CHSE Odisha Class 12 Economics Chapter 10 Objective Questions in Odia Medium

Odisha State Board CHSE Odisha Class 12 Economics Solutions Chapter 10  ବଜାର Objective Questions.

CHSE Odisha 12th Class Economics Chapter 10 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. କେଉଁ ବଜାରରେ ଅଳ୍ପ ସଂଖ୍ୟକ ବିକ୍ରେତ ଥାଆନ୍ତି ?
(A) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର
(B) ଏକାଧିକାର ବଜାର
(C) ଅଚ୍ଛାଧ୍ୟାର ବଜାର
(D) ଏକାଧିକାରୀ ପ୍ରତିଯୋଗିତାମୂଳକ ବଜାର
Answer:
(C) ଅଚ୍ଛାଧ୍ୟାର ବଜାର

2. ଆନ୍ତଃ ନିର୍ଭରଶୀଳତା କେଉଁ ବଜାରର ପ୍ରମୁଖ ବୈଶିଷ୍ଟ୍ୟ ?
(A) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର
(B) ଏକାଧିକାର ବଜାର
(C) ଅଚ୍ଛାଧିକାର ବଜାର
(D) ଏକାଧ୍ୟାକାରୀ ପ୍ରତିଯୋଗିତାମୂଳକ ବଜାର
Answer:
(C) ଅଚ୍ଛାଧିକାର ବଜାର

3. ସମଜାତୀୟ ଦ୍ରବ୍ୟର କାରବାର କେଉଁ ବଜାରରେ ହୋଇଥାଏ ?
(A) ଏକାଧିକାର ବଜାର
(B) ଏକାଧ୍ୟାକାରୀ ପ୍ରତିଯୋଗିତାମୂଳକ ବଜାର
(C) ଅଚ୍ଛାଧିକାର ବଜାର
(D) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର
Answer:
(D) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର

4. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର ଚାହିଦା ରେଖା :
(A) ଆନୁଭୂମିକ ହୋଇଥାଏ
(B) ଉଲ୍ଲମ୍ବ ହୋଇଥାଏ
(C) ନିମ୍ନଗାମୀ ହୋଇଥାଏ
(D) ଊର୍ଦ୍ଧ୍ୱଗାମୀ ହୋଇଥାଏ
Answer:
(A) ଆନୁଭୂମିକ ହୋଇଥାଏ

5. କେଉଁ ବଜାରରେ ଜଣେ ମାତ୍ର ବିକ୍ରେତା ଥାଆନ୍ତି ?
(A) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର
(B) ଏକାଧ୍ୟାକାରୀ ବଜାର
(C) ଅଚ୍ଛାଧ୍ୟାର ବଜାର
(D) ଏକାଧ୍ୟାକାରୀ ପ୍ରତିଯୋଗିତାମୂଳକ ବଜାର
Answer:
(B) ଏକାଧ୍ୟାକାରୀ ବଜାର

CHSE Odisha Class 12 Economics Chapter 10 Objective Questions in Odia Medium

6. ଅର୍ଥନୀତିରେ ବଜାର କହିଲେ କ’ଣ ବୁଝାଏ ?
(A) ନିର୍ଦ୍ଦିଷ୍ଟ ଭୌଗୋଳିକ ସ୍ଥାନ
(B) କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ସମନ୍ଵୟ
(C) ଦ୍ରବ୍ୟର ବିକ୍ରୟ
(D) ଉପରୋକ୍ତ ସମସ୍ତ
Answer:
(B) କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ସମନ୍ଵୟ

7. ନିମ୍ନୋକ୍ତ କେଉଁଟି ପୂର୍ବ ପ୍ରତିଦ୍ବନ୍ଦିତାମୂଳକ ବଜାରର ବୈଶିଷ୍ଟ୍ୟ ନୁହେଁ ?
(A) ଅସଂଖ୍ୟ କ୍ରେତା ଓ ବିକ୍ରେତା
(B) ଅବାଧ ପ୍ରବେଶ ଓ ପ୍ରସ୍ଥାନ
(C) ସର୍ବାଧ‌ିକ ଲାଭ
(D) ସମଜାତୀୟ ଦ୍ରବ୍ୟ
Answer:
(C) ସର୍ବାଧ‌ିକ ଲାଭ

8. କେଉଁ ବଜାରରେ ପ୍ରତିଯୋଗୀ ପ୍ରତିଷ୍ଠାନମାନେ ଦରଗ୍ରହଣକାରୀ ପ୍ରତିଷ୍ଠାନ ଭାବେ ବିବେଚିତ ହୁଅନ୍ତି ?
(A) ପୂର୍ଣ ପ୍ରତିଯୋଗିତାମୂଳକ ବଜାର
(B) ଏକାଧିକାର ବଜାର
(C) ଅଚ୍ଛାଧିକାର ବଜାର
(D) ଏକାଧିକାରୀ
Answer:
(A) ପୂର୍ଣ ପ୍ରତିଯୋଗିତାମୂଳକ ବଜାର

9. ନିମ୍ନୋକ୍ତ କେଉଁଟି ଏକାଧ୍ୟାର ବଜାରର ବୈଶିଷ୍ଟ୍ୟ ?
(A) ଏକକ ବିକ୍ରେତା ବା ପ୍ରତିଷ୍ଠା
(B) ଅସଂଖ୍ୟ କ୍ରେତା
(C) ପ୍ରତିସ୍ଥାପକ ଦ୍ରବ୍ୟର ଅନୁପସ୍ଥିତି
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

10. ଦ୍ରବ୍ୟର ବଜାର ଦର କିଭଳି ନିର୍ଦ୍ଧାରିତ ହୁଏ ?
(A) ଦ୍ରବ୍ୟର ଯୋଗାଣଦ୍ଵାରା
(B) ଦ୍ରବ୍ୟର ଚାହିଦାଦ୍ୱାରା
(C) ଉଭୟ (A) ଓ (B)
(D) ଦ୍ରବ୍ୟ ଉତ୍ପାଦନ ପରିବ୍ୟୟ ଦ୍ବାରା
Answer:
(C) ଉଭୟ (A) ଓ (B)

11. କେଉଁ ବଜାରରେ କ୍ରେତା ବା ବିକ୍ରେତା ଦ୍ରବ୍ୟର ଦରକୁ ପ୍ରଭାବିତ କରିପାରି ନ ଥାନ୍ତି ?
(A) ଅଚ୍ଛାଧ୍ୟାର ବଜାର
(B) ଏକାଧିକାର ବଜାର
(C) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର
(D) ଏକାଧିକାର ବଜାର
Answer:
(C) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର

12. ବଜାର ଦର ନିର୍ଦ୍ଧାରଣ କ୍ଷେତ୍ରରେ କାହାର ଅଧିକ ପ୍ରଭାବ ରହିଥାଏ ?
(A) ଯୋଗାଣ
(B) ଚାହିଦା
(C) ଉଭୟ (A) ଓ (B)
(D) କୌଣସିଟି ନୁହେଁ
Answer:
(B) ଚାହିଦା

13. କେଉଁ କାଳରେ ଯୋଗାଣର ବୃଦ୍ଧି ଘଟି ନଥାଏ ?
(A) ବଜାର କାଳ
(B) ସ୍ୱଳ୍ପକାଳ
(C) ଦୀର୍ଘକାଳ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ବଜାର କାଳ

14. ଦୀର୍ଘକାଳୀନ ଦାମ୍ ହେଉଛି :
(A) ବଜାର ଦାମ୍
(B) ବାସ୍ତବ ଦାମ୍
(C) ସ୍ଵାଭାବିକ ଦାମ୍
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ସ୍ଵାଭାବିକ ଦାମ୍

15. ସ୍ରାପ୍ୟ ଦ୍ରବ୍ୟର ଦାମ୍ ହେଉଛି :
(A) ବଜାର ଦାମ୍
(B) ସ୍ଵାଭାବିକ ଦାମ୍
(C) ବାସ୍ତବ ଦାମ୍
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ସ୍ଵାଭାବିକ ଦାମ୍

16. ପୂର୍ଣ୍ଣ ପ୍ରତିଯୋଗିତା ବଜାରରେ ବିକ୍ରେତା ସଂଖ୍ୟା :
(A) ଦୁଇଜଣ
(B) ବିପୁଳ ସଂଖ୍ୟକ
(C) ଅସଂଖ୍ୟକ
(D) ଜଣେ ମାତ୍ର
Answer:
(B) ବିପୁଳ ସଂଖ୍ୟକ

17. କେଉଁ ବଜାରରେ ଦାମ୍ ଏକ ପ୍ରକାର ଥାଏ ?
(A) ଏକାଧିକାର
(B) ଅଚ୍ଛାଧ୍ୟାକାର
(C) ପୂର୍ଣ୍ଣ ପ୍ରତିଯୋଗିତା
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ପୂର୍ଣ୍ଣ ପ୍ରତିଯୋଗିତା

18. କେଉଁ ବଜାର କ୍ଷେତ୍ରରେ ନୂତନ ପ୍ରତିଷ୍ଠାନମାନଙ୍କର ପ୍ରବେଶ ନିଷେଧ ?
(A) ପୂର୍ଣ୍ଣ ପ୍ରତିଯୋଗିତା
(B) ଏକାଧ୍ୟାକାର
(C) ଅଚ୍ଛାଧିକାର
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ଏକାଧ୍ୟାକାର

CHSE Odisha Class 12 Economics Chapter 10 Objective Questions in Odia Medium

19. ଏକାଧିକାର ସ୍ଵତ୍ଵ ବିହୀନ ବଜାର ବ୍ୟବସ୍ଥାକୁ କ’ଣ କୁହାଯାଏ ?
(A) ପୂର୍ଣ୍ଣ ପ୍ରତିଯୋଗିତା
(B) ଶୁଦ୍ଧ ପ୍ରତିଯୋଗିତା
(C) ଏକାଧ୍ଵର
(D) ଅଚ୍ଛାଧ୍ୟାକାର
Answer:
(B) ଶୁଦ୍ଧ ପ୍ରତିଯୋଗିତା

20. ଉଭୟ ‘ଏକାଧ୍ଵର’ ଓ ପ୍ରତିଯୋଗିତା ଯେଉଁ ବଜାର ବ୍ୟବସ୍ଥାରେ ପରିଲକ୍ଷିତ ହୁଏ, ସେହି ବଜାର ବ୍ୟବସ୍ଥାକୁ କ’ଣ କୁହାଯାଏ ?
(A) ଏକାଧିକାର
(B) ପୂର୍ଣ୍ଣପ୍ରତିଯୋଗିତାମୂଳକ
(C) ଅଚ୍ଛାଧ୍ୟାକାର
(D) ଏକାଧ୍ୟାକାରୀ ପ୍ରତିଯୋଗିତାମୂଳକ
Answer:
(D) ଏକାଧ୍ୟାକାରୀ ପ୍ରତିଯୋଗିତାମୂଳକ

21. କେଉଁ ବଜାର ସ୍ଥିତିରେ ଉତ୍ପାଦନକାରୀମାନେ ବିଜ୍ଞାପନ ଉପରେ ବହୁଳ ପରିମାଣରେ ଖର୍ଚ୍ଚ କରିଥା’ଛି ?
(A) ଅଚ୍ଛାଧିକାର
(B) ପୂର୍ଣ୍ଣ ପ୍ରତିଯୋଗିତାମୂଳକ
(C) ଏକାଧ୍ୟାକାରୀ ପ୍ରତିଯୋଗିତାମୂଳକ
(D) ଏକାଧିକାର
Answer:
(C) ଏକାଧ୍ୟାକାରୀ ପ୍ରତିଯୋଗିତାମୂଳକ

B. ଶୂନ୍ୟସ୍ଥାନ ପୂରଣ କର ।

1. କୌଣସି ଦ୍ରବ୍ୟର କ୍ରୟ ବିକ୍ରୟ ନିମିତ୍ତ କ୍ରେତା ଓ ବିକ୍ରେତାମାନଙ୍କୁ ପରସ୍ପର ସହିତ ଯୋଗାଯୋଗ କରିବାପାଇଁ କୌଣସି ______________ କୁହାଯାଏ ।
Answer:
ବଜାର

2. ଯେଉଁ ବଜାରରେ ବିପୁଳ ସଂଖ୍ୟକ ବଜାର ଦର ସମ୍ପର୍କରେ ସମ୍ପୂର୍ଣ୍ଣ ଜ୍ଞାନ ଥିବା କ୍ରେତା ଓ ବିକ୍ରେତା ଥାଆନ୍ତି ଏବଂ ସେମାନେ କୌଣସି ପ୍ରତିବନ୍ଧକ ନଥାଇ ଏକ ସମଜାତୀୟ ଦ୍ରବ୍ୟର କିଣାବିକା କରନ୍ତି, ତାହାକୁ _____________ ବଜାର କୁହାଯାଏ ।
Answer:
ପୂର୍ଣ୍ଣ ପ୍ରତିଯୋଗିତାମୂଳକ

3. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ, ଉତ୍ପାଦନ ପ୍ରତିଷ୍ଠାନଗୁଡ଼ିକ ଶିଳ୍ପ ମଧ୍ୟକୁ ଅବାଧ ପ୍ରବେଶ ଓ _____________ କରିପାରନ୍ତି ।
Answer:
ପ୍ରସ୍ଥାନ

4. _____________ ପରିବହନ ବ୍ୟୟ ପୂର୍ଣପ୍ରତିଯୋଗିତାମୂଳକ ବଜାରର ଏକ ଆବଶ୍ୟକତା ।
Answer:
ଶୂନ୍ଯ

5. ଚାମ୍ବରଲିନ୍‌ଙ୍କ ମତରେ, ____________ ର ଅନୁପସ୍ଥିତିକୁ ଶୁଦ୍ଧ ପ୍ରତିଯୋଗିତା କୁହାଯାଏ ।
Answer:
ଏକାଧିକାର

6. ପୂର୍ଣ୍ଣ ପ୍ରତିଯୋଗିତାରେ ପ୍ରତ୍ୟେକ ପ୍ରତିଷ୍ଠାନର ଚାହିଦା ରେଖା ____________ ସ୍ଥିତିସ୍ଥାପକ ହୋଇଥାଏ ।
Answer:
ସମ୍ପୂର୍ଣ୍ଣ

7. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର ଏକ ______________ ବଜାର ଅବସ୍ଥା ଅଟେ ଓ ବାସ୍ତବରେ ଏପ୍ରକାରର ବଜାର ପ୍ରାୟ ଦେଖିବାକୁ ମିଳେ ନାହିଁ ।
Answer:
ତାତ୍ତ୍ଵିକ

8. ଏକାଧିକାର ବଜାର କହିଲେ _____________ ମାତ୍ର ବିକ୍ରେତାଙ୍କୁ ବୁଝାଏ ।
Answer:
ଜଣେ

9. ଏକାଧିକାର ବଜାରରେ, ଏକାଧ୍ୟାକାରୀ ଏପରି ଏକ ଦ୍ରବ୍ୟ ବିକ୍ରୟ କରନ୍ତି ଯାହାର କୌଣସି ନିକଟତମ _____________ ଦ୍ରବ୍ୟ ଉପଲବ୍ଧ ହୁଏ ନାହିଁ ।
Answer:
ବିକଳ୍ପ

CHSE Odisha Class 12 Economics Chapter 10 Objective Questions in Odia Medium

10. ଏକାଧିକାରୀ ଦ୍ରବ୍ୟର ଦର ହ୍ରାସ କରି ବିକ୍ରୟ ବୃଦ୍ଧି କରିପାରନ୍ତି, ଅଥବା ଉତ୍ପାଦନ _______________ କରି ଦ୍ରବ୍ୟର ଦର ବୃଦ୍ଧି କରିପାରନ୍ତି।
Answer:
ହ୍ରାସ

11. ପୂର୍ଣ୍ଣ ପ୍ରତିଯୋଗିତାରେ ଚାହିଦା ରେଖା ଏକ _____________ ସରଳରେଖା ହୋଇଥାଏ ।
Answer:
ଆନୁଭୂମିକ

12. ଏକାଧିକାରୀ _______________ ଚାହିଦାରେଖାର ସମ୍ମୁଖୀନ ହୁଅନ୍ତି ।
Answer:
ନିମ୍ନଗାମୀ

13. _______________ ବଜାରର ଏକ ବୈଶିଷ୍ଟ୍ୟ ହେଉଛି ଦ୍ରବ୍ୟ ବିଭେଦନ ।
Answer:
ଏକାଧ୍ୟାକାରୀ

14. _____________ ବଜାରରେ ଏକାଧିକାର ବଜାରର କିଛି ଲକ୍ଷଣ ଓ ଏକାଧ୍ଵକାରମୂଳକ ପ୍ରତିଯୋଗିତା ବଜାରର କିଛି ଲକ୍ଷଣ ଦେଖାଯାଏ ।
Answer:
ଅଧିକାର

15. ଯେତେବେଳେ ଚାହିଦା ଓ ଯୋଗାଣ ପରସ୍ପର ସହିତ ସମତୁଲ ଅବସ୍ଥାରେ ଥାଆନ୍ତି, ସେତେବେଳେ ନିର୍ଦ୍ଧାରିତ ବଜାର _____________ ଦର କୁହାଯାଏ ।
Answer:
ସନ୍ତୁଳନ

16. ଉପଭୋକ୍ତା ଉପଭୋଗ ସମୟରେ ବଜାର ଦରକୁ_____________ ସହ ତୁଳନା କରନ୍ତି ।
Answer:
ସୀମାନ୍ତ ଉପଯୋଗିତା

17. ଉତ୍ପାଦନକାରୀ ଉତ୍ପାଦନ ସମୟରେ ବଜାର ଦରକୁ _____________ ସହ ତୁଳନା କରନ୍ତି ।
Answer:
ସୀମାନ୍ତ ପରିବ୍ୟୟ

18. ବଜାର କାଳରେ ଚାହିଦା ଓ ଯୋଗାଣ ମଧ୍ୟରେ ଥ‌ିବା ସନ୍ତୁଳନ ____________ ଅଟେ ।
Answer:
କ୍ଷଣସ୍ଥାୟୀ

19. କୌଣସି ଏକ ସମୟରେ ବଜାରରେ _____________ ଦାମ୍ଭିକୁ ବଜାର ଦର କୁହାଯାଏ ।
Answer:
ପ୍ରଚଳିତ

20. ଏକ ନିର୍ଦ୍ଦିଷ୍ଟ ସମୟରେ ଚାହିଦା ଓ ଯୋଗାଣଦ୍ବାରା ନିରୂପିତ ହେଉଥ‌ିବା ସ୍ଵଳ୍ପକାଳୀନ ସନ୍ତୁଳନ ଦରକୁ _____________ କୁହାଯାଏ ।
Answer:
ବଜାର

21. ଦୀର୍ଘକାଳରେ ଉପଲବ୍‌ଧ ହେଉଥ‌ିବା ଦରକୁ ______________ ଦର କୁହାଯାଏ ।
Answer:
ସ୍ଵାଭାବିକ

22. ସ୍ଵାଭାବିକ ଦର ଏକ _______________ ସନ୍ତୁଳନ ଦର ଅଟେ ।
Answer:
ସ୍ଥିର

23. ବିରଳ ଚିତ୍ରକଳା, ବିରଳ ମୁଦ୍ରା, ପୁରାତନ ପାଣ୍ଡୁଲିପି ଇତ୍ୟାଦି ଦୁଷ୍ଟ୍ରାପ୍ୟ ଦ୍ରବ୍ୟମାନଙ୍କର _____________ ଦର ନଥାଏ ।
Answer:
ସ୍ଵାଭାବିକ

24. ପ୍ରତ୍ୟେକ ଦ୍ରବ୍ୟର ବଜର ଦର ଥାଏ, କିନ୍ତୁ କେବଳ _____________ ଦ୍ରବ୍ୟର ସ୍ଵଭାବିକ ଦର ଥାଏ ।
Answer:
ପୁନରୁତ୍ପାଦନୀୟ

25. ବଜାର ଦର ବାସ୍ତବ ଅଟେ, ମାତ୍ର ସ୍ଵାଭାବିକ ଦର _______________ ଅଟେ ।
Answer:
କାଳ୍ପନିକ

26. ଅଚ୍ଛାଧ୍ୟାର ବିକ୍ରେତା ନିୟନ୍ତ୍ରିତ ବଜାରରେ ________________ ରେଖା ନିର୍ଦ୍ଧାରଣ କରି ହୁଏ ନାହିଁ ।
Answer:
ଚାହିଦା

27. ଅଚ୍ଛାଧ୍ୟାର ବଜାରରେ ______________ ପ୍ରତିଷ୍ଠାନ ଥାଆନ୍ତି ।
Answer:
ସ୍ଵସଂଖ୍ୟକ

28. ପୂର୍ଣ୍ଣାଙ୍ଗ ବଜାର ଏକ _____________ ବଜାର ।
Answer:
ଆଦର୍ଶ

CHSE Odisha Class 12 Economics Chapter 10 Objective Questions in Odia Medium

29. ଏକ ଏକାଧିକାର ବଜାରରେ ନୂତନ ପ୍ରତିଷ୍ଠାନମାନଙ୍କ ପ୍ରବେଶରେ ____________ ଥାଏ ।
Answer:
ପ୍ରତିବନ୍ଧକ

30. ବଜାରକୁ _____________ ନାମରେ ନାମିତ କରାଯାଏ ।
Answer:
ଦ୍ରବ୍ୟ ।

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ବଜାରକ ସ୍ଥାନର ନାମରେ ନାମିତ କରାଯାଏ ।
Answer:
ଭୁଲ୍ ।
ଠିକ୍ – ବଜାରକୁ ଦ୍ରବ୍ୟର ନାମରେ ନାମିତ କରାଯାଏ ।

2. କ୍ଷଣସ୍ଥାୟୀ ଦ୍ରବ୍ୟ ସ୍ଥଳେ ବିସ୍ତୃତ ବଜାର ଦେଖାଯାଏ ।
Answer:
ଭୁଲ୍ ।
ଠିକ୍ – କ୍ଷଣସ୍ଥାୟୀ ଦ୍ରବ୍ୟ ସ୍ଥଳେ ସୀମିତ ବଜାର ଦେଖାଯାଏ ।

3. ଶୁଦ୍ଧ ବଜାର, ଅଧ୍ୟାର ବଜାରର ଅନୁପସ୍ଥିତିକୁ ବୁଝାଏ ।
Answer:
ଭୁଲ୍ ।
ଠିକ୍ – ଶୁଦ୍ଧ ବଜାର, ଏକାଧ୍ୟାର ବଜାରର ଅନୁପସ୍ଥିତିକୁ ବୁଝାଏ ।

4. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ପରିବହନ ପରିବ୍ୟୟକୁ ବିଚାରକୁ ନିଆଯାଏ ।
Answer:
ଭୁଲ୍ ।
ଠିକ୍ – ପୂର୍ବ ପ୍ରତିଯୋଗିତାମୂଳକ ବଜାରରେ ପରିବହନ ପରିବ୍ୟୟକୁ ବିଚାରକୁ ନିଆଯାଏ ନାହିଁ ।

5. ଏକାଧକାର ପ୍ରତିଯୋଗିତାମୂଳକ ବଜାରରେ ବିକ୍ରେତାଙ୍କ ସଂଖ୍ୟା ଅଳ୍ପ ।
Answer:
ଭୁଲ୍ ।
ଠିକ୍ – ଏକାଧ୍ୟାକାର ପ୍ରତିଯୋଗିତାମୂଳକ ବଜାରରେ ବିକ୍ରେତାଙ୍କ ସଂଖ୍ୟା ଅଧ୍ବକ ।

6. ଏକାଧ୍ୟାର ପ୍ରତିଯୋଗିତାମୂଳକ ବଜାରରେ ଜଣେ ଜଣେ ବିକ୍ରେତା ସମୁଦାୟ ଦ୍ରବ୍ୟର ମୂଖ୍ୟ ଅଂଶ ବିକ୍ରି କରିଥା’ନ୍ତି ।
Answer:
ଭୁଲ୍ ।
ଠିକ୍ – ଅଚ୍ଛାଧ୍ୟାକାର ପ୍ରତିଯୋଗିତାମୂଳକ ବଜାରରେ ଜଣେ ଜଣେ ବିକ୍ରେତା ସମୁଦାୟ ଦ୍ରବ୍ୟର ମୁଖ୍ୟ ଅଂଶ ବିକ୍ରି କରିଥା’ନ୍ତି ।

7. ଏକାଧିକାର ବଜାର ଲାଗି ଉତ୍ପାଦକମାନଙ୍କ ମକ୍ତ ଗତିଶୀଳତା ଆବଶ୍ୟକ ।
Answer:
ଭୁଲ୍ ।
ଠିକ୍ – ପୂର୍ବ ପ୍ରତିଯୋଗିତାମୂଳକ ବଜାର ଲାଗି ଉତ୍ପାଦକମାନଙ୍କ ମୁକ୍ତ ଗତିଶୀଳତା ଆବଶ୍ୟକ ।

8. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର ବିଶୁଦ୍ଧ ବଜାର ଅଟେ ।
Answer:
ଠିକ୍ ।

9. ଦୀର୍ଘକାଳୀନ ସନ୍ତୁଳିତ ଦରକୁ ଅସ୍ଥାୟୀ ବୋଲି କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ବଜାର ଦରକୁ ଅସ୍ଥାୟୀ ବୋଲି କୁହାଯାଏ ।

10. ଯୋଗାଣ ସ୍ଥିର ରହି ଚାହିଦାର ବୃଦ୍ଧି ଘଟିଲେ ଦାମ୍ ବୃଦ୍ଧି ଘଟିଥାଏ ।
Answer:
ଠିକ୍ ।

11. ଚାହିଦା ସ୍ଥିର ରହି ଯୋଗାଣର ହ୍ରାସ ଘଟିଲେ ଦାମ୍ ହ୍ରାସ ଘଟିଥାଏ ।
Answer:
ଭୁଲ୍ ।
ଠିକ୍ – ଚାହିଦା ସ୍ଥିର ରହି ଯୋଗାଣର ହ୍ରାସ ଘଟିଲେ ଦାମ୍ ବୃଦ୍ଧି ଘଟିଥାଏ ।

12. ଉଭୟ ଚାହିଦା ଓ ଯୋଗାଣର ବୃଦ୍ଧି ଘଟିଲେ ସନ୍ତୁଳିତ ଦର ବା ପରିମାଣ ଅପରିବର୍ତ୍ତିତ ରହିବାର ସମ୍ଭାବନା ଥାଏ ।
Answer:
ଠିକ୍ ।

CHSE Odisha Class 12 Economics Chapter 10 Objective Questions in Odia Medium

13. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଦ୍ରବ୍ୟର ବିଭିନ୍ନତା ପରିଲକ୍ଷିତ ହୁଏ ।
Answer:
ଭୁଲ୍ ।
ଠିକ୍ – ପୂର୍ଣ ପ୍ରତିଯୋଗିତାମୂଳକ ବଜାରରେ ଦ୍ରବ୍ୟ ସମଜାତୀୟ ଅଟନ୍ତି ।

14. ଏକାଧିକାର ବଜାରରେ କ୍ରେତା ବିକ୍ରେତାଙ୍କ ସଂଖ୍ୟା ଅସଂଖ୍ୟ ।
Answer:
ଭୁଲ୍ ।
ଠିକ୍ – ଏକାଧ୍ୟାର ବଜାରରେ ଏକମାତ୍ର ବିକ୍ରେତା ଥା’ନ୍ତି ।

15. ଏକାଧିକାର ବଜାରରେ ଉତ୍ପାଦନକାରୀଙ୍କର ଯୋଗାଣ ଉପରେ ସମ୍ପୂର୍ଣ୍ଣ କର୍ତ୍ତୃତ୍ଵ ରହିଥାଏ ।
Answer:
ଠିକ୍

16. ସନ୍ତୁଳନ ଦରରେ ଚାହିଦା, ଯୋଗାଣଠାରୁ ଅଧିକ ହୁଏ ।
Answer:
ଭୁଲ୍ ।
ଠିକ୍ – ସନ୍ତୁଳନ ଦରରେ ଚାହିଦା, ଯୋଗାଣ ସହ ସମାନ ।

17. ଅନ୍ଧାଧିକାର ବଜାରରେ ପ୍ରତିଷ୍ଠାନଗୁଡ଼ିକ ସ୍ଵାଧୀନ ।
Answer:
ଭୁଲ୍ ।
ଠିକ୍ – ଅଚ୍ଛାଧ୍ୟାକାର ବଜାରରେ ପ୍ରତିଷ୍ଠାନଗୁଡ଼ିକ ପରସ୍ପର ନିର୍ଭରଶୀଳ ।

18. ଏକାଧିକାରୀ ପ୍ରତିଯୋଗିତାମୂଳକ ବଜାରରେ ଉତ୍ପାଦ ସମଜାତୀୟ ଅଟନ୍ତି ।
Answer:
ଭୁଲ୍ ।
ଠିକ୍ – ଏକାଧ୍ୟାକାରୀ ପ୍ରତିଯୋଗିତାମୂଳକ ବଜାରରେ ଉତ୍ପାଦ ବିଭେଦିତ ଅଟନ୍ତି ।

19. ଅନ୍ଧାଧୁକାର ବଜାରରେ ବିକ୍ରେତାଙ୍କ ସଂଖ୍ୟା ଅସଂଖ୍ୟ ।
Answer:
ଭୁଲ୍ ।

20. ସ୍ଵାଭାବିକ ଦାମ୍ ହିଁ ବାସ୍ତବ ଦାମ୍ 
Answer:
ଭୁଲ୍ ।
ଠିକ୍ – ବଜାର ଦାମ୍ ହିଁ ବାସ୍ତବ ଦାମ୍ ।

21. ସ୍ଵାଭାବିକ ଦର ପରିବର୍ତ୍ତନଶୀଳ, ମାତ୍ର ବଜାର ଦର ସର୍ବଦା ସ୍ଥିର ।
Answer:
ଭୁଲ୍ ।
ଠିକ୍ – ସ୍ଵାଭାବିକ ଦର ସର୍ବଦା ସ୍ଥିର, ମାତ୍ର ବଜାର ଦର ପରିବର୍ତ୍ତନଶୀଳ ।

22. ସମସ୍ତ ଦ୍ରବ୍ୟର ସ୍ଵାଭାବିକ ଦାମ୍ ଥାଏ ।
Answer:
ଭୁଲ୍ ।
ଠିକ୍ – ସମସ୍ତ ଦ୍ରବ୍ୟର ବଜାର ଦାମ୍ ଥାଏ ।

23. କେବଳ ପୁନରୁତ୍ପାଦନ ହେଉଥିବା ଦ୍ରବ୍ୟର ସ୍ଵାଭାବିକ ଦାମ୍ ଥାଏ ।
Answer:
ଠିକ୍ ।

24. ବିରଳ ମହାର ସ୍ବାଭାବିକ ଦାମ୍ ଅଛି ।
Answer:
ଭୁଲ୍ ।
ଠିକ୍ – ବିରଳ ମୁଦ୍ରାର ବଜାର ଦାମ୍ ଅଛି ।

25. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଚାହିଦା ରେଖା ଏବଂ ହାରାହାରି ଆୟ ରେଖା ଏକ ଓ ଅଭିନ୍ନ।
Answer:
ଠିକ୍ ।

26. ସ୍ଵଳ୍ପକାଳରେ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ପ୍ରତିଷ୍ଠାନ କେବଳ ସ୍ଵାଭାବିକ ଲାଭ ଅର୍ଜନ କରିଥାଏ ।
Answer:
ଭୁଲ୍ ।
ଠିକ୍ – ଦୀର୍ଘକାଳରେ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ପ୍ରତିଷ୍ଠାନ କେବଳ ସ୍ବାଭାବିକ ଲାଭ ଅର୍ଜନ କରିଥାଏ ।

27. ଦୀର୍ଘକାଳୀନ ଦର ବଜାର ଦର ଭାବରେ ପରିଚିତ ।
Answer:
ଭୁଲ୍ ।
ଠିକ୍ – ଦୀର୍ଘକାଳନୀ ଦର ସ୍ଵାଭାବିକ ଦର ଭାବରେ ପରିଚିତ ।

28. ସ୍ଵାଭାବିକ ଦାମ୍ ବଜାର ଦାମ୍ ଚାରିପଟେ ଘୂରିବୁଲେ ।
Answer:
ଭୁଲ୍ ।
ଠିକ୍ – ବଜାର ଦାମ୍, ସ୍ଵାଭାବିକ ଦାମ୍ ଚାରିପଟେ ଘୂରିବୁଲେ ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ବଜାର କାହାକୁ କହନ୍ତି ?
Answer:
କୌଣସି ଦ୍ରବ୍ୟର କ୍ରୟ ବିକ୍ରୟ ନିମିତ୍ତ କ୍ରେତା ଓ ବିକ୍ରେତାମାନଙ୍କୁ ପରସ୍ପର ସହିତ ଯୋଗାଯୋଗ କରିବା ପାଇଁ କୌଣସି ବ୍ୟବସ୍ଥାକୁ ବଜାର କୁହାଯାଏ ।

2. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର କ’ଣ ?
Answer:
ଯେଉଁ ବଜାରରେ ବିପୁଳ ସଂଖ୍ୟକ ବଜାର ଦର ସମ୍ପର୍କରେ ସମ୍ପୂର୍ଣ ଜ୍ଞାନ ଥିବା କ୍ରେତା ଓ ବିକ୍ରେତା ଥାଆନ୍ତି ଏବଂ ସେମାନେ କୌଣସି ପ୍ରତିବନ୍ଧକ ନଥାଇ ଏକ ସମଜାତୀୟ ଦ୍ରବ୍ୟର କିଣାବିକା କରନ୍ତି, ତାହାକୁ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର କୁହାଯାଏ ।

CHSE Odisha Class 12 Economics Chapter 10 Objective Questions in Odia Medium

3. ଏକାଧ୍ୟାର କହିଲେ କ’ଣ ବୁଝ ?
Answer:
ଏକାଧ୍ଵର କହିଲେ ସେହି ବ୍ୟବସ୍ଥାକୁ ବୁଝାଏ ଯେଉଁଥରେ ଜଣେ ମାତ୍ର ବିକ୍ରେତା ଏପରି ଏକ ଦ୍ରବ୍ୟ ଉତ୍ପାଦନ କରନ୍ତି, ଯାହାର ବଜାରରେ କୌଣସି ନିକଟତମ ବିକଳ୍ପ ଦ୍ରବ୍ୟ ଉପଲବ୍ଧ ହୁଏ ନାହିଁ ।

4. ଅଚ୍ଛାଧ୍ଵର ବଜାର କ’ଣ ?
Answer:
ଯେଉଁ ବଜାରରେ ଅଳ୍ପ କେତେକ ବିକ୍ରେତା ଥାଆନ୍ତି ଓ ପରସ୍ପରର କାରବାର ବିଷୟରେ ସମ୍ବେଦନଶୀଳ ଥାଆନ୍ତି, ତାହାକୁ ଅଚ୍ଛାଧ୍ଵର ବଜାର କୁହାଯାଏ ।

5. ଏକାଧ୍ୟାର ପ୍ରତିଦ୍ଵହିତାମୂଳକ ବଜାରର ସଂଜ୍ଞା ନିରୂପଣ କର ।
Answer:
ଏକାତ୍‌କାର ପ୍ରତିଦ୍ବନ୍ଦିତାମୂଳକ ବଜାର କହିଲେ ସେହି ବ୍ୟବସ୍ଥାକୁ ବୁଝାଏ ଯେଉଁଥରେ କି ଉଭୟ ପ୍ରତିଯୋଗିତା ଓ ଏକାଧିକାରର ଉପାଦାନମାନଙ୍କର ସହାବସ୍ଥାନ ଦେଖାଯାଏ ଏବଂ ଏଠାରେ ଏକାଧିକାର ପ୍ରତିଷ୍ଠାନମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥାଏ ।

6. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ କିପରି ଦର ଧାର୍ଯ୍ୟ କରାଯାଏ ?
Answer:
ପୂର୍ଣ ପ୍ରତିଯୋଗିତାମୂଳକ ବଜାରରେ ଦ୍ରବ୍ୟର ଯୋଗାଣ ଓ ଚାହିଦା, ଦ୍ରବ୍ୟର ଦର ନିର୍ଦ୍ଧାରଣ କରିଥା’ନ୍ତି ।

7. ସ୍ଵାଭାବିକ ଦର କ’ଣ ?
Answer:
ସ୍ବାଭାବିକ ଦର ଏକ କାଳ୍ପନିକ ଦର ଯାହା ଦୀର୍ଘକାଳୀନ ଯୋଗାଣ ଓ ଚାହିଦାଦ୍ୱାରା ନିର୍ଦ୍ଧାରିତ ହୁଏ ।

8. ବଜାର ଦର କହିଲେ ତୁମେ କ’ଣ ବୁଝ ?
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ ଚାହିଦା ଓ ଯୋଗାଣଦ୍ବାରା ନିରୂପିତ ହେଉଥ‌ିବା ଦରକୁ ବଜାର ଦର କୁହାଯାଏ ।

9. ସନ୍ତୁଳନ କ’ଣ ?
Answer:
ସନ୍ତୁଳନ ଏପରି ଏକ ପରିସ୍ଥିତିକୁ ବୁଝାଏ ଯେଉଁଠାରେ ଦ୍ରବ୍ୟର ଯୋଗାଣ ପରିମାଣ ଓ ଚାହିଦା ପରିମାଣ ପରସ୍ପର ସହିତ ସମାନ ହୋଇଥାଏ ।

10. ସନ୍ତୁଳନ ଦର କାହାକୁ କୁହାଯାଏ ?
Answer:
ସନ୍ତୁଳନ ଦର ଏକ ଦର ଯେଉଁଥରେ ଗୋଟିଏ ଦ୍ରବ୍ୟର ଚାହିଦାର ପରିମାଣ ଯୋଗାଣ ପରିମାଣ ସହିତ ନିଶ୍ଚିତ ଭାବେ ସମାନ ରହେ ।

11. କେଉଁ ବଜାରରେ ‘ଏକକ ଦାମ୍’ ପ୍ରଚଳନର ସମ୍ଭାବନା ଅଧିକ ?
Answer:
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଏକକ ଦାମ୍ ପ୍ରଚଳନର ସମ୍ଭାବନା ଅଧିକ ।

12. କେଉଁ ବଜାରରେ ଚାହିଦା ରେଖାର ସଠିକ୍ ଆକୃତି ନିର୍ଣ୍ଣୟ କରାଯାଇ ପାରେନା ?
Answer:
ଅନ୍ଧାଧ୍ୟାର ବଜାରରେ ଚାହିଦା ରେଖାର ସଠିକ୍ ଆକୃତି ନିର୍ଣ୍ଣୟ କରାଯାଇ ପାରେନା ।

13. କେଉଁ ବଜାରରେ ଉତ୍ପାଦନକାରୀ ଅତିମାତ୍ରାରେ ପରସ୍ପର ନିର୍ଭରଶୀଳ ?
Answer:
ଅଳ୍ପାଧ୍ଵର ବଜାରରେ ଉତ୍ପାଦନକାରୀ ଅତିମାତ୍ରାରେ ପରସ୍ପର ନିର୍ଭରଶୀଳ ।

14. କେଉଁ ବଜାରରେ ‘ପୂର୍ଣ୍ଣାଙ୍ଗ ବଜାର’ ଓ ଏକାଧିକାର ବଜାରର ବୈଶିଷ୍ଟ୍ୟ ଦେଖ‌ିବାକୁ ମିଳେ ?
Answer:
ଏକାଧ୍ୟାକାରୀ ପ୍ରତିଯୋଗିତାମୂଳକ ବଜାରରେ ପୂର୍ଣ୍ଣାଙ୍ଗ ବଜାର ଓ ଏକାଧିକାର ବଜାରର ବୈଶିଷ୍ଟ୍ୟ ଦେଖ‌ିବାକୁ ମିଳେ ।

15. କେଉଁ ପ୍ରକାର ଦ୍ରବ୍ୟର ସ୍ବାଭାବିକ ଦାମ୍ ନଥାଏ ?
Answer:
ଦୁଷ୍ପାପ୍ୟ ଓ ପୁନରୁତ୍ପାଦନ ହୋଇପାରୁ ନଥିବା ଦ୍ରବ୍ୟର ସ୍ଵାଭାବିକ ଦାମ୍ ନଥାଏ ।

16. କେଉଁ ସମୟକାଳରେ ସମସ୍ତ ଉପାଦାନ ପରିବର୍ତ୍ତିତ ଅଟନ୍ତି ?
Answer:
ଦୀର୍ଘକାଳରେ ସମସ୍ତ ଉପାଦାନ ପରିବର୍ତ୍ତିତ ଅଟନ୍ତି ।

17. କେଉଁ ସମୟ କାଳରେ ଦ୍ରବ୍ୟର ଯୋଗାଣ ପ୍ରାୟ ଅପରିବର୍ତିତ ରହିଥାଏ ?
Answer:
ବଜାର କାଳରେ ଦ୍ରବ୍ୟର ଯୋଗାଣ ପ୍ରାୟ ଅପରିବର୍ତ୍ତିତ ରହିଥାଏ ।

18. କ୍ରେତା ବାସ୍ତବରେ କେଉଁ ଦାମ୍ ଉପରେ ଦ୍ରବ୍ୟ କ୍ରୟ କରିଥାଏ ?
Answer:
କ୍ରେତା ବାସ୍ତବରେ ବଜାର ଦାମ୍ ଉପରେ ଦ୍ରବ୍ୟ କ୍ରୟ କରିଥାଏ ।

CHSE Odisha Class 12 Economics Chapter 10 Objective Questions in Odia Medium

19. କେଉଁ ଉତ୍ପାଦନକାରୀଙ୍କୁ ଦର ସୃଷ୍ଟିକାରୀ (Price maker) କୁହାଯାଏ ?
Answer:
ଏକାଧିକାର ଉତ୍ପାଦନକାରୀଙ୍କୁ ଦର ସୃଷ୍ଟିକାରୀ କୁହାଯାଏ ।

20. କେଉଁ ଦୃଷ୍ଟିକୋଣରୁ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ପରିବହନ ବ୍ୟୟକୁ ବିଚାରକୁ ନିଆଯାଏ ନାହିଁ ?
Answer:
ଦ୍ରବ୍ୟର ଦର ସର୍ବତ୍ର ସମାନ ରଖୁବା ଲାଗି ପରିବହନ ବ୍ୟୟକୁ ବିଚାରକୁ ନିଆଯାଏ ନାହିଁ ।

21. କେଉଁ କାରଣରୁ ବିଭିନ୍ନ ପ୍ରକାର ବଜାର ଦେଖାଯାଏ ?
Answer:
କ୍ରେତା ଓ ବିକ୍ରେତାଙ୍କ ତୁଳନାତ୍ମକ ଶକ୍ତିରୁ ବିଭିନ୍ନ ପ୍ରକାର ବଜାର ଦେଖାଯାଏ ।

22. ଜଣେ କ୍ରେତା ବା ବିକ୍ରେତା ପୂର୍ଣ ପ୍ରତିଯୋଗିତାମୂଳକ ବଜାରରେ ଦାମ୍‌କୁ ପ୍ରଭାବିତ କରିପାରେ କି ?
Answer:
ଜଣେ କ୍ରେତା ବା ବିକ୍ରେତା ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଦାମ୍ଭିକୁ ପ୍ରଭାବିତ କରିପାରନ୍ତି ନାହିଁ ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ

Odisha State Board BSE Odisha 7th Class Geography Solutions Chapter 3 ବାରିମଣ୍ଡଳ Textbook Exercise Questions and Answers.

BSE Odisha Class 7 Geography Solutions Chapter 3 ବାରିମଣ୍ଡଳ

୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଲେଖ ।

Question କ.
ପୃଥ‌ିବୀର ଜଳଭାଗ ଓ ସ୍ଥଳଭାଗର କ୍ଷେତ୍ରଫଳ ଶତକଡ଼ାରେ ପ୍ରକାଶ କଲେ କେତେ ହେବ ?
Answer:
ପୃଥ‌ିବୀର ଜଳଭାଗର କ୍ଷେତ୍ରଫଳ ଶତକଡ଼ା ୭୧ ଭାଗ ଓ ସ୍ଥଳଭାଗର କ୍ଷେତ୍ରଫଳ ଶତକଡ଼ା ୨୯ ଭାଗ ।

Question ଖ.
ପୃଥ‌ିବୀର ମଧୁର ଜଳର ମୁଖ୍ୟ ଉତ୍ସଗୁଡ଼ିକର ନାମ କ’ଣ ?
Answer:
ପୃଥିବୀର ମଧୁର ଜଳର ମୁଖ୍ୟ ଉତ୍ସଗୁଡ଼ିକର ନାମ,
ଯଥା-

  • ହିମୋଟୋପର
  • ଭୂତଳ ଜଳ
  • ମଧୁର ଜଳ ହ୍ରଦ
  • ବାୟୁମଣ୍ଡଳ ଏବଂ
  • ନଦୀ, କୂଅ, ପୋଖରୀ ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ

Question ଗ.
ଜଳଚକ୍ର କାହାକୁ କୁହାଯାଏ ?
Answer:

  • ବାଷ୍ପୀର୍ଭବନ ପ୍ରକ୍ରିୟାରେ ପୃଥ‌ିବୀପୃଷ୍ଠର ଜଳ ଜଳୀୟବାଷ୍ପ ରୂପେ ବାୟୁମଣ୍ଡଳରେ ପ୍ରବେଶ କରେ ।
  • ଏହି ଜଳୀୟବାଷ୍ପ ଘନୀଭବନ ପ୍ରକ୍ରିୟାରେ ମେଘରେ ପରିଣତ ହୁଏ ।
  • ପୁନର୍ବାର ତାହା ବର୍ଷଣ ପ୍ରକ୍ରିୟା ଦ୍ଵାରା ଭୂପୃଷ୍ଠକୁ ଫେରିଆସେ । ଜଳର ଏପ୍ରକାର ଚକ୍ରାକାର ଗତିକୁ ଜଳଚକ୍ର କୁହାଯାଏ ।

Question ଘ.
ବାରିମଣ୍ଡଳ କାହାକୁ କୁହାଯାଏ ?
Answer:

  • ଭୂପୃଷ୍ଠରେ ଥିବା ମହାସାଗର, ସାଗର, ହ୍ରଦ, ନଦୀ, ହିମବାହ, ଭୂତଳ ଜଳ ଏବଂ ବାୟୁମଣ୍ଡଳର ଜଳୀୟବାଷ୍ପକୁ ନେଇ ବାରିମଣ୍ଡଳ ଗଠିତ ।
  • ଏହି ବାରିମଣ୍ଡଳ ସମଗ୍ର ପୃଥ‌ିବୀ କ୍ଷେତ୍ରଫଳର ପ୍ରାୟ ୭୧% ଅଧିକାର କରିଛି ।

Question ଙ.
ପୃଥ‌ିବୀର ମହାସାଗରଗୁଡ଼ିକର ନାମ କ’ଣ ?
Answer:

  • ପୃଥ‌ିବୀରେ ମୁଖ୍ୟ ୪ ଗୋଟି ମହାସାଗର ରହିଛି, ଯଥା- ପ୍ରଶାନ୍ତ ମହାସାଗର, ଆଟ୍‌ଲାଣ୍ଟିକ୍ ମହାସାଗର, ଭାରତ ମହାସାଗର ଓ ଉତ୍ତର ବା ସୁମେରୁ ମହାସାଗର ।
  • ଏହାବ୍ୟତୀତ ଦକ୍ଷିଣ ମହାସାଗର ବା କୁ ମେରୁ ମହାସାଗରକୁ ମହାସାଗର ଭାବେ ଉଲ୍ଲେଖ କରାଯାଇଛି ।

Question ଚ.
ମହାସାଗର ତଳ କ’ଣ ?
Answer:

  • ମହୀଢାଲୁର ନିମ୍ନ ଅଂଶରୁ ସମୁଦ୍ର ତଳର ବିସ୍ତୃତ ଶଯ୍ୟାକୁ ମହାସାଗର ସମତଳ କୁହାଯାଏ ।
  • ଏଠାରେ ଭୂମିର ଢାଲୁ ଅତି ନଗଣ୍ୟ, ମାତ୍ର ସଂପୂର୍ଣ୍ଣ ସମତଳ ନୁହେଁ ।
  • ଏଠାରେ ମହାସାଗର ଖାତ, ନିମଜ୍ଜିତ ପର୍ବତଶ୍ରେଣୀ ଆଦି ଦେଖାଯାଏ ।
  • ମହାସାଗର ତଳରେ ସାମୁଦ୍ରିକ ଉଭିଦ ଓ ଜୀବଜନ୍ତୁଙ୍କ ଧ୍ବଂସାବଶେଷ ଜମାହୋଇ କୋମଳ ପଙ୍କ ବିଶିଷ୍ଟ ସିନ୍ଧୁମଳ ସୃଷ୍ଟି ହୋଇଥାଏ ।

Question ଛ.
ସମୁଦ୍ର ତରଙ୍ଗ କାହାକୁ କୁହାଯାଏ ?
Answer:

  • ପ୍ରବାହିତ ବାୟୁର ଘର୍ଷଣ ଫଳରେ ସାଗର ପୃଷ୍ଠରେ ଜଳର ଭାଙ୍ଗ ପଡ଼ିଯାଏ । ଏହାକୁ ତରଙ୍ଗ କୁହାଯାଏ ।
  • ସମୁଦ୍ରକୂଳରେ ତରଙ୍ଗର ଗତି ଆଗକୁ ଓ ପଛକୁ ହୋଇଥ‌ିବାବେଳେ ସମୁଦ୍ର ବକ୍ଷରେ ଏହାର ଗତି ଉର୍ଷକୁ ଓ ନିମ୍ନକୁ ହୋଇଥାଏ ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ

Question ଜ.
ଜୁଆର କ’ଣ ?
Answer:

  • ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଆକର୍ଷଣ ଯୋଗୁଁ ପୃଥ‌ିବୀର ଜଳଭାଗ ଅଧ‌ିକ ଆକର୍ଷିତ ହୋଇଥାଏ। ଫଳରେ ମହାସାଗର ଜଳସ୍ତର ସାମୟିକ ଭାବେ ଫୁଲିଉଠେ । ଏହାକୁ ଜୁଆର କୁହାଯାଏ।
  • ଅର୍ଥାତ୍ ସମୁଦ୍ର ଜଳର ନିୟମିତ ଉତ୍‌ଥାନକୁ ଜୁଆର କୁହାଯାଏ।
  • ପୃଥ‌ିବୀ, ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥାନକୁ ନେଇ ଜୁଆରକୁ ଗୁରୁ ଜୁଆର, ଲଘୁ ଜୁଆର, ପ୍ରତ୍ୟକ୍ଷ ଜୁଆର ଓ ପରୋକ୍ଷ ଜୁଆର ନାମରେ ନାମିତ କରାଯାଇଛି ।

Question ଖ.
ସାମୁଦ୍ରିକ ସ୍ରୋତ କାହାକୁ କୁହାଯାଏ ?
Answer:
ଭୂପୃଷ୍ଠରେ ବାୟୁ ପ୍ରବାହ ଭଳି ବିଭିନ୍ନ କାରଣରୁ ସମୁଦ୍ର ଜଳ ଗତିଶୀଳ ହୋଇଥାଏ। ସମୁଦ୍ରର ଏକ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ହେଉଥ‌ିବା ଏହି ଜଳପ୍ରବାହକୁ ସାମୁଦ୍ରିକ ସ୍ରୋତ କୁହାଯାଏ।

୨। କାରଣ ଦର୍ଶାଅ।

Question କ.
ପୂର୍ଣିମା ତିଥିରେ ଗୁରୁ ଜୁଆର ହୋଇଥାଏ ।
Answer:

  • ପୂର୍ଣ୍ଣିମା ତିଥିରେ ସୂର୍ଯ୍ୟ, ପୃଥ‌ିବୀ ଓ ଚନ୍ଦ୍ର ପ୍ରାୟ ଏକ ସରଳରେଖାରେ ଅବସ୍ଥାନ କରିଥାନ୍ତି ।
  • ସେହିଦିନ ସୂର୍ଯ୍ୟ ଓ ଚନ୍ଦ୍ର ମଝିରେ ପୃଥ‌ିବୀର ଅବସ୍ଥାନ ହୋଇଥାଏ । ତେଣୁ ପୃଥ‌ିବୀର ଉଭୟ ପାର୍ଶ୍ଵରେ ଚନ୍ଦ୍ର ଓ ସୂର୍ଯ୍ୟର ଆକର୍ଷଣ ଯୋଗୁ ଉଚ୍ଚ ଜୁଆର ହୋଇଥାଏ ।

Question ଖ.
ଅଷ୍ଟମୀ ତିଥିରେ ଲଘୁ ଜୁଆର ସଂଗଠିତ ହୋଇଥାଏ ।
Answer:

  • ଅଷ୍ଟମୀ ତିଥିରେ ଚନ୍ଦ୍ର ଓ ସୂର୍ଯ୍ୟ ପୃଥ‌ିବୀକୁ କେନ୍ଦ୍ରକରି ପ୍ରାୟ ସମକୋଣରେ ଅବସ୍ଥାନ କରନ୍ତି ।
  • ଉଭୟଙ୍କର ଆକର୍ଷଣ ପରସ୍ପର ବିରୋଧୀ ହୋଇଥାଏ । ଫଳରେ ଜୁଆରର ଉଚ୍ଚତା ଅଧିକ ନ ହୋଇ କମ୍ ହୋଇଥାଏ ।

Question ଗ.
ଡଗରବ୍ୟାକ୍ ଏକ ପ୍ରସିଦ୍ଧ ମାଛଧରା କେନ୍ଦ୍ର।
Answer:

  • ଡଶରବ୍ୟାଙ୍କ୍ ନିକଟରେ ଉଷ୍ମ ସାମୁଦ୍ରିକ ସ୍ରୋତ ଓ ଶୀତଳ ସାମୁଦ୍ରିକ ସ୍ରୋତର ମିଳନ ଘଟିଥୁବାରୁ ସେଠାରେ ପ୍ଲାନ ଜାତୀୟ ଉଦ୍ଭିଦ ପ୍ରଚୁର ପରିମାଣରେ ଜମାହୁଏ ।
  • ଏହା ମାଛମାନଙ୍କର ପ୍ରକୃଷ୍ଟ ଖାଦ୍ୟ ହୋଇଥିବାରୁ ଏହା ପ୍ରସିଦ୍ଧ ମାଛଧରା କେନ୍ଦ୍ର ହୋଇପାରିଛି ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ

Question ଘ.
ପୃଥ‌ିବୀର ସାମୁଦ୍ରିକ ବାଣିଜ୍ୟର ଅଧିକାଂଶ ଭାଗ ଆଟ୍‌ଲାଣ୍ଟିକ୍ ମହାସାଗର ଦେଇ ହୋଇଥାଏ ।
Answer:

  • ଆଟ୍‌ଲାଣ୍ଟିକ ମହାସାଗରର ଉଭୟ ପାର୍ଶ୍ଵରେ ଇଉରୋପ ଓ ଉତ୍ତର ଆମେରିକା ଭଳି ସମୃଦ୍ଧିଶାଳୀ ମହାଦେଶ ଅବସ୍ଥିତ ।
  • ଏହି ମହାସାଗରର ଉପକୂଳ ଦନ୍ତୁରିତ ଥିବାରୁ ଏଠାରେ ଅନେକ ପ୍ରାକୃତିକ ପୋତାଶ୍ରୟ ଓ ବନ୍ଦରମାନ ଗଢ଼ିଉଠିଛି । ତେଣୁ ଏହି ମହାସାଗର ଦେଇ ଅନେକ ବାଣିଜ୍ୟ କାରବାର ହୋଇଥାଏ ।

୩ । ସଂକ୍ଷିପ୍ତ ଟିପ୍ପଣୀ ଲେଖ ।

Question କ.
ସିନ୍ଧୁମଳ :
Answer:

  • ମହାସାଗର ସମତଳରେ ଭୂପୃଷ୍ଠରୁ କ୍ଷୟପ୍ରାପ୍ତ ଅତି ସୂକ୍ଷ୍ମ ଶିଳାରେଣୁ, ଆଗ୍ନେୟ ଭସ୍ମ ପ୍ରଭୃତି ପଦାର୍ଥ ଭାସିଯାଇ ଜମାହୁଏ।
  • ଏହାବ୍ୟତୀତ ବିଭିନ୍ନ ସାମୁଦ୍ରିକ ଉଦ୍ଭଦ ଓ ଜୀବଜନ୍ତୁଙ୍କ ଧ୍ବଂସାବଶେଷ ମହାସାଗର ତଳ ଅଂଶରେ ଜମାହୋଇ ଏକପ୍ରକାର କୋମଳ ପଙ୍କ ସୃଷ୍ଟି କରେ। ଏହାକୁ ସିନ୍ଧୁମଳ କୁହାଯାଏ।

Question ଖ.
ମହୀଜାଲୁ :
Answer:

  • ମହୀସୋପାନର ଶେଷଭାଗରୁ ଭୂମି ଅଧିକ ଢାଲୁ ହୋଇଯାଇ ଗଭୀର ସମୁଦ୍ର ଆଡ଼କୁ ଲମ୍ବିଯାଇଥାଏ।
  • ସମୁଦ୍ର ତଳର ଏହି ଅଧୁକ ଗଡ଼ାଣିଆ ଅଞ୍ଚଳକୁ ମହୀଢାଲୁ କୁହାଯାଏ।

Question ଗ.
ସୁନାମି :
Answer:

  • ବେଳେବେଳେ ମହାସାଗର ନିମ୍ନସ୍ଥ ଭୂଭାଗ ଅଭ୍ୟନ୍ତରରେ ଭୂମିକମ୍ପ ସୃଷ୍ଟି ହେଲେ ସମୁଦ୍ର ଜଳରାଶିରେ କମ୍ପନ ସୃଷ୍ଟି ହୁଏ। ଫଳରେ ବିରାଟ ବିରାଟ ତରଙ୍ଗମାନ ସୃଷ୍ଟି ହୁଏ।
  • ଏପରିଭାବେ ସୃଷ୍ଟି ହେଉଥିବା ବିରାଟ ସାମୁଦ୍ରିକ ତରଙ୍ଗକୁ ଜାପାନୀ ଭାଷାରେ ସୁନାମି (Tsunami) କୁହାଯାଏ।
  • ସୁନାମି ତରଙ୍ଗର ଉଚ୍ଚତା ପ୍ରାୟ ୧୫ ମିଟର। ଭୂମିକମ୍ପର ତୀବ୍ରତା ଅଧିକ ହେଲେ ଏହାର ଉଚ୍ଚତା ୧୫୦ ମିଟର ପର୍ଯ୍ୟନ୍ତ ହୋଇଥାଏ ଓ ଘଣ୍ଟାକୁ ୭୦୦ କି.ମି. ବେଗରେ ଉପକୂଳ ଅଞ୍ଚଳ ଆଡ଼କୁ ମାଡ଼ିଆସେ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ

Question ଘ.
ପରୋକ୍ଷ ଜୁଆର :
Answer:
(i) ଆବର୍ତ୍ତନ ସମୟରେ ଚନ୍ଦ୍ରର ସମ୍ମୁଖୀନ ହେଉଥ‌ିବା ପୃଥିବୀର ମହାସାଗର ଜଳରାଶିରେ ଚନ୍ଦ୍ରର ଆକର୍ଷଣ ଯୋଗୁ ପ୍ରତ୍ୟକ୍ଷ ଜୁଆର ହୋଇଥାଏ ।
(ii) ଏହି ସମୟରେ ପ୍ରତ୍ୟକ୍ଷ ଜୁଆର ହେଉଥିବା ମହାସାଗର ଅଂଶର ବିପରୀତ ପାର୍ଶ୍ଵରେ ଚନ୍ଦ୍ରର ଆକର୍ଷଣ ନ ଥାଏ । ମାତ୍ର ଭୂପୃଷ୍ଠର କଠିନ ଅଂଶ କିଛି ମାତ୍ର ଚନ୍ଦ୍ର ଆଡ଼କୁ ଆକର୍ଷିତ ହୁଏ । ଫଳରେ ଜଳଭାଗ ଓ କଠିନ ଭୂଭାଗ ମଧ୍ୟରେ ସୃଷ୍ଟ ଶୂନ୍ୟସ୍ଥାନକୁ ପୂରଣ ପାଇଁ ଭୂପୃଷ୍ଠର ଅନ୍ୟ ଅଞ୍ଚଳର ଜଳରାଶି ସେ ସ୍ଥାନକୁ ପ୍ରବାହ ହୋଇଥାଏ । ସେଠାରେ ସମୁଦ୍ର ଜଳ ସ୍ତ୍ରୀତ ହୋଇ ପରୋକ୍ଷ ଜୁଆର ସୃଷ୍ଟି ହୁଏ ।

Question ଙ.
ଇଉରୋପର ଉଷ୍ମ କମ୍ବଳ :
Answer:

  • ଇଉରୋପର ପଶ୍ଚିମ ଉପକୂଳରେ ଉଷ୍ମ ଆଟ୍‌ଲାଣ୍ଟିକ୍ ଉପସାଗରୀୟ ଧୀର ସ୍ରୋତ ପ୍ରବାହିତ ।
  • ଏହି ସ୍ରୋତର ଉଷ୍ମତା ପ୍ରଭାବରେ ଇଉରୋପର ପଶ୍ଚିମ ଉପକୂଳର ବନ୍ଦରଗୁଡ଼ିକ ବରଫମୁକ୍ତ ରହେ । ତେଣୁ ଏହି ଉଷ୍ମ ସାମୁଦ୍ରିକ ସ୍ରୋତକୁ ‘ଇଉରୋପର ଉଷ୍ମ କମ୍ବଳ’ କୁହାଯାଏ ।

Question ଚ.
ପ୍ରବାଳ ବନ୍ଧ :
Answer:

  • କ୍ରାନ୍ତୀମଣ୍ଡଳୀୟ ସମୁଦ୍ରରେ ପ୍ରାୟ ୨୧° ସେଲ୍‌ସିୟସ୍‌ ଅଧିକ ତାପମାତ୍ରା ଥ‌ିବା ଜଳରେ ଅଧିକ ସଂଖ୍ୟକ ପ୍ରବାଳ ବାସ କରନ୍ତି ।
  • ସେହି ପ୍ରବାଳମାନଙ୍କ ମୃତ ଶରୀର ଜମିଯାଇ ପ୍ରବାଳ ସ୍ତୂପ ସୃଷ୍ଟି ହୁଏ ।
  • ପାଖାପାଖୁ ପ୍ରବାଳ ସ୍ତୂପ ପରସ୍ପର ସଂଲଗ୍ନ ହେଲେ ପ୍ରବାଳ ବନ୍ଧ ସୃଷ୍ଟି ହୁଏ ।
  • ଅଷ୍ଟ୍ରେଲିଆ ମହାଦେଶର ପୂର୍ବ ଉପକୂଳର ଅନତିଦୂରରେ ‘ଗ୍ରେଟ୍ ବ୍ୟାରିଅର୍ ରିଫ୍’ ନାମକ ଏକ ବୃହତ୍ ପ୍ରବାଳ ବନ୍ଧ ରହିଛି ।

Question ଛ.
ଆଟୋଲ :
Answer:

  • ସମୁଦ୍ରର କେତେକ ସ୍ଥାନରେ ବୃତ୍ତାକାର ଖଣ୍ଡିତ ପ୍ରବାଳ ଘେରିବନ୍ଧ ସୃଷ୍ଟି ହୋଇଥାଏ ।
  • ଏହାକୁ ଆଟୋଲ୍ କୁହାଯାଏ ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ

Question କ.
ପ୍ଲାକ୍‌ଟିନ୍ :
Answer:

  • ପ୍ଲାକ୍‌ଟିନ୍ ଏକ ସାମୁଦ୍ରିକ ଶୈବାଳ ଜାତୀୟ ଉଦ୍ଭିଦ ।
  • ଏହା ମାଛମାନଙ୍କର ଏକ ପ୍ରକୃଷ୍ଟ ଖାଦ୍ୟ ।
  • ଶୀତଳ ସାମୁଦ୍ରିକ ସ୍ରୋତ ଓ ଉଷ୍ମ ସ୍ରୋତର ମିଳନସ୍ଥଳୀରେ ପ୍ରଚୁର ପରିମାଣରେ ପ୍ଲାସ୍ଟେଟନ୍‌ ଜାତୀୟ ଉଦ୍ଭଦ ଜନ୍ମେ । ତେଣୁ ସେଠାରେ ପ୍ରସିଦ୍ଧ ମାଛଧରା କେନ୍ଦ୍ର ଗଢ଼ିଉଠିଛି ।

୪ । ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ପୃଥ‌ିବୀର ସାଗରଗୁଡ଼ିକ ମଧ୍ୟରୁ ______ ସବୁଠାରୁ ବଡ଼। (ଲୋହିତ ସାଗର, ବେରଂ ସାଗର, ଦକ୍ଷିଣ ଚୀନ୍ ସାଗର, ଭୂମଧ୍ୟ ସାଗର)
Answer:
ଦକ୍ଷିଣ ଚୀନ୍ ସାଗର

(ଖ) ପୃଥ‌ିବୀର ଗଭୀରତ ମ ସାମୁଦ୍ରିକ ଖାତ ________ ମହାସାଗରରେ ଅବସ୍ଥିତ । (ପ୍ରଶାନ୍ତ, ଆଟ୍‌ଲାଷ୍ଟିକ୍, ଭାରତ, ସୁମେରୁ)
Answer:
ପ୍ରଶାନ୍ତ

(ଗ) ପୃଥ‌ିବୀରେ ଉପଲବ୍‌ଧ ମଧୁର ଜଳର ସର୍ବାଧ‌ିକ ଭାଗ _______ ଠାରେ ରହିଅଛି । (ଭୂତଳ ଜଳ, ନଦୀ, ହିମଟୋପର, ବାୟୁମଣ୍ଡଳ)
Answer:
ହିମଟୋପର

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ

(ଘ) ଜଳ ଦିବସ _______ ତାରିଖରେ ପାଳିତ ହୁଏ । (ସେପ୍ଟେମ୍ବର ୨୩, ମାର୍ଚ୍ଚ ୨୨, ଅକ୍ଟୋବର ୨୪, ନଭେମ୍ବର ୧୫)
Answer:
ମାର୍ଚ୍ଚ ମାସ ୨୨

୫ । ସମୁଦ୍ରରେ ଜୁଆର ଓ ଭଟ୍ଟା କିପରି ସଂଘଟିତ ହୁଏ ଚିତ୍ର ସାହାଯ୍ୟରେ ବୁଝାଇ ଲେଖ ।

Answer:

  • ସୂର୍ଯ୍ୟ ଓ ଚନ୍ଦ୍ର ଉଭୟଙ୍କର ମହାକର୍ଷଣ ଶକ୍ତି ଜୁଆର ସୃଷ୍ଟି କରିବାର କାରଣ ଅଟେ । ମୁଖ୍ୟତଃ ଚନ୍ଦ୍ରର ଆକର୍ଷଣ ଫଳରେ ଜୁଆର ହୁଏ । ଏହା ସହ ପୃଥ‌ିବୀର ଗତି ଏଥରେ ସାହାଯ୍ୟ କରିଥାଏ ।
    BSE Odisha 7th Class Geography Solutions Chapter 3 ବାରିମଣ୍ଡଳ 11
  • ଆବର୍ତ୍ତନ ସମୟରେ ପୃଥ‌ିବୀର ଯେଉଁ ଅଂଶ ଚନ୍ଦ୍ରର ସମ୍ମୁଖୀନ ହୁଏ ସେଠାରେ ଥ‌ିବା ଜଳରାଶି ଚନ୍ଦ୍ରର ଆକର୍ଷଣ ଯୋଗୁଁ ଫୁଲି ଉଠେ । ଫଳରେ ପ୍ରତ୍ୟକ୍ଷ ଜୁଆର ହୋଇଥାଏ ।
  • ସେହି ସମୟରେ ଏହାର ଠିକ୍ ବିପରୀତ ଦିଗରେ ଅବସ୍ଥିତ ଜଳରାଶି ଉପରେ ଚନ୍ଦ୍ରର ଆକର୍ଷଣ ନ ଥାଏ, ମାତ୍ର ଭୂପୃଷ୍ଠର କଠିନ ଅଂଶ କିଛି ମାତ୍ରାରେ ଚନ୍ଦ୍ରଦ୍ୱାରା ଆକର୍ଷିତ ହେବା ଫଳରେ ଜଳଭାଗ ଓ କଠିନ ଭୂଭାଗ ମଧ୍ୟରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୁଏ ।
  • ଏହି ଶୂନ୍ୟସ୍ଥାନକୁ ପୂରଣ କରିବାପାଇଁ ଭୂପୃଷ୍ଠର ଅନ୍ୟ ଅଞ୍ଚଳରୁ ଜଳରାଶି ସେଠାକୁ ପ୍ରବାହିତ ହୁଏ । ଫଳରେ ସମୁଦ୍ରଜଳ ଫୁଲିଉଠି ପରୋକ୍ଷ ଜୁଆର ହୁଏ ।
  • ପ୍ରତ୍ୟକ୍ଷ ଓ ପରୋକ୍ଷ ଜୁଆର ମଧ୍ୟବର୍ତ୍ତୀ ଅଂଶରେ ଥିବା ” ସାଗର ଓ ମହାସାଗରର ଜଳପତ୍ତନ ହ୍ରାସ ପାଇ ଭଟ୍ଟା ସୃଷ୍ଟି ହୁଏ ।

୬ । ସାଗର ଓ ମହାସାଗରର ଗୁରୁତ୍ବ ଉଦାହରଣ ସହ ବୁଝାଅ ।

Answer:

  1. ସାଗର ଓ ମହାସାଗର ଅମାପ ସମ୍ପଦର ଗନ୍ତାଘର । ତେଣୁ ଏହାକୁ ‘ରନ୍ଧାକର’ କୁହାଯାଏ । ସମୁଦ୍ରରୁ ଆମର ଖାଇବାଲୁଣ (ସୋଡ଼ିୟମ୍‌ କ୍ଲୋରାଇଡ୍) ସଂଗ୍ରହ କରାଯାଏ ।
  2. ସାମୁଦ୍ରିକ’ ମାଛ କୋଟି କୋଟି ଲୋକଙ୍କର ଖାଦ୍ୟ ଆବଶ୍ୟକତା ପୂରଣ କରେ । ସମୁଦ୍ରରୁ ମୂଲ୍ୟବାନ ଶଙ୍ଖ, ପୋହଳା, ମୋତି ଆଦି ପଦାର୍ଥ ମିଳିଥାଏ ।
  3. ଅଲିଭ୍ ରିଡ଼ଲେ କଇଁଛ ତଥା ଅନ୍ୟାନ୍ୟ ସାମୁଦ୍ରିକ ଜୀବ ନାନାଦି ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ ।
  4. ସାମୁଦ୍ରିକ ଜୀବ ଗୁଡ଼ିକର ସଂଗ୍ରହ, ସେଗୁଡ଼ିକ ର ପ୍ରକ୍ରିୟାକରଣ ଓ ଉପଯୁକ୍ତ ବିନି ଯୋଗ ଆଦି କାର୍ଯ୍ୟ କରି ବହୁତ ଲୋକ ଜୀବିକା ନିର୍ବାହ କରିଥାନ୍ତି ।
  5. ବୈଜ୍ଞାନିକ ପଦ୍ଧତିରେ ସମୁଦ୍ର ଗର୍ଭସ୍ଥ ଅନେକ ମୂଲ୍ୟବାନ ଧାତବ ଖଣିଜ ଓ ଖଣିଜତୈଳ ଆହରଣ କରାଯାଏ ।

BSE Odisha 7th Class Geography Notes Chapter 3 ବାରିମଣ୍ଡଳ

ଉପକ୍ରମ :

  • ଭୂପୃଷ୍ଠରେ ଥିବା ମହାସାଗର, ସାଗର, ହ୍ରଦ, ନଦୀ, ହିମବାହ, ଭୂତଳ ଜଳ ଏବଂ ବାୟୁମଣ୍ଡଳର ଜଳୀୟବାଷ୍ପକୁ। ନେଇ ପୃଥ‌ିବୀର ବାରିମଣ୍ଡଳ ଗଠିତ ।
  • ଏହା ପ୍ରାୟ ୩୬ କୋଟି ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ।
  • ପୃଥ‌ିବୀର ଜଳଭାଗ ଲବଣାକ୍ତ ଜଳ ଓ ମଧୁର ଜଳ ଭାବରେ ବିଭକ୍ତ ।
  • ମହାସାଗର, ସାଗର, ହ୍ରଦ ଆଦି ଲବଣାକ୍ତ ଜଳର ଉତ୍ସ ହୋଇଥିବାବେଳେ ପର୍ବତ ଶିଖରରେ ଥ‌ିବା ତୁଷାର ରାଶି, ନଦୀ, କୂଅ, ପୋଖରୀ, ଜଳୀୟବାଷ୍ପ, ଭୂତଳ ଜଳ ଇତ୍ୟାଦି ମଧୁରଜଳର ଉତ୍ସ ଅଟେ ।
  • ପୃଥିବୀପୃଷ୍ଠର ସମୁଦାୟ କ୍ଷେତ୍ରଫଳର ଶତକଡ଼ା ୭୧ ଭାଗ ଜଳଭାଗ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ

ପୃଥ‌ିବୀ ପୃଷ୍ଠରେ ଜଳର ଆବଣ୍ଟନ :

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ 1

ପୃଥ‌ିବୀପୃଷ୍ଠରେ ମିଳୁଥିବା ମଧୁରଜଳ ଭୂତଳରେ ୦.୬୮%, ହ୍ରଦରେ ୦.୦୦୯%, ବାୟୁମଣ୍ଡଳରେ ଜଳୀୟବାଷ୍ପ ରୂପେ ୦.୦୦୧୯%, ନଦୀମାନଙ୍କରେ ୦,୦୦୦୧% ଏବଂ ତୁଷାର ରାଶିରେ ୨% ଭାଗ ମିଳିଥାଏ ।

ପୃଥ‌ିବୀପୃଷ୍ଠରେ ମିଳୁଥିବା ବ୍ୟବହାର ଉପଯୋଗୀ ମଧୁର ଜଳର ପରିମାଣ ଶତକଡ଼ା ୦,୦୧୧ ଭାଗ । ମହାସାଗର ତଥା ସାଗର ଜଳର ଲବଣତା ଏକ କିଲୋଗ୍ରାମ୍ ପ୍ରତି ୩୫ ଗ୍ରାମ୍ ।

୧ କିଲୋଗ୍ରାମ୍ ଜଳରେ ଯେତେ ଗ୍ରାମ୍ ଲବଣ ଦ୍ରବୀଭୂତ ଥାଏ, ତାହାକୁ ଜଳର ଲବଣତା କୁହାଯାଏ ।

ଜଳ ସଂରକ୍ଷଣ :

  • ଜଳ ହିଁ ଜୀବନ । ପୃଥ‌ିବୀରେ ବ୍ୟବହାର ଉପଯୋଗୀ ଜଳ କମ୍ ପରିମାଣରେ ମିଳୁଥିବାରୁ ଏହାର ସଂରକ୍ଷଣ ପାଇଁ ଉଦ୍ୟମ ଆବଶ୍ୟକ ।
  • ଜଳ ସଂରକ୍ଷଣର ପ୍ରଚାର ଓ ପ୍ରସାର ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୨୨ ତାରିଖକୁ ବିଶ୍ୱ ଜଳ ଦିବସ ରୂପେ ପାଳନ କରାଯାଏ ।

ଜଳଚକ୍ର :

  • ପୃଥ‌ିବୀପୃଷ୍ଠସ୍ଥ ଜଳ ବାଷ୍ପୀଭବନ ପ୍ରକ୍ରିୟାରେ ବାୟୁମଣ୍ଡଳକୁ ଯାଏ । ଘନୀଭବନ ପ୍ରକ୍ରିୟାରେ ମେଘରେ ପରିଣତ ହୁଏ ।
  • ବୃଷ୍ଟିପାତ, କରକାପାତ ଓ ତୁଷାରପାତ ଆଦି ବର୍ଷଣ ପ୍ରକ୍ରିୟା ଦ୍ବାରା ଏହି ଜଳ ପୃଥୁବୀପୃଷ୍ଠକୁ ଫେରିଆସେ । ଏହାକୁ ଜଳଚକ୍ର କୁହାଯାଏ ।

ପୃଥ‌ିବୀର ମହାସାଗର ଓ ସାଗର :

ପୃଥ୍ବୀର ମହାସାଗର ଗୁଡ଼ିକ ହେଲେ- ପ୍ରଶାନ୍ତ ମହାସାଗର, ଆଙ୍ଗ୍‌ଲାଷ୍ଟିକ୍ ମହାସାଗର, ଭାର ତ ମହାସାଗର, ଉତ୍ତର ମହାସାଗର ଏବଂ ଦକ୍ଷିଣ ମହାସାଗର ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ 2

ପୃଥ‌ିବୀର ମୁଖ୍ୟ ମହାସାଗର ଓ ଏହାର ବିଶେଷତ୍ଵ :

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ 3

ସାଗର :

ପୃଥ‌ିବୀରେ ଥିବା ସାଗରଗୁଡ଼ିକ ମହାସାଗରର କ୍ଷେତ୍ରଫଳ ଓ ଗଭୀରତାଠାରୁ ବହୁତ କମ୍ ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ

ମୁଖ୍ୟ ସାଗର :

  • ଦକ୍ଷିଣ ଚୀନ ସାଗର (ସର୍ବବୃହତ୍ ସାଗର)
  • ଜାପାନ ସାଗର
  • ଉତ୍ତର ସାଗର
  • ଭୂମଧ୍ୟ ସାଗର
  • ଲୋହିତ ସାଗର
  • ପୀତ ସାଗର
  • କାରିବିୟାନ୍ ସାଗର
  • ଆରବ ସାଗର

ଦକ୍ଷିଣ ମହାସାଗର ବା କୁମେରୁ ମହାସାଗରଟି ପ୍ରଶାନ୍ତ ମହାସାଗର, ଆଟ୍‌ଲାଣ୍ଟିକ୍ ମହାସାଗର ଓ ଭାରତ ମହାସାଗର ଦକ୍ଷିତାଂଶକୁ ନେଇ ଗଠିତ ।

ମହାସାଗର ଓ ସାଗରତଳ :

  • ସାଗର ତଳରେ ଗଭୀର ଖାତ, ସମତଳ ଅଞ୍ଚଳ, ଉଚ୍ଚଭୂମି, ପାହାଡ଼ ବା ପର୍ବତଶ୍ରେଣୀ ଆଦି ଭୂମିରୂପ ରହିଛି ।
  • ସାଗରକୂଳଠାରୁ ଅଳ୍ପ କିଛି ଦୂର ପର୍ଯ୍ୟନ୍ତ ନିମଜ୍ଜିତ ଗଡ଼ାଣିଆ ଭୂଭାଗକୁ ମହୀସୋପାନ କୁହାଯାଏ ।
  • ମହୀସୋପାନର ଶେଷଭାଗରୁ ସମୁଦ୍ର ଆଡ଼କୁ ଅଧିକ ଢାଳୁ ବିଶିଷ୍ଟ ଗଡ଼ାଣିଆ ସମୁଦ୍ରତଳକୁ ମହୀଢାଲୁ କୁହାଯାଏ ।
  • ମହୀଢାଲୁର ନିଗ୍ନାଂଶରୁ ସମୁଦ୍ରତଳର ବିସ୍ତୃତ ଶଯ୍ୟାକୁ ମହାସାଗର ସମତଳ କୁହାଯାଏ ।
  • ମହାସାଗର ଲବଣାକ୍ତ ଜଳରେ ସୋଡ଼ିୟମ୍ କ୍ଲୋରାଇଡ୍, ମ୍ୟାଗ୍ନେସିୟମ୍ କ୍ଲୋରାଇଡ୍, ମ୍ୟାଗ୍ନେସିୟମ୍ ସଲଫେଟ୍ ଓ କ୍ୟାଲସିୟମ୍ ସଲ୍‌ଫେଟ୍ ଆଦି ରାସାୟନିକ ପଦାର୍ଥ ଓ ନଦୀମାନଙ୍କରୁ ଜଳପ୍ରବାହରେ ଆନୀତ ବିଭିନ୍ନ ରାସାୟନିକ ପଦାର୍ଥ ମିଶିବା ଫଳରେ ସମୁଦ୍ର ଜଳର ଲବଣତା ବୃଦ୍ଧି ପାଇଛି ।
  • ସମୁଦ୍ର ଜଳର ତାପମାତ୍ରା ବିଷୁବ ଅଞ୍ଚଳରେ ୨୫° ସେଲ୍‌ସିୟସ୍ ଓ ମେରୁ ଅଞ୍ଚଳରେ ପ୍ରାୟ ୦° ସେଲ୍‌ସିୟସ୍ ହୋଇଥାଏ ।
  • ସମୁଦ୍ର ଜଳ ସର୍ବଦା ଅସ୍ଥିର ଓ ଚଳନଶୀଳ ।
  • ଉପସାଗରଗୁଡ଼ିକ ସାଗର ତୁଳନାରେ କମ୍ କ୍ଷେତ୍ରଫଳ ବିଶିଷ୍ଟ, ଅଗଭୀର ଓ ସ୍ଥଳଭାଗ ଦ୍ଵାରା ସୀମିତ । ଉଦାହରଣ : ପାରସ୍ୟ ଉପସାଗର, ବଙ୍ଗୋପସାଗର, କାମ୍ବେ ଉପସାଗର ।
  • ବିଭିନ୍ନ ସାମୁଦ୍ରିକ ଉଦ୍ଭଦ ଓ ଜୀବଜନ୍ତୁଙ୍କ ଧ୍ବଂସାବଶେଷ ମହାସାଗର ତଳ ଅଂଶରେ ଜମାହୋଇ ସୃଷ୍ଟି ହୋଇଥିବା କୋମଳ ପଙ୍କକୁ ସିନ୍ଧୁମଳ କୁହାଯାଏ ।
  • କ୍ରାନ୍ତୀୟ ଉଷ୍ମମଣ୍ଡଳରେ ସାଗର ଜଳର ଲବଣତା ଅନ୍ୟ ଅଞ୍ଚଳ ଅପେକ୍ଷା ଅଧିକ ଥାଏ, ମାତ୍ର ମେରୁ ଅଞ୍ଚଳରେ ଲବଣତା ହାର କମ୍ ।

ସାଗର ଜଳର ସଞ୍ଚାଳନ :

ବିଭିନ୍ନ କାରଣରୁ ସମୁଦ୍ର ଜଳର ସଞ୍ଚାଳନ ହୋଇଥାଏ ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ 4

ସମୁଦ୍ର ଜଳ ନିମ୍ନୋକ୍ତ ପ୍ରକାରରେ ସଞ୍ଚାଳିତ ହୋଇଥାଏ; ଯଥା- ତରଙ୍ଗ, ଜୁଆର ଓ ସାମୁଦ୍ରିକ ସ୍ରୋତ ।

ତରଙ୍ଗ :

  • ପ୍ରବାହିତ ବାୟୁର ଘର୍ଷଣ ଫଳରେ ସାଗର ପୃଷ୍ଠ ଜଳରେ ଭାଙ୍ଗ ପଡ଼ିଯାଏ । ଏହାକୁ ତରଙ୍ଗ ବା ଢେଉ କୁହାଯାଏ । ତରଙ୍ଗର ଗତି ଊର୍ଷକୁ ଓ ନିମ୍ନକୁ ହୋଇଥାଏ ।
  • ତରଙ୍ଗର ଉଚ୍ଚତମ ଅଂଶକୁ ତରଙ୍ଗ ଶୀର୍ଷ ଓ ନିମ୍ନତମ ଅଂଶକୁ ତରଙ୍ଗ ପାଦ କୁହାଯାଏ । ପାଖାପାଖୁ ଅବସ୍ଥିତ ଦୁଇଟି ତରଙ୍ଗ ଶୀର୍ଷ ବା ତରଙ୍ଗ ପାଦ ମଧ୍ୟରେ ଥ‌ିବା ବ୍ୟବଧାନକୁ ତରଙ୍ଗ ଦୈର୍ଘ୍ୟ କୁହାଯାଏ । ତରଙ୍ଗ ପାଦଠାରୁ ତରଙ୍ଗ ଶୀର୍ଷ ପର୍ଯ୍ୟନ୍ତ ଉଚ୍ଚତାକୁ ତରଙ୍ଗର ଉଚ୍ଚତା କୁହାଯାଏ ।
  • ସମୁଦ୍ର ପୃଷ୍ଠ ଉପରେ ଝଡ଼ କିମ୍ବା ସମୁଦ୍ର ଅଭ୍ୟନ୍ତରରେ ଭୂମିକମ୍ପ ଯୋଗୁ ବିରାଟ ତରଙ୍ଗମାନ ସୃଷ୍ଟି ହୁଏ ।
  • ଭୂକମ୍ପ ଜନିତ ବିରାଟ ବିରାଟ ସାମୁଦ୍ରିକ ତରଙ୍ଗ ବା ସୁନାମି ପ୍ରାୟ ଘଣ୍ଟାପ୍ରତି ୭୦୦ କି.ମି. ବେଗରେ ଗତି କରି ଉପକୂଳ ଅଞ୍ଚଳରେ ପ୍ରବଳ କ୍ଷତି ଘଟାଏ ।
  • ୨୦୦୪ ମସିହା ନଭେମ୍ବର ମାସ ୨୬ ତାରିଖରେ ସୁନାମି ଯୋଗୁ ଭାରତର ଉପକୂଳ ତଥା ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ପ୍ରାୟ ୧୦, ୦୦୦ରୁ ଅଧିକ ଲୋକ ମୃତ ହେବା ସହ ଅନେକ କ୍ଷୟକ୍ଷତି ଘଟିଥିଲା ।

ଜୁଆର :

ସୂର୍ଯ୍ୟ ଓ ଚନ୍ଦ୍ରର ଆକର୍ଷଣ ଯୋଗୁଁ ପୃଥ‌ିବୀପୃଷ୍ଠସ୍ଥ ସମୁଦ୍ର ଜଳପତ୍ତନରେ ନିୟମିତ ଉତ୍‌ଥାନ ଓ ପତନ ହୋଇଥାଏ । ଏପ୍ରକାର ଉତ୍‌ଥାନକୁ ଜୁଆର ଓ ପତନକୁ ଭଟ୍ଟା କୁହାଯାଏ ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ 5

ଆବର୍ତ୍ତନ ସମୟରେ ଚନ୍ଦ୍ରର ସମ୍ମୁଖୀନ ହେଉଥିବା ପୃଥ‌ିବୀର ଜଳରାଶିରେ ପ୍ରତ୍ୟକ୍ଷ ଜୁଆର ଓ ବିପରୀତ ପାର୍ଶ୍ବରେ ପରୋକ୍ଷ ଜୁଆର ହୋଇଥାଏ ।
ପ୍ରତ୍ୟକ୍ଷ ଓ ପରୋକ୍ଷ ଜୁଆରର ମଧ୍ୟବର୍ତ୍ତୀ ମହାସାଗର ଓ ସାଗର ଜଳରାଶିର ଜଳପତ୍ତନ ହ୍ରାସ ପାଇ ଭଟ୍ଟା ହୋଇଥାଏ ।
ପୂର୍ଣିମା ତିଥିରେ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ଯରେ ପୃଥ‌ିବୀର ଅବସ୍ଥାନ ଏବଂ ଅମାବାସ୍ୟା ତିଥିରେ ଚନ୍ଦ୍ର ଓ ସୂର୍ଯ୍ୟ ପୃଥିବୀର ଏକପାର୍ଶ୍ଵ ରେ ଅବସ୍ଥାନ ଯୋଗୁ ଉଭୟର ମିଳିତ ଆକର୍ଷଣରେ ଗୁରୁ ଜୁଆର ସୃଷ୍ଟି ହୁଏ ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ 6

ସେହିପରି କୃଷ୍ଣପକ୍ଷ ଅଷ୍ଟମୀ ଓ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଚନ୍ଦ୍ର ଓ ସୂର୍ଯ୍ୟ ପୃଥ‌ିବୀକୁ କେନ୍ଦ୍ରକରି ସମକୋଣରେ ଅବସ୍ଥାନ ଯୋଗୁ ଲଘୁ ଜୁଆର ସୃଷ୍ଟି ହୁଏ ।

ଜୁଆର ଦ୍ବାରା ଅନେକ ଉପକାର ମିଳିଥାଏ :

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ 12

ସାମୁଦ୍ରିକ ସ୍ରୋତ :

ସମୁଦ୍ରର ଏକ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ହେଉଥୁବା ଜଳପ୍ରବାହକୁ ସାମୁଦ୍ରିକ ସ୍ରୋତ କୁହାଯାଏ ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ 7

  • ବିଭିନ୍ନ କାରଣରୁ ସାମୁଦ୍ରିକ ସ୍ରୋତର ସୃଷ୍ଟି ହୋଇଥାଏ ।
  • ସାମୁଦ୍ରିକ ସ୍ରୋତ ଉଷ୍ଣ ସ୍ରୋତ ଓ ଶୀତଳ ସ୍ରୋତ ଭାବରେ ପ୍ରବାହିତ ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ 8

  • ସାମୁଦ୍ରିକ ସ୍ରୋତ ପ୍ରବାହିତ ଅଞ୍ଚଳଗୁଡ଼ିକ ଜଳବାୟୁ ବିଶେଷଭାବେ ପ୍ରବାହିତ ହୋଇଥାଏ ।
  • ଇଉରୋପର ଜଗର ବ୍ୟାଙ୍କ୍ ଓ ଗ୍ରାଣ୍ଡ ବ୍ୟାକ୍ ଏବଂ ଉତ୍ତର ଆମେରିକାର ନିଉଫାଉଣ୍ଡଲ୍ୟାଣ୍ଡ ପ୍ରସିଦ୍ଧ ମାଛଧରା କେନ୍ଦ୍ର ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ 9

ପ୍ରବାଳ ସ୍ତୂପ :

  • ଶଙ୍ଖ ଜାତୀୟ କ୍ଷୁଦ୍ର ସାମୁଦ୍ରିକ ଜୀବ ପ୍ରବାଳର ମୁତାବଶେଷ ଜମିରହି ହୁଙ୍କା ଆକାରରେ ସୃଷ୍ଟି ହେଉଥିବା ସାମୁଦ୍ରିକ ଭୂମିରୂପକୁ ପ୍ରବାଳ ସ୍ତୂପ କୁହାଯାଏ । ପ୍ରବାଳ ସ୍ତୂପଗୁଡ଼ିକ ପାଖାପାଖୁ ରହିଲେ ପ୍ରବାଳ ବନ୍ଧ ସୃଷ୍ଟି ହୁଏ ।
  • ସେହିପରି ବୃତ୍ତାକାର ଭାବରେ ଖଣ୍ଡିତ ପ୍ରବାଳ ଘେରିବନ୍ଧ ‘ଆଟୋଲ୍’ ଭାବେ ପ୍ରସିଦ୍ଧ ।
  • ଅଷ୍ଟ୍ରେଲିଆର ପୂର୍ବ ଉପକୂଳରେ ଥ‌ିବା ଗ୍ରେଟ୍ ବ୍ୟାରିଅର୍ ରିଫ୍ ଏକ ବୃହତ୍ ପ୍ରବାଳ ବନ୍ଧ ଅଟେ ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ

ସାଗର ଓ ମହାସାଗରୀୟ ସମ୍ପଦ :

ସମୁଦ୍ର ଅମାପ ସମ୍ପଦର ଗନ୍ତାଘର । ମହାସାଗରୀୟ ସମ୍ପଦଗୁଡ଼ିକ ମାନବ ଜଗତର ଅଶେଷ କଲ୍ୟାଣ କରେ ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ 10

କେତେକ ଭୌଗୋଳିକ ଶବ୍ଦାବଳୀ

  • ଲବଣତା : ୧ କିଲୋଗ୍ରାମ୍ ଜଳରେ ଯେତେ ଗ୍ରାମର ଲବଣ ଦ୍ରବୀଭୂତ ଥାଏ, ତାହାକୁ ଜଳର ଲବଣତା କୁହାଯାଏ ।
  • ଜଳଚକ୍ର : ବାଷ୍ପୀଭବନ ପ୍ରକ୍ରିୟାରେ ଜଳ ଜଳୀୟବାଷ୍ପରେ ପରିଣତ ହୋଇ ବାୟୁମଣ୍ଡଳକୁ ଯାଏ, ଘନୀଭବନ ପ୍ରକ୍ରିୟାରେ ଜଳୀୟବାଷ୍ପ ମେଘରେ ପରିଣତ ହୁଏ ଏବଂ ବର୍ଷଣ ପ୍ରକ୍ରିୟା ଦ୍ଵାରା ଏହା ଭୂପୃଷ୍ଠକୁ ଫେରିଆସେ । ଜଳର ଏପ୍ରକାର ଚକ୍ରାକାର ଗତିକୁ ଜଳଚକ୍ର କୁହାଯାଏ ।
  • ଉପଦ୍ୱୀପ : ଯେଉଁ ସ୍ଥଳଭାଗର ତିନି ପାର୍ଶ୍ୱ ବିସ୍ତୀର୍ଣ୍ଣ ଜଳଭାଗ ଦ୍ଵାରା ବେଷ୍ଟିତ ତାହାକୁ ଉପଦ୍ଵୀପ କୁହାଯାଏ ।
  • ଉପସାଗର : ଯେଉଁ ଜଳଭାଗର ତିନି ପାର୍ଶ୍ୱ ବିସ୍ତୀର୍ଣ୍ଣ ସ୍ଥଳଭାଗ ଦ୍ଵାରା ପରିବେଷ୍ଟିତ, ତାହାକୁ ଉପସାଗର କୁହାଯାଏ ।
  • ମହୀସୋପାନ : ସମୁଦ୍ର ଜଳ ଭିତରେ ବୁଡ଼ି ରହିଥିବା ସମୁଦ୍ରକୂଳଠାରୁ କିଛି ଦୂର ପର୍ଯ୍ୟନ୍ତ ମହାଦେଶର ଅଳ୍ପ ଗଡ଼ାଣିଆ ଭୂଭାଗ ।
  • ମହୀଢାଲୁ : ମହୀସୋପାନର ଶେଷଭାଗରୁ ଭୂମି ଅଧିକ ଢାଲୁ ହୋଇ ଗଭୀର ସମୁଦ୍ର ଆଡ଼କୁ ଲମ୍ବିଥୁବା ଅଞ୍ଚଳ ।
  • ମହାସାଗର ସମତଳ : ମହୀଢାଲୁର ନିଗ୍ନାଂଶରୁ ସମୁଦ୍ର ତଳର ବିସ୍ତୃତ ଶଯ୍ୟା ।
  • ସିନ୍ଧୁମଳ : ମହାସାଗର ତଳ ଅଂଶରେ ଜମା ହେଉଥିବା ସାମୁଦ୍ରିକ ଉଦ୍ଭଦ ଓ ଜୀବଜନ୍ତୁଙ୍କ ଧ୍ୱଂସାବଶେଷରୁ ସୃଷ୍ଟ କୋମଳ ପଙ୍କ ।
  • ତରଙ୍ଗ : ପ୍ରବାହିତ ବାୟୁର ଘର୍ଷଣ ଫଳରେ ସାଗର ପୃଷ୍ଠ ଜଳରେ ପଢ଼ୁଥ‌ିବା ଭାଙ୍ଗ ।
  • ତରଙ୍ଗ ଶୀର୍ଷ : ତରଙ୍ଗର ଉଚ୍ଚତମ ଅଂଶ ।
  • ତରଙ୍ଗ ପାଦ : ତରଙ୍ଗର ନିମ୍ନତମ ଅଂଶ ।

BSE Odisha 7th Class Geography Solutions Chapter 3 ବାରିମଣ୍ଡଳ

  • ତରଙ୍ଗ ଦୈର୍ଘ୍ୟ : ପାଖାପାଖୁ ଅବସ୍ଥିତ ଦୁଇଟି ତରଙ୍ଗ ଶୀର୍ଷ କିମ୍ବା ତରଙ୍ଗ ପାଦର ମଧ୍ୟବର୍ତ୍ତୀ ବ୍ୟବଧାନ ।
  • ତରଙ୍ଗ ଉଚ୍ଚତା : ତରଙ୍ଗ ପାଦଠାରୁ ତରଙ୍ଗର ଶୀର୍ଷ ପର୍ଯ୍ୟନ୍ତ ଉଚ୍ଚତା ।
  • ସୁନାମି : ମହାସାଗର ନିମ୍ନସ୍ଥ ଭୂଭାଗ ଅଭ୍ୟନ୍ତର ରେ ଭୂମିକମ୍ପ ଦ୍ବାରା ସୃଷ୍ଟି ବିରାଟ ସାମୁଦ୍ରିକ ତରଙ୍ଗ ।
  • ଜୁଆର : ସାମୁଦ୍ରିକ ଜଳର ଉତ୍‌ଥାନକୁ ଜୁଆର କୁହାଯାଏ ।
  • ଭଟ୍ଟା : ସାମୁଦ୍ରିକ ଜଳର ପତନକୁ ଭଟ୍ଟା କୁହାଯାଏ ।
  • ଗୁରୁ ଜୁଆର : ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ଜୁଆର । ଉଚ୍ଚ ହେଉଥ‌ିବା
  • ଲଘୁ ଜୁଆର : କୃଷ୍ଣପକ୍ଷ ଅଷ୍ଟମୀ ଓ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ହେଉଥୁବା କମ୍ ଉଚ୍ଚତା ବିଶିଷ୍ଟ ଜୁଆର ।
  • ସାମୁଦ୍ରିକ ସ୍ରୋତ : ସମୁଦ୍ରର ଏକ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ହେଉଥିବା ଜଳପ୍ରବାହ ।
  • ଉଷ୍ଠ ସ୍ରୋତ : ବିଷୁବ ତଥା କ୍ରାନ୍ତି ଅଞ୍ଚଳରୁ ମେରୁ ଆଡ଼କୁ ପ୍ରବାହିତ ଉଷ୍ଣ ଜଳରାଶି ।
  • ଶୀତଳ ସ୍ରୋତ : ମେରୁ ତଥା ନିକଟବର୍ତ୍ତୀ ଅଞ୍ଚଳରୁ ସମୁଦ୍ର ଅଭ୍ୟନ୍ତରରେ ବିଷୁବ ଅଞ୍ଚଳକୁ ପ୍ରବାହିତ ଶୀତଳ ଜଳରାଶି ।
  • ପ୍ଲାଲ୍ଟଟନ୍ : ଶୀତଳ ସ୍ରୋତ ଓ ଉଷ୍ଠ ସ୍ରୋତର ମିଳନ ସ୍ଥଳରେ ଜମା ହେଉଥିବା ମାଛ ଖାଦ୍ୟ ଜାତୀୟ ଉଦ୍ଭିଦ ।
  • ପ୍ରବାଳ ସ୍ତୂପ : ପ୍ରବାଳମାନଙ୍କ ମୃତାବଶେଷରୁ ସୃଷ୍ଟ ହୁଙ୍କା ଆକାର ଭୂମିରୂପ ।
  • ପ୍ରବାଳ ବନ୍ଧ : ପାଖାପାଖୁ କେତେକ ପ୍ରବାଳ ସ୍ତୂପ ପରସ୍ପର ସଂଲଗ୍ନ ହୋଇ ସୃଷ୍ଟି ହେଉଥ‌ିବା ପ୍ରାକୃତିକ ବନ୍ଧ ।
  • ଆଟୋଲ : ବୃତ୍ତାକାର ଖଣ୍ଡିତ ପ୍ରବାଳ ଘେରିବନ୍ଧକୁ ଆଟୋଲ୍ କୁହାଯାଏ ।

BSE Odisha 6th Class Science Important Questions Chapter 1 ଖାଦ୍ୟର ଉତ୍ସ

Odisha State Board BSE Odisha 6th Class Science Important Questions Chapter 1 ଖାଦ୍ୟର ଉତ୍ସ Important Questions and Answers.

BSE Odisha Class 6 Science Important Questions Chapter 1 ଖାଦ୍ୟର ଉତ୍ସ

Question 1.
ପ୍ରାଣୀ ଓ ଉଦ୍ଭଦଠାରୁ ମିଳୁ ନଥ‌ିବା ଦୁଇଟି ଖାଦ୍ୟ ଉପାଦାନର ନାମ ଲେଖ ।
ଉ-
ପ୍ରାଣୀ ଓ ଉଦ୍ଭଦଠାରୁ ମିଳୁ ନଥିବା ଖାଦ୍ୟ ଉପାଦାନ ଦୁଇଟି ହେଲା- ଲୁଣ ଓ ପାଣି ।

Question 2.
ଡାଲମାରେ ବ୍ୟବହୃତ ହେଉଥ‌ିବା ଖାଦ୍ୟ ଉପାଦାନଗୁଡ଼ିକର ନାମ ଲେଖ ।
ଊ –
ଡାଲମାର ବ୍ୟବହୃତ ଉପାଦାନଗୁଡ଼ିକ ହେଲା – ବିଭିନ୍ନ ପରିବା, ନଡ଼ିଆ, ଡାଲି, ତେଲ, ମସଲା, ଲୁଣ, ପିଆଜ, ଲଙ୍କା, ହଳଦି, ପାଣି ।

Question 3.
ଆମେ କାହିଁକି ଖାଦ୍ୟ ଖାଉ ? ଆମେ କେଉଁଠାରୁ ଖାଦ୍ୟ ପାଉ ?
ଉ –

  • ଜୀବନ ଧାରଣ, ଶରୀର ବୃଦ୍ଧି ଓ କାର୍ଯ୍ୟ କରିବା ପାଇଁ ଶକ୍ତି ନିମିତ୍ତ ଆମେ ଖାଦ୍ୟ ଖାଉ ।
  • ଖାଦ୍ୟ ମୁଖ୍ୟତଃ ପ୍ରାଣୀ ଓ ଉଦ୍ଭଦଠାରୁ ମିଳିଥାଏ ।

Question 4.
ଉଭିଦର କେଉଁ କେଉଁ ଅଂଶ ଖାଦ୍ୟ ରୂପେ ଗ୍ରହଣ କରାଯାଏ ?
ଉ –
ଉଭିଦର ମୂଳ, କାଣ୍ଡ, ପତ୍ର, ଫୁଲ, ଫଳ ଓ ମଞ୍ଜି ଆଦି ଖାଦ୍ୟ ରୂପେ ଖୁଯାଏ ।

Question 5.
କେଉଁ କେଉଁ ଉଭିଦର ମୂଳକୁ ଖାଦ୍ୟରୂପେ ଗ୍ରହଣ କରାଯାଏ ?
ଉ –
ମୂଳା, ଓଲୁଓ, ଗାଜର, କନ୍ଦମୂଳ, ବିଟ୍ ଆଦି ଉଭିଦର ମୂଳକୁ ଖାଦ୍ୟରୂପେ ଗ୍ରହଣ କରାଯାଏ ।

Question 6.
କେଉଁ କେଉଁ ଉଭିଦର କାଣ୍ଡକୁ ଖାଦ୍ୟରୂପେ ଗ୍ରହଣ କରାଯାଏ ?
ଉ –
ଆଳୁ, ପିଆଜ, ଅଦା, ରସୁଣ ଆଦି ଉଭିଦର କାଣ୍ଡକୁ ଖାଦ୍ୟରୂପେ ଗ୍ରହଣ କରାଯାଏ ।

BSE Odisha 6th Class Science Important Questions Chapter 1 ଖାଦ୍ୟର ଉତ୍ସ

Question 7.
ପୋଡ଼ପିଠା ତିଆରି ପାଇଁ ଆବଶ୍ୟକ ଉପାଦାନଗୁଡ଼ିକର ନାମ ଲେଖ ।
ଉ –
ପୋଡ଼ପିଠା ତିଆରି ପାଇଁ ଆବଶ୍ୟକ କରିବା ଉପାଦାନଗୁଡ଼ିକ ହେଲା – ଚାଉଳ ଚୂନା, ଗୁଡ଼, ନଡ଼ିଆ, ଗୁଜୁରାତି, ଘିଅ, ଦହି, ଗୋଲମରିଚ, ଅଦା, ଅଳେଇଚ, ଲୁଣ, ଲବଙ୍ଗ ଓ ପାଣି ।

ଦୀର୍ଘ ପ୍ରଶୋଉର

Question 1.
ଖାଦ୍ୟଖାଇବାକୁ ଆଧାର କରି ପ୍ରାଣୀମାନଙ୍କର ଶ୍ରେଣୀବିଭାଗ କରି ପ୍ରତ୍ୟେକଙ୍କର ଉଦାହରଣ ସହ ଲେଖ ।
ଉ –
ଖାଦ୍ୟ ଖାଇବାକୁ ଆଧାର କରି ପ୍ରାଣୀମାନଙ୍କୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ; ଯଥା (a) ଶାକାହାରୀ, (b) ମାଂସାଶୀ ଓ (c) ସର୍ବାହାରୀ ।

(a) ଶାକାହାରୀ – ଯେଉଁ ପ୍ରାଣୀମାନେ କେବଳ ଉଭିଦ ବା ଉଭିଦଜାତ ପଦାର୍ଥ ଖାଆନ୍ତି, ସେମାନଙ୍କୁ ଶାକାହାରୀ କୁହାଯାଏ । ଠେକୁଆ, ହାତୀ, ହରିଣ, ସମ୍ବର ଆଦି ଶାକାହାରୀ ଅଟନ୍ତି ।
(b) ମାଂସାଶୀ – ଯେଉଁ ପ୍ରାଣୀମାନେ କେବଳ ଅନ୍ୟ ପ୍ରାଣୀମାନଙ୍କୁ ଖାଆନ୍ତି, ସେମାନଙ୍କୁ ମାଂସାଶୀ କୁହାଯାଏ ।
ସିଂହ, ବାଘ, ବିଲୁଆ, ଗଧ୍ଵ ଆଦି ମାଂସାଶୀ ଅଟନ୍ତି ।
(c) ସର୍ବାହାରୀ – ଯେଉଁ ପ୍ରାଣୀମାନେ ଉଭିଦ ଓ ପ୍ରାଣୀଙ୍କୁ ଖାଆନ୍ତି, ସେମାନଙ୍କ ସର୍ବାହାରୀ କୁହାଯାଏ । ମଣିଷ, କୁକୁର, ବିରାଡ଼ି, କାଉ ଆଦି ସର୍ବାହାରୀ ଅଟନ୍ତି ।

Question 2.
ପ୍ରାଣୀ ଓ ଉଦ୍ଭଦଠାରୁ କେଉଁ କେଉଁ ଖାଦ୍ୟ ମିଳେ ଏକ ଉଦାହରଣ ଦେଇ ଲେଖ ।
ଉ –

  • ଖାଦ୍ୟପ୍ରସ୍ତୁତ କରିବାପାଇଁ କେତେକ ଉପାଦାନ ଉଦ୍ଭଦଠାରୁ ମିଳିଥାଏ ଓ କେତେକ ଉପଦାନ ପ୍ରାଣୀଠାରୁ ମିଳିଥାଏ । କେତେକ ଉପାଦାନ ମଧ୍ଯ ପ୍ରାଣୀ ଓ ଉଦ୍ଭଦଠାରୁ ମିଳିନଥାଏ ।
  • ଉଦାହରଣ ସ୍ଵରୂପ, ଡାଲମା ପ୍ରସ୍ତୁତି ନିମନ୍ତେ ଉପାଦାନଗୁଡ଼ିକ ହେଲା ବିଭିନ୍ନ ପରିବା, ନଡ଼ିଆ, ଡାଲି, ତେଲ, ମସଲା, ଲୁଣ, ପାଣି, ପିଆଜ, ଲଙ୍କା ଓ ହଳଦି । ଏଗୁଡ଼ିକ ମଧ୍ୟରୁ ପାଣି ଓ ଲୁଣ ବ୍ୟତୀତ ସମସ୍ତ ଉପାଦାନ ଉଦ୍ଭଦଠାରୁ ମିଳିଥାଏ ।
  • ଖାଦ୍ୟ ପ୍ରସ୍ତୁତି ନିମନ୍ତେ ଉଭିଦର ବିଭିନ୍ନ ଅଂଶ ବ୍ୟବହାର କରାଯାଏ ।
  • କେତେକ ଖାଦ୍ୟରେ ଉଭିଦର ମୂଳ ବ୍ୟବହାର ହୋଇଥାଏ ଏବଂ ଅନ୍ୟ କେତେକ ଖାଦ୍ୟରେ ଫୁଲ, ଫଳ, ମଞ୍ଜି, ପତ୍ର ଓ କାଣ୍ଡ ବ୍ୟବହୃତ ହୁଏ ।

BSE Odisha 6th Class Science Important Questions Chapter 1 ଖାଦ୍ୟର ଉତ୍ସ

Question 3.
ଉଭିଦମାନଙ୍କର କେଉଁ କେଉଁ ଅଂଶ ଆମେ ଖାଦ୍ୟରୂପେ ବ୍ୟବହାର କରୁ ଉଲ୍ଲେଖ କର।

  • ଅମେ ଦୈନନ୍ଦିନ ଜୀବନରେ କେତେକ ଉଭିଦକୁ ଖାଦ୍ୟରୂପେ ବ୍ୟବହାର କରିଥାଉ । ସେଗୁଡ଼ିକ ହେଲା – ଟମାଟୋ, କଦଳୀ, ଆମ୍ବ, ନଡ଼ିଆ, ପିଆଜ, ଆଖୁ, ଅଦା, ପୋଇ, ଶିମ୍ବ ଓ ଖଡ଼ା ଇତ୍ୟାଦି।
  • କେତେକ ଉଭିଦର ଫଳ, କାଣ୍ଡ, ଫୁଲ, ପତ୍ର ଓ ମଞ୍ଜିକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରିଥାଉ ।
  • ଉଭିଦର ଫଳ ରୂପେ ଆମେ କଦଳୀ, ଶିମ୍ବ, ଟମାଟୋ, ଆମ୍ବ, ନଡ଼ିଆ, ଆଦି ଫଳକୁ ଖାଦ୍ୟ ରୂପେ ବ୍ୟବହାର କରିଥାଉ ।
  • ଉଭିଦର କାଣ୍ଡ ରୂପେ ଆମେ କଦଳୀ, ପିଆଜ, ଆଖୁ, ଅଦା, ପୋଇ ଓ ଖଡ଼ା ଆଦି ଖାଦ୍ୟ ରୂପେ ବ୍ୟବହାର କରାଯାଏ ।
  • ପିଆଜକୁ ଆମେ ଉଭୟ କାଣ୍ଡ ଓ ପତ୍ର (ଶଣ୍ଢା) ରୂପେ ବ୍ୟବହାର କରିଥାଉ ।
  • କଦଳୀର କାଣ୍ଡ (ମଞ୍ଜା), ଫଳ ଓ ଫୁଲ (ଭଣ୍ଡା)କୁ ଖାଦ୍ୟ ରୂପେ ବ୍ୟବହାର କରାଯାଉଥିବାବେଳେ ପୋଇର କାଣ୍ଡ, ପତ୍ର ଓ ଫଳକୁ ମଧ୍ୟ ଖାଦ୍ୟ ରୂପେ ବ୍ୟବହାର କରାଯାଇଥାଏ ।
  • ସେହିପରି ଶିମ୍ବର ଫଳ, ମଞ୍ଜି ଓ ଖଡ଼ାର କାଣ୍ଡ, ପତ୍ର ଓ ମୂଳକୁ ଖାଦ୍ୟ ରୂପେ ବ୍ୟବହାର କରାଯାଇଥାଏ ।

Question 4.
ଶାକାହାରୀ ପ୍ରାଣୀ ଓ ମାଂସାଶୀ ପ୍ରାଣୀ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ଉ –

  • ଯେଉଁ ପ୍ରାଣୀମାନେ କେବଳ ଉଭିଦ ବା ଉଭିଦଜାତ ପଦାର୍ଥ ଖାଆନ୍ତି, ସେମାନଙ୍କୁ ଶାକାହାରୀ କୁହାଯାଏ ।
  • ହରିଣ, ଠେକୁଆ, ହାତୀ, ମାଙ୍କଡ଼, ଗାଈ ଆଦି ଶାକାହାରୀ ପ୍ରାଣୀ ଅଟନ୍ତି ।
    ମାଂସାଶୀ ପ୍ରାଣୀ :
  • ଯେଉଁ ପ୍ରାଣୀମାନେ କେବଳ ଅନ୍ୟ ପ୍ରାଣୀମାନଙ୍କୁ ଖାଆନ୍ତି, ସେମାନଙ୍କୁ ମାଂସାଶୀ କୁହାଯାଏ ।
  • ବାଘ, ସିଂହ, ଗ, ବିଲୁଆ ଆଦି ମାଂସାଶୀ ପ୍ରାଣୀ ଅଟନ୍ତି ।

ବସ୍ତୁନିଷ୍ଠ ପ୍ରଶୋଉର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(a) ଖାଦ୍ୟ ମୁଖ୍ୟତଃ ……… ଓ ……… ରୁ ମିଳେ ।
(b) ଆମେ ଖାଉଥ‌ିବା ଖାଦ୍ୟର ଅଧିକାଂଶ ଉପାଦାନ ମୁଖ୍ୟତଃ …………. ଠାରୁ ମିଳିଥାଏ ।
(c) ………. ଗଛର ପତ୍ର, ଫୁଲ, ଫଳ ଓ କାଣ୍ଡକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରୁ ।
(d) ମଣିଷ ……… ଶ୍ରେଣୀର ଅଟେ ।
(e) ଗାଜର ଗଛର ………… ଆମର ଖାଦ୍ୟ ରୂପେ ବ୍ୟବହୃତ ହୁଏ ।
(f) ଓଲକୋବି ଗଛର ………… ଆମର ଖାଦ୍ୟରୂପେ ବ୍ୟବହୃତ ହୁଏ ।
(g) ହାତୀ …………. ଶ୍ରେଣୀର ଅଟେ ।
ଉ –
(a) ପ୍ରାଣୀ, ଉଭିଦ
(b) ଉଦ୍ଭଦ
(c) କଖାରୁ
(d) ସର୍ବାହାରୀ
(e) ମୂଳ
(f) କାଣ୍ଡ
(g) ଶାକାହାରୀ

BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ

Question 2.
ଦ୍ଵିତୀୟ ପ୍ରଶ୍ନର ପ୍ରଥମ ଶବ୍ଦଦ୍ୱୟର ସମ୍ପର୍କକୁ ଦେଖୁ ଦ୍ଵିତୀୟ ଯୋଡ଼ା ଶବ୍ଦ ପାଖରେ “?” ଚିହ୍ନ ସ୍ଥାନରେ ଉପଯୁକ୍ତ ଶବ୍ଦ ଲେଖ ।
(a) ପ୍ରାଣୀଠାରୁ ମିଳୁଥିବା ଉପାଦାନ : ଗୁଆଘିଅ :: ପ୍ରାଣୀ ଓ ଉଦ୍ଭଦଠାରୁ ମିଳୁ ନଥ‌ିବା ଉପାଦାନ : (?)
(b) ଡାଲି : ଉଭିଦଠାରୁ ମିଳୁଥିବା ଉପାଦାନ :: କ୍ଷୀର : (?)
(c) କାକୁଡ଼ି : ଫଳ :: ବିଟ୍ : (?)
(d) ବନ୍ଧାକୋବି : ପତ୍ର :: ବିଲାତିଆଳୁ : (?)
(e) ମଇଁଷି : ଶାକାହାରୀ :: ବିଲୁଆ : (?)
(f) ସାପ : ମାଂସାଶୀ :: ବିରାଡ଼ି : (?)
(g) ଗଧୂ : ମାଂସାଶୀ :: ମାଙ୍କଡ଼ : (?)
ଉ –
(a) ଲୁଣ
(b)ପ୍ରାଣୀଠାରୁ ମିଳୁଥିବା
(c) ମୂଳ
(d) କାଣ୍ଡ
(e) ମାଂସାଶୀ
(f) ସର୍ବାହାରୀ
(g) ଶାକାହାରୀ

Question 3.
ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) ଲବଙ୍ଗର କେଉଁ ଅଂଶ ଝାଯାଏ ?
(i) ଫୁଲ
(ii) ଫଳ
(iii) କଢ଼
(iv) ଫୁଲ ଓ କଢ଼
ଉ –
(iii) କଢ଼

(ଖ) କାହାର କାଣ୍ଡକୁ ଆମେ ଖାଦ୍ୟରୂପେ ବ୍ୟବହାର କରୁ ?
(i) ନଡ଼ିଆ
(ii) ଅଦା
(ii) ଆମ୍ବ
(iv) ଶିମ୍ବ
ଉ –
(ii) ଅଦା

BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ

(ଗ) କେଉଁଟି ଉଦ୍ଭଦରୁ ମିଳେ ନାହିଁ ?
(i) ଚାଉଳ
(ii) ଡାଲି
(iii) ଲୁଣ
(iv) ମସଲା
ଉ –
(iii) ଲୁଣ

(ଘ) ସର୍ବାହାରୀ ଶ୍ରେଣୀର ପ୍ରାଣୀଟି କିଏ ?
(i) ହାତୀ
(ii) ସିଂହ
(ii) ହରିଣ
(iv) କୁକୁର
ଉ –
(iv) କୁକୁର

(ଙ) ଖାଦ୍ୟ କେଉଁଥ୍ପାଇଁ ଆବଶ୍ୟକ ?
(i) ଶକ୍ତି
(ii) ବୃଦ୍ଧି
(iii) ରୋଗ କବଳରୁ ସୁରକ୍ଷା
(iv) ଏ ସମସ୍ତ
ଉ –
(iv) ଏ ସମସ୍ତ

Question 4.
‘କ’ ସ୍ତମ୍ଭର ଶବ୍ଦ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ମିଳନ କର ।
(କ)
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 8
ଉ –
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 9
(ଖ)
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 10
ଉ –
BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ - 11

BSE Odisha 6th Class Science Solutions Chapter 1 ଖାଦ୍ୟର ଉତ୍ସ

Question 5.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ଖାଦ୍ୟର ମୁଖ୍ୟ ଉତ୍ସଗୁଡ଼ିକ ହେଉଛି ଭାତ ଓ ରୁଟି ।
(ଖ) ଖାଦ୍ୟ ଶରୀରକୁ ରକ୍ଷା କରେ ।
(ଗ) ଯେଉଁ ପ୍ରାଣୀମାନେ କେବଳ ଅନ୍ୟ ପ୍ରାଣୀଙ୍କୁ ଖାଆନ୍ତି, ସେମାନଙ୍କୁ ଶାକାହାରୀ କୁହାଯାଏ ।
(ଘ) ମହୁ ଏକ ପ୍ରଣୀଜ ଖାଦ୍ୟ ।
(ଙ) ପେଚା ଏକ ତୃଣଭୋଜୀ ପ୍ରାଣୀ ।
ଉ –
(କ) ଖାଦ୍ୟର ମୁଖ୍ୟ ଉତ୍ସଗୁଡ଼ିକ ହେଉଛି ଉଭିଦ ଓ ପ୍ରାଣୀ ।
(ଖ) ଖାଦ୍ୟ ଶରୀରକୁ ଉଷ୍ଣତା ଯୋଗାଏ ।
(ଗ) ଯେଉଁ ପ୍ରାଣୀମାନେ କେବଳ ଅନ୍ୟ ପ୍ରାଣୀଙ୍କୁ ଖାଆନ୍ତି, ସେମାନଙ୍କୁ ମାଂସାଶୀ କୁହାଯାଏ ।
(ଘ) ମହୁ ଏକ ଉଭିଦଜାତ ଖାଦ୍ୟ ।
(ଙ) ପେଚା ଏକ ମାଂସାଶୀ ପ୍ରାଣୀ ।

Question 6.
ଠିକ୍ ଉତ୍ତର ପାଖରେ (✓) ଚିହ୍ନ ଓ ଭୁଲ୍ ଉତ୍ତର ପାଖରେ (✗) ଚିହ୍ନ ଦିଅ ।
(କ) ଖାଦ୍ୟର ସମସ୍ତ ଉପାଦାନ ପ୍ରାଣୀଠାରୁ ମିଳିଥାଏ । (✗)
(ଖ) ଖାଦ୍ୟକୁ ଜୀବନଧାରଣର ଉତ୍ସ କୁହାଯାଏ। (✓)
(ଗ) ଆମେ ସବୁଦିନ ସମାନ ପ୍ରକାର ଖାଦ୍ୟ ଖାଉ । (✗)
(ଘ) କଖାରୁ ଗଛର କେବଳ ଫୁଲ ଖାଦ୍ୟରୂପେ ବ୍ୟବହାର କରାଯାଏ । (✗)
(ଙ) ବିରାଡ଼ି ଏକ ମାଂସାସୀ ପ୍ରାଣୀ । (✗)
(ଚ) ଠେକୁଆ ଏକ ସର୍ବହାରୀ ପ୍ରାଣୀ । (✗)
(ଛ) ଗାଈ ଏକ ଶାକାହାରୀ ପ୍ରାଣୀ । (✓)

BSE Odisha 8th Class Maths Notes Algebra Chapter 7 ସମୀକରଣ ଓ ଏହାର ସମାଧାନ

Odisha State Board BSE Odisha 8th Class Maths Notes Algebra Chapter 7 ସମୀକରଣ ଓ ଏହାର ସମାଧାନ will enable students to study smartly.

BSE Odisha Class 8 Maths Notes Algebra Chapter 7 ସମୀକରଣ ଓ ଏହାର ସମାଧାନ

→ ସମୀକରଣ ଓ ଅଭେଦ (Equation and Identity):
(i) ଯେଉଁ ଉକ୍ତ ବୀଜଗାଣିତିକ ଅଜ୍ଞାତ ରାଶି x ର ଏକ ନିର୍ଦ୍ଦିଷ୍ଟ ମାନପାଇଁ ସତ୍ୟ ହୁଏ, ତାହାକୁ ସମୀକରଣ (Equation) କୁହାଯାଏ ।
ଯଥା -8x – 3 = 4x + 5 ଏକ ସମୀକରଣ ଅଟେ ।
(ii) ସମୀକରଣଗୁଡ଼ିକରେ ଏକ କିମ୍ବା ଏକାଧିକ ଅଜ୍ଞାତ ରାଶି ଥାଇପାରେ ।
(iii) ଅଜ୍ଞାତ ରାଶି ଭାବରେ x, y ବା z ଇତ୍ୟାଦି ନିଆଯାଏ ।
(iv) ଯେଉଁ ଉକ୍ତ ବୀଜଗାଣିତିକ ଅଜ୍ଞାତ ରାଶି ‘x’ର ଯେ କୌଣସି ମାନ ପାଇଁ ସତ୍ୟ ହୁଏ, ତାକୁ ଅଭେଦ କୁହାଯାଏ ।
7x + 2x = 9x ଗୋଟିଏ ଅଭେଦ ଅଟେ ।

→ ସମୀକରଣ ଘାତ (Power of an Equation):
ସମୀକରଣର ପଦଗୁଡ଼ିକରେ ଥ‌ିବା ଅଜ୍ଞାତ ରାଶିର ସର୍ବୋଚ୍ଚ ଘାତକୁ ସମୀକରଣର ଘାତ କୁହାଯାଏ ।

ଉଦାହରଣ :
2x + 5 = 3, ଏଥରେ x ର ଘାତ = 1 । ତେଣୁ ଏହା ଏକଘାତୀ ସମୀକରଣ ।
ସେହିପରି 2x² + 3x – 5 = 0 ଏକ ଦ୍ବିଘାତୀ ସମୀକରଣ ।

BSE Odisha 8th Class Maths Notes Algebra Chapter 7 ସମୀକରଣ ଓ ଏହାର ସମାଧାନ

→ ସମୀକରଣର ବୀଜ (Roots of an Equation):
(i) ସମୀକରଣରେ ଥ‌ିବା ଅଜ୍ଞାତ ରାଶିର ଯେଉଁ ନିର୍ଦ୍ଦିଷ୍ଟ ମାନଗୁଡ଼ିକ ପାଇଁ ସମୀକରଣଟି ସତ୍ୟ ସେଗୁଡ଼ିକୁ ଉକ୍ତ ସମୀକରଣର ବୀଜ (Root) କୁହାଯାଏ ।
ଉଦାହରଣ :
4x = 8 ସମୀକରଣର ବୀଜ 2, କାରଣ x ର ମାନ 2 ପାଇଁ ଏହା ସତ୍ୟ ଅଟେ ।

(ii) ଯେଉଁ ପ୍ରକ୍ରିୟା ଦ୍ବାରା ସମୀକରଣର ବୀଜ ନିର୍ଣ୍ଣୟ କରାଯାଏ, ତାହାକୁ ସମୀକରଣର ସମାଧାନ କୁହାଯାଏ ।
(iii) ଏକଘାତୀ ସମୀକରଣର ବୀଜ ସଂଖ୍ୟା 1, ଦ୍ଵିଘାତୀ ସମୀକରଣର ବୀଜ ସଂଖ୍ୟା 2 ଓ n ଘାତୀ ସମୀକରଣର ବୀଜ ସଂଖ୍ୟା 1 ।

ମନେରଖ :
ସମୀକରଣର ଘାତ ସଂଖ୍ୟା ତା’ର ବୀଜ ସଂଖ୍ୟା ସହ ସମାନ ।

→ ଏକ ଅଜ୍ଞାତ ରାଶି ବିଶିଷ୍ଟ ଏକଘାତୀ ସମୀକରଣର ସମାଧାନ (Solution of a Linear equation in one variable) : :
ଏକଘାତୀ ସମୀକରଣର ସାଧାରଣ ରୂପ ହେଉଛି ax + b = 0, ଯେଉଁଠାରେ a ≠ 0 1
ଏଠାରେ a ରାଶିଟି xର ସହଗ ଓ b ହେଉଛି ଏକ ଧ୍ରୁବରାଶି ।

→ ସମୀକରଣ ସମାଧାନ ନିମିତ୍ତ ପ୍ରଯୁଜ୍ୟ ସ୍ଵତଃସିଦ୍ଧ :
(i) ସମାନ ସମାନ ରାଶି ସହ ସମାନ ସମାନ ରାଶି ଯୋଗକଲେ ଯୋଗଫଳଦ୍ଵୟ ମଧ୍ୟ ସମାନ ହେବେ ।
(ii) ସମାନ ସମାନ ରାଶିରୁ ସମାନ ରାଶି ବା ଏକ ରାଶି ବିଯୋଗକଲେ ବିଯୋଗଫଳଦ୍ଵୟ ମଧ୍ୟ ସମାନ ହେବେ ।
(iii) ସମାନ ସମାନ ରାଶିରୁ ସମାନ ରାଶି ବା ଏକ ରାଶି ବିୟୋଗକଲେ ବିୟୋଗଫଳଦ୍ଵୟ ମଧ୍ୟ ସମାନ ହେବେ । ହେବେ ।
(iv) ସମାନ ସମାନ ରାଶିକୁ ସମାନ ସମାନ ରାଶି ବା ଏକ ରାଶିଦ୍ୱାରା (ଶୂନ ବ୍ୟତୀତ) ଭାଗକଲେ ଭାଗଫଳ ମଧ୍ୟ
ଉଦାହରଣ :
2x – 3 = 5
⇒ 2x + 3 – 3 = 5 – 3 ( ଉଭୟ ପାର୍ଶ୍ଵରେ 3 ଯୋଗ କରାଗଲା)
⇒ 2x = 8
⇒ \(\frac{2x}{2}=\frac{8}{2}\) ⇒ x = 4 (ଉଭୟ ପାର୍ଶ୍ଵକୁ 2 ଦ୍ଵାରା ଭାଗ କରାଗଲା)
∴ ଦତ୍ତ ସମୀକରଣର ବୀଜ ହେଉଛି 4 ।

(v) କୌଣସି ପଦର ବାମ ପାର୍ଶ୍ୱରୁ ଦକ୍ଷିଣ ପାର୍ଶ୍ବ ବା ଦକ୍ଷିଣ ପାର୍ଶ୍ବରୁ ବାମ ପାର୍ଶ୍ବ ପରିବର୍ତ୍ତନ ଦ୍ବାରା ସଂପୃକ୍ତ ସଂଖ୍ୟାର ଚିହ୍ନ ପରିବର୍ତ୍ତନ ହୁଏ ।

BSE Odisha 8th Class Maths Notes Algebra Chapter 7 ସମୀକରଣ ଓ ଏହାର ସମାଧାନ

→ ଏକ ଅଜ୍ଞାତ ରାଶି ବିଶିଷ୍ଟ ଏକଘାତ୍ରୀ ସମୀକରଣ ସମାଧାନ ନିମିତ୍ତ ସୂଚନା :
(i) ଅଜ୍ଞାତ ରାଶି ସମ୍ବଳିତ ସମସ୍ତ ପଦ ବାମପାର୍ଶ୍ଵକୁ ଓ ଜ୍ଞାତ ରାଶି ଥ‌ିବା ପଦଗୁଡ଼ିକୁ ଦକ୍ଷିଣପାର୍ଶ୍ଵକୁ ପକ୍ଷାନ୍ତର (ପାର୍ଶ୍ଵ ପରିବର୍ତ୍ତନ) କରାଯାଏ ।
(ii) ବାମ ପାର୍ଶ୍ଵର ଏକାଧ୍ଵକ ଅଜ୍ଞାତ ରାଶି ସମ୍ବଳିତ ପଦଗୁଡ଼ିକୁ ଏକତ୍ର କରାଯାଇ ଗୋଟିଏ ପଦରେ ପ୍ରକାଶ କରାଯାଏ ଓ ସେହିପରି ଅବଶିଷ୍ଟ ପଦଗୁଡ଼ିକୁ ଦକ୍ଷଣ ପାର୍ଶ୍ବରେ ଏକତ୍ର କରାଯାଏ ।
(iii) ତତ୍ପରେ ବାମ ପାର୍ଶ୍ବରେ ସୃଷ୍ଟି ହେଉଥ‌ିବା ପଦ (ax ଅଥବା \(\frac{a}{x}\)) ରୁ x (ଅଜ୍ଞାତ ରାଶି)ର ମାନ ସ୍ଥିର କରାଯାଏ । ସମୀକରଣରେ କୌଣସି ପଦର ପାର୍ଶ୍ଵପରିବର୍ତ୍ତନ (ବାମ ପାର୍ଶ୍ଵରୁ ଦକ୍ଷିଣ ପାର୍ଶ୍ଵ ବା ଦକ୍ଷିଣ ପାର୍ଶ୍ଵରୁ ବାମପାର୍ଶ୍ଵ ବେଳେ ପ୍ରକ୍ରିୟାର ପରିବର୍ତ୍ତନ ହୁଏ; ଅର୍ଥାତ୍ ଯୋଗରୁ ବିୟୋଗ ଏବଂ ବିୟୋଗରୁ ଯୋଗ; ହରଣରୁ ଗୁଣ ଗୁଣକରୁ ହରଣ ହୁଏ ।

ନିମ୍ନ ଉଦାହରଣଗୁଡ଼ିକୁ ଲକ୍ଷ୍ୟ କର :
ଉଦାହରଣ :
ସମାଧାନ କରି : 2x – 5 = x +3
ସମାଧାନ
2x – 5 = x + 3 ⇒2x – 5 + 5 = x + 3 + 5 (ଉଭୟ ପାର୍ଶ୍ବରେ 5 ଯୋଗ କରି)
⇒ 2x = x + 8 ⇒ 2x – x = 8 (ଉଭୟ ପାର୍ଶ୍ବରୁ x ବିୟୋଗ କରି)
⇒ x = 8

ନିଜେ କର :
ସମାଧାନ କର :
(i) 2x – 3 = 4
(ii) 3x + \(\frac{1}{2}\) = \(\frac{3}{8}\)
(iii) 2x + \(\frac{3}{4}\) = \(x \frac{1}{4}\)
(iv) 0.3 (6 + 8) = 0.4
(v) \(\frac{3x}{5}\) + 1 = \(\frac{2}{5}\)
ଉ –
ପିଲାମାନେ ନିଜେ କର ।

BSE Odisha 8th Class Maths Notes Algebra Chapter 7 ସମୀକରଣ ଓ ଏହାର ସମାଧାନ

→ ଏକଘାତୀ ସମୀକରଣର ପ୍ରୟୋଗ (Application of Linear equation) :
ପାଟୀଗଣିତ ସମ୍ବନ୍ଧୀୟ ପ୍ରଶ୍ନମାନଙ୍କରେ ଆବଶ୍ୟକ ସମାଧାନପାଇଁ ଏକ ଅଜ୍ଞାତ ରାଶିକୁ ନେଇ ଏକ ସମୀକରଣ ଗଠନ କରାଯାଇଥାଏ ଓ ଏହି ସମୀକରଣକୁ ସମାଧାନ କରିବାପରେ ଆବଶ୍ୟକ ଉତ୍ତରଟି ସହଜରେ ମିଳେ । ଏ ପ୍ରକାର ପ୍ରଣାଳୀକୁ ବୀଜ ଗାଣିତିକ ପ୍ରଣାଳୀରେ ସମାଧାନ ବୋଲି କୁହାଯାଏ । ନିମ୍ନରେ କେତେକ ସମାଧାନ ଦିଆଯାଇଛି ।

ପ୍ରଥମ ସୋପାନ : ପାଟୀଗଣିତ ପ୍ରଶ୍ନଟିରେ ଅଜ୍ଞାତ ରାଶିଟିକୁ ଚିହ୍ନଟ କରାଯାଏ ।
ଦ୍ଵିତୀୟ ସୋପାନ : ପ୍ରଶ୍ନରେ ଥ‌ିବା ସର୍ଭମାନଙ୍କୁ ନେଇ ଏକ ଅଜ୍ଞାତ ରାଶିବିଶିଷ୍ଟ ଏକ ସମୀକରଣ ଗଠନ କରାଯାଏ ।
ତୃତୀୟ ସୋପାନ : ଲବ୍ଧ ସମୀକରଣର ସମାଧାନ କରାଯାଏ ।

ଉଦାହରଣ :
କେଉଁ ସଂଖ୍ୟାଟି 18 ରୁ ଯେତେ ଊଣା, 10 ରୁ ସେତେ ଅଧିକ ?
ସମାଧାନ :
ମନେକର ସଂଖ୍ୟାଟି x ।
ପ୍ରଶ୍ନରୁ ସୁସ୍ପଷ୍ଟ ଯେ, 10 < x < 18; ଅର୍ଥାତ୍ ସଂଖ୍ୟାଟି 10 ଓ 18 ମଧ୍ୟସ୍ଥ ଏକ ସଂଖ୍ୟା ।
କାରଣ ସଂଖ୍ୟାଟି 18ରୁ ଊଣା ଏବଂ 10 ରୁ ଅଧିକ ।
ପ୍ରଶ୍ନାନୁସାରେ, 18 – x = x – 10
⇒ -x – x = -10 – 18
⇒ -2x = -28 ⇒ 2x = 28
⇒ x = \(\frac{28}{2}\) = 14
∴ ନିର୍ଦେୟ ସଂଖ୍ୟାଟି 14 ।

→ ଦ୍ବିଘାତ ସମୀକରଣ ଓ ତା’ର ସମାଧାନ (Quadratic equation and its solution) :
(i) ଏକ ଅଜ୍ଞାତ ରାଶିବିଶିଷ୍ଟ ସମୀକରଣରେ ଅଜ୍ଞାତ ରାଶିର ସର୍ବୋଚ୍ଚ ଘାତ 2 ହେଲେ, ଏହାକୁ ଦ୍ୱିଘାତ ସମୀକରଣ କୁହାଯାଏ ।
(ii) ଦ୍ଵିଘାତ ସମୀକରଣର ସାଧାରଣ ରୂପ ହେଲା ax² + bx + c = 0 (ଯେଉଁଠାରେ a ≠ 0) ।
(iii) ଏଠାରେ ଦ୍ବିଘାତୀ ସମୀକରଣର ବାମ ପାର୍ଶ୍ଵ ଏକ ଦିଘାତ ପଲିନୋମିଆଲ୍; ଯାହାର ଉତ୍ପାଦକୀକରଣ ସମ୍ଭବ । ଉକ୍ତ ପଲିନୋମିଆଲ୍‌ର ଉତ୍ପାଦକୀକରଣ ଦ୍ବାରା ଦତ୍ତ ସମୀକରଣର ସମାଧାନ କରାଯାଏ ।
(iv) ସେ ଅଭେଦଗୁଡ଼ିକ ହେଲା! –
(a) a² – b² = (a + b) (a – b)
(b) x² + (a + b) x + ab = (x + a) (x + b)
(c) (a + b)² = a² + 2ab + b²
(v) ପ୍ରତ୍ୟେକ ଦ୍ଵିଘାତ ପଲିନୋମିଆଲର ଦୁଇଟି ଏକଘାତୀ ଉତ୍ପାଦକ ଥାଏ ।

ମନେରଖ : ଦିଘାତ ସମୀକରଣର କେବଳ ଦୁଇଟି ବୀଜ ରହିଛି ।

BSE Odisha 8th Class Maths Notes Algebra Chapter 7 ସମୀକରଣ ଓ ଏହାର ସମାଧାନ

ଉଦାହରଣ :
x² – 144 = 0
ସମାଧାନ :
x² – 144 = 0
⇒ (x)² – (12)² = 0
⇒ (x + 12) (x – 12) = 0
⇒ x + 12 =0 କିମ୍ବା x – 12 = 0
⇒ x = -12 କିମ୍ବା x = 12
∴ ନିର୍ଦେୟ ସଂଖ୍ୟାଟି -12 ଓ 12 ।

ଉଦାହରଣ :
x² + 4x – 21 = 0
ସମାଧାନ :
x² + 4x – 21 = 0
⇒ x² + (7 – 3) x – 7 × 3 = 0
⇒ x² +7x – 3x – 7 × 3 = 0
⇒ x (x + 7) -3(x + 7) = 0
⇒ (x + 7) (x – 3) = 0
⇒ x + 7 = 0 କିମ୍ବା x – 3 = 0
⇒ x = -7 କିମ୍ବା x = 3
∴ ନିର୍ଦେୟ ସଂଖ୍ୟାଟି -7 ଓ 3 ।

CHSE Odisha Class 12 Economics Chapter 8 Questions and Answers in Odia Medium

Odisha State Board CHSE Odisha Class 12 Economics Solutions Chapter 8 ଆୟ Questions and Answers.

CHSE Odisha Class 12 Economics Chapter 8 Questions and Answers in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
A ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ । 

1. ପୂର୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟ ରେଖା :
(A) ଊର୍ଦ୍ଧ୍ୱଗାମୀ ହୋଇଥାଏ
(B) ନିମ୍ନଗାମୀ ହୋଇଥାଏ
(C) ଆନୁଭୂମିକ ହୋଇଥାଏ
(D) ଉଲ୍ଲେମ୍ ହୋଇଥାଏ
Answer:
(C) ଆନୁଭୂମିକ ହୋଇଥାଏ

2. ପୂର୍ଣ୍ଣ ପ୍ରତିଯୋଗିତାରେ ବିକ୍ରିତ ଉତ୍ପାଦ ପରିମାଣର ବୃଦ୍ଧି ସହିତ ସୀମାନ୍ତ ଆୟ :
(A) ହ୍ରାସ ପାଏ
(B) ଅପରିବର୍ତିତ ରହେ
(C) ବୃଦ୍ଧି ପାଏ
(D) ଋଣାତ୍ମକ ହୁଏ
Answer:
(B) ଅପରିବର୍ତିତ ରହେ

3. ଅପୂର୍ଣ୍ଣ ପ୍ରତିଯୋଗିତାରେ ହାରାହାରି ଆୟ ରେଖା :
(A) ଊର୍ଦ୍ଧ୍ୱଗାମୀ ହୋଇଥାଏ
(B) ନିମ୍ନଗାମୀ ହୋଇଥାଏ
(C) ଆନୁଭୂମିକ ହୋଇଥାଏ
(D) ଉଲ୍ଲମ୍ବା ହୋଇଥାଏ
Answer:
(B) ନିମ୍ନଗାମୀ ହୋଇଥାଏ

4. ଏକାଧ୍ଵର ବଜାରରେ ହାରାହାରି ଆୟରେଖାଟି :
(A) ନିମ୍ନଗାମୀ ହୋଇଥାଏ
(B) ଉଲ୍‌ମ୍ ହୋଇଥାଏ
(C) ଆନୁଭୂମିକ ହୋଇଥାଏ
(D) ଊର୍ଦ୍ଧ୍ୱଗାମୀ ହୋଇଥାଏ
Answer:
(A) ନିମ୍ନଗାମୀ ହୋଇଥାଏ

5. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ହାରାହାରି ଆୟ ସୀମାନ୍ତ ଆୟଠାରୁ :
(A) ଅଧୂ
(B) କମ୍
(C) ସହ ସମାନ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ସହ ସମାନ

CHSE Odisha Class 12 Economics Chapter 8 Questions and Answers in Odia Medium

6. ପ୍ରାନ୍ତୀୟ ଆୟ ହେଉଛି :
(A) ଦ୍ରବ୍ୟ ଏକକ ପ୍ରତି ମିଳୁଥ‌ିବା ଆୟ
(B) କୌଣସି ଏକ ଅତିରିକ୍ତ ଏକକ ବିକ୍ରୟ କରି ଯେଉଁ ନିଟ୍ ଆୟ ଅର୍ଜନ କରାଯାଏ
(C) ମୋଟ ଉତ୍ପାଦନର ମୂଲ୍ୟ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) କୌଣସି ଏକ ଅତିରିକ୍ତ ଏକକ ବିକ୍ରୟ କରି ଯେଉଁ ନିଟ୍ ଆୟ ଅର୍ଜନ କରାଯାଏ

7. ଆୟ କ’ଣ ?
(A) ଦ୍ରବ୍ୟ ଏକକ ପ୍ରତି ମିଳୁଥିବା ଆୟ
(C) ସୀମାନ୍ତ ଉତ୍ପାଦନର ମୂଲ୍ୟ
(B) ହାରାହାରି ଆୟ
(D) ବିକ୍ରିତ ଦ୍ରବ୍ୟର ମୋଟ ମୂଲ୍ୟ
Answer:
(D) ବିକ୍ରିତ ଦ୍ରବ୍ୟର ମୋଟ ମୂଲ୍ୟ

8. ସୀମାନ୍ତ ଆୟ ହାରାହାରି ଆୟଠାରୁ ଅଧିକ ହେଲେ ହାରାହାରି ଆୟ କ’ଣ ହୁଏ ?
(A) ବୃଦ୍ଧି ହୁଏ
(B) ହ୍ରାସ ହୁଏ
(C) ଅପରିବର୍ତିତ ରହେ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ବୃଦ୍ଧି ହୁଏ

9. ମୋଟ ଆୟ ଆକଳନ କରିବାର ସୂତ୍ର କ’ଣ ?
(A) ବିକ୍ରିତ ଦ୍ରବ୍ୟର ପରିମାଣ × ଦ୍ରବ୍ୟର ଏକକ ପିଛା ଦର
(B) ବିଶ୍ରିତ ଦ୍ରବ୍ୟର ପରିମାଣ ÷ ଏକକ ପିଛା ଦର
(C) ଦ୍ରବ୍ୟର ପରିମାଣ + ଦର
(D) ଦ୍ରବ୍ୟର ପରିମାଣ – ଦର
Answer:
(A) ବିକ୍ରିତ ଦ୍ରବ୍ୟର ପରିମାଣ × ଦ୍ରବ୍ୟର ଏକକ ପିଛା ଦର

10. ପ୍ରାନ୍ତୀୟ ଆୟ ନିର୍ଦ୍ଧାରଣ କରିବାର ସୂତ୍ର କେଉଁଟି ?
(A) ମୋଟ୍ ଆୟ ÷ ବିକ୍ରିତ ଦ୍ରବ୍ୟସମୂହ
(B) ଦ୍ରବ୍ୟର ଏକକ ପିଛା ଦର × ବିକ୍ରିତ ଦ୍ରବ୍ୟର ପରିମାଣ
(C) (ମୋଟ ଆୟ)n – (ମୋଟ ଆୟ)n-1
(D) (ମୋଟ ଆୟ)n + (ମୋଟ ଆୟ)n-1
Answer:
(C) (ମୋଟ ଆୟ)n – (ମୋଟ ଆୟ)n-1

11. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ମୋଟ ଆୟ ରେଖା ମୂଳବିନ୍ଦୁଠାରୁ :
(A) ନିମ୍ନଗାମୀ ହୋଇଥାଏ
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ
(C) ଆନୁଭୂମିକ ହୋଇଥାଏ
(D) ଉଲ୍ଲମ୍ବ ହୋଇଥାଏ
Answer:
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ

12. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ହାରାହାରି ଓ ପ୍ରାନ୍ତୀୟ ଆୟରେଖା :
(A) ଉର୍ଦ୍ଧ୍ୱଗାମୀ ହୋଇଥାଏ
(B) ନିମ୍ନଗାମୀ ହୋଇଥାଏ
(C) ଆନୁଭୂମିକ ହୋଇଥାଏ
(D) ଉଲ୍‌ମ୍ବ ହୋଇଥାଏ
Answer:
(B) ନିମ୍ନଗାମୀ ହୋଇଥାଏ

13. ଯେତେବେଳେ ସୀମାନ୍ତ ଆୟ ହାରାହାରି ଆୟଠାରୁ କମ୍ ହୁଏ, ହାରାହାରି ଆୟ :
(A) ସ୍ଥିର ରହେ
(B) ହ୍ରାସ ପାଏ
(C) ବୃଦ୍ଧି ପାଏ
(D) ଉପରଲିଷ୍କୃତ କୌଣସିଟି ନୁହେଁ
Answer:
(B) ହ୍ରାସ ପାଏ

B. ଶୂନ୍ୟସ୍ଥାନ ପୂରଣ କର ।

1. ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରି ଉତ୍ପାଦନକାରୀ ଯେଉଁ ଅର୍ଥ ଉପାର୍ଜନ କରନ୍ତି, ତାହା ____________ ।
Answer:
ଆୟ

2. ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ବିକ୍ରୟ କରି ପ୍ରତିଷ୍ଠାନ ଯେଉଁ ମୋଟ ଅର୍ଥ ଉପାର୍ଜନ କରେ, ତାହାକୁ _____________ କୁହାଯାଏ ।
Answer:
ମୋଟ ଆୟ

3. ବର୍ତ୍ତମାନର ମୋଟ ଆୟ ଏବଂ _____________ ର ପାର୍ଥକ୍ୟ ହେଉଛି ସୀମାନ୍ତ ଆୟ ।
Answer:
ପୂର୍ବତନ ମୋଟ ଆୟ

4. ଦର ଓ ବିକ୍ରିତ ଉତ୍ପାଦକୁ ଗୁଣନ କରି _____________ ଆକଳନ କରାଯାଏ ।
Answer:
ମୋଟ ଆୟ

CHSE Odisha Class 12 Economics Chapter 8 Questions and Answers in Odia Medium

5. ବିକ୍ରିତ ଉତ୍ପାଦର ଏକକ ଓ ମୋଟ ଆୟ ମଧ୍ୟରେ _____________ ସ୍ଥିର ସମ୍ପର୍କ ରହିଛି ।
Answer:
ପ୍ରତ୍ୟକ୍ଷ

6. ମୋଟ ଆୟ = ___________ × ମୋଟ ଉତ୍ପାଦ
Answer:
ଦର

7. ହାରାହାରି ଆୟ = \(\frac{ମୋଟ ଆୟ}{-}\)
Answer:
ମୋଟ ଉତ୍ପାଦ

8. ହାରାହାରି ଆୟରେଖାର ଆକାର ___________ ହେବ ।
Answer:
ଆନୁଭୂମିକ

9. ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକ ବୃଦ୍ଧି ସହିତ ମୋଟ ଆୟରେ ଯେଉଁ ପରିମାଣ ବୃଦ୍ଧି ପାଏ, ତାହା ____________ ।
Answer:
ସୀମାନ୍ତ ଆୟ

10. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ, ହାରାହାରି ଆୟ = ସୀମାନ୍ତ ଆୟ = _____________ ।
Answer:
ଦର

11. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ଦର ଓ ବିକ୍ରିତ ଏକକ ମଧ୍ୟରେ _____________ ସମ୍ପର୍କ ଦୃଷ୍ଟିଗୋଚର ହୁଏ ।
Answer:
ପରୋକ୍ଷ

12. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ବିକ୍ରିତ ଉତ୍ପାଦ ପରିମାଣର ବୃଦ୍ଧି ସହିତ ମୋଟ ଆୟ, ହାରରେ ପ୍ରଥମେ_____________ ବୃଦ୍ଧି ପାଇଥାଏ ଏବଂ ତତ୍ପରେ ହ୍ରାସ ପାଇଥାଏ ।
Answer:
ହ୍ରାସମାନ

13. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟ = ଦର > ______________ ।
Answer:
ସୀମାନ୍ତ ଆୟ ।

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ, ହାରାହାରି ଆୟ ସୀମାନ୍ତ ଆୟଠାରୁ କମ୍ ।
Answer:
ଭୁଲ୍ ।
ଠିକ୍ – ପୂର୍ବ ପ୍ରତିଯୋଗିତାମୂଳକ ସ୍ଥିତିରେ, ହାରାହାର ଆୟ ସୀମାନ୍ତ ଆୟ ସହ ସମାନ ।

2. ହାରାହାରି ଆୟ ଓ ଦର ସମାନ !
Answer:
ଠିକ୍ ।

3. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ, ହାରାହାରି ଆୟ ସୀମାନ୍ତ ଆୟଠାରୁ କମ୍ ।
Answer:
ଭୁଲ୍ ।
ଠିକ୍ – ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ, ହାରାହାରି ଆୟ ସୀମାନ୍ତ ଆୟଠାରୁ ଅଧିକ ।

4. ପୂର୍ଣ ପ୍ରତିଯୋଗିତାରେ, ହାରାହାରି ଆୟ ଓ ହାରାହାରି ପରିବ୍ୟୟ ସମାନ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ — ପୂର୍ଣ ପ୍ରତିଯୋଗିତାରେ, ହାରାହାରି ଆୟ ଓ ପ୍ରାନ୍ତୀୟ ଆୟ ସମାନ ହୋଇଥାଏ ।

5. ପ୍ରାନ୍ତୀୟ ଆୟ ଶୂନ୍ୟ ହେଲେ ମୋଟ ଆୟ ସର୍ବନିମ୍ନ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ପ୍ରାନ୍ତୀୟ ଆୟ ଶୂନ୍ୟ ହେଲେ ମୋଟ ଆୟ ସର୍ବାଧ‌ିକ ହୋଇଥାଏ ।

CHSE Odisha Class 12 Economics Chapter 8 Questions and Answers in Odia Medium

6. ଦ୍ରବ୍ୟର ହାରାହାରି ଆୟ ତା’ର ଦର ମଧ୍ଯ ସୂଚିତ କରେ ।
Answer:
ଠିକ୍

7. ଅତିରିକ୍ତ ଏକକର ବିକ୍ରିରୁ ଲବ୍ଧ ଆୟକୁ ହାରାହାରି ଆୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ଅତିରିକ୍ତ ଏକକର ବିକ୍ରିରୁ ଲବ୍ଧ ଆୟକୁ ପ୍ରାନ୍ତୀୟ ଆୟ କୁହାଯାଏ ।

8. ଉତ୍ପାଦିତ ଦ୍ରବ୍ୟକୁ ବଜାରରେ ବିକ୍ରି କରି ପ୍ରତିଷ୍ଠାନ ଯେଉଁ ମୌଦ୍ରିକ ଆୟ ଅର୍ଜନ କରିଥାଏ, ତାହାକୁ ପ୍ରତିଷ୍ଠାନର ପରିବ୍ୟୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ଉତ୍ପାଦିତ ଦ୍ରବ୍ୟକୁ ବଜାରରେ ବିକ୍ରି କରି ପ୍ରତିଷ୍ଠାନ ଯେଉଁ ମୌଦ୍ରିକ ଆୟ ଅର୍ଜନ କରିଥାଏ, ତାହାକୁ ପ୍ରତିଷ୍ଠାନର ଆୟ କୁହାଯାଏ ।

9. ସୀମାନ୍ତ ଆୟ= ବିକ୍ରିତ ଦ୍ରବ୍ୟର ପରିମାଣ × ଦ୍ରବ୍ୟର ଏକକ ପିଛା ଦର ।
Answer:
ଭୁଲ୍ ।
ଠିକ୍ – ମୋଟ ଆୟ = ବିକ୍ରିତ ଦ୍ରବ୍ୟର ପରିମାଣ × ଦ୍ରବ୍ୟର ଏକକ ପିଛା ଦର ।

10. ସୀମାନ୍ତ ଆୟ ଋଣାତ୍ମକ ହୋଇପାରେ; ମାତ୍ର ହାରାହାରି ଆୟ କେବେ ଧନାତ୍ମକ ହୁଏ ନାହିଁ ।
Answer:
ଭୁଲ୍ ।
ଠିକ୍ – ସୀମାନ୍ତ ଆୟ ଋଣାତ୍ମକ ହୋଇପାରେ; ମାତ୍ର ହାରାହାରି ଆୟ କେବେ ଋଣାତ୍ମକ ହୁଏ ନାହିଁ ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଆୟ କାହାକୁ କୁହାଯାଏ ?
Answer:
କୌଣସି ପ୍ରତିଷ୍ଠାନର ବିକ୍ରୟ ହେଉଥିବା ଦ୍ରବ୍ୟରୁ ମିଳୁଥିବା ଅର୍ଥକୁ ଆୟ କୁହାଯାଏ ।

2. ମୋଟ ଆୟ କାହାକୁ କୁହାଯାଏ ?
Answer:
ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ବିକ୍ରୟ କରି ପ୍ରତିଷ୍ଠାନ ଯେଉଁ ମୋଟ ଅର୍ଥ ଉପାର୍ଜନ କରେ, ତାହାକୁ ମୋଟ ଆୟ କୁହାଯାଏ ।

3. ହାରାହାରି ଆୟ କ’ଣ?
Answer:
ପ୍ରତ୍ୟେକ ବିକ୍ରିତ ଉତ୍ପାଦର ଏକକରୁ ମିଳୁଥିବା ଆୟକୁ ହାରାହାରି ଆୟ କୁହାଯାଏ ।

4. ସୀମାନ୍ତ ଆୟ କ’ଣ?
Answer:
ଉତ୍ପାଦର ଏକ ଅତିରିକ୍ତ ଏକକ ବିକ୍ରୟ କରିବାଦ୍ୱାରା ମୋଟ ଆୟରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ସୀମାନ୍ତ ଆୟ କୁହାଯାଏ ।

5. ସୀମାନ୍ତ ଆୟ କିପରି ନିର୍ଣ୍ଣୟ କରାଯାଏ ?
Answer:
ବର୍ତ୍ତମାନର ମୋଟ ଆୟ (TRn) ଏବଂ ପୂର୍ବତନ ମୋଟ ଆୟ (TRn-1) ର ପାର୍ଥକ୍ୟ ହେଉଛି ସୀମାନ୍ତ ଆୟ ।

6. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ବିକ୍ରିତ ଉତ୍ପାଦର ଏକକ ଓ ମୋଟ ଆୟ ମଧ୍ଯରେ କ’ଣ ସମ୍ପର୍କ ରହିଛି ?
Answer:
ପୂର୍ବ ପ୍ରତିଯୋଗିତାମୂଳକ ସ୍ଥିତିରେ ବିକ୍ରିତ ଉତ୍ପାଦର ଏକକ ଓ ମୋଟ ଆୟ ମଧ୍ୟରେ ପ୍ରତ୍ୟକ୍ଷ ସ୍ଥିର ସମ୍ପର୍କ ରହିଛି ।

7. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟରେଖା କେଉଁ ଅକ୍ଷ ସହ ସମାନ୍ତର ହୋଇଥାଏ ?
Answer:
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟରେଖା X- ଅକ୍ଷ ସହ ସମାନ୍ତର ବା ଆନୁଭୂମିକ ହୋଇଥାଏ ।

8. ପୂର୍ଣ୍ଣ ପ୍ରତିଯୋଗିତା ସ୍ଥିତିରେ କାହିଁକି ସୀମାନ୍ତ ଆୟରେଖା ହାରାହାରି ଆୟରେଖା ଭଳି ଆନୁଭୂମିକ ହୋଇଥାଏ ?
Answer:
ପୂର୍ବ ପ୍ରତିଯୋଗିତା ସ୍ଥିତିରେ ମୋଟ ଆୟ ସମାନ ହାରରେ ବୃଦ୍ଧି ପାଉଥ‌ିବାରୁ ସୀମାନ୍ତ ଆୟ ପ୍ରତ୍ୟେକ ଏକକରେ ସ୍ଥିର, ତେଣୁ ସୀମାନ୍ତ ଆୟରେଖା ହାରାହାରି ଆୟରେଖା ଭଳି ଆନୁଭୂମିକ ହୋଇଥାଏ ।

9. କେଉଁ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟ ରେଖା ଓ ହାରାହାରି ଆୟରେଖା ଏକ ଓ ଅଭିନ୍ନ ?
Answer:
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟରେଖା ଓ ହାରାହାରି ଆୟରେଖା ଏକ ଓ ଅଭିନ୍ନ ।

10. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟରେଖା କିପରି ହୋଇଥାଏ ?
Answer:
ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟ ରେଖା ଏକ ସରଳରେଖା ଆକାର ଧାରଣ କରି ନିମ୍ନଗାମୀ ହୋଇଥାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି/ ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ଆୟ କ’ଣ ?
Answer:
ଆୟ କହିଲେ କୌଣସି ପ୍ରତିଷ୍ଠାନଦ୍ୱାରା ବିଭିନ୍ନ ସାଧନଗୁଡିକର ବିନିଯୋଗ କରି ଦ୍ରବ୍ୟ ଉତ୍ପାଦିତ କରି ତାହାକୁ ବଜାରରେ ବିକ୍ରିକରି ଯେଉଁ ମୌଦ୍ରିକ ଆୟ ଉପାର୍ଜନ କରିଥାଏ, ତାହାକୁ ଆୟ କୁହାଯାଏ । ତେଣୁ ଆୟ ଉତ୍ପାଦନର ବିକ୍ରୟଲବ୍ଧ ଉପାର୍ଜନ ମାତ୍ର । ଉତ୍ପାଦନ ସମ୍ବନ୍ଧୀୟ ଯେକୌଣସି ନିଷ୍ପଭିରେ ଏହାର ଭୂମିକା ଗୁରୁତ୍ଵପୂର୍ଣ ।

2. ମୋଟ ଆୟ କ’ଣ?
Answer:
ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ବିକ୍ରୟ କରି ପ୍ରତିଷ୍ଠାନ ଯେଉଁ ମୋଟ ଅର୍ଥ ପ୍ରାପ୍ତ କରେ, ତାହାକୁ ମୋଟ ଆୟ କୁହାଯାଏ । ଏହା ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ କ୍ରୟ କରିବାପାଇଁ କ୍ରେତାମାନଙ୍କର ମୋଟ ବ୍ୟୟ ସହିତ ସମାନ । ଏଠାରେ କହିବା ବାହୁଲ୍ୟ ଯେ ମୋଟ ଆୟ ପ୍ରତିଷ୍ଠାନର ମୋଟ ବିକ୍ରୟ ଉପରେ ନିର୍ଭର କରେ । ତେଣୁ ଦରକୁ ବିକ୍ରୟ ହୋଇଥିବା ଦ୍ରବ୍ୟର ପରିମାଣ ସହ ଗୁଣନ କରି ମୋଟ ଆୟ ନିର୍ଣ୍ଣୟ କରାଯାଇପାରେ ।
∴ ମୋଟ ଆୟ = ଦର × ବିକ୍ରିତ ଉତ୍ପାଦର ପରିମାଣ ।

CHSE Odisha Class 12 Economics Chapter 8 Questions and Answers in Odia Medium

3. ହାରାହାରି ଆୟ କ’ଣ?
Answer:
କୌଣସି ପ୍ରତିଷ୍ଠାନଦ୍ୱାରା! ବିକ୍ରୟ କରାଯାଉଥ‌ିବା ଦ୍ରବ୍ୟର ପ୍ରତ୍ୟେକ ଏକକରୁ ମିଳୁଥିବା ଆୟକୁ ହାରାହାରି ଆୟ କୁହାଯାଏ । ଏହା ବିକ୍ରିତ ଉତ୍ପାଦର ଦର ସହ ସମାନ । ମୋଟ ଆୟକୁ ବିକ୍ରିତ ଉତ୍ପାଦର ମୋଟ ପରିମାଣ ସହ ବିଭାଜନ କଲେ ଯେଉଁ ଆୟ ନିର୍ଣ୍ଣୟ କରାଯାଏ ତାହାକୁ ହାରାହାରି ଆୟ କୁହାଯାଏ ।

4. ସୀମାନ୍ତ ଆୟ କ’ଣ?
Answer:
ଉତ୍ପାଦିତ ଦ୍ରବ୍ୟର ଏକ ଅତିରିକ୍ତ ଏକକ ବିକ୍ରୟ କରିବାଦ୍ଵାରା ମୋଟ ଆୟରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ସୀମାନ୍ତ ଆୟ କୁହାଯାଏ । ଏହା ଅତିରିକ୍ତ ଏକକ ବିକ୍ରୟରୁ ପ୍ରାପ୍ତ ହେଉଥ‌ିବା ଅତିରିକ୍ତ ଆୟ । ଅର୍ଥାତ୍ ବର୍ତ୍ତମାନର ମୋଟ ଆୟ ଏବଂ ପୂର୍ବତନ ମୋଟ ଆୟର ପାର୍ଥକ୍ୟ ହେଉଛି ସୀମାନ୍ତ ଆୟ ।

5. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ମୋଟ ଆୟରେଖା କେଉଁ ଆକାର ଧାରଣ କରିଥାଏ ?
Answer:
ଦର ଓ ବିକ୍ରିତ ଉତ୍ପାଦକୁ ଗୁଣନ କରି ମୋଟ ଆୟ ଆକଳନ କରାଯାଏ । ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକର ବୃଦ୍ଧି ସହିତ ମୋଟ ଆୟ ସ୍ଥିର ହାରରେ ବୃଦ୍ଧି ପାଇଥାଏ । ଅର୍ଥାତ୍ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ, ବିକ୍ରିତ ଉତ୍ପାଦର ଏକକ ଓ ମୋଟ ଆୟ ମଧ୍ୟରେ ପ୍ରତ୍ୟକ୍ଷ ସ୍ଥିର ସମ୍ପର୍କ ରହିଛି । ତେଣୁ ଏ କ୍ଷେତ୍ରରେ ମୋଟ ଆୟରେଖ ଏକ ସରଳରେଖାର ଆକାର ଧାରଣ କରି ଊର୍ଦ୍ଧ୍ୱଗାମୀ ହୋଇଥାଏ ।

6. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟରେଖାର ଆକାର କିପରି ହୋଇଥାଏ ?
Answer:
ମୋଟ ଆୟକୁ ବିକ୍ରିତ ଉତ୍ପାଦର ପରିମାଣ ସହ ବିଭାଜନ କରି ହାରାହାରି ଆୟ ନିର୍ଣ୍ଣୟ କରାଯାଏ । ଏହା ପ୍ରତ୍ୟେକ ବିକ୍ରିତ ପରିମାଣରେ ସ୍ଥିର, କାରଣ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ଦର ସ୍ଥିର । ତେଣୁ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟରେଖା X- ଅକ୍ଷ ସହ ସମାନ୍ତର ବା ଆନୁଭୂମିକ ହୋଇଥାଏ ।

7. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟରେଖା କିପରି ହୋଇଥାଏ ?
Answer:
ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକ ବୃଦ୍ଧି ସହିତ ମୋଟ ଆୟରେ ଯେଉଁ ପରିମାଣ ବୃଦ୍ଧି ପାଏ, ତାହା ସୀମାନ୍ତ ଆୟ । ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ମୋଟ ଆୟ ସମାନ ହାରରେ ବୃଦ୍ଧି ପାଉଥିବାରୁ ସୀମାନ୍ତ ଆୟ ପ୍ରତ୍ୟେକ ଏକକରେ ସ୍ଥିର ରହିଥାଏ । ତେଣୁ ସୀମାନ୍ତ ଆୟରେଖା ହାରାହାରି ଆୟରେଖା ଭଳି ଆନୁଭୂମିକ ହୋଇଥାଏ ।

8. ଅପୂର୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟରେଖା କିପରି ହୋଇଥାଏ ?
Answer:
ମୋଟ ଆୟକୁ ବିକ୍ରିତ ଉତ୍ପାଦ ପରିମାଣ ସହ ଭାଗ କରି ହାରାହାରି ଆୟ ଆକଳନ କରାଯାଏ । ହାରାହାରି ଆୟ ଓ ଦର ସମାନ ହୋଇଥିବାରୁ ବିକ୍ରିତ ଉତ୍ପାଦର ପରିମାଣ ଓ ହାରାହାରି ଆୟ ମଧ୍ୟରେ ପରୋକ୍ଷ ସ୍ଥିର ସମ୍ପର୍କ ରହିଥାଏ । ତେଣୁ ହାରାହାରି ଆୟରେଖା ଏକ ସରଳରେଖାର ଆକାର ଧାରଣ କରି ନିମ୍ନଗାମୀ ହୋଇଥାଏ ।

9. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟରେଖା କିପରି ହୋଇଥାଏ ?
Answer:
ଦ୍ରବ୍ୟର ଅତିରିକ୍ତ ଏକକ ବିକ୍ରୟ ଫଳରେ ମୋଟ ଆୟରେ ହେଉଥ‌ିବା ବୃଦ୍ଧିର ପରିମାଣକୁ ସୀମାନ୍ତ ଆୟ କୁହାଯାଏ । ମୋଟ ଆୟ ହ୍ରାସମାନ ହାରରେ ବୃଦ୍ଧି ପାଉଥ‌ିବାରୁ ସୀମାନ୍ତ ଆୟ ପ୍ରଥମେ ହ୍ରାସ ପାଏ । ତତ୍ପରେ, ସୀମାନ୍ତ ଆୟ ଶୂନ୍ୟ ଏବଂ ଋଣାତ୍ମକ ହୋଇଥାଏ । ତେଣୁ ସୀମାନ୍ତ ଆୟରେଖା ଏକ ସରଳରେଖା ଆକାର ଧାରଣ କରି ନିମ୍ନଗାମୀ ହୋଇଥାଏ ।

10. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ମୋଟ ଆୟରେଖା କିପରି ?
Answer:
ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ବିକ୍ରୟ କରି ପ୍ରତିଷ୍ଠାନ ଯେଉଁ ମୋଟ ଅର୍ଥ ଉପାର୍ଜନ କରେ, ତାହାକୁ ମୋଟ ଆୟ କୁହାଯାଏ । ବିକ୍ରିତ ଉତ୍ପାଦ ପରିମାଣର ବୃଦ୍ଧି ସହିତ ମୋଟ ଆୟ ହ୍ରାସମାନ ହାରରେ ପ୍ରଥମେ ବୃଦ୍ଧି ପାଏ ଏବଂ ତତ୍ପରେ ହ୍ରାସ ପାଇଥାଏ । ତେଣୁ ମୋଟ ଆୟରେଖା ଏକ ନିର୍ଦ୍ଦିଷ୍ଟ ବିନ୍ଦୁ ପର୍ଯ୍ୟନ୍ତ ବୃଦ୍ଧି ପାଇ ତତ୍ପରେ ହ୍ରାସ ହୋଇଥାଏ ।

B ପାଞ୍ଚଟି/ ଛଅଟି ବାକ୍ୟରେ ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

1. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟରେଖା ଓ ସୀମାନ୍ତ ଆୟରେଖା କାହିଁକି ଏକ ଓ ଅଭିନ୍ନ ହୋଇଥାଏ ?
Answer:
ହାରାହାରି ଆୟ ପ୍ରତ୍ୟେକ ବିକ୍ରିତ ପରିମାଣରେ ସ୍ଥିର, କାରଣ ପୂର୍ଣ୍ଣ ପ୍ରତିଯୋଗିତା ସ୍ଥିତିରେ ଦର ସ୍ଥିର । ତେଣୁ ହାରାହାରି ଆୟରେଖା X-ଅକ୍ଷ ସହ ସମାନ୍ତର ବା ଆନୁଭୂମିକ ହୋଇଥାଏ । ପୂର୍ଣ୍ଣ ପ୍ରତିଯୋଗିତା ସ୍ଥିତିରେ ମୋଟ ଆୟ ସମାନ ହାରରେ ବୃଦ୍ଧି ପାଉଥ‌ିବାରୁ ସୀମାନ୍ତ ଆୟ ପ୍ରତ୍ୟେକ ଏକକରେ ସ୍ଥିର । ତେଣୁ ସୀମାନ୍ତ ଆୟରେଖା ହାରାହାରି ଆୟ ରେଖା ଭଳି ଆନୁଭୂମିକ ହେବ । ଫଳରେ ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକରେ ଉଭୟ ହାରାହାରି ଆୟ ଓ ସୀମାନ୍ତ ଆୟ ସମାନ ଓ ସ୍ଥିର । ତେଣୁ ଉଭୟେ ଏକ ଓ ଅଭିନ୍ନ । ବିଶ୍ରିତ ଉତ୍ପାଦର ପ୍ରତ୍ୟେକ ଏକକରେ ଉଭୟ ଦର ସମାନ ରହିଥାଏ ।

2. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ମୋଟ ଆୟରେଖାର ପ୍ରକୃତି କିପରି ହେବ ?
Answer:
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ପ୍ରତିଷ୍ଠାନ ସଂଖ୍ୟା ଅନେକ । ତେଣୁ କୌଣସି ନିର୍ଦ୍ଦିଷ୍ଟ ପ୍ରତିଷ୍ଠାନ ବଜାର ଦରକୁ ପ୍ରଭାବିତ କରିପାରେ ନାହିଁ । ତେଣୁ ବିକ୍ରିତ ଉତ୍ପାଦର ସମସ୍ତ ଏକକ ପାଇଁ ବଜାର ଦର ସମାନ ରହେ । ଦର ଓ ବିକ୍ରିତ ଉତ୍ପାଦକୁ ଗୁଣନ କରି ମୋଟ ଆୟ ଆକଳନ କରାଯାଏ । ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକର ବୃଦ୍ଧି ସହିତ ମୋଟ ଆୟ ସ୍ଥିର ହାରରେ ବୃଦ୍ଧି ପାଇଥାଏ । ଅର୍ଥାତ୍, ବିକ୍ରିତ ଉତ୍ପାଦର ଏକକ ଓ ମୋଟ ଆୟ ମଧ୍ୟରେ ପ୍ରତ୍ୟକ୍ଷ ସ୍ଥିର ସମ୍ପର୍କ ରହିଥାଏ । ତେଣୁ ମୋଟ ଆୟରେଖା ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ, ଏକ ସରଳ ରେଖାର ଆକାର ଧାରଣ କରି ଉର୍ଦ୍ଧ୍ୱଗାମୀ ହୋଇଥାଏ ।

CHSE Odisha Class 12 Economics Chapter 8 Questions and Answers in Odia Medium

3. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ମୋଟ ଆୟରେଖାର ପ୍ରକୃତି କିପରି ହେବ ?
Answer:
ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ପ୍ରତିଷ୍ଠାନମାନଙ୍କର ସଂଖ୍ୟା ସୀମିତ । ତେଣୁ ଉତ୍ପାଦର ବଜାର ଦର ଉପରେ ପ୍ରତିଷ୍ଠାନର ନିୟନ୍ତ୍ରଣ ରହିଥାଏ । ସାଧାରଣତଃ ଦର ଓ ବିକ୍ରିତ ଏକକ ମଧ୍ୟରେ ପରୋକ୍ଷ ସମ୍ପର୍କ ଦୃଷ୍ଟିଗୋଚର ହୁଏ । ଅର୍ଥାତ୍ ଦର ବୃଦ୍ଧି ପାଇଲେ ବିକ୍ରିତ ଏକକର ପରିମାଣ ହ୍ରାସ ହୁଏ ଏବଂ ଦର ହ୍ରାସ ପାଇଲେ ବିକ୍ରିତ ଏକକର ପରିମାଣ ବୃଦ୍ଧି ପାଏ ତେଣୁ ବିକ୍ରିତ ଉତ୍ପାଦ ପରିମାଣରେ ବୃଦ୍ଧି ସହିତ ମୋଟ ଆୟ ହ୍ରାସମାନ ହାରରେ ପ୍ରଥମେ ବୃଦ୍ଧି ପାଏ ଏବଂ ତତ୍ପରେ ହ୍ରାସ ପାଇଥାଏ । ତେଣୁ ମୋଟ ଆୟରେଖା ଏକ ନିର୍ଦ୍ଦିଷ୍ଟ ବିନ୍ଦୁ ପର୍ଯ୍ୟନ୍ତ ବୃଦ୍ଧି ପାଇ ତତ୍ପରେ ହ୍ରାସ ହୋଇଥାଏ ।

4. ଅପୂର୍ବ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟରେଖାର ଆକୃତି କିପରି ହୋଇଥାଏ ?
Answer:
ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକ ବୃଦ୍ଧି ସହିତ ମୋଟ ଆୟ ଯେଉଁ ପରିମାଣରେ ବୃଦ୍ଧି ପାଏ, ତାହାକୁ ସୀମାନ୍ତ ଆୟ କୁହାଯାଏ । ସାଧାରଣତଃ ମୋଟ ଆୟ ହ୍ରାସମାନ ହାରରେ ବୃଦ୍ଧି ପାଉଥବାରୁ ସୀମାନ୍ତ ଆୟ ପ୍ରଥମେ ହ୍ରାସ ପାଇଥାଏ । ତତ୍ପରେ ସୀମାନ୍ତ ଆୟ ଶୂନ୍ୟ ଏବଂ ଋଣାତ୍ମକ ହୋଇଥାଏ । ବିଶ୍ରିତ ଉତ୍ପାଦ ପରିମାଣ ଓ ସୀମାନ୍ତ ଆୟ ମଧ୍ୟରେ ପରୋକ୍ଷ ସ୍ଥିର ସମ୍ପର୍କ ରହିଥାଏ । ତେଣୁ ସୀମାନ୍ତ ଆୟରେଖା ଏକ ସରଳରେଖା ଆକାର ଧାରଣ କରି ନିମ୍ନଗାମୀ ହୋଇଥାଏ ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ହାରାହାରି ଆୟ ଓ ପ୍ରାନ୍ତୀୟ ଆୟ :
Answer:
ପ୍ରତ୍ୟେକ ବିକ୍ରିତ ଉତ୍ପାଦର ଏକକରୁ ମିଳୁଥିବା ଆୟକୁ ହାରାହାରି ଆୟ କୁହାଯାଏ । ଏହା ବିକ୍ରିତ ଉତ୍ପାଦର ଦର ସହ ସମାନ । ମୋଟ ଆୟକୁ ବିକ୍ରିତ ଉତ୍ପାଦର ମୋଟ ପରିମାଣ ସହ ବିଭାଜନ କରି ହାରାହାରି ଆୟ ନିର୍ଣ୍ଣୟ କରାଯାଏ । ତେଣୁ,

ହାରାହାରି ଆୟ = \(\frac{ମୋଟ ଆୟ}{ବିକ୍ରିତ ଉତ୍ପାଦର ମୋଟ ପରିମାଣ}\)

ଉତ୍ପାଦର ଏକ ଅତିରିକ୍ତ ଏକକ ବିକ୍ରୟ କରିବାଦ୍ୱାରା ମୋଟ ଆୟରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ସୀମାନ୍ତ ଆୟ କୁହାଯାଏ । ଏହା ଅତିରିକ୍ତ ବିକ୍ରୟରୁ ପ୍ରାପ୍ତ ହେଉଥ‌ିବା ଅତିରିକ୍ତ ଆୟ । ଅର୍ଥାତ୍ ବର୍ତ୍ତମାନର ମୋଟ ଆୟ (TRn-1) ଏବଂ ପୂର୍ବତନ ମୋଟ ଆୟ (TR) ର ପାର୍ଥକ୍ୟ ହେଉଛି ସୀମାନ୍ତ ଆୟ । ତେଣୁ ସାମାନ୍ତ ଆୟ (MR) = (TRn – TRn-1)

2. ମୋଟ ଆୟ ଓ ହାରାହାରି ଆୟ :
Answer:
ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ବିକ୍ରୟ କରି ପ୍ରତିଷ୍ଠାନ ଯେଉଁ ମୋଟ ଅର୍ଥ ଉପାର୍ଜନ କରେ, ତାହାକୁ ମୋଟ ଆୟ କୁହାଯାଏ । ଏହା ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ କ୍ରୟ କରିବାପାଇଁ କ୍ରେତାମାନଙ୍କର ମୋଟ ବ୍ୟୟ ସହିତ ସମାନ । ତେଣୁ ମୋଟ ଆୟ ପ୍ରତିଷ୍ଠାନର ମୋଟ ବିକ୍ରୟ ଉପରେ ନିର୍ଭର କରେ । ତେଣୁ ଦରକୁ ବିକ୍ରୟ ହୋଇଥିବା ଦ୍ରବ୍ୟର ପରିମାଣ ସହ ଗୁଣନ କରି ମୋଟ ଆୟ ଆକଳନ କରାଯାଏ । ମୋଟ ଆୟ = ଦର × ବିକ୍ରିତ ଉତ୍ପାଦର ପରିମାଣ

ପ୍ରତ୍ୟେକ ବିକ୍ରିତ ଉତ୍ପାଦର ଏକକରୁ ମିଳୁଥ‌ିବା ଆୟକୁ ହାରାହାରି ଆୟ କୁହାଯାଏ । ଏହା ବିକ୍ରିତ ଉତ୍ପାଦର ଦର ସହ ସମାନ । ମୋଟ ଆୟକୁ ବିକ୍ରିତ ଉତ୍ପାଦର ମୋଟ ପରିମାଣ ସହ ବିଭାଜନ କରି ହାରାହାରି ଆୟ ନିର୍ଣ୍ଣୟ କରାଯାଏ ।

ତେଣୁ ହାରାହାରି ଆୟ = \(\frac{ମୋଟ ଆୟ}{ବିକ୍ରିତ ଉତ୍ପାଦର ମୋଟ ପରିମାଣ}\)

3. ହାରାହାରି ଆୟ ଓ ସୀମାନ୍ତ ଆୟ :
Answer:
ପ୍ରତ୍ୟେକ ବିକ୍ରିତ ଉତ୍ପାଦର ଏକକରୁ ମିଳୁଥ‌ିବା ଆୟକୁ ହାରାହାରି ଆୟ କୁହାଯାଏ । ଏହା ବିକ୍ରିତ ଉତ୍ପାଦର ଦର ସହ ସମାନ । ମୋଟ ଆୟକୁ ବିକ୍ରିତ ଉତ୍ପାଦର ମୋଟ ପରିମାଣ ସହ ବିଭାଜନ କରି ହାରାହାରି ଆୟ ନିର୍ଣ୍ଣୟ କରାଯାଏ ।

ତେଣୁ ହାରାହାରି ଆୟ = \(\frac{ମୋଟ ଆୟ}{ବିକ୍ରିତ ଉତ୍ପାଦର ମୋଟ ପରିମାଣ}\)

ଉତ୍ପାଦର ଏକ ଅତିରିକ୍ତ ଏକକ ବିକ୍ରୟ କରିବାଦ୍ୱାରା ମୋଟ ଆୟରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ସୀମାନ୍ତ ଆୟ କୁହାଯାଏ । ଏହା ଅତିରିକ୍ତ ବିକ୍ରୟରୁ ପ୍ରାପ୍ତ ହେଉଥ‌ିବା ଅତିରିକ୍ତ ଆୟ । ଅର୍ଥାତ୍‌ ବର୍ତ୍ତମାନର ମୋଟ ଆୟ (TRn) ଏବଂ ପୂର୍ବତନ ମୋଟ ଆୟ (TRn-1) ର ପାର୍ଥକ୍ୟ ହେଉଛି ସୀମାନ୍ତ ଆୟ । ତେଣୁ,
ସୀମାନ୍ତ ଆୟ (MR) = (TRn – TRn-1)

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଆୟ କାହାକୁ କହନ୍ତି ? ବିଭିନ୍ନ ପ୍ରକାର ଆୟ ବିଷୟରେ ବର୍ଣ୍ଣନା କର ଓ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଆଲୋଚନା କର ।
Answer:
ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରି ଉତ୍ପାଦନକାରୀ ଯେଉଁ ଅର୍ଥ ଉପାର୍ଜନ କରନ୍ତି, ତାହାକୁ ଆୟ କୁହାଯାଏ । ତେଣୁ ଆୟ ଉତ୍ପାଦନର ବିକ୍ରୟଲବ୍ଧ ଉପାର୍ଜନ ମାତ୍ର । ଉତ୍ପାଦନ ସମ୍ବନ୍ଧୀୟ ଯେକୌଣସି ନିଷ୍ପଭିରେ ଏହାର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଏହି ଆୟର ବିଭିନ୍ନ ପ୍ରକାର ଧାରଣା ରହିଛି; ଯଥା- ମୋଟ ଆୟ, ହାରାହାରି ଆୟ ଓ ସୀମାନ୍ତ ଆୟ । ସେଗୁଡ଼ିକ ହେଲା :

(1) ମୋଟ ଆୟ- ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ବିକ୍ରୟ କରି ପ୍ରତିଷ୍ଠାନ ଯେଉଁ ମୋଟ ଅର୍ଥ ଉପାର୍ଜନ କରେ, ତାହାକୁ ମୋଟ ଆୟ କୁହାଯାଏ । ମୋଟ ଆୟ ପ୍ରତିଷ୍ଠାନର ମୋଟ ବିକ୍ରୟ ଉପରେ ନିର୍ଭର କରେ । ତେଣୁ ଦରକୁ ବିକ୍ରୟ ହୋଇଥବା ଦ୍ରବ୍ୟର ପରିମାଣ ସହ ଗୁଣନ କରି ମୋଟ ଆୟ ନିର୍ଣ୍ଣୟ କରାଯାଏ । ଅତଏବ, ମୋଟ ଆୟ = ଦର × ବିକ୍ରିତ ଉତ୍ପାଦର ପରିମାଣ ।

(2) ହାରାହାରି ଆୟ– ପ୍ରତ୍ୟେକ ବିକ୍ରିତ ଉତ୍ପାଦର ଏକକରୁ ମିଳୁଥିବା ଆୟକୁ ହାରାହାରି ଆୟ କୁହାଯାଏ । ଏହା ବିକ୍ରିତ ଉତ୍ପାଦର ଦର ସହ ସମାନ । ମୋଟ ଆୟକୁ ବିକ୍ରିତ ଉତ୍ପାଦର ମୋଟ ପରିମାଣ ସହ ବିଭାଜନ କରି ହାରାହାରି ଆୟ ନିର୍ଣ୍ଣୟ କରାଯାଏ ।
ହାରାହାରି ଆୟ = \(\frac{ମୋଟ ଆୟ}{ବିକ୍ରିତ ଉତ୍ପାଦର ମୋଟ ପରିମାଣ}\)

(3) ସୀମାନ୍ତ ଆୟ-
ଉତ୍ପାଦର ଏକ ଅତିରିକ୍ତ ଏକକ ବିକ୍ରୟ କରିବାଦ୍ୱାରା ମୋଟ ଆୟରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ସୀମାନ୍ତ ଆୟ କୁହାଯାଏ । ଏହା ଅତିରିକ୍ତ ବିକ୍ରୟରୁ ପ୍ରାପ୍ତ ହେଉଥ‌ିବା ଅତିରିକ୍ତ ଆୟ । ଅର୍ଥାତ୍‌, ବର୍ତ୍ତମାନର ମୋଟ ଆୟ (TRn) ଏବଂ ପୂର୍ବତନ ମୋଟ ଆୟ (TRn-1) ର ପାର୍ଥକ୍ୟ ହେଉଛି ସୀମାନ୍ତ ଆୟ । ତେଣୁ, ସୀମାନ୍ତ ଆୟ (MR = TRn – TRn-1)

ମୋଟ ଆୟ, ହାରାହାରି ଆୟ ଓ ପ୍ରାନ୍ତୀୟ ଆୟ ମଧ୍ୟରେ ଥ‌ିବା ସମ୍ପର୍କ :
ମୋଟ ଆୟ, ହାରାହାରି ଆୟ ଓ ପ୍ରାନ୍ତୀୟ ଆୟ ମଧ୍ୟରେ ଥିବା ସମ୍ପର୍କକୁ ବିଭିନ୍ନ ବଜାର ପରିପ୍ରେକ୍ଷୀରେ ଆଲୋଚନା କରାଯାଇପାରେ । ବଜାର ସାଧାରଣତଃ ଦୁଇ ପ୍ରକାରର :
(i) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର
(ii) ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର

(i) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ମୋଟ, ହାରାହାରି ଓ ସୀମାନ୍ତ ଆୟ ମଧ୍ଯରେ ସମ୍ପର୍କ :
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ପ୍ରତିଷ୍ଠାନ ସଂଖ୍ୟା ଅନେକ । ତେଣୁ କୌଣସି ନିର୍ଦ୍ଦିଷ୍ଟ ପ୍ରତିଷ୍ଠାନ ବଜାର ଦରକୁ ପ୍ରଭାବିତ କରିପାରେ ନାହିଁ । ବରଂ, ବଜାରଦ୍ଵାରା ସ୍ଥିରୀକୃତ ଦରରେ ପ୍ରତିଷ୍ଠାନ ଉତ୍ପାଦର ଯେକୌଣସି ପରିମାଣ ବିକ୍ରୟ କରିବାପାଇଁ ବାଧ୍ଯ ହୁଏ । ତେଣୁ ବିକ୍ରିତ ଉତ୍ପାଦର ସମସ୍ତ ଏକକ ପାଇଁ ବଜାର ଦର ସମାନ ।

CHSE Odisha Class 12 Economics Chapter 8 Questions and Answers in Odia Medium

ତର (ଟଙ୍କାରେ) ଏକକ ବିକ୍ରିତ ଉତ୍ପାଦର (ସଂଖ୍ୟ।ରେ) ମୋଟ ଆୟ (ଟଙ୍କାରେ) ହାରାହାରି ଆୟ (ଟଙ୍କାରେ) ସୀମାନ୍ତ ଆୟ (ଟଙ୍କାରେ)
10 1 10 10 10
10 2 20 10 10
10 3 30 10 10
10 4 40 10 10
10 5 50 10 10

(a) ମୋଟ ଆୟ– ଦର ଓ ବିକ୍ରିତ ଉତ୍ପାଦକୁ ଗୁଣନ କରି ମୋଟ ଆୟ ଆକଳନ କରିଯାଇଛି । ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକର ବୃଦ୍ଧି ସହିତ ମୋଟ ଆୟ ସ୍ଥିର ହାରରେ ବୃଦ୍ଧି ପାଇଥାଏ । ବିଶ୍ରିତ ଉତ୍ପାଦର ଏକକ ଓ ମୋଟ ଆୟ ମଧ୍ଯରେ ପ୍ରତ୍ୟକ୍ଷ ସ୍ଥିର ସମ୍ପର୍କ ରହିଛି ! ତେଣୁ ମୋଟ ଆୟରେଖା ଏକ ସରଳରେଖାର ଆକାର ଧାରଣ କରି ଊର୍ଦ୍ଧ୍ୱଗାମୀ ହୋଇଛି ।
CHSE Odisha Class 12 Economics Chapter 8 Questions and Answers in Odia Medium
ଚିତ୍ରରେ TR ହେଉଛି ମୋଟ ଆୟରେଖା । ଏହା ମୂଳବିନ୍ଦୁ ‘O’ ରୁ ଉତ୍ପତ୍ତି ଲାଭ କରି ସରଳରେଖା ଆକାରରେ ଊର୍ଦ୍ଧ୍ୱଗାମୀ ହୋଇଛି ।

(b) ହାରାହାରି ଆୟ- ମୋଟ ଆୟକୁ ବିକ୍ରିତ ଉତ୍ପାଦର ପରିମାଣ ସହ ବିଭାଜନ କରି ହାରାହାରି ଆୟ ନିର୍ଣ୍ଣୟ କରାଯାଏ । ଏହା ପ୍ରତ୍ୟେକ ବିକ୍ରିତ ପରିମାଣରେ ସ୍ଥିର, କାରଣ ପୂର୍ବପ୍ରତିଯୋଗିତା ସ୍ଥିତିରେ ଦର ସ୍ଥିର । ତେଣୁ ହାରାହାରି ଆୟରେଖା X- ଅକ୍ଷ ସହ ସମାନ୍ତର ବା ଆନୁଭୂମିକ ହେବ ।
CHSE Odisha Class 12 Economics Chapter 8 Questions and Answers in Odia Medium 1
ଚିତ୍ରରେ AR ହେଉଛି ହାରାହାରି ଆୟରେଖା । ପ୍ରତ୍ୟେକ ବିକ୍ରିତ ଏକକରେ ହାରାହାରି ଆୟ ସମାନ ରହୁଥ‌ିବା ଯୋଗୁଁ ଏହା ଆନୁଭୂମିକ ହୋଇଥାଏ ।

(c) ସୀମାନ୍ତ ଆୟ- କୌଣସି ଏକ ଦ୍ରବ୍ୟର ଅତିରିକ୍ତ ଏକକର ବିକ୍ରୟ ଫଳରେ ମୋଟ ଆୟ ଯେଉଁ ପରିମାଣରେ ବୃଦ୍ଧି ପାଏ ତାହାକୁ ସୀମାନ୍ତ ଆୟ କୁହାଯାଏ । ପ୍ରଥମ ଏକକର ବିକ୍ରୟ ଯୋଗୁଁ ମୋଟ ଆୟ 10 ଟଙ୍କା ଥିଲା । ଦ୍ୱିତୀୟ ଏକକର ବିକ୍ରୟ ଫଳରେ ମୋଟ ଆୟ 20 ଟଙ୍କାକୁ ବୃଦ୍ଧି ପାଇଛି । ତେଣୁ, ମୋଟ ଆୟରେ 10 ଟଙ୍କା ବୃଦ୍ଧି ପାଇଛି । ଏହି 10 ଟଙ୍କା ଦ୍ଵିତୀୟ ବିକ୍ରିତ ଏକକର ସୀମାନ୍ତ ଆୟ । ପୂର୍ଣ୍ଣ ପ୍ରତିଯୋଗିତା ସ୍ଥିତିରେ ମୋଟ ଆୟ ସମାନ ହାରରେ ବୃଦ୍ଧି ପାଉଥ‌ିବାରୁ ସୀମାନ୍ତ ଆୟ ପ୍ରତ୍ୟେକ ଏକକରେ ସ୍ଥିର । ତେଣୁ ସୀମାନ୍ତ ଆୟରେଖା ହାରାହାରି ଆୟରେଖା ଭଳି ଆନୁଭୂମିକ ହୋଇଥାଏ ।

ଚିତ୍ରରେ MR ହେଉଛି ସୀମାନ୍ତ ଆୟରେଖା । ଏହା X- ଅକ୍ଷ ସହ ସମାନ୍ତର ବା ଆନୁଭୂମିକ ।
ସାରଣୀରୁ ଜଣାଯାଏ ଯେ, ଉତ୍ପାଦର ପ୍ରତ୍ୟେକ ଏକକରେ ଉଭୟ ହାରାହାରି ଆୟ ଓ ସୀମାନ୍ତ ଆୟ ସମାନ ଓ ସ୍ଥିର । ତେଣୁ ଉଭୟ ରେଖା ପରସ୍ପର ସହ ସମାନ ହୋଇ ଦର ସହ ସମାନ ହେବ ।
CHSE Odisha Class 12 Economics Chapter 8 Questions and Answers in Odia Medium 2
ଚିତ୍ରରେ AR ହେଉଛି ହାରାହାରି ଆୟରେଖା ଓ MR ହେଉଛି ସୀମାନ୍ତ ଆୟରେଖା । ଉଭୟେ ଏକ ଓ ଅଭିନ୍ନ । ପ୍ରତ୍ୟେକ ଏକକରେ ଏହା ଦର ସହ ସମାନ । ତେଣୁ,
ହାରାହାରି ଆୟ = ସୀମାନ୍ତ ଆୟ = ଦର

(ii) ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ମୋଟ, ହାରାହାରି ଓ ସୀମାନ୍ତ ଆୟ ମଧ୍ୟରେ ସମ୍ପର୍କ :
ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ପ୍ରତିଷ୍ଠାନମାନଙ୍କ ସଂଖ୍ୟା ସୀମିତ । ତେଣୁ ଉତ୍ପାଦର ବଜାର ଦର ଉପରେ ପ୍ରତିଷ୍ଠାନର ନିୟନ୍ତ୍ରଣ ରହିଥାଏ । ସାଧାରଣତଃ, ଦର ଓ ବିକ୍ରିତ ଏକକ ମଧ୍ୟରେ ପରୋକ୍ଷ ସମ୍ପର୍କ ରହିଥାଏ । ଅର୍ଥାତ୍ ଦରବୃଦ୍ଧି ପାଇଲେ ଦ୍ରବ୍ୟର ବିକ୍ରି ହ୍ରାସ ହୁଏ ଏବଂ ଦର ହ୍ରାସ ପାଇଲେ ଦ୍ରବ୍ୟର ବିକ୍ରି ପରିମାଣ ବୃଦ୍ଧି ପାଏ ।

ବିକ୍ରିତ ଦ୍ରବ୍ୟର ପରିମାଣ (ସଂଖ୍ୟ।ରେ) ଦ୍ରବ୍ୟର ବକାର ଦର (ଟଙ୍କାରେ) ମୋଟ ଆୟ (ଟଙ୍କାରେ) ହାରାହାରି ଆୟ (ଟଙ୍କାରେ) ସୀମାନ୍ତ ଆୟ (ଟଙ୍କାରେ)
1 10 10 10 10
2 9 18 9 8
3 8 24 8 6
4 7 28 7 4
5 6 30 6 2
6 5 30 5 0
7 4 28 4 -2

(a) ମୋଟ ଆୟ– ସାରଣୀରୁ ଜଣାଯାଏ ଯେ ବିକ୍ରିତ ଉତ୍ପାଦ ପରିମାଣର ବୃଦ୍ଧି ସହିତ ମୋଟ ଆୟ ହ୍ରାସମାନ ହାରରେ ପ୍ରଥମେ ବୃଦ୍ଧି ପାଉଛି ଏବଂ ତତ୍ପରେ ହ୍ରାସ ପାଉଛି । ଷଷ୍ଠ ଏକକ ପର୍ଯ୍ୟନ୍ତ ମୋଟ ଆୟ 10 ଟଙ୍କାରୁ 30 ଟଙ୍କାକୁ ବୃଦ୍ଧି ପାଇଛି ଏବଂ ଏହା ପରେ ହ୍ରାସ ପାଇଛି । ପ୍ରାନ୍ତୀୟ ଆୟ ଋଣାତ୍ମକ ହେଲେ ମୋଟ ଆୟ କମିବାକୁ ଆରମ୍ଭ କରିଥାଏ ।
CHSE Odisha Class 12 Economics Chapter 8 Questions and Answers in Odia Medium 3
ଚିତ୍ରରେ TR ମୋଟ ଆୟରେଖା । ଏହି ରେଖା ଓ ବିନ୍ଦୁ ପର୍ଯ୍ୟନ୍ତ ଊର୍ଦ୍ଧ୍ୱଗାମୀ ହୋଇଛି ଏବଂ ତତ୍ପରେ ନିମ୍ନଗାମୀ ହୋଇଛି । ‘G’ ବିନ୍ଦୁ ପର୍ଯ୍ୟନ୍ତ ବିକ୍ରିତ ଉତ୍ପାଦ ପରିମାଣ ଓ ମୋଟ ଆୟ ମଧ୍ୟରେ ପ୍ରତ୍ୟକ୍ଷ ହ୍ରାସମାନ ସମ୍ପର୍କ ଏବଂ ତତ୍ପରେ ପରୋକ୍ଷ ସମ୍ପର୍କ ମୋଟ ଆୟରେଖା (TR) ପ୍ରତିଫଳିତ କରୁଛି । OK ପରିମାଣର ଉତ୍ପାଦ ବିକ୍ରୟ କଲାବେଳେ ମୋଟ ଆୟ ସର୍ବାଧିକ ହୋଇଥ‌ିବା ମୋଟ ଆୟରେଖା (TR)ର ‘G’ ବିନ୍ଦୁରେ ପ୍ରତିଷ୍ଠାନ ସନ୍ତୁଳନ ହେବ । ତେଣୁ OK ପରିମାଣଠାରୁ ଅଧିକ ପରିମାଣର ଦ୍ରବ୍ୟ ବିକ୍ରୟ କରିବା ପ୍ରତିଷ୍ଠାନ ପାଇଁ ଉଚିତ ହେବ ନାହିଁ ।

CHSE Odisha Class 12 Economics Chapter 8 Questions and Answers in Odia Medium

(b) ହାରାହାରି ଆୟ- ମୋଟ ଆୟକୁ ଦ୍ରବ୍ୟର ଉତ୍ପାଦ ପରିମାଣ ସହ ଭାଗ କରି ହାରାହାରି ଆୟ ହିସାବ କରାଯାଏ । ହାରାହାରି ଆୟ ଓ ଦର ସମାନ ହୋଇଥିବାରୁ ବିକ୍ରିତ ଉତ୍ପାଦର ପରିମାଣ ଓ ହାରାହାରି ଆୟ ମଧ୍ୟରେ ପରୋକ୍ଷ ସ୍ଥିର ସମ୍ପର୍କ ରହିଛି । ତେଣୁ ହାରାହାରି ଆୟରେଖା ଏକ ସରଳରେଖାର ଆକାର ଧାରଣ କରି ନିମ୍ନଗାମୀ ହୋଇଥାଏ ।
CHSE Odisha Class 12 Economics Chapter 8 Questions and Answers in Odia Medium 4
ଚିତ୍ରରେ AR ହେଉଛି ହାରାହାରି ଆୟରେଖା । ଏହା ନିମ୍ନଗାମୀ । ଯେହେତୁ କୌଣସି ହାରାହାରି ଏକକ ଶୂନ୍ୟ ହୋଇପାରେ ନାହିଁ, ହାରାହାରି ଆୟରେଖା X-ଅକ୍ଷର ନିକଟତର ହେଲେ ମଧ୍ୟ ଏହାକୁ ସ୍ପର୍ଶ କରିପାରେ ନାହିଁ ।

(c) ସୀମାନ୍ତ ଆୟ– ମୋଟ ଆୟରେ ହେଉଥ‌ିବା ବୃଦ୍ଧିର ପରିମାଣକୁ ସୀମାନ୍ତ ଆୟ କୁହାଯାଏ । ମୋଟ ଆୟ ହ୍ରାସମାନ ହାରରେ ବୃଦ୍ଧି ପାଉଥ‌ିବାରୁ ସୀମାନ୍ତ ଆୟ ପ୍ରଥମେ ହ୍ରାସ ପାଏ ଏବଂ ତତ୍ପରେ ସୀମାନ୍ତ ଆୟ ଶୂନ୍ୟ ଏବଂ ଋଣାତ୍ମକ ହୋଇଥାଏ । ବିଶ୍ରିତ ଉତ୍ପାଦ ପରିମାଣ ଓ ସୀମାନ୍ତ ଆୟ ମଧ୍ୟରେ ପରୋକ୍ଷ ସ୍ଥିର ସମ୍ପର୍କ ଦେଖାଯାଏ, ତେଣୁ ସୀମାନ୍ତ ଆୟରେଖା ଏକ ସରଳରେଖା ଆକାର ଧାରଣ କରି ନିମ୍ନଗାମୀ ହୋଇଛି ।
CHSE Odisha Class 12 Economics Chapter 8 Questions and Answers in Odia Medium 5
ଚିତ୍ରରେ MR, ସୀମାନ୍ତ ଆୟରେଖା । ଏହା X-ଅକ୍ଷକୁ K ବିନ୍ଦୁରେ ଛେଦ କରୁଛି, ଫଳରେ ଏଠାରେ ସୀମାନ୍ତ ଆୟ ଶୂନ୍ୟ ହୋଇଛି । ଏହା ପ୍ରତିଷ୍ଠାନର ସର୍ବାଧ‌ିକ ଆୟ ବିନ୍ଦୁ । ତତ୍ପରେ ସୀମାନ୍ତ ଆୟରେଖା X ଅକ୍ଷ ଅତିକ୍ରମ କରି ନିମ୍ନଗାମୀ ହୋଇଛି । ଏହା ଋଣାତ୍ମକ ସୀମାନ୍ତ ଆୟକୁ ସୂଚିତ କରୁଛି ।

(d) ବିକ୍ରିତ ଉତ୍ପାଦର ପ୍ରଥମ ଏକକରେ ଉଭୟ ହାରାହାରି ଆୟ ସୀମାନ୍ତ ଆୟ ସମାନ । ତତ୍ପରେ ଉଭୟ ହ୍ରାସ ପାଉଥିଲେ ମଧ୍ୟ ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକରେ ହାରାହାରି ଆୟ ସୀମାନ୍ତ ଆୟଠାରୁ ଅଧିକ । କାରଣ ସୀମାନ୍ତ ଆୟ 2 ଟଙ୍କା ହାରରେ ହ୍ରାସ ପାଉଥିଲାବେଳେ ହାରାହାରି ଆୟ 1 ଟଙ୍କା ହାରରେ ହ୍ରାସ ପାଉଛି । ତେଣୁ ହାରାହାରି ଆୟରେଖା ଓ ସୀମାନ୍ତ ଆୟରେଖା ଉଭୟ ଏକ ବିନ୍ଦୁରେ ଉତ୍ପନ୍ନ ହେଲେ ମଧ୍ୟ ହାରାହାରି ଆୟରେଖା ସର୍ବଦା ସୀମାନ୍ତ ଆୟରେଖାର ଉପର ସ୍ତରରେ ରହିବ ।
CHSE Odisha Class 12 Economics Chapter 8 Questions and Answers in Odia Medium 6
ଚିତ୍ରରେ ହାରାହାରି ଆୟରେଖା (AR) ସୀମାନ୍ତ ଆୟରେଖାର ଉପରେ ରହିଛି । Y- ଅକ୍ଷର ଯେକୌଣସି ବିନ୍ଦୁରୁ MRର ଆନୁଭୂମିକ ଦୂରତ୍ୱ AR ର ଆନୁଭୂମିକ ଦୂରତ୍ଵର ସର୍ବଦା ଅର୍ଦ୍ଧେକ ।

BSE Odisha 7th Class Science Important Questions Chapter 1 ପଦାର୍ଥ

Odisha State Board BSE Odisha 7th Class Science Important Questions Chapter 1 ପଦାର୍ଥ Important Questions and Answers.

BSE Odisha Class 7 Science Important Questions Chapter 1 ପଦାର୍ଥ

Question 1.
ପାର୍ଥକ୍ୟ ଦର୍ଶାଅ ।
(a) ମୌଳିକ
(b) ଧାତୁ ଓ ଅଧାତୁ
(c) ଥଶ୍ଚ ଓ ପରମାଣୁ
(d) ପ୍ରତୀକ ଓ ସଙ୍କେତ
(e) ଗଳନାଙ୍କ ଓ ସ୍ଫୁଟନାଙ୍କ
Solution:
BSE Odisha 7th Class Science Important Questions Chapter 1 Img 1
BSE Odisha 7th Class Science Important Questions Chapter 1 Img 2
BSE Odisha 7th Class Science Important Questions Chapter 1 Img 3
BSE Odisha 7th Class Science Important Questions Chapter 1 Img 4
BSE Odisha 7th Class Science Important Questions Chapter 1 Img 5

ସ୍ଫୁଟନାଙ୍କ କୁହାଯାଏ ।

BSE Odisha 7th Class Science Important Questions Chapter 1 ପଦାର୍ଥ

Question 2.
ଅଧାତୁର ଚାରୋଟି ଭୌତିକ ଧମ ଲେଖ |
Solution:

  • ଅଧାତୁ ସାଧାରଣ ତାପମାତ୍ରାରେ କଠିନ କିମ୍ବା ଗ୍ୟାସୀୟ ଅବସ୍ଥାରେ ରହେ । ଅଧାତୁର ଔଜଲ୍ୟ ନ ଥାଏ ।
  • ଅଧାତୁଗୁଡ଼ିକର ନମନୀୟତା ଓ ତନ୍ୟତା ଗୁଣ ନଥିବାରୁ ସେଗୁଡ଼ିକୁ ବାଡ଼େଇଲେ ଖଣ୍ଡ ଖଣ୍ଡ ହୋଇଯାଆନ୍ତି ।
  • ଅଧାତୁଗୁଡ଼ିକ କଠିନ ଅବସ୍ଥାରେ ହାତକୁ ନରମ ଲାଗନ୍ତି । ଅଧାତୁଗୁଡ଼ିକର ଗଳନାଙ୍କ ଓ ସ୍ଫୁଟନାଙ୍କ କମ୍ ।
  • ଅଧାତୁଗୁଡ଼ିକ ତାପ ଓ ବିଦ୍ୟୁତର କୁପରିବାହୀ, କେବଳ ଗ୍ରାଫାଇଟ୍ ସୁପରିବାହୀ ଅଟେ ।

Question 3.
ଯୌଗିକ ଅଣୁର ଦୁଇଟି ବିଶେଷତ୍ଵ ଲେଖ ।
Solution:

  • ଯୌଗିକରେ ଥ‌ିବା ସମସ୍ତ ଅଣୁଗୁଡ଼ିକ ଏକଜାତୀୟ ।
  • ବିଭିନ୍ନ ଯୌଗିକର ଥ‌ିବା ଅଣୁଗୁଡ଼ିକ ପରସ୍ପରଠାରୁ ଭିନ୍ନ । କେତେକ ଯୌଗିକରେ ଥ‌ିବା ଅଣୁଗୁଡ଼ିକର ଆକାର ଓ ଓଜନ ଅନ୍ୟ ଯୌଗିକରେ ଥିବା ଅଣୁଗୁଡ଼ିକଠାରୁ ବଡ଼ ଓ ଭାରୀ ।

Question 4.
ମିଶ୍ରଣର ଦୁଇଟି ବିଶେଷତ୍ଵ ଲେଖ ।

  • ମିଶ୍ରଣରେ ମିଶିଥିବା ଭପାଦାନଗୁଡିକ ସେକୋଣସି ଅନୁପାତରେ ମିଶିଥାଆନ୍ତି |
  • ମିଶ୍ରଣରେ ଥ‌ିବା ଉପାଦାନଗୁଡ଼ିକର ନିଜସ୍ୱ ଧର୍ମ ସୁରକ୍ଷିତ ରହିଥାଏ ।

Question 5.
ମୌଳିକ ପଦାର୍ଥର ଦୁଇଟି ବିଶେଷତ୍ଵ ଲେଖ ।
Solution:

  • ମୌଳିକ ପଦାର୍ଥଗୁଡ଼ିକ ସମଜାତୀୟ ପରମାଣୁରେ ଗଢ଼ା ହୋଇଥାନ୍ତି ।
  • ମୌଳିକ ପଦାର୍ଥଗୁଡ଼ିକ ପରସ୍ପର ସହିତ ସଂଯୋଜିତ ହୋଇ ରାସାୟନିକ ପ୍ରତିକ୍ରିୟା କରି, ଯୌଗିକ ଗଠନ କରନ୍ତି । ଗ୍ୟାସୀୟ ପଦାର୍ଥର ଦୁଇଟି ବିଶେଷତ୍ଵ ଲେଖ ।

Question 6.
ଗ୍ୟାସୀୟ ପଦାର୍ଥର ନିର୍ଦ୍ଦିଷ୍ଟ ବିଶେଶଦ୍ୱ ଲେଖ |
Solution:

  • ଗ୍ୟାସୀୟ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ଓ ଆୟତନ ନ ଥାଏ । ମାତ୍ର ଏହାର ବସ୍ତୁତ୍ଵ ଥାଏ । ଏହା ଆବଦ୍ଧ ପାତ୍ର ମଧ୍ୟରେ ରହିଲେ ପାତ୍ରର ଆକାର ଧାରଣ କରେ ।
  • ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ବ୍ୟାପିଯାଏ ।

Question 7.
ବିଳାନସମ୍ମତ କାରଣ ଲେଖ |
ଅମ୍ଳଜାନର ଆଣବିକ ସଙ୍କେତକୁ କାହିଁକି O2, ଲେଖାଯାଏ ।

  • ଅମ୍ଳଜାନର ପରମାଣୁ ମୁକ୍ତଭାବରେ ରହିପାରନ୍ତି ନାହିଁ ।
  • ଏଣୁ ଅମ୍ଳଜାନର ଦୁଇଟି କରି ପରମାଣୁ ସଂଯୁକ୍ତ ହୋଇ ଗୋଟିଏ ଗୋଟିଏ ଅଣୁ ଗଠନ କରନ୍ତି ।
  • ଅମ୍ଳଜାନରେ ରହିଥିବା ଦୁଇଟି ପରମାଣୁର ସୂଚନା 2 ଦ୍ଵାରା ସୂଚାଇ ଦିଆଯାଏ । ଏଣୁ ଅମ୍ଳଜାନର ଆଣବିକ O2 |

BSE Odisha 7th Class Science Important Questions Chapter 1 ପଦାର୍ଥ

Question 8.
ରୁପାର ପ୍ରତୀକକୁ Ag ଲେଖାଯାଏ କାହିଁକି ?
Solution:

  • ରୁପାର ଲାଟିନ୍ ନାମ ଆର୍ଜେଣ୍ଟମ (Argentum) । ଏହାର ସଂକ୍ଷିପ୍ତ ନାମ ଲେଖିବା ପାଇଁ ଆର୍ଜେଣ୍ଟମର ପ୍ରଥମ ଓ ତୃତୀୟ ଅକ୍ଷର ଦୁଇଟିକୁ ଯୋଡ଼ାଯାଇ Ag ଲେଖାଯାଇଥାଏ ।
  • Ag ରୁପାର ଗୋଟିଏ ପରମାଣୁକୁ ବୁଝାଉଥ‌ିବାରୁ ରୁପାକୁ Ag ଲେଖାଯାଏ ।

Question 9.
ବାୟୁକୁ ମିଶ୍ରଣ କୁହାଯାଏ କାହିଁକି ?

  • ବିଭିନ୍ନ ପଦାର୍ଥ ଯେକୌଣସି ପରିମାଣରେ ମିଶି ଯେଉଁ ନୂତନ ପଦାର୍ଥ ସୃଷ୍ଟି କରନ୍ତି, ତାହାକୁ ମିଶ୍ର ପଦାର୍ଥ କୁହାଯାଏ ।
  • ବାୟୁରେ ଯବକ୍ଷାରଜାନ, ଅମ୍ଳଜାନ, ଅଙ୍ଗାରକାମ୍ଳ, ଜଳୀୟବାଷ୍ପ ଅନ୍ୟାନ୍ୟ କେତେକ ଗ୍ୟାସ୍ ଓ ଧୂଳିକଣା ମିଶି ରହିଥାଏ । ତେଣୁ ବାୟୁ ଏକ ମିଶ୍ରଣ ।

ବସ୍ତୁନିଷ୍ଠ ପ୍ରଣୋଇର :

I. ଶୂନ୍ୟସ୍ଥାନ ପୂରଣ କର ।
(i) ପଦାର୍ଥର _________ ଅବସ୍ଥାରେ ନିର୍ଦ୍ଦିଷ୍ଟ ଆୟତନ ଓ ବସ୍ତୁତ୍ଵ ଥାଏ, କିନ୍ତୁ ନିର୍ଦ୍ଦିଷ୍ଟ ଆୟତନ ନ ଥାଏ |
(ii) ପଦାର୍ଥର _________ ଅବସ୍ଥାରେ କଣିକାଗୁଡିକ ମଧ୍ୟରେ ଥିବା ପାଇଣ୍ଟରିକ ଆକଗଣ ବଳ ସବୁଠାରୁ କମ୍ ଥାଏ ।
(iii) ଯେଉଁ ବିଶୁଦ୍ଧ ପଦାର୍ଥର _________ ଗୁଡ଼ିକ ସହଧର୍ମୀ ହୋଇଥାଏ, ତାହାକୁ ମୌଳିକ କୁହାଯାଏ ।
(iv) ବାୟୁ ଗୋଟିଏ _________ ପଦାର୍ଥ, କିନ୍ତୁ ଅଙ୍ଗାରକାମ୍ଳ ଗୋଟିଏ ଯୌଗିକ ପଦାର୍ଥ ।
(v) ଗୋଟିଏ ମୌଳିକ ପଦାର୍ଥରେ _________ ପ୍ରକାର ପରମାଣୁ ଥାଏ ।
(vi) ଧାତୁମାନଙ୍କ ମଧ୍ୟରେ ସାଧାରଣ ତାପମାତ୍ରାରେ _________
(vii) ଅଧାତୁମାନଙ୍କ ମଧ୍ୟରେ _________ ର ଗଳନାଙ୍କ ଉଚ୍ଚ ।
(viii) ଅଧାତୁମାନଙ୍କ ମଧ୍ୟରେ କେବଳ _________ ବିଦ୍ୟୁତ୍‌ର ସୁପରିବହୀ ।
(ix) ପୋଟାସିୟମ୍‌ର ଲାଟିନ୍‌ ନାମ _________ |
(x) ଲୁହାର ଲାଟିନ୍ ନାମ _________ |
Solution:
(i) ତରଳ
(ii) ଗ୍ୟାସୀୟ
(iii) ପରମାଣୁ
(iv) ମିଶ୍ର
(v) ସମାନ
(vi) ପାରଦ
(vii) ଅଙ୍ଗାରକ
(viii)ଗ୍ରାଫାଇଟ୍
(ix) କାଲିୟମ୍
(x) ଫେରମ୍

II. ବାମପାର୍ଶ୍ଵର ସମ୍ପର୍କଦ୍ୱୟକୁ ଦେଖ୍ ଦକ୍ଷିଣ ପାର୍ଶ୍ଵର ଶୂନ୍ୟସ୍ଥାନ ପୂରଣ କର ।
(i) ଅମ୍ଳଜାନ : ମୌଳିକ :: ଅଙ୍ଗାରକାମ୍ଳ : _________ |
(ii) ମୌଳିକ : ପରମାଣୁ :: ଯୌଗିକ : _________ |
(iii) ଲୁହା : ଫେରମ୍ :: ସୁନା : _________ |
(iv) ସୋଡ଼ିୟମ୍‌ : Na :: ଦସ୍ତା : _________ |
(v) O : ପ୍ରତୀକ :: O2, : _________ |
(vi) ଧାତୁ : ନମନୀୟ :: ଅଧାତୁ : _________ |
(vii) କଲିଚୂନ : CaO :: ଶମୀତଚୂନ : _________ |
Solution:
(i) ଯୌଗିକ
(ii) ଅଣୁ
(iii) ଆରମ୍ଭ
(iv) Zn
(v) ସଙ୍କେତ
(vi) ଭଙ୍ଗୁର
(vii) Ca(OH)2

III. ‘କ’ ସ୍ତମ୍ଭର ଶବ୍ଦ ସହ ‘ଖ’ ସ୍ତମ୍ଭର ସମ୍ପର୍କ ବାଛି ସ୍ତମ୍ଭ ମିଳନ କର ।
Solution:
BSE Odisha 7th Class Science Important Questions Chapter 1 Img 6

IV. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(i) କାର୍ବନର ପ୍ରତୀକ _________ | (Au, Fe, C, Na)
(ii) ଗ୍ଲା କୋଡ୍‌ର ଆଣବିକ ସଂକେତ _________ | (C2H12O6, C12H12O12, C6H6O12, C12H6O12)
(iii) ରାସାୟନିକ ପ୍ରତିକ୍ରିୟାରେ ମୌଳିକ ଓ ଯୌଗିକମାନଙ୍କର _________ ଅଂଶଗ୍ରହଣ କରନ୍ତି । (ଅଣୁ, ପରମାଣୁ, ଅଣୁ ଓ ପରମାଣୁ, କୌଣସି ନୁହେଁ)
(iv) ଆଜି ପର୍ଯ୍ୟନ୍ତ 115ଟି ମୌଳିକ ମଧ୍ୟରୁ _________ ଟି ମୌଳିକ ପ୍ରାକୃତିକ । (27, 112, 88, 90)
(v) ନିମ୍ନଲିଖ ମଧ୍ୟରୁ _________ ମିଶ୍ରଣ । (ଅଙ୍ଗାରକାମ୍ଳ, ଚିନି ସରବତ୍, ଗ୍ଲୁକୋଜ୍, ଭିନେଗାର୍)
(vi) ପ୍ରତ୍ୟେକ ସଜୀବ ବସ୍ତୁରେ ସାଧାରଣତଃ _________ ଗୋଟି ମୌଳିକ ଅଧୂକ ପରିମାଣରେ ଥାଏ । (1, 2, 3, 4)
(vii) ଭୂତ୍ଵକ୍‌ରେ ଆଲୁମିନିୟମ୍‌ର ଶତକଡ଼ା ଅଂଶ _________ | (27, 47, 5, 8)
(viii) ନିମ୍ନୋକ୍ତ ମଧ୍ଯରୁ _________ ତରଳ ଆଧାତବ ମୌଳିକ । (ପାରଦ, ବ୍ରୋମିନ୍, ଗନ୍ଧକ, ସୀସା) ଗୋଟିଏ ଉପଧାତୁ ।
(ix) ନିମୋକ୍ତ ମଧ୍ୟରୁ _________ (ଅଙ୍ଗାର, ଲୁହା, ଆର୍ସେନିକ୍, ଯବକ୍ଷାରଜାନ)
(x) ଅଙ୍ଗାରକାମ୍ଳରେ ନିମ୍ନୋକ୍ତ ମଧ୍ୟରୁ _________ ମୌଳିକ ଥାଏ । (ଉଦଜାନ, ଅମ୍ଳଜାନ, ଯବକ୍ଷାରଜାନ, ସୋଡ଼ିୟମ୍)
Solution:
(i) C
(ii) C6H12,O6
(iii) ଅଣୁ ଓ ପରମାଣୁ
(iv) 88
(v) ଚିନି ସରବତ୍
(vi) 4
(vii) 8
(viii) କ୍ରୋମିନ୍
(ix) ଆର୍ସେନିକ୍
(x) ଅମ୍ଳଜାନ

V. ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(i) ମୌଳିକର କ୍ଷୁଦ୍ରତମ କଣିକାକୁ ଅଣୁ କୁହାଯାଏ ।
(ii) ପଦାର୍ଥର ଭୌତିକ ଅବସ୍ଥା ଦୃଷ୍ଟିକୋଣରୁ ପାଞ୍ଚ ପ୍ରକାରରେ ବିଭକ୍ତ କରାଯାଇଥାଏ ।
(iii) ଯୌଗିକର କ୍ଷୁଦ୍ରତମ କଣିକାକୁ ପରମାଣୁ କୁହାଯାଏ ।
(iv) ପଦାର୍ଥର କଠିନ ଅବସ୍ଥାରେ ନିଜସ୍ବ ନିର୍ଦ୍ଦିଷ୍ଟ ଆକାର ଏବଂ ଆୟତନ ନ ଥାଏ
(v) ପ୍ରାକୃତିକ ଯୌଗିକ ପଦାର୍ଥକୁ ନେଇ ଆମ ପୃଥ‌ିବୀର ଭୃତ୍ବକ୍ ଗଠିତ
(vi) ସାଧାରଣ ଲୁଣର ସଂକେତ ହେଉଛି NaOH ।
(vii) ଭଦ୍ରଜାନର ଆଣବିକ ସଂକେତ N2 |
(viii) ଗନ୍ଧକ ଏକମାତ୍ର ତରଳ ଅଧାତୁ ମୌଳିକ ଅଟେ ।
(ix) ମୌଳିକଗୁଡ଼ିକୁ ସେମାନଙ୍କର ସଂକେତ ସାହାଯ୍ୟରେ ଦର୍ଶାଯାଇଥାଏ ।
(x) H2SO4 ନାଇଟ୍ରିକ୍ ଏସିଡ଼ର ସଙ୍କେତ ଅଟେ ।
Solution:
(i) ଯୌଗିକର କ୍ଷୁଦ୍ରତମ କଣିକାକୁ ଅଣୁ କୁହାଯାଏ ।
(ii) ପଦାର୍ଥର ଭୌତିକ ଅବସ୍ଥା ଦୃଷ୍ଟିକୋଣରୁ ତିନି ପ୍ରକାରରେ ବିଭକ୍ତ କରାଯାଇଥାଏ ।
(iii) ମୌଳିକର କ୍ଷୁଦ୍ରତମ କଣିକାକୁ ପରମାଣୁ କୁହାଯାଏ ।
(iv) ପଦାର୍ଥର ଗ୍ୟାସୀୟ ଅବସ୍ଥାରେ ନିଜସ୍ବ ନିର୍ଦ୍ଦିଷ୍ଟ ଆକାର ଏବଂ ଆୟତନ ନଥାଏ ।
(v) ପ୍ରାକୃତିକ ମୌଳିକ ପଦାର୍ଥକୁ ନେଇ ଆମ ପୃଥ‌ିବୀର ଭୂତ୍ଵକ ଗଠିତ ।
(vi) ସାଧାରଣ ଲୁଣର ସଂକେତ ହେଉଛି NaCl ।
(vii) ଉଦ୍‌ଜାନର ଆଣବିକ ସଂକେତ H2
(viii)ବ୍ରୋମିନ୍ ଏକମାତ୍ର ତରଳ ଅଧାତୁ ମୌଳିକ ଅଟେ ।
(ix) ଯୌଗିକଗୁଡ଼ିକୁ ସେମାନଙ୍କର ସଂକେତ ସାହାଯ୍ୟରେ ଦର୍ଶାଯାଇଥାଏ ।
(x) H2SO4, ନାଇଟ୍ରିକ୍ ଏସିଡ୍‌ର ସଙ୍କେତ ଅଟେ ।

BSE Odisha 7th Class Science Important Questions Chapter 1 ପଦାର୍ଥ

VI. ନିମ୍ନରେ ପ୍ରତ୍ୟେକ ପ୍ରଶ୍ନ ପାଇଁ ଦିଆଯାଇଥିବା ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ପାଖରେ ଠିକ୍ ( ✓) ଚିହ୍ନ ଦିଅ ।
(କ) କେଉଁଟି ଏକ କୃତ୍ରିମ ପଦାର୍ଥ ?
(i) ଜଳ
(ii) କୋଲଲା
(iii) ମୃତ୍ତିକା
(iv) କାଗଜ
Solution:
(iv) କାଗଜ

(ଖ) କେଉଁଟି ଧାରକ ପାତ୍ରର ଆକାର ଅନୁସାରେ ବଦଳେ ?
(i) ଫଳରସ
(iii) କାଠ
(ii) କୋଇଲା
(iv) ପଥର
Solution:
(i) ଫଳରସ

(ଗ) ଜେଟ୍ ପ୍ଲେନ୍‌ରୁ ବାହାରୁଥିବା ଧୂଆଁ ସଂପର୍କରେ କେଉଁ ଉକ୍ତିଟି ଠିକ୍ ?
(i) ଏହାର ନିର୍ଦ୍ଦିଷ୍ଟ ଆକୃତି ଅଛି
(ii) ଏହାର ନିର୍ଦ୍ଦିଷ୍ଟ ଆୟତନ ଅଛି
(iii) ଏହାର ନିର୍ଦ୍ଦିଷ୍ଟ ଓଜନ ଅଛି
(iv) ଏହାର ନିର୍ଦ୍ଦିଷ୍ଟ ଆକୃତି ଓ ଓଜନ ଅଛି
Solution:
(iii) ଏହାର ନିର୍ଦ୍ଦିଷ୍ଟ ଓଜନ ଅଛି

(ଘ) କେଉ ପବାଥକୁ ସଦବା ଆଦଦ୍ଧ ପାତ୍ରରେ ରଖଦା ଏକାନ୍ତ ଆବଶ୍ୟକ |
(i) ଉଦ୍‌ଜାନ ଗ୍ୟାସ୍
(ii) କଳ
(iii) ସର୍ବତ
(iv) କିରୋସିନ୍
Solution:
(i) ଉଦ୍‌ଜାନ ଗ୍ୟାସ୍

(ଙ) ସେଲ୍‌ସିୟସ୍ ଏକକରେ ଜଳର ସ୍ଫୁଟନାଙ୍କ କେତେ ?
(i) 0°
(ii) 373°
(iii) 273°
(iv) 100°
Solution:
(iv) 100°

VII. ଅସଂପର୍କିତ ଶବ୍ଦଟିକୁ ବାଛି ଲେଖ ।
(କ) କାଠ, କୋଇଲା, ଖଣିଜ ପଦାର୍ଥ, ବାସନକୁସନ
(ଖ) ଲୁଣ, ଆମୋନିୟମ୍ କ୍ଲୋରାଇଡ୍, ଆୟୋଡ଼ିନ୍ ଦାନା, ଗନ୍ଧକର୍ପୂର
(ଗ) ଲୁହା, ସୀସା, ବ୍ରୋମିନ୍, ଦସ୍ତା
(ଘ) ଉଦ୍‌ଜାନ, ପାରଦ, ଅମ୍ଳଜାନ, କ୍ଲୋରିନ୍
(ଙ) ଅବକ୍ଷେପଣ, ଦହନ, ଉତ୍‌ବାହନ, ପରିସ୍ରବଣ
(କ) ବାସନକୁସନ
(ଗ) ବ୍ରୋମିନ୍

VIII. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) କେଉଁଟି ପ୍ରାକୃତିକ ପଦାର୍ଥ ମାତ୍ର ଅଦୃଶ୍ୟ ଅଟେ ?
(ii) ଜଳ ଓ ଆଲୋକ କେଉଁ ପ୍ରକାର ପଦାର୍ଥ ?
(iii) ବିଭିନ୍ନ ପ୍ରକାର ସାର ଓ କୀଟନାଶକ ଔଷଧ କି ପ୍ରକାର |
(iv) ବିଭିନ୍ନ ଉଦ୍ଭବ କି ପ୍ରକାର ପଦାର୍ଥ ?
(v) ଖଣିଜ ତୈଳ କି ପ୍ରକାର ପଦାର୍ଥ ?
(vi) କାଠ କି ପ୍ରକାର ପଦାର୍ଥ ?
(vii) ପେନସିଲ୍ ଓ କଲମ କି ପ୍ରକାର ପଦାର୍ଥ ?
(viii) ଜଳର ନିର୍ଦ୍ଦିଷ୍ଟ କ’ଣ ନାହିଁ ?
(ix) ବାୟୁର ନିର୍ଦ୍ଦିଷ୍ଟ କ’ଣ ନଥାଏ ?
(x) ରନ୍ଧନ ଗ୍ୟାସ୍ ସିଲିଣ୍ଡର ମଧ୍ଯରେ କେଉଁ ଗ୍ୟାସ୍ କେଉଁ ଅବସ୍ଥାରେ ଥାଏ ?
Solution:
(i) ବାୟୁ ପ୍ରାକୃତିକ ପଦାର୍ଥ ମାତ୍ର ଅଦୃଶ୍ୟ ଅଟେ ।
(ii) ଜଳ ଓ ଆଲୋକ ପ୍ରାକୃତିକ ପଦାର୍ଥ ।
(iii) ବିଭିନ୍ନ ସାର ଓ କୀଟନାଶକ ଔଷଧ କୃତ୍ରିମ ପଦାର୍ଥ ।
(iv) ବିଭିନ୍ନ ଉଭିଦ ପ୍ରାକୃତିକ ପଦାର୍ଥ ।
(v) ଖଣିଜ ତୈଳ ପ୍ରାକୃତିକ ପଦାର୍ଥ ।
(vi) କାଠ ପ୍ରକାର ପଦାର୍ଥ |
(vii) ପେନସିଲ୍ ଓ କଲମ କୃତ୍ରିମ ପଦାର୍ଥ ।
(viii) ଜଳର ନିର୍ଦ୍ଦିଷ୍ଟ ଆକାର ନାହିଁ ।
(ix) ବାୟୁର ନିର୍ଦ୍ଦିଷ୍ଟ ଆୟତନ ଓ ଆକୃତି ନଥାଏ ।
(x) ରନ୍ଧନ ଗ୍ୟାସ୍ ସିଲିଣ୍ଡର ମଧ୍ଯରେ ଗ୍ୟାସ୍ ତରଳ ଅବସ୍ଥାରେ ଥାଏ ।

BSE Odisha 7th Class Science Important Questions Chapter 4 ତନ୍ତୁରୁ ବସ୍ତ୍ର

Odisha State Board BSE Odisha 7th Class Science Important Questions Chapter 4 ତନ୍ତୁରୁ ବସ୍ତ୍ର Important Questions and Answers.

BSE Odisha Class 7 Science Important Questions Chapter 4 ତନ୍ତୁରୁ ବସ୍ତ୍ର

Question 1.
ପଶମ ଓ ରେଶମ ତନ୍ତୁ ମଧ୍ୟରେ କି ସାମଞ୍ଜସ୍ୟ ଓ ପାର୍ଥକ୍ୟ ରହିଛି ?
Solution:
(i) ଉଭୟ ପଶମ ଓ ରେଶମ ତନ୍ତୁ କେତେକ ପ୍ରାଣୀଙ୍କଠାରୁ ଉପଲବ୍‌ଧ ହୋଇଥାଏ ।
(ii) ପ୍ରାଣୀମାନଙ୍କ ଲୋମରୁ ଉଲ୍ ବା ପଶମ ମିଳେ କିନ୍ତୁ ରେଶମ କୀଟର କୋଷାରୁ ସିଲ୍‌କ ବା ରେଶମ ମିଳେ ।
(iii) ପଶମ ତନ୍ତୁରୁ ତିଆରି ବସ୍ତ୍ର ଦେହକୁ ଉଷୁମ ଦେଉଥ‌ିବାରୁ ଏହାକୁ ଶୀତଦିନେ ପିନ୍ଧାଯାଏ । ରେଶମ ବସ୍ତ୍ର ସାଧାରଣଙ ଶାଢଛତା ଅନ୍ୟ ସମୟରେ ବିଶେପ କାଯ୍ୟକ୍ତମମାନକରେ ବ୍ୟବହାର କରାଯାଏ |

BSE Odisha 7th Class Science Important Questions Chapter 4 ତନ୍ତୁରୁ ବସ୍ତ୍ର

Question 2.
ଚ୍ଚଭିଗତ ସଂକଟ ସମ୍ଵରେ ସଶିପ୍ତ ବିବରଣୀ ଦିଅ |
Solution:
(i) ପଶମ ଉତ୍ପାଦନ ପାଇଁ ଅଧିକ ସଂଖ୍ୟକ ମେଣ୍ଢା ପାଳନ କ୍ଷେତ୍ରରେ ଭାରତର ସ୍ଥାନ ତୃତୀୟ । ଆମ ଦେଶର ବହୁ ଲୋକ ପଶମ ଶିଳ୍ପରେ କାର୍ଯ୍ୟ କରି ଜୀବିକା ନିର୍ବାହ କରନ୍ତି ।
(ii) କିନ୍ତୁ ପଶମ ତନ୍ତୁରୁ ପଶମ ପ୍ରସ୍ତୁତ କରିବା ସମୟରେ ତନ୍ତୁକୁ ପରିଷ୍କାର କରିବା, ପୃଥକ୍ କରି ସଜାଇବା ଏବଂ ଅନ୍ୟ ଛୋଟ ଲୋମକୁ ଅଲଗା କରି ଶୁଖାଇବା ସମୟରେ ଏଥରେ କାର୍ଯ୍ୟରତ କର୍ମଚାରୀମାନେ ଆନ୍ତାକ୍ସ ନାମକ ବୀଜାଣୁ ଦ୍ଵାରା ଆକ୍ରାନ୍ତ ହେବାର ବହୁ ସମ୍ଭାବନା ଥାଏ । ଏହି ବୀଜାଣୁ ଗୁରୁତର ରକ୍ତଜନିତ ରୋଗର କାରଣ
ଅଟେ ।

Question 3.
‘ରେଶମ ପଥ’ କ’ଣ ? ଏହାର ଏପରି ନାମକରଣ କାହିଁକି କରାଯାଇଛି ?
Solution:
(i) ରେଶମର ଆବିଷ୍କାର ପ୍ରଥମେ ଚୀନ୍ ଦେଶରେ ହୋଇଥିଲା ବୋଲି ଅନୁମାନ କରାଯାଏ । ଏକ ପୁରାତନ ଚୀନ୍ ଲୋକକଥା ଅନୁଯାୟୀ ରାଜା ହୁଆଙ୍ଗ୍ -ଟି ଥରେ ତାଙ୍କ ବଗିଚାରେ ତୁତ୍ ଗଛର ପତ୍ର ନଷ୍ଟ ହେବାର କାରଣ ଅନ୍ଵେଷଣ କରିବାକୁ ଯାଇ ପରିଚାରକାଙ୍କଠାରୁ ଜାଣିଲେ ଯେ ଏକ ପ୍ରକାର ଧଳା କୀଟ ଏହାକୁ ଖାଇଛନ୍ତି । (ii) ଆହୁରି ମଧ୍ୟ ସେ ଜାଣିଲେ ସେମାନେ ଏକ ଚିକ୍‌କିଆ ବାହାରୁଛି । ଏହାପରେ ଚୀନ୍‌ରେ ରେଶମ ଶିଳ୍ପ ଆରମ୍ଭ ବୋଲି କହୁଛନ୍ତି । ପରେ ବ୍ୟବସାୟୀ ଓ ଯାତ୍ରୀମାନଙ୍କଦ୍ୱାରା ରେଶମ ପୋକର ଜୀବନ ଚକ୍ର ଚିତ୍ରରେ ଦର୍ଶାଅ ।

Question 4.
କୋଷା ତିଆରି କରୁଛନ୍ତି ଓ ସେଥୁରୁ କିଛି ସୂତା ହେଲା ।
Solution:
BSE Odisha 7th Class Science Important Questions Chapter 4 Img 1

ବସ୍ତୁନିଷ୍ଠ ପ୍ରଣୋଇର :

I. ଶୂନ୍ୟସ୍ଥାନ ପୂରଣ କର ।
(i) __________ ଓ __________ ଲୋମରୁ ପଶମ ତନ୍ତୁ ମିଳେ ।
(ii) __________ ଓ __________ ର ଲୋହି ଜାତିର ମେଣ୍ଢାଙ୍କ ଠାରୁ ଉନ୍ନତମାନର ପଶମ ମିଳେ ।
(iii) ପରିଷ୍କାର କରିବାଦ୍ୱାରା ଚର୍ମ ଓ ଲୋମରେ ଲାଗିଥିବା ଧୂଳି, __________ ଓ __________ ପଦାର୍ଥ ସବୁ ବାହାରିଯାଏ ।
(iv) ସୂତା କାଟିବା ପରେ ଲମ୍ବା ତନ୍ତୁଗୁଡ଼ିକୁ __________ ବୁଣା ପାଇଁ ଏବଂ ଛୋଟ ତନ୍ତୁଗୁଡ଼ିକୁ __________ ବ୍ୟବହାର କରାଯାଏ ।
(v) ଓଡ଼ିଶାରେ ତୁତ୍ଵକୁ __________ ଓ ଟସରକୁ __________ କହନ୍ତି |
Solution:
(i) ନରମ, ପତଳା
(ii) ରାଜସ୍ଥାନ, ପଞ୍ଜାବ
(iii) ମଳି, ତେଲିଆ
(iv) ସ୍ଟ୍ରେଟର, ଲୁଗା
(v) ପାଟ, ମଠା

II. ବାମପାର୍ଶ୍ବରେ ଶବ୍ଦଦ୍ୱୟର ସମ୍ପର୍କକୁ ଲକ୍ଷ୍ୟକରି ଦକ୍ଷିଣ ପାର୍ଶ୍ଵରେ ଉପଯୁକ୍ତ ଶବ୍ଦ ଲେଖ ।
(i) ଟସର : ମଠା :: ତୁତ : __________
(ii) କୋଷା : ରେଶମ :: ଲୋମ : __________
(iii) ଇରି : ଏଣ୍ଡି :: ମୁଗା : __________
(iv) ନିଉଜିଲାଣ୍ଡ : ମେଣ୍ଢା :: ଦକ୍ଷିଣଆଫ୍ରିକା : __________
(v) ହିମାଳୟ : ଚମରିଗାଈ :: ଜାମ୍ମୁ ଓ କାଶ୍ମୀର : __________
(vi) ମେଣ୍ଢା : ଘାସପତ୍ର :: ରେଶମ ପୋକ : __________
Solution:
(i) ପାଟ,
(ii) ପଶମ,
(iii) ମୁଗା,
(iv) ଲାମା ବା ଆଲ୍ ପାକା,
(v) ଅଙ୍ଗୋରା ଛେଳି,
(vi) ତୁତ୍‌ତ୍ର

BSE Odisha 7th Class Science Important Questions Chapter 4 ତନ୍ତୁରୁ ବସ୍ତ୍ର

III. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ପଶମ ଓ ରେଶମ ତନ୍ତୁ କେତେକ __________ ଙ୍କ ଠାରୁ ମିଳିଥାଏ । (ପ୍ରାଣୀ, ଉଭିଦ, ଝୋଟ, ନଡ଼ିଆକତା)
(ii) ଜାମ୍ମୁ-କାଶ୍ମୀରର ଶାଲ୍ ପଶମ __________ ଜାତିର ମେଣ୍ଢାଙ୍କଠାରୁ ମିଳିଥାଏ । (ନାଲି, ବାଖାଲ୍ସାଲ୍, ମାରି, ଲୋହି)
(iii) କାଶ୍ମୀର __________ ର ଲୋମରୁ ‘ପଶ୍ଚିମିନା ଶାଲ୍’ ତିଆରି ହୁଏ । (ମେଣ୍ଢା, ଛେଳି, ଓଟ, ଲାମା)
(iv) __________ ର ଲାମା ଓ ଆଲ୍‌ପାକା ଲୋମରୁ ପଶ୍ଚିମ ପ୍ରସ୍ତୁତ ହୁଏ । (ଲଦାଖ ଅଞ୍ଚଳ, ଜାମ୍ମୁ-କାଶ୍ମୀର, ଦକ୍ଷିଣ ଆଫ୍ରିକା, ଗୁଜରାଟ)
(v) ପଶମ ଉତ୍ପାଦନ ପାଇଁ __________
( ନିଉଜିଲାଣ୍ଡ, ଚୀନ୍, ଭାରତ, ଦକ୍ଷିଣ ଆଫ୍ରିକା)
(vi) ମେଣ୍ଢା ପାଳନ କ୍ଷେତ୍ରରେ ଭାରତର ସ୍ଥାନ ପୃଥ‌ିବୀରେ __________ । (ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ)
(vii) ଅଣ୍ଡାରୁ ଜାତ __________ କୁ ରେଶମ କୀଟ କୁହାଯାଏ । (ଲାର୍ଭା, ପ୍ୟୁପା, ମଥ୍, କୋଷା)
(viii)ରେଶମ ପୋକର __________ ରୁ ରେଶମ ତନ୍ତୁ ମିଳେ । (ଲାର୍ଭା, ପ୍ୟୁପା, କୋଷା, ମଥ୍)
(ix) ଆମ ଦେଶରେ __________ ରେଶମ କୀଟଠାରୁ ଅଧିକ ରେଶମ ଉତ୍ପାଦିତ ହୁଏ । (ଏଣ୍ଡି, ତୁତ୍, ମୁଗା, ଟସର) ରୁ ପ୍ରସ୍ତୁତ ।
(x) ରେଶମ ତନ୍ତୁ __________ (ଶ୍ଵେତସାର, ସ୍ନେହସାର, ପୁଷ୍ଟିସାର, ଜୀବସାର)

Solution:
(i) ପ୍ରାଣୀ
(ii) ବାଖାଲ୍
(iii) ଛେଳି
(iv) ଦକ୍ଷିଣ ଆଫ୍ରିକା
(v) ଚୀନ୍
(vi) ତୃତୀୟ
(vii) ଲାଭା
(viii) କୋଶା
(ix) ତୁତ୍
(x) ପୁଷ୍ଟିସାର

IV. ‘କ’ ସ୍ତମ୍ଭର ଶବ୍ଦ ସହ ‘ଖ’ ସ୍ତମ୍ଭର ଶବ୍ଦ ମିଳାଅ ।
BSE Odisha 7th Class Science Important Questions Chapter 4 Img 2

V. ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(i) ମାଈ ରେଶମ ପୋକ ଅଣ୍ଡାରୁ ଜାତ ଲାର୍ଭାକୁ ପଶମ କୀଟ କୁହାଯାଏ ।
(ii) ପଶମ ଉତ୍ପାଦନ ପାଇଁ ଅଧିକ ସଂଖ୍ୟକ ମେଣ୍ଢାପାଳନ କ୍ଷେତ୍ରରେ ଭାରତର ସ୍ଥାନ ପ୍ରଥମ ।
(iii) ମେଣ୍ଢାର ମୋଟା ଲୋମରୁ ଭଲ ରେଶମ ତନ୍ତୁ ମିଳେ ।
(iv) ରେଶମ ଉତ୍ପାଦନ କ୍ଷେତ୍ରରେ ଭାରତ ସବୁଠାରୁ ଆଗରେ ।
(v) ରାଜସ୍ଥାନ ଓ ପଞ୍ଜାବରେ ମାରୱାରି ଓ ପତନଦି ଜାତିର ମେଣ୍ଢା ଦେଖାଯାଆନ୍ତି ।
Solution:
(i) ମାଈ ରେଶମ ପୋକ ଅଣ୍ଡାରୁ ଜାତ ଲାର୍ଭାକୁ ରେଶମ କୀଟ କୁହାଯାଏ ।
(ii) ପଶମ ଉତ୍ପାଦନ ପାଇଁ ଅଧିକ ସଂଖ୍ୟକ ମେଣ୍ଢାପାଳନ କ୍ଷେତ୍ରରେ ଚୀନର ସ୍ଥାନ ପ୍ରଥମ ।
(iii) ମେଣ୍ଢାର ମୋଟା ଲୋମରୁ ଭଲ ପଶମ ତନ୍ତୁ ମିଳେ ।
(iv) ରେଶମ ଉତ୍ପାଦନ କ୍ଷେତ୍ରରେ ଚୀନ୍ ସବୁଠାରୁ ଆଗରେ ।
(v) ରାଜସ୍ଥାନ ଓ ପଞ୍ଜାବରେ ଲୋହି ଓ ନାଲି ଜାତିର ମେଣ୍ଢା ଦେଖାଯାଆନ୍ତି ।

VI. ନିମ୍ନରେ ପ୍ରତ୍ୟେକ ପ୍ରଶ୍ନ ପାଇଁ ଦିଆଯାଇଥ‌ିବା ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) କେଉଁ ଜାତିର ମେଣ୍ଢାଠାରୁ ଜାମ୍ମୁ-କାଶ୍ମୀରର ଶାଲ୍ ପଶମ ମିଳିଥାଏ ?
(i) ବାଖାଲ୍ସାଲ
(ii) ନାଲି
(iii) ମାରୱାର
(iv) ଲୋହି
Solution:
(i) ବାଖାଲ୍ସାଲ

(ଖ) ଗୁଜରାଟର ମୋଟା ପଶମ କେଉଁ ଜାତିର ମେଣ୍ଢାଠାରୁ ମିଳିଥାଏ ?
(i) ପତନୱାଦି
(ii) ମାରୱାରି
(iii) ଲୋହି
(iv) ନଡ଼ିଆ କତା
Solution:
(ii) ମାରୱାରି

(ଘ) କେଉଁ ଉପାଦାନରୁ ରେଶମ ତନ୍ତୁ ପ୍ରସ୍ତୁତ ହୋଇଥାଏ ?
(i) ସେହପାଉ
(ii) ପୁଷ୍ଟିସାର
(iii) ଶେଷପାର
(iv) କାଦସାର
Solution:
(ii) ପୁଷ୍ଟିସାର

BSE Odisha 7th Class Science Important Questions Chapter 4 ତନ୍ତୁରୁ ବସ୍ତ୍ର

(ଙ) କେଉଁ ରେଶମ କୀଟଠାରୁ ଆମ ଦେଶରେ ଅଧିକ ରେଶମ ଉତ୍ପାଦିତ ହୁଏ ?
(i) ଏଣ୍ଡି
(ii) ଟସର
(iii) ଶ୍ଵେତସାର
(iv) ଜୀବସାର
Solution:
(ii) ଟସର

(ଚ) ପୃଥ‌ିବୀରେ ମେଣ୍ଢା ପାଳନ କ୍ଷେତ୍ରରେ ଭାରତର ସ୍ଥାନ କେତେ ?
(i) ପ୍ରଥମ
(ii) ଦ୍ବିତୀୟ
(iii) ତୃତୀୟ
(iv) ଚତୁର୍ଥ
Solution:
(iii) ତୃତୀୟ

(ଛ) କାହାର ଲୋମରୁ ଲଦାଖ ଅଞ୍ଚଳରେ ପଶମ ମିଳେ ?
(i) ଓଟ
(ii) ଛେଳି
(iii) ଚମରୀ ଗାଈ
(iv) ମେଣ୍ଢା
Solution:
(iii) ଚମରୀ ଗାଈ

(ଜ) କେଉଁ ଦେଶ ପଶମ ଉତ୍ପାଦନ ପାଇଁ ମେଣ୍ଡା ପାଳନ କ୍ଷେତ୍ରରେ ପ୍ରଥମ ?
(i) ଭାରତ
(ii) ଚୀନ୍
(iii) ନିଉଜିଲାଣ୍ଡ
(iv) ଦକ୍ଷିଣ ଆଫ୍ରିକା
Solution:
(ii) ଚୀନ୍

(ଝ) କେଉଁଥିରୁ ରେଶମ ତନ୍ତୁ ଉପଲବ୍‌ଧ ହୁଏ ?
(i) ଲାର୍ଭା
(ii) ପ୍ୟୁପା
(iii) କୋଷା
(iv) ମଥ
Solution:
(iii) କୋଷା

(ଞ) ରେଶମ ପୋକର କେଉଁ ଅବସ୍ଥାକୁ ରେଶମ କୀଟ କୁହାଯାଏ ?
(i) ଲାର୍ଭା
(ii) ପ୍ୟୁପା
(iii) କୋଷା
(iv) ମଥ
Solution:
(i) ଲାର୍ଭା

VII. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) କେଉଁ ପ୍ରାଣୀଙ୍କ ପାଖରୁ ପଶମ ମିଳେ ?
(ii) କେଉଁ ପ୍ରାଣୀଙ୍କଠାରୁ ରେଶମ ମିଳେ ?
(iii) ରେଶମ ଓ ପଶମ କି ପ୍ରକାର ତନ୍ତୁ ?
(iv) ଅଘୋରା ପଶମ କେଉଁ ଲୋମରୁ ତିଆରି ହୋଇଥାଏ ?
(v) ରେଶମ ଉତ୍ପାଦନ କ୍ଷେତ୍ରରେ କେଉଁ ଦେଶ ପୃଥ‌ିବୀରେ ପ୍ରଥମ ?
(vi) ପଶମିନା ଶାଲ କାହା ଲୋମରୁ ତିଆରି ହୁଏ ?
(vii) ଚମରୀ ଗାଈ କେଉଁ ଅଞ୍ଚଳରେ ଦେଖାଯାଏ ?
(viii)ପଶମ ସାଧାରଣତଃ ଭାରତର କେଉଁ ଅଞ୍ଚଳରେ ଉତ୍ପନ୍ନ ହୁଏ ?
(ix) ରେଶମ କୀଟକୁ କ’ଣ କୁହାଯାଏ ?
(x) କେଉଁ ରେଶମ କୀଟ ଓଡ଼ିଶାରେ ଅଧ‌ିକ ଚାଷ କରାଯାଏ ?
Solution:
(i) ମେଣ୍ଢା, ଛେଳି, ଚମରୀଗାଈ, ଓଟ, ଲାମା ଓ ଆଲ୍‌କା, ମିଙ୍କ, ବିଭର ପ୍ରଭୃତି ପ୍ରାଣୀଙ୍କ ପାଖରୁ ପଶମ ମିଳେ ।
(ii) ରେଶମକୀଟ, ଏଣ୍ଡୀ ରେଶମକୀଟ, ଟସର ରେଶମକୀଟ, ମୁଗା ରେଶମକୀଟ ପାଖରୁ ରେଶମ ମିଳେ ।
(iii) ରେଶମ ଓ ପଶମ ପ୍ରାଣୀଜ ତନ୍ତୁ ।
(iv) ଅଙ୍ଗୋରା ପଶମ ଅଙ୍ଗୋରା ଛେଳିର ଲୋମରୁ ତିଆରି ହୋଇଥାଏ ।
(v) ରେଶମ ଉତ୍ପାଦନ କ୍ଷେତ୍ରରେ ଚୀନ ପୃଥ‌ିବୀରେ ପ୍ରଥମ ।
(vi) ପଶମିନା ଶାଲ କାଶ୍ମୀର ଛେଳି ଲୋମରୁ ତିଆରି ହୁଏ ।
(vii) ଚମରୀ ଗାଈ ଲାଦାଖ ଓ ତିବ୍ବତ ଅଞ୍ଚଳରେ ଦେଖାଯାଏ ।
(viii)ପଶମ ସାଧାରଣତଃ ଭାରତର ଉତ୍ତରାଞ୍ଚଳରେ ଉତ୍ପନ୍ନ ହୁଏ ।
(ix) ରେଶମ କୀଟକୁ ଲାର୍ଭା କୁହାଯାଏ ।
(x) ତୁତ୍ ରେଶମ କୀଟ ଓଡ଼ିଶାରେ ଅଧ‌ିକ ଚାଷ କରାଯାଏ ।

BSE Odisha 7th Class Science Important Questions Chapter 3 ଅମ୍ଳ, କ୍ଷାରକ ଓ ଲବଣ

Odisha State Board BSE Odisha 7th Class Science Important Questions Chapter 3 ଅମ୍ଳ, କ୍ଷାରକ ଓ ଲବଣ Important Questions and Answers.

BSE Odisha Class 7 Science Important Questions Chapter 3 ଅମ୍ଳ, କ୍ଷାରକ ଓ ଲବଣ

Question 1.
ଲବଣ କିପରି ସୃଷ୍ଟି ହୁଏ । ଦୁଇଟି ଲବଣର ନାମ ସହ ତାର ବ୍ୟବହାର ଲେଖ ।
Solution:
(i) ଅମ୍ଳ ଓ କ୍ଷାରକ ମଧ୍ୟରେ ରାସାୟନିକ ପ୍ରତିକ୍ରିୟା ଘଟି ଲବଣ ଓ ଜଳ ସୃଷ୍ଟି ହୋଇଥାଏ ।
(ii) ଭଦାହରଣ ସହପ – ସୋଡିୟମ୍ ହାଲତ୍ରୋକ୍ସାଲତ୍ ଓ ଲବଣାମ୍ଳର ରାସାୟନିକ ପ୍ରତିକ୍ରଯା ଘଟି ସୋଣିୟ କ୍ଲୋରାଇଡ୍ ଲବଣ ସୃଷ୍ଟି ହୁଏ ।
(iii) ଦୁଇଟି ଲବଣର ନାମ ହେଲା – ଖାଇବା ଲୁଣ ଓ ଫିଟିକିରି । ଖାଇବା ଲୁଣକୁ ଖାଦ୍ୟରୂପେ ବ୍ୟବହାର କରାଯାଏ । ଫିଟିକିରିଦ୍ଵାରା ଜଳକୁ ବିଶୁଦ୍ଧ କରାଯାଏ ।

Question 2.
ବିଜ୍ଞାନାଗାରରେ ବ୍ୟବହୃତ ହେଉଥ‌ିବା ଦୁଇଟି ଅମ୍ଳ ଓ ଦୁକଟି ଶ୍ଵାରକର ନାପ ଲେଖ |
Solution:
(i) ବିଜ୍ଞାନାଗାରରେ ବ୍ୟବହୃତ ହେଉଥ‌ିବା ଦୁଇଟି ଅମ୍ଳ ହେଲା – ଗନ୍ଧକାମ୍ଳ (H2SO4 ) ଓ ନାଇଟ୍ରିକ୍ ଅମ୍ଳ (HNO3) ।
(ii) ବିଜ୍ଞାନାଗାରରେ ବ୍ୟବହୃତ ହେଉଥ‌ିବା ଦୁଇଟି କ୍ଷାରକ ହେଲା ସୋଡ଼ିୟମ୍ ହାଇଡ୍ରୋକ୍‌ସାଇଡ୍ (NaOH) ପୋଟାସିୟମ୍ ହାଇଡ୍ରୋକ୍‌ସାଇଡ୍ (KOH) ।

BSE Odisha 7th Class Science Important Questions Chapter 3 ଅମ୍ଳ, କ୍ଷାରକ ଓ ଲବଣ

Question 3.
ସୋଡ଼ିୟମ୍ ଲବଣର ହଇଟି ବ୍ୟବହ୍ୱାର ଲେଖା |
Solution:
(i) ସୋଡ଼ିୟମ୍ ଲବଣକୁ ଖାଦ୍ୟ ପ୍ରକ୍ରିୟାକରଣରେ ବ୍ୟବହାର କରାଯାଏ ।
(ii) କୃତ୍ରିମ ରବର ତିଆରିରେ, ରଙ୍ଗ ଓ କାଗଜ କାରଖାନାରେ ମଧ୍ୟ ବ୍ୟବହାର କରାଯାଏ ।

Question 4.
ଲଦଣାମ୍ଳର ଦୁଲଟି ଟିଣେଶ୍ଶ ଲେଖ |
Solution:
(i) ଲବଣାମ୍ଳ କୌଣସି ଅମ୍ଳୀୟ ଅକ୍‌ସାଇଡ୍‌ରୁ ସୃଷ୍ଟି ହୋଇନାହିଁ ।
(ii) ଆମ ପାକସ୍ଥଳୀରେ ଖାଦ୍ୟ ହଜମ ପାଇଁ ଝରୁଥ‌ିବା ପାଚକ ରସରେ ଲବଣାମ୍ଳ ଥାଏ । ଏହାର ପରିମାଣ ଅଧ୍ଵ ହେଲେ, ପେଟରେ ରୋଗ ହୋଇଥାଏ ।

Question 5.
ଧାତବ ଅକ୍‌ସାଇଡ୍ ସହ ଅମ୍ଳର ରାସାୟନିକ ପ୍ରତିକ୍ରିୟା ଘଟିଲେ କଣ ହୁଏ ?
Solution:
(i) ଧାତବ ଅକ୍‌ସାଇଡ୍ ସହିତ ଅମ୍ଳର ରାସାୟନିକ ପ୍ରତିକ୍ରିୟା ଘଟିଲେ ଧାତବ ଲବଣ ଓ ଜଳ ସୃଷ୍ଟି ହୁଏ ।
(ii) ଉଦାହରଣ ସ୍ୱରୂପ ଚୂନ ସହ ଲବଣାସ୍କର ରାସାୟନିକ ପ୍ରତିକ୍ରିୟା ଘଟି କ୍ୟାଲ୍‌ସିୟମ୍ କ୍ଲୋରାଇଡ୍ ଓ ଜଳ ଉତ୍ପନ୍ନ ହୁଏ । CaO + 2HCl = CaCl2 + H2O

ବସ୍ତୁନିଷ୍ଠ ପ୍ରଣୋଇର :

I. ଶୂନ୍ୟସ୍ଥାନ ପୂରଣ କର :
(i) ଅମ୍ଳ ଶବ୍ଦଟି ଲାଟିନ୍ ଶବ୍ଦ _________ ରୁ ଆସିଅଛି ।
(ii) କୌଣସି ପଦାର୍ଥର ଅମ୍ଳୀୟ କିମ୍ବା କ୍ଷାରୀୟ ଗୁଣକୁ ଜାଣିବାପାଇଁ ବ୍ୟବହୃତ _________ କୁହାଯାଏ ।
(iii) ଲିଟ୍ମସ _________ ରୁ ପ୍ରସ୍ତୁତ ହୁଏ ।
(iv) ହଳଦୀଗୁଣ୍ଡ କ୍ଷାରୀୟ ଦ୍ରବଣରେ ମିଶିଲେ ଦ୍ରବଣର ରଙ୍ଗ ବଦଳି, _________ ହୋଇଯାଏ ।
(v) ବର୍ଷା ଜଳରେ ଅତ୍ୟଧିକ ଅମ୍ଳ ଥିଲେ, ଏହାକୁ _________ କୁହାଯାଏ ।
Solution:
(i) ଆସିଡ଼ସ୍
(ii) ସୂଚକ
(iii) ଲାଇକେନ୍
(iv) ନାଲି
(v) ଅମ୍ଳବର୍ଷା

II. ପ୍ରଥମ ଶବ୍ଦଦ୍ଵୟର ସମ୍ପର୍କ ଦେଖ୍ ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦଟି ଲେଖ ।
(i) ମନୁଷ୍ୟ ପାକସ୍ଥଳୀ : ଲବଣାମ୍ଳ :: ମଦ୍ମମାଛି : _________
(ii) ତେନ୍ତୁଳି : ଟାର୍‌ଟାରିକ୍ ଅମ୍ଳ :: ଦହି : _________
(iii) ସାବୁନ ପାଣି : କ୍ଷାରକ :: ପାତିତ ଜଳ : _________
(iv) ନୀଳ ଲିଟ୍‌ସ୍‌ ନାଲି : ଅମ୍ଳ :: ନାଲି ଲିଟ୍‌ସ୍‌କୁ ନୀଳ : _________
(v) ସ୍ନେହସାର : ସ୍ନେହାମ୍ଳ :: ପୁଷ୍ଟିସାର : _________
Solution:
(i) ଫରମିକ୍ ଅମ୍ଳ,
(ii) ଲାକ୍‌ଟିକ୍ ଅମ୍ଳ,
(iii) ପ୍ରଶମିତ ଦ୍ରବଣ,
(iv) କ୍ଷାରକ,
(v) ଆମିନୋ ଅମ୍ଳ

BSE Odisha 7th Class Science Important Questions Chapter 3 ଅମ୍ଳ, କ୍ଷାରକ ଓ ଲବଣ

III. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ଅମ୍ଳୀୟ ଦ୍ରବଣରେ ନୀଳ ଲିଟ୍ସ୍ କାଗଜ ବୁଡ଼ାଇଲେ _________ ରଙ୍ଗ ହୁଏ । (ନାଲି, ନୀଳ, ସବୁଜ, ହଳଦିଆ)
(ii) କ୍ଷାରୀୟ ଦ୍ରବଣରେ ନାଲି ଲିଟ୍ସ୍ କାଗଜ ବୁଡ଼ାଇଲେ _________ ରଙ୍ଗ ହୁଏ । (ନାଲି, ନୀଳ, ସବୁଜ, ହଳଦିଆ)
(iii) ସାଇଟ୍ରିକ୍ ଅମ୍ଳର ପ୍ରାକୃତିକ ଉତ୍ସ _________ | (ବାଇଗଣ, ଅଁଳା, ଅଙ୍ଗୁର, କମଳାଲେମ୍ବୁ)
(iv) _________ ଏକ ସୂଚକ ପଦାର୍ଥ ଅଟେ । (ଅଙ୍ଗୁର, ମନ୍ଦାରଫୁଲ, ଚିନି, କମଳାରସ)
(v) ଯେଉଁ ପଦାର୍ଥ ଅମ୍ଳ କିମ୍ବା କ୍ଷାରକ ନୁହେଁ, ତାହାକୁ _________ ପଦାର୍ଥ କୁହାଯାଏ । (ପ୍ରଶମିତ ପଦାର୍ଥ, ଅମ୍ଳୀୟ ପଦାର୍ଥ, କ୍ଷାରୀୟ ପଦାର୍ଥ, ଭୌତିକ ପଦାର୍ଥ )
(vi) ବଦହଜମ ଖାଦ୍ୟକୁ _________ ପ୍ରଶମିତ କରାଏ । ( ଖାଇବାସୋଡ଼ା ଦ୍ରବଣ, ପ୍ରତିଅମ୍ଳ, କ୍ଷାର, ଅମ୍ଳ)
(vii) ଶରୀରର ଆକୃତି, ଉଚ୍ଚତା, ଆଖର ରଙ୍ଗ ପ୍ରଭୃତିକୁ _________ (DNA, RNA, ଆମିନୋ ଅମ୍ଳ, ସ୍ନେହାମ୍ଳ)
Solution:
(i) ନାଲି
(ii) ନୀଳ
(iii) କମଳାଲେମ୍ବୁ
(iv) ମନ୍ଦାରଫୁଲ
(v) ପ୍ରଶମିତ ପଦାର୍ଥ
(vi) ପ୍ରତିଅମ୍ଳ
(vi) DNA

IV. ‘କ’ ସ୍ତମ୍ଭର ପ୍ରତ୍ୟେକ ଶବ୍ଦ ସହ ସମ୍ପର୍କ ଥିବା ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ବାଛି ମିଳାଅ ।
BSE Odisha 7th Class Science Important Questions Chapter 3 Img 1

V. ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(i) ଅମ୍ଳ ଓ କ୍ଷାରକକୁ ଚିହ୍ନିବାକୁ ବ୍ୟବହୃତ ପଦାର୍ଥକୁ ପ୍ରଶମିତ ପଦାର୍ଥ କୁହାଯାଏ ।
(ii) ଅମ୍ଳ ନାଲି ଲିଟ୍ରମସ୍‌କୁ ନୀଳ କରେ ।
(iii) ଅମ୍ଳ ଓ କ୍ଷାରକ ମଧ୍ୟରେ ପ୍ରତିକ୍ରିୟାକୁ ପ୍ରଶମିତ ଦ୍ରବଣ କୁହାଯାଏ
(iv) ଅକ୍‌ଲିକ ଅମ୍ଳର ପ୍ରାକୃତିକ ଉତ୍ସ କଞ୍ଚାଆମ୍ବ ଅଟେ ।
(v) ଆମ ପାକସ୍ଥଳୀରେ ଥିବା ସ୍ନେହାମ୍ଳ ଖାଦ୍ୟ ହଜମରେ ସହାୟକ ହୁଏ ।
Solution:
(i) ଅମ୍ଳ ଓ କ୍ଷାରକକୁ ଚିହ୍ନିବାକୁ ବ୍ୟବହୃତ ପଦାର୍ଥକୁ ସୂଚକ କୁହାଯାଏ ।
(ii) କ୍ଷାରକ ନାଲି ଲିଟମସ୍‌ ନୀଳ କରେ ।
(iii) ଅମ୍ଳ ଓ କ୍ଷାରକ ମଧ୍ୟରେ ପ୍ରତିକ୍ରିୟାକୁ ପ୍ରଶମନୀକରଣ କୁହାଯାଏ ।
(iv) ଅକ୍‌ଲିକ ଅମ୍ଳର ପ୍ରାକୃତିକ ଉତ୍ସ ପାଳଙ୍ଗଶାଗ ଅଟେ ।
(v) ଆମ ପାକସ୍ଥଳୀରେ ଥ‌ିବା ଲବଣାମ୍ଳ ଖାଦ୍ୟ ହଜମରେ ସହାୟକ ହୁଏ ।

VI. ନିମ୍ନରେ ପ୍ରତ୍ୟେକ ପ୍ରଶ୍ନ ପାଇଁ ଦିଆଯାଇଥ‌ିବା ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ପାଖରେ ଠିକ୍ (✓) ଚିହ୍ନ ଦିଅ ।
(କ) ଆମେ ପିଉଥ‌ିବା ସୋଡ଼ାପାଣିରେ କ’ଣ ଥାଏ ?
(i) ଏସିଟିକ୍ ଅମ୍ଳ
(ii) ସାଇଟ୍ରିକ୍ ଅମ୍ଳ
(iii) ଲେମ୍ବୁରସ
(iv) କାର୍ବୋନିକ୍ ଅମ୍ଳ
Solution:
(iv) କାର୍ବୋନିକ୍ ଅମ୍ଳ

(ଖ) କାହାଦ୍ଵାରା ଫରମିକ୍ ଅମ୍ଳ ପ୍ରଶମିତ ହୁଏ ?
(i) ଏମୋନିୟମ୍
(ii) କାଲାମିନ୍
(iii) ଲବଣାମ୍ଳ
(iv) ଆମିନୋ ଅମ୍ଳ
Solution:
(ii) କାଲାମିନ୍

(ଗ) କେଉଁ ଦ୍ରବଣରେ ମନ୍ଦାର ଦ୍ରବଣ ମିଶିଲେ ରଙ୍ଗ ଅପରିବର୍ତ୍ତିତ ରହେ ?
(i) ସୋଡ଼ାପାଣି
(ii) ଚିନିପାଣି
(iii) ଲାକ୍‌ଟିକ୍ ଅମ୍ଳ
(iv) ସାମ୍ପୋ
Solution:
(ii) ଚିନିପାଣି

(ଘ) କାହାଦ୍ଵାରା ବଦଳଜମି ପ୍ରଶମିତ ହୁଏ ?
(i) ଲେମ୍ବୁରସ
(ii) ଭିନେଗାର
(iii) ଖାଇବା ସୋଡ଼ା
(iv) ଲୁଣପାଣି
Solution:
(iii) ଖାଇବା ସୋଡ଼ା

(ଙ) ଆମେ ଖାଉଥ‌ିବା କେଉଁ ଖାଦ୍ୟରେ ଅମ୍ଳ ନ ଥାଏ ?
(i) ଖାଇବା ସୋଡ଼ା
(ii) ଦହି
(iii) ବିଲାତି ବାଇଗଣ
(iv) ଲେମ୍ବୁ
Solution:
(i) ଖାଇବା ସୋଡ଼ା

BSE Odisha 7th Class Science Important Questions Chapter 3 ଅମ୍ଳ, କ୍ଷାରକ ଓ ଲବଣ

VII. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) ଖଟା ଲାଗୁଥିବା ଦୁଇଟି ପଦାର୍ଥର ନାମ ଲେଖ ।
(ii) ଏସିଟିକ୍ ଅମ୍ଳର ପ୍ରାକୃତିକ ଉତ୍ସର ନାମ କ’ଣ ?
(iii) କ୍ଷାରିଆ ଲାଗୁଥୁବା ଦୁଇଟି ପଦାର୍ଥର ନାମ ଲେଖ ।
(iv) ଆମ ଶରୀରର କୋଷରେ ଥ‌ିବା ଅମ୍ଳର ନାମ ଲେଖ ।
(v) ଯେଉଁ ଦ୍ରବଣରେ ବୁଡ଼ାଇଲେ ଲିଟମସର ରଙ୍ଗ ବଦଳେ ନାହିଁ, ତାହାକୁ କ’ଣ କୁହାଯାଏ ?
(vi) ଲେମ୍ବୁରସରେ ନାଲି ଓ ନୀଳ ଲିଟମସ ବୁଡ଼ାଇଲେ କେଉଁ ରଙ୍ଗ ହେବ ?
(vii) କେଉଁଥରେ ଅକ୍‌ଲିକ୍ ଅମ୍ଳ ଥାଏ ?
(viii)କମଳା ଓ ଲେମ୍ବୁରେ କେଉଁ ଅମ୍ଳ ଥାଏ ?
(ix) ଆସକର୍‌ବିକ୍ ଅମ୍ଳ କେଉଁଥରେ ଥାଏ ?
(x) ଟାର୍‌ଟାରିକ୍ ଅମ୍ଳ କେଉଁଥିରେ ଥାଏ ?
Solution:
(i) ଭିନେଗାର, ଦହି ଖଟା ଲାଗୁଥ‌ିବା ଦୁଇଟି ପଦାର୍ଥ ଅଟେ ।
(ii) ଭିନେଗାର ଏସିଟିକ୍ ଅମ୍ଳର ପ୍ରାକୃତିକ ଉତ୍ସ ।
(iii) କ୍ଷାରିଆ ଲାଗୁଥୁବା ଦୁଇଟି ପଦାର୍ଥ ହେଲା – ଚୂନପାଣି, ସୋଡ଼ିୟମ ଅକ୍ସାଇଡ ।
(iv) ଆମ ଶରୀରର କୋଷରେ ଥ‌ିବା ଅମ୍ଳର ନାମ—ଡିଅକ୍‌ସି ରାଇବୋ ନ୍ୟୁକ୍ଲିକ୍ ଅମ୍ଳ ।
(v) ଯେଉଁ ଦ୍ରବଣରେ ବୁଡ଼ାଇଲେ ଲିଟମସର ରଙ୍ଗ ବଦଳେ ନାହିଁ, ତାହାକୁ ପ୍ରଶମିତ ଦ୍ରବଣ କୁହାଯାଏ ।
(vi) ଲେମ୍ବୁରସରେ ନାଲି ଓ ନୀଳ ଲିଟମସ ବୁଡ଼ାଇଲେ ନୀଳ, ନାଲି ଲିଟମସ ରଙ୍ଗ ହେବ ଓ ନାଲି ଲିଟମସ ନାଲି ରଙ୍ଗ ରହିବ ।
(vii) ପାଳଙ୍ଗ ଶାଗରେ ଅକ୍‌ଲିକ୍ ଅମ୍ଳ ଥାଏ
(viii)କମଳା ଓ ଲେମ୍ବୁରେ ସାଇଟ୍ରିକ୍ ଅମ୍ଳ ଥାଏ ।
(ix) ଆସକର୍‌ବିକ୍ ଅମ୍ଳ ଅଁଳାରେ ଥାଏ ।
(x) ଟାର୍‌ଟାରିକ୍ ଅମ୍ଳ ତେନ୍ତୁଳି, ଅଙ୍ଗୁର, କଞ୍ଚାଆମ୍ବରେ ଥାଏ ।

CHSE Odisha Class 12 Economics Chapter 9 Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 9 ଯୋଗାଣ Long Answer Questions.

CHSE Odisha 12th Class Economics Chapter 9 Long Answer Questions in Odia Medium

1. ଯୋଗାଣ ସୂତ୍ର ବ୍ୟାଖ୍ୟା କର । ଏହାର ସୀମାବଦ୍ଧତାଗୁଡ଼ିକ ଦର୍ଶାଅ ।
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ଦାମ୍‌ରେ ବଜାରକୁ ବିକ୍ରୟ ପାଇଁ ଅର୍ପିତ ହେଉଥିବା ଦ୍ରବ୍ୟର ପରିମାଣକୁ ସେହି ଦ୍ରବ୍ୟର ଯୋଗାଣ କୁହାଯାଏ । ଏହି ଅର୍ଥରୁ ପ୍ରତୀୟମାନ ହୁଏ ଯେ, ଦ୍ରବ୍ୟର ଯୋଗାଣ ସହ ଏହାର ଦାମ୍‌ର ଏକ ନିବିଡ଼ ସମ୍ପର୍କ ରହିଛି । ଦ୍ରବ୍ୟର ଦାମ୍ ଓ ଏହାର ଯୋଗାଣ ମଧ୍ୟରେ ଥିବା ସମ୍ପର୍କକୁ ଯେଉଁ ସୂତ୍ର ସାହାଯ୍ୟରେ ଅନୁଧ୍ୟାନ ବା ଅଧ୍ୟୟନ କରାଯାଏ ତାହାକୁ ‘ଯୋଗାଣ ସୂତ୍ର’ କୁହାଯାଏ । ଅନ୍ୟ ଅର୍ଥରେ ଦ୍ରବ୍ୟର ଦାମ୍ ଓ ଏହାର ଯୋଗାଣ ମଧ୍ୟରେ ଥିବା ସମ୍ପର୍କକୁ ଯୋଗାଣ ସୂତ୍ର ଅଧ୍ୟୟନ କରିଥାଏ ।

ବ୍ୟାଖ୍ୟା – ଯୋଗାଣ ସୂତ୍ର ଅନୁସାରେ, ‘‘ଅପରିବର୍ତ୍ତନୀୟ ପରିସ୍ଥିତିରେ କୌଣସି ଦ୍ରବ୍ୟର ଦାମ୍ ହ୍ରାସ ପାଇଲେ ଏହାର ଯୋଗାଣର ପରିମାଣ ହ୍ରାସ ଏବଂ ଦାମ୍ ବୃଦ୍ଧି ପାଇଲେ ଏହାର ଯୋଗାଣର ପରିମାଣ ବୃଦ୍ଧି ପାଇଥାଏ । ’’ ଅନ୍ୟପକ୍ଷରେ ଯୋଗାଣ ସୂତ୍ର, ଦ୍ରବ୍ୟର ଯୋଗାଣ ଓ ଏହାର ଦାମ୍ ମଧ୍ୟରେ ଥ‌ିବା ପ୍ରତ୍ୟକ୍ଷ ସମ୍ପର୍କକୁ ଅନୁଧ୍ୟାନ ବା ଅନୁଶୀଳନ କରିଥାଏ । ଏହି ସୂତ୍ରକୁ ବିଶ୍ଳେଷଣ କଲେ ଜଣାଯାଏ ଯେ, କୌଣସି ଦ୍ରବ୍ୟର ଯୋଗାଣ ଏହାର ଦାମ୍ ଉପରେ ନିର୍ଭରଶୀଳ ଓ ଉଚ୍ଚତର ଦାମ୍‌ରେ ଯୋଗାଣର ପରିମାଣ ଅଧିକ ହୋଇଥିବାସ୍ଥଳେ ନିମ୍ନତର ଦାମ୍‌ରେ ଯୋଗାଣର ପରିମାଣ କମ୍ ହୋଇଥାଏ ।

ବିଶ୍ଳେଷଣ – ଦାମ୍ ଓ ଦ୍ରବ୍ୟର ଯୋଗାଣ ମଧ୍ୟରେ ଥ‌ିବା ଏହି ପ୍ରତ୍ୟକ୍ଷ ସମ୍ପର୍କକୁ ଯୋଗାଣସୂଚୀ ମାଧ୍ୟମରେ ବିଶ୍ଳେଷଣ କରାଯାଇପାରେ ।

ବିଭିନ୍ନ ଦାମ୍‌ରେ ବିକ୍ରି ପାଇଁ ଉପଲବ୍‌ଧ ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର ବିଭିନ୍ନ ପରିମାଣକୁ ଯେଉଁ ସାରଣୀ ସାହାଯ୍ୟରେ ପ୍ରକାଶ କରାଯାଏ ତାହାକୁ ଯୋଗାଣସୂଚୀ କୁହାଯାଏ । କୌଣସି ନିର୍ଦ୍ଦିଷ୍ଟ ବଜାରରେ ସମସ୍ତ ବିକ୍ରେତା ବିଭିନ୍ନ ଦାମ୍‌ରେ ଗୋଟିଏ ଦ୍ରବ୍ୟର ଯେଉଁ ବିଭିନ୍ନ ପରିମାଣ ଯୋଗାଇଥା’ନ୍ତି ସେଗୁଡ଼ିକୁ ଏକତ୍ର ମିଶାଇ ବଜାର ଯୋଗାଣସୂଚୀ ପ୍ରସ୍ତୁତ କରାଯାଇଥାଏ । ଅର୍ଥାତ୍ ବଜାର ଯୋଗାଣସୂଚୀ, ବ୍ୟକ୍ତିଗତ ଯୋଗାଣ ସୂଚୀର ସମଷ୍ଟି ମାତ୍ର । ବଜାର ଯୋଗାଣସୂଚୀ ଏକ ସାରଣୀ ମାଧ୍ୟମରେ ଯୋଗାଣ ସୂତ୍ରକୁ ପ୍ରତିଫଳିତ କରାଏ ।

‘X’ ଦ୍ରବ୍ୟର ବଜାର ଯୋଗାଣସୂଚୀ

‘‘X” ଦ୍ରବ୍ୟର ଏକକ ପ୍ରତି ଦାମ୍ (ଟଙ୍କା)  ଯୋଗାଣର ପରିମାଣ  (ଏକକ)
1 10
2 20
3 30
4 40
5 50

ଉପରୋକ୍ତ ସାରଣୀକୁ ଅନୁଶୀଳନ କଲେ ସ୍ପଷ୍ଟ ହୁଏ ଯେ, ବଜାରରେ ‘X” ଦ୍ରବ୍ୟର ମୂଲ୍ୟ ଟ. 1.00 ରୁ ଟ.5.00 ପର୍ଯ୍ୟନ୍ତ କ୍ରମାଗତ ବୃଦ୍ଧିହେବା ଫଳରେ ବଜାରର ‘X” ଦ୍ରବ୍ୟର ଯୋଗାଣ 10 ଏକକରୁ 50 ଏକକକୁ କ୍ରମାଗତଭାବେ ବୃଦ୍ଧିପାଇଛି । ଏଥୁରୁ ପ୍ରତୀୟମାନ ଯେ, ଉଚ୍ଚଦାମ୍‌ରେ ବଜାରରେ ଯୋଗାଣ ଅଧିକ ହୋଇଥିବାବେଳେ କମ୍ ଦାମ୍‌ରେ ଯୋଗାଣ ସ୍ଵଳ୍ପ ହୋଇଛି । ଏହିପରି ଭାବରେ ଦ୍ରବ୍ୟର ଦାମ୍ ବୃଦ୍ଧି ହେଲେ ଏହାର ଯୋଗାଣ ବୃଦ୍ଧି ପାଏ ଓ ଦାମ୍ ହ୍ରାସ ହେଲେ ଯୋଗାଣ ହ୍ରାସ ହୋଇଥାଏ ।

CHSE Odisha Class 12 Economics Chapter 9 Long Answer Questions in Odia Medium

ଯୋଗାଣ ସୂତ୍ରର ବିଶ୍ଳେଷଣ ରେଖାଚିତ୍ର ମାଧ୍ୟମରେ ମଧ୍ୟ କରାଯାଇପାରେ । ଯୋଗାଣସୂଚୀର ଗାଣିତିକ ତଥ୍ୟକୁ ଜ୍ୟାମିତିକ ପରିଭାଷାରେ ପ୍ରକାଶ କରାଯାଇ ଯୋଗାଣ ସୂତ୍ରର ବିଶ୍ଳେଷଣ ବା ଯୋଗାଣରେଖାର ଅଙ୍କନ କରାଯାଇପାରେ ।

ବୈଖ୍ୟକ ଉପସ୍ଥାପନା – ପାର୍ଶ୍ୱସ୍ଥ ଚିତ୍ରରେ OX ଅକ୍ଷରେ ଯୋଗାଣର ପରିମାଣ ଓ OY- ଅକ୍ଷରେ ଦ୍ରବ୍ୟର ଦାମ୍ ପରିମାପ କରାଯାଇଛି । ଦ୍ରବ୍ୟର ଦାମ୍ ଟ 1.00 ବେଳେ ଦ୍ରବ୍ୟ ଯୋଗାଣର ପରିମାଣ 10 ଏକକ ହୋଇଅଛି । ସେହିପରି ଦ୍ରବ୍ୟର ଦାମ୍ ବୃଦ୍ଧି ପାଇ ଟ 2.00 ହେଲାବେଳେ ଯୋଗାଣର ପରିମାଣ 20 ଏକକକୁ ବୃଦ୍ଧିପାଇଛି । ଚିତ୍ରରେ ପ୍ରଦର୍ଶିତ ଦ୍ରବ୍ୟ ଦାମ୍‌ର କ୍ରମାଗତ ବୃଦ୍ଧି ଫଳରେ ଦ୍ରବ୍ୟ ଯୋଗାଣର ପରିମାଣ କ୍ରମାଗତଭାବେ ବୃଦ୍ଧି ପାଇଛି ।
CHSE Odisha Class 12 Economics Chapter 9 Long Answer Questions in Odia Medium
ଦ୍ରବ୍ୟର ଦାମ୍ ଓ ଯୋଗାଣକୁ ଭିଭିକରି ଚିତ୍ରରେ ମିଳୁଥିବା ବିନ୍ଦୁର ସଂଯୋଗ କରାଯାଇ ‘SS’ ଯୋଗାଣରେଖା ଅଙ୍କନ କରାଯାଇଛି । ‘SS’ ଯୋଗାଣରେଖା, ଯୋଗାଣସୂଚୀର ଏକ ଜ୍ୟାମିତିକ ପରିପ୍ରକାଶ । ଏହି ଯୋଗାଣରେଖା ବାମରୁ ଡାହାଣକୁ ଊର୍ଦ୍ଧ୍ୱଗାମୀ ହୋଇଛି । ଏହାର ଧନାତ୍ମକ ଅଧୋଗତିରୁ ସ୍ପଷ୍ଟ ହୁଏ ଯେ, ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ଦ୍ରବ୍ୟ ଯୋଗାଣ ବୃଦ୍ଧି ପାଏ ଓ ଦ୍ରବ୍ୟର ଦାମ୍ ହ୍ରାସ ପାଇଲେ ଦ୍ରବ୍ୟ ଯୋଗାଣ ହ୍ରାସ ପାଏ ।

ଯୋଗାଣରେଖା କାହିଁକି ଊର୍ଦ୍ଧ୍ୱଗାମୀ ହୋଇଥାଏ – ଯୋଗାଣ ସୂତ୍ର ଅନୁସାରେ ଦ୍ରବ୍ୟର ଦାମ୍ ଓ ଯୋଗାଣର ପରିମାଣ ମଧ୍ଯରେ ପ୍ରତ୍ୟକ୍ଷ ତଥା ଧନାତ୍ମକ ସମ୍ପର୍କ ରହିଛି । ଏହି ସମ୍ପର୍କର ସୂତ୍ରପାତ ନିମ୍ନଲିଖୁ କାରଣରୁ ଘଟିଥାଏ ।

ପ୍ରଥମତଃ, କୌଣସି ଅର୍ଥବ୍ୟବସ୍ଥାରେ ଉତ୍ପାଦନ ଲାଭ-ପ୍ରତ୍ୟାଶାଦ୍ଵାରା ବିଶେଷଭାବରେ ପ୍ରଭାବିତ ହୋଇଥାଏ । କୌଣସି ଦ୍ରବ୍ୟର ପ୍ରଚଳିତ ଦାମ୍ ଅଧିକ ହେଲେ ତାହାର ଲାଭ-ପ୍ରତ୍ୟାଶା ବୃଦ୍ଧି ପାଏ । ଦାମ୍-ବର୍ଦ୍ଧିଷ୍ଣୁ ପରିସ୍ଥିତିରେ ଉତ୍ପାଦନକାରୀ ଲାଭ- ପ୍ରତ୍ୟାଶାଦ୍ୱାରା ପ୍ରଭାବିତ ହୋଇ ଯୋଗାଣ ବୃଦ୍ଧି କରିବାକୁ ଉତ୍ସାହିତ ହୋଇଥାଏ । ତେଣୁ ଦାମ୍ ବୃଦ୍ଧି ସମୟରେ ଯୋଗାଣର ପରିମାଣ ଅଧିକ ହୁଏ । ଅନ୍ୟ ପକ୍ଷରେ ଦାମ୍ ହ୍ରାସ ସମୟରେ ଲାଭ-ପ୍ରତ୍ୟାଶା ହ୍ରାସ ପାଉଥିବାରୁ ଦ୍ରବ୍ୟର ଯୋଗାଣ ହ୍ରାସ ପାଏ ।

ଦ୍ଵିତୀୟତଃ, କୌଣସି ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ଉତ୍ପାଦନକାରୀ ନିଜସ୍ଵ ସମ୍ବଳ ସେହି ଦ୍ରବ୍ୟ ପାଇଁ ବିନିଯୋଗ କରିଥା’ନ୍ତି ଯଦ୍ବାରା ସେହି ଦ୍ରବ୍ୟର ଯୋଗାଣ ଅତିରିକ୍ତ ସମ୍ବଳର ବିନିଯୋଗ ଯୋଗୁଁ ବୃଦ୍ଧି ପାଇଥାଏ । କାରଣ ଉଚ୍ଚ ଦାମ୍ ଲାଭ-ପ୍ରତ୍ୟାଶା ବୃଦ୍ଧି କରେ । ଅନ୍ୟ ପକ୍ଷରେ ଦାମ୍ ହ୍ରାସ ହେଲେ ସମ୍ବଳର ବିନିଯୋଗ କମ୍ ଲାଭ-ପ୍ରତ୍ୟାଶା ଯୋଗୁଁ ହ୍ରାସ ପାଏ ଯଦ୍ବାରା ଯୋଗାଣର ପରିମାଣ ହ୍ରାସ ପାଏ ।

ତୃତୀୟତଃ, ଉତ୍ପାଦନର ପରିମାଣ ଏକ ନିର୍ଦ୍ଦିଷ୍ଟ ସ୍ତର ପରେ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର ପ୍ରଭାବରୁ ଦ୍ରବ୍ୟର ହାରାହାରି ପରିବ୍ୟୟ ଓ ପ୍ରାନ୍ତୀୟ ପରିବ୍ୟୟରେ ବୃଦ୍ଧି ଘଟେ । ତେଣୁ ଏହା ଯଥାର୍ଥ ଯେ ଦ୍ରବ୍ୟର ଦରବୃଦ୍ଧି ଘଟିଲେ ହିଁ ଅଧିକ ଉତ୍ପାଦନ ଓ ଅଧ‌ିକ ବିକ୍ରୟ ସମ୍ଭବ ହୋଇପାରିବ । କାରଣ ଭଚ୍ଚ ଦାମ୍ ହିଁ ଉଚ୍ଚ ପରିବ୍ୟୟକୁ ଭରଣା କରିପାରିବ ।

ସର୍ଭାବଳୀ :
ଯୋଗାଣ ସୂତ୍ରର କାର୍ଯ୍ୟକାରିତା କେତୋଟି ସର୍ଭ ଉପରେ ନିର୍ଭରଶୀଳ । ଯୋଗାଣ ସୂତ୍ରର ବ୍ୟାଖ୍ୟା ଉପସ୍ଥାପନା ସମୟରେ ‘ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ’ ରହିବାର ସର୍ଭ ଆରୋପ କରାଯାଇଥାଏ । ଏହି ‘ଅନ୍ୟାନ୍ୟ ବିଷୟ’ ଯୋଗାଣ ସୂତ୍ରର ସର୍ଭାବଳୀ ରୂପେ ପରିଚିତ । ଏହି ଅନ୍ୟାନ୍ୟ ବିଷୟରେ ସ୍ଥାନ ପାଇଥିବା ଉପାଦାନଗୁଡ଼ିକ ହେଲା – ବନ୍ୟା, ବାତ୍ୟା, ମରୁଡ଼ିରହିତ ସ୍ଵାଭାବିକ ପରିସ୍ଥିତି, ଅପରିବର୍ତ୍ତିତ ଉତ୍ପାଦନ ପରିବ୍ୟୟ, ଅପରିବର୍ତ୍ତିତ ଉତ୍ପାଦନ କୌଶଳ, ଅନ୍ୟାନ୍ୟ ଦ୍ରବ୍ୟର ସ୍ଥିର ଦାମ୍, ଅପରିବର୍ତ୍ତିତ କର ଓ ସବ୍‌ସିଡ଼ି, ସ୍ଥିର ଶିଳ୍ପନୀତି, ଅପରିବର୍ତ୍ତିତ ଉତ୍ପାଦନକାରୀଙ୍କ ସଂଖ୍ୟା, ଭବିଷ୍ୟତ୍ ଦର ପ୍ରତ୍ୟାଶା ଇତ୍ୟାଦି ।

ବ୍ୟତିକ୍ରମ / ସୀମାବଦ୍ଧତା :
ଯୋଗାଣ ସୂତ୍ରର ବ୍ୟାପକତା ସତ୍ତ୍ଵେ ଏହି ସୂତ୍ରର କାର୍ଯ୍ୟକାରିତାରେ କେତେକ ବ୍ୟତିକ୍ରମ ଦୃଶ୍ୟମାନ ହୋଇଥାଏ ଯାହା ନିମ୍ନରେ ବର୍ଣ୍ଣନା କରାଯାଇଛି ।

(1) ବ୍ୟାବସାୟିକ ପତନ ବା ମାନ୍ଦା ଅବସ୍ଥା (Depression)ରେ ଦରଦାମ୍ ଦ୍ରୁତଗତିରେ ହ୍ରାସ ପାଇବାକୁ ଆରମ୍ଭ କରେ ଯାହା ବ୍ୟବସାୟରେ କ୍ଷତିର ପୂର୍ବାଭାସ ଏହି କ୍ଷତିର ଆଶଙ୍କାରେ ବ୍ୟତିବ୍ୟସ୍ତ ହୋଇ ଉତ୍ପାଦନକାରୀ ଏହାକୁ ଏଡ଼ାଇବାପାଇଁ କମ୍ ଦାମ୍‌ରେ ସେମାନେ ଗଚ୍ଛିତ ରଖିଥ‌ିବା ଦ୍ରବ୍ୟକୁ ବିକ୍ରୟ କରିବାପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ସୁତରାଂ ଦାମ୍ ହ୍ରାସଜନିତ ପରିସ୍ଥିତିରେ ଯୋଗାଣର ପରିମାଣ ବୃଦ୍ଧି ପାଏ । ଏହାଦ୍ଵାରା ଯୋଗାଣ ସୂତ୍ରରେ ବ୍ୟତିକ୍ରମ ଦେଖାଦିଏ ।

(2) ଦୁଷ୍ଟ୍ରାପ୍ୟ ଓ ବିରଳ ଦ୍ରବ୍ୟମାନଙ୍କର ଯୋଗାଣ ସୀମିତ ହୋଇଥିବାରୁ ଏହି ସୂତ୍ର କାର୍ଯ୍ୟ କରି ନଥାଏ । କାରଣ ଏହିସବୁ ଦ୍ରବ୍ୟର ବିଶେଷ ସ୍ଵଳ୍ପତା ଯୋଗୁଁ ଦାମ୍ ଯେତେ ବୃଦ୍ଧିପାଇଲେ ହେଁ ଏମାନଙ୍କର ଯୋଗାଣର ପରିମାଣ ବୃଦ୍ଧି ନହୋଇ ସ୍ଥିର ରହିଥାଏ । ତେଣୁ ଯୋଗାଣ ସୂତ୍ରର ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ ।

(3) ଶ୍ରମ ବଜାରରେ ଯୋଗାଣ ସୂତ୍ରର ବ୍ୟତିକ୍ରମ କେତେକ ସମୟରେ ଅନୁଭୂତ ହୋଇଥାଏ । ଶ୍ରମର ଦାମ୍ ବା ମଜୁରି ବୃଦ୍ଧି ହେଲେ ଶ୍ରମର ଯୋଗାଣ ହ୍ରାସର ସମ୍ଭାବନା ଦେଖାଦିଏ । କାରଣ ମଜୁରି ବୃଦ୍ଧି ଶ୍ରମିକମାନଙ୍କର ଅବସର ନେବାର ଇଚ୍ଛାକୁ ବଳବତ୍ତର ରଖୁଥାଏ ଓ କମ୍ ସମୟ କାର୍ଯ୍ୟରୁ ସେମାନଙ୍କର ଅତ୍ୟାବଶ୍ୟକ ଆବଶ୍ୟକତା ପୂରଣ କରିବାକୁ ସମର୍ଥ ହୋଇଥା’ନ୍ତି ।

ସୁତରାଂ ସେମାନଙ୍କର ଆତ୍ମୀୟମାନଙ୍କୁ ଶ୍ରମ ବଜାରକୁ ପ୍ରବେଶ କରିବାର ଆବଶ୍ୟକତା ଅନୁଭବ କରିନଥା’ନ୍ତି, ଯଦ୍ବାରା ମଜୁରି ବୃଦ୍ଧି ଶ୍ରମିକ ଯୋଗାଣ ହ୍ରାସ କରେ ବୋଲି ପ୍ରତୀୟମାନ ହୋଇଥାଏ ।

(4) ପୁରୁଣା ଦ୍ରବ୍ୟର ଗଚ୍ଛିତ ପରିମାଣକୁ ବିକ୍ରି କରିବାପାଇଁ ଦ୍ରବ୍ୟର ପ୍ରଚଳିତ ଦାମ୍ଭିକୁ ଉତ୍ପାଦନକାରୀ ହ୍ରାସ କରନ୍ତି । ଫଳରେ ନିମ୍ନ ଦାମ୍‌ରେ ଯୋଗାଣର ପରିମାଣ ଅଧିକ ହୋଇଥାଏ । ପୁନଶ୍ଚ ଦ୍ରବ୍ୟ ନିଲାମ କ୍ଷେତ୍ରରେ କମ୍ ଦାମ୍ରେ ଯୋଗାଣର ପରିମାଣ ଅଧ୍ଵକ ହୋଇଥାଏ । ଏସବୁ ଯୋଗାଣ ସୂତ୍ରର ବ୍ୟତିକ୍ରମର ସୂଚନା ଦେଇଥାଏ ।

CHSE Odisha Class 12 Economics Chapter 9 Long Answer Questions in Odia Medium

(5) ଭବିଷ୍ୟତ୍ର ଦାମ-ପ୍ରତ୍ୟାଶ ଯୋଗାଣ ସୂତ୍ରରେ ବ୍ୟତିକ୍ରମ ଘଟାଇଥାଏ । ଉତ୍ପାଦନକାରୀ ଯଦି ଭବିଷ୍ୟତ୍‌ର ଦ୍ରବ୍ୟର ଦାମ୍‌ର ଦ୍ରୁତ ହ୍ରାସ ଆଶଙ୍କା କରନ୍ତି, ତେବେ ସେ ପ୍ରଚଳିତ ଦାମ୍ କିମ୍ବା କମ୍ ଦାମ୍‌ରେ ବର୍ତ୍ତମାନ ପରିସ୍ଥିତିରେ ଅଧ‌ିକ ଦ୍ରବ୍ୟ ବିକ୍ରୟ କରିବାକୁ ଚେଷ୍ଟା କରନ୍ତି । ଫଳରେ କମ୍ ଦାମ୍‌ରେ ଯୋଗାଣର ପରିମାଣ ବୃଦ୍ଧି ଘଟେ । ଏହା ଯୋଗାଣ ସୂତ୍ରର ଅନ୍ୟତମ ବ୍ୟତିକ୍ରମ ।

ଏସବୁ ସୀମାବଦ୍ଧତା ସତ୍ତ୍ଵେ ‘ଯୋଗାଣ ସୂତ୍ର’ ବ୍ୟାପକ ବ୍ୟାବହାରିକ ମୂଲ୍ୟ ଯୋଗୁଁ ଅର୍ଥଶାସ୍ତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ମୌଳିକ ସୂତ୍ରଭାବେ ଗ୍ରହଣୀୟ ହୋଇପାରିଛି ।

2. ଯୋଗାଣରେ ପରିବର୍ତ୍ତନ ଓ ଯୋଗାଣ ପରିମାଣରେ ପରିବର୍ତ୍ତନ ମଧ୍ଯରେ ପାର୍ଥକ୍ୟ କାରଣ ସହ ରେଖାଚିତ୍ରଦ୍ୱାରା ବୁଝାଅ ।
କିମ୍ବା, ଯୋଗାଣର ବୃଦ୍ଧି ବା ହ୍ରାସ ଏବଂ ଯୋଗାଣର ସଂପ୍ରସାରଣ ବା ସଂକୋଚନ ମଧ୍ୟରେ ଥ‌ିବା ପାର୍ଥକ୍ୟ କାରଣ ସହ ପ୍ରତିପାଦନ କର ।
Answer:
ଯୋଗାଣ ସୂତ୍ର ଅନୁସାରେ ‘ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ’ ରହି କୌଣସି ଏକ ଦ୍ରବ୍ୟର ଦାମ୍ ବୃଦ୍ଧି ହେଲେ ଯୋଗାଣର ବୃଦ୍ଧି ଓ ଦାମ୍ ହ୍ରାସ ହେଲେ ଯୋଗାଣର ହ୍ରାସ ଘଟିଥାଏ । ଏହି ସୂତ୍ରକୁ ନିବିଡ଼ଭାବରେ ଅନୁଧ୍ୟାନ କରାଗଲେ ଦୁଇଟି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଦୃଷ୍ଟିକୁ ଆସିଥାଏ । ପ୍ରଥମତଃ, ‘ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ’ ଓ ଦ୍ୱିତୀୟରେ, ଦ୍ରବ୍ୟର ଦାମ୍ ପରିବର୍ତ୍ତନ (ହ୍ରାସ ବା ବୃଦ୍ଧି) । ପ୍ରଥମ ଦୃଷ୍ଟିକୋଣରୁ ଅନୁଶୀଳନ କଲେ ସୂଚନା ମିଳେ ଯେ, ଯୋଗାଣ ସୂତ୍ରର କାର୍ଯ୍ୟକାରିତା ପାଇଁ କେତେକ ସର୍ଭ ପୂରଣର ଆବଶ୍ୟକତା ପଡ଼ିଥାଏ ।

ଏହି ଆରୋପିତ ସର୍ଭାବଳୀ ଅନ୍ୟାନ୍ୟ ବିଷୟଭାବରେ ଯୋଗାଣ ସୂତ୍ରରେ ଉପସ୍ଥାପିତ । ଯଦି ଏହି ସର୍ଭାବଳୀର ଲଙ୍ଘନ କରାଯାଏ ବା ଅନ୍ୟାନ୍ୟ ବିଷୟ ପରିବର୍ତ୍ତିତ ହୁଏ ତେବେ ଦ୍ରବ୍ୟର ଦାମ୍ ଓ ଯୋଗାଣର ପରିମାଣ ମଧ୍ୟରେ ଥ‌ିବା ପ୍ରତ୍ୟକ୍ଷ ସମ୍ପର୍କର ବିଲୋପ ଘଟେ ବା ଯୋଗାଣସୂତ୍ର କାର୍ଯ୍ୟ କରେ ନାହିଁ । କାରଣ ଏସବୁ ବିଷୟ ବାରମ୍ବାର ପରିବର୍ତ୍ତନ ହେଲେ ଦ୍ରବ୍ୟର ଦାମ୍‌ର ପରିବର୍ତ୍ତନ ନ ହୋଇ ସୁଦ୍ଧା ଯୋଗାଣରେ ହ୍ରାସ ବା ବୃଦ୍ଧି ପରିଲକ୍ଷିତ ହୁଏ । ଯୋଗାଣର ଏହି ହ୍ରାସ ବା ବୃଦ୍ଧିକୁ ‘ଯୋଗାଣରେ ପରିବର୍ତ୍ତନ’ କୁହାଯାଏ ଯାହା ଦର ବ୍ୟତିରେକେ ଅନ୍ୟାନ୍ୟ ବିଷୟର ପରିବର୍ତ୍ତନରୁ ହିଁ ଘଟିଥାଏ ।

ଦ୍ଵିତୀୟ ଦୃଷ୍ଟିକୋଣରୁ ବିଚାର କରାଗଲେ ଅନ୍ୟାନ୍ୟ ବିଷୟ ଅପରିବର୍ତିତ ରହି ଦ୍ରବ୍ୟର ଦାମ୍ ପରିବର୍ତ୍ତନ (ବୃଦ୍ଧି ବା ହ୍ରାସ) ହେଲେ ଏହାର ଯୋଗାଣର ପରିମାଣରେ ପରିବର୍ତ୍ତନ (ବୃଦ୍ଧି ଓ ହ୍ରାସ) ଘଟେ । ଯୋଗାଣର ଏହି ପରିବର୍ତ୍ତନ ଦାମ୍ ପରିବର୍ତ୍ତନଜନିତ ଏବଂ ଏହାକୁ ଯୋଗାଣର ପରିମାଣରେ ପରିବର୍ତ୍ତନ ବା ଯୋଗାଣର ସଂପ୍ରସାରଣ ବା ସଂକୋଚନ କୁହାଯାଏ
ଏହି ତତ୍ତ୍ଵର ବିଶଦ ଆଲୋଚନା ନିମ୍ନରେ ବର୍ଣ୍ଣନା କରାଗଲା ।

(a) ଯୋଗାଣର ପରିବର୍ତ୍ତନ ବା ଯୋଗାଣରେ ବୃଦ୍ଧି ଓ ହ୍ରାସ :
(i) ଯୋଗାଣର ବୃଦ୍ଧି – ଦାମ୍ ବ୍ୟତିରେକ ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ ହେଲେ ଯୋଗାଣରେ ପରିବର୍ତ୍ତନ ବା ଯୋଗାଣରେ ବୃଦ୍ଧି ବା ହ୍ରାସ ପରିଲକ୍ଷିତ ହୁଏ । ପ୍ରଥମତଃ, ଯୋଗାଣର ବୃଦ୍ଧି ସୂଚନା ମୁଖ୍ୟତଃ ଦୁଇଟି କାରଣରୁ ମିଳିଥାଏ;
ଯଥା-

  • ଅପରିବର୍ତିତ ଦାମ୍‌ରେ ଅଧ‌ିକ ପରିମାଣର ଦ୍ରବ୍ୟ ଯୋଗାଣ,
  • କମ୍ ଦାମ୍‌ରେ ସମପରିମାଣର ଦ୍ରବ୍ୟ ଯୋଗାଣ ।

ଏହି ଦୁଇଟି ଅବସ୍ଥାକୁ ରେଖାଚିତ୍ର ମାଧ୍ୟମରେ ଉପସ୍ଥାପନ କରାଯାଇ ପାରେ ।

ଉପରୋକ୍ତ ଚିତ୍ରରେ ଅନ୍ୟାନ୍ୟ ବିଷୟରେ ପରିବର୍ତ୍ତନ ଘଟି ମୂଳ ଯୋଗାଣ ରେଖା ‘SS’ ଡାହାଣକୁ ଅପସାରିତ ହୋଇ S1S1 ଯୋଗାଣ ରେଖା ଧାରଣ କରିଛି । ଏହା ଦକ୍ଷିଣକୁ ଅପସାରଣ ଫଳରେ ଅପରିବର୍ତ୍ତିତ ମୂଳ ଦାମ୍ (OP) ରେ ଦ୍ରବ୍ୟର ଯୋଗାଣ OQ1 କୁ ବୃଦ୍ଧିପାଇଛି ଯାହା ମୂଳ ଯୋଗାଣଠାରୁ QQ1 ଅଧିକ । ଦ୍ବିତୀୟତଃ ଯୋଗାଣ ରେଖା (SS) ର ଅପସାରଣଦ୍ଵାରା କମ୍ ଦାମ୍ (QP1) ରେ ଦ୍ରବ୍ୟର ଯୋଗାଣ ମୂଳ ଯୋଗାଣ ସହ ସମାନ ରହିଛି ଅର୍ଥାତ୍ ଅପରିବର୍ତ୍ତିତ (OQ) ରହିଛି ଯାହା ପୂର୍ବରୁ ଉଚ୍ଚ ଦାମ୍ (OP) ରେ ଯୋଗାଣ କରାଯାଉଥିଲା ।
CHSE Odisha Class 12 Economics Chapter 9 Long Answer Questions in Odia Medium 1
(ii) ଯୋଗାଣ ହ୍ରାସ – ଦାମ୍ ଅପରିବର୍ତ୍ତିତ ରହି ଅନ୍ୟାନ୍ୟ ବିଷୟର ପରିବର୍ତ୍ତନ ଯୋଗୁଁ ଯଦି କମ୍ ପରିମାଣର ଦ୍ରବ୍ୟ ଯୋଗାଣ କରାଯାଏ ବା ଦାମ୍ ବୃଦ୍ଧି ହୋଇ ସମପରିମାଣ ଦ୍ରବ୍ୟର ଯୋଗାଣ ହୁଏ, ତେବେ ସେହି ଅବସ୍ଥାକୁ ‘ଯୋଗାଣର ହ୍ରାସ’ କୁହାଯାଏ ।

ଅନ୍ୟାନ୍ୟ ବିଷୟର ପରିବର୍ତ୍ତନ ଯୋଗୁଁ ମୂଳ ଯୋଗାଣ ରେଖା (SS) ବାମକୁ ଅପସାରିତ ହୋଇଛି । ଯଦ୍ବାରା ମୂଳ ଦାମ୍ (OP) ରେ ଯୋଗାଣର ପରିମାଣ OQ (ମୂଳ ଯୋଗାଣ)ରୁ OQ1 କୁ ହ୍ରାସ ପାଇଛି । ଦ୍ଵିତୀୟରେ, ଏହି ଅପସାରଣର ଫଳସ୍ଵରୂପ ଉଚ୍ଚଦାମ୍ (OP1) ରେ ଯୋଗାଣର ପରିମାଣ ମୂଳ ଯୋଗାଣ (OQ) ସହ ସମାନ ହୋଇଛି । ଏହି ଦୁଇଟି ଅବସ୍ଥା ଯୋଗାଣ ହ୍ରାସର ସୂଚନା ଦେଇଥାଏ ।
CHSE Odisha Class 12 Economics Chapter 9 Long Answer Questions in Odia Medium 2
(b) ଯୋଗାଣ ପରିମାଣରେ ପରିବର୍ତ୍ତନ ବା ଯୋଗାଣର ସଂପ୍ରସାରଣ ଓ ସଂକୋଚନ :
ଯୋଗାଣର ପରିମାଣରେ ପରିବର୍ତ୍ତନ ବା ଯୋଗାଣର ସଂପ୍ରସାରଣ ଓ ସଂକୋଚନ ଦାମ୍‌ର ପରିବର୍ତ୍ତନ ଯୋଗୁ ହିଁ ଘଟିଥାଏ । ଅପରିବର୍ତ୍ତନୀୟ ପରିସ୍ଥିତିରେ ଦାମ୍ ବୃଦ୍ଧି ହେଲେ ଯୋଗାଣର ପରିମାଣ ସଂପ୍ରସାରିତ ଓ ଦାମ୍ ହ୍ରାସ ହେଲେ ଯୋଗାଣର ପରିମାଣ ସଂକୁଚିତ ହୋଇଥାଏ ।
CHSE Odisha Class 12 Economics Chapter 9 Long Answer Questions in Odia Medium 3
ଉପରୋକ୍ତ ରେଖାଚିତ୍ରରେ ଦ୍ରବ୍ୟର ପ୍ରଚଳିତ ଦାମ୍ OP ରେ ଯୋଗାଣର ପରିମାଣ OQ ଅଟେ । ମାତ୍ରା ଦ୍ରବ୍ୟର ଦାମ୍ OP1 କୁ ହ୍ରାସ ପାଇଥିବା ସମୟରେ ଯୋଗାଣ ପରିମାଣ OQ1 କୁ ହ୍ରାସ ପାଇଛି । ଦାମ୍ ହ୍ରାସଜନିତ ଯୋଗାଣ ପରିମାଣର ଏହି ହ୍ରାସକୁ ‘ଯୋଗାଣ ସଂକୋଚନ’ କୁହାଯାଏ । ଅନ୍ୟପକ୍ଷରେ ଦ୍ରବ୍ୟର ଦାମ୍ OP2 କୁ ବୃଦ୍ଧି ହେବା ଫଳରେ ଯୋଗାଣ ପରିମାଣ OQ2 କୁ ବୃଦ୍ଧି ପାଇଛି । ଦାମ୍ ବୃଦ୍ଧିଜନିତ ଯୋଗାଣର ପରିମାଣର ଏହି ବୃଦ୍ଧିକୁ ‘ଯୋଗାଣର ସଂପ୍ରସାରଣ’ କୁହାଯାଏ ।

ପରିଶେଷରେ ଉପରୋକ୍ତ ଅନୁଶୀଳନରୁ ଅନୁଧ୍ୟାନ କରାଯାଏ ଯେ, ଯୋଗାଣ ପରିବର୍ତ୍ତନ କ୍ଷେତ୍ରରେ ଏକ ନୂତନ ଯୋଗାଣ ରେଖାର ଉତ୍ପତ୍ତି ଘଟେ ଯାହା ମୂଳରେଖାର ବାମ ବା ଡାହାଣକୁ ଅପସାରିତ ହୋଇଥାଏ । କିନ୍ତୁ ଯୋଗାଣର ପରିମାଣ ପରିବର୍ତ୍ତନ (ସଂପ୍ରସାରଣ ଓ ସଂକୋଚନ) କ୍ଷେତ୍ରରେ ସେହି ନିର୍ଦ୍ଦିଷ୍ଟ ଯୋଗାଣ ରେଖା ଅପରିବର୍ତ୍ତିତ ରହି ଏହାର ଅଗ୍ରଗତି ଓ ଅଧୋଗତି ହୋଇଥାଏ ।

ଯୋଗାଣ ପରିବର୍ତ୍ତନର କାରଣ – ଯୋଗାଣର ପରିବର୍ତ୍ତନ (ବୃଦ୍ଧି ବା ହ୍ରାସ) ନିମ୍ନଲିଖୁ କାରଣ ଯୋଗୁଁ ହୋଇଥାଏ ।
(1) ପ୍ରାକୃତିକ କାରଣ – ପର୍ଯ୍ୟାପ୍ତ ବୃଷ୍ଟିପାତ ଯୋଗୁଁ ଆବଶ୍ୟକ ଜଳଯୋଗାଣ, ଉପଯୁକ୍ତ ପାଗ ଯୋଗୁଁ କୃଷିକ୍ଷେତ୍ରରେ ଅତ୍ୟଧିକ ଉତ୍ପାଦନ ହୁଏ । ଫଳରେ ଦାମ୍‌ର ବୃଦ୍ଧି ବିନା କୃଷିଜାତ ଦ୍ରବ୍ୟର ଯୋଗାଣ ବୃଦ୍ଧି ପାଏ । ଅପରପକ୍ଷରେ ବନ୍ୟା, ବାତ୍ୟା, ମରୁଡ଼ି ଯୋଗୁଁ କୃଷି ଉତ୍ପାଦନ ହ୍ରାସ ପାଇଥାଏ । ତେଣୁ ଦାମ୍ ହ୍ରାସ ନହୋଇ ମଧ୍ୟ ଦ୍ରବ୍ୟର ଯୋଗାଣ ହ୍ରାସ ପାଇଥାଏ ।

(2) ଉତ୍ପାଦନ ପରିବ୍ୟୟରେ ପରିବର୍ତ୍ତନ – ଉତ୍ପାଦନ ପ୍ରକ୍ରିୟାରେ ବ୍ୟବହୃତ ଉପାଦାନମାନଙ୍କର ମୂଲ୍ୟବୃଦ୍ଧି ଘଟିଲେ ଯୋଗାଣ ହ୍ରାସ ପାଏ । ଅନ୍ୟପକ୍ଷରେ ଉତ୍ପାଦନ ପରିବ୍ୟୟ ହ୍ରାସ ହେଲେ ଯୋଗାଣ ବୃଦ୍ଧି ହୁଏ । ଯୋଗାଣର ଏହି ବୃଦ୍ଧି ବା ହ୍ରାସ କ୍ଷେତ୍ରରେ ଦ୍ରବ୍ୟର ଦାମ୍‌ର କୌଣସି ପ୍ରଭାବ ପରିଲକ୍ଷିତ ହୁଏ ନାହିଁ ।

CHSE Odisha Class 12 Economics Chapter 9 Long Answer Questions in Odia Medium

(3) ଉତ୍ପାଦନ କୌଶଳ – ଉତ୍ପାଦନ ପ୍ରକ୍ରିୟାରେ ବ୍ୟବହୃତ ଉତ୍ପାଦନ କୌଶଳରେ ପରିବର୍ତ୍ତନ; ଯଥା – ଉନ୍ନତ ଉତ୍ପାଦନ ପ୍ରଣାଳୀ ତଥା ନୂତନ ଯନ୍ତ୍ରପାତିର ବ୍ୟବହାର ଉତ୍ପାଦନ ତଥା ଯୋଗାଣର ପରିମାଣ ବୃଦ୍ଧି କରିଥାଏ । ଏ କ୍ଷେତ୍ରରେ ଦ୍ରବ୍ୟର ଦାମ୍ର କୌଣସି ଭୂମିକା ନଥାଏ ।

(4) ସରକାରଙ୍କ କର ଓ ସବ୍‌ସିଡ଼ି ନୀତି – କୌଣସି ଉତ୍ପାଦିତ ସାମଗ୍ରୀ ଉପରେ ସରକାର କରଧାର୍ଯ୍ୟ କଲେ ଏହାର ଉତ୍ପାଦନ ଉପରେ କୁପ୍ରଭାବ ପଡ଼େ; ଫଳରେ ଯୋଗାଣର ପରିମାଣ ହ୍ରାସ ପାଏ । ଅନ୍ୟପକ୍ଷରେ କୌଣସି ଦ୍ରବ୍ୟର ଉତ୍ପାଦନ ପାଇଁ ସରକାର ସବ୍‌ସିଡ଼ି ପ୍ରଦାନ କଲେ ଉତ୍ପାଦନ ବୃଦ୍ଧି ପାଏ ଯଦ୍ବାରା ଯୋଗାଣ ମଧ୍ୟ ବୃଦ୍ଧି ପାଏ ।

(5) ଶିଳ୍ପନୀତି – ସରକାରଙ୍କଦ୍ବାରା ପ୍ରଣୀତ ଶିଚ୍ଛନୀତି କେତେକ ଦ୍ରବ୍ୟ ଉତ୍ପାଦନ ନିମନ୍ତେ ସରକାରୀ ପ୍ରୋତ୍ସାହନ ପ୍ରଦାନ କରିଥାଏ । ଫଳରେ ସେସବୁ ଦ୍ରବ୍ୟର ଯୋଗାଣ ବୃଦ୍ଧି ପାଏ । ଅନ୍ୟପକ୍ଷରେ ଶିଳ୍ପନୀତିରେ କେତେକ ଦ୍ରବ୍ୟ ଉତ୍ପାଦନ ଉପରେ କଠୋର କଟକଣା ଜାରି କରାଯାଇଥାଏ ଯାହା ଦ୍ରବ୍ୟର ଯୋଗାଣକୁ ହ୍ରାସ କରିଥାଏ ।

(6) ଆଭ୍ୟନ୍ତରୀଣ ଶାନ୍ତି ଓ ସ୍ଥିରତା ଆଭ୍ୟନ୍ତରୀଣ ଆଇନ ଶୃଙ୍ଖଳା ଓ ରାଜନୈତିକ ସ୍ଥିରତା ଉତ୍ପାଦନ ବୃଦ୍ଧିରେ ସହାୟକ ହୁଏ, ଯଦ୍ବାରା ଦ୍ରବ୍ୟଯୋଗାଣ ବୃଦ୍ଧି ପାଏ । ରାଜନୈତିକ ଅସ୍ଥିରତା ଉତ୍ପାଦନ ବ୍ୟାହତ କରେ, ଫଳରେ ଯୋଗାଣ ହ୍ରାସ ପାଏ ।

(7) ଭବିଷ୍ୟତ୍ ଦାମ୍ ପ୍ରତ୍ୟାଶ। – ଭବିଷ୍ୟତ୍‌ରେ ଦାମ୍ ହ୍ରାସର ଆଶଙ୍କା ପ୍ରକଟିତ ହେଲେ ଉତ୍ପାଦନକାରୀ ପ୍ରଚଳିତ ଦାମ୍‌ରେ ଅଧ‌ିକ ବିକ୍ରି କରିଥା’ନ୍ତି । ଫଳରେ ଦ୍ରବ୍ୟ ଯୋଗାଣ ବୃଦ୍ଧି ପାଏ । ଅପରପକ୍ଷରେ ଭବିଷ୍ୟତ୍ ଦାମ୍ ବୃଦ୍ଧିର ସମ୍ଭାବନା ଥିଲେ ବିକ୍ରେତା ବା ଉତ୍ପାଦନକର୍ତ୍ତା ପ୍ରଚଳିତ ଦାମ୍‌ରେ ଦ୍ରବ୍ୟ ବିକ୍ରି ନକରି ଗଚ୍ଛିତ କରି ରଖୁ’ନ୍ତି । ଫଳରେ ଦ୍ରବ୍ୟ ଯୋଗାଣ ହ୍ରାସ ପାଏ ।
ଉପରୋକ୍ତ କାରଣରୁ ଦାମ୍ ବ୍ୟତିରେକେ ଦ୍ରବ୍ୟ ଯୋଗାଣ ପ୍ରଭାବିତ ହୋଇଥାଏ ।

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 9 ଯୋଗାଣ Objective & Short Answer Questions.

CHSE Odisha 12th Class Economics Chapter 9 Objective & Short Answer Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
A ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ଏକ ସ୍ଵାଭାବିକ ଯୋଗାଣ ରେଖା :
(A) ନିମ୍ନଗାମୀ ହୋଇଥାଏ
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ
(C) ଉଲ୍ଲମ୍ବା ହୋଇଥାଏ
(D) ଆନୁଭୂମିକ ହୋଇଥାଏ
Answer:
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ

2. ଦର ଓ ଯୋଗାଣ ପରିମାଣ ମଧ୍ଯରେ କେଉଁ ସମ୍ପର୍କ ପରିଲକ୍ଷିତ ହୋଇଥାଏ ?
(A) ପ୍ରତ୍ୟକ୍ଷ
(B) ପରୋକ୍ଷ
(C) ପ୍ରଥମେ ପରୋକ୍ଷ ଓ ତତ୍ପରେ ପ୍ରତ୍ୟକ୍ଷ
(D) ପ୍ରଥମେ ପ୍ରତ୍ୟକ୍ଷ ଓ ତତ୍ପରେ ପରୋକ୍ଷ
Answer:
(A) ପ୍ରତ୍ୟକ୍ଷ

3. ସମ୍ପୂର୍ଣ ସ୍ଥିତିସ୍ଥାପକ ଯୋଗାଣ ରେଖା :
(A) ନିମ୍ନଗାମୀ ହୋଇଥାଏ
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ
(C) ଉଲ୍‌ମ୍ ହୋଇଥାଏ
(D) ଆନୁଭୂମିକ ହୋଇଥାଏ
Answer:
(D) ଆନୁଭୂମିକ ହୋଇଥାଏ

4. ନିର୍ଦ୍ଦିଷ୍ଟ ଦରରେ ଗଚ୍ଛିତ ପରିମାଣର ଯେଉଁ ଅଂଶ ଉତ୍ପାଦନକାରୀ ବିକ୍ରୟ ଲାଗି ଇଚ୍ଛା ପ୍ରକାଶ କରେ ସେହି ପରିମାଣ ହେଉଛି :
(A) ଚାହିଦା
(B) ମୋଟ ଉତ୍ପାଦ
(C) ପରୋକ୍ଷ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ପରୋକ୍ଷ

5. ଦର ପରିବର୍ତ୍ତନଠାରୁ ଯୋଗାଣ ପରିମାଣରେ ପରିବର୍ତ୍ତନର ତୀବ୍ରତା ଅଧ୍ବକ ହେଲେ ଯୋଗାଣ ସ୍ଥିତିସ୍ଥାପକତା କ’ଣ ହୁଏ ?
(A) ଏକଠାରୁ ଅଧ୍ଵ
(B) ଏକ ସଙ୍ଗେ ସମାନ
(C) ଏକଠାରୁ କମ୍
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ଏକଠାରୁ ଅଧ୍ଵ

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

6. ଯୋଗାଣ ରେଖା ବାମରୁ ଦକ୍ଷିଣକୁ ଉର୍ଦ୍ଧ୍ୱଗାମୀ ହୋଇଥାଏ, ଏହା କେଉଁ ସମ୍ପର୍କ ସ୍ଥାପନ କରେ ?
(A) ଋଣାତ୍ମକ ସମ୍ପର୍କ
(B) ଧନାତ୍ମକ ସମ୍ପର୍କ
(C) କୌଣସି ସମ୍ପର୍କ ସ୍ଥାପନ କରେ ନାହିଁ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ଧନାତ୍ମକ ସମ୍ପର୍କ

7. ଯୋଗାଣ ସ୍ଥିର ଥାଇ ଚାହିଦା ବୃଦ୍ଧି ପାଇଲେ ଦାମ୍ :
(A) ସ୍ଥିର ରହେ
(B) ବୃଦ୍ଧି ପାଏ
(C) ହ୍ରାସ ପାଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ବୃଦ୍ଧି ପାଏ

8. ଚାହିଦା ସ୍ଥିର ରହି ଯୋଗାଣ ବୃଦ୍ଧି ପାଇଲେ, ଦାମ୍ :
(A) ସ୍ଥିର ରହେ
(B) ବୃଦ୍ଧି ପାଏ
(C) ହ୍ରାସ ପାଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ହ୍ରାସ ପାଏ

9. ଯେତେବେଳେ ଉଭୟ ଚାହିଦା ଓ ଯୋଗାଣ ସମାନ ହାରରେ ବୃଦ୍ଧି ବା ହ୍ରାସ ହୁଅନ୍ତି, ସେତେବେଳେ ଦାମ୍ :
(A) ସ୍ଥିର ରହେ
(B) ବୃଦ୍ଧି ପାଏ
(C) ହ୍ରାସ ପାଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ସ୍ଥିର ରହେ

10. କେଉଁ ବଜାରରେ ଦାମ୍ ଏକ ପ୍ରକାର ଥାଏ ?
(A) ପୂର୍ଣ୍ଣ ପ୍ରତିଯୋଗିତା
(B) ଏକାଧିକାର
(C) ଅଚ୍ଛାଧ୍ୟାକାର
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ପୂର୍ଣ୍ଣ ପ୍ରତିଯୋଗିତା

11. ଚାହିଦାର ବୃଦ୍ଧି ହାର ଯୋଗାଣର ବୃଦ୍ଧି ହାରଠାରୁ ଅଧିକ ହେଲେ, ଦାମ୍ :
(A) ବୃଦ୍ଧି ପାଏ
(B) ହ୍ରାସ ପାଏ
(C) ସ୍ଥିର ରହେ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ବୃଦ୍ଧି ପାଏ

12. ଯେତେବେଳେ ଦର ପରିବର୍ତ୍ତନର ଶତକଡ଼ା ହାର ଯୋଗାଣ ପରିମାଣ ପରିବର୍ତ୍ତନର ଶତକଡ଼ା ହାରର ଅନୁପାତ ଏକ (୧) ହୁଏ; ତାହାକୁ କ’ଣ କୁହାଯାଏ ?
(A) ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଯୋଗାଣ
(B) ଅପେକ୍ଷାକୃତ ସ୍ଥିତିସ୍ଥାପକ ଯୋଗାଣ
(C) ଏକକ ସ୍ଥିତିସ୍ଥାପକ ଯୋଗାଣ
(D) ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଯୋଗାଣ
Answer:
(C) ଏକକ ସ୍ଥିତିସ୍ଥାପକ ଯୋଗାଣ

13. ଦର ପରିବର୍ତ୍ତନ ପ୍ରତି ଯୋଗାଣର ସମ୍ବେଦନଶୀଳତା ମାତ୍ରାର ପରିମାପକୁ ଯୋଗାଣର କ’ଣ କୁହାଯାଏ ?
(A) ଯୋଗାଣର ସ୍ଥିତିସ୍ଥାପକତା
(B) ଯୋଗାଣ
(C) ଚାହିଦା
(D) ଚାହିଦାର ସ୍ଥିତିସ୍ଥାପକତା
Answer:
(A) ଯୋଗାଣର ସ୍ଥିତିସ୍ଥାପକତା

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

14. ଯେତେବେଳେ ଦର ପରିବର୍ତ୍ତନର ଶତକଡ଼ା ହାର ଯୋଗାଣ ପରିମାଣ ପରିବର୍ତ୍ତନର ଶତକଡ଼ା ହାରଠାରୁ କମ୍ ହୁଏ, ସେତେବେଳେ ଯୋଗାଣର ସ୍ଥିତିସ୍ଥାପକତା କ’ଣ ହୋଇଥାଏ ?
(A) ସମ୍ପୂର୍ଣ ସ୍ଥିତିସ୍ଥାପକ ଯୋଗାଣ
(B) ସମ୍ପୂର୍ଣ ଅସ୍ଥିତିସ୍ଥାପକ ଯୋଗାଣ
(C) ଅପେକ୍ଷାକୃତ ସ୍ଥିତିସ୍ଥାପକ ଯୋଗାଣ
(D) ଏକକ ସ୍ଥିତିସ୍ଥାପକ ଯୋଗାଣ
Answer:
(C) ଅପେକ୍ଷାକୃତ ସ୍ଥିତିସ୍ଥାପକ ଯୋଗାଣ

B. ଶୂନ୍ୟସ୍ଥାନ ପୂରଣ କର ।

1. ଏକ ନିର୍ଦ୍ଦିଷ୍ଟ ସମୟକାଳରେ ଦ୍ରବ୍ୟର ବିଭିନ୍ନ ଦରରେ ବିକ୍ରୟ ପାଇଁ ଉଦ୍ଦିଷ୍ଟ ପରିମାଣକୁ _____________ କୁହାଯାଏ ।_
Answer:
ଯୋଗାଣ

2. ଦ୍ରବ୍ୟର ଦର ଓ ଯୋଗାଣର ପରିମାଣ ମଧ୍ଯରେ _________ ସହସମ୍ବନ୍ଧ ଥାଏ ।
Answer:
ଧନାତ୍ମକ

3. ପ୍ରତିସ୍ଥାପନକ୍ଷମ ଦ୍ରବ୍ୟ କ୍ଷେତ୍ରରେ ଗୋଟିଏ ଦ୍ରବ୍ୟର ଦର ବୃଦ୍ଧି ପାଇଲେ ଅନ୍ୟ ଦ୍ରବ୍ୟର ଯୋଗାଣ ପରିମାଣ _____________ ହୁଏ ।
Answer:
ହ୍ରାସ

4. ଅନୁପୂରକ ଦ୍ରବ୍ୟର ଦରବୃଦ୍ଧି ହେଲେ ଅନ୍ୟ ଗୋଟିଏ ଦ୍ରବ୍ୟର ଯୋଗାଣ _______________ ଘଟିଥାଏ ।
Answer:
ବୃଦ୍ଧି

5. ଉପାଦାନଗୁଡ଼ିକର ଦାମ୍ ବୃଦ୍ଧି ପାଇଲେ ଉତ୍ପାଦନ ପରିବ୍ୟୟ ବୃଦ୍ଧି ପାଏ, ଫଳରେ ଦ୍ରବ୍ୟର ଯୋଗାଣ ________________ ପାଏ ।
Answer:
ହ୍ରାସ

6. ନୂତନ ଓ ଉନ୍ନତ ମାନର ଉତ୍ପାଦନ କୌଶଳ ପ୍ରୟୋଗଦ୍ଵାରା ଯୋଗାଣ____________ ପାଏ ।
Answer:
ବୃଦ୍ଧି

7. ଯୋଗାଣକୁ ପ୍ରଭାବିତ କରୁଥିବା ଅନ୍ୟ ଉପାଦାନଗୁଡ଼ିକ ସ୍ଥିର ରହିଲେ, ଗୋଟିଏ ଦ୍ରବ୍ୟର ଯୋଗାଣ ପରିମାଣ, _____________ ଭାବରେ ଦର ସହିତ ପରିବର୍ତ୍ତିତ ହୋଇଥାଏ ।
Answer:
ପ୍ରତ୍ୟକ୍ଷ

8. ଯୋଗାଣରେଖା ଡାହାଣକୁ ______________ ହୋଇଥାଏ ।
Answer:
ଊର୍ଦ୍ଧ୍ୱଗାମୀ

9. ବଜାରରେ ଦ୍ରବ୍ୟର ସର୍ବମୋଟ ଯୋଗାଣକୁ _______________ କୁହାଯାଏ ।
Answer:
ବଜାର ଯୋଗାଣ

10. ବଜାର ଦାମ୍‌ରେ ପରିବର୍ତ୍ତନ ସହିତ ଯୋଗାଣ ପରିମାଣର ସମ୍ବେଦନଶୀଳତାର ମାତ୍ରାକୁ ଯୋଗାଣର ______________ କୁହାଯାଏ।
Answer:
ସ୍ଥିତିସ୍ଥାପକତା

11. ଦରର ସାମାନ୍ୟ ପରିବର୍ତ୍ତନ ଯୋଗୁଁ ଯୋଗାଣର ପରିମାଣରେ ପରିବର୍ତ୍ତନ ଯଦି________________ ହୁଏ ତେବେ ଯୋଗାଣକୁ ସମ୍ପୂର୍ଣ ସ୍ଥିତିସ୍ଥାପକ କୁହାଯାଏ ।
Answer:
ଅସୀମ

12. ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଯୋଗାଣ କ୍ଷେତ୍ରରେ ଯୋଗାଣରେଖା _________________ ରେଖା ସହିତ ସମାନ୍ତରାଳ ହୋଇ ଗତିକରେ ।
Answer:
ଆନୁଭୂମିକ

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

13. ଦର ପରିବର୍ତ୍ତନ ଯୋଗୁଁ ଯୋଗାଣର ପରିମାଣ ଆଦୌ ପରିବର୍ତ୍ତିତ ନ ହେଲେ, ଯୋଗାଣକୁ _____________ କୁହାଯାଏ ।
Answer:
ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ

14. ସମ୍ପୂର୍ଣ ଅସ୍ଥିତିସ୍ଥାପକ ଯୋଗାଣ କ୍ଷେତ୍ରରେ ଯୋଗାଣର ସ୍ଥିତିସ୍ଥାପକତା ____________ ଅଟେ ।
Answer:
ଶୂନ୍ୟ

15. ସମ୍ପୂର୍ଣ ଅସ୍ଥିତିସ୍ଥାପକ ଯୋଗାଣ କ୍ଷେତ୍ରରେ ଯୋଗାଣରେଖା _____________ ଅଟେ ।
Answer:
ଉଲ୍ଲମ୍ବ

16. ଦର ପରିବର୍ତ୍ତନ ହେଲେ ଯଦି ଯୋଗାଣର ପରିମାଣ ଅଧିକ ଅନୁପାତରେ ପରିବର୍ତ୍ତିତ ହୁଏ, ତେବେ ଯୋଗାଣର ସ୍ଥିତିସ୍ଥାପକତାର _____________ ହୁଏ ।
Answer:
ଏକରୁ ଅଧ୍ଵ

17. ଦର ପରିବର୍ତ୍ତନ ହେଲେ ଯଦି ଯୋଗାଣର ପରିମାଣ କମ୍ ଅନୁପାତରେ ପରିବର୍ତ୍ତିତ ହୁଏ, ତେବେ ଯୋଗାଣର ସ୍ଥିତିସ୍ଥାପକତାର _____________ ହୁଏ ।
Answer:
ଏକରୁ କମ୍

18. ଦର ପରିବର୍ଭନ ହେଲେ ଯଦି ଯୋଗାଣର ପରିମାଣ ସମାନୁପାତରେ ପରିବର୍ତ୍ତିତ ହୁଏ, ତେବେ ଯୋଗାଣର ସ୍ଥିତିସ୍ଥାପକତାର ମୂଲ୍ୟ ______________ ହୁଏ ।
Answer:
ଏକ

19. ଯୋଗାଣ ଗଚ୍ଛିତ ପରିମାଣର _____________ ଅଟେ ।
Answer:
ଅଂଶ

20. ଯୋଗାଣ ସ୍ଥିର ରହି ଚାହିଦାର ବୃଦ୍ଧି ଘଟିଲେ _____________ ବୃଦ୍ଧି ପାଏ ।
Answer:
ଦାମ

21. ଚାହିଦା ସ୍ଥିର ରହି _____________ ରେ ହ୍ରାସ ଘଟିଲେ ଦାମ୍ ବୃଦ୍ଧି ଘଟିଥାଏ ।
Answer:
ଯୋଗାଣ ।

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ଯୋଗାଣ ସୂତ୍ର ଅନୁସାରେ ଦ୍ରବ୍ୟର ଦାମ୍ ଓ ଯୋଗାଣ ମଧ୍ୟରେ ବିପରୀତମୁଖୀ ସମ୍ପର୍କ ରହିଛି ।
Answer:
ଭୁଲ୍ ।
ଠିକ୍ – ଯୋଗାଣ ସୂତ୍ର ଅନୁସାରେ ଦ୍ରବ୍ୟର ଦାମ୍ ଓ ଯୋଗାଣ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ରହିଛି ।

2. ଯୋଗାଣରେଖା ବାମରୁ ଡାହାଣୁକୁ ନିମ୍ନଗାମୀ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ଯୋଗାଣରେଖା ବାମରୁ ଡାହାଣକୁ ଉର୍ଦ୍ଧ୍ୱଗାମୀ ହୋଇଥାଏ ।

3. ଉତ୍ପାଦନ ପରିବ୍ୟୟ ବୃଦ୍ଧି ହେଲେ ଦ୍ରବ୍ୟର ଯୋଗାଣ ବୃଦ୍ଧି ପାଏ ।
Answer:
ଭୁଲ୍ ।
ଠିକ୍ – ଉତ୍ପାଦନ ପରିବ୍ୟୟ ବୃଦ୍ଧି ହେଲେ ଦ୍ରବ୍ୟର ଯୋଗାଣ ହ୍ରାସ ପାଏ ।

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

4. ଭବିଷ୍ୟତରେ ଦ୍ରବ୍ୟର ଦାମ୍‌ରେ ଅସ୍ଵାଭାବିକ ହାସର ଆଶଙ୍କା ହେଲେ ଦ୍ରବ୍ୟର ଯୋଗାଣ ହ୍ରାସ ହୁଏ ।
Answer:
ଭୁଲ୍ ।
ଠିକ୍ – ଭବିଷ୍ୟତରେ ଦ୍ରବ୍ୟର ଦାମ୍‌ରେ ଅସ୍ଵାଭାବିକ ହ୍ରାସର ଆଶଙ୍କା ହେଲେ ଦ୍ରବ୍ୟର ଯୋଗାଣ ବୃଦ୍ଧି ହୁଏ ।

5. ଦ୍ରବ୍ୟର ଦାମ୍ ହ୍ରାସ ଯୋଗୁଁ ଯୋଗାଣର ହ୍ରାସକୁ ଯୋଗାଣର ସଂକୋଚନ କୁହାଯାଏ ।
Answer:
ଠିକ୍

6. ଉତ୍ପାଦନକାରୀଙ୍କ ସଂଖ୍ୟା ବୃଦ୍ଧି ହେଲେ ଯୋଗାଣର ସମ୍ପ୍ରସାରଣ ହୁଏ ।
Answer:
ଭୁଲ୍ ।
ଠିକ୍ – ଉତ୍ପାଦନକାରୀଙ୍କ ସଂଖ୍ୟା ବୃଦ୍ଧି ହେଲେ ଯୋଗାଣର ବୃଦ୍ଧି ହୁଏ ।

7. ଯୋଗାଣର ପରିବର୍ତ୍ତନ ହେଲେ ଯୋଗାଣରେଖାର ସ୍ଥାନାନ୍ତର ଘଟେ ।
Answer:
ଠିକ୍ ।

8. ଏକକ ସ୍ଥିତିସ୍ଥାପକତାରେ ଯୋଗାଣରେଖା ଆନୁଭୂମିକ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ଏକକ ସ୍ଥିତିସ୍ଥାପକତାରେ ଯୋଗାଣରେଖା 45 ହୋଇ ଊର୍ଦ୍ଧ୍ୱଗାମୀ ହୋଇଥାଏ ।

9. ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକତାରେ ଯୋଗାଣରେଖା ଆନୁଭୂମିକ ।
Answer:
ଭୁଲ୍ ।
ଠିକ୍ – ସମ୍ପୂର୍ଣ ଅସ୍ଥିତିସ୍ଥାପକତାରେ ଯୋଗାଣରେଖା ଭଲୁମ୍ବ ହୋଇଥାଏ ।

10. ଅପେକ୍ଷାକୃତ ସ୍ଥିତିସ୍ଥାପକତାରେ ଯୋଗାଣରେଖା ଊର୍ଦ୍ଧ୍ୱଗାମୀ ଓ ତୀଖ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ଅପେକ୍ଷାକୃତ ସ୍ଥିତିସ୍ଥାପକତାରେ ଯୋଗାଣ ରେଖା ଓ ର୍ଦ୍ଧ୍ୱଗାମୀ ଓ ଚଟକା ହୋଇଥାଏ ।

11. କୌଣସି ଏକ ଦ୍ରବ୍ୟର ଗଚ୍ଛିତ ପରିମାଣ ଯେଉଁ ସର୍ବନିମ୍ନ ଦାମରେ ଆଂଶିକ ବା ସମ୍ପୂର୍ଣ୍ଣ ପରିମାଣକୁ ବିକ୍ରୟ ପାଇଁ ଉତ୍ସର୍ଗ କରାଯାଏ ଏବଂ ସେହି ଦାମଠାରୁ ନିମ୍ନରେ ଏପରିକି ଦ୍ରବ୍ୟର ଗୋଟିଏ ଏକକ ବିକ୍ରୟ ହୁଏ ନାହିଁ, ତାହାକୁ ବଜାର ଦାମ୍ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – କୌଣସି ଏକ ଦ୍ରବ୍ୟର ଗଚ୍ଛିତ ପରିମାଣରୁ ଯେଉଁ ସର୍ବନିମ୍ନ ଦାମ୍‌ରେ ଆଂଶିକ ବା ସମ୍ପୂର୍ଣ୍ଣ ପରିମାଣକୁ ବିକ୍ରୟ ପାଇଁ ଉତ୍ସର୍ଗ କରାଯାଏ ଏବଂ ସେହି ଦାମଠାରୁ ନିମ୍ନରେ ଏପରିକି ଦ୍ରବ୍ୟର ଗୋଟିଏ ଏକକ ବିକ୍ରୟ ହୁଏ ନାହିଁ, ତାହାକୁ ସଂରକ୍ଷିତ ଦାମ୍ କୁହାଯାଏ ।

12. ଦରରେ ପରିବର୍ତ୍ତନ ଘଟିଲେ ଯୋଗାଣରେଖା ପରିବର୍ତ୍ତିତ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ଦର ବ୍ୟତୀତ ଅନ୍ୟ ଉପାଦାନଗୁଡ଼ିକର ପରିବର୍ତ୍ତନ ଘଟିଲେ ଯୋଗାଣରେଖା ପରିବର୍ତ୍ତିତ ହୋଇଥାଏ ।

13. ଦୁଷ୍ପାପ୍ୟ ଦ୍ରବ୍ୟ କ୍ଷେତ୍ରରେ ଯୋଗାଣରେଖା ଉଲ୍ଲମ୍ବ ହୋଇଥାଏ ।
Answer:
ଠିକ୍ ।

14. ବୈଷୟିକ ପ୍ରଗତି ଫଳରେ ଯୋଗାଣ ବୃଦ୍ଧି ହୁଏ ।
Answer:
ଠିକ୍ ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଯୋଗାଣ କାହାକୁ କହନ୍ତି ?
Answer:
ଏକ ନିର୍ଦ୍ଦିଷ୍ଟ ସମୟକାଳରେ ଦ୍ରବ୍ୟର ବିଭିନ୍ନ ଦରରେ ବିକ୍ରୟ ପାଇଁ ଉଦ୍ଦିଷ୍ଟ ପରିମାଣକୁ ଯୋଗାଣ କୁହାଯାଏ ।

2. ଯୋଗାଣ ସୂତ୍ରର ସଂଜ୍ଞା ପ୍ରଦାନ କର ।
Answer:
ଯୋଗାଣ ସୂତ୍ରର ସଂଜ୍ଞା ହେଲା, ‘ଅନ୍ୟାନ୍ୟ ଅବସ୍ଥା ଅପରିବର୍ତିତ ଥାଇ, ଅଧିକ ଦାମରେ ଯୋଗାଣ ଅଧିକ ଏବଂ କମ୍ ଦାମ୍‌ରେ ଯୋଗାଣ କମ୍ ହୋଇଥାଏ। ସଂକ୍ଷେପରେ କହିବାକୁ ଗଲେ, ଦର ବୃଦ୍ଧି ହେଲେ ଯୋଗାଣ ବୃଦ୍ଧି ହୁଏ ଏବଂ ଦର ହ୍ରାସ ହେଲେ ଯୋଗାଣ ହ୍ରାସ ହୁଏ।’’

3. ଯୋଗାଣକୁ ପ୍ରଭାବିତ କରୁଥ‌ିବା ଦୁଇଟି ଉପାଦାନର ନାମ ଲେଖ ।
Answer:
ଯୋଗାଣକୁ ପ୍ରଭାବିତ କରୁଥିବା ଦୁଇଟି ଉପାଦାନ ହେଲା – (i) ଦ୍ରବ୍ୟର ଦର (ii) ଉତ୍ପାଦନ କୌଶଳ

4. ସାଧାରଣତଃ ଯୋଗାଣରେଖାର ଆକାର କିପରି ?
Answer:
ସାଧାରଣତଃ ଯୋଗାଣରେଖା ବାମରୁ ଡାହାଣକୁ ଉର୍ଦ୍ଧ୍ୱଗାମୀ ହୋଇଥାଏ ।

5. ଯୋଗାଣର ସ୍ଥିତିସ୍ଥାପକତା କ’ଣ ?
Answer:
ଦାମ୍ ପରିବର୍ତ୍ତନ ପ୍ରତି ଯୋଗାଣର ସମ୍ବେଦନଶୀଳତାର ମାତ୍ରାର ପରିମାପ ହିଁ ଯୋଗାଣର ସ୍ଥିତିସ୍ଥାପକତା ।

6. କେତେବେଳେ ଯୋଗାଣରେଖା ପରିବର୍ତ୍ତିତ ହୋଇଥାଏ ?
Answer:
ଦ୍ରବ୍ୟର ଦର ବ୍ୟତୀତ ଅନ୍ୟ କେତେଗୁଡ଼ିଏ ଉପାଦାନ; ଯଥା – ଉପାଦାନର ଦର, ଉତ୍ପାଦନର କୌଶଳ ଇତ୍ୟାଦିର ପରିବର୍ତ୍ତନ ହେଲେ ଯୋଗାଣରେଖା ବାମକୁ ବା ଡାହାଣକୁ ପରିବର୍ତ୍ତିତ ହୋଇଥାଏ ।

7. କେଉଁ ସ୍ଥିତିସ୍ଥାପକତାରେ ଯୋଗାଣରେଖା ଉଲ୍ଲମ୍ବ ହୋଇଥାଏ ?
Answer:
ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକତାରେ ଯୋଗାଣରେଖା ଉଲ୍ଲମ୍ବ ହୋଇଥାଏ ।

8. କେଉଁ ପରିସ୍ଥିତିରେ ଯୋଗାଣର ସ୍ଥିତିସ୍ଥାପକତା 1 ଠାରୁ ଅଧିକ ?
Answer:
ଦର ପରିବର୍ତ୍ତନ ହେଲେ ଯଦି ଯୋଗାଣର ପରିମାଣ ଅଧିକ ଅନୁପାତରେ ପରିବର୍ତ୍ତିତ ହୁଏ, ତେବେ ଯୋଗାଣର ସ୍ଥିତିସ୍ଥାପକତା ‘ଏକ’ରୁ ଅଧିକ ହେବ ।

9. ଦ୍ରବ୍ୟ ଯୋଗାଣ ଓ ଦ୍ରବ୍ୟ ଭଣ୍ଡାର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
କୌଣସି ଦ୍ରବ୍ୟ ଭଣ୍ଡାରର ଯେଉଁ ଅଂଶ ବିକ୍ରୟ ଉଦ୍ଦେଶ୍ୟରେ ବଜାରକୁ ପ୍ରେରଣ କରାଯାଏ, ତାହାକୁ ଦ୍ରବ୍ୟ ଯୋଗାଣ କୁହାଯାଏ ।

10. ଯୋଗାଣ ସୂତ୍ର ଅନୁସାରେ ଦ୍ରବ୍ୟର ଦାମ୍ ଓ ଯୋଗାଣ ମଧ୍ୟରେ କି ପ୍ରକାର ସମ୍ପର୍କ ରହିଛି ?
Answer:
ଯୋଗାଣ ସୂତ୍ର ଅନୁସାରେ ଦ୍ରବ୍ୟର ଦାମ୍ ଓ ଯୋଗାଣ ମଧ୍ୟରେ ପ୍ରତ୍ୟକ୍ଷ ଓ ଧନାତ୍ମକ ସମ୍ପର୍କ ରହିଛି ।

11. କେଉଁ ଦୁଇଟି କ୍ଷେତ୍ରରେ ଯୋଗାଣ ସୂତ୍ର କାର୍ଯ୍ୟ କରେ ନାହିଁ ।
Answer:
ଦୁଶ୍ରାପ୍ୟ, ବିରଳ ଦ୍ରବ୍ୟ ଓ ଶ୍ରମବଜାର କ୍ଷେତ୍ରରେ ଯୋଗାଣ ସୂତ୍ର କାର୍ଯ୍ୟ କରେ ନାହିଁ ।

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

12. କୌଣସି ଦ୍ରବ୍ୟର ଭବିଷ୍ୟତ ଦାମ୍ ବୃଦ୍ଧି ହେବା ଆଶା କରାଯାଉଥିଲେ ଦ୍ରବ୍ୟର ଯୋଗାଣରେ କି ପରିବର୍ତ୍ତନ ଘଟିଥାଏ ?
Answer:
କୌଣସି ଦ୍ରବ୍ୟର ଭବିଷ୍ୟତ ଦାମ୍ ବୃଦ୍ଧି ହେବା ଆଶା କରାଯାଉଥିଲେ, ପ୍ରଚଳିତ ଦାମ୍‌ରେ ଦ୍ରବ୍ୟ ଯୋଗାଣ ହ୍ରାସ ପାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି| ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ଯୋଗାଣ କହିଲେ କ’ଣ ବୁଝ ?
Answer:
ଉତ୍ପାଦିତ ଦ୍ରବ୍ୟର ଯେଉଁ ପରିମାଣ ଏକ ନିର୍ଦ୍ଦିଷ୍ଟ ସମୟକାଳ ମଧ୍ଯରେ ଭିନ୍ନଭିନ୍ନ ଦରରେ ଦ୍ରବ୍ୟର ଯେଉଁ ପରିମାଣ ବଜାରରେ ବିକ୍ରୟ ପାଇଁ ପ୍ରେରଣ କରାଯାଇଥାଏ, ତାହାକୁ ଯୋଗାଣ କୁହାଯାଏ ।

2. ଯୋଗାଣକୁ ପ୍ରଭାବିତ କରୁଥିବା ଦୁଇଟି ଉପାଦାନ ଲେଖ ।
Answer:
ଯୋଗାଣକୁ ପ୍ରଭାବିତ କରୁଥିବା ଦୁଇଟି ଉପାଦାନ ହେଲା- ଯୋଗାଣ ପ୍ରଯୁକ୍ତି କୌଶଳର ସ୍ତରଦ୍ଵାରା ପ୍ରଭାବିତ ହୁଏ ଓ ସରକାରଙ୍କ ଅନୁସୃତ କରନୀତି, ଶିଳ୍ପନୀତି ଓ ଗମନାଗମନ ନୀତି ଇତ୍ୟାଦି ଯୋଗାଣକୁ ପ୍ରଭାବିତ କରିଥାଏ ।

3. ଯୋଗାଣ ସୂତ୍ରର ସଂଜ୍ଞା ଉଲ୍ଲେଖ କର ।
Answer:
ଯୋଗାଣ ସୂତ୍ର ହେଉଛି କୌଣସି ଏକ ନିର୍ଦ୍ଦିଷ୍ଟ ବଜାରରେ ଏକ ନିର୍ଦ୍ଦିଷ୍ଟ ସମୟରେ ବିକ୍ରୟ ପାଇଁ ଯୋଗାଇ ଦିଆଯାଇଥିବା ଦ୍ରବ୍ୟର ପରିମାଣ ପ୍ରତ୍ୟକ୍ଷ ଭାବରେ ଦାମ୍ ସହିତ ପରିବର୍ତ୍ତିତ ହୋଇଥାଏ । ଅର୍ଥାତ୍ ଦାମ୍ ଓ ଦ୍ରବ୍ୟର ପ୍ରତ୍ୟକ୍ଷ ସମ୍ପର୍କକୁ ହିଁ ଯୋଗାଣ କ୍ରିୟା କୁହାଯାଏ ।

4. ଯୋଗାଣ ସୂଚୀ କହିଲେ କ’ଣ ବୁଝ ?
Answer:
ଯୋଗାଣ ସୂଚୀ କହିଲେ ଜଣେ ନିର୍ଦ୍ଦିଷ୍ଟ ବିକ୍ରେତା ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ପ୍ରକାର ଦାମରେ ବିକ୍ରି ପାଇଁ ଅର୍ପଣ କରୁଥିବା ଦ୍ରବ୍ୟର ପରିମାଣକୁ ବୁଝାଏ । ଏହି ସୂଚୀ ଦର ଓ ଯୋଗାଣର ପ୍ରତ୍ୟକ୍ଷ ସମ୍ପର୍କକୁ ପ୍ରତିପାଦନ କରିଥାଏ । ଏହାର ଅର୍ଥ ହେଉଛି, ଅଧ୍ବକ ଦରରେ ଯୋଗାଣର ପରିମାଣ ଅଧିକ ଓ କମ୍ ଦରରେ ଯୋଗାଣର ପରିମାଣ କମ୍ ହୁଏ ।

5. କୃଷିଜାତ ଦ୍ରବ୍ୟ କ୍ଷେତ୍ରରେ ଯୋଗାଣ ନିୟମର ବ୍ୟତିକ୍ରମ କାହିଁକି ଦେଖାଯାଏ ?
Answer:
କୃଷିଜାତ ଦ୍ରବ୍ୟ କ୍ଷେତ୍ରରେ ଦାମ୍ ବୃଦ୍ଧି ପାଉଥିଲେ ମଧ୍ୟ ଯୋଗାଣ ବୃଦ୍ଧି କରିବା ସମ୍ଭବ ନୁହେଁ । କାରଣ କୃଷିଜାତ ଦ୍ରବ୍ୟଗୁଡ଼ିକର ଉତ୍ପାଦନ ସମୟସାପେକ୍ଷ ଏବଂ କୃଷିଜାତ ଦ୍ରବ୍ୟ କ୍ଷେତ୍ରରେ ଦର ଅଧିକ ହେଲେ କୃଷକମାନଙ୍କର ଆୟ ବୃଦ୍ଧି ହୁଏ । ସେମାନେ ସେମାନଙ୍କର ଉପଜାତ ଦ୍ରବ୍ୟକୁ ଅଧିକ ଉପଭୋଗ କରନ୍ତି । ଫଳରେ ଦ୍ରବ୍ୟର ଯୋଗାଣ ବଜାରରେ ହ୍ରାସ ପାଏ ।

6. ସ୍ଥିର ଯୋଗାଣ କ୍ଷେତ୍ରରେ ଯୋଗାଣ ନିୟମର ବ୍ୟତିକ୍ରମ ଦେଖାଯାଏ କାହିଁକି ?
Answer:
ଏପରି କେତେକ ଦ୍ରବ୍ୟ ଅଛି; ଯଥା- ପୁରାତନ ପାଣ୍ଡୁଲିପି, ମୂଲ୍ୟବାନ୍ ପଥର, ପୁରାତନ ମୁଦ୍ରା ଇତ୍ୟାଦି ଯାହାର ଯୋଗାଣ ସ୍ଥିର । ତେଣୁ ଏଗୁଡ଼ିକର ଦାମ୍ ଯେତେ ବୃଦ୍ଧି ହେଲେ ମଧ୍ୟ ଯୋଗାଣ ବୃଦ୍ଧି କରାଯାଇପାରେ ନାହିଁ । ତେଣୁ ଏସବୁ କ୍ଷେତ୍ରରେ ଯୋଗାଣ ସୂତ୍ର ଲାଗୁ ହୁଏ ନାହିଁ ।

7. ଦ୍ରବ୍ୟର ଦାମ୍ ଏବଂ ଯୋଗାଣ ମଧ୍ଯରେ କେଉଁ ସମ୍ପର୍କ ଅଛି ?
Answer:
ଯଦି କୌଣସି ଦ୍ରବ୍ୟର ଦାମ୍ ବୃଦ୍ଧି ପାଏ, ଉତ୍ପାଦନ ଅଧିକ ଲାଭଜନକ ହୋଇଥାଏ । ତେଣୁ ଦ୍ରବ୍ୟର ଯୋଗାଣ ଅଧିକ ହୁଏ । ଅନ୍ୟପକ୍ଷରେ, ଯଦି ଦ୍ରବ୍ୟର ଦାମ୍ ହ୍ରାସ ହୁଏ, ତାହାହେଲେ ଉତ୍ପାଦନ କମ୍ ଲାଭଜନକ ହୁଏ ଏବଂ ଯୋଗାଣ ହ୍ରାସ ପାଇଥାଏ । ତେଣୁ ଦ୍ରବ୍ୟର ଦାମ୍ ଏବଂ ଯୋଗାଣ ମଧ୍ୟରେ ଏକ ପ୍ରତ୍ୟକ୍ଷ ସମ୍ପର୍କ ରହିଥାଏ ।

8. ଯୋଗାଣ କିପରି ପ୍ରଯୁକ୍ତି କୌଶଳଦ୍ଵାରା ପ୍ରଭାବିତ ହୋଇଥାଏ ?
Answer:
ଯୋଗାଣ ପ୍ରଯୁକ୍ତି କୌଶଳର ସ୍ତରଦ୍ୱାରା ପ୍ରଭାବିତ ହୁଏ । ଯେତେବେଳେ କୌଣସି ନୂତନ ପ୍ରଯୁକ୍ତି କୌଶଳର ଉଦ୍ଭାବନ ବା ଆବିଷ୍କାର ହୁଏ, ସେତେବେଳେ ଉତ୍ପାଦନର ପରିବ୍ୟୟ କମିଯାଏ । ତେଣୁ କମ୍ ଖର୍ଚ୍ଚରେ ଉତ୍ପାଦନ ବହୁ ପରିମାଣରେ ହେବା ଫଳରେ ଯୋଗାଣରେ ବୃଦ୍ଧି ଦେଖାଯାଏ ।

9. ଯୋଗାଣର ପରିବର୍ତ୍ତନ କହିଲେ କ’ଣ ବୁଝ ?
Answer:
ଯୋଗାଣର ସଂପ୍ରସାରଣ ଓ ସଙ୍କୋଚନ ଦ୍ରବ୍ୟର ଦୂର ପରିବର୍ତ୍ତନ ଯୋଗୁଁ ଦେଖାଦେଇଥାଏ, ଯେଉଁଥରେ ଅନ୍ୟ ସମସ୍ତ ଯୋଗାଣକୁ ପ୍ରଭାବିତ କରୁଥିବା ଉପାଦାନଗୁଡିକ ସ୍ଥିର ରହିବ ବୋଲି ସର୍ଭ ରଖାଯାଇଥାଏ । ଏହାକୁ ମଧ୍ୟ ଯୋଗାଣର ପରିମାଣରେ ପରିବର୍ତ୍ତନ ବୋଲି କୁହାଯାଏ । ଏହି ସ୍ଥିତିରେ ଯୋଗାଣ ରେଖାର ସ୍ଥାନ ପରିବର୍ତ୍ତନ ହୋଇନଥାଏ ।

B ପାଞ୍ଚଟି/ ଛଅଟି ବାକ୍ୟରେ ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

1. ଯୋଗାଣର ଅର୍ଥ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ଜଣେ ଉତ୍ପାଦନକାରୀ ଯେଉଁ ପରିମାଣର ଦ୍ରବ୍ୟ ବିକ୍ରି ପାଇଁ ବଜାରକୁ ଯୋଗାଇଦିଏ, ତାହାକୁ ସେହି ଉତ୍ପାଦନକାରୀଙ୍କର ଯୋଗାଣ ବୋଲି କୁହାଯାଏ । ଗୋଟିଏ ଦ୍ରବ୍ୟର ସମସ୍ତ ଉତ୍ପାଦନକାରୀ ଏକ ନିର୍ଦ୍ଦିଷ୍ଟ ସମୟରେ ଓ ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ବିକ୍ରି ପାଇଁ ବଜାରକୁ ଯେଉଁ ପରିମାଣ ଦ୍ରବ୍ଯ ଛାଡ଼ନ୍ତି, ତାହାକୁ ମୋଟ ଯୋଗାଣ ବା ବଜାର ଯୋଗାଣ ବୋଲି କୁହାଯାଏ । ତେଣୁ ଯୋଗାଣ କହିଲେ ଏକ ନିର୍ଦ୍ଦିଷ୍ଟ ସମୟ, ଏକ ନିର୍ଦ୍ଦିଷ୍ଟ ଦାମ୍, ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟ, ଏକ ନିର୍ଦ୍ଦିଷ୍ଟ ବଜାର ଓ ଏକ ନିର୍ଦ୍ଦିଷ୍ଟ ପରିମାଣର ସମାହାରକୁ ବୁଝାଇଥାଏ ।

ଯୋଗାଣ, ଦର ଓ ସମୟର ଆଧାରରେ ନିର୍ଦ୍ଧାରଣ ହୁଏ । ଯୋଗାଣର ଅର୍ଥ ଦ୍ରବ୍ୟର ଗଚ୍ଛିତ ପରିମାଣ ନୁହେଁ । ଏକ ନିର୍ଦ୍ଦିଷ୍ଟ ସମୟରେ ଗଚ୍ଛିତ ପରିମାଣର ଯେଉଁ ଅଂଶ ବିକ୍ରୟ ପାଇଁ ଛଡ଼ାଯାଏ, ତାହାକୁ ଯୋଗାଣ କୁହାଯାଏ । ପ୍ରଫେସର ହାନ୍‌ସେନ୍‌ଙ୍କ ଭାଷାରେ, ‘ଭିନ୍ନ ଭିନ୍ନ ଦରରେ ବଜାରରେ ଯେତିକି ପରିମାଣ ଦ୍ରବ୍ୟ ବିକ୍ରି ପାଇଁ ବଜାରକୁ ଆସିଥାଏ, ତାହାକୁ ଯୋଗାଣ କୁହାଯାଏ ।’’

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

2. ଯୋଗାଣ ସୂତ୍ର କ’ଣ ?
Answer:
ଯୋଗାଣ ସୂତ୍ର ବା ଯୋଗାଣ ନିୟମ ଗୋଟିଏ ଦ୍ରବ୍ୟର ଦର ଓ ଯୋଗାଣର ପରିମାଣ ମଧ୍ୟରେ ଥିବା ସମ୍ପର୍କକୁ ଅନୁଧ୍ୟାନ କରେ । ଯୋଗାଣକୁ ପ୍ରଭାବିତ କରୁଥିବା ଅନ୍ୟ ଉପାଦାନଗୁଡ଼ିକ ସ୍ଥିର ରହିଲେ, ଗୋଟିଏ ଦ୍ରବ୍ୟର ଯୋଗାଣ ପରିମାଣ ପ୍ରତ୍ୟକ୍ଷ ଭାବରେ ଦର ସହିତ ପରିବର୍ତ୍ତିତ ହୋଇଥାଏ । ଯୋଗାଣକୁ ପ୍ରଭାବିତ କରୁଥିବା ଅନ୍ୟ ଉପାଦାନଗୁଡ଼ିକର ଅର୍ଥ ହେଉଛି ଦର ବ୍ୟତୀତ ଯୋଗାଣର ଅନ୍ୟ ନିର୍ଦ୍ଧାରକ ସମୂହ । ସମ୍ପର୍କିତ ଦ୍ରବ୍ୟଗୁଡ଼ିକର ଦର, ଉପାଦାନଗୁଡ଼ିକର ଦର, ଉତ୍ପାଦନ କୌଶଳ ଇତ୍ୟାଦି ଯୋଗାଣକୁ ପ୍ରଭାବିତ କରୁଥିବା ଅନ୍ୟ ଉପାଦାନ ।

ଏହିସବୁ ଉପାଦାନକୁ ସ୍ଥିର ବୋଲି ଧରି ନେଇ ଦ୍ରବ୍ୟର ଦର ଓ ଯୋଗାଣର ପରିମାଣ ମଧ୍ଯରେ ଥିବା ସମ୍ପର୍କକୁ ଅଧ୍ୟୟନ କରିବା ଯୋଗାଣ ସୂତ୍ରର ଲକ୍ଷ୍ୟ । ଦର ଓ ଯୋଗାଣର ପରିମାଣ ମଧ୍ୟରେ ଧନାତ୍ମକ ସହସମ୍ବନ୍ଧ ଥାଏ । ଦର ବୃଦ୍ଧି ହେଲେ ଯୋଗାଣର ପରିମାଣ ବୃଦ୍ଧି ହୁଏ ଏବଂ ଦର ହ୍ରାସ ହେଲେ ଯୋଗାଣର ପରିମାଣ ହ୍ରାସ ହୁଏ

3. ଯୋଗାଣ ସୂଚୀ କ’ଣ ?
Answer:
ଯୋଗାଣ ସୂଚୀ, ଏକ ନିର୍ଦ୍ଦିଷ୍ଟ ସମୟରେ ଦର ଓ ଦ୍ରବ୍ୟର ଯୋଗାଣ ମଧ୍ୟରେ ଥ‌ିବା ସମ୍ପର୍କକୁ ପ୍ରକାଶ କରେ । ଦର ଓ ଦ୍ରବ୍ୟ ଯୋଗାଣର ପରିମାଣ ମଧ୍ଯରେ ଥିବା ସମ୍ପର୍କକୁ ଏକ ସାରଣୀ ସାହାଯ୍ୟରେ ପ୍ରକାଶ କଲେ, ତାହାକୁ ଯୋଗାଣ ସୂଚୀ କୁହାଯାଏ । ଯୋଗାଣ ସୂଚୀ ଦୁଇ ପ୍ରକାରର; ଯଥା- ବ୍ୟକ୍ତିଗତ ଯୋଗାଣ ସୂଚୀ ଓ ବଜାର ଯୋଗାଣ ସୂଚୀ । ବ୍ୟକ୍ତିଗତ ଯୋଗାଣ ସୂଚୀ କହିଲେ ଜଣେ ନିର୍ଦ୍ଦିଷ୍ଟ ବିକ୍ରେତା ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ପ୍ରକାର ଦାମରେ ବିକ୍ରି ପାଇଁ ଅର୍ପଣ କରୁଥିବା ଦ୍ରବ୍ୟର ପରିମାଣକୁ ବୁଝାଯାଏ ।

କିନ୍ତୁ କୌଣସି ଦ୍ରବ୍ୟର ବଜାର ଯୋଗାଣ ସମ୍ବନ୍ଧୀୟ ତଥ୍ୟ ପାଇବାକୁ ହେଲେ ସେହି ଦ୍ରବ୍ୟର ସମସ୍ତ ବିକ୍ରେତାଙ୍କର ଯୋଗାଣ ପରିମାଣର ସମଷ୍ଟି ହିସାବ କରିବାକୁ ହେବ । ଅର୍ଥାତ୍ ବଜାରରେ ଉପସ୍ଥିତ ସମସ୍ତ ବିକ୍ରେତାଙ୍କର ବ୍ୟକ୍ତିଗତ ଯୋଗାଣ ସୂଚୀର ସମଷ୍ଟିକୁ ବଜାର ଯୋଗାଣ ସୂଚୀ କୁହାଯାଏ ।

4. ଯୋଗାଣରେଖା କ’ଣ ?
Answer:
ଦ୍ରବ୍ୟର ଦାମ୍ ଓ ଯୋଗାଣ ମଧ୍ୟରେ ଥିବା ସମ୍ପର୍କକୁ ଯେଉଁ ରେଖା ମାଧ୍ୟମରେ ପ୍ରକାଶ କରାଯାଏ; ତାହାକୁ ଯୋଗାଣ – ରେଖା କୁହାଯାଏ । ଅର୍ଥାତ୍ ଯୋଗାଣରେଖା ଯୋଗାଣ ସୂଚୀର କେବଳ ଏକ ରୈଖ୍କ ପରିପ୍ରକାଶ । ଯୋଗାଣରେଖା ସାଧାରଣତଃ ବାମରୁ ଡାହାଣକୁ ଊର୍ଦ୍ଧ୍ୱଗାମୀ ହୋଇଥାଏ । ଦାମ୍ ଓ ଦ୍ରବ୍ୟର ଯୋଗାଣ ପରିମାଣ ମଧ୍ଯରେ ଏହା ଏକ ଧନାତ୍ମକ ସମ୍ପର୍କ ସ୍ଥାପନ କରିଥାଏ । ଅର୍ଥାତ୍ ଅଧୂକ ଦାମ୍‌ରେ ଅଧ‌ିକ ଯୋଗାଣ ଓ କମ୍ ଦାମ୍‌ରେ କମ୍ ଯୋଗାଣ ହୋଇଥାଏ ।

ବ୍ୟକ୍ତିଗତ ଯୋଗାଣ ସୂଚୀ ଭଳି ବଜାର ଯୋଗାଣ ସୂଚୀ ଦର ଓ ଯୋଗାଣର ପ୍ରତ୍ୟକ୍ଷ ସମ୍ପର୍କକୁ ପ୍ରତିପାଦନ କରିଥାଏ । ବଜାର ଯୋଗାଣରେଖା ବ୍ୟକ୍ତିଗତ ଯୋଗାଣରେଖାର ଆନୁଭୂମିକ ସମଷ୍ଟି ମାତ୍ର । ଏହା ଦ୍ରବ୍ୟର ଦର ଓ ବଜାରରେ ମୋଟ ଯୋଗାଣ ମଧ୍ୟରେ ଥିବା ସମ୍ପର୍କର ରେଖାଙ୍କିତ ପ୍ରତିଫଳନ ଅଟେ ।

5. ଯୋଗାଣର ସ୍ଥିତିସ୍ଥାପକତା କ’ଣ ?
Answer:
ଯୋଗାଣର ସ୍ଥିତିସ୍ଥାପକତା କହିଲେ ବଜାର ଦାମ୍‌ରେ ପରିବର୍ତ୍ତନ ସହିତ ଯୋଗାଣ ପରିମାଣର ସମ୍ବେଦନଶୀଳତାର ମାତ୍ରାକୁ ବୁଝାଏ । ଏହା ଯୋଗାଣ ପରିମାଣର ଅନୁପାତିକ ପରିବର୍ତ୍ତନ ଓ ଦରରେ ଆନୁପାତିକ ପରିବର୍ତ୍ତନର ଅନୁପାତ ସହିତ ସମାନ ।

ଯୋଗାଣର ସ୍ଥିତିସ୍ଥାପକତା (E) = \(\frac{ଯୋଗାଣ ପରିମାଣରେ ଆନୁପାତିକ ପରିବର୍ତ୍ତନ}{ଦରରେ ଆନୁପାତିକ ପରିବର୍ତ୍ତନ}\)

ଦର ଏବଂ ଯୋଗାଣ ପରିମାଣ ଏକ ଦିଗରେ ଗତି କରନ୍ତି । ଦର ବୃଦ୍ଧି ହେଲେ ଯୋଗାଣ ପରିମାଣ ବୃଦ୍ଧି ହୁଏ ଓ ଦର ହ୍ରାସ ହେଲେ ଯୋଗାଣ ପରିମାଣ ହ୍ରାସ ହୁଏ । ତେଣୁ, ଯୋଗାଣର ସ୍ଥିତିସ୍ଥାପକତା ସର୍ବଦା ଧନାତ୍ମକ ହୁଏ । ଏହାର ମୂଲ୍ୟ ଶୂନ୍ୟରୁ ଅସୀମ ମଧ୍ୟରେ ରହିଥାଏ ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ଯୋଗାଣ ଓ ଭଣ୍ଡାର :
Answer:
ଯୋଗାଣ ଏକ ପ୍ରବାହ ଧାରଣା ! ଭଣ୍ଡାର କହିଲେ ଜଣେ ଯୋଗାଣକାରୀଙ୍କ ପାଖରେ ଥ‌ିବା ସମସ୍ତ ଦ୍ରବ୍ୟକୁ ବୁଝାଏ । ଦ୍ରବ୍ୟ ଭଣ୍ଡାରର ଯେଉଁ ଅଂଶ ବିଭିନ୍ନ ଦରରେ ଉତ୍ପାଦକ ବିକ୍ରୟ କରନ୍ତି, ତାହାକୁ ଯୋଗାଣ କହନ୍ତି । ତେଣୁ ବାସ୍ତବରେ ଗଚ୍ଛିତ ପରିମାଣ ହିଁ ଯୋଗାଣର ମୂଳଭିତ୍ତି । ଗଚ୍ଛିତ ପରିମାଣ ବ୍ୟତିରେକ ଯୋଗାଣ ସମ୍ଭବ ନୁହେଁ । କିନ୍ତୁ ଯୋଗାଣର ଅର୍ଥ ଦ୍ରବ୍ୟର ଗଚ୍ଛିତ ପରିମାଣ ନୁହେଁ । ଏକ ନିର୍ଦ୍ଦିଷ୍ଟ ସମୟରେ ଗଚ୍ଛିତ ପରିମାଣର ଯେଉଁ ଅଂଶ ବିକ୍ରୟ ପାଇଁ ଛଡ଼ାଯାଏ, ତାହାକୁ ଯୋଗାଣ କୁହାଯାଏ ।

2. ଯୋଗାଣ ପରିମାଣରେ ପରିବର୍ତ୍ତନ ଓ ଯୋଗାଣରେ ପରିବର୍ତ୍ତନ :
Answer:
ଦ୍ରବ୍ୟର ଦର ବୃଦ୍ଧି ଯୋଗୁଁ ତା’ର ଯୋଗାଣର ପରିମାଣର ବୃଦ୍ଧିକୁ ଯୋଗାଣ ପରିମାଣରେ ବୃଦ୍ଧି ବା ଯୋଗାଣର ସମ୍ପ୍ରସାରଣ କୁହାଯାଏ । ଏଠାରେ ଯୋଗାଣ ରେଖାର ପରିବର୍ତ୍ତନ ହୁଏ ନାହିଁ । ସେହିପରି ଦ୍ରବ୍ୟର ଦର ହ୍ରାସ ପାଇଲେ ଯୋଗାଣର ପରିମାଣ ହ୍ରାସ ହୁଏ । ଏହାକୁ ଯୋଗାଣି ପରିମାଣରେ ହ୍ରାସ ବା ଯୋଗାଣର ସଂକୋଚନ କୁହାଯାଏ ।

ଦ୍ରବ୍ୟର ଯୋଗାଣ ତା’ର ଦର ବ୍ୟତୀତ ଅନ୍ୟ କେତେଗୁଡ଼ିଏ ଉପାଦାନଦ୍ୱାରା ପ୍ରଭାବିତ ହୋଇଥାଏ । ସେଗୁଡ଼ିକ ହେଲା ଉପାଦାନର ଦର, ଉତ୍ପାଦନର କୌଶଳ ଇତ୍ୟାଦି । ଏହିସବୁ ଉପାଦାନରେ ପରିବର୍ତ୍ତନ ହେଲେ ଦ୍ରବ୍ୟର ଯୋଗାଣରେ ମଧ୍ୟ ପରିବର୍ତ୍ତନ ହୁଏ । ଏହାକୁ ଯୋଗାଣରେ ପରିବର୍ଭନ କୁହାଯାଏ । ଏହାଦ୍ବାରା ଯୋଗାଣରେଖା ବାମକୁ ବା ଡାହାଣକୁ ସ୍ଥାନାନ୍ତରିତ ହୁଏ ।

3. ସମ୍ପୂର୍ଣ ସ୍ଥିତିସ୍ଥାପକ ଯୋଗାଣ ଓ ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଯୋଗାଣ :
Answer:
ଦରର ସାମାନ୍ୟ ପରିବର୍ତ୍ତନ ଯୋଗୁଁ ଯୋଗାଣର ପରିମାଣରେ ପରିବର୍ତ୍ତନ ଯଦି ଅସୀମ ହୁଏ, ତେବେ ଯୋଗାଣକୁ ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ କୁହାଯାଏ । ଏହି ଅବସ୍ଥାରେ ଯୋଗାଣରେଖା ଆନୁଭୂମିକ ହୋଇଥାଏ । ଏଠାରେ ଯୋଗାଣର ସ୍ଥିତିସ୍ଥାପକତାର ମୂଲ୍ୟ ଅସୀମ (∞) ।

ଦର ପରିବର୍ତ୍ତନ ଯୋଗୁଁ ଯୋଗାଣର ପରିମାଣ ଆଦୌ ପରିବର୍ତ୍ତନ ନ ହେଲେ, ଯୋଗାଣକୁ ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ କୁହାଯାଏ । ଏହି କ୍ଷେତ୍ରରେ ଯୋଗାଣ ରେଖା Y-ଅକ୍ଷ ସହିତ ଭଲ୍ଲମ୍ବାକୃତି ବିଶିଷ୍ଟ ହୋଇଥାଏ । ଏଠାରେ ଯୋଗାଣର ସ୍ଥିତିସ୍ଥାପକତାର ମୂଲ୍ୟ ଶୂନ୍ୟ ହୋଇଥାଏ ।

4. ଅପେକ୍ଷାକୃତ ସ୍ଥିତିସ୍ଥାପକ ଯୋଗାଣ ଓ ଅପେକ୍ଷାକୃତ ଅସ୍ଥିତିସ୍ଥାପକ ଯୋଗାଣ :
Answer:
ଦାମ୍‌ରେ ସାମାନ୍ୟ ପରିବର୍ତ୍ତନ ହେବା ଫଳରେ ଯୋଗାଣର ପ୍ରଭୂତ ପରିବର୍ତ୍ତନ ହେଲେ ଯୋଗାଣକୁ ଅପେକ୍ଷାକୃତ ସ୍ଥିତିସ୍ଥାପକ କୁହାଯାଏ । ଯଦି ଦାମ୍‌ରେ 5% ବୃଦ୍ଧି ହେବା ଯୋଗୁଁ ଯୋଗାଣ 15% ବୃଦ୍ଧି ହେବ, ତେବେ ଯୋଗାଣ ଅପେକ୍ଷାକୃତ ସ୍ଥିତିସ୍ଥାପକ ହେବ । ଏଠାରେ ଯୋଗାଣର ସ୍ଥିତିସ୍ଥାପକତା ‘ଏକ’ର ଅଧ୍ଵ । ଯୋଗାଣରେଖାର ଆକୃତି ଅପେକ୍ଷାକୃତ ଚଟକା ହେବ ।

ଦାମ୍‌ରେ ପ୍ରଭୂତ ପରିବର୍ତ୍ତନ ହୋଇ ଯୋଗାଣରେ ଯେତେବେଳେ ସ୍ଵଳ୍ପ ପରିବର୍ତ୍ତନ ହୁଏ, ସେତେବଳେ ଯୋଗାଣକୁ ଅପେକ୍ଷାକୃତ ଅସ୍ଥିତିସ୍ଥାପକ କୁହାଯାଏ । ଯଦି ଦାମ୍‌ରେ 15% ବୃଦ୍ଧି ହେବାଯୋଗୁଁ ଯୋଗାଣରେ ମାତ୍ର 5% ବୃଦ୍ଧି ହୁଏ, ତେବେ ଏହି କ୍ଷେତ୍ରରେ ଯୋଗାଣ ଅପେକ୍ଷାକୃତ ଅସ୍ଥିତିସ୍ଥାପକ ହେବ । ଏଠାରେ ଯୋଗାଣର ସ୍ଥିତିସ୍ଥାପକତା ଏକରୁ ‘କମ୍’ । ଏ କ୍ଷେତ୍ରରେ ଯୋଗାଣରେଖା ଊର୍ଦ୍ଧ୍ୱଗାମୀ ଓ ତୀଖ ହେବ ।

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

5. ଯୋଗାଣ ଓ ଯୋଗାଣ ଫଳନ :
Answer:
ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ଜଣେ ଉତ୍ପାଦନକାରୀ ଯେଉଁ ପରିମାଣର ଦ୍ରବ୍ୟ ବିକ୍ରି ପାଇଁ ବଜାରକୁ ଯୋଗାଇଦିଏ, ତାହାକୁ ସେହି ଉତ୍ପାଦନକାରୀଙ୍କ ଯୋଗାଣ ବୋଲି କୁହାଯାଏ । ଗୋଟିଏ ଦ୍ରବ୍ୟର ସମସ୍ତ ଉତ୍ପାଦନକାରୀ ଏକ ନିର୍ଦ୍ଦିଷ୍ଟ ସମୟରେ ଓ ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ବିକ୍ରି ପାଇଁ ବଜାରକୁ ଯେଉଁ ପରିମାଣ ଦ୍ରବ୍ୟ ଛାଡ଼ନ୍ତି, ତାହାକୁ ମୋଟ ଯୋଗାଣ ବା ବଜାର ଯୋଗାଣ ବୋଲି କୁହାଯାଏ ।
ଚାହିଦା ପରି ଦ୍ରବ୍ୟର ଯୋଗାଣ ମଧ୍ୟ କେତେକ ଉପାଦାନଦ୍ୱାରା ପ୍ରଭାବିତ ହୋଇଥାଏ । ସେଗୁଡ଼ିକ ହେଲା– ଦ୍ରବ୍ୟର ଦର, ଅନ୍ୟାନ୍ୟ ସମ୍ପର୍କିତ ଦ୍ରବ୍ୟମାନଙ୍କର ଦର, ପ୍ରଯୁକ୍ତ ଜ୍ଞାନକୌଶଳ, ଉଦ୍ୟୋକ୍ତାଙ୍କର ଆଭିମୁଖ୍ୟ ଇତ୍ୟାଦି । ଏହି ଉପାଦାନଗୁଡ଼ିକ ଓ ଯୋଗାଣ ମଧ୍ୟରେ ଥିବା ଗାଣିତିକ ସମ୍ପର୍କକୁ ଯୋଗାଣ ଫଳନ କୁହାଯାଏ ।

Sx = f(Px, F, P1 …… Px-1, T, G)

ଯେଉଁଠାରେ ‘Sx’ = x ଦ୍ରବ୍ୟର ଯୋଗାଣ, Px = x ଦ୍ରବ୍ୟର ଦାମ୍, F = ଉପାଦାନର ଦାମ୍, P1 …… Px-1 ଅନ୍ୟାନ୍ୟ ଦ୍ରବ୍ୟର ଦାମ୍, T = ପ୍ରଯୁକ୍ତି ବିଦ୍ୟାର ସ୍ତର, ଓ = ପ୍ରତିଷ୍ଠାନର ଆଭିମୁଖ୍ୟକୁ ଦର୍ଶାଇଥାଏ । ଉପରୋକ୍ତ ଉପାଦାନଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ ବା ଏକାଧ୍ଵକ ଉପାଦାନର ପରିବର୍ତ୍ତନ ହେଲେ ଦ୍ରବ୍ୟର ଯୋଗାଣରେ ପରିବର୍ତ୍ତନ ହୋଇଥାଏ । ଦ୍ରବ୍ୟର ଯୋଗାଣ ଉପରେ ଉକ୍ତ ଉପାଦାନମାନଙ୍କ ମଧ୍ୟରୁ କୌଣସି ଗୋଟିକର ପ୍ରଭାବ ଆକଳନ କରିବାକୁ ହେଲେ ଅନ୍ୟ ଉପାଦାନଗୁଡ଼ିକୁ ସ୍ଥିର ରଖୁବାକୁ ପଡ଼ିଥାଏ ।

6. ଗୋଦାମଖାଲି ବିକ୍ରି ଓ ନିଲାମ ବିକ୍ରି :
Answer:
ଗୋଦାମଖାଲି ବିକ୍ରି କ୍ଷେତ୍ରରେ ଯୋଗାଣ ସୂତ୍ର କାର୍ଯ୍ୟକାରୀ ହୁଏ ନାହିଁ । ବିକ୍ରେତା ପୁରୁଣା ଦ୍ରବ୍ୟ ଭଣ୍ଡାରକୁ ନିଃଶେଷ କରିବାକୁ ଇଚ୍ଛା କଲେ ସ୍ଵଚ୍ଛ ଦରରେ ଅଧ୍ଵ ଯୋଗାଣ କରିବେ । ଯଦି କୌଣସି ଏକ କମ୍ପାନୀ କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ନିଜର ପୁରୁଣା ଦ୍ରବ୍ୟ କମ୍ ଦରରେ ବିକ୍ରୟ କରିଥା’ନ୍ତି, ତେବେ ସ୍ଵଳ୍ପ ଦରରେ ଅଧ‌ିକ ଯୋଗାଣ ହୁଏ । ସେହିପରି କୌଣସି କମ୍ପାନୀ ବା ବ୍ୟବସାୟୀ ଯଦି ନିଜର ବ୍ୟବସାୟ ବନ୍ଦ କରନ୍ତି, ସେତେବେଳେ ସେ ସ୍ଵଳ୍ପ ଦରରେ ଅଧିକ ଯୋଗାଣ କରନ୍ତି ।

ନିଲାମ ବିକ୍ରୟ କ୍ଷେତ୍ରରେ ଯୋଗାଣ ନିୟମ ମଧ୍ଯ ପ୍ରଯୁଜ୍ୟ ହେବ ନାହିଁ । କାରଣ ନିଲାମ ହେଉଥିବା ଦ୍ରବ୍ୟ ଯେକୌଣସି ଦରରେ ବିକ୍ରୟ ହୁଏ।

7.ବଜାର ଯୋଗାଣସୂଚୀ ଓ ବଜାର ଯୋଗାଣରେଖା :
Answer:
କୌଣସି ଦ୍ରବ୍ୟର ବଜାର ଯୋଗାଣ ସମ୍ବନ୍ଧୀୟ ତଥ୍ୟ ଜାଣିବାକୁ ହେଲେ ସେହି ଦ୍ରବ୍ୟର ସମସ୍ତ ବିକ୍ରେତାଙ୍କର ଯୋଗାଣ ପରିମାଣର ସମଷ୍ଟି ହିସାବ କରିବାକୁ ହୋଇଥାଏ । ଅର୍ଥାତ୍ ବଜାରରେ ଉପସ୍ଥିତ ସମସ୍ତ ବିକ୍ରେତାଙ୍କର ବ୍ୟକ୍ତିଗତ ଯୋଗାଣସୂଚୀର ସମଷ୍ଟିକୁ ବଜାର ଯୋଗାଣ ସୂଚୀ କୁହାଯାଏ । ତେଣୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଭିନ୍ନ ସମ୍ଭାବ୍ୟ ଦରରେ ବଜାରକୁ ବିକ୍ରୟ ପାଇଁ ଅର୍ପିତ ହେଉଥିବା ଦ୍ରବ୍ୟର ଭିନ୍ନ ଭିନ୍ନ ପରିମାଣର ତାଲିକାକୁ ବଜାର ଯୋଗାଣସୂଚୀ କୁହାଯାଏ ।

ଅର୍ଥାତ୍ ବ୍ୟକ୍ତିଗତ ଯୋଗାଣସୂଚୀ ଭଳି ବଜାର ଯୋଗାଣସୂଚୀ ଦର ଓ ଯୋଗାଣର ପ୍ରତ୍ୟକ୍ଷ ସମ୍ପର୍କକୁ ପ୍ରତିପାଦନ କରିଥାଏ । କିନ୍ତୁ ବଜାର ଯୋଗାଣରେଖା ବ୍ୟକ୍ତିଗତ ଯୋଗାଣରେଖାର ଆନୁଭୂମିକ ସମଷ୍ଟି ମାତ୍ର । ଏହା ଦ୍ରବ୍ୟର ଦର ଓ ବଜାରରେ ମୋଟ ଯୋଗାଣ ମଧ୍ୟରେ ଥିବା ସମ୍ପର୍କର ରେଖାଙ୍କିତ ପ୍ରତିଫଳନ ଅଟେ । ବଜାର ଯୋଗାଣରେଖା ବ୍ୟକ୍ତିଗତ ଯୋଗାଣରେଖା ପରି ବାମରୁ ଡାହାଣକୁ ଊର୍ଦ୍ଧ୍ୱଗାମୀ ହୋଇଥାଏ ।

BSE Odisha 7th Class Science Important Questions Chapter 5 ପୋଷଣ

Odisha State Board BSE Odisha 7th Class Science Important Questions Chapter 5 ପୋଷଣ Important Questions and Answers.

BSE Odisha Class 7 Science Important Questions Chapter 5 ପୋଷଣ

Question 1.
ଆମିବାର ପୋଷଣ କ୍ରିୟା ସମ୍ପର୍କରେ ଲେଖ ।
Solution:
(i) ଆମିବା ଏକ ଏକକୋଷୀ ପ୍ରାଣୀ । ଏହାକୁ ଖାଲି ଆଖୁରେ ଦେଖୁହୁଏ ନାହିଁ । ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖୁହୁଏ ।
(ii) ଏହାର ଶରୀର ଏକ ପତଳା ଆବରଣଦ୍ବାରା ଘୋଡ଼େଇ ହୋଇ ରହିଛି । ଏହାର ଶରୀର ଭିତରେ ବଡ଼ ଗୋଲାକାର ନ୍ୟଷ୍ଟି ଅଛି । ଅନେକ ଛୋଟ ଛୋଟ ଗୋଲାକାର ପାଣିଫୋଟକା ପରି ରସଧାନୀ ଅଛି ।
(iii) ଆମିବା ନିଜ ଶରୀରକୁ ସବୁବେଳେ ବଦଳଉଥାଏ । ସେ ନିଜ ଶରୀରର ଆକାର ଛୋଟ କରି ଦୁଇଟି କୂଟପାଦ ବାହାର କରି ରହିଥାଏ । ଆମିବା ଛୋଟ ଛୋଟ କୀଟ ସବୁ ଖାଇଥାଏ ।
(iv) ଆମିବା ଖାଦ୍ୟ ଦେଖିଲାମାତ୍ରେ ନିଜ ଶରୀରରୁ ଦୁଇଟି କୂଟପାଦ ବାହାର କରି ଖାଦ୍ୟର ଚାରିପଟେ ଗୁଡ଼ାଇ ଦିଏ । ତା’ପରେ ଖାଦ୍ୟକୁ ଶରୀର ଭିତରକୁ ନେଇଯାଏ ।
(v) ଏହି ଖାଦ୍ୟ ଶରୀର ଭିତରେ ଥ‌ିବା ରସଧାନୀରେ ରହେ । ରସଧାନୀରୁ ପାଚକରସ ନିର୍ଗତ ହେବା ଫଳରେ ଖାଦ୍ୟ ହଜମ ହୋଇଯାଏ ବା ଖାଦ୍ୟର ସରଳୀକରଣ ହୋଇଥାଏ । ତା’ ପରେ ଏହାର ଆତ୍ମକରଣ ହୁଏ ।
(vi) ଏହିପରି ଖାଦ୍ୟ ଶୋଷିତ ହେବା ଫଳରେ ତା’ର ଶରୀରର ଅଭିବୃଦ୍ଧି ଘଟିଥାଏ ।

Question 1.
ଜିଭରେ ଥ‌ିବା ସ୍ଵାଦ ମୁକୁଳଗୁଡ଼ିକର ଅବସ୍ଥାନ ଓ କାର୍ଯ୍ୟ ଲେଖ ।
Solution:
(i) ଜିଭର ଅଗ୍ରଭାଗରେ ମିଠା ସ୍ଵାଦ ବାରିବା ମୁକୁଳ ଥାଏ ।
(ii) ଅଗ୍ରଭାଗରୁ ଟିକିଏ ପଛରେ ଲୁଣି ସ୍ଵାଦ ବାରିବା ମୁକୁଳ ଥାଏ ।
(iii) ପଶ୍ଚାତ୍ ଭାଗରେ ପିତା ସ୍ଵାଦ ବାରିବା ମୁକୁଳ ଥାଏ ।
(iv) ଦୁଇ ପାର୍ଶ୍ଵରେ ଖଟା ସ୍ଵାଦ ବାରିବା ମୁକୁଳ ଥାଏ ।

BSE Odisha 7th Class Science Important Questions Chapter 5 ପୋଷଣ

Question 2.
ତାରା ମାଛର ପୋଷଣ କିପରି ହୋଇଥାଏ ?
Solution:
(i) ତାରା ମାଛର ମୁଖ୍ୟ ଖାଦ୍ୟ ଗେଣ୍ଡା ଓ ଶାମୁକା ।
(ii) ଗେଣ୍ଡା ଓ ଶାମୁକାର ବହିଃ ଆବରଣ କଠିନ କ୍ୟାଲସିୟମ୍ କାର୍ବୋନେଟ୍‌ରେ ଗଢ଼ା ।
(iii) ସେମାନଙ୍କ କଅଁଳ ମାଂସଳ ଦେହ ଗୋଟିଏ ମୋଟା ଖୋଳପା ଦ୍ଵାରା ଆବୃତ ହୋଇଥାଏ ।
(iv) ଗେଣ୍ଡା ଓ ଶାମୁକା ଯେତେବେଳେ ଖୋଳପା ଭିତରୁ ବାହାରି ଥାଆନ୍ତି, ସେତେବେଳେ ତାରାମାଛ ନିଜର ପାକସ୍ଥଳୀକୁ ବାହାରକୁ କାଢ଼ିଆଣି ସେମାନଙ୍କ କଅଁଳ ମାଂସକୁ ଖାଇଥାଏ ।

Question 3.
ଭିଲି କ’ଣ ? ଏହାର କାର୍ଯ୍ୟ ଲେଖ ।
Solution:
(i) କ୍ଷୁଦ୍ରାନ୍ତର ଭିତରପଟ ଆବରଣରେ ଆଙ୍ଗୁଳିପରି ଉଠିଥ‌ିବା ଅଂଶକୁ ଭିଲି କୁହାଯାଏ ।
(ii) ଭିଲିରେ ଥିବା ରକ୍ତକଣିକା ନଳୀଦ୍ବାରା ଖାଦ୍ୟସାର ଶୋସିତ ହୋଇଥାଏ ।

Question 4.
ଉଭିଦ କିପରି ଶ୍ଵେତସାର ଖାଦ୍ୟ ପ୍ରସ୍ତୁତ କରେ ?
(i) ସବୁଜ ଉଭିଦ ଆଲୋକଶ୍ଳେଷଣ ପ୍ରକ୍ରିୟାରେ ସୂର୍ଯ୍ୟର ଆଲୋକ ଶକ୍ତିକୁ ଉପଯୋଗ କରି ନିଜ କୋଷର ହରିତ୍‌ ପ୍ରସ୍ତୁତ କରିଥାଏ ।
BSE Odisha 7th Class Science Important Questions Chapter 5 Img 3

Question 5.
ଲାଳଗ୍ରନ୍ଥିର ଅବସ୍ଥିତି ଓ କାର୍ଯ୍ୟ ଲେଖ ।
Solution:
(i) ଲାଲଗୃଚ୍ଚିଗୁଣିକ କିଭତକେ ଥାଏ |
(ii) ଲାଳଗ୍ରନ୍ଥିରୁ ନିର୍ଗତ ଲାଳ ଶ୍ୱେତସାର ଜାତୀୟ ପଦାର୍ଥକୁ ହଜମରେ ସାହାଯ୍ୟ କରେ । ଲାଳ ଖାଦ୍ୟ ସହିତ ମିଶିଥ‌ିବାରୁ ସହଜରେ ଗିଳି ହୁଏ ।

Question 6.
ପାଚକ ତନ୍ତ୍ରର ମୁଖ୍ୟ କାର୍ଯ୍ୟଗୁଡ଼ିକ ଲେଖ ।
Solution:
ପାଚକତନ୍ତ୍ରର ମୁଖ୍ୟ କାର୍ଯ୍ୟଗୁଡ଼ିକ ବ୍ରେଲା
(i) ଖାଦ୍ୟଗ୍ରହଣ
(ii) ପଚନ
(iii) ବିଶୋଷଣ
(iv) ନିଷ୍କାସନ

Question 7.
ମନୁଷ୍ୟ ଜିହ୍ଵାର ଏକ ଚିତ୍ର ଅଙ୍କନ କରି ସ୍ଵାଦ ବାରିବା ଅଂଶଗୁଡ଼ିକୁ ଚିହ୍ନିତ କର ।
Solution:
BSE Odisha 7th Class Science Important Questions Chapter 5 Img 2

ବସ୍ତୁନିଷ୍ଠ ପ୍ରଣୋଇର :

I. ଶୂନ୍ୟସ୍ଥାନ ପୂରଣ କର ।
(i) ଉଭିଦ ନିଜ ପୃଷ୍ଠରେ ଥ‌ିବା ରନ୍ଧ୍ର __________ ଦେଇ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ସଂଗ୍ରହ କରେ ।
(ii) __________ ସୂର୍ଯ୍ୟାଲୋକରୁ ଶକ୍ତି ଆହରଣ କରେ ।
(iii) ମଣ୍ଡଦ ଆୟୋଡ଼ିନ୍ ସଂସ୍ପର୍ଶରେ ଆସିଲେ __________ ବର୍ଷ ଧାରଣ କରେ ।
(iv) ବାୟୁମଣ୍ଡଳରେ ପ୍ରାୟ __________ ଅଂଶ ଯବଶାରଳାନ ଅନ୍ତି |
(v) __________ ଦ୍ୱାରା ବାୟୁମଣ୍ଡଲଭ ଯବଶରକାନ ବିତନେ ହେଲାଆଏ |
(vi) ଛତୁ ଓ ଫିମ୍ପିମାନଙ୍କୁ __________ କୁହାଯାଏ ।
(vii) ପେନ୍‌ସିଲିୟମ୍ କବକରୁ __________ ନାମକ ପ୍ରତିଜୀବୀ ମିଳିଥାଏ ।
(viii)ଲାଇକେର ବଂଶବିସ୍ତାର __________ ଦ୍ଵାରା ହୋଇଥାଏ ।
(ix) ଗେଣ୍ଡା ଓ ଶାମୁକା ଖୋଳପାର ମୁଖ୍ୟ __________ |
(x) ଆମ ପାଟି ଭିତରେ ସର୍ବାଧ‌ିକ __________ ଟି ଦାନ୍ତ ଥାଏ ।
Solution:
(i) ସ୍ତୋମ,
(ii) ସବୁଜକଣା,
(iii) ନାଲ
(iv) 3/4
(v) ନୀଳହରିତ୍‌ ଶୈବାଳ,
(vi) କବକ,
(vii) ପେନ୍ ସି ଲି ନ୍,
(viii) କବକ
(ix) କ୍ୟାଲସିୟମ୍ କାର୍ବୋନେଟ୍
(x) 32

BSE Odisha 7th Class Science Important Questions Chapter 5 ପୋଷଣ

II. ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କକୁ ଦେଖ୍ ତୃତୀୟ ଶବ୍ଦର ସମ୍ପର୍କ ଉଲ୍ଲେଖ କର ।
(i) ରାଇଜୋବିୟମ୍ : ବ୍ୟାକ୍ଟେରିଆ :: ନଷ୍ଟକ : __________
(ii) ସବୁଜ ଉଭିଦ : ସ୍ଵଭୋଜୀ :: ଅଣୁଜୀବ : __________
(iii) ଶ୍ଵେତସାର : ଗୁ କୋଜ୍ :: ପୁଷ୍ଟିସାର : __________
(iv) ଇଷ୍ଟ : ମୃତୋପଜୀବୀ :: ମଲାଙ୍ଗ : __________
(v) ଝିଣ୍ଟିକା : ଶାକାହାରୀ :: ଅସରପା : __________
Solution:
(i) ନାଲହାଭିତ୍ ଶୈବାକ
(ii) ପରଭୋଜୀ,
(iii) ଆମିନୋ ଅମ୍ଳ,
(iv) ପରଜୀବୀ
(v) ସର୍ବାହାରୀ

III. ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ଲାଟପତକମାନକୁ ଖାଇ ଯାଉଥିବା ଭରିବ ହେଉଛି ____________ (ନିର୍ମୂଳୀ, ଶୈବାଳ, କମଣ୍ଡଳୁ, ଛତୁ)
(ii) ଶୈବାଳ ଓ କବକ ମଧ୍ୟରେ ସହଜୀବୀ ଅବସ୍ଥା __________ ରେ ଦେଖାଯାଏ । (ଫିମ୍ପି, ଡାଲି ଜାତୀୟ, ପେନସିଲିୟମ, ଲାଇକେନ୍)
(iii) କ୍ଷୁଦ୍ରାନ୍ତ୍ରର ଉପର ଅଂଶକୁ __________ କୁହାଯାଏ । (ଅଗ୍ନ୍ୟାଶୟ, ଗ୍ରହଣୀ, ବୃହଦନ୍ତ୍ର, ଖାଦ୍ୟନଳୀ)
(iv) ଆମ ପାଟି ଭିତରେ ସର୍ବାଧ‌ିକ __________ ଟି ଦାନ୍ତ ଥାଏ । (୨୪, ୩୦, ୨୨, ୩୨)
(v) __________ ମୁଖଗହ୍ଵରର ଅଂଶ ବିଶେଷ ନୁହେଁ । (ପାଟି, ଦାନ୍ତ, ଓଠ, ଜିଭ)
(vi) ପରିପାକ ତନ୍ତ୍ରର ସବୁଠାରୁ ଓସାରିଆ ଅଂଶ __________ | (ଖାଦ୍ୟନଳୀ, ପାକସ୍ଥଳୀ, ବୃହଦନ୍ତ୍ର, କ୍ଷୁଦ୍ରାନ୍ତ୍ର)
(vii) କ୍ଷୁଦ୍ରାନ୍ତର ଲମ୍ବ ପ୍ରାୟ __________ ମିଟର । (୧.୫, ୭.୫, ୫.୧, ୫.୭)
Solution:
(i) କମଣ୍ଡଳୁ,
(ii) ଲାଇକେନ୍,
(iii) ଗ୍ରହଣୀ,
(iv) ୩୨,
(v) ଓଠ,
(vi) ପାକସ୍ଥଳୀ,
(vii) ୭.୫

IV. ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(i) ସୌର ଶକ୍ତିକୁ ବିନିଯୋଗ କରି ପତ୍ର ଅଙ୍ଗାରକାମ୍ଳ ଓ ଜଳକୁ ମିଶାଇ ପୁଷ୍ଟିସାର ଖାଦ୍ୟ ପ୍ରସ୍ତୁତ କରେ ।
(ii) ଲାଇକେନ୍ ଦ୍ବାରା ବାୟୁମଣ୍ଡଳର ଯବକ୍ଷାରଜାନ ବିବନ୍ଧନ ହୋଇଥାଏ ।
(iii) ପ୍ରାଣୀମାନଙ୍କ ଭିନ୍ନ ଭିନ୍ନ ପ୍ରକାର ଖାଇବାର ଅଭ୍ୟାସକୁ ପରିପାକ କ୍ରିୟା କୁହାଯାଏ ।
(iv) କ୍ଷୁଦ୍ରାନ୍ତର ଶେଷ ଅଂଶ ପାକସ୍ଥଳୀ ସହ ସଂଯୁକ୍ତ ।
(v) ସେଲ୍ୟୁଲୋଜ ଏକ ପ୍ରକାର ସ୍ନେହସାର ଜାତୀୟ ପଦାର୍ଥ ।
Solution:
(i) ସୌର ଶକ୍ତିକୁ ବିନିଯୋଗ କରି ପତ୍ର ଅଙ୍ଗାରକାମ୍ଳ ଓ ଜଳକୁ ମିଶାଇ ଶ୍ଵେତସାର ଖାଦ୍ୟ ପ୍ରସ୍ତୁତ କରେ ।
(ii) କେତେକ ନୀଳହରିଣ ଶୈବାଳଦ୍ୱାରା ବାୟୁମଣ୍ଡଳର ଯବକ୍ଷାରଜାନ ବିବନ୍ଧନ ହୋଇଥାଏ ।
(iii)ପ୍ରାଣୀମାନଙ୍କ ଭିନ୍ନ ଭିନ୍ନ ପ୍ରକାର ଖାଇବାର ଅଭ୍ୟାସକୁ ଖାଦ୍ୟାଭ୍ୟାସ କୁହାଯାଏ ।
(iv) କ୍ଷୁଦ୍ରାନ୍ତର ଶେଷ ଅଂଶ ବୃହଦନ୍ତ୍ର ସହ ସଂଯୁକ୍ତ ।
(v) ସେଲ୍ୟୁଲୋଜ୍ ଏକ ପ୍ରକାର ଶ୍ଵେତସାର ଜାତୀୟ ପଦାର୍ଥ ।

V.
‘କ’ ପୃମରେ ଦିଆଯାଇଥିବା ପରିପାକତନ୍ତ୍ର ଅଶଗୁଡିକର ନାମ ମାହିତ ‘ଖ’ ସ୍ତମ୍ବରେ ଥିବା ସମକତ କାଯକ୍ତ ଯୋଶି ଲେଖ |
BSE Odisha 7th Class Science Important Questions Chapter 5 Img 1

VI. ଅସଂପୃକ୍ତ ପଦଟି ବାଛି ଲେଖ ।
(i) ସବୁଜ ଉଭିଦ, ନୀଳହରିତ୍ ଶୈବାଳ, ରସାୟଶ୍ଳେଷଣ ବୀଜାଣୁ, ଏମିବା । (ସ୍ଵଭୋଜୀ ପୋଷଣ ଅନୁଯାୟୀ)
(ii) ଏମିବା, ପାରାମେସିୟମ୍, ମାଛ, ବେଙ୍ଗ, ସାପ । (ପ୍ରାଣୀୟ ପୋଷଣ ଅନୁଯାୟୀ)
(iii) ପ୍ଲାଜ୍‌ମୋଡ଼ିୟମ୍, କବକ, ଅଙ୍କୁଶ କୃମି, ମଲାଙ୍ଗ, ନିର୍ମୂଳୀ (ପରଜୀବୀୟ
(iv) ମଲାଙ୍ଗ, ଛତୁ, ଫିମ୍ପି, କବକ (ମୃତୋପଜୀବୀୟ ପୋଷଣ ଅନୁଯାୟୀ) |
(v) ଗାଈ, ଛେଳି, ବେଙ୍ଗ, ହରିଣ, ଠେକୁଆ (ଶାକାହାରୀ ଅନୁଯାୟୀ)
Solution:
(i) ଏମିବା,
(ii) ପାରାମେସିୟମ୍,
(iii) କବକ,
(iv) ମଲାଙ୍ଗ
(v) ବେଙ୍ଗ

BSE Odisha 7th Class Science Important Questions Chapter 5 ପୋଷଣ

VII. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(i) ହରିଣ କେଉଁ ପ୍ରକାରର ପ୍ରାଣୀ ?
(ii) ଏମିବାର କେଉଁ ଅଂଶରେ ଖାଦ୍ୟ ହଜମ ହୋଇଥାଏ ?
(iii) ମୁଖଗହ୍ଵରରେ କେଉଁ ଖାଦ୍ୟ ଆଂଶିକଭାବେ ହଜମ ହୋଇଥାଏ ?
(iv) ମନୁଷ୍ୟ ଶରୀରର ସର୍ବବୃହତ୍ ଗ୍ରନ୍ଥିଟି କିଏ ?
(v) କମଣ୍ଡଳୁ ପରି ମାଂସାଶୀ ଉଭିଦ ତା’ର ଯବକ୍ଷାରଜାନ ଆବଶ୍ୟକତା କାହାଠାରୁ ପାଇଥାଏ ?
(vi) ଉଭିଦର ପତ୍ର ନିଜ ପୃଷ୍ଠରେ ଥ‌ିବା ଯେଉଁ ଛୋଟ ରନ୍ଧ୍ର ଦେଇ ବାୟୁରୁ ଅଙ୍ଗାରକାମ୍ଳ ଗ୍ରହଣ କରେ ତାକୁ କ’ଣ କହନ୍ତି ?
(vii) ଉଭିଦର କେଉଁ ଅଂଶ ସୂର୍ଯ୍ୟାଲୋକରୁ ଶକ୍ତି ଆହରଣ କରେ ?
(viii) ମଣ୍ଡଦ ଆୟୋଡ଼ିନ୍ ସଂସ୍ପର୍ଶରେ ଆସିଲେ କେଉଁ ବର୍ଷ ଧାରଣ କରେ ?
(ix) ବାୟୁମଣ୍ଡଳରେ ପ୍ରାୟ ଯବକ୍ଷାରଜାନର ଅଂଶ କେତେ ?
(x) କାହାଦ୍ଵାରା ବାୟୁମଣ୍ଡଳର ଯବକ୍ଷାରଜାନ ବିବନ୍ଧନ ହୋଇଥାଏ ?
(xi) ଛତୁ ଓ ଫିମ୍ପିମାନଙ୍କୁ କ’ଣ କୁହାଯାଏ ?
(xii) ପେନ୍‌ସିଲିୟମ୍ କବକରୁ କେଉଁ ନାମକ ପ୍ରତିଜୀବୀ ମିଳିଥାଏ ?
(xiii) ଲାଇକେନ୍‌ର ବଂଶବିସ୍ତାର କାହାଦ୍ଵାରା ହୋଇଥାଏ ?
(xiv) ଗେଣ୍ଡା ଓ ଶାମୁକା ଖୋଳପାର ମୁଖ୍ୟ ଉପାଦାନ କ’ଣ ?
(xv) ଆମ ପାଟି ଭିତରେ ସର୍ବାଧ‌ିକ କେତୋଟି ଦାନ୍ତ ଥାଏ ?
Solution:
(i) ରୋମନ୍ଥନ ପ୍ରାଣୀ
(ii) ରସଧାନୀ
(iii) ଶ୍ଵେତସାର ଖାଦ୍ୟ
(iv) ଯକୃତ
(v) କୀଟପତଙ୍ଗଙ୍କଠାରୁ
(vi) ସ୍ତୋମ୍
(vii) ସବୁଜକଣା
(viii) ନୀଳ
(ix) ତିନି-ଚତୁର୍ଥାଂଶ
(x) ନୀଳହରିତ୍‌ ଶୈବାଳ
(xi) କବକ
(xii) ପେନ୍‌ସିଲିନ୍
(xiii) କବକ
(xiv) କ୍ୟାଲସିୟମ୍ କାର୍ବୋନେଟ୍
(xv) 32

VIII. ଶରୀରର କେଉଁ କେଉଁ ଅଂଶରେ ନିମ୍ନଲିଖୂ ଖାଦ୍ୟଗୁଡ଼ିକର ହଜମ ହୋଇଥାଏ ଲେଖ ।
(i) ଶ୍ଵେତସାର କାତାଯ୍ ଖାଦ୍ୟ
(ii) ପୁଶୁସାର କାତାଯ୍ ଖାଦ୍ୟ
(iii) ଚର୍ବି ଜାତୀୟ ଖାଦ୍ୟ
(iv) ସମସ୍ତ ଖାଦ୍ୟସାର
Solution:
(i) ମୁଖଗହ୍ଵର ଓ କ୍ଷୁଦ୍ରାନ୍ତ୍ର
(ii) ପାକସ୍ଥଳୀ ଓ କ୍ଷୁଦ୍ରାନ୍ତ୍ର
(iii) ଅଗ୍ନାଶୟ ରସଦ୍ଵାରା କ୍ଷୁଦ୍ରାନ୍ତ୍ରରେ
(iv) ଶ୍ମଣ୍ଡାନ୍ତ

IX. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) ଜୀବଜଗତ କାହାକୁ କୁହାଯାଏ ?
(ii) ଜୀବର ଜୀବନ ପ୍ରକ୍ରିୟା କ’ଣ ?
(iii) ଖାଦ୍ୟ ଶରୀରର କେଉଁ ଆବଶ୍ୟକତା ପୂରଣ କରେ ?
(iv) ମଣିଷକୁ ସର୍ବାହାରୀ କୁହାଯାଏ କାହିଁକି ?
(v) ଆମର ଖାଦ୍ୟ ମୁଖ୍ୟତଃ କେଉଁଠାରୁ ମିଳେ ?
(vi) ଉଭିଦର ପୋଷକମାନେ ମୂଳରୁ ପତ୍ର ପର୍ଯ୍ୟନ୍ତ କିପରି ଯାଆନ୍ତି ?
(vii) ସ୍ଵଭୋଜୀ ବା ସ୍ଵପୋଷୀ କାହାକୁ କହନ୍ତି ?
(viii)ଉଭିଦ କେଉଁ କେଉଁ ପ୍ରକାର ଖାଦ୍ୟ ପ୍ରସ୍ତୁତ କରେ ?
(ix) ତାରକା ମାଛ କ’ଣ ଖାଏ ?
(x) ଆମ ପାଟିରେ ସର୍ବାଧ୍ଵ ଦାନ୍ତସଂଖ୍ୟା କେତେ ?
Solution:
(i) ଉଭୟ ପ୍ରାଣୀଜଗତ ଓ ଉଭିଦଜଗତକୁ ଜୀବଜଗତ କୁହାଯାଏ ।
(ii) ଜୀବର ବୃଦ୍ଧି, ବିକାଶ, ଜନନ, ରେଚନ, ଚଳନ, ପୋଷଣ, ଶ୍ବସନ ଇତ୍ୟାଦି ଜୀବନ ପ୍ରକ୍ରିୟା ଅଟେ ।
(iii) ଖାଦ୍ୟ ଶରୀରର ବୃଦ୍ଧି, ଶକ୍ତି, ନୂତନ କୋଷ ସୃଷ୍ଟି, ରୋଗ ପ୍ରତିରୋଧକ ଶକ୍ତି, କ୍ଷୟପୂରଣ, ଜନନ, ରେଚନ, ଚଳନ, ପୋଷଣ, ଶ୍ୱସନ ଆଦି ଆବଶ୍ୟକତା ପୂରଣ କରେ |
(iv) ମଣିଷ ଉଭୟ ପ୍ରାଣୀଜାତ ଓ ଉଭିଦଜାତ ଖାଦ୍ୟ ଖାଉଥ‌ିବାରୁ ତାକୁ ସର୍ବାହାରୀ କୁହାଯାଏ ।
(v) ଆମର ଖାଦ୍ୟ ମୁଖ୍ୟତଃ ପ୍ରାଣୀଜାତ ଓ ଉଭିଦଜାତ ଉପାଦାନରୁ ମିଳେ ।
(vi) ଉଦ୍ଭିଦର ପୋଷକମାନେ ମୂଳରୁ ପତ୍ର ପର୍ଯ୍ୟନ୍ତ ସଂବାହୀ ନଳୀଦ୍ଵାରା ଯାଆନ୍ତି ।
(vii) ସ୍ବଭୋଜୀ ବା ସ୍ଵପୋଷୀ ସବୁଜ ଉଭିଦକୁ କହନ୍ତି ।
(viii)ଉଭିଦ ଶ୍ଵେତସାର, ପୁଷ୍ଟିସାର, ଜୀବସାର ଓ ସ୍ନେହସାର ଖାଦ୍ୟ.ପ୍ରସ୍ତୁତ କରେ ।
(ix) ତାରକା ମାଛ ଗେଣ୍ଡା ଓ ଶାମୁକା ଖାଏ ।
(x) ଆମ ପାଟିରେ ସର୍ବାଧିକ ଦାନ୍ତସଂଖ୍ୟା 32 |