CHSE Odisha Class 12 Odia Grammar ଦରଖାସ୍ତ ଓ ପତ୍ରଲିଖନ

Odisha State Board CHSE Odisha Class 12 Odia Solutions Grammar ଦରଖାସ୍ତ ଓ ପତ୍ରଲିଖନ Exercise Questions and Answers.

CHSE Odisha Class 12 Odia Grammar ଦରଖାସ୍ତ ଓ ପତ୍ରଲିଖନ

(କ) ଦରଖାସ୍ତ ଓ ପତ୍ରଲିଖନ

ଦରଖାସ୍ତ ଓ ପତ୍ରଲିଖନ ସମ୍ପର୍କରେ – ସାମାଜିକ, ସାଂସ୍କୃତିକ, ପାରିବାରିକ, ଆଫିସିକ, ପ୍ରଶାସନିକ, ବ୍ୟବସାୟିକ ଓ ବ୍ୟକ୍ତିଗତ ଜୀବନ ସ୍ତରରେ ଭାବବିନିମୟର ଅନ୍ୟତମ ଲିଖ ମାଧ୍ୟମ ହେଉଛି ପତ୍ର । ପତ୍ରଲିଖନଦ୍ୱାରା ପ୍ରେରକ ପ୍ରାପକ ଉଦ୍ଦେଶ୍ୟରେ ନିଜର କଥ୍‌ତବ୍ୟକୁ ସହଜ, ସରଳ ଓ ଗୋପନର ସହିତ ଲେଖୁ ବୁଝାଇ ଜଣାଇ ପାରିଥାଏ । ପତ୍ର ଏହି ମର୍ମରେ ହେଉଛି – ‘ଏକ ଲିଖତ ସମ୍ବାଦ; ଯାହା ଜଣେ ବ୍ୟକ୍ତି ବା ଅନୁଷ୍ଠାନଠାରୁ ଅନ୍ୟ ନିକଟକୁ ବକ୍ତବ୍ୟ, ମନ୍ତବ୍ୟ, ତଥ୍ୟ ପ୍ରେରଣ, ଖବର ପ୍ରଦାନ, ଅଭିମତ ଲିଖନ, ଭାବନା ଓ ସମସ୍ୟା ଅବଗତିକରଣ ପାଇଁ ପ୍ରେରଣ କରାଯାଇଥାଏ ।

ପତ୍ରର ପରିସର ବ୍ୟକ୍ତିଗତ ଦୁଃଖସୁଖଠାରୁ ଆରମ୍ଭକରି ଜାତୀୟ ସମସ୍ୟା, ସରକାରୀ ଘୋଷଣା, ବ୍ୟବସାୟିକ ବୁଝାମଣା ପର୍ଯ୍ୟନ୍ତ ସକଳ ଜୀବନ ଓ ସମାଜଧାରାର ଅବସ୍ଥା ସହିତ ସଂପୃକ୍ତ । ପତ୍ରରୁ ସମାଜ, ସମୟ, ମୂଲ୍ୟବୋଧ ଓ ସମସ୍ୟାର ଚିତ୍ର ମଧ୍ୟ ମିଳିଥାଏ । ମହାନ୍ ବ୍ୟକ୍ତିମାନଙ୍କ ପତ୍ର ସାର୍ବକାଳୀନ ମଣିଷ ସଭ୍ୟତାର ସମ୍ପଦ ଓ ପ୍ରେରଣା ହୋଇଉଠେ । ପୂରଣ କରି ନୂତନ ଚିନ୍ତାଧାରାର ମାର୍ଗ ବି ଖୋଲିଦିଏ । ତେଣୁ ପତ୍ର ଲେଖୁ ଏକ କଳା, ଏକ ଯୁକ୍ତି, ଏକ ବିଜ୍ଞାନସମ୍ମତ ପୂରଣ କରି ନୂତନ ଚିନ୍ତାଧାରାର ମାର୍ଗ ବି ଖୋଲିଦିଏ । ତେଣୁ ପତ୍ର ଲେଖୁ ଏକ କଳା, ଏକ ଯୁକ୍ତି, ଏକ ବିଜ୍ଞାନସମ୍ମତ ସାଧନା ।

ବର୍ଣ୍ଣନାର ସାରଲ୍ୟ, ଭାଷାର ସ୍ପଷ୍ଟତା ଓ ବୋଧଗମ୍ୟ ପ୍ରୀତିକର ଅର୍ଥଦ୍ୟୋତନା, ଗଠନରେ ଠିକଣା, ତାରିଖ, ସ୍ଥାନ, କାଳ, ପାତ୍ର ଓ ପୂର୍ଣ୍ଣ ବିବରଣୀ ପରିଷ୍କାର ଭାବରେ ପ୍ରଦାନ, ପ୍ରାପକ ଓ ପ୍ରେରକର ପରିଚିତି ଇତ୍ୟାଦି ଉତ୍ତମ ପତ୍ରର ଲକ୍ଷଣା

ଆମେ ସ।ଧାରଣ ଜୀବନରେ ବ୍ୟବହାର କରୁଥିବା ସମ୍ପର୍କରେ ଆସୁଥିବା ପତ୍ରଲିଖନ କଳା ମୁଖ୍ୟତଃ- ୧- ବ୍ୟବସାୟିକ, ୨-ବୃତ୍ତି ନିମିତ୍ତ, ୩- ବ୍ୟକ୍ତିଗତ, ୪- ସରକାରୀ କାର୍ଯ୍ୟାଳୟ ସମ୍ବନ୍ଧୀୟ, ୫- ସାମୟିକ ଛୁଟି ଓ ୬- ସମ୍ପାଦକଙ୍କୁ ପତ୍ର ଇତ୍ୟାଦି ।

୧- ବ୍ୟବସାୟିକ / ବାଣିଜ୍ୟିକ ପତ୍ରରେ ପତ୍ରର ଆରମ୍ଭରେ ପ୍ରେରକର ନାମ, ଠିକଣା, ପଦବୀ, ପତ୍ର ମଧ୍ୟରେ ପ୍ରାପକର ନାମ, ପଦବୀ, ଠିକଣା, ପତ୍ରର ଆରମ୍ଭରେ ପତ୍ରାଙ୍କ ନମ୍ବର, ତାରିଖ, ସହାୟକ ନମୁନା ଓ ବିଷୟବସ୍ତୁର ସଂକ୍ଷିପ୍ତ ସୂଚନା ଲେଖାଯାଇ ବିଷୟାନୁସାରୀ ବିବରଣୀ ପ୍ରସଙ୍ଗକ୍ରମେ ଲେଖାଯାଏ । ଶେଷରେ ପ୍ରାପକଙ୍କ ପ୍ରତି ସମ୍ମାନ ଭାବ, ବିଶ୍ବସ୍ତ ଭାବ, ମାନ୍ୟଭାବ ରହି ପ୍ରେରକର ନିଜସ୍ବ ସ୍ବାକ୍ଷର ଓ ମୋହର ରହିଥାଏ । ଏ ଧରଣର ପତ୍ର ବ୍ୟବସାୟ ପରିଚାଳନା ସହିତ ସଂଶ୍ଲିଷ୍ଟ ।

୨-ବୃତ୍ତନିମିତ୍ତ / ଆବେଦନ ପତ୍ର ସମ୍ପୂର୍ଣ୍ଣ ଆନୁଷ୍ଠାନିକ । ଏହା ଘରୋଇ ସୁଖଦୁଃଖର ଚିତ୍ର ବହନ କରିନଥାଏ । ଏହା ସରକାରୀ କିମ୍ବା ବେସରକାରୀ ସଂସ୍ଥାର ଅଧିକାରୀମାନଙ୍କ ପାଖକୁ ଲେଖାଯାଏ । ସରକାରୀ ସମସ୍ୟା, ଆଫିସିକ ସ୍ତରରେ ଅଫିସର-କର୍ମଚାରୀ-ଆଫିସିକ କର୍ତ୍ତୃପକ୍ଷଙ୍କ ଭିତରେ ସମସ୍ୟା ସମାଧାନ ଓ ତଥ୍ୟପ୍ରେରଣ ନିମନ୍ତେ ପରସ୍ପର ମଧ୍ୟରେ ଯୋଗାଯୋଗପାଇଁ ସରକାରୀ ପତ୍ର ଓ ଅର୍ଦ୍ଧସରକାରୀ ପତ୍ର ଲେଖାଯାଇଥାଏ । ଏ ଧରଣର ପତ୍ରରେ ପତ୍ରାଙ୍କ, ଦିନାଙ୍କ, ବିଷୟ, ପ୍ରେରକର ନାମ-ପଦବୀ -ଠିକଣା, ପ୍ରାପକଙ୍କ ନାମ-ପଦବୀ-ଠିକଣା ଓ ସମ୍ମାନସୂଚକ ସମ୍ବୋଧନ ସହିତ ବିଷୟ ନିର୍ଦ୍ଦିଷ୍ଟ ହୋଇ ଲେଖାଯାଇଥାଏ ।

୩-ବ୍ୟକ୍ତିଗତ | ଘରୋଇ ପତ୍ରରେ ପ୍ରେରକ ଓ ପ୍ରାପକ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ, ସମ୍ବୋଧନ, ଶ୍ରଦ୍ଧା ଓ ଭକ୍ତିବୋଧ, ଆନ୍ତରିକତା, ପରିସମାପ୍ତିରେ ସମ୍ବନ୍ଧସୂଚକ ଇତି ଓ ବିଷୟ ବର୍ଣ୍ଣନାରେ ଆତ୍ମକତାର ସ୍ଵାଦ ରହିବା ଉଚିତ । ଇଷ୍ଟ ସ୍ମରଣ, ବ୍ୟକ୍ତିଗତ ସଶ୍ରଦ୍ଧା ସମ୍ବୋଧନ, ମଙ୍ଗଳ କାମନା, ସମ୍ପର୍କିତଙ୍କୁ ଯଥାମାନ୍ୟ ଦେଇ ପତ୍ର ଆରମ୍ଭ ହୁଏ ଏବଂ ଶେଷରେ ଯଥାମାନ୍ୟତାରେ ଶେଷ ହୁଏ ।

୪-ନିମନ୍ତ୍ରଣ ପତ୍ର ଓ ଶୋକସମ୍ବାଦ ଆମ ପରମ୍ପରା ଓ ସଂସ୍କୃତିର ପ୍ରତୀକଭାବରେ ପ୍ରସ୍ତୁତ କରାଯାଇଥାଏ । ଭୋଜି, ସାଂସ୍କୃତିକ ଉତ୍ସବ ପାଳନ, ବିବାହ ବ୍ରତାଦି ପାରମ୍ପରିକ ବିଧାନ, ଜନ୍ମ-ମୃତ୍ୟୁ ଇତ୍ୟାଦି ଘଟଣାରେ ପ୍ରିୟଜନମାନଙ୍କୁ ଯୋଗ ଦେବାପାଇଁ ନିମନ୍ତ୍ରଣ ପତ୍ର ଲେଖାଯାଇଥାଏ ।

ଏହି ମର୍ମରେ ଛାତ୍ରଛାତ୍ରୀଙ୍କ ଅବଗତି ଓ ପ୍ରସ୍ତୁତି ନିମନ୍ତେ ପ୍ରଶ୍ନୋତ୍ତର ଭିତ୍ତିରେ ପତ୍ରଲିଖନ କଳାର ନମୁନା ଜଣାଇବାକୁ ଯାଇ କେତୋଟି ବିଷୟ ଉପରେ ‘ପତ୍ରଲିଖନ’ କରାଯାଉଛି ।

ବାଣିଜ୍ୟିକ ଓ ବ୍ୟବସାୟିକ ପତ୍ର

୧। କାର୍ଯ୍ୟାଳୟର କେତେକ ବ୍ୟବହାର୍ଯ୍ୟ ଦ୍ରବ୍ୟ ଯୋଗାଣପାଇଁ ବ୍ୟବସାୟ ପ୍ରତିଷ୍ଠାନକୁ ଅନୁରୋଧ ପତ୍ର ଲେଖ ।
Answer:

ଦିନାଙ୍କ – ୯.୨.୨୧

ପତ୍ରାଙ୍କ ନଂ – ୧୦୦୫/୨୦୨୧ ଏଫ୍.ଡ଼ି.
ପ୍ରେରକ – ଜଗଦାନନ୍ଦ ଦାସ, ମୁଖ୍ୟ ଅଫିସ୍ ଅଧିକାରୀ,
ମଧୁପୁର ମହାବିଦ୍ୟାଳୟ, ଧର୍ମଶାଳା, ଯାଜପୁର
ପ୍ରାପ୍ତି – ପରିଚାଳକ, ଗୋକର୍ଣ୍ଣେଶ୍ଵର ସମବାୟ ଭଣ୍ଡାର, ଧର୍ମଶାଳା
ବିଷୟ ମହ।ବିଦ୍ୟାଳୟ କାର୍ଯ୍ୟାଳୟ ପରିଚାଳନା ନିମନ୍ତେ ବିବିଧ ଉପକରଣ ଯୋଗାଣ ସମ୍ବକ୍ଷରୋ
ମହାଶୟ,
ଆପଣ ଜାଣି ଖୁସିହେବେ ଯେ, ଆମ ମଧୁପୁର ମହାବିଦ୍ୟାଳୟର ପରିଚାଳନା ସମିତି ତାଙ୍କର ଅଧୂବେଶନ ନଂ ୧୦୧, ୨୮.୨.୨୧ ତାରିଖରେ ଆଗାମୀ ବର୍ଷ ନିମନ୍ତେ ସର୍ବମୋଟ ୫୦,୦୦୦/- (ପଚାଶ ହଜାର) ଟଙ୍କାର ଏକ ଆର୍ଥିକ ଅଟକଳ ବିବିଧ କାର୍ଯ୍ୟାଳୟ ସାମଗ୍ରୀ କ୍ରୟ ନିମନ୍ତେ ଅନୁମୋଦନ କରିଛନ୍ତି । ଏହି କ୍ରମରେ ଆମେ ଆପଣଙ୍କ ସମବାୟ ଭଣ୍ଡାର ମାଧ୍ୟମରେ ନିମ୍ନଲିଖ ଆଫିସିକ ଉପକରଣଗୁଡ଼ିକ କ୍ରୟ କରିବାକୁ ଚାହୁଁଛୁ । ତେଣୁ ଆପଣ ଉପଯୁକ୍ତ ଓ ଆପଣଙ୍କଦ୍ବାରା ଯୋଗାଇ ଦେବାର ସମ୍ଭାବନା ଥ‌ିବା ସର୍ବଶ୍ରେଷ୍ଠ ସାମଗ୍ରୀଗୁଡ଼ିକର ନମୁନା ସହିତ ଏକ କ୍ରୟବିକ୍ରୟଜନିତ ଅଗ୍ରିମ ଚିଠା ପ୍ରଦାନ କରିବା ହେବେ ।

ଆପଣଙ୍କଠାରୁ ଏ ସଂକ୍ରାନ୍ତରେ ଆନୁଷ୍ଠାନିକଭାବରେ ଆଣ୍ଠୁ ସମ୍ମତି ଆଶାକରୁଛୁ ଓ ଦ୍ରବ୍ୟ ଯୋଗାଣପାଇଁ ଅନୁରୋଧ କରୁଛୁ ।

ଧନ୍ୟବାଦ ସହିତ ।
ତା- ୨୮.୨.୨୧

ଆପଣଙ୍କର ବିଶ୍ଵାସ୍ତ
ଜଗଦାନନ୍ଦ ଦାସ
ମୁଖ୍ୟ ଅଫିସ୍ ଅତ୍କାରୀ
ମଧୁପୁର ମହାବିଦ୍ୟାଳୟ

ଆବଶ୍ୟକ ଉପକରଣ ଚିଠା:
୧। ଜେ. କେ. ବଣ୍ଡ ପେପର -୨୦ ରିମ୍
୨ । ଲିଙ୍କ୍ କମ୍ପାନୀ ପ୍ରସ୍ତୁତ ଡଗ୍‌ନ – ୧୦ ଡଜନ
୩ । ଲିଙ୍କ୍ କମ୍ପାନୀ ପ୍ରସ୍ତୁତ ଡଟ୍‌ଲିଡ୍ ନୀଳ କାଳିର – ୧୦ ଡଜନ
ଲିଙ୍କ୍ କମ୍ପାନୀ ପ୍ରସ୍ତୁତ ଡଟ୍‌ଲିଡ୍ ନୀଳ କାଳିର – ୨୦ ଡଜନ
ଲିଙ୍କ୍ କମ୍ପାନୀ ପ୍ରସ୍ତୁତ ଡଟ୍‌ଲିଡ୍ ଶାଗୁଆ କାଳିର – ୧୦ ଡଜନ
ଲିଙ୍କ୍ କମ୍ପାନୀ ପ୍ରସ୍ତୁତ ଡଟ୍‌ଲିଡ୍ କଳା କାଳିର – ୧୦ ଡଜନ
୪। ଆଲ୍‌ପିନ୍ – ୨୦ ପ୍ୟାକେଟ୍
୫। ଟ୍ୟାଗ୍ – ୫୦ ପ୍ୟାକେଟ୍
୬। ଷ୍ଟାପ୍‌ଲର ଓ ଷ୍ଟାପ୍‌ଲିଂ ପିନ୍ — ୧୦/୧୦ ପ୍ୟାକେଟ୍
୭ । କାଳି ବୋତଲ – ୧ ଲିଟର ନାଲି
୧ ଲିଟର କଳା
୮। ପେପର ପ୍ୟାଡ୍ – ୧୦୦ ଖଣ୍ଡ (୬୪ ପୃଷ୍ଠା ବିଶିଷ୍ଟ )
୯ । ଟେବୁଲ ଉପରର କାଚ ୨ ଫୁଟ ୨ ଫୁଟ – ୧୦ ଖଣ୍ଡ
୧୦ । ପେପର ୱେଟ୍ – ୨ ଡଜନ
୧୧ । ସାଦା ପେପର – ୧୦୦ ରିମ୍
୧୨ । ଗାରପକା ପେପର – ୫୦ ରିମ୍
୧୩ । ଛାତ୍ର ଉପସ୍ଥାନ ଖାତା – ୧୦୦ ଖଣ୍ଡ, ଲଫାପା – ୨୦୦୦ଟି
୧୪। କ୍ୟାମେଲ ଅଠା – ୫୦୦ ଗ୍ରାମ୍ ପ୍ୟାକ୍ – ୨୦ଟି
୧୫ । ଗଡ଼ରେଜ ତାଲା – ଦୁଇ ଡଜନ
୧୬ । ଚକ୍ – ୧୦୦ ଡବା, ଜଉ
୧୭ । ଡଷ୍ଟର – ୧୨ ଡଜନ
୧୮ । କଳାପଟା – ୫ ଫୁଟ / ୫ ଫୁଟ – ୧୦ ଖଣ୍ଡ
୧୯। ପେନ୍‌ଷ୍ଟାଣ୍ଡ୍ – ୨୦ଟି

CHSE Odisha Class 12 Odia Grammar ଦରଖାସ୍ତ ଓ ପତ୍ରଲିଖନ

୨ । କେତେକ ଉପକରଣ ଯୋଗାଣପାଇଁ ଏକ ନିବିଦା (କୋଟେସନ) ପ୍ରେରଣ ପ୍ରସ୍ତୁତି କର ।
Answer:
ପ୍ରେରକ – ସୁଲଭ ଭେରାଇଟି ଷ୍ଟୋର
ସହିଦ ନଗର, ଭୁବନେଶ୍ୱର
ପ୍ରାପ୍ତି – ସମ୍ମାନାୟ ନିର୍ଦ୍ଦେଣକ
ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ଵବିଦ୍ୟାଳୟ
ଓଡ଼ିଶା ଆଞ୍ଚଳିକ ଶାଖା, ଭୁବନେଶ୍ଵର ।
ବିଷୟ – କାର୍ଯ୍ୟାଳୟ ପାଇଁ ଆବଶ୍ୟକ ଉପକରଣ ଯୋଗାଣ ସମ୍ବନ୍ଧରେ ।
ମହ।ଶୟ,
ଆପଣଙ୍କ ବିଜ୍ଞପ୍ତି ନଂ- ୧୮୨, ତା ୧୨.୨.୨୧ ଅନୁସାରେ ମୁଁ ଆପଣଙ୍କ ଅନୁଷ୍ଠାନକୁ ବିଜ୍ଞପ୍ତିରେ ଆହ୍ଵାନ କରାଯାଇଥିବା ଆଫିସିକ ସାମଗ୍ରୀମାନ ଅନ୍ୟାନ୍ୟ ବିତରକମାନଙ୍କଠାରୁ ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ଆଗ୍ରହ ପ୍ରକାଶ କରୁଛି । ମୁଁ ପ୍ରତିଶ୍ରୁତି ଦେଉଛି ଯେ ସୁଲଭ ଭେରାଇଟି ଷ୍ଟୋର ନୂତନ ହୋଇ ଖୋଲା ହୋଇଥିଲେ ମଧ୍ୟ ବର୍ତ୍ତମାନର ନକଲି ବଜାର କାରବାରଠାରୁ ଏହା ସମ୍ପୂର୍ଣ୍ଣ ମୁକ୍ତ ଏବଂ ମୁଁ ଗୁଣାତ୍ମକ ସାମଗ୍ରୀ ଯଥାର୍ଥ ସର୍ଭ ବା ଗ୍ୟାରେଣ୍ଟି ସହିତ ଯୋଗାଇଦେବି । ଜିନିଷଗୁଡ଼ିକ ଆପଣଙ୍କଠାରୁ ନିର୍ଦ୍ଦେଶନାମା ପାଇବାର ସାତଦିନ ମଧ୍ୟରେ ଆପଣଙ୍କ ଭଣ୍ଡାରରକ୍ଷକଙ୍କ ପାଖରେ ପହଞ୍ଚିବ । ଏହି ମର୍ମରେ ଆପଣଙ୍କ ବିଜ୍ଞପ୍ତି ଅନୁସାରେ ଏକ ବିତରକ ସର୍ଭ ଚିଠା ଓ ନମୁନା ଏଥ୍ ସହିତ ପଠାଇଲି ।

ଏଣୁ ଯଥେଷ୍ଟ ଆଶା ଓ ଭରସା ରଖୁଛି ଯେ ନୂତନ କରି ଭେରାଇଟି ଷ୍ଟୋରଟିଏ ଖୋଲି ଆତ୍ମନିର୍ଭରଶୀଳତାର ସ୍ଵପ୍ନ ଦେଖୁଥ‌ିବା ମୋ ପରି ଏକ ଶିକ୍ଷିତ ଯୁବକକୁ ଆପଣ ସାମଗ୍ରୀ ଯୋଗାଣ କରିବାର ସୁବିଧା ପ୍ରଦାନ କରିବା ହେବେ ।

ତା ୧୫.୨.୨୧

ଆପଣଙ୍କର ବିଶ୍ୱସ୍ତ
ମାନସ ରଞ୍ଜନ ବେହେରା
ବିତରକ – ସୁଲଭ ଭେରାଇଟି ଷ୍ଟୋର
ସହିଦ ନଗର, ଭୁବନେଶ୍ୱର

ବିତରଣ ସାମଗ୍ରୀ ସୂଚୀ ଓ ମୂଲ୍ୟ ରୂପରେଖ:
୧। ଲିଙ୍କ୍ ଡଟ୍‌ପେନ୍ – ଡଜନ୍ – ୮୦ ଟଙ୍କା (ନମୁନା ପ୍ରଦତ୍ତ)
୨। ସାଇ ଆଲ୍‌ପିନ୍ – ୧ ଡବା – ୩୦ ଟଙ୍କା (ନମୁନା ପ୍ରଦତ୍ତ)
୩ । ସାଇ ପେନ୍‌ଷ୍ଟାଣ୍ଡ – ୧ ପିସ୍ – ୧୫୦ ଟଙ୍କା (ନମୁନା ପ୍ରଦତ୍ତ)
୪ । ଲିଙ୍କ୍ ଲିଡ୍ (କଳା | ନୀଳ| ନାଲି) ପ୍ରତି ଡଜନ୍ – ୩୮ ଟଙ୍କା (ନମୁନା ପ୍ରଦତ୍ତ)
୫ । ପ୍ରିୟା ଟ୍ୟାଗ୍ – ପ୍ରତି ୧୨ ବଣ୍ଡଲ୍ – ୭୦ ଟଙ୍କା ( ନମୁନା ପ୍ରଦତ୍ତ)
୬ । ଅଫିସ୍ ପ୍ୟାଡ୍ – ୧୦୦ ପୃଷ୍ଠାବିଶିଷ୍ଟ ପ୍ରତି ଖଣ୍ଡ – ୩୦ ଟଙ୍କା
୭ । କ୍ୟାମେଲ୍ ଅଠା – ପ୍ରତି ୫୦୦ ଗ୍ରାମ୍ ବୋତଲ – ୬୦ ଟଙ୍କା (ନମୁନା ପ୍ରଦତ୍ତ )
୮। କ୍ୟାମେଲ୍ (ଏଚ୍.ବି.) ପେନ୍‌ସିଲ – ପ୍ରତି ଡଜନ୍ – ୫୪ ଟଙ୍କା (ନମୁନା ପ୍ରଦତ୍ତ )

୩। ନିମ୍ନମାନର ଦ୍ରବ୍ୟ ଯୋଗାଣର ପ୍ରତିବାଦ ପତ୍ରଟିଏ ଲେଖ ।
Answer:

ତାରିଖ -୧୦. ୨. ୨. ୧

ପତ୍ର ନଂ. – ୭୧୫
ପ୍ରେରଲ – କଳିଙ୍ଗ ଡିଷ୍ଟ୍ରିବ୍ୟୁଟରୁସ ଭୁବନେଶ୍ଵର
ପ୍ରାପ୍ତି – ମୁଖ୍ୟ ପରିଚାଳକ, ବର୍ଜର ରଙ୍ଗ କମ୍ପାନୀ, ମୁମ୍ବାଇ
ଓଡ଼ିଶା ପରିଚାଳନା ଶାଖା – ଭୁବନେଶ୍ବର ।
ବିଷୟ – ରଙ୍ଗର ନକଲି ଓ ପରିମାଣଗତ କମ୍ ରହିବା ଅଭିଯୋଗ ସଂପର୍କରେ ।
ମହାଣୟ,
ଦୁଃଖର ସହିତ ଜଣାଉଛୁ ଯେ, ଏସିଆନ୍ ପେଣ୍ଟ୍, ସାଲିମାର ପେଣ୍ଟ୍, ବର୍ଡର ପେଣ୍ଟ୍, କୋଣାର୍କ ପେଣ୍ଟ୍ ସହିତ ଆପଣଙ୍କ ରଙ୍ଗ କମ୍ପାନୀ ସହିତ ଚୁକ୍ତିବଦ୍ଧ ହୋଇ ଆମେ ରଙ୍ଗ ବିକ୍ରୟପାଇଁ ସାମୁଦାୟିକ ବିତରକ ଦାୟିତ୍ଵ ୫ ବର୍ଷ ଧରି ତୁଲାଇ ଆସୁଛୁ । ଆପଣଙ୍କ ରଙ୍ଗର ଚାହିଦା ଭୁବନେଶ୍ଵର ଆଞ୍ଚଳିକ ପରିସରରେ ବେଶ୍ ଯଥେଷ୍ଟ ଥିଲା । ମାତ୍ର ଏହି ତିନିମାସ ଧରି ଆପଣଙ୍କ କାଠରଙ୍ଗ ଓ ଗୃହ କାନ୍ଥରଙ୍ଗ ବିଷୟରେ ଗ୍ରାହକମାନେ ଅନେକ ଅଭିଯୋଗ ଆଣୁଛନ୍ତି । (୫ ଜଣ ଅଭିଯୋଗକାରୀଙ୍କ ପତ୍ର ସଂଯୁକ୍ତ କଲୁ) ବିଶେଷକରି ରଙ୍ଗର ଉଜ୍ଜଳତା, ଚିକ୍କଣତା ସହିତ ପ୍ରତି ପ୍ୟାକ୍ ଡବାରେ ଓଜନରେ କମ୍ ପରିମାଣ ରଙ୍ଗ ପେଷ୍ଟକ୍ ଆଦି ବିଷୟ ଉପରେ ଅଭିଯୋଗ ହେଉଛି । ଏପରିକି ଅନେକ ଗ୍ରାହକ ଉପଭୋକ୍ତା ଆଇନର ଆଶ୍ରୟ ନେବାର ଧମକ ଦେଉଛନ୍ତି ।

ଏହି ପରିପ୍ରେକ୍ଷୀରେ ଆମେ ଉନ୍ନତମାନର ରଙ୍ଗ ଯୋଗାଇ ଦେବାକୁ, ବଳକା ଥିବା ରଙ୍ଗ ଡବାଗୁଡ଼ିକ ଫେରସ୍ତ ନେବାକୁ ଓ ପୂର୍ବରୁ କ୍ରୟ କରି କ୍ଷତିରେ ପଡ଼ିଥିବା ଅସନ୍ତୁଷ୍ଟ ଗ୍ରାହକମାନଙ୍କୁ ସନ୍ତୁଷ୍ଟ କରିବାକୁ ଏହି ପତ୍ର ମାଧ୍ୟମରେ ଅନୁରୋଧ କରୁଛୁ । ଆପଣଙ୍କ ପଦକ୍ଷେପ ହିଁ ଆପଣଙ୍କ ରଙ୍ଗର ବଜାର ବିତରକ ହେବାପାଇଁ ଆଗାମୀ ଦିନରେ ଆମକୁ ସାହାଯ୍ୟ କରିବ ।

ଧନ୍ୟବାଦ ସହିତ ।

ଆପଣଙ୍କ ବିଶ୍ଵସ୍ତ
ମ୍ୟାନେଜର, କଳିଙ୍ଗ ଡିଷ୍ଟ୍ରିବ୍ୟୁଟର୍‌ସ
ଭୁବନେଶ୍ଵର

ବୃଭି ନିମିତ୍ତ

୪। ନିଜର ଆତ୍ମ ବିବରଣୀ (ବାୟୋଡାଟା) ସଂଯୋଗ କରି ଚାକିରି ପାଇଁ କୌଣସି ସଂସ୍ଥାକୁ ଆବେଦନ ପତ୍ରଟିଏ ଲେଖ ।
Answer:
ସମ୍ମାନନୀୟ ଓଡ଼ିଶା ଶାଟା ପରିଚାଲନା ନିର୍ଦ୍ଦେଶକ,
ହିନ୍ଦୁସ୍ଥାନ ଲିଭର କମ୍ପାନୀ, କଟକ
ମହଶୟ,
ସମ୍ମାନର ସହିତ ଲିଖ୍ ଆବେଦନ କରୁଛି ଯେ, ମୁଁ ୧୯.୨.୨୦୨୧ ତାରିଖ ଦୈନିକ ଓଡ଼ିଆ ପତ୍ରିକା ‘ସମାଜ’ରେ ପ୍ରକାଶିତ ଆପଣଙ୍କ ବିଜ୍ଞାପନ ନଂ – ୧୦୧ ରୁ ଜାଣିବାକୁ ପାଇଲି ଯେ ଆପଣଙ୍କ ଓଡ଼ିଶା ଶାଖା କାର୍ଯ୍ୟାଳୟରେ ୧୦ଗୋଟି ପରିଚାଳନା ପ୍ରତିନିଧ୍ଵ ପଦବୀ ଖାଲି ରହିଛି । ଏହି ବିଜ୍ଞାପିତ ପଦବୀରେ ନିଯୁକ୍ତି ପାଇବାପାଇଁ ମୋର ଶିକ୍ଷାଗତ ଯୋଗ୍ୟତା ଓ ସ୍ଥାନୀୟ ଅଭିଜ୍ଞତା ମଧ୍ୟ ରହିଛି । ଏହି ମର୍ମରେ ମୁଁ ମୋର ଆତ୍ମ-ବିବରଣୀ ନିମ୍ନମତେ ପ୍ରଦାନ କରୁଛି; ଯାହାକୁ ବିଚାରକୁ ନେଇ ମୋତେ ପ୍ରତ୍ୟକ୍ଷଭାବରେ ସାକ୍ଷାତ୍‌କାର କାର୍ଯ୍ୟକ୍ରମକୁ ଡକାଇ ମୋର ଦକ୍ଷତା ପରୀକ୍ଷଣ କରାଇବାର ଏକ ସୁଯୋଗ ମୋତେ ଦେଇ କଥ୍ତ ପଦବୀରେ ମୋତେ ନିଯୁକ୍ତ ପ୍ରଦାନ କରିବା ହେଲେ ମୁଁ ଆପଣଙ୍କ ବିଚାର ଓ ବଦାନ୍ୟତା ପାଖରେ କୃତଜ୍ଞ ହୋଇ ରହିବି ।
ଧନ୍ୟବାଦର ସହିତ ।
ତା – ୨୨.୨.୨୧

ଅ।ପଣଙ୍କର ବିଶ୍ଵସ୍ତ
ନିର୍ମଳ ଚନ୍ଦ୍ର ପରିଡ଼ା
ସା ପୋ – ବନମାଳିପୁର
ଜଗତ୍‌ସିଂହପପୁର

CHSE Odisha Class 12 Odia Grammar ଦରଖାସ୍ତ ଓ ପତ୍ରଲିଖନ 1

୫। ଏକ ବ୍ୟବସାୟିକ ସଂସ୍ଥାରେ ବିକ୍ରୟ ପ୍ରତିନିଧ୍ ହେବା ପାଇଁ ଆବେଦନ ପତ୍ର ଲେଖ ।

ତା ୧୯.୦୨.୨୧

ପ୍ତେରକ – ମହାଲକ୍ଷ୍କୀ ଟ୍ରେଡର୍ସ ବ୍ରହ୍ମପୁର
ପ୍ରାପ୍ତି – ପରିଚାଳକ, ସୁବର୍ଣ୍ଣା ତୈଳ ନିଗମ ଜଗତପୁର, କଟକ
ପ୍ରିୟ ମହାଶୟ,
ଆମ୍ଭେ ଦୈନିକ ‘ ଅନୁପମ ଭାରତ’ ସମ୍ବାଦପତ୍ରରେ ପ୍ରକାଶିତ ଆପଣଙ୍କ ପ୍ରଦତ୍ତ ବିଜ୍ଞାପନ ନଂ୧୦୧ରୁ ଜାଣିବାକୁ ପାଇଲୁ ଯେ ଆପଣଙ୍କ ତୈଳ କମ୍ପାନୀ ପ୍ରସ୍ତୁତ ସାମଗ୍ରୀର ବଜାର ବିକ୍ରି ବୃଦ୍ଧି ନିମନ୍ତେ ବ୍ରହ୍ମପୁର ଆଞ୍ଚଳିକ ସ୍ତରରେ କାର୍‌ପରଦାଜ ନିଯୁକ୍ତି ପାଇଁ ଆଗ୍ରହୀ ଅଛି । ଏହି ବ୍ୟାବସାୟିକ ଦାୟିତ୍ଵ ସମ୍ପାଦନ କରିବାପାଇଁ ଆମ୍ଭ ବ୍ୟାବସାୟିକ ପ୍ରତିଷ୍ଠାନ ‘ମହାଲକ୍ଷ୍ମୀ ଭଣ୍ଡାର’ ତରଫରୁ ଆମ୍ଭେ ସ୍ବୀକୃତି ଓ ସମ୍ମତି ପ୍ରଦାନ କରୁଅଛୁ । ଏହି ମର୍ମରେ ଜଣାଉଛୁ ଯେ ବ୍ରହ୍ମପୁର ସହରରେ ଆମର ୫୦ ଲକ୍ଷ ଅର୍ଥ ପରିମାଣର ବିବିଧ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ବିକ୍ରୟ ଭଣ୍ଡାର ରହିଛି । ଏହି ଭଣ୍ଡାର ଆଞ୍ଚଳିକ ସ୍ତରରେ ପ୍ରାୟଶଃ ୨୦୦ରୁ ଉଦ୍ଧ ସ୍ବୀକୃତିପ୍ରାପ୍ତ କାର୍‌ପରଦାଜ ତଥା ମୁଖ୍ୟ ବିତରକ ଭାବରେ ନିଯୁକ୍ତି ଦିଏ ତେବେ ଦକ୍ଷିଣ ଓଡ଼ିଶାର ମୁଖ୍ୟ ବାଣିଜ୍ୟିକ ପୀଠ ବ୍ରହ୍ମପୁର ସହରରେ ଆମ୍ଭେ ଆପଣଙ୍କ ସାମଗ୍ରୀର ପ୍ରଶଂସାସୂଚକ ବିକ୍ରୟ କରିବାପାଇଁ ଆଗ୍ରହୀ ଥ‌ିବାର ସମ୍ମତି ପ୍ରଦାନ କରୁଛୁ । ଏ ସମ୍ପର୍କରେ ଆର୍ଥିକ ଦେଣନେଣ ତଥା ସାମଗ୍ରୀ ଯୋଗାଣ ସମ୍ପର୍କରେ ଆମ ଭଣ୍ଡାର ଆପଣଙ୍କର ସମସ୍ତ ବ୍ୟାବସାୟିକ ବିଧାନକୁ ସସର୍ତ୍ତ ପାଳନ କରିବା ହେବେ ।

ଯଦି ଆପଣ ଆମକୁ ଏହି କାର୍‌ପରଦାଜ ତଥା ବିତରକ ହେବାର ସୁଯୋଗ ଦେବେ ତେବେ ଆମ୍ଭେ ଆପଣଙ୍କ ପାଖରେ ଆଭାରୀ ରହିବୁ ।

ଧନ୍ୟବ।ଦର ସହିତ ରହୁଛୁ।

ଏସ୍.ପି. ରାଓ
ମହାଲକ୍ଷ୍ମୀ ଗ୍ରେଡ଼ର୍ସ ବ୍ରଜ୍ଜପୁର

୬ । ଶିଳ୍ପ ସଂସ୍ଥାର ଅଧ୍ଯକ୍ଷଭାବରେ ତୁମ ସଂସ୍ଥାର କେତେକ ଅଧସ୍ତନ ପଦ ପୂରଣ ନିମିତ୍ତ ବିଜ୍ଞାପନର ନମୁନା ପ୍ରସ୍ତୁତ କରି ତାହାକୁ ଦୈନିକ ଖବରକାଗଜରେ ପ୍ରକାଶ ପାଇଁ ଅନୁରୋଧ ପତ୍ରଟିଏ ଲେଖ ।
ଶ୍ରୀ ମଦନ ମୋହନ ମୁଦୁଲି                                                                       ଦୂରଭାଷ – ୦୬୮୦୨୫୫୫୧୦
ଅଧ୍ଯକ୍ଷ – ମଧୁକ୍ଷରା କ୍ଷୁଦ୍ର ଚିନି ଉଦ୍ୟୋଗ                                                         ଦୂରଛାପ – ୦୬୮୦୨୫୫୫୫୫
ନୂଆଗଡ଼, ଆସିକା, ଗଂଜାମ
ଚିଠି ନଂ – ଏମ୍. କେ – ୧୫୦ /୨୧                                                            ତାରିଖ – ୧୦.୨.୨୧
ସମ୍ମାନନୀୟ ବିଜ୍ଞାପନ ପରିଚ।ଳକ, ପ୍ରଜ।ତନ୍ତ୍ର
ଦୈନିକ ସମ୍ବାଦ ପତ୍ରିକା, କଟକ ।
ବିଷୟ – ବିଜ୍ଞାପନ ପ୍ରକାଶନ ନିମନ୍ତେ ଆଗୁଆ ନିବେଦନାତ୍ମକ ନିର୍ଦ୍ଦେଶ ଚିଠା ।
ମହାଣୟ,

ଆପଣଙ୍କ ବହୁଳ ବିକ୍ରିସଂପନ୍ନ ଦୈନିକ ପତ୍ରିକା ପୃଷ୍ଠାରେ ଆମ ଶିଳ୍ପ ସଂସ୍ଥାରେ କେତେକ ପଦବୀ ନିମନ୍ତେ ଏକ ବିଜ୍ଞାପନ ପ୍ରକାଶନ କରିବାକୁ ନିବେଦନ କରୁଅଛୁ । ଆପଣଙ୍କ ପତ୍ରିକା ନିମନ୍ତେ ଅବିକଳ ବିଜ୍ଞାପନଟି ଏଥରେ ସଂଯୁକ୍ତ କରାଯାଇଛି ବିଜ୍ଞାପନଟି ରଙ୍ଗିନ୍, ତିନିରଙ୍ଗ ବିଶିଷ୍ଟ ଓ ପତ୍ରିକାର ମୁଖ୍ୟ ପୃଷ୍ଠାର ନିମ୍ନଭାଗକୁ ଲାଗି ୧୦ ଇଞ୍ଚ | ୧୦ ଇଞ୍ଚ ସ୍ଥାନ ମଧ୍ୟରେ ପ୍ରକାଶ କରିବାକୁ ଅନୁରୋଧ କରୁଛି । ବିଜ୍ଞାପନର ଛାପ ପରିଷ୍କାର, ଆକର୍ଷଣୀୟ ଓ ସମସ୍ତ ତଥ୍ୟ ନିର୍ଭୁଲ ରହିବା ଉଚିତ ।

ଏଥନିମନ୍ତେ ପ୍ରକାଶନଜନିତ ଖର୍ଚ୍ଚ ଆପଣ ଅର୍ଥବିଲ୍ ଓ ବିଜ୍ଞାପନ ପ୍ରକାଶିତ ୫ କିତା ସପ୍ତାହ ମଧ୍ୟରେ ଆମ ବ୍ୟାଙ୍କ୍ ଚାଲାଣ ଅଥବା ବ୍ୟାଙ୍କ ଅର୍ଥଜମା ଚିଠା ଭିଭିରେ ପଠାଇଚୁ।

ଧନ୍ୟବାଦର ସହିତ ରହୁଛୁ ।

ତା-୧୦-୦୨-୨୧

ଅ।ପଣଙ୍କର ବିଶ୍ଵସ୍ତ
ମଦନମୋହନ ମୁଦୁଲି
ତା-୧୦-୦୨-୨୧
ଅ।ଫିସିକ୍ ସିଲ୍

ସଂଯୋଗ ଚିଠା :
ବିଜ୍ଞାପନ ନଂ- ୧୦
ମଧୁକ୍ଷରା କ୍ଷୁଦ୍ର ଚିନି ଉଦ୍ୟୋଗ
ନୂଆଗଡ଼, ଆସିକା, ଗଞ୍ଜାମ

ମଧୁକ୍ଷରା କ୍ଷୁଦ୍ର ଚିନି ଉଦ୍ୟୋଗ ଏକ ସମବାୟ ଶିଳ୍ପସଂସ୍ଥା । ଏହି ସଂସ୍ଥାରେ ନିମ୍ନଲିଖ୍ ପଦବୀଗୁଡ଼ିକ ଖାଲି ରହିଛି । ଇଚ୍ଛୁକ ଯୋଗ୍ୟତାଧାରୀ ପ୍ରାର୍ଥୀ/ପ୍ରାର୍ଥୀନୀମାନେ ନିଜ ନିଜର ଆତ୍ମ-ବିବରଣୀ ସହିତ ସମସ୍ତ ପ୍ରକାର ପ୍ରମାଣ ପତ୍ରର ୩ କିତା ନକଲ ଦେଇ ଆବେଦନ କରିବା ହେବେ । ପ୍ରାର୍ଥୀ/ପ୍ରାର୍ଥୀମାନଙ୍କୁ ଲିଖ୍ ଓ ସାକ୍ଷାତ୍‌କାର ପରୀକ୍ଷା ଦେବାକୁ ପଡ଼ିବ । ଦରଖାସ୍ତ ଗ୍ରହଣର ଶେଷ ତାରିଖ ୨୮.୦୨.୨୧ । ବୟସସୀମା – ୩୨ ବର୍ଷରୁ କମ୍ ହୋଇଥବ । ଅନୁସୂଚିତ ଜାତି ଓ ଉପଜାତିଙ୍କ ପାଇଁ ୫ ବର୍ଷ କୋହଳ କରାଯିବ ।
CHSE Odisha Class 12 Odia Grammar ଦରଖାସ୍ତ ଓ ପତ୍ରଲିଖନ 2

ବ୍ୟକ୍ତିଗତ ପତ୍ର

୭ । ତୁମ ଜନ୍ମଦିନ ଉତ୍ସବରେ ଯୋଗଦାନ ନିମନ୍ତେ ଅନ୍ତରଙ୍ଗ ବନ୍ଧୁଙ୍କ ନିକଟକୁ ଏକ ପତ୍ର ଲେଖ ।

ବରପାଳି
୨୬ ଫେବୃଆରୀ, ୨୦୨୧

ଅନ୍ତରଙ୍ଗ ବନ୍ଧୁ ସୁଧାଂଶୁ,
ମୋର ଆନ୍ତରିକ ଶୁଭେଚ୍ଛା ନେବୁ । ମଉସା ଓ ଲିଖୁଭାଇଙ୍କୁ ମୋର ନମସ୍କାର ଜଣାଇଦେବୁ । ମାମାକୁ ମୋର ହୃଦୟର ସ୍ନେହ ଜଣାଇବୁ । ଅନେକ ଦିନ ହେଲା ତୋର ପତ୍ରକୁ ଅପେକ୍ଷା କରି ବସିଥିବାବେଳେ ଗତକାଲି ତାହା ପ୍ରାପ୍ତ ହେବାପରେ ମୁଁ ବହୁତ ଆନନ୍ଦିତ । ତୁ ଜାଣି ଖୁସିହେବୁ ଯେ ଆସନ୍ତା ମାର୍ଚ୍ଚ ମାସ ୧୨ ତାରିଖ ଦିନ ମୋର ସପ୍ତଦଶତମ ଜନ୍ମଦିନ ପାଳିତ ହେବ । ଏହି ଅବସରରେ ସମସ୍ତ ଦୂର ଓ ନିକଟ ବନ୍ଧୁ ତଥା ଆତ୍ମୀୟ ସ୍ୱଜନମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ତୋର ଏଠାରେ ଉପସ୍ଥିତି ମୋ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ଜନ୍ମଦିନ ପାଳନ ଅବସରରେ ସେଦିନ ସନ୍ଧ୍ୟାରେ ଏକ ଭଜନ ସନ୍ଧ୍ୟା ଓ କରିବେ । ପିଠାପଣା ସହିତ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଛି । ପାଶ୍ଚାତ୍ୟ ଶୈଳୀକୁ ସମ୍ପୂର୍ଣ୍ଣ ପରିହାର କରି ଆମ ନିଜସ୍ଵ ସଂସ୍କୃତି ଅନୁସାରେ ଏହି ଉତ୍ସବକୁ ବେଶ୍ ଆଡ଼ମ୍ବର ସହକାରରେ ପାଳନ କରାଯିବ । ମଉସାଙ୍କୁ ସଙ୍ଗରେ ଧରି ତୁ ନିଶ୍ଚୟ ୧୧ ତାରିଖ ଦିନ ଆମ ଘରେ ପହଞ୍ଚୁ । ମାମା ଆସିବା ମଧ୍ୟ ଖୁବ୍ ଗୁରୁତ୍ଵପୂର୍ଣ୍ଣ । ତୁ ଏଠାକୁ ଆସିବାପରେ ଆମେ ସମସ୍ତେ ମିଳିମିଶି ମା ସମଲେଶ୍ୱରୀଙ୍କୁ ଦର୍ଶନ କରିବାକୁ ଯିବା । +୨ ପରୀକ୍ଷା ଶେଷ ହେବା ପରେ ମୁଁ ମଧ୍ୟ ତମ ଘରକୁ ଯିବି । ମୋର ଏହି ପତ୍ରକୁ ନିମନ୍ତ୍ରଣ ମନେକରି ନିଶ୍ଚୟ ଆସିବୁ । ତୁ ଆସିବା ପରେ ଅନେକ ପୁରୁଣା କଥା ସବୁ ଆଲୋଚନା କରିବା । ଆଜି ପାଇଁ ଏତିକିରେ ରହୁଛି ।

। ଇତି ।
ତୋର ବନ୍ଧୁ
ଅସିତ୍‌

CHSE Odisha Class 12 Odia Grammar ଦରଖାସ୍ତ ଓ ପତ୍ରଲିଖନ 3

୮। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀରେ ଯୋଗଦେବା ନିମନ୍ତେ ଅନୁମତି ପ୍ରଦାନ କରିବାକୁ ପିତାଙ୍କ ନିକଟକୁ ପତ୍ର ଲେଖ ।

ରାଜଧାନୀ କନିଷ୍ଠ ମହାବିଦ୍ୟାଳୟ ଭୁବନେଶ୍ଵର
୨୪ ଫେବୃଆରୀ ୨୦୨୧

ପରମ ପୂଜାସ୍ପଦ ବାପା,
ମୋର ଭକ୍ତିପୂତ ପ୍ରଣାମ ଗ୍ରହଣ କରିବେ । ମାଆଙ୍କୁ ମୋର ପ୍ରଣାମ ଜଣାଇଦେବେ । ମୁନିକୁ ମୋର ସ୍ନେହାଶୀର୍ବାଦ । ଗତକାଲି ଆପଣଙ୍କ ପତ୍ର ପ୍ରାପ୍ତ ହୋଇ ଘର କଥା ଜାଣିବାକୁ ପାଇଲି । ଏକ ବିଶେଷ ଆବଶ୍ୟକତା ନିମନ୍ତେ ଆପଣଙ୍କ ଅନୁମତି ଲୋଡ଼ି ଏ ପତ୍ର ଲେଖୁଛି ।

ଆପଣ ଜାଣିଛନ୍ତି ଯେ ଛାତ୍ରଛାତ୍ରୀମାନଙ୍କୁ ଦେଶସେବା, ପୀଡ଼ିତମାନଙ୍କର ସେବା ତଥା ବିପଦ ସମୟରେ ଅନ୍ୟମାନଙ୍କ ସେବା ଶିକ୍ଷା ଦେବା ନିମନ୍ତେ ସରକାର ବାଳଚର ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ପ୍ରଚଳନ କରାଇଛନ୍ତି । ଏଣୁ ମୁଁ ଆମ ମହାବିଦ୍ୟାଳୟରେ ଥିବା ଏନ୍.ସି.ସି.ରେ କାର୍ଯ୍ୟ କରିବାକୁ ଇଚ୍ଛା କରୁଛି । ଏହାର କାରଣ ହେଉଛି ଏହି ପ୍ରଶିକ୍ଷଣ ମାଧ୍ୟମରେ · ଶୃଙ୍ଖଳାବୋଧ ଓ ଦେଶାତ୍ମବୋଧ ଚେତନା ବୃଦ୍ଧି ପାଇଥାଏ । ଏହା ସହିତ ଉଚ୍ଚତର ଅଧ୍ୟୟନ କ୍ଷେତ୍ରରେ ଏବଂ ସରକାରୀ ଚାକିରୀ କ୍ଷେତ୍ରରେ ଏହି ସଂସ୍ଥାରୁ କୃତିତ୍ଵର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅନେକ ସୁବିଧା ପ୍ରଦାନ କରାଯାଇଥାଏ । ଏଥିରେ ଯୋଗଦେବା ନିମନ୍ତେ ମୁଁ ଆମ ମହାବିଦ୍ୟାଳୟର ଏନ୍.ସି.ସି. ପ୍ରଶିକ୍ଷକଙ୍କ ଅନୁମତି ପ୍ରାପ୍ତ ହୋଇସାରିଛି । ଆପଣଙ୍କ ଅନୁମତି ପ୍ରାପ୍ତ ହେବା ପରେ ମୁଁ ଆବଶ୍ୟକ ଦେୟ ପୈଠ କରିବା ସହିତ ଏହି ସଂସ୍ଥାରେ ନାମ ଲେଖାଇବି । ତାହା ବିଦ୍ୟାଳୟର ଶିକ୍ଷାଦାନ ବାହାର ସମୟରେ ଏହି ବିଷୟ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା ଥିବାରୁ ମୋର ଶିକ୍ଷାଲାଭ କ୍ଷେତ୍ରରେ ଏହା କୌଣସି ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ ।

ଏଣୁ ସମସ୍ତ ତଥ୍ୟ ଅବଗତ ହେବାପରେ ମୋତେ ଏଥରେ ଭର୍ତ୍ତି ହେବାକୁ ଆପଣ କୁଣ୍ଠିତ ହେବେ ନାହିଁ ବୋଲି ମୋର ବିଶ୍ଵାସ । ଅନ୍ୟ ସମସ୍ତ ବିଷୟ ପରେ ଜଣାଇବି । ଆପଣଙ୍କ ଅନୁମତି ଅପେକ୍ଷାରେ –

। ଇତି ।
ଆପଣଙ୍କ ସ୍ନେହାଧୀନ ପୁତ୍ର
ରିକୁ

CHSE Odisha Class 12 Odia Grammar ଦରଖାସ୍ତ ଓ ପତ୍ରଲିଖନ 4

୯ । ତୁମ ସାନଭଉଣୀର ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଅନୁରୋଧ ଜଣାଇ ସାଙ୍ଗ ନିକଟକୁ ପତ୍ର ଲେଖ ।

ବିରଜା ରୋଡ୍‌
ତା ୭ । ୩ ।୨୦୨୧

ପ୍ରିୟ ସୁରେଶ,
ମୋର ଶୁଭେଚ୍ଛା ଗ୍ରହଣ କରିବ । ମଉସା, ମାଉସୀ ଓ ଅନ୍ୟାନ୍ୟ ଗୁରୁଜନମାନଙ୍କୁ ମୋର ଭକ୍ତିପୂତ ପ୍ରଣତି ଜଣାଇଦେବ । ମୋର ଲେଖୁର କାରଣ ଏହିକି ଯେ ଆମ ଝୁନାର ବାହାଘର ସ୍ଥିର ହୋଇଯାଇଛି । ମାର୍ଚ୍ଚ ୧୭ ତାରିଖରେ ଆଉ ମାତ୍ର ୧୦ ଦିନ ପରେ ଅନୁଷ୍ଠିତ ହେବ । ବାପା ଓ ମମି ଏ ବାବଦରେ ମଉସା ଓ ମାଉସୀଙ୍କ ସହିତ ଭଲ ଭାବରେ କଥାବାର୍ତ୍ତା ହୋଇ ସାରିଛନ୍ତି । ତୋତେ ମୋର କହିବା କଥା ହେଉଛି ତୁ ତାଙ୍କ ସହିତ ନିଶ୍ଚୟ ଆମ ଘରକୁ ଆସି ବିବାହ କାର୍ଯ୍ୟରେ ସାହାଯ୍ୟ କରିବ । ମୁଁ ଜାଣେ ଯେ ପରୀକ୍ଷା ନିକଟ ହେଲାଣି; ନିଶ୍ଚୟ ଅସୁବିଧା ହେବ । ତେବେ ତୁ ନ ଆସିଲେ ମନ ଆଦୌ ଭଲ ଲାଗିବ ନାହିଁ । ଝୁନା ମୋତେ ବାରମ୍ବାର ତାଗିଦ୍ କରିଛି । ତା’ର ଯୁକ୍ତି ସୁରେଶ ଭାଇ ଯଦି ନ ଆସିବେ ତେବେ ମୁଁ ଜାଣିବି ମୁଁ ତାଙ୍କର ଭଉଣୀ ନୁହେଁ, ସେ ମୋତେ ମିଛରେ ଭଣ୍ଡାଉଥିଲେ । ବହୁତ କାର୍ଯ୍ୟ ଅଛି । ବର୍ତ୍ତମାନ ମୁଁ ଆଉ ବିଶେଷ ଲେଖୁନି । ତୁ ଆସିଲେ ସବୁ କଥା ହେବା । ତୁମେମାନେ ସମସ୍ତେ ସେଠାରେ ଭଲରେ ଥ‌ିବ । ଆମେମାନେ ଏଠାରେ ଭଲରେ ଅଛୁ । ତୋ ଆସିବା ପ୍ରତୀକ୍ଷାରେ ରହୁଛି ।

। ଇତି ।
ତୁମର ପ୍ରିୟ ସାଙ୍ଗ
ରତିକାନ୍ତ

CHSE Odisha Class 12 Odia Grammar ଦରଖାସ୍ତ ଓ ପତ୍ରଲିଖନ 5

୧୦ । ମାତୃ ବିୟୋଗ ଘଟିଥ‌ିବା ଜନୈକ ବନ୍ଧୁଙ୍କ ନିକଟକୁ ଏକ ସାତ୍ତ୍ବନାମୂଳକ ପତ୍ର ଲେଖ ।

କୋଟପାଡ଼, କୋରାପୁଟ
ତା ୨୬ ଫେବୃଆରୀ, ୨୦୨୧

ପ୍ରିୟ ସ।ଗର,
ମୋର ଶୁଭେଚ୍ଛା ଗ୍ରହଣ କରିବୁ । ମଉସା ଓ ଅନ୍ୟ ଗୁରୁଜନମାନଙ୍କୁ ମୋର ପ୍ରଣାମ । ସାନମାନଙ୍କୁ ସ୍ନେହ । ବିନୋଦ ପାଖରୁ ତୋର ଦୁଃଖଦ ସମ୍ବାଦ ଶୁଣିଲା ପରଠାରୁ ମୁଁ ଏବଂ ପରିବାରର ଲୋକମାନେ ସ୍ତବ୍ଧ ଓ ମ୍ରିୟମାଣ ହୋଇଯାଇଛୁ । ମାଉସୀଙ୍କ ମୃତ୍ୟୁ ଖବର ମୋ ପାଇଁ ବିନା ମେଘେ ବଜ୍ରପାତ ତୁଲ୍ୟ ଥିଲା । ସେ ଯେ ଆଉ ଇହ ଜଗତରେ ନାହାଁନ୍ତି ଏହା ମୁଁ ବିଶ୍ୱାସ କରିପାରୁନି । ଆମ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ସେ ଯେ ଚାଲିଯିବେ, ଏକଥା କିଏ ବା କଳ୍ପନା କରିଥିଲା । ସତରେ ବିଧାତାଙ୍କ ବିଧାନ ବଡ଼ ବିଚିତ୍ର । ମାଉସୀଙ୍କ ପରି ସ୍ନେହଶୀଳା, ଧର୍ମପ୍ରାଣ ଓ ଆଦର୍ଶ ସ୍ଥାନୀୟା ମହିଳା ଏ ସଂସାରରେ ବିରଳ । ତାଙ୍କର ବିୟୋଗ କେବଳ ତମ ପରିବାର ପାଇଁ ନୁହେଁ, ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କର ସହାସ୍ୟ ବଦନ, ମଧୁର ଓ ରସସିକ୍ତ ବଚନ ଏବେ ମଧ୍ୟ ଆଖ୍ ସାମ୍ନାରେ ନାଚି ଉଠୁଛି । ତୋର ବନ୍ଧୁ ଭାବରେ ମୁଁ ତାଙ୍କଠାରୁ ଯେଉଁ ଅକପଟ ସ୍ନେହ ପାଇଛି, ଯେଉଁ ଅପତ୍ୟବୋଧ ଲାଭ କରିଛି, ତାହା ଚିରଦିନ ମୋ ହୃଦୟରେ ଜୀବନ୍ତ ହୋଇ ରହିବ । ମୁଁ ଜାଣେ ଜଣେ ଅନୁଭବୀ ହିଁ ମାତୃ- ବିୟୋଗର ଦୁଃଖକୁ ଜାଣିପାରିବ । ଏ ଶୂନ୍ୟତା ଏ ଅଭାବବୋଧ କେବଳ ତୋର ନୁହେଁ ଆମ ସମସ୍ତଙ୍କର । ଭବିତବ୍ୟ ଯାହା ତାହା ଅବଶ୍ୟ ଘଟିବ । କେହି ଏହାକୁ ଅମାନ୍ୟ କରିପାରିବେ ନାହିଁ । ମାଉସୀଙ୍କ ଅଧୁରା ସ୍ଵପ୍ନକୁ ତୋତେ ପୂରଣ କରିବାକୁ ହେବ । ଏହାହିଁ ତାଙ୍କ ପ୍ରତି ତୋର ଶ୍ରେଷ୍ଠ ଉପହାର । ପରିବାରର ଜ୍ୟେଷ୍ଠ ସନ୍ତାନ ଭାବରେ ଏହି ଦୁଃଖଦ ପରିସ୍ଥିତିର ମୁକାବିଲା କରିବା ସହିତ ସାନଭାଇ ଓ ଭଉଣୀମାନଙ୍କୁ ସାନ୍ତନା ଦେବୁ ।

ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ । ମାଆଙ୍କର ଆତ୍ମା ସ୍ବର୍ଗରେ ଶାନ୍ତିରେ ରହୁ । ସେହିଠାରୁ ସେ ତାଙ୍କ ଆଶୀର୍ବାଦର ଅଭୟ ହାତ ତୋ ମୁଣ୍ଡରେ ରଖୁ’ନ୍ତୁ । ଏତିକି ମୁଁ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରୁଛି । ମୁଁ ତୁମ ଘରକୁ ଗଲେ ମୋ ସହିତ ଏଠାକୁ ନେଇ ଆସିବି । ବର୍ତ୍ତମାନ ପାଇଁ ରହୁଛି । ଅନ୍ୟସବୁ ସାକ୍ଷାତ୍‌ରେ ।

। ଇତି ।
ପ୍ରେରକ : ବିବେକ ପରିଡ଼ା

CHSE Odisha Class 12 Odia Grammar ଦରଖାସ୍ତ ଓ ପତ୍ରଲିଖନ 6

୧୧ । ତୁମେ ପଢ଼ୁଥ‌ିବା ମହାବିଦ୍ୟାଳୟର କେତେକ ସମସ୍ୟା ସମ୍ପର୍କରେ ଜଣାଇ ପିତାଙ୍କ ନିକଟକୁ ଖଣ୍ଡିଏ ପତ୍ର ଲେଖ ।

ରଘୁନାଥପୁର ମହାବିଦ୍ୟାଳୟ, ରଘୁନାଥପୁର
୫ ଫେବୃଆରୀ, ୨୦୨୧

ପୂଜାଧାର ବାପା,
ମୋର ପ୍ରଣାମ ନେବେ । ମାଆଙ୍କୁ ଓ ସାଆନ୍ତବାପାଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇବେ । ଆପଣଙ୍କ ପ୍ରେରିତ ପତ୍ର ମୁଁ ପାଇଛି । ଆମ ମହାବିଦ୍ୟାଳୟର ପଢ଼ାପଢ଼ି ତଥା ଅନ୍ୟାନ୍ୟ ଖବର ଜାଣିବାପାଇଁ ଆପଣ ଲେଖୁଛନ୍ତି । ମୁଁ ସେ ବିଷୟରେ ଲେଖୁଛି ।

ଆମ ମହାବିଦ୍ୟାଳୟର +୨ ପରୀକ୍ଷାଫଳ ସମ୍ବନ୍ଧରେ ଯଥେଷ୍ଟ ସୁନାମ ରହିଛି । ଅନେକ ସୁଯୋଗ୍ୟ, ଅଶେଷ ଅଭିଜ୍ଞତାସଂପନ୍ନ, ବିଜ୍ଞ ଅଧ୍ୟାପକମାନେ ଏଠାରେ ଆଜିଯାଏ ଶିକ୍ଷାଦାନ କରି ଆସୁଥିଲେ । ଏଠାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବି ବହୁତ । କିନ୍ତୁ: ଦୁଃଖର କଥା ବାପା, ଗତବର୍ଷ ଆମ ମହାବିଦ୍ୟାଳୟର ବହୁଜନପ୍ରିୟ ଅଧ୍ୟକ୍ଷ ଅବସର ନେଇଛନ୍ତି । ଗଣିତ, ରାସାୟନ ବିଜ୍ଞାନ ଓ ଇଂରାଜୀ ପଢ଼ାଉଥ୍‌ ଆଉ ଚାରିଜଣ ଅଧ୍ୟାପକ ନିକଟରେ ଏକାସାଙ୍ଗରେ ରିଟାୟାର୍ଡ କରିଗଲେ । ବର୍ତ୍ତମାନ ଏଠାରେ ପାଞ୍ଚଜଣ ଅଧ୍ୟାପକଙ୍କର ଅଭାବ ରହିଛି । ମହାବିଦ୍ୟାଳୟର ସର୍ବକନିଷ୍ଠ ଜଣେ ଅଧ୍ୟାପକ ଏବେ ଭାରପ୍ରାପ୍ତ ଅଧ୍ୟକ୍ଷ ରୂପେ କାର୍ଯ୍ୟ କରୁଛନ୍ତି । ମହାବିଦ୍ୟାଳୟର ଶୈକ୍ଷିକ ପରିବେଶ ଅତ୍ୟନ୍ତ ବିଶୃଙ୍ଖଳିତ ହୋଇଯାଇଛି । ମହାବିଦ୍ୟାଳୟ କମିଟି ଅତ୍ୟନ୍ତ ଜରାଜୀର୍ଣ୍ଣ । ବିଙ୍ଗ ଛାତରୁ ଖଣ୍ଡେ ଖଣ୍ଡେ ଖସି ପଡ଼ିଲାଣି । ମହାବିଦ୍ୟାଳୟ ଛାତ୍ରାବାସରେ ପିଲାସଂଖ୍ୟା କମି କମି ୧୬|୧୭ କୁ ଆସିଗଲାଣି । ଏଠାରେ ଖୁଆପିଆ ଓ ପଢ଼ାପଢ଼ିରେ ନାନାଦି ସମସ୍ୟା ସୃଷ୍ଟି ହେଉଛି ।

ତଥାପି ବାପା, ହତୋତ୍ସାହିତ ନ ହୋଇ ଆମେ ଚଳିତବର୍ଷର କେତେଜଣ ଭଲପିଲା ନିଜ ଉଦ୍ୟମରେ ପାଠ୍ୟ-ପ୍ରସ୍ତୁତି ଠିକ୍ ଠିକ୍ ଚଳାଇଛୁ । ଏହି ଶିକ୍ଷାୟତନର ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ଵେ ମୁଁ ଆସନ୍ତା +୨ ପରୀକ୍ଷାରେ ଭଲ କରିବି ବୋଲି ଆଶା ରଖୁଛି । ସମୟ ପାଇଲେ ଜଣେ ଅଭିଭାବକ ହିସାବରେ ଆପଣ ଏହି ସମସ୍ୟା ସମ୍ବନ୍ଧରେ ଶିକ୍ଷାସଚିବଙ୍କୁ ଲେଖୁ ଜଣାଇବେ । ଚିଠି ପାଇ ଚିଠି ଦେବେ । ଆଶା କରୁଛି ଆପଣ ଓ ଅନ୍ୟମାନଙ୍କ ଦେହ ଭଲଥ‌ିବ । ଇତି ।

ଅ।ପଣଙ୍କର ସ୍ନେହର ଅଙ୍କିତା
CHSE Odisha Class 12 Odia Grammar ଦରଖାସ୍ତ ଓ ପତ୍ରଲିଖନ 7

ସରକାରୀ କାର୍ଯ୍ୟାଳୟ ସମ୍ବନ୍ଧୀୟ ଆବେଦନ ପତ୍ର (ଦରଖାସ୍ତ)

୧୨ । ମହାବିଦ୍ୟାଳୟ ପଡ଼ିଆରେ ଏକ କ୍ରୀଡ଼ା ପ୍ରତିଯୋଗିତା କରିବା ନିମନ୍ତେ ଅଧ୍ୟକ୍ଷଙ୍କ ଅନୁମତି ପାଇଁ ଏକ ଦରଖାସ୍ତ ଲେଖ ।
ମାନନୀୟ,
ଶ୍ରୀଯୁକ୍ତ ଅଧ୍ୟକ୍ଷ, କ୍ଷେତ୍ରମୋହନ ମହାବିଦ୍ୟାଳୟ, ଶାଳପଡ଼ା
ମହେ।ଦୟ – – – – – – – – – – – – – – ସମୀପେଷୁ
ବିଷୟ – କ୍ରୀଡ଼ା ପ୍ରତିଯୋଗିତା ପାଇଁ ଅନୁମତି ପ୍ରାର୍ଥନା ।
ମହାଣୟ,

ବିନମ୍ରତାର ସହିତ ନିବେଦନ ଏହିକି ଆମ୍ଭେ ଆପଣଙ୍କ ମହାବିଦ୍ୟାଳୟର +୨ ପ୍ରଥମ ବର୍ଷ ଛାତ୍ରମାନେ +୨ ଦ୍ଵିତୀୟ ବର୍ଷର ଛାତ୍ରମାନଙ୍କ ସହିତ ଏକ ବନ୍ଧୁତ୍ଵପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଆସନ୍ତା କାଲି ଅପରାହ୍ନ ୩ ଘଟିକା ସମୟରେ ଖେଳିବାକୁ ଚାହୁଁଛୁ । ଆମ ମହାବିଦ୍ୟାଳୟ ପଡ଼ିଆରେ ଖେଳ ହେବ ଏବଂ ଖେଳ ପରିଚାଳନା କରିବାପାଇଁ ଆମ ଖେଳ ଶିକ୍ଷକ ତାଙ୍କର ସଦୟ ସ୍ବୀକୃତି ଦେଇଛନ୍ତି । ଏହି ଖେଳ ହେବାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗୀ ମନୋଭାବ ବୃଦ୍ଧି ପାଇବ । ଖେଳାଳିମାନେ ନିଜର କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ଏବଂ ଖେଳ ଦେଖୁ ଅନ୍ୟ ଛାତ୍ରଛାତ୍ରୀମାନେ ପ୍ରଫୁଲ୍ଲିତ ହୋଇ ଉଠିବେ ।

ତେଣୁ ବିନୀତ ପ୍ରାର୍ଥନା କରୁକି ଆପଣ ଦୟାପରବଶ ହୋଇ ଏହି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବାପାଇଁ ଆମ୍ଭମାନଙ୍କୁ ଅନୁମତି ପ୍ରଦାନ କଲେ ଆମ୍ଭେମାନେ ଆପଣଙ୍କ ନିକଟରେ ଚିର-ଉପକୃତ ହୋଇ ରହିବୁ ।

କ୍ଷେତ୍ରମୋହନ ମହାବିଦ୍ୟାଳୟ,
ଶାଳପଡ଼ା
ତା ୭. ୨. ୨୦୨୧

ଇତି
ଅ।ପଣଙ୍କର ଆଜ୍ଞାଧୀନ ଛାତ୍ରଛାତ୍ରା
ମହେନ୍ଦ୍ର ମାଝୀ,
ଶ୍ରେଣୀ ପ୍ରତିନିଧ୍, +୨ ପ୍ରଥମ ବର୍ଷ
ରଞ୍ଜତା ମହାରଣା
ଶ୍ରେଣୀ ପ୍ରତିନିଧ୍, +୨ ଦ୍ବିତୀୟ ବର୍ଷ

CHSE Odisha Class 12 Odia Grammar ଦରଖାସ୍ତ ଓ ପତ୍ରଲିଖନ

୧୩ । ପାନୀୟ ଜଳ ପାଇଁ ତୁମ ଗ୍ରାମରେ ନଳକୂଅ ଖୋଳାଇବାକୁ ବି.ଡ଼ି.ଓ.ଙ୍କ ନିକଟକୁ ଦରଖାସ୍ତ ଲେଖ ।
ମାନନୀୟ

ଶ୍ରୀଯୁକ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ, ଋଣପୁର
ମହୋଦୟ ………………………….. ସମୀପେଷୁ ।
(ବୃନ୍ଦାବନପୁର ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ଜରିଆରେ)
ବିଷୟ – ନଳକୂପ ଖୋଳାଇବାପାଇଁ ପ୍ରାର୍ଥନା ।

ମହାଶୟ,

ବିନମ୍ରତାର ସହିତ ଆମ୍ଭେ ସା: – ବ୍ରଜସୁନ୍ଦରପୁର, ପୋ:- ପିମ୍ପଲ, ଜି:- ନୟାଗଡ଼ର ଗ୍ରାମବାସୀବୃନ୍ଦ ନିମ୍ନଲିଖ୍ ବିଷୟ ପ୍ରତି ଆପଣଙ୍କର ଦୟାର୍ଦ୍ର ଦୃଷ୍ଟି ଆକର୍ଷଣ କରୁଅଛୁ ।

ଦୁଃଖ ଓ ପରିତାପର ବିଷୟ, ସ୍ଵାଧୀନତାର ଦୀର୍ଘ ଅର୍ଦ୍ଧଶତାବ୍ଦୀ ଅତିକ୍ରାନ୍ତ ହେବା ସତ୍ତ୍ବେ ମଧ୍ୟ ଆମ ଗ୍ରାମରେ ଏଯାବତ୍ ଗୋଟିଏ ବି ଆଦର୍ଶ ସ୍ବଚ୍ଛ ନୀରଭରା ପୁଷ୍କରିଣୀ ନାହିଁ। ଅତିକ୍ଷୁଦ୍ର ଦୁଇ ତିନୋଟି ପଙ୍କ ଓ ଦଳପୂର୍ଣ୍ଣ ଜଳାଶୟ ଆମ୍ଭମାନଙ୍କର ବର୍ଷବ୍ୟାପୀ ସ୍ନାନ ଓ ପାନୀୟରେ ସହାୟକ ହୋଇଥାଏ । ପ୍ରଦୂଷିତ ଜଳ ଯୋଗୁଁ ବର୍ଷର ଅଧିକାଂଶ ଋତୁରେ ଆମ୍ଭମନଙ୍କୁ ରୋଗାକ୍ରାନ୍ତ ହୋଇ ପ୍ରତିକୂଳ ସ୍ବାସ୍ଥ୍ୟର ଶିକାର ହେବାକୁ ପଡ଼େ । ପ୍ରାୟ ଦୁଇ ହଜାରରୁ ଅଧିକ ଲୋକସଂଖ୍ୟାବିଶିଷ୍ଟ ଆମ ଗ୍ରାମରେ ଅନ୍ଯୂନ ୨ଟି ଗଭୀର ନଳକୂପ ଖନନ କରାଯାଇ ପାରିଲେ ସବୁଦିନପାଇଁ ଆମ୍ଭେମାନେ ପାନୀୟ ଜଳ ସମସ୍ୟାରୁ ନିଷ୍କୃତି ଲାଭ କରନ୍ତୁ ।

ତେଣୁ ବିନୀତ ପ୍ରାର୍ଥନା କରୁକି, ଆପଣ ସଦୟହୃଦୟ ହୋଇ ଆମ ଗ୍ରାମର ମଧ୍ଯ ଓ ପ୍ରାନ୍ତ ଭାଗରେ ଦୁଇଟି ଗଭୀର ନଳକୂପ ଖେଳାଇବାପାଇଁ ମଞ୍ଜୁରୀ ପ୍ରଦାନ କଲେ ଆମ୍ଭେମାନେ ଆପଣଙ୍କ ନିକଟରେ ଚିରରାଣୀ ହୋଇ ରହିବୁ।

ବ୍ରଜସୁନ୍ଦରପୁର
ତା ୮-୨-୨୦୨୧

। ଇତି ।
ଆପଣଙ୍କର ବିଶ୍ଵସ୍ତ
ବ୍ରଜସୁନ୍ଦରପୁର ଗ୍ରାମବାସୀବୃନ୍ଦ
୧. ସର୍ବେଶ୍ୱର ତ୍ରିପାଠୀ
୨. ଚନ୍ଦ୍ରଶେଖର ମିଶ୍ର
୩. କିଶୋର ଚନ୍ଦ୍ର ମିଶ୍ର

CHSE Odisha Class 12 Odia Grammar ଦରଖାସ୍ତ ଓ ପତ୍ରଲିଖନ 8

୧୪ । ତୁମ ଅଞ୍ଚଳରେ ଧାନଗଛରେ ପୋକ ଲାଗିଛି । ତା’ର ପ୍ରତିକାର ପାଇଁ ଜିଲ୍ଲା କୃଷି ଅଧିକାରୀଙ୍କ ନିକଟକୁ ଦରଖାସ୍ତ ଲେଖ ।
ମାନନୀୟ
ଶ୍ରୀଯୁକ୍ତ ଜିଲ୍ଲା କୃଷି ଅଧ୍ୟାରୀ, ନବରଙ୍ଗପୁର
ମହୋଦୟ ………………………….. ସମୀପେଷୁ ।
ବିଷୟ – ଆମ ରାଇକିଆ ବ୍ଲକ୍ ଅଞ୍ଚଳରେ ଧାନଗଛରେ ଲାଗିଥିବା ପୋକର ଚିହ୍ନଟ ଓ ତା’ର ପ୍ରତିକାରର ବ୍ୟବସ୍ଥା ସମ୍ପର୍କରେ କାର୍ଯ୍ୟପନ୍ଥା ପାଇଁ ପ୍ରାର୍ଥନା ।
ମହାଶୟ,
ଆମ୍ଭେ ନିମ୍ନ ସ୍ଵାକ୍ଷରକାରୀଗଣ ଗ୍ରାମ: ରାଇକିଆ, ପୋ: ରାଇକିଆ, ଜି. – ନବରଙ୍ଗପୁରର ଅଧ‌ିବାସୀ ଅଟୁ । ଆମ୍ଭ ଗ୍ରାମ ନବରଙ୍ଗପୁର ସହରଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ଥିତ । ଆମ୍ଭ ଗ୍ରାମରେ ପ୍ରାୟ ୫୦୦ ପରିବାର ଅଛନ୍ତି । ଆମର ଲୋକସଂଖ୍ୟା ପାଖାପାଖ୍ ୩୦୦୦ । ଏ ଅଞ୍ଚଳରେ ସମସ୍ତେ କୃଷି ଉପରେ ନିର୍ଭରଶୀଳ । ଧାନଚାଷ ହିଁ ଆମ୍ଭମାନଙ୍କର ଏକମାତ୍ର ଅବଲମ୍ବନ । ଚଳିତ ବର୍ଷ ଧାନଗଛରେ ଏକ ଅଜବ ପ୍ରକାରର ଅଚିହ୍ନା ରୋଗ ଦେଖାଦେଇଛି । ଧାନଗଛର ପତ୍ର ହଳଦିଆ ପଡ଼ି ଯାଉଛି । ପତ୍ର ମୋଡ଼ି ହୋଇଯାଉଛି ଏବଂ କ୍ରମଶଃ ଶୁଖୁଯାଇ ପରେ ସଂପୂର୍ଣ୍ଣ ମରିଯାଉଛି । ଯଦି ଏବର୍ଷ ଆମର ଧାନଚାଷ ଭଲ ନହୁଏ ତେବେ ଏ ଅଞ୍ଚଳରେ ନିଶ୍ଚୟ ମରୁଡ଼ି ପଡ଼ିଯିବ । ଏଠାରେ ଆମ ବ୍ଲକ୍‌ରେ ଥ‌ିବା ଗ୍ରାମସେବକ ଓ କୃଷି ସଂପ୍ରସାରଣ ଅଫିସର ନିଜର ପାରୁପର୍ଯ୍ୟନ୍ତ ଚେଷ୍ଟା ଚଳେଇଥିଲେ ବି ଏହି ଧାନପତ୍ରଜନିତ ରୋଗ ଦୂରୀକରଣରେ ସଫଳ ହୋଇପାରୁ ନାହାନ୍ତିା

ଏଣୁ, ଆମ୍ଭେମାନେ ବିନୀତ ପ୍ରାର୍ଥନା କରୁକି ଆପଣ ସଦୟହୃଦୟ ହୋଇ ଆମ ଆଖପାଖ ଅଞ୍ଚଳରେ ମାଟିପରୀକ୍ଷା ପୂର୍ବକ ଧାନଗଛରେ ଲାଗିଥିବା ରୋଗପୋକର ପ୍ରତିକାରର ସୁବନ୍ଦୋବସ୍ତ କରାଇଲେ ଆମ୍ଭେମାନେ ଆପଣଙ୍କ ନିକଟରେ ଚିରୋପକୃତ ହୋଇ ରହିବୁ । ଇତି

ରାଇକିଆ
ତା ୧୨, ୨. ୨୦୨୧

ଅ।ପଣଙ୍କର ବିଶ୍ଵସ୍ତ
ରାଇକିଆ ଗ୍ରାମର ଗ୍ରାମବାସୀବୃନ୍ଦ
ଶ୍ରୀ ସବ୍ୟସାଚୀ ପଣ୍ଡା
ଶ୍ରୀ ମାନସ ଦାଶ
ଶ୍ରୀ ଓଁକାର ଅବଧେଶ ମିଶ୍ର
ଶ୍ରୀ ରୁଦ୍ରପ୍ରତାପ ଜେନା
ଶ୍ରୀ ସୌମ୍ୟଶୁଭାଶିଷ୍ ବାରିକ୍

CHSE Odisha Class 12 Odia Grammar ଦରଖାସ୍ତ ଓ ପତ୍ରଲିଖନ 9

୧୫ । ତୁମ ଅଞ୍ଚଳରେ ମଶା ଉପଦ୍ରବକୁ କମାଇବା ନିମିତ୍ତ ମେଡ଼ିକାଲ ଅଫିସରଙ୍କୁ ଦରଖାସ୍ତ ଲେଖ ।
ମାନନୀୟ

ଶ୍ରୀଯୁକ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ, ସିମୁଳିଆ, ବାଲେଶ୍ଵର
ମହେ।ଦୟ – – – – – – – – – – – – – – ସମୀପେଷୁ ।
ବିଷୟ – ମଶା ଉପଦ୍ରବର ପ୍ରତିକାର ପାଇଁ ନିବେଦନ ।

ମହାଶୟ,
ନିବେଦନର କାରଣ ଏହିକି ଯେ ଆମ୍ଭେ ନିମ୍ନସ୍ବାକ୍ଷରକାରୀଗଣ ଗ୍ରାମ-ରିଆ, ପୋ-ମାର୍କୋଣା, ଥା- ସିମୁଳିଆର ଅଧ୍ୟାବାସୀ ଅଟୁ । ଆମ୍ଭ ଗ୍ରାମରେ ଲୋକସଂଖ୍ୟା ପ୍ରାୟ ୫୦୦ । ଏଠାକାର ପ୍ରାୟ ୯୫% ଲୋକ କୃଷିଜୀବୀ । ଆମ୍ଭ ଗ୍ରାମରେ ମଶାଙ୍କର ଉପଦ୍ରବ ଏତେ ବଢ଼ିଯାଇଛି ଯେ ଏଠାରେ ଏକ ମାରାତ୍ମକ ପରିବେଶ ସୃଷ୍ଟି ହୋଇଛି । ମଶାଙ୍କ ଅତ୍ୟଧିକ ଦୌରାତ୍ମ୍ୟ ଯୋଗୁଁ ମେଲେରିଆ, ବ୍ରେନ୍ ମେଲେରିଆ ଓ ଫାଇଲେରିଆ ରୋଗୀଙ୍କର ସଂଖ୍ୟା ମାତ୍ରାତ୍ତ୍ଵିକ ହୋଇପଡ଼ିଛି । ବିଶେଷତଃ ପାଠପଢ଼ା ପିଲାମାନେ ମଶାକାମୁଡ଼ାରେ ଅଧ‌ିକ ଆକ୍ରାନ୍ତ ହୋଇ ମଶାଜନିତ ରୋଗରେ କଷ୍ଟ ଭୋଗୁଛନ୍ତି ।

ଏଣୁ ବିନୀତ ପ୍ରାର୍ଥନା କରୁକି ଆପଣ ଦୟାପରବଶ ହୋଇ ମଶାଙ୍କ ଦୌରାତ୍ମ୍ୟରୁ ଆମ ଗ୍ରାମବାସୀଙ୍କୁ ନିଃଷ୍କୃତି ଦେବାପାଇଁ ଆଣ୍ଠୁ ପ୍ରତିକାର ବିଧାନ କଲେ ଆମ୍ଭେମାନେ ଆପଣଙ୍କ ପ୍ରତି ସଦାନୁଗୃହୀତ ହୋଇ ରହିବୁ ।

ରିଆ
ତା ୧୪, ୨. ୨୦୨୧

ଇତି
ଆପଣଙ୍କର ବଶ୍ୱସ୍ତ
ରିଆ ଗ୍ରାମବାସୀକୃନ୍ଦ
(୧) ଶ୍ରୀ ବିମଳ କୁମାର ସାହୁ
(୨) ଶ୍ରୀ ଗୌରବରଞ୍ଜନ ବାରିକ୍
(୩) ଶ୍ରୀ ପ୍ରଦୀପ୍ କୁମାର ରାଉଳ
(୪) ଶ୍ରୀ ରଶ୍ମିରଞ୍ଜନ ମିଶ୍ର ।

CHSE Odisha Class 12 Odia Grammar ଦରଖାସ୍ତ ଓ ପତ୍ରଲିଖନ 10

୧୬। ତୁମେ ତୁମର ସାନଭାଇ ନିକଟକୁ ଟଙ୍କା ମନିଅର୍ଡର କରିଥିଲ । ସେ ଏହି ଟଙ୍କା ପାଇନାହିଁ । ଏହି ବିଷୟ ତୁରନ୍ତ ଅନୁସନ୍ଧାନ କରିବା ନିମନ୍ତେ କର୍ତ୍ତୃପକ୍ଷଙ୍କ ନିକଟକୁ ଏକ ଦରଖାସ୍ତ ଲେଖ ।
ମାନନୀୟ,
ଶ୍ରୀଯୁକ୍ତ ମହାଡ଼ାକପାଳ, ଓଡ଼ିଶା, ଭୁବନେଶ୍ଵର ।
ମହେ।ଦୟ – – – – – – – – – – – – – – ସମୀପେଷୁ ।
ମହାଶୟ,
ନିବେଦନର ଅଭିପ୍ରାୟ ଏହିକି ଯେ, ଆମ୍ଭେ ନିମ୍ନ ସ୍ବାକ୍ଷରକାରୀ ଆମ୍ଭର ହଜିଯାଇଥିବା ମନିଅର୍ଡରଟିର ଅନୁସନ୍ଧାନ ନିମନ୍ତେ ଆପଣଙ୍କର ଦୟାର୍ଦ୍ର ଦୃଷ୍ଟି ଆକର୍ଷଣ କରୁଅଛୁ ।

ଗତ ୫ । ୨ ।୨୦୨୧ ତାରିଖ ଦିନ ଭୁବନେଶ୍ଵର ୟୁନିଟ୍-୯ ପୋଷ୍ଟ ଅଫିସ୍‌ରୁ ମୁଁ ମନିଅର୍ଡ଼ର ଯୋଗୁଁ ୫୦୦ ଟଙ୍କା (ପାଞ୍ଚଶହ ଟଙ୍କା) ମୋର ସାନଭାଇ ଶ୍ରୀ ସୁମନ୍ତ କୁମାର ମହାନ୍ତି, ଗ୍ରା- ନାନପୁର, ପୋ – ନାନପୁର, ଜି – କଟକଙ୍କ ନିକଟକୁ ପଠାଇଥୁଲି । ମାତ୍ର ଦୁଃଖର କଥା ଯେ, ଅନେକ ଦିନ ଅତିବାହିତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ଟଙ୍କା ପାଇନାହିଁ କିମ୍ବା ମୋ ନିକଟକୁ ମନିଅର୍ଡର ପ୍ରାପ୍ତି ସ୍ଵୀକାର ରସିଦ ଫେରିନାହିଁ । ପ୍ରକାଶଥାଉକି ସେହି ମନିଅର୍ଡରର ରସିଦ୍ ନମ୍ବର ୧୮୫୩, ତା ୫ । ୨ ।୨୦୨୧ ।

ଏଣୁ ବିନୀତ ଅନୁରୋଧ କରେ କି, ଉପରୋକ୍ତ ବିଷୟରେ ବିଧ‌ିବଦ୍ଧ ତଦନ୍ତ କରି ମୋର ହଜିଯାଇଥିବା ମନିଅର୍ଡର ତଥା ଅର୍ଥ ମିଳିବାର ସୁବନ୍ଦୋବସ୍ତ କଲେ ଚିରୋପକୃତ ହେବି ।

। ଇତି ।
ଅନୁପ କୁମାର ମହାନ୍ତି
ଅନୁପ କୁମାର ମହାନ୍ତି

ୟୁନିଟ୍-୯, ଭୁବନେଶ୍ବର
ଘର ନମ୍ବର-୨ ଆର୍, ବି/ଏ– ୨୧/୪
ତା ୧୫। ୨ ।୨୦୨୧
CHSE Odisha Class 12 Odia Grammar ଦରଖାସ୍ତ ଓ ପତ୍ରଲିଖନ 11

୧୭ । ରିଲିଫ୍ ବଣ୍ଟନ ପାଇଁ ଅନୁମତି ଓ ସହଯୋଗ ପ୍ରାର୍ଥନା କରି ଜିଲ୍ଲାପାଳଙ୍କୁ ଦରଖାସ୍ତ ।
Answer:
ପ୍ରାଫ୍ରେଷ୍ଠ : ମାନନୀୟ ଜିଲ୍ଲାପାଳ, ଯାଜପୁର ଜିଲ୍ଲା, ଯାଜପୁର ।
(ଅଧ୍ୟକ୍ଷ, ଗୋପବନ୍ଧୁ ଚୌଧୁରୀ କଲେଜ, ରାମଚନ୍ଦ୍ରପୁର, ବରୀଙ୍କ ଜରିଆରେ)
ବିଷୟ : ବନ୍ୟାଗ୍ରସ୍ତ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ବାଣ୍ଟିବାପାଇଁ ଅନୁମତି ନିମନ୍ତେ ଆବେଦନ ।
ମହାଶୟ,
ଆମ୍ଭେମାନେ ସ୍ଥାନୀୟ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ, ରାମଚନ୍ଦ୍ରପୁରର ଜାତୀୟ ସେବା ସଂସ୍ଥାର ଛାତ୍ରଛାତ୍ରୀ । ବରୀ, ଡେରାବିସ୍, ବୋଦୁଅ, ମଇନ୍ଦା, ଅରେଇ ଓ ବାଲିଆ ଅଞ୍ଚଳରେ ବନ୍ୟା ପ୍ରଭାବିତ ଲୋକମାନଙ୍କ ମଧ୍ୟରେ ଆମେ ରିଲିଫ୍ ସାମଗ୍ରୀ ବାଣ୍ଟିବାପାଇଁ ଆପଣଙ୍କର ଅନୁମତି ପ୍ରାର୍ଥନା କରୁଛୁ ।

ଆମ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥାର ପ୍ରୋଗ୍ରାମ୍ ଅଫିସର୍ ତଥା ଇତିହାସ ଅଧ୍ୟାପକ ଡକ୍ଟର ହରିହର ଶତପଥୀ ଆମ ସହିତ ବନ୍ୟାଞ୍ଚଳରେ ରିଲିଫ୍ ବଣ୍ଟନ ପାଇଁ ଯାଉଛନ୍ତି । ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ୨୦ ଜଣ ଛାତ୍ର ଓ ୫ ଜଣ ଛାତ୍ରୀ ଅଛନ୍ତି।

ରିଲିଫ୍ ପାର୍ଟି ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ପରିସରରୁ ତା ୧୯.୨.୨୦୨୧ ରିଖ ବୁଧବାର ଦିନ ସକାଳ ୭ଟାରୁ ବାହାରି ଯଥାକ୍ରମେ ବରୀ, ଡେରାବିସ୍, ବୋଦୁଅ, ମଇନ୍ଦା, ଅରେଇ ଦେଇ ଶେଷରେ ସାମନ୍ତସିଂହାର ବାଲିଆରେ ପହଞ୍ଚିବ । ଚୁଡ଼ା, ଚାଉଳ, ସିଝା ଆଳୁ, ଲୁଗା ଓ ପଲିଥୁନ୍ ନେଇ ଗୋଟିଏ ଟ୍ରକ୍ ନମ୍ବର ଓ ଆର୍ – ୦୪ ବି-୧୩୨୬ ଗନ୍ତବ୍ୟ ସ୍ଥଳରୁ ବାହାରି ଉଲ୍ଲିଖତ ସ୍ଥାନଦେଇ ବାଲିଆରେ ପହଞ୍ଚିବ ।

ଆପଣଙ୍କୁ ବିଶେଷ ଅନୁରୋଧ, ଆପଣ ରିଲିଫ୍ କାର୍ଯ୍ୟରେ ସହାୟତା କରିବାପାଇଁ ଦୁଇଜଣ କନେଷ୍ଟବଲ ଓ ଗୋଟିଏ ପାୱାର୍ ଲଞ୍ଚର ବ୍ୟବସ୍ଥା କଲେ ଆମେ ଉପକୃତ ହେବୁ ।

ର।ମଚନ୍ଦ୍ରପୁର ବରୀ
ତା ୧୫.୨.୨୧

। ଇତି ।
ଆପଣଙ୍କର ସେଜନ୍ୟମୁଗ୍ଧ
ଶେକ୍ ରହମତ୍ ଉଲ୍ଲା ବେଗ୍

୧୮ । ବିଜୁଳି ଯୋଗାଣରେ ଅନିୟମିତତା ପ୍ରତି ଦୃଷ୍ଟି ଆକର୍ଷଣ ନିମନ୍ତେ କର୍ତ୍ତୃପକ୍ଷଙ୍କୁ ଦରଖାସ୍ତ ।
Answer:
ପ୍ରାପ୍ତେଷୁ : ନିର୍ବାହୀ ଯନ୍ତ୍ରୀ,
ବିଦ୍ୟୁତ୍ ଆବଣ୍ଟନ ବିଭାଗ
ରାୟଗଡ଼ା ବିଦ୍ୟୁତ୍ ଡିଭିଜନ୍, ରାୟଗଡ଼ା
ବିଷୟ : ସେରିଗୁଡ଼ା ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବ୍ୟାହତ ସମ୍ବନ୍ଧ ।
ମହାଶୟ,

ବାଧ୍ୟହୋଇ ଆପଣଙ୍କ ଦୃଷ୍ଟିକୁ ଆଣୁଛୁ ଯେ ଦୀର୍ଘ ୧୫ ଦିନ ଧରି ସେରିଗୁଡ଼ା ଅଞ୍ଚଳରେ ବିଦ୍ୟୁତ୍ ସରବରାହରେ ଅନିୟମିତତା ଦେଖିବାକୁ ମିଳୁଛି । ଲାଇନ୍ ଅନେକ ସମୟ ଧରି ଚାଲିଯାଉଛି । କେବେ କେବେ ଲୋ-ଭୋଲ୍ଟେଜ୍ କାରଣରୁ ଆମକୁ ଅନ୍ଧାରରେ ରାତି କାଟିବାକୁ ପଡ଼ୁଛି । ଏଠାରେ ଥିବା ସଙ୍ଗେସନ୍‌ର ଟ୍ରାନ୍ସଫର୍ମରଟି ପୁରୁଣା ଏବଂ ଅକାମୀ ହୋଇ ପଡ଼ିଥିବାରୁ ବିଦ୍ୟୁତ୍ ସରବରାହରେ ବାଧା ସୃଷ୍ଟି ହେଉଛି ।

ସେରିଗୁଡ଼ା ଏକ ଆଦିବାସୀବହୁଳ ଅଞ୍ଚଳ । ଛୋଟ ଛୋଟ ବ୍ୟବସାୟ କରି ଓ କୁଟୀର ଶିଳ୍ପ ଚଳାଇ ଆମେ ଜୀବିକା ଅର୍ଜନ କରିଥାଉ । ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଯୋଗୁ ଆମର ଜୀବନ ଓ ଜୀବିକା ଉଭୟ ପ୍ରତି ବିପଦ ଦେଖାଦେଇଛି ।

ଏଣୁ ବିନୀତ ଅନୁରୋଧ, ଆପଣ ଯଥାଶୀଘ୍ର ଏହାର ପ୍ରତିକାର ବିଧାନ କରିବେ । ଇତି ।

ଆପଣଙ୍କର ବିଶ୍ଵସ୍ତ୍ର
ସେରିଗୁଡ଼ାର ଅଧୁବାସୀବୃନ୍ଦ

ସେରିଗୁଡ଼ା
ତା ୩.୨.୨୧

ଏହାର ଏକକିତା ନକଲ ଅଧୀକ୍ଷଣ ଯନ୍ତ୍ରୀ, ବ୍ରହ୍ମପୁର ବିଦ୍ୟୁତ୍ ମଣ୍ଡଳଙ୍କ ଅବଗତି ଓ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦିଆଗଲା ।

ଯଦୁନାଥ ମହ।ପ।ତ୍ର

୧୯ । ନିଜ ଗ୍ରାମକୁ ରାସ୍ତା ନିର୍ମାଣ | ମରାମତିପାଇଁ କର୍ତ୍ତୃପକ୍ଷଙ୍କୁ ଦରଖାସ୍ତ ।
ପ୍ରାପ୍ତେଷୁ : ମାନନୀୟ ନିର୍ବାହୀ ଯନ୍ତ୍ରୀ
ପୂର୍ଭି ଓ ଗୃହନିର୍ମାଣ ବିଭାଗ
କେନ୍ଦ୍ର।ପଡ଼ା
ବିଷୟ : ଚାନ୍ଦୋଳଠାରୁ ଡେରାବିଶି ପର୍ଯ୍ୟନ୍ତ ପଡ଼ିଥିବା ରାସ୍ତାର ମରାମତି ସମ୍ପର୍କରେ ।
ମହାଶୟ,
ନିବେଦନର ଅଭିପ୍ରାୟ ଏହି କି ଯେ, ଚାନ୍ଦୋଳ ହାଟ (ବଜାର)ଠାରୁ ଡେରାବିଶି ପର୍ଯ୍ୟନ୍ତ ପଡ଼ିଥିବା ସଡ଼କଟି ମରାମତି ଅଭାବରୁ ଯାତାୟାତ ପାଇଁ ଅନୁପଯୋଗୀ ହୋଇ ପଡ଼ିଛି । ଏହି ସଡ଼କରେ ଚାନ୍ଦୋଳ, ନରଣପଡ଼ା, କଅଁରପୁର, ପଣ୍ଡିତପାଟଣା ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାପାଇଁ ଏଇଟି ଏକମାତ୍ର ରାସ୍ତା । ନିରନ୍ତର ଭାରୀ ଯାନବାହନ ଯାତାୟାତ କରିବା ଫଳରେ ରାସ୍ତାଟି ଅନେକ ସ୍ଥାନରେ ନଷ୍ଟ ହୋଇଯାଇଛି । ଗତବର୍ଷ ବନ୍ୟାରେ ପଣ୍ଡିତପାଟଣାଠାରେ ଘାଇ ହୋଇ ସଡ଼କରେ କିଛି ଅଂଶ ଧୋଇଯାଇଥିଲା । ତାହା ମରାମତି ହୋଇନାହିଁ । ନରଣପଡ଼ାଠାରେ ଥିବା କଲଭର୍ଟଟି ସମ୍ପୂର୍ଣ ଭାଙ୍ଗିଯାଇଥିଲା । ନୂଆ ପୋଲ ତିଆରି ହୋଇଥିଲେ ବି

ଏହାକୁ ସଂଯୋଗ କରିବା ରାସ୍ତା ନିର୍ମାଣ ହୋଇନାହିଁ । କଅଁରପୁର ଓ ମଲ୍ଲିକେଶ୍ୱରପୁର ମଧ୍ଯରେ ରାସ୍ତାର ଅବସ୍ଥା ଶୋଚନୀୟ । ବର୍ଷାଦିନେ ରାସ୍ତାଟିର ଅବସ୍ଥା ଉଦ୍‌ବେଗଜନକ ହୋଇପଡ଼େ ।

ଏହି ରାସ୍ତାଟି ଉକ୍ତ ଗ୍ରାମବାସୀଙ୍କପାଇଁ ପ୍ରଧାନ ଅବଲମ୍ବନ ହୋଇଥିବାରୁ ଏହାର ମରାମତି ନିହାତି ଜରୁରୀ ହୋଇପଡ଼ିଛି । ଆମେ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଲିଖ୍ ଓ ମୌଷ୍କ ଅଭିଯୋଗ କରିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ ।

ଏଣୁ ବିନୀତ ଅନୁରୋଧ, ଆପଣ ନିଜେ ଆସି ରାସ୍ତାଟିର ଶୋଚନୀୟ ଅବସ୍ଥା ସ୍ଵଚକ୍ଷୁରେ ଦେଖନିଅନ୍ତୁ ଓ ଏହି ରାସ୍ତାଟିର ମରାମତି କାର୍ଯ୍ୟ ହାତକୁ ନିଅନ୍ତୁ । ଏତଦ୍ବାରା ଏ ଅଞ୍ଚଳର ଲୋକମାନେ ଆପଣଙ୍କ ନିକଟରେ ଋଣୀ ରହିବେ । ଇତି ।

ଆପଣଙ୍କର ବିଶ୍ଵସ୍ତ
ଗ୍ର।ମବାସୀବୃନ୍ଦ

ଡେରାବିଶି
ତା ୦୩.୦୨.୨୧

୨୦ । ପରିବେଶ ପ୍ରଦୂଷଣର ପ୍ରତିକାର ପାଇଁ ଆଞ୍ଚଳିକ କର୍ତ୍ତୃପକ୍ଷଙ୍କୁ ଦରଖାସ୍ତ ଲେଖ ।
ପ୍ରାପ୍ତେଷୁ : ମାନନୀୟା ଅଧ୍ୟକ୍ଷା, କଟକ ମହାନଗର ନିଗମ, କଟକ
ବିଷୟ : ପରିବେଶ ପ୍ରଦୂଷଣ ସମ୍ପର୍କରେ ଦୃଷ୍ଟି ଆକର୍ଷଣ ।
ମହାଶୟ।,
ଆମ୍ଭେ କଟକ ମହାନଗର ୱାର୍ଡ ନମ୍ବର ୬, ୯, ୧୦ର ବାସିନ୍ଦା କେତେକ ସ୍ପର୍ଶକାତର ବିଷୟ ପ୍ରତି ଆପଣଙ୍କର ଦୃଷ୍ଟି ଆକର୍ଷଣ କରୁଅଛୁ ।

କଟକ ନଗର ପ୍ରାୟ ଏକ ହଜାର ବର୍ଷର ଏକ ପ୍ରାଚୀନ ସହର । ଏହାର ଅଧିବାସୀଙ୍କର ସଂଖ୍ୟା ପ୍ରାୟ ୧୨ ଲକ୍ଷ । ପ୍ରାଚୀନ ସହରଟିର ପରିବେଶ ଦିନକୁ ଦିନ ଦୂଷିତ ହେବାରେ ଲାଗିଛି । ଆପଣଙ୍କର ଧ୍ୟାନ ଏଥ୍ୟପ୍ରତି ଆକର୍ଷଣ କରିବା ସହ ଏହାର ପ୍ରତିକାର ବିଧାନ ପାଇଁ ଉପଯୁକ୍ତ ଆଶୁ ପଦକ୍ଷେପ ନେବାକୁ ଅନୁରୋଧ ।

ସହରର ନାଳ ନର୍ଦ୍ଦମାଗୁଡ଼ିକ ବାରମ୍ବାର ପରିଷ୍କାର ନ ହେବା ଫଳରେ ଆବର୍ଜନା ଓ ପଚାପାଣି ନିଷ୍କାସନ ହୋଇପାରୁ ନାହିଁ । ଯେଉଁଠି ଅଳିଆ ସଫା ହେଉଛି, ସେଗୁଡ଼ିକ ବୁହା ନହୋଇ ପଡ଼ି ରହିବାରୁ ବର୍ଷା ଓ ପବନରେ ପୁଣି ଯାଇ ନଳାରେ ପଡ଼ିବାରୁ ଅବସ୍ଥା ଯଥାପୂର୍ବ ତଥାପର ହୋଇ ରହୁଛି ।

ସରକାରୀ ସ୍ତରରେ ପଲିଥୁନ୍ ବ୍ୟାଗ୍ ନିଷିଦ୍ଧ କରାଯାଇଥିଲେହେଁ ଏହା କେବଳ କାଗଜ କଲମରେ ରହିଯାଇଛି । ଜଳଖୁଆ ଦୋକାନୀଠାରୁ ଆରମ୍ଭକରି ବଡ଼ ବଡ଼ ଦୋକାନରେ ପଲିଥୁନ୍ ବ୍ୟବହାର ପୂର୍ବପରି ରୀତିମତ ଚାଲିଛି । ପରିତ୍ୟକ୍ତ ପଲିଥ ଥଳିଗୁଡ଼ିକ ଏଣେତେଣେ ପଡ଼ି ଉଡ଼ି ପରିବେଶକୁ ଦୂଷିତ କରୁଛି ।

ସହରରେ ଡାକବାଜି ଯନ୍ତ୍ର ବଜାଇବା ଓ ଏହା ଉପରେ ଅଙ୍କୁଶ ଲଗାଇବାପାଇଁ ସରକାରୀ କଟକଣା ପରସ୍ପର ସଲାସୁତୁରା କରିବା ଭଳି ଲାଗୁଛି । ସାରା ସହରର ହୃତ୍‌ପିଣ୍ଡ ବେପରୁଆ ଶବ୍ଦ ପ୍ରଦୂଷଣରେ ଥରିଉଠୁଛି । ଏପରିକି ହାଇକୋର୍ଟ ଛକ, ହସ୍‌ପିଟାଲ୍ ଅଞ୍ଚଳ, କଲେଜ ଛକ ଶବ୍ଦ ପ୍ରଦୂଷଣରୁ ବାଦ୍ ଯାଇନାହିଁ ।

ଉଠା ଦୋକାନ ଓ ବେଆଇନ ନିର୍ମାଣଦ୍ବାରା ରାସ୍ତାରେ ସହରରେ ମଶା ଓ ମାଛିଙ୍କ ଉପଦ୍ରବ ଚିନ୍ତାର କାରଣ ହୋଇଛି । ଯାତାୟାତ କରିବାରେ ଘୋର ବାଧା ସୃଷ୍ଟି ହେଉଛି। ସହରସାରା ବୁଲା କୁକୁର, ଷଣ୍ଢ ଗାଈଙ୍କର ଅବାଧ ବିଚରଣ, ରାସ୍ତା ଅବରୋଧର ଅନ୍ୟ ଏକ କାରଣ । ଏପରି ଅବସ୍ଥା ଦେଖ‌ିଲେ ସହରର କେହି ବାପ ମା’ ଥିଲା ପରି ମନେହୁଏ ନାହିଁ ।

ଆମେ ଅନେକଥର ସ୍ଥାନୀୟ କର୍‌ପୋରେଟର୍‌, ମହାନଗରପାଳିକାର ସ୍ୱାସ୍ଥ୍ୟ ଅଧିକାରୀ ତଥା ମୁଖ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଏ ବିଷୟ ଆଲୋଚନା କରିଥିଲୁ; କିନ୍ତୁ ଏଯାବତ୍ ଅବସ୍ଥାର ପରିବର୍ତ୍ତନ ଘଟିନାହିଁ ।

ଏଣୁ ଆପଣଙ୍କୁ ଆମର ବିନମ୍ର ଅନୁରୋଧ, ଆପଣ ଏ ବିଷୟରେ ତଦନ୍ତ କରି ବ୍ୟକ୍ତିଗତ ଉଦ୍ୟମରେ ଏହି ସମସ୍ୟାଗୁଡ଼ିକର ଆଶୁ ସମାଧାନ ପାଇଁ ବିହିତ ପଦକ୍ଷେପ ନେବେ । ଇତି ।

କଟକ
ତା ୫.୨.୨୧

ଆପଣଙ୍କୁର ବିଶ୍ଵସ୍ଥ
ୱାର୍ଡ଼ ନମ୍ବର ୬, ୯, ୧୦ର ଅଧ୍ୟାବାସୀବୃନ୍ଦ
(୧) ଡକ୍ଟର ସରୋଜରଞ୍ଜନ ଦାସ
(୨) ଶ୍ରୀ ବିକ୍ରମକେଶରୀ ଭଞ୍ଜଦେଓ
(୩) ଶ୍ରୀ ଦାଶରଥ୍ ପାଇକରାୟ
(୪) କୁମାରୀ କୁନିଲତା ରାୟ
(୫) ବିକ୍ରମାଦିତ୍ୟ ବାହୁବଳେନ୍ଦ୍ର

୨୧ । ଘରପୋଡ଼ି ରିଲିଫ୍ ପ୍ରଦାନ ପାଇଁ ଏକ ସାମୂହିକ ଆବେଦନ ପତ୍ର ଦୈନିକ ପତ୍ରିକାରେ ପ୍ରକାଶ ପାଇଁ ଲେଖ ।
Answer:
ମାନନୀୟ,

ଶ୍ରୀଯୁକ୍ତ ଦୈନିକ ସମାଜ ପତ୍ରିକା, ବକ୍‌ସିବଜାର, କଟକର
ମହେ।ଦୟ – – – – – – – – – – – – – – ସମୀପେଷୁ ।

ମହାଶୟ।,
ଆମର ନମସ୍କାର ଗ୍ରହଣ କରିବେ । ଘରପୋଡ଼ି ବିପନ୍ନମାନଙ୍କପାଇଁ ସର୍ବସାଧାରଣରୁ ସାହାଯ୍ୟାର୍ଥେ ନିମ୍ନଲିଖ ଘରପୋଡ଼ି ସମ୍ବାଦଟି ଆପଣଙ୍କ ଦୈନିକ ସମାଜରେ ତୁରନ୍ତ ପ୍ରକାଶ କରିବାପାଇଁ ଆପଣଙ୍କୁ ଅନୁରୋଧ କରୁଛୁ ।

ଏହି ମର୍ମରେ ସର୍ବସାଧାରଣଙ୍କ ନିମନ୍ତେ ଏକ ରିଲିଫ୍ ଆବେଦନ ବିଜ୍ଞପ୍ତି ସଂଯୋଗ କରୁଛୁ ଯାହା ଆପଣଙ୍କ ପତ୍ରିକାରେ ଏକ ଆଦୃଶିଆ ସ୍ଥାନରେ ଛପାଇ ଆମ୍ଭଙ୍କୁ ଉପକୃତ କରିବା ହେବେ ।

ଆପଣଙ୍କର ଅନୁଗ୍ରହ ପ୍ରାର୍ଥା
ଗ୍ର।ମବାସୀବୃନ୍ଦ
ନୀଳକଣ୍ଠପୁର, ଢେଙ୍କାନାଳ

ତା ୧୯.୦୨.୨୧

ରିଲିଫ୍ ସାହାଯ୍ୟ କାମନା

ମହାଶୟ/ମହାଶୟା, ଆମ୍ଭେ ନୀଳକଣ୍ଠପୁରର ହତଭାଗ୍ଯ ଗ୍ରାମବାସୀ ବିନୟର ସହିତ ସାହାଯ୍ୟ କାମନା କରି ଏହି ମର୍ମରେ ଅନୁରୋଧପୂର୍ବକ ଜଣାଉଛୁ ଯେ :
ଗତରାତ୍ରରେ ନିଆଁଲାଗି ଏଠାରେ ଦୁଇଶ’ ଚାଳଘର ପୋଡ଼ି ଭସ୍ମସାତ୍‌ ହୋଇଯାଇଛି । ଲୋକମାନଙ୍କର ସମସ୍ତ ଧନସମ୍ପତ୍ତି, ଧାନ ଅମାର, ଗୃହପାଳିତ ଗୋରୁ, ଛେଳି ଓ ମେଣ୍ଢା ସବୁ ପୋଡ଼ି ଧ୍ୱଂସ ହୋଇଯାଇଛି । ଲୋକମାନେ ଘର ଅବସ୍ଥାରେ ପଡ଼ିଛନ୍ତି । ଘରପୋଡ଼ି ଯାଇଥିବା ଲୋକମାନେ ଏବେ ବାହାରେ ଗଛମୂଳେ ପଡ଼ିରହିଛନ୍ତି । ସେମାନଙ୍କ ଦେହରେ ପିନ୍ଧିଥିବା ଲୁଗା ବ୍ୟତୀତ ସେମାନଙ୍କର ଆଉ କିଛି ନାହିଁ । ଦରପୋଡ଼ା ଲୋକମାନଙ୍କୁ କେତେଖଣ୍ଡି କଦଳୀପତ୍ର ଉପରେ ଶୁଆଇ ଦିଆଯାଇଛି । ଏହି ଆହତମାନଙ୍କର ଅବସ୍ଥା ଉଦ୍‌ବେଗଜନକ । ଏହି ଘରପୋଡ଼ିରେ ପ୍ରାୟ ଦୁଇଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଘରପୋଡ଼ିଯାଇଥିବା ଲୋକମାନଙ୍କର ଖାଇବା ପିଇବାକୁ କିଛି ନାହିଁ । ସେମାନେ ଉପାସ ଭୋକରେ ପଡ଼ି ପାଇବାର ଆଶା ରଖୁଛୁ ।

ଗ୍ର।ମବାସୀବୃନ୍ଦ
ନୀଳକଣ୍ଠପୁର, ଢେଙ୍କାନାଳ

୨୨ । ତୁମ କଲେଜର ବାର୍ଷିକ ଉତ୍ସବରେ ଯୋଗଦେବାପାଇଁ ଜଣେ ପ୍ରତିଷ୍ଠିତ ସାହିତ୍ୟିକଙ୍କୁ ନିମନ୍ତ୍ରଣ ପତ୍ର ଲେଖ ।
Answer:
ଶ୍ରୀ ଜଗନ୍ନ।ଥ ମହ।ବିଦ୍ୟାଳୟ
ନୂଆପଡ଼ା ହାଟ, ଜଗତ୍‌ସିଂହପୁର ।
ପତ୍ରାଙ୍କ – ୨୧୦

ଦୂରଭାଷ – ୦୬୭୨୪୨୨୨୦୦୦
ତାରିଖ – ୧୯.୦୨,୨୧

ପ୍ରେରକ – ମାଧବାନନ୍ଦ ନାୟକ
ସଭାପତି, ଛାତ୍ର ସଂସଦ, ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ

ପ୍ରାପ୍ତି – ଶ୍ରୀଯୁକ୍ତ ଶାନ୍ତନୁକୁମାର ଆଚାର୍ଯ୍ୟ
ପ୍ରଖ୍ୟାତ କଥାଶିଳ୍ପୀ, ସହିଦନଗର, ଭୁବନେଶ୍ଵର, ମହୋଦୟ

ବିଷୟ – ମହାବିଦ୍ୟାଳୟ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାପାଇଁ ଅନୁରୋଧ ପତ୍ର ।
ମହାଶୟ।,
ନମସ୍କାର । ଆପଣଙ୍କୁ ନିମନ୍ତ୍ରଣ ଜଣାଇବାକୁ ଯାଇ ଆମେ ଅତ୍ୟନ୍ତ ଆନନ୍ଦ ଓ ସୌଭାଗ୍ୟ ମନେକରି ଅନୁରୋଧପୂର୍ବକ ଲେଖୁଅଛି ଯେ, ଆମ ମହାବିଦ୍ୟାଳୟ ତାହାର ରୌପ୍ୟଜୟନ୍ତୀ ତଥା ୨୫ ତମ ବାର୍ଷିକ ଉତ୍ସବ ଆସନ୍ତା ୨୮.୦୩.୧୯.ରିଖ ସନ୍ଧ୍ୟା ୬ ଘଟିକା ସମୟରେ ପାଳନ କରିବାକୁ ଯାଉଛି । ଏହି ଶୁଭ ଅବକାଶରେ ମୁଖ୍ୟବକ୍ତା ଭାବରେ ଯୋଗଦେବାକୁ ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ମହାପାତ୍ର ନୀଳମଣି ସାହୁ ସାଦର ସମ୍ମତି ଜଣାଇଛନ୍ତି । ଆମ ଭାଷା ସାହିତ୍ୟର ଅନ୍ୟତମ ଗୌରବୋଦ୍ଦୀପକ ସାଧକ ଭାବରେ ଆପଣଙ୍କୁ ମାନ୍ୟତା ଜଣାଇ ଆମ୍ଭେ ଆନୁଷ୍ଠାନିକ ଭାବରେ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବରେ ଯୋଗଦେବାକୁ ଅନୁରୋଧ କରୁଅଛୁ । ଆଶା, ଆପଣ ଆମର ଅଭିଳାଷକୁ ସାଦର ସମ୍ମତି ଜଣାଇ ପୂରଣ କରିବା ହେଲେ ଆମେ ଆନନ୍ଦ ଅନୁଭବ କରିବା ସଙ୍ଗେ ସଙ୍ଗେ ଆପଣଙ୍କ ସହୃଦୟତା ନିକଟରେ ଋଣୀ ରହିବୁ ।

ଆପଣଙ୍କର ଶୁଭ ସମ୍ମତି କାମନା କରୁଛୁ।

ତାରିଖ – ୧୯.୨.୨୧
ସ୍ଥାନ – ନୂଆପଡ଼ା ହାଗ

ଆପଣଙ୍କର ବିଶ୍ଵସ୍ତ
(ମାଧବାନନ୍ଦ ନାୟକ)
ଛ। ତ୍ର ସଂସଦ ମୋହର

୨୩ । ତୁମ ଭଉଣୀର ବିଭାଘର ଉପଲକ୍ଷେ ତିନିଦିନ ଛୁଟିପାଇଁ ନିବେଦନ କରି ଅଧ୍ୟକ୍ଷଙ୍କୁ ଦରଖାସ୍ତ ଲେଖ ।
ମାନନୀୟ,
ଶ୍ରୀଯୁକ୍ତ ଅଧ୍ୟକ୍ଷ, ଦୀନବନ୍ଧୁ ମହାବିଦ୍ୟାଳୟ, ସୁନ୍ଦରଗଡ଼
ମହେ।ଦୟ – – – – – – – – – – – – – – ସମୀପେଷୁ ।
ମହାଶୟ,
ନିବେଦନ ଏହିକି ମୁଁ କୁମାରୀ ମନୀଷା ବିଶ୍ଵାଳ ଆପଣଙ୍କ ମହାବିଦ୍ୟାଳୟର +୨ କଳା ପ୍ରଥମ ବର୍ଷର ଜଣେ ଛାତ୍ରୀ ଅଟେ । ମୋର ଭଉଣୀ କୁମାରୀ ମଞ୍ଜୁଷାଙ୍କର ଆସନ୍ତା ନଭେମ୍ବର ତା ୨୭-୦୨-୨୦୨୧ ସୋମବାର ଦିନ ଶୁଭପରିଣୟ ଉତ୍ସବ ଆଡ଼ମ୍ବର ସହକାରେ ଆମ ଘରେ ପାଳିତ ହେବ । ମୋ ବାପାଙ୍କ ଉପରେ ବାହାଘରର ସବୁ ଦାୟିତ୍ଵ । ଘରେ ଆମର ଅନ୍ୟାନ୍ୟ ବୟସ୍କ ଲୋକ ବାପାଙ୍କୁ ସାହାଯ୍ୟ କରିବାପାଇଁ ନାହାନ୍ତି । ନିମନ୍ତ୍ରଣପତ୍ର ବଣ୍ଟନ ଓ ଅତିଥୁମାନଙ୍କ ପରିଚର୍ଯ୍ୟା ନିମିତ୍ତ ମୁଁ ମହାବିଦ୍ୟାଳୟରେ ତା ୨୬-୦୨-୨୦୨୧ ରୁ ୨୮-୦୨-୨୦୨୧ ଯାଏ ଅନୁପସ୍ଥିତ ରହିବି ।

ତେଣୁ, ବିନୀତ ପ୍ରାର୍ଥନା କରେ କି ଆପଣ ସଦୟହୃଦୟ ହୋଇ ମୋତେ ଉପରୋକ୍ତ ତିନି ଦିନ ନିମନ୍ତେ ଛୁଟି ପ୍ରଦାନ କଲେ ମୁଁ ଆପଣଙ୍କ ନିକଟରେ ଚିରଋଣୀ ହୋଇ ରହିବି ।

ଦୀନବନ୍ଧୁ ମହାବିଦ୍ୟାଳୟ
ଡେଙ୍ଗିଭାଡ଼ି
ସୁନ୍ଦରଗଡ଼
ତା ୨୪-୦୨-୨୦୨୧

। ଇତି ।
ଆପଣଙ୍କର ଆଜ୍ଞାଧୀନା ଛାତ୍ରୀ
କୁମାରୀ ମନୀଷା ବିଶ୍ବାଳ
+୨ ପ୍ରଥମ ବର୍ଷ କଳା
ରୋଲ୍ ନଂ – ୧୦

୨୪ । ଚିଲିକା ହ୍ରଦକୁ ପ୍ରଦୂଷଣମୁକ୍ତ କରିବାପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ
ନିମନ୍ତେ ସଂପାଦକଙ୍କୁ ପତ୍ର ଲେଖ ।
Answer:
ତା. ୧୩.୨.୨୧

ଶୀର୍ଷକ – ଛବିଳ ଚିଲିକା କେବେ ପ୍ରଦୂଷଣମୁକ୍ତ ହେବ ?
ସଂପାଦକ, ଦୈନିକ ଧରିତ୍ରୀ
ଶିଳ୍ପାଞ୍ଚଳ, ରସୁଲଗଡ଼, ଭୁବନେଶ୍ଵର
ମହାଶୟ।,
ଏହି ସପ୍ତାହ ୦୭-୦୨-୨୧ ରୁ ୧୪-୦୨-୨୧ ମଧ୍ୟରେ ୩ଥର ଆପଣଙ୍କ ଦୈନିକ ପତ୍ରିକାରୁ ପଢ଼ିବାକୁ ପାଇଲି ଯେ ଚିଲିକାର ପରିବେଶ ଦୁର୍ଗନ୍ଧ, ଚିଲିକା କାନ୍ଦୁଛି, ଚିଲିକା ୧୦୦ ବର୍ଷ ପରେ କାଦୁଅ ଯୋଡ଼ଟିଏ ହୋଇଯିବ ଇତ୍ୟାଦି ସମ୍ବାଦ ପାଇବାକୁ ପାଇଲୁ । ମତ୍ସ୍ୟଜୀବୀ, ମାଛଚାଷକୁ ନେଇ ରାଜନୀତି, ମାଛଧରାକୁ ନେଇ ସଂଘର୍ଷ, ହତ୍ୟା ସହିତ ପର୍ଯ୍ୟଟନସ୍ଥଳୀ ଚିଲିକା କୂଳରେ ଜନସାଧାରଣଙ୍କଦ୍ଵାରା ପରିବେଶ ପ୍ରଦୂଷଣ ଇତ୍ୟାଦି ପ୍ରସଙ୍ଗ ଆପଣଙ୍କ ପତ୍ରିକା ସହିତ ଅନ୍ୟାନ୍ୟ ପତ୍ରିକାର ପୃଷ୍ଠାମଣ୍ଡନ କରିଆସୁଛି । ଉତ୍କଳ-କମଳା-ବିଳାସ-ଦୀର୍ଘକା ଚିଲିକାରେ ପକ୍ଷୀଶିକାରଠାରୁ ମଣିଷ ଶିକାର ପର୍ଯ୍ୟନ୍ତ ଘଟଣା, ପ୍ରଦୂଷିତ ହ୍ରଦକୂଳଠାରୁ ପ୍ରଦୂଷିତ ରାଜନୀତି ଏହି ପର୍ଯ୍ୟଟନସ୍ଥଳକୁ କଳୁଷିତ ଓ ଅମାନବିକ କରିତୋଳୁଛି । ଆଗନ୍ତୁକ ଅତିଥ୍ ପକ୍ଷୀମାନଙ୍କ ମୃତ ଶବ ଉପରେ ଚିଲିକାର ନଳବନ, ଚଢ଼େଇହଗା ପାହାଡ଼ ତା’ର ଶୋଭାକୁ ଦୁଃଖଦ ଅଶୁ ଚିତ୍ର କରିବସୁଛି ।

ସାରା ଜଗତରେ ଯେଉଁ ଚିଲିକାର ଦୃଶ୍ୟ ଉତ୍କଳକୁ ଛବିଳ ଉତ୍କଳରେ ପରିଚିତି ଦେଇଥିଲା ତା’ର ବାୟୁ, ଜଳ, ସ୍ଥଳ, ଲୋକସ୍ୱଭାବ, ଶବ୍ଦ ଆଦି ବିବିଧ ଦିଗରୁ ପ୍ରଦୂଷିତ । ପଚାମାଛ, ସାମୁଦ୍ରିକ ପ୍ରାଣୀଙ୍କ ପଚାଶରୀର, ଖୋଳପା, ଚିଲିକା ଉପକଣ୍ଠର ବାସିନ୍ଦା ଓ ବ୍ୟବସାୟୀଙ୍କ ପଚମାନ ବସ୍ତୁକୁ ଚିଲିକା ଶୋଭା ପରିବର୍ତ୍ତେ କୋଳରେ ଧାରଣ କରିବାକୁ ବାଧ୍ୟ ହେଉଛି । ଚିଲିକାର ଉପକଣ୍ଠ ଓ ତା’ର ନୀଳ ଜଳରାଶିକୁ ଦେଖ‌ିଲେ ମନେହେବ ଚିଲିକା ସୁନ୍ଦରୀ ପ୍ରତିଦିନ ସରକାରୀ, ବେସରକାରୀ, ରାଜନୀତି ଓ ସାଧାରଣ ଜନତାର ସବୁ କଳୁଷିତ ଆଚରଣକୁ ଧରି ଜୀର୍ଘଶୀର୍ଣ୍ଣ ଓ ରୂପହୀନ ହୋଇଉଠୁଛି । ଚିଲିକାର ଚାରୁଚିତ୍ରପଟ ଆଜି ପର୍ଯ୍ୟଟକମାନଙ୍କୁ ଅରୁଚିକର ବୋଧହେଉଛି । ଏ ସମ୍ପର୍କରେ ସ୍ଥାନୀୟ ଯୁବ ସମ୍ପ୍ରଦାୟ ଓ ବାଲୁଗାଁ କଲେଜର ବିଦ୍ୟାର୍ଥୀମାନେ ବାରମ୍ବାର ଆନ୍ଦୋଳନ କରିବା ସତ୍ତ୍ବେ ସରକାରୀ ଉଚ୍ଚ କର୍ତ୍ତୃପକ୍ଷ ଉଦାସୀନ ରହୁଛନ୍ତି । ଚିଲିକାର ବିଶାଳ ଗଭୀର ବକ୍ଷ ଆଜି କ୍ରମଶଃ ପୋତି ହୋଇପଡୁଛି । ଇତିହାସର ମୂକସାକ୍ଷୀ ଚିଲିକା ନିଜେ ଇତିହାସ ହୋଇଯିବାକୁ ବସିଛି ।

ଏହି ପରିପ୍ରେକ୍ଷୀରେ ଚିଲିକାକୁ ବିଶ୍ବର ଅଫୁରନ୍ତ ଶୋଭାର ଭଣ୍ଡାର କରି ରଖୁବାକୁ ସରକାରୀ କର୍ତ୍ତୃପକ୍ଷ ଓ ବେସରକାରୀ ସଚେତନତା ତଥା ଉଦ୍ୟମ ଏକାନ୍ତ ଜରୁରୀ ହୋଇପଡ଼ିଛି ।

ନନ୍ଦଳା
ଚିଲିକା ଉପଖଣ୍ଡ, ଖୋର୍ଦ୍ଧା

ଆପଣଙ୍କର ବିଶ୍ଵସ୍ତ
ନଗବର ମାନେସିଂହ

CHSE Odisha Class 12 Odia Grammar ଦରଖାସ୍ତ ଓ ପତ୍ରଲିଖନ

୨୫ । ଅର୍ଥନୈତିକ ଦୃଷ୍ଟିରୁ ଓଡ଼ିଶାକୁ ଏକ ସ୍ଵତନ୍ତ୍ର ପାହ୍ୟା ରାଜ୍ୟ ଦେବାପାଇଁ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରି ସଂପାଦକଙ୍କୁ ଏକ ପତ୍ର ଲେଖ ।
Answer:
ତା. ୧୯.୦୨.୨୧

ଶିରୋନାମା – ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଦାବି ।
ସଂପାଦକ, ଦୈନିକ ପ୍ରଜାତନ୍ତ୍ର
କଟକ – ୨
ମହାଶୟ,
ଆପଣଙ୍କ ଦୈନିକ ପତ୍ରିକା ମାଧ୍ୟମରେ ଆମ୍ଭେ କେନ୍ଦ୍ର ସରକାରଙ୍କ ଶୁଭଦୃଷ୍ଟି ଆକର୍ଷଣ କରିବାକୁ ଯାଇ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟ ଦେବାକୁ ସଦୟ ବିଚାରପାଇଁ ଅନୁରୋଧ କରୁଛୁ ।

ଏହି ମର୍ମରେ ଆମର ଲିଖ୍ ଅନୁରୋଧ ଏହିକି ଯେ ଓଡ଼ିଶା ଖଣିଜ ସମ୍ପଦ, ବନ୍ୟ ସମ୍ପଦ ଓ ସାମୁଦ୍ରିକ ସମ୍ପଦର କ୍ଷେତ୍ର ହୋଇ ମଧ୍ୟ ସଂପ୍ରତି ବାରମ୍ବାର ବନ୍ୟା, ବାତ୍ୟା, ମରୁଡ଼ି ଭଳି ଦୈବୀ ଦୁର୍ବିପାକର ସମ୍ମୁଖୀନ ହୋଇ କ୍ରମଶଃ ଦରିଦ୍ର ହୋଇପଡୁଛି । ଏ ରାଜ୍ୟର ସମ୍ପଦ କେନ୍ଦ୍ର ସରକାରଙ୍କ ଅଧୀନ ହୋଇ ବିଦେଶକୁ ରପ୍ତାନୀ କରାଯାଉଛି । ମାତ୍ର ରପ୍ତାନୀ ଲାଭାଂଶ ମାତ୍ର ୧୦% ଓଡ଼ିଶାର ଦରିଦ୍ର ଜନସାଧାରଣ ପାଉଛନ୍ତି । ୧୯୯୯ ବାତ୍ୟା ପରେ ଓଡ଼ିଶାର ଆର୍ଥିକ କ୍ଷୟକ୍ଷତିକୁ ଦେଖ୍ କେନ୍ଦ୍ର ସରକାର ଏହାକୁ ସ୍ବତନ୍ତ୍ର ଆର୍ଥିକ ଅନୁଦାନର ରାଜ୍ୟ ପାହ୍ୟା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ୧୯ବର୍ଷ ବିତିଯାଇଥିଲେ ମଧ୍ୟ ଓଡ଼ିଶାର ସାଧାରଣ ଜନତାଙ୍କ ପ୍ରତି ଏହି କେନ୍ଦ୍ରୀୟ ଅନୁକମ୍ପା ସ୍ଵପ୍ନ ହୋଇଯାଇଛି ।

ପିଲା ବିକ୍ରି, କନ୍ୟା ସନ୍ତାନ ବିକ୍ରି, ନାରୀ ଚାଲାଣ, ଦାଦନ ଶ୍ରମିକପାଇଁ ଭିଟାମାଟି ଛାଡ଼ିବା, ଖାଦ୍ୟ ଅଭାବରେ ଆତ୍ମହତ୍ୟା, ସମୂହ ଆତ୍ମଝାସ, ଆମ୍ବ ଟାକୁଆକୁ ଖାଦ୍ୟରୂପେ ଗ୍ରହଣ – ଏପ୍ରକାର ଦୁଃଖଦ ଅନୁଭବ ଓଡ଼ିଶାବାସୀଙ୍କର ରହିଛି । ମୁଣ୍ଡପିଛା ଖର୍ଜ ତୁଳନାରେ ଓଡ଼ିଶାର ଆୟ ୬୦ରୁ ୭୦ ଭାଗ କମ୍ । ମୁଣ୍ଡପିଛା ଆୟ ୧୦ ଟଙ୍କା ହୋଇଥିବା ବେଳେ ବଞ୍ଚିବାପାଇଁ ପ୍ରତ୍ୟେକକୁ ଏଠି ୨୦ ଟଙ୍କା ଆବଶ୍ୟକ ହେଉଛି ।

ଅପରପକ୍ଷରେ ମୁଣ୍ଡପିଛା ଆୟ ବ୍ୟୟ ୬୦-୪୦ ଥ‌ିବା କେତେକ ରାଜ୍ୟ ଆର୍ଥିକ ଅନୁଦାନ ପାଇଚାଲିଛନ୍ତି । ଓଡ଼ିଶାର ସାଂସଦମାନେ ୧୯୯୯ ବାତ୍ୟା, ୨୦୦୦ ବନ୍ୟା, ୨୦୦୩ ବନ୍ୟା ଓ ମରୁଡ଼ି ସମୟରେ ସ୍ବତନ୍ତ୍ର ଅନୁଦାନ ଦାବି କରିଥିଲେ । ଓଡ଼ିଶାକୁ ସ୍ୱତନ୍ତ୍ରଭାବରେ ବିଚାର କରି ଦୈବୀ ତାଡ଼ନାରେ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କ ମନରେ ଆତ୍ମଭରସା ବୃଦ୍ଧି କରିବାପାଇଁ କେନ୍ଦ୍ର ସରକାର ଏହି ଐତିହ୍ୟସଂପନ୍ନ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଦେବା ଉଚିତ । ସଂପ୍ରତି ଆମେ ୨୦ଟି କଲେଜର ଛାତ୍ରଛାତ୍ରୀ ମିଳିତ ପ୍ରତିବାଦ କରି କେନ୍ଦ୍ର ବୈମାତୃକ ଅର୍ଥନୀତିର ନିନ୍ଦା କରାଯାଇଥିଲା ।

ଏହି ମର୍ମରେ ଆପଣଙ୍କ ପତ୍ରିକା ମାଧମରେ ଓଡ଼ିଶାକୁ ସ୍ଵ।ଭିମାନ ସୂଚକ ଅର୍ଥାନୁଦାନମୂଳକ ସ୍ଵତନ୍ତ୍ର ରାଜ୍ୟ ପାହ୍ୟାଉ।ବରେ କେନ୍ଦ୍ରୀୟ ଘୋଷଣା ପାଇଁ ଜନସଚେତନତା ସୃଷ୍ଟି କରିବାପାଇଁ ଉଗ୍ର ଆହ୍ବାନ ଦିଆଯାଉଛି । ପ୍ରତ୍ୟେକ ଓଡ଼ିଆ ଏହି ମର୍ମରେ ସମ୍ପାଦକଙ୍କୁ ଓ ଆନୁଷଙ୍ଗିକ ଦାୟବଦ୍ଧତାକୁ ନିଜେ ସମ୍ପାଦନ କରିବା ମର୍ମରେ ପତ୍ର ଲେଖ୍ ଜନଜାଗୃତି ନିର୍ମାଣ କରିବା ଉଚିତ । ପ୍ରତ୍ୟେକ ରାଜନୀତିକ ଦଳ ଭେଦଶୂନ୍ୟ ହୋଇ ଏଥନିମନ୍ତେ ମିଳିତ ଦାବି ଉପସ୍ଥାପନା କରିବା ଉଚିତ ।

ଆପଣଙ୍କର ବିଶ୍ଵସ୍ତ
ବିଦ୍ୟାର୍ଥୀବୃନ୍ଦ
ସୁଦାମ ନଗର କଲେଜ
ଢେଙ୍କ।ନାଳ

୨୬ । ବର୍ଷିତ ଜନସଂଖ୍ୟା ଓ କୃଷି ଉତ୍ପାଦନର ହ୍ରାସକୁ ନେଇ ଏକ ପ୍ରତିକ୍ରିୟାଶୀଳ ପତ୍ର ସଂପାଦକଙ୍କୁ ଲେଖ ।
Answer:
ତା. ୧୯.୨.୨୧

ଶିରୋନାମା – ବଦ୍ଧିତ ଜନସଂଖ୍ୟା ଓ ନିଷ୍ଫଳାଭୂମି
ସଂପାଦକ, ଧରିତ୍ରୀ
ଶିଳ୍ପ।ଞ୍ଚଳ ଏରିୟା ର ସୁଲଗଡ଼ ଭୁବନେଶ୍ଵର
ମହାଶୟ,
ଭାରତବର୍ଷରେ ଜନସଂଖ୍ୟାର ଘନ ଘନ ବୃଦ୍ଧି ଆଜି ଖାଦ୍ୟାଭାବକୁ ସ୍ବାଗତ କରିଛି । ବାସଭୂମି ପାଇଁ କୃଷିଭୂମିକୁ କ୍ରମେ ବର୍ଷିତ ଜନସମାଜ କବଳିତ କରିବାକୁ ଆରମ୍ଭ କରିଛି । ଏହା ଫଳରେ ଭୂମିର ଆୟତନରେ ସିନା ସଂକୋଚନ ଘଟୁନାହିଁ; କିନ୍ତୁ କୃଷି ଉପଯୋଗୀ ଭୂମି ଉପରେ ଗଢ଼ିଉଠୁଛି ସୁରମ୍ୟ ପ୍ରାସାଦ, ପ୍ରଗତିକାମୀ ଶିଳ୍ପାଞ୍ଚଳ । ଜନସଂଖ୍ୟା ବୃଦ୍ଧିର ସମାନୁପାତିକ ହାରରେ କୃଷି ଉତ୍ପାଦନ ହାର ହ୍ରାସ ପାଇବାକୁ ଲାଗିଛି । କୃଷି ଉତ୍ପାଦନ ବୃଦ୍ଧି କରାଇବାପାଇଁ ଉଦ୍ୟମ ଜାରି ରହିଥ‌ିବା ସତ୍ତ୍ବେ ବସୁନ୍ଧରା କିନ୍ତୁ ବନ୍ଧ୍ୟା ହୋଇଗଲାଣି । ଅତ୍ୟଧ୍ଵ ରାସାୟନିକ ସାର ପ୍ରୟୋଗ ଫଳରେ ବସୁମତୀର ଉତ୍ପାଦିକା ଶକ୍ତି ହ୍ରାସ ପାଉଛି । ବଦ୍ଧିତ ଜନସଂଖ୍ୟାକୁ ବନ୍ଧ୍ୟା-ବସୁନ୍ଧରାର ଅଭିମାନ ଆଜି ମନୁଷ୍ୟର ଗଭୀର ଚିନ୍ତାର କାରଣ ହୋଇପଡ଼ିଛି ।

ସଂପ୍ରତି କୃଷି ବିଜ୍ଞାନୀମାନେ ମତ ଦେଲେଣି ଭୁବନେଶ୍ଵରର ବାସିନ୍ଦା ଆଗାମୀ ୨୦ ବର୍ଷ ପରେ ଏ ମାଟିର ପାଣି, ପବନ, ଖାଦ୍ୟ ଖାଇ ଓ ଗ୍ରହଣକରି ଶାରୀରିକଭାବରେ ଗେଡ଼ା ଓ ପଙ୍ଗୁ ହୋଇଯିବେ । କାରଣ ଭୂମିଜଳ ଓ ମୃତ୍ତିକା କ୍ରମଶଃ ବିଷାକ୍ତ ହୋଇଉଠୁଛି । ଏହା ବିଶ୍ଵର ଯେକୌଣସି ବଦ୍ଧିତ ଜନସଂଖ୍ୟା ସହରର ସଙ୍କଟ ମଧ୍ୟ । ନଦୀମାନେ ବି ପୋତିହୋଇପଡ଼ି ତୃଷାର୍ଥ ହୋଇଉଠିଲେଣି । ପାହାଡ଼ମାନେ ଭାଙ୍ଗିପଡ଼ିଲେଣି । ରାସ୍ତା ମରଣ ଯନ୍ତା ପାଲଟିଛି । ସବୁଠାରେ ବାଷଜନିତ ପ୍ରଦୂଷିତ । ଭୂମି ବିଷମୟ । କେବଳ ପୋକ ସାଲୁବାଲୁ ମଣିଷ ।

ଏପରି ବ୍ୟବସ୍ଥାରେ ଜନସଂଖ୍ୟା ବୃଦ୍ଧିକୁ ସଙ୍କୁଚିତ କରି କର୍ତ୍ତୃପକ୍ଷ ଭୂମିଜଳ ଓ ପରିବେଶର ସୁରକ୍ଷିତ ପ୍ରବାହ ପାଇଁ ବେଳ ଥାଉଁ ଥାଉଁ ବନ୍ଧ ନ ବାନ୍ଧିଲେ ନିଷ୍ଫଳା ଭୂମି ଉପରେ ମଣିଷହିଁ ଆଗାମୀ ଦିନରେ ସଙ୍କଟରେ ପଡ଼ି ମଣିଷ ମାଂସ ଖାଇବ । ଏଥପ୍ରତି ବୁଦ୍ଧିଜୀବୀ ଓ ସରକାର ଚିନ୍ତା ପ୍ରକଟ ପାଇଁ ଅନୁରୋଧ କରୁଛୁ ।

ଉତ୍ତରାଛକ, ଧଉଳି                                                      ଆପଣଙ୍କର ବିଶ୍ଵସ୍ତ
ଭୁବନେଶ୍ଵର                                                              ମାନବେନ୍ଦ୍ର କର

CHSE Odisha Class 11 Logic Unit 2 Objective Questions in Odia Medium

Odisha State Board CHSE Odisha Class 11 Logic Solutions Unit 2 ତର୍କବାକ୍ୟ Objective Questions

CHSE Odisha Class 11 Logic Unit 2 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତି ସଂକ୍ଷିପ୍ତ ପ୍ରଶ୍ନୋତ୍ତର
A. ବିକଳ୍ପ ଉତ୍ତରଭିଭିକ ପ୍ରଶ୍ନୋତ୍ତର

୧। ତର୍କବାକ୍ୟଗୁଡ଼ିକୁ ଶ୍ରେଣୀକରଣ ଦୃଷ୍ଟିରୁ କେତେ ଭାଗରେ ବିଭକ୍ତ କରାଯାଇଛି ?
(କ) ୪
(ଖ) ୫
(ଗ) ୬
(ଘ) ୭
Answer:
(ଗ) ୬

୨। ଗଠନ ଦୃଷ୍ଟିରୁ ତର୍କବାକ୍ୟମାନଙ୍କୁ କେଉଁଭାବେ ବିଭକ୍ତ କରାଯାଇଛି ?
(କ) ସରଳ ଓ ଯୌଗିକ
(ଖ) ସଦର୍ଥକ ଓ ନଞର୍ଥକ
(ଗ) ସାପେକ୍ଷ ଓ ନିରପେକ୍ଷ
(ଘ) ଉପରୋକ୍ତ ଉତ୍ତର ମଧ୍ଯରୁ ପ୍ରତ୍ୟେକଟି ଠିକ୍ ଅଟେ
Answer:
(କ) ସରଳ ଓ ଯୌଗିକ

୩। ଗୋଟିଏ ଉଦ୍ଦେଶ୍ୟ ସହିତ ଗୋଟିଏ ବିଧେୟର ସମ୍ବନ୍ଧକୁ କେଉଁ ତର୍କବାକ୍ୟ କୁହାଯାଏ ?
(କ) ଯୌଗିକ
(ଖ) କଟିଳ
(ଗ) ସରଳ
(ଘ) ସାପେକ୍ଷ
Answer:
(ଗ) ସରଳ

୪। ଏକାଧିକ ଉଦ୍ଦେଶ୍ୟ ସହିତ ଗୋଟିଏ ବିଧେୟର ଅଥବା ଗୋଟିଏ ଉଦ୍ଦେଶ୍ୟ ସହିତ ଏକାଧ୍ଵ ବିଧେୟର ଅଥବା ଏକାତ୍ମକ ଉଦ୍ଦେଶ୍ୟ ସହିତ ଏକାଧ୍ଵକ ବିଧେୟର ସମ୍ବନ୍ଧକୁ କେଉଁ ତର୍କବାକ୍ୟ କହନ୍ତି ?
(କ) ସରଳ
(ଖ) ଯୌଗିକ
(ଗ) ଜଟିଳ
(ଘ) ନିରପେକ୍ଷ
Answer:
(ଖ) ଯୌଗିକ

CHSE Odisha Class 11 Logic Unit 2 Objective Questions in Odia Medium

୫। ଗୁଣଦୃଷ୍ଟିରୁ ତର୍କବାକ୍ୟମାନଙ୍କୁ କେଉଁ ଦୁଇଭାଗରେ ବିଭକ୍ତ କରାଯାଇଛି ?
(କ) ସରଳ ଓ ଯୌଗିକ
(ଖ) ସାମାନ୍ୟ ଓ ବିଶେଷ
(ଗ) ସଦର୍ଥକ ଓ ନଞର୍ଥକ
(ଘ) ସାପେକ୍ଷ ଓ ନିରପେକ୍ଷ
Answer:
(ଗ) ସଦର୍ଥକ ଓ ନଞର୍ଥକ

୬। ଯେଉଁ ତର୍କବାକ୍ୟରେ ଉଦ୍ଦେଶ୍ୟ ସମ୍ବନ୍ଧରେ ବିଧେୟକୁ ସ୍ୱୀକାର କରାଯାଏ, ତାହାକୁ କେଉଁ ତର୍କବାକ୍ୟ କୁହାଯାଏ ?
(କ) ସଦର୍ଥକ
(ଖ) ନଞର୍ଥକ
(ଗ) ସାମାନ୍ଯ
(ଘ) ବିଶେଷ
Answer:
(କ) ସଦର୍ଥକ

୭। ଯେଉଁ ତର୍କବାକ୍ୟରେ ଉଦ୍ଦେଶ୍ୟ ସମ୍ବନ୍ଧରେ ବିଧେୟକୁ ଅସ୍ଵୀକାର କରାଯାଏ, ତାହାକୁ କେଉଁ ତର୍କବାକ୍ୟ କୁହାଯାଏ ?
(କ) ନଞର୍ଥକ
(ଖ) ସାମାନ୍ଯ
(ଗ) ବିଶେଷ
(ଘ) ସଦର୍ଥକ
Answer:
(କ) ନଞ୍ଜର୍ଥକ

୮। ପରିମାଣ ଦୃଷ୍ଟିରୁ ତର୍କବାକ୍ୟକୁ କେଉଁ ଦୁଇଭାଗରେ ବିଭକ୍ତ କରାଯାଇଛି ?
(କ) ସଦର୍ଥକ ଓ ନଞର୍ଥକ
(ଖ) ସାମାନ୍ୟ ଓ ବିଶେଷ
(ଗ) ସାପେକ୍ଷ ଓ ନିରପେକ୍ଷ
(ଘ) ଶବ୍ଦପରକ ଓ ବସ୍ତୁପରକ
Answer:
(ଖ) ସାମାନ୍ୟ ଓ ବିଶେଷ

୯। ଯେଉଁ ତର୍କବାକ୍ୟ ଉଦ୍ଦେଶ୍ୟ ପଦର ସମଗ୍ର ବାତ୍ୟାର୍ଥ ସହିତ ବିଧେୟ ପଦର ସମ୍ବନ୍ଧବ୍ୟକ୍ତ କରେ, ତାହାକୁ କ’ଣ କୁହାଯାଏ ?
(କ) ସାମାନ୍ଯ
(ଖ) ବିଶେଷ
(ଗ) ସଦର୍ଥକ
(ଘ) ନଞର୍ଥକ
Answer:
(କ) ସାମାନ୍ଯ

୧୦। ଯେଉଁ ତର୍କବାକ୍ୟ ଉଦ୍ଦେଶ୍ୟ ପଦର ବାତ୍ୟାର୍ଥର ଗୋଟିଏ ଅଂଶସହିତ ବିଧେୟ ପଦର ସମ୍ବନ୍ଧ ବ୍ୟକ୍ତ କରେ ତାହାକୁ କେଉଁ ତର୍କବାକ୍ୟ କୁହାଯାଏ ?
(କ) ସଦର୍ଥକ
(ଖ) ନଞର୍ଥକ
(ଗ) ବିଶେଷ
(ଘ) ସାମାନ୍ଯ
Answer:
(ଗ) ବିଶେଷ

CHSE Odisha Class 11 Logic Unit 2 Objective Questions in Odia Medium

୧୧। ସମ୍ବନ୍ଧ ଦୃଷ୍ଟିରୁ ତର୍କବାକ୍ୟକୁ କେଉଁ କେଉଁ ଭାଗରେ ବିଭକ୍ତ କରାଯାଇଛି ?
(କ) ସାମାନ୍ୟ ଓ ବିଶେଷ
(ଖ) ସଦର୍ଥକ ଓ ନଞର୍ଥକ
(ଗ) ନିରପେକ୍ଷ ଓ ସାପେକ୍ଷ
(ଘ) ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ ।
Answer:
(ଗ) ନିରପେକ୍ଷ ଓ ସାପେକ୍ଷ

୧୨। ସାପେକ୍ଷ ତର୍କବାକ୍ୟକୁ କେଉଁ କେଉଁ ଭାଗରେ ବିଭକ୍ତ କରାଯାଇଛି ?
(କ) ସାମାନ୍ୟ ଓ ବିଶେଷ
(ଖ) ସଦର୍ଥକ ଓ ନଞର୍ଥକ
(ଗ) ଆବଶ୍ୟକ, ଘୋଷକ ଓ ସାମ୍ଭାବ୍ୟକ
(ଘ) ପ୍ରାକଳ୍ପିକ, ବୈକଳ୍ପିକ, ବିଯୋଜକ
Answer:
(ଘ) ପ୍ରାକଳ୍ପିକ, ବୈକଳ୍ପିକ, ବିଯୋଜକ

୧୩। ପ୍ରାକଳ୍ପିକ ତର୍କବାକ୍ୟର ଦୁଇଟି ଅଂଶ ଅଛି – ସେଗୁଡ଼ିକ କ’ଣ କ’ଣ ?
(କ) କର୍ତ୍ତା ଓ କର୍ମ
(ଖ) ପୂର୍ବଗ ଓ ଅନୁଗ
(ଗ) ସାମାନ୍ୟ ଓ ବିଶେଷ
(ଘ) ଉପରୋକ୍ତ ମଧ୍ଯରୁ କୌଣସିଟି ଠିକ୍ ନୁହେଁ
Answer:
(ଖ) ପୂର୍ବଗ ଓ ଅନୁଗ

୧୪। ତାତ୍ପର୍ଯ୍ୟ ଦୃଷ୍ଟିରୁ ତର୍କବାକ୍ୟମାନଙ୍କୁ କେଉଁ କେଉଁ ଭାଗରେ ବିଭକ୍ତ କରାଯାଇଛି ?
(କ) ଆବଶ୍ୟକ, ଘୋଷକ, ସାମ୍ଭାବ୍ୟକ
(ଖ) ଶବ୍ଦପରକ ଓ ବସ୍ତୁପରକ
(ଗ) ସାମାନ୍ୟ ଓ ବିଶେଷ
(ଘ) ସାପେକ୍ଷ ଓ ନିରପେକ୍ଷ
Answer:
(ଖ) ଶବ୍ଦପରକ ଓ ବସ୍ତୁପରକ

୧୫। ଗୁଣ ଦୃଷ୍ଟିରୁ ପ୍ରାକଳ୍ପିକ ତର୍କବାକ୍ୟର ଆକାର କ’ଣ ହେବା ଉଚିତ ?
(କ) ସଦର୍ଥକ
(ଖ) ନଞର୍ଥକ
(ଗ) ସଦର୍ଥକ ଓ ନଞର୍ଥକ
(ଘ) ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
Answer:
(କ) ସଦର୍ଥକ

CHSE Odisha Class 11 Logic Unit 2 Objective Questions in Odia Medium

୧୬। ଗୁଣ ଦୃଷ୍ଟିରୁ ବୈକଳ୍ପିକ ତର୍କବାକ୍ୟର ଆକାର କ’ଣ ହେବା ଉଚିତ ?
(କ) ସଦର୍ଥକ ଓ ନଞର୍ଥକ
(ଖ) ସଦର୍ଥକ
(ଗ) ନଞର୍ଥକ
(ଘ) ଏମାନଙ୍କ ମଧ୍ୟରୁ ଯେକୌଣସି ଗୋଟିଏ ଠିକ୍ ଅଟେ
Answer:
(ଖ) ସଦର୍ଥକ

୧୭। ନିଶ୍ଚିତିତର ତାରତମ୍ୟ ଦୃଷ୍ଟିରୁ ତର୍କବାକ୍ୟଗୁଡ଼ିକୁ କେଉଁ କେଉଁ ଭାଗରେ ବିଭକ୍ତ କରାଯାଇଛି ?
(କ) ଆବଶ୍ୟକ, ଘୋଷକ, ସାମ୍ଭାବ୍ୟକ
(ଖ) ଶବ୍ଦପରକ ଓ ବସ୍ତୁପରକ
(ଗ) ବିଶ୍ଳେଷକ ଓ ସଂଶ୍ଳେଷକ
(ଘ) ସାପେକ୍ଷ ଓ ନିରପେକ୍ଷ
Answer:
(କ) ଆବଶ୍ୟକ, ଘୋଷକ, ସାମ୍ଭାବ୍ୟକ

୧୮। ବୈକଳ୍ପିକ ଓ ବିଯୋଜକ ତର୍କବାକ୍ୟଗୁଡ଼ିକ କ’ଣ ହୋଇପାରେ ?
(କ) ସାମାନ୍ଯ
(ଖ) ବିଶେଷ
(ଗ) ସାମାନ୍ୟ ବା ବିଶେଷ
(ଘ) ଉପରୋକ୍ତ ସବୁଗୁଡ଼ିକ ଠିକ୍
Answer:
(ଗ) ସାମାନ୍ୟ ବା ବିଶେଷ

୧୯। ଗୁଣ ଓ ପରିମାଣ ଦୃଷ୍ଟିରୁ ତର୍କବାକ୍ୟମାନଙ୍କୁ କେତେଭାଗରେ ବିଭକ୍ତ କରାଯାଇଛି ?
(କ) ୩
(ଖ) ୪
(ଗ) ୫
(ଘ) ୬
Answer:
(ଖ) ୪

୨୦। ଯେଉଁ ବାକ୍ୟରେ ପରିମାଣ ସ୍ପଷ୍ଟଭାବରେ ବ୍ୟକ୍ତ ହୋଇନଥାଏ ତାହାକୁ କେଉଁ ବାକ୍ୟ କୁହାଯାଏ ?
(କ) ସଦର୍ଥକ
(ଖ) ନଞର୍ଥକ
(ଗ) ଅବୈୟକ୍ତିକ
(ଘ) ଅନୁକ୍ତ ପରିମାଣ
Answer:
(ଘ) ଅନୁକ୍ତ ପରିମାଣ

୨୧। କେତେକ ବାକ୍ୟରେ ଉଦ୍ଦେଶ୍ୟର ପରିମାଣ ସ୍ପଷ୍ଟଭାବେ ସୂଚିତ ହୋଇଥିବାବେଳେ ଅନ୍ୟ କେତେକ ବାକ୍ୟରେ ଉଦ୍ଦେଶ୍ୟର ପରିମାଣ ଅସ୍ପଷ୍ଟ ହୋଇଥାଏ । ଏହିପରି ପରିମାଣ ସ୍ପଷ୍ଟ ହୋଇନଥିବା ବାକ୍ୟକୁ କେଉଁ ତର୍କବାକ୍ୟ କହନ୍ତି ?
(କ) ଅବୈୟକ୍ତିକ
(ଖ) ଅନୁକ୍ତ ପରିମାଣ
(ଗ) ନଞର୍ଥକ
(ଘ) ସଦର୍ଥକ
Answer:
(କ) ଅବୈୟକ୍ତିକ

CHSE Odisha Class 11 Logic Unit 2 Objective Questions in Odia Medium

୨୨। ‘ଆ’ ତର୍କବାକ୍ୟର ଉଦ୍ଦେଶ୍ୟ କ’ଣ ଅଟେ ?
(କ) ବ୍ଯାପ୍ତ
(ଖ) ଅବ୍ଯାପ୍ତ
(ଗ) ଉଭୟ ବ୍ୟାପ୍ତ ଓ ଅବ୍ୟାପ୍ତ
(ଘ) ଉଭୟ ବ୍ୟାପ୍ତ ଓ ଅବ୍ୟାପ୍ତ ନୁହେଁ
Answer:
(କ) ବ୍ଯାପ୍ତ

୨୩। ‘ଏ’ ତର୍କବାକ୍ୟର ଉଦ୍ଦେଶ୍ୟ ଓ ବିଧେୟ କ’ଣ ଅଟେ ?
(କ) ବ୍ଯାପ୍ତ
(ଖ) ଅବ୍ୟାପ୍ତ
(ଗ) ଉଭୟ ବ୍ୟାପ୍ତ ଓ ଅବ୍ୟାପ୍ତ
(ଘ) ଉଭୟ ବ୍ୟାପ୍ତ
Answer:
(ଘ) ଉଭୟ ବ୍ୟାପ୍ତ

୨୪। ‘ଇ’ ତର୍କବାକ୍ୟର ଉଦ୍ଦେଶ୍ୟ ଓ ବିଧେୟ କ’ଣ ଅଟେ ?
(କ) ବ୍ଯାପ୍ତ
(ଖ) ହୁଏତ ବ୍ୟାପ୍ତ ଓ ଅବ୍ୟାପ୍ତ
(ଗ) ଉଭୟ ବ୍ୟାପ୍ତ ନୁହେଁ
(ଘ) ନିମ୍ନୋକ୍ତ ମଧ୍ୟରୁ କୌଣସିଟି ଠିକ୍ ନୁହେଁ
Answer:
(ଗ) ଉଭୟ ବ୍ୟାପ୍ତ ନୁହେଁ

୨୫। ‘ଓ’ ତର୍କବାକ୍ୟର ବିଧେୟ ପଦ କ’ଣ ଅଟେ ?
(କ) ବ୍ଯାପ୍ତ
(ଖ) ଅବ୍ୟାପ୍ତ
(ଗ) ଉଭୟ ବ୍ୟାପ୍ତ
(ଘ) ନିମ୍ନୋକ୍ତ ମଧ୍ୟରୁ କୌଣସିଟି ଠିକ୍ ନୁହେଁ
Answer:
(ଖ) ଅବ୍ଯାପ୍ତ

୨୬। ସାର୍ବିକ ତର୍କବାକ୍ୟମାନଙ୍କର ଉଦ୍ଦେଶ୍ୟ ପଦ କ’ଣ ଅଟନ୍ତି ?
(କ) ବ୍ଯାପ୍ତ
(ଖ) ଅବ୍ଯାପ୍ତ
(ଗ) ଉଭୟ ବ୍ୟାପ୍ତ ଓ ଅବ୍ୟାପ୍ତ
(ଘ) କୌଣସିଟି ନୁହେଁ
Answer:
(କ) ବ୍ଯାପ୍ତ

୨୭। ନଞ୍ଜର୍ଥକ ତର୍କବାକ୍ୟମାନଙ୍କଠାରେ ବିଧେୟ ପଦ କ’ଣ ଅଟନ୍ତି ?
(କ) ଅବ୍ଯାପ୍ତ
(ଖ) ଉଭୟ ବ୍ୟାପ୍ତ ଓ ଅବ୍ୟାପ୍ତ
(ଗ) ବ୍ଯାପ୍ତ
(ଘ) କୌଣସିଟି ନୁହେଁ
Answer:
(ଗ) ବ୍ଯାପ୍ତ

୨୮। କେଉଁ ତର୍କବାକ୍ୟର ବିଧେୟ ପଦ ବ୍ୟାପ୍ତ ନୁହଁନ୍ତି ?
(କ) ସାର୍ବିକ
(ଖ) ବିଶେଷ
(ଗ) ସଦର୍ଥକ
(ଘ) ନଞର୍ଥକ
Answer:
(ଗ) ସଦର୍ଥକ

CHSE Odisha Class 11 Logic Unit 2 Objective Questions in Odia Medium

୨୯। କେଉଁ ତର୍କବାକ୍ୟମାନଙ୍କର ଉଦ୍ଦେଶ୍ୟପଦ ବ୍ୟାପ୍ତ ନୁହଁନ୍ତି ?
(କ) ସାର୍ବିକ
(ଖ) ବିଶେଷ
(ଗ) ସଦର୍ଥକ
(ଘ) ନଞର୍ଥକ
Answer:
(ଖ) ବିଶେଷ

୩୦। ତର୍କବାକ୍ୟମାନଙ୍କର ସପ୍ତବିଧ ସମ୍ପର୍କ କହିଲେ କେତୋଟି ସମ୍ପର୍କକୁ ବୁଝାଏ ?
(କ) ୫
(ଖ) ୬
(ଗ) ୭
(ଘ) ୮
Answer:
(ଗ) ୭

୩୧. ତର୍କବାକ୍ୟମାନଙ୍କର ପ୍ରତିଯୋଗ ସମ୍ବନ୍ଧ କହିଲେ କେତୋଟି ସମ୍ପର୍କକୁ ବୁଝାଏ ?
(କ) ୪
(ଖ) ୫
(ଗ) ୬
(ଘ) ୭
Answer:
(କ) ୪

୩୨। କେତେକ ତର୍କବାକ୍ୟ ଆକାର ଦୃଷ୍ଟିରୁ ସରଳ ଦେଖାଯାଆନ୍ତି କିନ୍ତୁ ଅର୍ଥ ଦୃଷ୍ଟିରୁ ସେମାନେ ଯୌଗିକ ଅଟନ୍ତି । ସେମାନଙ୍କୁ କି ପ୍ରକାର ତର୍କ ବାକ୍ୟ କୁହାଯାଏ ?
(କ) ସରଳ
(ଖ) ଯୌଗିକ
(ଗ) ଜଟିଳ
(ଘ) ଉପରୋକ୍ତ ମଧ୍ଯରୁ ପ୍ରତ୍ୟେକ ଅକ୍ଷର ଠିକ୍ ଅଟେ ।
Answer:
(ଗ) ଜଟିଳ

୩୩। ଯେଉଁ ତର୍କ ବାକ୍ୟରେ ବିଧେୟର ଉଦ୍ଦେଶ୍ୟ ସହିତ ସମ୍ବନ୍ଧ କୌଣସି ସର୍ଭ ସମ୍ବଳିତ ନୁହେଁ, ତାହାକୁ କି ପ୍ରକାର ତର୍କବାକ୍ୟ କୁହାଯାଏ ?
(କ) ସାପେକ୍ଷ
(ଖ) ନିରପେକ୍ଷ ତର୍କବାକ୍ୟ
(ଗ) ସଦର୍ଥକ
(ଘ) ନଞ୍ଜର୍ଥକ
Answer:
(ଖ) ନିରପେକ୍ଷ ତର୍କବାକ୍ୟ

୩୪। ଯେଉଁ ତର୍କ ବାକ୍ୟରେ ବିଧେୟର ଉଦ୍ଦେଶ୍ୟ ସହିତ ସମ୍ବନ୍ଧ କୌଣସି ସର୍ଭ ଉପରେ ନିର୍ଭରଶୀଳ, ତାହାକୁ କି ପ୍ରକାର ତର୍କ ବାକ୍ୟ କୁହାଯାଏ ?
(କ) ସାପେକ୍ଷ
(ଖ) ନିରପେକ୍ଷ
(ଗ) ସାମାନ୍ଯ
(ଘ) ବିଶେଷ
Answer:
(କ) ସାପେକ୍ଷ ତର୍କବାକ୍ୟ

୩୫। ଯେଉଁ ସାପେକ୍ଷ ତର୍କ ବାକ୍ୟରେ ସର୍ଭେଟି ସ୍ପଷ୍ଟ ଭାବରେ ଉଲ୍ଲିଖତ ହୋଇଥାଏ, ତାହାକୁ କି ପ୍ରକାର ତର୍କବାକ୍ୟ କୁହାଯାଏ ?
(କ) ପ୍ରାକଳ୍ପିକ
(ଖ) ବୈକଳ୍ପିକ
(ଗ) ସଦର୍ଥକ
(ଘ) ନଞ୍ଜର୍ଥକ
Answer:
(କ) ପ୍ରାକଳ୍ପିକ

CHSE Odisha Class 11 Logic Unit 2 Objective Questions in Odia Medium

୩୬। ଯେଉଁ ସାପେକ୍ଷ ତର୍କ ବାକ୍ୟରେ ସର୍ଭେଟି ସ୍ପଷ୍ଟ ଭାବେ ଉଲ୍ଲିଖତ ନ ହୋଇ ତର୍କବାକ୍ୟର ତାତ୍ପର୍ଯ୍ୟରେ ନିହିତ ଥାଏ, ତାହାକୁ
(କ) ପ୍ରାକଳ୍ପିକ
(ଖ) ବୈକଳ୍ପିକ ତର୍କବାକ୍ୟ
(ଗ) ସାମାନ୍ୟ
(ଘ) ବିଶେଷ
Answer:
(ଖ) ବୈକଳ୍ପିକ ତର୍କବାକ୍ୟ

୩୭। ଯେଉଁ ସାପେକ୍ଷ ତର୍କବାକ୍ୟରେ ଉଭୟ… ନୁହେଁ ଆକାରରେ ବ୍ୟକ୍ତ କରାଯାଏ, ତାହାକୁ କି ପ୍ରକାର ତର୍କବାକ୍ୟ କୁହାଯାଏ ?
(କ) ପ୍ରାକଳ୍ପିକ
(ଖ) ବୈକଳ୍ପିକ
(ଗ) ସାମାନ୍ୟ
(ଘ) ସାମାନ୍ୟ ତର୍କବାକ୍ୟ
Answer:
(ଗ) ବିଯୋଜକ ତର୍କବାକ୍ୟ

୩୮। କେଉଁ ତର୍କବାକ୍ୟରେ ବିଧେୟ ଉଦ୍ଦେଶ୍ୟ ପଦର ଲକ୍ଷଣାର୍ଥ କିମ୍ବା ତାହାର କୌଣସି ଅଂଶକୁ ବ୍ୟକ୍ତ କରେ, ତାହାକୁ କି
(କ) ଶବ୍ଦ ପରକ
(ଖ) ବୈକଳ୍ପିକ
(ଗ) ପ୍ରାକଳ୍ପିକ
(ଘ) ବୈକଳ୍ପିକ ତର୍କବାକ୍ୟ
Answer:
(କ) ଶବ୍ଦ ପରକ

୩୯। ଶବ୍ଦପରକ ତର୍କ ବାକ୍ୟର ଅନ୍ୟ ନାମ କ’ଣ ଅଟେ ?
(କ) ବିଶ୍ଳେଷକ
(ଖ) ସଂଶ୍ଳେଷକ
(ଗ) ସାମାନ୍ଯ
(ଘ) ବିଶେଷ
Answer:
(କ) ବିଶ୍ଲେଷକ ତର୍କବାକ୍ୟ

୪୦। ଯେଉଁ ତର୍କ ବାକ୍ୟରେ ବିଧେୟ ଉଦ୍ଦେଶ୍ୟ ପଦର ଲକ୍ଷଣାର୍ଥ ବହିର୍ଭୁତ ଅନ୍ୟ କୌଣସି ବିଷୟ ବ୍ୟକ୍ତ କରେ, ତାହାକୁ କି ପ୍ରକାର ତର୍କବାକ୍ୟ କୁହାଯାଏ ?
(କ) ଶବ୍ଦପରକ
(ଖ) ବସ୍ତୁପରକ
(ଗ) ସଦର୍ଥକ
(ଘ) ନଞ୍ଜର୍ଥକ
Answer:
(ଖ) ବସ୍ତୁ ପରକ

୪୧। ବସ୍ତୁପରକ ତର୍କବାକ୍ୟର ଅନ୍ୟ ନାମ କ’ଣ ଅଟେ ?
(କ) ବିଶ୍ଲେଷକ
(ଖ) ସଂଶ୍ଳେଷକ
(ଗ) ସାପେକ୍ଷ
(ଘ) ନିରପେକ୍ଷ
Answer:
(ଖ) ସଂଶ୍ଳେଷକ ତର୍କବାକ୍ୟ

୪୨। ଯେଉଁ ତର୍କ ବାକ୍ୟରେ ଉଦ୍ଦେଶ୍ୟ ଓ ବିଧେୟର ସମ୍ବନ୍ଧ ସେମାନଙ୍କ ମୂଳ ସ୍ବଭାବ ସହିତ ଏପରି ଭାବରେ ଜଡ଼ିତ ଯେ,
(କ) ନିଶ୍ଚିତବାଚକ
(ଖ) ବିବରଣ ବାଚକ
(ଗ) ସମ୍ଭାବନା ବାଚକ
(ଘ) କୌଣସିଟି ନୁହେଁ
Answer:
(କ) ନିଶ୍ଚିତ ବାଚକ

CHSE Odisha Class 11 Logic Unit 2 Objective Questions in Odia Medium

୪୩। ଯେଉଁ ତର୍କ ବାକ୍ୟରେ ଉଦ୍ଦେଶ୍ୟ ଓ ବିଧେୟ ମଧ୍ଯରେ ସମ୍ବନ୍ଧ କେବଳ ବାସ୍ତବ ଘଟଣା ଉପରେ ଆଧାରିତ, ତାହାକୁ କି ପ୍ରକାର ତର୍କବାକ୍ୟ କୁହାଯାଏ ?
(କ) ନିଶ୍ଚିତ ବାଚକ
(ଖ) ବିବରଣ ବାଚକ
(ଗ) ସମ୍ଭାବନା ବାଚକ
(ଘ) କୌଣସିଟି ନୁହେଁ
Answer: (ଖ) ବିବରଣୀ ବାଚକ

୪୪। ଯେଉଁ ତର୍କ ବାକ୍ୟରେ ଉଦ୍ଦେଶ୍ୟ ଓ ବିଧେୟ ମଧ୍ଯରେ ସମ୍ବନ୍ଧ କେବଳ ସମ୍ଭାବନା ଉପରେ ଆଧାରିତ ତାହାକୁ କି ପ୍ରକାର ତର୍କବାକ୍ୟ କୁହାଯାଏ ?
(କ) ନିଶ୍ଚିତ ବାଚକ
(ଖ) ବିବରଣ ବାଚକ
(ଗ) ସମ୍ଭାବନା ବାଚକ
(ଘ) କୌଣସିଟି ନୁହେଁ
Answer:
(ଗ) ସମ୍ଭାବନା ବାଚକ

୪୫। ଦୁଇଟି ତର୍କ ବାକ୍ୟ ମଧ୍ଯରେ ଉଦ୍ଦେଶ୍ୟ, ବିଧେୟ ଓ ଗୁଣ ସମାନ ଥାଇ କେବଳ ପରିମାଣ ପାର୍ଥକ୍ୟ ଥିଲେ, ସେମାନଙ୍କ ମଧ୍ୟରେ ଥିବା ସମ୍ବନ୍ଧକୁ କି ପ୍ରକାର ସମ୍ବନ୍ଧ କହନ୍ତି ?
(କ) ସଗୁଣ ପ୍ରତିଯୋଗ ସମ୍ବନ୍ଧ
(ଖ) ବିପରୀତ ପ୍ରତିଯୋଗ ସମ୍ବନ୍ଧ
(ଗ) ବିରୁଦ୍ଧ ପ୍ରତିଯୋଗ ସମ୍ବନ୍ଧ
(ଘ) ଉପବିରୋଧୀ ପ୍ରତିଯୋଗ ସମ୍ବନ୍ଧ
Answer:
(କ) ସଗୁଣ ପ୍ରତିଯୋଗ ସମ୍ବନ୍ଧ

୪୬। ଦୁଇଟି ସମ ଉଦ୍ଦେଶ୍ୟ ଏବଂ ସମ ବିଧେୟଯୁକ୍ତ ସାମାନ୍ୟ ତର୍କ ବାକ୍ୟର ଗୁଣ ଭିନ୍ନ ହୋଇଥିଲେ, ସେମାନଙ୍କ ସମ୍ବନ୍ଧକୁ କି ପ୍ରକାର ସମ୍ବନ୍ଧ କୁହାଯାଏ ?
(କ) ସଗୁଣ ପ୍ରତିଯୋଗ ସମ୍ବନ୍ଧ
(ଖ)ବିରୁଦ୍ଧ ସମ୍ବନ୍ଧ
(ଗ) ବିପରୀତ ସମ୍ବନ୍ଧ
(ଘ) ଉପବିରୋଧ୍ବ ସମ୍ବନ୍ଧ
Answer:
(ଗ) ବିପରୀତ ସମ୍ବନ୍ଧ

୪୭। ଦୁଇଟି ସମଉଦ୍ଦେଶ୍ୟ ଏବଂ ସମବିଧେୟଯୁକ୍ତ ତର୍କବାକ୍ୟର ଉଭୟ ଗୁଣ ଓ ପରିମାଣ ଭିନ୍ନ ହୋଇଥିଲେ, ସେମାନଙ୍କ ସମ୍ବନ୍ଧକୁ କି ପ୍ରକାର ସମ୍ବନ୍ଧ କୁହାଯାଏ ?
(କ) ସଗୁଣ ପ୍ରତିଯୋଗ ସମ୍ବନ୍ଧ
(ଖ) ବିରୁଦ୍ଧ ସମ୍ବନ୍ଧ
(ଗ) ଉପବିରୋଧ୍ବ ସମ୍ବନ୍ଧ
(ଘ)ବିପରୀତ ସମ୍ବନ୍ଧ
Answer:
(ଖ) ବିରୁଦ୍ଧ ସମ୍ବନ୍ଧ

୪୮। ଦୁଇଟି ସମଉଦ୍ଦେଶ୍ୟ ଏବଂ ସମବିଧେୟଯୁକ୍ତ ବିଶେଷ ତର୍କବାକ୍ୟର ଗୁଣ ଭିନ୍ନ ହୋଇଥିଲେ, ସେମାନଙ୍କ ସମ୍ବନ୍ଧକୁ ପ୍ରକାର ସମ୍ବନ୍ଧ କୁହାଯାଏ ?
(କ) ବିଶୁଦ୍ଧ ସମ୍ବନ୍ଧ
(ଖ) ସଗୁଣ ପ୍ରତିଯୋଗ ସମ୍ବନ୍ଧ
(ଗ) ବିପରୀତ ସମ୍ବନ୍ଧ
(ଘ) ଉପବିରୋଧୀ ସମ୍ବନ୍ଧ
Answer:
(ଘ) ଉପବିରୋଧୀ ସମ୍ବନ୍ଧ

CHSE Odisha Class 11 Logic Unit 2 Objective Questions in Odia Medium

୪୯। ‘ଆ’ ଏବଂ ‘ଇ’ ତର୍କବାକ୍ୟ ମଧ୍ୟରେ ଥିବା ସମ୍ବନ୍ଧକୁ କ’ଣ କହନ୍ତି ?
(କ) ବିରୁଦ୍ଧ ସମ୍ବନ୍ଧ
(ଖ) ସଗୁଣ ପ୍ରତିଯୋଗ ସମ୍ବନ୍ଧ
(ଗ) ବିପରୀତ ସମ୍ବନ୍ଧ
(ଘ) ଉପବିରୋଧୀ ସମ୍ବନ୍ଧ
Answer:
(ଖ) ସଗୁଣ ପ୍ରତିଯୋଗ ସମ୍ବନ୍ଧ

୫୦। ‘ଆ’ ଏବଂ ‘ଏ’ ତର୍କବାକ୍ୟ ମଧ୍ୟରେ ଥ‌ିବା ସମ୍ବନ୍ଧକୁ କ’ଣ କହନ୍ତି ?
(କ) ବିରୁଦ୍ଧ ସମ୍ବନ୍ଧ
(ଖ) ସଗୁଣ ପ୍ରତିଯୋଗ ସମ୍ବନ୍ଧ
(ଗ) ବିପରୀତ ସମ୍ବନ୍ଧ
(ଘ) ଉପବିରୋଧୀ ସମ୍ବନ୍ଧ
Answer:
(ଗ) ବିପରୀତ ସମ୍ବନ୍ଧ

୫୧। ‘ଇ’ ଏବଂ ‘ଓ’ ତର୍କବାକ୍ୟ ମଧ୍ୟରେ ଥିବା ସମ୍ବନ୍ଧକୁ କି ପ୍ରକାର ସମ୍ବନ୍ଧ କୁହାଯାଏ ?
(କ) ସଗୁଣ ପ୍ରତିଯୋଗ ସମ୍ବନ୍ଧ
(ଖ) ବିରୁଦ୍ଧ ସମ୍ବନ୍ଧ
(ଗ) ବିପରୀତ ସମ୍ବନ୍ଧ
(ଘ) ଉପବିରୋଧୀ ସମ୍ବନ୍ଧ
Answer:
(ଘ) ଉପବିରୋଧୀ ସମ୍ବନ୍ଧ

୫୨। ‘ଆ, ଏବଂ ଓ’, ‘ଏ’ ଏବଂ ଇ’’ ତର୍କବାକ୍ୟ ଦ୍ଵୟରେ ଥିବା ସମ୍ବନ୍ଧକୁ କି ପ୍ରକାର ସମ୍ବନ୍ଧ କୁହାଯାଏ ?
(କ) ସଗୁଣ ପ୍ରତିଯୋଗ ସମ୍ବନ୍ଧ
(ଖ) ବିରୁଦ୍ଧ ସମ୍ବନ୍ଧ
(ଗ) ବିପରୀତ ସମ୍ବନ୍ଧ
(ଘ) ବିରୁଦ୍ଧ ସମ୍ବନ୍ଧ
Answer:
(ଘ) ବିରୁଦ୍ଧ ସମ୍ବନ୍ଧ

B. ଶୂନ୍ୟସ୍ଥାନ ପୂରଣ କର ।

୧। ଦୁଇଟି ପଦ ମଧ୍ଯରେ ସମ୍ପର୍କକୁ ଭାଷାରେ ବ୍ୟକ୍ତ କଲେ, ତାହାକୁ ________________ କୁହାଯାଏ ।
Answer:
ତର୍କବାକ୍ୟ ।

୨। ବାକ୍ୟରେ ____________________ଓ _________________ ଅବୟବ ଥାଏ ।
Answer:
(୧) ଉଦ୍ଦେଶ୍ୟ, (୨) ବିଧେୟ ।

୩। ତର୍କ ବାକ୍ୟରେ ____________________ ,___________________ ଓ ଥାଏ ।
Answer:
ଉଦ୍ଦେଶ୍ୟ, ବିଧେୟ, ସଂଯୋଜକ

୪। ଯୁକ୍ତିରେ ବ୍ୟବହୃତ ବାକ୍ୟକୁ ___________________ କୁହାଯାଏ ।
Answer:
ତର୍କବାକ୍ୟ ।

୫। ଗଠନ ଦୃଷ୍ଟିରୁ ତର୍କବାକ୍ୟକୁ ____________________ଓ _________________ ରେ ବିଭକ୍ତ କରାଯାଇଛି ।
Answer:
ସରଳ, ଯୌଗିକ, ଜଟିଳ

CHSE Odisha Class 11 Logic Unit 2 Objective Questions in Odia Medium

୬। ଯେଉଁ ତର୍କବାକ୍ୟରେ ଗୋଟିଏ ଉଦ୍ଦେଶ୍ୟ ଓ ଗୋଟିଏ ବିଧେୟ ଥାଏ, ତାକୁ _________________ ତର୍କବାକ୍ୟ କହନ୍ତି ।
Answer:
ସରଳ

୭। ଯେଉଁ ତର୍କ ବାକ୍ୟରେ ଏକାଧିକ ଉଦ୍ଦେଶ୍ୟ ପଦ କିମ୍ବା ଏକାଧ୍ଵ ବିଧେୟ ପଦ କିମ୍ବା ଏକାଧ୍ଵ ଉଦ୍ଦେଶ୍ୟ ପଦ ଓ ଏକାଧ୍ଵ ବିଧେୟ ପଦ ଥାଏ, ତାହାକୁ ______________________ ତର୍କବାକ୍ୟ କହନ୍ତି ।
Answer:
ଯୌଗିକ

୮। ଯେଉଁ ତର୍କବାକ୍ୟ ଗୁଡ଼ିକ ଆକାର ଦୃଷ୍ଟିରୁ ସରଳ ଦେଖାଯାଆନ୍ତି କିନ୍ତୁ ଅର୍ଥ ଦୃଷ୍ଟିରୁ ସେମାନେ ଯୌଗିକ ଅଟନ୍ତି, ସେ ପ୍ରକାର _____________ ତର୍କବାକ୍ୟ କୁହାଯାଏ ।
Answer:
ଜଟିଳ

୯। ଯେଉଁ ତର୍କବାକ୍ୟରେ ଉଦ୍ଦେଶ୍ୟ ସମ୍ବନ୍ଧରେ ବିଧେୟକୁ ସ୍ଵୀକାର କରାଯାଏ, ତାହାକୁ ___________________ ତର୍କବାକ୍ୟ କୁହାଯାଏ ।
Answer:
ସର୍ଦଥକ

୧୦। ଯେଉଁ ତର୍କବାକ୍ୟରେ ଉଦ୍ଦେଶ୍ୟ ସମ୍ବନ୍ଧରେ ବିଧେୟକୁ ଅସ୍ବୀକାର କରାଯାଏ, ତାହାକୁ __________________ ତର୍କବାକ୍ୟ କୁହାଯାଏ ।
Answer:
ନଞ୍ଜର୍ଥକ ।

୧୧। ଯେଉଁ ତର୍କବାକ୍ୟ ଉଦ୍ଦେଶ୍ୟପଦର ସମଗ୍ର ବାଚ୍ୟର୍ଥ ସହିତ ବିଧେୟ ପଦର ସମ୍ବନ୍ଧ ବ୍ୟକ୍ତ କରେ, ତାହାକୁ ______________ ତର୍କବାକ୍ୟ କହନ୍ତି ।
Answer:
ସାମାନ୍ୟ

୧୨। ଯେଉଁ ତର୍କବାକ୍ୟ ଉଦ୍ଦେଶ୍ୟ ପଦର ବାତ୍ୟାର୍ଥର ଗୋଟିଏ ଅନିର୍ଦ୍ଦିଷ୍ଟ ଅଂଶ ସହିତ ବିଧେୟ ପଦର ସମ୍ବନ୍ଧ ବ୍ୟକ୍ତ କରେ ତାହାକୁ ______________________ ତର୍କବାକ୍ୟ କହନ୍ତି ।
Answer:
ବିଶେଷ

୧୩। ଗୁଣ ଦୃଷ୍ଟିରୁ ତର୍କ ____________________ଓ _________________ ରେ ବିଭକ୍ତ କରାଯାଇଛି ।
Answer:
ସଦର୍ଥକ ଓ ନଞ୍ଜର୍ଥକ

୧୪। ପରିମାଣ ଦୃଷ୍ଟିରୁ ତର୍କବାକ୍ୟକୁ _____________________ ଓ ______________________ ରେ ବିଭକ୍ତ କରାଯାଇଛି ।
Answer:
ସାମାନ୍ୟ ଓ ବିଶେଷ

୧୫। ସମ୍ବନ୍ଧ ଦୃଷ୍ଟିରୁ ତର୍କ ବାକ୍ୟକୁ ________________ ଓ ________________ ରେ ବିଭକ୍ତ କରାଯାଇଛି ।
Answer:
ନିରପେକ୍ଷ ଓ ସାପେକ୍ଷ

୧୬। ସାପେକ୍ଷ ତର୍କ ବାକ୍ୟକୁ ___________________ ,_____________________ ଓ ________________ରେ ବିଭକ୍ତ କରାଯାଇଛି ।
Answer:
ପ୍ରାକଳ୍ପିକ, ବୈକଳ୍ପିକ ଓ ବିଯୋଜକ

୧୭। ଯେଉଁ ତର୍କବାକ୍ୟରେ ବିଧେୟର ଉଦ୍ଦେଶ୍ୟ ସହିତ ସମ୍ବନ୍ଧ କୌଣସି ସର୍ଭ ସମ୍ବଳିତ ନୁହେଁ, ତାହାକୁ __________________ ତର୍କବାକ୍ୟ କୁହାଯାଏ ।
Answer:
ନିରପେକ୍ଷ

୧୮। ଯେଉଁ ତର୍କବାକ୍ୟରେ ବିଧେୟର ସମ୍ବନ୍ଧ ସହିତ ଉଦ୍ଦେଶ୍ୟ କୌଣସି ସର୍ଭ ଉପରେ ନିର୍ଭରଶୀଳ, ତାହାକୁ ___________________ ତର୍କବାକ୍ୟ କହନ୍ତି।
Answer:
ସାପେକ୍ଷ

୧୯। ଯେଉଁ ସାପେକ୍ଷ ତର୍କବାକ୍ୟରେ ସର୍ଭଟି ସ୍ପଷ୍ଟ ଭାବରେ ଉଲ୍ଲିଖତ ତାହାକୁ _____________________ ତର୍କବାକ୍ୟ କହନ୍ତି ।
Answer:
ପ୍ରାକଳ୍ପିକ

୨୦। ସର୍ଭ ସମ୍ବଳିତ ତର୍କବାକ୍ୟକୁ __________________ କହନ୍ତି ।
Answer:
ପର୍ବଗ

CHSE Odisha Class 11 Logic Unit 2 Objective Questions in Odia Medium

୨୧। ପରିଣାମ ସମ୍ବଳିତ ତର୍କବାକ୍ୟକୁ ____________________ କହନ୍ତି ।
Answer:
ଅନୁଗ

୨୨। ଯେଉଁ ସାପେକ୍ଷ ତର୍କବାକ୍ୟ ଉଭୟ …. ଓ ……….. ନୁହେଁ ଆକାରରେ ବ୍ୟକ୍ତ କରାଯାଏ, ତାହାକୁ ________________ତର୍କବାକ୍ୟ କହନ୍ତି ।
Answer:
ବୈକଳ୍ପିକ

୨୩। ଯେଉଁ ସାପେକ୍ଷ ତର୍କବାକ୍ୟ ହୁଏତ ………. କିମ୍ବା ଆକାରରେ ବ୍ୟକ୍ତ କରାଯାଏ, ତାହାକୁ ___________________ କିମ୍ବା ଆକାରରେ ବ୍ୟକ୍ତ
Answer:
ବିଯୋଜକ

୨୪। ନିଶ୍ଚିତମାତ୍ରା ଦୃଷ୍ଟିରୁ ତର୍କବାକ୍ୟକୁ _______________________ ,____________________ ଓ _______________ ରେ ବିଭକ୍ତ କରାଯାଇଛି ।
Answer:
ଆବଶ୍ୟକ, ଘୋଷ ଓ ସାମ୍ଭାବିକ

୨୫। ଯେଉଁ ତର୍କବାକ୍ୟରେ ଉଦ୍ଦେଶ୍ୟ ଓ ବିଧେୟ ମଧ୍ଯରେ ସମ୍ପର୍କ କେବଳ ବାସ୍ତବ ଘଟଣା ଉପରେ ଆଧାରିତ ତାହାକୁ _________________ ତର୍କବାକ୍ୟ କୁହାଯାଏ ।
Answer:
ଘୋଷକ

୨୬। ଯେଉଁ ତର୍କବାକ୍ୟରେ ଉଦ୍ଦେଶ୍ୟ ଓ ବିଧେୟ ମଧ୍ଯରେ ସମ୍ପର୍କ କେବଳ ସମ୍ଭାବନା ଉପରେ ଆଧାରିତ ତାହାକୁ _______________________ ତର୍କବାକ୍ୟ କୁହାଯାଏ ।
Answer:
ସମ୍ଭାବନା ମୂଳକ

୨୭। ଗୁଣ ଓ ପରିମାଣ ଦୃଷ୍ଟିରୁ ତର୍କବାକ୍ୟକୁ _____________________ ଭାଗରେ ବିଭକ୍ତ କରାଯାଇଛି ।
Answer:

୨୮। ସାମାନ୍ୟ ସମର୍ଥକ _____________________ ତର୍କବାକ୍ୟକୁ ବୁଝାଏ ।
Answer:

୨୯। ସାମାନ୍ୟ ନଞ୍ଜର୍ଥକ __________________________ ତର୍କବାକ୍ୟକୁ ବୁଝାଏ ।
Answer:

୩୦। ବିଶେଷ ସଦର୍ଥକ ______________________ ତର୍କବାକ୍ୟକୁ ବୁଝାଏ ।
Answer:

୩୧। ବିଶେଷ ନଞ୍ଜର୍ଥକ _____________________ ତର୍କ ବାକ୍ୟକୁ ବୁଝାଏ ।
Answer:

୩୨। ତାତ୍ପର୍ଯ୍ୟ ଦୃଷ୍ଟିରୁ ତର୍କବାକ୍ୟ __________________ ଓ ___________________ପ୍ରକାରର ଅଟେ ।
Answer:
ଶବ୍ଦପରକ ଓ ବସ୍ତୁପରକ

୩୩। ଯେଉଁ ତର୍କବାକ୍ୟରେ ବିଧେୟପଦ ଉଦ୍ଦେଶ୍ୟପଦର ସମାର୍ଥବୋଧକ ଶବ୍ଦ ବ୍ୟକ୍ତ କରେ, ତାହାକୁ _______________ ତର୍କବାକ୍ୟ କହନ୍ତି ।
Answer:
ଶବ୍ଦପରକ

୩୪। ଯେଉଁ ତର୍କବାକ୍ୟରେ ଉଦ୍ଦେଶ୍ୟପଦର ଅର୍ଥ ବର୍ହିଭୂତ ଅନ୍ୟ କୌଣସି ବିଷୟ ବିଧେୟରେ ହୋଇଥାଏ, ତାହାକୁ ____________ ତର୍କବାକ୍ୟ କହନ୍ତି ।
Answer:
ବସ୍ତୁପରକ

CHSE Odisha Class 11 Logic Unit 2 Objective Questions in Odia Medium

୩୫। ‘ଆ’ ତର୍କ ବାକ୍ୟର _____________________ ପଦ ବ୍ୟାପ୍ତ ଅଟେ ।
Answer:
ଉଦ୍ଦେଶ୍ୟ

୩୬। ‘ଏ’ ତର୍କବାକ୍ୟ _______________ ଓ __________________ ପଦ ବ୍ୟାପ୍ତ ଅଟେ ।
Answer:
ଉଦ୍ଦେଶ୍ୟ ଓ ବିଧେୟ

୩୭। ‘ଇ’ ତର୍କବାକ୍ୟ __________________ ଓ __________________ ପଦ ବ୍ୟାପ୍ତ ନୁହେଁ ।
Answer:
ଉଦ୍ଦେଶ୍ୟ ଓ ବିଧେୟ

୩୮। ‘ଓ’ ତର୍କବାକ୍ୟର ____________________ ପଦ ବ୍ୟାପ୍ତ ନୁହେଁ ।
Answer:
ଉଦ୍ଦେଶ୍ୟ

୩୯। ‘ଓ’ ତର୍କବାକ୍ୟର _______________ ପଦ ବ୍ୟାପ୍ତ ଅଟେ ।
Answer:
ବିଧେୟ

୪୦। _____________________ ତର୍କବାକ୍ୟମାନଙ୍କର ଉଦ୍ଦେଶ୍ୟ ପଦ ବ୍ୟାପ୍ତ ।
Answer:
ସାମାନ୍ୟ

୪୧। ____________________ ତର୍କବାକ୍ୟ ମାନଙ୍କର ଉଦ୍ଦେଶ୍ୟପଦ ଅବ୍ୟାପ୍ତ ।
Answer:
ବିଶେଷ

୪୨। ________________________ ତର୍କବାକ୍ୟ ମାନଙ୍କର ବିଧେୟପଦ ଅବ୍ୟାପ୍ତ ।
Answer:
ସଦର୍ଥକ ।

୪୩। ________________________ ତର୍କବାକ୍ୟମାନଙ୍କର କେବଳ ବିଧେୟପଦ ବ୍ୟାପ୍ତ ।
Answer:
ନଞ୍ଜର୍ଥକ

୪୪। ସପ୍ତବିଧ ସମ୍ବନ୍ଧ __________________ ପ୍ରକାରର ଅଟେ ।
Answer:
ସାତ

୪୫। ଯେକୌଣସି ଦୁଇଟି ତର୍କବାକ୍ୟ ମଧ୍ଯରେ ଉଦ୍ଦେଶ୍ୟ ଓ ବିଧେୟ ସମାନ ଥାଇ ସେମାନଙ୍କ ମଧ୍ୟରେ ଗୁଣଗତ ବା ପରିମାଣଗତ ବା ଉଭୟ ଗୁଣଗତ ଓ ପରିମାଣଗତ ପାର୍ଥକ୍ୟ ଥିଲେ, ତାହାକୁ _________________ କହନ୍ତି।
Answer:
ପ୍ରତିଯୋଗ ସମ୍ବନ୍ଧ

୪୬। ଦୁଇଟି ତର୍କବାକ୍ୟ ମଧ୍ଯରେ ଉଦ୍ଦେଶ୍ୟ, ବିଧେୟ ଓ ଗୁଣ ସମାନ ଥାଇ କେବଳ ପରିମାଣ ପାର୍ଥକ୍ୟ ଥିଲେ ସେ ପ୍ରକାର ________________ ସମ୍ବନ୍ଧ କୁହାଯାଏ ।
Answer:
ସଗୁଣ ପ୍ରତିଯୋଗ

୪୭। ଦୁଇଟି ସାମାନ୍ୟ ତର୍କବାକ୍ୟ ମଧ୍ଯରେ ଉଦ୍ଦେଶ୍ୟ ଓ ବିଧେୟ ସମାନ ଥାଇ ଗୁଣଗତ ପ୍ରଭେଦ ଥିଲେ ସେମାନଙ୍କ ସମ୍ବନ୍ଧକୁ _________________ ସମ୍ବନ୍ଧ କୁହାଯାଏ ।
Answer:
ବିପରୀତ

CHSE Odisha Class 11 Logic Unit 2 Objective Questions in Odia Medium

୪୮। ଉଦ୍ଦେଶ୍ୟ ଓ ବିଧେୟ ସମାନ ଥାଇ ଦୁଇଟି ବିଶେଷ ତର୍କବାକ୍ୟ ମଧ୍ଯରେ ଗୁଣଗତ ପ୍ରଭେଦ ଥିଲେ ସେମାନଙ୍କ ସମ୍ବନ୍ଧକୁ _________________ ସମ୍ବନ୍ଧ କୁହାଯାଏ ।
Answer:
ଉପବିରୋଧୀ

୪୯। ଉଦ୍ଦେଶ୍ୟ ଓ ବିଧେୟ ସମାନ ଥାଇ ଦୁଇଟି ତର୍କବାକ୍ୟ ମଧ୍ଯରେ ଉଭୟ ଗୁଣଗତ ଓ ପରିମାଣଗତ ପାର୍ଥକ୍ୟ ଥିଲେ ସେମାନଙ୍କ _______________ ସମ୍ବନ୍ଧ କୁହାଯାଏ ।
Answer:
ବିଶୁଦ୍ଧ

୫୦। ଆଇ, ଏବଂ ଏ–ଓ ତର୍କବାକ୍ୟଦ୍ୱୟ ମଧ୍ୟରେ ଥ‌ିବା ସମ୍ବନ୍ଧକୁ ______________ କୁହାଯାଏ ।
Answer:
ସଗୁଣ ପ୍ରତିଯୋଗ ସମ୍ବନ୍ଧ

୫୧। ‘ଆ—ଏ’ ମଧ୍ୟରେ ଥ‌ିବା ସମ୍ବନ୍ଧକୁ _________________ କୁହାଯାଏ ।
Answer:
ବିପରୀତ

୫୨। ‘ଇ—ଓ’ ମଧ୍ୟରେ ଥ‌ିବା ସମ୍ବନ୍ଧକୁ ________________ କୁହାଯାଏ ।
Answer:
ଉପ ବିରୋଧ୍

୫୩। ‘ଆଓ’, ‘ଏ−ଇ’ ମଧ୍ୟରେ ଥ‌ିବା ସମ୍ବନ୍ଧକୁ ___________________ କୁହାଯାଏ ।
Answer:
ବିରୁଦ୍ଧ

C. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

୧। ଗୋଟିଏ ଉଦ୍ଦେଶ୍ୟ ସହିତ ଗୋଟିଏ ବିଧେୟର ସମ୍ବନ୍ଧଦ୍ୱାରା କେଉଁ ତର୍କବାକ୍ୟ ଗଠିତ ହୋଇଥାଏ ?
Answer:
ସରଳ ବା ମୌଳିକ ତର୍କବାକ୍ୟ

୨। ଏକାଧ‌ିକ ଉଦ୍ଦେଶ୍ୟ ସହିତ ଗୋଟିଏ ବିଧେୟର ଅଥବା ଗୋଟିଏ ଉଦ୍ଦେଶ୍ୟ ସହିତ ଏକାଧ୍ଵ ବିଧେୟର ସମ୍ବନ୍ଧଦ୍ୱାରା କେଉଁ ତର୍କବାକ୍ୟ ଗଠିତ ହୁଏ ?
Answer:
ଯୌଗିକ ତର୍କବାକ୍ୟ

୩। ଯେଉଁ ତର୍କବାକ୍ୟରେ ଉଦ୍ଦେଶ୍ୟ ସମ୍ବନ୍ଧରେ ବିଧେୟକୁ ସ୍ଵୀକାର କରାଯାଏ ତାକୁ କ’ଣ କୁହାଯାଏ ?
Answer:
ସଦର୍ଥକ ତର୍କବାକ୍ୟ

୪। ଯେଉଁ ତର୍କବାକ୍ୟରେ ଉଦ୍ଦେଶ୍ୟ ସମ୍ବନ୍ଧରେ ବିଧେୟକୁ ଅସ୍ଵୀକାର କରାଯାଏ ତାକୁ କେଉଁ ତର୍କବାକ୍ୟ କୁହାଯାଏ ?
Answer:
ନଞର୍ଥକ ତର୍କବାକ୍ୟ

୫। ଯେଉଁ ତର୍କବାକ୍ୟର ବିଧେୟଟି ଅନିର୍ଦ୍ଦିଷ୍ଟାର୍ଥକ ଅସୀମ ସ୍ବଭାବର ହୋଇଥାଏ ତାକୁ କ’ଣ କୁହାଯାଏ ?
Answer:
ଅସୀମ ତର୍କବାକ୍ୟ

୬। ଯେଉଁ ତର୍କବାକ୍ୟ ଉଦ୍ଦେଶ୍ୟ ପଦର ସମଗ୍ର ବାତ୍ୟାର୍ଥ ସହିତ ବିଧେୟ ପଦର ସମ୍ବନ୍ଧ ବ୍ୟକ୍ତ କରେ ତାକୁ କ’ଣ କୁହାଯାଏ ?
Answer:
ସାର୍ବିକ ବା ସାମାନ୍ୟ ତର୍କବାକ୍ୟ

CHSE Odisha Class 11 Logic Unit 2 Objective Questions in Odia Medium

୭। ଯେତେବେଳେ ସାମାନ୍ୟ ତର୍କବାକ୍ୟର ଉଦ୍ଦେଶ୍ୟ ବ୍ୟାପକ ହୁଏ ତାକୁ କେଉଁ ତର୍କବାକ୍ୟ କୁହାଯାଏ ?
Answer:
ବ୍ୟ।ପକ ତର୍କବାକ୍ୟ

୮। ଯେଉଁ ତର୍କବାକ୍ୟର ଉଦ୍ଦେଶ୍ୟ ପଦର ବାତ୍ୟାର୍ଥର ଗୋଟିଏ ଅଂଶ ସହିତ ବିଧେୟ ପଦର ସମ୍ବନ୍ଧ ବ୍ୟକ୍ତ କରେ,
Answer:
ଆଂଶିକ ବା ବିଶେଷ ତର୍କବାକ୍ୟ

୯। ଯେତେବେଳେ ପଦର ସମଗ୍ର ବାତ୍ୟାର୍ଥ ଗୃହୀତ ହୋଇନଥିଲେ ଯେଉଁ ବାକ୍ୟ ସୃଷ୍ଟି ହୁଏ, ତାକୁ କ’ଣ କୁହାଯାଏ ?
Answer:
ଅଧ୍ୟାପକ ତର୍କବାକ୍ୟ

୧୦। ଯେଉଁ ତର୍କବାକ୍ୟରେ ବିଧେୟର ଉଦ୍ଦେଶ୍ୟ ସହିତ ସମ୍ବନ୍ଧ କୌଣସି ସର୍ଭ ସମ୍ବଳିତ ନୁହେଁ ତାକୁ କେଉଁ ତର୍କବାକ୍ୟ କୁହାଯାଏ ?
Answer:
ନିରପେକ୍ଷ ତର୍କବାକ୍ୟ

୧୧। ଯେଉଁ ସାପେକ୍ଷ ତର୍କବାକ୍ୟ ଯଦି……….. ତେବେ ଦ୍ବାରା ପ୍ରକାଶିତ ହୁଏ ତାକୁ କ’ଣ କୁହାଯାଏ ?
Answer:
ପ୍ରାକଳ୍ପିକ ତର୍କବାକ୍ୟ

୧୨। ଯେଉଁ ତର୍କବାକ୍ୟରେ ବିଧେୟର ଉଦ୍ଦେଶ୍ୟ ସହିତ ସମ୍ବନ୍ଧ କୌଣସି ସର୍ଭ ଉପରେ ନିର୍ଭରଶୀଳ ତାକୁ କେଉଁ ତର୍କବାକ୍ୟ କୁହାଯାଏ ?
Answer:
ସାପେକ୍ଷ ବା ସର୍ଭେକ ତର୍କବାକ୍ୟ

୧୩। ପ୍ରାକଳ୍ପିକ ତର୍କବାକ୍ୟର ସର୍ଭସମ୍ବଳିତ ଅଂଶର ନାମ କ’ଣ ଅଟେ ?
Answer:
ପୂର୍ବଗ

୧୪। ପ୍ରାକଳ୍ପିକ ତର୍କବାକ୍ୟର ପରିମାଣ ସମ୍ବଳିତ ଅଂଶର ନାମ କ’ଣ ଅଟେ ?
Answer:
ଅନୁଗ

୧୫। ଯେଉଁ ତର୍କ ବଚନରେ ଦୁଇଟି ବିକଳ୍ପ ‘କିମ୍ବା’ ଶବ୍ଦଦ୍ବାରା ପ୍ରକାଶିତ ହେଲେ ମଧ୍ୟ ଉଭୟ ବିକଳ୍ପକୁ ଏକା ସାଙ୍ଗରେ ଘଟିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ଏପ୍ରକାର ତର୍କବଚନକୁ କ’ଣ କୁହାଯାଏ ?
Answer:
ବୈକଳ୍ପିକ ତର୍କବାକ୍ୟ

୧୬। ଯେଉଁ ତର୍କବାକ୍ୟରେ ଦୁଇଟି ବିକଳ୍ପ ‘କିମ୍ବା’ ଶବ୍ଦଦ୍ୱାରା ପ୍ରକାଶିତ ହେଲେ ମଧ୍ୟ ଗୋଟିଏ ବିକଳ୍ପକୁ ଅସ୍ବୀକାର କଲେ ଅନ୍ୟକୁ ସ୍ଵୀକାର କରି ହୁଏ ଏବଂ ଗୋଟିକୁ ସ୍ଵୀକାର କଲେ ଅନ୍ୟକୁ ଅସ୍ବୀକାର କରିବାକୁ ପଡ଼ିଥାଏ ସେପ୍ରକାର ତର୍କବାକ୍ୟକୁ କ’ଣ କୁହାଯାଏ ?
Answer:
ବିଯୋଜକ ତର୍କବାକ୍ୟ

୧୭। ଯେଉଁ ତର୍କବାକ୍ୟରେ ବିଧେୟ ଉଦ୍ଦେଶ୍ୟ ପଦର ଲକ୍ଷଣାର୍ଥ କିମ୍ବା ତାହାର କୌଣସି ଅଂଶକୁ ବ୍ୟକ୍ତ କରିବାକୁ କ’ଣ କୁହାଯାଏ ?
Answer:
ଶବ୍ଦପରକ ବା ପ୍ରାତିଶାବ୍ଦିକ ତର୍କବାକ୍ୟ

୧୮। ଯେଉଁ ତର୍କବାକ୍ୟରେ ବିଧେୟ ଉଦ୍ଦେଶ୍ୟ ପଦର ଲକ୍ଷଣାର୍ଥ ବହିର୍ଭୂତ ଅନ୍ୟ କୌଣସି ବିଷୟ ବ୍ୟକ୍ତ କରେ, ତାକୁ କ’ଣ କୁହାଯାଏ ?
Answer:
ବସ୍ତୁପରକ ତର୍କବାକ୍ୟ

CHSE Odisha Class 11 Logic Unit 2 Objective Questions in Odia Medium

୧୯। ଯଦି ଗୋଟିଏ ତର୍କବାକ୍ୟରେ ଉଦ୍ଦେଶ୍ୟ ବିଧେୟର ସମ୍ବନ୍ଧ ସେମାନଙ୍କର ସ୍ବଳ୍ପ ସ୍ବଭାବ ସହିତ ଏପରିଭାବରେ ଜଡ଼ିତ ଯେ ସେମାନଙ୍କ ତଦ୍ରୁପ ସମ୍ବନ୍ଧ ଅନିବାର୍ଯ୍ୟ ଓ ତଦ୍ ବିପରୀତ ସମ୍ବନ୍ଧ ଅସମ୍ଭବ ତାକୁ କ’ଣ କୁହାଯାଏ ?
Answer:
ନିଶ୍ଚିତିବାଚକ ବା ଆବଶ୍ୟକ ତର୍କବାକ୍ୟ

୨୦। ଯଦି ଗୋଟିଏ ତର୍କବାକ୍ୟର ଉଦ୍ଦେଶ୍ୟ ଓ ବିଧେୟର ସମ୍ବନ୍ଧ ସେମାନଙ୍କର ମୂଳସ୍ୱଭାବ ସହିତ ବିଯୋଡ଼ିତ କି ନୁହେଁ ଜଣାନଯାଏ କିନ୍ତୁ ସେମାନଙ୍କର ତଦ୍ରୁପ ସମ୍ବନ୍ଧ ଅନୁଭୂତିସିଦ୍ଧ ହୋଇଥାଏ ସେ ପ୍ରକାର ତର୍କବାକ୍ୟକୁ କ’ଣ କୁହାଯାଏ ?
Answer:
ବିବରଣ ବାଚକ ବା ଘୋଷକ ତର୍କବାକ୍ୟ

୨୧। ସମ୍ଭାବନା ଉପରେ ନିର୍ଭର କରୁଥିବା ତର୍କବାକ୍ୟଗୁଡ଼ିକର ନାମ କ’ଣ ଅଟେ ?
Answer:
ସାମ୍ଭାବ୍ୟକ ତର୍କବାକ୍ୟ

୨୨। କେବଳ ବା ତାହାର ସମାର୍ଥକ ଶବ୍ଦଯୁକ୍ତ ବାକ୍ୟର ନାମ କ’ଣ ଅଟେ ?
Answer:
ଅବଚ୍ଛେଦକ ବାକ୍ୟ

୨୩। ବ୍ୟତୀତ ବା ତାହାର ସମାର୍ଥକ ଶବ୍ଦଯୁକ୍ତ ବାକ୍ୟର ନାମ କ’ଣ ଅଟେ ?
Answer:
ବ୍ୟତୀତିକ ତର୍କବାକ୍ୟ

୨୪। ଯେଉଁ ବାକ୍ୟରେ ପରିମାଣ ସ୍ପଷ୍ଟଭାବରେ ବ୍ୟକ୍ତ ହୋଇ ନଥାଏ, ତାକୁ କ’ଣ କୁହାଯାଏ ?
Answer:
ଅନୁକ୍ତ ପରିମାଣ ତର୍କବାକ୍ୟ

୨୫। ଯେଉଁ ବାକ୍ୟରେ ଉଦ୍ଦେଶ୍ୟ ସ୍ପଷ୍ଟଭାବରେ ବ୍ୟକ୍ତ ହୋଇନଥାଏ, ତାକୁ କ’ଣ କୁହାଯାଏ ?
Answer:
ଅବୈୟକ୍ତିକ ତର୍କବାକ୍ୟ

୨୬। ଯେତେବେଳେ ତର୍କବାକ୍ୟରେ ଥ‌ିବା ପଦ ସଂପୂର୍ଣ୍ଣ ବାତ୍ୟାର୍ଥକୁ ପ୍ରକାଶ କରିଥାଏ, ତାକୁ କ’ଣ କୁହାଯାଏ ?
Answer:
ବ୍ଯାପ୍ଯ

୨୭। ଯେତେବେଳେ ତର୍କବାକ୍ୟରେ ଥ‌ିବା ପଦର ବାତ୍ୟାର୍ଥ ପୂର୍ଣଭାବରେ ପ୍ରକାଶିତ ହୋଇନଥାଏ ତାକୁ କ’ଣ କୁହାଯାଏ ?
Answer:
ଅବ୍ଯାପ୍ଯ

୨୮। ଯେକୌଣସି ଦୁଇଟି ତର୍କବଚନରେ ସମାନ ଉଦ୍ଦେଶ୍ୟ ଓ ସମାନ ବିଧେୟ ଥାଇ ପରସ୍ପର ମଧ୍ୟରେ ପରିମାଣଗତ, ଗୁଣଗତ କିମ୍ବା ଉଭୟ ପରିମାଣଗତ, ଗୁଣଗତ ପାର୍ଥକ୍ୟ ଥିଲେ ତର୍କବଚନଦ୍ଵୟ ମଧ୍ୟରେ ଥ‌ିବା ସମ୍ବନ୍ଧକୁ କ’ଣ କୁହାଯାଏ ?
Answer:
ପ୍ରତିଯୋଗ ସମ୍ବନ୍ଧ

୨୯। ସମ ଉଦ୍ଦେଶ୍ୟ ଓ ସମ ବିଧେୟ ଥିବା, ମାତ୍ର ଗୁଣଗତ ପାର୍ଥକ୍ୟ ଥ‌ିବା ଦୁଇଟି ସାର୍ବିକ ତର୍କବାକ୍ୟ ମଧ୍ୟରେ ଥିବା ସମ୍ବନ୍ଧକୁ କ’ଣ କୁହାଯାଏ ?
Answer:
ବିପରୀତ ପ୍ରତିଯୋଗ ସମ୍ବନ୍ଧ

CHSE Odisha Class 11 Logic Unit 2 Objective Questions in Odia Medium

୩୦। ସମାନ ଉଦ୍ଦେଶ୍ୟ ଓ ସମାନ ବିଧେୟ ଥାଇ ଗୁଣଗତ ପାର୍ଥକ୍ୟ ଥ‌ିବା ଦୁଇଟି ବିଶେଷ ତର୍କବାକ୍ୟ ମଧ୍ୟରେ ଥିବା ସମ୍ବନ୍ଧକୁ କ’ଣ କୁହାଯାଏ ?
Answer:
ଉପବିରୋଧୀ ସମ୍ବନ୍ଧ

୩୧। ସମ ଉଦ୍ଦେଶ୍ୟ ଓ ବିଧେୟ ଥାଇ ଯଦି ଦୁଇଟି ତର୍କବାକ୍ୟ ପରସ୍ପରଠାରୁ ଉଭୟ ଗୁଣ ଓ ପରିମାଣରେ ପୃଥକ୍ ହୋଇଥାନ୍ତି ତେବେ ସେମାନଙ୍କ ମଧ୍ୟରେ ଥ‌ିବା ସମ୍ବନ୍ଧକୁ କ’ଣ କୁହାଯାଏ ?
Answer:
ବିରୁଦ୍ଧ ପ୍ରତିଯୋଗ ସମ୍ବନ୍ଧ

୩୨। ସମାନ ଉଦ୍ଦେଶ୍ୟ ସମାନ ବିଧେୟ ଥାଇ ଏବଂ ସମାନ ଗୁଣ ଥ‌ିବା ଦୁଇଟି ତର୍କବାକ୍ୟ ଯଦି ପରସ୍ପରଠାରୁ କେବଳ ପରିମାଣରେ ପୃଥକ୍ ହୋଇଥାନ୍ତି ତେବେ ସେହି ଦୁଇ ତର୍କବାକ୍ୟ ମଧ୍ୟରେ ଥିବା ସମ୍ବନ୍ଧକୁ କ’ଣ କୁହାଯାଏ ?
Answer:
ସଗୁଣ ପ୍ରତିଯୋଗ ବା ସମଗୁଣ ପ୍ରତିଯୋଗ ସମ୍ବନ୍ଧ

D. ଭୁଲ୍ ଥିଲେ ଠିକ୍ କରି ଲେଖ ।

୧। ଗୋଟିଏ ଉଦ୍ଦେଶ୍ୟ ସହିତ ଗୋଟିଏ ବିଧେୟର ସମ୍ବନ୍ଧକୁ ଯୌଗିକ ତର୍କବାକ୍ୟ କୁହାଯାଏ । (ଭୁଲ୍)
Answer:
ଗୋଟିଏ ଉଦ୍ଦେଶ୍ୟ ସହିତ ଗୋଟିଏ ବିଧେୟର ସମ୍ବନ୍ଧକୁ ସରଳ ତର୍କବାକ୍ୟ କୁହାଯାଏ । (ଠିକ୍)

୨। ‘‘ରାମକୃଷ୍ଣ ଓ ବିବେକାନନ୍ଦ ସନ୍ଥ ଏବଂ ଦାର୍ଶନିକ ଅଟନ୍ତି ।’’ ଏହା ଏକ ସରଳ ତର୍କବାକ୍ୟର ଉଦାହରଣ ଅଟେ । (ଭୁଲ୍)
Answer:
‘‘ରାମକୃଷ୍ଣ ଓ ବିବେକାନନ୍ଦ ସନ୍ଥ ଏବଂ ଦାର୍ଶନିକ ଅଟନ୍ତି ।’’ ଏହା ଏକ ଯୌଗିକ ତର୍କବାକ୍ୟର ଉଦାହରଣ ଅଟେ । (ଠିକ୍)

୩। ଗୁଣ ଦୃଷ୍ଟିରୁ ତର୍କବାକ୍ୟକୁ ସାମାନ୍ୟ ଓ ବିଶେଷଭାବେ ବିଭକ୍ତ କରାଯାଇପାରେ । (ଭୁଲ୍)
Answer:
ଗୁଣ ଦୃଷ୍ଟିରୁ ତର୍କବାକ୍ୟକୁ ସଦର୍ଥକ ଓ ନଞର୍ଥକଭାବେ ବିଭକ୍ତ କରାଯାଇପାରେ । (ଠିକ୍)

୪। ଯେଉଁ ତର୍କବାକ୍ୟରେ ଉଦ୍ଦେଶ୍ୟ ସମ୍ବନ୍ଧରେ ବିଧେୟକୁ ସ୍ଵୀକାର କରାଯାଏ ତାହାକୁ ନଞର୍ଥକ ତର୍କବାକ୍ୟ କୁହାଯାଏ । (ଭୁଲ୍)
Answer:
ଯେଉଁ ତର୍କବାକ୍ୟରେ ଉଦ୍ଦେଶ୍ୟ ସମ୍ବନ୍ଧରେ ବିଧେୟକୁ ସ୍ୱୀକାର କରାଯାଏ ତାହାକୁ ସଦର୍ଥକ ତର୍କବାକ୍ୟ କୁହାଯାଏ । (ଠିକ୍)

୫। ସମ୍ବନ୍ଧରେ ବିଧେୟକୁ ଅସ୍ଵୀକାର କରାଯାଏ ତାହାକୁ ସଦର୍ଥକ ତର୍କବାକ୍ୟ କୁହାଯାଏ । (ଭୁଲ୍)
Answer:
ସମ୍ବନ୍ଧରେ ବିଧେୟକୁ ଅସ୍ବୀକାର କରାଯାଏ ତାହାକୁ ନଞର୍ଥକ ତର୍କବାକ୍ୟ କୁହାଯାଏ । (ଠିକ୍)

୬। ପରିମାଣ ଦୃଷ୍ଟିରୁ ତର୍କବାକ୍ୟକୁ ସର୍ଦ୍ଧିକ ଓ ନଞର୍ଥକଭାବେ ବିଭକ୍ତ କରାଯାଇପାରେ । (ଭୁଲ୍)
Answer:
ପରିମାଣ ଦୃଷ୍ଟିରୁ ତର୍କବାକ୍ୟକୁ ସାମାନ୍ୟ ଓ ବିଶେଷଭାବେ ବିଭକ୍ତ କରାଯାଇପାରେ । (ଠିକ୍)

୭। ଯେଉଁ ତର୍କବାକ୍ୟ ଉଦ୍ଦେଶ୍ୟ ପଦର ସମଗ୍ର ବାତ୍ୟାର୍ଥ ସହିତ ବିଧେୟ ପଦର ସମ୍ବନ୍ଧ ବ୍ୟକ୍ତ କରେ ତାହାକୁ ବିଶେଷ ତର୍କବାକ୍ୟ କୁହାଯାଏ । (ଭୁଲ୍)
Answer:
ଯେଉଁ ତର୍କବାକ୍ୟ ଉଦ୍ଦେଶ୍ୟ ପଦର ସମଗ୍ର ବାତ୍ୟାର୍ଥ ସହିତ ବିଧେୟ ପଦର ସମ୍ବନ୍ଧ ବ୍ୟକ୍ତ କରେ ତାହାକୁ ସାମାନ୍ୟ ତର୍କବାକ୍ୟ କୁହାଯାଏ । (ଠିକ୍)

୮। ଯେଉଁ ତର୍କବାକ୍ୟ ଉଦ୍ଦେଶ୍ୟ ପଦର ବାତ୍ୟାର୍ଥର ଗୋଟିଏ ଅନିର୍ଦ୍ଦିଷ୍ଟ ଅଂଶ ସହିତ ବିଧେୟ ପଦର ସମ୍ବନ୍ଧ ବ୍ୟକ୍ତ କରେ ତାହାକୁ ସାମାନ୍ୟ ତର୍କବାକ୍ୟ କୁହାଯାଏ । (ଭୁଲ୍)
Answer:
ଯେଉଁ ତର୍କବାକ୍ୟ ଉଦ୍ଦେଶ୍ୟ ପଦର ବାତ୍ୟାର୍ଥର ଗୋଟିଏ ଅନିର୍ଦ୍ଦିଷ୍ଟ ଅଂଶ ସହିତ ବିଧେୟ ପଦର ସମ୍ବନ୍ଧ ବ୍ୟକ୍ତ କରେ ତାହାକୁ ବିଶେଷ ତର୍କବାକ୍ୟ କୁହାଯାଏ । (ଠିକ୍)

CHSE Odisha Class 11 Logic Unit 2 Objective Questions in Odia Medium

୯। ଯେଉଁ ତର୍କବାକ୍ୟରେ ବିଧେୟର ଉଦ୍ଦେଶ୍ୟ ସହିତ ସମ୍ବନ୍ଧ କୌଣସି ସର୍ଭ ସମ୍ବଳିତ ନୁହେଁ ତାହାକୁ ସାପେକ୍ଷ ତର୍କବାକ୍ୟ କୁହାଯାଏ । (ଭୁଲ୍)
Answer:
ଯେଉଁ ତର୍କବାକ୍ୟରେ ବିଧେୟର ଉଦ୍ଦେଶ୍ୟ ସହିତ ସମ୍ବନ୍ଧ କୌଣସି ସର୍ଭ ସମ୍ବଳିତ ନୁହେଁ ତାହାକୁ ନିରପେକ୍ଷ ତର୍କବାକ୍ୟ କୁହାଯାଏ । (ଠିକ୍)

୧୦। ଯଦି ସୂର୍ଯ୍ୟ ଥାଏ ତେବେ ଆଲୋକ ହୁଏ ।’’ ଏହା ଏକ ବୈକଳ୍ପିକ ତର୍କବାକ୍ୟର ଉଦାହରଣ ଅଟେ । (ଭୁଲ୍)
Answer:
‘‘ଯଦି ସୂର୍ଯ୍ୟ ଥାଏ ତେବେ ଆଲୋକ ହୁଏ ।’’ ଏହା ହେଉଛି ପ୍ରାକଳ୍ପିକ ତର୍କବାକ୍ୟର ଏକ ଉଦାହରଣ । (ଠିକ୍)

୧୧। ତର୍କବାକ୍ୟର ସର୍ଭ ସମ୍ବଳିତ ଅଂଶକୁ ଅନୁଗ କହନ୍ତି । (ଭୁଲ୍)
Answer:
ତର୍କବାକ୍ୟର ସର୍ଭ ସମ୍ବଳିତ ଅଂଶକୁ ପୂର୍ବଗ କହନ୍ତି । (ଠିକ୍)

୧୨। ତର୍କବାକ୍ୟର ପରିମାଣ ସମ୍ବଳିତ ଅଂଶକୁ ପୂର୍ବଗ କହନ୍ତି । (ଭୁଲ୍)
Answer:
ତର୍କବାକ୍ୟର ପରିମାଣ ସମ୍ବଳିତ ଅଂଶକୁ ଅନୁଗ କହନ୍ତି । (ଠିକ୍)

୧୩। ପ୍ରାକଳ୍ପିକ ତର୍କବାକ୍ୟଗୁଡ଼ିକ ସର୍ବଦା ସଦର୍ଥକ ଓ ନଞର୍ଥକ ଉଭୟ ହୋଇଥାନ୍ତି । (ଭୁଲ୍)
Answer:
ପ୍ରାକଳ୍ପିକ ତର୍କବାକ୍ୟଗୁଡ଼ିକ ସର୍ବଦା ସଦର୍ଥକ ହୋଇଥାନ୍ତି । (ଠିକ୍)

୧୪। ପରିମାଣ ଦୃଷ୍ଟିରୁ ପ୍ରାକଳ୍ପିକ ତର୍କବାକ୍ୟଗୁଡ଼ିକ କେବଳ ସାର୍ବିକ ବା ସାମାନ୍ୟ ହୋଇଥାନ୍ତି । (ଭୁଲ୍)
Answer:
ପରିମାଣ ଦୃଷ୍ଟିରୁ ପ୍ରାକଳ୍ପିକ ତର୍କବାକ୍ୟଗୁଡ଼ିକ କେବଳ ଆଂଶିକ ବା ସାର୍ବିକ ହୋଇଥାନ୍ତି । (ଠିକ୍)

୧୫। ଗୁଣ ଓ ପରିମାଣ ଦୃଷ୍ଟିରୁ ତର୍କବାକ୍ୟଗୁଡ଼ିକୁ ୫ ଭାଗରେ ବିଭକ୍ତ କରାଯାଇଥାଏ । (ଭୁଲ୍)
Answer:
ଗୁଣ ଓ ପରିମାଣ ଦୃଷ୍ଟିରୁ ତର୍କବାକ୍ୟଗୁଡ଼ିକୁ ୪ ଭାଗରେ ବିଭକ୍ତ କରାଯାଇଥାଏ । (ଠିକ୍)

୧୬। ସାର୍ବିକ ତର୍କବାକ୍ୟଗୁଡ଼ିକର ଉଦ୍ଦେଶ୍ୟ ପଦ ଅବ୍ୟାପ୍ତ ଅଟେ । (ଭୁଲ୍)
Answer:
ସାର୍ବିକ ତର୍କବାକ୍ୟଗୁଡ଼ିକର ଉଦ୍ଦେଶ୍ୟ ପଦ ବ୍ୟାପ୍ତ ଅଟେ । (ଠିକ୍)

CHSE Odisha Class 11 Logic Unit 2 Objective Questions in Odia Medium

୧୭। ନଞର୍ଥକ ତର୍କବାକ୍ୟଗୁଡ଼ିକର ଉଦ୍ଦେଶ୍ୟ ପଦ ବ୍ୟାପ୍ତ ଅଟେ । (ଭୁଲ୍)
Answer:
ନଞର୍ଥକ ତର୍କବାକ୍ୟଗୁଡ଼ିକର ବିଧେୟ ପଦ ବ୍ୟାପ୍ତ ଅଟେ । (ଠିକ୍)

୧୮। ସଦର୍ଥକ ତର୍କବାକ୍ୟଗୁଡ଼ିକରେ ଉଦ୍ଦେଶ୍ୟ ପଦ ବ୍ୟାପ୍ତ ନୁହଁନ୍ତି । (ଭୁଲ୍)
Answer:
ସଦର୍ଥକ ତର୍କବାକ୍ୟଗୁଡ଼ିକରେ ବିଧେୟ ପଦ ବ୍ୟାପ୍ତ ନୁହନ୍ତି । (ଠିକ୍)

୧୯। ସାମାନ୍ୟ ତର୍କବାକ୍ୟଗୁଡ଼ିକରେ ଉଦ୍ଦେଶ୍ୟ ପଦ ବ୍ୟାପ୍ତ ନୁହନ୍ତି । (ଭୁଲ୍)
Answer:
ଆଂଶିକ ତର୍କବାକ୍ୟଗୁଡ଼ିକରେ ଉଦ୍ଦେଶ୍ୟ ପଦ ବ୍ୟାପ୍ତ ନୁହନ୍ତି । (ଠିକ୍)

BSE Odisha 10th Class English Grammar Book Solutions Download Pdf

BSE Odisha Class 10 English Grammar Book Solutions Pdf Download

BSE Odisha 10th Class English Learn and Practise Grammar Book Solutions Download Pdf | 10th Class English Grammar Question Answers Odia Medium

BSE Odisha 10th Class English Grammar Book Distribution of Marks

Latest/Revised Pattern of Evaluation with Distribution of Marks as Prescribed by Board of Secondary Education, Odisha (Second Language English (SLE)

The examination for the English (SLE) paper will have two parts. Part-I relates to Objective-Type Questions (Fill in the blanks, Answer in one word/one sentence, Write True or False, Match the Columns, Questions on Language & Vocabulary and Grammar, Translation into English) carrying 50 marks with 1-hour duration & Part-II relates to Subjective Questions (Long Answer-type questions, Essay, Letter/Application, Summary/Report writing, etc.) carrying 50 marks with 1 1/2 hours duration.

The detailed distribution of marks with respect to the pattern of questions is given below:

Part I (Objective-Type)
1. Prose (5 Questions) (1 × 5 = 5 Marks)
2. Poetry (10 Questions) (1 × 10 = 10 Marks)
3. Non-Detailed Study (10 Questions) (1 × 10 = 10 Marks)
4. Language & Vocabulary (10 Questions) (1 × 10 = 10 Marks)
5. Grammar (10 Questions) (1 × 10 = 10 Marks)
6. Translation into English (1 × 5 = 5 Marks)
Total = 50 Marks

Part II (Subjective Type)
Prose
1. Two Questions to be answered within 50 words carrying 5 marks each (Internal Choice) (5 × 2 = 10 Marks)
2. One Essay out of three (3) (in about 250 words) (To be written keeping to the outline given) (12 × 1 = 12 Marks)
3. Letter/Applications (in about 100 words) internal choice (10 × 1 = 10 Marks)
4. Summary (A Passage in about 180 words): (To be answered in about 60 words) (8 × 1 = 8 Marks)
5. Unseen Passage (in about 150 words): (Five very short answer type questions carrying two marks each) (2 × 5 = 10 Marks)
Total = 50 Marks

Grand Total: Part-I (50 Marks) + PART-II (50 Marks) = 100 Marks

CHSE Odisha Class 11 Logic Unit 4 Short & Long Answer Questions in Odia Medium

Odisha State Board CHSE Odisha Class 11 Logic Solutions Unit 4 ଆରୋହାନୁମାନର ଆକାରଗତ ଭିଭି, ଆରୋହାନୁମାନର ବସ୍ତୁଗତ ଭିଭି ଓ ପ୍ରକଳ୍ପ Short & Long Answer Questions

CHSE Odisha Class 11 Logic Unit 4 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସଂକ୍ଷିପ୍ତ ଟିପ୍‌ପଣୀ ଲେଖ

୧. ଆରୋହାନୁମାନର ବିରୋଧାଭାସ କ’ଣ ?
Answer:
ଏକାଧିକ ସମକାରଣ ଯେତେବେଳେ ଏକାସହିତ ମିଳିତ ହୋଇ ଗୋଟିଏ ମାତ୍ର ମିଶ୍ରକାର୍ଯ୍ୟ ସୃଷ୍ଟି କରନ୍ତି, ସେତେବେଳେ ଉପରେ ପ୍ରକୃତିର ଏକରୂପତା ନିୟମ ପ୍ରତିଷ୍ଠିତ । ଆରୋହାନୁମାନ ସମ୍ବନ୍ଧୀୟ ଏହି ପରସ୍ପର ବିରୋଧୀ ମତକୁ ଆରୋହାନୁମାନର ବିରୋଧାଭାସ କୁହାଯାଏ ।

୨. ବହୁକାରଣ ସମନ୍ଵୟ (Conjunction of causes) କହିଲେ କ’ଣ ବୁଝ ଲେଖ ।
Answer:
ଏକାଧିକ ସମକାରଣ ଯେତେବେଳେ ଏକାସହିତ ମିଳିତ ହୋଇ ଗୋଟିଏ ମାତ୍ର ମିଶ୍ରକାର୍ଯ୍ୟ ସୃଷ୍ଟି କରନ୍ତି, ସେତେବେଳେ ସେହି ମିଶ୍ରକାର୍ଯ୍ୟର କାରଣକୁ ବହୁକାରଣ ସମନ୍ଵୟ ବୋଲି କୁହାଯାଏ । ଉଦାହରଣସ୍ୱରୂପ ଜଣେ ଲୋକ ଜ୍ଵରରେ ପଡ଼ି ପୀଡ଼ିତ ହେଉଛି । ଜ୍ଵର କଷ୍ଟ ସହିତ ଯଦି ସେ ଖଟ ଉପରୁ ପଡ଼ିଯାଇ ମୁଣ୍ଡ ଫାଟିଯିବାର କଷ୍ଟ ସହ ତାହାର ନାଳରକ୍ତ ଝାଡ଼ାଜନିତ କଷ୍ଟ ସଂଯୁକ୍ତ ହୁଏ ତାହେଲେ ସେ ସମସ୍ତ ମିଶ୍ରିତ କଷ୍ଟର ଯନ୍ତ୍ରଣା କୌଣସି ଏକ କାରଣରୁ ସୃଷ୍ଟ ନୁହେଁ ବୋଲି ଜଣାଯିବ ।

ସେହି ସମ୍ମିଶ୍ରିତ କଷ୍ଟ ବା ଯନ୍ତ୍ରଣାର କାରଣ ହେଉଛି ଜ୍ଵର, ନାଳରକ୍ତ ଝାଡ଼ା ଓ ମୁଣ୍ଡ ଫାଟିଯିବା ଇତ୍ୟାଦି କାରଣମାନଙ୍କର ଏକତ୍ର ସମ୍ମିଶ୍ରଣ । ଏହିପରି ଅନେକ କାରଣର ସମ୍ମିଶ୍ରଣ ଯେତେବେଳେ ଏକ କାର୍ଯ୍ୟ ସୃଷ୍ଟି କରେ, ସେପରି କାର୍ଯ୍ୟର କାରଣଗୁଡ଼ିକୁ ବହୁକାରଣ ସମନ୍ୱୟ ବୋଲି କୁହାଯିବ ।

CHSE Odisha Class 11 Logic Unit 4 Short & Long Answer Questions in Odia Medium

୩. କ୍ରିୟା-ଉଦ୍ଦୀପକ ଶକ୍ତି (Moving power) ଏବଂ ଘଟଣାର ସମାବେଶ (Collocation) କ’ଣ ବୁଝାଅ ।
Answer:
ପରିମାଣ ଦୃଷ୍ଟିକୋଣରୁ କାରଣ ଓ କାର୍ଯ୍ୟ ଯେ ସମାନ ତାହା ବୁଝିବା ନିମନ୍ତେ ବେନ୍ (Bain) କାରଣକୁ ଦୁଇଟି ଅଂଶରେ ଭାଗ କରିଛନ୍ତି; ଯଥା – (୧) କ୍ରିୟା-ଉଦ୍ଦୀପକ ଶକ୍ତି ଏବଂ (୨) ଘଟଣାର ସମାବେଶ ।
ଯେଉଁ ଶକ୍ତି କେତେଗୁଡ଼ିଏ ଘଟଣାର ସମାବେଶ ଉପରେ କ୍ରିୟାଶୀଳ ହୋଇ ତା ମଧ୍ୟରେ ପରିବର୍ତ୍ତନ ଆଣେ ତାହାକୁ କ୍ରିୟା-ଉଦ୍ଦୀପକ ଶକ୍ତି କୁହାଯାଏ ।

ପାରିପାର୍ଶ୍ବକ ଘଟଣାର ସମାବେଶ ଯେଉଁଠି କ୍ରିୟା-ଉଦ୍ଦୀପକ ଶକ୍ତି ପକ୍ଷରେ କାର୍ଯ୍ୟ ସୃଷ୍ଟି ହେବା ସମ୍ଭବ ହୁଏ, ତାହାକୁ ଘଟଣାର ସମାବେଶ କୁହାଯାଏ । ଯେପରି ଜଳନ୍ତା ଦିଆସିଲି କାଠି ଦାହ୍ୟବସ୍ତୁର ସ୍ତୂପ ଉପରେ ନିକ୍ଷେପ କଲେ ନିଆଁ ଜଳି ଉଠେ । ଏ କ୍ଷେତ୍ରରେ ଜଳନ୍ତା ଦିଆସିଲି କାଠି ହେଉଛି କ୍ରିୟା-ଉଦ୍ଦୀପକ ଶକ୍ତି (Moving power) ଏବଂ ବାହ୍ୟବସ୍ତୁର ସ୍ତୂପ ହେଉଛି ଘଟଣାର ସମାବେଶ (Collocation) ।

ସମୟ ସମୟରେ କର୍ତ୍ତା (Agent) ଏବଂ କ୍ରିୟାନ (Patient) ଦ୍ବାରା କାର୍ଯ୍ୟ-କାରଣର ପାର୍ଥକ୍ୟ ଦର୍ଶାଯାଇଥାଏ । ଯେଉଁ ବସ୍ତୁଟିର କ୍ରିୟାଦ୍ବାରା କାର୍ଯ୍ୟ ସଂପନ୍ନ ହୁଏ ତାହାକୁ କର୍ତ୍ତା କୁହାଯାଏ ଏବଂ ଯେଉଁ ବସ୍ତୁଟି ଉପରେ କାର୍ଯ୍ୟ ସାଧୂତ ହୁଏ ତାହାକୁ କ୍ରିୟାଧୁନ କୁହାଯାଏ । ଉଦାହରଣସ୍ୱରୂପ, ଯଦି ଜଣେ ବ୍ୟକ୍ତି କନିଅର ମଞ୍ଜି ରସ ସହ ଗୁଡ଼କୁ ଏକତ୍ର ମିଶାଇ ଖାଇ ବିଷ ପ୍ରଭାବରେ ମରିଯାଏ, ତାହେଲେ କନିଅର ମଞ୍ଜି ଓ ଗୁଡ଼ର ସମ୍ମିଶ୍ରଣରୁ ଉତ୍ପନ୍ନ ବିଷକୁ କର୍ତ୍ତା ଏବଂ ଲୋକଟିର ସ୍ନାୟବୀୟ ଶରୀରକୁ କ୍ରିୟାଧୁନ କୁହାଯାଏ ।

ସେହିଭଳି ଜଳନ୍ତା ଦିଆସିଲି କାଠିଟି ଯେତେବେଳେ ଦାହ୍ୟବସ୍ତୁର ସ୍ତୂପ ଉପରେ ନିକ୍ଷେପିତ ହୋଇ ଅଗ୍ନି ସୃଷ୍ଟି କରେ ସେଠାରେ ଜଳନ୍ତା ଦିଆସିଲି କାଠିକୁ କର୍ତ୍ତା ଏବଂ ଦାହ୍ୟବସ୍ତୁର ସ୍ତୂପକୁ କ୍ରିୟାଧ୍ୟାନ ବୋଲି କୁହାଯିବ ।

୪. ଆରିଷ୍ଟୋଟଲ୍ ଏବଂ ନୈୟାୟିକମାନଙ୍କ ମତରେ ଗୋଟିଏ କାର୍ଯ୍ୟର କାରଣଗୁଡ଼ିକ କ’ଣ କ’ଣ ? ଦୁଇଟି ଲେଖାଏଁ ଉଦାହରଣ ଦିଅ ।
Answer:
ଆରିଷ୍ଟୋଟଲଙ୍କ ମତରେ, ଗୋଟିଏ କାର୍ଯ୍ୟର ଚାରିପ୍ରକାର କାରଣ ଥାଏ; ଯଥା – ଉପାଦାନ କାରଣ, ଆକୃତିକ କାରଣ, ନିମିତ୍ତ କାରଣ ଏବଂ ପରିଣାମ କାରଣ ।

ଉଦାହରଣ – ଗୋଟିଏ ପ୍ଲାଷ୍ଟିକ୍ ପୁଷ୍ପଗୁଚ୍ଛ ।
ଉପାଦାନ କାରଣ – ପ୍ଲାଷ୍ଟିକ୍
ଆକୃତିକ କାରଣ – ପୁଷ୍ପାକାର ।
ନିମିତ୍ତ କାରଣ– ତାହାର ନିର୍ମାଣ ନିମନ୍ତେ ଉପଯୋଗ କରାଯାଇଥିବା ଶକ୍ତି, ଶ୍ରମ ଓ କୌଶଳ ।
ପରିଣାମ କାରଣ– ଉଦ୍ଦେଶ୍ୟ
ଯଥା- ଘର ସଜାଇବାପାଇଁ ବ୍ୟବହୃତ ହେବା ।

ଉଦାହରଣ– ଗାନ୍ଧିଜୀଙ୍କ ଏକ ମାର୍ବଲ ମୂର୍ତ୍ତି ।
ଉପାଦାନ କାରଣ– ମାର୍ବଲ ପଥର
ଆକୃତିକ କାରଣ– ଗାନ୍ଧିଜୀଙ୍କ ଆକୃତି ।
ନିମିତ୍ତ କାରଣ– କାରିଗରର ଶ୍ରମ ଓ କୌଶଳ
ପରିଣାମ କାରଣ– ଉଦ୍ଦେଶ୍ୟ, ଯଥା – ଗୋଟିଏ ପ୍ରମୋଦ ଉଦ୍ୟାନର ମଧ୍ୟସ୍ଥଳରେ ସ୍ଥାପନ କରିବା ।
ନୈୟାୟିକମାନଙ୍କ ମତରେ, ଗୋଟିଏ କାର୍ଯ୍ୟର ତିନିପ୍ରକାର କାରଣ ଥାଏ ।
ଯଥା – ସମବାୟି କାରଣ, ଅସମବାୟି କାରଣ ଏବଂ ନିମିତ୍ତ କାରଣ ।

CHSE Odisha Class 11 Logic Unit 4 Short & Long Answer Questions in Odia Medium

ଉଦାହରଣ -(୧) କାଠର ତକ୍ତପୋଷ
ସମବାୟି କାରଣ – ବିଭିନ୍ନ ଆକୃତିର କେତେଖଣ୍ଡ କାଠ ।
ଅସମବାୟି କାରଣ – କାଠଖଣ୍ଡଗୁଡ଼ିକୁ ଯୋଡ଼ିବା ।
ନିମିତ୍ତ କାରଣ – ବଢ଼େଇ ଓ ତାହାର ଯନ୍ତ୍ରପାତି ।

ଉଦାହରଣ – (୨) ଜାମା
ସମବାୟି କାରଣ – ବିଭିନ୍ନ ଆକୃତିର କେତେଖଣ୍ଡ କନା ।
ଅସମବାୟି କାରଣ – କନାଖଣ୍ଡଗୁଡ଼ିକୁ ସିଲାଇ କରିବା ।
ନିମିତ୍ତ କାରଣ – ଦର୍ଜୀ ଏବଂ ତାହାର ସିଲାଇ ଉପକରଣ ।
କାର୍ଯ୍ୟ-ସମ୍ମିଶ୍ରଣ କହିଲେ କ’ଣ ବୁଝାଯାଏ ତାହା ଲେଖ ।

୫. କାର୍ଯ୍ୟ-ସମ୍ମିଶ୍ରଣ କହିଲେ କ’ଣ ବୁଝାଯାଏ ତାହା ଲେଖ ।
Answer:
ଏକାଧ୍ଯକ କାରଣ ଏକାସହିତ ମିଳିତ ହୋଇ ଯେତେବେଳେ କାର୍ଯ୍ୟକରେ ଏବଂ ବିଭିନ୍ନ କାରଣଦ୍ବାରା କାର୍ଯ୍ୟଗୁଡ଼ିକ ଯଦି ଅଲଗାଭାବରେ ପ୍ରକାଶିତ ନ ହୋଇ ଏକାସହିତ ମିଶ୍ରିତ ହୋଇ ପ୍ରକାଶିତ ହୁଏ, ତେବେ ସେହି ମିଶ୍ରିତ କାର୍ଯ୍ୟକୁ କାର୍ଯ୍ୟ- ସମ୍ମିଶ୍ରଣ କୁହାଯାଏ । ଯେପରି ଗୋଟିଏ ଘରେ ୬୦ ପାଓ୍ବାର ବତିର ତିନୋଟି ଆଲୋକ ଏକସହିତ ଜଳୁଛି । ଘରେ ଯେଉଁ ଆଲୋକ ହେଉଛି ସେହି ଆଲୋକ କାର୍ଯ୍ୟ-ସମ୍ମିଶ୍ରଣ ଅଟେ । ଯେହେତୁ ତିନୋଟି ବତିର ଆଲୋକ ଅଲଗାଭାବରେ ପ୍ରକାଶିତ ନ ହୋଇ ପରସ୍ପର ସହିତ ମିଶ୍ରିତ ହୋଇ ପ୍ରକାଶିତ ହୋଇଛି ।

୬.ସଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ କାହାକୁ କହନ୍ତି ?
Answer:
ସମଜାତୀୟ କାରଣମାନଙ୍କର ସଂଘାତଦ୍ୱାରା ଯେଉଁ ସମୁଦାୟ କାର୍ଯ୍ୟଟି ସୃଷ୍ଟିହୁଏ ସେହି କାର୍ଯ୍ୟକୁ ସଜାତୀୟ କାର୍ଯ୍ୟ – ସମ୍ମିଶ୍ରଣ କୁହାଯାଏ; ଯଥା – ଗୋଟିଏ ବିରାଟ ପ୍ରକୋଷ୍ଠରେ ଅନେକଗୁଡ଼ିଏ ଇଲେକ୍ଟ୍ରୋକ୍ ବଲ୍‌ବ ଜଳୁଛି ଏବଂ ତାହା ଫଳରେ ସମଗ୍ର ଆଲୋକକୁ ସଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ ବୋଲି କୁହାଯିବ ।

୭. ବିଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ କାହାକୁ କହନ୍ତି ?
Answer:
ଯେଉଁଠି ବିଭିନ୍ନ ପ୍ରକାରର କାରଣରୁ ସୃଷ୍ଟି ହେଉଥ‌ିବା କାର୍ଯ୍ୟମାନଙ୍କର ସମ୍ମିଶ୍ରଣରେ ଗୋଟାଏ ସମୁଦାୟ କାର୍ଯ୍ୟ ସୃଷ୍ଟିହୁଏ ସେହି ସମୁଦାୟ କାର୍ଯ୍ୟକୁ ବିଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ କୁହାଯାଏ । ଉଦାହରଣସ୍ୱରୂପ – ଉଦ୍‌ଜାନ ଗ୍ୟାସ୍‌ର ଦୁଇଟି ଅଣୁ ଏବଂ ଅମ୍ଳଜାନର ଗୋଟିଏ ଅଣୁର ସଂଘାତ ହେଲେ ଜଳ ସୃଷ୍ଟିହୁଏ ।

୮. ବୈଜ୍ଞାନିକ କାରଣର ଗୁଣାତ୍ମକ ଲକ୍ଷଣଗୁଡ଼ିକ କ’ଣ ଅଟେ ?
Answer:
(a) କାରଣ ଏବଂ କାର୍ଯ୍ୟ ପରସ୍ପରାପେକ୍ଷୀ ।
(b) କାରଣ କାର୍ଯ୍ୟର ପୂର୍ବବର୍ତୀ ଘଟଣା ଅଟେ ।
(c) କାରଣ କାର୍ଯ୍ୟର ଅବ୍ୟଭିଚାରୀ ପୂର୍ବବର୍ତ୍ତୀ ଘଟଣା ଅଟେ ।
(d) କାରଣ କାର୍ଯ୍ୟର ସର୍ଭବିରହିତ ଅବ୍ୟଭିଚାରୀ ପୂର୍ବବର୍ତ୍ତୀ ଘଟଣା ଅଟେ ।
(e) କାରଣ କାର୍ଯ୍ୟର ଅବ୍ୟବହିତ ପୂର୍ବବର୍ତ୍ତୀ ଘଟଣା ହେବା ଆବଶ୍ୟକ ।

୯. ବୈଜ୍ଞାନିକ କାରଣର ପରିମାଣାତ୍ମକ ଲକ୍ଷଣ କହିଲେ କ’ଣ ବୁଝ ।
Answer:
କାର୍ପେଥ ରୀଙ୍କ ପରିମାଣ ଦୃଷ୍ଟିରୁ ‘‘କାରଣ କାର୍ଯ୍ୟର ସମତୁଲ୍ୟ’’ ବୋଲି ବର୍ଣ୍ଣନା କରିଅଛନ୍ତି । ଏହାର ଅର୍ଥ ହେଉଛି କାରଣରେ ଯେଉଁ ପରିମାଣର ବସ୍ତୁ ଓ ଶକ୍ତି ନିହିତ ଥାଏ, କେବଳ ସେହି ପରିମାଣର ବସ୍ତୁ ଓ ଶକ୍ତି କାର୍ଯ୍ୟରୂପେ ପ୍ରକାଶଲାଭ କରେ । କାର୍ଯ୍ୟ ଓ କାରଣର ଏ ପ୍ରକାର ନୀତିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । (a) ବସ୍ତୁ ଅବିନାଶିତ୍ୱ ଓ (b) ଶକ୍ତି ଅବିନାଶିତ୍ୱ ତତ୍ତ୍ବ ।

୧୦. ଅବୈଜ୍ଞାନିକ ବା ଲୋକାୟତିକ କାରଣ କାହାକୁ କହନ୍ତି ?
Answer:
କୌଣସି ବୈଜ୍ଞାନିକ ଅନୁସନ୍ଧାନ ନକରି ଲୋକ ବ୍ୟବହାରରେ ଯାହାକୁ କାରଣ ବୋଲି ଧରିନିଆଯାଏ ତାହାକୁ ଲୋକାୟତିକ କାରଣ ବୋଲି କୁହାଯାଏ । ଉଦାହରଣସ୍ୱରୂପ – ନବବଧୂ ଗୃହ ପ୍ରବେଶ କଲା ପରେ ପରେ ଶ୍ଵଶୁରଙ୍କ ମୃତ୍ୟୁ ହୁଏ । ତେଣୁ କେହି କେହି ନବବଧୂର ଆଗମନକୁ ଏକ ଅଶୁଭ ସଙ୍କେତ ବୋଲି କହିଥାଆନ୍ତି । ଏହା ଅତଃ ପରଂ ତସ୍ମାଦତଃ ଦୋଷ ନାମରେ ଅଭିହିତ ଅଟେ ।

୧୧. ବହୁକାରଣତାବାଦ କାହାକୁ କହନ୍ତି ?
Answer:
ଯେତେବେଳେ ଗୋଟିଏ କାର୍ଯ୍ୟ ବିଭିନ୍ନ ସମୟରେ ବିଭିନ୍ନ କାରଣଦ୍ୱାରା ସଂଘଟିତ ହୋଇପାରେ ତାହାକୁ ବହୁକାରଣତାବାଦ କୁହାଯାଏ । ମିଲ୍‌ଙ୍କ ମତରେ, ‘ଏହା ସତ୍ୟ ନୁହେଁ ଯେ ଗୋଟିଏ କାର୍ଯ୍ୟ କେବଳ ଗୋଟିଏ କାରଣ ସହିତ ସମ୍ପର୍କିତ ହେବ ଏବଂ ଗୋଟିଏ ଘଟଣା କେବଳ ଗୋଟିଏ କାରଣଦ୍ୱାରା ସୃଷ୍ଟି ହେବ; ଯଥା – ମୃତ୍ୟୁ ରୋଗଜନିତ, ଦୁର୍ଘଟଣାଜନିତ, ବିଷପାନଜନିତରୁ ସମ୍ଭବ ହୋଇଥାଏ ।

୧୨. ଆରୋହାନୁମାନରେ ପ୍ରକଳ୍ପର ଆବଶ୍ୟକତା କ’ଣ କ’ଣ ?
Answer:
ଯଥେଷ୍ଟ ସାକ୍ଷ୍ୟ ପ୍ରମାଣର ଅଭାବ ଅଥବା ସମ୍ପୂର୍ଣ୍ଣ ସାକ୍ଷ୍ୟ ପ୍ରମାଣର ଅଭାବ ଥିବା ସ୍ଥଳେ କୌଣସି ଧାରଣାର ବଶବର୍ତୀ ହୋଇ ଜ୍ଞାତ ବିଷୟ ସହିତ ସଂହତି ତନ୍ନିହିତ ସିଦ୍ଧାନ୍ତ ସତ୍ୟ ବୋଲି ଜଣାପଡ଼ିଲେ ଉକ୍ତ ଧାରଣାଟି ନିଶ୍ଚିତଭାବରେ ସତ୍ୟ ଅଥବା ଅନ୍ତତଃ ସତ୍ୟ ହେବା ସମ୍ଭବପର ବୋଲି ମନେକରି ଧାରଣା ଗଠନ କରିବାକୁ ପ୍ରକଳ୍ପ କୁହାଯାଏ । ତେଣୁ ଯେଉଁ କ୍ଷେତ୍ରରେ କୌଣସି ଘଟଣାର କାରଣ ସୁସ୍ପଷ୍ଟ ନୁହେଁ ସେଠାରେ ପ୍ରକଳ୍ପ ଗଠନର ଆବଶ୍ୟକତା ପଡ଼େ ।

CHSE Odisha Class 11 Logic Unit 4 Short & Long Answer Questions in Odia Medium

୧୩. ବିଭିନ୍ନ ପ୍ରକାର ପ୍ରକଳ୍ପ ବିଷୟରେ ଲେଖ ।
Answer:
ପ୍ରକଳ୍ପ ବିଭିନ୍ନ ପ୍ରକାର; ଯଥା –
(୧) କର୍ଭାବିଷୟକ ପ୍ରକଳ୍ପ
(୨) ନିୟମ ବିଷୟକ ପ୍ରକଳ୍ପ
(୩) କାରଣ ସଂକ୍ରାନ୍ତ ପ୍ରକଳ୍ପ
(୪) ବ୍ୟାଖ୍ୟାମୂଳକ ପ୍ରକଳ୍ପ
(୫) ବର୍ଣ୍ଣନାମୂଳକ ପ୍ରକଳ୍ପ
(୬) ଉପମାମୂଳକ ପ୍ରକଳ୍ପ
(୭) ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟସାଧନ ପ୍ରକଳ୍ପ ।

୧୪. ପର୍ଯ୍ୟବେକ୍ଷଣ ନିଷ୍କ୍ରିୟ, ମାତ୍ର ପରୀକ୍ଷଣ ସକ୍ରିୟ– ବୁଝାଇ ଲେଖ ।
Answer:
ଷ୍ଟକ୍ ନାମକ ଜଣେ ତାର୍କିକଙ୍କ ମତରେ, ‘ପର୍ଯ୍ୟବେକ୍ଷଣ ନିଷ୍କ୍ରିୟ ଏବଂ ପରୀକ୍ଷଣ ସକ୍ରିୟ ଅଟେ ।’’ କାରଣ ପର୍ଯ୍ୟବେକ୍ଷଣରେ ଆମେ କେବଳ ନୀରବଦ୍ରଷ୍ଟାଭାବରେ ପର୍ଯ୍ୟବେକ୍ଷଣ କରୁ । ପରିସ୍ଥିତିର କୌଣସି ପରିବର୍ତ୍ତନ କରୁନାହିଁ । ମାତ୍ର ପରୀକ୍ଷଣରେ ଘଟଣାଟିକୁ ସୃଷ୍ଟି କରିବାରେ ଆମକୁ ସକ୍ରିୟ ହେବାକୁ ହୋଇଥାଏ ।

ମାତ୍ର ଏପ୍ରକାରର ପାର୍ଥକ୍ୟ ଆଦୌ ସନ୍ତୋଷଜନକ ନୁହେଁ । କାରଣ ପର୍ଯ୍ୟବେକ୍ଷଣ ସମ୍ପୂର୍ଣ୍ଣଭାବରେ ନିଷ୍କ୍ରିୟ ନୁହେଁ, ଏହା ସକ୍ରିୟ । କାରଣ ପର୍ଯ୍ୟବେକ୍ଷଣରେ ମଧ୍ୟ ଆମର ଇନ୍ଦ୍ରିୟମାନେ ସକ୍ରିୟଭାବରେ କାର୍ଯ୍ୟ କରନ୍ତି । ଅବଶ୍ୟ ପରୀକ୍ଷଣରେ ଆମେ ପର୍ଯ୍ୟବେକ୍ଷଣ ଅପେକ୍ଷା ଅଧ‌ିକ ସକ୍ରିୟ ହୋଇଥାଉ ।

୧୫. ତୁମେ ତର୍କଶାସ୍ତ୍ର ପରୀକ୍ଷା ପ୍ରଶ୍ନପତ୍ରର ଅଧିକାଂଶ ଉତ୍ତର ଦେଇ ସୁଦ୍ଧା ପାସ୍ କରିନାହଁ । ଏହାର କାରଣ ସମ୍ବନ୍ଧରେ ଚାରିଗୋଟି ପ୍ରକଳ୍ପ ରଚନା କର ।
Answer:
(କ) ବୋଧହୁଏ, ମୋର ଅଧିକାଂଶ ଉତ୍ତର ଭୁଲ୍ ।
(ଖ) ବୋଧହୁଏ, ପରୀକ୍ଷକ କଠୋର ନୀତି ଅବଲମ୍ବନ କରି ଖାତା ଦେଖୁଛନ୍ତି ।
(ଗ) ବୋଧହୁଏ, ମୋର ଯୋଡ଼ିଥିବା ଅତିରିକ୍ତ ପତ୍ରଗୁଡ଼ିକ ମୁଖ୍ୟ ଉତ୍ତରପତ୍ରଠାରୁ ବିଚ୍ଛିନ୍ନ ହୋଇଯାଇଛି ।
(ଘ) ବୋଧହୁଏ, ମାର୍କ ମିଶାଇବାରେ ତ୍ରୁଟି ରହିଯାଇଛି ।

୧୬. କାରଣ ନିର୍ଦ୍ଧାରଣ କରିବା ପ୍ରଣାଳୀର ଗୋଟିଏ ମୂର୍ଖ ଉଦାହରଣ ଦେଇ ତନିହିତ ପ୍ରକଳ୍ପ ରଚନା, ସିଦ୍ଧାନ୍ତ ନିଃସରଣ, ସମର୍ଥନ ଓ ଯୁକ୍ତିର ଆକାର ପ୍ରଦର୍ଶନ କର ।
Answer:
ଘଟଣା – ମୁଁ କଲେଜ ବାହାରିବା ସମୟରେ ଯେଉଁ ପତ୍ରିକାଟିକୁ ମୋର ପଢ଼ା ଟେବୁଲ ଉପରେ ରଖାଯାଇଥିଲି, କଲେଜରୁ ଫେରି ଦେଖୁଛି ଯେ ତାହା ସେଠାରେ ନାହିଁ ।
ପ୍ରକଳ୍ପ –
(୧) ବୋଧହୁଏ, ଆମ ଘରର କେହି ଜଣେ ତାହା ପଢ଼ିବାକୁ ନେଇଛନ୍ତି । (ପ ୧)
(୨) ବୋଧହୁଏ, ମୋ ଅନୁପସ୍ଥିତିରେ କେହି ଜଣେ ବାହାର ଲୋକ ଆସି ପତ୍ରିକାଟିକୁ ନେଇଯାଇଛି । (ପ ୨)
(୩) ବୋଧହୁଏ, ଘରର ଚାକର ପିଲା ଯେ ଛବି ଦେଖିବାକୁ ଭଲପାଏ, ପତ୍ରିକାର ଛବି ଦେଖିବାକୁ ନେଇଛି । (ପ ୩)

ସିଦ୍ଧାନ୍ତ :
(୧) ଯଦି ପ ୧, ତେବେ ଘରର ଲୋକମାନଙ୍କୁ ପଚାରିଲେ ପତ୍ରିକାଟି ମିଳିବ (ସ୧)
(୨) ଯଦି ପ ୨, ତେବେ ମୋ ମା’ ସେକଥା କହିପାରିବ । (ସ ୨)
(୩) ଯଦି ପ ୩, ତେବେ ତା ପାଖରେ ତାହା ରହିଥ୍ । (ସ ୩)
ସମର୍ଥନ – ଆବଶ୍ୟକ ହେଉଥ‌ିବା ଅନୁସନ୍ଧାନ କରି ପରିଶେଷରେ ମୁଁ ଚାକର ପିଲାଠାରୁ ପତ୍ରିକାଟିକୁ ପାଏ ।

ଯୁକ୍ତିର ଆକାର –
ଯଦି ଘ, ତେବେ ହୁଏତ ପ ୧ ବା ପ ୨ ବା ପ ୩
ଯଦି ପ ୧, ତେବେ ସ ୧
∴ ପ ୧ ନୁହେଁ ।

ଯଦି ପ ୨, ତେବେ ସ ୨ ।
କିନ୍ତୁ ସ ୨ ନୁହେଁ ।
ଯଦି ପ ୩, ତେବେ ସ ୩ ।
∴ ପ ୩ ଅଟେ ।

ଏହି ଶେଷୋକ୍ତ ପ୍ରାକଳ୍ପିକ ନିରପେକ୍ଷ ଯୁକ୍ତିଟି ବୈଧ ନୁହେଁ, କାରଣ ଅନୁଗକୁ ସ୍ଵୀକାର କରି ପୂର୍ବଗକୁ ସ୍ଵୀକାର କରିବା ଦୋଷାବହ । କିନ୍ତୁ ଯଦି ପ ୧, ପ ୨, ପ ୩ ବ୍ୟତୀତ ଏଠାରେ ଅନ୍ୟ କୌଣସି ପ୍ରକଳ୍ପ ସମ୍ଭବପର ହେଉନଥାଏ, ତେବେ ଯୁକ୍ତିଟିକୁ ନିମ୍ନୋକ୍ତ ରୂପେ ବୈଧ କରାଯାଇପାରେ ।
ହୁଏତ ପ ୧, ପ ୨ ବା ପ ୩
ପ ୧ ନୁହେଁ କି ପ ୨ ନୁହେଁ ।
∴ ପ ୩ ଅଟେ ।

CHSE Odisha Class 11 Logic Unit 4 Short & Long Answer Questions in Odia Medium

୧୭. ଆରୋହାନୁମାନରେ ପ୍ରକଳ୍ପର ଆବଶ୍ୟକତା କ’ଣ ?
Answer:
ଯଥେଷ୍ଟ ସାକ୍ଷ୍ୟ ପ୍ରମାଣର ଅଭାବ ଥିବାସ୍ଥଳେ କୌଣସି ଧାରଣାର ବଶବର୍ତ୍ତୀ ହୋଇ ଜ୍ଞାତ ବିଷୟ ସହିତ ସଂହତି ନ ଥ‌ିବା ସିଦ୍ଧାନ୍ତ ସତ୍ୟ ବୋଲି ଜଣାପଡ଼ିଲେ ଉକ୍ତ ଧାରଣାଟି ନିଶ୍ଚିତଭାବରେ ସତ୍ୟ ଅଥବା ଅନ୍ତତଃ ସତ୍ୟ ହେବା ସମ୍ଭବପର ବୋଲି ମନେକରି ଧାରଣା ଗଠନ କରିବାକୁ ପ୍ରକଳ୍ପ କୁହାଯାଏ । ତେଣୁ ଯେଉଁ କ୍ଷେତ୍ରରେ କୌଣସି ଘଟଣା ସୁସ୍ପଷ୍ଟ ନୁହେଁ, ସେଠାରେ ପ୍ରକଳ୍ପ କୁହାଯାଏ । ତେଣୁ ଯେଉଁ କ୍ଷେତ୍ରରେ କୌଣସି ଘଟଣାରେ ସୁସ୍ପଷ୍ଟ ନୁହେଁ, ସେଠାରେ ପ୍ରକଳ୍ପ ଗଠନର ଆବଶ୍ୟକତା ପଡ଼େ ।

୧୮. ତତ୍କାଳ କାର୍ଯ୍ୟସାଧକ ପ୍ରକଳ୍ପ କାହାକୁ କୁହାଯାଏ ବୁଝାଇ ଲେଖ ।
Answer:
କୌଣସି ଘଟଣାକୁ ବୁଝିବା ବା ବୁଝାଇବାପାଇଁ ପ୍ରକଳ୍ପ ରଚନା କରାଯାଇଥାଏ । କିନ୍ତୁ ବେଳେ ବେଳେ ଅନୁସନ୍ଧାନ ପରିଚାଳନାପାଇଁ ମଧ୍ୟ ପ୍ରକଳ୍ପ ଚରନା କରାଯାଏ । କୌଣସି କ୍ଷେତ୍ରରେ ଆମର ଜ୍ଞାନ ନ ଥିଲେ କିମ୍ବା ତାହା ଅତି ତୁଚ୍ଛ ହୋଇଥିଲେ ସେଠାରେ ଯେଉଁ ପ୍ରାରମ୍ଭିକ ପ୍ରକଳ୍ପ ରଚନା କରାଯାଏ, ତାହାକୁ ତତ୍କାଳ କାର୍ଯ୍ୟସାଧକ ପ୍ରକଳ୍ପ କୁହାଯାଏ ।

୧୯. ତିନୋଟି ବାକ୍ୟରେ ନିମ୍ନଲିଖ୍ ବିଷୟକୁ ସୂଚିତ କର ।
(କ) ଅନବେକ୍ଷଣ ଓ ଦୂରବେକ୍ଷଣର ପାର୍ଥକ୍ୟ ।
(ଖ) ପରୀକ୍ଷଣ ତୁଳନାରେ ପର୍ଯ୍ୟବେକ୍ଷଣର ସୁବିଧା ।
(ଗ) ପର୍ଯ୍ୟବେକ୍ଷଣ ତୁଳନାରେ ପରୀକ୍ଷଣର ସୁବିଧା ।
Answer:
(କ) (୧) ପର୍ଯ୍ୟବେକ୍ଷଣୀୟ ଦୃଷ୍ଟାନ୍ତ ବା ବୈଶିଷ୍ଟ୍ୟ ଉପେକ୍ଷିତ ହୋଇଯାଇଥିଲେ ଅନବେକ୍ଷଣ ଦୋଷ ଜାତ ହୁଏ ।
(୨) ପର୍ଯ୍ୟବେକ୍ଷଣୀୟ ବସ୍ତୁ ବା ଘଟଣା ଭ୍ରାନ୍ତଭାବେ ପର୍ଯ୍ୟବେକ୍ଷିତ ହୋଇଥିଲେ ଦୂରବେକ୍ଷଣ ଦୋଷ ଜାତ ହୁଏ ।
(୩) ଅନବେକ୍ଷଣ ହେଉଛି ଏକ ନୈତିମୂଳକ ଦୋଷ; କିନ୍ତୁ ଦୂରବେକ୍ଷଣ ହେଉଛି ଏକ ଅସ୍ତିତ୍ଵମୂଳକ ଦୋଷ ।

(ଖ) (୧) ପରୀକ୍ଷଣ ତୁଳନାରେ ପର୍ଯ୍ୟବେକ୍ଷଣର ପରିସର ଅଧ୍ବକ ବ୍ୟାପକ ।
(୨) ପର୍ଯ୍ୟବେକ୍ଷଣଦ୍ୱାରା କାରଣର କାର୍ଯ୍ୟ ତଥା କାର୍ଯ୍ୟର କାରଣ ନିର୍ଦ୍ଧାରଣ କରାଯାଇପାରେ; କିନ୍ତୁ ପରୀକ୍ଷଣଦ୍ବାରା କେବଳ କାରଣର କାର୍ଯ୍ୟ ନିର୍ଦ୍ଧାରିତ ହୁଏ ।
(୩) ବିନା ପର୍ଯ୍ୟବେକ୍ଷଣରେ ପରୀକ୍ଷଣ ସମ୍ଭବପର ନୁହେଁ ।

(ଗ) (୧) ପରୀକ୍ଷଣରେ ପରିସ୍ଥିତିର ପରିବର୍ତ୍ତନ ତଥା ଯଥେଚ୍ଛାକ୍ରମେ ପୁନଃପରୀକ୍ଷଣ ସମ୍ଭବପର; କିନ୍ତୁ ପର୍ଯ୍ୟବେକ୍ଷଣରେ ଏହା ସମ୍ଭବପର ନୁହେଁ ।
(୨) ପରୀକ୍ଷଣଦ୍ଵାରା କାରଣର କାରଣଗୁଡ଼ିକୁ ବିଶ୍ଳେଷଣ କରି କୌଣସି ଏକ ଉପକାରଣର କାର୍ଯ୍ୟ ଉପରେ ପ୍ରଭାବ ଲକ୍ଷ୍ୟ କରାଯାଇପାରେ; କିନ୍ତୁ ପର୍ଯ୍ୟବେକ୍ଷଣରେ ଏହା ସମ୍ଭବପର ନୁହେଁ ।
(୩) ପରୀକ୍ଷଣ ଧୀରସ୍ଥିର ଭାବେ କରାଯାଇପାରେ ଏବଂ ସେହି ହେତୁରୁ ପର୍ଯ୍ୟବେକ୍ଷଣ-ଲବ୍‌ଧ ଜ୍ଞାନ ଅପେକ୍ଷା ପରୀକ୍ଷଣଲବ୍ଧ ଜ୍ଞାନ ଅଧ୍ଵ ଯଥାର୍ଥ ବିଶ୍ଵାସ ଓ ନିର୍ଦ୍ଦିଷ୍ଟାର୍ଥକ ହୁଏ ।

୨୦. ପର୍ଯ୍ୟବେକ୍ଷଣ ଓ ପରୀକ୍ଷଣର ସିଦ୍ଧାନ୍ତ ପ୍ରକରଣ କର ।
Answer:
କୌଣସି ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସାଧନ ନିମିତ୍ତ କୌଣସି ପୂର୍ବଧାରଣାର ବଶବର୍ତ୍ତୀ ନ ହୋଇ ପ୍ରାକୃତିକ ପରିବେଶ ମଧ୍ୟରେ ବସ୍ତୁ, ଗୁଣ, କ୍ରିୟା, ଘଟଣା ଇତ୍ୟାଦିର ନିୟନ୍ତ୍ରିତ ପ୍ରତ୍ୟକ୍ଷାନୁଭୂତିକୁ ପର୍ଯ୍ୟବେକ୍ଷଣ କୁହାଯାଏ ।
ମଧ୍ୟରେ ବସ୍ତୁ, ଗୁଣ, କ୍ରିୟା, ଘଟଣା ଇତ୍ୟାଦିର ନିୟନ୍ତ୍ରିତ ପ୍ରତ୍ୟକ୍ଷାନୁଭୂତିକୁ ପର୍ଯ୍ୟବେକ୍ଷଣ କୁହାଯାଏ ।

ପରୀକ୍ଷଣ ହେଉଛି ଘଟଣାର ସୃଜନ ବୋଲି ବେନ୍ ବର୍ଣ୍ଣନା କରିଛନ୍ତି । ସାଧାରଣ ପର୍ଯ୍ୟବେକ୍ଷଣରେ କିଛି ସୃଷ୍ଟି କରାଯାଏ ନାହିଁ । ପ୍ରାକୃତିକ ପରିବେଶରେ ପ୍ରକୃତି ସୃଷ୍ଟି ଘଟଣାର ନିରୀକ୍ଷଣରେହିଁ ସାଧାରଣ ପର୍ଯ୍ୟବେକ୍ଷଣ ସୀମିତ । ପୁନଶ୍ଚ ପରୀକ୍ଷଣ ହେଉଛି ପ୍ରକୃତିକୁ କୂଟ ପ୍ରଶ୍ନ ଜିଜ୍ଞାସା କରିବା ଏବଂ ତାହାର ଉତ୍ତର ଆଦାୟ କରିବା ବୋଲି ବେକନ୍ ବର୍ଣ୍ଣନା କରନ୍ତି ।

୨୧. ପର୍ଯ୍ୟବେକ୍ଷଣ କାହାକୁ କହନ୍ତି ?
Answer:
କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖ୍ ପ୍ରାକୃତିକ ଘଟଣାବଳୀ ସମ୍ପର୍କରେ ବିଶେଷ ଭାବେ ଅବହିତ ହେବାକୁ ପର୍ଯ୍ୟବେକ୍ଷଣ କୁହାଯାଏ । ଇଂରାଜୀରେ ଏହାକୁ Observation କୁହାଯାଏ । ଯାହାର ଅର୍ତ ହେଲା ନିଜର ମନ ଆଗରେ କିଛି ଲକ୍ଷ୍ୟ ରଖୁ ପର୍ଯ୍ୟବେକ୍ଷଣକୁ ନିୟନ୍ତ୍ରିତ ପ୍ରତ୍ୟକ୍ଷ କୁହାଯାଏ ।

୨୨. ପରୀକ୍ଷଣ କାହାକୁ କହନ୍ତି ?
Answer:
ପର୍ଯ୍ୟବେକ୍ଷଣୀୟ ବସ୍ତୁ ବା ଘଟଣା ବିଷୟରେ ସମ୍ୟକ୍ ଜ୍ଞାନଲାଭ ନିମିତ୍ତ ପ୍ରାକ୍ ନିୟନ୍ତ୍ରିତ ପରିବେଶ ମଧ୍ୟରେ ତାହାର ପର୍ଯ୍ୟବେକ୍ଷଣକୁ ପରୀକ୍ଷଣମୂଳକ ପର୍ଯ୍ୟବେକ୍ଷଣ କୁହାଯାଏ ।
ଉଦାହରଣସ୍ୱରୂପ – ଉଦ୍‌ଜାନ ଓ ଅମ୍ଳଜାନ ଆବଶ୍ୟକ ପରିମାଣରେ ଏକତ୍ରକରି ତହିଁରେ ବିଦ୍ୟୁତ୍ ସଂଯୋଗ କଲେ ତହିଁରୁ ଜଳ ସୃଷ୍ଟିହୁଏ । ଏହା ଏକ କୃତ୍ରିମ ପ୍ରକ୍ରିୟା।

୨୩. ପର୍ଯ୍ୟବେକ୍ଷଣର ସର୍ଭାବଳୀଗୁଡ଼ିକ ଲେଖ ।
Answer:
(କ) ବୌଦ୍ଧିକ ଅବସ୍ଥା
(ଖ) ଶାରୀରିକ ଅବସ୍ଥା
(ଗ) ନୈତିକ ସର୍ଭ
(ଘ) ଅନୁକୂଳ ପ୍ରାକୃତିକ ପରିସ୍ଥିତି

୨୪. ଅନବେକ୍ଷଣ ଦୋଷ କାହାକୁ କହନ୍ତି ?
Answer:
ମିଲ୍ଲଙ୍କ ମତରେ, ‘କୌଣସି ପର୍ଯ୍ୟବେକ୍ଷଣୀୟ ଘଟଣା ବା ବୈଶିଷ୍ଟ୍ୟ ଉପେକ୍ଷିତ ହୋଇଥିଲେ ଅନବେକ୍ଷଣ ଦୋଷ ଜାତ ହୁଏ ।’’ ଉଦାହରଣସ୍ୱରୂପ, ଜଣେ ବିଦେଶାଗତ ଭାରତର କେତୋଟି ମାତ୍ର ସମୃଦ୍ଧ ନଗରୀର କେତୋଟି ସମ୍ଭ୍ରାନ୍ତ ପରିବାରର ଆତିଥ୍ୟ ଗ୍ରହଣ କରି ସେ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ଭାରତୀୟମାନେ ଧନବାନ୍, ଉଚ୍ଚଶିକ୍ଷିତ ଓ ଅତିଥ୍ୟପରାୟଣ; ତେବେ ଅନବେକ୍ଷଣ ଦୋଷ ଜାତ ହୁଏ।

୨୫. ଅନବେକ୍ଷଣ ଦୋଷକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
Answer:
ଅନବେକ୍ଷଣ ଦୋଷକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି; ଯଥା –
(୧) ପାରିପାଶ୍ୱିକ ଅବସ୍ଥାମାନଙ୍କର ଅନବେକ୍ଷଣ ଦୋଷ
(୨) ଦୃଷ୍ଟାନ୍ତମୂଳକ ଅନବେକ୍ଷଣଦୋଷ ।

CHSE Odisha Class 11 Logic Unit 4 Short & Long Answer Questions in Odia Medium

୨୬. ପାରିପାଶ୍ୱିକ ଅବସ୍ଥାମାନଙ୍କର ଅନବେକ୍ଷଣ ଦୋଷ କାହାକୁ କହନ୍ତି ?
Answer:
ପର୍ଯ୍ୟବେକ୍ଷଣ କରିବା ସମୟରେ ଆନୁଷଙ୍ଗିକ ସମସ୍ତ ପରିସ୍ଥିତିକୁ ସତର୍କତା ସହିତ ଅନୁଧ୍ୟାନ କରିବାକୁ ପଡ଼ିଥାଏ । ମାତ୍ର କେତେକ ସମୟରେ ଅତ୍ୟାବଶ୍ୟକୀୟ କେତେକ ପରିସ୍ଥିତିକୁ ପର୍ଯ୍ୟବେକ୍ଷକ ଦୃଷ୍ଟି ଦିଅନ୍ତି ନାହିଁ । ଫଳରେ ଦୋଷ ତ୍ରୁଟି ରହିଯାଏ । ଏ ପ୍ରକାର ଦୋଷକୁ ପାରିପାଶ୍ୱିକ ଅବସ୍ଥାମାନଙ୍କର ଅନବେକ୍ଷଣ ଦୋଷ କୁହାଯାଏ ।

ଉଦାହରଣସ୍ୱରୂପ, ଜଣେ ବିଦେଶାଗତ ପର୍ଯ୍ୟଟକ ଭାରତର କେତୋଟି ମାତ୍ର ସମୃଦ୍ଧ ନଗରୀର କେତୋଟି ସମ୍ଭ୍ରାନ୍ତ ପରିବାରର ଆତିଥ୍ୟ ଗ୍ରହଣ କରି ଯଦି ମନେକରନ୍ତି ଯେ ଭାରତୀୟମାନେ ଧନବାନ୍ ଉଚ୍ଚଶିକ୍ଷିତ ଓ ଅତିଥ୍ୟପରାୟଣ ।

୨୭. ଦୃଷ୍ଟାନ୍ତ ଅନବେକ୍ଷଣ ଦୋଷ କାହାକୁ କହନ୍ତି ?
Answer:
ଅନେକ ସମୟରେ କୌଣସି ଏକ ଘଟଣାର ପର୍ଯ୍ୟବେକ୍ଷଣ କଲାବେଳେ ଏହାର ବିପରୀତ କେତେକ ଦୃଷ୍ଟାନ୍ତକୁ ପର୍ଯ୍ୟବେକ୍ଷକ ଧ୍ୟାନ ଦିଅନ୍ତି ନାହିଁ । କିନ୍ତୁ ଯଦି ପର୍ଯ୍ୟବେକ୍ଷକ ବିନା ସଂଶୟରେ କେବଳ ସଦର୍ଥକ ଦୃଷ୍ଟାନ୍ତଗୁଡ଼ିକୁ ଗ୍ରହଣ କରିନେଇ ନଞର୍ଥକ ଦୃଷ୍ଟାନ୍ତଗୁଡ଼ିକୁ ଏଡ଼େଇଦେଲେ ଦୃଷ୍ଟାନ୍ତ ଅନବେକ୍ଷଣ ଦୋଷ ଜାତ ହୁଏ ।

ଉଦାହରଣସ୍ୱରୂପ, କୌଣସି ଛାତ୍ରର ପରୀକ୍ଷାରେ ଅକୃତକାର୍ଯ୍ୟ ହେବାର ଏକମାତ୍ର କାରଣ ତ୍ରୁଟିପୂର୍ଣ୍ଣ ଲକ୍ଷ୍ୟ ବୋଲି ମନେକଲେ ଛାତ୍ରର ମନୋଯୋଗିତା, ଅଧ୍ୟବସାୟ, ସାମର୍ଥ୍ୟ ଇତ୍ୟାଦି ବିଷୟ ବିଚାରକୁ ନିଆଯାଇ ନଥ‌ିବାରୁ ଏହା ଅପରିହାର୍ଯ୍ୟ ବୈଶିଷ୍ଟ୍ୟର ଅନବେକ୍ଷଣ ଦୋଷ ଜାତ ହୁଏ । ମାତ୍ର ସେହି ପ୍ରକାରର ଶିକ୍ଷାଦ୍ଵାରା ଅନ୍ୟାନ୍ୟ ଅନେକ ଛାତ୍ର କୃତକାର୍ଯ୍ୟ ହୋଇଥିବା ବିଷୟ ବିଚାରକୁ ନିଆଯାଇ ନ ଥିବାରୁ ଏ ପ୍ରକାର ଦୋଷ ଜାତ ହୁଏ ।

୨୮. ଦୂରବେକ୍ଷଣ ଦୋଷ ବା ଭ୍ରମପ୍ରତ୍ୟକ୍ଷ ଦୋଷ କାହାକୁ କହନ୍ତି ?
Answer:
ମିଲ୍‌ଙ୍କ ମତରେ, କୌଣସି ପର୍ଯ୍ୟବେକ୍ଷଣୀୟ ଘଟଣା ବା ବୈଶିଷ୍ଟ୍ୟ ଉପେକ୍ଷିତ ନହୋଇ ଅବେକ୍ଷିତ ହେଲେ ସୁଦ୍ଧା ଭ୍ରମପ୍ରତ୍ୟକ୍ଷର କାରଣ ହେଲେ ଅର୍ଥାତ୍ ତାହା ଯଥାର୍ଥରେ ଯାହା ତାହାକୁ ତଦନୁରୂପ ଭାବେ ଗ୍ରହଣ ନକରି ଅନ୍ୟ କିଛି ବୋଲି ଗ୍ରହଣ କଲେ ଦୂରବେକ୍ଷଣ ଦୋଷ ଜାତହୁଏ ।
ଉଦାହରଣସ୍ୱରୂପ, ଅନ୍ଧାର ରାତ୍ରିରେ ଦଉଡ଼ିକୁ ସାପବୋଲି ଅଥବା ମରୀଚିକାରେ ଜଳ ଥିବା ଭ୍ରମକଲେ ଏପରି ଦୋଷ ଜାତହୁଏ ।

୨୯. ଦୂରବେକ୍ଷଣ ଦୋଷ ବା ଭ୍ରମପ୍ରତ୍ୟକ୍ଷ ଦୋଷ କେତେ ପ୍ରକାର ଅଟେ ?
Answer:
ଭ୍ରମ ପ୍ରତ୍ୟକ୍ଷ ଦୋଷ ଦୁଇପ୍ରକାର, ଯଥା –
(୧) ବ୍ୟକ୍ତିକୈନ୍ଦ୍ରିକ ଭ୍ରମପ୍ରତ୍ୟକ୍ଷ
(୨) ସାର୍ବଜନୀନ ଭ୍ରମପ୍ରତ୍ୟକ୍ଷ ।

୩୦. ବ୍ୟକ୍ତିକୈନ୍ଦ୍ରିକ ଭ୍ରମପ୍ରତ୍ୟକ୍ଷ କାହାକୁ କହନ୍ତି ?
Answer:
କେତେକ ବ୍ୟକ୍ତିଗତ କାରଣରୁ ଭ୍ରମପ୍ରତ୍ୟକ୍ଷ ଜାତ ହୁଏ । କୌଣସି ବ୍ୟକ୍ତିର ଚକ୍ଷୁଦୋଷ, ଶ୍ରବଣେନ୍ଦ୍ରିୟ ଦୋଷ ଅଥବା ସେହିପରି ଅନ୍ୟ କେତେକ କାରଣ ଥିଲେ ତାହାର ଭ୍ରମପ୍ରତ୍ୟକ୍ଷ ଜାତ ହୁଏ । ଉଦାହରଣସ୍ୱରୂପ, ହଳଦିଆ କାମଳ ରୋଗୀକୁ ସମସ୍ତ ଧଳା ଜିନିଷ ହଳଦିଆ ଦିଶେ । ଅନ୍ଧାର ରାତ୍ରିରେ ପାଳ ଦଉଡ଼ିକୁ ସାପ ବୋଲି ଭ୍ରମ ଜାତ ହୁଏ ।

୩୧. ସାର୍ବଜନୀନ ଭ୍ରମପ୍ରତ୍ୟକ୍ଷ କାହାକୁ କହନ୍ତି ?
Answer:
ଏଭଳି କେତେକ ଦୃଷ୍ଟାନ୍ତ ଅଛି ଯାହା ସମସ୍ତଙ୍କ ପାଇଁ ଭ୍ରମ ସୃଷ୍ଟି କରେ । ତାହାକୁ ସାର୍ବଜନୀନ ଭ୍ରମପ୍ରତ୍ୟକ୍ଷ କହନ୍ତି । ଉଦାହରଣସ୍ୱରୂପ, ଦୁଇଟି ସମାନ୍ତରାଳ ରେଳପଥ ଯେତେ ଦୂରକୁ ପ୍ରସାରିତ ହୁଏ ସେମାନଙ୍କ ମଧ୍ୟବର୍ତ୍ତୀ ଦୂରତ୍ବ ସେତେ ସଙ୍କୁଚିତ ହେଲାପରି ପ୍ରତିଭାତ ହୁଏ । ସେହିପରି କାଚ ଗ୍ଲାସ୍‌ରେ ଥିବା ଜଳରେ ଖଣ୍ଡିଏ ସିଧାକାଠି ପୁରେଇ ଧରିଲେ ତାହା ସମସ୍ତଙ୍କୁ ବଙ୍କା ଦେଖାଯାଏ ।

୩୨. ପ୍ରାକୃତିକ ପରୀକ୍ଷଣ କାହାକୁ କହନ୍ତି ?
Answer:
ପରୀକ୍ଷଣରେ ପର୍ଯ୍ୟବେକ୍ଷକ କୃତ୍ରିମ ଉପାୟରେ ଯେଉଁ ପ୍ରକାର ପର୍ଯ୍ୟବେକ୍ଷଣରେ ସହାୟକ ପରିସ୍ଥିତି ସୃଷ୍ଟି କରେ, ସମୟ ସମୟରେ ପ୍ରକୃତି ମଧ୍ୟ ସେହି ପ୍ରକାର ପରିବେଶ ସୃଷ୍ଟି କରିଥାଏ । ଏ ପ୍ରକାର ପରିବେଶର ସୁଯୋଗ ନେଇ ସରଳ ପର୍ଯ୍ୟବେକ୍ଷଣଦ୍ୱାରା ବିଶେଷ ଜ୍ଞାନ ଅର୍ଜନ କରିବା ପ୍ରକ୍ରିୟାକୁ ଜେଭନ୍ସ ପ୍ରାକୃତିକ ପରୀକ୍ଷଣ ଆଖ୍ୟା ଦେଇଅଛନ୍ତି ।

ଉଦାହରଣସ୍ୱରୂପ, ପୃଥ‌ିବୀ ଯେ ଗୋଲାକାର ଏହା ଖାଲି ଆଖ୍ୟରେ ପର୍ଯ୍ୟବେକ୍ଷଣ କରିବା ସମ୍ଭବ ନୁହେଁ । ମାତ୍ର ସୂର୍ଯ୍ୟୋପରାଗକୁ ନିରୀକ୍ଷଣ କଲେ ପୃଥ‌ିବୀ ଯେ ଗୋଲାକାର ଏହା ସ୍ପଷ୍ଟ ହୋଇଥାଏ । କେତେକ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ ଏହା ହେଉଛି ପର୍ଯ୍ୟବେକ୍ଷଣ ଓ ପରୀକ୍ଷଣ ମଧ୍ୟରେ ଏକ ମଧ୍ୟବର୍ତ୍ତୀ ଅବସ୍ଥା ।

୩୩. ମିଲ୍‌ଙ୍କ ପ୍ରକଳ୍ପ ସଂଜ୍ଞା କାହାକୁ କହନ୍ତି ?
Answer:
‘‘ଯଥେଷ୍ଟ ସାକ୍ଷ୍ୟ ପ୍ରମାଣର ଅଭାବ ଅଥବା ସମ୍ପୂର୍ଣ୍ଣ ସାକ୍ଷ୍ୟ ପ୍ରମାଣର ଅଭାବ ଥିବାସ୍ଥଳେ କୌଣସି ଧାରଣାର ବଶବର୍ତୀ ହୋଇ ଜ୍ଞାତ ବିଷୟ ସହିତ ସଂହତ ତନିସୃତ ସିଦ୍ଧାନ୍ତ ସତ୍ୟ ବୋଲି ଜଣାପଡ଼ିଲେ, ଉକ୍ତ ଧାରଣାଟି ନିଶ୍ଚିତଭାବେ ସତ୍ୟ ଅଥବା ଅନ୍ତତଃ ସତ୍ୟ ହେବା ସମ୍ଭବପର ବୋଲି ମନେକରି ଧାରଣା ଗଠନ କରିବା ହେଉଛି ପ୍ରକଳ୍ପ ।’’

୩୪. କଫେଙ୍କ ପ୍ରକଳ୍ପ ସଂଜ୍ଞା କାହାକୁ କହନ୍ତି ?
Answer:
କଫେଙ୍କ ମତରେ, ‘ବ୍ୟାଖ୍ୟାନର ପ୍ରାଥମିକ ପ୍ରୟାସ ହିଁ ପ୍ରକଳ୍ପ । ଏହା ବୈଜ୍ଞାନିକ ରୀତିରେ କୌଣସି ଘଟଣା ବା ବ୍ୟାପାରର ବ୍ୟାଖ୍ୟା ଉଦ୍ଦେଶ୍ୟରେ ପ୍ରଣୀତ ଆପାତ ପ୍ରସ୍ତାବ ମାତ୍ର ।’’

୩୫. ପ୍ରକଳ୍ପର ବୈଶିଷ୍ଟ୍ୟଗୁଡ଼ିକ ପ୍ରତିପାଦନ କର ।
Answer:
(a) ଯେଉଁ କ୍ଷେତ୍ରରେ କୌଣସି ଘଟଣାର କାରଣ ସୁସ୍ପଷ୍ଟ, ସେଠାରେ ପ୍ରକଳ୍ପ ପ୍ରଣୟନର ଆବଶ୍ୟକତା ନାହିଁ ।
(b) ଯେଉଁ କ୍ଷେତ୍ରରେ କୌଣସି ଘଟଣାର କାରଣ ଅଜ୍ଞାତ, ସେଠାରେ ଘଟଣାଟିର ଯଥାସମ୍ଭବ ପର୍ଯ୍ୟବେକ୍ଷଣ କରି କାରଣ ଅନୁସନ୍ଧାନ କରିବା ଉଦ୍ଦେଶ୍ୟରେ କୌଣସି ନିର୍ଦ୍ଦିଷ୍ଟ ଦିଗରେ ଅଧ୍ଵତର ପର୍ଯ୍ୟବେକ୍ଷଣ ତଥା ପରୀକ୍ଷଣ କରିବା ନିମିତ୍ତ ଗୋଟିଏ ଆପାତ ପ୍ରସ୍ତାବ ଗ୍ରହଣ କରିବା ଆବଶ୍ୟକ ହୁଏ ।

CHSE Odisha Class 11 Logic Unit 4 Short & Long Answer Questions in Odia Medium

୩୬. କର୍ତ୍ତା ସଂକ୍ରାନ୍ତ ବା କର୍ତ୍ତା ବିଷୟକ ପ୍ରକଳ୍ପ କାହାକୁ କହନ୍ତି ?
Answer:
ଯେକୌଣସି ଘଟଣାକୁ କ୍ରିୟାଶୀଳ କରାଇବାରେ କର୍ତ୍ତା ବିଶେଷ ଭୂମିକା ଗ୍ରହଣ କରିଥାଏ, କାରଣ କୌଣସି ଏକ ସଂସ୍ଥିତି ଉପରେ କର୍ତ୍ତା ତା’ର କର୍ମ କରିଥାଏ । କୌଣସି ଚୋରି ଘଟଣାରେ କିଏ ଚୋରି କରିଛି ଜାଣିବା ନିମିତ୍ତ ପ୍ରକଳ୍ପ ପ୍ରଣୟନ କଲେ, ତାହା କର୍ତ୍ତା ସଂକ୍ରାନ୍ତ ପ୍ରକଳ୍ପ ହେବ ।

୩୭. ସଂସ୍ଥିତି ବିଷୟକ ପ୍ରକଳ୍ପ କାହାକୁ କହନ୍ତି ?
Answer:
ସଂସ୍ଥିତି କହିଲେ ଘଟିଥ‌ିବା ଘଟଣାର ପରିସ୍ଥିତିକୁ ବୁଝାଏ । ଅର୍ଥାତ୍ ଘଟଣାଟି ଘଟିବାପାଇଁ ଯେଉଁ ପରିସ୍ଥିତି ଦାୟୀ ତାହାକୁ ସଂସ୍ଥିତି କୁହାଯାଏ । ଉଦାହରଣସ୍ୱରୂପ, କେଉଁ ଅବସ୍ଥାରେ ଅବସ୍ଥାପିତ ହୋଇଥିବାରୁ ଚୋରି ହୋଇଗଲା ଏହା ଜାଣିବା ନିମିତ୍ତ ପ୍ରକଳ୍ପ ପ୍ରଣୟନ କଲେ ତାହା ସଂସ୍ଥା ସଂକ୍ରାନ୍ତ ବା ସଂସ୍ଥିତି ବିଷୟକ ପ୍ରକଳ୍ପ ହେବ ।

୩୮. ନିୟମ ବିଷୟକ ପ୍ରକଳ୍ପ କାହାକୁ କହନ୍ତି ?
Answer:
ସାଧାରଣତଃ ଯେଉଁ ଉପାୟରେ ଘଟଣାଟି ଘଟିଲା ତାହାକୁ ନିୟମ ବୋଲି କୁହାଯାଇଥାଏ । ମାତ୍ର ‘ନିୟମ’ ଶବ୍ଦର ପରିସର ବ୍ୟାପକ ଅଟେ । ପ୍ରାକୃତିକ ନିୟମକୁ ମଧ୍ୟ ନିୟମ ବୋଲି କୁହାଯାଏ । ଉଦାହରଣସ୍ୱରୂପ, ଅପହୃତ ବସ୍ତୁଟି ସେହି ଅବସ୍ଥାରେ ଥିଲାବେଳେ ଚୋର ତାହାକୁ କିପରି ଭାବରେ ଚୋରିକଲା ଜାଣିବା ନିମିତ୍ତ ପ୍ରକଳ୍ପ ପ୍ରଣୟନ କଲେ, ତାହା ନୀତି ସଂକ୍ରାନ୍ତ ବା ନିୟମ ବିଷୟକ ପ୍ରକଳ୍ପ ହେବ ।

୩୯. ବ୍ୟାଖ୍ୟାତ୍ମକ ପ୍ରକଳ୍ପ କାହାକୁ କହନ୍ତି ?
Answer:
ଷ୍ଟେବିଙ୍କ ମତରେ କୌଣସି କାର୍ଯ୍ୟର ସଂଘଟନ କାଳରେ ଯଦି ପର୍ଯ୍ୟବେକ୍ଷକ ଆଦର୍ଶ ପରିସ୍ଥିତିରେ ଅବସ୍ଥାପିତ ହୋଇପାରିଥାନ୍ତା ତେବେ ଯେଉଁ ଘଟଣାବଳୀକୁ କାର୍ଯ୍ୟର କାରଣ ବୋଲି ଗ୍ରହଣ କରିଥାନ୍ତା ତତ୍ ସମ୍ବନ୍ଧୀୟ ସମସ୍ତ ପ୍ରକଳ୍ପ ବ୍ୟାଖ୍ୟାମୂଳକ ପ୍ରକଳ୍ପର ଅନ୍ତର୍ଗତ । ଉଦାହରଣସ୍ୱରୂପ, ନିଉଟନ୍‌ଙ୍କର ମହାକର୍ଷଣ ଶକ୍ତି ସମ୍ବନ୍ଧୀୟ ପ୍ରକଳ୍ପ ଅଦୃଶ୍ୟ ଶକ୍ତି ବିଷୟକ ହୋଇଥିଲେ ମଧ୍ୟ ଏହା ବ୍ୟାଖ୍ୟାମୂଳକ ।

୪୦. ବର୍ଣ୍ଣନାମୂଳକ ପ୍ରକଳ୍ପ କାହାକୁ କହନ୍ତି ?
Answer:
ବର୍ଣନାତ୍ମକ ପ୍ରକଳ୍ପର ଲକ୍ଷ୍ୟ ବ୍ୟାଖ୍ୟା ପ୍ରଦାନ ନୁହେଁ । ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଲା ଏପରି ଏକ ପ୍ରତୀକ ଅଥବା ମଡ଼େଲ ଅଥବା ଚିତ୍ର ଦେବା ଯାହା ସ୍ପଷ୍ଟଭାବେ ଘଟଣାଟିକୁ ବୁଝାଇଦେବ । ଉଦାହରଣ ସ୍ଵରୂପ, ହିମାଳୟ ପର୍ବତ ଦେଖୁନଥ‌ିବା ବ୍ୟକ୍ତିକୁ ହିମାଳୟର ମଡ଼େଲ ଦେଖୁ ସେ ବିଷୟରେ ଧାରଣା କରିବା ସମ୍ଭବ ହୁଏ ।

୪୧. ସାଦୃଶ୍ୟମୂଳକ ବା ଉପମାମୂଳକ ପ୍ରକଳ୍ପ କାହାକୁ କହନ୍ତି ?
Answer:
ୱେବିଙ୍ଗ୍ କହନ୍ତି, ‘ଉପମାମୂଳକ ପ୍ରକଳ୍ପ କହିଲେ ଆମେ ସେହି ପ୍ରକଳ୍ପକୁ ବୁଝିଥାଉ ଯାହା ଗୋଟିଏ ଘଟଣା ପ୍ରତି ପ୍ରଯୁଜ୍ୟ ହେଉଥିଲେ ତତ୍‌ସମ ଅଥବା ତତ୍‌ସଦୃଶ ଘଟଣାଗୁଡ଼ିକୁ ବାଖ୍ୟା କରିବାରେ ସମର୍ଥ ହୋଇଥାଏ । ଯେହେତୁ ସେହି ଦୁଇ ଘଟଣା ମଧ୍ୟରେ କେତେକ ସାମଞ୍ଜସ୍ୟ ରହିଅଛି । ଉଦାହରଣସ୍ୱରୂପ, ପୃଥ‌ିବୀ ଓ ମଙ୍ଗଳ ଗ୍ରହ ଉଭୟେ ସୂର୍ଯ୍ୟକୁ ପ୍ରଦକ୍ଷିଣ କରନ୍ତି । ଉଭୟେ ନିଜ କକ୍ଷରେ ଘୂର୍ଶନ କରନ୍ତି । ଉଭୟଙ୍କର ଜଳବାୟୁ ନାତିଶୀତୋଷ୍ଣ, ଉଭୟରେ ଜଳ, ସ୍ଥଳ, ବାୟୁ ରହିଛି, ପୃଥ‌ିବୀରେ ପ୍ରାଣୀ ରହିଛନ୍ତି । ମଙ୍ଗଳ ଗ୍ରହରେ ମଧ୍ୟ ପ୍ରାଣୀ ରହିଛନ୍ତି ।

୪୨. ଅଣଦୃଷ୍ଟାନ୍ତମୂଳକ ପ୍ରକଳ୍ପ କାହାକୁ କହନ୍ତି ?
Answer:
ଅଣଦୃଷ୍ଟାନ୍ତମୂଳକ ପ୍ରକଳ୍ପ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଅଥବା ଘଟଣା ସମ୍ପର୍କୀୟ ନୁହେଁ । ବିଜ୍ଞାନ ରାଜ୍ୟରେ ପ୍ରତିଷ୍ଠିତ ନିୟମମାନଙ୍କୁ ସୁସମ୍ବନ୍ଧ କରିବା ଉଦ୍ଦେଶ୍ୟରେ ସାମାନ୍ୟକରଣର ଆବଶ୍ୟକତା ହୁଏ ଯାହାଦ୍ୱାରା ଅନ୍ୟ ସମସ୍ତ ନିୟମଗୁଡ଼ିକ ପରସ୍ପର ସଂଶ୍ଳିଷ୍ଟ ଏବଂ ଏକ ବ୍ୟାପକ ନିୟମରୁ ନିଃସୃତ ବୋଲି ପ୍ରମାଣିତ ହୁଏ । ଏହି ଅତିବ୍ୟାପକ ନିୟମ ସମ୍ବନ୍ଧୀୟ ପ୍ରକଳ୍ପକୁ ଅଣଦୃଷ୍ଟାନ୍ତମୂଳକ ପ୍ରକଳ୍ପ ବୋଲି କୁହାଯାଏ । ଉଦାହରଣସ୍ୱରୂପ, ନିଉଟନ୍‌ଙ୍କ ମହାକର୍ଷଣ ସମ୍ବନ୍ଧୀୟ ପ୍ରକଳ୍ପ ଏହି ଅଣଦୃଷ୍ଟାନ୍ତମୂଳକ ପ୍ରକଳ୍ପର ଅନ୍ତର୍ଭୁକ୍ତ ଅଟେ ।

୪୩. ପ୍ରାତିନିଧ୍ଵକ କଳ୍ପନା କାହାକୁ କହନ୍ତି ?
Answer:
ଜଗତରେ ଏପରି ପଦାର୍ଥ ଅଛି ଯାହାର ପ୍ରତ୍ୟକ୍ଷ ଅନୁଭୂତି ସାଧାରଣତଃ ସମ୍ଭବ ନୁହେଁ । ଏହିପ୍ରକାର ବସ୍ତୁମାନଙ୍କ ସମ୍ପର୍କରେ ପ୍ରକଳ୍ପ ରଚନା କରିବାକୁ ହେଲେ କେବଳ କଳ୍ପନାର ଆଶ୍ରୟ ନେବାକୁ ପଡ଼ିଥାଏ । ଏହି କଳ୍ପନା ବାସ୍ତବରେ ସେହି ନିଗୂଢ଼ ତତ୍ତ୍ଵମାନଙ୍କର ପ୍ରତିନିଧ୍ୱ କରୁଥିବାରୁ ବେନ୍ ସେଗୁଡ଼ିକୁ ପ୍ରାତିନିଧ୍ଵକ କଳ୍ପନା ବୋଲି କହିଛନ୍ତି ।

୪୪. ନିର୍ଣ୍ଣାୟକ ଦୃଷ୍ଟାନ୍ତ କାହାକୁ କହନ୍ତି ?
Answer:
ଯଦି ଗୋଟିଏ ଦୃଷ୍ଟାନ୍ତକୁ ପ୍ରତିଦ୍ଵନ୍ଦୀ ପ୍ରକଳ୍ପମାନଙ୍କ ମଧ୍ୟରୁ ଗୋଟିଏ ପ୍ରକଳ୍ପଦ୍ବାରା ବ୍ୟାଖ୍ୟା କରାଯାଇପାରିବ, ମାତ୍ର ଅନ୍ୟମାନଙ୍କଦ୍ୱାରା ବ୍ୟାଖ୍ୟା କରାଯାଇ ପାରୁନାହିଁ ତେବେ ସେହି ଦୃଷ୍ଟାନ୍ତକୁ ନିର୍ଣ୍ଣାୟକ ଦୃଷ୍ଟାନ୍ତ ବୋଲି କୁହାଯାଏ । ଉଦାହରଣସ୍ୱରୂପ, ଗନ୍ତବ୍ୟ ସ୍ଥାନର ନିରୂପଣ ଉଦ୍ଦେଶ୍ୟରେ ଯାଉଥ‌ିବା ବେଳେ ଗୋଟିଏ ଚଉଛକି ରାସ୍ତାରେ ପଥୁକ ପଥଭ୍ରମ ହେବା ଏକ ସ୍ବାଭାବିକ ଘଟଣା । ଇତସ୍ତତଃ ଅବସ୍ଥାରେ ହଠାତ୍ ଗୋଟିଏ ନିର୍ଦ୍ଦେଶକ ଫଳକ ଦୃଷ୍ଟିଗୋଚର ହୁଏ ଯାହାକି ତାଙ୍କର ଗନ୍ତବ୍ୟ ସ୍ଥାନଟିକୁ ଆଙ୍ଗୁଳି ନିର୍ଦ୍ଦେଶ କଲାପରି ନିରୂପଣ କରିଥାଏ । ଏହି ନିର୍ଦ୍ଦେଶକ ଫଳକଟି ନିର୍ଣ୍ଣାୟକ ଦୃଷ୍ଟାନ୍ତ ଅଟେ ।

୪୫. ନିର୍ଣ୍ଣାୟକ ପରୀକ୍ଷଣ କାହାକୁ କହନ୍ତି ?
Answer:
ଯେଉଁ ନିର୍ଣ୍ଣାୟକ ଦୃଷ୍ଟାନ୍ତ ପରୀକ୍ଷଣଦ୍ବାରା ସଂଗୃହୀତ ହୁଏ ତାହାକୁ ନିର୍ଣ୍ଣାୟକ ପରୀକ୍ଷଣ କହନ୍ତି । କାଚପାତ୍ରରେ ଗନ୍ଧସ୍ରାବୀ ଓ ରଙ୍ଗବିହୀନ ତିନୋଟି ବାଷ୍ପ ଥିଲେ କେଉଁଠି ଅମ୍ଳଜାନ ଏବଂ କେଉଁଠି ଉଦ୍‌ଜାନ ଓ କେଉଁଠି ଅଙ୍ଗାରକାମ୍ଳ ତାହା ସହଜରେ ବାରିହେବ ନାହିଁ । ତେଣୁ ଜଳନ୍ତା ଦିଆସିଲି କାଠିଟିଏ ପ୍ରତି କାଚପାତ୍ର ଭିତରକୁ ପ୍ରବେଶ କରାଇଲେ ସେମାନଙ୍କର ଧର୍ମ ଅନୁଯାୟୀ ନିର୍ଣ୍ଣୟ କରିହେବ ଯେ କେଉଁଠି ଅମ୍ଳଜାନ, କେଉଁଠି ଅଙ୍ଗାରକାମ୍ଳ ଓ କେଉଁଠି ଉଦ୍‌ଜାନ ।

B. ପାର୍ଥକ୍ୟ ଦର୍ଶାଅ

୧. ସ୍ଥିତିଜ ଶକ୍ତି ଓ ଗତିଜ ଶକ୍ତି ।
Answer:
ଶକ୍ତିର ଅନେକ ଉତ୍ସ ଥିଲେ ମଧ୍ୟ ଶକ୍ତି ଏକ । ଅବସ୍ଥା ଭେଦରେ ଏହାକୁ ଦୁଇଭାଗରେ ବିଭକ୍ତ କରାଯାଇଛି; ଯଥା – ସ୍ଥିତିଜ ଶକ୍ତି ଓ ଗତିଜ ଶକ୍ତି । ଉପଳ ଖଣ୍ଡ ପଡ଼ି ରହିଥ‌ିବା ଅବସ୍ଥାରେ ତନିହିତ ଶକ୍ତିକୁ ସ୍ଥିତିଜ ଶକ୍ତି କୁହାଯାଏ । ସେହି ଉପଳ ଖଣ୍ଡକୁ ସାଗର ଗର୍ଭକୁ ନିକ୍ଷେପ କଲେ ସ୍ଥିତିଜ ଶକ୍ତି କ୍ରିୟାଶୀଳ ହୋଇ ଗତିଜ ଶକ୍ତିରେ ପରିଣତ ହୁଏ । ବସ୍ତୁ ସ୍ଥିତାବସ୍ଥାରେ ଥିବାବେଳେ ତନ୍ନିହିତ ଶକ୍ତିର ନାମ ସ୍ଥିତିଜ ଶକ୍ତି ଏବଂ ବସ୍ତୁର ଗତିଶୀଳ ଅବସ୍ଥାରେ କାର୍ଯ୍ୟ କରୁଥିବା ଶକ୍ତିର ନାମ ଗତିଜ ଶକ୍ତି ଅଟେ ।

୨. ସଦର୍ଥକ ଓ ନଞର୍ଥକ ଉପକାରଣ ।
Answer:
ଯେଉଁ ଉପକାରଣ କାର୍ଯ୍ୟଟିକୁ ବ୍ୟର୍ଥ କରାଇ ଦିଏ ନାହିଁ, ଅର୍ଥାତ୍‌ କାର୍ଯ୍ୟ ବ୍ୟର୍ଥ ହୋଇନଥିଲେ ଯାହା ଅନ୍ତର ହୁଏ ନାହିଁ ତାହାକୁ ସଦର୍ଥକ ଉପକାରଣ କୁହାଯାଏ ।
ଯେଉଁ ଉପକାରଣ କାର୍ଯ୍ୟଟିକୁ ବ୍ୟର୍ଥ କରିଦେବାରେ ସହାୟକ ହୁଏ ଅର୍ଥାତ୍ କାର୍ଯ୍ୟ ବ୍ୟର୍ଥ ହେଉନଥିଲେ ଯାହାର ଉପସ୍ଥିତି ଅନାବଶ୍ୟକ, ତାହାକୁ ନଞର୍ଥକ ଉପକରଣ କୁହାଯାଏ ।

ଉଦାହରଣସ୍ୱରୂପ, ଲୋକଟିର ଛାତରୁ ପଡ଼ିବା, ମାଟିରୁ ଛାତର ଅତ୍ୟଧ୍ବକ ଉଚ୍ଚତା, ପଡ଼ିବାସ୍ଥାନ କଠିନ ହେବା, ଲୋକଟି ଅଧିକ ଆଘାତପ୍ରାପ୍ତ ହେବା ଇତ୍ୟାଦି ସଦର୍ଥକ ଉପକାରଣ । ଲୋକଟିର ସହ୍ୟ କରିବା ଶକ୍ତିର ଅଭାବ, ଉପଯୁକ୍ତ ଆଶୁ ଚିକିତ୍ସାର ଅଭାବ ଇତ୍ୟାଦି ନଞର୍ଥକ ଉପକାରଣ ।

CHSE Odisha Class 11 Logic Unit 4 Short & Long Answer Questions in Odia Medium

୩. ସଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ ଓ ବିଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ ।
Answer:
ସମଜାତୀୟ କାରଣମାନଙ୍କର ସଂଘାତଦ୍ୱାରା ଯେଉଁ ସମୁଦାୟ କାର୍ଯ୍ୟଟି ସୃଷ୍ଟିହୁଏ ସେହି କାର୍ଯ୍ୟକୁ ସଜାତୀୟ କାର୍ଯ୍ୟ -ସମ୍ମିଶ୍ରଣ ବୋଲି କୁହାଯାଏ । ଉଦାହରଣସ୍ୱରୂପ, ଗୋଟିଏ ବଡ଼ କୋଠରିରେ ଅନେକଗୁଡ଼ିଏ ଇଲେକ୍ଟ୍ରିକ୍ ବଲ୍‌ବ ଜଳୁଛି ଏବଂ ତାହା ଫଳରେ ସମଗ୍ର ପ୍ରକୋଷ୍ଠଟି ଆଲୋକିତ ହୋଇଅଛି । ଯେଉଁଠି ବିଭିନ୍ନ ପ୍ରକାରର କାରଣରୁ ସୃଷ୍ଟି ହେଉଥ‌ିବା କାର୍ଯ୍ୟମାନଙ୍କର ସମ୍ମିଶ୍ରଣରେ ଗୋଟାଏ ସମୁଦାୟ କାର୍ଯ୍ୟ ସୃଷ୍ଟି ହୁଏ, ସେହି ସମୁଦାୟ କାର୍ଯ୍ୟକୁ ବିଜାତୀୟ କାର୍ଯ୍ୟ ସମ୍ମିଶ୍ରଣ କୁହାଯାଏ । ଉଦାହରଣସ୍ୱରୂପ ଉଦ୍‌ଜାନ ଗ୍ୟାସ୍‌ର ଦୁଇଟି ଅଣୁ ଏବଂ ଅମ୍ଳଜାନର ଗୋଟିଏ ଅଣୁ ସଂଘାତ ହେଲେ ଜଳ ସୃଷ୍ଟି ହୁଏ ।

୪. ସଂଚାଳକ ଶକ୍ତି ଓ ସଂସ୍ଥିତି ।
Answer:
ସଂଚାଳକ ଶକ୍ତି କହିଲେ ସେହି ଶକ୍ତିକୁ ବୁଝାଯାଏ, ଯାହା ଗୋଟିଏ କାର୍ଯ୍ୟ ଘଟିବାରେ ସାହାଯ୍ୟ କରେ । ସଂସ୍ଥିତି କହିଲେ ଯେଉଁ ବ୍ୟବସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ କରାଯାଏ । ଉଦାହରଣସ୍ୱରୂପ, ନିଆଁର ସଂଯୋଗରେ ମହମ ତରଳିଯାଏ । କ୍ଲୋରୋକୁଇନ୍ ବଟିକା ସେବନ କଲେ ମ୍ୟାଲେରିଆ ରୋଗ ହୋଇଯାଏ । ଏଠାରେ ନିଆଁ, କ୍ଲୋରୋକୁଇନ୍ ଇତ୍ୟାଦି ସଞ୍ଚାଳକ ଶକ୍ତି ମାତ୍ର ମହମ ତରଳିବା, ମ୍ୟାଲେରିଆ ରୋଗ ଭଲ ହେବା ଇତ୍ୟାଦି ସଂସ୍ଥିତିକୁ ବୁଝାଏ ।

୫. ବାହ୍ୟ ପ୍ରତ୍ୟକ୍ଷ ଓ ଆନ୍ତଃ ପ୍ରତ୍ୟକ୍ଷ
Answer:
ବାହ୍ୟ ପ୍ରତ୍ୟକ୍ଷଦ୍ବାରା ବାହ୍ୟ ଇନ୍ଦ୍ରିୟମାନଙ୍କ ସାହାଯ୍ୟରେ ପାରିପାର୍ଶ୍ବକ ବସ୍ତୁ ତଥା ଘଟଣାବଳୀର ଜ୍ଞାନ ଆହରଣ କରାଯାଏ । ଏହି ଇନ୍ଦ୍ରିୟମାନେ ହେଲେ ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ଵା ଓ ଚର୍ମ । ଏମାନଙ୍କଦ୍ୱାରା ଆମେ ରଙ୍ଗ, ଶବ୍ଦ, ବାସ୍ନା, ରସ ଓ ସ୍ପର୍ଶର ଅନୁଭୂତି ପାଇଥାଉ । ଆନ୍ତଃ ପ୍ରତ୍ୟକ୍ଷଦ୍ବାରା ମନର ଅଭ୍ୟନ୍ତରସ୍ଥ ଭାବନା, ପ୍ରବୃତ୍ତି, ଉଲ୍ଲାସ ଇତ୍ୟାଦିର ଜ୍ଞାନ ଆହରଣ କରାଯାଏ ।

୬. ପର୍ଯ୍ୟବେକ୍ଷଣ ଓ ପରୀକ୍ଷଣ
Answer:
କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସାଧନ ନିମିତ୍ତ କୌଣସି ପୂର୍ବାବଧାରଣର ବଶବର୍ତ୍ତୀ ନ ହୋଇ ପ୍ରାକୃତିକ ପରିବେଶ ମଧ୍ୟରେ ବସ୍ତୁ, ଗୁଣ, କ୍ରିୟା, ଘଟଣା ଇତ୍ୟାଦିର ନିୟନ୍ତ୍ରିତ ପ୍ରତ୍ୟକ୍ଷାନୁଭୂତିକୁ ପର୍ଯ୍ୟବେକ୍ଷଣ କୁହାଯାଏ; ଯଥା – ଶ୍ରେଣୀରେ ଅଧ୍ୟୟନ କରୁଥିଲାବେଳେ ବାରଣ୍ଡାରେ ପିଲାମାନଙ୍କର ଯିବାଆସିବା ଏବଂ ଭିନ୍ନ ପ୍ରକାରର ଶବ୍ଦଗୁଡ଼ିକ ଶୁଣିବାକୁ ମିଳିଥାଏ । ମାତ୍ର ଛାତ୍ରଟିଏ ସେସବୁ ଘଟଣାମାନଙ୍କ ମଧ୍ୟରୁ କେବଳ ଅଧ୍ୟାପକଙ୍କ ଅଧ୍ୟାପନାକୁ ବାଛିକରି ଶୁଣୁଥାଏ ।

ପର୍ଯ୍ୟବେକ୍ଷଣୀୟ ବସ୍ତୁ ବା ଘଟଣା ବିଷୟରେ ସମ୍ୟକ୍ ଜ୍ଞାନଲାଭ ନିମିତ୍ତ ପ୍ରାକ୍ ନିୟନ୍ତ୍ରିତ ପରିବେଶ ମଧ୍ୟରେ ତାହାର ପର୍ଯ୍ୟବେକ୍ଷଣକୁ ପରୀକ୍ଷଣମୂଳକ ପର୍ଯ୍ୟବେକ୍ଷଣ କୁହାଯାଏ । ଉଦାହରଣସ୍ୱରୂପ, ଉଦ୍‌ଜାନ ଓ ଅମ୍ଳଜାନ ଆବଶ୍ୟକ ପରିମାଣରେ ଏକତ୍ର କରି ତହିଁରେ ବିଦ୍ୟୁତ୍ ସଂଯୋଗ କଲେ ତହିଁରୁ ଜଳ ସୃଷ୍ଟି ହୁଏ । ଏହା ଏକ କୃତ୍ରିମ ପ୍ରକ୍ରିୟା ।

୭. ଅନବେକ୍ଷଣ ଦୋଷ ଓ ଦୂରବେକ୍ଷଣ ବା ଭ୍ରମପ୍ରତ୍ୟକ୍ଷ ଦୋଷ
Answer:
ମିଲ୍‌ଙ୍କ ମତରେ, କୌଣସି ପର୍ଯ୍ୟବେକ୍ଷଣୀୟ ଘଟଣା ବା ବୈଶିଷ୍ଟ୍ୟ ଉପେକ୍ଷିତ ହୋଇଥିଲେ ଅନବେକ୍ଷଣ ଦୋଷ ଜାତ ହୁଏ । ଉଦାହରଣସ୍ୱରୂପ, ଜଣେ ବିଦେଶାଗତ ଭାରତର କେତୋଟି ମାତ୍ର ସମୃଦ୍ଧ ନଗରୀର କେତୋଟି ସମ୍ଭ୍ରାନ୍ତ ପରିବାରର ଆତିଥ୍ୟ ଗ୍ରହଣ କରି ଯଦି ମନେକରନ୍ତି ଯେ ଭାରତୀୟମାନେ ଧନବାନ୍, ଉଚ୍ଚଶିକ୍ଷିତ ଓ ଅତିଥ୍ୟପରାୟଣ; ତେବେ ଅନବେକ୍ଷଣ ଦୋଷ ଜାତ ହୁଏ ।
ମିଲଙ୍କ ମତରେ, କୌଣସି ପର୍ଯ୍ୟବେକ୍ଷଣୀୟ ବିଷୟ କେବଳ ଉପେକ୍ଷିତ ନ ହୋଇ ଅବେକ୍ଷିତ ହେଲେ ସୁଦ୍ଧା ଭ୍ରମପ୍ରତ୍ୟକ୍ଷର କାରଣ ହେଲେ ଅର୍ଥାତ୍ ତାହା ଯଥାର୍ଥରେ ଯାହା ତାହାକୁ ତଦନୁରୂପ ଭାବେ ଗ୍ରହଣ

  • ନକରି ଅନ୍ୟ କିଛି ବୋଲି ଗ୍ରହଣକଲେ ଦୂରବେକ୍ଷଣ ଦୋଷ ଜାତହୁଏ ।
  • ଉଦାହରଣସ୍ୱରୂପ, ଈଷତ୍ ଆଲୋକରେ ଦଉଡ଼ି ସାପର ଭ୍ରମ ଜାତ କରାଏ ।

୮. ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସାଧକ ପ୍ରକଳ୍ପ ଏବଂ ତତ୍କାଳ କାର୍ଯ୍ୟସାଧକ ପ୍ରକଳ୍ପ
Answer:
ସନ୍ତୋଷଜନକଭାବେ କାର୍ଯ୍ୟକାରୀ ହେଉଥ‌ିବା ଏକ ନିୟମ ବା ସିଦ୍ଧାନ୍ତର ଏକ ବିଶେଷକ୍ଷେତ୍ରରେ ଯଦି କୌଣସି ବ୍ୟତିକ୍ରମ ପରିଲକ୍ଷିତ ହୁଏ, ତେବେ ନିୟମ ବା ସିଦ୍ଧାନ୍ତଟି ପରିହର୍ତ୍ତବ୍ୟ ହୋଇଥାଏ; କିନ୍ତୁ ବ୍ୟତିକ୍ରମ କ୍ଷେତ୍ର ବ୍ୟତୀତ ଅନ୍ୟତ୍ର ତାହାର ସଫଳ କାର୍ଯ୍ୟକାରିତା ଦୃଷ୍ଟିରୁ ଯଦି ସେହି ନିୟମ ବା ସିଦ୍ଧାନ୍ତଟିକୁ ରକ୍ଷାକରିବା ଯୁକ୍ତିଯୁକ୍ତ ମନେହୁଏ ତେବେ ତାହା ସତ୍ୟ ହୋଇଥ‌ିବା ସତ୍ତ୍ୱେ କିପରି ଏହା ତଥାକଥ୍ତ ବ୍ୟତିକ୍ରମ ସମ୍ଭବପର ହେଲା, ତାହାର ଏକ ବ୍ୟାଖ୍ୟା ଆବଶ୍ୟକ । ଏହି ଉଦ୍ଦେଶ୍ୟରେ ଯେଉଁ ପ୍ରକଳ୍ପ ରଚିତ ହୁଏ, ତାହାକୁ ବିଶେଷ ବା ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟସାଧକ ପ୍ରକଳ୍ପ କୁହାଯାଏ ।

ସାଧାରଣତଃ କୌଣସି ତଥ୍ୟ ବା ଘଟଣାକୁ ବୁଝିବା ବା ବ୍ୟାଖ୍ୟା କରିବାପାଇଁ ପ୍ରକଳ୍ପ ପ୍ରଣୟନ କରାଯାଏ; କିନ୍ତୁ ଯେଉଁ କ୍ଷେତ୍ରରେ ଆମ ଜ୍ଞାନ ନିତାନ୍ତ ସ୍ବଳ୍ପ ସେ କ୍ଷେତ୍ରରେ ଅନୁସନ୍ଧାନର ସୂତ୍ରପାତ ଓ ଅଗ୍ରଗତି ନିମନ୍ତେ କିମ୍ବା ପ୍ରାସଙ୍ଗିକ ତଥ୍ୟ ସଂଗ୍ରହଣ ନିମନ୍ତେ ମଧ୍ୟ ପ୍ରକଳ୍ପ ରଚିତ ହୁଏ । ମନେକର, ଜଣେ ପୋଲିସ୍ ଅଫିସର ଚୋରର ଅନୁଧାବନ କରି ଏକ ରାସ୍ତାଛକରେ ପହଞ୍ଚନ୍ତି ।

ଛକ ସହିତ ସେ ସମ୍ପୂର୍ଣ ଅପରିଚିତ ହୋଇଥିଲେ, ଚୋରଟି କେଉଁ ରାସ୍ତାରେ ପଳାଇ ଯାଇପାରେ ଅନୁମାନ କରିବା ତାଙ୍କ ପକ୍ଷରେ ସମ୍ଭବପର ନୁହେଁ । ତେଣୁ କୌଣସି ଯୁକ୍ତିଯୁକ୍ତ କାରଣ ନଥାଇ ସୁଦ୍ଧା ସେ ଯେକୌଣସି ଏକ ରାସ୍ତା ବାଛିନେଇ ସେହି ଦିଗରେ ଚୋର ଯାଇଥାଇପାରେ ବୋଲି ମନେକରି ଅଗ୍ରସର ହୁଅନ୍ତି । ଏହା ହେଉଛି ଏକ ତାତ୍କାଳିକ ପ୍ରକଳ୍ପର ଦୃଷ୍ଟାନ୍ତ ।

୯. ବ୍ୟାଖ୍ୟାମୂଳକ ପ୍ରକଳ୍ପ ଏବଂ ବର୍ଣ୍ଣନାମୂଳକ ପ୍ରକଳ୍ପ
Answer:
ପ୍ରକଳ୍ପର ଉଦ୍ଦେଶ୍ୟ ସିଧାସଳଖ ଭାବେ କାର୍ଯ୍ୟର କାରଣ ନିର୍ଣ୍ଣୟ କରିବା ସମ୍ଭବପର ନୁହେଁ । ଅପ୍ରତ୍ୟକ୍ଷ ଘଟଣାର କାରଣ ନିର୍ଣ୍ଣୟ କରିବାପାଇଁ ସଂଘଟିତ ଘଟଣାର ସମଗ୍ର ଚିତ୍ର ନିଜର ସୂକ୍ଷ୍ମ ଚିନ୍ତାରେ ଏପରି ଭାବେ ପରିକଳ୍ପନା କରିବାକୁ ପଡ଼ିବ ଯହିଁରୁ ସ୍ପଷ୍ଟ ଅନୁମିତ ହେବ ଯେ ସତେଯେପରି ପ୍ରକଳ୍ପ ପ୍ରଣୟନକାରୀ ସେହି ପରିସ୍ଥିତିରେ ନିଜେ ଅଛନ୍ତି । ଅର୍ଥାତ୍ ଘଟଣା ଘଟିବା ସ୍ଥଳରେ ପର୍ଯ୍ୟବେକ୍ଷକ ନିଜେ ଥିଲେ ସେ ଯେପରିଭାବେ ଘଟଣାକୁ ଦେଖୁଥାଆନ୍ତେ ସେହି ସମ୍ବନ୍ଧୀୟ ଏକ ପ୍ରକଳ୍ପ ରଚନାକୁ ବ୍ୟାଖ୍ୟାମୂଳକ ପ୍ରକଳ୍ପ କୁହାଯାଏ ।

ବର୍ଣ୍ଣନାତ୍ମକ ପ୍ରକଳ୍ପର ଲକ୍ଷ୍ୟ ବ୍ୟାଖ୍ୟା ପ୍ରଦାନ ନୁହେଁ । ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଲା ଏପରି ଏକ ପ୍ରତୀକ ଅଥବା ମଡ଼େଲ, ଅଥବା ଚିତ୍ର ଦେବା ଯାହା ସ୍ପଷ୍ଟଭାବେ ଘଟଣାଟିକୁ ବୁଝାଇଦେବ । ହିମାଳୟ ପର୍ବତ ଦେଖୁ ନଥିବା ବ୍ୟକ୍ତିକୁ ହିମାଳୟ ପର୍ବତର ମଡ଼େଲ ଦେଖ୍ ସେ ବିଷୟରେ ଧାରଣା କରିବା ସମ୍ଭବ ହୁଏ । ଏହା କେବଳ ବର୍ଣ୍ଣନାମୂଳକ ପ୍ରକଳ୍ପଦ୍ବାରା ସମ୍ଭବ ହୋଇପାରିବ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧. ଆରୋହାନୁମାନର ଭିତ୍ତିଭୂମି କ’ଣ ?
Answer:
ଅବରୋହ ଅନୁମାନର ଲକ୍ଷ୍ୟ ହେଉଛି ଆକାରଗତ ସତ୍ୟତା ପ୍ରତିଷ୍ଠା କରିବା । ତେଣୁ ଅବରୋହ ଅନୁମାନରେ କୌଣସି ଏକ ନ୍ୟାୟସଙ୍ଗତ ଯୁକ୍ତି ବା ତର୍କ ଉପସ୍ଥାପନ କଲାବେଳେ ସେହି ଅନୁମାନର ନିୟମଗୁଡ଼ିକୁ ଯଥାଯଥଭାବରେ ଅନୁସରଣ କରାଯାଇଥାଏ; କିନ୍ତୁ ତର୍କଶାସ୍ତ୍ର କେବଳ ଅବରୋହ ଅନୁମାନର ଆକାରଗତ ବୈଧତା ଓ ସତ୍ୟତା ଉପରେ ପ୍ରତିଷ୍ଠିତ ନୁହେଁ, ତାହା ଉଭୟ ଆକାରଗତ ସତ୍ୟତା ଓ ବସ୍ତୁଗତ ସତ୍ୟତା ଉପରେ ପ୍ରତିଷ୍ଠିତ । ଏହି ବସ୍ତୁଗତ ସତ୍ୟତା ଲାଭ କରିବାପାଇଁ ତକ ଶାସ୍ତ୍ରରେ ଆରୋହ ଅନୁମାନର ଉପସ୍ଥାପନା କରାଯାଇଥାଏ । ଆରୋହ ଅନୁମାନରେ ବସ୍ତୁଗତ ସତ୍ୟତା ପ୍ରତିଷ୍ଠା କରାଗଲାବେଳେ ଆକାରଗତ ଭିତ୍ତିଭୂମିର ବିଚାରଣା କରାଯାଇଥାଏ । ତର୍କଶାସ୍ତ୍ରରେ ଉଭୟପ୍ରକାର ସତ୍ୟତା ଲାଭପାଇଁ ଆରୋହ ଅନୁମାନର ଆବଶ୍ୟକତା ଉପଲବ୍‌ଧ କରାଯାଏ । ଆରୋହ ଅନୁମାନର ବସ୍ତୁଗତ ସତ୍ୟତା ପ୍ରତିଷ୍ଠା କରିବାପାଇଁ ତାହାର ଆକାରଗତ ଭିତ୍ତିଭୂମିର ବିଚାରଣ) ଅପରିହାର୍ଯ୍ୟ ।

CHSE Odisha Class 11 Logic Unit 4 Short & Long Answer Questions in Odia Medium

ଆରୋହ ଅନୁମାନର ଆକାରଗତ ଭିତ୍ତିଭୂମି (Formal Grounds of Induction) :
ତର୍କବଚନ ପ୍ରତିଷ୍ଠା କରାଯାଏ । ଯେପରି କେତୋଟି ବିଶେଷ କ୍ଷେତ୍ରରେ ମଣିଷକୁ ମରିବାର ଦେଖୁ ଯେତେବେଳେ କୁହାଯାଏ ଯେ, ‘ସମସ୍ତ ମଣିଷ ମରଣଶୀଳ’ ବା କେତେକ କ୍ଷେତ୍ରରେ ନିଆଁର ଦାହ୍ୟ ଶକ୍ତିକୁ ଦେଖି ଯେତେବେଳେ କୁହାଯାଏ ଯେ, ‘ସମସ୍ତ କ୍ଷେତ୍ରରେ ନିଆଁରେ ଦାହ କରିବ’, ସେତେବେଳେ ଏହି ସାର୍ବିକ ସିଦ୍ଧାନ୍ତଗୁଡ଼ିକର ବସ୍ତୁଗତ ସତ୍ୟତା ଯେ ସର୍ବଦା ଭବିଷ୍ୟତରେ ଉପସ୍ଥାପନା କରାଯାଇପାରେ ଯେ, କେଉଁ ନୀତି ଉପରେ ଭିଭିକରି ବିଶେଷ ଦୃଷ୍ଟାନ୍ତରୁ ସାର୍ବିକ ସଂଶ୍ଳେଷଣାତ୍ମକ ତର୍କବଚନରେ ଉପନୀତ ହେଲେ ଉକ୍ତ ସାର୍ବିକ ସଂଶ୍ଳେଷଣାତ୍ମକ ତର୍କବଚନଟିର ବସ୍ତୁଗତ ସତ୍ୟତା ପ୍ରତିଷ୍ଠିତ ହୋଇପାରିବ ?

ଉତ୍ତରରେ ଏପରି କୁହାଯାଇପାରିବ ଯେ, ସାର୍ବିକ ସଂଶ୍ଳେଷଣାତ୍ମକ ତର୍କବଚନଗୁଡ଼ିକ ମଣିଷ ଜ୍ଞାନର ଗୋଟିଏ ଗୋଟିଏ ପ୍ରତିଷ୍ଠିତ ଅଂଶ । ମଣିଷର ଏସମସ୍ତ ଜ୍ଞାନ ତାହାର ବିଚାରଶକ୍ତିର ଦୁଇଟି ସ୍ଵତଃସିଦ୍ଧ ନିୟମ ଉପରେ ପ୍ରତିଷ୍ଠିତ । ତେଣୁ ସ୍ଵତଃସିଦ୍ଧ ନିୟମ; ଯଥା – ପ୍ରକୃତିର ଏକରୂପତା ନିୟମ ଏବଂ କାର୍ଯ୍ୟକାରଣ ନିୟମ ଯାହା ସାହାଯ୍ୟରେ ତର୍କବଚନର ଜ୍ଞାନ ପ୍ରତିଷ୍ଠା କରେ । ସେହି ଦୁଇଟି ନିୟମ ଉକ୍ତ ଅନୁମାନର ଭିଭିଭୂମି ଯାହା ଉପରେ ଏ ସମସ୍ତ ବାସ୍ତବ ଜ୍ଞାନର ସୌଧ ବା ସକଳ ଯୁକ୍ତିର ବସ୍ତୁଗତ ସତ୍ୟତା ପ୍ରତିଷ୍ଠିତ ।

ପ୍ରକୃତିର ଏକରୂପତା ନିୟମଟି ଗୋଟିଏ ମୌଳିକ ନିୟମ ବା ନୀତି । ଏହାକୁ ସ୍ଵୀକାର କରା ନ ଗଲେ କୌଣସି ବୈଜ୍ଞାନିକ ଅନୁସନ୍ଧାନ ସମ୍ଭବପର ହୋଇପାରିବ ନାହିଁ । ଏହି ନୀତିଟିକୁ ନାନାପ୍ରକାରେ ବ୍ୟକ୍ତ କରାଯାଇପାରେ । ଯେପରି ‘ପ୍ରକୃତିର ଆଚରଣ ସର୍ବଦା ସମାନ’ (Nature is always uniform); ‘ଭବିଷ୍ୟତ୍, ଅତୀତ ସହିତ ସାମଞ୍ଜସ୍ୟ ରକ୍ଷାକରିବ (The future will resemble the past); ‘ଭବିଷ୍ୟତ ଅତୀତର ସଦୃଶ ହେବ’ (Nature is governed by fixed laws); ‘ ଯାହା ଘଟୁଛି ଅନ୍ୟତ୍ର ମଧ୍ୟ ସେଇଆ ଘଟିବ’ (There are parallel cases in nature); ‘ପ୍ରକୃତିରେ ଘଟଣାର ପୁନରାବୃତ୍ତି ହୁଏ’ (Nature repeats itself); ‘ସମାନ ପରିସ୍ଥିତିରେ ପ୍ରକୃତି ସର୍ବଦା ସମାନଭାବରେ ବ୍ୟବହାର କରିଥାଏ’ (Nature behaves in the same way under similar circumstances); ‘ଯେପରି ଜଳ ଯଦି ଆମର ତୃଷ୍ଣା ନିବାରଣ କରେ ତାହା ସର୍ବଦା ତୃଷା ନିବାରଣ କରିବ’, ‘ନିଆଁ ଆମକୁ ଦାହ କରେ’ ଯେଉଁ ପରିସ୍ଥିତିରେ ଦାହ କଲା ସେହି ପରିସ୍ଥିତି ଯଦି ଭବିଷ୍ୟତରେ ଉପସ୍ଥିତ ହୁଏ, ତାହେଲେ ସେଠାରେ ମଧ୍ୟ ନିଆଁ ଆମକୁ ଦାହ କରିବ ।’ ଏହି ନିୟମର ସ୍ବରୂପକୁ ଏକ ନାସ୍ତିସୂଚକ ବଚନରେ ପ୍ରକାଶ କଲେ ଏପରି କୁହାଯାଇପାରେ ଯେ, ପ୍ରକୃତିରେ ଏପରି କୌଣସି ଘଟଣା ଘଟେ ନାହିଁ ଯାହା ସ୍ୱେଚ୍ଛାଚାରୀ ନିୟମ ଉପରେ ପ୍ରତିଷ୍ଠିତ ବା କୌଣସି ପ୍ରତିଷ୍ଠିତ ବା କୌଣସି ନିୟମ ନ ଥାଇ ହଠାତ୍ କୌଣସି ଘଟଣାର ଅବତାରଣା ହୋଇ ନ ପାରେ । ଅର୍ଥାତ୍ ପ୍ରକୃତି କସ୍ମିନ୍‌କାଳେ ଅନିୟମିତଭାବରେ ବା ସ୍ୱେଚ୍ଛାଚାରୀଭାବରେ କୌଣସି କାର୍ଯ୍ୟ କରେନାହିଁ ।

ପ୍ରକୃତିର ଏକରୂପତା ନିୟମ ଉପରେ ଦୃଷ୍ଟିପାତ କଲେ ପ୍ରଥମତଃ ଆମେ ଅନୁମାନ କରୁ ଯେ, ସମ୍ଭବତଃ ଏହି ନିୟମ ସର୍ବଦା ସମାନଭାବରେ କାର୍ଯ୍ୟ କରେ ନାହିଁ । ଅର୍ଥାତ୍‌ ପ୍ରକୃତିର ଏହି ନିୟମ ସମାନ (uniform) ନୁହେଁ । ମିଲ୍ କହନ୍ତି, ‘ବର୍ଷା ପରେ ପରେ ସଦାସର୍ବଦା ଭବିଷ୍ୟତରେ ଯେ ସୁନ୍ଦର ସୁଖକର ପାଗ ଆସିବ ତାହା କେହି ବିଶ୍ୱାସ କରିପାରିବେ ନାହିଁ । ଆଜି ଜଣେ ଯାହା ସ୍ବପ୍ନ ଦେଖୁଲା କାଲି ହୁଏତ ସେ ଯେ ସେହି ସ୍ବପ୍ନ ପୁନର୍ବାର ଦେଖୁବ ଏପରି କହିବାର କୌଣସି ନିୟମ ନାହିଁ ।’’ ମିଲ୍ (Mill) ଙ୍କ ଭାଷାରେ, ସତରେ କହିବାକୁ ଗଲେ ପ୍ରକୃତିର ଯେ କେବଳମାତ୍ର ଏପରି ଗୋଟିଏ ଏକରୂପତା ନିୟମ ଅଛି ତାହା ନୁହେଁ, ବରଂ ଏହି ନିୟମ ଅନିର୍ଦ୍ଦିଷ୍ଟଭାବରେ ବହୁଳ । କାର୍ପେଥ୍ ରୀଡ୍ (Carveth Read) କହନ୍ତି, ‘ଅନେକ କ୍ଷେତ୍ରରେ ବୋଧହୁଏ ଯେ ପ୍ରକୃତି ସର୍ବତ୍ର ସମାନଭାବରେ ବ୍ୟବହାର କରେନାହିଁ । ପ୍ରକୃତିରେ ବହୁ ପ୍ରକାର, ବହୁ ଆକୃତିର, ବହୁ ରଙ୍ଗର ଏବଂ ବହୁ ଗୁଣର ବହୁ ବସ୍ତୁ ପରିଲକ୍ଷିତ ହୁଏ ।’’ ଯେପରି ବାୟୁର ଗତି ଏବଂ ପରିମାଣ ସର୍ବଦା ଅନିଶ୍ଚିତ, ବାଣିଜ୍ୟର ଗତିବିଧ୍, ରାଜନୀତିର ଗତିବିଧୂ ସର୍ବଦା ଆକସ୍ମିକ।

ସମୟ ସମୟରେ ପ୍ରକୃତିରେ ବହୁ ଅଘଟଣ ଘଟିଥାଏ । ଭୂମିକମ୍ପ, ବାତ୍ୟା ଇତ୍ୟାଦି ଯାହାର କୌଣସି ନିୟମ ସାଧାରଣ ଦୃଷ୍ଟିରେ ଦେଖାଯାଏ ନାହିଁ । ତେଣୁ ପ୍ରଶ୍ନ ଉଠେ, ପ୍ରକୃତି ଯେ ସର୍ବଦା ସମାନ ଭାବରେ ବ୍ୟବହାର କରେ ବା ପ୍ରକୃତିର ଯେ ଗୋଟିଏ ଏକରୂପତା ନିୟମ ରହିଛି ତାହା ଆମେ ବିଶ୍ବାସ କରିବା କିପରି ? ଏ ପ୍ରଶ୍ନର ଉତ୍ତର ଅତି ସହଜ ତଥା ସରଳଭାବରେ ଦିଆଯାଇପାରେ । ପ୍ରକୃତିର ଏକରୂପତା ନିୟମ ପ୍ରକୃତିରେ ବିଭିନ୍ନତା ନାହିଁ ବୋଲି ସ୍ବୀକାର କରେ ନାହିଁ, ଅନ୍ୟପକ୍ଷରେ ଏଥୁରୁ ଅନୁମିତ ହୁଏ ଯେ, ପ୍ରକୃତିରେ ବହୁପ୍ରକାର ଘଟଣା ସଂଘଟିତ ହୁଏ ଏବଂ ପ୍ରତ୍ୟେକ ଘଟଣାର ଏକ ନିର୍ଦ୍ଦିଷ୍ଟ ନିୟମ ରହିଥାଏ । ପ୍ରତ୍ୟେକ ଘଟଣା ତାହାର ସେହି ନିର୍ଦ୍ଦିଷ୍ଟ ନିୟମକୁ ସର୍ବଦା ଅପେକ୍ଷା କରେ । ଭୂମିକମ୍ପ କୁହ ବା ବାତ୍ୟା କୁହ ତାହା ବାରମ୍ବାର ଘଟେ, ଯେତେବେଳେ ସେ ସମସ୍ତ ଘଟିବାର ନିୟମ ଉପସ୍ଥିତ ହୁଏ ।

ପ୍ରକୃତିକୁ ଅଧ୍ୟୟନ କଲାବେଳେ ମଣିଷ ଏହି ପ୍ରକୃତିକୁ ପଦାର୍ଥ ବିଜ୍ଞାନ, ଜୀବବିଜ୍ଞାନ, ରସାୟନ ବିଜ୍ଞାନ ଇତ୍ୟାଦି ନାନାଭାବରେ ବିଭକ୍ତ କରି ଅଧୟନ କରିଥାଏ । ମାତ୍ର ପ୍ରକୃତି କେବଳ ପଦାର୍ଥ ବିଜ୍ଞାନର ନିୟମକୁ ବୁଝାଏ ନାହିଁ କିମ୍ବା ଜୀବବିଜ୍ଞାନର ନିୟମକୁ ବୁଝାଏ ନାହିଁ । ତାହା ସମଗ୍ର ସୃଷ୍ଟିକୁ ବୁଝାଏ । ତେଣୁ ପ୍ରକୃତିର ନିୟମ ବସ୍ତୁପ୍ରତି ବିଭିନ୍ନ ହେଲେ ମଧ୍ୟ ତାହାକୁ ଆମେ ନାନା- ଏକରୂପତା ନିୟମର ସମଷ୍ଟି ବୋଲି ନ କହି ପ୍ରକୃତିର ଏକରୂପତା ନିୟମ ବୋଲି ଆଖ୍ୟା ଦେଇଥାଉ; କାରଣ ପ୍ରକୃତି ଏକ ପୂର୍ଣାଙ୍ଗ ସୃଷ୍ଟି । ଏ କ୍ଷେତ୍ରରେ, ‘ପ୍ରକୃତିର ବିଭିନ୍ନ ଏକରୂପତା ନିୟମାବଳୀ (Law of uniformities of nature) ରହିଛି ।’’ ତାର୍କିକ ବେନ୍‌ଙ୍କର ଏହି ଉକ୍ତି ଆଦୌ ଗ୍ରହଣଯୋଗ୍ୟ ନୁହେଁ ।

୨. ଆରୋହାନୁମାନର ବିରୋଧାଭାସ (Paradox of Induction) ଉଲ୍ଲେଖ କର ।
Answer:
ମାନବ ଜ୍ଞାନର ଉତ୍ପତ୍ତି ଏବଂ ଅଭିବୃଦ୍ଧି ନିମନ୍ତେ ଆମ ଚିନ୍ତାଧାରାର ଦୁଇଟି ସ୍ଵୟଂସିଦ୍ଧ ନିୟମ; ଯଥା – କାର୍ଯ୍ୟକାରଣ ନିୟମ ଏବଂ ପ୍ରକୃତିର ଏକରୂପତା ନିୟମ ଯଥେଷ୍ଟ ସାହାଯ୍ୟ କରେ ବୋଲି ପୂର୍ବରୁ ଆଲୋଚନା କରାଯାଇଛି । ତାର୍କିକମାନଙ୍କ ମତରେ, ପ୍ରକୃତିର ଏକରୂପତା ନିୟମକୁ ମାନବ ଜ୍ଞାନର ମୂଳଭିତ୍ତି ଯାହାକି ସ୍ୱୟଂସିଦ୍ଧ ବା ସ୍ଵୀକାର୍ଯ୍ୟ ସତ୍ୟ ବୋଲି ଅଭିହିତ କରାଯାଇଛି ତାହାକୁ ଆରୋହ ଅନୁମାନର ଆକାରଗତ ଭିଭି ବୋଲି ସ୍ବୀକାର କରାଯାଏ । ମିଲ୍ (Mill) ଙ୍କ ମତରେ, ଏହା ହେଉଛି ଆରୋହ ଅନୁମାନର ମୌଳିକ ନିୟମ କିମ୍ବା ସାଧାରଣ ସ୍ୱତଃସିଦ୍ଧ ନିୟମ, ଏହା ପ୍ରତ୍ୟେକ ଆରୋହ ଅନୁମାନର ସିଦ୍ଧାନ୍ତ ନିମନ୍ତେ ଅବଧାରଣା କରାଯାଇଥାଏ । ମିଲ୍‌ଙ୍କର ଏହି ମତରୁ ସ୍ପଷ୍ଟଭାବରେ ପ୍ରତୀୟମାନ ହୁଏ ଯେ, ପ୍ରକୃତିର ଏକରୂପତା ନିୟମର ସତ୍ୟତା ବିନାପ୍ରଶ୍ନରେ ସର୍ବତ୍ର ଗ୍ରହଣ କରାଯାଇଥାଏ । ଏହାର ପୁନର୍ବାର ପ୍ରମାଣର ଆବଶ୍ୟକତା ହୁଏ ନାହିଁ । ଏହା ବାସ୍ତବ ଜ୍ଞାନାର୍ଜନର ସବୁକ୍ଷେତ୍ରରେ ଭିତ୍ତିଭୂମିଭାବରେ ଗ୍ରହଣ କରାଯାଇଥାଏ ।

କିନ୍ତୁ ଯଦିଓ ମିଲ୍ ଆରୋହ ଅନୁମାନର ପ୍ରକୃଷ୍ଟ ଆକାରଗତ ଭିତ୍ତିଭୂମିଭାବରେ ପ୍ରକୃତିର ଏକରୂପତା ନିୟମକୁ ଗ୍ରହଣ କରିବାର ଅତ୍ୟନ୍ତ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଛନ୍ତି, ତଥାପି ଯଥେଷ୍ଟ ଅସଙ୍ଗତିଭାବରେ ସେ ପୁନଶ୍ଚ କହନ୍ତି ଯେ, ଏହି ପ୍ରକୃତିର ଏକରୂପତା ନିୟମ ଅନ୍ୟ ଏକ ଆରୋହ ଅନୁମାନର ଦୃଷ୍ଟାନ୍ତ ବା ସିଦ୍ଧାନ୍ତ ଅଟେ । ସେ ଏପରି କହିବାର ତାତ୍ପର୍ଯ୍ୟ ବୁଝାଇବାକୁ ଯାଇ କହନ୍ତି ଯେ, ଏହି ପ୍ରକୃତିର ଏକରୂପତା ନିୟମ ଅନ୍ୟ ଏକ ପୂର୍ବ ସାର୍ବିକୀକରଣ ପଦ୍ଧତି ଉପରେ ପର୍ଯ୍ୟବସିତ । ମିଲ୍କଙ୍କ ମତରେ, ଏହି ପ୍ରକୃତିର ଏକରୂପତା ନିୟମ ଅ-ବୈଜ୍ଞାନିକ ଆରୋହ ଅନୁମାନ ବା ସରଳ ଗଣନାମୂଳକ ଆରୋହାନୁମାନର ସିଦ୍ଧାନ୍ତ ଯାହା ଆମର ଦୈନନ୍ଦିନ ଅ-ବିରୁଦ୍ଧ ଅଭିଜ୍ଞତା ଉପରେ ପର୍ଯ୍ୟବସିତ ।

ମିଲ୍ ଏପରି କହିବା ଭିତରେ ଆରୋହାନୁମାନର ଏହି ବିରୋଧାଭାସ ସୃଷ୍ଟି କରିଛନ୍ତି । କାରଣ ପ୍ରକୃତିର ଏକରୂପତା ନିୟମ (ଯାହା ଆରୋହ ଅନୁମାନର ଆକାରଗତ ଭିଭିଭୂମି) କିପରି ଅନ୍ୟ ଏକ ଆରୋହ ଅନୁମାନର ସିଦ୍ଧାନ୍ତରୂପେ ନିଷ୍ପନ୍ନ ହେବ ? ତେବେ ପ୍ରଶ୍ନ ଉଠେ, ମିଲ୍‌ଙ୍କର ସେହି ଅନ୍ୟ ଏକ ଆରୋହ ଅନୁମାନର ଭିତ୍ତିଭୂମି କ’ଣ ? ଆରୋହ ଅନୁମାନର ଭିଭି ପୁଣି କିଭଳି ଆରୋହ ଅନୁମାନର ସିଦ୍ଧାନ୍ତ ହୋଇପାରିବ ? ଏହାହିଁ ହେଉଛି ମିଲ୍ ସୃଷ୍ଟ ଆରୋହ ଅନୁମାନର ବିରୋଧାଭାସ । ତାଙ୍କର ଏହି ବିରୋଧାଭାସକୁ ବିଭିନ୍ନଭାବରେ ସମାଲୋଚନା କରାଯାଇଛି।

(i) ମିଲ୍‌ଙ୍କ ଏତାଦୃଶ ଆରୋହ ଅନୁମାନର ବିରୋଧାଭାସ ତାଙ୍କ ପ୍ରତି ସ୍ୱତଃ ପ୍ରଶ୍ନ ମୂଲେଇବାର ଦେଖାଯାଏ (Begging the question) । ଏହା ମଧ୍ଯ ତର୍କଶାସ୍ତ୍ରରେ ଚକ୍ରକ ଦୋଷ (Fallacy of circularity in argument) ସୃଷ୍ଟି କରିଥାଏ । କାରଣ ସେ କହନ୍ତି ଯେ, ଆରୋହ ଅନୁମାନର ପ୍ରତ୍ୟେକ କ୍ଷେତ୍ରରେ ପ୍ରକୃତିର ଏକରୂପତା ନିୟମକୁ ଚରମ ସାଧ୍ୟାବୟବ ହିସାବରେ ସମସ୍ତ ଆରୋହ ଅନୁମାନର ସାର୍ବିକୀକରଣ ଯୁକ୍ତିରେ ଗ୍ରହଣ କରାଯାଇଥାଏ ଏବଂ ତଥାପି ଏହା ଆରୋହ ଅନୁମାନର ଏକ ସିଦ୍ଧାନ୍ତ ବୋଲି ସେ ମଧ୍ୟ କହିଥା’ନ୍ତି । ଏଠାରେ ପ୍ରଶ୍ନ ଉଠେ, ଯୁକ୍ତିରେ କିପରି ଏକ ଚରମ ସାଧ୍ୟାବୟବ ଏକସମୟରେ ସେହି ଯୁକ୍ତିରେ ସିଦ୍ଧାନ୍ତ ହେବ ? ସରଳ ଗଣନାଭିଭିକ ଆରୋହ ଅନୁମାନ ମଧ୍ୟ ପ୍ରକୃତିର ଏକରୂପତା ନିୟମ ଉପରେ ଆସ୍ଥା ସ୍ଥାପନ କରିଥାଏ । ପ୍ରକୃତିର ଏକରୂପତା ନିୟମ ବ୍ୟତିରେକେ ଆମେ କୌଣସି ପ୍ରକାରେ ବିଶେଷ ବା ଆଂଶିକ ଅଭିଜ୍ଞତାରୁ ସାଧାରଣ ବା ସାର୍ବିକୀକରଣରେ ଉପନୀତ ହୋଇପାରିବୁ ନାହିଁ ।

(ii) ମିଲ୍ କହନ୍ତି, ପ୍ରକୃତିର ଏକରୂପତା ନିୟମ ସରଳ ଗଣନାଭିଭିକ ଆରୋହ ଅନୁମାନର ସିଦ୍ଧାନ୍ତଗୁଡ଼ିକ ବହୁ ସମ୍ଭାବ୍ୟ ବୋଲି ଅଭିହିତ କରାଯାଇଥାଏ । ଅର୍ଥାତ୍ ମିଲ୍‌ଙ୍କ ମତରେ, ପ୍ରକୃତିର ଏକରୂପତା ନିୟମ ମଧ୍ୟ ସମ୍ଭାବନାର ପରିସରରୁ ମୁକ୍ତ ଯଦି ପ୍ରକୃତିର ଏକରୂପତା ନିୟମ ସମ୍ଭାବନାସାପେକ୍ଷ ତାହେଲେ ମାନବ ଜ୍ଞାନର ସକଳ ସୌଧ ସମ୍ଭାବନାମୟ ବୋଲି କୁହାଯିବ, ଯାହା ମଣିଷପାଇଁ ଅତ୍ୟନ୍ତ ଅନୁଶୋଚନାର ବିଷୟ । ତେଣୁ ଏହି ଦୃଷ୍ଟିରୁ ପ୍ରକୃତିର ଏକରୂପତା ନିୟମକୁ (ଯାହା ମାନବ ଜ୍ଞାନର ଭିଭିଭୂମି) ସମ୍ଭାବନାସାପେକ୍ଷ ବୋଲି କହି ଏଡ଼ାଇ ଦିଆଯାଇ ନ ପାରେ । ତାହା ନିଶ୍ଚିତରୂପେ ସ୍ଵୟଂସିଦ୍ଧ ନିୟମ ।

CHSE Odisha Class 11 Logic Unit 4 Short & Long Answer Questions in Odia Medium

୩. କାର୍ଯ୍ୟକାରଣ ନିୟମ (Law of causation) ବିଷୟରେ ଆଲୋଚନା କର ।
Answer:
କାର୍ଯ୍ୟକାରଣ ନିୟମ ଆରୋହ ଅନୁମାନର ଅନ୍ୟ ଏକ ଆକାରଗତ ଭିତ୍ତିଭୂମି । ଏହି ନିୟମ କହେ ଯେ, ସୃଷ୍ଟିର ପ୍ରତ୍ୟେକ ଘଟଣାର କିଛି ନା କିଛି କାରଣ ରହିଛି । ଏହି ନିୟମକୁ ଆରୋହ ଅନୁମାନର ଆକାରଗତ ଭିଭି ବୋଲି କହିବାର ଯଥେଷ୍ଟ କାରଣ ରହିଛି; କାରଣ ଆରୋହ ଅନୁମାନର ଆକାରଗତ ଯଥାର୍ଥତା ଏହି ନିୟମ ଉପରେ ନିର୍ଭରଶୀଳ । କାର୍ଯ୍ୟକାରଣ ନିୟମରୁ ଅବରୋହ ଅନୁମାନ ସାହାଯ୍ୟରେ କେତୋଟି ‘ଅପସାରଣ ମୂଳ ନିୟମ’ (Canons of Elimination) ମିଳିଥାଏ । କୌଣସି ଘଟଣାର କାରଣ ନିର୍ଦ୍ଧାରଣ କରିବା ବିଷୟରେ ଏହି ନିୟମଗୁଡ଼ିକ ସଂପୂର୍ଣ୍ଣଭାବରେ ଅପରିହାର୍ଯ୍ୟ । ତେଣୁ ଏହି ‘ଅପସାରଣର ମୂଳ ନିୟମ’ ଗୁଡ଼ିକ ଉପରେ ଆରୋହ ଅନୁମାନର ଆକାରଗତ ଯଥାର୍ଥତା ନିର୍ଭର କରିଥାଏ । ଯେହେତୁ ଏହି ନିୟମଗୁଡ଼ିକ ପୁନଶ୍ଚ କାର୍ଯ୍ୟକାରଣ ନିୟମ ଉପରେ ନିର୍ଭରଶୀଳ, ସେହିହେତୁ କାର୍ଯ୍ୟକାରଣ ନିୟମକୁ ଆରୋହ ଅନୁମାନର ଆକାରଗତ ଭିତ୍ତିଭୂମି ହିସାବରେ ଗଣନା କରାଯାଏ । ବିଭିନ୍ନ ତାର୍କିକମାନେ ଏହି ନିୟମଟିକୁ ବିଭିନ୍ନଭାବରେ ବ୍ୟକ୍ତ କରିଛନ୍ତି ।

ମିଲ୍ କହନ୍ତି, ‘‘ଯେକୌଣସି ଘଟଣା ଯାହାର ଆରମ୍ଭ ରହିଛି ତାହାର ଗୋଟିଏ କାରଣ ରହିଥବ ।’’ ବେନ୍ (Bain) ଙ୍କ ମତରେ, ‘ଯେଉଁ ଘଟଣାଟି ଘଟୁଛି ତାହା ପୂର୍ବର କୌଣସି ଘଟଣା ସହିତ ଏପରିଭାବରେ ସମ୍ବନ୍ଧଯୁକ୍ତ ଯେ, ପୂର୍ବରୁ ଘଟଣାଟି ଘଟିଲେ ଏହି ଘଟଣାଟି ଘଟିବ, ତାହା ନ ହେଲେ ଏହି ଘଟଣାଟି ମଧ୍ଯ ଘଟିବ ନାହିଁ’’ । ଉଦାହରଣସ୍ୱରୂପ ବେନ୍ କହନ୍ତି, ‘ନିଆଁ ଜାଳିବା ଘଟଣାଟି ସଦାସର୍ବଦା ଦାହ୍ୟ ପଦାର୍ଥର ସମାବେଶ ଏବଂ ତହିଁରେ ଅଗ୍ନି ସଂଯୋଗକୁ ଅନୁସରଣ କରିଥାଏ ।’’ ନଞର୍ଥକଭାବରେ କୁହାଗଲେ ଏପରି କୁହାଯିବ ଯେ, ସୃଷ୍ଟିର ଏପରି କୌଣସି ଘଟଣା ନାହିଁ ଯାହାର କୌଣସି କାରଣ ନାହିଁ (Out of nothing, nothing comes or Exnihilo-nihil fit) । ବେନ୍‌ଙ୍କ ମତରେ, ‘ଶୂନ୍ୟରୁ କେବଳ ଶୂନ୍ୟହିଁ ଜନ୍ମ ନିଏ ।’’

୪. କାରଣର ସଂଜ୍ଞା (Definition of cause) ଲେଖ ।
Answer:
ମିଲ୍ କାରଣର ସଂଜ୍ଞା ଦେବାକୁ ଯାଇ କହନ୍ତି ଯେ, ‘ପୂର୍ବବର୍ତ୍ତୀ ଘଟଣାବଳୀର ସମ୍ମିଶ୍ରଣ ପରେ ଯଦି ଅପର ଗୋଟିଏ ଘଟଣା ସର୍ତ୍ତାନ୍ତରହୀନ ଭାବରେ ଏବଂ ଅପରିବର୍ତ୍ତନୀୟ ଭାବରେ ଘଟଣାକୁ ‘କାରଣ’ ଏବଂ ପରବର୍ତୀ ଘଟଣାକୁ ‘କାର୍ଯ୍ୟ’ ବୋଲି କୁହାଯିବ।’’ ମିଲ୍ କାରଣର ସଂଜ୍ଞା ଦେବାକୁ ଯାଇ ଆହୁରି କହିଛନ୍ତି ଯେ, ‘ସମସ୍ତ ସଦର୍ଥକ ଓ ନଞର୍ଥକ ଉପକାରଣଗୁଡ଼ିକର (conditions) ଏକତ୍ର ସମ୍ମିଶ୍ରଣହିଁ କାର୍ଯ୍ୟଟିର କାରଣ ।’’ କାର୍ପେଥ୍ ରୀଡ୍ ମିଲ୍ ପ୍ରଦତ୍ତ ପ୍ରଥମ ସଂଜ୍ଞାଟିକୁ ବିଶ୍ଳେଷଣ କରି କାରଣର ଅନ୍ୟ ଏକ ସଂଜ୍ଞାର ଅବତାରଣା କରିଛନ୍ତି । ତାଙ୍କ ମତରେ, ‘ଗୁଣାତ୍ମକ ଦୃଷ୍ଟିକୋଣରୁ ‘କାରଣ’ ହେଉଛି ‘କାର୍ଯ୍ୟ’ର ଅବ୍ୟବହିତ ସତ୍ତାନ୍ତରହୀନ, ଅପରିବର୍ତ୍ତନୀୟ, ପୂର୍ବବର୍ତୀ ଘଟଣା ଏବଂ ପରିମାଣଗତ ଦୃଷ୍ଟିକୋଣରୁ ‘କାରଣ’ ହେଉଛି ‘କାର୍ଯ୍ୟ’ ସହିତ ସମାନ ।’’
କାର୍ପେଥ୍ ରୀଙ୍କର ସଂଜ୍ଞା ବିଶ୍ଳେଷଣ କରି ତାର୍କିକମାନେ କାରଣର ଦୁଇପ୍ରକାର ଲକ୍ଷଣ ନିର୍ଦ୍ଦେଶ କରିଛନ୍ତି; ଯଥା – (୧) ଗୁଣାତ୍ମକ ଲକ୍ଷଣ ଏବଂ (୨) ପରିମାଣାତ୍ମକ ଲକ୍ଷଣ ।

୫. କାରଣର ଗୁଣାତ୍ମକ ଲକ୍ଷଣ (Qualitative marks of cause) ଆଲୋଚନା କର ।
Answer:
(କ) କାରଣ ଓ କାର୍ଯ୍ୟ ପରସ୍ପର-ସାପେକ୍ଷୀ (Cause and effect are relative-terms) – କାରଣ ଓ କାର୍ଯ୍ୟ ସାପେକ୍ଷ ପଦ (Relative term) । କାରଣ ବ୍ୟତୀତ କାର୍ଯ୍ୟ ହୁଏ ନାହିଁ ଏବଂ କାର୍ଯ୍ୟ ଭିନ୍ନ କାରଣରୁ କଳ୍ପନା ମଧ୍ୟ କରାଯାଇ ନ ପାରେ । କୌଣସି ଏକ ଦତ୍ତ ଘଟଣାର ତାତ୍ପର୍ଯ୍ୟ ତାହାର ପୂର୍ବବର୍ତ୍ତୀ ଅନ୍ୟ ଏକ ଘଟଣାକୁ ଅପେକ୍ଷା କରେ । ତେଣୁ ଉକ୍ତ ପୂର୍ବବର୍ତୀ ଘଟଣାଟି ଦତ୍ତ ଘଟଣାଟିର କାରଣ ବୋଲି ଅଭିହିତ ହୁଏ ଏବଂ ଦତ୍ତ ଘଟଣାଟି ଉକ୍ତ କାରଣର କାର୍ଯ୍ୟ ବୋଲି ଗ୍ରହଣ କରାଯାଏ ।

ସୃଷ୍ଟିରେ କେବଳ ଗୁଡ଼ିଏ କାର୍ଯ୍ୟ-ଘଟଣା (effect-events) କିମ୍ବା କାରଣ-ଘଟଣା (cause-events) ରହିଛି ବୋଲି କହିବା ଆଦୌ ସମୀଚୀନ ନୁହେଁ । ଏକ ଦତ୍ତ ଘଟଣା ତତ୍ ସମ୍ବନ୍ଧିତ ପୂର୍ବବର୍ତୀ ଘଟଣାର କାର୍ଯ୍ୟ ହୋଇପାରେ ଏବଂ ସେହି କାର୍ଯ୍ୟଟି ଅନ୍ୟ ଏକ ସମ୍ବନ୍ଧରେ ତାହାର ପରବର୍ତ୍ତୀ ଘଟଣାର କାରଣ ମଧ୍ୟ ହୋଇପାରେ । ଯେପରି, କୌଣସି ଗୋଟିଏ ଲୋକ ଯଦି ମେଲେରିଆ ଜ୍ଵରରେ ଆକ୍ରାନ୍ତ ହୋଇ ଦୁର୍ବଳ ହୋଇପଡ଼ିଲେ, ତେବେ ଏଠାରେ ଲୋକଟିର ଦୁର୍ବଳତାର କାରଣ ହେଉଛି ମେଲେରିଆ ଜ୍ଵର ।

ପୁନଶ୍ଚ ସେହି ମେଲେରିଆ ଜ୍ଵରର ମଧ୍ୟ ଗୋଟିଏ କାରଣ ରହିଛି । ତାହା ହେଉଛି ଏନୋଫିଲିସ୍ ମଶାର ଦଂଶନ । ତେଣୁ ଏଠାରେ ଦେଖାଯାଉଛି ଯେ, ମେଲେରିଆ ଜ୍ଵର ପ୍ରଥମେ ଦୁର୍ବଳତାର କାରଣ ଏବଂ ପରେ ମଶା ଦଂଶନର କାର୍ଯ୍ୟଭାବରେ ଅଭିହିତ ହେଲା । ଏପରି କାର୍ଯ୍ୟ-କାରଣର ସଂପର୍କକୁ ସାପେକ୍ଷ ସଂପର୍କ ବୋଲି କୁହାଯାଏ । ସୁତରାଂ ଏଥିରୁ ଅନୁମିତ ହୁଏ ଯେ, ଏକ ନିର୍ଦ୍ଦିଷ୍ଟ ଘଟଣା ହୁଏତ କାହାର କାର୍ଯ୍ୟ ହୋଇପାରେ ଅଥବା କାରଣ ମଧ୍ୟ ହୋଇପାରେ ।

(ଖ) ଦତ୍ତ କାର୍ଯ୍ୟକୁ (effect) ଏକ ଘଟଣା ବୋଲି ଗ୍ରହଣ କରାଗଲେ ତାହା ସମୟ ପ୍ରବାହରେ ସର୍ବଦା ଏକ ପରିଣାମ ବା ବ୍ୟାପାର ବୋଲି ଅଭିହିତ ହୁଏ (The given event is always an event in time) – ପ୍ରକୃତିରେ ସର୍ବଦା ପରିବର୍ତ୍ତନ ହେଉଛି । ଯଦି ଏହି ପରିବର୍ତ୍ତନ ନ ହୁଅନ୍ତା ତାହେଲେ କାର୍ଯ୍ୟକାରଣ ସଂପର୍କର ପ୍ରଶ୍ନ ଆମ ମନରେ ଉତ୍‌ଥାପିତ ହୁଅନ୍ତା ନାହିଁ । ପ୍ରକୃତିରେ କୌଣସି ପରିବର୍ତ୍ତନ ଦେଖିଲେ ଆମେ ସେହି ପରିବର୍ତ୍ତନର କାରଣ ଜାଣିବାକୁ ଇଚ୍ଛା କରୁ । ଯେପରି ଦୁର୍ଭିକ୍ଷ ବା ବାତ୍ୟା ହେଲେ ଆମେ ତାହାର କାରଣ ଆବିଷ୍କାର କରିବାକୁ ଚେଷ୍ଟା କରୁ ।

(ଗ) କାରଣ କାର୍ଯ୍ୟର ପୂର୍ବବର୍ତ୍ତୀ ଘଟଣା (Cause is an antecedent of the effect) – ଦୁଇଟି ଘଟଣା ମଧ୍ୟରେ ଯେତେବେଳେ ଗୋଟିଏ ସଂପର୍କ ସ୍ଥାପନ କରାଯାଏ ସେତେବେଳେ ପୂର୍ବବର୍ତ୍ତୀ ଘଟଣାକୁ ‘କାରଣ’ କୁହାଯାଏ ଏବଂ ପରବର୍ତୀ ଘଟଣାକୁ ‘କାର୍ଯ୍ୟ’ ବୋଲି କୁହାଯାଏ । ଯେପରି ହଇଜା ରୋଗରେ ଆକ୍ରାନ୍ତ ହୋଇ ଯଦି କୌଣସି ଲୋକର ମୃତ୍ୟୁ ହୁଏ ତାହେଲେ ଏଠାରେ ହଇଜା ରୋଗ ‘କାରଣ’ ହେବ ଏବଂ ମୃତ୍ୟୁ ହେବ ‘କାର୍ଯ୍ୟ’ ।

(ଘ) କାରଣ କାର୍ଯ୍ୟର ନିୟତ ଅପରିବର୍ତ୍ତନୀୟ ପୂର୍ବବର୍ତୀ ଘଟଣା (Cause is an invariable antecedent of the effect) – କାରଣ ହେଉଛି ପୂର୍ବବର୍ତ୍ତୀ ଘଟଣା; କିନ୍ତୁ ଯେକୌଣସି ପୂର୍ବବର୍ତ୍ତୀ ଘଟଣାକୁ କାରଣ କୁହାଯାଏ ନାହିଁ ଉଦାହରଣସ୍ୱରୂପ, ‘ଛେନା’ର ପୂର୍ବବର୍ତୀ ଘଟଣା ‘ଗଉଡ଼’, ‘ଗଉଡ଼ର ଦୁଧ ରଖୁବା ପାତ୍ର’ ଇତ୍ୟାଦି ହୋଇପାରେ । ମାତ୍ର ସେ ସମସ୍ତ ଛେନାର କାରଣ ନୁହନ୍ତି । ‘ଛେନା’ର କାରଣ ଦୁଗ୍‌ଧ ଅଟେ; କାରଣ ଦୁଧ ହେଉଛି ନିୟତ ଅପରିବର୍ତ୍ତନୀୟ ପୂର୍ବବର୍ତୀ ଘଟଣା, ଯହିଁରେ ଛେନା ଲୁକ୍‌କାୟିତ ହୋଇ ରହିଥାଏ । ତେଣୁ ଏଥିରୁ ସ୍ପଷ୍ଟଭାବରେ ଜଣାଯାଏ ଯେ, କାରଣ କାର୍ଯ୍ୟର ସର୍ବଦା ନିୟତ ଅପରିବର୍ତ୍ତନୀୟ ପୂର୍ବବର୍ତୀ ଘଟଣା ।

ଯେକୌଣସି ପୂର୍ବବର୍ତୀ ଘଟଣାକୁ କାରଣ ବୋଲି ମନେକଲେ କାର୍ଯ୍ୟକାରଣ ବିଚାରଣାରେ ଏକ ତର୍କଦୋଷ ସୃଷ୍ଟି ହୁଏ ତାହାକୁ ‘କାକତାଳୀୟ ଦୋଷ’ ବୋଲି କୁହାଯାଏ । ଯେପରି କୁଆଟିଏ ଉଡ଼ିଆସି ତାଳଗଛ ଉପରେ ବସିଲା ଏବଂ ବସିବା ସଙ୍ଗେ ସଙ୍ଗେ ତାଳଟି ପଡ଼ିଗଲା । ଏଠାରେ କାକଟିର ବସିବାକୁ ଯଦି ତାଳଟି ପଡ଼ିବାର କାରଣ ବୋଲି ଅନୁମାନ କରାଯାଏ ତାହେଲେ ଅନୁମାନଟି ‘କାକତାଳୀୟ ଦୋଷ’ ଯୁକ୍ତ ହେବ । ଯେହେତୁ କୁଆ ବସିବା ତାଳ ପଡ଼ିବାର ଅପରିବର୍ତ୍ତନୀୟ ପୂର୍ବବର୍ତ୍ତୀ ହୋଇ ନ ପାରେ ।

(ଙ) କାରଣ କାର୍ଯ୍ୟର ସର୍ବାନ୍ତରହୀନ ନିୟତ ଅପରିବର୍ତ୍ତନୀୟ ପୂର୍ବବର୍ତ୍ତୀ ଘଟଣା (Cause is the invariable unconditional antecedent of the effect) – ହ୍ୟୁମ୍ନଙ୍କ ମତରେ, କାରଣ ହେଉଛି କାର୍ଯ୍ୟର ନିୟତ ଅପରିବର୍ତ୍ତନୀୟ ପୂର୍ବବର୍ତୀ ଘଟଣା । କିନ୍ତୁ କାର୍ପେଥ୍ ରୀଡ୍ ହ୍ୟୁମ୍‌ଙ୍କ ମତକୁ ସମାଲୋଚନା କରି ଦେଖାଇଛନ୍ତି ଯେ, ନିୟତ ଅପରିବର୍ତ୍ତନୀୟ ପୂର୍ବବର୍ତ୍ତୀ ଘଟଣା ହେଲେହେଁ ସବୁ ସମୟରେ ତାହାକୁ କାରଣ ବୋଲି କୁହାଯାଏ ନାହିଁ । ଯେପରି ଦିବସକୁ ରାତ୍ରିର କାରଣ ବା ରାତ୍ରିକୁ ଦିବସର କାରଣ ବୋଲି କୁହାଯାଏ ନାହିଁ, ଯଦିଓ ଏମାନେ ଗୋଟିଏ ଅନ୍ୟର ଅପରିବର୍ତ୍ତନୀୟ ପୂର୍ବବର୍ତ୍ତୀ ଘଟଣା ।

ଦିନ ବା ରାତି କେହି କାହାରି କାରଣ ବା କାର୍ଯ୍ୟ ନୁହନ୍ତି । ଉଭୟହିଁ ଅନ୍ୟ ଗୋଟିଏ ଘଟଣା ଉପରେ ନିର୍ଭରଶୀଳ ଯେଉଁ ଘଟଣାଟି ହେଉଛି ପୃଥ‌ିବୀର ଆହ୍ନିକ ଗତି । ତେଣୁ ହ୍ୟୁମ୍‌ଙ୍କ ଉକ୍ତିଟିକୁ ସୁଧାରି ନେଇ ମିଲ୍ କହିଲେ ଯେ, ‘କାରଣ’ ହେଉଛି କାର୍ଯ୍ୟର ନିୟତ ଅପରିବର୍ତ୍ତନୀୟ ପୂର୍ବବର୍ତ୍ତୀ ଘଟଣା । ଅର୍ଥାତ୍‌ ଯେଉଁ ଅପରିବର୍ତ୍ତନୀୟ ପୂର୍ବବର୍ତୀ ଘଟଣା କାର୍ଯ୍ୟ ଘଟାଇବା ନିମନ୍ତେ ଅନ୍ୟ କୌଣସି ସର୍ଭ ବା ବିଧେୟ ଉପରେ ନିର୍ଭର କରେ ନାହିଁ ତାହାକୁ କାରଣ କୁହାଯାଇପାରେ ।

(ଚ) କାରଣ କାର୍ଯ୍ୟର ଅବ୍ୟବହିତ ପୂର୍ବବର୍ତ୍ତୀ ଘଟଣା (Cause is the immediate antecedent of the effect) – ଯେଉଁ ଘଟଣାଟି କାର୍ଯ୍ୟର ଅବ୍ୟବହିତ ପୂର୍ବବର୍ତୀ ନୁହେଁ, ଅର୍ଥାତ୍ ବହୁ ଦୂରବର୍ତ୍ତୀ ତାହା କାରଣ ହୋଇ ନ ପାରେ । ଯେପରି, କୌଣସି ଗୋଟିଏ ଲୋକ ସାପ କାମୁଡ଼ାରେ ଦୁଇବର୍ଷ ପରେ ଯଦି ମୃତ୍ୟୁବରଣ କରେ, ତାହେଲେ ସାପ କାମୁଡ଼ାକୁ ଲୋକଟିର ମୃତ୍ୟୁର କାରଣ ବୋଲି କୁହାଯାଇ ପାରିବ ନାହିଁ ।

କାରଣ ସାପର କାମୁଡ଼ା ଏବଂ ମୃତ୍ୟୁ – ଏହି ଦୁଇଟି ମଧ୍ୟରେ ଯେଉଁ ଦୀର୍ଘ ବ୍ୟବଧାନ ସେ ସମୟ ମଧ୍ୟରେ ଏପରି କୌଣସି ଘଟଣା ଘଟିପାରେ ଯାହା କାର୍ଯ୍ୟଟି ସହିତ ସମ୍ବନ୍ଧଯୁକ୍ତ । ମାତ୍ର ଯଦି ଦେଖାଯାଏ ଯେ, ସାପ କାମୁଡ଼ିବାର ଅବ୍ୟବହିତ ପରେ ଲୋକଟିର ମୃତ୍ୟୁ ଘଟିଛି ଏବଂ ସାପର କାମୁଡ଼ା ଏବଂ ମୃତ୍ୟୁର ବ୍ୟବଧାନ ମଧ୍ୟରେ ଏପରି କିଛି ଘଟିନାହିଁ ଯାହା ମୃତ୍ୟୁର କାରଣ ସହିତ ସଂଯୁକ୍ତ ହୋଇପାରେ । ଅବ୍ୟବହିତ ହେବାର ଲକ୍ଷଣଟି ଲକ୍ଷଣରୁ ଲାଭ କରାଯାଇଥାଏ । ସୁତରାଂ ଗୁଣଗତ ଦୃଷ୍ଟିକୋଣରୁ କାରଣ ହେଉଛି କାର୍ଯ୍ୟର ଅପରିବର୍ତ୍ତନୀୟ ସର୍ତ୍ତାନ୍ତରହୀନ ଅବ୍ୟବହିତ ପୂର୍ବବର୍ତ୍ତୀ ଘଟଣା ।

CHSE Odisha Class 11 Logic Unit 4 Short & Long Answer Questions in Odia Medium

ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟଭାବରେ ଅନୁମିତ ହୁଏ ଯେ, ସମୀପବର୍ତୀ କାରଣ (Proximate cause) ଏବଂ ଦୂରବର୍ତ୍ତୀ କାରଣ (Remote cause) ଏହି ଦୁଇପ୍ରକାର କାରଣ ମଧ୍ୟରେ ଏକ ନ୍ୟାୟସଙ୍ଗତ ପାର୍ଥକ୍ୟ ରହିଛି । ସମୀପବର୍ତ୍ତୀ କାରଣ ହେଉଛି ଗୋଟିଏ ପ୍ରକାର କାରଣ ଯାହା ଅବ୍ୟବହିତଭାବରେ କିମ୍ବା ଅବିଳମ୍ବିତଭାବରେ କାର୍ଯ୍ୟ ଉତ୍ପନ୍ନ ନିମନ୍ତେ ସହାୟତା କରିପାରେ । ଉପରୋକ୍ତ ଉଦାହରଣରେ ‘ସାପ କାମୁଡ଼ିବା ଏବଂ ତତ୍‌କ୍ଷଣାତ୍‌ ମୃତ୍ୟୁ ହେବା’ ଏହା ହେଉଛି ସମୀପବର୍ତ୍ତୀ କାରଣ ।

ପ୍ରକାରାନ୍ତରେ ଦୂରବର୍ତ୍ତୀ କାରଣ ହେଉଛି ଏପରି ଏକ କାରଣ ଯାହା ଅତ୍ୟନ୍ତ ପରୋକ୍ଷଭାବରେ କିମ୍ବା ଦୂରନ୍ତଭାବରେ କାର୍ଯ୍ୟ ଉତ୍ପନ୍ନ ନିମନ୍ତେ ସହାୟତା ଦେଇଥାଏ ବା କାର୍ଯ୍ୟ ଉତ୍ପନ୍ନ କରିଥାଏ । ଉଦାହରଣସ୍ୱରୂପ, ଗୋଟିଏ ଦୋହଲୁଥ‌ିବା ଦୁର୍ବଳ କାନ୍ଥ ପାଖରେ ବ୍ୟକ୍ତିଟି ଠିଆ ହୋଇଥିଲା । ଅନ୍ୟଜଣେ ବ୍ୟକ୍ତି ସେହି କାନ୍ଥକୁ ଲକ୍ଷ୍ୟ କରି ବନ୍ଧୁକ ଫୁଟାଇଲା, ଯାହାଫଳରେ କାନ୍ଥଟି ପଡ଼ିଯିବାରୁ ଲୋକଟି ମୃତ୍ୟୁବରଣ କଲା । ଏଠାରେ ‘ମୃତ୍ୟୁ’ ହେଲା କାର୍ଯ୍ୟ, ତାହାର ସମୀପବର୍ତ୍ତୀ କାରଣ ହେଲା ‘କାନ୍ଥ ପଡ଼ିବା’ ଓ ଦୂରବର୍ତ୍ତୀ କାରଣ ହେଲା ‘ଉକ୍ତ କାନ୍ଥକୁ ଲକ୍ଷ୍ୟ କରି ବନ୍ଧୁକ ଫୁଟାଇବା’।

୬. କାରଣର ପରିମାଣାତ୍ମକ ସଂଜ୍ଞା (Quantitative marks of causation) ଲେଖ ।
Answer:
ପରିମାଣ ଦୃଷ୍ଟିକୋଣରୁ କାରଣ କାର୍ଯ୍ୟ ସହିତ ସମାନ । ଅର୍ଥାତ୍ କାରଣ ମଧ୍ୟରେ ଯେଉଁ ପରିମାଣର ବସ୍ତୁ (matter) ଓ ଶକ୍ତି (energy) ନିହିତ ଅଛି, କାର୍ଯ୍ୟ ମଧ୍ୟରେ ସେହି ପରିମାଣର ବସ୍ତୁ ଓ ଶକ୍ତି ମଧ୍ୟ ନିହିତ ରହିବା ବିଧେୟ । ବସ୍ତୁ ଓ ଶକ୍ତିର ଅବିନଶ୍ବରତାର ନିୟମ (Law of Conservation of Matter and Energy) ନାମକ ବୈଜ୍ଞାନିକ ନିୟମରୁ କାରଣର ଏହି ଲକ୍ଷଣଟି ଲାଭ କରିହୁଏ ।
ବସ୍ତୁ ଓ ଶକ୍ତିର ଅବିନଶ୍ବରତାର ନିୟମ ଅନୁସାରେ ବସ୍ତୁ ଓ ଶକ୍ତିର ହ୍ରାସବୃଦ୍ଧି ହୁଏ ନାହିଁ, କେବଳ ମାତ୍ର ରୂପାନ୍ତରୀକରଣ ହୁଏ ।

ଯେପରି ଦୁଇଗୁଣ ଉଦ୍‌ଜାନ (H ) ଓ ଏକଗୁଣ ଅମ୍ଳଜାନ (O) ନେଇ ଜଳ ତିଆରି କରାଗଲା । ଏଠାରେ ଉଦ୍‌ଜାନ୍ ଓ ଅମ୍ଳଜାନର ସ୍ୱରୂପର ପରିବର୍ତ୍ତନ ଘଟୁଛି; କିନ୍ତୁ ଜଳର ପରିମାଣ ଉଦ୍‌ଜାନ ଓ ଅମ୍ଳଜାନର ପରିମାଣ ସହ ସମାନ ରହିଛି । ଅନୁରୂପଭାବରେ ଶକ୍ତିର ମଧ୍ଯ ରୂପାନ୍ତରୀକରଣ ହୁଏ; ମାତ୍ର ପରିମାଣର କୌଣସି ହ୍ରାସବୃଦ୍ଧି ହୁଏ ନାହିଁ । ଯେପରି ବିଦ୍ୟୁତ୍, ଉତ୍ତାପ ପ୍ରଭୃତି ଶକ୍ତି ଗୋଟିକରୁ ଅନ୍ୟଟିକୁ ରୂପାନ୍ତରିତ ହେଉଛି; କିନ୍ତୁ ଏହି ରୂପାନ୍ତରୀକରଣ ଫଳରେ ଏମାନଙ୍କର ହ୍ରାସବୃଦ୍ଧି ହେଉ ନାହିଁ ।

‘କାରଣ’ ଯେତେବେଳେ କାର୍ଯ୍ୟରେ ପରିଣତ ହୁଏ ସେତେବେଳେ କାରଣ ମଧ୍ୟରେ ଯେଉଁ ପରିମାଣର ବସ୍ତୁ ଓ ଶକ୍ତି ନିହିତ ଥାଏ ଠିକ୍ ସେହି ପରିମାଣରେ ବସ୍ତୁ ଓ ଶକ୍ତି ‘କାର୍ଯ୍ୟ’ ମଧ୍ଯରେ ଦୃଷ୍ଟିଗୋଚର ହୁଏ । ସୁତରାଂ ପରିମାଣ ଦୃଷ୍ଟିକୋଣରୁ କାରଣ କାର୍ଯ୍ୟ ସହିତ ସମାନ ।

୭. କାରଣ ଓ ଉପକାରଣ (Cause and Condition) ସମ୍ବନ୍ଧରେ ଆଲୋଚନା କର ।
Answer:
‘କାରଣ’ର ସଂଜ୍ଞା ପ୍ରସଙ୍ଗରେ ମିଲ୍ କହିଛନ୍ତି, ‘‘କାରଣ ହେଉଛି କେତେକ ସଦର୍ଥକ ଉପକାରଣ ଓ କେତେକ ନଞର୍ଥକ ଉପକରଣର ସମଷ୍ଟି ।’’ ମିଲ୍‌ଙ୍କ ଏହି ଉକ୍ତିରୁ ବୁଝାଯାଉଛି ଯେ, ଉପକାରଣ କାରଣର ଗୋଟିଏ ବିଶେଷ ଅଙ୍ଗ । ‘ଉପକାରଣ’ କାରଣର ଗୋଟିଏ ବିଷୟ ବା ଘଟଣା ଯାହା କାର୍ଯ୍ୟ ଉତ୍ପାଦନରେ କାରଣ ନିମନ୍ତେ ଏକାନ୍ତଭାବରେ ପ୍ରୟୋଜନ । କାର୍ପେଥ୍ ରୀଡ଼ଙ୍କ ମତରେ, ଉପକାରଣ ହେଉଛି ଦୁଇପ୍ରକାର; ଯଥା – (୧) ସଦର୍ଥକ ଉପକାରଣ ଏବଂ (୨ ) ନଞର୍ଥକ ଉପକାରଣ (Positive and Negative conditions) ।

ଯେଉଁ ଉପକାରଣକୁ ବାଦ୍ ଦେଲେ କାର୍ଯ୍ୟ ସୃଷ୍ଟି ହେବାରେ ବ୍ୟାଘାତ ଘଟେ, ତାହାକୁ ସଦର୍ଥକ ଉପକାରଣ କୁହାଯାଏ ଏବଂ ଯେଉଁ ଉପକାରଣକୁ କାରଣ ମଧ୍ୟରେ ଅନ୍ତର୍ଭୁକ୍ତ କଲେ କାର୍ଯ୍ୟ ସଂଘଟିତ ହୋଇପାରେ ନାହିଁ, ତାହାକୁ ନଞର୍ଥକ ଉପକାରଣ କୁହାଯାଏ । ଧରାଯାଉ, ଗୋଟିଏ ଲୋକ ପାଣିରେ ବୁଡ଼ିମଲା । ଏଠାରେ ପାଣିରେ ବୁଡ଼ିଯିବା ଲୋକଟିର ଶାରୀରିକ ଦୁର୍ବଳତା, ଜଳର ଗଭୀରତା ପ୍ରଭୃତି ସଦର୍ଥକ ଉପକାରଣ।

ଏହି ଉପକାରଣଗୁଡ଼ିକ ଉପସ୍ଥିତ ଥିବାରୁ କାର୍ଯ୍ୟଟି ସଂଘଟିତ ହୋଇଛି; କିନ୍ତୁ ଲୋକଟି ଯଦି ପହଁରି ଜାଣିଥା’ନ୍ତା ବା ଲୋକଟିକୁ ରକ୍ଷାକଲାଭଳି କୌଣସି ଲୋକ ସେଠାରେ ଉପସ୍ଥିତ ଥାଆନ୍ତା ତାହେଲେ ଲୋକଟି ବଞ୍ଚିଯାଇଥା’ନ୍ତା । ସୁତରାଂ ଲୋକଟିର ପହଁରି ଜାଣି ନଥ‌ିବା ଗୁଣ, ରକ୍ଷାକାରୀ ଲୋକର ଅନୁପସ୍ଥିତି ହେଉଛି ନଞର୍ଥକ ଉପକାରଣ । ଯେହେତୁ ଏମାନଙ୍କର ଅନୁପସ୍ଥିତି ମୃତ୍ୟୁରୂପକ କାର୍ଯ୍ୟ ଉତ୍ପାଦନରେ ସହାୟତା କରିଛି । ତେଣୁ ଲୋକଟିର ମୃତ୍ୟୁର କାରଣ ହେଉଛି ପୂର୍ବୋକ୍ତ ସଦର୍ଥକ ଓ ନଞର୍ଥକ ଉପକାରଣର ସମଷ୍ଟି ।

ଲୌକିକ ବା ବ୍ୟାବହାରିକ ଜୀବନରେ ‘କାରଣ’ କହିଲେ ଆମେ କାରଣର କୌଣସି ଏକ ନିର୍ଦ୍ଦିଷ୍ଟ ଉପକାରଣ ଯାହାକୁ ଅବ୍ୟବହିତଭାବରେ ଆମେ କାର୍ଯ୍ୟର କାରଣ ବୋଲି ଧରିନେଇଥାଉ । ଯେପରି କୌଣସି ଏକ ଲୋକ ନିଶୁଣି ଚଢ଼ୁ ଚଢ଼ୁ ଅଧାରୁ ଖସି ତଳେ ପଡ଼ି ମୃତ୍ୟୁବରଣ କଲେ ଆମେ ହଠାତ୍ କହିଥାଉ ଯେ, ନିଶୁଣିର ଅଧାରୁ ଲୋକଟିର ଗୋଡ଼ ଖସିଯିବାହିଁ ତା ମୃତ୍ୟୁର କାରଣ । ମାତ୍ର ଏପରି କହିବା ସମୀଚୀନ ନୁହେଁ । କାରଣ, ଏଠାରେ ‘କାରଣ’ କହିଲେ କେବଳ ମାତ୍ର ଗୋଡ଼ ଖସିଯିବାକୁ ବୁଝାଏ ନାହିଁ । ଏହା ମାତ୍ର ଏକ ଉପକାରଣ । ଏହି କାର୍ଯ୍ୟର (ମୃତ୍ୟୁର) କାରଣ କହିଲେ ଲୋକଟିର ଗୋଡ଼ ଖସିଯିବା, ଲୋକଟି କେତେ ଉଚ୍ଚତାରୁ ପଡ଼ିଲା, ଲୋକଟିର ଓଜନ, ତାଙ୍କୁ ପଡ଼ୁ ପଡ଼ୁ ଧରି ରଖିପାଇଁ ଅନ୍ୟ କୌଣସି ଲୋକର ଅନୁପସ୍ଥିତି ଇତ୍ୟାଦି ହେବ।

ଏ ପ୍ରସଙ୍ଗରେ ମନେରଖୁ ଉଚିତ ଯେ, କୌଣସି ଗୋଟିଏ କାରଣର ବିଶ୍ଳେଷଣ କଲେ ଅସଂଖ୍ୟ ନଞର୍ଥକ ଓ ସଦର୍ଥକ ଉପକାରଣମାନ ଦେଖାଯାଇପାରେ ଯାହା ବର୍ଣ୍ଣନା କରି ଶେଷ କରି ହେବ ନାହିଁ । ତେଣୁ ଯେଉଁ ଉପକାରଣଗୁଡ଼ିକ ପ୍ରୟୋଜନୀୟ ଏବଂ ଅବ୍ୟବହିତ ପୂର୍ବବର୍ତ୍ତୀ ଘଟଣାର ଅନ୍ତର୍ଭୁକ୍ତ କେବଳ ସେଗୁଡ଼ିକୁ ଉଲ୍ଲେଖ କରିବାହିଁ ଯୁକ୍ତିଯୁକ୍ତ ।

୮. କାରଣ ଓ ଉପକାରଣ : ପର୍ଯ୍ୟାପ୍ତ ଉପକାରଣ ଏବଂ ଆବଶ୍ୟକ ଓ ପର୍ଯ୍ୟାପ୍ତ ଉପକାରଣ (Cause as sufficient condition and as necessary and sufficient condition) ସମ୍ବନ୍ଧରେ ଆଲୋଚନା କର ।
Answer:
କାର୍ଯ୍ୟକାରଣ ସମ୍ବନ୍ଧକୁ ଅନେକ ତାର୍କିକ ପ୍ରାକଳ୍ପିକ ତର୍କବଚନରେ ପ୍ରକାଶ କରିଥା’ନ୍ତି । A ଯଦି B ର କାରଣ ହୁଏ, ତାହେଲେ A ଓ B ସମ୍ବନ୍ଧ ସୂଚକ ତର୍କବଚନଟି ‘If A then B’ ରୂପେ ପ୍ରକାଶ କରାଯାଇଥାଏ । ପ୍ରତୀକାତ୍ମକ ତର୍କଶାସ୍ତ୍ରରେ ‘If … then….’ ଯୋଜକ ସମ୍ପନ୍ନ ତର୍କବଚନକୁ → (ତୀର) ଚିହ୍ନଦ୍ୱାରା ସଂକ୍ଷେପ କରାଯାଇଥାଏ । ତଦନୁସାରେ If A … then B ତର୍କବଚନଟିକୁ ‘A → B’ ରୂପେ ଲେଖାଯାଏ । ତାହେଲେ ଯେକୌଣସି ପ୍ରାକଳ୍ପିକ ତର୍କବଚନର ସାଧାରଣ ଆକାର ‘p → q’
ହେବ ।

ଉଲ୍ଲିଖତ ଯୁକ୍ତିରେ କାରଣକୁ କାର୍ଯ୍ୟର ପୂର୍ବଗ (antecedent) ଓ କାର୍ଯ୍ୟକୁ କାରଣର ଅନୁଗ (consequent) ବୋଲି ବିବେଚନା କରାଯାଏ । ତେଣୁ କାର୍ଯ୍ୟକାରଣ ପ୍ରକାଶକ ତର୍କବଚନ ପ୍ରାକଳ୍ପିକ ତର୍କବଚନର ରୂପ ବା ଆକାର ଧାରଣ କରିଥାଏ । କାର୍ଯ୍ୟକାରଣ ସମ୍ବନ୍ଧ ନିୟମାନୁମୋଦିତ ଘଟଣା ପରସ୍ପରର ଉଦାହରଣ ଏହି ନିୟମର କାରଣିକ (causal) ନିୟମ । ଯେଉଁ ଜାତୀୟ ତର୍କବଚନରେ ନିୟମ ବ୍ୟକ୍ତ ହୁଏ, ସେହି ତର୍କବଚନର ଆକାର ପ୍ରାକଳ୍ପିକ ବୋଲି ଅନେକେ ମନେକରନ୍ତି । ପୁନଶ୍ଚ ପ୍ରାକଳ୍ପିକ ତର୍କବଚନଦ୍ୱାରା ସର୍ଭାଧୀନ ସମ୍ବନ୍ଧ ମଧ୍ଯ ବ୍ୟକ୍ତ ହୁଏ; ମାତ୍ର ସର୍ଭ ବିରହିତ ନିୟମ ବ୍ୟକ୍ତ ହୁଏ ନାହିଁ । ତେଣୁ କାରୁଣିକ ନିୟମାଧୀନ ଦୁଇଟି ଘଟଣା ମଧ୍ୟରେ ଉପକାରଣର ସମ୍ବନ୍ଧ ଥାଏ ।

ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ, କାରଣ ନିର୍ଦ୍ଦିଷ୍ଟ କାର୍ଯ୍ୟର କେଉଁଭଳି ଉପକାରଣ ? ସାଧାରଣଭାବେ ଉପକାରଣଗୁଡ଼ିକ କାର୍ଯ୍ୟର କାରଣଭାବେ ପରିଚିତ ହେବାକୁ ହେଲେ ତାହା ଆବଶ୍ୟକ ଓ ପର୍ଯ୍ୟାପ୍ତ – ଏହି ଦୁଇଭାଗରେ ପରିଚିତ ହେବା ଉଚିତ । ଯଦି ‘କ’ ନ ଘଟିଲେ ‘ଖ’ ଘଟେ ନାହିଁ; କିନ୍ତୁ ‘କ’ ଘଟିପାରେ ମଧ୍ଯ ‘ଖ’ ନ ଘଟିପାରେ, ତେବେ ‘କ’ କୁ ‘ଖ’ର ଆବଶ୍ୟକ ଉପକାରଣ କୁହାଯାଏ । ‘କ’ର ଅଘଟଣ ବା ନ ଘଟିବାକୁ ପ୍ରତୀକଦ୍ବାରା ~ କ ରୂପେ ପ୍ରକାଶ କରାଯାଇଥାଏ । ଅନୁରୂପଭାବରେ ଆମେ ~ ଖ ପାଇପାରୁ । ବର୍ତ୍ତମାନ ~ କ ଯଦି ଗୋଟିଏ ପ୍ରାକୃତିକ ତର୍କବଚନର ପୂର୍ବଗ ହୁଏ ଓ ~ ଖ ଟି ତାହାର ଅନୁଗ ହୁଏ, ତାହାଲେ ~ କ → ଖ ତର୍କବଚନଟି କ ଯେ ଖ ର ଆବଶ୍ୟକ ଉପକାରଣ ଏହି କଥାଟି ପ୍ରକାଶ କରୁଛି ।

ଯେପରି ଅଗ୍ନି ସଂଯୋଗ ନ ଘଟିଲେ ଧୂମ ସୃଷ୍ଟି ହୁଏ ନାହିଁ । ଯେପରି ଅମ୍ଳଜାନ ନଥିଲେ ଦହନ କ୍ରିୟା ଅସମ୍ଭବ ହୁଅନ୍ତା, ଅର୍ଥାତ୍ ଅଗ୍ନିସଂଯୋଗ ଧୂମ ସୃଷ୍ଟିର ଆବଶ୍ୟକ ଉପକାରଣ । ପୁଣି ଅମ୍ଳଜାନର ଉପସ୍ଥିତି ଦହନ କ୍ରିୟାର ଆବଶ୍ୟକ ଉପକାରଣ । ସଂକ୍ଷେପରେ ଆମେ ‘ ∞ p → q’ ତର୍କବଚନ ଆବଶ୍ୟକ ଉପକାରଣକୁ ବ୍ୟକ୍ତ କରେ ବୋଲି ମନେକରୁ । ତାହେଲେ ପ୍ରଦତ୍ତ ଉଦାହରଣ ଦୁଇଟିରୁ ଆମର ମନେରଖୁବା ଉଚିତ ଯେ, ଅଗ୍ନି ସଂଯୋଗ ହେଲେ ମଧ୍ୟ ଧୂମ ସୃଷ୍ଟି ନ ହୋଇ ମଧ୍ୟ ପାରେ; ଯଥା – ଗ୍ୟାସ୍ ଚୁଲାରେ ଅଗ୍ନି ସଂଯୋଗ ହେଲେ ମଧ୍ୟ ଧୂମ ସୃଷ୍ଟି ହୁଏ ନାହିଁ । ପୁନଶ୍ଚ ଯଦି କେହି ଅଗ୍ନି ସଂଯୋଗ ନ କରେ, ତାହେଲେ ଅମ୍ଳଜାନ ଥିଲେ ମଧ୍ୟ ଯେ ଦହନ କ୍ରିୟା ସଂଘଟିତ ହେବ ତାହା ମଧ୍ୟ କୁହାଯାଇ ନ ପାରେ ।

ମାତ୍ର ଯଦି ଅମ୍ଳଜାନ ନଥାଏ, ତାହେଲେ ଅଗ୍ନିସଂଯୋଗ କଲେ ମଧ୍ୟ ଦହନକ୍ରିୟା ସଂଘଟିତ ହୋଇପାରିବ ନାହିଁ । ଏହା ହେଉଛି ଉପକାରଣର ଆବଶ୍ୟକତାର ତାତ୍ପର୍ଯ୍ୟ । ଏତଦ୍‌ବ୍ୟତୀତ ଏକା ଘଟଣାର ଏକାଧିକ ଆବଶ୍ୟକ ଉପକାରଣ ଥାଇପାରେ । ଯେପରି ଅଗ୍ନିସଂଯୋଗ ଓ ଆର୍ଦ୍ର ଇନ୍ଧନ – ଏହି ଦୁଇ ଘଟଣା ଧୂମ ସୃଷ୍ଟିର ଆବଶ୍ୟକ ଉପକାରଣ ରୂପେ ପରିଗଣିତ ହୋଇପାରେ ।

CHSE Odisha Class 11 Logic Unit 4 Short & Long Answer Questions in Odia Medium

ବର୍ତ୍ତମାନ ପର୍ଯ୍ୟାପ୍ତ ଉପକାରଣ (Sufficient condition) ବିଷୟରେ ଆଲୋଚନା କରାଯାଉ । ଧରାଯାଉ ‘କ ଓ ଖ’ର ସମ୍ବନ୍ଧ ଏପରି ଯେ ‘କ’ ଘଟିଲେ ‘ଖ୍’ ମଧ୍ୟ ଘଟେ, ଯଦିଓ ‘କ’ ନ ଘଟିଲେ ମଧ୍ୟ ‘ଖ’ ଘଟିପାରେ । ଏ କ୍ଷେତ୍ରରେ ‘କ’, ‘ଖ’ର ପର୍ଯ୍ୟାପ୍ତ ଉପକାରଣ । ପ୍ରତୀକାତ୍ମକଭାବରେ ଉପକାରଣଟି ‘କ’ → ‘ଖ’ ରୂପେ ବ୍ୟକ୍ତ କରାଯାଇପାରେ । ଧରାଯାଉ, ବିଷପାନରେ ମୃତ୍ୟୁ ହେଲା । ଏଠାରେ ‘ବିଷପାନ’ ‘ମୃତ୍ୟୁ’ର ପର୍ଯ୍ୟାପ୍ତ ଉପକାରଣ; କିନ୍ତୁ କେହି ବିଷପାନ ନ କଲେ ମଧ୍ୟ ଅନ୍ୟ କାରଣରୁ ତାହାର ମୃତ୍ୟୁ ହୋଇପାରେ । ଅର୍ଥାତ୍ ଏଠାରେ ବିଷପାନ ନିର୍ଦ୍ଦିଷ୍ଟଭାବରେ ମୃତ୍ୟୁ ନିମନ୍ତେ ପର୍ଯ୍ୟାପ୍ତ ନୁହେଁ । ଅନ୍ୟ କୌଣସି ପର୍ଯ୍ୟାପ୍ତ ଉପକାରଣ ମୃତ୍ୟୁର କାରଣ ହୋଇପାରେ ।

ଯେପରି କୌଣସି ଦୁରାରୋଗ୍ୟ ବ୍ୟାଧ୍ ବା ବିମାନ ଦୁର୍ଘଟଣା ଇତ୍ୟାଦି ମୃତ୍ୟୁର କାରଣ ମଧ୍ୟ ହୋଇପାରେ । ବର୍ତ୍ତମାନ ପ୍ରଶ୍ନ ହେଉଛି କାରଣ କାର୍ଯ୍ୟର ପର୍ଯ୍ୟାପ୍ତ ଉପକାରଣ ନା ଆବଶ୍ୟକ ଉପକାରଣ ନା ପର୍ଯ୍ୟାପ୍ତ – ଆବଶ୍ୟକ ଉପକାରଣ ? ପର୍ଯ୍ୟାପ୍ତ – ଆବଶ୍ୟକ ଉପକାରଣର (sufficient & necessary condition) ନିମ୍ନଲିଖ୍ ବ୍ୟାଖ୍ୟା ଦିଆଯାଇପାରେ । କ ଓ ଖ ନାମକ ଦୁଇଟି ଘଟଣା ଏପରିଭାବରେ ସମ୍ବନ୍ଧିତ ଯେ, ‘କ’ ଘଟିଲେ ‘ଖ’ ଘଟେ ଏବଂ ‘କ’ ନ ଘଟିଲେ ‘ଖ’ ଘଟେ ନାହିଁ । ଅନୁରୂପ କ୍ଷେତ୍ରରେ ଆମେ କହିବୁ ଯେ ‘କ’ ‘ଖ’ର ପର୍ଯ୍ୟାପ୍ତ ଓ ଆବଶ୍ୟକ ଉପକାରଣ । ଅର୍ଥାତ୍ –
~ କ → ~ ଖ
କ → ଖ

ଏହି ଉଭୟ ପ୍ରାବନ୍ଧିକ ଆକାରଦ୍ୱାରା ‘କ’ ଓ ‘ଖ’ ସମ୍ବନ୍ଧକୁ ବ୍ୟକ୍ତ କରିହେବ । ଆମେ ଜାଣୁ ଯେ ଅଗ୍ନି ସଂଯୋଗ ଧୂମ ସୃଷ୍ଟିର ପର୍ଯ୍ୟାପ୍ତ ଆବଶ୍ୟକ ଉପକାରଣ, ତାହେଲେ ଏଥୁରୁ କ’ଣ ବୁଝୁ । ଓଦା କାଠରେ ଅଗ୍ନିସଂଯୋଗ କଲେ ଧୂମ ସୃଷ୍ଟି ହୁଏ ଏବଂ ଯଦି ଓଦା କାଠରେ ଅଗ୍ନିସଂଯୋଗ ନ କରାଯାଏ ତାହେଲେ ଅନ୍ୟ କୌଣସିଭାବରେ ଧୂମସୃଷ୍ଟି କରିହୁଏ ନାହିଁ । ତେଣୁ କହିବୁ ଯେ, ଓଦା କାଠରେ ଅଗ୍ନିସଂଯୋଗ ଧୂମ ସୃଷ୍ଟିର ପର୍ଯ୍ୟାପ୍ତ ଆବଶ୍ୟକ ଉପକାରଣ । କାରଣ ଅନୁସନ୍ଧାନ କ୍ଷେତ୍ରରେ ଅପ୍ରୟୋଜନୀୟ କୌଣସି ଘଟଣାକୁ ଅପସାରିତ କରିବାକୁ ହେଲେ ଆବଶ୍ୟକ ଉପକାରଣ ପ୍ରୟୋଜନ ।

ପୁଣି କୌଣସି ଘଟଣାର ସଂଘଟନ କାମ୍ ହେଲେ ସେହି ଘଟଣାର କାରଣଭାବରେ ପର୍ଯ୍ୟାପ୍ତ ଉପକାରଣ ବୁଝାଯାଏ । ତେଣୁ କାରଣର ପୂର୍ଣ୍ଣାଙ୍ଗ ସଂଜ୍ଞା ଦେବାକୁ ହେଲେ ଉଭୟ ପ୍ରକାର ଉପକାରଣର ଉଲ୍ଲେଖ ଥିବା ଆବଶ୍ୟକ ପର୍ଯ୍ୟାପ୍ତ ଆବଶ୍ୟକ ଉପକାରଣର ଉପସ୍ଥିତିରେ କାର୍ଯ୍ୟ ଘଟେ; ମାତ୍ର ଅନୁପସ୍ଥିତିରେ କାର୍ଯ୍ୟ ଘଟେ ନାହିଁ । ତେଣୁ କୁହାଯାଏ ଯେ, ଗୋଟିଏ କାର୍ଯ୍ୟର ମାତ୍ର ପର୍ଯ୍ୟାପ୍ତ ଆବଶ୍ୟକ ଉପକାରଣ ଥାଇପାରେ ।

ଅଥବା ପର୍ଯ୍ୟାପ୍ତ-ଆବଶ୍ୟକ ଉପକାରଣ ହେଉଛି ଯାବତୀୟ ଆବଶ୍ୟକ ଉପକାରଣର ସମଷ୍ଟି । ‘- କ → ~ ଖ’ ବ୍ୟକ୍ତ କରେ ଯେ ‘କ’, ‘ଖ’ର ଆବଶ୍ୟକ ଉପକାରଣ । ପୁଣି ‘କ’ → ‘ଖ’ ବ୍ୟକ୍ତ କରେ ଯେ ‘କ’, ‘ଖ’ର ପର୍ଯ୍ୟାପ୍ତ ଉପକାରଣ । ଏଠାରେ ‘କ’ ‘ଖ’କୁ ବିପରୀତାବର୍ତ୍ତନ (contrapositive) କଲେ ଆମେ ‘~ ଖ → ~ କ’ ପାଉ । ‘~ ଖ → ~ କ’ ବ୍ୟକ୍ତ କରେ ଯେ ‘~ ଖ → କ’ର ଆବଶ୍ୟକ ଉପକାରଣ । ଅର୍ଥାତ୍ – ‘କ’ ‘ଖ’ ଏବଂ ‘~ ଖ → ~ କ’ର ଆବଶ୍ୟକ ଉପକାରଣ । ଅର୍ଥାତ୍ ‘~ କ’ ‘ଖ’ ‘~ ଖ → ~ କ’ ଯୁଗ୍ମଭାବରେ ଯାବତୀୟ ଆବଶ୍ୟକ ଉପକାରଣର ସମଷ୍ଟି ।

କାରଣକୁ ପର୍ଯ୍ୟାପ୍ତ ଉପକାରଣ କହିଲେ ବହୁକାରଣବାଦ ହୁଏ । ପର୍ଯ୍ୟାପ୍ତ ଉପକାରଣ ଅନୁଯାୟୀ ‘କ’ ନ ଘଟିଲେ ‘ଖ’ ଅନ୍ୟ କାରଣରୁ ଘଟିପାରେ । ଯଥା – ଯଦି ବିଷପାନରେ ମୃତ୍ୟୁ ନ ଘଟେ, ତାହା ବିମାନ ଦୁର୍ଘଟଣାରେ ଘଟିପାରେ । ଅର୍ଥାତ୍ ପର୍ଯ୍ୟାପ୍ତ ଉପକାରଣବାଦୀମାନେ ବିକଳ୍ପ କାରଣବାଦୀ; କିନ୍ତୁ ଯେଉଁମାନେ କାରଣକୁ କାର୍ଯ୍ୟର ପର୍ଯ୍ୟାପ୍ତ-ଆବଶ୍ୟକ ଉପକାରଣଭାବରେ ଗ୍ରହଣ କରନ୍ତି ସେମାନେ ଏକକାରଣବାଦୀ । ସେମାନଙ୍କ ମତରେ, ଗୋଟିଏ କାର୍ଯ୍ୟର ଏକାଧ୍ଵକ କାରଣ ଥାଇ ନ ପାରେ । ମିଲ୍ ପ୍ରଦତ୍ତ କାରଣର ବିଖ୍ୟାତ ସଂଜ୍ଞାଟି ପର୍ଯ୍ୟାପ୍ତ ଉପକାରଣକୁ ବ୍ୟକ୍ତ କରିଥାଏ । ସେଥ‌ିରେ କୁହାଯାଇଛି ଯେ, କାର୍ଯ୍ୟ କାରଣର ନିୟତ ଅନୁଗ ।

୯. ବହୁକାରଣବାଦ (The Doctrine of Plurality of Causes) ଆଲୋଚନା କର ।
Answer:
ବହୁକାରଣବାଦ ଅନୁସାରେ ଏକା କାର୍ଯ୍ୟ ବିଭିନ୍ନ ଅବସ୍ଥାରେ ବିଭିନ୍ନ କାରଣଦ୍ବାରା ଉତ୍ପନ୍ନ ହୋଇପାରେ । ତାର୍କିକ ମିଲ୍ ଏବଂ ବେନ୍ ଏହି ବହୁକାରଣବାଦକୁ ସମର୍ଥନ କରିଛନ୍ତି । ମିଲ୍ କହନ୍ତି, ‘‘ଗୋଟିଏ ଘଟଣା ବିଭିନ୍ନ କାରଣଦ୍ବାରା ଉତ୍ପନ୍ନ ହୋଇପାରେ ।’’ ବେନ୍ କହନ୍ତି, ‘ଏକା କାରଣ ସବୁ ସମୟରେ ଏକାକାର୍ଯ୍ୟ ଉତ୍ପନ୍ନ କରେ ।’’ କାର୍ଯ୍ୟକାରଣ ନିୟମର ଏହି କଥାଟି ସତ୍ୟ; କିନ୍ତୁ ଏହାର ବିପରୀତ ନିୟମଟି ସତ୍ୟ ନୁହେଁ । ଅନେକ ସମୟରେ ଦେଖାଯାଏ ଯେ, ଏକାକାର୍ଯ୍ୟ ବିଭିନ୍ନ କାରଣଦ୍ୱାରା ଏହି କାର୍ଯ୍ୟଟି କୌଣସି ସମୟରେ ବିଷପାନ, କୌଣସି ସମୟରେ ଦୁର୍ଘଟଣା, କୌଣସି ସମୟରେ ହଇଜା ପ୍ରଭୃତି କାରଣଦ୍ଵାରା ଘଟିପାରେ ।

ବହୁକାରଣବାଦର ଅର୍ଥ ଏହା ନୁହେଁ ଯେ, ଗୋଟିଏ କାରଣ ବହୁ ଉପକାରଣର ସମଷ୍ଟି । ବହୁକାରଣବାଦ ‘ବହୁକାରଣର ସମନ୍ବୟ’ (conjunction of causes) ଠାରୁ ପୃଥକ୍ । ବହୁକାରଣବାଦ ଅନୁସାରେ ଏକାକାର୍ଯ୍ୟ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣଦ୍ୱାରା ସୃଷ୍ଟି ହୋଇପାରେ । ପୁନଶ୍ଚ ବହୁକାରଣ ସମନ୍ଵୟ ଅନୁସାରେ ଅନେକଗୁଡ଼ିଏ କାରଣ ଏକତ୍ର ସଂଯୁକ୍ତ ହୋଇ ଗୋଟିଏ କାର୍ଯ୍ୟ ସୃଷ୍ଟି କରିଥାଏ । ଯେପରି ଘରେ ଚାରୋଟି ୬୦ ପାୱାର ବିଜୁଳି ଆଲୁଅ ଏକାସହିତ ଜଳିଲେ ଆମେ ୨୪୦ ପାୱାର ଆଲୋକ ଦେଖିବାକୁ ପାଉ ।

ସମାଲୋଚନା (Criticism) – ‘ବହୁକାରଣବାଦ’ ନୀତିଟି ଲୌକିକ ଦୃଷ୍ଟିକୋଣରୁ ଅନେକ ସମୟରେ ସତ୍ୟ ବୋଲି ମନେହେଲେ ମଧ୍ୟ ବିଜ୍ଞାନସମ୍ମତ ନୁହେଁ । ନିମ୍ନୋକ୍ତ କାରଣରୁ ବହୁକାରଣବାଦକୁ ସମର୍ଥନ କରିହୁଏ ନାହିଁ ।

ପ୍ରଥମତଃ, ବହୁକାରଣବାଦ ‘କାର୍ଯ୍ୟ’ର ସ୍ବରୂପ ସମ୍ପର୍କରେ ଭ୍ରାନ୍ତ ଧାରଣା ଉପରେ ପ୍ରତିଷ୍ଠିତ । ବହୁକାରଣବାଦ ଅନୁସାରେ ଏକା କାର୍ଯ୍ୟ ବିଭିନ୍ନ କାରଣଦ୍ବାରା ଉତ୍ପନ୍ନ ହୋଇପାରେ; କିନ୍ତୁ ପ୍ରକୃତରେ ବିଭିନ୍ନ କାରଣଦ୍ୱାରା ସୃଷ୍ଟ କାର୍ଯ୍ୟଗୁଡ଼ିକର ସ୍ଵରୂପ ଏକା ନୁହେଁ । ‘କାରଣ’ ଯେପରି କେତେଗୁଡ଼ିଏ ଉପକାରଣର ସମଷ୍ଟି, ‘କାର୍ଯ୍ୟ’ ମଧ୍ୟ କେତେଗୁଡ଼ିଏ ଘଟଣାର ସମଷ୍ଟି । ଧରାଯାଉ, ‘ମୃତ୍ୟୁ’ ହେଲା ‘କାର୍ଯ୍ୟ’ । ବହୁକାରଣବାଦୀମାନଙ୍କ ମତରେ, ମୃତ୍ୟୁର ବହୁକାରଣ ହୋଇପାରେ; ଯଥା – ବିଷପାନ, ଦୁର୍ଘଟଣା, ହଇଜା ଇତ୍ୟାଦି ।

କିନ୍ତୁ ବିଶ୍ଳେଷଣ କଲେ ଦେଖାଯିବ ଯେ, ଯଦିଓ ପ୍ରତ୍ୟେକ କ୍ଷେତ୍ରରେ ‘ମୃତ୍ୟୁ’ ହେଉଛି ‘କାର୍ଯ୍ୟ’ ତଥାପି ବିଷପାନ ଫଳରେ ଯେଉଁ ମୃତ୍ୟୁ ହେଉଛି ତହିଁର ଉପସର୍ଗମାନ ହଇଜାଦ୍ୱାରା ଆକ୍ରାନ୍ତ ହୋଇ ମୃତ୍ୟୁ ଉପସର୍ଗମାନ ସହ ସମାନ ନୁହେଁ, ମାତ୍ର ଭିନ୍ନ ଅଟେ ଏବଂ ଠିକ୍ କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଶବ ବ୍ୟବଚ୍ଛେଦ ସାହାଯ୍ୟରେ ଜଣାଯାଏ । ‘କାର୍ଯ୍ୟ’କୁ ସାଧାରଣ ଭାବରେ ଗ୍ରହଣ ନ କରି ଯଦି ବିଶେଷଭାବରେ (Specialising the effect) ଗ୍ରହଣ କରାଯାଏ, ତାହେଲେ ବହୁକାରଣବାଦ ଭ୍ରାନ୍ତବୋଲି ପ୍ରମାଣିତ ହେବ ।

‘କାରଣ’କୁ ବିଶେଷଭାବରେ ଗ୍ରହଣ କଲେ ‘କାର୍ଯ୍ୟ’କୁ ମଧ୍ୟ ବିଶେଷଭାବରେ ଗ୍ରହଣ କରାଯିବା ଉଚିତ । ଯେତେବେଳେ କହୁ ମୃତ୍ୟୁର କାରଣ ବିଷପାନ, ଦୁର୍ଘଟଣା, ହଇଜା ଇତ୍ୟାଦି, ସେତେବେଳେ ଦୁର୍ଘଟଣାଜନିତ ମୃତ୍ୟୁ ଯେଉଁ ଯେଉଁ ସଦର୍ଥକ ଓ ନଞର୍ଥକ ଉପକାରଣର ସମଷ୍ଟିରୁ ସୃଷ୍ଟ ତାହା ବିଷପାନଜନିତ ମୃତ୍ୟୁବେଳେ ଉପସ୍ଥିତ ଥ‌ିବା ସଦର୍ଥକ ଏବଂ ନଞର୍ଥକ ଉପକାରଣମାନଙ୍କର ସମଷ୍ଟିଠାରୁ ଭିନ୍ନ ଅଟେ । ତେଣୁ ଆମେ ଉଭୟ କ୍ଷେତ୍ରରେ ମୃତ୍ୟୁକୁ ଏକ ଏବଂ ସମାନ ମୃତ୍ୟୁ ବୋଲି ତର୍କସମ୍ମତଭାବରେ କିଭଳି କହିପାରିବା ?

ଦ୍ବିତୀୟତଃ, ‘କାର୍ଯ୍ୟ’କୁ ସାଧାରଣ ଭାବରେ ନିଆଗଲେ ‘କାରଣ’କୁ ମଧ୍ୟ ସାଧାରଣଭାବରେ (Generalising the cause) ନେବା ଉଚିତ । ଯେତେବେଳେ କହୁ ମୃତ୍ୟୁରୂପୀ ‘କାର୍ଯ୍ୟ’ଟି ବିଭିନ୍ନ କାରଣଦ୍ଵାରା ଘଟିପାରେ; ଯଥା – ବିଷପାନ, ହଇଜା ଇତ୍ୟାଦି ସେତେବେଳେ ମୃତ୍ୟୁକୁ ସାଧାରଣଭାବରେ ଏବଂ ‘କାରଣ’କୁ ବିଶେଷଭାବରେ ଗ୍ରହଣ କରୁ । ‘କାରଣ’କୁ ଯଦି ସାଧାରଣଭାବରେ ଗ୍ରହଣ କରାଯାଏ, ତେବେ ବିଷପାନରେ ମୃତ୍ୟୁ, ଦୁର୍ଘଟଣାରେ ମୃତ୍ୟୁ, ହଇଜାରେ ମୃତ୍ୟୁ ପ୍ରଭୃତି ପ୍ରତ୍ୟେକ ମୃତ୍ୟୁର କ୍ଷେତ୍ରରେ ଗୋଟିଏ ମାତ୍ର ବିଶେଷ ସାଧାରଣ ‘କାରଣ’ ମିଳିପାରିବ; ଯଥା – ‘ହୃତ୍‌ପିଣ୍ଡରେ କ୍ରିୟା ବନ୍ଦ ହେବା’ ଫଳରେ ବହୁକାରଣବାଦ ଭ୍ରାନ୍ତ ବୋଲି ପ୍ରମାଣିତ ହେବ । ଏକା କାର୍ଯ୍ୟ (ମୃତ୍ୟୁ), ଏକା କାରଣ (ହୃତ୍‌ପିଣ୍ଡର କ୍ରିୟା ବନ୍ଦ ହେବା) ଦ୍ବାରା ଉତ୍ପନ୍ନ ହେଲା ବୋଲି କହିହେବ; ମାତ୍ର ବହୁକାରଣଦ୍ୱାରା ନୁହେଁ ।

୧୦. ବହୁକାରଣର ସମନ୍ବୟ ଓ କାର୍ଯ୍ୟସମ୍ମିଶ୍ରଣ (Conjunction of causes and Intermixture of Effect) ସମ୍ବନ୍ଧରେ ଆଲୋଚନା କର ।
Answer:
ଏକାଧ୍ଵକ କାରଣ ଏକା ସହିତ ମିଳିତ ହୋଇ ଯେତେବେଳେ କାର୍ଯ୍ୟକରେ ଏବଂ ବିଭିନ୍ନ କାରଣଗୁଡ଼ିକଦ୍ୱାରା ସୃଷ୍ଟ କାର୍ଯ୍ୟଗୁଡ଼ିକ ଯଦି ଅଲଗାଭାବରେ ପ୍ରକାଶିତ ନ ହୋଇ ଏକା ସହିତ ମିଶ୍ରିତ ହୋଇ ପ୍ରକାଶିତ ହୁଏ, ତାହେଲେ ସେହି ମିଶ୍ରିତ କାର୍ଯ୍ୟକୁ କାର୍ଯ୍ୟସମ୍ମିଶ୍ରଣ କୁହାଯିବ । ଯେପରି ଗୋଟିଏ ଘରେ ୬୦ ପାୱାର ବତିର ତିନୋଟି ଆଲୋକ ଏକା ସହିତ ଜଳୁଛି । ଘରେ ଯେଉଁ ଆଲୋକ ହେଉଛି ସେହି ଆଲୋକ କାର୍ଯ୍ୟ ସମ୍ମିଶ୍ରଣ ଅଟେ । ଯେହେତୁ ତିନୋଟି ବତିର ଆଲୋକ ଅଲଗାଭାବରେ ପ୍ରକାଶିତ ନହୋଇ ପରସ୍ପର ସହିତ ମିଶ୍ରିତ ହୋଇ ପ୍ରକାଶିତ ହୋଇଛି ।

କାର୍ଯ୍ୟସମ୍ମିଶ୍ରଣ ଦୁଇ ପ୍ରକାର; ଯଥା – (୧) ସମଜାତୀୟ କାର୍ଯ୍ୟସମ୍ମିଶ୍ରଣ (Homogeneous intermixture of effect) ଭିନ୍ନଜାତୀୟ କାର୍ଯ୍ୟସମ୍ମିଶ୍ରଣ (Heteropathic intermixture of effect) ।

CHSE Odisha Class 11 Logic Unit 4 Short & Long Answer Questions in Odia Medium

(୧) ସମଜାତୀୟ କାର୍ଯ୍ୟସମ୍ମିଶ୍ରଣ – ଏକାଧ୍ଯକ ସମକାରଣ ଏକା ସହିତ ମିଳିତ ହୋଇ କାର୍ଯ୍ୟ କରିବା ଫଳରେ ଯେତେବେଳେ ଗୋଟିଏ ମିଶ୍ରକାର୍ଯ୍ୟ ସୃଷ୍ଟି ହୁଏ ଏବଂ ମିଶ୍ରକାର୍ଯ୍ୟଟି ଯେତେବେଳେ କାରଣଗୁଡ଼ିକଦ୍ଵାରା ଅଲଗାଭାବରେ ସୃଷ୍ଟ କାର୍ଯ୍ୟର ସମଜାତୀୟ ହୁଏ, ସେତେବେଳେ ତାହାକୁ ସମଜାତୀୟ କାର୍ଯ୍ୟସମ୍ମିଶ୍ରଣ କୁହାଯାଏ । ତିନୋଟି ୬୦ ପାୱାର ବତିର ଆଲୋକ ଏକା ସହିତ ଘରେ ଜଳୁଛି । ଘରେ ଯେଉଁ ଆଲୋକ ମାତ୍ରା ସୃଷ୍ଟି ହୋଇଛି ସେହି ଆଲୋକମାତ୍ରାକୁ ସମଜାତୀୟ କାର୍ଯ୍ୟସମ୍ମିଶ୍ରଣ ବୋଲି କୁହାଯିବ ।

(୨) ଭିନ୍ନଜାତୀୟ କାର୍ଯ୍ୟସମ୍ମିଶ୍ରଣ – ଏକାଧ୍ଵକ କାରଣ ଏକା ସହିତ ମିଳିତ ହୋଇ କାର୍ଯ୍ୟ କରିବା ଫଳରେ ଯେତେବେଳେ ଗୋଟିଏ ମିଶ୍ରକାର୍ଯ୍ୟ ସୃଷ୍ଟି ହୁଏ ଏବଂ ମିଶ୍ରକାର୍ଯ୍ୟଟି ଯେତେବେଳେ କାରଣଗୁଡ଼ିକଦ୍ବାରା ଅଲଗାଭାବରେ ସୃଷ୍ଟ କାର୍ଯ୍ୟର ଭିନ୍ନଜାତୀୟ ହୁଏ, ସେତେବେଳେ ତାହାକୁ ଭିନ୍ନଜାତୀୟ କାର୍ଯ୍ୟସମ୍ମିଶ୍ରଣ କୁହାଯାଏ । ଯେପରି ଉଦ୍‌ଜାନ ଓ ଅମ୍ଳଜାନ ମିଶି ଯେତେବେଳେ ଜଳ ସୃଷ୍ଟି କରେ; ସେତେବେଳେ ଜଳରୂପ ମିଶ୍ରକାର୍ଯ୍ୟଟି ଉକ୍ତ ଦୁଇଟି ଉପକାରଣଗୁଡ଼ିକର ସ୍ଵରୂପଠାରୁ ଭିନ୍ନ ।

୧୧. ପରୀକ୍ଷଣ କାହାକୁ କହନ୍ତି ? ପର୍ଯ୍ୟବେକ୍ଷଣ ସହିତ ପରୀକ୍ଷଣର ସମ୍ବନ୍ଧ ନିରୂପଣ କର ।
କିମ୍ବା, ‘ପର୍ଯ୍ୟବେକ୍ଷଣ ଓ ପରୀକ୍ଷଣର ପାର୍ଥକ୍ୟ ପରିମାଣଗତ, ପ୍ରକାରଗତ ନୁହେଁ ।’- ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କର।
Answer:
ପର୍ଯ୍ୟବେକ୍ଷଣୀୟ ବସ୍ତୁ ବା ଘଟଣା ବିଷୟରେ ସମ୍ୟକ୍ ଜ୍ଞାନଲାଭ ନିମିତ୍ତ ପ୍ରାନିୟନ୍ତ୍ରିତ ପରିବେଶ ମଧ୍ୟରେ ତାହାର ପର୍ଯ୍ୟବେକ୍ଷଣକୁ ପରୀକ୍ଷାମୂଳକ ପର୍ଯ୍ୟବେକ୍ଷଣ କୁହାଯାଏ; ମାତ୍ର କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସାଧନ ନିମିତ୍ତ କୌଣସି ପୂର୍ବଧାରଣାର ବଶବର୍ତ୍ତୀ ନ ହୋଇ ପ୍ରାକୃତିକ ପରିବେଶ ମଧ୍ୟରେ ବସ୍ତୁ, ଗୁଣ, କ୍ରିୟା, ଘଟଣା ଇତ୍ୟାଦିର ନିୟନ୍ତ୍ରିତ ପ୍ରତ୍ୟକ୍ଷାନୁଭୂତିକୁ ପର୍ଯ୍ୟବେକ୍ଷଣ କୁହାଯାଏ ।

‘ପର୍ଯ୍ୟବେକ୍ଷଣ’ ଅତ୍ୟନ୍ତ ବ୍ୟାପକ ଅର୍ଥରେ ବ୍ୟବହୃତ ହେଉଥ‌ିବାବେଳେ ପରୀକ୍ଷଣ ଅତ୍ୟନ୍ତ ସୀମିତ ଅର୍ଥରେ ବ୍ୟବହୃତ ହୋଇଥାଏ । ପର୍ଯ୍ୟବେକ୍ଷଣ ଦୁଇପ୍ରକାର ହୋଇପାରେ; ଯଥା – ସାଧାରଣ ବା ସରଳ ପର୍ଯ୍ୟବେକ୍ଷଣ ଓ ପରୀକ୍ଷାମୂଳକ ପର୍ଯ୍ୟବେକ୍ଷଣ ବା ପରୀକ୍ଷଣ ।

ପରୀକ୍ଷଣ ପର୍ଯ୍ୟବେକ୍ଷଣର ଗୋଟିଏ ଅଙ୍ଗ । ବିନା ପର୍ଯ୍ୟବେକ୍ଷଣରେ କୌଣସି ପ୍ରକାର ପରୀକ୍ଷଣ ହେବା ସମ୍ଭବପର ନୁହେଁ।
ପର୍ଯ୍ୟବେକ୍ଷଣ ଏବଂ ପରୀକ୍ଷଣ ମଧ୍ୟରେ ନିମ୍ନଲିଖ୍ ପାର୍ଥକ୍ୟ ଦର୍ଶାଯାଇପାରେ ।
ପରୀକ୍ଷଣରେ ଘଟଣାକୁ କୃତ୍ରିମ ଉପାୟରେ ସୃଷ୍ଟି କରାଯାଏ, ମାତ୍ର ପର୍ଯ୍ୟବେକ୍ଷଣରେ ଘଟଣା ପ୍ରକୃତିଦ୍ୱାରା ସୃଷ୍ଟି ହୋଇଥାଏ ।

ବେନ୍‌ଙ୍କ ଭାଷାରେ, ‘ପର୍ଯ୍ୟବେକ୍ଷଣରେ ଘଟଣାଟିକୁ ଖୋଜି ବାହାର କରାଯାଏ; କିନ୍ତୁ ପରୀକ୍ଷଣରେ ଘଟଣାକୁ ସୃଷ୍ଟି କରାଯାଏ ।’’ ବିଦ୍ୟୁତକୁ ଆମ୍ଭେ ବିଜୁଳି ରୂପରେ ଆକାଶରେ ଦେଖୁ । ତେଣୁ ଏହା ହେଲା ପର୍ଯ୍ୟବେକ୍ଷଣ, ମାତ୍ର ବିଜ୍ଞାନାଗାରରେ କୃତ୍ରିମ ଉପାୟରେ ବିଦ୍ୟୁତ୍ ସୃଷ୍ଟି କରାଯାଇପାରେ । ତାହା ହେଲା ପରୀକ୍ଷଣ ।

ପରୀକ୍ଷଣରେ ପରିସ୍ଥିତି ଆମର ନିୟନ୍ତ୍ରଣାଧୀନ ଥାଏ; ମାତ୍ର ପର୍ଯ୍ୟବେକ୍ଷଣରେ ପରିସ୍ଥିତି ଉପରେ ଆମର କୌଣସି ନିୟନ୍ତ୍ରଣ ନ ଥାଏ । ଆମେ ସମ୍ପୂର୍ଣ୍ଣଭାବେ ପ୍ରକୃତିର ଦୟା ଉପରେ ନିର୍ଭର କରୁ ।

କେତେକ ତାର୍କିକ ପର୍ଯ୍ୟବେକ୍ଷଣ ଏବଂ ପରୀକ୍ଷଣ ମଧ୍ଯରେ ଏତେ ମାତ୍ରାରେ ପାର୍ଥକ୍ୟ ଉପସ୍ଥାପନ କରନ୍ତି ଯେ, ଯାହା ଫଳରେ ସେମାନେ ଦୁଇଟିକୁ ସମ୍ପୂର୍ଣ୍ଣ ଭିନ୍ନ ଭିନ୍ନ ପ୍ରକ୍ରିୟା ବୋଲି ମନେକରନ୍ତି; ମାତ୍ର ପର୍ଯ୍ୟବେକ୍ଷଣ ଓ ପରୀକ୍ଷଣ ଉଭୟଙ୍କ ଲକ୍ଷ୍ୟ ହେଲା ଜ୍ଞାନଲାଭ । ତେବେ ବର୍ତ୍ତମାନ ଆସନ୍ତୁ ପର୍ଯ୍ୟବେକ୍ଷଣ ଏବଂ ପରୀକ୍ଷଣ ମଧ୍ୟରେ କି ପ୍ରକାର ପାର୍ଥକ୍ୟ ରହିଛି ଏବଂ ବିଭିନ୍ନ ହେଲା ଜ୍ଞାନଲାଭ । ତେବେ ବର୍ତ୍ତମାନ ଆସନ୍ତୁ ପର୍ଯ୍ୟବେକ୍ଷଣ ଏବଂ ପରୀକ୍ଷଣ ମଧ୍ୟରେ କି ପ୍ରକାର ପାର୍ଥକ୍ୟ ରହିଛି ଏବଂ ବିଭିନ୍ନ ତାର୍କିକମାନେ ସେ ସମ୍ବନ୍ଧରେ କିଭଳି ମତ ପ୍ରଦାନ କରିଅଛନ୍ତି ଦେଖ୍ ।

କେତେକ ତାର୍କିକଙ୍କ ମତରେ, ‘ପର୍ଯ୍ୟବେକ୍ଷଣ ପ୍ରାକୃତିକ ଓ ପରୀକ୍ଷଣ କୃତ୍ରିମ ।’’ ମାତ୍ର ଏ ପ୍ରକାର ପାର୍ଥକ୍ୟ ସମ୍ପୂର୍ଣ୍ଣ ଭ୍ରମାତ୍ମକ ଅଟେ ।

ପର୍ଯ୍ୟବେକ୍ଷଣରେ ଯେପରି ଆମକୁ ପ୍ରକୃତି ଉପରେ ନିର୍ଭର କରିବାକୁ ପଡ଼େ, ଠିକ୍ ସେହିଭଳି ପରୀକ୍ଷଣରେ ମଧ୍ୟ ଆମକୁ ପ୍ରକୃତି ଉପରେ ବେଳେ ବେଳେ ନିର୍ଭର କରିବାକୁ ପଡ଼ିଥାଏ । ପର୍ଯ୍ୟବେକ୍ଷଣରେ ଆମମାନଙ୍କୁ ମଧ୍ଯ କୃତ୍ରିମ ବୈଜ୍ଞାନିକ ଯନ୍ତ୍ରପାତିର ସାହାଯ୍ୟ ନେବାକୁ ପଡ଼ିଥାଏ । ଚନ୍ଦ୍ରଗ୍ରହଣ କିମ୍ବା ସୂର୍ଯ୍ୟୋପରାଗକୁ ପର୍ଯ୍ୟବେକ୍ଷଣ କରିବାପାଇଁ ଆମେ କେତେକ କୃତ୍ରିମ ବୈଜ୍ଞାନିକ ଯନ୍ତ୍ରର ଆବଶ୍ୟକତା ଉପଲବ୍‌ କରୁ । କୃତ୍ରିମ ଉପାୟରେ ଆମେ ଘଟଣାଟିକୁ ସୃଷ୍ଟି କଲେ ମଧ୍ୟ ପ୍ରାକୃତିକ ବସ୍ତୁକୁ ନେଇ ଆମେ ସମସ୍ତପ୍ରକାର ଆୟୋଜନ କରୁ ।

ଷ୍ଟକ୍ ଇତ୍ୟାଦି ତାର୍କିକମାନେ କହନ୍ତି ଯେ, ପର୍ଯ୍ୟବେକ୍ଷଣ ‘ନିଷ୍କ୍ରିୟ’ ଏବଂ ପରୀକ୍ଷଣ ‘ସକ୍ରିୟ’ । କାରଣ ପର୍ଯ୍ୟବେକ୍ଷଣରେ ଆମେ କେବଳ ନୀରବଦ୍ରଷ୍ଟା ଭାବରେ ପର୍ଯ୍ୟବେକ୍ଷଣ କରୁ । ପରିସ୍ଥିତିର କୌଣସି ପରିବର୍ତ୍ତନ କରୁନା; କିନ୍ତୁ ପରୀକ୍ଷଣରେ ଘଟଣାଟିକୁ ସୃଷ୍ଟି କରିବାରେ ଆମଙ୍କୁ ସକ୍ରିୟ ହେବାକୁ ହୋଇଥାଏ; ମାତ୍ର ଏ ପ୍ରକାର ପାର୍ଥକ୍ୟ ଆଦୌ ସନ୍ତୋଷଜନକ ନୁହେଁ । କାରଣ ପର୍ଯ୍ୟବେକ୍ଷଣ ସମ୍ପୂର୍ଣ୍ଣଭାବରେ ନିଷ୍କ୍ରିୟ ନୁହେଁ, ଏହା ସକ୍ରିୟ । କାରଣ ପର୍ଯ୍ୟବେକ୍ଷଣରେ ମଧ୍ୟ ଆମର ଇନ୍ଦ୍ରିୟମାନେ ସକ୍ରିୟଭାବେ କାର୍ଯ୍ୟକରନ୍ତି । ଅବଶ୍ୟ ପରୀକ୍ଷଣରେ ଆମ୍ଭେ ପର୍ଯ୍ୟବେକ୍ଷଣ ଅପେକ୍ଷା ଅଧିକ ସକ୍ରିୟ ହୋଇଥାଉ ।

ଉପରୋକ୍ତ ଆଲୋଚନାରୁ ପ୍ରମାଣିତ ହେଲା ଯେ, ପ୍ରକୃତରେ ‘ପର୍ଯ୍ୟବେକ୍ଷଣ’ ଏବଂ ‘ପରୀକ୍ଷଣ’ ମଧ୍ୟରେ କୌଣସି ପ୍ରକାରଭେଦ ନାହିଁ । ଉଭୟ କ୍ଷେତ୍ରରେ ଆମ୍ଭେ ଜ୍ଞାନଲାଭ ଉଦ୍ଦେଶ୍ୟରେ ଘଟଣା ଅଧ୍ୟୟନ କରୁ, ସେଗୁଡ଼ିକର କାରଣ ନିରୂପଣ କରୁ ଏବଂ କେଉଁ କେଉଁ ଅବସ୍ଥାରେ କ’ଣ କ’ଣ ଘଟେ ତାହା ବ୍ୟାଖ୍ୟା କରୁ । ଯଦି ପର୍ଯ୍ୟବେକ୍ଷଣକୁ ଜାତି କୁହାଯାଏ, ତେବେ ସରଳ ପର୍ଯ୍ୟବେକ୍ଷଣ ଓ ପରୀକ୍ଷାମୂଳକ ପର୍ଯ୍ୟବେକ୍ଷଣ ତାହାର ଦୁଇଟି ଉପଜାତି । ତେଣୁ ସିଦ୍ଧାନ୍ତରେ ଆମ୍ଭେ ବେନ୍‌ଙ୍କ ସହିତ ଏକମତ ହୋଇ କହିବା ଯେ, ‘ପର୍ଯ୍ୟବେକ୍ଷଣ ଏବଂ ପରୀକ୍ଷଣ ମଧ୍ୟରେ ପ୍ରକାରଗତ ପାର୍ଥକ୍ୟ ନାହିଁ । କେବଳ ପରିମାଣଗତ ପାର୍ଥକ୍ୟ ଅଛି ।’’ ପରିମାଣଗତ ପାର୍ଥକ୍ୟର ଅର୍ଥ ଏହା କୁହାଯାଇପାରେ ଯେ, ପର୍ଯ୍ୟବେକ୍ଷଣରେ କମ୍ ସକ୍ରିୟତା ପ୍ରକାଶ ପାଏ, ମାତ୍ର ପରୀକ୍ଷଣରେ ବେଶି ସକ୍ରିୟତା ପ୍ରକାଶ ପାଏ ।

୧୨. ପର୍ଯ୍ୟବେକ୍ଷଣ ଅପେକ୍ଷା ପରୀକ୍ଷଣରେ କି କି ସୁବିଧା ମିଳେ ?
Answer:
ପର୍ଯ୍ୟବେକ୍ଷଣ ଅପେକ୍ଷା ପରୀକ୍ଷଣରେ ନିମ୍ନଲିଖୁ ବିଶେଷ ସୁବିଧା ମିଳିଥାଏ ।
(i) ପରୀକ୍ଷଣରେ ଗୋଟିଏ ଘଟଣାକୁ ପୁନଃ ପୁନଃ ସୃଷ୍ଟି କରାଯାଇପାରେ ।
ପରୀକ୍ଷଣ ଆମର ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ; ମାତ୍ର ପର୍ଯ୍ୟବେକ୍ଷଣ ଆମ୍ଭର ନିୟନ୍ତ୍ରଣାଧୀନ ନ ଥାଏ । ଆମେ ଯେତେବେଳେ ଇଚ୍ଛା ପରୀକ୍ଷଣ କରିପାରିବା; ମାତ୍ର ପର୍ଯ୍ୟବେକ୍ଷଣ ପାଇଁ ଆମକୁ ପ୍ରକୃତିର ଦୟା ଉପରେ ନିର୍ଭର କରିବାକୁ ପଡ଼ିଥାଏ । ଯଦି ଗୋଟିଏ ପରୀକ୍ଷଣରେ ଆମେ ସନ୍ତୁଷ୍ଟ ନ ହେଉ, ତେବେ ପରୀକ୍ଷଣଟିକୁ ପୁନଶ୍ଚ କରାଯାଇପାରେ । ଅର୍ଥାତ୍ ଯେତେବେଳେ ଇଚ୍ଛା ସେତେବେଳେ ପରୀକ୍ଷଣ କରିହୁଏ; ମାତ୍ର ପର୍ଯ୍ୟବେକ୍ଷଣ କ୍ଷେତ୍ରରେ ଘଟଣାଟି ପ୍ରକୃତିରେ ସଂଘଟିତ ହେବା ପର୍ଯ୍ୟନ୍ତ ଆମକୁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡ଼ିଥାଏ ।

ମନେକର, ଆମେ ଧୂମକେତୁ ପର୍ଯ୍ୟବେକ୍ଷଣ କରିବାକୁ ଆଗ୍ରହ ପ୍ରକାଶ କରୁ । ଏଥ‌ିପାଇଁ ଆମକୁ ପ୍ରକୃତି ଉପରେ ସମ୍ପୂର୍ଣ୍ଣଭାବରେ ନିର୍ଭର କରିବାକୁ ପଡ଼ିବ । ଏପରିକି ଜଣକ ଜୀବଦ୍ଦଶା ମଧ୍ଯରେ ଜଣେ ଧୂମକେତୁକୁ ପର୍ଯ୍ୟବେକ୍ଷଣ କରିବାର ସୁଯୋଗ ହୁଏତ ପାଇ ନ ପାରେ; କିନ୍ତୁ ଆମେ ଯେତେବେଳେ ଚାହିଁବା ସେତେବେଳେ ବିଜ୍ଞାନାଗାରରେ ଅମ୍ଳଜାନ କିମ୍ବା ଉଦ୍‌ଜାନ ଗ୍ୟାସ୍ ସୃଷ୍ଟି କରିପାରିବା ।

(ii) ପରୀକ୍ଷଣ କ୍ଷେତ୍ରରେ ଘଟଣାଟିକୁ ଅନ୍ୟାନ୍ୟ ଘଟଣାଠାରୁ ସମ୍ପୂର୍ଣ୍ଣରୂପେ ପୃଥକ୍ କରାଯାଇପାରେ ।
ପରୀକ୍ଷଣ ଆମର ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ମଧ୍ୟରେ ଥାଏ । ତେଣୁ ଆମେ ଯେଉଁ ଘଟଣାଟିକୁ ଅନୁସନ୍ଧାନ କରିବା, ତାହାକୁ ଅନ୍ୟାନ୍ୟ ଘଟଣାମାନଙ୍କଠାରୁ ସଂପୂର୍ଣ୍ଣ ମୁକ୍ତ ରଖୁ ଅଧ୍ୟୟନ କରାଯାଇପାରେ । ଗୋଟିଏ ଉଦାହରଣ ମାଧ୍ୟମରେ ଏହା ସ୍ପଷ୍ଟୀକରଣ ହୋଇଯିବ । ଗୋଟିଏ ମହମବତି ମୁକ୍ତ ବାୟୁରେ ଜଳେ, ଅଥବା ଗୋଟିଏ ଆବଦ୍ଧ ଜାରରେ ଯଦି ତାକୁ ରଖାଯାଏ ତେବେ ତାହା ଲିଭିଯାଏ । ମନେକର, ଆମେ ଜାଣିବାକୁ ଚେଷ୍ଟାକଲୁ କେଉଁ ବାଷ୍ପ ଜଳିବାରେ ସାହାଯ୍ୟ କରୁଛି ଏବଂ କେଉଁ ବାଷ୍ପ ଲିଭିଯିବାରେ ସାହାଯ୍ୟ କରୁଅଛି ? ତାହାର କାରଣ ନିର୍ଣ୍ଣୟ କରିବା ପର୍ଯ୍ୟବେକ୍ଷଣ ମାଧ୍ୟମରେ ସମ୍ଭବପର ନୁହେଁ । କାରଣ ବାୟୁମଣ୍ଡଳରେ ବିଭିନ୍ନ ବାଷ୍ପ ଲୁଚି ରହିଥାଏ ।

ପରୀକ୍ଷଣଦ୍ବାରା ଏହା ଜାଣିବା ସମ୍ଭବ ହୁଏ । ପରୀକ୍ଷାଗାରରେ ବିଶୁଦ୍ଧ ଯବକ୍ଷାରଜାନ ଗ୍ୟାସ୍ ସଂଗ୍ରହ କରି ଏବଂ ଏହାକୁ ଏକ ବାଷ୍ପ ଜାର୍‌ରେ ରଖ୍ ଜଳନ୍ତା ମହମବତିକୁ ଏହା ମଧ୍ୟରେ ପ୍ରବେଶ କରାଇଲେ ତାହା ଲିଭିଯାଏ; ମାତ୍ର ଅମ୍ଳଜାନ ବାଷ୍ପ ଜାରରେ ଏହାକୁ ପ୍ରବେଶ କରାଇଲେ ତାହା ଅଧ୍ବକ ଉଜ୍ଜ୍ବଳ ହୋଇ ଜଳେ । ତେଣୁ ଏଥୁରୁ ଆମ୍ଭେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ଅମ୍ଳଜାନ ବାଷ୍ପ ବହନ କ୍ରିୟାରେ ସହାୟକ ଏବଂ ଯବକ୍ଷାରଜାନ ଦହନ କ୍ରିୟାର ସହାୟକ ନୁହେଁ ।

CHSE Odisha Class 11 Logic Unit 4 Short & Long Answer Questions in Odia Medium

(iii) ପରୀକ୍ଷଣରେ ପରିବେଶ ପରିବର୍ତ୍ତନର ସୁବିଧା ଥାଏ ।
ଆମେ ଗୋଟିଏ ଘଟଣା ବିଷୟରେ ଭଲଭାବରେ ଅନୁଧ୍ୟାନ କରିବାକୁ ହେଲେ ଏହାକୁ ବିଭିନ୍ନ ପରିବେଶ ବା ପରିସ୍ଥିତି ମଧ୍ୟରେ ଗବେଷଣା କରିବା ଦରକାର । ଏହାଦ୍ୱାରା ଆମେ ଘଟଣା ବିଷୟରେ ଅଧ‌ିକ ତଥ୍ୟ ବା ବିବରଣୀ ପାଇପାରୁ । ଏହାଦ୍ୱାରା ଆମେ ନିଶ୍ଚିତ ହୋଇଯାଉ ଯେ, କେଉଁ ପରିବେଶ ବା ପରିବେଷ୍ଟନୀ ଘଟଣାଟି ଘଟିବାପାଇଁ ଦାୟୀ ଅଟେ । ପର୍ଯ୍ୟବେକ୍ଷଣରେ ପ୍ରକୃତିର ଭିନ୍ନ ଭିନ୍ନ ପରିବେଶ ମଧ୍ୟରେ ଘଟଣାଟି ଘଟିବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡ଼ିଥାଏ ଏବଂ ବିଶେଷ ପରିବର୍ତ୍ତନର ସୁଯୋଗ ମିଳେନାହିଁ; କିନ୍ତୁ ପରୀକ୍ଷଣ କ୍ଷେତ୍ରରେ ଆମେ ପରିବେଷ୍ଟନୀକୁ ଆମର ଇଚ୍ଛାନୁଯାୟୀ ପରିବର୍ତ୍ତନ କରି ଆମେ ଘଟଣାଟିକୁ ଯେ, ନାଇଟ୍ରିକ୍ ଏସିଡ୍‌ରେ ଲୁହା, ତମ୍ବା, ରୁପା ପ୍ରଭୃତି ଧାତୁ ଦ୍ରବୀଭୂତ ହୁଏ; କିନ୍ତୁ ସୁନା ଦ୍ରବୀଭୂତ ହୁଏ ନାହିଁ; ମାତ୍ର ସରଳ ପର୍ଯ୍ୟବେକ୍ଷଣଦ୍ବାରା ଏହା ଜାଣିବା ସମ୍ଭବପର ନୁହେଁ ।

(iv) ପରିମାଣାତ୍ମକ ପରିବର୍ତ୍ତନ ପରୀକ୍ଷଣରେ କରାଯାଇପାରେ; ମାତ୍ର ପର୍ଯ୍ୟବେକ୍ଷଣରେ ନୁହେଁ ।
ଡାକ୍ତରୀ ବିଜ୍ଞାନରେ ଏହା ଜାଣିବା ଆବଶ୍ୟକ ଯେ, କେତେ ମାତ୍ରାରେ ରୋଗୀମାନଙ୍କ ପ୍ରତି ଔଷଧ ପ୍ରୟୋଗ କଲେ ସର୍ବୋତ୍କୃଷ୍ଟ ଉପଶମ ଲାଭ ହେବ, ଏହା କେବଳ ପରୀକ୍ଷଣ ମାଧ୍ୟମରେ ସମ୍ଭବପର । ଉନ୍ନତ ବିଜ୍ଞାନମାନଙ୍କରେ ନିୟମଗୁଡ଼ିକୁ ପରିମାଣାତ୍ମକ ଭଙ୍ଗୀରେ ପ୍ରକାଶ କରାଯାଏ । ବିବରଣୀଗୁଡ଼ିକ ପରୀକ୍ଷଣ ମାଧ୍ୟମରେ ସଂଗ୍ରହ କରାଯାଇ ଥିବାରୁ ଏହା ସମ୍ଭବପର ହୋଇଥାଏ । ବୈଜ୍ଞାନିକ ଜ୍ଞାନର ମୁଖ୍ୟ ଲକ୍ଷଣ ବା ଗୁଣଗୁଡ଼ିକ ହେଲା ସ୍ପଷ୍ଟତା ଏବଂ ସଠିକତା । ପରୀକ୍ଷଣହିଁ କେବଳ ଏହି ଜ୍ଞାନ ଯୋଗାଇ ଦେଇଥାଏ ।

(v) ପରୀକ୍ଷଣରେ ଘଟଣାକୁ ଧୀରସ୍ଥିର ଓ ନିର୍ଭୁଲଭାବରେ ଅଧ୍ୟୟନ କରାଯାଇପାରେ ।
ପର୍ଯ୍ୟବେକ୍ଷଣରେ ଗୋଟିଏ ଘଟଣାକୁ ସାଧାରଣତଃ ଅଧ୍ୟୟନ କଲାବେଳେ ଆମ୍ଭେ ସାଧାରଣତଃ ବ୍ୟସ୍ତ ଓ ଚଞ୍ଚଳ ହୋଇପଡୁ । ଏହାର କାରଣ ହେଲା ଅନେକ ଘଟଣା ଖୁବ୍‌କମ୍ ସମୟପାଇଁ ସ୍ଥାୟୀ ହୁଏ ଏବଂ ଏହା ଆମର ନିୟନ୍ତ୍ରଣର ବାହାରେ ଥାଏ । ଉଦାହରଣସ୍ୱରୂପ, ଭୂମିକମ୍ପ, ବିଜୁଳି ଖୁବ୍ ଅଳ୍ପ ସମୟ ପାଇଁ ରହେ । ତେଣୁ ଏତେ କମ୍ ସମୟ ମଧ୍ୟରେ ତାହାକୁ ଭଲଭାବରେ ପର୍ଯ୍ୟବେକ୍ଷଣ କରିବା ସମ୍ଭବପର ହୋଇ ନ ଥାଏ; କିନ୍ତୁ ପରୀକ୍ଷଣରେ ପରିସ୍ଥିତିଟି ଆମ୍ଭର ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥାଏ । ତେଣୁ ଧୀରସ୍ଥିର ଚିତ୍ତରେ ଓ ଅତ୍ୟନ୍ତ ସାବଧାନତା ସହକାରେ ଘଟଣାଟିକୁ ଅଧ୍ୟୟନ କରାଯାଇପାରେ ଯାହା ଫଳରେ ନିର୍ଭୁଲ ସିଦ୍ଧାନ୍ତରେ ଉପନୀତ ହେବା ସମ୍ଭବପର ହୋଇଥାଏ ।

୧୩. ପରୀକ୍ଷଣ ଅପେକ୍ଷା ପର୍ଯ୍ୟବେକ୍ଷଣରେ କି କି ସୁବିଧା ମିଳେ ବୁଝାଅ ।
Answer:
(i) ପରୀକ୍ଷଣ ଅପେକ୍ଷା ପର୍ଯ୍ୟବେକ୍ଷଣର ପରିସର ବା କ୍ଷେତ୍ର ବ୍ୟାପକ ଅଟେ ।
କେତେଗୁଡ଼ିଏ ଘଟଣା ଅଛି ଯାହା କୃତ୍ରିମ ଉପାୟରେ ସୃଷ୍ଟି କରାଯାଇପାରିବ ନାହିଁ । କାରଣ ସେଗୁଡ଼ିକ ଆମ୍ଭର ନିୟନ୍ତ୍ରଣର ବାହାରେ ବା ବିପଦପୂର୍ଣ୍ଣ ହୋଇଥାଏ । ପ୍ରାକୃତିକ ଘଟଣାଗୁଡ଼ିକରୁ ଏହାର ଉଦାହରଣ ନିଆଯାଇପାରେ; ଯଥା – ଚନ୍ଦ୍ରଗ୍ରହଣ, ସୂର୍ଯ୍ୟୋପରାଗ, ଭୂମିକମ୍ପ, ଅଗ୍ନି-ଉତ୍ପାତ ଇତ୍ୟାଦିକୁ କୃତ୍ରିମ ଉପାୟରେ ସୃଷ୍ଟିକରି ପରୀକ୍ଷଣ କରିବା ସମ୍ଭବପର ନୁହେଁ । ତେଣୁ ଏପରି କ୍ଷେତ୍ରରେ ଆମକୁ ପର୍ଯ୍ୟବେକ୍ଷଣ ଉପରେ ନିର୍ଭର କରିବାକୁ ପଡ଼ିଥାଏ ।

ଠିକ୍ ସେହିଭଳି ଯୁଦ୍ଧକୁ ପରୀକ୍ଷଣ ଭିତ୍ତିରେ ପ୍ରୟୋଗ କରାଯାଇ ନ ପାରେ । ବିପଜ୍ଜନକ ବିଷକୁ ମନୁଷ୍ୟଠାରେ ପରୀକ୍ଷଣ ଭିଭିରେ ପ୍ରୟୋଗ କରାଯାଇ ନ ପାରେ । କାରଣ ଏହା ନୈତିକ ଦୃଷ୍ଟିକୋଣରୁ ଅସଙ୍ଗତ । ତେଣୁ ଏଭଳି କ୍ଷେତ୍ରମାନଙ୍କରେ ଆମକୁ ପର୍ଯ୍ୟବେକ୍ଷଣର ସାହାଯ୍ୟ ନେବାକୁ ପଡ଼ିଥାଏ । ଅନ୍ୟ ଭାଷାରେ କହିବାକୁ ଗଲେ ଏହି ଘଟଣାଗୁଡ଼ିକ ପ୍ରକୃତିରେ ସଂଘଟିତ ହେଲେ ଆମେ ପର୍ଯ୍ୟବେକ୍ଷଣ କରିବାର ସୁଯୋଗ ପାଇଥାଉ ।

(ii) ପର୍ଯ୍ୟବେକ୍ଷଣରେ କାର୍ଯ୍ୟରୁ କାରଣକୁ ଓ କାରଣରୁ କାର୍ଯ୍ୟକୁ ନିର୍ଣ୍ଣୟ କରାଯାଏ; କିନ୍ତୁ ପରୀକ୍ଷଣରେ କେବଳ କାରଣରୁ କାର୍ଯ୍ୟକୁ ନିର୍ଣ୍ଣୟ କରାଯାଏ; ମାତ୍ର କାର୍ଯ୍ୟରୁ କାରଣକୁ ନିର୍ଣ୍ଣୟ କରାଯାଇପାରେ ନାହିଁ।
ଗୋଟିଏ ନିର୍ଦ୍ଦିଷ୍ଟ କାରଣ କି ପ୍ରକାର କାର୍ଯ୍ୟ ସୃଷ୍ଟି କରିବାପରେ ତାହା ଜାଣିବାପାଇଁ ପରୀକ୍ଷଣ ପ୍ରୟୋଗ କରାଯାଇପାରେ । କିନ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ କାର୍ଯ୍ୟକୁ ଦେଖ୍ ତାହା କେଉଁ କାରଣଦ୍ୱାରା ସୃଷ୍ଟି ହୋଇଛି, ତାହା ଜାଣିବାପାଇଁ କୌଣସି ପରୀକ୍ଷଣ କରାଯାଇ ପାରିବ ନାହିଁ ।

ମାଈ ଏନୋଫିଲିସ ମଶା କାମୁଡ଼ାରେ ମେଲେରିଆ ରୋଗ ହୁଏ ବୋଲି ଆମ୍ଭେ ଜାଣୁ ଅର୍ଥାତ୍ ମେଲେରିଆ ରୋଗର କାରଣ ହେଲା ମାଈ ଏନୋଫିଲସ୍ ମଶା; କିନ୍ତୁ ଆମେ ଗୋଟିଏ ମେଲେରିଆ ରୋଗୀକୁ ଦେଖ୍ କହିପାରିବା ନାହିଁ ଯେ, କାରଣ କ’ଣ ? ଏହା ପରୀକ୍ଷଣ ମାଧ୍ୟମରେ ଜାଣିବା ସମ୍ଭବପର ନୁହେଁ । ଏପରି କ୍ଷେତ୍ରରେ ଆମେ ପ୍ରଥମେ ଗୋଟିଏ କାରଣ ଅନୁମାନ କରୁ ଏବଂ ତାହା କି ପ୍ରକାର କାର୍ଯ୍ୟ ସୃଷ୍ଟିକରେ ପରୀକ୍ଷଣଦ୍ଵାରା ସ୍ଥିର କରୁ ।

ତେଣୁ ପରୀକ୍ଷଣରେ ଆମେ କାରଣରୁ କାର୍ଯ୍ୟକୁ ଗତିକରୁ; ମାତ୍ର ପର୍ଯ୍ୟବେକ୍ଷଣରେ ଆମେ କାରଣରୁ କାର୍ଯ୍ୟାଭିମୁଖୀ ଏବଂ କାର୍ଯ୍ୟରୁ କାରଣାଭିମୁଖୀ ହୋଇପାରୁ । ମେଲେରିଆ ରୋଗ (କାର୍ଯ୍ୟ)ର କ’ଣ କାରଣ ହୋଇପାରେ ? ପର୍ଯ୍ୟବେକ୍ଷଣଦ୍ବାରା ଜାଣିଲୁ ଯେ, ମଶା କାମୁଡ଼ିବା ନିୟତ ପୂର୍ବବର୍ତ୍ତୀ ଘଟଣାଭାବରେ ଏହାର କାରଣ । ମଶା କାମୁଡ଼ିବା (କାରଣ କି କାର୍ଯ୍ୟ ସୃଷ୍ଟି କରିପାରେ ?) ପୁନଶ୍ଚ ପର୍ଯ୍ୟବେକ୍ଷଣଦ୍ୱାରା ଆମେ ଅବଗତ ହେଲୁ ଯେ, ଏହାହିଁ ମନୁଷ୍ୟ ଦେହରେ ମେଲେରିଆ ରୋଗ ସୃଷ୍ଟି କରିପାରେ ।

(iii) ପରୀକ୍ଷଣର ବିନା ସାହାଯ୍ୟରେ ପର୍ଯ୍ୟବେକ୍ଷଣ ସମ୍ଭବପର, ମାତ୍ର ପର୍ଯ୍ୟବେକ୍ଷଣର ବିନା ସାହାଯ୍ୟରେ ପରୀକ୍ଷଣ ସମ୍ଭବପର ନୁହେଁ ।
ଯେକୌଣସି ବସ୍ତୁ ବା ଘଟଣାକୁ ଆମେ ଜ୍ଞାନେନ୍ଦ୍ରିୟମାନଙ୍କ ସାହାଯ୍ୟରେ ମନୋଯୋଗପୂର୍ବକ ଦେଖିପାରୁ । ଏଥ‌ିପାଇଁ ପରୀକ୍ଷଣର ସହାୟତା ଆଦୌ ପଡ଼େ ନାହିଁ; କିନ୍ତୁ ଯେକୌଣସି ବସ୍ତୁ ବା ଘଟଣାର ପରୀକ୍ଷଣ ନିମିତ୍ତ ପର୍ଯ୍ୟବେକ୍ଷଣ ନିଶ୍ଚିତଭାବରେ ଆବଶ୍ୟକ । ମନେକର, କୁକୁରର ଖାଦ୍ୟରେ କୌଣସି ଏକ ବିଷାକ୍ତ ଦ୍ରବ୍ୟ ମିଶ୍ରିତ ହୋଇଥିଲେ ତାହା ଉପରେ ତା’ର କି ପ୍ରଭାବ ପଡ଼େ ଏ ବିଷୟ ଆମ୍ଭେମାନେ ଜାଣିବାକୁ ଚାହୁଁ ।

ଏଥ‌ିପାଇଁ ଗବେଷଣାଗାରରେ ଗୋଟିଏ ପରୀକ୍ଷାର ଆୟୋଜନ କରିବା ଆବଶ୍ୟକ । ଏହି ପରୀକ୍ଷାପାଇଁ କେବଳ ପର୍ଯ୍ୟବେକ୍ଷଣ ସାହାଯ୍ୟରେହିଁ ଆମେମାନେ ଗବେଷଣାଗାରକୁ ବିରାଡ଼ି ନ ଆଣି କୁକୁର ଆଣିଥାଉ । ପୁନଶ୍ଚ ପର୍ଯ୍ୟବେକ୍ଷଣଦ୍ଵାରାହିଁ କୁକୁରର ଖାଦ୍ୟ ଏବଂ ନିର୍ଦ୍ଦିଷ୍ଟ ପରିମାଣରେ ନିର୍ଦ୍ଦିଷ୍ଟ ବିଷାକ୍ତ ଦ୍ରବ୍ୟ ସଂଗ୍ରହ କରି ସମ୍ମିଶ୍ରଣ କରୁ । ପ୍ରାକ୍ ପର୍ଯ୍ୟବେକ୍ଷଣଦ୍ବାରା ଘଟଣାର ଆଚରଣ ସମ୍ବନ୍ଧରେ ଜ୍ଞାନ ନ ଥିଲେ ପରୀକ୍ଷଣର ପ୍ରସ୍ତୁତି ତଥା ପ୍ରଣାଳୀ ଯଥୋପଯୁକ୍ତ ହୋଇ ନପାରେ ।

୧୪. ପର୍ଯ୍ୟବେକ୍ଷଣ କାହାକୁ କହନ୍ତି ? ତାହାର ସ୍ବରୂପ ବର୍ଣ୍ଣନା କର ।
Answer:
କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟନେଇ ପୂର୍ବ ଧାରଣାର ବଶବର୍ତ୍ତୀ ନ ହୋଇ ପ୍ରକୃତିର ପରିବେଶ ମଧ୍ୟରେ ପଦାର୍ଥ ଓ ଘଟଣାଗୁଡ଼ିକୁ ସୁନିୟନ୍ତ୍ରିତ, ସୁନିର୍ବାଚିତ ଓ ସ୍ବାଭାବିକଭାବରେ ପ୍ରତ୍ୟକ୍ଷ କରିବାକୁ ପର୍ଯ୍ୟବେକ୍ଷଣ କୁହାଯାଏ । ପର୍ଯ୍ୟବେକ୍ଷଣ ପ୍ରତ୍ୟକ୍ଷାନୁଭୂତି ଉପରେ ଆଧାରିତ । ପ୍ରତ୍ୟକ୍ଷଦ୍ବାରା ବାହ୍ୟନ୍ଦ୍ରିୟମାନଙ୍କ ସାହାଯ୍ୟରେ ପାରିପାର୍ଶ୍ବକ ବସ୍ତୁ ବା ଘଟଣାବଳୀର ଜ୍ଞାନ ଆହରଣ କରାଯାଏ । ଅନ୍ତଃପ୍ରତ୍ୟକ୍ଷଦ୍ବାରା ମନର ଅଭ୍ୟନ୍ତରସ୍ଥ ଭାବନା, ପ୍ରବୃତ୍ତି, ଉଲ୍ଲାସ ଇତ୍ୟାଦିର ଜ୍ଞାନ ଆହରଣ କରାଯାଏ ।

ଏଣୁ ପର୍ଯ୍ୟବେକ୍ଷଣର ସାଧାରଣ ଲକ୍ଷ୍ୟ ହେଲା ଜ୍ଞାନଲାଭ । ପ୍ରତ୍ୟେକ କ୍ଷେତ୍ରରେ ପର୍ଯ୍ୟବେକ୍ଷଣର ଗୋଟିଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଥାଏ । ଲକ୍ଷ୍ୟହୀନ ଭାବେ ପାରିପାର୍ଶ୍ବକ ବସ୍ତୁସମୂହ ଉପରେ ଦୃଷ୍ଟିନିକ୍ଷେପ କରିବା ପର୍ଯ୍ୟବେକ୍ଷଣର ଲକ୍ଷ୍ୟ ହୋଇ ନ ପାରେ । କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସାଧନ ନିମିତ୍ତ ଏହା କରାଯାଇଥାଏ । ଏଣୁ ପର୍ଯ୍ୟବେକ୍ଷଣର ବିଷୟବସ୍ତୁ ପାରିପାଶ୍ୱିକ ଅବସ୍ଥାର ଯେକୌଣସି ଗୋଟିଏ ବସ୍ତୁ ବା ଘଟଣା ହୋଇ ନ ପାରେ । ପର୍ଯ୍ୟବେକ୍ଷଣ ପୂର୍ବରୁ ପ୍ରଥମେ ବିଷୟବସ୍ତୁ ନିର୍ବାଚିତ ହୋଇଥାଏ ।

ଯେଉଁ ବସ୍ତୁ ବା ଘଟଣାଗୁଡ଼ିକ ସେଗୁଡ଼ିକ ଉପେକ୍ଷିତ ହୁଅନ୍ତି । ଉଦାହରଣସ୍ୱରୂପ, ଜାମା କିଣିବା ଉଦ୍ଦେଶ୍ୟରେ ଦୋକାନକୁ ଯାଇ ଦୋକାନୀର ଖେଳନାଗୁଡ଼ିକୁ ଦେଖ‌ିବା ଅନାବଶ୍ୟକ । ପର୍ଯ୍ୟବେକ୍ଷଣ ନିଜର ବ୍ୟକ୍ତିଗତ ବିଶ୍ଵାସ ବା ଧାରଣାଦ୍ଵାରା ପ୍ରଭାବିତ ହେବା ଉଚିତ ନୁହେଁ । ଚୋରି ନିଘୋଷ ବିଶ୍ଳେଷଣ ଅଭାବରୁ କାରଣ ଅନେକତ୍ର ନିରୂପିତ ହୋଇପାରେ ନାହିଁ । ଅନାସକ୍ତ ପର୍ଯ୍ୟବେକ୍ଷଣଦ୍ବାରାହିଁ ସତ୍ୟ ଉଦ୍‌ଘାଟିତ ହୁଏ । ପର୍ଯ୍ୟବେକ୍ଷଣର ଏହି ଗୁଣ ଉପରେ ବେକନ୍ ଅତ୍ୟଧ୍ଵ ଗୁରୁତ୍ୱ ଆରୋପ କରିଅଛନ୍ତି ।

ପର୍ଯ୍ୟବେକ୍ଷଣଠାରୁ ଅନୁମାନ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ପର୍ଯ୍ୟବେକ୍ଷଣ ସାକ୍ଷାତ୍ ଜ୍ଞାନଲବ୍‌ଧ; କିନ୍ତୁ ଉପଲବ୍‌ଧ ସିଦ୍ଧାନ୍ତ ଅନୁମାନଲବ୍‌ଧ । ଜେଭନ୍ସଙ୍କ ଭାଷାରେ, ‘‘ଯେପର୍ଯ୍ୟନ୍ତ ଆମ୍ଭେମାନେ ଇନ୍ଦ୍ରିୟମାନଙ୍କଦ୍ୱାରା ପ୍ରକୃତରେ ଦୃଷ୍ଟ ବିଷୟର କେବଳ ବର୍ଣ୍ଣନା କରୁ ବା ତାହାକୁ ଲିପିବଦ୍ଧ କରୁ, ସେ ପର୍ଯ୍ୟନ୍ତ ଭ୍ରାନ୍ତର ସମ୍ଭାବନା ନାହିଁ; କିନ୍ତୁ ଯେଉଁ ମୁହୂର୍ତ୍ତରେ ଆମ୍ଭେମାନେ କୌଣସି ହେବାର ସମ୍ଭାବନା ରହିଅଛି ।’’ ଉଦାହରଣସ୍ୱରୂପ, ସୂର୍ଯ୍ୟ ଓ ପୃଥ‌ିବୀପୃଷ୍ଠରୁ ଅଳ୍ପ କେତେ ଇଞ୍ଚ ଲବ୍‌ଧ ବ୍ୟାସବିଶିଷ୍ଟ ଗୋଲାକାର ବସ୍ତୁପରି ପ୍ରତୀୟମାନ ହୁଏ; କିନ୍ତୁ ଏଥରୁ ସୂର୍ଯ୍ୟ ପ୍ରକୃତରେ ଏହାଠାରୁ ବୃହତ୍ତର ନୁହେଁ ବୋଲି ଅନୁମାନ କରିବା ଭ୍ରାନ୍ତ ।

ଶକ୍ତି-ସାମର୍ଥ୍ୟ ସ୍ୱଳ୍ପ ଏବଂ ସୀମିତ । ଉଦାହରଣସ୍ୱରୂପ, ଅତି କ୍ଷୁଦ୍ର ଜୀବାଣୁ, ଦୂରବର୍ତ୍ତୀ ତାରକା ସାଧାରଣ ଦୃଷ୍ଟିଶକ୍ତିର ଅଗୋଚର । ଅତି କ୍ଷୀଣ ଶବ୍ଦ ସାଧାରଣ ଶ୍ରବଣେନ୍ଦ୍ରିୟ ସାହାଯ୍ୟରେ ଶୁଣିହୁଏ ନାହିଁ । ଉତ୍ତାପର ସାମାନ୍ୟ ପରିବର୍ତ୍ତନ ଘଟିଲେ ଜାଣିହୁଏ ନାହିଁ । ତେଣୁ ପର୍ଯ୍ୟବେକ୍ଷଣର ପରିସର ବୃଦ୍ଧି ଯଥାର୍ଥ ପ୍ରତ୍ୟକ୍ଷାନୁଭୂତି ପାଇଁ ବିଭିନ୍ନ ପ୍ରକାର ବୈଜ୍ଞାନିକ ଯନ୍ତ୍ର ଉଦ୍ଭାବିତ ହୋଇଅଛି । ଏଗୁଡ଼ିକ ଉପଯୋଗଦ୍ଵାରା ବୈଜ୍ଞାନିକ ପର୍ଯ୍ୟବେକ୍ଷଣ ଅଭ୍ରାନ୍ତ ଓ ନିଘୋଷ ହୁଏ ।

CHSE Odisha Class 11 Logic Unit 4 Short & Long Answer Questions in Odia Medium

ସାଧାରଣ ପର୍ଯ୍ୟବେକ୍ଷଣରେ ପର୍ଯ୍ୟବେକ୍ଷିତ ବସ୍ତୁ ବା ଘଟଣା ଉପରେ ପର୍ଯ୍ୟବେକ୍ଷକର କୌଣସି କର୍ତ୍ତୃତ୍ୱ ନ ଥାଏ । ପ୍ରାକୃତିକ ପରିବେଶରେ ପ୍ରକୃତି ଯେପରିଭାବରେ ସେଗୁଡ଼ିକୁ ପ୍ରଦର୍ଶନ କରେ, ପର୍ଯ୍ୟବେକ୍ଷକ କେବଳ ସେତିକି ମାତ୍ର ସେଗୁଡ଼ିକ ବିଷୟରେ ଜାଣିପାରେ । ଉଦାହରଣସ୍ୱରୂପ, ଗୋଟିଏ ଲତାର ବୃଦ୍ଧି ବିଷୟକ ଜ୍ଞାନଲାଭ କରିବା ଉଦ୍ଦେଶ୍ୟରେ ଯଦି ଆମ୍ଭେମାନେ ପ୍ରତି ସପ୍ତାହରେ ତାହାର ଦୈର୍ଘ୍ୟ ମାପି ଲିପିବଦ୍ଧ କରି ରଖୁ ତେବେ ତାହା ସାଧାରଣ ପର୍ଯ୍ୟବେକ୍ଷଣ; କିନ୍ତୁ ଯଦି ଆମ୍ଭେମାନେ ପ୍ରାକୃତିକ ପରିସ୍ଥିତିର ପରିବର୍ତ୍ତନ କରୁ ଅର୍ଥାତ୍ ଭିନ୍ନ ଭିନ୍ନ ପ୍ରକାରର ସାର ପ୍ରୟୋଗ କରି ଲତାଟିର ବୃଦ୍ଧିରେ କି ପ୍ରକାର ପ୍ରଭାବ ପଡ଼ୁଅଛି ଜାଣିବାକୁ ଚେଷ୍ଟାକରୁ କିମ୍ବା ଲତାଟିକୁ ସୂର୍ଯ୍ୟକିରଣର ପ୍ରଭାବ ପଡୁଥ‌ିବା ସ୍ଥାନକୁ ପରିବର୍ତ୍ତନ କରି ତାହାର ବୃଦ୍ଧି ଲକ୍ଷ୍ୟ କରୁ, ତେବେ ଆମ୍ଭମାନଙ୍କର କ୍ରିୟା ସାଧାରଣ ପର୍ଯ୍ୟବେକ୍ଷଣରେ ପର୍ଯ୍ୟବସିତ ନୁହେଁ । ଏ ପ୍ରକାର ପର୍ଯ୍ୟବେକ୍ଷଣକୁ ପରୀକ୍ଷଣମୂଳକ ପର୍ଯ୍ୟବେକ୍ଷଣ କୁହାଯାଏ ।

୧୫. ପର୍ଯ୍ୟବେକ୍ଷଣର ନିୟମାବଳୀ ବ୍ୟାଖ୍ୟା କର ।
Answer:
ପର୍ଯ୍ୟବେକ୍ଷଣ ସାଧାରଣତଃ ସଠିକ୍ ଏବଂ ନିର୍ଭୁଲ ହେବା ବିଧେୟ । ତେଣୁ ପର୍ଯ୍ୟବେକ୍ଷଣ କରିବା ସମୟରେ ନିମ୍ନଲିଖ ନିୟମ ପ୍ରତି ସଚେତନ ହେବାକୁ ପଡ଼ିବ ।
ପର୍ଯ୍ୟବେକ୍ଷଣ ଯଥାର୍ଥ ଏବଂ ପ୍ରାସଙ୍ଗିକ ହେବା ନିମନ୍ତେ ଆମେ ଆମର ଜ୍ଞାନେନ୍ଦ୍ରିୟଗୁଡ଼ିକର ସହାୟତା ଲୋଡ଼ିବା ସଙ୍ଗେ ସଙ୍ଗେ ଏହାକୁ ଅଧିକ ନିର୍ଭୁଲ ଏବଂ ପ୍ରମାଣଯୋଗ୍ୟ କରିବାପାଇଁ ବୈଜ୍ଞାନିକ ଯନ୍ତ୍ରର ଆବଶ୍ୟକତା ଲୋଡ଼ିଥାଉ । ଆଜିକାଲି ଅଣୁବୀକ୍ଷଣ, ଦୂରବୀକ୍ଷଣ, ଦୂରଦର୍ଶନ, ଦୂରଚିତ୍ର ଗ୍ରହଣ, ଦୂରବର୍ତ୍ତୀ ସଂଯୋଗ ଇତ୍ୟାଦି ଯନ୍ତ୍ରର ବ୍ୟବହାର ତଥା କୃତ୍ରିମ ଉପଗ୍ରହର ଉପଯୋଗ ଫଳରେ ପର୍ଯ୍ୟବେକ୍ଷଣର ପରିସର ବୃଦ୍ଧି ପାଇଛି ଓ ଦୂରଦୂରାନ୍ତ ବସ୍ତୁ ସମ୍ବନ୍ଧରେ ଯଥାର୍ଥ ଜ୍ଞାନ ମିଳିପାରୁଛି ।

ବିଷୟ ନିର୍ବାଚନ ପର୍ଯ୍ୟବେକ୍ଷଣର ଗୋଟିଏ ପ୍ରଧାନ ଅଙ୍ଗ । ତେଣୁ ପର୍ଯ୍ୟବେକ୍ଷଣ ଯଥାସମ୍ଭବ ଅପ୍ରାସଙ୍ଗିକ ନ ହେବା ବିଧେୟ । ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବା ନିମିତ୍ତ ଥରେ ମାତ୍ର ପର୍ଯ୍ୟବେକ୍ଷଣ କରି ସନ୍ତୁଷ୍ଟ ଏବଂ ନୀରବ ରହିବା ଠିକ୍ ନୁହେଁ । ପୁଙ୍ଖାନୁପୁଙ୍ଖ ପୌନଃପୁନିକ ପର୍ଯ୍ୟବେକ୍ଷଣଦ୍ଵାରାହିଁ ତଲ୍ଲବ୍‌ଧ ସିଦ୍ଧାନ୍ତ ସଂପୂର୍ଣ୍ଣ ଅଭ୍ରାନ୍ତ ଓ ନିର୍ଦ୍ଦେଶ ହେବାର ସମ୍ଭାବନା ଥାଏ ।

ତଦନ୍ତ ହେଉଥ‌ିବା ବିଷୟବସ୍ତୁ ବା ଘଟଣାକୁ ଅନ୍ୟାନ୍ୟ ବିଷୟବସ୍ତୁ ବା ଘଟଣାମାନଙ୍କଠାରୁ ଯଥାସମ୍ଭବ ପୃଥକ୍ ରଖୁ ଆବଶ୍ୟକ । ବିଷୟବସ୍ତୁ ସ୍ଥିରୀକରଣଦ୍ବାରା ଅଯଥା ସମୟ ନଷ୍ଟରୁ ଆମେ ରକ୍ଷା ପାଉ । ସେଥ‌ିପାଇଁ ପର୍ଯ୍ୟବେକ୍ଷଣୀୟ ବିଷୟ ସମ୍ବନ୍ଧରେ ପ୍ରଥମତଃ ସୁସ୍ପଷ୍ଟ ଧାରଣା ରହିବା ଆବଶ୍ୟକ ।

ପର୍ଯ୍ୟବେକ୍ଷିତ ବସ୍ତୁ ବା ଘଟଣାକୁ ଯଥାସମ୍ଭବ ଭିନ୍ନ ଭିନ୍ନ ପାରିପାର୍ଶ୍ବକ ଅବସ୍ଥାରେ ଲକ୍ଷ୍ୟ କରିବା ଆବଶ୍ୟକ । ଏହାଦ୍ଵାରା ଘଟଣା ବା ବସ୍ତୁ ସମ୍ପର୍କରେ ଆମ୍ଭର ଯଥେଷ୍ଟ ଧାରଣା ହୋଇଥାଏ । ଏତଦ୍‌ବ୍ୟତୀତ ପର୍ଯ୍ୟବେକ୍ଷଣ ସଂପୃକ୍ତ ଅପରିହାର୍ଯ୍ୟ ଓ ଅବାନ୍ତର ବିଷୟାବଳୀ ସମ୍ବନ୍ଧରେ ଯଥାଯଥ ଜ୍ଞାନଲାଭ କରାଯାଇପାରେ ।

ପର୍ଯ୍ୟବେକ୍ଷଣ କାଳରେ ଯଦି ଉପରୋକ୍ତ ନିୟମ ପ୍ରତି ଦୃଷ୍ଟି ଦିଆ ନ ଯାଏ ଦୁଇ ପ୍ରକାର ଦୋଷ ଜାତ ହୁଏ । କେତେକ ପର୍ଯ୍ୟବେକ୍ଷଣୀୟ ବିଷୟ ଅନବେକ୍ଷିତ ହୋଇ ରହିଯାଏ ବା ପର୍ଯ୍ୟବେକ୍ଷିତ ବସ୍ତୁ ବା ଘଟଣାର ସ୍ବରୂପ ଓ ସ୍ବଭାବ ଉଦ୍‌ଘାଟିତ ହେବା ପରିବର୍ତ୍ତେ ଭ୍ରମାତ୍ମକ ଜ୍ଞାନ ଜାତ ହୁଏ । ପର୍ଯ୍ୟବେକ୍ଷଣର ଉପର୍ୟ୍ଯୁକ୍ତ ପ୍ରଥମ ପ୍ରକାର ଦୋଷକୁ ଅନବେକ୍ଷଣ ଦୋଷ ବା ଦ୍ଵିତୀୟ ପ୍ରକାର ଦୋଷକୁ ଦୂରବେକ୍ଷଣ ବା ଭ୍ରମ-ପ୍ରତ୍ୟକ୍ଷ ଦୋଷ କୁହାଯାଏ ।

୧୬. ଉଦାହରଣ ସହ ସଂକ୍ଷିପ୍ତ ଟିପ୍‌ପଣୀ ପ୍ରଦାନ କର ।
(କ) ଅନବେକ୍ଷଣ ଦୋଷ ।
(ଖ) ଦୂରବେକ୍ଷଣ ବା ଭ୍ରମ-ପ୍ରତ୍ୟକ୍ଷ ଦୋଷ ।
Answer:
(କ) ଅନବେକ୍ଷଣ ଦୋଷ :
ଯାହାକୁ ପର୍ଯ୍ୟବେକ୍ଷଣ କରିବା ଉଚିତ, ତାକୁ ପର୍ଯ୍ୟବେକ୍ଷଣ କରାନଗଲେ ଅନବେକ୍ଷଣ ଦୋଷ ଜାତ ହୁଏ । ଏ କ୍ଷେତ୍ରରେ ଯେଉଁ ଯେଉଁ ଘଟଣାକୁ ପର୍ଯ୍ୟବେକ୍ଷଣ କରିବା ଆବଶ୍ୟକ, ତାହାକୁ ଆମେ ପର୍ଯ୍ୟବେକ୍ଷଣ ନ କରିବାକୁ ଆମ୍ଭେ ଭିନ୍ନ ପ୍ରକାର ସିଦ୍ଧାନ୍ତରେ ଉପନୀତ ହେଉ । ସମସ୍ତ ପର୍ଯ୍ୟବେକ୍ଷଣ ନିର୍ବାଚନମୂଳକ ଏବଂ ଏହି ନିର୍ବାଚନ କଲାବେଳେ ଆମେ ଦୃଷ୍ଟାନ୍ତ ସମ୍ବନ୍ଧୀୟ ବା ବୈଶିଷ୍ଟ୍ୟ ସମ୍ବନ୍ଧୀୟ ଘଟଣାକୁ ଉପେକ୍ଷା କରିପାରୁ । ଏପରି କ୍ଷେତ୍ରରେ ଉପରୋକ୍ତ ଦୋଷ ହୁଏ ।

ଅନବେକ୍ଷଣ ଏକ ନଞର୍ଥକ ଦୋଷ । ଅର୍ଥାତ୍ ଦରକାରୀ ବିଷୟକୁ ଆମେ ଉପେକ୍ଷା କରିଦେଉ । ଅନବେକ୍ଷଣ ଦୋଷ ଦୁଇପ୍ରକାର ହୋଇପାରେ; ଯଥା — (୧) ଦୃଷ୍ଟାନ୍ତ ସମ୍ବନ୍ଧୀୟ ଅନବେକ୍ଷଣ ଏବଂ (୨) ବୈଶିଷ୍ଟ୍ୟ ସମ୍ବନ୍ଧୀୟ ଅନବେକ୍ଷଣ ।

(୧) ଦୃଷ୍ଟାନ୍ତ ସମ୍ବନ୍ଧୀୟ ଅନବେକ୍ଷଣ – କୁସଂସ୍କାର, ଅନ୍ଧବିଶ୍ଵାସ ଓ ପୂର୍ବଧାରଣାର ବଶବର୍ତ୍ତୀ ହୋଇ ଆମେ ଯେଉଁ ପର୍ଯ୍ୟବେକ୍ଷଣ କରୁ, ସେପ୍ରକାର ପର୍ଯ୍ୟବେକ୍ଷଣକୁ ଦୃଷ୍ଟାନ୍ତ ସମ୍ବନ୍ଧୀୟ ଅନବେକ୍ଷଣ କୁହାଯାଏ । ସଂକ୍ଷେପରେ କହିବାକୁ ଗଲେ ନଞର୍ଥକ ଦୃଷ୍ଟାନ୍ତଗୁଡ଼ିକୁ ଆମ୍ଭେ ଉପେକ୍ଷା କରିଦେଉ ଏବଂ ସଦର୍ଥକ ଦୃଷ୍ଟାନ୍ତଗୁଡ଼ିକର ଉଦାହରଣ ଦେଉ । ଜ୍ୟୋତିଷମାନେ ସାଧାରଣତଃ ବ୍ୟକ୍ତିବିଶେଷଙ୍କ ଉପରେ ଭବିଷ୍ୟତବାଣୀ କରିଥାଆନ୍ତି ।

ଯେଉଁ ଘଟଣାଗୁଡ଼ିକ ସତ୍ୟ ହୋଇଥାଏ, ସାଧାରଣତଃ କେବଳ ତାହାର ପ୍ରମାଣପତ୍ର ଦେଖାଇ ଲୋକଙ୍କ ବିଶ୍ୱାସଭାଜନ ହୋଇଥାଆନ୍ତି । କିନ୍ତୁ ଯେଉଁ ଘଟଣାଗୁଡ଼ିକ ମିଥ୍ୟା ହୁଏ, ସେ ସମ୍ବନ୍ଧରେ ନୀରବ ରହନ୍ତି । ତେଣୁ ଯେତେବେଳେ ଏପରି ଜଣେ ଜ୍ୟୋତିଷଙ୍କର ଭବିଷ୍ୟତ ବାଣୀ ସତ୍ୟ ବୋଲି କୁହାଯାଏ, ତାହା ଏହି ଦୋଷରେ ଦୃଷ୍ଟ ହୁଏ । କାରଣ ଏଠାରେ ନଞର୍ଥକ ଦୃଷ୍ଟାନ୍ତଗୁଡ଼ିକୁ ପର୍ଯ୍ୟବେକ୍ଷଣ କରାଗଲା ନାହିଁ ।

(୨) ବୈଶିଷ୍ଟ୍ୟ ସମ୍ବନ୍ଧୀୟ ଅନବେକ୍ଷଣ – ଅନେକ ସମୟରେ କାରଣ ଅନୁସନ୍ଧାନ ସମୟରେ ବିଶିଷ୍ଟ ବା ମୁଖ୍ୟ ଘଟଣା ଆମର ଦୃଷ୍ଟି ଏଡ଼ାଇଯାଏ; ଏପରି ପର୍ଯ୍ୟବେକ୍ଷଣରେ ଉପରୋକ୍ତ ଦୋଷ ଜନ୍ମେ । ଗୋଟିଏ ଘଟଣାକୁ ତନ୍ନତନ୍ତ୍ରଭାବେ ନ ଦେଖ୍ ତରବରିଆ ଭାବରେ ସିଦ୍ଧାନ୍ତ ଆଣିଲେ ଏପ୍ରକାର ଦୋଷ ହେବାର ସମ୍ଭାବନା ଅଧିକ ଥାଏ ।

CHSE Odisha Class 11 Logic Unit 4 Short & Long Answer Questions in Odia Medium

ଉଦାହରଣସ୍ୱରୂପ, ଜଣେ ଛାତ୍ର ପରୀକ୍ଷାରେ ଅକୃତକାର୍ଯ୍ୟ ହେଲା । ସେଥ‌ିପାଇଁ କଠିନ ପ୍ରଶ୍ନ ଏକମାତ୍ର କାରଣ ବୋଲି କୁହାଯାଇପାରିବ ନାହିଁ । ଛାତ୍ରର ପରିଶ୍ରମ, ପ୍ରସ୍ତୁତି, ସାମର୍ଥ୍ୟ ଇତ୍ୟାଦି ବିଷୟକୁ ପର୍ଯ୍ୟବେକ୍ଷଣ ନ କରିବା ହେତୁ ଏହା ଅନବେକ୍ଷଣ ଦୋଷରେ ଦୃଷ୍ଟି ।

(ଖ) ଦୂରବେକ୍ଷଣ ବା ଭ୍ରମ-ପ୍ରତ୍ୟକ୍ଷ – ଏହା ଏକ ସଦର୍ଥକ ଦୋଷ । କାରଣ ଏ କ୍ଷେତ୍ରରେ ଗୋଟିଏ ଭୁଲ ପ୍ରତ୍ୟକ୍ଷ ସଂଘଟିତ ହୁଏ । ଅନବେକ୍ଷଣ ଦୋଷରେ ଯାହା ଦେଖ‌ିବା କଥା, ତାହାକୁ ଆମେ ଭୁଲ ଭାବେ ଦେଖୁ । ମାନସିକ ପ୍ରବୃତ୍ତି, ଇନ୍ଦ୍ରିୟର ଦୁର୍ବଳତା କିମ୍ବା ପାରିପାଶ୍ୱିକ ଅବସ୍ଥା ଯୋଗୁଁ ଗୋଟିଏ ଜିନିଷ ବା ଘଟଣା ଆମକୁ ଅନ୍ୟ ଗୋଟିଏ ଜିନିଷ ବା ଘଟଣା ପରି ଦେଖାଯାଏ । ଏହି ଭୁଲ ପ୍ରତ୍ୟକ୍ଷରୁ ଯଦି ଆମ୍ଭେ ସିଦ୍ଧାନ୍ତ ଆଣୁ ତାହା ଦୂରବେକ୍ଷଣ ଦୋଷରେ ଦୃଷ୍ଟ ହୋଇଥାଏ ।

ଅନ୍ଧକାରରେ ଆମେ ଦୌଡ଼ିଟିଏ ଦେଖୁ ସାପ ବୋଲି ଚିତ୍କାର କରୁ । କାମଳ ରୋଗରେ ଆକ୍ରାନ୍ତ ବ୍ୟକ୍ତି ସମସ୍ତ ବସ୍ତୁକୁ ହଳଦୀ ବର୍ଣ୍ଣ ଦେଖେ । ଜହ୍ନର ଆଲୋକରେ ଗୋଟିଏ ଗଛ ଭୂତ ଭଳି ମନେହୁଏ । ଗୋଟିଏ ଅଚିହ୍ନା ବ୍ୟକ୍ତି ଦୂରରୁ ବନ୍ଧୁଭଳି ଦିଶେ ।

ଦୂରବେକ୍ଷଣ ଦୋଷ ଦୁଇପ୍ରକାର ହୋଇପାରେ; ଯଥା – ସାର୍ବିକ ଓ ବ୍ୟକ୍ତିକ । ସମସ୍ତେ ଯେଉଁ ଭ୍ରମ-ପ୍ରତ୍ୟକ୍ଷ ଅନୁଭବ କରନ୍ତି ତାହା ସାର୍ବିକ ଓ ଯେଉଁ ଭ୍ରମ-ପ୍ରତ୍ୟକ୍ଷ କେବଳ ଜଣେ ମାତ୍ର ବ୍ୟକ୍ତିର ଅନୁଭୂତି-ପରିସରଭୁକ୍ତ ତାହା ବ୍ୟକ୍ତିକ । ଖଣ୍ଡିଏ ସିଧା କାଠିକୁ ପାଣିରେ ଅଧା ବୁଡ଼ାଇଲେ, ତାହା ସମସ୍ତଙ୍କୁ ବଙ୍କାଭଳି ଦେଖାଯାଏ । ଏହା ସାର୍ବିକ ଦୂରବେକ୍ଷଣ; ମାତ୍ର ଯେତେବେଳେ ଜଣେ ବ୍ୟକ୍ତି ଦଉଡ଼ିକୁ ଅନ୍ଧାରରେ ସାପ ବୋଲି ଦେଖେ, ସେତେବେଳେ ତାହା ବ୍ୟକ୍ତିକ ଦୂରବେକ୍ଷଣ ।

୧୭. ପରୀକ୍ଷଣ କାହାକୁ କହନ୍ତି ? ଏହାର ଲକ୍ଷଣଗୁଡ଼ିକ ବୁଝାଅ ।
Answer:
ପର୍ଯ୍ୟବେକ୍ଷଣୀୟ ବସ୍ତୁ ବା ଘଟଣା ବିଷୟରେ ସମ୍ୟକ୍ ଜ୍ଞାନଲାଭ ନିମିତ୍ତ ପ୍ରାକ୍ ନିୟନ୍ତ୍ରିତ ପରିବେଶ ମଧ୍ୟରେ ତାହାର ପର୍ଯ୍ୟବେକ୍ଷଣକୁ ପରୀକ୍ଷଣମୂଳକ ପର୍ଯ୍ୟବେକ୍ଷଣ କୁହାଯାଏ । ଉଦାହରଣସ୍ୱରୂପ, ଜଳର ସ୍ଥିତିକୁ ସର୍ବତ୍ର ପର୍ଯ୍ୟବେକ୍ଷଣ କରାଯାଇଥାଏ । ମାତ୍ର ଉଦ୍‌ଜାନ ଓ ଅମ୍ଳଜାନ ଆବଶ୍ୟକ ପରିମାଣରେ ଏକତ୍ର କରି ତହିଁରେ ବିଦ୍ୟୁତ୍ ସଂଯୋଗ କଲେ ତହିଁରୁ ଜଳ ସୃଷ୍ଟି ହୁଏ । ଏହା ଏକ କୃତ୍ରିମ ପ୍ରକ୍ରିୟା ।

ଲକ୍ଷଣ – (୧) ପରୀକ୍ଷଣ ଏକ ପ୍ରକାରର ପର୍ଯ୍ୟବେକ୍ଷଣ–ପର୍ଯ୍ୟବେକ୍ଷଣ ବିଭିନ୍ନ ପ୍ରକାରର ହୋଇପାରେ, ତନ୍ମଧ୍ୟରୁ ପରୀକ୍ଷଣ ଏକ ପ୍ରକାରର । ପର୍ଯ୍ୟବେକ୍ଷଣ, ପ୍ରକୃତି ଉପରେ ନିର୍ଭର କରେ । କେତେକ କ୍ଷେତ୍ରରେ ଅଣୁବୀକ୍ଷଣ କିମ୍ବା ଦୂରବୀକ୍ଷଣ ଯନ୍ତ୍ରର ଆବଶ୍ୟକତା ଥିଲେ ମଧ୍ୟ ପର୍ଯ୍ୟବେକ୍ଷିତ ଘଟଣାଟି ପାଇଁ ପ୍ରକୃତି ଉପରେ ନିର୍ଭର କରିବାକୁ ପଡ଼ିଥାଏ । ମାତ୍ର ପରୀକ୍ଷଣ କ୍ଷେତ୍ରରେ କୃତ୍ରିମ ପରିବେଶ ସୃଷ୍ଟିକରି ବିଭିନ୍ନ ପରିବର୍ତ୍ତିତ ପରିସ୍ଥିତିରେ ସେହି ଘଟଣାର ପୁନଃ ସର୍ଜନା କରାଯାଇଥାଏ ।

(୨) ପରୀକ୍ଷଣ ଏକ କୃତ୍ରିମ ପ୍ରକ୍ରିୟା– ପ୍ରକୃତିରେ ପ୍ରଚୁର ଜଳ ସମ୍ପଦ ରହିଅଛି । ମାତ୍ର ଏକ କୃତ୍ରିମ ପରିବେଶରେ ଉଦ୍‌ଜାନ ଓ ଅମ୍ଳଜାନର ଆନୁପାତିକ ମିଶ୍ରଣରେ ଜଳ ସୃଷ୍ଟି କରିହୁଏ । ତେଣୁ ପରୀକ୍ଷଣ ହେଉଛି ଘଟଣାମାନଙ୍କର କୃତ୍ରିମ ଉପାୟରେ ପୁନଃ ସର୍ଜନା ।

(୩) ପରୀକ୍ଷଣ ଏକ ସ୍ୱେଚ୍ଛାକୃତ ଏବଂ ଉଦ୍ଦେଶ୍ୟମୂଳକ କ୍ରିୟା–ପରୀକ୍ଷଣ ଏକ କୃତ୍ରିମ ପ୍ରକ୍ରିୟା । ପରୀକ୍ଷଣର ଅନ୍ତରାଳରେ ପରୀକ୍ଷକର ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଥାଏ । ସେ ହୁଏତ ପ୍ରକୃତିରେ ଘଟୁଥିବା ଘଟଣାମାନଙ୍କର କାରଣ ଅନୁସନ୍ଧାନରେ ଆଗ୍ରହୀ ଥାଏ କିମ୍ବା ପ୍ରକୃତିର କୌଣସି ଏକ ଗୂଢ଼ ରହସ୍ୟକୁ ଉନ୍ମୋଚନ କରିବାକୁ ପ୍ରୟାସୀ ହୋଇଥାଏ । ପରୀକ୍ଷଣ ପ୍ରକୃତିସାପେକ୍ଷ ନୁହେଁ, ଏହା ଏକ ସ୍ୱେଚ୍ଛାକୃତ ଏବଂ ଲକ୍ଷ୍ୟସାଧନ ପ୍ରୟାସୀ କ୍ରିୟା ।

(୪) ପରୀକ୍ଷଣରେ ପରିବର୍ତ୍ତିତ ପରିସ୍ଥିତିର ସାହାଯ୍ୟ ନିଆଯାଏ–ପରୀକ୍ଷଣ ସର୍ବଦା ସ୍ୱେଚ୍ଛାକୃତ ଏବଂ ଉଦ୍ଦେଶ୍ୟମୂଳକ । ଏହି ହେତୁରୁ ଗବେଷକ କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ଉପନୀତ ହେବାପାଇଁ ଗୋଟିଏ ଘଟଣାକୁ ବାରମ୍ବାର ଏବଂ ଭିନ୍ନ ଭିନ୍ନ ପରିବର୍ତିତ ପରିସ୍ଥିତିରେ ପରୀକ୍ଷା କରିଥାଏ । ପରୀକ୍ଷଣ ହେଉଛି ଘଟଣାର ସୃଜନ ବୋଲି ବେନ୍ ବର୍ଣ୍ଣନା କରିଛନ୍ତି । ପରୀକ୍ଷଣ ହେଉଛି ପ୍ରକୃତିକୁ କୂଟ ପ୍ରଶ୍ନ ଜିଜ୍ଞାସା କରିବା ଏବଂ ତାହାର ଉତ୍ତର ଆଦାୟ କରିବା ବୋଲି ବେକନ୍ ବର୍ଣନା କରିଛନ୍ତି ।

ସାଧାରଣ ପର୍ଯ୍ୟବେକ୍ଷଣ କାଳରେ ପର୍ଯ୍ୟବେକ୍ଷକର ସମକ୍ଷରେ ପ୍ରକୃତି ନିଜକୁ ଯେପରି ଭାବେ ଉପସ୍ଥାପିତ କରେ, ସେ କେବଳ ସେତିକି ମାତ୍ର ଜାଣିପାରେ । କିନ୍ତୁ ପରୀକ୍ଷଣରେ ପର୍ଯ୍ୟବେକ୍ଷକ ସୁନିୟନ୍ତ୍ରିତ ପରିବେଶରେ ପ୍ରାକୃତିକ ଘଟଣା ଘଟାଇ ପାରୁଥିବାରୁ ସାଧାରଣତଃ ଦୁର୍ଲଭ ପ୍ରାକୃତିକ ତଥ୍ୟର ସନ୍ଧାନ ମଧ୍ଯ ପାଇପାରେ । ସାଧାରଣ ପର୍ଯ୍ୟବେକ୍ଷଣଦ୍ବାରା ଯେଉଁସବୁ ପ୍ରାକୃତିକ ତଥ୍ୟ ଉଦ୍‌ଘାଟିତ ହେବା ସମ୍ଭାବନା ନାହିଁ, ସେସବୁ ମଧ୍ୟ ପରୀକ୍ଷଣଦ୍ୱାରା ପର୍ଯ୍ୟବେକ୍ଷକର ଜ୍ଞାନଗୋଚର ହୁଏ । ତେଣୁ ପରୀକ୍ଷଣକୁ ପ୍ରକୃତିଠାରୁ କୂଟ ପ୍ରଶ୍ନର ଉତ୍ତର ସଂଗ୍ରହଣ ବୋଲି ବର୍ଣ୍ଣନା କରିବା ଯଥାର୍ଥ ।

୧୮. ବିଜ୍ଞାନର ଲକ୍ଷ୍ୟ ଏବଂ ମୂଲ୍ୟ (Aim and value of Science) ଆଲୋଚନା କର ।
Answer:
ପ୍ରକୃତିର ଗୋଟିଏ ବିଶେଷ ବିଭାଗ ସଂପର୍କରେ ଯଥାର୍ଥ, ନିଶ୍ଚିତ ଓ ସୁଶୃଙ୍ଖଳ ଜ୍ଞାନକୁ ବିଜ୍ଞାନ ବୋଲି କୁହାଯାଏ । ଏହା ଲୌକିକ ବା ସାଧାରଣ ଜ୍ଞାନଠାରୁ ଭିନ୍ନ । ବିଜ୍ଞାନ ସବୁ ସମୟରେ ଖଣ୍ଡ, ବିଚ୍ଛିନ୍ନ ଘଟଣାଗୁଡ଼ିକୁ ଗୋଟିଏ ନିୟମର ଅଧୀନରେ ଆଣିବାକୁ ଚେଷ୍ଟା କରିଥାଏ । ପଦାର୍ଥ ବିଜ୍ଞାନ ମାଧ୍ୟାକର୍ଷଣ ତତ୍ତ୍ବ ସାହାଯ୍ୟରେ ସମସ୍ତ ପଦାର୍ଥର ନିମ୍ନାଭିମୁଖୀ ଗତିକୁ ବ୍ୟାଖ୍ୟା କରିଥାଏ । ପ୍ରକାରାନ୍ତରେ ଲୌକିକ ଜ୍ଞାନ ବିଶୃଙ୍ଖଳ ଓ ପରସ୍ପର ବିଚ୍ଛିନ୍ନ ।

ବିଜ୍ଞାନର ଗୋଟିଏ ନିର୍ଦ୍ଦିଷ୍ଟ ପଦ୍ଧତି ରହିଛି ଏବଂ ବିଜ୍ଞାନ ପରୀକ୍ଷଣ ସାହାଯ୍ୟରେ ସତ୍ୟାସତ୍ୟ ନିରୂପଣ କରେ ବୋଲି ବୈଜ୍ଞାନିକ ଜ୍ଞାନ ନିର୍ଭୁଲ ଓ ନିଶ୍ଚିତ ଅଟେ । ପ୍ରକାରାନ୍ତରେ ଲୌକିକ ଜ୍ଞାନ ଆହରଣର କୌଣସି ନିର୍ଦ୍ଦିଷ୍ଟ ବା ଧରାବନ୍ଧା ପଦ୍ଧତି ନ ଥ‌ିବାରୁ ତାହା ବିଜ୍ଞାନ ଭଳି ନିଶ୍ଚିତ ହୋଇ ନ ପାରେ ।

ପର୍ଯ୍ୟବେକ୍ଷଣ ଏବଂ ପରୀକ୍ଷଣ ସାହାଯ୍ୟରେ କେତେଗୁଡ଼ିଏ ସାର୍ବିକ ନିୟମ ଆବିଷ୍କାର କରିବା ଏବଂ ସେ ସମସ୍ତ ନିୟମ ସାହାଯ୍ୟରେ ନିଜ ନିଜ ବିଭାଗର ଘଟଣାବଳୀକୁ ବ୍ୟାଖ୍ୟା କରିବାହିଁ ହେଉଛି ପ୍ରତ୍ୟେକ ବିଜ୍ଞାନର ଲକ୍ଷ୍ୟ । ପ୍ରତ୍ୟେକ ବିଜ୍ଞାନ ଏ ସମସ୍ତ ସାର୍ଷିକ ନିୟମ ସାହାଯ୍ୟରେ ପ୍ରକୃତିର ଗୋଟିଏ ବିଶେଷ ବିଭାଗର ଅନ୍ତର୍ଗତ ଘଟଣା ସଂପର୍କରେ ସୁନିଶ୍ଚିତ ଓ ସୁଶୃଙ୍ଖଳ ଜ୍ଞାନଦାନ କରେ ।

ବୈଜ୍ଞାନିକ ଆବିଷ୍କାରର କେତେକ ଦିଗ ମଣିଷର ଅମଙ୍ଗଳ ସାଧନ ମଧ୍ଯ କରୁଛି; କିନ୍ତୁ ବିଜ୍ଞାନ ମଣିଷର ପ୍ରଭୂତ ଉପକାର ମଧ୍ୟ କରୁଛି । ବିଜ୍ଞାନର ଉନ୍ନତି ଓ ତାହାର ପ୍ରୟୋଗ ମାନବ ଜାତିର ନାନା କଲ୍ୟାଣ ସାଧନ କରୁଛି– ଏକଥା ମଧ୍ୟ ଅସ୍ବୀକାର କରିହେବ ନାହିଁ । ବିଜ୍ଞାନର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଜ୍ଞାନଦାନ କରିବା । ବୈଜ୍ଞାନିକ ଅନୁସନ୍ଧାନ ଫଳରେ ଯେଉଁ ସାର୍ବିକ ନିୟମ ଆବିଷ୍କୃତ ହୋଇଛି, ମଣିଷର ବ୍ୟାବହାରିକ ପ୍ରୟୋଜନ ଛଡ଼ା ସେସମସ୍ତ ନିୟମର ଆଉ ଗୋଟିଏ ନିଜସ୍ଵ ମୂଲ୍ୟ ମଧ୍ୟ ରହିଛି ।

ବିଜ୍ଞାନର ନିଜସ୍ବ ମୂଲ୍ୟ ହେଉଛି କୌତୂହଳର ତୃପ୍ତିସାଧନ ବା ମଣିଷ ଆକାଂକ୍ଷାର ପରିତୃପ୍ତିସାଧନ । ବିଜ୍ଞାନର କାର୍ଯ୍ୟ ହେଉଛି ତଥ୍ୟ ବା ଘଟଣାର ଆବିଷ୍କାର । ତେଣୁ ବୈଜ୍ଞାନିକମାନେ କେତେକ ବିଶେଷ ଘଟଣା ବା ବସ୍ତୁର ପର୍ଯ୍ୟବେକ୍ଷଣ ବା ପରୀକ୍ଷଣପୂର୍ବକ ଏକ ସାର୍ବିକ ସତ୍ୟର ପ୍ରତିଷ୍ଠାରେ ପ୍ରୟାସୀ ହୁଅନ୍ତି । କୌଣସି ବିଶେଷ ଘଟଣା କାହିଁକି ଘଟୁଛି, ତାହାର ସମର୍ଥନରେ ହିଁ ଏସମସ୍ତ ସାର୍ବିକ ସତ୍ୟର ଉଲ୍ଲେଖ କରାହୁଏ ।

ସୁତରାଂ ଘଟଣାର ବିବରଣୀ ସଂଗ୍ରହ କରିବା ବୈଜ୍ଞାନିକମାନଙ୍କର ପ୍ରକୃତ ଲକ୍ଷ୍ୟ ନୁହେଁ । ବୈଜ୍ଞାନିକମାନଙ୍କର ଲକ୍ଷ୍ୟ ହେଉଛି ଘଟଣାବଳୀକୁ ହୃଦୟଙ୍ଗମପୂର୍ବକ ସେମାନଙ୍କର ତାତ୍ପର୍ଯ୍ୟ ଉଦ୍‌ଘାଟନ କରିବା । ବିଶେଷ ଘଟଣାଗୁଡ଼ିକ ଯେଉଁ ସମସ୍ତ ପ୍ରାକୃତିକ ନିୟମଦ୍ୱାରା ନିୟନ୍ତ୍ରିତ ହୁଅନ୍ତି ସେ ସମସ୍ତ ନିୟମ ଏବଂ ବିଶେଷ ଘଟଣାର ପଶ୍ଚାତ୍‌ଭାଗରେ ଯେଉଁ ମୂଳତତ୍ତ୍ୱ ନିହିତ ଅଛି ତାହାର ଅନୁସନ୍ଧାନ ହିଁ ବିଜ୍ଞାନର ମୂଳଲକ୍ଷ୍ୟ ।

୧୯. ବୈଜ୍ଞାନିକ ଅନୁସନ୍ଧାନ କାର୍ଯ୍ୟରେ ପ୍ରକଳ୍ପର ଗୁରୁତ୍ୱ (Importance of Hypothesis in Scientific Enquiry) ବୁଝାଅ !
Answer:
କୋହେନ୍ ଓ ନାଗେଲ୍ (Cohen and Nagel) କହନ୍ତି, ‘ଯଦି ଆମେ ପୂର୍ବରୁ ଦତ୍ତ ସମସ୍ୟାଟିର କୌଣସି ଅନୁମିତ ସମାଧାନ ବା ବ୍ୟାଖ୍ୟା ନେଇ ଅଗ୍ରସର ହୋଇ ନ ଥୁବୁ, ତେବେ କୌଣସି ଅନୁସନ୍ଧାନରେ ଆମେ ଏକ ପାଦ ମଧ୍ଯ ଆଗକୁ ଅଗ୍ରସର ହୋଇପାରିବୁ ନାହିଁ ।’’ ଆମର ପୂର୍ବାର୍ଜିତ ଜ୍ଞାନ ଏବଂ ସମସ୍ୟାଟିର କୌଣସି ଉପାଦାନହିଁ ଏଭଳି ସାମୟିକ ବ୍ୟାଖ୍ୟାର ଗୋଟିଏ ଇଙ୍ଗିତ ଦିଏ । ଏହି ଇଙ୍ଗିତ ଯେତେବେଳେ ବଚନ ଆକାରରେ ପ୍ରକାଶିତ ହୁଏ ତାହାକୁ ‘ପ୍ରକଳ୍ପ’ କୁହାଯାଏ ।

CHSE Odisha Class 11 Logic Unit 4 Short & Long Answer Questions in Odia Medium

ବୈଜ୍ଞାନିକ ଅନୁସନ୍ଧାନରେ ପ୍ରକଳ୍ପ ବା ପ୍ରାକ୍-କଳ୍ପନାର ଗୁରୁତ୍ଵ ଯେ ଅପରିସୀମ ତାହା ପୂର୍ବୋକ୍ତ ଉକ୍ତିରୁ ବୁଝିହେଉଛି । ତଥାପି କେହି କେହି ପ୍ରକଳ୍ପ ଗଠନକୁ ସମର୍ଥନ କରିନାହାନ୍ତି । ସେମାନଙ୍କ ମତରେ, ପ୍ରକଳ୍ପ ଗଠନର ଅର୍ଥ ହେଉଛି ପ୍ରକୃତି ସଂପର୍କରେ ଆଗରୁ କିଛି ଅନୁମାନ କରିନେବା (Anticipating the nature) । ପ୍ରକୃତି କେଉଁ କେଉଁ ନିୟମ ଅନୁସାରେ କାର୍ଯ୍ୟ କରେ ସେ ସମ୍ବନ୍ଧରେ ପୂର୍ବରୁ କିଛି ଅନୁମାନ କରିନେବାର ନାମ ହେଉଛି ପ୍ରକଳ୍ପ ଗଠନ ।

ଯେଉଁମାନେ ପ୍ରକଳ୍ପ ଗଠନର ବିରୋଧୀ, ସେମାନଙ୍କ ମତରେ ପର୍ଯ୍ୟବେକ୍ଷଣ ଓ ଅପସାରଣ (elimination) ପ୍ରକ୍ରିୟାହିଁ ଯଥେଷ୍ଟ । ପ୍ରକୃତିରେ ଯାହା ଘଟୁଛି ତାହାର ଯଥାଯଥ ପର୍ଯ୍ୟବେକ୍ଷଣ ଏବଂ ଅପ୍ରାସଙ୍ଗିକ ବିଷୟର ଅପସାରଣ ସାହାଯ୍ୟରେହିଁ ଘଟଣାର ‘କାରଣ’ ବାହାର କରିହୁଏ । ଘଟଣାର ‘କାରଣ’ ସମ୍ପର୍କରେ ପୂର୍ବରୁ କିଛି ଅନୁମାନ କରିନେଲେ, ତାହା ପ୍ରକୃତି ଉପରେ ଆମର ମନଗତ ଅଭୀଷ୍ଟ କଥାକୁ ଲଦି ଦେଲାଭଳି ହେବ; କିନ୍ତୁ ଏହା ଠିକ୍ ନୁହେଁ ।

ପର୍ଯ୍ୟବେକ୍ଷଣ ହେଉଛି ଗୋଟିଏ ବିଶେଷ ଉଦ୍ଦେଶ୍ୟ ନେଇ ସୁନିୟନ୍ତ୍ରିତ ଭାବରେ ଘଟଣା ବା ବସ୍ତୁଗୁଡ଼ିକର ପ୍ରତ୍ୟକ୍ଷ କରିବା । ପର୍ଯ୍ୟବେକ୍ଷଣର ଉଦ୍ଦେଶ୍ୟ ହେଉଛି ଘଟଣାର ବ୍ୟାଖ୍ୟା କରିବା ଅର୍ଥାତ୍ ଘଟଣାର କାରଣ ଖୋଜି ବାହାର କରିବା । ପ୍ରକୃତ ବ୍ୟାଖ୍ୟା ଅର୍ଥାତ୍ ଦତ୍ତ ଘଟଣାର ନିର୍ଦ୍ଦିଷ୍ଟ କାରଣ ନ ପାଇଲା ପର୍ଯ୍ୟନ୍ତ ବ୍ୟାଖ୍ୟା ବା କାରଣ ସମ୍ପର୍କରେ ଗୋଟିଏ ଆନୁମାନିକ ଧାରଣା ନେଇ ଅଗ୍ରସର ହେବା ପ୍ରୟୋଜନ ।

ପୁନଶ୍ଚ ଅପସାରଣର ଉଦ୍ଦେଶ୍ୟ ହେଉଛି ଘଟଣା ସହିତ ସଂଯୁକ୍ତ ହୋଇଥିବା ଅବାନ୍ତର ବିଷୟଗୁଡ଼ିକ ବର୍ଜନପୂର୍ବକ ପ୍ରୟୋଜନୀୟ ବିଷୟଗୁଡ଼ିକ ଉପରେ ମନୋନିବେଶ କରିବା । କେଉଁ ବିଷୟ ଅବାନ୍ତର, କେଉଁ ବିଷୟ ପ୍ରୟୋଜନୀୟ ତାହା ଜାଣିବାକୁ ହେଲେ ପୂର୍ବରୁ କାରଣ ସମ୍ବନ୍ଧରେ ଗୋଟିଏ କଳ୍ପିତ ଧାରଣା ନେଇ ଅଗ୍ରସର ହେବାକୁ ହୁଏ । ସୁତରାଂ; କାରଣ ଆବିଷ୍କାର ନିମନ୍ତେ ପ୍ରକଳ୍ପର ଗୁରୁତ୍ଵ ଅସ୍ବୀକାର କରିହେବ ନାହିଁ ।

ଗୋଟିଏ ଉଦାହରଣ ସାହାଯ୍ୟରେ ପ୍ରକଳ୍ପର ଗୁରୁତ୍ୱ ଉପଲବ୍ଧ କରାଯାଇପାରେ । ଲର୍ଡ଼ ରେଲି ଏବଂ ରାମ୍‌ ଲକ୍ଷ୍ୟ କଲେ ଯେ, ବାୟୁରେ ଯେଉଁ ଯବକ୍ଷାରଜାନ ଗ୍ୟାସ୍ ମିଳେ ତାହା ରାସାୟନିକ ପ୍ରକ୍ରିୟାରେ ମିଳିଥିବା ଯବକ୍ଷାରଜାନ ଅପେକ୍ଷା ଓଜନିଆ ଅଟେ । ଏହାର କାରଣ ଅନୁସନ୍ଧାନ କରିବାକୁ ଯାଇ ସେମାନେ ଅନୁମାନ କଲେ ଅର୍ଥାତ୍ ପ୍ରକଳ୍ପ ଗଠନ କଲେ ଯେ, ବାୟୁରୁ ମଳିଥିବା ଯବକ୍ଷାରଜାନ ସହିତ ଅନ୍ୟ କୌଣସି ଅଜ୍ଞାତ ଗ୍ୟାସ୍ ମିଶିଥାଏ ବୋଲି ବାୟୁରୁ ମିଳିଥିବା ଯବକ୍ଷାରଜାନ ଓଜନରେ ଅପେକ୍ଷାକୃତ ଭାରୀ ହୋଇଥାଏ ।

ଅନୁସନ୍ଧାନ ଫଳରେ ସେମାନଙ୍କ ପ୍ରକଳ୍ପର ସତ୍ୟତା ପ୍ରମାଣିତ ହେଲା । ଅର୍ଥାତ୍ ଜଣାଗଲା ଯେ, ଯେଉଁ ଗ୍ୟାସ୍‌ଟି ମିଶି ରହିଛି ତାହା ହେଉଛି ଆରଗନ୍ (Argon) ଗ୍ୟାସ୍ । ଏହିପରି ଭାବରେ ଆରଗନ୍ ଗ୍ୟାସ୍ ଆବିଷ୍କୃତ ହେଲା । ତେଣୁ ଏଥିରୁ ସ୍ପଷ୍ଟ ଭାବରେ ଅନୁମିତ ହୁଏ ଯେ, ପ୍ରକଳ୍ପ ଗଠନ ନ କରି ବୈଜ୍ଞାନିକ ଅନୁସନ୍ଧାନରେ ଅଗ୍ରସର ହେବା ସମ୍ଭବ ନୁହେଁ । ୨୦. ବ୍ୟାଖ୍ୟା (Explanation) କ’ଣ ବୁଝାଅ ।

୨୦. ବ୍ୟାଖ୍ୟା (Explanation) କ’ଣ ବୁଝାଅ ।
Answer:
ପୂର୍ବରୁ କୁହାଯାଇଛି ଯେ, ବୈଜ୍ଞାନିକମାନେ କେବଳ ତଥ୍ୟ ଓ ଘଟଣା ସମ୍ବନ୍ଧରେ ବର୍ଣନାମୂଳକ ଜ୍ଞାନ ଉପରେ ସନ୍ତୁଷ୍ଟ ହୋଇନାହାନ୍ତି । ସେମାନେ ଘଟଣାର ବ୍ୟାଖ୍ୟା ନିମନ୍ତେ ଇଚ୍ଛା କରନ୍ତି । ତେଣୁ ପ୍ରଶ୍ନ ହେଉଛି ବ୍ୟାଖ୍ୟା କ’ଣ ? ବ୍ୟାଖ୍ୟା ହେଉଛି କେତେଗୁଡ଼ିଏ ବିବୃତିର ସମଷ୍ଟି, ଯେଉଁ ବିବୃତି ସାହାଯ୍ୟରେ ବୈଜ୍ଞାନିକମାନେ ଦତ୍ତ ତଥ୍ୟର ଯୁକ୍ତିସଙ୍ଗତ ଆଲୋଚନା କରି ସାଧାରଣ ଲୋକଙ୍କୁ ବୁଝାଇବାର ଚେଷ୍ଟା କରିଥା’ନ୍ତି ।

ଦୈନନ୍ଦିନ ଜୀବନରେ ଆମେ ପ୍ରତ୍ୟେକ ବସ୍ତୁ ବା ଘଟଣାକୁ ବୁଝିବା ନିମନ୍ତେ ବ୍ୟାଖ୍ୟାର ଅପେକ୍ଷାରେ ରହୁ । ଗୋଟିଏ ଉଦାହରଣ ସାହାଯ୍ୟରେ କଥାଟିକୁ ସ୍ପଷ୍ଟଭାବରେ ବୁଝାଇ ଦେଇହେବ । ଜଣେ ଅଫିସ୍ କର୍ମଚାରୀ ପ୍ରତିଦିନ ସକାଳ ୧୦ଟାରେ ଅଫିସ୍‌କୁ ଆସନ୍ତା ଏବଂ ଏଥରେ କୌଣସି ଅସ୍ଵାଭାବିକତା ନାହିଁ ବୋଲି କେହି ଏ ସମ୍ପର୍କରେ କୌଣସି କୌତୂହଳ ପ୍ରକାଶ କରନ୍ତି ନାହିଁ । କିନ୍ତୁ ଦିନେ ଯଦି କର୍ମଚାରୀ ଜଣକ ଦୁଇ ଘଣ୍ଟା ବିଳମ୍ବରେ ଅଫିସ୍‌କୁ ଆସନ୍ତି, ତାହେଲେ ତାଙ୍କର ଉପରିସ୍ଥ କର୍ତ୍ତୃପକ୍ଷ ତାଙ୍କୁ କୈଫିୟତ୍ ଦାବି କରନ୍ତି ।

ଅର୍ଥାତ୍‌ ସେହି କର୍ତ୍ତୃପକ୍ଷ ଜଣକ କର୍ମଚାରୀଙ୍କର ବିଳମ୍ବରେ ଅଫିସ୍‌କୁ ଆସିବାର ବ୍ୟାଖ୍ୟା ଚାହାଁନ୍ତି । କର୍ମଚାରୀ ଜଣକ ହୁଏତ କହନ୍ତି ଯେ, ସେ ସାଧାରଣତଃ ଯେଉଁ ଗାଡ଼ିରେ ଆସନ୍ତି ସେହି ଗାଡ଼ିରେ ଆସୁଥ‌ିବା ସମୟରେ ଗାଡ଼ିଟି ଏକ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ସେତେବେଳେ ଅନ୍ୟ କୌଣସି ଯାନବାହନ ନଥିବାରୁ ସେହି ଗାଡ଼ିଟି ମରାମତି ନ ହେବା ପର୍ଯ୍ୟନ୍ତ ସେହି ଗାଡ଼ିରେ ଦୁଇଘଣ୍ଟା ବସିରହିବାକୁ ପଡ଼ିଲା ।

ସେଦିନ ଅଫିସ୍‌କୁ ବିଳମ୍ବରେ ଆସିବାର ଏହି ବିବୃତି ସନ୍ତୋଷଜନକ ବ୍ୟାଖ୍ୟାଭାବରେ ଗ୍ରହଣ କରାଯାଇପାରେ । ଏଠାରେ ସନ୍ତୋଷଜନକ ବ୍ୟାଖାର ଅର୍ଥ ଲୋକଟିର ଦତ୍ତ ବିବୃତିରେ ନିହିତ ଥ‌ିବା ତଥ୍ୟରୁ ତାଙ୍କ ପ୍ରଦତ୍ତ ବିଳମ୍ବର କାରଣ ସ୍ଵରୂପ ସିଦ୍ଧାନ୍ତଟି ଯୁକ୍ତିଯୁକ୍ତଭାବରେ ନିଃସୃତ ହେଉଅଛି ।

ଏଥିରୁ ମନେକରାଯାଇପାରେ ଯେ, ବ୍ୟାଖ୍ୟା ଏବଂ ଅନୁମାନ ଉଭୟେ ନିବିଡ଼ ସଂପର୍କରେ ସଂପୃକ୍ତ । ବ୍ୟାଖ୍ୟା ଏବଂ ଅନୁମାନ ଏକା ପ୍ରକ୍ରିୟା । ପ୍ରଦତ୍ତ ଆଶ୍ରୟ ବାକ୍ୟରୁ କୌଣସି ସିଦ୍ଧାନ୍ତ ଯଦି ଯୁକ୍ତିସଙ୍ଗତଭାବରେ ନିଃସୃତ ହୁଏ, ତାହେଲେ ପ୍ରଦତ୍ତ ଆଶ୍ରୟ ବାକ୍ୟ ସେହି ସିଦ୍ଧାନ୍ତକୁ ବ୍ୟାଖ୍ୟା କରୁଛି ବୋଲି କୁହାଯାଇପାରେ । ପୁଣି ଗୋଟିଏ ପ୍ରଦତ୍ତ ଘଟଣାକୁ ବ୍ୟାଖ୍ୟା କରିବାକୁ ଯାଇ ଆମେ କହିପାରୁ ଯେ, ଘଟଣାଟିର ବ୍ୟାଖ୍ୟା ମିଳିପାରିଛି, ଯଦି ଆମେ ଏପରି କେତେଗୁଡ଼ିଏ ଆଶ୍ରୟ ବାକ୍ୟ ଖୋଜିପାଉ, ଘଟଣାଟି ଯୁକ୍ତିସଙ୍ଗତ ଭାବରେ ଅନୁମାନ କରାଯାଏ ।

ସମସ୍ତ ବ୍ୟାଖ୍ୟାହିଁ ସନ୍ତୋଷଜନକ ନୁହେଁ । କିଛି କିଛି ପ୍ରସ୍ତାବିତ ବ୍ୟାଖ୍ୟା ଅନ୍ୟାନ୍ୟ ବ୍ୟାଖ୍ୟା ଅପେକ୍ଷା ଅଧିକ ସନ୍ତୋଷଜନକ ହୋଇପାରେ । ସନ୍ତୋଷଜନକ ବ୍ୟାଖ୍ୟାର ମାନଦଣ୍ଡ ହେଉଛି ପ୍ରାସଙ୍ଗିକତା (Relevance) । ପୂର୍ବରୁ ଯେଉଁ ଅଫିସ କର୍ମଚାରୀ ଜଣଙ୍କର ଉଦାହରଣ ଦିଆଯାଇଛି ସେ ତାଙ୍କର ବିଳମ୍ବ କରି ଅଫିସ୍‌କୁ ଆସିବା ନିମନ୍ତେ ଯେଉଁ ବ୍ୟାଖ୍ୟା ଦେଲେ ତହିଁରେ ଯଦି ଉଲ୍ଲେଖ ଥାଏ ଯେ, ତାଙ୍କର ବିଳମ୍ବର କାରଣ ହେଉଛି ‘ସରବରାହ’, ତାହେଲେ ସେହି ବ୍ୟାଖ୍ୟା କେବଳ ଅପ୍ରାସଙ୍ଗିକ ହେବ ତା ନୁହେଁ, ବରଂ ତାହା କୌଣସି ବ୍ୟାଖ୍ୟା ବୋଲି ବିବେଚିତ ହେବ ନାହିଁ ।

ଯେଉଁ ଘଟଣାକୁ ବ୍ୟାଖ୍ୟା କରିବା ନିମନ୍ତେ ଇଚ୍ଛା କରାହେଉଛି ସେହି ଘଟଣାଟି ପ୍ରସ୍ତାବିତ ବ୍ୟାଖ୍ୟାଠାରୁ ଯେଉଁ ଯୁକ୍ତି ସାହାଯ୍ୟରେ ଅନୁମାନ କରାହେଉଛି ସେହି ଯୁକ୍ତିର ଅକାଟ୍ୟତା ଉପରେ ପ୍ରସ୍ତାବିତ ବ୍ୟାଖ୍ୟାର ପ୍ରାସଙ୍ଗିକତା ନିର୍ଭର କରୁଛି । ଗ୍ରହଣଯୋଗ୍ୟ ବ୍ୟାଖ୍ୟାକୁ ପ୍ରାସଙ୍ଗିକ ହେବାକୁ ପଡ଼ିବ; କିନ୍ତୁ ସମସ୍ତ ପ୍ରାସଙ୍ଗିକ ବ୍ୟାଖ୍ୟା ଗ୍ରହଣଯୋଗ୍ୟ ନୁହେଁ ।

ପ୍ରସ୍ତାବିତ ବ୍ୟାଖ୍ୟାକୁ ଗ୍ରହଣଯୋଗ୍ୟ ହେବାକୁ ହେଲେ ତାହାକୁ ସତ୍ୟ ହେବାକୁ ପଡ଼ିବ । ପ୍ରସ୍ତାବିତ ବ୍ୟାଖ୍ୟାଟିର ସତ୍ୟତା କୌଣସି କୌଣସି କ୍ଷେତ୍ରରେ ପ୍ରତ୍ୟକ୍ଷଭାବରେ ପରଖ କରାଯାଏ । ଯେପରି ପୂର୍ବୋକ୍ତ କର୍ମଚାରୀଜଣକ ତାଙ୍କ ଅଫିସରେ ବିଳମ୍ବରେ ଆସିବାର ବ୍ୟାଖ୍ୟାଭାବରେ ଗାଡ଼ିଟି ଦୁର୍ଘଟଣାର ସମ୍ମୁଖୀନ ହେବା କଥା କହିଛନ୍ତି ।

ଏହି ବ୍ୟାଖ୍ୟା ସତ କି ନୁହେଁ ତାହା ପ୍ରତ୍ୟକ୍ଷଦର୍ଶୀଙ୍କ ବିବୃତିକୁ ନେଇ ପରଖ କରାଯାଇପାରିବ; କିନ୍ତୁ ବିଜ୍ଞାନ ବିଶେଷ ଘଟଣାର ବ୍ୟାଖ୍ୟାରେ ଆଗ୍ରହୀ ନୁହେଁ । ବିଜ୍ଞାନ ସାର୍ବିକ ସତ୍ୟର ବ୍ୟାଖ୍ୟାରେ ଆଗ୍ରହୀ । ସାର୍ବିକ ସତ୍ୟକୁ ଇନ୍ଦ୍ରିୟ ମାଧ୍ୟମରେ ପ୍ରତ୍ୟକ୍ଷଭାବରେ ପରଖ କରିବା ଅଧିକାଂଶ ବୈଜ୍ଞାନିକ ବ୍ୟାଖ୍ୟା ପକ୍ଷରେ ସମ୍ଭବ ନୁହେଁ ।

ନିଉଟନ୍‌ଙ୍କର ଗତି ସୂତ୍ରର (Laws of Motion) ପ୍ରଥମ ସୂତ୍ରଟି ହେଉଛି, ‘ବାହାରରୁ ପ୍ରଯୁକ୍ତ ବଳଦ୍ଵାରା ଅବସ୍ଥାର ପରିବର୍ତ୍ତନ ନ କଲେ ସ୍ଥିର ବସ୍ତୁ ଚିରକାଳ ସ୍ଥିର ଅବସ୍ଥାରେ ଥାଏ ଏବଂ ସଚଳ ବସ୍ତୁ ଚିରକାଳ ସମବେଗରେ ସରଳରେଖାରେ ଗତି କରିଥାଏ ।’’ ଗାଡ଼ିଟି ଦୁର୍ଘଟଣାର ସମ୍ମୁଖୀନ ହେବା ଘଟଣାଟିର ସତ୍ୟତା ଯେପରିଭାବରେ ପରଖ କରାଯାଏ, ନିଉଟନ୍‌ଙ୍କର ଏହି ସୂତ୍ରଟିର ଦ୍ଵିତୀୟାଂଶର ସତ୍ୟତା ସେହିଭଳିଭାବରେ ପରଖ କରିହେବ ନାହିଁ ।

ପ୍ରଥମାଂଶର ସତ୍ୟତା ପ୍ରତ୍ୟକ୍ଷଭାବରେ ପରଖ କରିହେବ । କାରଣ ଆମର ଦୈନନ୍ଦନ ଅଭିଜ୍ଞତାରୁ ଜଣାଯାଏ ଯେ ଯଦି କୌଣସି ଏକ ଜଡ଼ ବସ୍ତୁକୁ ତହିଁର ଅବସ୍ଥାପିତ ସ୍ଥାନରୁ ଯେତେ ପର୍ଯ୍ୟନ୍ତ କେହି ସ୍ଥାନଚ୍ୟୁତ ନ କରିଛି ସେପର୍ଯ୍ୟନ୍ତ ବସ୍ତୁଟି ସେହି ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିଥ‌ିବ । ସେ ସ୍ଵୟଂ ସ୍ଥାନାନ୍ତରିତ ହୋଇ କେଉଁ ଆଡ଼କୁ ମଧ୍ୟ ଚାଲିଯାଇପାରିବ ନାହିଁ; କିନ୍ତୁ ସୂତ୍ରଟିର ଦ୍ବିତୀୟାଂଶର ଏପରି କୌଣସି ପ୍ରତ୍ୟକ୍ଷ ଉଦାହରଣ ଦେବା ସମ୍ଭବ ନୁହେଁ ।

କୌଣସି ଗତିଶୀଳ ବସ୍ତୁ ସବୁବେଳେ ସବୁଦିନ ପାଇଁ ଏକାଭଳିଭାବରେ ଗୋଟିଏ ସରଳରେଖାରେ ଚାଳିତ ହେଉଛି ବୋଲି ଦୈନନ୍ଦିନ ଜୀବନରେ କୌଣସି ସାଧାରଣ ଅଭିଜ୍ଞତା ଏପର୍ଯ୍ୟନ୍ତ ଦର୍ଶାଇବାର ଦୃଷ୍ଟାନ୍ତ ନାହିଁ । ଆମର ପ୍ରତ୍ୟକ୍ଷ ଅଭିଜ୍ଞତାରୁ ଆମେ ଯାହା ଲାଭକରୁ ତାହା ହେଉଛି ସମସ୍ତ ଗତିଶୀଳ ପଦାର୍ଥ ଶେଷପର୍ଯ୍ୟନ୍ତ ସ୍ଥିର ହୋଇ ରହିପାରେ ନାହିଁ । ବସ୍ତୁତଃ, ବୈଜ୍ଞାନିକ ନିୟମ ସୂଚିତ ତର୍କବଚନର ପ୍ରତ୍ୟକ୍ଷଭାବରେ ସତ୍ୟତା ପରଖ କରାଯାଏ ।

ଏପରି ବୈଜ୍ଞାନିକ ବଚନ ପ୍ରାୟ ନାହିଁ ବୋଲି କହିଲେ ଚଳିବ । କାରଣ ଅଧିକାଂଶ ବୈଜ୍ଞାନିକ ବଚନ ବା ନିୟମ ଏପରି ବିଷୟକୁ ନିର୍ଦ୍ଦେଶ କରେ ଯାହା ସିଧାସଳଖଭାବରେ ପ୍ରତ୍ୟକ୍ଷଯୋଗ୍ୟ ନୁହେଁ ।

ବ୍ୟାଖ୍ୟା ଦୁଇପ୍ରକାର ହୋଇପାରେ; ଯଥା – (୧) ବୈଜ୍ଞାନିକ ବ୍ୟାଖ୍ୟା (Scientific explanation) ଏବଂ (୨) ଅ- ବୈଜ୍ଞାନିକ ବ୍ୟାଖ୍ୟା (Unscientific explanation) । ଗ୍ରାମରେ ହଇଜାରୋଗ ମହାମାରୀ ରୋଗ ହିସାବରେ ବିବେଚିତ ହେବାର କାରଣର ବ୍ୟାଖ୍ୟା ଦେବାକୁ ଯାଇ ଯଦି କୁହାଯାଏ ଯେ, ଠାକୁରାଣୀଙ୍କ ଅସନ୍ତୋଷ ହେତୁ ଏହି ରୋଗ ଦେଖାଦେଇଛି, ତାହେଲେ ତାହା ହେବ ଅ-ବୈଜ୍ଞାନିକ ବ୍ୟାଖ୍ୟା ।

ସ୍ପଷ୍ଟତଃ, ଅ-ବୈଜ୍ଞାନିକ ବ୍ୟାଖ୍ୟା ମୂଳରେ ରହିଛି ଅନ୍ଧବିଶ୍ୱାସ ଓ କୁସଂସ୍କାର । ଅପରପକ୍ଷେ ହଇଜା ରୋଗର ବ୍ୟାଖ୍ୟାରେ ଯଦି କୁହାଯାଏ ଯେ, ଦୂଷିତ ପାନୀୟଜଳ ନିମନ୍ତେ ହଇଜା ରୋଗ ହୋଇଛି, ତାହେଲେ ତାହାହେବ ବୈଜ୍ଞାନିକ ବ୍ୟାଖ୍ୟା ।

CHSE Odisha Class 11 Logic Unit 4 Short & Long Answer Questions in Odia Medium

ବୈଜ୍ଞାନିକ ବ୍ୟାଖ୍ୟା ପଛରେ ଯେଉଁ ମନୋଭାବ ଥାଏ ତାହା ସଂପୂର୍ଣ୍ଣ ଭିନ୍ନ ପ୍ରକାର । ବିଜ୍ଞାନରେ କୌଣସି ବ୍ୟାଖ୍ୟାକୁ ଚୂଡ଼ାନ୍ତ ବ୍ୟାଖ୍ୟା ବୋଲି ମନେକରାଯାଏ ନାହିଁ । ବିଜ୍ଞାନମୂଳକ ସମସ୍ତ ବ୍ୟାଖ୍ୟାହିଁ ସାମୟିକ ଏବଂ ପରୀକ୍ଷଣମୂଳକ ଭାବରେ ଗୃହୀତ । ବିଜ୍ଞାନରେ ଯେକୌଣସି ପ୍ରସ୍ତାବିତ ବ୍ୟାଖ୍ୟାକୁ ସଂଗୃହୀତ ତଥ୍ୟ ଭିତ୍ତିରେ କମ୍ ବେଶି ସମ୍ଭାବ୍ୟ ଗୋଟିଏ ନିଚ୍ଛକ ପ୍ରକଳ୍ପଭାବରେ ବିବେଚନା କରାଯାଏ ।

ଯେଉଁ ବ୍ୟାଖ୍ୟା ପ୍ରଥମରେ ଗୋଟିଏ ପ୍ରକଳ୍ପ ଭାବରେ ନିର୍ଦ୍ଦେଶିତ ହୁଏ, ତାହା ଯେତେବେଳେ ବାସ୍ତବ ଘଟଣାଦ୍ୱାରା ସମର୍ଥିତ ହୋଇ ଆଂଶିକ ପ୍ରମାଣିତ ହୁଏ ସେତେବେଳେ ତାହାକୁ ମତବାଦ (Theory) ବୋଲି କୁହାଯାଏ । ମତବାଦ ଯେତେବେଳେ ବହୁତ ସାକ୍ଷ୍ୟ-ପ୍ରମାଣ ଭିଭିରେ ସର୍ବଜନ ସ୍ୱୀକୃତି ଲାଭ କରେ ସେତେବେଳେ ତାହାକୁ ‘ନିୟମ’ (Laws) କୁହାଯାଏ । ପୁନଶ୍ଚ, ସେହି ନିୟମ ଯେତେବେଳେ ସଦାସର୍ବଦା ସନ୍ତୋଷଜନକଭାବରେ କାର୍ଯ୍ୟ କରିଚାଲେ, ସେତେବେଳେ ତାହା ସତ୍ୟ ଘଟଣା (Fact) ରୂପେ ବିବେଚିତ ହୁଏ ।

୨୧. ପ୍ରକଳ୍ପର ସଂଜ୍ଞା (Definition of Hypothesis) ବୁଝାଅ ।
Answer:
ବିନା ପ୍ରମାଣରେ କିମ୍ବା ସ୍ବଳ୍ପ ପ୍ରମାଣରେ କୌଣସି ଗୋଟିଏ ବସ୍ତୁର ସ୍ଵରୂପ ନିର୍ଣ୍ଣୟ ସଂପର୍କରେ ଅଥବା କୌଣସି ଘଟଣାର କାରଣ ନିର୍ଦ୍ଧାରଣ ସଂପର୍କରେ ବା ଯେଉଁ ନିୟମ ଅନୁସାରେ ଘଟଣାଟି ଘଟେ ସେହି ନିୟମ ସଂପର୍କରେ ସାମୟିକ ଆନୁମାନିକ ଧାରଣାକୁ ପ୍ରକଳ୍ପ କୁହାଯାଏ । ମିଲ୍‌ଙ୍କ ମତରେ, ‘ପ୍ରକଳ୍ପ ହେଉଛି ଏକ ଆନୁମାନିକ ପ୍ରସ୍ତାବିତ ଧାରଣା; ଯାହା କୌଣସି ପ୍ରମାଣ ବ୍ୟତୀତ କିମ୍ବା ଅପର୍ଯ୍ୟାପ୍ତ ପ୍ରମାଣ ଉପରେ ପ୍ରତିଷ୍ଠିତ ଏକ ପ୍ରସ୍ତାବିତ ଧାରଣା ଯହିଁରୁ ବାସ୍ତବ ତଥ୍ୟ ଆଡ଼କୁ ଲକ୍ଷ୍ୟ ରଖ୍ କେତେଗୁଡ଼ିଏ ସିଦ୍ଧାନ୍ତ ନିଃସୃତ କରାଯାଇପାରେ । ସେହି ପ୍ରସ୍ତାବିତ ଧାରଣାର ଉଦ୍ଦେଶ୍ୟ ହେଉଛି ଯେ, ଯଦି ସିଦ୍ଧାନ୍ତଗୁଡ଼ିକ ଜ୍ଞାତ ସତ୍ୟ ସହିତ ସାମଞ୍ଜସ୍ୟ ରକ୍ଷା କରୁଥାଏ, ତାହେଲେ ସେହି ପ୍ରସ୍ତାବିତ ଆନୁମାନିକ ଧାରଣାଟି ମଧ୍ୟ ସତ୍ୟ ହେବ ।’’

ମିଲ୍‌ଙ୍କ ପ୍ରଦତ୍ତ ସଂଜ୍ଞାଟିକୁ ବିଶ୍ଳେଷଣ କଲେ ପ୍ରକଳ୍ପ ମଧ୍ୟରେ କେତେଗୁଡ଼ିଏ ବୈଶିଷ୍ଟ୍ୟ ଦେଖିବାକୁ ମିଳେ; ଯଥା –
(୧) ପ୍ରକଳ୍ପ ଗଠନ କରିବା ପୂର୍ବରୁ ପର୍ଯ୍ୟବେକ୍ଷଣ କରିବା ଦରକାର ।
(୨) ‘କାରଣ’ ସହଯୋଗରେ ଯେଉଁ ସମସ୍ତ ଘଟଣାର ବ୍ୟାଖ୍ୟା ପ୍ରୟୋଜନ ସେମାନଙ୍କର କାରଣ ସମ୍ବନ୍ଧରେ ଗୋଟିଏ ଆନୁମାନିକ ଧାରଣା ଗଠନ କରାଯାଏ ।
(୩) ଘଟଣାର ବ୍ୟାଖ୍ୟା ସଂପର୍କରେ ଆନୁମାନିକ ଗୋଟିଏ ଧାରଣା ସୃଷ୍ଟି କରିବା ପଛରେ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନିହିତ ଥାଏ । ତାହା ହେଉଛି ଆନୁମାନିକ ପ୍ରସ୍ତାବିତ ଧାରଣା ବା ପ୍ରକଳ୍ପରୁ ଯଦି କୌଣସି ସିଦ୍ଧାନ୍ତ ନିଃସୃତ କରିହୁଏ ଏବଂ ସେହି ସିଦ୍ଧାନ୍ତ ସହିତ ଯଦି ବାସ୍ତବର ସାମଞ୍ଜସ୍ୟ ଥାଏ, ତାହେଲେ ପ୍ରକଳ୍ପଟି ସତ୍ୟବୋଲି ବିବେଚିତ ହେବ । ଉଦାହରଣସ୍ୱରୂପ – ରାତିରେ ଘରକୁ ଫେରି ଦେଖାଗଲା ଯେ, ଝରକାର କାଚ ଭାଙ୍ଗି ବିଛୁଡ଼ି ପଡ଼ିଛି ।

ଏହି ଘଟଣାର ବ୍ୟାଖ୍ୟା ନିମନ୍ତେ ଅନୁମାନ କରାଗଲା ଯେ କେହି ହୁଏତ ଟେକା ଫିଙ୍ଗି ଝରକାର କାଚ ଭାଙ୍ଗି ଦେଇଛି । ଏହି ପ୍ରକଳ୍ପର ସମର୍ଥନ ନିମନ୍ତେ ଆଖପାଖରେ ଯଦି କିଛି ଟେକା ବା ଅନୁରୂପ ବସ୍ତୁ ଦେଖାଯାଏ, ତାହେଲେ ପ୍ରକଳ୍ପଟି ଯଥାର୍ଥ ହେଲା ବୋଲି କୁହାଯିବ । ଯଦି ଏପ୍ରକାର କୌଣସି ବସ୍ତୁ ଖୋଜି ନ ମିଳେ, ତାହେଲେ ପ୍ରକଳ୍ପଟି ଅଯଥାର୍ଥ ହେଲାବୋଲି କୁହାଯିବ ଏବଂ ସେତେବେଳେ ଅନ୍ୟ ଗୋଟିଏ ପ୍ରକଳ୍ପ ଗଠନ କରିବାର ପ୍ରୟୋଜନ ହେବ ।

ପରିଶେଷରେ କଫେ(Coffey)ଙ୍କର ଉକ୍ତି ଉଲ୍ଲେଖ କରି ଉପସଂହାରରେ ଆମେ କହିପାରୁ ଯେ, “ପ୍ରକଳ୍ପ ହେଉଛି ବ୍ୟାଖ୍ୟା କରିବା ନିମନ୍ତେ ଗୋଟିଏ ପ୍ରଚେଷ୍ଟା, ଏକ ଅସ୍ଥାୟୀ ପ୍ରସ୍ତାବନା ଯାହା କୌଣସି ଘଟଣାକୁ ବିଜ୍ଞାନସମ୍ମତଭାବରେ ବ୍ୟାଖ୍ୟା କରିବାର ଉଦ୍ଦେଶ୍ୟରେ ଗଠିତ କରାଯାଇଥାଏ ।’’

୨୨. ବୈଧ ପ୍ରକଳ୍ପର ସର୍ଭାବଳୀ (Conditions of Hypothesis) ଉଲ୍ଲେଖ କର ।
Answer:
ବୈଜ୍ଞାନିକ ଅନୁସନ୍ଧାନ କାର୍ଯ୍ୟରେ ପ୍ରକଳ୍ପ ଗଠନ କରି ଅଗ୍ରସର ହେବା ସମ୍ଭବପର ନୁହେଁ । କୌଣସି ଘଟଣାର ପ୍ରସ୍ତାବିତ ବୈଜ୍ଞାନିକ ବ୍ୟାଖ୍ୟା ହେଉଛି ପ୍ରକଳ୍ପ; କିନ୍ତୁ ସମସ୍ତ ପ୍ରକଳ୍ପହିଁ ବୈଧ ନୁହେଁ । ଉତ୍କୃଷ୍ଟତାର ଦୃଷ୍ଟିକୋଣରୁ ପ୍ରକଳ୍ପ କମ୍ ଗ୍ରହଣଯୋଗ୍ୟ ହୋଇଥାଏ । ପ୍ରଶ୍ନ ହେଉଛି ପ୍ରକଳ୍ପର ବୈଧତା କେଉଁ କେଉଁ ସର୍ଭ ଉପରେ ନିର୍ଭରଶୀଳ ? ଯେଉଁଠାରେ ଗୋଟିଏ ଘଟଣା ନିମନ୍ତେ ଏକାଧ୍ଵକ ବୈଜ୍ଞାନିକ ବ୍ୟାଖ୍ୟା ବା ପ୍ରକଳ୍ପ ପରିଦୃଷ୍ଟ ହୁଏ, ସେଠାରେ କେଉଁ ପ୍ରକଳ୍ପଟି ଗ୍ରହଣଯୋଗ୍ୟ ତାହାର ବିଚାରଣା ଲାଗି ପ୍ରଶ୍ନ ଉଠେ ।

ବୈଜ୍ଞାନିକ ଅନୁସନ୍ଧାନରେ ପ୍ରକଳ୍ପକୁ ଗ୍ରହଣଯୋଗ୍ୟ ହେବାକୁ ହେଲେ କେତେଗୁଡ଼ିଏ ସର୍ପ ସ୍ଵୀକାର , କରିବାକୁ ହେବ । ମାତ୍ର ପ୍ରକଳ୍ପ ଗଠନ କରିବା ସହଜ କାର୍ଯ୍ୟ ନୁହେଁ । ତେଣୁ ପ୍ରକଳ୍ପ ଗଠନ କରିବା ନିମନ୍ତେ ସୃଜନୀ ପ୍ରତିଭାର ପ୍ରୟୋଜନ ରହିଛି । ଫଳତଃ, କିଭଳି ଭାବରେ ପ୍ରକଳ୍ପ ଗଠନ କରିବାକୁ ହେବ ସେ ସଂପର୍କରେ କୌଣସି ନିୟମାବଳୀ ପ୍ରଣୟନ କରାନଗଲେ ମଧ୍ୟ ଏପରି କେତେଗୁଡ଼ିଏ ନିୟମ ରହିଛି ଯେଉଁଗୁଡ଼ିକ ଗ୍ରହଣଯୋଗ୍ୟ ପ୍ରକଳ୍ପ ସହିତ ସଙ୍ଗତି ଥିବା ବାଞ୍ଛନୀୟ । ଏହି ନିୟମଗୁଡ଼ିକୁ ପ୍ରକଳ୍ପର ମୂଲ୍ୟ ବିଚାରରେ ମାନଦଣ୍ଡ ବୋଲି କୁହାଯାଇପାରେ । ନିମ୍ନରେ ସେଗୁଡ଼ିକର ଆଲୋଚନା କରାଗଲା ।

(i) ପ୍ରକଳ୍ପ ସ୍ୱ-ବିରୋଧୀ କିମ୍ବା ଅସଙ୍ଗତ ହେବା ଉଚିତ ନୁହେଁ (Hypothesis should not be self-contradictory or absurd) :
ବିଜ୍ଞାନସମ୍ମତ ଆରୋହ ଅନୁମାନରେ ସଂଶ୍ଳିଷ୍ଟ କୌଣସି ବସ୍ତୁର କାରଣ ନିର୍ଦ୍ଦିଷ୍ଟ କରିବା ସମୟରେ ସ୍ୱ-ବିରୋଧୀ ଚିନ୍ତାଧାରା ବା ଅସଙ୍ଗତ କଳ୍ପନା ସର୍ବଦା ପରିତ୍ୟଜ୍ୟ । ତେଣୁ ପ୍ରକଳ୍ପ ଗଠନ କଲାବେଳେ ଏସମସ୍ତ ପ୍ରତି ତୀକ୍ଷ୍ଣଣ ଦୃଷ୍ଟିନିକ୍ଷେପ କରିବା ଉଚିତ । ଉଦାହରଣସ୍ୱରୂପ, ଘରୁ କୌଣସି ଲୋକ ଅନ୍ତର୍ହିତ ହୋଇଗଲେ ତାକୁ ସ୍ଵର୍ଗର ଏକ ପରୀ ନେଇଯାଇଛି ବୋଲି ଅସଙ୍ଗତ କଳ୍ପନା ଯେପରି ଅବାଞ୍ଛନୀୟ, ସେହିପରି ସେ ଘରେ ଥାଇ ମଧ୍ୟ ଅନ୍ତର୍ହିତ ବୋଲି ଧରିନେବା ସ୍ବ-ବିରୋଧୀ ମତ ଅଟେ । ତେଣୁ ବିଜ୍ଞାନସମ୍ମତ ପ୍ରକଳ୍ପ ଏପରି ସ୍ବ-ବିରୋଧୀ ଏବଂ ଅସଙ୍ଗତ କଳ୍ପନାଠାରୁ ଦୂରରେ ରହିବା ବିଧେୟ ।

(ii) ପ୍ରକଳ୍ପ ଅସ୍ପଷ୍ଟ ନ ହୋଇ ସ୍ପଷ୍ଟ ହେବା ଉଚିତ (Hypothesis should not be vague but should be definite) :
ଆରୋହ ଅନୁମାନରେ ଯେତେବେଳେ ପ୍ରକଳ୍ପ ଗଠନ କରାଯିବ ତାହା ସ୍ପଷ୍ଟ ହେବା ଉଚିତ । ପ୍ରକଳ୍ପଟି ସ୍ପଷ୍ଟ ହେଲେହିଁ କୌଣସି ଗୋଟିଏ କାର୍ଯ୍ୟର କାରଣ ନିର୍ଦ୍ଧାରଣ କରିବା ସମୟରେ ବିଜ୍ଞାନସମ୍ମତ ପରୀକ୍ଷାନିରୀକ୍ଷା ସମ୍ଭବ ହେବ ଏବଂ ଯଥାର୍ଥ କାରଣ ନିର୍ଦ୍ଧାରିତ ହୋଇପାରିବ । ଯେପରି ଭୂମିକମ୍ପର କାରଣ ନିର୍ଦ୍ଧାରଣ କରିବାକୁ ଯାଇ ଯଦି କୁହାଯାଏ ଯେ, ପୃଥ‌ିବୀର ଅଭ୍ୟନ୍ତରରେ ମୁଣ୍ଡ ଦୋହଲାଊଛି, ତେବେ ଏତାଦୃଶ କାରଣ ବିଜ୍ଞାନସମ୍ମତ ବୋଲି ଗ୍ରହଣଯୋଗ୍ୟ ହେବ ନାହିଁ ।

ମାତ୍ର ଯଦି କୁହାଯାଏ ଯେ, ଭୂମିକମ୍ପର କାରଣ ମୃତ୍ତିକାର ଭାଙ୍ଗ ସୃଷ୍ଟି ହେବା ଅଥବା ଆଗ୍ନେୟଗିରିରୁ ହଠାତ୍ ଅଗ୍ନି ଉଦ୍‌ଗିରଣ ହେବା, ତେବେ ଏହା ନିଶ୍ଚିତଭାବରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଗ୍ରହଣଯୋଗ୍ୟ । ଏହା ସତ୍ୟ କି ମିଥ୍ୟା ତାହା ବାସ୍ତବ କ୍ଷେତ୍ରରେ ମଧ୍ୟ ପରୀକ୍ଷା କରାଯାଇପାରିବ ।

(iii) ସର୍ବଦା ପ୍ରତିଷ୍ଠିତ ସତ୍ୟର ବିରୋଧୀ ନ ହେବା ଉଚିତ (Hypothesis should not ordinarily be in conflict with established truth):
କୌଣସି ପ୍ରକଳ୍ପକୁ ଗ୍ରହଣଯୋଗ୍ୟ ହେବାକୁ ହେଲେ ତାହାକୁ ଅନ୍ୟାନ୍ୟ ପୂର୍ବପ୍ରତିଷ୍ଠିତ ତଥ୍ୟ ସହିତ ସଂହତିପୂର୍ଣ୍ଣ ହେବାକୁ ପଡ଼ିବ । ପ୍ରକଳ୍ପଗୁଡ଼ିକ ଯଦି ପୂର୍ବପ୍ରତିଷ୍ଠିତ ତଥ୍ୟ ସହିତ ବିରୋଧୀ ହୁଏ ତାହେଲେ ପ୍ରକଳ୍ପଗୁଡ଼ିକ ପରସ୍ପର ବିରୋଧୀ ହେବେ ଏବଂ ତାହା ଫଳରେ ପ୍ରକଳ୍ପଟି ଗ୍ରହଣଯୋଗ୍ୟ ବିବେଚିତ ହେବ ନାହିଁ ।

‘୨ + ୨ = ୪’ ଏହା ଗୋଟିଏ ପ୍ରତିଷ୍ଠିତ ସତ୍ୟ । କିନ୍ତୁ କେହି ହିସାବର ହାରାହାରି ବ୍ୟାଖ୍ୟା ନିମନ୍ତେ କହେ ଯେ ଏଠାରେ ‘୨+୨ =୫’ ହେବ, ତାହାହେଲେ ପ୍ରକଳ୍ପକୁ ଯଥାର୍ଥ ବୋଲି କହିହେବ ନାହିଁ । କାରଣ ପ୍ରକଳ୍ପଟି ଗଣିତର ନିୟମର ବିରୋଧୀ । ବିଜ୍ଞାନର ଲକ୍ଷ୍ୟ ହେଉଛି ଜ୍ଞାନାର୍ଜନ ପଥରେ ଅନବରତ ଅଗ୍ରସର ହେବା । ଯେଉଁ ପଦ୍ଧତିରେ ଏହି ଲକ୍ଷ୍ୟସିଦ୍ଧି ହୋଇପାରେ ତାହା ହେଉଛି ପ୍ରକଳ୍ପର ପରିଧିକୁ ବ୍ୟାପକତର କରିବା, ଯଦ୍ବାରା ପ୍ରକଳ୍ପଟି ସାହାଯ୍ୟରେ ଆହୁରି ଅନେକ ଘଟଣାକୁ ବ୍ୟାଖ୍ୟା କରିହେବ ।

ଜ୍ୟୋତିର୍ବିଜ୍ଞାନୀ ଲାଭେରିଅର୍ ଯେତେବେଳେ ଦେଖିବାକୁ ପାଇଲେ ଯେ ନିର୍ଦ୍ଦିଷ୍ଟ କକ୍ଷପଥରୁ ଇଉରାନସ୍ ଗ୍ରହ ପଥଚ୍ୟୁତ ହୋଇ ଗତି କରୁଛି – ଏପରି ପଥଚ୍ୟୁତ ହେବାର କାରଣ ଖୋଜିବାକୁ ଯାଇ ଦେଖ‌ିଲେ ଯେ ଅନ୍ୟ ଗୋଟିଏ ଅଜ୍ଞାତ ଗ୍ରହର ଅସ୍ତିତ୍ବ ବିଷୟରେ ପ୍ରକଳ୍ପ ଗଠନ କରିଛନ୍ତି । ଏହି ପ୍ରକଳ୍ପଟି ଜ୍ୟୋତିର୍ବିଜ୍ଞାନର ଅନ୍ୟାନ୍ୟ ପ୍ରତିଷ୍ଠିତ ମତବାଦ ସହିତ ସଂହତିପୂର୍ଣ୍ଣ ଥିଲା । ବୈଜ୍ଞାନିକ ଅନୁସନ୍ଧାନ କାର୍ଯ୍ୟରେ ଶୃଙ୍ଖଳାର ସହିତ ଅଗ୍ରଗତି ନିମନ୍ତେ ଯାହା ଏକାନ୍ତ ପ୍ରୟୋଜନ ତାହା ହେଉଛି ନୂତନ ମତବାଦକୁ ପୁରାତନ ମତବାଦ ସହିତ ସମତା ରକ୍ଷା କରିବାକୁ ହେବ ।

CHSE Odisha Class 11 Logic Unit 4 Short & Long Answer Questions in Odia Medium

(iv) ପ୍ରକଳ୍ପ ପରୀକ୍ଷାଯୋଗ୍ୟ ହେବା ଉଚିତ (Hypothesis should verifiable) :
ବୈଜ୍ଞାନିକ ପ୍ରକଳ୍ପ ସହିତ ଅ-ବୈଜ୍ଞାନିକ ପ୍ରକଳ୍ପର ପାର୍ଥକ୍ୟ ହେଉଛି ଯେ, ବୈଜ୍ଞାନିକ ପ୍ରକଳ୍ପ ପରୀକ୍ଷାଯୋଗ୍ୟ । ବୈଜ୍ଞାନିକ ପ୍ରକଳ୍ପ ପର୍ଯ୍ୟବେକ୍ଷଣ ବା ପରୀକ୍ଷଣଦ୍ବାରା ସ୍ପଷ୍ଟଭାବରେ ପରଖ ହୋଇପାରୁଥ‌ି । ବିଜ୍ଞାନର ଅଧିକାଂଶ ବିଷୟ ସାଧାରଣତଃ ପ୍ରତ୍ୟକ୍ଷଭାବରେ ପରୀକ୍ଷାଯୋଗ୍ୟ ନୁହେଁ । ଯେପରି ଅଣୁ, ପରମାଣୁ, ଇଲେକ୍‌ଟ୍ରନ୍, ପ୍ରୋଟନ୍‌, ଭିଟାମିନ୍ ଇତ୍ୟାଦି ଇନ୍ଦ୍ରିୟ ପ୍ରତ୍ୟକ୍ଷର ବହୁ ଊର୍ଦ୍ଧ୍ବରେ । ଅଥଚ ଏଗୁଡ଼ିକ ହେଉଛି ବିଜ୍ଞାନର ଆଲୋଚ୍ୟ ବିଷୟ ।

ଏସମସ୍ତ ବସ୍ତୁକୁ ପ୍ରତ୍ୟକ୍ଷଭାବରେ ପରଖ କରା ନ ଗଲେ ମଧ୍ୟ ପରୋକ୍ଷଭାବରେ ପରଖ କରିହେବ । ଏ ସମସ୍ତ ବିଷୟକୁ ପରୋକ୍ଷଭାବରେ ପରଖ କରିବା ନିମନ୍ତେ ଏଥୁରୁ ଅବରୋହ ପଦ୍ଧତିଦ୍ୱାରା ଏପରି କେତେଗୁଡ଼ିଏ ସିଦ୍ଧାନ୍ତ ନିଃସୃତ କରାଯାଏ ଯେଉଁଗୁଡ଼ିକୁ ଅଭିଜ୍ଞତା ସାହାଯ୍ୟରେ ପରଖ କରିହେବ । ଟେରିସେଲି ବାରୋମିଟର ଯନ୍ତ୍ରରେ ପାରଦ କାହିଁକି ଉପରକୁ ଉଠେ ତାହା ବ୍ୟାଖ୍ୟା କରିବା ନିମନ୍ତେ ପ୍ରକଳ୍ପ ଗଠନ କରି କହିଲେ ଯେ, ବାୟୁମଣ୍ଡଳର ଚାପ ନିମନ୍ତେ ବାରୋମିଟର ଯନ୍ତ୍ରର ପାରଦ ଊର୍ତ୍ତମୁଖୀ ହୁଏ ।

ଏହି ପ୍ରକଳ୍ପକୁ ପ୍ରତ୍ୟକ୍ଷଭାବରେ ପରଖ କରାଯାଇପାରେନାହିଁ ବୋଲି ଏଠାରେ ପରୋକ୍ଷଭାବରେ ପରଖ କରିବାକୁ ହେବ । ଏହି ପ୍ରକଳ୍ପ ଯଦି ବୈଧ ହୁଏ, ତାହେଲେ ଏଥୁରୁ ଆମେ ସିଦ୍ଧାନ୍ତ ନିଃସୃତ କରିପାରିବୁ ଯେ ଯେହେତୁ ପାହାଡ଼ ଉପରେ ବାୟୁମଣ୍ଡଳର ଚାପ ଅପେକ୍ଷାକୃତ କମ୍, ସେଥ୍ପାଇଁ ସେଠାରେ ବାରୋମିଟର ଯନ୍ତ୍ରର ପାରଦର ଊର୍ଦ୍ଧ୍ଵ ଗତି ମଧ୍ଯ କମ୍ ହେବ ।

ବର୍ତ୍ତମାନ ଏହି ସିଦ୍ଧାନ୍ତ ବାକ୍ୟର ସତ୍ୟତା ପ୍ରତ୍ୟକ୍ଷଭାବରେ ପରଖ ଦେଖୁବାକୁ ହେବ । ଟେରିସେଲି ବାରୋମିଟର ଯନ୍ତ୍ର ନେଇ ପାହାଡ଼ ଉପରେ ଉଠିଲେ ଏବଂ ଦେଖ‌ିଲେ ଯେ, ବାସ୍ତବରେ ବାରୋମିଟର ପାରଦ ଆଉ ପୂର୍ବପରି ଏତେ ଉପରକୁ ଉଠୁନାହିଁ । ସୁତରାଂ ତାଙ୍କ ପ୍ରକଳ୍ପର ଗ୍ରହଣଯୋଗ୍ୟତା ପରୋକ୍ଷଭାବରେ ପ୍ରମାଣିତ ହେଲା ।

(v) ପ୍ରକଳ୍ପ ବାସ୍ତବ କାରଣର ଅନୁସନ୍ଧାନ କରିବା ନିମନ୍ତେ ଗଠିତ ହେବା ବାଞ୍ଛନୀୟ (Hypothesis should be based on real cause or vera causa) :
ପ୍ରକଳ୍ପ ଗଠନ ସମୟରେ ବାସ୍ତବ କାରଣରୁ ଅନୁସନ୍ଧାନକୁ ଆଖିଆଗରେ ରଖୁବା ସର୍ବାଦୌ ବିଧେୟ । ଯଦି ଜଣେ ଅକାଳରେ ମୃତ୍ୟୁବରଣ କରେ ତାହେଲେ ସେହି ମୃତ୍ୟୁର କାରଣ ଅନୁସନ୍ଧାନ ପାଇଁ ଭାଗ୍ୟ, ଭଗବାନ୍ ଇତ୍ୟାଦିକୁ ନେଇ ପ୍ରକଳ୍ପ ପ୍ରଣୟନ କରିବା ବିଜ୍ଞାନସମ୍ମତ ହେବ ନାହିଁ । କାରଣ, ‘ଭାଗ୍ୟ’ ଓ ‘ଭଗବାନ୍’– ଏହା ମୃତ୍ୟୁର କାରଣ ବୋଲି ବୈଜ୍ଞାନିକମାନେ ସ୍ବୀକାର କରନ୍ତି ନାହିଁ । ତେଣୁ ତାହା ମୃତ୍ୟୁର ବାସ୍ତବ କାରଣ ନୁହେଁ ।

ସୁତରାଂ ବାସ୍ତବ କାରଣର ଉଦ୍‌ଘାଟନହିଁ ବିଜ୍ଞାନର ଏକମାତ୍ର ଲକ୍ଷ୍ୟ । ଏହି ଲକ୍ଷ୍ୟସାଧନ ନିମନ୍ତେ ବୈଜ୍ଞାନିକମାନେ ପର୍ଯ୍ୟବେକ୍ଷଣ ଓ ପରୀକ୍ଷଣ ମାଧ୍ଯମରେ ବସ୍ତୁ ବା ଘଟଣାର ସତ୍ୟାସତ୍ୟ ନିରୂପଣ କରିଥା’ନ୍ତି । ତେଣୁ ବିଜ୍ଞାନରେ କପୋଳକଳ୍ପନା ଓ ଠିଆସ୍ଵପ୍ନର କୌଣସି ସ୍ଥାନ ନାହିଁ । କେବଳମାତ୍ର ଇନ୍ଦ୍ରିୟଲବ୍‌ଧ ଜ୍ଞାନହିଁ ଏକମାତ୍ର ସତ୍ୟ; କାରଣ ଏମାନଙ୍କର ସତ୍ୟାସତ୍ୟ ପ୍ରତ୍ୟକ୍ଷଭାବରେ ପରଖ କରାଯାଇପାରିବ ।

ମାତ୍ର ଅଣୁ, ପରମାଣୁ, ଇଲେକ୍‌ଟ୍ରନ୍, ନିଉଟ୍ରନ୍, ପ୍ରୋଟନ୍ ଇତ୍ୟାଦି ଏପରି ଅନେକ ବସ୍ତୁ ରହିଛି ଯେଉଁମାନଙ୍କର ସତ୍ୟାସତ୍ୟ ପ୍ରତ୍ୟକ୍ଷଭାବରେ ପରଖ କରାଯାଇ ନ ପାରିଲେ ମଧ୍ୟ, ଅର୍ଥାତ୍ ଏ ସମସ୍ତ ବସ୍ତୁ ଇନ୍ଦ୍ରିୟଗ୍ରାହ୍ୟ ନ ହେଲେ ମଧ୍ୟ ସେଗୁଡ଼ିକର ଗତି, ପ୍ରକୃତି ଓ ସ୍ଥିତି ସ୍ବତନ୍ତ୍ର ଏକ ବୈଜ୍ଞାନିକ ପଦ୍ଧତିରେ ପ୍ରମାଣିତ । ତେଣୁ ସେଗୁଡ଼ିକ ମଧ୍ୟ ବାସ୍ତବ କାରଣରୂପେ ପରିଗଣିତ ହୁଅନ୍ତି । ବେନ୍ ଏପ୍ରକାର ବାସ୍ତବ ତଥ୍ୟକୁ ପ୍ରାତିନିଧ୍ଵକ କଳ୍ପନା (Representative friction) ବୋଲି ଆଖ୍ୟା ଦେଇଛନ୍ତି ।

(vi) ପ୍ରକଳ୍ପଟି ପ୍ରାସଙ୍ଗିକ ହେବା ଉଚିତ (Hypothesis must be relevant) :
ତାର୍କିକମାନେ କହନ୍ତି ଯେ, କୌଣସି ଘଟଣାକୁ ବ୍ୟାଖ୍ୟା କରିବା ନିମନ୍ତେ ପ୍ରକଳ୍ପ ଗଠନ କରାଯାଏ । ତେଣୁ ଯେଉଁ ଘଟଣାର ବ୍ୟାଖ୍ୟା ନିମନ୍ତେ ପ୍ରକଳ୍ପ ଗଠିତ ହୋଇଛି ପ୍ରକଳ୍ପଟିକୁ ସେହି ଘଟଣାର ପ୍ରାସଙ୍ଗିକ ହେବାକୁ ପଡ଼ିବ । ପ୍ରକଳ୍ପଟି ଯଦି ଅପ୍ରାସଙ୍ଗିକ ହୁଏ ଅର୍ଥାତ୍ ତାହା ଘଟଣାକୁ ବ୍ୟାଖ୍ୟା କରିବା ପାଇଁ ଯୋଗ୍ୟ ନ ହୁଏ, ତାହେଲେ ପ୍ରକଳ୍ପର ପ୍ରାସଙ୍ଗିକତା ଅଛି ବୋଲି କହିହେବ ନାହିଁ । ତେଣୁ ପ୍ରକଳ୍ପ ପ୍ରାସଙ୍ଗିକ ହେବା ବାଞ୍ଛନୀୟ ।

ଏହାର ଅର୍ଥ ହେଉଛି, ଯେଉଁ ଘଟଣାର ବ୍ୟାଖ୍ୟା ନିମନ୍ତେ ପ୍ରକଳ୍ପଟି ଗଠନ କରାଯାଇଛି ପ୍ରକଳ୍ପରୁ ଯେପରି ସେହି ଘଟଣାଟି ଅବରୋହ ପଦ୍ଧତିରେ ନିଃସୃତ ହୋଇ ବୋଧଗମ୍ୟ ହୋଇପାରୁଥିବ । ସରଳଭାବରେ କହିବାକୁ ଗଲେ ଗୋଟିଏ ବୈଧ ପ୍ରକଳ୍ପ ସବୁ ସମୟରେ ପ୍ରାସଙ୍ଗିକ ହେବ । ଯେପରି କାହାଘରୁ ଯଦି ଛୋଟ ଶିଶୁଟିଏ ଦୈବାତ୍ ନିଖୋଜ ହୋଇଯାଏ, ତେବେ ସେହି ଶିଶୁଟିର ନିଖୋଜ ହେବାର କାରଣ ଉଦ୍ଭାବନରେ ଯଦି ଜଣେ ଏପରି ଏକ ପ୍ରକଳ୍ପର ଉପସ୍ଥାପନା କରି କହେ ଯେ, ଶିଶୁଟିକୁ ସ୍ଵର୍ଗର ପରୀ ଆସି ନେଇଯାଇଛି, ତାହେଲେ ଏପରି ଏକ ପ୍ରସ୍ତାବିତ ସମ୍ଭାବନା ଅପ୍ରାସଙ୍ଗିକ ହେବ ବୋଲି କୁହାଯିବ ।

ମାତ୍ର ଅନ୍ୟ ଜଣେ ଯଦି କହନ୍ତି ଯେ, ଶିଶୁଟିକୁ ‘ପିଲାଚୋର’ ଧରିନେଇଯାଇଛି, ତେବେ ଏହି ପ୍ରକଳ୍ପଟି ପୂର୍ବ ପ୍ରକଳ୍ପଠାରୁ ପ୍ରାସଙ୍ଗିକ ବୋଲି କୁହାଯିବ । କାରଣ ଦ୍ବିତୀୟ ପ୍ରକଳ୍ପଟି ଘଟଣାର ବ୍ୟାଖ୍ୟା ନିମନ୍ତେ ସର୍ବଜନ ଗ୍ରହଣଯୋଗ୍ୟ । ସୁତରାଂ କୌଣସି ପ୍ରକଳ୍ପ ବା ବ୍ୟାଖ୍ୟାକୁ ଗ୍ରହଣଯୋଗ୍ୟ ହେବାକୁ ହେଲେ ତାହାକୁ ପ୍ରାସଙ୍ଗିକ ହେବାକୁ ହେବ ।

(vi) ପ୍ରକଳ୍ପନା ସରଳ ହେବା ଉଚିତ (Hypothesis must be simple) :
ପ୍ରକଳ୍ପଟି ସରଳ ହେବା ଆବଶ୍ୟକ । ଅନେକ ସମୟରେ ଏପରି ଦେଖାଯାଏ ଯେ, ଦୁଇଟି ପ୍ରତିଦ୍ବନ୍ଦୀ ପ୍ରକଳ୍ପ ପୂର୍ବୋକ୍ତ ଛଅଟି ସର୍ଭେ ଅନୁସାରେ ଯଥାଯଥଭାବରେ ବୈଧ ବିବେଚିତ ହୋଇପାରୁଛି । ଏପରି ଦୁଇଟି ପ୍ରତିଦ୍ବନ୍ଦୀ ପ୍ରକଳ୍ପର ଉଦାହରଣ ହିସାବରେ ଟଲେମୀ ଏବଂ କୋପରନିକସ୍‌ଙ୍କର ପ୍ରକଳ୍ପ କଥା ଉଲ୍ଲେଖ କରାଯାଇପାରେ । ଏହି ଦୁଇଜଣ ବୈଜ୍ଞାନିକ ପ୍ରଣୀତ ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ତତ୍‌କାଳୀନ ଜ୍ୟୋତିର୍ବିଜ୍ଞାନର ଜ୍ଞାତ ଘଟଣାଗୁଡ଼ିକୁ ବ୍ୟାଖ୍ୟା କରିବା ।

ଟଲେମୀଙ୍କର ପ୍ରକଳ୍ପ ଅନୁସାରେ ପୃଥ‌ିବୀ ହେଉଛି ହେଉଛି ତତ୍‌କାଳୀନ ଜ୍ୟୋତିର୍ବିଜ୍ଞାନର ଜ୍ଞାତ ଘଟଣାଗୁଡ଼ିକୁ ବ୍ୟାଖ୍ୟା କରିବା । ଟଲେମୀଙ୍କର ପ୍ରକଳ୍ପ ଅନୁସାରେ ପୃଥ‌ିବୀ ହେଉଛି ବିଶ୍ଵ ଜଗତର କେନ୍ଦ୍ର ଏବଂ ସୂର୍ଯ୍ୟସହ ନକ୍ଷତ୍ର, ଅନ୍ୟାନ୍ୟ ଗ୍ରହ, ଉପଗ୍ରହ ପ୍ରଭୃତି ଜ୍ୟୋତିଷ୍କ ନିଜ ନିଜ କକ୍ଷପଥରେ ପୃଥ‌ିବୀର ଚତୁଃପାର୍ଶ୍ବରେ ଆବର୍ତ୍ତିତ ହେଉଛନ୍ତି । ଟଲେମୀଙ୍କର ଏହି ପ୍ରକଳ୍ପ ଅନୁସାରେ ସୂର୍ଯ୍ୟହିଁ ବିଶ୍ବଜଗତର କେନ୍ଦ୍ର ସ୍ୱରୂପ ଏବଂ ପୃଥ‌ିବୀ ସହ ଅନ୍ୟାନ୍ୟ ଗ୍ରହ, ନକ୍ଷତ୍ର ସୂର୍ଯ୍ୟକୁ ପ୍ରଦକ୍ଷିଣ କରୁଛନ୍ତି ।

କୋପରନିକସ୍‌ଙ୍କର ଏହି ପ୍ରକଳ୍ପଟି ଟଲେମୀଙ୍କର ପ୍ରକଳ୍ପ ଭଳି ପ୍ରାସଙ୍ଗିକ, ପ୍ରମାଣଯୋଗ୍ୟ ଓ ଅନ୍ୟାନ୍ୟ ପ୍ରତିଷ୍ଠିତ ପ୍ରକଳ୍ପ ସହିତ ସଂହତିପୂର୍ଣ୍ଣ । ଏତଦ୍‌ବ୍ୟତୀତ ଉଭୟ ପ୍ରକଳ୍ପହିଁ ଭବିଷ୍ୟବାଣୀ ବା ବ୍ୟାଖ୍ୟା କରିବାକୁ ସକ୍ଷମ ଅଟନ୍ତି; କିନ୍ତୁ ଗୋଟିଏ ଗୁରୁତ୍ଵପୂର୍ଣ୍ଣ ବିଷୟରେ ପ୍ରକଳ୍ପ ଦୁଇଟି ମଧ୍ୟରେ ପାର୍ଥକ୍ୟ ରହିଛି, ଯଦିଓ ଉଭୟ ପ୍ରକଳ୍ପହିଁ ବିଭିନ୍ନ ଗ୍ରହ ଉପଗ୍ରହର ନିର୍ଦ୍ଦିଷ୍ଟ ଅବସ୍ଥାନର ବ୍ୟାଖ୍ୟା ନିମନ୍ତେ ଜଟିଳ ଆବର୍ତ୍ତନ ପଦ୍ଧତିର ଉଲ୍ଲେଖ କରିଛନ୍ତି, ତଥାପି କୋପରନିକସ୍‌ଙ୍କର ପ୍ରକଳ୍ପଟି ପୃଥବୀ ସମେତ ଅନ୍ୟଗ୍ରହମାନଙ୍କର ଆବର୍ତ୍ତନକାଳ ସଂପର୍କରେ ସୂଚାଉଥ‌ିବା ତଥ୍ୟ ସହଜ ଓ ସରଳଗ୍ରାହ୍ୟ ହୋଇପାରିଛି । ତେଣୁ ଟଲେମୀଙ୍କର ପ୍ରକଳ୍ପ ତୁଳନାରେ କୋପରନିକସ୍‌ଙ୍କର ପ୍ରକଳ୍ପଟି ଅନେକ ସରଳ ।

୨୩. ପ୍ରକଳ୍ପର ପ୍ରମାଣ ପଦ୍ଧତି (Proofs of Hypothesis) ଲେଖ ।
Answer:
ପ୍ରକଳ୍ପଟି ବୈଧ ବୋଲି ପରିଗଣିତ ହେବାକୁ ହେଲେ ପୂର୍ବବର୍ଣ୍ଣିତ ନିୟମମାନଙ୍କୁ ଅନୁସରଣ କରି ଗଠିତ ହେବା ଉଚିତ । କାରଣ ବୈଧ ପ୍ରକଳ୍ପ ବୈଜ୍ଞାନିକ ଅନୁସନ୍ଧାନ ନିମନ୍ତେ ଏକମାତ୍ର ଗ୍ରହଣଯୋଗ୍ୟ । ବର୍ତ୍ତମାନ ପ୍ରଶ୍ନ ହେଉଛି, ପ୍ରକଳ୍ପଟି ବୈଧ ହେଲା କି ନାହିଁ ତାହା ଆମେ କିପରି ପ୍ରମାଣ କରିବୁ ? ପ୍ରକଳ୍ପକୁ ପ୍ରମାଣ କରିବା ନିମନ୍ତେ ନିମ୍ନଲିଖ୍ ପଦ୍ଧତିଗୁଡ଼ିକ ଅନୁସୃତ ହୁଏ ।

(i) ପରୀକ୍ଷା (Verification) – ପ୍ରକଳ୍ପର ସର୍ବାପେକ୍ଷା ଗୁରୁତ୍ଵପୂର୍ଣ୍ଣ ପ୍ରମାଣ ପଦ୍ଧତି ହେଉଛି ‘ପରୀକ୍ଷା’ ବା verification । କୌଣସି ପ୍ରକଳ୍ପର ବା ଘଟଣାର ସତ୍ୟାସତ୍ୟ ଜାଣିବାକୁ ହେଲେ ତାହାକୁ ପରୀକ୍ଷା କରି ଘଟଣାଟି ସତ୍ୟ କିମ୍ବା ମିଥ୍ୟା ତାହା ଜଣାଯାଇପାରେ । ତେଣୁ ପରୀକ୍ଷା ହେଉଛି ଘଟଣାର ସତ୍ୟାସତ୍ୟ ନିର୍ଦ୍ଧାରଣର ମାନଦଣ୍ଡ । ଏହି ପରୀକ୍ଷା ଦୁଇ ପ୍ରକାର; ଯଥା — ପ୍ରତ୍ୟକ୍ଷ ଏବଂ ପରୋକ୍ଷ । ପ୍ରତ୍ୟକ୍ଷ ପରୀକ୍ଷା ପର୍ଯ୍ୟବେକ୍ଷଣ ଏବଂ ପରୀକ୍ଷଣ (Observation & experiment) ଉପରେ ନିର୍ଭରଶୀଳ । ମାତ୍ର ପରୋକ୍ଷ ପରୀକ୍ଷା ଅବରୋହମୂଳକ ସିଦ୍ଧାନ୍ତ ଏବଂ ସତ୍ୟାସତ୍ୟ ଘଟଣାର ବା ତଥ୍ୟର ନିଃସାରଣ (Deducation and Accumulation of fact) ଉପରେ ନିର୍ଭରଶୀଳ ।

ବୈଜ୍ଞାନିକ ପ୍ରକଳ୍ପ ପର୍ଯ୍ୟବେକ୍ଷଣ ବା ପରୀକ୍ଷଣଦ୍ବାରା ସ୍ପଷ୍ଟତଃ ପରଖ ହୋଇପାରୁଥ‌ି । ଅଧିକାଂଶ ବିଷୟ ସାଧାରଣତଃ ପ୍ରତ୍ୟକ୍ଷଭାବରେ ପରୀକ୍ଷାଯୋଗ୍ୟ ନୁହେଁ, ଯେପରି ଅଣୁ, ପରମାଣୁ, ଇଲେକ୍‌ଟ୍ରନ୍, ପ୍ରୋଟନ୍, ଭିଟାମିନ୍ ଇତ୍ୟାଦି ଇନ୍ଦ୍ରିୟ ପ୍ରତ୍ୟକ୍ଷର ବହିର୍ଭୂତ । ଅଥଚ ଏଗୁଡ଼ିକ ହେଉଛନ୍ତି ବିଜ୍ଞାନର ଆଲୋଚ୍ୟ ବିଷୟ । ଏସମସ୍ତ ବସ୍ତୁକୁ ପ୍ରତ୍ୟକ୍ଷଭାବରେ ପରଖ କରିବା ନିମନ୍ତେ ଏଥୁରୁ ଅବରୋହ ପଦ୍ଧତିଦ୍ଵାରା ଏପରି କେତେଗୁଡ଼ିଏ ସିଦ୍ଧାନ୍ତ ନିଃସୃତ କରାଯାଏ ଯେଉଁଗୁଡ଼ିକୁ ଅଭିଜ୍ଞତା ସାହାଯ୍ୟରେ ପରଖ କରିହେବ ।

ଟେରିସେଲି ବାରୋମିଟରରେ ପାରଦ କାହିଁକି ଉପରକୁ ଉଠେ ତାହା ବ୍ୟାଖ୍ୟା କରିବା ନିମନ୍ତେ ପ୍ରକଳ୍ପ ଗଠନ କରି କହିଲେ ଯେ, ବାୟୁମଣ୍ଡଳର ଚାପ ନିମନ୍ତେ ବାରୋମିଟର ଯନ୍ତ୍ରର ପାରଦ ଊର୍ଦ୍ଧ୍ୱମୁଖୀ ହୁଏ । ଏହି ପ୍ରକଳ୍ପକୁ ପ୍ରତ୍ୟକ୍ଷଭାବରେ ପରଖ କରାଯାଇପାରେ ନାହିଁ ବୋଲି ଏଠାରେ ପରୋକ୍ଷଭାବରେ ପରଖ କରିବାକୁ ହେବ । ଏହି ପ୍ରକଳ୍ପ ଯଦି ବୈଧ ହୁଏ ତାହାହେଲେ ଏଥୁରୁ ଆମେ ସିଦ୍ଧାନ୍ତ ନିଃସୃତ କରିପାରିବୁ ଯେ, ଯେହେତୁ ପାହାଡ଼ ଉପରେ ବାୟୁମଣ୍ଡଳର ଚାପ ଅପେକ୍ଷାକୃତ କମ୍ ସେଥ୍ପାଇଁ ସେଠାରେ ବାରୋମିଟର ଯନ୍ତ୍ରରେ ପାରଦର ଊର୍ଦ୍ଧ୍ୱଗତି ମଧ୍ଯ କମ୍ ହେବ ।

ବର୍ତ୍ତମାନ ଏହି ସିଦ୍ଧାନ୍ତ ବାକ୍ୟର ସତ୍ୟତା ପ୍ରତ୍ୟକ୍ଷଭାବରେ ପରଖ କରି ଦେଖ‌ିବାକୁ ହେବ । ଟେରିସେଲି ବାରୋମିଟର ଯନ୍ତ୍ର ନେଇ ପାହାଡ଼ ଉପରେ ଉଠିଲେ ଏବଂ ଦେଖ‌ିଲେ ଯେ, ବାସ୍ତବରେ ପାରଦ ଆଉ ପୂର୍ବଭଳି ଏତେ ଉପରକୁ ଉଠୁନାହିଁ । ସୁତରାଂ ତାଙ୍କ ପ୍ରକଳ୍ପର ଗ୍ରହଣଯୋଗ୍ୟତା ପରୋକ୍ଷଭାବରେ ପ୍ରମାଣିତ ହେଲା ।

(ii) ଭବିଷ୍ୟବାଣୀ କିମ୍ବା ବ୍ୟାଖ୍ୟା କରିବାର ଶକ୍ତି (Predictive or Explanatory power) – ପ୍ରକଳ୍ପଟିର ଘଟଣାକୁ ବ୍ୟାଖ୍ୟା କରିବା ନିମନ୍ତେ କ୍ଷମତା ଥ‌ିବା ନିତାନ୍ତ ପ୍ରୟୋଜନ । ପ୍ରକଳ୍ପର ଭବିଷ୍ୟବାଣୀ ବା ବ୍ୟାଖ୍ୟା କରିବାର ଶକ୍ତି ଘଟଣାକୁ ବ୍ୟାଖ୍ୟା କରିବା ନିମନ୍ତେ କ୍ଷମତା ଥ‌ିବା ନିତାନ୍ତ ପ୍ରୟୋଜନ । ପ୍ରକଳ୍ପର ଭବିଷ୍ୟବାଣୀ ବା ବ୍ୟାଖ୍ୟା କରିବାର ଶକ୍ତି କହିଲେ ଆମେ ପ୍ରକଳ୍ପରୁ ନିଃସୃତ ହେଉଥ‌ିବା ପ୍ରତ୍ୟକ୍ଷଗ୍ରାହ୍ୟ ଘଟଣାସମୂହର ବ୍ୟାପକତାକୁ ବୁଝୁ ।

CHSE Odisha Class 11 Logic Unit 4 Short & Long Answer Questions in Odia Medium

ଏହି ମାନଦଣ୍ଡ ସହିତ ପ୍ରମାଣଯୋଗ୍ୟ ମାନଦଣ୍ଡର ସମ୍ବନ୍ଧ ଥିଲେ ମଧ୍ୟ ପ୍ରମାଣଯୋଗ୍ୟ ମାନଦଣ୍ଡ ସହିତ ଏହି ମାନଦଣ୍ଡର ପାର୍ଥକ୍ୟ ରହିଛି । ଗୋଟିଏ ପ୍ରକଳ୍ପକୁ ସେତେବେଳେ ପ୍ରମାଣଯୋଗ୍ୟ ବୋଲି କୁହାଯିବ ଯେତେବେଳେ ତହିଁରୁ କିଛିସଂଖ୍ୟକ ପ୍ରତ୍ୟକ୍ଷଗ୍ରାହ୍ୟ ତଥ୍ୟ ଅବରୋହ ପଦ୍ଧତିରେ ନିଃସୃତ କରିହେବ । ଦୁଇଟି ପ୍ରମାଣଯୋଗ୍ୟ ପ୍ରକଳ୍ପ ମଧ୍ୟରେ ଗୋଟିଏ ପ୍ରକଳ୍ପରୁ ଯଦି ଅନ୍ୟ ପ୍ରକଳ୍ପ ଅପେକ୍ଷା ଅଧ୍ଵସଂଖ୍ୟକ ପ୍ରତ୍ୟକ୍ଷଗ୍ରାହ୍ୟ ତଥ୍ୟ ନିଃସୃତ ହୋଇଥାଏ, ତାହେଲେ ଯେଉଁ ପ୍ରକଳ୍ପରୁ ଅଧୂକ ତଥ୍ୟ ନିଃସୃତ ହେଉଛି ସେହି ପ୍ରକଳ୍ପର ଅଧ୍ଵତର ଭବିଷ୍ୟବାଣୀ ବା ବ୍ୟାଖ୍ୟା କରିବାର କ୍ଷମତା ଅଛି ବୋଲି ମନେକରିବାକୁ ହେବ ।

ଯେପରି କେପ୍‌ଲର (Kepler) କିମ୍ବା ଗାଲିଲିଓଙ୍କ ରଚିତ ପ୍ରକଳ୍ପ ଅପେକ୍ଷା ନିଉଟନ୍‌ଙ୍କ ରଚିତ ମାଧ୍ୟାକର୍ଷଣ ଓ ଗତିସୂତ୍ର ସଂପର୍କୀୟ ପ୍ରକଳ୍ପର ଅଧ୍ଵତର ଭବିଷ୍ୟବାଣୀ କରିଥିବାର ଥ‌ିବାର ଦେଖାଯାଏ । କାରଣ କେପ୍‌ଲର ଓ ଗାଲିଲିଓ ସେମାନଙ୍କର ପ୍ରକଳ୍ପ ସାହାଯ୍ୟରେ ଯେଉଁ ସମସ୍ତ ଘଟଣାକୁ ବ୍ୟାଖ୍ୟା କରିବାକୁ ଯାଆନ୍ତି ନିଉଟନ୍‌ଙ୍କ ପ୍ରକଳ୍ପ ସେଗୁଡ଼ିକୁ ବ୍ୟାଖ୍ୟା କରିବା ସଙ୍ଗେ ସଙ୍ଗେ ଆହୁରି ଏକାଧ୍ଯକ ବିଷୟରେ ମଧ୍ୟ ବ୍ୟାଖ୍ୟା କରିଥାଏ ।

ଗୋଟିଏ ପ୍ରକଳ୍ପରୁ କୌଣସି ଅଭିପ୍ରେତ ଘଟଣା ବ୍ୟତୀତ ଯଦି ଅନ୍ୟ କିଛି ଘଟଣା ନିଃସୃତ ହୁଏ ଏବଂ ସେହି ଘଟଣା ଉକ୍ତ ପ୍ରକଳ୍ପଦ୍ବାରା ବିବୃତ ହୁଏ, ତାହେଲେ ଏକଥା କୁହାଯାଇପାରେ ଯେ, ଉକ୍ତ ପ୍ରକଳ୍ପ ଏହି ଘଟଣା ସଂପର୍କରେ ଭବିଷ୍ୟବାଣୀ କରୁଛି । ଯେଉଁ ପ୍ରକଳ୍ପର ଭବିଷ୍ୟବାଣୀ କରିବାର କ୍ଷମତା ଯେତେ ଅଧ‌ିକ ହେବ ସେହି ପ୍ରକଳ୍ପ ସେତେ ଅଧ୍ଵସଂଖ୍ୟକ ଘଟଣାକୁ ବ୍ୟାଖ୍ୟା କରିପାରିବ ।

(iii) ପ୍ରାଚୁର୍ଯ୍ୟତା : ଏହି ମାନଦଣ୍ଡର ଗୋଟିଏ ଗୁରୁତ୍ଵପୂର୍ଣ୍ଣ ନଞର୍ଥକ ଦିଗ ମଧ୍ୟ ରହିଛି । କୌଣସି ପ୍ରକଳ୍ପ ଯଦି ପର୍ଯ୍ୟବେକ୍ଷଣଲବ୍‌ଧ ସ୍ବୀକୃତ ଘଟଣା ସହିତ ଅସଙ୍ଗତିପୂର୍ଣ୍ଣ ହୁଏ, ତାହେଲେ ପ୍ରକଳ୍ପଟି ମିଥ୍ୟା ହେବ ଏବଂ ତାହା ବର୍ଜନୀୟ । ଯଦି ଦୁଇଟି ପ୍ରକଳ୍ପ ଅନ୍ୟାନ୍ୟ ପ୍ରତିଷ୍ଠିତ ବୈଜ୍ଞାନିକ ମତବାଦ ସହିତ ସଂହତିପୂର୍ଣ୍ଣ ହୋଇ ପ୍ରମାଣଯୋଗ୍ୟ ହେବ ଏବଂ ସେହି ଦୁଇଟି ପୃଥକ୍ ପ୍ରକଳ୍ପ ଏକା ଘଟଣାକୁ ବ୍ୟାଖ୍ୟା କରିବା ନିମନ୍ତେ ଉଭୟେ ପ୍ରାସଙ୍ଗିକ ବୋଲି ପ୍ରତୀୟମାନ ହେବେ, ତେବେ ସେ ସ୍ଥଳରେ କେଉଁ ପ୍ରକଳ୍ପଟି ଗ୍ରହଣଯୋଗ୍ୟ ହେବ ସେଥିଲାଗି ମନରେ ସ୍ବତଃ ପ୍ରଶ୍ନ ଉଠିବ ।

ଦୁଇଟି ପ୍ରାସଙ୍ଗିକ ପ୍ରକଳ୍ପ ମଧ୍ୟରେ ଯେଉଁ ପ୍ରକଳ୍ପଟିକୁ ବୈଜ୍ଞାନିକ ଅନୁସନ୍ଧାନ ନିମନ୍ତେ ପ୍ରାଚୁର୍ଯ୍ୟ (Adequate )ବୋଲି କୁହାଯିବ । ଏତାଦୃଶ ପ୍ରାଚୁର୍ଯ୍ୟତା ଉପରେ ନିର୍ଭର କରି ଉଲ୍ଲିଖ ଦୁଇଟି ସମପ୍ରାସଙ୍ଗିକ ପ୍ରକଳ୍ପରୁ ଗୋଟିକୁ ନିର୍ବାଚନ କରାଯିବ । ଯେଉଁ ଗୁରୁତ୍ବପୂର୍ଣ ପଦ୍ଧତି ସାହାଯ୍ୟରେ ଏହି ନିର୍ବାଚନ କରାଯିବ, ଅର୍ଥାତ୍ ଦୁଇଟି ପ୍ରତିଦ୍ବନ୍ଦୀ ପ୍ରକଳ୍ପ ମଧ୍ୟରୁ ଗୋଟିଏ ଗ୍ରହଣ କରାଯିବ ତାହାକୁ ବେକନ୍‌ଙ୍କ ଭାଷାରେ ନିର୍ଣ୍ଣାୟକ ଦୃଷ୍ଟାନ୍ତ (Crucial Instance) ବୋଲି କୁହାଯିବ ।

ନିର୍ଣ୍ଣାୟକ ଦୃଷ୍ଟାନ୍ତ ପୁନଶ୍ଚ ଯଦି ସରଳ ପର୍ଯ୍ୟବେକ୍ଷଣ (Simple Observation) କିମ୍ବା ପରୀକ୍ଷଣ (Experiment) ମାଧ୍ୟମରେ ଲାଭକରାଯାଏ, ତାହେଲେ ଏହାକୁ ନିର୍ଣ୍ଣାୟକ ପରୀକ୍ଷଣ (Experimentum Crucis or Crucial Experiment) ବୋଲି କୁହାଯିବ । ଗୋଟିଏ ଉଦାହରଣ ସାହାଯ୍ୟରେ ଏହାକୁ ବୁଝାଇ ଦିଆଯାଇପାରେ ।

ଦୁଇଟି ବାଷ୍ପପୂର୍ଣ ଜାର୍ ଯଦି ଆମ ସମ୍ମୁଖରେ ରଖାଯାଏ ଏବଂ କୁହାଯାଏ ଯେ, କେଉଁଟି ଉଦ୍‌ଜାନ ଓ କେଉଁଟି ଅମ୍ଳଜାନପୂର୍ଣ୍ଣ ଜାର୍ ତାହା ଦର୍ଶାଇ ଦିଅ, ତାହେଲେ ଏଠାରେ ଆମେ ଏକ ଜଳନ୍ତା କାଠି ସାହାଯ୍ୟରେ ଦେଖାଇଦେବୁ ଯେ, କେଉଁଟିରେ ଉଦ୍‌ଜାନ ଓ କେଉଁଟିରେ ଅମ୍ଳଜାନ ରହିଛି । କାରଣ ଜଳନ୍ତା କାଠିର ପ୍ରବେଶ ଯୋଗୁଁ ଯେଉଁ ବାଷ୍ପପୂର୍ଣ ଜାରଟି ଜଳିଉଠିବ ତାହା ଅମ୍ଳଜାନ ବା ଯେଉଁ ବାଷ୍ପଜାର୍‌ଟିରେ ଜଳନ୍ତା କାଠିଟି ଲିଭିଯିବ, ତାହା ଉଦ୍‌ଜାନ ବୋଲି ପ୍ରମାଣିତ ହେବ ।

(iv) ଆରୋହ ସିଦ୍ଧାନ୍ତ ସମନ୍ବୟନ (Consilience of Induction) : ହୁଇଉଏଲ୍‌ଙ୍କ (Whewell) ମତରେ, ପ୍ରକଳ୍ପର ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରମାଣ ହେଉଛି ଆରୋହ ସିଦ୍ଧାନ୍ତ ସମନ୍ବୟନ । ଯେଉଁ ଘଟଣାଟିକୁ ବୁଝାଇବା ନିମନ୍ତେ ପ୍ରକଳ୍ପ ପ୍ରଣୟନ କରାଯାଏ ତାହାକୁ ବୁଝାଇବା ବ୍ୟତୀତ ଯଦି ସେହି ପ୍ରକଳ୍ପଟି ଆହୁରି ଅନେକ ଅଲଗା ବିଷୟକୁ ବ୍ୟାଖ୍ୟା କରେ, ତାହେଲେ ପ୍ରକଳ୍ପଟି ଅଧ୍ଵତର ସନ୍ତୋଷଜନକ ଭାବରେ ପ୍ରମାଣିତ ହେଲା ବୋଲି କୁହାଯିବ ।

ଏହାହିଁ ଆରୋହ ସିଦ୍ଧାନ୍ତ ସମନ୍ବୟନ । ଉଦାହରଣସ୍ୱରୂପ, ନିଉଟନ୍‌ଙ୍କ ମାଧ୍ୟାକର୍ଷଣ ଶକ୍ତି ଊର୍ଦ୍ଧ୍ବକୁ ନିକ୍ଷେପିତ ହୋଇଥବା ବସ୍ତୁ ନିମ୍ନଗାମୀ ହୋଇ ଭୂମିରେ ପଡ଼ିବା ବିଷୟକୁ ବୁଝାଇବା ସଙ୍ଗେ ସଙ୍ଗେ ସମୁଦ୍ରର ଜୁଆର, ଭଟ୍ଟା, ଗ୍ରହନକ୍ଷତ୍ରଙ୍କର ଗତି ଇତ୍ୟାଦିକୁ ମଧ୍ୟ ବୁଝାଏ । ଏହାଦ୍ଵାରା ଏହି ପ୍ରକଳ୍ପର ସୁଦୃଢ଼ତା ପ୍ରମାଣିତ ହୋଇପାରିଛି ।

୨୪. ପ୍ରକଳ୍ପର ପ୍ରକାରଭେଦ (Different kinds of Hypothesis) ବୁଝାଅ ।
Answer:
କୌଣସି ଏକ ଘଟଣାର ବ୍ୟାଖ୍ୟାପୂର୍ବକ କାରଣ ଅନୁସନ୍ଧାନ ନିମନ୍ତେ ପ୍ରକଳ୍ପ ଗଠନର ଆବଶ୍ୟକତା ଅବଶ୍ୟମ୍ଭାବୀ । ଏହି ପ୍ରକଳ୍ପ କାର୍ପେଥ୍ ରୀଙ୍କ ମତରେ ସାଧାରଣତଃ ତିନି ପ୍ରକାର; ଯଥା— (୧) କର୍ପାସଂକ୍ରାନ୍ତ ପ୍ରକଳ୍ପ (Hypothesis concerning an agent), (୨) ସଂସ୍ଥାସଂକ୍ରାନ୍ତ ପ୍ରକଳ୍ପ (Hypothesis concerning the collocation) ଏବଂ (୩) ନୀତିସଂକ୍ରାନ୍ତ ପ୍ରକଳ୍ପ (Hypothesis concerning the law) ।

(i) କର୍ତ୍ତାସଂକ୍ରାନ୍ତ ପ୍ରକଳ୍ପ :
ଗୋଟିଏ ଘଟଣାର ବ୍ୟାଖ୍ୟା ନିମନ୍ତେ ସମୟ ସମୟରେ କର୍ତ୍ତା ବିଷୟକ ପ୍ରକଳ୍ପଟିଏ ପ୍ରଣୟନ କରାଯାଏ । ଧରାଯାଉ, କୌଣସି ଗୋଟିଏ ଘରେ ଚୋରି ହେଲା । ନିର୍ଦ୍ଦିଷ୍ଟ ଭାବରେ କେଉଁ ବ୍ୟକ୍ତି ଉକ୍ତ ଚୌର୍ଯ୍ୟ କାର୍ଯ୍ୟରେ ସଂପୃକ୍ତ ଅଛି ତାହାର ଠାବ କରିବାପାଇଁ ଯେଉଁ ପ୍ରକଳ୍ପ ପ୍ରଣୟନ କରାଯାଏ ତାହା କର୍ତ୍ତାସଂକ୍ରାନ୍ତ ପ୍ରକଳ୍ପ ବୋଲି ଅଭିହିତ ହୁଏ । ଧରାଯାଉ, ଆମ ଘରୁ ଗୋଟିଏ ବସ୍ତୁ ଚୋରି ହୋଇଛି ଏବଂ ଆମେ କେହି ଜାଣୁନା ଯେ, କିଏ ଚୋରି କରିଛି । ଚୋରି ଘଟଣାର ଅନୁସନ୍ଧାନ ସମୟରେ ଯଦି ଆମେ ଅନୁମାନ କରୁ ଯେ, ଆମ ଘର ଚାକରଟି ଚୋରି କରିଛି, ତାହେଲେ ତାହାକୁ କର୍ପାସଂକ୍ରାନ୍ତ ପ୍ରକଳ୍ପ ବୋଲି କୁହାଯିବ ।

(ii) ସଂସ୍ଥାସଂକ୍ରାନ୍ତ ପ୍ରକଳ୍ପ :
ସମୟ ସମୟରେ ଆମେ ସଂସ୍ଥା ସଂକ୍ରାନ୍ତରେ ପ୍ରକଳ୍ପ ମଧ୍ୟ ପ୍ରଣୟନ କରୁ । ‘ସଂସ୍ଥା ସଂକ୍ରାନ୍ତ’ ପ୍ରକଳ୍ପର ଅର୍ଥ ହେଉଛି ଅବସ୍ଥା ବା ପରିସ୍ଥିତି । ଅର୍ଥାତ୍ କେଉଁ ପରିସ୍ଥିତି ଅଥବା ଅବସ୍ଥା ଶଂସିତ କାର୍ଯ୍ୟଟି ଘଟିବାରେ ସାହାଯ୍ୟ କରିଛି ତାହାକୁ ଜାଣିବା ନିମନ୍ତେ ଯେଉଁ ପ୍ରକଳ୍ପ ଗଠନ କରାଯାଏ ତାହାକୁ ସଂସ୍ଥା ସଂକ୍ରାନ୍ତ ପ୍ରକଳ୍ପ କୁହାଯାଏ; ଯଥା – ଚୋରି ହୋଇଥିବା ଦ୍ରବ୍ୟଟି ଯେଉଁ ଅବସ୍ଥାରେ ବା ପରିସ୍ଥିତିରେ ଚୋରି ହେଲା ତାହାକୁ ନିର୍ଦ୍ଦିଷ୍ଟଭାବରେ ଜାଣିବାପାଇଁ ଯେଉଁ ପ୍ରକଳ୍ପ ଗଠନ କରାଯାଏ, ତାହାକୁ ସଂସ୍ଥାସଂକ୍ରାନ୍ତ ପ୍ରକଳ୍ପ କୁହାଯାଏ ।

(iii) ନୀତିସଂକ୍ରାନ୍ତ ପ୍ରକଳ୍ପ :
ସମୟ ସମୟରେ କର୍ତ୍ତା ଏବଂ ସଂସ୍ଥା ଜଣାଥାଏ, ଅର୍ଥାତ୍ ଚୋର ଏବଂ କେଉଁ ପରିସ୍ଥିତିରେ ଦ୍ରବ୍ୟଟି ଚୋରି ହେଲା ତାହା ଜଣାଥାଏ; ମାତ୍ର ଯୋଜନା ବା ପ୍ରଣାଳୀ ଯାହାକୁ ଅନୁସରଣ କରି ଚୋରଟି ଚୋରି କଲା ତାହା ଜଣା ନ ଥାଇପାରେ । ସେହି ଅଜଣା ଯୋଜନା ବା ପ୍ରଣାଳୀର ଆବିଷ୍କାର ନିମନ୍ତେ ଯେଉଁ ପ୍ରକଳ୍ପ ପ୍ରଣୀତ ହୁଏ ତାହା ନୀତିସଂକ୍ରାନ୍ତ ପ୍ରକଳ୍ପ ଅଟେ ।

ଉଏଲଟନ୍ ସର୍ବମୋଟ ଦୁଇପ୍ରକାର ପ୍ରକଳ୍ପର ଉଲ୍ଲେଖ କରିଛନ୍ତି, ଯଥା — (୧) କାରଣ ସଂକ୍ରାନ୍ତ ପ୍ରକଳ୍ପ (Hypothesis concerning cause) ଏବଂ (୨) ନୀତି-ସଂକ୍ରାନ୍ତ ପ୍ରକଳ୍ପ (Hypothesis concerning law) । ପୂର୍ବବର୍ଣ୍ଣିତ କର୍ଷାସଂକ୍ରାନ୍ତ ପ୍ରକଳ୍ପ ଏବଂ ସଂସ୍ଥାସଂକ୍ରାନ୍ତ ପ୍ରକଳ୍ପହିଁ ବ୍ୟାଖ୍ୟାମୂଳକ ପ୍ରକଳ୍ପ (Explanatory hypothesis) ଏବଂ ନୀତି ସଂକ୍ରାନ୍ତ ପ୍ରକଳ୍ପ ବର୍ଣନାମୂଳକ qa (Descriptive hypothesis) ଅଟେ ।

ଷ୍ଟେଟିଂ ପ୍ରକଳ୍ପର ଏତାଦୃଶ ଶ୍ରେଣୀକରଣରେ ସନ୍ତୋଷ ହୋଇପାରି ନାହାନ୍ତି । ତାଙ୍କ ମତରେ, ପ୍ରକଳ୍ପ ତିନି ପ୍ରକାର; ଯଥା— (୧) ବ୍ୟାଖ୍ୟାମୂଳକ ପ୍ରକଳ୍ପ (Explanatory hypothesis), (୨) ବର୍ଣ୍ଣନାମୂଳକ ପ୍ରକଳ୍ପ (Descriptive hypothesis) ଏବଂ (୩) ଉପମାମୂଳକ ପ୍ରକଳ୍ପ (Analogical hyothesis) |

କାରଣ ସଂକ୍ରାନ୍ତ ପ୍ରକଳ୍ପକୁ ବ୍ୟାଖ୍ୟାମୂଳକ ପ୍ରକଳ୍ପ ମଧ୍ୟ କୁହାଯାଏ; କାରଣ କୌଣସି ଘଟଣା ଘଟିବାର କାରଣ ଉଲ୍ଲେଖ କରିବା, ସେହି ଘଟଣାଟି କାହିଁକି ଘଟିଲା ବୋଲି କହିବା ସହିତ ସମାନ । ଷ୍ଟେରିଂଙ୍କ ମତରେ, ସମସ୍ତ କାରଣ ସଂକ୍ରାନ୍ତୀୟ ପ୍ରକଳ୍ପ ହେଉଛି ବ୍ୟାଖ୍ୟାମୂଳକ; କିନ୍ତୁ ଏପ୍ରକାର ପ୍ରକଳ୍ପଠାରୁ ବର୍ଣ୍ଣନାମୂଳକ ପ୍ରକଳ୍ପ ଭିନ୍ନ ଅଟେ । ବର୍ଣ୍ଣନାମୂଳକ ପ୍ରକଳ୍ପ ପ୍ରଣୟନର ଉଦ୍ଦେଶ୍ୟ ହେଉଛି ବସ୍ତୁର ସ୍ୱଭାବ ବର୍ଣ୍ଣନା । ବସ୍ତୁଟି କି ପ୍ରକାର ଏବଂ ତାହାର ଆଚରଣ କିପରି ତାହାର ବର୍ଣ୍ଣନା ଦେବା ହେଉଛି ବର୍ଣ୍ଣନାମୂଳକ ପ୍ରକଳ୍ପର ଉଦ୍ଦେଶ୍ୟ ।

ମାତ୍ର ଉପମାମୂଳକ ପ୍ରକଳ୍ପ ହେଉଛି ବର୍ଣ୍ଣନାମୂଳକ ପ୍ରକଳ୍ପର ଏକ ଅଭିବୃଦ୍ଧି ମାତ୍ର । ଅର୍ଥାତ୍ ବର୍ଣ୍ଣନାମୂଳକ ପ୍ରକଳ୍ପ ପରିବର୍ଦ୍ଧିତ ହୋଇ ଉପମାମୂଳକ ପ୍ରକଳ୍ପକୁ ରୂପାନ୍ତରିତ ହୁଏ । ଦୁଇଟି ବସ୍ତୁର ସାମଞ୍ଜସ୍ୟ ହେତୁ ଆମେ ଜାଣିଥୁବା ବସ୍ତୁର ଜ୍ଞାନରୁ ଆମେ ନ ଜାଣିଥୁବା ବସ୍ତୁ ସମ୍ବନ୍ଧରେ ପ୍ରକଳ୍ପ ରଚନା କରିବା ହେଉଛି ଉପମାମୂଳକ ପ୍ରକଳ୍ପ । ଉଦାହରଣସ୍ୱରୂପ, ଆଲୋକର ଗତି ଶବ୍ଦର ଗତି ପରି ତରଙ୍ଗାୟିତ; କାରଣ ଉଭୟଙ୍କ ମଧ୍ୟରେ ବହୁ ବିଷୟରେ ସାମଞ୍ଜସ୍ୟ ରହିଛି ।

ଏତଦ୍‌ବ୍ୟତୀତ କେତେକ ତାର୍କିକ ଏବଂ ବୈଜ୍ଞାନିକ ପ୍ରକଳ୍ପକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି, ଯଥା — ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟସାଧକ ପ୍ରକଳ୍ପ (Adhoc hypothesis) ଏବଂ (୨) ତତ୍କାଳ କାର୍ଯ୍ୟସାଧକ ପ୍ରକଳ୍ପ (Working hypothesis) ।

(a) ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟସାଧକ ପ୍ରକଳ୍ପ :
ସମୟ ସମୟରେ କେତେକ ପ୍ରତିଷ୍ଠିତ ନିୟମର କାର୍ଯ୍ୟକଳାପରେ କେତେକ ଅସୁବିଧା ପରିଲକ୍ଷିତ ହେବାର ଦେଖାଯାଏ । ଏହି ଅସୁବିଧାଗୁଡ଼ିକ ସେହି ନିୟମଦ୍ୱାରା ବ୍ୟାଖ୍ୟା କରାଯାଇପାରେ ନାହିଁ । ସୁତରାଂ ସେହି ନିୟମଗୁଡ଼ିକର ସତ୍ୟାସତ୍ୟ ବିଷୟରେ ବାଦବିବାଦ କରିବା ପରିବର୍ତ୍ତେ ବୈଜ୍ଞାନିକମାନେ ସେହି ଅସୁବିଧାଗୁଡ଼ିକର କାରଣମାନ ଖୋଜି ବାହାର କରିବାରେ ଲାଗିପଡ଼ନ୍ତି । ଏପରିସ୍ଥଳେ ବୈଜ୍ଞାନିକମାନେ ଯେଉଁ ପ୍ରକଳ୍ପ ରଚନା କରନ୍ତି ତାହାହିଁ ହେଉଛି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟସାଧକ ପ୍ରକଳ୍ପ ।

CHSE Odisha Class 11 Logic Unit 4 Short & Long Answer Questions in Odia Medium

ଉଦାହରଣସ୍ୱରୂପ, ବୁଧ ଗ୍ରହର ଗତିପଥର ବିଚ୍ୟୁତି ନିଉଟନ୍‌ଙ୍କର ମାଧ୍ୟାକର୍ଷଣ ନିୟମକୁ ପ୍ରତିହତ କଲା । ଫଳରେ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟସାଧକ ପ୍ରକଳ୍ପର ପ୍ରଣୟନ କରାଗଲା; ଯାହା ପ୍ରତିପାଦନ କଲା ଯେ, ଏକ ଅଜଣା ଗ୍ରହର ଆକର୍ଷଣହିଁ ଏହି ବାଧା ବା ବିଶୃଙ୍ଖଳା ସୃଷ୍ଟିର ଏକମାତ୍ର କାରଣ । ଏହି ପ୍ରକଳ୍ପଟି ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟସାଧକ ପ୍ରକଳ୍ପ ଭାବରେ ପ୍ରତିଷ୍ଠିତ ହେଲା ଏବଂ ପରିଶେଷରେ ଯେତେବେଳେ ଆଇନ୍‌ଷ୍ଟାଇନ୍‌ଙ୍କର ସାପେକ୍ଷ ତଥ୍ୟ (Theory of Relativity) ଗତିପଥର ବିଚ୍ୟୁତିକୁ ଏବଂ ନିଉଟନ୍‌ଙ୍କର ମାଧ୍ୟାକର୍ଷଣ ନିୟମକୁ ବ୍ୟାଖ୍ୟା କଲା, ସେତେବେଳେ ଏହି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟସାଧକ ପ୍ରକଳ୍ପ (Adhoc hypothesis) କୁ ବର୍ଜନ କରାଗଲା ।

(b) ତତ୍କାଳ କାର୍ଯ୍ୟସାଧକ ପ୍ରକଳ୍ପ :
କୌଣସି ଘଟଣାର କାରଣ ଜଣାନଥିଲେ ତାହାର କାରଣ ନିର୍ଦ୍ଧାରଣ କରିବା ନିମନ୍ତେ ଘଟଣା ସହିତ ସଂପୃକ୍ତ ସମୟ ବିଷୟକୁ ଅନୁଧ୍ୟାନ କରି ଆପାତଃଭାବରେ ଗୋଟିଏ ବିଷୟକୁ ବିଚାର୍ଯ୍ୟ ଘଟଣାର କାରଣ ବୋଲି ମନେକରିବାକୁ ପ୍ରକଳ୍ପ କୁହାଯାଏ । ସୁତରାଂ ପ୍ରସ୍ତାବିତ ପ୍ରକଳ୍ପଟି ଦତ୍ତ ଘଟଣାର ସନ୍ତୋଷଜନକ ବ୍ୟାଖ୍ୟା ନିମନ୍ତେ କ୍ଷମ ହେବା ଉଚିତ । ସମୟ ସମୟରେ ଯଥାର୍ଥ ପ୍ରକଳ୍ପର ଅବତାରଣା କରାଯାଇପାରେ ନାହିଁ; କାରଣ ଯେଉଁ ତଥ୍ୟ ବା ଘଟଣାକୁ ଆମେ ବ୍ୟାଖ୍ୟା କରିବାକୁ ଯାଉଛୁ ତାହାର ବୈଶିଷ୍ଟ୍ୟ ଅସାଧାରଣ ।

ସୁତରାଂ ଏପରି ପ୍ରକଳ୍ପହିଁ ଅପର୍ଯ୍ୟାପ୍ତ ବା ଅନୁପଯୁକ୍ତ; ତେଣୁ ଏକ ଯଥାର୍ଥ ପ୍ରକଳ୍ପ ପ୍ରଣୟନ କରାଗଲାପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ଅଟେ । ତେଣୁ ଏହାର ସ୍ଥାୟିତ୍ଵ ସ୍ଵଳ୍ପକାଳ ଅଟେ । ଏପ୍ରକାର ପ୍ରକଳ୍ପକୁ ତତ୍କାଳ କାର୍ଯ୍ୟସାଧକ ପ୍ରକଳ୍ପ ବୋଲି କୁହାଯାଏ । ଉଦାହରଣସ୍ୱରୂପ – ଚୋରି ଘଟଣାର ସବିଶେଷ ତଦନ୍ତରେ ଅସଫଳ ହେଲା ପରେ ଜଣେ ପୋଲିସ୍ କର୍ମଚାରୀ ଯଦି ଘଟଣାର ସତ୍ୟାସତ୍ୟ ନିର୍ଦ୍ଧାରଣ ନିମନ୍ତେ ସାଧାରଣ ଲୋକଙ୍କର ମତକୁ ଉଦ୍ଧାର କରି ଚୋର ଧରନ୍ତି ତାହେଲେ ପୋଲିସ୍ କର୍ମଚାରୀଟି ତତ୍କାଳ କାର୍ଯ୍ୟସାଧକ ପ୍ରକଳ୍ପର ସାହାଯ୍ୟ ନେଇଛନ୍ତି ବୋଲି କୁହାଯିବ ।

CHSE Odisha Class 11 Logic Unit 5 Short & Long Answer Questions in Odia Medium

Odisha State Board CHSE Odisha Class 11 Logic Solutions Unit 5 ଭାରତୀୟ ଦର୍ଶନର ବୈଶିଷ୍ଟ୍ୟ, ଜୈନ୍ୟ ଦର୍ଶନ ଓ ବୌଦ୍ଧ ଦର୍ଶନ Short & Long Answer Questions.

CHSE Odisha Class 11 Logic Unit 5 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସଂକ୍ଷିପ୍ତ ଟିପ୍‌ପଣୀ ଲେଖ

୧. ଦର୍ଶନ ଶବ୍ଦର ତାତ୍ପର୍ଯ୍ୟ;
Answer:
ଦର୍ଶନ ଶବ୍ଦଟି ‘ଦୃଶ୍’ ଧାତୁରୁ ଆସିଅଛି । ଏହାର ଅର୍ଥ ହେଉଛି ‘ଯାହା ଦ୍ବାରା ଦେଖାଯାଏ’ । ଏଠାରେ ଦେଖାଏର ଅର୍ଥ ଜ୍ଞାନ ପ୍ରାପ୍ତ ହୁଏ ବୋଲି ବୁଝିବାକୁ ହେବ । ଏଣୁ ଚକ୍ଷୁ ଆଦି ଇନ୍ଦ୍ରିୟ ଦ୍ବାରା ଯେଉଁ ଜ୍ଞାନ ପ୍ରାପ୍ତି ହୁଏ, ତାକୁ ଦର୍ଶନ କୁହାଯାଏ । ଯାହାଦ୍ୱାରା ଦେଖାଯାଏ, ଜାଣି ହୁଏ, ବୁଝି ହୁଏ ବା ପ୍ରକୃତ ତତ୍ତ୍ବ ହୃଦୟଙ୍ଗମ କରାଯାଏ, ତାହା ହିଁ ଦର୍ଶନ କୁହାଯାଏ । ଏଥିରୁ ସ୍ପଷ୍ଟ ହୁଏ, ଯେ ‘ଦର୍ଶନ’ କହିଲେ କେବଳ ଦର୍ଶନ କରିବା ବା ଦେଖୁବା ବୋଲି ନ ବୁଝି ସମ୍ୟକ୍ ରୂପେ ବୁଝିବା, ହୃଦୟଙ୍ଗମ କରିବା କିମ୍ବା ଜ୍ଞାନ ଲାଭ କରିବାକୁ ବୁଝିବାକୁ ହେବ ।

୨. ଦୁଃଖ ବା ନୈରାଶ୍ୟବାଦ:
Answer:
ଭାରତୀୟ ଦର୍ଶନର ପ୍ରଧାନ ଲକ୍ଷଣ ହେଉଛି ମାନବ ଜୀବନର କେତେ ଗୁଡ଼ିଏ ବାସ୍ତବ ସମସ୍ୟାକୁ ଆଲୋଚନା କରିବା ଓ ତା’ର ସମାଧାନ କରିବାକୁ ବୁଝାଇଥାଏ । ମାନବ ଜୀବନର ବିଭିନ୍ନ ବାସ୍ତବ ସମସ୍ୟା ମଧ୍ୟରୁ ଏକ ଗୁରୁତ୍ଵପୂର୍ଣ୍ଣ ସମସ୍ୟା ହେଉଛି ଦୁଃଖ କଷ୍ଟର ସମସ୍ୟା ଏବଂ ଭାରତୀୟ ଦର୍ଶନରେ ଏହି ସମସ୍ୟାକୁ ହିଁ ଅଧ‌ିକ ଗୁରୁତ୍ଵ ଦେଇଥାଏ । ବୁଦ୍ଧଙ୍କର ଚାରିଗୋଟି ଆର୍ଯ୍ୟ ସତ୍ୟ ମଧ୍ୟରୁ ପ୍ରଥମ ଆର୍ଯ୍ୟ ସତ୍ୟ ହେଉଛି- ‘ସର୍ବଂ ଦୁଃଖ ଅର୍ଥାତ୍ ଏ ସଂସାରରେ ସବୁ କିଛି ଦୁଃଖପୂର୍ଣ୍ଣ । ଏହା ହିଁ ହେଉଛି ଦୁଃଖର ପ୍ରଥମ ଆର୍ଯ୍ୟ ସତ୍ୟ ଅଟେ ।

CHSE Odisha Class 11 Logic Unit 5 Short & Long Answer Questions in Odia Medium

୩. ମୁର୍ତ୍ତିତତ୍ତ୍ବ :
Answer:
ଭାରତୀୟ ଦର୍ଶନରେ ଏହି ମୁକ୍ତି ବା ମୋକ୍ଷକୁ ପରମପୁରୁଷାର୍ଥ ବୋଲି କୁହାଯାଇଛି । ବୌଦ୍ଧ ଦର୍ଶନରେ ଏହାକୁ ନିର୍ବାଣ ଏବଂ ସାଂଖ୍ୟ ଦର୍ଶନରେ ଏହାକୁ କୌବଲ୍ୟ କୁହାଯାଇଛି । ସେହିପରି ନ୍ୟାୟବୈଶେଷିକ ଦର୍ଶନରେ ‘ଅପବର୍ଗ’ ବୋଲି କୁହାଯାଇଛି । ଶ୍ରୀମଦ୍‌ଭଗବଦ୍‌ଗୀତାରେ ସ୍ଥିତପ୍ରଜ୍ଞା ଓ ଦ୍ଵୈତ ବେଦାନ୍ତରେ ଜୀବନ୍ଧ ଭାବସ୍ଥା ବୋଲି କୁହାଯାଇଛି । ଭାରତୀୟ ଦର୍ଶନ ପରମ୍ପରାରେ ଦୁଃଖର ଆତ୍ୟନ୍ତକ ନିବୃତ୍ତିକ ବା ମୁକ୍ତି ହିଁ ଜୀବନର ପରମ ପୁରୁଷାର୍ଥ ଅଟେ । ଅନ୍ୟ ପୁରୁଷାର୍ଥ ଗୁଡ଼ିକ ହେଲା ଧର୍ମ, ଅର୍ଥ, କାମ ଓ ମୋକ୍ଷ । ଏଣୁ ମୋକ୍ଷକୁ ଲଗାଇ ମାନବ ଜୀବନର ଚାରିଗୋଟି ପୁରୁଷାର୍ଥ ଅଛି ବୋଲି କୁହାଯାଏ ।

୪. ଋତ
Answer:
ଋତ ହେଉଛି ଆର୍ଯ୍ୟ ଋଷିମାନଙ୍କର ଏକ ଶାଶ୍ବତ ତଥା ଅମୋଘ ନିୟମ ଅଟେ । ବୈଦିକ ଦେବତାମାନେ ଋତସ୍ୟଗୋପା ଅର୍ଥାତ୍ ଋତର ରକ୍ଷାକର୍ତ୍ତା ରୂପେ ପରିଚିତ । ‘ଋତସ୍ୟ ପନ୍ଥା ନ ତରନ୍ତି ଦୃଷ୍କୃତଃ’, ଋଗ୍‌ବେଦର ଏହି ମନ୍ତ୍ର ଭାରତୀୟ ଜୀବନଦର୍ଶନରେ ଏକ ମୌଳିକ ବିଶ୍ଵାସର ପ୍ରତୀକ ଅଟେ । ଏହାକୁ ଶାଶ୍ବତ ଓ ନୈତିକ ଅର୍ଥରେ ବ୍ୟବହୃତ ହୋଇଅଛି ।

୫. କର୍ମବାଦ
Answer:
କର୍ମବାଦର ସାର କଥା ହେଲା ‘ଯେଉଁଭଳି କର୍ମ ସେହିଭଳି ଫଳ’ । କର୍ମବାଦର ନିୟମ ଅନୁସାରେ କୃତ କର୍ମର ଫଳ ନଷ୍ଟ ହୁଏ ନାହିଁ କିମ୍ବା ଅକୃତ କର୍ମର ଫଳ ଲାଭ ମଧ୍ୟ ସମ୍ଭବ ନୁହେଁ । କାର୍ଯ୍ୟକାରଣ ନିୟମ ଅନୁସାରେ ଏହି କର୍ମବାଦ ପ୍ରତିଷ୍ଠିତ । ତା’ଛଡ଼ା ଗୋଟିଏ କାରଣରୁ କେବଳ ଗୋଟିଏ ମାତ୍ର କାର୍ଯ୍ୟ ହେବ ସମ୍ଭବ । ଏହି ଅନୁସାରେ କର୍ମ ହିଁ କାରଣ ଏବଂ ସୁଖ ଦୁଃଖ ତା’ର କାର୍ଯ୍ୟ ଅଟେ । ଏହି ନିୟମ ଅନୁସାରେ ଶୁଭ କର୍ମର ଫଳ ସୁଖ ଏବଂ ଦୁଷ୍କର୍ମର ଫଳ ଦୁଃଖ ହୋଇଥାଏ । ମାତ୍ର ଶୁଭ କର୍ମରୁ ଦୁଃଖ ଏବଂ ଦୁଃଷ୍କର୍ମରୁ ସୁଖ ଲାଭ ହେବା କେବେ ସମ୍ଭବ ନୁହେଁ ।

୬. ଅନେକାନ୍ତବାଦ
Answer:
ଅନେକାନ୍ତବାଦ ମତରେ ବସ୍ତୁ ଅନନ୍ତ ଧର୍ମାତ୍ମକ ଅଟେ । ଅର୍ଥାତ୍ ବସ୍ତୁର ଅନେକ ଧର୍ମ ରହିଛି । ଏଣୁ କୁହାଯାଇଛି- ‘ଅନନ୍ତ ଧର୍ମଙ୍କ ବସ୍ତୁ’’ ପ୍ରତ୍ୟେକ ବସ୍ତୁ ସତ୍ ତଥା ଅସତ୍ ଉଭୟ ଅଟେ । ବସ୍ତୁ ନିଜସ୍ବ ରୂପ ଦୃଷ୍ଟିରୁ ସତ୍ୟ ଅଟେ । ପଦାର୍ଥ ଭାବରୂପ ତଥା ଅଭାବରୂପ ଅଟେ । ସତ୍ ଏବଂ ଅସତ୍, ଭାବ ଓ ଅଭାବ ପରସ୍ପର ବିରୋଧ ବୋଲି ମନେ ହେଉଥିଲେ ହେଁ ବସ୍ତୁଠାରେ ଏହି ସମସ୍ତ ବିରୋଧୀ ଧର୍ମ ଦୃଷ୍ଟ ହୁଏ । ଏହାକୁ ଅନେକାନ୍ତବାଦୀ ଦର୍ଶନ କୁହାଯାଏ ।

୭. ସ୍ୱାଦ୍‌ଦ:
Answer:
ଜୈନ ବ୍ୟାଦ୍‌ବାଦ ଅନେକାନ୍ତବାଦର ଅନ୍ୟ ଏକ ପରିପ୍ରକାଶ ମାତ୍ର ଅଟେ । ତତ୍ତ୍ଵ ମୀମାଂସା ଦୃଷ୍ଟିରୁ ବସ୍ତୁର ଧର୍ମ ଅନେକ ଅଟେ । ଏହାକୁ ଅନେକାନ୍ତବାଦ ସିଦ୍ଧାନ୍ତ କହନ୍ତି । ଜ୍ଞାନ ମୀମାଂସା ଦୃଷ୍ଟିରୁ ଠିକ୍ ସେହି କାରଣରୁ ଆମ୍ଭେମାନେ ପଦାର୍ଥର କେତେକ ଧର୍ମ ମାତ୍ର ଜାଣିବା ସମ୍ଭବ ହେଉଥ‌ିବାରୁ ଜୈନ ମତରେ ସମସ୍ତ ପରାମର୍ଶ ସାପେକ୍ଷ ଅଟେ । ଏହାକୁ ସ୍ୟାଦ୍‌ବାଦ ସିଦ୍ଧାନ୍ତ କହନ୍ତି ।

୮. ସପ୍ତଭଙ୍ଗୀନୟ
Answer:
ଜୈନ ଧ୍ୟାଦ୍‌ବାଦ ଉପରେ ହିଁ ସପ୍ତଭଙ୍ଗୀନୟ ପ୍ରତିଷ୍ଠିତ । ସପ୍ତଭଙ୍ଗୀନୟ ସାତ ପ୍ରକାରର ବାକ୍ୟ ଅଟେ । ଏଥୁରୁ ବ୍ୟାଦ୍‌ବାଦର ଅଭିବ୍ୟକ୍ତି ହୁଏ । ବସ୍ତୁଠାରେ ଅନେକ ଧର୍ମ ବା ଗୁଣ ଥିଲେ ମଧ୍ୟ ସେ କେବଳ ସାତ ପ୍ରକାର ସମ୍ଭାବନା ଦେଖୁଛନ୍ତି । ଏହି ସାତ ପ୍ରକାର ପରାମର୍ଶ ଦ୍ବାରା ହିଁ ବସ୍ତୁର ଅନନ୍ତ ଧର୍ମକୁ ଅଭିବ୍ୟକ୍ତ ହେଉଅଛି ବୋଲି ବୁଝିବାକୁ ପଡ଼ିବ । ଏହି ସାତ ପ୍ରକାରର ବଚନ ଭଙ୍ଗ ଥ‌ିବାରୁ ଏହାକୁ ସପ୍ତଭଙ୍ଗୀନୟ କୁହାଯାଏ । ପ୍ରତ୍ୟେକ ଭଙ୍ଗ ଏକ ପ୍ରକାରର ପରାମର୍ଶ ବା ନୟ ବୋଲି ଅଭିହିତ ହୁଏ । (୧) ସ୍ୟାତ୍ ଅସ୍ଥି, (୨) ସ୍ୟାତ୍ ନାସ୍ତି, (୩) ସ୍ୟାତ୍ ଅସ୍ଥି ଚ ନାସ୍ତି ଚ, (୪) ସ୍ୟାତ୍ ଅବକ୍ତବ୍ୟମ୍, (୫) ସ୍ୟାତ୍ ଅସ୍ତି ଚ ଅବକ୍ତବ୍ୟ ଚ, (୬) ସ୍ୟାତ୍ ନାସ୍ତି ଚ ଅବକ୍ତବ୍ୟ ଚ, (୭) ସ୍ୟାତ୍ ଅସ୍ଥି ଚ ନାସ୍ତି ଚ ଅବକ୍ତବ୍ୟ ଚ ।

CHSE Odisha Class 11 Logic Unit 5 Short & Long Answer Questions in Odia Medium

୯. ଆର୍ଯ୍ୟସତ୍ୟ :
Answer:
ଦୁଃଖରୁ କିଭଳି ସବୁଦିନ ପାଇଁ ମୁକ୍ତି ମିଳିବ, ଏହା ଥିଲା ଗୌତମ ବୁଦ୍ଧଙ୍କର ପରମ ଜିଜ୍ଞାସା । ଗଭୀର ଚିନ୍ତନ ଓ କଠୋର ସାଧନା ଫଳରେ ସେ ଚାରିଗୋଟି ଆର୍ଯ୍ୟ ସତ୍ୟ ଲାଭ କରିଥିଲେ । ତାହାକୁ (ଚତ୍ବାରି ଆର୍ଯ୍ୟ ସତ୍ୟାନି) ନାମରେ ନାମିତ କରାଯାଇଥିଲା । ବୁଦ୍ଧଦେବଙ୍କ ପ୍ରତିପାଦିତ ଚାରିଗୋଟି ଆର୍ଯ୍ୟ ସତ୍ୟ ଗୁଡ଼ିକ ହେଉଛି (୧) ଦୁଃଖ, (୨) ଦୁଃଖ ସମୁଦୟ, (୩) ଦୁଃଖ ନିରୋଧ, (୪) ଦୁଃଖ ନିରୋଧ ଗାମିନୀ ପ୍ରତିପତ୍‌ । ଏହାକୁ ସାଧାରଣ ଭାଷାରେ ବୁଝିଲେ ଜଣାଯାଏ (୧) ଜୀବନ ଦୁଃଖମୟ, (୨) ଦୁଃଖର କାରଣ ଅଛି, (୩) ଦୁଃଖର ବିବୃତ୍ତି ମଧ୍ୟ ସମ୍ଭବ, (୪) ଦୁଃଖ ନିବୃତ୍ତର ଉପାୟ ମଧ୍ଯ ଅଛି ।

୧୦. ଦୁଃଖ
Answer:
ବୁଦ୍ଧଙ୍କ ପ୍ରଥମ ଆର୍ଯ୍ୟସତ୍ୟ ହେଉଛି ଦୁଃଖ । ଅର୍ଥାତ୍ ସର୍ବଂଦୁଃଖ ସେ ଚାରିଗୋଟି ଦୃଶ୍ୟ ଯଥା- ରୋଗ, ଜରା, ମୃତ୍ୟୁର ଦୃଶ୍ୟ ଦେଖ୍ ଦୁଃଖରେ ମ୍ରିୟମାଣ ହୋଇଥିଲେ । ପରେ ସେ ସନ୍ନ୍ୟାସୀ ଦୃଶ୍ୟ ଦେଖୁ ଏହି ମାର୍ଗ ଉତ୍ତମ ମାର୍ଗ ବୋଲି ବାଛି ଥିଲେ ଓ କଠୋର ତପସ୍ୟା କରିଥିଲେ । ତାଙ୍କ ମତରେ ସମସ୍ତ ଦୁଃଖମୟ ଅର୍ଥାତ୍ ସର୍ବଦଂଦୁଃଖ ଜନ୍ମଦୁଃଖ, ଜରାଦୁଃଖ, ମରଣ ଦୁଃଖ, ଶୋକ କରିବା ଦୁଃଖ, ବିଳାପ କରିବା ଦୁଃଖ, ପୀଡା ଦୁଃଖ, ପ୍ରିୟ ବିୟୋଗ ଦୁଃଖ, ଅପ୍ରିୟ ସଂଯୋଗ ଦୁଃଖ । ଏଣୁ ପଞ୍ଚ ଉପାଦାନ ହିଁ ଦୁଃଖ ଅଟେ ।

୧୧. ଦୁଃଖ ସମୁଦୟ
Answer:
ବୁଦ୍ଧଙ୍କ ମତ ଅନୁଯାୟୀ ଦୁଃଖର ଅସ୍ତିତ୍ବ ଯେଉଁଭଳି ସତ୍ୟ, ଏହାର କାରଣ ଥିବା ମଧ୍ୟ ଠିକ୍ ସେହିଭଳି ସତ୍ୟ ଅଟେ । କାର୍ଯ୍ୟକାରଣ ନିୟମ ଉପରେ ହିଁ ଏହି ଦ୍ବିତୀୟ ଆର୍ଯ୍ୟସତ୍ୟ ପ୍ରତିଷ୍ଠିତ । କାର୍ଯ୍ୟକାରଣ ନିୟମ ଅନୁସାରେ କାରଣ ବିନା କୌଣସି କାର୍ଯ୍ୟ ସମ୍ଭବ ନୁହେଁ । ଏଣୁ ଦୁଃଖର କାରଣ ଅଛି । ବୌଦ୍ଧ ମତ ଅନୁସାରେ ଏହି କାର୍ଯ୍ୟକାରଣ ନିୟମକୁ ପ୍ରତିତ୍ୟସମୁତ୍ଵପାଦ କହନ୍ତି । ପ୍ରତିତ୍ୟସମୁଦ୍‌ପାଦର ଅର୍ଥ ହେଉଛି ଗୋଟିଏ ବସ୍ତୁ ପାଇବା ପରେ ଅନ୍ୟ ବସ୍ତୁର ଉତ୍ପତ୍ତି ହୋଇଥାଏ ।

୧୨. ଦୁଃଖ ନିରୋଧ ବା ନିର୍ବାଣ
Answer:
ତୃତୀୟ ଆର୍ଯ୍ୟ ସତ୍ୟର ନାମ ହେଉଛି ଦୁଃଖ ନିରୋଧ ବା ନିର୍ବାଣ ଅଟେ । ପ୍ରତିତ୍ୟସମୁଦ୍‌ପାଦ ସିଦ୍ଧାନ୍ତ ଅନୁସାରେ ପ୍ରତ୍ୟେକ ବସ୍ତୁର ଉତ୍ପତ୍ତି କୌଣସି ନା କୌଣସି କାରଣ ଯୋଗୁଁ ହୋଇଥାଏ । ଏଣୁ ଏହି କାରଣର ଅନ୍ତ ହେଲେ କାର୍ଯ୍ୟ ମଧ୍ୟ ନଷ୍ଟ ହେବା ସମ୍ଭବ ଅଟେ । ଦୁଃଖର କାରଣ ନାଶ ହେଲେ ଦୁଃଖ ନିରୋଧ ବା ଦୁଃଖ ନିବୃତ୍ତି ହେବା ସମ୍ଭବ ହୁଏ । ଏହି ଦୁଃଖ ନିରୋଧ ଅବସ୍ଥାକୁ ବୌଦ୍ଧ ଦର୍ଶନରେ ନିର୍ବାଣ ଆଖ୍ୟା ଦିଆଯାଇଛି । ବୁଦ୍ଧଦେବ ସ୍ବୟଂ ନିର୍ବାଣ ଲାଭ କରିଥିଲେ ହେଁ ତାଙ୍କ ଜୀବନର ବିଲୋପ ଘଟି ନଥଲା । ଏଣୁ ଜୀବିତାବସ୍ଥାରେ ହିଁ ନିର୍ବାଣ ସମ୍ଭବ ବୋଲି ବୁଝିବାକୁ ହେବ ।

୧୩. ଦୁଃଖ ନିରୋଧ ମାର୍ଗ
Answer:
ବୁଦ୍ଧଦେବଙ୍କ ଚତୁର୍ଥ ଆର୍ଯ୍ୟ ସତ୍ୟ ହେଉଛି ଦୁଃଖନିରୋଧ ଗାମିନି ପ୍ରତିପତ୍ ବା ଦୁଃଖ ନିରୋଧମାର୍ଗ । କାରଣରୁ ହିଁ ଦୁଃଖର ଉତ୍ପତ୍ତି ଏବଂ ସେହି କାରଣ ମାନଙ୍କୁ ବିନାଶ କରିବାର ଉପାୟ ହିଁ ଦୁଃଖ ନିରୋଧ ଗାମିନୀ ପ୍ରତିପଦ୍ ନାମରେ ପରିଚିତ । ଏହାର ଆଠଟି ଅଙ୍ଗ ଥ‌ିବାରୁ ଏହାକୁ ଅଷ୍ଟାଙ୍ଗିକ ମାର୍ଗ କୁହାଯାଏ । ବୁଦ୍ଧଙ୍କ ଅଷ୍ଟାଙ୍ଗିକ ମାର୍ଗ ଗୁଡ଼ିକ ହେଉଛି (୧) ସମ୍ୟକ୍ ଦୃଷ୍ଟି, (୨) ସମ୍ୟକ୍ ସଂକଳ୍ପ, (୩) ସମ୍ୟକ୍ ବାକ୍, (୪) ସମ୍ୟକ୍ କର୍ମାନ୍ତ, (୫) ସମ୍ୟକ୍ ଅଜୀବ, (୬) ସମ୍ୟକ୍ ବ୍ୟାୟାମ୍, (୭) ସମ୍ୟକ୍ ସ୍ମୃତି ।

B. ପାର୍ଥକ୍ୟ ଦର୍ଶାଅ

୧. ଭାରତୀୟ ଦର୍ଶନ ଓ ପାଶ୍ଚାତ୍ୟ ଦର୍ଶନ
Answer:
ଭାରତୀୟ ଦର୍ଶନ ଆଧ୍ୟାତ୍ମବାଦୀ ଏବଂ ପାଶ୍ଚାତ୍ୟ ଦର୍ଶନ ଜଡ଼ବାଦୀ ଅଟେ । ମାତ୍ର ଏ ପ୍ରକାର ଧାରଣା ସର୍ବସାଧାରଣଙ୍କ ମନରେ ସୃଷ୍ଟି ହେବାର ଯଥେଷ୍ଟ କାରଣ ଥିଲେ ହେଁ ସୂକ୍ଷ୍ମ ଦୃଷ୍ଟିରୁ ବିଚାର କଲେ ଜଣାଯାଏ ଯେ ଉଭୟ ଜଡ଼ ଓ ଆଧ୍ୟାତ୍ମିକ ଉଭୟ ଦର୍ଶନରେ ମୂଳ ବିଷୟ ବସ୍ତୁ ଅଟେ । କିନ୍ତୁ ଭାରତୀୟ ଦର୍ଶନ ଏକ ମୌଳିକ ଚିନ୍ତାଧାରା ଉପରେ ପର୍ଯ୍ୟବସିତ ।

୨. ଆସ୍ତିକ ଓ ନାସ୍ତିକ
Answer:
ଭାରତୀୟ ଦର୍ଶନରେ ‘ଆସ୍ତିକ’ ଓ ‘ନାସ୍ତିକ’ ଦୁଇଟି ଶବ୍ଦ ପ୍ରୟୋଗ ହୋଇଥାଏ । ଆସ୍ତିକ କହିଲେ ଭାରତୀୟ ଦର୍ଶନରେ ବେଦ ମର୍ମ ଅଟେ । ତଥା ବେଦର ପ୍ରାମାଣିକତାରେ ବିଶ୍ୱାସୀ ଦର୍ଶନ ମାନଙ୍କୁ ବୁଝାଏ । ଯଥା- ନ୍ୟାୟ ଦର୍ଶନ ଏବଂ ଶେଷ ଦର୍ଶନ, ସାଂଖ୍ୟ ଦର୍ଶନ, ଯୋଗ ଦର୍ଶନ, ମୀମାଂସା ଓ ବେଦାନ୍ତ ଦର୍ଶନ । ନାସ୍ତିକ କହିଲେ ବେଦରେ ଆସ୍ଥା ସ୍ଥାପନ କରି ନଥ‌ିବା ସମସ୍ତ ଦର୍ଶନକୁ ବୁଝାଏ । ଯଥା- ଚାର୍ବାକ୍ ଦର୍ଶନ, ବୌଦ୍ଧ ଦର୍ଶନ, ଜୈନ ଦର୍ଶନ । ବେଦ ପ୍ରମାଣ ହେଲେ ହେଁ ବେଦର ପ୍ରକୃତ ଅର୍ଥ ନିରୂପଣ କରିବା ଲାଗି ମଧ୍ୟ ଯୁକ୍ତିର ଆଶ୍ରୟ ନେବାକୁ ପଡେ । ମାତ୍ର ବେଦ ବିରୋଧୀ ଦର୍ଶନ ମାନଙ୍କରେ ଯୁକ୍ତିତର୍କ ଯେଉଁଭଳି ଆବଶ୍ୟକ ଠିକ୍ ସେହିପରି ବୈଦିକ ଦର୍ଶନ ମାନଙ୍କର ମନନ ବା ବିଚାରର ମଧ୍ୟ ଆବଶ୍ୟକତା ରହିଛି ।

୩. ସ୍ୟାଦ୍‌ଦ ଓ ଅନେକାନ୍ତବାଦ
Answer:
ଜୈନ ଧ୍ୟାଦ୍‌ଦ ଅନେକାନ୍ତବାଦର ଏକ ପରିପ୍ରକାଶ ମାତ୍ର । ତତ୍ତ୍ଵମୀମାଂସା ଦୃଷ୍ଟିରୁ ବସ୍ତୁର ଧର୍ମ ଅନେକ ଅଟେ । ଜ୍ଞାନ ମୀମାଂସା ଦୃଷ୍ଟିରୁ ଆମ୍ଭେମାନେ ପଦାର୍ଥର କେତେକ ଧର୍ମ ମାତ୍ର ଜାଣିବା ସମ୍ଭବ ହେଉଥ‌ିବାରୁ ଜୈନ ମତରେ ସମସ୍ତ ପରମର୍ଥ ସାପେକ୍ଷ ଅଟେ । ଏହାକୁ ସ୍ୟାଦ୍‌ବାଦ ସିଦ୍ଧାନ୍ତ କହନ୍ତି ।

ଅନେକାନ୍ତବାଦ ମତରେ ବସ୍ତୁ ଅନନ୍ତ ଧର୍ମାତ୍ମକ ଅଟେ । ଅର୍ଥାତ୍‌ ବସ୍ତୁର ଅନେକ ଧର୍ମ ରହିଛି । ଏଣୁ କୁହାଯାଇଛି ଅନନ୍ତ ଧର୍ମଙ୍କ ବସ୍ତୁ’’ ପ୍ରତ୍ୟେକ ବସ୍ତୁ ସତ୍ ତଥା ଅସତ୍ ଉଭୟ ଅଟେ । ସତ୍ ଏବଂ ଅସତ୍, ଭାବ ଓ ଅଭାବ ପରସ୍ପର ବିରୋଧ ବୋଲି ମନେ ହେଉଥିଲେ ହେଁ ବସ୍ତୁଠାରେ ଏହି ସମସ୍ତ ବିରୋଧୀ ଧର୍ମ ଦୃଷ୍ଟ ହୁଏ । ଏହା ଅନେକାନ୍ତବାଦୀ ଦର୍ଶନ କହନ୍ତି ।

୪. ଦୁଃଖ ଓ ଦୁଃଖ ସମୁଦୟ
Answer:
ବୁଦ୍ଧଙ୍କ ପ୍ରଥମ ଆର୍ଯ୍ୟସତ୍ୟ ହେଉଛି ଦୁଃଖ । ଅର୍ଥାତ୍ ସର୍ବଂଦୁଃଖ ସେ ଚାରିଗୋଟି ଦୃଶ୍ୟ ଯଥା- ରୋଗ, ଜରା, ମୃତ୍ୟୁର ଦୃଶ୍ୟ ଦେଖ୍ ଦୁଃଖରେ ମ୍ରିୟମାଣ ହୋଇଥିଲେ । ପରେ ସେ ସନ୍ନ୍ୟାସୀ ଦୃଶ୍ୟ ଦେଖ୍ ଏହି ମାର୍ଗ ଉତ୍ତମ ମାର୍ଗ ବୋଲି ବାଛି ଥିଲେ ଓ କଠୋର ତପସ୍ୟା କରିଥିଲେ । ତାଙ୍କ ମତରେ ସମସ୍ତ ଦୁଃଖମୟ ଅର୍ଥାତ୍ ସର୍ବଦଂଦୁଃଖ ଜନ୍ମଦୁଃଖ, ଜରାଦୁଃଖ, ମରଣ ଦୁଃଖ, ଶୋକ କରିବା ଦୁଃଖ, ବିଳାପ କରିବା ଦୁଃଖ, ପୀଡା ଦୁଃଖ, ପ୍ରିୟ ବିୟୋଗ ଦୁଃଖ, ଅପ୍ରିୟ ସଂଯୋଗ ଦୁଃଖ । ଏଣୁ ପଞ୍ଚ ଉପାଦାନ ହିଁ ଦୁଃଖ ଅଟେ ।

CHSE Odisha Class 11 Logic Unit 5 Short & Long Answer Questions in Odia Medium

ଦୁଃଖ ସମୁଦୟ
ବୁଦ୍ଧଙ୍କ ମତ ଅନୁଯାୟୀ ଦୁଃଖର ଅସ୍ତିତ୍ଵ ଯେଉଁଭଳି ସତ୍ୟ, ଏହାର କାରଣ ଥ‌ିବା ମଧ୍ୟ ଠିକ୍ ସେହିଭଳି ସତ୍ୟ ଅଟେ । କାର୍ଯ୍ୟକାରଣ ନିୟମ ଉପରେ ହିଁ ଏହି ଦ୍ବିତୀୟ ଆର୍ଯ୍ୟସତ୍ୟ ପ୍ରତିଷ୍ଠିତ । କାର୍ଯ୍ୟକାରଣ ନିୟମ ଅନୁସାରେ କାରଣ ବିନା କୌଣସି କାର୍ଯ୍ୟ ସମ୍ଭବ ନୁହେଁ । ଏଣୁ ଦୁଃଖର କାରଣ ଅଛି । ବୌଦ୍ଧ ମତ ଅନୁସାରେ ଏହି କାର୍ଯ୍ୟକାରଣ ନିୟମକୁ ପ୍ରତିତ୍ୟସମୁତ୍‌ପାଦ କହନ୍ତି । ପ୍ରତିତ୍ୟସମୁଦ୍‌ଦର ଅର୍ଥ ହେଉଛି ଗୋଟିଏ ବସ୍ତୁ ପାଇବା ପରେ ଅନ୍ୟ ବସ୍ତୁର ଉତ୍ପତ୍ତି ହୋଇଥାଏ ।

୫. ଦୁଃଖ ନିରୋଧ ଓ ଦୁଃଖ ନିରୋଧ ମାର୍ଗ
Answer:
ଦୁଃଖ ନିରୋଧ ବା ନିର୍ବାଣ

ତୃତୀୟ ଆର୍ଯ୍ୟ ସତ୍ୟର ନାମ ହେଉଛି ଦୁଃଖ ନିରୋଧ ବା ନିର୍ବାଣ ଅଟେ । ପ୍ରତିତ୍ୟସମୁଦ୍‌ପାଦ ସିଦ୍ଧାନ୍ତ ଅନୁସାରେ ପ୍ରତ୍ୟେକ ବସ୍ତୁର ଉତ୍ପତ୍ତି କୌଣସି ନା କୌଣସି କାରଣ ଯୋଗୁଁ ହୋଇଥାଏ । ଏଣୁ ଏହି କାରଣର ଅନ୍ତ ହେଲେ କାର୍ଯ୍ୟ ମଧ୍ୟ ନଷ୍ଟ ହେବା ସମ୍ଭବ ଅଟେ । ଦୁଃଖର କାରଣ ନାଶ ହେଲେ ଦୁଃଖ ନିରୋଧ ବା ଦୁଃଖ ନିବୃତ୍ତି ହେବା ସମ୍ଭବ ହୁଏ । ଏହି ଦୁଃଖ ନିରୋଧ ଅବସ୍ଥାକୁ ବୌଦ୍ଧ ଦର୍ଶନରେ ନିର୍ବାଣ ଆଖ୍ୟା ଦିଆଯାଇଛି । ବୁଦ୍ଧଦେବ ସ୍ବୟଂ ନିର୍ବାଣ ଲାଭ କରିଥିଲେ ହେଁ ତାଙ୍କ ଜୀବନର ବିଲୋପ ଘଟି ନଥିଲା । ଏଣୁ ଜୀବିତାବସ୍ଥାରେ ହିଁ ନିର୍ବାଣ ସମ୍ଭବ ବୋଲି ବୁଝିବାକୁ ହେବ ।

ଦୁଃଖ ନିରୋଧ ଗାମି
ବୁଦ୍ଧଦେବଙ୍କ ଚତୁର୍ଥ ଆର୍ଯ୍ୟ ସତ୍ୟ ହେଉଛି ଦୁଃଖନିରୋଧ ଗାମିନି ପ୍ରତିପତ୍ ବା ଦୁଃଖ ନିରୋଧମାର୍ଗ । କାରଣରୁ ହିଁ ଦୁଃଖର ଉତ୍ପତ୍ତି ଏବଂ ସେହି କାରଣ ମାନଙ୍କୁ ବିନାଶ କରିବାର ଉପାୟ ହିଁ ଦୁଃଖ ନିରୋଧ ଗାମିନୀ ପ୍ରତିପଦ୍ ନାମରେ ପରିଚିତ । ଏହାର ଆଠଟି ଅଙ୍ଗ ଥ‌ିବାରୁ ଏହାକୁ ଅଷ୍ଟାଙ୍ଗିକ ମାର୍ଗ କୁହାଯାଏ । ବୁଦ୍ଧଙ୍କ ଅଷ୍ଟାଙ୍ଗିକ ମାର୍ଗ ଗୁଡ଼ିକ ହେଉଛି (୧) ସମ୍ୟକ୍ ଦୃଷ୍ଟି, (୨) ସମ୍ୟକ୍ ସଂକଳ୍ପ, (୩) ସମ୍ୟକ୍ ବାକ୍, (୪) ସମ୍ୟକ୍ କର୍ମାନ୍ତ, (୫) ସମ୍ୟକ୍ ଅଜୀବ, (୬) ସମ୍ୟକ୍ ବ୍ୟାୟାମ୍, (୭) ସମ୍ୟକ୍ ସୂ ତି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧. ଭାରତୀୟ ଦର୍ଶନର ବୈଶିଷ୍ଟ୍ୟ ଗୁଡ଼ିକ ଆଲୋଚନା କର ?
Answer:
‘ଦର୍ଶନ’ ଶବ୍ଦଟି ‘ଦୃଶ୍’ ଧାତୁରୁ ଆସିଅଛି । ଏହାର ଅର୍ଥ ହେଉଛି ଯାହା ଦ୍ୱାରା ଦେଖାଯାଏ । ଏଠାରେ ଦେଖାଯାଏର ଅର୍ଥ ଜ୍ଞାନ ପ୍ରାପ୍ତିକୁ ବୁଝାଇଥାଏ । ଚକ୍ଷୁ ଆଦି ଇନ୍ଦ୍ରିୟ ଦ୍ବାରା ଯେଉଁ ଜ୍ଞାନ ପ୍ରାପ୍ତ ହୁଏ, ତାକୁ ଦର୍ଶନ କୁହାଯାଏ । ଶ୍ରୀମଦ୍ ଭଗବଦ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି- ‘ଦିବ୍ୟ ବାଦାମିତେ ଚକ୍ଷୁଃ ପଶ୍ୟମେ ଯୋଗମେଶ୍ଵରମ୍’’- ଅର୍ଥାତ୍ ତୁମ୍ଭଙ୍କୁ ମୁଁ ଦିବ୍ୟ ଚକ୍ଷୁ ପ୍ରଦାନ କରୁଅଛି । ତୁମେ ଏହାରି ସାହାଯ୍ୟରେ ଐଶ୍ଵରିକ ସତ୍ତାକୁ ଉପଲବ୍‌ କର ।

ଏଣୁ ଦିବ୍ୟ ନୟନ ଦ୍ବାରା ଅତି କ୍ଷୁଦ୍ରତମ ଜ୍ଞାନକୁ ଆହରଣ କରି ହୁଏ । ସାଧାରଣ ଭାଷାରେ କୁହାଯାଏ, ଯାହା ଦ୍ବାରା ଦେଖାଯାଏ, ଜାଣି ହୁଏ, ବୁଝି ହୁଏ ବା ପ୍ରକୃତ ତତ୍ତ୍ବ ହୃଦୟଙ୍ଗମ କରାଯାଏ ତାକୁ ହିଁ ଦର୍ଶନ କୁହାଯାଏ । ଦର୍ଶନ କହିଲେ ତତ୍ତ୍ବ ଦର୍ଶନ ବୋଲି ବୁଝିବାକୁ ହୁଏ । ଏହି ଦର୍ଶନରେ ତତ୍ତ୍ଵଭିଭିକ ଚିନ୍ତାଧାରା ପର୍ଯ୍ୟବସିତ ହୋଇଅଛି । ଏହାଦ୍ଵାରା ଜ୍ଞାନର ଅଭିବୃଦ୍ଧି ଘଟିଥାଏ ।

ନ୍ୟାୟଶାସ୍ତ୍ରରେ କୁହାଯାଇଛି, ଦର୍ଶନ ସମାଜକୁ ଶୃଙ୍ଖଳିତ କରିବାରେ ସହାୟକ ହୁଏ । ଏଣୁ ଦର୍ଶନ କହିଲେ କେବଳ ଦର୍ଶନ କରିବା ବା ଦେଖିବାକୁ ନ ବୁଝି ହୃଦୟଙ୍ଗମ କରିବା କିମ୍ବା ଜ୍ଞାନ ଲାଭ କରିବା ଅର୍ଥକୁ ବୁଝାଇଥାଏ । ଯୋଗ ସାହାଯ୍ୟରେ ଦର୍ଶନର ପୂର୍ଣ୍ଣତା ପ୍ରକାଶ ପାଇଥାଏ ।

(୧) ଦୁଃଖ ବା ନୈଶ୍ୟବାଦ : ଭାରତୀୟ ଦର୍ଶନର ନୈରାଶ୍ୟବାଦ ହେଉଛି ଗୋଟିଏ ପ୍ରଧାନ ଲକ୍ଷଣ ଯାହା ମାନବର କେତେଗୁଡ଼ିଏ ବାସ୍ତବ ସମସ୍ୟାକୁ ସମାଧାନ କରିବାରେ ସହାୟକ ହୋଇଥାଏ । ଏହା ବାସ୍ତବ ଜୀବନର ବହୁ ବିଭିନ୍ନ ସମସ୍ୟା ମଧ୍ୟରୁ ଏକ ଗୁରୁତ୍ଵପୂର୍ଣ୍ଣ ସମସ୍ୟା ହେଉଛି ଦୁଃଖ କ୍ଳେଶର ସମସ୍ୟା । ଏପରିକି ଜଡ଼ବାଦୀ ଚାର୍ବାକ୍ ମଧ୍ଯ ଏ ଦୁଃଖର ପାଦୃଭାବ ସମ୍ପର୍କରେ ସମ୍ପୂର୍ଣ୍ଣ ସଚେତନ ଥାଆନ୍ତି ।

ଗୌତମ ବୁଦ୍ଧ ଚାରି ପ୍ରକାର ଆର୍ଯ୍ୟ ସତ୍ୟ ବିଷୟରେ ଉଲ୍ଲେଖ କରିଅଛନ୍ତି । ତାଙ୍କର ପ୍ରଥମ ଆର୍ଯ୍ୟ ସତ୍ୟଟି ହେଉଛି ସର୍ବଂଦୁଃଖ ଅର୍ଥାତ୍ ଏ ସଂସାର ହେଉଛି ଦୁଃଖପୂର୍ଣ୍ଣ । ତାଙ୍କ ମତରେ ଜନ୍ମ ଦୁଃଖ, ରୋଗ ଦୁଃଖପୂର୍ଣ୍ଣ, ମୃତ୍ୟୁ ଦୁଃଖପୂର୍ଣ୍ଣ ଇତ୍ୟାଦି । ସେହିପରି ସାଂଖ୍ୟ ଦର୍ଶନରେ ତିନି ପ୍ରକାର ଦୁଃଖର କଥା କୁହାଯାଇଛି । (୧) ଆଧ୍ୟାତ୍ମିକ, (୨) ଆଧୁଭୌତିକ, (୩) ଆଦୈବିକ ଦୁଃଖ । ଆଧ୍ୟାତ୍ମିକ ଦୁଃଖ ଉଭୟ ଶାରୀରିକ ତଥା ମାନସିକ ଦୁଃଖର ଅନ୍ତର୍ଭୁକ୍ତ ଯଥା- ଜ୍ଵର, ଭୟ, କ୍ରୋଧାଦି ।

ଆତ୍ମଭୌତିକ ଦୁଃଖ- ମନୁଷ୍ୟ, ପଶୁ, ପକ୍ଷୀ, ସର୍ପ ଦଂଶନ ଆଦି ପ୍ରାକୃତିକ କାରଣରୁ ଘଟିଥାଏ ଆଦୈବିକ ଦୁଃଖ- ଅଲୌକିକ ବା ଅପ୍ରାକୃତିକ କାରଣ ଯଥା- ଭୂତ, ପ୍ରେତ, ରାକ୍ଷସ ଆଦି ଜନିତ ଦୁଃଖକୁ ବୁଝାଏ । ଏଣୁ ଏଥିରୁ ସ୍ପଷ୍ଟ ଯେ ଉଭୟ ଆସ୍ତିକ ଓ ନାସ୍ତିକ ଦାର୍ଶନିକମାନେ ଜୀବନର ଦୁଃଖ କ୍ଳେଶ ସମ୍ପର୍କରେ ସଚେତନ ହେବା ସଙ୍ଗେ ସଙ୍ଗେ ବିଭିନ୍ନ ସମସ୍ୟା ଉପରେ ସର୍ବାଧ‌ିକ ଗୁରୁତ୍ଵ ଦେଇଥାନ୍ତି ।

(୨) ମୁକ୍ତି ତତ୍ତ୍ଵ: ଦୁଃଖ କଷ୍ଟର ଅସ୍ତିତ୍ଵ ସ୍ବୀକାର କରିବା ସଙ୍ଗେ ସଙ୍ଗେ ଭାରତୀୟ ଦର୍ଶନ ମୁକ୍ତି ଲାଭର ଭରସା ମଧ୍ୟ ପ୍ରଦାନ କରେ । ଏହି ମୁକ୍ତି ବା ମୋକ୍ଷ ହିଁ ଭାରତୀୟ ଦର୍ଶନରେ ପରମ ପୁରୁଷାର୍ଥ ବୋଲି ବିବେଚିତ ହୋଇଅଛି । ବୌଦ୍ଧ ଦର୍ଶନରେ ଏହାକୁ ନିର୍ବାଣ ବୋଲି କୁହାଯାଇଛି । ସାଂଖ୍ୟ ଦର୍ଶନରେ ଏହାକୁ କୈବଲ୍ୟ, ନ୍ୟାୟବୈଶେଷିକ ଦର୍ଶନରେ ଅପବର୍ଗ ବୋଲି କୁହାଯାଇଅଛି । ଏଣୁ ଦୁଃଖରୁ ମୁକ୍ତି ମିଳିଲେ ଭଗବାନଙ୍କ ସାନିଧ୍ୟ ମିଳେ ବୋଲି କୁହାଯାଇଛି ।

ଭାରତୀୟ ଦର୍ଶନ ଓ ପରମ୍ପରାରେ ଜୀବିତ ଅବସ୍ଥାରେ ଭଲ ମନ୍ଦ, ସୁଖ ଦୁଃଖ, ନୀତି ଅନୀତି ଏ ସବୁ ଦ୍ବନ୍ଦର ଉର୍ଦ୍ଧରେ ଅବସ୍ଥିତ ବୋଲି ଧାରଣା କରିଥିଲେ । ତାହାଛଡ଼ା କର୍ମ ବନ୍ଧନରୁ ମୁକ୍ତ ଏବଂ ପୁର୍ନଜନ୍ମ ଲାଭ ବୋଲି ଉପନିଷଦରେ ବ୍ୟାଖ୍ୟା କରାଯାଇଛି । ସେହିପରି ଭଗବତ୍ ଗୀତାରେ ଭଗବାନ୍ ଶ୍ରୀକୃଷ୍ଣ ସ୍ଥିତପ୍ରଜ୍ଞ ଅବସ୍ଥାକୁ ବର୍ଣ୍ଣନା କରିଛନ୍ତି । ଯାହାକି ମାନବ ଜୀବନର ପରମ ଆଦର୍ଶ ରୂପେ ପରିଗଣିତ ହୋଇଅଛି । ସ୍ଥିତପ୍ରଜ୍ଞାର ଅର୍ଥ ହେଉଛି ସମସ୍ତ କାମନାରୁ ମୁକ୍ତ ହେବାକୁ ବୁଝାଇଥାଏ । ଏହି ପ୍ରକାର ମୁକ୍ତ ଅବସ୍ଥାକୁ ଜୀବନମୁକ୍ତ ବୋଲି କୁହନ୍ତି ।

(୩) ଋତ: ଋତ ହେଉଛି ଆର୍ଯ୍ୟ ଋଷିମାନଙ୍କର ଏକ ଶାଶ୍ୱତ ତଥା ଚିରନ୍ତନ ନିୟମ । ବୈଦିକ ଦେବତା ‘ଋତସ୍ୟ ଗୋପା’ ଅର୍ଥାତ୍ ଋତର ରକ୍ଷାକର୍ତ୍ତା ରୂପେ ପରିଚିତ । ‘ରତସ୍ୟ ପନ୍ଥା ନ ତରନ୍ତି ଦୁଷ୍କୃତଃ’’ ଅର୍ଥାତ୍ ଦୁଷ୍କର୍ମକାରୀ ସତ୍ୟପଥକୁ ଅତିକ୍ରମ କରିପାରେ ନାହିଁ । ରିଗ୍‌ବେଦର ଏହି ମନ୍ତ୍ର ଭାରତୀୟ ଜୀବନ ଦର୍ଶନରେ ଏକ ମୌଳିକ ବିଶ୍ଵାସର ପ୍ରତୀକ ଅଟେ ।

CHSE Odisha Class 11 Logic Unit 5 Short & Long Answer Questions in Odia Medium

ପରସ୍ପର ବିରୋଧୀ ବିଭିନ୍ନ ପ୍ରାକୃତିକ ରୂପ ବା ବିକାଶ ମଧ୍ଯରେ ଯାହା କିଛି ଗୋଟିଏ ନିୟମରେ ସମସ୍ତ ନିୟନ୍ତ୍ରିତ କରି ରଖୁଛି ତାହା ହିଁ ଋତ । ଏହି ଋତ ଅନିବାର୍ଯ୍ୟ ଓ ଅଲଂଘନୀୟ ଅଟେ । ଋଗ୍‌ବେଦ ଅନୁଯାୟୀ ଋତର ମୂଳ ସୁଦୃଢ଼ ଅଟେ । ବିଶ୍ୱର ସମସ୍ତ ପଦାର୍ଥରେ ଋତ ରହିଅଛି । ଋତ ଯୋଗୁଁ ଏହି ପୃଥ‌ିବୀ ସମସ୍ତ କିଛି ଠିକ୍ ଭାବରେ ଚାଲୁଅଛି । ଋତ ଶବ୍ଦ ବେଦରେ ଅନେକ ସ୍ଥଳରେ ଦେଖିବାକୁ ମିଳେ ।

(୪) କର୍ମବାଦ: କର୍ମବାଦ ଭାରତୀୟ ଦର୍ଶନରେ ସୁପ୍ରସିଦ୍ଧ ତତ୍ତ୍ଵ ଅଟେ । କର୍ମବାଦର ସାରକଥା ହେଲା – ‘ଯେଉଁଭଳି କର୍ମ ସେହିଭଳି ଫଳ’ ଅର୍ଥାତ୍ କୃତ କର୍ମର ଫଳ ନଷ୍ଟ ହେବା ସମ୍ଭବ ନୁହେଁ । କାର୍ଯ୍ୟକାରଣ ନିୟମ ଅନୁଯାୟୀ ଗୋଟିଏ କାରଣରୁ ଗୋଟିଏ କାର୍ଯ୍ୟ ହୋଇଥାଏ । କର୍ମବାଦ ଅନୁସାରେ କର୍ମ ହେଉଛି ଶରଣ ଏବଂ ସୁଖ ଦୁଃଖ ତାର କାର୍ଯ୍ୟ । ଶୁଭକର୍ମର ଫଳ ସୁଖ ଏବଂ ଦୁଷ୍କର୍ମର ଫଳ ଦୁଃଖ ଅଟେ । ଏହି ନିୟମ ମଧ୍ଯ ଅଲଂଘନୀୟ ।

ଅର୍ଥାତ୍ ଶୁଭକର୍ମରୁ ଦୁଃଖ ବା ଦୁଷ୍କର୍ମରୁ ସୁଖ ଲାଭ ହେବା ବେଳେ ସମ୍ଭବ ନୁହେଁ । ଏହି କର୍ମବାଦ ଅନୁସାରେ ମନୁଷ୍ୟର ପୁର୍ନଜନ୍ମ ସମ୍ଭବ ବୋଲି କୁହାଯାଇଛି । ଏଣୁ ଚାବାଁକ୍ ଦର୍ଶନକୁ ଛାଡ଼ି ଦେଲେ ଅନ୍ୟ ଦର୍ଶନରେ କର୍ମବାଦ ଦ୍ବାରା ପୁର୍ନଜନ୍ମ ସମ୍ଭବ ବୋଲି ମତ ବ୍ୟକ୍ତ କରାଯାଇଅଛି । କର୍ମ ତିନି ପ୍ରକାର – (୧) ସତ ବା ପ୍ରାକ୍ତନ କର୍ମ, (୨) ପ୍ରାରବ୍‌ଧ, (୩) କ୍ରିୟମାଣ ଅଟେ ।

ପୂର୍ବ ଜନ୍ମରୁ ସଞ୍ଚତ ହୋଇଥିବା କର୍ମ ଯାହାର ଫଳ ଏ ପର୍ଯ୍ୟନ୍ତ ଭୋଗ ହୋଇନାହିଁ ସେ ସମସ୍ତ କର୍ମକୁ ପ୍ରାକ୍ତନ ବା ସଞ୍ଚତ କର୍ମ କହନ୍ତି । ପ୍ରାରବ୍‌ଧ କର୍ମ ହେଉଛି ସେହି କର୍ମ ଯାହାର ଫଳ ଦେବା ଆରମ୍ଭ ହୋଇଯାଇଛି । କ୍ରିୟମାଣ କର୍ମ ଏହି ପ୍ରାରବ୍‌ଧ କର୍ମର ଫଳ ସ୍ୱରୂପ ଆମ୍ଭେମାନେ ବର୍ତ୍ତମାନର ଶରୀର ଧାରଣ କରିଥାଉଁ । ଆମ୍ଭେମାନେ ବର୍ତ୍ତମାନ ଯେଉଁ ସବୁ କର୍ମ କରିଅଛୁ ତାକୁ କ୍ରିୟମାଣ କର୍ମ ବୋଲି ଆଖ୍ୟା ଦିଆଯାଇଛି ।

୨. ଜୈନଙ୍କର ଅନେକାନ୍ତବାଦ ସିଦ୍ଧାନ୍ତଟିକୁ ବୁଝାଇ ଦିଅ ?
Answer:
ଜୈନ ଧର୍ମର ପ୍ରବର୍ତ୍ତକ ହେଉଛନ୍ତି ବର୍ଦ୍ଧମାନ ମହାବୀର । ଜୈନ ଧର୍ମର ଚବିଶ ଜଣ ତୀର୍ଥଙ୍କର ଥିଲେ । ତାଙ୍କ ମଧ୍ୟରୁ ଋଷଭଦେବ ହେଉଛନ୍ତି ପ୍ରଥମ ତୀର୍ଥଙ୍କର ଏବଂ ଶେଷ ଦୁଇଜଣ ତୀର୍ଥଙ୍କର ପାର୍ଶ୍ଵନାଥ ଏବଂ ବର୍ଦ୍ଧମାନ ମହାବୀର । ବର୍ଷମାନ ମହାବୀର ଜୈନମାନଙ୍କର ମୁଖ୍ୟ ଗୁରୁ ବା ମହାପୁରୁଷ । ବର୍ତ୍ତମାନ ମହାବୀର କଠିନ ତପସ୍ୟା କରି ରାଗ, କ୍ରୋଧ, ମାୟା, ମୋହ ଓ ବନ୍ଧନ ଇତ୍ୟାଦି ଶତ୍ରୁମାନଙ୍କୁ ଜୟ କରି ଜୀନ ଉପାଧୀରେ ଭୂଷିତ ହୋଇଥିଲେ । ଜୀନ ଶବ୍ଦର ଅର୍ଥ ବିଜେତା ବା ଯେଉଁ ବ୍ୟକ୍ତି ନିଜର ବାସନା, କାମନା ତଥା ଇଚ୍ଛା ଉପରେ ବିଜୟ ଲାଭ କରିଛି । ତାକୁ ହିଁ ଜୈନ କହନ୍ତି । ଏଣୁ ଯିଏ ମୋକ୍ଷ ପ୍ରାପ୍ତି ହୋଇ ଜୀନେନ୍ଦ୍ର ହେଲା ତାକୁ ହିଁ କହନ୍ତି ଦେବତା । ବର୍ଦ୍ଧମାନ ମହାବୀର ଏହି ଜୀନେନ୍ଦ୍ର ଥିଲେ ।

ଜୈନ ଦର୍ଶନର ସିଦ୍ଧାନ୍ତ :
ଜୈନ ଦର୍ଶନର ଦୁଇଟି ପ୍ରଖ୍ୟାତ ସିଦ୍ଧାନ୍ତ ରହିଛି । (୧) ଅନେକାନ୍ତବାଦ, (୨) ସ୍ୟାଦ୍‌ଦ ।

ଅନ୍ଧ ଓ ହାତୀ ଗଛ
ଏହି ଅନେକାନ୍ତବାଦ ସିଦ୍ଧାନ୍ତଟିକୁ ବୁଝାଇବାକୁ ଯାଇ ଜୈନ ଗୋଟିଏ ହାତୀ ଓ କେତେଜଣ ଅନ୍ଧଙ୍କର ଦୃଷ୍ଟାନ୍ତ ଦେଇଛନ୍ତି । ହାତୀର ସ୍ୱରୂପ ବିବେଚନା କରିବା ପାଇଁ କେତେକ ଜଣ ଅନ୍ଧ ସେମାନଙ୍କ ତର୍କ ବିତର୍କରେ ନିମୋଜିତ ହେବା ସ୍ଵାଭାବିକ ଅଟେ । ଯିଏ ହାତୀର ପାଦ ସ୍ପର୍ଶ କରିବ ସେ ହାତୀକୁ ଖମ୍ବ ଭଳି, ଯେ ହାତୀର ଦେହ ସ୍ପର୍ଶ କରିଛି ସେ ଘରର ବାହୁ ଭଳି, ଯିଏ ହାତୀର କାନ ସ୍ପର୍ଶ କରିଛି ସେ ହାତୀକୁ ବିଞ୍ଚଣା ଭଳି, ଯିଏ ହାତୀର ଶୁଣ୍ଢକୁ ସ୍ପର୍ଶ କରିଛି, ସେ ହାତୀକୁ ଗୋଟିଏ ଅଜଗର ସାପ ଭଳି ଏବଂ ଯିଏ ହାତୀର ମୁଣ୍ଡକୁ ସ୍ପର୍ଶ କରିଛି ସେ ହାତୀକୁ ଗୋଟିଏ ପାହାଡ଼ ବୋଲି ଭାବିଥାନ୍ତି । ଏଭଳି ଭାବରେ ସେମାନେ ବିଭିନ୍ନ ମତରେ ପ୍ରବୃତ୍ତ ହେବା ସମ୍ଭବ ଅଟେ । କିନ୍ତୁ ହାତୀ ହେଉଛି ସତ୍ୟ, ପରମାର୍ଥ ହେଉଛି ଅନେକ । ଏ ପ୍ରକାର ସତ୍ୟକୁ ଜୈନଙ୍କ ଭାଷାରେ ବ୍ୟାଦ୍‌ବାଦ କହନ୍ତି ।

ଅନେକାନ୍ତବାଦ
ଅନେକାନ୍ତବାଦ ମତରେ ବସ୍ତୁ ଅନନ୍ତ ଧର୍ମାତ୍ମକ ଅଟେ ଅର୍ଥାତ୍‌ ବସ୍ତୁର ଅନନ୍ତ ଧର୍ମ ଅଛି । ‘ଅନନ୍ତ ଧର୍ମକଂ ବସ୍ତୁ’’ ପ୍ରତ୍ୟେକ ବସ୍ତୁ ସତ୍ ତଥା ଅସତ୍ ଉଭୟ ଅଟେ । ବସ୍ତୁ ନିଜସ୍ବ ରୂପ ଦୃଷ୍ଟିରୁ ସତ୍ ଅଟେ । କିନ୍ତୁ ନିଜ ସ୍ବରୂପ ଅତିରିକ୍ତ ଅନ୍ୟ ବସ୍ତୁର ସ୍ବରୂପ ଦୃଷ୍ଟିରୁ ଅସତ୍ ଅଟେ । ଏହି ପୃଥ‌ିବୀରେ ବସ୍ତୁ ଏବଂ ଦୀନ ହେଉଛନ୍ତି ପରସ୍ପର ପୃଥକ୍ ଏବଂ ସ୍ଵାଧୀନ । ବସ୍ତୁ ଭିତରେ ଯେପରି ପରମାଣୁ ରହିଛି, ଠିକ୍ ସେହିପରି ବ୍ୟକ୍ତି ଭିତରେ ଆତ୍ମା ରହିଛି, ଯାହାକି ପୃଥକ୍ ଭାବେ ସଭାକୁ ଉପଲବ୍‌ଧ କରିଛନ୍ତି ।

ଜୈନଙ୍କ ମତରେ ଗୋଟିଏ ବସ୍ତୁ ଅନେକ ସଂଖ୍ୟକ, ଅସୀମ ଗୁଣ ବା ବୈଶିଷ୍ଟ୍ୟ ରହିଛି । ସେହି ବୈଶିଷ୍ଟ୍ୟ ଗୁଡ଼ିକ ଭାବ ଏବଂ ଅଭାବ ସୂଚକ ଅଟେ । ଗୋଟିଏ ବ୍ୟକ୍ତି ନିକଟରେ ଗୋଟିଏ ବସ୍ତୁର ସମ୍ୟକ୍ ଗୁଣ ଜାଣିବା ସମ୍ଭବ ଅଟେ । ମାତ୍ର ଜଣେ କେବଳୀ ବା ବର୍ଷମାନ ମହାବୀର ଗୋଟିଏ ବସ୍ତୁର ସମସ୍ତ ଗୁଣ ଗୁଣ ରହିଛି ବୋଲି ବିବେଚନା କରିଥାନ୍ତି । ଏଣୁ ଜୈନଙ୍କ ମତରେ ଯିଏ କୌଣସି ବସ୍ତୁର ସମସ୍ତ ଗୁଣକୁ ଜାଣିବା ସମ୍ଭବ ବୋଲି ସ୍ଥିର କରେ ସିଏ ସମ୍ୟକ୍ ଗୁଣ ବିଷୟରେ ନିଶ୍ଚିତ ଭାବେ ଜାଣିବା ସମ୍ଭବପର ଅଟେ ।

ମାନବ ଜ୍ଞାନ ହେଉଛି ସାପେକ୍ଷ ଓ ନିର୍ଦ୍ଦିଷ୍ଟ ସୀମାବଦ୍ଧ ମଧ୍ୟରେ ଆବଦ୍ଧ ଅଟେ । ତେଣୁ କୌଣସି ଏକ ବସ୍ତୁର ସମସ୍ତ ଗୁଣ ଜାଣିବା, ତା’ ନିକଟରେ ସମ୍ଭବପର ନୁହେଁ । ଜୈନଙ୍କ ମତରେ ତାର୍କିକ ଦୃଷ୍ଟିକୋଣରୁ ବିଚାର କଲେ ଜଣାଯାଏ କେହି ଜଣେ ବ୍ୟକ୍ତି କେବଳ ସାତଟି ନ୍ୟାୟର ବଶବର୍ତ୍ତୀ ହୋଇପାରେ । ଏହି ଦୃଷ୍ଟିରୁ ଦୈନିକ ଶିକ୍ଷାରେ ଉଭୟ ଅନେକାନ୍ତବାଦ ଏବଂ ସପ୍ତଭଙ୍ଗୀନଯ ପରସ୍ପର ଓତୋପତୋ ଭାବେ ଜଡ଼ିତ ।

ଏହି ଦୁଇଟିକୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ବିବେଚନା କରାଯାଏ । ଗୋଟିଏ ବସ୍ତୁର ଅନେକ ଗୁଣ ବା ଅନେକ ଧର୍ମ ସମ୍ଭବ ଅଟେ । ସେଗୁଡ଼ିକ ପରସ୍ପର ଭାବେ ପୃଥକ୍ ଅଟେ । ଏ ପ୍ରକାର ଗୁଣ ସମ୍ପନ୍ନ ସଭାକୁ ଜୈନଙ୍କ ମତରେ ଦ୍ରବ୍ୟ ବୋଲି ଆଖ୍ୟା ଦିଆଯାଇଛି । ଦ୍ରବ୍ୟରେ ଯେଉଁ ଅନେକ ଗୁଣର ସମ୍ଭବ ହୋଇପାରିଛି ସେମାନଙ୍କ ମଧ୍ୟରୁ କେତେକ ସ୍ଥାୟୀ ଏବଂ ଆଉ କେତେକ ଆବଶ୍ୟକ ଅଟେ । ଗୋଟିଏ ପଦାର୍ଥର ଉତ୍ପତ୍ତି, ବିଲୟ ଏବଂ ସ୍ଥାୟିତ୍ୱ ରହିଛି ।

ଏଣୁ ଜୈନଙ୍କ ଅନେକାନ୍ତବାଦ ଦର୍ଶନଟି ତର୍କଶାସ୍ତ୍ର ଦୃଷ୍ଟିରୁ ପ୍ରତିଷ୍ଠିତ ଅଟେ । ଜଶ ବିଜୟଙ୍କ ମତରେ, ଅନେକାନ୍ତବାଦ ଦର୍ଶନଟି ହେଉଛି ସମଧର୍ମୀ ନ୍ୟାୟ ବୋଲି ଆଖ୍ୟା ଦେଇଛନ୍ତି । ଗୋଟିଏ ପରିବାରର ପିତା, ମାତା ତାଙ୍କର ପିଲାମାନଙ୍କ ପ୍ରତି ସମଧର୍ମୀ ଭାବନାପୂର୍ଣ୍ଣ ହୋଇଥାଆନ୍ତି । ଠିକ୍ ସେହିପରି ଏହି ଅନେକାନ୍ତବାଦ ଦର୍ଶନଟି ଏକ ସମଧର୍ମୀ ଭାବାପନ୍ନ ଦର୍ଶନ ଅଟେ । ଅନେକାନ୍ତବାଦ ଦର୍ଶନରେ ସୁଖ, ଦୁଃଖ, ଶୁଭ ଅଶୁଭ ସ୍ଥିତି, ଅସ୍ଥିତି ହେଉଛି ଅସମ୍ଭବ ଅଟେ । ଜୈନମାନେ ଏହି ମତକୁ ଗ୍ରହଣ କଲେ ସୁଦ୍ଧା ଅନ୍ୟ ଦାର୍ଶନିକମାନେ ଗ୍ରହଣ କରନ୍ତି ନାହିଁ ।

୩. ଜୈନ ଦର୍ଶନରେ ସ୍ୟାତ୍ମବାଦ୍ କହିଲେ କ’ଣ ବୁଝ ? ଆଲୋଚନା କର ।
Answer:
ଜୈନ ଦର୍ଶନ – ଋଷଭଦେବ ହେଉଛନ୍ତି ଜୈନମତର ପ୍ରବର୍ତ୍ତକ ଅଟନ୍ତି ।
ଜୈନଧର୍ମରୁ ଚବିଶ ଜଣ ତୀର୍ଥଙ୍କର ଥିଲେ । ତୀର୍ଥଙ୍କର ଅର୍ଥ ହେଉଛି ଗୁରୁ ।
ଜୈନ ଧର୍ମର ଚବିଶଜଣ ତୀର୍ଥଙ୍କର ମଧ୍ୟରୁ ଋଷଭଦେବ ପ୍ରଥମ ତୀର୍ଥଙ୍କର ଅଟନ୍ତି ।
ଜୈନଙ୍କର ଚବିଶଜଣ ଗୁରୁ ବା ମହାପୁରୁଷମାନଙ୍କ ମଧ୍ୟରୁ ଶେଷ ଦୁଇଜଣ ତୀର୍ଥଙ୍କର ପାର୍ଶ୍ଵନାଥ ଏବଂ ବର୍ତ୍ତମାନ ମହାବୀର ଐତିହାସିକ ପୁରୁଷ ଅଟନ୍ତି ।
ବର୍ତ୍ତମାନ ମହାବୀର ଜୈନମାନଙ୍କର ଶେଷ ଗୁରୁ ରୂପେ ସୁବିଖ୍ୟାତ ଅଟନ୍ତି ।
ଜୈନ ଶବ୍ଦଟି ଜିନ୍ ଶବ୍ଦରୁ ଆସିଅଛି ।
ଜୈନ ଶବ୍ଦର ଅର୍ଥ ହେଉଛି ବିଜେତା ।
ବର୍ତମାନ ମହାବୀର କଠିନ ତପସ୍ୟା ବଳରେ ରାଗ, ଅହଂ, କ୍ରୋଧ, ମାୟା ଓ ବନ୍ଧନକୁ ଜୟ କରି ଜୈନ୍ୟ ଉପାଧ୍ଧରେ
ଭୂଷିତ ହୋଇଥିଲେ ।
ବର୍ତମାନ ମହାବୀର ଜୀତେନ୍ଦ୍ର ଥିଲେ ।
ଜୈନ ଧର୍ମ ଦୁଇ ଭାଗରେ ବିଭକ୍ତ ହେଲା (୧) ଶ୍ଵେତାମ୍ବର, (୨) ଦିଗମ୍ବର ।
ଶ୍ଵେତାମ୍ବର ଓ ଦିଗମ୍ବର ମଧ୍ୟରେ ଆଚାର ବିଚାର ସମ୍ବନ୍ଧୀୟ ଭେଦ ଦେଖାଯାଏ ।
ଶ୍ଵେତାମ୍ବରମାନେ ଶ୍ଵେତ ବସ୍ତ୍ର ପରିଧାନ କରୁଥିଲେ ଓ ଦିଗମ୍ବରମାନେ ଉଲଗ୍ନ ରହିବା ଯୁକ୍ତିଯୁକ୍ତ ମନେ କରୁଥିଲେ ।

CHSE Odisha Class 11 Logic Unit 5 Short & Long Answer Questions in Odia Medium

ଜୈନ୍ୟ ଦର୍ଶନର ସିଦ୍ଧାନ୍ତ
ଜୈନ୍ୟ ଦର୍ଶନର ଦୁଇଟି ପ୍ରଖ୍ୟାତ ସିଦ୍ଧାନ୍ତ ରହିଛି । (୧) ଅନେକାନ୍ତବାଦ, (୨) ସ୍ୟାଦ୍‌ବାଦ ।
ଅନେକାନ୍ତବାଦର ଅର୍ଥ ହେଉଛି ବସ୍ତୁ ଅନନ୍ତ ଧର୍ମାତ୍ମକ ଅଟେ ଅର୍ଥାତ୍ ବସ୍ତୁର ଅନନ୍ତ ଧର୍ମ ଅଛି । ଅନନ୍ତ ଧର୍ମଙ୍କ ବସ୍ତୁ’’ ।
ବସ୍ତୁଠାରେ ସତ୍ ଏବଂ ଅସତ୍, ଭାବ ଓ ଅଭାବ ପରସ୍ପର ବିରୋଧୀ ବୋଲି ପ୍ରତୀତ ହେଉଥିଲେ ହେଁ, ସମସ୍ତ ବିରୋଧୀ ଧର୍ମ ଦୃଷ୍ଟ ହୁଏ । ଏହାକୁ ଅନେକାନ୍ତବାଦୀ ଦର୍ଶନ କୁହାଯାଏ ।
ଜୈନ୍ୟ ସ୍ୟାଦ୍‌ବାଦ ଅନେକାନ୍ତବାଦର ଏକ ପରିପ୍ରକାଶ ମାତ୍ର ଅଟେ ।
ସ୍ୟାତ୍ ଶବ୍ଦର ଅର୍ଥ ଆପେକ୍ଷିକ ରୂପରେ, କୌଣସି ପ୍ରକାରେ ବା କୌଣସି ଏକ ଦୃଷ୍ଟିକୋଣରୁ ବୋଲି ସୂଚା ଯାଇଥାଏ ।
ସ୍ୟାଦ୍‌ବାଦ ଦ୍ବାରା ହିଁ ବସ୍ତୁର ଅନନ୍ତ ଧର୍ମାତ୍ମକ ସ୍ୱରୂପ ସୂଚିତ ହୋଇଥାଏ ।
‘ସ୍ୟାଦ୍’ ଶବ୍ଦର ଅର୍ଥ ବୋଧହୁଏ ବା ସମ୍ଭବତଃ ବୋଲି ମନେ କରାଯାଏ ।
ସ୍ୟାଦ୍‌ବାଦକୁ ସାପେକ୍ଷବାଦୀ ସିଦ୍ଧାନ୍ତ ମଧ୍ୟ କୁହାଯାଏ ।
ଜୈନ ଧ୍ୟାଦ୍‌ବାଦ ଉପରେ ହିଁ ସପ୍ତଭଙ୍ଗୀୟ ପ୍ରତିଷ୍ଠିତ ।
ସପ୍ତଭଙ୍ଗୀୟ ସାତ ପ୍ରକାରର ବାକ୍ୟ ବିନ୍ୟାସ ଅଟେ ।
ବସ୍ତୁ ଅନନ୍ତ ଧର୍ମ ସମ୍ପନ୍ନ ହେଲେ ମଧ୍ୟ ଜୈନ୍ୟମାନେ ବସ୍ତୁର କେବଳ ସାତ ପ୍ରକାର ସମ୍ଭାବନା ଦେଖୁଛନ୍ତି ।
ସାତ ପ୍ରକାରର ବଚନ ଭଙ୍ଗ ଥ‌ିବାରୁ ଏହାକୁ ସପ୍ତଭଙ୍ଗୀୟ ନ୍ୟାୟ କୁହାଯାଏ ।

(୧) ସ୍ୟାଦ୍ ଅଣ୍ଡି
(୨) ସ୍ୟାଦ୍ ନାସ୍ତି
(୩) ସ୍ୟାଦ୍ ଅସ୍ତି ଚ ନାସ୍ତି ଚ
(୪) ସ୍ୟାଦ୍ ଅବକ୍ତବ୍ୟମ୍
(୫) ସ୍ୟାଦ୍ ଅସ୍ଥି ଚ ଅବକ୍ତବ୍ୟଂଚ
(୬) ସ୍ୟାଦ୍ ନାସ୍ତି ଚ ଅବକ୍ତବ୍ୟ ଚ
(୭) ସ୍ୟାଦ୍ ଅସ୍ଥି ଚ ନାସ୍ତି ଚ ଅବକ୍ତବ୍ୟ ଚ ସ୍ୟାଦ୍‌ବାଦ

ଜୈନ ଧ୍ୟାତ୍ମବାଦ ଅନେକାନ୍ତବାଦଠାରୁ ପୃଥକ୍ ଅଟେ । ଏଠାରେ ସ୍ୟାତ୍ ଶବ୍ଦର ଅତି ତାତ୍ପର୍ଯ୍ୟପୂର୍ଣ୍ଣ । ଏହା ଆପେକ୍ଷିକ ଓ ସମ୍ଭାବନା ଅର୍ଥରେ ବ୍ୟବହୃତ ହୋଇଥାଏ । ସ୍ୟାତ୍ ଶବ୍ଦର ଅର୍ଥ ଭ୍ରାନ୍ତ ଧାରଣା ସୃଷ୍ଟି କରିଥାଏ । କେହି କେହି ଧ୍ୟାତ୍ ଶବ୍ଦର ଅର୍ଥ ବୋଧହୁଏ ବୋଲି ମନେ କରନ୍ତି । ସ୍ୟାତ୍‌ର ପ୍ରକୃତ ଅର୍ଥ ହେଉଛି କୌଣସି ଏକ ଦୃଷ୍ଟିରୁ ଗୋଟିଏ ବସ୍ତୁ ଉଭୟ ଉଭୟ ସତ୍ ଓ ଅସତ୍ ହୋଇପାରେ ।

ଜୈନ ଧ୍ୟାତ୍ମବାଦ ହିଁ ଏହି ସପ୍ତଭଙ୍ଗୀନୟ ଉପରେ ପ୍ରତିଷ୍ଠିତ । ସପ୍ତଭଙ୍ଗୀନୟକୁ ସାତ ପ୍ରକାର ବାକ୍ୟ ବା ସ୍ୟାତ୍ମବାଦ ବୋଲି କୁହାଯାଏ । ସପ୍ତର ଅର୍ଥ ସାତ । ତେଣୁ ବସ୍ତୁରେ ଅନେକ ସଂଖ୍ୟକ ଗୁଣ ଥିଲେ ମଧ୍ୟ ଜୈନମାନେ କେବଳ ସାତ ପ୍ରକାର ସମ୍ଭାବନାକୁ ଦେଖୁଛନ୍ତି । ସାତପ୍ରକାର ବଚନ ଭଙ୍ଗ ଥିବାରୁ ଏହାକୁ ସପ୍ତଭଙ୍ଗୀନୟ ବୋଲି କୁହାଯାଏ । ପ୍ରତ୍ୟେକ ଭଙ୍ଗ ପରାମର୍ଶ ବା ଜୟ ବୋଲି ଅଭିହିତ ହୁଏ ଏବଂ ପ୍ରତ୍ୟେକ ନୟରେ ଖ୍ୟାତ୍ ଶବ୍ଦର ପ୍ରୟୋଗ ହୁଏ ।

ଏହି ସ୍ୟାତ୍ ପ୍ରୟୋଗ ଦ୍ବାରା ଆପେକ୍ଷିକତା ଗୁଡ଼ିକର ଆଂଶିକ ସତ୍ୟତା ଜ୍ଞାନ ଲବ୍‌ଧ ହୋଇଥାଏ । ଏହି ସାତ ପ୍ରକାର ନୟ ବା ନିଷ୍ପଭି ଗୁଡ଼ିକ ହେଲା : (୧) ସ୍ୟାତ୍ ଅସ୍ଥି, (୨) ସ୍ୟାତ୍ ନାସ୍ତି, (୩) ସ୍ୟାତ୍ ଅସ୍ଥି ଚ ନାସ୍ତି ଚ, (୪) ସ୍ୟାତ୍ ଅବ୍ୟକ୍ତବ୍ୟମ୍, (୫) ସ୍ୟାତ୍ ଅସ୍ଥି ଚ ଅବ୍ୟକ୍ତବ୍ୟଚ, (୬) ଖ୍ୟାତ୍ ନାସ୍ତି ଚ ଅବ୍ୟକ୍ତବ୍ୟ ଚ, (୭) ସ୍ୟାତ୍ ଅସ୍ଥି ଚ ନାସ୍ତି ଚ ଅବ୍ୟକ୍ତବ୍ୟ ଚ ।

(୧) ସ୍ୟାତ୍ ଅସ୍ଥି: କୌଣସି ଏକ ଦୃଷ୍ଟିରୁ ବା ଆପେକ୍ଷିକ ରୂପରେ ବସ୍ତୁଟିଏ ଅଛି ବୋଲି ବୁଝିବାକୁ ହେବ । ଉଦାହରଣସ୍ୱରୂପ ଗୋଟିଏ ଘଟ ନିଜର ଦ୍ରବ୍ୟ, କାଳ, କ୍ଷେତ୍ର ଭାବ ଆଦି ଅପେକ୍ଷାରେ ସତ୍ୟ ଅଟେ । କୌଣସି ବିଶେଷ ଦେଶ, କାଳ ଅବସ୍ଥାରେ ହିଁ ଘଟ ବିଦ୍ୟମାନ ଅଟେ ।
(୨) ସ୍ୟାତ୍ ନାସ୍ତି; କୌଣସି ଏକ ଦୃଷ୍ଟିରୁ ବସ୍ତୁ ଅସତ୍ ଅଟେ । ଘଟ ଅନ୍ୟ ପଦାର୍ଥର ଦ୍ରବ୍ୟ, କାଳ, କ୍ଷେତ, ଭାବ ଆଦି ଦୃଷ୍ଟିରୁ ନାହିଁ ବୋଲି ବୁଝିବାକୁ ହେବ । ଘଟ ଭିନ୍ନ ପଦାର୍ଥ ଦୃଷ୍ଟିରୁ ଘଟ ସତ୍ ନୁହେଁ । ଭିନ୍ନ ଦେଶ, କାଳ ଏବଂ ଅବସ୍ଥାରେ ଘଟ ନାହିଁ ।
(୩) ସ୍ୟାତ୍ ଅସ୍ଥି ଚ ନାସ୍ତି ଚ: ତୃତୀୟ ଦୃଷ୍ଟିକୋଣରୁ ଏହା ପ୍ରଥମ ଓ ଦ୍ବିତୀୟର ମିଶ୍ରଣ ଅଟେ । ଘଟଟି ବିଦ୍ୟମାନ ଓ ଅବିଦ୍ୟାମାନ ମଧ୍ଯ । ଏହା ଉଭୟ ସତ୍ ଏବଂ ଅସତ୍ ଅଟେ । ସ୍ଵରୂପ ଦୃଷ୍ଟିରୁ ଘଟ ଅଛି । ପର ରୂପ ଦୃଷ୍ଟିରୁ ଘଟ ନାହିଁ । ଏଣୁ ଘଟ ଉଭୟ ରୂପ ଅଟେ ।
(୪) ସ୍ୟାତ୍ ଅବ୍ୟକ୍ତବ୍ୟମ୍: ଚତୁର୍ଥ ଦୃଷ୍ଟିକୋଣରୁ ବସ୍ତୁ ଅବକ୍ତବ୍ୟ ଅଟେ । ଏକ ସମୟରେ ଅସ୍ତିତ୍ବ ଏବଂ ଅନସ୍ତିତ୍ବ ଉଭୟ କଥା କୁହାଯାଉଥ‌ିବାରୁ ଶବ୍ଦ ଦ୍ୱାରା ବସ୍ତୁର ସ୍ଵରୂପ ଅନିର୍ବଚନୀୟ ଅଟେ । ଗୋଟିଏ ଦେଶ, କାଳ ଏବଂ ଉଭୟ ଅବସ୍ଥା ଦୃଷ୍ଟିରୁ ଘଟ ଅଛି ଅନ୍ୟ ଏକ ଦେଶ କାଳ ଅବସ୍ଥା ଦୃଷ୍ଟିରୁ ଘଟ ନାହିଁ । ଏଣୁ ଆପେକ୍ଷିକ ରୂପରେ ଘଟ ଅବକ୍ତବ୍ୟ ଅଟେ ।
(୫) ଖ୍ୟାତ୍ ଅସ୍ଥି ଚ ଅବକ୍ତବ୍ୟ ଚ: ପ୍ରଥମ ଅବଧାରଣ ସଙ୍ଗେ ଚତୁର୍ଥ ଅବଧାରଣ ଯୋଗ କଲେ ପଞ୍ଚମ ଅବଧାରଣଟି ମିଳେ । କୌଣସି ଏକ ବିଶେଷ ଦେଶ, କାଳ ଏବଂ ଅବସ୍ଥାରେ ଘଟ ସତ୍ ଅଟେ ଏବଂ ଦେଶ, କାଳ, ଅବସ୍ଥା ନିରପେକ୍ଷ ଭାବରେ ଦେଖୁଲେ ଘଟ ଅବର୍ଣ୍ଣନୀୟ ବା ଅବକ୍ତବ୍ୟ ଅଟେ ।
(୬) ସ୍ୟାତ୍ ନାସ୍ତି ଚ ଅବକ୍ତବ୍ୟ ଚ: ଦ୍ଵିତୀୟ ଅବଧାରଣ ସଙ୍ଗେ ଚତୁର୍ଥ ଅବଧାରଣ ଯୁକ୍ତ କଲେ ଷଷ୍ଠ ଅବଧାରଣଟି ମିଳିଥାଏ । ଏକ ଭାବରେ ଘଟ ନାହିଁ ଏବଂ ଗୋଟିଏ ଭାବରେ ଏହା ଅବକ୍ତବ୍ୟ ମଧ୍ଯ ।
(୭) ସ୍ୟାତ୍ ଅସ୍ତି ଚ ନାସ୍ତି ଚ ଅବକ୍ତବ୍ୟ ଚ: ତୃତୀୟଟି ସହିତ ଚତୁର୍ଥଟି ଯୋଗ କଲେ ସପ୍ତମ ଅବଧାରଣ ମିଳେ । ଘଟଟି ଏକ ଦେଶ, କାଳ ଓ ଅବସ୍ଥାରେ ବିଦ୍ୟମାନ । ଭିନ୍ନ ଦେଶ, କାଳ ଓ ଅବସ୍ଥାରେ ଅବିଦ୍ୟମାନ ଏବଂ ଦେଶ, କାଳ ଅବସ୍ଥା ନିରପେକ୍ଷ ଭାବେ ଏହା ଅବର୍ଣ୍ଣନୀୟ ଅଟେ । ଏଣୁ ଘଟଟି ଅଛି ଏବଂ ଅନ୍ୟ ଏକ ଭାବରେ ଘଟଟି ନାହିଁ ଏବଂ ଏ ଭାବରେ ଘଟ ଅବକ୍ତବ୍ୟ ଅଟେ ।

ସମାଲୋଚନା:
(୧) ବୌଦ୍ଧ ଆଚାର୍ଯ୍ୟ ଧର୍ମ କୀର୍ତ୍ତି ଜୈନ ବ୍ୟାଦ୍‌ବାଦର ସମାଲୋଚନା କରି କହନ୍ତି ଯେ ଏହି ତତ୍ତ୍ଵକୁ ସତ୍ ଏବଂ ଅସତ୍ ଉଭୟ କହିବା ପ୍ରଳାପ ମାତ୍ର ଅଟେ ।
(୨) ଆଚାର୍ଯ୍ୟ ଶଙ୍କରଙ୍କ ମତରେ ଜୈନ ଧ୍ୟାତ୍ମବାଦ ଏବଂ ସପ୍ତଭଙ୍ଗୀନୟ ହେଉଛି ଅନିଶ୍ଚତା ଉପରେ ନିର୍ଭର କରେ । ତେଣୁ ଏହା ଅଣସ୍ବୀକାର୍ଯ୍ୟଯୁକ୍ତ ।
(୩) ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ମତରେ ଏକ ନିରପେକ୍ଷ ତତ୍ତ୍ଵକୁ ସ୍ବୀକାର ନ କରି ଆପେକ୍ଷିକ ସିଦ୍ଧାନ୍ତକୁ ତାର୍କିକ ଦୃଷ୍ଟିକୋଣରୁ ମାନି ହେବ ନାହିଁ ।
(୪) ଚନ୍ଦ୍ରଧର ଶର୍ମାଙ୍କ ମତରେ ଯେପରି ଗୋଟିଏ ମାଳା ତିଆରି କରିବା ପାଇଁ ପୁଷ୍ପର ଆବଶ୍ୟକତା ରହିଛି, ଠିକ୍ ସୂତାର ମଧ୍ୟ ଆବଶ୍ୟକ ରହିଛି । ଜୈନମାନେ ସେ ସୂତା ଖଣ୍ଡକୁ ପକାଇ ଦେଇଛନ୍ତି । ତେଣୁ ଏ ମାଳା ତିଆରି କରିବା ସମ୍ଭବ ନୁହେଁ ।

୪. ବୁଦ୍ଧଙ୍କର ଆର୍ଯ୍ୟ ସତ୍ୟ କହିଲେ କ’ଣ ବୁଝ ? ଆଲୋଚନା କର ।
Answer:
ଉପକ୍ରମ:
ଗୌତମ ବୁଦ୍ଧ ଥିଲେ ଏସିଆ ମହାଦେଶର ଆଲୋକ ସଦୃଶ । ତାଙ୍କର ବିଚାରଧାରା ଓ ଦର୍ଶନ ଉଭୟ ପରିପୂରକ ଥିଲା । ସେ ଥିଲେ ଜଣେ ରାଜ ପୁତ୍ର । କିନ୍ତୁ ତାଙ୍କର ସମସ୍ତ ରାଜକୀୟ ପରମ୍ପରାକୁ ପରିତ୍ୟାଗ କରି ସତ୍ୟର ଅନୁସନ୍ଧାନରେ ବ୍ରତୀ ହୋଇଥିଲେ । ସେ କଠୋର ତପସ୍ୟା ବଳରେ ସତ୍ୟର ଅନୁସନ୍ଧାନ କରିଥିଲେ । ତାଙ୍କର ଦର୍ଶନ ଓ ମୌଳିକ ଚିନ୍ତାଧାରା ଭାରତୀୟ ସଂସ୍କୃତି ଓ ସଭ୍ୟତା ଉପରେ ପର୍ଯ୍ୟବସିତ ।

ଗୌତମ ଚାରିଟି ଦୃଶ୍ୟ ଯଥା: ବୃଦ୍ଧି, ରୁଗ୍‌ଣ, ଶବ ଓ ସନ୍ନ୍ୟାସୀ ଦୃଶ୍ୟ ଦେଖ୍ ନିଜେ ଦୁଃଖରେ ମ୍ରିୟମାଣ ହୋଇଯାଇଥିଲେ । ସନ୍ନ୍ୟାସୀ ଜୀବନଟି ତାଙ୍କ ଜୀବନର ଉଚିତ୍ ମାର୍ଗ ପ୍ରଦର୍ଶନ କରିବ ବୋଲି ଚିନ୍ତା କରି ଗୃହ ପରିତ୍ୟାଗ କରିଥିଲେ ଓ କଠୋର ତପସ୍ୟା ଫଳରେ ଏକ ସତ୍ୟର ଉପଲବ୍‌ ପାଇଥିଲେ । ଏହାକୁ ଆର୍ଯ୍ୟ ସତ୍ୟ ନାମରେ ପରିଚିତ କରିଥିଲା । ଏହାକୁ ଚତ୍ବାରି ଆର୍ଯ୍ୟ ସତ୍ୟାନି ନାମରେ ଚାରି ଆଡ଼େ ପ୍ରସାର ଲାଭ କରିଥିଲା ।

(୧) ଦୁଃଖ, (୨) ଦୁଃଖ ସମୁଦୟ, (୩) ଦୁଃଖ ନିରୋଧ, (୪) ଦୁଃଖ ନିରୋଧ ସଂଗୀତାରେ । ଏହାକୁ ସାଧାରଣ ଭାଷାରେ ବ୍ୟାଖ୍ୟା କଲେ ଜଣାଯାଏ (୧) ଜୀବନ ଦୁଃଖମୟ, (୨) ଦୁଃଖର କାରଣ ଅଛି, (୩) ଦୁଃଖର ନିବୃତ୍ତି ମଧ୍ୟ ସମ୍ଭବ, (୪) ଦୁଃଖ ନିବୃତ୍ତିର ଉପାୟ ମଧ୍ୟ ରହିଛି ।

CHSE Odisha Class 11 Logic Unit 5 Short & Long Answer Questions in Odia Medium

(୧) ପ୍ରଥମ ଆର୍ଯ୍ୟସତ୍ଵ ବା ସର୍ବଂ ଦୁଃଖ
ବୁଦ୍ଧ ଘୋଷଣା କରିଥିଲେ ‘ସର୍ବ ଦୁଃଖ’ ଅର୍ଥାତ୍ ଚାରିଆଡେ ଦୁଃଖ, ରୋଗ, ଜରା ଓ ମୃତ୍ୟୁର ଦୃଶ୍ୟ ଦେଖ୍ ଅଧୂର ହୋଇ ଉଠିଥିଲେ । ସେ କହିଥିଲେ ଏ ପୃଥ‌ିବୀରେ ଜନ୍ମ ଦୁଃଖ, ଜରାଦୁଃଖ, ମରଣଦୁଃଖ, ଶୋକ କରିବା ଦୁଃଖ, ବିଳାପ କରିବା ଦୁଃଖ, ପୀଡା ଦୁଃଖ, ପ୍ରିୟଜନ ବିୟୋଗ ଦୁଃଖ, ଅପ୍ରିୟ ସଂଯୋଗ ଦୁଃଖ ଅର୍ଥାତ୍ ସଂକ୍ଷେପରେ କହିଲେ ପଞ୍ଚ ଉପାଦାନ ହିଁ ଦୁଃଖ ଅଟେ । ତେଣୁ ଦୁଃଖ ହେଉଛି ସର୍ବତ୍ର । ବୁଦ୍ଧଙ୍କର ଏ ପ୍ରକାର ଦୁଃଖ ବା ପ୍ରାଣୀମାନଙ୍କର ଏ ପ୍ରକାର ଦୁଃଖ କେଉଁ ଆଦିମ କାଳରୁ ରହି ଆସିଅଛି ।

ତାଙ୍କ ମତରେ ହେ ଭିକ୍ଷୁଗଣ ଏହି ମହାଯାତ୍ରାରେ ଇତଃସ୍ତତଃ ଭ୍ରମଣ କରି କଷ୍ଟ ସହି ଦୁଃଖରେ ତୁମେମାନେ ଯେତେ ଅଶ୍ରୁ ବୁହାଇବୁ ଏଥିପାଇଁ ତୁମକୁ ଯାହା ମିଳିଛି ତାହା କେବଳ ଘୃଣାଭାବ ଏବଂ ଯାହା ତୁମର ପ୍ରିୟ ତାହା ତୁମକୁ ମିଳି ନାହିଁ । ଏଣୁ ଏଠାରେ ଦୁଃଖ କଲେ କିଛି ଫଳ ମିଳେ ନାହିଁ । ଏହି ଦୁଃଖ ଦ୍ବାରା ଯେଉଁ ଅଣୁ ଜାତ ହୁଏ ତାହା ମହାସାଗରର ଜଳଠାରୁ ଅଧ୍ଵ ଅଟେ । ସଂସାରରେ ଯାହାକିଛି ଆପାତଃ ସୁଖର କଥା ଉଠେ ତାହା ହିଁ ଦୁଃଖମୟ ।

ତେଣୁ ସହିବାର ଅର୍ଥ ହେଉଛି ଦୁଃଖର ଉତ୍ପତ୍ତି ହେବା । ଏଣୁ ଯଥାର୍ଥରେ କୁହାଯାଇଛି ଯାହା କିଛି ଅନିତ୍ୟ ତାହା ଦୁଃଖମୟ ( ଯଦ୍ ଅନିତ୍ୟ ତଦ୍ ଦୁଃଖ) । ମଣିଷର ଜନ୍ମ ଦୁଃଖର କାରଣ ବୋଲି ବୁଦ୍ଧଦେବ ତାଙ୍କ ……… କହିଛନ୍ତି । ଏପରିସ୍ଥଳେ ବୁଦ୍ଧ ଜୀବନର ସୁଖ ଅନୁଭୂତି ସମ୍ପର୍କରେ ଆଦୌ ସଚେତନ ନଥିଲେ । ମାତ୍ର ପ୍ରକୃତରେ ତାହା ନୁହେଁ । ଯଦି ତାହା ହୁଅନ୍ତା, ତେବେ ଗୌତମଙ୍କର ବୁଦ୍ଧତ୍ବ ପ୍ରାପ୍ତି ଅଳିକ ବା କ୍ଷଣିକ ବୋଲି ମାନିବାକୁ ହୁଅନ୍ତା । ଗୌତମ ଯେ ଜୀବନର ସାଧାରଣ ଦୁଃଖ, ଭେଦ ସମ୍ପର୍କରେ ସମ୍ପୂର୍ଣ୍ଣ ସଚେତନ ନଥିଲେ ଏବଂ ବ୍ୟବହାରିକ ଦୃଷ୍ଟିକୋଣରୁ ତାକୁ ଯଦି ସ୍ଵୀକାର କରାଯାଏ । ତେଣୁ ବୁଝିବାକୁ ହେବ ଯେ ଏ ସଂସାରରେ ସମସ୍ତ ବସ୍ତୁ ଦୁଃଖପୂର୍ଣ ।

(୨) ଦ୍ବିତୀୟ ଆର୍ଯ୍ୟସତ୍ୟ
ବୁଦ୍ଧଙ୍କ ମତ ଅନୁଯାୟୀ ଦୁଃଖର ଅସ୍ତିତ୍ୱ ଯେଭଳି ସତ୍ୟ, ଏହାର କାରଣ ଥିବା ମଧ୍ୟ ଠିକ୍ ସେହିଭଳି ସତ୍ୟ ଅଟେ । ସ୍ଵାଭାବିକ କାର୍ଯ୍ୟକାରଣ ନିୟମ ଉପରେ ହିଁ ଏହି ଦ୍ବିତୀୟ ଆର୍ଯ୍ୟ ସତ୍ୟ ପ୍ରତିଷ୍ଠିତ । କାର୍ଯ୍ୟକାରଣ ନିୟମ ଅନୁସାରେ କାରଣ ବ୍ୟତିରେକେ କୌଣସି କାର୍ଯ୍ୟ ସମ୍ଭବ ନୁହେଁ । ଏଣୁ ଦୁଃଖର ମଧ୍ଯ କାରଣ ଅଛି । ବୁଦ୍ଧଙ୍କ ମତ ଅନୁସାରେ କାର୍ଯ୍ୟକାରଣର ଅନ୍ୟ ନାମ ହେଉଛି ପ୍ରତୀତ୍ୟସମୁଦ୍‌ପାଦ । ‘ପ୍ରତୀତ୍ୟ’ ଅର୍ଥାତ୍ ‘ଏହାକୁ ପାଇ ଏବଂ ସମୁପାଦ ଅର୍ଥାତ୍ ଉତ୍ପତ୍ତି ।

ଏଣୁ ପ୍ରତୀତ୍ୟସମୁଦ୍‌ଦର ଅର୍ଥ ଏହାକୁ ପାଇ ଉତ୍ପତ୍ତି ଅର୍ଥାତ୍‌ ଗୋଟିଏ ବସ୍ତୁରୁ ପ୍ରାପ୍ତି ହେବା ପରେ ଅନ୍ୟ ବସ୍ତୁର ଉତ୍ପତ୍ତି ହୋଇଥାଏ । କାରଣ ଆଧାର ଉପରେ ହିଁ କାର୍ଯ୍ୟ ଉତ୍ପନ୍ନ ହୁଏ । ‘ଅଶ୍ବିନ୍ ସତି ଇଦଂ ଭବତି’ ଅର୍ଥାତ୍‌ ଏହା ହେଲେ ତାହା ହୁଏ, ପୁଣି ଅସ୍ମିନ୍ ଅସତି ଇଦଂ ନ ଭବତି ଅର୍ଥାତ୍ ଏହା ନ ହୋଇ ତାହା ହୁଏ ନାହିଁ । ଏହା ପ୍ରତୀତ୍ୟସମୁଦ୍‌ଦ ନିୟମ ଏକ ସ୍ୱୟଂ ଚାଳିତ ନିୟମ । ଏହା ସ୍ୱତଃପୂର୍ଣ୍ଣ ଭାବରେ ସମଗ୍ର ବିଶ୍ବରେ ଅନବରତ କାର୍ଯ୍ୟ କରି ଚାଲିଛି । ବୁଦ୍ଧଦେବଙ୍କ ମତରେ ଏହି ପ୍ରତୀତ୍ୟସମୁଦ୍‌ପାଦ ‘ନିତ୍ୟତାବାଦ’ ଏବଂ ଉଚ୍ଛେଦବାଦର ଏକ ମଧ୍ୟବର୍ତ୍ତୀ ସିଦ୍ଧାନ୍ତ ଅଟେ । ଏହା ଦ୍ବାଦଶ ନିଦାନ ନାମରେ ପରିଚିତ ।

(୧) ଅବିଦ୍ୟା – ଅତାତ ଜୀବନ
(୨) ସଂସ୍କାର – ଅତାତ ଜୀବନ
(୩) ବିଜ୍ଞାନ – ବର୍ଉମାନ ଜୀବନ
(୪) ନାମ ରୂପ – ବର୍ଉମାନ ଜୀବନ
(୫) ଷଡ଼ାୟତନ – ବର୍ଉମାନ ଜୀବନ
(୬) ସ୍ପର୍ଶ – ବର୍ଉମାନ ଜୀବନ
(୭) ବେଦନା – ବର୍ଉମାନ ଜୀବନ
(୮) ତୃଷ୍ଣା – ବର୍ଉମାନ ଜୀବନ
(୯) ଉପାଦାନ – ବର୍ଉମାନ ଜୀବନ
(୧୦) ଭବ – ବର୍ଉମାନ ଜୀବନ
(୧୧) ଜାତି – ଭବିଷ୍ୟତ ଜୀବନ
(୧୨) ଜରାମରଣ – ଭବିଷ୍ୟତ ଜୀବନ

ଏହି ଦ୍ବାଦଶ ନିଦାନ ଯୋଗୁଁ ହିଁ ଜନ୍ମ-ମରଣ ଚକ୍ରରେ ବାରମ୍ବାର ଘୁରିବାକୁ ବାଧ୍ୟ ହୁଏ ଏବଂ ଜରାମରଣ ଆଦି ଯୋଗୁଁ ହିଁ ଦୁଃଖତା ଲାଗି ଅବଶ୍ୟମ୍ଭାବୀ ହୋଇଥାଏ ।

(୩) ତୃତୀୟ ଆର୍ଯ୍ୟସତ୍ୟ ବା ଦୁଃଖ ନିରୋଧ ବା ନିର୍ବାଣ
ପ୍ରତିତ୍ୟ ସମୁଦ୍‌ପାଦ ସିଦ୍ଧାନ୍ତ ଅନୁସାରେ ପ୍ରତ୍ୟେକ ବସ୍ତୁର ଉତ୍ପତ୍ତି କୌଣସି ନା କୌଣସି କାରଣରୁ ହୋଇଥାଏ । ତେଣୁ ସେହି କାରଣର ଅନ୍ତ ହେଲେ ତହିଁରୁ ଉତ୍ପନ୍ନ କାର୍ଯ୍ୟ ମଧ୍ୟ ନଷ୍ଟ ହୁଏ । ଦୁଃଖର କାରଣ ନାଶ ହେଲେ ଦୁଃଖ ନିରୋଧ ବା ଦୁଃଖ ନିବୃତ୍ତି ହେବା ସମ୍ଭବ ହୁଏ । ଏହି ଦୁଃଖ ନିରୋଧ ଅବସ୍ଥା ବୌଦ୍ଧ ଦର୍ଶନରେ ନିର୍ବାଣ ବୋଲି ଆଖ୍ୟା ଦିଆଯାଇଛି । ଏଣୁ ଦୁଃଖର ସ୍ଥିତି ବୌଦ୍ଧ ଦର୍ଶନରେ ଯେତିକି ସତ୍ୟ, ଦୁଃଖ ବିନାଶର ଦୁଃଖ ନିରୋଧ ଓ ଦୁଃଖ ନିରୋଧ ଉପାୟ ବା ଦୁଃଖ ନିରୋଧ ମାର୍ଗ ମଧ୍ୟ ସେତିକି ସତ୍ୟ ବୋଲି ବୁଝିବାକୁ ହେବ ।

ନିର୍ବାଣ ବା ଦୁଃଖ ନିରୋଧ ସ୍ଥିତିର ସ୍ଵରୂପ ଅତି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅଟେ । ଅବଶ୍ୟ ଏଠାରେ ସଠିକ୍ ଭାବରେ କୁହାଯାଇପାରେ ଦୁଃଖର ଆତ୍ୟନ୍ତକ ନିବୃତ୍ତିର ଅବସ୍ଥା ହିଁ ନିର୍ବାଣ ଅଟେ । ନିର୍ବାଣର ଅନ୍ୟ ଏକ ଅର୍ଥ ହେଉଛି ଶାନ୍ତ ହୋଇଯିବା ବା ଥଣ୍ଡା ପଡ଼ିଯିବା । ବୌଦ୍ଧ ଦର୍ଶନରେ ଏହି ନିର୍ବାଣ ଅବସ୍ଥାକୁ ଶାନ୍ତ ଅବସ୍ଥା ବୋଲି ବର୍ଣ୍ଣନା କରାଯାଇଛି । ତେଣୁ ନିର୍ବାଣ ହେଉଛି ଲୋଭ, ମୋହ, ମାୟା ବନ୍ଧନରୁ ମୁକ୍ତି ହେବାକୁ ବୁଝାଏ ।

(୪) ଚତୁର୍ଥ ଆର୍ଯ୍ୟସତ୍ୟ ବା ଦୁଃଖ ନିରୋଧ ମାର୍ଗ
ବୁଦ୍ଧଙ୍କ ଚତୁର୍ଥ ଆର୍ଯ୍ୟ ସତ୍ୟ ହେଉଛି ଦୁଃଖ ନିରୋଧଗାମୀ ପ୍ରତିପତ୍ ବା ଦୁଃଖ ନିରୋଧ ମାର୍ଗ । ଯେଭଳି କୌଣସି ନା କୌଣସି କାରଣରୁ ଦୁଃଖର ଉତ୍ପତ୍ତି ଏବଂ ସେହି କାରଣ ମାନଙ୍କୁ ବିନାଶ କରିବାର ଉପାୟ ହେଉଛି ଦୁଃଖ ନିରୋଧଗାମୀ ପ୍ରତିପତ୍ ବୋଲି କୁହାଯାଏ । ଏହାର ଆଠଗୋଟି ଅଙ୍ଗଥବାରୁ ଏହା ଅଷ୍ଟାଙ୍ଗିକ ନାମରେ ପରିଚିତ । ବୁଦ୍ଧଙ୍କର ସମସ୍ତ ନୀତି ଏହି ଅଷ୍ଟାଙ୍ଗିକ ମାର୍ଗ ଜରିଆରେ ପ୍ରକାଶିତ ହୋଇଅଛି । ନୀତିଦର୍ଶନ ଭାବେ ବୌଦ୍ଧ ଦର୍ଶନ ମଧ୍ୟମ ପନ୍ଥା ରୂପେ ପରିଚିତ । ମନୁଷ୍ୟର କଲ୍ୟାଣ ଉଦ୍ଦେଶ୍ୟରେ ବୁଦ୍ଧଦେବ ଏହି ମଧ୍ୟମ ପନ୍ଥାର ପ୍ରଚାର କରିଛନ୍ତି । ଏହା କେବଳ ସାଧନା ବଳରେ ସମ୍ଭବ ହୋଇଥାଏ । ବୁଦ୍ଧଦେବଙ୍କର ଅଷ୍ଟାଙ୍ଗିକ ମାର୍ଗ ଗୁଡ଼ିକ ହେଲା –
(୧) ସମ୍ୟକ୍ ଦୃଷ୍ଟି
(୨) ସମ୍ୟକ୍ ସଂକଳ୍ପ
(୩) ସମ୍ୟକ୍ ବାକ୍
(୪) ସମ୍ୟକ୍ କର୍ମ
(୫) ସମ୍ୟକ୍ ଅଜୀବ
(୬) ବ୍ୟାୟାମ୍
(୭) ସ୍ମ ତି ସ୍ମୃତି
(୮) ସମାଧ୍

CHSE Odisha Class 11 Logic Unit 5 Short & Long Answer Questions in Odia Medium

୫. ବୁଦ୍ଧଙ୍କର ପ୍ରତିତ୍ଵ ସମୁତ୍‌ପାଦ ସିଦ୍ଧାନ୍ତଟିକୁ ବୁଝାଇ ଦିଅ ?
Answer:
ଉପକ୍ରମ:
ବୁଦ୍ଧଙ୍କର ମତ ଅନୁଯାୟୀ ଦୁଃଖର ଅସ୍ତିତ୍ୱ ଯେପରି ସତ୍ୟ, ଏହାର କାରଣ ମଧ୍ୟ ସତ୍ୟ ଅଟେ । ପ୍ରତ୍ୟେକ ଦୁଃଖର କାରଣ ରହିଛି । ତେଣୁ ଏହି ପ୍ରତିତ୍ଵସମୁଦ୍‌ଦଟି କାର୍ଯ୍ୟ କାରଣ ନିୟମ ଉପରେ ପ୍ରତିଷ୍ଠିତ । ବୁଦ୍ଧଙ୍କର ଦ୍ୱିତୀୟ ଆର୍ଯ୍ୟସତ୍ୟଟି ପ୍ରତିତ୍ୟସମୁଦ୍‌ପାଦ ନାମରେ ପ୍ରତିଷ୍ଠିତ । ପ୍ରତିତ୍ଵର ଅର୍ଥର ‘ଏହାକୁ ପାଇ’ ଏବଂ ସମୁଦ୍‌ପାଦର ଅର୍ଥ ଉତ୍ପତ୍ତି । ଏଣୁ ପ୍ରତିତ୍ଵସମୁଦ୍‌ପାଦର ଅର୍ଥ ଏହାକୁ ପାଇ ଅର୍ଥାତ୍ ଗୋଟିଏ ବସ୍ତୁର ପ୍ରାପ୍ତି ହେବା ପରେ ଅନ୍ୟ ବସ୍ତୁର ଉତ୍ପତ୍ତି ହୋଇଥାଏ । କାରଣର ଆଧାର ଉପରେ ହିଁ କାର୍ଯ୍ୟ ଉତ୍ପନ୍ନ ହୁଏ । ତେଣୁ କୁହାଯାଇଛି ଅସ୍ଥିନ ସତି ଇଦଂ ଭବତି ଅର୍ଥାତ୍ ଏହା ହେଲେ ତାହା ହୁଏ । ପୁଣି କୁହାଯାଇଛି ଅସ୍ଥିନ୍ ଅସତି ଇଦଂ ନ ଭବତି ଅର୍ଥାତ୍ ଏହା ନ ହେଲେ ତାହା ହୁଏ ନାହିଁ । ଏହି ପ୍ରତିତ୍ୱସମୁପାଦ ହେଉଛି ଏକ ସ୍ବୟଂ ଚାଳିତ ନିୟମ । ଏହା ସ୍ଵଭ ପ୍ରବୃତ୍ତ ଭାବରେ ଏ ସଂସାରରେ ଅନବରତ ଭାବରେ କାର୍ଯ୍ୟ କରିଚାଲିଛି ।

ଏହି କାର୍ଯ୍ୟକାରଣ ନିୟମ ଈଶ୍ବରଙ୍କ ଦ୍ଵାରା ପରିଚାଳିତ ନୁହେଁ । ଏହା ବିଶ୍ଵରେ ଏକ ସ୍ଵାଭାବିକ ନିୟମ । ବୁଦ୍ଧଦେବଙ୍କ ମତରେ ଏହି ପ୍ରତିତ୍ବସମୁଦ୍‌ପାଦ ହେଉଛି ନିତ୍ୟତାବାଦ ଏବଂ ଉଚ୍ଛେଦବାଦର ଏକ ମଧ୍ୟବର୍ତ୍ତୀ ସିଦ୍ଧାନ୍ତ ଅଟେ । ନିତ୍ୟତାବାଦ ଅନୁସାରେ ଏପରି ଏକ ସତ୍ତ୍ବ ରହିଛି ଯାହା ନିତ୍ୟ ଓ କାରଣ ରହିଛି । ତାହାଛଡ଼ା କୌଣସି ବସ୍ତୁର ସମ୍ପୂର୍ଣ୍ଣ ବିଦାୟ ମଧ୍ଯ ସମ୍ଭବ ନୁହେଁ । କାରଣ ପ୍ରତ୍ୟେକ ବସ୍ତୁ ବିନଷ୍ଟ ହେବା ପୂର୍ବରୁ କୌଣସି ନା କୌଣସି କାର୍ଯ୍ୟ ଉତ୍ପାଦନ କରିବା ନିଶ୍ଚିତ । ବୁଦ୍ଧଙ୍କର ଏ ମତବାଦରେ ମଧ୍ଯମପନ୍ଥୀ ଦର୍ଶନ କରନ୍ତି ।

ପ୍ରତିତ୍ୟସମୁଦ୍‌ପାଦ ଉପରେ ହିଁ ବୁଦ୍ଧ ବିଶେଷ ଭାବରେ ଗୁରୁତ୍ୱ ଆରୋପ କରିଛନ୍ତି । ବୁଦ୍ଧ ଏହାକୁ ଧର୍ମ ନାମରେ ମଧ୍ୟ ଅଭିହିତ କରିଛନ୍ତି । ସେ କହୁଥିଲେ, ଯେ ପ୍ରତିତ୍ୟସମୁଦ୍‌ପାଦକୁ ଜାଣେ ସେ ଧର୍ମକୁ ଜାଣେ, ଯେ ଧର୍ମର ଜ୍ଞାତା, ସେ ପ୍ରତିତ୍ୟସମୁଦ୍‌ଦର ଜ୍ଞାତା ଅଟେ । ରୂପବେଦନା, ସଂଜ୍ଞା, ସଂସ୍କାର ଓ ବିଜ୍ଞାନ ଏହି ପାଞ୍ଚଗୋଟି ପ୍ରତ୍ୟୟ ଗୁଡ଼ିକରୁ ଯାହା ଉତ୍ପନ୍ନ ହୁଏ ତାକୁ ପ୍ରତିତ୍ୟସମୁଦ୍‌ପାଦ କହନ୍ତି । କେତେକ ଦାର୍ଶନିକ ଏହି ପ୍ରତିତ୍ୟସମୁଦ୍‌ପାଦକୁ ଶୂନ୍ୟବାଦୀ ସିଦ୍ଧାନ୍ତ ରୂପେ ଗ୍ରହଣ କରିଛନ୍ତି ।

ଦାର୍ଶନିକ ନାଗାର୍ଜୁନ ଶୂନ୍ୟବାଦୀ ଦର୍ଶନର ଆଧାରକୁ ଗ୍ରହଣ କରି ପ୍ରତ୍ୟସମୁଦ୍‌ପାଦ ଓ ଶୂନ୍ୟତାକୁ ଏକ ତତ୍ତ୍ବ ବୋଲି ବର୍ଣ୍ଣନା କରିଛନ୍ତି । ଏହା ସାହାଯ୍ୟରେ ବୁଦ୍ଧ ଦେବ ଦୁଃଖର କାରଣ ଏବଂ ଦୁଃଖ ନିବୃତ୍ତିର ଉପାୟ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଜରାମରଣ ଆଦି ଦୁଃଖର କାରଣ । ଜାତି ଅର୍ଥାତ୍ ଜନ୍ମ । ମନୁଷ୍ୟ ଜନ୍ମ ଗ୍ରହଣ ନ କଲେ ଦୁଃଖଭୋଗ ସମ୍ଭବ ହୁଅନ୍ତା ନାହିଁ । ତେଣୁ ଜନ୍ମ ହିଁ ଦୁଃଖର କାରଣ । ପୁଣି ବୁଦ୍ଧ ଦେବଙ୍କ ମତରେ ଏହି ଜନ୍ମର କାରଣ ହେଉଛି ପୁନର୍ବାର ଜନ୍ମ ଲାଭର ବାସନା ।

ଏହି ବାସନାର କାରଣ ହେଉଛି ଉପାଦାନ ଅର୍ଥାତ୍ ପୃଥ‌ିବୀର ଜାଗତିକ ବସ୍ତୁ ପ୍ରତି ନିଜର ଆସକ୍ତି ଲାଭ କରିବା । ଏହି ଆସନ୍ତି ହୁଏ ତୃଷ୍ଣା ଅର୍ଥାତ୍ ଇନ୍ଦ୍ରିୟାନୁଭୂତିକୁ । ତୃଷ୍ଣାର କାରଣ ହେଉଛି ବେଦନା । ଅର୍ଥାତ୍ ଅତୀତର ଇନ୍ଦ୍ରୟ ସୁଖ । ସେହି ଇନ୍ଦ୍ରିୟଗୁଡ଼ିକ ନଥିଲେ ଯଥା- ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ବା, ଚର୍ମ ଓ ମନ । ଏ ସମସ୍ତ ନଥିଲେ ସ୍ପର୍ଶ ସମ୍ଭବ ହୁଏ ନାହିଁ । ସ୍ପର୍ଶର କାରଣ ହେତୁ ଏହି ଷଷ୍ଠ ଇନ୍ଦ୍ରିୟର ବୋଲି ବୁଝିବାକୁ ହେବ । ତେଣୁ ଦେହ ଓ ମନର ସଂଗଠନ ନଥିଲେ ଏହା ଷଡ଼ ଆୟତନର କାର୍ଯ୍ୟ ସମ୍ପାଦନା ହୁଅନ୍ତା ନାହିଁ ।

ପୁଣି ବୌଦ୍ଧ ଦର୍ଶନରେ ଏହି ଦେହ ଓ ମନର ସଙ୍ଗଠନକୁ ନାମ ରୂପ ବୋଲି ଆଖ୍ୟା ଦିଆଯାଇଛି । ଏହି ନାମ ରୂପର କାରଣ ହେଉଛି ବିଜ୍ଞାନ । ଏହି ଦେହ ଓ ମନର ସଙ୍ଗଠନ ଚେତନାହୀନ ହୋଇଥିଲେ ମାତୃଗର୍ଭରେ ବର୍ଷିତ ହୋଇ ନଥାଆନ୍ତା । ଏହି ବିଜ୍ଞାନ ବା ଚେତନାର କାରଣ ପୁଣି ପୂର୍ବ ଜୀବନର ସଂସ୍କାର ଉପରେ ନିର୍ଭର କରେ । ପୂର୍ବଜନ୍ମର କୃତ କର୍ମରୁ ଓ ସଂସ୍କାର ଆବିର୍ଭାବ ହୋଇଥାଏ । ପୁଣି ଏ ସଂସ୍କାରର କାରଣ ଅବିଦ୍ୟା ବା ଅଜ୍ଞାନ ବୋଲି କୁହାଯାଇଥାଏ ।

ଏଣୁ ଅଜ୍ଞାନ ହିଁ ଜରାମରଣ ଆଦିର ମୂଳକାରଣ । ଏହି ପ୍ରତିତ୍ଵସମୁଦ୍‌ଦ ବା କାର୍ଯ୍ୟକାରଣ ନିୟମ ଦ୍ବାରା ଆବଧ ହୋଇଥିବାରୁ ଏହାକୁ ଦ୍ବାଦଶ ନିଦାନ ବୋଲି କୁହାଯାଏ । କେହି କେହି ଏହାକୁ ମଧ୍ୟ ଜନ୍ମମରଣ ଚକ୍ର ବା ଭାବଚକ୍ର ବା କାଳଚକ୍ର ଇତ୍ୟାଦି ଅଭିହିତ କରିଛନ୍ତି । ଏହି ଦ୍ବାଦଶ ନିଦାନ ଗୁଡ଼ିକ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ଜୀବନ ସହିତ ସମ୍ପୃକ୍ତ ହୋଇଅଛି ।
(୧) ଅବିଦ୍ୟା – ଅତୀତ ଜୀବନ
(୨) ସଂସ୍କାର – ଅତୀତ ଜୀବନ
(୩) ବିଜ୍ଞାନ – ବର୍ଉମାନ ଜୀବନ
(୪) ନାମ ରୂପ – ବର୍ଉମାନ ଜୀବନ
(୫) ଷଡ଼ାୟତନ – ବର୍ଉମାନ ଜୀବନ
(୬) ସ୍ପର୍ଶ – ବର୍ଉମାନ ଜୀବନ
(୭) ବେଦନା – ବର୍ଉମାନ ଜୀବନ
(୮) ତୃଷ୍ଣା – ବର୍ଉମାନ ଜୀବନ
(୯) ଉପାଦାନ – ବର୍ଉମାନ ଜୀବନ
(୧୦) ଭବ – ବର୍ଉମାନ ଜୀବନ
(୧୧) ଜାତି – ଭବିଷ୍ୟତ ଜୀବନ
(୧୨) ଜରାମରଣ – ଭବିଷ୍ୟତ ଜୀବନ

ଏହି ଦ୍ବାଦଶ ନିଦାନ ଯୋଗୁଁ ମନୁଷ୍ୟ ଜନ୍ମମରଣ ଚକ୍ରରେ ବାରମ୍ବାର ଘୂରିବାକୁ ବାଧ୍ୟ ହୁଏ ଏବଂ ଜରାମରଣ ଆଦି ଦୁଃଖ ତା ଲାଗି ଅବସମ୍ଭାଦି ହୋଇଥାଏ ।

ସମାଲୋଚନା: କେତେକ ଦାର୍ଶନିକ ମତରେ ବୁଦ୍ଧଙ୍କର ପ୍ରଚଳିତ ଏହି ପ୍ରତିତ୍ଵସମୁତ୍‌ପାଦ ସିଦ୍ଧାନ୍ତଟି ଜଡ଼ବାଦୀ ଦର୍ଶନର ଏକ ଅଂଶ ବିଶେଷ । ଏହା କାର୍ଯ୍ୟକାରଣ ନିୟମ ହୋଇଥିବାରୁ ନିୟତବାଦ କ୍ଷେତ୍ରରେ ଏହା ପରସ୍ପର ବିରୋଧ ଅଟେ । ଏହି ପ୍ରତିତ୍ଵସମୁପାଦ ଏକ ଅଜ୍ଞତା ଯାହାକି ମନୁଷ୍ୟ ଜୀବନର ମୂଳ କାରଣକୁ ବିଲୋପ କରିବାରେ ସହାୟକ ହୋଇଥାଏ । ତେଣୁ ଏହି ଅଜ୍ଞାନ ପ୍ରକୃତ ଜ୍ଞାନୀଙ୍କ ଦ୍ୱାରା ବିଲୋପ ସାଧନ ହୋଇପାରେ । ନାଗାର୍ଜୁନ ଯେ କି ବୁଦ୍ଧଙ୍କର ଜଣେ ମହାନ ଅନୁଗତ ଅଟନ୍ତି ।

CHSE Odisha Class 11 Logic Unit 1 Objective Questions in Odia Medium

Odisha State Board CHSE Odisha Class 11 Logic Solutions Unit 1 ତର୍କଶାସ୍ତ୍ରର ପ୍ରକୃତି, ତର୍କଶାସ୍ତ୍ର ଏବଂ ଭାଷା Objective Questions

CHSE Odisha Class 11 Logic Unit 1 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତି ସଂକ୍ଷିପ୍ତ ପ୍ରଶ୍ନୋତ୍ତର
A. ବିକଳ୍ପ ଉତ୍ତରଭିଭିକ ପ୍ରଶ୍ନୋତ୍ତର

୧। କେଉଁ ତର୍କଶାସ୍ତ୍ରବିଦ୍ ‘ମନୁଷ୍ୟ ଏକ ବିଚାର ବୁଦ୍ଧି ସମ୍ପନ୍ନ ପ୍ରାଣୀ’ ବୋଲି ମତ ବ୍ୟକ୍ତ କରିଛନ୍ତି ।
(କ) ଆରିଷ୍ଟୋଟଲ୍
(ଖ) ପ୍ଲାଟୋ
(ଗ) ଜନ୍ ଷ୍ଟୁଆଟ୍ ମିଲ୍
(ଘ) ସକ୍ରେଟିସ୍
Answer:
(କ) ଆରିଷ୍ଟୋଟଲ୍

୨। ‘ଲଜିକ୍’କୁ ଓଡ଼ିଆ ଭାଷାରେ କେଉଁ ଶାସ୍ତ୍ର ରୂପେ ନାମକରଣ କରାଯାଇଛି ।
(କ) ମନୋବିଜ୍ଞାନ
(ଖ) ସମାଜଶାସ୍ତ
(ଗ) ତର୍କଶାସ୍ତ୍ର
(ଘ) ଦର୍ଶନ ଶାସ୍ତ୍ର
Answer:
(ଗ) ତର୍କଶାସ୍ତ୍ର

୩। ‘ଲଜିକ୍’ ଶବ୍ଦଟି କେଉଁ ଗ୍ରୀକ୍ ଶବ୍ଦରୁ ଆସିଅଛି ?
(କ) ଚିନ୍ତା
(ଖ) ଯୁକ୍ତି
(ଗ) ପଲିଟସ୍
(ଘ) ଲୋଗସ୍
Answer:
(ଘ) ଲୋଗସ୍

୪। ‘ଲୋଗସ୍’ ଶବ୍ଦର ଅର୍ଥ କାହାକୁ ବୁଝାଇଥାଏ ?
(କ) ଚିନ୍ତା ଏବଂ ଭାଷା
(ଖ) ବ୍ୟବହିତ ଏବଂ ଅବ୍ୟବହିତ
(ଗ) ଜ୍ଞାତ ଏବଂ ଅଜ୍ଞାତ
(ଘ) ଅନୁମାନ ଏବଂ ଯୁକ୍ତି
Answer:
(କ) ଚିନ୍ତା ଏବଂ ଭାଷା

୫। ବ୍ୟାପକ ଅର୍ଥରେ ତର୍କଶାସ୍ତ୍ର ନିମ୍ନୋକ୍ତ ମଧ୍ଯରୁ କାହା ସହିତ ସମ୍ପୃକ୍ତ ?
(କ) ଚିନ୍ତା
(ଖ) ଭାଷା
(ଗ) ନୈତିକତା
(ଘ) କୌଣସିଟି ନୁହେଁ
Answer:
(କ) ଚିନ୍ତା

CHSE Odisha Class 11 Logic Unit 1 Objective Questions in Odia Medium

୬। ତର୍କଶାସ୍ତ୍ର ନିମ୍ନୋକ୍ତ ମଧ୍ୟରୁ କାହା ସହିତ ସମ୍ପୃକ୍ତ ?
(କ) ଯୁକ୍ତି
(ଖ) ଭାଷା
(ଗ) ବିଜ୍ଞାନ
(ଘ) କୌଣସିଟି ନୁହେଁ
Answer:
(କ) ଯୁକ୍ତି

୭। ଅନୁମାନ ଏକ କି ପ୍ରକାର ଜ୍ଞାନ ଅଟେ ?
(କ) ପ୍ରତ୍ୟକ୍ଷ
(ଖ) ପରୋକ୍ଷ
(ଗ) ପ୍ରତ୍ୟକ୍ଷ ଓ ପରୋକ୍ଷ
(ଘ) କୌଣସିଟି ନୁହେଁ
Answer:
(ଖ) ପରୋକ୍ଷ

୮। ହେତୁକୁ ଯେଉଁ ବଚନରେ ପ୍ରକାଶ କରାଯାଏ, ତାହାକୁ କ’ଣ କୁହାଯାଏ ?
(କ) ହେତୁ ବଚନ
(ଖ) ସିଦ୍ଧାନ୍ତ
(ଗ) ଅନୁମାନ
(ଘ) ଯୁକ୍ତି
Answer:
(କ) ହେତୁ ବଚନ

୯। ହେତୁକୁ ଆଶ୍ରୟ କରି ଯେଉଁ ତର୍କ ବଚନ ନିଷ୍ପନ୍ନ କରାଯାଏ, ତାହୁ କ’ଣ କହନ୍ତି ?
(କ) ହେତୁ ବଚନ
(ଖ) ବୈଧ
(ଗ) ଅବୈଧ
(ଘ) ସିଦ୍ଧାନ୍ତ
Answer:
(ଘ) ସିଦ୍ଧାନ୍ତ

୧୦। ଅନୁମାନ ହେଉଛି ଏକ କି ପ୍ରକାର ପ୍ରକ୍ରିୟା ଅଟେ ?
(କ) ମାନସିକ
(ଖ) ଶାରୀରିକ
(ଗ) ବୌଦ୍ଧିକ
(ଘ) ଏମାନେ ସମସ୍ତେ ଠିକ୍ ଅଟନ୍ତି
Answer:
(କ) ମାନସିକ

CHSE Odisha Class 11 Logic Unit 1 Objective Questions in Odia Medium

୧୧। ଅନୁମାନକୁ ଭାଷାରେ ବ୍ୟକ୍ତ କଲେ ତାହାକୁ କ’ଣ କହନ୍ତି ?
(କ) ଆଇନ
(ଖ) ତତ୍ତ୍ୱ
(ଗ) ଯୁକ୍ତି
(ଘ) କାରଣ
Answer:
(ଗ) ଯୁକ୍ତି

୧୨। ତର୍କ ବଚନର ମୂଲ୍ୟ କ’ଣ ଅଟେ ?
(କ) ବୈଧ ଓ ଅବୈଧ
(ଖ) ଭୁଲ୍ ଓ ଠିକ୍
(ଗ) ସତ୍ୟ କିମ୍ବା ମିଥ୍ୟା
(ଘ) କୌଣସିଟି ନୁହେଁ
Answer:
(କ) ସତ୍ୟ କିମ୍ବା ମିଥ୍ୟା

୧୩। ଯୁକ୍ତିର ମୂଲ୍ୟ କ’ଣ ଅଟେ ?
(କ) ବୈଧ ଓ ଅବୈଧ
(ଖ) ଭୁଲ୍ ଓ ଠିକ୍
(ଗ) ସତ୍ୟ କିମ୍ବା ମିଥ୍ୟା
(ଘ) କଳା ଓ ବିଜ୍ଞାନ
Answer:
(କ) ବୈଧ ଓ ଅବୈଧ

୧୪। ନିମ୍ନୋକ୍ତ ଯୁକ୍ତି କ’ଣ ହେବ ?
ସମସ୍ତ ମନୁଷ୍ୟ ମରଣଶୀଳ ।
ସମସ୍ତ ରାଜା ମନୁଷ୍ୟ ।
∴ ସମସ୍ତ ରାଜା ମରଣଶୀଳ ।
(କ) ଅବୈଧ
(ଖ) ବୈଧ
(ଗ) ସତ୍ୟ
(ଘ) ମିଥ୍ୟା
Answer:
(ଖ) ବୈଧ

୧୫। ନିମ୍ନୋକ୍ତ ଯୁକ୍ତିଟି କ’ଣ ହୋଇପାରେ ?
ସମସ୍ତ କାଉ କଳା ଅଟନ୍ତି ।
…….. ସମସ୍ତ ମରଣଶୀଳ ପ୍ରାଣୀ କଳା ଅଟନ୍ତି ।
(କ) ବୈଧ
(ଖ) ଅବୈଧ
(ଗ) ସତ୍ୟ
(ଘ) ମିଥ୍ୟା
Answer:
(ଖ) ଅବୈଧ

୧୬। ତର୍କଶାସ୍ତ୍ରକୁ କେଉଁ ବିଜ୍ଞାନ ରୂପେ ଗ୍ରହଣ କରାଯାଏ ?
(କ) ଆକାରନିଷ୍ଠ
(ଖ) ଆଦର୍ଶ ନିଷ୍ଠ
(ଗ) ବସ୍ତୁନିଷ୍ଠ
(ଘ) କର୍ରାନିଷ୍ଠ
Answer:
(ଖ) ଆଦର୍ଶନିଷ୍ପ

୧୭। ତର୍କଶାସ୍ତ୍ରକୁ ଗଣିତଶାସ୍ତ୍ର ରୂପେ ବିବେଚନା କଲେ ତାକୁ କେଉଁ ବିଜ୍ଞାନ କୁହାଯାଏ ?
(କ) ଆକାରନିଷ୍ଠ
(ଖ) ଆଦର୍ଶନିଷ୍ଠ
(ଗ) ବସ୍ତୁନିଷ୍ଠ
(ଘ) କର୍ରାନିଷ୍ଠ
Answer:
(କ) ଆକାରନିଷ୍ଠ

CHSE Odisha Class 11 Logic Unit 1 Objective Questions in Odia Medium

୧୮। ଘଟିଯାଉଥବା ଘଟଣାବଳୀଗୁଡ଼ିକୁ ନିଛକ ଉପସ୍ଥାପନ କରିବାକୁ କେଉଁ ବିଜ୍ଞାନ କହନ୍ତି ?
(କ) ଆକାରନିଷ୍ଠ
(ଖ) ଆଦର୍ଶନିଷ୍ଠ
(ଗ) ବସ୍ତୁନିଷ୍ଠ
(ଘ) କର୍ରାନିଷ୍ଠ
Answer:
(ଗ) ବସ୍ତୁନିଷ୍ଠ

୧୯। ତର୍କଶାସ୍ତ୍ର ଯୁକ୍ତି ସମ୍ବନ୍ଧୀୟ ବିଜ୍ଞାନ ତଥା କଳା ବୋଲି କିଏ କହିଥିଲେ ?
(କ) ଥମ୍‌ ସନ୍
(ଖ) ଆଲ୍‌ଡ୍ରିକ୍
(ଗ) ହେଲୀ
(ଘ) ଆରିଷ୍ଟୋଟଲ୍
Answer:
(ଗ) ହେଲୀ

୨୦। କିଏ ‘‘ଯୁକ୍ତି ସମ୍ବନ୍ଧୀୟ କଳା ହିଁ ତର୍କଶାସ୍ତ୍ର’’ ବୋଲି କହିଥିଲେ ?
(କ) ଆଲ୍‌ବର୍ଟସ୍ ମେଗ୍‌ନସ୍
(ଖ) ହେଲି
(ଗ) ଆରିଷ୍ଟୋଟଲ୍
(ଘ) ଆଲଡ୍ରିକ୍
Answer:
(ଘ) ଆଲଡ୍ରିକ୍

୨୧। କିଏ ତର୍କଶାସ୍ତ୍ରକୁ ମାନବ ଜ୍ଞାନକୁ ନିୟନ୍ତ୍ରଣ କରୁଥିବା ନିୟମ ମାନଙ୍କର ବିଜ୍ଞାନ ବୋଲି କହିଛନ୍ତି ?
(କ) ଆରିଷ୍ଟୋଟଲ୍
(ଖ) ଡଃ ବେନ୍
(ଗ) ଉବରୱେର
(ଘ) ମିଲ୍
Answer:
(ଗ) ଉବରୱେଗ୍

୨୨. କିଏ ବିଭିନ୍ନ ପ୍ରକାର ଯୁକ୍ତିର ବୈଧତା ନିରୂପଣ ପାଇଁ ନିୟମ ଓ ଉପାୟ ନିର୍ଦ୍ଧାରଣ କରିବାର ସୁସଂହତ ଆଲୋଚନାକୁ ତର୍କଶାସ୍ତ୍ର କୁହାଯାଏ ।
(କ) ପ୍ଲାଟୋ
(ଖ) ଆରିଷ୍ଟୋଟଲ
(ଗ) ଡଃ ଗଣେଶ୍ଵର ମିଶ୍ର
(ଘ) ସକ୍ରେଟିସ୍
Answer:
(ଗ) ଡଃ ଗଣେଶ୍ବର ମିଶ୍ର

CHSE Odisha Class 11 Logic Unit 1 Objective Questions in Odia Medium

୨୩। ‘ବୈଧଯୁକ୍ତି’ ନିମ୍ନୋକ୍ତ ମଧ୍ଯରୁ କାହା ଉପରେ ନିର୍ଭରଶୀଳ ?
(କ) ସମସ୍ତ ହେତୁ ବଚନ ଗୁଡ଼ିକ ସତ୍ୟ ଅଟେ
(ଖ) ସିଦ୍ଧାନ୍ତ ସତ୍ୟ ଅଟେ ।
(ଗ) ଉଭୟ ହେତୁ ବଚନ ଓ ସିଦ୍ଧାନ୍ତ ସତ୍ୟ ଅଟେ
(ଘ) ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ
Answer:
(ଘ) ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ

୨୪। ଗୋଟିଏ ଅବୈଧ ଯୁକ୍ତି କାହା ଉପରେ ନିର୍ଭରଶୀଳ ।
(କ) ହେତୁ ବଚନ ଓ ସିଦ୍ଧାନ୍ତ ମିଥ୍ୟା ହୋଇଥାଏ
(ଖ) ହେତୁ ବଚନ ଓ ସିଦ୍ଧାନ୍ତ ସତ୍ୟ ହୋଇଥାଏ ।
(ଗ) ହେତୁ ବଚନ ଓ ସିଦ୍ଧାନ୍ତ ସତ୍ୟ ହୋଇଥାଏ
(ଘ) ଏମାନଙ୍କ ମଧ୍ୟରୁ ଯେକୌଣସିଟିରୁ ଗୋଟିଏ ।
Answer:
(ଘ) ଏମାନଙ୍କ ମଧ୍ୟରୁ ଯେକୌଣସିଟିରୁ ଗୋଟିଏ ଠିକ୍ ।

୨୫। ଯଦି ଗୋଟିଏ ଯୁକ୍ତି ବୈଧହୁଏ ତେବେ ………….
(କ) ଏହା ନିଶ୍ଚିନ୍ତ ରୂପେ ଯଥାର୍ଥ
(ଖ) ଏହା ଯଥାର୍ଥ ନୁହେଁ
(ଗ) ଏହା ଯଥାର୍ଥ, ଯଦି ହେତୁବଚନ ଗୁଡ଼ିକ ସତ୍ୟ ହୋଇଥାଏ
(ଘ) ଏହା ଯଥାର୍ଥ କିନ୍ତୁ ଏହାର ହେତୁବଚନ ଗୁଡ଼ିକ ସତ୍ୟ ହୋଇଥାଏ ।
Answer:
(ଗ) ଏହା ଯଥାର୍ଥ, ଯଦି ହେତୁବଚନ ଗୁଡ଼ିକ ସତ୍ୟ ହୋଇଥାଏ ।

୨୬। ଯୁକ୍ତିଟି ଯଥାର୍ଥ, ଯଦି ……………………
(କ) ହେତୁବଚନ ଗୁଡ଼ିକ ମିଥ୍ୟା ହୋଇପାରେ
(ଖ) ବୈଧ ହେବା ପାଇଁ ଅସମର୍ଥ ହୋଇଥାଏ
(ଗ) ସିଦ୍ଧାନ୍ତ ମିଥ୍ୟା ହୋଇଥାଏ
(ଘ) ଏଗୁଡ଼ିକ ମଧ୍ୟରୁ କୌଣସିଟି ନୁହେଁ
Answer:
(ଘ) ଏଗୁଡ଼ିକ ମଧ୍ୟରୁ କୌଣସିଟି ନୁହେଁ

୨୭। ‘କ’ ସର୍ବଦା ‘କ’ ଅଟେ । ଏହା ଆରିଷ୍ଟୋଟଲ୍‌ଙ୍କ ବିଚାରର ମୌଳିକ ନିୟମାବଳୀ ମଧ୍ୟରୁ କେଉଁ ନିୟମ ଉପରେ
(କ) ତାଦାତ୍ମ୍ୟ ନିୟମ
(ଖ) ବିରୋଧ ନିୟମ
(ଗ) ନିର୍ମଧ୍ଯମ ନିୟମ
(ଘ) କୌଣସି ଉତ୍ତର ଠିକ୍ ନୁହେଁ
Answer:
(କ) ତାଦାତ୍ମ୍ୟ ନିୟମ

୨୮। ପ୍ରତ୍ୟେକ ବସ୍ତୁ ହୁଏତ ଗୋଟିଏ ଗୁଣଯୁକ୍ତ ନତୁବା ଗୁଣଟିର ବିରୁଦ୍ଧ ଗୁଣଯୁକ୍ତ । ଏହା କେଉଁ ନିୟମ ଉପରେ ପର୍ଯ୍ୟବେସିତ ହୋଇଥାଏ ?
(କ) ତାଦାତ୍ମ୍ୟ ନିୟମ
(ଖ) ବିରୋଧ ନିୟମ
(ଗ) ନିର୍ମଧ୍ଯମ ନିୟମ
(ଘ) ଉପରୋକ୍ତ ନିୟମ ମଧ୍ୟରୁ କୌଣସିଟି ନୁହେଁ
Answer:
(ଗ) ନିର୍ମଧ୍ଯମ ନିୟମ

୨୯। ଗୋଟିଏ ବସ୍ତୁରେ ଦୁଇଟି ପରସ୍ପର ବିରୋଧୀ ଗୁଣ ଏକତ୍ର ଓ ଏକ ସମୟରେ ରହିବା ସମ୍ଭବପର ନୁହେଁ । ଏହା କେଉଁ ନିୟମ ଉପରେ ପର୍ଯ୍ୟବସିତ ?
(କ) ତାଦାତ୍ମ୍ୟ ନିୟମ
(ଖ) ବିରୋଧ ନିୟମ
(ଗ) ନିର୍ମଧ୍ଯମ ନିୟମ
(ଘ) ଉପରୋକ୍ତ ନିୟମ ମଧ୍ୟରୁ ଯେକୌଣସି ଗୋଟିଏ ଠିକ୍ ।
Answer:
(ଖ) ବିରୋଧ ନିୟମ

CHSE Odisha Class 11 Logic Unit 1 Objective Questions in Odia Medium

୩୦। ନିୟମ ତିନୋଟିକୁ କେଉଁ ତର୍କ ଶାସ୍ତ୍ରବିଦ୍ ‘ସମସ୍ତ ପ୍ରକାରର ଅନୁମାନ ପଦ୍ଧତିର ସାଧାରଣ ସ୍ଵୀକାର୍ଯ୍ୟ ସତ୍ୟ’’ ବୋଲି କହିଛନ୍ତି ?
(କ) ଆରିଷ୍ଟୋଟଲ୍
(ଖ) ଡ. ବେନ୍
(ଗ) ମିଲ୍
(ଘ) ଉପରୋକ୍ତ ନିୟମ କେହି ନୁହ‍ଁନ୍ତି
Answer:
(ଗ) ମିଲ୍

୩୧। “କ ⊃ କ’’ ଏହା କେଉଁ ନିୟମର ପ୍ରତୀକାତ୍ମକ ରୂପ ।
(କ) ତାଦାତ୍ମ୍ ନିୟମ
(ଖ) ବିରୋଧ ନିୟମ
(ଗ) ନିର୍ମଧ୍ଯମ ନିୟମ
(ଘ) କୌଣସି ଉତ୍ତର ଠିକ୍ ନୁହେଁ
Answer:
(କ) ତାଦାତ୍ମ୍ୟ ନିୟମ

୩୨। ~(କ .~ କ) ଏହା କେଉଁ ନିୟମର ପ୍ରତୀକାତ୍ମକ ରୂପ ।
(କ) ତାଦାତ୍ମ୍ୟ ନିୟମ
(ଖ) ବିରୋଧ ନିୟମ
(ଗ) ନିର୍ମଧ୍ଯମ ନିୟମ
(ଘ) କୌଣସି ଉତ୍ତର ଠିକ୍ ନୁହେଁ
Answer:
(ଖ) ବିରୋଧ ନିୟମ

୩୩। (କ V~ କ) ଏହା କେଉଁ ନିୟମର ପ୍ରତୀକାତ୍ମକ ରୂପ ।
(କ) ତାଦାତ୍ମ୍ୟ ନିୟମ
(ଖ) ବିରୋଧ ନିୟମ
(ଗ) ନିର୍ମଧ୍ଯମ ନିୟମ
(ଘ) କୌଣସି ଉତ୍ତର ଠିକ୍ ନୁହେଁ
Answer:
(ଗ) ନିର୍ମଧ୍ଯମ ନିୟମ

୩୪। କେତେ ଗୁଡ଼ିଏ ଅକ୍ଷର ମିଶି ମନର ଭାବକୁ ପୂର୍ଣ୍ଣ ଭାବରେ ପ୍ରକାଶ କଲେ ତାକୁ କ’ଣ କହନ୍ତି ?
(କ) ପଦ
(ଖ) ଶବ୍ଦ
(ଗ) ବାକ୍ୟ
(ଘ) ତର୍କ ବାକ୍ୟ
Answer:
(ଖ) ଶବ୍ଦ

୩୫। ଗୋଟିଏ ଶବ୍ଦ କିମ୍ବା କେତେଗୁଡ଼ିକ ଶବ୍ଦ ମିଶି ତର୍କ ବାକ୍ୟର ଉଦ୍ଦେଶ୍ୟ ଓ ବିଧେୟ ରୂପେ ବ୍ୟବହୃତ ହେଲେ ତାକୁ କ’ଣ କୁହାଯାଏ ?
(କ) ଶବ୍ଦ
(ଖ) ପଦ
(ଗ) ବାକ୍ୟ
(ଘ) ତର୍କ ବାକ୍ୟ
Answer:
(ଖ) ପଦ

୩୬। କେତେଗୁଡ଼ିଏ ଶବ୍ଦ ମିଶି ମନର ଭାବକୁ ପୂର୍ଣ୍ଣ ଭାବରେ ପ୍ରକାଶ କଲେ ତାକୁ କ’ଣ କୁହାଯାଏ ?
(କ) ଶବ୍ଦ
(ଖ) ପଦ
(ଗ) ବାକ୍ୟ
(ଘ) ତର୍କ ବାକ୍ୟ
Answer:
( ଗ ) ବାକ୍ୟ

CHSE Odisha Class 11 Logic Unit 1 Objective Questions in Odia Medium

୩୮। ଯେଉଁ ଶବ୍ଦ ଅନ୍ୟ କୌଣସି ଶବ୍ଦର ବିନା ସହାୟତାରେ ତର୍କବାକ୍ୟର ଉଦ୍ଦେଶ୍ୟ କିମ୍ବା ବିଧେୟ ରୂପେ ବ୍ୟବହୃତ ହୋଇପାରେ, ତାକୁ କ’ଣ କୁହାଯାଏ ?
(କ) ସ୍ଵତନ୍ତ୍ର ପଦଯୋଗ୍ୟ ଶବ୍ଦ
(ଖ) ପରତନ୍ତ ପଦଯୋଗ୍ୟ ଶବ୍ଦ
(ଗ) ଅପଦ ଶବ୍ଦ
(ଘ) ଏଗୁଡ଼ିକ ମଧ୍ୟରୁ କୌଣସିଟି ନୁହେଁ
Answer:
(କ) ସ୍ବତନ୍ତ୍ର ପଦଯୋଗ୍ୟ ଶବ୍ଦ

୩୯। ଯେଉଁ ଶବ୍ଦର ସ୍ଵାଧୀନ ଭାବରେ ଉଦ୍ଦେଶ୍ୟ ବା ବିଧେୟ ରୂପେ ବ୍ୟବହୃତ ହେବାର ସାମର୍ଥ୍ୟ ନାହିଁ, କିନ୍ତୁ ସ୍ୱତନ୍ତ୍ର ପଦଯୋଗ୍ୟ ଶବ୍ଦର ସହାୟତାରେ ତର୍କ ବାକ୍ୟର ଉଦ୍ଦେଶ୍ୟ କିମ୍ବା ବିଧେୟ ରୂପେ ବ୍ୟବହୃତ ହୋଇପାରେ, ତାକୁ କ’ଣ କୁହାଯାଏ ?
(କ) ସ୍ଵତନ୍ତ୍ର ପଦଯୋଗ୍ୟ ଶବ୍ଦ
(ଖ) ପରତନ୍ତ୍ର ପଦଯୋଗ୍ୟ ଶବ୍ଦ
(ଗ) ଅପଦ ଶବ୍ଦ
(ଘ) ଉପରୋକ୍ତ ମଧ୍ୟରୁ ଯେକୌଣସି ଗୋଟିଏ ଠିକ୍
Answer:
(ଖ)ପରତନ୍ତ୍ର ପଦଯୋଗ୍ୟ ଶବ୍ଦ

୪୦। ଯେଉଁ ଶବ୍ଦ ଅନ୍ୟ ଶବ୍ଦର ସହାୟତାରେ ବା ବିନା ସହାୟତାରେ ତର୍କବାକ୍ୟର ଉଦ୍ଦେଶ୍ୟ କିମ୍ବା ବିଧେୟ ରୂପେ ବ୍ୟବହୃତ ହୋଇପାରେ ନାହିଁ, ତାକୁ କ’ଣ କୁହାଯାଏ ?
(କ) ସ୍ଵତନ୍ତ୍ର ପଦଯୋଗ୍ୟ ଶବ୍ଦ
(ଖ) ପରତନ୍ତ୍ର ପଦଯୋଗ୍ୟ ଶବ୍ଦ
(ଗ) ଅପଦ ଶବ୍ଦ
(ଘ) କୌଣସିଟି ନୁହେଁ
Answer:
(ଗ) ଅପଦ ଶବ୍ଦ

୪୧। କେଉଁ ଶବ୍ଦକୁ ତର୍କଶାସ୍ତ୍ର ଦୃଷ୍ଟିରୁ ପଦ ବୋଲି ବିବେଚିତ କରାଯାଏ ?
(କ) ସ୍ଵତନ୍ତ୍ର ପଦଯୋଗ୍ୟ ଶବ୍ଦ
(ଖ) ପରତନ୍ତ୍ର ପଦଯୋଗ୍ୟ ଶବ୍ଦ
(ଗ) ଅପଦ
(ଘ) ସରଳପଦ
Answer:
(କ) ସ୍ବତନ୍ତ୍ର ପଦଯୋଗ୍ୟ ଶବ୍ଦ

୪୨। ପଦଟି ଯେଉଁ ଯେଉଁ କ୍ଷେତ୍ରରେ ପ୍ରଯୋଜ୍ୟ ହୁଏ, ତାକୁ କ’ଣ କୁହାଯାଏ ?
(କ) ଲକ୍ଷଣାର୍ଥ
(ଖ) ବାଚ୍ଯାର୍ଥ
(ଗ) ବିସ୍ତୃତି
(ଘ) ବସ୍ତୁଧର୍ମୀ
Answer:
(ଖ) ବାଚ୍ୟାର୍ଥ

୪୩। ଯେତେବେଳେ ପଦଟି ଯେଉଁ ଯେଉଁ ବିଶେଷତ୍ଵ ବା ଗୁଣ ହେତୁ ପଦକୁ ସେହି ସେହି କ୍ଷେତ୍ରରେ ବ୍ୟବହାର କରାଯାଏ, ତାକୁ କ’ଣ କହନ୍ତି ?
(କ) ଲକ୍ଷଣାର୍ଥ
(ଖ) ବାଚ୍ଯାର୍ଥ
(ଗ) ବିସ୍ତୃତି
(ଘ) ବସ୍ତୁଧର୍ମୀ
Answer:
(କ) ଲକ୍ଷଣାର୍ଥ

CHSE Odisha Class 11 Logic Unit 1 Objective Questions in Odia Medium

୪୪। କୌଣସି ବସ୍ତୁପ୍ରତି ବ୍ୟକ୍ତିର କଳ୍ପନାପ୍ରସୂତ ଗୁଣ ବା ଗୁଣସମୂହର ଆରୋପଣକୁ ଉକ୍ତ ବସ୍ତୁ ସୂଚିତ ପଦର କ’ଣ ବୋଲି ଅଭିହିତ କରାଯାଏ ?
(କ) ବ୍ୟକ୍ତିସାପେକ୍ଷ ଲକ୍ଷଣାର୍ଥ
(ଖ) ବସ୍ତୁଧର୍ମୀ
(ଗ) ବୈଜ୍ଞାନିକ ବା ତର୍କଶାସ୍ତ୍ରୀୟ
(ଘ) ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
(କ) ବ୍ୟକ୍ତିସାପେକ୍ଷ ଲକ୍ଷଣାର୍ଥ
Answer:
(କ) ବ୍ୟକ୍ତିସାପେକ୍ଷ ଲକ୍ଷଣାର୍ଥ

୪୫। କୌଣସି ବସ୍ତୁରେ ନିହିତ ସକଳପ୍ରକାର ଗୁଣଗୁଡ଼ିକୁ ସେହି ବସ୍ତୁସୂଚିତ ପଦର କେଉଁ ଲକ୍ଷଣାର୍ଥ ଭାବରେ ଅଭିହିତ କରାଯାଏ ?
(କ) ବସ୍ତୁଧର୍ମୀ ଲକ୍ଷଣାର୍ଥ
(ଖ) ବ୍ୟକ୍ତିସାପେକ୍ଷ ଲକ୍ଷଣାର୍ଥ
(ଗ) ତାର୍କିକ ଲକ୍ଷଣାର୍ଥ
(ଘ) ବାତ୍ୟାର୍ଥ
Answer:
(କ) ବସ୍ତୁଧର୍ମୀ ଲକ୍ଷଣାର୍ଥ

୪୬। ଗୋଟିଏ ପଦର ବୈଜ୍ଞାନିକ ପଦ୍ଧତିରେ ସ୍ଥିରୀକୃତ କେବଳ ମୁଖ୍ୟ ଗୁଣାବଳୀକୁ ପଦର କେଉଁ ଲକ୍ଷଣାର୍ଥ ଭାବରେ ଅଭିହିତ କରାଯାଏ ?
(କ) ବ୍ୟକ୍ତିସାପେକ୍ଷ ଲକ୍ଷଣାର୍ଥ
(ଖ) ତାର୍କିକ ଲକ୍ଷଣାର୍ଥ
(ଗ) ବସ୍ତୁଧର୍ମୀ ଲକ୍ଷଣାର୍ଥ
(ଘ) କୌଣସିଟି ନୁହେଁ
Answer:
(ଖ) ତାର୍କିକ ଲକ୍ଷଣାର୍ଥ

୪୭। ବାତ୍ୟାର୍ଥ ଓ ଲକ୍ଷଣାର୍ଥର ହ୍ରାସ ବୃଦ୍ଧିକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
(କ) ୩
(ଖ) ୪
(ଗ) ୫
(ଘ) ୬
Answer:
(ଖ) ୪

୪୮। ଗୋଟିଏ ପଦରେ ଗୋଟିଏ ମାତ୍ର ଶବ୍ଦ ଥିଲେ ତାହାକୁ କ’ଣ କୁହାଯାଏ ?
(କ) ଏକଶାବ୍ଦିକ ପଦ
(ଖ) ବହୁଶାବ୍ଦିକ ପଦ
(ଗ) ଏକାର୍ଥକ ପଦ
(ଘ) ଅନେକାର୍ଥକ ପଦ
Answer:
(କ) ଏକଶାବ୍ଦିକ ପଦ

୪୯। ଗୋଟିଏ ପଦରେ ଏକାତ୍ମକ ଶବ୍ଦ ଥିଲେ ତାହାକୁ କ’ଣ କୁହାଯାଏ ?
(କ) ଏକାର୍ଥକ ପଦ
(ଖ) ଅନେକାର୍ଥକ ପଦ
(ଗ) ବହୁଶାବ୍ଦିକ ପଦ
(ଘ) ସାମାନ୍ୟ ପଦ
Answer:
(ଗ) ବହୁଶାବ୍ଦିକ ପଦ

୫୦। ଗୋଟିଏ ପଦର ଗୋଟିଏ ଅର୍ଥ ଥିଲେ ତାହାକୁ କେଉଁ ପଦ କହନ୍ତି ?
(କ) ଏକଶାବ୍ଦିକ ପଦ
(ଖ) ବଶେଷ ପଦ
(ଗ) ଏକାର୍ଥକ ପଦ
(ଘ) ସାମାନ୍ୟ ପଦ
Answer:
(ଗ) ଏକାର୍ଥକ ପଦ

୫୧। ଗୋଟିଏ ପଦର ଏକାଧ୍ଵକ ଅର୍ଥ ଥିଲେ ତାହାକୁ କ’ଣ କୁହାଯାଏ ?
(କ) ଏକାର୍ଥକ ପଦ
(ଖ) ଅନେକାର୍ଥକ ପଦ
(ଗ) ବଶେଷ ପଦ
(ଘ) ସାମାନ୍ୟ ପଦ
Answer:
(ଖ) ଅନେକାର୍ଥକ ପଦ

୫୨। ଗୋଟିଏ ପଦ ଯେକୌଣସି ଗୋଟିଏ ବସ୍ତୁ ବା ସମଷ୍ଟିବିଶେଷକୁ ବୁଝାଉଥିଲେ ତାହାକୁ କି ପଦ କହନ୍ତି ?
(କ) ବିଶେଷ ପଦ
(ଖ) ସାମାନ୍ୟ ପଦ
(ଗ) ଏକାର୍ଥକ ପଦ
(ଘ) କୌଣସିଟି ନୁହେଁ
Answer:
(କ) ବିଶେଷ ପଦ

୫୩। ଗୋଟିଏ ପଦ କୌଣସି ବସ୍ତୁ, ବ୍ୟକ୍ତି ବା ସମଷ୍ଟି ଇତ୍ୟାଦିର ଶ୍ରେଣୀକୁ ବୁଝାଉଥିଲେ ତାହାକୁ କି ପଦ କୁହାଯାଏ ?
(କ) ବିଶେଷ ପଦ
(ଖ) ସାମାନ୍ୟ ପଦ
(ଗ) ଭାବ ପଦ
(ଘ) ଅଭାବ ପଦ
Answer:
(ଖ) ସାମାନ୍ୟ ପଦ

CHSE Odisha Class 11 Logic Unit 1 Objective Questions in Odia Medium

୫୪। ଗୋଟିଏ ପଦ କେତେଗୁଡ଼ିଏ ବସ୍ତୁ ବା ବ୍ୟକ୍ତିର ସମଷ୍ଟିକୁ ବୁଝାଉଥ୍ଲେ, ତାହାକୁ କି ପଦ କୁହାଯାଏ ?
(କ) ସାମାନ୍ୟ ପଦ
(ଖ) ବିଶେଷ ପଦ
(ଗ) ସମଷ୍ଟିବାଚୀ ପଦ
(ଘ) ବ୍ୟଷ୍ଟିବାଚୀ ପଦ
Answer:
(ଗ) ସମଷ୍ଟିବାଚୀ ପଦ

୫୫। ଯେଉଁ ପଦ କୌଣସି ସମଷ୍ଟିକୁ ନ ବୁଝାଇ ଗୋଟିଏ ଶ୍ରେଣୀକୁ ବୁଝାଏ ତାହାକୁ କି ପଦ କୁହାଯାଏ ?
(କ) ସାମାନ୍ୟ ପଦ
(ଖ) ବିଶେଷ ପଦ
(ଗ) ସମଷ୍ଟିବାଚୀ ପଦ
(ଘ) ବ୍ୟଷ୍ଟିବାଚୀ ପଦ
Answer:
(ଘ) ବ୍ୟଷ୍ଟିବାଚୀ ପଦ

୫୬। ଗୋଟିଏ ପଦ କୌଣସି ଦ୍ରବ୍ୟ ଅର୍ଥାତ୍ ବସ୍ତୁ, ବ୍ୟକ୍ତି ବା ସେମାନଙ୍କର ଶ୍ରେଣୀ, ସମଷ୍ଟି ଇତ୍ୟାଦିକୁ ବୁଝାଉଥିଲେ ତାହାକୁ କି ପଦ କୁହାଯାଏ ?
(କ) ଦ୍ରବ୍ୟବାଚକ ପଦ
(ଖ) ଗୁଣବାଚକ ପଦ
(ଗ) ସମଷ୍ଟିବାଚୀ ପଦ
(ଘ) ବ୍ୟଷ୍ଟିବାଚୀ ପଦ
Answer:
(କ) ଦ୍ରବ୍ୟବାଚକ ପଦ

୫୭। ଗୋଟିଏ ପଦ କୌଣସି ଗୁଣ ବା କ୍ରିୟାର ନାମ ହୋଇଥିଲେ ତାହାକୁ କେଉଁ ପଦଭାବେ ନାମିତ କରାଯାଏ ?
(କ) ଦ୍ରବ୍ୟବାଚକ ପଦ
(ଖ) ଗୁଣବାଚକ ପଦ
(ଗ) ସାମାନ୍ୟ ପଦ
(ଘ) ବିଶେଷ ପଦ
Answer:
(ଖ) ଗୁଣବାଚକ ପଦ

୫୮। ଗୋଟିଏ ପଦ କୌଣସି ବସ୍ତୁ, ଶ୍ରେଣୀ, ଗୁଣ, କ୍ରିୟା ଇତ୍ୟାଦିର ଅସ୍ଥିତ୍ଵକୁ ବୁଝାଉଥିଲେ ତାହାକୁ କି ପଦ କୁହାଯାଏ ?
(କ) ଭାବ ପଦ
(ଖ) ଅଭାବ ପଦ
(ଗ) ବ୍ୟାହତାର୍ଥକ ପଦ
(ଘ) ସାମାନ୍ୟ ପଦ
Answer:
(କ) ଭାବ ପଦ

୫୯. ଗୋଟିଏ ପଦ କୌଣସି ବସ୍ତୁ, ଶ୍ରେଣୀ, ଗୁଣ, କ୍ରିୟା ଇତ୍ୟାଦିର ଅନସ୍ତିତ୍ବ ବା ଅଭାବକୁ ବୁଝାଉଥିଲେ ତାହାକୁ ପଦ କୁହାଯାଏ ?
(କ) ବ୍ୟାହତାର୍ଥକ ପଦ
(ଖ) ଭାବ ପଦ
(ଗ) ଅଭାବ ପଦ
(ଘ) ସାମାନ୍ୟ ପଦ
Answer:
(ଗ) ଅଭାବ ପଦ

CHSE Odisha Class 11 Logic Unit 1 Objective Questions in Odia Medium

୬୦। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗୋଟିଏ ବ୍ୟାହତାର୍ଥକ ପଦ ?
(କ) ଆହାର
(ଖ) ଅନାହାର
(ଗ) ଅନ୍ଧ
(ଘ) କୌଣସିଟି ନୁହେଁ
Answer:
(ଗ) ଅନ୍ଧ

୬୧। ଗୋଟିଏ ପଦର ଅର୍ଥ ତାହାର ଅନ୍ୟ ଏକ ପଦ ସହିତ ସମ୍ବନ୍ଧ ଉପରେ ନିର୍ଭରଶୀଳ ହୋଇଥିଲେ ତାକୁ କି ପଦ କୁହାଯାଏ ?
(କ) ନିରପେକ୍ଷ ପଦ
(ଖ) ସାପେକ୍ଷ ପଦ
(ଗ) ସାମାନ୍ୟ ପଦ
(ଘ) ବ୍ୟଷ୍ଟିବାଚୀ ପଦ
Answer:
(ଖ) ସାପେକ୍ଷ ପଦ

୬୨। ଗୋଟିଏ ପଦର ଅର୍ଥ ଅନ୍ୟ କୌଣସି ପଦ ସହିତ ତାହାର ସମ୍ବନ୍ଧ ଉପରେ ନିର୍ଭରଶୀଳ ହୋଇନଥିଲେ ତାହାକୁ କ’ଣ କୁହାଯାଏ ?
(କ) ନିରପେକ୍ଷ ପଦ
(ଖ) ସାପେକ୍ଷ ପଦ
(ଗ) ଭାବ ପଦ
(ଘ) ଅଭାବ ପଦ
Answer:
(କ) ନିରପେକ୍ଷ ପଦ

୬୩। ଗୋଟିଏ ପଦର ଉଭୟ ବାତ୍ୟାର୍ଥ ଓ ଲକ୍ଷଣାର୍ଥ ଥିଲେ ତାହାକୁ କି ପଦ କୁହାଯାଏ ?
(କ) ଲକ୍ଷଣାର୍ଥକ ପଦ
(ଖ) ଅଲକ୍ଷଣାର୍ଥକ ପଦ
(ଗ) ସାପେକ୍ଷ ପଦ
(ଘ) ନିରପେକ୍ଷ ପଦ
Answer:
(କ) ଲକ୍ଷଣାର୍ଥକ ପଦ

୬୪। ଗୋଟିଏ ପଦରେ ହୁଏତ ଲକ୍ଷଣାର୍ଥ କିମ୍ବା ବାତ୍ୟାର୍ଥ ଥାଏ ମାତ୍ର ଉଭୟ ନଥାଏ, ତାହାକୁ କି ପଦ କୁହାଯାଏ ?
(କ) ସାପେକ୍ଷ ପଦ
(ଖ) ନିରପେକ୍ଷ ପଦ
(ଗ) ଲକ୍ଷଣାର୍ଥକ ପଦ
(ଘ) ଅଲକ୍ଷଣାର୍ଥକ ପଦ
Answer:
(ଗ) ଅଲକ୍ଷଣାର୍ଥକ ପଦ

୬୫। କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ ବ୍ୟକ୍ତିବାଚକ ପଦଗୁଡ଼ିକ ଅଲକ୍ଷଣାର୍ଥକ ଅଟେ ?
(କ) ଆରିଷ୍ଟୋଟଲ୍
(ଖ) ମିଲ୍
(ଗ) ବେନ୍
(ଘ) ସକ୍ରେଟିସ୍
Answer:
(ଖ) ମିଲ୍

୬୬। କେଉଁ ତର୍କ ଶାସ୍ତ୍ରବିତ୍‌ଙ୍କ ମତରେ ନାମବାଚକ ପଦ ଗୁଡ଼ିକ ଲକ୍ଷଣାର୍ଥକ ।
(କ) ମିଲ୍
(ଖ) ବେନ୍
(ଗ) ଜେଭନ୍‌ସ୍‌
(ଘ) ଉପରୋକ୍ତ ମଧ୍ୟରୁ କେହି ନୁହଁନ୍ତି
Answer:
(ଗ) ଜେଭେନ୍ସ

CHSE Odisha Class 11 Logic Unit 1 Objective Questions in Odia Medium

୬୭। କେଉଁ ତର୍କ ଶାସ୍ତ୍ରବିଦ୍‌ଙ୍କ ମତରେ ନାମ ବାଚକ ପଦଗୁଡ଼ିକ ପ୍ରଥମେ ଅଲକ୍ଷଣ ଓ ପରେ ସଲକ୍ଷଣ ହୋଇଥାନ୍ତି ?
(କ) ବେନ୍
(ଖ) ପ୍ରଫୁଲ୍ଲ ରାଏ
(ଗ) ଜେଭନ୍‌ସ୍
(ଘ) ମିଲ୍
Answer:
(ଖ) ପ୍ରଫୁଲ୍ଲ ରାଏ

୬୮. ତର୍କଶାସ୍ତ୍ରବିଦ୍‌ଙ୍କ ମତରେ ଭାଷାର ବ୍ୟବହାରକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
(କ) ୩
(ଖ) ୪
(ଗ) ୫
(ଘ) ୬
Answer:
(କ) ୩

୬୯। ପ୍ରଚଳିତ, କଥ୍ତ ଓ ଲିଖ ସଙ୍କେତର ଏକ ବ୍ୟବସ୍ଥାକୁ କ’ଣ କୁହାଯାଏ ?
(କ) ଭାଷା
(ଖ) ବାକ୍ୟ
(ଗ) ଭାଷା
(ଘ) କୌଣସିଟି ନୁହେଁ
Answer:
(ଗ) ଭାଷା

୭୦। କାହାକୁ ଭାଷାର ପ୍ରତୀକାତ୍ମକ ରୂପ କହନ୍ତି ?
(କ) ବାକ୍ଯ
(ଖ) ଅକ୍ଷର
(ଗ) ଅର୍ଥ
(ଘ) ଶବ୍ଦ
Answer:
(ଘ) ଶବ୍ଦ

୭୧। ବିଜ୍ଞାନର ଭାଷା କେଉଁ ପ୍ରକାରର ହେବା ସମ୍ଭବପର ଅଟେ ?
(କ) ସୂଚନାତ୍ମକ
(ଖ) ଭାବାତ୍ମକ
(ଗ) ନିର୍ଦ୍ଦେଶାତ୍ମକ
(ଘ) ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ
Answer:
(କ) ସୂଚନାତ୍ମକ

୭୨। ଯେଉଁ ଭାଷା ତଥ୍ୟର ଉପସ୍ଥାପନା କରେ ତାକୁ କ’ଣ କହନ୍ତି ?
(କ) ବର୍ଣ୍ଣନାମୂଳକ ବ୍ୟବହାର
(ଖ)
(ଗ) ନିର୍ଦେଶ ବା ଅନୂଜ୍ଞାମୂଳକ
(ଘ) କୌଣସିଟି ନୁହେଁ
Answer:
(କ) ବର୍ଣ୍ଣନାମୂଳକ ବ୍ୟବହାର

୭୩। ବକ୍ତା ନିଜର ଭାବ ପ୍ରକାଶ କରିବା ପାଇଁ କିମ୍ବା ଶ୍ରୋତା ମନରେ ଭାବ ଉଦ୍ରେକ କରିବା ଉଦ୍ଦେଶ୍ୟରେ ଯେଉଁ ଭାବରେ ଭାଷାର ବ୍ୟବହାର କରେ ତାକୁ କ’ଣ କହନ୍ତି ? (କ) ବର୍ଣନାତ୍ମକମୂଳକ ବ୍ୟବହାର
(କ) ବର୍ଣ୍ଣନାମୂକମୂଳକ ବ୍ୟବହାର
(ଖ) ଭାବାବେଗ ମୂଳକ ବ୍ୟବହାର
(ଗ) ନିର୍ଦ୍ଦେଶ ବା ଅନୁଜ୍ଞାମୂଳକ ବ୍ୟବହାର
(ଘ) କୌଣସିଟି ନୁହେଁ
Answer:
(ଖ) ଭାବାବେଗ ମୂଳକ ବ୍ୟବହାର

୭୪। ଶ୍ରୋତାକୁ କୌଣସି ନିର୍ଦ୍ଦିଷ୍ଟ ଏକ କର୍ମରେ ପ୍ରବୃତ୍ତ କରିବା ପାଇଁ ବା କୌଣସି ଏକ କର୍ମରୁ ନିବୃତ୍ତ କରିବା ପାଇଁ ଯେଉଁ ଭାବରେ ଭାଷାର ବ୍ୟବହାର କରାଯାଇଥାଏ, ତାହାକୁ କ’ଣ କହନ୍ତି ?
(କ) ବର୍ଣ୍ଣନାମୂଳକ ବ୍ୟବହାର
(ଖ) ଭାବାବେଗମୂଳକ ବ୍ୟବହାର
(ଗ) ନିର୍ଦେଶ ବା ଅନୁଜ୍ଞାମୂଳକ ବ୍ୟବହାର
(ଘ) କୌଣସିଟି ନୁହେଁ
Answer:
(ଗ) ନିର୍ଦ୍ଦେଶ ବା ଅନୁଜ୍ଞାମୂଳକ ବ୍ୟବହାର

B. ଶୂନ୍ୟସ୍ଥାନ ପୂରଣ କର ।

୧। ତର୍କଶାସ୍ତ୍ର ___________________ ଉପରେ ନିର୍ଭର କରେ ।
Answer:
ପ୍ରାମାଣ

CHSE Odisha Class 11 Logic Unit 1 Objective Questions in Odia Medium

୨। ______________________ ତର୍କଶାସ୍ତ୍ରର ବିଷୟବସ୍ତୁ ।
Answer:
ପ୍ରାମାଣ୍ଯ

୩। ତାଦାତ୍ମ୍ୟ ନିୟମର ସୂତ୍ର __________________ ।
Answer:
ଯେଉଁ ବସ୍ତୁ ଯାହା ସର୍ବଦା ତାହା ସେଇଆ ଅଟେ ।

୪। ‘କ’ ସର୍ବଦା `କ ଅଟେ । ଏହା ______________________ ନିୟମ ଅଟେ ।
Answer:
ତାଦାତ୍ମ୍ୟ

୫। ବିରୋଧ ନିୟମଟିର ସୂତ୍ର ____________________ ।
Answer:
କୌଣସି ବସ୍ତୁ ଏକାସମୟରେ ଦୁଇଟି ବିରୋଧ ଗୁଣର ସମାହାର ହୋଇନପାରେ ।

୬। ‘‘କୌଣସି ବସ୍ତୁ ଏକାସମୟରେ ଦୁଇଟି ବିରୋଧ ଗୁଣର ସମାହାର ହୋଇନପାରେ ।’’ ଏହାକୁ ________________ ନିୟମ କୁହାଯାଏ ।
Answer:
ବିରୋଧ ନିୟମ

୭। ନିର୍ମଧ୍ଯମ ନିୟମର ସୂତ୍ର _______________________ ଅଟେ ।
Answer:
ଗୋଟିଏ ପଦାର୍ଥଠାରେ ଦୁଇ ପରସ୍ପର ଗୁଣଭିତରୁ ଯେକୌଣସିଟିକୁ ଗ୍ରହଣ କରିବାକୁ ବାଧ୍ୟ ।

୯। ଅବରୋହ ତର୍କଶାସ୍ତ୍ରର ସିଦ୍ଧାନ୍ତ ____________________ ଉପରେ ନିର୍ଭରଶୀଳ ।
Answer:
ତର୍କବଚନ ଏବଂ ଯୁକ୍ତିର ଆକାର

୧୦। ତର୍କଶାସ୍ତ୍ର ଏକ _________________ ବିଜ୍ଞାନ ଅଟେ ।
Answer:
ଆଦର୍ଶଗତ

୧୧। ଗଣିତଭଳି ତର୍କଶାସ୍ତ୍ର ________________ ବିଜ୍ଞାନ ଅଟେ ।
Answer:
ଆକାରଗତ

୧୨। ଭାଷାରେ ପ୍ରକାଶିତ ଅବଧାରଣକୁ _____________ କୁହାଯାଏ ।
Answer:
ତର୍କବାକ୍ଯ

୧୩। ତର୍କଶାସ୍ତ୍ରର ମୌଳିକ ନିୟମଗୁଡ଼ିକୁ ମୂଳସୂତ୍ର କୁହାଯାଏ । କାରଣ ସେଗୁଡ଼ିକ _____________________ ।
Answer:
ଅସ୍ତିତ୍ବ ସ୍ବୀକାର୍ଯ୍ୟ ବା ଅନୁମାନର ସ୍ବତଃସିଦ୍ଧ ସତ୍ୟ

୧୪। ପଦର ________________ ତା’ର ଅନ୍ତର୍ଗତ ଉପସର୍ଗଗୁଡ଼ିକୁ ନିର୍ଦ୍ଦେଶ କରେ ।
Answer:
ବିସ୍ତୃତି

୧୫। ଏକାଧ୍ଵକ ଅର୍ଥ ପ୍ରକାଶ କରୁଥିବା ପଦକୁ ________________ ପଦ କୁହାଯାଏ ।
Answer:
ଅନେକାର୍ଥକ

୧୬। ଭାଷାରେ ପ୍ରକାଶିତ ଅନୁମାନକୁ ________________ କୁହାଯାଏ ।
Answer:
ଯୁକ୍ତି

CHSE Odisha Class 11 Logic Unit 1 Objective Questions in Odia Medium

୧୭। ତର୍କଶାସ୍ତ୍ର ଯୁକ୍ତିର ___________________ ସହିତ ସମ୍ପୃକ୍ତ ଅଟେ ।
Answer:
ବୈଧତା ବା ପ୍ରାମାଣ୍ୟ

୧୮। ତର୍କଶାସ୍ତ୍ରର ମୌଳିକ ବିଧୁଗୁଡ଼ିକ _____________________ ର ନିୟମ ।
Answer:
ସମସ୍ତ ଯୁକ୍ତି ତଥା ବିଚାର

୧୯। ବର୍ଗର ସମସ୍ତ ସଭ୍ୟଙ୍କଠାରେ ଦେଖାଯାଉଥ‌ିବା ଗୁଣଗୁଡ଼ିକୁ ବସ୍ତୁଧର୍ମୀ __________________ କୁହାଯାଏ ।
Answer:
ଲକ୍ଷଣାର୍ଥ

୨୦। ଗୋଟିଏ ନିର୍ଦ୍ଦିଷ୍ଟ ଅର୍ଥ ଥ‌ିବା ପଦ ____________________ ପଦ ଅଟେ ।
Answer:
ନିଦ୍ଦିଷ୍ନାର୍ଥକ

୨୧। ଗୋଟିଏ ପଦର ବାତ୍ୟାର୍ଥ ଓ ଲକ୍ଷଣାର୍ଥ ____________________ ଭାବରେ ପରିବର୍ତ୍ତିତ ହୁଅନ୍ତି ।
Answer:
ବିପରୀତମୁଖୀ

୨୨। ଯଦି ଗୋଟିଏ ପଦର ଉଭୟ ଲକ୍ଷଣାର୍ଥ ଓ ବାତ୍ୟାର୍ଥ ଥାଏ, ତାକୁ ___________________ ପଦ କହନ୍ତି ।
Answer:
ଲକ୍ଷଣାର୍ଥକ

୨୩। ଯେତେବେଳେ ଗୋଟିଏ ପଦ ବହୁତ ଶବ୍ଦଦ୍ୱାରା ଗଠିତ ହୋଇଥାଏ, ତାକୁ ______________ ପଦ କୁହାଯାଏ ।
Answer:
ବହୁଶାବ୍ଦିକ

୨୪। ___________________ ଶବ୍ଦ ଆଦୌ ପଦ ହୋଇପାରେ ନାହିଁ ।
Answer:
ଅପଦ

୨୫। ଲକ୍ଷଣାର୍ଥ ଓ _____________________ ବିପରୀତମୁଖୀଭାବେ ପରିବର୍ତ୍ତିତ ହୋଇଥାନ୍ତି ।
Answer:
ବାତ୍ୟାର୍ଥ

୨୬। ଗୋଟିଏ ପ୍ରାମାଣିକ ଯୁକ୍ତିରେ ସିଦ୍ଧାନ୍ତ ______________________ ମାନଙ୍କଦ୍ୱାରା ନିଃସନ୍ଦେହଭାବେ ଅନୁସୃତ ହୋଇଥାଏ ।
Answer:
ହେତୁବାକ୍ୟ

୨୭। ତର୍କଶାସ୍ତ୍ର ପ୍ରତ୍ୟକ୍ଷଭାବେ __________________ ଓ ପରୋକ୍ଷଭାବେ ____________________ ସହିତ ସଂପୃକ୍ତ ।
Answer:
ଯୁକ୍ତି, ଅନୁମାନ

୨୮। ଆରୋହାନୁମାନର ହେତୁବାକ୍ୟଗୁଡ଼ିକ ସାଧାରଣତଃ _____________________ ।
Answer:
ଅନୁଭୂତିସିଦ୍ଧ

୨୯। ଅବରୋହାନୁମାନର ହେତୁବାକ୍ୟଗୁଡ଼ିକ _______________________ ହେବାର ଆବଶ୍ୟକତା ନାହିଁ ।
Answer:
ବସ୍ତୁତଃ ସତ୍ୟ

୩୦। ବ୍ୟାପକ ଅର୍ଥରେ ତର୍କଶାସ୍ତ୍ରକୁ ସାଧାରଣତଃ ଦୁଇଭାଗରେ ବିଭକ୍ତ କରାଯାଇପାରେ; ଯଥା ______________ ଓ ____________________ ।
Answer:
ଅବରୋହାନୁମାନ, ଆରୋହାନୁମାନ

୩୧। ____________________ ଯୁକ୍ତିରେ ସିଦ୍ଧାନ୍ତ ହେତୁବାକ୍ୟ ବା ହେତୁବାକ୍ୟମାନଙ୍କଦ୍ୱାରା ନିଃସନ୍ଦେହରୂପେ ସମର୍ଥ ହୋଇଥାଏ ।
Answer:
ବୈଧ ବା ପ୍ରାମାଣିକ

୩୨। ‘ଲଜିକ୍’ ଶବ୍ଦ ଗ୍ରୀକ୍ ଶବ୍ଦରୁ ଆସିଅଛି ଯାହାର ଅର୍ଥ ହେଉଛି ଚିନ୍ତା ବା ଯୁକ୍ତି ଏବଂ ଭାଷା ବା ___________________ ।
Answer:
ଲୋଗସ୍, ଅଭିବ୍ୟକ୍ତି

୩୩। ଭାଷାରେ ଅଭିବ୍ୟକ୍ତ ହେତୁ ଧାରଣାକୁ _____________________ କୁହାଯାଏ ଏବଂ ଭାଷାରେ ଅଭିବ୍ୟକ୍ତ ନିଗମନ ଧାରଣାକୁ _____________________ କୁହାଯାଏ ।
Answer:
ହେତୁବାକ୍ୟ, ସିଦ୍ଧାନ୍ତ

CHSE Odisha Class 11 Logic Unit 1 Objective Questions in Odia Medium

୩୪। _______________________ କୁ ଭାଷାରେ ବ୍ୟକ୍ତ କଲେ ତାହାକୁ ଯୁକ୍ତି କୁହାଯାଏ ।
Answer:
ଅନୁମାନ

୩୫। ଯେଉଁ ଧାରଣାମାନଙ୍କରୁ ଅନୁମାନଦ୍ୱାରା ଜ୍ଞାନ ଜାତ ହୁଏ, ତାହାକୁ ____________________ ଓ ହେତୁଧାରଣାରୁ ନିଷ୍ପନ୍ନ ଧାରଣାକୁ ________________ କୁହାଯାଏ ।
Answer:
ହେତୁ-ଧାରଣା, ନିଗମନ-ଧାରଣା

୩୬। ବସ୍ତୁ ବିଷୟରେ ପରୋକ୍ଷ ଜ୍ଞାନଲାଭ କରିବାର ମାନସିକ ପ୍ରଣାଳୀକୁ ______________________ କୁହାଯାଏ ।
Answer:
ଅନୁମାନ

୩୭। କେଉଁ ଅନୁମାନ ପ୍ରଣାଳୀ ସିଦ୍ଧ ଓ କେଉଁ ଅନୁମାନ ପ୍ରଣାଳୀ ଅସିଦ୍ଧ ତାହା _______________________ ସ୍ଥିର କରିଥାଏ ।
Answer:
ତର୍କଶାସ୍ତ୍ର

୩୮। ଡ. ପ୍ରଫୁଲ୍ଲ କୁମାର ରାୟଙ୍କ ମତରେ ବ୍ୟକ୍ତିବାଚକ ପଦ ପ୍ରଥମେ କିନ୍ତୁ ପରେ ___________________ କିନ୍ତୁ ପରେ _____________________ ହୁଏ ।
Answer:
ଅଲକ୍ଷଣାର୍ଥକ, ଲକ୍ଷଣାର୍ଥକ ପଦ

୩୯। _____________________ ଙ୍କ ମତରେ ବ୍ୟକ୍ତିବାଚକ ପଦଗୁଡ଼ିକ ଲକ୍ଷଣାର୍ଥକ କାରଣ ଏମାନଙ୍କର ଉଭୟ ବାତ୍ୟାର୍ଥ ଓ ଲକ୍ଷଣାର୍ଥ ଥାଏ ।
Answer:
ଜେଭନ୍ସ

୪୦। ମିଲ୍ଲଙ୍କ ମତରେ ବ୍ୟକ୍ତିବାଚକ ପଦ _______________ କାରଣ ଏହାର ବାତ୍ୟାର୍ଥ ଅଛି, କିନ୍ତୁ ଲକ୍ଷଣାର୍ଥ ନାହିଁ ।
Answer:
ଅଲକ୍ଷଣାର୍ଥକ

୪୧। ଯେଉଁ ପଦର ଅର୍ଥ ଅନ୍ୟ କୌଣସି ପଦ ସହିତ ତାହାର ସମ୍ବନ୍ଧ ଉପରେ ନିର୍ଭରଶୀଳ ହୋଇନଥାଏ, ତାହାକୁ ____________________ କୁହାଯାଏ ।
Answer:
ନିରପେକ୍ଷ

୪୨। ଯେଉଁ ପଦର ଅର୍ଥ ତାହାର ଅନ୍ୟ ଏକ ପଦ ସହିତ ସମ୍ବନ୍ଧ ଉପରେ ନିର୍ଭରଶୀଳ ହୋଇଥାଏ, ତାହାକୁ _________________ ପଦ କୁହାଯାଏ ।
Answer:
ସାପେକ୍ଷ

୪୩। ଯେଉଁ ପଦ କୌଣସି ବସ୍ତୁ ବା ଶ୍ରେଣୀରେ ସ୍ଵାଭାବିକଭାବେ ଥ‌ିବା କୌଣସି ଗୁଣର ତାତ୍କାଳିକ ଅଭାବକୁ ବୁଝାଉଥାଏ ତାହାକୁ ______________ ପଦ କୁହାଯାଏ ।
Answer:
ବ୍ୟାହତାର୍ଥକ

୪୪। ଗୋଟିଏ ପଦ କୌଣସି ବସ୍ତୁ, ଶ୍ରେଣୀ, ଗୁଣ, କ୍ରିୟା ଇତ୍ୟାଦିର ଅନସ୍ତିତ୍ୱ ବା ଅଭାବକୁ ବୁଝାଉଥିଲେ ତାହାକୁ ________________ କୁହାଯାଏ ।
Answer:
ଅଭାବ

୪୫। ଯେଉଁ ପଦ କୌଣସି ବସ୍ତୁ, ଶ୍ରେଣୀ, ଗୁଣ, କ୍ରିୟା ଇତ୍ୟାଦିର ଅସ୍ତିତ୍ଵକୁ ବୁଝାଉଥାଏ, ତାହାକୁ _______________ ପଦ କୁହାଯାଏ ।
Answer:
ଭାବ

୪୬। ତାର୍କିକମାନଙ୍କ ମତରେ ଦ୍ରବ୍ୟବାଚକ ପଦକୁ _____________ ଓ ଗୁଣବାଚକ ପଦକୁ _______________ ପଦ ବୋଲି କୁହାଯାଏ ।
Answer:
ମୂର୍ଖପଦ, ବିବିକ୍ତ

୪୭। ଯେଉଁ ପଦ କୌଣସି ଗୁଣ ବା କ୍ରିୟାର ନାମ ହୋଇଥାଏ, ତାହାକୁ __________________ ପଦ କୁହାଯାଏ ।
Answer:
ଗୁଣବାଚକ

୪୮। ଯେଉଁ ପଦ କୌଣସି ଦ୍ରବ୍ୟ ଅର୍ଥାତ୍ ବସ୍ତୁ, ବ୍ୟକ୍ତି ବା ସେମାନଙ୍କର ଶ୍ରେଣୀ, ସମଷ୍ଟି ଇତ୍ୟାଦିକୁ ବୁଝାଉଥାଏ ତାହାକୁ _________________ ପଦ କୁହାଯାଏ ।
Answer:
ଦ୍ରବ୍ୟବାଚକ

CHSE Odisha Class 11 Logic Unit 1 Objective Questions in Odia Medium

୪୯। ଯେଉଁ ପଦ କୌଣସି ସମଷ୍ଟିକୁ ନ ବୁଝାଇ ଗୋଟିଏ ଶ୍ରେଣୀକୁ ବୁଝାଏ, ତାହାକୁ ___________________ ପଦ କୁହାଯାଏ ।
Answer:
ବ୍ୟଷ୍ନିବାଚୀ

୫୦। ଯେଉଁ ପଦ କେତେଗୁଡ଼ିଏ ବସ୍ତୁ ବା ବ୍ୟକ୍ତିର ସମଷ୍ଟିକୁ ବୁଝାଉଥାଏ, ତାହାକୁ ____________________ ପଦ କୁହାଯାଏ ।
Answer:
ସମଷ୍ନିବାଚୀ

୫୧। ଗୋଟିଏ ପଦ ଯେକୌଣସି ଗୋଟିଏ ବସ୍ତୁ, ବ୍ୟକ୍ତି ବା ସମଷ୍ଟିବିଶେଷକୁ ବୁଝାଉଥିଲେ ତାହାକୁ _______________________ ପଦ କୁହାଯାଏ ।
Answer:
ବିଶେଷ

୫୩। ଯେଉଁ ପଦର ଗୋଟିଏ ମାତ୍ର ଅର୍ଥ ଥାଏ, ତାହାକୁ _______________________ ପଦ କୁହାଯାଏ; କିନ୍ତୁ ଯେଉଁ ପଦର ଏକାଧ୍ଵ ଅର୍ଥ ଥାଏ ତାହାକୁ ____________________ ପଦ କୁହାଯାଏ ।
Answer:
ଏକାର୍ଥକ, ଅନେକାର୍ଥକ

୫୪। ଯେଉଁ ପଦରେ ଗୋଟିଏ ମାତ୍ର ଶବ୍ଦ ବ୍ୟବହୃତ ହୋଇଥାଏ ତାହାକୁ __________________ ପଦ କୁହାଯାଏ ।
Answer:
ଏକାଶାବ୍ଦିକ

୫୫। ଯେଉଁ ଶବ୍ଦର ସ୍ଵାଧୀନଭାବରେ ଉଦ୍ଦେଶ୍ୟ କିମ୍ବା ବିଧେୟରୂପେ ବ୍ୟବହୃତ ହେବାର ସାମର୍ଥ୍ୟ ନାହିଁ, କିନ୍ତୁ ସ୍ୱତନ୍ତ୍ର ପଦଯୋଗ୍ୟ ଶବ୍ଦର ସହାୟତାରେ ତର୍କବାକ୍ୟର ଉଦ୍ଦେଶ୍ୟ କିମ୍ବା ବିଧେୟରୂପେ ବ୍ୟବହୃତ ହୋଇପାରେ, ତାହାକୁ ____________________ ଶବ୍ଦ କୁହାଯାଏ ।
Answer:
ପରତନ୍ତ୍ର ପଦଯୋଗ୍ୟ

୫୬। ଯେଉଁ ଶବ୍ଦଗୁଡ଼ିକ ଅନ୍ୟ କୌଣସି ଶବ୍ଦକୁ ଅପେକ୍ଷା ନକରି ବା କୌଣସି ଶବ୍ଦ ଉପରେ ନିର୍ଭରଶୀଳ ନ ହୋଇ ଗୋଟିଏ ତର୍କବାକ୍ୟରେ ଉଦ୍ଦେଶ୍ୟ ଓ ବିଧେୟରୂପେ ବ୍ୟବହୃତ ହୋଇପାରେ, ତାହାକୁ ______________________ ଶବ୍ଦ କୁହାଯାଏ ।
Answer:
ସ୍ବତନ୍ତ୍ରପଦଯୋଗ୍ୟ ବା ଅନନ୍ୟାଶ୍ରୟୀ

୫୭। ଏକ ବା ଏକାଧିକ ଶବ୍ଦର ସମଷ୍ଟି ଯେତେବେଳେ ତର୍କବଚନରେ ଉଦ୍ଦେଶ୍ୟ କିମ୍ବା ବିଧେୟରୂପେ ବ୍ୟବହୃତ ହୁଏ, ତାହା _____________________ କହନ୍ତି ।
Answer:
ପଦ

୫୮। ବ୍ୟାକରଣ ଶାସ୍ତ୍ର ଅନୁସାରେ କେତେକ ବର୍ଷ ମିଶି ଗୋଟିଏ ଅର୍ଥ ପ୍ରକାଶ କଲେ, ତାହାକୁ _________________ କୁହାଯାଏ ।
Answer:
ଶବ୍ଦ

୫୯। ସମସ୍ତ ________________________ ଗୋଟିଏ ଗୋଟିଏ ପଦ ।
Answer:
ସ୍ବତନ୍ତ୍ର ପଦଯୋଗ୍ୟ ଶବ୍ଦ

୬୦। ସଂଯୋଜକ ଗୋଟିଏ _____________ ନୁହେଁ ।
Answer:
ପଦ

C. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

୧। କୌଣସି ହେତୁକୁ ଆଶ୍ରୟ କରି କୌଣସି ସିଦ୍ଧାନ୍ତରେ ଉପନୀତ ହେବାକୁ କ’ଣ କୁହାଯାଏ ?
Answer:
ଅନୁମାନ

୨। ଅନୁମାନକୁ ଯେତେବେଳେ ଭାଷାରେ ପ୍ରୟୋଗ କରାଯାଏ, ତାକୁ କ’ଣ କୁହାଯାଏ ?
Answer:
ଯୁକ୍ତି

୩। ଭାଷାରେ ଅଭିବ୍ୟକ୍ତ ହେତୁ ଧାରଣାକୁ କ’ଣ କୁହାଯାଏ ?
Answer:
ହେତୁ

୪। ଭାଷାରେ ଅଭିବ୍ୟକ୍ତ ନିଗମନ ଧାରଣାକୁ କ’ଣ କୁହାଯାଏ ?
Answer:
ସିଦ୍ଧାନ୍ତ

୫। ଚିନ୍ତା ବା ଯୁକ୍ତି କରିବାର ଶାସ୍ତ୍ରକୁ କ’ଣ କୁହାଯାଏ ?
Answer:
ବୈଧ ଯୁକ୍ତି

୬। ଯେତେବେଳେ ସିଦ୍ଧାନ୍ତଟି ହେତୁବାକ୍ୟମାନଙ୍କଠାରୁ ଯଥାର୍ଥରେ ପ୍ରତିପାଦିତ ହୁଏ, ତାକୁ କେଉଁ ଯୁକ୍ତି କୁହାଯାଏ ?
Answer:
ବୈଧ ଯୁକ୍ତି

୭। ଯେତେବେଳେ ସିଦ୍ଧାନ୍ତଟି ହେତୁବାକ୍ୟମାନଙ୍କଠାରୁ ଯଥାର୍ଥରେ ପ୍ରତିପାଦିତ ହୁଏ ନାହିଁ ତାକୁ କେଉଁ ଯୁକ୍ତି କୁହାଯାଏ ?
Answer:
ଅବୈଧ ଯୁକ୍ତି

୮। ଯେଉଁ ଶାସ୍ତ୍ର କୌଣସି ଆଦର୍ଶକୁ ଭିଭିକରି ଯୁକ୍ତିମାନଙ୍କର ବୈଧତା ବିଚାର କରେ, ତାକୁ କ’ଣ କୁହାଯାଏ ?
Answer:
ଆଦର୍ଶଭିତ୍ତିକ ଶାସ୍ତ୍ର

CHSE Odisha Class 11 Logic Unit 1 Objective Questions in Odia Medium

୯। କେଉଁ ଯୁକ୍ତିରେ ହେତୁବାକ୍ୟ ସତ୍ୟ ଏବଂ ଅନୁମାନ ପଦ୍ଧତି ବୈଧ ହୋଇଥାଏ ?
Answer:
ଯଥାର୍ଥ ଯୁକ୍ତି

୧୦। କେଉଁ ଯୁକ୍ତିରେ ଅନୁମାନ ପଦ୍ଧତି ଅବୈଧ ଏବଂ ହେତୁବାକ୍ୟ ମିଥ୍ୟା ଅଟେ ?
Answer:
ଅଯଥାର୍ଥ ଯୁକ୍ତି

୧୧। ‘ଯେଉଁ ବସ୍ତୁ ଯାହା, ତାହା ସର୍ବଦା ସେଇଆ’ ଏହା ଆରିଷ୍ଟୋଟଲ୍‌ଙ୍କ କେଉଁ ନିୟମ ଅର୍ନ୍ତଭୁକ୍ତ ଅଟେ ?
Answer:
ତାଦାତ୍ମ୍ୟ ନିୟମ

୧୨। ‘‘ଗୋଟିଏ ବସ୍ତୁରେ ଦୁଇଟି ପରସ୍ପର ବିରୋଧୀଗୁଣ ଏକତ୍ର ଓ ଏକ ସମୟରେ ରହିବା ସମ୍ଭବପର ନୁହେଁ ’’ ଏହା ଆରିଷ୍ଟୋଟଲ୍‌ଙ୍କ କେଉଁ ନିୟମ ଅନ୍ତର୍ଭୁକ୍ତ ଅଟେ ?
Answer:
ବିରୋଧ ନିୟମ

୧୩। ପ୍ରତ୍ୟେକ ବସ୍ତୁ ହୁଏତ ଗୋଟିଏ ଗୁଣଯୁକ୍ତ ନତୁବା ଗୁଣଟିର ବିରୁଦ୍ଧ ଗୁଣଯୁକ୍ତ, ଏପରି ଚିନ୍ତାଧାରା ଆରିଷ୍ଟୋଟଲ୍‌ଙ୍କ କେଉଁ ନିୟମ ଅନ୍ତର୍ଭୁକ୍ତ ଅଟେ ?
Answer:
ନିର୍ମଧ୍ଯମ ନିୟମ

୧୪। ତର୍କବାକ୍ୟରେ ଉଦ୍ଦେଶ୍ୟ ଓ ବିଧେୟରୂପେ ବ୍ୟବହୃତ ହୋଇପାରୁଥିବା ଶବ୍ଦକୁ କ’ଣ କୁହାଯାଏ ?
Answer:
ପଦ

୧୫। ଯେଉଁ ଶବ୍ଦ ଅନ୍ୟ କୌଣସି ଶବ୍ଦର ବିନା ସହାୟତାରେ ତର୍କବାକ୍ୟର ଉଦ୍ଦେଶ୍ୟ କିମ୍ବା ବିଧେୟରୂପେ ବ୍ୟବହୃତ ହୋଇପାରେ ତାକୁ କେଉଁ ଶବ୍ଦ କୁହାଯାଏ ?
Answer:
ସ୍ବତନ୍ତ୍ର ପଦଯୋଗ୍ୟ ଶବ୍ଦ

୧୬। ଯେଉଁ ଶବ୍ଦର ସ୍ଵାଧୀନଭାବରେ ଉଦ୍ଦେଶ୍ୟ ବା ବିଧେୟରୂପେ ବ୍ୟବହୃତ ହେବାର ସାମର୍ଥ୍ୟ ନାହିଁ କିନ୍ତୁ ସ୍ୱତନ୍ତ୍ର ପଦଯୋଗ୍ୟ ଶବ୍ଦର ସହାୟତାରେ ତର୍କବାକ୍ୟର ଉଦ୍ଦେଶ୍ୟ ଓ ବିଧେୟରୂପେ ବ୍ୟବହୃତ ହୋଇପାରେ, ତାକୁ କ’ଣ କୁହାଯାଏ ?
Answer:
ପରତନ୍ତ୍ର ପଦଯୋଗ୍ୟ ଶବ୍ଦ

୧୭। ଯେଉଁ ଶବ୍ଦ ଅନ୍ୟ ଶବ୍ଦର ସହାୟତାରେ ବା ବିନା ସହାୟତାରେ ତର୍କବାକ୍ୟର ଉଦ୍ଦେଶ୍ୟ କିମ୍ବା ବିଧେୟରୂପେ ବ୍ୟବହୃତ ହୋଇପାରେ ନାହିଁ, ତାକୁ କ’ଣ କୁହାଯାଏ ?
Answer:
ଅପଦ

୧୮। କେଉଁ ପଦଦ୍ୱାରା ବସ୍ତୁ, ବ୍ୟକ୍ତି ବା କର୍ମ ଇତ୍ୟାଦି ସୂଚିତ ହୁଏ ?
Answer:
ବାତ୍ୟାର୍ଥ ପଦ

୧୯। କେଉଁ ପଦଦ୍ୱାରା ବସ୍ତୁ, ବ୍ୟକ୍ତିର ଅପରିହାର୍ଯ୍ୟ ଓ ସାଧାରଣ ଗୁଣ ପ୍ରକାଶିତ ହୁଏ ?
Answer:
ଲକ୍ଷଣାର୍ଥକ ପଦ

୨୦। କେଉଁ ଲକ୍ଷଣାର୍ଥ ବସ୍ତୁ, ବ୍ୟକ୍ତି ବା ଜାତିର ଲକ୍ଷଣାର୍ଥ ବିଚାର ବ୍ୟକ୍ତିଗତ ଦୃଷ୍ଟିରୁ କରିଥାଏ ?
Answer:
ବ୍ୟକ୍ତିନିଷ୍ଠ ଲକ୍ଷଣାର୍ଥ

୨୧। କେଉଁ ଲକ୍ଷଣାର୍ଥ ଗୋଟିଏ ବ୍ୟକ୍ତି ବା ବସ୍ତୁର ସମସ୍ତ ଗୁଣକୁ ଅବତାରଣା କରିଥାଏ ?
Answer:
ବସ୍ତୁନିଷ୍ଠ ବା ତାତ୍ତ୍ଵିକ ଲକ୍ଷଣାର୍ଥ

୨୨। ଯେତେବେଳେ ପଦର ବୈଜ୍ଞାନିକ ଲକ୍ଷଣାର୍ଥ ବୈଜ୍ଞାନିକ ପଦ୍ଧତିରେ ସ୍ଥିରୀକୃତ କେବଳ ମୁଖ୍ୟ ଗୁଣାବଳୀକୁ ବୁଝାଇଥାଏ, ତାକୁ କେଉଁ ଲକ୍ଷଣାର୍ଥ କହନ୍ତି ?
Answer:
ବୈଜ୍ଞାନିକ ଲକ୍ଷଣାର୍ଥ ବା ତର୍କଶାସ୍ତ୍ରୀୟ ଲକ୍ଷଣାର୍ଥ

CHSE Odisha Class 11 Logic Unit 1 Objective Questions in Odia Medium

୨୩। ଯେତେବେଳେ ଗୋଟିଏ ପଦ ତାହାର ଜାତିର ଉପଜାତି ବା ଉପଜାତିସମୂହକୁ ପ୍ରକାଶ କରେ, ତାକୁ କ’ଣ କୁହାଯାଏ ?
Answer:
ବିସ୍ତୃତି

୨୪। କେଉଁ ପଦ ଗୋଟିଏ ଶବ୍ଦକୁ ନେଇ ଗଠିତ ହୋଇଥାଏ ?
Answer:
ଏକଶାବ୍ଦିକ ପଦ

୨୫। କେଉଁ ପଦ ଏକାଧ୍ୱ ଶବ୍ଦ ବା ବହୁ ଶବ୍ଦଦ୍ୱାରା ଗଠିତ ହୋଇଥାଏ ?
Answer:
ବିହୁଶାବ୍ଦିକ ପଦ

୨୬। ଗୋଟିଏ ପଦ ଯେତେବେଳେ ଗୋଟିଏ ଅର୍ଥକୁ ପ୍ରକାଶ କରେ, ତାକୁ କେଉଁ ପଦ କୁହାଯାଏ ?
Answer:
ଏକାର୍ଥକ ପଦ

୨୭। କେଉଁ ପଦର ଏକାଧ୍ୟକ ଅର୍ଥ ଥାଏ ?
Answer:
ଅନେକାର୍ଥକ ପଦ

୨୮। କେଉଁ ପଦ ବସ୍ତୁ ବା ବ୍ୟକ୍ତିର ଶ୍ରେଣୀକୁ ବୁଝାଇଥାଏ ?
Answer:
ସାମାନ୍ୟ ପଦ

୨୯। କେଉଁ ପଦ ଏକ ନିର୍ଦ୍ଦିଷ୍ଟ ବସ୍ତୁ, ବ୍ୟକ୍ତି, ଗୁଣ ବା ସମଷ୍ଟିକୁ ବୁଝାଇଥାଏ ?
Answer:
ବିଶେଷ ପଦ

୩୦। ଯେଉଁ ପଦ କେତେକ ବସ୍ତୁ ବା ବ୍ୟକ୍ତିର ସମଷ୍ଟିକୁ ବୁଝାଏ, ତାକୁ କ’ଣ କୁହାଯାଏ ?
Answer:
ସମଷ୍ଟିବାଚୀ ପଦ

୩୧। ଯେତେବେଳେ ଗୋଟିଏ ପଦର ନାମ, ତାହାଦ୍ୱାରା ସୂଚିତ ପ୍ରତ୍ୟେକ ବସ୍ତୁ ବା ବ୍ୟକ୍ତିକୁ ବୁଝାଏ, ତାକୁ କ’ଣ କୁହାଯାଏ ?
Answer:
ବ୍ୟଷ୍ଟିବାଚୀ ପଦ

୩୨। କେଉଁ ପଦ କୌଣସି ଦ୍ରବ୍ୟ ଅର୍ଥାତ୍ ବସ୍ତୁ, ବ୍ୟକ୍ତି ବା ସେମାନଙ୍କର ଶ୍ରେଣୀ, ସମଷ୍ଟି ଇତ୍ୟାଦିକୁ ବୁଝାଇଥାଏ ?
Answer:
ଦ୍ରବଷ୍ଟିବାଚୀ ପଦ

୩୩। ଯେଉଁ ପଦ କୌଣସି ଗୁଣ ବା କ୍ରିୟାର ନାମକୁ ବୁଝାଏ, ତାକୁ କେଉଁ ପଦ କୁହାଯାଏ ?
Answer:
ଗୁଣବାଚକ ପଦ

୩୪। କେଉଁ ପଦ କୌଣସି ବସ୍ତୁ, ଶ୍ରେଣୀ, ଗୁଣ, କ୍ରିୟା ଇତ୍ୟାଦିର ଅସ୍ତିତ୍ଵକୁ ବୁଝାଇଥାଏ ?
Answer:
ଭାବବାଚକ ପଦ

CHSE Odisha Class 11 Logic Unit 1 Objective Questions in Odia Medium

୩୫। କେଉଁ ପଦ କୌଣସି ବସ୍ତୁ, ଶ୍ରେଣୀ, ଗୁଣ, କ୍ରିୟା ଇତ୍ୟାଦିର ଅଭାବକୁ ବୁଝାଇଥାଏ ?
Answer:
ଅଭାବ ପଦ

୩୬। କେଉଁ ପଦ କୌଣସି ବସ୍ତୁ ବା ଶ୍ରେଣୀର ତଥା ସ୍ଵାଭାବିକ ଭାବେ ଥିବା କୌଣସି ଗୁଣର ତାତ୍କାଳିକ ଅଭାବକୁ ବୁଝାଇଥାଏ ?
Answer:
ବ୍ୟାହତାର୍ଥକ ପଦ

୩୭। ଯେତେବେଳେ ଗୋଟିଏ ପଦର ଅର୍ଥ ତାହାର ଅନ୍ୟ ଏକ ପଦ ସହିତ ସମ୍ବନ୍ଧ ଉପରେ ନିର୍ଭରଶୀଳ ସେହି ପଦକୁ କ’ଣ କୁହାଯାଏ ?
Answer:
ସାପେକ୍ଷ ପଦ

୩୮। ଯେତେବେଳେ ଗୋଟିଏ ପଦର ଅର୍ଥ ଅନ୍ୟ କୌଣସି ପଦ ସହିତ ତାହାର ସମ୍ବନ୍ଧ ଉପରେ ନିର୍ଭରଶୀଳ ହୋଇନଥାଏ, ତାକୁ କ’ଣ କୁହାଯାଏ ?
Answer:
ନିରପେକ୍ଷ ପଦ

୩୯। କେଉଁ ପଦର ଉଭୟ ବାତ୍ୟାର୍ଥ ଓ ଲକ୍ଷଣାର୍ଥ ଥାଏ ?
Answer:
ସଲକ୍ଷଣ ପଦ ବା ଲକ୍ଷଣାର୍ଥକ ପଦ

୪୦। ଯେତେବେଳେ ଗୋଟିଏ ପଦର ହୁଏତ ବାତ୍ୟାର୍ଥ କିମ୍ବା ଲକ୍ଷଣାର୍ଥ ରହିଥାଏ କିନ୍ତୁ ଉଭୟଟି ନଥାଏ, ତାକୁ କ’ଣ କୁହାଯାଏ ?
Answer:
ଅଲକ୍ଷଣ ପଦ ବା ଅଲକ୍ଷଣାର୍ଥକ ପଦ

୪୧। କେଉଁ ପଦଦ୍ୱାରା ନିର୍ଦ୍ଦିଷ୍ଟ ଏକ ବ୍ୟକ୍ତି, ବସ୍ତୁ, ଶ୍ରେଣୀ ଅଥବା ଗୁଣକୁ ସୂଚିତ ହୋଇଥାଏ ?
Answer:
ନିର୍ଦ୍ଦିଷ୍ଟାର୍ଥକ ପଦ

୪୩। କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ ଗୁଣବାଚକ ପଦଗୁଡ଼ିକ ବିଶେଷ ପଦ ?
Answer:
ଜେଭନ୍ସ

୪୪। କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ ଗୁଣବାଚକ ପଦଗୁଡ଼ିକୁ ଶ୍ରେଣୀକରଣ କରାଯାଇ ପାରିବ ନାହିଁ ?
Answer:
କେଇନ୍ସ

୪୫। କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ ବ୍ୟକ୍ତିବାଚକ ପଦଗୁଡ଼ିକ ଅଲାକ୍ଷଣିକ ବା ଅଲକ୍ଷଣ ପଦ ?
Answer:
ମିଲ୍

୪୬। କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ ବ୍ୟକ୍ତିବାଚକ ପଦଗୁଡ଼ିକ ଲକ୍ଷଣାର୍ଥକ ବା ଲାକ୍ଷଣିକ ?
Answer:
ଜେଭନ୍ସ

୪୭। କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ ବ୍ୟକ୍ତିବାଚକ ପଦଗୁଡ଼ିକ ପ୍ରଥମେ ଅଲକ୍ଷଣାର୍ଥକ କିନ୍ତୁ ପରେ ଲକ୍ଷଣାର୍ଥକ ?
Answer:
ଡକ୍ଟର ପ୍ରଫୁଲ କୁମାର ରାୟ

୪। କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ ବାତ୍ୟାର୍ଥ ଓ ଲକ୍ଷଣାର୍ଥ ଅବିଚ୍ଛେଦ୍ୟ ଭାବରେ ସଂପୃକ୍ତ ।
Answer:
ବୋସାଙ୍କେ

CHSE Odisha Class 11 Logic Unit 1 Objective Questions in Odia Medium

D. ଭୁଲ୍ ଥିଲେ ଠିକ୍ କରି ଲେଖ

୧। ପ୍ଲାଟୋଙ୍କ ମତରେ, ‘ସମସ୍ତ ମନୁଷ୍ୟ ବିଚାରବନ୍ତ ପ୍ରାଣୀ ଅଟନ୍ତି ।’’ (ଭୁଲ୍)
Answer:
ଆରିଷ୍ଟୋଟଲ୍‌ଙ୍କ ମତରେ, ‘ସମସ୍ତ ମନୁଷ୍ୟ ବିଚାରବନ୍ତ ପ୍ରାଣୀ ଅଟନ୍ତି ।’’ (ଠିକ୍)

୨। ‘ଲଜିକ୍’ ଶବ୍ଦଟି ଗ୍ରୀକ୍ ଶବ୍ଦ ‘ଡେମୋକ୍ରସ୍’ରୁ ଆସିଅଛି । (ଭୁଲ୍)
Answer:
‘ଲଜିକ୍’ ଶବ୍ଦଟି ଗ୍ରୀକ୍ ଶବ୍ଦ ‘ଲୋଗସ୍’ରୁ ଆସିଅଛି । (ଠିକ୍)

୩। ଅନୁମାନ ଏକ ପ୍ରତ୍ୟକ୍ଷ ଜ୍ଞାନ ପ୍ରକ୍ରିୟା ଅଟେ । (ଭୁଲ୍)
Answer:
ଅନୁମାନ ଏକ ମାନସିକ ପ୍ରକ୍ରିୟା ଅଟେ । (ଠିକ୍)

୪। ଯେତେବେଳେ କୌଣସି ସିଦ୍ଧାନ୍ତକୁ ଆଶ୍ରୟ କରି ହେତୁ ଅନୁସୃତ ହୁଏ, ତାହାକୁ ଅନୁମାନ କହନ୍ତି । (ଭୁଲ୍)
Answer:
ଯେତେବେଳେ କୌଣସି ହେତୁକୁ ଆଶ୍ରୟ କରି ସିଦ୍ଧାନ୍ତ ଗ୍ରହଣ କରାଯାଏ, ତାହାକୁ ଅନୁମାନ କହନ୍ତି । (ଠିକ୍)

୫। ଅନୁମାନକୁ ଯେତେବେଳେ ଚିନ୍ତା କରାଯାଏ, ତାହାକୁ ଯୁକ୍ତି କହନ୍ତି । (ଭୁଲ୍)
Answer:
ଅନୁମାନ ଯେତେବେଳେ ଭାଷାରେ ପ୍ରକାଶିତ ହୁଏ, ତାହାକୁ ଯୁକ୍ତି କୁହାଯାଏ । (ଠିକ୍)

୬। ଯୁକ୍ତିଟି ସତ୍ୟ କିମ୍ବା ମିଥ୍ୟା ହୋଇପାରେ । (ଭୁଲ୍)
Answer:
ଯୁକ୍ତିଟି ବୈଧ କିମ୍ବା ଅବୈଧ ହୋଇପାରେ । (ଠିକ୍)

୭। ତର୍କବାକ୍ୟଟି ବୈଧ କିମ୍ବା ଅବୈଧ ହୋଇପାରେ । (ଭୁଲ୍)
Answer:
ତର୍କବାକ୍ୟଟି ସତ୍ୟ କିମ୍ବା ମିଥ୍ୟା ହୋଇପାରେ । (ଠିକ୍)

୮। ତର୍କଶାସ୍ତ୍ର ଗୋଟିଏ ବସ୍ତୁନିଷ୍ଠ ବିଜ୍ଞାନ । (ଭୁଲ୍)
Answer:
ତର୍କଶାସ୍ତ୍ର ଗୋଟିଏ ଆଦର୍ଶଭିଭିକ ବିଜ୍ଞାନ । (ଠିକ୍)

୯। ଗଣିତ ଭଳି ତର୍କଶାସ୍ତ୍ର ଏକ ଆଦର୍ଶଭିଭିକ ବିଜ୍ଞାନ । (ଭୁଲ୍)
Answer:
ଗଣିତ ଭଳି ତର୍କଶାସ୍ତ୍ର ଏକ ଆକାରଗତ ବିଜ୍ଞାନ । (ଠିକ୍)

୧୦। ମିଲ୍କଙ୍କ ମତରେ, ‘ମାନବୀୟ ଜ୍ଞାନର ନିୟାମକ ବିଧି ବିଜ୍ଞାନହିଁ ତର୍କଶାସ୍ତ୍ର ।’’ (ଭୁଲ୍)
Answer:
ୟବର ଭଏସ୍‌ଙ୍କ ମତରେ, ‘ମାନବୀୟ ଜ୍ଞାନର ନିୟାମକ ବିଧୂର ବିଜ୍ଞାନହିଁ ତର୍କଶାସ୍ତ୍ର ।’’(ଠିକ୍)

୧୧। ହେଲିଙ୍କ ମତରେ, ‘ବିଚାରର ନିୟମାବଳୀ ସମ୍ବନ୍ଧୀୟ ବିଜ୍ଞାନହିଁ ତର୍କଶାସ୍ତ୍ର ।’’ (ଭୁଲ୍)
Answer:
ଟମ୍ସନ୍‌ଙ୍କ ମତରେ, ‘ବିଚାରର ନିୟମାବଳୀ ସମ୍ବନ୍ଧୀୟ ବିଜ୍ଞାନହିଁ ତର୍କଶାସ୍ତ୍ର ।’’ (ଠିକ୍)

୧୨। ଆଲ୍‌ଡ୍ରିକ୍‌ଙ୍କ ମତରେ, ‘ଯୁକ୍ତି ସମ୍ବନ୍ଧୀୟ ବିଜ୍ଞାନହିଁ ତର୍କଶାସ୍ତ୍ର ।’’ (ଭୁଲ୍)
Answer:
ଆଲ୍‌ବର୍ଟସ ମେଗ୍‌ନସ୍‌ଙ୍କ ମତରେ, ‘ଯୁକ୍ତି ସମ୍ବନ୍ଧୀୟ ବିଜ୍ଞାନହିଁ ତର୍କଶାସ୍ତ୍ର ।’’ (ଠିକ୍)

୧୩। ଆରିଷ୍ଟୋଟଲଙ୍କ ମତରେ, ‘ଯୁକ୍ତି ସମ୍ବନ୍ଧୀୟ କଳାହିଁ ତର୍କଶାସ୍ତ୍ର ।’’ (ଭୁଲ୍)
Answer:
ଆଲ୍‌ଡ୍ରିକ୍‌ଙ୍କ ମତରେ, ‘ଯୁକ୍ତି ସମ୍ବନ୍ଧୀୟ କଳାହିଁ ତର୍କଶାସ୍ତ୍ର ।’’ (ଠିକ୍)

CHSE Odisha Class 11 Logic Unit 1 Objective Questions in Odia Medium

୧୪। ବେନ୍‌ଙ୍କ ମତରେ, ‘ତର୍କଶାସ୍ତ୍ର ଯୁକ୍ତି ସମ୍ବନ୍ଧୀୟ ବିଜ୍ଞାନ ତଥା କଳା ।’’ (ଭୁଲ୍)
Answer:
ସ୍ଵେଟ୍‌ଲିଙ୍କ ମତରେ, ‘ତର୍କଶାସ୍ତ୍ର ଯୁକ୍ତି ସମ୍ବନ୍ଧୀୟ ବିଜ୍ଞାନ ତଥା କଳା ।’’ (ଠିକ୍)

୧୫। ‘ଯେଉଁ ବସ୍ତୁ ଯାହା, ତାହା ସର୍ବଦା ସେଇଆ’’ ଏହା ବିରୋଧ ନିୟମ ଅଟେ । (ଭୁଲ୍)
Answer:
‘ଯେଉଁ ବସ୍ତୁ ଯାହା, ତାହା ସର୍ବଦା ବସ୍ତୁ ଯାହା, ତାହା ସର୍ବଦା ସେଇଆ’’ ଏହା ତାଦାତ୍ମ୍ୟ ନିୟମ ଅଟେ । (ଠିକ୍)

୧୬। ‘ଗୋଟିଏ ବସ୍ତୁ ଏକ ସ୍ଥାନରେ ଓ ଏକ ସମୟରେ ଉଭୟ ଶ୍ଵେତ୍ ଓ ଅଶ୍ଵେତ ହୋଇନପାରେ’’ ଏହା ନିର୍ମଧ୍ଯମ ନିୟମ ଅଟେ । (ଭୁଲ୍)
Answer:
‘ଗୋଟିଏ ବସ୍ତୁ ଏକ ସ୍ଥାନରେ ଓ ଏକ ସମୟରେ ଉଭୟ ଶ୍ଵେତ ଓ ଅଶ୍ଵେତ ହୋଇନପାରେ’’ ଏହା ବିରୋଧ ନିୟମ ଅଟେ । (ଠିକ୍)

୧୭। ‘ ପ୍ରତ୍ୟେକ ବସ୍ତୁ ହୁଏତ ଗୋଟିଏ ଗୁଣଯୁକ୍ତ ନତୁବା ଗୁଣଟିର ବିରୁଦ୍ଧ ଗୁଣଯୁକ୍ତ’’ ଏହା ତାଦାତ୍ମ୍ୟ ନିୟମ ଅଟେ । (ଭୁଲ୍)
Answer:
‘‘ପ୍ରତ୍ୟେକ ବସ୍ତୁ ହୁଏତ ଗୋଟିଏ ଗୁଣଯୁକ୍ତ ନତୁବା ଗୁଣଟିର ବିରୁଦ୍ଧ ଗୁଣଯୁକ୍ତ’’ ଏହା ନିର୍ମାଧ୍ୟମ ନିୟମ ଅଟେ । (ଠିକ୍)

୧୮। ତର୍କବାକ୍ୟରେ ତିନିଗୋଟି ପଦ ରହିଥାଏ । (ଭୁଲ୍)
Answer:
ତର୍କବାକ୍ୟରେ ଦୁଇଗୋଟି ପଦ ରହିଥାଏ । (ଠିକ୍)

୧୯। ତର୍କବାକ୍ୟରେ ଉଦ୍ଦେଶ୍ୟ, ବିଧେୟ ଓ ସଂଯୋଜକକୁ ପଦ ଅନ୍ତର୍ଭୁକ୍ତ କରାଯାଏ । (ଭୁଲ୍)
Answer:
ତର୍କବାକ୍ୟରେ କେବଳ ଉଦ୍ଦେଶ୍ୟ ଓ ବିଧେୟକୁ ପଦ ଅନ୍ତର୍ଭୁକ୍ତ କରାଯାଇଥାଏ । (ଠିକ୍)

୨୦। ତର୍କବାକ୍ୟରେ ସଂଯୋଜକ ଏକ ପଦ ଅଟେ । (ଭୁଲ୍)
Answer:
ତର୍କବାକ୍ୟରେ ସଂଯୋଜକ ଏକ ପଦ ନୁହେଁ । (ଠିକ୍)

୨୧। ଯେଉଁ ଶବ୍ଦ ଅନ୍ୟ କୌଣସି ଶବ୍ଦର ସହାୟତାରେ ତର୍କବାକ୍ୟର ଉଦ୍ଦେଶ୍ୟ କିମ୍ବା ବିଧେୟରୂପେ ବ୍ୟବହୃତ ହୋଇପାରେ ତାହାକୁ ସ୍ୱତନ୍ତ୍ର ପଦଯୋଗ୍ୟ ଶବ୍ଦ କୁହାଯାଏ । (ଭୁଲ୍)
Answer:
ଯେଉଁ ଶବ୍ଦ ଅନ୍ୟ କୌଣସି ଶବ୍ଦର ବିନା ସହାୟତାରେ ତର୍କବାକ୍ୟର ଉଦ୍ଦେଶ୍ୟ କିମ୍ବା ବିଧେୟ ରୂପେ ବ୍ୟବହୃତ ହୋଇପାରେ ତାହାକୁ ସ୍ବତନ୍ତ୍ର ପଦଯୋଗ୍ୟ ଶବ୍ଦ କୁହାଯାଏ ! (ଠିକ୍)

୨୨। ଯେଉଁ ଶବ୍ଦର ସ୍ଵାଧୀନ ଭାବରେ ଉଦ୍ଦେଶ୍ୟ ବା ବିଧେୟରୂପେ ବ୍ୟବହୃତ ହେବାର ସାମର୍ଥ୍ୟ ଅଛି, କିନ୍ତୁ ସ୍ବତନ୍ତ୍ର ପଦଯୋଗ୍ୟ ଶବ୍ଦର ସହାୟତାରେ ତର୍କବାକ୍ୟର ଉଦ୍ଦେଶ୍ୟ କିମ୍ବା ବିଧେୟ ରୂପେ ବ୍ୟବହୃତ ହୋଇପାରେ ନାହିଁ, ତାହା ହେଉଛି ପରତନ୍ତ୍ର ପଦଯୋଗ୍ୟ ଶବ୍ଦ । (ଭୁଲ୍)
Answer:
ଯେଉଁ ଶବ୍ଦର ସ୍ଵାଧୀନଭାବରେ ଉଦ୍ଦେଶ୍ୟ ବା ବିଧେୟରୂପେ ବ୍ୟବହୃତ ହେବାର ସାମର୍ଥ୍ୟ ନାହିଁ, କିନ୍ତୁ ସ୍ୱତନ୍ତ୍ର ପଦଯୋଗ୍ୟ ଶବ୍ଦର ସହାୟତାରେ ତର୍କବାକ୍ୟର ଉଦ୍ଦେଶ୍ୟ କିମ୍ବା ବିଧେୟ ରୂପେ ଯେ ବ୍ୟବହୃତ ହୋଇପାରେ, ତାହାହେଉଛି ପରତନ୍ତ୍ର ପଦଯୋଗ୍ୟ ଶବ୍ଦ । (ଠିକ୍)

CHSE Odisha Class 11 Logic Unit 1 Objective Questions in Odia Medium

୨୩। ବିସ୍ମୟସୂଚକ ଚିହ୍ନଗୁଡ଼ିକ ସ୍ବତନ୍ତ୍ର ପଦଯୋଗ୍ୟ ଶବ୍ଦ ଅଟେ । (ଭୁଲ୍)
Answer:
ବିସ୍ମୟସୂଚକ ଚିହ୍ନଗୁଡ଼ିକ ଅପଦ ଶବ୍ଦ ଅଟେ । (ଠିକ୍)

୨୪। କେବଳ ଅପଦ ଶବ୍ଦ ଓ ପରତନ୍ତ୍ର ପଦଯୋଗ୍ୟ ଶବ୍ଦଗୁଡ଼ିକ ପଦ ହୁଅନ୍ତି । (ଭୁଲ୍)
Answer:
କେବଳ ସ୍ବତନ୍ତ୍ର ପଦଯୋଗ୍ୟ ଶବ୍ଦଗୁଡ଼ିକ ପଦ ହୋଇଥାନ୍ତି । (ଠିକ୍)

୨୫। ବିଶେଷ୍ୟ, ବିଶେଷଣ, ସର୍ବନାମଗୁଡ଼ିକ ଅପଦ ହୋଇଥାନ୍ତି । (ଭୁଲ୍)
Answer:
ବିଶେଷ୍ୟ, ବିଶେଷଣ, ସର୍ବନାମଗୁଡ଼ିକ ସ୍ବତନ୍ତ୍ର ପଦଯୋଗ୍ୟ ଶବ୍ଦ ହୋଇଥାନ୍ତି । (ଠିକ୍)

୨୬। କ୍ରିୟା, କ୍ରିୟା ବିଶେଷଣ ଓ ଅବ୍ୟୟଗୁଡ଼ିକ ସ୍ବତନ୍ତ୍ର ପଦଯୋଗ୍ୟ ଶବ୍ଦ ହୋଇଥାନ୍ତି । (ଭୁଲ୍)
Answer:
କ୍ରିୟା, କ୍ରିୟା ବିଶେଷଣ ଓ ଅବ୍ୟୟଗୁଡ଼ିକ ପରତନ୍ତ୍ର ପଦଯୋଗ୍ୟ ଶବ୍ଦ ହୋଇଥାନ୍ତି । (ଠିକ୍)

୨୭। ଯେତେବେଳେ ପଦଟି ଅତ୍ୟାବଶ୍ୟକ ଓ ସାଧାରଣ ଲକ୍ଷଣ ବା ଗୁଣଗୁଡ଼ିକୁ ସୂଚାଇଥାଏ, ତାହାକୁ ପଦର ବାତ୍ୟାର୍ଥ କହନ୍ତି । (ଭୁଲ୍)
Answer:
ଯେତେବେଳେ ପଦଟି ଅତ୍ୟାବଶ୍ୟକ ଓ ସାଧାରଣ ଲକ୍ଷଣ ବା ଗୁଣଗୁଡ଼ିକୁ ସୂଚାଇଥାଏ, ତାହାକୁ ପଦର ଲକ୍ଷଣାର୍ଥ କହନ୍ତି । (ଠିକ୍)

୨୮। ପଦଟି ଯେଉଁ ଯେଉଁ କ୍ଷେତ୍ରରେ ପ୍ରଯୁଜ୍ୟ ହୁଏ, ତାହା ପଦର ଲକ୍ଷଣାର୍ଥ । (ଭୁଲ୍)
Answer:
ପଦଟି ଯେଉଁ ଯେଉଁ କ୍ଷେତ୍ରରେ ପ୍ରଯୁଜ୍ୟ ହୁଏ, ତାହା ପଦର ବାତ୍ୟାର୍ଥ । (ଠିକ୍)

୨୯। ପଦର ବ୍ୟକ୍ତିସାପେକ୍ଷ ଲକ୍ଷଣାର୍ଥ ଜ୍ଞାତାର ତତ୍ତ୍ଵ ଉପରେ ନିର୍ଭରଶୀଳ । (ଭୁଲ୍)
Answer:
ପଦର ବ୍ୟକ୍ତିସାପେକ୍ଷ ଲକ୍ଷଣାର୍ଥ ଜ୍ଞାତାର ବ୍ୟକ୍ତିତ୍ବ ଉପରେ ନିର୍ଭରଶୀଳ । (ଠିକ୍)

୩୦। ପଦର ବସ୍ତୁଧର୍ମୀ ଲକ୍ଷଣାର୍ଥ ପଦସୂଚିତ ବସ୍ତୁର ସମସ୍ତ ମୁଖ୍ୟ ତଥା ଗୌଣ ଗୁଣକୁ ବୁଝାଏ ନାହିଁ । (ଭୁଲ୍)
Answer:
ପଦର ବସ୍ତୁଧର୍ମୀ ଲକ୍ଷଣାର୍ଥ ପଦସୂଚିତ ବସ୍ତୁର ସମସ୍ତ ମୁଖ୍ୟ ତଥା ଗୌଣ ଗୁଣକୁ ବୁଝାଏ । (ଠିକ୍)

୩୧। ବ୍ୟକ୍ତିସାପେକ୍ଷ ଲକ୍ଷଣାର୍ଥକୁ ତର୍କଶାସ୍ତ୍ରୀୟ ଲକ୍ଷଣାର୍ଥ କୁହାଯାଏ । (ଭୁଲ୍)
Answer:
ବୈଜ୍ଞାନିକ ଲକ୍ଷଣାର୍ଥହିଁ ତର୍କଶାସ୍ତ୍ରୀୟ ଲକ୍ଷଣାର୍ଥ । (ଠିକ୍)

୩୨। ବାତ୍ୟାର୍ଥ ଓ ଲକ୍ଷଣାର୍ଥର ବିପରୀତମୁଖୀ ପରିବର୍ତ୍ତନକୁ ୫ ଭାଗରେ ବିଭକ୍ତ କରାଯାଏ । (ଭୁଲ୍)
Answer:
ବାଚ୍ୟାର୍ଥ ଓ ଲକ୍ଷଣାର୍ଥ ବିପରୀତମୁଖୀ ପରିବର୍ତ୍ତନକୁ ୪ ଭାଗରେ ବିଭକ୍ତ କରାଯାଏ । (ଠିକ୍)

୩୩। ମିଲଙ୍କ ମତରେ, ‘ଗୁଣବାଚକ ପଦଗୁଡ଼ିକ ବିଶେଷ ପଦ ।’’ (ଭୁଲ୍)
Answer:
ଜେଭନ୍ସଙ୍କ ମତରେ, ‘ଗୁଣବାଚକ ପଦଗୁଡ଼ିକ ବିଶେଷ ପଦ ।’’ (ଠିକ୍)

୩୪। କିନିଜଙ୍କ ମତରେ, ‘ଯେଉଁ ଗୁଣବାଚକ ପଦ ଭିନ୍ନ ଭିନ୍ନ ପ୍ରକାରର ହୋଇପାରେ ତାହାହିଁ କେବଳ ସାମାନ୍ୟ ପଦ ।’’ (ଭୁଲ୍)
Answer:
ଭାରତୀୟ ତର୍କବିତ୍ ଅମ୍ବିକା ଚରଣ ମିତ୍ରଙ୍କ ମତରେ, ‘ଯେଉଁ ଗୁଣବାଚକ ପଦ ଭିନ୍ନ ଭିନ୍ନ ପ୍ରକାରର ହୋଇପାରେ, ତାହାହିଁ ସାମାନ୍ୟ ପଦ ।’’ (ଠିକ୍)

CHSE Odisha Class 11 Logic Unit 1 Objective Questions in Odia Medium

୩୫। ମିଲ୍‌ଙ୍କ ମତରେ, ‘ବ୍ୟକ୍ତିବାଚକ ପଦ ଲକ୍ଷଣାର୍ଥକ ।’’ (ଭୁଲ୍)
Answer:
ମିଲ୍କଙ୍କ ମତରେ, ‘‘ବ୍ୟକ୍ତିବାଚକ ପଦ ଅଲକ୍ଷଣାର୍ଥକ ।’’ (ଠିକ୍)

୩୬। ଜେଭନ୍‌ସଙ୍କ ମତରେ, ‘ବ୍ୟକ୍ତିବାଚକ ପଦଗୁଡ଼ିକ ଅଲକ୍ଷଣାର୍ଥକ ।’’ (ଭୁଲ୍)
Answer:
ଜେଭନ୍ସଙ୍କ ମତରେ, ‘ବ୍ୟକ୍ତିବାଚକ ପଦଗୁଡ଼ିକ ଲକ୍ଷଣାର୍ଥକ ।’’ (ଠିକ୍)

୩୭। ଡକ୍ଟର ପ୍ରଫୁଲ୍ଲ କୁମାର ରାୟଙ୍କ ମତରେ, ‘ବ୍ୟକ୍ତିବାଚକ ପଦ ପ୍ରଥମେ ଲକ୍ଷଣାର୍ଥକ ଓ ପରେ ଅଲକ୍ଷଣାର୍ଥକ ।’’ (ଭୁଲ୍)
Answer:
ଡକ୍ଟର ପ୍ରଫୁଲ୍ଲ କୁମାର ରାୟଙ୍କ ମତରେ, ‘ବ୍ୟକ୍ତିବାଚକ ପଦ ପ୍ରଥମେ ଅଲକ୍ଷଣାର୍ଥକ ଓ ପରେ ଲକ୍ଷଣାର୍ଥକ ।’’ (ଠିକ୍)

୩୮। ‘ଅନ୍ଧ’ ହେଉଛି ଅଭାବ ପଦ । (ଭୁଲ୍)
Answer:
‘ଅନ୍ଧ’ ହେଉଛି ବ୍ୟାହତାର୍ଥକ ପଦ । (ଠିକ୍)

୩୯। ‘ଆହାର’ ପଦଟି ଦ୍ରବ୍ୟବାଚକ ପଦ । (ଭୁଲ୍)
Answer:
‘ଆହାର’ ପଦଟି ଭାବ ପଦ । (ଠିକ୍)

୪୦। ‘ପତି-ପତ୍ନୀ’ ହେଉଛି ଲକ୍ଷଣାର୍ଥକ ପଦ । (ଭୁଲ୍)
Answer:
‘ପତି-ପତ୍ନୀ’ ହେଉଛି ସାପେକ୍ଷ ପଦ । (ଠିକ୍)

୪୧। ‘ମନୁଷ୍ୟ’ ପଦଟି ଅଲକ୍ଷଣାର୍ଥକ ପଦ । (ଭୁଲ୍)
Answer:
‘ମନୁଷ୍ୟ’ ପଦଟି ଲକ୍ଷଣାର୍ଥକ ପଦ । (ଠିକ୍)

୪୨। ‘ପୁସ୍ତକାକାର’ ପଦଟି ବ୍ୟଷ୍ଟିବାଚୀ ପଦ । (ଭୁଲ୍)
Answer:
‘ପୁସ୍ତକାଗାର’ ପଦଟି ସମଷ୍ଟିବାଚୀ ପଦ । (ଠିକ୍)

୪୩। ‘ପାଣି’ ପଦଟି ଏକାର୍ଥକ ପଦ । (ଭୁଲ୍)
Answer:
‘ପାଣି’ ପଦଟି ଅନେକାର୍ଥକ ପଦ । (ଠିକ୍)

CHSE Odisha Class 11 Logic Unit 5 Objective Questions in Odia Medium

Odisha State Board CHSE Odisha Class 11 Logic Solutions Unit 5 ଭାରତୀୟ ଦର୍ଶନର ବୈଶିଷ୍ଟ୍ୟ, ଜୈନ୍ୟ ଦର୍ଶନ ଓ ବୌଦ୍ଧ ଦର୍ଶନ Objective Questions.

CHSE Odisha Class 11 Logic Unit 5 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତି ସଂକ୍ଷିପ୍ତ ପ୍ରଶ୍ନୋତ୍ତର
A. ବିକଳ୍ପ ଉତ୍ତର ଭିତ୍ତିକ ପ୍ରଶ୍ନୋତ୍ତର

୧. ଦର୍ଶନ ଶବ୍ଦଟି ସଂସ୍କୃତ ଶବ୍ଦ କେଉଁ ଧାତୁରୂପରୁ ଆସିଅଛି ?
(କ) ଦୃଶ୍
(ଖ) ପଠ
(ଗ) କୃ
(ଘ) କେଉଟି ଠିକ୍ ନୁହେଁ
Answer:
(କ) ଦୃଶ୍

୨. ଦର୍ଶନ ଶବ୍ଦର ଅର୍ଥ କେଉଁ ଅର୍ଥକୁ ବୁଝାଏ ?
(କ) ଯାହାଦ୍ଵାରା ଦେଖାଯାଏ
(ଖ) ଯାହାଦ୍ଵାରା ପଢ଼ାଯାଏ
(ଗ) ଯାହାଦ୍ଵାରା ମନେ ରଖାଯାଏ
(ଘ) ଯାହା ଦ୍ବାରା କରାଯାଏ ।
Answer:
(କ) ଯାହାଦ୍ୱାରା ଦେଖାଯାଏ

୩. ଦର୍ଶନ ଶାସ୍ତ୍ରରେ ‘ଦେଖାଯାଏ’ର ଅର୍ଥ କେଉଁ ଅର୍ଥକୁ ବୁଝାଏ ?
(କ) ଜ୍ଞାନ ପ୍ରାପ୍ତ ହୁଏ
(ଖ) ଜ୍ଞାନ ଆହରଣ କରାଯାଏ
(ଗ) ଜ୍ଞାନ ସିଦ୍ଧି ହୁଏ
(ଘ) ଏମାନଙ୍କ ମଧ୍ୟରୁ କୌଣସି ଉତ୍ତର ଠିକ୍ ନୁହେଁ
Answer:
(କ) ଜ୍ଞାନ ପ୍ରାପ୍ତ ହୁଏ

CHSE Odisha Class 11 Logic Unit 5 Objective Questions in Odia Medium

୪, କାହାକୁ ଭାରତୀୟ ଦର୍ଶନର ପରମ ପୁରୁଷାର୍ଥ ବୋଲି କୁହାଯାଏ ?
(କ) ବନ୍ଧନ
(ଖ) ଲୋଭ
(ଗ) ମାୟା
(ଘ) ମୁକ୍ତି ବା ମୋକ୍ଷ
Answer:
(ଘ) ମୁକ୍ତି ବା ମୋକ୍ଷ

୫. ବୌଦ୍ଧ ଦର୍ଶନରେ ମୋକ୍ଷ ବା ମୁକ୍ତି କ’ଣ ବୋଲି କୁହାଯାଇଛି ?
(କ) କୈବଲ୍ୟ
(ଖ) ନିର୍ବାଣ
(ଗ) ମୁକ୍ତି
(ଘ) ଏମାନଙ୍କ ମଧ୍ୟରୁ ସମସ୍ତ ଉତ୍ତର ଠିକ୍ ଅଟେ
Answer:
(ଖ) ନିର୍ବାଣ

୬. ସାଂଖ୍ୟଦର୍ଶନରେ ମୋକ୍ଷ ବା ମୁକ୍ତିକୁ କ’ଣ ବୋଲି କୁହାଯାଇଛି ?
(କ) କୈବଲ୍ୟ
(ଖ) ନିର୍ବାଣ
(ଗ) ମୁକ୍ତି
(ଘ) ସମସ୍ତ ଉତ୍ତର ଠିକ୍ ଅଟେ
Answer:
(କ) କୈବଲ୍ୟ

୭. ନ୍ୟାୟ ବୈଶେଷିକ ଦର୍ଶନରେ ମୋକ୍ଷ ବା ମୁକ୍ତିକୁ କ’ଣ ବୋଲି କୁହାଯାଇଛି ?
(କ) କୈବଲ୍ୟ
(ଖ) ନିର୍ବାଣ
(ଗ) ଅପବର୍ଗ
(ଘ) ସମସ୍ତ ଉତ୍ତର ଠିକ୍ ଅଟେ
Answer:
(ଗ) ଅପବର୍ଗ

୮. କାହାକୁ ବୌଦ୍ଧ ଦର୍ଶନର ପ୍ରବକ୍ତା ବୋଲି କହନ୍ତି ?
(କ) ବର୍ଦ୍ଧମାନ ମହାବୀର
(ଖ) ଗୌତମ ବୁଦ୍ଧ
(ଗ) ଋଷଭଦେବ
(ଘ) ପାର୍ଶ୍ଵନାଥ
Answer:
(ଖ) ଗୌତମ ବୁଦ୍ଧ

୯. ଗୌତମ ବୁଦ୍ଧ କେତୋଟି ଦୃଶ୍ୟ ଦେଖ୍ ଦୁଃଖରେ ମ୍ରିୟମାଣ ହୋଇଯାଇଥିଲେ ?
(କ) ୩
(ଖ) ୪
(ଗ) ୫
(ଘ) ୬
Answer:
(ଖ) ୪

୧୦. ଆର୍ଯ୍ୟ ସତ୍ୟ କେତେ ପ୍ରକାରର ଅଟେ ?
(କ) ୨
(ଖ) ୩
(ଗ) ୪
(ଘ) ୫
Answer:
(ଗ) ୪

CHSE Odisha Class 11 Logic Unit 5 Objective Questions in Odia Medium

୧୧. ଗୌତମ ବୁଦ୍ଧଙ୍କ ପ୍ରଥମ ଆର୍ଯ୍ୟ ସତ୍ୟର ଲକ୍ଷ୍ୟ କ’ଣ ଅଟେ ?
(କ) ସର୍ବଂ ସୁଖ
(ଖ) ସର୍ବଂ ଦୁଃଖ୍ଂ
(ଗ) ଯତ୍ ଅନିତ୍ୟଂ ତତ୍ ଦୁଃଖ୍ଂ
(ଘ) ଅନିତ୍ୟଂ ଅସୁଙ୍ଖ ଲୋକଂ
Answer:
(ଖ) ସର୍ବଂ ଦୁଃଖ୍ଂ

୧୨. ଶ୍ରୀମଦ୍ ଭଗବଦ୍‌ଗୀତାରେ ଦୁଃଖ ସମ୍ବନ୍ଧରେ କ’ଣ କୁହାଯାଇଛି ?
(କ) ସର୍ବଂ ସୁଖ
(ଖ) ସର୍ବଂ ଦୁଃଖ୍ଂ
(ଗ) ଯତ୍ ଅନିତ୍ୟଂ ତତ୍ ଦୁଃଖ୍ଂ
(ଘ) ଅନିତ୍ୟଂ ଅସୁଙ୍ଖ ଲୋକଂ
Answer:
(ଘ) ଅନିତ୍ୟଂ ଅସୁଙ୍ଖ ଲୋକଂ

୧୩. ଯୋଗ ଦର୍ଶନରେ ଦୁଃଖ ସମ୍ବନ୍ଧରେ କ’ଣ କୁହାଯାଇଛି ?
(କ) ସର୍ବଂ ଦୁଃଖ
(ଖ) ଯତ୍ ଅନିତ୍ୟଂ ତତ୍ ଦୁଃଖଂ
(ଗ) ସର୍ବମେଦ ଦୁଃଖ୍ଂ ବିବେକନଃ
(ଘ) ଅନିତ୍ୟଂ ଅସୁଙ୍ଖ ଲୋକଂ
Answer:
(ଗ) ସର୍ବମେଦ ଦୁଃଖ୍ଂ ବିବେକନଃ

୧୪. କିଏ ଜୈନ୍ୟ ମତର ପ୍ରବର୍ତ୍ତକ ବୋଲି ଜଣାଯାଏ ?
(କ) ଋଷଭଦେବ
(ଖ) ପାର୍ଶ୍ଵନାଥ
(ଗ) ବର୍ଦ୍ଧମାନ ମହାବୀର
(ଘ) ଗୌତମବୁଦ୍ଧ
Answer:
(କ) ଋଷଭଦେବ

୧୫. କାହାକୁ ଜୈନ୍ୟ ଦର୍ଶନର ଗୁରୁ ବୋଲି କୁହାଯାଏ ?
(କ) ପାର୍ଶ୍ଵନାଥ
(ଖ) ବର୍ଦ୍ଧମାନ ମହାବୀର
(ଗ) ଋଷଭଦେବ
(ଘ) ଗୌତମବୁଦ୍ଧ
Answer:
(ଖ) ବର୍ଦ୍ଧମାନ ମହାବୀର

୧୬. ତୀର୍ଥଙ୍କରର ଅର୍ଥ କ’ଣ ଅଟେ ?
(କ) ଗୁରୁ
(ଖ) ଶିଷ୍ୟ
(ଗ) ମହାପୁରୁଷ
(ଘ) ଶିକ୍ଷକ
Answer:
(ଗ) ମହାପୁରୁଷ

୧୭. ଜୈନମତ କେଉଁ ଦୁଇଟି ସମ୍ପ୍ରଦାୟରେ ବିଭକ୍ତ କରାଯାଇଛି ?
(କ) ଦୀନଜାନ ଓ ମହାଜନ
(ଖ) ଶ୍ଵେତାମ୍ବର ଓ ଦିଗମ୍ବର
(ଗ) ଶୈବ ଓ ଶାକ୍ତ
(ଘ) କୌଣସିଟି ଉତ୍ତର ଠିକ୍ ନୁହେଁ
Answer:
(ଖ) ଶ୍ଵେତାମ୍ବର ଓ ଦିଗମ୍ବର

୧୮. ସପ୍ତଭଙ୍ଗନୀୟ କେତେ ପ୍ରକାରର ବାକ୍ୟ ବିନ୍ୟାସ ଅଟେ ?
(କ) ପାଞ୍ଚ
(ଖ) ଛଅ
(ଗ) ସାତ
(ଘ) ଆଠ
Answer:
(ଗ) ସାତ

୧୯. ବୁଦ୍ଧଙ୍କ ଦ୍ଵାଦଶ ନିଦାନ କେତେ ପ୍ରକାରର ଅଟେ ?
(କ) ୧୦
(ଖ) ୧୧
(ଗ) ୧୨
(ଘ) ୧୩
Answer:
(ଗ) ୧୨

CHSE Odisha Class 11 Logic Unit 5 Objective Questions in Odia Medium

୨୦. ବୁଦ୍ଧଙ୍କ ଅଷ୍ଟାଙ୍ଗ ମାର୍ଗ କେତେ ପ୍ରକାରର ଅଟେ ?
(କ) ୭
(ଖ) ୮
(ଗ) ୯
(ଘ) ୧୦
Answer:
(ଖ) ୮

୨୧. ବୃଦ୍ଧଙ୍କ କେଉଁ ଅଷ୍ଟାଙ୍ଗ ମାର୍ଗଟି ମିଥ୍ୟା ଦୃଷ୍ଟି ଦୂର କରିବା ଲାଗି ପ୍ରୟୋଜନୀୟତା ଅଛି ?
(କ) ସମ୍ୟକ୍ ଦୃଷ୍ଟି
(ଖ) ସମ୍ୟକ୍ ସଂକଳ୍ପ
(ଗ) ସମ୍ୟକ୍ ବାକ୍
(ଘ) ସମ୍ୟକ୍ କର୍ମାନ୍ତ
Answer:
(ଗ) ସମ୍ୟକ୍ ବାକ୍

୨୩. ବୁଦ୍ଧଙ୍କ କେଉଁ ଅଷ୍ଟାଙ୍ଗ ମାର୍ଗରେ ସଦାଳାପ ଓ ସଦାଚାରର କଥା କୁହାଯାଇଛି ?
(କ) ସମ୍ୟକ୍ କର୍ମାନ୍ତ
(ଖ) ସମ୍ୟକ୍ ଅଜୀବ
(ଗ) ସମ୍ୟକ୍ ବ୍ୟାୟାମ
(ଘ) ସମ୍ୟକ୍ ସ୍ମୃତି
Answer:
(ଖ) ସମ୍ୟକ୍ ଅଜୀବ

୨୪. କେଉଁ ଅଷ୍ଟାଙ୍ଗ ମାର୍ଗକୁ ଶେଷ ମାର୍ଗ ରୂପେ କୁହାଯାଇଛି ?
(କ) ସମ୍ୟକ୍ ଅଜୀବ
(ଖ) ସମ୍ୟକ୍ ବ୍ୟାୟାମ
(ଗ) ସମ୍ୟକ୍ ସ୍ମୃତି
(ଘ) ସମ୍ୟକ୍ ସମାଧୀ
Answer:
(ଘ) ସମ୍ୟକ୍ ସମାଧୀ

B. ଶୂନ୍ୟସ୍ଥାନ ପୂରଣ କର

୧. ଦର୍ଶନ ଶବ୍ଦଟି ସଂସ୍କୃତ ଶବ୍ଦ ___________ ଧାତୁରୁ ନିଷ୍ପନ୍ନ ହୋଇଅଛି ।
Answer:
ଦୃଶ୍

୨. ‘ଦୃଶ୍’ର ଅର୍ଥ ___________ ଅଟେ ।
Answer:
ଯାହା ଦ୍ଵାରା ଦେଖାଯାଏ ।

୩. ‘ଦେଖାଯାଏ’ର ଅର୍ଥ ___________ କୁ ବୁଝାଏ ?
Answer:
ଜ୍ଞାନ ପ୍ରାପ୍ତ ହୁଏ ।

୪. ଦର୍ଶନ କହିଲେ ___________ ଦର୍ଶନକୁ ମଧ୍ୟ ବୁଝାଯାଏ ?
Answer:
ତତ୍ତ୍ବ

୫. ସାଂଖ୍ୟ ଦର୍ଶନରେ ତ୍ରିବିଧ ଦୁଃଖର ଆତ୍ୟନ୍ତ୍ରିକ ନିବୃତ୍ତିକୁ ___________ କୁହାଯାଏ ।
Answer:
ପରମ ପୁରୁଷାର୍ଥ

୬. ସାଂଖ୍ୟଦର୍ଶନରେ ତ୍ରିବିଧ ଦୁଃଖ ___________, ___________ ଓ ___________ ଅଟେ ।
Answer:
(୧) ଆଧ୍ୟାମିକ, (୨) ଆଭୌତିକ, (୩) ଆଦୈବିକ

୮. ବୌଦ୍ଧ ଦର୍ଶନରେ ମୋକ୍ଷ ବା ମୁକ୍ତିକୁ ___________ କୁହାଯାଏ ?
Answer:
ନିର୍ବାଣ

୯. ସାଂଖ୍ୟ ଦର୍ଶନରେ ମୋକ୍ଷ ବା ମୁକ୍ତିକୁ ___________ କୁହାଯାଏ ?
Answer:
କୈବଲ୍ୟ

୧୦. ନ୍ୟାୟ ବୈଶେଷିକ ଦର୍ଶନରେ ମୋକ୍ଷ ବା ମୁକ୍ତିକୁ ___________ କୁହାଯାଏ ?
Answer:
ଅପବର୍ଗ

CHSE Odisha Class 11 Logic Unit 5 Objective Questions in Odia Medium

୧୧. ଅଦ୍ଵୈତବେଦାନ୍ତ ଦର୍ଶନରେ ମୁକ୍ତି ତତ୍ତ୍ଵକୁ ___________ କୁହାଯାଏ ।
Answer:
ଜୀବନ୍ମ କ୍ତାବସ୍ଥା

୧୨. ବେଦରେ ଆର୍ଯ୍ୟ ଋଷିମାନଙ୍କର ଅମୋଘ, ଶାଶ୍ବତ ନିୟମକୁ ___________ କହନ୍ତି ?
Answer:
ଋତ

୧୩. କର୍ମବାଦର ସାର କଥା ହେଲା ଯେଉଁଭଳି କର୍ମ ସେହି ଭଳି ___________ ଅଟେ ।
Answer:
ଫଳ

୧୪. କର୍ମବାଦର ସାରକଥା ଅନୁଯାୟୀ ଶୁଭକର୍ମର ଫଳ ___________ ।
Answer:
ସୁଖ

୧୫. କର୍ମବାଦର ସାରକଥା ଅନୁଯାୟୀ ଦୁଷ୍କର୍ମର ଫଳ ___________ ।
Answer:
ଦୁଃଖ

୧୬. କର୍ମ ହେଉଛି ___________, ___________ ଓ ___________ ଅଟେ ।
Answer:
(୧) ସଞ୍ଚ କର୍ମ, (୨) ପ୍ରାରବ୍‌ଧ, (୩) କ୍ରିୟମାଣ

୧୭. ଭାରତୀୟ ଦର୍ଶନକୁ ___________, ଓ ___________ ଭାଗରେ ବିଭକ୍ତ କରାଯାଇଛି ।
Answer:
ଆସ୍ତିକ, ନାସ୍ତିକ

୧୮. ___________ ହେଉଛନ୍ତି ଜୈନମତର ପ୍ରବର୍ତ୍ତକ ।
Answer:
ଋଷଭଦେବ

୧୯. ___________ ଙ୍କୁ ପ୍ରଥମ ତୀର୍ଥଙ୍କର କହନ୍ତି ।
Answer:
ଋଷଭଦେବ

୨୦. ତୀର୍ଥଙ୍କର ଅର୍ଥ ___________ ଅଟେ ।
Answer:
ମହାପୁରୁଷ

୨୧. ___________ କୁ ସର୍ବଶେଷ ତୀର୍ଥଙ୍କର କୁହାଯାଏ ।
Answer:
ବର୍ତମାନ ମହାବୀର

୨୨. ___________ ତୀର୍ଥଙ୍କରକୁ ଜୈନମାନଙ୍କର ଗୁରୁ କହନ୍ତି ?
Answer:
ବର୍ତମାନ ମହାବୀର

୨୩. ଜୈନ ମତ ___________ ଓ ___________ ସମ୍ପ୍ରଦାୟରେ ବିଭକ୍ତ ହୋଇଅଛି ?
Answer:
ଶ୍ଵେତାମ୍ବର, ଦିଗମ୍ବର

୨୪. ___________ ମାନେ କଠୋରବ୍ରତାବଲମ୍ବୀ ଅଟନ୍ତି ।
Answer:
ଦିଗମ୍ବର

୨୫. ___________ ମାନେ ଶ୍ଵେତବସ୍ତ୍ର ପରିଧାନ କରୁଥିଲେ ।
Answer:
ଶ୍ଵେତାମ୍ବର

୨୬. ___________ ମାନେ ଉଲ୍ଲଗ୍ନ ରହୁଥ୍ଲେ ।
Answer:
ଦିଗମ୍ବର

CHSE Odisha Class 11 Logic Unit 5 Objective Questions in Odia Medium

୨୭. ଜୈନ ଦର୍ଶନର ଦୁଇଟି ପ୍ରଖ୍ୟାତ ସିଦ୍ଧାନ୍ତ ରହିଛି । ସେଗୁଡ଼ିକ ___________ ଓ ___________ ଅଟେ ।
Answer:
ଅନେକାନ୍ତବାଦ ଏବଂ ବ୍ୟାଦ୍‌ଦ

୨୮. ସତ୍ ଏବଂ ଅସତ୍, ଭାବ ଓ ଅଭାବ ପରସ୍ପର ବିରୋଧୀ ଧର୍ମକୁ ___________ ଅଟେ ।
Answer:
ଅନେକାନ୍ତବାଦୀ ଦର୍ଶନ

୨୯. ___________ ହେଉଛି ଅନେକାନ୍ତବାଦର ଅନ୍ୟ ଏକ ପରିପ୍ରକାଶ ଅଟେ ।
Answer:
ସ୍ୱାଦ୍‌ଦ

୩୦. ସ୍ୟାତ୍ରର ଅର୍ଥ ___________ ଅଟେ ।
Answer:
ସମ୍ଭବତଃ ବା ବୋଧ ହୁଏ

୩୧. ___________ ଉପରେ ହିଁ ସପ୍ତଭଙ୍ଗୀନୟ ପ୍ରତିଷ୍ଠିତ ।
Answer:
ବ୍ୟାଦ୍‌ବାଦ

୩୨. ସାତ ପ୍ରକାରର ବଚନ ଭଙ୍ଗ କରୁଥିବାରୁ ଏହାକୁ ___________ କୁହାଯାଏ ।
Answer:
ସପ୍ତଭଙ୍ଗନୀୟ

୩୩. ବୌଦ୍ଧ ଦର୍ଶନର ପ୍ରବକ୍ତା ହେଉଛନ୍ତି ___________ ।
Answer:
ଗୌତମ ବୁଦ୍ଧ

୩୪. ବୌଦ୍ଧ ଦର୍ଶନରେ ___________ ଟି ଆର୍ଯ୍ୟ ସତ୍ୟ ରହିଛି ।
Answer:
ଚାରିଗୋଟି

୩୫. ପ୍ରଥମ ଆର୍ଯ୍ୟ ସତ୍ୟକୁ ___________ କହନ୍ତି ।
Answer:
ସର୍ବଂଦୁଃଖ

୩୬. ଦ୍ଵିତୀୟ ଆର୍ଯ୍ୟ ସତ୍ୟକୁ ___________ କୁହାଯାଏ ।
Answer:
ଦୁଃଖ ସମୁଦୟ

CHSE Odisha Class 11 Logic Unit 5 Objective Questions in Odia Medium

୩୭. ବୌଦ୍ଧ ମତାନୁସାରେ କାର୍ଯ୍ୟକାରଣ ନିୟମର ଅପର ନାମ ହେଉଛି ___________ ଅଟେ ।
Answer:
ପ୍ରତୀତ୍ଵ ସମୁତ୍ୱାଦ

୩୮. ପ୍ରତୀତ୍ୟର ଅର୍ଥ ___________ ଅଟେ ।
Answer:
ଏହାକୁ ପାଇ

୩୯. ସମୁଦ୍‌ପାଦର ଅର୍ଥ ___________ ଅଟେ ।
Answer:
ଉତ୍ପତ୍ତି

୪୦. ପ୍ରତୀତ୍ୟସମୁଦ୍‌ପାଦର ଅର୍ଥ ___________ ଅଟେ ।
Answer:
ଏହାକୁ ପାଇ ଉତ୍ପ

୪୧. ଦ୍ବାଦଶ ନିଦାନର ଅନ୍ୟ ନାମ ___________ ଅଟେ ।
Answer:
ଭାବଚକ୍ର ବା ଜରାମରଣ ଚକ୍ର

୪୨. ତୃତୀୟ ଆର୍ଯ୍ୟ ସତ୍ୟର ଅନ୍ୟ ନାମ ___________ ଅଟେ ।
Answer:
ଦୁଃଖ ନିରୋଧ ବା ନିର୍ବାଣ

୪୩. ଚତୁର୍ଥ ଆର୍ଯ୍ୟ ସତ୍ୟକୁ ___________ କହନ୍ତି ।
Answer:
ଦୁଃଖ ନିରୋଧ ମାର୍ଗ

୪୪. ପ୍ରଜ୍ଞା ___________ ନାଶ କରେ ।
Answer:
ଅବିଦ୍ୟା

୪୫. ___________ ଅଷ୍ଟାଙ୍ଗ ମାର୍ଗର ଶେଷ ମାର୍ଗ ଅଟେ ।
Answer:
ସମ୍ୟକ୍ ସମାଧୀ

C. ଏକ ଶବ୍ଦରେ ଉତ୍ତର ଦିଅ ।

୧. କେଉଁ ଶବ୍ଦଟି ସଂସ୍କୃତ ଶବ୍ଦ ଦୃଶ୍ ଧାତୁରୁ ଆସିଅଛି ।
Answer:
ଦର୍ଶନ

୨. ଦର୍ଶନ ଶବ୍ଦର ଅର୍ଥ କେଉଁଥରେ ପ୍ରକାଶ କରାଯାଏ ?
Answer:
ଯାହାଦ୍ୱାରା ଦେଖାଯାଏ

୩. ଯାହାଦ୍ଵାରା ଦେଖାଯାଏ, ଜାଣିହୁଏ, ବୁଝି ହୁଏ ବା ପ୍ରକୃତ ତତ୍ତ୍ବ ହୃଦୟଙ୍ଗମ କରାଯାଏ, ତାକୁ କ’ଣ କହନ୍ତି ?
Answer:
ଦର୍ଶନ

୪. କେଉଁ ଦର୍ଶନରେ ତ୍ରିବିଧ ଦୁଃଖର ଆତ୍ୟନ୍ତିକ ନିବୃତ୍ତି ହିଁ ପରମ ପୁରୁଷାର୍ଥ ବୋଲି ଅଭିହିତ ହୋଇଅଛି ।
Answer:
ସାଂଖ୍ୟଦର୍ଶନ

୫. ଶାରୀରିକ ତଥା ମାନସିକ ଦୁଃଖକୁ କ’ଣ କହନ୍ତି ?
Answer:
ଆଧ୍ୟାତ୍ମିକ ଦୁଃଖ

୬. ମନୁଷ୍ୟ, ପଶୁ, ପକ୍ଷୀ, ସର୍ପ ଦଂଶନ ଆଦି ପ୍ରାକୃତିକ ଶରଣରୁ ଯେଉଁ ଦୁଃଖ ଘଟିଥାଏ ତାକୁ କ’ଣ କହନ୍ତି ?
Answer:
ଆଧ୍ଭୌତିକ ଦୁଃଖ

CHSE Odisha Class 11 Logic Unit 5 Objective Questions in Odia Medium

୭. ଅଲୌକିକ ବା ଅପ୍ରାକୃତିକ କାରଣ ମାନଙ୍କରୁ ଘଟିଥୁବା ଦୁଃଖକୁ କ’ଣ କହନ୍ତି ?
Answer:
ଆଦୈବିକ ଦୁଃଖ

୮. ଭାରତୀୟ ଦର୍ଶନରେ ମୁକ୍ତି ବା ମୋକ୍ଷକୁ କ’ଣ କୁହାଯାଏ ?
Answer:
ପରମପୁରୁଷାର୍ଥ

୯. ସାଂଖ୍ୟଦର୍ଶନରେ ମୁକ୍ତି ବା ମୋକ୍ଷକୁ କ’ଣ କୁହାଯାଏ ?
Answer:
କୈବଲ୍ୟ

୧୦. ବୌଦ୍ଧ ଦର୍ଶନରେ ମୁକ୍ତି ବା ମୋକ୍ଷକୁ କ’ଣ କୁହାଯାଏ ?
Answer:
ନିର୍ବାଣ

୧୧. ନ୍ୟାୟ ବୈଶେଷିକ ଦର୍ଶନରେ ମୁକ୍ତି ବା ମୋକ୍ଷକୁ କ’ଣ କୁହାଯାଏ ?
Answer:
ଅପବର୍ଗ

୧୨. ଶ୍ରୀମଦ୍ ଭଗବଦ୍ ଗୀତାରେ ମୋକ୍ଷ ବା ମୁକ୍ତିକୁ କ’ଣ କୁହାଯାଏ ?
Answer:
ସ୍ଥିତପ୍ରଜ୍ଞାବସ୍ଥା

୧୩. କେଉଁ କର୍ମର ଫଳ ସୁଖ ହୋଇଥାଏ ?
Answer:
ଶୁଭ କର୍ମ

୧୪. କେଉଁ କର୍ମର ଫଳ ଦୁଃଖ ହୋଇଥାଏ ?
Answer:
ଦୁଷ୍କର୍ମ

୧୫. କର୍ମ କେତେ ପ୍ରକାରର ଅଟେ ?
Answer:

୧୬. ଭାରତୀୟ ଦର୍ଶନ କେତେ ଭାଗରେ ବିଭକ୍ତ କରାଯାଇଛି ?
Answer:

୧୭. ଯେଉଁମାନେ ବେଦ ପ୍ରାମାଣ୍ୟରେ ବିଶ୍ବାସ କରନ୍ତି, ତାକୁ କ’ଣ କୁହାଯାଏ ?
Answer:
ଆସ୍ତିକ

୧୮. ଯେଉଁମାନେ ବେଦ ପ୍ରାମାଣ୍ୟରେ ଅବିଶ୍ବାସୀ ତାକୁ କ’ଣ କୁହାଯାଏ ?
Answer:
ନାସ୍ତିକ

୧୯. ଜୈନ ମତର ପ୍ରବର୍ତ୍ତକ କାହାକୁ କହନ୍ତି ?
Answer:
ଋଷଭଦେବ

୨୦. କାହାକୁ ଜୈନ ଦର୍ଶନର ପ୍ରଥମ ତୀର୍ଥଙ୍କର କୁହାଯାଏ ?
Answer:
ଋଷଭଦେବ

୨୧. ତୀର୍ଥଙ୍କରର ଅନ୍ୟ ନାମ କ’ଣ ଅଟେ ?
Answer:
ଗୁରୁ ବା ମହାପୁରୁଷ

CHSE Odisha Class 11 Logic Unit 5 Objective Questions in Odia Medium

୨୩. କାହାକୁ ଜୈନ ଦର୍ଶନର ମହାପୁରୁଷ ବୋଲି କହନ୍ତି ?
Answer:
ବର୍ତମାନ ମହାବୀର

୨୪. ଜୈନ ଦର୍ଶନର ସିଦ୍ଧାନ୍ତକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
Answer:

୨୫. କେଉଁ ମତବାଦ ଅନୁସାରେ ବସ୍ତୁର ଧର୍ମ ଅନନ୍ତ ଅଟେ ?
Answer:
ଅନେକାନ୍ତବାଦ

୨୬. କୌଣସି ଗୋଟିଏ ବସ୍ତୁର ଅନନ୍ତଧର୍ମ ମଧ୍ୟରୁ ଗୋଟିଏ ବିଶିଷ୍ଟ ଧର୍ମ ଜ୍ଞାନକୁ କ’ଣ କୁହାଯାଏ ?
Answer:
ନୟ

୨୭. ସତ୍ ଓ ଅସତ୍, ଭାବ ଓ ଅଭାବ ପରସ୍ପର ବିରୋଧୀ ବୋଲି ପ୍ରତୀତ ହେଉଥିଲେ ହେଁ ବସ୍ତୁଠାରେ ସମସ୍ତ ବିରୋଧୀ ଧର୍ମ ଦୃଷ୍ଟ ହୁଏ । ଏହାକୁ କ’ଣ କୁହାଯାଏ ?
Answer:
ଅନେକାନ୍ତବାଦୀ ଦର୍ଶନ

୨୮. କାହାକୁ ଅନେକାନ୍ତବାଦର ଅନ୍ୟ ଏକ ପରିପ୍ରକାଶ ମାତ୍ର କୁହାଯାଏ ?
Answer:
ସ୍ୱାଦ୍‌ଦ

୨୯. ସ୍ୟାତ୍ ଶବ୍ଦର ଅର୍ଥ କ’ଣ ଅଟେ ?
Answer:
ସମ୍ଭବତଃ ବା ବୋଧ ହୁଏ

୩୦. ଜୈନ ବ୍ୟାଦ୍‌ବାଦ କାହା ଉପରେ ପ୍ରତିଷ୍ଠିତ ?
Answer:
ସପ୍ତଭଙ୍ଗୀନୟ

୩୧. ଜୈନ ସାତ୍ଵାଦ କେତେ ପ୍ରକାରର ଅଟେ ?
Answer:
ସାତ

୩୨. କିଏ ବୌଦ୍ଧ ଦର୍ଶନର ପ୍ରବର୍ତ୍ତକ ଅଟନ୍ତି ?
Answer:
ଗୌତମ ବୁଦ୍ଧ

୩୩. ଆର୍ଯ୍ୟ ସତ୍ୟ କେତେ ପ୍ରକାରର ଅଟେ ?
Answer:
ଚାରି

୩୪. ପ୍ରଥମ ଆର୍ଯ୍ୟ ସତ୍ୟକୁ କ’ଣ କୁହାଯାଏ ?
Answer:
ସର୍ବଂ ଦୁଃଖ

୩୫. ଦ୍ବିତୀୟ ଆର୍ଯ୍ୟ ସତ୍ୟକୁ କ’ଣ କୁହାଯାଏ ?
Answer:
ଦୁଃଖ ସମୁଦୟ

୩୬. ଦ୍ଵାଦଶନିଦାନ କେତୋଟି କାରଣ ଦ୍ବାରା ଆବଦ୍ଧ ଅଟେ ?
Answer:
୧୨

୩୭. ଦ୍ବାଦଶ ନିଦାନର ଅନ୍ୟ ନାମ କ’ଣ ଅଟେ ?
Answer:
ଜନ୍ମ ମରଣଚକ୍ର ବା ଭବ ଚକ୍ର

୩୮. ତୃତୀୟ ଆର୍ଯ୍ୟ ସତ୍ୟକୁ କ’ଣ କୁହାଯାଏ ?
Answer:
ଦୁଃଖ ନିରୋଧ ବା ନିର୍ବାଣ

CHSE Odisha Class 11 Logic Unit 5 Objective Questions in Odia Medium

୩୯. ବୌଦ୍ଧ ଦର୍ଶନରେ ନିର୍ବାଣ କହିଲେ କାହାକୁ ବୁଝାଏ ?
Answer:
ଣାନ୍ତାବସ୍ଥା

୪୦. ଚତୁର୍ଥ ଆର୍ଯ୍ୟ ସତ୍ୟକୁ କ’ଣ କୁହାଯାଏ ?
Answer:
ଦୁଃଖ ନିରୋଧ ମାର୍ଗ

୪୧. ଦୁଃଖ ନିରୋଧମାର୍ଗ କେଉଁ ନାମରେ ପରିଚିତ ଅଟେ ?
Answer:
ବୁଦ୍ଧଦେବଙ୍କ ଅଷ୍ଟାଙ୍ଗ ମାର୍ଗ

୪୨. କାହାକୁ ଅଷ୍ଟାଙ୍ଗ ମାର୍ଗର ଶେଷ ମାର୍ଗ କୁହାଯାଏ ?
Answer:
ସମ୍ୟକ୍ ସମାଧୀ

D. ଭୁଲ୍ ଥିଲେ ଠିକ୍ କରି ଲେଖ ।

୧. ଦର୍ଶନ ଶବ୍ଦଟି ସଂସ୍କୃତ ଶବ୍ଦ ପଠ୍ ଧାତୁରୁ ଆସିଅଛି । – ଭୁଲ୍
Answer:
ଦର୍ଶନ ଶବ୍ଦଟି ସଂସ୍କୃତ ଶବ୍ଦ ‘ଦୃଶ୍’ ଧାତୁରୁ ଆସିଅଛି । – ଠିକ୍

୨. ଯାହାଦ୍ଵାରା ଦେଖାଯାଏ, ଜାଣିହୁଏ, ବୁଝି ହୁଏ ବା ପ୍ରକୃତ ତତ୍ତ୍ବ ହୃଦୟଙ୍ଗମ କରି ହୁଏ, ତାହା ହିଁ ମନୋବିଜ୍ଞାନ ଅଟେ । – ଭୁଲ୍
Answer:
ଯାହାଦ୍ଵାରା ଦେଖାଯାଏ, ଜାଣି ହୁଏ, ବୁଝି ହୁଏ ବା ପ୍ରକୃତ ତତ୍ତ୍ବ ହୃଦୟଙ୍ଗମ କରି ହୁଏ, ତାହା ହିଁ ଦର୍ଶନ ଅଟେ । – ଭୁଲ୍

୩. ଦର୍ଶନ କହିଲେ ବିଜ୍ଞାନକୁ ବୁଝାଏ । – ଭୁଲ୍
Answer:
ଦର୍ଶନ କହିଲେ ତତ୍ତ୍ଵଦର୍ଶନକୁ ବୁଝାଏ । – ଠିକ୍

୪. ଭାରତୀୟ ଦର୍ଶନ ନୀତିବାଦୀ ଅଟେ । – ଭୁଲ୍
Answer:
ଭାରତୀୟ ଦର୍ଶନ ଆଧ୍ୟାତ୍ମବାଦୀ ଅଟେ । – ଠିକ୍

୫. ପାଶ୍ଚାଦର୍ଶନ ଆଧ୍ୟାତ୍ମବାଦୀ ଅଟେ । – ଭୁଲ୍
Answer:
ପାଶ୍ଚାଦର୍ଶନ ଜଡ଼ବାଦୀ ଅଟେ । – ଠିକ୍

୬. ମାନବ ଜୀବନର ତିନି ଗୋଟି ପୁରୁଷାର୍ଥ ଅଛି ।
Answer:
ମାନବ ଜୀବନର ଚାରିଗୋଟି ପୁରୁଷାର୍ଥ ଅଛି । – ଠିକ୍

୭. ବୌଦ୍ଧ ଦର୍ଶନରେ ମୁକ୍ତି ବା ମୋକ୍ଷକୁ ଅପବର୍ଗ କହନ୍ତି । – ଭୁଲ୍
Answer:
ବୌଦ୍ଧ ଦର୍ଶନରେ ମୁକ୍ତି ବା ମୋକ୍ଷକୁ ନିର୍ବାଣ କହନ୍ତି । – ଠିକ୍

୮. ନ୍ୟାୟବୈଶେଷିକରେ ମୁକ୍ତି ବା ମୋକ୍ଷକୁ ନିର୍ବାଣ କହନ୍ତି ।- ଭୁଲ୍
Answer:
ନ୍ୟାୟବୈଶେଷିକରେ ମୁକ୍ତି ବା ମୋକ୍ଷକୁ ଅପବର୍ଗ କହନ୍ତି । – ଠିକ୍

୯. ସାଂଖ୍ୟ ଦର୍ଶନରେ ମୁକ୍ତି ବା ମୋକ୍ଷକୁ ସ୍ଥିତପ୍ରଜ୍ଞାବସ୍ଥା କହନ୍ତି ।- ଭୁଲ୍
Answer:
ସାଂଖ୍ୟ ଦର୍ଶନରେ ମୁକ୍ତି ବା ମୋକ୍ଷକୁ କୈବଲ୍ୟ କହନ୍ତି । – ଠିକ୍

୧୦. ଶ୍ରୀମଦ୍‌ଭଗବଦ୍‌ଗୀତାରେ ମୁକ୍ତି ବା ମୋକ୍ଷକୁ ଅପବର୍ଗ କହନ୍ତି । – ଭୁଲ୍
Answer:
ଶ୍ରୀମଦ୍‌ଭଗବଦ୍‌ଗୀତାରେ ମୁକ୍ତି ବା ମୋକ୍ଷକୁ ସ୍ଥିତପ୍ରଜ୍ଞା କହନ୍ତି । – ଠିକ୍

CHSE Odisha Class 11 Logic Unit 5 Objective Questions in Odia Medium

୧୧. ଧର୍ମ, ଅର୍ଥ, କାମ ଓ ମୋକ୍ଷକୁ ଅପବର୍ଗ କହନ୍ତି । – ଭୁଲ୍
Answer:
ଧର୍ମ, ଅର୍ଥ, କାମ ଓ ମୋକ୍ଷକୁ ପୁରୁଷାର୍ଥ କହନ୍ତି । – ଠିକ୍

୧୨. ଭାରତୀୟ ଦର୍ଶନ କୌଣସି ନା କୌଣସି ଭାବରେ ମୁକ୍ତି ବା ମୋକ୍ଷକୁ ପୁରୁଷାର୍ଥ ଭାବରେ ସ୍ବୀକାର କରିଅଛି । – ଭୁଲ୍
Answer:
ଭାରତୀୟ ଦର୍ଶନ କୌଣସି ନା କୌଣସି ଭାବରେ ମୁକ୍ତି ବା ମୋକ୍ଷକୁ ପରମପୁରୁଷାର୍ଥ ଭାବରେ ସ୍ବୀକାର କରିଅଛି ।- ଠିକ୍

୧୩. କମବାଦ ଅନୁସାରେ ଶୁଭ କର୍ମର ଫଳ ଦୁଃଖ ଅଟେ । – ଭୁଲ୍
Answer:
କର୍ମବାଦ ଅନୁସାରେ ଶୁଭ କର୍ମର ଫଳ ସୁଖ ଅଟେ । – ଠିକ୍

୧୪. କର୍ମବାଦ ଅନୁସାରେ ଦୁଷ୍କର୍ମର ଫଳ ସୁଖ ଅଟେ । – ଭୁଲ୍
Answer:
କର୍ମବାଦ ଅନୁସାରେ ଦୁଷ୍କର୍ମର ଫଳ ଦୁଃଖ ଅଟେ । – ଠିକ୍

୧୫. କର୍ମବାଦ ଅନୁସାରେ କର୍ମ ୪ ପ୍ରକାରର ଅଟେ । – ଭୁଲ୍
Answer:
କର୍ମବାଦ ଅନୁସାରେ କର୍ମ ୩ ପ୍ରକାରର ଅଟେ । – ଠିକ୍

୧୬. ଭାରତୀୟ ଦର୍ଶନ ୩ ପ୍ରକାରର ଅଟେ । – ଭୁଲ୍
Answer:
ଭାରତୀୟ ଦର୍ଶନ ୨ ପ୍ରକାରର ଅଟେ । – ଠିକ୍

୧୭. ବେଦ ପ୍ରାମାଣ୍ୟରେ ବିଶ୍ବାସ କରିବାକୁ ନାସ୍ତିକ କହନ୍ତି । – ଭୁଲ୍
Answer:
ବେଦ ପ୍ରାମାଣ୍ୟରେ ବିଶ୍ୱାସ କରିବାକୁ ଆସ୍ତିକ କହନ୍ତି । – ଠିକ୍

୧୮. ବେଦ ପ୍ରାମାଣ୍ୟରେ ବିଶ୍ବାସ ନକରିବାକୁ ଆସ୍ତିକ କହନ୍ତି । – ଭୁଲ୍
Answer:
ବେଦ ପ୍ରାମାଣ୍ୟରେ ବିଶ୍ୱାସ ନ କରିବାକୁ ନାସ୍ତିକ କହନ୍ତି । – ଠିକ୍

୧୯. ପାର୍ଶ୍ଵନାଥ ହେଉଛନ୍ତି ଜୈନ ମତର ପ୍ରବର୍ତ୍ତକ । – ଭୁଲ୍
Answer:
ଋଷଭଦେବ ହେଉଛନ୍ତି ଜୈନ ମତର ପ୍ରବର୍ତ୍ତକ । – ଠିକ୍

୨୦. ଜୈନ ଧର୍ମର ୨୩ ଜଣ ତୀର୍ଥଙ୍କର ଥିଲେ । – ଭୁଲ୍
Answer:
ଜୈନ ଧର୍ମର ୨୪ ଜଣ ତୀର୍ଥଙ୍କର ଥିଲେ । – ଠିକ୍

CHSE Odisha Class 11 Logic Unit 5 Objective Questions in Odia Medium

୨୧. ବର୍ଦ୍ଧମାନ ମହାବୀର ଜୈନ ଧର୍ମର ପ୍ରଥମ ମହାପୁରୁଷ ଥିଲେ । – ଭୁଲ୍
Answer:
ବର୍ତ୍ତମାନ ମହାବୀର ଜୈନ ଧର୍ମର ଶେଷ ମହାପୁରୁଷ ଥିଲେ । – ଠିକ୍

୨୨. ଜୈନ ସମ୍ପ୍ରଦାୟ ତିନିଟି ଭାଗରେ ବିଭକ୍ତ କରାଯାଇଛି । – ଭୁଲ୍
Answer:
ଜୈନ ସମ୍ପ୍ରଦାୟ ଦୁଇଟି ଭାଗରେ ବିଭକ୍ତ କରାଯାଇଛି । – ଠିକ୍

୨୩. ଜୈନ ସମ୍ପ୍ରଦାୟ ଗୁଡ଼ିକ ହୀନଯାନ ଓ ମହାଯାନରେ ବିଭକ୍ତ କରାଯାଇଛି । – ଭୁଲ୍
Answer:
ଜୈନ ସମ୍ପ୍ରଦାୟ ଗୁଡ଼ିକ ଶ୍ୱେତାମ୍ବର ଓ ଦିଗମ୍ବରରେ ବିଭକ୍ତ କରାଯାଇଛି । – ଠିକ୍

୨୪. ଜୈନ ଦର୍ଶନର ଗୋଟିଏ ପ୍ରଖ୍ୟାତ ସିଦ୍ଧାନ୍ତ ରହିଛି । – ଭୁଲ୍
Answer:
ଜୈନ ଦର୍ଶନର ଦୁଇଟି ପ୍ରଖ୍ୟାତ ସିଦ୍ଧାନ୍ତ ରହିଛି । – ଠିକ୍

୨୫. ଜୈନ ଦର୍ଶନର ସିଦ୍ଧାନ୍ତ ଗୁଡ଼ିକ ହେଉଛି ପ୍ରତିତ୍ୟସମୁଦ୍‌ଦ ଓ କ୍ଷଣଭଙ୍ଗବାଦ । – ଭୁଲ୍
Answer:
ଜୈନ ଦର୍ଶନର ସିଦ୍ଧାନ୍ତ ଗୁଡ଼ିକ ହେଉଛି ଅନେକାନ୍ତବାଦ ଓ ବ୍ୟାଦ୍‌ବାଦ । – ଠିକ୍

୨୬. ଜୈନ ସ୍ୟାଦ୍‌ବାଦ କ୍ଷଣଭଙ୍ଗବାଦର ପରିପ୍ରକାଶ ଅଟେ । – ଭୁଲ୍
Answer:
ଜୈନ ସମ୍ପ୍ରଦାୟ ଗୁଡ଼ିକ ଶ୍ଵେତାମ୍ବର ଓ ଦିଗମ୍ବରରେ ବିଭକ୍ତ କରାଯାଇଛି । – ଠିକ୍

୨୮. ସପ୍ତଭଙ୍ଗନୀୟ ଆଠ ପ୍ରକାରର ଅଟେ । – ଭୁଲ୍
Answer:
ସପ୍ତଭଙ୍ଗନୀୟ ସାତ ପ୍ରକାରର ଅଟେ । – ଠିକ୍

୨୯. ବର୍ତମାନ ମହାବୀର ବୌଦ୍ଧ ଧର୍ମର ପ୍ରବର୍ତ୍ତକ । – ଭୁଲ୍
Answer:
ଗୌତମ ବୁଦ୍ଧ ବୌଦ୍ଧ ଧର୍ମର ପ୍ରବର୍ତ୍ତକ । – ଠିକ୍

୩୦. ବୁଦ୍ଧଙ୍କର ପାଞ୍ଚଟି ଆର୍ଯ୍ୟ ସତ୍ୟ ଅଛି । – ଭୁଲ୍
Answer:
ବୁଦ୍ଧଙ୍କର ଚାରିଟି ଆର୍ଯ୍ୟ ସତ୍ୟ ଅଛି । – ଠିକ୍

୩୧. ପ୍ରଥମ ଆର୍ଯ୍ୟ ସତ୍ୟକୁ ଦୁଃଖ ନିରୋଧ ବା ନିର୍ବାଣ କୁହାଯାଏ । – ଭୁଲ୍
Answer:
ପ୍ରଥମ ଆର୍ଯ୍ୟ ସତ୍ୟକୁ ସର୍ବଂଦୁଃଖ କୁହାଯାଏ । – ଠିକ୍

୩୨. ଦ୍ବିତୀୟ ଆର୍ଯ୍ୟ ସତ୍ୟକୁ ସର୍ବଂଦୁଃଖ କୁହାଯାଏ । – ଭୁଲ୍
Answer:
ଦ୍ବିତୀୟ ଆର୍ଯ୍ୟ ସତ୍ୟକୁ ଦୁଃଖ ସମୁଦୟ କୁହାଯାଏ । ଠିକ୍

୩୩. ତୃତୀୟ ଆର୍ଯ୍ୟସତ୍ୟକୁ ଦୁଃଖ ନିରୋଧମାର୍ଗ କୁହାଯାଏ । – ଭୁଲ୍
Answer:
ତୃତୀୟ ଆର୍ଯ୍ୟ ସତ୍ୟକୁ ଦୁଃଖ ନିରୋଧ ବା ନିର୍ବାଣ କୁହାଯାଏ । – ଠିକ୍

୩୪. ଚତୁର୍ଥ ଆର୍ଯ୍ୟ ସତ୍ୟକୁ ନିର୍ବାଣ କୁହାଯାଏ । – ଭୁଲ୍
Answer:
ଚତୁର୍ଥ ଆର୍ଯ୍ୟ ସତ୍ୟକୁ ଦୁଃଖନିରୋଧ ମାର୍ଗ କୁହାଯାଏ । – ଠିକ୍

୩୫. ବୌଦ୍ଧ ମତ ଅନୁସାରେ କାର୍ଯ୍ୟକାରଣ ନିୟମକୁ କ୍ଷଣଭଙ୍ଗବାଦ କୁହାଯାଏ । – ଭୁଲ୍
Answer:
ବୌଦ୍ଧ ମତ ଅନୁସାରେ କାର୍ଯ୍ୟକାରଣ ନିୟମକୁ ପ୍ରତିତ୍ୟସମୁଦ୍‌ଦ କୁହାଯାଏ । – ଠିକ୍

୩୬. ପ୍ରତିତ୍ୟସମୁଦ୍‌ପାଦକୁ ‘ନିତ୍ୟତାବାଦ ଏବଂ ଉଚ୍ଛେଦବାଦ’ର ଶେଷ ସିଦ୍ଧାନ୍ତ କହନ୍ତି । – ଭୁଲ୍
Answer:
ପ୍ରତିତ୍ୟସମୁଦ୍‌ପାଦକୁ ନିତ୍ଯତାଦାନ ଏବଂ ଉଚ୍ଛେଦବାଦ’ର ମଧ୍ୟବର୍ତ୍ତୀ ସିଦ୍ଧାନ୍ତ କୁହାଯାଏ । – ଠିକ୍

CHSE Odisha Class 11 Logic Unit 4 Objective Questions in Odia Medium

Odisha State Board CHSE Odisha Class 11 Logic Solutions Unit 4 ଆରୋହାନୁମାନର ଆକାରଗତ ଭିଭି, ଆରୋହାନୁମାନର ବସ୍ତୁଗତ ଭିଭି ଓ ପ୍ରକଳ୍ପ Objective Questions.

CHSE Odisha Class 11 Logic Unit 4 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତି ସଂକ୍ଷିପ୍ତ ପ୍ରଶ୍ନୋତ୍ତର
A. ବିକଳ୍ପ ଉତ୍ତର ଭିତ୍ତିକ ପ୍ରଶ୍ନୋତ୍ତର

୧. କେଉଁ ତର୍କ ଶାସ୍ତ୍ରବିଦ୍‌ଙ୍କ ମତରେ, ‘‘ଏକରୂପତାଦ୍ୱାରା ପରିମାର୍ଜିତ କାର୍ଯ୍ୟକାରଣ ସମ୍ବନ୍ଧ ହେଉଛି ଆରୋହାନୁମାନର ଆକାରଗତ ଭିଭି’’ ?
(କ) ମିଲ୍
(ଖ) କାର୍ପେଥ ରୀଡ୍
(ଗ) ପ୍ରଫେସର ଅମ୍ବିକାଚରଣ ମିତ୍ର
(ଘ) ପ୍ଲାଟୋ
Answer:
(ଗ) ପ୍ରଫେସର ଅମ୍ବିକାଚରଣ ମିତ୍ର

୨. କାର୍ଯ୍ୟର ଯେକୌଣସି ଗୋଟିଏ ପୂର୍ବବର୍ତ୍ତୀ ଘଟଣାକୁ ତାହାର କାରଣ ବୋଲି ଗ୍ରହଣ କଲେ ଯେଉଁ ଦୋଷ ଜାତ ହୁଏ ତାହାକୁ କେଉଁ ତର୍କଦୋଷ କୁହାଯାଏ ?
(କ) କାକତାଳୀୟ ଦୋଷ
(ଖ) ଆସ୍ତଦ୍ବାହୀ ତର୍କଦୋଷ
(ଗ) ମୁଦ୍‌ଗର ପ୍ରଦର୍ଶନ ତର୍କଦୋଷ
(ଘ) ଅସିଦ୍ଧ ହେତୁଦୋଷ
Answer:
(କ) କାକତାଳୀୟ ଦୋଷ

୩. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ, ‘‘ଯେଉଁ ପରିସ୍ଥିତିର ଉପସ୍ଥିତି କାର୍ଯ୍ୟ ସଂଘଟନ ନିମିତ୍ତ ସମୁଚିତ ଏବଂ ଯାହାର ଅନୁପସ୍ଥିତିଦ୍ଵାରା କାର୍ଯ୍ୟ ସଂଘଟନ ବାଧାପ୍ରାପ୍ତ ହୁଏ, ତାହା ହିଁ କାରଣ’’ ?
(କ) ମିଲ୍
(ଖ) ବେନ୍
(ଗ) ଆରିଷ୍ଟୋଟଲ୍
(ଘ) କାର୍ପେଥ ରୀଡ୍
Answer:
(ଖ) ବେନ୍

CHSE Odisha Class 11 Logic Unit 4 Objective Questions in Odia Medium

୪. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ, ‘‘ପରିମାଣ ଦୃଷ୍ଟିରୁ ‘‘କାରଣ କାର୍ଯ୍ୟର ସମତୁଲ୍ୟ’’ ?
(କ) ମିଲ୍
(ଖ) ବେନ୍
(ଗ) ଆରିଷ୍ଟୋଟଲ୍
(ଘ) କାର୍ପେଥ ରୀଡ୍
Answer:
(ଘ) କାର୍ପେଥ ରୀଡ୍

୫. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ, ‘‘ଉପକାରଣ ହେଉଛି କାରଣର ଯେକୌଣସି ଆବଶ୍ୟକ ଉପାଦାନ’’ ?
(କ) ମିଲ୍
(ଖ) ବେନ୍
(ଗ) ଡ. ଜନ୍‌ସନ୍
(ଘ) କାର୍ପେଥ ରୀଡ୍
Answer:
(ଘ) କାର୍ପେଥ ରୀଡ

୬. ଯେଉଁ ଉପକାରଣ କାର୍ଯ୍ୟଟିକୁ ବ୍ୟର୍ଥ କରାଇଦିଏ ନାହିଁ ଅର୍ଥାତ୍ କାର୍ଯ୍ୟ ବ୍ୟର୍ଥ ହୋଇ ନଥିଲେ ଯାହା ଅନ୍ତର ହୁଏ ନାହିଁ ତାହାକୁ କେଉଁ ଉପକାରଣ କୁହାଯାଏ ?
(କ) ସଦର୍ଥକ
(ଖ) ନଞ୍ଜର୍ଥକ
(ଗ) ଆବଶ୍ୟକ
(ଘ) ପର୍ଯ୍ୟାପ୍ତ
Answer:
(କ) ସଦର୍ଥକ

୭. ଯେଉଁ ଉପକାରଣ କାର୍ଯ୍ୟଟିକୁ ବ୍ୟର୍ଥ କରିଦେବାରେ ସହାୟକ ହୁଏ ଅର୍ଥାତ୍ କାର୍ଯ୍ୟ ବ୍ୟର୍ଥ ହେଉ ନ ଥିଲେ ଯାହାର ଉପସ୍ଥିତି ଅନାବଶ୍ୟକ ତାହାକୁ କେଉଁ ଉପକାରଣ କୁହାଯାଏ ?
(କ) ସଦର୍ଥକ
(ଖ) ନଞ୍ଜର୍ଥକ
(ଗ) ଆବଶ୍ୟକ
(ଘ) ପର୍ଯ୍ୟାପ୍ତ
Answer:
(ଖ) ନଞ୍ଜର୍ଥକ

୮. କିଏ ବୈଜ୍ଞାନିକ ଦୃଷ୍ଟିକୋଣରୁ କାରଣ ହେଉଛି କାର୍ଯ୍ୟର ଅବ୍ୟଭିଚାରୀ, ନିରପେକ୍ଷ ଏବଂ ସନ୍ନିକଟ ପୂର୍ବବର୍ତୀ ଘଟଣା ବୋଲି କହିଛନ୍ତି ?
(କ) ମିଲ୍
(ଖ) ବେନ୍
(ଗ) କାର୍ପେଥ ରୀଡ୍
(ଘ) ଡ. ଜନ୍‌ସନ୍
Answer:
(ଗ) କାର୍ପେଥ ରୀଡ୍

୯. କେଉଁ ଦୃଷ୍ଟିରୁ ବିଚାର କଲେ ଜଣାଯାଏ କାର୍ଯ୍ୟ ଓ କାରଣ ସମତୁଲ୍ୟ ଅଟନ୍ତି ?
(କ) ଗୁଣ ଦୃଷ୍ଟିରୁ
(ଖ) ପରିମାଣ ଦୃଷ୍ଟିରୁ
(ଗ) ଗୁଣ ଓ ପରିମାଣ ଦୃଷ୍ଟିରୁ
(ଘ) ଉପରୋକ୍ତ ମଧ୍ୟରୁ କୌଣସିଟି ଠିକ୍ ନୁହେଁ
Answer:
(ଖ) ପରିମାଣ ଦୃଷ୍ଟିରୁ

୧୦. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ, ‘‘କାରଣ ହେଉଛି ଉପାଦାନମାନଙ୍କର ସାମଗ୍ରିକ ପରିପ୍ରକାଶ ?”
(କ) ମିଲ୍
(ଖ) ବେନ୍
(ଗ) କାର୍ପେଥ ରୀଡ୍
(ଘ) ଡ. ଜନ୍‌ସନ୍
Answer:
(ଖ) ବେନ୍

୧୧. ସମଜାତୀୟ କାରଣମାନଙ୍କର ସଂଘାତଦ୍ୱାରା ଯେଉଁ ସମୁଦାୟ କାର୍ଯ୍ୟଟି ସୃଷ୍ଟିହୁଏ ସେହି କାର୍ଯ୍ୟକୁ କେଉଁ କାର୍ଯ୍ୟ-ସମ୍ମିଶ୍ରଣ କୁହାଯାଏ ?
(କ) ସଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ
(ଖ) ବିଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ
(ଗ) ସଜାତୀୟ ଓ ବିଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ
(ଘ) ଉପରୋକ୍ତ ସବୁଗୁଡ଼ିକ ଠିକ୍ ଅଟେ
Answer:
(କ) ସଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ

CHSE Odisha Class 11 Logic Unit 4 Objective Questions in Odia Medium

୧୨. ଯେଉଁଠି ବିଭିନ୍ନ ପ୍ରକାରର କାରଣରୁ ସୃଷ୍ଟି ହେଉଥ‌ିବା କାର୍ଯ୍ୟମାନଙ୍କର ସମ୍ମିଶ୍ରଣରେ ଗୋଟାଏ ସମୁଦାୟ ସୃଷ୍ଟି ହୁଏ ସେହି ସମୁଦାୟ କାର୍ଯ୍ୟକୁ କେଉଁ କାର୍ଯ୍ୟ-ସମ୍ମିଶ୍ରଣ କୁହାଯାଏ ?
(କ) ସଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ
(ଖ) ବିଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ
(ଗ) ସଜାତୀୟ ଓ ବିଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ
(ଘ) ଉପରୋକ୍ତ ସବୁଗୁଡ଼ିକ ଠିକ୍ ଅଟେ
Answer:
(ଖ) ବିଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ

୧୩. କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟରଖ୍ ପ୍ରାକୃତିକ ଘଟଣାବଳୀ ସମ୍ପର୍କରେ ବିଶେଷଭାବେ ଅବହିତ ହେବାକୁ କ’ଣ କୁହାଯାଇଥାଏ ?
(କ) ପରୀକ୍ଷଣ
(ଖ) ପର୍ଯ୍ୟବେକ୍ଷଣ
(ଗ) ପ୍ରକଳ୍ପ
(ଘ) କାର୍ଯ୍ୟକାରଣ ନିୟମ
Answer:
(ଖ) ପର୍ଯ୍ୟବେକ୍ଷଣ

୧୪. ମିଲ୍ସଙ୍କ ମତରେ, କୌଣସି ପର୍ଯ୍ୟବେକ୍ଷଣୀୟ ଘଟଣା ବା ବୈଶିଷ୍ଟ୍ୟ ଉପେକ୍ଷିତ ହୋଇଥିଲେ କେଉଁ ଦୋଷ ଜାତ
ହୋଇଥାଏ ?
(କ) ଅନବେକ୍ଷଣ
(ଖ) ଭ୍ରମ ପ୍ରତ୍ୟକ୍ଷ
(ଗ) ଆପ୍ତଦ୍ଵାହୀ
(ଘ) ଏଥୁମଧ୍ୟରୁ କୌଣସିଟି ନୁହେଁ
Answer:
(କ) ଅନବେକ୍ଷଣ

୧୫. ମିଲ୍କଙ୍କ ମତରେ, କୌଣସି ପର୍ଯ୍ୟବେକ୍ଷଣୀୟ ବିଷୟ କେବଳ ଉପେକ୍ଷିତ ନ ହୋଇ ଅବେକ୍ଷିତ ହେଲେ କ’ଣ ଦୋଷ ଜାତ ହୋଇଥାଏ ?
(କ) ଅନବେକ୍ଷଣ ଦୋଷ
(ଖ) କାକତାଳୀୟ ଦୋଷ
(ଗ) ଆସ୍ତଦ୍ବାହୀ ତର୍କ ଦୋଷ
(ଘ) ଦୂରବେକ୍ଷଣ ବା ଭ୍ରମପ୍ରତ୍ୟକ୍ଷ ଦୋଷ
Answer:
(ଘ) ଦୂରବେକ୍ଷଣ ବା ଭ୍ରମପ୍ରତ୍ୟକ୍ଷ ଦୋଷ

୧୬. କୌଣସି ଏକ କୃତ୍ରିମ ପ୍ରକ୍ରିୟା ଯାହା ବିଜ୍ଞାନାଗାର ବା ପରୀକ୍ଷାଗାରରେ ସଂଘଟିତ ହୋଇଥାଏ ତାହାକୁ କ’ଣ କୁହାଯାଏ ?
(କ) ପର୍ଯ୍ୟବେକ୍ଷଣ
(ଖ) ଅନବେକ୍ଷଣ ଦୋଷ
(ଗ) ପରୀକ୍ଷଣ
(ଘ) ଏଥ୍ ମଧ୍ୟରୁ ସମସ୍ତ ଠିକ୍ ଅଟେ
Answer:
(ଗ) ପରୀକ୍ଷଣ

୧୭. କେଉଁ ତର୍କଶାସ୍ତ୍ରବିଦ୍ ‘‘ପ୍ରକଳ୍ପ ରଚନା ବ୍ୟାଖ୍ୟା ପ୍ରଦାନ ଉଦ୍ଦେଶ୍ୟରେ ଏକ ପ୍ରୟାସ ମାତ୍ର । ବୈଜ୍ଞାନିକ ରୀତିରେ କୌଣସି ଘଟଣା ଅଥବା ବ୍ୟାପାରର ବ୍ୟାଖ୍ୟା ଉଦ୍ଦେଶ୍ୟରେ ଏହା ଏକ ଆପାତ ପ୍ରସ୍ତାବ’’ ବୋଲି କହିଥିଲେ ?
(କ) ମିଲ୍
(ଖ) କାର୍ପେଥ ରୀଡ୍
(ଗ) କଫେ
(ଘ) ବେନ୍
Answer:
(ଗ ) କଫେ

୧୮. ‘‘ମୁଁ ପ୍ରକଳ୍ପ ରଚନା କରେ ନାହିଁ” – ଏହି ଉକ୍ତିଟି କିଏ କହିଥିଲେ ?
(କ) ମିଲ୍
(ଖ) ବେନ୍
(ଗ) ନିଉଟନ୍
(ଘ) କାର୍ପେଥ ରୀଡ୍
Answer:
(ଗ) ନିଉଟନ୍

୧୯. ଯଦି ଗୋଟିଏ ଦୃଷ୍ଟାନ୍ତକୁ ପ୍ରତିଦ୍ବନ୍ଦୀ ପ୍ରକଳ୍ପମାନଙ୍କ ମଧ୍ୟରୁ ଗୋଟିଏ ପ୍ରକଳ୍ପଦ୍ବାରା ବ୍ୟାଖ୍ୟା କରାଯାଇପାରିବ, ମାତ୍ର ଅନ୍ୟମାନଙ୍କଦ୍ୱାରା ବ୍ୟାଖ୍ୟା କରାଯାଇପାରୁ ନାହିଁ, ତେବେ ସେହି ଦୃଷ୍ଟାନ୍ତକୁ କ’ଣ ବୋଲି ଅଭିହିତ କରାଯାଏ ?
(କ) ବିଶେଷ ଦୃଷ୍ଟାନ୍ତ
(ଖ) ସାମାନ୍ୟ ଦୃଷ୍ଟାନ୍ତ
(ଗ) ନିର୍ଣ୍ଣାୟକ ଦୃଷ୍ଟାନ୍ତ
(ଘ) ନିର୍ଣ୍ଣାୟକ ପରୀକ୍ଷଣ
Answer:
(ଗ) ନିର୍ଣ୍ଣାୟକ ଦୃଷ୍ଟାନ୍ତ

୨୦. ଯେଉଁ ନିର୍ଣ୍ଣାୟକ ଦୃଷ୍ଟାନ୍ତ ପରୀକ୍ଷଣଦ୍ଵାରା ସଂଗୃହୀତ ହୁଏ ତାହାକୁ କେଉଁ ପରୀକ୍ଷଣ କୁହାଯାଇଥାଏ ?
(କ) ପ୍ରାକୃତିକ ପରୀକ୍ଷଣ
(ଖ) ନିର୍ଣ୍ଣାୟକ ପରୀକ୍ଷଣ
(ଗ) ନିର୍ଣ୍ଣାୟକ ଦୃଷ୍ଟାନ୍ତ
(ଘ) ଏଥୁମଧ୍ୟରୁ କୌଣସିଟି ନୁହେଁ
Answer:
(ଖ) ନିର୍ଣ୍ଣାୟକ ପରୀକ୍ଷଣ

CHSE Odisha Class 11 Logic Unit 4 Objective Questions in Odia Medium

୨୧. କିଏ ଘଟଣା ପ୍ରବାହର ନିୟନ୍ତ୍ରିତ ପ୍ରତ୍ୟକ୍ଷ ?
(କ) ପର୍ଯ୍ୟବେକ୍ଷଣ
(ଖ) ପରୀକ୍ଷଣ
(ଗ) ପ୍ରାକୃତିକ ପରୀକ୍ଷଣ
(ଘ) କୌଣସିଟି ନୁହେଁ
Answer:
(କ) ପର୍ଯ୍ୟବେକ୍ଷଣ

୨୨. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ, କୌଣସି ପର୍ଯ୍ୟବେକ୍ଷଣୀୟ ଘଟଣା ବା ବୈଶିଷ୍ଟ୍ୟ ଉପେକ୍ଷିତ ହୋଇଥିଲେ ଅନବେକ୍ଷଣ ଦୋଷ ଜାତ ହୁଏ ।
(କ) ଜେଭନ୍ସ
(ଖ) ମିଲ୍
(ଗ) ଆରିଷ୍ଟୋଟଲ୍
(ଘ) ସକ୍ରେଟିସ୍
Answer:
(ଖ) ମିଲ୍

୨୩. କେଉଁ ତର୍କ ଶାସ୍ତ୍ରବିଦ୍‌ଙ୍କ ମତରେ, ‘‘ସାଧାରଣତଃ ଲୋକେ ଲକ୍ଷ୍ୟଭେଦ କରିପାରିଲେ ହିଁ ଲକ୍ଷ୍ୟ କରନ୍ତି, ଲକ୍ଷ୍ୟଭ୍ରଷ୍ଟ ଦୃଷ୍ଟାନ୍ତଗୁଡ଼ିକୁ ଲକ୍ଷ୍ୟ କରିବା ନିମିତ୍ତ କାହାରି ଆଗ୍ରହ ନ ଥାଏ” ?
(କ) ମିଲ୍
(ଖ) ଜେଭନ୍ସ
(ଗ) ବେକ୍‌ନ
(ଘ) ଆରିଷ୍ଟୋଟଲ୍
Answer:
(ଗ) ବେକ୍‌ନ

୨୪. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ, କୌଣସି ପର୍ଯ୍ୟବେକ୍ଷଣୀୟ ବିଷୟ କେବଳ ଉପେକ୍ଷିତ ନ ହୋଇ ଅବେକ୍ଷିତ ହେଲେ ସୁଦ୍ଧା ଭ୍ରମ ପ୍ରତ୍ୟକ୍ଷର କାରଣ ହେଲେ ଅର୍ଥାତ୍‌, ତାହା ଯଥାର୍ଥରେ ଯାହା ତାହାକୁ ତଦନୁରୂପ ଭାବେ ଗ୍ରହଣ ନ କରି ଅନ୍ୟ କିଛି ବୋଲି ଗ୍ରହଣ କଲେ ଦୂରବେକ୍ଷଣ ଦୋଷ ଜାତ ହୁଏ ?
(କ) ମିଲ୍
(ଖ) ବେକନ୍
(ଗ) ଜେଭନ୍ସ
(ଘ) ଆରିଷ୍ଟୋଟଲ୍
Answer:
(କ) ମିଲ୍

୨୫. କିଏ ପରୀକ୍ଷଣକୁ ପ୍ରାକୃତିକ ପରୀକ୍ଷଣର ଆଖ୍ୟା ଦେଇଛନ୍ତି ?
(କ) ମିଲ୍
(ଖ) ବେକନ୍
(ଗ) ଜେଭନ୍ସ
(ଘ) ଆରିଷ୍ଟୋଟଲ୍
Answer:
(ଗ) ଜେଭନ୍ସ

୨୬. କେଉଁ ତର୍କଶାସ୍ତ୍ରବିଦ୍ କର୍ତ୍ତା ବିଷୟକ, ସଂସ୍ଥିତି ବିଷୟକ ଓ ନିୟମ ବିଷୟକ ପ୍ରକଳ୍ପ କଥା ଉଲ୍ଲେଖ କରିଛନ୍ତି ?
(କ) ମିଲ୍
(ଖ) ଆରିଷ୍ଟୋଟଲ୍
(ଗ) କାର୍ପେଥ ରୀଡ୍
(ଘ) କଫେ
Answer:
(ଗ) କାର୍ପେଥ ରୀଡ୍

୨୭. କେଉଁ ତର୍କଶାସ୍ତ୍ରବିଦ୍ କେବଳ ମାତ୍ର କାରଣ ସଂକ୍ରାନ୍ତ ଓ ନିୟମ ସଂକ୍ରାନ୍ତ ପ୍ରକଳ୍ପ କଥା ଉଲ୍ଲେଖ କରିଛନ୍ତି ?
(କ) ମିଲ୍
(ଖ) ୱେଲ୍‌ଟନ୍
(ଗ) ଜେଭନ୍ସ
(ଘ) କଫେ
Answer:
(ଖ) ୱେଲ୍‌ଟନ୍

୨୮. କେଉଁ ତର୍କଶାସ୍ତ୍ରବିଦ୍ ବ୍ୟାଖ୍ୟାତ୍ମକ ପ୍ରକଳ୍ପ, ବର୍ଣନାତ୍ମକ ପ୍ରକଳ୍ପ ଓ ସାଦୃଶ୍ୟାତ୍ମକ ପ୍ରକଳ୍ପ କଥା ଉଲ୍ଲେଖ କରିଛନ୍ତି ?
(କ) ମିଲ୍
(ଖ) ବେକନ୍
(ଗ) ଜେଭନ୍ସ
(ଘ) ଷ୍ଟେବିଙ୍ଗ୍
Answer:
(ଘ) ଷ୍ଟେବିଙ୍ଗ୍

CHSE Odisha Class 11 Logic Unit 4 Objective Questions in Odia Medium

୨୯. କେଉଁ ବୈଜ୍ଞାନିକଙ୍କ ଭାଷାରେ କେବଳ ବାସ୍ତବଧର୍ମୀ (Vera causa) ପ୍ରକଳ୍ପ ହିଁ ଘଟଣାର ବ୍ୟାଖ୍ୟା ପ୍ରଦାନ ନିମିତ୍ତ ସହାୟକ ହେବ ?
(କ) ଗାଲିଲିଓ
(ଖ) ଆର୍କିମେଡ଼ିସ୍‌
(ଗ) ନିଉଟନ୍
(ଘ) ଏମାନଙ୍କ ମଧ୍ୟରୁ କେହି ନୁହେଁ
Answer:
(ଗ) ନିଉଟନ୍

୩୦. କେଉଁ ତର୍କଶାସ୍ତ୍ରବିଦ୍ ପ୍ରାତିନିଧ୍ଵକ କଳ୍ପନା ବୋଲି ଆଖ୍ୟା ଦେଇଛନ୍ତି ?
(କ) ମିଲ୍
(ଖ) ବେନ୍
(ଗ) ଜେଭନ୍ସ
(ଘ) ଆରିଷ୍ଟୋଟଲ୍
Answer:
(ଖ) ବେନ୍

B. ଶୂନ୍ୟସ୍ଥାନ ପୂରଣ କର

୧. କାରଣ ___________ ର ସମଷ୍ଟି ।
Answer:
ସମସ୍ତ ଉପକାରଣ

୨. କାର୍ଯ୍ୟ-ସମ୍ମିଶ୍ରଣ ଦୁଇ ପ୍ରକାରର; ଯଥା ___________ ଏବଂ ___________ ।
Answer:
ସଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ, ବିଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ

୩. ପ୍ରକୃତିର ଏକରୂପତା ନିୟମ ଆରୋହାନୁମାନର ଗୋଟିଏ ___________ ଭିଭି ଅଟେ ।
Answer:
ଆକାରଗତ

୪. ___________ ଓ ___________ ନିୟମକୁ ଆରୋହାନୁମାନର ଆକାରଗତ ଭିଭି କୁହାଯାଏ ।
Answer:
କାର୍ଯ୍ୟକାରଣ, ପ୍ରକୃତିର ଏକରୂପତା

୫. କାର୍ଯ୍ୟ, କାରଣର ଅବ୍ୟଭିଚାରୀ, ଅସର୍ତ୍ତକ ଏବଂ ___________ ପୂର୍ବବର୍ତୀ ଘଟଣା ।
Answer:
ଅବ୍ୟବହିତ

୬. ___________ ନିୟମ ଅନୁଯାୟୀ ବିଶ୍ବର ବସ୍ତୁ ପରିମାଣ ଅବିନଶ୍ବର ।
Answer:
ବସ୍ତୁ ଅବିନାଶିତ୍

୮. ଯଦି ଗୋଟିଏ କାର୍ଯ୍ୟ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣଦ୍ବାରା ସୃଷ୍ଟି ହୁଏ ତାହାକୁ ___________ କୁହାଯାଏ ।
Answer:
ବହୁକାରଣତାବାଦ

୯. କାର୍ପେଥ୍ ରୀଡ଼ଙ୍କ ମତରେ କାରଣ ___________ ଓ ___________ ଉପକାରଣମାନଙ୍କର ଏକତ୍ର ସମାହାର ।
Answer:
ସଦର୍ଥକ, ନଞର୍ଥକ

୧୦. ଯେଉଁ ଉପକାରଣର ଅନୁପସ୍ଥିତି ବିନା କାର୍ଯ୍ୟ ଉତ୍ପନ୍ନ ହୋଇପାରେ ନାହିଁ, ତାହାକୁ ___________ କହନ୍ତି ।
Answer:
ନଞର୍ଥକ ଉପକାରଣ

୧୧. ଯେଉଁ ଉପକାରଣର ଉପସ୍ଥିତି ବିନା କାର୍ଯ୍ୟ ଉତ୍ପନ୍ନ ହୋଇପାରେ ନାହିଁ, ତାହାକୁ ___________ କହନ୍ତି ।
Answer:
ସଦର୍ଥକ ଉପକାରଣ

୧୨. କୌଣସି ବିଷୟରେ ପରସ୍ପର ବିବଦମାନ ଦୁଇଟି ମତ ଉପସ୍ଥାପିତ ହେଲେ ତାହାର ପରିଣତିକୁ ___________ କୁହାଯାଏ ।
Answer:
ବିରୋଧାଭାସ

CHSE Odisha Class 11 Logic Unit 4 Objective Questions in Odia Medium

୧୩. ମିଲ୍‌ଙ୍କର ବିରୋଧାଭାସଦ୍ବାରା ___________ ଦୋଷ ଜାତ ହେଉଅଛି ।
Answer:
ପ୍ରତିପାଦ୍ୟ ସ୍ବୀକାର ଦୋଷ

୧୪. ___________ ଓ ___________ କାର୍ଯ୍ୟକାରଣ ନିୟମକୁ ଏକପ୍ରକାରର ଏକରୂପତା ନିୟମ ବୋଲି ବିବେଚନା କରିଅଛନ୍ତି ।
Answer:
ମିଲ୍, ବେନ୍

୧୫. ଯେଉଁ ଅବସ୍ଥାମାନ ସାହାଯ୍ୟ ନକଲେ ଗୋଟିଏ କାର୍ଯ୍ୟ ସମ୍ଭବ ହୁଏନାହିଁ ତାହାକୁ ___________ ଉପକାରଣ କୁହାଯାଏ ।
Answer:
ଆବଶ୍ୟକ

୧୬. ଯେଉଁ ଉପକାରଣ ଘଟଣା ଘଟିବା ପାଇଁ ଅତ୍ୟନ୍ତ ଅପରିହାର୍ଯ୍ୟ ତାହାକୁ ___________ ଉପକାରଣ କୁହାଯାଏ ।
Answer:
ପର୍ଯ୍ୟାପ୍ତ

୧୭. କାରଣ କାର୍ଯ୍ୟର ଅବ୍ୟଭିଚାରୀ ___________ ଘଟଣା ଅଟେ ।
Answer:
ପୂର୍ବବର୍ତୀ

୧୮. କାରଣର ପରିମାଣାତ୍ମକ ଲକ୍ଷଣ ଦୃଷ୍ଟିରୁ କାରଣ ଓ କାର୍ଯ୍ୟ ପରସ୍ପର ___________ ଅଟନ୍ତି ।
Answer:
ସମତୁଲ୍ୟ

୧୯. ଆରିଷ୍ଟୋଟଲ୍‌ଙ୍କ ମତରେ, କାରଣ ___________ ପ୍ରକାରର ଅଟେ ।
Answer:

୨୦. କୌଣସି ବୈଜ୍ଞାନିକ ଅନୁସନ୍ଧାନ ନ କରି ଲୋକ ବ୍ୟବହାରରେ ଯାହାକୁ କାରଣ ବୋଲି ଧରି ନିଆଯାଏ ତାହାକୁ ___________ କାରଣ ବୋଲି କୁହାଯାଏ ।
Answer:
ଲୋକାୟତିକ

୨୧. ସମପ୍ରକାରର କାର୍ଯ୍ୟ ସମ୍ମିଳିତ ହୋଇ ସମପ୍ରକାର କାର୍ଯ୍ୟ ଉତ୍ପନ୍ନ ହେଲେ, ତାହାକୁ ___________ କାର୍ଯ୍ୟ ସମ୍ମିଶ୍ରଣ କୁହାଯାଏ ।
Answer:
ସଜାତୀୟ

୨୨. କାର୍ଯ୍ୟ ସମ୍ମିଶ୍ରଣ ଅନ୍ତର୍ଗତ କାର୍ଯ୍ୟାବଳୀ ଏବଂ ସମ୍ମିଶ୍ରିତ କାର୍ଯ୍ୟ ଭିନ୍ନ ଭିନ୍ନ ପ୍ରକାରର ହେଲେ ତାହାକୁ ___________ କୁହାଯାଏ ।
Answer:
ବିଜାତୀୟ

୨୩. ଆରୋହାନୁମାନର ବସ୍ତୁଗତ ଭିତ୍ତିଭୂମି ___________ ଓ ___________ ଅଟେ ।
Answer:
ପର୍ଯ୍ୟବେକ୍ଷଣ, ପରୀକ୍ଷଣ

୨୪. ନିୟନ୍ତ୍ରିତ ପ୍ରତ୍ୟକ୍ଷକୁ ___________ କୁହାଯାଏ ।
Answer:
ପର୍ଯ୍ୟବେକ୍ଷଣ

CHSE Odisha Class 11 Logic Unit 4 Objective Questions in Odia Medium

୨୫. କୌଣସି ପର୍ଯ୍ୟବେକ୍ଷଣୀୟ ଘଟଣା ବା ବୈଶିଷ୍ଟ୍ୟକୁ ଯେତେବେଳେ ଉପେକ୍ଷିତ କରାଯାଏ ସେତେବେଳେ ___________ ଦୋଷ ଜାତ ହୁଏ ।
Answer:
ଅନବେକ୍ଷଣ

୨୬. କୌଣସି ପର୍ଯ୍ୟବେକ୍ଷଣୀୟ ବିଷୟ କେବଳ ଉପେକ୍ଷିତ ନ ହୋଇ ଅବେକ୍ଷିତ ହେଲେ ___________ ଦୋଷ ଜାତ ହୋଇଥାଏ ।
Answer:
ଦୂରବେକ୍ଷଣ ବା ଭ୍ରମପ୍ରତ୍ୟକ୍ଷ

୨୭. ପର୍ଯ୍ୟବେକ୍ଷଣ ଯଥାସମ୍ଭବ ___________ ଓ ___________ ହେବା ବିଧେୟ ।
Answer:
ସଠିକ୍, ଯଥାର୍ଥ

୨୮. ___________ ପ୍ରାକୃତିକ ପରିବେଶ ମଧ୍ୟରେ କରାଯାଏ ।
Answer:
ପର୍ଯ୍ୟବେକ୍ଷଣ

୨୯. ପରୀକ୍ଷଣରେ ସ୍ଵେଚ୍ଛାମତେ ପରିସ୍ଥିତିର ଅବାଧ ପରିବର୍ତ୍ତନ କରିବା ନିମିତ୍ତ ଯଥେଷ୍ଟ ବିଧ୍ଵ ଥାଏ । ମାତ୍ର ___________ ରେ ଏହା ସମ୍ଭବପର ନୁହଁ ।
Answer:
ସରକ ପର୍ଯ୍ୟବେକ୍ଷଣ

୩୦. ଷ୍ଟକ୍‌ଙ୍କ ମତରେ ପର୍ଯ୍ୟବେକ୍ଷଣ ହେଉଛି ___________ ଏବଂ ପରୀକ୍ଷଣ ହେଉଛି ___________ ।
Answer:
ନିଷ୍କ୍ରିୟ ଅନୁଭୂତି, ସକ୍ରିୟ ଅନୁଭୂତି

୩୧.___________ ର ସାହାଯ୍ୟ ବିନା ପର୍ଯ୍ୟବେକ୍ଷଣ କରାଯାଇପାରେ, କିନ୍ତୁ ___________ ର ସାହାଯ୍ୟ ବିନା ପରୀକ୍ଷଣ କରାଯାଇ ନ ପାରେ ।
Answer:
ପରୀକ୍ଷଣ, ପର୍ଯ୍ୟବେକ୍ଷଣ

୩୨. ପ୍ରକଳ୍ପ ଏକ ___________ ପ୍ରାକ୍ ଗ୍ରହ ।
Answer:
ଆପାତ

୩୪. ଗୋଟିଏ ପ୍ରକଳ୍ପ ___________ କିମ୍ବା ଅସଙ୍ଗତ ହେବା ଉଚିତ ନୁହେଁ ।
Answer:
ସ୍ବବିରୋଧୀ

୩୪. ଗୋଟିଏ ପ୍ରକଳ୍ପ ___________ ବିରୋଧୀ ହେବା ଉଚିତ ନୁହେଁ ।
Answer:
ପ୍ରତିଷ୍ଠିତ ସତ୍ୟର

୩୫. ଯେଉଁ ପ୍ରକଳ୍ପ ବିଶେଷ ଘଟଣାକୁ ବ୍ୟାଖ୍ୟା କରେ ତାହାକୁ ___________ ପ୍ରକଳ୍ପ କୁହାଯାଏ ।
Answer:
କର୍ତା ସଂକ୍ରାନ୍ତ

୩୬. ଆରୋହ ସିଦ୍ଧାନ୍ତର ___________ ହେଉଛି ପ୍ରକଳ୍ପର ପ୍ରମାଣ ପଦ୍ଧତିର ଏକ ଅଂଶ ।
Answer:
ସମନ୍ବୟ

୩୭. ___________ କହିଥିଲେ, ମୁଁ ଅହେତୁକ କଳ୍ପନା କରେନାହିଁ, କାରଣ ଯାହା ___________ ନୁହେଁ, ତାହାହିଁ ପ୍ରକଳ୍ପ ।
Answer:
ନିଉଟନ୍, ବାସ୍ତବ ଘଟଣାଲବ୍‌ଧ

୩୮. ପ୍ରକଳ୍ପର ସମର୍ଥନ ଦୁଇପ୍ରକାର ହୋଇପାରେ, ଯଥା ___________ ଓ ___________ ।
Answer:
ସାକ୍ଷାତ୍, ପରୋକ୍ଷ ସମର୍ଥନ

୩୯. କୌଣସି ଏକ ପ୍ରକଳ୍ପ ପ୍ରମାଣିତ ହେଲେ ତାହା ___________ ହୋଇଥାଏ ।
Answer:
ନିୟମ

୪୦. କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟରଖ୍ ପ୍ରାକୃତିକ ଘଟଣାବଳୀ ସମ୍ପର୍କରେ ବିଶେଷଭାବେ ଅବହିତ ହେବାକୁ ___________ କୁହାଯାଏ ।
Answer:
ପର୍ଯ୍ୟବେକ୍ଷଣ

୪୧. ପ୍ରତ୍ୟକ୍ଷାନୁଭୂତି ଦୁଇ ପ୍ରକାରର ଯଥା ___________ ଓ ___________ ।
Answer:
ବାହ୍ୟପ୍ରତ୍ୟକ୍ଷ ଓ ଆନ୍ତଃ ପ୍ରତ୍ୟକ୍ଷ

CHSE Odisha Class 11 Logic Unit 4 Objective Questions in Odia Medium

୪୨. ଅନବେକ୍ଷଣ ଦୋଷ ___________ ଓ ___________ ଅଟେ ।
Answer:
ପାରିପାର୍ଶ୍ବକ ଅବସ୍ଥାମାନଙ୍କର ଅନବେକ୍ଷଣ ଦୋଷ, ଦୃଷ୍ଟାନ୍ତ ଅନବେକ୍ଷଣ ଦୋଷ

୪୩. ଭ୍ରମପ୍ରତ୍ୟକ୍ଷ ଦୋଷ ବା ଦୂରବେକ୍ଷଣ ଦୋଷ ___________ ଓ ___________ ଅଟେ ।
Answer:
ବ୍ୟକ୍ତିକୈନ୍ଦ୍ରିକ ଭ୍ରମପ୍ରତ୍ୟକ୍ଷ, ସାର୍ବଜନୀନ ଭ୍ରମପ୍ରତ୍ୟକ୍ଷ

୪୪. ପରୀକ୍ଷଣ ଏକ ___________ କ୍ରିୟା ।
Answer:
କୃତ୍ରିମ

୪୫.___________ ଙ୍କ ମତରେ, “ପର୍ଯ୍ୟବେକ୍ଷଣରେ ଘଟଣାଟି ଅଭିଜ୍ଞତାଦ୍ୱାରା ଉପଲବ୍ଧ ହୁଏ ମାତ୍ର ପରୀକ୍ଷଣରେ ଘଟଣାଟିକୁ ପ୍ରସ୍ତୁତ କରାଯାଏ ।’’
Answer:
ବେନ୍

୪୬. ___________ ଙ୍କ ମତରେ, “ପ୍ରକଳ୍ପ ରଚନା ବ୍ୟାଖ୍ୟା ପ୍ରଦାନ ଉଦ୍ଦେଶ୍ୟରେ ଏକ ପ୍ରୟାସ ମାତ୍ର ।’’
Answer:
କଫେ

୪୭. କାର୍ପେଥ୍ ରୀଡ୍ ___________ ପ୍ରକାରର ପ୍ରକଳ୍ପର ଅବତାରଣା କରିଅଛନ୍ତି ।
Answer:

୪୮. ୱେଲ୍‌ଟନ୍‌ ___________ ପ୍ରକାରର ପ୍ରକଳ୍ପ କଥା ଉଲ୍ଲେଖ କରିଛନ୍ତି ।
Answer:

୪୯. ___________ ଙ୍କ ଭାଷାରେ କେବଳ Vera causa ଅଥବା ବାସ୍ତବଧର୍ମୀ ପ୍ରକଳ୍ପ ହିଁ ଘଟଣାର ବ୍ୟାଖ୍ୟା ପ୍ରଦାନ ନିମିତ୍ତ ସହାୟକ ହେବ ।
Answer:
ନିଉଟନ୍

୫୦. ପ୍ରକଳ୍ପ ___________ ଧର୍ମୀ ହେବା ଆବଶ୍ୟକ ।
Answer:
ବାସ୍ତବ

୫୧. ଯଦି ଗୋଟିଏ ଦୃଷ୍ଟାନ୍ତକୁ ପ୍ରତିଦ୍ଵନ୍ଦୀ ପ୍ରକଳ୍ପମାନଙ୍କ ମଧ୍ୟରୁ ଗୋଟିଏ ପ୍ରକଚ୍ଛଦ୍ଵାରା ବ୍ୟାଖ୍ୟା କରାଯାଇପାରିବ, ମାତ୍ର ଅନ୍ୟମାନଙ୍କଦ୍ୱାରା ବ୍ୟାଖ୍ୟା କରାଯାଇ ପାରୁନାହିଁ ତେବେ ସେହି ଦୃଷ୍ଟାନ୍ତକୁ ___________ ବୋଲି କୁହାଯାଏ ।
Answer:
ନିର୍ଣ୍ଣାୟକ ଦୃଷ୍ଟାନ୍ତ

୫୨. ନିର୍ଣ୍ଣାୟକ ଦୃଷ୍ଟାନ୍ତ ପରୀକ୍ଷଣଦ୍ଵାରା ପ୍ରମାଣିତ ହେଲେ ତାହାକୁ ___________ କୁହାଯାଏ ।
Answer:
ନିର୍ଣ୍ଣାୟକ ପରୀକ୍ଷା

C. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

୧. ଯେଉଁ ଉପକାରଣ ଘଟଣା ଘଟିବାପାଇଁ ଅତ୍ୟନ୍ତ ଅପରିହାର୍ଯ୍ୟ ତାକୁ କ’ଣ କୁହାଯାଏ ?
Answer:
ପର୍ଯ୍ୟାପ୍ତ ଉପକାରଣ

୨. ଯେଉଁ ଉପକାରଣ କାର୍ଯ୍ୟଟିକୁ ବ୍ୟର୍ଥ କରାଇ ଦିଏ ନାହିଁ ଅର୍ଥାତ୍‌ କାର୍ଯ୍ୟ ବ୍ୟର୍ଥ ହୋଇ ନଥିଲେ ଯାହା ଅନ୍ତର ହୁଏ ନାହିଁ ତାକୁ କ’ଣ କୁହାଯାଏ ?
Answer:
ସଦର୍ଥକ ଉପକାରଣ

୩. ଯେଉଁ ଉପକାରଣ କାର୍ଯ୍ୟଟିକୁ ବ୍ୟର୍ଥ କରିଦେବାରେ ସହାୟକ ହୁଏ ଅର୍ଥାତ୍ କାର୍ଯ୍ୟ ବ୍ୟର୍ଥ ହେଉ ନଥିଲେ ଯାହାର ଉପସ୍ଥିତି ଅନାବଶ୍ୟକ ତାକୁ କ’ଣ କୁହାଯାଏ ?
Answer:
ନଞ୍ଜର୍ଥକ ଉପକାରଣ

୪. କୌଣସି ବୈଜ୍ଞାନିକ ଅନୁସନ୍ଧାନ ନ କରି ଲୋକ ବ୍ୟବହାରରେ ଯାହାକୁ କାରଣ ବୋଲି ଧରିନିଆଯାଏ ତାକୁ କ’ଣ କୁହାଯାଏ ?
Answer:
ଲୋକାୟତିକ କାରଣ

CHSE Odisha Class 11 Logic Unit 4 Objective Questions in Odia Medium

୬. ଯେତେବେଳେ ବିଭିନ୍ନ ସମୟରେ ବିଭିନ୍ନ କାରଣଦ୍ବାରା ଗୋଟିଏ କାର୍ଯ୍ୟ ସଂଘଟିତ ହୁଏ ତାକୁ କ’ଣ କୁହାଯାଏ ?
Answer:
ବହୁକାରଣତାବାଦ

୭. ଯେତେବେଳେ କେତେକ କାରଣ ମିଶି ଗୋଟିଏ କାର୍ଯ୍ୟ ସମ୍ପାଦିତ କରିଥାଆନ୍ତି ତାକୁ କ’ଣ କୁହାଯାଏ ?
Answer:
କାରଣ ସଂଘାତ

୮. କାରଣ ସଂଘାତ ଫଳରେ ଯେଉଁ ସମୁଦାୟ କାର୍ଯ୍ୟଟି ସମ୍ଭବ ହୁଏ ତାକୁ କ’ଣ କୁହାଯାଏ ?
Answer:
କାର୍ଯ୍ୟ ସମ୍ମିଶ୍ରଣ

୯. ସମଜାତୀୟ କାରଣମାନଙ୍କର ସଂଘାତଦ୍ୱାରା ଯେଉଁ ସମୁଦାୟ କାର୍ଯ୍ୟଟି ସୃଷ୍ଟି ହୁଏ ସେହି କାର୍ଯ୍ୟକୁ କ’ଣ କୁହାଯାଏ ?
Answer:
ସଜାତୀୟ କାର୍ଯ୍ୟ ସମ୍ମିଶ୍ରଣ

୧୦. ଯେଉଁଠି ବିଭିନ୍ନ ପ୍ରକାରର କାରଣରୁ ସୃଷ୍ଟି ହେଉଥ‌ିବା କାର୍ଯ୍ୟମାନଙ୍କର ସମ୍ମିଶ୍ରଣରେ ଗୋଟିଏ ସମୁଦାୟ କାର୍ଯ୍ୟ ସୃଷ୍ଟି ହୁଏ ସେହି ସମୁଦାୟ କାର୍ଯ୍ୟକୁ କ’ଣ କୁହାଯାଏ ?
Answer:
ଆବଶ୍ୟକ ଉପକାରଣ

୧୧. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ଭାଷାରେ, “ପ୍ରକୃତିରେ ଏପରି ସମାନ୍ତରାଳ ଘଟଣାମାନ ପରିଲକ୍ଷିତ ହୁଏ ଯେ ଯାହା ଥରେ ଘଟିଥାଏ, ଯଥେଷ୍ଟ ସାମଞ୍ଜସ୍ୟ ଥିଲେ ସେହି ଘଟଣାର ପୁନରାବୃତ୍ତି ଘଟିଥାଏ’’ ।
Answer:
ମିଲ୍

୧୨. କେଉଁ ତର୍କଶାସ୍ତ୍ରବିଦ୍‌ଙ୍କ ମତରେ, ‘‘ପରିମାଣ ଦୃଷ୍ଟିରୁ କାର୍ଯ୍ୟ ଓ କାରଣ ସମତୁଲ୍ୟ ଅଟନ୍ତି’’ ?
Answer:
କାର୍ପେଥ ରୀଡ୍

୧୩. କେଉଁ ତର୍କଶାସ୍ତ୍ରବିଦ୍ ଚାରିପ୍ରକାର କାରଣ ଯଥା – ଉପାଦାନ କାରଣ, ଆକୃତିକ କାରଣ, ନିମିତ୍ତ କାରଣ ଓ ପରିଣାମ କାରଣ କଥା କହିଛନ୍ତି ?
Answer:
ଆରିଷ୍ଟୋଟଲ୍

୧୪. “ନବବଧୂର ଗୃହ ପ୍ରବେଶ ଶ୍ଵଶୁରଙ୍କ ମୃତ୍ୟୁର କାରଣ’’ ଏହା କେଉଁ କାରଣର ଅର୍ନ୍ତଭୁକ୍ତ ଅଟେ ?
Answer:
ଅତଃ ପରଂ ତସ୍ମାଦତଃ କାକତାଳୀୟ ଦୋଷ

୧୫. କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟରଖ୍ ପ୍ରାକୃତିକ ଘଟଣାବଳୀ ସମ୍ପର୍କରେ ବିଶେଷଭାବେ ଅବହିତ ହେବାକୁ କ’ଣ କୁହାଯାଏ ?
Answer:
ପର୍ଯ୍ୟବେକ୍ଷଣ

୧୬. ଯାହା ଏକ କୃତ୍ରିମ ପ୍ରକ୍ରିୟା, ବିଜ୍ଞାନାଗାର ବା ପରୀକ୍ଷାଗାରରେ ସଂଘଟିତ ହୋଇଥାଏ ତାକୁ କ’ଣ କୁହାଯାଏ ?
Answer:
ପରୀକ୍ଷଣ

୧୭. ପର୍ଯ୍ୟବେକ୍ଷଣ ସମ୍ବନ୍ଧୀୟ କେତେକ ଅପରିହାର୍ଯ୍ୟ ଦୃଷ୍ଟାନ୍ତ ଅଥବା ବିଶେଷ ଲକ୍ଷଣକୁ ଉପେକ୍ଷା କଲେ ଯେଉଁ ଦୋଷ ଜାତ ହୁଏ ତାକୁ କ’ଣ କୁହାଯାଏ ?
Answer:
ଅନବେକ୍ଷଣ ଦୋଷ

୧୮. କୌଣସି ଘଟଣାକୁ ଭୁଲଭାବେ ପ୍ରତ୍ୟକ୍ଷ କରିବାକୁ କେଉଁ ଦୋଷ କୁହାଯାଏ ?
Answer:
ଭ୍ରମ ପ୍ରତ୍ୟକ୍ଷ ବା ଦୂରବେକ୍ଷଣ ଦୋଷ

୧୯. ବ୍ୟାଖ୍ୟାନର ପ୍ରାଥମିକ ପ୍ରକ୍ରିୟାକୁ କ’ଣ କୁହାଯାଏ ?
Answer:
ପ୍ରକଳ୍ପ

୨୦. ବିଜ୍ଞାନସମ୍ମତ ପ୍ରକଳ୍ପରୂପେ ପରିଗଣିତ ହେବା ନିମିତ୍ତ ଯେଉଁସବୁ ବିଧୂର ରକ୍ଷାକରି ପ୍ରକଳ୍ପ ଗଠିତ ହୁଏ ତାହାକୁ କ’ଣ କୁହାଯାଏ ?
Answer:
ବୈଧ ପ୍ରକଳ୍ପର ସର୍ତ୍ତାବଳୀ

୨୧. କାରଣ’ ହେଉଛି କାର୍ଯ୍ୟର ଅବ୍ୟଭିଚାରୀ, ଅବ୍ୟବହିତ ଏବଂ ନିରପେକ୍ଷ ପୂର୍ବଗ ଘଟଣା ଅଟେ । ଏହି ଦୃଷ୍ଟିରୁ ବ୍ୟଭିଚାରୀ ପୂର୍ବବର୍ତ୍ତୀ ଘଟଣାକୁ ବାଦ୍ ଦେବାକୁ କ’ଣ କୁହାଯାଏ ?
Answer:
ନିରସନ ନିୟମ

୨୨. ଯେକୌଣସି ଘଟଣାକୁ କ୍ରିୟାଶୀଳ କରାଇବାରେ କର୍ତ୍ତା ବିଶେଷ ଭୂମିକା ଗ୍ରହଣ କଲେ ତାକୁ କ’ଣ କୁହାଯାଏ ?
Answer:
କର୍ତ୍ତା ବିଷୟକ ପ୍ରକଳ୍ପ

CHSE Odisha Class 11 Logic Unit 4 Objective Questions in Odia Medium

୨୩. ଘଟଣାଟି ଘଟିବାପାଇଁ ଯେଉଁ ପରିସ୍ଥିତି ଦାୟୀ ତାକୁ କ’ଣ କୁହାଯାଏ ?
Answer:
ସଂସ୍ଥିତି ବିଷୟକ ପ୍ରକଳ୍ପ

୨୪. ଘଟଣାଟି କେଉଁ ଉପାୟରେ ଘଟିଲା ସେହି ସମ୍ପର୍କରେ ପ୍ରକଳ୍ପ ରଚନା କରିବାକୁ କ’ଣ କୁହାଯାଏ ?
Answer:
ନିୟମ ବିଷୟକ ପ୍ରକଳ୍ପ

D. ଭୁଲ୍ ଥିଲେ ଠିକ୍ କରି ଲେଖ

୧. ଆରିଷ୍ଟୋଟଲ୍ ଗୁଣ ଦୃଷ୍ଟିରୁ ବୈଜ୍ଞାନିକ କାରଣର ସଂଜ୍ଞା “କାର୍ଯ୍ୟର ସତ୍ତାନ୍ତର ନିରପେକ୍ଷ ଅବ୍ୟବହିତ ଅବ୍ୟଭିଚାରୀ ପୂର୍ବବର୍ତ୍ତୀ ଘଟଣା’’ ବୋଲି ଅଭିହିତ କରିଛନ୍ତି । (ଭୁଲ୍)
Answer:
କାର୍ପେଥ୍ ରୀଡ୍ ଗୁଣ ଦୃଷ୍ଟିରୁ ବୈଜ୍ଞାନିକ କାରଣର ସଂଜ୍ଞା ‘‘କାର୍ଯ୍ୟର ସର୍ରାନ୍ତର ନିରପେକ୍ଷ ଅବ୍ୟବହିତ ଅବ୍ୟଭିଚାରୀ ପୂର୍ବବର୍ତୀ ଘଟଣା’’ ବୋଲି ଅଭିହିତ କରିଛନ୍ତି । (ଠିକ୍)

୨. କାର୍ପେଥ୍ ରୀଡ୍ ଗୁଣ ଦୃଷ୍ଟିରୁ ‘କାରଣ କାର୍ଯ୍ୟର ସମତୁଲ୍ୟ’ ବୋଲି କହିଛନ୍ତି । (ଭୁଲ୍)
Answer:
କାର୍ପେଥ୍ ରୀଡ୍ ପରିମାଣ ଦୃଷ୍ଟିରୁ ‘କାରଣ କାର୍ଯ୍ୟ ସମତୁଲ୍ୟ’ ବୋଲି କହିଛନ୍ତି । (ଠିକ୍)

୩. କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟରଖ୍ ପ୍ରାକୃତିକ ଘଟଣାବଳୀ ସମ୍ପର୍କରେ ବିଶେଷଭାବେ ଅବହିତ ହେବାକୁ ପରୀକ୍ଷଣ କୁହାଯାଏ । (ଭୁଲ୍)
Answer:
କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟରଖ୍ ପ୍ରାକୃତିକ ଘଟଣାବଳୀ ସମ୍ପର୍କରେ ବିଶେଷଭାବେ ଅବହିତ ହେବାକୁ ପର୍ଯ୍ୟବେକ୍ଷଣ କୁହାଯାଏ । (ଠିକ୍)

୪. ପରୀକ୍ଷଣ ଏକ ନିୟନ୍ତ୍ରିତ ପ୍ରତ୍ୟକ୍ଷ ଅଟେ । (ଭୁଲ୍)
Answer:
ପର୍ଯ୍ୟବେକ୍ଷଣ ଏକ ନିୟନ୍ତ୍ରିତ ପ୍ରତ୍ୟକ୍ଷ ଅଟେ । (ଠିକ୍)

୫. ବେନ୍‌ଙ୍କ ମତରେ, “କୌଣସି ପର୍ଯ୍ୟବେକ୍ଷଣୀୟ ଘଟଣା ବା ବୈଶିଷ୍ଟ୍ୟ ଉପେକ୍ଷିତ ହୋଇଥିଲେ ଅନବେକ୍ଷଣ ଦୋଷ ଜାତ ହୁଏ ।’’ (ଭୁଲ୍)
Answer:
ମିଲ୍‌ଙ୍କ ମତରେ, “କୌଣସି ପର୍ଯ୍ୟବେକ୍ଷଣୀୟ ଘଟଣା ବା ବୈଶିଷ୍ଟ୍ୟ ଉପେକ୍ଷିତ ହୋଇଥିଲେ ଅନବେକ୍ଷଣ ଦୋଷ ଜାତ ହୁଏ ।’’ (ଠିକ୍)

୬. କୌଣସି ପର୍ଯ୍ୟବେକ୍ଷଣୀୟ ବିଷୟ ଉପେକ୍ଷିତ ନ ହୋଇ ଅବେକ୍ଷିତ ହେଲେ ଅନବେକ୍ଷଣ ଦୋଷ ଜାତ ହୁଏ । (ଭୁଲ୍)
Answer:
କୌଣସି ପର୍ଯ୍ୟବେକ୍ଷଣୀୟ ବିଷୟ ଉପେକ୍ଷିତ ନ ହୋଇ ଅବେକ୍ଷିତ ହେଲେ ଭ୍ରମପ୍ରତ୍ୟକ୍ଷ ଦୋଷ ଜାତ ହୋଇଥାଏ । (ଠିକ୍)

୭. ପର୍ଯ୍ୟବେକ୍ଷଣୀୟ ବସ୍ତୁ ବା ଘଟଣା ବିଷୟରେ ସମ୍ୟକ୍ ଜ୍ଞାନଲାଭ ନିମିତ୍ତ ପ୍ରାକ୍ ନିୟନ୍ତ୍ରିତ ପରିବେଶ ମଧ୍ୟରେ ପର୍ଯ୍ୟବେକ୍ଷଣକୁ ପରୀକ୍ଷଣ କୁହାଯାଏ । (ଠିକ୍)
Answer:
ପର୍ଯ୍ୟବେକ୍ଷଣୀୟ ବସ୍ତୁ ବା ଘଟଣା ବିଷୟରେ ସମ୍ୟକ୍ ଜ୍ଞାନଲାଭ ନିମିତ୍ତ ପ୍ରାକ୍ ନିୟନ୍ତ୍ରିତ ପରିବେଶ ମଧ୍ୟରେ ତାହାର ପର୍ଯ୍ୟବେକ୍ଷଣକୁ ପର୍ଯ୍ୟବେକ୍ଷଣ କୁହାଯାଏ । (ଭୁଲ୍)

୮. ପର୍ଯ୍ୟବେକ୍ଷଣ କୃତ୍ରିମ ଅଟେ, ମାତ୍ର ପରୀକ୍ଷଣ ପ୍ରାକୃତିକ ଅଟେ । (ଭୁଲ୍)
Answer:
ପର୍ଯ୍ୟବେକ୍ଷଣ ପ୍ରାକୃତିକ ଅଟେ, ମାତ୍ର ପରୀକ୍ଷଣ କୃତ୍ରିମ ଅଟେ । (ଠିକ୍)

୯. ପର୍ଯ୍ୟବେକ୍ଷଣ ହେଉଛି ଏକ ସକ୍ରିୟ ଅନୁଭୂତି, ମାତ୍ର ପରୀକ୍ଷଣ ହେଉଛି ନିଷ୍କ୍ରିୟ ଅନୁଭୂତି । (ଭୁଲ୍)
Answer:
ପର୍ଯ୍ୟବେକ୍ଷଣ ହେଉଛି ଏକ ନିଷ୍କ୍ରିୟ ଅନୁଭୂତି, ମାତ୍ର ପରୀକ୍ଷଣ ହେଉଛି ସକ୍ରିୟ ଅନୁଭୂତି । (ଠିକ୍)

CHSE Odisha Class 11 Logic Unit 4 Objective Questions in Odia Medium

୧୦. ମିଲ୍‌ଙ୍କ ମତରେ, “ବ୍ୟାଖ୍ୟାନର ପ୍ରାଥମିକ ପ୍ରୟାସର୍ହି ପ୍ରକଳ୍ପ ।’’ (ଭୁଲ୍)
Answer:
କଫେଙ୍କ ମତରେ, “ବ୍ୟାଖ୍ୟାନର ପ୍ରାଥମିକ ପ୍ରୟାସର୍ହି ପ୍ରକଳ୍ପ ।’’ (ଠିକ୍)

୧୧. ଗାଲିଲିଓଙ୍କ ଭାଷାରେ, “କେବଳ Vera causa ଅଥବା ବାସ୍ତବଧର୍ମୀ ପ୍ରକଳ୍ପ ହିଁ ଘଟଣାର ବ୍ୟାଖ୍ୟା ପ୍ରଦାନ ନିମିତ୍ତ ସହାୟକ ହେବ ।’’ (ଭୁଲ୍)
Answer:
ନିଉଟନ୍‌ଙ୍କ ଭାଷାରେ, “କେବଳ Vera causa ଅଥବା ବାସ୍ତବଧର୍ମୀ ପ୍ରକଳ୍ପର୍ହି ଘଟଣାର ବ୍ୟାଖ୍ୟା ପ୍ରଦାନ ନିମିତ୍ତ ସହାୟକ ହେବ ।’’ (ଠିକ୍)

୧୨. ଯେଉଁ ଦୃଷ୍ଟାନ୍ତଗୁଡ଼ିକ ପରୀକ୍ଷଣଦ୍ବାରା ଲବ୍ଧ ହୁଏ ତାହାକୁ ନିର୍ଣ୍ଣାୟକ ଦୃଷ୍ଟାନ୍ତ ବୋଲି କୁହାଯାଏ । (ଭୁଲ୍)
Answer:
ଯେଉଁ ଦୃଷ୍ଟାନ୍ତଗୁଡ଼ିକ ପର୍ଯ୍ୟବେକ୍ଷଣଦ୍ୱାରା ଲବ୍ଧ ହୁଏ ତାହାକୁ ନିର୍ଣ୍ଣାୟକ ଦୃଷ୍ଟାନ୍ତ ବୋଲି କୁହାଯାଏ । (ଠିକ୍)

୧୩. ନିର୍ଣ୍ଣାୟକ ଦୃଷ୍ଟାନ୍ତଗୁଡ଼ିକ ପର୍ଯ୍ୟବେକ୍ଷଣଦ୍ୱାରା ପ୍ରମାଣିତ ହେଲେ ତାହାକୁ ନିର୍ଣ୍ଣାୟକ ପରୀକ୍ଷା ବୋଲି କୁହାଯାଏ । (ଭୁଲ୍)
Answer:
ନିର୍ଣ୍ଣାୟକ ଦୃଷ୍ଟାନ୍ତଗୁଡ଼ିକ ପରୀକ୍ଷଣଦ୍ଵାରା ପ୍ରମାଣିତ ହେଲେ ତାହାକୁ ନିର୍ଣ୍ଣାୟକ ପରୀକ୍ଷା ବୋଲି କୁହାଯାଏ । (ଠିକ୍)

୧୪. ମୁଁ ପ୍ରକଳ୍ପ ରଚନା କରେନାହିଁ (Hypothesis non-fingo) ବୋଲି ବେକନ୍ କହିଥିଲେ । (ଭୁଲ୍)
Answer:
ମୁଁ ପ୍ରକଳ୍ପ ରଚନା କରେନାହିଁ (Hypothesis non-fingo) ବୋଲି ନିଉଟନ୍ କହିଥିଲେ । (ଠିକ୍)

CHSE Odisha Class 11 Logic Unit 2 Short & Long Answer Questions in Odia Medium

Odisha State Board CHSE Odisha Class 11 Logic Solutions Unit 2 ତର୍କବାକ୍ୟ Short & Long Answer Questions

CHSE Odisha Class 11 Logic Unit 3 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସଂକ୍ଷିପ୍ତ ଟିପ୍‌ପଣୀ ଲେଖ

୧। ଅସର୍ଭକ ତର୍କବାକ୍ୟର ଲକ୍ଷଣ ବୁଝାଅ ।
Answer:
ଯେଉଁ ତର୍କବଚନରେ କୌଣସି ସର୍ଭକୁ ଅପେକ୍ଷା ନରଖ୍ ଉଦ୍ଦେଶ୍ୟ ଓ ବିଧେୟ ମଧ୍ଯରେ ସମ୍ବନ୍ଧ ସ୍ଥାପିତ ହୋଇଥାଏ, ତାହାକୁ ଅସର୍ଭକ ତର୍କବାକ୍ୟ ବା ସର୍ତ୍ତବିରହିତ ତର୍କବାକ୍ୟ କୁହାଯାଏ; ଯଥା – ହିମାଳୟ ପୃଥ‌ିବୀର ସର୍ବୋଚ୍ଚ ପର୍ବତ ଅଟେ । କାଳିଦାସ ମହାକବି ଅଟନ୍ତି । ଏହି ତର୍କବାକ୍ୟଗୁଡ଼ିକ ସର୍ଭ ବିରହିତ ଅଟନ୍ତି । କାରଣ ଉକ୍ତ ତର୍କବାକ୍ୟରେ ‘ହିମାଳୟ କାହିଁକି ସର୍ବୋଚ୍ଚ ପର୍ବତ ଅଟେ ।’ ସେହିପରି କୌଣସି ସର୍ଭ ଉପସ୍ଥାପିତ ହୋଇନାହିଁବା କେଉଁ ସର୍ଭରେ ‘କାଳିଦାସ ମହାକବି ଅଟନ୍ତି’ ତାହା ମଧ୍ୟ କୁହାଯାଇ ନାହିଁ । ଅସର୍ଭକ ବା ସର୍ଭବିରହିତ ତର୍କବାକ୍ୟଗୁଡ଼ିକ ସଦର୍ଥକ ଓ ନଞର୍ଥକ ହୋଇପାରନ୍ତି ।

୨। ତର୍କବାକ୍ୟମାନଙ୍କର ଉପବିରୋଧୀ ସମ୍ବନ୍ଧ ସଂକ୍ଷେପରେ ବୁଝାଅ ।
Answer:
ସମଉଦ୍ଦେଶ୍ୟ ଏବଂ ସମବିଧେୟ ଥାଇ ଗୁଣଗତ ପାର୍ଥକ୍ୟ ଥ‌ିବା ଦୁଇଟି ବିଶେଷ ତର୍କବାକ୍ୟ ମଧ୍ଯରେ ଥିବା ସମ୍ପର୍କକୁ ଉପବିରୋଧୀ ସମ୍ବନ୍ଧ କୁହାଯାଏ । ଏହି ସମ୍ପର୍କ ବିଶେଷ ସଦର୍ଥକ ‘ଇ’ ଏବଂ ବିଶେଷ ନଞର୍ଥକ ‘ଓ’ ତର୍କବାକ୍ୟମାନଙ୍କ ମଧ୍ୟରେ ନିହିତ ଥାଏ; ଯଥା –

ଇ – କେତେଜଣ ଓଡ଼ିଆ କବି ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ।
ଓ – କେତେଜଣ ଓଡ଼ିଆ କବି ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ନୁହନ୍ତି ।

ଏହି ସମ୍ବନ୍ଧକୁ ବିଶ୍ଳେଷଣ କଲେ ଜଣାଯାଏ ଯେ ଗୋଟିଏ ମିଥ୍ୟା ହେଲେ ଅନ୍ୟଟି ସତ୍ୟ ହୁଏ, ମାତ୍ର ଗୋଟିଏ ସତ୍ୟ ହେଲେ ଅନ୍ୟଟିର ମୂଲ୍ୟ ଅନିଶ୍ଚିତ ହୋଇଥାଏ ।

୩। ପ୍ରାକଳ୍ପିକ ତର୍କବାକ୍ୟ କ’ଣ ବୁଝାଅ ।
Answer:
ପ୍ରାକଳ୍ପିକ ତର୍କବାକ୍ୟ ଏକ ସାପେକ୍ଷ ତର୍କବାକ୍ୟ ଯାହାକୁ ଯଦି…. ତେବେ…. ଆକାରରେ ପ୍ରକାଶ କରାଯାଏ; ଯଥା –
(୧) ଯଦି ତୁମେ କଠିନ ପରିଶ୍ରମ କରିବ, ତେବେ ପରୀକ୍ଷାରେ କୃତକାର୍ଯ୍ୟ ହେବ,
(୨) ଯଦି ସେ ଆସିବେ, ତେବେ ମୁଁ ଯିବି,
(୩) ଯଦି କ ଖ ହୁଏ, ତେବେ ପ ଫ ହେବ ।

ପ୍ରାକଳ୍ପିକ ତର୍କବାକ୍ୟରେ ଦୁଇଟି ଅଂଶ ଥାଏ – ପୂର୍ବଗ ଓ ଅନୁଗ । ପୂର୍ବଗ ପ୍ରଥମେ ଆସେ । ଏଥ‌ିରେ ସର୍ଭ ଉଲ୍ଲେଖ ଥାଏ । ଉପରୋକ୍ତ ଉଦାହରଣରେ
(୧) ଯଦି ତୁମେ କଠିନ ପରିଶ୍ରମ କରିବ,
(୨) ଯଦି ସେ ଆସିବେ,
(୩) ଯଦି କ ଖ ହୁଏ

ଏଗୁଡ଼ିକ ପୂର୍ବଗ ଏବଂ
(୧) ତେବେ ପରୀକ୍ଷାରେ କୃତକାର୍ଯ୍ୟ ହେବ,
(୨) ତେବେ ମୁଁ ଯିବି,
(୩) ତେବେ ପ ଫ ହେବ ଏଗୁଡ଼ିକ ଅନୁଗ ।
ତର୍କଶାସ୍ତ୍ର ନିୟମାନୁସାରେ ପୂର୍ବଗକୁ ପ୍ରଥମେ ଉଲ୍ଲେଖ କରିବାକୁ ହୁଏ ଏବଂ ଅନୁଗ ପୂର୍ବଗର ପରେ ଉଲ୍ଲେଖ ହୁଏ ।

CHSE Odisha Class 11 Logic Unit 2 Short & Long Answer Questions in Odia Medium

୪। ଆଂଶିକ ତର୍କବାକ୍ୟ କାହାକୁ କହନ୍ତି ?
Answer:
ତ୍ରିପଦୀଯୁକ୍ତିରେ ଯେଉଁ ତର୍କବାକ୍ୟ ଉଦ୍ଦେଶ୍ୟ ପଦର ବାତ୍ୟାର୍ଥ ଗୋଟିଏ ଅନିର୍ଦ୍ଦିଷ୍ଟ ଅଂଶ ସହିତ ବିଧେୟ ପଦର ସମ୍ବନ୍ଧ ବ୍ୟକ୍ତ କରେ, ତାହାକୁ ଆଂଶିକ ବା ବିଶେଷ ତର୍କବାକ୍ୟ କୁହାଯାଏ । ପଦର ସମଗ୍ର ବାତ୍ୟାର୍ଥ ଗୃହୀତ ହୋଇନଥିଲେ ପଦଟିକୁ ଅବ୍ୟାପକ ତର୍କବାକ୍ୟ ମଧ୍ୟ କୁହାଯାଏ; ଯଥା – କେତେକ ଛାତ୍ର ବିଜ୍ଞ ଅଟନ୍ତି ।

କେତେକ ବ୍ୟବସାୟୀ ସାଧୁ ନୁହନ୍ତି ଇତ୍ୟାଦି । ଏଠାରେ ‘କେତେକ’ ଶବ୍ଦର ତର୍କଶାସ୍ତ୍ରୀୟ ଅର୍ଥ, ଅନ୍ତତଃ ଏକ ବୋଲି ଗ୍ରହଣ କରାଯାଏ । କୌଣସି ବିଦ୍ୟାଳୟର ମୋଟ ୧୦୦ ଜଣ ଛାତ୍ରଙ୍କ ମଧ୍ୟରୁ ୧ ଜଣ ଅଥବା ୯୯ ଜଣ ଛାତ୍ର ବୃଦ୍ଧିମାନ୍ ହୋଇଥିଲେ ତାହାକୁ ବିଦ୍ୟାଳୟର କେତେକ ଛାତ୍ର ବୃଦ୍ଧିମାନ୍ ବୋଲି କୁହାଯାଇପାରେ ।

୫। ବିପରୀତ ସମ୍ବନ୍ଧ କ’ଣ ଉଲ୍ଲେଖ କର ।
Answer:
ସମଉଦ୍ଦେଶ୍ୟ ଓ ସମବିଧେୟ ଥ‌ିବା ଦୁଇଟି ସାମାନ୍ୟ ତର୍କବାକ୍ୟ ମଧ୍ଯରେ ଗୁଣଗତ ପାର୍ଥକ୍ୟ ଥିଲେ ସେମାନଙ୍କ ମଧ୍ୟରେ ଯେଉଁ ସମ୍ବନ୍ଧ ଥାଏ ତାହାକୁ ବିପରୀତ ସମ୍ବନ୍ଧ କୁହାଯାଏ । ଏହି ସମ୍ବନ୍ଧ ସାମାନ୍ୟ ସଦର୍ଥକ ‘ଆ’ ଏବଂ ସାମାନ୍ୟ ନଞର୍ଥକ ‘ଏ’ ତର୍କବାକ୍ୟ ମଧ୍ଯରେ ସମ୍ଭବପର ।
ଯଥା –
(୧) ସମସ୍ତ ମନୁଷ୍ୟ ମରଣଶୀଳ ଅଟନ୍ତି । – ଆ
ଏବଂ କୌଣସି ମନୁଷ୍ୟ ମରଣଶୀଳ ନୁହଁନ୍ତି । – ‘ଏ’

(୨) ‘ଏ’ – କୌଣସି କାକ ବକ ନୁହନ୍ତି ।
ଏବଂ ‘ଆ’ – ସମସ୍ତ କାକ ପିକ ଅଟନ୍ତି ।
ଏପ୍ରକାର ତର୍କବାକ୍ୟ ଦ୍ଵୟ ମଧ୍ୟରୁ ଗୋଟିଏ ସତ୍ୟ ହେଲେ ଅପରଟି ମିଥ୍ୟା ହୁଏ; କିନ୍ତୁ ଗୋଟିଏ ମିଥ୍ୟା ହେଲେ ଅପରଟିକୁ ସତ୍ୟ କି ମିଥ୍ୟା କହିବା ସମ୍ଭବପର ନୁହେଁ ।

୬। ବିରୁଦ୍ଧ ସମ୍ବନ୍ଧ କ’ଣ ଉଲ୍ଲେଖ କର ।
Answer:
ଦୁଇଟି ସମଉଦ୍ଦେଶ୍ୟ ଓ ସମବିଧେୟ ଯୁକ୍ତ ତର୍କବାକ୍ୟର ଉଭୟ ଗୁଣ ଓ ପରିମାଣ ଭିନ୍ନ ହୋଇଥିଲେ ସେମାନଙ୍କ ସମ୍ବନ୍ଧଙ୍କୁ ବିରୁଦ୍ଧ ସମ୍ବନ୍ଧ କୁହାଯାଏ । ଏପରି ସମ୍ବନ୍ଧ ସାମାନ୍ୟ ସଦର୍ଥକ ଅର୍ଥାତ୍ ‘ଆ’ ଏବଂ ବିଶେଷ ନଞର୍ଥକ ‘ଓ’– ତର୍କବାକ୍ୟ ମଧ୍ୟରେ ସାମାନ୍ୟ ନଞର୍ଥକ ‘ଏ’ ଏବଂ ବିଶେଷ ସଦର୍ଥକ ‘ଇ’ ତର୍କବାକ୍ୟ ମଧ୍ଯରେ ସମ୍ଭବପର; ଯଥା –
(୧) ସମସ୍ତ ମନୁଷ୍ୟ ଦ୍ବିପଦ ଅଟନ୍ତି । – ‘ଆ’ ।
ଏବଂ କେତେକ ମନୁଷ୍ୟ ଦ୍ବିପଦ ନୁହନ୍ତି । – ‘ଓ’

(୨) କୌଣସି ମନୁଷ୍ୟ ଅମର ନୁହନ୍ତି । – ‘ଏ’
ଏବଂ କେତେକ ମନୁଷ୍ୟ ଅମର ଅଟନ୍ତି । – ‘ଇ’
ଏପ୍ରକାର ସମ୍ବନ୍ଧଯୁକ୍ତ ତର୍କବାକ୍ୟ ଦ୍ଵୟ ମଧ୍ୟରୁ ଗୋଟିଏ ସତ୍ୟ ହେଲେ ଅପରଟି ମିଥ୍ୟା ହୁଏ ଏବଂ ଗୋଟିଏ ମିଥ୍ୟା ହେଲେ ଅପରଟି ସତ୍ୟ ହୁଏ ।

୭। ଗୁଣ ଓ ପରିମାଣ ଦୃଷ୍ଟିରୁ ତର୍କବାକ୍ୟମାନଙ୍କ ଶ୍ରେଣୀବିଭାଗ ଉଦାହରଣ ସହ ଉଲ୍ଲେଖ କର ।
Answer:
ଗୁଣ ଓ ପରିମାଣର ମିଳିତ ସମ୍ବନ୍ଧ ଦୃଷ୍ଟିରୁ ତର୍କବାକ୍ୟମାନଙ୍କୁ ଚାରିଭାଗରେ ବିଭକ୍ତ କରାଯାଇପାରେ; ଯଥା –
(୧) ସାମାନ୍ୟ ସଦର୍ଥକ – ‘ଆ’ – ତର୍କବାକ୍ୟ ।
ଉଦାହରଣ – ସମସ୍ତ ମନୁଷ୍ୟ ମରଣଶୀଳ ।

(୨) ସାମାନ୍ୟ ନଞ୍ଜର୍ଥକ – ‘ଏ’ – ତର୍କବାକ୍ୟ ।
ଉଦାହରଣ – କୌଣସି ରାଜନୈତିକ ବ୍ୟକ୍ତି ସାଧୁ ନୁହନ୍ତି ।

CHSE Odisha Class 11 Logic Unit 2 Short & Long Answer Questions in Odia Medium

(୩) ବିଶେଷ ସଦର୍ଥକ – ‘ଇ’ ତର୍କବାକ୍ୟ
ଉଦାହରଣ – କେତେକ ବ୍ୟବସାୟୀ ବିଚାରବନ୍ତ ଅଟନ୍ତି ।

(୪) ବିଶେଷ ନଞର୍ଥକ – ‘ଓ’ ତର୍କବାକ୍ୟ
ଉଦାହରଣ – କେତେକ ଛାତ୍ର ଦୁଷ୍ଟ ନୁହନ୍ତି ।

୮। ତର୍କବାକ୍ୟମାନଙ୍କ ବ୍ୟାକପତା ପ୍ରଦର୍ଶନ କର ।
Answer:
ଯେଉଁ ପଦଟିର ସମଗ୍ର ବାତ୍ୟାର୍ଥ ନିଆଯାଇଥାଏ ସେହି ପଦଟି ବ୍ୟାପ୍ୟ ଅଟେ । ଯେଉଁ ପଦର ଆଂଶିକ ବାଚ୍ୟାର୍ଥ ନିଆଯାଇଥାଏ ତାହା ଅବ୍ୟାପ୍ୟ ଅଟେ । ତେଣୁ ସାମାନ୍ୟ ତର୍କବାକ୍ୟର ଉଦ୍ଦେଶ୍ୟ ବ୍ୟାପ୍ୟ; କିନ୍ତୁ ବିଶେଷ ତର୍କବାକ୍ୟର ଉଦ୍ଦେଶ୍ୟ ବ୍ୟାପ୍ୟ ନୁହେଁ । ନଞର୍ଥକ ତର୍କବାକ୍ୟର ବିଧେୟ ବ୍ୟାକ୍ୟ; କିନ୍ତୁ ସଦର୍ଥକ ତର୍କବାକ୍ୟର ବିଧେୟ ବ୍ୟାପ୍ୟ ନୁହେଁ । ସୁତରାଂ –

(୧) ‘ଆ’ – ତର୍କବାକ୍ୟର ଉଦ୍ଦେଶ୍ୟ ବ୍ୟାପ୍ୟ; କିନ୍ତୁ ବିଧେୟ ଅଦ୍ୟାପ୍ୟ ।
(୨) ‘ଏ’ – ତର୍କବାକ୍ୟର ଉଦ୍ଦେଶ୍ୟ ଓ ବିଧେୟ ବ୍ୟାପ୍ୟ ।
(୩) ‘ଇ’ – ତର୍କବାକ୍ୟର ଉଦ୍ଦେଶ୍ୟ ଓ ବିଧେୟ ଅଦ୍ୟାପ୍ୟ ।
(୪) ‘ଓ’ – ତର୍କବାକ୍ୟର ଉଦ୍ଦେଶ୍ୟ ଅଦ୍ୟାପ୍ୟ; କିନ୍ତୁ ବିଧେୟ ପଦ ବ୍ୟାପ୍ୟ ଅଟେ ।

୯। ତର୍କ”କ୍ୟ କାହାକୁ କହନ୍ତି ?
Answer:
ଯେଉଁ ବାକ୍ୟ ସତ୍ୟ କିମ୍ବା ମିଥ୍ୟା ଅନ୍ୟପକ୍ଷରେ ବିଚାର ଏକ ମାନସିକ ପ୍ରକ୍ରିୟା
ହୋଇପାରେ, ତାହାକୁ ତର୍କଶାସ୍ତ୍ରୀୟ ପଦ୍ଧତିରେ ପ୍ରକାଶକଲେ ତର୍କବାକ୍ୟ ହୁଏ । ଯେଉଁଠି ପ୍ରତ୍ୟୟମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପିତ ହୋଇଥାଏ । ଏହି ବିଚାରକୁ ଭାଷାରେ ପରିପ୍ରକାଶ କଲେ ତାହାକୁ ତର୍କବଚନ ବୋଲି କୁହାଯାଏ । ଏହି ତର୍କବଚନ ବା ତର୍କବାକ୍ୟ ଉଦ୍ଦେଶ୍ୟ, ବିଧେୟ ଓ ସଂଯୋଜକଦ୍ବାରା ଗଠିତ ହୋଇଥାଏ ।
ଯଥା – ସମସ୍ତ ମନୁଷ୍ୟ ମରଣଶୀଳ ଅଟନ୍ତି ।

୧୦। ସଂଯୋଜକର ତର୍କସମ୍ମତ ରୂପ କ’ଣ ଅଟେ ?
Answer:
ଉଦ୍ଦେଶ୍ୟ ଓ ବିଧେୟ ମଧ୍ଯରେ ସମ୍ପର୍କ ସ୍ଥାପନ କରିବା ପ୍ରକ୍ରିୟାକୁ ସଂଯୋଜକ କୁହାଯାଏ । ଏହା କେବଳ ଉଦ୍ଦେଶ୍ୟ ଓ ବିଧେୟ ମଧ୍ଯରେ ସମ୍ବନ୍ଧଜ୍ଞାପକ ଚିହ୍ନରୂପେ ବ୍ୟକ୍ତ କରାଯାଏ । ସଂଯୋଜକ ‘ଅସ୍’ ଧାତୁ ବା ‘ଭୂ’ ଧାତୁରୁ ନିଷ୍ପନ୍ନ ହେବା ଉଚିତବୋଲି ତାର୍କିକମାନେ ମତ ପୋଷଣ କରିଥାନ୍ତି । ମିଲ୍ଲଙ୍କ ମତରେ ସଂଯୋଜକ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ୍‌ର ସମ୍ବନ୍ଧଜ୍ଞାପକ ହେବା ଉଚିତ । ଗୁଣ ଦୃଷ୍ଟିରୁ ହସଙ୍କ ମତରେ ସଂଯୋଜକ ସର୍ବଦା ଅସ୍ତିତ୍ଵସୂଚକ ହେବା ଉଚିତ । ଅନ୍ୟାନ୍ୟ ତାର୍କିକମାନଙ୍କ ମତରେ ସଂଯୋଜକ ଅସ୍ତିତ୍ଵସୂଚକ କିମ୍ବା ନାସ୍ତିତ୍ଵସୂଚକ ହୋଇପାରେ । ଅନ୍ୟ ତାର୍କିକମାନଙ୍କ ମତରେ ସଂଯୋଜକ ନିଶ୍ଚିତ ମାତ୍ରା ବା ପ୍ରକାରତା ଦୃଷ୍ଟିରୁ ତିନିଭାଗରେ ବିଭକ୍ତ; ଯଥା – ଆବଶ୍ୟକ, ଘୋଷକ ଓ ସାମ୍ଭାବ୍ୟକ ।

୧୧। ସରଳ ତର୍କବାକ୍ୟ କାହାକୁ କହନ୍ତି ?
Answer:
ଯେଉଁ ତର୍କବାକ୍ୟରେ ଗୋଟିଏ ଉଦ୍ଦେଶ୍ୟ ପଦ ସହିତ ଗୋଟିଏ ବିଧେୟ ପଦ ସମ୍ପର୍କିତ ହୋଇଥାନ୍ତି ତାହାକୁ ସରଳ ତର୍କବାକ୍ୟ କୁହାଯାଏ । ଏହାକୁ ମଧ୍ୟ ମୌଳିକ ତର୍କବାକ୍ୟ କୁହାଯାଏ; ଯଥା— ସମସ୍ତ ମନୁଷ୍ୟ ମରଣଶୀଳ ଅଟନ୍ତି ।

୧୨। ଯୌଗିକ ତର୍କବାକ୍ୟ କାହାକୁ କହନ୍ତି ?
Answer:
ଯେଉଁ ତର୍କବାକ୍ୟରେ ଏକାଧିକ ଉଦ୍ଦେଶ୍ୟ ସହିତ ଗୋଟିଏ ବିଧେୟ ପଦ ଏବଂ ଗୋଟିଏ ଉଦ୍ଦେଶ୍ୟ ସହିତ ଏକାଧ୍ଵ ବିଧେୟ ପଦ ଅଥବା ଏକାଧ୍ଵ ଉଦ୍ଦେଶ୍ୟ ସହିତ ଏକାଧ୍ଵ ବିଧେୟ ପଦ ସମ୍ପର୍କିତ ହୋଇଥାନ୍ତି, ତାହାକୁ ଯୌଗିକ ତର୍କବାକ୍ୟ କୁହାଯାଏ । ଉଦାହରଣ ସ୍ଵରୂପ, ରାମ ଓ ହରି ଉଭୟ ୧ମ ବର୍ଷ କଳା ଶ୍ରେଣୀର ଛାତ୍ର ଅଟନ୍ତି । ବୁଦ୍ଧ ଓ ଜୈନ ଅହିଂସାର ଉପାସକ ଅଟନ୍ତି । ରାମକୃଷ୍ଣ ଓ ବିବେକାନନ୍ଦ ସନ୍ଥ ଓ ଦାର୍ଶନିକ ଅଟନ୍ତି ।

CHSE Odisha Class 11 Logic Unit 2 Short & Long Answer Questions in Odia Medium

୧୩। ଅସ୍ଥିତ୍ଵସୂଚକ ବା ସଦର୍ଥକ ବା ଭାବବାଚକ ତର୍କବାକ୍ୟ କାହାକୁ କହନ୍ତି ?
Answer:
ଯେଉଁ ତର୍କବାକ୍ୟରେ ଉଦ୍ଦେଶ୍ୟ ସମ୍ବନ୍ଧରେ ବିଧେୟକୁ ସ୍ଵୀକାର କରାଯାଏ ତାହାକୁ ସଦର୍ଥକ ତର୍କବାକ୍ୟ କୁହାଯାଏ । ଏଥ‌ିରେ ଉଦ୍ଦେଶ୍ୟ ସହିତ ବିଧେୟର ସ୍ବରୂପ ସମ୍ବନ୍ଧ ଥାଏ; ଯଥା— ସମସ୍ତ ମନୁଷ୍ୟ ମରଣଶୀଳ, କେତେକ ଛାତ୍ର ବୁଦ୍ଧିମାନ୍ ଇତ୍ୟାଦି ।

୧୪। ନାସ୍ତିତ୍ଵମୂଳକ ବା ନଞ୍ଜର୍ଥକ ବା ଅଭାବବାଚକ ତର୍କବାକ୍ୟ କାହାକୁ କହନ୍ତି ?
Answer:
ଯେଉଁ ତର୍କବାକ୍ୟରେ ଉଦ୍ଦେଶ୍ୟ ସମ୍ବନ୍ଧରେ ବିଧେୟକୁ ଅସ୍ଵୀକାର କରାଯାଏ, ତାହାକୁ ନଞର୍ଥକ ତର୍କବାକ୍ୟ କୁହାଯାଏ; ଯଥା— କୌଣସି ମନୁଷ୍ୟ ଚତୁଷ୍ପଦ ନୁହଁନ୍ତି, କେତେକ ପକ୍ଷୀ ମାଂସାହାରୀ ନୁହଁନ୍ତି ।

୧୫। ସାର୍ବିକ ବା ସାମାନ୍ୟ ତର୍କବାକ୍ୟ କାହାକୁ କହନ୍ତି ?
Answer:
ଯେଉଁ ତର୍କବାକ୍ୟରେ ବିଧେୟ ପଦ ଉଦ୍ଦେଶ୍ୟ ପଦର ସମସ୍ତ ବାତ୍ୟାର୍ଥ ସହିତ ସମ୍ବନ୍ଧକୁ ସ୍ବୀକାର କରେ କିମ୍ବା ଅସ୍ବୀକାର କରେ ତାହାକୁ ସାର୍ବିକ ବା ସାମାନ୍ୟ ବା ବ୍ୟାପକ ତର୍କବାକ୍ୟ କୁହାଯାଏ; ଯଥା— ସମସ୍ତ ଦାର୍ଶନିକ ଚିନ୍ତାଶୀଳ ବ୍ୟକ୍ତି ଅଟନ୍ତି, କୌଣସି ମନୁଷ୍ୟ ସର୍ବଜ୍ଞ ନୁହଁନ୍ତି ।

୧୬। ଶବ୍ଦପରକ ତର୍କବାକ୍ୟ କାହାକୁ କହନ୍ତି ?
Answer:
ଯେଉଁ ତର୍କବାକ୍ୟରେ ବିଧେୟ ଉଦ୍ଦେଶ୍ୟ ପଦର ଲକ୍ଷଣାର୍ଥ କିମ୍ବା ତାହାର କୌଣସି ଅଂଶକୁ ବ୍ୟକ୍ତ କରେ ତାହାକୁ ଶବ୍ଦପରକ ବା ପ୍ରାତିଶାବ୍ଦିକ ତର୍କବାକ୍ୟ କୁହାଯାଏ; ଯଥା – ସମସ୍ତ ମନୁଷ୍ୟ ବିଚାରବୁଦ୍ଧିସମ୍ପନ୍ନ ପ୍ରାଣୀ । ଏଥରେ ଉଦ୍ଦେଶ୍ୟର ଅର୍ଥ ବିଶ୍ଳେଷଣ କଲାମାତ୍ରେ ବିଧେୟ ମିଳେ । ତେଣୁ ଦାର୍ଶନିକ କ୍ୟାଣ୍ଟ୍‌ ଏହାକୁ ବିଶ୍ଳେଷକ ବୋଲି କହିଛନ୍ତି ।

୧୭। ବସ୍ତୁପରକ ତର୍କବାକ୍ୟ କାହାକୁ କହନ୍ତି ?
Answer:
ଯେଉଁ ତର୍କବାକ୍ୟରେ ବିଧେୟ ଉଦ୍ଦେଶ୍ୟ ପଦର ଲକ୍ଷଣାର୍ଥ ବହିର୍ଭୂତ ଅନ୍ୟ କୌଣସି ବିଷୟ ବ୍ୟକ୍ତ କରେ ତାହାକୁ ବସ୍ତୁପରକ ତର୍କବାକ୍ୟ କୁହାଯାଏ; ଯଥା – ସମସ୍ତ ମନୁଷ୍ୟ ଦ୍ବିପଦ, ଲୌହ ଗୋଟିଏ ଟାଣ ପଦାର୍ଥ ଅଟେ । କ୍ୟାଣ୍ଟ୍‌ ଏହାକୁ ସଂଶ୍ଳେଷକ ବୋଲି କହିଛନ୍ତି ।

୧୮। ନିଶ୍ଚିତିବାଚକ ତର୍କବାକ୍ୟ କାହାକୁ କହନ୍ତି ?
Answer:
ଯଦି ଗୋଟିଏ ତର୍କବାକ୍ୟରେ ଉଦ୍ଦେଶ୍ୟ ଓ ବିଧେୟର ସମ୍ବନ୍ଧ ସେମାନଙ୍କ ମୂଳ ସ୍ବଭାବ ସହିତ ଏପରିଭାବରେ ଜଡ଼ିତ ଯେ ସେମାନଙ୍କ ତଦ୍ରୂପ ସମ୍ବନ୍ଧ ଅନିବାର୍ଯ୍ୟ ଓ ତଦ୍‌ବିପରୀତ ସମ୍ବନ୍ଧ ଅସମ୍ଭବ, ତେବେ ଏହାକୁ ନିଶ୍ଚିତିବାଚକ ବା ଆବଶ୍ୟକ ତର୍କବାକ୍ୟ କୁହାଯାଏ ; ଯଥା – ଦୁଇ ଓ ତିନି ମିଶି ଅବଶ୍ୟ ପାଞ୍ଚ ହେବ, ତ୍ରିଭୁଜର ତିନିକୋଣର ସମଷ୍ଟି ଅବଶ୍ୟ ଦୁଇ ସମକୋଣ ସଙ୍ଗେ ସମାନ ହେବ ।

୧୯। ବିବରଣବାଚକ ବା ଘୋଷକ ତର୍କବାକ୍ୟ କାହାକୁ କହନ୍ତି ?
Answer:
ଯଦି ଗୋଟିଏ ତର୍କବାକ୍ୟର ଉଦ୍ଦେଶ୍ୟ ଓ ବିଧେୟର ସମ୍ବନ୍ଧ ସେମାନଙ୍କ ମୂଳ ସ୍ବଭାବ ସହିତ ବିଜଡ଼ିତ କି ନୁହେଁ ଜଣା ନଥାଏ; କିନ୍ତୁ ସେମାନଙ୍କ ତଦ୍ରୂପ ସମ୍ବନ୍ଧ ଅନୁଭୂତିସିଦ୍ଧ ହୋଇଥାଏ, ତେବେ ତାହାକୁ ବିବରଣବାଚକ ବା ଘୋଷକ ତର୍କବାକ୍ୟ କୁହାଯାଏ; ଯଥା – ସମସ୍ତ ମନୁଷ୍ୟ ମରଣଶୀଳ ଅଟନ୍ତି, କେତେକ ଛାତ୍ର ବୁଦ୍ଧିମାନ୍, ଇତ୍ୟାଦି ।

୨୦। ସମ୍ଭାବନାବାଚକ ତର୍କବାକ୍ୟ କାହାକୁ କହନ୍ତି ?
Answer:
ଯଦି ଗୋଟିଏ ତର୍କବାକ୍ୟର ଉଦ୍ଦେଶ୍ୟ ଓ ବିଧେୟର ସମ୍ବନ୍ଧରେ କୌଣସି ସ୍ଥିରତା ନାହିଁ; କିନ୍ତୁ ଉପସ୍ଥିତ କ୍ଷେତ୍ରରେ ସେମାନଙ୍କ ତଦ୍ରୁପ ସମ୍ବନ୍ଧର ସମ୍ଭାବନା ରହିଛି ତେବେ ତାହାକୁ ସମ୍ଭାବନା ବାଚକ ବା ସାମ୍ଭାବ୍ୟକ ତର୍କବାକ୍ୟ କୁହାଯାଏ; ଯଥା – ଆଜି ହୁଏତ ବର୍ଷା ହୋଇପାରେ, ବାପା ଆସନ୍ତା କାଲି ଦିଲ୍ଲୀରୁ ଆସିପାରନ୍ତି, ଇତ୍ୟାଦି ।

B. ପାର୍ଥକ୍ୟ ଦର୍ଶାଅ ।

୧। ଶବ୍ଦପରକ ଓ ବସ୍ତୁପରକ ତର୍କବାକ୍ୟ ।
Answer:
ଯେଉଁ ତର୍କବାକ୍ୟର ବିଧେୟ ଉଦ୍ଦେଶ୍ୟ ପଦର ଲକ୍ଷଣାର୍ଥ କିମ୍ବା ତାହାର କୌଣସି ଅଂଶକୁ ବ୍ୟକ୍ତ କରେ; ତାହାକୁ ଶବ୍ଦପରକ ବା ପ୍ରାତିଶାବ୍ଦିକ ତର୍କବାକ୍ୟ କୁହାଯାଏ । ଏପ୍ରକାର ତର୍କବାକ୍ୟ ଗଠନ କରିବା ନିମିତ୍ତ ଉଦ୍ଦେଶ୍ୟ ପଦର ଶବ୍ଦାର୍ଥ ଜ୍ଞାନ ଯଥେଷ୍ଟଥିବା ଆବଶ୍ୟକ; ଯଥା – ମନୁଷ୍ୟ ବିଚାରବୁଦ୍ଧିସମ୍ପନ୍ନ ପ୍ରାଣୀ ।

ଯେଉଁ ତର୍କବାକ୍ୟରେ ବିଧେୟ ଉଦ୍ଦେଶ୍ୟ ପଦର ଲକ୍ଷଣାର୍ଥ ବହିର୍ଭୂତ ଅନ୍ୟକୌଣସି ବିଷୟ ବ୍ୟକ୍ତ କରେ ତାହାକୁ ବସ୍ତୁପରକ ତର୍କବାକ୍ୟ କୁହାଯାଏ । ଏପ୍ରକାର ତର୍କବାକ୍ୟ ଗଠନ ନିମିତ୍ତ ଉଦ୍ଦେଶ୍ୟ ସୂଚିତ ବସ୍ତୁବିଷୟକ ଜ୍ଞାନର ଆବଶ୍ୟକତା ଥାଏ; ଯଥା – ମନୁଷ୍ୟ ଦ୍ବିପଦ; ସମସ୍ତ ମନୁଷ୍ୟ ସୁଖାନ୍ଵେଷୀ ।

CHSE Odisha Class 11 Logic Unit 2 Short & Long Answer Questions in Odia Medium

୨। ନିରପେକ୍ଷ ଓ ସାପେକ୍ଷ ତର୍କବାକ୍ୟ ।
Answer:
ଯେଉଁ ତର୍କବାକ୍ୟରେ ବିଧେୟର ଉଦ୍ଦେଶ୍ୟ ସହିତ ସମ୍ବନ୍ଧ କୌଣସି ସର୍ଭ ସମ୍ବଳିତ ନୁହେଁ, ତାହାକୁ ନିରପେକ୍ଷ ତର୍କବାକ୍ୟ କୁହାଯାଏ; ଯଥା – ଛାତ୍ରଟି ବିଚକ୍ଷଣ, ଏହି ଦେଶ ଅନୁନ୍ନତ ନୁହେଁ ।
ଯେଉଁ ତର୍କବାକ୍ୟରେ ବିଧେୟର ଉଦ୍ଦେଶ୍ୟ ପଦ ସହିତ ସମ୍ବନ୍ଧ କୌଣସି ସର୍ଭ ଉପରେ ନିର୍ଭରଶୀଳ ତାହାକୁ ସାପେକ୍ଷ ତର୍କବାକ୍ୟ କୁହାଯାଏ; ଯଥା – ଯଦି ଛାତ୍ରଟି ଏହି ସମସ୍ୟାର ସମାଧାନ କରିପାରେ, ତେବେ ସେ ବିଚକ୍ଷଣ ଏବଂ ଏହି ଦେଶ ଅନୁନ୍ନତ ନୁହେଁ, ଯଦି ଏହାର ବୈଜ୍ଞାନିକମାନେ ନୂତନ ତଥ୍ୟ ଆବିଷ୍କାର କରିବା ନିମିତ୍ତ ସମର୍ଥ, ଇତ୍ୟାଦି ।

୩। ସାମାନ୍ୟ ଓ ବିଶେଷ ତର୍କବାକ୍ୟ ।
Answer:
ଯେଉଁ ତର୍କବାକ୍ୟରେ ବିଧେୟ ପଦ ଉଦ୍ଦେଶ୍ୟ ପଦର ସମଗ୍ର ବାତ୍ୟାର୍ଥ ସହିତ ସମ୍ବନ୍ଧକୁ ସ୍ଵୀକାର କରେ କିମ୍ବା ଅସ୍ବୀକାର କରେ ତାହାକୁ ସାମାନ୍ୟ ବା ସାର୍ବିକ ବା ବ୍ୟାପକ ତର୍କବାକ୍ୟ କୁହାଯାଏ; ଯଥା – (୧) ସମସ୍ତ ଦାର୍ଶନିକ ମନନଶୀଳ ଅଟନ୍ତି, (୨) ସମସ୍ତ ବୈଜ୍ଞାନିକ ତୀକ୍ଷ୍ଣବୁଦ୍ଧିସମ୍ପନ୍ନ ଅଟନ୍ତି, (୩) କୌଣସି ଶସ୍ତ୍ରଧାରୀ ବ୍ୟକ୍ତି ବିଶ୍ୱାସଯୋଗ୍ୟ ନୁହନ୍ତି ଇତ୍ୟାଦି । ପ୍ରଥମ ତର୍କବାକ୍ୟରେ ସମସ୍ତ ବୈଜ୍ଞାନିକ ତୀକ୍ଷ୍ଣବୁଦ୍ଧିସମ୍ପନ୍ନ ଅଟନ୍ତି, (୩) କୌଣସି ଶସ୍ତ୍ରଧାରୀ ବ୍ୟକ୍ତି ବିଶ୍ୱାସଯୋଗ୍ୟ ନୁହନ୍ତି ଇତ୍ୟାଦି । ପ୍ରଥମ ତର୍କବାକ୍ୟରେ ‘ବୈଜ୍ଞାନିକ’ ପଦର ସମସ୍ତ ବାତ୍ୟାର୍ଥ ସମ୍ପର୍କରେ ସ୍ବୀକାର କରାଗଲା ।

ଯେଉଁ ତର୍କବାକ୍ୟରେ ବିଧେୟ ପଦଟି ଉଦ୍ଦେଶ୍ୟ ପଦର ବାତ୍ୟାର୍ଥ ଏକ ଅନିର୍ଦ୍ଦିଷ୍ଟ ଅଂଶକୁ ସୂଚିତ କରିଥାଏ ତାହାକୁ ଆଂଶିକ ବା ବିଶେଷ ବା ଅବ୍ୟାପକ ତର୍କବାକ୍ୟ ବୋଲି କୁହାଯାଏ; ଯଥା – ‘କେତେକ ଫଳ ସ୍ଵାଦିଷ୍ଟ ଅଟେ’, ‘କେତେକ ଛାତ୍ର ଶିଷ୍ଟାଚାରୀ ନୁହନ୍ତି’ ଇତ୍ୟାଦି ତର୍କବଚନଗୁଡ଼ିକ ବିଶେଷ ତର୍କବାକ୍ୟ । କାରଣ ଏଠାରେ ସ୍ବାଦିଷ୍ଟ ଲକ୍ଷଣ ଅନିର୍ଦ୍ଦିଷ୍ଟ କେତେକ ଫଳ ସମ୍ବନ୍ଧରେ ସ୍ଵୀକାର କରାଯାଉଥିବା ବେଳେ ଶିଷ୍ଟାଚାରିତାକୁ କେତେକ ଛାତ୍ରଙ୍କ ସମ୍ବନ୍ଧରେ ଅସ୍ବୀକାର କରାଯାଉଅଛି ।

୪। ସଦର୍ଥକ ଓ ନଞର୍ଥକ ତର୍କବାକ୍ୟ ।
Answer:
ଗୁଣ ଦୃଷ୍ଟିରୁ ତର୍କବାକ୍ୟଗୁଡ଼ିକୁ ସଦର୍ଥକ ଏବଂ ନଞର୍ଥକ ଅଥବା ଅସ୍ତିବାଚକ ଏବଂ ନାସ୍ତିବାଚକ ଅଥବା ଭାବାତ୍ମକ ଏବଂ ଅଭାବାତ୍ମକ ଅଥବା ଅନ୍ବୟୀ ଏବଂ ନିଷେଧାର୍ଥକ ଭାବେ ଶ୍ରେଣୀକରଣ କରାଯାଇଥାଏ । ଯେଉଁ ତର୍କବାକ୍ୟରେ ଉଦ୍ଦେଶ୍ୟ ସମ୍ବନ୍ଧରେ ବିଧେୟକୁ ସ୍ଵୀକାର କରାଯାଇଥାଏ ତାହାକୁ ସଦର୍ଥକ ତର୍କବାକ୍ୟ ବା ଅସ୍ତିବାଚକ ତର୍କବାକ୍ୟ କୁହାଯାଏ ।

ଏଥିରେ ଉଦ୍ଦେଶ୍ୟ ସହିତ ବିଧେୟର ସ୍ବରୂପ ସମ୍ବନ୍ଧ ଥାଏ; ଯଥା – ମନୁଷ୍ୟ ଦ୍ବିପଦ ଅଟେ; କ ଖ ଅଟେ ଇତ୍ୟାଦି – ଏଠାରେ ଦ୍ବିପଦତାକୁ ମନୁଷ୍ୟ ସମ୍ବନ୍ଧରେ ଏବଂ (ଖ) କୁ ‘କ’ ସମ୍ବନ୍ଧରେ ସ୍ଵୀକାର କରାଯାଇଅଛି; ତେଣୁ ଏଗୁଡ଼ିକ ସଦର୍ଥକ ।

ଯେଉଁ ତର୍କବାକ୍ୟରେ ଉଦ୍ଦେଶ୍ୟ ସମ୍ବନ୍ଧରେ ବିଧେୟକୁ ଅସ୍ଵୀକାର କରାଯାଇଥାଏ ତାହାକୁ ନାସ୍ତିବାଚକ ବା ନଞର୍ଥକ ତର୍କବାକ୍ୟ କୁହାଯାଏ । ଏଥୁରେ ଉଦ୍ଦେଶ୍ୟ ସହିତ ବିଧେୟର ବିଶେଷ ସମ୍ବନ୍ଧ ଥାଏ; ଯଥା – ମନୁଷ୍ୟ ଚତୁଷ୍ପଦ ନୁହେଁ; ‘କ’ ‘ଖ’ ନୁହେଁ ଇତ୍ୟାଦି । ଏଠାରେ ଚତୁଷ୍ପଦକୁ ମନୁଷ୍ୟ ସମ୍ବନ୍ଧରେ ଏବଂ ‘ଖ’କୁ ‘କ’ ସମ୍ବନ୍ଧରେ ଅସ୍ବୀକାର କରାଯାଇଅଛି । ତେଣୁ ଏଗୁଡ଼ିକ ନଞର୍ଥକ ତର୍କବାକ୍ୟ ଅଟନ୍ତି ।

୫। ମୌଳିକ ଓ ଯୌଗିକ ତର୍କବାକ୍ୟ ।
Answer:
ଗୋଟିଏ ଉଦ୍ଦେଶ୍ୟ ପଦ ସହିତ ଗୋଟିଏ ବିଧେୟ ପଦର ସମ୍ବନ୍ଧକୁ ମୌଳିକ ତର୍କବାକ୍ୟ କୁହାଯାଏ । ଏକ ବା ଏକାଧ୍ଵକ ଉଦ୍ଦେଶ୍ୟ ସହିତ ଏକ ବା ଏକାଧ୍ଵକ ବିଧେୟର ସମ୍ବନ୍ଧକୁ ଯୌଗିକ ତର୍କବାକ୍ୟ କୁହାଯାଏ । ମୌଳିକ ତର୍କବାକ୍ୟ ଗୋଟିଏ ଅବଧାରଣ କ୍ରିୟାର ଅଭିବ୍ୟକ୍ତି; କିନ୍ତୁ ଯୌଗିକ ତର୍କବାକ୍ୟ ଏକ ବା ଏକାଧିକ ଅବଧାରଣା କ୍ରିୟାର ଅଭିବ୍ୟକ୍ତି; ଯଥା –

  • ମୌଳିକ ତର୍କବାକ୍ୟ : ମନୁଷ୍ୟ ଅମର ନୁହନ୍ତି ।
  • ଯୌଗିକ ତର୍କବାକ୍ୟ : ରାମବାବୁଙ୍କର ବଡ଼ବୋହୂ ଓଡ଼ିଆ ଓ ସାନବୋହୂ ପଞ୍ଜାବୀ ।

୬। ବାକ୍ୟ ଓ ତର୍କବାକ୍ୟ ।
Answer:
ଶବ୍ଦମାନଙ୍କୁ ନେଇ ଗଠିତ ବାକ୍ୟ ବ୍ୟାକରଣର ଆଲୋଚ୍ୟ । ଏହା ବ୍ୟାକରଣଗତ ନିୟମାବଳୀ ଅନୁସାରେ ଗଠିତ ହୁଏ । କିନ୍ତୁ ପଦମାନଙ୍କୁ ନେଇ ଗଠିତ ତର୍କବାକ୍ୟ ତର୍କଶାସ୍ତ୍ରର ଆଲୋଚ୍ୟ । ଏହା ତର୍କ ପଦ୍ଧତିର ସୁବିଧା ଦୃଷ୍ଟିରୁ ଗଠିତ ଓ ଏହି ଦୃଷ୍ଟିରୁ ଶୁଦ୍ଧ ଓ ଅଶୁଦ୍ଧ ବିବେଚିତ ହୁଏ । ପ୍ରତ୍ୟେକ ତର୍କବାକ୍ୟ ଗୋଟିଏ ବାକ୍ୟ ।

ଏହା ସତ୍ୟ କିମ୍ବା ମିଥ୍ୟା ହୋଇପାରେ । ମାତ୍ର ପ୍ରତ୍ୟେକ ବାକ୍ୟ ତର୍କବାକ୍ୟ ହୋଇନପାରେ, ବାକ୍ୟ ଭୁଲ୍ କିମ୍ବା ଠିକ୍ ବ୍ୟାକରଣର ନିୟମାନୁସାରେ ପ୍ରତିପାଦିତ ହୁଏ । ବାକ୍ୟର ଅବୟବ ଦୁଇଗୋଟି; ଯଥା – ଉଦ୍ଦେଶ୍ୟ ଓ ବିଧେୟ । କିନ୍ତୁ ତର୍କବାକ୍ୟର ଅବୟବ ତିନିଗୋଟି; ଯଥା – ଉଦ୍ଦେଶ୍ୟ, ବିଧେୟ ଓ ସଂଯୋଜକ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ତର୍କବଚନ କାହକୁ କୁହାଯାଏ ?
Answer:
ଦୁଇଟି ପଦ ମଧ୍ଯରେ କୌଣସି ସମ୍ବନ୍ଧର ସ୍ଵୀକୃତି ବା ଅସ୍ଵୀକୃତିକୁ ବହନ କରୁଥିବା ବଚନ (Statement)କୁ ତର୍କବଚନ କୁହାଯାଏ । ଯେତେବେଳେ କୁହାଯାଏ ଯେ, ‘ସମସ୍ତ ମଣିଷ ମରଣଶୀଳ’, ସେତେବେଳେ ଉକ୍ତ ବଚନରେ ‘ମଣିଷ’ ଏବଂ ‘ମରଣଶୀଳ’ – ଏହି ଦୁଇଟି ପଦ ମଧ୍ଯରେ ଗୋଟିଏ ସମ୍ବନ୍ଧକୁ ସ୍ଵୀକାର କରାଯାଇଛି । ପୁଣି ଯେତେବେଳେ କୁହାଯାଏ ଯେ ‘କୌଣସି ମଣିଷ ଯନ୍ତ୍ର ନୁହଁନ୍ତି’, ସେତେବେଳେ ଉକ୍ତ ବଚନରେ ‘ମଣିଷ’ ଏବଂ ‘ଯନ୍ତ୍ର’ – ଏହି ଦୁଇଟି ପଦ ମଧ୍ୟରେ ଗୋଟିଏ ସମ୍ବନ୍ଧକୁ ଅସ୍ବୀକାର କରାଯାଇଛି । ସୁତରାଂ ‘ସମସ୍ତ ମଣିଷ ମରଣଶୀଳ’ ଏବଂ ‘କୌଣସି ମଣିଷ ଯନ୍ତ୍ର ନୁହନ୍ତି’ – ଉଭୟେ ତର୍କବଚନ ।

ଯେକୌଣସି ଗୋଟିଏ ତର୍କବଚନକୁ ବିଶ୍ଳେଷଣ କଲେ ତାହାର ତିନୋଟି ଅଂଶ ପରିଦୃଷ୍ଟ ହୁଏ; ଯଥା – ଉଦ୍ଦେଶ୍ୟ (Subject), ବିଧେୟ (Predicate) ଓ ସଂଯୋଜକ (Copula) । ଉଦ୍ଦେଶ୍ୟ ପୂର୍ବରେ ସଂଯୋଜିତ ‘ସମସ୍ତ’, ‘କେତେକ’, ‘କୌଣସି’ ଇତ୍ୟାଦି ଶବ୍ଦକୁ ପରିମାଣ ନିର୍ଦ୍ଦେଶକ ଚିହ୍ନ (Quantifier) କୁହାଯାଏ ।

CHSE Odisha Class 11 Logic Unit 2 Short & Long Answer Questions in Odia Medium

କୌଣସି ତର୍କବଚନରେ ଯେଉଁ ପଦ ସଂପର୍କରେ କିଛି ସ୍ଵୀକାର ବା ଅସ୍ଵୀକାର କରାହୁଏ ତାହାକୁ ଉଦ୍ଦେଶ୍ୟ କୁହାଯାଏ । ପୁଣି ଯେଉଁ ପଦ ଉଦ୍ଦେଶ୍ୟ ସଂପର୍କରେ କିଛି ସ୍ବୀକାର ବା ଅସ୍ବୀକାର କରିଥାଏ ତାହାକୁ ବିଧେୟ କୁହାଯାଏ । ଯେପରି ‘ସମସ୍ତ ମଣିଷ ମରଣଶୀଳ’ – ଏହି ତର୍କବଚନରେ ‘ମଣିଷ’ ପଦଟି ହେଉଛି ଉଦ୍ଦେଶ୍ୟ ଏବଂ ‘ମରଣଶୀଳ’ ପଦ ହେଉଛି ବିଧେୟ ।

କାରଣ ଏଠାରେ ‘ମଣିଷ’ ପଦ ସଂପର୍କରେ ସଦର୍ଥକଭାବରେ ଉଦ୍ଦେଶ୍ୟ ପ୍ରତିପାଦିତ ଏବଂ ‘ମରଣଶୀଳ’ ମଣିଷ ସଂପର୍କରେ ସଦର୍ଥକଭାବରେ ଯଥାବିଧ୍ ବିବୃତ । ମାତ୍ର ଯେଉଁ ବଚନରେ ଉଦ୍ଦେଶ୍ୟ ଓ ବିଧେୟକୁ ଯେଉଁ ବଚନାଂଶ ଯଥାବିଧ ସଂଯୁକ୍ତ କରିଥାଏ ତାହାକୁ ‘ସଂଯୋଜକ’ କୁହାଯାଏ । ସାଧାରଣତଃ ସଂଯୋଜକହିଁ ଉଦ୍ଦେଶ୍ୟ ଓ ବିଧେୟ ମଧ୍ଯରେ ସମ୍ବନ୍ଧରେ ସ୍ବୀକୃତି ବା ଅସ୍ଵୀକୃତିର ଚିହ୍ନ । ‘ସମସ୍ତ ମଣିଷ ମରଣଶୀଳ’ ଏହି ତର୍କବଚନରେ ‘ଅଟେ’ ଶବ୍ଦଟି ସଂଯୋଜକ । ଏହି ଶବ୍ଦଟି ‘ମଣିଷ’ ଏବଂ ‘ମରଣଶୀଳ’ ଏହି ଦୁଇଟି ପଦକୁ ସଂଯୁକ୍ତ କରୁଅଛି ।

୨। ସଂଯୋଜକ କାହାକୁ କହନ୍ତି ? ଏହାର ତର୍କସମ୍ମତ ରୂପ ନିରୂପଣ କର ।
Answer:
ଉଦ୍ଦେଶ୍ୟ ପଦ ଓ ବିଧେୟ ପଦ ମଧ୍ଯରେ ଯାହା ସଂଯୋଗ ସ୍ଥାପନ କରେ ତାହାକୁ ସଂଯୋଜକ କହନ୍ତି । ତର୍କବଚନରେ ସଂଯୋଜକ ଏକ ପଦ ନୁହେଁ । ଏହା କେବଳ ଉଦ୍ଦେଶ୍ୟ ଓ ବିଧେୟ ପଦ ମଧ୍ୟରେ ସମ୍ପର୍କରେ ଏକ ସଙ୍କେତ ମାତ୍ର । ଏହି ସଂଯୋଜକ ତର୍କବଚନର ପରିସରରେ ସ୍ପଷ୍ଟଭାବେ ନିର୍ଣ୍ଣୀତ ହେବା ଆବଶ୍ୟକ । ଅନେକ ସ୍ଥଳରେ ଏହା ସ୍ପଷ୍ଟଭାବେ ବ୍ୟକ୍ତ ନହୋଇ ବାକ୍ୟର ବିଧେୟ ଭିତରେ ରହିଥାଏ । ତେଣୁ ଗୋଟିଏ ବାକ୍ୟକୁ ତର୍କବାକ୍ୟକୁ ରୂପାନ୍ତରିତ କଲାବେଳେ ସଂଯୋଜକ ସ୍ପଷ୍ଟ ହେବା ଉଚିତ ।

ସଂଯୋଜକର ସ୍ବରୂପ ନିର୍ଣ୍ଣୟ କଲାବେଳେ କେତେଗୋଟି ପ୍ରଶ୍ନ ଉଠିଥାଏ । ପ୍ରଶ୍ନଗୁଡ଼ିକ ହେଲା– ସଂଯୋଜକର ଆକାର କ’ଣ ? ସଂଯୋଜକର କାଳ କ’ଣ ? ସଂଯୋଜକ ସଦର୍ଥକ ନା ନଞର୍ଥକ ? ଶେଷରେ ସଂଯୋଜକର ନିଶ୍ଚିତ ମାତ୍ରା ବା ପ୍ରକାରଣ କ’ଣ ?

ସଂଯୋଜକର ଆକାର ବିଷୟରେ ବର୍ଣ୍ଣନା କଲାବେଳେ ପ୍ରଶ୍ନଉଠେ ଯେ ଏହା କେଉଁ ଧାତୁରୁ ନିଷ୍ପନ୍ନ ହୋଇଛି । ସଂଯୋଜକ ହେଉଛି କେବଳ ଉଦ୍ଦେଶ୍ୟ ଓ ବିଧେୟ ମଧ୍ଯରେ ଗୋଟିଏ ସମ୍ପର୍କର ଚିହ୍ନ । ସେହି ଦୃଷ୍ଟିରୁ ଏହା କେବଳ ‘ଅସ୍’ ଧାତୁ ବା ‘ଭୂ’ ଧାତୁରୁ ନିଷ୍ପନ୍ନ ହେବା ଉଚିତ ବୋଲି ସମସ୍ତ ତାର୍କିକ ମତପୋଷଣ କରିଥାନ୍ତି । ଅର୍ଥାତ୍ ଏହା କେବଳ ‘ଅଟେ’, ‘ଅଟୁ’, ‘ଅଟନ୍ତି’ ଅଥବା ‘ନୁହେଁ’, ‘ନୋହୁଁ’, ନୁହନ୍ତି ଇତ୍ୟାଦି ଶବ୍ଦଦ୍ୱାରା ପ୍ରକାଶିତ ହୁଏ । ସଂଯୋଜକ ‘ଭୂ’ ଧାତୁର କ୍ରିୟା ସାହାଯ୍ୟରେ ଉଦ୍ଦେଶ୍ୟ ଓ ବିଧେୟର ସମ୍ବନ୍ଧ ଜ୍ଞାପକ ରୂପେ ବ୍ୟକ୍ତ କରିଥାଏ ।

CHSE Odisha Class 11 Logic Unit 2 Short & Long Answer Questions in Odia Medium 1

ସଂଯୋଜକର କାଳ ନିର୍ଣ୍ଣୟ –
ସଂଯୋଜକର କାଳ ନିର୍ଣ୍ଣୟ ବିଷୟରେ ମିଲ୍ ଓ ଅନ୍ୟାନ୍ୟ ତାର୍କିକମାନଙ୍କ ମଧ୍ୟରେ ମତପାର୍ଥକ୍ୟ ରହିଅଛି । ମିଲ୍‌ଙ୍କ ମତରେ ସଂଯୋଜକ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ପରି ଯେକୌଣସି କାଳର ହୋଇପାରେ । ସଂଯୋଜକ ଉଦ୍ଦେଶ୍ୟ ଓ ବିଧେୟର ସମ୍ବନ୍ଧଜ୍ଞାପକ ସଙ୍କେତ ହୋଇଥିବାରୁ ଏହାଦ୍ୱାରା ଏହି ସମ୍ବନ୍ଧ ସଂସ୍ଥାପନର ସମୟ ମଧ୍ୟ ସୂଚିତ ହେବା ଉଚିତ । ମାତ୍ର ହ୍ୟାମିଲଟନ୍, ମାନସେଲ୍, ଫାଉଲର ଇତ୍ୟାଦି ତାର୍କିକମାନଙ୍କ ମତରେ ସଂଯୋଜକ ସର୍ବଦା ବର୍ତ୍ତମାନ କାଳର ହେବା ଉଚିତ ।

CHSE Odisha Class 11 Logic Unit 2 Short & Long Answer Questions in Odia Medium 2

ସଂଯୋଜକର ଗୁଣ ନିର୍ଣ୍ଣୟ –
ସଂଯୋଜକର ଗୁଣ ବିଷୟରେ ମଧ୍ୟ ତାର୍କିକମାନେ ଏକମତ ନୁହଁନ୍ତି । ସାଧାରଣତଃ ଗୁଣ ଦୃଷ୍ଟିରୁ ତର୍କବାକ୍ୟଗୁଡ଼ିକ ଦୁଇ ପ୍ରକାରର; ଯଥା – ସଦର୍ଥକ ଓ ନଞର୍ଥକ । ଯଥା – ‘ବଗ ଧବଳ ବର୍ଣ୍ଣର ଅଟେ’, ‘ବଗ କୃଷ୍ଣକାୟ ନୁହେଁ’ । ଉଭୟ କ୍ଷେତ୍ରରେ ଉଦ୍ଦେଶ୍ୟ ଓ ବିଧେୟ ମଧ୍ଯରେ ସମ୍ପର୍କ ସ୍ଥାପିତ ହୋଇଅଛି ।

କେତେକ ତାର୍କିକମାନଙ୍କ ମତରେ ଉଦ୍ଦେଶ୍ୟ ଓ ବିଧେୟ ମଧ୍ଯରେ ଥିବା ସମ୍ପର୍କ ସର୍ବଦା ସଦର୍ଥକ ହେବା ଉଚିତ । ହସଙ୍କ ମତରେ ସଂଯୋଜକ ସଦର୍ଥକ ହେବା ଉଚିତ କାରଣ ‘ଅଟେ’, ‘ଅଛି’ ଇତ୍ୟାଦି ସଦର୍ଥକ ତର୍କବାକ୍ୟରେ ସଂଯୋଜକର ଅସ୍ତିତ୍ବକୁ ସ୍ଵୀକାର କରାଯାଇଥିବାସ୍ଥଳେ ନଞର୍ଥକ ସମ୍ପର୍କକୁ ଅସ୍ବୀକାର କରାଯାଇଛି । ଅନ୍ୟ ତାର୍କିକମାନଙ୍କ ମତରେ ତର୍କବାକ୍ୟଗୁଡ଼ିକ ସଦର୍ଥକ କିମ୍ବା ନଞର୍ଥକ ହୋଇପାରେ । ଏଣୁ ସଂଯୋଜକ ସଦର୍ଥକ କିମ୍ବା ନଞର୍ଥକ ଗୁଣବିଶିଷ୍ଟ ହୋଇପାରେ ।

ସଂଯୋଜକର ନିଶ୍ଚିତ ମାତ୍ରା ବା ପ୍ରକାରତା –
ଏ ସମ୍ପର୍କରେ ମଧ୍ୟ ତାର୍କିକମାନଙ୍କ ମଧ୍ୟରେ ମତପାର୍ଥକ୍ୟ ରହିଅଛି । ଏହି ନିଶ୍ଚିତ ମାତ୍ରା ତିନି ପ୍ରକାରର ଅଟେ; ଯଥା – ଆବଶ୍ୟକ, ଘୋଷକ ଓ ସାମ୍ଭାବ୍ୟକ ।
ଆବଶ୍ୟକ – ଯଦି ଗୋଟିଏ ତର୍କବାକ୍ୟରେ ଉଦ୍ଦେଶ୍ୟ ଓ ବିଧେୟର ସମ୍ବନ୍ଧ ସେମାନଙ୍କ ମୂଳ ସ୍ବଭାବ ସହିତ ଏପରି ଭାବରେ ଜଡ଼ିତ ଯେ ସେମାନଙ୍କ ତଦ୍ରୂପ ସମ୍ବନ୍ଧ ଅନିବାର୍ଯ୍ୟ ହୋଇଥାଏ; ତେବେ ତାହାକୁ ଆବଶ୍ୟକ ତର୍କବାକ୍ୟ କୁହାଯାଏ; ଯଥା – ଦୁଇ ଓ ତିନିର ଯୋଗଫଳ ଅବଶ୍ୟ ପାଞ୍ଚ ହେବ । ତ୍ରିଭୁଜର ତିନି କୋଣର ସମଷ୍ଟି ଅବଶ୍ୟ ଦୁଇ ସମକୋଣ ସଙ୍ଗେ ସମାନ ହେବ ।

ଘୋଷକ – ଯଦି ଗୋଟିଏ ତର୍କବାକ୍ୟର ଉଦ୍ଦେଶ୍ୟ ଓ ବିଧେୟର ସମ୍ବନ୍ଧ ସେମାନଙ୍କ ମୂଳ ସ୍ବଭାବ ସହିତ ବିଜଡ଼ିତ କି ନୁହେଁ ଜଣା ନ ଥାଏ; କିନ୍ତୁ ସେମାନଙ୍କର ସମ୍ବନ୍ଧ ଅନୁଭୂତିସିଦ୍ଧ ତାହାକୁ ଘୋଷକ ତର୍କବାକ୍ୟ କୁହାଯାଏ; ଯଥା – ସମସ୍ତ ମନୁଷ୍ୟ ମରଣଶୀଳ ।

ସାମ୍ଭାବ୍ୟକ – ଯଦି ଗୋଟିଏ ତର୍କବାକ୍ୟର ଉଦ୍ଦେଶ୍ୟ ଓ ବିଧେୟର ସମ୍ବନ୍ଧରେ କୌଣସି ସ୍ଥିରତା ନାହିଁ କିନ୍ତୁ ସମ୍ଭାବନା ଅଛି ତାକୁ ସାମ୍ଭାବ୍ୟକ ବା ସମ୍ଭାବନାମୂଳକ ତର୍କବାକ୍ୟ କୁହାଯାଏ; ଯଥା – ‘କାଲି ବର୍ଷା ହୋଇପାରେ’ । ‘ବାପା ଦିଲ୍ଲୀରୁ କାଲି ଆସି ।

CHSE Odisha Class 11 Logic Unit 2 Short & Long Answer Questions in Odia Medium

୩। ତର୍କବଚନର ଶ୍ରେଣୀବିଭାଗ (Classification of Proposition) ଉଲ୍ଲେଖ କର ।
Answer:
(୧) ଗୁଣ (Quality) ଅନୁଯାୟୀ ତର୍କବଚନକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି; ଯଥା – (i) ସଦର୍ଥକ ତର୍କବଚନ (Affirmative Proposition) ଏବଂ (ii) ନଞର୍ଥକ ତର୍କବଚନ (Negative Proposition) |
ଯେଉଁ ତର୍କବଚନର ବିଧେୟ ଉଦ୍ଦେଶ୍ୟ ସଂପର୍କରେ କୌଣସି ବିଷୟ ବା ଘଟଣାକୁ ସ୍ବୀକାର କରେ, ତାହାକୁ ସଦର୍ଥକ ତର୍କବଚନ କୁହାଯାଏ । ଯେପରି ‘ସମସ୍ତ ମଣିଷ ମରଣଶୀଳ ଅଟନ୍ତି’ । ଏହି ତର୍କବଚନରେ ମରଣଶୀଳତା ଗୁଣଟି ସମସ୍ତ ମଣିଷ ତାହାକୁ ନଞର୍ଥକ ତର୍କ ବଚନ କୁହାଯାଏ । ଯେପରି ‘କୌଣସି ମଣିଷ ଯନ୍ତ୍ର ନୁହେଁ’ । ଏଠାରେ ‘ଯନ୍ତ୍ରତ୍ବ’ ଗୁଣଟି ପ୍ରତ୍ୟେକ ମଣିଷ ସଂପର୍କରେ ଅସ୍ଵୀକାର କରାହୋଇଛି ।

(୨) ପରିମାଣ (Quantity) ଅନୁଯାୟୀ ତର୍କବଚନକୁ ଦୁଇ ଭାଗରେ ଭାଗ କରାଯାଇଛି; ଯଥା –
(i) ସାର୍ବିକ ତର୍କବଚନ ଏବଂ
(ii) ବିଶେଷ ବା ଆଂଶିକ ତର୍କବଚନ ।

ସାର୍ବିକ ତର୍କବଚନ କୁହାଯାଏ । ପ୍ରକାରାନ୍ତରେ ଉଦ୍ଦେଶ୍ୟ ପଦରେ ନିର୍ଦ୍ଦେଶିତ ସମସ୍ତ ବ୍ୟକ୍ତି ବା ବସ୍ତୁ ସଂପର୍କରେ ବିଧେୟଦ୍ବାରା ସ୍ଵୀକାର ବା ଅସ୍ଵୀକାର କରାଗଲେ ତାହା ସାର୍ବିକ ତର୍କବଚନ ହେବ । ଯେପରି ‘ସମସ୍ତ ମଣିଷ ମରଣଶୀଳ ଅଟନ୍ତି’– ଏହି ତର୍କବଚନରେ ‘ମରଣଶୀଳତା’ ଗୁଣଟି ‘ମଣିଷ’ ପଦର ସବୁ ମଣିଷ ସଂପର୍କରେ ସ୍ବୀକାର କରାଯାଇଛି ।

ତେଣୁ ଏଠାରେ ଉଲ୍ଲିଖ ଦୁଇଟିଯାକ ପଦରେ ନିହିତ ଥ‌ିବା ବାତ୍ୟାର୍ଥର ଅଂଶବିଶେଷ ସଂପର୍କରେ କିଛି ସ୍ବୀକାର ବା ଅସ୍ବୀକାର କରୁଥିବାରୁ ତାହାକୁ ସାର୍ବିକ ବା ଆଂଶିକ ତର୍କବଚନ କୁହାଯାଏ । ସେହିପରି ଏହି ତର୍କବଚନରେ ‘ଯନ୍ତ୍ର’ ପଦଟି ମଣିଷ ପଦ ବିଷୟରେ ଅସ୍ବୀକାର କରାଯାଇଛି ।

‘କେତେକ ଛାତ୍ର ବୁଦ୍ଧିମାନ୍ ଅଟନ୍ତି’ । ଏହି ତର୍କବଚନରେ ‘ବୁଦ୍ଧିମାନ୍’ ଗୁଣଟି ‘ଛାତ୍ର’ ପଦର କେତେକ ବ୍ୟକ୍ତିଙ୍କ ସଂପର୍କରେ ସ୍ବୀକାର କରୁଛି । ‘କେତେକ ଛାତ୍ର ବୁଦ୍ଧିମାନ୍ ନୁହନ୍ତି’ – ଏହି ତର୍କବଚନରେ ବୁଦ୍ଧିମାନ୍ ଗୁଣଟି ‘ଛାତ୍ର’ ପଦର କେତେକ ବ୍ୟକ୍ତିଙ୍କ ସଂପର୍କରେ ଅସ୍ବୀକାର କରୁଛି । ତେଣୁ ଏଠାରେ ଉଲ୍ଲେଖ୍ ଦୁଇଟିଯାକ ତର୍କବଚନ ବିଶେଷ ବା ଆଂଶିକ ଭାବରେ ପରିଗଣିତ । କାରଣ ଉଲ୍ଲିଖ ଦୁଇଟିଯାକ ତର୍କବଚନର ଉଦ୍ଦେଶ୍ୟ ପଦ ଦୁଇଟି ସମଗ୍ର ବାତ୍ୟାର୍ଥର ଗୋଟିଏ ଗୋଟିଏ ଅଂଶକୁ ଯଥାକ୍ରମେ ଉଲ୍ଲିଖ ଗୁଣ ଦୃଷ୍ଟିରୁ ସ୍ଵୀକାର ବା ଅସ୍ବୀକାର କରୁଛନ୍ତି ।

(୩) ତାତ୍ପର୍ଯ୍ୟ (Significance) ଅନୁଯାୟୀ ତର୍କବଚନକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି; ଯଥା – ବିଶ୍ଳେଷଣାତ୍ମକ ତର୍କବଚନ (Analytical or Verbal Proposition) ଏବଂ ସଂଶ୍ଳେଷଣାତ୍ମକ ତର୍କବଚନ (Synthetic or Real Proposition) ।

ବିଶ୍ଳେଷଣାତ୍ମକ ତର୍କବଚନ : ଯେଉଁ ତର୍କବଚନରେ ବିଧେୟ ପଦ ଉଦ୍ଦେଶ୍ୟ ପଦର ସଂପୂର୍ଣ୍ଣ ଲକ୍ଷଣାର୍ଥ ବା ତହିଁର ଅଂଶମାତ୍ରକୁ ପ୍ରକାଶ କରେ ତାହାକୁ ବିଶ୍ଳେଷଣାତ୍ମକ ତର୍କବଚନ କୁହାଯାଏ । ଯେପରି ‘ସମସ୍ତ ମଣିଷ ପ୍ରାଣୀ ଅଟନ୍ତି’ ବା ‘ସମସ୍ତ ମଣିଷ ବିଚାରଶୀଳ ପ୍ରାଣୀ ଅଟନ୍ତି’ ଇତ୍ୟାଦି ।

ସଂଶ୍ଳେଷଣାତ୍ମକ ତର୍କବଚନ : ଯେଉଁ ତର୍କବଚନରେ ବିଧେୟ ପଦ ଉଦ୍ଦେଶ୍ୟ ପଦରେ ନିହିତ ସଂପୂର୍ଣ ଅର୍ଥକୁ ପ୍ରକାଶ ନ କରି ଉଦ୍ଦେଶ୍ୟ ସଂପର୍କରେ ନୂତନ ତଥ୍ୟର ସନ୍ଧାନ ଦିଏ ତାହାକୁ ସଂଶ୍ଳେଷଣାତ୍ମକ ତର୍କବଚନ କୁହାଯାଏ । ଯେପରି ‘ସମସ୍ତ ମଣିଷ ମରଣଶୀଳ ଅଟନ୍ତି’, ‘ଲୁହା ସୁପରିବାହୀ ଅଟେ’ ଇତ୍ୟାଦି ।

(୪) ଗଠନ ଦୃଷ୍ଟିରୁ ତର୍କବାକ୍ୟଗୁଡ଼ିକୁ ଦୁଇଭାଗରେ ବିଭକ୍ତ କରାଯାଇଛି; ଯଥା – (କ) ମୌଳିକ ବା ସରଳ ଓ (ଖ) ଯୌଗିକ । ଗୋଟିଏ ଉଦ୍ଦେଶ୍ୟ ସହିତ ଗୋଟିଏ ବିଧେୟର ସମ୍ବନ୍ଧକୁ ମୌଳିକ ବା ସରଳ ତର୍କବାକ୍ୟ କୁହାଯାଏ । ଯଥା – ରାମ ମରଣଶୀଳ ଅଟେ । କୌଣସି ମନୁଷ୍ୟ ଅମର ନୁହନ୍ତି ।

ଯେଉଁ ତର୍କବାକ୍ୟରେ ଏକାଧ୍ଵକ ଉଦ୍ଦେଶ୍ୟ ପଦ ଗୋଟିଏ ବିଧେୟ ପଦ ସହିତ ଅଥବା ଗୋଟିଏ ଉଦ୍ଦେଶ୍ୟ ପଦ ଏକାଧ୍ଵ ବିଧେୟ ପଦ ସହିତ ସମ୍ବନ୍ଧ ସ୍ଥାପନ କରେ ତାହାକୁ ଯୌଗିକ ତର୍କବାକ୍ୟ କୁହାଯାଏ; ଯଥା – ରାମ ଓ ହରି ଉଭୟ ବୁଦ୍ଧିମାନ୍ । ପଶୁ, ପକ୍ଷୀ କୀଟପତଙ୍ଗ କେହି ଅମର ନୁହନ୍ତି ।

ଏତଦ୍‌ଭିନ୍ନ ଏପରି କେତେକ ତର୍କବାକ୍ୟ ଅଛନ୍ତି ଯେଉଁଗୁଡ଼ିକ ବାହାରୁ ସରଳ ଭଳି ଜଣାଗଲେ ମଧ୍ୟ ବିଶ୍ଳେଷଣ କଲେ ଦେଖାଯିବ ଯେ ସେଗୁଡ଼ିକ ଏକାଧ୍ଵ ସରଳ ତର୍କବାକ୍ୟକୁ ନେଇ ଗଠିତ । ଏଗୁଡ଼ିକୁ ଜଟିଳ ତର୍କବାକ୍ୟ ବୋଲି କୁହାଯାଏ; ଯଥା – ‘କେବଳ ସ୍ନାତକ ଡିଗ୍ରୀଧାରୀ ବ୍ୟକ୍ତି ସ୍ନାତକୋତ୍ତର ଶ୍ରେଣୀରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି।

(୫) ସମ୍ବନ୍ଧ ଦୃଷ୍ଟିରୁ ତର୍କବାକ୍ୟମାନଙ୍କୁ ଦୁଇଭାଗରେ ବିଭକ୍ତ କରାଯାଇଛି; (କ) ନିରପେକ୍ଷ ବା ଅସର୍ଭକ ଓ ଖ) ସାପେକ୍ଷ ବା ସର୍ଭେକ ।
ନିରପେକ୍ଷ ବା ଅସର୍ଭକ– ଯେଉଁ ତର୍କବାକ୍ୟରେ ବିଧେୟର ଉଦ୍ଦେଶ୍ୟ ସହିତ ସମ୍ବନ୍ଧ କୌଣସି ସର୍ଭ ସମ୍ବଳିତ ନୁହେଁ, ତାହାକୁ ନିରପେକ୍ଷ ତର୍କବାକ୍ୟ କୁହାଯାଏ; ଯଥା – ରାମ ଜଣେ ବିଚକ୍ଷଣ ବାଳକ ଅଟେ ।

କୌଣସି ମନୁଷ୍ୟ ଚତୁଷ୍ପଦ ନୁହନ୍ତି । ସାପେକ୍ଷ ବା ସର୍ଭେକ– ଯେଉଁ ତର୍କବାକ୍ୟରେ ବିଧେୟର ଉଦ୍ଦେଶ୍ୟ ସହିତ ସମ୍ବନ୍ଧ କୌଣସି ସର୍ଭ ଉପରେ ନିର୍ଭରଶୀଳ, ତାହାକୁ ସାପେକ୍ଷ ତର୍କବାକ୍ୟ କୁହାଯାଏ; ଯଥା – ଯଦି ସୂର୍ଯ୍ୟ ଥାଏ, ତେବେ ଆଲୋକ ଥାଏ ।

CHSE Odisha Class 11 Logic Unit 2 Short & Long Answer Questions in Odia Medium

ପୁନଶ୍ଚ ସାପେକ୍ଷ ବା ସର୍ଭେକ ତର୍କବାକ୍ୟ ତିନିପ୍ରକାରର ଅଟେ; (କ) ପ୍ରାକଳ୍ପିକ, (ଖ) ବୈକଳ୍ପିକ ଓ (ଗ) ବିଯୋଜକ ।

ପ୍ରାକଳ୍ପିକ ତର୍କବାକ୍ୟ – ଯେଉଁ ସାପେକ୍ଷ ତର୍କବାକ୍ୟରେ ସର୍ଭଟି ସ୍ପଷ୍ଟ ଭାବରେ ଉଲ୍ଲିଖିତ ହୋଇଥାଏ ତାହାକୁ ପ୍ରାକଳ୍ପିକ ତର୍କବାକ୍ୟ କୁହାଯାଏ । ଏହି ତର୍କବାକ୍ୟ ଯଦି….. ତେବେ ଆକାରରେ ପ୍ରକାଶ ପାଇଥାଏ; ଯଥା – ଯଦି ବର୍ଷା ହୁଏ ତେବେ ବନ୍ୟା ହେବ ।

ବୈକଳ୍ପିକ ତର୍କବାକ୍ୟ – ଯେଉଁ ତର୍କବଚନରେ ଦୁଇଟି ବିକଳ୍ପ ‘କିମ୍ବା’ ଶବ୍ଦଦ୍ବାରା ପ୍ରକାଶିତ ହେଲେ ମଧ୍ୟ ଉଭୟ ବିକଳ୍ପ ଏକାସାଙ୍ଗରେ ଘଟିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ, ସେ ପ୍ରକାର ସର୍ତ୍ତମୂଳକ ତର୍କବାକ୍ୟକୁ ବୈକଳ୍ପିକ ତର୍କବାକ୍ୟ କୁହାଯାଏ; ଯଥା – ରାମବାବୁ ହୁଏତ ଚା’ କିମ୍ବା କଫି ପାନ କରିପାରନ୍ତି ।

ବିଯୋଜକ ତର୍କବାକ୍ୟ  – ଯେଉଁ ତର୍କବାକ୍ୟରେ ଦୁଇଟି ବିକଳ୍ପ ‘କିମ୍ବା’ ଶବ୍ଦଦ୍ୱାରା ପ୍ରକାଶିତ ହେଲେ ମଧ୍ୟ ଗୋଟିଏ ବିକଳ୍ପକୁ ଅସ୍ବୀକାର କଲେ ଅନ୍ୟକୁ ସ୍ବୀକାର କରିବାକୁ ହୁଏ ଏବଂ ଗୋଟିକୁ ସ୍ଵୀକାର କଲେ ଅନ୍ୟକୁ ଅସ୍ବୀକାର କରିବାକୁ ପଡ଼ିଥାଏ ତାହାକୁ ବିଯୋଜକ ତର୍କବାକ୍ୟ କହନ୍ତି; ଯଥା – ଜନ୍ ଉତ୍କଳ ବିଶ୍ବବିଦ୍ୟାଳୟ ନତୁବା ଫକୀରମୋହନ ବିଶ୍ବବିଦ୍ୟାଳୟରେ ପଢ଼ୁଅଛନ୍ତି ।

(୬) ନିଶ୍ଚିତିର ତାରତମ୍ୟ ଦୃଷ୍ଟିରୁ ତର୍କବାକ୍ୟମାନଙ୍କୁ ତିନି ଭାଗରେ ବିଭକ୍ତ କରାଯାଇଛି; ଯଥା –
(କ) ନିଶ୍ଚିତିବାଚକ,
(ଖ) ବିବରଣବାଚକ ବା ଘୋଷକ
(ଗ) ସମ୍ଭାବନାବାଚକ ।
ତର୍କବାକ୍ୟ –

(କ) ନିଶ୍ଚିତିବାଚକ – ଯଦି ଗୋଟିଏ ତର୍କବାକ୍ୟରେ ଉଦ୍ଦେଶ୍ୟ ଓ ବିଧେୟ ମଧ୍ଯରେ ସମ୍ବନ୍ଧ ଅବଶ୍ୟ ସ୍ବୀକାର୍ଯ୍ୟ ତାହାକୁ ନିଶ୍ଚିତିବାଚକ ତର୍କବାକ୍ୟ କୁହାଯାଏ; ଯଥା – ଦୁଇ ଓ ଦୁଇର ଯୋଗଫଳ ଅବଶ୍ୟ ଚାରି ହେବ । ତ୍ରିଭୁଜର ତିନିକୋଣର ସମଷ୍ଟି ଅବଶ୍ୟ ଦୁଇ ସମକୋଣ ସଙ୍ଗେ ସମାନ ହେବ ।

(ଖ) ବିବରଣବାଚକ ବା ଘୋଷକ ତର୍କବାକ୍ୟ – ଯଦି ଗୋଟିଏ ତର୍କବାକ୍ୟର ଉଦ୍ଦେଶ୍ୟ ଓ ବିଧେୟର ସମ୍ବନ୍ଧ ଅନୁଭୂତିସିଦ୍ଧି, ତାହାକୁ ବିବରଣବାଚକ ବା ପୋଷକ ତର୍କବାକ୍ୟ କୁହାଯାଏ; ଯଥା – କେତେକ ମନୁଷ୍ୟ ମାଆଂଶୀ ଅଟନ୍ତି ।

(ଗ) ସମ୍ଭାବନାବାଚକ ତର୍କବାକ୍ୟ – ଯଦି ଗୋଟିଏ ତର୍କବାକ୍ୟର ଉଦ୍ଦେଶ୍ୟ ଓ ବିଧେୟର ସମ୍ବନ୍ଧ କୌଣସି ସମ୍ଭାବନା ଉପରେ ନିର୍ଭର କରେ, ତାହାକୁ ସମ୍ଭାବନାବାଚକ ତର୍କବାକ୍ୟ କୁହାଯାଏ; ଯଥା – ଆସନ୍ତା କାଲି ବାପା ଦିଲ୍ଲୀରୁ ଫେରିପାରନ୍ତି । ଆଜି ସନ୍ଧ୍ୟାବେଳକୁ ବର୍ଷା ହୋଇପାରେ, ଇତ୍ୟାଦି ।

୪। ଗୁଣ ଓ ପରିମାଣଭିଭିରେ ତର୍କବଚନର ଶ୍ରେଣୀବିଭାଗ (Classification of Proposition according to Quality and Quantity) ଉଲ୍ଲେଖ କର ।
Answer:
ଗୁଣ ଅନୁଯାୟୀ ତର୍କବଚନକୁ ଦୁଇଭାଗରେ ବିଭକ୍ତ କରାଯାଇଛି; ଯଥା – ସଦର୍ଥକ ଏବଂ ନଞର୍ଥକ । ସେହିପରିଭାବରେ ପରିମାଣ ଅନୁଯାୟୀ ତର୍କବଚନକୁ ଦୁଇଭାଗରେ ଭାଗ କରାଯାଇଛି; ଯଥା – ସାର୍ବିକ ଓ ବିଶେଷ । ଦେଖାଯାଏ ଯେ, ତର୍କବଚନଗୁଡ଼ିକ ଆଂଶିକ ଓ ସାର୍ବିକ ହୋଇ ମଧ୍ୟ ସଦର୍ଥକ କିମ୍ବା ନଞର୍ଥକ ହୋଇପାରନ୍ତି । ତେଣୁ ଏହି ଦୃଷ୍ଟିରୁ ତର୍କବଚନଗୁଡ଼ିକୁ ନିମ୍ନଲିଖୂମତେ ବିଭାଗୀକରଣ କରାଯାଇପାରେ ।

ତର୍କବଚନ ସାର୍ବିକ ସଦର୍ଥକ ହେବ ଯେତେବେଳେ ଦତ୍ତ ତର୍କବଚନଟିର ବିଧେୟପଦ ଉଦ୍ଦେଶ୍ୟଟି ପଦର ସମଗ୍ର ବାତ୍ୟାର୍ଥକୁ ସ୍ଵୀକାର କରୁଥବ । ଯେପରି, ‘ସମସ୍ତ ମଣିଷ ମରଣଶୀଳ’– ଏହି ତର୍କବଚନଟିରେ ‘ମରଣଶୀଳ’ ବିଧେୟ ପଦ ଅଟେ ଏବଂ ଏହା ‘ମଣିଷ’ ରୂପକ ଉଦ୍ଦେଶ୍ୟ ପଦର ସମଗ୍ର ବାତ୍ୟାର୍ଥକୁ ଯଥାବିଧ୍ ସ୍ବୀକାର କରୁଛି । ତେଣୁ ଏହା ଏକ ସାର୍ବିକ ସଦର୍ଥକ ତର୍କବଚନ । ଏହାର ତାର୍କିକ ଆକାର ହେଉଛି ‘ସମସ୍ତ କ ଖ ଅଟେ’– ଆ (A) ।

ସେତେବେଳେ ତର୍କବଚନଟି ସାର୍ବିକ ନଞର୍ଥକ ହେବ ଯେତେବେଳେ ଦତ୍ତ ତର୍କ ବଚନର ବିଧେୟ ପଦ ଉଦ୍ଦେଶ୍ୟ ପଦର ସମଗ୍ର ବାତ୍ୟାର୍ଥକୁ ଅସ୍ଵୀକାର କରୁଥବ । ଯେପରି ‘କୌଣସି ମଣିଷ ଯନ୍ତ୍ର ନୁହେଁ’– ଏହି ତର୍କବଚନର ବିଧେୟ ପଦ ‘ଯନ୍ତ୍ର’ ଉଦ୍ଦେଶ୍ୟ ପଦ ‘ମଣିଷର’ ସମଗ୍ର ବାତ୍ୟାର୍ଥକୁ ଅସ୍ବୀକାର କରୁଛି । ତେଣୁ ଏହା ସାର୍ବିକ ନଞର୍ଥକ ତର୍କବଚନ ଅଟେ । ଏହାର ତାର୍କିକ ଆକାର ହେଉଛି ‘କୌଣସି କ ଖ ନୁହେଁ’ – ଏ (E) ।

ତର୍କବଚନଟି ବିଶେଷ ବା ଆଂଶିକ ସଦର୍ଥକ ତର୍କବଚନ ହେବ ଯେତେବେଳେ ଦତ୍ତ ତର୍କବଚନର ବିଧେୟ ପଦଟି ଉଦ୍ଦେଶ୍ୟ ପଦର ବାତ୍ୟାର୍ଥର କିୟଦଂଶକୁ ସ୍ୱୀକାର କରୁଥ୍ । ଯେପରି, ‘କେତେକ ଛାତ୍ର ବୁଦ୍ଧିମାନ୍ ଅଟନ୍ତି’– ଏହି ତର୍କବଚନରେ ବିଧେୟ ପଦ ‘ବୁଦ୍ଧିମାନ୍’ ଉଦ୍ଦେଶ୍ୟ ପଦର ଆଂଶିକ ବାତ୍ୟାର୍ଥକୁ ସ୍ୱୀକାର କରୁଅଛି । ତେଣୁ ଉକ୍ତ ତର୍କବଚନଟି ବିଶେଷ ବା ଆଂଶିକ ସଦର୍ଥକ ତର୍କବଚନ । ଏହାର ତାର୍କିକ ଆକାର ହେଉଛି ‘କେତେକ କ ଖ ଅଟନ୍ତି’– ଇ (I) ।

ତର୍କବଚନଟି ବିଶେଷ ବା ଆଂଶିକ ନଞର୍ଥକ ତର୍କବଚନ ହେବ ଯଦି ଦତ୍ତ ତର୍କବଚନଟିରେ ଉଦ୍ଦେଶ୍ୟ ପଦ ବିଧେୟ ପଦର ବାଚ୍ୟାର୍ଥର କିୟଦଂଶକୁ ଅସ୍ବୀକାର କରୁଥିବ; ଯଥା— ‘କେତେକ ମଣିଷ ସାଧୁ ନୁହନ୍ତି’– ଏହି ତର୍କବଚନରେ ବିଧେୟ ପଦ ‘ସାଧୁ’, ‘ଉଦ୍ଦେଶ୍ୟ’ ପଦର ବାତ୍ୟାର୍ଥର କିୟଦଂଶକୁ ଅସ୍ବୀକାର କରୁଛି । ତେଣୁ ଏହା ବିଶେଷ ବା ଆଂଶିକ ନଞର୍ଥକ ତର୍କବଚନ ଅଟେ । ଏହାର ତାର୍କିକ ଆକାର ହେଉଛି ‘କେତେକ କ ଖ ନୁହନ୍ତି’ – ଓ (O) ।

ସଂକ୍ଷେପରେ କହିବାକୁ ଗଲେ ସାଧାରଣତଃ ଆରିଷ୍ଟୋଟଲୀୟ ତର୍କଶାସ୍ତ୍ରରେ ଉପରୋକ୍ତ ଚାରୋଟି ତର୍କବଚନକୁ (ଯଥା ଆ, ଏ, ଇ, ଓ) ତର୍କଶାସ୍ତ୍ରରେ ଯଥାବିଧ୍ ଗ୍ରହଣ କରାଯାଇଛି । ଭାଷାଗତ କୌଣସି ବାକ୍ୟର ବିଚାରଣା କଲାବେଳେ ସେହି ବାକ୍ୟଟିକୁ ଉଲ୍ଲିଖ ଆ, ଏ, ଇ ଏବଂ ଓ ଏହି ଚାରୋଟି ତର୍କବଚନରୁ କୌଣସି ଗୋଟିକରେ ପରିବର୍ତ୍ତନ କରି ତାହାର ସତ୍ୟାସତ୍ୟ ବା ବୈଧତା ବିଚାର କରିବାକୁ ପଡ଼ିଥାଏ ।

ଗୁଣ ଓ ପରିମାଣ ଦୃଷ୍ଟିରୁ ତର୍କବଚନଗୁଡ଼ିକ –

(୧) ସାର୍ବିକ ସଦର୍ଥକ ତର୍କବଚନ (ଆ) = ସମସ୍ତ କ ଖ ଅଟନ୍ତି ।
ସମସ୍ତ ମଣିଷ ମରଣଶୀଳ ଅଟନ୍ତି ।
(୨) ସାବିକ ନଞର୍ଥକ ତର୍କବଚନ (ଏ) = କେତେକ କ ଖ ଅଟନ୍ତି ।
କୌଣସି ମଣିଷ ଯନ୍ତ୍ର ନୁହନ୍ତି ।
(୩) ଆଂଶିକ ସଦର୍ଥକ ତର୍କବଚନ : (ଇ) = କୌଣସି କ ଖ ନୁହନ୍ତି ।
କୌଣସି ମଣିଷ ଯନ୍ତ୍ର ନୁହନ୍ତି ।
(୪) ଆଂଶିକ ନଞର୍ଥକ ତର୍କବଚନ : (ଓ) = କେତେକ ଛାତ୍ର ବୁଦ୍ଧିମାନ୍ ଅଟନ୍ତି ।
କେତେକ କ ଖ ନୁହନ୍ତି ।

୫। ତର୍କବଚନରେ ପଦମାନଙ୍କର ବ୍ୟାପକତା (Distribution of Terms in Proposition) ଉଲ୍ଲେଖ କର ।
Answer:
ପଦ ନିର୍ଦ୍ଦେଶିତ ସମସ୍ତ ବାତ୍ୟାର୍ଥର ବିଚାରଣା କଲାବେଳେ ଉକ୍ତ ପଦଟି ବ୍ୟାପ୍ୟ ହେଲା ବୋଲି କୁହାଯିବ । ପ୍ରତ୍ୟେକ ତର୍କବଚନ ଦୁଇଟି ପଦର ସମାହାର । ତର୍କଶାସ୍ତ୍ର ‘ଆ’, ‘ଏ’, ‘ଇ’ ଏବଂ ‘ଓ’ ଏହି ଚାରୋଟି ତର୍କବଚନକୁ ସାଧାରଣତଃ ସ୍ବୀକାର କରିଥାଏ । ବର୍ତ୍ତମାନ ଦେଖାଯାଉ ଯେ, ଉକ୍ତ ତର୍କବଚନଗୁଡ଼ିକର କେଉଁ କେଉଁ ପଦ ଯଥାବିଧ ବ୍ୟାପ୍ୟ ବା ଅବ୍ୟାପ୍ୟ ଅଟେ ।

ଉଦାହରଣସ୍ୱରୂପ ‘ସମସ୍ତ ମଣିଷ ମରଣଶୀଳ’– ଏହି ‘ଆ’ ତର୍କବଚନରେ ‘ମଣିଷ’ ପଦଟି ବ୍ୟାକ୍ୟ; କାରଣ ଏଠାରେ ‘ମରଣଶୀଳତା’ ଗୁଣଟି ସମସ୍ତ ମଣିଷ ସଂପର୍କରେ ସ୍ଵୀକାର କରାଯାଇଛି । ଅର୍ଥାତ୍ ‘ମଣିଷ’ ପଦଟିର ସମଗ୍ର ବାତ୍ୟାର୍ଥକୁ ଗ୍ରହଣ କରାହୋଇଛି; ମାତ୍ର ଉକ୍ତ ତର୍କବଚନର ବିଧେୟ ପଦ ବ୍ୟାପ୍ୟ ନୁହେଁ ।

କାରଣ ସେହି ପଦର ବ୍ୟାପ୍ତିକୁ ବୁଝାଇବାଲାଗି ସେପରି କୌଣସି ବିଚାରଣ ଏଠାରେ ପରିଦୃଷ୍ଟ ହେଉନାହିଁ; କିନ୍ତୁ ଯେତେବେଳେ ଆମେ କହୁ ଯେ, ‘କେତେକ ମଣିଷ ବୁଦ୍ଧିମାନ୍’ ଯାହାକି ‘ଇ’ ତର୍କବଚନ, ସେତେବେଳେ ‘ମଣିଷ’ ପଦ, ଅଧ୍ୟାପ୍ୟ ବୋଲି ବୋଧହୁଏ । କାରଣ ଏଠାରେ ‘ବୁଦ୍ଧିମାନ୍’ ଗୁଣଟି କେତେକ ମଣିଷ ସଂପର୍କରେ ସ୍ୱୀକାର କରାହେଉଛି । ଅର୍ଥାତ୍ ମଣିଷ ପଦଟିର ଆଂଶିକ ବାତ୍ୟାର୍ଥକୁ ଏଠାରେ ଗ୍ରହଣ କରାହେଉଛି । ସେହିପରି ଉକ୍ତ ତର୍କବଚନର ବିଧେୟ ପଦ ମଧ୍ୟ ଅଦ୍ୟାପ୍ୟ ଅଟେ ।

CHSE Odisha Class 11 Logic Unit 2 Short & Long Answer Questions in Odia Medium

ପୁନଶ୍ଚ ‘କୌଣସି ମଣିଷ ଯନ୍ତ୍ର ନୁହଁନ୍ତି’ – ଏହି ‘ଏ’ ତର୍କବଚନରେ ‘ଯନ୍ତ୍ରତ୍ୱ’ ଗୁଣଟି ସମସ୍ତ ମଣିଷ ସଂପର୍କରେ ସମଭାବରେ ଅସ୍ଵୀକାର କରାହେଉଛି । ତେଣୁ ବୁଝାଯାଉଛି ଯେ ଏଠାରେ ‘ମଣିଷ’ ପଦଟିର ସମଗ୍ର ବାତ୍ୟାର୍ଥକୁ ଗ୍ରହଣ କରାହୋଇଛି; ତେଣୁ ‘ମଣିଷ’ ପଦଟି ବ୍ୟାପ୍ୟ । ମାତ୍ର ଉକ୍ତ ତର୍କ ବଚନରେ ବିଧେୟ ପଦଟି ମଧ୍ୟ ବ୍ୟାପ୍ୟ; କାରଣ ଏଠାରେ ‘ଯନ୍ତ୍ରତ୍ଵ’ ଗୁଣଟିର ସମଗ୍ର ଅଂଶ ‘ସମସ୍ତ ମଣିଷ’ ସଂପର୍କରେ ଅସ୍ଵୀକାର କରାହୋଇଛି ।

ସର୍ବଶେଷରେ ‘କେତେକ ମଣିଷ ଜ୍ଞାନୀ ନୁହନ୍ତି’ – ଏହି ‘ଓ’ ତର୍କବଚନରେ ‘ମଣିଷ’ ପଦଟି ବ୍ୟାପ୍ୟ ହୋଇନାହିଁ, ଯେହେତୁ ‘ଜ୍ଞାନ’ – ଏହି ଗୁଣଟିକୁ ‘ମଣିଷ’ର ବାତ୍ୟାର୍ଥର ଗୋଟିଏ ଅଂଶ ସଂପର୍କରେ ଅସ୍ଵୀକାର କରାହୋଇଛି । ମାତ୍ର ବିଧେୟ ପଦଟି ବ୍ୟାପ୍ୟ; କାରଣ ‘ଜ୍ଞାନ’– ଏହି ଗୁଣଟିର ସମସ୍ତ ଅଂଶହିଁ ‘କେତେକ ମଣିଷ’ ସମ୍ପର୍କରେ ଅସ୍ବୀକାର କରାହୋଇଛି ।
ଉପରୋକ୍ତ ଆଲୋଚନାଭିତ୍ତିରେ ଆମେ ସଂକ୍ଷେପରେ କହିପାରୁ –

  • ‘ଆ’ ତର୍କବଚନରେ ଉଦ୍ଦେଶ୍ୟ ପଦ ବ୍ୟାପ୍ୟ ହୁଏ, ବିଧେୟ ପଦ ବ୍ୟାପ୍ୟ ହୁଏ ନାହିଁ ।
  • ‘ଏ’ ତର୍କବଚନରେ ଉଦ୍ଦେଶ୍ୟ ପଦ ଏବଂ ବିଧେୟ ପଦ ଉଭୟେ ବ୍ୟାପ୍ୟ ।
  • ‘ଇ’ ତର୍କବଚନରେ ଉଦ୍ଦେଶ୍ୟ ପଦ ଏବଂ ବିଧେୟ ପଦ ବ୍ଯାପ୍ୟ ହୁଏ ନାହିଁ ।
  • ‘ଓ’ ତର୍କବଚନରେ ଉଦ୍ଦେଶ୍ୟ ପଦ ବ୍ୟାପ୍ୟ ହୁଏ ନାହିଁ, ମାତ୍ର ବିଧେୟ ପଦ ବ୍ୟାପ୍ୟ ହୁଏ ।

୬। ତର୍କବଚନର ବିରୋଧତା (Opposition of Proposition) ଉଲ୍ଲେଖ କର ।
Answer:
‘ପରିମାଣଗତ’ କିମ୍ବା ଉଭୟ ‘ଗୁଣଗତ’ ଏବଂ ‘ପରିମାଣଗତ’ ପାର୍ଥକ୍ୟ ପରିଲକ୍ଷିତ ହୁଏ, ତା’ ହେଲେ ଉକ୍ତ ତର୍କବଚନ ଦୁଇଟିର ‘ପରିମାଣଗତ’ କିମ୍ବା ଉଭୟ ‘ଗୁଣଗତ’ ଏବଂ ‘ପରିମାଣଗତ’ ପାର୍ଥକ୍ୟ ପରିଲକ୍ଷିତ ହୁଏ, ତା’ ହେଲେ ଉକ୍ତ ତର୍କବଚନ ଦୁଇଟିର ପାରସ୍ପରିକ ସମ୍ବନ୍ଧକୁ ତର୍କବଚନର ବିରୋଧତା କୁହାଯିବ ।

(୧) ବିପରୀତ ବିରୋଧତା (Contrary opposition),
(୨) ଉପବିରୋଧୀ ବିରୋଧତା (Sub-contrary opposition),
(୩) ସମଗୁଣ ପ୍ରତିଯୋଗ ବିରୋଧତା (Sub-altern opposition)
(୪) ବିରୁଦ୍ଧ ବିରୋଧତା (Contradictory opposition) |

(୧) ବିପରୀତ ବିରୋଧତା– ସମାନ ଉଦ୍ଦେଶ୍ୟ ଏବଂ ସମାନ ବିଧେୟ ବହନ କରି ଗୁଣଗତ ଦୃଷ୍ଟିକୋଣରୁ ପୃଥକ୍ ଥୁବା ଦୁଇଟି ସାର୍ବିକ ତର୍କବଚନର ପାରସ୍ପରିକ ସମ୍ବନ୍ଧକୁ ବିପରୀତ ବିରୋଧତା କୁହାଯାଏ । ଏହି ଦୃଷ୍ଟିକୋଣରୁ ‘ଆ’ ତର୍କବଚନ ଏବଂ ତାହାର ଅନୁରୂପ ‘ଏ’ ତର୍କବଚନ ମଧ୍ଯରେ ଏହି ବିପରୀତ ବିରୋଧତାର ସମ୍ବନ୍ଧ ବିଦ୍ୟମାନ । ଯେପରି –

‘ଆ’ : ସମସ୍ତ ଶିଶୁ ସରଳ ଅଟନ୍ତି ।
‘ଏ’ : କୌଣସି ଶିଶୁ ସରଳ ନୁହନ୍ତି ।

(୨) ଉପବିରୋଧୀ ବିରୋଧତା – ଦୁଇଟି ବିଶେଷ ତର୍କବଚନର ଯଦି ସମାନ ଉଦ୍ଦେଶ୍ୟ ଏବଂ ସମାନ ବିଧେୟ ଥାଏ; କିନ୍ତୁ କେବଳ ଗୁଣଗତ ଦୃଷ୍ଟିକୋଣରୁ ଯଦି ସେହି ତର୍କବଚନ ଦୁଇଟି ପୃଥକ୍ ହୁଅନ୍ତି ତା’ହେଲେ ସେମାନଙ୍କର ପାରସ୍ପରିକ ସମ୍ବନ୍ଧକୁ ଉପବିରୋଧୀ ବିରୋଧତା କୁହାଯିବ । ଯେପରି –

‘ଇ’ : କେତେକ ଫଳ ମିଠା ଅଟେ ।
‘ଓ’ : କେତେକ ଫଳ ମିଠା ନୁହେଁ ।

(୩) ସମଗୁଣ ପ୍ରତିଯୋଗ ବିରୋଧତା – ଦୁଇଟି ତର୍କବଚନର ଯଦି ସମାନ ଉଦ୍ଦେଶ୍ୟ, ସମାନ ବିଧେୟ ଏବଂ ଗୁଣଗତ ଦୃଷ୍ଟିକୋଣରୁ ଉଭୟ ତର୍କବଚନ ସମାନ ହୋଇ ପରିମାଣଗତ ଦୃଷ୍ଟିକୋଣରୁ ତର୍କବଚନ ଦୁଇଟି ପୃଥକ୍ ହୋଇଥାଏ, ତର୍କବଚନ ଦୁଇଟିର ପାରସ୍ପରିକ ସମ୍ବନ୍ଧକୁ ସମଗୁଣ ପ୍ରତିଯୋଗ ବିରୋଧତା କୁହାଯିବ । ‘ଆ’ ତର୍କବଚନ ଓ ତାହାର ଅନୁରୂପ ‘ଇ’ ତର୍କବଚନ ଏବଂ ‘ଏ’ ତର୍କବଚନ ଓ ତାହାର ଅନୁରୂପ ‘ଓ’ ତର୍କବଚନ ମଧ୍ଯରେ ଯେଉଁ ପାରସ୍ପରିକ ସମ୍ବନ୍ଧ ବିଦ୍ୟମାନ ତାହା ହେଉଛି ସମଗୁଣ ପ୍ରତିଯୋଗ ବିରୋଧତା । ଯେପରି –

ଆ (A) : ସମସ୍ତ ଶିଶୁ ସରଳ ଅଟନ୍ତି ।
ଇ (I) : କେତେକ ଶିଶୁ ସରଳ ଅଟନ୍ତି ।
ଏ (E) : କୌଣସି ଶିଶୁ ସରଳ ନୁହଁନ୍ତି ।
ଓ (O) : କେତେକ ଶିଶୁ ସରଳ ନୁହଁନ୍ତି ।

(୪) ବିରୁଦ୍ଧ ବିରୋଧତା – ଦୁଇଟି ତର୍କବଚନର ଉଦ୍ଦେଶ୍ୟ ଓ ବିଧେୟ ଯଦି ସମାନ ହୋଇଥାଏ, କିନ୍ତୁ ଗୁଣ ଓ ପରିମାଣଗତ ଉଭୟ ଦୃଷ୍ଟିକୋଣରୁ ତର୍କ ବଚନ ଦୁଇଟି ପୃଥକ୍ ହୋଇଥାଏ, ତା’ହେଲେ ସେହି ତର୍କବଚନ ଦୁଇଟିର ପାରସ୍ପରିକ ସମ୍ବନ୍ଧକୁ ବିରୁଦ୍ଧ ବିରୋଧତା କୁହାଯାଏ । ‘ଆ’ ତର୍କବଚନ ଏବଂ ତାହାର ଅନୁରୂପ ‘ଓ’ ତର୍କବଚନ ମଧ୍ୟରେ ଓ ‘ଏ’ ତର୍କବଚନ ଏବଂ ତାହାର ଅନୁରୂପ ‘ଇ’ ତର୍କବଚନ ମଧ୍ଯରେ ଯେଉଁ ସମ୍ବନ୍ଧ ବିଦ୍ୟମାନ ତାହା ହେଉଛି ବିରୁଦ୍ଧ ବିରୋଧତାର ସମ୍ବନ୍ଧ । ଯେପରି –

‘ଆ’ : ସମସ୍ତ ଶିଶୁ ସରଳ ଅଟନ୍ତି ।
‘ଓ’ : କେତେକ ଶିଶୁ ସରଳ ନୁହଁନ୍ତି ।
‘ଏ’ : କୌଣସି ଫଳ ମିଠା ନୁହେଁ ।
‘ଇ’ : କେତେକ ଫଳ ମିଠା ଅଟେ ।

CHSE Odisha Class 11 Logic Unit 2 Short & Long Answer Questions in Odia Medium

ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ସମଗୁଣ ପ୍ରତିଯୋଗ ବିରୋଧତାକୁ କ’ଣ ବିରୋଧତା କୁହାଯାଇପାରେ ? କେତେକ ତର୍କଶାସ୍ତ୍ରବିଦ୍ ସମଗୁଣ ପ୍ରତିଯୋଗ ବିରୋଧତାକୁ ବିରୋଧତା ରୂପେ ସ୍ଵୀକାର କରିନାହାନ୍ତି । କାରଣ, ପ୍ରଥମତଃ, ସେମାନଙ୍କ ମତରେ, ଏ ସମସ୍ତ ତର୍କବଚନଗୁଡ଼ିକ ମଧ୍ୟରେ ଗୁଣଗତ କୌଣସି ପାର୍ଥକ୍ୟ ପରିଦୃଷ୍ଟ ହୁଏ ନାହିଁ । ଦ୍ବିତୀୟତଃ, ଉଭୟ ତର୍କବଚନହିଁ ଏକା ସହିତ ସତ୍ୟ କିମ୍ବା ମିଥ୍ୟା ହୋଇପାରେ । ତୃତୀୟତଃ, ସାର୍ବିକ ତର୍କବଚନଟିର ସତ୍ୟତା ଅନିବାର୍ଯ୍ୟଭାବରେ ବିଶେଷ ତର୍କବଚନଟିର ସତ୍ୟତାର ନିର୍ଦ୍ଦେଶ ଦିଏ ।

ଉପରୋକ୍ତ ତର୍କଶାସ୍ତ୍ରବିଦ୍‌ମାନଙ୍କ ମତବାଦର ସମାଲୋଚନାରେ କୁହାଯାଇପାରେ ଯେ ଏ ସମସ୍ତ ତର୍କଶାସ୍ତ୍ରବିଦ୍ ‘ବିରୋଧ’ ଶବ୍ଦଟିକୁ ଲୌକିକ ଅର୍ଥରେ ଗ୍ରହଣ କରିଛନ୍ତି । ଲୌକିକ ଅର୍ଥ କହେ ଯେ ଦୁଇଟି ତର୍କବଚନ ଯଦି ଏକା ସମୟରେ ସତ୍ୟ ବା ମିଥ୍ୟା ହୁଏ, ତା’ହେଲେ ସେମାନଙ୍କ ମଧ୍ୟରେ କୌଣସି ବିରୋଧ ଥାଇ ନ ପାରେ । ଦ୍ବିତୀୟତଃ, ଦୁଇଟି ତର୍କବଚନ ମଧ୍ଯରେ ଯଦି କୌଣସି ଗୁଣଗତ ପ୍ରଭେଦ ନ ଥାଏ, ତା’ହେଲେ ସେମାନଙ୍କ ମଧ୍ୟରେ କୌଣସି ବିରୋଧ ଥାଇ ନ ପାରେ ।

କିନ୍ତୁ ତର୍କଶାସ୍ତ୍ରରେ ‘ବିରୋଧ’ଶବ୍ଦଟିକୁ ଲୌକିକ ଅର୍ଥରେ ବ୍ୟବହାର କରାଯାଏ ନାହିଁ । ତର୍କଶାସ୍ତ୍ରରେ ‘ବିରୋଧ’ କହିଲେ ଆମେ ବୁଝୁ ଯେ ଦୁଇଟି ତର୍କବଚନର ଏକା ଉଦ୍ଦେଶ୍ୟ ଏବଂ ଏକା ବିଧେୟ ଥ‌ିବା ସତ୍ତ୍ବେ ସେମାନଙ୍କ ମଧ୍ୟରେ ଯେକୌଣସି ପ୍ରକାର ପ୍ରଭେଦ ମଧ୍ୟ ଥାଇପାରେ । ଅର୍ଥାତ୍ ତର୍କବଚନ ଦୁଇଟି ମଧ୍ୟରେ ଗୁଣଗତ ପାର୍ଥକ୍ୟ ନ ଥାଇ ମଧ୍ୟ ଯଦି ପାରିମାଣଗତ ପାର୍ଥକ୍ୟ ଥାଏ ତେବେ ତର୍କବଚନ ଦୁଇଟିକୁ ବିରୋଧୀ ତର୍କବଚନ ବୋଲି କୁହାଯିବ ।

ସମଗୁଣ ପ୍ରତିଯୋଗ ବିରୋଧତାରେ ତର୍କବଚନ ଦୁଇଟି ଗୁଣଗତ ଦୃଷ୍ଟିକୋଣରୁ ପୃଥକ୍ ନ ହେଲେ ମଧ୍ୟ ପରିମାଣଗତ ଦୃଷ୍ଟିକୋଣରୁ ପୃଥକ୍ ଅଟେ । ଯେହେତୁ ତର୍କଶାସ୍ତ୍ରବିଦ୍‌ମାନେ ‘ବିରୋଧ’ ଶବ୍ଦଟିକୁ ବ୍ୟାପକ ଅର୍ଥରେ ବ୍ୟବହାର କରିଛନ୍ତି, ସେଇହେତୁ ସମଗୁଣ ପ୍ରତିଯୋଗ ବିରୋଧତାକୁ ଏକପ୍ରକାର ତାର୍କିକ ବିରୋଧତା ବୋଲି ସ୍ୱୀକାର କରାଯାଇଛି ।

୭। ତର୍କବାକ୍ୟମାନଙ୍କର ସପ୍ତବିଧ ସମ୍ପର୍କ କ’ଣ ? ବୁଝାଅ ।
Answer:
ଯଦି ଦୁଇଟି ତର୍କବଚନର ଉଦ୍ଦେଶ୍ୟ ଓ ବିଧେୟ ପଦ ପରସ୍ପରଠାରୁ ପୃଥକ୍ ହୁଏ, ତା’ହେଲେ ତର୍କବଚନ ଦୁଇଟି ପରସ୍ପର ସହିତ ସମ୍ବନ୍ଧଯୁକ୍ତ ହୋଇ ନ ପାରେ; ଯଥା – ‘ସମସ୍ତ ଶିଶୁ ସରଳ ଅଟନ୍ତି’ ଏବଂ ‘ସମସ୍ତ କବି ମଣିଷ ଅଟନ୍ତି’ । ଏହି ଦୁଇଟି ତର୍କବଚନ ପରସ୍ପର ସହିତ ସମ୍ବନ୍ଧଯୁକ୍ତ ନୁହେଁ, ଯେହେତୁ ତର୍କବଚନ ଦୁଇଟିର ଉଦ୍ଦେଶ୍ୟ ଓ ବିଧେୟ ସଂପୂର୍ଣ୍ଣ ଭିନ୍ନ ।

କିନ୍ତୁ ଆମେ ଯଦି କହୁ ଯେ ‘ସମସ୍ତ ଶିଶୁ ସରଳ ଅଟନ୍ତି’ ଏବଂ ‘କୌଣସି ଶିଶୁ ସରଳ ନୁହନ୍ତି’, ସେତେବେଳେ ତର୍କବଚନ ଦୁଇଟି ପରସ୍ପର ସହିତ ସମ୍ବନ୍ଧଯୁକ୍ତ ହେବେ ବୋଲି କୁହାଯିବ, ଯେହେତୁ ତର୍କବଚନ ଦୁଇଟିର ଉଦ୍ଦେଶ୍ୟ ଓ ବିଧେୟ ପରସ୍ପର ସମାନ । ତର୍କବଚନର ଏହି ସମ୍ପର୍କକୁ ସାତ ଭାଗରେ ବିଭକ୍ତ କରାଯାଇଛି; ଯଥା –

(୧) ସ୍ଵତନ୍ତ୍ର ସମ୍ବନ୍ଧ (Independent Relation) :
ଦୁଇଟି ତର୍କବଚନର ସମ୍ପର୍କକୁ ସେତେବେଳେ ସ୍ବତନ୍ତ୍ର ବୋଲି କୁହାଯିବ ଯେତେବେଳେ ଗୋଟିକର ସତ୍ୟତା ଏବଂ ମିଥ୍ୟାତ୍ଵ ଅନ୍ୟଟିର ସତ୍ୟତା ଏବଂ ମିଥ୍ୟାତ୍ଵ ଉପରେ କୌଣସି ପ୍ରଭାବ ପକାଇପାରୁ ନଥୁବ । ଏପରିସ୍ଥଳେ ସେହି ଦୁଇଟି ତର୍କବଚନ କୌଣସି ପ୍ରକାରେ ପରସ୍ପର ସହିତ ସଂପୃକ୍ତ ନୁହେଁ ବୋଲି କୁହାଯିବ; ଯେପରି –
ରାମ ସାଧୁ ଅଟେ ।
କାଉ କଳା ଅଟେ ।

(୨) ସମମୂଲ୍ୟ ସମ୍ପର୍କ (Equivalent Relation) :
ଦୁଇଟି ତର୍କବଚନର ସମ୍ପର୍କକୁ ସମମୂଲ୍ୟ (Equivalent) ସମ୍ପର୍କ କୁହାଯିବ, ଯେତେବେଳେ ଗୋଟିକର ସତ୍ୟାସତ୍ୟ ଅନ୍ୟଟିର ସତ୍ୟାସତ୍ୟକୁ ସ୍ପଷ୍ଟଭାବେ ସୂଚିତ କରିପାରୁଥ‌ିବ । ଅର୍ଥାତ୍ ଯଦି ଗୋଟିଏ ତର୍କବଚନ ସତ୍ୟ ହୁଏ, ତତ୍‌ସମ୍ପର୍କିତ ଅନ୍ୟ ତର୍କବଚନଟି ମଧ୍ୟ ସତ୍ୟ ହେବ ଏବଂ ଯଦି ଗୋଟିଏ ମିଥ୍ୟା ହୁଏ ତା’ହେଲେ ଅନ୍ୟଟି ମଧ୍ଯ ମିଥ୍ୟା ହେବ ।

ଯେପରି, ‘ହନୁମାନ ଲଙ୍କା ଧ୍ବଂସ କରିଥିଲେ ’– ଏହି ତର୍କ-ବଚନର ସମମୂଲ୍ୟ ତର୍କବଚନ ହେଉଛି ‘ଲଙ୍କା ହନୁମାନଙ୍କଦ୍ୱାରା ଧ୍ଵଂସ ହୋଇଥିଲା’ ।
ପ୍ରତୀକାତ୍ମକ ତର୍କଶାସ୍ତ୍ରରେ ଏହି ସମ୍ପର୍କକୁ ‘=’ ଚିହ୍ନଦ୍ୱାରା ସୂଚାଇ ଦିଆଯାଇଥାଏ ।

(୩) ବିପରୀତ ସମ୍ପର୍କ (Contrary Relation) :
ସମ ଉଦ୍ଦେଶ୍ୟ ଏବଂ ସମ ବିଧେୟଯୁକ୍ତ ଦୁଇଟି ସାର୍କିକ ତର୍କବଚନ ମଧ୍ୟରେ ବିପରୀତ ସମ୍ପର୍କ ଅଛି ବୋଲି କୁହାଯିବ ଯେତେବେଳେ ଗୋଟିଏ ତର୍କବଚନ ଏକ ନିର୍ଦ୍ଦିଷ୍ଟ ବସ୍ତୁ ପ୍ରତି ସତ୍ୟ ହେଲାବେଳେ ଅନ୍ୟଟି ମିଥ୍ୟା ହେଉଥବ ଏବଂ ଯଦି ମିଥ୍ୟା ହୁଏ ତା’ହେଲେ ଅନ୍ୟଟି ସତ୍ୟ କିମ୍ବା ମିଥ୍ୟା ହେବ ବୋଲି କହିହେବ ନାହିଁ । ଉଭୟ ତର୍କବଚନ ବସ୍ତୁଟି ପ୍ରତି ଏକ ସମୟରେ ସତ୍ୟ ହୋଇପାରିବେ ନାହିଁ । ଏ ପ୍ରକାର ସମ୍ବନ୍ଧ ସାଧାରଣତଃ ଆ ଏବଂ ଏ ତର୍କବଚନ ମଧ୍ଯରେ ସଂଘଟିତ ହୋଇପାରେ ।

(୪) ଉପବିରୋଧୀ ବା ଉପବିସମ ସମ୍ପର୍କ (Subcontrary Relation) :
ସମଉଦ୍ଦେଶ୍ୟ ଏବଂ ସମବିଧେୟଯୁକ୍ତ ଦୁଇଟି ବିଶେଷ ତର୍କବଚନ ମଧ୍ଯରେ ଉପବିରୋଧୀ ସମ୍ପର୍କ ଅଛି ବୋଲି ସେତେବେଳେ କୁହାଯିବ ଯେତେବେଳେ ଗୋଟିକର ମିଥ୍ୟାତ୍ଵ ଅନ୍ୟଟିର ସତ୍ୟତାକୁ ନିର୍ଦ୍ଦେଶ ଦେଉଥବ, ମାତ୍ର ତାହାର ବିପରୀତକୁ ନୁହେଁ ।

ଏହାର ଅର୍ଥ ହେଉଛି ଯେ ଯେତେବେଳେ ଗୋଟିଏ ତର୍କବଚନ ମିଥ୍ୟା, ସେତେବେଳେ ଅନ୍ୟଟି ସତ୍ୟ; ମାତ୍ର ଯେତେବେଳେ ଗୋଟିଏ ସତ୍ୟ ସେତେବେଳେ ଅନ୍ୟଟିର ମିଥ୍ୟାତ୍ଵ ବିଷୟରେ କୌଣସି କିଛି କୁହାଯାଇ ନପାରେ । ଏହି ସମ୍ପର୍କରେ ଉଭୟଟି ସତ୍ୟ ହୋଇପାରେ; କିନ୍ତୁ ସେମାନେ ମିଛ ହୋଇ ନପାରନ୍ତି । ଏପ୍ରକାର ସମ୍ପର୍କ ଇ (I) ଏବଂ ଓ (O) ତର୍କବଚନ ମଧ୍ୟରେ ସଂଘଟିତ ହୋଇଥାଏ ।

(୫) ବିରୁଦ୍ଧ ସମ୍ପର୍କ (Contradictory Relation) :
ଦୁଇଟି ତର୍କବଚନ ସେତେବେଳେ ବିରୁଦ୍ଧ ସମ୍ପର୍କରେ ସମ୍ବନ୍ଧଯୁକ୍ତ ହେବେ ଯେତେବେଳେ ଗୋଟିକର ସତ୍ୟତା, ଅନ୍ୟଟିର ମିଥ୍ୟାତ୍ମକୁ ନିର୍ଦ୍ଦେଶିତ କରୁଥିବ ଏବଂ ଗୋଟିକର ମିଥ୍ୟାତ୍ଵ ଅନ୍ୟଟିର ସତ୍ୟତାକୁ ନିର୍ଦ୍ଦେଶିତ କରୁଥବ । ଏପ୍ରକାର ସଂପର୍କ ‘ଆ (A) ଏବଂ ଓ (O) ତର୍କବଚନ’ ଏବଂ ଏ (E) ଏବଂ ଇ (I) ତର୍କବଚନ ମଧ୍ୟରେ ସଂଘଟିତ ହୋଇଥାଏ ।

CHSE Odisha Class 11 Logic Unit 2 Short & Long Answer Questions in Odia Medium

(୬) ଅତିନିଧାନ ସମ୍ପର୍କ (Super-altern Relation) :
ଦୁଇଟି ତର୍କବଚନ ସେତେବେଳେ ଉପନିଧାନ ସମ୍ପର୍କରେ ଆବଦ୍ଧ ହେବେ ଯେତେବେଳେ ଦ୍ୱିତୀୟଟି ମିଥ୍ୟା ହେଲେ ପ୍ରଥମଟି ସତ୍ୟ ହେଉଥ‌ିବ; କିନ୍ତୁ ଯେତେବେଳେ ପ୍ରଥମଟି ମିଥ୍ୟା ହୁଏ ସେତେବେଳେ ଦ୍ବିତୀୟଟିର ସତ୍ୟାସତ୍ୟ ବିଷୟରେ ସଠିକ୍‌ଭାବରେ କିଛି କୁହାଯାଇ ନପାରେ । ଏ ପ୍ରକାର ସମ୍ପର୍କ ‘ଆ (A) ଏବଂ ଇ (I) ତର୍କ ବଚନ’ ଏବଂ ‘ଏ (E) ଏବଂ ଓ (O) ତର୍କ ବଚନ’ ମଧ୍ୟରେ ସଂଘଟିତ ହୁଏ । ଆ (A) ଏବଂ ଏ (E) ଯୋଡ଼ିଟି ‘ଇ (I) ଏବଂ ଓ (O)’ ଯୋଡ଼ିର ଅତିନିଧାନ (Super alterns) କୁହାଯାଏ ।

(୭) ଉପନିଧାନ ସମ୍ପର୍କ (Sub-altern Relation) :
ଦୁଇଟି ତର୍କବଚନ ସେତେବେଳେ ଉପନିଧାନ ସମ୍ପର୍କରେ ଆବଦ୍ଧ ହେବେ ଯେତେବେଳେ ଦ୍ୱିତୀୟଟି ମିଥ୍ୟା ହେଲେ ପ୍ରଥମଟି ମିଥ୍ୟା ହେବ ଏବଂ ଯେତେବେଳେ ଦ୍ବିତୀୟଟି ସତ୍ୟ ହେଉଥ‌ିବ ସେତେବେଳେ ପ୍ରଥମଟିର ସତ୍ୟତା ଓ ମିଥ୍ୟାତ୍ଵ ବିଷୟରେ ସଠିକ୍‌ଭାବରେ କିଛି କୁହାଯାଇ ନପାରେ । ଏପ୍ରକାର ସମ୍ପର୍କ ‘ଇ (I) ଏବଂ ଆ (A)’ ତର୍କବଚନ; ଏବଂ ‘ଓ (O) ଏବଂ ଏ (E)’ ତର୍କବଚନ ମଧ୍ୟରେ ସଂଘଟିତ ହୋଇଥାଏ । ‘ଇ (I) ଏବଂ ଓ (O)’ ଯୋଡ଼ିଟିକୁ ‘ଆ (A) ଏବଂ ଏ (E)’ ଯୋଡ଼ିର ଉପନିଧାନ (Sub-alterns) କୁହାଯାଏ ।

୮। ଭାଷାଗତ ବାକ୍ୟଗୁଡ଼ିକର ତର୍କବଚନରେ ରୂପାନ୍ତରୀକରଣ (Transformation of sentences into Proposition) :
Answer:
ସାଧାରଣ ମଣିଷ ବ୍ୟବହାର କରୁଥିବା ଭାଷାର ବାକ୍ୟଗୁଡ଼ିକୁ ନେଇ ତର୍କ କରିବସିଲେ ତହିଁର ବୈଧତା ବା ଯଥାର୍ଥତା ଉପଲବ୍‌ଧ କରିହୁଏ ନାହିଁ । ତେଣୁ ଭାଷାଗତ ବାକ୍ୟରେ ଉପସ୍ଥାପିତ ତଥ୍ୟକୁ ତର୍କସମ୍ମତଭାବରେ ବୁଝିବାକୁ ହେଲେ ବାକ୍ୟଟିର ତର୍କରୂପ କରିବାକୁ ପଡ଼ିଥାଏ । ସାଧାରଣ ବାକ୍ୟଗୁଡ଼ିକର ତର୍କରୂପ ଆଣିବାକୁ ହେଲେ କେତୋଟି ନିୟମ ଅବଧାରଣୀୟ ।

କୌଣସି ବାକ୍ୟକୁ ତର୍କରୂପ ଦେଲାବେଳେ ସେହି ବାକ୍ୟର କେବଳ ତର୍କରୂପ ଆକାରକୁ ଦୃଷ୍ଟି ନ ଦେଇ ତତ୍‌ସହିତ ଯଥାର୍ଥ ଅର୍ଥବୋଧତାକୁ ମଧ୍ୟ ଲକ୍ଷ୍ୟ ରଖୁବାକୁ ପଡ଼ିବ । ଏତଦ୍‌ବ୍ୟତୀତ ଦତ୍ତ ବାକ୍ୟର ତର୍କରୂପ କଲାବେଳେ ପ୍ରଥମତଃ ସଂଯୋଜକ ଓ ତତ୍ ନିହିତ ଉଦ୍ଦେଶ୍ୟ ଓ ବିଧେୟକୁ ଯଥାରୀତି ସୁସ୍ପଷ୍ଟ କରାଯିବା ଉଚିତ ।

ଏପରି ଅନେକ ସମୟରେ ଦେଖାଯାଏ ଯେ ସଂଯୋଜକ ବାକ୍ୟଟିର ବିଧେୟ ସହିତ ସଂଶ୍ଳିଷ୍ଟ ହୋଇ ରହିଥାଏ । ତେଣୁ ଏଭଳି କ୍ଷେତ୍ରରେ ପ୍ରଥମ କର୍ତ୍ତବ୍ୟ ହେଉଛି ବାକ୍ୟଟିରୁ ସ୍ପଷ୍ଟରୂପେ ଉଦ୍ଦେଶ୍ୟଟିକୁ ବାହାର କରିବା ଏବଂ ବାକ୍ୟଟିର ଅର୍ଥ ପ୍ରତି ଲକ୍ଷ୍ୟ ରଖ୍ ସଂଯୋଜକ ସ୍ଥିରକରି ବିଧେୟ ସହିତ ତର୍କ ବଚନର ରୂପ ଉପସ୍ଥାପିତ କରିବା ।

ଉଦାହରଣସ୍ୱରୂପ ଯଦି କୁହାଯାଏ ଯେ ‘ସଫଳୀକୃତ ଛାତ୍ରମାନେ ପରିଶ୍ରମୀ’– ଏହି ବାକ୍ୟର ତର୍କରୂପ ଆଣିବାବେଳେ ତାହାର ଅର୍ଥ ବୁଝି ପ୍ରଥମେ ଉଦ୍ଦେଶ୍ୟ, ପରେ ସଂଯୋଜକ ଓ ଶେଷରେ ବିଧେୟକୁ ସ୍ପଷ୍ଟଭାବରେ ଉଲ୍ଲିଖ୍ କରିବାକୁ ପଡ଼ିବ । ଏ ଦୃଷ୍ଟିରୁ ଉକ୍ତ ବାକ୍ୟର ତର୍କରୂପ ‘ସମସ୍ତ ପରିଶ୍ରମୀ ଛାତ୍ର ସଫଳୀକୃତ ଅଟନ୍ତି’ (ଆ) ହେବ ।

ଏପ୍ରକାର ପରିବର୍ତ୍ତନର ନାମ ହେଉଛି ବାକ୍ୟର ତର୍କବଚନରେ ରୂପାନ୍ତରୀକରଣ । ନିମ୍ନରେ କେତେକ ବାକ୍ୟଗୁଡ଼ିକୁ ତର୍କବଚନରେ ଉଲ୍ଲିଖତ ନାନାବିଧ ନିୟମ ଅନୁସାରେ ରୂପାନ୍ତରୀକରଣ କରାଯାଇଛି ।

(୧) ‘ସମସ୍ତ’, ‘ସବୁ’, ‘ପ୍ରତ୍ୟେକ’, ‘ଏପରି’, ‘କେହି କେହି’ – ଏ ପ୍ରକାର ଶବ୍ଦ ଯଦି ସଦର୍ଥକ ବାକ୍ୟମାନଙ୍କରେ ଉଦ୍ଦେଶ୍ୟର ବିଶେଷଣଭାବରେ ବ୍ୟବହୃତ ହୁଏ ତା’ହେଲେ ବାକ୍ୟଟି ସାର୍ବକ ସଦର୍ଥକ ତର୍କବଚନ ହେବ । ମାତ୍ର ଏ ସମସ୍ତ ଶବ୍ଦ ଯଦି ନଞର୍ଥକ ବାକ୍ୟମାନଙ୍କରେ ଉଦ୍ଦେଶ୍ୟର ବିଶେଷଣଭାବରେ ବ୍ୟବହୃତ ହୁଏ ତା’ହେଲେ ତର୍କବଚନଟି ବିଶେଷ ନଞର୍ଥକ ତର୍କବଚନ ହେବ । ଉଦାହରଣସ୍ୱରୂପ ‘ସମସ୍ତ ମଣିଷ ମରଣଶୀଳ’ = ସମସ୍ତ ମଣିଷ ମରଣଶୀଳ ଅଟନ୍ତି (ଆ) ।

  • ସମସ୍ତ ଆମ୍ବ ମିଠା ନୁହେଁ = କେତେକ ଆମ୍ବ ମିଠା ନୁହେଁ (ଓ) ।
  • ପ୍ରତ୍ୟେକ ଶିଶୁ ସରଳ = ସମସ୍ତ ଶିଶୁ ସରଳ ଅଟନ୍ତି (ଆ) ।
  • ଯେକୌଣସି ଲୋକ ଭୁଲ୍ କରିପାରେ = ସମସ୍ତ ଲୋକ ହେଉଛନ୍ତି ଏପରି ବ୍ୟକ୍ତି ଯେଉଁମାନେ ଭୁଲ କରିପାରନ୍ତି (ଆ) ।

(୨) ‘ନୁହେଁ’, ‘କେହି ନୁହେଁ’, ‘କେହି ନା କେହି’, ‘କଦାପି ନୁହେଁ’, ‘କେଉଁଟି ବି ନୁହେଁ’ ଇତ୍ୟାଦି ଶବ୍ଦ ଯଦି କୌଣସି ବାକ୍ୟରେ ଥାଏ, ତା’ହେଲେ ସେହି ବାକ୍ୟଟି ସାର୍ବିକ ନଞର୍ଥକ ତର୍କ ବଚନରେ ରୂପାନ୍ତରିତ ହେବ; ଯଥା –

  • କୌଣସି ମଣିଷ ଯନ୍ତ୍ର ନୁହେଁ = କୌଣସି ମଣିଷ ଯନ୍ତ୍ର ନୁହନ୍ତି (ଏ) ।
  • କେହି ପାସ୍ ହେବାର ଯୋଗ୍ୟ ନୁହେଁ = କୌଣସି ଛାତ୍ର ପାସ୍ ହେବାର ଯୋଗ୍ୟ ନୁହନ୍ତି (ଏ) ।
  • ମିଥ୍ୟାବାଦୀକୁ କେବେହେଲେ ବିଶ୍ଵାସ କରାଯାଏ ନାହିଁ = କୌଣସି ମିଥ୍ୟାବାଦୀ ବିଶ୍ୱାସଯୋଗ୍ୟ ନୁହନ୍ତି (ଏ) ।
  • ପାପୀମାନେ କଦାପି ସୁଖୀ ନୁହଁ = କୌଣସି ପାପୀ ସୁଖୀ ନୁହେଁ (ଏ) ।

(୩) ‘କିଛି’, ‘କିଛି କିଛି’, ‘କତିପୟ’, ‘କେତେଗୁଡ଼ିଏ’, ‘ଅନେକ’, ‘ଅନେକଗୁଡ଼ିଏ’, ‘ବହୁ’, ‘ପ୍ରାୟସବୁ’, ‘ଅଧିକାଂଶ’, ‘ଗୋଟିଏ ଛଡ଼ା ସବୁ’ – ଇତ୍ୟାଦି ଶବ୍ଦ ବାକ୍ୟରେ ଉଦ୍ଦେଶ୍ୟର ବିଶେଷଣଭାବରେ ବ୍ୟବହୃତ ହେଲେ ବାକ୍ୟଟି ବିଶେଷ ବା ଆଂଶିକ ତର୍କବଚନ ହେବ, ମାତ୍ର ଯଦି ବାକ୍ୟଟିରେ ଚିହ୍ନ ଥାଏ ତା’ହେଲେ ବାକ୍ୟଟି ବିଶେଷ ନଞର୍ଥକ ତର୍କବଚନ ହେବ; ଯଥା –

  • କିଛି ମଣିଷ ଶିକ୍ଷିତ = କେତେକ ମଣିଷ ଶିକ୍ଷିତ ଅଟନ୍ତି (ଇ) ।
  • କତିପୟ ମଣିଷ ସତକଥା କହନ୍ତି = କେତେକ ମଣିଷ ସତ୍ୟବାଦୀ ଅଟନ୍ତି (ଇ) ।
  • ଅନେକ ଛାତ୍ର ପାସ୍ କରିନାହାନ୍ତି = କେତେକ ଛାତ୍ର ପାସ୍ କରିନାହାନ୍ତି (ଓ) ।
  • ପ୍ରାୟ ସବୁ ଧାର୍ମିକ ଲୋକ ସୁଖୀ = କେତେକ ଧାର୍ମିକ ଲୋକ ସୁଖୀ ଅଟନ୍ତି (ଇ) ।
  • ଅଧିକାଂଶ ଛାତ୍ର ପାଠ ପଢ଼ନ୍ତି ନାହିଁ = କେତେକ ଛାତ୍ର ପାଠ ପଢ଼ନ୍ତି ନାହିଁ (ଓ) ।

(୪) ‘ସାଧାରଣତଃ’, ‘ସମୟ ସମୟରେ’, ‘କେତେବେଳେ କେତେବେଳେ’, ‘ପ୍ରାୟତଃ’, ‘ସଚରାଚର’ ଇତ୍ୟାଦି ଶବ୍ଦ ବାକ୍ୟରେ ବିଧେୟର ବିଶେଷଣଭାବରେ ବ୍ୟବହୃତ ହେଲେ ବାକ୍ୟଟି ବିଶେଷ ତର୍କବଚନ ହେବ । ବାକ୍ୟଟିରେ ଯଦି ନଞର୍ଥକ ଚିହ୍ନ ନ ଥାଏ ତେବେ ବାକ୍ୟଟି ବିଶେଷ ସଦର୍ଥକ ତର୍କବଚନ ହେବ ଏବଂ ଯଦି ନଞର୍ଥକ ଚିହ୍ନ ଥାଏ ତା’ହେଲେ ବାକ୍ୟଟି ବିଶେଷ ନଞର୍ଥକ ତର୍କବଚନ ହେବ; ଯଥା –

  • ଶିକ୍ଷିତ ଛାତ୍ରମାନେ ସାଧାରଣତଃ ଭଦ୍ର = କେତେକ ଶିକ୍ଷିତ ଛାତ୍ର ଭଦ୍ର ଅଟନ୍ତି (ଇ) ।
  • ମୁନିମାନଙ୍କର ସମୟ ସମୟରେ ମତିଭ୍ରମ ଘଟେ = କେତେକ ମୁନି ହେଉଛନ୍ତି ଏପରି ବ୍ୟକ୍ତି ଯେଉଁମାନଙ୍କର ମତିଭ୍ରମ ହୁଏ (ଇ) ।
  • ବିଳାସୀ ଛାତ୍ରମାନେ ପ୍ରାୟତଃ ସିନେମା ଦେଖନ୍ତି = କେତେକ ବିଳାସୀ ଛାତ୍ର ହେଉଛନ୍ତି ଏପରି ଛାତ୍ର ଯେଉଁମାନେ ସିନେମା ଦେଖନ୍ତି (ଇ) ।
  • ପରିଶ୍ରମୀ ଲୋକମାନେ ସଚରାଚର କଷ୍ଟ ପାଆନ୍ତି ନାହିଁ = କେତେକ ପରିଶ୍ରମୀ ଲୋକ ଏପରି ଲୋକ ନୁହନ୍ତି ଯେଉଁମାନେ କଷ୍ଟ ପାଆନ୍ତି (ଓ) ।

(୫) ‘କଦାଚିତ୍’, ‘କଦାପି’, ‘କିଛି ନା କିଛି’, ‘କ୍ବଚିତ୍’ ଇତ୍ୟାଦି ଶବ୍ଦ ଯଦି କୌଣସି ବାକ୍ୟରେ ଥାଏ ଏବଂ ସେହି ବାକ୍ୟରେ ଯଦି କୌଣସି ନଞର୍ଥକ ଚିହ୍ନ ନଥାଏ ତା’ହେଲେ ସେହି ବାକ୍ୟଟି ବିଶେଷ ନଞର୍ଥକ ତର୍କବଚନକୁ ରୂପାନ୍ତରିତ ହେବ ।

  • କଦାଚିତ୍ ଧାର୍ମିକ ଲୋକମାନେ ଖରାପ କାର୍ଯ୍ୟ କରନ୍ତି = କେତେକ ଧାର୍ମିକ ଲୋକ ଏପରି ଲୋକ ନୁହନ୍ତି ଯେଉଁମାନେ ଖରାପ କାର୍ଯ୍ୟ କରନ୍ତି (ଓ) ।
  • ଚୋରମାନେ କଦାପି ସତ୍ୟ କହନ୍ତି = କେତେକ ଚୋର ଏପରି ବ୍ୟକ୍ତି ନୁହନ୍ତି ଯେଉଁମାନେ ସତ କହନ୍ତି (ଓ) ।
  • ସାଧୁ ବ୍ୟକ୍ତିମାନେ କ୍ଵଚିତ୍‌ ସୁଖୀ ହୁଅନ୍ତି ନାହିଁ = କେତେକ ସାଧୁବ୍ୟକ୍ତି ସୁଖୀ ଅଟନ୍ତି (ଇ) ।

(୬) ‘ମାତ୍ର’, ‘ଏକମାତ୍ର’, ‘କେବଳମାତ୍ର’ ଇତ୍ୟାଦି ଶବ୍ଦଯୁକ୍ତ ବାକ୍ୟକୁ ଅବଚ୍ଛେଦକ ବଚନ କୁହାଯାଏ । ଏପ୍ରକାର ବଚନ ‘ଆ’, ‘ଏ’, କିମ୍ବା ‘(ଇ)’ ବଚନରେ ରୂପାନ୍ତରିତ ହୁଅନ୍ତି; ଯଥା –

  • ଏକମାତ୍ର ଧାର୍ମିକ ବ୍ୟକ୍ତିହିଁ ସୁଖୀ = ସମସ୍ତ ସୁଖୀ ବ୍ୟକ୍ତି ଧାର୍ମିକ ଅଟନ୍ତି (ଆ) ।
  • କୌଣସି ଅ-ଧାର୍ମିକ ବ୍ୟକ୍ତି ସୁଖୀ ନୁହନ୍ତି (ଏ) ।
  • କେତେକ ଧାର୍ମିକ ବ୍ୟକ୍ତି ସୁଖୀ ଅଟନ୍ତି (ଇ) ।

CHSE Odisha Class 11 Logic Unit 2 Short & Long Answer Questions in Odia Medium

(୭) ‘ବ୍ୟତୀତ’, ‘ଛଡ଼ା’ ପ୍ରଭୃତି ବ୍ୟତିକ୍ରମ ଜ୍ଞାପକ ଶବ୍ଦର ବ୍ୟବହାରଦ୍ୱାରା ଉଦ୍ଦେଶ୍ୟର ବାତ୍ୟାର୍ଥର କୌଣସି ଗୋଟିଏ ଅଂଶକୁ ବାଦେଇ ବାକି ଅଂଶ ସମ୍ପର୍କରେ ବିଧେୟ ଯଦି କିଛି ସ୍ବୀକାର ବା ଅସ୍ବୀକାର କରେ ତେବେ ସେହି ବଚନକୁ ବ୍ୟତିକ୍ରମମୂଳକ ବଚନ କୁହାଯାଏ । ବାଦ୍ ଦିଆଯାଇଥ‌ିବା ଅଂଶଟି ଯଦି ନିର୍ଦ୍ଦିଷ୍ଟଭାବରେ ଉଲ୍ଲେଖ କରାଯାଇଥାଏ ତା’ହେଲେ ବଚନ ବା ବାକ୍ୟଟି ସାର୍ବିକ ତର୍କ ବଚନକୁ ରୂପାନ୍ତରିତ ହେବ । ମାତ୍ର ଯଦି ନିର୍ଦ୍ଦିଷ୍ଟଭାବରେ ଉଲ୍ଲେଖ ନଥାଏ, ତେବେ ବାକ୍ୟଟି ବା ବଚନଟି ବିଶେଷ ତର୍କବଚନ ହେବ; ଯଥା –

  • ପାରଦ ଛଡ଼ା ସବୁ ଧାତୁହିଁ କଠିନ = ପାରଦ ଛଡ଼ା ସମସ୍ତ ଧାତୁ କଠିନ ଅଟେ (ଆ) ।
  • ଗୋଟିଏ ଧାତୁ ଛଡ଼ା ସବୁ ଧାତୁହିଁ କଠିନ = କେତେକ ଧାତୁ କଠିନ ଅଟେ (ଇ) ।

(୮) ଅନୁକ୍ତ ପରିମାଣ ବଚନ (Indesignate statement) :
ଯେଉଁ ବାକ୍ୟରେ ବା ବଚନରେ ପରିମାଣ ଉଲ୍ଲେଖ ହୋଇ ନ ଥାଏ ତାହାକୁ ଅନୁକ୍ତ ପରିମାଣ ବାକ୍ୟ ବା ବଚନ କୁହାଯାଏ । ଏପ୍ରକାର ବାକ୍ୟକୁ ତର୍କସମ୍ମତ ବଚନରେ ପରିବର୍ତ୍ତିତ କରିବା ସମୟରେ ଉକ୍ତ ବଚନର ଅର୍ଥକୁ ଲକ୍ଷ୍ୟ ରଖ୍ ପରିମାଣ ସ୍ପଷ୍ଟଭାବରେ ଉଲ୍ଲେଖ କରିବାକୁ ହେବ; ଯଥା –

  • ମଣିଷ ସର୍ବାଙ୍ଗସୁନ୍ଦର ନୁହେଁ = କୌଣସି ମଣିଷ ସର୍ବାଙ୍ଗସୁନ୍ଦର ନୁହନ୍ତି (ଏ) ।
  • ମଣିଷ ଶିକ୍ଷିତ = କେତେକ ମଣିଷ ଶିକ୍ଷିତ ଅଟନ୍ତି (ଇ) ।
  • ରୋଗଗୁଡ଼ିକ ଭୟଙ୍କର ନୁହନ୍ତି = କେତେକ ରୋଗ ଭୟଙ୍କର ନୁହନ୍ତି (ଓ) ।

(୯) ଯେଉଁ ବାକ୍ୟରେ ବା ବଚନରେ ଉଦ୍ଦେଶ୍ୟ ପଦଟି ସୁସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇ ନଥାଏ ତାହାକୁ ଅବ୍ୟକ୍ତିକ ବାକ୍ୟ ବା ବଚନ କହନ୍ତି । ଏପ୍ରକାର ବଚନକୁ ତର୍କଶାସ୍ତ୍ରସମ୍ମତ ଆକାରରେ ପରିବର୍ତ୍ତିତ କରିବା ସମୟରେ ଅର୍ଥ ଅନୁଯାୟୀ ଉଦ୍ଦେଶ୍ୟକୁ ଉଲ୍ଲେଖ କରାଯାଇଥାଏ; ଯଥା –

  • ବର୍ତ୍ତମାନ ମଧ୍ୟାହ୍ନ = ସମୟଟି ହେଉଛି ମଧ୍ୟାହ୍ନ (ଆ) ।
  • ବର୍ତ୍ତମାନ ଥଣ୍ଡା ନୁହେଁ = ପାଗଟି ଥଣ୍ଡା ନୁହେଁ (ଏ) ।

(୧୦) ପ୍ରଶ୍ନବୋଧକ ବାକ୍ୟ ବା ବଚନ ତର୍କଶାସ୍ତ୍ରସମ୍ମତ ବଚନରେ ରୂପାନ୍ତରିତ ହେବା ସମୟରେ ବଚନଟିର ଯଥାର୍ଥ ଅର୍ଥ ପ୍ରତି ଲକ୍ଷ୍ୟ ରଖୁବାକୁ ପଡ଼ିବ ଏବଂ ଯେଉଁସବୁ କ୍ଷେତ୍ରରେ ପ୍ରଶ୍ନରୁ ଉତ୍ତର ଖୋଜି ପାଉ, ସେ ସମସ୍ତ କ୍ଷେତ୍ରରେ ଉତ୍ତରଟି

  • କିଏ ନିଜର ମାତୃଭୂମିକୁ ଭଲ ନ ପାଏ = ସମସ୍ତ ମଣିଷ ହେଉଛନ୍ତି ମଣିଷ ଯେଉଁମାନେ ନିଜର ମାତୃଭୂମିକୁ ଭଲପାଆନ୍ତି (ଆ) ।
  • କିଏ ମରିବାକୁ ଇଚ୍ଛା କରେ = କୌଣସି ମଣିଷ ମଣିଷ ନୁହେଁ ଯିଏ ମରିବାକୁ ଇଚ୍ଛା କରନ୍ତି (ଏ) ।

(୧୧) ଆଦେଶଜ୍ଞାପକ (Imperative), ଇଚ୍ଛାସୂଚକ (Optative) ଓ ବିସ୍ମୟସୂଚକ (Exclamatory) ବାକ୍ୟକୁ ବା ବଚନକୁ ନିମ୍ନଲିଖଭାବରେ ରୂପାନ୍ତରିତ କରିହେବ ।

  • ଏହି କାର୍ଯ୍ୟଟି କର = ତୁମେ ଏହି କାର୍ଯ୍ୟଟି କର, ଏହା ହେଉଛି ମୋର ଆଦେଶ (ଆ) ।
  • ଭଗବାନ୍ ତୁମକୁ ରକ୍ଷା କରନ୍ତୁ = ଭଗବାନ୍ ତୁମକୁ ରକ୍ଷା କି ସୁନ୍ଦର ଦୃଶ୍ୟ। = ଦୃଶ୍ୟଟି ସୁନ୍ଦର ଅଟେ (ଆ) ।
  • କରନ୍ତୁ, ଏହା ହେଉଛି ମୋର ଇଚ୍ଛା (ଆ) ।

CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ – (ଖ) ପଦ୍ୟାଂଶ

Odisha State Board CHSE Odisha Class 12 Odia Solutions Grammar ଅବବୋଧ ପରୀକ୍ଷଣ – (ଖ) ପଦ୍ୟାଂଶ Exercise Questions and Answers.

CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ – (ଖ) ପଦ୍ୟାଂଶ

କବିତାଂଶ – ୧

୧। କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥିବା ପ୍ରଶ୍ନବଳୀର ଉତ୍ତର ଦିଅ ।
CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ କ ଗଦ୍ୟାଂଶ 1
ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।)
୧। ଭବରଙ୍ଗ ଭୂମିରେ କ’ଣ ହୋଇଥାଏ ?
୨। ଐର ନରପତିଙ୍କ ସମ୍ପର୍କରେ କ’ଣ କୁହାଯାଇଛି ?
୩ । ଉତ୍କଳଗୌରବ ରବି ବୋଲି କାହାକୁ କୁହାଯାଇଛି ?
୪ । ରାଜାମାନଙ୍କ ଜୀର୍ଣ୍ଣ ପ୍ରାସାଦ ଏବେ କେଉଁ ଅବସ୍ଥାରେ ଅଛି ?
୫ । ପ୍ରାଚୀନ ପ୍ରାସାଦମାନଙ୍କରେ ଅନ୍ଧାରରେ ଚମଚଟାମାନେ କ’ଣ କରୁଥିଲେ ?

ସମ୍ଭାବ୍ୟ ଉତ୍ତର :
୧। ଭବରଙ୍ଗ ଭୂମିରେ କେହି ଚିରକାଳ ରହିନଥା’ନ୍ତି । ସମସ୍ତେ ନିଜ ନିଜ ଅଭିନୟ ସାରି ସମୟାନୁସାରେ ବାହୁଡ଼ି ଯାଆନ୍ତି ।
୨। ଅନନ୍ତ କୀର୍ତ୍ତିମାନ ଐର ନରପତି ଖାରବେଳ ମଧ୍ଯ କାଳ ତୁଣ୍ଡରେ କବଳିତ ହେଲେ ।
୩ । ନରପତି ଇନ୍ଦ୍ରଦ୍ୟୁମ୍ନଙ୍କୁ ଉତ୍କଳ ଗୌରବ ରବି ବୋଲି କୁହାଯାଇଛି ।
୪। ରାଜାମାନଙ୍କ ଜୀର୍ଣ୍ଣସୌଧ ଏବେ ବାଘ ଭାଲୁଙ୍କ ବସାରେ ପରିଣତ ହୋଇଛି ।
୫। ପ୍ରାଚୀନ ପ୍ରାସାଦମାନଙ୍କରେ ଚମଚଟାମାନେ ଅନ୍ଧାରର ମଞ୍ଜି ବୁଣୁଥିଲେ ବୋଲି କବି କହିଛନ୍ତି ।

କବିତାଂଶ – ୨

୨। କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥ‌ିବା ପ୍ରଶ୍ନବଳୀର ଉତ୍ତର ଦିଅ ।
ଦେଖୁଲି ସଂସାରେ ବସିଛି ହାଟ,
ଲୋକ ଗହଳିରେ ନ ମିଳେ ବାଟ ।
ଦୋକାନ ପଶରା ଧାଡ଼ିକି ଧାଡ଼ି
ବାଟ ଦୁଇ ପାଶ ବସଛି ମାଡ଼ି ।
ଭୁଲାଇବା ପାଇଁ ଗହକି ମନ,
ହାଟୁଆଙ୍କ ଦେଖ କେଡ଼େ ଯତନ ।
ହାଟୁଆ ବାଟୁଆ ଅଛନ୍ତି ଧାଇଁ, ହାଟେ କିଣାବିକା କରିବା ପାଇଁ ।
X X X X
ବୁଲିବୁଲି ହାଟେ ମୁଁ କ୍ରମେ କ୍ରମେ
ଗୋଟାଏ ଦୋକାନ ଗଲି ପ୍ରଥମେ ।
ଏହି ଦୋକାନଟା ଭାରି ଗହଳ,
ଧାଇଁଛନ୍ତି ଲୋକ ଦଳକୁ ଦଳ ।
ହାତେ ବିଶାକାଠି ଦୋକାନୀ ଧରି,
ବସିଛନ୍ତି ଯମରାଜାଙ୍କ ପରି ।
ଦୋକାନରେ ମାଲ ନ୍ୟାୟବିଚାର,
କିଣେ ସେ କପାଳ ଫାଟେ ଯାହାର ।

ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।)
୧। ସଂସାର ମଧ୍ଯରେ ବସିଥିବା ହାଟକୁ କବି କିପରି ଦେଖୁଛନ୍ତି ?
୨। ଗହକିଙ୍କ ମନ ଭୁଲାଇବାପାଇଁ ହାଟୁଆମାନେ କ’ଣ କରିଛନ୍ତି ?
୩ । ଲୋକେ ଦଳକୁ ଦଳ କେଉଁଠିକି ଧାଇଁଛନ୍ତି ବୋଲି କବି କହିଛନ୍ତି ?
୪। ବିଶାକାଠି ହାତରେ ଧରି ଦୋକାନୀ କେଉଁପରି ବସିଛନ୍ତି ?
୫। ପ୍ରଥମ ଦୋକାନରେ କେଉଁ ମାଲ ମିଳେ ବୋଲି କୁହାଯାଇଛି ?

ସମ୍ଭାବ୍ୟ ଉତ୍ତର :
୧। ସଂସାର ମଧ୍ଯରେ ବସିଥିବା ହାଟରେ ଲୋକଗହଳିରେ ବାଟ ମିଳୁ ନ ଥ‌ିବା କବି ଦେଖୁଛନ୍ତି ।
୨। ଗହକିଙ୍କ ମନ ନେବାପାଇଁ ହାଟୁଆମାନେ କେତେପ୍ରକାର ଯତ୍ନ କରିଛନ୍ତି ।
୩ । ଲୋକେ ଦଳକୁ ଦଳ ହାଟରେ ପ୍ରଥମ ଦୋକାନକୁ ନ୍ୟାୟବିଚାର କିଣିବା ପାଇଁ ଧାଇଁଛନ୍ତି ।
୪। ବିଶାକାଠି ହାତରେ ଧରି ଦୋକାନୀ ଯମରାଜାଙ୍କ ପରି ବସିଛନ୍ତି ।
୫। ପ୍ରଥମ ଦୋପାନରେ ନ୍ୟାୟବିଚାର ମାଲ ମିଳେ ବୋଲି କୁହାଯାଇଛି ।

କବିତାଂଶ – ୩

୩। କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥ‌ିବା ପ୍ରଶ୍ନବଳୀର ଉତ୍ତର ଦିଅ ।
ଡାଆଣ୍ଟିଆ ଖରା ପଡ଼ିଛି ବେଳ ଯାଉଛି ବୁଡ଼ି,
କି ସୁନ୍ଦର ପାରା ଯୋଡ଼ିକ ଯାଉଅଛନ୍ତି ଉଡ଼ି ।
ଆସ ଆସ ପାରା ଯୋଡ଼ିକ ମୋର ପିଣ୍ଡାରେ ବସ,
ଖାଇବାକୁ ଦେବି ତୁମ୍ଭଙ୍କୁ ମୁହଁ ନଡ଼ିଆ-ରସ ।
ପିଇବାକୁ ଦେବି ତୁମ୍ଭକୁ ପଦ୍ମ-ପୋଖରୀ-ପାଣି,
ଶୋଇବାକୁ ଦେବି ଖଟୁଲି ମାଳୀଘରୁ ମୁଁ ଆଣି ।
ମାଳୀଘର ଖଟୁଲିରେ ଯେ ବାଉଁଶର ପାତିଆ,
ମାଆ-ଝୁଅଙ୍କର ଗୋଡ଼ରେ ରତନର ଝୁଣ୍ଟିଆ।
ଶାରୀ ପଚାରିଲା ଶୁଆରେ କେଉଁ ଦାଣ୍ଡରେ ଯିବା,
ଶୁଆ ବୋଲେ ଶାରୀ ଚାଲଗୋ ବଡ଼ଦାଣ୍ଡରେ ଯିବା ।
ବଡ଼ଦାଣ୍ଡେ ଦାଣ୍ଡେ ଯାଆନ୍ତେ ପାଉଁ ଗୋବର ଲଣ୍ଡି
ଲିପି ପୋଛି ଦେଇ ଯାଅ ମା’ ପୂଜି ମଙ୍ଗଳଚଣ୍ଡୀ ।

ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧ । ପାରା ଯୋଡ଼ିକୁ କ’ଣ ଖାଇବାକୁ ଓ ପିଇବାକୁ ଦେବାକୁ କବି କହିଛନ୍ତି ?
୨। ମାଳୀଘର ଖଟୁଲି କେଉଁଥୁରେ ତିଆରି ?
୩ । ପାରା ଯୋଡ଼ିକ କେଉଁ ସମୟରେ ଉଡ଼ିଯାଉଥିଲେ ?
୪। କେଉଁ ଦାଣ୍ଡରେ ଯିବାପାଇଁ ଶୁଆ ଶାରୀକୁ କହିଛି ?
୫। ଗୋବର ଲଣ୍ଡିକୁ କ’ଣ କରିବାପାଇଁ କବି କହିଛନ୍ତି ?

ସମ୍ଭାବ୍ୟ ଉତ୍ତର :
୧। ପାରା ଯୋଡ଼ିକୁ ନଡ଼ିଆ ରସ ଖାଇବାକୁ ଓ ପଦ୍ମ ପୋଖରୀ ପାଣି ପିଇବାକୁ ଦେବାକୁ କବି କହିଛନ୍ତି ।
୨। ମାଳୀଘର ଖଟୁଲି ବାଉଁଶ ପାତିଆରେ ତିଆରି ।
୩ । ପାରା ଯୋଡ଼ିକ ବେକ ବୁଡ଼ି ଯାଉଥିବା ସମୟରେ ଉଡ଼ିଯାଉଥ୍ନଲୋ
୪। ବଡ଼ଦାଣ୍ଡରେ ଯିବାପାଇଁ ଶୁଆ ଶାରୀକୁ କହିଛି ।
୫। ଗୋବର ଲଣ୍ଡିକୁ ନେଇ ଲିପାପୋଛା କରି ମଙ୍ଗଳା ପୂଜିବାକୁ କବି କହିଛନ୍ତି ।

କବିତାଂଶ – ୪

୪। କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥିବା ପ୍ରଶ୍ନବଳୀର ଉତ୍ତର ଦିଅ ।
ନୀରବ ପ୍ରସରେ କ୍ଷଣେ ଦିବ୍ୟ ଜ୍ୟୋତିଧାରା,
ନୀରବେ ଆକାଶେ ଉଦେ ରବି ଶଶି ପରା,
ନୀରବ ନିଷ୍ଫଳ ବିଶ୍ଵ ନିରୂଢ଼ ମନ୍ତର ।
ସଦା କାଳ-ପାରାବାର-ଅନନ୍ତ ଗରଭେ
ମିଶଇ ସମୟ-ସ୍ରୋତ ସତତ ନୀରବେ,
ନୀରବେ ଜଗତ କରେ ନିଜ କକ୍ଷେ ଗତି
ନୀରବ ନିଷ୍ଫଳ ବିଶ୍ଵ ନିଗୂଢ଼ ଶକତି ।
ନୀରବେ ସରସୀ ବକ୍ଷେ ହସେ ଶତଦଳ
ନୀରବେ ନିରାଶ ହୃଦେ ବହେ ଦୀର୍ଘଶ୍ଵାସ
ସୁଖେ ଦୁଃଖେ ପରାଣର ନୀରବ ଆଶ୍ଵାସ ।

ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।)
୧। ନୀରବରେ କିଏ ବଢ଼ିଥାଏ ?
୨। ନୀରବରେ କିଏ ବଢ଼ିଥାଏ ?
୩। କାଳ ପାରାବାର ସଂପର୍କରେ କ’ଣ କୁହ।ଯାଇଛା ?
୪। ନୀରବରେ ପ୍ରେମିକର ନେତ୍ର ଓ ସରସୀର ବକ୍ଷରେ କ’ଣ ଘଟିଥାଏ ?
୫। ନିରାଶ ହୃଦୟରେ ନୀରବରେ କ’ଣ ଘଟିଥାଏ ?

ସମ୍ଭାବ୍ୟ ଉତ୍ତର :
୧। ନୀରବରେ ଦିବ୍ୟ ଜ୍ୟୋତିଧାରା ପ୍ରସାରିତ ହୋଇଥାଏ ।
୨। ନୀରବରେ ତରୁଲତା ମହୀଧର ବଢ଼ିଥାଏ ।
୩ । ନୀରବରେ ସମୟ ସ୍ରୋତ ସର୍ବଦା କାଳ-ପାରାବାରର ଅନନ୍ତ ଗର୍ଭରେ ମିଶିଥାଏ ।
୪। ନୀରବରେ ପ୍ରେମିକର ନେତ୍ର ଅଶ୍ରୁ ଢଳଢ଼ଳ ହୋଇଥାଏ ଓ ସରସୀର ବକ୍ଷରେ ଶତଦଳ ହସୁଥାଏ ।
୫। ନିରାଶ ହୃଦୟରେ ନୀରବରେ ଦୀର୍ଘଶ୍ବାସ ବହିଥାଏ ।

CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ – (କ) ଗଦ୍ୟାଂଶଛ

କବିତାଂଶ – ୫

୫। କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥିବା ପ୍ରଶ୍ନବଳୀର ଉତ୍ତର ଦିଅ ।
ଧର୍ମ ରଖୁଛି ଧରି ଜଗତକୁ ଶୁଣିଲି ବ୍ୟାଖ୍ୟା ବହୁ
ଖୋଜିଲି ଶାସ୍ତ୍ର ଚାଖୁବାକୁ ଏତେ ଧର୍ମ-ମଧୁର ମହୁ ।
ଜଡ଼ ଅକ୍ଷରେ ଭିତରେ ଜଡ଼ିତ ଆଚାର ନିୟମ ଥୋଡ଼ା
ନ ପାଇଲି ଖୋଜି, ଅଛି ଅବା ତହିଁ ଆଉ କେଉଁ ହାତୀଘୋଡ଼ା ।
ନଗରେ ନଗରେ ପଥେ ଜନପଦେ ଧର୍ମ ଦେଖିବା ପାଇଁ
ହାତ ବଢ଼ାଇଲି ଧରିବି ବୋଲି ମୁଁ ପୁଛିଲି କେତେ କାହିଁ ।
ଦେଉଳେ ଦେଖିଲି ଧର୍ମ ଯା ଅଛି, ଗୀର୍ଜାରେ ସେ ତ ଆନ
କିଏ ଅବା ଛେଳି, କଏ ପୁଣି ଗୋରୁ କାଟିବା ପାଇଁ କି ଥାନ ।
କିଛି ନ କାଟିବା ପାଇଁ ଯେଉଁଠାରେ କହିଲେ ଧର୍ମଗୁରୁ
ଲକ୍ଷ୍ୟ ସେଠାରେ ମଣିଷର ବେକ ମଣିଷର ପାଦଊରୁ ।

ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।)
୧। କେଉଁ ବିଷୟରେ ଥିବା ବ୍ୟାଖ୍ୟାକୁ କବି ଶୁଣିଛନ୍ତି ?
୨। ଶାସ୍ତ୍ର ଭିତରେ କବି କ’ଣ ଦେଖୁଛନ୍ତି ?
୩ । କବି କେଉଁଠାରେ ଧର୍ମ ଦେଖିବାପାଇଁ ହାତ ବଢ଼ାଇଛନ୍ତି ?
୪। ଦେଉଳରେ ଓ ଗୀର୍ଜାରେ କବି କେଉଁ ଧର୍ମ ଦେଖୁଛନ୍ତି ?
୫। ଧର୍ମଗୁରୁ କେଉଁ କଥା କହିଛନ୍ତି ଓ ସେଠାରେ ଲକ୍ଷ୍ୟ କ’ଣ ଅଛି ?

ସମ୍ଭାବ୍ୟ ଉତ୍ତର :
୧। ଧର୍ମ ଜଗତକୁ ଧରି ରଖୁଛି – ଏହି ବିଷୟରେ ଥିବା ବ୍ୟାଖ୍ୟା କବି ଶୁଣିଛନ୍ତି ।
୨। ଶାସ୍ତ୍ର ଭିତରେ ଜଡ଼ ଅକ୍ଷରରେ କିଛି ନିୟମ କାନୁନ୍ ଲେଖାହୋଇଥବା କବି ଦେଖୁଛନ୍ତି ।
୩ । ନଗର, ରାସ୍ତା ଓ ଜନପଦମାନଙ୍କର ଧର୍ମ ଦେଖୁପାଇଁ କବି ହାତ ବଢ଼ାଇଛନ୍ତି ।
୪ । ଦେଉଳ ଓ ଗୀର୍ଜାରେ କବି ଅଲଗା ଅଲଗା ପ୍ରକାର ଧର୍ମ ଦେଖୁଛନ୍ତି ।
୫। ମଣିଷର ବେକ ଅର୍ଥାତ୍ ମୁଣ୍ଡପାତି ସହିନେବା ଏବଂ ପାଦଊରୁ ଅର୍ଥାତ୍ ଧର୍ମର ସୀମାକୁ ନ ଡେଇଁବା ଲକ୍ଷ୍ୟ ରଖାଯାଇଛି; ଯାହାକୁ କି ଧର୍ମଗୁରୁ କହିଛନ୍ତି।

କବିତାଂଶ – ୬

୬ । କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥ‌ିବା ପ୍ରଶ୍ନବଳୀର ଉତ୍ତର ଦିଅ ।
ଶିଳଗୃହ-ଅନ୍ଧକାରବାସୀ ମୁଁ, ଜନନୀ !
ଉତ୍କଳ, ନ ଥୁଲି ଜାଣି, ଅଛି ଲୋ ତୋ ପୁରେ
ଏମନ୍ତ ରୂପର ଲୀଳା; ନ ବାହୁଁ ତରଣୀ
ଆଜି ଏ ଜ୍ୟୋତ୍ସ୍ନାରେ ନୀଳ ମହାନଦୀ ପୂରେ ।
ଆହ କି ବିପୁଳ ଶୋଭା ଭାସେ ଆଖୁ ଆଗେ,
କେମନ୍ତେ ବର୍ଣ୍ଣିବି ମୋର ମୁଗ୍‌ଧ ଅନୁଭବ,
ଚକ୍ଷୁ ମୋର ଅନ୍ଧ ହୁଏ ଜ୍ୟୋଛନା-ପରାଗେ,
ବାଣୀ ମୋର ନାହିଁ ଫୁଟେ ମାନି ପରାଭବ ।
ଧବଳ ଉତ୍ତରୀ ସମ ରଜନୀ-ବଧୂର,
ଜ୍ୟୋଛନା ବ୍ୟାପିଛି ଦୂର ଦିଗଚକ୍ର ଲାଗି,
ତଳେ ତା’ର ଏ ଧରଣୀ, ପ୍ରକୃତି-ମଧୁର
ହୋଇଛି ମଧୁରତର ତା’ ପରଶେ ଜାଗି ।
ଅ।କ।ଶର ଖଣ୍ତ ସମ ମହନଦୀ ବାରି
ଚନ୍ଦ୍ରିକା ଚୁମ୍ବନ ପାଇ ଧବଳ ଚପଳ,
ତରଳ ମୁକୁର ଅବା ଦେଇଛି କେ ପାରି,
ଦେଖିବେ ବଦନ ନଭୁ-ସୀମନ୍ତିନୀଦଳ ।

ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।)
୧। ଉତ୍କଳର କେଉଁ କଥା କବି ଜାଣି ନ ଥିଲେ ବୋଲି କହିଛନ୍ତି ?
୨। କବିଙ୍କର ଚକ୍ଷୁ କେଉଁ କଥାରେ ଅନ୍ଧ ହୋଇଛି ?
୩। ଦୂର ଦିଗଚକ୍ରକୁ ଲାଗି କ’ଣ ବ୍ୟାପି ରହିଛି ?
୪। ପ୍ରକୃତି କିପରି ମଧୁରତର ମନେ ହୋଇଛି ?
୫। ନଭଃ ସୀମନ୍ତିନୀଦଳ କେଉଁଥିରେ ମୁଖମଣ୍ଡଳ ଦେଖୁବେ ବୋଲି କୁହାଯାଇଛି ?

ସମ୍ଭାବ୍ୟ ଉତ୍ତର :
୧। ଉତ୍କଳପୁରରେ ରହିଥ‌ିବା ଏପରି ଅପୂର୍ବ ରୂପର ଲୀଳାଥୁବା କଥା କବି ଜାଣି ନ ଥିଲେ ବୋଲି କହିଛନ୍ତି ।
୨। କବିଙ୍କର ଚକ୍ଷୁ ଜ୍ୟୋତ୍ସ୍ନାର ଉଜ୍ଜ୍ବଳ ପ୍ରଭାରେ ଅନ୍ଧ ହୋଇଛି ।
୩ । ଦୂର ଦିଗଚକ୍ରକୁ ଲାଗି ଜ୍ୟୋଛନା ବା ଚନ୍ଦ୍ରକିରଣ ବ୍ୟାପି ରହିଛି ।
୪। ଜ୍ୟୋତ୍ସ୍ନାର ସ୍ପର୍ଶ ପାଇ ମଧୁର ପ୍ରକୃତି ମଧୁରତର ହୋଇଛି ।
୫। ଚନ୍ଦ୍ରିକାର ସ୍ପର୍ଶ ପାଇ ମହାନଦୀ ବାରି ତରଳ ମୁକୁର ପରି ହୋଇଥିବାରୁ ସେଥ‌ିରେ ନଭ ସୀମନ୍ତିନୀଦଳ ମୁଖମଣ୍ଡଳ ଦେଖୁବେ ବୋଲି କୁହାଯାଇଛି ।

କବିତାଂଶ – ୭

୭ । କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥ‌ିବା ପ୍ରଶ୍ନବଳୀର ଉତ୍ତର ଦିଅ ।
ପୁସ୍ତକ ଡାକି କହେ – ହେ ପାଠକ, ଗ୍ରାହକ ମୋର !
ଭିତର ଖୋଲ
ଲେଖନୀ ମୁନର କର କି ମୂଲ !
ପଇସା ଦେଲ !
ଣସ୍ତା ଅଜି ଏ ଛାପାଖାନା ତଳେ ବେପାର ଚାଲେ
ଦୋକାନ ତଳେ,
ଭାଷା ତୁଲେ ନାହିଁ ଛନ୍ଦ ମିଳେ,
ଭାବନା ଭୁଲେ !!
ରଙ୍ଗୀନ୍ ଛବି କାଗଜ ମେଲି
ଦେଖୁଛ ବୋଲି ?
ଭୂଷଣ-ପ୍ରଧାନ ବେଶ ପରିଧାନ ସନ୍ଥଜନ
ଯାହାରେ ମଣ,
ଭିତରୁ କି ତା’ର ବଚନ ଶୁଣ
ଉଖାରି ଗୁଣ ?
ପରିଧାନ ତଳେ ଚୋର ତସ୍କର ବିଷମ ଅତି
ଓଲଗା ରାତି
ବାହାର ଦିବସ ଭିତର ରାତି
ନକଲି ଯତି !

ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।)
୧। ପୁସ୍ତକ କ’ଣ ଡାକି କହିଥାଏ ?
୨। ଭାଷା ତୁଳନାରେ କେଉଁ କଥା ମିଳୁନାହିଁ ବୋଲି କବି କହିଛନ୍ତି ?
୩ । ସଭ୍ୟତା ଆଜି କିପରି ଚାଲିଛି ?
୪। ସନ୍ଥଜନ ବିଷୟରେ କବି କେଉଁ ମତ ଦେଇଛନ୍ତି ?
୫। ନକଲି-ଯତି କହିଲେ କ’ଣ ବୁଝ ?

ସମ୍ଭାବ୍ୟ ଉତ୍ତର :
୧। ପୁସ୍ତକ ପାଠକଙ୍କୁ ଡାକି ଲେଖନୀ ମୁନର ମୂଲ୍ୟାୟନ କରିବାକୁ କହିଥାଏ ।
୨। ଭାଷା ତୁଳନାରେ ଛନ୍ଦ ମିଳୁନାହିଁ ବୋଲି କବି କହିଛନ୍ତି ।
୩ । ସଭ୍ୟତା ଆଜି ମଲାଟ ଉପରେ ଚାଲିଛି।
୪। ସନ୍ତଜନମାନେ ବେଶ ଓ ଭୂଷଣ ଉପରେ ପ୍ରାଧାନ୍ୟ ଦେଉଛନ୍ତି, ମାତ୍ର ସେମାନଙ୍କର ଦିବ୍ୟ ବଚନ ନାହିଁ ।
୫। ଯତି ଭଳି ପରିଧାନ ପିନ୍ଧି, ଚୋର ତସ୍କର ଭଳି ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ନକଲି-ଯତି ବୋଲି କୁହାଯାଇଛି ।

କବିତାଂଶ – ୮

୮। କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥ‌ିବା ପ୍ରଶ୍ନବଳୀର ଉତ୍ତର ଦିଅ ।
ଭଗବାନ ଅଛ କାହିଁ
ଆକାଶ ପବନ ଗର୍ଜି ମୋ କାନେ
କହିଯାଏ ନାହିଁ ନାହିଁ ।
ଯହିଁ ମୁଁ ଫେରାଏ ଆଜି ବେନି ଆଖ୍
ତହିଁ ଦେଖେ ଖାଲି ଦୀନ, ନିରିମାଖୁ,
ଅନ୍ନ ବିହୁନେ ମଣିଷ ଆତ୍ମା
କରିଅଛି ହାଇ, ହାଇ ।
ଭଗବାନ ଅଛ କାହିଁ ?
ଚାରିଆଡ଼େ ଦେଖେ ଧନାର ଶୋଷଣ
ଧର୍ମ ନାଆଁରେ ଯାବତ କଷଣ
‘ବହୁ’ର ଲହୁତ ଶୋଷିନିଏ ଏକ
ମୁଖେ ହରିନାମ ଗାଇ ।
ଭଗବାନ ଅଛ କାହିଁ ?
ରାଜା ଦେବତାଠୁ ବଡ଼ ଶହେଗୁଣ,
ପୂରବ ଜନମୁ ଜାତ ଧନୀ ପୁଣ
ଧନାର ଶାସ୍ତ ଏହି କଥା କହି
(ଆମ) ମୁଡ଼ଟା ଦିଏ ଖାଇ ।
ଭଗବାନ ଅଛ କାହିଁ ?
ଧନୀର ଶୋଷଣ ନୁହଁଇ ଶୋଷଣ
ଦେବତା ଅଂଶୁ ତାର ଯେ ଜନମ,
ସବୁ ଅବତାର ଧନୀର ଦୁଲାଳ
ମାନିବାକୁ ହେବ ଭାଇ ।
ଭଗବାନ ଅଛ କାହିଁ ?

ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।)
୧। ଆକାଶ ପବନ କବିଙ୍କ କାନରେ କେଉଁ କଥା କହିଛନ୍ତି ?
୨। ବେନି ଆଜ୍‌ରେ କବି କ’ଣ ଦେଖୁଛନ୍ତି ?
୩। ଚାରିଆଡ଼େ କବି କ’ଣ ଦେଖୁଛନ୍ତି ବୋଲି କହିଛନ୍ତି ?
୪। ଧନୀର ଶାସ୍ତ୍ରରେ କ’ଣ କୁହାଯାଇଛି ?
୫। ଧନୀର ଶୋଷଣ ବିଷୟରେ କ’ଣ କୁହାଯାଇଛି ?

ସମ୍ଭାବ୍ୟ ଉତ୍ତର :
୧। ଆକାଶ ପବନ କବିଙ୍କ କାନରେ, ଭଗବାନ୍ କେଉଁଠାରେ ଅଛନ୍ତି ବୋଲି କହିଛନ୍ତି ।
୨। ବେନି ଆଖୁରେ କବି ଦୀନ ନିରିମାଙ୍କୁ ଦେଖୁଛନ୍ତି, ଯେଉଁମାନେ ଅନ୍ନ ବିନା ଡହଳ ବିକଳ ହେଉଛନ୍ତି ।
୩। ଚାରିଆଡ଼େ କବି ଧନୀର ଶୋଷଣ ଦେଖୁଛନ୍ତି ବୋଲି କହିଛନ୍ତି ।
୪। ପୂର୍ବ ଜନ୍ମରେ ସୁକର୍ମ କରିଥିବାରୁ, ଏ ଜନ୍ମରେ ଧନୀ ହୋଇଛନ୍ତି ବୋଲି, ଧନୀମାନଙ୍କ ଶାସ୍ତ୍ରରେ କୁହାଯାଇଛି ।
୫। ଯେହେତୁ ଧନୀମାନେ ଦେବତା ଅଂଶରୁ ଜନ୍ମ ନେଇଛନ୍ତି, ସେଥ‌ିପାଇଁ ଧନୀର ଶୋଷଣ ଶୋଷଣ ନୁହେଁ ବୋଲି କୁହାଯାଇଛି ।

କବିତାଂଶ – ୯

୯ । କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥିବା ପ୍ରଶ୍ନବଳୀର ଉତ୍ତର ଦିଅ ।
CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ କ ଗଦ୍ୟାଂଶ 2
ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।)
୧। ସୁପ୍ତ ବନାନୀ ସମ୍ପର୍କରେ କ’ଣ କୁହାଯାଇଛି ?
୨। ଛନ୍ଦକ କିପରି ବୁଦ୍ଧଙ୍କ ଚରଣ ଧରି ଉଭା ହୋଇଥିଲା ବୋଲି କବି କହିଛନ୍ତି ?
୩ । ଛନ୍ଦକ ବୁଦ୍ଧଙ୍କୁ କ’ଣ କହିଛନ୍ତି ?
୪। କିଏ ବନ୍ଧୁର ପରିପଦରେ ଉଜାଣି ରଚନା କରେ ନାହିଁ ?
୫ । ବୁଦ୍ଧ ସ୍ମିତ ହସ ହସି କ’ଣ କହିଥିଲେ ?

ସମ୍ଭାବ୍ୟ ଉତ୍ତର :
୧। ସୁପ୍ତ ବନାନୀ ଶୀତଳ ସମୀରର ସ୍ପର୍ଶ ପାଇ ଧୀରେ କଡ଼ ଲେଉଟାଇଲା ଭଳି ମନେ ହୋଇଛି ।
୨। ଦୁର୍ମଦ ସ୍ରୋତ ସମ୍ମୁଖରେ ଏକ ପଥରବନ୍ଧ ପରି ଛନ୍ଦକ ବୁଦ୍ଧଙ୍କ ଚରଣ ଧରି ଉଭା ହୋଇଥିଲା ବୋଲି କବି କହିଛନ୍ତି ।
୩ । ରାତ୍ରିର ଘନ ଅନ୍ଧକାରରେ ଏକାକୀ ଏ ବିଶାଳ ରାଜ୍ୟ, ପ୍ରଜାପୁଞ୍ଜ ଓ ସ୍ବର୍ଣ୍ଣ ମୁକୁଟିକୁ ଛାଡ଼ି ଘୋର ଦୁର୍ଗମ ବଣ୍ଟନ ପଥରେ କାହିଁକି ଯାଉଛ ବୋଲି ଛନ୍ଦକ ବୁଦ୍ଧଙ୍କୁ କହିଛନ୍ତି ।
୪। ଅମ୍ବୁଧ କୋଳରେ ମିଶିବାକୁ ହିଲ୍ଲୋଳ ଭାବରେ ଧାଉଁଥୁବା ତଟିନୀ ବନ୍ଧୁର ଗିରିପଦରେ ଉଜାଣି ରଚନା କରେ ନାହିଁ ।
୫ । ବୁଦ୍ଧ ସ୍ମିତ ହସ ହସି କହିଲେ, ‘ସଂସାରକୁ ବାହୁଡ଼ିବା ଆଉ ସମ୍ଭବ ନୁହେଁ ଏବଂ ସେଭଳି କଥା ମତେ କୁହ ନାହିଁ’ ।

କବିତାଂଶ – ୧୦

୧୦ । କବିତାଂଶକୁ ପାଠକରି ନିମ୍ନରେ ଦିଆଯାଇଥିବା ପ୍ରଶ୍ନବଳୀର ଉତ୍ତର ଦିଅ ।
ସବୁ ସୁନ୍ଦରିଆ ଜୀବଙ୍କ ଭିତରେ
ତୁ ନିଶ୍ଚୟ ଫାଷ୍ଟ୍ ।
ତୋତେ ଦେଖ‌ିଲେ ଲାଗେ
ହଳଦୀଗୁରୁଗୁରୁ ଗାଁ ବୋହୂଟିଏ
ଅବା ହଳଦୀ ମାଝୀ, କଜ୍ଵଳ ନାଇ
କଅଁଳ ଖରାରେ ଖେଳୁଥିବା କଅଁଳ ଛୁଆଟେ ।
ତୋ ରାବ କଅଁଳ ଛୁଆର କାନ୍ଦ
ନୂଆବୋହୂଟିର ଚୁପି ଚୁପି କଥା
ଥରେ ଶୁଣିଲେ ଆଉ କ’ଣ ରହିହୁଏ
କାମଦାମ ଛାଡ଼ି ତୋତେ ନ ଦେଖ‌ିବା ଯାଏ
ଏ ଜନ୍ମରେ ନହେଲେ ଅନ୍ତତଃ ଆରଜନ୍ମରେ ।
ତୋ ପରି ସୁନ୍ଦରିଆଟେ ହେଇ ମନ ଖୁସିରେ ଉଡ଼ିବୁଲନ୍ତି ।
ସୂର୍ଯ୍ୟକୁ ଆହୁରି ସୂର୍ଯ୍ୟକରି ଗଛର ଅନ୍ଧାର ଭିତରେ ଲୁଚିଯା’ନ୍ତି
ଛୁଆସବୁ ମୋତେ ଦେଖ୍ ଖୁସିହୁଅନ୍ତେ
ମୋ’ ପଛରେ ଧାଆନ୍ତେ
ଆଉ ମୋତେ ଖାଲି ଟିକେ ଦେଖିବାକୁ
କେହି ତ ଜଣେ ତା’ ବସିବା ଥାନରୁ ଉଠି ଆସନ୍ତା ।

ପ୍ରଶ୍ନବଳୀ :
(ପ୍ରଶ୍ନର ମୂଲ୍ୟ ଏକ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।)
୧। ହଳଦୀବସନ୍ତକୁ ଦେଖ‌ିଲେ କବିଙ୍କୁ କ’ଣ ଲାଗେ ?
୨। ହଳଦୀବସନ୍ତର କେଉଁ କଥା ଥରେ ଶୁଣିଲେ ଆଉ ରହିହୁଏ ନାହିଁ ?
୩ । କେବେ ହଳଦୀବସନ୍ତ ହେବାକୁ କବିଙ୍କର ମନ ହୋଇଛି ?
୪ । କ’ଣ କରି ଗଛର ଅନ୍ଧାର ଭିତରେ କବି ଲୁଚିଯିବାକୁ ଚାହିଁଛନ୍ତି ?
୫। କାହିଁକି ଜଣେ ତା ବସିବା ଥାନରୁ ଉଠିଆସନ୍ତା ବୋଲି କବି କହିଛନ୍ତି ?

ସମ୍ଭାବ୍ୟ ଉତ୍ତର :
୧ । ହଳଦୀ ବସନ୍ତକୁ ଦେଖ‌ିଲେ କବିଙ୍କୁ ହଳଦୀ ଗୁରୁଗୁରୁ ଗାଁ ବୋହୂଟିଏ ଅଥବା ହଳଦୀମାଖୁ କଜ୍ଜଳ ପିନ୍ଧି କଅଁଳ ଖରାରେ ଖୋଳୁଥିବା କଅଁଳ ଝୁଆଟେ ପରି ଲାଗେ ।
୨। ହଳଦୀବସନ୍ତର କଅଁଳାଛୁଆର କାନ୍ଦ କିମ୍ବା ନୂଆବୋହୂର ଚୁପି ଚୁପି କଥା ଭଳି ରାବ ଥରେ ଶୁଣିଲେ ଆଉ ରହିହୁଏ ନାହିଁ ।
୩ । ଏ ଜନ୍ମରେ ସମ୍ଭବ ନହେଲେ ଅନ୍ତତଃ ଆରଜନ୍ମରେ ହଳଦୀବସନ୍ତ ହେବାକୁ କବିଙ୍କ ମନ ହୋଇଛି ।
୪। ସୂର୍ଯ୍ୟଙ୍କୁ ଆହୁରି ସୂର୍ଯ୍ୟ କରି ଗଛରଅନ୍ଧାର ଭିତରେ କି ଲୁଚିଯିବାକୁ ଚାହିଁଛନ୍ତି ।
୫। ସୂର୍ଯ୍ୟଙ୍କୁ ଆହୁରି ସୁର୍ଯ୍ୟକରି ଗଛର ଅନ୍ଧାର ଭିତରେ କବି ଲୁଚିଯିବାକୁ ଚାହିଁଛନ୍ତି ।
୬ | କବି କହିଛନ୍ତି, ସେ ଆରଜନ୍ମରେ ହଳଦୀବସନ୍ତ ହୋଇ ଖୁସିରେ ଉଡ଼ୁଥିଲାବେଳେ, ଛୁଆମାନେ ତାଙ୍କୁ ଦେଖ୍ ଖୁସିହୁଅନ୍ତେ ଓ ତାଙ୍କ ପଛରେ ଧାଆନ୍ତେ, ଆଉ ତାଙ୍କୁ ଦେଖିବାକୁ କେହି ଜଣେ ତା’ ବସିବା ସ୍ଥାନରୁ ଉଠିଆସନ୍ତା ।

CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ – (କ) ଗଦ୍ୟାଂଶଛ

ଅନୁଚ୍ଛେଦ ସମ୍ବଳିତ ପ୍ରଶ୍ନୋତ୍ତର

ଅନୁଚ୍ଛେଦ – ୧

ଦେଶ ଛାଡ଼ି ଜଣେ ଯଦି ବିଦେଶରେ କୋଡ଼ିଏ ବର୍ଷ ରହିଯାଏ ତେବେ ସେଇ ବିଦେଶଟା ତାଙ୍କର ଦ୍ବିତୀୟ ଘର ହୋଇଯାଏ । ସବୁ ଅପ୍ରୀତିକର ସ୍ମୃତିକୁ ଭୁଲିଯାଇ ମୋହନ ଦକ୍ଷିଣ ଆଫ୍ରିକାର ଗୋଟିଏ ସୁନ୍ଦର ଚିତ୍ର ହୃଦୟରେ ଧରି ଫେରିଛନ୍ତି । ତାଙ୍କର ବିଦାୟକାଳୀନ ସଭାରେ ଭାରତୀୟଙ୍କ ସହିତ ଅନେକ ଇଂରେଜ ଉପସ୍ଥିତ ଥିଲେ । ବିଦାୟ ସମ୍ବର୍ଦ୍ଧନାର ଉତ୍ତର ଦେଇ ଗାନ୍ଧିଜୀ କହିଥିଲେ, ‘ଯଦି ମାତୃଭୂମି ପରେ କେଉଁ ଦେଶ ମୋର ଅଧ‌ିକ ପ୍ରିୟ, ପବିତ୍ର ହୋଇଥାଏ ତେବେ ତାହା ହେଉଛି ଦକ୍ଷିଣ ଆଫ୍ରିକା । ମୁଁ ଦୁଃଖର ସହିତ ଏ ଦେଶ ଛାଡ଼ୁଛି। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଓ ମୋ ଭିତରେ ଯେଉଁ ବ୍ୟବଧାନ ରହିବ ତାହା ବରଂ ମତେ ଏ ଦେଶ ଆଡ଼କୁ ଆକର୍ଷିତ କରିବ । ଦକ୍ଷିଣ ଆଫ୍ରିକାର କଲ୍ୟାଣ ଦେଖୁବାକୁ ମୁଁ ସର୍ବଦା ବ୍ୟାକୁଳିତ ହେଉଥବି । ଏଠି ମୋର ଦେଶବାସୀଙ୍କଠାରୁ ଯେଉଁ ଶ୍ରଦ୍ଧା ପାଇଛି ଏବଂ ୟୁରୋପୀୟମାନେ ମତେ ଉଦାରଭାବେ ସାହାଯ୍ୟ କରିବାକୁ ଯେଭଳି ଆଗେଇ ଆସିଛନ୍ତି, ତାହା ମୋର ସବୁଦିନେ ସ୍ମରଣ ରହିବ ।’’

କହିବା ବାହୁଲ୍ୟ, ଗୋଟିଏ ସ୍ଥାନରେ ନୁହେଁ, ପ୍ରାୟ ପନ୍ଦରଟି ସ୍ଥାନରେ ଗାନ୍ଧୀ ବା’ଙ୍କ ସହିତ ବିଦାୟ ନେବାକୁ ପହଞ୍ଚିଥିଲେ । ଦୁହିଁଙ୍କୁ ଅତି ଆନ୍ତରିକ ସମ୍ବର୍ଦ୍ଧନା ମିଳୁଥିଲା । କେତେ ସ୍ଥାନରେ ସେ କହୁଥିଲେ, ଯେଉଁ ଯୁବକମାନେ ଆନ୍ଦୋଳନରେ ପ୍ରାଣ ଦେଇଛନ୍ତି ସେମାନେ ତାଙ୍କଠାରୁ ମହାନ୍ । ଆଠବର୍ଷ ସତ୍ୟାଗ୍ରହ ସଂଗ୍ରାମ ଚାଲିଛି । ଭାରତୀୟମାନେ ସାହସର ସହିତ ଲଢ଼ିଛନ୍ତି । ୟୁରୋପୀୟମାନେ ପଛରେ ପଡ଼ିନାହାନ୍ତି । ଯାହାହେଉଛି ଏବେ ଯୁଦ୍ଧ ସରିଲା । ଉଭୟ ପକ୍ଷର କ୍ଷତ ଶୀଘ୍ର ଆରୋଗ୍ୟ ହେଉ ବୋଲି ସେ କାମନା କରୁଥିଲେ । ତାଙ୍କର କ୍ଳାନ୍ତ ଦେହ ମନ ଦେଶକୁ ଫେରି କିଛିଦିନ ବିଶ୍ରାମ ନେବାକୁ ବ୍ୟାକୁଳ ଥିଲା । ମାତ୍ର ଗୋଖିଲେ ତାଙ୍କୁ ଡକାଇଲେ । ସେତେବେଳେ ଗୋଖଲେ ଲଣ୍ଡନରେ । ଅଗତ୍ୟା ଯିବାକୁ ହେବ । ସାଙ୍ଗରେ କ୍ୟାଲେନ୍‌ବାକ୍ ଯାଉଥିବାରୁ ମୋହନ ଆଶ୍ଵସ୍ତ ହେଲେ ।

ଜାହାଜରେ ପଶିବା ପୂର୍ବରୁ ମୋହନ ସ୍ମିସନ ଓ ପୋଲାକଙ୍କ ହାତରେ ସ୍କଙ୍କ ପାଖକୁ ଗୋଟିଏ ଉପହାର ପଠାଇଥିଲେ । ତାହା ହେଉଛି ହଳେ ଚପଲ ଯାହାକୁ ଜେଲ୍‌ରେ ଥିବା ସମୟରେ ମୋହନ ଯତ୍ନର ସହିତ ତିଆରି କରିଥିଲେ । ସ୍କଟ୍ସ ତାଙ୍କ କୃଷି ଫାର୍ମରେ ଖରାଦିନେ ସନ୍ଧ୍ୟାବେଳେ ପ୍ରତିଦିନ ଏହି ଚପଲ ପିନ୍ଧି ବୁଲନ୍ତି । ୧୯୩୯ରେ ଗାନ୍ଧିଜୀଙ୍କର ସତୁରୀତମ ଜନ୍ମୋତ୍ସବ ଉପଲକ୍ଷେ ଗୋଟିଏ ସ୍ମାରକୀ ଗ୍ରନ୍ଥ ପ୍ରକାଶ ପାଉଥାଏ । ସେଥ‌ିରେ ଗୋଟିଏ ଲେଖା ଦେବାପାଇଁ ଆୟୋଜକମାନେ ସ୍କଙ୍କୁ ଅନୁରୋଧ କଲେ ।

ଏହି ସ୍ମାରକୀରେ ସ୍କ ସମସ୍ତ ତିକ୍ତତା ଭୁଲି ଗାନ୍ଧିଜୀଙ୍କ ସମ୍ପର୍କରେ ଶ୍ରଦ୍ଧା ଓ ଆନ୍ତରିକତାପୂର୍ବ କେତୋଟି ଧାଡ଼ି ଲେଖୁଥିଲେ । ସେ ଆରମ୍ଭ କଲେ, ‘ଗୋଟିଏ ପୁରୁଷ ପୂର୍ବେ ମୁଁ ଗାନ୍ଧୀଙ୍କ ଶତ୍ରୁପକ୍ଷ ଥିଲି ।’’ ସ୍କଟ୍‌ ମୁକ୍ତକଣ୍ଠରେ କହିଥିଲେ, ‘ମହାତ୍ମାଙ୍କ ପରି ମଣିଷ ଆମକୁ ଘଷରା, ତୁଚ୍ଛ ଓ ନିରର୍ଥକ ଜୀବନରୁ ଟାଣି ଆଣନ୍ତି ଏବଂ ସେ ଅକ୍ଳାନ୍ତ ଭାବେ ଦୀନଦୁଃଖୀଙ୍କ ସେବାରେ ଉତ୍ସର୍ଗ କରିବାକୁ ଆମକୁ ଅନୁପ୍ରାଣିତ କରନ୍ତି ।’’

ପ୍ରଶ୍ନବଳୀ :
(କ) ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(୧) ମୋହନ ଦକ୍ଷିଣ ଆଫ୍ରିକାରୁ କ’ଣ ନେଇ ଫେରିଲେ ?
(୨) ଗାନ୍ଧିଜୀଙ୍କ ସ୍ମରଣରେ ସବୁଦିନେ କ’ଣ ରହିବ ?
(୩) ମାତୃଭୂମି ପରେ କେଉଁ ଦେଶ ତାଙ୍କର ଅଧ୍ବକ ପ୍ରିୟ ବୋଲି ଗାନ୍ଧିଜୀ କହିଥିଲେ ?
(୪) ଦକ୍ଷିଣ ଆଫ୍ରିକା ଛାଡ଼ିବାବେଳେ ଗାନ୍ଧିଜୀ ବା’ଙ୍କ ସହିତ ପ୍ରାୟ କେତୋଟି ସ୍ଥାନରୁ ବିଦାୟ ନେବାକୁ ପହଞ୍ଚିଥିଲେ ?

(ଖ) ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(୧) କେଉଁମାନେ ଗାନ୍ଧିଜୀଙ୍କଠାରୁ ମହାନ୍ତି ?
(୨) ସ୍କଙ୍କ ପାଖକୁ ମୋହନ କି ଉପହାର ପଠାଇଥିଲେ ?
(୩) ସ୍କସଙ୍କ ସ୍ମାରକୀ ବକ୍ତୃତାରେ ସେ ଗାନ୍ଧିଜୀଙ୍କ ପ୍ରତି କି ପ୍ରକାର ମନୋଭାବ ପୋଷଣ କରିଥିଲେ ?

ସମ୍ଭାବ୍ୟ ଉତ୍ତର
(କ) (୧) ମୋହନ ସମସ୍ତ ପ୍ରକାର ଅପ୍ରୀତିକର ଘଟଣାର ସ୍ମୃତିକୁ ଭୁଲିଯାଇ ନିଜର ପ୍ରିୟ ଓ ପବିତ୍ର ଦେଶ ଦକ୍ଷିଣ ଆଫ୍ରିକାର
(୨) ଦକ୍ଷିଣ ଆଫ୍ରିକାରେ ଭାରତୀୟ ବାସିନ୍ଦାଙ୍କଠାରୁ ସେ ଯେଉଁ ଶ୍ରଦ୍ଧା ପାଇଛନ୍ତି ଏବଂ ୟୁରୋପୀୟମାନେ ଉଦାର ଭାବରେ ତାଙ୍କୁ ଯେପରି ସାହାଯ୍ୟ କରିଛନ୍ତି ତାହା ଗାନ୍ଧିଜୀଙ୍କର ସ୍ମରଣରେ ସବୁଦିନେ ରହିବ ।
(୩) ମାତୃଭୂମି ପରେ ଦକ୍ଷିଣ ଆଫ୍ରିକା ତାଙ୍କର ଅଧ୍ଵ ପ୍ରିୟ ବୋଲି ଗାନ୍ଧିଜୀ କହିଥିଲେ ।
(୪) ଦକ୍ଷିଣ ଆଫ୍ରିକା ଛାଡ଼ିବାବେଳେ ଗାନ୍ଧିଜୀ ବା’ଙ୍କ ସହିତ ପ୍ରାୟ ପନ୍ଦରଟି ସ୍ଥାନରୁ ବିଦାୟ ନେବାକୁ ପହଞ୍ଚିଲେ ।

(ଖ) (୧) ଦକ୍ଷିଣ ଆଫ୍ରିକାରେ ଆଠବର୍ଷକାଳ ସତ୍ୟାଗ୍ରହ ସଂଗ୍ରାମ ଚାଲିଥିଲା । ଯେଉଁ ଯୁବକମାନେ ଆନ୍ଦୋଳନରେ ପ୍ରାଣ ଦେଇଛନ୍ତି ସେମାନେ ତାଙ୍କଠାରୁ ମହାନ୍ ବୋଲି ଗାନ୍ଧିଜୀ କହିଥିଲେ ।
(୨) ଜେଲ୍‌ରେ ଥିବା ସମୟରେ ଯତ୍ନର ସହିତ ଗାନ୍ଧିଜୀ ହଳେ ଚପଲ ତିଆରି କରିଥିଲେ । ସ୍କଟ୍ସଙ୍କ ପାଖକୁ ତାହାକୁ ସେ ଉପହାରସ୍ବରୂପ ପଠାଇଥିଲେ ।
(୩) ସ୍କଟ୍‌ ତାଙ୍କ ସ୍ମାରକୀ ବକ୍ତୃତାରେ ସମସ୍ତ ତିକ୍ତତା ଭୁଲି ଆନ୍ତରିକତାପୂର୍ଣ୍ଣ କଥା କହିଥିଲେ । ସେ କହିଥିଲେ, ମହାତ୍ମାଙ୍କ ପରି ମଣିଷ ଆମକୁ ଘଷରା, ତୁଚ୍ଛ ଓ ନିରର୍ଥକ ଜୀବନରୁ ଟାଣିଆଣନ୍ତି ଏବଂ ସେ ଅକ୍ଳାନ୍ତଭାବେ ଦୀନଦୁଃଖୀଙ୍କ ସେବାରେ ଉତ୍ସର୍ଗ କରିବାକୁ ଆମକୁ ଅନୁପ୍ରାଣିତ କରନ୍ତି ।

ଅନୁଚ୍ଛେଦ – ୨

ଅଧିକାଂଶ ଲୋକେ ଲୋକମତକୁ ଭାରି ଡରନ୍ତି, କାଳେ ଲୋକେ କଅଣ କହିବେ ପରା ! କିନ୍ତୁ ‘ଲୋକମତ’ ଜିନିଷଟା କିମାକାର ବସ୍ତୁ, ଭଲା କେତେ ଲୋକ ତଦାରଖ କରନ୍ତି ? ଏହି ଜାନୁଆରକୁ କିଏ କେତେ ଭାବରେ ଚିତ୍ରି ଯାଇଅଛନ୍ତି । ରାମଚନ୍ଦ୍ର ସୀତାଙ୍କୁ ନିର୍ବାସନ ଦଣ୍ଡ ବିଧାନ କରିଥିଲେ, କେବଳ ଏହି ଜନ୍ତୁକୁ ଭୟ କରି । ଲୋକାପବାଦ ଓ ଲୋକମତର ପରାକ୍ରମ ଢେର୍ ବେଶି; କିନ୍ତୁ ଟିକିଏ ଥୟ କରି ଦେଖ‌ିଲେ ଜାଣିପାରିବ ଯେ, ଏ ଗୋଟିଏ ‘ହୋ’ । ଗୋଟିଏ ତାରକୁ ଦୁଇଆଡ଼େ ଟାଣି ବାନ୍ଧିଦିଅ, ଗୋଟିଏ ଅଂଶରେ ଟିକିଏ ଟଂ କରି ଆଘାତ କରିଦିଅ ଦେଖୁବ ଯେ, ଶବ୍ଦଟି ତାର ତମାମ ବ୍ୟାପିଯିବ ଓ ତାରଟି ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ଶବ୍ଦମୟ ହୋଇଯିବ । ପୂର୍ବରୁ ଏଥରେ ଗୋଟିଏ ଉଦାହରଣ ଅଛି, ତାହା ଅବଶ୍ୟ ଅଧିକାଂଶ ପାଠକ ଜାଣନ୍ତି ।

ଯେଉଁମାନେ ଜାଣନ୍ତି ନାହିଁ, ସେମାନଙ୍କ ଉପକାର ନିମନ୍ତେ ପୁନରୁକ୍ତି ଦୋଷ ମାର୍ଜନୀୟ । ଏକ ରାଜାଙ୍କ ଉଆସରେ ଜଣେ ଧୋବା ଥିଲା । ସେ ଧୋବାର ଲୁଗାବୁହା ଗଧଟିର ନାମ ବୁଧୂ । ଦିନେ ସେ ଗଧଟି ମରିଗଲା । ଧୋବାର କାର୍ଯ୍ୟ ଅଚଳ ହେଲା । ସେ ଗଧକୁ ବାହୁନିକରି ଧୋବା କାନ୍ଦୁଥାଏ । ରାଜାଙ୍କର ଜଣେ ପାଖଲୋକ ଧୋବାକୁ କାନ୍ଦିବାର କାରଣ ପଚାରିବାରୁ ଧୋବା କାନ୍ଦି କାନ୍ଦି ଉତ୍ତର ଦେଲା, ‘ବୁଧୂଟି ମରିଗଲା’ । ଭୃତ୍ୟ ଏହା ଶୁଣି କାନ୍ଦି କାନ୍ଦି ନଅରକୁ ଆସି ସମସ୍ତ ଭୃତ୍ୟଙ୍କୁ କହିଲା, ‘ବୁଧୂଟି ମରିଗଲା’ । ଭୃତ୍ୟଯାକ ସମସ୍ତେ ବୁଧୂକୁ ବାହୁନିକରି କାନ୍ଦିଲେ । ରାଣୀମହଲରେ ଏ ଖବର ପହଞ୍ଚିଲାରୁ ରାଣୀଯାକ ମଧ୍ୟ ବୁଧୂ ନାଁ ଧରି କାନ୍ଦିଲେ । ରାଜା ଶୁଣିଲେ, ସେ ମଧ୍ୟ ବୁଧୂ ଯୋଗୁଁ କେତେ କାନ୍ଦିଲେ । ନଅରବ୍ୟାପୀ କୋଳାହଳ ବୁଧୂ ଯୋଗୁଁ ପଡ଼ିଗଲା । ଯେଉଁଠାରେ ଶୁଣ, ବୁଧୁର ବିୟୋଗ ହେତୁ ଶୋକ ।

ଏହି ଶୋକ ସମ୍ବାଦ ମନ୍ତ୍ରୀଙ୍କ କାନରେ ପଡ଼ିବାରୁ ମନ୍ତ୍ରୀ ନଅରକୁ ଆସି ଦେଖ‌ିଲେ, ଏପରି ସମାଚାର ! ସେ ରାଜାଙ୍କୁ ପଚାରିଲେ, କାନ୍ଦୁଛନ୍ତି ସେ ବୁଧୂ କିଏ ? ରାଣୀମାନେ ଭୃତ୍ୟ ମହଲକୁ ସମ୍ବାଦ ଦେଲେ, ଭୃତ୍ୟମାନେ ପ୍ରଥମ ଭୃତ୍ୟକୁ ପଚାରିଲେ; ପ୍ରଥମ ଭୃତ୍ୟ ଉପାୟାନ୍ତର ନ ଦେଖ୍ ଧୋବା ନିକଟକୁ ଯାଇ ଶେଷରେ ସ୍ଥିର କରିଆସିଲା ଯେ ଧୋବାର ମୃତ ଗଧଟିର ନାମ ବୁଧୂ । ଉପାଦାନରେ ଗଠିତ । ଆମର ଏ କଥାକୁ ବିଶ୍ଵାସ ନ କରି ସୁଦ୍ଧା ସାଧାରଣତଃ ପରୀକ୍ଷା କରିଦେଲେ ସନ୍ଦେହ ତୁଟିଯିବ । ତୁମ୍ଭେ ଦାଣ୍ଡରେ ପାଟିକରି ଦଉଡ଼ ‘ ଆରେ ! ଚୋର ଗଲାରେ ! ଆରେ ଚୋର ଗଲାରେ’’ – ଦେଖୁ, ଦଣ୍ଡକ ମଧ୍ୟରେ ଶତାଧ୍ଵ ଲୋକ ତୁମର ଅନୁଗାମୀ ହେବେ ଓ ଚିତ୍କାର କରିବେ । କିନ୍ତୁ ଶତକଡ଼ା ଜଣେ ସୁଦ୍ଧା ତୁମ ପଛରେ ଦଉଡ଼ିବା ପୂର୍ବରୁ ତୁମ୍ଭଙ୍କୁ ପ୍ରଥମେ ଚୋରର ବୃତ୍ତାନ୍ତ ବା ତଥ୍ୟ ପଚାରିବାକୁ ଯିବେ ନାହିଁ । ଅଳଂକାଂଶ ଲୋକାପବାଦ, ଜନରବ, ଜେଜେକାର, ଜନମତ କେବଳ ଅନ୍ଧବିଶ୍ଵାସ, ଚିନ୍ତାଶୂନ୍ୟ, ଅନୁମାନ, ବିଚାରହୀନ ଅନୁସରଣର ଫଳ ।

ପ୍ରଶ୍ନବଳୀ :
(କ) ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(୧) ଲୋକାପବାଦକୁ ଲେଖକ କେଉଁ ଦୃଷ୍ଟିରେ ଦେଖୁଛନ୍ତି ?
(୨) ‘ପୁନରୁକ୍ତି ଦୋଷ’ କ’ଣ ?
(୩) ଅଧିକାଂଶ ଲୋକେ କାହାକୁ ଭାରି ଡରନ୍ତି ?
(୪) ବୁଧୂ କିଏ ?

(ଖ) ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(୧) ସମଗ୍ର ରାଜ୍ୟରେ ଶୋକର କାରଣ କ’ଣ ଥିଲା ?
(୨) ଜନରବ ଓ ଜନମତ କାହାର ଅନୁସରଣ ମାତ୍ର ?
(୩) ଲୋକମତି ଗଠନର ଉପାଦାନ କ’ଣ ?

ସମ୍ଭାବ୍ୟ ଉତ୍ତର
(କ) (୧) ଲେଖକ ଲୋକାପବାଦକୁ ଏକ ତଦାରଖଶୂନ୍ୟ କିମାକାର ବସ୍ତୁ ଭାବରେ ବିବେଚନା କରି ଏହାକୁ ଗୋଟିଏ
(୨) ପୂର୍ବରୁ କଥ୍ତ ବିଷୟ ଓ ଜଣାଶୁଣା ପ୍ରସଙ୍ଗକୁ ପୁନର୍ବାର କହିବା ହେଉଛି ‘ପୁନରୁକ୍ତି ଦୋଷ’ ।
(୩) ଅଧିକାଂଶ ଲୋକେ ଲୋକମତକୁ ଭାରି ଡରନ୍ତି ।
(୪) ରାଜାଙ୍କ ଉଆସରେ ଥ‌ିବା ଧୋବାର ଲୁଗାବୁହା ଗଧଟିର ନାମ ବୁଧୁ

(ଖ) (୧) ‘ବୁଧୂର ବିୟୋଗ’ ସମଗ୍ର ରାଜ୍ୟରେ ଶୋକର କାରଣ ଥିଲା । ଏହି ବୁଧୂ ରାଜ ଉଆସରେ ଥ‌ିବା ଧୋକାର
(୨) ଜନରବ ଓ ଜନମତ କେବଳ ଅନ୍ଧବିଶ୍ଵାସ, ଚିନ୍ତାଶୂନ୍ୟ, ଅନୁମାନ ଓ ବିଚାରହୀନ ପ୍ରସଙ୍ଗର ଅନୁସରଣ ଫଳ ମାତ୍ର । ଏହାର ପରାକ୍ରମ ଢେର ବେଳ, କ୍ଷଣକରେ ଏହା ଚତୁର୍ଦ୍ଦିଗକୁ ବ୍ୟାପିଥାଏ ।
(୩) ଅନ୍ଧବିଶ୍ଵାସ, ଚିନ୍ତାଶୂନ୍ଯ ଅନୁମାନ, ବିଚାରହୀନ ଅନୁସରଣ ଆଦି ଲୋକମତ ଗଠନର ଉପାଦାନ । ଏହାର ପଛରେ ଥ‌ିବା ସତ୍ୟତାକୁ ଜାଣିବାର ପ୍ରୟାସ କେହି ପ୍ରାୟତଃ କରିନଥା’ନ୍ତି ।

CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ – (କ) ଗଦ୍ୟାଂଶଛ

ଅନୁଚ୍ଛେଦ – ୩

ଅଗଷ୍ଟ ପନ୍ଦରରେ ଆଜି ମନେପଡ଼େ ନୃଶଂସ ଜେନେରାଲ୍ ଡାୟାର । ଜାଲିଆନାୱାଲା ବାଗ୍‌ରେ ଆଜି ଯେଉଁ ନଭଶ୍ଚୁମ୍ବୀ ସ୍ମରଣ ସ୍ତମ୍ଭ ଠିଆହୋଇଛି, ଠିକ୍ ସେଇଠି ମଶାମାଛି ପରି ମଣିଷକୁ ମାରିଥିଲା ଜେନେରାଲ୍ ଡାୟାର । ପୁଣି କେତେବର୍ଷ ପରେ ୧୯୪୨ରେ ଭାରତୀୟ ଜନତା ଉପରେ ବ୍ରିଟିଶ୍ ସରକାରଙ୍କର ଗୁଳି ଚାଲିଲା ପାଞ୍ଚଶହ ଅଠତିରିଶ ଥର । ମରିଥିଲେ ଏକ ହଜାର ଅଠାଇଶି, ଆହତ ହେଲେ ବତିଶ ଶହ; ତା’ଛଡ଼ା ଜେଲ୍, ଜୋରିମାନା, ମାଡ଼, ଗାଳି, ଅତ୍ୟାଚାରର ସୀମା ରହିଲା ନାହିଁ ।

ଦାରୁଣ ଅତ୍ୟାଚାର । ନିରନ୍ଧ୍ର ନିଭୃତ କୋଠରି; ମଶା, ମାଛି, ମୂଷାମାନଙ୍କର ଉପଦ୍ରବ । କୋଟିପତି ମୋତିଲାଲଙ୍କ ପୁଅ ଜବାହାର, ହାରୋ-ଏଟନର ରାଜକୁମାର ଜବାହାର । କାହାଣୀ ପରି ଲାଗେ – ନାଭା ଜେଲ୍‌ରେ ଶୟନ, ମୁହଁ ଉପରେ ମଶାମାନଙ୍କର ବେହରଣ । ଶୋଇବା: ନହେଲେ ଉଠିବସି ଭାରତର ଭବିଷ୍ୟତ କଥା ଭାବିଲେ ଅମୃତପୁତ୍ର ଜବାହାର । ବହୁବାର ଜେଲ୍ ଜୋରିମାନାର ସମ୍ମୁଖୀନ ହୋଇ ଆଧୁନିକ ଭାରତର ଭାଗ୍ୟବିଧାତା ବ୍ରିଟିଶ୍ ଜଜମାନଙ୍କୁ ଯାହା ଶୁଣାଇଥିଲେ, ମନେପଡ଼ିଲେ ଅନ୍ତର ଆଜି ଗୌରବରେ ଭରିଯାଏ । ଥରେ କଚେରିରେ ତାଙ୍କ ବିଚାର ଚାଲିଥିଲାବେଳେ ଜଣେ ଜଜଙ୍କୁ ସେ ଶୁଣାଇଥିଲେ – ‘‘ସ୍ଵାଧୀନତା ସଂଗ୍ରାମରେ ଭାରତର ସେବା କରିବାଠୁଁ ବଳି ସୌଭାଗ୍ୟ ଆଉ କିଛି ହୋଇପାରେନା । ତା’ଛଡ଼ା ମହାତ୍ମା ଗାନ୍ଧୀଙ୍କ ପରି ନେତାଙ୍କ ନିର୍ଦ୍ଦେଶରେ କାମ କରିବା ଏକ ପରମ ସୌଭାଗ୍ୟ । ଦେଶର ପୂର୍ଣ ସ୍ଵାଧୀନତା ପାଇଁ ଲଢ଼ୁ ଲଢ଼ୁ ଦେଶ ପାଇଁ ଆତ୍ମବଳି ଦେବାଠାରୁ ଅଧିକ ଗୌରବ ଆଉ ମଣିଷର କ’ଣ ଥାଇପାରେ ?’’ ଆଜି ଏସବୁ ଇତିହାସ । ଯେଉଁମାନେ ମୁହାଁମୁହିଁ ଠିଆହୋଇ ରକ୍ତମାଂସର ଶରୀର ନେଇ ଏସବୁ ସହ୍ୟ କରିଥିଲେ, ସେମାନେ ଏବେ ଇତିହାସର କଥାବସ୍ତୁ । ସେହିମାନଙ୍କ ଚରମ ତ୍ୟାଗର ମୂଲ୍ୟରେ ଏହି ଦେଶକୁ ବହିଆଣିଥିଲେ ସ୍ଵାଧୀନତାର ଉଜ୍ଜ୍ୱଳ ଆଲୋକ ।

ଯେଉଁମାନେ ସ୍ବାଧୀନତା ଆଣିଥିଲେ, ସେମାନେ ତାଙ୍କ କାମ ସାରିଦେଇ ଚାଲିଯାଇଛନ୍ତି । ତାକୁ ରଖୁବାର ଦାୟିତ୍ୱ ବର୍ତ୍ତମାନ ଆମ୍ଭମାନଙ୍କର, ବିଶେଷତଃ ଆମ ଯୁବକ ବନ୍ଧୁମାନଙ୍କର । ଯେ କୌଣସି ଦାୟିତ୍ଵ ପାଇଁ ବାର୍ଦ୍ଧକ୍ୟର ପ୍ରଜ୍ଞା ଓ ଯୌବନର ଶକ୍ତି ଦରକାର । ଗାନ୍ଧୀ ଥିଲେ ଏ ଦେଶର ପ୍ରଜ୍ଞା ଓ ନେହେରୁ ଥିଲେ ଯୌବନର ପ୍ରତୀକ ସାହସ ଓ ଶକ୍ତି । ସେହି ମହାପୁରୁଷମାନେ ଏ ଦେଶର ଯେଉଁ ଦୃଢ଼ ଭିଭି ସ୍ଥାପନ କରିଯାଇଛନ୍ତି, ତାକୁଇ ରକ୍ଷାକରିବା ବର୍ତ୍ତମାନ ଜାତିର କର୍ତ୍ତବ୍ୟ । ଜାତି ଯୁବକମାନଙ୍କ ଶକ୍ତି ଉପରେ ବେଶି ନିର୍ଭର କରୁଥିବାରୁ ଯୁବକମାନେହିଁ ଏହି ମୁହୂର୍ତ୍ତରେ ସବୁଠୁ ବେଶି ଜାଗ୍ରତ ହେବା ଦରକାର । ଜାଗୃତିର ଅର୍ଥ ଅସଂଯତ ଉନ୍ମାଦ ନୁହେଁ, ସଂଯତ କର୍ମବାଦ ।

ପ୍ରଶ୍ନବଳୀ :
(କ) ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(୧) ଜାଲିଆନାୱାଲାବାଗ୍ କାହିଁକି ସ୍ମରଣରେ ଆସେ ?
(୨) ସ୍ଵାଧୀନତା ସଂଗ୍ରାମୀଙ୍କ ଉପରେ କିପରି ଅତ୍ୟାଚାର କରାଯାଉଥିଲା ?
(୩) ୧୯୪୨ରେ ଭାରତୀୟ ଜନତା ଉପରେ ବ୍ରିଟିଶ୍ ସରକାରଙ୍କ ଗୁଳି କେତେ ଥର ଚାଲିଥିଲା ?
(୪) ଜେଲ୍‌ରେ ଶୋଇ ନ ହେଲେ ଜବାହାର କ’ଣ କରୁଥିଲେ ?

(ଖ) ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(୧) ବ୍ରିଟିଶ୍ ଅତ୍ୟାଚାର ସ୍ଵାଧୀନତା ସଂଗ୍ରାମୀଙ୍କ ପାଇଁ କିପରି ପରମ ସୌଭାଗ୍ୟ ଥିଲା ?
(୨) ଦେଶକୁ ସ୍ଵାଧୀନତା କିପରି ଆସିଲା ?
(୩) ସାଂପ୍ରତିକ ଭାରତର ଯୁବକ-ଯୁବତୀଙ୍କପାଇଁ ପ୍ରାବନ୍ଧିକଙ୍କ ବାର୍ତ୍ତା କ’ଣ ?

ସମ୍ଭାବ୍ୟ ଉତ୍ତର
(କ) (୧) ଆଜି ଯେଉଁଠାରେ ଜାଲିଆନାଓ୍ବାଲାବାଗ୍‌ର ନଭଶ୍ଚୁମ୍ଭୀ ସ୍ମରଣ ସ୍ତମ୍ଭ ଅଛି, ସେଠାରେ ଜେନେରାଲ ଡାୟାର ମଶାମାଛି ପରି ମଣିଷଙ୍କୁ ମାରିଥିଲେ ଯାହା ଲେଖକଙ୍କ ସ୍ମରଣରେ ଆସିଥାଏ ।
(୨) ସ୍ଵାଧୀନତା ସଂଗ୍ରାମୀଙ୍କୁ ହତ୍ୟାକରି, ମାଡ଼ଗାଳି ଦେଇ, ଜେଦଣ୍ଡ ଦେଇ, ଜୋରିମାନା କରି, ମଶା-ମାଛି-ମୂଷାଙ୍କ ଉପଦ୍ରୁତ କାରାଗାରରେ ରଖୁ ସେମାନଙ୍କ ଉପରେ ଅତ୍ୟାଚାର କରାଯାଉଥିଲା ।
(୩) ୧୯୪୨ରେ ଭାରତୀୟ ଜନତା ଉପରେ ବ୍ରିଟିଶ୍ ସରକାରଙ୍କ ଗୁଳି ପାଞ୍ଚ ଶହ ଅଠତିରିଶ ଥର ଚାଲିଥିଲା (୪) ଜେଲ୍‌ରେ ଶୋଇ ନ ହେଲେ ଜବାହାର ଉଠି ବସି ଭାରତର ଭବିଷ୍ୟତ କଥା ଭାବୁଥିଲେ ।

(ଖ) (୧) ଭାରତୀୟ ଜନତା ଉପରେ ବ୍ରିଟିଶ୍ ଅତ୍ୟାଚାର ଫଳରେ ଦେଶରେ ସ୍ଵାଧୀନତା ସଂଗ୍ରାମ କ୍ରିୟାଶୀଳ ହୋଇଥିଲା । ସେହି ସ୍ଵାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ପରି ନେତାଙ୍କ ନିର୍ଦ୍ଦେଶରେ କାମ କରିବା ପରମ ସୌଭାଗ ଥିଲା ।
(୨) ମହାତ୍ମା ଗାନ୍ଧୀଙ୍କ ପରି ନେତାଙ୍କ ନିର୍ଦ୍ଦେଶରେ ସ୍ଵାଧୀନତା ପାଇଁ ସ୍ଵାଧୀନତା ସଂଗ୍ରାମୀମାନେ ଲଢ଼େଇ କରିଥିଲେ । ଇଂରେଜ ଅତ୍ୟାଚାର ସହି ସହି ଆତ୍ମବଳି ଦେବା ଓ ରକ୍ତ ମାଂସର ଶରୀର ନେଇ ବ୍ରିଟିଶ୍ ନିର୍ଯାତନା ସହିବାଦ୍ୱାରା ଦେଶକୁ ସ୍ଵାଧୀନତା ଆସିଲା ।
(୩) ଦେଶ ଓ ଜାତି ଯୁବକମାନଙ୍କ ଉପରେ ବିଶେଷ ନିର୍ଭରଶୀଳ । ଅସଂଯତ ଉନ୍ମାଦ ନହୋଇ ସଂଯତ କର୍ମବାଦ ମଧ୍ୟରେ ଜାଗ୍ରତ ହୋଇ ମହାପୁରୁଷମାନେ ଦେଶର ଯେଉଁ ଦୃଢ଼ ସ୍ଵାଧୀନ ଭିଭି ସ୍ଥାପନ କରିଛନ୍ତି ତାହାକୁ ରକ୍ଷା କରିବାହିଁ ସାଂପ୍ରତିକ ଭାରତର ଯୁବକ-ଯୁବତୀଙ୍କ ପାଇଁ ପ୍ରାବନ୍ଧିକଙ୍କର ବାର୍ତ୍ତା ଅଟେ ।

ଅନୁଚ୍ଛେଦ – ୪

ଯୋଗକୁ ହେଉ ବା ହେଉ କୁରୁକୁଳର ଆଚାର୍ଯ୍ୟ ଦ୍ରୋଣ ଓ ପ୍ରତ୍ୟାଖ୍ୟାତ ଏକଲବ୍ୟ ମଧ୍ଯରେ ପୁଣି ଥରେ ସାକ୍ଷାତ୍‌ ହୋଇଚି । ଗୁରୁଙ୍କୁ ଚକିତକରି ଏକଲବ୍ୟ ତା’ର ବିଦ୍ୟାର ପରିଚୟ ଦେଇଚି । ଅସବର୍ଣ୍ଣ ବା ଅପାଂକ୍ତେୟ ହେଲେ ମଧ୍ୟ ଜଣେ ବିଦ୍ୟାକାମୀ ଆପଣାର ଶ୍ରଦ୍ଧା ଏବଂ ବିଶ୍ଵାସ ବଳରେ କିପରି ପରମ୍ପରାଗତ ସକଳ ନିୟନ୍ତ୍ରଣକୁ ଲଂଘନ କରିଯାଇପାରେ, ଦ୍ରୋଣାଚାର୍ଯ୍ୟଙ୍କୁ ଏକଲବ୍ୟ ତାହାରି ପରିଚୟ ଦେଇଚି । ଯେକୌଣସି ଆଚାର୍ଯ୍ୟ ଏଥରେ ଗୌରବାନ୍ବିତ ଅନୁଭବ କରିବାର କଥା । ଦ୍ରୋଣାଚାର୍ଯ୍ୟଙ୍କର ହୃଦୟ ଅସଲ ଆଚାର୍ଯ୍ୟର ହୃଦୟ ହୋଇଥିଲେ ଦ୍ରୋଣ ସେଦିନ ଏକଲବ୍ୟକୁ କୁଣ୍ଢାଇ ଧରିଥାନ୍ତେ । ଗୁରୁ ଛାତ୍ରଠାରୁ ଶିଖାନ୍ତା, ପରମ୍ପରାର ନିର୍ମୋକ ଖସି ପଡ଼ିଥାନ୍ତା; ଦ୍ରୋଣାଚାର୍ଯ୍ୟଙ୍କ ଭିତରେ ଥ‌ିବା ଅସଲ ଗୁରୁ ସେଦିନ ନବଜନ୍ମ ଲାଭ କରିଥାଆନ୍ତା । କିନ୍ତୁ ମହାଭାରତକାର ବ୍ୟାସଦେବଙ୍କର କାବ୍ୟଦୃଷ୍ଟିରେ ହୁଏତ ଏତକ ସାହସ ନଥିଲା । ସାମାଜିକ ପ୍ରେୟ ଉପରେ ମାନବିକ (ଆଧ୍ୟାତ୍ମିକ ?) ଶ୍ରେୟର ବିପୁଳତାକୁ ଚିହ୍ନିନେବା ଲାଗି ସାହିତ୍ୟ ଦୃଷ୍ଟିରେ ଯେଉଁ ସାହସ ରହିବା ଦରକାର, ବ୍ୟାସଦେବଙ୍କର ହୁଏତ ସେହି ସାହସ ନଥିଲା । ତେଣୁ ଏକଲବ୍ୟର ସାହସ ତାଙ୍କୁ ପ୍ରଧାନତଃ ଦୁଃସାହସ ବୋଲି ହିଁ ମନେହେଲା ଓ ସେ ଏହି ଦୁଃସାହସର ଶାସ୍ତି ଦେବାକୁ ଏକ ସାହିତ୍ୟିକ ନ୍ୟାୟ ଖୋଜିବସିଲେ । ଏହି ଶାସ୍ତ୍ରକୁ ଏକ ଆବଶ୍ୟକତା ବୋଲି ଦେଖାଇବା ଉଦ୍ଦେଶ୍ୟରେ ଦ୍ରୋଣାଚାର୍ଯ୍ୟଙ୍କୁ ଆଚାର୍ଯ୍ୟର ଆସନରୁ ତଳକୁ ଓହ୍ଲାଇ ଆଣିବାକୁ ପଡ଼ିଲା । ତେବେ ଯାଇ ଏକଲବ୍ୟ କଥା ସମ୍ପୂର୍ଣ୍ଣ ହେଲା । କୌଳିକତା ଜିତିଲା, କୁଳୀନତା ଜିତିଲା; କିନ୍ତୁ ଆଚାର୍ଯ୍ୟ ପଦର ଅପମାନ କରାଗଲା ।

ଫଳତଃ, ଜ୍ଞାନୀ-ଦ୍ରୋଣ ଦେଷୀ-ଦ୍ରୋଣରେ ରୂପାନ୍ତରିତ ହେଲେ । ଆଚାର୍ଯ୍ୟ ଦ୍ରୋଣ ଆପଣାର ପ୍ରଧାନତମ ଆଚାରଧର୍ମ ଭୁଲି ଜଣେ ବିଦ୍ୟାର୍ଥୀର ଉତ୍କର୍ଷରେ ଈର୍ଷା ପ୍ରକାଶ କଲେ । ତାଙ୍କ ଈର୍ଷା ତାଙ୍କର ଶ୍ରଦ୍ଧାଶୀଳତାକୁ ମାରିଦେଲା । ତାହାର ବଦଳରେ ସେ ଚତୁରତାକୁ ଆପଣାର ସର୍ବୋପାଦେୟ ସନ୍ତକ ରୂପେ ବ୍ୟବହାର କରିବାକୁ ବାହାରିଲେ । ଏକଲବ୍ୟକୁ ସେ ଗୁରୁଦକ୍ଷିଣା ମାଗିଲେ । ସଂସ୍କୃତ ଭାଷାରେ ଦକ୍ଷିଣା ଓ ଦାକ୍ଷିଣ୍ୟ ଶବ୍ଦ ଦୁଇଟି ମଧ୍ୟରେ ଏକ ଧାତୁମୂଳ ସମ୍ବନ୍ଧ ରହିଚି । କିନ୍ତୁ ଏକଲବ୍ୟ ଓ ଦ୍ରୋଣଙ୍କର ଉପାଖ୍ୟାନରେ ଏଣିକି ଯେଉଁ ଦକ୍ଷିଣା ମାଗିବା ଓ ଦକ୍ଷିଣା ଦେବାର ଅଭିନୟ କରାଗଲା, ସେଥୁରେ ଦାକ୍ଷିଣ୍ୟ ଲାଗି କୌଣସି ସ୍ଥାନହିଁ ନଥ୍‌ଲା । ଦ୍ରୋଣ ଆଙ୍ଗୁଠି ମାଗିଲେ । ଏକଲବ୍ୟ ଆପଣା ହାତର ଆଙ୍ଗୁଠି କାଟିକରି ତାଙ୍କୁ ଦେଲା ।

ମହାଭାରତର ରଚୟିତା ବ୍ୟାସଦେବ କେଉଁ ଉଦ୍ଦେଶ୍ୟର ସାଧନ ବା କେଉଁ ଯୁକ୍ତିର ପ୍ରତିଷ୍ଠା ଲାଗି ଏପରି ଏକ ଦୃଶ୍ୟର ଅବତାରଣା କରାଇଲେ କେଜାଣି ? ଭାରତୀୟ ଶାସ୍ତ୍ରରେ ଗୁରୁଙ୍କୁ ପିତା ବୋଲି କୁହାଯାଇଛି । କେଉଁ ପିତା ପୁତ୍ରଠାରୁ ଆଙ୍ଗୁଠି ମାଗିଥାନ୍ତା ? ଯେଉଁ କବି ବା କଥାକାର ଆପଣାର କାବ୍ୟଗ୍ରନ୍ଥରେ ଏପରି ଏକ ଅଭିଆଣର ଭିଆଣ କରାଇଲେ, ସେହି କବି ପ୍ରକୃତରେ କେଉଁ ସାଂସ୍କୃତିକ ପରମ୍ପରାର ପ୍ରତିନିଧ୍ଵ କରୁଥିଲେ ? ଏ ଦେଶର ଇତିହାସରେ ପ୍ରକୃତରେ ଯଦି ସେପରି କୌଣସି ପରମ୍ପରା କୌଣସି ଯୁଗରେ ସମାଜର ସ୍ଵୀକୃତି ପାଇଥୁଲା, ଆଜି ସେହି ପରମ୍ପରାକୁ ଆପଣାର ବୋଲି କହି ମୁଁ କେତେଦୂର ଗର୍ବ ବା ଗୌରବ ଅନୁଭବ କରିପାରିବି ? ମୋର ସମାଜ ସହିତ ସମ୍ମିଳିତ ହେବା ଲାଗି ଏହି ପରମ୍ପରା ମୋତେ ପ୍ରକୃତରେ କେତେଦୂର ସରଣା ଦେଇପାରିବ ? – ଅନେକ ସମୟରେ ମୁଁ ଆପଣାକୁ ଏହିପରି ନାନା ପ୍ରଶ୍ନ ପଚାରିବି ।

ପ୍ରଶ୍ନବଳୀ :
(କ) ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(୧) ପରମ୍ପରାର ନିୟନ୍ତ୍ରଣକୁ କିପରି ଲଙ୍ଘନ କରାଯାଇପାରିବ ?
(୨) ମହାଭାରତରେ ବ୍ୟାସଦେବଙ୍କଠାରେ କେଉଁ ପ୍ରକାର ସାହସ ନଥିଲା ?
(୩) ଦ୍ରୋଣାଚାର୍ଯ୍ୟଙ୍କର ହୃଦୟ ଅସଲ ଆଚାର୍ଯ୍ୟର ହୃଦୟ ହୋଇଥିଲେ ସେ ସେଦିନ କ’ଣ କରିଥା’ନ୍ତି ?
(୪) ସଂସ୍କୃତ ଭାଷାରେ ଦକ୍ଷିଣା ଓ ଦାକ୍ଷିଣ୍ୟ ଶବ୍ଦ ଦୁଇଟି ମଧ୍ଯରେ କି ସମ୍ପର୍କ ରହିଛି ?

(ଖ) ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(୧) ଜ୍ଞାନୀ-ଦ୍ରୋଣ ଦେଷୀ-ଦ୍ରୋଣରେ ପରିଣତ ହେଲେ କାହିଁକି ?
(୨) କେଉଁ ଅଭିଆଣ କଥା ବ୍ୟାସଦେବ ଭିଆଇଲେ ?
(୩) ଲେଖକ କେଉଁ ପ୍ରଶ୍ନ ଆପଣାକୁ ପଚାରିବାକୁ କହିଛନ୍ତି ?

ସମ୍ଭାବ୍ୟ ଉତ୍ତର
(କ) (୧) ଅସବର୍ଣ୍ଣ ବା ଅପାଂକ୍ତେୟ ହେଲେ ମଧ୍ୟ ଏକଲବ୍ୟ ପରି ଜଣେ ବିଦ୍ୟାକାମୀ ଆପଣାର ଶ୍ରଦ୍ଧା ଓ ବିଶ୍ୱାସ ବଳରେ ପରମ୍ପରାର ସକଳ ନିୟନ୍ତ୍ରଣକୁ ଲଙ୍ଘନ କରିଯାଇପାରେ ।
(୨) ମହାଭାରତର ରଚୟିତା କବି ବ୍ୟାସଦେବଙ୍କଠାରେ ସାମାଜିକ ପ୍ରେୟ ଉପରେ ମାନବିକ ଅଥବା ଆଧ୍ୟାତ୍ମିକ ଶ୍ରେୟର ବିପୁଳତାକୁ ଚିହ୍ନି ନେବାର ଯେଉଁ ସାହିତ୍ୟିକ ଦୃଷ୍ଟିର ସାହସ ରହିବା ଉଚିତ, ସେହି ପ୍ରକାର କାବ୍ୟଦୃଷ୍ଟିକ ସାହସ ନଥିଲା ।
(୩) ଦ୍ରୋଣାଚାର୍ଯ୍ୟଙ୍କର ହୃଦୟ ଅସଲ ଆଚାର୍ଯ୍ୟର ହୃଦୟ ହୋଇଥିଲେ ସେ ସେଦିନ ଏକଲବ୍ୟକୁ କୁଣ୍ଢାଇ ଧରିଥା’ନ୍ତେ ।
(୪) ସଂସ୍କୃତ ଭାଷାରେ ଦକ୍ଷିଣା ଓ ଦାକ୍ଷିଣ୍ୟ ଶବ୍ଦ ଦୁଇଟି ମଧ୍ୟରେ ଧାତୁମୂଳ ସମ୍ବଳ ରହିଛି ।

(ଖ) (୧) ଦ୍ରୋଣାଚାର୍ଯ୍ୟ ଗୁରୁ ଓ ଆଚାର୍ଯ୍ୟ ପଦର ଅପମାନ କରି ତଳକୁ ଓହ୍ଲାଇ ଆଚାର୍ଯ୍ୟ ଧର୍ମ ଭୁଲି ଜଣେ ବିଦ୍ୟାର୍ଥୀର ଉତ୍କର୍ଷରେ ଈର୍ଷା ପ୍ରକାଶ କରି ଏକଲବ୍ୟକୁ ଆଙ୍ଗୁଠିକୁ ଗୁରୁ ଦକ୍ଷିଣା ଭାବରେ ମାଗିଲେ । ଫଳରେ ଜ୍ଞାନୀ- ଦ୍ରୋଣ ଦ୍ବେଷୀ -ଦ୍ରୋଣରେ ପରିଣତ ହେଲେ ।
(୨) ଭାରତୀୟ ଶାସ୍ତ୍ରରେ ଗୁରୁ ପିତାବତ୍ । ଦ୍ରୋଣ ଗୁରୁ ପିତା ହୋଇ ପୁତ୍ରରୂପୀ ଶିଷ୍ୟ ଏକଲବ୍ୟଠାରୁ ଆଙ୍ଗୁଠି ମାଗିବା ପ୍ରସଙ୍ଗକୁ ଏକ ଅଭିଆଣ କଥା ଯାହା ବ୍ୟାସଦେବ ନିଜର କାବ୍ୟ-ଗ୍ରନ୍ଥରେ ଭିଆଇଲେ ।
(୩) ପିତାରୂପୀ ଗୁରୁ ପୁତ୍ରରୂପୀ ଶିଷ୍ୟଠାରୁ ଆଙ୍ଗୁଠି ଦକ୍ଷିଣା ମାଗି ନେଇପାରେ – ଏହି ଅଭିଆଣ ପରମ୍ପରାକୁ ଆପଣାର କହି ଜଣେ କେତେଦୂର ଗର୍ବ ଅନୁଭବ କରିପାରିବ ବୋଲି ଲେଖକ ପଚାରିଛନ୍ତି । ପୁନଶ୍ଚ ସମାଜ ସହ ସମ୍ମିଳିତ ହେବାରେ ଏ ପରମ୍ପରା କେତେଦୂର ସହ ପ୍ରେରଣା ପ୍ରଦାନ କରିପାରିବ ବୋଲି ପ୍ରଶ୍ନ ଲେଖକ ଆପଣାକୁ ପଚାରିବାକୁ କହିଛନ୍ତି ।

ଅନୁଚ୍ଛେଦ – ୫

ପରବର୍ତ୍ତୀ କାଳରେ ଅର୍ଥାତ୍ ସ୍ବାଧୀନତାପ୍ରାପ୍ତି ପରେ ତାଙ୍କ ସହିତ ଯେଉଁମାନେ କାମ କରିବାକୁ ଆସିଲେ ସେମାନେ ପ୍ରକୃତ ରମାଦେବୀଙ୍କୁ ଜାଣିବାର ସୁଯୋଗ ପାଇଲେ ନାହିଁ । ପାଇବା ସମ୍ଭବ ନଥିଲା । ସେମାନେ ଥିଲେ ତାଙ୍କ ସୁଖର ସାଥୀ । ଅବଶ୍ୟ ଏହାର ବ୍ୟତିକ୍ରମ ଅଛି । ବାଲେଶ୍ଵରର ଲବଣ ଆଇନ ଅମାନ୍ୟ କ୍ଷେତ୍ରରେ ରମାଦେବୀ ଆଗେ ଆଗେ ଚାଲିଛନ୍ତି । ୫୦୦ ଗାଉଁଲୀ ଝିଅ, ବୋହୂ, ବୁଢ଼ୀ ପୁଲିସର ଉପସ୍ଥତିକୁ ଭ୍ରୂକ୍ଷେପ ନ କରି ଚାଲିଛନ୍ତି । ସେହି ବେଶରେ ତାଙ୍କୁ ଯିଏ ଦେଖୁଛି ସେ ତାଙ୍କ ବିଷୟରେ ଯେମିତି କହିବ ଅନ୍ୟମାନେ କିଭଳି ବା କହିବେ ? ଯେଉଁମାନେ ତାଙ୍କୁ ପ୍ରକୃତ ଅର୍ଥରେ ଜାଣନ୍ତି, ସେମାନଙ୍କ ଭିତରୁ ଯିଏସବୁ ଲେଖ୍ ଜାଣନ୍ତି ତାଙ୍କରି ଭିତରୁ କେହି ଜଣେ ତାଙ୍କ ଜୀବନୀ ଲେଖୁଦେଲେ ଓଡ଼ିଆ ଭାଷାରେ ତାହା ହୋଇଯାଆନ୍ତା ଗୋଟିଏ ଉଲ୍ଲେଖଯୋଗ୍ୟ ଜୀବନୀ ପୁସ୍ତକ । ସେଭଳି ଉଦ୍ୟମ ଏ ପର୍ଯ୍ୟନ୍ତ ହେଲା ନାହିଁ । ଯେଉଁମାନେ ଦେଶପ୍ରେମରେ ଉଦ୍‌ବୁଦ୍ଧ, ଦେଶର ମୁକ୍ତି ସଂଗ୍ରାମରେ ଯୋଗଦେଇ କିଛି ତ୍ୟାଗ କରିଛନ୍ତି; ଦରିଦ୍ରର ଭାଷା ବୁଝିପାରନ୍ତି, ଜାତି, ଧର୍ମ, ଭାଷାର ଊର୍ଦ୍ଧ୍ବକୁ ଯାଇ ନିଜକୁ ମାନବଧର୍ମୀ ବୋଲି ବିଚାରିବାକୁ କିଛିଦୂର ସମର୍ଥ ହୋଇଛନ୍ତି – ସେହିମାନଙ୍କ ଭିତରୁ କେହି ଜଣେ ତାଙ୍କ ଜୀବନୀ ଲେଖୁବେ ବୋଲି ମୁଁ ତ ଏହି ୧୯୮୩ ପର୍ଯ୍ୟନ୍ତ ଆଶା ରଖୁଛି ।

ସେ ଆଶା ପୂରଣ ହେବ କି ନାହିଁ ତାହା ଭବିଷ୍ୟତହିଁ କହିବ । ଏବେ ସେ ଗୋଟିଏ ସାପ୍ତାହିକ ପତ୍ରିକାରେ ତାଙ୍କ କଥା ଲେଖୁଛନ୍ତି । ତାହାର ଆବଶ୍ୟକତା ନିଶ୍ଚୟ ରହିଛି । ସେ ଗୋଟାଏ ଖୁବ୍ ଭଲ କାମ କରୁଛନ୍ତି; କିନ୍ତୁ ସେଇଟା ତାଙ୍କ ଜୀବନୀ ନୁହେଁ । ରଙ୍ଗମଞ୍ଚରେ ଅଭିନୟ କଲାବେଳେ ଦର୍ଶକହିଁ କହିପାରିବେ ସେ କିଭଳି କ’ଣ କରୁଚି – ସେ ନିଜେ ଯେତେ ଉଦ୍ୟମ କଲେ ବି କହିପାରିବ ନାହିଁ । ରମାଦେବୀ ନିଜ ବିଷୟରେ କେତେଦୂର କ’ଣ ଲେଖୁବେ ? ଏମିତି ହୋଇପାରେ ଯେ, ସେ କେତେକ ଦୃଷ୍ଟିରୁ ନିଜକୁ ଚିହ୍ନି ନାହାନ୍ତି; ଅର୍ଥାତ୍ ତାଙ୍କ ସାଧନା ଓ କର୍ମର ଫଳ ନାହିଁ । ଲେଖକର ଯେଉଁ ଯୋଗ୍ୟତା ଏହି ସମ୍ପର୍କରେ ଏଠାରେ ଉଲ୍ଲେଖ କରି ସେହି ଯୋଗ୍ୟତା ନଥ‌ିବା ଜଣେ ପ୍ରସିଦ୍ଧ ଲେଖକ ଯେତେ କସରତ କଲେ ମଧ୍ୟ ସଫଳ ହୋଇପାରିବ ନାହିଁ । ଓଡ଼ିଆ ଭାଷାରେ ପ୍ରକାଶିତ କେତୋଟି ଜୀବନୀ ଅତି ଖରାପ ହୋଇଛି, ତାହା ଆମେ ସମସ୍ତେ ଊଣା ଅଧିକେ ଜାଣୁ ।

ଏ ପୁସ୍ତକରେ ମୁଁ ରମାଦେବୀଙ୍କ ଜୀବନୀ ବା ତାଙ୍କ କୃତି ବିଷୟରେ ଲେଖୁନାହିଁ । ତାଙ୍କ ସହିତ ମିଶି ଓ ତାଙ୍କ ନିର୍ଦ୍ଦେଶ ବା ଇଚ୍ଛା ଅନୁସାରେ କାମ କରିବାର ସୁଯୋଗ ମତେ ମିଳିଛି ।

ପ୍ରଶ୍ନବଳୀ :
(କ) ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(୧) ସ୍ଵାଧୀନତାପ୍ରାପ୍ତି ପରେ ରମାଦେବୀଙ୍କୁ ଜାଣିବାପାଇଁ କେଉଁମାନେ ସୁଯୋଗରୁ ବଞ୍ଚିତ ହେଲେ ?
(୨) ରମାଦେବୀଙ୍କ ଜୀବନୀ ପୁସ୍ତକ କିଏ ଲେଖୁବା ଉଚିତ ?
(୩) ବାଲେଶ୍ବରରେ ଲବଣ ଆଇନ ଅମାନ୍ୟ ବେଳେ ତାଙ୍କ ପଛରେ କେଉଁମାନେ ପୁଲିସର ଉପସ୍ଥିତିକୁ ଭୃକ୍ଷେପ ନ କରି ଚାଲିଥିଲେ ?
(୪) ଲେଖକର ଯୋଗ୍ୟତା ନ ଥାଇ ଜଣେ ଲେଖିଲେ କ’ଣ ହୁଏ ?

(ଖ) ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(୧) ଜୀବନୀର ସ୍ଥାନ କାହିଁକି ପୂରଣ ହୋଇପାରିବ ନାହିଁ ?
(୨) ଆତ୍ମଜୀବନୀ କହିଲେ କ’ଣ ବୁଝାଏ ?
(୩) ଓଡ଼ିଆ ଭାଷାରେ ରଚିତ କେତେକ ଜୀବନୀ ଗ୍ରନ୍ଥ ଖରାପ ହେବାର କାରଣ କ’ଣ ?

ସମ୍ଭାବ୍ୟ ଉତ୍ତର
(କ) (୧) ସ୍ଵାଧୀନତାପ୍ରାପ୍ତି ପରେ ରମାଦେବୀଙ୍କୁ ଜାଣିବାପାଇଁ ତାଙ୍କ ସହିତ ଯେଉଁମାନେ ସୁଖର ସାଥୀ ରୂପରେ କାମ କରିବାକୁ ଆସିଥିଲେ ସେହିମାନେ ପ୍ରକୃତ ରମାଦେବୀଙ୍କୁ ଜାଣିବାର ସୁଯୋଗ ପାଇଲେ ନାହିଁ ।
(୨) ବାଲେଶ୍ଵରର ଲବଣ ଆଇନ ଅମାନ୍ୟ କ୍ଷେତ୍ରରେ ନେତୃତ୍ବ ନେଇ ଆଗେ ଆଗେ ଚାଲିଥିବା ରମାଦେବୀଙ୍କୁ ଯେଉଁମାନେ ପ୍ରକୃତ ଅର୍ଥରେ ଜାଣନ୍ତି ଓ ପ୍ରତ୍ୟକ୍ଷ ଦେଖୁଛନ୍ତି ଯେଉଁମାନେ ଦେଶପ୍ରେମୀ, ତ୍ୟାଗୀ,
(୩) ବାଲେଶ୍ଵରରେ ଲବଣ ଆଇନ ଅମାନ୍ୟବେଳେ ତାଙ୍କ ପଛରେ ୫୦୦ ଗାଉଁଲୀ ଝିଅ, ବୋହୂ, ବୁଢ଼ୀ ପୁଲିସର ଉପସ୍ଥିତିକୁ ଭୂକ୍ଷେପ ନ କରି ଚାଲିଥିଲେ ।
(୪) ଲେଖକର ଯୋଗ୍ୟତା ନ ଥାଇ ଜଣେ ଯେତେ କସରତ କଲେ ମଧ୍ୟ ଲେଖକ ଭାବରେ ସଫଳ ହୋଇପାରିବ ନାହିଁ ।

(ଖ) (୧) ନିଜେ ନିଜକୁ ଜଣେ ଯେତିକି ଜାଣିଛି ବା ଚିହ୍ନିଛି ତାହାର ବର୍ଣ୍ଣନା । ତାହା କେବେ ହେଲେ ଜୀବନୀର ସ୍ଥାନ ପୂରଣ କରିପାରିବ ନାହିଁ, କାରଣ ଆତ୍ମଜୀବନୀ ଲେଖକ ନିଜକୁ କେତେକ ଦୃଷ୍ଟିରୁ ଚିହ୍ନିପାରି ନଥା’ନ୍ତି ।
(୨) ଆତ୍ମଜୀବନୀ ହେଉଛି ନିଜେ ଲେଖକ ନିଜକୁ ନିଜେ ଯେପରି ଦେଖୁଛି, ଯାହା ନିଜ ବିଷୟରେ ଜାଣିଛି ତାହାର ବର୍ଣ୍ଣନା ମାତ୍ର । ଏଥରେ ନିଜ ସମ୍ବନ୍ଧୀୟ ଅନେକ କଥା ସେ ଜାଣି ନଥ‌ିବାରୁ ସେ ସବୁର ଉଲ୍ଲେଖ ନଥାଏ ।
(୩) ଜଣେ ଲେଖକର ଯେଉଁ ଯୋଗ୍ୟତା ରହିବା କଥା ତାହା ନଥିଲେ ସେ ଯେତେ ଉଦ୍ୟମ କଲେ ମଧ୍ୟ ଭଲ ଜୀବନୀ ଗ୍ରନ୍ଥ ଲେଖୁପାରିବ ନାହିଁ । ଏହି କାରଣରୁ ଓଡ଼ିଆ ଭାଷାରେ ରଚିତ କେତେକ ଜୀବନୀଗ୍ରନ୍ଥ ଖରାପ ହୋଇଛି ।

CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ – (କ) ଗଦ୍ୟାଂଶ

Odisha State Board CHSE Odisha Class 12 Odia Solutions Grammar ଅବବୋଧ ପରୀକ୍ଷଣ – (କ) ଗଦ୍ୟାଂଶ Exercise Questions and Answers.

CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ – (କ) ଗଦ୍ୟାଂଶ

ର୍ଥନୁଛେଦ – ୧

ଖବର ମିଳି ସାରିଥିଲା ଯେ ବଡଲାଟ୍ ବର୍ଷ ଶେଷ ପୂର୍ବରୁ ଓଡ଼ିଶା ଆସିବେ । ସେଥ‌ିପାଇଁ ବଙ୍ଗଳାର ପ୍ରାଦେଶିକ ସରକାରଙ୍କ ତତ୍ପରତା ବଢ଼ି ଯାଇଥିଲା । ଓଡ଼ିଶାର ଜିଲ୍ଲା ପ୍ରଶାସନଗୁଡ଼ିକ ମଧ୍ୟ ସଜାଗ ହୋଇଯାଇଥିଲେ । ଅମଲା ମହଲରେ ହଇଚଇ । ତରଙ୍ଗହୀନ ଓଡ଼ିଆ ମାଟିରେ ବି ସୃଷ୍ଟି ହୋଇଥିଲା ଗୋଟାଏ ନୂଆ ଜାଗରୁକତା ।

ମଧୁସୂଦନଙ୍କ ଗୋଡ଼ କିନ୍ତୁ ଏଠି ସେଠି ପଡୁଥିଲା । ସେ ଜାଣିଥିଲେ ସରକାରଙ୍କ ଆଶୀର୍ବାଦ ବିନା ଉତ୍କଳର ପରିଚୟରେ ପର ଲଗେଇବା ଏକପ୍ରକାର ଅସମ୍ଭବ । ଥରେ ଭାରତର ଶାସନମୁଖ୍ୟ କଥାଟାକୁ ବୁଝିଗଲେ ଆଉ ତେଣିକି ଅସୁବିଧା ନାହିଁ । ସେଥିରେ ସେ ପାଇସାରିଥିଲେ ପ୍ରଥମ ସଫଳତା । ବଡ଼ଲାଟ୍ ଯେ ଓଡ଼ିଶା ଆସୁଛନ୍ତି ତାହା, କାହାର ଉଦ୍ୟମ ଯୋଗୁଁ ?

ଅକ୍ଟୋବର ଡେଇଁ ନଭେମ୍ବର ଆସି ଯାଇଥିଲା । ଓଡ଼ିଶା ଅଳଙ୍କାର କାରଖାନାରେ ଜୋର୍‌ସୋର୍ କାମ ଲଗେଇ ଦେଇଥିଲେ ମଧୁସୂଦନ । ତାରକସିର ଐନ୍ଦ୍ରଜାଲିକ ସୌନ୍ଦର୍ଯ୍ୟ ଭେଟି ଦେଇ ସେ ମୁଗ୍‌ଧ କରିଦେବେ ପ୍ରତ୍ନତତ୍ତ୍ଵବିଳାସୀ ଭାଇସ୍‌ୟ କର୍ଜନଙ୍କ ଆଖ୍ ଦୁଇଟିକୁ ।

ଶହେବର୍ଷ ଧରି ଇଂରେଜ ସରକାର ପରୋକ୍ଷରେ ହେଉ କି ପ୍ରତ୍ୟକ୍ଷରେ ହେଉ, ସାରା ଭାରତ ଭୂଖଣ୍ଡରେ ଶାସନ ବିସ୍ତାର କରିଛନ୍ତି । ମାତ୍ର ପ୍ରଥମଥର ପାଇଁ ଶାସନର ସର୍ବୋଚ୍ଚକର୍ତ୍ତା ଆସୁଛନ୍ତି ଉତ୍କଳ । କିଛି କମ୍ ନୁହେଁ ଏ ସୁଯୋଗ !

ଅନେକ ବର୍ଷ ତଳେ ଭାଇସ୍‌ୟ ଲର୍ଡ ମେଓ ଓଡ଼ିଶା ପରିଦର୍ଶନରେ ଆସିବାର ଯୋଜନା ହୋଇଥିଲା । ତାହା ଥିଲା ୧୮୭୨ ସନର କଥା । ସେହି ଫେବୃଆରୀରେ ଆନ୍ଦାମାନ ଦ୍ବୀପର ପରିଦର୍ଶନ ସାରି ଜଳ ଜାହାଜରେ ସେ ଆସିଥା’ନ୍ତେ ଓଡ଼ିଶା । ମାତ୍ର ହାୟ, ସେଇଠି ପୋର୍ଟବ୍ଲେୟାର୍‌ଠାରେ ଶେର୍ ଅଲ୍ଲୀ ନାମକ ଜଣେ ଓହାବା ବନ୍ଦୀର ଛୁରିକାଘାତରେ ଅଚାନକ ପ୍ରାଣ ହରାଇଲେ ସେ । ତା’ପରଠାରୁ ଓଡ଼ିଶା ଆସିବାପାଇଁ ଅନ୍ୟ କୌଣସି ଭାଇସ୍‌ୟ ମନ ବଳାଇ ନଥିଲେ ।

ଅଜଣା ଅରଣ୍ୟର ଅଚାଏ ଅନାବିଷ୍କୃତ ଭୂଖଣ୍ଡ ପରି ଓଡ଼ିଶା ପଡ଼ି ରହିଥିଲା ସେମିତି । ଲର୍ଡ ଏଲ୍‌ଗିନ୍‌ଙ୍କ ଅନ୍ତେ ଭାରତ ଭୂଇଁରେ ସ୍ଥଳାଭିଷିକ୍ତ ହୋଇ ଯୋଗ ଦେଇଥିଲେ କର୍ଜନ ସାହେବ । ସେ ଥିଲେ ଐତିହାସିକ, କଳାପ୍ରେମୀ ପୁଣି ପ୍ରତ୍ନତତ୍ତ୍ୱବିତ୍ । ମଧୁବାବୁ ବିଲାତରେ ବୁଝି ଆସିଥିଲେ ସେସବୁ । କଳାପ୍ରେମୀ ମଣିଷର ଥାଏ ଗୋଟାଏ ଉଦାର ଓ କୋମଳ ଦିଗ । ତାକୁ ବାଗେଇ ଛୁଇଁପାରିଲେ ସମ୍ପର୍କ ସହଜ ହୁଏ । ସେଇ କଥାକୁ ମନରେ ରଖ୍ ଉତ୍କଳସଭାରେ କଥାଟାକୁ ପକେଇ ମଧୁସୂଦନ ପ୍ରସ୍ତୁତ କରିଥିଲେ ଏକ ଦୀର୍ଘ ଅଭିନନ୍ଦନ ପତ୍ର ।

ଐତିହ୍ୟସମ୍ପନ୍ନ ମଧ୍ୟଯୁଗୀୟ ଓଡ଼ିଶାର ସ୍ଥାପତ୍ୟ ସୌଷ୍ଠବ ସାଙ୍ଗକୁ ଉତ୍କଳୀୟ ସଂସ୍କୃତିର ଅନନ୍ୟ ସୌଜାତ୍ୟ କର୍ଜନଙ୍କୁ ଯେ ପ୍ରଭାବିତ କରିବ, ସେ ସମ୍ପର୍କରେ ଦୃଢ଼ ନିଶ୍ଚିତ ଥିଲେ ମଧୁସୂଦନ ।

ଅଭିନନ୍ଦନ ପତ୍ରରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରି ଏକ ଶାସନାଧୀନ କରି ରଖୁ ଲାଗି ସେ ଯୁକ୍ତି ଉପସ୍ଥାପନ କରିଥିଲେ ।

ପ୍ରଶ୍ନବଳୀ :

(କ) ଏକ ନମ୍ବର ବିଶିଷ୍ଟ ପ୍ରଶ୍ନ : ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। ସରକାରଙ୍କ ଆଶୀର୍ବାଦ ବିନା କ’ଣ ଅସମ୍ଭବ ବୋଲି ମଧୁବାବୁ ଜାଣିଥିଲେ ?
୨। ୧୮୭୨ ପରେ ଭାଇସ୍‌ୟମାନେ ଓଡ଼ିଶା ଆସିବାପାଇଁ ମନ ନ ବଳେଇବାର କାରଣ କ’ଣ ?
୩। କର୍ଜନଙ୍କୁ କ’ଣ ପ୍ରଭାବିତ କରିବ ବୋଲି ମଧୁବାବୁ ଦୃଢ଼ ନିଶ୍ଚିତ ଥିଲେ ?
୪ । ଅଭିନନ୍ଦନ ପତ୍ରରେ ମଧୁବାବୁ କେଉଁ ଯୁକ୍ତି ଉପସ୍ଥାପନ କରିଥିଲେ ?

(ଖ) ଦୁଇ ନମ୍ବର ବିଶିଷ୍ଟ ପ୍ରଶ୍ନ : ଦୁଇଟି ବାକ୍ୟରେ ଉତ୍ତର ଲେଖ ।
୧। ବଡ଼ଲାଟ ଓଡ଼ିଶା ଆସିବା ଖବର ଶୁଣି କିପରି ତତ୍ପରତା ପ୍ରକାଶ ପାଇଥିଲା ?
୨। ମଧୁବାବୁ ଓଡ଼ିଶା ଅଳଙ୍କାର କାରଖାନାରେ ଜୋରସୋର କାମ ଲଗାଇବାର ଉଦ୍ଦେଶ୍ୟ କ’ଣ ?
୩ । ମଧୁବାବୁ କର୍ଜନ ସାହେବଙ୍କ ସମ୍ପର୍କରେ ବିଲାତରୁ କ’ଣ ବୁଝି ଆସିଥିଲେ ?

ସମ୍ଭାବ୍ୟ ଉତ୍ତର :

(କ) ୧। ସରକାରଙ୍କ ଆଶୀର୍ବାଦ ବିନା ଉତ୍କଳ ବା ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ମର୍ଯ୍ୟାଦା ମିଳିବା ଅସମ୍ଭବ ବୋଲି ମଧୁବାବୁ ଜାଣିଥିଲେ ।
୨। ୧୮୭୨ ମସିହାରେ ଭାଇସ୍‌ୟ ଲର୍ଡ଼ ମେଓ ଓଡ଼ିଶା ଆସିବାର ଅବ୍ୟବହିତ ପୂର୍ବରୁ ପୋର୍ଟବ୍ଲେୟାର୍‌ରେ ଛୁରିକାଘାତରେ ମୃତ୍ୟୁବରଣ କରିବାରୁ ଏହାପରେ ଅନ୍ୟ କୌଣସି ଭାଇସ୍‌ୟ ଓଡ଼ିଶା ଆସିବାକୁ ମନ ବଳାଉ ନଥିଲେ ।
୩। ଐତିହ୍ୟସମ୍ପନ୍ନ ଓଡ଼ିଶାର ସ୍ଥାପତ୍ୟ ଓ ଉତ୍କଳୀୟ ସଂସ୍କୃତି ଲର୍ଡ଼ କର୍ଜନଙ୍କୁ ପ୍ରଭାବିତ କରିବ ବୋଲି ମଧୁବାବୁ ଜାଣିଥିଲେ ।
୪ । ଅଭିନନ୍ଦନ ପତ୍ରରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରି ଓଡ଼ିଶା ପ୍ରଦେଶ ଗଠନ ପାଇଁ ମଧୁବାବୁ ଯୁକ୍ତି ଉପସ୍ଥାପନ କରିଥିଲେ ।

(ଖ) ୧। ବଡ଼ଲାଟଙ୍କ ଓଡ଼ିଶା ଆସିବା ଖବର ଶୁଣି ବଙ୍ଗଳାର ପ୍ରାଦେଶିକ ସରକାର, ଓଡ଼ିଶାର ଜିଲ୍ଲା ପ୍ରଶାସନ ଓ ଅମଲା ମହଲରେ ତତ୍ପରତା ବଢ଼ିଯାଇଥିଲା । ଓଡ଼ିଆ ଲୋକମାନଙ୍କ ମଧ୍ୟରେ ନୂଆ ଜାଗରଣ ସୃଷ୍ଟି ହୋଇଥିଲା ।
୨। ପ୍ରତ୍ନତତ୍ତ୍ବବିଳାସୀ ଭାଇସ୍‌ୟ କର୍ଜନ ସାହେବ ଓଡ଼ିଶା ଆସୁଛନ୍ତି। ତାଙ୍କୁ ତାରକସିର ଐନ୍ଦ୍ରଜାଲିକ ସୌନ୍ଦର୍ଯ୍ୟ ଭେଟିଦେଇ ମୁଗ୍ଧ କରିଦେବାପାଇଁ ମଧୁବାବୁ ଅଳଙ୍କାର କାରଖାନାରେ ଜୋରସୋର କାମ ଲଗାଇଥିଲେ ।
୩ । କର୍ଜନ ସାହେବ ଜଣେ ଐତିହାସିକ, ପ୍ରତ୍ନତତ୍ତ୍ୱବିତ୍ ଓ କଳାପ୍ରେମୀ ଉଦାର ମଣିଷ । ମଧୁବାବୁ ବିଲାତରୁ ଏକଥା ବୁଝି ଆସିଥିଲେ ।

CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ – (କ) ଗଦ୍ୟାଂଶଛ

ଅନୁଚ୍ଛେଦ – ୨

ସାଂସାରିକ ବାଧାବିଘ୍ନ ମଧ୍ୟରେ ମନୁଷ୍ୟର ନିଜତ୍ଵ ପ୍ରକାଶିତ ହେବା ସହଜ ନୁହେଁ । ଅନେକ ସମୟରେ ସାମାଜିକ ରୀତିନୀତି ମଧ୍ୟ ପ୍ରତିବନ୍ଧକ ସ୍ଵରୂପ ହୋଇଥାଏ । ପୂର୍ବକାଳରେ ଆମ ଦେଶରେ ଗୃହସ୍ଥର ଆଚରଣ ସମ୍ବନ୍ଧରେ ଶିକ୍ଷା ଦିଆ ହେଉଥୁଲା, କିନ୍ତୁ ଆଜିକାଲି ସେପରି ଶିକ୍ଷାର ପ୍ରଚଳନ ନାହିଁ । ମନୁଷ୍ୟର ଗୋଟାଏ ସଙ୍କୁଚିତ ଅବସ୍ଥା ଆସିଗଲେ, ସେ ସହଜରେ ଆଉ ସେଥୁରୁ ନିଷ୍ପତି ପାଏ ନାହିଁ । ଯେଉଁମାନଙ୍କର ମାନସିକ ପ୍ରବୃତ୍ତି ଟିକିଏ ଉଚ୍ଚ ଦରର ଥାଏ, ସେହିମାନେ କୌଣସି କାରଣବଶତଃ ଲକ୍ଷ୍ୟ ରଖ୍ ଶକ୍ତି ପ୍ରୟୋଗ କରିପାରେ ଓ ତଦ୍ବାରା ତା’ର ଯେଉଁ ବିକାଶ ଜନ୍ମେ, ସେଥ‌ିରେ ନିଜତ୍ଵର ଯଥେଷ୍ଟ ପରିଚୟ ମିଳେ । ନିଜତ୍ୱ ରକ୍ଷା କରି ନ ପାରି ଅଧିକାଂଶ କେବଳ ଏକ ଧାରାବାହିକ କର୍ମପନ୍ଥାର ଆଶ୍ରୟରେ ଜୀବନକୁ କଟାଇ ଦିଅନ୍ତି । ମନୁଷ୍ୟତ୍ୱର ଶ୍ରେଷ୍ଠ ନିଦର୍ଶନ ଏଥ୍ରେ ନ ଥାଏ ଜଗତରେ ଯେତେ ବିସ୍ମୟକର ଓ ମହତ୍ କାର୍ଯ୍ୟ ସମ୍ପାଦିତ ହୋଇଅଛି, ସେଥ‌ିରେ ଗୃହସ୍ଥର ପ୍ରଭାବ ଅଛି । ଗୃହସ୍ଥ ନିଜକୁ ଛୋଟ ମନେ କରିବା ଉଚିତ ନୁହେଁ । ଅର୍ଥ କିମ୍ବା କ୍ଷମତାର ପ୍ରଭାବକୁ ଭୟ କରି ସେ ଯଦି ଶକ୍ତି ପରାକାଷ୍ଠା ମିଳେ ।

କର୍ତ୍ତବ୍ୟପରାୟଣ ଗୃହୀ ସାଂସାରିକ ବିପଦର ସମ୍ମୁଖୀନ ହୋଇ ସୁଦ୍ଧା ନିଜତ୍ଵ ହରାଏ ନାହିଁ । ତା’ର ଲକ୍ଷ୍ୟ ଗୋଟାଏ ଅବଲମ୍ବନକୁ ଆଶ୍ରୟ କରିଥାଏ । ଅବଲମ୍ବନ ନ ଥିଲେ ମନୁଷ୍ୟର ଗତି ସହଜ ହୁଏ ନାହିଁ ଓ ଲକ୍ଷ୍ୟର ସ୍ଥିରତା ମଧ୍ଯ ରହେ ନାହିଁ । ନିଜର ଆକାଙ୍‌କ୍ଷା ଓ ରୁଚି ଅନୁଯାୟୀ ମନୁଷ୍ୟ ଅବଲମ୍ବନ ଗ୍ରହଣ କରେ । କେବଳ ଗୋଟାଏ ଗଡ଼ଡ଼ଳିକା ପ୍ରବାହରେ ଭାସିଯିବା ଲୋକଙ୍କ ସଂଖ୍ୟା ସଂସାରରେ ଅନେକ ଦେଖାଯାଏ । ସେମାନଙ୍କୁ ପ୍ରକୃତ ଗୃହସ୍ଥ ବୋଲି କୁହାଯାଇ ନ ପାରେ । କୌଣସି ପ୍ରଚଳିତ ରୀତି କିମ୍ବା ପ୍ରଥାକୁ ଅନୁସରଣ କରି କାର୍ଯ୍ୟାନୁଷ୍ଠାନ କରାଯାଇପାରେ; କିନ୍ତୁ ସେଥ‌ିରେ ବିଶେଷତ୍ଵ ପ୍ରତି ଲକ୍ଷ୍ୟ ଦେବା ଉଚିତ । ଯାବତୀୟ କର୍ମ କରି ନିଜର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହୋବାପାଇଁ ଆଦୌ ବାଧା ନାହିଁ । କର୍ମରେ ଅନୁପ୍ରାଣିତ ଦୃଢ଼ଭାବରେ ପାଳନ କରେ । ସେପରି କରିବା ତା’ର ପ୍ରଧାନ କର୍ତ୍ତବ୍ୟ; କିନ୍ତୁ କର୍ତ୍ତବ୍ୟ ପାଳନବେଳେ ଅବଲମ୍ବନର ଶକ୍ତି ତାକୁ ଯେପରି ପ୍ରଫୁଲ୍ଲ ରଖେ ଓ ସେ ଯେପରି ଅଦମ୍ୟ ସାହସରେ ସଂଗ୍ରାମ କରେ, ତାହା କେବଳ ସେନାପତିଙ୍କର ଆଦେଶ ବାଣୀ ଶ୍ରବଣରେ ସମ୍ଭବପର ନୁହେଁ । ପ୍ରତ୍ୟେକ ଗୃହସ୍ଥର ବୀର ପରି ଆଚରଣ କରିବା ଗୋଟାଏ ଧର୍ମ । ଭୟାକୁ ହେଲେ ତା ପାଇଁ ଜଗତରେ ଉଚ୍ଚ ସ୍ଥାନ ରହେ ନାହିଁ । ଗୃହସ୍ଥର ପ୍ରଧାନ ଧର୍ମ ସଂସାର-କ୍ଷେତ୍ରରେ ନିଷ୍ଠାର ସହିତ କର୍ତ୍ତବ୍ୟ ପାଳନ ।

ପ୍ରଶ୍ନବଳୀ :

(କ) ଏକ ନମ୍ବର ବିଶିଷ୍ଟ ପ୍ରଶ୍ନ : ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। ମନୁଷ୍ୟର ସଙ୍କୁଚିତ ଅବସ୍ଥା ଆସିଗଲେ କ’ଣ ହୁଏ ?
୨। ମନୁଷ୍ୟତ୍ୱର ଶ୍ରେଷ୍ଠ ନିଦର୍ଶନ କେଉଁଥରେ ନ ଥାଏ ?
୩। କେଉଁ ଗୃହସ୍ଥର ସଂସାରରେ ଉପଯୁକ୍ତ ସ୍ଥାନ ନାହିଁ ?
୪। ଗୃହସ୍ଥର ପ୍ରଧାନ ଧର୍ମ କ’ଣ ?

(ଖ) ଦୁଇ ନମ୍ବର ବିଶିଷ୍ଟ ପ୍ରଶ୍ନ : ଦୁଇଟି ବାକ୍ୟରେ ଉତ୍ତର ଲେଖ ।
୧। ଆଜି କେଉଁ ଶିକ୍ଷାର ପ୍ରଚଳନ ନାହିଁ ?
୨। ଗୃହସ୍ଥକୁ ନିଜତ୍ଵର ଯଥେଷ୍ଟ ପରିଚୟ କେତେବେଳେ ମିଳେ ?
୩। କେଉଁମାନଙ୍କୁ ପ୍ରକୃତ ଗୃହସ୍ଥ ବୋଲି କୁହାଯାଇ ନ ପାରେ ?

ସମ୍ଭାବ୍ୟ ଉତ୍ତର :

(କ) ୧। ମନୁଷ୍ୟର ସଙ୍କୁଚିତ ଅବସ୍ଥା ଆସିଗଲେ, ସେ ସହଜରେ ସେହି ଅବସ୍ଥାରୁ ଆଉ ମୁକ୍ତି ପାଇପାରେ ନାହିଁ ।
୨। ନିଜତ୍ୱ ରକ୍ଷା ନ କରି ଏକ ଧାରାବାହିକ କର୍ମପନ୍ଥାରେ ଜୀବନ ବିତାଇବାରେ ମନୁଷ୍ୟତ୍ୱର ଶ୍ରେଷ୍ଠ ନିଦର୍ଶନ ନଥାଏ ।
୩ । ଯେଉଁ ଗୃହସ୍ଥ ନିଜକୁ ଛୋଟ ମନେକରି ଅର୍ଥ କିମ୍ବା କ୍ଷମତା ଭୟରେ ନିଜର ଶକ୍ତି ବିକାଶ କରେ ନାହିଁ, ସେଭଳି ଗୃହସ୍ଥର ସଂସାରରେ ଉପଯୁକ୍ତ ସ୍ଥାନ ନାହିଁ ।
୪। ସଂସାର କ୍ଷେତ୍ରରେ ନିଷ୍ଠାର ସହିତ କର୍ତ୍ତବ୍ୟ ପାଳନ ହିଁ ଗୃହସ୍ଥର ପ୍ରଧାନ ଧର୍ମ ।

(ଖ) ୧। ପୂର୍ବକାଳରେ ଆମ ଦେଶରେ ଗୃହସ୍ଥର ଆଚରଣ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରାଯାଉଥିଲା । ବର୍ତ୍ତମାନ ସେଭଳି ଶିକ୍ଷାର ପ୍ରଚଳନ ନାହିଁ ।
୨। ଗୃହସ୍ଥ ନିଜର ପାରିବାରିକ ପରିସ୍ଥିତିରେ ଥାଇ ମଧ୍ୟ, ଇଚ୍ଛାନୁସାରେ ଅନୁକୂଳ ଅବସ୍ଥାକୁ ଲକ୍ଷ୍ୟ ରଖ୍ ଶକ୍ତି ପ୍ରୟୋଗ କରିଥାଏ । ସେହି ଶକ୍ତି ପ୍ରୟୋଗଦ୍ଵାରା ଯେଉଁ ବିକାଶ ଜନ୍ମେ, ସେଥୁରୁ ଗୃହସ୍ଥକୁ ନିଜତ୍ଵର ଯଥେଷ୍ଟ ପରିଚୟ ମିଳିଥାଏ ।
୩ । ସଂସାରରେ ଅନେକ ଗୃହସ୍ଥ ଅଛନ୍ତି, ଯେଉଁମାନେ କେବଳ ଗଡ଼ଡ଼ଳିକା ପ୍ରବାହରେ ଭାସିଯାଇଥା’ନ୍ତି । ସେଭଳି ଗୃହସ୍ଥମାନଙ୍କୁ ପ୍ରକୃତ ଗୃହସ୍ଥ କୁହାଯାଇ ପାରିବ ନାହିଁ ।

ଅନୁଚ୍ଛେଦ – ୩

ସାଧନା, ସୁଦୃଢ଼ ଭିଭି ଓ ବେଷ୍ଟନୀ ଉପରେ ଅନେକ ପରିମାଣରେ ନିର୍ଭର କରେ । ବେଷ୍ଟନୀ ଦୁର୍ବଳ ହେଲେ ବାହ୍ୟ ପ୍ରଭାବ ସାଧନାର ପ୍ରତିକୂଳାଚରଣ କରେ । ଜଗତରେ ଯେତେ ମନୀଷୀଙ୍କର ଆବିର୍ଭାବ ଘଟିଅଛି, ସେମାନଙ୍କର ଜୀବନୀ ଆଲୋଚନା କଲେ ଜଣାଯିବ ଯେ, ଅଧିକାଂଶଙ୍କର କାର୍ଯ୍ୟକ୍ରମରେ ଗୋଟାଏ ବିଶେଷତ୍ଵ ଥାଏ । ସାଧାରଣ ଚକ୍ଷୁରେ ଯେଉଁ ଘଟନାଗୁଡ଼ିକ କେବଳ ପ୍ରତିବନ୍ଧକ ବୋଲି ଗ୍ରହଣୀୟ ହୋଇପାରେ, ସେହିଗୁଡ଼ିକ ଅସାଧାରଣ ମାନବର କାର୍ଯ୍ୟାନୁଷ୍ଠାନରେ ବହୁପରିମାଣରେ ସହାୟତା କରନ୍ତି । ଜୀବନର ଜଟିଳ ଗତିରେ ସାଧାରଣ ମନୁଷ୍ୟ ସବୁବେଳେ ଅନୁକୂଳ ଅବସ୍ଥାକୁ ଲକ୍ଷ୍ୟ କରି ରହେ । ନିଜର ଇଚ୍ଛାନୁଯାୟୀ ବେଷ୍ଟନୀଟିଏ ପାଇଲେ ସେ ଆନନ୍ଦ ଅନୁଭବ କରେ । ଜଗତ୍ ସହିତ ତା’ର ସମ୍ପର୍କ ସଂଶ୍ଳିଷ୍ଟ ହୁଏ, ଗୋଟାଏ ସ୍ଵାର୍ଥଜଡ଼ିତ ଦିଗରେ । ସେ ଅନ୍ୟ କୌଣସି ବିଷୟରେ ବିଶେଷ ଆସ୍ଥା ସ୍ଥାପନ କରେ ନାହିଁ । ତା’ର ବେଷ୍ଟନୀଟି ଏପରି ଗଢ଼ି ହୋଇ ଉଠେ ଯେ, ଦୃଷ୍ଟି ସଞ୍ଚାଳନ କରିବାକୁ ତାକୁ ଗୋଟାଏ ଦିଗରେ ଅବସର ମିଳେ । ସାଂସାରିକ କାର୍ଯ୍ୟ ସମ୍ପାଦନରେ ଏପରି ଏକଦେଶଦର୍ଶୀ ହେବା ସମୀଚୀନ ହୋଇପାରେ; କିନ୍ତୁ ଯେଉଁମାନଙ୍କର ଚିନ୍ତାଧାରା ପ୍ରଚଳିତ ରୀତିକୁ ଅତିକ୍ରମ କରେ, ସେମାନଙ୍କର କାର୍ଯ୍ୟ-ପ୍ରଣାଳୀରେ ଗୋଟାଏ ନୂତନତ୍ଵ ଲକ୍ଷିତ ହୁଏ ।

ସେମାନେ ଯେଉଁ ପାରିପାର୍ଶ୍ବକ ଅବସ୍ଥା ସୃଷ୍ଟି କରନ୍ତି, ତାହା ସାଧାରଣ ସାଂସାରିକ ଜୀବନର ବିରୋଧୀ ହୁଏ । ଏହି ବିରୁଦ୍ଧ ବେଷ୍ଟନୀ ସଂସାରୀର ବୋଧଗମ୍ୟ ହୁଏ ନାହିଁ; ତେଣୁ ‘ମହତ୍ ଲୋକର କାର୍ଯ୍ୟ ସହଜରେ ଅନୁସୃତ ହୋଇପାରେ ନାହିଁ । ବେଗବତୀ ନଦୀର ପ୍ରବଳ ପ୍ରବାହ ଅନନ୍ତ ସାଗର ସଙ୍ଗମରେ ଗୋଟାଏ ବିରାଟ ସମାନତା ସୃଷ୍ଟି କରେ; କିନ୍ତୁ ସମୟ ସମୟରେ ଯେଉଁ ଉତ୍ତାଳ ଜଳ-କଲ୍ଲୋଳ ଉଠେ, ତାହା ସେହି ସମତାକୁ ଲୋପ କରିଦିଏ । ଜୀବନର ଧାରାବାହିକ ପଯ୍ୟାୟରେ ଯେତେବେଳେ ଜଡ଼ତା ଆସେ, ସେତେବେଳେ ପ୍ରାକୃତିକ ନିୟମକୁ ଅନୁସରଣ କରି ଗୋଟାଏ ସ୍ପନ୍ଦନ ହୁଏ । ଏହି ସ୍ପନ୍ଦନକୁ କେହି କେହି ଅସ୍ଵାଭାବିକ ବୋଲି ମନେକରି ପାରନ୍ତି; କିନ୍ତୁ ଜଗତରେ କୌଣସି ଘଟନା ଅନାହୂତ ଭାବରେ ସଙ୍ଘଟିତ ହୁଏ ନାହିଁ ।, ଶାନ୍ତ ବାୟୁମଣ୍ଡଳ ପ୍ରଖର ସୂର୍ଯ୍ୟକିରଣ ପ୍ରଭାବରେ ପ୍ରବଳ ଝଡ଼ ସୃଷ୍ଟି କରେ । ଜାଗତିକ କାର୍ଯ୍ୟ ସବୁବେଳେ ଗୋଟିଏ ରୀତିରେ ଆଚରିତ ହୁଏ ନାହିଁ । କାଳର ପ୍ରଭାବ ସଙ୍ଗେ ମନୀଷୀମାନଙ୍କର ପ୍ରେରଣା ମିଶି ଗୋଟାଏ ନୂତନତ୍ଵ ସୃଷ୍ଟି କରେ । ଏହାକୁ ସାଧାରଣତଃ ଆମ୍ଭେମାନେ ଯୁଗୋଚିତ ପରିବର୍ତ୍ତନ ଆଖ୍ୟା ଦେରଥାଉଁ।

ଯେଉଁମାନେ ପ୍ରେରଣା ଦେଇ ପରିବର୍ତ୍ତନର ସୂତ୍ରପାତ କରାନ୍ତି, ସେମାନେ ପ୍ରାୟ ପ୍ରଚଳିତ ଦେଶାଚାରକୁ ଲକ୍ଷ୍ୟ କରନ୍ତି ନାହିଁ । ମନୁଷ୍ୟର ଅନ୍ତର୍ନିହିତ ସ୍ଵାଧୀନ ଭାବ ସେମାନଙ୍କର କ୍ରିୟାକଳ।ପରେ ପ୍ରକାଶିତ ହେବ।ପାଇଁ ଯଥେଷ୍ଠ ସୁବିଧା ପାଏ । ସେମାନେ ସାଧାରଣ ବେଷ୍ଟନୀରେ ଆବଦ୍ଧ ହୁଅନ୍ତି ନାହିଁ । ଜୀବନର ଗତିରେ ଗୋଟାଏ ବିପ୍ଳବ ଆଣିବା ପାଇଁ ସେମାନଙ୍କର ସାଧନା ନିୟୋଜିତ ହୁଏ ।

ପ୍ରଶ୍ନବଳୀ :

(କ) ଏକ ନମ୍ବର ବିଶିଷ୍ଟ ପ୍ରଶ୍ନ : ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। ସାଧନା ଅନେକ ପରିମାଣରେ କାହା ଉପରେ ନିର୍ଭର କରେ ?
୨। ସାଧାରଣ ମନୁଷ୍ୟ କ’ଣ ପାଇଲେ ଆନନ୍ଦ ଅନୁଭବ କରେ ?
୩ । ବେଗବତୀ ନଦୀର ପ୍ରବଳ ପ୍ରବାହ କେଉଁଠାରେ ବିରାଟ ସମାନତା ସୃଷ୍ଟି କରେ ?
୪ । କାଳର ପ୍ରଭାବ ସଙ୍ଗେ କେଉଁମାନଙ୍କ ପ୍ରେରଣା ମିଶି ନୂତନତା ସୃଷ୍ଟି କରେ ?

(ଖ) ଦୁଇ ନମ୍ବର ବିଶିଷ୍ଟ ପ୍ରଶ୍ନ : ଦୁଇଟି ବାକ୍ୟରେ ଉତ୍ତର ଲେଖ ।
୧। ସାଂସାରିକ କାର୍ଯ୍ୟ ସମ୍ପାଦନରେ ମହତ୍ୱାକର କାର୍ଯ୍ୟ ସହଜରେ ଅନୁସୃତ ହୋଇ ନ ପାରିବାର କାରଣ କ’ଣ ?
୨ । କାହାକୁ ସାଧାରଣତଃ ଆମ୍ଭେମାନେ ଯୁଗୋଚିତ ପରିବର୍ତ୍ତନ ଆଖ୍ୟା ଦେଇଥାଉ ?
୩ । ଜୀବନର ଗତିରେ ଗୋଟିଏ ବିପ୍ଳବ ଆଣିବାପାଇଁ କେଉଁମାନଙ୍କ ସାଧନା ନିୟୋଜିତ ହୁଏ ?

ସମ୍ଭାବ୍ୟ ଉତ୍ତର :

(କ) ୧। ସାଧନା ଅନେକ ପରିମାଣରେ ସୁଦୃଢ଼ ଭିଭି ଓ ବେଷ୍ଟନୀ ଉପରେ ନିର୍ଭର କରେ ।
୨ । ସାଧାରଣ ମନୁଷ୍ୟ ଇଚ୍ଛାନୁଯାୟୀ ବେଷ୍ଟନୀଟିଏ ପାଇଲେ ଆନନ୍ଦ ଅନୁଭବ କରିଥାଏ ।
୩ । ବେଗବତୀ ନଦୀର ପ୍ରବଳ ପ୍ରବାହ ସାଗରର ମିଳନରେ ହିଁ ସମାନତା ସୃଷ୍ଟି କରେ ।
୪ । କାଳର ପ୍ରଭାବ ସଙ୍ଗେ ମନୀଷୀମାନଙ୍କ ପ୍ରେରଣା ମିଶି ନୂତନତା ସୃଷ୍ଟି କରେ ।

(ଖ) ୧। ସାଂସାରିକ କାର୍ଯ୍ୟ ସମ୍ପାଦନରେ ମହଡ଼ଲୋକମାନେ ଯେଉଁ ନୂତନ ପାରିପାଶ୍ୱିକ ଅବସ୍ଥା ସୃଷ୍ଟି କରନ୍ତି, ତାହା ପ୍ରଚଳିତ ସାଂସାରିକ ଜୀବନର ବିରୋଧୀ ହୋଇଥାଏ । ଏହି ବିରୁଦ୍ଧ ବେଷ୍ଟନୀ ସାଧାରଣ ସାଂସାରୀର ବୋଧଗମ୍ୟ ନ ହେବାରୁ, ମହତ୍ତୋଲୋକର କାର୍ଯ୍ୟ ସହଜରେ ଅନୁସୃତ ହୋଇନଥାଏ ।
୨ । କାଳର ପ୍ରଭାବ ସହିତ ମନୀଷୀମାନଙ୍କର ପ୍ରେରଣା ମିଶି ନୂତନତ୍ୱ ସୃଷ୍ଟି କରିଥାଏ । ସେହି ନୂତନତ୍ବକୁ ଆମ୍ଭେମାନେ ଯୁଗୋଚିତ ପରିବର୍ତ୍ତନ ଆଖ୍ୟା ଦେଇଥାଉ।
୩ । ଯେଉଁମାନେ ସାଧାରଣ ବେଷ୍ଟନୀରେ ଆବଦ୍ଧ ନ ହୋଇ ସାଧନା ବଳରେ ପରିବର୍ତ୍ତନର ସୂତ୍ରପାତ କରାନ୍ତି, ସେମାନେ ମନୁଷ୍ୟର ଅନ୍ତର୍ନିହିତ ସ୍ଵାଧୀନ ଭାବକୁ ପ୍ରକାଶ କରିବାକୁ ଯଥେଷ୍ଟ ସୁବିଧା ଦେଇଥା’ନ୍ତି । ଜୀବନ ଗତିରେ ବିପ୍ଳବ ଆଣିବାପାଇଁ ସେହିମାନଙ୍କ ସାଧନା ନିୟୋଜିତ ହୁଏ ।

CHSE Odisha Class 12 Odia Grammar ଅବବୋଧ ପରୀକ୍ଷଣ – (କ) ଗଦ୍ୟାଂଶଛ

ଅନୁଚ୍ଛେଦ – ୪

ଆମେ ବର୍ତ୍ତମାନ ଯେଉଁ ଲୋକ କଥା ଆଲୋଚନା କରିବାକୁ ଯାଉଛେ, ସେ ରାଜା ଓ ସମ୍ରାଟ୍ ହୋଇଥିଲେ ସୁଦ୍ଧା ଜଣେ ମହାନ୍ ଓ ପ୍ରଶଂସଯୋଗ୍ୟ ଲୋକ ଥିଲେ । ସେ ହେଉଛନ୍ତି ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ନାତି ଅଶୋକ । ଏଚ୍.ଜି.ୱେଲ୍‌ ତାଙ୍କ ବହି ‘ଆଉଟ୍‌ଲାଇନ୍ ଅଫ୍ ହିଷ୍ଟ୍ରି’ରେ ଅଶୋକଙ୍କ ସମ୍ବନ୍ଧରେ ଲେଖୁଛନ୍ତି – ‘ଇତିହାସରେ ମହାରାଜାଧାଜ ସମ୍ରାଟ ଇତ୍ୟାଦି ନାନା ନାମରେ ଯେଉଁ ହଜାର ହଜାର ରାଜା ଆଦିଙ୍କ ନାମ ପୂର୍ଣ୍ଣ ହୋଇଛି, ସେଥ୍ ଭିତରେ ଏକା ଅଶୋକଙ୍କ ନାମ ଗୋଟିଏ ନକ୍ଷତ୍ର ପରି ଉଜ୍ଜ୍ୱଳ ଦେଖାଯାଏ । ଭଲ୍‌ଗାଠାରୁ ଜାପାନ ପର୍ଯ୍ୟନ୍ତ ତାଙ୍କ ନାମ ଏବେ ସୁଦ୍ଧା ପୂଜାପାଏ । ଚୀନ୍, ତିବ୍ବତ ଏବଂ ଭାରତରେ ତାଙ୍କ ମହାନତାର ଚିହ୍ନ ଏବେ ସୁଦ୍ଧା ରଖୁଛନ୍ତି ।

ଖ୍ରୀଷ୍ଟୀୟାନ୍ ଯୁଗ ଆରମ୍ଭର ପ୍ରାୟ ୩୦୦ ବର୍ଷ ପୂର୍ବରୁ ଚନ୍ଦ୍ରଗୁପ୍ତ ମରିଥିଲେ । ତାଙ୍କ ପରେ ତାଙ୍କ ପୁଅ ବିନ୍ଦୁସାର ରାଜା ହେଲେ । ୨୫ ବର୍ଷ ପର୍ଯ୍ୟନ୍ତ ସେ ଶାନ୍ତିପୂର୍ଣ୍ଣ ଭାବରେ ରାଜତ୍ଵ କରିଥିଲେ । ସେ ଗ୍ରୀକ୍‌ମାନଙ୍କ ସହିତ ସମ୍ବନ୍ଧ ରଖୁଥିଲେ ଏବଂ ତାଙ୍କ କଚେରୀକୁ ଇଜିପ୍‌ଟର ଟଲେମି ଓ ପଶ୍ଚିମ ଭାରତର ସେଲ୍ୟୁକସ୍‌ଙ୍କ ପୁତ୍ର ଆଣ୍ଟିଓକ୍‌ସଙ୍କ ପାଖରୁ ଦୂତ ଆସି ରହିଥିଲେ । ବାହାର ଜଗତ ସହିତ ବେପାର ଚଳୁଥିଲା ଏବଂ କଥା ଅଛି ଯେ ଭାରତର ନୀଳ ନେଇ ଇଜିପ୍‌ଟର ଲୋକେ ତାଙ୍କ ଲୁଗା ରଙ୍ଗ କରୁଥିଲେ । ଆହୁରି ମଧ୍ୟ କହନ୍ତି ଯେ ତାଙ୍କ ମମି ବା ମୃତ ଶବଗୁଡ଼ିକୁ ଭାରତୀୟ ଲୁଗାରେ (ମସଲିନ୍) ଘୋଡ଼ାଉ ଥିଲେ । ବିହାରର କେତେକ ପୁରାତନ ସ୍ମୃତିରୁ ଜଣାପଡ଼େ ଯେ ମୌର୍ଯ୍ୟ ବଂଶ ଆରମ୍ଭ ପୂର୍ବରୁ ସେଠାରେ ଏକପ୍ରକାର କାଚ ତିଆରି ହେଉଥିଲା ।

ତୁ ଶୁଣି ଖୁସି ହେବୁ ଯେ ଚନ୍ଦ୍ରଗୁପ୍ତଙ୍କ କୋର୍ଟରେ ଯେଉଁ ଗ୍ରୀକ୍‌ଦୂତ ମେଘାସ୍ଥିନିସ୍ ଥିଲେ, ସେ ଲେଖୁଛନ୍ତି – ସେ ସମୟରେ ଭାରତୀୟମାନେ ଚାରୁକାମ ଓ ସୌନ୍ଦର୍ଯ୍ୟପ୍ରେମୀ ଥିଲେ ଏବଂ ବିଶେଷତଃ ନିଜର ଉଚ୍ଚତା ବଢ଼ାଇବା ପାଇଁ ଜୋତା ବ୍ୟବହାର କରୁଥିଲେ । ସୁତରାଂ ଉଚ୍ଚ ଜୋତା କିଛି ଆଧୁନିକ ଆବିଷ୍କାର ନୁହେଁ ।

ସମଗ୍ର ଉତ୍ତର ଓ ମଧ୍ୟ ଭାରତ ବିନ୍ଦୁସାରଙ୍କ ସାମ୍ରାଜ୍ୟଭୁକ୍ତ ଥିଲା ଏବଂ ମଧ୍ୟ ଏସିଆ ପର୍ଯ୍ୟନ୍ତ ଏହା ପ୍ରସାର ଲଭିଥିଲା । ଖ୍ରୀଷ୍ଟପୂର୍ବ ୨୬୮ରେ ବିନ୍ଦୁସାରଙ୍କ ପରେ ଅଶୋକ ଏହି ବିରାଟ ସାମ୍ରାଜ୍ୟର ଅଧିକାରୀ ହେଲେ । ବୋଧହୁଏ ଦକ୍ଷିଣ-ପୂର୍ବ ଓ ଦକ୍ଷିଣରେ ଥ‌ିବା ଅବଶିଷ୍ଟ ଅଞ୍ଚଳକୁ ନିଜ ସାମ୍ରାଜ୍ୟ ଭିତରେ ମିଶାଇବା ଉଦ୍ଦେଶ୍ୟରେ ସେ ତାଙ୍କ ରାଜୁତିର ନବମ ବର୍ଷରେ କଳିଙ୍ଗ ବିଜୟ ଆରମ୍ଭ କଲେ । ଭାରତର ପୂର୍ବ ଉପକୂଳରେ ମହାନଦୀ, ଗୋଦାବରୀ ଓ କୃଷ୍ଣା ନଦୀ ମଧ୍ୟରେ କଳିଙ୍ଗ ରାଜ୍ୟ ଥିଲା । କଳିଙ୍ଗ ଲୋକେ ଖୁବ୍ ସାହସର ସହିତ ଲଢ଼େଇ କରିଥିଲେ; ମାତ୍ର ଶେଷରେ ଭୀଷଣ ହତ୍ୟାପରେ ସେମାନେ ପରାସ୍ତ ହେଲେ । ଏହି ଯୁଦ୍ଧ ଓ ନରହତ୍ୟା ଅଶୋକଙ୍କ ମନକୁ ଏପରି ଗଭୀର ଭାବରେ ସ୍ପର୍ଶ କଲା ଯେ ଯୁଦ୍ଧ ଓ ଯୁଦ୍ଧ ସମ୍ବନ୍ଧୀୟ ଅନ୍ୟ ସକଳ କାର୍ଯ୍ୟରେ ତାଙ୍କର ବିତୃଷ୍ଣା ଆସିଗଲା । ସେ ସେହିଦିନଠାରୁ ଆଉ ଯୁଦ୍ଧ କରି ନ ଥିଲେ । ଦକ୍ଷିଣରେ ଗୋଟିଏ ଛୋଟ ଅଂଶ ଛଡ଼ା ପ୍ରାୟ ସମଗ୍ର ଭାରତ ତାଙ୍କ ଅଧୀନରେ ଥିଲା ଏବଂ ଛୋଟ ଅଂଶଟିକୁ ଜୟ କରିବା ମଧ୍ୟ ତାଙ୍କ ପକ୍ଷରେ ଖୁବ୍ ସହଜ ଥିଲା । କିନ୍ତୁ ସେ ସେଥୁରୁ ବିରତ ହେଲେ । ଏଚ୍.ଜି. ୱେଲ୍‌ କହନ୍ତି, ଯେତେ ସାମରିକ ସମ୍ରାଟ୍ ଥିଲେ ତାଙ୍କ ଭିତରେ ଅଶୋକ ହିଁ ଏକମାତ୍ର ଲୋକ ଯେ ଜୟଲାଭ କରି ସୁଦ୍ଧା ଯୁଦ୍ଧ ବନ୍ଦ କରିଥ୍ଲଲେ।

ପ୍ରଶ୍ନବଳୀ :
(ପ୍ରଶ୍ନର ଉତ୍ତର ନିଜ ଭାଷାରେ ଦିଅ ।)

(କ) ଏକ ନମ୍ବର ବିଶିଷ୍ଟ ପ୍ରଶ୍ନ : ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। କେଉଁ ମହାନ୍ ଓ ପ୍ରଶଂସାଯୋଗ୍ୟ ସମ୍ରାଟଙ୍କ କଥା ଆଲୋଚନା କରାଯାଇଛି ?
୨। ଚନ୍ଦ୍ରଗୁପ୍ତଙ୍କ ପରେ କିଏ ମୌର୍ଯ୍ୟ ବଂଶର ରାଜା ହେଲେ ?
୩ । ବିହାରର ପୁରାତନ ସ୍ମୃତିରୁ କ’ଣ ଜଣାପଡ଼େ ?
୪ । ଅଶୋକ ତାଙ୍କ ରାଜତ୍ଵର କେଉଁ ବର୍ଷରେ କଳିଙ୍ଗ ବିଜୟ ଆରମ୍ଭ କରିଥିଲେ ?

(ଖ) ଦୁଇ ନମ୍ବର ବିଶିଷ୍ଟ ପ୍ରଶ୍ନ : ଦୁଇଟି ବାକ୍ୟରେ ଉତ୍ତର ଲେଖ ।
୧। ୱେଲସ୍ ତାଙ୍କ ଇତିହାସ ପୁସ୍ତକରେ ଅଶୋକଙ୍କ ସମ୍ବନ୍ଧରେ କ’ଣ ଲେଖୁଛନ୍ତି ?
୨ । ବିନ୍ଦୁସାରଙ୍କ ରାଜତ୍ଵ କିପରି ଥିଲା ?
୩ । ଅଶୋକଙ୍କ ସାମ୍ରାଜ୍ୟ କେଉଁଠାରୁ କେଉଁ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା ?

ସମ୍ଭାବ୍ୟ ଉତ୍ତର :

(କ) ୧। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ନାତି ସମ୍ରାଟ ଅଶୋକ ମହାନ୍ ଓ ପ୍ରଶଂସାଯୋଗ୍ୟ ଥିଲେ, ତାଙ୍କ କଥା ଆଲୋଚନା କରାଯାଇଛି।
୨ । ଚନ୍ଦ୍ରଗୁପ୍ତଙ୍କ ପରେ, ତାଙ୍କ ପୁଅ ବିନ୍ଦୁସାର ମୌର୍ଯ୍ୟବଂଶର ରାଜା ହେଲେ ।
୩ । ବିହାରର ପୁରାତନ ସ୍ମୃତିରୁ ଜଣାପଡ଼େ, ମୌର୍ଯ୍ୟବଂଶର ଆରମ୍ଭ ପୂର୍ବରୁ ସେଠାରେ ଏକ ପ୍ରକାର କାଚ ତିଆରି ହେଉଥିଲା ।
୪ । ଅଶୋକ ତାଙ୍କ ରାଜତ୍ଵର ନବମ ବର୍ଷରେ କଳିଙ୍ଗ ବିଜୟ ଅଭିଯାନ ଆରମ୍ଭ କରିଥିଲେ ।

(ଖ) ୧। ୱେଲ୍ସ ତାଙ୍କ ଇତିହାସ ପୁସ୍ତକରେ ଲେଖୁଲେ, ଇତିହାସରେ ମହାରାଜାଧାଜ ସମ୍ରାଟ ନାମରେ ହଜାର ହଜାର ରାଜାଙ୍କ ନାମ ରହିଅଛି । ସେହି ରାଜାମାନଙ୍କ ମଧ୍ୟରେ ଅଶୋକ ଶ୍ରେଷ୍ଠ ଏବଂ ତାଙ୍କ ନାମ ଉଜ୍ଜଳ ନକ୍ଷତ୍ର ପରି ଦେଖାଯାଏ ।
୨ । ବିନ୍ଦୁସାର ୨୫ ବର୍ଷ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ରାଜତ୍ଵ କରିଥିଲେ । ସେ ବାହାର ଜଗତ ସହିତ ସମ୍ବନ୍ଧ ରଖୁବା ସହିତ ସେମାନଙ୍କ ସହ ବାଣିଜ୍ୟ ବ୍ୟବସାୟ ଚଳାଉଥିଲେ ।
୩ । ଅଶୋକଙ୍କ ସାମ୍ରାଜ୍ୟ ସମଗ୍ର ଉତ୍ତର, ମଧ୍ୟଭାରତ ଏବଂ ଏସିଆ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା । ତଥାପି ସେ ଦକ୍ଷିଣ-ପୂର୍ବ ଓ ଦକ୍ଷିଣରେ ଥ‌ିବା ଅବଶିଷ୍ଟ ଅଞ୍ଚଳକୁ ନିଜ ସାମ୍ରାଜ୍ୟରେ ମିଶାଇବାକୁ ଚାହୁଁଥିଲେ ।

ଅନୁଚ୍ଛେଦ – ୫

ଅବିଶ୍ଵାସରେ ବିଶ୍ଵାସ ନ ଥିଲେ ଅବିଶ୍ବାସ କରିହୁଏ ନାହିଁ । ଯେ କିଛି ବିଶ୍ଵାସ କରେ ନାହିଁ ବୋଲି କହେ, ସେ ଅନ୍ତତଃ ନିଜକୁ ଏବଂ ନିଜର ସଂଶୟାତ୍ମକ ମନକୁ ସ୍ବୀକାର କରେ ଏବଂ ଏହି ସ୍ବୀକୃତି ମାଧ୍ୟମରେ ବିଶ୍ଵାସ କରେ । ବିଶ୍ଵାସ ପରି ଅବିଶ୍ଵାସ ମଧ୍ଯ ସଂକଳ୍ପ ବିକଚ୍ଛାତ୍ମକ ମନର ଏକ ସହଜାତ ଲକ୍ଷଣ । ଏ ଦୁଇଟି ପରସ୍ପର-ବିରୋଧୀ ଧର୍ମର ସଂଘାତରେ ଦ୍ଵନ୍ଦ ଜାତ ହୁଏ । ଦ୍ଵନ୍ଦ ଓ ସଂଶୟ ମନର ପ୍ରମଥନକାରୀ ଅନ୍ୟାନ୍ୟ ଶକ୍ତି ସମୂହକୁ ଉଦ୍ଦୀପ୍ତ କରନ୍ତି । ଫଳରେ ମନ

କେବଳ ବିଷୟାଶ୍ରୟୀ ହୋଇ ରହିଯାଏ । ଚଞ୍ଚଳ ମନର ଆଉ ନିଗ୍ରହ ହୋଇପାରେ ନାହିଁ । କିନ୍ତୁ ଯେ ଦ୍ବନ୍ଦ୍ବତୀତ ଏବଂ ସ୍ଥିତପ୍ରଜ୍ଞ ତା’ପାଇଁ ବିଶ୍ବାସ ଏବଂ ଅବିଶ୍ବାସ ସମପର୍ଯ୍ୟାୟଭୁକ୍ତ । ସେ କୌଣସିଟିରେ ବିଚଳିତ ହୁଏ ନାହିଁ । ସ୍ଥିତପ୍ରଜ୍ଞ ହେବା ନୁହେଁ, ଏଣୁ ନିଜ ନିଜର ବିଶ୍ଵାସ ଅବିଶ୍ଵାସର ଦୃହକୁ ଆଶ୍ରୟକରି ମାନବ ଜାତିର ପ୍ରାରମ୍ଭରୁ ଅଦ୍ୟାବଧୂ ସାଧାରଣ ମନୁଷ୍ୟ ବଞ୍ଚ୍ ଆସିଛି ।

ବାଉଁଶ ସରଳ ନ ହେଲେ ବଇଁଶୀ ବାଜେ ନାହିଁ । ମନ ସରଳ ନ ହେଲେ ବିଶ୍ଵାସ ଉପୁଜେ ନାହିଁ । ମନର ଏଇ ଋଜୁ ଅବସ୍ଥାରେ ଯେଉଁ ବିଶ୍ଵାସ ସେଥୁରେ ଆଧାରିତ ହୋଇଯାଏ, ତାହା ସେଇ ବ୍ୟକ୍ତି ଜୀବନର ଚରମ ସାର୍ଥକତା; ତା’ର ସର୍ବଶ୍ରେଷ୍ଠ ମୂଲ୍ୟବୋଧର ସ୍ତମ୍ଭ ! ସାଧାରଣତଃ ଏହା ଧର୍ମବିଶ୍ଵାସର ରାଜ୍ୟ । ଏହା ଉପରେ ଆଉଜିରହେ ନୈତିକତା, ସାମାଜିକତା, ଶିକ୍ଷା, ସଂସ୍କୃତି, ରାଜନୀତି । ଏଣୁ ଏହା ଉପରେ ହସ୍ତକ୍ଷେପ ହେଲେ ମଣିଷ ଉତ୍‌କ୍ଷିପ୍ତ ହୋଇଉଠେ । ଶହ ଶହ କ୍ରୁସେଡ଼ରେ ପ୍ରାଣବଳି ଦେଇ ସେ ତାକୁ ବଞ୍ଚାଏ, ଶିର୍ ଦେଇ ଶାୟାର୍ ରକ୍ଷାକରେ । ବିଶ୍ଵାସର ସିଂହାସନ ତା’ର କେତେବେଳେ ଖାଲି ରହେ ନାହିଁ । ଧର୍ମର ଆଦର୍ଶ ନ ହେଲେ ମଧ୍ୟ ଅନ୍ୟ ଯେକୌଣସି ଆଦର୍ଶବାଦ ସେ ଗାଦିମାଡ଼ି ବସିବାକୁ ହେବ । ଖାଲି ଖଟୁଲି ରହିବା ସମ୍ଭବ ନୁହେଁ । ସିରିଆ ଏବଂ ବେବିଲୋନର ବିଭିନ୍ନ ଦେବାଶ୍ରିତ ଧର୍ମ-ବିଶ୍ଵାସୀଙ୍କ ସଂଘର୍ଷ ପରି ଏ ଯୁଗରେ ଦୁଇଟି ନୀତି ବା ବିଶ୍ଵାସର ମଧ୍ୟ ସଂଘର୍ଷ, ହୋଇପାରେ; ଉଭୟ ସଂଘର୍ଷ ଭିତରେ ମୌଳିକ ପାର୍ଥକ୍ୟ କିଛି ନାହିଁ ।

ତର୍କ ଏବଂ ବିଶ୍ଵାସ ମନ ପାଇଁ ଦୁଇଟି ସ୍ଵାଧୀନ ଅବଲମ୍ବନ । ଯୁକ୍ତି ଚିନ୍ତାଶୀଳ ମନର ଆଲମ୍ବନ, ଯେପରି ଦୃଷ୍ଟି ପାଇଁ ରଙ୍ଗ ବା ଆକାର, କଣ୍ଠପାଇଁ ଶବ୍ଦ ଏବଂ ରସନା ପାଇଁ ସ୍ଵାଦ । ମନ ରହସ୍ୟମୟ ହେଲେ ସୁଦ୍ଧା ତାହା ଏକ ବିଶିଷ୍ଟ ଇନ୍ଦ୍ରିୟମାତ୍ର । ଚକ୍ଷୁ ଯେପରି ଦେଖେ ଏବଂ ନାସିକା ଗନ୍ଧ ଗ୍ରହଣ କରେ, ମନ ସେପରି ଚିନ୍ତା କରେ, ତର୍କ କରେ ପ୍ରମାଣ ଅପ୍ରମାଣ ନିର୍ଣ୍ଣୟ କରେ । ଏ ସମସ୍ତ ପ୍ରକ୍ରିୟା ପାଇଁ, ଇନ୍ଦ୍ରିୟାନୁଭବ ଏବଂ କୌଣସି ଏକ ନିର୍ଦ୍ଦିଷ୍ଟ ଭାଷାର ପରିସର ପ୍ରୟୋଜନ । ଭାଷା ଶବ୍ଦସମ୍ବଳିତ । ପ୍ରତ୍ୟେକ ଶବ୍ଦର ଅର୍ଥ ସାଧାରଣ ସ୍ବୀକୃତି ଉପରେ ଆଧାରିତ; ଏଣୁ କେବଳ ବିଶ୍ଵାସସାପେକ୍ଷ । କୌଣସି ଏକ ବିଶ୍ଵାସକୁ ଆକ୍ରମଣ କଲାବେଳେ ଯେଉଁ ଶବ୍ଦସମ୍ଭାର ବ୍ୟବହୃତ ହୁଏ, ତା’ର ନିର୍ଦ୍ଦିଷ୍ଟ ଅର୍ଥ ଶ୍ରୋତା ଗ୍ରହଣ କରୁଛି ବୋଲି ବିଶ୍ଵାସ ଥାଏ । ତଥାପି ବିଶ୍ଵାସ ବିରୋଧରେ ଯୁକ୍ତିତର୍କ କରାଯାଏ । ଯୁକ୍ତି କରିବା ପରିଣତ ମସ୍ତିଷ୍କର ଏକ ଅନିବାର୍ଯ୍ୟ ସମୃଦ୍ଧି ।

ପ୍ରଶ୍ନବଳୀ :

(କ) ଏକ ନମ୍ବର ବିଶିଷ୍ଟ ପ୍ରଶ୍ନ : ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। ବିଶ୍ଵାସ ପରି ଅବିଶ୍ବାସ କେଉଁ ମନର ଏକ ସହଜାତ ଲକ୍ଷଣ ?
୨। କାହା ପାଇଁ ବିଶ୍ଵାସ ଓ ଅବିଶ୍ଵାସ ସମପର୍ଯ୍ୟାୟଭୁକ୍ତ ?
୩ । କାହା ଉପରେ ହସ୍ତକ୍ଷେପ ହେଲେ ମଣିଷ ଉତ୍‌କ୍ଷିପ୍ତ ହୋଇଉଠେ ?
୪। ମନର ଦୁଇଟି ସ୍ଵାଧୀନ ଅବଲମ୍ବନ କ’ଣ ? –

(ଖ) ଦୁଇ ନମ୍ବର ବିଶିଷ୍ଟ ପ୍ରଶ୍ନ : ଦୁଇଟି ବାକ୍ୟରେ ଉତ୍ତର ଲେଖ ।
୧। ବିଶ୍ଵାସ ଓ ଅବିଶ୍ଵାସ ପରସ୍ପର କିପରି ସମ୍ବନ୍ଧିତ ?
୨। ମାନବ ଜାତିର ପ୍ରାରମ୍ଭରୁ ଅଦ୍ୟାବଧୂ ସାଧାରଣ ମନୁଷ୍ୟ କିପରି ବସିଛି ?
୩ । କେଉଁ ଦୁଇଟି ସଂଘର୍ଷ ମଧ୍ୟରେ ମୌଳିକ ପାର୍ଥକ୍ୟ ନାହିଁ ?

ସମ୍ଭାବ୍ୟ ଉତ୍ତର :

(କ) ୧ । ବିଶ୍ଵାସ ପରି ଅବିଶ୍ଵାସ ସଂକଳ୍ପ ବିକଚ୍ଛାତ୍ମକ ମନର ଏକ ସହଜାତ ଲକ୍ଷଣ ।
୨। ଯିଏ ଦ୍ଵହାତୀତ ଓ ସ୍ଥିତପ୍ରଜ୍ଞ, ତାଙ୍କ ପାଇଁ ବିଶ୍ବାସ ଓ ଅବିଶ୍ଵାସ ସମପର୍ଯ୍ୟାୟଭୁକ୍ତ ।
୩ । ଧର୍ମ, ନୈତିକତା, ସାମାଜିକତା, ଶିକ୍ଷା, ସଂସ୍କୃତି, ରାଜନୀତି ଉପରେ ହସ୍ତକ୍ଷେପ ହେଲେ ମଣିଷ ଉତ୍‌କ୍ଷିପ୍ତ ହୋଇଉଠେ ।
୪ । ମନର ଦୁଇଟି ସ୍ଵାଧୀନ ଅବଲମ୍ବନ ହେଉଛି, ତର୍କ ଏବଂ ବିଶ୍ଵାସ ।

(ଖ) ୧। ଅବିଶ୍ଵାସୀ ମନରେ ମଧ୍ଯ ବିଶ୍ଵାସ ରହିଥାଏ; କାରଣ ଅବିଶ୍ଵାସୀ ଅନ୍ତତଃ ନିଜକୁ ଏବଂ ନିଜର ସଂଶୟାତ୍ମକ ମନକୁ ସ୍ଵୀକାର କରେ ଓ ସ୍ବୀକୃତି ଦେଇଥାଏ । ସୁତରାଂ ବିଶ୍ଵାସ ଓ ଅବିଶ୍ବାସ ମଧ୍ୟରେ ନିବିଡ଼ ସମ୍ବନ୍ଧ ରହିଛି ।
୨ । ସ୍ଥିତପ୍ରଜ୍ଞ ହେବା ଏତେ ସହଜସାଧ୍ୟ ନୁହେଁ । ତେଣୁ ନିଜ ନିଜର ବିଶ୍ଵାସ ଅବିଶ୍ଵାସର ଦୃହକୁ ଆଶ୍ରୟ କରି ମାନବ ଜାତିର ପ୍ରାରମ୍ଭରୁ ଅଦ୍ୟାବଧୂ ସାଧାରଣ ମନୁଷ୍ୟ ବଞ୍ଚୁସିଛି ।
୩ । ସିରିଆ ଏବଂ ବେବିଲୋନ୍ ବିଭିନ୍ନ ଦେବାଶ୍ରିତ ଧର୍ମବିଶ୍ଵାସୀଙ୍କ ପରି ଦୁଇଟା ନୀତି ଓ ବିଶ୍ଵାସର ସଂଘର୍ଷ ହୋଇପାରେ । ମାତ୍ର ସେହି ବିଶ୍ଵାସ ଓ ଅବିଶ୍ଵାସର ସଂଘର୍ଷ ମଧ୍ଯରେ କୌଣସି ମୌଳିକ ପାର୍ଥକ୍ୟ ନାହିଁ ।

ଅନୁଚ୍ଛେଦ – ୬

ସେଣ୍ଟ୍ରାଲ ଆମେରିକାର ସୁବିସ୍ତୃତ ଜଙ୍ଗଲାଞ୍ଚଳ ବିଲୁପ୍ତ ହୋଇଯାଉଥ‌ିବା ଯୋଗୁଁ ସେଠାକାର ପରିବେଶ ଦୁର୍ଗତିର ସମ୍ମୁଖୀନ ହେବା ସଙ୍ଗେ ସଙ୍ଗେ ସମଗ୍ର ମାନବଜାତି ମଧ୍ୟ ବିପୁଳ ଭାବରେ କ୍ଷତିଗ୍ରସ୍ତ ହେଉଛି । ଏଠାକାର ସମୃଦ୍ଧ ଜୈବିକ ଦିଗରେ ନିୟୋଜିତ କରାଯିବାର ସମ୍ଭାବନାକୁ ଏଡ଼ି ହେଉନାହିଁ । ଉଦାହରଣ ସ୍ଵରୂପ, ୧୯୭୮ ମସିହାରେ ଦକ୍ଷିଣ ମେକ୍‌ସିକୋର ଜଙ୍ଗଲରୁ ଏକ ପ୍ରକାର ବଣୁଆ ଜାତୀୟ ଖାଦ୍ୟଶସ୍ୟର ସନ୍ଧାନ ମିଳିଲା । ବିଭିନ୍ନ ପ୍ରକାର କଲମି କୌଶଳ ପ୍ରୟୋଗ କରାଯିବା ଫଳରେ ଏଥିରୁ ଏପରି ଉତ୍କୃଷ୍ଟ ବିହନ ପ୍ରସ୍ତୁତ କରାଗଲା ଫସଲର ପରିମାଣରେ ବୃଦ୍ଧି ଘଟିବା ସଙ୍ଗେ ଡକ୍ଟର ମନି ଏସ୍. ହସେନ ନାମକ ଜନୈକ ବିଶେଷଜ୍ଞ ସୂଚାଇଛନ୍ତି ଯେ, କୋସ୍ତାରିକାର ଜଙ୍ଗଲାଞ୍ଚଳରେ ଦେଖାଯାଉଥ‌ିବା ଆବଶ୍ୟକୀୟ ଭେଷଜ ମହୌଷଧ୍ ମିଳିପାରିବାର ସମ୍ଭାବନା ରହିଅଛି । ଏଣୁ ଆମେ ବୁଝିପାରୁ ଯେ, ହାମ୍‌ବର୍ଗର ଖାଇବାର ଅଭ୍ୟାସକୁ ବଳବତ୍ତର ରଖୁବା ଯୋଗୁଁ ଉଭୟ ଯୁକ୍ତରାଷ୍ଟ୍ର ଆମେରିକା ଓ ସେଣ୍ଟ୍ରାଲ ଆମେରିକା ଗ୍ରୀଷ୍ମପ୍ରଧାନ ଅଞ୍ଚଳର ଘନଜଙ୍ଗଲରୂପୀ ଏକ ଉତ୍କୃଷ୍ଟ ପରିସଂସ୍ଥାକୁ ଯେପରି ବିପଦାପନ୍ନ କରୁଛନ୍ତି, ସେଥ‌ିପାଇଁ ଉଭୟ ପକ୍ଷ ଭବିଷ୍ୟତରେ ଦାରୁଣ ଭାବରେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଏଣୁ ଆସନ୍ନ ସଙ୍କଟ କବଳରୁ ନିଜ ନିଜକୁ ରକ୍ଷା କରିବାପାଇଁ ଉଭୟପକ୍ଷର ସହଯୋଗିତାମୂଳକ କାର୍ଯ୍ୟାନୁଷ୍ଠାନ ନିହାତି ଜରୁରୀ ବୋଧ ହେଉଛି ।

ଆମ ଦେଶ ସମେତ ପୃଥ‌ିବୀର ଯେ କୌଣସି ସ୍ଥାନରେ ପରିସଂସ୍ଥାୟ ଅଧୋଗତି ଯୋଗୁଁ କୌଣସି ପ୍ରକାର ପ୍ରାଣୀ ବା ଉଭିଦ ଯେପରି ଭାବରେ ନିଶ୍ଚିହ୍ନ ହୋଇଯାଉଛି, ତାହାର ସୁଦୂରପ୍ରସାରୀ ପ୍ରଭାବ ସମ୍ପର୍କରେ ଆମେ ଏ ପର୍ଯ୍ୟନ୍ତ ସମ୍ୟକ୍ ଜ୍ଞାନ ଅର୍ଜନ କରିନାହୁଁ । ଭାରତର ଜଙ୍ଗଲାଞ୍ଚଳ ମଧ୍ୟ ସେଣ୍ଟ୍ରାଲ ଆମେରିକା ଭଳି ଗୋଟିଏ ଉତ୍କୃଷ୍ଟ ‘ଜିପୁଲ’ ବା ‘ଜିନ୍ ଭଣ୍ଡାର’ । ଏଣୁ ଏହାକୁ ନଷ୍ଟ କରିଦେବାଦ୍ଵାରା ଆମେ ଭବିଷ୍ୟତରେ ପ୍ରଗତିର ପଥକୁ ମଧ୍ୟ ଅବରୁଦ୍ଧ କରି ଦେଉଛୁ । ଯେଉଁ ଉଭିଦ ଓ ପ୍ରାଣୀକୁ ମନୁଷ୍ୟ ବିଜ୍ଞାନାଶ୍ରୟୀ ଟେକ୍‌ନୋଲଜି ଅବଲମ୍ବନରେ କୃଷି, ଶିଳ୍ପ ବା ଚିକିତ୍ସା- ବିଜ୍ଞାନର ସମୃଦ୍ଧି ସାଧନ ଦିଗରେ ନିୟୋଜିତ କରିବ, ତତ୍‌ସମ୍ପର୍କୀୟ ପ୍ରାକ୍‌ସୂଚନା ଯୋଗାଇଦେବା ସମ୍ଭବ ନୁହେଁ । ଏହା କେବଳ ଏକ ଗବେଷଣା-ସାପେକ୍ଷ ତଥା ଅନୁସନ୍ଧାନ-ସାପେକ୍ଷ ବ୍ୟାପାର । ବିଗତ ଦୁଇ ଦଶନ୍ଧି ମଧ୍ୟରେ ଆଣବିକ ଜୀବ ବିଜ୍ଞାନ, ଅନୁବଂଶିକୀ ଓ ଅନୁବଂଶିକ ଅଭିଯାନ୍ତ୍ରିକୀ କ୍ଷେତ୍ରରେ ଯେଉଁ ପ୍ରକାର ତ୍ଵରାନ୍ବିତ ସମୃଦ୍ଧି ସାଧୁ ହେଉଛି, ତାହାର ଫଳ ସ୍ୱରୂପ ଉବିଷ୍ୟତରେ ‘ଜିନ୍ଫୁଲ’ ର ପଥାର୍ଥ ପ୍ରାୟେ।ଟିକ ବିନିଯୋଗ ବଳଯୋଗ ବଳରେ ମନୁଷ୍ୟ ନିଜ ଚାହି କରିବାର ନିଶ୍ଚିତ ସମ୍ଭାବନା ରହିଛି ।

ପ୍ରଶ୍ନବଳୀ :

(କ) ଏକ ନମ୍ବର ବିଶିଷ୍ଟ ପ୍ରଶ୍ନ : ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
୧। ଦକ୍ଷିଣ ମେକ୍‌ସିକୋର ଜଙ୍ଗଲରୁ ମିଳୁଥିବା ଖାଦ୍ୟଶସ୍ୟର ଜାତୀୟ କଲମିର ଫଳ କ’ଣ ହେଲା ?
୨। ଆସନ୍ନ ସଙ୍କଟ କବଳରୁ ରକ୍ଷା ପାଇବାପାଇଁ କେଉଁ ଦୁଇ ପକ୍ଷର ସହଯୋଗିତା ଆବଶ୍ୟକ ?
୩ । ପରିସଂଘୀୟ ଅଧୋଗତି ପାଇଁ ଆମ ଦେଶର କ’ଣ ହୋଇଯାଉଛି ?
୪ । ଆମେ ଭାରତର ଭବିଷ୍ୟତ ପ୍ରଗତି ପଥକୁ କିପରି ଅବରୁଦ୍ଧ କରୁଛୁ ?

(ଖ) ଦୁଇ ନମ୍ବର ବିଶିଷ୍ଟ ପ୍ରଶ୍ନ : ଦୁଇଟି ବାକ୍ୟରେ ଉତ୍ତର ଲେଖ ।
୧। ସେଣ୍ଟ୍ରାଲ୍ ଆମେରିକାର ସୁବିସ୍ତୃତ ଜଙ୍ଗଲାଞ୍ଚଳ ବିଲୁପ୍ତ ହେଲେ ମାନବ ଜାତିର କିପରି କ୍ଷତି ହେବ ?
୨। କୋସ୍ତାରିକାର ଜଙ୍ଗଲ ଅଞ୍ଚଳରେ କ’ଣ ମିଳିବାର ସମ୍ଭାବନା ଅଛି ?
୩ । କାହାରା ପ୍ରାୟୋଗିକ ବିନିଯୋଗ ବଳରେ ମନୁଷ୍ୟ ନିଜର ଚାହିଦା ପୂରଣ କରିପାରିବ ?

ସମ୍ଭାବ୍ୟ ଉତ୍ତର :

(କ) ୧ । ଦକ୍ଷିଣ ମେକ୍‌ସିକୋର ଜଙ୍ଗଲରୁ ମିଳୁଥ‌ିବା ଖାଦ୍ୟଶସ୍ୟରେ ଜାତୀୟ କଲମି କୌଶଳ ପ୍ରୟୋଗ କରାଯିବା ଫଳରେ, ସେଥୁ ଉତ୍କୃଷ୍ଟ ବିହନ ପ୍ରସ୍ତୁତ କରାଗଲା; ଯାହାକି ଫସଲ ପରିମାଣ ବୃଦ୍ଧି କରିବା ସହିତ, ଉଭିଦର ଜଣାଶୁଣା ଭାଇରସ୍‌ମାନଙ୍କଦ୍ୱାରା ସଂକ୍ରମିତ ହେଲାନାହିଁ ।
୨। ଆସନ୍ନ ସଙ୍କଟ କବଳରୁ ରକ୍ଷା ପାଇବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଓ ସେଣ୍ଟ୍ରାଲ୍ ଆମେରିକାର ସହଯୋଗିତା ଆବଶ୍ୟକ !
୩ । ପରିସଂଘୀୟ ଅଧୋଗତି ପାଇଁ ଆମ ଦେଶରେ ପ୍ରାଣୀ ଓ ଉଦ୍ଭିଦ ନିଶ୍ଚିହ୍ନ ହୋଇଯାଉଛି ।
୪। ଆମେ ଭାରତର ଜଙ୍ଗଲାଞ୍ଚଳ ଭଳି ଉତ୍କୃଷ୍ଟ ’ଜିପୁଲ’ ବା ‘ଜିନ୍‌ଭଣ୍ଡାର’କୁ ନଷ୍ଟ କରିଦେବାଦ୍ଵାରା, ଭବିଷ୍ୟତ ପ୍ରଗତି ପଥକୁ ଅବରୁଦ୍ଧ କରୁଛୁ ।

(ଖ) ୧। ସେଣ୍ଟ୍ରାଲ୍ ଆମେରିକାର ସୁବିସ୍ତୃତ ଜଙ୍ଗଲାଞ୍ଚଳ ବିଲୁପ୍ତ ହେଲେ ମାନବ ଜାତିର ବିପୁଳ କ୍ଷତି ହେବ । ଜଙ୍ଗଲାଞ୍ଚଳ ବିଲୁପ୍ତ ହେଲେ, ସମୃଦ୍ଧ ଜୈବିକ ଅନୁବଂଶିକ ଉତ୍ସ ନଷ୍ଟ ହୋଇଯିବ ଏବଂ କୃଷି, ଶିଳ୍ପ ଓ ଚିକିତ୍ସା ବିଜ୍ଞାନର ସମୃଦ୍ଧି ହୋଇପାରିବ ନାହିଁ ।
୨। କୋସ୍ତାରିକାର ଜଙ୍ଗଲ ଅଞ୍ଚଳରେ ପ୍ରାୟ ୧୫୦୦ ପ୍ରକାର ଉଭିଦ ରହିଛନ୍ତି । ସେଥିମଧ୍ୟରୁ ଶତକଡ଼ା ୧୫ ଭାଗ ଉଭିଦରୁ ଦୁରାରୋଗ୍ୟ କ୍ୟାନ୍ସର ବ୍ୟାଥ୍‌ର ଉପଶମ ପାଇଁ ଆବଶ୍ୟକୀୟ ଭେଷଜ ମହୌଷଧ୍ ମିଳିପାରିବ ।
୩। ବିଗତ ଦୁଇ ଦଶନ୍ଧି ମଧ୍ୟରେ ଆଣବିକ ଜୀବବିଜ୍ଞାନ, ଅନୁବଂଶିକୀ ଓ ଅନୁବଂଶିକ ଅଭିଯାନ୍ତ୍ରିକୀ କ୍ଷେତ୍ରରେ ତ୍ବରାନ୍ବିତ ସମୃଦ୍ଧି ସାଧୂ ହେଉଛି । ଫଳସ୍ବରୂପ ଭବିଷ୍ୟତରେ ‘ଜିନ୍ ପୁଲର’ର ଯଥାର୍ଥ ପ୍ରାୟୋଗିକ ବିନିଯୋଗ ବଳରେ ମନୁଷ୍ୟ ନିଜର ଚାହିଦା ପୂରଣ କରିପାରିବ ।

ଅନୁଚ୍ଛେଦ – ୭

ଆମ ଦେଶ ଗୋଟିଏ କୃଷିପ୍ରଧାନ ଦେଶ । ଏ ଦେଶର ଗାଁ ଗହଳରେ ବାସ କରୁଥିବା ବିପୁଳସଂଖ୍ୟକ ଜନସାଧାରଣ କୃଷି ନିର୍ଭରଶୀଳ ହୋଇଛନ୍ତି । ସୁଖର କଥା ଯେ, ବିଗତ ଦଶନ୍ଧିରେ ଆମ ଦେଶର କେତେକ ରାଜ୍ୟରେ କୃଷି କ୍ଷେତ୍ରରେ ବିଜ୍ଞାନସମ୍ମତ ପ୍ରଗତିଶୀଳ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଥ୍ଳବା ଯୋଗୁଁ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଅଭୂତପୂର୍ବ ଅଭିବୃଦ୍ଧି ଘଟିଛି ଏବଂ ଖାଦ୍ୟ ଚାହିଦା ପୂରଣ ଦୃଷ୍ଟିରୁ ଆମେ ପ୍ରାୟତଃ ସ୍ଵାବଲମ୍ବୀ ହୋଇପାରିଛୁ । ଇତ୍ୟବସରରେ କୃଷି ଉତ୍ପାଦନରେ ଅଭିବୃଦ୍ଧି ଘଟାଇବାପାଇଁ ଆମେ ଅବଶ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଭଳି ଉନ୍ନତ ବିହନ, କୃତ୍ରିମ ବା ଅଜୈବ ରାସାୟନିକ ସାର, କୀଟନାଶକ ଦ୍ରବ୍ୟ ଓ ଚାହିଦା ମୁତାବକ ଉପଯୁକ୍ତ ମାତ୍ରାର ଜଳଯୋଗାଣ ପ୍ରଭୃତି ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରିଥିବାରୁ ଉତ୍ପାଦନର ମାତ୍ରା ଏତେ ଅଧ‌ିକ ହୋଇଛି । ଜମି ହଳ କରିବାପାଇଁ ଟ୍ରାକ୍ଟରଗୁଡ଼ିକୁ ବ୍ୟବହାର ଏ ପରିପ୍ରେକ୍ଷୀରେ ଆମେ ବୁଝିବାର କଥା ଯେ, ସ୍ଵଳ୍ପମିଆଦୀ ସୂତ୍ରରେ ଦେଶର ବିପୁଳ-ସଂଖ୍ୟକ ତଥା କ୍ରମବର୍ଷମାନ ଜନସାଧାରଣଙ୍କୁ ଖାଦ୍ୟ ଯୋଗାଇଦେବା

ପାଇଁ ଏପରି ବ୍ୟବସ୍ଥା ବେଶ୍ ସମୟୋପଯୋଗୀ ହୋଇଛି । ମାତ୍ର ଦୀର୍ଘମିଆଦୀ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ହେବ ଏବଂ ବିଜ୍ଞାନର ଏ ଦିଗରେ ଅଗ୍ରଗତି ପ୍ରତି ସଚେତନ ରହିବା ସଙ୍ଗେ କରିବାକୁ ହେବ । କୃଷିଜାତ ଦ୍ରବ୍ୟ ଉତ୍ପାଦନରେ ବିଶେଷ ପାରଙ୍ଗମତା ପ୍ରଦର୍ଶନ କରିଥିବା ଯୁକ୍ତରାଷ୍ଟ୍ର ଆମେରିକା ଭଳି ରାଷ୍ଟ୍ରଗୁଡ଼ିକ ଇତ୍ୟବସରରେ ଜାଣିଗଲେଣି ଯେ, ସୁବିସ୍ତୃତ ଅଞ୍ଚଳରେ ଯାନ୍ତ୍ରିକ ପଦ୍ଧତି ତଥା କୃତ୍ରିମ ଅଜୈବ ସାର ଯୋଗାଇ ଦିଆଯାଉଥ‌ିବା ଛୋଟ ଛୋଟ ଜମିରୁ ମଧ୍ୟ ଜୈବିକ ସାର ପ୍ରୟୋଗ ପଦ୍ଧତି ଅବଲମ୍ବନରେ ତଦନୁରୂପ ମାତ୍ରାର ଫସଲ ଅମଳ କରିବା ସମ୍ଭବ ହେଉଛି । କୃତ୍ରିମ ରାସାୟନିକ ସାର ଓ କୀଟନାଶକ ଦ୍ରବ୍ୟଗୁଡ଼ିକୁ ଅତି ମାତ୍ରାରେ ପ୍ରୟୋଗ କରିବା

ଫଳରେ ଭୂପୃଷ୍ଠର ବିରଳ ମୃତ୍ତିକା ସ୍ତର ଅନୁଦ୍ଧରଣୀୟ ମାର୍ଗରେ ଦୂଷିତ ହେଉଥ‌ିବାର ଉପଲବଧୂ ମଧ୍ୟ ସେମାନଙ୍କୁ ବିକଳ୍ପ ପନ୍ଥାର ଆଶ୍ରୟ ନେବାକୁ ବାଧ୍ୟ କଲାଣି । ଜମି ଉପରେ ପଡୁଥିବା ଚାପକୁ ଲାଘବ କରିବାପାଇଁ ଏବଂ ଜମିର ଉର୍ବରାଶକ୍ତିକୁ ଅଧ୍ୟକ କ୍ଷତିଗ୍ରସ୍ତ ନ କରିବା ପାଇଁ କିଛି ଦିନ ପାଇଁ ଜମିକୁ ପଡ଼ିଆ ରଖାଯାଉଛି । ନିକଟ ଅତୀତରେ ଆଣବିକ ଜୀବବିଜ୍ଞାନ ଓ ଅନୁବଂଶିକ ଅଭିଯାନ୍ତ୍ରିକୀ ଅ।ଧାରିତ ଗବେଷଣାପ୍ରସୂତ ଅବଦାନଗୁଡ଼ିତ୍ରକୁ ପ୍ରୟେ।ଗ ଫଳରେ ଜମିକୁ ଉର୍ବର କରାଯିବାର ପନ୍ଥା ବେଶ୍ ଫଳପ୍ରଦ ହେଉଥ‌ିବାର ଲକ୍ଷ୍ୟ କରାଯାଉଛି । ଶସ୍ୟକ୍ଷେତ୍ରକୁ ଯବକ୍ଷାରଜାନଦ୍ୱା ପରିପୁଷ୍ଟ କରିବାପାଇଁ ଯେପରି କୃତ୍ରିମ ସାର ପ୍ରୟୋଗ କରାଯାଉଥିଲା, ତତ୍‌ପରିବର୍ତ୍ତେ ବ୍ୟାକ୍ଟେରିଆମାନଙ୍କ ଜରିଆରେ ବାୟୁମଣ୍ଡଳରୁ ସଂଗୃହୀତ ଯବକ୍ଷାରଜାନକୁ ଉଭିଦର ଅଭିବୃଦ୍ଧି ପାଇଁ ବ୍ୟବହାରଯୋଗ୍ୟ ମାର୍ଗରେ ଯୋଗାଇ ଦିଆଯିବା ସମ୍ଭବ ହେଲାଣି । ବିଭିନ୍ନ ଜୈବିକସାରଗୁଡ଼ିକର ଉତ୍ପାଦନ ପାଇଁ ବ୍ୟାକ୍ଟେରିଆ ପୋଷଣ ରୂପୀ କାରଖାନାଗୁଡ଼ିକର ସମୃଦ୍ଧି ସାଧନ ଦିଗରେ ବର୍ତ୍ତମାନ ବ୍ୟାପକ ଆଲୋଚନା ଚାଲିଛି ।

ପ୍ରଶ୍ନବଳୀ :

(କ) ଏକ ନମ୍ବର ବିଶିଷ୍ଟ ପ୍ରଶ୍ନ : ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। କେଉଁ ବ୍ୟବସ୍ଥା କାର୍ଯ୍ୟକାରୀ କରିବାଦ୍ୱାରା ଆମ ଦେଶରେ ଉତ୍ପାଦନର ମାତ୍ରା ବଢ଼ିଛି ?
୨। ଦୀର୍ଘମିଆଦି ସୂତ୍ରରେ ଶସ୍ୟକ୍ଷେତ୍ରର ସୁରକ୍ଷା ପାଇଁ କିପରି ପଦକ୍ଷେପ ନେବାକୁ ହେବ ?
୩ । କୃତ୍ରିମ ରାସାୟନିକ ସାର ଓ କୀଟନାଶକର ପ୍ରୟୋଗ ଫଳରେ କ’ଣ ହେଉଛି ?
୪। କେଉଁ କାରଖାନାଗୁଡ଼ିକର ସମୃଦ୍ଧି ସାଧନ ଦିଗରେ ବର୍ତ୍ତମାନ ବ୍ୟାପକ ଆଲୋଚନା ଚାଲିଛି ?

(ଖ) ଦୁଇ ନମ୍ବର ବିଶିଷ୍ଟ ପ୍ରଶ୍ନ : ଦୁଇଟି ବାକ୍ୟରେ ଉତ୍ତର ଲେଖ ।
୧ । ଭାରତବର୍ଷ ଖାଦ୍ୟ ଚାହିଦା ପୂରଣରେ କିପରି ସ୍ବାବଲମ୍ବୀ ହୋଇପାରିଛି ?
୨। କ୍ରମବର୍ଦ୍ଧମାନ ଜନସାଧାରଣଙ୍କୁ ଖାଦ୍ୟ ଯୋଗାଇବାପାଇଁ କେଉଁ ଅବସ୍ଥା ବେଶ୍ ସମୟ ଉପଯୋଗୀ ?
୩। କେଉଁ ଗବେଷଣାପ୍ରସୂତ ଅବଦାନ ଫଳରେ ଜମିକୁ ଉର୍ବର ରଖାଯାଇପାରିବ ?

ସମ୍ଭାବ୍ୟ ଉତ୍ତର :

(କ) ୧। ବିଜ୍ଞାନସମ୍ମତ ପ୍ରଗତିଶୀଳ ପଦକ୍ଷେପ କାର୍ଯ୍ୟକାରୀ କରିବାଦ୍ୱାରା ଆମ ଦେଶରେ ଉତ୍ପାଦନର ମାତ୍ରା ବଢ଼ିଛି ।
୨। ଦୀର୍ଘମିଆଦି ସୂତ୍ରରେ ଶସ୍ୟକ୍ଷେତ୍ରରେ ସୁରକ୍ଷା ପାଇଁ ଅତ୍ୟାଧୁନିକ ବିଜ୍ଞାନାଶ୍ରୟୀ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ ।
୩ । କୃତ୍ରିମ ରାସାୟନିକ ଓ କୀଟନାଶକର ପ୍ରୟୋଗ ଫଳରେ ଭୂପୃଷ୍ଠର ବିରଳ ମୃତ୍ତିକାସ୍ତର ଅନୁଦ୍ଧରଣୀୟ ମାର୍ଗରେ ଦୂଷିତ ହେଉଛି ।
୪ । ଜୈବିକ ସାରଗୁଡ଼ିକର ଉତ୍ପାଦନ ପାଇଁ ବ୍ୟାକ୍ଟେରିଆ ପୋଷଣ ରୂପୀ କାରଖାନାଗୁଡ଼ିକର ସମୃଦ୍ଧି ସାଧନ ଦିଗରେ ବର୍ତ୍ତମାନ ବ୍ୟାପକ ଆଲୋଚନା ହେଉଛି ।

(ଖ) ୧। ଭାରତବର୍ଷ ବିଜ୍ଞାନସମ୍ମତ ପ୍ରଗତିଶୀଳ ପଦକ୍ଷେପ ନେଇଥ‌ିବାରୁ ଖାଦ୍ୟ ଉତ୍ପାଦନରେ ଅଭିବୃଦ୍ଧି ଘଟିଛି । ଫଳସ୍ୱରୂପ ଖାଦ୍ୟ ଚାହିଦା ଦୃଷ୍ଟିରୁ ଉ।ରତବର୍ଷ ସ୍ୱାବଲମ୍ବୀ ହେ।ଇପାରିଛିା
୨। କୃଷିର ଅଭିବୃଦ୍ଧି ଘଟାଇବାପାଇଁ ଟ୍ରାକ୍ଟରରେ ହଳ କରିବା, ଉନ୍ନତ ବିହନ ବ୍ୟବହାର କରିବା, ଅଜୈବ ରାସାୟନିକ ସାର ବ୍ୟବହାର କରିବା, କୀଟନାଶକ ବ୍ୟବହାର ସହିତ ଉପଯୁକ୍ତ ଜଳ ଯୋଗାଇବାକୁ ହେବ । ଫଳରେ କ୍ରମବର୍ଦ୍ଧମାନ ଜନସାଧାରଣଙ୍କୁ ଖାଦ୍ୟ ଯୋଗାଇବାପାଇଁ ଉପରୋକ୍ତ ବ୍ୟବସ୍ଥା ବେଶ୍ ସମୟ ଉପଯୋଗୀ ।
୩ । ଆଣବିକ ଜୀବବିଜ୍ଞାନ ଓ ଅନୁବଂଶିକ ଅଭିଯାନ୍ତ୍ରିକୀ ଆଧାରିତ ଗବେଷଣାପ୍ରସୂତ ଅବଦାନଗୁଡ଼ିକ ପ୍ରୟୋଗ କରାଯାଉଛି । ଫଳରେ ଏଭଳି ଗବେଷଣାପ୍ରସୂତ ଅବଦାନ ପାଇଁ ଜମିକୁ ଉର୍ବର ରଖାଯାଇପାରିବ ।