିଷ ମୁଖରେ ହସ ଫୁଟାଇବା ସମ୍ଭବ ହୋଇପାରିବ ନାହିଁ । କିନ୍ତୁ ସେହି ସାମନ୍ତବାଦୀ ପ୍ରଥାର ବିଲୋପ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେବା ପଥରେ ପ୍ରତିବନ୍ଧକ ଭାବେ ଉଭା ହେବ ମାୟା, ମୋହର ବନ୍ଧନ ।

ନବଯୁଗର ତରୁଣମାନେ ସମାଜର ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ସାମ୍ୟବାଦର ମହାମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ସେହି ମୋହ-ମାୟାର ରଜ୍ଜୁକୁ ଅବଶ୍ୟ ଛିନ୍ନ କରିବେ । ନବଯୁଗ ପ୍ରତିଷ୍ଠା ପାଇଁ ମାୟା-ମମତାର ତନ୍ଦ୍ରାଳସ ପରିତ୍ୟାଗ ପୂର୍ବକ କୋଟି କୋଟି ଶୋଷିତ ଜନତାର ହୃଦୟରୁ ଦୁଃଖ, ଯନ୍ତ୍ରଣା, କଷଣର ଭାର ଲାଘବ କରି ସେମାନଙ୍କ ମୁଖରେ ହସ ଭରିଦେଇ ପାରିବେ । ସର୍ବହରାମାନଙ୍କ ହୃଦୟରେ ସୁଖ ଓ ସନ୍ତୋଷ ଭରିଦେବା ପାଇଁ ଶାନ୍ତିର ସହ ବଞ୍ଚିବାର ଅଧିକାର ପ୍ରଦାନ କରିବାପାଇଁ ମୋହ-ମାୟୀର ନିଗୂଢ଼ ବନ୍ଧନରୁ ତରୁଣମାନଙ୍କୁ ମୁକ୍ତ ହେବାକୁ ପଡ଼ିବ ବୋଲି କବି ଆବେଗଭରା କଣ୍ଠରେ ଆହ୍ଵାନ କରିଛନ୍ତି ।

Question ୨୧ ।
ଭାଜି ପଡ଼ୁ ଆଜି ଅର୍ଗଳ ରାଜି
ଘେନ ବିଜୟର ମାଳା ।
Answer:
ଭାଜି ପଡ଼ୁ ଆଜି…………………ଘେନ ବିଜୟର ମାଳା ।
ପ୍ରଦତ୍ତ ପଦ୍ୟାଶଟି ପ୍ରଖ୍ୟାତ ପ୍ରଗତିବାଦୀ କବି ଅନନ୍ତ ପଟ୍ଟନାୟକଙ୍କ ରଚିତ ‘ଜାଗ ବନ୍ଧନହରା’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି ତରୁଣମାନଙ୍କ ଯୁଗାନ୍ତକାରୀ ପ୍ରଗତିବାଦୀ ପଦକ୍ଷେପର ସଫଳତା କାମନା କରିଛନ୍ତି ଓ ଶେଷରେ ସେମାନେ ବିଜୟୀ ବୀର ଭାବେ ଲକ୍ଷ୍ୟସ୍ଥଳରେ ଉପନୀତ ହୋଇପାରିବେ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି । କବିଙ୍କ ମତରେ ତରୁଣମାନେ ହିଁ ଶକ୍ତି ଓ ସାମର୍ଥ୍ୟର ମୂର୍ତ୍ତିମନ୍ତ ବିଗ୍ରହ । ସେମାନେ ହିଁ ସବୁ ବାଧା ବନ୍ଧନ ଛିନ୍ନ କରିବାପାଇଁ ସମର୍ଥ । ସେହିମାନଙ୍କଦ୍ୱାରା ହିଁ ସମାଜରୁ କୁସଂସ୍କାର, ଅନ୍ଧବିଶ୍ବାସ ଦୂରୀକରଣ ସମ୍ଭବ ।

ସମାଜର ବଡ଼ପଣ୍ଡା ସାଜିଥିବା ଧନୀକ, ପୁଞ୍ଜିପତି, ସର୍ବହରାମାନଙ୍କ ଉପରେ ହେଉଥ‌ିବା ଶୋଷଣ, ଖଟିଖୁ, ସର୍ବହରାମାନଙ୍କ ଉପରେ ହେଉଥ‌ିବା ଶୋଷଣ, ଅତ୍ୟାଚାରର ପରିସମାପ୍ତି ହେବ । ଦୀନ ଦରିଦ୍ରମାନଙ୍କ ମନରୁ ଭୟ, ସନ୍ଦେହ, ଅପମାନ ବିଦୂରିତ ହେବ । ସେମାନଙ୍କ ତିମିରିତ ଜାବନକାରା ଚୂର୍ଣ୍ଣ।ଭୂତ ହେବ । ତରୁଣମାନଙ୍କଦ୍ଵାରା ଚଳମାନ ପ୍ରଗତିର ରଥଚକ୍ର ତଳେ ସେମାନଙ୍କ ଜ୍ଵାଳା, ଯନ୍ତ୍ରଣାଜର୍ଜରିତ ଜୀର୍ଣ୍ଣ ଜୀବନରୁ ପେଷଣ, କଷଣ ବିଦୀର୍ଣ୍ଣ ହେବ । ଦୀର୍ଘଦିନର ସ୍ତୁପୀକୃତ ଉପୀଡ଼ନର ଉପାଦାନମାନ ଚୂର୍ଣ୍ଣବିଚୂର୍ଣ ହେବ । ସମସ୍ତ ବାଧା ବନ୍ଧନ, ପ୍ରତିବନ୍ଧକର ଅର୍ଗଳକୁ ଧ୍ୱଂସ କରି ସେମାନେ ଦିନେ ବିଜୟ ବୈଜୟନ୍ତୀ ଉଡ଼ାଇବେ ଏବଂ ସେମାନଙ୍କ ଗଳାରେ ପ୍ରଲମ୍ବିତ ହେବ ସଫଳତାର ଜୟମାଲ୍ୟ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୨୨ ।
ଏକ ସାର୍ଥକ ଉଦ୍‌ବୋଧନ ଗୀତିକା ଭାବରେ ‘ଜାଗ ବନ୍ଧନହରା’ କବିତାର ମର୍ମ ଆଲୋଚନା କର । କିମ୍ବା, କବି ନବୀନ ଯୁଗର ତରୁଣମାନଙ୍କୁ ଉଦ୍‌ବୋଧନ ଦେବାକୁ ଯାଇ ଯେପରି ସମ୍ବୋଧନାତ୍ମକ ରୀତିରେ କବିତାଟିକୁ ବୈପ୍ଳବିକ ଭାବୋଦ୍ଦୀପକ କରିପାରିଛନ୍ତି – ପଠିତ କବିତା ଆଧାରରେ ବର୍ଣ୍ଣନା କର ।
Answer:
ମାର୍କସୀୟ ଦୃଷ୍ଟି ଓ ଦର୍ଶନଦ୍ଵାରା ଅନୁପ୍ରାଣିତ ଅନନ୍ତ ପଟ୍ଟନାୟକ ଜଣେ ପ୍ରବୀଣ ପ୍ରଗତିବାଦୀ କବି ଭାବେ ଆଧୁନିକ ଓଡ଼ିଆ ସାହିତ୍ୟ ଜଗତରେ ସୁପରିଚିତ । ଶ୍ରେଣୀହୀନ ଶୋଷଣମୁକ୍ତ ସମାଜ ଗଠନର ସ୍ବପ୍ନ ତାଙ୍କ କବିତାଗୁଡ଼ିକର ମୁଖ୍ୟସ୍ୱର । ନୂତନ ଛନ୍ଦ ତଥା ପ୍ରଚଳିତ-ଅପ୍ରଚଳିତ ଶାବ୍ଦିକ ସମନ୍ବୟରେ ତାଙ୍କ କବିତାଗୁଡ଼ିକ ରସୋତ୍ତୀର୍ଣ୍ଣ ଓ ମନୋଜ୍ଞ । କବିଙ୍କ ଲେଖନୀ ନିଃସୃତ ‘ରକ୍ତଶିଖା’, ‘ଛାଇର ଛିଟା’, ‘ଅଲୋଡ଼ା ଲୋଡ଼ା’ ଆଦି କବିତାରାଜି ତାଙ୍କ ଅମ୍ଳାନ କବିପ୍ରତିଭାର ପରିଚୟ ପ୍ରଦାନ କରେ।

‘ନବଯୁଗ ସାହିତ୍ୟ ସଂସଦ’ ନାମରେ ଗଠିତ ସାମ୍ୟବାଦୀ ଚିନ୍ତାଧାରାସମ୍ପନ୍ନ କବି ଓ ସାହିତ୍ୟିକମାନଙ୍କର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନର ପ୍ରଥମେ ଅଧିବେଶନରେ ପ୍ରାରମ୍ଭିକ ସଙ୍ଗାତ ରୂପେ ଗାନ କରାଯାଇଥିବା ‘ଜାଗ ବନ୍ଧନହରା’ କବିତାଟି ଏକ ଉଚ୍ଚକୋଟୀର ଉଦ୍‌ବୋଧନ ଗୀତିକା । କବିତାଟିରେ ଛାତ୍ର, ଯୁବକ ଓ ତରୁଣମାନଙ୍କ ପ୍ରତି କବି କଣ୍ଠରେ ଭରିରହିଛି ବିପ୍ଳବର ଆହ୍ୱାନ । କାରଣ ସେହିମାନେ ହିଁ ବାସ୍ତବରେ ବନ୍ଧନହରା । ସେମାନଙ୍କର ଧମନୀରେ ଉଷ୍ମ ରକ୍ତର ଧାରା ପ୍ରବାହିତ । ମନ ମଧ୍ଯରେ ଶତସିଂହର ଉଦ୍ଦାମତା । ସେମାନଙ୍କ ହୃଦୟରେ ପ୍ରମତ୍ତ ଉନ୍ମାଦନା । ସମସ୍ତ ବାଧା ବନ୍ଧନକୁ ଅଚିରେ ଅତିକ୍ରମ କରିବାପାଇଁ କାୟ-ମନ-ବାକ୍ୟରେ ଶକ୍ତି ଓ ସାମର୍ଥ୍ୟରେ ଭରା ପ୍ରାଚୁର୍ଯ୍ୟ । ସେଥ‌ିପାଇଁ କବି ସେହି ବନ୍ଧନହରା ତରୁଣମାନଙ୍କ ଉଦ୍ଦେଶ୍ୟରେ ବାଢ଼ିଛନ୍ତି ଆଗ୍ନେୟ ଆହ୍ଵାନ ।

“ନବାନ ଯୁଗର ତରୁଣ କାମରେ
ଜାଗ ବନ୍ଧନହରା
ବକ୍ଷ ଶୋଣିତେ ଲକ୍ଷ ଜୀବନେ
ଖେଳାଅ ଆଲୋକ ଧାରା ।’’

ପ୍ରଚଳିତ ତ୍ରୁଟିପୂର୍ଣ୍ଣ, କ୍ଷୟଶୀଳ, ପରମ୍ପରାପୀଡ଼ିତ ସାମାଜିକ ବ୍ୟବସ୍ଥାରେ ପୁଞ୍ଜିପତି, ଜମିଦାର ଓ ଧନୀକ ଶ୍ରେଣୀ ସାଧାରଣ କୃଷକ, ଶ୍ରମିକ, ଦିନମଜୁରିଆ, ଖଟିଖ୍ ସର୍ବହରାମାନଙ୍କୁ ଶୋଷଣ କରି ଯେପରି ଭାବେ ସେମାନଙ୍କୁ ନିଃସ୍ଵ କରିଛନ୍ତି, ତାହା ଲକ୍ଷ୍ୟ କରି ଦରଦୀ କବି ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି । ସେହି ଅସହାୟ ନିଃସ୍ବ ଜନ ହୃଦୟରେ ସାର୍ଚ୍ଚନା ଓ ଆଶ୍ଵାସନା ଭରିଦେବା ପାଇଁ ଏବଂ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ କବି ତରୁଣମାନଙ୍କୁ ଆହ୍ଵାନ କରିଛନ୍ତି । ସମାଜର ରକ୍ଷଣଶୀଳ, ଅନ୍ଧ।ନୁସରିତ, ଗତାନୁଗତିକତାରେ ପରିବର୍ତ୍ତନ ଆଣିବାପାଇଁ ଆବଶ୍ୟକ ପଡ଼ିଲେ ବକ୍ଷର ଶୋଶିତକୁ ବାଜ ଲଗାଇବାକୁ ପଡ଼ିପାରେ ଏବଂ ସେଥ‌ିପାଇଁ ଦୃଢ଼ ମନୋବଳ ଧାରଣ ପୂର୍ବକ ଗଭୀର ଉତ୍ସାହ ଓ ପ୍ରେରଣା ନେଇ ସାମାଜିକ ପରିବର୍ତ୍ତନ ପ୍ରକ୍ରିୟାରେ ବ୍ରତୀ ହେବାକୁ କବି ଦୃଢ଼ ସ୍ୱରରେ ଆହ୍ଵାନ କରିଛନ୍ତି ।

ସମାଜପତିମାନଙ୍କ ଅନ୍ୟାୟ, ଅନୀତି, ଭଣ୍ଡ ଧର୍ମଯାଜକମାନଙ୍କ ଧର୍ମ ନାମରେ ବ୍ୟଭିଚାର, ଭ୍ରଷ୍ଟାଚାର ତଥା ହୀନ ଜାତିପ୍ରଥାର କୁସଂସ୍କାର ବୃହ ତଳେ ଦେଶ ଓ ଦଶକୁ ଭାଗ ଭାଗ କରୁଥ‌ିବା ଆଦି ହୀନ ଚକ୍ରାନ୍ତକୁ ପଣ୍ଡ କରିବାପାଇଁ ତରୁଣମାନଙ୍କୁ ନେବାକୁ ହେବ ଆଗ୍ନେୟ ଶତ୍ପଥ । କବିଙ୍କ ମତରେ କୃଷକ, ଶ୍ରମିକ, ମେହେନତି, ମଜଦୁର ସମାଜ ଅବହେଳିତ ଓ ଅର୍ନ୍ତଭୁକ୍ତରେ ରହି ଦୁଃଖ, ଦୈନ୍ୟ ମଧ୍ଯରେ ଯେପରି ଭାବେ କାଳାତିପାତ କରୁଛନ୍ତି, ସେମାନଙ୍କ ଜୀବନ ମରୁରେ ମାନବିକତାର ନିର୍ଝର ସୃଷ୍ଟି କରିବାକୁ ହେବ । ସେମାନଙ୍କ ଅନ୍ତରରେ ସ୍ପନ୍ଦନ ଭରିଦେବାପାଇଁ କବି ନୂତନ ଯୁଗର ତରୁଣ ଶିଳ୍ପୀମାନଙ୍କୁ ଆହ୍ଵାନ କରିଛନ୍ତି । କବିଙ୍କ ଭାଷାରେ-

‘‘ମରୁ ପଥେ ପଥେ ନିଝର୍ର ସୃଜି
ଯାତ୍ରା କର ହେ କର
ସନ୍ଦନ ବହି ଅନ୍ତରେ କୋଟି
ପ୍ରଦାତ ଉଚ୍ଚେ ଧର
ଶଙ୍କିତ ହେଉ କମ୍ପିତ ପ୍ରାଣେ ଚନ୍ଦ୍ର ତପନ ତାରା ।’’

ସନ୍ଧାନୀର ସନ୍ଧାନ ପଥ ସଦା କଣ୍ଟକିତ । ସନ୍ଧାନପଥ ଯାତ୍ରା କାଳରେ ସେମାନଙ୍କ ଲକ୍ଷ୍ୟପଥର ପ୍ରତିବନ୍ଧକ ମାୟା ମୋହ, ମମତା-ବନ୍ଧନ ଅବଶ୍ୟ କୁହେଳିକା ସୃଷ୍ଟି କରିବ । ମାୟା-ମମତାର ସେହି ବନ୍ଧନ ଋଜ୍ଜୁ ଛିନ୍ନ କରି ବିଶ୍ବମାନବର ସକଳ ଦୁଃଖ ଦୂର କରିବାପାଇଁ ସେମାନଙ୍କୁ ପ୍ରୟାସୀ ହେବାକୁ ହେବ ଓ ଦୁଃଖୀଜନତାର ପ୍ରାଣରେ ହସ ଫୁଟାଇବାକୁ ହେବ । ମାୟା-ମୋହକୁ ତନ୍ଦ୍ରାର ସ୍ପର୍ଶ ଭାବେ ତୁଳନା କରି ତାହାକୁ ମନରୁ ପୋଛି ଦେବାପାଇଁ ସେ ତରୁଣମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ମାନବ ଜାତିର ଭବିଷ୍ୟତ, ତରୁଣମାନଙ୍କୁ ଜାଗ୍ରତ ହୋଇ ଶୋଷଣ, ପୀଡ଼ନ ଓ ଲାଞ୍ଛନାରେ ଦୁର୍ବଳ ହୋଇପଡ଼ିଥିବା ସାମାଜିକ ବିଧ୍ ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ହେବ। ଜୟଯାତ୍ରାର ବିଜୟା ରଥଚକ୍ର ତଳେ ପର୍ବତ ସଦୃଶ ପରିବ୍ୟାପ୍ତ ଉତ୍ପାଡ଼ନର ଉପାଦାନକୁ ଚୂର୍ତ୍ତୀଭୂତ କରିବାକୁ ହେବ; ଅର୍ଗଳରାଜିକୁ ଧ୍ୱଂସ କରି ପିନ୍ଧିବାକୁ ହେବ ଜୟମାଲ୍ୟ । କବି ଉଦାତ୍ତ କଣ୍ଠରେ ଘୋଷଣା କରି କହିଛନ୍ତି-

‘‘ଭାଜିପଡୁ ଆଜି ଅର୍ଗଳ ରାଜି
ଘେନ ବିଜୟର ମାଳା,
ଜାଗ ବନ୍ଧନହରା ।’’

ପ୍ରଗତିବାଦୀ କବି ଅନନ୍ତ ପଟ୍ଟନାୟକଙ୍କ ରଚିତ ଏହି କବିତାଟି ଯଥାର୍ଥରେ ଏକ ଉଦ୍‌ବୋଧନୀ କବିତା, ଏହା ନିଃସନ୍ଦେହରେ କୁହାଯାଇପାରୋ

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question ୨୩ ।
ନବଯୁଗର ତରୁଣମାନଙ୍କୁ ଯୁଗର ଆହ୍ଵାନ ସମ୍ପର୍କରେ କବି କ’ଣ କହିଛନ୍ତି ବିଚାର କର । କିମ୍ବା, ଯୁଗର ଆହ୍ଵାନ ସମ୍ପର୍କରେ ଚେତେଇ ଦେବାପାଇଁ କବି ନବଯୁଗର ତରୁଣମାନଙ୍କୁ କି କି ଉଦ୍‌ବୋଧନ ଦେଇଛନ୍ତି ଆଲୋଚନା କର ।
Answer:
ମାର୍କସୀୟ ଚିନ୍ତା, ଚେତନାକୁ ଆଧାର କରି ଆଧୁନିକ ଓଡ଼ିଆ ପଦ୍ୟ ସାହିତ୍ୟରେ ନୂତନ ଧାରା ପ୍ରବର୍ତ୍ତନ କରିଥିବା କବିମାନଙ୍କ ମଧ୍ୟରେ ଅନନ୍ତ ପଟ୍ଟନାୟକ ଅନ୍ୟତମ । ସାମ୍ୟବାଦ ପରି ଏକ ନୂତନ ବିଶ୍ଵଦର୍ଶନରେ ଉଦ୍‌ବୁଦ୍ଧ କବି ତାଙ୍କ ରଚନାମାନଙ୍କରେ ଶବ୍ଦ ଓ ଛନ୍ଦର ଏକ ନବୀନ ଶକ୍ତି-ସୌନ୍ଦର୍ଯ୍ୟ ଭରିଦେଇ ନବଯୁଗର ତରୁଣ, ଛାତ୍ର, ଯୁବକମାନଙ୍କୁ ନୂତନ ଯୁଗ ଗଠନ ପାଇଁ ଆହ୍ୱାନ ଦେଇଛନ୍ତି । ତେଣୁ ତାଙ୍କ କବିତାଗୁଡ଼ିକରେ ଭରିରହିଛି ବିପ୍ଳବର ବାର୍ତ୍ତା, ବିଦ୍ରୋହର ବହ୍ନି । ତାଙ୍କ ସୃଷ୍ଟିନିଚୟ ମଧ୍ୟରେ ‘ରକ୍ତଶିଖା’, ‘ଛାଇର ଛିଟା’, ‘ଅଲୋଡ଼ା ଲୋଡ଼ା’, ‘ଅବାନ୍ତର’, ‘କିଞ୍ଚିତ୍’ ଆଦି କବିତା ସଂକଳନ କବିଙ୍କ କାବ୍ୟକୃତିର ସ୍ବାକ୍ଷର ବହନ କରେ ।

ସମାଜର ଗତାନୁଗତିକ ଧାରାରେ ପ୍ରଚଳିତ ପରମ୍ପରାସର୍ବସ୍ଵ ବିଧ‌ିବ୍ୟବସ୍ଥା ପରିବର୍ତ୍ତନ କରି ନୂତନ ଯୁଗ ନିର୍ମାଣ ପାଇଁ କବିଙ୍କ ପ୍ରତ୍ୟେକ କବିତାରେ ରହିଛି ପ୍ରାଣସ୍ପର୍ଶୀ ଆହ୍ବାନ । କବିଙ୍କ ରଚନାରେ ଧନୀ-ନିର୍ଜନ, ଶୋଷକ-ଶୋଷିତର ପାର୍ଥକ୍ୟର ଚିତ୍ର ସ୍ପଷ୍ଟ ଓ ଉଗ୍ର । ସମାଜ ଓ ରାଜନୈତିକ ବ୍ୟବସ୍ଥା ବିରୁଦ୍ଧରେ କବିଙ୍କ କାବ୍ୟମାନସର ପ୍ରତିକ୍ରିୟା ପ୍ରଚଣ୍ଡ ଭାବେ ପରିଲକ୍ଷିତ । କବିତାରେ ସାମାଜିକ ବିପ୍ଳବର ସ୍ଵର କବିଙ୍କ ପ୍ରଗତିଗାଦା ଚିନ୍ତ୍।ଧାରାର ପରିଚାୟକା କେବଳ ତରୁଣମାନଙ୍କଦ୍ୱାରା ହିଁ କଳଙ୍କିତ ସମାଜର ପରିଷ୍କରଣ ସମ୍ଭବ ବୋଲି ଅନୁଭବ କରିଛନ୍ତି କବି । ତାରୁଣ୍ୟର ଉଦ୍ଦାମତାରେ ସବୁ ବନ୍ଧନ ଛିନ୍ନ କରି ନୂତନ ଯୁଗ ସୃଷ୍ଟିରେ ବିନ୍ଧାଣୀ ସାଜିଦାକୁ କବି ଆହ୍ୱାନ କରିଛନ୍ତି-

“ନବାନ ଯୁଗର ତରୁଣ କାମରେ
ଚ୍ଚାଗ ବନ୍ଧନହରା,
ବକ୍ଷ ଶୋଣିତେ ଲକ୍ଷ ଜୀବନେ
ଖେଳାଅ ଆଲୋକଧାରା ।’’

ଏକ ଶୋଷଣମୁକ୍ତ, ଶ୍ରେଣୀହୀନ ସମାଜ ପ୍ରତିଷ୍ଠା, ପ୍ରଚଳିତ ସମାଜରୁ ଅଶିକ୍ଷା, ଅନ୍ଧବିଶ୍ଵାସର ଦୂରୀକରଣ, ଯୁଦ୍ଧ, ଶୋଷଣ ଓ ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ ତଥା ଧର୍ମ ଓ ବିଶ୍ୱାସ ସମ୍ପର୍କରେ ନୂତନ ଦୃଷ୍ଟିଭଙ୍ଗୀର ପ୍ରଚାର କବିଙ୍କ ପରିକଳ୍ପିତ ନୂତନ ଯୁଗର ଆଦର୍ଶ । ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ତରୁଣବର୍ଗ ଯୁଗ ନିର୍ମାଣରେ ବ୍ରତୀ ହେବାକୁ କବିଙ୍କ ଦୃଢ଼ ଆହ୍ଵାନ କବିତାଟିକୁ ଯଥାର୍ଥ ଉଦ୍‌ବୋଧନୀର ପରିଚୟ ପ୍ରଦାନ କରିଛି । ଜମିଦାର, ଧନୀ, ପ୍ରତିପତ୍ତିଶାଳୀ, ସୁବିଧାବାଦୀ ଗୋଷ୍ଠୀଙ୍କ ଶୋଷଣ ଓ ଅତ୍ୟାଚାରରେ ପ୍ରପୀଡ଼ିତ ଚାଷୀ, ମୂଲିଆ, ଦିନ ମଜୁରିଆମାନଙ୍କ ଅସହାୟ, ସର୍ବହରାମାନଙ୍କ ବନ୍ଦୀଜୀବନ କବିଙ୍କୁ ବ୍ୟର୍ଥାତ କରିଛି ।

ସାମନ୍ତବାଦୀମାନଙ୍କ ସେବାକାରୀ ଭାବେ ଜୀବନାତିବାହିତ କରି ସେମାନଙ୍କ ଅନ୍ତର ଚିର ତିମିରିତ ରହିଆସିଛି । ଶୋଷଣ, ପୀଡ଼ନର ଘୂଣ୍ଡି ଭିତରେ ସେମାନେ ଚିରଶୃଙ୍ଖଳିତ ହୋଇ ବାକ୍‌ଶକ୍ତି ବିହୀନ ହୋଇଯାଇଛନ୍ତି । ଲାଞ୍ଛିତ ତଥା ଅପମାନିତ ଜୀବନ ଧରି ସେମାନେ କେବଳ ବଞ୍ଚିବାପାଇଁ ସଂଗ୍ରାମ କରି ଚାଲିଛନ୍ତି । ସେମାନଙ୍କ ମନରେ ଆତ୍ମବିଶ୍ଵାସ ସୃଷ୍ଟି କରି ସେମାନଙ୍କୁ ବନ୍ଦୀ ଜୀବନରୁ ମୁକ୍ତି ଦେବାପାଇଁ ନବୀନଯୁଗର ତରୁଣମାନଙ୍କ ଜାଗି ଉଠିବାକୁ କବି ଉଦାତ୍ତ କଣ୍ଠରେ ଆହ୍ବାନ ଦେଇ କହିଛନ୍ତି

‘‘ମରଣ ଦୁଆରେ ଚରଣ ଆରପି
ଗାଅରେ ଆମର ଗାନ
ପୋଛିଦିଅ ଆଜି ମାନବ ଶିରର୍ସ
ସଞ୍ଚ ଅପମାନ,
ଲଂଘି ବନାନୀ, ଶୈଳ ସାଗର ଦୂରରେ ତିମିର ତାରା ।’’

ସମାଜର ତରୁଣମାନେ ହିଁ ରକ୍ଷଣଶୀଳ, ପରମ୍ପରାସର୍ବସ୍ୱ ସାମାଜିକ ଧାରାରେ ପରିବର୍ତ୍ତନ ଆଣିପାରିବେ କାରଣ ସେମାନଙ୍କ ଶରୀରର ଶିରା ପ୍ରଶିରାରେ ଉଦ୍ଦାମତାର ଶୋଣିତ, ମାଂସପେଶୀରେ ଅଫୁରନ୍ତ ଶକ୍ତି ସାମର୍ଥ୍ୟ ଭରି ରହିଛି । ସମାଜର ବଡ଼ପଣ୍ଡା ସାଜି ଯେଉଁ ଶାସକଗୋଷ୍ଠୀ ପରାଙ୍ଗପୁଷ୍ଟ ସାଜି ସାଧାରଣ କୃଷକ, ଶ୍ରମିକ, ମେହେନତି, ମଜଦୁରମାନଙ୍କୁ ପଦଦଳିତ କରି ରଖୁଛନ୍ତି, ସେମାନେ ଅବଶ୍ୟ ନବଯୁଗ ପ୍ରବର୍ତ୍ତନକୁ ବିରୋଧ କରିବେ । ତେଣୁ ପ୍ରଗତିକାମୀ ତରୁଣମାନଙ୍କୁ ଅନାଗତ ଭବିଷ୍ୟତରେ ହେବ । ମରଣକୁ ବାଜି ଲଗାଇ ସେମାନଙ୍କୁ ଲକ୍ଷ୍ୟପଥରେ ଅଗ୍ରସର ହେବାକୁ ପଡ଼ିବ ।

ସେମାନେ ତୁଙ୍ଗ ଶୈଳଶିଖର, ଅତଳ ଅନନ୍ତ ସାଗର ଲଙ୍ଘନ କରିବାପାଇଁ ଉପଯୁକ୍ତ ଶକ୍ତି ଓ ସାମର୍ଥ୍ୟର ଅଧିକାରୀ ଅଟନ୍ତି । ସମାଜରେ କ୍ଷମତାଧ୍ୟାକାରୀ ପୁଞ୍ଜିପତି, ଶାସକଗୋଷ୍ଠୀ, ଗ୍ୟଭିଚାରା ଜମିଦାର ଓ ଧନାକ ଗୋଷ୍ଠାଙ୍କ କବଳରୁ ସର୍ବହରାମାନଙ୍କୁ ମୁକ୍ତ ଦେବାପାଇଁ ସେମାନେ ଅବଶ୍ୟ ଉତ୍ସାହ, ଉଦ୍ଦୀପନା ତଥା ଦୃଢ଼ ମନୋବଳ ଓ ସାହସର ସହ ଆଗେଇ ଆସିବାକୁ କବି କଣ୍ଠରେ ରହିଛି ଆଗ୍ନେୟ ଆହ୍ଵାନ-

‘ଛିନ୍ନ କରରେ ବନ୍ଧନ ରାଜି
କ୍ରନ୍ଦନ ହେଉ ଶେଷ ।’’

ନୂତନ ଯୁଗ ନିର୍ମାଣ ପାଇଁ ଅତାତର ଚିରାଚରିତ, ପ୍ରଥାସର୍ବସ୍ୱ, ପରମ୍ପରା ପ୍ରପାତିତ ଜାର୍ଣ୍ଣ ଶାର୍ଣ୍ଣ ଜାବନଧାରାର ଗତିପଥ ପରିବର୍ତ୍ତନ ଏକାନ୍ତ ଆବଶ୍ୟକ । ଏଥପାଇଁ ଆର୍ଥନୈତିକ ବୈଷମ୍ୟ ସୃଷ୍ଟିକାରୀ ଶକ୍ତିମାନଙ୍କୁ ପରାହତ କରିବାପାଇଁ ତରୁଣମାନଙ୍କୁ ସଂଗ୍ରାମ କରିବାକୁ ହେବ । ପ୍ରଗତି ପଥରେ ସେମାନଙ୍କର ଗତିଶୀଳ ପରିବର୍ତ୍ତନକାମୀ ରଥଚକ ତଳେ ନିଷ୍ଫଳ ଜନର ସମସ୍ତ ବ୍ୟଥା -ବେଦନା, ଦୁଃଖ -ଯନ୍ତ୍ରଣା, ଅପମାନ-ଅସନ୍ତୋଷ ଅବଶ୍ୟ ଚୂର୍ଣ୍ଣୀଭୂତ ହେବ । ପରିଶେଷରେ ସେମାନେ ଲକ୍ଷ୍ୟସ୍ଥଳରେ ଅବତୀର୍ଣ୍ଣ ହୋଇ ଉଡ଼ାଇବେ ବିଜୟର ଧ୍ଵଜା, ସେମାନଙ୍କ ବକ୍ଷସ୍ଥଳରେ ଶୋଭାପାଇବ ସଫଳତାର ଜୟମାଲ୍ୟ । ଏହି ଦୃଢୋକ୍ତିଭରା ଆହ୍ବାନ ଦେଇ ଆଶାବାଦୀ କବି ନବୀନ ଯୁଗର ତରୁଣମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି ।

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question ୨୪ ।
‘ଜାଗ ବନ୍ଧନହରା’ କବିତାରେ ବନ୍ଧନରାଜିକୁ ଛିନ୍ନ କରିବାପାଇଁ କବି ଦେଇଥ‌ିବା ଆହ୍ୱାନକୁ ବିଶ୍ଳେଷଣ କର । କିମ୍ବା, ନବୀନ ଯୁଗର ତରୁଣଙ୍କୁ ବନ୍ଧନରାଜି ଛିନ୍ନ ପାଇଁ କବି ଯେଉଁ ତୃପ୍ତ ଆହ୍ୱାନର ଆବାହନୀ କରିଛନ୍ତି – ତାହାକୁ ପ୍ରକାଶ କର ।
Answer:
‘ନବଯୁଗ ସାହିତ୍ୟ ସଂସଦ’ର ପ୍ରଥମ ଅଧିବେଶନରେ ପ୍ରାରମ୍ଭିକ ସଙ୍ଗୀତରୂପେ ଗାନ କରାଯାଇଥିବା ‘ଜାଗ ବନ୍ଧନହରା’ ଶୀର୍ଷକ କବିତାର ରଚୟିତା ପ୍ରଗତିବାଦୀ କବି ଅନନ୍ତ ପଟ୍ଟନାୟକ ଜଣେ ସ୍ମରଣୀୟ ପ୍ରତିଭା । ମାର୍କସୀୟ ଦୃଷ୍ଟି ଓ ଦର୍ଶନଦ୍ୱାରା ଅନୁପ୍ରାଣିତ ବରେଣ୍ୟ କବିଙ୍କ ଲେଖନୀ ନିଃସୃତ ‘ରକ୍ତଶିଖା’, ‘ଛାଇର ଛିଟା’, ‘ଅଲୋଡ଼ାଲୋଡ଼ା’ ଆଦି କବିତା ସଂକଳନ କବିଙ୍କ ପ୍ରଗତିବାଦୀ ଦୃଷ୍ଟିଭଙ୍ଗୀର ପରିଚୟ ବହନ କରିଛି । ଅନୁପ୍ରାଣିତ ବରେଣ୍ୟ କବିଙ୍କ ଲେଖନୀ ନିଃସୃତ ‘ରକ୍ତଶିଖା’, ‘ଛାଇର ଛିଟା’, ‘ଅଲୋଡ଼ାଲୋଡ଼ା’ ଆଦି କବିତା ସଂକଳନ କବିଙ୍କ ପ୍ରଗତିବାଦୀ ଦୃଷ୍ଟିଭଙ୍ଗୀର ପରିଚୟ ବହନ କରିଛି । ସାଧାରଣତଃ ସମାଜରେ ତରୁଣ ଯୁବଶକ୍ତିର ସାମର୍ଥ୍ୟ ଅନସ୍ବୀକାର୍ଯ୍ୟ । ସେଥ‌ିପାଇଁ କବି ପ୍ରାଚୀନ, ରକ୍ଷଣଶୀଳ ପରମ୍ପରାସର୍ବସ୍ୱ, ସାମନ୍ତବାଦୀ ସର୍ବସ୍ଵ ସମାଜର ଗତାନୁଗତିକ ଧାରା ପରିବର୍ତ୍ତନ ପାଇଁ ଛାତ୍ର, ଯୁବକ ଓ ତରୁଣମାନଙ୍କୁ ଆଗଭର

ହେବାକୁ ଆହ୍ଵାନ କରିଛନ୍ତି । ଆଭିଜାତ୍ୟପୂର୍ଣ୍ଣ ସାମନ୍ତବାଦୀ ମନୋଭାବକୁ ପରିହାର କରି ସାଧାରଣ ଜନତାର ଗାଥା-ଚିତ୍ର ଉପସ୍ଥାପନ କରିବା, ଶ୍ରେଣୀହୀନ ସମାଜର ପରିକଳ୍ପନା କରିବା, ଧର୍ମ ଓ ଈଶ୍ବରବିଶ୍ୱାସକୁ ଅନ୍ଧବିଶ୍ବାସ ବିମୁକ୍ତ କରାଇବା, ସାମାଜିକ ବୈଷମ୍ୟ ଓ ଅତ୍ୟାଚାରର ମୂଳୋତ୍ପାଟନ କରିବା, ସାଧାରଣ ଜନତାଙ୍କୁ ଅଶିକ୍ଷା ଓ ଅନ୍ଧବିଶ୍ଵାସରୁ ମୁକ୍ତି ପ୍ରଦାନ କରିବା ସଙ୍ଗେ ସଙ୍ଗେ ସମାଜର ଅବହେଳିତ, ଶୋଷିତ, ଲାଞ୍ଛିତ ଓ ନିଷ୍ପେଷିତ, ସର୍ବହରା ଜନତାକୁ ଧନାଢ଼ୀ, ସୁବିଧାବାଦୀ ସମାଜପତିଙ୍କ କବଳରୁ ରକ୍ଷା କରି ଏକ ନୂତନ ସୁଖ, ସମୃଦ୍ଧିସମ୍ପନ୍ନ ସମାଜ ଗଠନ କରିବାପାଇଁ କବିଙ୍କ ପ୍ରଗାଢ଼ ଆନ୍ତରିକତା କବିତାରେ ରୂପାୟିତ ହୋଇଛି । କବିତାର ପ୍ରାରମ୍ଭରେ ହିଁ କବି ତରୁଣମାନଙ୍କୁ ନିଜ ରକ୍ତକୁ ବାଜି ଲଗାଇ ନିଖ୍ ଜନଙ୍କ ତିମିରିତ ହୃଦୟରେ ଆଲୋକର ଔଜଲ୍ୟ ଭରିଦେବାକୁ ଆହ୍ଵାନ ଦେଇ କହିଛନ୍ତି-

‘ନବୀନ ଯୁଗର ତରୁଣ ଜାଗରେ
ଜାଗ ବନ୍ଧନହରା,
ବକ୍ଷ ଶୋଣିତେ ଲକ୍ଷ ଜୀବନେ
ଖେଳାଅ ଆଲୋକଧାରା ।’’

ସମାଜରୁ ଧନୀ-ଦରିଦ୍ର ତାରତମ୍ୟ ଦୂରକରି ତଥା ଜାତିପ୍ରଥାକୁ ବିରୋଧ କରି ଏକ ଶ୍ରେଣୀହୀନ ସମାଜର ସ୍ବପ୍ନ ଦେଖୁଛନ୍ତି କବି । ସାମାଜିକ ଅସମାନତା କବିଙ୍କୁ ବ୍ୟସ୍ତ କରିଛି । ଏସବୁର ଅବସାନ ପାଇଁ ତରୁଣମାନଙ୍କୁ ଆଗଭର ହେବାକୁ ପଡ଼ିବ । ନୁହେଁ, କବି ଏହା ଅନୁଭବ କରିଛନ୍ତି । ସ୍ଵାର୍ଥସର୍ବସ୍ଵ ଧନୀ, ଜମିଦାର, ଶିଳ୍ପପତି ଓ ପୁଞ୍ଜିପତିମାନେ ସାମାଜିକ ପରିବର୍ତ୍ତନକୁ ଅବଶ୍ୟ ବିରୋଧ କରିବେ । ସେମାନଙ୍କ ଛଳନା, ଶଠତା, ମିଥ୍ୟାଚାରକୁ ପ୍ରତିହତ କରିବାପାଇଁ ତରୁଣମାନଙ୍କୁ ହୁଏତ ସଂଘର୍ଷ ଓ ରକ୍ତପାତର ସମ୍ମୁଖୀନ ହେବାକୁ ପଡ଼ିବ । ସେହି ସଂଘର୍ଷରେ ମୃତ୍ୟୁପଥର ଯାତ୍ରୀ ହେବା ମଧ୍ଯ ଅବିଶ୍ଵାସ ନୁହେଁ ।

ତଥାପି ଆବଶ୍ୟକସ୍ଥଳେ ମରଣକୁ ବାଜି ଲଗାଇ ସମାଜର ଶୋଷିତ, ଲାଞ୍ଛିତଙ୍କ ହୃଦୟରେ ଆତ୍ମବିଶ୍ଵାସ ସୃଷ୍ଟି କରବା ପାଇଁ ତରୁଣମାନଙ୍କୁ ସମସ୍ତ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ । ଦୁଃଖୀ, ଦରିଦ୍ର, ଅସହାୟ ଓ ସର୍ବହରା ଶ୍ରେଣୀର ଅବହେଳିତ ମଣିଷ ମନରୁ ମାନସିକ ଦୁଃଖ, ଯନ୍ତ୍ରଣା, ଅପମାନ, ଅବସାଦ ବିଦୂରିତ କରିବାପାଇଁ ସଂକଳ୍ପବଦ୍ଧ ହେବାକୁ ପଡ଼ିବ ବୋଲି କବି କଣ୍ଠରେ ରହିଛି ଉଦାତ୍ତ ଆହ୍ଵାନ-

“ମରଣ ନୂଆରେ ଚରଣ ଅରପି
ପାଖରେ ଆମର ଗାନ
ପୋଛିଦିଅ ଆଜି ମାନବ ଶିରସୁଁ
ସଞ୍ଚ ଅପମାନ
ଲଙ୍ଘି ବନାନୀ ଶୈଳ ସାଗର ଦୂରରେ ତିମିର କାରା ।’

ଧନୀକ ଗୋଷ୍ଠୀର ଚିର ତିମିରିତ ବନ୍ଦୀଶାଳାରେ ଯନ୍ତ୍ରଣା ଜର୍ଜରିତ, ଦୁର୍ବିସହ ଜୀବନରେ ଅତିଷ୍ଠ ସର୍ବହରା ମଣିଷକୁ ଉଦ୍ଧାର କରିବାପାଇଁ ତରୁଣମାନଙ୍କୁ ନେବାକୁ ପଡ଼ିବ ବଜ୍ର ଶପଥ । ଏଥିପାଇଁ ସେମାନଙ୍କୁ ସାମ୍ୟବାଦର ଧ୍ଵଜା ଉଡ଼ାଇ ମାନବବାଦୀ ଚେତନାର ସନ୍ଧାନ କରିବାକୁ ହେବ । ସେହି ସନ୍ଧାନ ପଥରେ ଅନ୍ତରାୟ ସାଜିଥିବା ମାୟା, ମୋହର ବନ୍ଧନ ଋଜୁକୁ ଛିନ୍ନ କରିବାକୁ ପଡ଼ିବ । କାରଣ ମାୟା-ମମତାରୂପୀ ବନ୍ଧନରୁ ମୁକ୍ତ ନହେଲେ ସେମାନେ ମହାନ୍ ଲକ୍ଷ୍ୟସ୍ଥଳରେ ଉପନୀତ ହୋଇପାରିବେ ନାହିଁ । ତେଣୁ ମୋହ, ମାୟାର ତନ୍ଦ୍ରା-ସ୍ପର୍ଶରୁ ନିଜକୁ ଦୂରେଇ ରଖ୍ ନିଷ୍ଫଳ ଜନମାନସରେ ସୁଖ, ଶାନ୍ତି ଭରିଦେବାପାଇଁ ସେମାନଙ୍କୁ ସବୁ ବନ୍ଧନକୁ ଛିନ୍ନ କରିବାର ସଂକଳ୍ପ ନେବାକୁ ହେବ ।

ପରିବର୍ତ୍ତନର ରଥକୁ ପ୍ରଗତିପଥରେ ଗତିଶୀଳ କରାଇବାକୁ ପଡ଼ିବ । ପ୍ରଗତିର ସେହି ରଥଚକ୍ରତଳେ ଶୋଷିତ ଓ ଅତ୍ୟାଚାରିତ ମଣିଷର ଦୁଃଖ-ବେଦନା, ଜ୍ଵାଳା, ଯନ୍ତ୍ରଣା ଚୂଣ୍ଡୀଭୂତ ହେବ । ଶେଷରେ ବିଜୟୀ ତରୁଣମାନେ ଲକ୍ଷ୍ୟସ୍ଥଳରେ ଉପନୀତ ହୋଇ ଗଳାରେ ଜୟମାଲ୍ୟ ପିନ୍ଧିବାକୁ ସକ୍ଷମ ହେବେ ବୋଲି ଦୃଢ଼ ଆଶା ପ୍ରକାଶ କରି କବି କହିଛନ୍ତି –

“ଚିରି ଅତୀତର କାର୍ଣ୍ଣ ଜୀବନ
ଜାଗ ଆଆହେ ଭବିଷ୍ୟତ,
ଚୂର୍ଣ୍ଣ କରୁ ହେ ସ୍ୟନ୍ଦନ ତବ
ପାଳନର ପରବତ
ଘେନ ବିଜୟର ମାଳା
କାଗ ବନ୍ଧନହରା।”

Question ୨୫ ।
ଅନନ୍ତ ପଟ୍ଟନାୟକଙ୍କ ଅନ୍ୟାନ୍ୟ କବିତା ସଂଗ୍ରହ କରି ପଢ଼ ।

Question ୨୬ ।
ତୁମର ପ୍ରିୟ ସାଙ୍ଗ ନିକଟକୁ ନବଯୁଗର ଆହ୍ବାନ ସମ୍ପର୍କରେ ଚିଠି ଲେଖ ।
[ ସୂଚନା : ‘ତୁମ ପାଇଁ କାମ’ର ଉତ୍ତରଗୁଡ଼ିକ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତା ନେଇ ପ୍ରସ୍ତୁତ କରନ୍ତୁ ।]

ବିଗତ ବର୍ଷର ହାଇସ୍କୁଲ ପରୀକ୍ଷା (ବାର୍ଷିକ ଓ ସପ୍ଲିମେଣ୍ଟାରୀ)ର

Question 1.
କେଉଁଠାରେ ଅମରଗାନ ଗାଇବାପାଇଁ କବି କହିଛନ୍ତି ?
Answer:
ମରଣ ଦୁଆରେ

Question 2.
ବକ୍ଷର ଶୋଣିତ ଦେଇ ଲକ୍ଷ ଜୀବନରେ କ’ଣ ଖେଳାଇ ଦେବାକୁ କବି କହିଛନ୍ତି ?
Answer:
ଆଲୋକ ଧାରା

Question 3.
ଅମର ଗାନ କେଉଁମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି?
Answer:
ମରଣ ଦୁଆରେ

Question 4.
‘ଜାଗ ବନ୍ଧନହରା’ କେଉଁମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ? 5. କେଉଁ କଥା
Answer:
ନବଯୁଗର ତରୁଣ

Question 5.
ଲୁପ୍ତ ହେବାପାଇଁ ‘ଜାଗ ବନ୍ଧନହରା’ କବିତାରେ କୁହାଯାଇଛି ?
Answer:
ଜାତିଭେଦ

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question 6.
ମରଣ ଦୁଆରେ କେଉଁ ଗୀତ ଗାଇବାପାଇଁ କବି କହିଛନ୍ତି ?
Answer:
ଅମର ଗାନ

Question 7.
ମାନବ ଶିରରୁ କ’ଣ ପୋଛି ଦେବାକୁ କବି କହିଛନ୍ତି ?
Answer:
ଅମର ଗାନ

Question 8.
ବନ୍ଧନହରା କ’ଣ କଲେ କ୍ରନ୍ଦନ ଶେଷ ହେବ ?
Answer:
ବନ୍ଧନ ଛିନ୍ନ କଲେ

Question ୨.
କେଉଁଠାରେ ଅମରଗାନ କରିବାପାଇଁ କବି କହିଛନ୍ତି ?
Answer:
ଅପମାନ

ପରୀକ୍ଷା ଉପଯୋଗୀ ଅତିରି

(A) ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

Question 1.
‘ଜାଗ ବନ୍ଧନହରା’ କବିତାଟି କେଉଁଠାରେ ପ୍ରାରମ୍ଭିକ ସଙ୍ଗୀତରୂପେ ଗାନ କରାଯାଇଥିଲା ?
Answer:
ଜାଗ ବନ୍ଧନହରା କରିତାଟି ‘ନବଯୁଗ ସାହିତ୍ୟ ସଂସଦ’ ର ପ୍ରଥମ ଅଧିବେଶନରେ ପ୍ରାରମ୍ଭିକ ସଙ୍ଗତ ରୂପେ ଗାନ କରାଯାଇଥିଲା

Question 2.
କବି ଅନନ୍ତ ପଟ୍ଟନାୟକଙ୍କ କେଉଁ ପୁସ୍ତକ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀଦ୍ୱାରା ପୁରସ୍କୃତ କରିଥିଲା ?
Answer:
କବି ଅନନ୍ତ ପଟ୍ଟନାୟକଙ୍କ ‘ଅବାନ୍ତର’ କବିତା ପୁସ୍ତକ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀଦ୍ୱାରା ପୁରସ୍କୃତ କରିଥିଲା ।

Question 3.
‘ଜାଗ ବନ୍ଧନହରା’ କବିତାର ଅନ୍ତଃସ୍ବର କ’ଣ ?
Answer:
ଶୋଷଣମୁକ୍ତ ଓ ଶ୍ରେଣୀହୀନ ସାମାଜିକ ତଥା ସାଂସ୍କୃତିକ ବ୍ୟବସ୍ଥା ପ୍ରବର୍ତ୍ତନ ଓ ମାନବବାଦର ଜୟଗାନ ହିଁ ‘ଜାଗ ବନ୍ଧନହରା’ କବିତାର ଅନ୍ତଃସ୍ବର ।

Question 4.
କବି କେଉଁଠାରେ ଚରଣ ଅର୍ପିବାପାଇଁ କହିଛନ୍ତି ?
Answer:
କବି ସକଳ ବନ୍ଧନରାଜି ଛିନ୍ନ କରିବାକୁ କହିଛନ୍ତି । କବି କ’ଣ ଛିନ୍ନ କରିବାକୁ କହିଛନ୍ତି ?

Question 5.
ସ୍ୟନ୍ଦନ କ’ଣ ଚୂର୍ଣ୍ଣ କରିବ ବୋଲି କବିତାରେ କୁହାଯାଇଛି ?
Answer:
କବି ସକଳ ବନ୍ଧନରାଜି ଛିନ୍ନ କରିବାକୁ କହିଛନ୍ତି ।

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question 6.
କବି କେଉଁଠାରେ ଚାରଣ ଅର୍ଥବାପାଇଁ କହିଛନ୍ତି?
Answer:
କବି ମରଣ ଦୁଆରେ ଚରଣ ଅର୍ପିବାପାଇଁ କହିଛନ୍ତି ।

Question 7.
ସ୍ୟନ୍ଦନ କ’ଶ ବର୍ଣ୍ଣ କରିବ ବୋଲି କବିତାରେ କୁହାଯାଇଛି?
Answer:
ସ୍ୟନ୍ଦନ ପୀଡ଼ା ପର୍ବତକୁ ଚୂର୍ଣ କରିବ ବୋଲି କବିତାରେ କୁହାଯାଇଛି ।

Question 8.
କବି କାହାକୁ ସମାଜର ଭବିଷ୍ୟତ ବୋଲି କହିଛନ୍ତି ?
Answer:
କବି ତରୁଣମାନଙ୍କୁ ସମାଜର ଭବିଷ୍ୟତ ବୋଲି କହିଛନ୍ତି ।

Question 9.
ଯାତ୍ରାପଥରେ ସମ୍ମୁଖରେ କିଏ କୁହେଳି ସୃଷ୍ଟି କରେ ବୋଲି କବି କହିଛନ୍ତି ?
Answer:
ଯାତ୍ରାପଥରେ ସମ୍ମୁଖରେ ସ୍ନେହ ମମତାର ଅଶୁ କୁହେଳି ସୃଷ୍ଟି କରେ ବୋଲି କବି କହିଛନ୍ତି ।

Question 10.
ମହାମାନବର ଶଙ୍ଖଧ୍ବନିରେ କ’ଣ ପ୍ରଶମିତ ହେବ ବୋଲି କବି କହିଛନ୍ତି ?
Answer:
ମହାମାନବର ଶଙ୍ଖଧ୍ୱନିରେ ଦୁଃଖଜ୍ଵାଳା ପ୍ରଶମିତ ହେବ ବୋଲି କବି କହିଛନ୍ତି ।

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question 11.
କବିଙ୍କ ମତରେ କଣ୍ଟକ କେଉଁ ପଥରେ ଶିର ଟେକେ ?
Answer:
କବିଙ୍କ ମତରେ ସନ୍ଧାନ ପଥରେ କଣ୍ଟକ ଅର୍ଥାତ୍ ପ୍ରତିବନ୍ଧକ ଶିର ଟେକେ ।

Question 12.
‘ଜାଗ ବନ୍ଧନହରା’ କବିତାର ଅନ୍ତଃସ୍ଵର କ’ଣ ?
Answer:
ଶୋଷଣମୁକ୍ତ ଓ ଶ୍ରେଣୀହୀନ ସମାଜ ତଥା ସାଂସ୍କୃତିକ ବ୍ୟବସ୍ଥା ପ୍ରବର୍ତ୍ତନ ଓ ମାନବବାଦର ଜୟଗାନ ଜାଗ ‘ବନ୍ଧନହରା’ କବିତାର ଅନ୍ତଃସ୍ବର ।

Question 13.
ପୀଡ଼ନର ପର୍ବତ କିପରି ଚୂର୍ଣ ହେବ ?
Answer:
ବନ୍ଧନହରାଙ୍କ ସ୍ୟନ୍ଦନ ତଳେ ପୀଡ଼ନର ପର୍ବତ ଚୂର୍ଣ୍ଣ ହେବ ।

Question 14.
‘ଜାଗ ବନ୍ଧନହରା’ କବିତାଟି କେଉଁଠାରେ ପ୍ରାରମ୍ଭିକ ସଙ୍ଗୀତ ରୂପେ ଗାନ କରାଯାଇଥିଲା ?
Answer:
‘ନବଯୁଗ ସାହିତ୍ୟ ସଂସଦ’ର ପ୍ରଥମ ଅଧିବେଶନରେ ‘ଜାଗ ବନ୍ଧନହରା’ କବିତାଟି ପ୍ରାରମ୍ଭିକ ସଙ୍ଗୀତ ରୂପେ ଗାନ

Question 15.
‘ବନ୍ଧନହରା’ କେଉଁ ଅର୍ଥକୁ ବୁଝାଏ ?
Answer:
‘ବନ୍ଧନହରା’ ଶୋଷଣଯୁକ୍ତ ଓ ଶ୍ରେଣୀଯୁକ୍ତ ବନ୍ଧନରୁ ମୁକ୍ତ ଅର୍ଥକୁ ବୁଝାଏ ।

Question 16.
‘ଜାଗ ବନ୍ଧନହରା’ କବିତାରେ କବି କି ସ୍ବପ୍ନ ଦେଖୁଛନ୍ତି ?
Answer:
‘ଜାଗ ବନ୍ଧନହରା’ କବିତାରେ କବି ଏକ ଶ୍ରେଣୀହୀନ ଶୋଷଣମୁକ୍ତ ସମାଜ ଗଠନର ସ୍ବପ୍ନ ଦେଖୁଛନ୍ତି ।

Question 17.
କବି ‘ଜାଗ ବନ୍ଧନହରା’ କବିତାରେ ଭବିଷ୍ୟତଙ୍କୁ କି ଆହ୍ବାନ ଦେଇଛନ୍ତି ?
Answer:
କବି ‘ଜାଗ ବନ୍ଧନହରା’ କବିତାରେ ଭବିଷ୍ୟତଙ୍କୁ ଅତୀତର ଜୀର୍ଣ୍ଣ ଜୀବନକୁ ଭୁଲିଯିବାପାଇଁ ଆହ୍ୱାନ ଦେଇଛନ୍ତି ।

Question 18.
କେଉଁ କାରଣ ଯୋଗୁଁ ଦେଶରେ ବିଭାଜିନ ସୃଷ୍ଠି ହେଉଛି ବୋଲି କବି କହିଛନ୍ତି?
Answer:
ଜାତିଗତ ତଥା ସାମ୍ପ୍ରଦାୟିକ ଭେଦଭାବ କାରଣ ଯୋଗୁଁ ଦେଶରେ ବିଭାଜନ ସୃଷ୍ଟି ହେଉଛି ବୋଲି କବି କହିଛନ୍ତି ।

(B) ।ଗୋଟିଏ ପଦ ବା ଶବ୍ଦରେ ଉତ୍ତର ଦିଅ ।

Question 1.
ସନ୍ଧାନୀର କେଉଁପଥରେ କଣ୍ଟକ ଶିର ଟେକେ ବୋଲି କବି କହିଛନ୍ତି ?
Answer:
ସନ୍ଧାନ

Question 2.
ସନ୍ଧାନ ପଥରେ ଗତି କଲାବେଳେ ସମ୍ମୁଖରେ କେଉଁଗୁଡ଼ିକ କୁହେଳି ରଚନା କରେ ?
Answer:
ମୋହ ମମତାର ନୀର

Question 3.
ସ୍ୟନ୍ଦନ କାହାକୁ ଚୂର୍ଣ୍ଣ କରୁ ବୋଲି କବି କହିଛନ୍ତି ?
Answer:
ପୀଡ଼ନର ପର୍ବତକୁ

Question 4.
କେଉଁ ମାଳା ପରିଧାନ କରିବାକୁ କବି ତରୁଣମାନଙ୍କୁ କହିଛନ୍ତି ?
Answer:
ବିଜୟମାଳା

Question 5.
କାହାକୁ ଚିରି ଜାଗି ଉଠିବାକୁ କବି ଭବିଷ୍ୟତମାନଙ୍କୁ ଆହ୍ଵାନ ଦେଇଛନ୍ତି ?
Answer:
ଅତୀତର ଜାର୍ଣ୍ଣ ଜୀବନକୁ

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question 6.
ମରୁପଥରେ କ’ଣ ସୃଷ୍ଟିକରି ଯାତ୍ରା କରିବାକୁ କବି କହିଛନ୍ତି ?
Answer:
ନିର୍ଝର

Question 7.
କବି ଅନନ୍ତ ପଟ୍ଟନାୟକ ଖୋର୍ଦ୍ଧା ଜିଲ୍ଲାର କେଉଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ?.
Answer:
ଚଣାହାଟ

Question 8.
ଜାଗ ବନ୍ଧନହରା’ କବିତାର ଅନ୍ତଃସ୍ଵର କ’ଣ?
Answer:
ମାନବବାଦର ଜୟଗାନ

Question 9.
କେଉଁ ଯୁଗର ତରୁଣମାନଙ୍କୁ ଜାଗି ଉଠିବାକୁ କବି ଆହ୍ଵାନ ଦେଇଛନ୍ତି ?
Answer:
ନୂତନ ଯୁଗର

Question 10.
କବି ବନ୍ଧନରାଜି ଛିନ୍ନ କରିବାକୁ କେଉଁମାନଙ୍କୁ ପରାମର୍ଶ ଦେଇଛନ୍ତି ?
Answer:
ତରୁଣମାନଙ୍କୁ

Question 11.
ବନ୍ଧନରାଜି ଛିନ୍ନ ହେଲେ କ’ଣ ଶେଷ ହୋଇଯିବ ବୋଲି କବି ଆଶା କରିଛନ୍ତି ?
Answer:
କ୍ରନ୍ଦନ

Question 12.
ମାନବ ମସ୍ତକରେ କ’ଣ ସଞ୍ଚିତ ହୋଇ ରହିଛି ବୋଲି କବି କହିଛନ୍ତି ?
Answer:
ଅପମାନ

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question 13.
ତିମିର କାରା ଚୂରିବାପ କାହାକୁ ଲଢିଯିବାପାଇଁ କବି କହିଛନ୍ତି ?
Answer:
ବନାନୀ ଶୈଳ ସାଗର

Question 14.
କେଉଁମାନେ କମ୍ପିତ ପ୍ରାଣେ ଶଙ୍କିତ ହୋଇଉଠିବେ ବୋଲି କବି ଆଶା କରିଛନ୍ତି ?
Answer:
ଚନ୍ଦ୍ର, ତପନ, ତାରା

Question 15.
ଅନ୍ତରରେ ସ୍ପନ୍ଦନ ବହି କ’ଣ ଉଚ୍ଚରେ ଧରିବାକୁ କବି ପରାମର୍ଶ ଦେଇଛନ୍ତି ?
Answer:
ପ୍ରଦୀପ

Question 16.
‘ଅର୍ଗଳ’ ଶବ୍ଦଟିର ପ୍ରକୃତ ଅର୍ଥ କ’ଣ ?
Answer:
ବନ୍ଧନ (ରୂପ)

Question 17.
‘ଜାଗ ବନ୍ଧନହରା’ ଏହି ଶୀର୍ଷକରୁ କେଉଁ ଭାବ ପ୍ରତିଭାତ ହେଉଛି ?
Answer:
ଏହା ଏକ ଉଦ୍‌ବୋଧନୀ କବିତା

Question 18.
କବିତାରେ କବି ଯୁବକମାନଙ୍କୁ କେଉଁଥୁରୁ ମୁକ୍ତ ହେବାପାଇଁ ଉପଦେଶ ଦେଇଛନ୍ତି ?
Answer:
ସମସ୍ତ ପ୍ରକାର ପ୍ରଲୋଭନ ଓ ବନ୍ଧନରୁ

Question 19.
‘ଜାଗ ବନ୍ଧନହରା’ କବିତାରେ କବି କେଉଁମାନଙ୍କୁ ଜାଗି ଉଠିବାକୁ ଉଦ୍‌ବୋଧନ ଦେଇଛନ୍ତି ?
Answer:
ତରୁଣମାନଙ୍କୁ

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question 20.
ସମାଜରୁ କ’ଣ ଶେଷ ହେଉ ବୋଲି କବି ଆଶା କରିଛନ୍ତି ?
Answer:
କ୍ରନ୍ଦନ

Question 21.
ମହାମାନବର ଶଙ୍ଖନାଦରେ କ’ଣ ପ୍ରଶମିତ ହେଉ ବୋଲି କବି କହିଛନ୍ତି ?
Answer:
ଦୁଃଖର ଜ୍ଵାଳା

Question 22.
କାହାକୁ ଚୂର୍ଣ୍ଣ କରିବାକୁ କବି ‘ଜାଗ ବନ୍ଧନହରା’ କବିତାରେ କହିଛନ୍ତି ?
Answer:
ତିମିର କାରାକୁ

Question 23.
କାହାକୁ ଭିନ୍ନ କରି ସାରା ଭୁବନକୁ ହସାଇବାପାଇଁ କବି ‘ଜାଗ ବନ୍ଧନହରା’ କବିତାରେ କହିଛନ୍ତି ?
Answer:
ତନ୍ଦ୍ରାସ୍ପର୍ଶକୁ

Question 24.
‘ଜାଗ ଆହେ ଭବିଷ୍ୟତ’ – କବି ଏ ସମ୍ବୋଧନ କେଉଁମାନଙ୍କୁ କରିଛନ୍ତି ?
Answer:
ତରୁଣମାନଙ୍କୁ

Question 25.
‘ରକ୍ତଛିଟା’ କେଉଁ କବିଙ୍କର ଏକ ଅମ୍ଳାନ କୃତି ?
Answer:
କବି ଅନନ୍ତ ପଟ୍ଟନାୟକ

Question 26.
କବି ଅନନ୍ତ ପଟ୍ଟନାୟକ କେଉଁ କୃତି ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀଦ୍ଵାରା ପୁରସ୍କୃତ ହୋଇଥିଲେ ?
Answer:
ଅବାନ୍ତର

Question 27.
କବିତାରେ ‘ବନ୍ଧନହରା’ କେଉଁମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ?
Answer:
ନବ ଯୁଗର ତରୁଣମାନଙ୍କୁ

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question 28.
‘ଜାଗ ବନ୍ଧନହରା’ କବିତାର କବି କିଏ ?
Answer:
ଅନନ୍ତ ପଟ୍ଟନାୟକ

Question 29.
କବି ‘ଜାଗ ବନ୍ଧନହରା’ କବିତାରେ କ’ଣ ଲୁପ୍ତ ହେବାକୁ କହିଛନ୍ତି ?
Answer:
ଜାତି ଉପଜାତି

(C) ଶୂନ୍ୟସ୍ଥାନ ପୂରଣ କର ।

Question 1.
କମ୍ପିତ ପ୍ରାଣେ ଶଙ୍କିତ ହୋଇଉଠିବେ ବୋଲି କବି ଆଶା କରିଛନ୍ତି ।
Answer:
ଚନ୍ଦ୍ର, ତପନ, ତାରା ;

Question 2.
ସନ୍ଧାନୀମାନଙ୍କ ସମ୍ମୁଖରେ ମୋହ ମମତାର ନୀର
Answer:
କୁହେଳି,

Question 3.
ମରୁପଥରେ ଅବିରତ ଯାତ୍ରା କରିବାକୁ କବି ………………………ସୃଷ୍ଟି କରେ ।
Answer:
ତରୁଣ,

Question 4.
କବିତାରେ କବି ଯୁବକମାନଙ୍କୁ ………………….. ରୁ ମୁକ୍ତ ହେବାପାଇଁ ଉପଦେଶ ଦେଇଛିନ୍ତି ।
Answer:
ସମସ୍ତ ପ୍ରକାର ପ୍ରଲୋଭନ ଓ ବନ୍ଧନ,

Question 5.
ମରୁପଥରେ …………………. ସୃଷ୍ଟି କରିବାକୁ କବି କହିଛନ୍ତି।
Answer:
ନିର୍ଝର,

Question 6.
ମରଣ ଦୁଆରେ …………………. ଚାଇବାପାଇଁ କବି କହିଛନ୍ତି ।
Answer:
ଅମର ଗାନ,

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question 7.
କବି …………….. ଛିନ୍ନ କରିବାକୁ କହିଛନ୍ତି।
Answer:
ସକଳ ବନ୍ଧନରାଜି,

Question 8.
ମାନବ ମସ୍ତକରେ …………………….. ସଞ୍ଚତ ହୋଇ ରହିଛି ବୋଲି କବି କହିଛିନ୍ତି ।
Answer:
ଅପମାନ,

Question 9.
କବି ………………… କୁ ତନ୍ଦ୍ରାସ୍ଥର୍ଶ ବୋଲି କହିଛିନ୍ତି ।
Answer:
ମୋହ ମମତାର ନୀର,

Question 10.
କବି ………………… କୁ ତନ୍ଦ୍ରାସ୍ଥର୍ଶ ବୋଲି କହିଛିନ୍ତି ।
Answer:
ଆଲୋକଧାରା,

Question 11.
ମହାମାନବର ଶଙ୍ଖଧ୍ଧନିରେ ……………………. ପ୍ରଣମିତ ହେବା
Answer:
ଦୁଃଖଜ୍ଵାଳା,

Question 12.
…………………. ରେ ନିଝର ସୃଷ୍ଟିକରି ଯାତ୍ରା କରିବାକୁ କବି କହିଛନ୍ତି।
Answer:
ମରୁ ପଥ

(D) ଠିକ୍ ଉକ୍ତି ପାଇଁ ‘T” ଓ ଭୁଲ୍ ଉକ୍ତି ପାଇଁ ‘F” ଲେଖ ।

1. ‘ଜାଗ ଆହେ ଭବିଷ୍ୟତ’ – କବି ଏହି ସମ୍ବୋଧନ ଶାସକମାନଙ୍କୁ କରିଛନ୍ତି ।
2. କବି ଅନନ୍ତ ପଟ୍ଟନାୟକ ‘ଛାଇର ଛିଟା’ କୃତି ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀଦ୍ଵାରା ପୁରସ୍କୃତ ହୋଇଥିଲେ ।
3. କବିତାରେ କବି ବନ୍ଧନହରା ତରୁଣମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି ।
4. ‘ଜାଗ ବନ୍ଧନହରା’ କବିତାର କବି ଅନନ୍ତ ପଟ୍ଟନାୟକ ।
5. ମରଣ ଦୁଆରେ ଅମର ଗାନ ଗାଇବାପାଇଁ କବି କହିଛନ୍ତି ।
6. କବି ଜାତି ଉପଜାତି ଲୁପ୍ତ ହେଉ ବୋଲି ଇଚ୍ଛା କରିଛନ୍ତି ।
7. ମାନବ ଶିରରୁ ସଞ୍ଚ ଅପମାନ ପୋଛିଦେବାପାଇଁ କବି କହିଛନ୍ତି ।
8. ସନ୍ଧାନୀର ସନ୍ଧାନ ପଥରେ କଣ୍ଟକ ଶିର ଟେକେ ବୋଲି କବି କହିଛନ୍ତି ।
9. ସନ୍ଧାନ ପଥରେ ଗତି କଲାବେଳେ ସମ୍ମୁଖରେ ମୋହ ମମତାର ନୀର କୁହେଳି ରଚନା କରେ ।
10. ସ୍ୟନ୍ଦନ ପୀଡ଼ନର ପର୍ବତକୁ ଚୂର୍ଣ୍ଣ କରୁ ବୋଲି କବି କହିଛ
11. ବିଜୟମାଳା ପରିଧାନ କରିବାକୁ କବି ବୃଦ୍ଧମାନଙ୍କୁ କହିଛନ୍ତି ।
12. ଅତୀତର ଜୀର୍ଣ୍ଣ ଜୀବନକୁ ଚିରି ଜାଗି ଉଠିବାକୁ କବି କିଶୋରମାନଙ୍କୁ ଆହ୍ୱାନ ଦେଇଛନ୍ତି ।
Answer:
1. ‘ଜାଗ ଆହେ ଭବିଷ୍ୟତ’ – କବି ଏହି ସମ୍ବୋଧନ ଶାସକମାନଙ୍କୁ କରିଛନ୍ତି । (F)
2. କବି ଅନନ୍ତ ପଟ୍ଟନାୟକ ‘ଛାଇର ଛିଟା’ କୃତି ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀଦ୍ଵାରା ପୁରସ୍କୃତ ହୋଇଥିଲେ । (F)
3. କବିତାରେ କବି ବନ୍ଧନହରା ତରୁଣମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି । (T)
4. ‘ଜାଗ ବନ୍ଧନହରା’ କବିତାର କବି ଅନନ୍ତ ପଟ୍ଟନାୟକ । (T)
5. ମରଣ ଦୁଆରେ ଅମର ଗାନ ଗାଇବାପାଇଁ କବି କହିଛନ୍ତି । (T)
6. କବି ଜାତି ଉପଜାତି ଲୁପ୍ତ ହେଉ ବୋଲି ଇଚ୍ଛା କରିଛନ୍ତି ।(T)
7. ମାନବ ଶିରରୁ ସଞ୍ଚ ଅପମାନ ପୋଛିଦେବାପାଇଁ କବି କହିଛନ୍ତି । (T)
8. ସନ୍ଧାନୀର ସନ୍ଧାନ ପଥରେ କଣ୍ଟକ ଶିର ଟେକେ ବୋଲି କବି କହିଛନ୍ତି । (T)
9. ସନ୍ଧାନ ପଥରେ ଗତି କଲାବେଳେ ସମ୍ମୁଖରେ ମୋହ ମମତାର ନୀର କୁହେଳି ରଚନା କରେ । (T)
10. ସ୍ୟନ୍ଦନ ପୀଡ଼ନର ପର୍ବତକୁ ଚୂର୍ଣ୍ଣ କରୁ ବୋଲି କବି କହିଛ (T)
11. ବିଜୟମାଳା ପରିଧାନ କରିବାକୁ କବି ବୃଦ୍ଧମାନଙ୍କୁ କହିଛନ୍ତି । (F)
12. ଅତୀତର ଜୀର୍ଣ୍ଣ ଜୀବନକୁ ଚିରି ଜାଗି ଉଠିବାକୁ କବି କିଶୋରମାନଙ୍କୁ ଆହ୍ୱାନ ଦେଇଛନ୍ତି । (F)

(E) ସ୍ତମ୍ଭ ମିଳନ କର ।

Question 1
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଛିନ୍ନ କରରେ ଉପଜାତି
ଶଙ୍ଖ ଅରପି
ଜାତି ଶବଦେ
ଛିନ୍ନ କରରେ ଶିରସୁଁ
ଚରଣ ଅପମାନ
ମାନବ ଆଲେ।କାଧାରା
ବନ୍ଧନରାଜି

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଛିନ୍ନ କରରେ ଆଲେ।କାଧାରା
ଶଙ୍ଖ ଶବଦେ
ଜାତି ଉପଜାତି
ଛିନ୍ନ କରରେ ବନ୍ଧନରାଜି
ଚରଣ ଅରପି
ମାନବ ଶିରସୁଁ

Question 2
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ନିଝର
ନିଝର ଶଙ୍କିତ
ଶଙ୍କିତ ତପନ
ତପନ କୁହେଳି
କୁହେଳି ମୋହ
ମୋହ ହସାଅ
ହସାଅ ନିଝର
ଶଙ୍କିତ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ନିଝର ସୃଜି
ଶଙ୍କିତ କର୍ମିତ
ତପନ ତାରା
କୁହେଳି ରଚଇ
ମୋହ ମମତାର
ହସାଅ ଭୁବନ ସାରା

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question 3
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ମମତାର ପ୍ରାଣେ
କାର୍ଣ୍ଣ ପାଳା
କମ୍ପିତ ରାଜି
ପାଡ଼ନାର ନାର
ଅର୍ଗଳ ଜାବନ
ବିଜୟ ଭବିଷ୍ୟତ
ପରବତ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ମମତାର ନାର
କାର୍ଣ୍ଣ ଜାବନ
କମ୍ପିତ ପ୍ରାଣେ
ପାଡ଼ନାର ପରବତ
ଅର୍ଗଳ ରାଜି
ବିଜୟ ମାଳା

କରି ପରିଚୟ

ଆଧୁନିକ ଓଡ଼ିଆ ପଦ୍ୟ ସାହିତ୍ୟରେ କବି ଅନନ୍ତ ପଟ୍ଟନାୟକ ଜଣେ ନୂତନ ଦିଗ-ସ୍ରଷ୍ଟା କବି ଭାବରେ ପ୍ରତିଷ୍ଠିତ । ସେ ଆଧୁନିକ ଓଡ଼ିଆ ସାହିତ୍ୟରେ ମାର୍କସ୍ଵାଦୀ ଚିନ୍ତାଧାରାର ଅନ୍ୟତମ ପ୍ରବର୍ତ୍ତକ । ତେଣୁ ମାର୍କସ୍‌ଦୀ ଭାବଧାରାର ବିଧବଦ୍ଧ ଓ ସୁନ୍ଦର ପ୍ରକାଶ କେବଳ ଅନନ୍ତ ପଟ୍ଟନାୟକଙ୍କ କବିତାରେ ହିଁ ପରିଲକ୍ଷିତ ହୁଏ । ଶ୍ରେଣୀହୀନ ଶୋଷଣମୁକ୍ତ ସମାଜ ଗଠନର ସ୍ଵପ୍ନ ଥିଲା ତାଙ୍କ କବିତାର ମୁଖ୍ୟ ସ୍ୱରୂପ । ଖୋର୍ଦ୍ଧା ଜିଲ୍ଲାର ଚଣାହାଟ ଗ୍ରାମରେ କବି ଜନ୍ମଗ୍ରହଣ କରିଥିଲେ । ୧୯୩୫ ସାଲରେ ସେ ବି.ଏ. ପାସ୍ କରିଥିଲେ । ଛାତ୍ର ଜୀବନରୁ ସେ ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ଅତ୍ୟନ୍ତ ସକ୍ରିୟ ହୋଇଥିଲେ। ୧୯୩୬ ସାଲରେ ‘ନବଯୁଗ ସଂସଦ’ର ସେ ସମ୍ପାଦକ ଥିଲେ । ଏହି ଅନୁଷ୍ଠାନ ଆନୁକୂଲ୍ୟରେ ପ୍ରଗତିବାଦୀ ଆନ୍ଦୋଳନ ସଫଳତା ଅର୍ଜନ କରିଥିଲା । ୧୯୩୬ ସାଲରେ ତାଙ୍କର ପ୍ରଥମ କବିତା ସଂକଳନ ପ୍ରକାଶ ପାଇଥିଲା । ନୂତନ ଛନ୍ଦ ପ୍ରୟୋଗ କରି ତଥା ପ୍ରଚଳିତ ଓ ଅପ୍ରଚଳିତ ଶବ୍ଦର ସୁସମନ୍ଵୟ ରକ୍ଷାକରି ସେ ରଚିଥିଲେ ‘ରକ୍ତଶିଖା’, ‘ଛାଇର ଛିଟା’, ‘ଅଲୋଡ଼ା ଲୋଡ଼ା’ ପ୍ରଭୃତି ବିବିଧ କବିତାରାଜି, ଯାହା ତାଙ୍କ ଅନିର୍ବଚନୀୟ କବିପ୍ରତିଭାର ଅପୂର୍ବ ପ୍ରତିଫଳନ ।

ସୃଜନାଭିମୁଖ୍ୟ

ଆଧୁନିକ ଓଡ଼ିଆ ସାହିତ୍ୟ ଜଗତରେ କବି ଅନନ୍ତ ପଟ୍ଟନାୟକ ଜଣେ ପ୍ରବୀଣ ପ୍ରଗତିବାଦୀ କବିଭାବରେ ସୁପରିଚିତ । ମାର୍କସୀୟ ଦୃଷ୍ଟି ଓ ଦର୍ଶନଦ୍ଵାରା ଅନୁପ୍ରାଣିତ ସେହି ମହାନ୍ ସ୍ରଷ୍ଟାଙ୍କର ସ୍ଵପ୍ନ ଥିଲା ଶ୍ରେଣୀହୀନ, ଶୋଷଣମୁକ୍ତ ସମାଜ ଗଠନ କରିବା । ତାହାହିଁ ପ୍ରତିଫଳିତ ହୋଇଛି ତାଙ୍କ କବିତାର ପ୍ରତିଟି ପଙ୍‌କ୍ତିରେ । ନୂତନ ଛନ୍ଦ ପ୍ରୟୋଗ ସହିତ ପ୍ରଚଳିତ ଓ ଅପ୍ରଚଳିତ ଶବ୍ଦର ଶିଳ୍ପସଙ୍ଗତ ସମନ୍ୱୟ ତାଙ୍କ କବିତାର ଅନ୍ୟତମ ଉଖଯେ।ଗ୍ୟ ବୈଶିଷ୍ଟ୍ୟା

କବିତାର ପ୍ଠଷ୍ଠଭୂମି

କବିଙ୍କର ଏହି ‘ଜାଗ ବନ୍ଧନହରା’ କବିତାଟି ‘ନବଯୁଗ ସାହିତ୍ୟ ସଙ୍ଗୀତରୂପେ ଗାନ କରାଯାଇଥିଲା । ଉକ୍ତ କବିତାରେ ପ୍ରଗତିବାଦୀ ତଥା ପ୍ରଥମ ଅଧ‌ିବେଶନରେ ପ୍ରାରମ୍ଭିକ ମାର୍କସୀୟ ଦର୍ଶନ ପ୍ରତିଫଳିତ । ମାନବବାଦର ଜୟଗାନ ସହିତ ଶୋଷଣମୁକ୍ତ ଓ ଶ୍ରେଣୀହୀନ ସାମାଜିକ ତଥା ସାଂସ୍କୃତିକ ବ୍ୟବସ୍ଥାର ପ୍ରବର୍ତ୍ତନ ନିମନ୍ତେ ଏଥ‌ିରେ ରହିଛି ମାଦକଭରା ପ୍ରେରଣା ।

କରିବାର ମଧିବାଶା

ତରୁଣାବସ୍ଥା ମାନବର ଏକ ପ୍ରକୃଷ୍ଟ ଅବସ୍ଥା, ଯେଉଁ ଅବସ୍ଥାରେ ସେ ହୁଏ ଶକ୍ତି, ସାମର୍ଥ୍ୟ ଓ ସୌନ୍ଦର୍ଯ୍ୟର ପରିପୂର୍ଣ ଅଧିକାରୀ । ତା’ର ଅଧ୍ୟୟନ ତଥା ପ୍ରକୃତିଲବ୍ଧ ଜ୍ଞାନ ସେହି ଅବସ୍ଥାକୁ ପରିପୁଷ୍ଟ କରିବା ସହ ସେ ସମାଜର ମେରୁଦଣ୍ଡଭାବେ ହୁଏ ବିବେଚିତ । ସେହି ସମୟରେ ହିଁ ସେ ସମାଜକୁ ଦେଖିବାକୁ ଓ ଜାଣିବାକୁ ସମର୍ଥ ହୁଏ । ସମାଜରେ ପ୍ରଚଳିତ କଳୁଷିତ ପ୍ରଥା ତଥା ଦୂଷିତ ପରିବେଶକୁ ଦେଖ୍ ତା’ର ହୃଦୟ ବିଦ୍ରୋହ କରିଉଠେ । ସେତେବେଳେ ତା’ର ଯୁବସୁଲଭ ଉଦ୍ଦାମତା ସମାଜର ବା ଶାସନର କୌଣସି ପ୍ରଚଳିତ ନିୟମକୁ ସ୍ଵୀକାର କରିବାକୁ ପ୍ରସ୍ତୁତ ହୁଏନାହିଁ । ସେ ସକଳପ୍ରକାର ବନ୍ଧନରୁ ହୋଇଯାଏ ମୁକ୍ତ ।

ତେଣୁ କବି ସେହି ତରୁଣମାନଙ୍କୁ ବନ୍ଧନହରା ବୋଲି ସମ୍ବୋଧନ କରିଛନ୍ତି ଏବଂ ଏକ ଶୋଷଣମୁକ୍ତ ଶ୍ରେଣୀହୀନ ସମାଜ ଗଠନ ନିମନ୍ତେ ଜାଗି ଉଠିବାପାଇଁ ଆହ୍ୱାନ ଦେଇଛନ୍ତି । କାରଣ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟଗତ ଭେଦଭାବ ସମାଜକୁ କରିଛି ଖଣ୍ଡବିଖଣ୍ଡିତ । ଶୋଷଣ, ପୀଡ଼ନ, ଲାଞ୍ଛନା, ଅପମାନ ଜର୍ଜରିତ ହୋଇ ମାନବ ଦୁଃଖ ନୈରାଶ୍ୟର ଅନ୍ଧକାର ମଧ୍ୟରେ କରୁଛି କାଳାତିପାତ । ତେଣୁ ସମାଜର ମଙ୍ଗଳ ନିମନ୍ତେ ନିଜ ଜୀବନାର୍ପଣ କରି ବକ୍ଷର ଲହୁ ଢାଳି ଲକ୍ଷ ଲକ୍ଷ ମାନବ ଜୀବନରେ ସୁଖର ଆଲୋକଧାରା ଖେଳାଇଦେବା ନିମନ୍ତେ କବି ବୋନଯୁଗର ତରୁଣମାନଙ୍କୁ ଆହ୍ୱାନ ଜଣାଇଛନ୍ତି।

ଜାତି, ଧର୍ମ, ସମ୍ପ୍ରଦାୟର ପ୍ରାଚୀର ଆଜି ଦେଶକୁ କରିଛି ଖଣ୍ଡବିଖଣ୍ଡିତ । ବିବିଧ କଳୁଷିତ ସାମାଜିକ ପ୍ରଥାର ବନ୍ଧନରେ ବାନ୍ଧିହୋଇ ଶୋଷଣ, ପୀଡ଼ନ ତଥା ନୈରାଶ୍ୟରେ ଦଗ୍‌ଧ ହୋଇ ମାନବ ହୃଦୟରୁ ଆଜି ସୃଷ୍ଟି ହେଉଛି ବୁକୁଫଟା କ୍ରନ୍ଦନ ଧ୍ବନି । ତେଣୁ କବି ନବୀନ ଯୁଗର ତରୁଣମାନଙ୍କୁ ମହାମାନବର ଶୁଭଶଙ୍ଖ ନାଦ କରିବାକୁ ଆହ୍ଵାନ ଦେଇଛନ୍ତି । ଯେଉଁ ଶଙ୍ଖନାଦରେ ଜାତିଭେଦର ପ୍ରାଚୀର ଧ୍ୱଂସ ହେବା ସହ ସକଳ ବନ୍ଧନ ଛିନ୍ନ ହୋଇ ମାନବର ଦୁଃଖଜ୍ଵାଳା ପ୍ରଶମିତ ହେବ।

ଏ ସଂସାର ମୃତ୍ୟୁର ଲୀଳାକ୍ଷେତ୍ର ହେଲେ ମଧ୍ୟ ତରୁଣ ହିଁ ତା’ଦୁଆରେ ଦଣ୍ଡାୟମାନ ହୋଇ ଅମରମନ୍ତ୍ର ଗାନ କରିବାକୁ ସମର୍ଥ । ତେଣୁ କବି ମାନବ ମସ୍ତକରୁ ପୁଞ୍ଜୀଭୂତ ସକଳ ଅପମାନକୁ ପୋଛିଦେଇ ସମସ୍ତ ପ୍ରତିବନ୍ଧକକୁ ଲଘଂ ମାନବର ଦୁଃଖପୂର୍ଣ ଅନ୍ଧକାରାଚ୍ଛନ୍ନ କାରାକକ୍ଷକୁ ଚୂଣ୍ଡୀଭୂତ କରିବାକୁ ଆହ୍ଵାନ ଦେଇଛନ୍ତି ।

ଯାତ୍ରାକାଳରେ ମରୁପଥରେ ନିର୍ଝରିଶା ମରୂଭୂମିକୁ ଜଳପ୍ଳାବିତ କରିବାକୁ କବି ତରୁ ଶମାନଙ୍କ ପରାମର୍ଶ ଦେଇଛନ୍ତି । ନବଜାଗରଣର ନୂତନ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଜଡ଼ନାଟିକାରେ ଅପୂର୍ବସ୍ପନ୍ଦନ ତୋଳି ଅନ୍ତର୍ଗତ ଚେତନାର ଆଲୋକରେ କୋଟି କୋଟି ପ୍ରଦୀପକୁ ପ୍ରଜ୍ଜ୍ୱଳିତ କରିବାକୁ କବି ନିବେଦନ କରିଛନ୍ତି । ସେହି ପ୍ରଜ୍ବଳିତ ଉନ୍ମୋତ୍‌ତ ଚେତନାଲୋକର ଶିଖାକୁ ଦେଖ୍ ଚନ୍ଦ୍ର, ସୂର୍ଯ୍ୟ ଓ ତାରା ମଧ୍ୟ ଶଙ୍କିତ ହୋଇଉଠିବେ ବୋଲି କବି ହୋଇଛନ୍ତି ଆଶାବାଦୀ ।

ଅନୁସନ୍ଧାନ ହିଁ ତରୁଣ ଜୀବନର ସର୍ବଶ୍ରେଷ୍ଠ ବିଶେଷତ୍ଵ । ସନ୍ଧାନ କରିବା ତା’ର ଧର୍ମ । କିନ୍ତୁ ସେହି ସନ୍ଧାନର ପଥ ସର୍ବଦା କଣ୍ଟକିତ । ସେହି ସନ୍ଧାନପଥରେ ଯାତ୍ରା କଲାବେଳେ ମାୟା-ମୋହ-ସ୍ନେହ-ମମତାର ଅଶ୍ରୁ ତା’ ସମ୍ମୁଖରେ ସୃଷ୍ଟି କରନ୍ତି କୁହେଳିକା । ସେହି ତନ୍ଦ୍ରାସ୍ପର୍ଶକୁ ଛିନ୍ନ କରି ମାନବଜାତିର ହୃଦୟରେ ହସ ଫୁଟାଇବାକୁ ଆଗେଇ ଆସିବାକୁ କବି ନବୀନଯୁଗର ତରୁଣମାନଙ୍କୁ ଶୁଣାଇଛନ୍ତି ମାଦକଭରା ପ୍ରେରଣାର ବାଣୀ ।

ତରୁଣମାନେ ହିଁ ଭବିଷ୍ୟତର ସ୍ରଷ୍ଟା ଓ ପାଳନକର୍ତ୍ତା । ତେଣୁ ସେମାନଙ୍କୁ ଜାଗି ଉଠି ବିଜୟଯାତ୍ରା ପଥରେ ଅଗ୍ରସର ହେବାପାଇଁ କବି ଆହ୍ୱାନ ଦେଇଛନ୍ତି । ଯାତ୍ରାକାଳରେ ସେମାନଙ୍କ ରଥଚକ୍ରତଳେ ପୀଡ଼ାପର୍ବତ ଚୂର୍ଣ୍ଣୀଭୂତ ହୋଇଯାଉ । ବାଧାବିଘ୍ନ ପ୍ରତିବନ୍ଧକର ସମସ୍ତ ଅର୍ଗଳକୁ ଭାଙ୍ଗି ଦୁଃଖ, ଦୈନ୍ୟ, ନିରାଶାର ଅନ୍ଧକାର ଭିତରେ ବୁଡ଼ିରହି ଦୁର୍ବଳ ହୋଇପଡ଼ିଥିବା ଜୀବନକୁ ବିଦଳିତ କରି ସୁଖ ସମ୍ଭୋଗମୟ, ଶ୍ରେଣୀହୀନ ମାନବବାଦର ପ୍ରତିଷ୍ଠା କରି ବିଜୟର ମାଳା ପରିଧାନ କରିବାକୁ କବି ନବୀନଯୁଗର ବନ୍ଧନମୁକ୍ତ ତରୁଣମାନଙ୍କୁ ପ୍ରେରଣାର ରାଶା ଶୁଶାଇଛନ୍ତି।

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

କାଠିନ ଶବ୍ଦାର୍ଥ ଓ ଟିପ୍ପଶା

  • ବନ୍ଧନହରା – ସକଳପ୍ରକାର ବନ୍ଧନରୁ ଯେ ମୁକ୍ତ
  • ଶୋଷିତ – ରକ୍ତ
  • ଛିନ୍ନ – ଛିଣ୍ଡେଇବା
  • ଲୁପ୍ତ – ଲୋକପ ପାଇଥିବା
  • ଶାମୁ – ପ୍ରଣମିତ ହେଉ/ଦବିଯାଉ
  • ଅସର ଗାନ – ଚିରନ୍ତନ ଗାତି
  • ଶିରସୁଁ – ମୁଣ୍ଡରୁ
  • ସ୍ପନ୍ଦନ – କମ୍ପନ/ଶିହରଣ
  • ଶଙ୍କିତ – ଭୟଭାତ
  • ତନ୍ଦ୍ରା – ନିଦ୍ରା
  • ଜାର୍ଣ୍ଣ – ଦୁର୍ବଳ
  • ସ୍ୟନ୍ଦନ – ରଥ
  • ଅର୍ଗଳ – ବନ୍ଧନ (ଯୂପ)
  • କଣ୍ଠକ – କଣ୍ଠା
  • ତପନ – ସୂର୍ଯ୍ୟ
  • ନିର୍ଝର – ଝରଣା
  • ସ୍ଠଜି – ସୃଷ୍ଟି କରି
  • ଶୈଳ – ପର୍ବତ
  • ପାଗର – ସମୁଦ୍ର
  • ବନାନା – ବିରାଟ ଅବଶ୍ୟ
  • ତିମିର – ଅନ୍ଧକାର
  • ଲଙ୍ଗି – ଲଙ୍ଗନ କରି
  • ଆରପି – ଅର୍ପଣ କରି
  • ଚରଣ ଅରପି – ପଦାର୍ପଣ କରି/ଦଣ୍ଡାୟମାନ ହୋଇ
  • ଜାଗ – ଜାଗି ଉଠ/କାଗ୍ରତ ହୁଅ

BSE Odisha 9th Class History Notes Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

Odisha State Board BSE Odisha Class 9 History Notes Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ will enable students to study smartly.

BSE Odisha Class 9 History Notes Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:

  • ପ୍ରଥମ ବିଶ୍ୱଯୁଦ୍ଧ ଶେଷ ହେବାର ପ୍ରାୟ କୋଡ଼ିଏ ବର୍ଷ ପରେ ବିଭିନ୍ନ କାରଣ ଯୋଗୁଁ ୧୯୩୯ ମସିହାରେ ଦ୍ବିତୀୟ ବିଶ୍ବଯୁଦ୍ଧ ସଂଘଟିତ ହୋଇଥିଲା ।
  • ପ୍ରଥମ ବିଶ୍ଵଯୁଦ୍ଧ ପରେ ଭବିଷ୍ୟତ ପୃଥ‌ିବୀକୁ ଶାନ୍ତିପ୍ରଦ ଓ ମନୁଷ୍ୟଜାତିକୁ ନିରାପଦ କରିବା ଆଶାରେ ଜାତିସଂଘ ଗଠନ କରାଯାଇଥିଲା ।
  • ଜାତିସଂଘ ଆନୁକୂଲ୍ୟରେ ଶାନ୍ତିପ୍ରତିଷ୍ଠା ଓ ନିରସ୍ତ୍ରୀକରଣ ପାଇଁ ବହୁ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ସେସବୁ ପ୍ରଚେଷ୍ଟା ବିଫଳ ହୋଇଥିଲା । ଏଥପାଇଁ ଅନେକଗୁଡ଼ିଏ କାରଣ ଦାୟୀ ଥିଲା ।

BSE Odisha 9th Class History Notes Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

→ ବିଷୟବସ୍ତୁର ରୂପରେଖ:

  • ଦ୍ବିତୀୟ ବିଶ୍ୱଯୁଦ୍ଧର କାରଣ
  • ଫାସୀବାଦୀ ଶକ୍ତିମାନଙ୍କର ପରାଜୟ
  • ପରମାଣୁ ବିସ୍ଫୋରଣ
  • ଦ୍ବିତୀୟ ବିଶ୍ଵଯୁଦ୍ଧର କ୍ଷୟକ୍ଷତି
  • ରାଜନୈତିକ ଓ ଅର୍ଥନୈତିକ ପରିଣତି

→ ଦ୍ବିତୀୟ ବିଶ୍ୱଯୁଦ୍ଧର କାରଣ

1. ପ୍ୟାରିସ ଶାନ୍ତ ସମ୍ମିଳନୀର ତ୍ରୁଟି:

  • ପ୍ୟାରିସ୍ ଶାନ୍ତ ସମ୍ମିଳନୀରେ ବିଜୟୀ ରାଷ୍ଟ୍ରମାନେ ପରାଜିତ ରାଷ୍ଟ୍ରଙ୍କ ପ୍ରତି ଆକ୍ରୋଶମୂଳକ ତଥା ପ୍ରତିଶୋଧ – ପରାୟଣ ହୋଇ ଶାନ୍ତିଚୁକ୍ତିର ସର୍ଭାବଳୀ ପ୍ରସ୍ତୁତ କରିଥିଲେ ।
  • ଜାପାନ ଓ ଇଟାଲୀ ଏହି ରାଷ୍ଟ୍ରଦ୍ଵୟ ନିରାଶ ହୋଇଥ‌ିବାରୁ ପରବର୍ତ୍ତୀ କାଳରେ ସେମାନେ ଜର୍ମାନୀ ସହ ମିତ୍ରତା ସ୍ଥାପନ କଲେ ଓ ଇଂଲାଣ୍ଡ ଓ ଫ୍ରାନ୍ସର ଶତ୍ରରୂପେ କାର୍ଯ୍ୟ କଲେ ।

2. ଭର୍ସାଇ ସନ୍ଧିର କଠୋରତା:

  • ଜର୍ମାନୀ ସହିତ ସ୍ବାକ୍ଷରିତ ହୋଇଥିବା ଭର୍ସାଇ ସନ୍ଧି ଏକ କଠୋର ତଥା ଅପମାନଜନକ ଓ ନିର୍ଦ୍ଦେଶିତ ସନ୍ଧି ଥିଲା ।
  • ଏହି ସନ୍ଧି ଜର୍ମାନ୍‌ମାନଙ୍କୁ ପ୍ରତିହିଂସାପରାୟଣ କରାଇ ଦ୍ଵିତୀୟ ବିଶ୍ବଯୁଦ୍ଧର ମୁଖ୍ୟ କାରଣ ହେଲା ।

3. ଜାତିସଂଘର ବିଫଳତା:

  • ପ୍ରଥମ ବିଶ୍ୱଯୁଦ୍ଧ ପରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଗଠିତ ଜାତିସଂଘ ଲକ୍ଷ୍ୟ ପୂରଣରେ ସଫଳ ହୋଇପାରି ନଥିଲା ।
  • ଏଥିରେ ଯୁକ୍ତରାଷ୍ଟ୍ର ଆମେରିକାର ଅନୁପସ୍ଥିତି, ଆକ୍ରମଣକାରୀ ବୃହତ୍ ରାଷ୍ଟ୍ର ବିରୋଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳତା, ସ୍ୱାର୍ଥପର ରାଷ୍ଟ୍ରମାନଙ୍କ ସଭ୍ୟପଦ ତ୍ୟାଗ ଆଦି କାରଣରୁ ଏହା ଦ୍ୱିତୀୟ ବିଶ୍ବଯୁଦ୍ଧକୁ ରୋକିପାରି ନଥିଲା ।

BSE Odisha 9th Class History Notes Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

4. ଫାସୀବାଦୀ ଶକ୍ତିମାନଙ୍କର ଉତ୍ଥାନ:

  • ଜର୍ମାନୀରେ ହିଟ୍‌ଲରରଙ୍କଦ୍ଵାରା ଏକଚ୍ଛତ୍ରବାଦୀ ଶାସନ ପ୍ରତିଷ୍ଠା ପରେ ସେ ଇଚ୍ଛାକୃତଭାବେ ଭର୍ସାଇ ସନ୍ଧିକୁ ଉଲ୍ଲଙ୍ଘନ କରି ଜର୍ମାନୀର ସାମରିକ ଶକ୍ତିକୁ ବୃଦ୍ଧି କରିଥିଲେ ଓ ଅନେକ ଅଞ୍ଚଳ ଜୟ କରିବାକୁ ଲାଗିଲେ ।
  • ଇଟାଲୀର ଫାସୀବାଦୀ ତଥା ଏକଛତ୍ରବାଦୀ ଶାସକ ମୁସୋଲିନୀଙ୍କଦ୍ଵାରା ୧୯୩୬ରେ ଆବିସିନିଆ ଜୟ ଓ ୧୯୩୧ରେ ଜାପାନଦ୍ୱାରା, ଚୀନ୍‌ର ମାଞ୍ଚୁରିଆ ଅଧିକାର ଆଦି ଘଟଣା ଦ୍ବିତୀୟ ବିଶ୍ବଯୁଦ୍ଧ ପାଇଁ କ୍ଷେତ୍ର ପ୍ରସ୍ତୁତ କଲା ।

5. ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କର ନିଷ୍କ୍ରିୟତା:

  • ଫାସୀବାଦୀ ଶକ୍ତିମାନଙ୍କର ଆକ୍ରମଣାତ୍ମକ ସାମ୍ରାଜ୍ୟବାଦୀ ନୀତିକୁ ବ୍ରିଟେନ୍, ଫ୍ରାନ୍ସ ପ୍ରଭୃତି ରାଷ୍ଟ୍ରଗଣ ସକ୍ରିୟ ପ୍ରତିରୋଧ କରିନଥିଲେ ।
  • ୧୯୩୮ରେ ମ୍ୟୁନିକ୍ ଚୁକ୍ତିରେ ବ୍ରିଟେନ୍‌ ଓ ଫ୍ରାନ୍ସର ସନ୍ତୁଷ୍ଟକରଣ ନୀତି ଜର୍ମାନୀ ଭଳି ଏକଚ୍ଛତ୍ରବାଦୀ ରାଷ୍ଟ୍ରମାନଙ୍କୁ ପ୍ରୋତ୍ସାହନ ଯୋଗାଇଥିଲା ।

6. ବିଭିନ୍ନ ଆଦର୍ଶବାଦ ମଧ୍ୟରେ ସଂଘର୍ଷ:

  • ମୁନିକଚୁକ୍ତି ବେଳେ ଇଂଲଣ୍ଡର ପ୍ରଧାନ ମନ୍ତ୍ରୀ ଥିଲେ ଚାମ୍ବରଲେନ୍ ।
  • ଯୁକ୍ତରାଷ୍ଟ୍ର ଆମେରିକା, ଇଂଲାଣ୍ଡ ଓ ଫ୍ରାନ୍ସର ଗଣତାନ୍ତ୍ରିକ ଆଦର୍ଶ ଏବଂ ଇଟାଲୀ, ଜର୍ମାନୀ, ଜାପାନର – ଏକଚ୍ଛତ୍ରବାଦୀ ଆଦର୍ଶ ମଧରେ ସଂଘର୍ଷ ବିଶ୍ୱଯୁଦ୍ଧର କାରଣ ହୋଇଥିଲା ।
  • ୧୯୩୬ରେ ଜେନେରାଲ୍ ଫ୍ରାଙ୍କାଙ୍କ ନେତୃତ୍ୱରେ ସ୍ପେନ୍‌ରେ ଏକଚ୍ଛତ୍ରବାଦୀ ଶାସନ ପ୍ରତିଷ୍ଠାରେ ଫାସୀବାଦୀ ଶକ୍ତିମାନଙ୍କ ସକ୍ରିୟ ସହଯୋଗ ଥିଲା ।

7. ସାମରିକ ମେଣ୍ଟ ଗଠନ:

  • ୧୯୩୬ରେ ଇଟାଲୀ ଓ ଜର୍ମାନୀକୁ ନେଇ ଗଠିତ ଅକ୍ଷଶକ୍ତିରେ ଜାପାନର ଯୋଗଦାନ ଯୋଗୁଁ ତାହା ରୋମ୍ – ବର୍ଲିନ୍-ଟୋକିଓ ଅକ୍ଷଶକ୍ତି ରୂପେ ପରିଚିତ ହେଲେ ।
  • ଏହାର ବିରୋଧରେ ଇଂଲାଣ୍ଡ, ଫ୍ରାନ୍ସ ଓ ଯୁକ୍ତରାଷ୍ଟ୍ର ଆମେରିକାର ମିଳିତ ସାମରିକ ଚୁକ୍ତି ଗଠିତ ହୋଇଥିଲା; ଯାହାଫଳରେ ଦ୍ବିତୀୟ ବିଶ୍ଵଯୁଦ୍ଧ ପାଇଁ ପଥ ସୁଗମ ହୋଇଥିଲା ।
  • ୧୯୪୫ ମସିହା ମେ ମାସ ୭ ତାରିଖ ଦିନ ଜର୍ମାନୀ ବିନ। ସର୍ଭରେ ମିତ୍ରଶକ୍ତି ନିକଟରେ ଆତ୍ମସମର୍ପଣ କଲା ।

→ ଫାସୀବାଦୀ ଶକ୍ତିମାନଙ୍କର ପରାଜୟ:

  • ୧୯୩୯ ମସିହା ସେପ୍ଟେମ୍ବର ୧ ତାରିଖରେ ଜର୍ମାନୀର ପୋଲାଣ୍ଡ ଆକ୍ରମଣ ବିରୋଧରେ ସେହି ବର୍ଷ ସେପ୍ଟେମ୍ବର ୩ ତାରିଖରେ ବ୍ରିଟେନର ଯଦ୍ଧଘୋଷଣା ଫଳରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହେଲା ।
  • ୧୯୪୧ ମସିହା ଜୁନ୍ ୨୨ ତାରିଖରେ ସୋଭିଏତ୍ ରୁଷ୍ ଓ ସେହି ବର୍ଷ ଯୁକ୍ତରାଷ୍ଟ୍ର ଆମେରିକା ମିତ୍ରଶକ୍ତି ପକ୍ଷରେ ଯୋଗଦାନ କରିବାରୁ ଯୁଦ୍ଧର ଗତି ମିତ୍ରଶକ୍ତିର ଅନୁକୂଳ ହେଲା ।

→ ପରମାଣୁ ବିସ୍ଫୋରଣ:
୧୯୪୫ ମସିହା ଅଗଷ୍ଟ ୬ ଓ ୯ ତାରିଖରେ ଯଥାକ୍ରମେ ଜାପାନର ହିରୋସୀମା ଓ ନାଗାସାକି ଉପରେ ଯୁକ୍ତରାଷ୍ଟ୍ର ଆମେରିକାର ପରମାଣୁ ବୋମା ବର୍ଷଣ ଫଳରେ ଜାପାନ ଆତ୍ମସମର୍ପଣ କଲା ଓ ଦ୍ବିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତି ହେଲା ।

 

ଦ୍ବିତୀୟ ବିଶ୍ୱଯୁଦ୍ଧର କ୍ଷୟକ୍ଷତି

BSE Odisha 9th Class History Notes Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

→ ଦ୍ବିତୀୟ ବିଶ୍ୱଯୁଦ୍ଧର କ୍ଷୟକ୍ଷତି:

  • ଯୁଦ୍ଧ ଯୋଗୁଁ ହଜାର ହଜାର ବର୍ଗ କି.ମି. ଉର୍ବର ଚାଷଜମି ନଷ୍ଟ ହେଲା । .
  • ଅସଂଖ୍ୟ ସାମରିକ ଓ ବେସାମରିକ ଲୋକ ନିହତ ହେଲେ ।
  • ଶହ ଶହ ସହର, ଗୀର୍ଜା, ବିଶ୍ଵବିଦ୍ୟାଳୟ ଓ କଳକାରଖାନା ଧ୍ଵଂସସ୍ତୂପରେ ପରିଣତ ହେଲା ।
  • ପରମାଣୁ ବୋମା ନିକ୍ଷେପ ଫଳରେ ହିରୋସୀମା ଓ ନାଗାସାକି ସହରଦ୍ଵୟ ଧ୍ବଂସସ୍ତୂପ ପାଲଟିଗଲା ।
  • ଅସଂଖ୍ୟ ଇହୁଦୀ ଓ ଯୁଦ୍ଧବନ୍ଦୀଙ୍କୁ ହିଟଲର୍‌ଙ୍କ ନିର୍ଦ୍ଦେଶରେ ହତ୍ୟା କରାଗଲା ।

→ ରାଜନୈତିକ ଓ ଅର୍ଥନୈତିକ ପରିଣତି:

  • ସାମ୍ରାଜ୍ୟବାଦୀ ରାଷ୍ଟ୍ରମାନଙ୍କ ପ୍ରଭାବ ହ୍ରାସ ହେବା ସହ ଏସିଆ ଓ ଆଫ୍ରିକାର ବହୁ ଉପନିବେଶ ସ୍ଵାଧୀନତା ଲାଭ କଲା ।
  • ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ବୃହତ୍ ଶକ୍ତି ରୂପେ ଆତ୍ମପ୍ରକାଶ କରିଥିଲେ ।
  • ପୋଲାଣ୍ଡ, ହଙ୍ଗେରୀ, ରୁମାନିଆ, ବୁଲ୍‌ଗେରିଆ, ଚେକୋସ୍ଲୋଭାକିଆରେ ସାମ୍ୟବାଦୀ ସରକାର ଗଠିତ ହେଲା ।
  • ଜର୍ମାନୀ ପଶ୍ଚିମ ଜର୍ମାନୀ ଓ ପୂର୍ବ ଜର୍ମାନୀ ନାମରେ ଦୁଇଭାଗରେ ବିଭକ୍ତ ହେଲା ।

ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ
୧୯୩୧ ଖ୍ରୀ.ଅ. – ଜାପାନଦ୍ୱାରା ଚୀନ୍‌ର ମାଞ୍ଚୁରିଆ ଅଧିକାର ।
୧୯୩୩ ଖ୍ରୀ.ଅ. – ଜର୍ମାନୀ ଜାତିସଂଘରୁ ଓହରି ଆସିଲା ।
୧୯୩୬ ଖ୍ରୀ.ଅ. – ସ୍ପେନ୍ ଦେଶରେ ଗୃହଯୁଦ୍ଧ ଆରମ୍ଭ; ଇଟାଲୀର ଆବିସିନିଆ ଅଧିକାର; ଇଟାଲୀ ଓ ଜର୍ମାନୀ ମଧ୍ୟରେ ଚୁକ୍ତି ସମ୍ପାଦନ ଏବଂ ସେମାନେ ଅକ୍ଷଶକ୍ତି ନାମରେ ପରିଚିତ; ହିଟ୍‌ଲର୍‌ଙ୍କଦ୍ୱାରା ରାଇନ୍ ଅଞ୍ଚଳ ଅଧିକୃତ ।
୧୯୩୭ ଖ୍ରୀ.ଅ. – ଅକ୍ଷଶକ୍ତିରେ ଜାପାନ ଯୋଗଦେବା ଫଳରେ ରୋମ୍-ବର୍ଲିନ୍-ଟୋକିଓ ଅକ୍ଷଶକ୍ତି ଗଠିତ ।
୧୯୩୮ଖ୍ରୀ.ଅ – ଜର୍ମାନୀର ଅଷ୍ଟ୍ରିଆ ଅଧିକାର; ବ୍ରିଟେନ୍, ଫ୍ରାନ୍ସ ଓ ଜର୍ମାନୀ ମଧ୍ୟରେ ମ୍ୟୁନିକ୍ ଚୁକ୍ତି ସ୍ୱାକ୍ଷରିତ ।
୧୯୩୯ ଖ୍ରୀ.ଅ. – ଦ୍ଵିତୀୟ ବିଶ୍ୱଯୁଦ୍ଧ ଆରମ୍ଭ; (ସେପ୍ଟେମ୍ବର ୧) ଜର୍ମାନୀର ପୋଲାଣ୍ଡ ଆକ୍ରମଣ; (ସେପ୍ଟେମ୍ବର ୩) ବ୍ରିଟେନ୍‌ର ଜର୍ମାନୀ ବିରୋଧରେ ଯୁଦ୍ଧ ଘୋଷଣା; (ଅଗଷ୍ଟ ୨୩) ସୋଭିଏତ୍ ରୁଷ୍ ଏବଂ ଜର୍ମାନୀ ମଧ୍ୟରେ ଅନାକ୍ରମଣ ଚୁକ୍ତି ସ୍ୱାକ୍ଷରିତ ।
୧୯୪୦ ଖ୍ରୀ.ଅ. – ଜର୍ମାନୀଦ୍ଵାରା ପୋଲାଣ୍ଡ, ନରୱେ, ଡେନ୍‌ମାର୍କ, ହଲାଣ୍ଡ, ବେଲଜିଅମ୍ ଅଧିକୃତ ।
୧୯୪୧ ଖ୍ରୀ.ଅ. – (ଜୁନ୍ ୨୨) ହିଟ୍‌ଲର୍‌ଙ୍କଦ୍ଵାରା ସୋଭିଏତ୍ ରୁଷ୍ ଆକ୍ରମଣ ଓ ରୁଷର ମିତ୍ରଶକ୍ତି ସପକ୍ଷରେ ଯୁଦ୍ଧରେ ଯୋଗଦାନ ।
୧୯୪୨ ଖ୍ରୀ.ଅ. – ବ୍ରିଟେନ୍, ଫ୍ରାନ୍‌ସ୍, ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ପ୍ରଭୃତି ୨୬ଟି ଦେଶର ପ୍ରତିନିଧ୍ ଫାସୀବାଦ ବିରୋଧରେ ମିଳିତ ସଂଗ୍ରାମ ଘୋଷଣା କରିବା ପରେ ଯୁଦ୍ଧର ଗତି ମିତ୍ରଶକ୍ତି ସପକ୍ଷରେ ଯାଇଥଲା ।
୧୯୪୩ ଖ୍ରୀ.ଅ. – ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନ୍‌ର ମିଳିତ ସୈନ୍ୟବାହିନୀର ସିସିଲି ଅଧିକାର ଓ ଇଟାଲୀର ଆତ୍ମସମର୍ପଣ ।
୧୯୪୫ ଖ୍ରୀ.ଅ. – (ଅପ୍ରେଲ ୩୦) ରୁଷ୍ ସୈନ୍ୟଙ୍କଦ୍ୱାରା ବର୍ଲିନ୍ ଅଧିକାର; (ମେ ୭) ଜର୍ମାନୀର ବିନା ସର୍ଭରେ ମିତ୍ରଶକ୍ତି ନିକଟରେ ଆତ୍ମସମର୍ପଣ; (ଅଗଷ୍ଟ ୬) ଜାପାନର ହିରୋସୀମା ଓ (ଅଗଷ୍ଟ ୯) ନାଗାସାକି ଉପରେ ଯୁକ୍ତରାଷ୍ଟ୍ର ଆମେରିକାର ପରମାଣୁ ବୋମା ନିକ୍ଷେପ; (ଅଗଷ୍ଟ ୧୪) ଜାପାନର ଆତ୍ମସମର୍ପଣ ଓ ଦ୍ବିତୀୟ ବିଶ୍ବଯୁଦ୍ଧର ପରିସମାପ୍ତି ।

BSE Odisha 9th Class History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

Odisha State Board BSE Odisha Class 9 History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା will enable students to study smartly.

BSE Odisha Class 9 History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ଉପକ୍ରମ:

  • କୌଣସି ଦେଶର କଳା, ସ୍ଥାପତ୍ୟ, ଶିଳ୍ପ, ସାହିତ୍ୟ ଓ ବୈଷୟିକ ବିଦ୍ୟା ବିଷୟଗୁଡ଼ିକରେ ପ୍ରାଚୀନ କାଳରୁ ଅର୍ଜିତ ପାରଦର୍ଶିତା ସେ ଦେଶର ଐତିହ୍ୟର ପରିଚୟ ପ୍ରଦାନ କରିଥାଏ ।
  • ସମୟକ୍ରମେ ଏହି ବିଷୟଗୁଡ଼ିକରେ ଉନ୍ନତି ଓ ଅଭିବୃଦ୍ଧି ହୋଇ ସଭ୍ୟତା ବା ସଂସ୍କୃତିର ମାନ ଉଚ୍ଚକୋଟିର ହୋଇଥାଏ ।
  • ଅତୀତର ସାଂସ୍କୃତିକ ଉପାଦାନଗୁଡ଼ିକର ମାନ ଓ ଗୁରୁତ୍ଵ ଦେଶର ଐତିହ୍ୟର ସୂଚନା ପ୍ରଦାନ କରିଥାଏ ।

ବିଷୟବସ୍ତୁର ରୂପରେଖ:

  • କଳା
  • ସ୍ଥାପତ୍ୟ
  • ଶିଳ୍ପ କୌଶଳ
  • ସାହିତ୍ୟ
  • ବିଜ୍ଞାନ ଓ ବୈଷୟିକ ବିଦ୍ୟା

BSE Odisha 9th Class History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

→ କଳା:
ମୂର୍ତ୍ତିକଳା:

  • ସିନ୍ଧୁ ସଭ୍ୟତାର ପ୍ରସ୍ତର ପ୍ରତିମା, ମୋହର, ନିର୍ମିତ ନର୍ତ୍ତକୀ ମୂର୍ତ୍ତି ଭାରତର ମୂର୍ତ୍ତିକଳାର ଆରମ୍ଭର ସୂଚନା ପ୍ରଦାନ କରିଥାଏ ।
  • ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତର ଜାତୀୟ ପ୍ରତୀକ ଭାବେ ଅଶୋକଙ୍କ ସାରନାଥ ସ୍ତମ୍ଭର ଅଗ୍ରଭାଗକୁ ଗ୍ରହଣ କରାଯାଇଛି ।
  • ସାରନାଥର ସ୍ତମ୍ଭ ଓ ଓଡ଼ିଶାର ଧଉଳିପାହାଡ଼ସ୍ଥ ପ୍ରସ୍ତର ଖୋଦିତ ହସ୍ତୀ ଆଦି ଅଶୋକଙ୍କ ସ୍ୱାୟର କଳାକୃତି ।
  • କୁଶାଣ ରାଜତ୍ଵ ସମୟରେ ବିଶେଷ କରି କନିଷ୍କଙ୍କ ସମୟରେ ଗାନ୍ଧାର କଳାର ବିକାଶ ହୋଇଥିଲା ।

ମୂର୍ତ୍ତିକଳା
ମୂର୍ତ୍ତିକଳା 1

  • ଦ୍ରାବିଡ଼ ଶୈଳୀରେ ଧନୁସ୍ପୋଟିଠାରେ ଅବସ୍ଥିତ ରାମେଶ୍ଵର ମନ୍ଦିର ଏବଂ ମଦୁରା ଶିବ ମନ୍ଦିର ଓ ମୀନାକ୍ଷୀ ମନ୍ଦିର ନିର୍ମାଣ କରାଯାଇଥିଲା ।
  • ଉତ୍ତର ଭାରତର ‘‘ନାଗର ଶୈଳୀ’ରେ ଭୁବନେଶ୍ୱର, ପୁରୀ ଓ କୋଣାର୍କର ମନ୍ଦିରମାନ ନିର୍ମାଣ କରାଯାଇଥିଲା, ଯାହାକି ଉତ୍କର୍ଷ ମୂର୍ତ୍ତିକଳାର ନିଦର୍ଶନ ଅଟେ ।
  • ଅଜନ୍ତାର ନବମ ଗୁମ୍ଫାରେ ରାଣୀଙ୍କ ସହିତ ବସିଥିବା ନଟରାଜ ପ୍ରତିମୂର୍ତ୍ତି ଗୁପ୍ତଯୁଗ ମୂର୍ତ୍ତିକଳାର ଶ୍ରେଷ୍ଠ ନିଦର୍ଶନ ।
  • ରାଜପୁତ ଯୁଗରେ ଉତ୍ତର ଭାରତରେ ନାଗର ଶୈଳୀରେ ନିର୍ମିତ ମନ୍ଦିରମାନଙ୍କ ମଧ୍ୟରେ ଖଜୁରାହୋ (ମଧ୍ୟପ୍ରଦେଶ ), କାଳି ମାତା ମନ୍ଦିର (ରାଜସ୍ଥାନ), ଏକ-ଲିଙ୍ଗ ମନ୍ଦିର (ଉଦୟପୁର) ଅନ୍ୟତମ ।

→ ଚିତ୍ରକଳା:

  • ଖ୍ରୀଷ୍ଟପୂର୍ବ ୫୫୦୦ରେ ଅଙ୍କିତ ସର୍ବପୁରାତନ ଚିତ୍ରକଳାର ନିଦର୍ଶନ ଆମ ଦେଶରେ ଦେଖାଯାଏ ।
  • ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଗୁଡ଼ହାଣ୍ଡି ଓ ଯୋଗୀମଠଠାରେ ଆବିଷ୍କୃତ ପ୍ରାଗ୍-ଐତିହାସିକ ଗୁମ୍ଫାଚିତ୍ରରୁ ଭାରତୀୟ ଚିତ୍ରକଳାର ପ୍ରାଚୀନତା ଜଣାପଡ଼ିଥାଏ ।
  • ହୁମାୟୁନଙ୍କଦ୍ୱାରା ନିଯୁକ୍ତ ସୟଦ ଅଲ୍ଲୀ ତାବରେଜୀ ଓ ଖୁଜା ଅବଦୁସ୍ ସମଦ ଭାରତୀୟ ଚିତ୍ରକଳାର ବିକାଶ ଘଟାଇଥିଲେ ।
  • ମୋଗଲ ସମ୍ରାଟ ବାବର, ହୁମାୟୁନ୍, ଆକବର, ଜାହାଙ୍ଗୀର ଭାରତୀୟ ଚିତ୍ରକଳାର ବିକାଶ ଘଟାଇଥିଲେ ।
  • ରାଜପୁତ ଶୈଳୀର ଉପଶାଖା ଭାବେ କାଙ୍ଗ୍ରା ବା ପାହାଡ଼ୀ ଶୈଳୀ ଚିତ୍ରକଳା ହିମାଳୟ ରାଜ୍ୟମାନଙ୍କରେ ବିକଶିତ ହୋଇଥିଲା ।

BSE Odisha 9th Class History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

→ ସଙ୍ଗୀତ କଳା:

  • ସିନ୍ଧୁ ସଭ୍ୟତାରୁ ଆବିଷ୍କୃତ ନର୍ତ୍ତକୀ ମୂର୍ତ୍ତିରୁ ଓ ନୃତ୍ୟରତା ମହିଳାଙ୍କ ବ୍ରୋଞ୍ଜ ମୂର୍ତ୍ତିରୁ ଭାରତୀୟ ନୃତ୍ୟକଳାର ଆବିର୍ଭାବ ହୋଇଥିବାର ସୂଚନା ମିଳିଥାଏ ।
  • ମୌର୍ଯ୍ୟ ଶାସନକାଳରେ ୬୪ କଳା ମଧ୍ୟରୁ ନୃତ୍ୟ ଓ ସଂଗୀତକୁ ଗୁରୁତ୍ଵ ପ୍ରଦାନ କରାଯାଇଥିଲା ।
  • କାଳିଦାସଙ୍କ ରଚିତ ନାଟକଗୁଡ଼ିକ ଗୁପ୍ତଯୁଗର ସଂଗୀତ କଳାର ଉତ୍କର୍ଷତା ପ୍ରମାଣ କରିଥାଏ ।
  • ସୁଲତାନୀ ଶାସନକାଳରେ ଅମୀର ଖୁସ୍‌ରୋଙ୍କଦ୍ଵାରା ପ୍ରବର୍ତ୍ତିତ କୱାଲି ଓ ଖେୟାଲ ଭାରତୀୟ ସଂଗୀତ କଳାର ବିକାଶ ଘଟାଇଥିଲା ।
  • ଆଧୁନିକ ଯୁଗର ଦୁଇ ପ୍ରମୁଖ ଶାସ୍ତ୍ରୀୟ ସଂଗୀତ ଥିଲା ଉତ୍ତର ଭାରତର ହିନ୍ଦୁସ୍ଥାନୀ ସଂଗୀତ ଓ ଦକ୍ଷିଣ ଭାରତର କଣ୍ଠାଟିକ୍ ସଂଗୀତ ।
  • ଭାରତରେ ମୃଦଙ୍ଗ, ତବଲା, ବଂଶୀ, ସନ୍ତୁର, ସାରଙ୍ଗୀ, ସୀତାର, ବୀଣା ଇତ୍ୟାଦି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଏ ।
  • ଭାରତରେ ବିଭିନ୍ନ ସ୍ଥାନରେ ଆଞ୍ଚଳିକ ଲୋକନୃତ୍ୟମାନ ଦେଖିବାକୁ ମିଳିଥାଏ ।
  • ଭରତ ମୁନିଙ୍କ “‘ ଭ ର ତ ନାଟ୍ୟଶାସ୍ତ୍ର’’ରୁ ଭାରତୀୟ ନାଟ୍ୟକଳାର ଉତ୍ପତ୍ତି ହୋଇଥିଲା ।
  • ଭାରତନାଟ୍ୟମ୍ – ତାମିଲନାଡୁ
    କଥାକଲି – କେରଳ
    ମୋହିନିୟାତ୍ତମ – କେରଳ
    କଥକ – ଉତ୍ତରପ୍ରଦେଶ
    କୁଚିପୁଡ଼ି – ଆନ୍ଧ୍ରପ୍ରଦେଶ
    ମଣିପୁରୀ – ମଣିପୁର
    ଓଡ଼ିଶୀ – ଓଡ଼ିଶା
  • ସାମରିକ ନୃତ୍ୟ
    ସତ୍ରିଆ – ଆସାମ
    ସତେବ୍‌ଜୀ – ପଞ୍ଜାବ
    ପାଇକ – ଓଡ଼ଶା
    କଲ୍ଲାରି ପାୟଟୁ – କେରଳ

ସଙ୍ଗୀତ କଳା

→ ସ୍ଥାପତ୍ୟ:

  • ସିନ୍ଧୁ ସଭ୍ୟତାଠାରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ଭାରତୀୟ ସ୍ଥାପତ୍ୟକଳାର କ୍ରମବିକାଶ ଘଟିଥିଲା ।
  • ରାଜପୁତ ଯୁଗରେ ଆଞ୍ଚଳିକ ଶାସକମାନ ଦ୍ବାରା ଅନେକ ମନ୍ଦିର ନିର୍ମିତ ହୋଇଥିଲା । ସେ ସମୟରେ ପ୍ରସିଦ୍ଧ ମନ୍ଦିରମାନଙ୍କ ମଧ୍ୟରେ ସୋମନାଥ ମନ୍ଦିର (ଗୁଜରାଟ), ଜଗନ୍ନାଥ ମନ୍ଦିର (ଓଡ଼ିଶା), ଖଜୁରାହୋ (ମଧ୍ୟପ୍ରଦେଶ), ଏକଲିଙ୍ଗ ମନ୍ଦିର (ରାଜସ୍ଥାନ) ଇତ୍ୟାଦି ପ୍ରସିଦ୍ଧ ଥିଲା ।

ସ୍ଥାପତ୍ୟ
ସ୍ଥାପତ୍ୟ 1

  • ମୋଗଲ ଶାସନ କାଳରେ କୁତବ୍‌ମିନାର (ଦିଲ୍ଲୀ) ଓ ଇଲତୁସ୍‌ଙ୍କ ମକବରା ଦିଲ୍ଲୀରେ ନିର୍ମାଣ କରାଯାଇଥିଲା ।
  • ଆମ ଦେଶରେ ଥ‌ିବା ଶିଖ୍ ଧର୍ମୀୟ ମନ୍ଦିର ମଧ୍ୟ ସ୍ଥାପନ କରାଯାଇଥିଲା; ଯଥା— ଅମୃତସରର ସ୍ବର୍ଣ୍ଣମନ୍ଦିର, ଦିଲ୍ଲୀର ଶିଖ୍ଗଞ୍ଜ ଓ ବଙ୍ଗଳାସାହିବ ଗୁରୁଦ୍ୱାର, ବିହାରର ପାଟନାସାହିବ ଗୁରୁଦ୍ୱାର, ମହାରାଷ୍ଟ୍ରର ନାନ୍ଦେନ୍ଦ୍ ଗୁରୁଦ୍ୱାର ଇତ୍ୟାଦି ।

BSE Odisha 9th Class History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

→ ଶିଳ୍ପ କୌଶଳ:

  • ହସ୍ତଶିଳ୍ପ : ସିନ୍ଧୁ ସଭ୍ୟତା ସମୟରେ ମାଟି, ପଥର ଓ ବ୍ରୋଞ୍ଜ ତଥା ତମ୍ବା ନିର୍ମିତ ବିଭିନ୍ନ ସାମଗ୍ରୀ, ବୈଦିକ ଯୁଗର ଧାତୁ ନିର୍ମିତ ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଏବଂ କାଠ ଓ ଚମଡ଼ା ନିର୍ମିତ ସାମଗ୍ରୀ ଭାରତୀୟ କାରିଗରୀ ବିଦ୍ୟାର ନୈପୁଣ୍ୟ ଦେଖିବାକୁ ମିଳେ ।
  • କର୍ଣ୍ଣାଟକ – ଚନ୍ଦନ କାଠ, ମହାରାଷ୍ଟ୍ର – ତମ୍ବାପାତ୍ର, ଓଡ଼ିଶାର – ପଥରକାମ, ରାଜସ୍ଥାନର ଉତ୍ତରପ୍ରଦେଶର – ମାର୍ବଲ କାମ, ପଶ୍ଚିମବଙ୍ଗର – ଝୋଟଜାତ ଦ୍ରବ୍ୟ ଅନ୍ୟତମ ।
    ସିନ୍ଧୁ ସଭ୍ୟତା ଓ ବୈଦିକ ସଭ୍ୟତାରୁ କର୍ପାସ ଓ ପଶମ ବସ୍ତ୍ର ବୟନର ବିକାଶ ଆରମ୍ଭ ହୋଇଥିଲା ।

ଶିଳ୍ପ କୌଶଳ

→ ସାହିତ୍ୟ:

  • ଧର୍ମ ସାହିତ୍ୟ : ହିନ୍ଦୁ ସାହିତ୍ୟ ମଧ୍ଯରେ ଖ୍ରୀଷ୍ଟପୂର୍ବ ୨୦୦୦ରେ ପ୍ରଥମ ସାହିତ୍ୟ ‘ବେଦ’ ଏବଂ ପରବର୍ତ୍ତୀ କାଳରେ ସଂହିତା’, ‘ବ୍ରାହ୍ମଣ’, ‘ଆରଣ୍ୟକ’, ‘ଉପନିଷଦ’, ‘ରାମାୟଣ’, ‘ମହାଭାରତ’, ପୁରାଣ ଓ ‘ଗୀତା’ ରଚନା କରାଯାଇଥିଲା ।
  • ଜୈନ୍ୟ ସାହିତ୍ୟରେ ‘ଅଙ୍ଗ’, ‘ଉପାଙ୍ଗ’, ‘ମୂଳ’ ଓ ‘ସୂତ୍ର’ ଏବଂ ଭଦ୍ରବାହୁଙ୍କ ରଚିତ ‘କଳ୍ପସୂତ୍ର’ ଅନ୍ୟତମ ।
  • ବୌଦ୍ଧ ସାହିତ୍ୟରେ ‘ତ୍ରିପିଟକ’, ଅଶ୍ଵଘୋଷଙ୍କ ‘ବୁଦ୍ଧ ଚରିତ’, ନାଗାର୍ଜୁନଙ୍କ ‘ପ୍ରଜ୍ଞା ପାରମିତା ସୂତ୍ରଶାସ୍ତ୍ର’, ବସୁମିତ୍ରଙ୍କ ‘ମହାବିଭାଷା’ ଅନ୍ୟତମ ଅଟେ ।
  • ଅଭିଞାନ ଶାକୁନ୍ତଳମ୍ , ମାଳବିକାଗ୍ନିମିତ୍ରମ୍, ବିକ୍ରମୋବିର୍ବଶୀୟମ, ରଘୁବଂଶମ୍, ଋତୁସଂହାର ଓ ମେଘଦୂତମ୍ – କାଳିଦାସଙ୍କର ଅମର କୃତି ।
  • ଆବୁଲ ଫାଜଲ – ଆଇନ ଆକବରୀ ଓ ଆକବରନାମା ।
  • ନିରପେକ୍ଷ ସାହିତ୍ୟ – ପ୍ରାଚୀନ ଯୁଗର ସୃଷ୍ଟି ହୋଇଥିବା ସାହିତ୍ୟ କୃତି ।

ସାହିତ୍ୟ

→ ବିଜ୍ଞାନ ଓ ବୈଷୟିକ ବିଦ୍ୟା:
ଗଣିତ :

  • ସିନ୍ଧୁ ସଭ୍ୟତାର ଲୋକମାନେ ଗଣିତର ବ୍ୟବହାର ଜାଣିଥିଲେ ବୋଲି ଅନୁମାନ କରାଯାଏ । ବୈଦିକ ଯୁଗରେ ସୁଲ୍ସସୂତ୍ରରୁ ତ୍ରିଭୁଜ, ବର୍ଗକ୍ଷେତ୍ର, ଆୟତକ୍ଷେତ୍ର ଆଦି ଜ୍ୟାମିତିକ ଜ୍ଞାନର ପ୍ରଚଳନ ହୋଇଥିଲା । ଗୁପ୍ତଯୁଗରେ ଆର୍ଯ୍ୟଭଟ୍ଟ ବିଭିନ୍ନ ଜ୍ୟାମିତିକ କ୍ଷେତ୍ରର କ୍ଷେତ୍ରଫଳ ଓ ଘନବସ୍ତୁର ଘନଫଳ, ବୃତ୍ତ ମଧ୍ଯରେ ଚତୁର୍ଭୁଜ ଅଙ୍କନ କରିବାର ପଦ୍ଧତି ନିର୍ଦ୍ଧାରଣ କରିଥିଲେ ।
  • ଆର୍ଯ୍ୟଭଟ୍ଟ ‘ଶୂନ’ର ବ୍ୟବହାର ଓ ବ୍ରହ୍ମଗୁପ୍ତ ‘ଶୂନ’ର କାର୍ଯ୍ୟକାରିତା ବିଷୟରେ ଅବଗତ କରାଇଥିଲେ ।
  • ଦଶମିକ ସଂଖ୍ୟା ଲିଖନ ଓ ଭିନ୍ନ ଭିନ୍ନ ସ୍ଥାନରେ ପ୍ରଥମ ନଅଟି ସଂଖ୍ୟାର ମୂଲ୍ୟରେ ପାର୍ଥକ୍ୟ ହେଉଛି ଗଣିତ ବିଦ୍ୟାକୁ ଭାରତର ଦୁଇଟି ଅମୂଲ୍ୟ ଅବଦାନ ।

ଜ୍ୟୋତିର୍ବିଜ୍ଞାନ:

  • ଜ୍ୟୋତିଷଶାସ୍ତ୍ରବିତ୍ ଲଗ୍ଧଙ୍କ ‘ଜ୍ୟୋତିଷ ବେଦାଙ୍ଗ’’ରେ ଭାରତର ପ୍ରଥମ ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧରେ ତଥ୍ୟ ଉପସ୍ଥାପନା କରାଯାଇଥିଲା । ସେଥ‌ିରେ ୨୭ଟି ନକ୍ଷତ୍ର, ନୂତନ ଚନ୍ଦ୍ର ଓ ପୂର୍ଣ୍ଣଚନ୍ଦ୍ରର ସ୍ଥାନ ଓ ପ୍ରତି ପାଞ୍ଚବର୍ଷରେ ଥରେ ପଡୁଥ‌ିବା ଅୟନର ସ୍ଥାନ ନିରୂପଣ କରାଯାଇଥିଲା ।
  • ‘ସୂର୍ଯ୍ୟ ସିଦ୍ଧାନ୍ତ’ ରେ ଆର୍ଯ୍ୟଭଟ୍ଟ ପୃଥ‌ିବୀ ଗୋଲ ବୋଲି ପ୍ରମାଣ କରିଥିଲେ । ଏହା ନିଜ ଅକ୍ଷ ଚାରିପାଖରେ ଘୂରିବା କଥା କହିଥିଲେ ।
  • ‘ବୃହତ୍ ସଂହିତା’ରେ ବରାହମିହିର ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ଉପରେ ସୂଚନା ପ୍ରଦାନ କରିଥିଲେ ।
  • ସିଦ୍ଧାନ୍ତ ଦର୍ପଣରେ ପଠାଣି ସାମନ୍ତ ଅନେକ ମୂଲ୍ୟବାନ୍ ତଥ୍ୟ ପ୍ରଦାନ କରିଯାଇଛନ୍ତି ।

BSE Odisha 9th Class History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

→ ଚିକିତ୍ସା ବିଜ୍ଞାନ:

  • ଅଥର୍ବ ବେଦରେ ଭାରତର ଚିକିତ୍ସା ବିଜ୍ଞାନ ବିଷୟରେ ଅନେକ ତଥ୍ୟ ମିଳିଥାଏ । ‘ବୌଦ୍ଧ ଜାତକ’ ଅନୁଯାୟୀ ବୁଦ୍ଧଙ୍କ ସମୟରେ ‘ଆତ୍ରେୟ’’ ତାଙ୍କ ଶିଷ୍ୟ ‘ଭେଲା’’ ଓ ‘ଅଗ୍ନିଭେଷ’ ବିଶିଷ୍ଟ ଚିକିତ୍ସକ ଥିଲେ । ‘ଚରକ ସଂହିତା’ ଚରକ ରଚନା କରିଥିଲେ । ସେଥ‌ିରେ କାମଳ ରୋଗର ନିଦାନ ସମ୍ପର୍କରେ ସୂଚନା ମିଳେ । ଶୁଶ୍ରୁତଙ୍କ ‘ସୁଶ୍ରୁତ ସଂହିତା’ରେ ‘ଶଲ୍ୟ ଚିକିତ୍ସା’ ବିଷୟରେ ବର୍ଣ୍ଣନା କରାଯାଇଛି ।
  • ଗୁପ୍ତଯୁଗରେ ଭଗବତଙ୍କ ‘ଅଷ୍ଟାଙ୍ଗ ସଂଗ୍ରହ’, ପାଳକମ୍ୟଙ୍କ ‘ହସ୍ତୟୁର୍ବେଦ’ ଓ ପତଞ୍ଜଳିଙ୍କ ‘ଯୋଗସୂତ୍ର’ ଇତ୍ୟାଦି ଗୋଟିଏ ଲେଖାଏଁ ଉପାଦେୟ ଗ୍ରନ୍ଥ ରଚନା କରାଯାଇଥିଲା ।

ପଦାର୍ଥ ବିଜ୍ଞାନ:
ଋଷି କଣାଦ ଓ ଗୁପ୍ତଯୁଗୀୟ ବୈଜ୍ଞାନିକମାନେ ‘ପରମାଣୁ ତତ୍ତ୍ବ’’ ପ୍ରତିପାଦନ କରିଥିଲେ । ରସାୟନ ବିଜ୍ଞାନ କ୍ଷେତ୍ରରେ ବରାହମିହିର ପାରଦ ଓ ଲୁହାର ବ୍ୟବହାର ବିଷୟରେ ବର୍ଣ୍ଣନା କରିଥିଲେ । ନାଗାର୍ଜୁନ ବିଶୋଧନ ଓ ଜୀବାଣୁମୁକ୍ତ କରିବା ପଦ୍ଧତି ଆବିଷ୍କାର କରିଥିଲେ ।

BSE Odisha 9th Class History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

→ ବିଜ୍ଞାନ:

  • ସିନ୍ଧୁ ସଭ୍ୟତାର କାରିଗରମାନଙ୍କର ତମ୍ବା, ବ୍ରୋଞ୍ଜ, ସୁନା ଓ ରୁପା ଧାତୁର ଭିନ୍ନ ଭିନ୍ନ ସାମଗ୍ରୀ ନିର୍ମାଣରୁ ସେମାନଙ୍କ ଧାତୁ ସମ୍ବନ୍ଧୀୟ ଜ୍ଞାନ ଥିବାର ସୂଚନା ମିଳିଥାଏ ।
  • ବୈଦିକ ଯୁଗରେ ପ୍ରଥମେ ଲୌହ ଧାତୁର ବ୍ୟବହାର କରାଯାଇଥିଲା । ୪୧୫ ଖ୍ରୀଷ୍ଟାବ୍ଦରେ ଦିଲ୍ଲୀର ମେହେରୌଲି ଲୌହ ସ୍ତମ୍ଭ ଆମର ଧାତବ ଜ୍ଞାନର ପରିଚୟ ପ୍ରଦାନ କରେ ।

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

Odisha State Board BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ Important Questions and Answers.

BSE Odisha Class 9 History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଦ୍ବିତୀୟ ବିଶ୍ୱଯୁଦ୍ଧର ପ୍ରମୁଖ କାରଣଗୁଡିକ ଉଲ୍ଲେଖ କର ।
Answer:

  • ଶାନ୍ତି ପ୍ରତିଷ୍ଠା ଦିଗରେ ଭର୍ସାଇ ସନ୍ଧିର କଠୋରତା ଦ୍ବିତୀୟ ବିଶ୍ୱଯୁଦ୍ଧର ମୁଖ୍ୟ କାରଣ ଥିଲା । ଏହି ସନ୍ଧିରେ ଜର୍ମାନୀକୁ ଦୁର୍ବଳ କରି ଦେବାପାଇଁ ସେ ଦେଶ ଉପରେ ରାଜନୈତିକ, ଅର୍ଥନୈତିକ ଓ ସାମରିକ କ୍ଷେତ୍ର ରେ ଅନେକ କଟକଣା ଜାରି କରାଯାଇଥିଲା । ଆକ୍ରମଣ ଭୟରେ ଜର୍ମାନୀ ବାଧ୍ୟ ହୋଇ ଏହି ଅପମାନଜନକ ସନ୍ଧିକୁ ଗ୍ରହଣ କରିଥିଲା ।
  • ଏହି ସନ୍ଧି ଜର୍ମାନୀ ଜନସାଧାରଣଙ୍କ ମନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା, ଯାହା ପରବର୍ତ୍ତୀ ସମୟରେ ଦ୍ଵିତୀୟ ବିଶ୍ବଯୁଦ୍ଧର ମୁଖ୍ୟ କାରଣ ହୋଇଥିଲା ।
  • ବିଭିନ୍ନ ଆଦର୍ଶବାଦ ମଧ୍ୟରେ ସଂଘର୍ଷ ଦ୍ବିତୀୟ ବିଶ୍ୱ ଯୁଦ୍ଧର ଅନ୍ୟତମ କାରଣ ଥିଲା।। ଇଟାଲୀର ଫାସୀବାଦ, ଜର୍ମାନୀର ନାଜିବାଦ ଓ ଜାପାନର ଏକଚ୍ଛତ୍ରବାଦ ନୀତି ଅନ୍ୟ ଗଣତନ୍ତ୍ର ଓ ସାମ୍ୟବାଦୀ ଚିନ୍ତାଧାରାକୁ ବିରୋଧ କରିଥିଲା ।
  • ସ୍ପେନ୍ ଗୃହଯୁଦ୍ଧରେ ଫାସୀବାଦୀମାନଙ୍କ ବିଜୟ ଓ ଏହି ଘଟଣାରେ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କ ପ୍ରତିକ୍ରିୟା ପରବର୍ତ୍ତୀ ପର୍ଯ୍ୟାୟରେ ଦ୍ଵିତୀୟ ବିଶ୍ବଯୁଦ୍ଧର ପ୍ରମୁଖ କାରଣ ସାଜିଥିଲା ।

୨। ଜାତିସଂଘ କେଉଁସବୁ କାରଣ ପାଇଁ ନିଜର ସତ୍ତା ହରାଇ ବସିଲା ?
Answer:

  • ପ୍ରଥମ ବିଶ୍ଵଯୁଦ୍ଧ ପରେ ସାମୂହିକ ସୁରକ୍ଷା ଓ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଜାତିସଂଘ ଗଠନ କରିଦେଇଥୁଲା ।
  • ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଉଡ୍ରୋ ଉଇଲ୍ ସନ୍ ଜାତି ସଂଘ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ମଧ୍ୟ ସିନେଟ୍‌ର ବିରୋଧ ଯୋଗୁଁ ଆମେରିକା ଏହାର ସଭ୍ୟପଦ ଗ୍ରହଣ କରିପାରିଲା ନାହିଁ ।
  • ଜାତିସଂଘର ନିର୍ଦ୍ଦେଶ ଅମାନ୍ୟ କରୁଥିବା ଓ ବିଶ୍ୱଶାନ୍ତି ଭଙ୍ଗ କରୁଥିବା ବୃହତ୍ ରାଷ୍ଟ୍ରମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିଲା ନାହିଁ ।
  • ଏହାର ସଭ୍ୟରାଷ୍ଟ୍ରମାନେ ନିଜର ଇଚ୍ଛାନୁସାରେ ସଭ୍ୟପଦରୁ ଓହରି ଯାଇ ପାରୁ ଥିଲେ । ସ୍ବାର୍ଥପୂରଣ ନ ହେବାରୁ ପ୍ରଥମେ ଜର୍ମାନୀ ଓ ପରେ ପରେ ଇଟାଲୀ ଓ ଜାପାନ ସଭ୍ୟପଦ ତ୍ୟାଗ କଲେ ।
  • ବୃହତ୍ ରାଷ୍ଟ୍ରମାନଙ୍କର କାର୍ଯ୍ୟକଳାପ ଯୋଗୁଁ କ୍ଷୁଦ୍ର ରାଷ୍ଟ୍ରମାନେ ନିଜକୁ ସୁରକ୍ଷିତ ମଣିଲେ ନାହିଁ । ତେଣୁ ଜାତିସଂଘରୁ ସେମାନେ ଆସ୍ଥା ଲକ୍ଷ୍ୟ ପୂରଣରେ ବିଫଳ ହୋଇଥିଲା ।

୩। ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ଜର୍ମାନୀର ଅବସ୍ଥା କ’ଣ ହେଲା ?
Answer:

  • ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜର୍ମାନୀରେ ନାଜିଦଳ ସମ୍ପୂର୍ଣ୍ଣ ଲୋପ ପାଇଲା ।
  • ଜର୍ମାନୀର ବିଭିନ୍ନ ଅଞ୍ଚଳରେ ବ୍ରିଟେନ୍ , ଫ୍ରାନ୍ସ, ରୁଷ୍ ଓ ଯୁକ୍ତରାଷ୍ଟ୍ର ଆମେରିକାର କର୍ତ୍ତୃତ୍ଵ ପ୍ରତିଷ୍ଠିତ ହେଲା ।
  • ୧୯୪୯ ମସିହାରେ ଜର୍ମାନୀର ପଶ୍ଚିମାଞ୍ଚଳକୁ ଏକତ୍ର କରାଯାଇ ପଶ୍ଚିମ ଜର୍ମାନୀ ବା ଜର୍ମାନ୍ ସଂଯୁକ୍ତ ସାଧାରଣତନ୍ତ୍ର ଗଠିତ ହୋଇଥିଲା ।
  • ପୂର୍ବ ଜର୍ମାନୀ ଜର୍ମାନ୍ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ନାମରେ ପରିଚିତ ହେଲା ।
  • ପଶ୍ଚିମ ଜର୍ମାନୀର ଶାସନରେ ପାଶ୍ଚାତ୍ୟ ଗଣତନ୍ତ୍ରର ପ୍ରଭାବ ରହୁଥିବାବେଳେ ପୂର୍ବ ଜର୍ମାନୀର ଶାସନରେ ସାମ୍ୟବାଦୀ ପ୍ରଭାବ ରହିଲା ।

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୪। ଦ୍ଵିତୀୟ ବିଶ୍ୱଯୁଦ୍ଧରେ ଫାସିଷ୍ଟ ଶକ୍ତି କିପରି ପରାସ୍ତ ହେଲା ଆଲୋଚନା କର ।
Answer:

  • ଫାସିବାଦୀ ଓ ନାଜିବାଦର ଅଭ୍ୟୁଦୟ ଫଳରେ ପ୍ରଥମ ପର୍ଯ୍ୟାୟରେ ସେମାନେ ମିତ୍ରଶକ୍ତିକୁ ବିଭିନ୍ନ ରଣାଙ୍ଗନରେ ପରାସ୍ତ କଲେ । ଅକ୍ଷଶକ୍ତିର ଆକ୍ରମଣକୁ ମୁକାବିଲା କରିବାକୁ ମିତ୍ରଶକ୍ତି ଅସମର୍ଥ ହେଲା ।
  • ୧୯୪୧ ମସିହାରେ ହିଟ୍‌ଲର୍ ରୁଷ୍ ଆକ୍ରମଣ କରିବା ଫଳରେ ରୁଷ୍ ମିତ୍ରଶକ୍ତି ପକ୍ଷରେ ଯୋଗଦେଲା । ପୁନଶ୍ଚ ସେହିବର୍ଷ ଜାପାନ ଯୁକ୍ତରାଷ୍ଟ୍ର ଆମେରିକାର ବନ୍ଦର ‘ପର୍ଲ ହାର୍ବର’ ଉପରେ ଆକ୍ରମଣ କରିବାରୁ ଆମେରିକା ମଧ୍ୟ ମିତ୍ରଶକ୍ତି ପକ୍ଷରେ ଯୋଗଦେଲା । ଫଳରେ ମିତ୍ରଶକ୍ତି ବଳିଷ୍ଠ ହୋଇଉଠିଲା ।
  • ବ୍ରିଟେନ୍, ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା, ସୋଭିଏତ୍ ରୁଷ୍ ପ୍ରଭୃତି ୨୬ଟି ରାଷ୍ଟ୍ର ମିଳିତ ହୋଇ ୧୯୪୨ ମସିହାରେ ଫାସିବାଦ ବିରୁଦ୍ଧରେ ସଂଗ୍ରାମ ଘୋଷଣା କରିବା ପରେ ଯୁଦ୍ଧର ଗତି ମିତ୍ରଶକ୍ତି ସପକ୍ଷରେ ଗଲା। ଯୁଦ୍ଧର ଗତି ମିତ୍ରଶକ୍ତି ସପକ୍ଷରେ ଗଲା । ପରାସ୍ତ ହେବାକୁ ଲାଗିଲା ।
  • ୧୯୪୩ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନ୍‌ର ମିଳିତ ସୈନ୍ୟବାହିନୀ ଇଟାଲୀର ସିସିଲି ଅସ୍ଵୀକାର କଲେ । ଜର୍ମାନୀର ସାହାଯ୍ୟ ସତ୍ତ୍ଵେ ଇଟାଲୀ ପରାଜିତ ହୋଇ ୧୯୪୫ ମସିହାରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲା ।
  • ଜାପାନର ହିରୋସୀମା ଓ ନାଗାସାକି ଉପରେ ଆମେରିକାର ପରମାଣୁ ବୋମା ନିକ୍ଷେପ ଯୋଗୁଁ ସହର ଦୁଇଟି ଧ୍ୱଂସ ପାଇଲା ଓ ଜାପାନ ମଧ୍ଯ ବିନା ସର୍ତ୍ତରେ ଆତ୍ମସମର୍ପଣ କଲା । ଏହିଭଳି ଭାବରେ ଫାସିଷ୍ଟ ଶକ୍ତିର ପରାଜୟ ଘଟିଲା ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଜର୍ମାନୀ କେବେ ଓ କାହିଁକି ଦ୍ବିତୀୟ ବିଶ୍ବଯୁଦ୍ଧରେ ଆତ୍ମସମର୍ପଣ କଲା ?
Answer:

  • ୧୯୪୫ ମସିହା ଆରମ୍ଭରୁ ଉଭୟ ପୂର୍ବ ଓ ପଶ୍ଚିମ ଦିଗରୁ ମିତ୍ରଶକ୍ତିର ସୈନ୍ୟବାହିନୀ ଜର୍ମାନୀ ଉପରେ ଆକ୍ରମଣ କରିଥିଲେ । ସେମାନେ ବର୍ଲିନ୍ ଆଡ଼କୁ ମାଡ଼ିଆସିଲାବେଳେ ହିଟଲର ମାଟିତଳେ ନିର୍ମିତ ତାଙ୍କ ଆଶ୍ରୟ କକ୍ଷରେ ଆତ୍ମହତ୍ୟା କଲେ ।
  • ରୁଷ୍ ସୈନ୍ୟ ବର୍ଲିନ୍ ଅଧୂର କରିବାରୁ ବାଧ୍ୟହୋଇ ଜର୍ମାନୀ ୧୯୪୫ ମସିହା ମେ ମାସ ୭ ତାରିଖ ଦିନ ବିନା ସର୍ତ୍ତରେ ଆତ୍ମସମର୍ପଣ କରିଥିଲା ।

୨। ଜର୍ମାନୀ ଓ ଇଟାଲୀ କେବେ ଓ କାହିଁକି ଏକ ଚୁକ୍ତି ସମ୍ପାଦନ କଲେ ? ଜାପାନ ଏହି ମେଣ୍ଟରେ କେବେ ଯୋଗଦେଲା ।
Answer:

  • ଯୁଦ୍ଧ ସମୟରେ ପରସ୍ପର କୁ ସାହାଯ୍ୟ କରିବାପାଇଁ ୧୯୩୬ ମସିହାରେ ଜର୍ମାନୀ ଓ ଇଟାଲୀ ଏକ ଚୁକ୍ତି ସମ୍ପାଦନ କରିଥିଲେ ।
  • ୧୯୩୭ ମସିହାରେ ଜାପାନ ଏହି ମେଣ୍ଟରେ ଯୋଗଦେଲା ।

୩। ସ୍ପେନରେ କେବେ ଏକ ଗୃହଯୁଦ୍ଧ ହୋଇଥିଲା ଓ ଏହାର ପରିଣତି କ’ଣ ହେଲା ?
Answer:

  • ୧୯୩୬ ମସିହାରେ ସ୍ପେନ୍‌ରେ ଏକ ଗୃହଯୁଦ୍ଧ ହୋଇଥିଲା ।
  • ପରିଣତିସ୍ୱରୂପ ସ୍ପେନ୍‌ର ନିର୍ବାଚିତ ସରକାର ଗାଦିଚ୍ୟୁତ ହେଲେ ଓ ଜେନେରାଲ୍ ଫ୍ରାଙ୍କୋଙ୍କ ନେତୃତ୍ୱରେ ସେଠାରେ ଏକଚ୍ଛତ୍ରବାଦୀ ଶାସନ ପତିଷ୍ଠିତ ହେଲା ।

୪। ଜାପାନ କାହିଁକି ବିନା ସର୍ତ୍ତରେ ଆତ୍ମସମର୍ପଣ କରିଥିଲା ?
Answer:

  • ୧୯୪୫ ମସିହା ଅଗଷ୍ଟ ୬ ତାରିଖରେ ଜାପାନର ହିରୋସୀମା ଓ ୯ ତାରିଖରେ ନାଗାସାକି ଉପରେ ଆମେରିକା ପରମାଣ
  • ବୋମା ନିକ୍ଷେପ କରି ସହର ଦୁଇଟିକୁ ଧ୍ୱଂସ ୬। କରିଦେଲା ।
  • ପରମାଣୁ ବୋମାର ଭୟାବହତା ଦେଖ ଜାପାନ ୧୯୪୫ ମସିହା ଅଗଷ୍ଟ ୧୪ ତାରିଖରେ ବିନା ସର୍ଭରେ ଆତ୍ମସମର୍ପଣ କରିଥିଲା ।

୫। ଶ୍ରମିକ ଦଳ କେବେ ବ୍ରିଟେନ୍‌ରେ ଶାସନ କ୍ଷମତାକୁ ଆସିଲା ? ଏହାର ଫଳାଫଳ କ’ଣ ହୋଇଥିଲା ?
Answer:

  • ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ୧୯୪୫ ମସିହାରେ ବ୍ରିଟେନ୍‌ରେ ଆଟ୍‌ଲିଙ୍କ ନେତୃତ୍ଵରେ ଶ୍ରମିକ ଦଳ ଶାସନ ଭାର ଗ୍ରହଣ କରିଥିଲା ।
  • ଏହି ଦଳର ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରି ବ୍ରିଟେନ୍‌ର ଅର୍ଥନୈତିକ ଉନ୍ନତି ଘଟାଇଥିଲେ ।

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୬। ଜାପାନ କେବେ ମାଞ୍ଚୁରିଆ ଅଧିକାର କଲା ? ଜାପାନ କାହିଁକି ଜାତିସଂଘରୁ ଓହରିଗଲା ?
Answer:

  • ୧୯୩୧ ମସିହାରେ ଜାପାନ ତୈଳ ଓ ଖଣିଜ ସମ୍ପଦପୂର୍ଣ୍ଣ ଚୀନ୍‌ର ମାଞ୍ଚୁରିଆ ଅଧ୍ୟାର କରିଥିଲା ।
  • ନିଜ ସ୍ୱାର୍ଥ ଦୃଷ୍ଟିରୁ ଜାପାନ ଜାତିସଂଘରୁ ଓହରିଯାଇଥିଲା ।

୭। ମ୍ୟୁନିକ୍ ଚୁକ୍ତି କେବେ, କାହିଁକି ଓ କାହା କାହା ମଧ୍ୟରେ ସ୍ଵାକ୍ଷରିତ ହୋଇଥିଲା ?
Answer:

  • ମ୍ୟୁନିକ୍ ଚୁକ୍ତି ୧୯୩୮ ମସିହାରେ ଜର୍ମାନୀ, ବ୍ରିଟେନ୍ ଓ ଫ୍ରାନ୍‌ ସ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା ।
  • ଏହି ଚୁକ୍ତିଦ୍ଵାରା ବ୍ରିଟେନ୍ ଓ ଫ୍ରାନ୍ସ ଜର୍ମାନୀର କାର୍ଯ୍ୟକଳାପକୁ ପରୋକ୍ଷରେ ଅନୁମୋଦନ କରିଥଲେ ।

A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ଜାପାନ କେବେ ଚୀନ୍‌ର ମାଞ୍ଚୁରିଆ ଅଧିକାର କଲା ?
Answer:
ଜାପାନ ୧୯୩୧ ମସିହାରେ ଚୀନ୍‌ର ମାଞ୍ଚୁରିଆ ଆକ୍ରମଣ କରିଥିଲା ।

୨। ଜାପାନ କାହିଁକି ଜାତିସଂଘରୁ ଓହରିଗଲା ?
Answer:
ଜାପାନ ନିଜ ସ୍ୱାର୍ଥ ଦୃଷ୍ଟିରୁ ଜାତିସଂଘର ଓହରିଗଲା ।

୩ । ଜାପାନର କେଉଁ ସହର ଦୁଇଟି ପରମାଣୁ ବୋମାଦ୍ବାରା ଧ୍ଵଂସ ହୋଇଥିଲା ?
Answer:
ଜାପାନର ହୀରୋସୀମା ଓ ନାଗାସାକି ସହର ଦୁଇଟି ପରମାଣୁ ବୋମାଦ୍ଵାରା ଧ୍ଵଂସ ହୋଇଥିଲା ।

୪। ରୁଷ୍ କେବେ ଦ୍ୱିତୀୟ ବିଶ୍ଵଯୁଦ୍ଧରେ ଯୋଗଦେଲା ଓ କାହିଁକି ?
Answer:
୧୯୪୧ ମସିହାରେ ହିଟଲର୍ ରୁଷ୍ ଆକ୍ରମଣ କରିବା ଫଳରେ ରୁଷ୍ ମିତ୍ରଶକ୍ତି ସପକ୍ଷରେ ଦ୍ବିତୀୟ ବିଶ୍ବଯୁଦ୍ଧରେ ଯୋଗଦେଲା ।

୫। କିଏ ସେନ୍ ରେ ଏକଚ୍ଛତ୍ର ଶାସନ ପ୍ରତିଷ୍ଠା କରିଥିଲେ ?
Answer:
ଜେନେରାଲ୍ ଫ୍ରାଙ୍କୋ ସ୍ପେନ୍‌ରେ ଏକଚ୍ଛତ୍ର ଶାସନ ପ୍ରତିଷ୍ଠା କରିଥିଲେ ।

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୬। ମ୍ୟୁନିକ୍ ଚୁକ୍ତି କ’ଣ ?
Answer:
୧୯୩୮ ମସିହାରେ ବ୍ରିଟେନ୍ ଓ ଫ୍ରାନ୍ ସ ମ୍ୟୁନିକ୍‌ଠାରେ ଜର୍ମାନୀ ସହ ଏକ ଚୁକ୍ତି କରି ଜର୍ମାନୀର କାର୍ଯ୍ୟକଳାପକୁ ଅନୁମୋଦନ କରିଥିଲେ, ଯାହା ମ୍ୟୁନିକ୍ ଚୁକ୍ତି ନାମରେ ପରିଚିତ ।

୭। ଏକଚ୍ଛତ୍ରବାଦୀ ଶକ୍ତିମାନଙ୍କୁ କ’ଣ ପ୍ରୋତ୍ସାହନ ଯୋଗାଇଥିଲା ?
Answer:
ଗଣତାନ୍ତ୍ରିକ ଓ ବୃହତ୍ ରାଷ୍ଟ୍ରମାନଙ୍କ ସନ୍ତୁଷ୍ଟୀକରଣ ନୀତି, ରାଜନୈତିକ ନିଷ୍କ୍ରିୟତା ଓ ଉଦାସୀନତା ଏକଚ୍ଛତ୍ରବାଦୀ ଶକ୍ତିମାନଙ୍କୁ ପ୍ରୋତ୍ସାହନ ଯୋଗାଇଥିଲା ।

B. ଗୋଟିଏ ପଦରେ ଉତ୍ତର ଲେଖ ।

୧। ପ୍ୟାରିସ୍ ଶାନ୍ତ ସମ୍ମିଳନୀରେ କେଉଁ ଦେଶ ବ୍ୟତୀତ ଅନ୍ୟ ଶକ୍ତିମାନେ ସେମାନଙ୍କର ସ୍ଵାର୍ଥସାଧନ ପାଇଁ ବ୍ୟଗ୍ର ଥିଲେ ?
Answer:
ଯୁକ୍ତରାଷ୍ଟ୍ର ଆମେରିକା

୨। ହିଟଲର୍ କେବେ ରାଇନ୍ ଅଞ୍ଚଳ ଅଧିକାର କରିନେଲେ ?
Answer:
୧୯୩୬ ମସିହା

୩। ଜର୍ମାନୀ କେବେ ଅଷ୍ଟ୍ରିଆ ଅଧିକାର କରିଥିଲା ?
Answer:
୧୯୩୮ ମସିହା

୪। ମୁସୋଲିନୀ କେବେ ଆଫ୍ରିକା ମହାଦେଶସ୍ଥ ଆବିସିନିଆକୁ ଜୟକରି ଇଟାଲୀ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ କଲେ ?
Answer:
୧୯୩୬ ମସିହା

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୫। ଜାପାନ କେବେ ତୈଳ ଓ ଖଣିଜ ସମ୍ପଦପୂର୍ଣ୍ଣ ଚୀନର ମାଞ୍ଚୁରିଆ ପ୍ରଦେଶ ଅଧିକାର କରିଥିଲା ?
Answer:
୧୯୩୧ ମସିହା

୬। ବ୍ରିଟେନ୍‌ ଓ ଫ୍ରାନ୍ସ ୧୯୩୮ ମସିହାରେ କେଉଁ ଚୁକ୍ତି କରି ଜର୍ମାନୀର ଆକ୍ରମଣାତ୍ମକ ରାଜ୍ୟବିସ୍ତାର ନୀତିକୁ ପରୋକ୍ଷରେ ଅନୁମୋଦନ କରିଥିଲେ ?
Answer:
ମ୍ୟୁନିକ୍ ଚୁକ୍ତି

୭। ୧୯୩୩ ମସିହାରେ କେଉଁ ଦେଶ ଜାତିସଂଘରୁ ଓହରି ଆସିଥିଲା ?
Answer:
ଜର୍ମାନୀ

୮। ଜାପାନ ୧୯୩୧ ମସିହାରେ ଚୀନ୍‌ର କେଉଁ ପ୍ରଦେଶ ଆକ୍ରମଣ କରିଥିଲା ?
Answer:
ମାଞ୍ଚୁରିଆ

୯। କେବେ ରୋମ-ବର୍ଲିନ୍-ଟୋକି ଓ ଅକ୍ଷଶକ୍ତି ଗଠିତ ହୋଇଥଲା ?
Answer:
୧୯୩୭ ମସିହା

୧୦। ଜର୍ମାନୀ କେବେ ପୋଲାଣ୍ଡ ଆକ୍ରମଣ କଲା ?
Answer:
୧୯୩୯ ମସିହା

୧୧। ଜର୍ମାନୀ କେବେ ଜାତିସଂଘରୁ ଓହରି ଆସିଲା ?
Answer:
୧୯୩୩ ମସିହା

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୧୨। ସେନ୍‌ରେ ଗୃହଯୁଦ୍ଧ କେବେ ସଂଘଟିତ ହୋଇଥିଲା ?
Answer:
୧୯୩୬ ମସିହା

୧୩। ଇଟାଲୀ ଓ ଜର୍ମାନୀ କେଉଁ ଦେଶର ବିଦ୍ରୋହୀମାନଙ୍କୁ ସାମରିକ ସାହାଯ୍ୟ ଯୋଗାଇଥିଲେ ?
Answer:
ସ୍ପେନ୍

୧୪। ଜେନେରାଲ ଫ୍ରାଙ୍କା କେଉଁ ଦେଶର ଶାସକ ଥିଲେ ହୋଇଥିଲା ?
Answer:
ସେନ୍

୧୫। ୧୯୩୬ ମସିହାରେ ଗଠିତ ଅକ୍ଷଶକ୍ତିରେ କେଉଁ ଦେଶ ଏକ ବର୍ଷ ପରେ ଯୋଗ ଦେଇଥିଲା ?
Answer:
ଜାପାନ

୧୬। ପୋଲାଣ୍ଡ ମାଟିରୁ ଜର୍ମାନୀକୁ ଅପସରି ଯିବାପାଇଁ କେଉଁ ଦେଶ ଚେତାବନୀ ଦେଇଥିଲା ?
Answer:
ବ୍ରିଟେନ୍

୧୭। ଦ୍ଵିତୀୟ ବିଶ୍ଵଯୁଦ୍ଧ କେବେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା ?
Answer:
୧୯୩୯ ସେପ୍ଟେମ୍ବର ୧ ତାରିଖ

୧୮। ବ୍ରିଟେନ୍ କେଉଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଜର୍ମାନୀ ଆକ୍ରମଣର ମୁକାବିଲା କରିଥିଲା ?
Answer:
ଚର୍ଚ୍ଚିଲ୍

୧୯। ଜାପାନର ମହାନଗରୀ ଦୁଇଟି ଉପରେ ଯୁକ୍ତରାଷ୍ଟ୍ର ଆମେରିକା କେଉଁ ବୋମା ପକାଇ ଧ୍ବଂସ କରିଦେଇଥିଲା ?
Answer:
ପରମାଣୁ ବୋମା

୨୦। ଜର୍ମାନୀଠାରୁ ସବୁପ୍ରକାର ସାହାଯ୍ୟ ପାଇ ମଧ୍ଯ ଇଟାଲୀ କେବେ ଆତ୍ମସମର୍ପଣ କରିଥିଲା ?
Answer:
୧୯୪୩ ମସିହା ।

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

C. ଶୂନ୍ୟସ୍ଥାନ ପୂରଣ କର ।

୧। ଜାପାନ ଯୁକ୍ତରାଷ୍ଟ୍ର ଆମେରିକାର ବନ୍ଦର ନଗର ______________ ଉପରେ ଆକ୍ରମଣ କରିଥିଲା ।
Answer:
ପର୍ଲ ହାର୍ବର

୨। ଜାପାନ ୧୯୩୧ ମସିହାରେ ____________ ପ୍ରଦେଶ ଆକ୍ରମଣ କରିଥିଲା ।
Answer:
ମାଞ୍ଚୁରିଆ

୩। ରୋମ୍ -ବର୍ଲିନ୍-ଟୋକି ଓ ଅକ୍ଷଶକ୍ତି _____________ ମସିହାରେ ଗଠିତ ହୋଇଥିଲା ।
Answer:
୧୯୩୭

୪। _________________ ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରରପେ ପ୍ରତିଷ୍ଠିତ ହୋଇଥଲା ।
Answer:
ଆମେରିକା

୫। ମୁସୋଲିନୀ ____________ ମସିହାରେ ଆବିସିନିଆକୁ ଜୟକରି ଇଟାଲୀ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ କଲେ ।
Answer:
୧୯୩୬

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୬। ୧୯୪୨ ମସିହାରେ _____________ ଟି ଦେଶର ପ୍ରତିନିଧ୍ ଫାସୀବାଦ ବିରୋଧରେ ମିଳିତ ସଂଗ୍ରାମ ଘୋଷଣା କରିଥିଲେ ।
Answer:
୨୬

୭। ___________________ ପରେ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରରପେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିଷ୍ଠା ଲାଭ କଲା ।
Answer:
ଦ୍ଵିତୀୟ ବିଶ୍ୱଯୁଦ୍ଧ

୮। ଯୁକ୍ତରାଷ୍ଟ୍ର ଆମେରିକା ___________ ମସିହାରେ ଜାପାନର ହିରୋସୀମା ନଗର ଉପରେ ପରମାଣୁ ବୋମା ପକାଇଲା ।
Answer:
୧୯୪୫

୯| ______________ ର ଆତ୍ମସମର୍ପଣ ପରେ ଦ୍ଵିତୀୟ ବିଶ୍ବଯୁଦ୍ଧର ପରିସମାପ୍ତ ଘଟିଲା
Answer:
ଜାପାନ

୧୦| ____________ ଯୁଦ୍ଧରେ ପ୍ରଥମ ଥର ପାଇଁ ପରମାଣୁ ବୋମାର ପ୍ରୟୋଗ କରାଯାଇଥିଲା ।
Answer:
ଦ୍ଵିତୀୟ ବିଶ୍ଵ

୧୧। _____________ ଆନୁକୂଲ୍ୟରେ ପୃଥ‌ିବୀର ଶାନ୍ତି ପ୍ରତିଷ୍ଠା ଓ ନି ର ସ୍ୱୀକରଣ ଦିଗରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଥିଲା ।
Answer:
ଜାତିସଂଘ

୧୨। ପ୍ରଥମ ବିଶ୍ୱଯୁଦ୍ଧର _______________ ବର୍ଷ ପରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହୋଇଥିଲା ।
Answer:
୨୦

୧୩ । ପ୍ୟାରିସ୍ ଶାନ୍ତ ସମ୍ମିଳନୀର ତ୍ରୁଟିବିଚ୍ୟୁତି ପାଇଁ _______________ ଯୁଦ୍ଧ ପାଇଁ ଅନେକ ପରିମାଣରେ ଦାୟୀ ।
Answer:
ଦ୍ଵିତୀୟ ବିଶ୍ଵ

୧୪ । ଶାନ୍ତି ପ୍ରତିଷ୍ଠା ନିମନ୍ତେ ବିଜୟୀ ରାଷ୍ଟ୍ରମାନଙ୍କର ଜର୍ମାନୀ ସହିତ _______________ ପକ୍ଷର କଠୋରତା ଦ୍ଵିତୀୟ ବିଶ୍ବଯୁଦ୍ଧର ନିମନ୍ତେ ମାର୍ଗ ପ୍ରସ୍ତୁତ କରିଥିଲା ।
Answer:
ଭର୍ସାଇ

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୧୫ । ସୋଭିଏତ୍ ରୁଷ୍ ______ ମସିହାରେ ମିତ୍ର ଶକ୍ତି ପକ୍ଷରେ ଯୁଦ୍ଧରେ ଯୋଗଦାନ କରିଥିଲା ।
Answer:
୧୯୪୧

୧୬ । ସ୍ଵାର୍ଥପୂରଣ ନ ହେବାରୁ ପ୍ରଥମେ _____________ ଦେଶ ଜାତିସଂଘର ସଭ୍ୟପଦ ତ୍ୟାଗ କରିଥିଲା ।
Answer:
ଜର୍ମାନୀ

୧୭ । ଭାରତର ସଂସଦ ବା ପାର୍ଲାମେଣ୍ଟ ଭଳି ଯୁକ୍ତରାଷ୍ଟ୍ର ଆମେରିକାର ସଂସଦକୁ _______________ କୁହାଯାଏ ।
Answer:
କଂଗ୍ରେସ

୧୮ । ଚେକେସ୍କୋଭାକିଆ ଅଞ୍ଚଳରେ _____________ ଭାଷାଭାଷୀ ଲୋକେ ବାସ କରୁଥିଲେ ।
Answer:
ଜର୍ମାନୀ

୧୯ । ଚାମ୍ବରଲେନ୍ _______________ ଦେଶର ପ୍ରଧାନମନ୍ତ୍ରୀ ଥିଲେ ।
Answer:
ଇଂଲଣ୍ଡ

୨୦ । ୧୯୩୮ ମସିହାର ମ୍ୟୁନିକ୍ ଚୁକ୍ତିଦ୍ୱାରା ମାତ୍ର _____________ ମାସ ପାଇଁ ଶାନ୍ତି ପ୍ରତିଷ୍ଠିତ ହୋଇଥିଲା ।
Answer:
୧୧

D. ଠିକ୍ ଉକ୍ତି ପାଇଁ (✓) ଓ ଭୁଲ ଉକ୍ତି ପାଇଁ (×) ଲେଖ ।

୧। ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଭାରତର ସଂସଦ ବା ପାର୍ଲିଆମେଣ୍ଟ ସଦୃଶ ।
Answer:

୨। ଆମେରିକାର କଂଗ୍ରେସର ଦୁଇଟି ସଦନ ହେଉଛି ସିନେଟ୍ ଓ ପ୍ରତିନିଧୂ ସଭା ।
Answer:

୩। ଜର୍ମାନୀ ଜାତିସଂଘରୁ ୧୯୩୪ ମସିହାରେ ଓହରି ଆସିଥିଲା ।
Answer:
×

୪। ‘ମ୍ୟୁନିକ୍ ଚୁକ୍ତି’ ୧୯୩୭ ମସିହାରେ ସ୍ଵାକ୍ଷରିତ ହୋଇଥଲା ।
Answer:
×

୫। ‘ମ୍ୟୁନିକ୍ ଚୁକ୍ତି’ ଦ୍ଵାରା ପ୍ରତିଷ୍ଠିତ ଶାନ୍ତି ମାତ୍ର ୧୧ ମାସ ପାଇଁ ତିଷ୍ଠି ପାରିଥିଲା ।
Answer:

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୬ । ୧୯୩୫ ମସିହାରେ ସ୍ପେନ୍ ଦେଶରେ ଗୃହଯୁଦ୍ଧ ସଂଗଠିତ ହୋଇଥଲା ।
Answer:
×

୭। ସ୍ପେନର ଗୃହଯୁଦ୍ଧରେ ଜେନେରାଲ୍ ଫ୍ରାଙ୍କୋ ବିଜୟୀ ହୋଇ ସରକାର ଗଠନ କରିଥିଲେ ।
Answer:

୮। ୧୯୩୭ ମସିହାରେ ରୋମ୍-ବର୍ଲିନ୍-ଟୋକିଓ ଅକ୍ଷଶକ୍ତି ହୋଇଥିଲା ।
Answer:

୯। ଆନୁଷ୍ଠାନିକ ଭାବେ ଦ୍ଵିତୀୟ ବିଶ୍ଵଯୁଦ୍ଧ ୧୯୩୯ ସେପ୍ଟେମ୍ବର ୦୩ ତାରିଖରେ ଆରମ୍ଭ ହୋଇଥିଲା ।
Answer:

୧୦ । ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତି ୧୯୪୫, ଅଗଷ୍ଟ ୧୪ ତାରିଖ ଦିନ ହୋଇଥିଲା ।
Answer:

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

E. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । 1
‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । 2

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧। ପଲି ହାର୍ବର ପ୍ରଶାନ୍ତ ମହାସାଗରର ହାଓ୍ବାର ଦ୍ବୀପରେ ଅବସ୍ଥିତ ଜାପାନର ବନ୍ଦର ନଗର ।
Answer:
ଯୁକ୍ତରାଷ୍ଟ୍ର ଆମେରିକା,

୨ । ଜାପାନ ୧୯୩୧ ମସିହାରେ ଚୀନ୍‌ର ହାହୋଇ ପ୍ରଦେଶ ଆକ୍ରମଣ କରିଥିଲା ।
Answer:
ମାଞ୍ଚୁରି ଆ,

୩। ରୋମ୍-ବର୍ଲିନ୍-ଟୋକିଓ ଅକ୍ଷଶକ୍ତି ୧୯୩୪ ମସିହାରେ ଗଠିତ ହୋଇଥିଲା ।
Answer:
୧୯୩୭

୪। ଯୁକ୍ତରାଷ୍ଟ୍ର ଆମେରିକା ୧୯୪୬ ମସିହାରେ ଜାପାନରେ ହିରୋସୀମା ସହର ଉପରେ ପରମାଣୁ ବୋମା ପକାଇଥିଲା ।
Answer:
୧୯୪୫

୫। ପ୍ରଥମ ବିଶ୍ଵଯୁଦ୍ଧରେ ପ୍ରଥମ କରି ପରମାଣୁ ବୋମା ପ୍ରୟୋଗ କରାଯାଇଥିଲା ।
Answer:
ଦ୍ଵିତୀୟ ବିଶ୍ୱଯୁଦ୍ଧ

୬। ଚାମ୍ବରଲେନ୍ ଜର୍ମାନୀର ପ୍ରଧାନମନ୍ତ୍ରୀ ଥିଲେ ।
Answer:
ଇଂଲଣ୍ଡ

୭। ପ୍ରଥମ ବିଶ୍ବଯୁଦ୍ଧର ୩୦ ବର୍ଷ ପରେ ଦ୍ଵିତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇଥିଲା ।
Answer:
୨୦ ବର୍ଷ

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

୮। ଯୁକ୍ତରାଷ୍ଟ୍ର ଆମେରିକାର ସଂସଦକୁ ଡୁମା କୁହାଯାଏ ।
Answer:
କଂଗ୍ରେସ

୯ । ଚେକୋସ୍ଲୋଭାକିଆ ଅଞ୍ଚଳରେ ଫରାସୀ ଭାଷାଭାଷୀ ଲୋକ ବାସ କରୁଥିଲେ ।
Answer:
ଜର୍ମାନୀ

୧୦। ସ୍ବାର୍ଥପୂରଣ ନ ହେବାରୁ ପ୍ରଥମେ ଇଟାଲୀ ଜାତିସଂଘର ସଭ୍ୟପଦ ତ୍ୟାଗ କରିଥିଲେ ।
Answer:
ଜର୍ମାନୀ

G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ନିମ୍ନୋକ୍ତ ଦେଶମାନଙ୍କ ମଧ୍ୟରୁ କେଉଁ ଦେଶଟି ଏକଚ୍ଛତ୍ରବାଦୀ ଆଦର୍ଶରେ ବିଶ୍ଵାସ କରୁନଥିଲା ?
(A) ଜର୍ମାନୀ
(B) ଇଟାଲୀ
(C) ଜାପାନ
(D) ରୁଷ୍
Answer:
(D) ରୁଷ୍

2. ନିମ୍ନୋକ୍ତ ଦେଶମାନଙ୍କ ମଧ୍ୟରୁ କେଉଁ ଦେଶଟି ଗଣତାନ୍ତ୍ରିକ ଆଦର୍ଶରେ ବିଶ୍ଵାସ କରୁନଥିଲା ?
(A) ବ୍ରିଟେନ୍
(B) ଫ୍ରାନ୍ସ
(C) ଯୁକ୍ତରାଷ୍ଟ୍ର ଆମେରିକା
(D) ଇଟାଲୀ
Answer:
(D) ଇଟାଲୀ

3. ସ୍ପେନ୍‌ରେ ଗୃହଯୁଦ୍ଧ କେବେ ସଂଘଟିତ ହୋଇଥିଲା ?
(A) ୧୯୩୪
(B) ୧୯୩୫
(C) ୧୯୩୬
(D) ୧୯୩୭
Answer:
(C) ୧୯୩୬

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

4. ଇଟାଲୀ ଓ ଜର୍ମାନୀ କେଉଁ ଦେଶର ବିଦ୍ରୋହୀମାନଙ୍କୁ ସାମରିକ ସାହାଯ୍ୟ ଯୋଗାଇଥିଲେ ?
(A) ସ୍ପେନ୍
(B) ଇଟାଲୀ
(C) ଜର୍ମାନୀ
(D) ତୁର୍କୀ
Answer:
(A) ସ୍ପେନ୍

5. ଜେନେରାଲ ଫ୍ରାଙ୍କା କେଉଁ ଦେଶର ଶାସକ ଥିଲେ ?
(A) ଇଂଲଣ୍ଡ
(B) ଆମେରିକା
(C) ଇଟାଲୀ
(D) ସେନ୍
Answer:
(D) ସେନ୍

6. ୧୯୩୬ ମସିହାରେ ଗଠିତ ଅକ୍ଷଶକ୍ତିରେ କେଉଁ ଦେଶ ଏକ ବର୍ଷ ପରେ ଯୋଗ ଦେଇଥିଲା ?
(A) ଜାପାନ
(B) ତୁର୍କୀ
(C) ଆଲବାନିଆ
(D) ଚେକୋସ୍ଲୋଭାକିଆ
Answer:
(A) ଜାପାନ

7. ପୋଲାଣ୍ଡ ମାଟିରୁ ଜର୍ମାନୀକୁ ଅପସରିଯିବାପାଇଁ କେଉଁ ଦେଶ ଚେତାବନୀ ଦେଇଥିଲା ?
(A) ହଲାଣ୍ଡ
(B) ଜାପାନ
(C) ବ୍ରିଟେନ୍
(D) ରୁଷ୍
Answer:
(C) ବ୍ରିଟେନ୍

8. ବ୍ରିଟେନ୍ କେଉଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଜର୍ମାନୀ ଆକ୍ରମଣର ମୁକାବିଲା କରିଥିଲା ?
(A) ଆଟଲି
(B) ଚର୍ଚ୍ଚିଲ୍
(C) ନିକ୍‌ସନ୍
(D) ଆଲେକ୍ସିନ୍
Answer:
(B) ଚର୍ଚ୍ଚିଲ୍

9. ନିମ୍ନୋକ୍ତ ମଧ୍ୟରୁ କେଉଁଟିରେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ଯୋଗ ଦେଇଥିଲା ?
(A) କେନ୍ଦ୍ର ଶକ୍ତି
(B) ମିତ୍ରଶକ୍ତି
(C) ମିଳିତ ଶକ୍ତି
(D) ଅକ୍ଷୟଶକ୍ତି
Answer:
(B) ମିତ୍ରଶକ୍ତି

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

10. ଜର୍ମାନୀଠାରୁ ସବୁପ୍ରକାର ସାହାଯ୍ୟ ପାଇ ମଧ୍ଯ ଇଟାଲୀ କେବେ ଆତ୍ମସମର୍ପଣ କରିଥିଲା ?
(A) ୧୯୪୦
(B) ୧୯୪୧
(C) ୧୯୪୨
(D) ୧୯୪୩
Answer:
(D) ୧୯୪୩

11. ଦ୍ଵିତୀୟ ବିଶ୍ବଯୁଦ୍ଧରେ ଜର୍ମାନୀ କେବେ ବିନା ସର୍ଭରେ ମିତ୍ରଶକ୍ତି ନିକଟରେ ଆତ୍ମ ସମର୍ପଣ କରିଥିଲା ?
(A) ୧୯୪୫ ଅଗଷ୍ଟ ୭
(B) ୧୯୪୫ ଜୁନ୍ ୭
(C) ୧୯୪୫ ମେ ୭
(D) ୧୯୪୫ ଅଗଷ୍ଟ ୨୪
Answer:
(C) ୧୯୪୫ ମେ ୭

12. ଜାପାନର ମହାନଗରୀ ଦୁଇଟି ଉପରେ ଯୁକ୍ତରାଷ୍ଟ୍ର ଆମେରିକା କେଉଁ ବୋମା ପକାଇ ଧ୍ବଂସ କରିଦେଇଥୁଲା ?
(A) ଅଣୁ ବୋମା
(B) ପରମାଣୁ ବୋମା
(C) ଉଦଜାନ୍ ବୋମା
(D) ଜୀବାଣୁ ବୋମା
Answer:
(B) ପରମାଣୁ ବୋମା

13. ଜର୍ମାନୀ କେବେ ଜାତିସଂଘରୁ ଓହରି ଆସିଲା ?
(A) ୧୯୩୨
(B) ୧୯୩୬
(C) ୧୯୩୩
(D) ୧୯୩୫
Answer:
(C) ୧୯୩୩

14. ଜର୍ମାନୀ କେବେ ପୋଲାଣ୍ଡ ଆକ୍ରମଣ କଲା ?
(A) ୧୯୩୯
(B) ୧୯୪୦
(C) ୧୯୩୧
(D) ୧୯୪୨
Answer:
(A) ୧୯୩୯

15. ଦ୍ଵିତୀୟ ବିଶ୍ୱଯୁଦ୍ଧ କେବେ ଆରମ୍ଭ ହୋଇଥିଲା ?
(A) ୧୯୩୬
(B) ୧୯୩୭
(C) ୧୯୩୮
(D) ୧୯୩୯
Answer:
(D) ୧୯୩୯

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

16. ଜେନେରାଲ୍ ଫ୍ରାଙ୍କା କେଉଁ ଦେଶର ଶାସକ ଥିଲେ ?
(A) ଇରାକ୍
(B) ଜାପାନ
(C) ଆଲବାନିଆ
(D) ସ୍ପେନ୍
Answer:
(D) ସ୍ପେନ୍

17. ଜାପାନ କେବେ ଅକ୍ଷଶକ୍ତିରେ ଯୋଗ ଦେଇଥିଲା ?
(A) ୧୯୩୫
(B) ୧୯୩୬
(C) ୧୯୩୭
(D) ୧୯୩୮
Answer:
(C) ୧୯୩୭

18. ଜର୍ମାନ୍ ସଂଯୁକ୍ତ ସାଧାରଣତନ୍ତ୍ର କେବେ ଗଠିତ ହେଲା ?
(A) ୧୯୩୯
(B) ୧୯୪୫
(C) ୧୯୪୯
(D) ୧୯୫୦
Answer:
(C) ୧୯୪୯

19. କେତେ ଖ୍ରୀଷ୍ଟାବ୍ଦରେ ଯୁକ୍ତରାଷ୍ଟ୍ର ଆମେରିକା ଜାପାନର ହିରୋସୀମା ଓ ନାଗାସାକି ଉପରେ ପରମାଣୁ ବୋମା ପକାଇଥଲା ?
(A) ୧୯୩୯
(B) ୧୯୪୨
(C) ୧୯୪୦
(D) ୧୯୪୫
Answer:
(D) ୧୯୪୫

20. ଦ୍ଵିତୀୟ ବିଶ୍ୱଯୁଦ୍ଧ କେବେ ସଂଘଟିତ ହୋଇଥିଲା ?
(A) ୧୯୧୪ ମସିହା
(B) ୧୯୨୦ ମସିହା
(C) ୧୯୩୯ ମସିହା
(D) ୧୯୪୫ ମସିହା
Answer:
(C) ୧୯୩୯ ମସିହା

21. ହିଟଲର୍‌ କେବେ ରାଇନ୍ ଅଞ୍ଚଳ ଅଧିକାର କରିନେଲେ ?
(A) ୧୯୩୩ ମସିହା
(B) ୧୯୩୬ ମସିହା
(C) ୧୯୩୮ ମସିହା
(D) ୧୯୩୯ ମସିହା
Answer:
(B) ୧୯୩୬ ମସିହା

BSE Odisha 9th Class History Important Questions Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

22. ଜର୍ମାନୀ କେବେ ଅଷ୍ଟ୍ରିଆ ଅଧିକାର କରିଥିଲା ?
(A) ୧୯୩୩ ମସିହା
(B) ୧୯୩୬ ମସିହା
(C) ୧୯୩୮ ମସିହା
(D) ୧୯୩୯ ମସିହା
Answer:
(C) ୧୯୩୮ ମସିହା

BSE Odisha 9th Class History Notes Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

Odisha State Board BSE Odisha Class 9 History Notes Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା will enable students to study smartly.

BSE Odisha Class 9 History Notes Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ଉପକ୍ରମ :

  • କୌଣସି ସମାଜରେ ଏହାର ସଭ୍ୟମାନଙ୍କ ଜରିଆରେ ତଥା ସାମୂହିକ ମୂଲ୍ୟବୋଧରେ ଥ‌ିବା ପରିପକ୍ବତା ଓ ମାର୍ଜିତ ଚିନ୍ତାଧାରାର ପ୍ରତିଫଳନ ହେଉଛି ସଂସ୍କୃତି ।
  • ଆଚାର ଓ ବ୍ୟବହାର, ଖାଦ୍ୟ ଓ ପୋଷକ, ଭାଷା ଓ ସାହିତ୍ୟ, ଶିକ୍ଷା ଓ ଜ୍ଞାନ, ବିଜ୍ଞାନ ଓ ବୈଷୟିକ ବିଦ୍ୟା, ଧର୍ମ ଓ ବିଶ୍ଵାସ, ପ୍ରଥା ଓ ପରମ୍ପରା, ପର୍ବପର୍ବାଣି ଓ ରୀତିନୀତି, ନୃତ୍ୟ ଓ ସଙ୍ଗୀତ ଏବଂ କଳା ଓ ସ୍ଥାପତ୍ୟ ହେଉଛି ସଂସ୍କୃତିର ଉପାଦାନ ।

BSE Odisha 9th Class History Notes Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

ବିଷୟବସ୍ତୁର ରୂପରେଖ:

  • ଭାରତୀୟ ସଂସ୍କୃତିର ବୈଶିଷ୍ୟ
  • ଭାରତୀୟ ସଂସ୍କୃତିର ସ୍ବାତନ୍ତ୍ର୍ୟ

→ ଭାରତୀୟ ସଂସ୍କୃତିର ବୈଶିଷ୍ଟ୍ୟ :

  • ସାଧାରଣତଃ ଭାରତୀୟ ସଂସ୍କୃତିର ନିମ୍ନୋକ୍ତ ବୈଶିଷ୍ଟ୍ୟମାନ ପରିଲକ୍ଷିତ ହୋଇଥାଏ ।
    (୧) ପ୍ରାଚୀନତା
    (୨) ନିରବଚ୍ଛିନ୍ନତା
    (୩) ଉଦାରତା
    (୪) ନିରପେକ୍ଷତା
    (୫) ବ୍ୟାପକତା
    (୬) ସାର୍ବଜନୀନତା

→ ଭାରତୀୟ ସଂସ୍କୃତିର ସ୍ବାତନ୍ତ୍ର୍ୟ:

  • ଭାରତର ବିଭିନ୍ନ କ୍ଷେତ୍ରରେ ଓ ସାମାଜିକ ସ୍ଥିତିରେ ଅଞ୍ଚଳ ଅଞ୍ଚଳ ମଧ୍ୟରେ ପାର୍ଥକ୍ୟ ଥିଲେ ସୁଦ୍ଧା ସମସ୍ତ ଅଧିବାସୀଙ୍କ ମଧ୍ୟରେଐକ୍ୟଭାବ ଦୃଷ୍ଟିଗୋଚର ହୁଏ ।
  • ‘‘ବିଭିନ୍ନତାରେ ଏକତା’’ ହେଉଛି ଭାରତୀୟ ସଂସ୍କୃତିର ସ୍ବାତନ୍ତ୍ର୍ୟ ।
  • ପୌରାଣିକ ତଥ୍ୟାନୁସାରେ ଭାରତ ଜମ୍ବୁଦ୍ଵୀପର ଏକ ଅଂଶବିଶେଷ ଥିଲା ଓ ଏହା ରାଜା ଭରତଙ୍କ ନାମାନୁସାରେ ଭାରତବର୍ଷ ନାମରେ ନାମିତ ହୋଇଥିଲା ।

BSE Odisha 9th Class History Notes Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

→ ଭୌଗୋଳିକ ବିଭିନ୍ନତାରେ ଏକତା :

  • ଭାରତର ଭିନ୍ନ ଭିନ୍ନ ସ୍ଥାନର ପ୍ରାକୃତିକ ଲକ୍ଷଣଗୁଡ଼ିକ ମଧ୍ୟରେ ଅନେକ ପ୍ରଭେଦ ଦେଖାଯାଇଥାଏ ।
  • ଭୌଗୋଳିକ ସ୍ଥିତିର ପ୍ରଭେଦ ଯୋଗୁଁ ଭାରତରେ ଭିନ୍ନ ଭିନ୍ନ ପ୍ରକାର ଜଳବାୟୁ ଅନୁଭୂତ ହୁଏ ।
  • ଏସବୁ ସତ୍ତ୍ଵେ ପ୍ରତ୍ୟେକ ଭାରତୀୟ ନିଜକୁ ଭରତସନ୍ତତି ରୂପେ ମନେକରି ଏକତା ମନୋଭାବ ପୋଷଣ କରନ୍ତି । ଭାରତୀୟ ମୁନିଋଷିଗଣ ସମଗ୍ର ଭାରତରେ ପ୍ରବାହିତ ଗଙ୍ଗା, ଯମୁନା, ନର୍ମଦା, କାବେରୀ ପ୍ରଭୃତି ନଦୀମାନଙ୍କୁ ଦେବୀରୂପେ ବର୍ଣ୍ଣନା କରି ଭାରତୀୟମାନଙ୍କ ମନରେ ଭାବଗତ ଐକ୍ୟ ଜାଗ୍ରତ କରିଛନ୍ତି ।

→ ରାଜନୈତିକ ବିଭିନ୍ନତାରେ ଏକତା :

  • ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଭାରତ ଷୋହଳଟି ମହାଜନପଦ ବା ରାଜ୍ୟରେ ବିଭକ୍ତ ହୋଇଥିଲା ।
  • ପ୍ରାଚୀନ ଯୁଗରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଅଶୋକ, ସମୁଦ୍ରଗୁପ୍ତ, ବିକ୍ରମାଦିତ୍ୟ ପ୍ରଭୃତି ଭାରତରେ ବିଶାଳ ସାମ୍ରାଜ୍ୟ ଗଠନ କରି ଲୋକମାନଙ୍କୁ ଏକ ଶାସନାଧୀନ କରି ସେମାନଙ୍କ ମନରେ ଏକତା ଭାବ ଜାଗ୍ରତ କରିଥିଲେ ।
  • ମଧ୍ୟଯୁଗରେ ଶିବାଜୀ ଭାରତର ଅନେକ କ୍ଷୁଦ୍ର ରାଜ୍ୟ ଜୟ କରି ସେଗୁଡ଼ିକୁ ଏକ ଶାସନାଧୀନ କରି ସମସ୍ତଙ୍କ ମନରେ ଏକତାଭାବ ଜାଗ୍ରତ କରିଥିଲେ ।
  • ଦେଶ ସ୍ଵାଧୀନ ହେବା ପରେ ଓ ଗଡ଼ଜାତଗୁଡ଼ିକର ମିଶ୍ରଣ ହେବାପରେ ଭାରତ ବିଭିନ୍ନ ପ୍ରଦେଶରେ ବିଭକ୍ତ ହୋଇଥିଲେ ସୁଦ୍ଧା ଏକ ସମ୍ବିଧାନ, ଏକ ଜାତୀୟ ପତାକା, ଏକ ଜାତୀୟ ଗାନ, ଏକ ଜାତୀୟ ସଙ୍ଗୀତ ଏବଂ ସର୍ବୋପରି ଏକ ନାଗରିକତ୍ବ ସମସ୍ତ ଭାରତୀୟଙ୍କ ମଧ୍ୟରେ ରାଜନୈତିକ ଏକତା ଆଣିପାରିଛି ।

ରାଜନୈତିକ ବିଭିନ୍ନତାରେ ଏକତା
→ ଜାତିଗତ ବିଭିନ୍ନତାରେ ଏକତା :

  • ଭାରତରେ ବିଭିନ୍ନ ପ୍ରକାର ଜାତିର ଲୋକ ବାସ କରନ୍ତି ।
  • ନୃତତ୍ତ୍ୱବିଦ୍ ଡକ୍ଟର ବିରଜା ଶଙ୍କର ଗୁହାଙ୍କ ମତରେ ଭାରତରେ ଛଅ ପ୍ରକାର ଜାତିର ଲୋକ ଅଛନ୍ତି । ସେମାନେ ହେଲେ – ନେଗ୍ରିଟୋ, ପ୍ରୋଟୋ-ଅଷ୍ଟ୍ରୋଲଏଡ୍, ମଙ୍ଗୋଲଏଡ୍, ମେଡ଼େଟେରେନିଆନ୍ ବା ଦ୍ରାବିଡ଼ିଆନ୍, ପଶ୍ଚିମ ବ୍ରାସିସେଫାଲସ୍ ଓ ନରଡ଼ିକ୍‌ ବା ଇଣ୍ଡୋ-ଆରିଆନ୍ ।
  • ଏହାଛଡ଼ା ବିଦେଶାଗତ ଲୋକମାନେ ଭାରତରେ ସ୍ଥାୟୀଭାବେ ବସବାସ କରି ଭାରତୀୟ ଜୀବନଯାପନ ପ୍ରଣାଳୀକୁ ଆଦରି ନେଇ ମୂଳ ଭାରତୀୟଙ୍କ ସହ ମିଶିଯାଇ ନିଜକୁ ଭାରତୀୟ ଭାବେ ପରିଚିତ କରାଉଛନ୍ତି ।

→ ଧର୍ମଗତ ବିଭିନ୍ନତାରେ ଏକତା :

  • ଭାରତରେ ମୁଖ୍ୟତଃ ଛଅଟି ଧର୍ମ ସମ୍ପ୍ରଦାୟର ଲୋକ ବାସ କରନ୍ତି । ପୁନଶ୍ଚ ପ୍ରତ୍ୟେକ ସମ୍ପ୍ରଦାୟର ଲୋକେ ମଧ୍ୟ ବିଭିନ୍ନ ଗୋଷ୍ଠୀରେ ବିଭାଜିତ ହୋଇଛନ୍ତି ।
  • ଭାରତରେ ବସବାସ କରୁଥିବା ମୁଖ୍ୟ ଧର୍ମସଂପ୍ରଦାୟ ଓ ସେଗୁଡ଼ିକ ବିଭାଜିତ ହୋଇଥିବା ବିଭିନ୍ନ ଗୋଷ୍ଠୀର ତାଲିକା ନିମ୍ନରେ ପ୍ରଦତ୍ତ ହୋଇଛି ।

ଧର୍ମଗତ ବିଭିନ୍ନତାରେ ଏକତା

  • ଭାରତରେ ଧର୍ମଗତ ବିଭିନ୍ନତା ଥିଲେ ସୁଦ୍ଧା ସମସ୍ତ ଧର୍ମାବଲମ୍ବୀଙ୍କ ମଧ୍ୟରେ ଥ‌ିବା ସମନ୍ବୟ, ସହନଶୀଳତା ଓ ସହଯୋଗ ଯୋଗୁଁ ଐକ୍ୟଭାବ ପ୍ରତିଷ୍ଠିତ ହୋଇପାରିଛି ।
  • ଭାରତର ବିଭିନ୍ନ ଧର୍ମ ଅନୁଷ୍ଠାନ ବା ଆନ୍ଦୋଳନର ନାମ ଏବଂ ସେଗୁଡ଼ିକର ପ୍ରତିଷ୍ଠା ବା ଆରମ୍ଭ ସମୟ ନିମ୍ନ ସାରଣୀରେ ହୋଇଛି ।

BSE Odisha 9th Class History Notes Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

ଧର୍ମଗତ ବିଭିନ୍ନତାରେ ଏକତା 1

→ ଭାଷାଗତ ବିଭିନ୍ନତାରେ ଏକତା :

  • ଭାରତର ସମ୍ବିଧାନରେ ୨୨ଟି ଭାଷାକୁ ସ୍ବୀକୃତି ଦିଆଯାଇଛି ।
  • ଆମ ଦେଶରେ ପ୍ରାୟ ୧୬୫୨ଟି ମାତୃଭାଷା ଥ‌ିବାର ଅନୁମାନ କରାଯାଇଥାଏ । ଏତଦ୍‌ବ୍ୟତୀତ ୫୪୪ଟି କଥ ଭାଷା ଅଛି ।
  • ସ୍ଵାଧୀନ ଭାରତରେ ହିନ୍ଦୀ ରାଷ୍ଟ୍ରଭାଷା ଭାବରେ ସ୍ଵୀକୃତି ପାଇଲା । ହିନ୍ଦୀ, ଇଂରାଜୀ ଓ ଆଞ୍ଚଳିକ ଭାଷାକୁ ନେଇ ତ୍ରିଭାଷା ନୀତି ପ୍ରବର୍ତ୍ତନ ହେଲା ।
  • ଭାରତର ସର୍ବପୁରାତନ ଭାଷା ହେଉଛି ‘ପ୍ରାକୃତ’ । ପରେ ‘ପାଲି’ ଓ ‘ସଂସ୍କୃତ’ ଭାଷାର ପ୍ରଚଳନ ହେଲା ।
  • ସ୍ବାଧୀନ ଭାରତର ରାଷ୍ଟ୍ରଭାଷା ହିନ୍ଦୀ ଭାରତୀୟମାନଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ସହାୟକ ହୋଇଛି ।

→ କଳାଗତ ବିଭିନ୍ନତାରେ ଏକତା :

  • ଭାରତର ଚିତ୍ରକଳା, ଶିଳ୍ପକଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ବାଦ୍ୟ, ନୃତ୍ୟ, ସଙ୍ଗୀତ ଓ ସାହିତ୍ୟ ଭଳି ପ୍ରତ୍ୟେକ ପ୍ରକାର କଳାର ଢଙ୍ଗ ଓ ଶୈଳୀରେ ବିବିଧତା ଦେଖାଯାଏ ।
  • ଭାରତ ଓ ଗ୍ରୀକ୍ ଶୈଳୀର ମିଶ୍ରଣରେ ଇଣ୍ଡୋ-ଗ୍ରୀକ୍ କଳାଶୈଳୀ ଏବଂ ହିନ୍ଦୁ ଓ ମୁସଲମାନଙ୍କ ଶୈଳୀର ମିଶ୍ରଣରେ ଇଣ୍ଡୋ- ଇସ୍‌ଲାମିକ୍ ଶୈଳୀରେ ନିର୍ମିତ ଅନେକ ସ୍ମାରକୀ ଭାରତୀୟଙ୍କ ମନରେ ଗର୍ବ ଆଣି ଏକତା ଭାବ ଜାଗ୍ରତ
  • ଭାରତୀୟ ସଂସ୍କୃତିର ସ୍ବାତନ୍ତ୍ର୍ୟ ହେଉଛି ବିଭିନ୍ନତାରେ ଏକତା । ଏହି ବିବିଧତା ଭାରତୀୟ ସଂସ୍କୃତିକୁ ଉନ୍ନତ ଓ ସମୃଦ୍ଧ କରିପାରିଛି ।

BSE Odisha 9th Class History Notes Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ
୩୨୭ ଖ୍ରୀ.ପୂ. – ଗ୍ରୀକ୍ ସମ୍ରାଟ୍ ଆଲେକ୍‌ଜାଣ୍ଡାର୍‌ଙ୍କ ଭାରତ ଆକ୍ରମଣ ।
୧୮୩୫ ଖ୍ରୀ.ଅ. – ଭାରତର ଗଭର୍ଣ୍ଣର ଜେନେରାଲ୍ ତଥା ବଡ଼ଲାଟ୍ ଲର୍ଡ ଇଉଲିୟମ୍ ବେଣ୍ଟିକ୍‌ଙ୍କଦ୍ୱାରା ପାଶ୍ଚାତ୍ୟ ଶିକ୍ଷା ପ୍ରଚଳନ ।
୧୮୫୨ ଖ୍ରୀ.ଅ. – ଭାରତରେ ଦୂରକୁ ବାର୍ତ୍ତା ପ୍ରେରଣ ପାଇଁ ତାର ବ୍ୟବସ୍ଥା ପ୍ରଚଳନ ।
୧୮୫୩ ଖ୍ରୀ.ଅ. – ବମ୍ବେଠାରୁ ଥାନେ ପର୍ଯ୍ୟନ୍ତ ପ୍ରଥମ ରେଳପଥ ଉନ୍ମୋଚନ ।
୧୮୫୪ ଖ୍ରୀ.ଅ. – ଲର୍ଡ ଡେଲ୍ହାଉସୀଙ୍କଦ୍ୱାରା ଭାରତରେ ଏକ ସମାନ ଶିକ୍ଷା ପ୍ରଣାଳୀ ଓ ସ୍ଥାନୀୟ ଭାଷାରେ ପ୍ରାଥମିକ ଶିକ୍ଷାଦାନ ବ୍ୟବସ୍ଥା ପ୍ରବର୍ତ୍ତନ ।
୧୮୫୪ ଖ୍ରୀ.ଅ. – ଭାରତରେ ଡାକସେବା ପ୍ରଚଳନ ।

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

Odisha State Board BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ Important Questions and Answers.

BSE Odisha Class 9 History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଶୀତଳ ଯୁଦ୍ଧର ଫଳାଫଳଗୁଡ଼ିକ କ’ଣ ଥିଲା ?
Answer:

  • ଶୀତଳ ଯୁଦ୍ଧ ଫଳରେ ବିଶ୍ଵ ରାଜନୀତି କ୍ଷେତ୍ରରେ ପ୍ରଭାବ ବିସ୍ତାର ପାଇଁ ଦୁଇ ବୃହତ୍ ଶକ୍ତି ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ମଧ୍ୟରେ ପ୍ରତିଦ୍ବନ୍ଦିତା ଆରମ୍ଭ ହୋଇଥିଲା ।
  • ପୂର୍ବ ଇଉରୋପୀୟ ରାଷ୍ଟ୍ର ପୋଲାଣ୍ଡ, ହଙ୍ଗେରୀ, ରୁ ମାନି ଆ, ବୁଲ୍ ଗେରିଆ, ଆଲ୍‌ବାନିଆ ପ୍ରଭୃତି ରାଷ୍ଟ୍ରରେ ସାମ୍ୟବାଦୀ ସରକାର ଗଠିତ ହୋଇଥିବାରୁ ସୋଭିଏତ୍ ରୁଷ୍ ସେସବୁ ରାଷ୍ଟ୍ରଗୁଡ଼ିକୁ ଆର୍ଥିକ ସାହାଯ୍ୟ ଯୋଗାଇଦେଲା । ଚୀନ୍‌ରେ ୧୯୪୯ ମସିହାରେ ରୁଷ୍ ସହାୟତାରେ ସାମ୍ୟବାଦୀ ଶାସନ ପ୍ରତିଷ୍ଠା ହୋଇଥିଲା ।
  • ଅପରପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକା ସାମ୍ୟବାଦର ପ୍ରଭାବକୁ ପ୍ରତିହତ କରିବାକୁ ବିଭିନ୍ନ ପଦକ୍ଷେପ ନେଲା ଏବଂ ଟମାନ ନୀତି ଓ ମାର୍ଶାଲ୍ ଯୋଜନା ପ୍ରଣୟନ କରି ପଶ୍ଚିମ ଇଉରୋପ ଓ ମଧ୍ୟପ୍ରାଚ୍ୟକୁ ସାମ୍ୟବାଦର ପ୍ରଭାବରୁ ମୁକ୍ତ ରଖିବାପାଇଁ ଚେଷ୍ଟା କରିଥିଲା ।
  • ଶୀତଳ ଯୁଦ୍ଧ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା ।
  • ଶୀତଳ ଯୁଦ୍ଧର ତୀବ୍ରତା ବୃଦ୍ଧି ପାଇବାରୁ ଜର୍ମାନୀ, କ୍ୟୁବା ଓ କୋରିଆ ଆଦି ଦେଶରେ ସଂଘର୍ଷ ଉପୁଜିଲା ।

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଶୀତଳ ଯୁଦ୍ଧ କ’ଣ ? କେଉଁ ଦୁଇଟି ଦେଶ ଏହାର ନେତୃତ୍ବ ନେଇଥିଲେ ?
Answer:

  • ଶୀତଳ ଯୁଦ୍ଧ ଏକ ପ୍ରତ୍ୟକ୍ଷ ବା ସିଧାସଳଖ ଯୁଦ୍ଧ ନୁହେଁ । ଏହା ଆଦର୍ଶଗତ ବିଭେଦ, ଅପପ୍ରଚାର ଏବଂ କୂଟନୀତି ସ୍ତରୀୟ ପ୍ରତିଦ୍ବନ୍ଦିତାକୁ ବୁଝାଏ ।
  • ପୃଥ‌ିବୀର ଦୁଇ ବୃହତ୍ ଶକ୍ତି ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ଏହାର – ନେତୃତ୍ୱ ନେଇଥିଲେ ।

୨। ସାମ୍ୟବାଦର ପ୍ରସାର ଓ ପ୍ରଭାବକୁ ପ୍ରତିହତ କରିବାପାଇଁ ଯୁକ୍ତରାଷ୍ଟ୍ର ଆମେରିକା କ’ଣ କରିଥିଲା ?
Answer:

  • ପଶ୍ଚିମ’ ଇଉରୋପ ଓ ମଧ୍ୟପ୍ରାଚ୍ୟରେ ସାମ୍ୟବାଦର ପ୍ରସାର ଓ ପ୍ରଭାବକୁ ପ୍ରତିହତ କରିବାପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଟୁମାନ୍ ନୀତି ଓ ମାର୍ଶାଲ୍ ଯୋଜନା ପ୍ରବର୍ତ୍ତନ କରିଥିଲା ।
  • ଯୁକ୍ତରାଷ୍ଟ୍ର ଆମେରିକା ଏସବୁ ଦେଶଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରି ଅର୍ଥନୈତିକ ବିପର୍ଯ୍ୟୟ ଓ ସାମ୍ୟବାଦର ପ୍ରଭାବରୁ ମୁକ୍ତ କରିଥିଲା ।

୩। କେଉଁ କାରଣରୁ ଶୀତଳ ଯୁଦ୍ଧ ସୃଷ୍ଟି ହୋଇଥିଲା ? କାହାକୁ ଶୀତଳ ଯୁଦ୍ଧ କୁହାଯାଏ ?
Answer:

  • ବିଶ୍ବ ରାଜନୀତି କ୍ଷେତ୍ରରେ ପ୍ରଭାବ ବିସ୍ତାର ନିମନ୍ତେ ଦୁଇ ମହାଶକ୍ତି ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ମଧ୍ୟରେ ପ୍ରତିଦ୍ବନ୍ଦିତା ଆରମ୍ଭ ହେବାରୁ ପରସ୍ପର ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇଲା। ନିଜ ନି ଜର ଅନୁ ଗତ ରାଷ୍ଟ୍ରଗୁଡ଼ିକୁ ସେମାନେ ଆର୍ଥିକ ଓ ସାମରିକ
    ସାହାଯ୍ୟ ଯୋଗାଇଦେଲେ ।
  • ପ ର ସ୍ପର ମଧ୍ୟରେ ମଧ୍ୟରେ କୁ ୱାର ଟନା ଓ ବିରୋଧାତ୍ମକ ପ୍ରଚାର ଫଳରେ ବିଶ୍ଵ ରାଜନୀତି କ୍ଷେତ୍ରରେ ଏକ ଅଶାନ୍ତ ତଥା ସରଗରମ ପରିସ୍ଥିତି ସୃଷ୍ଟି ହେଲା, ଯାହାକି ଶୀତଳ ଯୁଦ୍ଧ ଭାବେ ପରିଚିତ ।

୪। ‘ମାଓ ସେ ତୁଙ୍ଗ କିଏ ? ସେ କ’ଣ କରିଥିଲେ ?
Answer:

  • ମାଓ ସେ ତୁଙ୍ଗ ଚୀନ୍‌ର ସାମ୍ୟବାଦୀ ଦଳର ଜଣେ ନେତା ଥିଲେ ।
  • ୧୯୪୯ ମସିହା ଅକ୍ଟୋବର ମାସରେ ଗଣବିପ୍ଳବ ମାଧ୍ୟମରେ ସେ ଚୀନ୍ ରେ ସାମ୍ୟବାଦୀ ସରକାର ଗଠନ କରିଥିଲେ ।

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

୫। କେଉଁ ରାଷ୍ଟ୍ର କେବେ ଓ କାହିଁକି ମାର୍ଶାଲ୍ ଯୋଜନା ପ୍ରବର୍ତ୍ତନ କରିଥିଲା ?
Answer:
ଦ୍ବିତୀୟ ବିଶ୍ୱଯୁଦ୍ଧରେ ବିଧ୍ବସ୍ତ ଇଉରୋପୀୟ ରାଷ୍ଟ୍ରଗୁଡ଼ିକର ସାମାଜିକ ତଥା ଅର୍ଥନୈତିକ ପରିସ୍ଥିତିରେ ଉନ୍ନତି ଆଣିବା ଏବଂ ସେହି ଦେଶଗୁଡ଼ିକରେ ସାମ୍ୟବାଦର ପ୍ରସାରକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ୧୯୪୭ ମସିହା ଜୁନ୍ ୫ ତାରିଖରେ ମାର୍ଶାଲ୍ ଯୋଜନା ପ୍ରବର୍ତ୍ତନ କରିଥିଲା ।

A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। କେବେ କେଉଁ ଦେଶ ସହୟତାରେ ଚୀନ୍ ଦେଶରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ?
Answer:
୧୯୪୯ ମସିହାରେ ରୁଷ୍ ଦେଶ ସହାୟତାରେ ଚୀନ୍ ଦେଶରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ।

୨। କେବେ ସୋଭିଏତ୍ ରୁଷ୍ ତୁର୍କୀ ସହିତ ତା’ର ପୁରାତନ ବନ୍ଧୁତ୍ୱ ଚୁକ୍ତି ନବୀକରଣ ନିମନ୍ତେ ମନା କରିଦେଇଥିଲା ?
Answer:
୧୯୪୫ ମସିହାରେ ସୋଭିଏତ୍ ରୁଷ୍ ତୁର୍କୀ ସହିତ ତା’ର ପୁରାତନ ବନ୍ଧୁତ୍ୱ ଚୁକ୍ତି ନବୀକରଣ ନିମନ୍ତେ ମନା କରିଦେଇଥୁଲା ।

୩। ଟୁମାନ୍ ଟୁମାନ୍ ନୀତି କେବେ ଉପସ୍ଥାପିତ କରାଯାଇଥିଲା
Answer:
୧୯୪୭ ମସିହା ମାର୍ଚ୍ଚ ୧୨ ତାରିଖ ଦିନ ଟୁମାନ୍ ନୀତି ଉପସ୍ଥାପିତ କରାଯାଇଥିଲା ।

୪। କେଉଁ ମସିହା ସୁଦ୍ଧା ଗ୍ରୀସ୍ ଓ ତୁର୍କୀର ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଥିଲା ?
Answer:
୧୯୫୦ ମସିହା ସୁଦ୍ଧା ଗ୍ରୀସ୍ ଓ ତୁର୍କୀର ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଥିଲା ।

୫। କେଉଁ ରାଷ୍ଟ୍ର କେବେ ମାର୍ଶାଲ୍ ଯୋଜନା ପ୍ରବର୍ତ୍ତନ କରିଥିଲେ ?
Answer:
ଯୁକ୍ତରାଷ୍ଟ୍ର ଆମେରିକା ୧୯୪୭ ମସିହା ଜୁନ୍ ୫ ତାରିଖରେ ମାର୍ଶାଲ୍ ଯୋଜନା ପ୍ରବର୍ତ୍ତନ କରିଥିଲା ।

୬। ମାର୍ଶାଲ୍ ଯୋଜନାକୁ କେଉଁ ଦେଶ ତୀବ୍ର ନିନ୍ଦା କରିଥିଲା ?
Answer:
ମାର୍ଶାଲ୍ ଯୋଜନାକୁ ସୋଭିଏତ୍ ରୁଷ୍ ତୀବ୍ର ନିନ୍ଦା କରିଥିଲେ ।

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

B. ଗୋଟିଏ ପଦରେ ଉତ୍ତର ଲେଖ ।

୧। ମାର୍ଶାଲ୍ ଯୋଜନା କେବେ ପ୍ରବର୍ତ୍ତନ କରାଯାଇଥିଲା ?
Answer:
୧୯୪୭ ଜୁନ୍ ୫

୨। ଟୁମାନ୍ ନୀତି ଆମେରିକାରେ କେବେ ପ୍ରବର୍ତ୍ତନ କରାଯାଇଥିଲା ?
Answer:
୧୯୪୭ ମାର୍ଚ୍ଚ ୧୨

୩। ମାର୍ଶାଲ୍ ଯୋଜନା କେଉଁ ନୀତିର ଏକ ସମ୍ପ୍ରସାରଣ ଥିଲା ?
Answer:
ଟୁମାନ୍ ନୀତି

୪। କେଉଁ ଦୁଇ ଦେଶ ମଧ୍ୟରେ ମାର୍ଶାଲ୍ ଯୋଜନା ତୀବ୍ରତା ସୃଷ୍ଟି କରିଥିଲା ?
Answer:
ରୁଷିଆ ଓ ଆମେରିକା

୫। ଗରିଲା ଯୁଦ୍ଧ କେଉଁ ଦେଶରେ ଲାଗି ରହିଥିଲା ?
Answer:
ଗ୍ରୀସ୍

୬। ପୃଥ‌ିବୀର କେଉଁ ଦୁଇ ମହାଶକ୍ତି ମଧ୍ୟରେ ଆଦର୍ଶଗତ ପାର୍ଥକ୍ୟ ଥିଲା ?
Answer:
ରୁଷ୍ ଓ ଆମେରିକା

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

୭ । ଆଲ୍‌ବାନିଆ ଓ ବୁଲଗେରିଆରେ କେଉଁ ପ୍ରକାର ଶାସନ ପ୍ରତିଷ୍ଠିତ ହୋଇଥିଲା ?
Answer:
ସାମ୍ୟବାଦୀ

୮। ରଣକ୍ଷେତ୍ର ରେ ସିଧାସଳଖ ଯୁଦ୍ଧ ନକରି ଅନୁଗତ ରାଷ୍ଟ୍ରମାନଙ୍କୁ ଆର୍ଥିକ ଓ ସାମରିକ ସାହାଯ୍ୟ ଦେଇ ପରୋକ୍ଷ ଭାବରେ ଯୁଦ୍ଧ କରିବାକୁ କେଉଁ ଯୁଦ୍ଧ କୁହାଯାଏ ?
Answer:
ଶୀତଳ ଯୁଦ୍ଧ

୯ । ଗ୍ରୀସ୍‌ରେ ହୋଇଥିବା ଗୃହଯୁଦ୍ଧରେ କେତେ ପରିମାଣରେ ଗରିଲା ଭାଗ ନେଇଥିଲେ ?
Answer:
୧୩,୦୦୦

୧୦ । ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଜୁନ୍‌ ୧୯୪୮ ମସିହା ସୁଦ୍ଧା ଗ୍ରୀସ୍ ଓ ତୁର୍କୀକୁ କେତେ ପରିମାଣରେ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲା ?
Answer:
୪୦୦ ନିୟୁତ ଡଲାର

୧୧ । ‘ମାଓ ସେ ତୁଙ୍ଗୁ’ କେଉଁ ଦେଶର ଲୋକ ଥିଲେ ?
Answer:
ଚୀନ୍

୧୨ । କେଉଁ ଦେଶରେ ୧୯୧୭ ମସିହାରେ କୃଷକ ଓ ଶ୍ରମିକ ଆନ୍ଦୋଳନ ସଂଘଟିତ ହୋଇଥିଲା ?
Answer:
ରୁଷ୍

୧୩। କେଉଁ ମସିହାରେ ଚୀନ୍ ଦେଶରେ ମାଓ-ସେ-ତୁଙ୍ଗଙ୍କ ନେତୃତ୍ବରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ? ୧୪।‘ଶୀତଳ ଯୁଦ୍ଧ’ ଶବ୍ଦଟି ପ୍ରଥମ ଥର ପାଇଁ କିଏ ବ୍ୟବହାର କରିଥିଲେ ?
Answer:
୧୯୪୯

୧୪ । ‘ଶୀତଳ ଯୁଦ୍ଧ’ ଶବ୍ଦଟି ପ୍ରଥମ ଥର ପାଇଁ କିଏ ବ୍ୟବହାର କରିଥଲେ ?
Answer:
ବର୍ଣ୍ଣାଡ୍ ବାରୁକ୍

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

୧୫। ଗ୍ରୀସ୍ କେବେ ସଂଯୁକ୍ତ ରାଷ୍ଟ୍ରସଂଘର ନିରାପତ୍ତା ପରିଷଦରେ ତାହାର ପଡ଼ୋଶୀ ରାଷ୍ଟ୍ର ମାନ ଙ୍କ ବିରୋଧରେ ଅଭିଯୋଗ କରିଥିଲା ?
Answer:
୧୯୪୬ ଡିସେମ୍ବର ।

C. ଶୂନ୍ୟସ୍ଥାନ ପୂରଣ କର ।

୧। ‘ଶୀତଳ ଯୁଦ୍ଧ’ ଶବ୍ଦଟିକୁ ପ୍ରଥମେ ଆମେରି କୀୟ ରାଜନୀତିଞ ______________ ୧୬ ଏପ୍ରିଲ୍ ୧୯୪୭ରେ ବ୍ୟବହାର କରିଥିଲେ ।
Answer:
ବର୍ଣ୍ଣାଡ୍ ବାରୁକ୍

୨। ଆମେରିକା _____________ ରେ ବିଶ୍ଵାସ କରୁଥିଲାବେଳେ ସୋଭିଏତ୍ ରୁଷ୍ ______________ ରେ ବିଶ୍ବାସ କରୁଥିଲା ।
Answer:
ଗଣତନ୍ତ୍ର, ସାମ୍ୟବାଦ

୩। ଚୀନ୍‌ରେ _____________ ଙ୍କ ନେତ୍ଠତୄରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ।
Answer:
ମାଓ ସେ ତୁଙ୍ଗ

୪। _______________ ମାର୍ଶାଲ୍ ଯୋଜନା ପ୍ରବର୍ତ୍ତନ କରିଥିଲା
Answer:
ଯୁକ୍ତରାଷ୍ଟ୍ର ଆମେରି କା

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

୫। ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ୧୯୪୮ ମସିହା ସୁଦ୍ଧା ଗ୍ରୀସ୍ ଓ ତୁର୍କୀକୁ ଆର୍ଥିକ ତଥା ସାମରିକ ସାହାଯ୍ୟ ___________ ନିୟତ ଡଲାର ମଞ୍ଚର କରିଥିଲା ।
Answer:
୪୦୦

୬ । ମାଓ ସେ ତୁଙ୍ଗ ଚୀନ୍ ଦେଶର ______________ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ ।
Answer:
ହୁନାନ୍

୭ । ୱାଲଟର୍‌ ଲିପ୍‌ମାନ ବୃତ୍ତିରେ ଜଣେ ______________ ଥିଲେ ।
Answer:
ସାମ୍ବାଦିକ

୮ । ସାମ୍ୟବାଦୀ ସରକାରରେ _______________ ଦେଶ ବିଶାସ କରେ ।
Answer:
ସୋଭିଏତ୍ ରୁଷ୍

୯। ଯୁକ୍ତରାଷ୍ଟ୍ର ଆମେରିକା ___________ ବାଦରେ ବିଶାସ କରୁଥିଲା ।
Answer:
ପୁଞ୍ଜି

୧୦ । ଜର୍ମାନୀ ବିଭାଜନ ପରେ _____________ ଜର୍ମାନୀରେ ସାମ୍ୟବାଦୀ ସରକାର ପ୍ରତିଷ୍ଠିତ ହୋଇଥଲା ।
Answer:
ପୂର୍ବ

୧୧ । ଗରିଲା ଯୁଦ୍ଧ ______________ ଦେଶରେ ଦେଖାଯାଇଥିଲା ।
Answer:
ଗ୍ରୀସ୍

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

୧୨ । ମାଓ-ସେ- ତୁଙ୍ଗ ____________ ଦେଶର ଜଶେ ସାମ୍ୟବାଦୀ ନେତା ଥିଲେ ।
Answer:
ଚୀନ୍

୧୩ । ____________ ମସିହାରେ ଚୀରେ ସାମ୍ୟବାଦୀ ସରକାର ଗଠନ କରାଯାଇଥିଲା ।
Answer:
୧୯୪୯

୧୪ । ରୁ ଷ୍ ଦେଶରେ ବିପ୍ଳବ _____________ ମସିହାରେ ଦେଖାଦେଇଥିଲା ।
Answer:
୧୯୧୭

୧୫ । ଶୀତଳ ଯୁଦ୍ଧ ଯୋଗୁଁ ଆମେରିକା ଓ _____________ ଦେଶ ମଧ୍ୟରେ ତିକ୍ତତା ଦେଖାଦେଇଥିଲା ।
Answer:
ରୁଷ୍

୧୬ । ମାର୍ଶାଲ ଯୋଜନାକ ____________ ଦେଶ ତୀବ୍ର ନିନ୍ଦା କରୁଥିଲା ।
Answer:
ରୁଷ୍ ।

D. ଠିକ୍ ଉକ୍ତି ପାଇଁ (✓) ଓ ଭୁଲ ଉକ୍ତି ପାଇଁ (x) ଲେଖ ।

୧। କେତେକ ଐତିହାସିକ ବିଶ୍ଵାସ କରନ୍ତି ଶୀତଳ ଯୁଦ୍ଧ ୧୯୧୮ ମସିହାରେ ଆରମ୍ଭ ହୋଇଥିଲା ।
Answer:
x

୨ । ଯୁକ୍ତରାଷ୍ଟ୍ର ଆମେରିକା ପୁଞ୍ଜିବାଦରେ ବିଶ୍ୱାସ କରୁଥିଲା ।
Answer:

୩। ସାମ୍ୟବାଦରେ ବିଶ୍ବାସ କରୁଥିବା ଦେଶ ଥିଲା ସୋଭିଏତ୍ ରୁଷ୍ ।
Answer:

୪। ଚୀନ୍‌ରେ ଦେଖାଯାଇଥିବା ଗଣବିପ୍ଲବରେ ଆମେରିକା ସାହାଯ୍ୟ କରିଥିଲା ।
Answer:
x

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

୫ । ମାଓ-ସେ-ତୁଙ୍ଗଙ୍କ ନେତୃତ୍ବରେ ଭିଏତ୍‌ନାମ୍‌ରେ ନୂତନ ସରକାର ଗଠନ କରାଯାଇଥିଲା ।
Answer:
x

୬। ଜର୍ମାନୀର ବିଭାଜନ ପରେ ପୂର୍ବ ଜର୍ମାନୀରେ ସାମ୍ୟବାଦୀ ସରକାର ପ୍ରତିଷ୍ଠିତ ହେଲା ।
Answer:

୭ । ଟ୍ରମାନ୍ ନୀତି ଆମେରିକା କଂଗ୍ରେସରେ ୧୯୪୭ ମସିହା ମାର୍ଚ୍ଚ ୧୨ ତାରିଖରେ ଘୋଷଣା କରାଯାଇଥିଲା ।
Answer:

୮ । ଟ୍ରମାନ୍ ଆମେରିକାର ଜଣେ ଅର୍ଥନୀତିଜ୍ଞ ଥିଲେ ।
Answer:
x

୯। ଗରିଲା ଯୁଦ୍ଧ ଗ୍ରୀସ୍ ଦେଶରେ ଦେଖାଯାଇଥିଲା ।
Answer:

୧୦ । ମାର୍ଶାଲ୍ ଯୋଜନା ୧୯୪୬ ମସିହା ଜୁନ୍ ୫ ତାରିଖରେ ଘୋଷଣା କରାଯାଇଥିଲା ।
Answer:
x

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

E. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।
‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । 1

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧। ବର୍ଣ୍ଣାଡ ବାରୁକ୍ ସୋଭିଏତ ରୁଷର ରାଜନୀତିଜ୍ଞ ଥିଲେ ।
Answer:
ଯୁକ୍ତରାଷ୍ଟ୍ର ଆମେରିକା

୨ । ସୋଭିଏତ୍ ରୁଷ୍ ଗଣତନ୍ତ୍ର ଆଦର୍ଶରେ ବିଶ୍ବାସ କରୁଥିଲା ।
Answer:
ସାମ୍ୟବାଦ

୩। ଚୀନୁ ମାର୍ଶାଲ ଯୋଜନାର ତୀବ୍ର ନିନ୍ଦା କରୁଥିଲା ।
Answer:
ସୋଭିଏତ୍ ରୁଷ

୪। ଶୀତଳ ଯୁଦ୍ଧ ଶବ୍ଦଟି ପ୍ରଥମ ବିଶ୍ଵଯୁଦ୍ଧ ପରେ ବ୍ୟବହାର କରାଯାଇଥିଲା ।
Answer:
ଦ୍ୱିତୀୟ ବିଶ୍ୱଯୁଦ୍ଧ

୫। ଫ୍ରାନ୍‌ ସରେ ୧୯୧୭ ମସିହାରେ କୃଷକ ଓ ଶ୍ରମିକମାନେ ଆନ୍ଦୋଳନ କରିଥିଲେ ।
Answer:
ରୁଷିଆ

୬। ୧୯୪୮ ମସିହାରେ ଚୀନ୍‌ରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ?
Answer:
୧୯୪୯

୭। ମାଓ-ସେ-ତୁଙ୍ଗ ୧୮୯୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ ।
Answer:
୧୮୯୩

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

୮ । ଯୁକ୍ତରାଷ୍ଟ୍ର ଆମେରିକା କଂଗ୍ରେସ ଗ୍ରୀସ୍ ଓ ତୁର୍କୀକୁ ୬୦୦ ନିୟୁତ ଡଲାର ମଞ୍ଜୁର କରିଥିଲା ।
Answer:
୪୦୦

୯। ମାର୍ଶାଲ ଯୋଜନା ଟୁମାନ୍ ନୀତିର ବିରୋଧ କରୁଥିଲା ।
Answer:
ସମ୍ପ୍ରସାରଣ

୧୦। ଟୁମାନ୍ ଋଷିଆର ରାଷ୍ଟ୍ରପତି ଥିଲେ ।
Answer:
ଯୁକ୍ତରାଷ୍ଟ୍ର ଆମେରିକା

G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ସୋଭିଏତ୍ ରୁଷ୍ ନିମ୍ନୋକ୍ତ କେଉଁ ଆଦର୍ଶରେ ବିଶ୍ଵାସ କରୁଥିଲା ?
(A) ଗଣତନ୍ତ୍ର
(B) ରାଜତନ୍ତ୍ର
(C) ସାମ୍ୟବାଦୀ
(D) ଲୋକତନ୍ତ୍ର
Answer:
(C) ସାମ୍ୟବାଦୀ

2. ଆମେରିକା ନିମ୍ନୋକ୍ତ କେଉଁ ଆଦର୍ଶରେ ବିଶ୍ଵାସ କରୁଥୁଲା ?
(A) ଗଣତନ୍ତ୍ର
(B) ଲୋକତନ୍ତ୍ର
(c) ରାଜତନ୍ତ୍ର
(D) ପ୍ରଜାତନ୍ତ୍ର
Answer:
(A) ଗଣତନ୍ତ୍ର

3. ୧୯୪୯ ମସିହାରେ ଚୀନ୍ ଦେଶରେ କାହା ନେତୃତ୍ୱରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ?
(A) ଚିଆଙ୍ଗ କାଇଶେକ୍
(B) ମାଇକେଲ୍ ଜିଆଙ୍ଗ
(C) ମାଓ-ସେତୁଙ୍ଗ
(D) ସେକ୍ ଜିଆଇ
Answer:
(C) ମାଓ-ସେତୁଙ୍ଗ

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

4. ନିମ୍ନୋକ୍ତ କେଉଁ ଯୋଜନା ଟୁମାନ୍ ନୀତିର ଏକ ସମ୍ପ୍ରସାରଣ ଥିଲା ?
(A) ମାର୍ଶାଲ୍ ଯୋଜନା
(B) ୱାରସ୍ ଯୋଜନା
(C) ଲିସବନ୍
(D) ବାରୁକ୍
Answer:
(A) ମାର୍ଶାଲ୍ ଯୋଜନା

5. କେଉଁ ଦେଶରେ ୧୯୧୭ ମସିହାରେ କୃଷକ ଓ ଶ୍ରମିକ ଆନ୍ଦୋଳନ ସଂଘଟିତ ହୋଇଥିଲା ?
(A) ଫ୍ରାନ୍ସ
(B) ଇଟାଲୀ
(C) ରୁଷ୍
(D) ଜର୍ମାନୀ
Answer:
(C) ରୁଷ୍

6. କେଉଁ ମସିହାରେ ଚୀନ୍ ଦେଶରେ ମାଓ ସେତୁଙ୍ଗଙ୍କ ନେତୃତ୍ୱରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ?
(A) ୧୯୪୭
(B) ୧୯୪୮
(C) ୧୯୪୯
(D) ୧୯୫୦
Answer:
(C) ୧୯୪୯

7. କେଉଁଟି ଗ୍ରୀସ୍‌ରେ ଗୃହଯୁଦ୍ଧର ସୂତ୍ରପାତ କରାଇବାରେ ଦାୟୀ ଦେଶ ଥିଲା ?
(A) ତୁର୍କୀ
(B) ଜର୍ମାନୀ
(C) ଫ୍ରାନ୍ସ
(D) ବୁଲ୍‌ଗେରିଆ
Answer:
(D) ବୁଲ୍‌ଗେରିଆ

8. ଗ୍ରୀସ୍ କେବେ ସଂଯୁକ୍ତ ରାଷ୍ଟ୍ରସଂଘର ନିରାପତ୍ତା ପରିଷଦରେ ତାହାର ପଡ଼ୋଶୀ ରାଷ୍ଟ୍ର ମାନଙ୍କ ବିରୋଧରେ ଅଭିଯୋଗ କରିଥିଲା ?
(A) ୧୯୪୬ ଡିସେମ୍ବର
(B) ୧୯୪୭ ଜାନୁୟାରୀ
(C) ୧୯୪୭ ମାର୍ଚ୍ଚ
(D) ୧୯୪୭ ଜୁନ୍
Answer:
(A) ୧୯୪୬ ଡିସେମ୍ବର

9. କେଉଁ ଦେଶ ମାର୍ଶାଲ୍ ଯୋଜନାର ତୀବ୍ର ନିନ୍ଦା କରିଥିଲା ?
(A) ଚୀନ୍
(B) ସୋଭିଏତ୍ ରୁଷ୍
(C) ବୁଲଗେରିଆ
(D) ଯୁଗୋସ୍ଲୋଭିଆ
Answer:
(B) ସୋଭିଏତ୍ ରୁଷ୍

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

10. ଶୀତଳ ଯୁଦ୍ଧ ଶବ୍ଦଟିକୁ ପ୍ରଥମେ ବ୍ୟବହାର କରିଥିବା ବର୍ଣ୍ଣାଡ଼ ବାରୁକ୍ କେଉଁ ଦେଶର ନାଗରିକ ଥିଲେ ?
(A) ରୁଷ୍
(B) ପୋଲାଣ୍ଡ
(C) ଜର୍ମାନୀ
(D) ଯୁକ୍ତରାଷ୍ଟ୍ର ଆମେରିକା
Answer:
(D) ଯୁକ୍ତରାଷ୍ଟ୍ର ଆମେରିକା

11. ଟୁମାନ୍ ନୀତିଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକା ଗ୍ରୀସ୍ ଓ ତୁର୍କୀକୁ କେତେ ନିୟୁତ ଡଲାର ଆର୍ଥିକ ସହାୟତା ଦେଇଥିଲା ?
(A) ୩୦୦
(B) ୪୦୦
(C) ୪୫୦
(D) ୫୦୦
Answer:
(B) ୪୦୦

12. କେବେ ଗ୍ରୀସ୍‌କୁ ଯୁକ୍ତରାଷ୍ଟ୍ର ଆମେରିକା ଏକ ଅର୍ଥନୈତିକ ଅନୁଧ୍ୟାନକାରୀ ଦଳ ପଠାଇଥିଲା ?
(A) ୧୯୪୯
(B) ୧୯୫୨
(C) ୧୯୫୫
(D) ୧୯୪୭
Answer:
(D) ୧୯୪୭

13. ୱାଲଟର୍‌ ଲିଫ୍‌ମ୍ୟାନ୍ ବୃତ୍ତିରେ କ’ଣ ଥିଲେ ?
(A) ରାଜନୀତିଜ୍ଞ
(B) ସାମ୍ବାଦିକ
(C) ଆଇନଜୀବୀ
(D) ଶିକ୍ଷକ
Answer:
(B) ସାମ୍ବାଦିକ

14. କେବେ ଗ୍ରୀସ୍ ଓ ତୁର୍କୀର ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଥିଲା ?
(A) ୧୯୪୯
(B) ୧୯୫୦
(C) ୧୯୫୧
(D) ୧୯୫୨
Answer:
(B) ୧୯୫୦

15. କେଉଁ ଯୁଦ୍ଧ ଅସ୍ତ୍ରଶସ୍ତ୍ରର ଯୁଦ୍ଧ ନୁହେଁ ?
(A) ମହାଦେଶୀୟ ଯୁଦ୍ଧ
(B) ଶୀତଳ ଯୁଦ୍ଧ
(C) ସେଦାନ୍ ଯୁଦ୍ଧ
(D) ଦ୍ଵିତୀୟ ବିଶ୍ବଯୁଦ୍ଧ
Answer:
(B) ଶୀତଳ ଯୁଦ୍ଧ

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

16. ଜର୍ମାନୀ ବିଭାଜନ ପରେ ପୂର୍ବ ଜର୍ମାନୀରେ କେଉଁ ଶାସନ ପ୍ରତିଷ୍ଠିତ ହୋଇଥିଲା ?
(A) ଗଣତନ୍ତ୍ର
(B) ଲୋକତନ୍ତ୍ର
(C) ସମାଜବାଦୀ
(D) ସାମ୍ୟବାଦୀ
Answer:
(D) ସାମ୍ୟବାଦୀ

17. ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ କେଉଁ ଦେଶର ସରକାରଙ୍କୁ ସୋଭିଏତ୍ ରୁଷ୍ ଫାସୀବାଦୀ ଏବଂ ପ୍ରତିକ୍ରିୟାଶୀଳ ବୋଲି ଦୋଷାରୋପ କରିଥିଲା ?
(A) ଅଷ୍ଟ୍ରେଲିଆ
(B) ଜାପାନ
(C) ତୁର୍କୀ
(D) ଫ୍ରାନ୍ସସ
Answer:
(C) ତୁର୍କୀ

18. ସାମ୍ୟବାଦର ପ୍ରସାରକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ କେଉଁ ଦେଶ ୧୯୪୭ ମସିହା ଜୁନ୍ ୫ ତାରିଖରେ ମାର୍ଶାଲ ଯୋଜନା ପ୍ରବର୍ତ୍ତନ କରିଥିଲା ?
(A) ଇଟାଲୀ
(B) ଜାପାନ
(C) ଯୁକ୍ତରାଷ୍ଟ୍ର ଆମେରିକା
(D) ବୁଲ୍‌ଗେରିଆ
Answer:
(C) ଯୁକ୍ତରାଷ୍ଟ୍ର ଆମେରିକା

19. ମାର୍ଶାଲ ଯୋଜନାକୁ ଯୁକ୍ତରାଷ୍ଟ୍ର ଆମେରିକାର ସଂଯୁକ୍ତ ରାଷ୍ଟ୍ରସଂଘ ପ୍ରତି ବିଶ୍ୱାସଘାତକତା ଏବଂ ସାମ୍ରାଜ୍ୟବାଦର ଏକ ନମୁନା ରୂପେ କିଏ ଚିତ୍ରଣ କରିଥିଲା ?
(A) ଜାପାନ
(B) ସୋଭିଏତ୍ ରୁଷ୍
(C) ଜର୍ମାନୀ
(D) ଫ୍ରାନ୍ସ
Answer:
(B) ସୋଭିଏତ୍ ରୁଷ୍

20. କେଉଁ ଦେଶ ମାର୍ଶାଲ ଯୋଜନା ମାଧ୍ୟମରେ ଇଉରୋପୀୟ ଦେଶଗୁଡ଼ିକୁ ଯଥେଷ୍ଟ ଆର୍ଥିକ ସହାୟତା ପ୍ରଦାନ କରି ସେଗୁଡ଼ିକୁ ଅର୍ଥନୈତିକ ବିପର୍ଯ୍ୟୟ ତଥା ସାମ୍ୟବାଦର ପ୍ରଭାବରୁ ରକ୍ଷା କରିଥିଲା ?
(A) ସୋଭିଏତ୍ ରୁଷ୍
(B) ଜାପାନ
(C) ଫ୍ରାନ୍ସ
(D) ଯୁକ୍ତରାଷ୍ଟ୍ର ଆମେରିକା
Answer:
(D) ଯୁକ୍ତରାଷ୍ଟ୍ର ଆମେରିକା

BSE Odisha 9th Class History Important Questions Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

21. କେବେ ସୋଭିଏତ୍ ରୁଷ୍ ତୁର୍କୀ ସହିତ ତାହାର ପୁରାତନ ବନ୍ଧୁତ୍ୱ ଚୁକ୍ତି ନବୀକରଣ ନିମନ୍ତେ ମନା କରିଦେଇଥିଲେ ?
(A) ୧୯୪୨
(B) ୧୯୪୫
(C) ୧୯୪୮
(D) ୧୯୪୯
Answer:
(B) ୧୯୪୫

BSE Odisha 9th Class History Notes Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

Odisha State Board BSE Odisha Class 9 History Notes Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ will enable students to study smartly.

BSE Odisha Class 9 History Notes Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:

  • ପ୍ରଥମ ବିଶ୍ଵଯୁଦ୍ଧ ୧୯୧୪ ରୁ ଆରମ୍ଭ ହୋଇ ୧୯୧୮ ମସିହା ପର୍ଯ୍ୟନ୍ତ ଦୀର୍ଘ ଚାରି ବର୍ଷ ଧରି ଚାଲିଥିଲା ।
  • ଏହା ମନୁଷ୍ୟ ଜାତିର ଇତିହାସରେ ସବୁଠାରୁ ଅଧ‌ିକ ମାରାତ୍ମକ, ଶକ୍ତିଶାଳୀ, ସଂଗଠିତ ଓ ଭୟାବହ ଯୁଦ୍ଧ ଥିଲା ।
  • ଏଥ‌ିରେ ଅଧିକାଂଶ ଉନ୍ନତ ଦେଶ ଭାଗ ନେବା ସହିତ ଅନେକ ଆଧୁନିକ ଯୁଦ୍ଧାସ୍ତ୍ର ବ୍ୟବହୃତ ହୋଇଥିଲା ।
  • ଯୁଦ୍ଧରେ ସୈନ୍ୟମାନଙ୍କ ବ୍ୟତୀତ ଜନସାଧାରଣଙ୍କୁ ମଧ୍ୟ ପ୍ରକାରାନ୍ତରେ ଭାଗ ନେବାକୁ ପଡ଼ିଥିଲା ।
  • ପ୍ରଥମ ବିଶ୍ଵଯୁଦ୍ଧର କୋଡ଼ିଏ ବର୍ଷ ପରେ ଦ୍ବିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା ।
  • କେତେଗୁଡ଼ିଏ ସୁଦୂର ଓ ଆସନ୍ନ କାରଣ ଏହି ଯୁଦ୍ଧ ପାଇଁ ଦାୟୀ ଥିଲା ।

→ ବିଷୟବସ୍ତୁର ରୂପରେଖ:

  • ପ୍ରଥମ ବିଶ୍ଵଯୁଦ୍ଧର କାରଣ : ସୁଦୂର ଓ ଆସନ୍ନ କାରଣ
  • ଯୁଦ୍ଧର ପରସର ବିରୋଧୀ ପଷ
  • ଯୁଦ୍ଧର ଫଳାଫଳ

BSE Odisha 9th Class History Notes Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

→ ପ୍ରଥମ ବିଶ୍ଵଯୁଦ୍ଧର କାରଣ :

(1) କୂଟନୈତିକ ଚୁକ୍ତି :

  • ୧୮୭୧ ମସିହା ମେ ୧୦ ତାରିଖରେ ଫ୍ରାଙ୍କ୍‌ଫର୍ଟ ଶାନ୍ତିଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
  • ୧୮୮୨ ମସିହାରେ ଜର୍ମାନୀ, ଅଷ୍ଟ୍ରିଆ ଓ ଇଟାଲୀକୁ ନେଇ ‘ତ୍ରିଶକ୍ତି ମେଣ୍ଟ’ (Triple Alliance) ଗଠିତ ହୋଇଥିଲା ।
  • ୧୯୦୭ ମସିହାରେ ଇଂଲାଣ୍ଡ, ରୁଷିଆ ଓ ଫ୍ରାନ୍ସ ମଧ୍ୟରେ ‘ତ୍ରିମିତ୍ର ପକ୍ଷ’ (Triple Entente) ଗଠିତ ହୋଇଥିଲା ।

(2) ଉଗ୍ର ଜାତୀୟତାବାଦ, ସାମରିକ ପ୍ରତିଯୋଗିତା, ସାମ୍ରାଜ୍ୟବାଦ ନୀତି, ଜର୍ମାନୀର ପ୍ରାଚ୍ୟ ନୀତି, ମରଵେ ସଙ୍କଟ, ବୋସ୍‌ନିଆ – ହର୍ଜିଗୋଭିନା ସମସ୍ୟା, ଅଗାଦିର ସଙ୍କଟ, ବଲକାନ୍ ସମସ୍ୟା, କାଇଜର ଦ୍ବିତୀୟ ଉଇଲିୟମ୍‌ଙ୍କ ନୀତି ଓ ଆନ୍ତର୍ଜାତିକ ସଙ୍ଗଠନର ଅଭାବ ଇତ୍ୟାଦି ପ୍ରଥମ ବିଶ୍ବଯୁଦ୍ଧର ସୁଦୂର କାରଣ ଥିଲା ।
(3) ପାନ୍ତର :

  • ଏହା ଏକ ଯୁଦ୍ଧ ଜାହାଜ । ଫ୍ରାନ୍ସକୁ ଧମକ ଦେବା ଉଦ୍ଦେଶ୍ୟରେ ଜର୍ମାନୀର କାଇଜର ମରକ୍କୋର ଅଗାଦି ବନ୍ଦରକୁ ଏହାକୁ ପଠାଇଥିଲେ ।

ଫ୍ରାଙ୍କ୍‌ଫର୍ଟ ଚୁକ୍ତି – ୧୮୭୧ ମେ ୧୦
ତ୍ରିଶକ୍ତି ମେଣ୍ଟ – ୧୮୮୨ ମସିହା
ତ୍ରିମିତ୍ର ପକ୍ଷ – ୧୯୦୭ ମସିହା

→ ଆସନ୍ନ କାରଣ :

  • ୧୯୧୪ ମସିହା ଜୁନ୍ ୨୮ ତାରିଖରେ ଅଷ୍ଟ୍ରିଆ-ହଙ୍ଗେରୀର ଯୁବରାଜ ଫ୍ରାନ୍‌ସିସ୍ ଫର୍ଜିନାଣ୍ଡ ଓ ତାଙ୍କ ପତ୍ନୀ ସୋଫିଆଙ୍କୁ ବୋସ୍‌ନିଆ ରାଜ୍ୟର ରାଜଧାନୀ ସାରାଜେଭୋଠାରେ ଜଣେ ସର୍ବ ଜାତିର ଯୁବକ ଗୁଳିକରି ହତ୍ୟା କରିଥିଲା ।
  • ଫଳରେ ୧୯୧୪ ମସିହା ଜୁଲାଇ ୨୮ ତାରିଖରେ ଅଷ୍ଟ୍ରିଆ-ହଙ୍ଗେରୀ ସର୍ବିଆ ଉପରେ ଆକ୍ରମଣ କରିବାରୁ ପ୍ରଥମ ବିଶ୍ବଯୁଦ୍ଧର ସୂତ୍ରପାତ ହୋଇଥିଲା ।

→ ଯୁଦ୍ଧର ପରସ୍ପର ବିରୋଧୀ ପକ୍ଷ :

  • କେନ୍ଦ୍ରଶକ୍ତି : ଜର୍ମାନୀ, ଅଷ୍ଟ୍ରିଆ, ତୁର୍କୀ ଓ ବୁଲ୍‌ଗେରିଆ ଇତ୍ୟାଦି ଦେଶମାନଙ୍କୁ ନେଇ ‘କେନ୍ଦ୍ରଶକ୍ତି’ ଗଠିତ ହୋଇଥିଲା ।
  • ମିତ୍ରଶକ୍ତି : ଫ୍ରାନ୍ସ, ସର୍ବିଆ, ରୁଷିଆ, ଇଂଲାଣ୍ଡ, ବେଲଜିୟମ୍, ପର୍ତ୍ତୁଗାଲ, ଗ୍ରୀସ୍, ରୁମାନିଆ, ଜାପାନ ଓ ଚୀକୁ ନେଇ ‘ମିତ୍ରଶକ୍ତି’ ଗଠିତ ହୋଇଥିଲା ।

BSE Odisha 9th Class History Notes Chapter 2 ପ୍ରଥମ ବିଶ୍ୱଯୁଦ୍ଧ

→ ଯୁଦ୍ଧର ଫଳାଫଳ :

  • ପ୍ରଥମ ବିଶ୍ଵଯୁଦ୍ଧରେ ଉଭୟ ପକ୍ଷର ୩୬ଟି ରାଷ୍ଟ୍ରର ୬୫୦ ଲକ୍ଷରୁ ଅଧିକ ଲୋକ ଯୁଦ୍ଧରେ ଅଂଶଗ୍ରହଣ କରିଥିଲେ ।
  • ଏଥିରେ ୧୩୦ ଲକ୍ଷରୁ ଅଧ‌ିକ ଲୋକ ନିହତ, ୨୨୦ ଲକ୍ଷରୁ ଅଧ୍ଵ ଲୋକ ଆହତ ଏବଂ ୭୦ ଲକ୍ଷରୁ ଅଧିକ ଲୋକ ପଙ୍ଗୁ ହୋଇଥିଲେ ।

BSE Odisha 9th Class History Notes Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

(1) ପ୍ରଥମ ବିଶ୍ଵଯୁଦ୍ଧର ରାଜନୈତିକ ପରିଣାମ :

  • ରାଜତନ୍ତ୍ର ଶାସନର ଲୋପ, ଗଣତନ୍ତ୍ରର ବିକାଶ, ଆନ୍ତର୍ଜ।ଡିକଡ।ବାଦର କ୍ରମବିକାଶ ଓ ଜାତୀୟତାବାଦର ବିକାଶ ।

(2) ଅର୍ଥନୈତିକ ପରିଣାମ :

  • ପ୍ରଥମ ବିଶ୍ବଯୁଦ୍ଧରେ ପ୍ରାୟ ପ୍ରତ୍ୟକ୍ଷ ଭାବେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଜିନିଷପତ୍ରର ଦରଦାମ୍ ବୃଦ୍ଧି ଓ ଜନସାଧାରଣଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହେତୁ ସେମାନେ ଦୁଃଖ କଷ୍ଟରେ ଜୀବନଯାପନ କରିଥିଲେ ।
  • ମୁଦ୍ରାଙ୍ଗୀତି ଦେଖାଯିବା ଫଳରେ ଟଙ୍କାର ମୂଲ୍ୟ ହ୍ରାସ ପାଇଥିଲା । ଅତ୍ୟଧ୍ଵ ଋଣ ଯୋଗୁଁ କାଗଜ ଟଙ୍କା ପ୍ରଚଳନ କରାଯାଇଥିଲା । ସରକାରଙ୍କଦ୍ବାରା ଗୃହୀତ ଅର୍ଥନୀତି ଲୋକମାନଙ୍କ ସମସ୍ୟା ଓ ଦୁଃଖକୁ ଅଧ‌ିକ ଉତ୍କଟ କରିଦେଇଥିଲା ।
  • ଆର୍ଥିକ ଆବଶ୍ୟକତାକୁ ପୂରଣ କରିବାପାଇଁ ସରକାର ବିଭିନ୍ନ ପ୍ରକାର ଟିକସ ବ୍ୟବସ୍ଥା ପ୍ରଚଳନ କରିଥିଲେ । ଅତିମାତ୍ରାରେ ଟିକସ ବୋଝ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରିଥିଲା ।

କେନ୍ଦ୍ରଶକ୍ତି : ଜର୍ମାନୀ, ଅଷ୍ଟ୍ରିଆ, ତୁର୍କୀ, ବୁଲଗେରିଆ
ମିତ୍ରଶକ୍ତି : ଫ୍ରାନ୍ସ, ସର୍ବିଆ, ରୁଷିଆ, ଇଂଲଣ୍ଡ, ବେଲଜିୟମ, ପର୍ତ୍ତୁଗାଲ, ଗ୍ରୀସ୍, ରୁମାନିଆ, ଜାପାନ, ଚୀନ୍

ବ୍ଲାକ୍‌ହ୍ୟାଣ୍ଡ – ସର୍ବିଆର ଗୁପ୍ତ ସଂଗଠନ
ଜାର – ରୁଷିଆ ଓ ବୁଲଗେରିଆର ଶାସନ
ସୁଲତାନ୍ – ତୁର୍କୀର ଶାସକ
ନିକଟ ପ୍ରାଚ୍ୟ – ବଲକାନ୍ ଅଞ୍ଚଳ
ମଧ୍ୟ ପ୍ରାଚ୍ୟ – ଭୂମଧ୍ଯସାଗର ଓ ଭାରତ ମହାସାଗରର ମଧ୍ୟବର୍ତ୍ତୀ ଅଞ୍ଚଳ
ଦୂରପ୍ରାଚ୍ୟ – ପୂର୍ବ ସାଇବେରି ଆରୁ ଇଣ୍ତେ।ନେସିଆ ପର୍ଯନ୍ତ
ଜର୍ମ।ନା – ହୋଏନଜୋଲେଶ୍ବ
ଅଷ୍ଟ୍ରିଆ – ହାପ୍‌ସବର୍ଗ
ରୁଷିଆ – ରୋମାନୋଭ୍

ପ୍ୟାରିସ ଶାନ୍ତି ସମ୍ମିଳନୀ – ୧୯୧୯ ଜାନୁୟାରୀ ୧୮ ତାରିଖରେ ଫ୍ରାନ୍ସର ପ୍ରଧାନମନ୍ତୀ କି୍ମେନ୍ ସୁଙ୍କ ସଭାପତିତ୍ୱରେ ପ୍ୟାରିସ୍ତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ କେବଳ ବିଜୟୀ ରାଷ୍ଟ୍ର ଓ ସେମାନଙ୍କର ସହଯୋଗୀ ରାଷ୍ଟ୍ରର ପ୍ରତିନିଧୁମାନେ ଯୋଗ ଦେଇଥିଲେ ।

BSE Odisha 9th Class History Notes Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

(3) ସାମାଜିକ ପରିଣାମ :

  • ମହିଳାମାନଙ୍କ ଜୀବନରେ ପ୍ରଥମ ବିଶ୍ୱଯୁଦ୍ଧ ଅନେକ ପରିବର୍ତ୍ତନ ଆଣିଥିଲା । ଯୁଦ୍ଧ ସାମଗ୍ରୀ ଉତ୍ପାଦନ ଶିଳ୍ପମାନଙ୍କର ପୁରୁଷମାନଙ୍କ ଯୋଗଦାନ ଫଳରେ ଅନ୍ୟାନ୍ୟ କ୍ଷେତ୍ରରେ ମହିଳାମାନେ କାମ କରିବାର ସୁଯୋଗ ପାଇଲେ ।
  • ମହିଳାମାନେ ରାଜନୈତିକ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ଓ ସେମାନଙ୍କର ମର୍ଯ୍ୟାଦା ଓ ସାମାଜିକ ସ୍ଥିତି ବୃଦ୍ଧି ପାଇଥିଲା ।
  • ଏହି ଯୁଦ୍ଧରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଜାତି ଓ ବର୍ଣ୍ଣର ଲୋକମାନେ ଅଂଶଗ୍ରହଣ କରିବା ଫଳରେ ସେମାନଙ୍କ ମଧ୍ୟରେ ଜାତିଗତ ଓ ବର୍ଣ୍ଣଗତ ବିଦ୍ବେଷ ହ୍ରାସ ପାଇଥିଲା ।
  • ଶ୍ରମିକ ଶ୍ରେଣୀର ପୁନରୁତ୍ଥାନ ଅନ୍ୟ ଏକ ସାମାଜିକ ପରିଣାମ ଦେଖାଦେଇଥିଲା । ଶ୍ରମିକମାନେ ଦେଶର ରାଜନୀତିରେ ବିଶିଷ୍ଟ ସ୍ଥାନ ଲାଭ କଲେ ଓ ସେମାନଙ୍କର ଦାବି ପୂରଣ ପାଇଁ ଶ୍ରମିକ ଆନ୍ଦୋଳନ ଆରମ୍ଭ କରିଥିଲେ ।
  • ଶିକ୍ଷା କ୍ଷେତ୍ରରେ ଶିହ୍ବଳତା ଅନ୍ୟ ଏକ ସାମାଜିକ ଉପଲବଧୂ ଥିଲା । ଯୁଦ୍ଧରେ ଅଂଶଗ୍ରହଣ ପାଇଁ ବିଦ୍ୟାର୍ଥୀମାନଙ୍କ ଯୋଗଦାନ ଫଳରେ ଶିକ୍ଷାରେ ଶିଥୁଳତା ଆସିଥିଲା । ଅନେକ ଶିକ୍ଷାନୁଷ୍ଠାନ ନିଷ୍କ୍ରିୟ ହୋଇ ବନ୍ଦ ହୋଇଯାଇଥିଲା ।

(4) ବୈଜ୍ଞାନିକ ପରିଣାମ :

  • ପ୍ରଥମ ବିଶ୍ଵଯୁଦ୍ଧରେ ଉଡ଼ାଜାହାଜ, ବୁଡ଼ାଜାହାଜ, ବୋମା ଓ ବିଷାକ୍ତ ଗ୍ୟାସ୍‌ ବ୍ୟବହାର ପ୍ରଥମ ଥର ପାଇଁ କରାଯାଇଥିଲା ।
  • ବିଜ୍ଞାନ କ୍ଷେତ୍ରରେ ଅଧ‌ିକ ଆବିଷ୍କାର ଓ ଉଦ୍ଭାବନ କରିବାପାଇଁ ବୈଜ୍ଞାନିକମାନଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଇଥିଲା ।
  • ବିଜ୍ଞାନର ବିକାଶ ତଥା ଆଧୁନିକ ବୈଜ୍ଞାନିକ ଉପକରଣ ନିର୍ମାଣ କରିବାପାଇଁ ଦେଶମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତାମୂଳକ ମନୋଭାବ ଜାଗ୍ରତ ହୋଇଥିଲା ।

(5) ସାଂସ୍କୃତିକ ପରିଣାମ :

  • ପ୍ରଥମ ବିଶ୍ୱଯୁଦ୍ଧ କାଳରେ ଅନେକ ସାହିତ୍ୟିକ, ଐତିହାସିକ, ବୈଜ୍ଞାନିକ, କଳାକାର ପ୍ରଭୃତି ନିହତ ହେବା ବ୍ୟତୀତ ବହୁସଂଖ୍ୟକ ଐତିହ୍ୟସମ୍ପନ୍ନ ଅଟ୍ଟାଳିକା, ଦୁର୍ଗ ସହିତ ବିଦ୍ୟାଳୟ, ପ୍ରେକ୍ଷାଳୟ, ଚିକିତ୍ସାଳୟ, ରେଳପଥ, ସଡ଼କପଥ, ଶିଳ୍ପାନୁଷ୍ଠାନ ଧ୍ବଂସ ପାଇଥିଲା ।
  • ସାଂସ୍କୃତିକ କ୍ଷେତ୍ରରେ ପ୍ରଥମ ବିଶ୍ୱଯୁଦ୍ଧର ପରିଣାମ ଥିଲା ନକାରାତ୍ମକ । ଏହା ବିଶ୍ଵସଂସ୍କୃତିର ବହୁ କ୍ଷତି ସାଧନ କରିଥିଲା ।

BSE Odisha 9th Class History Notes Chapter 2 ପ୍ରଥମ ବିଶ୍ୱଯୁଦ୍ଧ : କାରଣ ଓ ଫଳାଫଳ

୧୮୭୦ ଖ୍ରୀ.ଅ. — ଫ୍ରାନ୍ସ ଓ ପ୍ରୁସିଆ ମଧ୍ୟରେ ସିଦାନ୍ ଯୁଦ୍ଧ ସଂଘଟିତ, ଫ୍ରାନ୍ସ ପରାସ୍ତ ।
୧୮୭୭ ଖ୍ରୀ.ଅ. — ରୁଷିଆ ଓ ତୁର୍କୀ ମଧ୍ୟରେ ଯୁଦ୍ଧ ।
୧୮୭୮ ଖ୍ରୀ.ଅ. — ବର୍ଲିନ୍ ମହାସଭାରେ ବଲ୍‌କାନ୍ ଅଞ୍ଚଳରେ ଅଷ୍ଟ୍ରିଆର ପ୍ରବେଶ ପ୍ରତି ବିସ୍‌ମାର୍କଙ୍କ ସମର୍ଥନ ଘୋଷଣାଦ୍ଵାରା ରୁଷିଆ ଅସନ୍ତୁଷ୍ଟ ।
୧୮୭୯ ଖ୍ରୀ.ଅ. — ବିସ୍‌ମାର୍କଙ୍କର ଅଷ୍ଟ୍ରିଆ ସହିତ ରାଜିନାମା ସ୍ବାକ୍ଷର ।
୧୮୮୨ ଖ୍ରୀ.ଅ. — ଅଷ୍ଟ୍ରିଆ ରାଜିନାମାରେ ଇଟାଲୀର ଯୋଗଦାନ ।
୧୮୯୦ ଖ୍ରୀ.ଅ. — ବିସ୍‌ମାର୍କଙ୍କ ପତନ ।
୧୮୯୪ ଖ୍ରୀ.ଅ. — ରୁଷିଆ ଓ ଫ୍ରାନ୍ସ ମଧ୍ୟରେ ସାମରିକ ଚୁକ୍ତି ସ୍ୱାକ୍ଷର ।
୧୮୯୯ ଖ୍ରୀ.ଅ.
୧୯୦୭ ଖ୍ରୀ.ଅ. }  ହେଗ୍ରାଠାରେ ଅନୁଷ୍ଠିତ ସମ୍ମିଳନୀରେ ଯୁଦ୍ଧ ନିବାରଣ ଆଇନ ପ୍ରଣୟନ ।
୧୯୦୨ ଖ୍ରୀ.ଅ. — ଇଂଲାଣ୍ଡର ଜାପାନ ସହିତ ଚୁକ୍ତି ସ୍ବାକ୍ଷର ।
୧୯୦୪ ଖ୍ରୀ.ଅ. — ଇଂଲାଣ୍ଡର ଫ୍ରାନ୍ସ ସହିତ ଚୁକ୍ତି ସ୍ବାକ୍ଷର ।
୧୯୦୫ ଖ୍ରୀ.ଅ. — କାଇଜରଙ୍କ ମରକ୍କୋ ସୁଲତାନଙ୍କୁ ସୁରକ୍ଷା ଘୋଷଣା ।
୧୯୦୬ ଖ୍ରୀ.ଅ. — ଆଲଜେସିରାସ୍ ସମ୍ମିଳନୀ ଅନୁଷ୍ଠିତ ।
୧୯୦୭ ଖ୍ରୀ.ଅ. — ଇଂଲଣ୍ଡର ରୁଷିଆ ସହିତ ଚୁକ୍ତି ସ୍ୱାକ୍ଷର ।
୧୯୦୭ ଖ୍ରୀ.ଅ. — ଜର୍ମାନୀକୁ ଔପନିବେଶିକ ପ୍ରତିଦ୍ବନ୍ଦିତାରୁ ହଟାଇବାପାଇଁ ଇଂଲାଣ୍ଡର ଫ୍ରାନ୍ସ ସହିତ ସମ୍ପର୍କ ସ୍ଥାପନ ।
୧୯୦୮ ଖ୍ରୀ.ଅ. — (ଅକ୍ଟୋବର ୨) ଅଷ୍ଟ୍ରିଆ ସାମ୍ରାଜ୍ୟରେ ବୋସ୍‌ନିଆ ଓ ହର୍ଜିଗୋଭିନାର ମିଶ୍ରଣ ।
୧୯୧୧ ଖ୍ରୀ.ଅ. — ମରକ୍କୋ ଅଧିକାର ପ୍ରଶ୍ନ ନେଇ ଫ୍ରାନ୍ସ ଓ ଜର୍ମାନୀ ମଧ୍ୟରେ ଯୁଦ୍ଧର ଆଶଙ୍କା ।
୧୯୧୧-୧୩ ଖ୍ରୀ.ଅ. — ବଲ୍‌କାନ୍‌ ଯୁଦ୍ଧ ସଂଘଟିତ ।
୧୯୧୪ ଖ୍ରୀ.ଅ. — (ଜୁନ୍ ୨୮) ଅଷ୍ଟ୍ରିଆ-ହଙ୍ଗେରୀର ଯୁବରାଜ ଫ୍ରାନ୍‌ସିସ୍ ଫର୍ଜିନାଣ୍ଡ ଓ ତାଙ୍କ ପତ୍ନୀ ସୋଫିଆଙ୍କୁ ବୋସ୍‌ନିଆର ରାଜଧାନୀ ସାରାଜେଭୋଠାରେ ହତ୍ୟା ।
୧୯୧୪ ଖ୍ରୀ.ଅ.— (ଜୁଲାଇ ୨୮) ପ୍ରଥମ ବିଶ୍ୱଯୁଦ୍ଧର ସୂତ୍ରପାତ ।
୧୯୧୫ ଖ୍ରୀ.ଅ. — ଇଟାଲୀ ମିତ୍ରଶକ୍ତି ପକ୍ଷରେ ଯୁଦ୍ଧରେ ଯୋଗଦାନ ।
୧୯୧୭ ଖ୍ରୀ.ଅ. —ଯୁକ୍ତରାଷ୍ଟ୍ର ଆମେରିକାର ମିତ୍ରଶକ୍ତି ସପକ୍ଷରେ ପ୍ରଥମ ବିଶ୍ବଯୁଦ୍ଧରେ ଯୋଗଦାନ ଓ ରୁଷର ପ୍ରଥମ ବିଶ୍ୱଯୁଦ୍ଧରୁ ବିଦାୟ ।
୧୯୧୮ ଖ୍ରୀ.ଅ. — ଜର୍ମାନୀ ସମ୍ରାଟ କାଇଜର ଦ୍ବିତୀୟ ଉଇଲିୟମ୍ଙ୍କର ସ୍ବେଚ୍ଛାକୃତ ଭାବେ ରାଜଗାଦି ତ୍ୟାଗ ଏବଂ ହଲାଣ୍ଡ ଦେଶକୁ ପଳାୟନ ।
୧୯୧୯ ଖ୍ରୀ.ଅ. — ଫ୍ରାନ୍ସ ପ୍ରଧାନମନ୍ତ୍ରୀ କ୍ଲିମେନ୍‌ସୁଙ୍କ ସଭାପତିତ୍ୱରେ ପ୍ୟାରିସ୍ ଶାନ୍ତ ସମ୍ମିଳନୀ ଆହୂତ ।
୧୯୯୨ ଖ୍ରୀ.ଅ. — (ଏପ୍ରିଲ୍ ୨୭) ସର୍ବିଆ ଏକ ସ୍ବାଧୀନ ରାଷ୍ଟ୍ର ରୂପେ ଗଠିତ ।

BSE Odisha 9th Class History Notes Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

Odisha State Board BSE Odisha Class 9 History Notes Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ will enable students to study smartly.

BSE Odisha Class 9 History Notes Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ଉପକ୍ରମ:

  • ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ସାମ୍ୟବାଦୀ ରାଷ୍ଟ୍ର ସୋଭିଏତ୍ ରୁଷ୍ ଓ ପୁଞ୍ଜିବାଦୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ବରେ ସମଗ୍ର ବିଶ୍ଵ ଦୁଇଟି ବିବଦମାନ ଗୋଷ୍ଠୀରେ ବିଭକ୍ତ ହୋଇ ଶୀତଳ ଯୁଦ୍ଧର ବାତାବରଣ ସୃଷ୍ଟି କରିଥିଲେ ।
  • ଏସିଆ ଓ ଆଫ୍ରିକା ମହାଦେଶର ଅନେକ ରାଷ୍ଟ୍ର ଏହି ଦୁଇ ଗୋଷ୍ଠୀରେ ସାମିଲ ନ ହୋଇ ନିଜର ଜାତୀୟ ପୁନର୍ଗଠନ ଓ ଅର୍ଥନୈତିକ ଉନ୍ନତି ନିମନ୍ତେ ଉଦ୍ୟମ କଲେ ।
  • ସେମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସହଯୋଗ ବୃଦ୍ଧିପାଇ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଅୟମାରମ୍ଭ ହେଲା ।
  • ସାମ୍ୟବାଦୀ ବା ପୁଞ୍ଜିବାଦୀ ଗୋଷ୍ଠୀ ମଧ୍ୟରୁ କୌଣସି ଗୋଷ୍ଠୀରେ ଯୋଗ ନଦେଇ ନିରପେକ୍ଷ ଭାବରେ କାର୍ଯ୍ୟ କରିବାକୁ ଗୋଷ୍ଠୀ ନିରପେକ୍ଷତା (Non-Alignment) କୁହାଯାଏ ।

BSE Odisha 9th Class History Notes Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

ବିଷୟବସ୍ତୁର ରୂପରେଖ:

  • ବାନ୍ଦୁଙ୍ଗ୍ ସମ୍ମିଳନୀ
  • ପଞ୍ଚଶୀଳ ନୀତି
  • ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଅଗ୍ରଗତି
  • ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଅବଦାନ

ବାନ୍ଦୁଙ୍ଗ ସମ୍ମିଳନୀ
→ ବାନ୍ଦୁଙ୍ଗ ସମ୍ମିଳନୀ:

  • ୧୯୫୫ ମସିହା ଏପ୍ରିଲ ମାସରେ ୨୩ ଗୋଟି ଏସୀୟ ଓ ୬ ଗୋଟି ଆଫ୍ରିକୀୟ ରାଷ୍ଟ୍ର ଇଣ୍ଡୋନେସିଆର ପଶ୍ଚିମ ଜାଭାର ବାହୁଙ୍ଗାଠାରେ ସମ୍ମିଳିତ ହୋଇ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରିଥିଲେ ।
  • ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଦ୍ଵାରା ଉପସ୍ଥାପିତ ପଞ୍ଚଶୀଳ ନୀତି ସମସ୍ତ ସଭ୍ୟ ରାଷ୍ଟ୍ରଗଣ ପାଳନ କରିବା ପାଇଁ ସ୍ଥିର ହୋଇଥିଲା ।
  • ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣୋ, ୟୁଗୋସ୍ଲୋଭିଆର ରାଷ୍ଟ୍ରପତି ମାର୍ଶାଲ୍ ଟିଟୋ ଓ ଇଜିପ୍ଟର ରାଷ୍ଟ୍ରପତି ଅବ୍‌ଦୁଲ୍ ନାସେରଙ୍କ ସହଯୋଗରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ପରିପୁଷ୍ଟ ହୋଇଥିଲା ଓ ତୃତୀୟ ବିଶ୍ଵ (Third world) ଜନ୍ମ ନେଇଥିଲା ।

→ ପଞ୍ଚଶୀଳ ନୀତି:

  • ୧୯୫୪ ମସିହାରେ ଭାରତ ଓ ଚୀନ୍ ମଧ୍ୟରେ ପ୍ରଥମେ ପଞ୍ଚଶୀଳ ନୀତି ସମ୍ପାଦିତ ହୋଇଥିଲା । ଏଥ‌ିରେ ପାଞ୍ଚଟି ନୀତି ଥିଲା; ଯଥା—
  • ଅନ୍ୟ ରାଷ୍ଟ୍ରର ସୀମା ଓ ସାର୍ବଭୌମତ୍ବ ପ୍ରତି ସମ୍ମାନ ।
  • ଅନ୍ୟ ରାଷ୍ଟ୍ର ଉପରେ ଆକ୍ରମଣରୁ ବିରତ ରହିବା ।
  • ଅନ୍ୟ ରାଷ୍ଟ୍ରର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା ।
  • ଅନ୍ୟ ରାଷ୍ଟ୍ର ସହ ସମାନତା ଭିତ୍ତିରେ ବନ୍ଧୁତ୍ବ ପ୍ରତିଷ୍ଠା କରିବା ।
  • ପରସ୍ପର ପ୍ରତି ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତି ଅବଲମ୍ବନ କରିବା ।

BSE Odisha 9th Class History Notes Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

ପଞ୍ଚଶୀଳ ନୀତି
→ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଅଗ୍ରଗତି:

  • ପରସ୍ପର ମଧ୍ୟରେ ସହଯୋଗ ଓ ଉତ୍ତମ ବୁଝାମଣା ପାଇଁ ତଥା ବିଶ୍ବରେ ଶାନ୍ତି ସ୍ଥାପନ ନିମନ୍ତେ ପୃଥ‌ିବୀରେ ବିଭିନ୍ନ ସ୍ଥାନରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ସମ୍ମିଳନୀମାନ ହୋଇଥିଲା । ସେସବୁ ସମ୍ମିଳନୀର ବିବରଣୀ ନିମ୍ନସ୍ଥ ସାରଣୀରେ ଦିଆଗଲା ।

ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଅଗ୍ରଗତି

BSE Odisha 9th Class History Notes Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

→ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଅବଦାନ:

  • ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଶୀତଳ ଯୁଦ୍ଧର ଅନ୍ତ ଦିଗରେ ସଫଳ ପଦକ୍ଷେପ ନେଇପାରିଛି । ଏହା ବିଶ୍ଵରୁ ଉପନିବେଶବାଦର ବିଲୟକୁ ତ୍ୱରାନ୍ବିତ କରିଛି ।
  • ଦକ୍ଷିଣ ଆଫ୍ରିକାର ଘୃଣ୍ୟ ବର୍ଣ୍ଣବୈଷମ୍ୟ ବିଲୋପ ଦିଗରେ ଏହାର ଉଦ୍ୟମ ପ୍ରଶଂସନୀୟ ।
  • ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ, କେନ୍ଦ୍ରୀୟ ଚୁକ୍ତି ସଙ୍ଗଠନ ଓ ୱାରସ୍ ଚୁକ୍ତି ଆଦିର ବିଫଳତାରୁ ଏହାର କାର୍ଯ୍ୟଦକ୍ଷତା ପ୍ରମାଣିତ ହୋଇଥାଏ ।
  • ଏହି ଆନ୍ଦୋଳନ ଯୋଗୁଁ ଦୁର୍ବଳ ରାଷ୍ଟ୍ରମାନଙ୍କୁ ସ୍ୱତନ୍ତ୍ର ପରିଚୟ ମିଳିଛି ଓ ଏମାନେ ତୃତୀୟ ବିଶ୍ଵର ଶକ୍ତିଭାବେ ମାନବୀୟ ଭ୍ରାତୃତ୍ଵର ସଫଳ ପ୍ରସାର କରିପାରିଛନ୍ତି ।

BSE Odisha 9th Class History Notes Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

Odisha State Board BSE Odisha Class 9 History Notes Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ will enable students to study smartly.

BSE Odisha Class 9 History Notes Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ଉପକ୍ରମ:

  • ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ଗଣତନ୍ତ୍ରବାଦୀ ଯୁକ୍ତରାଷ୍ଟ୍ର ଆମେରିକା ଓ ସାମ୍ୟବାଦୀ ସୋଭିଏତ୍ ରୁଷ୍ ବିଶ୍ଵ ରାଜନୀତିରେ ବୃହତ୍ ଶକ୍ତି ରୂପରେ ଆବିର୍ଭୂତ ହେଲେ ।
  • ଉଭୟ ରାଷ୍ଟ୍ର ମଧ୍ୟରେ ଆଦର୍ଶଗତ ପ୍ରଭେଦ ଏବଂ କ୍ରମାଗତ ଉତ୍ତେଜନା ଓ ଦ୍ବନ୍ଦ ଆନ୍ତର୍ଜାତିକ ରାଜନୀତିକ ପରିବେଶ ଉପରେ ଗଭୀର ପ୍ରଭାବ ପକାଇଥଲା ।
  • ‘ଶୀତଳ ଯୁଦ୍ଧ’ ଶବ୍ଦଟି ପ୍ରଥମେ ଆମେରିକାର ରାଜନୀତିଜ୍ଞ ବର୍ଣ୍ଣାଡ୍ ବାରୁକ୍‌ଙ୍କଦ୍ୱାରା ବ୍ୟବହୃତ ହୋଇଥିଲା । ଆମେରିକୀୟ ସମ୍ବାଦିକ ୱାଲଟର୍‌ ଲିପ୍‌ମାନଙ୍କଦ୍ୱାରା ଏହା ଜନପ୍ରିୟ ହୋଇଥିଲା ।

BSE Odisha 9th Class History Notes Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

ବିଷୟବସ୍ତୁର ରୂପରେଖ:

  • ଶୀତଳ ଯୁଦ୍ଧର କାରଣ
  • ମାଓ ସେ ତୁଙ୍ଗ
  • ଶୀତଳ ଯୁଦ୍ଧର ପ୍ରସାର ଓ ଫଳାଫଳ
  • ମାର୍ଶାଲ୍ ଯୋଜନା

ଶୀତଳ ଯୁଦ୍ଧର କାରଣ
→ ଶୀତଳ ଯୁଦ୍ଧର କାରଣ:

  • ଦୁଇ ବୃହତ୍ ଶକ୍ତି; ଯଥା— ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ମଧ୍ୟରେ ଆଦର୍ଶଗତ ପାର୍ଥକ୍ୟ ଥିଲା ।
  • ଯୁକ୍ତରାଷ୍ଟ୍ର ଆମେରିକା ଗଣତନ୍ତ୍ରବାଦୀ ଥ‌ିବାବେଳେ ସୋଭିଏତ୍ ରୁଷ୍ ସାମ୍ୟବାଦୀ ଥିଲା ।
  • ବିଶ୍ୱ ରାଜନୀତିରେ ଉଭୟ ରାଷ୍ଟ୍ର ମଧ୍ୟରେ ପ୍ରବଳ ପ୍ରତିଦ୍ବନ୍ଦିତା, କ୍ରମାଗତ ଈର୍ଷା, ଶତ୍ରୁତା, କୁତ୍ସାରଟନା, ବିରୋଧାତ୍ମକ ପ୍ରଚାର ସହ କୂଟନୈତିକ ଯୁଦ୍ଧ ଆରମ୍ଭ ହେଲା ।

ମାଓ ସେ ତୁଙ୍ଗ

BSE Odisha 9th Class History Notes Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

→ ମାଓ ସେ ତୁଙ୍ଗ:

  • ୧୯୪୯ ମସିହାରେ ରୁଷ୍ ସହାୟତାରେ ଚୀନ୍ ଦେଶରେ ଗଣବିପ୍ଳବ ମାଧ୍ୟମରେ ମାଓ ସେ ତୁଙ୍ଗଙ୍କ ନେତୃତ୍ଵରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ।
  • ମାଓ ସେ ତୁଙ୍ଗ ୧୮୯୩ ମସିହା ଡିସେମ୍ବର ୨୬ ତାରିଖ ଦିନ ଚୀନ୍ ଦେଶର ହୁନାନ୍ ପ୍ରଦେଶର ଶାଓଶାନ୍‌ଠାରେ ଜନ୍ମଗ୍ରହଣ କରିଥିଲେ ।
  • ୧୯୪୭ ମସିହା ମାର୍ଚ୍ଚ ୧୨ ତାରିଖରେ ଆମେରିକୀୟ କଂଗ୍ରେସର ମିଳିତ ଅଧୂବେଶନରେ ଟୁମାନଙ୍କ ପ୍ରଦତ୍ତ ଅଭିଭାଷଣ ‘ଟ୍ରମାନ୍ ନୀତି’ ନାମରେ ପରିଚିତ ।

→ ଶୀତଳ ଯୁଦ୍ଧର ପ୍ରସାର ଓ ଫଳାଫଳ:

  • ସୋଭିଏତ୍ ରୁଷ ସାମ୍ୟବାଦର ଲୌହ ପରଦା ବିସ୍ତାରକୁ ବିରୋଧ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରିଥିଲା ।
  • ଗ୍ରୀସ୍‌ର ଉତ୍ତରରେ ଥ‌ିବା ସାମ୍ୟବାଦୀ ପଡ଼ୋଶୀ ଦେଶଗୁଡ଼ିକ ଗ୍ରୀସ୍‌ରେ ଗୃହଯୁଦ୍ଧର ସୂତ୍ରପାତ କରାଉଛନ୍ତି ବୋଲି ୧୯୪୬ ମସିହାରେ ଗ୍ରୀସ୍ ସଂଯୁକ୍ତ ରାଷ୍ଟ୍ରସଂଘର ନିରାପତ୍ତା ପରିଷଦରେ ଅଭିଯୋଗ କରିଥିଲା । ୧୯୪୭ ମସିହାରେ ଆମେରିକା ସେଠାକୁ ଏକ ଅର୍ଥନୈତିକ ଅନୁଧ୍ୟାନକାରୀ ଦଳ ପଠାଇଥିଲା ।
  • ଟୁମାନ୍ ନୀତି ଅନୁସାରେ ଗ୍ରୀସ୍ ଓ ତୁର୍କୀକୁ ୪୦୦ ନିୟୁତ ଡଲାର ସାହାଯ୍ୟ ମିଳିଥିଲା ।

ଶୀତଳ ଯୁଦ୍ଧର ପ୍ରସାର ଓ ଫଳାଫଳ
→ ମାର୍ଶାଲ୍ ଯୋଜନା:

  • ଯୁଦ୍ଧବିଧ୍ଵସ୍ତ ଇଉରୋପୀୟ ରାଷ୍ଟ୍ରମାନଙ୍କର ଆର୍ଥିକ ଉନ୍ନତି ସହ ସାମ୍ୟବାଦର ପ୍ରଭାବ ରୋକିବା ନିମନ୍ତେ ୧୯୪୭ ମସିହା ଜୁନ୍ ୫ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାଦ୍ୱାରା ମାର୍ଶାଲ ଯୋଜନା ପ୍ରବର୍ତ୍ତିତ ହୋଇଥିଲା ।
  • ଯୁକ୍ତରାଷ୍ଟ୍ର ଆମେରିକାର ମାର୍ଶାଲ ଯୋଜନାକୁ ସୋଭିଏତ୍ ରୁଷ୍ ତୀବ୍ର ନିନ୍ଦା କରି ଏହା ସଂଯୁକ୍ତ ରାଷ୍ଟ୍ରସଂଘ ପ୍ରତି ବିଶ୍ୱାସଘାତକତା ବୋଲି ଅଭିହିତ କଲା ।
  • ଫଳରେ ଶୀତଳ ଯୁଦ୍ଧ ତୀବ୍ର ଆକାର ଧାରଣ କରିଥିଲା ଏବଂ ଜର୍ମାନୀ, କ୍ୟୁବା ଓ କୋରିଆରେ ସଂଘର୍ଷ ଘଟିଥିଲା ।

BSE Odisha 9th Class History Notes Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ
୧୮୯୩ ଖ୍ରୀ.ଅ. – (ଡିସେମ୍ବର ୨୬) ଚୀନ୍ ଦେଶର ହୁନାନ୍ ପ୍ରଦେଶରେ ମାଓ ସେ ତୁଙ୍ଗଙ୍କ ଜନ୍ମ ।
୧୯୧୭ ଖ୍ରୀ.ଅ. – ରୁଷ୍ ଦେଶରେ ଜାର୍ ଶାସନର ପତନ ଘଟି ସାମ୍ୟବାଦୀ ଶାସନ ପ୍ରତିଷ୍ଠିତ ।
୧୯୪୫ ଖ୍ରୀ.ଅ. – ସୋଭିଏତ୍ ରୁଷ, ତୁର୍କୀ ସହିତ ତାହାର ପୁରାତନ ବନ୍ଧୁତ୍ଵ ଚୁକ୍ତି ନବୀକରଣ କରିବାକୁ ଅରାଜି ।
୧୯୪୬ ଖ୍ରୀ.ଅ. – (ଡିସେମ୍ବର) ଗ୍ରୀସ୍‌ରା ପଡ଼ୋଶୀ ରାଷ୍ଟ୍ରମାନଙ୍କ ବିରୋଧରେ ସଂଯୁକ୍ତ ରାଷ୍ଟ୍ରସଂଘ ନିରାପତ୍ତା ପରିଷଦରେ ଅଭିଯୋଗ ଉପସ୍ଥାପନ ।
୧୯୪୭ ଖ୍ରୀ.ଅ. – (ଜାନୁୟାରୀ) ଯୁକ୍ତରାଷ୍ଟ୍ର ଆମେରିକାଦ୍ଵାରା ଏକ ଅର୍ଥନୈତିକ ଅନୁଧ୍ୟାନକାରୀ ଦଳ ଗ୍ରୀସ୍‌ ପ୍ରେରିତ; (ମାର୍ଚ୍ଚ ୧୨) ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଟୁମାନ୍ ତାଙ୍କ ଅଭିଭାଷଣ ଉପସ୍ଥାପନ କରିଥିଲେ, ଯାହା ଟୁମାନ୍ ନୀତି ଭାବରେ ପରିଚିତ; (ଏପ୍ରିଲ୍ ୧୬) ଆମେରିକୀୟ ରାଜନୀତିଜ୍ଞ ବର୍ଣ୍ଣାଡ୍ ବାରୁକ୍‌ଙ୍କଦ୍ୱାରା ପ୍ରଥମେ ‘ଶୀତଳ ଯୁଦ୍ଧ’ ଶବ୍ଦଟି ବ୍ୟବହୃତ; (ଜୁନ୍ ୫) ମାର୍ଶାଲ୍ ଯୋଜନା ପ୍ରବତ୍ତନ ହୋଇଥିଲା ।
୧୯୪୯ ଖ୍ରୀ.ଅ. – ରୁଷ୍ ସହାୟତାରେ ଚୀନ୍ ଦେଶରେ ଗଣବିପ୍ଳବ ମାଧ୍ୟମରେ ମାଓ ସେ ତୁଙ୍ଗଙ୍କ ନେତୃତ୍ଵରେ ସାମ୍ୟବାଦୀ ସରକାର ଗଠିତ ।

BSE Odisha 9th Class Physical Science Solutions Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି

Odisha State Board BSE Odisha 9th Class Physical Science Solutions Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି Textbook Exercise Questions and Answers.

BSE Odisha Class 9 Physical Science Solutions Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି

1. ନିମ୍ନଲିଖତ ପୃଥକୀକରଣ ପାଇଁ କେଉଁ ପୃଥକୀକରଣ କୌଶଳ ପ୍ରୟୋଗ କରାଯାଏ ?

  • ସୋଡ଼ିୟମ୍ କ୍ଲୋରାଇଡ୍‌ର ଜଳରେ ଏହାର ଦ୍ରବଣକୁ ପୃଥକୀକରଣ ।
  • ସୋଡ଼ିୟମ୍‌ କ୍ଲୋରାଇଡ୍ ଓ ଏମୋନିୟମ୍ କ୍ଲୋରାଇଡ୍ର ମିଶ୍ରଣକୁ ଏମୋନିୟମ୍ କ୍ଲୋରାଇଡ୍ ର ପୃଥକୀକରଣ ।
  • ଗୋଟିଏ କାର୍‌ର ଇଞ୍ଜିନ୍ ତେଲରେ ରହିଯାଇଥିବା ଛୋଟ ଛୋଟ ଧାତୁଖଣ୍ଡମାନଙ୍କର ପୃଥକୀକରଣ ।
  • ଫୁଲ ପାଖୁଡ଼ାର ନିର୍ଯାସରୁ (extract) ବିଭିନ୍ନ ବର୍ଣ୍ଣକଣା (ଉପାଦାନ)ର ପୃଥକୀକରଣ ।
  • ଦହିରୁ ଲହୁଣିର ପୃଥକୀକରଣ ।
  • ଚାହାରୁ ଚାହାପତ୍ରର ପୃଥକୀକରଣ ।
  • ଗହମଦାନାରୁ ଚୋପାର ପୃଥକୀକରଣ ।
  • ଜଳରେ ଭାସୁଥ‌ିବା ସୂକ୍ଷ୍ମ ପଙ୍କ କଣିକାମାନଙ୍କ ପୃଥକୀକରଣ ।
  • ପାଣିରୁ ତେଲର ପୃଥକୀକରଣ ।
  • ବାଲିରୁ ଲୁହା ପିନ୍ ର ପୃଥକୀକରଣ ।

ଉ –

  • ରାଷ୍ଟ1ଭବନ ଓ ସୁଟିକ1କରଣ
  • ଊର୍ଦ୍ଧ୍ବ ପାତନ
  • ପରିସ୍ରବଣ
  • କ୍ରୋମାଟୋଗ୍ରାଫି
  • କୋଦ୍ରାପସାରଣ ପଦ୍ଧତି
  • ପୃଥକ1କରଣ ଫନେଲ
  • ଚାଲୁଣୀରେ ଛାଣିବା
  • ଚୁମ୍ବକୀୟ ପୃଥକୀକରଣ
  • କୁଲା ଦ୍ଵାରା ପାଦୁଡିବ୍
  • ପରିସ୍ରବଣ

2. ଦ୍ରବଣ, ଦ୍ରାବକ, ଦ୍ରବ, ମିଳେଇଯିବା, ଦ୍ରବୀଭୂତ, ଅଦ୍ରବୀଭୂତ, ଛାଣିବା ଓ ବଳକା ଅଂଶ ଇତ୍ୟାଦି ଶବ୍ଦ ବ୍ୟବହାର କରି ଚାହା ପ୍ରସ୍ତୁତିର ସୋପାନଗୁଡ଼ିକ ଲେଖ ।
ଉ –

  • ପ୍ରଥମେ କ୍ଷୀରକୁ ଦ୍ରାବକ ଭାବରେ ନେଇ ଗରମ କରାଯାଉ ।
  • ସେଥୁରେ ଚିନି ଓ ଚାହାଦାନାକୁ ଦୂବ ଭାବରେ ନେଇ ଦ୍ରବଣ ପ୍ରସ୍ତୁତ କରାଯାଉ । ଏହି ଦ୍ରବଣକୁ କିଛି ସମୟ ଉତ୍ତପ୍ତ କରାଯାଉ ।
  • ଚିନି ଦ୍ରବୀଭୂତ ହେବ ଓ ଚାହାଦାନ ମିଳାଇଯିବ ।
  • ଚାହା ଛାଣିବା ଦ୍ଵାରା ଅଦ୍ରବୀଭୂତ ଅଂଶ ଅଲଗା ହୋଇଯିବ ।
  • ବଳକା ଅଂଶ ହେଉଛି ଆବଶ୍ୟକ ଚାହା ।

3. ବନ୍ଦନା ବିଭିନ୍ନ ତାପମାତ୍ରାରେ ତିନୋଟି ଭିନ୍ନ ପଦାର୍ଥର ଦ୍ରବଣୀୟତା ପର ତଥ୍ୟଗୁଡ଼ିକ ସଂଗ୍ରହ କଲା । 100g ଜଳରେ କେତେ ଗ୍ରାମର ପଦାର୍ଥ ସୃଷ୍ଟି ହୋଇପାରିବ, ସେହି ଦ୍ରବଣୀୟତା ସାରଣୀରେ ଦିଆଯାଇଛି ।
BSE Odisha 9th Class Physical Science Solutions Chapter 2 img-1
(a) 313K ତାପମାତ୍ରାରେ 50 ଗ୍ରାମ୍ ଜଳରେ ପୋଟାସିୟମ୍ ନାଇଟ୍ରେଟ୍‌ ଏକ ପୃକ୍ତ ଦ୍ରବଣ ତିଆରି ପାଇଁ କେତେ ବସ୍ତୁତ୍ଵର ପୋଟାସିୟମ୍ ନାଇଟ୍ରେଟ୍ ଆବଶ୍ୟକ ହେବ ?

(b) 353K ତାପମାତ୍ରାରେ ବନ୍ଦନା ପୋଟାସିୟମ୍ କ୍ଲୋରୋଇଡ୍‌ର ଏକ ଦ୍ରବଣ ଜଳରେ ତିଆରି କଲା ଏବଂ ସାଧାରଣ ତାପମାତ୍ରାରେ ଥଣ୍ଡା କରିବାକୁ ଛାଡ଼ିଦେଲା । ଦ୍ରବଣଟି ଥଣ୍ଡା ହେଲାପରେ ସେ କ’ଣ ପର୍ଯ୍ୟବେକ୍ଷଣ କଲା ବୁଝାଅ ।

(c) 293Kରେ ପ୍ରତ୍ୟେକ ଲବଣର ଦ୍ରବଣୀୟତାର କଳନା କର । ଏହି ତାପମାତ୍ରାରେ କେଉଁ ଲବଣର ଦ୍ରବଣୀୟତା ସର୍ବାଧ‌ିକ ?

(d) ଏକ ଲବଣର ଦ୍ରବଣୀୟତା ଉପରେ ତାପମାତ୍ରା ପରିବର୍ତ୍ତନର କ’ଣ ପ୍ରଭାବ ପଡ଼ିଥାଏ ?

ଉ –

(a) 313 K ତାପମାତ୍ରାରେ ଏକ ପୃକ୍ତ ଦ୍ରବଣ ତିଆରି ପାଇଁ
100g ଜଳ ଆବଶ୍ୟକ କରୁଥିବା ପୋଟାସିୟମ୍ ନାଇଟ୍ରେଟର ପରିମାଣ 62g
∴ 50g ଜଳ ଆବଶ୍ୟକ କରୁଥିବା ପୋଟାସିୟମ୍‌ର ନାଇଟ୍ରେଟର ପରିମାଣ BSE Odisha 9th Class Physical Science Solutions Chapter 2 img-2

(b) ବନ୍ଦନା ଲକ୍ଷ୍ୟ କଲାଯେ, ଦ୍ରବଣ ଥଣ୍ଡା ହେବାକୁ ଆରମ୍ଭ କଲାମାତ୍ରେ ପୋଟାସିୟମ କ୍ଲୋରାଇଡ଼ ନିମ୍ନରେ ସଂଗୃହୀତ ହେବାକୁ ଆରମ୍ଭ କଲା । କାରଣ ନିମ୍ନ ତାପମାତ୍ରାରେ ପଦାର୍ଥର ଦ୍ରବଣୀୟତା କମ୍ ହୋଇଥାଏ ।

(c) 20°C = 20 + 273K = 293K
293 K ତାପମାତ୍ରାରେ (100 ଗ୍ରାମ୍ ଜଳରେ)
ପୋଟାସିୟମ୍ ନାଇଟ୍ରେଟର ଦ୍ରବଣ1ପତା – 32 ଗ୍ରାମ୍
ପୋଡ଼ିୟମ୍ କ୍ଲୋରାଇଡ୍‌ର ଦ୍ରବଣୀୟତା – 36 ଗ୍ରାମ୍
ପୋଟାସିୟମ୍ କ୍ଲୋରାଇଡ୍‌ର ଦ୍ରବଣୀୟତା – 35 ଗ୍ରାମ୍
ଏମୋନିୟମ୍ କ୍ଲୋରାଇଡ୍‌ର ଦ୍ରବଣୀୟତା – 37 ଗ୍ରାମ୍

(d) ତାପମାତ୍ରା ବୃଦ୍ଧି ପାଇଲେ ଲବଣର ଦ୍ରବଣୀୟତା ବୃଦ୍ଧିପାଏ ।

4. ନିମ୍ନଲିଖୂତଗୁଡ଼ିକୁ ଉଦାହରଣ ଦେଇ ବୁଝାଅ ।
(a) ପୃକ୍ତ ଦ୍ରବଣ, (b) ବିଶୁଦ୍ଧ ପଦାର୍ଥ, (c) କଲଏଡ୍, (d) ସସ୍ପେନ୍‌ସନ୍ ।

ଉ –

(a) ପୃକ୍ତ ଦ୍ରବଣ – ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଯେତେବେଳେ ଦ୍ରବଣରେ ଆଉ ଅଧିକ ଦ୍ରବ ଦ୍ରବୀଭୂତ ହୋଇପାରିବ ନାହିଁ, ତାହାକୁ ପୃକ୍ତ ଦ୍ରବଣ କୁହାଯାଏ ।

ଉଦାହରଣ – ଜଳରେ କପର ସଲ୍‌ଫେଟ୍ ଚୂର୍ଣ ମିଶାଇ ଦ୍ରବଣକୁ ଅବିରତ ଭାବରେ ଗୋଳାଯାଉ । ଚୂର୍ଣ୍ଣଗୁଡ଼ିକ ଦ୍ରବୀଭୂତ ହୋଇଯିବ । ପୁଣି ଚୂର୍ଣ୍ଣ ମିଶାଇ ଗୋଳାଯାଉ । ଏହିପରି କ୍ରମାଗତ ଚୂର୍ଣ୍ଣ ମିଶାଇ ଗୋଳାଇଲେ, ଏପରି ଅବସ୍ଥା ଆସିବ ଯେତେବେଳେ ଆଉ ଚୂର୍ଣ୍ଣ ଦ୍ରବୀଭୂତ ନ ହୋଇ ତଳେ ବସିରହିବ । ତା’ପରେ ଦ୍ରବଣକୁ ଛାଣିଦେଲେ ଯେଉଁ ଦ୍ରବଣ ମିଳିବ, ତାହା ହେଉଛି କପର ସଲ୍‌ଫେଟ୍ରର ପୃକ୍ତ ଦ୍ରବଣ ।

(b) ବିଶୁଦ୍ଧ ପଦାର୍ଥ :
(i) ଯେଉଁ ପଦାର୍ଥ କେବଳ ଏକ ପ୍ରକାରର ଅଣୁକୁ ନେଇ ଗଠିତ ହୋଇଥାଏ ଏବଂ ପଦାର୍ଥର ପ୍ରତ୍ୟେକ ଅଣୁଗୁଡ଼ିକର ରାସାୟନିକ ଗୁଣ ସମାନ ରହିଥାଏ, ତାହାକୁ ବିଶୁଦ୍ଧ ପଦାର୍ଥ କୁହାଯାଏ ।

(ii) ଚିନି ଏକ ବିଶୁଦ୍ଧ ପଦାର୍ଥ କାରଣ ଏହାର ପ୍ରତ୍ୟେକ ଅଣୁଗୁଡ଼ିକର ରାସାୟନିକ ଗୁଣ ସମାନ ଓ ଏହାର ସଂଯୋଜନ ସମସ୍ତ ଅଂଶରେ ସମାନ ରହିଥାଏ ।
ଉଦାହରଣ – ଚିନି, ଲୁଣ, ଜଳ, ଲୁହା, ତମ୍ବା, ସୁନା, ରୁପା ଇତ୍ୟାଦି ।

(c) କଲଏଡ୍ – କଲଏଡ ଦ୍ରବଣ ଓ ସସ୍ପେନ୍‌ସନ୍ ର ଏକ ମାଧ୍ୟ ଅବସ୍ଥା । କଲଏଡ୍ ଏକ ଅସମଜାତୀୟ ମିଶ୍ରଣ, ଯାହାର କଣିକାଗୁଡ଼ିକର ଆକାର (1nm ରୁ 100nm ମଧ୍ୟରେ) ଖାଲି ଆଖୁରେ ଦେଖୁବା ପାଇଁ ଖୁବ୍‌ ଛୋଟ ହୋଇଥାଏ କିନ୍ତୁ ଆଲୋକକୁ ବିସରିତ କରିବା ପାଇଁ ଆବଶ୍ୟକୀୟ ଆକାରଠାରୁ ଅଧିକ ହୋଇଥାଏ ।
ଉଦାହରଣ – ସାବୁନ ମିଶ୍ରିତ ଜଳ, ଅଠା, କ୍ଷୀର, ଏଲୟ ଆଦି କଲଏଡ଼ର ଉଦାହରଣ ଅଟନ୍ତି ।

(d) ସସ୍ପେନସନ୍ – ଦ୍ରାବକରେ ଯେଉଁ ଦ୍ରବ ଦ୍ରବୀଭୂତ ହୁଏ ନାହିଁ ଓ ଯାହାର କଣିକାଗୁଡ଼ିକ ଖାଲି ଆଖୁକୁ ଦେଖାଯାଏ ଏବଂ ଭାସମାନ ଅବସ୍ଥାରେ ଧୀରେ ଧୀରେ ନିମ୍ନରେ ବସିଯାଏ । ତାହାକୁ ସସ୍ପେନ୍ ସନ୍ କୁହାଯାଏ । ସସ୍ପେନସନ୍ ହେଉଛି ତରଳରେ କଠିନର ଏକ ଅସମଜାତୀୟ ମିଶ୍ରଣ । ଏଥ‌ିରେ କଣିକାଗୁଡ଼ିକ ଦ୍ରବୀଭୂତ ହୋଇନଥାଏ ।

ଉଦାହରଣ – ବନ୍ୟାଜଳ, ଚକ୍‌ଗୁଣ୍ଡ ମିଶାପାଣି ଆଦି ସସ୍ପେନସନ୍‌ ଉଦାହରଣ ।

BSE Odisha 9th Class Physical Science Solutions Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି

5. ନିମ୍ନଲିଖୂତ ପ୍ରତ୍ୟେକକୁ ସମଜାତୀୟ ଓ ଅସମଜାତୀୟ ମିଶ୍ରଣ ଭାବେ ଶ୍ରେଣୀବିଭାଗ କର । ସୋଡ଼ାପାଣି, କାଠ, ବାୟୁ, ମାଟି, ଭିନେଗାର, ଛଣା ଚାହା ।
ଉ –
ସମଜାତୀୟ ମିଶ୍ରଣ – ସୋଡ଼ାପାଣି, ବାୟୁ, ଭିନେଗାର, ଛଣା ଚାହା
ଅସମଜାତୀୟ ମିଶ୍ରଣ – ମାଟି, କାଠ

6. ତୁମକୁ ଦିଆଯାଇଥବା ଏକ ରଙ୍ଗହୀନ ତରଳ, ବିଶୁଦ୍ଧ ପାଣି ବୋଲି କିପରି ଜାଣିବ ?
ଉ –

  • ପାତନ ଯନ୍ତ୍ରରେ ଉକ୍ତ ରଙ୍ଗହୀନ ତରଳ ପଦାର୍ଥକୁ ନେଇ ତା ମଧ୍ୟରେ ଏକ ଥର୍ମୋମିଟରକୁ ବୁଡ଼ାଇ ରଖ୍ ଉକ୍ତ ପଦାର୍ଥକୁ ଉତ୍ତପ୍ତ କରାଯାଉ ।
  • ଥର୍ମୋମିଟରର ତାପମାତ୍ରା 100°C କିମ୍ବା 373K ତାପମାତ୍ରାରେ ପହଞ୍ଚିଲା ପରେ ଯଦି ସମସ୍ତ ତରଳ ପଦାର୍ଥ ଫୁଟିବାକୁ ଲାଗେ ଓ ବାଷ୍ପୀଭୂତ ହୋଇଯାଏ, ତେବେ ଏହା ବିଶୁଦ୍ଧ ଜଳ ବୋଲି ଜଣାପଡ଼ିବ ।
  • ଯେତେ ତାପ ପ୍ରୟୋଗ କଲେ ମଧ୍ୟ ଥର୍ମୋମିଟର ତାପମାତ୍ରା 100°C ରୁ ଅଧ‌ିକ ହେବ ନାହିଁ, ତେବେ ଏହା ବିଶୁଦ୍ଧ ଜଳ ନୁହେଁ ବୋଲି ଜଣାପଡ଼ିବ ।

7. ନିମ୍ନଲିଖତ କେଉଁ ଦ୍ରବ୍ୟଗୁଡ଼ିକ ବିଶୁଦ୍ଧ ପଦାର୍ଥ ?
(a) ବରଫ (b) କ୍ଷୀର (c) ଲୁହା (d) ଲବଣାର୍ମି (e) କାସିୟମ୍ ଅକ୍‌ସାଇଡ୍ (f) ପାରଦ (g) ଇଟା (h) କାଠ (i) ବାୟୁ ।
ଉ –
ବିଶୁଦ୍ଧ ପଦାର୍ଥ – ବରଫ, ଲୁହା, ଲବଣାମ୍ଳ, କ୍ୟାଲ୍‌ସିୟମ୍ ଅକ୍‌ସାଇଡ୍,

8. ନିମ୍ନଲିଖୁତ ମିଶ୍ରଣମାନଙ୍କ ମଧ୍ୟରୁ ଦ୍ରବଣଗୁଡ଼ିକୁ ଚିହ୍ନାଅ ।
(a) ମାଟି (b) ସମୁଦ୍ରଜଳ (c) ବାୟୁ (d) କୋଇଲା (e) ସୋଡ଼ା ପାଣି
ଉ –
ଦ୍ରବଣ – ସମୁଦ୍ରଜଳ ଓ ସୋଡ଼ାପାଣି ।

9. ନିମ୍ନଲିଖତ କେଉଁ ଉଦାହରଣରେ ଟିଣ୍ଡାଲ ସିଦ୍ଧାନ୍ତ ଦେଖୁହେବ ।
(a) ଲୁଣ ଦ୍ରବଣ (b) କ୍ଷୀର (c) କପର ସଲ୍‌ଟ୍ ଦ୍ରବଣ (d) ଷ୍ଟାର୍ଚ୍ଚ
ଉ –
କ୍ଷୀର ଓ ଷ୍ଟାର୍କ ଦ୍ରବଣରେ ଟାଇଣ୍ଡାଲ ପ୍ରଭାବ ଦେଖୁହେବ ।

10. ନିମ୍ନଲିଖତ ଦ୍ରବ୍ୟଗୁଡ଼ିକୁ ମୌଳିକ, ଯୌଗିକ ଓ ମିଶ୍ରଣ ଭାବେ ଶ୍ରେଣୀବିଭାଗ କର ।
(a) ସୋଡ଼ିୟମ୍‌ (b) ମାଟି (c) ଚିନି ଦ୍ରବଣ (d) ରୁପା (e) କାଲସିୟମ୍ କାର୍ବୋନେଟ୍ (f) ଟିଣ (g) ସିଲିକନ୍ (h) କୋଇଲା (i) ବାୟୁ (j) ସାବୁନ (k) ମିଥେନ (l) କାର୍ବନ୍ ଡାଇଅକ୍‌ସାଇଡ୍ (m) ରକ୍ତ ।
ଉ –
ମୌଳିକ – ସୋଡ଼ିୟମ୍‌ (Na), ରୁପା (Ag), ଟିଣ (Sn), ସିଲିକନ୍ (Si)
ଯୌଗିକ – କ୍ୟାଲ୍‌ସିୟମ୍ କାର୍ବୋନେଟ୍ (CaCO3), ମିଥେନ୍ (CH4), କାର୍ବନ ଡାଇଅକ୍‌ସାଇଡ୍
ମିଶ୍ରଣ – ମାଟି, ଚିନି ଦ୍ରବଣ, ବାୟୁ, ସାବୁନ, ରକ୍ତ, କୋଇଲା

11. ନିମ୍ନଲିଖ ମଧ୍ୟରୁ କେଉଁଗୁଡ଼ିକ ରାସାୟନିକ ପରିବର୍ତ୍ତନ ?
ଉ –

  • ଏକ ଗଛର ବୃଦ୍ଧି
  • ଲୁହାରେ କଳଙ୍କି ଲାଗିବା
  • ଲୁହା ଗୁଣ୍ଡ ଓ ବାଲି ମିଶିବା
  • ଖାଦ୍ୟ ଚାନ୍ଦିବା
  • ଖାଦ୍ୟ ହଜମ ହେବା
  • ଜଳ ବରଫ ହେବା
  • ମହମବତୀ ଜଳିବା ।
    ରାସାୟନିକ ପରିବର୍ତ୍ତନ – ଗଛର ବୃଦ୍ଧି, ଲୁହାରେ କଳଙ୍କି ଲାଗିବା, ଖାଦ୍ୟ ରାନ୍ଧିବା, ଖାଦ୍ୟ ହଜମ ହେବା ମହମବତୀ ଜଳିବା ।

ପ୍ରଶ୍ନବଳୀ ଓ ଉତ୍ତର:

1. ପଦାର୍ଥ (Substance) କହିଲେ କ’ଣ ବୁଝ ?
ଉ-
ବସ୍ତ୍ର ହେଉଛି ଏକପ୍ରକାର ପଦାର୍ଥ ଯାହାକୁ ଭୌତିକ ଉପାୟରେ ଅନ୍ୟପ୍ରକାର ପଦାର୍ଥକୁ ପୃଥକ କରାଯାଇପାରିବ ।

ଉଦାହରଣ : ଖାଇବା ଲୁଣ (NaCl) ଏକ ବସ୍ତ ଯାହାର ରାସାୟନିକ ଉପାଦାନ, ଯଥା – ସୋଡିୟମ୍ (Na) ଓ କ୍ଲୋରିନ୍ (C) କୁ ଭୌତିକ ପ୍ରକ୍ରିୟାଦ୍ଵାରା ପୃଥକ୍ କରିହେବ ନାହିଁ ।

2. ସମଜାତୀୟ ଓ ଅସମଜାତୀୟ ମିଶ୍ରଣ ମଧ୍ୟରେ ଥ‌ିବା ପାର୍ଥକ୍ୟଗୁଡ଼ିକ ଲେଖ ।
ଉ-
BSE Odisha 9th Class Physical Science Solutions Chapter 2 img-3

3. ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଗୋଟିଏ ପୃକ୍ତ ଦ୍ରବଣ ନେଇ ତାହାକୁ ଧୀରେ ଧୀରେ ଥଣ୍ଡା କଲେ କ’ଣ ହେବ ?
ଉ-
ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଗୋଟିଏ ପୃକ୍ତ ଦ୍ରବଣ ନେଇ ତାହାକୁ ଧୀରେ ଧୀରେ ଥଣ୍ଡା କଲେ ତାହାର ଗାଢ଼ତା ବୃଦ୍ଧି ପାଇବ, ଅର୍ଥାତ୍ ଆମେ ଏକ ଗାଢ଼ ଦ୍ରବଣ ପାଇବା; କାରଣ ଏଥିରେ ଦ୍ରବର ପରିମାଣ ଅଧିକ ରହିଛି ।
BSE Odisha 9th Class Physical Science Solutions Chapter 2 img-4

4. ଉଦାହରଣ ସହ ସମଜାତୀୟ ଓ ଅସମଜାତୀୟ ମିଶ୍ରଣ ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଅ ।
ଉ-
BSE Odisha 9th Class Physical Science Solutions Chapter 2 img-5

5. ସୋଲ, ଦ୍ରବଣ ଓ ଭାସମାନ କଣିକା ପରସ୍ପରଠାରୁ କିପରି ପୃଥକ୍, ବୁଝାଇ ଦିଅ ।
ଉ-
BSE Odisha 9th Class Physical Science Solutions Chapter 2 img-6

6. 293 K ତାପମାତ୍ରାରେ 100 ଗ୍ରାମ୍ ଜଳରେ 36 ଗ୍ରାମ୍‌ର ସୋଡ଼ିୟମ୍ କ୍ଲୋରାଇଡ୍ ମିଶାଇ ଏକ ପୃକ୍ତ ଦ୍ରବଣ ପ୍ରସ୍ତୁତ କରାଗଲା । ଏହାର ଗାଢ଼ତା ଉପରୋକ୍ତ ତାପମାତ୍ରାରେ ନିର୍ଣ୍ଣୟ କର ।
ଉ-
ଦ୍ରବ(ସୋଡ଼ିୟମ କ୍ଲୋରାଇଡ୍)ର ବସ୍ତୁତ୍ଵ = 36 ଗ୍ରାମ୍, ଦ୍ରାବକ(ଜଳ)ର ବସ୍ତତ୍ଵ = 100 ଗ୍ରାମ୍
ଦ୍ରବଣର ବସ୍ତୁତ୍ଵ = ଦ୍ରବର ବସ୍ତତ୍ଵ + ଦ୍ରାବକର ବସ୍ତତ୍ଵ = 100 + 36 = 136 ଗ୍ରାମ୍ ।
∴ ଦ୍ରବଣର ବସ୍ତୁତ୍ୱ ଶତକଡା ବା ଗାଢ଼ତା  BSE Odisha 9th Class Physical Science Solutions Chapter 2 img-7
× 100 = \(\frac { 36g }{ 136g }\) x 100 = 26.47%

7. ବାୟୁରେ ଥ‌ିବା ବିଭିନ୍ନ ଗ୍ୟାସ୍‌ଗୁଡ଼ିକୁ ସେମାନଙ୍କର ସ୍ଫୁଟନାଙ୍କର ବଦ୍ଧିତକ୍ରମରେ ସଜାଅ ।
ଉ-
BSE Odisha 9th Class Physical Science Solutions Chapter 2 img-8

8. ବାୟୁ ଥଣ୍ଡା ହେଲାବେଳେ କେଉଁ ଗ୍ୟାସ୍ ପ୍ରଥମେ ତରଳରେ ପରିଣତ ହୁଏ ?
ଉ-
ଆଂଶିକ ପାତନ ସ୍ତମ୍ଭରେ ବାୟୁ ଥଣ୍ଡା ହେଲାବେଳେ ଅକ୍ସିଜେନ୍ ଗ୍ୟାସ୍ ପ୍ରଥମେ ତରଳରେ ପରିଣତ ହୁଏ ।

9. ତୁମେ କିପରି ପରସ୍ପର ସହିତ ମିଶି ଯାଉଥବା କିରୋସିନି ଓ ପେଟ୍ରୋଲର ମିଶ୍ରଣକୁ ପୃଥକ୍ କରିପାରିବ ?
(ସେମାନଙ୍କର ସ୍ଫୁଟନାଙ୍କ ମଧ୍ୟରେ ପାର୍ଥକ୍ୟ 25°C ରୁ ଅଧ‌ିକ)
ଉ-

  • କିରୋସିନି ଓ ପେଟ୍ରୋଲର ମିଶ୍ରଣକୁ ଆଂଶିକ ପାତନ ପ୍ରଣାଳୀ ବ୍ୟବହାର କରି ପୃଥକ୍ କରାଯାଇ ପାରିବ । କାରଣ ଉଭୟ ତରଳ ବିଘଟିତ ନହୋଇ ଫୁଟିଥା’ନ୍ତି ଏବଂ ସେମାନଙ୍କର ସ୍ଫୁଟନାଙ୍କ ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟ ଥାଏ ।
  • କିରୋସିନିର ସ୍ଫୁଟନାଙ୍କ ପରିସର 170°C ରୁ 250°C ଏବଂ ପେଟ୍ରୋଲର ସ୍ଫୁଟନାଙ୍କ ପରିସର 30°C ରୁ 170°C |
  • ଆଂଶିକ ପାତନ ଯନ୍ତ୍ରରେ କିରୋସିନି ଓ ପେଟ୍ରୋଲର ମିଶ୍ରଣକୁ ଉତ୍ତପ୍ତ କରାଗଲେ, ଏହା ବାଷ୍ପରେ ପରିଣତ ହୋଇଥାଏ । ଏକ ନିର୍ଦ୍ଦିଷ୍ଟ ସ୍ଫୁଟନାଙ୍କ ବିଶିଷ୍ଟ ଉତ୍ତପ୍ତ ବାଷ୍ପ ପାତନ ଯନ୍ତ୍ରରେ ଘନୀଭୂତ ହୋଇ ତରଳରେ ପରିଣତ ହୋଇଥାଏ ।
  • ପ୍ରଥମେ କିରୋସିନି 170°Cରୁ 250°C ସ୍ଫୁଟନାଙ୍କ ପରିସରରେ ଘନୀଭୂତ ହୋଇ ତରଳ ଅବସ୍ଥା ପ୍ରାପ୍ତ ହୋଇଥାଏ ଏବଂ ଆଂଶିକ ପାତନ ଯନ୍ତ୍ରର ଏକ କୋଠରିରେ ଜମା ହୋଇଥାଏ ।
  • ତା’ପରେ ପେଟ୍ରୋଲ 70°C ରୁ 170°C ସ୍ଫୁଟନାଙ୍କ ପରିସରରେ ଘନୀଭୂତ ହୋଇ ତରଳ ଅବସ୍ଥା ପ୍ରାପ୍ତ ହୋଇଥାଏ ଏବଂ ପାତନ ଯନ୍ତ୍ରର ଅନ୍ୟ ଏକ କୋଠରିରେ ଜମା ହୁଏ ।

10. ନିମ୍ନ ପ୍ରଦତ୍ତ ପ୍ରଶ୍ନରେ ପୃଥକ୍ କରିବା କୌଶଳମାନଙ୍କର ନାମ ଲେଖ । ପୃଥକ୍ କରିବା କୌଶଳର ନାମ
ଉ-

  • ଦହିରୁ ଲହୁଣୀ → କେନ୍ଦ୍ରାପସାରଣ
  • ସମୁଦ୍ରଜଳରୁ ଲୁଣ → ବାଷ୍ପୀଭବନ ଓ ସ୍ଫଟିକୀକରଣ
  • ଲୁଣରୁ କର୍ପୂର → ଊର୍ଷପାତନ

BSE Odisha 9th Class Physical Science Solutions Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି

11. ସ୍ଫଟିକୀକରଣର କୌଶଳଦ୍ଵାରା କେଉଁ ପ୍ରକାର ମିଶ୍ରଣମାନଙ୍କୁ ପୃଥକ୍ କରାଯାଇଥାଏ ?
ଉ-

  • ସମୁଦ୍ର ଜଳ ଏକ ସମଜାତୀୟ ମିଶ୍ରଣ । ଏହି ଜଳରୁ ମିଳୁଥିବା ଲୁଣରେ ଅନେକ ଅପଦ୍ରବ ରହିଥାଏ । ଏହି ଅପଦ୍ରବମାନଙ୍କୁ ଅପସାରଣ କରିବା ପାଇଁ ସ୍ଫଟିକୀକରଣ ପ୍ରଣାଳୀ ବ୍ୟବହାର କରାଯାଏ ।
  • ସ୍ଫଟିକୀକରଣ ପଦ୍ଧତିରେ ଦ୍ରବଣରୁ ଶୁଦ୍ଧ କଠିନକୁ ସ୍ଫଟିକ ଆକାରରେ ଅଲଗା କରାଯାଇଥାଏ । ଅଶୁଦ୍ଧ ନମୁନାରୁ ବିଶୁଦ୍ଧ କପର ସଲ୍‌ଫେଟ୍ (ଫିଟିକିରି) ପାଇବାପାଇଁ ମଧ୍ୟ ସ୍ଫଟିକୀକରଣ ପ୍ରଣାଳୀ ବ୍ୟବହାର କରାଯାଏ ।

12. ନିମ୍ନଲିଖତ ପରିବର୍ତ୍ତନଗୁଡ଼ିକୁ ରାସାୟନିକ ବା ଭୌତିକ ଆକାରରେ ଶ୍ରେଣୀବିଭାଗ କର ।

  • ଗଛ କାଟିବା ।
  • ଆଲମାରୀରେ କଳଙ୍କି ଲାଗିବା (rusting) ।
  • ଜଳ ମଧ୍ୟରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ କରାଇବାଦ୍ଵାରା ଜଳ ହାଇଡ୍ରୋଜେନ୍ ଓ ଅକ୍‌ସିଜେନ୍ ଗ୍ୟାସ୍‌ରେ ପରିଣତ ହେବା ।
  • ଜଳରେ ସାଧାରଣ ଲୁଣ ଦ୍ରବୀଭୂତ ହେବା ।
  • କାଗଜ ଓ କାଠକୁ ଜାଳିବା ।
  • ତାୱାରେ ଲହୁଣୀକୁ ତରଳାଇବା |
  • ଜଳର ସ୍ଫୁଟନ ଓ ବାଷ୍ପର ସୃଷ୍ଟି ।
  • କଞ୍ଚାଫଳରୁ ଏକ ଫଳସାଲାଡ଼ ତିଆରି କରିବା

ଉ-
ଭୌତିକ ପରିବର୍ତ୍ତନ

  • ଗଛ କାଟିବା ।
  • ତାୱାରେ ଲହୁଣୀକୁ ତରଳାଇବା |
  • ଜଳର ସ୍ଫୁଟନ ଓ ବାଷ୍ପର ସୃଷ୍ଟି ।
  • ଜଳରେ ସାଧାରଣ ଲୁଣ ଦ୍ରବୀଭୂତ ହେବା |

ରାସାୟନିକ ପରିବର୍ତ୍ତନ

  • ଆଲମାରୀରେ କଳଙ୍କି ଲାଗିବା (rusting) ।
  • ଜଳ ମଧ୍ୟରେ ବିଦ୍ୟୁତ୍ ପ୍ରବାହିତ କରାଇବା ଦ୍ଵାରା
  • ଜଳ ହାଇଡ୍ରୋଜେନ୍ ଓ ଅକ୍ସିଜେନ୍ ଗ୍ୟାସ୍‌ରେ
  • ପରିଣତ ହେବା

କଞ୍ଚାଫଳରୁ ଏକ ଫଳ ସାଲାଡ୍ ତିଆରି କରିବା । କାଗଜ ଓ କାଠକୁ ଜାଳିବା

13. ତୁମ ଚାରିପଟେ ଥିବା ପଦାର୍ଥମାନଙ୍କୁ ବିଶୁଦ୍ଧ ପଦାର୍ଥ କିମ୍ବା ମିଶ୍ରଣ ଭାବରେ ଅଲଗା ଅଲଗା କର
ଉ-
BSE Odisha 9th Class Physical Science Solutions Chapter 2 img-9

କାର୍ଯ୍ୟାବଳୀ (Activity)

ତୁମପାଇଁ କାମ 2.1 :

ଗୋଟିଏ ଶ୍ରେଣୀର ପିଲାମାନଙ୍କୁ A, B, C, D ନାମକ ଚାରୋଟି ଗ୍ରୁପ୍‌ରେ ବିଭକ୍ତ କରାଯାଉ । A ଗ୍ରୁପ୍‌ର ପିଲାମାନଙ୍କୁ ଏକ ବିକରରେ 50 ମି.ଲି. ଜଳ ଓ ଏକ ଚାମଚ କପର ସଲ୍‌ଫେଟ୍ ଗୁଣ୍ଡ ଦିଆଯାଉ । B ଗ୍ରୁପ୍‌ର ପିଲାମାନଙ୍କୁ ଏକ ବିକରରେ 50 ମି.ଲି. ଜଳ ଓ ଦୁଇ ଚାମଚ କପର ସଲ୍‌ଫେଟ୍ ଗୁଣ୍ଡ ଦିଆଯାଉ ।
ଗ୍ରୁପ୍ C ଓ D ର ପିଲାମାନଙ୍କୁ ଭିନ୍ନ ପରିମାଣର କପର ସଲ୍‌ଫେଟ୍ ଏବଂ ପୋଟାସିୟମ୍ ପରମାଙ୍ଗାନେଟ୍ କିମ୍ବା ସାଧାରଣ ଲୁଣ (ସୋଡ଼ିୟମ୍‌ କ୍ଲୋରାଇଡ୍) ଦିଆଯାଉ । ସେମାନେ ନେଇଥିବା ଉପାଦାନଗୁଡ଼ିକୁ ମିଶାଇ ଅଲଗା ଅଲଗା ମିଶ୍ରଣ ପ୍ରସ୍ତୁତ କରନ୍ତୁ ।

ପର୍ଯ୍ୟବେକ୍ଷଣ :
ସବୁ ଗ୍ରୁପ୍‌ର ପିଲାମାନେ ମିଶ୍ରଣର ରଙ୍ଗ ଓ ରୂପବିନ୍ୟାସ ସଂପର୍କରେ ତଥ୍ୟ ସଂଗ୍ରହ କର ।
ଉ –

  • ଗ୍ରୁପ୍ A ଓ Bର ପିଲାମାନେ ପ୍ରସ୍ତୁତ କରିଥିବା ମିଶ୍ରଣର ସଂଯୋଜନ (composition) ସବୁ ଅଂଶରେ ସମାନ । ଏହି ପ୍ରକାର ମିଶ୍ରଣକୁ ସମଜାତୀୟ (Homogeneous) ମିଶ୍ରଣ ବା ଦ୍ରବଣ କୁହାଯାଏ । ଚିନିପାଣି, ଲୁଣପାଣି ଆଦି ସମଜାତୀୟ ମିଶ୍ରଣର ଉଦାହରଣ ଅଟେ ।
  • କିନ୍ତୁ Bର ପିଲାମାନେ ପ୍ରସ୍ତୁତ କରିଥିବା କପର ସଲଫେଟ୍ ମିଶ୍ରଣର ରଙ୍ଗ ଗ୍ରୁପ୍ A ପିଲାମାନେ ପ୍ରସ୍ତୁତ କରିଥିବା ମିଶ୍ରଣଠାରୁ ଅଧିକ ଗାଢ଼ ଅଟେ ।
    ସିଦ୍ଧାନ୍ତ : ଏଥରୁ ଜଣାଯାଏ ଯେ, ଏକ ସମଜାତୀୟ ମିଶ୍ରଣର ସଂଯୋଜନ ପରିବର୍ତ୍ତନଶୀଳ ହୋଇପାରେ ।
  • ଗ୍ରୁପ୍ C ଓ D ର ପିଲାମାନେ ପ୍ରସ୍ତୁତ କରିଥିବା ମିଶ୍ରଣର ସଂଯୋଜନ ସବୁ ଅଂଶରେ ସମାନ ନୁହେଁ । ଏପ୍ରକାରର ମିଶ୍ରଣକୁ ଅସମଜାତୀୟ (Heterogeneous) ମିଶ୍ରଣ କୁହାଯାଏ ।
    ଉଦାହରଣ : ସୋଡ଼ିୟମ୍ କ୍ଲୋରାଇଡ୍ ଓ ଲୁହାଗୁଣ୍ଡର ମିଶ୍ରଣ, ଲୁଣ ଓ ଗନ୍ଧକର ମିଶ୍ରଣ, ତେଲ ଓ ଜଳର ମିଶ୍ର ମିଶ୍ରଣ ଇତ୍ୟାଦି ଅସମଜାତୀୟ ମିଶ୍ରଣର ଉଦାହରଣ ଅଟେ
    ସିଦ୍ଧାନ୍ତ : ଏକ ଅସମଜାତୀୟ ମିଶ୍ରଣର ଅଲଗା ଅଲଗା ଅଂଶ ରହିଥାଏ ।

ତୁମପାଇଁ କାମ 2.2 :
ପୁଣି ଥରେ ଶ୍ରେଣୀର ପିଲାମାନଙ୍କୁ ଚାରୋଟି ଗ୍ରୁପ୍ A, B, C ଓ D ନାମରେ ବିଭକ୍ତ କରାଯାଉ । A ଗ୍ରୁପ୍‌ର ପିଲାମାନଙ୍କୁ ଅଳ୍ପ ପରିମାଣର କପର ସଲ୍‌ଫେଟ୍ ସ୍ଫଟିକ, ଗ୍ରୁପ୍ Bର ପିଲାମାନଙ୍କୁ ପୂରା ଚାମଚ କପର ସଲ୍‌ଫେଟ୍, ଗ୍ରୁପ୍ C ର ପିଲାମାନଙ୍କୁ ଚକ୍‌ଗୁଣ୍ଡ ବା ଅଟାଗୁଣ୍ଡ ଏବଂ ଗ୍ରୁପ୍ Dର ପିଲାମାନଙ୍କୁ ଅଳ୍ପ କେତେ ଟୋପା କ୍ଷୀର ବା କାଳି ଦିଆଯାଉ । ପ୍ରତ୍ୟେକ ଗ୍ରୁପ୍ ପାତ୍ରରେ ଜଳ ନେଇ ସେମାନଙ୍କୁ ଦିଆଯାଇଥିବା ପଦାର୍ଥଗୁଡ଼ିକୁ ସେଥୁରେ ମିଶାଇ କାଚ ରଡ୍ ସାହାଯ୍ୟରେ ଗୋଳାନ୍ତୁ ।

ପର୍ଯ୍ୟବେକ୍ଷଣ : ମିଶ୍ରଣର କଣିକାଗୁଡ଼ିକ ଆଖୁକୁ ଦେଖାଯାଉଛି କି ?

ଗ୍ରୁପ୍ A, B ଓ D ପ୍ରସ୍ତୁତ କରିଥିବା ମିଶ୍ରଣର କଣିକା ଆଖୁକୁ ଦେଖାଯାଉ ନାହିଁ; କିନ୍ତୁ ଗ୍ରୁପ୍ C ପ୍ରସ୍ତୁତ କରିଥିବା ମିଶ୍ରଣର କଣିକା ଆଖୁକୁ ଦେଖାଯାଉଛି ।

ଗୋଟିଏ ଟର୍ଚ୍ଚରୁ ନିର୍ଗତ ଆଲୋକ ରଶ୍ମିକୁ ବିକରରେ ଥିବା ମିଶ୍ରଣ ଉପରେ ଗୋଟିଏ ପଟରୁ ପକାଇ ଅନ୍ୟ ପଟରୁ ଲକ୍ଷ୍ୟ କର । ଆଲୋକ ରଶ୍ମିର ଗତିପଥ ଦେଖାଯାଉଛି କି ?

ଗ୍ରୁପ୍ A ଓ B ପ୍ରସ୍ତୁତ କରିଥିବା ମିଶ୍ରଣରେ ଆଲୋକ ରଶ୍ମିର ଗତିପଥ ଦେଖାଯିବ ନାହିଁ । ଗ୍ରୁପ୍ C ଓ D ପ୍ରସ୍ତୁତ କରିଥିବା ମିଶ୍ରଣରେ ଆଲୋକ ରଶ୍ମିର ଗତିପଥ ଦେଖାଯିବ ।

ମିଶ୍ରଣକୁ କିଛି ସମୟ ପାଇଁ ସ୍ଥିର ରଖାଯାଉ । ମିଶ୍ରଣଟି ସ୍ଥିର ରହିଛି ନା ତା’ର କଣିକାଗୁଡ଼ିକୁ ବିକରର ନିମ୍ନରେ ବସିଯିବା ପାଇଁ କିଛି ସମୟ ଆବଶ୍ୟକ କରୁଛି ?

ଗ୍ରୁପ୍ A, B ଓ D ପ୍ରସ୍ତୁତ କରିଥିବା ମିଶ୍ରଣଗୁଡ଼ିକ ସ୍ଥିର ରହିବ । କିନ୍ତୁ ଗ୍ରୁପ୍ ୯ ପ୍ରସ୍ତୁତ କରିଥିବା ମିଶ୍ରଣର କଣିକାଗୁଡ଼ିକୁ ବିକରର ନିମ୍ନରେ ବସିଯିବା ପାଇଁ କିଛି ସମୟ ନେବେ ।

ମିଶ୍ରଣକୁ ଫିଲ୍ଟର କାଗଜ ବ୍ୟବହାର କରି ଛାଣ । ଫିଲ୍ଟର କାଗଜରେ କିଛି ଅବଶେଷ ରହିଛି କି ?

ଗ୍ରୁପ୍ A, B ଓ D ପ୍ରସ୍ତୁତ କରିଥିବା ମିଶ୍ରଣକୁ ଫିଲ୍ଟର କାଗଜରେ ଛାଣିଲେ କିଛି ଅବଶେଷ ରହିବ ନାହିଁ । କିନ୍ତୁ ଗ୍ରୁପ୍ C ପ୍ରସ୍ତୁତ କରିଥିବା ମିଶ୍ରଣକୁ ଫିଲ୍‌ଟର କାଗଜରେ ଛାଣିଲେ ଅବଶେଷ ରହିଯିବ ।
ସିଦ୍ଧାନ୍ତ : : ଗ୍ରୁପ୍ A ଓ B ପ୍ରସ୍ତୁତ କରିଥିବା ମିଶ୍ରଣ ଦ୍ରବଣ, ଗ୍ରୁପ୍ C ପ୍ରସ୍ତୁତ କରିଥିବା ମିଶ୍ରଣ ସସ୍ପେନ୍ ସନ ଏବଂ ଗ୍ରୁପ୍ D ପ୍ରସ୍ତୁତ କରିଥିବା ମିଶ୍ରଣ କଲଏଡ୍ ଅଟେ ।

BSE Odisha 9th Class Physical Science Solutions Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି

ତୁମପାଇଁ କାମ 2.3 :

ଦୁଇଟି ବିକରରେ ପାଖାପାଖୁ 50 ମି.ଲି. ଲେଖାଏଁ ଜଳ ନିଆଯାଉ । ଗୋଟିଏ ବିକରରେ ଲୁଣ ଓ ଅନ୍ୟ ବିକରରେ ଚିନି ମିଶାଇ ଲଗାତର ଭାବେ ଗରମ କରାଯାଉ । ଯେତେବେଳେ ଆଉ ଅଧ୍ବକ ଦ୍ରବ ମିଶିପାରିବ ନାହିଁ, ସେତେବେଳେ ବିକରକୁ ଗରମ କରି ସେଥ‌ିରେ ଥ‌ିବା ଦ୍ରବଣର ତାପମାତ୍ରା ପ୍ରାୟ 5°C ବୃଦ୍ଧି କରାଯାଉ । ପୁନଶ୍ଚ ସେଥୁରେ ଦ୍ରବ ମିଶାଇବା ଆରମ୍ଭ କରାଯାଉ ।

ପର୍ଯ୍ୟବେକ୍ଷଣ :
ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଜଳରେ ଦ୍ରବୀଭୂତ ହୋଇପାରୁଥିବା ଲୁଣ ଓ ଚିନିର ପରିମାଣ କ’ଣ ସମାନ ?

ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଜଳରେ ଦ୍ରବୀଭୂତ ହୋଇପାରୁଥିବା ଲୁଣ ଓ ଚିନିର ପରିମାଣ ଅସମାନ ।
ସିଦ୍ଧାନ୍ତ : ଏକ ନିର୍ଦ୍ଦିଷ୍ଟ ତାପମାତ୍ରାର ଏକ ପ୍ରଦତ୍ତ ଦ୍ରାବକରେ ଭିନ୍ନ ଭିନ୍ନ ବସ୍ତର ଦ୍ରବଣୀୟତା ଭିନ୍ନ ଭିନ୍ନ ହୋଇଥାଏ ।

ପୃକ୍ତ ଦ୍ରବଣ :

  • ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଯେତେବେଳେ ଦ୍ରବଣରେ ଆଉ ଅଧିକ ଦ୍ରବ ଦ୍ରବୀଭୂତ ହୋଇପାରିବ ନାହିଁ, ତାହାକୁ ପୃକ୍ତ ଦ୍ରବଣ (Saturated solution) କୁହାଯାଏ ।
  • ଗୋଟିଏ ପୃକ୍ତ ଦ୍ରବଣରେ ଏହି ତାପମାତ୍ରାରେ ଯେଉଁ ପରି ମାଣର ଦ୍ରବ ରହିଥାଏ, ତାହାକୁ ଦ୍ରବଣୀୟତା (Solubility) କୁହାଯାଏ ।

ଅପରିପୃକ୍ତ ଦ୍ରବଣ :

  • ଯଦି ଗୋଟିଏ ଦ୍ରବଣରେ ଦ୍ରବର୍ ପରିମାଣ ଏହାର ପୃକ୍ତ ସ୍ତରଠାରୁ କମ୍ ଥାଏ ତେବେ ତାହାକୁ ଅପରିପୃକ୍ତ 996 (Unsaturated solution)
  • ଗୋଟିଏ ନିର୍ଦ୍ଦିଷ୍ଟ ପରିମାଣ (ବସ୍ତୁତ୍ଵ କିମ୍ବା ଆୟତନ)ର ଦ୍ରବଣ ବା ଦ୍ରାବକରେ ଦ୍ରବୀଭୂତ ହୋଇଥିବା ଦ୍ରବର ପରିମାଣଦ୍ଵାରା ଦ୍ରବଣର ଗାଢ଼ତା ପ୍ରକାଶ କରାଯାଏ ।

ତୁମପାଇଁ କାମ 2.4 :
ଗୋଟିଏ ବିକରର ଅଧା ପର୍ଯ୍ୟନ୍ତ ପାଣିନେଇ ଏକ ୱାଚ୍ ଗ୍ଲାସ୍ ଉପରେ ରଖାଯାଉ । କିଛି ବୁନ୍ଦା କାଳି ଏହି ୱାଚ୍ ଗ୍ଲାସ୍ ଉପରେ ରଖ୍ ବିକରଟିକୁ ଗରମ କରାଯାଉ । ୱାସ୍‌ରୁ ବାଷ୍ପୀଭବନ ହେବାକୁ ଆରମ୍ଭ କରିବ । ଗରମ କରିବା ଚାଲୁରଖୁଲେ ବାଷ୍ପୀଭବନ ଘଟିବ ଏବଂ ଗରମ କରିବା ବନ୍ଦ କରିଦେଲେ ୱାଚ୍ ଗ୍ଲାସ୍‌ରେ ଅଧିକ କିଛି ପରିବର୍ତ୍ତନ ହେବ ନାହିଁ ।

ପର୍ଯ୍ୟବେକ୍ଷଣ :

ୱାଚ୍ ଗ୍ଲାସ୍‌ରୁ କିଏ ବାଷ୍ପୀଭୂତ ହୋଇଛି ବୋଲି ଭାବୁଛ ?
ଉ –
ୱାଚ୍ ଗ୍ଲାସ୍‌ରୁ ଜଳ ବାଷ୍ପୀଭୂତ ହୋଇଛି ।

ୱାଚ୍ ଗ୍ଲାସ୍‌ରେ କିଛି ଅବଶେଷ ରହିଛି କି ?
ଉ –
ୱାଚ୍ ଗ୍ଲାସ୍‌ରେ ରଞ୍ଜକର ଅବଶେଷ ରହିଛି ।

ତୁମର ମତ କ’ଣ ? କାଳି ଗୋଟିଏ ଏକକ ବସ୍ତୁ (ଶୁଦ୍ଧ) ନା ଏକ ମିଶ୍ରଣ ?
ଉ –
କାଳି ଜଳରେ ରଞ୍ଜକର ଏକ ମିଶ୍ରଣ ।

ସିଦ୍ଧାନ୍ତ : ଏଥୁରୁ ଜଣାଗଲା ଯେ, କାଳି ହେଉଛି ତରଳରେ ରଙ୍ଗର ଏକ ମିଶ୍ରଣ । ବାଷ୍ପୀଭବନ ପ୍ରଣାଳୀରେ ଉଦ୍‌ବାୟୀ ଉପାଦାନ (ତରଳ ଦ୍ରାବକ)କୁ ଅଣ ଉଦ୍‌ବାୟୀ ଉପାଦାନ (ଦ୍ରବ) ଠାରୁ ପୃଥକ୍ କରିହେବ ।

BSE Odisha 9th Class Physical Science Solutions Chapter 2 img-10

(b) କ୍ଷୀରରୁ ସରର ପୃଥକୀକରଣ :

ତୁମପାଇଁ କାମ 2.5 :
ସଂପୂର୍ଣ୍ଣ ସରଥବା କ୍ଷୀର ଏକ ପରୀକ୍ଷା ନଳୀରେ ନିଆଯାଉ । ଦୁଇ ମିନିଟ୍ ପାଇଁ ଏକ ସେଣ୍ଟ୍ରିଫ୍ୟୁଜିଂ ଯନ୍ତ୍ର (Centrifusing machine) ବା ମନ୍ଥନ ଦଣ୍ଡ ସାହାଯ୍ୟରେ ଏହାକୁ ଘୂର୍ଣ୍ଣନ କରାଯାଉ ।

ପର୍ଯ୍ୟବେକ୍ଷଣ :

କ୍ଷୀରକୁ ମନ୍ଥନ କରିସାରିବା ପରେ ତୁମେ କ’ଣ ଲକ୍ଷ୍ୟ କଲ ?
ଉ –
କ୍ଷୀରକୁ ମନ୍ଥନ କରିସାରିବା ପରେ କ୍ଷୀରରୁ ସର ପୃଥକ୍ ହୋଇଯାଏ ।

କ୍ଷୀରରୁ ସର କିପରି ଅଲଗା କରାଯାଇ ପାରିବ, ବୁଝାଇ ଦିଅ ।
ଉ-
କେନ୍ଦ୍ରାପସାରଣ ପଦ୍ଧତିରେ ମିଶ୍ରଣର କଣିକାମାନେ ଦ୍ରୁତ ବେଗରେ ଘୂରିଲାବେଳେ ଅଧିକ ସାନ୍ଦ୍ରତା ବିଶିଷ୍ଟ କଣିକାଗୁଡ଼ିକ ତଳେ ବସିଯାଏ ଏବଂ ହାଲୁକା କଣିକାଗୁଡ଼ିକ ଉପରେ ରହିଯାଏ । ତେଣୁ ସେମାନଙ୍କର ପୃଥକୀକରଣ ହୋଇଥାଏ ।

କେନ୍ଦ୍ରାପସାରଣ ପଦ୍ଧତିର ପ୍ରୟୋଗ

  • ରୋଗନିର୍ଣ୍ଣୟ ବିଜ୍ଞାନାଗାରରେ ରକ୍ତ ଓ ମୂତ୍ର ପରୀକ୍ଷା ପାଇଁ ବ୍ୟବହୃତ ହୁଏ ।
  • ଦୁଗ୍‌ଧ ଜାତୀୟ ପଦାର୍ଥର ଉତ୍ପାଦନ କେନ୍ଦ୍ର ଓ ଘରେ ସରରୁ ଲହୁଣୀ ପ୍ରସ୍ତୁତ ପାଇଁ ବ୍ୟବହୃତ ହୁଏ ।
  • ଲୁଗାସ। ମେସିନ୍‌ରେ ଓଦା ଲୁଗାରୁ ଜଳ ଅପସାରଣ କରିବାପାଇଁ ବ୍ୟବହୃତ ହୁଏ ।
  • ଦୁଇଟି ମିଶୁନଥୁବା ତରଳ ପଦାର୍ଥର ମିଶ୍ରଣର ପୃଥକୀକରଣ :

ତୁମପାଇଁ କାମ 2.6 :
କିରୋସିନି ତେଲ ଓ ଜଳର ମିଶ୍ରଣକୁ ଏକ ପୃଥକକାରୀ ଫନେଲ୍‌ରେ ଢଳାଯାଉ । ଏହାକୁ କିଛି ସମୟ ପାଇଁ ହଲଚଲ ନ କରି ରଖୁଲେ କିରୋସିନି ଓ ଜଳର ପୃଥକ୍ ପୃଥକ୍ ସ୍ତର ସୃଷ୍ଟିହେବ । ପୃଥକ୍‌କାରୀ ଫନେଲ୍‌ର ଷ୍ଟପ୍‌କକ୍ (stopcock) ଖୋଲି ଦିଆଯାଉ ଓ ତଳସ୍ତରରେ ଥ‌ିବା ଜଳକୁ ଯତ୍ନ ସହକାରେ ତଳମୁହଁ ବାଟେ କାଢ଼ିନିଆଯାଉ । ପୃଥକ୍‌କାରୀ ଫନେଲ୍‌ର ଉପର ସ୍ତରରେ ଥିବା ତେଲ ଯେତେବେଳେ ଷ୍ଟପ୍‌କକ୍ ନିକଟକୁ ଖସିଆସିବ ସେତେବେଳେ ଷ୍ଟପ୍‌କକ୍‌କୁ ମୋଡ଼ି ପୁନର୍ବାର ବନ୍ଦ କରିଦିଆଯାଉ ।
BSE Odisha 9th Class Physical Science Solutions Chapter 2 img-11

ପର୍ଯ୍ୟବେକ୍ଷଣ : ଏଥୁରୁ ଜଣାଗଲା ଯେ, କିରୋସିନି ତେଲର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ କମ୍ ହୋଇଥିବାରୁ ତାହା ଜଳର ଉପର ସ୍ତରରେ ରହିଲା । ଫଳରେ ପୃଥକକାରୀ ଫନେଦ୍ଵାରା ଜଳ ସହଜରେ ଅଲଗା ହୋଇପାରିଲା ।

ସିଦ୍ଧାନ୍ତ : ଦୁଇଟି ମିଶି ପାରୁନଥ‌ିବା ତରଳକୁ ସେମାନଙ୍କର ସାନ୍ଦ୍ରତା ପାର୍ଥକ୍ୟ ଯୋଗୁଁ ଦୁଇଟି ସ୍ତରରେ ପୃଥକ୍ କରିହୁଏ ।

ପୃଥକକାରୀ ଫନେଲ୍ ପଦ୍ଧତିର ପ୍ରୟୋଗ :

  • ଏହା ତେଲ ଓ ଜଳର ମିଶ୍ରଣକୁ ଅଲଗା କରେ ।
  • ଲୁହାକୁ ତାହାର ଧାତୁପିଣ୍ଡରୁ ଅଲଗା କଲାବେଳେ ହାଲୁକା ଧାତୁମଳ (slag)କୁ ଉପରସ୍ତରରୁ ଅଲଗା କରି ଦିଆଯାଏ ଏବଂ ତରଳ ଲୁହା ଫର୍ସେସ୍ ତଳେ ରହିଯାଏ ।

(d) ଲୁଣ ଓ ଏମୋନିୟମ୍ କ୍ଲୋରାଇଡ୍ ମିଶ୍ରଣର ପୃଥକୀକରଣ :

  • ଏମୋନିୟମ୍ କ୍ଲୋରାଇଡ୍ ଊର୍ଦ୍ଧ୍ବପାତୀ (Sublimate) ଉଦ୍‌ୟୀ ପଦାର୍ଥ ଏବଂ ଲୁଣ ଅଣଊର୍ଷପାତୀ (non-sublimate) ପଦାର୍ଥ ଅଟେ ।
  • ଏ ପ୍ରକାର ମିଶ୍ରଣର ପୃଥକୀକରଣ ପାଇଁ ଊର୍ଦ୍ଧ୍ୱ ପାତନ ପ୍ରଣାଳୀ ଅବଲମ୍ବନ କରାଯାଏ ।
  • କେତେକ କଠିନ ଊର୍ଦ୍ଧ୍ୱ ପାତୀର ଊର୍ଦ୍ଧ୍ଵ ପାତୀର ଉଦାହରଣ ହେଲା – ଏମୋନିୟମ୍ କ୍ଲୋରାଇଡ୍, କର୍ପୂର, ନାଫ୍‌ଲିନ୍ ଏବଂ ଆନ୍ତଃସିନ୍ ।

(e) କଳା କାଳିର ରଞ୍ଜକ ଏକ ରଙ୍ଗ ବିଶିଷ୍ଟ କି ?

ତୁମପାଇଁ କାମ 2.7 :
ଫିଲ୍ ଟର କାଗଜର ଏକ ସରୁ ପଟ୍ଟ (Strip)ର ତଳଧାରରୁ ପ୍ରାୟ 3 ସେ.ମି. ଉପରେ ପେନ୍‌ସିଲ୍ ବ୍ୟବହାର କରି ଏକ ଗାର ଟଣାଯାଉ । ଗୋଟିଏ କାଳିକଲମରୁ ଏକ ଛୋଟ ବୁନ୍ଦା କାଳି ଏହି ଗାରର ମଧ୍ୟଭାଗରେ ପକାଇ ଏହାକୁ ଶୁଖୁବାକୁ ଦିଆଯାଉ । ଜଳଥିବା ଏକ ବିକର୍ ଭିତରେ ଫିଲ୍‌ଟର୍ ପେପରକୁ ପୂରାଯାଉ; ଯେପରି କାଳିବୁନ୍ଦାଟି ଜଳସ୍ତରର ଠିକ୍ ଉପରକୁ ରହିବ । ଏହାକୁ ହଲଚଲ ନ କରି ରଖାଯାଉ ।
BSE Odisha 9th Class Physical Science Solutions Chapter 2 img-12
BSE Odisha 9th Class Physical Science Solutions Chapter 2 img-13

ପର୍ଯ୍ୟବେକ୍ଷଣ :
କାଗଜ ଉପରେ ତୁମେ କ’ଣ ଲକ୍ଷ୍ୟ କାଗଜ ଉପରେ ତୁମେ କ’ଣ ଲକ୍ଷ୍ୟ କରୁଛ ?
ଉ –
ଜଳ ଉପର କୁ ଉଠି ଲାବେଳେ ଫିଲ୍‌ ଟର କାଗଜ ଉପରେ ବିଭିନ୍ନ ରଙ୍ଗ ଦେଖାଯିବ ।

ତୁମେ କ’ଣ ଫିଲ୍ଟର କାଗଜ ପଲ୍ଲୀରେ ବିଭିନ୍ନ ପ୍ରକାର ରଙ୍ଗ ପାଉଛି କି ?
ଉ –
ହଁ, ଫିଲ୍ଟର କାଗଜ ପଲ୍ଲୀରେ ବିଭିନ୍ନ ପ୍ରକାର ରଙ୍ଗ ମିଳିବ ।

ତୁମ ମତରେ ଫିଲ୍ଟର କାଗଜ ପଲ୍ଲୀରେ ରଙ୍ଗୀନ ଦାଗ ଉପରକୁ ଉଠିବାର କାରଣ କ’ଣ ହୋଇପାରେ

ସିଦ୍ଧାନ୍ତ :
କାଳି ବିଭିନ୍ନ ରଙ୍ଗରେ ତିଆରି ହୋଇଥିବାରୁ ଫିଲ୍ଟର କାଗଜ ପଟ୍ଟରେ ରଙ୍ଗୀନ ଦାଗ ଉପରକୁ ଉଠେ । ଏଥିରୁ ଜଣାଗଲା ଯେ, କାଳିରେ ଜଳ ଦ୍ରାବକ ଓ ରଞ୍ଜକ ହେଉଛି ଦ୍ରବ । ଜଳ ଫିଲ୍‌ଟର୍‌ କାଗଜରେ ଉପରକୁ ଉଠିଲାବେଳେ ସେହି ଜଳ ନିଜ ସାଙ୍ଗରେ ରଞ୍ଜକର କଣିକାଗୁଡ଼ିକୁ ନେଇ ଉପରକୁ ଉଠେ । ଗୋଟିଏ ରଞ୍ଜକ ସାଧାରଣତଃ ଦୁଇ ବା ତତୋଧ୍ଵକ ରଙ୍ଗର ମିଶ୍ରଣ ଅଟେ । ରଙ୍ଗର ଯେଉଁ ଉପାଦାନ ଜଳରେ ବେଶୀ ଦ୍ରବଣୀୟ ତାହା ଶୀଘ୍ର ଉପରକୁ ଉଠିଥାଏ ଏବଂ ଏହି ପ୍ରଣାଳୀରେ ରଞ୍ଜକର ରଙ୍ଗଗୁଡ଼ିକ ପୃଥକ୍ କରାଯାଏ ।

କ୍ରୋମାଟୋଗ୍ରାଫି (Chromatography) :
ଯେଉଁ ପ୍ରଣାଳୀକୁ ବ୍ୟବହାର କରି ଗୋଟିଏ ଦ୍ରାବକରେ ଦ୍ରବୀଭୂତ ହୋଇଥବା ଏକାଧ୍ୟକ ଦ୍ରବମାନଙ୍କୁ ପୃଥକ କରାଯାଏ ତାହାକୁ କ୍ରୋମୋଟାଗ୍ରାଫି କୁହାଯାଏ ।

କ୍ରୋମାଟୋଗ୍ରାଫିର ପ୍ରୟୋଗ :

  • ଏହା ରଞ୍ଜକରେ ଥ‌ିବା ରଙ୍ଗମାନଙ୍କୁ ଅଲଗା କରେ ।
  • ଏହା ପ୍ରାକୃତିକ ରଙ୍ଗରୁ ବର୍ଣ୍ଣକଣା (pigments) ମାନଙ୍କୁ ଅଲଗା କରେ ।
  • ଏହା ନିଶାଦ୍ରବ୍ୟରୁ ରକ୍ତକୁ ଅଲଗା କରେ ।

ଦୁଇଟି ମଣିଷ।ଇଥିବା ତରଳ ପଦାର୍ଥର ମିଶ୍ରଣର ପୃଥକୀକରଣ

BSE Odisha 9th Class Physical Science Solutions Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି

ତୁମପାଇଁ କାମ 2.8 :
ଏକ ପାତନ ଫ୍ଲାସ୍କରେ ଏସିଟୋନ୍ ଓ ଜଳର ମିଶ୍ରଣକୁ ନିଆଯାଉ । ଏଥରେ ଏକ ଥର୍ମୋମିଟର ସଂଯୋଗ କରାଯାଉ । ଥର୍ମୋମିଟର ଉପରେ ଲକ୍ଷ୍ୟ ରଖ୍ ଏହି ମିଶ୍ରଣକୁ ଧୀରେ ଧୀରେ ଗରମ କଲେ ଏସିଟୋନ୍ ବାଷ୍ପୀଭୂତ ହୋଇ କଣ୍ଟେନସର୍‌କୁ ଚାଲିଯିବ ଓ ସେଥୁରେ ଘନୀଭୂତ ହେବ । ଏହାକୁ କଣ୍ଟେନ୍‌ସର୍‌ର ବହିଃଗମନ ପଥଦେଇ ସଂଗ୍ରହ କରିହେବ । ପାତନ ଫ୍ଲାସ୍କ ମଧ୍ୟରେ ଜଳ ରହିଯିବ ।

ପର୍ଯ୍ୟବେକ୍ଷଣ :
ମିଶ୍ରଣ ଗରମ ହେବାକୁ ଆରମ୍ଭ ହେଲାବେଳେ, ତୁମେ କ’ଣ ଦେଖିଲ ?
ଉ –
ଏସିଟୋନ୍ ବାଷ୍ପୀଭୂତ ହୋଇ କଣ୍ଟେନ୍ ସର ଆଡ଼କୁ ଗତି କଲା ।

କେଉଁ ତାପମାତ୍ରାରେ ଥର୍ମୋମିଟରର ପଠନାଙ୍କ (reading) କିଛି ସମୟ ପାଇଁ ସ୍ଥିର ରହିଲା ?
ଉ –
78.3°C

ଏସିଟୋନ୍ ର ସ୍ଫୁଟନାଙ୍କ କେତେ ?
ଉ –
78.3°C

କାହିଁକି ଦୁଇଟି ଉପାଦାନ ଅଲଗା ହେଲା ?
ଉ-
କାରଣ ଉପାଦାନ ଦୁଇଟିର ସ୍ଫୁଟନାଙ୍କ ଭିନ୍ନ ।

ସିଦ୍ଧାନ୍ତ : ଏହି ପ୍ରଣାଳୀକୁ ପାତନ କୁହାଯାଏ । ଦୁଇଟି ମିଶି ଯାଇଥବା ତରଳମାନଙ୍କର ସ୍ଫୁଟନାଙ୍କ ତାପମାତ୍ରାରେ ଯଥେଷ୍ଟ ପାର୍ଥ କ୍ୟ ଥାଏ ଓ ଉତ୍ତପ୍ତ ହୋଇ ଫୁଟିଲାବେଳେ ଅପଘଟିତ ହୁଅନ୍ତି ନାହିଁ, ସେହି ତରଳ ମିଶ୍ରଣର ଉପାଦାନଗୁଡ଼ିକୁ ପୃଥକ୍ କରିବା ପାଇଁ ଏହି ପ୍ରଣାଳୀ ବ୍ୟବହୃତ ହୁଏ ।
BSE Odisha 9th Class Physical Science Solutions Chapter 2 img-14
BSE Odisha 9th Class Physical Science Solutions Chapter 2 img-15

ଆଂଶିକ ପାତନ ପ୍ରଣାଳୀ :

  • ଯେଉଁ ଉପାଦାନଗୁଡ଼ିକର ସ୍ଫୁଟନାଙ୍କ ମଧ୍ୟରେ ପାର୍ଥକ୍ୟ 25Kରୁ କମ୍ ଅଟେ, ସେହି ପ୍ରକାରର ଦୁଇ ବା ଅଧିକ (ମିଶିଯାଇଥିବା) ତରଳମାନଙ୍କ ମିଶ୍ରଣକୁ ଆଂଶିକ ପାତନ ପ୍ରଣାଳୀରେ ପୃଥକ୍ କରାଯାଏ ।
  • ଉଦାହରଣ ସ୍ଵରୂପ, ବାୟୁରୁ ବିଭିନ୍ନ ପ୍ରକାର ଗ୍ୟାସୀୟ ଉପାଦାନକୁ ଅଲଗା କରାଯାଏ । ପେଟ୍ରୋଲିୟମ୍ ଜାତ ଦ୍ରବ୍ୟରେ ଥିବା ଛୋଟ ଛୋଟ ଅଂଶବିଶେଷକୁ ଆଂଶିକ ପାତନ ପ୍ରଣାଳୀରେ ଅଲଗା କରାଯାଏ ।

ବାୟୁରୁ ବିଭିନ୍ନ ଗ୍ୟାସ୍‌ଗୁଡ଼ିକର ପୃଥକୀକରଣ :
BSE Odisha 9th Class Physical Science Solutions Chapter 2 img-16

  • ବାୟୁ ହେ ଉଛି ଏକ ସମଜାତୀୟ ମିଶ୍ରଣ ।
  • ଆଂଶିକ ପାତନ ପ୍ରଣାଳୀରେ ବାୟୁ ମଧ୍ୟରେ ଥ‌ିବା ଉପାଦାନଗୁଡ଼ିକୁ ଅଲଗା କରାଯାଏ ।
  • ବାୟୁରୁ ଏକ ନିର୍ଦ୍ଦିଷ୍ଟ ଗ୍ୟାସ୍‌ ପାଇବାକୁ ହେଲେ ବାୟୁରେ ରହିଥ‌ିବା ଅନ୍ୟ ସମସ୍ତ ଗ୍ୟାସ୍‌କୁ ଅଲଗା କରିବାକୁ ହେବ ।
  • ବାୟୁର ଚାପ ବୃଦ୍ଧିକରି ତାହାକୁ ସଙ୍କୁଚିତ କରିବା ପରେ ତାହାର ତାପମାତ୍ରାକୁ ହ୍ରାସ କଲେ ତରଳ ବାୟୁ ମିଳିବ ।
  • ଆଂଶିକ ପାତନ ସ୍ତମ୍ଭରେ ତରଳ ବାୟୁକୁ ଧୀରେ ଧୀରେ ଗରମ କଲେ ବାୟୁରେ ଥ‌ିବା ଗ୍ୟାସ୍‌ମାନେ ସେମାନଙ୍କ ସ୍ଫୁଟନାଙ୍କ ଅନୁ ସାରେ ଭିନ୍ନ ଭିନ୍ନ ଉଚ୍ଚତାରେ ଅଲଗା ହୋଇଯିବେ ।

BSE Odisha 9th Class Physical Science Solutions Chapter 2 img-17 BSE Odisha 9th Class Physical Science Solutions Chapter 2 img-18

ତୁମପାଇଁ କାମ 2.9 :
ଏକ ଚିନାପାତ୍ରରେ ପ୍ରାୟ 5g ଅଶୁଦ୍ଧ କପର ସଲ୍‌ଫେଟ୍‌ର ନମୁନା ନିଆଯାଉ । ଏହାକୁ ସର୍ବନିମ୍ନ ପରିମାଣର ପାଣିରେ ଦ୍ରବୀଭୂତ କରି ଏଥୁରୁ ଅପଦ୍ରବ ପଦାର୍ଥକୁ ଛାଣି ବାହାରକରି ଦିଆଯାଉ । ପୃକ୍ତ ଦ୍ରବଣ ପାଇବାପାଇଁ
ଦିଆଯାଉ ଓ ଦିନକ ପାଇଁ ହଲଚଲ୍ ନକରି ଘର ତାପମାତ୍ରା (room temperature)ରେ ଧୀରେ ଧୀରେ ଥଣ୍ଡା ହେବାକୁ ଛାଡ଼ି ଦିଆଯାଉ । ଚିନା ପାତ୍ରରେ କପର ସଲ୍‌ଫେଟ୍‌ର ସ୍ଫଟିକ ମିଳିବ । ଏହି ପ୍ରଣାଳୀକୁ ସ୍ଫଟିକୀକରଣ (crystallisation) କୁହାଯାଏ ।

ପର୍ଯ୍ୟବେକ୍ଷଣ :
ଚିନାପାତ୍ରରେ ତୁମେ କ’ଣ ନିରୀକ୍ଷଣ କଲ ?
ଉ-
ଚିନାପାତ୍ରରେ କିଛି ନୀଳବର୍ଷର ସ୍ଫଟିକ ଦେଖୁଲୁ ।

ସ୍ଫଟିକଗୁଡ଼ିକ କ’ଣ ଏକାଭଳି ଦେଖାଯାଉଛି ?
ଉ-
ହଁ, ସ୍ଫଟିକଗୁଡ଼ିକ ଏକାଭଳି ଦେଖାଯାଉଛି ।

ଚିନାପାତ୍ରରେ ଥିବା ତରଳ ମଧ୍ୟରୁ ତୁମେ କିପରି ସ୍ଫଟିକଗୁଡ଼ିକୁ ପୃଥକ କରିପାରିବ ?
ଉ –
ଚିନାପାତ୍ରରେ ଥିବା ତରଳକୁ ଏକ ଚାଲୁଣୀରେ ଜାଣିଲେ ସ୍ଫଟିକଖୁଡିକ ଚାଲୁଣୀରେ ରହିଯିବ ଓ ତରଳ ଛାଣି ହୋଇଯିବ ।

ସିଦ୍ଧାନ୍ତ : ସମୁଦ୍ର ଜଳରୁ ମିଳୁଥିବା ଲୁଣରେ ଅନେକ ଅପଦ୍ରବ ରହିଥାଏ । ଏହି ଅପଦ୍ରବମାନଙ୍କୁ ଅପସାରଣ କରିବା ପାଇଁ ସ୍ଫଟିକୀକରଣ ପ୍ରଣାଳୀ ବ୍ୟବହାର କରାଯାଏ । ଏହି ପ୍ରକ୍ରିୟାରେ ଦ୍ରବଣରୁ ଶୁଷ୍କ କଠିନକୁ ସ୍ଫଟିକ ରୂପେ ପୃଥକ କରାଯାଏ

ସ୍ଫଟିକୀକରଣ : ଯେଉଁ ପ୍ରକ୍ରିୟାରେ ଦ୍ରବଣରୁ ଶୁଦ୍ଧ କଠିନକୁ ପୃଥକ କରାଯାଏ, ତାହାକୁ ସ୍ଫଟିକୀକରଣ କୁହାଯାଏ ।

  • ସ୍ଫଟିକୀକରଣ ପଦ୍ଧତିରେ ଦ୍ରବଣରୁ ଶୁଦ୍ଧ କଠିନକୁ ସ୍ଫଟିକ ଆକାରରେ ଅଲଗା କରାଯାଇଥାଏ ।
  • ସ୍ଫଟିକୀକରଣ କୌଶଳ ଅଧିକ ଭଲ କାରଣ –
  • ଶୁଷ୍କ ହେବା ପର୍ଯ୍ୟନ୍ତ ଗରମ କଲେ କେତେକ କଠିନ ବିଘଟିତ ହୋଇଯାଆନ୍ତି ଅଥବା ଆଉ କେତେକ କଠିନ ତିନିପରି ସମ୍ପୁର୍ଣ୍ଣଭାବରେ ପୋଡ଼ିଯାଇ କଳା ହୋଇଯାଆନ୍ତି
  • ପରିସ୍ରବଣ ପରେ ବି କେତେକ ଅପଦ୍ରବ ଦ୍ରବଣରେ ଦ୍ରବୀଭୂତ ହୋଇ ରହିଯାଇପାରେ । ବାଷ୍ପୀଭବନ ସମୟରେ ସେଗୁଡ଼ିକ କଠିନକୁ ଦୂଷିତ କରିଥାଏ।

ସ୍ଫଟିକୀକରଣ ପ୍ରୟୋଗ :
(a) ସମୁଦ୍ର ଜଳରୁ ବିଶୁଦ୍ଧ ଲୁଣ ମିଳିଥାଏ । (b) ଅଶୁଦ୍ଧ ନମୁନାରୁ ଫିଟିକିରିର ସ୍ଫଟିକ ମିଳିଥାଏ ।
(iv) ସହରମାନଙ୍କରେ ଜଳଯୋଗାଣ ସଂସ୍ଥା ପିଇବାପାଣି ଯୋଗାଇଥା’ନ୍ତି । ଜଳଯୋଗାଣ ସଂସ୍ଥାରୁ ଘରକୁ ପାନୀୟ ଜଳ ଯୋଗାଇବା ପାଇଁ ବିଭିନ୍ନ ପଦ୍ଧତି ଅବଲମ୍ବନ କରାଯାଏ ।
BSE Odisha 9th Class Physical Science Solutions Chapter 2 img-19

ତୁମପାଇଁ କାମ 2.10 :

ଶ୍ରେଣୀର ପିଲାମାନଙ୍କୁ ଦୁଇଟି ଦଳରେ ବିଭକ୍ତ କରି ପ୍ରତ୍ୟେକ ଦଳକୁ 5gର ଲୁହାଗୁଣ୍ଡ ଓ 3gର ସଲଫର୍ ଗୁଣ୍ଡ ଗୋଟିଏ ଲେଖାଏଁ ଚିନି ପାତ୍ରରେ ଦିଆଯାଉ ।
ଦଳ – I : ଲୁହାଗୁଣ୍ଡ ଓ ସଲଫର୍ ଗୁଣ୍ଡକୁ ମିଶାଇ ପେଷଣ କରନ୍ତୁ ।
ଦଳ – II : ଲୁହାଗୁଣ୍ଡ ଓ ସଲଫର୍ ଗୁଣ୍ଡର ମିଶ୍ରଣକୁ ଲାଲ୍ ହେବା ପର୍ଯ୍ୟନ୍ତ ଭଲକରି ଗରମ କରନ୍ତୁ ଓ ନିଆଁରୁ କାଢ଼ି ମିଶ୍ରଣକୁ ଥଣ୍ଡା ହେବାକୁ ଦିଅନ୍ତୁ ।
ଦଳ – I ଓ ଦଳ – II : ଚୁମ୍ବକ ସାହାଯ୍ୟରେ ପଦାର୍ଥର ଚୁମ୍ବକତ୍ଵ ଅଛି କି ନାହିଁ ପରୀକ୍ଷା କରନ୍ତୁ ।

ବିଭିନ୍ନ ଦଳ ପାଇଥିବା ପଦାର୍ଥର ରଙ୍ଗ ଓ ମସୃଣତା ତୁଳନା କରାଯାଉ । ପାଇଥିବା ପଦାର୍ଥର ଏକ ଅଂଶରେ କାର୍ବନ ଡାଇସଲଫାଇଡ଼୍ ମିଶାଯାଉ । ଏହାକୁ ଭଲଭାବେ ଗୋଳାଇ ଛଣାଯାଉ । ପଦାର୍ଥର ଅନ୍ୟ ଅଂଶରେ ଲଘୁ ଗନ୍ଧକାମ୍ଳ କିମ୍ବା ଲଘୁ ଲବଣାମ୍ଳ ମିଶାଯାଉ । ଲୁହା ଓ ସଲଫର୍ ମୌଳିକକୁ ଅଲଗା ଅଲଗା ନେଇ ଉପରେ ବର୍ଣ୍ଣିତ କାର୍ଯ୍ୟର ସମସ୍ତ ସୋପାନଗୁଡିକ ଆଉଥରେ କାର୍ଯ୍ୟକାରୀ କରାଯାଉ ।

ପର୍ଯ୍ୟବେକ୍ଷଣ :
ଦୁଇଦଳ ପାଇଥ‌ିବା ପଦାର୍ଥ ଦେଖିବାକୁ ଏକା ପ୍ରକାର କି ?
ଉ-
ଦୁଇଦଳ ପାଇଥ‌ିବା ପଦାର୍ଥ ଦେଖିବାକୁ ଏକା ପ୍ରକାର ନୁହେଁ |
ଦଳ – I ର ପଦାର୍ଥରେ ଧୂସର ରଙ୍ଗର ଲୁହାକଣିକା ଓ ହଳଦିଆ ରଙ୍ଗର ସଲଫର୍ କଣିକା ଦେଖାଯାଏ ।
ଦଳ – II ର ପଦାର୍ଥରେ କଳାରଙ୍ଗର ଆଇରନ୍ ସଲଫାଇଡ୍ (FeS2) ଯୌଗିକ ଦେଖାଯାଏ ।

କେଉଁ ଦଳ ପାଇଥିବା ପଦାର୍ଥଟି ଚୁମ୍ବକତ୍ଵ ଧର୍ମ ପ୍ରଦର୍ଶନ କରୁଛି ?
ଉ-
ଦଳ – I ପାଇଥ‌ିବା ପଦାର୍ଥଟି ଚୁମ୍ବକତ୍ଵ ଧର୍ମ ପ୍ରଦର୍ଶନ କରୁଛି ।

ପାଇଥବା ପଦାର୍ଥର ଉପାଦାନମାନଙ୍କୁ ଆମେ ପୃଥକ୍ କରିପାରିବା କି ?
ଉ-
ଦଳ – I ପାଇଥିବା ପଦାର୍ଥର ଉପାଦାନମାନଙ୍କୁ ଚୁମ୍ବକ ସାହାଯ୍ୟରେ ପୃଥକ୍ କରିପାରିବା; କିନ୍ତୁ ଦଳ – II ପାଇଥ‌ିବା ପଦାର୍ଥର ଉପାଦାନଗୁଡିକୁ ପୃଥକ୍ କରିପାରିବା ନାହିଁ ।

ଲଘୁ ଗନ୍ଧକାମ୍ଳ ବା ଲଘୁ ଲବଣାମ୍ଳ ମିଶାଇଲା ପରେ ଉଭୟ ଦଳ ଏକ ଗ୍ୟାସ୍ ପାଇଥିଲେ କି ? ଉଭୟ ପୃଥକ୍ ଥିଲା । କ୍ଷେତ୍ରରେ ମିଳିଥିବା ଗ୍ୟାସ୍‌ର ବାସ୍ନା ସମାନ ନା ପୃଥକ୍ ଥିଲ |
ଉ-
ହଁ । ଉଭୟ ଦଳ ଏକ ଗ୍ୟାସ୍‌ ପାଇଥିଲେ । କିନ୍ତୁ ଉଭୟ କ୍ଷେତ୍ରରେ ବାସ୍ନା ସମାନ ନ ଥ‌ିବାରୁ ଦଳ ପାଇଥିବା ଗ୍ୟାସ୍ ଗନ୍ଧହୀନ ଥିଲା । କିନ୍ତୁ ଦଳ – II ପାଇଥ‌ିବା ଗ୍ୟାସ୍ ପଚାଅଣ୍ଡା ଗନ୍ଧଯୁକ୍ତ ଥିଲା ।

ସିଦ୍ଧାନ୍ତ :
(i) ଦ ଳ – I ପାଇଥିବା ଗ୍ୟାସ୍ ହାଇଡ୍ରୋଜେନ୍ ଅଟେ ଏବଂ ଏହା ରଙ୍ଗହୀନ, ଗନ୍ଧହୀନ ଓ ଦାହ୍ୟ । ଦ ଳ – II ପାଇଥିବା ଗ୍ୟାସ୍ ହାଇଡ୍ରୋଜେନ୍ ସଲଫାଇଡ୍ ଅଟେ ଏବଂ ଏହା ରଙ୍ଗହୀନ ଓ ପଚାଅଣ୍ଡା ଗନ୍ଧଯୁକ୍ତ ଗ୍ୟାସ୍ ।

(ii) ଦଳ – I ପାଇଥିବା ପଦାର୍ଥ ଦୁଇଟି ମୌଳିକ ଯଥା : ଲୁହା ଓ ସଲଫର୍‌ର ମିଶ୍ରଣ ଥିଲା । ଏହି ମିଶ୍ରଣର ଧର୍ମ ଏହାର ଉପାଦାନଗୁଡିକର ଧର୍ମ ସହିତ ସମାନ । ତେଣୁ ଏହା ଏକ ଭୌତିକ ପରିବର୍ତ୍ତନ ଥିଲା । ଦଳ – II ପାଇଥିବା ପଦାର୍ଥ ଆଇରନ୍ ସଲଫାଇଡୁ ଏକ ଯୌଗିକ ଥିଲା । ଏହାର ଧର୍ମ ଏହାର ଉପାଦାନ ଲୁହା ଓ ସଲଫର୍‌ର ଧର୍ମଠାରୁ ସଂପୂର୍ଣ୍ଣ ଭିନ୍ନ । ତେଣୁ ଏହା ଏକ ରାସାୟନିକ ପରିବର୍ତ୍ତନ ।