CHSE Odisha Class 12 Psychology Unit 2 Questions and Answers in Odia Medium

Odisha State Board CHSE Odisha Class 12 Psychology Solutions Unit 2 ମନୋ-ସାମାଜିକ ଚାପ & ଭୌତିକ ପରିବେଶ ଓ ବ୍ୟବହାର Questions and Answers.

CHSE Odisha 12th Class Psychology Unit 2 Questions and Answers in Odia Medium

ନିମ୍ନୋକ୍ତ ପ୍ରତ୍ୟେକ ପ୍ରଶ୍ନର କେତେଗୁଡ଼ିଏ ସମ୍ଭାବ୍ୟ ଉତ୍ତର ତଳେ ଦିଆଯାଇଛି । ଉପଯୁକ୍ତ ଉତ୍ତର ବାଛି ଲେଖ ।
୧। ଯେଉଁ ପରିବେଶରେ ଜଳବାୟୁ, ଉତ୍ତାପ ଏବଂ ବୃଷ୍ଟିପାତ ଅନ୍ତର୍ଭୁକ୍ତ, ସେହିଟି କେଉଁ ପରିବେଶ ଅଟେ ?
(କ) ଭୌତିକ
(ଖ) ଜୈବିକ
(ଗ) ମନୁଷ୍ୟ – କୃତ
(ଘ) ସାଂସ୍କୃତିକ
Answer:
(କ) ଭୌତିକ

୨। ସ୍ଥାନ ଓ କାଳରେ ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ମନୁଷ୍ୟକୁ ଘେରି ରହିଥ‌ିବା ସାମଗ୍ରିକ ଅବସ୍ଥାକୁ କ’ଣ କୁହାଯାଏ ?
(କ) ପରିବେଶ
(ଖ) ବାୟୁମଣ୍ତଳ
(ଗ) ବାରିମଣ୍ତଳ
(ଘ) ଅଶ୍ଗମଣ୍ତଳ
Answer:
(କ) ପରିବେଶ

୩। ଧାନଚାଷ କେଉଁ ଗ୍ୟାସ ସୃଷ୍ଟିରେ ସହାୟକ ହୋଇଥାଏ ?
(କ) ମିଥେନ୍
(ଖ) କ୍ଲୋରୋଫ୍ଲୋରା କାର୍ବନ
(ଗ) ଯବକ୍ଷ।ରଜାନ
(ଘ) ଅଙ୍ଗ।ରକାମ୍ଳ
Answer:
(କ) ମିଥେନ୍

CHSE Odisha Class 12 Psychology Unit 2 Questions and Answers in Odia Medium

୪। ଶୀତଳୀକରଣ ନିମନ୍ତେ ରେଫ୍ରିଜରେଟରରେ କେଉଁ ଗ୍ୟାସ ବ୍ୟବହାର କରାଯାଏ ?
(କ) ମିଥେନ୍
(ଖ) ଅମ୍ଳଜାନ
(ଗ) କ୍ଲୋରୋଫ୍ଲୋରୋ କାର୍ବନ
(ଘ) ନାଇଟ୍ରସ ଅକ୍‌ସାଇଡ୍
Answer:
(ଗ) କ୍ଲୋରୋଫ୍ଲୋରୋ କାର୍ବନ

୫। ଭୂଖଣ୍ଡର ସଜୀବ ଓ ନିର୍ଜୀବ ପଦାର୍ଥକୁ ନେଇ କେଉଁ ପରିବେଶ ସୃଷ୍ଟି ହୋଇଅଛି ?
(କ) ପ୍ରାକୃତିକ
(ଖ) ମନୁଷ୍ୟକୃତ
(ଗ) ଭୌତିକ
(ଘ) ଜୈବିକ
Answer:
(କ) ପ୍ରାକୃତିକ

୬। ମନୁଷ୍ୟ ନିଜ ସୁଖ, ସ୍ୱାର୍ଥ ଓ ସୁବିଧା ପାଇଁ ଯେଉଁ ପରିବେଶ ସୃଷ୍ଟି କରିଥାଏ, ତାକୁ କ’ଣ କୁହାଯାଏ ?
(କ) ପ୍ରାକୃତିକ ପରିବେଶ
(ଖ) ଭୌତିକ ପରିବେଶ
(ଗ) ମନୁଷ୍ୟ-କୃତ ପରିବେଶ
(ଘ) ଜୈବିକ ପରିବେଶ
Answer:
(ଗ) ମନୁଷ୍ୟ-କୃତ ପରିବେଶ

୭। ସଜୀବ ଉପାଦାନମାନଙ୍କୁ ନେଇ କେଉଁ ପରିବେଶ ଗଠିତ ହୋଇଥାଏ ?
(କ) ଜୈବିକ
(ଖ) ସାଂସ୍କୃତିକ
(ଗ) ସାମାଜିକ
(ଘ) ଭୌତିକ
Answer:
(କ) ଜୈବିକ

୮। କୋଇଲା, ତୈଳ ଦହନ ଓ ସାରର ବ୍ୟବହାରରୁ କେଉଁ ଗ୍ୟାସ ବାହାରିଥାଏ ?
(କ) ମିଥେନ୍
(ଖ) ନାଇଟ୍ରୋସ୍ ଅକ୍ସାଇଡ୍
(ଗ) ଅଙ୍ଗ।ରକାମ୍ଳ
(ଘ) କ୍ଲୋରୋଫ୍ଲୋରୋ କାର୍ବନ
Answer:
(ଖ) ନାଇଟ୍ରୋସ୍ ଅକ୍ସାଇଡ୍

CHSE Odisha Class 12 Psychology Unit 2 Questions and Answers in Odia Medium

୯। ଆପାତତଃ କେତେ ପରିମାଣର ଶବ୍ଦକୁ ଦୀର୍ଘକାଳ ପର୍ଯ୍ୟନ୍ତ କ୍ରମାଗତ ଭାବେ ଶୁଣିବା ଦ୍ଵାରା ବ୍ୟକ୍ତି ଶ୍ରବଣ ଶକ୍ତି ହରାଇବସେ ?
(କ) ୧୦୦ dB
(ଖ) ୮୦ dB
(ଗ) ୧୧୦ dB
(ଘ) ୮୫ dB
Answer:
(କ) ୧୦୦ dB

୧୦। ୧୮୧୦ ଦଶକରେ ସର୍ବପ୍ରଥମେ କିଏ ଉତ୍ତପ୍ତ ଦୀପ ପ୍ରଭାବ ସଂପର୍କରେ ଅନୁଧ୍ୟାନ କରିଥିଲେ ?
(ଗ) ଲିୱିନ୍
(ଖ) ଲ୍ୟୁକ୍ ହୋୱାର୍ଡ଼
(ଗ) ଲିୱିନ୍
(ଘ) ଓଷ୍ଜିଙ୍ଗ
Answer:
(ଖ) ଲ୍ୟୁକ୍ ହେୱାର୍ଡ଼

ଶୂନ୍ୟସ୍ଥାନ ପୂରଣ କର

ପ୍ରତ୍ୟେକ ପ୍ରଶ୍ନତଳେ କେତେଗୁଡ଼ିଏ ସମ୍ଭାବ୍ୟ ଉତ୍ତର ଦିଆଯାଇଛି । ଉପଯୁକ୍ତ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
୧। ମନୁଷ୍ୟର ବ୍ୟବହାର ଓ ତା’ର ପାରିପାର୍ଶ୍ବକ ଅବସ୍ଥା ମଧ୍ୟରେ ଥିବା ସମ୍ପର୍କକୁ _________________ ମନୋବିଜ୍ଞ।ନ ଅଧ୍ୟୟନ କରେ ।
(କ) ଶିକ୍ଷା
(ଖ) ପରିବେଶ
(ଗ) ପରାମର୍ଶ
(ଘ) ଅସ୍ଵାଭାବିକ
Answer:
(ଖ) ପରିବେଶ

୨। ନିର୍ଜୀବ ଉପାଦାନମାନଙ୍କୁ ନେଇ ___________________ ପରିବେଶ ଗଠିତ ହୋଇଥାଏ ।
(କ) ଜୈବିକ
(ଖ) ଭୌତିକ
(ଗ) ସାମାଜିକ
(ଘ) ସାଂସ୍କୃତିକ
Answer:
(ଖ) ଭୌତିକ

୩। __________________ ପରିବେଶ ଅନ୍ତର୍ଗତ ମାନଦଣ୍ଡ, ରୀତିନୀତି ତଥା ସାମାଜିକୀକରଣ ଇତ୍ୟାଦି ଆସିଥାଏ ।
(କ) ଜୈବିକ
(ଖ) ପ୍ରାକୃତିକ
(ଗ) ସାମାଜିକ-ସାଂସ୍କୃତିକ
(ଘ) ଭୌତିକ
Answer:
(ଗ) ସାମାଜିକ-ସାଂସ୍କୃତିକ

CHSE Odisha Class 12 Psychology Unit 2 Questions and Answers in Odia Medium

୪। ମନୁଷ୍ୟ ଓ ତା’ର ମାନସିକ ପରିବେଶର ସଂପର୍କକୁ _______________ ‘ଜୀବନ କ୍ଷେତ୍ର’ ଭାବରେ ନାମିତ କରିଛନ୍ତି ।
(କ) ୱାଟସନ୍
(ଖ) ଲିୱିନ୍
(ଗ) ଉଣ୍ଡଟ୍
(ଘ) ଓଷ୍ଜିଙ୍ଗ
Answer:
(ଖ) ଲିୱିନ୍

୫। ପ୍ରତିମାନ ଓ ରୀତିନୀତି ______________________ ପରିବେଶର ଅନ୍ତର୍ଗତ ହୋଇଥାଏ ।
(କ) ସାମାଜିକ
(ଖ) ଭୌତିକ
(ଗ) ଜୈବିକ
(ଘ) ପ୍ର।କୃତିକ
Answer:
(କ) ସାମାଜିକ

୬। ଶକ୍ତି ଉତ୍ପାଦନ କେନ୍ଦ୍ରରୁ ___________________ ଗ୍ୟାସ ନିର୍ଗତ ହୋଇଥାଏ ।
(କ) ସଲଫର୍ ଡାଇଅକ୍ସାଇଡ୍
(ଖ) ଅମ୍ଳଜାନ
(ଗ) ଲିକୁଇଡ଼
(ଘ) ମିଥେନ୍
‍Answer:
(କ) ସଲ୍‌ଫର୍ ଡାଇଅକ୍ସାଇଡ୍

୭। ________________ ପ୍ରଦୂଷଣ କାରଣରୁ ମନଯୋଗ କମ୍ ହୋଇଥାଏ ।
(କ) ବାୟୁ
(ଖ) ଜଳ
(ଗ) ଶବ୍ଦ
(ଘ) ପ୍ର।କୃତିକ ବିପର୍ଯ୍ୟୟ
Answer:
(ଗ) ଶବ୍ଦ

୮। ଶବ୍ଦ ପରିମାଣ ଏକକୁ __________________ କୁହାଯାଏ ।
(କ) ଡ଼େସିବଲ୍
(ଖ) ଲିଟର
(ଗ) ମିଟର
(ଘ) ଡ଼େସିମିଟର
Answer:
(କ) ଡ଼େସିବଲ୍

୯। ପ୍ର।ୟତଃ ___________________ dB ପରିମାଣର ଶବ୍ଦ ଜଣେ ସାଧାରଣ ବ୍ୟକ୍ତି ନିମନ୍ତେ ଅନୁମୋଦିତ ପରିମାଣ ।
(କ) ୧୦୦ dB
(ଖ) ୮୫ dB
(ଗ) ୧୪୫ dB
(ଘ) ୯୫ dB
Answer:
(ଖ) ୮୫ dB

CHSE Odisha Class 12 Psychology Unit 2 Questions and Answers in Odia Medium

୧୦। ଏଆର କଣ୍ଡିସନର୍‌ରେ ________________ ଗ୍ୟାସ ବ୍ୟବହୃତ ହୋଇଥାଏ ।
(କ) ମିଥେନ
(ଖ) କ୍ଲୋରୋଫ୍ଲୋରୋ
(ଗ) ଅଙ୍ଗାରକାମ୍ଳ
‍(ଘ) ନାଇଟ୍ରସ ଅକ୍ୱ।ଇଡ଼
Answer:
(ଖ) କ୍ଲୋରୋଫ୍ଲୋରୋ

୧୧। ମୃତ ପ୍ରାଣୀର ଅବଶେଷରୁ ସୃଷ୍ଟ କୋଇଲା, ପ୍ରାକୃତିକ ଗ୍ୟାସ ଓ ତୈଳର ଦହନ ଏବଂ ଜଙ୍ଗଲ ପୋଡ଼ିରୁ __________________ ବାଷ୍ପ ବାହାରିଥାଏ ।
(କ) ଅଙ୍ଗାରକାମ୍ଳ
(ଖ) ମିଥେନ୍
(ଗ) କ୍ଲୋରୋଫ୍ଲୋରୋ କାର୍ବନ
(ଘ) ନାଇଟ୍ରସ ଅକ୍ସାଇଡ୍
Answer:
(କ) ଅଙ୍ଗାରକାମ୍ଳ

୧୨।__________________ମସ୍ତିଷ୍କ ଏବଂ ହୃଦୟକୁ ଅଧ‌ିକ ମାତ୍ରାରେ ଅମ୍ଳଜାନ ଗ୍ରହଣ କରିବାରେ ବାଧା ପହଞ୍ଚାଏ ।
(କ) କାର୍ବନ ମନୋକ୍ସାଇଡ଼
(ଖ) ଶବ୍ଦ
(ଗ) ଜଳ
(ଘ) ନାଇଟ୍ରସ ଅକ୍ସାଇଡ୍
Answer:
(କ) କାର୍ବନ ମନୋକ୍ସାଇଡ୍

ନିମ୍ନରେ ଦିଆଯାଇଥୁବା ଉକ୍ତିଗୁଡ଼ିକ “ଠିକ୍‌” କିମ୍ବା “ଭୁଲ” ଦର୍ଶାଅ ।
Question ୧।
ପରିବେଶ ମନୁଷ୍ୟର ବିକାଶ ଓ ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ ।
Answer:
ଠିକ୍ ।

Question ୨।
ସବୁଜ ଉଭିଦମାନଙ୍କୁ ନେଇ ଭୌତିକ ପରିବେଶ ସୃଷ୍ଟି ହୋଇଥାଏ ।
Answer:
ଭୁଲ୍ ।

Question ୩।
ଜୈବିକ ପରିବେଶକୁ ଅଶ୍ମମଣ୍ଡଳ, ବାରିମଣ୍ଡଳ ଓ ବାୟୁମଣ୍ଡଳ ଭାବେ ବିଭକ୍ତ କରାଯାଏ ।
Answer:
ଭୁଲ୍ ।

Question ୪।
ସାମାଜିକୀକରଣ ଓ ଲୋକାଚାର ପ୍ରଭୃତି ସାମାଜିକ ପରିବେଶର ଅନ୍ତର୍ଭୁକ୍ତ ।
Answer:
ଠିକ୍ ।

Question ୫। ଧନାତ୍ମକ ସ୍କୁଳାଣୁର ବୃଦ୍ଧି ଘଟିଲେ ମନୁଷ୍ୟର କର୍ମକୁଶଳତା ବୃଦ୍ଧିପାଏ ।
Answer:
ଭୁଲ୍ ।

CHSE Odisha Class 12 Psychology Unit 2 Questions and Answers in Odia Medium

Question ୬।
ଶବ୍ଦ ତୀବ୍ରତା 140 dB ହୋଇଥିଲେ ମନୁଷ୍ୟ ସେ ଶବ୍ଦକୁ ଅତି କ୍ଷୀଣ ଭାବରେ ଶୁଣିପାରେ ।
Answer:
ଭୁଲ୍ ।

Question ୭।
ମିଥେନ୍ ଗ୍ୟାସ୍‌କୁ ସବୁଜ ଗୃହ ଗ୍ୟାସ ଭାବେ ବିବେଚନା କରାଯାଏ ।
Answer:
ଠିକ୍ ।

Question ୮।
ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଦ୍ଵାରା ପରିବେଶ ପ୍ରଦୂଷିତ ହୁଏ ।
Answer:
ଭୁଲ୍

Question ୯।
ମନୁଷ୍ୟର ବିନା ହସ୍ତକ୍ଷେପ ବା ବିନା ସାହାଯ୍ୟରେ ଯେଉଁ ପରିବେଶ ସୃଷ୍ଟି ହୋଇଥାଏ ତାକୁ ପ୍ରାକୃତିକ ପରିବେଶ କୁହାଯାଏ ।
Answer:
ଠିକ୍ ।

Question ୧୦।
ଇତର ପୋଷାକ ନିଜର ପୃଷ୍ଟି ନିମନ୍ତେ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବରେ ସବୁଜ ଉଭିଦ ଓ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ଉପରେ ନିର୍ଭର କରନ୍ତି ।
Answer:
ଠିକ୍

Question ୧୧।
ଭୂମଣ୍ଡଳୀୟ ଉତ୍ତପ୍ତିକରଣ ସୂର୍ଯ୍ୟର ଉତ୍ତାପରେ ବୃଦ୍ଧି ହେତୁ ଘଟିଥାଏ ।
Answer:
ଭୁଲ୍ ।

Question ୧୨।
ମନୁଷ୍ୟ ଆଚରଣ ଉପରେ ଶବ୍ଦ ପ୍ରଦୂଷଣର ସକରାତ୍ମକ ପ୍ରଭାବ ଥାଏ ।
Answer:
ଭୁଲ ।

Question ୧୩।
ଶବ୍ଦକୁ ଡେସିମିଟର ମାପକରେ ମପାଯାଏ ।
Answer:
ଭୁଲ ।

Question ୧୪।
100 dB ପରିମାଣର ଶବ୍ଦ ମୃତ୍ୟୁ ଘଟାଇଥାଏ ।
Answer:
ଭୁଲ୍ ।

Question ୧୫।
ମନୁଷ୍ୟର ଆଚରଣରେ ପରବର୍ତ୍ତନ ଆସିଲେ ହିଁ ଏକ ନିର୍ମଳ ଓ ବିଶୁଦ୍ଧ ପରିବେଶ ସୃଷ୍ଟି ହେବ ।
Answer:
ଠିକ୍ ।

CHSE Odisha Class 12 Psychology Unit 2 Questions and Answers in Odia Medium

Question ୧୬।
ଜନଗହଳିର ଅନୁଭୂତି ସଂପୂର୍ଣ୍ଣ ବ୍ୟକ୍ତିଗତ ଅସ୍ବସ୍ତି ଓ ଶାରୀରିକ ଉତ୍ତେଜନା ସହିତ ସଂପୃକ୍ତ ।
Answer:
ଠିକ୍ ।

Question ୧୭।
କୋଳାହଳ ଶ୍ରବଣଜନିତ କ୍ଳାନ୍ତି ସୃଷ୍ଟି କରିନଥାଏ ।
Answer:
ଭୁଲ୍ ।

Question ୧୮।
ଅବାଞ୍ଛିତ ଓ ଶ୍ରୁତି କଟୁ ଶବ୍ଦକୁ କୋଳାହଳ କୁହାଯାଏ ।
Answer:
ଠିକ୍ ।

Question ୧୯।
ଭୌତିକ ପରିବେଶ ବିଭିନ୍ନ ନିର୍ଜୀବ ତତ୍ତ୍ଵଦ୍ୱାରା ଗଠିତ ହୋଇଥାଏ ।
Answer:
ଠିକ୍ ।

Question ୨୦।
ମନୁଷ୍ୟର ଆଚରଣ ପରିବେଶ ଦ୍ବାରା ପ୍ରଭାବିତ ହୋଇଥାଏ ।
Answer:
ଠିକ୍ ।

Question ୨୧।
ମନୋବୈଜ୍ଞାନିକ ୱାଟସନଙ୍କ ମତରେ ପରିବେଶ ହିଁ ମନୁଷ୍ୟର ବ୍ୟବହାର, ଆଚାର ବିଚାର ଓ ବ୍ୟକ୍ତିତ୍ଵକୁ ପୂର୍ଣ୍ଣମାତ୍ରାରେ ପ୍ରଭାବିତ କରିପାରେ ।
Answer:
ଠିକ୍ ।

Question ୨୨।
ପରମ୍ପରା, ପ୍ରଥା, ରାତିନୀତି, ସାମାଜିକୀକରଣ ଓ ଲୋକାଚାର ପ୍ରଭୃତି ସାମାଜିକ ପରିବେଶର ଅନ୍ତର୍ଭୁକ୍ତ ।
Answer:
ଠିକ୍ ।

Question ୨୩।
ଜନଗହଳି ଓ ଅପରାଧ ମଧ୍ୟରେ ସକାରାତ୍ମକ ସମ୍ବନ୍ଧ ରହିଛି ।
Answer:
ଠିକ୍ ।

Question ୨୪।
ଭୂ-ମଣ୍ଡଳୀୟ ତାପବୃଦ୍ଧି ପ୍ରଭାବରେ ବାୟୁମଣ୍ଡଳ ଓ ପାଣିପାଗର ବିଶେଷ ପରିବର୍ତ୍ତନ ଘଟି ନଥାଏ ।
Answer:
ଭୁଲ୍ ।

CHSE Odisha Class 12 Psychology Unit 2 Questions and Answers in Odia Medium

ଦୁଇନମ୍ୱର ସମ୍ୱଳିତ ପ୍ରଣ୍ନେ।ତ୍ତର

ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇ/ ତିନିଗୋଟି ବାକ୍ୟ ମଧ୍ୟରେ ଲେଖ ।
Question ୧।
ଭୌତିକ ପରିବେଶ କହିଲେ ତୁମେ କ’ଣ ବୁଝ ?
Answer:
ସ୍ଥାନ, ଭୂମି, ଜଳବାୟୁ, ପର୍ବତ ଓ ଖଣିଜ ପଦାର୍ଥ ଆଦି ନିର୍ଜୀବ ଉପାଦାନମାନଙ୍କୁ ନେଇ ଭୌତିକ ପରିବେଶ ଗଠିତ ହୋଇଥାଏ । ଏହି ଉପାଦାନଗୁଡ଼ିକ ନିଜେ ନିର୍ଜୀବ ଅଥଚ ସମଗ୍ର ସଜୀବ ଜଗତଙ୍କ ବଞ୍ଚିରହିବାରେ ଏମାନେ ସାହାଯ୍ୟ କରିଥାନ୍ତି । ଏଗୁଡିକ ପରିବେଶର ମୁଖ୍ୟ ଓ ମୂଳ ଉପାଦାନ କାରଣ ଏହି ଉପାଦାନମାନଙ୍କର ସନ୍ତୁଳନର ଅଭାବ ରହିଲେ ପ୍ରାଣୀଜଗତ ତିଷ୍ଠି ରହିବା ଅସମ୍ଭବ । ଭୌତିକ ପରିବେଶକୁ ଅଶ୍ମମଣ୍ଡଳ, ବାରିମଣ୍ଡଳ ଓ ବାୟୁମଣ୍ଡଳ ପରି, ତିନୋଟି ଭାଗରେ ବିଭକ୍ତ କରାଯାଇପାରେ । ଭୂଖଣ୍ଡର କଠିନ ସ୍ତରକୁ ଅଶ୍ମମଣ୍ଡଳ, ମହାସାଗର, ନଦୀ ଓ ଝରଣା ପ୍ରଭୃତି ଜଳଧାରାକୁ ବାରିମଣ୍ଡଳ ଏବଂ ଗ୍ୟାସ ମିଶ୍ରିତ ବାୟୁକୁ ବାୟୁମଣ୍ଡଳ କୁହାଯାଏ ।

Question ୨।
ପ୍ରାକୃତିକ ପରିବେଶ କାହାକୁ କୁହାଯାଏ ?
Answer:
ଭୂଖଣ୍ଡର ସଜୀବ ଓ ନିର୍ଜୀବ ପଦାର୍ଥକୁ ନେଇ ଗଠିତ ପରିବେଶକୁ ପ୍ରାକୃତିକ ପରିବେଶ କୁହାଯାଏ । ପ୍ରାକୃତିକ ପରିବେଶ ଏକ ସ୍ଵୟଂ ନିୟନ୍ତ୍ରିତ ପ୍ରକ୍ରିୟା । ଏହାର ଗଠନ ପ୍ରଣାଳୀ ଉପରେ ନିର୍ଭର କରି ପରିବେଶକୁ ଦୁଇଟି ଭାଗରେ ବିଭକ୍ତ କରାଯାଇପାରେ ଯଥା :-
(i) ଭୌତିକ ପରିବେଶ
(ii) ଜୈବିକ ପରିବେଶ
ପ୍ରାକୃତିକ ପରିବେଶ ମନୁଷ୍ୟର ସ୍ଥିତି, ଅବସ୍ଥା ଓ ବିକାଶ ପାଇଁ ଅପରିହାର୍ଯ୍ୟ ।

CHSE Odisha Class 12 Psychology Unit 2 Questions and Answers in Odia Medium

Question ୩।
ଜୈବିକ ପରିବେଶ କାହାକୁ କୁହାଯାଏ ?
Answer:
ସମସ୍ତ ଉଭିଦ ଓ ପ୍ରାଣୀମାନଙ୍କ ସଦୃଶ ସଜୀବ ଉପାଦାନମାନଙ୍କୁ ନେଇ ଜୈବିକ ପରିବେଶ ଗଠିତ ହୋଇଥାଏ । ତେଣୁ ଜୈବିକ ପରିବେଶକୁ ପ୍ରାଣୀ ପରିବେଶ ଓ ଉଭିଦ ପରିବେଶ ଭାବରେ ବିଭାଜନ କରାଯାଇପାରେ । ଏମାନେ ପରସ୍ପର ଉପରେ ନିର୍ଭର କରି ବଞ୍ଚୁରୁହନ୍ତି । ପରିପୋଷଣ ଦୃଷ୍ଟିରୁ ଏହି ଜୈବିକ ପରିବେଶକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ ଯଥା:- ସ୍ଵପୋଷକ ଓ ଉତ୍ତରପୋଷ । ଉଭିଦମାନେ ସ୍ଵପୋଷକ ଅଟନ୍ତି । କିନ୍ତୁ ମନୁଷ୍ୟସମେତ ବିଭିନ୍ନ ପ୍ରଣୀମାନେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଜୀବନଧାରଣ ନିମନ୍ତେ ଉତ୍ପାଦନକାରୀମାନଙ୍କ ଉପରେ ନିର୍ଭର କରନ୍ତି । ତେଣୁ ସେମାନଙ୍କୁ ଇତରପୋଷକ

Question ୪।
ପରିବେଶ ମନୋବିଜ୍ଞାନ କ’ଣ ?
Answer:
ମନୁଷ୍ୟର ସାମାଜିକ ବ୍ୟବହାରରେ ପରିବେଶର ଗୁରୁତ୍ଵ ଏବଂ ପରିବେଶ ଉପରେ ମନୁଷ୍ୟର ଆଚରଣର ପ୍ରଭାବର ଗୁରୁତ୍ଵ ଏବଂ ପରିବେଶ ଉପରେ ମନୁଷ୍ୟର ଆଚରଣର ପ୍ରଭାବର ଗୁରୁତ୍ବ ଦୃଷ୍ଟିରୁ ମନୋବିଜ୍ଞାନର ଏକ ସ୍ଵତନ୍ତ୍ର ଶାଖା ମନୁଷ୍ୟ ପର୍ଯ୍ୟବରଣ ସଂପର୍କ ଉପରେ ସ୍ଵତନ୍ତ୍ର ଅନୁଧ୍ୟାନ ଓ ଗବେଷଣା ଜାରି ରଖୁଛି, ତାହାକୁ ପରିବେଶ ମନୋବିଜ୍ଞାନ କୁହାଯାଏ । ପ୍ରାକୃତିକ ତଥା ମନୁଷ୍ୟକୃତ ପରିବେଶ ଏବଂ ମନୁଷ୍ୟର ଆଚରଣତ ପ୍ରକ୍ରିୟା ମଧ୍ୟରେ ଦ୍ବିପାକ୍ଷିକ ଓ ପାରସ୍ପରିକ ସଂପର୍କ ଅଧ୍ୟୟନ କରିବା ପରିବେଶ ମନୋବିଜ୍ଞାନର ମୂଳ ସାକ୍ଷୀ ।

ତିନି ନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର

ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଛଅଗୋଟି ବାକ୍ୟରେ ଲେଖ ।
Question ୧।
ପ୍ରାକୃତିକ ପରିବେଶ ଓ ମନୁଷ୍ୟକୃତ ପରିବେଶ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ।
Answer: ପ୍ରାକୃତିକ ପରିବେଶ
(i) ମନୁଷ୍ୟର ବିନା ହସ୍ତକ୍ଷେପର ଯେଉଁ ପରିବେଶ ସୃଷ୍ଟି ହୋଇଥାଏ ତାହାକୁ ପ୍ରାକୃତିକ ପରିବେଶ କୁହାଯାଏ ।
(ii) ପ୍ରାକୃତିକ ପରିବେଶ ଏକ ସ୍ଵୟଂ- ନିୟନ୍ତ୍ରିତ ପ୍ରକ୍ରିୟା, ଯେଉଁଥିରେ ମୁଖ୍ୟତଃ ଦୁଇଟି ଉପାଦାନ ଥାଏ ଯଥା- ସଜୀବ ଓ ନିର୍ଜୀବ ।
(iii) ଗଠନ ପ୍ରଣାଳୀ ଉପରେ ନିର୍ଭର କରି ପ୍ରାକୃତିକ ପରିବେଶକୁ ଦୁଇଟି ଭାଗରେ ବିଭକ୍ତ କରାଯାଇପାରେ ଯଥା- (କ) ଭୌତିକ ପରିବେଶ (ଖ) ଜୈବିକ ପରିବେଶ ।

ମନୁଷ୍ୟକୃତ ପରିବେଶ
(i) ମନୁଷ୍ୟ ନିଜ ସୁଖ, ସ୍ୱାର୍ଥ ଓ ସୁବିଧା ପାଇଁ ଯେଉଁ ପରିବେଶ ସୃଷ୍ଟି କରିଥାଏ ତାହାକୁ ମନୁଷ୍ୟକୃତ ପରିବେଶ କୁହାଯାଏ ।
(ii) ସାମାଜିକ ପରିବେଶ ମନୁଷ୍ୟକୃତ ପରିବେଶ ବୋଲି ବିଚାର କରାଯାଏ । ପରମ୍ପରା, ପ୍ରଥା, ରୀତିନୀତି,
(iii) ମନୁଷ୍ୟକୃତ ପରିବେଶ ସାଂସ୍କୃତିକ ପରିବେଶର ସୁରକ୍ଷା ପାଇଁ ହିଁ ଗଠିତ ହୋଇଥାଏ ।

Question ୨।
ସବୁଜଗୃହ ପ୍ରଭାବ କହିଲେ କ’ଣ ବୁଝାଯାଏ ?
Answer:
ଶୀତପ୍ରଧାନ ଅଞ୍ଚଳମାନଙ୍କରେ ବୃକ୍ଷରାଜିର ବୃଦ୍ଧି ନିମନ୍ତେ ସୂର୍ଯ୍ୟାଲୋକରୁ କମ୍ ଉତ୍ତାପ ମିଳେ । ତେଣୁ ଆବଶ୍ୟକ ପରିମାଣର ଉତ୍ତାପକୁ ସଂଗ୍ରହ କରିବା ଲକ୍ଷ୍ୟରେ ଗଛଲତାଗୁଡ଼ିକୁ ଆବୃତ କରି ଏକ ବିରାଟ କାଚ ଘର ନିର୍ମାଣ କରାଯାଏ । ଏହାକୁ ସବୁଜଗୃହ କୁହାଯାଏ । ଏହି ଗୃହର ଛାତ କାଚର ଢ଼ାଙ୍କୁଣି ସଦୃଶ, ଯାହା ମଧ୍ୟ ଦେଇ ସୂର୍ଯ୍ୟାଲୋକ ଗୃହ ମଧ୍ୟକୁ ପ୍ରବେଶ କରେ; କିନ୍ତୁ ଗୃହ ବାହାରକୁ ନିର୍ଗମନ ହୁଏ ନାହିଁ । ଫଳରେ ଆବଶ୍ୟକ ପରିମାଣର ତାପ ଗୃହ ମଧ୍ୟରେ ବଜାୟ ରହି ଗଛପତ୍ରର ବୃଦ୍ଧିରେ ସହାୟକ ହୋଇଥାଏ ।

ଆମର ଧରାପୃଷ୍ଠ ସଦୃଶ ଏବଂ ପୃଥ‌ିବୀକୁ ଘେରି ରହିଥିବା ବାୟୁମଣ୍ଡଳ ଗୃହର ଢାଙ୍କୁଣି ପରି । ମନୁଷ୍ୟର ବ୍ୟବହାରରୁ ସ୍ପଷ୍ଟ ଅଙ୍ଗାରକାମ୍ଳ, ମିଥେନ ଏବଂ କ୍ଲୋରୋଫ୍ଲୋରୋ କାର୍ବନ ପରି ତିନିଗୋଟି ମୁଖ୍ୟ ସବୁଜଗୃହ ବାଷ୍ପ ବାୟୁମଣ୍ଡଳରେ ମାତ୍ରାଧ୍ଵକ ପରିମାଣରେ ମିଶିଥାନ୍ତି । ପୃଥବୀ ପୃଷ୍ଠରୁ ବିକିରଣ ହେଉଥ‌ିବା ଅତିରିକ୍ତ ତାପକୁ ଏହି ବାଷ୍ପମାନଙ୍କର ବଳୟ ବାୟୁମଣ୍ଡଳ ବାହାରକୁ ନିର୍ଗମନ ନିମନ୍ତେ ବାଧା ଦେବା ସହିତ ଧାରଣା କରିଥାନ୍ତି । ଏହାର ଫଳସ୍ଵରୂପ ବାୟୁମଣ୍ଡଳ ଅଧିକ ଉତ୍ତପ୍ତ ହୋଇଥାଏ । ଏପରି ପ୍ରଭାବକୁ “ସବୁଜ ଗୃହ ପ୍ରଭାବ” କୁହାଯାଏ ।

CHSE Odisha Class 12 Psychology Unit 2 Questions and Answers in Odia Medium

Question ୩।
ଭୂମଣ୍ଡଳୀୟ ତାପମାତ୍ରାରେ ବୃଦ୍ଧିର ପ୍ରଭାବ ଦର୍ଶାଅ |
Answer:
ଭୂମଣ୍ଡଳୀୟ ତାପମାତ୍ରା ବୃଦ୍ଧିର ପ୍ରଭାବ :-
(କ) Pittock ମତରେ ଭୂମଣ୍ଡଳର ହାରାହାରି ତାପମାତ୍ରାରେ ଅଳ୍ପ କିଛି ଡିଗ୍ରୀ ସେଲସିଅସ୍ ବୃଦ୍ଧି ଘଟିଲେ ଏହା ମାନବ ସମାଜ, କୃଷିକାର୍ଯ୍ୟ ଓ ଫସଲର ଘୋର କ୍ଷତି ଘଟାଇଥାଏ ।
(ଖ) ଏହି ତାପମାତ୍ରା ବୃଦ୍ଧି ଯୋଗୁଁ ଉତ୍ତର ଓ ଦକ୍ଷିଣ ମେରୁ ଏବଂ ଅନ୍ୟାନ୍ୟ ପାର୍ବତ୍ୟାଞ୍ଚଳର ବିଶାଳ ତୁଷାରଖଣ୍ଡମାନ ତରଳି ସମୁଦ୍ରର ଜଳସ୍ତରରେ ବୃଦ୍ଧି ଘଟାଇବେ । ଫଳସ୍ଵରୂପ ଭୂଖଣ୍ଡର ଅନେକ ଉପକୂଳ ଅଞ୍ଚଳ ଓ ଦ୍ଵୀପ ଜଳମଗ୍ନ ହୋଇ ନିଶ୍ଚିହ୍ନ ହୋଇଯିବ ।
(ଗ) ଭୂମଣ୍ଡଳୀୟ ତାପମାତ୍ରା ବୃଦ୍ଧିର ପ୍ରଭାବରେ ବାୟୁମଣ୍ଡଳ ଓ ପାଣିପାଗରେ ବିଶେଷ ପରିବର୍ତ୍ତନ ଘଟିବ । ବୈଜ୍ଞାନିକଙ୍କ ହିସାବରେ ଏହି ସବୁଜଗୃହ ପ୍ରଭାବ ଦ୍ଵାରା ବନ୍ୟା, ବାତ୍ୟା ଓ ଝଡ଼ ପରି ପ୍ରାକୃତିକ ବିପର୍ଯ୍ୟୟମାନ ବିଭୀଷିକା ସୃଷ୍ଟି କରି ପୃଥ‌ିବୀକୁ ଅସ୍ତବ୍ୟସ୍ତ କରିଦେବେ ।

Question ୪।
ମନୁଷ୍ୟ ଓ ପରିବେଶ ସଂପର୍କ ସମ୍ବନ୍ଧରେ ସଂକ୍ଷେପରେ ବର୍ଣ୍ଣନା କର ।
Answer:
ପରିବେଶ ମନୁଷ୍ୟର ବ୍ୟବହାରକୁ ଏବଂ ମନୁଷ୍ୟର ବ୍ୟବହାର ପରିବେଶକୁ ବହୁଳଭାବରେ ପ୍ରଭାବିତ କରିଥାଏ । ମନସ୍ତତ୍ତ୍ବବିତ୍ରମାନଙ୍କ ମତରେ ମନୁଷ୍ୟର ଆଚରଣ ପରିବେଶ ଦ୍ବାରା ପ୍ରଭାବିତ ହୋଇଥାଏ । ପ୍ରଖ୍ୟାତ ମନୋବୈଜ୍ଞାନିକ ୱାଟସନଙ୍କ ମତରେ ପରିବେଶ ହିଁ ମନୁଷ୍ୟର ବ୍ୟବହାର, ଆଚାର ବିଚାର ଓ ବ୍ୟକ୍ତିତ୍ଵକୁ ପୂର୍ଣ୍ଣମାତ୍ରାରେ ପ୍ରଭାବିତ କରିଥାଏ । ପରିବେଶ ଉପରେ ଅଧୁକ ଗୁରୁତ୍ବାରୋପ କରି ୱାଟସନ କହନ୍ତି ଶିଶୁର ପରିବେଶକୁ ନିୟନ୍ତ୍ରିତ କରି ଯେକୌଣସି ସାଧାରଣ ଶିଶୁକୁ ତାଲିମ୍ ଦେଇ ତାକୁ ଯେକୌଣସି କ୍ଷେତ୍ରରେ ବିଶେଷଜ୍ଞ କରିହେବ ଏବଂ ଶିଶୁଟି ସେହି କ୍ଷେତ୍ରରେ ପାରଦର୍ଶିତା ମଧ୍ୟ ଲାଭ କରିପାରିବ ।

ଅନ୍ୟପକ୍ଷରେ ମନୁଷ୍ୟର ବ୍ୟବହାର ମଧ୍ୟ ପରିବେଶର ଅବକ୍ଷୟରେ ଭାଗୀଦାର ହୋଇଥାଏ । ଜନସଂଖ୍ୟାର ବୃଦ୍ଧି, ଆଧୁନିକ ସଭ୍ୟତାର ଉତ୍କର୍ଷ ପାଇଁ ଔଦ୍ୟୋଗିକ କ୍ଷେତ୍ରର ବହୁଳ ପ୍ରତିଷ୍ଠା, ଯାନବାହନ ଚଳାଚଳାର ବ୍ୟାପକ ବୃଦ୍ଧି କରି ମାନବ ସମାଜ ପ୍ରାକୃତିକ ବିଭବକୁ ପ୍ରଚୁର ଭାବରେ ଲୁଣ୍ଠନ କରିଚାଲିଛି । ଶକ୍ତି ଉତ୍ସର ଦୁରୂପଯୋଗ, ସୁଖସ୍ବାଚ୍ଛନ୍ଦ୍ୟ ପାଇଁ ବନ୍ୟ ସଂପଦର ଧ୍ୱଂସ, ଜଳ ସଂପଦର ଯଥେଚ୍ଛାଚାର ବ୍ୟବହାର, ଶବ୍ଦ ପ୍ରଦୂଷଣ, ଦୂଷିତ ଓ ବର୍ଜ୍ୟବସ୍ତୁର ଅବ୍ୟବସ୍ଥିତ ନିଷ୍କାସନ ମନୁଷ୍ୟ ଦ୍ଵାରା ହିଁ କରାଯାଇଥାଏ । ମନୁଷ୍ୟର ଏ ପ୍ରକାର ଆଚରଣ ପରିବେଶକୁ ନଷ୍ଟ କରେ ।

Question ୫।
ମନୁଷ୍ୟକୃତ ପରିବେଶ ସମ୍ବନ୍ଧରେ ବର୍ଣ୍ଣନା କର ।
Answer:
ମନୁଷ୍ୟ ନିଜ ସୁଖ, ସ୍ଵାର୍ଥ ଓ ସୁବିଧା ପାଉଁ ଯେଉଁ ପରିବେଶ ସୃଷ୍ଟି କରିଥାଏ ତାହାକୁ ମନୁଷ୍ୟକୃତ ପରିବେଶ କୁହାଯାଏ । ମନୁଷ୍ୟ ନିଜର ଅସ୍ତିତ୍ବ ଓ ନିରାପତ୍ତାକୁ ଅକ୍ଷୁଣ୍ଣ ରଖୁବା ନିମନ୍ତେ ସାମାଜିକ, ସାଂସ୍କୃତିକ ପରିବେଶ ଏବଂ ଅର୍ଥନୈତିକ କ୍ରିୟାକଳାପରେ ସଂପୃକ୍ତ ହୋଇଥାଏ । ଫଳତଃ ସାମାଜିକ ପରିବେଶ, ସାଂସ୍କୃତିକ ପରିବେଶ ଏବଂ ଅର୍ଥନୈତିକ ପରିବେଶକୁ ସେ ନିଜେ ସୃଷ୍ଟି କରିଥାଏ । ସାମାଜିକ ପରିବେଶକୁ ମନୁଷ୍ୟକୃତ ପରିବେଶ କୁହାଯାଏ । ସାମାଜିକ ସଂପର୍କ ସ୍ଥାପନ, ବଂଧୁତ୍ଵ ପ୍ରତିଷ୍ଠା, ପରିବାର ଗଠନ, ସାମାଜିକ ଶୃଙ୍ଖଳା ନିମନ୍ତେ ବିଧ୍ଵବିଧାନ ପ୍ରଣୟନ, ସାମାଜିକ ମାନଦଣ୍ଡ ନିର୍ଦ୍ଧାରଣ ଇତ୍ୟାଦି ମନୁଷ୍ୟର ସାମାଜିକ ପରିବେଶର ଅନ୍ତର୍ଗତ ।

ପରମ୍ପରା, ପ୍ରଥା, ରୀତିନୀତି, ସାମାଜିକୀକରଣ ଓ ଲୋକାଚାର ପ୍ରଭୃତି ସାମାଜିକ ପରିବେଶର ଅନ୍ତର୍ଭୁକ୍ତ ହୋଇଥ‌ିବାରୁ ସାମାଜିକ ପରିବେଶକୁ ସାଂସ୍କୃତିକ ପରିବେଶ ମଧ୍ୟ କୁହାଯାଏ । ମନୁଷ୍ୟକୃତ ପରିବେଶ ସାଂସ୍କୃତିକ ପରିବେଶର ସୁରକ୍ଷା ପାଇଁ ଗଠିତ ହୋଇଥାଏ । ଜୀବନଧାରଣ ନିମନ୍ତେ ମନୁଷ୍ୟ ପ୍ରାକୃତିକ ପରିବେଶରୁ ଯେଉଁ ଉପାଦାନମାନଙ୍କୁ ସଂଗ୍ରହ, ବିନିଯୋଗ, ଉତ୍ପାଦନ, ଉତ୍ତୋଳନ ବିନିମୟ ଏବଂ ରୂପାନ୍ତରିତ କରିବା ନିମନ୍ତେ କାର୍ଯ୍ୟକରେ ତାହା ଅର୍ଥନୈତିକ ପରିବେଶକୁ ଗଠନ କରିଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧।
ପରିବେଶ ଉପରେ ମନୁଷ୍ୟ ବ୍ୟବହାରର ପ୍ରଭାବ ସଂପର୍କରେ ବର୍ଣନା କର ।
Answer:
ପରିବେଶ ମନୁଷ୍ୟର ମନ, ଶରୀର ଓ ବ୍ୟବହାର ଉପରେ ଯେପରି ତା’ର ପ୍ରଭାବ ପକାଇଥାଏ ସେହିପରି ମନୁଷ୍ୟର ଜୀବନଶୈଳୀ ଓ ଆଚରଣ ପରିବେଶକୁ ସେହିଭଳି ଭାବରେ ପ୍ରଭାବିତ କରିଥାଏ । ପରିବେଶ ଉପରେ ଗୋଟିଏ ବ୍ୟକ୍ତିର ଆଚରଣର ପ୍ରଭାବ ଅତି ନଗଣ୍ୟ ବୋଲି ମନେ ହେଉଥିଲେ ମଧ୍ୟ, ପୃଥ‌ିବୀ ପୃଷ୍ଠରେ ବସବାସ କରୁଥିବା କୋଟି କୋଟି ନରନାରୀଙ୍କର ଆଚରଣ ଏକତ୍ରିତ ହୋଇ ପରିବେଶକୁ କେବଳ ପ୍ରଭାବିତ କରେ ତାହାନୁହେଁ ବରଂ ପରିବର୍ତ୍ତନ କରିପାରିବାରେ ମଧ୍ୟ ସକ୍ଷମ ହୋଇଥାଏ ।

ଅଧୂକନ୍ତୁ ଦୂଷିତ ପରିବେଶ ମନୁଷ୍ୟ ଜୀବନ ଉପରେ ମାରାତ୍ମକ ପ୍ରତିକୂଳ ପ୍ରଭାବ ସୃଷ୍ଟି କରିଛି । ଠିକ୍ ସେହିଭଳି ପରିବେଶକୁ ଅଧୁକ ଅଧ‌ିକ ପ୍ରଦୂଷିତ କରି ଚାଲିଛି ମନୁଷ୍ୟର ବ୍ୟବହାର । ପରିବେଶ ଉପରେ ମନୁଷ୍ୟ ବ୍ୟବହାରର ପ୍ରଭାବ :

(କ) ପ୍ରାକୃତିକ ସଂପଦର ଅପଚୟ :-
ବିଶ୍ଵର ବିପୁଳ ଜନ ସମୁଦାୟ ଜୀବନଧାରଣ ନିମନ୍ତେ ଜଳ, ଭୂମି, ବାୟୁ, ଧାତବ ଓ ଖଣିଜ ପଦାର୍ଥ, ଜଙ୍ଗଲ ଇତ୍ୟାଦି ପ୍ରାକୃତିକ ସଂପଦକୁ ବହୁମାତ୍ରାରେ ବ୍ୟବହାର କରିଚାଲିଛି । ଆବଶ୍ୟକୀୟ ଚାହିଦାକୁ ମେଣ୍ଟେଇବା ନିମନ୍ତେ କୋଇଲା, ବାଷ୍ପ, ଜୈବିକ ଇନ୍ଧନ ବା ପେଟ୍ରୋଲିୟମ ଭଳି ପୁନଃ ଉତ୍ପତ୍ତି ହୋଇପାରୁନଥିବା ପ୍ରାକୃତିକ ସଂପଦର ବହୁଳ ବ୍ୟବହାର କରୁଛି । ଶକ୍ତିର ଏହି ଉତ୍ସଗୁଡ଼ିକ ଶହେ ବା ତତୋଽଧ‌ିକ ବର୍ଷ ଧରି ପ୍ରାକୃତିକ ସଂଚୟର ଫଳାଫଳ ।

ଏପରିକି ଜଙ୍ଗଲ, ପ୍ରାଣୀ ଓ ଜଳ ପରି ପୁନଃ ଉତ୍ପଭିଯୋଗ୍ୟ ପ୍ରାକୃତିକ ସଂପଦର ବ୍ୟବହାର ମନୁଷ୍ୟ ଏପରି ପରିମାଣରେ ବ୍ୟବହାର କରିବା ସଙ୍ଗେ ସଙ୍ଗେ ଅପଚୟ କରିଚାଲିଛି ଯେ ଖୁବ୍ ଶୀଘ୍ର ଏଗୁଡ଼ିକର ଅଭାବ ମଧ୍ୟ ଅନୁଭୂତ ହେବ । ପ୍ରକୃତିର ସମତା ରକ୍ଷା କରିବାର ଦକ୍ଷତା ଅଛି ସତ୍ୟ; କିନ୍ତୁ ମନୁଷ୍ୟର ବେପରୁଆ ମନୋବୃତ୍ତି ଓ ବ୍ୟବହାର ଜଳବାୟୁର ଘୋର ଅଭାବ ପରିଲକ୍ଷିତ ହେବ । ସୁତରାଂ ପ୍ରାକୃତିକ ସଂପଦର ମାତ୍ରାଧ‌ିକ ଅପଚୟ ପରିଶେଷରେ ମାନବଜାତିର ଅଶେଷ କ୍ଷତିସାଧନ କରିପାରେ । ଏଣୁ ପ୍ରାକୃତିକ ସଂପଦର ସଂରକ୍ଷଣ ଓ ସୁରକ୍ଷା ନିହାତି ଆବଶ୍ୟକ ଅଟେ ।

CHSE Odisha Class 12 Psychology Unit 2 Questions and Answers in Odia Medium

(ଖ) ଆବର୍ଜନା ସୃଷ୍ଟି :-
ଲାଗିଛି । ବାସଗୃହ ଏବଂ ଶିଳ୍ପାନୁଷ୍ଠାନ ଓ କଳକାରଖାନାରୁ ପ୍ରଚୁର ପରିମାଣର ବିଷାକ୍ତ ଏବଂ ଦୂଷିତ ପଦାର୍ଥ ନିଷ୍କାସିତ ହୋଇ ଜଳଉତ୍ସ ନଦନଦୀ, ଭୂତଳ ଜଳ ଏବଂ ସମୁଦ୍ରକୁ ପ୍ରଦୂଷିତ କରୁଛନ୍ତି । ଗଙ୍ଗା ଓ ଯମୁନା ନଦୀ କୂଳରେ ବଡ଼ ବଡ଼ ସହର ଓ ଶିଳ୍ପାନୁଷ୍ଠାନ ଗଢ଼ିଉଠିଛି । ଫଳରେ ସହର ଓ ଶିଳ୍ପମାନଙ୍କରୁ ନିର୍ଗତ ଦୂଷିତ ପଦାର୍ଥ ଏହି ନଦୀମାନଙ୍କର ଜଳକୁ ଅଧିକରୁ ଅଧିକ ପ୍ରଦୂଷିତ କରୁଛି । ବିଭିନ୍ନ ପ୍ରକାରର ଜଳଚର ପ୍ରାଣୀ ପ୍ରଦୂଷିତ ଜଳ ଯୋଗୁଁ ଲୋପ ପାଇବାରେ ଲାଗିଛନ୍ତି ।

ବର୍ଜ୍ୟବସ୍ତୁ ଏବଂ ଆବର୍ଜନା ବାୟୁମଣ୍ଡଳକୁ ଅନେକ ବିଷାକ୍ତ ଉପାଦାନ ନିର୍ଗତ କରି ବାୟୁ ପ୍ରଦୂଷଣ ମଧ୍ୟ ସୃଷ୍ଟି କରୁଛନ୍ତି । ଇଲେକ୍ଟ୍ରୋନିକ୍ ଉପକରଣ ଏବଂ ପଲିଥୁନ୍ ଓ ପ୍ଲାଷ୍ଟିକ୍ ବ୍ୟାଗରେ ବହୁଳବ୍ୟବହାର ଆମ ପରିବେଶ ନିମନ୍ତେ ବର୍ତ୍ତମାନ ମୁଖ୍ୟ ବିଚାର କାରଣ ହୋଇଛି । ତେବେ ବର୍ଜ୍ୟବସ୍ତୁର ସୁପରିଚାଳନା ହୋଇଛି । ତେବେ ବର୍ଜ୍ୟବସ୍ତୁର ସୁପରିଚାଳନା ଓ ତାକୁ ପୁନଃବ୍ୟବହାରକ୍ଷମ କରାଯାଇପାରିଲେ ପରିବେଶ କିଛିମାତ୍ରାରେ ପ୍ରଦୂଷିତ ହେବାରୁ ରକ୍ଷା ପାଇପାରିବ ।

(ଗ) ଭୂମଣ୍ଡଳୀୟ ଉତ୍ତପ୍ତିକରଣ (Global Warming):-
ଦୀର୍ଘକାଳ ଧରି ମନୁଷ୍ୟର ବ୍ୟବହାର ପରିବେଶକୁ ପ୍ରଭାବିତ କରିଆସୁଛି । ପେଟ୍ରୋଲ ଓ ଡିଜେଲ ପରି ଜୈବିକ ଇନ୍ଧନର ଦହନ, ଜଙ୍ଗଲ କ୍ଷୟ, କୋଇଲାର ଦହନରୁ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗତ ହୁଏ । ଧାନଚାଷ, ବନାଗ୍ନି, କୋଇଲାଖଣି, ଆବର୍ଜନା, ବର୍ଜ୍ୟବସ୍ତୁ ଆଦିରୁ ମିଥେନ୍ ନିର୍ଗତ ହୋଇଥାଏ । ଶୀତଳୀକରଣ ନିମନ୍ତେ ଶୀତଳ ଭଣ୍ଡାର, ରେଫ୍ରିଜରେଟର ଓ ଏୟାରକଣ୍ଡିସନରମାନଙ୍କରେ ବିଷାକ୍ତ କ୍ଲୋରୋଫ୍ଲୋରା କାର୍ବନ ଗ୍ୟାସ ବ୍ୟବହାର କରାଯାଉଛି । କୃଷିକ୍ଷେତ୍ରରେ ବ୍ୟବହୃତ ବିଭିନ୍ନ ରାସାୟନିକ ସାରର ବ୍ୟବହାରରୁ ନାଇଟ୍ରସ ଅକ୍ସାଇଡ୍ ଗ୍ୟାସ ବାହାରିଥାଏ ।

ଏହିସବୁ ବାଷ୍ପର ଘନତ୍ଵ ବାୟୁମଣ୍ଡଳର କ୍ଷୋଭମଣ୍ଡଳ (Troposphere)ରେ ବୃଦ୍ଧି ପାଇ ଏହା ପୃଥିବୀ ପୃଷ୍ଠରୁ ବିକିରଣ ହେଉଥ‌ିବା ସୂର୍ଯ୍ୟତାପକୁ ବାୟୁମଣ୍ଡଳ ବାହାରକୁ ନିର୍ଗମନ କରାଇ ଦିଏ ନାହିଁ । ଫଳରେ ପୃଥ‌ିବୀ ପୃଷ୍ଠର ଉତ୍ତାପ ସ୍ଵାଭାବିକ ମାତ୍ରାଠାରୁ ଅଧ‌ିକ ହୋଇଯାଏ । ପୁନଶ୍ଚ ବାୟୁମଣ୍ଡଳର ବହିଃସ୍ତର ଯାହାକୁ ସମତାପମଣ୍ଡଳ(Stratosphere) କୁହାଯାଏ ସେଥ‌ିରେ ଓଜୋନ ଗ୍ୟାସର ଏକ ବଳୟ ଥାଏ । ଏହି ବଳୟରେ ଅନେକ ରନ୍ଧ୍ର ମୁଖ୍ୟତଃ କ୍ଲୋରୋଫୋରୋ କାର୍ବନ ଯୋଗୁଁ ସୃଷ୍ଟି ହୋଇଥାଏ । ୧୯୭୦ ଦଶକରେ ଆଶ୍ଚର୍ଟିକା ମହାଦେଶର ସମତାପମଣ୍ଡଳରେ ଏପରି ରନ୍ଧ୍ର ପ୍ରଥମେ ବ୍ରିଟେନ୍ ଦ୍ଵାରା ଆବିଷ୍କୃତ ହୋଇଥିଲା । ସୂର୍ଯ୍ୟାଲୋକରୁ ଆସୁଥିବା ଅତିବାଇଗଣୀ ରଶ୍ମି (Ultra Violet Ray) ଉକ୍ତ ରନ୍ଧ୍ର ମଧ୍ୟ ଦେଇ ପୃଥ‌ିବୀ ପୃଷ୍ଠରେ ପହଞ୍ଚିଥାଏ ।

ଏହା ପୃଥିବୀକୁ ଏକ ଉତ୍ତପ୍ତ ପିଣ୍ଡରେ ପରିଣତ କରିଛି । ଏ ସମସ୍ତ କାରକମାନେ ଭୂମଣ୍ଡଳୀୟ ତାପବୃଦ୍ଧିରେ ସହାୟକ ହୋଇଥାନ୍ତି । ଭୂମଣ୍ଡଳୀୟ ତାପବୃଦ୍ଧି ସହିତ ଅଧିକ ଝଡ଼ବାତ୍ୟା, କାଳବୈଶାଖୀ, ସୁନାମୀ ଏବଂ ଜଳବାୟୁରେ ଅବାଞ୍ଛିତ ପରିବର୍ତ୍ତନ ଘଟୁଛି । ଏହା ସହିତ ମେରୁ ଅଞ୍ଚଳର ହିମ ପର୍ବତ ସବୁ ତରଳିବା ଫଳରେ ସମୁଦ୍ରର ଜଳପତ୍ତନ ପ୍ରତି ପାଞ୍ଚ ବର୍ଷରେ ଏକ ଇଞ୍ଚ ପରି ବଢ଼ି ଚାଲିଛି । ଲକ୍ଷ୍ୟ କରାଯାଉଛି ମାଳଦ୍ଵୀପ ପୁଞ୍ଜର ତିନିଗୋଟି ଦ୍ଵୀପ ସମୁଦ୍ରର କରାଳଗର୍ଭରେ ଲୀନ ହୋଇ ସାରିଲେଣି ଏବଂ ସମୁଦ୍ର ନିକଟବର୍ତ୍ତୀ ସ୍ଥଳଭୂମି ଜଳମଗ୍ନ ହେବାରେ ଲାଗିଛନ୍ତି ।

(ଘ) ଉତ୍ତପ୍ତଦ୍ଵୀପ ପ୍ରଭାବ:-
କର୍ମସଂସ୍ଥାନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗର ଅନ୍ଵେଷଣ ନିମନ୍ତେ ଗ୍ରାମାଞ୍ଚଳରୁ ଅଧ‌ିକ ଲୋକ ସହରାଭିମୁଖୀ ହେଉଛନ୍ତି । ଫଳରେ ସହରାଞ୍ଚଳ ଜନାକୀର୍ଣ୍ଣ ହେବା ସହିତ ଅଧୂକ ଲୋକମାନଙ୍କର ବସବାସ ନିମନ୍ତେ ବହୁତଳ କଂକ୍ରିଟ୍ ଅଟ୍ଟାଳିକା ଏବଂ ରାସ୍ତାଘାଟର ନିର୍ମାଣ ବଢ଼ିଚାଲିଛି । କଂକ୍ରିଟ ସଦୃଶ ନିର୍ମାଣ ଉପାଦାନ ଉତ୍ତପ୍ତକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଧାରଣ କରନ୍ତି ।

CHSE Odisha Class 12 Psychology Unit 2 Questions and Answers in Odia Medium

ଫଳରେ ସହରର ବଳୟ ବାହାରେ ଥିବା ଅଞ୍ଚଳ ତୁଳନାରେ ସହରର ଆଭ୍ୟନ୍ତରୀଣ ଅଞ୍ଚଳର ହାରାହାରି ତାପମାନ ଅଧିକ ହୋଇଥାଏ । ଯେତେବେଳେ ବାୟୁର ବେଗ କମ୍ ଥାଏ ଏହି ପାର୍ଥକ୍ୟ ଦିନ ଅପେକ୍ଷା ରାତ୍ରିରେ ଅଧ‌ିକ ହୋଇଥାଏ । ଏହାକୁ ଉତ୍ତପ୍ତ ଦ୍ଵୀପ ପ୍ରଭାବ କୁହାଯାଏ । ଲ୍ୟାକ୍ ହୋୱାର୍ଡ଼ ୧୮୧୦ ଦଶକରେ ଏହି ପ୍ରଭାବ ସଂପର୍କରେ ପ୍ରଥମେ ଅନୁଧ୍ୟାନ କରିଥିଲେ । ନୂଆ ସହର ସୃଷ୍ଟି କରିବା ସହ ପରିବେଶ ପ୍ରତି ଦୃଷ୍ଟି ଦେବା ଉପରେ ମିଳିତ ଜାତିସଂଘ ୨୦୧୪ ମସିହା ଏପ୍ରିଲ୍ ୨୨ତାରିଖରେ ପାଳନ କରୁଛି ବିଶ୍ଵ ଧରିତ୍ରୀ ଦିବସ ଏବଂ ଏହାର ସ୍ଲୋଗାନ ରହିଛି “ ସବୁଜ ସହର” ।

(ଙ) ସବୁଜଗୃହ ପ୍ରଭାବ (Green House Effect):-
ଶୀତପ୍ରଧାନ ଅଞ୍ଚଳମାନଙ୍କରେ ବୃକ୍ଷରାଜିର ବୃଦ୍ଧି ନିମନ୍ତେ ସୂର୍ଯ୍ୟାଲୋକରୁ କମ୍ ଉତ୍ତାପ ମିଳେ । ତେଣୁ ଆବଶ୍ୟକ ପରିମାଣର ଉତ୍ତାପକୁ ସଂଗ୍ରହ କରିବା ଲକ୍ଷ୍ୟରେ ଗଛଲତାଗୁଡ଼ିକୁ ଆବୃତ କରି ଏକ ବିରାଟ କାଚଘର ନିର୍ମାଣ କରାଯାଏ । ଏହାକୁ ସବୁଜ ଗୃହ କୁହାଯାଏ । ଏହି ଗୃହର ଛାତ କାଚର ଢ଼ାଙ୍କୁଣି ସଦୃଶ, ଯାହା ମଧ୍ୟ ଦେଇ ସୂର୍ଯ୍ୟାଲୋକ ଗୃହ ମଧ୍ୟକୁ ପ୍ରବେଶ କରେ; କିନ୍ତୁ ଗୃହ ବାହାରକୁ ନିର୍ଗମନ ହୁଏ ନାହିଁ । ଫଳରେ ଆବଶ୍ୟକ ପରିମାଣର ତାପ ଗୃହମଧ୍ୟରେ ବଜାୟ ରହି ଗଛପତ୍ରର ବୃଦ୍ଧିରେ ସହାୟକ ହୁଏ ।

ଆମର ଧରାପୃଷ୍ଠ ଏହି ସବୁଜଗୃହ ସଦୃଶ ଏବଂ ପୃଥ‌ିବୀକୁ ଘେରି ରହିଥିବା ବାୟୁମଣ୍ଡଳ ଗୃହର ଢ଼ାଙ୍କୁଣି ପରି । ମନୁଷ୍ୟର ବ୍ୟବହାରରୁ ସୃଷ୍ଟ ଅଙ୍ଗାରକାମ୍ଳ, ମିଥେନ ଏବଂ କ୍ଲୋରୋଫ୍ଲୋରୋ କାର୍ବନ ପରି ତିନିଗୋଟି ମୁଖ୍ୟ ସବୁଜଗୃହ ବାଷ୍ପ ବାୟୁମଣ୍ଡଳରେ ମାତ୍ରାଧ୍ଵକ ପରିମାଣରେ ମିଶିଥାନ୍ତି । ପୃଥିବୀପୃଷ୍ଠରୁ ବିକିରଣ ହେଉଥ‌ିବା ଅତିରିକ୍ତ ତାପକୁ ଏହି ବାଷ୍ପମାନଙ୍କର ବଳୟ ବାୟୁମଣ୍ଡଳ ବାହାରକୁ ନିର୍ଗମନ ନିମନ୍ତେ ବାଧା ଦେବା ସହିତ ଧାରଣ କରନ୍ତି | ଏହାର ଫଳସ୍ଵରୂପ ପୃଥ‌ିବୀ ପୃଷ୍ଠ ଅଧ୍ବକ ଉତ୍ତପ୍ତ ହୋଇଥାଏ । ଏପରି ପ୍ରଭାବକୁ ‘ସବୁଜଗୃହ ପ୍ରଭାବ’ କୁହାଯାଏ । ପ୍ରଥମେ ଦେ, ଫରିଅର୍ ୧୮୨୭ ମସିହାରେ ଏହାର ନାମକରଣ କରିଥିଲେ ।

Question ୨।
ପରିବେଶ ପ୍ରଦୂଷଣ କିପରି ରୋକାଯାଇପାରିବ ବର୍ଣନା କର |
Answer:
ମନୁଷ୍ୟ ଓ ପରିବେଶ ପରସ୍ପର ପରିପୂରକ । ପରିବେଶ ଦ୍ଵାରା ମନୁଷ୍ୟ, ପ୍ରାଣୀଜଗତ ଓ ପରିବେଶ ଉପାଦାନମାନ ପରସ୍ପର ସହିତ ନିବିଡ଼ ଭାବରେ ସଂପୃକ୍ତ ରହିଥାନ୍ତି । ଫଳରେ କୌଣସି ଗୋଟିଏ ଉପାଦାନକୁ ଅନ୍ୟଠାରୁ ପୃଥକ କରିବାକୁ ଚାହିଁଲେ ଅନ୍ୟ ଉପାଦାନମାନେ ଆପେ ଆପେ ଏହାଦ୍ଵାରା ପ୍ରଭାବିତ ହୋଇଥାନ୍ତି । ତେଣୁ ପ୍ରାଣୀଜଗତ ବିଶେଷ କରି ମନୁଷ୍ୟର ଅଭିବୃଦ୍ଧି, ବିକାଶ, ସ୍ଥିତି, ବ୍ୟବହାର, ଜୀବନ ଚକ୍ର ଏବଂ ସମସ୍ତ କାର୍ଯ୍ୟକଳାପକୁ ପରିବେଶ ପୂର୍ଣ୍ଣମାତ୍ରାରେ ନିୟନ୍ତ୍ରତ କରିଥାଏ ।

ପ୍ରଦୂଷିତ ପରିବେଶ ଅଧୁନା ଯୁଗରେ ଏକ ବିପଜନିତ ଅବସ୍ଥା ସୃଷ୍ଟି କରିଛି । ବିଜ୍ଞାନ ଓ କାରିଗରୀ ବିଦ୍ୟାର ଉନ୍ନତି ଓ ପ୍ରସାର ଯୋଗୁଁ ପରିବେଶର ଶୁଦ୍ଧତା ନଷ୍ଟ ହୋଇଛି । ବହୁ ପୁରାତନ ଯୁଗରୁ ବନ୍ୟା, ବାତ୍ୟା, ମରୁଡ଼ି ଓ ଭୂମିକମ୍ପ ପରି ପ୍ରାକୃତିକ ବିପର୍ଯ୍ୟୟ ଦ୍ଵାରା ମାନବ ସମାଜ ଆକ୍ରାନ୍ତ ହୋଇ ବହୁ ଧନ, ଜୀବନର କ୍ଷତି ସହିଛି । କିନ୍ତୁ ଆଜିର ଏ ଆଧୁନିକ ଯୁଗରେ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ, ଅସନ୍ତୁଳିତ ତାପମାନ ଓ ଜନଗହଳି ପରି ପରିବେଶ ପ୍ରଦୂଷଣ ମାନବ ସମାଜ ପାଇଁ ନୂତନ ବିପଦ ସୃଷ୍ଟି କରିଛି । ଏହି ପ୍ରଦୂଷଣ ଭୂଗୋଳବିତ୍ରମାନଙ୍କ ପାଇଁ ପାରିପାର୍ଶ୍ବକ ସମସ୍ୟା, ସମାଜବିଜ୍ଞାନୀଙ୍କ ପାଇଁ ସମସ୍ୟା, ପରିବେଶ ବିଜ୍ଞାନୀଙ୍କ ପାଇଁ ପରିବେଶୀୟ ସମସ୍ୟା ଓ ଆର୍ଥନୀତିଜ୍ଞଙ୍କ ପାଇଁ ଅର୍ଥନୈତିକ ସମସ୍ୟାମାନ ସୃଷ୍ଟି କରିଛି ।

ପରିବେଶ ପ୍ରଦୂଷିତ ହେଲେ ମନୁଷ୍ୟ ଯେ କେବଳ ଶାରୀରିକ ରୋଗାକ୍ରାନ୍ତ ହୋଇ ଦୁଃସହ ଜୀବନଯାପନ କରେ ତା’ନୁହେଁ; ଏହା ତା’ର ମାନସିକ ସ୍ଥିତିକୁ ଓ ଅବସ୍ଥାକୁ ମଧ୍ୟ ଆଘାତ କରିଥାଏ । ଫଳରେ ସେ ଅସ୍ଵାଭାବିକ ବ୍ୟବହାର ପ୍ରଦର୍ଶନ କରେ । ଠିକ୍ ସେହିଭଳି ମନୁଷ୍ୟକୃତ ଆଚରଣ ଓ ବ୍ୟବହାର ବାୟୁମଣ୍ଡଳ ଓ ପରିବେଶକୁ ବିଶେଷଭାବେ ପ୍ରଭାବିତ କରି କ୍ଷତି ପହଞ୍ଚାଇଥାଏ । ପରିବେଶ ପ୍ରଦୂଷିତ ହେଲେ ଏହା ସମଗ୍ର ପୃଥ‌ିବୀ ପାଇଁ ବିପଦ ସୃଷ୍ଟି କରେ । ତେଣୁ ମନୁଷ୍ୟର ଆଚରଣରେ ପରିବର୍ତ୍ତନ ଆସିଲେ ହିଁ ଏକ ନିର୍ମଳ ଓ ବିଶୁଦ୍ଧ ପରିବେଶ ସୃଷ୍ଟି ହେବ ଏବଂ ସମଗ୍ର ସମାଜ ଓ ଜୀବଜଗତ ନୀରୋଗ ଓ ସୁସ୍ଥ ଜୀବନଯାପନ କରିପାରିବେ ।

ପରିବେଶ ସୁରକ୍ଷା ପାଇଁ ନିମ୍ନଲିଖୁତ ପଦକ୍ଷେପ ଗ୍ରହଣ କରାଯିବା ଦରକାର :
(କ) ଜନସଂଖ୍ୟାର ନିୟନ୍ତ୍ରଣ ଦ୍ଵାରା ସ୍ଥାନାଭାବରେ ସମସ୍ୟା ରହିବ ନାହିଁ ଓ ପ୍ରାକୃତିକ ବିଭବର ଅଭାବ ପଡ଼ିବ ନାହିଁ । ଫଳରେ ପରିବେଶକୁ ଯଥେଚ୍ଛାଚାର ଭାବରେ ବ୍ୟବହାର କରିବାରେ ଆବଶ୍ୟକତା କମିଯିବ ଏବଂ ଏହା ପରିବେଶକୁ ସୁରକ୍ଷା ଦେବ ।

CHSE Odisha Class 12 Psychology Unit 2 Questions and Answers in Odia Medium

(ଖ) ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଦ୍ଵାରା ପ୍ରଦୂଷିତ ପରିବେଶକୁ ଅନେକାଂଶରେ ପରିଷ୍କାର ପରିଚ୍ଛନ୍ନ ଓ ଶୁଦ୍ଧ ରଖୁହେବ । କାଗଜ, ପ୍ଲାଷ୍ଟିକ୍ ଓ କାଚ ପ୍ରଭୃତି ପଦାର୍ଥକୁ ପୁନଃ ବ୍ୟବହାର ଉପଯୋଗୀ କରିହେବ । ଫଳରେ ଏସବୁର ପ୍ରସ୍ତୁତ ପାଇଁ ଦରକାର ପଡ଼ୁଥିବା କଞ୍ଚାମାଲକୁ ନୂତନ ଭାବରେ ସଂଗ୍ରହ କରିବାର ଆବଶ୍ୟକତା ରହିବ ନାହିଁ । ଫଳସ୍ଵରୂପ ଜଳ, ଜଙ୍ଗଲ ଓ ଭୂମି ପରି ପ୍ରାକୃତିକ ବିଭବର କ୍ଷତି ହେବ ନାହିଁ ।

(ଗ) ବନ୍ୟଜଙ୍ଗଲକୁ ନଷ୍ଟ ନ କରି ବରଂ କୃତ୍ରିମ ଜଙ୍ଗଲ ସୃଷ୍ଟି କରିବା ଆବଶ୍ୟକ । ବିଶେଷ କରି ଶିଳ୍ପାଞ୍ଚଳମାନଙ୍କର ଚତୁଃପାର୍ଶ୍ବରେ ବହୁଳପରିମାଣରେ ବୃକ୍ଷରୋପଣ କରି ଘଞ୍ଚ ଜଙ୍ଗଲ ସୃଷ୍ଟି କଲେ ପରିବେଶ ପ୍ରଦୂଷଣରୁ କିଛି ପରିମାଣରେ ରକ୍ଷା ପାଇପାରିବ ।

(ଘ) ପ୍ରାକୃତିକ ବିଭବର ଉତ୍ସ ଓ ଭଣ୍ଡାର ସୀମିତ । ଏହାର ଯଥେଚ୍ଛାଚାର ବ୍ୟବହାର ହେଲେ ସାଧାରଣ ଚଳଣି ପାଇଁ ମଧ୍ୟ ଏହି ବିଭବର ଅଭାବ ଦେଖାଦେବ । ସୁତରାଂ ସାଧାସିଧା ଜୀବନଶୈଳୀ ଓ ଜୀବନ ନିର୍ବାହ ପାଇଁ ଯେତିକି ଆବଶ୍ୟକ ସେତିକି ପରିମାଣର ପ୍ରାକୃତିକ ସମ୍ପଦକୁ ବିନିଯୋଗ କରାଗଲେ ପରିବେଶ ପ୍ରଦୂଷଣକୁ କିଛିମାତ୍ରାରେ ରୋକାଯାଇପାରିବ ।

(ଙ) ପରିବେଶକୁ ପ୍ରଦୂଷିତ କରୁଥିବା କଳକାରଖାନାର ପ୍ରତିଷ୍ଠା ଓ ମୋଟରଯାନର ବହୁଳ ବ୍ୟବହାର ଉପରେ କଟକଣା ଜାରି କରାଯିବା ଆବଶ୍ୟକ ।

(ଚ) ଜଳ ହିଁ ଜୀବନ । ଆବଶ୍ୟକତାଠାରୁ ଅଧ‌ିକ ଜଳ ବ୍ୟବହାର ନ କରି ଜଳ ସଂରକ୍ଷଣ ଉପରେ ଗୁରୁତ୍ଵ ଦିଆଯିବା ଦରକାର । ବର୍ଷା ଜଳକୁ ବିଭିନ୍ନ ଉପାୟରେ ସଂରକ୍ଷଣ କରି ତା’ର ସୁବିନିଯୋଗ କରାଯିବ ଉଚିତ୍ ।

(ଛ) ପଲିଥନ୍‌ର ବ୍ୟବହାର ଉପରେ କଟକଣା ଜାରି କରାଯିବା ଆବଶ୍ୟକ କାରଣ ପଲିଥୁନର ବହୁଳ ବ୍ୟବହାର ପରିବେଶକୁ ପ୍ରଦୂଷିତ କରିଥାଏ । ପଲିଥୁନ ବଦଳରେ କାଗଜର ବ୍ୟାଗ ବ୍ୟବହାର କରିବା ଉଚିତ୍‌ ।
କୌଣସି ଜାତି ବା ଦେଶର ସ୍ଥିତି ତା’ର ପ୍ରଗତି ଉପରେ ନିର୍ଭର କରେ । କିନ୍ତୁ ପରିବେଶର ସୁରକ୍ଷା ନ ହେଲେ ପ୍ରଗତି ସମ୍ଭବ ନୁହେଁ । ସୁତରାଂ ଅସୁରକ୍ଷିତ ପରିବେଶରେ ଦେଶ ବା ଜାତି ତିଷ୍ଠି ରହିବା ସମ୍ଭବ ନୁହେଁ । ତେଣୁ ପରିବେଶର ସୁରକ୍ଷା ଅପରିହାର୍ଯ୍ୟ ହୋଇଥିବାରୁ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଅନେକ ବିଦ୍ଵାନ, ପରିବେଶବିତ୍, ବୈଜ୍ଞାନିକ ଓ ଅର୍ଥନୀତିଜ୍ଞମାନେ ପରିବେଶ ଉପରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଓ ଏକ ମୁକ୍ତ, ବିଶୁଦ୍ଧ ଓ ନିର୍ମଳ ପରିବେଶ ସୃଷ୍ଟି ପାଇଁ ନାନା ଉପାୟମାନ ନିର୍ଣ୍ଣୟ କରିଛନ୍ତି ।

ଉପରେ ବର୍ଣ୍ଣିତ ପରିବେଶ ସୁରକ୍ଷା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପଗୁଡ଼ିକୁ ଏକ ସୁନିୟନ୍ତ୍ରିତ ବ୍ୟବସ୍ଥା ମଧ୍ୟରେ କାର୍ଯ୍ୟକ୍ଷମ କରାଗଲେ ପରିବେଶ ଦୂଷିତ ହୋଇ ମାନବ ସମାଜର କ୍ଷତି କରିବା ପରିବର୍ତ୍ତେ ଜନମଙ୍ଗଳ ନିମନ୍ତେ ସହାୟକ ହେବ । ବିଭିନ୍ନ ସରକାରୀ ଓ ବେସରକାରୀ ଜନମଙ୍ଗଳକାରୀ ଯୋଜନାଗୁଡ଼ିକୁ ମଧ୍ୟ କାର୍ଯ୍ୟକ୍ଷମ କରାଯିବା ଦରକାର ।

Question ୩।
ଶବ୍ଦ ପ୍ରଦୂଷଣ କ’ଣ ? ମନୁଷ୍ୟ ଆଚରଣ ଉପରେ ଶବ୍ଦ ପ୍ରଦୂଷଣର ପ୍ରଭାବ ଆଲୋଚନା କର ।
Answer:
ବାୟୁ ଦ୍ବାରା ସଂଚରିତ ହେଉଥବା ଏକ ପ୍ରକାର ବିଶିଷ୍ଟ ଚାପ ତରଙ୍ଗକୁ ‘ଶବ୍ଦ’ କୁହାଯାଏ । ଏହି ଶବ୍ଦ ମାଧ୍ଯମରେ ମନୁଷ୍ୟ ଓ ଅନ୍ୟାନ୍ୟ ପ୍ରାଣୀମାନେ ଚିନ୍ତା, କାମନା ଓ ଇଚ୍ଛାକୁ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରିଥାଆନ୍ତି । ଆମର ଚତୁଃପାର୍ଶ୍ଵ ସର୍ବଦା ସଚଳ ଓ ସକ୍ରିୟ । ପ୍ରାକୃତିକ ଭାବରେ ବିଭିନ୍ନ ପ୍ରକାରର ଶବ୍ଦ ଏଠାରେ ସୃଷ୍ଟି ହୋଇଥାଏ । ମନୁଷ୍ୟ ସହିତ ଜୀବଜଗତ, ବାୟୁ, ବର୍ଷା, ଝରଣା, ନଦୀ, ସମୁଦ୍ର, ଘଡଘଡ଼ି, ଆଗ୍ନେୟଗିରି, ମୃତ୍ତିକା ଓ ପଥର ସ୍ଖଳନ ଇତ୍ୟାଦି ବିଭିନ୍ନ ଶବ୍ଦର ଉତ୍ସ ଅଟନ୍ତି । ବିଭିନ୍ନ କାରଣରୁ କେତେକ ଶବ୍ଦ ଶ୍ରୁତିମଧୁର ହୋଇଥିବା ବେଳେ ଆଉ କେତେକ ଶ୍ରୁତିକଟୁ ହୋଇଥାଏ ।

ପ୍ରଥମତଃ, ଯେତେବେଳେ ଶବ୍ଦରେ ତୀବ୍ରତା କମ୍‌ଥାଏ ତାହା ମନକୁ ଖୁସି ଓ ଆନନ୍ଦ ପ୍ରଦାନ କରେ । କିନ୍ତୁ ଅଧିକ ତୀବ୍ରତା ଥ‌ିବା ବା ଇଚ୍ଛାଶକ୍ତିର ଶବ୍ଦ ମନୁଷ୍ୟ ପାଇଁ ବିରକ୍ତିକର ହୋଇଥାଏ । ଦ୍ଵିତୀୟତଃ, ଅପ୍ରତ୍ୟାଶିତ ଭାବେ ଶବ୍ଦ ସୃଷ୍ଟି ହେଲେ ତାହା ବିରକ୍ତିକର ହୋଇଥାଏ । ମନୋବୈଜ୍ଞାନିକଙ୍କ ମତରେ ଅପ୍ରତ୍ୟାଶିତ ଭାବେ ଅଚାନକ ଶବ୍ଦ ହେଲେ ତାହା ବ୍ୟକ୍ତିର କାର୍ଯ୍ୟ ଦକ୍ଷତାକୁ ପ୍ରଭାବିତ କରେ ଏବଂ ବ୍ୟକ୍ତିର କାର୍ଯ୍ୟକ୍ଷେତ୍ରରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୁଏ । ତୃତୀୟତଃ, ଯେତେବେଳେ ଶବ୍ଦକୁ ନିୟନ୍ତ୍ରଣ କରିବାର କ୍ଷମତା ବ୍ୟକ୍ତି ପାଖରେ ନଥାଏ, ସେତେବେଳେ ଶବ୍ଦ ବିରକ୍ତିକର ହୋଇଥାଏ ।

ଯେତେବେଳେ କୌଣସି ଶବ୍ଦ ଅରୁଚିକର, ଅବାଞ୍ଛିତ ଓ ଅଲୋଡ଼ା ହୋଇ ପ୍ରତିକୂଳ ପ୍ରଭାବ ସୃଷ୍ଟି କରେ ତାହାକୁ ‘ଶବ୍ଦ ପ୍ରଦୂଷଣ’ କୁହାଯାଏ । ଅବାଞ୍ଛିତ ଓ ଶ୍ରୁତିକଟୁ ଶବ୍ଦକୁ କୋଳାହଳ ମଧ୍ୟ କୁହାଯାଏ । କୋଳାହଳ ଦ୍ଵାରା ହେଉଥିବା ଶବ୍ଦ ମନୁଷ୍ୟର ଶରୀର, ମନ ଓ ବ୍ୟବହାର ଉପରେ ଗଭୀର ପ୍ରଭାବ ପକାଇଥାଏ । ଆଇନ ଦୃଷ୍ଟିରୁ ଶବ୍ଦ ପ୍ରଦୂଷଣ ଏକ ମାତ୍ରାଧୂକ, ଆକ୍ରମଣାଦ୍ୟୋକ ଓ ଚମକପ୍ରଦ ଶବ୍ଦ ଭାବରେ ବର୍ଣ୍ଣନା କରାଯାଇପାରେ ।

CHSE Odisha Class 12 Psychology Unit 2 Questions and Answers in Odia Medium

ଶବ୍ଦକୁ ଡ଼େସିବଲ୍ (dB) ମାପକରେ ମପାଯାଏ । କ୍ଷୀଣ ଶୁଣାଯାଇଥବା ଶବ୍ଦ ଓ ଶବ୍ଦର ତୀବ୍ରତାର ଅନୁପାତକୁ ଡ଼େସିବଲ୍ କୁହାଯାଏ । ଶୂନରୁ ଅଧିକ 180dB ତୀବ୍ରତାର ଥୁବା ଶବ୍ଦକୁ ଶୁଣିବାର ଓ ସହ୍ୟ କରିବାର ଶକ୍ତି ମନୁଷ୍ୟର ଥାଏ । ପ୍ରାୟତଃ 85 dB ପରିମାଣର ଶବ୍ଦ ଜଣେ ସାଧାରଣ ବ୍ୟକ୍ତି ନିମନ୍ତେ ଅନୁମୋଦିତ ପରିମାଣ । ଏହାଠାରୁ ଅଧିକ ପରିମାଣ ଶବ୍ଦର କୁପ୍ରଭାବ ବ୍ୟକ୍ତି ଉପରେ ପଡ଼ିଥାଏ । ବୈଜ୍ଞାନିକ ଦୃଷ୍ଟିକୋଣରୁ 50 ରୁ 55 ତୀବ୍ରତାର ଶବ୍ଦ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରେ । 90-95 dB ର ଶବ୍ଦ ମନୁଷ୍ୟର କେନ୍ଦ୍ର ସ୍ନାୟୁମଣ୍ଡଳକୁ ଆଘାତ ଓ କ୍ଷତି ପହଞ୍ଚାଇଥାଏ । 140dB ତୀବ୍ରତା ପାର ହୋଇଗଲେ ମନୁଷ୍ୟ ଯନ୍ତ୍ରଣା ସହି ଶବ୍ଦକୁ ଗ୍ରହଣ କରେ ।

ଶବ୍ଦ ପ୍ରଦୂଷଣ ମୁଖ୍ୟତଃ ତିନିଗୋଟି କାରଣରୁ ହୋଇଥାଏ । ସେଗୁଡ଼ିକ ହେଲା:-
(i) ପ୍ରାକୃତିକ ଉତ୍ସ
(ii) ଜୈବିକ ଉତ୍ସ
(iii) କୃତ୍ରିମ ଉତ୍ସ

(i) ପ୍ରାକୃତିକ ଉତ୍ସ :-
ଏହା ପ୍ରାକୃତିକ ଘଟଣାମାନଙ୍କ ସହିତ ସହବନ୍ଧିତ ହୋଇଥାଏ । ଘଡ଼ଘଡ଼ି, ନାଦ, ଲାଭା ଉଦ୍‌ଗୀରଣ, ଭୂମିକମ୍ପ, ମହାବାତ୍ୟା, ବାତ୍ୟା, ଝଞ୍ଜା ପବନ, ବଜ୍ରପାତ ଶବ୍ଦ ପ୍ରଭୃତିକୁ ପ୍ରାକୃତିକ ଉତ୍ସର ଉଦାହରଣ ଭାବେ ନିଆଯାଇପାରେ ।

(ii) ଜୈବିକ ଉତ୍ସ:-
ବିଭିନ୍ନ ବନ୍ୟ ହିଂସ୍ରଜନ୍ତୁଙ୍କ ଗର୍ଜନ, କୁକୁର, ବିଲୁଆଙ୍କ ଭୂକିବା ଶବ୍ଦ, କଳି ଅଥବା ଗଣ୍ଡଗୋଳ ବେଳେ ମନୁଷ୍ୟଙ୍କ ଚିତ୍କାର, ଉଚ୍ଚସ୍ଵରରେ ଗର୍ଜନ ଓ କାନ୍ଦଣା ପ୍ରଭୃତି ଜୈବିକ ଉତ୍ସର ଅନ୍ତର୍ଗତ ।

(iii) କୃତ୍ରିମ ଉତ୍ସ :-
କୃତ୍ରିମ ଉତ୍ସ ବା ମନୁଷ୍ୟକୃତ କାର୍ଯ୍ୟ ଶବ୍ଦ ପ୍ରଦୂଷଣ ପାଇଁ ଅନେକାଂଶରେ ଦାୟୀ । ମନୁଷ୍ୟ ସ୍ଥାପନ କରିଥିବା ଶିଳ୍ପଉଦ୍ୟୋଗ, କଳକାରଖାନାରେ ବ୍ୟବହୃତ ବୃହତକାୟ ଯନ୍ତ୍ରପାତିର ଶବ୍ଦ, ବ୍ୟବହାର କରୁଥିବା ଯାନବାହାନରୁ ନିର୍ଗତ ହେଉଥୁବା ଶବ୍ଦ, ଡ଼ାକବାଜି ଯନ୍ତ୍ର ଓ ଡ଼ିଜେ ସଂଗୀତ, ମିକ୍ସର ଗ୍ରାଇଣ୍ଡର, ଟେଲିଭିଜନ ଇତ୍ୟାଦି ଉପକରଣର ବ୍ୟବହାର ଦ୍ଵାରା ସୃଷ୍ଟି ହେଉଥ‌ିବା ଶବ୍ଦ , ଖଣିଖାଦାନରେ ବିସ୍ଫୋରକର ବ୍ୟବହାର, ଉଚ୍ଚ ଅଟ୍ଟାଳିକା ନିର୍ମାଣରେ ବ୍ୟବହୃତ ଯନ୍ତ୍ରପାତି ଇତ୍ୟାଦି ଶବ୍ଦ ପ୍ରଦୂଷଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।

(କ) ଆପାତତଃ 100 dB ପରିମାଣର ଶବ୍ଦକୁ ଦୀର୍ଘକାଳ ପର୍ଯ୍ୟନ୍ତ କ୍ରମାଗତ ଭାବେ ଶୁଣିବା ଦ୍ଵାରା ବ୍ୟକ୍ତି ଶ୍ରବଣ ଶକ୍ତି ହରାଇବସେ । କୋଳାହଳ ବା ଉଚ୍ଚଶକ୍ତିର ଶବ୍ଦ ଶ୍ରବଣଜନିତ କ୍ଳାନ୍ତି ସୃଷ୍ଟି କରିବା ସହିତ ସ୍ମରଣ ଶକ୍ତି ଓ ଦକ୍ଷତାକୁ ମଧ୍ୟ କମାଇ ଦେଇଥାଏ ।
(ଖ) ଶବ୍ଦ ପ୍ରଦୂଷଣ ଭାବ ବିନିମୟରେ ବାଧା ଉପୁଜାଏ ଓ ଭୁଲ୍ ବୁଝାମଣା ସୃଷ୍ଟି କରେ ।
(ଗ) ଏହା ନିଦ୍ରାରେ ବ୍ୟାଘାତ ସୃଷ୍ଟି କରେ, ଏକାଗ୍ରତା ନଷ୍ଟ କରେ, ମାନସିକ ଅବସାନ, ଅସ୍ଥିରତା ଓ ଚାପ ବୃଦ୍ଧି କରେ ।
(ଘ) ଶବ୍ଦ ପ୍ରଦୂଷଣ ବିରକ୍ତି, ଉଚ୍ଚ ରକ୍ତଚାପ, ବାନ୍ତି ଲାଗିବା, ହୃଦରୋଗ, ଝାଳ ବୋହିବା, ପାକସ୍ଥଳୀରେ କ୍ଷତ ଜାତ କରିପାରେ ।
(ଙ) ଗର୍ଭସ୍ଥ ଶିଶୁର ମାନସିକ ବିକାଶ ସୃଷ୍ଟି କରିବା ସହିତ ଶବ୍ଦ ପ୍ରଦୂଷଣ ଗର୍ଭବତୀ ମହିଳାଙ୍କ ଅସମୟ ଗର୍ଭପାତ ଓ ଗର୍ଭନଷ୍ଟ ହେବାର ସମ୍ଭାବନାକୁ ବୃଦ୍ଧି କରେ ।
(ଚ) ଶବ୍ଦ ପ୍ରଦୂଷଣ ମନୁଷ୍ୟର ଶାରୀରିକ ପୀଡ଼ା, ମାନସିକ କ୍ଳାନ୍ତି ଓ ଅବସାଦ ସୃଷ୍ଟି କରି ଶାରୀରିକ ଓ ମାନସିକ ରୋଗକୁ ସୃଷ୍ଟି କରୁଥିବାରୁ ଏହା ତା’ର କାର୍ଯ୍ୟଦକ୍ଷତାକୁ ହ୍ରାସ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟ କ୍ଷେତ୍ରରେ ତୃଟିକୁ ବହୁଗଣିତ କରିଥାଏ ।

Question ୪।
ଜନଗହଳି (Crowding) କ’ଣ ? ମନୁଷ୍ୟ ଆଚରଣ ଉପରେ ଜନଗହଳିର ପ୍ରଭାବ ବର୍ଣନା କର ।
Answer:
ଗୋଟିଏ ସ୍ଥାନରେ ସମବେତ ହୋଇଥିବା ଲୋକମାନଙ୍କ ସହିତ ଆମର ସଂପର୍କ, ଏହାର ଭୌତିକ ପରିପ୍ରେକ୍ଷୀ ଓ ଅବଧୂ ଏବଂ ଆମ ନିମନ୍ତେ ଏହା କେତେଦୂର ଅର୍ଥପୂର୍ଣ୍ଣ ଏସବୁ ଦିଗଗୁଡ଼ିକୁ ବିଚାର କରି ଆମେ ଯଦି ଅସ୍ଵସ୍ତିକର ଏବଂ ଶାରୀରିକ ଉତ୍ତେଜନାମକ୍ତ ଏକ ମାନସିକ ଚାପ ଅନୁଭବ କରୁ ତେବେ ତାହାକୁ ‘ଜନଗହଳି’ କୁହାଯିବ । ସୁତରାଂ ଅସ୍ୱସ୍ତି ଅନୁଭବ, ସାମାଜିକ ପାରସ୍ପରିକ କ୍ରିୟା ଉପରେ ନିୟନ୍ତ୍ରଣ ହରାଇବା, ବ୍ୟକ୍ତିଗତ ମାମଲାରେ ବାହ୍ୟଦଖଲ ଏବଂ ପରିସ୍ଥିତିର ଏକ ନକରାତ୍ମକ ପ୍ରତ୍ୟକ୍ଷଣ ଜନଗହଳିର ବୈଶିଷ୍ଟ୍ୟ ରୂପେ ବିବେଚନା କରାଯାଏ ।

ବସ୍ ଭିତରେ, ଟିକେଟ ସଂରକ୍ଷଣ କାଉଣ୍ଟରରେ, ବଜାର ଭିତରେ, ମେଳାରେ, ବିଭିନ୍ନ ଉତ୍ସବରେ ଆମେ ପ୍ରାୟତଃ ଜନଗହଳିର ସମ୍ମୁଖୀନ ହୋଇଥାଉ । ଜନଗହଳି ପ୍ରାୟତଃ ବ୍ୟକ୍ତି ମନରେ କ୍ରୋଧ ଏବଂ ଯନ୍ତ୍ରଣା ସୃଷ୍ଟି କରେ । ଅନ୍ୟପକ୍ଷରେ ବିବାହ ଉତ୍ସବ, ଗୃହ, ବିଦ୍ୟାଳୟ, ବନ୍ଧୁମିଳନ, କ୍ରୀଡ଼ା ପ୍ରତିଯୋଗିତା, ସଙ୍ଗୀତ କାର୍ଯ୍ୟକ୍ରମ, ପୂଜା ପାର୍ବଣ ଆଦି ପରିସ୍ଥିତିମାନଙ୍କରେ ଜନଗହଳି ଅଶେଷ ଆନନ୍ଦ ଏବଂ ସୁଖଦ ଅନୁଭୂତି ପ୍ରଦାନ କରେ । ଜନଗହଳି ବୃଦ୍ଧି ହେତୁ ନାନା ପ୍ରକାର ସାମାଜିକ ଓ ପରିବେଶଗତ ସମସ୍ୟାମାନ ସୃଷ୍ଟି ହୋଇଥାଏ ।
ଜନଗହଳିର ପ୍ରଭାବ :-

(କ) ଅପରାଧ:-
ଜନଗହଳି ଓ ଅପରାଧ ମଧ୍ୟରେ ସକରାତ୍ମକ ସହ ସମ୍ବନ୍ଧ ରହିଛି । ଜନାକୀର୍ଣ୍ଣ ପରିସ୍ଥିତିର ସୁଯୋଗ ନେଇ ପକେଟମାର, ଲୁଟ୍ ଆଦି କେତେ ପ୍ରକାର ଅପରାଧମୂଳକ ବ୍ୟବହାର ପରିଦୃଷ୍ଟ ହୋଇଥାଏ ।

(ଖ) ଜେଲଖାନା ଓ ମାନସିକ ଚିକିତ୍ସାଳୟରେ ଜନଗହଳି :-
ଭାରତ ତଥା ପୃଥ‌ିବୀର ଅନ୍ୟାନ୍ୟ ଅଞ୍ଚଳରେ ଜେଲଖାନାରେ ଜନଗହଳି ଏକ ପ୍ରମୁଖ ସମସ୍ୟା । ଉଗ୍ର ଅପରାଧୀମାନେ କମ୍ ଉଗ୍ର ଅପରାଧୀମାନଙ୍କ ତୁଳନାରେ ଅଧ୍ଵକ ବ୍ୟକ୍ତିଗତ ସ୍ଥାନ ବ୍ୟବହାର ନିମନ୍ତେ ଅକ୍ତିଆର କରିବାକୁ ଉଦ୍ୟମ କରିଥାନ୍ତି | ଫଳରେ ଅନ୍ତେବାସୀମାନଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଉଥାଏ । ଚିତ୍ତଭ୍ରଂଶୀ ବାତୁଳତା ଏବଂ ସ୍ନାୟବିକ ବିକାର ସଦୃଶ ଜନଗହଳିପୂର୍ଣ୍ଣ ସ୍ଥାନ ପ୍ରତି ଅଧ‌ିକ ସମ୍ବେଦନଶୀଳତା ପ୍ରଦର୍ଶନ କରିଥାନ୍ତି । ଫଳତଃ ସେମାନେ ଅନ୍ୟ ରୋଗୀ ଏବଂ ଚିକିତ୍ସାଳୟର କର୍ମଚାରୀମାନଙ୍କୁ ଆକ୍ରମଣ ମଧ୍ୟ କରିପାରନ୍ତି ।

CHSE Odisha Class 12 Psychology Unit 2 Questions and Answers in Odia Medium

(ଗ) ପ୍ରକ୍ଷୋଭ ଓ ଆଚରଣ ଉପରେ ପ୍ରଭାବ :-
ଜନଗହଳିରେ କ୍ରୋଧ ଓ ଆକ୍ରମଣାତ୍ମକ ମନୋଭାବ ସର୍ବାଧ‌ିକ ସମ୍ଭାବ୍ୟ ପ୍ରକ୍ଷୋଭ ଜନିତ ଆଚରଣ ଭାବେ ପ୍ରତୀୟମାନ ହୋଇଥାଏ । ଏହା ସମୟେ ସମୟେ ଭାବଶୂନ୍ୟତା, ଅସହାୟବୋଧ ଏବଂ ସାମାଜିକ ଉଦାସୀନତା ମଧ୍ୟ ସୃଷ୍ଟି କରିଥାଏ । ଉଚ୍ଚ ରକ୍ତଚାପ, ଦୃତ ହୃଦସ୍ପନ୍ଦନ ଏବଂ ଅଧିକ ମାତ୍ରାର ଶାରୀରିକ ଅସୁସ୍ଥତା ମଧ୍ଯ ଏହାର ପରିଣାମ ହୋଇପାରେ ।

(ଘ) କାର୍ଯ୍ୟ ଦକ୍ଷତା ଉପରେ ପ୍ରଭାବ:-
ଜନଗହଳିର ନକରାତ୍ମକ ଅନୁଭୂତି କର୍ମସ୍ଥଳରେ କର୍ମଚାରୀର ମାନସିକ, ଅସ୍ଵସ୍ତି ଏବଂ ଶାରୀରିକ ଉତ୍ତେଜନାକୁ ବୃଦ୍ଧି କରି ତା’ର କାର୍ଯ୍ୟଦକ୍ଷତାକୁ ହ୍ରାସ କରିଥାଏ ।

BSE Odisha 6th Class Odia Solutions Chapter 1 ବର୍ଷା

Odisha State Board BSE Odisha 6th Class Odia Solutions Chapter 1 ବର୍ଷା Textbook Exercise Questions and Answers.

BSE Odisha Class 6 Odia Solutions Chapter 1 ବର୍ଷା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର କୁହ ।
(କ) ବର୍ଷରେ କେତୋଟି ଋତୁ ଆସେ ?
Answer:
ବର୍ଷରେ ଛଅଟି ଋତୁ ଆସେ ।

(ଖ) ଗ୍ରୀଷ୍ମଋତୁ ପରେ କେଉଁ ଋତୁ ଆସେ ?
Answer:
ଗ୍ରୀଷ୍ମଋତୁ ପରେ ବର୍ଷାଋତୁ ଆସେ ।

(ଗ ) ମେଘମାନେ କେଉଁଠି ମିଳିତ ହୁଅନ୍ତି ?
Answer:
ମେଘମାନେ ଶୂନ୍ୟପଥରେ ବା ଆକାଶରେ ମିଳିତ ହୁଅନ୍ତି ।

(ଘ) ପୃଥ‌ିବୀ ସୂର୍ଯ୍ୟଙ୍କ ଉତ୍ତାପରେ ଆଠମାସ ଉତ୍ତପ୍ତ ଥିଲା ।
Answer:
ପୃଥ‌ିବୀ ସୂର୍ଯ୍ୟଙ୍କ ଉତ୍ତାପରେ ଆଠମାସ ଉତ୍ତପ୍ତ ଥିଲା ।

(ଙ) ଖଦ୍ୟୋତ କେତେବେଳେ ଉଡ଼ିବୁଲେ ?
Answer:
ଖଦ୍ୟୋତ ସନ୍ଧ୍ୟା ସମୟରେ ଉଡ଼ିବୁଲେ ।

BSE Odisha 6th Class Odia Solutions Chapter 1 ବର୍ଷା

Question ୨।
ଉତ୍ତର ଲେଖ ।
(କ) ମେଘମାଳ କିପରି ଭାବରେ ଜଳ ବର୍ଷା କଲେ ?
Answer:
ମହାଶୂନ୍ୟରେ ମେଘମାନେ ବିଜୁଳି ଓ ଘଡ଼ଘଡ଼ି ଶବ୍ଦସହ ମିଳିତ ହେଲେ । ପରେ ପରେ ଭୀଷଣ ଶବ୍ଦକରି ମେଘମାଳ ଜଳ ବର୍ଷା କଲେ ।

(ଖ ) ‘ଗର୍ଜନ୍ତି ଆବୋରିଣ ପାଣି’- ଏଠାରେ କିଏ ଗର୍ଜିବା କଥା କୁହାଯାଇଛି ?
Answer:
‘ଗର୍ଜନ୍ତି ଆବୋରିଣ ପାଣି ’- ଏଠାରେ ବେଙ୍ଗ ଗର୍ଜିବା କଥା କବି କହିଛନ୍ତି । ବର୍ଷାର ଗର୍ଜନ ଶୁଣି ବେଙ୍ଗମାନେ ଜଳାଶୟର ଚତୁଃପାର୍ଶ୍ଵରେ ମିଳିତ ହୋଇ ଗର୍ଜନ ବା ରାବ କରନ୍ତି ।

(ଗ) ଏହି କବିତାରେ କାହାକୁ ରାଜା ବୋଲି କୁହାଯାଇଛି ?
Answer:
ଏହି କବିତାରେ ପୃଥ‌ିବୀ (ମହୀ)କୁ ରାଜା ବୋଲି କୁହାଯାଇଛି ।

(ଘ) ବର୍ଷାଋତୁକୁ ସକଳ ଋତୁଙ୍କର ସାର ବୋଲି କବି କାହିଁକି କହିଛନ୍ତି ?
Answer:
ବର୍ଷାଋତୁରେ ପୃଥ‌ିବୀ ଶସ୍ୟ-ସମ୍ପଦରେ ଭରପୂର ହୋଇଯାଏ । ବର୍ଷାଋତୁର ଜଳଦାନ ଫଳରେ ବିଭିନ୍ନ ପ୍ରକାର ଖାଦ୍ୟଶସ୍ୟ ଉତ୍ପନ୍ନ ହୁଏ । ପ୍ରାଣୀ ଓ ଉଦ୍ଭିଦ ଜଗତର ଜଳକଷ୍ଟ, ଖାଦ୍ୟାଭାବ ଦୂର ହୁଏ । ତେଣୁ କବି ବର୍ଷାଋତୁକୁ ସମସ୍ତ ଋତୁଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି କହିଛନ୍ତି ।

(ଙ) ମୟୂର କାହାକୁ ଚାହିଁ ନୃତ୍ୟ କରେ ?
Answer:
ମୟୂର ଗିରି ଶିଖରରେ ଥ‌ିବା ମେଘକୁ ଚାହିଁ ନୃତ୍ୟ କରେ ।

Question  ୩।
ସରଳ ଭାଷାରେ ବୁଝାଇ ଲେଖ ।
(କ) ମହୀ ମଣ୍ଡଳ ଦୁଃଖ ଚାହିଁ
ଜଳ ଛାଡ଼ିଲା ତୋଷ ହୋଇ ॥
Answer:
ମହୀ ମଣ୍ଡଳ ………………….. ତୋଷ ହୋଇ
ଉଦ୍ଧୃତାଂଶଟି କବି ଜଗନ୍ନାଥ ଦାସଙ୍କ ରଚିତ ‘ବର୍ଷା’ କବିତାରୁ ଆନୀତ । ପୃଥ‌ିବୀର ଦୁଃଖ ଦେଖ୍ ମେଘ କିପରି ଜଳଦାନ କରେ, ତାହା ଏଠାରେ ବର୍ଣ୍ଣିତ । ପ୍ରଚଣ୍ଡ ସୂର୍ଯ୍ୟତାପରେ ପୃଥ‌ିବୀ ଆଠମାସ ଧରି ସନ୍ତାପିତ ହୋଇଥାଏ । ଗ୍ରୀଷ୍ମଋତୁ ପରେ ବର୍ଷାଋତୁ ଆସେ । ଏହି ଋତୁ ଜଳଦାନ କରି ପୃଥ‌ିବୀକୁ ଶସ୍ୟଶ୍ୟାମଳା କରେ; ତେଣୁ ଜୀବଜଗତ ଛ’ଋତୁ ମଧ୍ୟରେ ବର୍ଷାଋତୁକୁ ଶ୍ରେଷ୍ଠ ବୋଲି କହିଥା’ନ୍ତି । ଶୂନ୍ୟ ଆକାଶ ବ୍ୟାପି ମେଘମାଳ ଚାରିଆଡ଼େ ଘୋଟିଯାଏ। ଆଠମାସ ଧରି ପ୍ରଖର ସୂର୍ଯ୍ୟତାପରେ ଭୂପୃଷ୍ଠର ସମସ୍ତ ଜଳ ରାଶି ବାଷ୍ପୀଭୂତ ହୋଇ ପୃଥ‌ିବୀ ଶୁଷ୍କ ହୋଇଯାଇଥାଏ । ବର୍ଷା କାଳର ଆଗମନରେ ସୂର୍ଯ୍ୟତାପର ପ୍ରଖରତା କମ୍ ହୋଇଯାଏ ଓ ପୃଥ‌ିବୀବାସୀଙ୍କ କଷ୍ଟ ନାଶ ହୁଏ । ପୃଥ‌ିବୀର ଦୁଃଖ ଦେଖ୍ ମେଘ କରୁଣାପୂର୍ଣ୍ଣ ହୃଦୟରେ ଜଳଦାନ କରେ । ଘୋର ଗର୍ଜନ କରି ମେଘମାଳା ଜଳ ବର୍ଷିଥା’ନ୍ତି । କବି ମଧୁସୂଦନ ଲେଖୁଛନ୍ତି –

‘‘ବାନ୍ଧବ ଅଟେ ତରୁଲତା ଜୀବର ।
ପ୍ରକାଶଇ କରୁଣା ସେ ନିରନ୍ତର ।।”

(ଖ) ଅଳପ ନଦୀଏ ପୂରିଲେ
ଲହରି ମତେ ଉଛୁଳିଲେ ।।
Answer:
ଅଳପ ନଦୀଏ …………………… ଉଛୁଳିଲେ ।।
ଉଦ୍ଧୃତାଂଶଟି କବି ଜଗନ୍ନାଥ ଦାସଙ୍କ ଲିଖ୍ ‘ବର୍ଷା’ କବିତାରୁ ଉଦ୍ଧୃତ । ଏଠାରେ କବି ବର୍ଷାକାଳରେ କ୍ଷୁଦ୍ର କ୍ଷୁଦ୍ର ନଦୀର ଅବସ୍ଥା ସମ୍ପର୍କରେ ଆଲୋକପାତ କରିଛନ୍ତି । ବର୍ଷାଋତୁ ଆସିବାମାତ୍ରେ ଚାରିଆଡ଼େ ଅନବରତ ବର୍ଷା ହୋଇଥାଏ । ବର୍ଷାଜଳ ଲାଭକରି ପ୍ରାଣୀଜଗତ ଆନନ୍ଦିତ ହୋଇଥା’ନ୍ତି । ଜୁଳୁଜୁଳିଆ ପୋକମାନେ ସନ୍ଧ୍ୟାବେଳେ ଉଡ଼ିବୁଲନ୍ତି । ମେଘର ଗୁରୁଗମ୍ଭୀର ଗର୍ଜନ ଶୁଣି ବେଙ୍ଗମାନେ ଜଳାଶୟ ଚାରିପାଖରେ ବେଢ଼ିଯାଇ ଗର୍ଜନ କରନ୍ତି । ଛୋଟ ଛୋଟ ନଦୀ ଜଳରେ ପୂର୍ଣ୍ଣଗର୍ଭା ହୋଇଉଠନ୍ତି । ସେସବୁ ନଦୀରେ ହଠାତ୍ ବନ୍ୟା ଦେଖାଦିଏ । ଲହରି ସହିତ ଛୋଟ ଛୋଟ ନଦୀଗୁଡ଼ିକ ଉଛୁଳି ଉଠି ଦୁଇକୂଳକୁ ଛୁଇଁଥା’ନ୍ତି।

(ଗ) ଛତୁ ଯେ ଛତ୍ର ପ୍ରାୟ ହୋଇ
ରାଜାର ପ୍ରାୟ ଦିଶେ ମହୀ ॥
Answer:
ଛତୁ ଯେ …………………. ଦିଶେ ମଦୀ ।।
ଶଂସିତ ପଦ୍ୟାଶଟି କବି ଜଗନ୍ନାଥ ଦାସଙ୍କ ଲିଖ୍ ‘ବର୍ଷା’ କବିତାରୁ ଉଦ୍ଧୃତ । ଏଠାରେ କବି ପୃଥ‌ିବୀକୁ ରାଜା ସହିତ କିପରି ତୁଳନା କରିଛନ୍ତି, ତାହା ବର୍ଣ୍ଣିତ ହୋଇଛି । ବର୍ଷାଋତୁର ଆଗମନରେ ପୃଥ‌ିବୀ ଶସ୍ୟଶ୍ୟାମଳା ହୋଇଉଠେ । ପୃଥ‌ିବୀ ପୃଷ୍ଠରେ ବିଭିନ୍ନ ଶସ୍ୟରାଶି ଭରପୂର ହୋଇଯାଏ । ଶସ୍ୟରେ ଭରପୂର କ୍ଷେତକୁ ଦେଖ୍ ମଣିଷ ଚିତ୍ତରେ ପୁଲକ ଜାତ ହୁଏ । ଏହି ଋତୁରେ ଚାରିଆଡ଼େ ଛତୁଗୁଡ଼ିକ ଫୁଟି ଉଠି ଛତା ପ୍ରାୟ ଦେଖାଯା’ନ୍ତି । ରାଜାଙ୍କର ମସ୍ତକରେ ପାଟଛତା ଶୋଭା ପାଇଲା ପରି ପୃଥ‌ିବୀ ରାଜାଙ୍କର ମସ୍ତକରେ ଛତୁଗୁଡ଼ିକ ପାଟଛତା ପରି ଶୋଭା ପାଇଥାଏ । ଏସବୁ ଦୃଶ୍ୟ ଦେଖି ସମସ୍ତେ ଆନନ୍ଦରେ ଆତ୍ମହରା ହୋଇଉଠନ୍ତି । ବାସ୍ତବରେ କବିଙ୍କର ଏହି କାବ୍ୟକ ତୁଳନା ବେଶ୍ ହୃଦୟସ୍ପର୍ଶୀ ହୋଇପାରିଛି ।

BSE Odisha 6th Class Odia Solutions Chapter 1 ବର୍ଷା

Question ୪।
ନିମ୍ନଲିଖ ପଦ୍ୟାଶରେ ଖାଲିଥିବା ସ୍ଥାନକୁ ବହି ଦେଖୁ ପୂରଣ କର ।
(କ) ପ୍ରାଣୀ ଜୀବନ ………………….. ଚିତ୍ତରେ ବରଷି ॥
Answer:
ପ୍ରାଣୀ ଜୀବନ ଶସ୍ୟରାଶି
କରୁଣା ଚିତ୍ତରେ ବରଷି ॥

(ଖ) …………….. ଶସ୍ୟରାଶି
ଏଣେ ………… ମହୀ ……….॥
Answer:
ନାନା ପ୍ରକାରେ ଶସ୍ୟରାଶି
ଏଣେ ପୂରିତ ମହୀ ଦିଶି ॥

Question ୫।
ଏହି କବିତାରେ ‘ସୂର୍ଯ୍ୟ’ ଓ ‘ପୃଥ‌ିବୀ’ ଶବ୍ଦ ପାଇଁ ଅନ୍ୟ ଯେଉଁ ଶବ୍ଦଗୁଡ଼ିକ ବ୍ୟବହାର କରାଯାଇଛି, ତାହାକୁ ଲେଖ ।
Answer:
ସୂର୍ଯ୍ୟ – ରବି
ପୃଥ‌ିବୀ – ମଞ୍ଚପୁର, ମହୀ

Question ୬।
‘ବରଷା’ ଶବ୍ଦର ଗଦ୍ୟରୂପ ‘ବର୍ଷା’, ସେହିପରି ନିମ୍ନଲିଖତ ଶବ୍ଦଗୁଡ଼ିକର ଗଦ୍ୟରୂପ ଲେଖ ।
ଶବଦ, ଗରଜି, ବରଷି, ଗ୍ରୀଷମ, ତପତ, ଅଳପ
Answer:
ପଦ୍ୟ ରୂପ ଗଦ୍ୟରୂପ ପଦ୍ୟ ରୂପ ଗଦ୍ୟରୂପ
ଶବଦ ଶବ୍ଦ ଗ୍ରୀଷମ ଗ୍ରୀଷ୍ମ
ଗରଜି ଗର୍ଜି ତପତ ତପ୍ତ
ବରଷି ବର୍ଷି ଆ କପ ଅଚ୍ଛ

Question ୭|
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ଅର୍ଥ ସୂଚାଉଥ‌ିବା ଶବ୍ଦକୁ ବନ୍ଧନୀ ମଧ୍ଯରୁ ବାଛି ଲେଖ ।
ମଞ୍ଚପୁର (ସ୍ଵର୍ଗପୁର, ପାତାଳପୁର, ମର୍ତ୍ତ୍ୟପୁର)
ଭୁଞ୍ଜନ୍ତି (ଭୋଜନ କରନ୍ତି, ଭୋଗ କରନ୍ତି, ଭରଣ କରନ୍ତି)
ମଣ୍ଡୁକ (ସାପ, ବେଙ୍ଗ, ମୟୂର)
ନିଶାମୁଖ (ସକାଳ, ସନ୍ଧ୍ୟାବେଳ, ରାତି)
Answer:
ମଞ୍ଚପୁର – ମର୍ତ୍ତ୍ୟପୁର
ଭୁଞ୍ଜନ୍ତି – ଭରଣ କରନ୍ତ
ମଣ୍ଡୁକ – ବେଙ୍ଗ
ନିଶାମୁଖ – ସନ୍ଧ୍ୟାବେଳ

BSE Odisha 6th Class Odia Solutions Chapter 1 ବର୍ଷା

Question ୮।
‘ଆଠ’କୁ ଯେପରି ‘ଅଷ୍ଟ’ କୁହାଯାଏ, ସେହିପରି ନିମ୍ନଲିଖତ ଶବ୍ଦଗୁଡ଼ିକୁ କ’ଣ କୁହାଯିବ ଲେଖ ।
ନଅ, ସାତ, ଛଅ, ଏଗାର
Answer:
ନଅ – ନବ
ସା-ସପ୍ତ
ଛଅ-ଷଷ୍ଠ
ଏଗାର – ଏକାଦଶ

Question ୯।
ପ୍ରତ୍ୟେକ ଧାଡ଼ିରେ ତିନୋଟି ଏକ ଜାତୀୟ ଶବ୍ଦ ସହିତ ଗୋଟିଏ ଭିନ୍ନ ଜାତୀୟ ଶବ୍ଦ ମିଶି ରହିଛି । ଭିନ୍ନ ଜାତୀୟ ଶବ୍ଦଟିକୁ ଚିହ୍ନଟ କରି ଲେଖ ।
(କ) ବର୍ଷା, ବିଜୁଳି, ଗିରିଶିଖ, ପବନ
(ଖ) ମୟୂକ, ମୟୂର, ଛତୁ, ଖଦ୍ୟୋତ
Answer:
(କ) ଗିରିଶିଖ
(ଖ) ଛତୁ ।

ତୁମ ପାଇଁ କାମ:

  • ବର୍ଷା ଉପରେ ଲେଖାଯାଇଥିବା ଅନ୍ୟ କବିଙ୍କର କବିତାଗୁଡ଼ିକୁ ସଂଗ୍ରହ କରି ପଢ଼ ।
  • ବର୍ଷା ଋତୁ ସମ୍ପର୍କରେ କବିତା ଲେଖୁ ତୁମ ଶିକ୍ଷକଙ୍କୁ ଦେଖାଅ ।
  • ଜଗନ୍ନାଥ ଦାସଙ୍କ ଜୀବନୀ ସଂଗ୍ରହ କରି ପଢ଼ ।
    [ ଛାତ୍ରଛାତ୍ରୀମାନେ ଶିକ୍ଷକ/ଅଭିଭାବକଙ୍କ ସାହାଯ୍ୟ ନେଇ ନିଜେ ଅଭ୍ୟାସ କରିବେ ।]

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
ସଂକ୍ଷେପରେ ଉତ୍ତର ଦିଅ ।

(କ) ତପସ୍ଵୀ କେତେବେଳେ ସୁଖୀ ହୁଅନ୍ତି ?
Answer:
ଅଭୀଷ୍ଟ ଫଳପ୍ରାପ୍ତି ଉଦ୍ଦେଶ୍ୟରେ ତପସ୍ବୀ କଠୋର ତପସ୍ୟା କରି ଚାଲିଥାଆନ୍ତି । ଦୀର୍ଘଦିନର ତପସ୍ୟା ପରେ ସେ ଯେତେବେଳେ ନିଜର ଅଭୀଷ୍ଟ ଫଳ ଲାଭ କରନ୍ତି, ସେତେବେଳେ ବେଶ୍ ଆତ୍ମସନ୍ତୋଷ ଲାଭ କରି ସୁଖୀ ହୁଅନ୍ତି।

(ଖ) ଏହି କବିତାରେ କେଉଁ କେଉଁ ପ୍ରାଣୀମାନଙ୍କର ବର୍ଣ୍ଣନା କରାଯାଇଛି ସେମାନଙ୍କ ନାମ ଉଲ୍ଲେଖ କର ।
Answer:
ଏହି କବିତାରେ ଖଦ୍ୟୋତ, କୀଟ, ମଣ୍ଡୁକ, ମୟୂର ଆଦି ପ୍ରାଣୀମାନଙ୍କର ବର୍ଣ୍ଣନା କରାଯାଇଛି ।

(ଗ) ‘ତାପିତ ଥିଲା ଅଷ୍ଟମାସେ’ – ଏପରି କାହିଁକି କୁହାଯାଇଛି ?
Answer:
ଦୀର୍ଘ ଆଠମାସ ଧରି ସୂର୍ଯ୍ୟଙ୍କର ପ୍ରଚଣ୍ଡ କିରଣରେ ଏ ଧରାପୃଷ୍ଠ ଉତ୍ତପ୍ତ ହୋଇଥିଲା । ପ୍ରାଣୀକୂଳ ବହୁ କଷ୍ଟ ଭୋଗ କରୁଥିଲେ । ତେଣୁ ଏପରି କୁହାଯାଇଛି ।

(ଘ) କାହାର ଦୁଃଖ ଦେଖ୍ କିଏ ଜଳଦାନ କଲା ?
Answer:
ଗ୍ରୀଷ୍ମତାପରେ ସନ୍ତାପିତ ହେଉଥ‌ିବା ପୃଥ‌ିବୀର ଦୁଃଖକୁ ଦେଖ୍ ମେଘମାଳ ଜଳଦାନ କଲା ।

(ଙ) କବି ପୃଥ‌ିବୀକୁ ରାଜାଭାବେ କଳ୍ପନା କରିବାରେ କି ଯଥାର୍ଥତା ରହିଛି ?
Answer:
ବର୍ଷାଋତୁରେ ରାସ୍ତାଘାଟ, ଖୋଲାପଡ଼ିଆ ଚାରିଆଡ଼େ ଛତୁଗୁଡ଼ିକ ଛତା ପରି ଫୁଟିଥାଏ । ରାଜାଙ୍କ ମସ୍ତକରେ ପାଟଛତା ଶୋଭା ପାଇଲା ଭଳି ପୃଥ‌ିବୀ ରାଜାଙ୍କର ମସ୍ତକରେ ଛତୁଗୁଡ଼ିକ ଛତା ପରି ଶୋଭା ପାଉଥାଏ ବୋଲି କବି କଳ୍ପନା କରିଛନ୍ତି । ଏ ତୁଳନାତ୍ମକ ବର୍ଣ୍ଣନାଟି ଅତି ଚମତ୍କାର ଓ ଏହାର ଯଥାର୍ଥତ ମଧ୍ୟ ରହିଛି ।

Question ୨।
ସଂକ୍ଷେପରେ ଉତ୍ତର ଦିଅ ।
(କ) ‘ବର୍ଷା’ କବିତାରେ କାହାକୁ କାହିଁକି ରାଜା ବୋଲି କୁହାଯାଇଛି ?
Answer:
‘ବର୍ଷା’ କବିତାରେ ପୃଥ‌ିବୀକୁ ରାଜା ବୋଲି କୁହାଯାଇଛି । କାରଣ ବର୍ଷାଋତୁରେ ଛତୁ ଫୁଟି ପୃଥ‌ିବୀ ରୂପକ ରାଜାଙ୍କର ଛତ୍ର ଭଳି ଦେଖାଯାଏ ।

(ଖ) ବର୍ଷାକାଳରେ ଆକାଶରେ କ’ଣ ସବୁ ଦେଖାଯାଏ ?
Answer:
ବର୍ଷାକାଳରେ ଆକାଶରେ କଳାମେଘ ଭାସୁଥିବାର ଦେଖାଯାଏ । ମେଘ ଫାଙ୍କରେ ବିଜୁଳି ଚମକେ ଓ ଘଡ଼ଘଡ଼ିର ଶବ୍ଦ ଶୁଣିବାକୁ ମିଳେ ।

(ଗ) ମେଘମାଳା କିପରି ଭାବରେ ଜଳ ବର୍ଷା କଲେ ?
Answer:
ମହାଶୂନ୍ୟରେ ମେଘମାନେ ବିଜୁଳି ଓ ଘଡ଼ଘଡ଼ି ଶବ୍ଦ ସହ ମିଳିତ ହେଲେ । ପରେ ପରେ ଭୀଷଣ ଶବ୍ଦ କରି ମେଘମାଳ ଜଳ ବର୍ଷା କଲେ ।

(ଘ) ବର୍ଷାଋତୁକୁ ସକଳ ଋତୁଙ୍କର ସାର ବୋଲି କୁହାଯାଏ କାହିଁକି ?
Answer:
ବର୍ଷାଋତୁର ଜଳଦାନରେ ପୃଥ‌ିବୀ ଶସ୍ୟଶ୍ୟାମଳା ହୁଏ । ବିଭିନ୍ନ ପ୍ରକାର ଖାଦ୍ୟଶସ୍ୟ ଉତ୍ପନ୍ନ ହୁଏ । ବର୍ଷାଋତୁ କୁହାଯାଏ । ବର୍ଷ।ରତୁ ଯୋଗୁଁ ଜୀବଜଗତର ଖାଦ୍ୟାଭାବ ଓ ଜଳାଭାବ କଷ୍ଟ ଦୂର ହେଉଥିବାରୁ ଏହାକୁ ସକଳ ଋତୁଙ୍କର ସାର ବୋଲି କହାଯାଏ ।

(ଙ) ବର୍ଷାକାଳରେ ଖଦ୍ୟୋତ କ’ଣ କରେ ?
Answer:
ବର୍ଷାକାଳୀନ ସନ୍ଧ୍ୟାରେ ଖଦ୍ୟୋତ (ଜୁଳୁଜୁଳିଆ ପୋକ) ବିଭିନ୍ନ ଆଡ଼େ ଉଡ଼ିବୁଲେ । ସେମାନଙ୍କ ମିଞ୍ଜିମିଞ୍ଜି ଆଲୁଅରେ ମେଘୁଆ ସନ୍ଧ୍ୟା ସୁନ୍ଦର ଦେଖାଯାଏ ।

BSE Odisha 6th Class Odia Solutions Chapter 1 ବର୍ଷା

Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ‘‘ପ୍ରାଣୀ ଜୀବନ ଜଳରାଶି
କରୁଣା ଚିତ୍ତରେ ବରଷି ॥”
Answer:
ପ୍ରାଣୀ ଜୀବନ ……………. ବରଷି ॥
ଉଦ୍ଧୃତାଂଶଟି ଜଗନ୍ନାଥ ଦାସଙ୍କ ରଚିତ ‘ବର୍ଷା’ ପଦ୍ୟରୁ ଉଦ୍ଧୃତ । ଏଠାରେ ଜଳ ସହିତ ପ୍ରାଣୀ ଜୀବନର ସମ୍ପର୍କକୁ କବି ସୁନ୍ଦରଭାବେ ବର୍ଣ୍ଣନା କରିଛନ୍ତି । ବର୍ଷାକାଳ ଆସିଲେ ପୃଥବୀର ଦୁଃଖ ଦୂର ହୁଏ । ଆଠମାସ ଧରି ସୂର୍ଯ୍ୟ ତାପରେ ଶୁଖୁଲା ପଡ଼ିଥିବା ମାଟିରେ ବର୍ଷାଜଳ ପଡ଼ି ତାକୁ ଉର୍ବର କରେ । ଫଳରେ ପୃଥ‌ିବୀ ଶସ୍ୟଶ୍ୟାମଳା ହୁଏ । ମେଘମାଳ ଘୋର ଗର୍ଜନ କରି ଜଳ ବର୍ଷା କରନ୍ତି । ପ୍ରାଣୀର ଜୀବନ ହେଉଛି ଜଳ । ଜଳ ବିନା ଜୀବନ ଧାରଣ ସମ୍ଭବ ନୁହେଁ । ତେଣୁ ବର୍ଷାଋତୁ କରୁଣାପୂର୍ଣ୍ଣ ହୃଦୟରେ ଜଳ ବର୍ଷାକରି ପ୍ରାଣୀର ଜୀବନରୁ ଦୁଃଖ ସନ୍ତାପ ଦୂର କରିଥାଏ । ଏହି ବର୍ଣ୍ଣନାରେ ଜଳ ସହ ଜୀବନର ନିବିଡ଼ ସମ୍ପର୍କ ଥ‌ିବାର ସୂଚନା ଦିଆଯାଇଛି ।

(ଖ) ‘‘ତପସ୍ୟା ଫଳ ଯେହ୍ଲେ ପାଇ
‘‘ଭୁଞ୍ଜନ୍ତି ଅତି ସୁଖୀ ହୋଇ ॥’’
Answer:
ତପସ୍ୟା ଫଳ ………… ସୁଖୀ ହୋଇ ॥
ଉଦ୍ଧୃତାଂଶଟି ଜଗନ୍ନାଥ ଦାସଙ୍କ ରଚିତ ‘ବର୍ଷା’କବିତାରୁ ଉଦ୍ଧୃତ । ଏଠାରେ କବି ପୃଥ‌ିବୀକୁ ଜଣେ ତପସ୍ବୀ ଏବଂ ବର୍ଷାଜଳକୁ ତପସ୍ୟାର ଫଳ ସ୍ଵରୂପ ବର୍ଣ୍ଣନା କରିଛନ୍ତି । ଆଠମାସ ଧରି ପୃଥ‌ିବୀ ଶୁଷ୍କ ଥାଏ । ବର୍ଷାଜଳ ପାଇ ତା’ର ଦୁଃଖ ଦୂର ହୁଏ । ପ୍ରାଣୀ, ଉଭିଦ ସମସ୍ତେ ସନ୍ତୋଷ ଲାଭ କରନ୍ତି । ତପସ୍ବୀଜନ ଯେପରି କଷ୍ଟ ସହି ତପସ୍ୟା କରେ ଏବଂ ଦୀର୍ଘଦିନର ତପସ୍ୟା ପରେ ବାଞ୍ଛିତ ଫଳ ପାଇ ସନ୍ତୁଷ୍ଟ ହୁଏ, ପୃଥ‌ିବୀ ସେହିପରି କଷ୍ଟ ସହି ଜଳ ପାଇଲା ପରେ ସନ୍ତୁଷ୍ଟ ହୁଏ ।
ଏଠାରେ କବିଙ୍କର ତୂଳନାତ୍ମକ ବର୍ଣ୍ଣନାଟି ଯଥାର୍ଥ ଅଟେ । ଏଠାରେ କବିଙ୍କର ତୁଳନାତ୍ମକ ବର୍ଣ୍ଣନାଟି ଯଥାର୍ଥ ଅଟେ।

(ଗ) ‘‘ଜଳ ପାଇଲା ତୋଷଚିତ୍ତେ
ତପଷ୍ଟୀଚ୍ଚନଙ୍କ ର ମତେ ॥’’
Answer:
ଜଳ ପାଇଲା ………………….. ମତେ ॥
ଉଦ୍ଧୃତାଂଶଟି ଜଗନ୍ନାଥ ଦାସଙ୍କ ରଚିତ ‘ବର୍ଷା’ ପଦ୍ୟରୁ ଉଦ୍ଧୃତ । ଏଠାରେ କବି ପୃଥ‌ିବୀର ଜଳପ୍ରାପ୍ତିକୁ ତପସ୍ଵୀମାନଙ୍କର ତପସ୍ୟାର ଫଳପ୍ରାପ୍ତି ସହ ତୁଳନା କରିଛନ୍ତି । ଦୀର୍ଘ ଆଠମାସ ଧରି ପୃଥ‌ିବୀ ପ୍ରଚଣ୍ଡ ସୂର୍ଯ୍ୟକିରଣରେ ସନ୍ତାପିତ ହୋଇ ଶୁଷ୍କ ବା ରସଶୂନ୍ୟ ହୋଇଯାଇଥିଲା ବର୍ଷାଋତୁ ଆସିବାରୁ ଜଳଧାରା ପୃଥ‌ିବୀରେ ପଡ଼ି ପୃଥ‌ିବୀକୁ ବେଶ୍ ସନ୍ତୋଷ ପ୍ରଦାନ କଲା । ଏହି କଥାକୁ କବି ଏକ ପାର୍ଥିବ ଘଟଣା ସହ ତୁଳନା କରିଛନ୍ତି । ତପସ୍ଵୀମାନେ ବିଭୁ ସାନ୍ତଧ୍ୟ ଲାଭ ପାଇଁ କଠୋର ତପସ୍ୟା କରିଥା’ନ୍ତି । ଯେତେବେଳେ ତାଙ୍କର ତପସ୍ୟା ସାର୍ଥକ ହୁଏ ଓ ଅଭୀଷ୍ଟ ଫଳ ଲାଭ ହୁଏ, ସେତେବେଳେ ସେମାନେ ଆତ୍ମସନ୍ତୋଷ ଲାଭ କରି ସୁଖୀ ହୁଅନ୍ତି । ଏଠାରେ କବି ପୃଥ‌ିବୀକୁ ତପସ୍ଵୀ ଜନ ଏବଂ ଦୀର୍ଘ ଆଠମାସ ଧରି ପୃଥ‌ିବୀ ଭୋଗ କରୁଥିବା ରୌଦ୍ରତାପ ଜନିତ ସନ୍ତାପ ଓ ଜଳକଷ୍ଟକୁ ତା’ର କଠୋର ତପସ୍ୟା ସହ ତୁଳିତ କରିଛନ୍ତି । ମେଘମାଳାର ବାରିଦାନ ରୂପକ ଅଭୀଷ୍ଟ ଫଳପ୍ରାପ୍ତିରେ ପୃଥ‌ିବୀ ସୁଖୀ ହୁଏ ବୋଲି କବି କହିଛନ୍ତି । ବାସ୍ତବରେ କବିଙ୍କର ବର୍ଣ୍ଣନା ବେଶ ଭାବଗର୍ଭକ ହୋଇଛି।

BSE Odisha 6th Class Odia Solutions Chapter 1 ବର୍ଷା

Question ୪।
ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ବର୍ଷା ଆଗମନରେ ପ୍ରକୃତିରେ କି କି ପରିବର୍ତ୍ତନ ପରିଲକ୍ଷିତ ହୁଏ ?
Answer:
ଋତୁଚକ୍ରର ଆବର୍ତ୍ତନ କ୍ରମେ ନିଦାଘ ଗ୍ରୀଷ୍ମକାଳ ଶେଷ ହେବାପରେ ବର୍ଷାଋତୁ ଧରାପୃଷ୍ଠକୁ ଆସେ । ଏହି ଋତୁର ଆଗମନରେ ପୃଥ‌ିବୀ ସବୁଜଶ୍ରୀ ଧାରଣ କରେ । ଶୁଷ୍କ ବୃକ୍ଷଲତା ସବୁଜ ପତ୍ରମଣ୍ଡିତ ହୋଇ ସୁନ୍ଦରତା ପ୍ରକାଶ କରନ୍ତି । ନୀଳାକାଶରେ ମାଳ ମାଳ କଳା ବଉଦ ଭାସି ବୁଲେ । ବିଜୁଳିର ଚମକ ଓ ଘଡ଼ଘଡ଼ିର ବଜ୍ରନାଦରେ ପୃଥ‌ିବୀ ପ୍ରକମ୍ପିତ ହୁଏ । ବର୍ଷା ହେବା ଫଳରେ ଶୁଷ୍କ ଜଳାଶୟ ଜଳପୂର୍ଣ ହୁଏ । ନୀରସ ପୃଥ‌ିବୀ ସରସତାରେ ଭରିଯାଏ । ପୃଥବୀ ଶସ୍ୟ ସମ୍ପଦରେ ମଣ୍ଡିତ ହୁଏ ।

(ଖ) ‘ବର୍ଷା’ କବିତାରେ କାହାକୁ ଓ କାହିଁକି ରାଜା ବୋଲି କୁହାଯାଇଛି ?
Answer:
‘ବର୍ଷା’ କବିତାରେ ଭକ୍ତକବି ଜଗନ୍ନାଥ ଦାସ ପୃଥ‌ିବୀକୁ ରାଜା ସହ ତୁଳନା କରିଛନ୍ତି । ଅଭିଷେକ ଉତ୍ସବ ପରେ ରାଜାଙ୍କ ମସ୍ତକ ଉପରେ ପାଟଛତା ବା ରାଜଛତ୍ର ଶୋଭାପାଏ । ବର୍ଷାକାଳରେ ପୃଥ‌ିବୀରେ ରାସ୍ତାର ଦୁଇ ପାର୍ଶ୍ବରେ ଓ ଖୋଲା ପଡ଼ିଆ ଆଦିରେ ଛତୁ ଫୁଟେ । ଛତୁଗୁଡ଼ିକ ଆକାରରେ ଛତା ସଦୃଶ ଦେଖାଯା’ନ୍ତି । କବି ଏଠାରେ ଛତୁଗୁଡ଼ିକୁ ରାଜଛତ୍ର ସହିତ ତୁଳନା ପୃଥ‌ିବୀରୂପକ ରାଜାର ଶିରରେ ରାଜଛତ୍ର ଭଳି ଶୋଭା ପ୍ରଦାନ କରିଛନ୍ତି । କରିଛନ୍ତି । କବି ବର୍ଣ୍ଣନା କରିଛନ୍ତି ଯେ ଛତୁଗୁଡ଼ିକ ପାଉଛି । କବି ପୃଥ‌ିବୀକୁ ଯଥାର୍ଥରେ ରାଜାର ସମ୍ମାନ ପୃଦନା କରିଛନ୍ତି ।

(ଗ) ବର୍ଷାଋତୁକୁ ସକଳ ଋତୁଙ୍କର ସାର ବୋଲି କାହିଁକି କୁହାଯାଇଛି ?
Answer:
ବର୍ଷା ଜଳ ଦାନ କରେ । ଜଳ ହିଁ ଜୀବନ । ଜଳ ବିନା ପ୍ରାଣୀ ବା ଉଭିଦ କେହି ଜୀବନ ଧାରଣ କରିପାରିବେ ନାହିଁ । ନିଦାଘର ପ୍ରଚଣ୍ଡ ତେଜରେ ପୃଥ‌ିବୀ ଶୁଷ୍କ, ରୁକ୍ଷ, ନୀରସ ଓ ଶ୍ରୀହୀନ ହୋଇଯାଏ । ବର୍ଷାର ଆଗମନକୁ ସମସ୍ତ ପ୍ରାଣୀଜଗତ ସତୃଷ୍ଣ ନୟନରେ ଚାହିଁ ରହିଥାଆନ୍ତି । ବର୍ଷାଋତୁ ଅମୃତ ତୁଲ୍ୟ ଜଳଧାରା ଅଜାଡ଼ି ଦେଇ ପୃଥ‌ିବୀରେ ପାଦ ଥାପେ । ଶୁଷ୍କ ନଦୀ, ନାଳ, ପୁଷ୍କରିଣୀ ଇତ୍ୟାଦି ଜଳାଶୟ ପୂର୍ଣ୍ଣଗର୍ଭା ହୋଇଯା’ନ୍ତି । ବୃକ୍ଷଲତା ସବୁଜପତ୍ର ଧାରଣ କରି ପୃଥ‌ିବୀର ଶୋଭାକୁ ବହୁଗୁଣିତ କରନ୍ତି । କୃଷିକ୍ଷେତ୍ର ଶସ୍ୟସମ୍ଭାରରେ ପୂରି ଉଠେ । ବର୍ଷାଋତୁ ଜଳଦାନ କରି ଜୀବଜଗତର ଜୀବନରକ୍ଷା କରିବା ସହ ଶସ୍ୟ ଉପୁଜାଇବାରେ ସହାୟକ ହୋଇଥାଏ । ତେଣୁ ବର୍ଷାଋତୁକୁ ସକଳ ଋତୁଙ୍କର ସାର ବୋଲି କୁହାଯାଏ ।

କବି ପରିଚୟ :

ଓଡ଼ିଆ ସାହିତ୍ୟର ପଞ୍ଚସଖା ଯୁଗର ଅନ୍ୟତମ ଯଶସ୍ବୀ କବିଭାବେ ଜଗନ୍ନାଥ ଦାସ ଘରେ ଘରେ ସୁପରିଚିତ । ସେ ତକାର ଭାବେ ମଧ୍ୟ ସୁପ୍ରସିଦ୍ଧ । ସେ ଅତିବଡ଼ୀ ଉପାଧ୍ଧରେ ବିଭୂଷିତ । ତାଙ୍କ ଜନ୍ମକାଳ ପଞ୍ଚଦଶ ଶତାବ୍ଦୀ । ସେ ପୁରୀ ଜିଲ୍ଲାର କପିଳେଶ୍ଵରପୁରରେ ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରଥମେ ମାନକ ଭାଷାର ପ୍ରୟୋଗ କରି ଚିରସ୍ମରଣୀୟ ହୋଇ ପାରିଛନ୍ତି ।

ରଚନାବଳୀ :

ଓଡ଼ିଆ ଭାଗବତ, ଅର୍ଥ କୋଇଲି, ଉଦ୍ଧବ ଜଣାଣ, କାଳୀୟ ଦଳନ, ଗୁପତ ଗୀତା, ହରିଣୀ ସ୍ତୁତି, ଭୁଲାମନ ଭୁଲୁ କାହିଁକି, ପାହାନ୍ତି ଅବକାଶ ଓ ହାତୀ ଝୁଲଇରେ ଆଦି କେତେକ କାବ୍ୟ, ଭଜନ ଓ କ୍ଷୁଦ୍ର କବିତା ।କବିତାର ଆଦର୍ଶ :
‘ବର୍ଷା’ ପଦ୍ୟଟି ‘ଭାଗବତ’ ର ଦଶମ ସ୍କନ୍ଦର ଏକବିଂଶ ଅଧ୍ୟାୟରୁ ଆନୀତ । ଏଥ‌ିରେ ବର୍ଷାଋତୁର ଆଗମନରେ ପୃଥ‌ିବୀର ସୌନ୍ଦର୍ଯ୍ୟ ଏବଂ ବର୍ଷାଋତୁର ମହତ୍ତ୍ଵ କଥା ସୁନ୍ଦରଭାବେ ବର୍ଣ୍ଣନା କରାଯାଇଛି ।

ସାରକଥା :

ନିଦାଘ ଗ୍ରୀଷ୍ମକାଳ ପରେ ବର୍ଷାଋତୁ ଆସେ । ଏହି ଋତୁ ସକଳ ଋତୁଙ୍କ ମଧ୍ୟରେ ଶ୍ରେଷ୍ଠ । କାରଣ ଏହି ସମୟରେ ପୃଥ‌ିବୀ ଶସ୍ୟ – ସମ୍ପଦରେ ପରିପୂର୍ଣ୍ଣ ଥାଏ । ଆକାଶମଣ୍ଡଳରେ ବିଜୁଳି ଓ ଘଡ଼ଘଡ଼ି ଶବ୍ଦ କରି ମେଘଗୁଡ଼ିକ ଏକତ୍ର ହୁଅନ୍ତି । ପୃଥ‌ିବୀର ଦୁଃଖ ଦେଖୁ ସନ୍ତୋଷ ଚିତ୍ତରେ ଜଳଦାନ କରନ୍ତି । ଭୀଷଣ ଶବ୍ଦମାନ କରି ମେଘମାନେ ଗର୍ଜନ୍ତି ଓ ଜଳ ବର୍ଷା କରନ୍ତି । ପ୍ରାଣୀର ଜୀବନ ହେଉଛି ଜଳ-ଜଳ ବିନା କେହି ବଞ୍ଚିପାରିବେ ନାହିଁ; ତେଣୁ ବର୍ଷା ଦୟାର୍ଦ୍ର ଚିତ୍ତରେ ଜଳଦାନ କରିଥାଏ । ପୃଥ‌ିବୀପୃଷ୍ଠ ଆଠମାସ ଧରି ସୂର୍ଯ୍ୟକିରଣରେ ଉତ୍ତପ୍ତ ଥାଏ । ଜଳଲାଭ କରି ସମସ୍ତେ ସନ୍ତୁଷ୍ଟ ହୁଅନ୍ତି । ତପସ୍ବୀ କରିଥାଏ । ପୃଥ‌ିବୀପୃଷ୍ଠ ଆଠମାସ ଧରି ସୂର୍ଯ୍ୟକିରଣରେ ଉତ୍ତପ୍ତ ଥାଏ । ଜଳଲାଭ କରି ସମସ୍ତେ ସନ୍ତୁଷ୍ଟ ହୁଅନ୍ତି । ତପସ୍ଵୀ ଯେପରି ଦୀର୍ଘକାଳର କଠୋର ତପସ୍ୟା ପରେ ଫଳଲାଭ କରେ, ସେହିପରି ଧରଣୀବାସୀ ଆଠମାସ ଉତ୍ତପ୍ତ ସୂର୍ଯ୍ୟକିରଣର ଜ୍ଵାଳା ଭୋଗ କଲା ପରେ ଜଳ ପାଇ ଖୁସି ହୁଅନ୍ତି ।

ବର୍ଷାଦିନ ହେବାରୁ ରାତି ଆସିବାମାତ୍ରେ ଜୁଳୁଜୁଳିଆ ପୋକମାନେ ପୃଥିବୀକୁ ବେଢ଼ିଯା’ନ୍ତି । ମେଘର ଶବ୍ଦ ଶୁଣି ବେଙ୍ଗମାନେ ପାଣିକୁ ଘେରି ଗର୍ଜନ କରନ୍ତି । ବର୍ଷାଜଳରେ ନଦୀମାନେ ପୂଣ୍ଣ ହୁଅନ୍ତି । ବିଭିନ୍ନ ରକମର ଫସଲରେ ପୃଥ‌ିବୀର ଚତର୍ଦ୍ଦିଗ ପରିଉଠେ । ଛତାଭଳି ଛତସବୁ ଫଟେ ଓ ପୃଥବୀ ରାଜା ସଦୃଶ ପ୍ରତୀୟମାନ ହୁଏ । ମେଘକୁ ଦେଖି ପର୍ବତ ଚତୁର୍ଦ୍ଦିଗ ପୂରିଉଠେ । ଛତାଭଳି ଛତୁସବୁ ଫୁଟେ ଓ ପୃଥ‌ିବୀ ରାଜା ସଦୃଶ ପ୍ରତୀୟମାନ ହୁଏ । ମେଘକୁ ଦେଖୁ ପର୍ବତ ଶିଖରରେ ମୟୂରମାନେ ନୃତ୍ୟ କରନ୍ତି । ଭକ୍ତଜନମାନେ ଅତିଥ୍ୟ ଦେଖ୍ ଖୁସି ହେଲାପରି ଏମାନେ ଆନନ୍ଦିତ ହୁଅନ୍ତି ।

କଠିନ ଶବ୍ଦାର୍ଥ :

  • ଏମନ୍ତେ – ଏହିପରି ।
  • କାଳ – ସମୟ, ମୃତ୍ୟୁ ।
  • ପ୍ରକାଶିଲା – ପ୍ରକାଶ ଲାଭ କଲା, ଦେଖାଗଲା ।
  • ସାର – ଶ୍ରେଷ୍ଠ ।
  • ସମ୍ପଦ – ଧନ, ବିଭବ, ସମ୍ପତ୍ତି, ଐଶ୍ବର୍ଯ୍ୟ ।
  • ମଞ୍ଚପୁର – ମର୍ତ୍ତ୍ୟମଣ୍ଡଳ, ପୃଥ‌ିବୀ ।
  • ତୋଷ – ସନ୍ତୁଷ୍ଟ ।
  • ରାଶି – ସମୂହ, ସବୁ।
  • କରୁଣା ଚିତ୍ତ – ଦୟାଳୁ ହୃଦୟ ।
  • ରବି ତେଜ – ପ୍ରଖର ସୂର୍ଯ୍ୟକିରଣ ।
  • ତପସ୍ଵୀ – ସନ୍ନ୍ୟାସୀ ।
  • ଭୁଞ୍ଜନ୍ତି – ଭୋଗ କରନ୍ତି ।
  • ଯେହ୍ନେ – ଯେପରି ।
  • ଖଦ୍ୟୋତ – ଜୁଳୁଜୁଳିଆ ପୋକ ।
  • କୀଟ – ପୋକ ।
  • ନିଶା – ରାତି ।
  • ନିଶାମୁଖ ସନ୍ଧ୍ୟା ।
  • ମଣ୍ଡୁକ – ବେଙ୍ଗ, ଭେକ ।
  • ଛତ୍ର – ଛତା ।
  • ମହୀ – ପୃଥ‌ିବୀ ।
  • ଗିରି – ପର୍ବତ ।
  • ଶିଖ – ଶିଖର ।
  • ହ୍ବନ୍ତି – ହୁଅନ୍ତି ।

BSE Odisha 7th Class Odia Solutions Chapter 17 ମନରେ ଆସୁ ମୋ ଭଲ ଭାବନା

Odisha State Board BSE Odisha 7th Class Odia Solutions Chapter 17 ମନରେ ଆସୁ ମୋ ଭଲ ଭାବନା Textbook Exercise Questions and Answers.

BSE Odisha Class 7 Odia Solutions Chapter 17 ମନରେ ଆସୁ ମୋ ଭଲ ଭାବନା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ସୁଖ ଚାହିଁବାକୁ ହେଲେ ଆମକୁ ପ୍ରଥମେ କ’ଣ କରିବାକୁ ହେବ ?
Answer:
ସୁଖ ଚାହିଁବାକୁ ହେଲେ ମାନସିକ ଶାନ୍ତିର ଆବଶ୍ୟକତା ରହିଛି । ଅନ୍ୟକୁ ଭଲ ପାଇବାରେ ଏହି ଶାନ୍ତି ନିହିତ । ଅନ୍ୟମାନଙ୍କ ପାଇଁ ମନ ଭିତରେ ଭଲ ଭାବନା ରଖୁଲେ ଓ ଅନ୍ୟର ହିତ କାମନା କଲେ ଆମକୁ ସମସ୍ତେ ଆପଣାର ଜଣାପଡ଼ିବେ ଓ ଆମେ ମାନସିକ ଶାନ୍ତି ଲାଭ କରିପାରିବା । ଏହି ମାନସିକ ଶାନ୍ତି ହିଁ ଆମକୁ ସୁଖ ପ୍ରଦାନ କରିବ ।

(ଖ) ଆମେ କ’ଣ କଲେ ଆମକୁ ସମସ୍ତେ ଭଲ ପାଇବେ ?
Answer:
‘ଆପେ ଭଲ ହେଲେ ଦୁନିଆ ଭଲ ’’ । ଏହି ଉକ୍ତିଟି ସବୁବେଳେ ସତ । ଆମେ ଅନ୍ୟମାନଙ୍କ ପାଇଁ ମନ ଭିତରେ ସବୁବେଳେ ଭଲ ଚିନ୍ତାକଲେ, ଅନ୍ୟମାନଙ୍କ ହିତ କାମନା କଲେ, ମନ ଭିତରେ ଭଲ ଭାବନା ରଖୁଲେ ଓ ସମସ୍ତଙ୍କୁ ଆପଣାର ମନେକଲେ ସମସ୍ତେ ଆମକୁ ଭଲ ପାଇବେ ଓ ଆମେ ସୁଖରେ ରହିବା ।

(ଗ) ରାଜା ପ୍ରତିଦିନ କେଉଁ କାମଟି କରିବାକୁ ଭଲ ପାଉଥିଲେ ?
Answer:
ରାଜା ଥିଲେ ପ୍ରଜାନୁରଞ୍ଜକ । ପ୍ରଜାମାନଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ରଖିବାକୁ ସେ ଭଲ ପାଉଥିଲେ । ତେଣୁ ସମୟ ସମୟରେ ରାଜଧାନୀରେ ହାତୀ ଉପରେ ବସି ଭ୍ରମଣ କରୁଥିଲେ । ବିଶେଷତଃ ସନ୍ଧ୍ୟା ସମୟରେ ହାତୀ ଚଢ଼ି ବୁଲିବାକୁ ରାଜା ଭଲ ପାଉଥିଲେ ।

(ଘ) ରାଜା ନିଜର ଦୁଶ୍ଚିନ୍ତା ସମ୍ପର୍କରେ କାହା ସହିତ ଆଲୋଚନା କଲେ ?
Answer:
ରାଜାଙ୍କ ମନରେ ଦୋକାନୀ ପ୍ରତି ସୃଷ୍ଟି ହୋଇଥିବା ଅହେତୁକ ଘୃଣା କ୍ରମଶଃ ତାଙ୍କ ଦୁଶ୍ଚିନ୍ତାର କାରଣ ହେଲା । ଶାନ୍ତ ସ୍ବଭାବ ବିଶିଷ୍ଟ ରାଜାଙ୍କ ମନ ଭିତରେ ଦେଖା ଦେଇଥ‌ିବା କୁଚିନ୍ତାର କାରଣ ନିର୍ଦ୍ଧାରଣ କରିବାପାଇଁ ତାଙ୍କ ମନରେ ଉତ୍କଣ୍ଠା ଜାତ ହେଲା । ମନ୍ତ୍ରୀଙ୍କୁ ଡକାଇ କାରଣ ଅନୁସନ୍ଧାନ କରିବାପାଇଁ ସେ ତାଙ୍କ ସହ ଆଲୋଚନା କଲେ ।

(ଙ) ମନ୍ତ୍ରୀ ଦୋକାନୀବନ୍ଧୁଙ୍କ ସହ କାହିଁକି ଦୁଃଖସୁଖ ହେବାପାଇଁ ଚାହିଁଲେ ?
Answer:
ଚନ୍ଦନ କାଠ ବିକ୍ରି କରୁଥିବା ଦୋକାନୀ ଥିଲେ ମନ୍ତ୍ରୀଙ୍କର ଜଣେ ବନ୍ଧୁ । ଦୀର୍ଘଦିନ ଧରି ଦୁଇବନ୍ଧୁଙ୍କର ଦେଖା ସାକ୍ଷାତ ହୋଇ ନଥିଲା । ମନ୍ତ୍ରୀଙ୍କୁ ଦେଖିଲା ମାତ୍ରେ ଦୋକାନୀ ଜଣକ ଆନନ୍ଦରେ ତାଙ୍କୁ ସାଦର ସମ୍ବର୍ଦ୍ଧନା ଜଣାଇଲେ । ପୁନଶ୍ଚ ରାଜାଙ୍କ ମନରେ ଦୋକାନୀ ପ୍ରତି ଜାତ ହୋଇଥିବା କୁଭାବନାର କାରଣ କ’ଣ ତାହା ମନ୍ତ୍ରୀ ଜାଣିବାକୁ ଚାହୁଁଥିଲେ

(ଚ) ଦୋକାନୀ ଜଣକ କିପରି ନିଜ ସମସ୍ୟାରୁ ମୁକ୍ତ ହେବେ ବୋଲି କହିଲେ ?
Answer:
ଦୋକାନୀ ଜଣକ ନିଜ ବ୍ୟବସାୟର ମାନ୍ଦା ଅବସ୍ଥା ନେଇ ଚିନ୍ତିତ ଥିଲେ । ବଜାରରେ ଚନ୍ଦନ କାଠର ଚାହିଦା କମି ଯାଇଥବାରୁ ଦର କମି ଯାଇଥିଲା । ଫଳରେ ବ୍ୟବସାୟରେ ଖଟାଇଥିବା ଟଙ୍କା ସେ କିପରି ଫେରିପାଇବେ, ସେହି ଚିନ୍ତା ତାଙ୍କୁ ଭୀଷଣ କଷ୍ଟ ଦେଉଥିଲା । ସେହି ସମସ୍ୟାରୁ ମୁକ୍ତି ପାଇବାପାଇଁ ସେ ଚିନ୍ତା କରିଥିଲେ ଯେ ଯଦି ରାଜାଙ୍କର ମୃତ୍ୟୁ ହୁଅନ୍ତା ତେବେ ତାଙ୍କ ଶବଦାହ ପାଇଁ ଅନେକ ଚନ୍ଦନ କାଠ ଆବଶ୍ଯକ ହୁଅନ୍ତା; ଯଦ୍ୱାରା ତାଙ୍କ ଦୋକାନରେ ଗଚ୍ଛିତ ଥ‌ିବା ସମସ୍ତ କାଠ ସହଜରେ ବିକ୍ରି ହୋଇଯା’ନ୍ତା । ଫଳତଃ ସେ ବ୍ୟବସାୟରେ ଖଟାଇଥିବା ଟଙ୍କାତକ ଫେରିପାଇଯାନ୍ତେ ଓ ସମସ୍ୟାରୁ ମୁକ୍ତ ହୋଇଯାଆନ୍ତେ ବୋଲି ମନ୍ତ୍ରୀଙ୍କୁ କହିଲେ ।

(ଛ) ମନ୍ତ୍ରୀଙ୍କଠାରୁ ରାଜାଙ୍କ ଇଚ୍ଛା ସମ୍ପର୍କରେ ଜାଣିଲା ପରେ, ଦୋକାନୀ ଜଣକ କ’ଣ ଚିନ୍ତା କଲେ ?
Answer:
ରାଜା ଚନ୍ଦନ କାଠର କିଛି ସାମଗ୍ରୀ ତିଆରି କରାଇବାକୁ ଇଚ୍ଛା କରିଛନ୍ତି ବୋଲି ମନ୍ତ୍ରୀ ଦୋକାନୀକୁ କହିଲେ । ଏତେ ପରିମାଣରେ ଚନ୍ଦନ କାଠ ରାଜଧାନୀରେ ମିଳିପାରିବ କି ନାହିଁ ଏହା ବୁଝିବାକୁ ସେ ଆସିଛନ୍ତି ବୋଲି କହିବାରୁ ଦୋକାନୀ ଜଣକ ଖୁସି ହୋଇଗଲେ । ଏହା ଏକ ଅପୂର୍ବ ଯୋଗାଯୋଗ ବୋଲି ଅନୁଭବ କରି ଓ ଚନ୍ଦନ କାଠତକ ବିକ୍ରି ହୋଇଯିବ ଭାବି ସେ ଖୁସି ହୋଇଗଲେ । ଏଭଳି ଦୟାଳୁ ରାଜାଙ୍କର ଅକାଳ ମରଣ କଥା ଚିନ୍ତା କରିଥିବାରୁ ସେ ଲଜ୍ଜିତ ହେଲେ ଓ ମନେ ମନେ ଅନୁତାପ କଲେ ।

BSE Odisha 7th Class Odia Solutions Chapter  17 ମନରେ ଆସୁ ମୋ ଭଲ ଭାବନା

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ରାଜାଙ୍କ ସ୍ଵଭାବ କିପରି ଥିଲା ?
Answer:
ରାଜା ଥିଲେ ପ୍ରଜାନୁରଞ୍ଜକ ଓ ଶାନ୍ତିପ୍ରିୟ । ପ୍ରଜାମାନଙ୍କର ମଙ୍ଗଳ କାମନା କରି ସେ ରାଜ୍ୟରେ ଲୋକହିତକର କାର୍ଯ୍ୟ କରାଉଥିଲେ । ପ୍ରଜାମାନଙ୍କ ସହିତ ମିଶି ତାଙ୍କର ସୁଖଦୁଃଖ, ହାନିଲାଭ ବୁଝିବାକୁ ସେ ଭଲ ପାଉଥିଲେ । ଜନହିତକର କାର୍ଯ୍ୟରେ ବ୍ରତୀ ଥ‌ିବା ରାଜାଙ୍କୁ ପ୍ରଜାମାନେ ମଧ୍ୟ ଖୁବ୍ ଭଲ ପାଉଥିଲେ ଏବଂ ସମ୍ମାନ ପ୍ରଦର୍ଶନ କରୁଥିଲେ ।

(ଖ) ପ୍ରଥମେ ଦୋକାନୀ ଜଣଙ୍କୁ ଦେଖ୍ ରାଜାଙ୍କର କ’ଣ କରିବାକୁ ଇଚ୍ଛା ହେଲା ?
Answer:
ଦୋକାନୀ ଉପରେ ଦୃଷ୍ଟି ପଡ଼ିଲା ମାତ୍ରେ ରାଜାଙ୍କ ମନରେ ଭାବାନ୍ତର ସୃଷ୍ଟି ହେଲା । ବିନା କାରଣରେ ସେ ଦୋକାନୀ ଉପରେ ବିରକ୍ତ ହୋଇଉଠିଲେ । ଦୋକାନୀ ପ୍ରତି ତାଙ୍କ ମନରେ କ୍ରୋଧ ଓ ଘୃଣାଭାବ ସୃଷ୍ଟି ହେଲା । ସେ ଏପରି ବିରକ୍ତ ହୋଇପଡ଼ିଲେ ଯେ ସିପାହୀ ପଠାଇ ଦୋକାନୀକୁ ଗିରଫ କରିବା ସହ ଫାଶୀଖୁଣ୍ଟରେ ଝୁଲାଇ ଦେବାକୁ ମଧ୍ୟ ତାଙ୍କ ମନରେ ଇଚ୍ଛା ଜାତ ହେଲା । ଦୋକାନୀଟି ରାଜାଙ୍କର କିଛି କ୍ଷତି କରିନଥିଲେ କିମ୍ବା କୌଣସି ଦୋଷ କରିନଥିଲେ ମଧ୍ୟ ରାଜାଙ୍କ ମନରେ ଅହେତୁକ ଭାବେ ତା’ ପ୍ରତି ଖରାପ ଭାବନା ଜାତ ହୋଇଥିଲା ।

(ଗ) ଦୋକାନୀ ଜଣକ ମନ୍ତ୍ରୀକୁ ନିଜ ବ୍ୟବସାୟ ସମ୍ପର୍କରେ କ’ଣ କହିଲେ ?
Answer:
ଦୋକାନୀ ଜଣକ ମନ୍ତ୍ରୀଙ୍କର ଜଣେ ଭଲ ବନ୍ଧୁ ଥିଲେ । ବ୍ୟବସାୟ କିପରି ଚାଲିଛି ବୋଲି ମନ୍ତ୍ରୀ ପଚାରିବାରୁ ଦୋକାନୀ ଜଣକ ଦୁଃଖର ସହ କହିଥିଲେ ଯେ ତାଙ୍କ ବ୍ୟବସାୟ ମାନ୍ଦାବସ୍ଥା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ପୂର୍ବରୁ ଚନ୍ଦନ କାଠର ଲାଭ କମି ଯାଇଥବାରୁ ଭବିଷ୍ୟତରେ ଦର ବୃଦ୍ଧି ହେବାର ଆଶାକରି ସେଥୁରୁ ପ୍ରଚୁର ଲାଭ ପାଇବାପାଇଁ ସେ ବହୁ ପରିମାଣରେ ଚନ୍ଦନ କାଠ କିଣି ପକାଇଥିଲେ । ମାତ୍ର ପରବର୍ତ୍ତୀ ଅବସ୍ଥାରେ ଏହାର ଚାହିଦା କମିବାକୁ ଲାଗିଲା, ଫଳରେ ଦର ହ୍ରାସ ପାଇବାକୁ ଲାଗିଲା । ଦୋକାନରେ ମାଲ୍ ଭର୍ତ୍ତି ହୋଇ ରହିଥିବାବେଳେ ଲୋକେ କିଣିବାକୁ ଇଚ୍ଛା କରୁନଥିବାରୁ ବ୍ୟବସାୟରେ ଖଟାଇଥିବା ଟଙ୍କା ଫେରିପାଇବା କଷ୍ଟକର ହୋଇପଡ଼ୁଛି । ସେଥ‌ିପାଇଁ ସେ ବହୁତ ଚିନ୍ତିତ ହୋଇପଡ଼ିଛନ୍ତି ବୋଲି ମନ୍ତ୍ରୀଙ୍କୁ କହିଥିଲେ ।

(ଘ) ମନ୍ତ୍ରୀ ନିଜ ଆସିବାର କାରଣ କ’ଣ ବୋଲି ଦୋକାନୀଙ୍କୁ କହିଲେ ?
Answer:
ମନ୍ତ୍ରୀ ବନ୍ଧୁଙ୍କ ସମସ୍ୟା ବିଷୟରେ ଶୁଣି ଦୁଃଖ ପ୍ରକାଶ କରିବା ସହ ନିଜ ଆସିବାର କାରଣ ପ୍ରକାଶ କରିବାକୁ ଯାଇ କହିଥିଲେ ଯେ ରାଜା ଚନ୍ଦନ କାଠର କିଛି ସାମଗ୍ରୀ ଗଢ଼ାଇବାପାଇଁ ଇଚ୍ଛାପ୍ରକାଶ କରିଛନ୍ତି । ସେଥ‌ିପାଇଁ ବହୁ ପରିମାଣରେ ଚନ୍ଦନ କାଠ ଆବଶ୍ୟକ । ରାଜଧାନୀ ବଜାରରେ ଏତେ ପରିମାଣରେ ଚନ୍ଦନ କାଠ ମହଜୁଦ୍ ଅଛି କି ନାହିଁ ତାହା ବୁଝିବାପାଇଁ ରାଜା ତାଙ୍କୁ ପଠାଇଛନ୍ତି । ବନ୍ଧୁଟି ଏକମାତ୍ର ଚନ୍ଦନ କାଠ ବ୍ୟବସାୟୀ ହୋଇଥିବାରୁ ତାଙ୍କୁ ସାକ୍ଷାତ କରି ଚନ୍ଦନ କାଠ ସମ୍ପର୍କରେ ବୁଝିବାକୁ ସେ ଆସିଛନ୍ତି ବୋଲି କହିଲେ ।

(‍ଙ) ଦୋକାନୀ ଜଣକ ମନେ ମନେ କାହିଁକି ଲଜିତ ହେଲେ ?
Answer:
ଦୋକାନରେ ମହଜୁଦ ଥ‌ିବା ଚନ୍ଦନ କାଠ କିପରି ବିକ୍ରି ହେବ ସେ ବିଷୟରେ ଚିନ୍ତିତ ଥିବା ବ୍ୟବସାୟୀ ମନ୍ତ୍ରୀଙ୍କ ନିକଟରୁ ରାଜାଙ୍କ ଇଚ୍ଛା ସମ୍ପର୍କରେ ଜାଣିଲା ପରେ ମନେ ମନେ ଖୁବ୍ ଲଜ୍ଜା ଅନୁଭବ କଲେ । ଅକାରଣରେ ରାଜାଙ୍କ ଅକାଳ ମୃତ୍ୟୁ କାମନା କରିଥିବାରୁ ସେ ନିଜକୁ ସ୍ଵୀକାର କରିବାକୁ ଲାଗିଲେ। ଏପରି ଦୟାଳୁ ରାଜାଙ୍କ ସମ୍ପର୍କରେ ଏଭଳି ଖରାପ ଭାବନା ମନରେ ପୋଷଣ କରିଥିବାରୁ ସେ ଅନୁତାପ କରିବାକୁ ଲାଗିଲେ ।

(ଚ) ରାଜା ଦ୍ଵିତୀୟ ଥର ଦୋକାନୀଙ୍କୁ ଦେଖିବା ପରେ ତାଙ୍କ ମନରେ କି ଭାବନା ଜାଗ୍ରତ ହେଲା ?
Answer:
ମନ୍ତ୍ରୀ ଚତୁରତାର ସହ ରାଜାଙ୍କ ମନରେ ଦୋକାନୀ ପ୍ରତି ସୃଷ୍ଟି ହୋଇଥ‌ିବା କ୍ରୋଧ ଓ ଘୃଣାର କାରଣ ଜାଣିପାରି ନିରାକରଣର ପନ୍ଥା ସ୍ଥିର କରି ସାରିଥିଲେ । ଫଳରେ ଦୋକାନୀଟି ମନରୁ ରାଜାଙ୍କ ପ୍ରତି କୁଭାବନା ଦୂର ହୋଇଗଲା । ଦ୍ୱିତୀୟଥର ଦୋକାନୀକୁ ଦେଖ‌ିବା ପରେ ରାଜାଙ୍କ ମନରେ ଦୋକାନୀ ପ୍ରତି ମଧ୍ୟ ସ୍ନେହଭାବ ଉତ୍ପନ୍ନ ହେଲା । ଦୁଇଦିନ ତଳେ ଦୋକାନୀ ପ୍ରତି ତାଙ୍କ ମନରେ ଯେଉଁ ଖରାପ ଭାବନା ଜାତ ହୋଇଥିଲା, ତାହା ସମ୍ପୂର୍ଣ୍ଣ ପରିବର୍ତ୍ତିତ ହୋଇ ଯାଇଥିଲା । ଦୋକାନର ସାଜସଜ୍ଜା ତଥା ଚନ୍ଦନ କାଠର ମହକ ରାଜାଙ୍କୁ ବହୁତ ଭଲ ଲାଗିଲା । ଜଣେ ନିଘୋଷ ଲୋକକୁ ଫାଶୀଖୁଣ୍ଟରେ ଝୁଲାଇବାର ଚିନ୍ତା ତାଙ୍କ ମନରେ ସୃଷ୍ଟି ହୋଇଥିବା କଥା ଚିନ୍ତାକରି ରାଜା ଅନୁତପ୍ତ ହେଲେ ।

Question ୩ ।
ଉତ୍ତର ପ୍ରାୟ ୧୫୦ ଶବ୍ଦରେ ଲେଖ ।
(କ) ରାଜା ଏବଂ ଦୋକାନୀ ପରସ୍ପରକୁ ଦେଖିବା ପରେ ମନ ଭିତରେ କ’ଣ କ’ଣ ଭାବିଲେ ?
Answer:
ପ୍ରଜାନୁରଞ୍ଜକ ରାଜା ହାତୀ ପିଠିରେ ବସି ବେଳେବେଳେ ରାଜଧାନୀ ପରିକ୍ରମାରେ ଯାଉଥିଲେ । ଦିନେ ସନ୍ଧ୍ୟାରେ ଭ୍ରମଣ କରୁ କରୁ ଗୋଟିଏ ଚନ୍ଦନ କାଠ ଦୋକାନୀ ଉପରେ ତାଙ୍କ ଦୃଷ୍ଟି ପଡ଼ିଲା । ଦୋକାନୀକୁ ଦେଖିଲା ମାତ୍ରେ ରାଜାଙ୍କ ମନରେ ଦୋକାନୀ ପ୍ରତି ଅହେତୁକ କ୍ରୋଧ ଓ ଘୃଣା ସୃଷ୍ଟି ହେଲା । ଦୋକାନୀ ପ୍ରତି ତାଙ୍କ ମନରେ ଏପରି ବିରକ୍ତି ଭାବନା ସୃଷ୍ଟି ହେଲା ଯେ ସେ ସିପାହୀ ପଠାଇ ତାଙ୍କୁ ଗିରଫ କରିବା ସହ ଫାଶୀଖୁଣ୍ଟରେ ଝୁଲାଇବାକୁ ଇଚ୍ଛା କଲେ । ରାଜା ସ୍ଵଭାବତଃ ଶାନ୍ତିପ୍ରିୟ ଥିଲେ । କୌଣସି ଦୋଷ କରିନଥ‌ିବା ଦୋକାନୀ ସମ୍ପର୍କରେ ତାଙ୍କ ମନରେ କାହିଁକି ଏପରି କୁଭାବନା ସୃଷ୍ଟି ହେଲା ସେ ତା’ର କାରଣ ଚିନ୍ତା କରିବାକୁ ଲାଗିଲେ । ସେହି ଭାବନା ରାଜାଙ୍କୁ ଏପରି ବିବ୍ରତ କଲା ଯେ ତା’ର କାରଣ ଅନୁସନ୍ଧାନ କରିବାକୁ ରାଜା ମନ୍ତ୍ରୀଙ୍କୁ ଅନୁରୋଧ କଲେ ।

ବ୍ୟବସାୟରେ କ୍ଷତି ହେଉଥ‌ିବା ଲକ୍ଷ୍ୟ କରି ଦୋକାନୀ କିପରି ନିଜ ମୂଳଧନ ଗଣ୍ଡାକ ଫେରିପାଇବେ ସେ ବିଷୟରେ ଚିନ୍ତିତ ଥିଲେ । କିପରି ମହଜୁଦ ଥ‌ିବା ଚନ୍ଦନ କାଠତକ ବିକ୍ରି ହେବ ସେ ବିଷୟରେ ନାନା କଳ୍ପନା କରୁଥିବାବେଳେ ତାଙ୍କ ମନକୁ ଏକ କୁର୍ଭାବନା ଗ୍ରାସ କଲା । ଦୋକାନୀ ଜଣକ ଭାବିଲେ ଯଦି ରାଜାଙ୍କର ଅକସ୍ମାତ୍ ମୃତ୍ୟୁ ହୁଏ ତେବେ ହୁଏତ ଶବଦାହ ପାଇଁ ବହୁପରିମାଣରେ ଚନ୍ଦନ କାଠ ଆବଶ୍ୟକ ହେବ । ସେ ରାଜଧାନୀର ଏକମାତ୍ର ଚନ୍ଦନ କାଠ ବ୍ୟବସାୟୀ ହୋଇଥିବାରୁ କାଠତକ କିଣିବାପାଇଁ ରାଜକର୍ମଚାରୀମାନେ ଅବଶ୍ୟ ତାଙ୍କ ଦୋକାନକୁ ଆସିବେ । ଫଳରେ ତାଙ୍କ ନିକଟରେ ଗଚ୍ଛିତ ଥ‌ିବା କାଠତକ ବିକ୍ରି ହୋଇଯିବ ଓ ବ୍ୟବସାୟରେ ଖଟାଇଥିବା ମୂଳଧନ ସହ ଲାଭ ମଧ୍ୟ ପାଇପାରିବେ । ଏସବୁ କଥା ଦୋକାନୀ ଜଣକ ଭାବୁଥିବା ବେଳେ ମନ୍ତ୍ରୀ ରାଜାଙ୍କ ନିର୍ଦ୍ଦେଶରେ ତା’ପାଖରେ ପହଞ୍ଚିଲେ । ମନ୍ତ୍ରୀ ଦୋକାନୀଟିର ଭଲ ବନ୍ଧୁ ହୋଇଥ‌ିବାରୁ ଦୁହେଁ ଗପସପ ଆରମ୍ଭ କରିଦେଲେ। କଥା ପ୍ରସଙ୍ଗରେ ନିଜର ମନର ଭାବନା କଥା ସେ ମନ୍ତ୍ରୀଙ୍କ ଆଗରେ ପ୍ରକାଶ କଲେ। ଏଥୁରୁ ମନ୍ତ୍ରୀ ରାଜାଙ୍କ କୁଭାବନା ଉତ୍ପତ୍ତି କାରଣ ଜାଣିପାରିଲେ ।

ଅନ୍ୟ ପ୍ରତି ମନରେ କୁଭାବନା ସୃଷ୍ଟି ହେଲେ ଅନୁରୂପ ଭାବେ ଅନ୍ୟମାନଙ୍କ ମନରେ ମଧ୍ଯ ଆମ ପ୍ରତି ଖରାପ ଚିନ୍ତା ସୃଷ୍ଟି ହୁଏ । ଅନ୍ୟମାନଙ୍କ ସମ୍ପର୍କରେ ଆମ ମନର ଖରାପ ଭାବନା ଆମ ପ୍ରତି ସେମାନଙ୍କ ମନରେ ବିରକ୍ତି ଓ ଘୃଣାଭାବ ସୃଷ୍ଟି କରିଥାଏ । ରାଜା ଓ ଦୋକାନୀଙ୍କ କ୍ଷେତ୍ରରେ ଏହାହିଁ ଘଟିଥୁଲୀ । ଦୋକାନୀ ନିଜ ସ୍ୱାର୍ଥ ପାଇଁ ଜଣେ ଉତ୍ତମ, ଶାନ୍ତିପ୍ରିୟ ଓ ପ୍ରଜାପ୍ରେମୀ ରାଜାଙ୍କ ସମ୍ପର୍କରେ ମନରେ ଏପରି ଅଶୁଭ ଚିନ୍ତା ଆଣିଥିବାରୁ ତାକୁ ଦେଖୁବାମାତ୍ରେ ରାଜାଙ୍କ ମନରେ ତା’ ପ୍ରତି କ୍ରୋଧ ଓ ଘୃଣା ଜାଗ୍ରତ ହୋଇଥିଲା । ପ୍ରବନ୍ଧଟିରୁ ଏହି ଶିକ୍ଷା ମିଳେ ଯେ ନିଜେ ସୁଖ ଓ ଶାନ୍ତିରେ ରହିବାପାଇଁ ଅନ୍ୟମାନଙ୍କ ପ୍ରତି ନିଜେ ମନରେ ସୁଚିନ୍ତା ପୋଷଣ କରିବା ଉଚିତ।

BSE Odisha 7th Class Odia Solutions Chapter  17 ମନରେ ଆସୁ ମୋ ଭଲ ଭାବନା

Question ୪।
ସରଳ ଭାଷାରେ ବୁଝାଇ ଦିଅ ।
(କ) ‘‘ସୁଖରେ ରହିବାକୁ ହେଲେ ମନ ଭିତରେ ସବୁବେଳେ ଭଲ ଚିନ୍ତା ରଖିବା, ଅନ୍ୟମାନଙ୍କ ହିତ କାମନା କରିବା, ମନ ଭିତରେ ଭଲ ଭାବନା ରଖୁ ଆମ ପାଇଁ ଏ ଦୁନିଆ ହୋଇଉଠିବ ସୁନ୍ଦର ଓ ଆକର୍ଷଣୀୟ ।”?
Answer:
‘ସୁଖରେ ରହିବାକୁ …………………………………. ସୁନ୍ଦର ଓ ଆକର୍ଷଣୀୟ।?
ଶଂସିତ ଗଦ୍ୟାଶଟି ଡକ୍ଟର ଚକ୍ରଧର ବିଶ୍ୱାଳଙ୍କ ରଚିତ ‘ମନରେ ଆସୁ ମୋ ଭଲ ଭାବନା’ ଶୀର୍ଷକ ଗଳ୍ପରୁ ଆନୀତ । ଏଠାରେ ଲେଖକ ଏକ ଗଭୀର ତତ୍ତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି । ସ୍ୱାର୍ଥ ସର୍ବସ୍ଵ ଦୋକାନୀଟି ନିଜ ବ୍ୟବସାୟରେ ପ୍ରଚୁର ଲାଭ ପାଇବାପାଇଁ ସଦାସର୍ବଦା ଚିନ୍ତିତ ଥିଲା। ଏପରିକି ବଜାର ମାନ୍ଦା ଥିବାବେଳେ କାଠତକ ବିକ୍ରି କରିବା ନିମନ୍ତେ ତାଙ୍କ ମନରେ ଏକ ଉଦ୍ଭଟ ଭାବନା ସୃଷ୍ଟି ହୋଇଥିଲା । ରାଜାଙ୍କର ଅକାଳ ମୃତ୍ୟୁ ହେଲେ ତାଙ୍କ ସମସ୍ୟାର ସମାଧାନ ହୋଇଯିବ ବୋଲି ସେ ଚିନ୍ତା କରିଥିଲେ । ରାଜାଙ୍କ ସମ୍ପର୍କରେ ଏପରି କୁଭାବନା ଅନୁରୂପ ଭାବେ ରାଜାଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି କରିଥିଲା ।

ତେଣୁ ରାଜାଙ୍କ ମନରେ ଦୋକାନୀଟି ପ୍ରତି କ୍ରୋଧ ଓ ଘୃଣାଭାବ ସୃଷ୍ଟି ହୋଇଥିଲା । ଚତୁର ମନ୍ତ୍ରୀଙ୍କ କୌଶଳରେ ଉଭୟଙ୍କ ମନର ଭାବନା ପରିବର୍ତ୍ତିତ ହେଲା । ଏହାପରେ ଦୁହେଁ ପରସ୍ପର ପ୍ରତି ମନରେ ପୋଷଣ କରିଥିବା ଖରାପ ଭାବନା ପାଇଁ ଅନୁତପ୍ତ ହେଲେ । ଥିରୁ ସ୍ପଷ୍ଟ ଅନୁମିତ ହୁଏ ଯେ ସୁଖରେ ରହିବାକୁ ହେଲେ ମନ ଭିତରେ ସବୁବେଳେ ଭଲ ଚିନ୍ତା ରଖିବା ଆବଶ୍ୟକ । ଅନ୍ୟମାନଙ୍କ ହିତ କାମନା କରି ଅନ୍ୟ ପ୍ରତି ମନରେ ଭଲ ଭାବନା ରଖି ସାରା ଦୁନିଆ ଆମକୁ ସୁଖକର ମନେହେବ ଓ ସମସ୍ତେ ଆପଣାର ପରି ଲାଗିବେ । ଏଣୁ ସମସ୍ତଙ୍କ ପ୍ରତି ମନରେ ଭଲ ଚିନ୍ତା ପୋଷଣ କରିବା ହିଁ ସୁଖ ଲାଭର ଏକମାତ୍ର ଚାବିକାଠି ।

(ଖ) ‘ଅସୁବିଧା ନ ଥିଲେ ସୁବିଧାର ସୁଆଦ ଚାଖ୍ ହୁଅନ୍ତା ନାହିଁ ।’’
Answer:
‘ଅସୁବିଧା ନ ଥିଲେ …………………………….. ହୁଅନ୍ତା ନାହିଁ ।”
ଶଂସିତ ଗଦ୍ୟାଶଟି ଡକ୍ଟର ଚକ୍ରଧର ବିଶ୍ୱାଳଙ୍କ ଲିଖତ “ ମନରେ ଆସୁ ମୋ ଭଲ ଭାବନା” ଗଳ୍ପର ଉଦ୍ଧୃତ। ଅସୁବିଧା ନ ଥିଲେ ସୁବିଧାର ମହତ୍ତ୍ଵ ଆମେ ବୁଝି ପାରିବା ନାହିଁ ବୋଲି ଏଠାରେ ଗାଳ୍ପିକ କହିଛନ୍ତି। ଏହା ନିରାଟ ସତ୍ୟ କଥା ଯେ, ରାତିର ଅମା ଅନ୍ଧକାର ନ ଥିଲେ ପୂର୍ଣ୍ଣିମାର ଜ୍ୟୋତ୍ସ୍ନା ବିଧୌତ ରଜନୀର ମହତ୍ତ୍ଵ ଆମେ ବୁଝିପାରନ୍ତେ ନାହିଁ । ସେହିପରି ଅନ୍ଧାର ନ ଥିଲେ ଆଲୋକର, ଦୁଃଖ ନ ଆସିଲେ ସୁଖର, ରାତି ନଥଲେ ଦିନର, ମନ୍ଦ ନଥିଲେ ଭଲର ଏବଂ ଅସୁବିଧା ନଥିଲେ ସୁବିଧାର ଅନ୍ମଭବ ଆମେ କରିପାରନ୍ତେ ନାହିଁ। ଦୁଃଖ ସହିଥ୍ ଲେ ମୁଖ ପାଇବା, କ୍ଷତି ସହିଥୁଲେ ଲାଭ ପାଇବା ମଣିଷ ଜୀବନର ଏହି ବାସ୍ତବ ସତ୍ୟ ବିଷୟରେ ମନ୍ତ୍ରୀ ବନ୍ଧୁ ଦୋକାନୀକୁ ବୁଝାଇଥିଲେ । ବ୍ୟବସାୟ ମାନ୍ଦା ହେଉଥିବାରୁ ତାଙ୍କୁ ଧୈର୍ଯ୍ୟଧରି ଅପେକ୍ଷା କରିବାକୁ କହିଥିଲେ । ଉତ୍‌ଥାନ-ପତନ, ସୁଖ- ଦୁଃଖ, ଲାAnswer: କ୍ଷତି ମଣିଷ ଜୀବନର ସାଧାରଣ ଘଟଣା। ତେଣୁ ଅଧୀର ନ ହୋଇ ଧୈର୍ଯ୍ୟ ସହିତ ଅପେକ୍ଷାକଲେ ପୁଣି ସୁଦିନ ଫେରିଆସିବ ବୋଲି ମନ୍ତ୍ରା ବୁଝାଇଥିଲୋ

Question ୫।
ଦିଆଯାଇଥ‌ିବା ଶବ୍ଦଗୁଡ଼ିକୁ ନେଇ ଗୋଟିଏ ଗୋଟିଏ ବାକ୍ୟ ଗଠନ କର ।
ସାମଗ୍ରୀ, ଉତ୍କଣ୍ଠିତ, ଅଶ୍ଵାସନା, ଉତ୍ସୁକତା, ସାଜସଜ୍ଜା
Answer:
ସାମଗ୍ରୀ – ରାମବାବୁ ପୂଜା ସାମଗ୍ରୀ କିଣିବାକୁ ଦୋକାନକୁ ଯାଇଛନ୍ତି ।
ଉତ୍କଣ୍ଠିତ – ପରୀକ୍ଷା ଫଳ ଜାଣିବାପାଇଁ ଛାତ୍ରଛାତ୍ରୀମାନେ ଉତ୍କଣ୍ଠିତ ହୋଇପଡ଼ିବା ସ୍ଵାଭାବିକ ।
ଆଶ୍ୱାସନା – ଦୁଃଖୀ ଲୋକକୁ ଆଶ୍ବାସନା ଦେବା ଆମର କର୍ତ୍ତବ୍ୟ ।
ଉତ୍ସୁକତା – କ୍ରିକେଟ ଖେଳ ପ୍ରତି ଲୋକମାନଙ୍କ ମନର ଉତ୍ସୁକତା ହିଁ ଅନ୍ୟ କ୍ରୀଡ଼ାଗୁଡ଼ିକର ପତନର କାରଣ ।
ସାଜସଜ୍ଜା – ବାର୍ଷିକ ଉତ୍ସବରେ ବିଦ୍ୟାଳୟର ସାଜସଜ୍ଜା ଅତୀବ ଆକର୍ଷଣୀୟ ହୋଇଥାଏ ।

BSE Odisha 7th Class Odia Solutions Chapter  17 ମନରେ ଆସୁ ମୋ ଭଲ ଭାବନା

Question ୬।
‘ଭାବାନ୍ତର’ ଯେପରି ‘ଅନ୍ୟ ଭାବ ବା ଭାବନାରେ ପରିବର୍ତ୍ତନ’’, ସେହିପରି ଏହି ଶବ୍ଦଗୁଡ଼ିକ କ’ଣ ହେବ ଲେଖ ।
ମତାନ୍ତର, ଦେଶାନ୍ତର, ମନାନ୍ତର, ଗ୍ରାମାନ୍ତର
Answer:
ମତାନ୍ତର – ଅନ୍ୟ ମତ ବା ମତରେ ପରିବର୍ତ୍ତନ ।
ଦେଶାନ୍ତର – ଅନ୍ୟ ଦେଶ ।
ମନାନ୍ତର – ଅନ୍ୟ ମନ ବା ମନରେ ପରିବର୍ତ୍ତନ ।
ଗ୍ରାମାନ୍ତର – ଅନ୍ୟ ଗ୍ରାମ ।

Question ୮।
ଯେପରି ‘ନାକ ଟେକିବା’ର ଅର୍ଥ ‘ଘୃଣା କରିବା’, ସେହିପରି ତଳେ ଦିଆଯାଇଥ‌ିବା ପଦଗୁଡ଼ିକର ଅର୍ଥ ବୁଝାଇ ଲେଖ ।
କାନ ପାରିବା, ଆଖି ପକାଇବା, ଭାଗ ବସାଇବା, କପାଳ ଫାଟିବା
Answer:
କାନ ପାରିବା – କଥା ଶୁଣିବା ପାଇଁ ଉତ୍କଣ୍ଠିତ ହେବା ।
ପର କଥାକୁ କାନ ପାରିବା ସୀତାକାନ୍ତ ବାବୁଙ୍କର ଏକ ମନ୍ଦ ଅଭ୍ୟାସ ।

ଆଖୁ ପକାଇବା – ଖୋଜିବା ।
ହରିବାବୁ ନିଜ ଝିଅ ପାଇଁ ଭଲ ବରପାତ୍ରଟିଏ ଉପରେ ଆଖୁ ପକାଇବାକୁ କୁଳମଣିବାବୁଙ୍କୁ କହିଲେ ।

ଭାଗ ବସାଇବା – ଅଂଶ ଦାବି କରିବା ।
ନକୁଳ ସବୁ ଜିନିଷରେ ଭାଗ ବସାଇବାକୁ ଆଗଭର ହେଉଛି ।

କପାଳ ଫାଟିବା – ସର୍ବନାଶ ହେବା ।
ଘର ତିଆରି ପାଇଁ ବ୍ୟାଙ୍କ ଋଣ କରିଥିବା ଟଙ୍କା ଚୋରଦଳ ଲୁଟିନେଲେ । ବୈଦ୍ୟନାଥବାବୁଙ୍କ କପାଳ ଫାଟିଲା ସିନା !
(ଛାତ୍ରଛାତ୍ରୀମାନେ ଅଧିକ ଜାଣିବାପାଇଁ ପଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଠନ କରାଯାଇଛି ।)

Question ୯।
ଯେପରି ଖରାପ କାମ ପାଇଁ – ‘କୁକର୍ମ’ ଶବ୍ଦ ବ୍ୟବହୃତ ହୁଏ ସେହିପରି – କ’ଣ ହେବ ?
ଖରାପ ଚିନ୍ତା –
ଖରାପ କଥା –
ଖରାପ ପଥ –
Answer:
ଖରାପ ଚିନ୍ତା – କୁଚିନ୍ତା ।
ଖରାପ କଥା – କୁକଥା ।
ଖରାପ ପଥ – କୁପଥ ।

BSE Odisha 7th Class Odia Solutions Chapter  17 ମନରେ ଆସୁ ମୋ ଭଲ ଭାବନା

Question ୧୦ ।
‘ଭାବ’ ଶବ୍ଦ ପୂର୍ବରୁ ‘ସ୍ୱ’ ବସିଲେ ସ୍ବଭାବ ହୁଏ । ଏହିପରି ଆଉ ପାଞ୍ଚୋଟି ଶବ୍ଦ ପୂର୍ବରୁ ‘ସ୍ୱ’ ବ୍ୟବହାର କରି ଲେଖ ।
(୧) ସ୍ଵ + ରାଜ୍ୟ = ସ୍ୱରାଜ୍ୟ
(୩) ସ୍ୱ + ଅଭିମାନ = ସ୍ଵାଭିମାନ ।
(୫) ସୃ + ଅବଲମ୍ବନ = ସ୍ଵାବଲମ୍ବନ ।
(୨) ସ୍ଵ + ଅର୍ଥ = ସ୍ଵାର୍ଥ ।
(୪) ସ୍ଵ + ଅଧ୍ୟାୟ = ସ୍ବାଧ୍ୟାୟ ।

Question ୧୧ ।
ରେଖାଙ୍କିତ ଶବ୍ଦଗୁଡ଼ିକର ପୁରୁଷ ଓ ବଚନ ଲେଖ ।
(କ) ଆମେ ଅନ୍ୟମାନଙ୍କୁ ଭଲ ପାଇବା ଉଚିତ ।
Answer:
ଆମେ – ପ୍ରଥମ ପୁରୁଷ, ବହୁବଚନ !
ଅନ୍ୟମାନଙ୍କୁ – ତୃତୀୟ ପୁରୁଷ, ବହୁବଚନ ।

(ଖ) ରାଜା ନିଜ ପ୍ରଜାମାନଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରି ଆନନ୍ଦ ଅନୁଭବ କରନ୍ତି ।
Answer:
ରାଜା – ତୃତୀୟ ପୁରୁଷ, ଏକବଚନ ।
ପ୍ରଜାମାନଙ୍କ – ତୃତୀୟ ପୁରୁଷ, ବହୁବଚନ ।

(ଗ) ସେମାନଙ୍କ ମନରେ ବିରକ୍ତି ଓ ଘୃଣାଭାବ ସୃଷ୍ଟି କରିବ ।
Answer:
ସେମାନଙ୍କ – ତୃତୀୟ ପୁରୁଷ, ବହୁବଚନ ।

(ଘ) ଯାହା ହେଲେ ବି ତୁମକୁ କିଛିଦିନ ଧୈର୍ଯ୍ୟ ଧରିବାକୁ ପଡ଼ିବ ।
Answer:
ତୁମକୁ- ଦ୍ବିତୀୟ ପୁରୁଷ, ଏକବଚନ ।

(ଙ) ମୁଁ ତତ୍‌କ୍ଷଣାତ୍‌ ମୁକ୍ତି ପାଇଯାଆନ୍ତି ।
ମୁଁ – ପ୍ରଥମ ପୁରୁଷ, ଏକବଚନ ।

ତୁମପାଇଁ କାମ :

  • ରାଜା ଓ ମହାରାଜାଙ୍କ କାହାଣୀ ବା ଜୀବନୀ ସଂଗ୍ରହ କରି ଏବଂ ପଢ଼ି ।
  • ନୀତିଶିକ୍ଷାମୂଳକ ଗଳ୍ପଟିଏ ଲେଖୁ ତୁମ ସାଙ୍ଗକୁ ଶୁଣାଅ ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
ମନ୍ତ୍ରୀ ଦୋକାନୀ ସହିତ କଥାବାର୍ତ୍ତା କରି କ’ଣ ଜାଣି ପାରିଲେ।
Answer:
ରାଜାଙ୍କର ସ୍ଵଭାବ ଅତି ଉତ୍ତମ ଥିଲା; ମାତ୍ର ଦୋକାନୀ ଉପରେ ରାଜାଙ୍କର ଘୃଣା, ବିରକ୍ତି ଭାବର କାରଣ ମନ୍ତ୍ରୀଙ୍କୁ ବ୍ୟଥିତ କଲା। ସେ ଦୋକାନୀ ସହିତ ବନ୍ଧୁ ହିସାବରେ କଥାବାର୍ତ୍ତା କରି ଏହାର କାରଣ ଜାଣିବାକୁ ପାଇଥିଲେ। ଚନ୍ଦନ କାଠ ବ୍ୟବସାୟୀ ଦୋକାନୀଟିର ବ୍ୟବସାୟ ଭଲ ଚାଲୁନଥିଲା। ତେଣୁ ସେ ଚାହୁଁଥୁଲା ଯଦି ରାଜା ମରିଯା’ନ୍ତେ, ତାହେଲେ ତା’ର ସମସ୍ତ ଚନ୍ଦନ କାଠ ରାଜାଙ୍କର ଶବଦାହ କାମରେ ଲାଗନ୍ତା ଏବଂ ତା’ର ମଧ୍ୟ ଭଲା ରୋଜଗାର ହୁଅନ୍ତା। ମନ୍ତ୍ରୀ ଜାଣିଲେ ଯେ, ଦୋକାନୀ ରାଜାଙ୍କର ଅହିତ ଚିନ୍ତା କରିଥିବାରୁ ରାଜାଙ୍କର ମଧ୍ୟ ଦୋକାନୀ ପ୍ରତି ମନ୍ଦ ଚିନ୍ତା ଓ ଘୃଣାଭାବ ଜାଗ୍ରତ ହୋଇଥ୍ଲା

Question ୨।
ପ୍ରକୃତ ସୁଖ ପାଇବାକୁ ହେଲେ ଆମକୁ କ’ଣ କରିବାକୁ ହେବ ?
Answer:
ସୃଷ୍ଟିରେ ପ୍ରତ୍ୟେକ ମଣିଷ ଚାହେଁ ଧନରତ୍ନ ରୋଜଗାର କରି ବଡ଼ ଲୋକ ହେବ, ଘରଦ୍ବାର କରିବ, ଟଙ୍କା ପଇସା ଜମେଇବ, ବିଳାସବ୍ୟସନରେ ଦିନକାଟିବ। ତା’ ହେଲେ ତାକୁ ସୁଖ ମିଳିବ। ପଶୁପକ୍ଷୀ, କୀଟପତଙ୍ଗ ଆଦି ସମସ୍ତେ ନିଜର ସୁଖ ସୁବିଧା ଚାହାଁନ୍ତି । କିନ୍ତୁ ସୁଖ ପାଇବାକୁ ହେଲେ ଆମ ମନକୁ ଶାନ୍ତ ରଖିବାକୁ ପଡ଼ିବ। ମନର ଶାନ୍ତି ପାଇଁ ସତ୍ ଭାବନା, ସତ୍ ଚିନ୍ତା, ସତ୍ ଆଚାର ସହିତ ଇଶ୍ଵରଙ୍କୁ ଭଲ ପାଇବାକୁ ହେବ । ଆମେ ଅନ୍ୟକୁ ଭଲ ପାଇଲେ ସେ ଆମକୁ ଭଲ ପାଇବ । ଆମେ ଯଦି ଅନ୍ୟ ପାଇଁ ମନରେ ଖରାପ ଚିନ୍ତା ଆଣିବା, ତା’ହେଲେ ସେ ମଧ୍ୟ ଆମ ପାଇଁ ଖରାପ ଚିନ୍ତା କରିବ। ସୁତରାଂ ମନ୍ଦ କଥା, ମନ୍ଦ ଚିନ୍ତା ତ୍ୟାଗ କରି ଅନ୍ୟ ପାଇଁ ହିତ କାମନା, ଭଲ ଚିନ୍ତା କରିପାରିଲେ ଆମେ ପ୍ରକୃତ ସୁଖ ପାଇପାରିବା ।

BSE Odisha 7th Class Odia Solutions Chapter  17 ମନରେ ଆସୁ ମୋ ଭଲ ଭାବନା

Question ୩।
“ ମନରେ ଆସୁ ମୋ ଭଲ ଭାବନା” ଗଳ୍ପରେ ଗାଳ୍ପିକ କେଉଁ କଥା କହିଛନ୍ତି ?
Answer:
‘ମନରେ ଆସୁ ମୋ ଭଲ ଭାବନା’ ଗଳ୍ପରେ ଗାଳ୍ପିକ ଡକ୍ଟର ଚକ୍ରଧର ବିଶ୍ୱାଳ ପ୍ରତ୍ୟେକ ମଣିଷର ମନସ୍ତାତ୍ତ୍ଵିକ ଦିଗ ଉପରେ ଆଲୋକପାତ କରିଛନ୍ତି । ଜଣେ ଅନ୍ୟଜଣକୁ ନେଇ ଯେମିତି ଚିନ୍ତା କରିବ ସେ ବ୍ୟକ୍ତି ମନରେ ମଧ୍ୟ ଅନୁରୂପ ଭାବନା ପ୍ରତିଫଳିତ ହେବ । ତେଣୁ ସମାଜରେ ଆମେ ଯଦି ସମସ୍ତଙ୍କୁ ଭଲ ପାଇବା, ଅନ୍ୟମାନଙ୍କ ହିତ କାମନା କରିବା, ମନ ଭିତରେ ଭଲ ଭାବନା ରଖିବା; ତା’ହେଲେ ଏ ଦୁନିଆ ଆମ ପାଇଁ ଅତି ସୁନ୍ଦର ଓ ଆକର୍ଷଣୀୟ ହୋଇଉଠିବ। ତେଣୁ କହନ୍ତି – “ ଆପେ ଭଲ ହେଲେ ଦୁନିଆଁ ଭଲ।” ଧନରତ୍ନ, କୋଠାବାଡ଼ି, ଗାଡ଼ିଘୋଡ଼ା, ବିଳାସ-ବ୍ୟସନ ମଣିଷକୁ ସୁଖ ଦେଇପାରେ ନାହିଁ । କାରଣ ସେଥୁରେ ମାନସିକ ତୃପ୍ତି ଓ ଶାନ୍ତି ମିଳେନା। ଚନ୍ଦନ ବ୍ୟବସାୟୀ ରାଜାଙ୍କର ଅହିତ କଥା ଚିନ୍ତା କରିବାରୁ ପ୍ରଜାବତ୍ସଳ ରାଜାଙ୍କ ମନରେ ତା’ ପାଇଁ ବିରକ୍ତି ଓ କ୍ରୋଧଭାବ ଜାତ ହୋଇଥିଲା। ପୁଣି ସମୟକ୍ରମେ ଉଭୟଙ୍କର ମାନସିକ ପରିବର୍ତ୍ତନରେ ଦୁହିଁଙ୍କ ମନରେ ସ୍ନେହ, ପ୍ରେମ ଓ ଭକ୍ତି ଭାବ ଜାଗ୍ରତ ହୋଇଥିଲା।

ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର :

Question ୧।
ରାଜା ରାଜଧାନୀରେ କିପରି ଭ୍ରମଣ କରନ୍ତି ?
Answer:
ରାଜା ରାଜଧାନୀରେ ହାତୀ ଉପରେ ବସି ଭ୍ରମଣ କରନ୍ତି ।

Question ୨।
ରାଜା ନଗର ଭ୍ରମଣ କରୁଥିବାବେଳେ ହାତୀଟି ବୁଲି ବୁଲି କେଉଁଠି ପହଞ୍ଚିଲା ?
Answer:
ରାଜା ନଗର ଭ୍ରମଣ କରୁଥିବାବେଳେ ହାତୀଟି ବୁଲି ବୁଲି ଗୋଟିଏ ଦୋକାନ ଆଗରେ ପହଞ୍ଚିଲା ।

Question ୩।
ହାତୀ ଯେଉଁ ଦୋକାନ ପାଖରେ ପହଞ୍ଚିଲା ସେହି ଦୋକାନରେ କ’ଣ ବିକ୍ରି ହେଉଥିଲା ?
Answer:
ସେହି ଦୋକାନରେ ଚନ୍ଦନ କାଠ ଓ ତହିଁରେ ନିର୍ମିତ ବିଭିନ୍ନ ସାମଗ୍ରୀ ବିକ୍ରୟ ହେଉଥିଲା ।

Question ୪।
ଦୋକାନୀ ପ୍ରତି ରାଜାଙ୍କ ମନରେ କେଉଁ ଭାବନା ସୃଷ୍ଟି ହେଲା ?
Answer:
ଦୋକାନୀ ପ୍ରତି ରାଜାଙ୍କ ମନରେ କ୍ରୋଧ ଓ ଘୃଣା ଭାବନା ସୃଷ୍ଟି ହେଲା । ସେ ଇଚ୍ଛା କରିଥିଲେ ସିପାହୀ ପଠାଇ ଦୋକାନୀକୁ ଗିରଫ କରି ଫାଶୀ ଖୁଣ୍ଟରେ ଝୁଲାଇବାକୁ ।

Question ୫।
ମନ୍ତ୍ରୀ କେତେବେଳେ ଚନ୍ଦନକାଠ ବିକ୍ରି ହେଉଥ‌ିବା ଦୋକାନରେ ପହଞ୍ଚିଲେ ?
Answer:
ମନ୍ତ୍ରୀ ତା’ ପରଦିନ ସନ୍ଧ୍ୟାବେଳେ ଚନ୍ଦନକାଠ ବିକ୍ରି ହେଉଥ‌ିବା ଦୋକାନରେ ପହଞ୍ଚିଲେ ।

Question ୬।
ଚନ୍ଦନକାଠ ଦୋକାନୀ କାହାର ବନ୍ଧୁ ଥୁଲେ ?
Answer:
ଚନ୍ଦନକାଠ ହୋକାନା ଜଣଙ୍କ ମନ୍ତ୍ର।ଙ୍କର ବନ୍ଧୁ ଥିଲୋ

BSE Odisha 7th Class Odia Solutions Chapter  17 ମନରେ ଆସୁ ମୋ ଭଲ ଭାବନା

Question ୭।
ଦୋକାନୀ ବ୍ୟବସାୟ ସମ୍ପର୍କରେ ମନ୍ତ୍ରୀ ପଚାରିବାରୁ ଦୋକାନୀ କ’ଣ କହିଲେ ?
Answer:
ଦୋକାନୀ ମନ୍ତ୍ରୀଙ୍କୁ କହିଥିଲେ ସେ ବହୁତ ଚିନ୍ତାରେ ଅଛନ୍ତି। ଚନ୍ଦନକାଠର ଦର ଆଗକୁ ବଢ଼ିବା ଆଶାରେ ସେ ବହୁତ ଚନ୍ଦନକାଠ କିଣି ରଖୁଥିଲେ; କିନ୍ତୁ ଏବେ ଚନ୍ଦନକାଠର ଚାହିଦା ନ ଥ‌ିବାରୁ କେହି କିଣୁନାହାଁନ୍ତି । ତେଣୁ ତାଙ୍କ ପାଖକୁ ଟଙ୍କା

Question ୮।
ମନ୍ତ୍ରୀ ଦୋକାନୀକୁ କିପରି ଆଶ୍ଵାସନା ଦେଲେ ?
Answer:
ମନ୍ତ୍ରୀ ଦୋକାନୀକୁ ବୁଝାଇ କହିଲେ ବ୍ୟବସାୟରେ ଭଲମନ୍ଦ ରହିଛି। ସବୁ ଦିନ ସମାନ ନାହିଁ । ଅସୁବିଧା ନ ହେଲେ ସୁଆଦ ଚାଖପାରିବ ନାହିଁ ।

Question ୯ ।
କେଉଁ ଘଟଣା ଘଟିଲେ ଦୋକାନୀ ମୁକ୍ତି ପାଇଯାଆନ୍ତା ବୋଲି ମନ୍ତ୍ରୀଙ୍କୁ ଜଣାଇଲା ?
Answer:
ଦୋକାନୀ ଧୀର କଣ୍ଠରେ ମନ୍ତ୍ରୀଙ୍କୁ କହିଲେ ଯଦି ରାଜାଙ୍କର ମୃତ୍ୟୁ ହୋଇଯାଆନ୍ତା; ତେବେ ତାଙ୍କ ଦୋକାନରୁ ସମସ୍ତ ଚନ୍ଦନ କାଠ ରାଜାଙ୍କ ଶବଦାହ ପାଇଁ ବିକ୍ରି ହୋଇଯାଆନ୍ତା ଓ ସେ ଚିନ୍ତାରୁ ମୁକ୍ତି ପାଇଯାଆନ୍ତେ।

Question ୧୦।
ରାଜାଙ୍କ ମନରେ ଦୋକାନୀ ପ୍ରତି ଜାତ ହୋଇଥିବା ଅସଲ କାରଣ କିପରି ମନ୍ତ୍ରୀ ଜାଣିପାରିଲେ ?
Answer:
ଦୋକାନୀର କଥା ଶୁଣି ମନ୍ତ୍ରୀ ସବୁ ବୁଝିପାରିଲେ। ରାଜାଙ୍କର ଅକାଳ ମୃତ୍ୟୁ ଘଟିଯାଉ ବୋଲି ଦୋକାନୀ ମନରେ ଭାବନାଟିଏ ଆସିଥିବା କାରଣରୁ ରାଜାଙ୍କ ମନରେ ଦୋକାନୀ ପ୍ରତି ଏଭଳି କୁଚିନ୍ତା ଉଦ୍ରେକ ହୋଇଥିଲା।

Question ୧।
‘ସ୍ବାଧ୍ୟାୟ’ ଶବ୍ଦର ସନ୍ଧିବିଚ୍ଛେଦ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଠିକ୍ ?
(କ) ସ୍ଵ + ଧାୟ
(ଖ) ସୁ + ଅଧ୍ୟାୟ
(ଗ) ସ୍ଵ + ଅଧ୍ୟାୟ
(ଘ) ସୁଅ + ଧ୍ୟାୟ
Answer:
(ଗ) ସ୍ଵ + ଅଧ୍ୟାୟ

Question ୨।
‘ଆମେ ଅନ୍ୟମାନଙ୍କୁ ଭଲ ପାଇବା ଉଚିତ ।’ – ରେଖାଙ୍କିତ ଶବ୍ଦଟି କେଉଁ ପୁରୁଷ ଓ କେଉଁ ବଚନ ?
(କ) ପ୍ରଥମ ପୁରୁଷ, ଏକବଚନ
(ଖ) ଦ୍ଵିତୀୟ ପୁରୁଷ, ଏକବଚନ
(ଗ) ତୃତାୟ ପୁରୁଷ, ଏକବଚନ
(ଘ) ତୃତାୟ ପୁରୁଷ, ବହ୍ମବଚନ
Answer:
(ଘ) ତୃତାୟ ପୁରୁଷ, ବହ୍ମବଚନ

BSE Odisha 7th Class Odia Solutions Chapter  17 ମନରେ ଆସୁ ମୋ ଭଲ ଭାବନା

Question ୩।
ଯେପରି ‘କଥା ଶୁଣିବାପାଇଁ ଉତ୍କଣ୍ଠିତ ହେବା’ ବଦଳରେ ‘କାନପାରିବା’ ବ୍ୟବହାର କରାଯାଏ, ସେପରି ‘ଖୋଜିବା’ ବଦଳରେ ଆମେ କ’ଣ ବ୍ୟବହାର କରିବା ?
(କ) ନାକ ଟେକିବା
(ଖ) ଆଖି ପକାଇବା
(ଗ) ଭାଗ ବସାଇବା
(ଘ) ତିଳକୁ ତାଳ କରିବା
Answer:
(ଖ) ଆଖି ପକାଇବା

Question ୪।
ଦେଶାନ୍ତରର ଯେପରି ଅନ୍ୟ ଦେଶ, ସେହିପରି ‘ଗ୍ରାମାନ୍ତର’ କ’ଣ ହେବ ?
(କ) ଗ୍ରାମର ସମୀପ
(ଖ) ଗ୍ରାମ ସୀମା
(ଗ) ଅନ୍ୟ ଦେଶ
(ଘ) ଅନ୍ୟ ଗ୍ରାମ
Answer:
(ଘ) ଅନ୍ୟ ଗ୍ରାମ

BSE Odisha 7th Class Odia Solutions Chapter  17 ମନରେ ଆସୁ ମୋ ଭଲ ଭାବନା

Question ୫।
ନିମ୍ନୋକ୍ତ ମଧ୍ୟରୁ ‘ଅନୁସନ୍ଧାନ’ର ଅର୍ଥ କେଉଁଟି ?
(କ) ପାଇବା
(ଖ) ଖୋଜିବା
(ଗ) ଆବଶ୍ୟକତା
(ଘ) ଦେଖୁ
Answer:
(ଖ) ଖୋଜିବା

Question ୬।
ରାଜା ବେଳେବେଳେ କେଉଁ କାମଟି କରିବାକୁ ଭଲ ପାଉଥିଲେ ?
(କ) ଯୁଦ୍ଧ କରିବାକୁ
(ଖ) ହାତୀ ଉପରେ ବସି ଭ୍ରମଣକରିବାକୁ
(ଗ) ଶ୍ରିକାର କରିବାକୁ
(ଘ) ଅନ୍ୟମାନଙ୍କୁ ଲୁଣ୍ଠନକରିବାକୁ
Answer:
(ଖ) ହାତୀ ଉପରେ ବସି ଭ୍ରମଣକରିବାକୁ

Question ୭।
ରାଜା ନିଜର ଦୁଶ୍ଚିନ୍ତା ସମ୍ପର୍କରେ କାହା ସହିତ ଆଲୋଚନାକଲେ ?
(କ) ଯୁବରାଜଙ୍କ ସହିତ
(ଖ) ରାଣୀଙ୍କ ସହିତ
(ଗ) ଭଗବାନଙ୍କ ସହିତ
(ଘ) ମନ୍ତ୍ରୀଙ୍କ ସହିତ
Answer:
(ଘ) ମନ୍ତ୍ରୀଙ୍କ ସହିତ

Question ୮।
ରାଜାଙ୍କ ସ୍ଵଭାବ କିପରି ଥିଲା ?
(କ) ଶାନ୍ତ୍ର
(ଖ) କଠୋର
(ଗ) ଉଦାସ
(ଶ) ଅଣ୍ୟାଚାରା
Answer:
(କ) ଶାନ୍ତ୍ର

BSE Odisha 7th Class Odia Solutions Chapter  17 ମନରେ ଆସୁ ମୋ ଭଲ ଭାବନା

Question ୯।
ରାଜା ଦ୍ଵିତୀୟ ଥର ଦୋକାନୀଙ୍କୁ ଦେଖିବା ପରେ ତାଙ୍କ ମନରେ କି ଭାବନା ଜାଗ୍ରତ ହେଲା ?
(କ) ଭକ୍ତି
(ଖ) ସ୍ନେହ
(ଗ) କ୍ରୋଧ
(ଶ) ସମ୍ମାନ
Answer:
(ଖ) ସ୍ନେହ

Question ୧୦।
ରାଜା କାହାକୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ଚାହୁଁଥିଲେ ?
(କ) ମନ୍ତ୍ରୀ
(ଖ) ଲୋକଟିକୁ
(ଗ) ଦେବାନା
(ଶ) ମନ୍ତ୍ରୀଙ୍କ ବନ୍ଧୁଙ୍କୁ
Answer:
(ଗ) ଦେବାନା

ଗାଞ୍ଜିକ ପରିଚୟ :

ଜଣେ ପ୍ରବୀଣ ଅଧ୍ୟାପକ ଭାବେ ସୁନାମର ସହିତ ଅଧ୍ୟାପନା କରିବା ଥିଲା ଡକ୍ଟର ବିଶ୍ୱାଳଙ୍କ ବୃତ୍ତି । କିନ୍ତୁ ସାରସ୍ଵତ ସୃଷ୍ଟିରେ ମନୋନିବେଶ କରି ଶିଶୁ ଓ କିଶୋର ବୟସର ପିଲାମାନଙ୍କ ପାଇଁ ଗଳ୍ପ ଓ ପ୍ରବନ୍ଧ ଆଦି ରଚନା କରିବା ତାଙ୍କର ସଉକ ଥିଲା। ନିଜ ବୃତ୍ତିଗତ ଜୀବନରୁ ସେ ୨୦୦୨ ମସିହା ମସିହ ଜାନୁୟାରା ମାସରେ ଅବସର ଗ୍ରହଣ କଲାପରେ ମଧ୍ୟ ଅଦ୍ୟାବଧ୍ ଶିଶୁ ସାହିତ୍ୟ ରଚନା କରିଚାଲିଛନ୍ତି। ତାଙ୍କ ପ୍ରକାଶିତ ପୁସ୍ତକଗୁଡ଼ିକ ମଧ୍ୟରେ ‘ମାରୀଚର ମନକଥା ଓ ଅନ୍ୟାନ୍ୟ ପ୍ରବନ୍ଧ’ ‘ଶବ୍ଦର ଭେଳିକି’ ‘ଶବ୍ଦର ଫୁଲମାଳ’, ‘କେତେ କଥା କେତେ ନଥା’ ଆଦି ପ୍ରଧାନ ।

ଗଞ୍ଜିକ ପୃଷ୍ଠଭୂମି :

ମନ ଭିତରେ ସବୁବେଳେ ଭଲ ଚିନ୍ତା କରି ଅନ୍ୟମାନଙ୍କ ହିତ କାମନା କଲେ ଆମ ପାଇଁ ଏ ଦୁନିଆଁ ସୁନ୍ଦର ଓ ଆକର୍ଷଣୀୟ ହୋଇପାରିବ । ସଭିଏଁ ଆମକୁ ଆପଣାର ଜଣାପଡ଼ିବେ । ମନର ଶାନ୍ତି ପାଇଁ ଆମେ ଅନ୍ୟକୁ ଭଲପାଇବା ଦରକାର । ଏହି ସାରମର୍ମକୁ ନେଇ ଲେଖକଙ୍କର ‘ମନରେ ଆସୁ ମୋ ଭଲ ଭାବନା’ ପ୍ରବନ୍ଧଟି ଉପାଦେୟ ହୋଇଛି । ଏହି ଲେଖାଟି ଲେଖକଙ୍କର ‘ମାରୀଚର ମନକଥା ଓ ଅନ୍ୟାନ୍ୟ ପ୍ରବନ୍ଧ’ ଶୀର୍ଷକ ପୁସ୍ତକରୁ ସଂଗୃହୀତ । ‘ ‘

ଗଞ୍ଜିର ସାରକଥା :

କୌଣସି ଏକ ଦେଶରେ ଜଣେ ରାଜା ଥିଲେ । ପ୍ରଜାମାନଙ୍କ ଭଲମନ୍ଦ ବୁଝି, ସେମାନଙ୍କ ସହ ମିଶି ସେ ରାଜ୍ୟ ଶାସନ କରୁଥିଲେ । ପ୍ରଜାମାନଙ୍କ ମଙ୍ଗଳ ନିମନ୍ତେ ସେ ସଦାବେଳେ ଚିନ୍ତିତ ଥିଲେ । ତେଣୁ ପ୍ରଜାମାନେ ମଧ୍ୟ ତାଙ୍କୁ ସମ୍ମାନ ଦେଖାଉଥିଲେ। ହାତୀ ଉପରେ ବସି ରାଜଧାନୀରେ ଭ୍ରମଣ କରିବା ତାଙ୍କର ସଉକ ଥିଲା । ଦିନେ ସନ୍ଧ୍ୟା ସମୟରେ ଭ୍ରମଣ କରୁ କରୁ ଗୋଟିଏ ଚନ୍ଦନ କାଠ ସାମଗ୍ରୀ ଦୋକାନ ଉପରେ ରାଜାଙ୍କର ଦୃଷ୍ଟି ପଡ଼ିଲା । ଦୋକାନୀକୁ ଦେଖିଲା ମାତ୍ରେ ରାଜାଙ୍କ ମନରେ ଦୋକାନୀ ପ୍ରତି କ୍ରୋଧ ଓ ଘୃଣା ଭାବ ସୃଷ୍ଟି ହେଲା । ଦୋକାନୀଟି ରାଜାଙ୍କର କୌଣସି କ୍ଷତି କରି ନଥିଲେ ମଧ୍ୟ ତାଙ୍କ ମନରେ କାହିଁକି ଏପରି କୁଭାବନା ଜାତ ହେଲା ରାଜା ତା’ର କୌଣସି କାରଣ ଜାଣି ପାରିଲେନି । ତେଣୁ ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ରାଜା ମନ୍ତ୍ରୀଙ୍କୁ ଡକାଇଲେ ଏବଂ ଦୋକାନୀ ପ୍ରତି ତାଙ୍କ ମନରେ ସୃଷ୍ଟି ହୋଇଥିବା କ୍ରୋଧ ଓ ଘୃଣାର କାରଣ ଅନୁସନ୍ଧାନ କରିବାକୁ ମନ୍ତ୍ରୀଙ୍କୁ ଅନୁରୋଧ କଲେ ।

ପରଦିନ ମନ୍ତ୍ରୀ ସେହି ଦୋକାନ ନିକଟରେ ପହଞ୍ଚିଲେ । ସେହି ଦୋକାନୀ ଜଣକ କିନ୍ତୁ ମନ୍ତ୍ରୀଙ୍କର ଜଣେ ବନ୍ଧୁ ଥିଲେ । ତେଣୁ ଦୁହେଁ ଖୁସି ଗପରେ ମାତିଗଲେ । କଥା ପ୍ରସଙ୍ଗରେ ଦୋକାନ କିପରି ଚାଲିଛି ବୋଲି ମନ୍ତ୍ରୀ ପ୍ରଶ୍ନ କରିବାରୁ ଦୋକାନୀ ଦୁଃଖର ସହିତ କହିଲା ଯେ ତା’ର ବ୍ୟବସାୟ ବହୁତ ମାନ୍ଦା ହୋଇଯାଇଛି । ଆଗକୁ ଚନ୍ଦନ କାଠର ଦର ବଢ଼ିବ ବୋଲି ଆଶାକରି ସେ ଗୁଡ଼ାଏ କାଠ କିଣିଥିଲେ; ମାତ୍ର ବଜାର ଦର ଏବଂ କାଠର ଚାହିଦା କମିଯିବାରୁ ତାଙ୍କ ମୂଳଧନ ସେମିତି ପଡ଼ିରହିଛି । କିଛିଦିନ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ମନ୍ତ୍ରୀ ତାଙ୍କୁ ପରାମର୍ଶ ଦେଲେ । କିଛି ସମୟ ପରେ ଦୋକାନୀଟି ମନ୍ତ୍ରୀଙ୍କୁ କହିଲା ଯେ ସେହି ସମସ୍ୟାର ସମାଧାନ ହୋଇପାରନ୍ତା ଯଦି ଗୋଟିଏ ଘଟଣା ଘଟିଯାଆନ୍ତା । ମନ୍ତ୍ରୀ ସେହି ସମାଧାନର ପନ୍ଥା କ’ଣ ବୋଲି ଜାଣିବାକୁ ଚାହିଁବାରୁ ଦୋକାନୀ କହିଲା ଯେ ଯଦି ରାଜାଙ୍କର ହଠାତ୍ ମୃତ୍ୟୁ ହୁଅନ୍ତା ତେବେ ତାଙ୍କର ଶବଦାହ କାର୍ଯ୍ୟ ପାଇଁ ବହୁ ଚନ୍ଦନ କାଠ ଆବଶ୍ୟକ ପଡ଼ନ୍ତା ଓ ତାଙ୍କ ପାଖରେ ମହଜୁଦ ଥ‌ିବା କାଠତକ ବିକ୍ରି ହୋଇଯାଆନ୍ତା ।

ଦୋକାନୀର କଥା ଶୁଣିଲା ପରେ ରାଜାଙ୍କ ମନରେ ଦୋକାନୀ ପ୍ରତି ଅଯଥାରେ ଜାତ ହୋଇଥିବା କ୍ରୋଧ ଓ ଘୃଣାର କାରଣ ମନ୍ତ୍ରୀ ଜାଣିପାରିଲେ । ସେ ବୁଝିପାରିଲେ ଯେ ଦୋକାନୀଟି ରାଜାଙ୍କର ଅକାଳ ମୃତ୍ୟୁ କାମନା କରୁଥିବାରୁ ରାଜାଙ୍କ ମନରେ ଅନୁରୂପ ଭାବେ ଦୋକାନୀ ପ୍ରତି କ୍ରୋଧ ଜାତ ହୋଇଛି। ଦୋକାନୀକୁ ସାଲ୍ଗାନା ଦେବାକୁ ଯାଇ ମନ୍ତ୍ରୀ ଚତୁରତା ସହକାରେ ତାଙ୍କ ଆଗମନର କାରଣ କହିଲେ । ସେ କହିଲେ ଯେ ରାଜା ତାଙ୍କୁ କିଛି ଚନ୍ଦନକାଠ ଯୋଗାଡ଼ କରିବାକୁ ପଠାଇଛନ୍ତି ଯେଉଁଥରେ କିଛି ସାମଗ୍ରୀ ଗଢ଼ାଇବା ମଣିମାଙ୍କର ଇଚ୍ଛା । ପରଦିନ ସେ ସବୁତକ ଚନ୍ଦନକାଠ କିଣିନେବେ ବୋଲି କହିବା ମାତ୍ରେ ଦୋକାନୀର ମୁଖ ଉଜ୍ଜ୍ବଳ ହୋଇଉଠିଲା। ମନ୍ତ୍ରୀ ଚାଲିଗଲା ପରେ ଦୋକାନୀ ଜଣକ ନିଜ ମନରେ ରାଜାଙ୍କ ପ୍ରତି ସୃଷ୍ଟି ହୋଇଥିବା କୁଭାବନା ପାଇଁ ଦୁଃଖିତ ହେଲେ । ଏପରି ଦୟାଳୁ ରାଜାଙ୍କ ସମ୍ପର୍କରେ ଏଭଳି ଖରାପ କଥା ଚିନ୍ତା କରିଥିବା ହେତୁ ଦୋକାନୀ ଜଣକ ଅନୁତାପ କଲେ ଓ ରାଜାଙ୍କ ଦୀର୍ଘଜୀବନ କାମନା କରି ଈଶ୍ୱରଙ୍କୁ ପ୍ରାର୍ଥନା କଲେ ।

ପରଦିନ ରାଜା ପୂର୍ବପରି ଭ୍ରମଣରେ ଯିବାବେଳେ ଯେତେବେଳେ ସେହି ଦୋକାନୀ ଉପରେ ତାଙ୍କର ଦୃଷ୍ଟି ପଡ଼ିଲା ତାଙ୍କ ମନ ଆନନ୍ଦରେ ଭରି ଉଠିଲା । ଦୋକାନର ସାଜସଜ୍ଜା ଓ ଚନ୍ଦନର ସୁବାସରେ ରାଜା ମୁଗ୍ଧ ହୋଇଗଲେ । ଦୁଇଦିନ ତଳେ ସେହି ଦୋକାନୀଟି ପ୍ରତି ତାଙ୍କ ମନରେ ଏପରି କ୍ରୋଧ ସୃଷ୍ଟି ହୋଇଥିଲା ଯେ ସେ ତାକୁ ଫାଶୀଖୁଣ୍ଟରେ ଝୁଲାଇବା କଥା ଚିନ୍ତା କରୁଥିଲେ । ମାତ୍ର ଏଥର ଦୋକାନୀଟିକୁ ଦେଖୁଲା ମାତ୍ରେ ରାଜାଙ୍କର ମନର ଭାବନା ସମ୍ପୂର୍ଣ୍ଣ ପରିବର୍ତ୍ତିତ ହୋଇଗଲା । ଜଣେ ନିର୍ଦ୍ଦେଷକୁ ଫାଶୀଦଣ୍ଡ ଦେବା କଥା ଚିନ୍ତା କରିଥିବାରୁ ରାଜା ମଧ୍ୟ ମନେ ମନେ ଅନୁତପ୍ତ ହେଲେ । ରାଜାଙ୍କୁ ଦେଖୁ ଦୋକାନୀ ମନରେ ମଧ୍ୟ ଆନନ୍ଦ ଖେଳିଗଲା । ରାଜାଙ୍କ ପ୍ରତି ତା’ ମନ କୃତଜ୍ଞତାରେ ଭରି ଉଠିଲା ।

କଠିନ ଶବ୍ଦାର୍ଥ :

  • ଭାବ।ନ୍ତିର – ଅନ୍ୟଭାବନାର ପରିବର୍ତ୍ତନା
  • ଶୋଷଶ – ଅନ୍ୟର ଶକ୍ତି ଓ ଉପାର୍ଜନକୁ ନିଜ ସ୍ୱାର୍ଥ ପାଇଁ ଛଡ଼ାଇନେବା ।
  • ପାଢ଼ନ – ଯନ୍ତ୍ରଣା / ଗାଡ଼ା / କଷ୍ଟ।
  • କୁକର୍ମ – ଖରାପ କାମ / ମନ୍ଦ କାମା
  • ବିଚଳିତ – ଅସ୍ଥିର / ଅସ୍ଥିର / ଅସ୍ତବ୍ୟସ୍ତା
  • ଉକ୍ ଣ୍ଠିତ -ଅତି ଆଗ୍ରହ / ଆବେଗମୟା
  • ଅନୁସନ୍ଧାନ – ଖୋଜିବା ।
  • ଚାହିଦା – ଆବଖ୍ୟାବଢା ।
  • ଉସ୍କୁକତା – ଅତିଶୟ ଆବେଗ / ଅତି ଆଗ୍ରହା
  • ଦୁଃଖ ଲାଘବ – ଦୁଃଖ କମାଇ ଦେବା ।
  • କରୁଣା – ବାୟା ।

BSE Odisha 7th Class Odia Solutions Chapter 16 ବିପନ୍ନର ଉଦ୍ଧାର

Odisha State Board BSE Odisha 7th Class Odia Solutions Chapter 16 ବିପନ୍ନର ଉଦ୍ଧାର Textbook Exercise Questions and Answers.

BSE Odisha Class 7 Odia Solutions Chapter 16 ବିପନ୍ନର ଉଦ୍ଧାର

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ବ୍ରିଗ୍‌ବେନ୍‌ରୁ ଉଡ଼ାଜାହାଜଟି କେଉଁଆଡ଼େ ଯାଉଥିଲା ?
Answer:
୧୯୩୭ ମସିହା ଫେବୃୟାରୀ ୧୯ ତାରିଖ ଦିନ ପୂର୍ବଦିନମାନଙ୍କ ପରି ଉଡ଼ାଜାହାଜଟି ବ୍ରିଗ୍‌ବେନ୍‌ରୁ ବାହାରି ସିଡ଼ନି ଅଭିମୁଖେ ଯାଉଥିଲା।

(ଖ) ଉଡ଼ାଜାହାଜରେ କେତେଜଣ ଯାତ୍ରୀ ଥିଲେ ?
Answer:
ଉଡ଼ାଜାହାଜରେ ସାତଜଣ ଯାତ୍ରୀ ଥିଲେ ।

(ଗ) ଓରିଲି କିଏ ?
Answer:
ବାର୍ତ୍ତାଡ଼ ଓରିଲି ଜଣେ ସାହସୀ ପରୋପକାରୀ ପଶୁପାଳକ । ଅଷ୍ଟ୍ରେଲିଆର ନିଉ ସାଉଥ୍ ଉଏଲସ୍‌ର ଉତ୍ତର ସୀମାରେ ଥ‌ିବା ଜନବସତିହୀନ ସୁଦୂର ବିସ୍ତୃତ ରୁକ୍ଷ ମାଳଭୂମି, ନିବିଡ଼ ଅରଣ୍ୟ ଓ ଦୁର୍ଗମ ଗିରିମାଳା ମଧ୍ଯରେ ତାଙ୍କର ବାସସ୍ଥାନ । ତାଙ୍କର ଘର ନିକଟରେ ବିମାନପଥ ଯାଇଥିବାରୁ ସେ ସମ୍ପର୍କିତ ଖବର ସଂଗ୍ରହ କରିବାରେ ତାଙ୍କର ଆଗ୍ରହ ଥିଲା ।

(ଘ) ଓରିଲିଙ୍କୁ ଦୁର୍ଗମ ଅରଣ୍ୟରେ କିଏ ବାଟ କଢ଼ାଇଲା ?
Answer:
ଉଡ଼ାଜାହାଜର ଦୁର୍ଘଟଣାସ୍ଥଳକୁ ଯିବାପାଇଁ ଓରିଲିଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଥିଲା । ଦୁର୍ଘଟଣାସ୍ଥଳଟି କିନ୍ତୁ ନିଉ ସାଉଥ୍ ଉଏଲସ୍‌ର ନିବିଡ଼ ଅରଣ୍ୟ ଓ ଦୁର୍ଗମ ଗିରିମାଳାର କୌଣସି ଏକ ଅଜ୍ଞାତ ସ୍ଥାନ ଥିଲା । ଓରିଲି ଏକାକୀ ସେହି ନିଖୋଜ ବିମାନ ଅନୁସନ୍ଧାନରେ ଦୁର୍ଭେଦ୍ୟ ଘଞ୍ଚ ବେତବଣ ଓ ଦୁର୍ଲକ୍ଷ୍ୟ ଘାଟି ଭିତର ଦେଇ ଆଗେଇ ଚାଲିଲେ । ତାଙ୍କର ଦୃଢ଼ପ୍ରତିଜ୍ଞ ମନୋଭାବ ତାଙ୍କୁ ଯେପରି ଅରଣ୍ୟରେ ବାଟ କଢ଼ାଇ ନେଉଥିଲା ।

(ଙ) ଇଂରେଜ ଯୁବକ ଜଣକ କିଏ ?
Answer:
ତ୍ୟାଗ ଓ ବୀରତ୍ଵର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ସେହି ଇଂରେଜ ଯୁବକ । ସେ ଦୁର୍ଘଟଣାଗ୍ରସ୍ତ ବିମାନର ଜଣେ ହତଭାଗ୍ୟ ଯାତ୍ରୀ ଥିଲେ । ଦୁର୍ଘଟଣାରୁ ଅଳ୍ପକେ ବର୍ତିଥ‌ିବା ଆହତ ଅନ୍ୟ ସାଥୀଦ୍ଵୟଙ୍କୁ ଉପଯୁକ୍ତ ସେବା ଓ ଚିକିତ୍ସାର ବନ୍ଦୋବସ୍ତ କରିବାଲାଗି ପର୍ବତ ପାଦଦେଶରେ ଥ‌ିବା ଜନବସତି ଅଞ୍ଚଳକୁ ସେ ଆଗେଇ ଯାଇଥିଲେ । ମାତ୍ର ଦୁର୍ଭାଗ୍ୟବଶତଃ ପର୍ବତ ଉପରୁ ଓହ୍ଲାଉଥ‌ିବା ବେଳେ ଗୋଡ଼ ଖସିଯିବାରୁ ସେ ପଚାଶ ଫୁଟ ତଳକୁ ଖସିପଡ଼ି ଭୟଙ୍କର ଭାବେ ଆହତ ହୋଇ ଗୋଟିଏ ଗଛମୂଳେ ବିଶ୍ରାମ ନେଉଥ‌ିବାବେଳେ ଶେଷନିଃଶ୍ଵାସ ତ୍ୟାଗ କରିଥିଲେ ।

(ଚ) ଲେଖକ କେଉଁ ସ୍ଥାନଟିକୁ ମାନବ ଜାତିର ଏକ ତୀର୍ଥଭୂମି ବୋଲି କହିଛନ୍ତି ?
Answer:
ମହାନ୍ ତ୍ୟାଗ ଓ ଅସାଧାରଣ ବୀରତ୍ଵ ପ୍ରଦର୍ଶନ କରି ଇଂରେଜ ଯୁବକଜଣକ ଦୁର୍ଘଟଣାଗ୍ରସ୍ତ ବିମାନର ଅନ୍ୟ ଦୁଇ ଆହତ ଯାତ୍ରୀଙ୍କପାଇଁ ସାହାଯ୍ୟ ଓ ସେବା ଯୋଗାଇ ସେମାନଙ୍କୁ ନିଶ୍ଚିତ ମୃତ୍ୟୁମୁଖରୁ ଉଦ୍ଧାର କରିବା ପାଇଁ ଦୁର୍ଗମ ଗିରିପଥ ଦେଇ ଅଗ୍ରସର ହେଲେ । ମାତ୍ର ଶିଳାବନ୍ଧୁର ପଥରେ ତାଙ୍କର ଗୋଡ଼ ଖସିଯିବାରୁ ଅସହାୟଭାବେ ସେ ମଧ୍ୟ ମୃତ୍ୟୁବରଣ କଲେ । ଅଷ୍ଟ୍ରେଲିଆର ଜନସଞ୍ଚାରହୀନ ପର୍ବତ ଓ ଘଞ୍ଚ ଅରଣ୍ୟାନୀ ମଧ୍ୟରେ ଯେଉଁ ଶିଳା ଉପରେ ସେହି ଇଂରେଜ ଯୁବକଙ୍କର ପ୍ରାଣବାୟୁ ବାହାରି ଯାଇଥିଲା ସେହିଠାରେ ଏକ ସମାଧ୍ ନିର୍ମିତ ହେଲା । ସେ ସ୍ଥାନ ଆଜି ମାନବ ଜାତିର ତୀର୍ଥଭୂମି ।

BSE Odisha 7th Class Odia Solutions Chapter 16 ବିପନ୍ନର ଉଦ୍ଧାର

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ଓରିଲି ବିମାନ ଦୁର୍ଘଟଣା ବିଷୟରେ ଜାଣିବାପାଇଁ ଆଗ୍ରହୀ ହେଲେ କାହିଁକି ?
Answer:
ଓରିଲି ଜଣେ ପଶୁପାଳକ ହୋଇଥିଲେ ମଧ୍ୟ ରେଡ଼ିଓ ଶୁଣିବା ଓ ସମ୍ବାଦପତ୍ରରୁ ସମ୍ବାଦ ଜାଣିବାରେ ତାଙ୍କର ଆଗ୍ରହ ଥିଲା । ତାଙ୍କ ଘର ନିକଟରେ ବିମାନପଥ ଯାଇଥିବାରୁ ବିମାନ ଦୁର୍ଘଟଣା ସମ୍ପର୍କିତ ସମ୍ବାଦ ସଂଗ୍ରହ କରିବାକୁ ସେ ଅଧିକ ଆଗ୍ରହୀ ଥିଲେ । ଏତଦ୍‌ଭିନ୍ନ ତାଙ୍କୁ ସେହି ପାର୍ବତ୍ୟ ଅଞ୍ଚଳର ଅନେକ ବିଷୟ ଜଣାଥିଲା ।

(ଖ) ଓରିଲି କେଉଁ ନିଷ୍ପଭି ନେଲେ ?
Answer:
ପର୍ବତର ଉଚ୍ଚତା ଏବଂ ମେଘ ଓ ବାୟୁସ୍ରୋତର ଅନିଶ୍ଚିତ ଗତି ଇତ୍ୟାଦି ବିଷୟ ବିଚାର କରି ଓରିଲି ଅନୁମାନ କରିଥିଲେ ହୁଏତ ଝଡ଼ତୋଫାନରେ ଉଡ଼ାଜାହାଜଟି ସେହି ଦୁର୍ଭେଦ୍ୟ ଅରଣ୍ୟ ମଧ୍ୟରେ କେଉଁଠି ଖସିପଡ଼ିଥ‌ିବ ଓ ପାହାଡ଼ ଦେହରେ ପିଟି ହୋଇ ଧ୍ଵଂସ ପାଇଯାଇଥବ । ଏହି ସିଦ୍ଧାନ୍ତରେ ଉପନୀତ ହୋଇ ସେ ସଙ୍ଗେ ସଙ୍ଗେ ଏକାକୀ ନିଖୋଜ ବିମାନ ଅନୁସନ୍ଧାନରେ ଯିବାପାଇଁ ନିଷ୍ପତ୍ତି ନେଲେ ।

(ଗ) ଓରିଲି ଓ ଇଂରେଜ ଯୁବକଙ୍କୁ କାହିଁକି ମହନୀୟ ଚରିତ୍ର କୁହାଯାଇଛି
Answer:
ବାର୍ତ୍ତାଡ଼ ଓରିଲି ଓ ଇଂରେଜ ଯୁବକ ଦୁହେଁ ତ୍ୟାଗ, ମାନବିକ ମୂଲ୍ୟବୋଧ ଓ ଅପୂର୍ବ ସାହସିକତା ଯେଉଁ ଅନୁପମ ମହତ୍ତ୍ଵ ପ୍ରଦର୍ଶନ କରିଛନ୍ତି ତାହା ମାନବ ଜାତିର ଇତିହାସରେ ଚିରକାଳ ଲିପିବଦ୍ଧ ହୋଇ ରହିବ । ଓରିଲି ଦୁର୍ଘଟଣାସ୍ଥଳରେ ପହଞ୍ଚି ଦୁଇ ଆହତ ମୁମୂର୍ଷୁ ଯାତ୍ରୀଙ୍କ ପାଇଁ ଆଶୁ ଚିକିତ୍ସା ଓ ସେବାର ବ୍ୟବସ୍ଥା କରି ସେମାନଙ୍କୁ ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା କରିଥିଲେ । ସେହିପରି ଦୁର୍ଘଟଣାରୁ ବର୍ତ୍ତିଯାଇଥବା ତିନି ଆହତ ଯାତ୍ରୀଙ୍କ ମଧ୍ୟରୁ ସାଥୀଦ୍ଵୟଙ୍କୁ ସାହାଯ୍ୟ କରିବାକୁ ଯାଇ ଇଂରେଜ ଯୁବକ ଜଣକ ନିକଟସ୍ଥ ଜନବସତି ଅଞ୍ଚଳକୁ ଯାଉଥିବାବେଳେ ବନ୍ଧୁର ଗିରିପଥ ମଧ୍ଯରେ ପୁନର୍ବାର ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥିଲେ ।

(ଘ) ‘ବୀର ଯୁବକ ! ମୃତ୍ୟୁ ତୁମକୁ ଅମର କରିଛି?’ ଏକଥା କିଏ, କାହାକୁ ଓ କାହିଁକି କହିଛନ୍ତି ?
Answer:
ଇଂରେଜ ଯୁବକ ଜଣକ ଦୁର୍ଘଟଣାଗ୍ରସ୍ତ ବିମାନର ଅନ୍ୟ ଆହତ ସାଥୀଦ୍ଵୟଙ୍କ ପ୍ରାଣ ବଞ୍ଚାଇବାପାଇଁ ଯେଉଁ ଦୁଃସାହସିକ ପଦକ୍ଷେପ ନେଇଥିଲେ ତା’ର ତୁଳନା ନାହିଁ । ନିଜେ ଆହତ ହୋଇଥିଲେ ମଧ୍ୟ ସହଯାତ୍ରୀଦ୍ୱୟଙ୍କ ପାଇଁ ସାହାଯ୍ୟ ଓ ସେବାର ବ୍ୟବସ୍ଥା କରିବାକୁ ସେ ନିକଟବର୍ତ୍ତୀ ଜନବସତି ଆଡ଼କୁ ଆଗେଇ ଯାଇଥିଲେ । ଗୋଟିଏ ଝରଣା ପାର ହୋଇ, ଶୈବାଳ ଜଡ଼ିତ ପିଚ୍ଛିଳ ପ୍ରସ୍ତର ଉପରେ ପଡ଼ିଉଠି ଦ୍ରାକ୍ଷାଲତାକୁ ଆଶ୍ରୟ କରି ଆଗେଇ ଯାଉଥ‌ିବାବେଳେ ହଠାତ୍ ଗୋଡ଼ ଖସିଯିବାରୁ ପଚିଶ ଫୁଟ ତଳକୁ ଗଳିପଡ଼ିଲେ । ଶିଳା ଦେହରେ ପିଟି ହୋଇ ତାଙ୍କର ମୁଣ୍ଡ ଫାଟିଗଲା ଓ ଗୋଟିଏ ଆଖ୍ ପଦାକୁ ବାହାରି ପଡ଼ିଲା ଏବଂ ହାତର କଚଟି ଭାଙ୍ଗିଗଲା । ସଂଜ୍ଞା ଫେରିଲା ପରେ ଗୋଟିଏ ଗଛମୂଳେ ବିଶ୍ରାମ ନେଉଥ‌ିବାବେଳେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ତାଙ୍କର ସେହି ଅସାଧାରଣ ବୀରତ୍ଵ ଓ ଆତ୍ମତ୍ୟାଗରେ ଅଭିଭୂତ ହୋଇ ଲେଖକ ତାଙ୍କ ମହାନତାର ଉଚ୍ଚ ପ୍ରଶଂସା କରିଛନ୍ତି ଓ ତାଙ୍କ ମହନୀୟ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପାଠକମାନଙ୍କ ଉଦ୍ଦେଶ୍ୟରେ ଏହି ଉକ୍ତିଟି କହିଛନ୍ତି ।

(ଡ) ଓରିଲିଙ୍କଠାରୁ କେଉଁ ମହତଗୁଣ ଆମେ ଶିକ୍ଷା କଲୁ ?
Answer:
ଦୁର୍ଘଟଣାଗ୍ରସ୍ତ ବିମାନର କୌଣସି ଯାତ୍ରୀ କାଳେ ବଞ୍ଚିଯାଇଥ‌ିବେ ଏବଂ କାଳେ ବଞ୍ଚାଇବା ସମ୍ଭବ ହେବ ଏହା ଭାବି ଦୁର୍ଗମ ଅରଣ୍ୟ ଓ ଦୁର୍ଭେଦ୍ୟ ମାଳଭୂମି ମଧ୍ୟଦେଇ ଓରିଲି ହୁର୍ଘଟଣାସ୍ଥଳ ଅନୁସନ୍ଧାନରେ ବାହାରି ଯାଇଥିଲେ । ଆହତ ଦୁଇ ଯାତ୍ରୀଙ୍କ ଜୀବନ ରକ୍ଷା କରିବାପାଇଁ ସେ ଯେପରିଭାବେ ଅନାହାରରେ ଗୋଟିଏ ରାତି କଟାଇଥିଲେ ଏବଂ ନିଜେ ବହୁ କଷ୍ଟ ସ୍ୱୀକାର କରିଥିଲେ ତା’ର ତୁଳନା ନାହିଁ । ଶେଷରେ ସେ ମଧ୍ୟ ଯାତ୍ରୀଦ୍ୱୟଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ । ବିପଦଗ୍ରସ୍ତ ବ୍ୟକ୍ତିକୁ ସାହାଯ୍ୟ କରିବା ଏବଂ ଏଥିପାଇଁ ଆବଶ୍ୟକ ହେଲେ ଦୈହିକ କଷ୍ଟ ସ୍ୱୀକାର କରିବା ପରି ମହତଗୁଣ ଆମେ ଓରିଲିଙ୍କ ଚରିତ୍ରରୁ ଶିକ୍ଷା କରିଥାଉ ।

Question ୩।
ପୂର୍ବାପର ସମ୍ପର୍କ ସହ ସରଳ ଭାଷାରେ ବୁଝାଇ ଦିଅ ।
(କ) ମୃତ୍ୟୁ ତୁମକୁ ଅମର କରିଛି । ବିଫଳତା ତୁମକୁ ଗୌରବମଣ୍ଡିତ କରିଛି ।
Answer:
ମୃତ୍ୟୁ ତୁମକୁ ………………………… ଗୌରବମଶିତ କରିଛି।
ଶଂସିତ ଗଦ୍ୟାଶଟି ରାମକୃଷ୍ଣ ନନ୍ଦଙ୍କ ରଚିତ ‘ବିପନ୍ନର ଉଦ୍ଧାର’ ଶୀର୍ଷକ ଗଳ୍ପରୁ ଆନୀତ । ଏଠାରେ ଲେଖକ ଇଂରେଜ ଯୁବକଙ୍କ ମହନୀୟ ତ୍ୟାଗ ଓ ଅପୂର୍ବ-ବୀରତ୍ଵର ଭୂୟସୀ ପ୍ରଶଂସା କରିଛନ୍ତି । ଦୁର୍ଘଟଣାଗ୍ରସ୍ତ ବିମାନର ସାତଜଣ ଯାତ୍ରୀଙ୍କ ମଧ୍ୟରୁ ତିନିଜଣ ଆହତ ହୋଇଥିଲେ ମଧ୍ୟ ଇଂରେଜ ଯୁବକ ଜଣକ ଅନ୍ୟ ସହଯାତ୍ରୀଦ୍ଵୟଙ୍କ ଅବସ୍ଥା ସଙ୍କଟାପନ୍ନ ଲକ୍ଷ୍ୟକରି ସେମାନଙ୍କ ପାଇଁ ସେବା ଓ ଚିକିତ୍ସାର ବନ୍ଦୋବସ୍ତ କରିବାକୁ ନିକଟବର୍ତ୍ତୀ ଜନବସତି ଅଞ୍ଚଳକୁ ବାହାରି ପଡ଼ିଲେ । ପାହାଡ଼ ଉପରୁ ତିନିହଜାର ଫୁଟ ତଳକୁ ଓହ୍ଲାଇବା ଯେ କେତେ କଷ୍ଟସାଧ୍ୟ ତାହା ସେ ଜାଣିନଥୁଲେ ସୁଦ୍ଧା ମନରେ ଅସୀମ ସାହସ, ଅପୂର୍ବ ବୀରତ୍ଵ ପ୍ରଦର୍ଶନ କରି କର୍ତ୍ତବ୍ୟ ପଥରେ ଅଗ୍ରସର ହେଲେ । ଝରଣାଟିଏ ପାରି ହୋଇ, ଶିଉଳିଲଗା ପଥର ଉପରେ ପଡ଼ିଉଠି ଓ ଏକ ଦ୍ରାକ୍ଷାଲତାକୁ ଆଶ୍ରୟ କରି ଆଗେଇ ଯାଉଥିବାବେଳେ ହଠାତ୍ ଗୋଟିଏ ସ୍ଥାନରେ ଗୋଡ଼ ଖସିଯିବାରୁ ସେ ପଚିଶଫୁଟ ତଳକୁ ଖସି ପଡ଼ିଲେ ।

କଠିନ ବନ୍ଧୁର ଶିଳାରେ ପିଟି ହୋଇ ତାଙ୍କର ମୁଣ୍ଡ ଫାଟିଗଲା, ଗୋଟିଏ ଆଖୁ ପଦାକୁ ବାହାରି ପଡ଼ିଲା ଏବଂ ହାତର କଚଟି ଭାଙ୍ଗିଗଲା । କିଛିକ୍ଷଣ ଅଚେତ୍ ରହିବା ପରେ ସଂଜ୍ଞା ଫେରି ଆସିବାରୁ ବହୁ କଷ୍ଟରେ କିଛିବାଟ ଯାଇ ଏକ ଗଛମୂଳେ ବିଶ୍ରାମ ନେଲେ । ମାତ୍ର ସେହିଠାରେ ତାଙ୍କ ପ୍ରାଣବାୟୁ ଉଡ଼ିଗଲା । ତାଙ୍କର ଏତାଦୃଶ ସାହସ, ବୀରତ୍ଵ ଓ ଆତ୍ମତ୍ୟାଗରେ ଅଭିଭୂତ ହୋଇ ଲେଖକ କହିଥିଲେ ଯେ ଯଦିଓ ସେ ଯେଉଁ ମହାନ୍ ଲକ୍ଷ୍ୟ ନେଇ ଅଗ୍ରସର ହୋଇଥିଲେ ସେଥ‌ିରେ ବିଫଳ ହେଲେ ତଥାପି ତାଙ୍କର ସେହି ମହନୀୟତା ତାଙ୍କୁ ଗୌରବମଣ୍ଡିତ କରିଛି ଓ ମୃତ୍ୟୁବରଣ କରିଥିଲେ ମଧ୍ୟ ସେ ଚିର ଅମର ରହିଛନ୍ତି ।

(ଖ ) ନିମ୍ନମୁଖୀ ଜଳସ୍ରୋତ ଓ ଦୃଢ଼ପ୍ରତିଜ୍ଞ ସାଧକର କିଏ ଗତିରୋଧ କରିପାରିବ ?
Answer:
ନିମ୍ନମୁଖା ଜଳସ୍ରୋତ …………………………….. କରିପାରିବ ?
ପ୍ରୋକ୍ତ ଗଦ୍ୟାଶଟି ରାମକୃଷ୍ଣ ନନ୍ଦଙ୍କ ରଚିତ ‘ବିପନ୍ନର ଉଦ୍ଧାର’ ଶୀର୍ଷକ ଗଳ୍ପରୁ ଆନୀତ । ଏଠାରେ ଲେଖକ ସାଧନାରେ ସିଦ୍ଧିଲାଭ କରିବାପାଇଁ ବ୍ୟକ୍ତି ଦୃଢ଼ପ୍ରତିଜ୍ଞ ହେବା ଗୁରୁତ୍ଵପୂର୍ଣ୍ଣ ବୋଲି ଉଲ୍ଲେଖ କରିଛନ୍ତି । ବାର୍ତ୍ତାଡ଼ ଓରିଲି ଦୁର୍ଘଟଣାସ୍ଥଳକୁ ଯିବାପାଇଁ ନିଷ୍ପତ୍ତି ନେଲାପରେ ଦୁର୍ଗମ ଘାଟି ଓ ଦୁର୍ଭେଦ୍ୟ ଅରଣ୍ୟକୁ ହେୟଜ୍ଞାନ କରି ଲକ୍ଷ୍ୟପଥରେ ଆଗେଇ ଚାଲିଲେ । ଘଞ୍ଚ ବେତବଣ ଭିତର ଦେଇ ଯିବାବେଳେ କଣ୍ଟା ଫୁଟି ତାଙ୍କ ଶରୀର ରକ୍ତାକ୍ତ ହୋଇ ଯାଇଥିଲା । ଗନ୍ତବ୍ୟ ପଥରେ ଅଗ୍ରସର ହେଉ ହେଉ ସନ୍ଧ୍ୟା ହୋଇ ଯାଇଥିଲା । ଏକାକୀ ଥିଲେ ମଧ୍ୟ ସେହି ଭୟଙ୍କର ଅରଣ୍ୟ ମଧ୍ୟରେ ସେ ଅନାହାରରେ ରାତ୍ରିଯାପନ କଲେ ।

ପରଦିନ ସକାଳୁ ପୁନଶ୍ଚ ଦୁର୍ଘଟଣାସ୍ଥଳ ଦିଗରେ ଅଗ୍ରସର ହେବାକୁ ଲାଗିଲେ । ଲକ୍ଷ୍ୟସ୍ଥଳରେ ପହଞ୍ଚିବାପାଇଁ ସେ ସମସ୍ତ ଶାରୀରିକ କ୍ଳେଶକୁ ଖାତିର କରିନଥିଲେ । ନିମ୍ନମୁଖୀ ଜଳର ସ୍ରୋତ ଯେପରି ବାଧା ଓ ପ୍ରତିବନ୍ଧକକୁ ଅଚିରେ ଅତିକ୍ରମ କରିଥାଏ, ଠିକ୍ ସେହିପରି ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଦୃଢ଼ପ୍ରତିଜ୍ଞ ହୋଇଥିବା ଓରିଲିଙ୍କ ପାଇଁ ଶିଳାବନ୍ଧୁର, କଣ୍ଟକିତ ଘନ ଅରଣ୍ୟ କୌଣସି ପ୍ରତିବନ୍ଧକ ସୃଷ୍ଟି “ରିପାରି ନଥିଲା । ଏହି ପରିପ୍ରେକ୍ଷୀରେ ଲେଖକ କହିଛନ୍ତି ଯେ ଦୃଢ଼ ମନୋବଳ ଓ କଠୋର ପ୍ରତିଜ୍ଞା ନେଇ ସାଧନାରେ ବ୍ରତୀ ହେଲେ ସଫଳତା ନିଶ୍ଚିତ ମିଳିଥାଏ ।

(ଗ) ଓରିଲିଙ୍କ ଆକସ୍ମିକ ଆବିର୍ଭାବ ତାଙ୍କ ମୁମୂର୍ଷୁ ପ୍ରାଣରେ କି ଅପୂର୍ବ ସାହସ ଓ ଭରସା ଦେଇଥବ ତାହା କେବଳ ଅନୁଭବର କଥା ।
Answer:
ଓରିଲିଙ୍କ ………………………………………. ଅନୁଭବର କଥା ।
ଶଂସିତ ଗଦ୍ୟାଶଟି ରାମକୃଷ୍ଣ ନନ୍ଦଙ୍କ ରଚିତ ‘ବିପନ୍ନର ଉଦ୍ଧାର’ ଶୀର୍ଷକ ପ୍ରବନ୍ଧରୁ ଆନୀତ । ଏଠାରେ ଲେଖକ ବିମାନ ଦୁର୍ଘଟଣାରୁ ରକ୍ଷା ପାଇଯାଇଥବା ଓ ଅସହାୟ ଭାବେ ଅରଣ୍ୟ ମଧ୍ୟରେ ପଡ଼ିରହି ନିଶ୍ଚିତ ମୃତ୍ୟୁକୁ ଅପେକ୍ଷା କରିଥିବା ଆହତ ଯାତ୍ରୀଦ୍ବୟ ଓରିଲିଙ୍କ ଉପସ୍ଥିତିରେ କ’ଣ ଅନୁଭବ କରିଥିବେ ତାହା ବର୍ଣ୍ଣନା କରିଛନ୍ତି । ଦୁର୍ଘଟଣାଗ୍ରସ୍ତ ବିମାନର ସାତଜଣ ଯାତ୍ରୀଙ୍କ ମଧ୍ଯ ତିନିଜଣ ଅଳ୍ପକେ ମୃତ୍ୟୁମୁଖରୁ ରକ୍ଷା ପାଇଯାଇଥିଲେ ମଧ୍ୟ ଗଭୀର ଭାବେ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଗୁରୁତର ଭାବେ ଆହତ ହୋଇଥିଲେ ହେଁ ଇଂରେଜ ଯୁବକ ଜଣକ ସାଥୀ ସହଯାତ୍ରୀ ଦ୍ଵୟଙ୍କ ପାଇଁ ସେବା, ଚିକିତ୍ସାର ବନ୍ଦୋବସ୍ତ କରିବାକୁ ଯାଇ ବାଟରେ ପ୍ରାଣ ହରାଇଥିଲେ ।

ଅନ୍ୟ ଦୁଇଜଣ ମୁମୂର୍ଷୁ ଅବସ୍ଥାରେ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁକୁ ଅପେକ୍ଷା କରି ପଡ଼ିରହିଥିଲେ । ଅନାହାରରେ ଦୀର୍ଘ ନଅଦିନ କାଳ ପଡ଼ିରହିବା ପରେ ଓରିଲିଙ୍କୁ ସମ୍ମୁଖରେ ଦେଖୁ ସେମାନେ ନିଜ ଆଖୁକୁ ବିଶ୍ଵାସ କରିପାରି ନଥିଲେ । ମୃତ୍ୟୁ ସୁନିଶ୍ଚିତ ବୋଲି ଜାଣିଥୁବା ଆହତ ଯାତ୍ରୀଦ୍ଵୟଙ୍କ ପାଇଁ ଓରିଲିଙ୍କ ଆବିର୍ଭାବ ଭଗବାନଙ୍କର ଆଶୀର୍ବାଦ ସଦୃଶ ଥିଲା । ସେମାନେ ଓରିଲିଙ୍କୁ ଦେଖ୍ ଆଶ୍ୱସ୍ତ ହୋଇଥିଲେ । ଏପରି ଏକ ଅପନ୍ତରା ଅଞ୍ଚଳରେ ତାଙ୍କ ଜୀବନରକ୍ଷା କରିବାକୁ କେହି ଜଣେ ଉପସ୍ଥିତ ହେବ ଏହା ତାଙ୍କ କଳ୍ପନାର ବାହାରେ ଥିଲା । ତେଣୁ ଓରିଲିଙ୍କୁ ଦେଖ୍ ସେମାନଙ୍କ ମୁମୂର୍ଷୁ ପ୍ରାଣରେ ସାହସ ଓ ଭରସା ଆସିଯାଇଥିଲା ।

BSE Odisha 7th Class Odia Solutions Chapter 16 ବିପନ୍ନର ଉଦ୍ଧାର

Question ୪।
ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ନିପରି, ଦୁର୍ଗମ, ସାହସୀ, ନିକଟ, ଅନିଶ୍ଚିତ, ଧ୍ୱଂସ, ଶୂନ୍ୟତା, ଆଚ୍ଛାଦିତ, ଅଗ୍ରସର, ହତଭାଗ୍ୟ, ଜୀବିତ, ଅବସନ୍ନ, ଅନାହାର
Answer:
ନିପରି – ସମ୍ପତ୍ତି
ଦୁର୍ଗମ – ସୁଗମ
ସାହସୀ – ଭୀରୁ
ନିକଟ – ଦୂର
ଅନିଶ୍ଚିତ – ସୁନିଶ୍ଚିତ / ନିଣ୍ଠିତ
ଧ୍ୱଂସ – ସୃଷ୍ଟି
ଶୂନ୍ୟତା – ପୂର୍ଣ୍ଣତା
ଆଚ୍ଛାଦିତ – ଅନାଚ୍ଛାଦିତ
ଅଗ୍ରସର – ଅନଗ୍ରସର
ହତଭାଗ୍ୟ – ଭାଗ୍ୟବାନ / ଭାଗ୍ୟବନ୍ତ
ଜୀବିତ – ମୃତ
ଅବସନ୍ନ – ପ୍ରସନ୍ନ
ଅନାହାର – ପୂର୍ଣ୍ଣାହାର

Question ୫ ।
ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ଗିରି, ବ୍ୟୋମ, ଅରଣ୍ୟ, ଶିଳା, ପଥ, ତଡ଼ିତ୍‌, ମୃତ୍ୟୁ, ତରୁ, ବାୟୁ
Answer:
ଗିରି – ଶିଖରା, ଶୈଳ
ବ୍ୟୋମ – ନଭ, ଆକାଶ
ଅରଣ୍ୟ – ବନ,ଅଟବା,ବିପିନ
ଶିଳା – ପଥର, ପ୍ରସ୍ତର
ପଥ – ବାଟ, ରାସ୍ତା
ତଡ଼ିତ୍‌ – ବିଦ୍ୟୁତ୍, ବିଜୁଳି, ଚପଳା
ମୃତ୍ୟୁ – ମରଣ, ମହାଯାତ୍ରା
ତରୁ – ଗଛ, ବୃକ୍ଷ
ବାୟୁ – ପବନ, ସମାର

Question ୬।
କୂଳେ କୂଳେ, ଧାରେ ଧାରେ ପରି ଆଉ ପାଞ୍ଚୋଟି ଯୁଗ୍ମ ଶବ୍ଦ ଲେଖ ।
Answer:
ପାଖେ ପ.ଖେ, କଡ଼େ କଡ଼େ, ଆଗେ ଆଗେ, ପଛେ ପଛେ, ପରେ ପରେ

BSE Odisha 7th Class Odia Solutions Chapter 16 ବିପନ୍ନର ଉଦ୍ଧାର

Question ୭।
ନିମ୍ନଲିଖୂତ ଏକବଚନଗୁଡ଼ିକୁ ବହୁବଚନରେ ପରିଣତ କର । ଉଦାହରଣ : ବାଳକ (ଏକବଚନ) – ବାକମାନେ (ବହୁବଚନ)
ସେହିପରି କ’ଣ ହେବ ? – ଯାତ୍ରୀ, ବିମାନ, ପର୍ବତ, ଘୋଡ଼ାଟିଏ, ତାଙ୍କର, ତାଙ୍କୁ, ମୋତେ, ତୁମକୁ, ସେ, ଯୁବକ ।
Answer:
ଯାତ୍ରୀ – ଯାତ୍ରୀମାନେ / ଯାତ୍ରୀଗଣ
ପର୍ବତ – ପର୍ବତମାନେ / ପର୍ବତଗୁଡ଼ିକ
ତାଙ୍କର – ସେମାନଙ୍କର
ମୋତେ – ଆମ୍ଭମାନଙ୍କୁ / ଆମମାନଙ୍କୁ
ସେ – ସେମାନେ
ବିମାନ – ବିମାନଗୁଡ଼ିକ
ଘୋଢ଼ାଟିଏ – ଘୋଡ଼ାମାନେ
ତାଙ୍କୁ – ସେମାନଙ୍କୁ
ତୁମକୁ – ତୁମମାନଙ୍କୁ / ତୁମ୍ଭମାନଙ୍କୁ
ଯୁବକ – ଯୁବକମାନେ

ତୁମପାଇଁ କାମ :

ବିପନ୍ନର ଉଦ୍ଧାର କାହାଣୀ ପରି ଆଉ କେତୋଟି ଦୁଃସାହସିକ କାହାଣୀ ସଂଗ୍ରହ କରି ପଢ଼ ।
ରାମକୃଷ୍ଣ ନନ୍ଦଙ୍କର ଅନ୍ୟାନ୍ୟ ଲେଖାଗୁଡ଼ିକ ସଂଗ୍ରହ କରି ଓ ପଢ଼ ।
Answer:
ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ପ୍ରଶ୍ନେ।ଉର

Question ୧।
‘ଓରିଲି’ ଦୁର୍ଘଟଣାଗ୍ରସ୍ତ ବିମାନଟିକୁ କିପରି ଠାବ କରିଥିଲେ ?
Answer:
‘ଓରିଲି’ଙ୍କର ବୈଜ୍ଞାନିକ ଗବେଷଣା ମନୋଭାବ ଥିଲା। ତେଣୁ ପର୍ବତଶ୍ରେଣୀର ଉଚ୍ଚତା, ମେଘ ଓ ବାୟୁସ୍ରୋତର ଅନିଶ୍ଚିତ ଗତି ଆଜି କେତେକ କଥା ବିଚାର କରି ବିମାନଟି ଦୁର୍ଭେଦ୍ୟ ଅରଣ୍ୟ ମଧ୍ୟରେ ପଡ଼ିଥିବବୋଲି ଅନୁମାନ କରିଥିଲେ । ନିଷ୍ଠା ଓ ଅଧବସାୟ କେବେ ବ୍ୟର୍ଥ ହୁଏ ନାହିଁ। ନିଜେ ଏକୁଟିଆ ନିବିଡ଼ ବେତବଣ, ଦୁର୍ଲର୍ଘ୍ୟ ଘାଟି ଏବଂ ଘଞ୍ଚ ଜଙ୍ଗଲ ଦେଇ ବହୁ କଷ୍ଟରେ ଆଗେଇ ଥିଲେ। ପର୍ବତର ଗୋଟିଏ ଉଚ୍ଚ କାନ୍ଥ ଉପରୁ ବହୁ ଦୂରରେ ସବୁଜ ଆଚ୍ଛାଦନ ଉପରେ ବାଦାମିରଙ୍ଗର ଦୃଶ୍ୟ ଦେଖି ତାଙ୍କର ସନ୍ଦେହ ଦୃଢ଼ୀଭୂତ ହେଲା। ବିଦ୍ୟୁତ୍ କିମ୍ବା ପେଟ୍ରୋଲ ଯୋଗେ ଜଙ୍ଗଲରେ ନିଆଁ ଲାଗିଛି ଏବଂ ତାହାହିଁ ବିମାନଟିର ଧ୍ବଂସସ୍ଥଳୀ ବୋଲି ସେ ନିଶ୍ଚିତ ହେଲେ ଏବଂ ଶେଷରେ ବିମାନଟିକୁ ଠାବ କରିପାରିଥଲୋ

Question ୨।
ଆହତ ଯାତ୍ରୀ ଦୁଇଜଣଙ୍କୁ ‘ଓରିଲି’ କିପରି ସାହାଯ୍ୟ କରିଥିଲେ ?
Answer:
‘ଓରିଲି’ ବହୁ କଷ୍ଟ ସ୍ୱୀକାର କରି ଆହତ ଯାତ୍ରୀଙ୍କ ନିକଟରେ ପହଞ୍ଚିଥିଲେ। ସେମାନେ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ନଅଦିନ କାଳ ଶୀତବର୍ଷା ସହି, ଅନାହାର ଓ ଅବସନ୍ନ ଅବସ୍ଥାରେ ପଡ଼ିରହି ମୃତ୍ୟୁସହ ସଂଗ୍ରାମ କରୁଥିଲେ। ଓରିଲି ସାଙ୍ଗେ ସାଙ୍ଗେ ଚା’ ଓ ଖାଦ୍ୟ ପ୍ରସ୍ତୁତକରି ସେମାନଙ୍କୁ ଦେଲେ। ସେମାନଙ୍କର ଚିକିତ୍ସା ନିମନ୍ତେ ପୁନର୍ବାର ସେହି ଦୁର୍ଗମ ପାହାଡ଼ିଆ ଜଙ୍ଗଲ ଦେଇ ସହରକୁ ଫେରିଲେ । ସେତେବେଳେ ତାଙ୍କ ମନରେ ଶତଗୁଣ ସାହସ ଓ ଶତସିଂହର ବଳ ଆସିଗଲା । ପ୍ରାୟ ଅଶୀଜଣ ସ୍ଵେଚ୍ଛାସେବକ, ଡାକ୍ତର ଔଷଧପତ୍ରନେଇ ସେ ବିପନ୍ନ ଯାତ୍ରୀ ଦୁଇଜଣଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା କରିପାରିଥିଲେ ।

BSE Odisha 7th Class Odia Solutions Chapter 16 ବିପନ୍ନର ଉଦ୍ଧାର

Question ୩।
‘ବିପନ୍ନର ଉଦ୍ଧାର’ ଗଳ୍ପରେ ମହନୀୟ ଚରିତ୍ର ବୋଲି କେଉଁ ଦୁଇଜଣଙ୍କୁ କୁହାଯାଇଛି ?
Answer:
‘ବିପନ୍ନର ଉଦ୍ଧାର’ ଗଳ୍ପରେ ଗାଳ୍ପିକ ରାମକୃଷ୍ଣ ନନ୍ଦ ପଶୁପାଳକ ‘ଓରିଲି’ ଏବଂ ଇଂରେଜ ଯୁବକଙ୍କୁ ମହନୀୟ ଚରିତ୍ର ଭାବେ ଚିତ୍ରଣ କରିଛନ୍ତି| ଏ ଦୁଇଜଣଙ୍କର ଅପୂର୍ବ ସାହସ, ଧୈର୍ଯ୍ୟ, ତ୍ୟାଗ ଓ ମାନବିକ ମୂଲ୍ୟବୋଧ ପ୍ରକୃତରେ ଅତୁଳନୀୟ। ଓରିଲି ଜଣେ ସାଧାରଣ ପଶୁପାଳକ ହେଲେ ମଧ୍ୟ ଦୁର୍ଘଟଣାର ଖବର ରଖ୍ ନିଜେ ଏକା ଏକା ଦୁର୍ଗମ ଅରଣ୍ୟ ଓ ବିପଦସଙ୍କୁଳ ପରିବେଶ ଭିତରେ ବହୁ କଷ୍ଟ ସହ ଆହତ ଯାତ୍ରୀଙ୍କଠାରୁ ଠାବ କରିଥିଲେ। ନିଜର ନିଷ୍ଠା ଓ କଠୋର ସାଧନ ବଳରେ ଦୁଇ ଆହତ ଯାତ୍ରୀଙ୍କୁ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇଥିଲେ । ଇଂରେଜ ଯୁବକ ଜଣକ ସାଥୀଦ୍ଵୟଙ୍କୁ ସାହାଯ୍ୟ କରିବାପାଇଁ ସାହସର ସହିତ ପର୍ବତ ଉପରୁ ଓହ୍ଲାଇ ଆସି ନିକଟସ୍ଥ ଜନବସତି ଖୋଜୁଥ‌ିବାବେଳେ ପ୍ରାଣତ୍ୟାଗ କରିଥିଲେ । ପାଦଚିହ୍ନରୁ ତାଙ୍କର ଅସାମାନ୍ୟ ତ୍ୟାଗ ଓ ବୀରତ୍ଵର କାହାଣୀ ଜାଣିବାକୁ ମିଳିଥିଲା ।

ଅତି ସଂକ୍ଷିପ୍ତ ପ୍ରଶ୍ନେ।ତ୍ତର :

Question ୧ ।
ବିମାନଟି କେଉଁ ସହରରୁ ବାହାରି କେଉଁ ସହରକୁ ବାହାରିଥିଲା ?
Answer:
ବ୍ରିସବେନ୍ ସହରରୁ ସାତଜଣ ଯାତ୍ରୀ ନେଇ ବିମାନଟି ସେଦିନ ସିଡ୍‌ନି ଅଭିମୁଖେ ବାହାରିଥିଲା ।

Question ୨ ।
ଦୁର୍ଘଟଣାର ଆଶଙ୍କା କରି କେତୋଟି ବିମାନ ଅନ୍ଵେଷଣ କାର୍ଯ୍ୟରେ ବାହାରିଲେ ?
Answer:
ଦୁର୍ଘଟଣାର ଆଶଙ୍କା କରି ଅଠେଇଶଟି ବିମାନ ଅନ୍ଵେଷଣ କାର୍ଯ୍ୟରେ ବାହାରିଲେ।

Question ୩ ।
ଓରିଲି କିଏ ଓ ସେ କେଉଁ ଅଞ୍ଚଳରେ ବାସ କରୁଥିଲେ ?
Answer:
ଓରିଲି ଜଣେ ପଶୁପାଳକ ସେ ନିଉ ସାଉଥ୍ ଉଏଲସ୍‌ର ଉତ୍ତର ସୀମାରେ ଜନବସତିହୀନ ଏକ ରୁକ୍ଷ ମାଳଭୂମି

Question ୪ ।
ଓରିଲି ବିମାନ ଦୁର୍ଘଟଣା ସମ୍ପର୍କରେ କିପରି ଜାଣିଲେ ?
Answer:
ଓରିଲି ରେଡ଼ିଓରୁ ଓ ସମ୍ବାଦପତ୍ରରୁ ବିମାନ ଦୁର୍ଘଟଣା ସମ୍ପର୍କରେ ଜାଣିଥିଲେ।

Question ୫ ।
ଗଛକୁ ଆଉଜି ବସିଥିବା ମୃତ ଲୋକଙ୍କୁ ଦେଖୁ ଓରିଲି କ’ଣ ଭାବିଲେ ?
Answer:
ଓରିଲି ଲୋକଟିକୁ ଦେଖୁ ସେ ବୁଝିନେଲେ ଏ ସେହି ବିମାନର ହତଭାଗ୍ୟ ଯାତ୍ରୀ।

BSE Odisha 7th Class Odia Solutions Chapter 16 ବିପନ୍ନର ଉଦ୍ଧାର

Question ୬ ।
କେତେଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ?
Answer:
ସାତଜଣଙ୍କ ମଧ୍ୟରୁ ଚାରିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।

Question ୭ ।
ଓରିଲିଙ୍କୁ ଦେଖୁ ଯନ୍ତ୍ରଣା ଜର୍ଜରିତ ବ୍ୟକ୍ତିଦ୍ୱୟଙ୍କ ମନରେ କିପରି ପରିବର୍ତ୍ତନ ହେଲା ?
Answer:
ଓରିଲିଙ୍କୁ ଦେଖୁ ସେମାନଙ୍କ ପିଣ୍ଡରେ ସତେ ଯେପରି ନବଜୀବନର ସଂଚାର ହେଲା।

Question ୮।
ଓରିଲି ଦୁର୍ଘଟଣାଗ୍ରସ୍ତ ସେହି ଦୁଇଜଣ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ କ’ଣ କଲେ ?
Answer:
ଓରିଲି ସେହି ଦୁଇଜଣ ବ୍ୟକ୍ତିଙ୍କୁ ବଞ୍ଚାଇବାପାଇଁ ତୁରନ୍ତ ସେହି ପାହାଡ଼ ଜଙ୍ଗଲପୂର୍ଣ୍ଣ ଦୁର୍ଗମ ପଥରେ ଫେରିଲେ। ପାହାଡ଼ ତଳେ ଗୋଟିଏ ଛୋଟ ଗ୍ରାମରେ ପହଞ୍ଚି ସେଠାରୁ ଘୋଡ଼ାଟିଏ ନେଇ ନିକଟସ୍ଥ ସହରରେ ପହଞ୍ଚି ସବୁ ଘଟଣା ଜଣାଇଲେ ।

Question ୯ ।
ଓରିଲି ସହରରେ ସମ୍ବାଦ ଦେବା ପରେ କ’ଣ ହେଲା ?
Answer:
ଓରିଲିଙ୍କଠାରୁ ସମ୍ବାଦ ପାଇ ପ୍ରାୟ ଅଶୀଜଣ ସ୍ଵେଚ୍ଛାସେବକ ସଙ୍ଗରେ ଡାକ୍ତର ଓ ଔଷଧପତ୍ର ନେଇ ଅତ୍ୟନ୍ତ ଆୟାସ ସହକାରେ ପର୍ବତ ଉପରୁ ସେଇ ଦୁଇଜଣ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଆଣିଲେ।

Question ୧୦।
ସଙ୍ଗୀଦ୍ୱୟଙ୍କୁ ବଞ୍ଚାଇବା ପାଇଁ ଯୁବକ ଜଣକ କ’ଣ କରିଥିଲେ ?
Answer:
ସଙ୍ଗୀଦ୍ୱୟଙ୍କୁ ବଞ୍ଚାଇବା ପାଇଁ ସେହି ଯୁବକ ନିଜର ତୀବ୍ର ଦାହ ଯନ୍ତ୍ରଣାକୁ ଭୃକ୍ଷେପ ନକରି ସାହାଯ୍ୟ ଅନ୍ଵେଷଣରେ ବାହାରି ଯାଇଥିଲେ ।

ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର ;

Question ୧।
ବୀର ଯୁବକ ! ମୃତ୍ୟୁ ତୁମକୁ ଅମର କରିଛି
(କ) ଓରିଲି, ଆହତ ଯାତ୍ରୀମାନଙ୍କ ଉଦ୍ଦେଶ୍ୟରେ
(ଖ) ଓରିଲି, ଅଷ୍ଟ୍ରେଲିଆର ଅଧ୍ବାସାଙ୍କ ତ୍ତଦ୍ଦେଶ୍ୟରେ
(ଗ) ଲେଖକ, ପାଠକମାନଙ୍କ ଉଦ୍ଦେଶ୍ୟରେ
(ଘ) ଲେଖକ, ଲଣ୍ଡନର ଅଧ୍ବାସାମାନଙ୍କ ଉଦ୍ଦେଶ୍ୟରେ
Answer:
(ଗ) ଲେଖକ, ପାଠକମାନଙ୍କ ଉଦ୍ଦେଶ୍ୟରେ

BSE Odisha 7th Class Odia Solutions Chapter 16 ବିପନ୍ନର ଉଦ୍ଧାର

Question ୨।
ନିମ୍ନୋକ୍ତ ଶବ୍ଦମାନଙ୍କ ମଧ୍ୟରୁ କେଉଁଟି ବହୁବଚନାନ୍ତ ଶବ୍ଦ ?
(କ) ତାଙ୍କର
(ଖ) ମୋତେ
(ଗ) ତୁମକୁ
(ଘ) ତୁମ୍ଭମାନଙ୍କୁ
Answer:
(ଘ) ତୁମ୍ଭମାନଙ୍କୁ

Question ୩।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଯୁଗ୍ମଶବ୍ଦ ନୁହେଁ ?
(କ) ହଳେ
(ଖ) ପାଖେପାଖେ
(ଗ) କଡ଼େକଡ଼େ
(ଘ) ପରେ ପରେ
Answer:
(କ) ହଳେ

Question ୪।
ନିମ୍ନୋକ୍ତ ମଧ୍ୟରୁ ‘ବିଜୁଳି’ର ପ୍ରତିଶବ୍ଦ କେଉଁଟି ?
(କ) ସମାର
(ଖ) ଅଟବା
(ଗ) ଚପଳା
(ଘ) ଅବଳା
Answer:
(ଗ) ଚପଳା

Question ୫।
ନିମ୍ନୋକ୍ତ ମଧ୍ୟରୁ କେଉଁଟି ‘ଆଚ୍ଛାଦିତ’ ଶବ୍ଦର ବିପରୀତାର୍ଥବୋଧକ ଶବ୍ଦ ?
(କ) ସୁଆଚ୍ଛାଦିତ
(ଖ) ଅନାଚ୍ଛାଦିତ
(ଗ) ଅନାକୀର୍ଣ୍ଣ
(ଘ) ଅନାବରଣ
Answer:
(ଖ) ଅନାଚ୍ଛାଦିତ

Question ୬ ।
ଓରିଲିକୁ ଦେଖ୍ କିଏ ଆଶ୍ଵସ୍ତ ହେଲେ ?
(କ) ଆହତ ଯୁବକଦ୍ବୟ
(ଖ) ଇଂରେଜ ଯୁବକ
(ଗ) ଡାକ୍ତର
(ଘ) ଗଣମାଧ୍ୟମ
Answer:
(କ) ଆହତ ଯୁବକଦ୍ବୟ

BSE Odisha 7th Class Odia Solutions Chapter 16 ବିପନ୍ନର ଉଦ୍ଧାର

Question ୭ ।
ଓରିଲି ବିମାନ ଦୁର୍ଘଟଣା ବିଷୟରେ ଜାଣିବାପାଇଁ ଆଗ୍ରହୀ ହେଲେ କାହିଁକି ?
(କ) ତାଙ୍କର ଘର ନିକଟରେ ବିମାନପଥ ଯାଇଥ‌ିବାରୁ
(ଖ) ସମ୍ବାଦପତ୍ରରେ ତାଙ୍କର ନାଁ ବାହାରିବ ବୋଲି
(ଗ) ଉଡ଼ାଜାହାଜ ଦେଖିବାପାଇଁ ଆଗ୍ରହୀ ଥ‌ିବାରୁ
(ଘ) ଧନସମ୍ପତ୍ତି ପାଇବା ଆଶାରେ
Answer:
(କ) ତାଙ୍କର ଘର ନିକଟରେ ବିମାନପଥ ଯାଇଥ‌ିବାରୁ

Question ୮ ।
ଲେଖକ କେଉଁ ସ୍ଥାନଟିକୁ ମାନବ ଜାତିର ଏକ ତୀର୍ଥଭୂମି ବୋଲି କହିଛନ୍ତି ?
(କ) ଯେଉଁଠାରେ ବିମାନ ଦୁର୍ଘଟଣା ହୋଇଥିଲା ।
(ଖ) ଯେଉଁଠାରେ ଇଂରେଜ ଯୁବକଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ।
(ଗ) ଯେଉଁଠାରେ ବିମାନର ପାଇଲଟ୍ ମୃତ୍ୟୁବରଣ କରିଥିଲେ ।
(ଘ) ଯେଉଁଠାରେ ଓରିଲିଙ୍କ ବାସସ୍ଥାନ ଥିଲା ।
Answer:
(ଖ) ଯେଉଁଠାରେ ଇଂରେଜ ଯୁବକଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ।

Question ୯ ।
ପରିଶେଷରେ ବିମାନଯାତ୍ରୀମାନଙ୍କ ମଧ୍ୟରୁ କେତେଜଣ ଜୀବିତ ଥିଲେ ?
(କ) ୩ ଜଣ
(ଖ) ୭ ଜଣ
(ଗ) ୧ ଜଣ
(ଘ) ୨ ଜଣ
Answer:
(ଘ) ୨ ଜଣ

Question ୧୦ ।
ଦୁଇଜଣ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରିବାପାଇଁ କେତେଜଣ ସ୍ଵେଚ୍ଛାସେବକ ଆସିଥିଲେ ?
(କ) ୨୦ ଜଣ
(ଖ) ୭୦ ଜଣ
(ଗ) ୮୦ ଜଣ
(ଘ) ୩୦ ଜଣ
Answer:
(ଗ) ୮୦ ଜଣ

ଗାଞ୍ଜିକ ପରିଚୟ :

ସତତ ବିଦ୍ୟାନୁଶାଳନରେ ବ୍ରତା ହୋଇ ସଂସାରରେ ବାସ୍ତବ ବିଦ୍ୟାଦାତାଭାବେ, କଣେ ନିଷ୍ଠାପର ଶିକ୍ଷକ ଭାବେ ପରିଚିତ ଥିଲେ ରାମକୃଷ୍ଣ ନନ୍ଦ । ସେ ଥିଲେ ଜଣେ ନୀତିନିଷ୍ଠ ସାହିତ୍ୟ ସ୍ରଷ୍ଟା । ସେ ତାଙ୍କର ସାହିତ୍ୟ ସୃଷ୍ଟିରେ ମଧ୍ୟ କୈତିକତାକୁ ପ୍ରାଧାନ୍ୟ ଦେଇ କାଳଜୟୀ ସୃଷ୍ଟି ରଖିଯାଇଛନ୍ତା ଢାଙ୍କର ରଚନାଗୁଡ଼କ ମଧ୍ୟରେ ‘ଜୀବନ ରହସ୍ୟ’, ‘ଲେଖନୀର ପାଠାଲା’ ଭାବି ଦେଖନ୍ତୁ’ ଓ ‘ଜାବନ ତରଙ୍ଗ’ ପ୍ରଭୃତି ପ୍ରଧାନା ସେ ‘ସଂସାର’ ପତ୍ରିକାର ସମ୍ପାଦକ ଥିଲେ । ସେ ଆମ୍ଭମାନଙ୍କର ଅତିପ୍ରିୟ ପ୍ରାର୍ଥନା ‘ଆହେ ଦୟାମୟ ବିଶ୍ଵବିହାରୀ’ର ରଚୟିତା ଅଟନ୍ତି ।

ଗଞ୍ଜିର ପୃଷ୍ଠଭୂମି :

ସେବାରେ ନିଜକୁ ଉତ୍ସର୍ଗ କରିବା ହିଁ ପ୍ରକୃତ ମାନବିକତା । ଏକ ବାସ୍ତବ ଘଟଣାକୁ ନେଇ ଏହି ଗଳ୍ପଟି ରଚିତ । ଅଷ୍ଟ୍ରେଲିଆର ଏକ ଭୟ।ବହ ବିମାନ ଦୁର୍ଘଟଣାରେ ଦୁଇଟି ମହନାୟ ଚରିତ୍ରର ଅରପୂର୍ବ ସାହସ ଓ ଅନୁପମ ମହତ୍ତ୍ବକୁ ଆଧାର କରି ମାନବିକତାର ଉଜ୍ଜ୍ଵଳ ଦୃଷ୍ଟାନ୍ତ ରଖାଯାଇଛନ୍ତି ଲେଖକ ।

ଗଛର ସାରକଥା :

୧୯୩୭ ମସିହା ଫେବୃୟାରୀ ୧୯ ତାରିଖରେ ଅଷ୍ଟ୍ରେଲିଆର ଉପକୂଳବର୍ତ୍ତୀ ଅଞ୍ଚଳରେ ଘଟିଥିବା ଏକ ଭୟାବହ ବିମାନ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଦୁଇଜଣ ଆହତ ଯାତ୍ରାଙ୍କ ପ୍ରାଣରକ୍ଷା କରି ବାର୍ଣ୍ଣାଢ଼ ଓରିଲି ମାନବିକତାର ଯେଉଁ ଉଜ୍ଜଳ ଦୃଷ୍ଟାନ୍ତ ରଖାଯାଇଛନ୍ତି ତାହା ବାସ୍ତବିକ ଅନନ୍ୟ ସାଧାରଣ । ବ୍ରିସବେନ୍‌ରୁ ସାତଜଣ ଯାତ୍ରୀଙ୍କୁ ଧରି ସିଡ଼ନି ଅଭିମୁଖେ ଯାଉଥିବା ଉଢ଼ାଜାହାଜଟି ଝଡ଼ ତୋଫାନରେ ଭାରସାମ୍ୟ ହରାଇ ନିତ୍ତ ସାଉଥ୍ ଉଏଲସ୍‌ର ଉତ୍ତର ସୀମାରେ ଥିବା ଏକ ରୁକ୍ଷ ମାଳଭୂମିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସମୁଦ୍ର କୂଳେ କୂଳେ ପ୍ରାୟ ପଚାଶ ମାଇଲ ବ୍ୟାପୀ ଅଞ୍ଚଳ ଅନୁସନ୍ଧାନ କରି ମଧ୍ୟ ଅନ୍ଵେଷଣ କାର୍ଯ୍ୟରେ ନିଯୁକ୍ତ ଅଠେଇଶଟି ବିମାନ ନିଖୋଜ ବିମାନର କୌଣସି ସନ୍ଧାନ ପାଇନଥିଲେ । ଜଣେ ସାଧାରଣ ପଶୁପାଳକ ହୋଇଥିଲେ ମଧ୍ୟ ବାର୍ଣାଡ଼ ଓରିଲି ରେଡ଼ିଓ ଓ ସମ୍ବାଦପତ୍ରରୁ ବିମାନ ଦୁର୍ଘଟଣା ବିଷୟରେ ଅବଗତ ହୋଇ ନିଖୋଜ ବିମାନ ଅନୁସନ୍ଧାନରେ ବାହାରି ପଡ଼ିଲେ । ତାଙ୍କୁ ସେହି ପାର୍ବତ୍ୟ ଅଞ୍ଚଳ ସମ୍ପର୍କରେ ଅନେକ ବିଷୟ ଜଣାଥିଲା । ପର୍ବତର ପାଦଦେଶରୁ କିଛି ଦୂର ଯିବାପରେ ବହୁ କଷ୍ଟରେ ସେ ଘଞ୍ଚ ବେତବଣ ଓ ଦୁର୍ଲଘଂ ଘାଟି ଭିତର ଦେଇ ପାଞ୍ଚ ମାଇଲ ପଥ ଅତିକ୍ରମ କଲେ ।

ସନ୍ଧ୍ୟା ହେବାରୁ ତାଙ୍କୁ ସେହିଠାରେ ହିଁ ରାତ୍ରିଯାପନ କରିବାକୁ ପଡ଼ିଥିଲା । ବିନା ଶୀତବସ୍ତ୍ରରେ ଏକାକୀ ଅସହାୟଭାବେ ରାତି କଟାଇ ସକାଳୁ ଓରିଲି ଲକ୍ଷ୍ୟ ଅଭିମୁଖେ ବାହାରି ପଡ଼ିଲେ । କିଛିଦୂର ଯିବାପରେ ଏକ ଉଚ୍ଚ ସ୍ଥାନରେ ଠିଆ ହୋଇ ସେ ଚତୁର୍ଦ୍ଦିଗକୁ ନିରୀକ୍ଷଣ କଲେ । ଘନ ଅରଣ୍ୟାନୀର ବୃକ୍ଷଲତାର ସବୁଜିମା ମଧ୍ଯରେ ଠାଏ ଏକ ବାଦାମୀ ରଙ୍ଗର ଆସ୍ତରଣ ତାଙ୍କୁ ଗଛପତ୍ରର ପୋଡ଼ାଚିହ୍ନ ପରି ଜଣାଗଲା । ସେହି ସ୍ଥାନଟିକୁ ନିଖୋଜ ବିମାନର ଦୁର୍ଘଟଣାସ୍ଥଳ ବୋଲି ଅନୁମାନ କରି ସେ ଅଗ୍ରସର ହେଲେ । ବାଟସାରା ଘଞ୍ଚ ତରୁଲତା ଓ କଣ୍ଟକିତ ଦୁର୍ଗମ ବନ୍ଧୁର ଶିଳା ଏବଂ ତଳେ ପଚାସଢ଼ା ପତ୍ରର ଆସ୍ତରଣ । ଅଙ୍ଗପ୍ରତ୍ୟଙ୍ଗ କଣ୍ଟାରେ ରକ୍ତାକ୍ତ ହୋଇ ପଡ଼ିଥିଲେ ମଧ୍ୟ ବହୁକଷ୍ଟରେ ସେ ଦୁର୍ଘଟଣାସ୍ଥଳକୁ ଆଗେଇ ଚାଲିଲେ ।

ଦୁର୍ଘଟଣାସ୍ଥଳରେ ପହଞ୍ଚିବାକୁ ଆହୁରି ଦୁଇ ହଜାର ଫୁଟ ବାକିଥାଏ । ହଠାତ୍ ବଣର ଏକ ଉନ୍ମୁକ୍ତ ସ୍ଥାନରେ ଜଣେ ଲୋକକୁ ବସିଥ‌ିବା ଲକ୍ଷ୍ୟ କରି ସେ ସେହି ବ୍ୟକ୍ତିଙ୍କୁ ଡାକଦେଲେ । ମାତ୍ର କୌଣସି ଉତ୍ତର ନ ପାଇ ସେ ନିକଟକୁ ଧାଇଁଯାଇ ଜାଣିଲେ ଯେ ଲୋକଟି ଦେହରେ ପ୍ରାଣ ନାହିଁ । ଗୁରୁତର ଆହତ ହୋଇଥିବାରୁ ସେହିଠାରେ ହିଁ ତା’ର ପ୍ରାଣବାୟୁ ବାହାରି ଯାଇଥିଲା । ଏପରି ଅବସ୍ଥାରେ ଯାତ୍ରୀଟି ମୃତ୍ୟୁବରଣ କରିଥିବା ଲକ୍ଷ୍ୟ କରି ଓରିଲିଙ୍କ ମନରେ ଧାରଣା ହେଲା ହୁଏତ ଅନ୍ୟ କେହି ଯାତ୍ରୀ ବଞ୍ଚୁଥାଇ ପାରନ୍ତି । ତେଣୁ ସେ ପାଟିରେ ସୁସୁକାଳି ବଜାଇଲେ । କେତେ ଥର ଏପରି କଲାପରେ ମଣିଷର କଣ୍ଠସ୍ବରର ଜବାବ ତାଙ୍କ କାନରେ ବାଜିଲା ।

ଲକ୍ଷ୍ୟସ୍ଥଳରେ ପହଞ୍ଚ୍ ଓରିଲି ଦେଖିଲେ କିଛି ଦୂରରେ ଏକ ପ୍ରକାଣ୍ଡ ଗଛମୂଳରେ ବିମାନଟି ଭାଙ୍ଗି ଇତସ୍ତତଃ ଭାବେ ପଡ଼ିଥିଲା । ଅଦୂରରେ ଦୁଇଜଣ ମନୁଷ୍ୟ ଶୋଇଥିବା ଲକ୍ଷ୍ୟ ଓରିଲି ତାଙ୍କ ନିକଟକୁ ଧାଇଁଗଲେ । ସାଂଘାତିକଭାବେ ଆହତ ହୋଇ ଅନାହାରରେ ଦୀର୍ଘ ନଅ ଦିନ କାଳ ମୃତ୍ୟୁ ସହ ସଂଗ୍ରାମ କରି ଆସିଥିବାରୁ ଦୁହିଁଙ୍କ ଶରୀରରେ ଜୀବନୀଶକ୍ତି ନିଃଶେଷ ପ୍ରାୟ ହୋଇ ଆସିଥିଲା । ଓରିଲି ତତ୍‌କ୍ଷଣାତ୍ ଚା’ ଓ ଖାଦ୍ୟ ପ୍ରସ୍ତୁତ କରି ସେ ଦୁହିଁଙ୍କ ସେବାରେ ମନୋନିବେଶ କଲେ । ସେମାନଙ୍କଠାରୁ ଦୁର୍ଘଟଣାର ସବିଶେଷ ବୃତ୍ତାନ୍ତ ଅବଗତ ହେଲେ । ତାଙ୍କଠାରୁ ଜାଣିଲେ ଯେ ବିମାନରେ ଥ‌ିବା ସାତଜଣ ଯାତ୍ରୀଙ୍କ ମଧ୍ୟରୁ ଚାରିଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଅବଶିଷ୍ଟ ତିନିଜଣଙ୍କ ମଧ୍ୟରୁ ସାହାଯ୍ୟ ଅନ୍ଵେଷଣରେ ବାହାରି ଯାଇଥବା ଇଂରେଜ ଯୁବକ ଜଣକ ମୃତ ଶରୀରକୁ ସେ ସ୍ୱଚକ୍ଷୁରେ ଦେଖୁସିଥିଲେ ।

ବଞ୍ଚିଥ‌ିବା ଦୁଇଜଣଙ୍କ ପାଇଁ ଚିକିତ୍ସା ଓ ସେବାର ତୁରନ୍ତ ବ୍ୟବସ୍ଥା କରିବାକୁ ସେ ନିକଟସ୍ଥ ଏକ ଗ୍ରାମରେ ପହଞ୍ଚି ସେଠାରୁ ଗୋଟିଏ ଘୋଡ଼ା ସାହାଯ୍ୟରେ ସହର ଅଭିମୁଖେ ଛୁଟିଲେ । ଦୁର୍ଘଟଣାସ୍ଥଳକୁ ଅଶୀଜଣ ସ୍ଵେଚ୍ଛାସେବୀ ଓ ଦୁଇଜଣ ଡାକ୍ତର ଆସି ଆହତ ବ୍ୟକ୍ତି ଦ୍ଵୟଙ୍କୁ ଉଦ୍ଧାର କଲେ । ଓରିଲିଙ୍କ ପାଇଁ ଦୁଇଟି ଜୀବନ ନିଶ୍ଚିତ ମୃତ୍ୟୁମୁଖରୁ ଫେରିଆସିଲା । ଆହତ ସଙ୍ଗା ଜ୍ଵୟଙ୍କୁ ବଞ୍ଚାଇବାପାଇଁ ଇଂରେଜ ଯୁବକ ସାହାଯ୍ୟ ଆଶାରେ ବାହାରି ଯାଇଥିଲୋ ପବତରୁ ଓହ୍ଲାଇଲାବେଳେ ହଠାତ୍ ଗୋଟିଏ ସ୍ଥାନରେ ତାଙ୍କର ଗୋଡ଼ ଖସି ଯାଇଥିଲା । ପଚିଶ ଫୁଟ ତଳକୁ ଖସିପଡ଼ି ହୁଏତ କୌଣସି ପଥର ଦେହରେ ତାଙ୍କ ମୁଣ୍ଡ ପିଟି ହୋଇ ଫାଟିଯାଇଥିଲା ଓ ଗୋଟିଏ ଆଖୁ ପଦାକୁ ବାହାରି ଆସିଥିଲା । ଗୋଟିଏ ଗଛ ମୂଳେ ଭରାଦେଇ ବିଶ୍ରାମ ନେଉଥ‌ିବାବେଳେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଯେଉଁଠାରେ ତାଙ୍କର ପ୍ରାଣବାୟୁ ବାହାରିଯାଇଥୁଲା, ସେହିଠାରେ ହିଁ ତାଙ୍କ ପାଇଁ ଏକ ସମାଧ୍ ନିର୍ମିତ ହେଲା । ଆହତଦ୍ଵୟଙ୍କ ଜୀବନ ବଞ୍ଚାଇ ବାର୍ତ୍ତାଡ଼ ଓରିଲି ମହାନତାର ଯେଉଁ ଉଜ୍ଜଳ ଦୃଷ୍ଟାନ୍ତ ସୃଷ୍ଟି କଲେ ତାହା ବାସ୍ତବିକ ପ୍ରଣିଧାନଯୋଗ୍ୟ ।

କଠିନ ଶବ୍ଦ।ର୍ଥ :

  • ସାଧାତୀତ – ଯାହା ଆୟତ୍ତ କରି ବା ସମ୍ଭବପର ନହେଁ ।
  • ଦର୍ଭେଦ୍ୟ – ଯାହା । ଭେଦ କରି ବ । କଷ୍ଟକର ।
  • ଉପନୀତ – ପହଞ୍ଚିବା ।
  • ଦୁର୍ଲର୍ଘ୍ୟ – ଯାହାକୁ ଲଙ୍ଘନ କରିବା କଷ୍ଟକର ।
  • ଆବର୍ତ୍ତ – ଭଉଁରୀ ।
  • କଣ୍ଟକାକୀର୍ଣ୍ଣ – କଣ୍ଟାରେ ପରିପୂର୍ଣ ।
  • ଯୁଗପତ୍ – ଏକ ସମୟରେ ।
  • ଅନ୍ଵେଷଣ – ଖୋଜିବା ।
  • ବ୍ୟୋମବିପରି – ଆକାଶରେ ଦୁର୍ଘଟଣା ।
  • ବହିର୍ଗତ – ବାହାରକୁ ଯିବା ।
  • କେଶ – ଯନ୍ତ୍ରଣା ।
  • ଅଜ୍ଞାତ – ଅଜଣା ।
  • ଚନ୍ଦ୍ରାତପ – ଚାନ୍ଦୁଆ ।
  • ମକ୍ଷିକା – ମାଛି ।

CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Odisha State Board CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ Textbook Exercise Questions and Answers.

CHSE Odisha Class 12 Odia Chapter 2 ପୁଷ୍ପପୁରରେ ବର୍ଷାବରଣ Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
କାହାର ସ୍ନିଗ୍ଧ କଜ୍ଵଳ କାନ୍ତି ପୁଷ୍ପପୁରରେ ନେତ୍ରୋତ୍ସବ ସୃଷ୍ଟି କରିଛି ?
(ବାରିବାହ, ପ୍ରକୃତି, ଦୂରବନ୍ଧୁ, ଅଳକାପୁରୀ)
Answer:
ବାରିବାହ

Question ୨।
କାହାକୁ ଦୂରବନ୍ଧୁ ବୋଲି ପ୍ରାବନ୍ଧିକ ସମ୍ବୋଧନ କରିଛନ୍ତି ?
(ପୁଷ୍ପପୁର, ବାରିବାହ, ବାତାୟନ, ଶ୍ୟାମଳ ପୃଥ‌ିବୀ)
Answer:
ବାରିବାହ

Question ୩।
ବ୍ୟକ୍ତିଠାରୁ କିଏ ବଡ଼ ବୋଲି ଲେଖକ ଘନକୁ ପ୍ରଶ୍ନ କରିଛନ୍ତି ?
(ଗୋଷ୍ଠୀ, ମଣିଷ, ପଶୁ, ପକ୍ଷୀ)
Answer:
ଗୋଷ୍ଠୀ

Question ୪।
ଜଳର ଅଭାବରେ କେଉଁଠାରେ ହାହାକାର ପଡ଼ିଛି ?
(ପୁଷ୍ପପୁର, ପାଟଳିପୁତ୍ର, କୁସୁମଧ୍ଵଜ, ଉତ୍କଳ)
Answer:
ଉତ୍କଳ

Question ୫।
କେଉଁ ପୁରରେ ସ୍ବ-କର୍ମ ସାରି ଉତ୍କଳ ପଥରେ ଗତି କରିବାକୁ ବାରିଦକୁ ଲେଖକ ନିବେଦନ କରିଛନ୍ତି ?
(ଶ୍ରୀନଗର, ପୁଷ୍ପପୁର, ମହୋଦଧଫ, ତୁଙ୍ଗଶିଖରୀ)
Answer:
ପୁଷ୍ପପୁର

Question ୬ |
କାହାଠାରେ ବଦାନ୍ୟତାର ମହତ୍ତ୍ବ ବଢ଼ିଉଠେ ବୋଲି ପ୍ରାବନ୍ଧିକ କହିଛନ୍ତି ?
(ଧନୀ, ଦରିଦ୍ର, ବିତ୍ତଶାଳୀ, ଭୋଗୀ)
Answer:
ଦରିଦ୍ର

Question ୭ ।
ବନବାସୀ ନାରୀମାନଙ୍କର ଗତିକୁ ପ୍ରାବନ୍ଧିକ କାହା ସହିତ ତୁଳନା କରିଛନ୍ତି ?
(କୁଜୀ ହଂସୀ, ମାତଙ୍ଗିନୀ, ନିର୍ଝରିଣୀ, ହରିଣୀ)
Answer:
କୁଜୀ ହଂସୀ

Question ୮ |
ବନବାସୀମାନେ କାହାର ଅନୁଗ୍ରହ ଲୋଡ଼ନ୍ତି ?
(ବାରିବାହ, ପର୍ବତ, ପ୍ରକୃତି, ବନଲତା)
Answer:
ବାରିବାହ

CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Question ୯ ।
ଜଳଦର କୃପାରୁ କେଉଁଠାରେ ନବ ନୀଳିମା ଖେଳିବୁଲିବ କୁହାଯାଇଛି ?
(ଶାଳିକ୍ଷେତ୍ର, ବନଭୂମି, ମେଘାସନ, ଗନ୍ଧମାର୍ଦନ)
Answer:
ଶାଳିକ୍ଷେତ୍ର

Question ୧୦ ।
ନିର୍ଝରିଣୀ କେଉଁଠାରେ କ୍ରୀଡ଼ାରତ ବତ୍ସତରୀ ପରି ନାଚି ଉଠେ ?
(ଗିରିଦରୀ, ମହୋଦଧ, ସରିତ, ସାଗର)
Answer:
ଗିରିଦରୀ

Question ୧୧ ।
କେଉଁମାନଙ୍କଦ୍ୱାରା ପାଳିତ କଳାପୀର କେଳାରେ ବନଭୂମି ପୂର୍ଣ୍ଣ ହେବବୋଲି ଲେଖକ କହିଛନ୍ତି ?
(ଭଞ୍ଜନୃପ, ନବତରୁଣୀ, ନବଯୁବକ, ମଦାଳସା)
Answer:
ଭଞ୍ଜନୃପ

Question ୧୨ ।
ସମ୍ବଲପୁର ଅଞ୍ଚଳର ବଧୂମାନଙ୍କୁ କେଉଁ ଫୁଲ ପରି ହାସ୍ୟମୟୀ ବୋଲି କୁହାଯାଇଛି ?
(ଗୋଲାପ, ଶେଫାଳୀ, ପଦ୍ମ, ମନ୍ଦାର)
Answer:
ଶେଫାଳୀ

Question ୧୩ ।
ଉତ୍କଳର ଉତ୍ତମାଙ୍ଗ ବୋଲି ପ୍ରାବନ୍ଧିକ କାହାକୁ କହିଛନ୍ତି ?
(ସମ୍ବଲପୁର, କଟକ, ଭୁବନେଶ୍ଵର, ଗଞ୍ଜାମ)
Answer:
କଟକ

Question ୧୪ ।
କାହାର କୋଳାହଳ ପାଇଁ ନୀଳାଚଳନାଥଙ୍କ କାନରେ ଭକ୍ତର କାତର ଡାକ ପଡ଼େ ନାହିଁ ?
(ପ୍ରଭଞ୍ଜନ, ସିନ୍ଧୁ, ଝାଉଁବଣ, ଜନତା)
Answer:
ସିନ୍ଧୁ

Question ୧୫ ।
ସିନ୍ଧୁପାରି ସାଧବର ସ୍ମୃତି-ପୂତ ଭୂମି ବୋଲି କାହାକୁ କୁହାଯାଇଛି ?
(ସମ୍ବଲପୁର, କଟକ, ଜୟପୁର, ଭୁବନେଶ୍ଵର)
Answer:
ଜୟପୁର

(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧରେ ପ୍ରାବନ୍ଧିକ କାହାକୁ ସ୍ବାଗତ କରିଛନ୍ତି ?
Answer:
‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧରେ ପ୍ରାବନ୍ଧିକ ବାରିବାହକୁ ସ୍ବାଗତ କରିଛନ୍ତି ।

Question ୨।
ବାରିବାହର ସ୍ନିଗ୍‌ଧ କଜ୍ଵଳକାଣ୍ଡି କେଉଁଠାରେ ନେତ୍ରୋତ୍ସବ ସୃଷ୍ଟି କରିଛି ?
Answer:
ବାରିବାହାର ସ୍ନିଗ୍ଧ କଜ୍ଵଳକାନ୍ତି ପୁଷ୍ପପୁରରେ ନେତ୍ରୋତ୍ସବ ସୃଷ୍ଟି କରିଛି ।

Question ୩ ।
କେଉଁ ପଥରେ ବାରିବାହର ଆଗମନୀ ଶୁଭ ଶଙ୍ଖ ବାଜିଉଠୁଛି ?
Answer:
ବାତାୟନ ପଥରେ ବାରିବାହର ଆଗମନୀ ଶୁଭ ଶଙ୍ଖ ବାଜିଉଠୁଛି ।

Question ୪ ।
ବହୁ ଦିନପରେ ବାରିବାହର ଶୁଭ ଆଗମନରେ କେଉଁଠି ମଙ୍ଗଳକର ଓ ମଧୁମୟ ହୋଇଉଠିଛି ?
Answer:
ବହୁ ଦିନପରେ ବାରିବାହର ଶୁଭ ଆଗମନରେ ପୁଷ୍ପପୁର ମଙ୍ଗଳକର ଓ ମଧୁମୟ ହୋଇଉଠିଛି ।

Question ୫ ।
କାହାର ସ୍ପର୍ଶରେ ପୁଷ୍ପପୁର ସଜୀବ ଓ ଶ୍ୟାମଳ ହୋଇଉଠିବ ବୋଲି କୁହାଯାଇଛି ?
Answer:
ବାରିବାହର ସ୍ପର୍ଶରେ ପୁଷ୍ପପୁର ସଜୀବ ଓ ଶ୍ୟାମଳ ହୋଇଉଠିବ ବୋଲି କୁହାଯାଇଛି ।

Question ୬ ।
ବାରିବାହର ସ୍ପର୍ଶରେ କେଉଁ ପୁର ସଜୀବ ଓ ଶ୍ୟାମଳ ହୋଇଉଠିବ ବୋଲି ଲେଖକ କହିଛନ୍ତି ?
Answer:
ବାରିବାହର ସ୍ପର୍ଶରେ ପୁଷ୍ପପୁର ସଜୀବ ଓ ଶ୍ୟାମଳ ହୋଇଉଠିବ ବୋଲି ଲେଖକ କହିଛନ୍ତି ।

Question ୭।
ବିତାଡ଼ିତ ବିରହୀ ଯକ୍ଷ ବାରିଦକୁ କେଉଁଥରେ ପୂଜା କରିଥିଲା ?
Answer:
ବିତାଡ଼ିତ ବିରହୀ ଯକ୍ଷ ବାରିଦକୁ ପୁଷ୍ପ ଅର୍ଘ୍ୟରେ ପୂଜା କରିଥିଲା ।

Question ୮।
ଅଳକାପୁରୀରେ ଥ‌ିବା ପ୍ରିୟା ପାଖକୁ କିଏ ଉଦନ୍ତ ପଠାଇଥିଲା ?
Answer:
ଅଳକାପୁରୀରେ ଥ‌ିବା ପ୍ରିୟା ପାଖକୁ ବିରହୀ ଯକ୍ଷଟିଏ ଉଦନ୍ତ ପଠାଇଥିଲା ।

CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Question ୯।
ବିରହୀ ଯକ୍ଷ କାହା ହସ୍ତରେ ଉଦନ୍ତ ପଠାଇଥିଲା ?
Answer:
ବିରହୀ ଯକ୍ଷ ବାରିଦ ହସ୍ତରେ ଉଦନ୍ତ ପଠାଇଥିଲା ।

Question ୧୦ ।
ବ୍ୟକ୍ତିବିଶେଷର ଲାଭ କ୍ଷତିରେ କିଏ ବିଚଳିତ ହୁଏ ନାହିଁ ?
Answer:
ବ୍ୟକ୍ତିବିଶେଷର ଲାଭକ୍ଷତିରେ ଭ୍ରମ୍ୟମାଣ ଉଦାସୀନା ଧରଣୀ ବିଚଳିତ ହୁଏ ନାହିଁ ।

Question ୧୧ ।
କାହାର ଅଭାବରେ ଉତ୍କଳରେ ହାହାକାର ପଡ଼ିଛି ?
Answer:
କଳର ଅଭାବରେ ଉତ୍କଳରେ ହାହାକାର ପଡ଼ିଛି ।

Question ୧୨ ।
ପୁଷ୍ପପୁରରେ ସ୍ଵକର୍ମ ସାରି କେଉଁ ପଥରେ ଗତି କରିବାକୁ ବାରିଦକୁ ଲେଖକ ନିବେଦନ କରିଛନ୍ତି ?
Answer:
ପୁଷ୍ପପୁରରେ ସ୍ଵକର୍ମ ସାରି ଉତ୍କଳ ପଥରେ ଗତି କରିବାକୁ ବାରିଦକୁ ଲେଖକ ନିବେଦନ କରିଛନ୍ତି ।

Question ୧୩ ।
ଲେଖକ ଧୂମ, ଜ୍ୟୋତି ଓ ସଲିଳ ହୋଇ ଜଳଦ ସହ ମିଶି ବାତାୟନ ପଥରେ ଉଡ଼ିଯାଇ କାହାକୁ ଚିହ୍ନାଇବାକୁ ଇଚ୍ଛା କରିଛନ୍ତି ?
Answer:
ଲେଖକ ଧୂମ, ଜ୍ୟୋତି ଓ ସଲିଳ ହୋଇ ଜଳଦ ସହ ମିଶି ବାତାୟନ ପଥରେ ଉଡ଼ିଯାଇ ଜନ୍ମଭୂମିକୁ ଚିହ୍ନାଇବାକୁ ଇଚ୍ଛା କରିଛନ୍ତି ।

Question ୧୪ ।
ପଥ ପ୍ରଦର୍ଶକ ବିନା କେଉଁ ଭୂମିକୁ ଚିହ୍ନିବାପାଇଁ ଜଳଦର ଭ୍ରମ ହେବନାହିଁ ବୋଲି କୁହାଯାଇଛି ?
Answer:
ପଥ ପ୍ରଦର୍ଶକ ବିନା ଉତ୍କଳ ଭୂମିକୁ ଚିହ୍ନିବାପାଇଁ ଜଳଦର ଭ୍ରମ ହେବ ନାହିଁ ବୋଲି କୁହାଯାଇଛି ।

Question ୧୫ ।
ଗୋପାଙ୍ଗନାମାନେ ଅପାଙ୍ଗ ଘନଶ୍ୟାମଙ୍କ ରୂପସୁଧା ପାନ କଲାପରି ଉତ୍କଳର କୋଟି ନେତ୍ର କାହାର ରୂପ ସୁଧା ପାନ କରିବେ ବୋଲି ପ୍ରାବନ୍ଧିକ ଭାବିଛନ୍ତି ?
Answer:
ଗୋପାଙ୍ଗନାମାନେ ଅପାଙ୍ଗ ଘନଶ୍ୟାମଙ୍କ ରୂପସୁଧା ପାଳନ କଲାପରି ଉତ୍କଳର କୋଟି ନେତ୍ର ଜଳଦର ରୂପ ସୁଧା ପାନ କରିବେ ବୋଲି ପ୍ରାବନ୍ଧିକ ଭାବିଛନ୍ତି ।

Question ୧୬ ।
ଲେଖକ କେଉଁମାନଙ୍କୁ ନିରାଶ ନ କରି ବଦାନ୍ୟତା ଆରମ୍ଭ କରିବାକୁ ଜଳଦକୁ ଅନୁରୋଧ କରିଛନ୍ତି ?
Answer:
ଦରିଦ୍ର ବନବାସୀମାନଙ୍କୁ ନିରାଶ ନକରି ବଦାନ୍ୟତା ଆରମ୍ଭ କରିବାକୁ ଲେଖକ ଜଳଦକୁ ଅନୁରୋଧ କରିଛନ୍ତି ।

Question ୧୭ ।
ଶାଳିକ୍ଷେତ୍ର ଦେଖି କେଉଁମାନଙ୍କ ମନ ଆତଙ୍କରେ ଥରି ଉଠୁଥ୍ ?
Answer:
ଶାଳିକ୍ଷେତ୍ର ଦେଖି ବନବାସୀମାନଙ୍କ ମନ ଆତଙ୍କରେ ଥରି ଉଠୁଥବ ।

Question ୧୮ ।
ଗୋ-ପଲର ଗଳଘଣ୍ଟି ଓ ଗୋପାଳର ବେଣୁସୁନ ଶୁଣି ଜଳଦ କେଉଁ ସ୍ଥାନର ସୀମା ବୋଲି ଜାଣିପାରିବ ?
Answer:
ଗୋପଲର ଗଳଘଣ୍ଟି ଓ ଗୋପାଳର ବେଣୁସ୍ଵନ ଶୁଣି ଜଳଦ ଗ୍ରାମ ସୀମା ବୋଲି ଜାଣିପାରିବ ।

Question ୧୯ ।
ନବଯୁବକମାନଙ୍କ ବେଣୁନର ଅନୁକୃତିରେ ଲଳନା କଣ୍ଠର ଐକତାନିକ ଲଳିତ ସ୍ଵର କାହାକୁ ଭସାଇ ଦିଏ ?
Answer:
ନବଯୁବକମାନଙ୍କ ବେଣୁପ୍ସନର ଅନୁକୃତିରେ ଲଳନା କଣ୍ଠର ଐକତାନିକ ଲଳିତ ସ୍ଵର ବନଭୂମିକୁ ଭସାଇ ଦିଏ ।

Question ୨୦ ।
ଉତ୍କଳୀୟ ଲଳନାଙ୍କର ଗତିକୁ କାହା ସହିତ ତୁଳନା କରାଯାଇଛି ?
Answer:
ଉତ୍କଳୀୟ ଲଳନାମାନଙ୍କ ଗତିକୁ ନିର୍ଝରିଣୀ ସହ ତୁଳନା କରାଯାଇଛି ।

Question ୨୧ ।
କିଏ ମଦାଳସା ହୋଇ ମାତଙ୍ଗିନୀ ପରି ଚାଲନ୍ତି ନାହିଁ ?
Answer:
ବନବାସୀ ନାରୀମାନେ ମଦାଳସା ହୋଇ ମାତଙ୍ଗିନୀ ପରି ଚାଲନ୍ତି ନାହିଁ ।

Question ୨୨ ।
ବନବାସୀମାନଙ୍କର କାହାର ଅନୁଗ୍ରହ ଆବଶ୍ୟକ ?
Answer:
ବନବାସୀମାନଙ୍କର ଜଳଦର ଅନୁଗ୍ରହ ଆବଶ୍ୟକ ।

Question ୨୩ ।
ଜଳଦକୁ ଅବିରତ ବାରିପାତ କରିବାକୁ ଲେଖକ କାହିଁକି ନିବେଦନ କରିଛନ୍ତି ?
Answer:
ବନଭୂମିକୁ ଶ୍ୟାମଳ ଓ ଉଜ୍ଜଳ କରିବା ପାଇଁ ଜଳଦକୁ ଅବିରତ ବାରିପାତ କରିବାକୁ ଲେଖକ ନିବେଦନ କରିଛନ୍ତି ।

Question ୨୪ ।
ଜଳଦର କୃପା ହେଲେ ଶାଳିକ୍ଷେତ୍ରରେ କ’ଣ ଖେଳିବୁଲିବ ବୋଲି ଲେଖକ କହିଛନ୍ତି ?
Answer:
ଜଳଦର କୃପା ହେଲେ ଶାଳିକ୍ଷେତ୍ରରେ ନବନୀଳିମା ଖେଳିବୁଲିବ ବୋଲି ଲେଖକ କହିଛନ୍ତି ।

Question ୨୫ ।
ଜଳଦର କୃପା ହେଲେ ନିର୍ଝରିଣୀ କେଉଁଠାରେ କିପରି ନାଚି ଉଠିବ ?
Answer:
ଜଳଦର କୃପା ହେଲେ ନିର୍ଝରଣୀ ଗିରିଦରୀରେ କ୍ରୀଡ଼ାରତ ବତ୍ସତରୀ ପରି ନାଚି ଉଠିବ ।

Question ୨୬ ।
କଦମ୍ବ ପୁଲକରେ କ’ଣ ହୋଇଉଠିବ ବୋଲି କୁହାଯାଇଛି ?
Answer:
କଦମ୍ବ ଫୁଲକରେ କଣ୍ଟକିତ ହୋଇଉଠିବ ବୋଲି କୁହାଯାଇଛି ।

Question ୨୭ ।
କୃଷ୍ଣଚୂଡ଼ା କ’ଣ ଦେଖୁ ନବତରୁଣୀ ପରି ଲଜ୍ଜାରୁଣ ହୋଇପଡ଼ିବ ?
Answer:
କୃଷ୍ଣଚୂଡ଼ା ନିଜ ତରୁଣ ତନୁକୁ ଦେଖି ନବତରୁଣୀ ପରି ଲଜ୍ଜାରୁଣ ହୋଇପଡ଼ିବ ।

Question ୨୮ ।
କେଉଁ ପ୍ରପାତରେ କ୍ରୀଡ଼ା କରିବାକୁ ଜଳଦକୁ ପ୍ରାବନ୍ଧିକ ନିବେଦନ କରିଛନ୍ତି ?
Answer:
ଖଣ୍ଡାଧାର ଓ ଦେବଗଡ଼ ପ୍ରପାତରେ କ୍ରୀଡ଼ା କରିବାକୁ ଜଳଦକୁ ପ୍ରାବନ୍ଧିକ ନିବେଦନ କରିଛନ୍ତି ।

Question ୨୯ ।
ମେଘାସନ, ଗନ୍ଧମାର୍ଦ୍ଦନ ଓ ମାଲ୍ୟଗିରିର ମହାବନରେ ଭ୍ରମୁ ଭ୍ରମୁ ଜଳଦ କ’ଣ କରିବ ?
Answer:
ମେଘାସନ, ଗନ୍ଧମାର୍ଦ୍ଦନ ବା ମାଲ୍ୟଗିରିର ମହାବନରେ ଭ୍ରମୁ ଭ୍ରମୁ ଜଳଦ କ୍ଳାନ୍ତି ଆସିଲେ ଅବସର ନେବ ।

Question ୩୦ ।
କେଉଁ ମହାବନରେ ଅସରନ୍ତି ଭଣ୍ଡାର ଲୁଚି ରହିଛି ?
Answer:
ଖଣ୍ଡାଧାର, ଦେବଗଡ଼ ଆଦି ମହାବନରେ ଅସରନ୍ତି ଭଣ୍ଡାର ଲୁଚି ରହିଛି ।

Question ୩୧ ।
ଦୁଃଖିନୀ ଜନନୀ କାହାର ଭୟରେ ଅସରତି ଭଣ୍ଡାର ମହାବନରେ ଲୁଚାଇ ରଖିଛି ?
Answer:
ଦୁଃଖିନୀ ଜନନୀ ଅଯୋଗ୍ୟ ସନ୍ତାନମାନଙ୍କ ଭୟରେ ଅସରନ୍ତି ଭଣ୍ଡାର ମହାବନରେ ଲୁଚାଇ ରଖିଛି ।

Question ୩୨ ।
ଉତ୍କଳବାସୀ କେଉଁ ନଦୀର ତୀରରେ ବସି ପିପାସୀ ହୋଇଛନ୍ତି ?
Answer:
ଉତ୍କଳବାସୀ ଭାଗୀରଥୀ ନଦୀର ତୀରରେ ବସି ପିପାସୀ ହୋଇଛନ୍ତି ।

Question ୩୩ ।
ଉତ୍କଳବାସୀ କାହା ଉପରେ ବସି ଉପବାସୀ ହୋଇଛନ୍ତି ?
Answer:
ଉତ୍କଳବାସୀ ରତ୍ନସ୍ତୂପରେ ବସି ଉପବାସୀ ହୋଇଛନ୍ତି ।

Question ୩୪ ।
ସୂକ୍ଷ୍ମଶାଳିର ଗନ୍ତାଘର କିଏ ?
Answer:
ସୂକ୍ଷ୍ମଶାଳିର ଗନ୍ତାଘର ସମ୍ବଲପୁର ।

Question ୩୫ ।
କେଉଁ ନଦୀ ଉପଳ ଶଯ୍ୟାରେ ଯାଉ ଯାଉ ସ୍ପର୍ଷରେଣୁ ଢାଳିଦିଏ ?
Answer:
ତତ୍ନୀ ମହାନଦୀ ଉପଳ ଶଯ୍ୟାରେ ଯାଉ ଯାଉ ସ୍ପର୍ଶରେଣୁ ଢାଳିଦିଏ ।

CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Question ୩୬ ।
କେଉଁ ଅଞ୍ଚଳର ନରନାରୀମାନଙ୍କୁ ଦୁଃଖ ଦୈନ୍ୟରେ ମଧ୍ୟ ବିଷାଦକାଳିମା ଛୁଏଁ ନାହିଁ ?
Answer:
ସମ୍ବଲପୁର ଅଞ୍ଚଳର ନରନାରୀମାନଙ୍କୁ ଦୁଃଖ ଦୈନ୍ୟରେ ମଧ୍ୟ ବିଷାଦ କାଳିମା ଛୁଏଁ ନାହିଁ ।

Question ୩୭ ।
ଉତ୍କଳର ଉତ୍ତମାଙ୍ଗ ବୋଲି ଲେଖକ କାହାକୁ କହିଛନ୍ତି ?
Answer:
ଉତ୍କଳର ଉତ୍ତମାଙ୍ଗ ବୋଲି ଲେଖକ କଟକକୁ କହିଛନ୍ତି ।

Question ୩୮ ।
ଗର୍ବିତ ଗଜପତିର ରାଜଧାନୀ ବୋଲି କାହାକୁ କୁହାଯାଇଛି ?
Answer:
ଗର୍ବିତ ଗଜପତିର ରାଜଧାନୀ ବୋଲି କଟକକୁ କୁହାଯାଇଛି ।

Question ୩୯ ।
କେଉଁଠାରୁ ଅଜେୟ ବାହିନୀ ଝଟିକା ବେଗରେ ଦୁର୍ଗରୁ ଦୁର୍ଗାନ୍ତରକୁ ଗତି କରି ଚାଲୁଥୁଲେ ?
Answer:
କଟକରୁ ଅଜେୟ ବାହିନୀ ଝଟିକା ବେଗରେ ଦୁର୍ଗରୁ ଦୁର୍ଗାନ୍ତରକୁ ଗତିକରି ଚାଲୁଥୁଲେ ।

Question ୪୦ ।
କେଉଁ କଟକର ସ୍ମୃତି ଆଜି ମୃତ୍ତିକାରେ ଅବଲୁପ୍ତ ?
Answer:
ସ୍ମୃତିପୂତ ବିଡ଼ାନାସୀ କଟକର ସ୍ମୃତି ଆଜି ମୃତ୍ତିକାରେ ଅବଲୁପ୍ତ ।

Question ୪୧ ।
ବାରବାଟୀର ସ୍ଖଳିତ ପ୍ରସ୍ତରରେ କ’ଣ ଆଜିଯାଏ ଲାଗି ରହିଛି ?
Answer:
ବାରବାଟୀର ସ୍ଖଳିତ ପ୍ରସ୍ତରରେ ତା’ର ସ୍ମୃତି ଓ କୀର୍ତ୍ତି ଆଜିଯାଏ ଲାଗି ରହିଛି ।

Question ୪୩ ।
କେଉଁଠାରେ ଉତ୍କଳର କବି, ଜ୍ଞାନୀ, ଗୁଣୀ ଓ କର୍ମୀ ଉଜାଗର ରହି ଜ୍ଞାନଦୀପ ଜାଳିଥିଲେ ?
Answer:
କଟକରେ ଉତ୍କଳର କବି, ଜ୍ଞାନୀ, ଗୁଣୀ ଓ କର୍ମୀ ଉଜାଗର ରହି ଜ୍ଞାନଦୀପ ଜାଣିଥିଲେ ।

Question ୪୪ ।
କାହାକୁ ସ୍ମୃ ତିର ଶ୍ମଶାନ ବୋଲି କୁହାଯାଇଛି ?
Answer:
ଭୁବନେଶ୍ୱରକୁ ସ୍ମୃତିର ଶ୍ମଶାନ ବୋଲି କୁହାଯାଇଛି ।

Question ୪୫ ।
କିଏ ଉତ୍କଳ ଭୂମିର ମାନଦଣ୍ଡ ପରି ଦଣ୍ଡାୟମାନ ବୋଲି ଲେଖକ କହିଛନ୍ତି ?
Answer:
ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଉତ୍କଳ ଭୂମିର ମାନଦଣ୍ଡ ପରି ଦଣ୍ଡାୟମାନ ବୋଲି ଲେଖକ କହିଛନ୍ତି ।

Question ୪୬ ।
ବାରିବାହ ବେଳାଭୂମିର ଶ୍ୟାମଳ ପଥରେ ଯିବାବେଳେ କେଉଁମାନେ ତା’ର ସ୍ବାଗତପାଇଁ ବାହାରି ଆସିବେ ବୋଲି କୁହାଯାଇଛି ?
Answer:
ବାରିବାହ ବେଳାଭୂମିର ଶ୍ୟାମଳପଥରେ ଯିବାବେଳେ ପଲ୍ଲୀବାଳାମାନେ ତା’ର ସ୍ଵାଗତପାଇଁ ବାହାରି ଆସିବେ ବୋଲି କୁହାଯାଇଛି ।

Question ୪୭ ।
ଲେଖକ କାହାକୁ ଭୁବନମୋହନ ବୋଲି କହିଛନ୍ତି ?
Answer:
ଲେଖକ କୋଣାର୍କକୁ ଭୁବନମୋହନ ବୋଲି କହିଛନ୍ତି ।

Question ୪୮ ।
କିଏ ପ୍ଲାନ ଓ ଛିନ୍ନ ହୋଇ ବିଜନ ବେଳାରେ ପଡ଼ିରହିଛି ?
Answer:
ସ୍ବର୍ଗଚ୍ୟୁତ ପାରିଜାତ ପରି କୋଣାର୍କ ମ୍ଳାନ ଓ ଛିନ୍ନ ହୋଇ ବିଜନ ବେଳାରେ ପଡ଼ିରହିଛି ।

Question ୪୯ ।
କାହାକୁ ସ୍ଵର୍ଗଚ୍ୟୁତ ପାରିଜାତ ବୋଲି କୁହାଯାଇଛି ?
Answer:
କୋଣାର୍କକୁ ସ୍ୱର୍ଗଚ୍ୟୁତ ପାରିଜାତ ବୋଲି କୁହାଯାଇଛି ।

Question ୫୦ ।
କିଏ ଦୃପ୍ତ ଓ ଗର୍ବିତ ଜାତିର ପରାକ୍ରମର ପ୍ରତୀକ ?
Answer:
ମହାମନ୍ଦିର କୋଣାର୍କ ଦୃପ୍ତ ଓ ଗର୍ବିତ ଜାତିର ପରାକ୍ରମର ପ୍ରତୀକ ।

Question ୫୧ ।
କାହାକୁ ମହାମନ୍ଦିର ବୋଲି କୁହାଯାଇଛି ?
Answer:
କୋଣାର୍କକୁ ମହାମନ୍ଦିର ବୋଲି କୁହାଯାଇଛି ।

Question ୫୨ ।
ଘନ ଅତୀତର ମ୍ଳାନ ଶ୍ମଶାନ ବୋଲି ଲେଖକ କାହାକୁ ଅଭିହିତ କରିଛନ୍ତି ?
Answer:
ଘନ ଅତୀତର ମ୍ଳାନ ଶ୍ମଶାନ ବୋଲି ଲେଖକ କୋଣାର୍କକୁ ଅଭିହିତ କରିଛନ୍ତି ।

Question ୫୩ ।
ନୀଳାଚଳ ପଥରେ ଯାଉଁ ଯାଉଁ କାହାର ଧବଳିତ ସଦନଠାରେ ନବଘନ କ୍ଷଣକାଳ ସ୍ତସ୍ଥିତ ହୋଇ ରହିଯିବାକୁ ଲେଖକ ଘନକୁ କହିଛନ୍ତି ?
Answer:
ନୀଳାଚଳ ପଥରେ ଯାଉଁ ଯାଉଁ ସାକ୍ଷୀଗୋପାଳଙ୍କ ଧବଳିତ ସଦନଠାରେ ନବଘନ କ୍ଷଣକାଳ ସ୍ତମ୍ବିତ ହୋଇ ରହିଯିବାକୁ ଲେଖକ ଘନକୁ କହିଛନ୍ତି ।

Question ୫୪ ।
ସାକ୍ଷୀଗୋପାଳରେ କିଏ ଉନ୍ନତ ଉତ୍କଳର ସ୍ଵପ୍ନ ଦେଖିଥିଲେ ?
Answer:
ସାକ୍ଷୀଗୋପାଳରେ ଉତ୍କଳମଣି ଗୋପବନ୍ଧୁ ଦାସ ଉନ୍ନତ ଉତ୍କଳର ସ୍ବପ୍ନ ଦେଖିଥିଲେ ।

Question ୫୫ ।
କାହାକୁ ଉତ୍କଳର ମହାନିଶାରେ ଧ୍ରୁବ ଜ୍ୟୋତି ବୋଲି କୁହାଯାଇଛି ?
Answer:
ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଉତ୍କଳର ମହାନିଶାରେ ଧ୍ରୁବ ଜ୍ୟୋତି ବୋଲି କୁହାଯାଇଛି ।

Question ୫୬ ।
କାହାକୁ ଦଧୀଚି ବୋଲି ଲେଖକ ଅଭିହିତ କରିଛନ୍ତି ?
Answer:
ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଦଧୀଚି ବୋଲି ଲେଖକ ଅଭିହିତ କରିଛନ୍ତି ।

Question ୫୭ ।
ଉତ୍କଳ କମଳର କେଶର କିଏ ?
Answer:
ଉତ୍କଳ କମଳର କେଶର ହେଉଛି ନୀଳାଚଳ ।

Question ୫୮ ।
କିଏ ଉତ୍କଳର ଇତିହାସ ?
Answer:
ଜଗନ୍ନାଥ ହିଁ ଉତ୍କଳର ଇତିହାସ ।

Question ୫୯ ।
କେଉଁମାନଙ୍କୁ ଦକ୍ଷିଣାଶାପଥ-ପ୍ରହରୀ ବୋଲି କୁହାଯାଇଛି ?
Answer:
ଗଞ୍ଜାମ ଓ ଜୟପୁରବାସୀଙ୍କୁ ଦକ୍ଷିଣାଶ ପଥ-ପ୍ରହରୀ ବୋଲି କୁହାଯାଇଛି ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଠିକ୍ ଉତ୍ତର ପାଇଁ ୧ ନମ୍ବର ରହିବ ।

ପ୍ରବନ୍ଧ – ପୁଷ୍ପପୁରରେ ବର୍ଷାବରଣ, ପ୍ରାବନ୍ଧିକ – କୃଷ୍ଣଚନ୍ଦ୍ର ପାଣିଗ୍ରାହୀ

Question ୧ ।
ବାରିବାହର ଆଗମନ ପରେ ପୁଷ୍ପପୁର କିପରି ହୋଇଉଠିବ ?
Answer:
ବାରିବାହର ଆଗମନ ପରେ ପୁଷ୍ପପୁର ଅଚିରେ ସଜୀବ ଓ ଶ୍ୟାମଳ ହୋଇଉଠିବ ।

Question ୨ ।
ଲେଖକ କେଉଁଠାରେ ଏବଂ କାହାର ଆଗମନୀର ଶୁଭ ଶଙ୍ଖ ଶୁଣି ପାରିଛନ୍ତି ?
Answer:
ଲେଖକ ପ୍ରାସାଦ ବାତାୟନ ପଥରେ ବାରିବାହର ଆଗମନୀରେ ଶତ ଶୁଭ ଶଙ୍ଖ ଶୁଣି ପାରିଛନ୍ତି ।

Question ୩ ।
ବହୁଦିନ ପରେ ଦୂରବନ୍ଧୁର ଶୁଭ ଆଗମନରେ ପୁଷ୍ପପୁର କ’ଣ ହୋଇ ଉଠିଛି ?
Answer:
ବହୁଦିନ ପରେ ଦୂରବନ୍ଧୁର ଶୁଭ ଆଗମନରେ ପୁଷ୍ପପୁର ମଙ୍ଗଳକର ଓ ମଧୁମୟ ହୋଇଉଠିଛି ।

Question ୪ ।
ଭ୍ରାମ୍ୟମାଣା ଉଦାସୀନା ଧରଣୀ କେଉଁଥ‌ିରେ ବିଚଳିତ ହୁଏ ନାହିଁ ?
Answer:
ଭ୍ରାମ୍ୟମାଣା ଉଦାସୀନ ଧରଣୀ ବ୍ୟକ୍ତିବିଶେଷର ଲାଭକ୍ଷତିରେ ବିଚଳିତ ହୁଏ ନାହିଁ ।

Question ୫ ।
କ’ଣ ଊଣା ହେଲେ ସେ ଆଉ ବାସଭୂମି ହୋଇ ରହିପାରିବ ନାହିଁ ବୋଲି କୁହାଯାଇଛି ?
Answer:
ବାୟୁ, ସଲିଳ, ଆଲୋକ ଓ ଉତ୍ତାପ ପାଇଁ ସେ ଜୀବମାନଙ୍କର ବାସଭୂମି ହୋଇଛି, ସେଥୁରୁ ଗୋଟିଏ ଊଣା ହେଲେ ସେ ଆଉ ବାସଭୂମି ହୋଇ ରହିପାରିବ ନାହିଁ ବୋଲି କୁହାଯାଇଛି ।

Question ୬ ।
ଲେଖକ କ’ଣ ହୋଇ ଜଳଦ ସହ ମିଶିବାକୁ ଇଚ୍ଛା କରିଛନ୍ତି ?
Answer:
ଲେଖକ ଧୂମ, ଜ୍ୟୋତି ବା ସଲିଳ ହୋଇ ଜଳଦ ସହ ମିଶିବାକୁ ଇଚ୍ଛା କରିଛନ୍ତି ।

Question ୭ ।
‘ସୁଜଳା ସୁଫଳା ଶସ୍ୟ ଶ୍ୟାମଳା’ ଉତ୍କଳ ଭୂମିର ଅବସ୍ଥା ଆଜି କିପରି ହୋଇଛି ?
Answer:
ସୁଜଳା, ସୁଫଳା, ଶ୍ୟାମଳା ଉତ୍କଳଭୂମି ଆଜି ପତିତା, ଲାଞ୍ଛିତା ଓ ଖଣ୍ଡିତା ହୋଇଛି ।

CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Question ୮ ।
ଜଳଦ କିପରି ବିଶୋଭିତ ହୋଇ ଉତ୍କଳ ଆକାଶରେ ଆବିର୍ଭୂତ ହେବାକୁ ଲେଖକ ଅନୁରୋଧ କରିଛନ୍ତି ?
Answer:
ବିଜୁଳି ବିମଣ୍ଡିତ ଓ ବଳକା-ବିଶୋଭିତ ହୋଇ ଜଳଦ ଉତ୍କଳ ଆକାଶରେ ଆବିର୍ଭୂତ ହେବାକୁ ଲେଖକ ଅନୁରୋଧ କରିଛନ୍ତି ।

Question ୯ ।
ଦରିଦ୍ର ବନବାସୀମାନଙ୍କୁ ନିରାଶ ନ କରି କ’ଣ କରିବାକୁ ଜଳଦକୁ ଲେଖକ ଅନୁରୋଧ କରିଛନ୍ତି ?
Answer:
ଦରିଦ୍ର ବନବାସୀମାନଙ୍କୁ ନିରାଶ ନ କରି, ତାହାର ବଦାନ୍ୟତା ସେମାନଙ୍କଠାରେ ଆରମ୍ଭ କରିବାକୁ ଜଳଦକୁ ଲେଖକ ଅନୁରୋଧ କରିଛନ୍ତି ।

Question ୧୦ ।
କେଉଁ ଭୂମିର ନରନାରୀଙ୍କ ସ୍ବେଦସିକ୍ତ ଶସ୍ୟକ୍ଷେତ୍ରରେ ଶାଳିଧାନ୍ୟ ଆକାଶକୁ ଚାହିଁ ଝାଉଁଳୁଥ‌ିବ ବୋଲି କୁହାଯାଇଛି ?
Answer:
ଟଙ୍କିଳ, ଅନୁର୍ବର, ଉଚ୍ଚବଚ ଭୂମିରେ ନରନାରୀଙ୍କର ସ୍ଵେଦସିକ୍ତ ଶସ୍ୟକ୍ଷେତ୍ରରେ ଶାଳିଧାନ୍ୟ ଆକାଶକୁ ଚାହିଁ ଝାଉଁଳୁଥବ ବୋଲି କୁହାଯାଇଛି ।

Question ୧୧ ।
ଶାଳିକ୍ଷେତ୍ର ଦେଖି ବନବାସୀମାନଙ୍କ ମନ ଆତଙ୍କକୁ ଲେଖକ କାହା ସହିତ ତୁଳନା କରିଛନ୍ତି ?
Answer:
ଶାଳିକ୍ଷେତ୍ର ଦେଖି ବନବାସୀମାନଙ୍କ ମନ ଆତଙ୍କକୁ ଲେଖକ, ରୋଗଶଯ୍ୟା ଶାୟିତ ପୁତ୍ରକନ୍ୟାଙ୍କୁ ଦେଖି ପିତାମାତାଙ୍କ ମନ ଯେପରି ଆତଙ୍କରେ ଥରିଉଠେ, ତାହା ସହିତ ତୁଳନା କରିଛନ୍ତି ।

Question ୧୨ ।
ଜଳଦ କ’ଣ ଶୁଣି ଓ କ’ଣ ଦେଖି ବନବାସୀମାନଙ୍କର ଗ୍ରାମର ସୀମା ଜାଣିପାରିବ ?
Answer:
ଗୋ-ପଲର ଗଳଘଣ୍ଟି ବା ଗୋପାଳର ବେଣୁପ୍ସନ ଶୁଣି ଓ କୁଟୀରରୁ ଉଦ୍‌ଗତ କୁଣ୍ଡଳୀଭୂତ ଧୂମ ଦେଖି ଜଳଦ ଗ୍ରାମର ସୀମା ଜାଣିପାରିବ ।

Question ୧୩ ।
ଜଳଦର ଭାଗ୍ୟରେ ଥିଲେ କେଉଁ କଥା ଆଖିରେ ପଡ଼ିଯିବ ବୋଲି ଲେଖକ କହିଛନ୍ତି ?
Answer:
ଜଳଦର ଭାଗ୍ୟରେ ଥିଲେ ସଂକୀର୍ଣ୍ଣ ପଥରେ ଶ୍ରେଣୀବଦ୍ଧ ନରନାରୀଙ୍କ ପ୍ରବାହ ଆଖ୍ୟାରେ ପଡ଼ିଯିବ ବୋଲି ଲେଖକ

Question ୧୪ ।
କେଉଁମାନେ ନିର୍ଝର ପରି ଗତି କରି ଚାଲୁଥ୍ ବୋଲି କୁହାଯାଇଛି ?
Answer:
ଭସାଇ ଶ୍ରେଣୀବଦ୍ଧ ବନବାସୀ ନରନାରୀମାନେ ନିର୍ଝର ପରି ଗତି କରି ଚାଲୁଥୁବେ ବୋଲି କୁହାଯାଇଛି ।

Question ୧୫ ।
ବାରିବାହ ! ଏ ସମସ୍ତେ ତୋର ବାନ୍ଧବୀ । କାହା ପ୍ରସଙ୍ଗରେ କୁହାଯାଇଛି ?
Answer:
ଯେଉଁ ବନବାସୀ ନାରୀମାନେ ସୁସ୍ଥ, ସବଳ ଓ ସୁବଳିତ ତନୁଲତାରେ ବନପୁଷ୍ପଭରା ଗଭାର ଶୋଭା ଧାରଣ କରି ସଂକୀର୍ଣ୍ଣ, ବନ୍ଧୁର, କର୍କଶ ଓ ଉରଗକୁଟିଳ ଗିରିପଥକୁ ହାସ୍ୟ ଓ ସଙ୍ଗୀତରେ ମୁଖର କରି ନିର୍ଝରିଣୀ ପରି ଗତି କରନ୍ତି, ସେହିମାନଙ୍କୁ ବାରିବାହର ବାନ୍ଧବୀ ବୋଲି କୁହାଯାଇଛି ।

Question ୧୬ ।
ବନବାସୀ ନାରୀଗଣ ଜଳଦକୁ ଅପରିଚିତ ଜାଣିଲେ କ’ଣ କରିବେ ବୋଲି କୁହାଯାଇଛି ?
Answer:
ବନବାସୀ ନାରୀଗଣ ଜଳଦକୁ ଅପରିଚିତ ଜାଣିଲେ ଉଚ୍ଚହାସ୍ୟରେ ବନଭୂମି କମ୍ପାଇଦେବେ ବୋଲି କୁହାଯାଇଛି ।

Question ୧୭ ।
ମାନବ ଜୀବନର ପରମ କାମ୍ୟ କ’ଣ ବୋଲି ଲେଖକ କହିଛନ୍ତି ?
Answer:
ସ୍ବେଦାର୍ଜିତ ଧନରେ ଉଦରପୋଷଣ, ସୁନ୍ଦର ସ୍ବାସ୍ଥ୍ୟ ଓ ନିର୍ମଳ ମନ ମାନବ ଜୀବନର ପରମ କାମ୍ୟ ।

Question ୧୮ ।
କ’ଣ ଶିଖିବାପାଇଁ ସଭ୍ୟ ସମାଜ ବନବାସୀମାନଙ୍କ ପାଖକୁ ଆସିବବୋଲି କୁହାଯାଇଛି ?
Answer:
ଜଗତରୁ ତସ୍କରତା ଲୋପ ପାଇଲେ, ମାନବିକତା ଶିଖିବାପାଇଁ ସଭ୍ୟସମାଜ ବନବାସୀମାନଙ୍କ ପାଖକୁ ଆସିବ ।

Question ୧୯ ।
ଜଳଦକୁ ଅବିରତ ବାରିପାତ କରିବାକୁ ଲେଖକ କାହିଁକି ଅନୁରୋଧ କରିଛନ୍ତି ?
Answer:
ଜଳଦକୁ ଅବିରତ ବାରିପାତ କରିବାକୁ ଲେଖକ ଅନୁରୋଧ କରିଛନ୍ତି, କାରଣ ବାରିପାତରେ ବନଭୂମି ଶ୍ୟାମଳ ଓ ଉଜ୍ଜ୍ବଳ ହୋଇଉଠିବ ।

Question ୨୦ ।
ଜଳଦକୁ କ୍ଳାନ୍ତି ଆସିଲେ ସେ କେଉଁଠାରେ ଅବସର ନେବ ?
Answer:
ଜଳଦକୁ କ୍ଳାନ୍ତି ଆସିଲେ ସେ ମେଘାସନ, ଗନ୍ଧମାର୍ଦନ ବା ମାଲ୍ୟଗିରିରେ ଅବସର ନେବ ।

Question ୩୧ ।
ମୂକମନ୍ଦିର କୋଣାର୍କର ମୁଖ ଫିଟିଲେ କ’ଣ ହୁଅନ୍ତା ?
Answer:
ମୂକମନ୍ଦିର କୋଣାର୍କର ମୁଖ ଫିଟିଲେ, ସେ ଅତୀତ ବିଭବର ଗାଥା କହି ବିଜନବେଳାକୁ ମୁଖରିତ କରିଦିଅନ୍ତା ।

Question ୩୨ ।
ଶତଶତାବ୍ଦୀ ଧରି ଜଗନ୍ନାଥଙ୍କଠାରେ ସବୁ ଏକାଧାରରେ କ’ଣ ପୁଞ୍ଜିଭୂତ ହୋଇଆସିଛି ?
Answer:
ଶତଶତାବ୍ଦୀ ଧରି ଜଗନ୍ନାଥଙ୍କଠାରେ ସବୁ ଏକାଧାରରେ ଶାନ୍ତି, ମୁକ୍ତି, ମୈତ୍ରୀ, ଭକ୍ତି ଓ ଭୀତି ପୁଞ୍ଜିଭୂତ ହୋଇଆସିଛି ।

Question ୩୩ ।
ନୀଳାଚଳ ନାଥ ଆଜିକାଲି କ’ଣ ବାଣ୍ଟିଦେଇ ନିଜେ କାଙ୍ଗାଳ ହୋଇ ବସିଛନ୍ତି ?
Answer:
ନୀଳାଚଳନାଥ ଆଜିକାଲି ଶାନ୍ତି ଓ ମୈତ୍ରୀ ସବୁ ବାଣ୍ଟିଦେଇ ନିଜେ କାଙ୍ଗାଳ ହୋଇ ବସିଛନ୍ତି ।

Question ୩୪ ।
ବାରିବାହର ଭୀମ ରୂପ ଦେଖି କେଉଁମାନେ ବାତାୟନ ପଥ ଛାଡ଼ି ପଳାଇଯିବେ ବୋଲି କୁହାଯାଇଛି ?
Answer:
ବାରିବାହର ଭୀମରୂପ ଦେଖି ଭୀରୁ ନୀଳାଚଳ ଲଳନାମାନେ ବାତାୟନ ପଥ ଛାଡ଼ି ପଳାଇଯିବେ ବୋଲି କୁହାଯାଇଛି ।

Question ୩୫ ।
ବାରିବାହ ନୀଳାଚଳଠାରୁ ଆରମ୍ଭ କରି ଉତ୍କଳର କେଉଁ ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଯାଇ ତା’ର କର୍ମ ଶେଷ କରିବ ?
Answer:
ବାରିବାହ ନୀଳାଚଳଠାରୁ ଆରମ୍ଭକରି ଉତ୍କଳର ସମଗ୍ର ଉପକୂଳ ଓ ମାଳ ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଯାଇ ଉତ୍କଳରେ ତା’ର ସ୍ଵକର୍ମ ଶେଷ କରିବ ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଠିକ୍ ଉତ୍ତର ପାଇଁ ୨ ନମ୍ବର ।

ପ୍ରବନ୍ଧ ପୁଷ୍ପପୁରରେ ବର୍ଷାବରଣ, ପ୍ରାବନ୍ଧିକ – କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ।

Question ୧।
ଇତିହାସର କେଉଁ ଅନାମ ଯୁଗର କଥା ଲେଖକ ଶୁଣିଥିଲେ ?
Answer:
ସ୍ଵର୍ଗପୁରରୁ ବିତାଡ଼ିତ ବିରହୀ ଯକ୍ଷଟିଏ ପୁଷ୍ପଅର୍ଘ୍ୟରେ ମେଘକୁ ପୂଜାକରି ଅଳକାପୁରୀର ପ୍ରିୟା ନିକଟକୁ ସେହି ମେଘ ହାତରେ ବାର୍ତ୍ତା ପଠାଇଥିଲା । ଇତିହାସର କେଉଁ ଅନାମ ଯୁଗର ଏହି କଥାକୁ ଲେଖକ ଶୁଣିଥିଲେ ।

Question ୨ ।
ଉତ୍କଳ ଭୂମିର ଦୁଇ ଦିଗର ବର୍ଣ୍ଣନା କର ।
Answer:
ପ୍ରାବନ୍ଧିକ ପୁଷ୍ପପୁରରେ ଥିଲାବେଳେ ମେଘକୁ ନିଜର ଜନ୍ମଭୂମିକୁ ପ୍ରେରଣ କରିଛନ୍ତି । ସେ କହିଛନ୍ତି, ଉତ୍କଳଭୂମି ଗୋଟିଏ ଦିଗରେ ପୂଗ, ପୁନ୍ନାଗ, ତାଳ, ତମାଳ, ତାମ୍ବୁଳ ଓ ନାରିକେଳ ବନରେ ବିଶୋଭିତ ମହୋଦଧୂର ବେଳାରେ ବଳୟିତ ହୋଇଛି, ଆଉ ଅନ୍ୟ ଦିଗରେ ତୁଙ୍ଗଶିଖରୀ ସମାକୁଳ-ନିବିଡ଼ ବନରାଜିର ଅସରନ୍ତି ଶ୍ୟାମଶୋଭାରେ ଅପରୂପା ହୋଇଛି ।

Question ୩ ।
ଲେଖକଙ୍କ ଜନ୍ମଭୂମିର ରୂପଚିତ୍ର ଉପସ୍ଥାପନ କର ।
Answer:
ଲେଖକଙ୍କ ଜନ୍ମଭୂମିର ଗୋଟିଏ ଦିଗରେ ପୂଗ, ପୁନ୍ନାଗ, ତାଳ, ତମାଳ, ତାମ୍ବୁଳ ଓ ନାରିକେଳ ବନରେ ବିଶୋଭିତ ମହୋଦଧୂର ବେଳାରେ ସେ ବଳୟିତ ହୋଇଛି, ଆଉ ଅନ୍ୟ ଦିଗରେ ତୁଙ୍ଗଶିଖରୀ ସମାକୁଳ-ନିବିଡ଼ ବନରାଜିର ଅସରନ୍ତି ଶ୍ୟାମ ଶୋଭାରେ ଅପୂର୍ବ ଶ୍ରୀଧାରଣ କରିଛି ।

Question ୪ ।
ନିଘଞ୍ଚ ବନ ମଧ୍ୟରେ ଥ‌ିବା ବନବାସୀମାନଙ୍କ ବାସଭୂମିକୁ ଜଳଦ କିପରି ଚିହ୍ନିପାରିବ ?
Answer:
ନିଘଞ୍ଚ ବନ ମଧ୍ୟରେ ଥ‌ିବା ବନବାସୀମାନଙ୍କ ବାସଭୂମିକୁ ଜଳଦ ସହକରେ ଚିହ୍ନିପାରିବ ନାହିଁ ବୋଳି ପ୍ରାବନ୍ଧିକ ବନବାସୀଙ୍କ ବାସଭୂମିର କେତେକ ସୂଚନା ଦେଇଛନ୍ତି । ସେ ଜଳଦକୁ କହିଛନ୍ତି, ଗୋ-ପଲର ଗଳଘଣ୍ଟି ବା ଗୋପାଳର ବେଣୁପ୍ସନ ଶୁଣି କିମ୍ବା କୁଟୀରରୁ ଉଦ୍‌ଗତ କୁଣ୍ଡଳୀଭୂତ ଧୂମ ଦେଖ୍ ଗ୍ରାମସୀମା ଜାଣିପାରିବୁ । ଅଥବା ସଂକୀର୍ଣ୍ଣ ପଥରେ ଶ୍ରେଣୀବଦ୍ଧ ନରନାରୀଙ୍କ ପ୍ରବାହ, ଅଗ୍ରସର ନବଯୁବକମାନଙ୍କ ବେଣୁସ୍ଵନର ଅନୁକୃତିରେ ଲଳନା କଣ୍ଠର ଐକତାନିକ ଲଳିତସ୍ୱରରେ ବନଭୂମିକୁ ନିନାଦିତ କରୁଥିଲେ, ସେଠାରେ ବନବାସୀଙ୍କ ବାସଭୂମିକୁ ଚିହ୍ନିପାରିବୁ ।

Question ୫।
କେଉଁମାନଙ୍କୁ ନିରାଶ ନ କରି ଅବିରତ ବାରିପାତ କରିବାକୁ ଲେଖକ ଜଳଦକୁ ଅନୁରୋଧ କରିଛନ୍ତି ?
Answer:
ବନବାସୀମାନେ ଜଳଦ ବ୍ୟତୀତ ଆଉ କାହାରି ଅନୁଗ୍ରହ ଲୋଡ଼ନ୍ତି ନାହିଁ । ସ୍ବେଦାର୍ଜିତ ଧନରେ ଉଦର ପୋଷଣ, ସୁନ୍ଦର ସ୍ବାସ୍ଥ୍ୟ ଓ ନିର୍ମଳ ମନ ସେମାନଙ୍କ ଜୀବନର କାମ୍ୟ ଥିବାରୁ ଏମାନଙ୍କୁ ନିରାଶ ନ କରି ଅବିରତ ବାରିପାତରେ ବନଭୂମିକୁ ଶ୍ୟାମଳ ଓ ଉଜ୍ଜ୍ବଳ କରିଦେବୁ ବୋଲି ମଧ୍ୟ କହିଛନ୍ତି ।

Question ୬ |
ମେଘାସନ, ଗନ୍ଧମାର୍ଦ୍ଦନ ଓ ମାଲ୍ୟଗିରିର ସଂକ୍ଷିପ୍ତ ଚିତ୍ର ଦିଅ ।
Answer:
ପ୍ରାବନ୍ଧିକ ମେଘକୁ ନିଜର ଜନ୍ମଭୂମିକୁ ପ୍ରେରଣ କରି, ମେଘାସନ, ଗନ୍ଧମାର୍ଦ୍ଦନ ଓ ମାଲ୍ୟାଗିରିରେ ଅବସର ନେବାକୁ କହିଛନ୍ତି । କାରଣ ଏହି ଗିରିସଙ୍କୁଳ ମହାବନରେ ମହାସଙ୍ଗୀତ ସଭ୍ୟଜଗତ ଶୁଣିନାହିଁ । ପୁନଶ୍ଚ ଏଥରେ ରହିଛି ଅସରନ୍ତି ରତ୍ନଭଣ୍ଡାର; ଯାହାକୁକି ଆଜିଯାଏ କେହି କଳି ନାହାଁନ୍ତି ।

Question ୭ ।
ସମ୍ବଲପୁର ଅଞ୍ଚଳର ନାରୀମାନଙ୍କ ବୈଶିଷ୍ଟ୍ୟ ଉପସ୍ଥାପନ କର ।
Answer:
ସମ୍ବଲପୁରର ନାରୀମାନେ ସଦାପ୍ରଫୁଲ୍ଲ; ସେମାନଙ୍କ ମନକୁ କେତେବେଳେ ହେଲେ ବିଷାଦର କାଳିମା ଛୁଏଁ ନାହିଁ । ରାତି ନ ପାହୁଣୁ, ଏଠାକାର ବଧୂମାନେ ସ୍ନାନସାରି ଶିଶିରସ୍ନାତ ଶେଫାଳୀ ପରି ହାସ୍ୟମୟୀ ହୋଇଉଠନ୍ତି । ଏମାନଙ୍କ ଅନଳସ ଚରଣରେ କମଳ ଫୁଟିଉଠେ ଓ କଳାକୁଶଳ କରସ୍ପର୍ଶରେ କ୍ଷୁଦ୍ରକୁଟୀର ସୁଦ୍ଧା ହସିଉଠେ ।

CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Question ୮ ।
କଟକର ବୈଶିଷ୍ଟ୍ୟ ଉପସ୍ଥାପନ କର ।
Answer:
କଟକ ସୌଧାବଳୀରେ ପରିପୂର୍ଣ୍ଣ ଯାହାକି ଉତ୍କଳର ଉତ୍ତମାଙ୍ଗ । ଏହା ପୂର୍ବରୁ ଗଜପତିଙ୍କର ରାଜଧାନୀ ଥୁଲା, ଆଉ ଏହିଠାରୁ ହିଁ ତା’ର ଅଜେୟ ବାହିନୀ ଝିଟିକା ବେଗରେ ଦୁର୍ଗରୁ ଦୁର୍ଗାନ୍ତରକୁ ଗତିକରି ଚାଲିଥିଲା । ସ୍ମୃତିପୂତ ବିଡ଼ାନାସୀ, ବାରବାଟୀ ଆଦିର ସ୍ମୃତି ଓ କୀର୍ତ୍ତି ମର୍କତ କେଶରୀଙ୍କ ମହାକୀର୍ତ୍ତି ଆଜିଯାଏ ଚିତ୍ରୋତ୍ପଳାର ମେଖଳା ପରି ଦିଶୁଛି । ଏଠାରେ ବହୁ କବି, ଜ୍ଞାନୀ, ଗୁଣୀ ଓ କର୍ମୀ ଅଳ୍ପଦିନ ତଳେ ଉତ୍କଳର ମହାନିଶାରେ ଉଜାଗର ରହି ଜ୍ଞାନଦୀପ ଜାଳି ଯାଇଛନ୍ତି ।

Question ୯ ।
କୋଣାର୍କ ହୃପ୍ତ ଓ ଗର୍ବିତ ଜାତିର ପରାକ୍ରମର ପ୍ରତୀକ – ଆଲୋଚନା କର ।
Answer:
ମହୋଦଧୂର ତୁଙ୍ଗ ତରଙ୍ଗାବଳୀରୁ ଉଦ୍‌ଗତ ହେଲାଭଳି ବହୁଦୂରରୁ କୋଣାର୍କର କୃଷ୍ଣଚୂଡ଼ା ଦେଖାଯାଏ । କୋଣାର୍କ ହେଉଛି କାରୁକାର୍ଯ୍ୟ ବିମଣ୍ଡିତ ଭୁବନମୋହନ ସ୍ୱରୂପ । ସ୍ଵର୍ଗଚ୍ୟୁତ ପାରିଜାତ ପରି ତାହା ଆଜି ମ୍ଳାନ ଓ ଛିନ୍ନ ହୋଇ ବିଜନ ବେଳାରେ ପଡ଼ିରହିଛି । ପ୍ରାବନ୍ଧିକ କୋଣାର୍କ ସମ୍ବନ୍ଧରେ କହିଛନ୍ତି, ଏହି ମୂକ ମନ୍ଦିରର ଯଦି ମୁଖ ଫିଟନ୍ତା; ତେବେ ସେ ଅତୀତ ବିଭବର ଗାଥା କହି ବିଜନ ବେଳାକୁ ମୁଖରିତ କରିଦିଅନ୍ତା ।

Question ୧୦ ।
‘‘ଉତ୍କଳ କମଳର କେଶର’’ ବୋଲି କାହାକୁ କୁହାଯାଇଛି ଓ କାହିଁକି ?
Answer:
ନୀଳାଚଳକୁ ‘ଉତ୍କଳ କମଳର କେଶର’ ବୋଲି କୁହାଯାଇଛି କାରଣ, ଏଭଳି କହିବାର ଅର୍ଥ ସମଗ୍ର ଉତ୍କଳକୁ ଯଦି ଏକ କମଳ ସହିତ ତୁଳନା କରାଯାଏ, ତା’ହେଲେ ସେହି କମଳର କେଶର ହେଉଛି ନୀଳାଚଳଧାମ । କାରଣ ନିଜେ ଲୀଳାମୟ ଜଗନ୍ନାଥ ଏହାକୁ ବାସସ୍ଥଳୀ ଭାବେ ବାଛିଛନ୍ତି । ଇତିହାସକୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ, ଜଗନ୍ନାଥ ହିଁ ଉତ୍କଳର ଇତିହାସ । ଶାନ୍ତି, ମୁକ୍ତି, ମୈତ୍ରୀ, ଭକ୍ତି ଓ ଭୀତି ସବୁ ଏକାଧାରରେ ଏହିଠାରେ ହିଁ ପୁଞ୍ଜୀଭୂତ ହୋଇ ରହିଛି ।

Question ୧୧ ।
ଗୋପବନ୍ଧୁଙ୍କ ରୂପଚିତ୍ର ଦିଅ ।
Answer:
ପ୍ରାବନ୍ଧିକ ଉତ୍କଳମଣି ଗୋପବନ୍ଧୁଙ୍କର ଜୀବନ ଓ କର୍ମମୟ ସାଧନାକୁ ଅତି ସୂଚନାତ୍ମକ ଓ ଅନୁଶୀଳନାତ୍ମକ ଭାବରେ ପ୍ରକାଶ କରିଛନ୍ତି । ଗୋପବନ୍ଧୁଙ୍କର ରୂପଚିତ୍ର ଦେଇ ସେ କହିଛନ୍ତି, ‘ସେ ଥିଲେ ଶ୍ମଶୁଳ, ଅଶୁଳ, ଖର୍ବ, କ୍ଷମ ମନୁଷ୍ୟଟିଏ, ଯେକି ବକୁଳ ବନରେ କୁଟୀର ରଚି ବନବିଦ୍ୟାଳୟ ଗଠନ କରି ଓଡ଼ିଶାର ଭବିଷ୍ୟତ ଗଠନ କରିବାର ସଂକଳ୍ପ ନେଇଥିଲେ ।’’

Question ୧୨ ।
ଗଞ୍ଜାମ ଓ ଜୟପୁରର ଅତୀତ ଐତିହ୍ୟ ଉପସ୍ଥାପନ କର ।
Answer:
ଗଞ୍ଜାମ ଓ ଜୟପୁର, ଉତ୍କଳ ଖଣ୍ଡିତ ଥିଲାବେଳେ, ଏମାନେ ଦକ୍ଷିଣାଶାପଥର-ପ୍ରହରୀ ରୂପେ ଜାଗ୍ରତ ହୋଇ ରହିଥିଲେ । ସିନ୍ଧୁପାରି-ସାଧବ ସ୍ମୃତି-ପୂତ ଏ ଭୂମିରେ ଜାଗ୍ରତ ଜନତା ଭାବରେ ରହିଥିଲେ । ଫଳରେ ନୌବାଣିଜ୍ୟ କରି

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧।
‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧର ସାରମର୍ମ ଲେଖ ।
Answer:
ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଜଣେ ଭାରତ ବିଖ୍ୟାତ ପ୍ରତ୍ନତତ୍ତ୍ୱବିଦ୍ ଓ ଐତିହାସିକ । ମାଟି, ପଥର, ମୂର୍ତ୍ତି, ମନ୍ଦିର, ସ୍ତୂପ ମଧ୍ୟରୁ ମାନବଜାତିର ଇତିହାସ ଅନୁସନ୍ଧାନ କରିବା ଥିଲା ତାଙ୍କର କାର୍ଯ୍ୟ । କର୍ତ୍ତବ୍ୟ ଆହ୍ଵାନରେ ସେ ରହିଥିଲେ ପାଟନାଠାରେ; ଯାହାକି ପୁଷ୍ପପୁର ଭାବରେ ପରିଚିତ । ସେ ନୂଆମେଘକୁ ଦେଖି, ନିଜର ଜନ୍ମଭୂମି ଓଡ଼ିଶା କଥା ମନେ ପକାଇଛନ୍ତି । ନିଦାଘକ୍ଳିଷ୍ଟ ଓଡ଼ିଶାକୁ ମେଘ ଯାଇ ସବୁଜ ଶ୍ୟାମଳ ଓ ଶସ୍ୟବିମଣ୍ଡିତ କରିବ ବୋଲି ସେ ଆଶାପୋଷଣ କରିଛନ୍ତି । ସେଭଳି ଆଶାରୁ ପ୍ରାବନ୍ଧିକ ପାଣିଗ୍ରାହୀଙ୍କର ଜାତୀୟତାବୋଧ ଓ ଉପସ୍ଥାପନରେ କାବ୍ୟକତାର ଛଟା ସ୍ପଷ୍ଟ ହୋଇଉଠେ ।

ବର୍ଷାବରଣ ସାହିତ୍ୟ ରାଜ୍ୟରେ ଏକ ସୁପ୍ରାଚୀନ ପରମ୍ପରା । ମହାକବି କାଳିଦାସଙ୍କଠାରୁ ଆରମ୍ଭ କରି, କବିବର ରାଧାନାଥ ରାୟ, ଉତ୍କଳମଣି ଗୋପବନ୍ଧୁ ଦାସ ପ୍ରକୃତିକୁ ଦୂତ କରି ନିଜର ଜାତୀୟତାବୋଧ ପରିପ୍ରକାଶ କରିଛନ୍ତି । ସ୍ବର୍ଗରାଜ୍ୟରୁ ବିଚ୍ୟୁତ ଯକ୍ଷ, ପ୍ରଣୟନୀ ପାଖକୁ ମେଘ ହାତରେ ଉଦନ୍ତ ପଠାଇଛନ୍ତି । ଏଠାରେ ପ୍ରାବନ୍ଧିକ ପାଣିଗ୍ରାହୀ ବ୍ୟକ୍ତି ଅପେକ୍ଷା ଗୋଷ୍ଠୀ ଉପରେ ଅଧ‌ିକ ଗୁରୁତ୍ଵ ଦେଇ ସମଗ୍ର ଓଡ଼ିଶାରେ ମେଘ ତା’ର ବାରିପାତରେ କିପରି ସଜୀବ କରିବ, ସେଥ୍ପାଇଁ ଅନୁରୋଧ କରିଛନ୍ତି । ଭାବପ୍ରବଣ ହୋଇ ସେ ଲେଖିଛନ୍ତି -‘ଆଜି ଯଦି ମୁଁ ଧୂମ, ଜ୍ୟୋତି ବା ସଲିଳ ହୋଇ ତୋହ ସହିତ ମିଶିପାରନ୍ତି, ତେବେ ବାତାୟନ ପଥରେ ଉଡ଼ିଯାଇ ଅଗ୍ରଗତିରେ ମୋର ଜନ୍ମଭୂମିକୁ ତୋତେ ଚିହ୍ନାଇ ଦିଅନ୍ତି । ତଥାପି, ପଥପ୍ରଦର୍ଶକ ବିନା ଭାରତର ସାରଭୂତା ଉତ୍କଳ ଭୂମିକୁ ଚିହ୍ନିବାପାଇଁ ତୋ’ର ଭ୍ରମ ହେବ ନାହିଁ ।’’

ବାରିପାତର ଭୌଗୋଳିକ ସୀମାରେଖା ନିଶ୍ଚୟ କଲାପରି ସେ ଓଡ଼ିଶାର ପ୍ରାକୃତିକ ଶୋଭା ଓ ଐତିହାସିକ ମହତ୍ତ୍ବ ଦେଖାଇଅଛନ୍ତି । ସେ ପଶ୍ଚିମ ଓଡ଼ିଶାରୁ ମେଘକୁ ସଂଚାରିତ କରାଇ ଉପକୂଳ ଓଡ଼ିଶା ଓ ଶେଷରେ ନୀଳାଚଳଧାମରେ ପରିସମାପ୍ତି କରାଇଛନ୍ତି । ପ୍ରଥମେ ସେ ବନବାସୀମାନେ ବର୍ଷା ଉପରେ ନିର୍ଭର କରି କିପରି ଜୀବନଧାରଣ କରନ୍ତି, ସେ ସମ୍ପର୍କରେ ସୂଚନା ଦେଇଛନ୍ତି । ସେଠାରୁ ସେ ମେଘାସନ, ଗନ୍ଧମାର୍ଦ୍ଦନ ଓ ମାଲ୍ୟଗିରିର ମହିମା ବଖାଣି ବସିଛନ୍ତି । ସମ୍ବଲପୁରର ବର୍ଣ୍ଣନାରେ, ବିଶେଷକରି ସମ୍ବଲପୁର ନାରୀମାନେ କିପରି ସଦାପ୍ରଫୁଲ୍ଲା ଓ କର୍ମଚଞ୍ଚଳ ସେ ସମ୍ପର୍କରେ କହିଛନ୍ତି । ପରବର୍ତ୍ତୀ ସମୟରେ କଟକ, ଭୁବନେଶ୍ଵର, କୋଣାର୍କ ଓ ନୀଳାଚଳ ଧାମର ମହିମା ପ୍ରକାଶ କରିଛନ୍ତି । ସେହି ଅବସରରେ ଲେଖକ ଉତ୍କଳମଣି ଗୋପବନ୍ଧୁଙ୍କ ସତ୍ୟବାଦୀ ପୀଠ, ସାକ୍ଷୀଗୋପାଳ, ଚିଲିକା, ଗଞ୍ଜାମ ଓ ଜୟପୁରର ବିଶେଷତା ଉଲ୍ଲେଖ କରିଛନ୍ତି । ମୋଟ ଉପରେ ଲେଖକ ନୀଳାଚଳଧାମର ବିଶେଷତ୍ଵକୁ ସୁନ୍ଦର ଭାବରେ ଉପସ୍ଥାପନ କରି ନିଜର ଜାତୀୟତାବୋଧକୁ ଦେଖାଇଛନ୍ତି । ବାସ୍ତବରେ କାବ୍ୟକ ଶୈଳୀ ଦୃଷ୍ଟିରୁ ପ୍ରବନ୍ଧଟି ମନୋଜ୍ଞ ହୋଇପାରିଛି ।

ବାସ୍ତବରେ କାବ୍ୟକ ଶୈଳୀ ଦୃଷ୍ଟିରୁ ପ୍ରବନ୍ଧଟି ମନୋଜ୍ଞ ହୋଇପାରିଛି ।

Question ୨।
‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧରେ ପ୍ରାବନ୍ଧିକ ଉତ୍କଳର ଯେଉଁ ଭୌଗୋଳିକ ଚିତ୍ର ଉପସ୍ଥାପନ କରିଛନ୍ତି ଆଲୋଚନା କର ।
Answer:
ପ୍ରାବନ୍ଧିକ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଥିଲେ ଜଣେ ଐତିହାସିକ ଓ ପ୍ରତ୍ନତତ୍ତ୍ୱବିଦ୍ । ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ସେ ଅଧୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ସେ ବିଭିନ୍ନ ସମୟରେ ପ୍ରତ୍ନତତ୍ତ୍ବବିଦ୍ୟାଭାବରେ କର୍ତ୍ତବ୍ୟ ଅନୁରୋଧରେ ଅନେକ ମଠ, ମନ୍ଦିର, ଦୁର୍ଗ, ପ୍ରାସାଦ, ଗୁମ୍ଫା ଓ ଅଭିଲେଖଆଦି ଦେଖିବାର ସୁଯୋଗ ପାଇଥିଲେ । ଫଳରେ ଐତିହାସିକ ଜ୍ଞାନ ସହିତ ତାଙ୍କର ରହିଥୁଲା ଭୌଗୋଳିକ ଅଭିଜ୍ଞତା । ପୁନଶ୍ଚ ଜଣେ ଜାତୀୟତାବାଦୀ ଲେଖକ ଭାବରେ ସେ ଉତ୍କଳର ବିଭିନ୍ନ ସ୍ଥାନ ସେ ଦୂତଭାବରେ ପ୍ରେରଣକରି ମେଘ କିପରି ଉତ୍କଳର ବିଭିନ୍ନ ସ୍ଥାନକୁ ଯାଇ, ସେଠାକାର ପରିବେଶକୁ ଶସ୍ୟଶ୍ୟାମଳ ଓ ସବୁଜମୟ କରିଥାଏ, ତାହାକୁ ଭୌଗୋଳିକ ଚିତ୍ର ମାଧ୍ୟମରେ ଉପସ୍ଥାପିତ କରିଛନ୍ତି ।

ପ୍ରାବନ୍ଧିକ ପ୍ରଥମେ ଉତ୍କଳର ଭୌଗୋଳିକ ସୀମାରେଖା ନିର୍ଣ୍ଣୟ କରିଛନ୍ତି । ଉତ୍କଳର ଗୋଟିଏ ପଟରେ ପୂଗ, ପୁନ୍ନାଗ, ତାଳ, ତମାଳ, ତାମ୍ବୁଳ ଓ ନାରିକେଳ ବନରେ ବିଶୋଭିତ ଶ୍ୟାମଭାର ଅପରୂପ କାନ୍ତି । ସେହି ଜନ୍ମଭୂମି ଉତ୍କଳ ଅସାଧାରଣ । ଉତ୍କଳର ବନଭୂମି ଟଙ୍କିଳ, ଅନୁର୍ବର, ଉଚ୍ଚବାଚ ହେଲେବି, ସେଠାକାର ଅଧିବାସୀ ପରିଶ୍ରମକରି, ପ୍ରାକୃତିକ ବର୍ଷା ଉପରେ ନିର୍ଭର କରି ନିଜର ଜୀବିକାନିର୍ବାହ କରନ୍ତି । ଯେତେ ପରିଶ୍ରମ କଲେ ବି ସେମାନଙ୍କ ମନରେ ବିଷାଦଭାବ ନ ଥାଏ; ବରଂ ସେମାନେ ବେଣୁସ୍ଵନର ତାଳେ ତାଳେ ଗୀତ ଗାଇ ବନଭୂମିକୁ ମୁଖରିତ କରନ୍ତି ।

ପ୍ରାବନ୍ଧିକ ପ୍ରଥମେ ଉତ୍କଳର ଭୌଗୋଳିକ ସୀମାରେଖା ନିର୍ଣ୍ଣୟ କରିଛନ୍ତି । ଉତ୍କଳର ଗୋଟିଏ ପଟରେ ପୂଗ, ପୁନ୍ନାଗ, ତାଳ, ତମାଳ, ତାମ୍ବୁଳ ଓ ନାରିକେଳ ବନରେ ବିଶୋଭିତ ଶ୍ୟାମଶୋଭାର ଅପରୂପ କାନ୍ତି । ସେହି ଜନ୍ମଭୂମି ଉତ୍କଳ ଅସାଧାରଣ । ଉତ୍କଳର ବନଭୂମି ଟଙ୍କିଳ, ଅନୁର୍ବର, ଉଚ୍ଚବାଚ ହେଲେବି, ସେଠାକାର ଅଧିବାସୀ ପରିଶ୍ରମକରି, ପ୍ରାକୃତିକ ବର୍ଷା ଉପରେ ନିର୍ଭର କରି ନିଜର ଜୀବିକାନିର୍ବାହ କରନ୍ତି । ଯେତେ ପରିଶ୍ରମ କଲେ ବି ସେମାନଙ୍କ ମନରେ ବିଷାଦଭାବ ନ ଥାଏ; ବରଂ ସେମାନେ ବେଣୁସ୍ଵନର ତାଳେ ତାଳେ ଗୀତ ଗାଇ ବନଭୂମିକୁ ମୁଖରିତ କରନ୍ତି ।

ପ୍ରାବନ୍ଧିକ ମେଘାସନ, ଗନ୍ଧମାର୍ଦନ ବା ମାଲ୍ୟଗିରି ପ୍ରଭୃତି ପର୍ବତର ବର୍ଣ୍ଣନା ଦେଇଛନ୍ତି । ଏହି ପର୍ବତଗୁଡ଼ିକରେ ଅସରନ୍ତି ରତ୍ନଭଣ୍ଡାର ରହିଛି । ସେହିପରି ଖଣ୍ଡାଧାର ଓ ଦେବଗଡ଼ର ପ୍ରପାତ କିପରି ବନଭୂମିରେ କ୍ରୀଡ଼ାକରି ଚାଲିଥା’ନ୍ତି, ତାହାକୁ ପ୍ରାବନ୍ଧିକ ମନୋଜ୍ଞ ଭାବରେ ସୂଚିତ କରିଛନ୍ତି ।

ସମ୍ବଲପୁରର ବର୍ଣ୍ଣନା ଦେବାକୁ ଯାଇ, ସେଠାକାର ମହାନଦୀ କିପରି ତନ୍ତ୍ରୀ ଏବଂ ଉପଳ ଶଯ୍ୟାରେ ଯାଉ ଯାଉ ତୀର ଦେଶରେ ସ୍ଵର୍ଣ୍ଣରେଣୁ ଢାଳିଦିଏ, ତାହାକୁ ମଧ୍ୟ ବର୍ଣ୍ଣନା କରିଛନ୍ତି । ଏହାପରେ ବେଣୁବନ ଉପରେ ମେଘ ସଞ୍ଚରଣ କରି ଉପକୂଳ ଆଡ଼କୁ ଯିବାକୁ କହିଛନ୍ତି । ସେହି ବାଂଶବଣରେ ବାନର-ବାନରୀଙ୍କୁ ଦେଖିବାକୁ ମିଳିଥାଏ ବୋଲି କୁହାଯାଇଛି । ପରେ କପିଳାସ, କଟକ, ଭୁବନେଶ୍ଵର, କୋଣାର୍କ ଆଦି ବିଭିନ୍ନ ସ୍ଥାନରେ ବର୍ଣ୍ଣନା ଦେଇ, ଶେଷରେ ନୀଳାଚଳଧାମର ପ୍ରସଙ୍ଗ ସୂଚିତ କରିଛନ୍ତି । ନୀଳାଚଳ କ୍ଷେତ୍ରରେ ରହିଥ‌ିବା ପୁଗ, ପୁନ୍ନାଗ, ତାଳ ତରୁର୍ ଦୀର୍ଘଭୂତ ବନସ୍ତ, ସେହି ସ୍ଥାନକୁ ଶ୍ରୀବିମଣ୍ଡିତ କରିଥାଏ । ଶେଷରେ ପ୍ରାବନ୍ଧିକ ଲେଖିଛନ୍ତି, ‘ନୀଳାଚଳଠାରୁ ଚାରୁଚିଲିକା ବକ୍ଷ ଦେଇ ତୁ ଅଚିରେ ସମଗ୍ର ଉପକୂଳ ଓ ମାଳ ଅଞ୍ଚଳ ବ୍ୟାପିଯାଇ ଉତ୍କଳରେ ତୋର ସ୍ଵକର୍ମ ଶେଷ କରିବୁ ।’

ଏଭଳି ବର୍ଣ୍ଣନାରୁ ଡଃ. ପାଣିଗ୍ରାହୀଙ୍କ ଭୌଗୋଳିକ ଚିତ୍ର ଉପସ୍ଥାପନର ମହତ୍ତ୍ବ ଜଣାଯାଇଥାଏ ।

Question ୩ ।
ପଠିତ ପ୍ରବନ୍ଧରେ ପ୍ରାବନ୍ଧିକ ଅତୀତ ଉତ୍କଳର ଯେଉଁ ସ୍ମୃତି ରୋମନ୍ଥନ କରିଛନ୍ତି ଆଲୋଚନା କର ।
Answer:
‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧଟି ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ‘ପ୍ରବନ୍ଧ ମାନସ’ ପ୍ରବନ୍ଧ ସଙ୍କଳନର ଅନ୍ୟତମ ପ୍ରବନ୍ଧ । ଏଥ‌ିରେ ପ୍ରାବନ୍ଧିକ ମହାକବି କାଳିଦାସ ‘ମେଘଦୂତ କାବ୍ୟ’ରେ ମେଘକୁ ଦୂତକରି ନିଜର ପ୍ରଣୟିନୀ ପାଖକୁ ପ୍ରେରଣ କଲାଭଳି, ସେ ମେଘକୁ ଉତ୍କଳ ଭୂଇଁକୁ ପଠାଇଛନ୍ତି, ନିଦାଘ କ୍ଳିଷ୍ଟ ନିଜର ଜନ୍ମଭୂମିକୁ ଶସ୍ୟଶ୍ୟାମଳା ଓ ସବୁଜଶ୍ରୀରେ ବିମଣ୍ଡିତ କରିବାପାଇଁ । ସେ ମେଘକୁ କେବଳ ଉତ୍କଳ ଭୂଇଁକୁ ପଠାଇ ନାହାଁନ୍ତି, ଯେଉଁ ସ୍ଥାନରେ ମେଘ ପହଞ୍ଚିଛି, ସେଠାକାର ଗୌରବମୟ ଐତିହ୍ୟକୁ ଉଲ୍ଲେଖ କରିଛନ୍ତି । ଉତ୍କଳର ମହିମା ଗାନ କରି ଡଃ. ପାଣିଗ୍ରାହୀ ନିଜର ଜାତୀୟତାବୋଧ ପରିପ୍ରକାଶ କରିଛନ୍ତି ।

ପ୍ରାବନ୍ଧିକ ଉତ୍କଳର ପ୍ରାକୃତିକ ଶୋଭା ବର୍ଣ୍ଣନା କରିବା ଅବକାଶରେ, ତାହାର ମହିମାଗାନ କରି କହିଛନ୍ତି – ‘ସେହି ମୋର ଜନ୍ମଭୂମି କୋଟିବୀରପ୍ରସବିନୀ, କୋଟିକୀର୍ତିକିରୀଟିନୀ, ତଟିନୀତଟମାଳିନୀ, ପ୍ରଚ୍ଛନ୍ନରତ୍ନଧାରିଣୀ, ସୁଜଳା, ସୁଫଳା, ଶ୍ୟାମଳା ଅଥଚ ଆଜି ପତିତା, ଲାଞ୍ଛିତା ଓ ଖଣ୍ଡିତା ।’’ ସେହିପରି ସେ ସୌଧାବଳୀ ପରିପୂର୍ଣ୍ଣା କଟକକୁ ଉତ୍କଳର ଉତ୍ତମାଙ୍ଗ ବୋଲି କହିଛନ୍ତି । କାରଣ ଏହି କଟକ ଦିନେ ଗର୍ବିତ ଗଜପତିର ରାଜଧାନୀ ଥିଲା ।

ଏହିଠାରୁ ହିଁ ଗଜପତିଙ୍କର ଅଜେୟ ବାହିନୀ ଝଟିକା ବେଗରେ ଦୁର୍ଗରୁ ଦୁର୍ଗାନ୍ତରକୁ ଗତିକରି ଚାଲିଥିଲା; ମାତ୍ର କଟକର ସେହି ଗୌରବ ନାହିଁ । ବରଂ ସ୍ମୃତିପୂତ ବିଡ଼ାନାସୀ ଆଜି ମୂର୍ତ୍ତିକାରେ ଅବଲୁପ୍ତ ହୋଇଛି । ବାରବାଟୀ ଦୁର୍ଗର ପ୍ରସ୍ତରଖଣ୍ଡ ସ୍ଖଳିତ ହୋଇଛି । ତଥାପି ସେହି ଦୁର୍ଗ ଏବେସୁଦ୍ଧା ମର୍କତ- କେଶରୀଙ୍କ ମହାକୀର୍ତ୍ତି, ଚିତ୍ରୋତ୍ପଳାର ମେଖଳା ପରି ଦିଶୁଛି। ଏହି କଟକରେ ବହୁ କବି, ଜ୍ଞାନୀ, ଗୁଣୀ ଓ କର୍ମୀ ଅଳ୍ପଦିନ ତଳେ ଉତ୍କଳର ମହାନିଶାରେ ଉଜାଗର ରହି ଜ୍ଞାନଦୀପ ଜାଳିଛନ୍ତି ।

ପ୍ରାବନ୍ଧିକ ପରବର୍ତ୍ତୀ ପର୍ଯ୍ୟାୟରେ ମନ୍ଦିରମାଳିନୀ ଭୁବନେଶ୍ଵରର ବର୍ଣ୍ଣନା କରି, ତାହାକୁ ସ୍ମୃତି ଶ୍ମଶାନ ବୋଲି କହିଛନ୍ତି । କାରଣ ଏହାର ମନ୍ଦିର ଶ୍ରେଣୀ ଉତ୍କଳର ମାନଦଣ୍ଡ ପରି ଦଣ୍ଡାୟମାନ ହୋଇଥିଲା । ପୁନଶ୍ଚ ପ୍ରାବନ୍ଧିକ ଉତ୍କଳ ଗୌରବ କୋଣାର୍କ ମନ୍ଦିରକୁ ସ୍ଵର୍ଗଚ୍ୟୁତ ପାରିଜାତ ସହିତ ତୁଳନା କରିଛନ୍ତି । ଏହି ମନ୍ଦିର ଦୃପ୍ତ ଓ ଗର୍ବିତ ଜାତିର ପରାକ୍ରମ ଏବଂ ବିପୁଳ ବିଭବର ବାର୍ତ୍ତା ପରିପ୍ରଚାର କରିଛି । ପ୍ରାବନ୍ଧିକଙ୍କ ଭାଷାରେ ‘‘ଏହି ମୂକ ମନ୍ଦିର ଯଦି ମୁଖ ଫିଟନ୍ତା, ତେବେ ସେ ତୋତେ ଅତୀତ ବିଭବର ଗାଥା କହି ବିଜନ ବେଳାକୁ ମୁଖରିତ କରିଦିଅନ୍ତା ।’’ ଉତ୍କଳର ଉନ୍ନତି ପାଇଁ ପ୍ରାଣପାତ ଉଦ୍ୟମ କରିଥିବା ଉତ୍କଳମଣି ଗୋପବନ୍ଧୁଙ୍କ ସାଧନାର ପୀଠ ସାକ୍ଷୀଗୋପାଳର ବନବିଦ୍ୟାଳୟ, ଗୋପବନ୍ଧୁଙ୍କୁ ଉତ୍କଳର ମହାନିଶାର ଧ୍ରୁବଜ୍ୟୋତି, ଦଧୀଚି ଋଷି ସହିତ ତୁଳନା କରିଛନ୍ତି । ପ୍ରବନ୍ଧର ଶେଷ ପର୍ଯ୍ୟାୟରେ ନୀଳାଚଳ କ୍ଷେତ୍ରର ମହିମା, ଗଞ୍ଜାମ ଓ ଜୟପୁର ଦକ୍ଷିଣାଶାପଥର ଜାଗ୍ରତ ପ୍ରହରୀ ରୂପେ ଥିଲେ ବୋଲି ପ୍ରାବନ୍ଧିକ ଉଲ୍ଲେଖ କରିଛନ୍ତି ।

ପ୍ରବନ୍ଧର ପ୍ରତ୍ୟେକ ପର୍ଯ୍ୟାୟରେ ପ୍ରାବନ୍ଧିକ ପାଣିଗ୍ରାହୀ ଅତୀତ ଉତ୍କଳର ମହିମାଗାନ କରିଛନ୍ତି ।

Question ୪।
ନିଜ ଜନ୍ମଭୂମି ପ୍ରତି ଆପଣାର ଭାବ ‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧରେ କିପରି ପ୍ରତିଫଳିତ – ଆଲୋଚନା କର ।
Answer:
ପ୍ରତ୍ନତତ୍ତ୍ୱବିତ୍ ତଥା ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଥିଲେ ଜାତୀୟତାବାଦୀ ସାହିତ୍ୟିକ । ସେ ତାଙ୍କର ସାରସ୍ଵତ ସାଧନାରେ ଉତ୍କଳର ବିଭିନ୍ନ ମନ୍ଦିର, ସ୍ତୂପ, ମୂର୍ତ୍ତିକୁ ଅନୁଶୀଳନ କରି, ନିଜ ଜନ୍ମଭୂମିର ମହିମା ଗାନ କରିଛନ୍ତି । ତାଙ୍କର ଦୃଷ୍ଟିଭଙ୍ଗୀ ଥିଲା ସ୍ଵତନ୍ତ୍ର । ତାଙ୍କର ବିଚାରଧାରା ଥିଲା ଅସାଧାରଣ । ତେଣୁ ସେ ଏକ ସୁପ୍ରାଚୀନ ପରମ୍ପରାକୁ ଆଧାର କରି ମେଘକୁ ଦୂତଭାବରେ ପ୍ରେରଣ କରିଛନ୍ତି । କାର୍ଯ୍ୟ ଉପଲକ୍ଷେ ପୁଷ୍ପପୁରରେ ରହିଥିଲେ ବି, ବାରିବାହକୁ ପ୍ରେରଣ କରି ସେ ନିଜ ଜନ୍ମଭୂମି ପ୍ରତି ଆପଣାର ଭାବକୁ ମନୋଜ୍ଞ ଭାବରେ ପ୍ରକାଶ କରିଛନ୍ତି ।

ପ୍ରାବନ୍ଧିକ ପାଣିଗ୍ରାହୀ ମାନସିକ ସ୍ତରରେ ନିଜର ଜନ୍ମଭୂମିରେ ବିଚରଣ କରିଛନ୍ତି । ମେଘକୁ ସମ୍ବୋଧନ କରି କହିଛନ୍ତି – ‘ଆଜି ଯଦି ମୁଁ ଧୂମ, ଜ୍ୟୋତି ବା ସଲିଳ ହୋଇ ତୋହ ସହିତ ମିଶିପାରନ୍ତି, ତେବେ ବାତାୟନ ପଥରେ ଉଡ଼ିଯାଇ ଅଗ୍ରଗତିରେ ମୋର ଜନ୍ମଭୂମିକୁ ତୋତେ ଚିହ୍ନାଇ ଦିଅନ୍ତି ।’’ ଓଡ଼ିଶାର ପ୍ରାକୃତିକ ଶୋଭା ଥିଲା ସଦାରୁଚିର । ପୂଗ, ପୁନ୍ନାଗ, ତାଳ, ତମାଳ, ତାମ୍ବୁଳ ଓ ନାରିକେଳ ବନରେ ବିଶୋଭିତ ମହୋଦଧୂବେଳାରେ ସେ ବଳୟିତ । ସେହିପରି ଅନ୍ୟଦିଗରେ ତୁଙ୍ଗଶିଖରୀ ସମାକୁଳ- ନିବିଡ଼ ବନରାଜିର ଅସରନ୍ତି ଶ୍ୟାମଶୋଭାରେ ସେ ହୋଇଛି ଅପରୂପା । ତାଙ୍କର ଜନ୍ମଭୂମି କୋଟିବୀରପ୍ରସବିନୀ, କୋଟି କୀର୍ତ୍ତିକିରୀଟିନୀ, ତଟିନୀତଟମାଳିନୀ, ପ୍ରଚ୍ଛନ୍ନ ରତ୍ନଧାରିଣୀ, ସୁଜଳା, ସୁଫଳା, ଶ୍ୟାମଳା ହେଲେ ବି ଆଜି ସେ ହୋଇଛି ପତିତା, ଲାଞ୍ଛିତା ଓ ଖଣ୍ଡିତା ।

ବନବାସୀଙ୍କ ପ୍ରତି ସହାନୁଭୂତି ଭାବ ପ୍ରକାଶ କରି ସେ ଲେଖିଛନ୍ତି, ସୁସ୍ଥ, ସବଳ ଓ ସୁବଳିତ ତନୁଲତାରେ ବନପୁଷ୍ପଭରା ଗଭାର ଶୋଭା ଧାରଣ କରି ଏମାନେ ସଂକୀର୍ଣ୍ଣ, ବନ୍ଧୁର, କର୍କଶ ଓ ଉରଗକୁଟିଳ ଗିରିପଥକୁ ହାସ୍ୟ ଓ ସଙ୍ଗୀତରେ ମୁଖର କରି ନିର୍ଝରିଣୀ ପରି ଗତି କରିଥା’ନ୍ତି । ପୁନଶ୍ଚ ସେମାନଙ୍କ ସ୍ୱେଦାର୍ଜିତ ଧନରେ ଉଦର ପୋଷଣ, ସୁନ୍ଦର ସ୍ବାସ୍ଥ୍ୟ ଓ ନିର୍ମଳ ମନ ମାନବ ଜୀବନର କାମ୍ୟ ବୋଲି କହିଛନ୍ତି । ମେଘାସନ, ଗନ୍ଧମାର୍ଦ୍ଦନ ବା ମାଲ୍ୟଗିରିରେ ପ୍ରଚୁର ଖଣିଜ ସମ୍ପଦ ପୂରିରହିଛି ବୋଲି, ପ୍ରାବନ୍ଧିକ ସୂଚନା ଦେଇଛନ୍ତି । ସେହିପରି ସମ୍ବଲପୁରକୁ ସୂକ୍ଷ୍ମଶାଳିର ଗନ୍ତାଘର ବୋଲି କହିଛନ୍ତି । କାରଣ ଏଠାରେ ପରବର୍ତ୍ତୀ ପର୍ଯ୍ୟାୟରେ ମନ୍ଦିରମାଳିନୀ ଭୁବନେଶ୍ଵର ଓ ଲିଙ୍ଗରାଜ ମନ୍ଦିରର ମହିମା, କୋଣାର୍କର ସ୍ଥାପତ୍ୟ, ସାକ୍ଷୀଗୋପାଳରେ ଉତ୍କଳମଣିଙ୍କ କର୍ମଭୂମିର ମହତ୍ତ୍ବ ଆଦି ବର୍ଣ୍ଣନା କରି ପ୍ରାବନ୍ଧିକ ନିଜ ଜାତୀୟତାବୋଧର ପରିଚୟ ଦେଇଛନ୍ତି ।

ବାସ୍ତବରେ ଆଲୋଚ୍ୟ ପ୍ରବନ୍ଧରେ ପ୍ରାବନ୍ଧିକ ଜନ୍ମଭୂମି ପ୍ରୀତିକୁ ଅତି ମନୋଜ୍ଞ ଭାବରେ ଉପସ୍ଥାପନ କରିଛନ୍ତି ।

Additional Multiple Choice Question (MCQs) With Answers

Question ୧ ।
କାହାକୁ କେନ୍ଦ୍ରକରି ଉତ୍କଳର ଇତିହାସ ଗଢ଼ି ଉଠିଛି ?
(i) ଗଜପତି
(ii) ଶ୍ରୀଜଗନ୍ନାଥ
(iii) ମହୋଦଧ୍
(iv) ସବୁଗୁଡ଼ିକ
Answer:
(ii) ଶ୍ରୀଜଗନ୍ନାଥ

Question ୨ ।
ଜଗନ୍ନାଥ ଶାନ୍ତି ମୈତ୍ରୀସବୁ ବାଣ୍ଟିଦେଇ କାହାପରି କାଙ୍ଗାଳ ହୋଇ ବସିରହିଛନ୍ତି ?
(i) ଦୀନ ଦୁଃଖୀ ପରି
(ii) ଅବସର କର୍ମଚାରୀ ବୃଦ୍ଧାବସ୍ଥା ଭୋଗ କଲାପରି
(iii) ମନୁଷ୍ୟ ଦୂରାରୋଗ୍ୟ ରୋଗରେ ପୀଡ଼ିତ ହେଲାପରି
(iv) ସବୁଗୁଡ଼ିକ
Answer:
(ii) ଅବସର କର୍ମଚାରୀ ବୃଦ୍ଧାବସ୍ଥା ଭୋଗ କଲାପରି

Question ୩।
କେଉଁମାନଙ୍କୁ ଦକ୍ଷିଣାପଥ ପ୍ରହରୀ ବୋଲି କୁହାଯାଇଛି ?
(i) କଟକ ଓ ପୁରୀବାସୀଙ୍କୁ
(ii) ଗଞ୍ଜାମ ଓ ଜୟପୁରବାସୀଙ୍କୁ
(iii) ମୟୂରଭଞ୍ଜ ଓ ବାଲେଶ୍ଵରବାସୀଙ୍କୁ
(iv) କୌଣସିଟି ନୁହେଁ
Answer:
(ii) ଗଞ୍ଜାମ ଓ ଜୟପୁରବାସୀଙ୍କୁ

Question ୪ ।
ଉତ୍କଳର ମହାନିଶାରେ କିଏ ଧ୍ରୁବଜ୍ୟୋତି ଥିଲେ ?
(i) ଗୋପବନ୍ଧୁ
(ii) ମଧୁସୂଦନ
(iii) ଉପେନ୍ଦ୍ର ଭଞ୍ଜ
(iv) ରାଧାନାଥ ରାୟ
Answer:
(i) ଗୋପବନ୍ଧୁ

Question ୫।
କେଉଁ ରାଜାଙ୍କ ମହାକୀର୍ତ୍ତି ଚିତ୍ରୋତ୍ପଳାର ମେଖଳା ପରି ଦିଶୁଛି ?
(i) ଯଯାତିକେଶରୀ
(ii) ମର୍କତକେଶରୀ
(iii) କପିଳେନ୍ଦ୍ର ଦେବ
(iv) ରାମଚନ୍ଦ୍ର ଭଞ୍ଜ
Answer:
(ii) ମର୍କତକେଶରୀ

CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ

Question ୬ |
କାହାର କୋଳାହଳ ପାଇଁ ନୀଳାଚଳନାଥଙ୍କ କାନରେ ଭକ୍ତର କାତର ଡାକ ପଡ଼େନାହିଁ ?
(i) ପ୍ରଭଞ୍ଜନ
(ii) ସିନ୍ଧୁ
(iii) ଝାଉଁବଣ
(iv) ଜନତା
Answer:
(ii) ସିନ୍ଧୁ

Question ୭ ।
ନିର୍ଝରିଣୀ କେଉଁଠାରେ କ୍ରୀଡ଼ାରତ ବତ୍ସତରୀ ପରି ନାଚି ଉଠେ ?
(i) ଗିରିଦରୀ
(ii) ମହୋଦଧୂ
(iii) ସରିତ
(iv) ସାଗର
Answer:
(i) ଗିରିଦରୀ

Question ୮ ।
ଉତ୍କଳର ଉତ୍ତମାଙ୍ଗ ବୋଲି ପ୍ରାବନ୍ଧିକ କାହାକୁ କହିଛନ୍ତି ?
(i) ସମ୍ବଲପୁର
(ii) କଟକ
(iii) ଭୁବନେଶ୍ଵର
(iv) ଗଞ୍ଜାମ
Answer:
(ii) କଟକ

Question ୧୦ ।
ପ୍ରାବନ୍ଧିକଙ୍କ ଆତ୍ମଜୀବନୀର ନାମ କ’ଣ ?
(i) ପଥ ଓ ପୃଥ‌ିବୀ
(ii) ସ୍ମୃତି ଓ ଅନୁଭୂତି
(iii) ମୋ ସମୟର ଓଡ଼ିଶା
(iv) ଆତ୍ମଜୀବନୀ ଚରିତ
Answer:
(iii) ମୋ ସମୟର ଓଡ଼ିଶା

Question ୧୧ ।
କେଉଁ ପୁସ୍ତକ ପାଇଁ ପ୍ରାବନ୍ଧିକ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ?
(i) ପ୍ରବନ୍ଧ ମାନସ
(ii) ଇତିହାସ ଓ କିମ୍ବଦନ୍ତୀ
(iii) ମୋ ସମୟର ଓଡ଼ିଶା
(iv) ଭାରତୀୟ ପ୍ରସୂତତ୍ତ୍ଵ
Answer:
(iii) ମୋ ସମୟର ଓଡ଼ିଶା

Question ୧୨ ।
ଆଲୋଚ୍ୟ ପ୍ରବନ୍ଧ ‘ପୁଷ୍ପପୁରରେ ବର୍ଷାବରଣ’ ପ୍ରାବନ୍ଧିକଙ୍କ କେଉଁ ପୁସ୍ତକରୁ ସଂଗୃହୀତ ?
(i) ଇତିହାସ ଓ କିମ୍ବଦନ୍ତୀ
(ii) ପ୍ରବନ୍ଧ ମାନସ
(iii) ଇତିହାସରେ ଯାଜପୁର
(iv) ସାରଳା ସାହିତ୍ୟରେ ଐତିହାସିକ ଚିତ୍ର
Answer:
(ii) ପ୍ରବନ୍ଧ ମାନସ

Question ୧୩ ।
ଉତ୍କଳର କେଉଁ ସହର ଦିନେ ଗର୍ବିତ ଗଜପତିର ରାଜଧାନୀ ଥିଲା ?
(i) ଯାଜପୁର
(ii) କଟକ
(iii) ସମ୍ବଲପୁର
(iv) ମୟୂରଭଞ୍ଜ
Answer:
(ii) କଟକ

Question ୧୪ ।
କେଉଁଠାରେ ଉତ୍କଳର ବହୁ କବି, ଜ୍ଞାନୀ, ଗୁଣୀ ଜ୍ଞାନଦୀପ ପ୍ରଜ୍ଜ୍ୱଳିତ କରିଥିଲେ ?
(i) ପୁରୀ
(ii) ମୟୁରଭଞ୍ଜ
(iii) କଟକ
(iv) ସମ୍ବଲପୁର
Answer:
(iii) କଟକ

Question ୧୫ ।
କିଏ ଉତ୍କଳମହୀର ମାନଦଣ୍ଡ ପରି ଦଣ୍ଡାୟମାନ ବୋଲି କୁହାଯାଇଛି ?
(i) କୋଣାର୍କ ମନ୍ଦିର
(ii) ଲିଙ୍ଗରାଜ ମନ୍ଦିର
(iii) ଶ୍ରୀଜଗନ୍ନାଥ ମନ୍ଦିର
(iv) ବିରଜା ମନ୍ଦିର
Answer:
(ii) ଲିଙ୍ଗରାଜ ମନ୍ଦିର

Question ୧୬ ।
କେଉଁ ପୀଠସ୍ଥଳୀକୁ ଲେଖକ ‘ଭୁବନମୋହନ’ ବୋଲି ଆଖ୍ୟା ଦେଇଛନ୍ତି ?
(i) କୋଣାର୍କ ମନ୍ଦିର
(ii) ଶ୍ରୀମନ୍ଦିର
(iii) ଲିଙ୍ଗରାଜ ମନ୍ଦିର
(iv) କୌଣସିଟି ନୁହେଁ
Answer:
(i) କୋଣାର୍କ ମନ୍ଦିର

Question ୧୭ ।
ଉନ୍ନତ ଉତ୍କଳର ସ୍ଵପ୍ନ ଦେଖୁଥ‌ିବା ଶ୍ମଶୁଳ, ଅଶୁଳ, ଖର୍ବ ଓ କ୍ଷମ ମନୁଷ୍ୟଟି କିଏ ?
(i) ମଧୁସୂଦନ ଦାସ
(ii) ଗୋପବନ୍ଧୁ ଦାସ
(iii) ନୀଳକଣ୍ଠ ଦାସ
(iv) ହରେକୃଷ୍ଣ ମହତାବ
Answer:
(ii) ଗୋପବନ୍ଧୁ ଦାସ

Question ୧୮ ।
କିଏ ଦଧୀଚି ପରି ଅସ୍ଥି ଦେଇ ଅକାଳରେ ଝାଉଁଳି ପଡ଼ିଲା
(i) ମଧୁସୂଦନ ଦାସ
(ii) ନୀଳକଣ୍ଠ ଦାସ
(iii) ହରେକୃଷ୍ଣ ମହତାବ
(iv) ଗୋପବନ୍ଧୁ ଦାସ
Answer:
(iv) ଗୋପବନ୍ଧୁ ଦାସ

Question ୧୯ ।
ଉତ୍କଳବାସୀ କେଉଁ ନଦୀ ତୀରରେ ବସି ମଧ୍ଯ ପିପାସୀ ?
(i) ମହାନଦୀ
(ii) ଭାଗୀରଥୀ
(iii) ବୈତରଣୀ
(iv) କାଠଯୋଡ଼ି
Answer:
(ii) ଭାଗୀରଥୀ

Question ୨୦ ।
ପ୍ରାବନ୍ଧିକ କେଉଁ ପରମ୍ପରାକୁ ଅନୁସରଣ କରି ବର୍ଷାକୁ ଜନ୍ମଭୂମିର ଗୌରବଗାନ ପାଇଁ ବ୍ୟବହାର କରିଛନ୍ତି ?
(i) ବିଶ୍ଳେଷଣାତ୍ମକ ଶୈଳୀ
(ii) ଅଭିଜାତ୍ୟ କଥନଶୈଳୀ
(iii) ସାହିତ୍ୟରେ ବର୍ଷାବରଣ
(iv) ବର୍ଣ୍ଣନାର ଅପୂର୍ବ ଦକ୍ଷତା
Answer:
(iii) ସାହିତ୍ୟରେ ବର୍ଷାବରଣ

(କ) ପ୍ରାବନ୍ଧିକ ପରିଚିତି :

ବିଶିଷ୍ଟ ଐତିହାସିକ ପ୍ରତ୍ନତତ୍ତ୍ୱବିତ୍ ସୁଲେଖକ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଓଡ଼ିଆ ସାହିତ୍ୟର ଏକ ସ୍ମରଣୀୟ ପ୍ରତିଭା । ୧୯୦୯ ମସିହାରେ ସେ ମୟୂରଭଞ୍ଜ ଜିଲ୍ଲାର ଖୁଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ସାଗର ପାଣିଗ୍ରାହୀ, ମାତା ସରସ୍ଵତୀ ଦେବୀ । ସାଗର ଓ ସରସ୍ୱତୀଙ୍କର ନବମ ସନ୍ତାନ ଥିଲେ କୃଷ୍ଣଚନ୍ଦ୍ର । ପରିବାର ବଡ଼ ହୋଇଥବାରୁ ପାଣିଗ୍ରାହୀ ପରିବାର ଖୁବ୍ ଅଭାବ ଅନଟନରେ କାଳାତିପାତ କରୁଥିଲେ । କୃଷ୍ଣଚନ୍ଦ୍ରଙ୍କୁ ବାଲ୍ୟଶିକ୍ଷାଠାରୁ ଏଇ କ୍ରୂର ଅନଟନର ଶିକାର ହେବାକୁ ପଡ଼ିଥିଲା । କିନ୍ତୁ ସେ ମେଧାବୀ ଥିଲେ । ମେଧାବୃତ୍ତି ଲାଭକରି ସ୍କୁଲଶିକ୍ଷା ସମାପ୍ତ କରିଥିଲେ । ତଦାନୀନ୍ତନ ବାରିପଦାର ଉଦାର ହୃଦୟ ନରପତି ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଦେବଙ୍କ କୃପାଦୃଷ୍ଟି କୃଷ୍ଣଚନ୍ଦ୍ରଙ୍କ ଉପରେ ପଡ଼ିଲା । ରାଜାଙ୍କଠାରୁ ଆର୍ଥିକ ସହାୟତା ଲାଭକରି ସେ ରେଭେନ୍ସା କଲେଜରେ ବି.ଏ. ଓ କଲିକତା ବିଶ୍ବବିଦ୍ୟାଳୟରୁ ଇତିହାସରେ ଏମ୍. ଏ. ପାସ୍ କଲେ ।

ଏମ୍. ଏ. ପାସ୍ କରିବାପରେ ପ୍ରଥମେ ମାସିକ ୭୦ ଟଙ୍କା ବେତନରେ ଡଃ. ପାଣିଗ୍ରାହୀ ବିଶିଷ୍ଟ ଐତିହାସିକ | ପ୍ରତ୍ନତତ୍ତ୍ବବିତ୍ ରମାପ୍ରସାଦ ଚାନ୍ଦଙ୍କ ସହଯୋଗୀ ଭାବରେ କାର୍ଯ୍ୟକଲେ । ପରେ ମହାରାଜା ତାଙ୍କୁ ପ୍ରତ୍ନତତ୍ତ୍ବ ଅଧ୍ୟୟନ ଲାଗି ପାଟନା ପଠାଇଥିଲେ । ସ୍ଵର୍ଗତ ପାଣିଗ୍ରାହୀ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗର ସହତତ୍ତ୍ଵାବଧାରକ ଓ ତତ୍ତ୍ଵାବଧାରକଭାବେ କାର୍ଯ୍ୟ କରିଥିଲେ । ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପ୍ରତ୍ନତତ୍ତ୍ବ ବିଭାଗର କ୍ୟୁରେଟର ଭାବରେ ମଧ୍ୟ ସେ କିଛିଦିନ କାର୍ଯ୍ୟ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଅଧ୍ୟାପକ, ପ୍ରାଧ୍ୟାପକ ଓ ପ୍ରଫେସର ଭାବରେ କାର୍ଯ୍ୟକରି ଅବସର ନେଇଥିଲେ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସେ ଚାରିବର୍ଷ ପ୍ରଫେସର ହୋଇଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ଇତିହାସ ବିଭାଗରେ ଭିଜିଟିଙ୍ଗ୍ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ ।

ଇତିହାସ ଓ ପ୍ରତ୍ନତତ୍ତ୍ବ ଥିଲା ଡଃ. ପାଣିଗ୍ରାହୀଙ୍କ ଅଧୀତବ୍ୟ ବିଷୟ । ଜନ୍ମସ୍ଥାନ ମୟୂରଭଞ୍ଜର ଖିଚିଂଠାରୁ ଆରମ୍ଭକରି କଟକ, ଚଉଦ୍ଵାର, ଭୁବନେଶ୍ଵର, ଶିଶୁପାଳଗଡ଼, ଧଉଳି, ଜଉଗଡ଼ଆଦି ବିଷୟରେ ଗବେଷଣା କରି ସେ ବହୁ ପ୍ରବନ୍ଧ ରଚନା କରିଛନ୍ତି । ତାଙ୍କ ଗବେଷଣା ପୁସ୍ତକ ହେଲା ‘ଭୁବନେଶ୍ଵରର ପ୍ରତ୍ନତାତ୍ତ୍ଵିକ ବିଭବ’। ଇତିହାସପ୍ରସିଦ୍ଧ ଭୁବନେଶ୍ଵର ସହରକୁ ବିଶ୍ଵ ଦରବାରରେ ପରିଚିତ କରାଇବାପାଇଁ ଏହା ଏକ ଅତି ଉପାଦେୟ ଗ୍ରନ୍ଥ । ଅତି ସରଳ ସୁଖପାଠ୍ୟ ଭାଷାରେ ଡକ୍ଟର ପାଣିଗ୍ରାହୀ ଇତିହାସର ତଥ୍ୟକୁ ଭିଭିକରି ପ୍ରବନ୍ଧମାନ ରଚନା କରିଥିଲେ । ଇତିହାସ ଗବେଷଣା ସମ୍ପର୍କିତ ନିଜ ପୁସ୍ତକଟିକୁ ମଧ୍ୟ ସେ ସୁନ୍ଦର ଭାଷାରେ ରଚନା କରିଛନ୍ତି । ଡକ୍ଟର ପାଣିଗ୍ରାହୀଙ୍କ ରଚନାର ବୈଶିଷ୍ଟ୍ୟ ସମ୍ପର୍କରେ ପ୍ରଫେସର କୁଞ୍ଜବିହାରୀ ଦାଶ ଲେଖିଛନ୍ତି –

‘‘କଥା ଅଛି, ହିତକର ଅଥଚ ମନୋହର ବଚନ ସଂସାରରେ ଦୁର୍ଲଭ । ରୂଢ଼, ରୁକ୍ଷବୋଧ ହେଲେବି ପରିଣାମରେ ହିତକର ହେବ, ଏଇ ବିଶ୍ଵାସରେ ଡକ୍ଟର ପାଣିଗ୍ରାହୀ ସ୍ପଷ୍ଟୋକ୍ତି କରିଅଛନ୍ତି । ଆଖିରୁ ପରଳ ଦୃଷ୍ଟି ଫିଟାଇବା ତାଙ୍କର ଲକ୍ଷ୍ୟ । ଜାତି ସଂସ୍କୃତିର ସର୍ବାଙ୍ଗୀନ ଉନ୍ନତି ତାଙ୍କର କାମନା । ଶିକ୍ଷିତ ଗୋଷ୍ଠୀଙ୍କ ଚିନ୍ତାଶୂନ୍ୟତା, ଅଥର୍ବତା ଦୂରକରିବା ଲାଗି ସେ ଆଘାତ କରିଛନ୍ତି । କୌଣସି ବ୍ୟକ୍ତି ପ୍ରତି ତିଳାର୍ଷ ଈର୍ଷା ବା ଅସୂୟା ଏଥରେ ପ୍ରକାଶିତ ହୋଇନାହିଁ । ଅନ୍ଧାନୁସରଣ, ଜାଲ୍ ଗବେଷଣା, ଭଣ୍ଡ ଧର୍ମ, ଭାଲ୍ଲିକ ମିଥ୍ୟା, ପ୍ରଚାର, ନିର୍ବିଚାରରେ ପରଧର୍ମ ଗ୍ରହଣ ଓ ଉତ୍କଳ ପରମ୍ପରା ତ୍ୟାଗ କିପରି ଓଡ଼ିଶାର ଘୋର କ୍ଷତି ଘଟାଇଛି ଲେଖକ ଦୁଃଖରେ ପ୍ରିୟମାଣ ହୋଇ ପ୍ରକାଶ କରିଅଛନ୍ତି । ଏ ପ୍ରଦେଶରେ ସ୍ବାଧୀନ ଚିନ୍ତାର ବିକାଶ, ଆତ୍ମବିଶ୍ଵାସ ଓ ଆତ୍ମସମ୍ମାନବୋଧ ଅଭାବରୁ ଏଭଳି ଦୁର୍ଗତି ଘଟୁଛି ବୋଲି ତାଙ୍କର ଦୃଢ଼ ମତ । ‘ମୋ ସମୟର ଓଡ଼ିଶା’ ଓଡ଼ିଆ ଜାତି ପ୍ରତି ଏକ ଚେତାବନୀ, ପ୍ରଗତି ପୋତର ଏକ ଦିଗନିର୍ଣ୍ଣାୟକ ଖୁଣ୍ଟ ।”’

ଡକ୍ଟର ପାଣିଗ୍ରାହୀ ଉଭୟ ଇଂରାଜୀ ଓ ଓଡ଼ିଆରେ ବହୁ ଉପାଦେୟ ଗ୍ରନ୍ଥର ପ୍ରଣେତା । ତାଙ୍କ ରଚିତ ଗ୍ରନ୍ଥଗୁଡ଼ିକ ହେଲା – (୧) ଭାରତୀୟ ପ୍ରତ୍ନତତ୍ତ୍ବ — ୧୯୬୦ ।

  1. ଇତିହାସ ଓ କିମ୍ବଦନ୍ତୀ – ୧୯୬୪ ।
  2. ପ୍ରବନ୍ଧ ମାନସ ୧୯୭୨ ।
  3. ଓଡ଼ିଶାର ସଂସ୍କୃତି ଓ ଇତିହାସରେ ଯାଜପୁର – ୧୯୭୩ ।
  4. ସାରଳା ସାହିତ୍ୟରେ ଐତିହାସିକ ଚିତ୍ର – ୧୯୭୬ ।
  5. ମୋ ସମୟର ଓଡ଼ିଶା – ୧୯୭୮ ।

ଇଂରାଜୀ ଗ୍ରନ୍ଥ –

  1. Archaeological remains at Bhubaneswar.
  2. History of Orissa.

୧୯୮୭ ଫେବୃୟାରୀ ୨୫ ତାରିଖରେ ଏହି ମହାନ୍‌ ପ୍ରତିଭାଙ୍କର ମହାପ୍ରୟାଣ ହେଲା । ଓଡ଼ିଶା ଜଣେ ସୁଯୋଗ୍ୟ ସନ୍ତାନକୁ ଚିରକାଳ ପାଇଁ ହରାଇ ବସିଲା ।

(ଖ) ପ୍ରବନ୍ଧର ପୃଷ୍ଠଭୂମି :
‘ପୁଷ୍ପପୁରରେ ବର୍ଷାବରଣ’ ପ୍ରବନ୍ଧଟି ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ‘ପ୍ରବନ୍ଧ ମାନସ’ ପ୍ରବନ୍ଧ ସଂକଳନର ଅନ୍ୟତମ ପ୍ରବନ୍ଧ । ପ୍ରାବନ୍ଧିକ ପାଣିଗ୍ରାହୀ ଯେତେବେଳେ କାର୍ଯ୍ୟ ଉପଲକ୍ଷେ ଆଧୁନିକ ପାଟନା/ପାଟଳିପୁତ୍ର ଯାହାକୁ ପୁଷ୍ପପୁର ବୋଲି କୁହାଯାଉଥିଲା, ସେଠାରେ ଥିଲାବେଳେ ସେ ଦେଖିଛନ୍ତି, ମେଘକୁ । ମେଘକୁ ଦୂତଭାବରେ ପ୍ରେରଣ କରିଛନ୍ତି ଓଡ଼ିଶାକୁ । ମେଘକୁ ଦୂତକରି ପ୍ରଣୟିନୀ ପାଖକୁ ପଠାଇଛନ୍ତି । ପ୍ରାବନ୍ଧିକ ସେହି ପରମ୍ପରାକୁ ଅନୁସରଣ କରିଛନ୍ତି । ପୁନଶ୍ଚ କବିବର ରାଧାନାଥ ରାୟ ‘ମହାଯାତ୍ରା’ରେ ଓଡ଼ିଶାର ବର୍ଣ୍ଣନା ଓ ଉତ୍କଳମଣି ଗୋପବନ୍ଧୁ ବନ୍ଦୀଭାବରେ ଥିଲାବେଳେ ଓଡ଼ିଶାର ମହତ୍ତ୍ବ ପ୍ରତିପାଦନ କଲାଭଳି, ପ୍ରାବନ୍ଧିକ ଏଥରେ ସୁଜଳା, ସୁଫଳା ଉତ୍କଳର ଗୌରବ ଗାନ କରିଛନ୍ତି । ମୋଟ ଉପରେ ଏହା ଏକ ଗଦ୍ୟ କାବ୍ୟଭଳି ମନେହୋଇଥାଏ ।

(ଗ) ପ୍ରବନ୍ଧର ସାରକଥା :

ପ୍ରାବନ୍ଧିକ ମେଘକୁ ସମ୍ବୋଧନ କରି, ମେଘର ଅପରୂପ ଶୋଭାକୁ ସୂଚିତ କରି, ଓଡ଼ିଶାକୁ ଯାଇ ମେଘ ଯେପରି ନିଦାଘ ନବମେଘର ହୋଇଛି ଆଗମନ । ମେଘକୁ ଦେଖି ପ୍ରାବନ୍ଧିକଙ୍କ ମନରେ ଦେଖାଦେଇଛି ଉତ୍‌ଫୁଲ୍ଲିତ ଭାବ । ତେଣୁ ମେଘର ଗତି କ୍ରମଶଃ ଓଡ଼ିଶା ଅଭିମୁଖେ ଗଲେ, ଓଡ଼ିଶା ହେବ ସବୁଜ ଓ ଶସ୍ୟଶ୍ୟାମଳ, ସେହି ଆଶା ମନରେ ସେ ପ୍ରତିପୋଷଣ କରିଛନ୍ତି ।

ପ୍ରାବନ୍ଧିକ ମେଘକୁ ସ୍ବାଗତ ଜଣାଇଛନ୍ତି । ମେଘର ସ୍ନିଗ୍ଧ ଉଜ୍ଜ୍ବଳକାନ୍ତ କବିଙ୍କ ନୟନମନକୁ କରିଛି ବିଭୋର । ସେ ବାତାୟନ ପାର୍ଶ୍ଵରେ ବସି, ତା’ର ଗୁରୁଗମ୍ଭୀର ଧ୍ଵନିରେ ଶୁଭ ଆଗମନୀକୁ ଶ୍ରବଣ କରିଛନ୍ତି । ମେଘକୁ ସେ ଦୂରବନ୍ଧୁ ବୋଲି ସମ୍ବୋଧନ କରି, ତା’ର ଶୁଭାଗମନରେ ପରିବେଶ ମଙ୍ଗଳକର ଓ ମଧୁମୟ ହୋଇଉଠିଛି ବୋଲି କହିଛନ୍ତି । ଦୀର୍ଘଦିନର ପ୍ରତୀକ୍ଷା ପରେ, ତା’ର ଶୀତଳ ସ୍ପର୍ଶରେ ପୁଷ୍ପପୁର ଜୀବନ୍ତ ଓ ସବୁଜ ହୋଇଉଠିବ ବୋଲି କବି ପରିକଳ୍ପନା କରିଛନ୍ତି ।

ମେଘର ଅପରୂପ କାନ୍ତିକୁ ଦେଖି କବିଙ୍କ ମାନସପଟରେ ଦେଖାଦେଇଛି, ମହାକବି କାଳିଦାସ ମେଘକୁ ଦୂତ କରି ପ୍ରଣୟିନୀ ନିକଟକୁ ପଠାଇଥିବା ପ୍ରସଙ୍ଗକୁ । ପ୍ରାବନ୍ଧିକ ପାଣିଗ୍ରାହୀ ସେଇ ପରମ୍ପରାକୁ ଅନୁସରଣ କରି ବର୍ଷାକୁ ଜନ୍ମଭୂମିର ଗୌରବ ଗାନ କରିବାପାଇଁ ବ୍ୟବହାର କରିଛନ୍ତି । ସୁଜଳା ସୁଫଳା ଶସ୍ୟଶ୍ୟାମଳା ଉତ୍କଳଭୂମିର ଗୌରବାବହ ଅତୀତ ଓ ଅବହେଳିତ ବର୍ତ୍ତମାନ ବିଷୟ ଉଲ୍ଲେଖକରି ପୂର୍ବର ସେହି ଗୌରବ ଫେରେଇ ଆଣିବାଲାଗି ପ୍ରେରଣା ପ୍ରଦାନ କରିଛନ୍ତି । ବ୍ୟକ୍ତିଠାରୁ ଗୋଷ୍ଠୀ ବଡ଼ । ଜଣଙ୍କ ପାଇଁ ବା ବିରହୀ ଯକ୍ଷପାଇଁ ଯଦି ବାରିଦ ସନ୍ଦେଶ ନେଇଯାଇ ପାରିଲା, ତା’ହେଲେ ମେଘ କାହିଁକି ନିଦାଘ ତୃଷିତ ଓଡ଼ିଶା ଯାଇପାରିବ ନାହିଁ । ସେ ଜାଣିଛନ୍ତି ଜଳ ଭାବରେ ଆଜି ଉତ୍କଳ ହାହାକାର ହେଉଛି । ତେଣୁ ପ୍ରାବନ୍ଧିକ ମେଘକୁ ଅତି ବିନୟ ସହକାରେ ମାନସ କମଳ ଅର୍ପଣ କରି, କାତରଭାବରେ ପୁଷ୍ପପୁରରୁ ଉତ୍କଳକୁ ଗତି କରିବାପାଇଁ କହିଛନ୍ତି ।

ପ୍ରାବନ୍ଧିକ ଏତେ ଭାବପ୍ରବଣ ହୋଇଛନ୍ତି ଯେ, ସେ ମନେକରିଛନ୍ତି, ଯଦି ସେ ଧୂମ, ଜ୍ୟୋତି ବା ସଲିଳ ସହିତ ମିଶିପାରନ୍ତେ, ତା’ହେଲେ ସେ ବାତାୟନ ପଥରେ ଉଡ଼ିଯାଇ ବାରିଦକୁ ନିଜର ଜନ୍ମଭୂମିକୁ ଚିହ୍ନାଇ ଦିଅନ୍ତେ । ତଥାପି ମେଘକୁ ସେ କହିଛନ୍ତି, ଭାରତର ସାରଭୂତା ଉତ୍କଳଭୂମିକୁ ଚିହ୍ନିବାପାଇଁ ତୋ’ର ଭୁଲ୍ ହେବ ନାହିଁ । କାରଣ ଉତ୍କଳର ବିଶେଷତ୍ଵ ହେଉଛି, ତାହା ପୂଗ, ପୁନ୍ନାଗ, ତାଳ, ତମାଳ, ତାମ୍ବୁଳ ଓ ନାରିକେଳ ବନରେ ବିଶୋଭିତ । ଗୋଟିଏ ପଟେ ମହୋଦଧୂ ଥିଲାବେଳେ, ଅନ୍ୟ ଏକ ପଟରେ ତୁଙ୍ଗଶିଖରୀ ସମାକୁଳ ନିବିଡ଼ ବନରାଜି। ସେହିସ୍ଥାନ ହେଉଛି ଅସରନ୍ତି ଶ୍ୟାମଶୋଭାରେ ଶୋଭିତ । ପ୍ରାବନ୍ଧିକ ସେହି ପ୍ରସଙ୍ଗରେ ଉତ୍କଳର ପୂର୍ବ ଗୌରବକୁ ସ୍ମରଣ କରାଇ କହିଛନ୍ତି, ‘‘କୋଟିବୀର ପ୍ରସବିନୀ, କୋଟିକୀର୍ତ୍ତିକିରୀଟିନୀ, ତଟନୀତଟମାଳିନୀ, ପ୍ରଚ୍ଛନ୍ନରତ୍ନଧାରିଣୀ, ସୁଜଳା, ସୁଫଳା, ଶ୍ୟାମଳା ଅଥଚ ଆଜି ପତିତା, ଲାଞ୍ଛିତା ଓ ଖଣ୍ଡିତା ।’’ କାବ୍ୟକ ଭାବରେ ବିଭୋର ହୋଇ ଶ୍ରୀଯୁକ୍ତ ପାଣିଗ୍ରାହୀ ଲେଖିଛନ୍ତି – ‘ଜଳଦ ! ଏପରି ଭୂମିକୁ ଚିହ୍ନିବାପାଇଁ ତୋ’ର ଭ୍ରମ ହେବନାହିଁ । ବିଜୁଳିବିମଣ୍ଡିତ ଓ ବଳକା-ବିଶୋଭିତ ହୋଇ ଗନ୍ଧବହ ହିଲ୍ଲୋଳରେ ଭାସି ଭାସି ପୀତବସନ ବନମାଳୀ ପରି ଉତ୍କଳର ଆକାଶରେ ଆବିର୍ଭୂତ ହୋଇଯିବୁ । ଗୋପାଙ୍ଗନାମାନଙ୍କ ଅପାଙ୍ଗ ଘନଶ୍ୟାମର ରୂପସୁଧା ପାନକଲାପରି ଉତ୍କଳରେ ଆଜି କୋଟି ନେତ୍ର ତୋ’ର ରୂପସୁଧା ପାନ କରିବ ।’’

ପ୍ରାବନ୍ଧିକ ପାଣିଗ୍ରାହୀଙ୍କ ଜନ୍ମଭୂମି ଥିଲା ମୟୂରଭଞ୍ଜ । ତେଣୁ ସେଠାକାର ଜନଜାତି ଓ ବନବାସୀଙ୍କ ସହ ଥିଲା ତାଙ୍କର ନିବିଡ଼ ସମ୍ପର୍କ । ତେଣୁ ଜଳଦକୁ ଅନୁରୋଧ କରି ସେ କହିଛନ୍ତି, ଦରିଦ୍ରମାନଙ୍କୁ ଜଳଦାନ କରି ନିଜର ବଦାନ୍ୟତା ପରିପ୍ରକାଶ କରିବାକୁ । ବନବାସୀମାନେ ଟଙ୍କିଳ, ଅନୁର୍ବର ଭୂମିରେ ପରିଶ୍ରମକରି ଫସଲ ଲଗାଇଥିଲେ ବି ଜଳ ଅଭାବରୁ ସେଗୁଡ଼ିକ ଝାଉଁଳି ଯାଇଥବ । ପ୍ରାବନ୍ଧିକ ସେହି ଶସ୍ୟକୁ ରୋଗଶଯ୍ୟା ଶାୟିତ ପୁତ୍ରକନ୍ୟାଙ୍କ ସହିତ ତୁଳନା କରିଛନ୍ତି । ସେଠାକାର ପ୍ରାକୃତିକ ପରିବେଶ ଓ ବନବାସୀଙ୍କର ଚଳଣିର ସୂଚନା ଦେଇ ପ୍ରାବନ୍ଧିକ ଲେଖିଛନ୍ତି – ‘ନିଘଞ୍ଚ ବନ ମଧ୍ୟରେ ଏମାନଙ୍କ ବାସଭୂମି ମଧ୍ଯ ତୁ ସହଜରେ ଖୋଜି ପାଇବୁ ନାହିଁ ।

ଗୋ-ପଲର ଗଳଘଣ୍ଟି ବା ଗୋପାଳର ବେଣୁମ୍ବନ ଶୁଣି କିମ୍ବା କୁଟୀରରୁ ଉଦ୍‌ଗତ କୁଣ୍ଡଳୀଭୂତ ଧୂମ ଦେଖି ଗ୍ରାମ-ସୀମା ଜାଣିପାରିବୁ । ଅଥବା ଯଦି ତୋ’ର ଭାଗ୍ୟରେ ଥାଏ, ତେବେ ସଂକୀର୍ଷ ପଥରେ ଶ୍ରେଣୀବଦ୍ଧ ନରନାରୀଙ୍କ ପ୍ରବାହଟିଏ ତୋ’ ଆଖିରେ ପଡ଼ିଯିବ । ଅଗ୍ରସର ନବଯୁବକମାନଙ୍କ ବେଣୁସ୍ୱନର ଅନୁକୃତିରେ ଲଳନାକଣ୍ଠର ଐକାର୍ତ୍ତିକ ଲଳିତସ୍ୱରରେ ବନଭୂମିକୁ ଭସାଇ ଏମାନେ ନିର୍ଝର ପରି ଗତି କରି ଚାଲିଥିବେ ।’’ ପୁନଶ୍ଚ ପ୍ରାବନ୍ଧିକ ସେଠାକାର ଯୁବତୀମାନଙ୍କର ରୂପଶୋଭାକୁ ବର୍ଣ୍ଣନା କରିବାପାଇଁ ଭୁଲି ନାହାଁନ୍ତି । କାରଣ ସେହି ଯୁବତୀମାନେ କେବଳ ଆକର୍ଷଣୀୟା ନୁହଁନ୍ତି, ସେମାନେ ମଧ୍ୟ ପରିଶ୍ରମୀ । ପ୍ରକୃତି ସହିତ ନିଜକୁ ମିଶାଇ, ସେମାନେ ବଞ୍ଚିବାର ଉପାଦାନ ସଂଗ୍ରହ କରନ୍ତି । ମେଘ ବର୍ଷାକୁ ସେମାନଙ୍କର ଖାତିର ନ ଥାଏ, ବରଂ ବର୍ଷା ସାଙ୍ଗରେ ତାଳମିଳାଇ ସେମାନେ ଚାଷକାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତି ।

ପ୍ରାବନ୍ଧିକ ଜଳଦକୁ ପୁନର୍ବାର ସମ୍ବୋଧନ କରି କହିଛନ୍ତି, ବନବାସୀମାନେ ତୋ’ ବ୍ୟତୀତ ଆଉ କାହାରି ଅନୁଗ୍ରହ ଇଚ୍ଛା କରନ୍ତି ନାହିଁ । ବାରିପାତକୁ ନେଇ ସେମାନେ ପରିଶ୍ରମ କରନ୍ତି । କୃଷିକାର୍ଯ୍ୟକରି ବଞ୍ଚିବାର ସାମର୍ଥ୍ୟ ସଂଗ୍ରହ କରନ୍ତି । ପୁନଶ୍ଚ ଶ୍ରୀଯୁକ୍ତ ପାଣିଗ୍ରାହୀ ବନବାସୀଙ୍କର ସରଳ, ନିଷ୍କପଟ ଜୀବନଯାପନର ସୂଚନା ଦେଇଛନ୍ତି । ବର୍ଷାରେ ସେଠାକାର ପ୍ରକୃତି କିପରି ଅପରୂପ ଶୋଭା ଧାରଣ କରିବ, ତାହାକୁ ବିଭିନ୍ନ ତୁଳନାତ୍ମକ ଉଦାହରଣ ଦେଇ, ବକ୍ତବ୍ୟକୁ ଚମତ୍କାର କରିଛନ୍ତି ।

ପ୍ରାବନ୍ଧିକ ଜଳଦକୁ ପୁନର୍ବାର ସମ୍ବୋଧନ କରି କହିଛନ୍ତି, ବନବାସୀମାନେ ତୋ’ ବ୍ୟତୀତ ଆଉ କାହାରି ଅନୁଗ୍ରହ ଇଚ୍ଛା କରନ୍ତି ନାହିଁ । ବାରିପାତକୁ ନେଇ ସେମାନେ ପରିଶ୍ରମ କରନ୍ତି । କୃଷିକାର୍ଯ୍ୟକରି ବଞ୍ଚିବାର ସାମର୍ଥ୍ୟ ସଂଗ୍ରହ କରନ୍ତି । ପୁନଶ୍ଚ ଅପରୂପ ଶୋଭା ଧାରଣ କରିବ, ତାହାକୁ ବିଭିନ୍ନ ତୁଳନାତ୍ମକ ଉଦାହରଣ ଦେଇ, ବକ୍ତବ୍ୟକୁ ଚମତ୍କାର କରିଛନ୍ତି ।

ଲେଖକ ମେଘକୁ ସମ୍ବୋଧନ କରି କହିଛନ୍ତି, ଯଦି କ୍ଳାନ୍ତି ଆସେ, ତା’ହେଲେ ତୁ ମେଘାସନ, ଗନ୍ଧମାର୍ଦ୍ଦନ ବା ମାଲ୍ୟଗିରିରେ ଅବସର ନେବୁ ! ଏହି ସ୍ଥାନ ଓଡ଼ିଶାର ଖଣିଜ ସମ୍ପଦରେ ପରିପୂର୍ଣ୍ଣ । ମାତ୍ର ଏହି ଖଣିଜ ସମ୍ପଦର ସୁବିନିଯୋଗ ହେଉ ନ ଥ‌ିବାରୁ ଓଡ଼ିଶାବାସୀ ଭାଗୀରଥୀ ତୀରରେ ବସି ପିପାସୀ ଓ ରତ୍ନସ୍ତୂପରେ ବସି ଉପବାସୀ ହେଉଛନ୍ତି ବୋଲି କହିଛନ୍ତି । ପୁନଶ୍ଚ ସେଠାକାର ପ୍ରାକୃତିକ ଶୋଭାକୁ ପ୍ରାବନ୍ଧିକ ଚମତ୍କାର ଭାବରେ ବର୍ଣ୍ଣନା କହିଛନ୍ତି । ଖଣ୍ଡାଧାର ଓ ଦେବଗଡ଼ର ଜଳପ୍ରପାତ ଦୃଶ୍ୟକୁ ବର୍ଣ୍ଣନା କରିବା ପାଇଁ ମଧ୍ୟ ସେ ଭୁଲି ନାହାଁନ୍ତି। ପରବର୍ତୀ ସମୟରେ ଲେଖକ ଜଳଦକୁ କଳ୍ପନାରେ ପଠାଇ ଦେଇଛନ୍ତି ସୂକ୍ଷ୍ମଶାଳିର ସଦାପ୍ରଫୁଲ୍ଲ । ଦୁଃଖ ଦୈନ୍ୟରେ ଥାଇ ସୁଦ୍ଧା ବିଷାଦକାଳିମା କେବେ ତାଙ୍କୁ ସ୍ପର୍ଶ କରେନାହିଁ । ପ୍ରାତଃ ସମୟରୁ ସେଠାକାର ବଧୂମାନେ ସ୍ନାନ ସାରିଥା’ନ୍ତି । ଏହାକୁ ବର୍ଣ୍ଣନା କରି ଲେଖକ କହିଛନ୍ତି – ‘ପ୍ରାଚୀବଧୂ ଅରୁଣିତ ମୁଖରୁ ଅବଗୁଣ୍ଠନ ଖୋଲିବା ଆଗରୁ ଏଠାରେ ବଧୂମାନେ ସ୍ନାନସାରି ଶିଶିର ସ୍ନାତ ଶେଫାଳି ପରି ହାସ୍ୟମୟୀ ହୋଇଉଠନ୍ତି । ଏମାନଙ୍କ ଅନଳସ ଚରଣରେ କମ ଫୁଟି ଉଠେ ଓ କଳାକୁଶଳ କରସ୍ପର୍ଶରେ କ୍ଷୁଦ୍ର କୁଟୀର ସୁଦ୍ଧା ହସିଉଠେ । ସମ୍ବଲପୁରର କେଦାରଭରା ଶ୍ୟାମଳିମାକୁ ସେ ସୂଚିତ କରାଇଛନ୍ତି ।

ସମ୍ବଲପୁରରୁ ବାରିଦ ବେଣୁବନକୁ ଅତିକ୍ରମ କରି ଅନୁଗୋଳ ପଥରେ କପିଳାସ ଦେଇ କଟକରେ ପହଞ୍ଚିବ । ଏହି ଅବସରରେ ଲେଖକ କଟକର ମହିମାଗାନ କରିଛନ୍ତି । କାରଣ ଏହି କଟକ ଦିନେ ଥିଲା ଗଜପତିଙ୍କର ରାଜଧାନୀ । ପରେ ସ୍ମୃତିପୂତ ବିଡ଼ାନାସୀ, ବାରବାଟୀ ଦୁର୍ଗ ଓ ବହୁ କବି, ଜ୍ଞାନୀ, ଗୁଣୀ ଓ କର୍ମୀଙ୍କ ପାଇଁ ଉତ୍କଳର ମହିମା ଅଖଣ୍ଡ ରହିଥିଲା । ଅତୀତର କାରୁକାର୍ଯ୍ୟ ବିମଣ୍ଡିତ ମନ୍ଦିର ସମ୍ବନ୍ଧରେ ସେ ଯାହା କହିଛନ୍ତି, ସେଥୁରୁ ଉତ୍କଳର ଗୌରବ ଗାଥା ସ୍ପଷ୍ଟ ହୋଇଛି । ପ୍ରାବନ୍ଧିକଙ୍କ ଭାଷାରେ – ‘ତୁ ଜାଣିବୁ ଯେ ଏହି ସେହି ଭୁବନମୋହନ କୋଣାର୍କ ! ସ୍ବର୍ଗଚ୍ୟୁତ ପାରିଜାତପରି ତାହା ଆଜି ମ୍ଳାନ ଓ ଛିନ୍ନ ହୋଇ ବିଜନବେଳାରେ ପଡ଼ିରହିଛି । ଦୃପ୍ତ ଓ ଗର୍ବିତ ଜାତିର ପରାକ୍ରମର ପ୍ରତୀକ ଏହି ମହାମନ୍ଦିର ଏକ ପକ୍ଷରେ ତୋତେ ବିପୁଳ ବିଭବର ବାର୍ଷା ଓ ଅନ୍ୟପକ୍ଷରେ ଅତୁଳିତ ଲଳିତ କଳାର ଛନ୍ଦୋମୟୀ ଗାଥା ଏକାବେଳକେ ଆଣିଦେବ । ଏହି ମୂକମନ୍ଦିରର ସିନ୍ଧୁ ଘୋଷକୁ ବୁଡ଼ାଇ ଦିଅନ୍ତା । ଘନ ! ଅତୀତର ଏହି ମ୍ଳାନ ଶ୍ମଶାନରେ ଆଉ ବେଶୀ କ୍ଷଣ ରହିଲେ ଲାଭ କ’ଣ ହେବ ? ଏହାର ଚାରୁଚୂଡ଼ାକୁ ଚୁମ୍ବନ କରି ଓ ମହୋଦଧ୍ ଉପକୂଳକୁ ଶ୍ୟାମଳ କରି ତ୍ୱରାଗତିରେ ନୀଳାଚଳପଥ ଧରିବୁ ।’’

ନୀଳାଚଳ ପଥରେ ଯାଉଁ ଯାଉଁ ମେଘ ପହଞ୍ଚିବ ସାକ୍ଷୀଗୋପାଳର ଧବଳିତ ସଦନରେ । ସେହି ପରିପ୍ରେକ୍ଷୀରେ ଲେଖକ ସ୍ମରଣ କରାଇଛନ୍ତି ଶ୍ମଶୁଳ, ଅଶୁଳ, ଖର୍ବ, କ୍ଷମ ମନୁଷ୍ୟର କଥା । ଯେ କି ବକୁଳ ବନରେ କୁଟୀର ରଚି ଉନ୍ନତ ଉତ୍କଳର ସ୍ବପ୍ନ ଦେଖିଥିଲା । ସେ ଥିଲା ଉତ୍କଳର ମହାନିଶାରେ ଧ୍ରୁବ ଜ୍ୟୋତି, ଯେ କି ଦଧୀଚିପରି ଅସ୍ଥିଦେଇ ଦେଶମାତୃକାପାଇଁ ଅକାଳରେ ଝାଉଁଳି ଯାଇଥିଲା । ସେଠାକାର ଛୁରିଅନା କୁଞ୍ଜ, ବକୁଳବନକୁ ସ୍ପର୍ଶକରି ଶ୍ୟାମଳ ଓ ଉଜ୍ଜଳ କରିଯିବୁ ବୋଲି ଲେଖକ ମେଘକୁ ଅନୁରୋଧ କରିଛନ୍ତି । ତା’ପରେ ଗୋପାଳଙ୍କ ପ୍ରତି ପ୍ରଣତି ଜଣାଇ ନୀଳାଚଳ ପଥ ଧରିବାକୁ ମଧ୍ୟ ସେ କହିଛନ୍ତି । ଲେଖକ ଏହି ପ୍ରସଙ୍ଗରେ ନୀଳାଚଳ କ୍ଷେତ୍ର ପୁରୀର ପ୍ରାକୃତିକ ଶୋଭା, ଶ୍ରୀଜଗନ୍ନାଥଙ୍କର ମହିମାକୁ ଅତି ମନୋଜ୍ଞ ଭାବରେ ଉଲ୍ଲେଖ କରିଛନ୍ତି ।

ଜଗନ୍ନାଥଙ୍କ ମହିମା ପ୍ରସଙ୍ଗରେ ସେ ଲେଖିଛନ୍ତି – ‘ତୁ ଯେବେ ଇତିହାସର ପ୍ରତିଲୋମରେ ଗତି କରିଯିବୁ, ତେବେ ଜାଣିବୁ ଯେ ଏହି ଜଗନ୍ନାଥ ହିଁ ଉତ୍କଳର ଇତିହାସ । ଶାନ୍ତି, ମୁକ୍ତି, ମୈତ୍ରୀ, ଭକ୍ତି ଓ ଭୀତି ସବୁ ଏକାଧାରରେ ଏହିଠାରେ ହିଁ ଶତ ଶତାବ୍ଦୀ ଧରି ପୁଞ୍ଜୀଭୂତ ହୋଇ ଆସିଛି ।’’ ପୁନଶ୍ଚ ନୀଳାଚଳ କ୍ଷେତ୍ରର ବିପର୍ଯ୍ୟୟ ପରିସ୍ଥିତି କଥା ମଧ୍ୟ ଲେଖକ ସୂଚାଇ ଅଛନ୍ତି । ଶେଷରେ ନୀଳାଚଳଠାରୁ ଚିଲିକା ବକ୍ଷଦେଇ ସମଗ୍ର ଉପକୂଳ ଓ ମାଳଅଞ୍ଚଳ ବ୍ୟାପୀଯିବାକୁ କହିଛନ୍ତି । ଗଞ୍ଜାମ ଓ ଜୟପୁରକୁ ଦକ୍ଷିଣାଶାପଥ – ପ୍ରହରୀ ବୋଲି ଲେଖକ ସମ୍ବୋଧନ କହିଛନ୍ତି । ଏହାର ନୌବାଣିଜ୍ୟ ଐତିହ୍ୟକୁ ସୂଚିତ କରିବାପାଇଁ ସେ ଭୁଲି ନାହାଁନ୍ତି । ଶେଷରେ ତୈଲଙ୍ଗୀ ନାରୀମାନେ ସ୍ବାଗତ ଜଣାଇବେ ଘନକୁ । ସେହି ଘନ କାହାକୁ ନିରାଶ ନ କରି ତା’ର ଶ୍ୟାମ ସ୍ପର୍ଶରେ ସମସ୍ତ ଅଞ୍ଚଳକୁ ଶ୍ୟାମଳ କରିବବୋଲି ଲେଖକ କହିଛନ୍ତି ।

(ଘ) କଠିନ ଶବ୍ଦ ଓ ଏହାର ଅର୍ଥ :
CHSE Odisha Class 12 Odia Solutions Chapter 2 ପୁଷ୍ପପୁରରେ ବର୍ଷାବରଣ 1

BSE Odisha 7th Class Odia Solutions Chapter 14 ମାଡ଼ହାଣ୍ଡି କଥା

Odisha State Board BSE Odisha 7th Class Odia Solutions Chapter 14 ମାଡ଼ହାଣ୍ଡି କଥା Textbook Exercise Questions and Answers.

BSE Odisha Class 7 Odia Solutions Chapter 14 ମାଡ଼ହାଣ୍ଡି କଥା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ଚକୁଳିଆ ପଣ୍ଡା କିପରି ପେଟ ପୋଷୁଥିଲା ?
Answer:
ଚକୁଳିଆ ପଣ୍ଡା ଗରିବ ବ୍ରାହ୍ମଣ ଥିଲା । ଘର ଘର, ଗାଁ ଗାଁ ବୁଲି ଭିକ ମାଗେ । ଛଅ ଗାଆଁ ଗଲେ ସେରେ ଆଣେ, ନଅ ଗାଆଁ ଗଲେ ସେରେ ଆଣେ । ଏମିତି ଭିକ ମାଗି ଯା ଆଣେ, ସେଥ‌ିରେ ମା’ ପୁଅ ଦୁହେଁ ଚଳନ୍ତି । ସେ ଭିକ ପାଇଲେ ଖାଉଥିଲା, ନଚେତ୍ ଉପାସରେ ଦିନ କାଟୁଥିଲା ।

(ଖ) ଚକୁଳିଆ ପଣ୍ଡା କାନ୍ଦି ବୋବେଇ ପଳାଇ ଆସିଲା କାହିଁକି ?
Answer:
ଚକୁଳିଆ ପଣ୍ଡା ପ୍ରତିଦିନ ଭିକ୍ଷାକରି ପେଟ ପୋଷେ । ଯେତେବେଳେ ଯାହା ମିଳେ ସେଥୁରେ ମା’ ଓ ପୁଅ ଦୁହେଁ କୌଣସି ମତେ ଚଳିଯାଆନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ଦିନେ ସେ କେତେ ଆଡ଼େ ବୁଲିଲା, ହେଲେ ପୋଷେ ଚାଉଳ ବି ଭିକ ମିଳିଲା ନାହିଁ । ଲୋକେ ଭିକ ଦେବେ କ’ଣ, ଗାଁ ପିଲାଏ ଟେକା, ବୋଲୁଅ ଫୋପାଡ଼ି ତାକୁ ଗାଁରୁ ତଡ଼ିଦେଲେ । ଏଣୁ ସେ କାନ୍ଦି ବୋବାଇ ପଳାଇ ଆସିଲା ।

(ଗ) ଗଙ୍ଗାମାତା କେଉଁଠାରେ ଥିଲେ ?
Answer:
ପିଲାଙ୍କଠାରୁ ଟେକାମାଡ଼ ଖାଇ ଚକୁଳିଆ ପଣ୍ଡା ଘରକୁ ନଯାଇ ଆଗକୁ ଚାଲିଲା । ସେ ବାଟରେ ସୁନ୍ଦର ପଦ୍ମପୋଖରୀଟିଏ ଦେଖୁ। ସେଥ‌ିରେ କଳା ଭଅଁର ପରି ପାଣି । ପୋଖରୀ ଚାରିପାଖଯାକ ଶଙ୍ଖମଲମଲ ପଥରରେ ପାହାଚ ତିଆରି ହୋଇଥିଲା। ସେଇ ପୋଖରୀଟିରେ ଗଙ୍ଗାମାତା ଥିଲେ ।

(ଘ) ଗଙ୍ଗାମାତା ଚକୁଳିଆ ପଣ୍ଡା ପ୍ରତି ଦୟାଭାବ ଦେଖାଇଲେ କାହିଁକି ?
Answer:
ଚକୁଳିଆ ଭୋକରେ ଡହଳବିକଳ ହେଉଥିଲା । ଗାଁ ପିଲାଙ୍କଠାରୁ ମାଡ଼ ଗାଳି ଖାଇ ଚକୁଳିଆ ପଣ୍ଡା ମନ ଦୁଃଖରେ ଆଗକୁ ‘ଯାଇ ପଦ୍ମ ପୋଖରୀ ପାଖରେ ପହଞ୍ଚିଲା । ଭୋକ ବିକଳରେ ପୋଖରୀର ପାଣିକୁ ଭାତ, ଡାଲି, ମହୁର, ଦୁଧ, ଆମ୍ବିଳ ଭାବି ପିଇଯାଇ ନିଜର ପେଟର କ୍ଷୁଧା ମେଣ୍ଟାଇବାକୁ ଚେଷ୍ଟା କରୁଥିଲା । ଗଙ୍ଗାମାତା ଚକୁଳିଆ ପଣ୍ଡାର ଏ ଦୁଃଖ ସହିପାରିଲେ ନାହିଁ । ତେଣୁ ସେ ତା’ ପ୍ରତି ଦୟାଭାବ ଦେଖାଇଲେ ।

(ଙ) ଚକୁଳିଆ ପଣ୍ଡା ହାଣ୍ଡିରେ କ’ଣ ଦେଖୁଲା ?
Answer:
ଚକୁଳିଆ ପଣ୍ଡା ପାଣିରେ ଭାସି ଆସିଥିବା ହାଣ୍ଡିକୁ ଦେଖ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲା । କୌତୂହଳରେ ସେ ହାଣ୍ଡିର ଢାଙ୍କୁଣୀ ଖୋଲି ଦେଖିଲାବେଳକୁ ତା’ ଭିତରେ ଦିବ୍ୟ ସରୁ ଘିଅ ଅନ୍ନ, ଡାଲି, ମହୁର, ଆମ୍ବିଳ, ଖୁରି, ପିଠା ପ୍ରଭୃତି ସୁସ୍ବାଦୁ ଖାଦ୍ୟଦ୍ରବ୍ୟ ଖଞ୍ଜା ହୋଇ ରହିଥିଲା ।

(ଚ) ଚକୁଳିଆ ପଣ୍ଡା ଖାଦ୍ୟ ହାଣ୍ଡି ଧରି ଘରକୁ ଫେରିଲାବେଳକୁ ତା’ ମାଆ କୁଆଡ଼େ ଯାଇଥିଲା ?
Answer:
ଚକୁଳିଆ ପଣ୍ଡା ଖାଦ୍ୟ ହାଣ୍ଡି ଧରି ଘରକୁ ଫେରିଲାବେଳକୁ ତା’ ମାଆ ଘରେ ନଥିଲା । ସେ ସବୁଦିନ ପରି ଗାଁ ଭିତରକୁ ଦୁଃଖ ଧନ୍ଦା କରିବାକୁ ଯାଇଥିଲା ।

(ଛ) ଚୋରମାନେ ସିନ୍ଦୁକଟିକୁ କେଉଁଠାରେ ରଖୁଥିଲେ ?
Answer:
ଚୋରମାନେ କେଉଁ ଗାଆଁରୁ ସିନ୍ଧୁକଟିଏ ଚୋରାଇ ଆଣି ସେଥ‌ିରେ ଥ‌ିବା ଦ୍ରବ୍ୟକୁ ବାଣ୍ଟ କରିବାପାଇଁ ଚକୁଳିଆ ପଣ୍ଡା ମା’ର ବାରିଦୁଆରେ ରଖୁଥିଲେ ।

(କ) ସିନ୍ଦୁକ ଭିତରେ କ’ଣ ସବୁ ଥିଲା
Answer:
ସିନ୍ଦୁକ ଭିତରେ ହୀରା, ନୀଳା, ମୋତି, ମାଣିକ, ମହୁଡ଼, ଅସରପି, ଗହଣାଗାଣ୍ଠି ସହିତ ଟଙ୍କାଟୋକର ଭର୍ତ୍ତି ହୋଇଥିଲା ।

(ଝ) ଚୋରମାନେ ସିନ୍ଦୁକଟି ଛାଡ଼ି ପଳାଇଲେ କାହିଁକି ?
Answer:
ଚୋରମାନେ ସିନ୍ଦୁକରେ ଥ‌ିବା ଦ୍ରବ୍ୟକୁ ନିଜ ନିଜ ଭିତରେ ବାଣ୍ଟିବାକୁ ଯାଉଥ‌ିବାବେଳେ ହଠାତ୍ ଜଣେ ଚୋରର ନଜର ଖତଗଦାରେ ଥ‌ିବା ହାଣ୍ଡିଟି ଉପରେ ପଡ଼ିଗଲା । ସେ ହାଣ୍ଡିରେ କ’ଣ ଅଛି ଦେଖିବାପାଇଁ ତାକୁ ଖତଗଦାରୁ ଉଠାଇ ଆଣି ସବୁ ଚୋରଙ୍କ ମଝିରେ ରଖିଦେଲା। ପଲମଟି ଖୋଲିଦେଲା ମାତ୍ରେ ହାଣ୍ଡି ଭିତରେ ଥ‌ିବା ଚାପୁଡ଼ା, ବିଧା, ଗୋଇଠା, ମୁଖୀ ଚୋରମାନଙ୍କୁ ମାଡ଼ ମାରିବାକୁ ଗୋଡ଼େଇଲେ । ଏଣୁ ଚୋରମାନେ ସିନ୍ଦୁକ ଛାଡ଼ି ପଳାଇଗଲେ ।

BSE Odisha 7th Class Odia Solutions Chapter 14 ମାଡ଼ହାଣ୍ଡି କଥା

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ଚକୁଳିଆ ପଣ୍ଡା ଯେଉଁ ପୋଖରୀ ପାଖରେ ପହଞ୍ଚିଲା, ସେ ପୋଖରୀଟି କିପରି ଥିଲା ?
Answer:
ଚକୁଳିଆ ପଣ୍ଡା ଯେଉଁ ପୋଖରୀ ପାଖରେ ପହଞ୍ଚିଲା, ତାହା ଏକ ଉତ୍ତମ ସୁନ୍ଦର ପଦ୍ମପୋଖରୀ ଥିଲା । ସେ ପୋଖରୀର ପାଣି ଦେଖୁବାକୁ କଳା ଭଅଁର ପରି ଏବଂ କାଚକେନ୍ଦୁ ପରି ନିର୍ମଳ ଓ ପରିଷ୍କାର ଥିଲା । ପୋଖରୀ ଚାରିପାଖରେ

(ଖ) ଗଙ୍ଗାମାତା ଚକୁଳିଆ ପଣ୍ଡାର ଦୁଃଖ ସହି ନ ପାରି କ’ଣ କଲେ ?
Answer:
ଗଙ୍ଗାମାତା ଚକୁଳିଆ ପଣ୍ଡାର ଦୁଃଖ ସହିପାରିଲେ ନାହିଁ । ଚକୁଳିଆ ପଣ୍ଡା ଯେତେପ୍ରକାର ଖାଦ୍ୟଦ୍ରବ୍ୟ ଧରି ଚୋଳାଏ ଚୋଳାଏ ପାଣି ପିଇଥୁଲା, ସେତିକି ପ୍ରକାର ଦ୍ରବ୍ୟ ଅଲଗା ଅଲଗା ଦନାରେ ଏକ ହାଣ୍ଡି ଭିତରେ ରଖ୍ ତା’ ଉପରେ ତେଲୁଣିଟିଏ ଘୋଡ଼ାଇ ତା’ ପାଖକୁ ଭସାଇଦେଲେ ।

(ଗ) ଚକୁଳିଆ ପଣ୍ଡାର ମାଆ କାମ କରିବାକୁ ପୂର୍ବପରି ଗଲାନାହିଁ କାହିଁକି ?
Answer:
ବିନା ପରିଶ୍ରମରେ ପୁଅ ପ୍ରତିଦିନ ଇଚ୍ଛାମୁତାବକ ସୁସ୍ୱାଦୁ ଦ୍ରବ୍ୟ ପୋଖରୀ କୂଳକୁ ଯାଇ ଆଣି ଦେଉଥ‌ିବାରୁ ଚକୁଳିଆ ପଣ୍ଡାର ମାଆର ଆଉ କାମ କରିବା ଆବଶ୍ୟକ ପଡ଼ିଲା ନାହିଁ । ନିତିଦିନ ମାଗଣା ଉତ୍ତମ ଖାଦ୍ୟ ଘରେ ବସି ଖାଇବାକୁ ସୁଯୋଗ ମିଳିଗଲା । ତେଣୁ ସେ ଆଉ ପୂର୍ବପରି କାମ କରିବାକୁ ଗଲା ନାହିଁ ।

(ଘ) ଗଙ୍ଗାମାତା ଚକୁଳିଆ ପଣ୍ଡା ଉପରେ କାହିଁକି ରାଗିଲେ ?
Answer:
ଗଙ୍ଗାମାତା ଚକୁଳିଆ `ପଣ୍ଡାର ଦୁଃଖ ସହି ନ ପାରି ତାକୁ ପ୍ରତିଦିନ ଖାଦ୍ୟ ଦେଉଥିଲେ । ମା’ ପୁଅ ଦୁହେଁ ମୋଫତ ଖାଦ୍ୟ ପାଇ ଅକର୍ମା ନିଖଟୁ ହୋଇଗଲେ, ଆଉ କାମ କରିବାକୁ ଗଲେ ନାହିଁ । ଗଙ୍ଗାମାତା ବିଚାର କଲେ, ଏ ମାଆ ପୁଅଙ୍କ ଦେଖାଦେଖୁ ସଂସାରଯାକ କର୍ମକୋଢ଼ିଆ ହୋଇଯିବେ । ତେଣୁ ସେ ଚକୁଳିଆ ପଣ୍ଡା ଉପରେ ରାଗିଗଲେ ।

(ଙ) ମାଡ଼ହାଣ୍ଡି କବଳରୁ ଚକୁଳିଆ ପଣ୍ଡା ଓ ତା’ ମାଆ ନିଜକୁ କିପରି ରକ୍ଷା କଲେ ?
Answer:
ଗଙ୍ଗାମାତା ପଠାଇଥବା ମାଡ଼ହାଣ୍ଡିଟିକୁ ଖୋଲିଦେବା ମାତ୍ରେ ଚକୁଳିଆ ପଣ୍ଡା ଉପରେ ବିଧା, ଗୋଇଠା, ଚାପୁଡ଼ା ଆଦି ମାଡ଼ ବର୍ଷଣ ହେବାକୁ ଲାଗିଲା । ବିକଳରେ ସେ ବୁଦ୍ଧି ଖଟାଇ ହାଣ୍ଡିଟି ଉପରେ ତେଲୁଣିଟିକୁ ଘୋଡ଼ାଇଦେବା ପରେ ତା’ ଉପରେ ମାଡ଼ ବର୍ଷଣ ବନ୍ଦ ହୋଇଗଲା । ସେ ହାଣ୍ଡିଟିକୁ ନେଇ ଶିକା ଉପରେ ରଖିଦେଲା । ତା’ ମାଆ ତ ସେ ବିଷୟରେ କିଛି ଜାଣି ନଥିଲା । ସେ ଗାଁରୁ ବୁଲାବୁଲି ସାରି ଶିକାରୁ ହାଣ୍ଡିଟି ଆଣି ତେଲୁଣିକୁ ଖୋଲି ଦେଉ ଦେଉ ତା’ ଉପରେ ମାଡ଼ ବର୍ଷା ହେଲା । ସେ ବୁଦ୍ଧି ଖଟାଇ ହାଣ୍ଡିରେ ତେଲୁଣିଟି ଘୋଡ଼ାଇ ଦେବାରୁ ମାଡ଼ରୁ ରକ୍ଷା ପାଇଗଲା ।

(ଚ) ଗରିବ ଚକୁଳିଆ ପଣ୍ଡା ଓ ତା’ ମାଆ ଧନୀ ହେଲେ କିପରି ?
Answer:
ଚୋରଦଳ ଚୋରିକରି ଆଣିଥିବା ସିନ୍ଦୁକକୁ ବୁଢ଼ୀ ବାରିଦୁଆରେ ରଖ୍ ବଣ୍ଟାବଣ୍ଟି କରିବାକୁ ବିଚାର କଲେ । ଏହି ସମୟରେ ମାଡ଼ହାଣ୍ଡିଟି ଉପରେ ଜଣେ ଚୋରର ଦୃଷ୍ଟି ପଡ଼ିଗଲା । ସେଥ‌ିରେ କ’ଣ ଅଛି ଜାଣିବାକୁ ସେ ହାଣ୍ଡିଟିକୁ ଆଣି ସମସ୍ତଙ୍କ ମଝିରେ ରଖ୍ ପଲମଟି ଖୋଲିଦେଲା । ସଙ୍ଗେ ସଙ୍ଗେ ସମସ୍ତଙ୍କ ଉପରେ ମାଡ଼ ବୃଷ୍ଟି ହେଲା । ଏଣୁ ଚୋରଦଳ ଜୀବନ ବିକଳରେ ପଳେଇଲେ । ବୁଢ଼ୀ ଘରେ ଥାଇ ସବୁ ଶୁଣୁଥିଲା । ଚୋରମାନେ ଯିବାପରେ ସିନ୍ଦୁକ ଖୋଲି ସେଥ୍ରେ ଧନରତ୍ନ ଭର୍ତ୍ତି ହୋଇଥିବା ଦେଖିଲା । ମା’ପୁଅ ଧନତକ ଘରକୁ ବୋହିଆଣିଲେ । ଏହିପରି ଭାବରେ ଚକୁଳିଆ ପଣ୍ଡା ଓ ତା’ ମାଆ ଧନୀ ହୋଇଗଲେ ।

Question ୩।
ପୂର୍ବାପର ସମ୍ପର୍କ ସହ ସରଳ ଭାଷାରେ ବୁଝାଇ ଦିଅ ।
(କ) ସେ ତ କାହା ବିକଳ ସହିପାରନ୍ତି ନାହିଁ ।
Answer:
ସେ ତ ………………….. ସହିପାରନ୍ତି ନାର୍ହି।
ଉକ୍ତ ଗଦ୍ୟାଶଟି ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଲିଖିତ ‘ମାଡ଼ହାଣ୍ଡି କଥା’ ଗଛରୁ ଆସିଅଛି । ଦେବଦେବୀମାନେ କିପରି ଭୋକିଲା ଦୁଃଖୀ ଲୋକର କଷ୍ଟ ସହିପାରନ୍ତି ନାହିଁ, ତାହା ଏଠାରେ ଗାଳ୍ପିକ ବର୍ଣନା କରିଛନ୍ତି । ଥରେ ଖାଦ୍ୟ ନପାଇ ଚକୁଳିଆ ପଣ୍ଡାର ଭୋକରେ କରଡ଼ି ଜଳୁଥିଲା। ପୋଖରୀଟିରେ କାଚକେନ୍ଦୁ ଭଳି ନିର୍ମଳ ପାଣି ଦେଖୁ ତା’ର ଲୋଭ ହେଲା। ସେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ନାଁ ଡାକି ଡାକି ଚଳେ ଚଳେ ପାଣି ପିଇଗଲା। ପୋଖରୀରେ ଗଙ୍ଗାମାତା ଥିଲେ । ଦେବଦେବୀମାନେ ଦୟାର ଅବତାର। ତେଣୁ ସେ ଚକୁଳିଆ ପଣ୍ଡାର ଭୋକ ବିକଳ ସହିପାରିଲେ ନାହିଁ। ସୁତରାଂ ଚକୁଳିଆ ପଣ୍ଡା ଯେଉଁସବୁ ଖାଦ୍ୟର ନାଁ ଧରି ପାଣି ପିଉଥୁଲା, ସେଇସବୁ ସୁସ୍ଵାଦ ଖାଦ୍ୟ ଗୋଟିଏ ହାଣ୍ଡିରେ ଭର୍ତ୍ତିକରି, ତା’ଉପରେ ତେଲୁଣିଟିଏ ଘୋଡ଼େଇ ତା’ ନିକଟକୁ ଭାସିଆସୁଥିଲା। ଚକୁଳିଆ ପଣ୍ଡା ଖାଦ୍ୟହାଣ୍ଡି ପାଇ ମହା ଆନନ୍ଦରେ ଖାଇଲା ଏବଂ ବାକିତକ ମା’ପାଇଁ ଘରକୁ ନେଇଗଲା।

(ଖ) ଇମିତି ମାଆପୁଅଙ୍କ ମୁହଁ ମାଗଣା ଭାତରେ ଲାଗି ଯାଇଥାଏ ।
Answer:
ଇମିତି …………………………. ଲାଗି ଯାଇଥାଏ ।
ଉକ୍ତ ଗଦ୍ୟାଶଟି ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଲିଷ୍କୃତ “ମାଡ଼ହାଣ୍ଡି କଥା” ଗଳ୍ପରୁ ଉତ। ମାଗଣା ଖାଦ୍ୟରେ ମା’ ପୁଅଙ୍କର ମନ କିପରି ଲାଗି ଯାଇଥିଲା ବୋଲି ଗାଳ୍ପିକ ଏଠାରେ ପ୍ରକାଶ କରିଛନ୍ତି। ଚକୁଳିଆ ପଣ୍ଡାର ଭୋକ କଷ୍ଟ ସହି ନପାରି ଗଙ୍ଗାମାତା ଖାଦ୍ୟ ହାଣ୍ଡି ପଠାଇଥିଲେ। ଚକୁଳିଆ ପଣ୍ଡା ନିଜେ ମନଭରି ପେଟେ ଖାଇଲା ଏବଂ ବାକିତକ ମା’ ପାଇଁ ନେଇଗଲା। ମାତ୍ର ପ୍ରତିଦିନ ସେ ସେହିପରି କଲା ଓ ଖାଦ୍ୟ ପାଇଲା। ନିତି ନିତି ସୁସ୍ୱାଦୁ ଭୋଜନ ପାଇ ମା’ ପୁଅ ହେଣ୍ଡି ମାରି ବୁଲିଲେ । କୌଣସି କାମଧନ୍ଦା କଲେନି । ମା’ ପୁଅକୁ ନିତି ଫୋକଡ଼ରେ ମିଳୁଥିବା ଦିବ୍ଯଭୋଜନ ଆଣିବାକୁ ପରାମର୍ଶ ଦେଉଥିଲା। ଇମିତି ମା’ ପୁଅଙ୍କର ମାଗଣା ଭାତରେ ମନ ଲାଗି ଯାଇଥିଲା। ତେଣୁ ପ୍ରତିଦିନ ମା’ ପୁଅ ଖାଦ୍ୟହାଣ୍ଡିକୁ ଚାହିଁ ରହୁଥିଲେ।

(ଗ ) ମୁଁ ୟା ବିକଳ ସହି ନ ପାରି ୟାକୁ ଖାଇବାକୁ ଦେଲି ବୋଲି ମାଆପୁଅ ଦିହେଁ ଇନ୍ଦ୍ରଚନ୍ଦ୍ର ମାନିବାକୁ ନାହାଁନ୍ତି ।
Answer:
ମୁଁ ୟା ବିକଳ ……………………………….. ମାନିବାକୁ ନାହାଁନ୍ତି ।
ଉଦ୍ଧୃତାଂଶଟି ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଲିଖିତ “ ମାଡ଼ହାଣ୍ଡି କଥା” ଗଳ୍ପରୁ ଆନୀତ। ମାଗଣା ଖାଦ୍ୟ ପାଇଲାପରେ ମା’ପୁଅଙ୍କର ଠକିବା ମନୋବୃତ୍ତି କଥା ଏଠାରେ ବର୍ଣ୍ଣିତ। ଚକୁଳିଆ ପଣ୍ଡାର ଦୁଃଖ ସହି ନପାରି ଗଙ୍ଗାମାତା ଖାଦ୍ୟହାଣ୍ଡି ପଠାଇଲେ। ମା’ପୁଅ ପ୍ରତିଦିନ ସୁସ୍ୱାଦୁ ଭୋଜନ ପାଇ ଆଉ କାମଧନ୍ଦା କଲେ ନାହିଁ। ଗାଁ ଯାକ ହେଣ୍ଡି ମାରି ବୁଲି ଇନ୍ଦ୍ରଚନ୍ଦ୍ର ମାନିଲେନି। ଏସବୁ ଦେଖି ଗଙ୍ଗାମାତା ସହିପାରିଲେ ନାହିଁ । ସେ ଦେଖ‌ିଲେ ସୁବିଧା ପାଇ ମା’ପୁଅ ତା’ର ଅସଦ୍‌ବ୍ୟବହାର କରୁଛନ୍ତି। ତେଣୁ ତାଙ୍କୁ ଉଚିତ୍ ଶିକ୍ଷା ଦେବାପାଇଁ ସ୍ଥିର କଲେ। କୌଣସି ସୁବିଧାର ଅସଦ୍‌ବ୍ୟବହାର କଲେ ଈଶ୍ବର ଦଣ୍ଡ ଦିଅନ୍ତି ।

BSE Odisha 7th Class Odia Solutions Chapter 14 ମାଡ଼ହାଣ୍ଡି କଥା

Question ୪ ।
ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକର ବିପରାତାର୍ଥ ବୋଧକ ଶବ୍ଦ ଲେଖା
ଦୁଃଖ, ସିଧା, ସତ, ସକାଳ, ଅଳସୁଆ
Answer:
ଦୁଃଖ – ସୁଖ
ସିଧା – ବଙ୍କାତେଢ଼ା
ସତ – ମିଛ
ସକାଳ – ସନ୍ଧ୍ୟା
ଅଳସୁଆ – କର୍ମଠ

Question ୫।
ବୁଦ୍ଧିବାଟ, ବାଆଁରାବାଆଁରି ଭଳି ଆଉ ପାଞ୍ଚଗୋଟି ଯୁଗ୍ମଶବ୍ଦ ଲେଖ ।
Answer:
ଟଙ୍କାଟୋକର, ଉତ୍ତମସୁନ୍ଦର, କାନ୍ଦବୋବାଳି, ଧରପଗଡ଼,

Question ୬ ।
ବାକ୍ୟରେ ବ୍ୟବହାର କର ।
ଭୋକଶୋଷରେ କରଡ଼ି ଜଳିବା, ଆନନ୍ଦରେ ବୁଦ୍ଧିବାଟ ନ ଦିଶିବା, ମନ କୁଶ୍ଚେ ମୋଟ ହୋଇଯିବା, ମୁହଁ ଭାଙ୍ଗିଦେବା
Answer:
ଭୋକଶୋଷରେ କରଡ଼ି ଜଳିବା – ଲୋକଟି ତିନିଦିନ ହେଲା କିଛି ଖାଇ ନ ଥିବାରୁ ଭୋକଶୋଷରେ ତା’ର କରଡ଼ି ଜଳୁଛି ।
ଆନନ୍ଦରେ ବୁଦ୍ଧିବାଟ ନ ଦିଶିବା – ସୁନା ବ୍ୟାଙ୍କ୍ ଚାକିରି ପାଇଯାଇଥବା କଥା ଶୁଣି ତା’ ମା’କୁ ଆନନ୍ଦରେ ଚୁଦ୍ଧିବାଟ ଦିଶିଲା ନାହିଁ।
ମନ କୁଶ୍ଚେ ମୋଟ ହୋଇଯିବା – ସମସ୍ତଙ୍କଠାରୁ ଡାକ୍ତର ପୁଅର ପ୍ରଶଂସା ଶୁଣି ରାଜୁବାବୁଙ୍କର ମନ କୁଣ୍ଢେମୋଟ ହୋଇଗଲା !
ମୁହଁ ଭାଙ୍ଗିଦେବା – ଦୁଷ୍ଟଲୋକଙ୍କୁ ଉପଯୁକ୍ତ ଶାସ୍ତଦେଇ ସେମାନଙ୍କ ମୁହଁ ଭାଙ୍ଗିଦେବା ଉଚିତ ।
କୋଟିନିଧ୍ଵ ମିଳିବା – ହଜିଯାଇଥ‌ିବା ପୁଅକୁ ଦଶବର୍ଷ ପରେ ଦେଖୁ ଗୋପାଳବାବୁଙ୍କୁ କୋଟିନିଧ୍ଵ ମିଳିବା ପରି ଲାଗିଲା ।

Question ୭।
ତଳେ ଥ‌ିବା ପ୍ରତ୍ୟେକ ପ୍ରଶ୍ନ ପାଇଁ ତିନୋଟି ସମ୍ଭାବ୍ୟ ଉତ୍ତର ବନ୍ଧନୀ ମଧ୍ଯରେ ଲେଖାଯାଇଛି । ଠିକ୍ ଉତ୍ତରଟି ବାଛ ଓ ଲେଖ ।
(କ) ଗଙ୍ଗାମାତା କ’ଣ ହୋଇ ସଂସାରର ସବୁ ମାଡ଼ ହାଣ୍ଡିରେ ପୂରେଇଲେ ?
(ହତାଶ, ଅତି ପ୍ରସନ୍ନ, ରାଗ ତମ ତମ)
Answer:
ରାଗ ତମ ତମ

(ଖ) ‘କୋଟିନିଧ୍ ପାଇବା’ର ଅର୍ଥ କ’ଣ ?
(କୋଟି କୋଟି ଟଙ୍କା ପାଇବା, ଅତି ପ୍ରସନ୍ନ ହେବା, ସୁନାହୀରା ପାଇବା)
Answer:
ଅତି ପ୍ରସନ୍ନ ହେବା

(ଗ) ‘କତରା’ ଶବ୍ଦର ଅର୍ଥ କ’ଣ ?
(ମସିଣା, ଛିଣ୍ଡା ମସିଣା, ଦରି)
Answer:
ଛିଣ୍ଡା ମସିଣା

BSE Odisha 7th Class Odia Solutions Chapter 14 ମାଡ଼ହାଣ୍ଡି କଥା

Question ୮।
ଗଳ୍ପଟିରୁ ଲୋକମୁଖରେ ପ୍ରଚଳିତ ଦଶଗୋଟି ସୁନ୍ଦର ଶବ୍ଦ ଖୋଜି ଏକ ତାଲିକା ପ୍ରସ୍ତୁତ କର ।
Answer:
ଛଅ ଗାଁ – ନଅ ଗାଁ, ସାତତାଳ ପାଣି, ଚୋଳାଏ, କଣେ, ଗୋଟିଆଗୋଟି, ଦୋଓଡ଼ା, ଦୁଃଖ କରିବାକୁ, ଟୁମାଟୁମ, ଛଅ ତିଅଣ ନ’ ଭଜା, ଅଠିଲ୍

ତୁମ ପାଇଁ କାମ

Question ୧।
‘ମାଡ଼ହାଣ୍ଡି’ ପରି ଆଉ କେତୋଟି ଲୋକଗଳ୍ପ ସଂଗ୍ରହ କରି ପଢ଼ ।
Answer:
‘ଚତୁର ବିଲୁଆ’, ‘ମିଛୁଆ ରାଧୁଆ’, ‘ସିଂହ ଶୃଗାଳ’, ‘ଅଠର ଓଲାପୁଅ’, ‘ଭାଗ୍ୟବତୀ ଗୋବର ଗୋଟେଇ’ ପ୍ରଭୃତି ଗଳ୍ପ ସଂଗ୍ରହ କରି ଛାତ୍ରଛାତ୍ରୀମାନେ ପଢ଼ିବେ ।

Question ୨।
‘ମାଡ଼ହାଣ୍ଡି’ ଗଳ୍ପରୁ ଯାହା ଶିଖୁଲ ସେ ବିଷୟରେ ତୁମର ଜଣେ ଅଳସୁଆ ସାଙ୍ଗ ପାଖକୁ ଏକ ଚିଠି ଲେଖ ।
Answer:

ବାଳିସାହି,

ତା ……………
ପ୍ରିୟବକ୍ଷୁ ସୁବ୍ରତ,

ମୋର ଶୁଭେଚ୍ଛା ଗ୍ରହଣ କରିବୁ । ମଉସା, ମାଉସୀଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇଦେବୁ । ବହୁଦିନ ହେଲା ତୋ ପାଖକୁ ଚିଠି ଲେଖୁ ନଥ୍‌ରୁ ଏ ଚିଠିଟି ଲେଖୁଛି । ମଧୁ କହୁଥୁଲା, ତୁ ବହୁ ସମୟରେ ପାଠ ନ ପଢ଼ି କ୍ରିକେଟ ଖେଳୁଛୁ । ବିଦ୍ୟାଳୟର ଗୁରୁଜୀ, ଗୁରୁମା’ ଦେଉଥ‌ିବା ପାଠଗୁଡ଼ିକୁ ତରତର କରି ସମାପ୍ତ କରି ସମୟକୁ ଅପବ୍ୟବହାର କରୁଛୁ । ଭବିଷ୍ୟତ କଥା ଚିନ୍ତା କରୁନାହିଁ । ଏ ସମ୍ପର୍କରେ ମୁଁ ତୋତେ ଗୋଟିଏ କାହାଣୀ କହୁଛି । ମା’ଟିଏ ପୁଅଟିଏ ରହୁଥା’ନ୍ତି । ଜାତିରେ ଚକୁଳିଆ ପଣ୍ଡା। ଭିକ୍ଷାକରି ଯାହା ଆଣନ୍ତି ସେଥ‌ିରେ ଚଳନ୍ତି । ଭବିଷ୍ୟତ କଥା ଚିନ୍ତା କରନ୍ତି ନାହିଁ । ଦିନେ ପୁଅ ଗାଆଁ ଗାଆଁ ବୁଲି କିଛି ନ ପାଇବାରୁ ମନଦୁଃଖରେ ପୋଖରୀଟିଏ ପାଖରେ ବସିଲା । ପୋଖରୀର ପାଣିକୁ ଭାତ, ଡାଲି, ମିଠା, ମହୁର ମନେକରି ଆଞ୍ଜୁଳା ଆଞ୍ଜୁଳା ପିଉଥାଏ । ଏହି ସମୟରେ ପୋଖରୀରେ ଥ‌ିବା ଗଙ୍ଗାମାତା ଦୟାକଲେ । ଗୋଟିଏ ହାଣ୍ଡିରେ ତା’ର ମନମୁତାବକ ଖାଦ୍ୟ ଭର୍ତ୍ତିକରି ତା’ ନିକଟକୁ ଭସାଇଦେଲେ । ଚକୁଳିଆ ପଣ୍ଡା ହାଣ୍ଡିଟି ଖୋଲିଦେଇ ଅପୂର୍ବ ଖାଦ୍ୟଦ୍ରବ୍ୟ ସବୁ ଦେଖ୍ ଖୁବ୍ ଆନନ୍ଦିତ ହେଲା ଏବଂ ମନଭରି ଖାଦ୍ୟ ଖାଇଲା । ଆଉ ଯାହା ବଳିଲା ଘରକୁ ତା’ ମା’ ପାଇଁ ନେଇଗଲା । ଘରେ ମାଆପୁଅ ସେ ଖାଦ୍ୟ ଖାଇ ମହାଖୁସ୍ । ଏହାପରେ ମାଆ ଆଉ କାମ ପାଇଟିକୁ ନଯାଇ ପୁଅକୁ ପୋଖରୀକୁ ଯାଇ ପୂର୍ବପରି ଖାଦ୍ୟ ଆଣିବାକୁ କହିଲା । ପୁଅ ସେହିପରି କଲା ଏବଂ ବିନା କାମଧନ୍ଦାରେ ଦୁହେଁ

ମାଗଣା ଭୋଜନ ଖାଇ କ୍ରମେ ଅଳସୁଆ ପାଲଟିଗଲେ। ଗଙ୍ଗାମାତା ଏହା ଦେଖ୍ କ୍ରୋଧକଲେ ଏବଂ ଦିନେ ହାଣ୍ଡିଟିରେ ଖାଦ୍ୟ ବଦଳରେ ମାଡ଼ ଭର୍ତ୍ତି କରି ଭସେଇଦେଲେ । ହାଣ୍ଡିଟିକୁ ଚକୁଳିଆ ପଣ୍ଡା ଖୋଲିଦେବାମାତ୍ରେ ତା’ ଉପରେ ମାଡ଼ ବର୍ଷା ହେଲା । ତରତରରେ ସେ ହାଣ୍ଡିରେ ଢାଙ୍କୁଣୀଟି ଘୋଡ଼ାଇଦେଇ ମାଡ଼ରୁ ରକ୍ଷା ପାଇଲା ଓ ହାଣ୍ଡିଟିକୁ ଘରକୁ ନେଇ ଶିକାରେ ରଖୁଦେଲା । ମନେ ମନେ ମାଆ ପ୍ରତି ରାଗ ଆସୁଥାଏ । ଏହାପରେ ମାଆ ଆସି ସେ ହାଣ୍ଡିକୁ ପୂର୍ବପରି ଖୋଲିଦେବାରୁ ତା’ ଉପରେ ମଧ୍ୟ ମାଡ଼ ବର୍ଷା ହେଲା । ସେ ମଧ୍ୟ ହାଣ୍ଡି ଉପରେ ଢାଙ୍କୁଣୀ ଦେଇ ମାଡ଼ରୁ ରକ୍ଷାପାଇଲା। ଏଣୁ ପରିଶ୍ରମ ନ କରି ଅନ୍ୟର ହାତଟେକା ଉପରେ ନିର୍ଭର କଲେ ଏଇୟା ହିଁ ହୁଏ । ଭାଗ୍ୟ ଆଦରି ସବୁ ସହିବାକୁ ପଡ଼େ । ମାତ୍ର କାମପାଇଟି କରି ଦି’ ପଇସା ସଞ୍ଚୟ କରିଥିଲେ ଏପରି ହୋଇନଥା’ନ୍ତା । ଏଣୁ ଦୟାକରି ଏହି ଗଳ୍ପରୁ ଶିକ୍ଷାଲାଭ କରି ସମୟକୁ ବରବାଦ ନକରି ପଢ଼ାରେ ମନଦେବୁ ବୋଲି ମୋର ଆଶା ।

।ଇତି।
ତୋର ବନ୍ଧୁ
ସଂଗ୍ର।ମ

Question ୩।
ଚକୁଳିଆ ପଣ୍ଡା ଗଙ୍ଗାମାତାଙ୍କର କରୁଣା କିପରି ଲାଭକଲା ? (ପଚାଶଟି ଶବ୍ଦରେ ଲେଖ)
Answer:
ଥରେ ଚକୁଳିଆ ପଣ୍ଡା ଗାଁ ଗାଁ ବୁଲି ଭିକ ପାଇଲା ନାହିଁ । ଗାଁର ଦୁଷ୍ଟ ପିଲାମାନେ ତା’ ଉପରକୁ ବୋଲୁଅ ଟେକା ଆଦି ମାରି ଗାଁରୁ ତଡ଼ିଦେଲେ । ଭୋକକଷ୍ଟ, ଲାଜ ଅପମାନରେ ଘରକୁ ନ ଫେରି ସେ ଏକମୁହାଁ ହୋଇ ଚାଲିଲା ଓ ଶେଷରେ ପହଞ୍ଚିଲା ଗୋଟିଏ ପଦ୍ମପୋଖରୀ ପାଖରେ । ପୋଖରୀର ଜଳ କାଚକେନ୍ଦୁ ପରି ପରିଷ୍କାର ଥିଲା । ଭୋକ ସହି ନ ପାରି ସେ ସେଇ ପୋଖରୀତୁଠକୁ ଯାଇ ଭାତ ଖାଉଁ, ଡାଲି ଖାଉଁ, ଦୁଧ ଖାଉଁ, ମହୁର ଖାଉଁ, ଆମ୍ବିଳ ଖାଉଁ, ଖୁ ଖାଉଁ, କାକରା ଖାଉଁ- ଏମିତି ବିଭିନ୍ନ ଖାଦ୍ୟପଦାର୍ଥ ନାମ କହି ଚଳେ ଲେଖାଏଁ ପାଣି ପିଇଗଲା । ସେହି ପୋଖରୀରେ ରହିଥ‌ିବା ଗଙ୍ଗାମାତା ଚକୁଳିଆ ପଣ୍ଡାର ବିକଳ ସହି ନ ପାରି ସେ ଯେତେସବୁ ଖାଦ୍ୟପଦାର୍ଥର ନାମ ଉଚ୍ଚାରଣ କରି ଚଳେ ଲେଖାଏଁ ପାଣି ପିଇଥୁଲା, ସେ ସମସ୍ତ ଖାଦ୍ୟପଦାର୍ଥ ଗୋଟିଏ ହାଣ୍ଡିରେ ରଖ୍ ଓ ହାଣ୍ଡିମୁହଁ ତେଲୁଣିଦ୍ଵାରା ବନ୍ଦ କରି ଚକୁଳିଆ ପଣ୍ଡା ବସିଥିବା ପାହାଚ ନିକଟକୁ ଭସାଇଦେଲେ । ଏହିପରି ଚକୁଳିଆ ପଣ୍ଡା ଗଙ୍ଗାମାତାଙ୍କର କରୁଣା ଲାଭ କଲା

BSE Odisha 7th Class Odia Solutions Chapter 14 ମାଡ଼ହାଣ୍ଡି କଥା

Question ୪।
ଗଙ୍ଗାମାତା ମା’ ପୁଅଙ୍କୁ କାହିଁକି ଓ କିପରି ଦଣ୍ଡ ଦେଲେ ? (ଶହେଟି ଶବ୍ଦରେ ଲେଖ)
Answer:
ଲୋକେ ବସି ଖାଇଲେ କର୍ମକୋଢ଼ି ହୋଇଯା’ନ୍ତି । ଚକୁଳିଆ ପଣ୍ଡାର ଭୋକକଷ୍ଟ ଦେଖୁ ଗଙ୍ଗାମାତା ତା’ ପାଖକୁ ଖାଦ୍ୟଭରା ହାଣ୍ଡିଟିଏ ଭସାଇଥିଲେ । ମାଆପୁଅ ମାଗଣାରେ ନିତି ନିତି ଭୁରି ଭୋଜନ ପାଇବାରୁ ବେଶ୍ ଆରାମରେ ରହି ଆଉ କାମଦାମ କଲେ ନାହିଁ କି ଇନ୍ଦ୍ରଚନ୍ଦ୍ର ମାନିଲେ ନାହିଁ । ମାଆ ପୁଅଙ୍କର ଏପରି ମନୋଭାବ ଜାଣି ଗଙ୍ଗାମାତା ବିରକ୍ତ ହେଲେ ଓ ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବାପାଇଁ ମନସ୍ଥ କଲେ । ପରଦିନ ହାଣ୍ଡିରେ ବିଭିନ୍ନ ପ୍ରକାର ଖାଦ୍ୟ ବଦଳରେ ଗଙ୍ଗାମାତା ବିଧା, ଗୋଇଠା, ଚାପୁଡ଼ା, ବ୍ରହ୍ମଚାପୁଡା, ଚିମୁଟା, ରାମ୍ପୁଡ଼ା, କାମୁଡ଼ା, ଏମିତି ବିଭିନ୍ନ ପ୍ରକାର ମାଡ଼ ଭର୍ତ୍ତିକରି ହାଣ୍ଡିମୁହଁ ବନ୍ଦକରି ପୂର୍ବପରି ଭସାଇଦେଲେ ।

ପ୍ରତିଦିନ ପରି ମହା ଆନନ୍ଦରେ ଚକୁଳିଆ ପଣ୍ଡା ପୋଖରୀରୁ ହାଣ୍ଡିଟି ଉଠାଇ ଆଣି ଯେମିତି ହାଣ୍ଡିମୁହଁରୁ ପଲମ ଖୋଲିଦେଇଛି, ସଙ୍ଗେ ସଙ୍ଗେ ହାଣ୍ଡିଭିତରୁ ମାଡ଼ମାନେ ବାହାରି ଚକୁଳିଆ ପଣ୍ଡାକୁ ଛେଚିବାରେ ଲାଗିଲେ । ମାଡ଼ରେ କୁଆଛୁଆ ଉଡ଼ିଗଲା। ମାଆଲୋ, ବାପାଲୋ ବୋବାଳି ପକେଇ ଚକୁଳିଆ ପଣ୍ଡା କୌଣସି ପ୍ରକାରେ ପଲମଦ୍ବାରା ହାଣ୍ଡିମୁହଁ ବନ୍ଦ କରିଦେଲା ଓ ହାଣ୍ଡିଟି ନେଇ ଘରକୁ ଗଲା । ତା’ ମାଆ ଗାଁରୁ ବୁଲାବୁଲି କରି ଫେରି ଶିକାରୁ ହାଣ୍ଡିଟି ଆଣି ପଲମ ଖୋଲିଦେବା ମାତ୍ରେ ତା’ ଉପରେ ମାଡ଼ ବର୍ଷା ହୋଇଗଲା । ବୁଢ଼ୀ ଉପାୟ ପାଞ୍ଚ୍ ପଲମଟି ହାଣ୍ଡି ମୁହଁରେ ରଖିଦେବାରୁ ମାଡ଼ ବନ୍ଦ ହୋଇଗଲା । ଏହିପରି ଗଙ୍ଗାମାତା ଚକୁଳିଆ ପଣ୍ଡାର ଲୋଭ ଓ ଅଳସୁଆପଣ ନିମନ୍ତେ ଉପଯୁକ୍ତ ଶିକ୍ଷା ଦେଇଥିଲେ ଓ ମାଆ ପୁଅଙ୍କୁ ଠିକ୍ ରାସ୍ତାକୁ ଆଣିଥିଲେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ସଂଷିପ୍ତ ପ୍ରଶ୍ନୋତ୍ତର

Question ୧।
ଗଙ୍ଗାମାତା ଚକୁଳିଆ ପଣ୍ଡା ଓ ତା’ର ମା’କୁ କାହିଁକି ଶାସ୍ତିଦେଲେ ?
କର୍ମଠ ଲୋକଙ୍କୁ ଈଶ୍ଵର ସାହାଯ୍ୟ କରନ୍ତି। କର୍ମବିମୁଖ ମଣିଷକୁ ଶାସ୍ତି ଦିଅନ୍ତି। ଚକୁଳିଆ ପଣ୍ଡାର ଦୁଃଖ ଦେଖୁ ଗଙ୍ଗାମାତା ତାକୁ ସାହାଯ୍ୟ କଲେ । କିନ୍ତୁ ସେ ତା’ର ଅସଦୁପଯୋଗ କଲା । ପ୍ରତିଦିନ ମାଗଣା ସୁସ୍ୱାଦୁ ଭୋଜନ ପାଇ ‘ମା’ ପୁଅ କାମଧନ୍ଦା କଲେ ନାହିଁ । ଇନ୍ଦ୍ରଚନ୍ଦ୍ର ମାନିଲେ ନାହିଁ । ଆନନ୍ଦରେ ବୁଲି ଦିନ କାଟିଲେ।’ ମା’ କାମଧନ୍ଦା କରିବାକୁ ଗଲାନି କିମ୍ବା ପୁଅ ଭିକ୍ଷା ମାଗି ପରିଶ୍ରମ କରିବାକୁ ଚାହିଁଲାନି। ତେଣୁ ଗଙ୍ଗାମାତା ଭାବିଲେ ଏମାନଙ୍କୁ ଦେଖୁ ସଂସାରର ଅନ୍ୟ ଲୋକେ କର୍ମକୋଢ଼ିଆ ହୋଇଯିବେ । ତେଣୁ ସେମାନଙ୍କୁ ଉତିତ୍ ଶିକ୍ଷା ଦେବାପାଇଁ ଗଙ୍ଗାମାତା ଶାସ୍ତିର ବ୍ୟବସ୍ଥା କରିଥିଲେ ।

Question ୨।
ତୁମେ ମାଡ଼ ହାଣ୍ଡି କଥାରୁ କ’ଣ ଶିଖୁଲ ?
Answer:
ମୁଁ‘ମାଡ଼ ହାଣ୍ଡି କଥା’ର ଗାଳ୍ପିକ ଗୋପାଳଚନ୍ଦ୍ର ପ୍ରହରାଜ ଉକ୍ତଗଳ୍ପରେ ଆଧୁନିକ ମଣିଷର ସୁବିଧାବାଦୀ ଗୁଣ ସମ୍ବନ୍ଧରେ ବର୍ଣନା କରିଛନ୍ତି। “ ଆଳସ୍ୟ ଦୁଃଖର କାରଣ ଏବଂ ଶ୍ରମ ସୁଖର କାରଣ।” ନିଜର କର୍ତ୍ତବ୍ୟ ନ କଲେ ଭଗବାନ୍ ଅସନ୍ତୁଷ୍ଟ ହୁଅନ୍ତି । ସୁଖ ଓ ସୁବିଧାର ଅସଦ୍‌ବ୍ୟବହାର କରିବା ଆଦୌ ଉଚିତ୍ ନୁହେଁ । ଚକୁଳିଆ ପଣ୍ଡାର ଭୋକ ଦୁଃଖ ସହି ନ ପାରି ଗଙ୍ଗାମାତା ଖାଦ୍ୟହାଣ୍ଡି ପଠାଇଲେ । କିନ୍ତୁ କାମ ନ କରି ମା’ ପୁଅ ଅଧିକ ସୁବିଧା ଆଶା କଲେ। ତେଣୁ ସେମାନେ ଉପଯୁକ୍ତ ଶାନ୍ତି ପାଇଲେ। ଚୋରମାନଙ୍କପରି ପରଦ୍ରବ୍ୟରେ ଲୋଭ ରଖୁଲେ ସବୁ ହରାଇବାକୁ ପଡ଼େ ଏବଂ ମାଡ଼ ଖାଇବାକୁ ହୁଏ। ତେଣୁ ଏଭଳି ମନ୍ଦକାମରୁ ଦୂରେଇ ରହି ପରିଶ୍ରମ କଲେ ଆମେ ସୁଖରେ ରହିବା।

Question ୩।
ହାଣ୍ଡି ଖୋଲିବାରୁ ଚୋରଙ୍କର ଅବସ୍ଥା କ’ଣ ହେଲା ? କିମ୍ବା, ହାଣ୍ଡି ଖୋଲିବାରୁ ଚୋରମାନେ କି ଅସୁବିଧାରେ ପଡ଼ିଲେ ?
ଚୋରମାନେ ବୁଢ଼ୀ ବାଡ଼ିପଟେ ପହଞ୍ଚି ଧନରତ୍ନ ବାଣ୍ଟିବା ପାଇଁ ବସିଲେ। ହାଣ୍ଡିରେ କ’ଣ ଅଛି ଦେଖିବାକୁ ମାଡ଼ହାଣ୍ଡିର ପଲମଟିକୁ ଖୋଲିଦେଲେ। ତା’ପରେ ଆରମ୍ଭ ହେଲା ମାଡ଼ବୃଷ୍ଟି। ବିଧା, ଚାପୁଡ଼ା, ଗୋଇଠା, ମୁଖୀ, ରାମ୍ପୁଡ଼ା, କାମୁଡ଼ା ଆଦି ମାଡ଼ସବୁ ବର୍ଷା ହୋଇଗଲା । ସେମାନେ ଟଙ୍କା ପଇସା ବାଣ୍ଟିବା ଛାଡ଼ି ପ୍ରାଣ ବିକଳରେ ଦୌଡ଼ି ଦୌଡ଼ି ପଳାଇଗଲେ। ମାଡ଼ରେ ଧୂଳିଧୂଆଁ ଉଡ଼ିଗଲା। ପୂର୍ବ ଦିଗକୁ ଚାପୁଡ଼ାଯାକ, ପଶ୍ଚିମକୁ ବିଧା, ଉତ୍ତରକୁ ଗୋଇଠା ଏବଂ ଦକ୍ଷିଣ ଦିଗକୁ ମୁଖୀଯାକ ଗୋଡ଼େଇ ଗୋଡ଼େଇ ଚୋରଙ୍କୁ ନିସ୍ତୁକ ମାଡ଼ଦେଲେ। ମାଡ଼ ଭୟରେ ଚୋରିକରି ଆଣିଥିବା ସମସ୍ତ ଧନରତ୍ନ
ଛାଢ଼ିଦେଇ ଚୋରମାନେ ପଳାଇଗଲେ ।

Question ୪।
ଗଙ୍ଗାମାତା ଚକୁଳିଆ ପଣ୍ଡାକୁ କିପରି ସାହାଯ୍ୟ କରିଥିଲେ ? କିମ୍ବା, ଚକୁଳିଆ ପଣ୍ଡାର ବିକଳ ସହି ନପାରି ଗଙ୍ଗାମାତା କ’ଣ କଲେ ?
Answer:
ଚକୁଳିଆ ପଣ୍ଡା ଗାଁ ଗାଁ ବୁଲି ଭିକ୍ଷା ମାଗି ଚଳେ। ଦିନେ ବୁଲି ବୁଲି ଭିକ ମୁଠେ ପାଇଲାନି। ପିଲାଏ ଟେକା ପକାଇଲେ। ମନଦୁଃଖରେ ପଶ୍ଚିମ ଦିଗରେ ଥିବା ପଦ୍ମପୋଖରୀରେ କାଚକେନ୍ଦୁ ଭଳି ଜଳ ଦେଖି ତା’ର ଲୋଭ ହେଲା । ପ୍ରବଳ ଭୋକ ଯୋଗୁଁ ସେ ଚଳେ ଚଳେ ପାଣି ପିଉଥାଏ ଏବଂ ଗୋଟିଏ ଗୋଟିଏ ଖାଦ୍ୟ ପଦାର୍ଥର ନାଁ କହୁଥାଏ । ଭାତ ଖାଉଁ, ଡାଲି ଖାଉଁ, ମହୁର ଖାଉଁ, ଆମ୍ବିଳ ଖାଉଁ ଇତ୍ୟାଦି କହି ପାଣି ପିଉଥାଏ। ଜଳରେ ଥିବା ଗଙ୍ଗାମାତା ତା’ର ଭୋକ ଦୁଃଖ ସହିପାରିଲେନି। ତେଣୁ ସେ ଯେଉଁ ଖାଦ୍ୟର ନାଁ କହୁଥିଲା, ସେହି ସବୁ ଖାଦ୍ୟ ଗୋଟିଏ ହାଣ୍ଡିରେ ଭର୍ତ୍ତିକରି ତା’ ନିକଟକୁ ଭସାଇ ଦେଲେ। ଚକୁଳିଆ ପଣ୍ଡା ଆନନ୍ଦ ମନରେ ସୁସ୍ଵାଦୁ ଖାଦ୍ୟକୁ ମନଭରି ପେଟେ ଖାଇଲା ଓ ବାକିତକ ମା’ ପାଇଁ ନେଇଗଲା ।

ଅତିସଂକ୍ଷିପ୍ତ ପ୍ରଶ୍ନେ।ତ୍ତର

Question ୧।
ଚକୁଳିଆ ପଣ୍ଡା କିପରି ଚଳୁଥୁଲା ?
Answer:
ଚକୁଳିଆ ପଣ୍ଡା ଭାରି ଗରିବ ଥିଲା। ସେ ଭିକ ମାଗି ଚଳେ। ଭିକ ମାଗି ଚଳେ।

Question ୨।
ଚକୁଳିଆ ପଣ୍ଡା ଘରକୁ ଯିବା ବାଟରେ କ’ଣ ଦେଖୁଲା ?
Answer:
ଚକୁଳିଆ ପଣ୍ଡା ଘରକୁ ଯିବା ବାଟରେ ଗୋଟିଏ ଉତ୍ତମ ସୁନ୍ଦର ପଦ୍ମ ପୋଖରୀ ଦେଖିଲା ।

BSE Odisha 7th Class Odia Solutions Chapter 14 ମାଡ଼ହାଣ୍ଡି କଥା

Question ୩।
ପୋଖରୀଟି କିପରି ଥୁଲା ?
Answer:
ପୋଖରୀର ଚାରିପାଖରେ ଶଙ୍ଖମଲମଲ ପଥର ପାହାଚ ଥିଲା। ସେଥ‌ିରେ କଳା ଭଅଁର ପରି ପାଣି ଥିଲା।

Question ୪।
ଚକୁଳିଆ ପଣ୍ଡା କାଚ କେନ୍ଦୁଭଳି ପାଣି ଦେଖୁ କ’ଣ କଲା ?
Answer:
ଚକୁଳିଆ ପଣ୍ଡା ପୋଖରୀର କାଚକେନ୍ଦୁଭଳି ପାଣି ଦେଖ୍ ଲୋଭେଇ ଗଲା ।

Question ୫।
ପୋଖରୀରେ କିଏ ରହିଥିଲେ ?
Answer:
ପୋଖରୀରେ ଗଙ୍ଗାମାତା ରହିଥିଲେ

Question ୬।
ଗଙ୍ଗାମାତା ଚକୁଳିଆ ପଣ୍ଡା କଥା ଶୁଣି କ’ଣ କଲେ ?
Answer:
ଚକୁଳିଆ ପଣ୍ଡା ଯେଉଁ ଖାଦ୍ୟ ପଦାର୍ଥର ନାମ କହୁଥିଲା, ସେହି ଖାଦ୍ୟଗୁଡ଼ିକୁ ଗଙ୍ଗାମାତା ଗୋଟିଏ ହାଣ୍ଡିରେ ରଖୁ ଚକୁଳିଆ ପଣ୍ଡା ବସିଥିବା ସ୍ଥାନକୁ ପାଣିରେ ଭସାଇ ଦେଲେ।

Question ୭।
ଚକୁଳିଆ ପଣ୍ଡା ଭାରି ଆଚମ୍ବିତ ହେଲା କାହିଁକି ?
Answer:
ଚକୁଳିଆ ପଣ୍ଡା ହାଣ୍ଡିଟିକୁ ଦେଖ୍ ଆଚମ୍ବିତ ହେଲା।

BSE Odisha 7th Class Odia Solutions Chapter 14 ମାଡ଼ହାଣ୍ଡି କଥା

Question ୮।
ଚକୁଳିଆ ପଣ୍ଡା ହାଣ୍ଡିରେ କ’ଣ ଥିବାର ଦେଖୁଲା ?
Answer:
ହାଣ୍ଡି ଭିତରେ ଘିଅ ଅନ୍ନ, ଡାଲି, ମହୁର, ଆମ୍ବିଳ, ଖୁରି, ପିଠା ଆଦି ଜିନିଷ ଥ‌ିବାର ଦେଖୁଲା ।

Question ୯।
ଚକୁଳିଆ ପଣ୍ଡା ହାଣ୍ଡିଟିରେ ଥ‌ିବା ଜିନିଷକୁ ଦେଖ୍ କ’ଣ କଲା ?
Answer:
ଚକୁଳିଆ ପଣ୍ଡା ହାଣ୍ଡିରୁ ଗୋଟି ଗୋଟିକରି ଖାଦ୍ୟ ପଦାର୍ଥ ବାହାର କରି ଖାଇଲା ଓ ବଳକା ଜିନିଷକୁ ଘରକୁ ମାଆ ଖାଇବା ପାଇଁ ନେଇଗଲା

Question ୧୦।
ଚକୁଳିଆ ପଣ୍ଡା ଘରକୁ ଖାଦ୍ୟ ପଦାର୍ଥ ନେଇ କ’ଣ କଲା ?
Answer:
ଚକୁଳିଆ ପଣ୍ଡା ଖାଦ୍ୟ ପଦାର୍ଥକୁ ଘରେ ଥିବା ଶିକା ଉପରେ ସାଇତି ରଖୁଲା ଓ ଖଣ୍ଡେ ମସିଣା ପାରି ଶୋଇ ପଡ଼ିଲା ।

କଠିନ ଶବ୍ଦ।ର୍ଥ :

Question ୧।
ବୁଢ଼ୀ ଉପରେ ମାଡ଼ ଅସରା ବନ୍ଦ ହୋଇଗଲା କାହିଁକି ?
(କ) ଗଙ୍ଗାମାତା ଦୟା କରିବାରୁ
(ଖ) ହାଣ୍ଡି ଉପରେ ଢାଙ୍କୁଣୀଟି ପଡ଼ିଗଲାରୁ
(ଗ) ହାଣ୍ଡି ଉପରେ ଢାଙ୍କୁଣୀଟି ଘୋଡ଼ାଇ ଦେବାରୁ
(ଘ) ତା’ ପୁଅ ହାଣ୍ଡି ଉପରେ ଢାଙ୍କୁଣୀକୁ ଘୋଡ଼ାଇଦେବାରୁ
Answer:
(ଖ) ହାଣ୍ଡି ଉପରେ ଢାଙ୍କୁଣୀଟି ପଡ଼ିଗଲାରୁ

Question ୨।
ମାଡ଼ ହାଣ୍ଡିରୁ ମଖୀଯାକ ଚୋରମାନଙ୍କୁ କେଉଁ ଦିଗକୁ ଘଉଡ଼ାଇ ନେଇଥିଳେ?
(କ) ପୂର୍ବ
(ଖ) ପଶ୍ଚିମ
(ଗ) ଉତ୍ତର
(ଘ) ଦକ୍ଷିଣ
Answer:
(ଘ) ଦକ୍ଷିଣ

Question ୩।
ବୁଢ଼ୀର ମାଡ଼ ଦରଜ ଉଭେଇଗଲା କାହିଁକି ?
(କ) ମାଡ଼ ଥମିଯିବାରୁ
(ଗ) ସିନ୍ଦୂକ ମେଲା କରିଦେବାରୁ
(ଗ) ସିତ୍କକ ମେଲା କରିଦେବାରୁ
(ଘ) ତା’ ପୁଅ ଦେହରେ ମଲମ ଘଷିବାରୁ
Answer:
(ଗ) ସିନ୍ଦୂକ ମେଲା କରିଦେବାରୁ

Question ୪।
ଚକୁଳିଆ ପଣ୍ଡା ମାଡ଼ ହାଣ୍ଡିକୁ ନେଇ କେଉଁଠି ଥୋଇଲା ?
(କ) ଖତଗଦାରେ
(ଖ) ଓଳିତଳେ
(ଗ) ପୋଖରୀକୂଳରେ
(ଘ) ଶିକାଉପରେ
Answer:
(ଘ) ଶିକାଉପରେ

BSE Odisha 7th Class Odia Solutions Chapter 14 ମାଡ଼ହାଣ୍ଡି କଥା

Question ୫।
‘ମନକୁ ବାଆଁରେଇବା ପାଇଁ’ର ଅର୍ଥ କ’ଣ ?
(କ) ମନ ଖୁସିକରିବା
(ଖ) ମନକୁ ଭୁଲାଇବା
(ଗ) ମନ ହାଲୁକା କରିବା
(ଘ) ମନକୁ ଆଶ୍ଵାସନା ଦେବା
Answer:
(ଖ) ମନକୁ ଭୁଲାଇବା

Question ୬।
ଗଙ୍ଗାମାତା ଉଡ଼ିଗଲା ଚଢ଼େଇର …………………. ଜାଣିପାରନ୍ତି । ଶୂନ୍ୟ ସ୍ଥାନରେ ଠିକ୍ ଶବ୍ଦଟି କ’ଣ ହେବ ?
(କ) ପରକଥା
(ଖ) ପେଟକଥା
(ଗ) ମନକଥା
(ଘ) ହୃଦୟକଥା
Answer:
(ଖ) ପେଟକଥା

Question ୭।
ନିମ୍ନୋକ୍ତ ମଧ୍ୟରୁ ‘କତରା’ ଶବ୍ଦର ଅର୍ଥ କ’ଣ ?
(କ) ପାଲ
(ଖ) ଦରି
(ଗ) ମସିଶା
(ଘ) ଛଣ୍ଡା ମସିଣା
Answer:
(ଘ) ଛଣ୍ଡା ମସିଣା

Question ୮।
‘କୋଟିନିସ୍ ପାଇବା’ର ଅର୍ଥ ନିମ୍ନୋକ୍ତ ମଧ୍ୟରୁ କେଉଁଟି ?
(କ) ଅତି ପ୍ରସନ୍ନ ହେବା
(ଖ) ସୁନାହାରା ପାଇବା
(ଗ) କୋଟି କୋଟି ଟଙ୍କା ପାଇବା
(ଘ) ଧାତୁ ଦ୍ରବ୍ୟ ପାଇବା
Answer:
(କ) ଅତି ପ୍ରସନ୍ନ ହେବା

BSE Odisha 7th Class Odia Solutions Chapter 14 ମାଡ଼ହାଣ୍ଡି କଥା

Question ୯।
‘ପନ୍ଦାଡ଼’ ଶବ୍ଦର ଅର୍ଥ ନିମ୍ନୋକ୍ତ ମଧରୁ କେଉଁଟି ?
(କ) ବାରିପିଣ୍ଡା
(ଖ) ଦାଣ୍ତପିଶ୍ୱା
(ଗ) ପିଶୃରମୁଣ୍ଡ
(ଘ) ଘରର ପଛ
Answer:
(ଗ) ପିଶୃରମୁଣ୍ଡ

Question ୧୦।
ନିମ୍ନୋକ୍ତ ଶବ୍ଦମାନଙ୍କ ମଧ୍ୟରୁ କାହାର ଅର୍ଥ ‘ଅସରପି’ ?
(କ) ସୁନା ମୁଣ୍ଡା
(ଖ) ସୁନା ଥାଳିଆ
(ଗ) ସୁନା ବାଜୁ
(ଘ) ସୁନା ମୋହର
Answer:
(ଘ) ସୁନା ମୋହର

ଗାଞ୍ଜିକ ପରିଚୟ :

ଗୋପାଳ ଚନ୍ଦ୍ର ପ୍ରହରାଜ ଓଡ଼ିଆ ପାଠକ ମହଲରେ ଜଣେ ଅତି ଉଚ୍ଚକୋଟୀର ରମ୍ୟରଚନା ଲେଖକ ଭାବେ ପରିଚିତ । ସେ ବହୁ ଲୋକକଥା ଓ ଲୋକକାହାଣୀ ଅତି ସାଧାରଣ ଗାଉଁଲି ଭାଷାରେ ରଚନା କରି ଶିଶୁଠାରୁ ବୃଦ୍ଧ ପର୍ଯ୍ୟନ୍ତ ପାଠକମାନଙ୍କ ନିକଟବର୍ତ୍ତୀ ହୋଇପାରିଛନ୍ତି । ତାଙ୍କ ରଚିତ ‘କଥା ଓ କାହାଣୀ’, ‘ଉତ୍କଳ କାହାଣୀ’ ଏହାର ଜ୍ଵଳନ୍ତ ଉଦାହରଣ । ସମାଜରେ ପ୍ରଚଳିତ ଅନ୍ଧବିଶ୍ଵାସ ଓ କୁ ସଂସ୍କରଗୁଢ଼ିକୁ ଅତି ଚତୁରତାର ସହିତ ତାଙ୍କ ରଚନାଶୈଳୀରେ ଉପସ୍ଥାପନ କରି ସେ ଜଣେ ସଫଳ ସମାଲୋଚକର ଭୂମିକା ଗ୍ରହଣ କରିପାରିଛନ୍ତି । ତାଙ୍କ ରଚିତ ‘ନନାଙ୍କ ବସ୍ତାନି’, ‘ବାଇ ମହାନ୍ତି ପାଞ୍ଜି’ ଓ ‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’ ଏହାର ଉଦାହରଣ । ସବୁଠାରୁ ବଡ଼କଥା ହେଉଛି ସେ ଦୀର୍ଘ ୨୧ ବର୍ଷକାଳ ସାଧନା କରି ଓଡ଼ିଆ ଭାଷାର ଶବ୍ଦ ସମ୍ଭାରଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ରୂପରେ ଏବଂ ପ୍ରାଞ୍ଜଳଭାବରେ ବ୍ୟାଖ୍ୟା ସହି ମୁଦ୍ରଣ କରି ସମଗ୍ର ଓଡ଼ିଆଭାଷୀମାନଙ୍କ ପାଇଁ ସ୍ମରଣୀୟ ହୋଇପାରିଛନ୍ତି।

ଏହା ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ ନାମରେ ପରିଚିତ । ସେ ଜଣେ ଦକ୍ଷ ଆଇନୀଜୀବୀ ମଧ୍ୟ ଥିଲେ। ଆଲୋଚ୍ୟ ‘ମାଡ଼ହାଣ୍ଡି କଥା’ ଗଳ୍ପଟି ଏକ ଲୋକକଥାକୁ ଆଧାର କରି ରଚିତ ହୋଇଛି । କୋମଳମତି ଶିଶୁମାନଙ୍କ ପାଇଁ ଏଥୁରେ ଶିକ୍ଷଣୀୟ ତଥ୍ୟ  ରହିଛି ।‘ମାଡ଼ହାଣ୍ଡି କଥା’ ଗଳ୍ପଟି ଅତି ସରଳ ଓ ଗାଉଁଲି ଭାଷାରେ ଲେଖାଯାଇଛା ଗଞ୍ଜିଟି ହାସ୍ୟରସରେ ପରିପୂର୍ଣ୍ଣା ମଣିଷ ଜୀବନର ପ୍ରକୃତ ଛବି ଏଥ‌ିରେ ପ୍ରତିଫଳିତ ହୋଇଛି । ସୁବିଧା ପାଇଲେ ମଣିଷ କିପରି ତା’ର ଅସଲ ରୂପକୁ ପାସୋରି ମରାଚିକା ପଛରେ ଗୋଡ଼ାଇଥାଏ, ତାହା ଚକୁଳିଆ ପଶ୍ରାର ଚରିତ୍ର ମାଧ୍ୟମରେ ଲେଖକ ପ୍ରକାଶ କରିଛନ୍ତି । ନିଜର କର୍ତ୍ତବ୍ୟ ନ କଲେ ଭଗବାନ୍ ବି ଅଶାନ୍ତ ହୁଅନ୍ତି – ଏହି ନୈତିକ ଶିକ୍ଷାଟି ଉକ୍ତ ଗଳ୍ପରୁ ପିଲାମାନେ ଶିକ୍ଷା କରିବେ ।

ଗଞ୍ଜିର ସାରକଥା :

ଆଳସ୍ୟ ଦୁଃଖର କାରଣ ଏବଂ ପରିଶ୍ରମ ସୁଖର କାରଣ । ଅଳସୁଆ ଲୋକଙ୍କୁ ଈଶ୍ବର ଦଣ୍ଡ ଦିଅନ୍ତି । ଏହାହିଁ ‘ମାଡ଼ ହାଣ୍ଡି କଥା’ ଗଳ୍ପର ବିଷୟବସ୍ତୁ । ଗୋଟିଏ ଦେଶରେ ଗୋଟିଏ ଚକୁଳିଆ ପଣ୍ଡା ଥାଏ । ସେ ଭାରି ଗରିବ । ଗାଁକୁ ଗାଁ ବୁଲି ଭିକ ମାଗେ । ଦିନେ ସେ ଖୁବ୍ ବୁଲିଲା, ହେଲେ ଭିକ ପାଇଲାନି । ତା’ ପଛରେ ଗାଁ ପିଲାଏ ପଡ଼ିଗଲେ । ତାକୁ ଟେକା ବୋଲୁଅ ଫୋପାଡ଼ି ଗାଁରୁ ତଡ଼ିଦେଲେ । ସେ ମାଡ଼ ଖାଇ ଘରକୁ ନଫେରି ଆଗକୁ ଚାଲିଲା । ବାଟରେ ସୁନ୍ଦର ପଦ୍ମ ପୋଖରୀଟିଏ ଦେଖିଲା । ପାଣି କାଚକେନ୍ଦୁ ଭଳି ନିର୍ମଳ । ଭାରି ଲୋଭ ହେଲା ପିଇବାକୁ । ଲଥକରି ବସିପଡ଼ିଲା ପାହାଚରେ । ନିର୍ମଳ ପାଣିକୁ ଡାହାଣ ହାତରେ ଧରୁଥାଏ, ପିଉଥାଏ ଓ ମନକୁ ମନ କହୁଥାଏ – ଭାତ ଖାଉଁ, ଡାଲି ଖାଉଁ, ଦୁଧ ଖାଉଁ, ମହୁର ଖାଉଁ, ଆମ୍ବିଳ ଖାଉଁ, ଖିରି ଖାଉଁ, କାକରା ଖାଉଁ, ନାନମାନ ଖାଉଁ, ପୋଟଳି ଚକୁଳି ଖାଉଁ ଏମିତି କେତେ ଖାଦ୍ୟଦ୍ରବ୍ୟର ନାଁ ଧରୁଥାଏ, ପାଣି ପିଉଥାଏ । ସେ ପୋଖରୀରେ ଗଙ୍ଗାମାତା ଥା’ନ୍ତି । ସେ ଚକୁଳିଆ ପଣ୍ଡାର ଦୁଃଖ ସହି ପାରିଲେନି । ସେ ଚକୁଳିଆ ପଣ୍ଡା ମୁହଁରେ ଧରିଥ୍ ସବୁ ଖାଦ୍ୟଦ୍ରବ୍ୟକୁ ହାଣ୍ଡିରେ ସଜାଇ ପାଣିରେ ଭସାଇଦେଲେ ।

ଚକୁଳିଆ ହାଣ୍ଡିଟି ଦେଖ୍ ଭାରି ଆଶ୍ଚର୍ଯ୍ୟ ହେଲା । ଦେଖେ କ’ଣ ଅଛି….. ? ଏହା ଭାବି ହାଣ୍ଡିଟି ଖୋଲି ଦେଖୁଦେଇ ଆନନ୍ଦରେ ଫାଟିପଡ଼ିଲା । ମନଭରି ଖାଦ୍ୟ ଖାଇ ହାଣ୍ଡିଟି ନେଇ ଚାଲିଲା ଘରକୁ ବୋଉ ପାଇଁ । ଘରେ ପହଞ୍ଚିବାବେଳକୁ ମା’ ନ ଥାଏ, ଗାଁ ଭିତରକୁ ଦୁଃଖ କରିବାକୁ ଯାଇଥାଏ । ହାଣ୍ଡିଟି ହାଣ୍ଡିଶାଳ ଶିକାରେ ରଖୁ । ମା’ ଗାଁରୁ ପାଇଟି ସାରି ଭୋକରେ ଫେରି ଦେଖେ ତ ପୁଅ ନିଶ୍ଚିନ୍ତରେ ଶୋଇଛି । ସେ ହାଣ୍ଡିଶାଳକୁ ଯାଇ ହାଣ୍ଡିଟି ଶିକାରେ ଥ‌ିବା ଦେଖୁ ତାକୁ ଖୋଲିବାରୁ ସେଥୁରେ ଖାଦ୍ୟ ପଦାର୍ଥମାନ ଦେଖୁ । ଭୋକ ସମ୍ଭାଳି ନ ପାରି ହାଣ୍ଡିରୁ ସବୁ ବାହାର କରି ପେଟେ ଖାଇ ବଳକାତକ ହାଣ୍ଡିରେ ରଖୁ । ଉପରଓଳି ମା’ ପୁଅ ଖାଇ ଅଠିଲ ହୋଇଗଲେ । ପୁଅ ଉଠିଲା ପରେ ମାଆକୁ ସବୁକଥା କହିଲା । ମା’ ପୁଅକୁ ପୁଣି ପୋଖରୀ କୂଳକୁ ଯାଇ ସେହିପରି କରିବାକୁ କହିଲା । ସବୁଦିନ ପୁଅ ପୋଖରୀ ତୁଠକୁ ଯାଏ । ସେହିପରି ଚଳେ ଚଳେ ପାଣି ପିଏ ଓ ବିଭିନ୍ନ ଖାଦ୍ୟ ଦ୍ରବ୍ୟ ନାଁ ଧରି ଖାଇବା କଥା କହେ । ହାଣ୍ଡିଟିଏ ଭାସିଆସେ । ସେ ଘରକୁ ନେଇଆସେ । ମାଆ ପୁଅ ଖାଇ ଖୁସି ହୁଅନ୍ତି ।

ଏଣିକି ଚକୁଳିଆ ପଣ୍ଡା ଓ ତା’ ମା’ କାମ ନ କରି ଏମିତି ଖାଇପିଇ ବୁଲିଲେ । ଗଙ୍ଗାମାତା ଭାବିଲେ ସଂସାରଯାକ ୟାଙ୍କୁ ଦେଖୁ ସେମିତି ହେବେ; ତେଣୁ ସେ କପଟ କରି ଦିନେ ହାଣ୍ଡିରେ ସଂସାରର ଯେତେ ମାଡ଼ ଥିଲା ସବୁ ରଖ୍ ଭସାଇଦେଲେ । ଚକୁଳିଆ ପଣ୍ଡା ହାଣ୍ଡିଟି ପୂର୍ବଭଳି ନେଇ ଖୁବ୍ ଖୁସି ମନରେ ଖୋଲିଦେଲା । ଏବେ ଯାଏ କୁଆଡ଼େ- ଆରମ୍ଭ ହୋଇଗଲା ବିଧା, ଚାପୁଡା, ଗୋଇଠା, କାମୁଡ଼ା । ସେ ବ୍ୟସ୍ତ ହୋଇ ବୃଦ୍ଧିପାଞ୍ଚ୍ ହାଣ୍ଡି ଉପରେ ଢାଙ୍କୁଣୀଟା ଘୋଡ଼େଇ ଦେଲା । ମାଡ଼ ମାରିବା ବନ୍ଦ ହୋଇଗଲା । ସେ ହାଣ୍ଡିଟି ନେଇ ଘରକୁ ଗଲା । ତା’ର ରାଗ ମା’ ଉପରେ । ଶିକାରେ ହାଣ୍ଡିଟି ରଖିଦେଲା । ମା’ ଗାଁ ବୁଲା ସାରି ହାଣ୍ଡିଟି ନେଇ ମହାଆନନ୍ଦରେ ଖାଇବାକୁ ଢାଙ୍କୁଣୀଟି ଖୋଲିଦେଲା । ସଙ୍ଗେ ସଙ୍ଗେ ମାଡ଼ ଉପରେ ମାଡ଼ – ବିଧା, ଚାପୁଡ଼ା, ଗୋଇଠା ଆରମ୍ଭ ହୋଇଗଲା । ବୁଢ଼ୀ ରଡ଼ି ଛାଡୁଥାଏ । ହେଲେ ଶୁଣୁଛି କିଏ ? ହଠାତ୍ ତା’ର ବୁଦ୍ଧି ପଶିଲା । ସେ ହଠାତ୍ ପଲମାଟା ହାଣ୍ଡି ଉପରେ ଘୋଡ଼ାଇଦେଲା ।

ମାଡ଼ ବନ୍ଦ ହୋଇଗଲାରୁ ହାଣ୍ଡିଟି ନେଇ ବାରିପଛ ଖତଗଦାରେ ଥୋଇ ଘରକୁ ଆସି ମନ ଦୁଃଖରେ ମୁହଁ ମାଡ଼ି କରି ଶୋଇପଡ଼ିଲା । ରାତିରେ ଦଳେ ଚୋର ସିନ୍ଦୁକଟିଏ ଚୋରି କରି ଆଣିଥ‌ିବା ଜିନିଷତକ ବାଣ୍ଟ କରିବାକୁ ବୁଢ଼ୀ ବାଡ଼ିକୁ ଆସିଲେ । ବାଣ୍ଟ ଚାଲିଛି – ଗୋଟେ ଚୋର ହାଣ୍ଡିଟି ଦେଖ୍ ତା’ଭିତରେ କ’ଣ ଅଛି ବୋଲି ଭାବି ଖୋଲିଦେଲା। ସଙ୍ଗେ ସଙ୍ଗେ ଆରମ୍ଭ ହୋଇଗଲା ସମସ୍ତଙ୍କ ଉପରେ ମାଡ଼ ବୃଷ୍ଟି – ବିଧା, ଚାପୁଡ଼ା, ଗୋଇଠା, କାମୁଡ଼ା । ଚୋରଙ୍କୁ ବାଟ ମିଳିଲାନି ପଳେଇ ଯିବାକୁ। ବୁଢ଼ୀ ଘରେ ଥାଇ ସବୁ ଶୁଣୁଥାଏ । ଚୋର ପଳେଇଗଲା ପରେ ଧୀରେ ଉଠି ବାଡ଼ିକୁ ଗଲା – ସିନ୍ଦୁକଟିକୁ ଡରି ଡରି ଖୋଲିଲା – ଆରେ ଏ କ’ଣ ଖାଲି ହୀରା, ନୀଳା, ମୋତି, ମାଣିକ, ଅସରପି । ସିନ୍ଦୂକରୁ ଧନତକ ନେଇ ଘରେ ଲୁଚେଇଦେଲା । ମା’ ପୁଅ ସିନ୍ଦୁକକୁ ଟେକିଟାକି ଘରକୁ ନେଲେ । ତା’ପରଠାରୁ ମାଆ ପୁଅ ସବୁଦିନେ ସକାଳୁ କାମକୁ ବାହାରି ଯାଉଥ‌ିବାର ଦେଖାଗଲା ।

କଠିନ ଶବ୍ଦ।ର୍ଥ :

  • ବୋଲୁଅ – ଛୋଟ ପଥର ।
  • ବାଆଁରେଇବ – ବାହାନା କରିବା ।
  • କତରା – ଛିଣ୍ଡା ମସିଣା
  • ଫେର – ପୁଣି
  • ଥୟିଗଲା – ବନ୍ଦ ହେଇଗଲା ।
  • ଇମିତିକା – ଏପରି ।
  • ସେରେ ଚାଉଳ ବା ଡାଲି ମାପିବା ପାଇଁ ବ୍ୟବହୃତ ପୁରୁଣା ମାପ ।
  • ଖପରା – ଭଙ୍ଗାହାଣ୍ଡିର ଅଂଶ ।
  • ଯାଉଁଳି – କାନ୍ଧର ଦୁଇପାଖରେ ଝୁଲୁଥିବା ବୋକଚା
  • ଚଳେ – ପୋଷେ, ଗୋଟିଏ ହାତ ପାପୁଲି ରେ ରହି ପାରୁ ଥ‌ିବା ପରିମାଣ।
  • ଦରବ – ଦ୍ରବ୍ୟ ।
  • ନାନମାନ – ଏକପ୍ରକାର ପିଠା ।
  • ବାରଜ – ଅଲଗା ।
  • ଭରାଭର – ସମ୍ପୂର୍ଣ୍ଣ ।
  • ଦୋଓଡ଼ା – ଦ୍ୱିତୀୟ ଥର ।
  • ଦୁଃଖ କରିବା – ଏଠାରେ ଖଟିବା
  • ପଲମ – ପିଠା ତିଆରି ପାଇଁ ସ୍ଵତନ୍ତ୍ର ପାତ୍ର ।
  • ଦିବ୍ୟ – ପବିତ୍ର ।
  • ବେଏଁ – ଦୁଇ ହାତକୁ ଦୁଇ ପାଖକୁ ଲମ୍ବାଇଲେ ଯେତେ ଲମ୍ବା ହେବ ।
  • ମହନ୍ତ – ପରିଶ୍ରମ ।
  • ଅଠିଲ୍ – ଅଚଳ ।
  • ଢ଼େଲେ – ପେଟପୂରା ।
  • ଫୋକଟ – ମାଗଣା, ମୂଲ୍ୟହୀନ।
  • ତେଲୁଣି – ଢାଙ୍କୁଣି ।
  • ଅଷ୍ଟଦଣ୍ଡପାଟ – ଧାର୍ମିକ ଭିକ୍ଷାକାରୀ ।
  • ରବୟା – ଘଟଣା ।
  • ପନ୍ଦାଡ଼ – ପିଣ୍ଡାର ମୁଣ୍ଡ ।
  • ଅସରପି – ସୁନା ମୋହର ।
  • ହାପୁ – ଡାଲି ବା ଜାଉକୁ ହାତରେ ହାପୁଡ଼ି ଖାଇବା ।
  • ମହୁଡ଼ – ମୁକୁଟ କିମ୍ବା ସୁନା ମୋହର ।
  • ନିଖଟୁ – କର୍ମକୋଢ଼ି ।
  • ବଡ଼ ଝପଟି – ବଡ଼ି ସକାଳୁ ।
  • ନିଧୂ – ସମ୍ପଦ
  • ଉବାର – ନିଷେଧ ବା ମନା ।

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Odisha State Board BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ Textbook Exercise Questions and Answers.

BSE Odisha Class 7 Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ପାହାଡ଼ ତଳ ବଣଭୂଇଁକି ସଫା କରାଗଲା କାହିଁକି ?
Answer:
ରାଜାଙ୍କ ଆଦେଶରେ ମଧୁପୁରଗଡ଼ର ଗଡ଼ପାହାଡ଼ ତଳିରେ ରାଜପ୍ରାସାଦ ନିର୍ମାଣ କରାଯିବା ସ୍ଥିର କରାଗଲା । ସେଥ‌ିପାଇଁ ପାହାଡ଼ ତଳ ବଣଭୂଇଁକୁ ସଫା କରାଗଲା ଓ ପାହାଡ଼ କାଟି ଭୂମିକୁ ସମତଳ କରାଗଲା ।

(ଖ) ସେ ପାହାଡ଼ର ନାଆଁ କ’ଣ ଥିଲା ?
Answer:
ଦିଗଦିଗନ୍ତ ବ୍ୟାପୀ ଜଙ୍ଗଲ ମଧ୍ୟରେ ରହିଥିବା ମଧୁପୁରଗଡ଼ ପାହାଡ଼କୁ ଲୋକେ ଗଡ଼ ଓ ରାଜପ୍ରାସାଦ ନିର୍ମାଣ ପରେ ନାମକରଣ କରିଥିଲେ । ପାହାଡ଼ର ନାଆଁ ଥିଲା ‘ଗଡ଼ପର୍ବତ’ ।

(ଗ) ରାଜା ପାହାଡ଼ କୋଳରୁ କେଉଁ ଶବ୍ଦ ଶୁଣିବାକୁ ପାଇଲେ ?
Answer:
ପାହାଡ଼ କୋଳରୁ ରାଜା ପଥରକଟାର ଠକ୍ ଠକ୍ ଶବ୍ଦ ଶୁଣିବାକୁ ପାଇଲେ । ତାହା ଥିଲା ପଥର କୋରଡ଼ବାସୀ ଭୀମ ଦାସର ପଥରକଟାର ଶବ୍ଦ ଯାହାକି ରାଜାଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରିଥିଲା ।

(ଘ) ସେହି ଶବ୍ଦ କିଏ ଓ କିପରି ସୃଷ୍ଟି କରୁଥିଲା ?
Answer:
ପଥରକଟାର ଠକ୍ ଠକ୍ ଶବ୍ଦ ପାହାଡ଼ର କୋରଡ଼ ମଧ୍ୟରୁ ଭାସି ଆସୁଥିଲା । ତାହା ଥିଲା ପର୍ବତର କୋରଡ଼ରେ ବାସ କରୁଥିବା ଭୀମ ଦାସର ପଥରକଟାର ଶବ୍ଦ । ଗଡ଼ ନିର୍ମାଣ ହେଲାପରେ ମଧ୍ୟ ଭୀମ ଦାସର ପଥରକଟା ଶବ୍ଦ ବନ୍ଦ ହୋଇନଥିଲା । ସେ ପୂର୍ବବତ୍ ପଥରକଟା କାର୍ଯ୍ୟରେ ଲିପ୍ତ ରହୁଥିଲା ।

(ଙ) ସେହି ଶବ୍ଦ ବନ୍ଦ କରିବା ପାଇଁ ରାଜା କାହିଁକି ଆଦେଶ ଦେଲେ ?
Answer:
ରାଜଉଆସ ନିର୍ମାଣ ହେଲାପରେ ତା’ ମଧ୍ୟରେ ବିଳାସବ୍ୟସନର ସମସ୍ତ ବ୍ୟବସ୍ଥା ସଂପୂର୍ଣ୍ଣ ହେଲା । କିନ୍ତୁ ଭୀମ ଦାସର ପଥରକଟାର ଶବ୍ଦ ରାଜାଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟିକଲା । ସେହି ଶବ୍ଦ କେଉଁଠାରୁ ଆସୁଥିଲା ତାହା ରାଜା ଜାଣିନଥୁଲେ । ମାତ୍ର ରାଜାଙ୍କ ସୁନିଦ୍ରାପାଇଁ ସେହି ଶବ୍ଦ ବନ୍ଦ କରିବା ଜରୁରୀ ଥିଲା । ତେଣୁ ତାହା ତୁରନ୍ତ ବନ୍ଦ କରିବାପାଇଁ ରାଜା ଆଦେଶ ଦେଇଥିଲେ ।

(ଚ) ଭୀମ ଦାସକୁ ନିଜ ଉଆସକୁ ନେଇ ରାଜା ତା’ପାଇଁ କ’ଣ କଲେ ?
Answer:
ରାଜଉଆସ ନିର୍ମାଣ କାର୍ଯ୍ୟରେ ଭୀମ ଦାସର ଅବଦାନ ସମ୍ପର୍କରେ ଜାଣିଲା ପରେ ତା’ପାଇଁ ରାଜା ଉଆସ ମଧ୍ୟରେ ଏକ ସ୍ଵତନ୍ତ୍ର ଘରର ବ୍ୟବସ୍ଥା କଲେ । ତା’ ପାଇଁ ନୂଆ ଲୁଗା ଆଣିଲେ ଓ ନୂଆ ଖଟ ତିଆରି କରାଇଲେ । ସେଠାରେ ତା’ର ଯେପରି କିଛି ଅସୁବିଧା ନହୁଏ ସେଥ‌ିପାଇଁ ଚାକରବାକର ମଧ୍ୟ ଖଞ୍ଜି ଦେଲେ । ସେଠାରେ ଭୀମ ଦାସ ରାଜସମ୍ମାନ ସହ ରହିବାପାଇଁ ରାଜା ସମସ୍ତ ବ୍ୟବସ୍ଥା କରିଥିଲେ ।

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ପାହାଡ଼ ସବୁ ଦେଖିଲା, ସବୁ ସହିଲା, ମାତ୍ର କିଛି କରିପାରିଲା ନାହିଁ କାହିଁକି ?
ଯେଉଁଦିନ ଟମକ ବଜାଇ ରଜାଘର ଲୋକେ ପାହାଡ଼ ତଳଟାକୁ ମାପିଦେଇ, ସେଦିନଠାରୁ ଜଙ୍ଗଲ ସଫା ହୋଇ ପାହାଡ଼ ତଡ଼ାହେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟଧାରାକୁ ପାହାଡ଼ ଖାଲି ନୀରବରେ ଦେଖୁଲା । କାଠୁରିଆର କୁଠାରାଘାତରେ ଗୋଟିକ ପରେ ଗୋଟିଏ ଗଛ ଟଳି ପଡୁଥ‌ିବା ଓ ଜଙ୍ଗଲର ବନ୍ୟଜନ୍ତୁମାନଙ୍କୁ ଗୁଳି, ଶର ଓ ଖଣ୍ଡାରେ ହତ୍ୟା କରାଯାଉଥ‌ିବା ପରି ମାନବର ସବୁ ଅତ୍ୟାଚାରକୁ ମୁଣ୍ଡ ପାତି ସହିନେବା ଛଡ଼ା ପାହାଡ଼ର କିଛି ଉପାୟ ନଥିଲା । ପାହାଡ଼ରୁ ବଡ଼ ବଡ଼ ପଥର ଖଣ୍ଡମାନ କଟାଯାଉଥିଲେ ମଧ୍ୟ ମୂକ ପାହାଡ଼ କିଂକର୍ତ୍ତବ୍ୟବିମୂଢ଼ ହୋଇ କୌଣସି ପ୍ରତିବାଦ

(ଖ) ଗଡ଼ ନିର୍ମାଣ କାର୍ଯ୍ୟ କିପରି ସମାପ୍ତ ହେଲା ?
ଲାଗିପଡ଼ିଲେ । ନଅର ମଧ୍ଯରେ ସୁନ୍ଦର ଉଆସ, ରଙ୍ଗୀନ ଆଲୋକ ପାଇଁ ଦୀପମାଳା ଇତ୍ୟାଦି ଖଞ୍ଜି ପ୍ରାସାଦଟିକୁ ଅପୂର୍ବ ସାଜସଜ୍ଜାରେ ମଣ୍ଡିତ କଲେ । ଗଡ଼ ନିର୍ମାଣ ପରେ ପରେ ତା’ମଧ୍ୟରେ ଆହୁରି କେତେ ଘର, ପାଚେରୀ, ଦେବୀମନ୍ଦିର ଆଦି ଯଥାସ୍ଥାନରେ ନିର୍ମିତ ହେଲା । ସମସ୍ତ ରାଜକଳ୍ପନାକୁ କର୍ମଚାରୀମାନେ ଯଥାବିଧ୍ କାର୍ଯ୍ୟକାରୀ କରାଇଲେ ଓ ନିର୍ମାଣକାର୍ଯ୍ୟ ଯଥା ସମୟରେ ସମାପ୍ତ ହେଲା ।

(ଗ) ସେ ରାତିରେ ନିଦରେ ଶୋଉଛି, ମାତ୍ର ଯୌବନର ସ୍ୱପ୍ନ ଦେଖୁନାହିଁ ଏକଥା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ଏକଥା ଭୀମ ଦାସ ପ୍ରସଙ୍ଗରେ କୁହାଯାଇଛି । ଭୀମ ଦାସ ଅନ୍ୟମାନଙ୍କ ପରି ରକ୍ତମାଂସ ଦେହଧାରୀ ମଣିଷ ଥିଲା । ସୁଖ ସ୍ୱାଚ୍ଛନ୍ଦ୍ୟରେ ରହି ଜୀବନକୁ ଉପଭୋଗ କରିବାର କାମନା ମଧ୍ଯ ତା’ ମନରେ ସୃଷ୍ଟିହେବା ସ୍ଵାଭାବିକ । ମାତ୍ର ସଭ୍ୟ ସମାଜର ସବୁ ଅତ୍ୟାଚାରକୁ ମଥାପାତି ସହିନେଇଥିଲା ସେ । ବିଳାସପୂର୍ଣ୍ଣ ପ୍ରାସାଦ ତଥା ସୁରମ୍ୟ ଗଡ଼ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ରାଜକୀୟ ଶୋଷଣର ଶିକାର ହୋଇ ଜୀବନର ସମସ୍ତ ସୁଖରୁ ସେ ବଞ୍ଚତ ଥିଲା । ୧୫ ବର୍ଷ ବୟସରୁ ସେ ଦୀର୍ଘ ଷାଠିଏ ବର୍ଷକାଳ ପଥର କାଟି ଚାଲିଥିଲା । ଏହା ମଧ୍ୟରେ ତା’ର ଯୌବନ ଅତିକ୍ରାନ୍ତ ହୋଇ ବାର୍ଦ୍ଧକ୍ୟ ଆସିଯାଇଛି । ଯନ୍ତ୍ରବତ୍ କାର୍ଯ୍ୟ କରିଚାଲିବା ଭିତରେ ସେ ଯୌବନର ଉପସ୍ଥିତିକୁ ମଧ୍ୟ ଜାଣି ପାରିନଥିଲା ।

(ଘ) ଭୀମ ଦାସକୁ ରାଜା ନିଜ ଉଆସକୁ ଆଣିବା ମୂଳରେ କି ଉଦ୍ଦେଶ୍ୟ ଥିଲା ?
Answer:
ରାଜାଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରୁଥିବା ପଥରକଟାର ଠିକ୍ ଠକ୍ ଶବ୍ଦ ବନ୍ଦ କରିବାପାଇଁ ପାଇକମାନେ ଚାବୁକ୍ ଦେଇ ଭୀମ ଦାସକୁ ବାରଣ କଲେ ମଧ୍ୟ ପଟରକଟା ବନ୍ଦ ହୋଇନଥିଲା । ଦିନେ ପାରିକୁ ଯାଇ ସ୍ବୟଂ ରାଜା ଭୀମ ଦାସକୁ ପଥରକଟା କାର୍ଯ୍ୟରେ ନିମଗ୍ନ ଥ‌ିବା ଲକ୍ଷ୍ୟକରି ତା’ ସମ୍ପର୍କରେ ସମସ୍ତ ତଥ୍ୟ ବୁଝିଲେ ଏବଂ ନଅର ନିର୍ମାଣ କାର୍ଯ୍ୟରେ ସାରା ଜୀବନ ଉତ୍ସର୍ଗ କରିଥିବା ଲୋକଟିକୁ ସୁଖଶାନ୍ତିରେ ଶେଷଜୀବନ କଟାଇବାପାଇଁ ଉଆସ ମଧ୍ୟରେ ରଖାଇବାର ସମସ୍ତ ବ୍ୟବସ୍ଥା କରାଇଲେ । ଜଙ୍ଗଲ କାଟି ପାହାଡ଼ ତାଡ଼ି ଗୋଟିଏ ଅଗମ୍ୟ ଅପନ୍ତରା ଅଞ୍ଚଳକୁ ରାଜଉଆସରେ ପରିଣତ କରିଥିବା କାର୍ଯ୍ୟର ମୁଖ୍ୟ ବିନ୍ଧାଣିର ଦୁରବସ୍ଥା ଲକ୍ଷ୍ୟକରି ରାଜା ଦୁଃଖ ପ୍ରକାଶ କରିଥିଲେ ଓ ତା’ ଅବଦାନ ପାଇଁ ଉପଯୁକ୍ତ ମର୍ଯ୍ୟାଦା ଦେବାକୁ ରାଜଉଆସକୁ ଅଣାଇବାର ବନ୍ଦୋବସ୍ତ କରାଇଥିଲେ ।

Question ୩।
ଭୀମ ଦାସ ରାଜଉଆସରେ ରହିଲା ନାହିଁ କାହିଁକି ?
Answer:
ପନ୍ଦର ବର୍ଷ ବୟସରୁ ମଧୁପୁରଗଡ଼ ଜଙ୍ଗଲ ପାହାଡ଼ ଭିତରେ ଯନ୍ତ୍ରବତ୍ ଦିନରାତି ଜଙ୍ଗଲ ସଫେଇ ଓ ପଥରକଟା କାର୍ଯ୍ୟରେ ନିଯୁକ୍ତ ରହିଥିଲେ ମଧ୍ୟ ବଣର ଫଳମୂଳ ଆହାରରେ ଜୀବନ କଟାଇ ଓ ପଥର ଚଟାଣରେ କ୍ଲାନ୍ତି ମେଣ୍ଟାଇ ସେ ଆନନ୍ଦରେ ଥିଲା । ପ୍ରକୃତି କୋଳରେ ଜୀବନ କାଟି ଆଜୀବନ କର୍ମମୁଖର ଜୀବନ ଧରି ସେ ପାଉଥିଲା ପରମ ଶାନ୍ତି । ତେଣୁ ଚାକରବାକର ଗହଣରେ, ବିଳାସପୂର୍ଣ୍ଣ ଗୃହର ଆଧୁନିକ ପରିପାଟୀରେ ସେ ଅଣନିଃଶ୍ୱାସୀ ହୋଇପଡ଼ିଲା । ତେଣୁ ସେ ସେଠାରେ ମଧ୍ୟ ପଥର ଖୋଜିଲା । ମାଟି, ଗୋଡ଼ି, ପଥର ସହ ସାରାଜୀବନ କାଟିଥ୍ୟା ଭୀମ ଦାସ ରାଜ ଉଆସରେ
ଶାନ୍ତି ନପାଇ ପୁନରାୟ ଗଡ଼ପର୍ବତ ତଳିକୁ ଚାଲିଯାଇଥିଲା ।

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Question ୪।
ପ୍ରସଙ୍ଗ ସହ ସରଳାର୍ଥ ଲେଖ ।
(କ) ମର୍ତ୍ତ୍ୟର ମରୁଭୂମିରେ ସ୍ଵର୍ଗର ଅମରାବତୀର ଛାୟା ପଡ଼ିଲା ।
Answer:
ମର୍ତ୍ତ୍ୟରେ ……………………………. ଛାୟା ପଡ଼ିଲା ।
ଉଦ୍ଧୃତାଂଶଟି ଗୋଦାବରୀଶ ମହାପାତ୍ରଙ୍କ ଲିଷ୍କୃତ ‘ଏ ମଣିଷକୁ ପଥର କଲା କିଏ’ ଗଳ୍ପରୁ ଉଦ୍ଧୃତ। ମଧୁପୁରଗଡ଼ର ବିସ୍ତୀର୍ଣ୍ଣ ଜଙ୍ଗଲରେ ରାଜନଅର ତିଆରି ହେବ। ପରିବେଶକୁ କିପରି ସୌନ୍ଦର୍ଯ୍ୟପୂର୍ଣ୍ଣ କରିଦେଲା ତାହା ଏଠା। ବର୍ଣ୍ଣିତ । ବହୁଦୂର ବ୍ୟାପି ମଧୁପୁରଗଡ଼ ପାହାଡ଼ତଳି ଅଞ୍ଚଳ ଘନଜଙ୍ଗଲ ଓ ଶ୍ଵାପଦସଙ୍କୁଳ ଥିଲା । ରାଜାଙ୍କର ଲୋକେ ଗଛ କାଟି, ଜଙ୍ଗଲ ସଫାକରି ନଅର ତୋଳା କାମ ଆରମ୍ଭ କଲେ। ପଥର କାରିଗର ଭୀମ ଦାସ ପାହାଡ଼ରୁ ପଥର କାଟି କାଟି ରାସ୍ତାଘାଟ, ନଅର, ପାଚେରି ଇତ୍ୟାଦି ତୋଳିବାରେ ସାହାଯ୍ୟ କଲା। ସୁନ୍ଦର ଉଆସ, ତା’ଭିତରେ ଦୀପମାଳା ଓ ଆଲୋକସଜ୍ଜା, ରାସ୍ତାଘାଟ, ଦେବଦେବୀ ମନ୍ଦିର କେତେ ଯେ କ’ଣ ନିର୍ମାଣ କରାଗଲା ତା’ର ହିସାବ ନାହିଁ। ଯେଉଁ ଜଙ୍ଗଲରେ କେବଳ ହିଂସ୍ରଜନ୍ତୁ ଓ ଜଙ୍ଗଲୀ ମଣିଷ ରହୁଥିଲେ, ଯାହାକି ନୀରବ, ନିସ୍ତବ୍ଧ ଥିଲା, ସେଠାରେ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଜନପଦ ସୃଷ୍ଟି ହୋଇଥିଲା। ତେଣୁ ଏଠାରେ ମଧୁପୁରଗଡ଼କୁ ମର୍ତ୍ତ୍ୟର ଅମରାବତୀ ବୋଲି କୁହାଯାଇଛି।

(ଖ ) ସେ ଦିନରେ ବାଟ ଚାଲୁଛି ମାତ୍ର କାହାକୁ ପଥ ପଚାରୁ ନାହିଁ ।
Answer:
ସେ ଦିନରେ …………………………. ପଚାରୁ ନାହିଁ ।
ଉକ୍ତ ଗଦ୍ୟାଶଟି ଗୋଦାବରୀଶ ମହାପାତ୍ରଙ୍କ ଲିଖିତ “ଏ ମଣିଷକୁ ପଥର କଲା କିଏ” ଗଳ୍ପରୁ ଆସିଅଛି । ପଥର କାମ କରି କରି ଭୀମଦାସ କିପରି ପ୍ରତିକ୍ରିୟାହୀନ ମଣିଷ ପାଲଟି ଯାଇଥିଲା, ତାହା ଏଠାରେ ଆଲୋଚ୍ୟ। ଶିଳ୍ପୀ ଭୀମଦାସ ମଧୁପୁରଗଡ଼ ନିର୍ମାଣ ପାଇଁ ପାହାଡ଼ରୁ ପ୍ରଥମେ ପଥର କାଟିଥିଲା। ଦିନଦିନ, ମାସମାସ, ବର୍ଷବର୍ଷ ଧରି ଷାଠିଏ ବର୍ଷ କାଳ ଭୀମଦାସ ଖରା, ବର୍ଷ, ଶୀତ, କାକର ଖାଇ ପଥର କାଟି ରାଜଉଆସ, ବିହାର ଉଦ୍ୟାନ, ମନ୍ଦିର, ରାସ୍ତାଘାଟ ସବୁକିଛି କରିଥିଲା। ତା’ର କୈଶୋରର ଚପଳତା, ଯୌବନର ଜ୍ୟୋତି, କୋମଳ କଥା, ଚିକ୍‌କଣ-ଶରୀର ଏବେ ବାର୍ଦ୍ଧକ୍ୟରେ ପହଞ୍ଚୁଛି । ପଥର କାଟି କାଟି ସତେଯେପରି ସେ ନିଜେ ପଥର ପାଲଟି ଯାଇଛି । ସେ ବାଟ ଚାଲୁଛି କିନ୍ତୁ ରାସ୍ତା ପଚାରୁ ନାହିଁ, ଚାହୁଁଛି, କିନ୍ତୁ କିଛି ଦେଖୁନାହିଁ। କାମ କରୁଛି, କିନ୍ତୁ କିଛି ଜାଣି ପାରୁନାହିଁ । ସେ ନିର୍ବାକୁ ନିଶ୍ଚଳ ଓ ପ୍ରତିକ୍ରିୟାହୀନ ହୋଇ କେବଳ କାମ କରିଛାଲିଛି।

(ଗ) ରାଜା ମନକୁ ମନ ଅତର୍କିତ ପ୍ରଶ୍ନ କଲେ, ‘‘ଏ ମଣିଷକୁ ପଥର କଲା କିଏ ???
Answer:
ରାଜା ମନକୁ ……………………………… କଲା କିଏ ?
ଉକ୍ତ ଗଦ୍ୟାଶଟି ଗୋଦାବରୀଶ ମହାପାତ୍ରଙ୍କ ଲିଖିତ “ ଏ ମଣିଷକୁ ପଥର କଲା କିଏ” ଗଳ୍ପରୁ ଉଦ୍ଧୃତ। ପଥର ପରି ମଣିଷଟିଏ ଭୀମ ଦାସଙ୍କୁ ଦେଖ୍ ରାଜା ବିସ୍ମିତ ହୋଇଥିବା କଥା ଏଠାରେ ଗାଳ୍ପିକ ପ୍ରକାଶ କରିଛନ୍ତି |
ପଥର କଟାର ଠକ୍ ଠକ୍ ଶବ୍ଦ ବାରି ରାଜା ଭୀମ ଦାସ ପାଖରେ ପହଞ୍ଚିଲେ। କିନ୍ତୁ ଭୀମ ଦାସ କିଛି କହିଲାନି କିମ୍ବା ରାଜାଙ୍କୁ ଚାହିଁଲାନି। ରାଜା ତାକୁ ରାଜଉଆସକୁ ଡକାଇ ନେଇ ସମ୍ମାନ ସହକାରେ ବିଶ୍ରାମ ନେବାପାଇଁ କହିଲେ। କିନ୍ତୁ ଉଆସ ଭିତରେ ସେ ପଥର ଖୋଜିଲା। ତା’ପରଦିନ ସେ ଉଆସରେ ନଥିଲା। ରାଜା ତାକୁ ଖୋଜି ଖୋଜି ପଥର କାଟୁଥିବାର ଦେଖ‌ିଲେ।

ରାଜାଙ୍କୁ ଦେଖୁ ମଧ୍ୟ ତା’ର ମନରେ କିଛି ଭାବାନ୍ତର ଆସି ନଥିଲା। ତେଣୁ ଏ ମଣିଷକୁ କିଏ ପଥର କରିଦେଲା ବୋଲି ରଜା ଦୁଃଖରେ ନିଜକୁ ନିଜେ ପ୍ରଶ୍ନ ପଚାରିଲେ ଏବଂ ନିଜେ ମଧ୍ୟ ଉତ୍ତର ଦେଇଥିଲେ। ଯେ  ରାଜା ହିଁ ତାକୁ ପଥର କରି ଦେଇଛନ୍ତି। ଅତୀତରେ ରାଜାଙ୍କର ନିଷ୍ଠୁର ସ୍ଵଭାବ ଓ ଅବହେଳା ଯୋଗୁଁ ଏ ମଣିଷର ଆଶା ଓ ଭାବନା ସବୁ ମରିଯାଇଛି। ସେଥ‌ିପାଇଁ ‘ରାଜା’ ଶବ୍ଦଟା ଶୁଣିବା ମାତ୍ରକେ ଭୀମ ଦାସ ରାଜାଙ୍କୁ କୁଣ୍ଡାଇ ଧରି ଚିତ୍କାର କରିଉଠିଥିଲା ।

Question ୪।
(କ) ସ୍ତମ୍ଭର ଶବ୍ଦ ସହ ‘ଖ’ ସ୍ତମ୍ଭରେ ଥ‌ିବା ଶବ୍ଦର ସମ୍ପର୍କ ଯୋଡ଼ି ବାକ୍ୟ ଗଠନ କର ।

‘କ’ ସ୍ତ୍ରମ୍ଭ ‘ଖ’ ସ୍ତ୍ରମ୍ଭ
ଅବ୍ୟକ୍ତ ଜନତା
ଗୋପନୀୟ ଛାତ୍ର
ଭାତତ୍ରସ୍ତ ଦେବତା
ଜ୍ଞାନଲିପ୍ସ୍ ଦୃଶ୍ୟ
ରମଶାୟ ଜାବନ
ନିରଳସ ବିଷୟ

Answer:

‘କ’ ସ୍ତ୍ରମ୍ଭ ‘ଖ’ ସ୍ତ୍ରମ୍ଭ
ଅବ୍ୟକ୍ତ ଦେବତା
ଗୋପନୀୟ ବିଷୟ
ଭାତତ୍ରସ୍ତ ଜନତା
ଜ୍ଞାନଲିପ୍ସ୍ ଛାତ୍ର
ରମଶାୟ ଦୃଶ୍ୟ
ନିରଳସ ଜାବନ

 

  • ଦେବତାଙ୍କ ଅବ୍ୟକ୍ତ ଅବଦାନ ବିଶ୍ଵସୃଷ୍ଟିରେ ମାନବକୁ ବଞ୍ଝାରେ ସହାୟକ ହୋଇଛି ।
  • ଭୀତତ୍ରସ୍ତ ଜନତାଙ୍କ ମନରେ ସାନ୍ତନା ଦେବା ପାଇଁ ସରକାର ଗଣମାଧ୍ୟମରେ ସାହାଯ୍ୟ ନେଲେ । ଜ୍ଞାନଲିପ୍‌ସୁ ଛାତ୍ର ଜୀବନରେ ବହୁ ଉନ୍ନତି କରେ ।
  • ପ୍ରକୃତିର ରମଣୀୟ ଦୃଶ୍ୟ ମନରେ ଶାନ୍ତି ଆଣିଦିଏ ।
  • ନିରଳସ ଜୀବନ ଓ ଈଶ୍ୱରୀୟ ଭାବନା ମଣିଷକୁ ମହତ କରେ ।

Question ୫।
ନିମ୍ନରେ ଦିଆଯାଇଥବା ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ପାହାଡ଼, ଫୁଲ, ପକ୍ଷୀ, ଦିନ, ଗଛ, ମଣିଷ
Answer:
ପାହାଡ଼ – ଶୈଳ, ଗିରି
ପକ୍ଷୀ – ବିହଗ, ବିହଙ୍ଗମ
ଗଛ – ବୃଷ, ପାଦପ
ଫୁଲ – ପୁଷ୍ପ, ସୁମନ
ଦିନ – ଦିବସ, ଅହ୍ନ
ମଣିଷ – ନର, ମନୁଷ୍ୟ

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Question ୬।
ନିମ୍ନଲିଖତ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟଗଠନ କର ।
ପ୍ରଚଣ୍ଡ, ଭୀତତ୍ରସ୍ତ, ଦୁର୍ଭେଦ୍ୟ, ବିସ୍ତୀର୍ଣ୍ଣ, ଅତ୍ୟାଚାର, ସୀମା, ପହୁଡ଼,
Answer:
ପ୍ରଚଣ୍ଡ – ପ୍ରଚଣ୍ଡ ଗ୍ରୀଷ୍ମରେ ନଦୀ, ନାଳ ଶୁଷ୍କ ହୋଇଯାଏ ।
ଭୀତତ୍ରସ୍ତ – ସୁନାମିର ଭୟାବହତା ଲୋକଙ୍କୁ ଭୀତତ୍ରସ୍ତ କଲା ।
ଦୁର୍ଭେଦ୍ୟ – ଦୁର୍ଭେଦ୍ୟ ଅରଣ୍ୟ ହିଁ ହିଂସ୍ରଜନ୍ତୁଙ୍କ ଆବାସସ୍ଥଳୀ ।
ଅତ୍ୟାଚାର – ଇଂରେଜ ଶାସକଙ୍କ ଅତ୍ୟାଚାର ରେ ଅତିଷ୍ଠ ହୋଇ ଭାରତୀୟମାନେ ବିଦ୍ରୋହ ଆରମ୍ଭ କରିଥିଲେ ।
ସୀମା – ଜମିର ସୀମା ଚିହ୍ନଟ କରିବାକୁ ଅମିନ ଆସିଥିଲେ ।
ପହୁଡ଼ – ଶ୍ରୀଜଗନ୍ନାଥଙ୍କ ପହୁଡ଼ ହେବା ପୂର୍ବରୁ ଆମେ ଦର୍ଶନ କରିବା ସୁଯୋଗ ପାଇଲୁ ।
ନିରଳସ – ଗୋପବନ୍ଧୁ ନିରଳସ ଜୀବନ ଶୈଳୀରେ ବିଶ୍ଵାସ କରୁଥିଲେ ।

Question ୭।
ପ୍ରାୟ ୧୫୦ଟି ଶବ୍ଦ ମଧ୍ଯରେ ଉତ୍ତର ଲେଖ ।
(କ) ମଧୁପୁରଗଡ଼ ପାହାଡ଼ ସହିତ ଭୀମ ଦାସର କି ସମ୍ପର୍କ ଥିଲା ?
Answer:
ଭୀମ ଦାସକୁ ବାଦ୍ ଦେଇ ମଧୁପୁରଗଡ଼ର ଇତିହାସ ରଚନା କରାଯାଇ ପାରିବ ନାହିଁ । ଗଡ଼ ନିର୍ମାଣର ପ୍ରତିଟି ଧୂଳିକଣା ଭୀମର ହାତସ୍ପର୍ଶ ପାଇଛି । ଏକଦା ମଧୁପୁରଗଡ଼ ପାହାଡ଼ତଳି ଅଞ୍ଚଳ ଥିଲା ଦୁର୍ଭେଦ୍ୟ ଅରଣ୍ୟ, ହିଂସ୍ରଜନ୍ତୁଙ୍କ ଆବାସସ୍ଥଳୀ । ସେହି ଅଞ୍ଚଳକୁ ପରିଷ୍କାର କରି ରାଜନଅର ନିର୍ମାଣ କରିବାକୁ ରାଜା ସିଦ୍ଧାନ୍ତ ନେଲାପରେ ଭୟସଙ୍କୁଳ ଅଗମ୍ୟ ଜଙ୍ଗଲ ଅଞ୍ଚଳରେ କାର୍ଯ୍ୟାରମ୍ଭ କରିବାକୁ ଆସିଥିଲେ ରାଜକର୍ମଚାରୀ । ମାତ୍ର ସେହି ଅଞ୍ଚଳ ବିଷୟରେ ଅଜ୍ଞ ଥ‌ିବାରୁ ସେମାନଙ୍କୁ ଭୀମ ଦାସର ସହାୟତା ନେବାକୁ ପଡ଼ିଥିଲା । ଟମକ କାଠିଠାରୁ ଆରମ୍ଭ କରି ଜଙ୍ଗଲର ଗଛକଟା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ଭୀମ ଦାସ ହିଁ ସେମାନଙ୍କ ମାର୍ଗଦର୍ଶକ ସାଜିଥିଲା । ଜଙ୍ଗଲ ସଫାହେଲା ପରେ ପାହାଡ଼ ତଡ଼ା କାର୍ଯ୍ୟ ଓ ପଥରକଟା କାର୍ଯ୍ୟର ମୁଖ୍ୟ ସେ ହିଁ ଥିଲା । ପର୍ବତରୁ ପଥର ଫଟାଇ ସୁନ୍ଦର ରାଜନଥର ନିର୍ମାଣ ହେଲା । ଜଙ୍ଗଲ କାଟି, ପାହାଡ଼ ଭାଙ୍ଗି କେବଳ ଗଡ଼ ନିର୍ମାଣ ପରେ କାର୍ଯ୍ୟର ସମାପ୍ତି ଘଟିନଥିଲା । ପରେ ପରେ ଗଢ଼ିଉଠିଥିଲା କେତେ ଘର, ପାଚେରୀ, ଦେବୀ ମନ୍ଦିର ଇତ୍ୟାଦି ।

ଏଇ ଭଙ୍ଗାଗଢ଼ା ଭିତରେ କେତେ କାରିଗର, ଶିଳ୍ପୀ କାଳଗର୍ଭରେ ମରିହଜି ଗଲେ । ମାତ୍ର ଭୀମ ଦାସର ପଥରକଟା କାର୍ଯ୍ୟର ସମାପ୍ତି ନଥୁଲା । ମଧୁପୁରଗଡ଼ ପର୍ବତର ଅନ୍ଧାରିଆ ଗହ୍ଵର ମଧ୍ୟରେ ମାନବର ପ୍ରଥମ ସ୍ବର ଭୀମ ଦାସହିଁ ଶୁଣାଇଥିଲା । ବଣ, ପାହାଡ଼, ତରୁଲତା ସହ ନିବିଡ଼ ଭାବେ ପରିଚିତ ଭୀମ ଦାସ ନିଜ ହତିଆର ଧରି ପଥର କାଟି ଚାଲିଥିଲା ଦିନ ଦିନ, ମାସ ମାସ ଓ ବର୍ଷ ବର୍ଷ ଧରି । ଦୀର୍ଘ ଷାଠିଏ ବର୍ଷ କାଳ ଖରା, ବର୍ଷା, ଶୀତ, କାକର ସହି ସେ ଗଡ଼ପର୍ବତ ତଳି ଅଞ୍ଚଳକୁ ରମଣୀୟ ଉଆସରେ ପରିଣତ କରିଥିଲା । ଅକର୍ମ ଶିଳାକୁ ଅଭିନବ ବେଶରେ ସଜାଇ ସୁଦୃଶ୍ୟ ରାଜନଅର ନିର୍ମାଣରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ପନ୍ଦର ବର୍ଷ ବୟସରୁ ପଥରକଟା କାର୍ଯ୍ୟରେ ନିଯୁକ୍ତ ହୋଇ ଜୀବନର ସବୁ ସୁଖ ସ୍ବାଚ୍ଛନ୍ଦ୍ୟକୁ ସେ ଜଳାଞ୍ଜଳି ଦେଇଥିଲା । ମଧୁପୁରଗଡ଼ର ରାଜପୁରୀ, ଦେବୀ ମନ୍ଦିର, ନଅର, ଉଆସ, ବିହାର, ଉଦ୍ୟାନ କୌଣସିଠାରେ ଏପରି ଖଣ୍ଡିଏ ହେଲେ ପଥର ନାହିଁ, ଯେଉଁଥରେ କି ଭୀମଦାସର ହାତ ବାଜିନାର୍ହି।

(ଖ) ଗଡ଼ ତିଆରି ପରେ ଭୀମ ଦାସ କ’ଣ କଲା ?
Answer:
ମଧୁପୁରଗଡ଼ ନିର୍ମାଣ କାର୍ଯ୍ୟରେ ଭୀମ ଦାସ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଜଙ୍ଗଲ ସଫା ହେବାଠାରୁ ଆରମ୍ଭ କରି ପାହାଡ଼ ତଡ଼ା ହେବା, ପଥର କାଟି ପ୍ରାସାଦ ନିର୍ମାଣ କରିବା ଆଦି ପ୍ରତ୍ୟେକଟି କାର୍ଯ୍ୟ ପଛରେ ଥିଲା ଭୀମ ଦାସର ହାତ ! ଗଡ଼ ନିର୍ମାଣ କାର୍ଯ୍ୟ ଶେଷହେବା ପରେ ମଧ୍ୟ ଭୀମ ଦାସର ପଥରକଟା କାର୍ଯ୍ୟ ସମାପ୍ତ ହୋଇ ନଥିଲା । ରାଜ ଉଆସ ପରେ ଗଡ଼ ଭିତରେ ବହୁ ସୁଦୃଶ୍ୟ ଘର, ପାଚେରୀ, ଦେବୀ ମନ୍ଦିର, ଏହିପରି ଗୋଟାକ ପରେ ଗୋଟାଏ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିଲା। ଭୀମ ଦାସ ପଥର କାଟି ଯୋଗାଇ ଚାଲିଥିଲା । ସେହିସବୁ ନିର୍ମାଣ କାର୍ଯ୍ୟ ନିମନ୍ତେ ଦିନ ଦିନ, ମାସ ମାସ, ବର୍ଷ ବର୍ଷ ଧରି ଭୀମ ଦାସ ଖରାବର୍ଷା, ଶୀତ କାକରକୁ ଖାତିର ନକରି ଗଡ଼ପର୍ବତ ତଳେ ପଥର କାଟି ଚାଲିଥିଲା ।

ଅକର୍ମ ଶିଳାକୁ ଚିକ୍‌କଣ କରି ଉଆସକୁ ରମଣୀୟ କରିବା ଦାୟିତ୍ଵ ସତେଯେପରି ତା’ ଉପରେ ନ୍ୟସ୍ତ ଥିଲା । ଭୀମ ଦାସର ବୃତ୍ତି ଥିଲା ପଥରକଟା, ଜଙ୍ଗଲ ତା’ର ଘର ଓ ତା’ର ଖାଦ୍ୟ ବଣର ଫଳମୂଳ । ଗଡ଼ପର୍ବତର ଅନ୍ଧାରିଆ ଗୁହା ଭିତରେ ରହି ରାଜପୁରୀ, ଦେବୀମନ୍ଦିର, ନଅର, ଉଆସ, ବିହାର ଓ ଉଦ୍ୟାନ ପାଇଁ ସେ ପଥର ଯୋଗାଇ ଚାଲିଥିଲା । ଆଉ ପଥରର ଆବଶ୍ୟକତା ନାହିଁ ବୋଲି କହିଲା ପରେ ମଧ୍ୟ ତା’ର କାର୍ଯ୍ୟ ବନ୍ଦ ହୋଇନଥିଲା । ଏକ ମେସିନ୍ ପରି ସେ ତା’ର ପଥରକଟା କାମ କରି ଚାଲିଥିଲା । ସେ ପଥର କାଟି କାଟି ନିଜେ ଯେପରି ପଥର ପାଲଟି ଯାଇଥିଲା ।

(ଗ) ପାହାଡ଼ ତଳେ କିପରି ଗଡ଼ ନିର୍ମାଣ କରାଗଲା ?
Answer:
କାହିଁ କେତେ କାଳରୁ ବଣ ଜଙ୍ଗଲଘେରା ମଧୁପୁରଗଡ଼ ପର୍ବତ ତଳେ ରାଜନଅର ନିର୍ମାଣ କରିବା ସ୍ଥିର ହେଲାପରେ ରାଜାଙ୍କ ନିର୍ଦ୍ଦେଶରେ କର୍ମଚାରୀମାନେ ଅଗମ୍ୟ ବନପଥରେ ଟମକ ବଜାର ମାପଚୁପ ଆରମ୍ଭ କଲେ । ହିଂସ୍ର ବନ୍ୟଜନ୍ତୁ ଭରା ଜଙ୍ଗଲରୁ ଗଛକଟା କାର୍ଯ୍ୟ ଭୀମ ଦାସ ହାତରେ ଆରମ୍ଭ ହେଲା । ଅଳ୍ପ କେଇଦିନ ମଧ୍ୟରେ ପାହାଡ଼ତଳି ଜଙ୍ଗଲ ସଫା ହୋଇଗଲା । ବନ୍ୟ ପଶୁପକ୍ଷୀମାନେ ଶିକାରୀର ତୀର, ଗୁଳି ଓ ଖଣ୍ଡା, ବର୍ଚ୍ଛାରେ ପ୍ରାଣ ଦେଲେ । ପରେ ପରେ ପାହାଡ଼ ତାଡ଼ିବା କାର୍ଯ୍ୟ ଆରମ୍ଭ ହେଲା । ଭୀମ ଦାସ ହିଁ ପାହାଡ଼ ତାଡ଼ିବା କାର୍ଯ୍ୟର ମୁଖ୍ୟ ଦାୟିତ୍ଵରେ ରହିଲା । ପାହାଡ଼ ଭଙ୍ଗାଯାଇ ଗୋଟା ଗୋଟା ପଥର, ଶଗଡ଼ ଶଗଡ଼ ରଙ୍ଗମାଟି, କେତେ ଗୋଡ଼ି, ଧୂଳି ପାହାଡ଼ତଳି ଅଞ୍ଚଳକୁ ବୁହାହୋଇ ଆସିଲା ।

ଗଡ଼ପର୍ବତ ତଳେ ରାଜପ୍ରସାଦ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ସୁନ୍ଦର ଉଆସ ଭିତରେ ରଙ୍ଗୀନ ଦୀପମାଳା ଓ ଅପୂର୍ବ ସାଜସଜ୍ଜା ଖଞ୍ଜି ଦିଆଗଲା । ବିଳାସ ବ୍ୟସନର ସମସ୍ତ ବ୍ୟବସ୍ଥା ଉଆସ ମଧ୍ଯରେ ରଖାଯାଇ ବାଇଦ ବାଜଣା ଓ ଆନନ୍ଦ ଉତ୍ସବର ଆୟୋଜନ କରାଗଲା । ରାଜା ଓ ରାଣୀ ଉଆସରେ ରହି ନଅରକୁ କିପରି ଆହୁରି ସୁନ୍ଦର କରାଯାଇ ପାରିବ ତା’ର ଯୋଜନା କଲେ । ପ୍ରଜାମାନଙ୍କ ପାଇଁ ଗଡ଼ ମଧ୍ଯରେ ବାସଗୃହ ନିର୍ମାଣ ହେଲା । ପରେ ପରେ ନିର୍ମାଣ ହେଲା ଦେବୀମନ୍ଦିର, ବିହାର, ଉଦ୍ୟାନ ଓ ରାଜପଥ । ଏ ସମସ୍ତ ନିର୍ମାଣ ପାଇଁ ଆବଶ୍ୟକ ପଥର କାଟି ଯୋଗାଇବାର ଦାୟିତ୍ଵ ସତେ ଯେପରି ଭୀମ ଦାସ ଉପରେ ନ୍ୟସ୍ତ ଥିଲା । ସେଥ‌ିପାଇଁ ତା’ କର୍ମରେ ବିରାମ ନଥିଲା । ନଅର ଓ ଗଡ଼ ନିର୍ମାଣ ପାଇଁ ପଥର ଯୋଗାଇ ଯୋଗାଇ ସେ ସତେ ଯେପରି ପଥର ପାଲଟି ଯାଇଥିଲା । ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି ବୋଲି କହିଲା ପରେ ମଧ୍ୟ ଭୀମ ଦାସ ପଥର କାଟି ଚାଲିଥିଲା ।

(ଘ) ‘ଏ ମଣିଷକୁ ପଥର କଲା କିଏ’ – ଏପରି ନାମକରଣର ବିଶେଷତ୍ବ କ’ଣ ?
Answer:
ଗଳ୍ପର ବିଷୟବସ୍ତୁକୁ ଆଧାର କରି ଗଳ୍ପର ନାମକରଣ କରାଯାଇଥାଏ । ପଥର ଏକ ନିର୍ଜୀବ ବସ୍ତୁ । ତା’ର ଅନୁଭବ କରିବାର ଶକ୍ତି ନଥାଏ, ହୃଦୟ ନଥାଏ କି ମନ ବୋଲି କିଛି ନଥାଏ । ତାକୁ ଯେଉଁ କାର୍ଯ୍ୟ ପାଇଁ ରଖାଯାଏ, ସେହିଠାରେ ହିଁ ସେ ପଡ଼ିରହେ । ସେ କାହାରି କଥା ଶୁଣି ପ୍ରତିକ୍ରିୟା ପ୍ରକାଶ କରିପାରେ ନାହିଁ । ଦୁଃଖ-ସୁଖ, ଭଲ-ମନ୍ଦ,

ଭୀମ ଦାସ ଚରିତ୍ରକୁ ଲେଖକ ସେହିପରି ପଥର ସହ ତୁଳନା କରିଛନ୍ତି । ସେ ଆମରି ପରି ରକ୍ତମାଂସ ଦେହଧାରୀ ମଣିଷ ହେଲେ ମଧ୍ୟ ପଥରକଟା କାର୍ଯ୍ୟରେ ନିଯୁକ୍ତ ହେଲାପରେ ସେ ଯେପରି ପଥର ପାଲଟି ଯାଇଥିଲା । ମଧୁପୁର ଗଡ଼ପର୍ବତ କନ୍ଦର ଥିଲା ତା’ର ଘର । ବଣର ଫଳମୂଳ ଥିଲା ତା’ର ଆହାର । ପ୍ରକୃତି କୋଳରେ ହସି, ଖେଳି, ନାଚି, ଗାଇ ବୁଲୁଥିବା ଭୀମ ଦାସ ଉପରେ ଯେଉଁଦିନଠାରୁ ଜଙ୍ଗଲ ସଫେଇ ଓ ପଥରକଟା ଦାୟିତ୍ଵ ନ୍ୟସ୍ତ କରାଗଲା, ସେ କୌଣସି ପ୍ରତିବାଦ କରିନଥିଲା । ରାଜାଙ୍କ ଆଦେଶ ତା’ପାଇଁ ଥିଲା ସବୁଠୁ ଗୁରୁତ୍ଵପୂର୍ଣ୍ଣ । ତେଣୁ ରାଜପ୍ରାସାଦ, ଗଡ଼, ମନ୍ଦିର, ବିହାର ସବୁ କିଛି ନିର୍ମାଣ ପାଇଁ ସେ ପଥର କାଟି ଯୋଗାଇ ଚାଲିଥିଲା । ଏପରିକି ରାଜାଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରୁଥିବା ପଥର କଟାର ଠକ୍ ଠକ୍‌ ଶବ୍ଦ ବନ୍ଦ କରିବାକୁ ସିପାହି ତାକୁ ଚାବୁକ୍ ଦେଇ ବାରଣ କଲେ ମଧ୍ୟ ସେ ତା’ର କାର୍ଯ୍ୟରୁ ବିରତ ହୋଇନଥିଲା ।

ତା’ପାଇଁ ଉଆସରେ ସମସ୍ତ ରାଜକୀୟ ବ୍ୟବସ୍ଥା କରି, ଶେଷ ଜୀବନକୁ ଶାନ୍ତିରେ କାଟିବାକୁ କୁହାଗଲେ ମଧ୍ୟ ସେ ପୁଣି ଫେରିଯାଇଥିଲା ସେହି ଗଡ଼ପର୍ବତ ଖୋଲକୁ ଓ ଚିରାଚରିତ ଢଙ୍ଗରେ ପଥର କାଟିବା କାର୍ଯ୍ୟରେ ବ୍ୟସ୍ତ ରହିଲା । ତା’ପାଇଁ ଉଆସର ବିଳାସପୂର୍ଣ୍ଣ ବ୍ୟବସ୍ଥା ଆକର୍ଷଣୀୟ ନଥୁଲା, କି ରାଜକୀୟ ଖାଦ୍ୟ ପ୍ରତି ମଧ୍ୟ ତା’ର ରୁଚି ନଥିଲା । ପ୍ରକୃତିର କୋଳ ଥିଲା ତା’ପାଇଁ ଆନନ୍ଦପ୍ରଦ, କର୍ମରେ ଥିଲା ତା’ର ଆନନ୍ଦ । ପଥରକଟା ବନ୍ଦ କରିବାପାଇଁ ପାଇକମାନଙ୍କ ଚାବୁକ ମାଡ଼ ମଧ୍ୟ ତା’ ମନରେ କୌଣସି ପ୍ରତିକ୍ରିୟା କରିନଥିଲା ସତେରେଯପରି ପଥର କାଟି କାଟି ସେ ପଥର ହୋଇଯାଇଥିଲ। ଗଳ୍ପଟିର ବିଷୟବସ୍ତୁକୁ ଲକ୍ଷ୍ୟ କଲେ ନାମକରଣ ସାର୍ଥକତା ଉପଲବ୍‌ କରିହୁଏ ।

ତୁମପାଇଁ କାମ :

ଭୀମ ଦାସ ପରି ଚରିତ୍ର ଥ‌ିବା ଅନ୍ୟ କୌଣସି ଗଳ୍ପ ଖୋଜି ପଢ଼ ।
ପରିବେଶ ନଷ୍ଟ କରି ବଡ଼ ପ୍ରାସାଦ ତିଆରି କରିବା ଘଟଣାକୁ ନେଇ ଗଳ୍ପଟିଏ ଲେଖ ।
Answer:
ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ ସଂଗ୍ରହ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
ମଧୁପୁରଗଡ଼ ଜଙ୍ଗଲରେ ହାହାକାର ପଡ଼ିଗଲା କାହିଁକି ?
Answer:
ଉକ୍ତ ଗଳ୍ପରେ ଗାଳ୍ପିକ ଗୋଦାବରୀଶ ମହାପାତ୍ର ପ୍ରକୃତି ଉପରେ ମଣିଷର ଅତ୍ୟାଚାର କଥା ଅତି ସୁନ୍ଦର ଓ ସାବଲୀଳ ଭାଷାରେ ପ୍ରକାଶ କରିଛନ୍ତି । କେଉଁ ଆଦିମ କାଳରୁ ମଧୁପୁରଗଡ଼ ପାହାଡ଼ ତା’ର କୋଳରେ ଶ୍ୟାମଳ ବନରାଜି, ପଶୁପକ୍ଷୀଙ୍କୁ ଧରି ଆତି ଆନନ୍ଦରେ ଥିଲା। ହଠାତ୍ ଦିନେ ସହରୀ ସଭ୍ୟତାର ନାଗରା ବଜାଇ ଲୋକମାନେ ପାହାଡ଼ ତଳି ଅଞ୍ଚଳ ମାପଚୁପ କଲେ। ତା’ପରେ ଚାଲିଲା ଜଙ୍ଗଲ ସଫା କାର୍ଯ୍ୟ। ଅସୁମାରୀ ଗଛ ହଣା ହେଲା, ବଣବୁଦା ସଫା କରାଗଲା, ପଶୁପକ୍ଷୀଙ୍କୁ ଗୁଳି, ଶର, ଖଣ୍ଡାରେ ହତ୍ୟା କରାଗଲା। ଦୁର୍ଭେଦ୍ୟ ଜଙ୍ଗଲ ବିସ୍ତୀର୍ଣ୍ଣ ପ୍ରାନ୍ତରରେ ପରିଣତ ହେଲା। ଜଙ୍ଗଲର ଜୀବଜନ୍ତୁ, ତରୁଲତା ସମସ୍ତଙ୍କ ଭିତରେ ଭୟ ଓ ଆଶଙ୍କା ଦେଖାଦେଲା। ବନରାଜ୍ୟରେ ହାହାକାର ପଡ଼ିଗଲା।

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Question ୨।
“ଏ ମଣିଷକୁ ପଥର କଲା କିଏ ?” – ଗଳ୍ପର ଏପରି ନାମକରଣ କରାଯିବାର କାରଣ କ’ଣ ?
କିମ୍ବା, “ଏ ମଣିଷକୁ ପଥର କଲା କିଏ ? ” – ରାଜା କାହାକୁ ଲକ୍ଷ୍ୟକରି ଏକଥା କହିଛନ୍ତି ?
Answer:
‘ଏ ମଣିଷକୁ ପଥର କଲା କିଏ ?’ ଗଳ୍ପରେ ପଥର କାଟି କାଟି ରାଜଉଆସ ବନାଇ, ଆଧୁନିକ ସଭ୍ୟତାର ରୂପ ଦେଇ ଶିଳ୍ପୀ ଭୀମ ଦାସ କିପରି ନିଜେ ପଥର ପାଲଟି ଯାଇଥିଲା, ତାହା ଗାଳ୍ପିକ୍ ବର୍ଣନା କରିଛନ୍ତି । ମଧୁପୁର ପାହାଡ଼ର ପଥର କାଟିବା ଦାୟିତ୍ଵ ରାଜା ପନ୍ଦର ବର୍ଷୀୟ କିଶୋର ଭୀମ ଦାସକୁ ଦେଇଥିଲେ। ରାଜପୁରୀ, ଦେବମନ୍ଦିର, ନଅର, ଉଆସ, ବିହାର, ଉଦ୍ୟାନ ଯେଉଁ ପଥରରେ ତିଆରି ହେଲା ସବୁଥରେ ଭୀମ ଦାସର ହାତ ବାଜିଛି। କେତେ ଦିନ, ମାସ, ବର୍ଷ ବିତିଯାଇଛି ତା’ର ହିସାବ ନାହିଁ । ସେ ପଥରକଟା କାମରେ ଖାଇବା, ପିଇବା ଏବଂ ନିଜର ଭୋବିଳାସ ସବୁ ଭୁଲିଯାଇଛି । ଖରା, ବର୍ଷା, ଶୀତ, କାକର ସହି କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି କେବଳ ପଥର କାଟି ଚାଲିଛି ଭୀମ ଦାସ । ଶେଷରେ ସେ ଅଶୀବର୍ଷୀୟ ବୃଦ୍ଧ ହୋଇଯାଇଛନ୍ତି। କିନ୍ତୁ ସମସ୍ତ ସୁଖ ସୁବିଧା, ବିଳାସ ଯାହା ପାଇଁ ମିଳିଲା, ରାଜା ଦିନେହେଲେ ସେହି ଶିଳ୍ପୀ କଥା ବୁଝିବାକୁ ଚେଷ୍ଟା କରିନାହାନ୍ତି । ପଥର କାଟି କାଟି ସତେ ଯେପରି ସେ ପଥର ପାଲଟି ଯାଇଛି । ତେଣୁ ଯୁବରାଜ ଭୀମ ଦାସଠାରେ ନିର୍ଲିପ୍ତ, ନିର୍ବାକ୍, ନିଷ୍ପନ୍ଦ ଭାବ ଲକ୍ଷ୍ୟକରି ଏପରି କହିଛନ୍ତି।

Question ୩।
ଯୁବରାଜ କିପରି ଭୀମ ଦାସର ସନ୍ଧାନ ପାଇଲେ ?
Answer:
କିପରି ବିକାଶ ଘଟିଛି, ତାହା ଏଠାରେ ଗାଳ୍ପିକ ଗୋଦାବରୀଶ ମହାପାତ୍ର ବର୍ଣ୍ଣନା କରିଛନ୍ତି। ରାଜାଙ୍କ ପରେ ଯୁବରାଜ ଗାଦିରେ ବସିଲେ । ୟା ଭିତରେ ପଚାଶ ବର୍ଷ ଅତିକ୍ରମ କରିଗଲା। କିନ୍ତୁ ଭୀମ ଦାସର ପଥର କାଟିବାର ଠକ୍ ଠକ୍ ଶବ୍ଦ ବନ୍ଦ ହୋଇ ନ ଥିଲା। ଯୁବରାଜ ସେହି ଠକ୍ ଠକ୍ ଶବ୍ଦ ବାରି ଗୀତ, ଗୁହା, କୁଞ୍ଜ ପାର ହୋଇ ଭୀମ ଦାସ ନିକଟରେ ପହଞ୍ଚିଲେ । ଯେଉଁ ଶବ୍ଦ ତାଙ୍କର ଶୟନରେ ବାଧା ସୃଷ୍ଟି କରୁଥିଲା, ସେହି ଶବ୍ଦ ସୃଷ୍ଟି କରୁଥିବା ଶିଳ୍ପୀ ପାଖରେ ପହଞ୍ଚି ଜଣେ ଯାଇଛ୍ଛା ତେଶୁ ଯୁବରାଜ ଭାମ ଦାସଠାରେ ନିଲିପ୍ତ, ନିର୍ବାକ, ନିଷନ୍ଦ ଭାବ ଲକ୍ଷ୍ୟକରି ଏପରି କହିଛନ୍ତି।

Question ୪।
ରାଜା ଭୀମ ଦାସକୁ ଉଆସକୁ କାହିଁକି ଆଣିଥିଲେ ?
Answer:
ମଧୁପୁରଗଡ଼ ଉଆସରୁ କେତେ ରାଜା ଗଲେ । ଶେଷରେ ଯୁବରାଜ ଗାଦିରେ ବସିଲେ । ରାଜାଙ୍କ ଶାନ୍ତନିଦ୍ରାରେ ବ୍ୟାଘାତ ସୃଷ୍ଟି କରୁଥିବା ଭୀମ ଦାସର ପଥରକଟା ଶବ୍ଦ ବନ୍ଦ କରିବାପାଇଁ ପାଇକମାନେ ତାକୁ ଚାବୁକ୍‌ରେ ପିଟିଲେ। ଶେଷରେ ରାଜା ନିଜେ ଜଙ୍ଗଲ ଭିତରେ ଶବ୍ଦ ବାରି ସେହି ଶିଳ୍ପୀ ନିକଟରେ ପହଞ୍ଚିଲେ। ରାଜା ଭୀମ ଦାସର କର୍ତ୍ତବ୍ୟ ପରାୟଣତା, ନିଃସ୍ୱାର୍ଥଭାବ, ନିର୍ଲିପ୍ତ ଭାବନା ଲକ୍ଷ୍ୟ କରି ଦୁଃଖିତ ହେଲେ। ଯେଉଁ ଶିଳ୍ପୀ ଜଙ୍ଗଲ କାଟି, ପାହାଡ଼ ତାଡି ନିଜର ସୁଖସ୍ୱାଚ୍ଛନ୍ଦ୍ୟକୁ ବଳିଦେଇ ରାଜଉଆସକୁ ସ୍ଵର୍ଗର ନନ୍ଦନକାନନ କରାଇ ପାରିଛି, ତା’ ପାଇଁ ତାଙ୍କ ମନରେ ସମବେଦନା ଭାବ ସୃଷ୍ଟି ହେଲା । ପରିଶ୍ରମର ଉପଯୁକ୍ତ ମର୍ଯ୍ୟାଦା ଓ ସୁଖଶାନ୍ତି ଦେବାପାଇଁ ରାଜା ଭୀମ ଦାସକୁ ଉଆସକୁ ନେଇଆସିଲେ।

ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
ଜଙ୍ଗଲ ଜୀବଜନ୍ତୁ ଚମକି ଉଠିଥିଲେ କାହିଁକି ?
Answer:
ଟମକ ବଜାଇ ପାହାଡ଼ ତଳ ଅଞ୍ଚଳ ଜଙ୍ଗଲକୁ ମାପ କରାଇବାକୁ ଆସିଥିବା ଲୋକମାନଙ୍କ କାର୍ଯ୍ୟକୁ ଦେଖୁ ଜଙ୍ଗଲର ଜୀବଜନ୍ତୁ ଚମକି ଉଠିଥିଲେ ।

Question ୨।
ବନରାଜ୍ୟରେ ହାହାକାର ପଡ଼ିଗଲା କାହିଁକି ?
Answer:
କାଠୁରିଆଙ୍କ କୁଠାରଘାତରେ ପାହାଡ଼ ତଳର ଭୀଷଣ ଦୁର୍ଭେଦ୍ୟ ଜଙ୍ଗଲ ଏକ ବିସ୍ତୀର୍ଣ୍ଣ ପ୍ରାନ୍ତରରେ ପରିଣତ ହେଲା ।

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Question ୩।
ଜଙ୍ଗଲବାସୀ ଜୀବଗଣକୁ କିପରି ଲୋପ କରିବାକୁ ଚେଷ୍ଟା କରାଗଲା ?
Answer:
ଜଙ୍ଗଲବାସୀ ଜୀବଗଣକୁ ଗୁଳି, ଶର, ଖଣ୍ଡା ବଳରେ ଲୋପ କରିବାକୁ ଚେଷ୍ଟା କରାଗଲା।

Question ୪।
ରାଜ ନଅରରେ କେଉଁସବୁ ବ୍ୟବସ୍ଥା କରାଗଲା ?
Answer:
ରାଜ ନଅରରେ ସୁନ୍ଦର ଉଆସ, ତା’ ଭିତରେ ଦୀପମାଳା, ଅପୂର୍ବ ସାଜସଜ୍ଜାର ବ୍ୟବସ୍ଥା ହୋଇଥିଲା। ପାଚେରୀ, ଦେବୀମନ୍ଦିର ଆଦି ନିର୍ମାଣ କରାଗଲା।

Question ୫।
ମଧୁପୁରଗଡ଼ରେ କାହାର ବିରାମ ହେଲା ନାହିଁ ?
Answer:
ମଧୁପୁରଗଡ଼ରେ ଘରତୋଳାର ବିରାମ ହେଲା ନାହିଁ।

Question ୬।
କାହାର ପ୍ରଥମ ଚୋଟ ଗଛ ଦେହରେ ବାଜିଥିଲା ଓ ପ୍ରଥମ ପଥର ଖଣ୍ଡ ସେ ତାଡ଼ିଥିଲା ?
Answer:
ଭୀମ ଦାସର ପ୍ରଥମ ଚୋଟ ଗଛ ଦେହରେ ବାଜିଥିଲା ଓ ପ୍ରଥମ ପଥର ଖଣ୍ଡ ସେ ତାଡ଼ିଥିଲା।

Question ୭।
ପାଇକ ଭୀମ ଦାସକୁ କ’ଣ କରିବାକୁ କହିଲେ ?
Answer:
ରାଜାଙ୍କ ନିର୍ଦ୍ଦେଶରେ ପାଇକ ଭୀମ ଦାସ ପିଠିରେ ଚାବୁକ ଦେଇ ପଥରକଟା ବନ୍ଦ କରିବାକୁ କହିଲେ।

Question ୮।
ରାଜା କାହାପାଇଁ ଉଆସ ଭିତରେ ଏକ ସ୍ଵତନ୍ତ୍ର ଘର ଠିକ୍ କଲେ ?
Answer:
ରାଜା ଭୀମ ଦାସ ପାଇଁ ଉଆସ ଭିତରେ ଏକ ସ୍ଵତନ୍ତ୍ର ଘର ଠିକ୍ କଲେ।

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Question ୯।
ରାଜା ଅବାକ୍ ହୋଇ ପୁଣି ସେହି ପର୍ବତଗୁହା ଆଡ଼କୁ କାହିଁକି ଗଲେ ?
Answer:
ରାଜା ସକାଳୁ ଭୀମ ଦାସକୁ ଘରେ ନ ଥିବାର ଦେଖିଲେ; ତେଣୁ ସେ ଅବାକ୍ ହୋଇ ପୁଣି ସେଇ ପର୍ବତ ଗୁହା ଆଡ଼କୁ ଗଲେ ।

Question ୧୦।
ଭୀମ ଦାସ ରାଜାଙ୍କୁ ନିବିଡ଼ ଭାବରେ ଜାକି ଧରି କାହିଁକି ଚିତ୍କାର କଲା ?
Answer:
ଭୀମ ଦାସ ପଥର କାଟିବା ଆଦେଶ ପାଇବା ପରେ କାର୍ଯ୍ୟକରି ଚାଲିଥିଲା। ନିଜ ଜୀବନକୁ ପଥର କରିବା ଭିତରେ ସେ ରାଜାଙ୍କୁ କେବେହେଲେ ଦେଖୁ ନ ଥିଲା ପରି ନିବିଡ଼ ଭାବରେ ଜାକି ଧରି ରାଜା ରାଜା ବୋଲି ଚିତ୍କାର କଲା।

ବସ୍ତୁନିଷ୍ଠ ପ୍ରଶ୍ନେ।ତ୍ତର

Question ୧।
କାହାର ଶବ୍ଦ ପାହାଡ଼କୋଳରୁ ଭାସିଆସୁଥିଲା ?
(କ) ହିଂସ୍ରଜନ୍ତୁଙ୍କର ଶବ୍ଦ
(ଖ) ପଥରକଟାର ଶବ୍ଦ
(ଗ) ଜଳର କଳକଳ ଶବ୍ଦ
(ଘ) ପବନର ସୁ ସୁ ଶବ୍ଦ
Answer:
(ଖ) ପଥରକଟାର ଶବ୍ଦ

Question ୨।
ଜା ଭୀମ ଦାସର ପଥରକଟାର ଠକ୍ ଠକ୍ ଶବ୍ଦ ବନ୍ଦ କରିବାକୁ କାହିଁକି ଆଦେଶଦେଲେ ?
(କ) ରାଣୀ ରାଜାଙ୍କ ପାଖରେ ଅଭିଯୋଗ କରିବାରୁ
(ଖ) ଯୁବରାଜ ରାଜାଙ୍କ ନିକଟରେ ଅଭିଯୋଗ କରିବାରୁ
(ଗ) ଅମରାବତୀର ସ୍ପର୍ଶ ରାଜଉଆସରେ ନହେବାରୁ
(ଘ) ରାଜାଙ୍କ ପହଡ଼ରେ ବ୍ୟାଘାତ ଲାଗିବାରୁc
Answer:
(ଘ) ରାଜାଙ୍କ ପହଡ଼ରେ ବ୍ୟାଘାତ ଲାଗିବାରୁc

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Question ୩।
ରାଜା କାହାକୁ ଉଆସକୁ ନେଇଆସିଲେ ?
(କ) ଯୁବରାଜଙ୍କୁ
(ଖ) ଗଡ଼ବାସାଙ୍କୁ
(ଗ) ଭାଗ ଦାସଙ୍କୁ
(ଘ) ଅମରାବତାକୁ
Answer:
(ଗ) ଭାଗ ଦାସଙ୍କୁ

Question ୪।
ଠିକ୍ ପଚାଶ ବର୍ଷ ପରେ ରାଜା କେଉଁଠାକୁ ଗଲେ ?
(କ) ପ୍ରାନ୍ତ୍ରରକୁ
(ଖ) ପାରିଧିକୁ
(ଗ) ମଧୁପୁର ଗଡ଼ଙ୍କୁ
(ଘ) ଶିକାରକୁ
Answer:
(ଖ) ପାରିଧିକୁ

Question ୫।
କେଉଁ ଲେଖାଟି ଗୋଦାବରୀଶ ମହାପାତ୍ରଙ୍କ ଲେଖନୀ
(କ) ଗରିବର ଭଗବାନ
(ଖ) ଜୀବନ ରହସ୍ୟ
(ଗ) ଗନ୍ଦାର ମାୟା
(ଘ) ନାଳମାଷ୍ଟ୍ରାଣା
Answer:
(ଖ) ଜୀବନ ରହସ୍ୟ

Question ୬।
ହାଡ଼ି ହାତକୁ ଟମକ କାଠି କାଟି କିଏ ଦେଇଥିଲା ?
(କ) ମନ୍ତ୍ରୀ
(ଖ) ରାଜା
(ଗ) ଭାମ ଦାସ
(ଘ) କ୍ଷୁବରାଜ
Answer:
(ଗ) ଭାମ ଦାସ

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Question ୭।
କେଉଁମାନେ ଅବ୍ୟକ୍ତ ଭାଷାରେ କୁହାକୁହି ହେଲେ – ‘ଏ ରାଜ୍ୟରେ ପୁଣି ଏ କ’ଣ ?
(କ) ରାଜ୍ୟବାସୀ
(ଖ) ଗଛପତ୍ର
(ଗ) ବନବାସା
(ଘ) ଜାଗଜନ୍ତୁ
Answer:
(ଖ) ଗଛପତ୍ର

Question ୮।
ଏଠାରେ କାହା ସମ୍ବନ୍ଧରେ କୁହାଯାଇଛି – ‘ତା’ର ଇତିହାସ କେହି ଜାଣନ୍ତି ନାହିଁ’’ ?
(କ) ପାହାଡ଼ର
(ଖ) ଗଛପତ୍ର
(ଗ) ଉଆସର
(ଘ) ରାଜାଙ୍କର
Answer:
(କ) ପାହାଡ଼ର

Question ୯।
‘ପହୁଡ଼ ବେଳ, ପହୁଡ଼ ବେଳ – କାମ ବନ୍ଦ କର-ବନ୍ଦ କର- ବନ୍ଦ କର ।’’ – ଏହା କାହାର ଉକ୍ତି ?
(କ) ରାଜାଙ୍କର
(ଖ) ରାଣୀଙ୍କର
(ଗ) ଯୁବରାଜଙ୍କର
(ଘ) ପାଇକର
Answer:
(ଘ) ପାଇକର

BSE Odisha 7th Class Odia Solutions Chapter 15 ଏ ମଣିଷକୁ ପଥର କଲା କିଏ

Question ୧୦।
‘ସେ ସେହିଠାରେ ପ୍ରଥମେ ହସିଥିଲା, ସେହିଠାରେ ପ୍ରଥମେ ଗୀତ ବୋଲିଥିଲା ।’-ଏଠାରେ ‘ସେ’ କାହାକୁ ସୂଚାଉଛି ?
(କ) ଭାମ ଦାସ
(ଖ) ରାଜା
(ଗ) ପାଇକ
(ଘ) ପଥର
Answer:
(କ) ଭାମ ଦାସ

ଗାଞ୍ଜିକ ପରିଚୟ :

ସତ୍ୟବାଦା ସାହିତ୍ୟ ଗୋଷ୍ଠାର ସାଧକମାନଙ୍କ ପ୍ରେରଣା ପାଇ ଗୋଦାବରୀଶ ମହାପାତ୍ର ସାହିତ୍ୟ ସାଧନାରେ ବ୍ରତୀ ହୋଇଥିଲେ । ସେ ଥିଲେ ଏକାଧାରରେ ଜଣେ କବି, ଗାଳ୍ପିକ, ରମ୍ୟରଚନାର ସ୍ରଷ୍ଟା, ଭଗ୍ର ଦେଶପ୍ରେମୀ ତଥା ପ୍ରକୃତିପ୍ରେମୀ । କବିତା, ଗଳ୍ପ, ଉପନ୍ୟାସ ତଥା ଅନ୍ୟାନ୍ୟ ସାହିତ୍ୟିକ ରଚନା ସୃଷ୍ଟି କରିବାରେ ସେ ଥିଲେ ସ୍ଵତନ୍ତ୍ର ମର୍ଯ୍ୟାଦାର ଅଧ୍ କାରା ସମାଜର ବା ସାଧାରଣ ଘଟଣାକୁ ଅସାଧାରଣ ଭଙ୍ଗୀରେ ଉପସ୍ଥାପନ କରିବା ତାଙ୍କ ରଚନାର ବୈଶିଷ୍ଟ୍ୟ । ତାଙ୍କର ସମସ୍ତ ରଚନାରେ ମାନବିକ ସମ୍ବେଦନଶୀଳତା, ମୂଲ୍ୟବୋଧ, ସମାଜ ସଚେତନତା ଏବଂ ସଂସ୍କାର ପ୍ରୟାସ ପରିଲକ୍ଷିତହୁଏ । ସେ ‘ନିଆଁଖୁଣ୍ଟା’ ପତ୍ରିକାର ପ୍ରତିଷ୍ଠା ଓ ସମ୍ପାଦନା କରି ସାମାଜିକ ଦୁର୍ନୀତି ବିରୋଧରେ ‘ଟୁଆଁଟୁଇଁ’ ନାମକ ଅନ୍ୟ ଏକ ପତ୍ରିକା ମଧ୍ୟ ତାଙ୍କଦ୍ୱାରା ପ୍ରକାଶିତ ହେତ୍ତଥ୍ଲା । ତାଙ୍କ ସାରସ୍ଵତ ସୃଷ୍ଟିଗୁଡ଼ିକ ମଧ୍ୟରେ ‘କଣ୍ଟା ଓ ଫୁଲ’, ‘ଉଠ କଙ୍କାଳ’, ‘ନୀଳ ମାଷ୍ଟରାଣୀ’, ଓ ‘ମୁଁ ଦିନେ ମନ୍ତ୍ରୀ ଥୁଲି’ ଗ୍ରନ୍ଥ ଅତ୍ୟନ୍ତ ଲୋକପ୍ରିୟ ।

ଗଞ୍ଜିର ପୃଷ୍ଠଭୂମି :

ଆଲୋଚ୍ୟ ଗଳ୍ପ ‘ଏ ମଣିଷକୁ ପଥର କଲା କିଏ’ ପ୍ରାବନ୍ଧିକଙ୍କ ଏକ ସଂସ୍କାରଧର୍ମୀ ରଚନା । ଆଧୁନିକ ସହରୀ ସଭ୍ୟତା ପ୍ରଭାବରେ ଆମ ଚତୁଃପାର୍ଶ୍ୱସ୍ଥ ରମ୍ୟ ପ୍ରାକୃତିକ ପରିବେଶ କିପରି ଧ୍ୱଂସାଭିମୁଖୀ ହେଉଛି ଏବଂ ସରଳ ମଣିଷ ଜୀବନର ସୁଖଶାନ୍ତି କିପରି ବ୍ୟାହତ ହେଉଛି ଲେଖକ ଏଥିରେ ତାହା ବର୍ଣ୍ଣନା କରିଛନ୍ତି ।

ଗଳ୍ପର ସାରକଥା :

ମଧୁପୁରଗଡ଼ ପାହାଡ଼ ଓ ଏହାର ତଳି ବିସ୍ତୀର୍ଣ୍ଣ ଜଙ୍ଗଲ ଅଞ୍ଚଳରେ ରାଜପ୍ରାସାଦ ଓ ଜନପଦ ନିର୍ମାଣ କରିବାପାଇଁ ରାଜାଦେଶ ଆସିଲା। ନାଗରା ଦିଆଯାଇ ପାହାଡ଼ ତଳ ମପାଗଲା । ପରେ ପରେ ଜଙ୍ଗଲ ସଫା କାର୍ଯ୍ୟ ଆରମ୍ଭ କରି ଦିଆଗଲା । ଏକ ମନୋରମ ସବୁଜ ବନାନୀ ଦିନ କେଇଟାରେ ବିସ୍ତୀର୍ଣ୍ଣ ପ୍ରାନ୍ତରରେ ପରିଣତ ହୋଇଗଲା। ଜଙ୍ଗଲ ପରେ ପରେ ପାହାଡ଼ ଉପରେ ଆରମ୍ଭ ହେଲା ଅତ୍ୟାଚାର । ପାହାଡ଼ ଫଟାଇ ପଥର, ଗୋଡ଼ି, ମାଟିଧୂଳିକୁ ସମତୁଲ କରି ରାଜନଅର ନିର୍ମାଣ ଆରମ୍ଭ ହେଲା । ବିଳାସପୂର୍ଣ୍ଣ ରାଜପ୍ରାସାଦ ନିର୍ମାଣ ପରେ ମଧ୍ୟ କାମ ସରିଲା ନାହିଁ । ଏହାର ଚତୁଃପାର୍ଶ୍ବରେ ଆଉ କେତେ ଘର, ପାଚେରୀ, ମନ୍ଦିର ଗୋଟିକ ପରେ ଗୋଟିଏ ଗଢ଼ିଉଠିଲା । ରାଜାଙ୍କ କଳ୍ପନାକୁ ରୂପ ଦେବାପାଇଁ ବହୁ ପ୍ରସ୍ତାବ ଆଗତ ହୋଇ କାର୍ଯ୍ୟକାରା ହେବାକୁ ଲାଗିଲା ମଧୁପୁରଗଡ଼ର ଗଡ଼ପର୍ବତରୁ ପଥରକଟା ଓ ଘରତୋଳା କାର୍ଯ୍ୟ ତ୍ବରାନ୍ବିତ ହୋଇ ପାହାଡ଼ ତଳି ଅଞ୍ଚଳ ଏକ ବିରାଟ ଜନପଦରେ ପରିଣତ
ହେଲା । ବୁଢ଼ାରାଜାଙ୍କ ଅମଳରେ ଆରମ୍ଭ ହୋଇଥିବା ନିର୍ମାଣକାର୍ଯ୍ୟ ଯୁବରାଜଙ୍କ ଅମଳରେ ମଧ୍ୟ ପୂର୍ବବତ୍‌ ଚାଲୁରହିଲା ।

ପ୍ରଥମରୁ ଡେଙ୍ଗୁରାପିଟା କାଠି ତିଆରି କରିବା, ଜଙ୍ଗଲର ଗଛକଟା କାର୍ଯ୍ୟ ଆରମ୍ଭ କରିବା, ଏପରିକି ଗଡ଼ପର୍ବତରୁ ପ୍ରଥମ କରି ପଥର ତାଡ଼ିବା କାର୍ଯ୍ୟ ଆରମ୍ଭ କରିଥିବା ଭୀମ ଦାସର କାର୍ଯ୍ୟରେ ବିରାମ ନଥିଲା । ସକାଳୁ ସନ୍ଧ୍ୟାଯାଏ ପାହାଡ଼ ଭିତରୁ ପଥର କାଟିବାର ଠକ୍ ଠକ୍ ଶବ୍ଦ କେବେ ବି ବନ୍ଦ ନଥିଲା । ପଥରକଟାକୁ ନିଜ ବୃତ୍ତି ଭାବେ ଧରିନେଇଥବା ସେଇ ମଣିଷଟା ଜଙ୍ଗଲରେ ରହି ବଣ ଫଳମୂଳ ଖାଇ ବଞ୍ଚୁଥିଲା । ଚାକଚକ୍ୟପୂର୍ଣ୍ଣ ବିଳାସମୟ ରାଜଉଆସମାନଙ୍କରେ ସୁଖ ସମ୍ପଦର ପ୍ରାଚୁର୍ଯ୍ୟ ମଧ୍ୟରେ ରହି କେହି ଦିନେ ମଧ୍ଯ ଭୀମ ଦାସ ବିଷୟରେ ପଚାରି ନଥିଲେ । ଦିନ, ମାସ, ବର୍ଷ ଧରି ଷାଠିଏ ବର୍ଷକାଳ ଖରା, ବର୍ଷା, ଶୀତ, କାକରରେ ଗଡ଼ପର୍ବତ ତଳିକୁ ରମଣୀୟ ଉଆସରେ ପରିଣତ କରିଥିବା ଲୋକଟି ସଭିଙ୍କ ଦୃଷ୍ଟି ଆଢୁଆଳରେ ରହି ପୂର୍ବପରି ତା’ ନିତ୍ୟନୈମିତ୍ତିକ ପଥରକଟା କାର୍ଯ୍ୟରେ ବୁଡ଼ି ରହିଥିଲା । ପନ୍ଦର ବର୍ଷର କିଶୋର ଭୀମ ଦାସ ତା’ର ଯୌବନ କାଳର ସମସ୍ତ ଶକ୍ତିକୁ ପଥରକଟା କାର୍ଯ୍ୟରେ ନିଃଶେଷ କରି ଆଜି ଅଶୀବର୍ଷ ବୟସର ବାର୍ଦ୍ଧକ୍ୟରେ ଉପନୀତ ହୋଇଥିଲେ ମଧ୍ୟ ପର୍ବତ ଭିତରେ ତା’ର ପଥରକଟାର ଠକ୍ ଠକ୍ ଶବ୍ଦ ପ୍ରତି କେହି ଦିନେ ହେଲେ କର୍ଣ୍ଣପାତ କରିନଥିଲେ ।

ଦିନେ ପଥରକଟାର ଠକ୍ ଠକ୍ ଶବ୍ଦ ରାଜାଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରିବାରୁ ରାଜାଦେଶରେ ପାଇକସୈନ୍ୟ ଭୀମ ଦାସ ପିଠିରେ ଚାବୁକ୍ ଦେଇ ପହୁଡ଼ ବେଳେ ପଥରକଟା ବନ୍ଦ କରିବାକୁ ଆଦେଶ ଦେଇଗଲେ । ମାତ୍ର ମୂକ ଭୀମ ଦାସର ପଥରକଟା ବନ୍ଦ ହୋଇନଥିଲା । ଦିନେ ରାଜା ପାରିସ୍ ଉଦ୍ଦେଶ୍ୟରେ ଜଙ୍ଗଲ ମଧ୍ୟକୁ ପ୍ରବେଶ କରି ପଥର କଟାଳି ଭୀମ ଦାସକୁ ତା’ର ଚିରାଚରିତ କାମରେ ବୁଡ଼ିରହିଥିବା ଲକ୍ଷ୍ୟକଲେ । ତା’ ବିଷୟରେ ସବୁ ଜାଣିବା ପରେ ଦୟାପରବଶ ହୋଇ ଲୋକଙ୍କଦ୍ବାରା ତାକୁ ରାଜଧାନୀକୁ ନେଇଆସି ଏକ ସୁରମ୍ୟ ଗୃହରେ ରଖାଇବାର ବ୍ୟବସ୍ଥା କରାଇଥିଲେ । ଚାକରବାକର ଗହଣରେ ସମ୍ମାନର ସହ ତା’ ରହିବାର ସୁବନ୍ଦୋବସ୍ତ କରାଗଲା । ମାତ୍ର ଭୀମ ଦାସ ଖୋଜୁଥିଲା ସେହି ପାହାଡ଼କୁ ଓ ପଥରକୁ । ରାଜା ଯେତେବେଳେ କହିଥିଲେ ଯେ ତା’ ହାତକଟା ପଥର ଘରେ ସେ ରହୁଛି ବୋଲି ସେତେବେଳେ ଭୀମ ଚଟାଣକୁ କୁଣ୍ଢାଇ ପକାଇ ‘ମୋ ପଥର’, ‘ମୋ ପଥର’ କହି କାନ୍ଦି ଉଠିଥିଲା ।

ସେଦିନ ରାତିରେ ଭୀମ ଦାସ ସେ ଘର ଛାଡ଼ି ଚାଲିଯାଇଥିଲା ସେହି ପାହାଡ଼ ନିକଟକୁ । ତା’କୁ ଖୋଜି ଖୋଜି ରାଜା ତା’ ନିକଟରେ ପହଞ୍ଚିଲାବେଳକୁ ସେ ତା’ର ପଥରକଟା ହତିଆର ସବୁ ସଜାଡ଼ୁଥିଲା । ତା’ର ଆଚରଣ, ଗତିବିଧ୍ ରାଜାଙ୍କୁ ବିସ୍ମିତ କରିଥିଲା । ତାଙ୍କ କଣ୍ଠରୁ ଅଜାଣତରେ ବାହାରି ଆସିଲା, ‘ଏ ମଣିଷକୁ ପଥର କଲା କିଏ ? ’’ ସେହି କେତୋଟି ଶବ୍ଦ ପର୍ବତରେ ଧକ୍‌କା ଖାଇ ପ୍ରତିଧ୍ଵନିତ ହୋଇଉଠୁଥିଲା । ରାଜାଙ୍କ ପରିଚୟ ପାଇଲା ପରେ ଭୀମ ଦାସ ତାଙ୍କୁ କୁଣ୍ଢାଇ ପକାଇ କହିଲା ‘ରାଜା ! ମୋ ରାଜା ! ଯେ ମୋତେ ପଥର କାଟିବାକୁ ଆଦେଶ ଦେଇଥିଲେ ସେହି ମୋର ରାଜା ।’’ ସେ ପଥର କାଟିବା ଭିତରେ କେବେହେଲେ ରାଜାଙ୍କୁ ଦେଖୁଥିଲା । ସେ ରାଜାଙ୍କୁ ଜୋରରେ କୁଣ୍ଢାଇ ଧରି ‘ରାଜା’, ‘ରାଜା’ ବୋଲି ଚିତ୍କାର। ପର୍ବତରେ ପ୍ରତିଧ୍ଵନିର ଶେଷ ଶବ୍ଦ ଶୁଭିଲା, ‘ହା-ହା-ହା-ଆ’। ପର୍ବତର ଏହି ଉପହାସ ମଧ୍ଯରେ ରାଜା ନିଜର ଉତ୍ତର ପାଇସାରିଥିଲେ ।

କଠିନ ଶବ୍ଦ।ର୍ଥ :

  • ଆଦ୍ୟ – ଆରମ୍ଭ ।
  • ଅବ୍ୟକ୍ତ – ଯାହା କହିହେବ ନାହିଁ ।
  • ଦର୍ଭେଦ୍ୟ – ଯାହା ଭେଦ କରିବା କଷ୍ଟକର ।
  • ପ୍ରାନ୍ତର – ପଡ଼ିଆ ।
  • ଶ୍ରୀହୀନ – ଶୋଭା ହୀନ ରୂ ପିଲା ବି ଣ୍ୟ ହଜିଯାଇଥ‌ିବା
  • ରାଷ୍ଟ୍ର ହେଲା – ସମ୍ବାଦ ଚାରିଆଡ଼େ ପ୍ରସାରିତ ହେଲା । ପ୍ରଚାରିତ ହେଲା ।
  • ପିଶାଚ – ଅସୁର / ଭୟଙ୍କର ରୂପଧାରୀ ରାକ୍ଷସ ।
  • ଯୁବରାଜ – ରାଜାଙ୍କର ପୁଅ ।
  • ପାରିଧ – ଶିକାର ।
  • ବୃକୋଦର – ଭୀମ ।
  • ଅମରାବତ – ସ୍ୱର୍ଗପୁର ।
  • ଟମକ – ନାଗରା ।
  • ଆରକ୍ତ – ଲାଲ ।
  • ଜରା – ବାର୍ଦ୍ଧକ୍ୟ ।
  • ଭୀମକର୍ମା – ଭୟଙ୍କର କାର୍ଯ୍ୟରେ ରତ ବ୍ୟକ୍ତି ।
  • ଲିପ୍‌ – ଲାଭ କରିବାକୁ ଇଚ୍ଛା କରୁଥିବା ଲୋକ ।
  • ଗହ୍ବର – ଗାତ।
  • ରମଣୀୟ – ଅତି ସୁନ୍ଦର ।

CHSE Odisha Class 12 Psychology Unit 1 Short Answer Questions in Odia Medium

Odisha State Board CHSE Odisha Class 12 Psychology Solutions Unit 1 ଜୀବନବ୍ୟାପୀ ବିକାଶ & ସ୍ଵୟଂ ତଥା ବ୍ୟକ୍ତିତ୍ଵ Short Answer Questions.

CHSE Odisha 12th Class Psychology Unit 1 Short Answer Questions in Odia Medium

ଦୁଇନମ୍ୱର ସମ୍ୱଳିତ ପ୍ରଣ୍ନେ।ତ୍ତର

ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇ/ ତିନିଗୋଟି ବାକ୍ୟ ମଧ୍ୟରେ ଲେଖ ।
Question ୧।
ବିକାଶ କାହାକୁ କୁହନ୍ତି ?
Answer:
ବ୍ୟକ୍ତିର ବ୍ୟକ୍ତିକ ଓ ଗୁଣାତ୍ମକ ପରିବର୍ତ୍ତନକୁ ‘ବିକାଶ’ କୁହାଯାଏ । ଏହା ପରିବର୍ତ୍ତନ ଓ ଗତିର ଏପରି ଏକ ପ୍ରତିରୂପ ଯାହା ମାତୃଗର୍ଭରେ ସ୍ଥାପିତ ହେବା ଦିନଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗତିଶୀଳ ରହିଥାଏ । ଏହା ଉଭୟ ସକାରାତ୍ମକ ଓ ନକରାତ୍ମକ ଗୁଣାତ୍ମକ ପରିବର୍ତ୍ତନକୁ ବୁଝାଏ । ଏହା ଜୈବିକ, ସଂଜ୍ଞାନାତ୍ମକ ଏବଂ ସାମାଜିକ-ସଂଜ୍ଞାନାତ୍ମକ ପ୍ରକ୍ରିୟାଗୁଡ଼ିକର ପରସ୍ପର ସମ୍ବନ୍ଧକୁ ନେଇ ଆକାର ପ୍ରାପ୍ତ ହୋଇଥାଏ । ବିକାଶ ଏକ ପ୍ରଗତିଶୀଳ, କ୍ରମିକ ପରିବର୍ତ୍ତନ ଏବଂ ଏହା ପରିପକ୍ଵତା ଆଡ଼କୁ ମାନବକୁ ଆଗେଇ ନିଏ ।

Question ୨।
ବିକାଶର ଆମସ୍ତକ-ପାଦ ଅନୁକ୍ରମ କ’ଣ ?
Answer:
ବିକାଶ ଏକ ସୁବ୍ୟବସ୍ଥିତ ତଥା ପ୍ରତ୍ୟାଶିତ ପଦ୍ଧତି ଅନୁସାରେ ହୋଇଥାଏ । ଶାରୀରିକ, ସାମାଜିକ ଓ ଭାଷା ପୂର୍ବ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ହୋଇଥାନ୍ତି । ମାତ୍ର ବିକାଶ ମସ୍ତିଷ୍କରେ ଆରମ୍ଭ ହୋଇ ଗୋଡ଼ ଆଡ଼କୁ ଅଗ୍ରସର ହୋଇଥାଏ। ତାହାକୁ ‘ଆମସ୍ତକ-ପାଦ’ ଅନୁକ୍ରମ କୁହାଯାଏ । ଆମସ୍ତକ-ପାଦ ଧାରା ଅନୁଯାୟୀ ଶିଶୁର ଶରୀରର ଗଠନ ଓ କାର୍ଯ୍ୟ ନିର୍ଦ୍ଧାରିତ ହୋଇଥାଏ ।

Question ୩।
ଜୀବନ କିପରି ଆରମ୍ଭ ହୋଇଥାଏ ଲେଖ ।
Answer:
ପୁରୁଷ ଶୁକ୍ରାଣୁ ଓ ସ୍ତ୍ରୀର ଡିମ୍ବାଣୁର ସଂଯୋଗ ଫଳରେ ଯୁଗ୍ମଜ ସୃଷ୍ଟି ହୋଇଥାଏ । ଠିକ୍ ସେହି ସମୟ ଠାରୁ ସ୍ତ୍ରୀର ଋତୁସ୍ରାବ ଚକ୍ର ଯାହାକି ୨୮ ଦିନରେ ଦେଖାଯାଇଥାଏ ତାହା ବନ୍ଦ ହୋଇଯାଏ । ଋତୁସ୍ରାବ ବନ୍ଦ ହେବା ଦିନଠାରୁ ସ୍ତ୍ରୀର ଗର୍ଭାଶୟରେ ସୃଷ୍ଟି ହୋଇଥିବା ଯୁଗ୍ମଜର ଜୀବନ ଆରମ୍ଭ ହୋଇଥାଏ । ତେଣୁ ଗର୍ଭଧାରଣ ଦିନଠାରୁ ନବଜାତ ଶିଶୁର ଜୀବନ ଆରମ୍ଭ ହୁଏ ।

Question ୪।
ଶୈଶବାବସ୍ଥାରେ ଶିଶୁର ମାନସିକ ବିକାଶ କିପରି ହୁଏ ଲେଖ ।
Answer:
ଶୈଶବାବସ୍ଥାରେ କେତେଗୁଡ଼ିଏ ସରଳ ମାନସିକ ପ୍ରକ୍ରିୟାର ବିକାଶ ହୋଇଥାଏ । ସେ କ୍ରମଶଃ ଉଦ୍ଦୀପକ ଓ ପ୍ରତିକ୍ରିୟା ମଧ୍ୟରେ ସଂପର୍କ ସୃଷ୍ଟି କରିପାରିଥାଏ । ଭାଷା ମାଧ୍ୟମରେ ନିଜର ଅନୁଭବକୁ ପ୍ରକାଶ କରିବା ପାଇଁ ସେ ଶିକ୍ଷା କରିଥାଏ। ଏହାଦ୍ଵାରା ଶିଶୁଟିର ସାମାଜିକ ଓ ଆବେଗିକ ବିକାଶରେ ଉନ୍ନତି ଘଟିଥାଏ । ପିଆଜେଙ୍କ ମତରେ ଉକ୍ତ ଅବସ୍ଥାରେ ଶିଶୁଟିର ବୌଦ୍ଧିକ ବିକାଶ ଆରମ୍ଭ ହୋଇଥାଏ ।

Question ୫।
ବାଲ୍ୟାବସ୍ଥାରେ ଶିଶୁର ସାମାଜିକ ବିକାଶ କିପରି ହୋଇଥାଏ ଉଲ୍ଲେଖ କର ।
Answer:
ବାଲ୍ୟାବସ୍ଥାରେ ଶିଶୁମାନଙ୍କର ସାମାଜିକ ବିକାଶରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଥାଏ । ଶିଶୁଟିର ସଂପର୍କ ତା’ର ଆତ୍ମୀୟସ୍ୱଜନଠାରୁ ଆରମ୍ଭ କରି କ୍ରମଶଃ ସାଙ୍ଗସାଥୀ ଓ ଅନ୍ୟ ଶିଶୁମାନଙ୍କୁ ପ୍ରାପ୍ତ ହୋଇଥାଏ । ମାତ୍ର ଶିଶୁଟିର ସାମାଜିକୀକରଣ ପ୍ରକ୍ରିୟା ପ୍ରଥମେ ତା’ର ଗୃହରୁ ଆରମ୍ଭ ହୋଇଥାଏ । ଏହି ବୟସରେ ଶିଶୁ ନିଜକୁ ଦଳଗତ କାର୍ଯ୍ୟରେ ସାମିଲ କରିବାକୁ ଅଧ୍ବକ ପସନ୍ଦ କରିଥାଏ । ଏହି ସମୟରେ ଶିଶୁଟିର ବ୍ୟକ୍ତିତ୍ଵର ବିକାଶ ଘଟିଥାଏ । ନୈତିକତାର ବିକାଶ, ସ୍ଵାଧୀନ ଚିନ୍ତାଧାରା, ଆଚରଣ, ଯୌନ ବିକାଶ ଏବଂ ଆବେଗିକ ବ୍ୟବହାର ଇତ୍ୟାଦି ଶିଶୁର ସାମାଜିକ ବ୍ୟବହାରକୁ ବିଶେଷ ପ୍ରଭାବିତ କରିଥାଏ ।

CHSE Odisha Class 12 Psychology Unit 1 Short Answer Questions in Odia Medium

Question ୬।
ବୃଦ୍ଧାବସ୍ଥାର ଶାରୀରିକ ପରିବର୍ତ୍ତନଗୁଡ଼ିକ ଉଲ୍ଲେଖ କର ।
Answer:
ବୃଦ୍ଧାବସ୍ଥାରେ ଶାରୀରିକ ପରିବର୍ତ୍ତନ ସାଧାରଣତଃ ଦୁଇଗୋଟି ମୁଖ୍ୟ କାରଣରୁ ହୋଇଥାଏ । ପ୍ରଥମତଃ ଇନ୍ଦ୍ରିୟ କାରକ ପରିବର୍ତ୍ତନ ଓ ଦ୍ବିତୀୟତଃ ସ୍ନାୟବିକ ପରିବର୍ତ୍ତନ । ବୃଦ୍ଧାବସ୍ଥାରେ ମନୁଷ୍ୟର ଇନ୍ଦ୍ରିୟ ଯଥା ଆଖୁ, ନାକ, କାନଗୁଡ଼ିକର କ୍ଷମତା ଆସ୍ତେ ଆସ୍ତେ କମିବାରେ ଲାଗେ । ଏହାଦ୍ଵାରା ଶାରୀରିକ କାର୍ଯ୍ୟକଳାପରେ ବାଧା ସୃଷ୍ଟି ହୋଇଥାଏ । ସ୍ନାୟବିକ ପରିବର୍ତ୍ତନ ଫଳରେ ବ୍ୟକ୍ତିର ମାଂସପେଶୀଗୁଡ଼ିକର କ୍ଷମତା, ମସ୍ତିଷ୍କର ଦକ୍ଷତା ଓ ବିଭିନ୍ନ ଗ୍ରନ୍ଥିଗୁଡ଼ିକର କ୍ରିୟାକଳାପରେ ଦୃଢ଼ ମନ୍ଥରତା ପରିଲକ୍ଷିତ ହୁଏ ।

Question ୭।
ସ୍ବୟଂ କହିଲେ କ’ଣ ବୁଝ ?
Answer:
ନିଜକୁ ଏକ ବସ୍ତୁ ରୂପେ ମନେ କରି ନିଜ ସମ୍ବନ୍ଧରେ ହେଉଥୁବା ସାମଗ୍ରିକ ବିଚାରଧାରା ଏବଂ ଅନୁଭୂତିକୁ “ସ୍ୱ ସ୍ୱୟଂ” କୁହାଯାଏ। ସମସ୍ତ ମାନବୀୟ କ୍ରିୟାକଳାପର କେନ୍ଦ୍ରବିନ୍ଦୁ ହେଉଛି ସ୍ଵୟଂ | ସ୍ଵୟଂ ସଂରଚନା ଥରେ ହୋଇଗଲେ ତାହା ବ୍ୟକ୍ତିର ବ୍ୟବହାରକୁ ସାର୍ଥକ ଭାବେ ପ୍ରଭାବିତ କରିଥାଏ । ସ୍ଵ ସମ୍ବନ୍ଧରେ କହିବା ବେଳେ ଦୁଇଟି ଶବ୍ଦ ଯଥା ‘ମୁଁ’ ଏବଂ ‘ମୋର’ ଉପଯୋଗ କରାଯାଉଥାଏ । ‘ମୁଁ’ ସ୍ଵର ଜ୍ଞାତା ପକ୍ଷକୁ ଓ ‘ମୋର’ ସ୍ଵର ଜ୍ଞେୟ ପକ୍ଷକୁ ବୁଝାଇଥାଏ ।

Question ୮।
ବ୍ୟକ୍ତିତ୍ଵ କାହାକୁ କହନ୍ତି ?
Answer:
ଜଣେ ବ୍ୟକ୍ତିର ବିଶିଷ୍ଟ ତଥା ଅପେକ୍ଷାକୃତ ସ୍ଥାୟୀଗୁଣଗୁଡ଼ିକ ଯାହା ବିଭିନ୍ନ ପରିସ୍ଥିତିରେ ତଥା ଏକ ସମୟ ଅନ୍ତରାଳରେ ବ୍ୟବହାରର ପ୍ରତିରୂପକୁ ବ୍ୟକ୍ତ କରିଥାଏ ତାକୁ ବ୍ୟକ୍ତିତ୍ଵ କୁହାଯାଏ । ମନୋବୈଜ୍ଞାନିକ ଆଲପୋର୍ଟଙ୍କ ମତରେ “ ବ୍ୟକ୍ତିତ୍ଵ ହେଉଛି ବ୍ୟକ୍ତି ମଧ୍ୟରେ ଥ‌ିବା ମାନସ-ଭୌତିକ ତନ୍ତ୍ରୀଗୁଡ଼ିକର ଏକ ଗତିଶୀଳ ସଂଗଠନ, ଯାହାକି ବ୍ୟକ୍ତିର ପରିବେଷ୍ଟନୀ ସହିତ ଉପଯୋଜନ କ୍ରିୟାକୁ ନିରୂପଣ କରିଥାଏ ।”

Question ୯।
ଶୀଳଗୁଣ ସମ୍ବନ୍ଧରେ ଉଲ୍ଲେଖ କର ।
Answer:
ଗୋଟିଏ ବ୍ୟକ୍ତି ଅନ୍ୟ ବ୍ୟକ୍ତି ଠାରୁ ଯେଉଁ ଅର୍ଥରେ ଅପେକ୍ଷାକୃତ ସ୍ଥାୟୀ ଭାବରେ ଭିନ୍ନ ହୋଇଥାଏ ତାହାକୁ ‘ଶୀଳଗୁଣ’ କୁହନ୍ତି। ଶୀଳଗୁଣ ଏପରି ବିଶେଷ ଧରଣର ଲକ୍ଷଣ ଯାହା ସାଧାରଣ କ୍ରିୟା ପ୍ରବୃତ୍ତି ପରି କାର୍ଯ୍ୟ କରିଥାଏ । ଏହା ବ୍ୟବହାରର ବିସ୍ତୃତିକୁ ସୂଚାଇଥାଏ ଏବଂ ପରିସ୍ଥିତି ଅନୁଯାୟୀ ବ୍ୟକ୍ତିର ବ୍ୟବହାରରେ ପ୍ରକଟିତ ହୋଇଥାଏ। ବ୍ୟକ୍ତିତ୍ଵର ବର୍ଣ୍ଣନଙ୍କ ଏବଂ ବିଶ୍ଳେଷଣ ପାଇଁ ଶୀଳଗୁଣ ଉପଯୋଗ ବହୁତ ଅଧ‌ିକ ପ୍ରଚଳିତ । କେତେକ ଶୀଳଗୁଣର ସଂଗଠନ ଓ ପ୍ରବଳତାରେ ପରିବର୍ଭନ କାରଣରୁ ବ୍ୟକ୍ତିତ୍ଵର ଭିନ୍ନତା ଦେଖାଯାଇଥାଏ।

Question ୧୦।
ବ୍ୟକ୍ତିତ୍ଵ ମୂଲ୍ୟାୟନ କହିଲେ କ’ଣ ବୁଝ ?
Answer:
ମୂଲ୍ୟାଙ୍କନ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ବିବିଧତା ଅଧ୍ୟୟନ କରିବାରେ, ପରିବର୍ତ୍ତୀମାନଙ୍କ ମଧ୍ୟରେ ସମ୍ବନ୍ଧ ଜାଣିବାରେ, ବିକାଶାତ୍ମକ ପରିବର୍ତ୍ତନ ଅଧ୍ୟୟନ କରିବାରେ, ନିଦାନ, ସ୍ଥାପନା ତଥା ପରାମର୍ଶ ଇତ୍ୟାଦିରେ ଉପଯୋଗ କରାଯାଉଥାଏ ।

CHSE Odisha Class 12 Psychology Unit 1 Short Answer Questions in Odia Medium

Question ୧୧।
A – ପ୍ରକାର ବ୍ୟକ୍ତିତ୍ଵର ଗୁଣାବଳୀ ଉଲ୍ଲେଖ କର ।
Answer:
A-ପ୍ରକାର ବ୍ୟକ୍ତିତ୍ଵର ଅଧିକାରୀ ବ୍ୟକ୍ତିମାନେ କମ୍ ସମୟରେ ଅଧ‌ିକ କାର୍ଯ୍ୟ କରିବାରେ ଓ ଅଧ‌ିକ ଉପଲବ୍‌ କରିବା ପାଇଁ ନିରନ୍ତର ଚେଷ୍ଟା କରନ୍ତି । କ୍ଷମତାଲିପ୍‌ସା, ଉଚ୍ଚାକାଂକ୍ଷା, ପ୍ରତିଯୋଗିତା ମନୋଭାବ, କ୍ରୋଧ, ଉତ୍ତେଜନା ଏମାନଙ୍କର ପ୍ରମୁଖ ଲକ୍ଷଣ । A-ପ୍ରକାର ବ୍ୟକ୍ତି ହୃଦୟ ଧମନୀ ରୋଗରେ ପୀଡ଼ିତ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ।

ତିନିନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର

ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଛଅଗୋଟି ବାକ୍ୟ ମଧ୍ୟରେ ଉଲ୍ଲେଖ କର ।
Question ୧।
ବିକାଶ ଓ ଅଭିବୃଦ୍ଧି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ବିକାଶ :
(୧) ବିକାଶ ବ୍ୟକ୍ତିର ବ୍ୟକ୍ତିକ ଓ ଗୁଣାତ୍ମକ ପରିବର୍ତ୍ତନକୁ ବୁଝାଇଥାଏ । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟର ବିକାଶ ହୋଇଥାଏ ।
(୨) ବିକାଶ ଏକ ପ୍ରଗତିଶୀଳ କ୍ରମିକ ପରିବର୍ତ୍ତନ ଏବଂ ଏହା ପରିପକ୍ବତା ଆଡ଼କୁ ମାନବକୁ ଆଗେଇ ନିଏ ।
(୩) ବିକାଶର କାର୍ଯ୍ୟ ହେଲା ବିଭିନ୍ନ ଗଠନ ପ୍ରଣାଳୀ ଏବଂ କ୍ରିୟାକଳାପର ସଂହତି ତଥା ସଂଗଠନ ।

ଅଭିବୃଦ୍ଧି :
(୧) ମାନବ ଶରୀରର ପରିମାଣାତ୍ମକ ବା ମାତ୍ରିକ ପରିବର୍ତ୍ତନକୁ ଅଭିବୃଦ୍ଧି କୁହାଯାଉଥାଏ, ଯେପରିକି – ବୟସ ବୃଦ୍ଧି, ଶରୀର୍ ଓଜନରେ ବୃଦ୍ଧି, ଉଚ୍ଚତାରେ ବୃଦ୍ଧି ଇତ୍ୟାଦି ।
(୨) ଶିଶୁ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମସ୍ତିଷ୍କର ବୃଦ୍ଧି ମଧ୍ୟ ଘଟେ। ଫଳରେ ଶିଶୁର ଶିକ୍ଷଣ ଶକ୍ତି, ସ୍ମରଣ ଶକ୍ତି ଓ ବିଚାର ଶକ୍ତି ପ୍ରଭୃତି ବୃଦ୍ଧି ପାଏ ।
(୩) ବୃଦ୍ଧି ନିରବଚ୍ଛିନ୍ନ ନୁହେଁ । ଏହା ପରିମାଣାତ୍ମକ ପରିବର୍ତ୍ତନ ଏକ ସକରାତ୍ମକ ପ୍ରତିରୂପ ।

Question ୨।
ବିକାଶର ଯେ କୌଣସି ଦୁଇଟି ନିୟମ ଉଲ୍ଲେଖ କର ।
Answer:
(i) ବିକାଶ ସାଧାରଣରୁ ସ୍ଵତନ୍ତ୍ରତା ଆଡ଼କୁ ଗତି କରେ – ଶିଶୁଟିର ପ୍ରତ୍ୟେକ ବିକାଶ ସାଧାରଣରୁ ଆରମ୍ଭ ହୋଇ କ୍ରମଶଃ ସ୍ଵତନ୍ତ୍ରତା ଆଡ଼କୁ ଗତି କରିଥାଏ । ଶିଶୁଟିର ମାନସିକ ବା ଶାରୀରିକ ବିକାଶ କ୍ଷେତ୍ରରେ ଏହା ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହୋଇଥାଏ । ଶିଶୁଟି ପ୍ରଥମେ ପ୍ରଥମେ ସାଧାରଣ ଶବ୍ଦ ଶିଖୁବା ଆରମ୍ଭ କରେ ଓ କ୍ରମଶଃ ସେ ସ୍ଵତନ୍ତ୍ର ଶବ୍ଦମାନ ଶିଖୁଥାଏ । ଏପରିକି ଶୈଶବରେ ଶିଶୁଟି କୌଣସି ଏକ ଜିନିଷ ଧରିବା ପାଇଁ ତା’ର ସଂପୂର୍ଣ୍ଣ ଶରୀରକୁ ଚଳାୟମାନ କରିଥାଏ । ପରେ ପରେ ସେ ଉକ୍ତ ଜିନିଷଟିକୁ ଧରିବା ପାଇଁ ଶରୀରର ସ୍ଵତନ୍ତ୍ର ଅଂଶକୁ ଚଳାୟମାନ କରିବା ପାଇଁ ଶିଖୁଥାଏ ।

(ii) ବିକାଶର ହାର ବିଭିନ୍ନ ଅବସ୍ଥାରେ ଭିନ୍ନ ଭିନ୍ନ ହୋଇଥାଏ – ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ପାଇଁ ବିକାଶର ହାର ସମାନ ନୁହେଁ । ବିଭିନ୍ନ ଅବସ୍ଥାରେ ମଧ୍ୟ ବିକାଶର ହାରରେ ଭିନ୍ନତା ଦେଖାଦେଇଥାଏ । ଶୈଶବ ଅବସ୍ଥାରୁ ଆରମ୍ଭ କରି ଯୁବକ ଅବସ୍ଥା ପର୍ଯ୍ୟନ୍ତ ଶାରୀରିକ ଅଭିବୃଦ୍ଧି କ୍ଷିପ୍ର ଭାବରେ ଦେଖାଦେଇଥାଏ । ଯୁବକ ଅବସ୍ଥା ଠାରୁ ବୃଦ୍ଧ ଅବସ୍ଥା ପର୍ଯ୍ୟନ୍ତ ଏହା ଅତ୍ୟନ୍ତ ଧୀର ଭାବରେ ଦେଖାଯାଏ । ସେହିପରି ହୃତ୍‌ପିଣ୍ଡ ଓ ପାକତନ୍ତ୍ର ଇତ୍ୟାଦିର ବୃଦ୍ଧି ଶୈଶବାବସ୍ଥାରେ ଥ‌ିବା ବେଳେ ଯୁବାବସ୍ଥାରେ କ୍ଷିପ୍ର ହୋଇଥାଏ ।

Question ୩।
ଭୃଣାବସ୍ଥା ସଂପର୍କରେ ବର୍ଣ୍ଣନା କର ।
Answer:
ଭୃଣାବସ୍ଥା ଗର୍ଭସଞ୍ଚାରର ୨ୟ ସପ୍ତାହଠାରୁ ୮ମ ସପ୍ତାହ ପର୍ଯ୍ୟନ୍ତ ଗତି କରିଥାଏ । ଏହି ଅବସ୍ଥା ସମୟରେ ଶିଶୁଟିର ସମସ୍ତ ମୁଖ୍ୟ ଅଙ୍ଗପ୍ରତ୍ୟଙ୍ଗର ବିକାଶ ଘଟିଥାଏ । ଉକ୍ତ ବିକାଶର ଧାରା ଏତେ କ୍ଷିପ୍ର ହେଉଥାଏ ଯେ ସାମାନ୍ୟ ଭ୍ରୂଣଟି କ୍ରମଶଃ ଏକ କ୍ଷୁଦ୍ର ଶିଶୁରେ ପରିଣତ ହୋଇଥାଏ । ନିଷିକ୍ତ ଡିମ୍ବାଣୁ ସମୟଠାରୁ ଉକ୍ତ ଅବସ୍ଥାର ଶେଷ ସମୟ ବେଳକୁ ଯୁଗ୍ମଜର ଆକାରରେ ଶତକଡ଼ା ଦୁଇ ମିଲିୟନ୍ ବୃଦ୍ଧି ଘଟିଥାଏ । ଯୁଗ୍ମଜଟିର ଅନ୍ତରୀଣ ସମୂହ ତିନିଗୋଟି ସ୍ତରରେ ବିଭକ୍ତ ହୋଇଥାଏ ଯଥା :

(i) ବାହ୍ୟ ଚର୍ମସ୍ତର (Ectoderm)
(ii) ମଧ୍ୟାଦିସ୍ତର (Mesoderm)
(iii) ଅନ୍ତଃ ଚର୍ମସ୍ତର (Endoderm)

ବାହ୍ୟଚର୍ମ ସ୍ତର ଜରିଆରେ ଶିଶୁଟିର ନଖ, ବାଳ, ଚର୍ମ, ଦାନ୍ତର କିଛି ଅଂଶ, ଚର୍ମଗ୍ରନ୍ଥି, ସଂବେଦୀ କୋଷ ଓ ସ୍ନାୟୁ ସଂସ୍ଥାର ବିକାଶ ଘଟିଥାଏ । ମଧ୍ଯାଦିସ୍ତର ଦ୍ଵାରା ଶିଶୁଟିର ମାଂସପେଶୀ, କଙ୍କାଳ, ନିମ୍ନସ୍ତରରେ ଥିବା ଚର୍ମ, ନିଶ୍ବାସପ୍ରଶ୍ଵାସ ନେବା ଅଂଶଗୁଡ଼ିକର ବିକାଶ ହୋଇଥାଏ । ଅନ୍ତଃ ଚର୍ମଦ୍ଵାରା ଫୁସ୍‌ଫୁସ୍, ଯକୃତ, ଲାଳଗ୍ରନ୍ଥି, ଅଗ୍ନାଶୟ ଓ ଅନ୍ୟାନ୍ୟ ଗ୍ରନ୍ଥି ସମୂହର ବିକାଶ ଘଟିଥାଏ । ଏହାଛଡ଼ା ଅନ୍ୟାନ୍ୟ ସହକାରୀ ଅଂଶଗୁଡ଼ିକ ଯଥା – ଆମ୍‌ନିଓଟିକ୍ ଥଳୀ, ଗର୍ଭଫୁଲ ଓ ନାଭାନାଡ଼ ଇତ୍ୟାଦିର ବିକାଶ ଘଟିଥାଏ ।

CHSE Odisha Class 12 Psychology Unit 1 Short Answer Questions in Odia Medium

Question ୪।
କିଶୋରାବସ୍ଥାର ମୁଖ୍ୟ ବିଶେଷଣଗୁଡ଼ିକ ଉଲ୍ଲେଖ କର ।
Answer:
କିଶୋରାବସ୍ଥା ଜୀବନର ଏପରି ଏକ ଅବସ୍ଥା ଯାହା ତାରୁଣ୍ୟ ବା ଯୌବନର ଆଗମନୀରେ ଓ ଯୌନ ପରିପକ୍ଵତା ତଥା ପ୍ରଜନନ କ୍ଷମତା ପ୍ରାପ୍ତ କରିବା ସମୟରେ ଆରମ୍ଭ ହୋଇଥାଏ । ଉକ୍ତ ସମୟରେ ଶିଶୁର ପ୍ରମୁଖ ଶାରୀରିକ, ମାନସିକ ଓ ସାମାଜିକ ପରିବର୍ତ୍ତନ ଘଟିଥାଏ । ଏହି ସମୟରେ ଜୀବନକୁ ଏକ ନୂତନ ରୂପରେଖ ଦେବାର ଆହ୍ବାନ ଓ ପ୍ରତ୍ୟେକ ସମସ୍ୟାକୁ ସଫଳତା ପୂର୍ବକ ସାମ୍ନା କରିବାର ଆନନ୍ଦ ଯୁବକ ଓ ଯୁବତୀମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥାଏ । କିଶୋର କିଶୋରୀ ଉକ୍ତ ସମୟରେ ସେମାନଙ୍କର ଶାରୀରିକ ପରିବର୍ତ୍ତନ ଉପରେ ଅଧ‌ିକ ଗୁରୁତ୍ଵ ଦେଇଥାନ୍ତି ।

ଆତ୍ମବିଶ୍ଵାସ ବୃଦ୍ଧି ହୋଇଥାଏ । ଆତ୍ମ ନିର୍ଭରଶୀଳତା ବାଳକ ଓ ବାଳିକାମାନଙ୍କୁ କ୍ରମଶଃ ସାଙ୍ଗସାଥୀ ଓ ସ୍ଵାଧୀନ ଚିନ୍ତାଧାରା ଆଡ଼କୁ ଆକର୍ଷିତ କରିଥାଏ । ନିଜର ଆତ୍ମ ପରିଚୟ ଓ ସାମାଜିକ ଜୀବନରେ ଦ୍ଵନ୍ଦ୍ବ ଉକ୍ତ ଅବସ୍ଥାର ମୁଖ୍ୟ ଲକ୍ଷଣ ଅଟେ । ବିଭିନ୍ନ ସାମାଜିକ ସମସ୍ୟାର ସମାଧାନ କରିବା ସହିତ ସେମାନେ ସମାଜରେ ନିଜର ପରିଚୟକୁ ସୁଦୃଢ଼ କରିପାରିଥାନ୍ତି । ଏହି ଅବସ୍ଥାରେ ସେମାନଙ୍କର ନୈତିକ ମୂଲ୍ୟବୋଧର ବିକାଶ ଘଟିଥାଏ । ସେମାନଙ୍କ ପ୍ରତି ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ ଏହି ସମୟରେ ବାଳକ ଓ ବାଳିକାମାନଙ୍କର ଆତ୍ମବିଶ୍ଵାସ ବୃଦ୍ଧି ହୋଇଥାଏ । ଆତ୍ମନିର୍ଭରଶୀଳତା ବାଳକ ଓ ବାଳିକାମାନଙ୍କର ମନରେ ଆସିଥାଏ ।

Question ୬।
ଅନ୍ତର୍ମୁଖୀ ଓ ବହିର୍ମୁଖୀ ବ୍ୟକ୍ତିତ୍ବ ମଧ୍ୟରେ ପ୍ରଭେଦ ଦର୍ଶାଅ ।
Answer:
ଅନ୍ତର୍ମୁଖୀ :
(୧) ଅନ୍ତର୍ମୁଖତା ନିଜର ଅନ୍ତରୀଣ ଅନୁଭୂତି ମଧ୍ୟରେ ସୀମିତ ହେବାର ଗୁଣକୁ ବ୍ୟକ୍ତ କରେ ।
(୨) ଅନ୍ତର୍ମୁଖୀ ବ୍ୟକ୍ତିମାନେ ଶାନ୍ତ, ଗମ୍ଭୀର, ବିଚାରମଗ୍ନ ତଥା ସହନଶୀଳ ହୋଇଥାନ୍ତି ।
(୩) ଅନ୍ତର୍ମୁଖୀ ଛାତ୍ର ପଢ଼ିବା ଲେଖିବାରେ ଭଲ କରିଥାଆନ୍ତି ଓ ଏମାନେ ନିମ୍ନ ଉତ୍ତେଜନା ଅଧ୍ବକ ତୀ କୌଣସି ଜିନିଷକୁ ଶିକ୍ଷା କରିଥାନ୍ତି ।

ବହିର୍ମୁଖ :
(୧) ନିଜର ବାହ୍ୟିକ ପରିବେଶ ଓ ସମାଜରେ ମନୋନିବେଶ କରିବା ଗୁଣକୁ ବହିର୍ମୁଖତା କୁହାଯାଏ ।
(୨) ବହିର୍ମୁଖୀ ବ୍ୟକ୍ତିମାନେ ବହିର୍ଗମନା, ମେଳାପୀ, ସକ୍ରିୟ ତଥା ଆବେଗୀ ସ୍ଵଭାବର ହୋଇଥାନ୍ତି ।
(୩) ବହିର୍ମୁଖୀ ଅଧୂକ ସତର୍କ ରହନ୍ତି ଓ ସେମାନଙ୍କଠାରେ ଉତ୍ତେଜନା ପ୍ରାପ୍ତ କରିବାର ପ୍ରବୃତ୍ତି ଅଧ‌ିକ ଦେଖା ଦେଉଥାଏ । ଏମାନେ ଯେତେବେଳେ ଉତ୍ତେଜିତ ରହିଥାନ୍ତି ସେତେବେଳେ ଯେ କୌଣସି ବିଷୟକୁ ଭଲଭାବରେ ଶିକ୍ଷା କରନ୍ତି ।

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Odisha State Board CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ Textbook Exercise Questions and Answers.

CHSE Odisha Class 12 Odia Chapter 3 ତିନି ତୁଣ୍ଡରେ Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
ଶାସନ ପଦ୍ଧତିଗୁଡ଼ିକ ମଧ୍ୟରେ କେଉଁ ଶାସନ ହିଁ ସର୍ବୋତ୍କୃଷ୍ଟ ?
(ଏକଛତ୍ରବାଦ, ଗଣତନ୍ତ୍ର, ରାଜତନ୍ତ୍ର, ସାମ୍ୟବାଦ)
Answer:
ଗଣତନ୍ତ୍ର

Question ୨।
କେଉଁମାନଙ୍କଦ୍ୱାରା ପ୍ରଚଳିତ ଶାସନ ହିଁ ଗଣତନ୍ତ୍ରର ପ୍ରଧାନ ଓ ପ୍ରକୃତ ବିଶେଷତ୍ଵ ବୋଲି କୁହାଯାଇପାରେ ?
(ଗଣଙ୍କ, ଜଣଙ୍କ, ରାଜାଙ୍କ, ମନ୍ତ୍ରୀଙ୍କ)
Answer:
ଗଣଙ୍କ

Question ୩ ।
ଗଣତନ୍ତ୍ର ଶାସନରେ ଲୋକେ କାହାକୁ ଶାସନ କରନ୍ତି ?
(ପ୍ରଜାଙ୍କୁ, ରାଜାଙ୍କୁ, ନିଜେ ନିଜକୁ, ନିଜେ ଅନ୍ୟକୁ)
Answer:
ନିଜେ ନିଜକୁ

Question ୪ ।
କେଉଁ ଶାସନରେ ଶାସକ ଓ ଶାସିତ ଏକ ଓ ଅଭିନ୍ନ ?
(ଗଣତନ୍ତ୍ର, ଜନତନ୍ତ୍ର, ସମୂହତନ୍ତ୍ର, ବ୍ୟକ୍ତିତନ୍ତ୍ର)
Answer:
ଗଣତନ୍ତ୍ର

Question ୫ ।
କେଉଁ ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନ ପାରେ ?
(ସମଷ୍ଟିଗତ, ବ୍ୟକ୍ତିଗତ, ଗଣତନ୍ତ୍ର, ସ୍ଵାଧୀନ)
Answer:
ଗଣତନ୍ତ୍ର

Question ୬ ।
ଭାରତର ସାମାଜିକ ନ୍ୟାୟର ସ୍ଵରୂପ କିପରି ?
(ଲଙ୍କାରେ ହରି ଶବ୍ଦ ପରି, ଢୋଲ ଭିତରେ ମୂଷା ପରି, ବାପରାଣ ଢେଙ୍କିଗିଳି ପରି, ଉଷୁନାଧାନ ଗଜା ହେବା ପରି)
Answer:
ଲଙ୍କାରେ ହରି ଶବ୍ଦ ପରି

Question ୭ ।
କୁ-ସଂସ୍କାରପୂର୍ବ ସାଧାରଣ ଶିକ୍ଷାବିହୀନ ସମାଜରେ କେଉଁ ଅଧିକାର ଚିଲିକା ମାଛପରି ସ୍ଵପ୍ତିଳ ଓ ଦୁଷ୍ଟ୍ରାପ୍ୟ ?
(ବ୍ୟକ୍ତିଗତ ଅଧିକାର, ସଂପରିଗତ ଅଧିକାର, ଭୋଟଦାନ ଅଧିକାର, ସାମାଜିକ ଅସ୍ଵୀକାର)
Answer:
ବ୍ୟକ୍ତିଗତ ଅଧ୍ୟାର

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Question ୮ ।
ଗଣତନ୍ତ୍ରରେ ଜନତାର ଶାସନ କିପରି ହେବା ସ୍ଵାଭାବିକ ?
(ପରୋକ୍ଷ, ପ୍ରତ୍ୟକ୍ଷ, ସ୍ବମ୍ମିଳ, ଦୁଷ୍ପାପ୍ୟ)
Answer:
ପରୋକ୍ଷ

Question ୯ ।
ଗଣତନ୍ତ୍ରର ମେରୁଦଣ୍ଡ କ’ଣ ?
(ଲୋକପ୍ରତିନିଧ୍ ମନୋନୟନ, ଏକକ ମନୋନୟନ, ଏକଛତ୍ରବାଦ, ସାମ୍ରାଜ୍ୟବାଦ)
Answer:
ଲୋକପ୍ରତିନିଧ୍ ମନୋନୟନ

Question ୧୦ ।
ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ ଭୋଟଦାତାମାନେ କ’ଣ ହେବାପାଇଁ ଉପଯୁକ୍ତ ?
(ଲୋକପ୍ରତିନିଧୁ, ପ୍ରଶାସକ, ଅଧ୍ୟକ୍ଷ, ମନ୍ତ୍ରୀ)
Answer:
ଲୋକପ୍ରତିନିଧୁ

Question ୧୧।
ଅଧିକାର ତଥା କର୍ତ୍ତବ୍ୟଜ୍ଞାନ ସମ୍ବନ୍ଧରେ ଅଜ୍ଞ ଦେଶର ଜନତା ଉପରେ ଗୁଣ ଅପେକ୍ଷା କ’ଣ ବିଶେଷ କାମ କରେ ?
(ପ୍ରୋପାଗଣ୍ଡା, ଘୋଷଣା, ରାଜକୀୟ ଢଙ୍ଗ, ସାଧୁତା)
Answer:
ପ୍ରୋପାଗଣ୍ଡା

Question ୧୨ ।
‘ବିରାଡ଼ି ବୈଷ୍ଣବ’ମାନେ ଶାସନ କ୍ଷମତା ପାଇବା ଲୋଭରେ କ’ଣ ହେବାକୁ ବାହାରି ପଡ଼ନ୍ତି ?
(ଭଡ଼ାଟିଆ ଲୋକ, ପ୍ରତିଦ୍ବନ୍ଦୀ, ଜନତାର ପ୍ରତିନିଧୁ, ଶାସକ)
Answer:
ଜନତାର ପ୍ରତିନିଧ୍

Question ୧୩।
କାହାକୁ ଦେଖ୍ ଗୋସେଇଁଙ୍କ ଦେହରୁ ଗମ୍‌ଗମ୍ ଝାଳ ବୋହିଗଲା ?
(ରାଧୁ, ପାଣ୍ଡୁ, ଅଗାଧୁ, ସାଧୁ)
Answer:
ପାଣୁ

Question ୧୪ ।
କେତେବର୍ଷ ନ ପୂରିଲେ ତମର ବୁଦ୍ଧି ହୁଏ ନାହିଁ ବୋଲି ଗୋସେଇଁ ମହାରାଜ ପାଣୁକୁ କହିଛନ୍ତି ?
(୮୦, ୫୦, ୬୦, ୭୦)
Answer:
୬୦

Question ୧୫ ।
କାହାକୁ ଦେଖି ପୁରୋହିତଙ୍କ ଛାତିରେ ପବନ ଅଟକି ଗଲା ?
(ରାଧୁ, ଅଗାଧୁ, ଶ୍ୟାମ, ଦାମ)
Answer:
ରାଧୁ

Question ୧୬ ।
ଚାରିହାତ ଠେଙ୍ଗା ଧରିଥିବା ବିରାଟକାୟ ପୁରୁଷଟି କିଏ ?
(ଅଗାଧୁ, ରାଧୁ, ମଧୁ, ଫଗୁ)
Answer:
ଅଗାଧୁ

Question ୧୭ ।
ଆଜିର ଶିକ୍ଷିତ ଭୋଟଦାତାମାନେ ଭୋଟ ଦେବାକୁ କ’ଣ ହୋଇଥା’ନ୍ତି ?
(ଉଦାସୀନ, ତତ୍ପର, ସଚେତନ, ଅଚେତନ)
Answer:
ଉଦାସୀନ

Question ୧୮।
ଆଜିର ଜନତା ଜନାର୍ଦ୍ଦନ କାହାପରି ଓଠ ଚାଟି ତରାଜୁ ଧରିଥ‌ିବା ପ୍ରତିନିଧୁମାନଙ୍କୁ ଅନାଇ ରହିଛନ୍ତି ?
(ଦୁଇ ବିରାଡ଼ି, ଦୁଇ ମାଙ୍କଡ଼, ଦୁଇ ଭାଲୁ, ଦୁଇ ଶୃଗାଳ)
Answer:
ଦୁଇ ମାଙ୍କଡ଼

Question ୧୯ ।
ଗଣତନ୍ତ୍ର ଶାସନ ହିଁ _________ ଶାସନ ଏଥ‌ିରେ ସନ୍ଦେହ ନାହିଁ ।
(ଶ୍ରେଷ୍ଠ, କନିଷ୍ଠ, ଅଦରକାରୀ, ଦରକାରୀ)
Answer:
ଶ୍ରେଷ୍ଠ

Question ୨୦ ।
ଗଣତନ୍ତ୍ର ଶାସନରେ ଆମର ଆଜି ଏ ଅବସ୍ଥା ପାଇଁ କିଏ ଦାୟୀ ?
(ଦେଶ, ଜନତା, ଆମେ, ଆପଣମାନେ)
Answer:
ଆମେ

(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
ଗଣତନ୍ତ୍ର ସମ୍ପର୍କରେ ଅନେକ କ’ଣ କହନ୍ତି ?
Answer:
ଶାସନ ପଦ୍ଧତି ମଧ୍ୟରେ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ ବୋଲି ଅନେକ କହନ୍ତି ।

Question ୨।
‘ଗଣତନ୍ତ୍ର’ କାହାକୁ କୁହାଯାଏ ?
Answer:
‘ଗଣତନ୍ତ୍ର’ର ଅର୍ଥ ଗଣ ଶାସନ ବା ଲୋକମାନେ ନିଜକୁ ନିଜେ ଶାସନ କରିବା ।

Question ୩ ।
ଗଣତନ୍ତ୍ରର ପ୍ରକୃତ ଓ ପ୍ରଧାନ ବିଶେଷତ୍ଵ କ’ଣ ?
Answer:
ଗଣଙ୍କଦ୍ବାରା ଶାସନ ହିଁ ଗଣତନ୍ତ୍ରର ପ୍ରକୃତ ଓ ପ୍ରଧାନ ବିଶେଷତ୍ଵ ।

Question ୪।
କେଉଁ ଶାସନରେ ଲୋକେ ନିଜେ ନିଜକୁ ଶାସନ କରନ୍ତି ?
Answer:
ଗଣତନ୍ତ୍ର ଶାସନରେ ଲୋକେ ନିଜକୁ ନିଜେ ଶାସନ କରନ୍ତି ।

Question ୫।
କେଉଁ ଶାସନରେ ଶାସକ ଓ ଶାସିତ ଏକ ଓ ଅଭିନ୍ନ ?
Answer:
ଗଣତନ୍ତ୍ର ଶାସନରେ ଶାସନ ଓ ଶାସିତ ଏକ ଓ ଅଭିନ୍ନ ।

Question ୬ ।
ଭାରତରେ ସାମାଜିକ ନ୍ୟାୟ ପରିକଳ୍ପନା କିପରି ମନେହୁଏ ?
Answer:
ଭାରତରେ ସାମାଜିକ ନ୍ୟାୟ ପରିକଳ୍ପନା ‘ଲଙ୍କାରେ ହରି ଶବ୍ଦ ପରି’ ମନେହୁଏ ।

Question ୭ ।
ଗଣତନ୍ତ୍ରରେ କେଉଁମାନେ ସିଧାସଳଖ ଭାବରେ ଶାସନକର୍ତ୍ତା ହୁଅନ୍ତି ?
Answer:
ଗଣତନ୍ତ୍ରରେ ଜନତାର ପ୍ରତିନିଧୁମାନେ ସିଧାସଳଖ ଭାବରେ ଶାସନକର୍ତ୍ତା ହୁଅନ୍ତି ।

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Question ୮।
ଲୋକପ୍ରତିନିଧ୍ଵ ମନୋନୟନକୁ ଗଣତନ୍ତ୍ରର କ’ଣ ବୋଲି କୁହାଯାଏ ?
Answer:
ଲୋକପ୍ରତିନିଧୁ ମନୋନୟନକୁ ଗଣତନ୍ତ୍ରର ମେରୁଦଣ୍ଡ ବୋଲି କୁହାଯାଏ ।

Question ୯ ।
ନାଗରିକ ଅଧିକାର ତଥା ପ୍ରତିନିଧ୍ ବାଛିବାର ଗୁରୁତ୍ବ ସମ୍ବନ୍ଧରେ ସଚେତନ ଦେଶର ଲୋକମାନେ କେଉଁ ଜ୍ଞାନରେ ସୁଶିକ୍ଷିତ ?
Answer:
ନାଗରିକ ଅଧିକାର ତଥା ପ୍ରତିନିସ୍‌ ବାଛିବାର ଗୁରୁତ୍ବ ସମ୍ବନ୍ଧରେ ସଚେତନ ଦେଶର ଲୋକମାନେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ ।

Question ୧୦ ।
ଯେଉଁ ଦେଶର ଜନତା ନିଜ ଅଧ୍ୟାକାର ଓ କର୍ତ୍ତବ୍ୟ-ଜ୍ଞାନ ସମ୍ବନ୍ଧରେ ଅଜ୍ଞ ସେଠାରେ କ’ଣ ବିଶେଷ ଭାବରେ କାମ କରେ ?
Answer:
ଯେଉଁ ଦେଶର ଜନତା ନିଜ ଅଧିକାର ଓ କର୍ଭବ୍ୟ-ଜ୍ଞାନ ସମ୍ବନ୍ଧରେ ଅଜ୍ଞ ସେଠାରେ ପ୍ରୋପାଗଣ୍ଡା ହିଁ ବିଶେଷ ଭାବରେ କାମକରେ ।

Question ୧୧ ।
ଭଲମନ୍ଦ ଚିହ୍ନିବାର ଯୋଗ୍ୟତା ଯେଉଁଠାରେ ନାହିଁ ସେଠାରେ ମୁଖ୍ୟତଃ କାହାର ଜୟ ହୁଏ ?
Answer:
ଭଲମନ୍ଦ ଚିହ୍ନିବାର ଯୋଗ୍ୟତା ଯେଉଁଠାରେ ନାହିଁ ସେଠାରେ ମୁଖ୍ୟତଃ ପ୍ରୋପାଗଣ୍ଡାର ହିଁ ଜୟ ହୁଏ ।

Question ୧୨ ।
ଆଗନ୍ତୁକକୁ ଚିହ୍ନିପାରି ଥଥମତ ଗଳାରେ ପୁରୋହିତ କ’ଣ ପଚାରିଥିଲେ ?
Answer:
ଆଗନ୍ତୁକକୁ ଚିହ୍ନିପାରି ଥତମତ ଗଳାରେ ପୁରୋହିତ ‘ପାଣୁ କିରେ’ ବୋଲି ପଚାରିଲେ ।

Question ୧୩ ।
ଗୋସେଇଁଙ୍କୁ କିଏ ଛେଳିଟିଏ ଦାନ ଦେଇଥିଲେ ?
Answer:
ଗୋସେଇଁଙ୍କୁ ଜଣେ ଯଜମାନ ଛେଳିଟିଏ ଦାନ ଦେଇଥିଲେ ।

Question ୧୪ ।
କାହାକୁ ଦେଖି ଗୋସେଇଁ ଘବରାଇ ଯାଇଥିଲେ ?
Answer:
ପାଣୁକୁ ଦେଖି ଗୋସେଇଁ ଘବରାଇ ଯାଇଥିଲେ ।

Question ୧୫ ।
ଗୋସେଇଁଙ୍କ ଆଗରେ ହଠାତ୍ ଆବିର୍ଭାବ ହୋଇଥ‌ିବା ବିରାଟକାୟ ପୁରୁଷଟି କିଏ ଥିଲା ?
Answer:
ଗୋସେଇଁଙ୍କ ଆଗରେ ହଠାତ୍ ଆବିର୍ଭାବ ହୋଇଥିବା ବିରାଟକାୟ ପୁରୁଷଟି ଥୁଲା ଅଗାଧୁ ।

Question ୧୬ ।
ଆଜି ଆମ ଦେଶରେ ଅଗଣିତ ପାଣୁ, ରାଧୁ ଓ ଅଗାଧୁ କେଉଁ ଉଦ୍ଦେଶ୍ୟରେ ବାହାରିଛନ୍ତି ?
Answer:
ଆଜି ଆମ ଦେଶରେ ଅଗଣିତ ପାଣୁ, ରାଧୁ ଓ ଅଗାଧୁ ଛେଳିକୁ କୁକୁର ଆଉ କୁକୁରକୁ ଛେଳି କରିବା ଉଦ୍ଦେଶ୍ୟରେ ବାହାରିଛନ୍ତି ।

Question ୧୭ ।
ଅନେକ କ୍ଷେତ୍ରରେ ପାଣୁ, ରାଧୁ ଓ ଅଗାଧୁମାନଙ୍କର ଜୟ ହେବାର କାରଣ କ’ଣ ?
Answer:
ଯେଉଁଠି ଶିକ୍ଷିତ ଭୋଟଦାତାମାନେ ଉଦାସୀନ, ସେଠାରେ ପାଣୁ, ରାଧୁ, ଅଗାଧୁମାନଙ୍କର ଜୟ ହେଉଛି ।

Question ୧୮ ।
ଗୁଣହୀନ ଓ ନୀତିହୀନ ପ୍ରତିନିଧୂମାନେ କିପରି କ୍ଷମତା ପାଉଛନ୍ତି ?
Answer:
ଗୁଣହୀନ ଓ ନୀତିହୀନ ପ୍ରତିନିଧିମାନେ ପ୍ରଚାର ଶକ୍ତି ବଳରେ କ୍ଷମତା ପାଉଛନ୍ତି ।

Question ୧୯ ।
ଗୁଣହୀନ ଓ ନୀତିହୀନ ପ୍ରତିନିଧୁମାନେ ବିବାଦୀ ଜନତାଙ୍କ ମଧ୍ୟରେ କେଉଁ ନ୍ୟାୟରେ ସୁବିଧା ବାଣ୍ଟୁଛନ୍ତି ?
Answer:
ଗୁଣହୀନ ଓ ନୀତିହୀନ ପ୍ରତିନିଧୁମାନେ ବିବାଦୀ ଜନତାଙ୍କ ମଧ୍ୟରେ ‘ମାଙ୍କଡ଼ ଦୁଇ ବିରାଡ଼ିଙ୍କ ମଧ୍ୟରେ ପିଠା ବାଣ୍ଟିଲା ନ୍ୟାୟରେ’ ସୁବିଧା ବାଣ୍ଟୁଛନ୍ତି ।

Question ୨୦ ।
ଜନତା ଜନାର୍ଦ୍ଦନ କାହା ପରି ଓଠ ଚାପି ପ୍ରତିନିଧୁମାନଙ୍କୁ ଅନାଇ ରହୁଛନ୍ତି ?
Answer:
ଜନତା ଜନାର୍ଦ୍ଦନ ଦୁଇ ବିରାଡ଼ିଙ୍କ ପରି ଓଠ ଚାପି ପ୍ରତିନିଧିମାନଙ୍କୁ ଅନାଇ ରହୁଛନ୍ତି ।

Question ୨୧ ।
ନେତାମାନଙ୍କର ରାଜନୈତିକ ପଟ୍ଟ ପରିବର୍ତ୍ତନ ପରେ କେଉଁ ଖେଳ ଆରମ୍ଭ ହୁଏ ?
Answer:
ନେତାମାନଙ୍କର ରାଜନୈତିକ ପଟ୍ଟ ପରିବର୍ତ୍ତନ ପରେ ବାଉଁଶ ରାଣୀ ଖେଳ ଆରମ୍ଭ ହୁଏ ।

Question ୨୨ ।
ମେଣ୍ଢାଶାଳ ଭିତରେ ଗଧୂ କେଉଁ ପୋଷାକରେ ରହେ ?
Answer:
ଗଧୂଆ ମେଣ୍ଢାଶାଳରେ ମେଣ୍ଢାର ପୋଷାକରେ ରହେ ।

Question ୨୩ ।
କେଉଁ ଶାସନ ଶ୍ରେଷ୍ଠ ଶାସନ ବୋଲି ଲେଖକ କହିଛନ୍ତି ?
Answer:
ଗଣତନ୍ତ୍ର ଶାସନ ଶ୍ରେଷ୍ଠ ଶାସନ ବୋଲି ଲେଖକ କହିଛନ୍ତି ।

Question ୨୪ ।
ଗଣତନ୍ତ୍ରରେ ଆମର ଆଜିର ଅବସ୍ଥା ପାଇଁ କାହାକୁ ଦାୟୀ କରାଯାଇଛି ?
Answer:
ଗଣତନ୍ତ୍ରରେ ଆମର ଆଜିର ଅବସ୍ଥା ପାଇଁ ଆମ ନିଜକୁ ହିଁ ଦାୟୀ କରାଯାଇଛି ।.

Question ୨୫ ।
ଗଣଶିକ୍ଷା ଓ ଗଣଚେତନାର ଅଭାବ ଥ‌ିବାଯାଏ କାହାର ସଫଳତା ଆଶା କରିବା ବିଡ଼ମ୍ବନା
Answer:
ଗଣଶିକ୍ଷା ଓ ଗଣଚେତନାର ଅଭାବ ଥିବାଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଠିକ୍ ଉତ୍ତର ପାଇଁ ୧ ନମ୍ବର ରହିବ ।

ପ୍ରବନ୍ଧ – ତିନି ତୁଣ୍ଡରେ, ପ୍ରାବନ୍ଧିକ – ଭୁବନେଶ୍ୱର ବେହେରା

Question ୧ ।
ଶାସନ କହିଲେ କ’ଣ ବୁଝାଏ ?
Answer:
ଶାସନ କହିଲେ, ଲୋକଙ୍କ ଉପରେ ଶାସନକୁ ହିଁ ବୁଝାଏ, ନିଜ ସ୍ତ୍ରୀ କିମ୍ବା ପୁଅଝିଅଙ୍କ ଉପରେ ମାଲିକାନା ଜାହିର କରିବା ନୁହେଁ ।

Question ୨ ।
ଗଣତନ୍ତ୍ର ଶାସନ କହିଲେ କ’ଣ ବୁଝାଏ ?
Answer:
ଗଣତନ୍ତ୍ର ଶାସନ କହିଲେ ଗଣ ବା ଲୋକଙ୍କଦ୍ୱାରା ଶାସନକୁ ବୁଝାଏ ।

Question ୩ ।
ଗଣତନ୍ତ୍ର ଶାସନ ସମ୍ପର୍କରେ କେଉଁ କଥା କହିବାରେ ବିଶେଷ ତାତ୍ପର୍ଯ୍ୟ ନାହିଁ ?
Answer:
ଗଣତନ୍ତ୍ର ଶାସନରେ, ‘ଗଣଙ୍କ ପାଇଁ’ ବା’ ‘ଗଣଙ୍କ ହିତ ପାଇଁ’, ସେ କଥା କହିବାର ବିଶେଷ ତାତ୍ପର୍ଯ୍ୟ ନାହିଁ ।

Question ୪ ।
ଗଣତନ୍ତ୍ର ଶାସନରେ କେଉଁ କଥା କଳ୍ପନା କରାଯାଇ ନ ପାରେ ?
Answer:
ଗଣତନ୍ତ୍ର ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନ ପାରେ ।

Question ୫ ।
ଗଣତନ୍ତ୍ର ଶାସନର ସ୍ଵାଭାବିକ ପରିଣତି କ’ଣ ବୋଲି ଯୁକ୍ତି କରାଯାଏ ?
Answer:
ଗଣତନ୍ତ୍ର ଶାସନର ସ୍ବାଭାବିକ ପରିଣତିକୁ ପ୍ରାବନ୍ଧିକ କଳ୍ପନାର ବିଳାସ ବୋଲି କହିଛନ୍ତି, କାରଣ ଏଥିରେ ପୁଞ୍ଜିପତିର – ବିଶାଳ ପ୍ରାସାଦ ଓ ଭିକାରିର ପତ୍ରକୁଡ଼ିଆ ତଥା ରାସ୍ତାକଡ଼ ମଧ୍ୟରେ ଅର୍ଥନୈତିକ ସମତା ଆଣିବା ଅସମ୍ଭବ ।

Question ୬।
ଅର୍ଥନୈତିକ ସମତାର ଆଶାକୁ ଲେଖକ କଳ୍ପନାର ବିଳାସ ବୋଲି କହିବାର କାରଣ କ’ଣ ?
Answer:
ଅର୍ଥନୈତିକ ସମତାର ଆଶାକୁ ଲେଖକ କଳ୍ପନାର ବିଳାସ ବୋଲି କହିବାର କାରଣ, ଗଣତନ୍ତ୍ରରେ ଯାହା ପ୍ରକାଶ କରାଯାଏ, ପ୍ରକୃତରେ ସେପରି କାର୍ଯ୍ୟ କରିବା ସମ୍ଭବ ନୁହେଁ ।

Question ୭।
ଗଣତନ୍ତ୍ରରେ କେଉଁପରି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଅସମ୍ଭବ ?
Answer:
ଗଣତନ୍ତ୍ରରେ ଗଣଙ୍କଦ୍ବାରା ଶାସନର ଅର୍ଥ ନୁହେଁ ଯେ ଜନତାର ସମସ୍ତେ ବ୍ୟକ୍ତିଗତ ଭାବରେ ସିଧାସଳଖ ଶାସନକର୍ତ୍ତା ହେବେ ଓ ନିଜକୁ ନିଜେ ଶାସନ କରିବେ, ଏପରି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଅସମ୍ଭବ ।

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Question ୮ ।
ଯେଉଁ ଦେଶର ଭୋଟଦାତାମାନେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ ଓ ପ୍ରତିନିଧ‌ି ବାଛିବା ସମ୍ବନ୍ଧରେ ସଚେତନ ସେମାନେ କ’ଣ ହେବାପାଇଁ ଉପଯୁକ୍ତ ?
Answer:
ଯେଉଁ ଦେଶର ଭୋଟଦାତାମାନେ ଶାସନ ସମ୍ବନ୍ଧୀୟ ଜ୍ଞାନର ସୁଶିକ୍ଷିତ ଓ ପ୍ରତିନିଧି ବାଛିବା ସମ୍ପର୍କରେ ସଚେତନ, ସେମାନେ ଲେ।କପ୍ରତିନଧି ହେବାପାଇଁ ଉପଯୁକ୍ତ ।

Question ୯ ।
କେଉଁ ଦେଶରେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ହିଁ ବିଶେଷ କାମ କରେ ?
Answer:
ଯେଉଁ ଦେଶର ଜନତା ନିଜର ଅଧିକାର ତଥା କର୍ତ୍ତବ୍ୟ ଜ୍ଞାନ ସମ୍ବନ୍ଧରେ ଅଜ୍ଞ, ସେ ଦେଶରେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ହିଁ ବିଶେଷ କାମ କରେ ।

Question ୧୦ ।
ପାଣୁ ମୁରୁକି ହସିଦେଇ ଗୋସେଇଁଙ୍କୁ କ’ଣ କହିଲା ?
Answer:
ପାଣୁ ମୁରୁକି ହସିଦେଇ କହିଲା, ‘ଗୋସେଇଁ ମହାପ୍ରଭୁ ! ଏହି ଭୋରୁ ଭୋରୁ କୁକୁରଟିକୁ କାନ୍ଧରେ ବୋହି କୁଆଡ଼ିକି ଚାଲିଛନ୍ତି ।’’

Question ୧୧ ।
ଗୋସେଇଁ କାହିଁକି ଛେଳିକୁ ବୋହି ନେଇ ଯାଉଥିଲେ ?
Answer:
ଗୋସେଇଁ ଯଜମାନ ଘରୁ ଛେଳିଟିକୁ ଆଣିଲାବେଳେ, ଛେଳିଟି ଭିଡ଼ି ଓଟାରି ହେବାରୁ ସେ ତା’କୁ କାନ୍ଧରେ ବୋହି ନେଇ ଯାଉଥିଲେ ।

Question ୧୨ ।
ପାଣୁ ବାଟକାଟି ଯାଉ ଯାଉ କ’ଣ ଟିପ୍ପଣୀ କରିଥିଲା ?
Answer:
ପାଣୁ ବାଟକାଟି ଯାଉ ଯାଉ, ଗୋସେଇଁଙ୍କ ଉପରେ ଟିପ୍‌ପଣୀ ଦେଇ କହିଲା, ‘ଯେତେ ମୂର୍ଖ ହେଲେ ବି କୁକୁରଟାକୁ ଆଉ ଚିହ୍ନି ହେବନି ? ବଡ଼ ଲୋକଙ୍କୁ ଜବାବ ନାହିଁ ପରା ।’

Question ୧୩ ।
ରାଧୁ ଗୋସେଇଁଙ୍କୁ ପ୍ରଣାମ କରି କ’ଣ କହିଲା ?
Answer:
ରାଧୁ ଗୋସେଇଁଙ୍କୁ ପ୍ରଣାମ କରି କହିଲା, ‘ନନା-କୁକୁରଟାକୁ କ’ଣ କାନ୍ଧରେ ବୋହିଛନ୍ତି ? କଳିଯୁଗ ବୋଲି କ’ଣ ସବୁ ଆଚାର ବିଚାର ଗଲା !’

Question ୧୪ ।
ରାଧୁ ବାଟକାଟି ଯାଉ ଯାଉ କ’ଣ ପଦେ ଶୁଣେଇ ଦେଇଗଲା ?
Answer:
ରାଧୁ ବାଟକାଟି ଯାଉ ଯାଉ ପଦେ ଶୁଣେଇ ଦେଇଗଲା, ‘ଛେଳି, ନା ବାଛୁରି, ହଁ ସରଗକୁ ନିଶୁଣୀ ନାହିଁ ଆଉ ……….’ କ’ଣ କହିଲା ଠିକ୍ ଶୁଣାଗଲାନି ।

Question ୧୫ ।
ଅଗାଧୁ ଭକ୍ତିପୂତ ପ୍ରଣାମ ଜଣାଇ କ’ଣ କହିଲା ?
Answer:
ଅଗାଧୁ ଭକ୍ତିପୂତ ପ୍ରଣାମ ଜଣାଇ ଚମକିପଡ଼ିଲା ପରି କହିଲା, ‘ଅବଧାନେ – ଏମିତି ଜାତିଆ କୁକୁରଟାଏ କେଉଁଠୁ ପାଇଲ ? କିଏ ବି ଛେଳି ବୋଲି ଭୁଲ୍ କରି ବସିବ । ଭଲ ଭୁକୁଛି ନା ?”’

Question ୧୬ ।
ଯେଉଁଠି ଶିକ୍ଷିତ ଭୋଟଦାତାମାନେ ଉଦାସୀନ ସେଠାରେ କ’ଣ ହେବେ ?
Answer:
ଯେଉଁଠି ଶିକ୍ଷିତ ଭୋଟଦାତାମାନେ ଉଦାସୀନ ସେଠାରେ ଅସାଧୁ ପ୍ରଚାରସର୍ବସ୍ୱମାନଙ୍କର ହିଁ ଜୟ ହୋଇଥାଏ ।

Question ୧୭ ।
ଆଜିର ଜନତା ଜନାର୍ଦ୍ଦନ ଦୁଇ ବିରାଡ଼ିଙ୍କ ପରି ପ୍ରତିନିଧୁମାନଙ୍କୁ କିପରି ଅନାଇ ରହୁଛନ୍ତି ?
Answer:
ଆଜିର ଜନତା ଜନାର୍ଦ୍ଦନ ଦୁଇ ବିରାଡ଼ିଙ୍କ ପରି ପ୍ରତିନିଧୁମାନଙ୍କୁ ଖାଲି ଓଠ ଚାଟି ମିଟିମିଟି କରି ପ୍ରତିନିଧିମାନଙ୍କୁ

Question ୧୮ ।
ଯେଉଁ ପ୍ରତିନିଧିମାନଙ୍କୁ ତରାଜୁ ଧରିବାକୁ ସୁଯୋଗ ମିଳୁନି ସେମାନେ କ’ଣ କରନ୍ତି ?
Answer:
ଯେଉଁ ପ୍ରତିନିଧୁମାନଙ୍କୁ ତରାଜୁ ଧରିବାକୁ ସୁଯୋଗ ମିଳୁନି, ସେମାନଙ୍କ ମଧ୍ୟରୁ କେତେକ ମାଙ୍କଡ଼ଚିତ୍‌ ମାରି ରାଜନୈତିକ ପଟ୍ଟ ପରିବର୍ତ୍ତନ କରୁଛନ୍ତି ।

Question ୧୯ ।
କେଉଁ କଥାର ଅଭାବ ଥିଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ବୋଲି ଲେଖକ କହିଛନ୍ତି ?
Answer:
ଗଣଶିକ୍ଷା ଓ ଗଣଚେତନାର ଅଭାବ ଥିବାଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ମାତ୍ର ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଠିକ୍ ଉତ୍ତର ପାଇଁ ୨ ନମ୍ବର ରହିବ ।

ପ୍ରବନ୍ଧ – ତିନି ତୁଣ୍ଡରେ, ପ୍ରାବନ୍ଧିକ – ଭୁବନେଶ୍ୱର ବେହେରା ।

Question ୧ ।
କେଉଁମାନଙ୍କ ପ୍ରବର୍ତ୍ତିତ ଶାସନ ଗଣସମୂହଙ୍କ ହିତପାଇଁ ବୋଲି ଡିଣ୍ଡିମ ପିଟି ଘୋଷଣା କରେ ?
Answer:
ନିଶ ଉପୁଡ଼ା ରାଜାରାଜୁଡ଼ା ଶାସନଠାରୁ ଆରମ୍ଭ କରି ଆଚାରଭ୍ରଷ୍ଟ ‘ମ’କାର ବ୍ୟଭିଚାରଗ୍ରସ୍ତ ୟାହିଆ ସାମରିକ ଏକଛତ୍ରବାଦ ପର୍ଯ୍ୟନ୍ତ ପ୍ରତ୍ୟେକ ଶାସକଗଣ ସେମାନଙ୍କ ପ୍ରବର୍ତ୍ତିତ ଶାସନକୁ ଗଣସମୂହଙ୍କ ହିତ ପାଇଁ ବୋଲି ଡିଣ୍ଡିମ ପିଟି ଘୋଷଣା କରିଥାଏ ।

Question ୨ ।
ଗଣତନ୍ତ୍ର ଶାସନର ସ୍ଵାଭାବିକ ପରିଣତି କ’ଣ ବୋଲି ଯୁକ୍ତି କରାଯାଏ ?
Answer:
ଗଣତନ୍ତ୍ର ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନ ପାରେ । ତେଣୁ ସାମାଜିକ ନ୍ୟାୟ, ଅର୍ଥନୈତିକ ସମତା, ବ୍ୟକ୍ତିଗତ ଅଧିକାର ଓ ବ୍ୟକ୍ତିଗତ ସ୍ଵାଧୀନତା ଲାଭ ସଙ୍ଗେ ସଙ୍ଗେ ସମଷ୍ଟିଗତ ପ୍ରଗତି ଏ ଶାସନର ସ୍ଵାଭାବିକ ପରିଣତି ବୋଲି ଯୁକ୍ତି କରାଯାଏ ।

Question ୩ ।
ଗଣତନ୍ତ୍ରକୁ ଯାହା ବୋଲି ଘୋଷଣା କରାଯାଏ ସତରେ କାହିଁକି ସେ ତାହା ନୁହେଁ ବୋଲି ମନରେ ପ୍ରଶ୍ନ ଉଠେ ?
Answer:
କୁସଂସ୍କାରପୂର୍ଣ ସାଧାରଣ ଶିକ୍ଷାବିହୀନ ସମାଜରେ ବ୍ୟକ୍ତିଗତ ଅଧିକାର ଚିଲିକା ମାଛ ପରି ସ୍ଵପ୍ଲିଳ ଓ ଦୁଷ୍ପାପ୍ୟ, ଆଉ ସମଷ୍ଟିଗତ ପ୍ରଗତି ଆକାଶ କଇଁଆ ପରି କପୋଳକଳ୍ପିତ । ତେଣୁ ମନରେ ପ୍ରଶ୍ନ ଉଠେ ଯେ ଗଣତନ୍ତ୍ରକୁ ଯାହା ବୋଲି ଘୋଷଣା କରାଯାଏ, ସତରେ ତାହା ନୁହେଁ ।

Question ୪ ।
‘ଗଣଙ୍କଦ୍ବାରା’ ଶାସନର ଅର୍ଥ କ’ଣ ବୋଲି ଲେଖକ କହିଛନ୍ତି ?
Answer:
‘ଗଣଙ୍କଦ୍ବାରା’ ଶାସନର ଅର୍ଥ ବ୍ୟକ୍ତିଗତ ଭାବରେ କେହି ଶାସନକର୍ତ୍ତା ହୋଇ ନିଜକୁ ଶାସନ କରିବେ ନାହିଁ । ଗଣତନ୍ତ୍ରରେ ଜନତା ବା ଗଣମାନେ ସେମାନଙ୍କ ପ୍ରତିନିଧ‌ିକୁ ବାଛନ୍ତି ଏବଂ ସେହିମାନଙ୍କ ହାତରେ ଶାସନକ୍ଷମତା ଓ ଶାସନଭାର ଜାଣିଶୁଣି ସମର୍ପି ଦେଇଥା’ନ୍ତି । ଲୋକପ୍ରତିନିଧୁ ମନୋନୟନ, ଗଣତନ୍ତ୍ରର ମେରୁଦଣ୍ଡ ।

Question ୫ ।
କେଉଁ ଦେଶର ଭୋଟଦାତାମାନେ ଲୋକ-ପ୍ରତିନିଧି ହେବାପାଇଁ ଉପଯୁକ୍ତ ?
Answer:
ଯେଉଁ ଦେଶର ଲୋକମାନେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ, ନିଜ ନାଗରିକ ଅସ୍ଵୀକାର ତଥା ପ୍ରତିନିଧ୍ ବାଛିବାର ଗୁରୁତ୍ଵ ସମ୍ବନ୍ଧରେ ସଚେତନ, ସେ ଦେଶମାନଙ୍କରେ ଭୋଟଦାତାମାନେ ଲୋକ ପ୍ରତିନିଧ୍ଵ ହେବାପାଇଁ ଉପଯୁକ୍ତ ।

Question ୬ ।
କେଉଁ ଉପଯୁକ୍ତ ବ୍ୟକ୍ତିକୁ ପ୍ରତିନିଧ୍ ରୂପେ ବାଛିବା ଉଚିତ୍ ?
Answer:
ଗଣତନ୍ତ୍ର ଶାସନରେ ଜନପ୍ରତିନିଧିମାନେ ହିଁ ଜନତାଙ୍କୁ ଶାସନ କରିଥା’ନ୍ତି । ତେଣୁ ବ୍ୟକ୍ତିର ଦୋଷଗୁଣ, କ୍ରିୟାକଳାପ, ଚିନ୍ତାଧାରା ଓ ମାନସିକ ଦୃଷ୍ଟିକୋଣ, ସାଧୁତା ଓ ସଟପଣିଆ ତଥା କାର୍ଯ୍ୟଦକ୍ଷତା ସମ୍ପର୍କରେ ବ୍ୟକ୍ତିଗତ ଭାବରେ ଜ୍ଞାନ ସଂଗ୍ରହ କରି ଉପଯୁକ୍ତ ବ୍ୟକ୍ତିକୁ ହିଁ ପ୍ରତିନିଧୂରୂପେ ବାଛିବା ଉଚିତ ।

Question ୭ ।
କାହାକୁ ବିରାଡ଼ି ବୈଷ୍ଣବ ବୋଲି କୁହାଯାଇଛି ?
Answer:
ଯେଉଁମାନେ ଜନପ୍ରତିନିଧ୍ ହେବାପାଇଁ ନିଜେ ନିଜର ପେଁକାଳି ବଜାଇ, ସଭା ସମିତିରେ ଛାତି ପିଟି, ବାହାସ୍ଫୋଟ ମାରି, ଧୂଆଁବାଣ ଛାଡ଼ି, ଭଡ଼ାଟିଆ ଲୋକଙ୍କ ସାହାଯ୍ୟରେ ଡ୍ରମ୍ ବାଡ଼େଇ, ଧନ, କାର୍ପଣ୍ୟ ଓ ସେବାର ସାମୟିକ ଆଶ୍ରୟନେଇ ପ୍ରତିଦ୍ବନ୍ଦୀମାନଙ୍କ କୁତ୍ସାରଟନା କରି, ସେମାନଙ୍କ ଲୋକଙ୍କୁ ଭୟ ଦେଖାଇ ପ୍ରଚାର ବଳରେ କଳାକୁ ଧଳା ଓ ଧଳାକୁ କଳା କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କୁ ବିରାଡ଼ି ବୈଷ୍ଣବ ଜନପ୍ରତିନିଧ୍ ବୋଲି କୁହାଯାଇଛି ।

Question ୮।
ପାଣୁର ରୂପ କିପରି ଥିଲା ?
Answer:
ପାଣୁ ଥିଲା ପ୍ରଥମ ଠକ ଏବଂ ତାହାର ରୂପ ଥିଲା ଭୟଙ୍କର । କଳା ମଚମଚ ଦେହ ସାଙ୍ଗକୁ କହରା ନିଶ । ମେହେଗାନି କାଠରେ କୁନ୍ଦିଲାପରି ହାତ ଆଉ ଫୁଲ୍‌କା ରୁଟିପରି ଫୁଲି ଉଠିଥିବା ଚୌଡ଼ାଛାତି । ହାତରେ ଧରିଥିଲା ଲାଠି । ତାହାକୁ ଦେଖୁ ବ୍ରାହ୍ମଣ ଗୋସେଇଁଙ୍କ ଆଖି ତାଳୁକୁ ଖୋସି ହୋଇଗଲା, ଆଉ ଦେହରୁ ଗମ୍ ଗମ୍ ଝାଳ ବୋହିଗଲା ।

Question ୯ ।
ଗୋସେଇଁ ମହାରାଜ ସପ୍ରତିଭ ହୋଇସାରିବା ପରେ ପାଣୁକୁ କ’ଣ କହିଥିଲେ ?
Answer:
ଗୋସେଇଁ ମହାରାଜା ପାଣୁକୁ ପ୍ରଥମେ ଦେଖି ଡରିଯାଇଥିଲେ ବି ପରେ ସପ୍ରତିଭ ହୋଇ ପାଣୁକୁ କହିଲେ ‘ହଇରେ ପାଣୁ, ସତରେ କ’ଣ ୬୦ ବର୍ଷ ନ ପୂରିଲେ ତମମାନଙ୍କର ବୁଦ୍ଧି ହୁଏ ନାହିଁ । ଛେଳି କିଏ କୁକୁର କିଏ ତୁ ଚିହ୍ନି ପାରୁନୁ । ଯଜମାନ ଛେଳିଟିଏ ଦାନ କଲେ – ସାଙ୍ଗରେ ଆଣିଲା ବେଳକୁ ସେ ଭିଡ଼ି ଓଟାରି ହେଉଥୁଲା, ବୋହିନେଇ ଯାଉଛି ।’’

Question ୧୦ ।
ରାଧୁର କଥା ଶୁଣି ପୁରୋହିତ କ’ଣ କଲେ ?
Answer:
ରାଧୁର କଥା ଶୁଣି ପୁରୋହିତଙ୍କ ମନରେ ସନ୍ଦେହ ଦେଖାଦେଲା । ସେ ଛେଳିଟିକୁ କାନ୍ଧରୁ ଓହ୍ଲାଇ ତାହାକୁ ପରଖି ନେଲେ । ନିଜ ଆଖି ଦୁଇଟିକୁ ଭଲକରି ମକଚି ଛେଳିର ଲାଞ୍ଜଟିକୁ ହଲାଇ ଦେଖିଲେ । ବୋହି ଆଣିଲାବେଳେ କେଉଁଠି ମେଁ ମେଁ କରିଥିଲା, ତାହାକୁ ମନେ ପକାଇବାକୁ ଚେଷ୍ଟା କରିଥିଲେ । ଶେଷରେ କହିଲେ, ‘କିରେ ରାଧୁ – ଛେଳିଟାକୁ ଚିହ୍ନିପାରୁନୁ କିରେ ?”

Question ୧୧ ।
ଅଗାଧୁ କଥା ଶୁଣି ପୁରୋହିତ କ’ଣ କଲେ ?
Answer:
ଅଗାଧୁ କଥା ଶୁଣିବା ପୂର୍ବରୁ ପୁରୋହିତ ପାଣୁ ଓ ରାଧୁଠାରୁ ଛେଳିକୁ କୁକୁର ବୋଲି ଶୁଣିଥିଲେ । ଅଗାଧୁ ଛେଳିଟିକୁ ଜାତିଆ କୁକୁର ବୋଲି କହିବାରୁ, ପୁରୋହିତ ସେଇଠି ଛେଳିଟିକୁ ରାସ୍ତା ଉପରେ ଠିଆ ଠିଆ କଚାଡ଼ି ଦେଲେ । ରାଗରେ, ଲାଜରେ ଆଉ ଭଲ ଚଷମା ହଳଟିଏ ନ କିଣି, ଏମିତି ହଟହଟା ହୋଇଥିବା ଯୋଗୁଁ ଦୁଃଖରେ ନିଜ କରମକୁ ନିନ୍ଦି, ଯଜମାନକୁ ଅଭିଶାପ ଦେଇ ଦେଇ ଗାଁ ଆଡ଼କୁ ଦଉଡ଼ିଥିଲେ ।

Question ୧୨ ।
ମାଙ୍କଡ଼ଚିତ୍ ମାରୁଥିବା ନେତାମାନେ କ’ଣ କରନ୍ତି ?
Answer:
ମାଙ୍କଡ଼ଚିତ୍ର ମାରୁଥ‌ିବା ନେତାମାନେ ରାଜନୈତିକ ପଟ୍ଟ ପରିବର୍ତ୍ତନ କରନ୍ତି । ତା’ପରେ ଆରମ୍ଭ କରନ୍ତି ବାଉଁଶରାଣୀ ଖେଳ । କେଉଁ ନେତା ଲାଠିଟିଏ ଧରି, ଆଉ କିଏ ରଙ୍ଗ ବେରଙ୍ଗର ଛତାଟିଏ ଧରି ଦୁଇ ବାଉଁଶ ଖୁଣ୍ଟ ମଧ୍ୟରେ ବନ୍ଧା ହୋଇଥିବା ତା’ର ଦଉଡ଼ିରେ କାରସାଦି ଦେଖାଉ ଦେଖାଉ ବେଳେବେଳେ ବିଚିତ୍ର ଗତିରେ ଗୋଟିଏ ଗୋଡ଼ରେ ଭଅଁର ଖେଳି ଦିଗ ପରିବର୍ତ୍ତନ କରି ନେଉଛନ୍ତି ।

Question ୧୩ ।
ଲେଖକ ଗଣତନ୍ତ୍ରଙ୍କୁ କାହିଁକି ଦୋଷୀ କରି ନାହାଁନ୍ତି ?
Answer:
ଲେଖକ ଗଣତନ୍ତ୍ରକୁ ଦୋଷୀ କରିନାହାନ୍ତି ବରଂ ଗଣତନ୍ତ୍ର ଶାସନ ଶ୍ରେଷ୍ଠ ଶାସନ ବୋଲି କହିଛନ୍ତି । ଆମେ ଗଣତନ୍ତ୍ର ଶାସନ ପାଇଁ ଉପଯୁକ୍ତ ହୋଇନାହୁଁ । ଆଜି ଆମର ଏ ଅବସ୍ଥା ପାଇଁ ଆମେ ହିଁ ଦାୟୀ । ଗଣଶିକ୍ଷା ଓ ଗଣଚେତନା ନଥିବା ଯାଏ ଗଣତନ୍ତ୍ରର ସଫଳତା ଆଶା କରାଯାଇ ପାରିବ ନାହିଁ ।

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧।
‘ତିନି ତୁଣ୍ଡରେ’ ନାମକରଣର ସାର୍ଥକତା ପ୍ରତିପାଦନ କର ।
Answer:
ଆଧୁନିକ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଜଣେ ସମର୍ଥ ଗଦ୍ୟସ୍ରଷ୍ଟା ପ୍ରାବନ୍ଧିକ ଭୁବନେଶ୍ଵର ବେହେରା । ସାଂପ୍ରତିକ ମଣିଷର ରୀତିନୀତି, ଆଚାର ବିଚାର, ଜୀବନ ଦର୍ଶନ, ବିଜ୍ଞାନକୁ ନେଇ ସେ ପ୍ରବନ୍ଧ ରଚନା କରିଛନ୍ତି । ସାଧାରଣ କଥାକୁ ବିଭିନ୍ନ ଉଦାହରଣ ଦେଇ, ଲୋକକାହାଣୀ ବା ପୌରାଣିକ ପ୍ରସଙ୍ଗକୁ ଉପସ୍ଥାପନ କରି, ସହଜ ସରଳ ଭାଷାରେ ପ୍ରକାଶ କରନ୍ତି । ଆଲୋଚ୍ୟ ‘ତିନି ତୁଣ୍ଡରେ’ ପ୍ରବନ୍ଧରେ ସେ ଗଣତନ୍ତ୍ର ଶାସନ ପଦ୍ଧତିର ମହତ୍ତ୍ଵକୁ ପ୍ରକାଶ କରିଛନ୍ତି । ଗଣତନ୍ତ୍ର ଶାସନ ସର୍ବୋତ୍କୃଷ୍ଟ ହେଲେ ବି ଅନେକ ସମୟରେ ଲୋକମାନଙ୍କର ଅଶିକ୍ଷା ଓ ନିଜର ଅଧିକାର ସମ୍ପର୍କରେ ଅଜ୍ଞତା ଗଣତନ୍ତ୍ରକୁ ଦିଗଭ୍ରଷ୍ଟ କରୁଛି । ଆକ୍ଷରିକ ଦୃଷ୍ଟିରୁ ବିଚାର କଲେ, ଗଣଙ୍କର ଶାସନ ହେଉଛି ଗଣତନ୍ତ୍ର । ମାତ୍ର ପ୍ରକୃତରେ ଗଣ ବା ଜନତା ନିଜର ପ୍ରତିନିଧ୍ ବାଛି ପରୋକ୍ଷଭାବରେ ନିଜକୁ ନିଜେ ଶାସନ କରିଥା’ନ୍ତି ।

ସବୁ ଶାସନ ପଦ୍ଧତି ମଧ୍ୟରେ ଗଣତନ୍ତ୍ର ଶାସନ ହିଁ ଉତ୍କୃଷ୍ଟ । ‘ଗଣଙ୍କଦ୍ବାରା’, ‘ଗଣଙ୍କ ପାଇଁ’, ‘ଗଣଙ୍କର ଶାସନ’ ହିଁ ଗଣତନ୍ତ୍ର ଶାସନ । ଗଣଙ୍କ ପାଇଁ, ଅର୍ଥାତ୍ ଗଣଙ୍କର ହିତ ପାଇଁ, ଗଣଙ୍କଦ୍ବାରା ଲୋକମାନେ ନିଜକୁ ନିଜେ ଶାସନ କରନ୍ତି । ତେଣୁ ଏହି ଶାସନ ବ୍ୟବସ୍ଥାରେ ସମସ୍ତେ ସମାନ । କେହି ବଡ଼ ନୁହଁନ୍ତି କିମ୍ବା କେହି ସାନ ନୁହଁନ୍ତି । ଗଣଙ୍କଦ୍ଵାରା ଶାସନରେ ଗଣମାନେ ନିଜକୁ ସିଧାସଳଖ ଶାସନକର୍ତ୍ତା ବୋଲି ବିଚାର କରିନାହାଁନ୍ତି । ସିଧାସଳଖ ଶାସନକର୍ତ୍ତା ହୁଅନ୍ତି ଏହି ଗଣ ବା ଜନତାର ପ୍ରତିନିଧ୍ଵ । ସେମାନଙ୍କୁ ଜନତାମାନେ ବାଛନ୍ତି, ସେମାନଙ୍କ ହାତରେ ଶାସନ କ୍ଷମତା ଓ ଶାସନଭାର ଜାଣିଶୁଣି ନିଜେ ସମର୍ପି ଦେଇଥା’ନ୍ତି । ଲୋକ ପ୍ରତିନିଧ୍ଵ ମନୋନୟନ ଗଣତନ୍ତ୍ରର ମେରୁଦଣ୍ଡ ।

ଯେଉଁ ଦେଶରେ ଲୋକେ ଶାସନ ସମ୍ବନ୍ଧରେ ସୁଶିକ୍ଷିତ, ସେମାନେ ଉପଯୁକ୍ତ ପ୍ରତିନିଧୁ ବାଛିଥା’ନ୍ତି । ମାତ୍ର ଯେଉଁ ଦେଶରେ ଜନତା ନିଜ ଅଧିକାର ତଥା କର୍ତ୍ତବ୍ୟଜ୍ଞାନ ସମ୍ବନ୍ଧରେ ଅଜ୍ଞ, ସେ ଦେଶମାନଙ୍କରେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ହିଁ ବିଶେଷ ଭାବରେ କାମ କରିଥାଏ । ପ୍ରୋପାଗଣ୍ଡା ଯେ କ’ଣ କରିପାରେ ଏହାକୁ ସ୍ପଷ୍ଟ କରିବାପାଇଁ ପ୍ରାବନ୍ଧିକ ବହୁ ପ୍ରଚଳିତ କାହାଣୀ, ‘ତିନିତୁଣ୍ଡରେ ଛେଳି କୁକୁର’ କାହାଣୀକୁ ଚମତ୍କାର ଭାବରେ ଉପସ୍ଥାପିତ କରିଛନ୍ତି । ବର୍ତ୍ତମାନ ସମୟରେ ଲୋକମାନଙ୍କୁ ବହୁଭାବରେ ପ୍ରଭାବିତ କରିବାପାଇଁ, ପ୍ରଚାରପତ୍ର, କାନ୍ଥବାଡ଼ ଲେଖା, ସିନେମାହଲ୍‌ର ପର୍ଦା, ରେଡ଼ିଓ, ଦୂରଦର୍ଶନଠାରୁ ଆରମ୍ଭ କରି ସଭାସମିତି, ଶୋଭଯାତ୍ରା କରି, ଭଲକୁ ଭେଲ ଓ ଭେଲକୁ ଭଲ କରାଯାଉଛି । ଆଉ ଯେଉଁମାନେ କୌଣସି ଉପାୟରେ ଜନତାଙ୍କୁ ଠକି ପ୍ରତିନିଧ୍ଵ ହେଉଛନ୍ତି, ସେମାନେ ମାଙ୍କଡ଼ ଦୁଇ ବିରାଡ଼ିଙ୍କ ମଧ୍ୟରେ ପିଠା ବାଣ୍ଟିଲା ଭଳି, ନିଜ ସୁବିଧା ଦେଖୁଛନ୍ତି । ଜନତା ଜନାର୍ଦ୍ଦନ କେବଳ ଦୁଇ ବିରାଡ଼ିଙ୍କ ପରି ଓଠ ଚାଟୁଛନ୍ତି ସିନା; ହେଲେ କିଛି କରିପାରୁ ନାହାଁନ୍ତି । ପୁନଶ୍ଚ କେତେକ ନେତା ଦଳବଦଳ କରି ନିଜର ସୁବିଧା ହାସଲ କରିବାକୁ ଚାହୁଁଛନ୍ତି ।

ପ୍ରବନ୍ଧର ଶେଷରେ ପ୍ରାବନ୍ଧିକ ଗଣତନ୍ତ୍ରକୁ ସବୁଠାରୁ ଭଲ ଶାସନ ପଦ୍ଧତି ବୋଲି କହିଥିଲେ ବି, ଗଣଶିକ୍ଷା ଓ ଗଣଚେତନାର ଅଭାବ ଥ‌ିବାଯାଏ, ଏହା ସଫଳ ହୋଇପାରିବ ନାହିଁ ବୋଲି ସୂଚନା ଦେଇଛନ୍ତି ।

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Question ୨ ।
‘ଗଣତନ୍ତ୍ର’ ଶାସନ ପଦ୍ଧତି ସମ୍ପର୍କରେ ଲେଖକଙ୍କ ଅଭିମତ ବୁଝାଅ ।
Answer:
ପ୍ରାବନ୍ଧିକ ଭୁବନେଶ୍ୱର ବେହେରା ଜଣେ ଯଶସ୍ବୀ ପ୍ରାବନ୍ଧିକ ଭାବରେ ଓଡ଼ିଆ ସାହିତ୍ୟରେ ପରିଚିତ । ସମାଜଭିଭିକ ତଥ୍ୟ ସହିତ ସେ ସାଧାରଣ କଥାକୁ ବିଭିନ୍ନ ଉଦାହରଣ ଦେଇ ସୁନ୍ଦର ଭାବରେ ବୁଝାଇଥା’ନ୍ତି । ଆଲୋଚ୍ୟ ‘ତିନି ତୁଣ୍ଡରେ’ ପ୍ରବନ୍ଧରେ ସେ ଗଣତନ୍ତ୍ର ଶାସନ ପଦ୍ଧତିର ତ୍ରୁଟିବିଚ୍ୟୁତିକୁ ସୁନ୍ଦର ଭାବରେ ବିଭିନ୍ନ କାହାଣୀ ମାଧ୍ୟମରେ ପ୍ରକାଶ କରିଛନ୍ତି । ଆମ ସାମାଜିକ ବ୍ୟବସ୍ଥାରେ ଯେତେଗୁଡ଼ିଏ ଶାସନ ପଦ୍ଧତି ରହିଛି, ସେଗୁଡ଼ିକ ମଧ୍ୟରେ ସର୍ବୋତ୍କୃଷ୍ଟ ହେଉଛି ଗଣତନ୍ତ୍ର । ମାତ୍ର ଗଣତନ୍ତ୍ରରେ ଗଣମାନଙ୍କର ଅଶିକ୍ଷା ଓ ଅସଚେତନତା ଗଣତନ୍ତ୍ର ଶାସନକୁ ଉପଯୁକ୍ତ ଭାବରେ କାର୍ଯ୍ୟ କରିବାକୁ ସୁଯୋଗ ଦେଉନାହିଁ ।

ଗଣତନ୍ତ୍ର ଶାସନ ହେଉଛି ‘ଗଣଙ୍କଦ୍ବାରା’ ଶାସନ । ଏଥିରେ ଜନତାଙ୍କଦ୍ୱାରା ଜନତାର ଶାସନ ପ୍ରତ୍ୟକ୍ଷ ନ ହୋଇ ପରୋକ୍ଷ ହେବାହିଁ ସ୍ଵାଭାବିକ । ସିଧାସଳଖ ଭାବରେ ଶାସନ ଦାୟିତ୍ଵ ତୁଲାଇଥା’ନ୍ତି ଜନତାର ପ୍ରତିନିଧ୍ଵ । ସେହି ପ୍ରତିନିଧୁମାନଙ୍କୁ ସେମାନେ ନିଜେ ବାଛନ୍ତି ଓ ଯାହାଙ୍କ ହାତରେ ଶାସନ କ୍ଷମତା ଓ ଶାସନଭାର ଜାଣିଶୁଣି ଦେଇଥା’ନ୍ତି । ସୁତରାଂ ଲୋକ ପ୍ରତିନିଧୂ ମନୋନୟନ ହେଉଛି ଗଣତନ୍ତ୍ରର ମେରୁଦଣ୍ଡ । ଯେଉଁ ଦେଶର ଲୋକମାନେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ, ସେମାନେ କେବଳ ଯଥାର୍ଥ ପ୍ରତିନିଧ୍ ବାଛି ପାରିବେ । ସେ ଦେଶର ଭୋଟଦାତାମାନେ ଲୋକପ୍ରତିନିଧ୍ ହେବାପାଇଁ ଉପଯୁକ୍ତ । ଅନ୍ୟଭାବରେ ବିଚାର କଲେ ଯେଉଁ ଦେଶରେ ଜନତା ନିଜ ଅଧିକାର ତଥା କର୍ତ୍ତବ୍ୟଜ୍ଞାନ ସମ୍ବନ୍ଧରେ ଅଜ୍ଞ, ସେ ଦେଶରେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ବେଶି କାମ କରିଥାଏ । ଭଲମନ୍ଦ ଚିହ୍ନିବାର ଯୋଗ୍ୟତା ଯେଉଁଠାରେ ନ ଥାଏ, ସେଠାରେ ମୁଖ୍ୟତଃ ପ୍ରୋପାଗଣ୍ଡା ହିଁ କାର୍ଯ୍ୟ କରିଥାଏ । ଏହାକୁ ସ୍ପଷ୍ଟ କରିବାପାଇଁ ପ୍ରାବନ୍ଧିକ ‘ତିନି ତୁଣ୍ଡରେ ଛେଳି କୁକୁର’ କାହାଣୀକୁ ।

ପ୍ରୋପାଗଣ୍ଡା ବା ପ୍ରଚାର ଶକ୍ତି ବଳରେ ଗୁଣହୀନ, ନୀତିହୀନ ପ୍ରତିନିଧୁମାନେ କ୍ଷମତା ପାଇଥା’ନ୍ତି । ସେମାନେ ଗରିବ ଦେଶର ବିବାଦୀ ଜନତାଙ୍କ ମଧ୍ୟରେ ସୀମିତ ସୁବିଧା ବାଣ୍ଟିଲାବେଳେ, ମାଙ୍କଡ଼ ଦୁଇ ବିରାଡ଼ିଙ୍କ ପିଠା ବାଣ୍ଟିଲା ନ୍ୟାୟରେ ନିଜର ସୁବିଧା ଅନୁସାରେ ପକେଟ ଭରିଥା’ନ୍ତି । ବିଚରା ଜନତା ଜନାର୍ଦ୍ଦନ ଦୁଇ ବିରାଡ଼ିଙ୍କ ପରି ଖାଲି ଓଠ ଚାଟି ଏହି ପ୍ରତିନିଧ‌ିମାନଙ୍କୁ ମିଟି ମିଟି କରି ଅନାଇ ରହୁଛନ୍ତି । ପୁନଶ୍ଚ ଯେଉଁମାନଙ୍କର ତରାଜୁ ଧରିବାର ସୁଯୋଗ ମିଳେ ନାହିଁ, ସେମାନେ ମାଙ୍କଡ଼ଚିତ୍ ମାରି ରାଜନୈତିକ ପଟ୍ଟ ପରିବର୍ତ୍ତନ କରନ୍ତି । ରାଜନୀତିରେ ଏହି ଖେଳ ସବୁବେଳେ ଲାଗି ରହିଥାଏ ।

ଗଣତନ୍ତ୍ର ଶାସନର ଦୋଷ ନ ଥିଲେ ବି ଗଣଶିକ୍ଷା ଓ ଗଣଚେତନାର ଅଭାବ ହିଁ, ଗଣତନ୍ତ୍ରକୁ ଉପଯୁକ୍ତ ବାଟରେ ନେଇ ପାରୁନାହିଁ । ଆମେ ଯେଉଁଦିନ ନିଜ କର୍ତ୍ତବ୍ୟ ଓ ଦାୟିତ୍ଵ ସମ୍ବନ୍ଧରେ ସଚେତନ ହେବା, ସେଦିନ ଗଣତନ୍ତ୍ର ଉପଯୁକ୍ତ କାର୍ଯ୍ୟ କରିବ ।

Question ୩ ।
ସ୍ଵାଧୀନତା ପରବର୍ତ୍ତୀ କାଳର ଗଣତନ୍ତ୍ର କିପରି ପ୍ରୋପାଗଣ୍ଡାଧର୍ମୀ ହୋଇଛି ପଠିତ ପ୍ରସଙ୍ଗ ଭିତ୍ତିରେ ଆଲୋଚନା କର ।
Answer:
ପ୍ରାବନ୍ଧିକ ଭୁବନେଶ୍ୱର ବେହେରାଙ୍କ ବିଶେଷତା ଥୁଲା, ସେ ବୃତ୍ତିରେ ଇଞ୍ଜିନିୟର ଥିଲେ ବି ପ୍ରବୃତ୍ତିରେ ଥିଲେ ସାହିତ୍ୟ ସ୍ରଷ୍ଟା । ସେ ଏକାଧାରରେ ପ୍ରାବନ୍ଧିକ, ଲଳିତ ନିବନ୍ଧକାର ଓ ରମ୍ୟରଚନା ଲେଖକ ଭାବରେ ସୁପ୍ରତିଷ୍ଠିତ ଥିଲେ ।

ଦୀର୍ଘଦିନଧରି ପରାଧୀନ ରହିଲା ପରେ ଆମ ଦେଶ ସ୍ଵାଧୀନ ହେଲା । ଗଣତନ୍ତ୍ର ନିୟମରେ ଆମ ଦେଶକୁ ଆମେ ଶାସନ କଲେ । ମାତ୍ର ଏହି ଶାସନ ବାହାରକୁ ଯେତେ ଉତ୍ତମ ଜଣାଗଲେ ମଧ୍ୟ, ବାସ୍ତବ କ୍ଷେତ୍ରରେ ତାହା ସେତେ ସଫଳ ହୋଇପାରିଲା ନାହିଁ । ଗଣତନ୍ତ୍ରର ଏହି ବିଫଳତା ପାଇଁ ପ୍ରାବନ୍ଧିକ ଅଶିକ୍ଷା ଓ ଚେତନାର ଅଭାବକୁ ଦାୟୀ କରିଛନ୍ତି ।

ଯେଉଁ ଦେଶର ଲୋକମାନେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ, ନିଜ ନାଗରିକ ଅଧ୍ୟାର ତଥା ପ୍ରତିନିଧ୍ ବାଛିବାର ଗୁରୁତ୍ଵ ସମ୍ବନ୍ଧରେ ସଚେତନ, ସେ ଦେଶରେ ଉପଯୁକ୍ତ ପ୍ରତିନିଧୂ ବଛାଯାଇପାରିବ । ମାତ୍ର ବର୍ତ୍ତମାନ ସମୟରେ ଆମ ଦେଶର ଜନତାମାନେ ନିଜ ଅଧ‌ିକାର ତଥା କର୍ତ୍ତବ୍ୟ ସମ୍ବନ୍ଧରେ ଆଦୌ ସଚେତନ ନୁହଁନ୍ତି । ସେମାନେ ପ୍ରତିନିଧ୍ ବାଛିଲାବେଳେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ଉପରେ ଅଧ୍ଵ ଧ୍ୟାନ ଦେଇଥା’ନ୍ତି । ସ୍ଵାର୍ଥସର୍ବସ୍ଵ ଲୋକମାନେ, ସାଧାରଣ କରିଛନ୍ତି । ପ୍ରଚାର ବା ପ୍ରୋପାଗଣ୍ଡା ସମ୍ପର୍କରେ ପ୍ରାବନ୍ଧିକ ଲେଖିଛନ୍ତି – ‘ଏପରି ଦେଶମାନଙ୍କରେ କେତେ ବିରାଡ଼ି ବୈଷ୍ଣବ ଶାସନ କ୍ଷମତା ପାଇବା ଲୋଭରେ ଜନତାର ପ୍ରତିନିଧି ହେବାକୁ ବାହାରି ପଡ଼ନ୍ତି, ଆଉ ନିଜେ ନିଜର ପେଁକାଳି ବଜାଇ, ସଭାସମିତିରେ ଛାତି ପିଟି, ବାହାସ୍ଫୋଟ ମାରି, ଧୂଆଁବାଣ ଛାଡ଼ି, ଭଡ଼ାଟିଆ ଲୋକଙ୍କ ସାହାଯ୍ୟରେ ଡ୍ରମ୍ ବାଡ଼େଇ, ଧନ କାର୍ପଣ୍ୟ ଓ ସେବାର ସାମୟିକ ଆଶ୍ରୟ ନେଇ ପ୍ରତିଦ୍ବନ୍ଦୀମାନଙ୍କ କୁତ୍ସାରଟନା କରି, ସେମାନଙ୍କ ଲୋକଙ୍କୁ ଭୟ ଦେଖାଇ ପ୍ରଚାର ବଳରେ -ଧଳାକୁ କଳା ଓ କଳାକୁ ଧଳା କରିବାକୁ ଚେଷ୍ଟା କରିଥା’ନ୍ତି ।’’ ଏହି ପ୍ରଚାରସର୍ବସ୍ଵ ମଣିଷମାନେ କିପରି ଭଲକୁ ଭେଲ କରିଥା’ନ୍ତି, ତାହାକୁ ପ୍ରମାଣ କରିବାପାଇଁ ପ୍ରାବନ୍ଧିକ, ‘ତିନି ତୁଣ୍ଡରେ ଛେଳି କୁକୁର’ ଗଳ୍ପକୁ ଚମତ୍କାର ଭାବେ ବର୍ଣ୍ଣନା କରିଛନ୍ତି ।

ପ୍ରୋପାଗଣ୍ଡାସର୍ବସ୍ଵ ନେତାମାନେ ଅନେକ ଅସାଧୁ ଉପାୟ ଅବଲମ୍ବନ କରନ୍ତି । ଏପରିକି ପ୍ରଚାରପତ୍ର, କାନ୍ଥବାଡ଼ ଲେଖା, ସିନେମାହଲ୍‌ର ପର୍ଦା, ରେଡ଼ିଓ, ଦୂରଦର୍ଶନ, ସଭାସମିତି,
ସାଧାରଣ ଲୋକଙ୍କୁ ଭୁଲାଇ ଦେଇଥା’ନ୍ତି । ମିଥ୍ୟା କହି ଥରେ ପ୍ରତିନିଧ୍ ହୋଇଗଲେ, ଲୋକଙ୍କୁ ବହୁଭାବରେ ଶୋଷଣ କରିଥା’ନ୍ତି ।

ବାସ୍ତବିକ ପ୍ରାବନ୍ଧିକ ଏଥୁରେ ଗଣତନ୍ତ୍ରର ଦୁର୍ବଳ ଦିଗକୁ ଉଦାହରଣ ମାଧ୍ୟମରେ ଦେଖାଇଛନ୍ତି ।

Question ୪ ।
‘‘ଗଣଶିକ୍ଷା ଓ ଗଣଚେତନାର ଅଭାବ ଥ‌ିବାଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ମାତ୍ର’’ – ଲେଖକଙ୍କ ଏହି ଭକ୍ତିର ସତ୍ୟତା ପ୍ରତିପାଦନ କର ।
Answer:
ପ୍ରାବନ୍ଧିକ ଭୁବନେଶ୍ଵର ବେହେରା ‘ତିନି ତୁଣ୍ଡରେ’ ପ୍ରବନ୍ଧରେ ଏହା ଉଲ୍ଲେଖ କରିଛନ୍ତି । ପ୍ରାବନ୍ଧିକଙ୍କ ବିଚାରରେ ଗଣତନ୍ତ୍ର ଏକ ଶାସନ ବ୍ୟବସ୍ଥା । ପୂର୍ବରୁ ରାଜତନ୍ତ୍ର ଶାସନ ପ୍ରଚଳିତ ଥିଲା । ରାଜା ଥିଲେ ରାଜ୍ୟର ସର୍ବେସର୍ବା । ଫଳରେ ରାଜା ହେଲେ ସ୍ୱେଚ୍ଛାଚାରୀ । ରାଜତନ୍ତ୍ର ଶାସନର ବିଲୋପ ଘଟିଲା । ସମସ୍ତେ ଆପଣେଇ ନେଲେ ଗଣତନ୍ତ୍ର ଶାସନ ବ୍ୟବସ୍ଥାକୁ । ଗଣତନ୍ତ୍ର ଶାସନ ହେଲା ‘ଗଣଙ୍କଦ୍ବାରା’, ‘ଗଣଙ୍କ ପାଇଁ’, ‘ଗଣଙ୍କର ଶାସନ’ । ଏହି ଶାସନ ପଦ୍ଧତି ସର୍ବୋତ୍କୃଷ୍ଟ ଶାସନ ପଦ୍ଧତି । ମାତ୍ର ଏହି ଶାସନ ପଦ୍ଧତିର ସଫଳତା ପାଇଁ କିଭଳି ପଦକ୍ଷେପ ନେବାକୁ ପଡ଼ିବ, ପ୍ରାବନ୍ଧିକ ଏହି ପର୍ଯ୍ୟାୟରେ ଉଲ୍ଲେଖ କରିଛନ୍ତି ।

ଗଣତନ୍ତ୍ର ଶାସନରେ ଲୋକମାନେ ସିଧାସିଧ୍ ନିଜକୁ ନିଜେ ଶାସନ କରନ୍ତି ନାହିଁ । ଏଭଳି ଶାସନ କରିବା ସମ୍ଭବ ନୁହେଁ । ସୁତରାଂ ଯେଉଁମାନେ ଶାସନକର୍ତ୍ତା ହୁଅନ୍ତି, ସେମାନେ ଜନତାର ପ୍ରତିନିଧ୍ । ଜନତାମାନେ ତାଙ୍କୁ ନିର୍ବାଚିତ କରି, ତାଙ୍କ ହାତରେ ଶାସନ ଭାର ଦେଇଥା’ନ୍ତି । ଲୋକପ୍ରତିନିଡ୍ ମନୋନୟନ ହେଉଛି ଗଣତନ୍ତ୍ରର ମେରୁଦଣ୍ଡ ।

ଗଣତନ୍ତ୍ରର ସଫଳତା ସମ୍ପର୍କରେ ବିଚାର କରି ପ୍ରାବନ୍ଧିକ କହିଛନ୍ତି, ଯେଉଁ ଦେଶର ଲୋକେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ, ନିଜ ନାଗରିକ ଅଧ‌ିକାର ତଥା ପ୍ରତିନିଧି ବାଛିବାର ଗୁରୁତ୍ଵ ସମ୍ବନ୍ଧରେ ସଚେତନ, ସେ ଦେଶମାନଙ୍କରେ ଭୋଟଦାତାମାନେ ଲୋକପ୍ରତିନିଧ ହେବାପାଇଁ ଉପଯୁକ୍ତ । ପ୍ରତ୍ୟେକ ବ୍ୟକ୍ତିଙ୍କର ଦୋଷଗୁଣକୁ ବିଚାର କରିବାକୁ ହେବ । ସେମାନଙ୍କର କ୍ରିୟାକଳାପ, ଚିନ୍ତାଧାରା ଓ ମାନସିକ ଦୃଷ୍ଟିକୋଣ, ସାଧୁତା, ସଛୋଟପଣିଆ ତଥା କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ନିଜର କର୍ତ୍ତବ୍ୟଜ୍ଞାନ ସମ୍ପର୍କରେ ସଚେତନ ନ ଥା’ନ୍ତି । ମିଥ୍ୟା ପ୍ରଚାର ଓ ପ୍ରୋପାଗଣ୍ଡାରେ ପ୍ରଭାବିତ ହୋଇ, ସୁବିଧାବାଦୀ ଶୋଷଣ କରନ୍ତି । ପ୍ରାବନ୍ଧିକ ଏହାକୁ ‘ମାଙ୍କଡ଼ ବିରାଡ଼ି’ ଗଳ୍ପ, ‘ତିନି ତୁଣ୍ଡରେ ଛେଳି କୁକୁର’ ଗଳ୍ପ, ‘ମେଣ୍ଢା ଛାଲରେ ଥିବା ଗଧ୍ଵ’ ଗପର ଉଦାହରଣ ଦେଇ ବୁଝାଇଛନ୍ତି ।

ପ୍ରବନ୍ଧର ଶେଷରେ ସେ କହିଛନ୍ତି, ଗଣତନ୍ତ୍ର ଶାସନ ଶ୍ରେଷ୍ଠ ଶାସନ । ମାତ୍ର ଗଣତନ୍ତ୍ର ଶାସନକୁ ସଫଳ କରିବାକୁ ହେଲେ ପ୍ରଥମେ ଆମକୁ ଗଣଶିକ୍ଷା ଓ ଗଣଚେତନାରେ ସଚେତନ ହେବାକୁ ପଡ଼ିବ ।

ବାସ୍ତବରେ ପ୍ରାବନ୍ଧିକଙ୍କ ଉକ୍ତି ବେଶ୍ ଯୁକ୍ତିଯୁକ୍ତ ମନେହୋଇଥାଏ ।

Additional Multiple Choice Questions (mcqs) With Answers

Question ୧।
ଗଣତନ୍ତ୍ର ଶାସନରେ ଲୋକେ ନିଜେ ନିଜକୁ କ’ଣ କରନ୍ତି ?
(i) ଶାସନ
(ii) ଶୋଷଣ
(iii) ପୀଡ଼ନ
(iv) ଉଦ୍ଧାର
Answer:
(i) ଶାସନ

Question ୨ ।
କେଉଁମାନେ ଦୁଇ ବିରାଡ଼ିଙ୍କ ପରି ଖାଲି ଓଠ ଚାଟି ମିଟିମିଟି କରି ଅନାଇ ରହୁଛନ୍ତି ?
(i) ମାଙ୍କଡ଼
(ii) ଜନତା ଜନାର୍ଦ୍ଦନ
(iii) ଶାସକ
(iv) ଭୋଟଦାତା
Answer:
(ii) ଜନତା ଜନାର୍ଦ୍ଦନ

Question ୩ ।
ଗୁଣହୀନ ଓ ନୀତିହୀନ କେତେକ ପ୍ରତିନିଧୂ ନିଜ ହାତରେ କ’ଣ ପାଇଯାଉଛନ୍ତି ?
(i) ନ୍ୟାୟ
(ii) କ୍ଷମତା
(iii) ଶକ୍ତି
(iv) ଅଧିକାର
Answer:
(ii) କ୍ଷମତା

Question ୪ ।
କାହାକୁ ଅଭିଶାପ ଦେଇ ପୁରୋହିତେ ଗାଁ ଆଡ଼କୁ ଦଉଡ଼ିଲେ ?
(i) ରାଧୁ
(ii) ଅଗାଧୁ
(iii) ପାଣୁ
(iv) ଯଜମାନ
Answer:
(iv) ଯଜମାନ

Question ୫ ।
କେଉଁ ଶାସନରେ ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତର କଳ୍ପନା କରାଯାଇ ନ ପାରେ ?
(i) ସମଷ୍ଟିଗତ
(ii) ବ୍ୟକ୍ତିଗତ
(iii) ଗଣତନ୍ତ୍ର
(iv) ସ୍ଵାଧୀନ
Answer:
(iii) ଗଣତନ୍ତ୍ର

Question ୬ ।
କେଉଁମାନଙ୍କଦ୍ୱାରା ପ୍ରଚଳିତ ଶାସନ ହିଁ ଗଣତନ୍ତ୍ରର ପ୍ରଧାନ ଓ ପ୍ରକୃତ ବିଶେଷତ୍ଵ ବୋଲି କୁହାଯାଇପାରେ ?
(i) ଗଣଙ୍କ
(ii) ଜଣଙ୍କ
(iii) ରାଜାଙ୍କ
(iv) ମନ୍ତ୍ରୀଙ୍କ
Answer:
(i) ଗଣଙ୍କ

Question ୭।
କେତେବର୍ଷ ନ ପୂରିଲେ ତମର ବୁଦ୍ଧି ହୁଏ ନାହିଁ ବୋଲି ଗୋସେଇଁ ମହାରାଜ ପାଣୁକୁ କହିଛନ୍ତି ?
(i) ୮୦
(ii) ୫୦
(iii) ୬୦
(iv) ୭0
Answer:
(iii) ୬୦

Question ୮ ।
ଚାରିହାତ ଠେଙ୍ଗା ଧରିଥିବା ବିରାଟକାୟ ପୁରୁଷଟି କିଏ ?
(i) ଅଗାଧୁ
(ii) ରାଧୁ
(iii) ମଧୁ
(iv) ଫଗୁ
Answer:
(i) ଅଗାଧୁ

CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ

Question ୯ ।
କାହାକୁ ଦେଖ୍ ପୁରୋହିତଙ୍କ ଛାତିରେ ପବନ ଅଟକିଗଲା ?
(i) ରାଧୁ
(ii) ଅଗାଧୁ
(iii) ଶ୍ୟାମ
(iv) ଦାମ
Answer:
(i) ରାଧୁ

Question ୧୦ ।
ଆଲୋଚ୍ୟ ପ୍ରବନ୍ଧ ‘ତିନି ତୁଣ୍ଡରେ’ ପ୍ରାବନ୍ଧିକ ଭୁବନେଶ୍ୱର ବେହେରାଙ୍କ କେଉଁ ପୁସ୍ତକରୁ ସଂଗୃହୀତ ?
(i) କଥା ଓ ଲଥା
(ii) କହି ନ ଜାଣେ
(iii) ଶୁଣ ପରୀକ୍ଷ
(iv) ଗାଁର ଡାକ
Answer:
(iii) ଶୁଣ ପରୀକ୍ଷ

Question ୧୧ ।
ଆମ ସମାଜରେ ସମଷ୍ଟିଗତ ପ୍ରଗତି କେଉଁପରି କପୋଳକଳ୍ପିତ ?
(i) ମର୍ତ୍ତ୍ୟ କଇର୍ୟା
(ii) ସ୍ଵର୍ଗ କଇର୍ୟା
(iii) ପାତାଳ କଇର୍ୟା
(iv) ଆକାଶ କଇର୍ୟା
Answer:
(iv) ଆକାଶ କଇର୍ୟା

Question ୧୨ ।
ଆମ ଦେଶରେ କେଉଁପ୍ରକାର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରଚଳିତ ?
(i) ପ୍ରତ୍ୟକ୍ଷ
(ii) ପରୋକ୍ଷ
(iii) ନିରପେକ୍ଷ
(iv) ନ୍ୟାୟପୂର୍ଣ୍ଣ
Answer:
(ii) ପରୋକ୍ଷ

Question ୧୩ ।
କେଉଁ ଦେଶରେ ପ୍ରତିନିଧୂ ଚୟନ କ୍ଷେତ୍ରରେ ଗୁଣ ଅପେକ୍ଷା ପ୍ରୋପାଗଣ୍ଡା ଅଧ‌ିକ କାମ କରେ ?
(i) ଯେଉଁଠି ଭୋଟର ନିଜର ଅଧ୍ୟାର ଓ କର୍ଭବ୍ୟ ସମ୍ବନ୍ଧରେ ଅଜ୍ଞ
(ii) ଯେଉଁଠି ଭୋଟର ନିଜର ଅଧ୍ୟାର ଓ ପ୍ରତିନିଧ୍ ବାଛିବାରେ ସଚେତନ
(iii) ଯେଉଁଠି ଭୋଟର ପ୍ରତିନିଧ୍ରର କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ସଚେତନ
(iv) ଯେଉଁଠି ଲୋକେ ଶାସନ ସମ୍ବନ୍ଧୀୟ ଜ୍ଞାନରେ ସୁଶିକ୍ଷିତ
Answer:
(i) ଯେଉଁଠି ଭୋଟର ନିଜର ଅଧ୍ୟାର ଓ କର୍ଭବ୍ୟ ସମ୍ବନ୍ଧରେ ଅଜ୍ଞ

Question ୧୪ ।
ପୁରୋହିତେ ରାସ୍ତାରେ ଭେଟିଥିବା ଲୋକ କିଏ ?
(i) ଅଗାଧୁ
(ii) ରାଧୁ
(iii) ପାଣୁ
(iv) ସମସ୍ତେ
Answer:
(iv) ସମସ୍ତେ

Question ୧୫ ।
ବ୍ରାହ୍ମଣ ଗୋସାଇଁଙ୍କୁ ଛେଳିଟିଏ କିଏ ଦାନ କରିଥିଲେ ?
(i) ଯଜମାନ
(ii) ହରିଜନ
(iii) ମହାଜନ
(iv) ବ୍ୟବସାୟୀ
Answer:
(i) ଯଜମାନ

Question ୧୬ ।
ରାଜନୈତିକ ପଟ୍ଟପରିବର୍ତ୍ତନ କରୁଥିବା ଲୋକପ୍ରତିନିଧୁମାନଙ୍କ କାର୍ଯ୍ୟକଳାପକୁ ପ୍ରାବନ୍ଧିକ କେଉଁ ଆଖ୍ୟା ଦେଇଛନ୍ତି ?
(i) ମାଙ୍କଡ଼ର ପିଠାଖ୍
(ii) ବାଘଛେଳି ଖେଳ
(iii) ବାଉଁଶରାଣୀ ଖେଳ
(iv) ମାଙ୍କଡ଼ କୁମ୍ଭୀର ଖେଳ
Answer:
(iii) ବାଉଁଶରାଣୀ ଖେଳ

Question ୧୭ ।
ଗଣତନ୍ତ୍ର ଶାସନର ସଫଳତା କାହା ଉପରେ ନିର୍ଭର କରେ ?
(i) ଗଣଚେତନା
(ii) ସଚେତନ ଭୋଟରଙ୍କ ଭୋଟରେ ଅଂଶଗ୍ରହଣ
(iii) ଗଣଶିକ୍ଷା
(iv) ସବୁଗୁଡ଼ିକ
Answer:
(iv) ସବୁଗୁଡ଼ିକ

Question ୧୮ ।
ଅଗ୍ନାଅଗ୍ନି ବନସ୍ତ – ରେଖାଙ୍କିତ ଶବ୍ଦର ଅର୍ଥ କ’ଣ ?
(i) ନିଆଁ
(ii) ଘଞ୍ଚ
(iii) ବୁଦ୍ଧିବୁଦିକିଆ ଜଙ୍ଗଲ
(iv) ନିଆଁରେ ପୋଡ଼ିଯାଇଥିବା ଜଙ୍ଗଲ
Answer:
(ii) ଘଞ୍ଚ

Question ୧୯ ।
ପଠିତ ଗଦ୍ୟାଶରେ ଲେଖକ ମୁଖ୍ୟତଃ କେଉଁ ବିଷୟ ଉପସ୍ଥାପନା କରିଛନ୍ତି ?
(i) ଗଣତାନ୍ତ୍ରିକ ବ୍ୟବସ୍ଥା ହିଁ ଶ୍ରେଷ୍ଠ ବ୍ୟବସ୍ଥା
(ii) ପ୍ରୋପାଗଣ୍ଡା ସତ୍ୟକୁ ମିଥ୍ୟାରେ ପରିଣତ କରେ
(iii) ଗଣତନ୍ତ୍ର ଶାସନର ଦୋଷ ଦୁର୍ବଳତା
(iv) ପ୍ରତ୍ୟକ୍ଷ ଗଣତନ୍ତ୍ରର ଉପାଦେୟତା
Answer:
(ii) ପ୍ରୋପାଗଣ୍ଡା ସତ୍ୟକୁ ମିଥ୍ୟାରେ ପରିଣତ କରେ

Question ୨୦ ।
ଭାରତରେ କ’ଣ ଲଙ୍କାରେ ହରିଶବ୍ଦ ପରି ବୋଲି କୁହାଯାଇଛି ?
(i) ବ୍ୟକ୍ତିଗତ ଅଧ୍ଵର
(ii) ଅର୍ଥନୈତିକ ସମତା
(iii) ସାମାଜିକ ନ୍ୟାୟ
(iv) ଛୁଆଁ ଅଛୁଆଁ ଭେଦଭାବ
Answer:
(iii) ସାମାଜିକ ନ୍ୟାୟ

Question ୨୧ ।
ଭଲମନ୍ଦ ଚିହ୍ନିବାରେ ଯୋଗ୍ୟତା ଯେଉଁଠି ନାହିଁ, ସେଠାରେ ମୁଖ୍ୟତଃ କାହାର ବିଜୟ ହୁଏ ?
(i) ପ୍ରୋପାଗଣ୍ଡାର
(ii) ଆତ୍ମବଡ଼ିମାର
(iii) ବିବେକର
(iv) ସରଳତାର
Answer:
(i) ପ୍ରୋପାଗଣ୍ଡାର

Question ୨୨ ।
‘ପ୍ରୋପାଗଣ୍ଡାର’ ପ୍ରଭାବ ଦର୍ଶାଇବା ପାଇଁ କେଉଁ ଗଳ୍ପର ଅବତାରଣା କରାଯାଇଛି ?
(i) ଲଙ୍କାରେ ହରିଶବ୍ଦ
(ii) ବାପରାଣ ଢିଙ୍କିଗିଳ୍
(iii) ତିନିତୁଣ୍ଡରେ ଛେଳି କୁକୁର
(iv) ମାଙ୍କଡ଼ର ପିଠାଖ୍
Answer:
(iii) ତିନିତୁଣ୍ଡରେ ଛେଳି କୁକୁର

Question ୨୩ ।
ନିମ୍ନୋକ୍ତ କେଉଁ ଶାସନଟି ଶ୍ରେଷ୍ଠ ?
(i) ରାଜତନ୍ତ୍ର
(ii) ଗଣତନ୍ତ୍ର
(iii) ସାମ୍ୟବାଦ
(iv) ଏକଚ୍ଛତ୍ରବାଦ
Answer:
(ii) ଗଣତନ୍ତ୍ର

Question ୨୪ ।
ମେଣ୍ଢାଶାଳ ଭିତରେ ଗଧୂ କେଉଁ ପୋଷାକରେ ରହେ ?
(i) ମେଣ୍ଢା ପୋଷାକ
(ii) ଗଧୂ ପୋଷାକ
(iii) ସାଧା ପୋଷାକ
(iv) ଧଳା ପୋଷାକ
Answer:
(i) ମେଣ୍ଢା ପୋଷାକ

Question ୨୫ ।
ଗୋସେଇଁଙ୍କ ଆଗରେ ହଠାତ୍ ଆବିର୍ଭାବ ହୋଇଥିବା ବିରାଟକାୟ ପୁରୁଷଟି କିଏ ଥିଲା
(i) ରାଧୁ
(ii) ଅଗାଧୁ
(iii) ପାଣୁ
(iv) ଜଗୁ
Answer:
(i) ରାଧୁ

(କ) ଲେଖକ ପରିଚିତି :

ଆଧୁନିକ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଜଣେ ସମର୍ଥ ଗଦ୍ୟସ୍ରଷ୍ଟା ଭାବରେ ପ୍ରାବନ୍ଧିକ ଭୁବନେଶ୍ବର ବେହେରାଙ୍କ ଖ୍ୟାତି ସୁବିଦିତ । ସାମ୍ପ୍ରତିକ ମଣିଷର ରୀତିନୀତି, ଆଚାର ବିଚାର, ଜୀବନ ଦର୍ଶନ, ବିଜ୍ଞାନ ଇତ୍ୟାଦିକୁ ନେଇ ତାଙ୍କ ପ୍ରବନ୍ଧ ସାହିତ୍ୟର ପରିସର ବେଶ୍ ବୈଚିତ୍ରମଣ୍ଡିତ । ତାଙ୍କ ସମ୍ପର୍କରେ ଅଭିମତ ପ୍ରଦାନ କରି କୁହାଯାଇଛି – ‘ଆଧୁନିକ ମଣିଷର ରୀତିନୀତି, ମନସ୍ତତ୍ତ୍ବ, ସଭ୍ୟତା, ଶିକ୍ଷା ପ୍ରଭୃତି ବିବିଧ ବିଷୟକୁ ନେଇ ପ୍ରବନ୍ଧ ରଚନାରେ ଭୁବନେଶ୍ବର ବେହେରା ସୁଖ୍ୟାତି ଅର୍ଜନ କରିଛନ୍ତି । ବିଶ୍ଳେଷଣ କରିବାରେ ତାଙ୍କର କୃତିତ୍ବ ଅନସ୍ବୀକାର୍ଯ୍ୟ ଗଳ୍ପଛଳରେ ଓ କଥ୍ୟ ଭାଷାରେ ସେ ଜୀବନର ଦୁର୍ବଳ ସମସ୍ୟାକୁ ତାଙ୍କର ପ୍ରବନ୍ଧଗୁଡ଼ିକରେ ଆଲୋଚନା କରିଛନ୍ତି ।’’

ପ୍ରାବନ୍ଧିକ ଡକ୍ଟର ଭୁବନେଶ୍ବର ବେହେରା ୧୯୧୬ ମସିହାରେ କଳାହାଣ୍ଡି ଜିଲ୍ଲାର ପୂର୍ବତନ ଗଡ଼ଜାତ କାଶିବାହାଲ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟକାଳରୁ ସେ ଜଣେ ମେଧାବୀ ଛାତ୍ର ଥିଲେ । ପରବର୍ତ୍ତୀ ସମୟରେ ଭାରତର ଜଣେ ଦକ୍ଷ ଇଞ୍ଜିନିୟର ଭାବେ ପରିଚିତ ହେବାପରେ ବୁର୍ଲା ଇଞ୍ଜିନିୟରିଂ କଲେଜର ପ୍ରଫେସର ଓ ଅଧ୍ଯକ୍ଷରୂପେ ସେ ଅବସ୍ଥାପିତ ହେଲେ । ଅଧ୍ୟାପନା ପ୍ରତି ତାଙ୍କର ପ୍ରଗାଢ଼ ଅନୁରକ୍ତ ଥ‌ିବାରୁ ଇଞ୍ଜିନିୟରଭାବେ ବାହାର ପଇସା ରୋଜଗାର ପ୍ରତି ସେ ବୀତସ୍ପୃହ ଥିଲେ । ତେଣୁ ତାଙ୍କ ଲବ୍ଧଜ୍ଞାନକୁ ଛାତ୍ରମାନଙ୍କ ଉଦ୍ଦେଶ୍ୟରେ ଉପଯୋଗ କରିବାକୁ ସେ ଶ୍ରେୟସ୍କର ମଣିଥିଲେ ।

ସେତିକିରେ ଶ୍ରୀଯୁକ୍ତ ବେହେରା ସନ୍ତୁଷ୍ଟ ନ ଥିଲେ । ସାହିତ୍ୟ ପ୍ରତି ତାଙ୍କର ଗଭୀର ଆକର୍ଷଣ ଥିଲା । ତାଙ୍କରି ଉଦ୍ୟମ ଓ ପୃଷ୍ଠପୋଷକତାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ଥିବା ସମୟରେ ବିଶ୍ୱବିଦ୍ୟାଳୟ ତରଫରୁ ‘ସପ୍ତର୍ଷି’ ପତ୍ରିକା ପ୍ରକାଶିତ ହେଲା । ଏହାର ମାନ ଉଚ୍ଚତର ଥିଲା । ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗର ପ୍ରଫେସର ଓ ଅନ୍ୟମାନେ ସାହିତ୍ୟକୁ କିଛି ଦାନ ଦେବାର ସୁଯୋଗ ଏହିଠାରେ ପାଇଲେ । ଅନେକ ନବୀନ ଓ ତରୁଣ ଲେଖକ ମଧ୍ୟ ‘ସପ୍ତର୍ଷି’ଦ୍ବାରା ସୃଷ୍ଟି ହେଲେ ।

ଶ୍ରୀଯୁକ୍ତ ବେହେରା ରମ୍ୟରଚନା ସୃଷ୍ଟି କରିବାରେ ଦକ୍ଷତା ହାସଲ କରିଥିଲେ । ଇଞ୍ଜିନିୟର ଭାବେ ବାହ୍ୟ ଜଗତକୁ ଦେଖୁଥିଲେ ବି ସାହିତ୍ୟିକଭାବେ ମଣିଷ ମନର ଅତଳ ଗହ୍ବରକୁ ସେ ସ୍ପର୍ଶ କରିଥିଲେ । ତାଙ୍କର ପ୍ରତ୍ୟେକ ରଚନାରେ ବିପଥଗାମୀ ମନୁଷ୍ୟ ପାଇଁ ଚେତାବନୀ ରହିଛି । ସେ ଲେଖିଛନ୍ତି – ‘ପାଶ୍ଚାତ୍ୟ ଯୁବଜଗତ ସାଙ୍ଗରେ ତାଳମିଳାଇ ଭାରତୀୟ ଯୁବସମାଜ ଆଜି ପୁରୁଣା ରୀତିନୀତି, ରଙ୍ଗଢଙ୍ଗ, ଚାଲିଚଳନ ବିରୁଦ୍ଧରେ ଆହ୍ଵାନ ଦେଇଛି । ବିପ୍ଳବ କଦାପି ପୁରାତନ ହୋଇପାରେନା । ସୂର୍ଯ୍ୟ କେତେବେଳେ ବୁଢ଼ା ହୁଏନି କି ମା’ ପୃଥ‌ିବୀ କେବେ ବୁଢ଼ୀ ହୁଏନି । ଭାରତୀୟ ଜୀବନଦର୍ଶନ ସତ୍ୟ ଉପରେ ପ୍ରତିଷ୍ଠିତ । ତେଣୁ ସେହି ଜୀବନ ଦର୍ଶନ ପୁରୁଣା ହେବ କିପରି ? ଏକଥା କିନ୍ତୁ ସତ ଯେ ଯୁଗ ଯୁଗର ଅନ୍ଧବିଶ୍ଵାସ ଓ କୁସଂସ୍କାର ଭିତରେ ଏ ଜୀବନ ଦର୍ଶନ ହଜିଯିବା ଉପରେ ବସିଲାଣି । ଅଳିଆଗଦା ଭିତରେ ହଜିଲା ରତ୍ନମୁଦିଟିଏ ପରି । କର୍ତ୍ତବ୍ୟବୋଧରେ ଅଳିଆ ସଫା କରୁ କରୁ ଆମ ଯୁବସମାଜ ଯେପରି ସେହି ଆବର୍ଜନା ସାଙ୍ଗରେ ରତ୍ନମୁଦିକୁ ମଧ୍ଯ ଫିଙ୍ଗି ନ ଦିଅନ୍ତି ।’’

ପ୍ରଫେସର ବେହେରା ଏକାଧାରରେ ଜଣେ ଶିକ୍ଷାବିତ୍, ରମ୍ୟରଚନାକାର, ଗାଳ୍ପିକ ଓ ଭ୍ରମଣକାହାଣୀ ସ୍ରଷ୍ଟା । ତାଙ୍କର ଏକମାତ୍ର ସାର୍ଥକ ଭ୍ରମଣ କାହାଣୀ ହେଉଛି – ‘ପଶ୍ଚିମ ଆଫ୍ରିକାର ଓଡ଼ିଆ ଢେଙ୍କି’ । ଧାରାବାହିକ ଭାବରେ ସେ ଏହାକୁ ମାନସ ସାହିତ୍ୟ ପତିକ୍ରାରେ ପ୍ରକାଶିତ କରୁଥିଲେ । ତାଙ୍କର ଅନ୍ୟ ଦୁଇଟି ପୁସ୍ତକ ହେଉଛି ‘ଶୁଣ ପରୀକ୍ଷ’ ଏବଂ ‘କଥା ଓ ଲଥା’ । ‘ଶୁଣ ପରୀକ୍ଷ’ ରମ୍ୟରଚନାପାଇଁ ସେ ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଛନ୍ତି ।

ତାଙ୍କ ଗଳ୍ପରେ କଳ୍ପନାପ୍ରବଣତା ଅପେକ୍ଷା ବାସ୍ତବ ଚିତ୍ର ଅଧ‌ିକ ଥ‌ିବାରୁ ସୁଖପାଠ୍ୟ ହୋଇପାରିଛି । ପଶ୍ଚିମ ଆଫ୍ରିକାସ୍ଥିତ ଲାଇବେରିଆ ଓ ଅନ୍ୟାନ୍ୟ ସ୍ଥାନ ପରିଦର୍ଶନ କରି ସେହି ମହାଦେଶ ସମ୍ପର୍କରେ ଜନ୍ମିଥିବା ଧାରଣାକୁ ସାହିତ୍ୟିକ ଛଟାରେ ଶିକ୍ଷାବିତ୍‌ର ଦୂରଦୃଷ୍ଟି ନେଇ ମନୋଜ୍ଞ ରୂପେ ସେ ପରିବେଷଣ କରିଛନ୍ତି । ଇଞ୍ଜିନିୟର ଭାବରେ ହୀରାକୁଦ ବନ୍ଧ ଯୋଜନାରେ ତାଙ୍କର ମହତ୍ତ୍ଵପୂର୍ଣ୍ଣ ଅବଦାନ ରହିଛି । ସେ କେନ୍ଦ୍ର ପବ୍ଲିକ୍ ସର୍ଭିସ କମିଶନରେ ସମ୍ମାନିତ ସଭ୍ୟଭାବେ ନିଯୁକ୍ତ ହୋଇଥିଲେ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତାଙ୍କର ଏକ ସମ୍ମାନିତ ସ୍ଥାନ ନିଶ୍ଚିତ ଭାବରେ ରହିଛି ।

(ଖ) ପ୍ରବନ୍ଧ ସମ୍ପର୍କରେ :

ସବୁଲୋକଙ୍କର ଧାରଣା ଯେ ଗଣତନ୍ତ୍ର ଶାସନ ସବୁ ଶାସନ ମଧ୍ୟରେ ସର୍ବୋତ୍କୃଷ୍ଟ । କାରଣ ଗଣତନ୍ତ୍ର ଶାସନ ହେଉଛି,
ହୋଇଥାଏ । ଗଣତନ୍ତ୍ରର ଅର୍ଥ ନୁହେଁ ଗଣ ବା ଲୋକମାନେ ସିଧାସିଧ୍ ଶାସକ ଭାବରେ ପରିଚିତ ହେବା । ଏପରି ଶାସନ ବ୍ୟବସ୍ଥା ଅସମ୍ଭବ । ତେଣୁ ଏହି ଶାସନ ବ୍ୟବସ୍ଥାରେ ଜନ ବା ଗଣ ପ୍ରତ୍ୟକ୍ଷ ଭାବରେ ଅଂଶଗ୍ରହଣ ନ କରି ପରୋକ୍ଷ ଭାବରେ ଭାଗ ନେଇଥା’ନ୍ତି । ଗଣଙ୍କଦ୍ଵାରା ନିର୍ବାଚିତ ହୋଇଥିବା ପ୍ରତିନିଧୁମାନେ ଶାସନ କ୍ଷମତା ବା ଶାସନଭାର ଗ୍ରହଣ କରିଥା’ନ୍ତି। ଓ କାର୍ଯ୍ୟଦକ୍ଷତାକୁ ନେଇ ବିଚାର କରିବା ଜନତାର ଦାୟିତ୍ଵ । ଯେଉଁ ରାଜ୍ୟର ଲୋକ ବା ଗଣମାନେ ନିଜ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଅଜ୍ଞ, ସେମାନେ କେବଳ ପ୍ରଚାରକୁ ଆଧାରକରି ପ୍ରତିନିଧ୍ବ ବାଛନ୍ତି, ଫଳରେ ସେମାନେ ଅଯୋଗ୍ୟ ବ୍ୟକ୍ତି ବାଛିବାର ସମ୍ଭାବନା ରହିଥାଏ । ଭଲମନ୍ଦ ବିଚାର କରିବାର ଶକ୍ତି ଯେଉଁଠାରେ ନାହିଁ, ସେଠାରେ ପ୍ରୋପାଗଣ୍ଡାର ହିଁ ଜୟ ହୋଇଥାଏ ।

(ଗ) ସାରକଥା :

ଅନେକ ଗଣତନ୍ତ୍ର ସପକ୍ଷରେ ମତାମତ ଦେଇ କହନ୍ତି, ‘ଯେତେ ଶାସନ ବ୍ୟବସ୍ଥା ରହିଛି, ସବୁଠାରୁ ଗଣତନ୍ତ୍ର ଶାସନ ହେଉଛି ଉତ୍କୃଷ୍ଟ । ଗଣତନ୍ତ୍ର ହେଉଛି, ‘ଗଣଙ୍କଦ୍ବାରା’, ‘ଗଣଙ୍କ ପାଇଁ’ ଓ ‘ଗଣଙ୍କର ଶାସନ’ । ଏହାକୁ ଗଣଙ୍କର ଶାସନ କହିବାର ବିଶେଷ କିଛି ଅର୍ଥ ଥିଲା ପରି ମନେହୁଏ ନାହିଁ ।’’ ପୂର୍ବରୁ ରାଜାରାଜୁଡ଼ା ଶାସକମାନେ ନିଜକୁ ଭୋଗବିଳାସରେ ବୁଡ଼ାଇ ରଖିଲେ ମଧ୍ୟ, ନିଜର ଡିଣ୍ଡିମ ପିଟି କହୁଥିଲେ ସେମାନେ ଯେଉଁ ଶାସନ ବ୍ୟବସ୍ଥା କରୁଛନ୍ତି, ସବୁଗୁଡ଼ିକ ଗଣଙ୍କ ହିତପାଇଁ । ପ୍ରାବନ୍ଧିକ ଏହି ପର୍ଯ୍ୟାୟରେ ନିଶଉପୁଡ଼ା ରାଜା ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ୟାହିୟା ଖାଁଙ୍କ ସ୍ବେଚ୍ଛାଚାରୀ ମନୋବୃତ୍ତି କଥା ସୂଚନା ଦେଇଛନ୍ତି । ପ୍ରକୃତରେ ଦେଖିବାକୁ ଗଲେ ଗଣତନ୍ତ୍ରରେ ଗଣଙ୍କଦ୍ବାରା ଶାସନ ବ୍ୟବସ୍ଥା ହୋଇଥାଏ । ଏଥିରେ ଲୋକମାନେ ନିଜକୁ ନିଜେ ଶାସନ କରନ୍ତି । ପୁନଶ୍ଚ ଏଥରେ ଶାସକ ଓ ଶାସିତ ଏକ ମନେ ହୋଇଥା’ନ୍ତି । ଏହି ବ୍ୟବସ୍ଥାରେ କେହି ପ୍ରଭୁ କିମ୍ବା ଦାସ, ଶୋଷକ କିମ୍ବା ଶୋଷିତ ହୋଇ ନ ଥା’ନ୍ତି । ତେଣୁ ସାମାଜିକ ନ୍ୟାୟ, ଅର୍ଥନୈତିକ ସମତା, ବ୍ୟକ୍ତିଗତ ଅଧିକାର ଓ ବ୍ୟକ୍ତିଗତ ସ୍ଵାଧୀନତା ଲାଭ ସଙ୍ଗେ ସଙ୍ଗେ ସମଷ୍ଟିଗତ ପ୍ରଗତି ଏ ଶାସନର ସ୍ଵାଭାବିକ ପରିଣତ ବୋଲି ଯୁକ୍ତି କରାଯାଏ ।

ଆମ ଦେଶରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଯେଉଁଭଳି କାର୍ଯ୍ୟକରୁଛି, ସେଗୁଡ଼ିକର ବାସ୍ତବରେ ମୂଲ୍ୟବୋଧ ରହୁନାହିଁ । ସବୁଗୁଡ଼ିକ ହେଉଛି ତାତ୍ତ୍ଵିକ ଓ ପୋଥଗତ । ଯେପରି ଛୁଆଁ ଅଛୁଆଁର ପୀଠସ୍ଥଳୀ ଭାରତରେ ସାମାଜିକ ନ୍ୟାୟର କୌଣସି ମୂଲ୍ୟ ନାହିଁ, ସେହିପରି ପୁଞ୍ଜିପତି ଓ ଦରିଦ୍ରଙ୍କ ମଧ୍ୟରେ ଅର୍ଥନୈତିକ ସମତାର ଆଶା କଳ୍ପନାର ବିଳାସ ମାତ୍ର । ସେହିପରି ଶିକ୍ଷାବିହୀନ ମଣିଷ ନିଜର ବ୍ୟକ୍ତିଗତ ଅଧିକାରକୁ ସାବ୍ୟସ୍ତ କରିବା ଅସମ୍ଭବ ବ୍ୟାପାର ।

‘ଗଣଙ୍କଦ୍ବାରା’ ଅର୍ଥ ନୁହେଁ ଜନତା ବ୍ୟକ୍ତିଗତ ଭାବରେ ଶାସକ ହୋଇ ନିଜକୁ ନିଜେ ଶାସନ କରିବ । ଏପରି କରିବା ଅସମ୍ଭବ । ତେଣୁ ଗଣତନ୍ତ୍ରରେ ଜନତାଦ୍ୱାରା ଜନତାର ଶାସନ ପ୍ରତ୍ୟକ୍ଷ ନ ହୋଇ ପରୋକ୍ଷଭାବରେ ହେବାହିଁ ସ୍ୱାଭାବିକ । ଅନ୍ୟ ଭାବରେ ପ୍ରକାଶ କଲେ ଜନତାମାନେ ନିଜର ପ୍ରତିନିଧ‌ିକୁ ବାଛି, ସେହି ପ୍ରତିନିଧିଦ୍ୱାରା ଶାସିତ ହୋଇଥା’ନ୍ତି । ଏଥିରୁ ସ୍ପଷ୍ଟ ହୁଏ ଯେ, ‘ଲୋକପ୍ରତିନିଧ୍ ମନୋନୟନ ଗଣତନ୍ତ୍ରର ମେରୁଦଣ୍ଡ ।’

ଯେଉଁ ଦେଶର ଲୋକମାନେ ସୁଶିକ୍ଷିତ ଏବଂ ନିଜର ଅଧିକାର ସମ୍ବନ୍ଧରେ ସଚେତନ, ସେମାନେ ଉପଯୁକ୍ତ ପ୍ରତିନିଧ୍ ବାଛିଦେଇ ପାରିବେ । ମାତ୍ର ଯେଉଁ ଦେଶରେ ଜନତା ନିଜର ଅଧିକାର ସମ୍ବନ୍ଧରେ ଅଜ୍ଞ ଏବଂ କର୍ତ୍ତବ୍ୟଜ୍ଞାନରହିତ ସେଭଳି ଦେଶରେ ଲୋକ କେବଳ ପ୍ରୋପାଗଣ୍ଡାରେ ପ୍ରଭାବିତ ହୋଇ ନିଜର ପ୍ରତିନିଧି ବାଛିଥା’ନ୍ତି । ଲୋକମାନଙ୍କର ଅଜ୍ଞତାର ସୁଯୋଗ ନେଇ, ଅନେକ ବ୍ୟକ୍ତି ନିଜର ଡିଣ୍ଡିମ ନିଜେ ପିଟି, ସଭାସମିତି କରି, ଛାତି ପିଟି, ବାହାସ୍ଫୋଟ ମାରି, ପ୍ରତିଦ୍ବନ୍ଦୀମାନଙ୍କର କୁତ୍ସାରଟନା କରି, ଲୋକଙ୍କୁ ଭୟ ଦେଖାଇ, ପ୍ରଚାର ବଳରେ କଳାକୁ ଧଳା ଓ ଧଳାକୁ କଳା କରି ପ୍ରତିନିଧ୍ ହେବାର ସୁଯୋଗ ଗଣତନ୍ତ୍ର ଶାସନ ବ୍ୟବସ୍ଥାର ଅପକାରିତା ସମ୍ପର୍କରେ ପ୍ରାବନ୍ଧିକ ସୂଚନା ଦେଇ କହିଛନ୍ତି, ଯେଉଁ ଦେଶରେ ଲୋକମାନେ ଭଲମନ୍ଦ ଚିହ୍ନିବାର ଯୋଗ୍ୟତା ଲାଭ କରିନାହାଁନ୍ତି, ସେହି ଦେଶରେ ପ୍ରୋପାଗଣ୍ଡା ହିଁ ଲୋକଙ୍କୁ ପ୍ରଭାବିତ କରେ । ପ୍ରୋପାଗଣ୍ଡାର ହିଁ ଜୟ ହୁଏ । ଏହାକୁ ସ୍ପଷ୍ଟ କରିବାପାଇଁ ପ୍ରାବନ୍ଧିକ ‘ତିନିତୁଣ୍ଡରେ ଛେଳି କୁକୁର’ କାହାଣୀକୁ ଚମତ୍କାର ଭାବରେ ପ୍ରକାଶ କରିଛନ୍ତି ।

ଥରେ ଜଣେ ବ୍ରାହ୍ମଣ ଗୋସେଇଁ, ଯଜମାନ ଘରୁ ଛେଳିଛୁଆଟି ଆଣିଥିଲେ । ଛେଳିଛୁଆଟି ବାଟରେ ନ ଚାଲିବାରୁ ଗୋସେଇଁ ତା’କୁ କାନ୍ଧରେ ବସାଇ ଯାଉଥିଲେ । ବାଟରେ ଯିବା ସମୟରେ ଜଣେ ଭୟଙ୍କର ଦେଖାଯାଉଥ‌ିବା ମଣିଷ, ଯାହା ଦେହରେ ଅମାପ ବଳର ସୂଚନା ମିଳୁଥୁଲା, ସେହି ଲୋକଟି ହାତରେ ଲାଠିଧରି ଗୋସେଇଁଙ୍କ ପାଖରେ ପହଞ୍ଚିଗଲା । ଗୋସେଇଁ ତା’କୁ ଦେଖି ଛାନିଆ ହୋଇଗଲେ ବି ପରେ ‘ପାଣୁ’ ବୋଲି ଚିହ୍ନି ପାରିଥିଲେ ।

‘ପାଣୁ’ ପଣ୍ଡିତଙ୍କୁ ଭୁଲାଇବାକୁ ଚେଷ୍ଟାକଲା । ଛେଳିଛୁଆଟିକୁ କୁକୁର ବୋଲି କହିଲା । ମାତ୍ର ପାଣୁ କଥାରେ ପଣ୍ଡିତ ଭୁଲିଲେ ନାହିଁ । ଦୃଢ଼ ଭାବରେ ପାଣୁକୁ ଜବାବ ଦେଇଥିଲେ । ମାତ୍ର ପାଣୁ ଯିବା ପୂର୍ବରୁ ପଣ୍ଡିତଙ୍କୁ ଆକ୍ଷେପମୂଳକ କଥା କହି ଚାଲି ଯାଇଥିଲା ।

କିଛିବାଟ ଗଲାପରେ ପଣ୍ଡିତଙ୍କ ରାସ୍ତାରେ ପଡ଼ିଲା ବୁଦ୍ଧିବୁଦିକିଆ ଜଙ୍ଗଲ । ବ୍ରାହ୍ମଣ ଗୋସାଇଁ ସେହି ନିରୋଳା ରାସ୍ତାରେ ଯାଉଥିବା ସମୟରେ, ପାଣୁ କଥା ମନେ ମନେ ଭାବୁଥିଲେ । ହଠାତ୍ ପାଣୁ ପରି ଆଉଜଣେ ମଣିଷ ପଣ୍ଡିତଙ୍କ ପାଖରେ ପହଞ୍ଚିଲା । ପଣ୍ଡିତ ଲୋକଟିକୁ ଦେଖ୍ ଚମକି ପଡ଼ିଲେ ବି, ଆଗନ୍ତୁକଟି ନମସ୍କାର କରିବାରୁ, ସେ ତାହାକୁ ଚିହ୍ନି ନେଇଥିଲେ । ଆଗନ୍ତୁକଟି ପଣ୍ଡିତଙ୍କୁ ମଧ୍ୟ ପ୍ରଭାବିତ କରିବାକୁ ଚେଷ୍ଟାକଲା । କହିଲା – ‘ନନା-କୁକୁରଟାକୁ କ’ଣ କାନ୍ଧରେ ବୋହିଛନ୍ତି ? କଳିଯୁଗ ବୋଲି କ’ଣ ସବୁ ଆଚାର ବିଚାର ଗଲା ।’’ ପୁରୋହିତ ଏଥର ଅଡ଼ୁଆରେ ପଡ଼ିଲେ । ପ୍ରଥମେ ପାଣୁ ଯାହା କହିଥିଲା, ଦ୍ବିତୀୟ ବ୍ୟକ୍ତି ରାଧୁ ମଧ୍ୟ ତାହା କହିଲା । ପଣ୍ଡିତେ କାନ୍ଧରେ ଛେଳିଛୁଆଟିକୁ ବସାଇଥିଲେ ବି ତାଙ୍କ ମନରେ ସନ୍ଦେହ ହେଲା । ପ୍ରାବନ୍ଧିକ ଏହାକୁ ଚମତ୍କାର ଭାବରେ ଲେଖିଛନ୍ତି – ‘ଛେଳିକୁ କାନ୍ଧରୁ ତଳକୁ ଓହ୍ଲାଇ ଖୁର ଟିକିଏ ପରଖିନେଲେ । ନିଜ ଆଖି ଦି’ଟାକୁ ଭଲକରି ମକଚି ଛେଳିର ଲାଞ୍ଜଟିକୁ ହଲାଇ ଦେଖିଲେ । ବୋହି ଆଣିଲାବେଳେ କେଉଁଠି ମେଁ ମେଁ କରିଥିଲା ନା ନାହିଁ ମନେ ପକାଇବାକୁ ଚେଷ୍ଟାକଲେ, ଆଉ କହିଲେ – ‘କିରେ ରାଧୁ – ଛେଳିଟାକୁ ଚିହ୍ନି ପାରୁନୁ କିରେ ?’’ ରାଧୁ ବାଟକାଟି ଯିବାବେଳେ ଗୋସେଇଁଙ୍କୁ ଆକ୍ଷେପ କଲାଭଳି କଥା ପଦିଏ କହିଦେଇ ଚାଲିଗଲା ।

ପୁରୋହିତ ମହାଶୟ ଏଥର ବଡ଼ ଚିନ୍ତାରେ ପଡ଼ିଥିଲେ । ପାଣୁ ଯାହା କହିଥିଲା, ସେହିକଥା ରାଧୁ କହିବାରୁ ଗୋସେଇଁଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା । ସେ ଚିନ୍ତାକଲେ, ‘ଯଜମାନ ସତରେ ଗୋଟିଏ କୁକୁର ଦେଇ ତାଙ୍କୁ ଠକି ଦେଇନି ତ !’

ପୁରୋହିତ ସେମିତି ଭାବି ଭାବି ଚାଲିଛନ୍ତି । ଏହାଭିତରେ ବଣବୁଦା ରାସ୍ତାଯାଇ, ଖୋଲାରାସ୍ତା ପଡ଼ିଲାଣି । ଗାଁ ବି ଦୂରରୁ ଦେଖାଯାଉଥାଏ । ରାସ୍ତାରେ ଯାଉ ଯାଉ ତାଙ୍କ ଆଗରେ ହଠାତ୍ ଜଣେ ବିରାଟକାୟ ପୁରୁଷ, ଚାରିହାତିଆ ଠେଙ୍ଗାଧରି ଆବିର୍ଭାବ ହେଲା । ପୁରୋହିତ ତାହାକୁ ଚିହ୍ନିପାରିଲେ । ସେ ଥିଲା ପାଖ ଗାଁର ଅଗାଧୁ । ଅଗାଧୁ ପୁରୋହିତଙ୍କୁ ଭକ୍ତିପୂର୍ଣ୍ଣ ପ୍ରଣାମ କଲା । ପ୍ରଣାମ କରିବାସହ ଅତି ଚତୁରତାର ସହିତ ଚମକି ପଡ଼ିଲାପରି, ଛେଳିଟିକୁ ଜାତିଆ କୁକୁର ବୋଲି କହିଲା । ତିନିଜଣଙ୍କ କଥା ଶୁଣିବାପରେ ପୁରୋହିତ ଛେଳିଟିକୁ ରାସ୍ତା ଉପରେ କଚାଡ଼ି ଦେଇ, ଲାଜରେ ଆଉ ଭଲ ଚଷମା ହଳଟିଏ ନ କିଣି ହଟହଟା ହେଲି ବୋଲି ବିଚାରିଲେ । ପୁନଶ୍ଚ ମନେମନେ ସେ ଯଜମାନଙ୍କୁ ଅଭିଶାପ ଦେଇ ଗାଁ ଆଡ଼କୁ ଚାଲିଲେ ।

ବ୍ରାହ୍ମଣ ଛାଡ଼ିଯାଇଥବା ଛେଳିଟିକୁ ଅଗାଧୁ ଛାତି ପାଖରେ ଜାବୁଡ଼ି ଧରି ଅନ୍ୟ ଦି’ସାଙ୍ଗ ପାଣୁ ଆଉ ରାଧୁ ପାଖକୁ ବିଚାରିଲେ। ।

ଆଜି ଆମ ଦେଶରେ ଅନେକ ପାଣୁ, ରାଧୁ ଓ ଅଗାଧୁ ବାହାରିଛନ୍ତି । ସେମାନେ ନିଜର ସୁବିଧା ଅନୁଯାୟୀ ଛେଳିକୁ କୁକୁର ଏବଂ କୁକୁରକୁ ଛେଳି କରିବାର ଯୋଜନା କରୁଛନ୍ତି । ତାଙ୍କର ତିନି ତୁଣ୍ଡ ସାଙ୍ଗକୁ ସେମାନେ ପ୍ରଚାରପତ୍ର, କାନ୍ଥବାଡ଼ ଲେଖା, ସିନେମା ହଲ୍‌ର ପର୍ଦା, ରେଡ଼ିଓ, ଟେଲିଭିଜନ୍, ପାଲା, ଦାଶକାଠିଆ, ସଭାସମିତି, ଶୋଭାଯାତ୍ରାକୁ ଅନେକ ନୂତନ ଓ ଆଧୁନିକ ଢଙ୍ଗରେ ପ୍ରଚାରର ଅସ୍ତ୍ର କରିଛନ୍ତି । ଏଥ‌ିପାଇଁ ସେମାନଙ୍କ ପାଖରେ ରହିଛି ବହୁତ ଅର୍ଥ ।

ପ୍ରାବନ୍ଧିକ ଏ କ୍ଷେତ୍ରରେ କ୍ଷୋଭର ସହିତ କହିଛନ୍ତି, ‘ଯେଉଁଠି ଶିକ୍ଷିତ ଭୋଟଦାତା ଉଦାସୀନ, ସେଇଠି ଅନେକ କ୍ଷେତ୍ରରେ ଏମାନଙ୍କର ହିଁ ଜୟ ହେଉଛି ।’

କେବଳ ପ୍ରଚାର ଶକ୍ତିବଳରେ ଯେଉଁ ଗୁଣହୀନ, ନୀତିହୀନ ଲୋକମାନେ, ଜନତାର ପ୍ରତିନିଧୂ ସାଜୁଛନ୍ତି, ସେମାନେ ଗରିବ ଦେଶର ବିବାଦୀ ଜନତାଙ୍କ ମଧ୍ୟରେ ସୀମିତ ସୁବିଧା ବାଣ୍ଟିଲାବେଳେ, ମାଙ୍କଡ଼ ଦୁଇ ବିରାଡ଼ିଙ୍କ ମଧ୍ୟରେ ପିଠା ବାଣ୍ଟିଲା ଭଳି ସବୁକିଛି ନିଜ ପକେଟରେ ପୂରାଇ ଦେଉଛନ୍ତି । ତରାଜୁର ଦୁଇ ପାଖ ଖାଲି ହେଲାପରେ ବିରାଡ଼ି ଦୁଇଟି, ମାଙ୍କଡ଼କୁ ଚାହିଁ ରହିଲାପରି, ଜନତା ଜନାର୍ଦ୍ଦନ ଏହି ପ୍ରତିନିଧୂମାନଙ୍କୁ କେବଳ ପ୍ରଶ୍ମିଳ ଆଖିରେ ଚାହିଁଅଛନ୍ତି । ପୁନଶ୍ଚ ଯେଉଁ ପ୍ରତିନିଧୂମାନଙ୍କୁ ତରାଜୁ ଧରିବାର ସୁଯୋଗ ମିଳୁନାହିଁ, ସେମାନଙ୍କ ମଧ୍ୟରୁ କେତେକ ମାଙ୍କଡ଼ଚିତ୍ ମାରି ରାଜନୈତିକ ଦଳ ପରିବର୍ତ୍ତନ କରୁଛନ୍ତି । ଏହାକୁ ବୁଝାଇବାକୁ ଯାଇ ପ୍ରାବନ୍ଧିକ ଲେଖିଛନ୍ତି, ‘କେଉଁ ନେତା ଲାଠିଟିଏ ଧରି, ଆଉ କିଏ ବା ରଙ୍ଗ ବେରଙ୍ଗର ଛତାଟିଏ ଧରି ଗୋଟିଏ ଗୋଡ଼ରେ ଭଅଁର ଖେଳି ଦିଗ ପରିବର୍ତ୍ତନ କରି ନେଉଛନ୍ତି ।’

ଯଥା ସମୟରେ ରାଜନୀତିର ଖେଳ ଭାଙ୍ଗିଯାଉଛି, ପୁଣି ନୂତନ ଅଭିନୟ ଆରମ୍ଭ ହେଉଛି ନୂତନ ଢଙ୍ଗରେ । ସେଇ ଜନତାଙ୍କୁ ନେଇ ସେଇ ପ୍ରତିନିଧିମାନେ ଏକାପ୍ରକାର ଖେଳ ଖେଳୁଛନ୍ତି । କେବଳ ସମୟର ଯାହା ବ୍ୟବଧାନ ରହିଛି ।

ପ୍ରବନ୍ଧର ଶେଷରେ ପ୍ରାବନ୍ଧିକ ଗଣତନ୍ତ୍ରକୁ ଦାୟୀ କରିନାହାଁନ୍ତି । ଏକ ଲୋକକାହାଣୀର ଉକ୍ତି ମଧ୍ୟରେ ଆମେ ନିଜେ କିପରି ଦାୟୀ ତାହାକୁ ବୁଝାଇଛନ୍ତି । ‘ଗଧ୍ଵ ଯଦି ମେଣ୍ଢାର ପୋଷାକରେ ମେଣ୍ଢାଙ୍କ ଗହଣରେ, ମେଣ୍ଢାଶାଳ ଭିତରେ ପଶି ଗୋଟିଏ ପରେ ଗୋଟିଏ ମେଣ୍ଢା ଖାଇବାକୁ ଆରମ୍ଭ କରିଦିଏ, ସେଥ‌ିପାଇଁ ଦୋଷୀ ହେବ କିପରି ?’’

ଗଣତନ୍ତ୍ର ଶାସନ ଶ୍ରେଷ୍ଠଶାସନ ହେଲେବି, ଏବେ ସୁଦ୍ଧା ଆମେ ସେହି ଶାସନପାଇଁ ଉପଯୁକ୍ତ ହୋଇନାହୁଁ । ଆଜି ଆମେ ଯେଉଁ ଅବସ୍ଥାରେ ପହଞ୍ଚୁଛୁ, ସେଥୂପାଇଁ ଆମେ ନିଜେ ହିଁ ଦାୟୀ । ଗଣଶିକ୍ଷା ଓ ଗଣଚେତନାର ଅଭାବ ଥିବାଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ମାତ୍ର ।

(ଘ) କଠିନ ଶବ୍ଦ ଓ ଏହାର ଅର୍ଥ :
CHSE Odisha Class 12 Odia Solutions Chapter 3 ତିନି ତୁଣ୍ଡରେ 1

BSE Odisha 9th Class Odia Grammar କାରକ ଓ ବିଭକ୍ତି

Odisha State Board BSE Odisha 9th Class Odia Solutions କାରକ ଓ ବିଭକ୍ତି Textbook Exercise Questions and Answers.

BSE Odisha Class 9 Odia Grammar କାରକ ଓ ବିଭକ୍ତି

A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
Question 1.
କାରକ କାହାକୁ କୁହାଯାଏ ?
Answer:
ବାକ୍ୟ ମଧ୍ଯରେ କ୍ରିୟାପଦ ସହିତ ଅନ୍ୟ ପଦଗୁଡ଼ିକର ଯେଉଁ ସମ୍ବନ୍ଧ ରହିଥାଏ ତାହାକୁ କାରକ କୁହାଯାଏ ।

Question 2.
କର୍ତ୍ତାକାରକ କାହାକୁ କୁହାଯାଏ ?
Answer:
‘‘ବାକ୍ୟରେ ଯେ କ୍ରିୟା ସଂପାଦନ କରେ, କରାଏ ଅଥବା ଯାହା ବିଷୟରେ କ୍ରିୟା କୁହାଯାଇଥାଏ ତାହା କର୍ତ୍ତାକାରକ ।’’

Question 3.
ପ୍ରୟୋଜକ କର୍ତ୍ତା କାହାକୁ କୁହାଯାଏ ?
Answer:
ଯେଉଁ କର୍ତ୍ତା ଅନ୍ୟଦ୍ୱାରା କ୍ରିୟା ସଂପାଦନ କରେ ତାହାକୁ ‘ପ୍ରଯୋଜକ କର୍ତ୍ତା’ କୁହାଯାଏ ।

Question 4.
ପ୍ରଯୋଜ୍ୟ କର୍ତ୍ତା କୁହାଯାଏ ?
Answer:
କର୍ତ୍ତା ଯାହାଦ୍ୱାରା କ୍ରିୟ ସମ୍ପାଦନ କରାଏ ତାହାକୁ ‘ପ୍ରଯୋଜ୍ୟ କର୍ତ୍ତା’ କହନ୍ତି ।

Question 5.
କର୍ମକାରକ କାହାକୁ କୁହାଯାଏ ?
Answer:
କର୍ତ୍ତାର କ୍ରିୟା ସାଧନରେ ଯାହା ଅଭିଳଷିତ ବା ଅବଲମ୍ବିତ ତାହା କର୍ମକାରକ । ଯଥା – ଶିକ୍ଷକ ଛାତ୍ରକୁ ଡାକିଲେ ।

BSE Odisha 9th Class Odia Grammar କାରକ ଓ ବିଭକ୍ତି

Question 6.
ମୁଖ୍ୟ କର୍ମ କାହାକୁ କୁହାଯାଏ ?
Answer:
କ୍ରିୟା ସହିତ ଯେଉଁ କର୍ମ ପଦ ସିଧାସଳଖ ଜଡ଼ିତ ତାହା ମୁଖ୍ୟ କର୍ମ ।

Question 7.
ଗୌଣ କର୍ମ କାହାକୁ କୁହାଯାଏ ?
Answer:
ମୁଖ୍ୟ କର୍ମକୁ ଯେଉଁ କର୍ମ ଅନୁସରଣ କରିଥାଏ ତାହା ଗୌଣ କର୍ମ କୁହାଯାଏ ।

Question 8.
କରଣ କାରକ କାହାକୁ କୁହାଯାଏ ?
Answer:
‘ଯାହା ସାହାଯ୍ୟରେ କ୍ରିୟା ସାଧୂ ହୁଏ ବା କ୍ରିୟା ସାଧନରେ ଯିଏ ପ୍ରକୃଷ୍ଟ କାର୍ଯ୍ୟକାରୀ ତାହା କରଣ କାରକ ।’ ଯଥା –
ସେ କଲମରେ ଲେଖୁଛି ।

Question 9.
ସଂପ୍ରଦାନ କାରକ କାହାକୁ କୁହାଯାଏ ?
Answer:
ଯାହାକୁ କୌଣସି ବସ୍ତୁ ସମ୍ୟକ୍ ବା ସଂପୂର୍ଣ୍ଣ ଭାବେ ଦାନ କରାଯାଏ, ତାହାର ସଂପ୍ରଦାନ କାରକ ହୁଏ । ଯଥା –
କପିଳେନ୍ଦ୍ରଦେବ ଶ୍ରୀମନ୍ଦିରକୁ ଶହେ ମହଣ ସୁନା ଦାନ କରିଥିଲେ ।

Question 10.
ଅପାଦାନ କାରକ କାହାକୁ କୁହାଯାଏ ?
Answer:
କ୍ରିୟାଦ୍ଵାରା ଗୋଟିଏ ବସ୍ତୁ ଅନ୍ୟବସ୍ତୁଠାରୁ ବିଚ୍ଛିନ୍ନ ହେଲେ ତାହାଠାରେ ‘ଅପାଦାନ କାରକ’ ହୋଇଥାଏ । ଯଥା –
କାଲି ମନ୍ଦିରରୁ ପଥର ଖସିଲା ।

Question 11.
ଅଧ୍ଵରଣ କାରକ କାହାକୁ କୁହାଯାଏ ?
Answer:
କ୍ରିୟା ଯେଉଁ ସ୍ଥାନରେ ଅଥବା ଯେଉଁ ସମୟରେ ସାଧୂ ହୁଏ, ସେହି ସ୍ଥାନ ଓ ସମୟସୂଚକ ପଦର ଅଧିକରଣ କାରକ ହୁଏ । ଯଥା –
ପୂର୍ଣ୍ଣମୀରେ ପ୍ରବଳ ଜୁଆର ଉଠେ ।

BSE Odisha 9th Class Odia Grammar କାରକ ଓ ବିଭକ୍ତି

Question 12.
ସ୍ଥାନାଧ୍ଵରଣ କାରକ କାହାକୁ କୁହାଯାଏ ?
Answer:
ବାକ୍ୟରେ ଯେଉଁ ପଦଦ୍ୱାରା ସ୍ଥାନ ସୂଚିତ ହୁଏ, ତାହା ସ୍ଥାନାଧ୍ଵରଣ ପଦ । ଯଥା –
ସେ ହେଟେଲରେ ଖାଇଲା ।

B ଗୋଟିଏ ପଦରେ ଉତ୍ତର ଲେଖ ।
Question 1.
କାରକ କେତେ ପ୍ରକାରର ?
Answer:
୬ ପ୍ରକାର

Question 2.
କର୍ତ୍ତା କାରକରେ କେଉଁ ବିଭକ୍ତି ହୁଏ ?
Answer:
ପ୍ରଥମ ବିଭକ୍ତି

Question 3.
ସାଧାରଣତଃ କ୍ରିୟାପଦ ପୂର୍ବରୁ କିଏ ବା କ’ଣ ଲଗାଇ ପ୍ରଶ୍ନ କଲେ ଉତ୍ତରରେ ଯାହା ଆସେ ତାହା କେଉଁ କାରକ ?
Answer:
କର୍ତ୍ତା କାରକ

Question 4.
ବିବେକାନନ୍ଦ ଆମେରିକାରେ ଓଜସ୍ୱ ନୀ ଭାଷଣ ଦେଇଥିଲେ । – ରେଖାଙ୍କିତ ପଦଟି କେଉଁ କାରକ ଅଟେ ?
Answer:
କର୍ତ୍ତା କାରକ

Question 5.
ଯେଉଁ ବର୍ଣ୍ଣ ବା ବର୍ଣ୍ଣସମଷ୍ଟି ଦ୍ୱାରା ସଂଖ୍ୟା, କାରକ ସୂଚିତ ହୁଏ ତାହାକୁ କ’ଣ କୁହାଯାଏ ?
Answer:
ବିଭକ୍ତି

Question 6.
ବାକ୍ୟ ମଧ୍ଯରେ କ୍ରିୟାପଦ ସହିତ ସମ୍ପର୍କ ନଥାଇ ଯେଉଁ ପଦର ଅନ୍ୟ ବିଶେଷ୍ୟ ପଦ ସହିତ ସମ୍ପର୍କ ଥାଏ ତାକୁ କ’ଣ କୁହାଯାଏ ?
Answer:
ସମ୍ୱନ୍ଧ ପଦ

Question 7.
‘ନିଜ ଦୋଷରୁ ପ୍ରାଣୀ କଷ୍ଟ ପାଏ’ – ଏଠାରେ କେଉଁ କାରଣରୁ ୫ମୀ ବିଭକ୍ତି ହୋଇଛି ?
Answer:
ହେତୁ ଅର୍ଥରେ

Question 8.
ପବନର ପୁତ୍ର – ଏଠାରେ କେଉଁ ଅର୍ଥରେ ଷଷ୍ଠୀ ବିଭକ୍ତି ହୋଇଛି ?
Answer:
ଜନ୍ୟ ଜନକ ସମ୍ବନ୍ଧ

Question 9.
ବାକ୍ୟ ମଧ୍ୟରେ କ୍ରିୟାପଦ ସହିତ ଅନ୍ୟ ପଦମାନଙ୍କର ଯେଉଁ ସମ୍ବନ୍ଧ ଥାଏ, ତା’କୁ କ’ଣ କହନ୍ତି ?
Answer:
କାରକ

BSE Odisha 9th Class Odia Grammar କାରକ ଓ ବିଭକ୍ତି

Question 10.
ଲୋକଟି ଲଙ୍ଗଳରେ ଚାଷ କରୁଛି । (ରେଖାରୂଢ଼ି ପଦର କାରକ ନିର୍ଣ୍ଣୟ କର ।)
Answer:
କରଣକାରକ

Question 11.
ବିଭକ୍ତି କେତେ ଭାଗରେ ବିଭକ୍ତ ?
Answer:
୭ ଭାଗରେ

Question 12.
ନବମ ଶ୍ରେଣୀରେ ଉମାଭାରତୀ ବୋଲି ଝିଅଟିଏ ପଢୁଛି । (ରେଖାଙ୍କିତ ପଦର ସକାରଣ ବିଭକ୍ତି ନିର୍ଣ୍ଣୟ କର ।)
Answer:
ଅବ୍ୟୟଯୋଗେ ୧ମା

Question 13.
ପିଲାମାନେ ବିଦ୍ୟାଳୟକୁ ଯାଉଛନ୍ତି । (ବାକ୍ୟରେ ଥିବା କର୍ମପଦ ଚିହ୍ନାଅ ।)
Answer:
ବିଦ୍ୟାଳୟକୁ

Question 14.
‘ଅନୁସାରେ’ ଏହି ଅର୍ଥ ବୁଝାଇବା ପାଇଁ କେଉଁ ବିଭକ୍ତି ?
Answer:
୨ୟା

Question 15.
ମୂର୍ଖକୁ ଧ୍ଵ । ରେଖାଙ୍କିତ ପଦଟିର ସକାରଣ ବିଭକ୍ତି ନିର୍ଣ୍ଣୟ କରୁଣ ଳଗ ।
Answer:
‘ଧୂକ୍’ ଯୋଗେ ୨ୟା

C ଶୂନ୍ୟସ୍ଥାନ ପୂରଣ କର ।
1. ଯେ କ୍ରିୟା ସମ୍ପାଦନ କରେ, ତା’କୁ __________________ କୁହାଯାଏ ।
Answer:
କର୍ତ୍ତା

2. ଯେଉଁ କର୍ତ୍ତା ନିଜେ କ୍ରିୟା ସମ୍ପାଦନ ନ କରି ଅନ୍ୟଦ୍ୱାରା କରାଏ, ତାକୁ ______________ କର୍ତ୍ତା କୁହାଯାଏ ।
Answer:
ପ୍ରୟୋଜକ

3. କର୍ତ୍ତା ଯାହାଦ୍ଵାରା କାର୍ଯ୍ୟ କରାଏ, ତାହାକୁ _________________ କର୍ତ୍ତା କୁହାଯାଏ ।
Answer:
ପ୍ରୟୋଜ୍ୟ

BSE Odisha 9th Class Odia Grammar କାରକ ଓ ବିଭକ୍ତି

4. କପିଳେନ୍ଦ୍ର ଦେବ ଏକ ବିଶାଳ ରାଜ୍ୟ ପ୍ରତିଷ୍ଠା କରିଥିଲେ । – ଏହି ବାକ୍ୟରେ ଥ‌ିବା କର୍ତ୍ତାପଦଟି __________________ ।
Answer:
କପିଳେନ୍ଦ୍ରଦେବ

5. କର୍ଭର କ୍ରିୟା ସାଧନରେ ଯାହା ଅଭିଳଷିତ, ତାକୁ ______________________ କୁହାଯାଏ ।
Answer:
କର୍ମ

6. ଯାହା ସାହାଯ୍ୟରେ କ୍ରିୟା ସାଧୁତ ହୁଏ, ତାକୁ _________________________ କହନ୍ତି ।
Answer:
କରଣ

7. ଯାହାକୁ କୌଣସି ବସ୍ତୁ ସମ୍ୟରୂପେ ଦାନ କରାଯାଏ, ତାକୁ _______________________ କାରକ କୁହାଯାଏ ।
Answer:
ସମ୍ପ୍ରଦାନ

8. ସମ୍ପ୍ରଦାନ କାରକରେ _____________________ ବିଭକ୍ତି ହୁଏ ।
Answer:
୪ର୍ଥୀ

9. କରଣ କାରକରେ ___________________ ବିଭକ୍ତି ହୁଏ ।
Answer:
୩ୟା

10. କର୍ମ କାରକରେ _________________ ବିଭକ୍ତି ହୁଏ ।
Answer:
୨ୟା

D ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ଯେ କ୍ରିୟା-ସମ୍ପାଦନ କରେ, ତା’କୁ କ’ଣ କୁହାଯାଏ ?
(A) କର୍ତ୍ତୃକାରକ
(B) କର୍ମକାରକ
(C) ପ୍ରୟୋଜନ କର୍ତ୍ତା
(D) କରଣକାରକ
Answer:
(A) କର୍ତ୍ତୃକାରକ

BSE Odisha 9th Class Odia Grammar କାରକ ଓ ବିଭକ୍ତି

2. ଯେଉଁ କର୍ମା ନିଜେ କ୍ରିୟା ସମ୍ପାଦନ ନ କରି ଅନ୍ୟଦ୍ୱାରା କରାଏ, ତାକୁ କି କର୍ତ୍ତା କୁହାଯାଏ ?
(A) କର୍ରା
(B) ପ୍ରୟୋଜନ କର୍ତ୍ତା
(C) ପ୍ରୟୋଜ୍ୟ କର୍ତ୍ତା
(D) ଅନୁକ୍ତ କର୍ତ୍ତା
Answer:
(B) ପ୍ରୟୋଜନ କର୍ତ୍ତା

3. କର୍ତ୍ତା ଯାହାଦ୍ଵାରା କାର୍ଯ୍ୟ କରାଏ, ତାହାକୁ କି କର୍ତ୍ତା କୁହାଯାଏ ?
(A) ପ୍ରୟୋଜକ କର୍ତ୍ତା
(B) ପ୍ରୟୋଜ୍ୟ କର୍ତ୍ତା
(C) ଅପ୍ରଧାନ କର୍ତ୍ତା
(D) ପ୍ରଧାନ କର୍ତ୍ତା
Answer:
(B) ପ୍ରୟୋଜ୍ୟ କର୍ତ୍ତା

4. କପିଳେନ୍ଦ୍ର ଦେବ ଏକ ବିଶାଳ ରାଜ୍ୟ ପ୍ରତିଷ୍ଠା କରିଥିଲେ । – ଏହି ବାକ୍ୟରେ ଥ‌ିବା କର୍ରାପଦ ଚିହ୍ନାଅ ।
(A) ବିଶାଳ
(B) ରାଜ୍ୟ
(C) କପିଳେନ୍ଦ୍ରଦେବ
(D) ପ୍ରତିଷ୍ଠା
Answer:
(C) କପିଳେନ୍ଦ୍ରଦେବ

5. କର୍ତ୍ତାର କ୍ରିୟା ସାଧନରେ ଯାହା ଅଭିଳଷିତ, ତାକୁ କ’ଣ କୁହାଯାଏ ?
(A) କରଣ
(B) ସମ୍ପ୍ରଦାନ
(C) ଅଷ୍କରଣ
(D) କର୍ମ
Answer:
(D) କର୍ମ

6. ଯାହା ସାହାଯ୍ୟରେ କ୍ରିୟା ସାଧୂ ହୁଏ, ତାକୁ କ’ଣ କହନ୍ତି ?
(A) କର୍ମ
(B) କର୍ତ୍ତା
(C) କରଣ
(D) ସମ୍ପ୍ରଦାନ
Answer:
(C) କରଣ

7. ଯାହାକୁ କୌଣସି ବସ୍ତୁ ସମ୍ୟକ୍‌ରୂପେ ଦାନ କରାଯାଏ, ତାକୁ କି କାରକ କୁହାଯାଏ ?
(A) କରଣ କାରକ
(B) କର୍ମ କାରକ
(C) ଅପାଦାନ କାରକ
(D) ସମ୍ପ୍ରଦାନ କାରକ
Answer:
(D) ସମ୍ପ୍ରଦାନ କାରକ

BSE Odisha 9th Class Odia Grammar କାରକ ଓ ବିଭକ୍ତି

8. ସମ୍ପ୍ରଦାନ କାରକରେ କେଉଁ ବିଭକ୍ତି ହୁଏ ?
(A) ୩ୟା
(B) ୨ୟା
(C) ୫ମୀ
(D) ୪ର୍ଥ।
Answer:
(D) ୪ର୍ଥ।

9. କରଣ କାରକରେ କେଉଁ ବିଭକ୍ତି ହୁଏ ?
(A) ୨ୟା
(B) ୩ୟା
(C) ୪ର୍ଥ।
(D) ୫ମୀ
Answer:
(B) ୩ୟା

10. କର୍ମ କାରକରେ କେଉଁ ବିଭକ୍ତି ହୁଏ ?
(A) ୩ୟ
(B) ୧ମା
(C) ୨ୟା
(D) ୪ର୍ଥ।
Answer:
(C) ୨ୟା

11. କାରକ କେତେ ପ୍ରକାରର ?
(A) ୬
(B) ୫
(C) ୭
(D) ୪
Answer:
(A) ୬

12. କର୍ତ୍ତା କାରକରେ କେଉଁ ବିଭକ୍ତି ହୁଏ ?
(A) ଦ୍ଵିତୀୟା
(B) ପ୍ରଥମା
(C) ତୃତୀୟା
(D) ଚତୁର୍ଥୀ
Answer:
(B) ପ୍ରଥମା

13. ସାଧାରଣତଃ କ୍ରିୟାପଦ ପୂର୍ବରୁ କିଏ ବା କ’ଣ ଲଗାଇ ପ୍ରଶ୍ନ କଲେ ଉତ୍ତରରେ ଯାହା ଆସେ ତାହା କେଉଁ କାରକ ?
(A) କର୍ତ୍ତା କାରକ
(B) କର୍ମ କାରକ
(C) ଅପାଦାନ କାରକ
(D) ଅଧ୍ୟାକରଣ କାରକ
Answer:
(A) କର୍ତ୍ତା କାରକ

BSE Odisha 9th Class Odia Grammar କାରକ ଓ ବିଭକ୍ତି

14. ବିବେକାନନ୍ଦ ଆମେରିକାରେ ଓଜସ୍ବିନୀ ଭାଷଣ ଦେଇଥିଲେ । – ରେଖାଙ୍କିତ ପଦଟି କେଉଁ କାରକ ଅଟେ ?
(A) କର୍ତ୍ତା କାରକ
(B) କରଣ କାରକ
(C) ଅପାଦ କାରକ
(D) କର୍ମ କାରକ
Answer:
(A) କର୍ତ୍ତା କାରକ

15. ଯେଉଁ ବର୍ଣ୍ଣ ବା ବର୍ଣ୍ଣସମଷ୍ଟି ଦ୍ୱାରା ସଂଖ୍ୟା, କାରକ ସୂଚିତ ହୁଏ ତାହାକୁ କ’ଣ କୁହାଯାଏ ?
(A) ବିଭକ୍ତି
(B) କାରକ
(C) ସମ୍ବନ୍ଧ ପଦ
(D) ଅବ୍ୟୟପଦ
Answer:
(A) ବିଭକ୍ତି

CHSE Odisha Class 12 Psychology Unit 1 Objective Questions in Odia Medium

Odisha State Board CHSE Odisha Class 12 Psychology Solutions Unit 1 ଜୀବନବ୍ୟାପୀ ବିକାଶ & ସ୍ଵୟଂ ତଥା ବ୍ୟକ୍ତିତ୍ଵ Objective Questions.

CHSE Odisha 12th Class Psychology Unit 1 Objective Questions in Odia Medium

ସମ୍ଭାବ୍ୟ ଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତର ବାଛି ଲେଖ ।
୧। ବିକାଶ କାହା ଦ୍ଵାରା ପ୍ରଭାବିତ ହୋଇଥାଏ ?
(କ) ପରିପକ୍ଵନ ଏବଂ ଶିକ୍ଷଣ
(ଖ) କେବଳ ଶିକ୍ଷଣ
(ଗ) କେବଳ ପରିପକ୍ବନ
(ଘ) ଅନ୍ୟ।ନ୍ୟ
Answer:
(କ) ପରିପକ୍ଵନ ଏବଂ ଶିକ୍ଷଣ

୨। ଗର୍ଭଧାରଣରୁ ଜନ୍ମ ପର୍ଯ୍ୟନ୍ତ ସମୟର ନାମ କ’ଣ ?
(କ) ପ୍ରାକ୍ ବାଲ୍ୟାବସ୍ଥା
(ଖ) ପ୍ରାକ୍ ଜନନ ଅବସ୍ଥା
(ଗ) ଭୃଣାବସୁ
(ଘ) ଗର୍ଭାବସ୍ଥା
Answer:
(ଖ) ପ୍ରାକ୍ ଜନନ ଅବସ୍ଥା

୩। ମଣିଷର ପ୍ରତ୍ୟେକ କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନକୁ କ’ଣ କୁହାଯାଏ ?
(କ) ବୃଦ୍ଧି
(ଖ) ବିକାଶ
(ଗ) ବୟସ
(ଘ) ବ୍ୟବହାର
Answer:
(ଖ)ବିକାଶ

୪। ମନୁଷ୍ୟର କ୍ରମିକ ଓ ପ୍ରଗତିଶୀଳ ପରିବର୍ତ୍ତନକୁ କ’ଣ କୁହାଯାଏ ?
(କ) ବୃଦ୍ଧି
(ଖ) ବୟସ
(ଗ) ବ୍ୟବହାର
(ଘ) ବିକାଶ
Answer:
(ଘ) ବିକାଶ

୫। ସ୍ଥୂଳ ଓ ସୂକ୍ଷ୍ମ ଗୁଣାତ୍ମକ କୌଶଳ ଶିଶୁଟିର କେଉଁ ସମୟରେ ଦେଖା ଦେଇଥାଏ ?
(କ) ଶୈଶବାବସ୍ଥା
(ଖ) ବାଲ୍ୟାବସ୍ଥା
(ଗ) ପ୍ରାକ୍ – ପ୍ରସବାବସ୍ଥ।
(ଘ) କିଶୋରାବସ୍ଥା
Answer:
(କ) ଶୈଶବାବସ୍ଥା

୬। ନିଜ ପ୍ରତି ଧ୍ୟାନ ଆକର୍ଷିତ କରିବାର ପ୍ରବୃତ୍ତିକୁ କ’ଣ କୁହାଯାଏ ?
(କ) ପରକୈନ୍ଦ୍ରିକତା
(ଖ) ଆତ୍ମକୈନ୍ଦ୍ରିକତା
(ଗ) ଆତ୍ମ ନିର୍ଭରଶୀଳତା
(ଘ) ଆତ୍ମ ପରିଚୟ
Answer:
(ଖ) ଆତ୍ମକୈନ୍ଦ୍ରିକତା

CHSE Odisha Class 12 Psychology Unit 1 Objective Questions in Odia Medium

୭। ନବଜାତ ଶିଶୁ ଉଦ୍ଦୀପକ ପ୍ରତି ଦେଖାଉଥ‌ିବା ସ୍ଵଚାଳିତ ଅନୁକ୍ରିୟାକୁ କ’ଣ କୁହାଯାଏ ?
(କ) ବ୍ୟବହାର
(ଖ) ପ୍ରତିବର୍ତ୍ତ
(ଗ) ସ୍ଵାବଲମ୍ବନଶୀଳତା
(ଘ) ସମୟାନୁବତ୍ତତା
Answer:
(ଖ) ପ୍ରତିବର୍ତ୍ତ

୮। ସାମାଜିକୀକରଣ ପ୍ରକ୍ରିୟା କେଉଁଠାରେ ଆରମ୍ଭ ହୋଇଥାଏ ?
(କ) ଗୃହ
(ଖ) ବିଦ୍ୟ
(ଗ) କ୍ରୀଡ଼ା ପ୍ରାଙ୍ଗଣ
(ଘ) ପରିବେଶ
Answer:
(କ)ଗୃହ

୯। କୌଣସି ବିଶେଷଧରଣର ବ୍ୟବହାରର ଆବିର୍ଭାବ ସମୟକୁ କ’ଣ କୁହାଯାଇଥାଏ ?
(କ) କ୍ରାନ୍ତିକ ପର୍ଯ୍ୟାୟ
(ଖ) ଅଙ୍କୁରଣ ପର୍ଯ୍ୟାୟ
(ଗ) ଭୃଣ ପର୍ଯ୍ୟାୟ
(ଘ) ସମ୍ବେଦନଶୀଳ ଅବସ୍ଥା
Answer:
(କ)କ୍ରାନ୍ତିକ ପର୍ଯ୍ୟାୟ

୧୦ । ଜନ୍ମଠାରୁ ଏକମାସ ହେବା ପର୍ଯ୍ୟନ୍ତ ବୟସର ଶିଶୁକୁ କ’ଣ କୁହାଯାଏ ?
(କ) ନବଜାତ
(ଖ) ଭୃଣ
(ଗ) ଶିଶୁ
(ଘ) ଫେଟସ
Answer:
(କ)ନବଜାତ

୧୧। ବ୍ୟକ୍ତିତ୍ବକୁ ଅନ୍ତର୍ମୁଖୀ, ଓ ବହିର୍ମୁଖୀ ରୂପେ ଦୁଇଟି ଶ୍ରେଣୀରେ କିଏ ବର୍ଗୀକରଣ କରିଥିଲେ ?
(କ) କ୍ୟାଟେଲ
(ଖ) ଆଲପୋର୍ଟ
(ଗ) ୟୁଇ
(ଘ) ସେଲଡ଼ନ୍
Answer:
(ଗ)ୟୁଙ୍ଗ୍

୧୨। ବ୍ୟକ୍ତିତ୍ଵ ଆକଳନ ନିମନ୍ତେ କାଳିଛିଟା ପରୀକ୍ଷଣ କିଏ ବିକଶିତ କରିଥିଲେ ?
(କ) ବି. ପି ମୁଥେୟା
(ଖ) ରୋର୍ଶ।କ୍
(ଗ) ମର୍ଗାନ
(ଘ) ହାରିସନ୍ ଗଫ୍
Answer:
(ଖ)ରୋର୍ଶକ୍

୧୩। ବ୍ୟକ୍ତି ନିଜର ଶାରୀରିକ, ମାନସିକ ଏବଂ ସାମାଜିକ ଗୁଣାବଳୀ ସମ୍ବନ୍ଧୀୟ ବିକଶିତ ଧାରଣାକୁ କ’ଣ କୁହାଯାଏ ?
(କ) ସ୍ଵପ୍ରତ୍ୟୟ
(ଖ) ଶୀଳଗୁଣ
(ଗ) ବ୍ୟକ୍ତିତ୍ବ
‍(ଘ) ଅନ୍ୟ।ନ୍ୟ
Answer:
(କ) ସ୍ଵପ୍ରତ୍ୟୟ

୧୪। ହିପୋକ୍ରେଟସ୍ କେଉଁ ପ୍ରାଚୀନ ଦେଶର ଭେଷଜ ବିଜ୍ଞାନୀ ଅଟନ୍ତି ?
(କ) ଗ୍ରୀସ୍
(ଖ) ଭାରତ
(ଗ) ଚୀନ୍
(ଘ) ସ୍ବିଜରଲାଣ୍ଡ୍
Answer:
(କ) ଗ୍ରୀସ୍

CHSE Odisha Class 12 Psychology Unit 1 Objective Questions in Odia Medium

୧୫। ନିଜର ସାମର୍ଥ୍ୟକୁ ବାସ୍ତବ ରୂପ ଦେବାର ଅଭିଳାଷକୁ କ’ଣ କୁହାଯାଏ ?
(କ) ଆତ୍ମସିଦ୍ଧି
(ଖ) ସ୍ଵଚେତନା
(ଗ) ସ୍ୱଦକ୍ଷତା
(ଘ) ସ୍ୱପରିଚୟ
Answer:
(କ)ଆତ୍ମସିଦ୍ଧି

୧୬। ଅନ୍ୟମାନଙ୍କ ସହିତ ସମାନତା ଓ ଅସମାନତା ଆଧାରରେ ନିଜର ସ୍ଵତନ୍ତ୍ରତାକୁ ଅନୁଭବ କରିବାକୁ କ’ଣ କୁହାଯାଏ ?
(କ) ସ୍ଵଚେତନା
(ଖ) ସ୍ଵପରିଚୟ
(ଗ) ସ୍ଵଦକ୍ଷତା
(ଘ) ଆତ୍ମସିଦ୍ଧି
Answer:
(ଖ) ସ୍ଵପରିଚୟ

୧୭। “ ପରସୋନା” କେଉଁ ଭାଷାର ଏକ ଶବ୍ଦ ଅଟେ ?
(କ) ଗ୍ରୀକ୍
(ଖ) ଲାଟିନ୍
(ଗ) ଇଂରାଜୀ
(ଘ) ସଂସ୍କୃତ
Answer:
(କ) ଗ୍ରୀକ୍

୧୮। କ୍ରେଚମର ବ୍ୟକ୍ତିତ୍ଵକୁ କେତେଗୋଟି ବର୍ଗରେ ବିଭକ୍ତ କରିଅଛନ୍ତି ?
(କ) ୩
(ଖ) ୨
(ଗ) ୪
(ଘ) ୫
Answer:
(କ) ୩

୧୯। ନିର୍ଦ୍ଦିଷ୍ଟ କ୍ଷେତ୍ରରେ ନିଜର ପ୍ରତିଭା ବା ସାମର୍ଥ୍ୟ କେତେ, ଏହାର ଧାରଣାକୁ କ’ଣ କହନ୍ତି ?
(କ) ସ୍ଵଦକ୍ଷତା
(ଖ) ସ୍ଵଚେତନା
(ଗ) ଆତ୍ମସିଦ୍ଧି
(ଘ) ସ୍ୱପ୍ରତ୍ୟୟ
Answer:
(କ) ସ୍ଵଦକ୍ଷତା

୨୦। ସର୍ବପ୍ରଥମେ କିଏ ଶୀଳଗୁଣ ସିଦ୍ଧାନ୍ତ ପ୍ରଦାନ କରିଥିଲେ ?
(କ) ସେଲଡ଼ନ
(ଖ) ଆଲ୍‌ପୋର୍ଟ
(ଗ) କେଚନର
(ଘ) ହିପୋକ୍ରେଟସ୍
Answer:
(ଖ) ଆଲପୋର୍ଟ

ଶୂନ୍ୟସ୍ଥାନ ପୂରଣ କର

ସମ୍ଭାବ୍ୟ ଉତ୍ତରମାନଙ୍କ ମଧ୍ୟରୁ ଉପଯୁକ୍ତ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
୧। ଗୋଟିଏ ନିଷିକ୍ତ ଡିମ୍ବାଣୁ ପ୍ରାୟ _____________________ ଦିନ ମଧ୍ୟରେ ଏକ ନବଜାତ ଶିଶୁରେ ପରିଣତ ହୁଏ।
(କ) ୩୦୦
(ଖ) ୩୧୦
(ଗ)୨୮୦
(ଘ) ୨୭୦
Answer:
(ଗ)୨୮୦

CHSE Odisha Class 12 Psychology Unit 1 Objective Questions in Odia Medium

୨। ମାତୃଗର୍ଭରେ ଶିଶୁଟି ପ୍ରାୟ _________________ ସପ୍ତାହ ରହିଥାଏ ।
(କ) ୪୦
(ଖ) ୨୧
(ଗ) ୩୬
(ଘ) ୩୮
Answer:
(କ)୪୦

୩। ବିକାଶର ଅଧୁକାଂଶ ଲକ୍ଷଣ __________________ଅଟେ ।
(କ)ସହସମ୍ବନ୍ଧୀୟ
(ଖ) ଅସହସମ୍ବନ୍ଧୀୟ
(ଗ) ପରିବର୍ତ୍ତନୀୟ
(ଘ) ଅପରିବର୍ତ୍ତନୀୟ
Answer:
(କ)ସହସମ୍ବନ୍ଧୀୟ

୪। ଗୋଟିଏ ନିଷିକ୍ତ ଡିମ୍ବାଣୁକୁ __________________ କୁହାଯାଏ ।
(କ) ଆଦ୍ୟଭ୍ରୂଣ
(ଖ) ଏକ ଯୁଗ୍ମଜ
(ଗ) ଏକ ପରିପକ୍ଵ ଭ୍ରୂଣ
(ଘ) ଅନ୍ୟ।ନ୍ୟ
Answer:
(ଖ)ଏକ ଯୁଗ୍ମଜ

୫। _____________________ ଜନନସୂତ୍ରିକା ଝିଅ ଜନ୍ମ ପାଇଁ ଦାୟୀ ।
(କ) XX
(ଖ) XY
(ଗ) YY
(ଘ) XXY
Answer:
(କ) XX

୬। ପ୍ର।କଜନନ କାଳରେ _________________________ ମାଧ୍ୟମରେ ଶିଶୁ ମାଆଠାରୁ ଖାଦ୍ୟ ଗ୍ରହଣ କରେ ।
(କ) ଗର୍ତ୍ତନାଳ
(ଖ) ଗର୍ଭାଶୟ
(ଗ) ଡିମ୍ବାଣୁ
(ଘ) ଗର୍ତ୍ତଫୁଲ
Answer:
(କ) ଗର୍ଭନାଳ

୭। ଶୁକ୍ରାଣୁ ଓ ଡିମ୍ବାଣୁ __________________ ମିଳନରେ ସୃଷ୍ଟି ହୁଏ ।
(କ) ଭୃଣ
(ଖ) ଡିମ୍ବକୋଷ
(ଗ) ଯୁଗ୍ମଜ
(ଘ) ଗୁଣସୂତ୍ର
Answer:
(ଗ) ଯୁଗ୍ମଜ

୮। ବିକାଶ ___________________ ରୁ ସ୍ଵତନ୍ତ୍ରତାକୁ ଗତି କରିଥାଏ ।
(କ)ସାଧାରଣ
(ଖ) ଜଟିଳ
(ଗ) ଆତ୍ମକୈନ୍ଦ୍ରିକତା
‍(ଘ) ପରକୈନନ୍ଦ୍ରିକତା
Answer:
(କ)ସାଧାରଣ

CHSE Odisha Class 12 Psychology Unit 1 Objective Questions in Odia Medium

୯। କିଶୋରମାନଙ୍କର ଯୌନଗ୍ରନ୍ଥରୁ ନିଃସୃତ ହେଉଥିବା ସେକ୍‌ସ ହରମୋନକୁ _________________ କୁହାଯାଏ।
(କ) ଏଣ୍ଡ୍ରୋଜେନ୍
(ଖ) ଏଷ୍ଟ୍ରୋଜେନ୍
(ଗ) ପ୍ରୋଜେଷ୍ଟୋନ୍
(ଘ) ଶୁକ୍ରାଣୁ
Answer:
(କ) ଏଣ୍ଡ୍ରୋଜେନ୍

୧୦। ___________________ ବିକାଶର ଏକ ନିୟମ ନୁହେଁ ।
(କ) ଧାରାବାହିକ
(ଖ) ବ୍ୟକ୍ତିଗତ ଭିନ୍ନତା
(ଗ) ନିର୍ଭରଶୀଳତା
(ଘ) ନିରବଚ୍ଛିନ୍ନତା
Answer:
(ଗ) ନିର୍ଭରଶୀଳତା

୧୧। ଗର୍ଭଧାରଣର _____________________ ମାସରେ ଶିଶୁଟି ମା’ପେଟରେ ତା’ର ଚକ୍ଷୁ ଖୋଲିପାରିଥାଏ ।
(କ)୪
(ଖ) ୬
(ଗ) ୮
(ଘ) ୯
Answer:
(ଖ)୬

୧୨। __________________ କିଶୋର କିଶୋରୀଙ୍କ ଚିନ୍ତନର ବିଶେଷତା ଅଟେ ।
(କ) ଆତ୍ମକୈନ୍ଦ୍ରିକତା
(ଖ) ନିର୍ଭରଶୀଳତା
(ଗ) ଯୌନଗତ ପରିପକ୍ବତା
(ଘ) ସ୍ଵେଚ୍ଛାଚାରିତା
Answer:
(କ) ଆତ୍ମକୈନ୍ଦ୍ରିକତା

୧୩। ଏକ ନିର୍ଦ୍ଦିଷ୍ଟ ବୟସରେ ସାମାଜିକ ପ୍ରତ୍ୟାଶାକୁ __________________ କୁହାଯାଏ ।
(କ) ସାମାଜିକତା
(ଖ) ବିକାଶାତ୍ମକ କାର୍ଯ୍ୟ
(ଗ) ପରିପକ୍ବତା
(ଘ ନୈତିକତା
Answer:
(ଖ) ବିକାଶାତ୍ମକ କାର୍ଯ୍ୟ

୧୪। ଜୀବନ _______________ ଠାରୁ ଆରମ୍ଭ ହୋଇଥାଏ ।
(କ) ଜନ୍ମ ସମୟ
(ଖ) ଗର୍ଭ ଧାରଣ ସମୟ
(ଗ) ବାଲ୍ୟ।ବସ୍ଥ।
(ଘ) ଶୈଶବାବସ୍ଥ।
Answer:
(ଖ) ଗର୍ଭ ଧାରଣ ସମୟ

୧୫। ଭୃଣ ସମୟ ଗର୍ଭଧାରଣର __________________ ସପ୍ତ।ହଠାଋୁ ଆରମ୍ଭ ହୋଇଥାଏ ।
(କ) ପ୍ରଥମ
(ଖ) ଦ୍ଵିତୀୟ
(ଗ) ତୃତୀୟ
(ଘ) ଚତୁର୍ଥ
Answer:
(ଖ) ଦ୍ଵିତୀୟ

CHSE Odisha Class 12 Psychology Unit 1 Objective Questions in Odia Medium

୧୬। ଜନ୍ମ ହେବା ଦିନଠାରୁ ଆରମ୍ଭ କରି ୬ ବର୍ଷ ପର୍ଯ୍ୟନ୍ତ ସମୟକୁ ______________________ କୁହାଯାଏ ।
(କ) ବାଲ୍ୟ।ବସ୍ଥା
(ଖ) ଶୈଶବାବସ୍ଥା
(ଗ) କିଶୋରାବସ୍ତୁ
(ଘ) ନବଜାତ ଅବସ୍ଥା
Answer:
(ଖ) ଶୈଶବାବସ୍ଥା

୧୭। ଅପରାଧପ୍ରବଣତା ________________ ସମୟର ଏକ ସମସ୍ୟା |
(କ) ଶୈଶବାବସ୍ଥା
(ଖ) କିଶୋରାବସ୍ଥା
(ଗ) ବାଲ୍ୟାବସ୍ଥା
(ଘ)ପୌ୍ରଢ଼ବସ୍ଥା
Answer:
(ଖ) କିଶୋରାବସ୍ଥା

୧୮। ଜୀବନର ବ୍ୟାବହାରିକ ତଥ୍ୟ ସମ୍ବନ୍ଧରେ ନିପୁଣତାକୁ ______________________ କୁହାଯାଏ ।
(କ) ଚିନ୍ତନ
(ଖ) ଜ୍ଞ।ନ
(ଗ) ଆତ୍ମକୈନ୍ଦ୍ରିକତା
(ଘ) ବିବେକ
Answer:
(ଖ) ଜ୍ଞ।ନ

୧୯। ଏକ ନିଷିକ୍ତ ଡିମ୍ବକୋଷ __________________ ଯୋଡ଼ା ଜନନସୂତ୍ରିକା ଧାରଣ କରିଥାଏ ।
(କ) ୨୩
(ଖ) ୧୨
(ଗ) ୩୨
(ଘ) ୨୫
Answer:
(କ) ୨୩

୨୦। ବାଲ୍ୟାବସ୍ଥାରେ କ୍ରାନ୍ତିକ ପର୍ଯ୍ୟାୟର ପ୍ରଭାବରେ ଦେଖାଯାଉଥ‌ିବା ସମୟ କାଳକୁ __________________ ଅବସ୍ଥା କୁହାଯାଉଥାଏ ।
(କ) ସମ୍ବେଦନଶୀଳ ଅବସ୍ଥା
(ଖ) ଯୌବନାବସ୍ଥା
(ଗ) ସାମାଜିକୀକରଣ ଅବସ୍ଥା
(ଘ) ଅନ୍ୟ।ନ୍ୟ
Answer:
(କ) ସମ୍ବେଦନଶୀଳ ଅବସ୍ଥା

୨୧। ବ୍ୟକ୍ତିର ନିଜର ଗୁଣାବଳୀ, ଅଭିଜ୍ଞତା, ସାମର୍ଥ୍ୟ ଏବଂ ଦୋଷତ୍ରୁଟି ସମ୍ବନ୍ଧୀୟ ଧାରଣାକୁ __________________ କୁହାଯାଏ ।
(କ) ସ୍ଵମୂଲ୍ୟ।ୟନ
(ଖ) ସ୍ଵପ୍ରତ୍ୟୟ
(ଗ) ସ୍ଵପରିବୀକ୍ଷଣ
(ଘ) ସ୍ଵପରିଚୟ
Answer:
(ଖ) ସ୍ଵପ୍ରତ୍ୟୟ

୨୨। ଅନ୍ୟମାନଙ୍କ ସହିତ ସାମଞ୍ଜସ୍ୟ ଓ ଅସାମଞ୍ଜସ୍ୟ ଆଧାରରେ ନିଜର ସ୍ଵତନ୍ତ୍ରତାକୁ ଅନୁଭବ କରିବା ହେଉଛି _________________ ।
(କ) ସ୍ଵପରିଚୟ
(ଖ) ସ୍ଵଦକ୍ଷତା
(ଗ) ସ୍ଵପ୍ରତ୍ୟୟ
(ଘ) ସ୍ଵମୂଲ୍ୟ।ୟନ
Answer:
(କ) ସ୍ଵପରିଚୟ

CHSE Odisha Class 12 Psychology Unit 1 Objective Questions in Odia Medium

୨୩। ଭାରତୀୟ ଭେଷଜ ବିଜ୍ଞାନ ବା ଆୟୁର୍ବେଦର ଜନକ ____________________ ଅଟନ୍ତି ।
(କ) ରାମଦେବ
(ଖ) ଚୂରକ
(ଗ) ବିଶ୍ୱ।ମିତ୍ର
(ଘ) ହିପୋକ୍ରେଟସ୍
Answer:
(ଖ) ଚୂରକ

୨୪। ବାୟୁ ଓ ଆକାଶରେ ଅନ୍ତଃକ୍ରିୟାରୁ ________________________ ସୃଷ୍ଟି ହୁଏ ।
(କ) ପିତ୍ତ
(ଖ) ବାତ
(ଗ) କଫ
(ଘ) ଅନ୍ୟାନ୍ୟ
Answer:
(ଖ) ବାତ

୨୫। ବାୟୁ ଓ ଅଗ୍ନିର ଅନ୍ତଃକ୍ରିୟାରୁ _________________ ଜାତ ହୁଏ ।
(କ) କଫ
(ଖ) ପିତ୍ତ
(ଗ) ବାତ
(ଘ) ଅନ୍ୟାନ୍ୟ
Answer:
(ଖ) ପିତ୍ତ

୨୬। ଜଳ ଓ ଭୂମିର ଅନ୍ତଃକ୍ରିୟାରୁ _________________ ର ସୃଷ୍ଟି ।
(କ) ବାତ
(ଖ) ପିତ୍ତ
(ଗ) କଫ
(ଘ) ଅନ୍ତର୍ମୁଖୀ
Answer:
(ଗ) କଫ

୨୭। _________________ ପ୍ରକାର ବ୍ୟକ୍ତି ହୃଦୟ ଧମନୀ ରୋଗରେ ପୀଡ଼ିତ ହେବାର ଆଶଙ୍କା ଥାଏ ।
(କ) A – ପ୍ରକାର
(ଖ) B – ପ୍ରକାର
(ଗ) C – ପ୍ରକାର
(ଘ) ଅନ୍ତର୍ମୁଖୀ
Answer:
(କ) A – ପ୍ରକାର

୨୮। ପ୍ରକାର ବ୍ୟକ୍ତି କର୍କଟ ରୋଗରେ ପୀଡ଼ିତ ହେବାର ସମ୍ଭାବନା ଅଧିକ ।
(କ) A – ପ୍ରକାର
(ଖ) C – ପ୍ରକାର
(ଗ) B – ପ୍ରକାର
(ଘ) ବହି୍ମୁଖୀ
Answer:
(ଖ) C – ପ୍ରକାର

୨୯। _____________________ ପ୍ରକାର ବ୍ୟକ୍ତି ଅତ୍ୟନ୍ତ ମହତ୍ତ୍ୱାକାଂକ୍ଷୀ ।
(କ) A – ପ୍ରକାର
(ଖ) C – ପ୍ରକାର
(ଗ) B – ପ୍ରକାର
(ଘ) ଆମୋଦପ୍ରିୟ
Answer:
‍(କ) A – ପ୍ରକାର

CHSE Odisha Class 12 Psychology Unit 1 Objective Questions in Odia Medium

୩୦। ଅନ୍ତର୍ମୁଖୀର ବ୍ୟକ୍ତିମାନେ ____________________ ଅଟନ୍ତି ।
(କ) ମେଳାପୀ
(ଖ) ଲାଜୁକ
(ଗ) ଗପୁଡ଼ି
(ଘ) ଅନ୍ୟାନ୍ୟ
Answer:
(ଖ) ଲାଜୁକ

୩୧। ୧୬ PF ପ୍ରଶ୍ନବଳୀକୁ ____________________ ବ୍ୟକ୍ତିତ୍ଵ ଆକଳନ ନିମନ୍ତେ ବିକଶିତ କରିଥିଲେ ।
(କ) ସେଲଡ଼ନ୍
(ଖ) କ୍ୟାଟେଲ
(ଗ) ଲୁଇ
‍(ଘ) ଆଇଜେ
Answer:
(ଖ) କ୍ୟାଟେଲ

୩୨। ବ୍ୟକ୍ତି – ଅଙ୍କନ ପରୀକ୍ଷଣ __________________ ଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିଲା ।
(ଖ) କ୍ୟାଟେଲ
(ଖ) ଫ୍ରଏଡ୍
(ଗ) ଆଇଜେ
‍(ଘ) ମାକୋଭର
Answer:
‍(ଘ) ମାକୋଭର

୩୩। ବ୍ୟକ୍ତିତ୍ଵ ମାପନ ନିମନ୍ତେ ___________________ କଥାବସ୍ତୁ ସଂପ୍ରତ୍ୟକ୍ଷ ପରୀକ୍ଷଣ ବିକଶିତ କରିଥିଲେ ।
(କ) ଫ୍ରଏଡ଼ ଓ ୟୁଇ
(ଖ) କ୍ୟାଟେଲ ଓ ଆଲପୋର୍ଟ
(ଗ) ମରେ ଓ ମର୍‌ଗାନ
(ଘ) ପଲକୋଷ୍ଟା ଓ ମାକ୍‌
Answer:
(ଗ) ମରେ ଓ ମର୍‌ଗାନ

୩୪। କ୍ୟାଟେଲ _______________ ଗୋଟି ଶୀଳଗୁଣକୁ ବ୍ୟକ୍ତିତ୍ଵର ମୂଳ ଲକ୍ଷଣ ଭାବେ ବିଚାର କରନ୍ତି ।
(କ) ୨୧
(ଖ)୧୬
(ଗ) ୨୬
(ଘ) ୨
Answer:
(ଖ)୧୬

୩୫। ଆଲପୋର୍ଟ _______________________ ଗୋଟି ମୁଖ୍ୟ ପ୍ରକାର ଶୀଳଗୁଣ ବ୍ୟକ୍ତିତ୍ଵର ରଚନା କରେ ବୋଲି ମତ ଦେଇଥିଲେ ।
(କ) ୨
(ଖ) ୩
(ଘ) ୬
(ଗ) ୪
Answer:
(ଘ) ୩

୩୬। ବ୍ୟକ୍ତିତ୍ଵ ବିଶ୍ଳେଷଣ ତଥ୍ୟ ମାପନ ପାଇଁ ବ୍ୟବହୃତ ଔପଚାରିକ ପ୍ରକ୍ରିୟାର ନାମ ______________ ଅଟେ ।
(କ) ବ୍ୟକ୍ତିତ୍ଵ ଆକଳନ
(ଖ) ପ୍ରେକ୍ଷକ ପ୍ରତିବେଦନ
(ଗ) ମୂଲ୍ୟ ନିର୍ଦ୍ଧାରଣ
(ଘ) ପାରିସ୍ଥିତିକ ପରୀକ୍ଷଣ
Answer:
(କ) ବ୍ୟକ୍ତିତ୍ଵ ଆକଳନ

CHSE Odisha Class 12 Psychology Unit 1 Objective Questions in Odia Medium

୩୭। ରୋର୍ଶାକ୍ କାଳିଛିଟା ପରୀକ୍ଷଣ _________________ ର ଏକ ଉଦାହରଣ ।
(କ) ବସ୍ତୁନିଷ୍ଠ ପରୀକ୍ଷଣ
(ଖ) ପ୍ରକ୍ଷେପୀ ପରୀକ୍ଷଣ
(ଗ) ପାରିସ୍ଥିତିକ ପରୀକ୍ଷଣ
(ଘ) ମୂଲ୍ୟ – ନିଦ୍ଧରଣ
Answer:
(ଖ) ପ୍ରକ୍ଷେପୀ ପରୀକ୍ଷଣ

୩୮। ___________________ ମନୁଷ୍ୟର ଶାରୀରିକ ଗଠନ ଆଧାରରେ ବ୍ୟକ୍ତିତ୍ଵ ଓ ବ୍ୟବହାର ସମ୍ବନ୍ଧରେ ଅଧ୍ୟୟନ କରିଥିଲେ ।
(କ) ସେଲଡ଼ନ୍
(ଖ) ହିପୋକ୍ରେଟସ୍
(ଗ) ୟୁଙ୍ଗ୍
(ଘ) ଚରକ
Answer:
(କ) ସେଲଡ଼ନ୍

୩୯। _________________ ବ୍ୟକ୍ତିମାନେ ସାମାଜିକ ପ୍ରଥା ଓ ପରମ୍ପରା ପ୍ରତି ଦୃଢ଼ବିଶ୍ଵାସୀ ହୋଇଥାନ୍ତି ।
(କ) ସୁଳାକୃତି
(ଖ) ମଧମକାୟ
(ଗ) କୃଶାକୃତି
(ଘ) କୋପଶୀଳ
Answer:
(କ) ସ୍ଥୁଳାକୃତି

୪୦। ସାମଗ୍ରିକ ଭାବରେ ନିଜ ସମ୍ବନ୍ଧରେ ଥିବା ବିଶ୍ଵାସ ଓ ଅନୁଭୂତିକୁ _________________ କୁହାଯାଏ ।
(କ) ସମାଜ
(ଖ) ସ୍ଵ
(ଗ) ବ୍ୟକ୍ତିତ୍ୱ
(ଘ) ସଂସ୍କୃତି
Answer:
(ଖ) ସ୍ଵ

ନିମ୍ନରେ ଦିଆଯାଇଥ‌ିବା ଉକ୍ତିଗୁଡ଼ିକ “ଠିକ୍” କିମ୍ବା “ଭୁଲ” ଦର୍ଶାଅ ।
୧। ପରିମାଣାତ୍ମକ ପରିବର୍ତ୍ତନକୁ ବିକାଶ କୁହାଯାଏ ।
Answer:
ଭୁଲ

୨। କ୍ରମ-ବିକାଶ ଧାରାବାହିକ ନୁହେଁ ।
Answer:
ଭୁଲ୍

୩। ବିକାଶ ପ୍ରକ୍ରିୟା ମୁଣ୍ଡରୁ ଆରମ୍ଭ ହୋଇ ପାଦ ପର୍ଯ୍ୟନ୍ତ ଗତି କରିବାକୁ ସମୀପ ଦୂରାଭିମୁଖୀ ବିକାଶ କୁହାଯାଏ ।
Answer:
ଭୁଲ୍

CHSE Odisha Class 12 Psychology Unit 1 Objective Questions in Odia Medium

୪। ବିକାଶ ପ୍ରକ୍ରିୟା ହାରରେ ବ୍ୟକ୍ତିଗତ ଭିନ୍ନତା ଥାଏ ।
Answer:
ଠିକ୍

୫। ବାଲ୍ୟାବସ୍ଥାରେ ବୃଦ୍ଧି ଓ ବିକାଶର ମାତ୍ରା ଅତ୍ୟନ୍ତ କ୍ଷିପ୍ର ହୋଇଥାଏ ।
Answer:
ଠିକ୍

୬। ନବଜାତ ଶିଶୁଠାରେ ପ୍ରଥମେ ସାଧାରଣ ଉତ୍ତେଜନା ପ୍ରକାଶ ପାଏ ।
Answer:
ଠିକ୍

୭। ବିକାଶ ପ୍ରକ୍ରିୟା ଶରୀରର କେନ୍ଦ୍ରରୁ ଆରମ୍ଭ କରି ପରିଧ୍ଵ ଆଡ଼କୁ କ୍ରମାନୁସାରେ ଗତି କରିବାକୁ ସମୀପ-ଦୂରାଭିମୁଖୀ ବିକାଶ କୁହାଯାଏ ।
Answer:
ଠିକ୍

୮। ଡିମ୍ବାବସ୍ଥା ଶିଶୁଟିର ଜୀବନ ଧାରଣ ଦିନଠାରୁ ୨ ସପ୍ତାହର ଶେଷ ପର୍ଯ୍ୟନ୍ତ ଗତି କରିଥାଏ ।
Answer:
ଠିକ୍

୯। ବାଲ୍ୟାବସ୍ଥା ସାଧାରଣତଃ ୧୨ବର୍ଷ ବୟସଠାରୁ ଆରମ୍ଭ ହୋଇ ପ୍ରଜନନ କ୍ଷମତାପ୍ରାପ୍ତ ହେବା ପର୍ଯ୍ୟନ୍ତ ଗତି କରିଥାଏ ।
Answer:
ଭୁଲ୍

୧୦। ଅପରାଧୂକ ପ୍ରବୃତ୍ତି ଥିବା କିଶୋର କିଶୋରୀମାନଙ୍କର ଉପଲବ୍ଧର ସ୍ତର ନିମ୍ନ ରହିଥାଏ ।
Answer:
ଠିକ୍

୧୧। ଜଣେ କାର୍ଯ୍ୟକ୍ଷମ ବା ଚାକିରିରେ ଥିବା ବ୍ୟକ୍ତିଙ୍କୁ ପ୍ରୌଢ଼ କୁହାଯାଏ ।
Answer:
ଭୁଲ୍

୧୨। B – ପ୍ରକାରର ବ୍ୟକ୍ତି ଅତ୍ୟନ୍ତ ଉଚ୍ଚାଭିଳାଷୀ ଅଟନ୍ତି |
Answer:
ଭୁଲ

୧୩। ଏଣ୍ଡୋମର୍ଫିକ୍ ବ୍ୟକ୍ତି ଶାନ୍ତ ତଥା ମେଳାପି ହୋଇଥାନ୍ତି ।
Answer:
ଠିକ୍

୧୪। ବ୍ୟକ୍ତିତ୍ଵର ଶୀଳଗୁଣ ସିଦ୍ଧାନ୍ତଗୁଡ଼ିକ ବ୍ୟକ୍ତିତ୍ଵର ମୂଳ ଆଧାରକୁ ବୁଝିବାରେ ସାହାଯ୍ୟ କରେ।
Answer:
ଠିକ୍

୧୫। ଏକ ଜ୍ଞାତା ରୂପରେ ସ୍ୱ ‘ମୋର’ କୁ ଇଙ୍ଗିତ କରିଥାଏ ଏବଂ ଜ୍ଞେୟ ରୂପରେ ଏହା ‘ମୁଁ’କୁ ଇଙ୍ଗିତ କରିଥାଏ ।
Answer:
ଭୁଲ୍

୧୬। ପ୍ରତ୍ୟେକ ବ୍ୟକ୍ତିତ୍ଵ ସ୍ଵତନ୍ତ୍ର ଓ ଅନନ୍ୟ ।
Answer:
ଠିକ୍

୧୭। ଅନ୍ତର୍ମୁଖ ବ୍ୟକ୍ତି ସଫଳ ନେତୃତ୍ବ ଗ୍ରହଣ କରିପାରେ ।
Answer:
ଭୁଲ

CHSE Odisha Class 12 Psychology Unit 1 Objective Questions in Odia Medium

୧୮। ପଲ୍‌କୋଷ୍ଟା ଓ ଆଇଜେଙ୍କ ବ୍ୟକ୍ତିତ୍ଵର ବୃହତ୍ ପାଞ୍ଚ କାରକୀୟ ମତବାଦ ଉପସ୍ଥାପନ କରିଛନ୍ତି |
Answer:
ଭୁଲ

୧୯। କୃଷ୍ଣ ପିତ୍ତର ପ୍ରାବଲ୍ୟତା ବ୍ୟକ୍ତିକୁ ବିଷାଦମୁଖୀ କରାଏ ।
Answer:
ଠିକ୍

୨୦। ଶୀଳଗୁଣର ମାତ୍ରା ଓ ପରିମାଣକୁ ଏକ ସାଂଖ୍ୟକ ମୂଲ୍ୟରେ ବ୍ୟକ୍ତ କରିବା ମୂଲ୍ୟ ନିର୍ଦ୍ଧାରଣ ପଦ୍ଧତିର ମୁଖ୍ୟ ଉଦ୍ଦେଶ୍ୟ ଅଟେ ।
Answer:
ଠିକ୍