BSE Odisha 8th Class Odia Solutions Chapter 12 ଡାକମୁନ୍ସି

Odisha State Board BSE Odisha 8th Class Odia Solutions Chapter 12 ଡାକମୁନ୍ସି Textbook Exercise Questions and Answers.

BSE Odisha Class 8 Odia Solutions Chapter 12 ଡାକମୁନ୍ସି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଆସ, କଥାବାର୍ତ୍ତା ହେବା ।
(କ) ହରିସିଂ କେଉଁ ପୋଷ୍ଟ ଅଫିସ୍‌ରେ କାର୍ଯ୍ୟ କରୁଥିଲେ ?
Answer:
ହରିସିଂ ଚାକିରି କଲା ଦିନରୁ ମଫସଲର ଅନେକ ପୋଷ୍ଟ ଅଫିସ୍‌ କାର୍ଯ୍ୟ କରିବା ପରେ ଦଶବର୍ଷ ହେଲା କଟକ ସଦର ପୋଷ୍ଟ ଅଫିସ୍‌ରେ କାର୍ଯ୍ୟ କରୁଥିଲେ ।

(ଖ) ମାସିକ ଦରମା ରୂପେ ହରିସିଂଙ୍କୁ କେତେ ଟଙ୍କା ମିଳୁଥିଲା ?
Answer:
ମାସିକ ଦରମା ରୂପେ ହରିସିଂଙ୍କୁ ନଅଟଙ୍କା ମିଳୁଥିଲା ।

BSE Odisha 8th Class Odia Solutions Chapter 12 ଡାକମୁନ୍ସି

(ଗ) ହରିସିଂଙ୍କ ଦେହ କାହିଁକି କଳାକାଠ ପଡ଼ିଯାଇଥିଲା ?
Answer:
ପୋଷ୍ଟମାଷ୍ଟରଙ୍କଠାରୁ ଚାକିରି ଶେଷ ହେବା କଥା ଶୁଣି, ଗୋପାଳକୁ କିପରି କଟକ ଆଣି ଇଂରାଜୀ ପାଠ ପଢ଼ାଇବେ, ସେହି କଥା ଭାବି ଭାବି ହରିସିଂଙ୍କ ଦେହ କଳାକାଠ ପଡ଼ି ଯାଇଥିଲା ।

(ଘ) ପୋଷ୍ଟମାଷ୍ଟର୍ ବାବୁ କେତେବେଳେ ଇଂରେଜୀ ଖବର କାଗଜ ପଢ଼ୁଥିଲେ ?
Answer:
ପୋଷ୍ଟମାଷ୍ଟରବାବୁ ସଞ୍ଜବେଳେ ଇଂରେଜୀ ଖବରକାଗଜ ପଢ଼ୁଥିଲେ ।

(ଙ) ହରିସିଂଙ୍କୁ ପୋଷ୍ଟମାଷ୍ଟର୍ ବାବୁ କାହିଁକି ଭଲପାଉଥିଲେ ?
Answer:
ପୋଷ୍ଟମାଷ୍ଟର ବାବୁଙ୍କ ମନଜାଣି ମିଠାକଡ଼ା ଗୁଡ଼ାଖୁ ଚିଲମ ସଜାଇ ଦେଉଥ‌ିବାରୁ ଓ ଉପରହାକିମ ଆସିଲେ ସେମାନଙ୍କ ଖୁସି ପାଇଁ ଖାଦ୍ୟପଦାର୍ଥ ବ୍ୟବସ୍ଥା କରୁଥିବାରୁ, ହରିସିଂଙ୍କୁ ପୋଷ୍ଟମାଷ୍ଟର ବାବୁ ଭଲପାଉଥିଲେ ।

Question ୨।
ଦୁଇ ବା ତିନୋଟି ବାକ୍ୟରେ ତଳ ପ୍ରଶ୍ନର ଉତ୍ତର ଲେଖୁବା ?
(କ) ନଅ ଟଙ୍କା ଦରମାରେ ହରିସିଂ କିପରି ଗୁଜୁରାଣ ମେଣ୍ଟାଉଥିଲେ ?
Answer:
ହରିସିଂ ନଅଟଙ୍କା ଦରମାରୁ ପାଞ୍ଚଟଙ୍କାରେ କଟକ ସହରରେ କୌଣସି ପ୍ରକାରେ ଅତିକଷ୍ଟରେ ଚଳୁଥିଲେ । ଅବଶିଷ୍ଟ ଚାରି ଟଙ୍କାକୁ ଗାଁକୁ ପଠାଉଥିଲେ, କାରଣ ଗାଁରେ ରହୁଥିଲେ ତାଙ୍କର ସ୍ତ୍ରୀ ଓ ଆଠବର୍ଷର ପୁଅ ଗୋପାଳ । ଗୋପାଳର ପାଠପଢ଼ା ଖର୍ଚ୍ଚ ସାଙ୍ଗକୁ ଘରଖର୍ଚ୍ଚ, ଗାଁରେ ସେମାନେ ଟାଣଟୁଣ ହୋଇ ଚଳୁଥ୍ଳୋ

(ଖ) ଗୋପାଳକୁ ଇଂରେଜୀ ପଢ଼ାଇବା ପାଇଁ ହରିସିଂ କାହିଁକି ଇଚ୍ଛା କରିଥଳେ ?
Answer:
ଗୋପାଳକୁ ଇଂରେଜୀ ପଢ଼ାଇବା ପଛରେ ହରିସିଂଙ୍କ ମନରେ ଉଚ୍ଚ ଆଶା ରହିଥିଲା । ଇଂରେଜୀ ପଢ଼ିଲେ ଗୋପାଳ ମଫସଲ ପୋଷ୍ଟଅଫିସ୍‌ରେ ସର୍‌ପୋଷ୍ଟମାଷ୍ଟର ହେବାର ଇଚ୍ଛା ସେ ରଖୁଥିଲେ ।

(ଗ) ହରିସିଂ ଗାଆଁରେ ପହଞ୍ଚି କ’ଣ ଦେଖ‌ିଲେ ?
Answer:
ହରିସିଂ ଗାଆଁରେ ପହଞ୍ଚ୍ ଦେଖ‌ିଲେ, ବୁଢ଼ୀର ଅବସ୍ଥା ଶେଷ ପ୍ରାୟ ହୋଇଗଲାଣି । ବୁଢ଼ୀକୁ ଏପରି ଅବସ୍ଥାରେ ଦେଖୁ ହରିସିଂଙ୍କ ଆଖ୍ର ଜ୍ୟୋତି ହଜିଗଲା। ବୁଢ଼ୀ ସ୍ଵାମୀଙ୍କ ମୁହଁକୁ ଅନାଇ, ଦୁଇ ହାତ ଉଠାଇ ଦଣ୍ଡବତ ହୋଇ, ପାଦଧୂଳି ନେବା ସହିତ ଶେଷ ନିଃଶ୍ବାସ ତ୍ୟାଗ କଲେ ।

BSE Odisha 8th Class Odia Solutions Chapter 12 ଡାକମୁନ୍ସି

(ଘ) ପନ୍ତ୍ରୀଙ୍କ ମୃତ୍ୟୁ ପରେ ହରିସିଂ କ’ଣ କଲେ ?
Answer:
ପତ୍ନୀଙ୍କ ମୃତ୍ୟୁ ପରେ ହରିସିଂ ଗାଁରେ ଯାହାକିଛି ମାଲମତା ଥିଲା ସେସବୁକୁ ବିକି ଦେଇଥିଲେ । ପୁଅ ଗୋପାଳକୁ ସାଙ୍ଗରେ ଧରି ସେ କଟକ ପଳାଇ ଆସିଥିଲେ ।

(ଙ) ଚାକିରି ସରିଯିବା ପରେ ହରିସିଂଙ୍କର କ’ଣ ଅସୁବିଧା ହେଲା ?
Answer:
ଚାକିରି ସରିଯିବା ପରେ ହରିସିଂଙ୍କର ପେନ୍‌ସନ୍‌ ହୋଇଗଲା । ଚଳିବାରେ କଷ୍ଟ ହେବାରୁ ଘରର ଲୋଟା
କଂସା ଯାହା ଦୁଇଖଣ୍ଡ ଥିଲା ସେସବୁକୁ ବିକ୍ରି କରି ଖାଇଲେ । ଚାକିରିରେ ଥିବାବେଳେ ଅତି କଷ୍ଟରେ ମାସକୁ ଯେଉଁ ଦୁଇ-ଚାରି ଅଣା ସଞ୍ଚୟ କରିଥିଲେ, ସେସବୁ ଗୋପାଳର ମାଇନର ପଢ଼ାରେ ଶେଷ ହୋଇଗଲା ।

Question ୩ ।
ଆସ, ତଳେ ଦିଆଯାଇଥିବା ବାକ୍ୟଗୁଡ଼ିକୁ ସରଳ ଭାଷାରେ ବୁଝାଇ ଲେଖୁ ।
(କ) ‘ଆରେ ନିର୍ବୋଧ ଏ କ’ଣରେ ! ଆଚ୍ଛା ବୁଝିବୁ’’ ।
Answer:
ଆଲୋଚ୍ୟ ପ୍ରସଙ୍ଗଟି ଗାଳ୍ପିକ ଫକୀରମୋହନ ସେନାପତିଙ୍କ ଲିଖ୍ ‘ଡାକମୁନ୍ସି’ ଗଳ୍ପରୁ ଆସିଅଛି । ଏଠାରେ ଗାଳ୍ପିକ ହରିସିଂଙ୍କ ଉଦ୍ଦେଶ୍ୟରେ, ଭଗବାନଙ୍କର ନିଷ୍ଠୁର ବିଚାରଧାରାକୁ ଉଲ୍ଲେଖ କରିଛନ୍ତି । ଗୋପାଳ ଚାକିରି ପାଇବା ପରେ ହରିସିଂଙ୍କ ମନୋଭାବ ବଦଳି ଯାଇଥିଲା । ସେ ସବୁବେଳେ ପୁଅର ଖାଇବା, ପିନ୍ଧିବା କଥା ଚିନ୍ତା କରି ସମୟ ବିତାଇଲେ । ପୁଅର ସୁଖ ସୁବିଧା ପାଇଁ ଦିନରାତି ଲାଗି ପଡ଼ିଲେ । ଆଗରୁ ସେ ଠାକୁରଙ୍କୁ ଡାକୁଥିଲେ, ବେଳେବେଳେ ହରିନାମ କରୁଥିଲେ । ମାତ୍ର ଗୋପାଳ ପାଇଁ ସେସବୁ ଭୁଲିଗଲେ । ଏପରି ପରିସ୍ଥିତି ଦେଖୁ ହରି ଅର୍ଥାତ୍ ଭଗବାନ୍, ହରିସିଂହଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଯାଇଥିଲେ । ରାଗିକରି ହରିସିଂ ପାଇଁ ଉପଯୁକ୍ତ ଦଣ୍ଡର ବ୍ୟବସ୍ଥା କରାଇବାକୁ ଯାଇ କହିଥିଲେ, ‘ନିର୍ବୋଧ, ଏପରି କରି ତୁ କିଛି ଭଲ କରୁନାହୁଁ । ଏହାରି ପ୍ରତିଫଳିତ ତୋତେ ନିଶ୍ଚୟ ଭୋଗ କରିବାକୁ ପଡ଼ିବ ।’ ଭଗବତ୍ ବିଶ୍ଵାସହୀନ ହେଲେ ମଣିଷ କିପରି ଦଣ୍ଡିତ ହୁଏ, ଏଠାରେ ତାହା ବୁଝାଇ କୁହାଯାଇଛି ।

(ଖ) ‘ଅଜାଗା ଘା, ଦେଖ୍ହୁଏ ନାହିଁ କି ଦେଖାଇହୁଏ ନାହିଁ’ ।
Answer:
ଆଲୋଚ୍ୟ ପ୍ରସଙ୍ଗଟି ଗାଳ୍ପିକ ଫକୀରମୋହନ ସେନାପତିଙ୍କ ରଚିତ ‘ଡାକମୁନ୍ସି’ ଗଳ୍ପରୁ ଆସିଅଛି । ଏଠାରେ ଗାଳ୍ପିକ ଓଡ଼ିଆରେ ଏକ ବହୁ ପ୍ରଚଳିତ ଋଢ଼ିକୁ ବ୍ୟବହାର କରି, ହରିସିଂ ନିଜ ପୁଅ କଥାରେ ବ୍ୟଥ୍‌ତ ହୋଇଥିବା ପରିସ୍ଥିତି କଥା ସୂଚାଇ ଅଛନ୍ତି । ଗୋପାଳ ଚାକିରି କଲାପରେ, ପ୍ରଥମେ ତାହାର ବାପାଙ୍କ ପ୍ରତି ମନୋଭାବ ଠିକ୍ ଥିଲା । ମାତ୍ର ପରବର୍ତ୍ତୀ ସମୟରେ ତାହାର ଚିନ୍ତାଧାରା ବଦଳି ଯାଇଥିଲା । ବାପାଙ୍କୁ ସେ ଅଶିକ୍ଷିତ, ମଳିମୁଣ୍ଡିଆ ବୋଲି ବିଚାର କଲା । ବାପାଙ୍କ

ପାଇଁ ତାହାର ସମ୍ମାନ ଯାଉଛି ବୋଲି ଚିନ୍ତାକଲା । ଏଣିକି ସେ ବାପାଙ୍କୁ ବିନାକାରଣରେ ଗାଳି ଦେଲା । ଥରେ କେତେ ଜଣ ସେମିଜ୍ ପିନ୍ଧା ମହିଳାଙ୍କ ଆଗରେ ହରିସିଂ ଖୋଲା ଦେହରେ ଚାଲିଯିବାରୁ ଗୋପାଳକୁ ଖୁବ୍ ଅପମାନ ବୋଧ ହେଲ । ବାହାର ଲୋକଙ୍କ ନିକଟରେ ତାହାର ମାନହାନୀ ହେଉଛି ବୋଲି କହିଲା । ଗୋପାଳର ନିଷ୍ଠୁର କଥା ଶୁଣି, ହରିସିଂର କାନମୁଣ୍ଡ ଭାଁ ଭାଁ ହୋଇଗଲା । ସେ କ’ଣ କରିବ ବୋଲି ଚିନ୍ତା କରି ପାରିଲା ନାହିଁ । ନିଜ ପୁଅ କଥା କାହା ଆଗରେ କହିବ ବୋଲି ଉଚିତ୍ ମନେକଲା ନାହିଁ । ନିଜ ମନରେ ଦୁଃଖକୁ ଚାପି ରଖୁଲା । ଏହାକୁ ବୁଝାଇବା ପାଇଁ ଗାଳ୍ପିକ ଏଭଳି ରୂଢ଼ି ପ୍ରୟୋଗ କରି, ନିଜର ବକ୍ତବ୍ୟ ଆହୁରି ସ୍ପଷ୍ଟ କରାଇଛନ୍ତି ।

(ଗ) ବର୍ତ୍ତମାନ ସର୍ବସ୍ଵ ଲୋକ ଉପସ୍ଥିତ ସୁଖ ବା ଦୁଃଖରେ ବିମୋହିତ ହୋଇପଡ଼ିଥାନ୍ତି ?
Answer:
ଆଲୋଚ୍ୟ ପ୍ରସଙ୍ଗଟି ଗାଳ୍ପିକ ଫକୀରମୋହନ ସେନାପତିଙ୍କ ‘ଡାକମୁନସି’ ଗଳ୍ପରୁ ଆସିଅଛି । ଏଠାରେ ଲେଖକ ହରିସିଂଙ୍କ ବର୍ତ୍ତମାନ ସର୍ବସ୍ଵ ଚିନ୍ତାଧାରା ପ୍ରତି ଆକ୍ଷେପ କରି ଏଭଳି ଚିନ୍ତାଧାରା ପ୍ରକାଶ କରିଛନ୍ତି । ହରି ସିଂଙ୍କୁ ପୋଷ୍ଟମାଷ୍ଟର୍ ଦୟା କରିଛନ୍ତି । ହରି ସିଂର ଚାକିରିକାଳ ବଢାଇଦେବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିଛନ୍ତି । ତାଙ୍କର ଦରଖାସ୍ତ ଉପରେ ସୁପାରିସ କରି ସଦର ଅଫିସ୍‌ ପଠାଇଛନ୍ତି । ଯାହା ଫଳରେ ହରିସିଂଙ୍କ ଚାକିରିକାଳ ଆଉ ଦୁଇବର୍ଷ ବଢ଼ି ଯାଇଛି । ଏହି ଖବର ପାଇଲା ପରେ, ହରିସିଂ ଖୁସି ହୋଇଛନ୍ତି । ନିଜର ଖୁସି ଖବର ଗାଁକୁ ପଠାଇ ଦେଇଛନ୍ତି । ଏହି ପରିସ୍ଥିତିକୁ ବିଚାର କରି ଗାଳ୍ପିକ ଲେଖୁଛନ୍ତି, ହରିସିଂ ଭଳି ବର୍ତ୍ତମାନସର୍ବସ୍ଵ ମଣିଷ, ସାମାନ୍ୟ ଖୁସିରେ ଯେପରି ବିମୋହିତ ହୁଅନ୍ତି, ସାମାନ୍ୟ ଦୁଃଖରେ ମଧ୍ୟ ସେହିପରି ଭାଙ୍ଗି ପଡ଼ନ୍ତି । ବାସ୍ତବରେ ଗାଳ୍ପିକ, ହରିସିଂ ପାଇଁ ଯେଉଁ ମତାମତ ଦେଇଛନ୍ତି, ତାହା ଯଥାର୍ଥ ମନେ ହୋଇଥାଏ ।

BSE Odisha 8th Class Odia Solutions Chapter 12 ଡାକମୁନ୍ସି

Question ୪ ।
ତଳେ ଦିଆଯାଇଥ‌ିବା ବୈଦେଶିକ ଶବ୍ଦଗୁଡ଼ିକର ଅର୍ଥ ପାଖ କୋଠରିରେ ଅଛି । ଆସ, ଏହାକୁ ମିଳାଇ ଲେଖୁବା, ଯେପରି ରକମ୍ – ପ୍ରକାର ।
ଜିନିଷପତ୍ର, ଗାଁ ଅଞ୍ଚଳ, ନିନ୍ଦା ବାଗାଳି, ହଇରାଣ, ଉପସ୍ଥିତ, ମର୍ଯ୍ୟାଦା ଅବସ୍ଥା, ମାନସିକ ସ୍ଥିତି, କ୍ଷମା
ମଫସଲ ___________
ମାଲମତା ___________
ଇଜ୍ଜତ୍ ___________
ଫଜିତ୍ ___________
ହରକତ୍ ___________
ହାଜର୍ ___________
ହାଲ୍ ___________
ମିଜାକ୍ ___________
Answer:
ମଫସଲ – ଗାଁ ଅଞ୍ଚଳ
ମାଲମତା – ଜିନିଷପତ୍ର
ଇଜ୍ଜତ୍ – ମର୍ଯ୍ୟାଦା
ଫଜିତ୍ – ନିନ୍ଦା ବା ଗାଳି
ହରକତ୍ – ହଇରାଣ
ହାଜର୍ – ଉପସ୍ଥିତ
ହାଲ୍ – ଅବସ୍ଥା
ମିଜାକ୍ – ମାନସିକ ସ୍ଥିତି

Question ୫ ।
ତଳେ ‘କ’ – ସ୍ତମ୍ଭରେ କେତେଗୁଡ଼ିଏ ଶବ୍ଦ, ‘ଖ’ ସ୍ତମ୍ଭରେ – ସେହି ଶବ୍ଦର ଅର୍ଥ ଓ ‘ଗ’ ସ୍ତମ୍ଭରେ ତାହାର ସମ୍ପର୍କିତ ବାକ୍ୟ ଦିଆଯାଇଛି । ସେଗୁଡ଼ିକୁ ଗାରଟାଣି ଯୋଡ଼ିବା । (ପ୍ରଶ୍ନ ସହିତ ଉତ୍ତର)
BSE Odisha 8th Class Odia Solutions Chapter 12 ଡାକମୁନ୍ସି 1

Question ୬ ।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକୁ ନେଇ ଆସ ଗୋଟିଏ ଛୋଟ ଅନୁଚ୍ଛେଦ ଲେଖୁବା ।
ଖାଦ୍ୟପେୟ, ତୁଷ୍ଟି, ଉଚ୍ଛୁଣି, ଧର୍ମକର୍ମ, ଦୁଃଖସୁଖ, ଆନନ୍ଦ ଉତ୍ସବ
Answer:
ବାହାର ଖାଦ୍ୟପେୟ ଘରର ବ୍ୟବସ୍ଥାଭଳି ହୋଇ ନଥାଏ । ଏପରି ଖାଦ୍ୟରେ କୌଣସି ପ୍ରକାର ତୁଷ୍ଟି ମିଳିନଥାଏ । ଉଛୁଣି ଅନେକ ଲୋକ ବାହାର ଖାଦ୍ୟପେୟ ଉପରେ ନିର୍ଭର କରି ଚଳୁଛନ୍ତି । ଏଭଳି ଖାଦ୍ୟପେୟ ଗ୍ରହଣଦ୍ବାରା ଯେ ମଣିଷର ଧର୍ମକର୍ମ ନଷ୍ଟ ହେଉଛି, ସେ କଥା କେହି ବୁଝୁନାହାନ୍ତି । ଦୁଃଖସୁଖରେ ସବୁକୁ ଚଳେଇ ନେବାକୁ ହେଉଛି । ମାତ୍ର ଆନନ୍ଦ ଉତ୍ସବ ଦିନମାନଙ୍କରେ ସମସ୍ତେ ନିଜ ବାସଗୃହରେ ଖାଦ୍ୟପେୟର ସୁବନ୍ଦୋବସ୍ତ କରିଥାଆନ୍ତି ।

Question ୭ ।
ତଳେ ଦିଆଯାଇଥିବା ରୂଢ଼ିଗୁଡ଼ିକର ଅର୍ଥ ଲେଖ୍ ବାକ୍ୟରେ ବ୍ୟବହାର କରିବା । (ପ୍ରଶ୍ନ ସହ ଉତ୍ତର)
Answer:
(କ) ବଜ୍ର ପଡ଼ିବା – ଅର୍ଥ (ଅଚାନକ ବିପଦ ପଡ଼ିବା)
ବାକ୍ୟ – ହଠାତ୍ ବାପାଙ୍କ ମୃତ୍ୟୁ ଖବର ଶୁଣି, ମୋ ମୁଣ୍ଡରେ ବଜ୍ର ପଡ଼ିଲା ପରି ଲାଗିଲା ।

(ଖ) ଭେକ ଦେଖ୍ ଭିକ – ଅର୍ଥ (ବେଶପୋଷାକ ଅନୁସାରେ ମର୍ଯ୍ୟାଦା ମିଳିବା)
ବାକ୍ୟ – ଯଦୁବାବୁ ନିଜର ପରିଷ୍କାର ପରିଚ୍ଛନ୍ନତା ଓ ସୁନ୍ଦର ବେଶପୋଷାକ ପାଇଁ ସବୁଠାରେ ଆଦର ପାଆନ୍ତି, ସେଥୂପାଇଁ କୁହାଯାଏ, ଭେକ ଦେଖ୍ ଭିକ ।

(ଗ) ଚକେ ଗଲେ ବାରହାଟ – ଅର୍ଥ (ସମୟ ଅନୁସାରେ ସ୍ଵଭାବ ବଦଳିବା)
ବାକ୍ୟ – ରାମର ସ୍ବଭାବ ଏପରି ଯେ, ସେ ଚକେ ଗଲେ ବାର ହାତ । ତା’ ଉପରେ ନିର୍ଭର କରିବା ଠିକ୍ ନୁହେଁ । ହରିବାବୁ ପୂର୍ବରୁ ଖୁବ୍ ବିନୟୀ ଥିଲେ, ମାତ୍ର ଦୁଇ ପୁଅ ଚାକିରି ପାଇବା ପରଠାରୁ କାହାକୁ ଖାତିର କରୁନାହାନ୍ତି । ସେଇଥପାଇଁ ତ କୁହାଯାଏ ଚକେ ଗଲେ ବାର ହାତ ।

(ଘ) ଚାଲି ନଜାଣି ବାଟର ଦୋଷ – ଅର୍ଥ (ନିଜର ଦୁର୍ବଳତାକୁ ବିଚାର କରି ଅନ୍ୟକୁ ଦୋଷଦେବା)
ବାକ୍ୟ – ତୁମେ ତ କୌଣସି କାମ ଠିକ୍ ଭାବେ କରିପାରୁନାହଁ, ଚାଲି ନ ଜାଣି ବାଟର ଦୋଷ ଦେଉଛ କାହିଁକି ?

BSE Odisha 8th Class Odia Solutions Chapter 12 ଡାକମୁନ୍ସି

Question ୮ ।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକର ସନ୍ଧିବିଚ୍ଛେଦ କରି ଲେଖୁବା । (ପ୍ରଶ୍ନ ସହ ଉତ୍ତର)
Answer:
(କ) ଉଚ୍ଚାଶା = ଉଚ୍ଚ + ଆଶା
(ଖ) ମୁଦ୍ରିତାବସ୍ଥା = ମୁଦ୍ରିତ + ଅବସ୍ଥା
(ଗ) ପରସ୍ପର = ପର + ପର
(ଘ) ମତାମତ = ମତ + ଅମତ

Question ୯ ।
ତଳେ ଦିଆଯାଇଥ‌ିବା ଅନୁଛେଦଟିକୁ ପଢ଼ି କେତୋଟି ପ୍ରଶ୍ନ ତିଆରି କରିବା ।
Answer:
ଦିନେ ଡାକମୁନ୍‌ସିବାବୁ ବାପକୁ କହିଦେଲେ, – ‘ଦେଖ, ତୁମେ ମୋର କିଛି ଉପକାର କରି ନାହଁ । ଇଚ୍ଛା ହେଲେ ବସାରେ ରହ ନୋହିଲେ ଚାଲିଯାଅ । ଆଉ ଦେଖ, ବାବୁମାନେ ଆମ ଦୁଆରକୁ ଆସିଲେ ତୁମେ ଘରୁ ବାହାରିବ ନାହିଁ ।’’ ଗୋପାଳ କଥା ଶୁଣି ବୁଢ଼ାର କାନମୁଣ୍ଡ ଗାଁର୍ଭା କଲା – ଗୁମ୍ କରି ବସି ପଡ଼ିଲା, କାହାକୁ କହିବ ? ପୁଅ କଥା; ଅଜାଗା ଘା’ ଦେଖୁହୁଏ ନାହିଁ କି ଦେଖାଇ ହୁଏ ନାହିଁ । ଯାହାକୁ ମନର କଥା କହନ୍ତା, ସେ ଯାଇଛି । ବୁଢ଼ୀ କଥା ମନରେ ପଡ଼ିଲା, ଢେର କାନ୍ଦିଲା, ଚାରିଆଡ଼କୁ ଅନାଇଲା – କେହି ଭରସା ନାହିଁ । ବୁଢ଼ା ଦୁଃଖ ବେଳେ ବୁଢ଼ୀ କଥା ମନରେ କରେ, ସୁଖ ବେଳେ ମନରେ କରେ । ମୁହଁ ପୋଛିଲା, ଆଉ କାନ୍ଦିଲା ନାହିଁ, ଗୋପାଳର କାଳେ ଅମଙ୍ଗଳ ହେବ ।
ପ୍ରଶ୍ନ :
(କ) ଡାକମୁନ୍‌ସିବାବୁ ବାପାକୁ କ’ଣ କହିଲେ ?
(ଖ) ‘ବାବୁମାନେ ଆମ ଦୁଆରକୁ ଆସିଲେ ତୁମେ ଘରୁ ବାହାରିବ ନାହିଁ’ – ଏକଥା କିଏ କାହାକୁ କହିଥିଲା ?
(ଗ) ଗୋପାଳ କଥା ଶୁଣି ବୁଢ଼ାର ଅବସ୍ଥା କ’ଣ ହେଲା ?
(ଘ) ବୁଢ଼ା ଦୁଃଖବେଳେ କାହା କଥା ମନେ ପକାଇଥାଏ ?
(ଙ) ବୁଢ଼ା କାହିଁକି କାନ୍ଦିଲା ନାହିଁ ?

Question ୧୦ ।
ଭୁଲ୍ ଶବ୍ଦକୁ ଠିକ୍ କରି ତା’ ପାଖରେ ଲେଖୁବା । (ପ୍ରଶ୍ନ ସହ ଉତ୍ତର)
Answer:

  • ମୁକରୀର – ମୁକରିର
  • ଫଜିତ୍ – ଫଜିତ୍
  • ତୃଷ୍ଟି – ତୁଷ୍ଟି
  • ସୂତ – ସୂତ୍ର
  • ମେହରବାନି – ମେହେରବାନି
  • ଦେଶି – ଦେଣୀ
  • ମୁର୍ଖ – ମୂର୍ଖ
  • ଲଜା – ଲଜ୍ଜା
  • ଦୁଖଃ – ଦୁଃଖ
  • ମୁଶ୍ମିଲ୍ – ମୁସ୍କିଲ
  • ନିଃସ୍ୱାସ – ନିଃଶ୍ଵାସ
  • ସ୍ୱାମି – ସ୍ୱାମୀ
  • ପାର୍ଥନା – ପ୍ରାର୍ଥନା
  • ମୁଲିଆ – ମୂଲିଆ

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
ପେନ୍‌ସନ୍ ନେବାକୁ ପଡ଼ିବ ବୋଲି ଶୁଣିବା ପରେ ହରି ସିଂଙ୍କ ମୁଣ୍ଡରେ ବଜ୍ର ପଡ଼ିଲା କାହିଁକି ?
Answer:
ହରି ସିଂ କଟକ ସଦର ପୋଷ୍ଟ ଅଫିସ୍‌ରେ ହେଡ୍‌ପିଅନ ଭାବେ କାର୍ଯ୍ୟକରି ଗୁଜୁରାଣ ମେଣ୍ଟାଉଥିଲେ । ପୁଅକୁ ଇଂରାଜୀ ପଢ଼ାଇ ଗୋଟେ ମଫସଲ ପୋଷ୍ଟ ଅଫିସ୍‌ରେ ସପୋଷ୍ଟମାଷ୍ଟର କରିବାର ଉଚ୍ଚ ଆଶା ପୋଷଣ କରିଥିଲେ । ମାତ୍ର ତାଙ୍କୁ ୫୫ ବଜ୍ର ପଡ଼ିଲା । ସଂସାର କିପରି ଚଳିବ, ଗୋପାଳର ପାଠପଢ଼ା କାଳେ ବନ୍ଦ ହୋଇଯିବ ଏହି ଚିନ୍ତାରେ ତାଙ୍କୁ ରାତିରେ ନିଦ ହେଲା ନାହିଁ ।

BSE Odisha 8th Class Odia Solutions Chapter 12 ଡାକମୁନ୍ସି

Question ୨ ।
ଗୋପାଳ ଚାକିରି କଲାପରେ ହରି ସିଂଙ୍କର ବ୍ୟସ୍ତତା ବଢ଼ିଗଲା କାହିଁକି ?
Answer:
ଗୋପାଳ ଚାକିରି କଲାପରେ ପ୍ରଥମ ମାସର ଦରମା ହରି ସିଂଙ୍କୁ ଦେଇଥଲା। ବୁଢ଼ାର ଆନନ୍ଦ କହି ହେବ ନାହିଁ । ସେ ବଜାରକୁ ଯାଇ ଜୋତା, କୁରୁତା ଆଦି ଜିନିଷ ପୁଅ ପାଇଁ ଖୁସିରେ କିଣି ପକାଇଲେ। ନିଜେ ମଇଳା ଲୁଗା ଖଣ୍ଡେ ପିନ୍ଧି ଘର ଭିତରେ କାମରେ ଲାଗି ପଡ଼ିଲେ। ଗୋପାଳ କିପରି ଭଲ ଖାଇବ, ଭଲ ପିନ୍ଧିବ, ତା’ର ବିଛଣାପତ୍ର ପରିଷ୍କାର ରହିବ ଆଦି କାର୍ଯ୍ୟରେ ହରି ସିଂ ଲାଗିପଡ଼ିଲେ। ହରି ସିଂ ଏହିପରି ବ୍ୟସ୍ତତା ଭିତରେ ସମୟ କାଟିଲେ।

Question ୩ ।
ହରି ସିଂଙ୍କୁ ଘରର ସବୁ ଆସବାବପତ୍ର ବିକିବାକୁ ପଡ଼ିଥିଲା କାହିଁକି ?
Answer:
ହରି ସିଂ ଯେତେବେଳେ ପେନ୍‌ସନ୍ ନେଲେ ସେତେବେଳକୁ ଗୋପାଳ ମାଇନର ପଢୁଥିଲା । କଷ୍ଟେ ମଷ୍ଟେ ଚଳି ସେ ଜୀବନକାଳ ମଧ୍ୟରେ ଯାହା ସଞ୍ଚୟ କରିଥିଲେ ସେସବୁ ଗୋପାଳର ମାଇନର ପଢ଼ାରେ ଖର୍ଚ୍ଚ କଲେ । ସେସବୁ ଯଥେଷ୍ଟ ନଥିବାରୁ ଘରର ଲୋଟା, କଂସା ଯାହାକିଛି ଆସବାବପତ୍ର ଥିଲା ସବୁ ବିକିବାକୁ ବାଧ୍ୟ ହୋଇଥିଲେ । ତାଙ୍କର ବଡ଼ ଆଶା ଥିଲା ଗୋପାଳ ମାଇନର ଖଣ୍ଡକ ପାଶ୍ କରିଗଲେ ସବ୍‌ ପୋଷ୍ଟମାଷ୍ଟର ହେବ । ତାଙ୍କର ସବୁ କଷ୍ଟ ମେଣ୍ଟିବ । ଗୋପାଳ ବି ବାପାଙ୍କୁ ଭରସା ଦେଇଥୁଲା ଯେ ଚାକିରି କରି ସବୁ ଧାର କରଜ ଶୁଝିଦେବ ।

Question ୪।
ହରି ସିଂ ଅସୁସ୍ଥ ହୋଇପଡ଼ିଲେ କାହିଁକି ?
Answer:
ପୁଅ ଗୋପାଳର ମଫସଲକୁ ବଦଳି ହେଲାପରେ ପୁଅର କହିବା ଅନୁସାରେ ଘରର ସବୁ ଜିନିଷ ମୁଟରି ବାନ୍ଧି ମୁଣ୍ଡାଇ ବସି ଉଠି ଆଣିଥିଲେ । ମଫସଲରେ ପହଞ୍ଚିବାପରେ ଏତେ ବର୍ଷ ସହରରେ ଚଳିଥିବା ହରି ସିଂଙ୍କ ଦେହରେ ସେଠାକାର ପାଣି ପବନ ଗଲା ନାହିଁ । ତାଙ୍କୁ ମଧ୍ଯ ଗୋପାଳ ପାଇଁ ବ୍ୟସ୍ତ ରହି ସମସ୍ତ କାମ କରିବାକୁ ପଡୁଥିଲା । ତାଙ୍କୁ ଥଣ୍ଡା ଜ୍ୱର ଧରିଲା ଓ କାଶ ହେଲା । ରାତିରେ ଅଧ‌ିକ କାଶ ହେଲା । ସେ ଅସୁସ୍ଥ ହୋଇପଡ଼ିଲେ ।

Question ୫ ।
କେଉଁ ସବୁ ଉପଲବ୍ଧିକୁ ଆଧାର କରି ଫକୀରମୋହନ ସେନାପତି ‘ଡାକମୁନ୍ସୀ’ ଗଳ୍ପ ରଚନା କରିଥିଲେ ?
Answer:
‘ଡାକମୁନ୍‌ସି ଏକ ପାରିବାରିକ କାହାଣୀ’ । ଏହା ପିତା-ପୁତ୍ର ସଂପର୍କ ଉପରେ ଆଧାରିତ । ସେ ସମୟରେ ଇଂରାଜୀ ଶିକ୍ଷା ଓ ପାଶ୍ଚାତ୍ୟ ସଭ୍ୟତା ନବ ଯୁବପିଢ଼ିଙ୍କୁ ଆକୃଷ୍ଟ କରିଦେଇଥିଲା । ସେମାନେ ସମାଜରେ ପ୍ରତିଷ୍ଠିତ ହେବା ପରେ ଓ ରୋଜଗାରକ୍ଷମ ହେବାପରେ ପରିବାର, ବାପା-ମାଆଙ୍କୁ ଭୁଲି ଯାଇଛନ୍ତି । ସେମାନେ ବ୍ୟକ୍ତିଗତ ସୁଖ ଓ ବିଳାସକୁ ଗୁରୁତ୍ଵ ଦେବା ଫଳରେ ପିତା-ପୁତ୍ର ଭଳି ସଂପର୍କ ତୁଟି ଯାଇଛି । ଏସବୁ ଉପଲବ୍ଧକୁ ଆଧାର କରି ଫକୀରମୋହନ ‘ଡାକମୁନ୍ସି’ ପ୍ରବନ୍ଧ ରଚନା କରିଛନ୍ତି ।

ଗାଳ୍ପକ ପରିଚୟ: 

ଆଧୁନିକ ଓଡ଼ିଆ ସାହିତ୍ୟର ଅନ୍ୟତମ ନିର୍ମାତା ହେଉଛନ୍ତି ଫକୀରମୋହନ ସେନାପତି । ସେ କଳ୍ପନା ବିଳାସକୁ ପରିହାର କରି ବାସ୍ତବ ସମାଜ ଓ ଅନୁଭବକୁ ନେଇ ସାହିତ୍ୟ ନିର୍ମାଣ କରିଛନ୍ତି । ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ସେ ଥିଲେ କର୍ଣ୍ଣଧାର । ଓଡ଼ିଆ କଥା ସାହିତ୍ୟ, ଗଦ୍ୟ ସାହିତ୍ୟ ଓ କାବ୍ୟ ସାହିତ୍ୟକୁ ନୂଆ ରୂପ ଦେବା ନିମନ୍ତେ ସେ ଥିଲେ ଦୃଢ଼ସଙ୍କଳ୍ପ । ପ୍ରାଚୀନ ଅନ୍ଧବିଶ୍ୱାସକୁ ବିଲୋପ କରି ସାହିତ୍ୟ ମାଧ୍ୟମରେ ସଂସ୍କାର ଆଣିବାରେ ସେ ଥିଲେ ଯଥାର୍ଥରେ ଜାତୀୟ ସେନାପତି । ଓଡ଼ିଆମାନଙ୍କ କଥା ଭାଷାକୁ ସେ ସାହିତ୍ୟ-ମର୍ଯ୍ୟାଦା ଦେଇଥିଲେ । ଇଂରେଜୀ ଶିକ୍ଷା ଓ ସଭ୍ୟତାର କୁପରିଣାମ ସୃଷ୍ଟିକାରୀ ପ୍ରଭାବ ଓ ଅନୁସରଣକୁ ସେ ନିନ୍ଦା କରୁଥିଲେ । ତାଙ୍କର ଏହି ମାନସିକତା ତାଙ୍କ ଗଳ୍ପ, ଉପନ୍ୟାସ, ଆତ୍ମଚରିତ, ଭ୍ରମଣ ରଚନା ଆଦିରେ ପ୍ରତିଫଳିତ । ତାଙ୍କଦ୍ୱାରା ରଚିତ ଲେଖାଗୁଡ଼ିକ ଊନବିଂଶ ଶତାବ୍ଦୀର ସାମାଜିକ ଜୀବନ ଓ ବ୍ୟବସ୍ଥାର ନିଖୁଣ ଚିତ୍ର । ତାଙ୍କଦ୍ୱାରା ରଚିତ ସାହିତ୍ୟକୃତିଗୁଡ଼ିକୁ ଆମେ ନିମ୍ନମତେ ବିଚାର କରିବା ।

(କ) କାବ୍ୟ କବିତା – ବୌଦ୍ଧାବତାର କାବ୍ୟ, ଉତ୍କଳ ଭ୍ରମଣଂ, ଉପହାର, ପୂଜାଫୁଲ, ଧୂଳି, ଅବସର ବାସରେ ।
(ଖ) ଗଦ୍ୟ ଗ୍ରନ୍ଥ – ଆତ୍ମ ଚରିତ ।
(ଗ) ଉପନ୍ୟାସ ଗ୍ରନ୍ଥ – ଛ’ମାଣ ଆଠଗୁଣ୍ଠ, ମାମୁ, ଲଛମା, ପ୍ରାୟଶ୍ଚିତ୍ତ ।
(ଘ) ଗଚ୍ଚ୍ପଗ୍ରନ୍ଥ – ଗଳ୍ପସ୍ବଚ୍ଛ – ୧ମ ଭାଗ, ୨ୟ ଭାଗ । ତାଙ୍କ କ୍ଷୁଦ୍ରଗଳ୍ପର ସଂଖ୍ୟା – ୨୨।
ଏହି ୨୨ଗୋଟି ଗଳ୍ପ ହାସ୍ୟ ଓ ବ୍ୟଙ୍ଗ ଶୈଳୀରେ ଲିଖ୍ । ପ୍ରତ୍ୟେକ ଗଳ୍ପରେ ତତ୍‌କାଳୀନ ସମାଜର ଚିତ୍ର ପ୍ରତିଫଳିତ । ଅଧିକାଂଶ ଗଳ୍ପରେ ସମାଜସଂସ୍କାର ଦୃଷ୍ଟିଭଙ୍ଗୀ ପ୍ରତିଫଳିତ ।

ଗଳ୍ପର ପୃଷ୍ଠଭୂମି: 

‘ଡାକମୁନ୍ସି’ ଏକ ପାରିବାରିକ କାହାଣୀମୂଳକ ଲେଖା । ଏହି କ୍ଷୁଦ୍ରଗଳ୍ପରେ ପିତାପୁତ୍ରର କାହାଣୀ ବର୍ଣ୍ଣିତ । ଇଂରେଜୀ ଶିକ୍ଷା ଓ ସଭ୍ୟତା ଓଡ଼ିଶାର ନବ ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ କରିଦେଇଛି । ସେମାନେ ସମାଜରେ ପ୍ରତିଷ୍ଠିତ ଓ ରୋଜଗାରକ୍ଷମ ହେବା ପରେ ପରିବାର, ବାପ-ମାଆଙ୍କୁ ଭୁଲିଯାଇଛନ୍ତି । ସେମାନେ ବ୍ୟକ୍ତିଗତ ସୁଖ ଓ ବିଳାସକୁ ଅଧିକ ଗୁରୁତ୍ବ ଦେଇଛନ୍ତି । ପାରିବାରିକ ଓ ପିତା-ପୁତ୍ରଭଳି ପବିତ୍ର ସମ୍ପର୍କ ତୁଟିଯାଇଛି । ଏହି ଉପଲବ୍ଧକୁ ଆଧାର କରି ଫକୀରମୋହନ ‘ଡାକମୁନ୍ସି’ ଗଳ୍ପ ରଚନା କରିଛନ୍ତି । ଏହି ଗଳ୍ପଟି ସବୁସମୟରେ ପାଠକଙ୍କୁ ପିତାର ଦାୟିତ୍ଵ, ଆଦର ଓ ପୁତ୍ରର କର୍ତ୍ତବ୍ୟ, ସେବା, ଭକ୍ତି ସମ୍ପର୍କରେ ସଚେତନ କରାଇଦିଏ । ଉପଯୁକ୍ତ ପିତାର ଉପଯୁକ୍ତ ପୁତ୍ର ହୋଇ ନ ପାରିବାର ଅବସୋସର ଚିତ୍ର ଏହି ଗଳ୍ପଟିକୁ ଓଡ଼ିଆ ପାଠକ ମହଲରେ ସୁପରିଚିତ କରାଇ ପାରିଛି ।

ଗଳ୍ପର ସାରକଥା:

ହରି ସିଂ କଟକ ସଦର ପୋଷ୍ଟ ଅଫିସର ହେଡ଼ପିଅନ । ମାସକୁ ଦରମା ନଅ ଟଙ୍କା । କଟକ ସହରରେ ନିଆଁଠୁ ପାଣି ଯାଏ ସବୁ କିଣା । ଅତି କଷ୍ଟରେ ମାସକୁ ପାଞ୍ଚ ଟଙ୍କାରେ ଚଳି ଘରକୁ ଚାରି ଟଙ୍କା ପ୍ରତିମାସରେ ସେ ପଠାନ୍ତି । ଗାଁଘରେ ସ୍ତ୍ରୀ ଓ ଆଠବର୍ଷର ପୁଅ ଗୋପାଳ ସେହି ଚାରିଟଙ୍କାରେ ଚଳିଯା’ନ୍ତି । ପୁଅ ଗୋପାଳ ଅପର ପ୍ରାଇମେରୀ ସ୍କୁଲରେ ପଢ଼େ । ସ୍କୁଲର ଦୁଇଅଣା ଦରମା, ବହି, ପ୍ଲେଟ୍, କାଗଜ ଆଦି ପାଠପଢ଼ା ଜିନିଷ କିଣୁ କିଣୁ ଯେଉଁ ମାସରେ ବେଶି ଖରଚ ପଡ଼ିଯାଏ ସେ ମାସରେ ବୁଢ଼ା ଦିନେ ଦିନେ ଉପାସରେ ରହିଯା’ନ୍ତି । ଗୋପାଳ ପଢ଼ା ପାଇଁ ବୁଢ଼ା କିଛି ବି ଊଣା କରନ୍ତିନି । ଗୋପାଳଟି ପଢ଼ୁ – ଏହାହିଁ ବୁଢ଼ାଙ୍କର ବଡ଼ ସ୍ଵପ୍ନ ଓ ଏକମାତ୍ର ଆଶା ।

BSE Odisha 8th Class Odia Solutions Chapter 12 ଡାକମୁନ୍ସି

ମାତ୍ର ଯେଉଁଦିନ ପୋଷ୍ଟମାଷ୍ଟର ୫୫ ବର୍ଷ ହୋଇଯାଇଥିବାରୁ ହରି ସିଂଙ୍କୁ ପେନ୍‌ସନ୍ ନେବାକୁ ପଡ଼ିବ ବୋଲି ଜଣାଇଦେଲେ ସେଦିନ ମୁଣ୍ଡରେ ବଜ୍ର ପଡ଼ିଲା ପରି ତାଙ୍କୁ ଲାଗିଲା । ସଂସାର କିପରି ନକିବ, ଗୋପାଳର ପାଠପଢ଼ା କାଳେ ବନ୍ଦ ହୋଇଯିବ ଏହି ଚିନ୍ତାରେ ତାଙ୍କୁ ରାତିରେ ନିଦ ହୋଇନାହିଁ । ପୁଅ ଗୋପାଳକୁ ନେଇ ହରି ସିଂଙ୍କର ଉଚ୍ଚ ଆଶା ଥିଲା । ଗୋପାଳ ଇଂରେଜୀ ପାଠ ପଢ଼ି ଗୋଟେ ମସଲ ପୋଷ୍ଟ ଅଫିସରେ ସମ୍ପୋଷ୍ଟମାଷ୍ଟର ହେବ । ସେଥ‌ିପାଇଁ ସେ ଗୋପାଳକୁ କଟକ ଆଣି ଇଂରେଜୀ ପଢ଼ାଇବାକୁ ମନ କରିଥିଲେ । ତାଙ୍କର ଚାକିରି ଚାଲିଗଲେ ଏତେବଡ଼ ଆଶା ନିରାଶାରେ ପରିଣତ ହେବ । ଏହି କଥା ଭାବି ସିଙ୍ଗେ କଳାକାଠ ପଢ଼ିଗଲେ ।

ସରକାରୀ କାମ କରିବା ପରେ ସିଙ୍ଗେ ସଞ୍ଜବେଳେ ପୋଷ୍ଟମାଷ୍ଟରବାବୁଙ୍କ ଘରେ ଦୁଇଚାରିଟା ଅଧିକ କାମ କରି ଦେଉଥିଲେ । ଏ କାରଣରୁ ପୋଷ୍ଟମାଷ୍ଟରବାବୁ ହରି ସିଂଙ୍କ ଉପରେ ମେହେରବାନ ଥିଲେ । ହରି ସିଂ ଏହାର ସୁଯୋଗ ନେଇ ଦିନେ ସଞ୍ଜବେଳେ ବାବୁଙ୍କୁ ଗୁଡ଼ାଖୁ ଚିଲିମ ସଜାଇ ଦେଇ ଧୂଆଁ ଟାଣିବାକୁ ଦେଲେ । ବାବୁଙ୍କ ମୁହଁରୁ ଧୂଆଁ ଭକ୍ତଭକ୍ ହୋଇ ବାହାରିବା ସହିତ ଆଖୁଜି ହୋଇଆସିଲା । ଏହାକୁ ଠିକ୍ ସମୟ ଭାବି ହରି ସିଂ ପୋଷ୍ଟମାଷ୍ଟରବାବୁଙ୍କୁ ନିଜର
ଏଥ‌ିପାଇଁ ଦରଖାସ୍ତ ଖଣ୍ଡେ ଲେଖୁ ଆଣିବାକୁ ହରି ସିଂଙ୍କୁ କହିଲେ ।

ହରି ସିଂଙ୍କ ଦରଖାସ୍ତକୁ ପୋଷ୍ଟମାଷ୍ଟର ବାବୁ ସୁପାରିସ କରି ଉପର ହାକିମଙ୍କ ପାଖକୁ ପଠାଇଦେଲେ । ପୋଷ୍ଟମାଷ୍ଟରବାବୁଙ୍କ ଘରକୁ ଇନ୍‌ସିପେକ୍ଟର; ସୁପରିଣ୍ଟେଣ୍ଡଣ୍ଟବାବୁ ପ୍ରଭୃତି ଉପର ହାକିମବାବୁମାନେ ଆସିଲେ ହରି ସିଂ ସେମାନଙ୍କ ମିଜାଜ ଜାଣି ସେବା କରି ଖୁସି କରିଦିଏ । ଏ କାରଣରୁ ଉପର ହାକିମ ହରି ସିଂଙ୍କ ଚାକିରିକୁ ଦୁଇ ବରଷ ବଢ଼ାଇଦେଲେ । ମହାଖୁସିରେ ଏହି ବଡ଼ ଖବରଟାକୁ ସିଙ୍ଗେ ଚିଠି ଲେଖୁ ଗାଁକୁ ଜଣାଇଦେଲେ ।

ହରି ସିଂଙ୍କ ବର୍ତ୍ତମାନସର୍ବସ୍ଵ ଏ ଖୁସିଟା ବେଶି ସମୟ ରହିଲା ନାହିଁ । ବିଧାତାର ବିଧାନରେ ସିଙ୍ଗଙ୍କ ମହାଖୁସିଟା ପାଣିଫୋଟକା ପରି ଫାଟଗଲା । ସେ ଘରୁ ଚିଠି ପାଇଲେ ଯେ ଗୋପାଳର ମାଆ ସନ୍ନିପାତ ରୋଗରେ ପୀଡ଼ିତା । ଛୁଟି ନେଇ ଗାଁରେ ପହଞ୍ଚିବା ମାତ୍ରେ ହରି ସିଂଙ୍କୁ ଦେଖୁ ଗୋପାଳର ମାଆ ଶେଷନିଃଶ୍ୱାସ ତ୍ୟାଗ କଲେ । ସିଙ୍ଗଙ୍କ ଘର ଭାଙ୍ଗିଗଲା । ଘରର ମାଲମତା ବିକି ଦେଇ ଗୋପାଳକୁ ଧରି ସିଙ୍ଗେ କଟକ ଆସିଲେ । ସିଙ୍ଗେ ପେନ୍‌ସନ୍ ନେଲାବେଳକୁ ଗୋପାଳ ମାଇନର ପଢୁଛି । କଷ୍ଟେମଷ୍ଟେ ଚଳି ହରି ସିଂ ଯାହା କିଛି ସଞ୍ଚୟ କରିଥିଲେ ସେସବୁ ଗୋପାଳ ମାଇନର ପଢ଼ାରେ ଖର୍ଚ୍ଚ କଲେ । ଘରର ଲୋଟା କଂସାକୁ ବି ଏଥ‌ିପାଇଁ ସେ ବିକିଦେଲେ ।

ସିଙ୍ଗଙ୍କର ବଡ଼ ଆଶା – ଗୋପାଳ ପାସ୍ କରିଗଲେ ସପୋଷ୍ଟମାଷ୍ଟର ହେବ । ସବୁ କଷ୍ଟ ମେଣ୍ଟିବ । ଗୋପାଳ ବି ବାପାଙ୍କୁ ଭରସା ଦେଇଛି – ଚାକିରି କରି ସବୁ ଧାର କରଜ ଶୁଝିଦେବ । ହରି ସିଂଙ୍କ ଆଶା ଭଗବାନ ପୂରଣ କଲେ । ଗୋପାଳ ମାଇନର ପାଶ୍ କଲାପରେ ହରି ସିଂ ଉପର ହାକିମଙ୍କୁ ବହୁ ନିବେଦନ କଲେ । ଗୋପାଳ କୋଡ଼ିଏ ଟଙ୍କାରେ ମଫସଲ ମକ୍ରାମପୁର ପୋଷ୍ଟ ଅଫିସ୍‌ରେ ସପୋଷ୍ଟମାଷ୍ଟର ନିଯୁକ୍ତି ପାଇଲା । ଗୋପାଳର ଚାକିରି ପାଇବା ଖବର ପାଇ ବୁଢ଼ା ହରି ସିଂ ଖୁବ୍ ଆନନ୍ଦିତ ହେଲେ । ବୁଢ଼ୀ ଏ ସୁଖ ଦେଖୁବାକୁ ବଞ୍ଚି ରହିନଥୁବାରୁ ସିଙ୍ଗେ ଖୁବ୍ ଦୁଃଖ ଅନୁଭବ କରିଥିଲେ । ଗୋପାଳ ହାକିମ ହୋଇଥିବାରୁ ହରି ସିଂ ଈଶ୍ବରଙ୍କ ପାଖରେ ତା’ର ମଙ୍ଗଳ କାମନା କରିଥିଲେ ।

ଗୋପାଳ ପ୍ରଥମ ମାସର ଦରମା ବୁଢ଼ାଙ୍କୁ ଦେଲାପରେ ବୁଢ଼ା ହାକିମ ପୁଅର ଭେକ ପାଇଁ, ସମ୍ମାନ ପାଇଁ ଜୋତା, କୁରୁତା, ଲୁଗା ବଜାରରୁ କିଣି ଆଣିଲେ । ଅଫିସ୍‌ରେ ଗୋପାଳ ଇଂରେଜୀ ଲେଖେ । ବଡ଼ ବଡ଼ ବାବୁଙ୍କ ସହିତ କାରବାର କରେ । ସମସ୍ତେ ଗୋପାଳ ଚନ୍ଦ୍ର ସିଂଙ୍କୁ ଡାକନ୍ତି ‘ଡାକମୁନ୍‌ସିବାବୁ’ । ବୁଢ଼ା ଏଥୁରେ ଖୁସି । ମଳିଆ ଲୁଗା ଖଣ୍ଡେ ପିନ୍ଧି ବୁଢ଼ା ସବୁବେଳେ ଗୋପାଳର ଖାଇବା, ଗାଧୋଇବା, ଲୁଗାପଟା ପିନ୍ଧିବା ଆଦି ଚିନ୍ତାରେ ଥା’ନ୍ତି । ଏପରିକି ପୁଅ ପାଇଁ ବ୍ୟସ୍ତ ରହି ଆଗରୁ କରୁଥିବା ହରିନାମ ବି ଭୁଲିଗଲେଣି ।

ଧୀ ଧୀରେ ବୁଢ଼ା ବାପା ପ୍ରତି ପୁତ୍ର ଗୋପାଳବାବୁଙ୍କର ମନ ବଦଳିଗଲାଣି । ମଳିଆ ଲୁଗାପିନ୍ଧା ଲୋକଟାକୁ ବାପା ବୋଲି ପରିଚୟ ଦେବାକୁ ସେ କୁଣ୍ଠାବୋଧ କଲେ । ଯେଉଁଦିନ କିଛି ସେମିଜ୍ ପିନ୍ଧା ଶିକ୍ଷିତା ସ୍ତ୍ରୀଲୋକଙ୍କ ପାଖଦେଇ ମଳିଆ ଲୁଗାପିନ୍ଧା ହରି ସିଂ ଚାଲିଗଲେ ସେହିଦିନ ଗୋପାଳବାବୁ ଅପମାନ ବୋଧ କରି ବୁଢ଼ା ଉପରେ ଗରଗର ହେବା ଆରମ୍ଭ କଲେ । ମୂର୍ଖ ବୁଢ଼ାକୁ ବସାରୁ ତଡ଼ିଦେବାକୁ ଭାବିଲେ । ଏପରିକି ବାପା ତାଙ୍କ ପାଇଁ କିଛି ଉପକାର କରି ନାହାଁନ୍ତି ବୋଲି ସେ କହିଥିଲେ । ବାହାର ବାବୁମାନେ ଆସିଲେ ଘରୁ ନ ବାହାରିବାକୁ ତାଗିଦ କରିଥିଲେ । ଗୋପାଳ କଥାକୁ ଅଜାଗା ଘା’ ଦେଖୁ ହୁଏ ନାହିଁ କି ଦେଖାଇ ହୁଏ ନାହିଁ ନ୍ୟାୟରେ କାହାକୁ ହରି ସିଂ କାହାକୁ ଜଣାଇପାରୁ ନଥିଲେ । ବୁଢ଼ୀ କଥା ମନେପକାଇ କାନ୍ଦ ମାଡ଼ିଲେ ବି ଗୋପାଳର ଅମଙ୍ଗଳ ହେବ ଭାବି ସେ କାନ୍ଦି ନଥିଲେ ।

କେବେ ବି ବାପପୁଅ ଏକ ଜାଗାରେ ବସି କଥା ହେବା କେହି ଦେଖିନଥିଲେ । ବୁଢ଼ାକୁ ସମ୍ମାନ ଦେବା ଦୂରର କଥା, ଗୋପାଳବାବୁ ତାଙ୍କୁ ନଜଣାଇ ନିଜେ କନ୍ୟା ଠିକ୍ କରି ବିଭା ହୋଇଯାଇଥିଲେ । ଏପରିକି ମଫସଲକୁ ହାକିମ ହୋଇ ଆସିଲାବେଳେ ପୁଅ କହିବା ଅନୁସାରେ ବୁଢ଼ା ମୁଟରି ବାନ୍ଧି ମୁଣ୍ଡାଇ ବସିଉଠି ଆଣିକରି ଆସିଥିଲେ ।ମଫସଲରେ ପହଞ୍ଚିବା ପରେ ମଫସଲ ପାଣି ବୁଢ଼ାଙ୍କ ଦେହରେ ଗଲାନାହିଁ । କାଶ ଧରିଲା । ରାତିରେ ଅଧ୍ଵକ କାଶ ହେବାରୁ ଗୋପାଳବାବୁ ରାତିରେ ଭଲରେ ଶୋଇ ନପାରିବାରୁ ବୁଢ଼ାକୁ କିଆବାଡ଼ରେ ଫୋପାଡ଼ି ଦେଇ ଆସିବାକୁ ପିଅନକୁ ହୁକୁମ ଦେଇଥିଲେ । ମାତ୍ର ଇଂରେଜୀ ଅପଢୁଆ ଦେଶୀ ହୃଦୟର ପିଅନଟି ସେପରି କରିପାରି ନଥିଲା । ଥଣ୍ଡା-ଜ୍ଵରରେ ବୁଢ଼ାର କାଶ ବଢ଼ିଯିବାରୁ ଗୋପାଳବାବୁ ଖପା ହୋଇ ବୁଢ଼ାକୁ ଦୁଇଟା ଇଂରେଜୀ ଘୁଷି ମାରି ବିଛଣାପତ୍ର ବାହାରେ ଫୋପାଡ଼ି ଦେଲେ । ଶେଷରେ ବୁଢ଼ା ପୁତ୍ର ମୋହ ଛାଡ଼ି ଗାଁକୁ ପଳାଇଆସିଲା ।

BSE Odisha 8th Class Odia Solutions Chapter 12 ଡାକମୁନ୍ସି

ବୁଢ଼ା ହରି ସିଂ ଗାଁକୁ ଆସିବା ଦିନରୁ ଗୋପାଳବାବୁ ଚାକିରି ସ୍ଥାନରେ ଖୁସିରେ ରହିଲେ । ଗାଁରେ ଦୁଇମାଣ ଜମିକୁ ଭାଗ ଲଗାଇ ପେନ୍‌ସନ୍‌ ଟଙ୍କା ପାଇ ତେଲଲୁଣ ଖର୍ଚ୍ଚ ଚଳାଇ ବୁଢ଼ା ବି ଭଲରେ ରହିଲା । କାଶ ହେଲେ ଅଫିମ ଖାଇ ପିଣ୍ଡାରେ ବସି ହରିନାମ କରି ବୁଢ଼ା ଦିନ କାଟିଲା । ଅଲଗା ଅଲଗା ରହିବାରୁ ଏବେ ବାପ ପୁଅ ଦୁହେଁ ଖୁସିରେ ରହିଲେ । ଏହି ଗଛଟି ପଢ଼ିବା ପରେ ପାଠକଙ୍କର ଧାରଣା ହୁଏ ଯେ ହରି ସିଂ ଅଯୋଗ୍ୟ ପୁତ୍ରର ସୁଯୋଗ୍ୟ ପିତା ଓ ଗୋପାଳ ଯୋଗ୍ୟ ପିତାଙ୍କର ଅଯୋଗ୍ୟ ପୁତ୍ର ।

ସୂଚନା ଓ କଠିନ ଶବ୍ଦାର୍ଥ:

  • ବାହାଲ – ସ୍ଥାୟୀ ନିଯୁକ୍ତି ।
  • ରକମ – ପ୍ରକାରର ।
  • ଉଛୁଣି – ନର୍ତ୍ତମାନ
  • ହାଲ୍ – ଅବସ୍ଥା ବା ପରିସ୍ଥିତି ।
  • ଭେକ – ବେଶପୋଷାକ ।
  • ମିଜାଜ୍ – ମନର ଅବସ୍ଥା, ମାନସିକ ସ୍ଥିତି ।
  • ହାଜର – ପହଞ୍ଚା, ଉପସ୍ଥିତ ହେବା ।
  • ମେହେରବାନି – ଦୟା, ଅନୁକମ୍ପା ।
  • ଇଜ୍ଜତ୍ – ମର୍ଯ୍ୟାଦା, ସମ୍ମାନ ।
  • ସୂତ୍ର – କୌଶଳ, ଉପାୟ ।
  • ମୁକରିର – ନିଯୁକ୍ତ ।
  • ଫଜିତ୍ – ଗାଳି ବା ନିନ୍ଦା
  • ଇଞ୍ଜାମ – ପ୍ରଶଂସାର ସହିତ କାର୍ଯ୍ୟନିର୍ବାହ କରିବା ।
  • ମାଲମତା – ଜିନିଷପତ୍ରା
  • ମୁସ୍କିଲ – କଷ୍ଟସାଧ୍ୟ ।
  • ସେମିଜ୍ – ଝିଅମାନେ ପିନ୍ଧୁଥ‌ିବା ଏକ ପ୍ରକାର ସଂକ୍ଷିପ୍ତ ବସ୍ତ୍ର ।
  • ମୁଟରି – ଗଣ୍ଠିଲି ।
  • ସୁପାରିସ୍ – ଅନ୍ୟର ଭଲ ପାଇଁ ଅନୁରୋଧ ।
  • ତୁଷ୍ଟି – ସନ୍ତୋଷ ବିଧାନ ।

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

Odisha State Board BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ Important Questions and Answers.

BSE Odisha Class 8 History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଭାରତୀୟ ସମାଜରେ ସଂସ୍କାର ଆଣିବା ପାଇଁ ରାଜା ରାମମୋହନ ରାୟ କ’ଣ କରିଥିଲେ ?
Answer:
ସଂସ୍କାର ଆନ୍ଦୋଳନର ଆରମ୍ଭ :

  • ଊନବିଂଶ ଶତାବ୍ଦୀରେ ଆରମ୍ଭ ହୋଇଥିବା ସମାଜ ସଂସ୍କାର ଆନ୍ଦୋଳନର ଜଣେ ପ୍ରମୁଖ ନେତା ଥିଲେ ରାଜା ରାମମୋହନ ରାୟ ।
  • ସେ ଉପଲବ୍‌ କରିଥିଲେ ଯେ ଧର୍ମରେ କୁସଂସ୍କାରଗୁଡ଼ିକର ଅନୁପ୍ରବେଶ ହିଁ ଭାରତୀୟ ସମାଜର ଦୁର୍ଗତି ପାଇଁ ଦାୟୀ ।

ଅନୁଷ୍ଠାନ ପ୍ରତିଷ୍ଠା :

  • ତେଣୁ ୧୮୩୦ ମସିହାରେ ବ୍ରାହ୍ମ ସମାଜ ପ୍ରତିଷ୍ଠା କରି ତା’ ମାଧ୍ୟମରେ ସଂସ୍କାର ଆଣିବାକୁ ସେ ପ୍ରୟାସ କରିଥିଲେ ।
  • ଏହା ମୂର୍ତ୍ତିପୂଜା, ସତୀପ୍ରଥା, ବହୁବିବାହ ପ୍ରଥା, ଜାତିପ୍ରଥା ତଥା ପର୍ଦାପ୍ରଥାକୁ ବିରୋଧ କରୁଥିଲା ।

କୁପ୍ରଥା ଉଚ୍ଛେଦ :
ନାରୀଶିକ୍ଷାର ପ୍ରସାର ପାଇଁ ଓ ସତୀଦାହ ପ୍ରଥାର ଉଚ୍ଛେଦ ପାଇଁ ସେ ଇଂରେଜ ସରକାରକୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୨ । ସତୀପ୍ରଥା କ’ଣ ? ଏହା କେଉଁ ଅଞ୍ଚଳରେ ପ୍ରଚଳିତ ଥିଲା ? କେଉଁମାନେ ଏହି ପ୍ରଥାର ଉଚ୍ଛେଦ ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ ? ପ୍ରକୃତରେ କିଏ ଏହି ପ୍ରଥାର ଉଚ୍ଛେଦ କରିଥିଲେ ?
Answer:
ସତୀପ୍ରଥା :

  • ଉତ୍ତର ଭାରତ ଏବଂ ବଙ୍ଗ ପ୍ରଦେଶର କୁଳୀନ ଓ ଉଚ୍ଚବର୍ଗରେ ସତୀପ୍ରଥା ନାମରେ ଏକ କୁସଂସ୍କାର ପ୍ରଚଳିତ ଥିଲା ।
  • ଏହି ପ୍ରଥା ଅନୁଯାୟୀ ମୃତ ପତିର ଚିତାରେ ପତ୍ନୀକୁ ଆତ୍ମଦାହ କରିବାକୁ ପଡୁଥିଲା । ଏଭଳି ଦାହ ହେଉଥ‌ିବା ପତ୍ନୀକୁ ସତୀ ଆଖ୍ୟା ମିଳୁଥିଲା ।

କୁପ୍ରଥାର ଉଚ୍ଛେଦ ପାଇଁ ଉଦ୍ୟମ :
ସମାଜର ରକ୍ଷଣଶୀଳ ଗୋଷ୍ଠୀ ଏହାକୁ ଏତେ ସମର୍ଥନ କରୁଥିଲେ ଯେ ମୋଗଲ ସମ୍ରାଟ ଆକବର ଓ ଆଉରଙ୍ଗଜେବ୍ ଏବଂ ମରାଠା ପେଶ ତଥା ଜୟପୁର ରାଜା ଜୟସିଂହ ମଧ୍ୟ ଏହାକୁ ଉଚ୍ଛେଦ କରିବାକୁ ପ୍ରୟାସ କରି ବିଫଳ ହୋଇଥିଲେ ।

ପ୍ରଥା ଉଚ୍ଛେଦ :

  • ଊନବିଂଶ ଶତାବ୍ଦୀରେ ଇଂରେଜମାନେ ଏହି ପ୍ରଥାକୁ ଉଚ୍ଛେଦ କରିବାପାଇଁ ଦୃଢ଼ ପରିକର ହୋଇଥିଲେ ।
  • ୧୮୨୯ ମସିହାରେ ବଡ଼ଲାଟ ଲର୍ଡ ଉଇଲିୟମ୍ ବେଣ୍ଟିଙ୍ଗ୍ ସତୀପ୍ରଥାର ଉଚ୍ଛେଦ କରିଥିଲେ । ସେ ସତୀପ୍ରଥାକୁ ଆଇନ ଦୃଷ୍ଟିରୁ ଅପରାଧ ବୋଲି ଘୋଷଣା କରିଥିଲେ ।

୩ । ଉଡ୍‌ ଡ଼େସ୍‌ଚ ସମ୍ବନ୍ଧରେ ସଂକ୍ଷେପରେ ଲେଖ ।
Answer:
ବୁଦ୍ଧିଜୀବୀଙ୍କ ବିରୋଧ :

  1. ମାକଲେଙ୍କ ପ୍ରଣୀତ ଶିକ୍ଷାନୀତିକୁ ଭାରତର ଆଧୁନିକ ଶିକ୍ଷିତ ବୁଦ୍ଧିଜୀବୀ ବିରୋଧ କରିଥିଲେ । ସେମାନଙ୍କ ମତରେ ଭାରତର ସମସ୍ତ ଲୋକଙ୍କୁ ଶିକ୍ଷିତ କରିବା ହେଉଛି ସରକାରଙ୍କ ଦାୟିତ୍ଵ ।
  2. ଫଳରେ ବ୍ରିଟିଶ ପାର୍ଲାମେଣ୍ଟର ନିର୍ଦ୍ଦେଶରେ କମ୍ପାନୀ ନିୟନ୍ତ୍ରଣ ବୋର୍ଡର ସଭାପତି ଚାର୍ଲସ୍ ଉଙ୍କ ଶିକ୍ଷା ସମ୍ବନ୍ଧୀୟ ଏକ ତଦନ୍ତ ରିପୋର୍ଟ ବା ଉଡ୍‌ସ୍ ଡେସ୍‌ଟ୍‌ ୧୮୫୪ ମସିହାରେ ପ୍ରକାଶ ପାଇଲା ।

ବିଶ୍ବବିଦ୍ୟାଳୟ ସ୍ଥାପନ :

  1. ଏହା ଫଳରେ ପ୍ରତ୍ୟେକ ପ୍ରଦେଶରେ ସ୍ଵତନ୍ତ୍ର ଶିକ୍ଷା ବିଭାଗ ଗଠିତ ହେଲା ଓ ୧୮୫୭ରେ କଲିକତା, ବମ୍ବେ ଓ ମାଡ୍ରାସରେ ତିନୋଟି ବିଶ୍ବବିଦ୍ୟାଳୟ ସ୍ଥାପିତ ହେଲା ।
  2. ଦେଶରେ ଅନେକ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଗଲା ।
  3. ଓଡ଼ିଶାରେ ୧୮୬୮ ମସିହାରେ ପ୍ରଥମେ କଟକରେ ଏକ କଲେଜ ଆରମ୍ଭ ହୋଇଥିଲା । ଓଡ଼ିଶାର ପ୍ରଶାସକ ଟି.ଇ. ରେଭେନ୍ସାଙ୍କ ନାମରେ ଏହାକୁ ପରବର୍ତ୍ତୀ କାଳରେ ରେଭେନ୍ସା କଲେଜ କୁହାଗଲା ।

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୪। ଲର୍ଡ ମାକଲେଙ୍କ ଶିକ୍ଷାନୀତି ସମ୍ବନ୍ଧରେ ସଂକ୍ଷେପରେ ଆଲୋଚନା କର ।
Answer:
ମାକଲେଙ୍କ ଶିକ୍ଷାନୀତି :

  • ୧୮୩୫ ମସିହାରେ କମ୍ପାନୀର କାର୍ଯ୍ୟକାରୀ ପରିଷଦର ଆଇନ ସଭ୍ୟ ଲର୍ଡ ମାକଲେ ଇଂରାଜୀ ମାଧ୍ୟମରେ ଭାରତରେ ଆଧୁନିକ ପାଶ୍ଚାତ୍ୟ ଶିକ୍ଷାର ପ୍ରଚଳନ ହେବ ବୋଲି ସରକାରଙ୍କର ନିଷ୍ପଭି ଘୋଷଣା କରିଥିଲେ ।
  • ତାଙ୍କ ମତରେ ଭାରତର ପ୍ରାଚୀନ ଶିକ୍ଷା ଯଥେଷ୍ଟ ନୁହେଁ । ପୁନଶ୍ଚ ଦେଶବାସୀଙ୍କୁ ସମୂହଭାବରେ ଆଧୁନିକ ଶିକ୍ଷା ଦେବାକୁ ସରକାରଙ୍କ ନିକଟରେ ଏତେ ଅର୍ଥ ନାହିଁ ।
  • ତାଙ୍କ ମତରେ ଅଳ୍ପ କିଛି ଲୋକ ଇଂରାଜୀ ମାଧ୍ୟମରେ ଶିକ୍ଷା ପାଇଲେ କିରାଣୀ ଓ ନିମ୍ନଶ୍ରେଣୀର କାମ ଲାଗି ସହଜରେ ଲୋକ ମିଳିଯିବେ ।

ମାତୃଭାଷାକୁ ଗୁରୁତ୍ଵ ନ ଦେବା :

  • ମାତୃଭାଷା ମାଧ୍ୟମରେ ଆଧୁନିକ ଓ ପାଶ୍ଚାତ୍ୟ ଶିକ୍ଷା ପ୍ରଦାନ କଲେ ଓ ଇଂରାଜୀକୁ ଦ୍ୱିତୀୟ ଭାଷାରୂପେ ଅଧ୍ୟୟନ କଲେ ଭାରତରେ ଉପନିବେଶବାଦୀ ସ୍ବାର୍ଥର ହାନି ହେବ ବୋଲି ଇଂରେଜ ସରକାର ଜାଣିଥ୍‌ରୁ ମାତୃଭାଷାରେ ଶିକ୍ଷାପ୍ରତି ଯଥେଷ୍ଟ ଧ୍ୟାନ ଦିଆଗଲା ନାହିଁ ।
  • ମାକଲେଙ୍କ ପ୍ରଣୀତ ଶିକ୍ଷାନୀତିକୁ ଇଂରେଜ ସରକାର ଶେଷପର୍ଯ୍ୟନ୍ତ ପାଳନ କରିଥିଲେ ମଧ୍ୟ ଆଧୁନିକ ଶିକ୍ଷିତ ବୁଦ୍ଧିଜୀବୀମାନେ ଏହି ନୀତିକୁ ବିରୋଧ କରିଥିଲେ ।

୫। ସାମାଜିକ-ଧାର୍ମିକ ସଂସ୍କାର ଆନ୍ଦୋଳନର କ’ଣ ଦୁର୍ବଳତା ଥିଲା ?
Answer:
ଆନ୍ଦୋଳନର ଦୁର୍ବଳତା :

  • ସାମାଜିକ-ଧାର୍ମିକ ସଂସ୍କାର ଆନ୍ଦୋଳନମାନ ଉଲ୍ଲେଖନୀୟ ହୋଇଥିଲେ ମଧ୍ୟ ଏହା ମଧ୍ୟରେ କେତେକ ଦୋଷ ଦୁର୍ବଳତା ଅନ୍ତର୍ନିହିତ ଥିଲା ।
  • ଏହି ସଂସ୍କାର ଆନ୍ଦୋଳନ ସମାଜର ମଧ୍ଯମ ଓ ଉଚ୍ଚବର୍ଗ ମଧ୍ୟରେ ସୀମିତ ଥିଲା । ସମାଜର ସାଧାରଣ ବର୍ଗରେ ଏହାର ପ୍ରଭାବ ବିଶେଷକରି ଅନୁଭୂତ ହୋଇନଥିଲା ।
  • ଏହି ସାମାଜିକ ଆନ୍ଦୋଳନ ପଛରେ ସଂସ୍କାରକମାନଙ୍କର ଯେଉଁ ଉଦ୍ଦେଶ୍ୟ ଥିଲା ତାହା ଇଂରେଜ ସରକାରଙ୍କ ଉଦ୍ଦେଶ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା ।

ଉଚ୍ଛେଦ ପାଇଁ ଆଇନ ପ୍ରଣୟନ :

  • କେତୋଟି ନିର୍ଦ୍ଦିଷ୍ଟ କୁସଂସ୍କାରକୁ ଉଚ୍ଛେଦ କରିବାପାଇଁ ଆଇନ ପ୍ରଣୟନ କରିବାବେଳେ ଔପନିବେଶିକ ସ୍ଵାର୍ଥସାଧନ ସରକାରଙ୍କର ଉଦ୍ଦେଶ୍ୟ ଥିଲା ।
  • ସଂସ୍କାରକମାନେ ରାଷ୍ଟ୍ରଗଠନ ଓ ରାଷ୍ଟ୍ରର ଉନ୍ନତି ଚାହୁଁଥିଲେ; ମାତ୍ର ସେମାନଙ୍କୁ ଆବଶ୍ୟକୀୟ ମାତ୍ରାରେ ସରକାରଙ୍କ ପକ୍ଷରୁ ସହଯୋଗ ମିଳୁନଥିଲା ।
  • ଉଦାହରଣସ୍ୱରୂପ, ସଂସ୍କାରକମାନେ ଚାହୁଁଥିଲେ ମାତୃଭାଷା ମାଧ୍ୟମରେ ଆଧୁନିକ ଓ ନାରୀଶିକ୍ଷାର ପ୍ରସାର ହେଉ; ମାତ୍ର ଏଥ‌ିପାଇଁ ସେମାନଙ୍କୁ ସରକାରଙ୍କର ସାହାଯ୍ୟ ମିଳିନଥିଲା

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ | ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ କେଉଁ ଉଦ୍ଦେଶ୍ୟରେ ଭାରତକୁ ଆସିଥିଲା ? ଏହା କିପରି ଦେଶକୁ ଶାସନ କରିବାକୁ ଲାଗିଲା ?
Answer:

  1. ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ ବାଣିଜ୍ୟ କାରବାର ପାଇଁ ଭାରତକୁ ଆସିଥିଲା ।
  2. ମାତ୍ର ଦେଶର ରାଜନୈତିକ ଦୁର୍ବଳତାର ସୁଯୋଗ ନେଇ ଏହା ଦେଶକୁ ଶାସନ କରିବାକୁ ଲାଗିଲା ।

୨ । ଶିଳ୍ପ ବିପ୍ଳବ ପ୍ରଥମେ କେଉଁଠି ଆରମ୍ଭ ହୋଇଥିଲା ? ଭାରତରୁ ଆବଶ୍ୟକ କଞ୍ଚାମାଲ ନେବା ଆବଶ୍ୟକ ଇଂରେଜମାନଙ୍କ ପକ୍ଷରେ କାହିଁକି ସହଜ ହୋଇଥିଲା ?
Answer:

  • ଶିଳ୍ପ ବିପ୍ଳବ ପ୍ରଥମେ ଇଂଲଣ୍ଡରେ ଆରମ୍ଭ ହୋଇଥିଲା ।
  • ଇଂରେଜମାନଙ୍କ ହାତରେ ଭାରତର ଶାସନ ଡୋରି ଥ‌ିବାରୁ ଭାରତରୁ ଆବଶ୍ୟକ କଞ୍ଚାମାଲ ନେବା ସେମାନଙ୍କ ପକ୍ଷେ ସହଜ ହୋଇଥିଲା ।

୩ । କିଏ କେବେ କାହିଁକି କଲିକତାରେ ଏକ ମଦ୍ରାସା ସ୍ଥାପନ କରିଥିଲେ ?
Answer:

  • ବଡ଼ଲାଟ୍ ୱାରେନ୍ ହେଷ୍ଟିଙ୍ଗ୍‌ସ୍‌ ୧୭୮୧ ମସିହାରେ କଲିକତାରେ ଏକ ମଦ୍ରାସା ସ୍ଥାପନ କରିଥିଲେ ।
  • ଏହା ପାରମ୍ପରିକ ଦେଶୀୟ ଶିକ୍ଷାକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସ୍ଥାପନ କରାଯାଇଥିଲା ।

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୪। ବନାରସଠାରେ ଏକ ସଂସ୍କୃତ କଲେଜ କିଏ ସ୍ଥାପନ କରିଥିଲେ ଏବଂ ଏହା କେଉଁ ଶିକ୍ଷା ନିମନ୍ତେ ଉଦ୍ଦିଷ୍ଟ ଥିଲା ?
Answer:

  • ଜନାଥନ ଡନ୍‌କାନ୍ ବନାରସଠାରେ ଏକ ସଂସ୍କୃତ କଲେଜ ସ୍ଥାପନ କରିଥିଲେ ।
  • ଏହା ହିନ୍ଦୁ ଆଇନ ଓ ଦର୍ଶନ ଶିକ୍ଷା ନିମନ୍ତେ ଉଦ୍ଦିଷ୍ଟ ଥିଲା ।

୫। ଶିକ୍ଷା ସମ୍ବନ୍ଧୀୟ ଚାର୍ଟର ଆଇନ କେବେ ପ୍ରଣୀତ ହେଲା ଏବଂ ଏହି ଆଇନ ଅନୁଯାୟୀ କମ୍ପାନୀ ସରକାର ଆଧୁନିକ ବିଜ୍ଞାନ ଶିକ୍ଷା ପାଇଁ କ’ଣ କରିବାକୁ ନିଷ୍ପତ୍ତି ନେଇଥିଲେ ?
Answer:

  1. ଶିକ୍ଷା ସମ୍ବନ୍ଧୀୟ ଚାର୍ଟର ଆଇନ ୧୮୧୩ ମସିହାରେ ଇଂଲଣ୍ଡରେ ପ୍ରଣୀତ ହେଲା ।
  2. ଏହି ଆଇନ ଅନୁଯାୟୀ ପ୍ରଥମ କରି କମ୍ପାନୀ ସରକାର ଆଧୁନିକ ବିଜ୍ଞାନ ଶିକ୍ଷାର ପ୍ରସାର ଉଦ୍ଦେଶ୍ୟରେ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ବୋଲି ନିଷ୍ପଭି ନେଇଥିଲେ ।

୬। କେତେବର୍ଷ ବ୍ୟବଧାନରେ ଚାର୍ଟର ଆଇନ ପ୍ରଣୀତ ହେଉଥିଲା ? ଶେଷଥର ପାଇଁ ଏହି ଆଇନ କେବେ ପ୍ରଣୀତ ହୋଇଥିଲା ?
Answer:

  • ପ୍ରତି ୨୦ ବର୍ଷ ବ୍ୟବଧାନରେ ଚାର୍ଟର ଆଇନ ପ୍ରଣୀତ ହେଉଥିଲା ।
  • ଶେଷଥର ପାଇଁ ଏହା ୧୮୫୩ ମସିହାରେ ପ୍ରଣୀତ ହୋଇଥିଲା ।

୭ | ଲର୍ଡ ମାକଲେ କିଏ ? ସେ ଭାରତରେ କେଉଁ ଶିକ୍ଷାର ପ୍ରଚଳନ ପାଇଁ କାର୍ଯ୍ୟ କରିଥିଲେ ?
Answer:

  • ଲର୍ଡ ମାକଲେ କମ୍ପାନୀର କାର୍ଯ୍ୟକାରୀ ପରିଷଦର ଆଇନ ସଭ୍ୟ ଥିଲେ ।
  • ସେ ଭାରତରେ ଇଂରାଜୀ ମାଧ୍ୟମରେ ଆଧୁନିକ ପାଶ୍ଚାତ୍ୟ ଶିକ୍ଷାର ପ୍ରଚଳନ ପାଇଁ କାର୍ଯ୍ୟ କରିଥିଲେ ।

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୮ । ଓଡ଼ିଶାରେ କେବେ କେଉଁଠାରେ ପ୍ରଥମ କରି ବାଳିକା ବିଦ୍ୟାଳୟ ଆରମ୍ଭ ହୋଇଥିଲା ? ଏହି ବିଦ୍ୟାଳୟର ନାମ କ’ଣ ଥିଲା ?
Answer:

  • ଓଡ଼ିଶାରେ ୧୮୭୩ ମସିହାରେ କଟକଠାରେ ପ୍ରଥମ କରି ବାଳିକା ବିଦ୍ୟାଳୟ ଆରମ୍ଭ ହୋଇଥିଲା ।
  • ଏହି ବିଦ୍ୟାଳୟର ନାମ ରେଭେନ୍ସା ହିନ୍ଦୁ ବାଳିକା ବିଦ୍ୟାଳୟ ଥିଲା ।

୯ । ୧୮୭୫ ମସିହା ସୁଦ୍ଧା ସମଗ୍ର ଦେଶରେ କେତୋଟି ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯାଇଥିଲା ? ଓଡ଼ିଶାରେ ପ୍ରଥମ କରି କେବେ କେଉଁଠାରେ ମେଡ଼ିକାଲ ସ୍କୁଲ୍ ଆରମ୍ଭ ହୋଇଥିଲା ?
Answer:

  1. ୧୮୭୫ ମସିହା ସୁଦ୍ଧା ସମଗ୍ର ଦେଶରେ ତିନୋଟି ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯାଇଥିଲା ।
  2. ଓଡ଼ିଶାରେ ପ୍ରଥମ କରି ୧୮୭୬ରେ କଟକଠାରେ ଏକ ମେଡ଼ିକାଲ ସ୍କୁଲ୍ ଆରମ୍ଭ ହୋଇଥିଲା ।

୧୦ । ଇଂରେଜ ଶାସନ ସମୟରେ ପ୍ରଥମେ କେଉଁଠାରେ ଇଞ୍ଜିନିୟରିଂ କଲେଜ ସ୍ଥାପନ କରାଯାଇଥିଲା ଏବଂ ସେଠାରେ କେଉଁମାନେ ପଢ଼ିବାପାଇଁ ପ୍ରବେଶାତ୍‌କାର ପାଇଥିଲେ ?
Answer:

  • ଇଂରେଜ ଶାସନ ସମୟରେ ପ୍ରଥମ କରି ଉତ୍ତରପ୍ରଦେଶର ରୁର୍କିଠାରେ ଏକ ଇଞ୍ଜିନିୟରିଂ କଲେଜ ସ୍ଥାପନ କରାଯାଇଥିଲା ।
  • ସେଠାରେ କେବଳ ଇଉରୋପୀୟ ଛାତ୍ରମାନେ ପଢ଼ିବାପାଇଁ ପ୍ରବେଶାଧ୍ୟାକାର ପାଇଥିଲେ ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର (ଗୋଟିଏ ବାକ୍ୟରେ)

୧ | କେଉଁ ବଡ଼ଲାଟ୍ ସତୀପ୍ରଥାକୁ ଆଇନ ଦୃଷ୍ଟିରୁ ଅପରାଧ ବୋଲି ଘୋଷଣା କରିଥିଲେ ?
Answer:
ବଡ଼ଲାଟ୍ ଉଇଲିୟମ୍ ବେଣ୍ଟିକ୍ ସତୀପ୍ରଥାକୁ ଆଇନ ଦୃଷ୍ଟିରୁ ଅପରାଧ ବୋଲି ଘୋଷଣା କରିଥିଲେ ।

୨ । ଭାରତରେ କେବେ ସର୍ବପ୍ରଥମେ ବିଶ୍ବବିଦ୍ୟାଳୟ ସ୍ଥାପନ କରାଗଲା ?
Answer:
ଭାରତରେ ୧୮୫୭ ମସିହାରେ ସର୍ବପ୍ରଥମେ ବିଶ୍ବବିଦ୍ୟାଳୟ ସ୍ଥାପନ କରାଗଲା ।

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୩ । ଓଡ଼ିଶାରେ କେବେ ପ୍ରଥମେ କଟକରେ ଏକ କଲେଜ ଆରମ୍ଭ ହୋଇଥିଲା ?
Answer:
ଓଡ଼ିଶାରେ ୧୮୬୮ ମସିହାରେ ପ୍ରଥମେ କଟକରେ ଏକ କଲେଜ ଆରମ୍ଭ ହୋଇଥିଲା ।

୪ । ୧୯୩୦ ମସିହା ସୁଦ୍ଧା ସମଗ୍ର ଦେଶରେ କେତୋଟି ଇଞ୍ଜିନିୟରିଂ କଲେଜ ଥିଲା ?
Answer:
୧୯୩୦ ମସିହା ସୁଦ୍ଧା ସମଗ୍ର ଦେଶରେ ପ୍ରାୟ ୧୦ଟି ଇଞ୍ଜିନିୟରିଂ କଲେଜ ଥିଲା ।

୫। ବ୍ରାହ୍ମ ସମାଜ କେଉଁଠାରେ ସ୍ଥାପନ କରାଯାଇଥିଲା ?
Answer:
ବ୍ରାହ୍ମ ସମାଜ କଲିକତା (କୋଲକାତା)ଠାରେ ସ୍ଥାପନ କରାଯାଇଥିଲା ।

୬। ଅହମ୍ମଦିଆ ଆନ୍ଦୋଳନ କାହାକୁ କୁହାଯାଏ ?
Answer:
୧୮୮୯ ମସିହାରେ ମିର୍ଜା ଗୁଲାମ୍ ଅହମ୍ମଦ ମୁସଲମାନମାନଙ୍କ ମଧ୍ୟରେ ଆରମ୍ଭ କରିଥିବା ସଂସ୍କାର ଆନ୍ଦୋଳନକୁ ଅହମ୍ମଦିଆ ଆନ୍ଦୋଳନ କୁହାଯାଏ ।

୭ । ସ୍ଵାମୀ ଦୟାନନ୍ଦ ସରସ୍ଵତୀଙ୍କ ମତରେ ବେଦ କ’ଣ ଥିଲା ?
Answer:
ସ୍ୱାମୀ ଦୟାନନ୍ଦ ସରସ୍ବତୀଙ୍କ ମତରେ ବେଦ ଥିଲା ସମସ୍ତ ଜ୍ଞାନର ମୂଳ ଉତ୍ସ ଯେଉଁଥରେ ଅନ୍ଧବିଶ୍ଵାସ ଓ କୁସଂସ୍କାରର ସ୍ଥାନ ନାହିଁ ।

୮ | ବିଧବା ବିବାହ ଆଇନ କେବେ ପ୍ରଣୟନ କରାଯାଇଥିଲା ?
Answer:
୧୮୫୬ ମସିହାରେ ବିଧବା ବିବାହ ଆଇନ ପ୍ରଣୟନ କରାଯାଇଥିଲା ।

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୯। ଶିଳ୍ପ ବିପ୍ଳବ କାହାକୁ କୁହାଯାଏ ?
Answer:
ଶିଳ୍ପ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ଆମୂଳଚୂଳ ପରିବର୍ତ୍ତନକୁ ଶିଳ୍ପ ବିପ୍ଳବ କୁହାଯାଏ ।

୧୦ । ଶିଳ୍ପବିପ୍ଳବ ପ୍ରଥମେ କେଉଁଠାରେ ଆରମ୍ଭ ହୋଇଥିଲା ?
Answer:
ଶିଳ୍ପବିପ୍ଳବ ପ୍ରଥମେ ଇଂଲଣ୍ଡରେ ଆରମ୍ଭ ହୋଇଥିଲା ।

୧୧ । କେବେ ଭାରତରେ ଇଂରାଜୀ ଶିକ୍ଷା ପ୍ରଚଳନ ହୋଇଥିଲା ?
Answer:
୧୮୩୫ ଖ୍ରୀ.ଅ.ରେ ଭାରତରେ ଇଂରାଜୀ ଶିକ୍ଷା ପ୍ରଚଳନ ହୋଇଥିଲା ।

୧୨ । ବିଶ୍ଵବିଦ୍ୟାଳୟ ଉପାଧ୍ ଲାଭ କରିଥିବା ପ୍ରଥମ ଭାରତୀୟ କିଏ ?
Answer:
ପ୍ରସିଦ୍ଧ ବଙ୍ଗଳା ଉପନ୍ୟାସ ‘ଆନନ୍ଦ ମଠ’ର ଲେଖକ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ବିଶ୍ବବିଦ୍ୟାଳୟ ଉପାଧ୍ ଲାଭ କରିଥିବା ପ୍ରଥମ ଭାରତୀୟ ଥିଲେ ।

Objective Type Questions With Answers
A. ଶୂନ୍ୟସ୍ଥାନ ପୂରଣ କର ।

୧ । ସ୍ପିନିଂ ଜେନି _________ ଙ୍କ ଦ୍ୱାରା ଉଦ୍ଭାବିତ ହୋଇଥିଲା ।
Answer:
ଜେମ୍‌ସ ହାରଗ୍ରେଭସ୍

୨ । ମଦ୍ରାସା _______ ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ।
Answer:
ମୁସଲମାନ

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୩ । ମଠ ଓ ଟୋଲ୍‌ରେ _______ ଶିକ୍ଷା ପ୍ରଦାନ କରାଯାଇଥିଲା ।
Answer:
ସଂସ୍କୃତ

୪। ୱାରେନ୍ ହେଷ୍ଟିଙ୍ଗ୍‌ ________ ଠାରେ ଏକ ମଦ୍ରାସା ସ୍ଥାପନ କରିଥିଲେ ।
Answer:
କଲିକତା

୫ । __________ ବନାରସରେ ହିନ୍ଦୁ ଆଇନ ଓ ଦର୍ଶନ ଶିକ୍ଷା ନିମନ୍ତେ ଏକ ସଂସ୍କୃତ କଲେଜ ସ୍ଥାପନ କରିଥିଲେ ।
Answer:
ଜନାଥନ ଡନ୍କାନ୍

୬ । ପ୍ରଥମ ଚାର୍ଟର ଆଇନ _________ ମସିହାରେ ଗୃହୀତ ହୋଇଥିଲା ।
Answer:
୧୭୯୩

୭ । ଭାରତରେ ଲର୍ଡ ମାକଲେଙ୍କ ଶିକ୍ଷାନୀତି _________ ମସିହାରେ ପ୍ରଚଳିତ ହୋଇଥିଲା ।
Answer:
୧୮୩୫

୮ । _________ ମସିହାରେ କଲିକତା, ବମ୍ବେ ଓ ମାଡ୍ରାସ୍‌ରେ ତିନୋଟି ବିଶ୍ଵବିଦ୍ୟାଳୟ ସ୍ଥାପିତ ହୋଇଥିଲା ।
Answer:
୧୮୫୭

୯ । ବଙ୍ଗଳା ପୁସ୍ତକ ‘ଆନନ୍ଦମଠ’ ________ ରଚନା କରିଥିଲେ ।
Answer:
ବଙ୍କିମଚନ୍ଦ୍ର ଚାଟାର୍ଜୀ

୧୦ । ରେଭେନ୍ସା ହିନ୍ଦୁ ବାଳିକା ବିଦ୍ୟାଳୟ __________ ଠାରେ ଆରମ୍ଭ ହୋଇଥିଲା ।
Answer:
କଟକ

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୧୧ । _________ ମସିହାରେ ଏକ ଆଇନ ବଳରେ ବିଧବା ବିବାହ ଆଇନ ସମ୍ମତ ବୋଲି ଆଦେଶ ଜାରି ହୋଇଥିଲା ।
Answer:
୧୮୫୬

୧୨ । ରାମକୃଷ୍ଣ ମିଶନ ___________ ପ୍ରତିଷ୍ଠା କରିଥିଲେ ।
Answer:
ବିବେକାନନ୍ଦ

B. ନିମ୍ନୋକ୍ତ ବାକ୍ୟଗୁଡ଼ିକ ମଧ୍ୟରୁ ଠିକ୍ ବାକ୍ୟଗୁଡ଼ିକ ପାଖରେ ( ✓) ଚିହ୍ନ ଓ ଭୁଲ୍ ବାକ୍ୟଗୁଡ଼ିକ ପାଖରେ (✗) ଚିହ୍ନ ଦିଅ ।

୧ । ୧୮୫୭ ମସିହାର ବିଦ୍ରୋହବେଳକୁ ସମଗ୍ର ଦେଶ ଇଂରେଜ ଶାସନାଧୀନ ହୋଇଥିଲା ।
୨। ମଦ୍ରାସା ଓ ମକତବରେ ବିଶେଷକରି ସଂସ୍କୃତ ଶିକ୍ଷା ପ୍ରଦାନ କରାଯାଉଥିଲା ।
୩ । ଲର୍ଡ ଉଇଲିୟମ୍ ବେଣ୍ଟିକ୍ କଲିକତାରେ ମଦ୍ରାସା ସ୍ଥାପନ କରିଥିଲେ ।
୪। ୧୮୫୩ ମସିହାରେ ପ୍ରଥମ ଚାର୍ଟର ଆଇନ ପ୍ରଣୀତ ହୋଇଥିଲା ।
୫। ପ୍ରତି କୋଡ଼ିଏ ବର୍ଷ ବ୍ୟବଧାନରେ ଚାର୍ଟର ଆଇନ ପ୍ରଣୀତ ହେଉଥିଲା ।
୬ । ଓଡ଼ିଶାରେ ପ୍ରତିଷ୍ଠା କରାଯାଇଥିବା ପ୍ରଥମ କଲେଜର ନାମ ରେଭେନ୍ସା କଲେଜ ଥିଲା ।
୭ । ଓଡ଼ିଶାର ବାଲେଶ୍ଵରଠାରେ ପ୍ରଥମ କଲେଜ ଆରମ୍ଭ ହୋଇଥିଲା ।
୮ । ଓଡ଼ିଶାର କଟକଠାରେ ପ୍ରଥମ ମେଡ଼ିକାଲ ସ୍କୁଲ ଆରମ୍ଭ ହୋଇଥିଲା ।
୯ | ୧୮୯୯ରେ ପ୍ରଥମ କରି ବମ୍ବେ ବିଶ୍ବବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ଦିଆଯାଇଥଲା ।
୧୦ । ମୋଗଲ ସମ୍ରାଟ ଆକବର ଓ ଆଉରଙ୍ଗଜେବ୍ ସତୀଦାହ ପ୍ରଥାକୁ ଉଚ୍ଛେଦ କରିବାକୁ ପ୍ରୟାସ କରି ସଫଳ ହୋଇଥିଲେ ।
୧୫ । ବ୍ରାହ୍ମ ସମାଜ ମୂର୍ତ୍ତିପୂଜା, ସତୀପ୍ରଥା, ବହୁବିବାହ ପ୍ରଥା, ଜାତିପ୍ରଥା ତଥା ପର୍ଦାପ୍ରଥାକୁ ବିରୋଧ କରୁଥିଲା ।

Answer:
୧ । ( ✓)
୨। (✗ )
୩ । (✗ )
୪ । (✗ )
୫ । ( ✓)
୬ । ( ✓)
୭ । ( ✗)
୮ । (✓ )
୯ | ( ✓)
୧୦ । (✗ )
୧୫ । (✓ )

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

C. ରେଖାଙ୍କିତ ଶବ୍ଦଗୁଡ଼ିକୁ ପରିବର୍ତ୍ତନ ନକରି ଭ୍ରମ ସଂଶୋଧନ କର ।

୧ । ୧୭୬୦ ମସିହାରେ ବଙ୍ଗର ନବାବ ସିରାଜଉଦୌଲା ଓ ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ ମଧ୍ୟରେ ପଲାସୀ ଯୁଦ୍ଧ ହୋଇଥିଲା ।
Answer:
୧୭୫୭ ମସିହାରେ ବଙ୍ଗର ନବାବ ସିରାଜଉଦୌଲା ଓ ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ ମଧ୍ୟରେ ପଲାସୀ ଯୁଦ୍ଧ ହୋଇଥିଲା ।

୨। ପ୍ରଥମ ଚାର୍ଟର ଆଇନ ୧୭୯୭ରେ ଗୃହୀତ ହୋଇଥିଲା ।
Answer:
ପ୍ରଥମ ଚାର୍ଟର ଆଇନ ୧୭୯୩ରେ ଗୃହୀତ ହୋଇଥିଲା ।

୩ । ୧୮୧୩ରେ ଚାର୍ଟର ଆଇନ ଅନୁଯାୟୀ ମୁସଲମାନମାନଙ୍କୁ ଭାରତରେ ଧର୍ମ ଓ ସଂସ୍କୃତି ପ୍ରଚାର ପାଇଁ କମ୍ପାନୀ ଅନୁମତି ଦେଇଥିଲା ।
Answer:
୧୮୧୩ରେ ପ୍ରଣୀତ ଚାର୍ଟର ଆଇନ ଅନୁଯାୟୀ ଖ୍ରୀଷ୍ଟିଆନ୍ ମିସନାରୀମାନଙ୍କୁ ଭାରତରେ ଧର୍ମ ଓ ସଂସ୍କୃତି ପ୍ରଚାର ପାଇଁ କମ୍ପାନୀ ଅନୁମତି ଦେଇଥିଲା ।

୪ । ଓଡ଼ିଶାର ସମ୍ବଲପୁରଠାରେ ପ୍ରଥମେ ଇଂରେଜମାନଙ୍କଦ୍ୱାରା ଏକ କଲେଜ ଖୋଲାଯାଇଥିଲା ।
Answer:
ଓଡ଼ିଶାର କଟକଠାରେ ପ୍ରଥମେ ଇଂରେଜମାନଙ୍କଦ୍ୱାରା ଏକ କଲେଜ ଖୋଲାଯାଇଥିଲା ।

୫। କଲିକତାରେ ସ୍ଥାପିତ ହୋଇଥିବା କଲେଜ ପରବର୍ତ୍ତୀ ସମୟରେ ରେଭେନ୍ସା କଲେଜ ନାମରେ ନାମିତ ହୋଇଥିଲା ।
Answer:
କଟକରେ ସ୍ଥାପିତ ହୋଇଥିବା କଲେଜ ପରବର୍ତୀ ସମୟରେ ରେଭେନ୍ସା କଲେଜ ନାମରେ ନାମିତ ହୋଇଥିଲା ।

୬ । ସ୍ଵାମୀ ବିବେକାନନ୍ଦ ୧୮୬୭ ମସିହାରେ ପ୍ରାର୍ଥନା ସମାଜ ପ୍ରତିଷ୍ଠା କରିଥିଲେ ।
Answer:
ମହାଦେବ ଗୋବିନ୍ଦ ରାଣାଡ଼େ ୧୮୬୭ ମସିହାରେ ପ୍ରାର୍ଥନା ସମାଜ ପ୍ରତିଷ୍ଠା କରିଥିଲେ ।

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

D. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ନିମ୍ନୋକ୍ତ କେଉଁ ମସିହାରେ ପଲାସୀ ଯୁଦ୍ଧ ହୋଇଥିଲା ?
(କ) ୧୭୫୪
(ଖ) ୧୭୫୭
(ଗ) ୧୭୫୬
(ଘ) ୧୭୫୮
Answer:
(ଖ) ୧୭୫୭

୨। ନିମ୍ନୋକ୍ତ ମଧ୍ଯରୁ କିଏ ୱିନିଂ ମ୍ୟୁଲ୍‌ର ଉଦ୍ଭାବକ ଥିଲେ ?
(କ) ନଉକମେନ
(ଖ) ସାମୁଏଲ କ୍ରମ୍ପଟନ୍
(ଗ) ଜେମ୍‌ସ ୱାଟ୍
(ଘ) ଜେମ୍ସ ହାରଗ୍ରୀଭସ୍
Answer:
(ଖ) ସାମୁଏଲ୍ କ୍ରମ୍ପଟନ୍‌

୩ । କେବେ ଦ୍ବିତୀୟ ଚାର୍ଟର ଆଇନ ପ୍ରଣୀତ ହୋଇଥିଲା ?
(କ) ୧୮୧୦ ଖ୍ରୀ.ଅ.
(ଖ) ୧୮୨୫ ଖ୍ରୀ.ଅ.
(ଗ) ୧୮୨୩ ଖ୍ରୀ.ଅ.
(ଘ) ୧୮୧୩ ଖ୍ରୀ.ଅ.
Answer:
(ଘ) ୧୮୧୩ ଖ୍ରୀ.ଅ.

୪ । ୧୯୨୧ ମସିହା ସୁଦ୍ଧା ଦେଶର ମାତ୍ର କେତେ ପ୍ରତିଶତ ମହିଳା ଶିକ୍ଷା ଲାଭ କରିଥିଲେ ?
(କ) ୨୦ ପ୍ରତିଶତ
(ଖ) ୨୪ ପ୍ରତିଶତ
(ଗ) ୨୨ ପ୍ରତିଶତ
(ଘ) ୨୮ ପ୍ରତିଶତ
Answer:
(ଗ) ୨୨ ପ୍ରତିଶତ

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୫। କେବେ କଟକରେ ପ୍ରଥମେ ରେଭେନ୍ସା ହିନ୍ଦୁ ବାଳିକା ବିଦ୍ୟାଳୟ ଆରମ୍ଭ ହୋଇଥିଲା ?
(କ) ୧୮୭୦ ଖ୍ରୀ.ଅ.
(ଖ) ୧୮୭୯ ଖ୍ରୀ.ଅ.
(ଗ) ୧୮୭୩ ଖ୍ରୀ.ଅ.
(ଘ) ୧୮୮୦ ଖ୍ରୀ.ଅ.
Answer:
(ଗ) ୧୮୭୩ ଖ୍ରୀ.ଅ.

୬। ବାଲେଶ୍ଵର ନିକଟରେ ଏକ ଶିଳ୍ପ ତାଲିମ ସ୍କୁଲ୍ କେବେ ପ୍ରତିଷ୍ଠା ହୋଇଥିଲା ?
(କ) ୧୮୮୪ ଖ୍ରୀ.ଅ.
(ଖ) ୧୮୯୦ ଖ୍ରୀ.ଅ.
(ଗ) ୧୮୮୫ ଖ୍ରୀ.ଅ.
(ଘ) ୧୮୮୮ ଖ୍ରୀ.ଅ.
Answer:
(କ) ୧୮୮୪ ଖ୍ରୀ.ଅ.

୭ | ଇଂରେଜ ସରକାର ପ୍ରଥମେ କେଉଁଠାରେ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା କରିଥିଲେ ?
(କ) ଉତ୍ତରପ୍ରଦେଶର ଆଲ୍ଲାହାବାଦଠାରେ
(ଖ) ଉତ୍ତରପ୍ରଦେଶର ରୁର୍କିଠାରେ
(ଗ) ଉତ୍ତରପ୍ରଦେଶର ବେଲଗାଓଁଠାରେ
(ଘ) ପଞ୍ଜାବର ଚଣ୍ଡୀଗଡ଼ଠାରେ
Answer:
(ଖ) ଉତ୍ତରପ୍ରଦେଶର ରୁର୍କିଠାରେ

୮। କଟକରେ ସ୍ଥାପିତ ହୋଇଥ‌ିବା ସର୍ଭେ ସ୍କୁଲଟି ପରେ କେଉଁ ସ୍କୁଲରେ ପରିଣତ ହୋଇଥିଲା ହୋଇଥିଲା ?
(କ) ମେଡ଼ିକାଲ ସ୍କୁଲ
(ଖ) ଓଡ଼ିଆ ସ୍କୁଲ୍
(ଗ) ଇଞ୍ଜିନିୟରିଂ ସ୍କୁଲ
(ଘ) ଇଂରାଜୀ ସ୍କୁଲ୍
Answer:
(ଗ) ଇଞ୍ଜିନିୟରିଂ ସ୍କୁଲ

୯ । ଇଂରେଜମାନଙ୍କ ସମୟରେ କେଉଁ ପ୍ରଥା ଲୋକମାନଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିବାରେ ସହାୟକ ହୋଇଥିଲା ?
(କ) ଜାତିପ୍ରଥା
(ଖ) ବିଧବା ବିବାହ ପ୍ରଥା
(ଗ) ସତୀଦାହ ପ୍ରଥା
(ଘ) ନରବଳି ପ୍ରଥା
Answer:
(କ) ଜାତିପ୍ରଥା

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୧୦ । ବ୍ରାହ୍ମ ସମାଜର ଶାଖା କେଉଁ କେଉଁଠାରେ ଗଠିତ ହୋଇଥିଲା ?
(କ) ମାନ୍ଦ୍ରାଜ ଓ ବମ୍ବେ
(ଖ) ଦିଲ୍ଲୀ ଓ ମହୀଶୂର
(ଗ) ଦିଲ୍ଲୀ ଓ ମାନ୍ଦ୍ରାଜ
(ଘ) ପଞ୍ଜାବ ଓ ଚଣ୍ଡୀଗଡ଼
Answer:
(କ) ମାନ୍ଦ୍ରାଜ୍ ଓ ବମ୍ବେ

୧୧ । “ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନର ସମନ୍ବିତ ଅଧ୍ୟୟନ ବିନା ପ୍ରକୃତ ଜ୍ଞାନ ସମ୍ଭବ ନୁହେଁ – ଏହା କିଏ କହିଥିଲେ ?
(କ) ସ୍ଵାମୀ ଦୟାନନ୍ଦ ସରସ୍ବତୀ
(ଖ) ମହାଦେବ ଗୋବିନ୍ଦ ରାଣାଡ଼େ
(ଗ) ରାଜା ରାମମୋହନ ରାୟ
(ଘ) ଭୀମଭୋଇ
Answer:
(ଗ) ରାଜା ରାମମୋହନ ରାୟ

E. ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦ ମିଳନ କର ।

ଭାରତରେ ଇଂରେଜ ଶାସନର ପ୍ରଭାବ Chapter 1
Answer:
ଭାରତରେ ଇଂରେଜ ଶାସନର ପ୍ରଭାବ Chapter 1.1

ଭାରତରେ ଇଂରେଜ ଶାସନର ପ୍ରଭାବ Chapter 1.2
Answer:
ଭାରତରେ ଇଂରେଜ ଶାସନର ପ୍ରଭାବ Chapter 1.3
ଭାରତରେ ଇଂରେଜ ଶାସନର ପ୍ରଭାବ Chapter 1.4

F. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

୧ । ପଲାସୀ ଯୁଦ୍ଧର କେତେ ବର୍ଷ ପରେ ସିପାହୀ ବିଦ୍ରୋହ ହୋଇଥିଲା ?
Answer:
୧୦୦ ବର୍ଷ ପରେ

୨। ପ୍ରଥମ ଚାର୍ଟର ଆଇନ କେବେ ପ୍ରଣୀତ ହୋଇଥିଲା ?
Answer:
୧୭୯୩ ମସିହା

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୩ । ‘ଉଡ଼ସ୍‌ ଡେସ୍‌ଚ’’ କେବେ ପ୍ରକାଶ ପାଇଥିଲା ?
Answer:
୧୮୫୪ ମସିହା

୪ । କଟକର ରେଭେନ୍ସା ହିନ୍ଦୁ ବାଳିକା ବିଦ୍ୟାଳୟ କେବେ ପ୍ରତିଷ୍ଠା କରାଯାଇଥିଲା ?
Answer:
୧୮୭୩ ମସିହା

୫ । ଓଡ଼ିଶାର ପ୍ରଥମ କରି କଟକରେ କେବେ ଏକ ମେଡ଼ିକାଲ ସ୍କୁଲ ଆରମ୍ଭ ହୋଇଥିଲା ?
Answer:
୧୮୭୬ ମସିହା

୬ । ରୁର୍କି ଇଞ୍ଜିନିୟରିଂ କଲେଜ କେଉଁଠାରେ ସ୍ଥାପନ କରାଯାଇଥିଲା ?
Answer:
ଉତ୍ତରପ୍ରଦେଶ

୭ । ବ୍ରାହ୍ମ ସମାଜର ପ୍ରତିଷ୍ଠାତା କିଏ ?
Answer:
ରାଜା ରାମମୋହନ ରାୟ

୮ | ସ୍ଵାମୀ ବିବେକାନନ୍ଦଙ୍କ ଗୁରୁ କିଏ ଥିଲେ ?
Answer:
ରାମକୃଷ୍ଣ ପରମହଂସ

୯ । ରାମକୃଷ୍ଣ ମିଶନ କିଏ ପ୍ରତିଷ୍ଠା କରିଥିଲେ ?
Answer:
ସ୍ଵାମୀ ବିବେକାନନ୍ଦ

୧୦ । ମହାଦେବ ଗୋବିନ୍ଦ ରାଣାଡ଼େ କେଉଁ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ ?
Answer:
ପ୍ରାର୍ଥନା ସମାଜ

୧୧। ‘‘ବେଦ ସମସ୍ତ ଜ୍ଞାନର ମୂଳ ଉତ୍ସ ।’’ ଏକଥା କିଏ କହିଥିଲେ ?
Answer:
ସ୍ଵାମୀ ଦୟାନନ୍ଦ ସରସ୍ବତୀ

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୧୨। ‘‘ଆନନ୍ଦ ମଠ’’ ଉପନ୍ୟାସ କିଏ ଲେଖୁଥିଲେ ?
Answer:
ବଙ୍କିମ ଚନ୍ଦ୍ର ଚାଟାର୍ଜୀ

BSE Odisha 7th Class Science Solutions Chapter 16 ଜଙ୍ଗଲ ସମ୍ପଦ

Odisha State Board BSE Odisha 7th Class Science Solutions Chapter 16 ଜଙ୍ଗଲ ସମ୍ପଦ Textbook Exercise Questions and Answers.

BSE Odisha Class 7 Science Solutions Chapter 16 ଜଙ୍ଗଲ ସମ୍ପଦ

Question 1.
ନିମ୍ନରେ ଦିଆଯାଇଥିବା ପ୍ରତ୍ୟେକ ବ୍ୟବହାର୍ଯ୍ୟ ଜିନିଷପାଇଁ ଜଙ୍ଗଲରେ ଥିବା 3ଟି ଗଛର ନାମ ଲେଖ ।
(କ) କାଠ
(ଖ) ଫଳ
(ଗ) ପତ୍ର
Solution:
ଉ – ଶାଳ, ପିଆଶାଳ, ଶାଗୁଆନ୍
ଉ – ଆମ୍ବ, ପଣସ, ହରିଡ଼ା
ଉ – ବେଲ, ବିଶଲ୍ୟକରଣୀ, ତୁଳସୀ

BSE Odisha 7th Class Science Solutions Chapter 16 ଜଙ୍ଗଲ ସମ୍ପଦ

Question 2.
ଜଙ୍ଗଲକୁ କାହିଁକି ପ୍ରାକୃତିକ ସମ୍ପଦ କହିବା ଉଦାହରଣ ସହ ଦର୍ଶାଅ ।
Solution:

  • ମୃତ୍ତିକା, ବାୟୁ, ଜଳ,ଖଣିଜଦ୍ରବ୍ୟ , ଉଭିଦ, ଜଙ୍ଗଲ, ପଶୁପକ୍ଷୀ ଆଦି ପ୍ରତ୍ୟେକ ଆମ୍ଭମାନଙ୍କ ପାଇଁ ଅମୂଲ୍ୟ ସମ୍ପଦ । ଏଗୁଡ଼ିକ ସବୁ ମାନବ ଜାତିର କଲ୍ୟାଣ ପାଇଁ ପ୍ରକୃତିର ଅବଦାନ । ଜଙ୍ଗଲ ଏଥିମଧ୍ୟରୁ ଅନ୍ୟତମ ହୋଇଥିବାରୁ ଏହାକୁ ପ୍ରାକୃତିକ ସମ୍ପଦ କୁହାଯାଏ ।
  • ଏହାଛଡ଼ା ଜଙ୍ଗଲ କାଟି ଦେଲେ, ପୁଣି ସେହି ସ୍ଥାନରେ ନୂଆ ଜଙ୍ଗଲ ସୃଷ୍ଟି ହେବା ପାଇଁ ବହୁ ସମୟ ଲାଗିଥାଏ । ବର୍ତ୍ତମାନ ସର୍ବେକ୍ଷଣରୁ ଦେଖାଯାଉଛି ଯେ, ପୃଥ‌ିବୀ ପୃଷ୍ଠରୁ ଜଙ୍ଗଲର ହ୍ରାସ ଖୁବ୍ ଦ୍ରୁତ ଗତିରେ ହେଉଛି । ଅର୍ଥାତ୍ ଏହାର ନବୀକରଣ ଗତିର ହାର ଖୁବ୍ ମନ୍ଥର । ତେଣୁ ଏହାକୁ ସରନ୍ତି ପ୍ରାକୃତିକ ସମ୍ପଦ କୁହାଯାଏ କାରଣ ମନୁଷ୍ୟ ପକ୍ଷରେ ଜଙ୍ଗଲଟିଏ ସୃଷ୍ଟି କରିବା ବ୍ୟୟବହୁଳ, କଷ୍ଟସାଧ୍ୟ ଓ ସମୟସାପେକ୍ଷ ବ୍ୟାପାର ଅଟେ ।

Question 3.
ତଳେ ଦିଆଯାଇଥ‌ିବା ପ୍ରାକୃତିକ ସମ୍ପଦଗୁଡ଼ିକୁ ଅସରନ୍ତି ଓ ସରନ୍ତି ସମ୍ପଦ ରୂପରେ ବର୍ଗୀକରଣ କର । କୋଇଲା, ବାଘ, କୁମ୍ଭୀର, ହରିଡ଼ାଗଛ, ଚିଲ, ହାତୀ, ଖଣିଜତୈଳ, ସୂର୍ଯ୍ୟାଲୋକ, ମାଟି, ପବନ ।
Solution:
ଅସରନ୍ତି ସମ୍ପଦ – ସୂର୍ଯ୍ୟାଲୋକ, ପବନ
ସରନ୍ତି ସମ୍ପଦ – ଖଣିଜତୈଳ, କୋଇଲା, ବାଘ, କୁମ୍ଭୀର, ହରିଡ଼ା ଗଛ, ଚିଲ, ହାତୀ ଏଥ୍ ମଧ୍ୟରୁ କୋଇଲା ଓ ଖଣିଜ ତୈଳ ନବୀକରଣ ଅଯୋଗ୍ୟ ସମ୍ପଦ ।

Question 4.
‘ଶୀତଦିନେ ଗରମ ଲାଗିବା’’ ବା ‘ହାତୀପଲ ଗାଁ ଓ ସହରକୁ ଆସି ଧନଜୀବନ ନଷ୍ଟ କରିବା’’ ପରି ପରିସ୍ଥିତି ହେଉଛି ନିଜ ଅଭିଜ୍ଞତାରୁ ଲେଖ ।
Solution:

  • ପ୍ରାକୃତିକ ଭାରସାମ୍ୟ ବ୍ୟାହତ ହେବାରୁ ସୃଷ୍ଟି ହୋଇଥିବା ସଂକଟ ପାଇଁ ମଣିଷହିଁ ମୁଖ୍ୟତଃ ଦାୟୀ । ଅବିଚାରିତ ଭାବେ ନିଜ ସ୍ବାର୍ଥସିଦ୍ଧି ପାଇଁ ସେ ଜଙ୍ଗଲ କାଟି ଚାଲିଛି ଫଳରେ ଅଙ୍ଗାରକାମ୍ଳର ପରିମାଣ ବଢ଼ିଚାଲିଛି ଓ ସବୁଜ କୋଠରୀ ପ୍ରଭାବ ଅନୁଭୂତ ହେଲାଣି ।
  • ହୋଇଯିବ । ଜଙ୍ଗଲହିଁ ଜଳଚକ୍ରକୁ ନିୟନ୍ତ୍ରଣ କରି ପ୍ରକାରାନ୍ତରେ ଋତୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରେ । ଫଳରେ ପନ୍ତୁଲନ ଦ୍ୟାହତ ହେଲେ ତାଦ୍ବାର କୁପୃଭାଦ ପରିବେଶ ସମଗୁ କାବକଗତ ଭପରେ ପଡେ |
  • ଅନିୟମିତ ବର୍ଷା ହେବା, ବନ୍ୟା ପ୍ରକୋପ ବଢ଼ିଚାଲିବା, ମୁରୁଡ଼ି, ବାତ୍ୟା ଓ ସୁନାମୀ ଆଦି ପ୍ରାକୃତିକ ବିପର୍ଯ୍ୟୟ ଦେଖାଯିବା ଏହାର ପ୍ରଧାନ କାରଣ ।
  • ଏହା ଫଳରେ କେତେକ ପ୍ରାଣୀ ଓ ଉଦ୍ଭିଦ ପୃଥ‌ିବୀ ପୃଷ୍ଠରୁ ସମ୍ପୂର୍ଣ ବିଲୁପ୍ତ ହେବାକୁ ବସିଲେଣି । ଆମ ଭାରତରେ ଚିତାବାଘ, ସିଂହ ଓ ଗଣ୍ଡା ଆଦିଙ୍କର ସଂଖ୍ୟା ଦ୍ରୁତ ହାରରେ କମିବାରେ ଲାଗିଛି ।

Question 5.
‘ଜଙ୍ଗଲ ସମ୍ପଦର ସୁରକ୍ଷା’’ ଆମ ତିଷ୍ଠିରହିବା ପାଇଁ ଆବଶ୍ୟକ । ତୁମେ କାରଣ ସହ ଦର୍ଶାଅ ।
Solution:
ଜଙ୍ଗଲ ସମ୍ପଦର ସୁରକ୍ଷା ନହେଲେ –

  • ଜଙ୍ଗଲରୁ ଆମେ କାଠ, ପତ୍ର, ଫୁଲ, ଫଳ, ଅଠା, ଲାଖ, ଝୁଣା, ଔଷଧ, ମହୁ, ବାଉଁଶ ପାଇବା ନାହିଁ ।
  • ବର୍ଷାର ପରିମାଣ ହ୍ରାସ ପାଇବ ।
  • ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ପାଇବ ।
  • ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବ ।
  • ମୃତ୍ତିକା କ୍ଷୟ ଘଟିବ ଓ ବନ୍ୟା

Question 6.
ଜଙ୍ଗଲ ଧ୍ଵଂସ ପାଇବା ପଛରେ ଥ‌ିବା ୫ଟି କାରଣ ଲେଖ ।
Solution:
ଜଙ୍ଗଲ ଏକ ଜଟିଳ ପରିସଂସ୍ଥା । ଏହାକୁ ବଞ୍ଚାଇ ରଖୁବାକୁ ହେଲେ ମୃତ୍ତିକା, ଜଳ ଓ ବାୟୁର ସଂରକ୍ଷଣ ଆବଶ୍ୟକ ।
ଜଙ୍ଗଲ ଧ୍ଵଂସର କାରଣ :

  • ଜଙ୍ଗଲଠାରୁ ଦୂରରେ ପ୍ରତିଷ୍ଠା କରିବା ଉଚିତ ।
  • ପୋଡୁଚାଷ ଯୋଜନା ଅବିଳମ୍ବେ ବନ୍ଦ କରିବାକୁ ହେବ ।
  • ମଣିଷ ତା’ର ଆବଶ୍ୟକତା ପୂରଣ ପାଇଁ ଜଙ୍ଗଲ ଓ ଜଙ୍ଗଲଜାତ ଦ୍ରବ୍ୟ ବ୍ୟବହାର କରିଚାଲିଛି । ଏଣୁ ଆମର ପ୍ରବେଶ କରୁଛି ।
  • ମଣିଷ ତା’ର କୃତ୍ରିମ ଆବଶ୍ୟକତା ପୂରଣ କରିବା ପାଇଁ ଶିକାର କରୁଛି । ଏଣୁ ଏହା ନିଷେଧ କରାଯିବା ଉଚିତ ।
  • ପଶୁ ଚାରଣ ବାରଣ କରିବା ନିହାତି ଆବଶ୍ୟକ, ନଚେତ୍ ବିସ୍ତୀର୍ଣ୍ଣ ଅଞ୍ଚଳ ଟାଙ୍ଗରା ଭୂମିରେ ପରିଣତ ହୋଇଯିବ ।

BSE Odisha 7th Class Science Solutions Chapter 16 ଜଙ୍ଗଲ ସମ୍ପଦ

Question 7.
ତଳେ ଦିଆଯାଇଥ‌ିବା ପ୍ରତ୍ୟେକ ଉକ୍ତିପାଇଁ ଗୋଟିଏ ଲେଖାଁଏ କାରଣ ଲେଖ । ( ପ୍ରତ୍ୟେକ କାରଣ ଗୋଟିଏ
(କ) ଆମେ କୌଣସି ପଶୁ ଚମଡ଼ା ତିଆରି ସାମଗ୍ରୀ ବ୍ୟବହାର କରିବା ଉଚିତ ନୁହେଁ ।
Solution:
ପଶୁ ଚମଡ଼ା ପାଇଁ ପଶୁ ଶିକାର କରିବାଦ୍ୱାରା ସେମାନଙ୍କ ସଂଖ୍ୟା ହ୍ରାସ ପାଇବ ।

(ଖ) ପୃଥ‌ିବୀ ପୃଷ୍ଠରୁ ବିଲୁପ୍ତ ଡାଇନୋସୋରସ ପରି ‘ବାଘ’ ପ୍ରଜାତିର ପଶୁ ଲୋପ ପାଇଯିବା ଆଶଙ୍କା କରା ଯାଉଛି ।
Solution:
ଜଙ୍ଗଲ ହେଉଛି ପ୍ରାଣୀମାନଙ୍କ ପ୍ରାକୃତିକ ବାସସ୍ଥଳୀ, ଏଣୁ ଜଙ୍ଗଲ ଧ୍ବଂସ କଲେ ‘ବାଘ’ ପ୍ରଜାତିର ପଶୁ ଲୋପ ପାଇଯିବାର ଆଶଙ୍କା ଅଛି | କାରଣ ଏମାନେ କେବଳ ଶଞ୍ଚଁ ନରନ୍ତି |

(ଗ) ‘‘ପ୍ରାକୃତିକ ଭାରସାମ୍ୟ’’ପୁନଃସ୍ଥାପିତ କରି ମନୁଷ୍ୟ ଭବିଷ୍ୟତରେ ଏକ ସୁସ୍ଥ ପରିବେଶ ସୃଷ୍ଟି କରିପାରିବ ବୋଲି ଆଶା କରାଯାଏ ।
Solution:
ମାନବ ସମାଜ ପାଇଁ ସୁସ୍ଥ ପରିବେଶ ଅପରିହାର୍ଯ୍ୟ ଅଟେ ।

(ଗ) ‘‘ପ୍ରାକୃତିକ ଭାରସାମ୍ୟ’’ପୁନଃସ୍ଥାପିତ କରି ମନୁଷ୍ୟ ଭବିଷ୍ୟତରେ ଏକ ସୁସ୍ଥ ପରିବେଶ ସୃଷ୍ଟି କରିପାରିବ ବୋଲି ଆଶା କରାଯାଏ ।
Solution:
ମାନବ ସମାଜ ପାଇଁ ସୁସ୍ଥ ପରିବେଶ ଅପରିହାର୍ଯ୍ୟ ଅଟେ ।

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ :

→ କାଳଲକ୍ତ ପ୍ରାତ୍କତିକ ସମନ କାତୃକି କଦ୍ରିନା :

  • ମୃତ୍ତିକା, ବାୟୁ, ଜଳ,ଖଣିଜ ଦ୍ରବ୍ୟ, ଉଭିଦ, ଜଙ୍ଗଲ,ପଶୁ, ପକ୍ଷୀ ଆଦି ପ୍ରତ୍ୟେକ ଆମ୍ଭମାନଙ୍କ ପାଇଁ ଅମୂଲ୍ୟ ସମ୍ପଦ ଓ ଏଗୁଡ଼ିକ ସବୁ ମାନବ ଜାତିର କଲ୍ୟାଣ ପାଇଁ ପ୍ରକୃତିର ଅବଦାନ । ତେଣୁ ଏଗୁଡ଼ିକୁ ‘ପ୍ରାକୃତିକ ସମ୍ପଦ’ କୁହାଯାଏ ।
  • ଏହିପରି ପ୍ରାକୃତିକ ଉପପରେ ବିଭିନ୍ନ କାଭିର ଉଡିର ଆପେ ନଡି ଘଞ ସତୁଲ ଆପ୍ରେଣ ସୃଷି କରୁଥିବା ପରିସଂସ୍ଥାକୁ ଜଙ୍ଗଲ କୁହାଯାଏ ।
  • ଜଙ୍ଗଲରୁ ଆମେ କାଠ, ବିଭିନ୍ନ ଫଳ, ଝୁଣା, ଔଷଧ ଓ ଲାଖ ଆଦି ପାଇଥାଉ । ଏଥୁସହ ଜଙ୍ଗଲ ହିଁ ଜୀବଜଗତ ପାଇଁ ଅମ୍ଳଜାନ ଯୋଗାଉଥ‌ିବା ‘ପ୍ରାକୃତିକ କାରଖାନା’ ।
  • ସବୁଜ ଉଭିଦ ତା’ର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରେ ଓ ଅମ୍ଳଜାନ ଛାଡ଼ିଥାଏ । ଏହି ଅମ୍ଳଜାନ ଜୀବଜଗତର ଶ୍ଵାସକ୍ରିୟା ପାଇଁ ନିହାତି ଆବଶ୍ୟକ । ନଚେତ୍ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ବଢ଼ିଯିବାର ସମ୍ଭାବନା ରହିଛି ।
  • ଜଙ୍ଗଲଯୋଗୁଁ ଜଳଚକ୍ର ଅବ୍ୟାହତ ରହେ, ଏକ ବିସ୍ତୀର୍ଣ୍ଣ ଅଞ୍ଚଳର ଜଳବାୟୁକୁ ଏହା ନିୟନ୍ତ୍ରଣ କରେ, ଭୂନିମ୍ନସ୍ଥ ଜଳସ୍ତରକୁ ବଜାୟ ରଖେ, ମୃତ୍ତିକା କ୍ଷୟର ଅବରୋଧ କରେ, ବାତ୍ୟାର ପ୍ରକୋପ ଓ ବନ୍ୟାଜଳର ବେଗକୁ ମଧ୍ୟ କମାଇ ଦିଏ, ଅନେକ ପ୍ରକାରର ପଶୁପକ୍ଷୀ, କୀଟ ପତଙ୍ଗ ଏବଂ ବୃକ୍ଷଲତାକୁ ଆଶ୍ରୟ ଦେଇଥାଏ ।
    BSE Odisha 7th Class Science Solutions Chapter 16 Img 1
  • ପ୍ରାକୃତିକ ସମ୍ପଦ ମଧ୍ୟରୁ ଯେଉଁଗୁଡ଼ିକ ସରିଗଲେ ବା ବ୍ୟବହାର ହୋଇଗଲେ ଆଉ ମିଳିବ ନାହିଁ ସେମାନଙ୍କୁ ସରନ୍ତି ପ୍ରାକୃତିକ ସମ୍ପଦ କୁହାଯାଏ । ଖଣିରୁ ମିଳୁଥିବା କୋଇଲା ଓ ଖଣିଜତୈଳ ଆଦି ସରନ୍ତି ପ୍ରାକୃତିକ ସମ୍ପଦ ।
  • ପୃଥ‌ିବୀପୃଷ୍ଠରୁ ଲୋପ ପାଇଯାଇଥିବା ବିଭିନ୍ନ ଉଦ୍ଭିଦ ଓ ପ୍ରାଣୀଙ୍କୁ ମଧ୍ଯ ନବୀକରଣ ଅଯୋଗ୍ୟ ପ୍ରାକୃତିକ ସମ୍ପଦ କୁହାଯାଏ ।
  • ଯେଉଁ ସମ୍ପଦର ବ୍ୟବହାର କରିସାରିଲା ପରେ ବି ଅଳ୍ପ ସମୟ ମଧ୍ୟରେ ଆଉ ଥରେ ସୃଷ୍ଟି କରାଯାଇପାରିବ ବା ଭରଣା କରାଯାଇପାରିବ ତାକୁ ଅସରନ୍ତି ପ୍ରାକୃତିକ ସମ୍ପଦ କୁହାଯାଏ ।
  • ବର୍ତ୍ତମାନ ଅଭିନବ କୌଶଳ ପ୍ରୟୋଗକରି ଅଦରକାରୀ ଭାବେ ଜିନିଷଗୁଡ଼ିକୁ ତରଳାଇ ସେଥୁରୁ ମୂଳ ଧାତୁକୁ ପୁନରୁଦ୍ଧାର କରାଯାଉଅଛି । ଏହି କୌଶଳକୁ ‘ପୁନଃଚକ୍ରଣ ପଦ୍ଧତି’’ କୁହାଯାଏ ।

BSE Odisha 7th Class Science Solutions Chapter 16 ଜଙ୍ଗଲ ସମ୍ପଦ

→ କଲଲଭେ କିଏ ସବୁ ଥାନ୍ତି / କିଏ କିପରି ଆଛି :

  • ଜଙ୍ଗଲ ଏକ ଜଟିଳ ପରିସଂସ୍ଥା ଏବଂ ଏଥିରେ ବହୁ ସଂଖ୍ୟକ ଖାଦ୍ୟଶୃଙ୍ଖଳ କାର୍ଯକ୍ଷମ ଥାଏ । ଜୀବ ବିଜ୍ଞାନବିତ୍‌ମାନେ ଏହି ଖାଦ୍ୟଶ୍ଵଖଲଭ ସମାରୋହକୁ “ଖାଦ୍ୟଲା” ଆଖ୍ୟା ଦେଇଛନ୍ତି |
  • ଜଙ୍ଗଲରେ ଶାଳ, ପିଆଶାଳ, ମହୁଲ, ତେନ୍ତୁଳି, ଶାଗୁଆନ ପରି ବଡ଼ ଗଛ, ଅନେକ ପ୍ରକାର ବୁଦାଳିଆ ଗଛ, ବିରିନ୍ନ ଲତା ଶାସ ଦେଖାଯାଆନ୍ତି |
  • ଜଙ୍ଗଲରେ ବାଘ, ଚିତାବାଘ, ହରିଣ, ଠେକୁଆ, ବାରହା, କୁଟୁରା, ବିଲୁଆ ପରି ପଶୁ ହରଡ଼, ଶୁଆ, କୁମ୍ଭାଟୁଆ, କପୋତ, କାଠହଣା ଓ କୋଚିଲାଖାଇ ପରି ପକ୍ଷୀ ଏବଂ ସାପ, ନେଉଳ, ଝିଟିପିଟି, ଏଣ୍ଡୁଅ ପରି ସରୀସୃପ ଓ କୀଟ, ପତଙ୍ଗ, ପୋକ, ପିମ୍ପୁଡ଼ି, ବିଛା, ବୁଢ଼ିଆଣୀ ଆଦି ରହିଥାନ୍ତି ।
  • ଜଙ୍ଗଲ ପରିବେଶ ଓ ଏକ ନିର୍ଦ୍ଦିଷ୍ଟ ସ୍ଥାନର ଜଳବାୟୁ ଅନୁସାରେ ଏହାକୁ ଖାପ ଖୁଆଇ ପାରୁଥ‌ିବା ଉଭିଦ ଓ ପ୍ରାଣୀ ହିଁ ସେଠାରେ ବାସ କରିଥାନ୍ତି ।
  • ଗୁଜୁରାଟର ଗିଭ୍ ଅରଣ୍ୟରେ ସିଂହ ପ୍ରକଳ୍ପ ପାଇଁ ଏବଂ ଆସାମର କାଜିରଙ୍ଗା ଅଭୟାରଣ୍ୟ ଗଣ୍ଡା ପ୍ରକଳ୍ପ ପାଇଁ ଭାରତ ପ୍ରସିଦ୍ଧ । ହିମାଳୟର ଜଙ୍ଗଲରେ ଚମରୀଗାଈ ଦେଖାଯାଆନ୍ତି । ଘଞ୍ଚ ଜଙ୍ଗଲରେ ବାଘ ରହୁଥ‌ିବା ବେଳେ ତୃଣଭୂମି ଅଞ୍ଚଳରେ ହରିଣ ଓ ଠେକୁଆ ଆଦି ବାସ କରନ୍ତି । ଓଡ଼ିଶାର ଶିମିଳିପାଳଠାରେ ମହାବଳ ବାଘ ପାଇଁ ଆଶ୍ରୟ ସ୍ଥଳ ଥ‌ିବା ତୁମେ ଜାଣିଥବ ।
  • ସମୁଦ୍ର ତଟରେ ଝାଉଁବଣ ଦେଖାଯିବା ସହ ଏଠାରେ ହେନ୍ତାଳ, ନଡ଼ିଆ ଗଛ ଅଧିକ ଦେଖାଯାଏ । ମାଳ ଅଞ୍ଚଳରେ ଶାଳ, ପିଆଶାଳ ଓ ମହୁଲ ଗଛ ଦେଖାଯାଇଥାଏ ।
  • କେତେକ ପକ୍ଷୀ ଗଛ ଡାଳରେ ବା ବସାରେ ରହୁଥ‌ିବାବେଳେ ଆଉ କେତେକ ଗୀତକରି ରହିବା ଦେଖାଯାଏ ।
  • ଗଛଗୁଡ଼ିକର ଶାଖାପ୍ରଶାଖା ଡାଳପତ୍ର ଘଞ୍ଚହୋଇ ସୂର୍ଯ୍ୟାଲୋକକୁ ତଳକୁ ପଡ଼ିବାକୁ ନ ଦେବାରୁ ଜଙ୍ଗଲ ଭିତରଟା ଦିନବେଳେ ମଧ୍ଯ ଅନ୍ଧାରିଆ ଦେଖାଯାଏ ।
  • ଜଙ୍ଗଲ ମଧ୍ୟରେ ଡାଳ,ପତ୍ର ଓ ପ୍ରାଣୀଙ୍କ ମୃତ ଶରୀର କିଛିଦିନ ପରେ ବୀଜାଣୁ ଓ କବକଙ୍କ ପରି କେତେକ (Decomposition) କୁହାଯାଏ । ଏହି ଅପଘଟନ ଘଟାଉଥ‌ିବା ଅଣୁଜୀବମାନଙ୍କୁ ଅପଘଟକ (Decomposer) କୁହାଯାଏ ।

→ କଲଲ ପ୍ରକତିକ ଭାରସାଯ୍ୟ :

  • ଆମର ପୃଥ‌ିବୀ କେତେକ ଅଜୈବ ଓ ଜୈବ ଉପାଦାନକୁ ନେଇ ଗଢ଼ା । ଏଗୁଡ଼ିକ ପରସ୍ପର ଉପରେ ନିର୍ଭରଶୀଳ । ଏପରିକି ଜୀବଗୋଷ୍ଠୀରେ ଥ‌ିବା ଜୀବମାନେ ମଧ୍ୟ ଜୀବନଯାପନ ପାଇଁ ପରସ୍ପର ଉପରେ ନିର୍ଭର କରନ୍ତି ।
  • ଆମେ ବାସକରୁଥିବା ପୃଥ‌ିବୀ ଅଜୈବ ଓ ଜୈବ ଏହିପରି ଦୁଇ ପ୍ରକାର ଉପାଦାନକୁ ନେଇ ଗଠିତ । ଅଙ୍ଗାରକାମ୍ଳ, ଉଦ୍‌ଜାନ, ଅମ୍ଳଜାନ ପରି ସମସ୍ତ ଗ୍ୟାସ୍‌; ଲୌହ, କ୍ୟାଲସିୟମ୍ ପରି ସମସ୍ତ ଧାତୁ; ସଲ୍‌ଫର, ଫସ୍‌ଫରସ୍ ପରି ଅଧାତୁ; ଜଳ, ବାୟୁ, ମାଟି, ତାପ ଓ ଆଲୋକଶକ୍ତି, ଆର୍ଦ୍ରତା ଇତ୍ୟାଦି ଅଜୈବ ପଦାର୍ଥ ପୃଥ‌ିବୀର ଉପାଦାନ ଅଟନ୍ତି । ସମସ୍ତ ପ୍ରକାରର ପ୍ରାଣୀ, ଉଭିଦ ଓ ଅଣୁଜୀବ ଜୈବିକ ଉପାଦାନ ଅନ୍ତର୍ଭୁକ୍ତ ।
  • ଜୀବ ଓ ପରିବେଶ ଉଭୟ ଉଭୟଙ୍କଦ୍ଵାରା ପ୍ରଭାବିତ ହୋଇଥାନ୍ତି । ଫଳରେ ଜୀବ ଓ ତା’ର ପରିବେଶର ଭୌତିକ, ପରିବେଶରେ ଏକ ସନ୍ତୁଳନ ସମ୍ଭବ ହୁଏ ।
  • ସମଗ୍ର ଜୀବମଣ୍ଡଳରେ ଏହିପରି ଶକ୍ତି ଓ ଖାଦ୍ୟ ତଥା ଅନ୍ୟ ଉପାଦାନ ଦୃଷ୍ଟିରୁ ଏକ ନିଶ୍ଚିତ ସମନ୍ଵୟ ରହିଛି ।
  • ପ୍ରାକୃତିକ ଭାରସାମ୍ୟ ରକ୍ଷା କରିବା ଦିଗରେ ଜଙ୍ଗଲର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । କାରଣ ଏହାଯୋଗୁଁ ବାୟୁ ବିଶୁଦ୍ଧ ହୁଏ, ପ୍ରଦୂଷଣକୁ ଅନେକାଂଶରେ ରୋକା ଯାଇପାରେ, ଜଳଚକ୍ର ନିୟନ୍ତ୍ରତ ହୁଏ, ଭୂପୃଷ୍ଠସ୍ଥ ଜଳର ପରିସଂସାର ଖାଦ୍ୟଶଖଲ ପୋଷକଚକୁ ବ୍ୟାହୃତ ତଦ୍ରୋ
  • ପ୍ରକୃତିରେ ଘଟୁଥିବା ଏହି ପ୍ରାକୃତିକ ପ୍ରକ୍ରିୟାଗୁଡ଼ିକ ନିର୍ଦ୍ଦିଷ୍ଟ ନିୟମାନୁସାରେ ଓ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ କାର୍ଯ୍ୟ ସଂକଟ ଦେଖାଯାଏ ।
    BSE Odisha 7th Class Science Solutions Chapter 16 Img 2

→ ଆମ ରାଜ୍ୟ ଓ ଦେଶର ଜଙ୍ଗଲ ସମ୍ପଦ :

  • (i) ସ୍ଵାଧୀନତା ବେଳେ ଆମ ଦେଶରେ ପ୍ରାୟ 45% ଭୂମିରେ ଜଙ୍ଗଲ ଥିବାବେଳେ ଆଜି 22% ରେ ପହଞ୍ଚିଲାଣି । ସର୍ବେକ୍ଷଣ ଅନୁଯାୟୀ ପ୍ରତିଦିନ ଆମ ଦେଶରେ ହାରାହାରି 375 ବର୍ଗ କିଲୋମିଟର ଜଙ୍ଗଲ ନଷ୍ଟ ହେବାରେ ରହିଛି ।
    • ଆମ ଦେଶ ସ୍ବାଧୀନ ହେବା ସମୟରେ ପ୍ରାୟ 45% ଭୂମିରେ ଜଙ୍ଗଲ ଥିବାବେଳେ ବର୍ତ୍ତମାନ 22% ଭୂମିରେ ଜଙ୍ଗଲ ଅଛି ।
    • ପ୍ରତିଦିନ ଆମ ଦେଶର ହାରାହାରି 375 ବର୍ଗ କି.ମି. ଜଙ୍ଗଲ ନଷ୍ଟ ହେଉଛି ।
  • ମସିହାରେ ଆମ ରାଜ୍ୟ ଓଡ଼ିଶାରେ ପ୍ରାୟ 58,136.23 ବର୍ଗ କି.ମି. ବା ପ୍ରାୟ 37.74 ଜଙ୍ଗଲ ଥିବାବେଳେ 2008ରେ ଏହା ପ୍ରାୟ 48,374 ବର୍ଗ କି.ମି. ବା ପ୍ରାୟ 31.07%କୁ କମିଆସିଲାଣି । ଏପରିକି ପ୍ରାୟ 80% ଜଙ୍ଗଲ ନଷ୍ଟ ରହିଛି ।
  • ଜଙ୍ଗଲ କ୍ଷୟ ଦ୍ଵାରା ମନୁଷ୍ୟ ସମାଜ, ପ୍ରାଣୀଜଗତ ଓ ଉଭିଦ ଜଗତର ଅଶେଷ କ୍ଷତି ହୁଏ ଏବଂ ପରିସଂସ୍ଥାୟ ସନ୍ତୁଳନ ଅତ୍ୟଧ୍ଵ ମାତ୍ରାରେ ବାଧାପ୍ରାପ୍ତ ହୁଏ ।

→ କଲିଂନ ଶୟର କାରଣ :

  • ଜନସଂଖ୍ୟା ବୃଦ୍ଧିର ମୁକାବିଲା କରିବା ଉଦ୍ଦେଶ୍ୟରେ ଅଧ୍ଵରୁ ଅଧ‌ିକ ବାସଗୃହ ନିର୍ମାଣ, ରାସ୍ତାଘାଟ ନିର୍ମାଣ, ଅଧ୍ଵକ ଚାଷଜମି ଓ କଳକାରଖାନା ବସାଇବାପାଇଁ ମଣିଷ ଅବିଚାରିତ ଭାବେ ଜଙ୍ଗଲ କାଟିବାରେ ଲାଗିଛି ।
  • ଜଙ୍ଗଲରେ ନିଆଁ ଲାଗିଲେ ବା ପୋଡୁଚାଷ ପାଇଁ ଆଦିବାସୀ ଲୋକଙ୍କର ଜଙ୍ଗଲ କାଟି ନିଆଁ ଲଗାଇ ଚାଷ କରିବା ପାଇଁ ଜମି ସୃଷ୍ଟି କରିବା ପ୍ରଚେଷ୍ଟା ଆଦି ଜଙ୍ଗଲ କ୍ଷୟର ମୁଖ୍ୟ କାରଣ ।

BSE Odisha 7th Class Science Solutions Chapter 16 ଜଙ୍ଗଲ ସମ୍ପଦ

→ କଲଲ ସମଦର ପ୍ନଭଣ :

  • ଆମ ଦେଶରେ ଜଙ୍ଗଲର ସୁରକ୍ଷା ପାଇଁ ‘ଜଙ୍ଗଲ ନିୟମ’ ଓ ‘ଜାତୀୟ ଜଙ୍ଗଲ ନୀତି’ ପ୍ରଣୀତ ହୋଇଛି ।
  • ଆମ ଦେଶରେ 1972ରେ ‘ବନ୍ୟଜୀବନ ସୁରକ୍ଷା ଆଇନ୍’ ପ୍ରଣୟନ କରାଯାଇ 1991 ରେ ଏହାର ସଂଶୋଧନ କରାଯାଲଛି |
    • ଜଙ୍ଗଲ ସୁରକ୍ଷା ପାଇଁ ଆମ ଦେଶରେ ପ୍ରାୟ 73ଟି ଜାତୀୟ ଉଦ୍ୟାନ, 416 ଟି ଅଭୟାରଣ୍ୟ ଓ 12ଟି ଜୀବମଣ୍ଡଳ ସଂରକ୍ଷିତ ସଂସ୍ଥା ରହିଛି ।
  • ସରକାରୀ ନୀତି ବା ଆଇନ୍ ଯଥେଷ୍ଟ ନୁହେଁ । ଏହାକୁ ସଫଳ ଓ ଫଳପ୍ରଦ କାର୍ଯ୍ୟକାରୀ ହେବାକୁ ହେଲେ ସମସ୍ତଙ୍କ ସଚେତନତା ଓ ଦୃଢ଼ ପଦକ୍ଷେପ ଆବଶ୍ୟକ ।
    ଜିଲ୍ଲାର ଭିତରକନିକାକୁ ଏକ ଜାତୀୟ ଉଦ୍ୟାନ ଓ ଚିଲିକା ହ୍ରଦକୁ ପକ୍ଷୀମାନଙ୍କର ଏକ ଅଭୟାରଣ୍ୟ ରୂପେ ମାନ୍ୟତା ଦିଆଯାଇଛି ।

→ ଆସ, ଜାଣିବା :

  • ଜଙ୍ଗଲରୁ ଆମେ କାଠ, ପତ୍ର, ଫୁଲ, ଫଳ, ଲାଖ, ଝୁଣା ଇତ୍ୟାଦି ପାଉ ।
  • ଜଙ୍ଗଲରେ ଥ‌ିବା ଉଭିଦ ସମଗ୍ର ଜୀବଜଗତ ପାଇଁ ଖାଦ୍ୟ ଓ ଅମ୍ଳଜାନ ଯୋଗାଏ ।
  • ପ୍ରାକୃତିକ ଭାରସାମ୍ୟ ରକ୍ଷା କରିବାରେ ଜଙ୍ଗଲର ଭୂମିକା ମହତ୍ତ୍ବପୂର୍ଣ୍ଣ ।
  • ଜଙ୍ଗଲରେ ବିଭିନ୍ନ ପ୍ରକାର ଗଛ, ପଶୁପକ୍ଷୀ ବାସକରନ୍ତି ।
  • ଆମର ଏତେ ଉପକାର କରୁଥିବା ଜଙ୍ଗଲକୁ ଆମେ ହିଁ ଧ୍ୱଂସ କରି ଚାଲିଛୁ ।
  • କେବଳ ସରକାର ନୁହେଁ ଆମେ ସମସ୍ତେ ଓ ତୁମେ ମଧ୍ଯ ଜଙ୍ଗଲ ସୁରକ୍ଷା ପାଇଁ ପଦକ୍ଷେପ ନେବା ଆବଶ୍ୟକ ଓ ସାମାକିକ ନଳାକରଣ ପକଲ୍ଲଭ ସକ୍ତିୟ ମୁଖ୍ୟ ହେବା ଦରକାର |

BSE Odisha 7th Class Science Solutions Chapter 13 କେତୋଟି ପ୍ରାକୃତିକ ଘଟଣା

Odisha State Board BSE Odisha 7th Class Science Solutions Chapter 13 କେତୋଟି ପ୍ରାକୃତିକ ଘଟଣା Textbook Exercise Questions and Answers.

BSE Odisha Class 7 Science Solutions Chapter 13 କେତୋଟି ପ୍ରାକୃତିକ ଘଟଣା

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ଗତିଶୀଳ ବାୟୁକୁ ________ କୁହାଯାଏ ।
(ଖ) ପୃଥ‌ିବୀ ପୃଷ୍ଠରେ ଅସମାନ ତାପ ସଂଚରଣ ହେତୁ ________ ପ୍ରବାହ ହୁଏ ।
(ଗ) ଲଲାୟଦାଷ୍ଟ ଧାରଣ କରିଥିବା ________ ବର୍ଷା କରାଏ ।
(ଘ) ବାୟୁ ________ ଚାପ ଥଦଃଲଭୁ ________ ଚାପ ଅଞ୍ଚଳକୁ ପ୍ରବାହିତ ହୁଏ ।
Solution:
(କ) ପବନ
(ଖ) ବାୟୁ
(ଗ) ବାୟୁ
(ଘ) ଗୁରୁ, ଲଘୁ

BSE Odisha 7th Class Science Solutions Chapter 13 କେତୋଟି ପ୍ରାକୃତିକ ଘଟଣା

Question 2.
ରୁଲ୍ଥ୍ଭୁଲ୍‌ ଠିକ୍ କର ।
(କ) ଖରାଦିନେ ପବନ ସ୍ଥଳଭାଗରୁ ଜଳଭାଗ ଆଡ଼କୁ ପ୍ରବାହିତ ହୁଏ ।
Solution:
ଖରାଦିନେ ପବନ ସ୍ଥଳଭାଗରୁ ଜଳଭାଗ ପ୍ରବାହିତ ହୁଏ ।

(କ) ଶୀତଦିନେ ପବନ ସ୍ଥଳଭାଗରୁ ଜଳଭାଗ ଆଡ଼କୁ ପ୍ରବାହିତ ହୁଏ ।
Solution:
ଠିକ୍ ଅଛି ।

(କ) ଓଡ଼ିଶାର ପୂର୍ବ ଉପକୂଳରେ ବାତ୍ୟାହେବାର ସମ୍ଭାବନା ଥାଏ ।
Solution:
ଠିକ୍ ଅଛି ।

Question 3.
ତୁମ ପାଠ୍ୟପୁସ୍ତକରେ ନଥ‌ିବା ଦୁଇଟି ଅନୁଭୂତି ବର୍ଣ୍ଣନା କରି ଦର୍ଶାଅ ଯେ ବାୟୁ ଚାପ ପ୍ରଦାନ କରେ ।
Solution:
(i) ଆମେ ପ୍ଲାଷ୍ଟିକ୍ ନଳୀ ସାହାଯ୍ୟରେ ଥଣ୍ଡା ପାନୀୟ ଗ୍ରହଣ କରିବା ବେଳେ ମୁହଁରେ ଶୋଷାଡ଼ି ଥାଉ । ଫଳରେ ଭିତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୁଏ । ବାୟୁର ନିମ୍ନଚାପ ପ୍ରଭାବରେ ଥଣ୍ଡାପାନୀୟ ଠେଲି ହୋଇ ନଳୀ ଭିତର ଦେଇ ପାଟିକୁ ସହଜରେ ଚାଲିଯାଏ ।
(ii) ଆମେ ପାହାଡ଼ ଉପରକୁ ଗଲେ ବା ପ୍ଲେନ୍‌ରେ ଯିବାବେଳେ ହଠାତ୍ କାନର ପରଦା ବନ୍ଦ ହୋଇ କଷ୍ଟ ଅନୁଭୂତ ହୁଏ । ଏହା ଚାପ କମିଯିବା ଫଳରେ ଘଟିଥାଏ । ପାହାଡ଼ ଉପରେ ଚାପ କମ୍ ଓ ଖଣିଭିତରେ ଚାପ ଅଧ୍ବକ ହୁଏ ।

Question 4.
ରାସ୍ତାକଡ଼ରେ ଲଗାଯାଇଥିବା କପଡ଼ା ତିଆରି ବ୍ୟାନରରେ ବିଭିନ୍ନ ଅଂଶରେ କଣା ରଖାଯାଏ କାହିଁକି ?
Solution:
(i) ବାୟୁର ଚାପ ଥ‌ିବାରୁ ଏହା ବହିବା ବେଳେ ଏକ ବଳ ପ୍ରୟୋଗ କରେ । କପଡ଼ା ତିଆରି ବ୍ୟାନରରେ କଣା ନ ଥିଲେ, ପବନ ଯୋଗୁଁ ବାରମ୍ବାର ଏଥୁରେ ବନ୍ଧା ଯାଇଥ‌ିବା ସୂତାକୁ ଛିଣ୍ଡାଇ ଦିଏ ଓ ଅସୁବିଧା ଘଟେ ।
(ii) ଏଣୁ ଏହାକୁ ତିଆରି କରୁଥିବା ଚିତ୍ରକାରମାନେ ଏହାର ସମାଧାନ ନିମନ୍ତେ ସେହି କପଡ଼ାରେ ବିଭିନ୍ନ ଅଂଶରେ କଣା ରଖନ୍ତି ଫଳରେ ପବନ ବାଧା ପାଏ ନାହିଁ କି ବ୍ୟାନର୍‌ ଛିଣ୍ଡି ତଳେ ପଡ଼ିବାର ସମ୍ଭାବନା ନଥାଏ ।

BSE Odisha 7th Class Science Solutions Chapter 13 କେତୋଟି ପ୍ରାକୃତିକ ଘଟଣା

Question 5.
ଗୋଟିଏ ସ୍ଥାନରେ ପବନର ଦିଗ ଜାଣିବା ପାଇଁ ଦୁଇଟି ପଦ୍ଧତି ବର୍ଣ୍ଣନା କର ।
Solution:
(i) ବାୟୁ ପ୍ରବାହର ଦିଗ ନିର୍ଣ୍ଣୟ କରିବା ପାଇଁ ପବନ ଚକି (Wind vane) ବା ପାଗ କୁକୁଡ଼ା (Weather cock) ନାମକ ଯନ୍ତ୍ର ବ୍ୟବହାର କରାଯାଇଥାଏ ।
(ii) ଏହି ଯନ୍ତ୍ରଟି ମଧ୍ଯ ପର୍ଯ୍ୟବେକ୍ଷଣାଗାର ଛାତ ଉପରେ ସ୍ଥାପନ କରାଯାଇଥାଏ । ଏଥିପାଇଁ ଛାତ ଉପରେ ଲମ୍ବଭାବରେ ଏକ ଲମ୍ବା ଦଣ୍ଡ ପୋତା ଯାଇଥାଏ । ଏହି ଦଣ୍ଡର ଅଗ୍ରଭାଗରେ ସହଜରେ ବୁଲିପାରିବା ଭଳି ଗୋଟିଏ ଧାତୁ ନିର୍ମିତ ତୀର ବା କୁକୁଡ଼ା ଖଞ୍ଜା ହୋଇଥାଏ ।
(iii) ଏହାର ତଳକୁ ଦୁଇଟି ଅପେକ୍ଷାକୃତ ସାନ ଓ ପରସ୍ପର ସମାନ ଦଣ୍ଡ ‘ଛକି’’ (+) ଭାବରେ ରଖାଯାଇଥାଏ । ଉ.ପୂ., ଦ. ପି. (N.E., S.W) ରହିଥାଏ ।
(iv) ସାମାନ୍ୟ ପବନରେ ମଧ୍ୟ ତୀରଟି ବା କୁକୁଡ଼ାଟି ଘୂରେ ଏବଂ ସର୍ବଦା ତୀରର ଗୋଜିଆ ଅଂଶ ବା କୁକୁଡ଼ାର ମୁହଁ ବାୟୁ ଯେଉଁ ଦିଗରୁ ପ୍ରବାହିତ ହେଉଥାଏ ସେହି ଦିଗକୁ ରହେ । ତେଣୁ ଦିଗ ନିର୍ଦ୍ଦେଶକ ଅକ୍ଷରକୁ ଦେଖ୍ ବାୟୁ ପ୍ତଦାହିତ ହେଉଥିବା ଦିଗ ସହକାରେ ନିଣ୍ଡେୟ କରିପାରନ୍ତି |

Question 6.
ତୁମ ବାପା ଗୋଟିଏ ଘର କିଣିବାକୁ ଚାହୁଁଛନ୍ତି । ସେ ଘରେ ଝରକା ଅଛି, ମାତ୍ର ସ୍କାଇଲାଇଟ୍‌ ନାହିଁ । ଏପରି ଘର କିଣିବା ଉଚିତ୍ କି ? କାହିଁକି ବୁଝାଅ ।
Solution:
(i) ବାୟୁ ଉତ୍ତପ୍ତ ହେଲେ ହାଲୁକା ହୋଇ ଉପରକୁ ଉଠିଯାଏ ଓ ତା’ର ସ୍ଥାନ ପୂରଣ କରିବା ପାଇଁ ଥଣ୍ଡାବାୟୁ ସେଠାକୁ ପ୍ରବାହିତ ହୁଏ । ଏହିପରି ଘରେ ବାୟୁ ଚଳାଚଳ ଚଳନ ସ୍ରୋତଦ୍ୱାରା ଘଟିଥାଏ ।
(ii) ଥଣ୍ଡାବାୟୁ ସାଧାରଣତଃ କବାଟ ଓ ଝରକା ଦେଇ ଘର ଭିତରକୁ ଆସିଥାଏ ହେଲେ ଉତ୍ତପ୍ତ ବାୟୁ ସ୍କାଇଲାଇଟ୍ ଦେଇ ପଦାକୁ ଚାଲିଯାଏ । ବାପା କିଣିବାକୁ ଯାଉଥିବା ଘରେ ସ୍କାଇଲାଇଟ୍ ନଥିବାରୁ ଏପରି ଘରେ ବସବାସ କରିବା ଅସ୍ବାସ୍ଥ୍ୟକର ଅଟେ । ଏଣୁ ଏପରି ଘର କିଣିବା ଉଚିତ୍‌ ନୁହେଁ ।

ବିପଯୁବସ୍ତୁ ସପୂଜାପ ପୂଚନା ଓ ବିଶେଷଣ :

→ ଉପକ୍ରମ :

  •  1999 ମସିହା ଥିଲେବର ମାସ 29 ତାରିଖରେ ଶଟିଥିବା ପୃଲୟକରା ମହ୍ରାଣତ୍ୟାରେ ପଶ୍ୟର ଣ୍ୟେ ଶଶାକୁ 260 କି.ମି. ଥିଲା ଓ ସମୁଦ୍ରରେ ଜୁଆର ମଧ୍ୟ ୨ ମିଟର ଉଚ୍ଚରେ କୂଳ ଅଞ୍ଚଳକୁ ମାଡ଼ି ଆସିଥିଲା
  • ଏଥ‌ିରେ ପ୍ରାୟ 45,000 ଘରଦ୍ୱାର ଭାଙ୍ଗି ଯାଇଥିଲା ଏବଂ 10,000 ରୁ ଊର୍ଦ୍ଧ୍ବଲୋକଙ୍କର ଜୀବନ ହାନି ଘଟିଥିଲା ।
  • ଆମ ରାଜ୍ୟର କୃଷି, ଗମନାଗମନ, ଯୋଗାଯୋଗ ଏବଂ ବିଦ୍ୟୁତ୍ ପରିବହନ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଥିଲା ।
  • ପୃଥ‌ିବୀକୁ ଏକ ଅଦୃଶ୍ୟ ବାୟୁମଣ୍ଡଳ ଘେରି ରହିଅଛି । ବାୟୁ ରୂପକ ଏକ ସାଗର ମଧ୍ଯରେ ଆମେ ସର୍ବଦା ବୁଡ଼ିରହିଛୁ କହିଲେ ଅତ୍ୟୁକ୍ତି ହେବନାହିଁ ।

→ ବାୟୁ ଚାପ ପକାଏ :

  • ସାଧାରଣ କଠିନ ଓ ତରଳ ପଦାର୍ଥ ଭଳି ବାୟୁର ମଧ୍ଯ ଓଜନ ଅଛି । ଏଣୁ ଏହା ପୃଥ‌ିବୀ ଉପରେ ଏକ ଚାପ ପ୍ରଦାନ କରେ ।
  • ବାୟୁ ଉତ୍ତପ୍ତ ହେଲେ ପ୍ରସାରିତ ଓ ଥଣ୍ଡା ହେଲେ ସଙ୍କୁଚିତ ହୋଇଥାଏ ।
  • କୌଣସି ବସ୍ତୁର ଏକକ କ୍ଷେତ୍ରଫଳ ଉପରେ ପଡ଼ୁଥ‌ିବା ବାୟୁର ବଳ (ଓଜନ)କୁ ବାୟୁ ଚାପ କୁହାଯାଏ ।
  • ବାୟୁର ଚାପ ଥିବାରୁ ଗଛର ପତ୍ର, ପତାକା, ବ୍ୟାନର ଆଦି ଫଡ଼ ଫଡ଼ ଶବ୍ଦ କରି ଉଡ଼ିଥାଏ । ବାୟୁର ଅନୁକୂଳରେ ଡଙ୍ଗା ଚଳାଇବା ସହଜସାଧ୍ୟ ହୋଇଥାଏ ।

BSE Odisha 7th Class Science Solutions Chapter 13 କେତୋଟି ପ୍ରାକୃତିକ ଘଟଣା

→ ଅଧୂକ ବେଗରେ ପବନ ବହିଲେ ବାୟୁର ଚାପ ହ୍ରାସ ହୁଏ :

  • ବାୟୁ ଗତିଶୀଳ ହେବାକୁ ପବନ କୁହାଯାଏ ।
  • ବାୟୁ ଉତ୍ତପ୍ତ ହେଲେ ହାଲୁକା ହୋଇ ଉପରକୁ ଉଠିଯାଏ, ସେ ସ୍ଥାନରେ ବାୟୁଚାପ କମିଯାଏ (ଲଘୁଚାପ) ଏବଂ ସେହିସ୍ଥାନ ପୂରଣ କରିବାକୁ ଥଣ୍ଡା ଅଞ୍ଚଳରୁ (ଗୁରୁଚାପ) ବାୟୁ ପ୍ରବାହିତ ହୋଇଥାଏ ।
  • ବାୟୁ ଉଚ୍ଚଚାପ (ଗୁରୁଚାପ) ଅଞ୍ଚଳରୁ ନିମ୍ନଚାପ ଅଞ୍ଚଳକୁ ପ୍ରବାହିତ ହୁଏ । ବାୟୁର ଚାପରେ ଅଧିକ ତାରତମ୍ୟ ହେଲେ ବାୟୁ ଅଧିକ ବେଗରେ ଗତି କରେ ।

→ ପବନ ସ୍ରୋତ :

  • ପୃଥ‌ିବୀପୃଷ୍ଠରେ ବାୟୁମଣ୍ଡଳର ତାପମାତ୍ରାରେ ତାରତମ୍ୟ ଘଟିଲେ ପବନ ପ୍ରବାହିତ ହେବାକୁ ଆରମ୍ଭ କରେ ।
  • ଆମ ଘରମାନଙ୍କରେ ଏହିପରି ପରିଚଳନ ଦ୍ବାର ବାୟୁ ଚଳାଚଳ ଘଟିଥାଏ । କବାଟ ଓ ଖୁଡ଼ିକି ଦେଇ ଥଣ୍ଡା ବାୟୁ ପଶେ ଓ ଉତ୍ତପ୍ତ ହାଲୁକା ବାୟୁ ସ୍କାଇଲାଇଟ୍ ବାଟେ ପଦାକୁ ବାହାରି ଯାଏ ।
  • ବିଷୁବ ରେଖା ନିକଟସ୍ଥ ଅଞ୍ଚଳର ତାପମାତ୍ରା, 0 – 30° ଅକ୍ଷାଂଶ ମଧ୍ୟରେ ଥିବା ଅଞ୍ଚଳର ତାପମାତ୍ରା ଅପେକ୍ଷା ଅଧିକ । ଏଣୁ ଉତ୍ତର ଓ ଦକ୍ଷିଣ ଦିଗରୁ ଥଣ୍ଡା ବାୟୁ ବିଷୁବରେଖା ଅଞ୍ଚଳକୁ ପ୍ରବାହିତ ହୁଏ ।
  • ମେରୁ ଅଞ୍ଚଳର ତାପମାତ୍ରା, 60° ଅକ୍ଷାଂଶ ଅଞ୍ଚଳରେ ତାପମାତ୍ରା ଅପେକ୍ଷା ଅଧିକ ଥଣ୍ଡା । ଏଣୁ ମେରୁ ଅଞ୍ଚଳରୁ ଥଣ୍ଡା ବାୟୁ 60° ଅକ୍ଷାଂଶ ଅଞ୍ଚଳକୁ ପ୍ରବାହିତ ହୁଏ ।
    • ପୃଥୁବୀର ଆବର୍ତ୍ତନ ଗତି ହେତୁ ବାୟୁ ପ୍ରବାହର ଦିଗ ପରିବର୍ତ୍ତନ ହୋଇଥାଏ ।

(b) ସ୍ଥଳଭାଗ ଓ ଜଳଭାଗ ଅସମ ଭାବରେ ଉତ୍ତପ୍ତ ହୁଏ :

  • ଖରାଦିନେ ସ୍ଥଳଭାଗର ବାୟୁ ଶୀଘ୍ର ଉତ୍ତପ୍ତ ହୋଇ ଉପରକୁ ଉଠିଯାଏ, ଏଣୁ ଜଳଭାଗରୁ ଥଣ୍ଡା ବାୟୁ ସ୍ଥଳଭାଗ ଆଡ଼କୁ ପ୍ରବାହିତ ହୁଏ । ଏହାକୁ ‘ମୌସୁମୀ ବାୟୁ’ କୁହାଯାଏ ।
  • ମୌସୁମୀ ବାୟୁ ଜଳ ଧରି ବୋହିଥାଏ ଓ ବର୍ଷା କରାଏ | ଶସ୍ୟ ଉତ୍ପାଦନ ପାଇଁ ଏହାର ଆବଶ୍ୟକତା ଖୁବ୍ ବେଶି ।
  • ଶୀତଦିନେ ବାୟୁ ପ୍ରବାହ ବିପରୀତ ଦିଗରେ ହୋଇଥାଏ । ଅର୍ଥାତ୍ ଏହା ସ୍ଥଳଭାଗରୁ ଜଳଭାଗକୁ ପ୍ରବାହିତ ହୁଏ । ମହାସାଗରରୁ ଆସୁଥ‌ିବା ବାୟୁ ଅଧିକ ଜଳ ଧାରଣ କରିଥାଏ । ଏହା ‘ଜଳଚକ୍ର’ର ଅଂଶବିଶେଷ ।
  • ଖରାଦିନେ ରାଜସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହରେ ବର୍ଷା ହୁଏ । ଏହି ବାୟୁ ଭାରତ ମହାସାଗରରୁ ପ୍ରଚୁର ପରିମାଣରେ ଜଳ ବୋହିଆଣେ ।

→ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ଓ ବାତ୍ୟା :
(i) ଫଳରେ ଥଣ୍ଡା ଓ ଓଜନିଆ ହୋଇ ତଳକୁ ଖସି ଆସେ । ଉପରୁ ଆସୁଥିବା ଜଳକଣାବାହୀ ବାୟୁ ସହ ତଳୁ ଉପରକୁ ଉଠୁଥ‌ିବା ବାୟୁର ଘର୍ଷଣ ହେତୁ ବିଜୁଳି ଓ ଘଡ଼ଘଡ଼ି ସୃଷ୍ଟି ହୁଏ । ଏହାସହ ଝଡ଼ବର୍ଷା ହୁଏ ।

(ii) ପରୀକ୍ଷାରୁ ଜଣାଯାଏ ମେଘଗୁଡ଼ିକ ଚାର୍ଜିତ । ଉପରେ ଥ‌ିବା ଥଣ୍ଡା ମେଘ (– 10° ରୁ 40° C) ରେ ଯୁକ୍ତାତ୍ମକ ଭାବେ ଚାର୍ଜିତ କଣିକା ଥାଏ । ମଝି ଅଂଶର 0°C ରେ ଥ‌ିବା ମେଘରେ ବିଯୁକ୍ତାତ୍ମକଭାବେ ଚାର୍ଜିତ କଣିକା ରହିଥାଏ । ମେଘର ନିମାଂଶ (base) କେତେକ ସମୟରେ ଯୁକ୍ତାତ୍ମକ ଭାବେ ଚାର୍ଜିତ ।

(iii) ବାୟୁ ବିଦ୍ୟୁତ୍‌ କୁପରିବାହୀ ଅଟେ । ଦୁଇଟି ବିପରୀତ ଧର୍ମୀ ଘନମେଘ ପରସ୍ପର ନିକଟବର୍ତ୍ତୀ ହେଲେ ସେ ଦୁଇଟିର ମଧ୍ୟବର୍ତ୍ତୀ ବାୟୁ ଭିତରେ ବିଦ୍ୟୁତ୍ ଚାର୍ଜ ପ୍ରବଳ ବେଗରେ ଗତି କରିଥାଏ । ଏହା ଫଳରେ ମଧ୍ୟବର୍ତ୍ତୀ ବାୟୁ ଏକ ସୁପରିବାହୀରେ ପରିଣତ ହୁଏ ଓ ବହୁପରିମାଣ ଚାର୍ଜ ଦୁଇ ମେଘ ମଧ୍ଯରେ ପ୍ରବାହିତ ହୁଏ । ଏହି ବିଦ୍ୟୁତ୍ ବିସର୍ଜନ ବେଳେ ଉଜ୍ଜ୍ୱଳ ଆଲୋକ ଶିଖା ଦେଖାଯାଏ ଓ ଏହାକୁ ସ୍କୁଲିଙ୍ଗ (spark) କହନ୍ତି |

(iv) ବାୟୁ ଉତ୍ତପ୍ତ ହେଲେ ହାଲୁକା ହୋଇ ଉପରକୁ ଉଠିଯାଏ ଓ ସେହି ସ୍ଥାନରେ ଚାପ କମିଯାଏ । ଯଦି ବାୟୁର ଚାପ ହଠାତ୍ କମିଯାଏ, ତାହାର ଚତୁର୍ଦ୍ଦିଗରେ ଥ‌ିବା ଗୁରୁଚାପ ବିଶିଷ୍ଟ ବାୟୁ ଲଘୁ ଚାପ କେନ୍ଦ୍ରକୁ ପ୍ରବଳ ବେଗରେ ପ୍ରବାହିତ ହୁଏ । ଏହାକୁ ବାତ୍ୟା କୁହାଯାଏ ।

(v) ବାତ୍ୟାପାଇଁ ପବନର ବେଗ, ଦିଗ, ତାପମାତ୍ରା ଏବଂ ଆର୍ଦ୍ରତା ଆଦି କାରକ ଦାୟୀ । ପବନ ଚକି (wind vane) ବା ପାଗକୁକୁଡ଼ା (weather cock) ଯନ୍ତ୍ର ବ୍ୟବହାର କରାଯାଏ ।

(vi) ବାୟୁମଣ୍ଡଳର ତାପ ନିର୍ଣ୍ଣୟ କରିବାପାଇଁ ପାଗ ପର୍ଯ୍ୟବେକ୍ଷଣାଗାରମାନଙ୍କରେ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାନ ଯନ୍ତ୍ର ବ୍ୟବହାର କରାଯାଏ ।

(viii) ବାୟୁମଣ୍ଡଳର ଅବସ୍ଥା ଜାଣିବା ପାଇଁ ପାଣିପାଗ ପର୍ଯ୍ୟବେକ୍ଷଣାଗାରରୁ ‘ପାଣିପାଗ ବେଲୁନ୍’ ଛଡ଼ାଯାଇଥାଏ । ଏହି ବେଲୁନରେ ଖଞ୍ଜା ହୋଇଥିବା ବେତାରପ୍ରେରକ ଯନ୍ତ୍ରଦ୍ୱାରା ବାୟୁମଣ୍ଡଳର ଅବସ୍ଥାକୁ ତାପ, ଚାପ, ଆର୍ଦ୍ରତା ଆଦି ବେତାର ଗ୍ରହଣ କେନ୍ଦ୍ରକୁ ପଠାଯାଇ ଜାଣିହୁଏ ।

→ ବାତ୍ୟା ସମୟରେ ନିରାପତ୍ତା ବ୍ୟବସ୍ଥା :

  • ପରକାର ରାଜ୍ୟା ନିୟମରେ ଆଗୁଆ ସୂଚନା ଗଣମାଧଶବ୍ଦାର ଦେଇଥାନ୍ତି ପଡ଼କଡା ମୂଳକ ସେବା ପ୍ରଦାନ କରନ୍ତି ।
  • ଜନସାଧାରଣ, ବନ୍ଦର ସମୂହ, ମତ୍ସ୍ୟଜୀବୀ, ଜାହାଜ ଆଦିକୁ ସତର୍କ ସୂଚନା ପ୍ରଦାନ କରାଯାଏ ।
  • ପୂର୍ବ ନିର୍ମିତ ବାତ୍ୟା ଆଶ୍ରୟସ୍ଥଳରେ ଜନସାଧାରଣଙ୍କୁ ଯଥାଶୀଘ୍ର ଆଶ୍ରୟ ଯୋଗାଯାଏ ।

BSE Odisha 7th Class Science Solutions Chapter 13 କେତୋଟି ପ୍ରାକୃତିକ ଘଟଣା

→ ଜଳଯଥାରଶବ୍ଦ କଇଁନ୍ୟ :

  • ଟି.ଭି., ରେଡ଼ିଓ ଏବଂ ସମ୍ବାଦପତ୍ର ମାଧ୍ୟମରେ ମିଳୁଥିବା ସତର୍କ ସୂଚନାକୁ ମାନିବା ଉଚିତ ।
  • ନିଜର ଆସବାବପତ୍ର, ଗୃହପାଳିତ ପଶୁ ଓ ଯାନବାହନ ଆଦିକୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରିବା ଉଚିତ ।
  • ଜଳପୂର୍ଣ୍ଣ ରାସ୍ତାରେ ଗାଡ଼ି ଚଳାଚଳ କରିବା ଅନୁଚିତ ।
  • ସ୍ଥାନୀୟ ପୋଲିସ ଷ୍ଟେସନ୍, ଅଗ୍ନିନିର୍ବାପକ ସଂସ୍ଥା, ପ୍ରଶାସନିକ କର୍ମଚାରୀ ଏବଂ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଫୋନ୍ ନମ୍ବର ପାଖରେ ରଖୁବା ଉଚିତ ।

→ ବାତ୍ୟା ଅଞ୍ଚଳର ଅଧିବାସୀଙ୍କ କର୍ତ୍ତବ୍ୟ :

  • ଅପଚାୟିତ ଜଳକୁ ପାନ ନକରି, ପାନୀୟ ବିଶୁଦ୍ଧ ଜଳ ଅଧ‌ିକ ପରିମାଣରେ ନିଜ ପାଇଁ ସଂଗ୍ରହ କରି ରଖୁବା ଉଚିତ ।
  • ଓଦା ବିଦ୍ୟୁତ୍ ତାର, ସୁଇଚ୍ ଏବଂ ଭାଙ୍ଗିଯାଇଥିବା ବିଦ୍ୟୁତ୍ ଖୁଣ୍ଟିକୁ ସ୍ପର୍ଶ କରିବା ବିପଦପୂର୍ଣ୍ଣ ଅଟେ ।
  • ଉଦ୍ଧାରକାରୀଙ୍କୁ ଅନାବଶ୍ୟକ ସାହାଯ୍ୟ ନ ମାଗିବା ଓ ବାହାରେ ନ ବୁଲିବା ଉଚିତ ।
  • ନିଜର ବନ୍ଧୁବାନ୍ଧବ ଏବଂ ପଡ଼ୋଶୀମାନଙ୍କ ସହ ଉତ୍ତମ ସମ୍ପର୍କ ରଖିବା ଉଚିତ ।
  • କୃତ୍ରିମ ଉପଗ୍ରହ ଓ ରାଡାର ସେବା ମାଧ୍ୟମରେ 48 ଘଣ୍ଟା ପୂର୍ବରୁ ମିଳୁଥିବା ସୂଚନା ପାଇ ସଜାଗ ରହିଲେ ଧନଜୀବନ ସୁରକ୍ଷିତ ରହିବ ।

→ ଆସ, ଜାଣିବା :

  • ଆମ ଚାରିପାଖରେ ଥ‌ିବା ବାୟୁର ଚାପ ଅଛି ।
  • ବାୟୁ ଉତ୍ତପ୍ତ ହେଲେ ପ୍ରସାରିତ ହୁଏ ଏବଂ ଥଣ୍ଡା ହେଲେ ସଙ୍କୁଚିତ ହୁଏ ।
  • ବାୟୁ ଉତ୍ତପ୍ତ ହୋଇ ଉପରକୁ ଉଠିଗଲେ ସେ ସ୍ଥାନରେ ବାୟୁର ଚାପ କମିଯାଏ ଏବଂ ସେହି ସ୍ଥାନ ପୂରଣ କରିବାକୁ ଥଣ୍ଡା ଅଞ୍ଚଳରୁ ବାୟୁ ପ୍ରବାହିତ ହୋଇଥାଏ ।
  • ଗତିଶୀଳ ବାୟୁକୁ ପବନ କୁହାଯାଏ ।
  • ପୃଥ‌ିବୀ ପୃଷ୍ଠରେ ଅସମାନ ତାପ ସଞ୍ଚରଣ ହେତୁ ବାୟୁ ପ୍ରବାହ ସମ୍ଭବ ହୁଏ ।
  • ଜଳୀୟ ବାଷ୍ପ ଧାରଣ କରିଥିବା ବାୟୁ ବର୍ଷା କରାଏ ।
  • ରାଡ଼ାର ଓ କୃତ୍ରିମ ଉପଗ୍ରହ ମାଧ୍ଯମରେ ବାତ୍ୟା ସମ୍ପର୍କରେ ପୂର୍ବ ସୂଚନା ମିଳିପାରୁଛି ।
    BSE Odisha Class 7 Science Solutions Chapter 11 Img 8

BSE Odisha 7th Class Science Solutions Chapter 12 ବିଦ୍ୟୁତ୍ ସ୍ରୋତ ଓ ଏହାର ପ୍ରଭାବ

Odisha State Board BSE Odisha 7th Class Science Solutions Chapter 12 ବିଦ୍ୟୁତ୍ ସ୍ରୋତ ଓ ଏହାର ପ୍ରଭାବ Textbook Exercise Questions and Answers.

BSE Odisha Class 7 Science Solutions Chapter 12 ବିଦ୍ୟୁତ୍ ସ୍ରୋତ ଓ ଏହାର ପ୍ରଭାବ

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ବିଦ୍ୟୁତ୍ ସେଲ୍ ସଙ୍କେତ (-| ।-) ଲେଖିଲା ବେଳେ ଛୋଟ ରେଖାଖଣ୍ଡ ________ ବିଦ୍ୟୁତ୍ ଅଗ୍ରକୁ ସୂଚାଏ ।
(ଖ) ବିଦ୍ୟୁତ୍ ହିଟରର ସୁଇଚକୁ ମୁଦିତ କଲେ, ଏହା ________ ହୁଏ ।
(ଗ) ଦୁଇ ବା ତତୋଧୀକ ବିଦ୍ୟୁତ୍ ସେଲ୍ ସଂଯୁକ୍ତ ହେଲେ ତାହାକୁ ________ କୁହାଯାଏ ।
(ଘ) ବିଦ୍ୟୁତ୍ କେସ୍କୋର. ________ ଅଂଶଟି ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ଉତ୍ତପ୍ତ ହୁଏ ।
Solution:
(କ) ବିଯୁକ୍ତ
(ଖ) ଉତ୍ତପ୍ତ
(ଗ) ବ୍ୟାଟେରୀ
(ଘ) ତାରକୁଣ୍ଡଳୀ

BSE Odisha 7th Class Science Solutions Chapter 12 ବିଦ୍ୟୁତ୍ ସ୍ରୋତ ଓ ଏହାର ପ୍ରଭାବ

Question 2.
ରୁଲଥିଲେ ସଂଶୋଧନ କର ।
(କ) ବିଦ୍ୟୁତ୍ ପରିପଥରେ ଅଧିକ ମାତ୍ରାର ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ଫ୍ୟୁଜ୍ ତାରଟି ସେହିପରି ରହିଥାଏ ।
(ଖ) ଗୋଟିଏ କାଠ ସ୍ତୁ ଉପରେ ରୋଧ ବିଦ୍ୟୁତ୍ ତାର ଗୁଡ଼ାଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ କଲେ ତାହା ଲୁହାଗୁଣ୍ଡକୁ ଆକର୍ଷଣ କରିବ ।
(ଗ) ବ୍ୟାଟେରୀର ଗୋଟିଏ ବିଦ୍ୟୁତ୍ ସେଲ୍‌ର ଯୁକ୍ତ ବିଦ୍ୟୁତ୍ ଅଗ୍ର ଅନ୍ୟ ସେଲ୍‌ର ଯୁକ୍ତ ବିଦ୍ୟୁତ୍ ଅଗ୍ର ସହ ସଂଯୁକ୍ତ ହୋଇଥାଏ ।
(ଘ) ବିଦ୍ୟୁତ୍ ସେଲ୍‌ର ସଂକେତରେ ବଡ଼ ଗାରଟି ବିଯୁକ୍ତ ବିଦ୍ୟୁତ୍ ଅଗ୍ର ଦର୍ଶାଇଥାଏ ।
Solution:
(କ) ବିଦ୍ୟୁତ୍ ପରିପଥରେ ଅଧିକ ମାତ୍ରାର ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ଫ୍ୟୁଜ୍ ତାରଟି ତରଳିଯାଏ ।

ଆକର୍ଷଣ କରିବ ।
(ଗ) ବ୍ୟାଟେରୀର ଗୋଟିଏ ବିଦ୍ୟୁତ୍ ସେଲ୍‌ର ଯୁକ୍ତ ବିଦ୍ୟୁତ୍ ଅଗ୍ର ଅନ୍ୟ ସେଲ୍‌ର ବିଯୁକ୍ତ ବିଦ୍ୟୁତ୍ ଅଗ୍ରସହ ସଂଯୁକ୍ତ
ହୋଇଥାଏ ।
(ଘ) ବିଦ୍ୟୁତ୍ ସେଲ୍‌ର ସଙ୍କେତରେ ବଡ଼ ଗାରଟି ଯୁକ୍ତ ବିଦ୍ୟୁତ୍ ଅଗ୍ର ଦର୍ଶାଇଥାଏ ।

Question 3.
ନିମ୍ନ ବିଦ୍ୟୁତ୍ ଅଂଶଗୁଡ଼ିକର ସଙ୍କେତ ଲେଖ ।
(କ) ବିଦ୍ୟୁତ୍ ସେଲ୍
(ଖ) ମୁକ୍ତ ଅବସ୍ଥାରେ ଥ‌ିବା ବିଦ୍ୟୁତ୍ ସୁଇଚ୍
(ଗ) ବିଦ୍ୟୁତ୍ ବଲ୍‌ବ
(ଘ) ବିଦ୍ୟୁତ୍ ତାର
(ଙ) ମୁଦିତ ଅବସ୍ଥାରେ ଥ‌ିବା ବିଦ୍ୟୁତ୍ ସୁଇଚ୍
(ଚ) ବ୍ୟାଟେରା
Solution:
BSE Odisha 7th Class Science Solutions Chapter 12 Img 1

BSE Odisha 7th Class Science Solutions Chapter 12 ବିଦ୍ୟୁତ୍ ସ୍ରୋତ ଓ ଏହାର ପ୍ରଭାବ

Question 4.
ଚାରିଗୋଟି ବିଦ୍ୟୁତ୍ ସେଲ୍ ଏକ କାଠପଟା ଉପରେ ରଖାଯାଇଛି । ଏଗୁଡ଼ିକୁ ବ୍ୟବହାର କରି ଏକ ବ୍ୟାଟେରୀର ପରିପଥ ଅଙ୍କନ କର ।
Solution:
BSE Odisha 7th Class Science Solutions Chapter 12 Img 2

Question 5.
ବିଦ୍ୟୁତ୍ ସ୍ରୋତର ଯେ କୌଣସି ଦୁଇଟି ପ୍ରଭାବର ନାମ ଲେଖ ।
Solution:
ବିଦ୍ୟୁତ୍ ସ୍ରୋତର ଦୁଇଟି ପ୍ରଭାବର ନାମ ହେଲା
(i) ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ ଓ (ii) ବିଦ୍ୟୁତ୍ ସ୍ରୋତର ତାପୀୟ ପ୍ରଭାବ ।

Question 6.
ଦତ୍ତ ଚିତ୍ରଟିକୁ ଲକ୍ଷ୍ୟ କର ।
(କ) ଏହି ବିଦ୍ୟୁତ୍ ପରିପଥରେ ବିଦ୍ୟୁତ୍ ବଲ୍‌ବଟି କାହିଁକି ଜଳୁନାହିଁ ?
BSE Odisha 7th Class Science Solutions Chapter 12 Img 3
Solution:
(କ) ବିଦ୍ୟୁତ୍ ପରିପଥରେ ଥ‌ିବା ବ୍ୟାଟେରୀ ଦୁଇଟିର ଯୁକ୍ତ ଅଗ୍ର ସହ ଯୁକ୍ତ ଅଗ୍ର ଲାଗିଥିବାରୁ ବିଦ୍ୟୁତ୍ ବଲବଟି ଜଳୁନାହିଁ । ବଲ୍‌ବଟି ଜଳିବା ପାଇଁ ଗୋଟିଏ ସେଲ୍‌ର ଯୁକ୍ତ ଅଗ୍ର ସହିତ ଅନ୍ୟ ସେଲ୍‌ର ବିଯୁକ୍ତ ଅଗ୍ର ରହିବା ଆବଶ୍ୟକ ।
(ଖ) ଏହି ବିଦ୍ୟୁତ୍ ପରିପଥରେ ବଲ୍‌ବଟି କିପରି ଜଳିବ ଚିତ୍ରଦ୍ୱାରା ଦର୍ଶାଅ ।
BSE Odisha 7th Class Science Solutions Chapter 12 Img 4

Question 7.
ଫ୍ୟୁଜ୍ ତାରର ଧର୍ମ କ’ଣ ହେବା ଆବଶ୍ୟକ ?
Solution:
(i) ଫ୍ୟୁଜ୍ ତାର ମିଶ୍ରଧାତୁରୁ ତିଆରି ହେବା ଆବଶ୍ୟକ ।
(ii) ଏହାର ଗଳନାଙ୍କ କମ୍ ହେବା ଆବଶ୍ୟକ ଅର୍ଥାତ୍ ଅଧିକ ବିଦ୍ୟୁତ୍ ପ୍ରବାହ ଘଟିଲେ ଏହା ତରଳିଯିବା ଆବଶ୍ୟକ ।

Question 8.
ବିଦ୍ୟୁତ୍ ଯନ୍ତ୍ରପାତି ବ୍ୟବହାର କଲାବେଳେ କାହିଁକି ସମୟେ ସମୟେ ବିଦ୍ୟୁତ୍ ଧକ୍‌କା ଦିଏ ?
Solution:
(i) ବିଦ୍ୟୁତ୍ ଯନ୍ତ୍ରପାତିର ଗଠନଗତ ତ୍ରୁଟି ରହିଲେ ଏହାର ବଡି (ଶରୀର)ରେ ବିଦ୍ୟୁତ୍ ପ୍ରବାହ ଘଟିଥାଏ । ଏହି ସମୟରେ ଏହି ଯନ୍ତ୍ରକୁ ସ୍ପର୍ଶ କଲେ ଆମକୁ ବିଦ୍ୟୁତ୍ ଧକ୍କା ଲାଗିଥାଏ ।
(ii) ଖାଲି ହାତରେ ବା ଓଦା ହାତରେ ବିଦ୍ୟୁତ୍ ଯନ୍ତ୍ରପାତିକୁ ସ୍ପର୍ଶ କଲେ ବିଦ୍ୟୁତ୍ ଧକ୍କା ଲାଗିବାର ସମ୍ଭାବନା ଥାଏ ।

BSE Odisha 7th Class Science Solutions Chapter 12 ବିଦ୍ୟୁତ୍ ସ୍ରୋତ ଓ ଏହାର ପ୍ରଭାବ

Question 9.
ତୁମ ଘରକୁ ଆସିଥିବା ଇଲେକ୍‌ଟ୍ରିସିଆନ୍ ଫ୍ଲୁଜ୍‌ର ବଦଳରେ ଗୋଟିଏ ମୋଟା ତମ୍ବାତାର ସଂଯୋଗ କଲା । ଏଥିସହ ତୁମେ ସହମତ କି ? ତୁମ ଉତ୍ତର ପାଇଁ ଠିକ୍ ଯୁକ୍ତି ଲେଖ ।
Solution:
(i) କୌଣସି କାରଣରୁ ବିଦ୍ୟୁତ୍ ସଂଯୋଗ ପାଇଁ ବ୍ୟବହୃତ ଦୁଇ ତାର ମଧ୍ଯରେ ସିଧା ସଂଯୋଗ ହୋଇଯାଏ, ତେବେ ପରିପଥରେ ବିଦ୍ୟୁତ୍ ପ୍ରବାହ ଅତ୍ୟଧିକ ବଢ଼ିଯାଏ । ଫଳରେ ବିଦ୍ୟୁତ୍ ଉପକରଣ ନଷ୍ଟ ହେବାର ଆଶଙ୍କା ଥାଏ ।
(ii) ଫ୍ୟୁଜ୍ର (ତମ୍ବା + ଟିଣ) ମିଶ୍ରଧାତୁରୁ ତିଆରି ହୋଇଥିବାରୁ ଏହାର ଗଳନାଙ୍କ କମ୍ ହୋଇଥାଏ । ତେଣୁ ଏହି ତାର ଅଧୂକ ତାପମାତ୍ରାରେ ତରଳିଯାଇଥାଏ । ଏହା ଫଳରେ ବିଦ୍ୟୁତ୍ ପରିପଥ ବିଚ୍ଛିନ୍ନ ହୋଇଥାଏ ଏବଂ ବୈଦ୍ୟୁତିକ ଯନ୍ତ୍ରପାତି ନଷ୍ଟହେବାରୁ ରକ୍ଷା ପାଇଥାଏ ।
(iii) ଫ୍ୟୁଜ୍ ତାର ବଦଳରେ ମୋଟା ତମ୍ବା ତାର ବ୍ୟବହାର କଲେ ଏହାର ଗଳନାଙ୍କ ଅଧ୍ଵ ହେତୁ ଏହା ତାପ ପାଇଲେ ମଧ୍ୟ ସହଜରେ ତରଳି ନଥାଏ । ତେଣୁ ପରିପଥ ବିଚ୍ଛିନ୍ନ ହୁଏ ନାହିଁ । ଏହା ଫଳରେ ପରିପଥରେ ବ୍ୟବହୃତ ତାର

Question 10.
ଦୁଇଟି ଦେଢ଼ ଦେଢ଼ ଭୋଲ୍ଡର ସେଲ୍, ଗୋଟିଏ ବିଜୁଳିବତୀ ଓ ଗୋଟିଏ ସୁଇଚ୍ ବ୍ୟବହାର କରି ଚାରିଗୋଟି ବିଦ୍ୟୁତ୍ ପରିପଥ ତଳେ ଅଙ୍କାଯାଇଛି । ସେଗୁଡ଼ିକ ଅନୁଧ୍ୟାନ କର ଏବଂ ପ୍ରତ୍ୟେକ କ୍ଷେତ୍ରରେ ସୁଇଚ୍ ମୁଦିତ ଓ ମୁକ୍ତ କଲେ ବିଜୁଳିବତୀର କ’ଣ ହେବ ଲେଖ ।
BSE Odisha 7th Class Science Solutions Chapter 12 Img 5
Solution:
(i) ଚିତ୍ର (କ), (ଖ) ଓ (ଗ) କ୍ଷେତ୍ରରେ ସୁଇଚ୍ ମୁଦିତ କଲେ ବିଜୁଳିବତୀ ଜଳିବ ନାହିଁ । ଏହି ଚିତ୍ର ତିନୋଟିରେ ସେଲଦୟଭ ସମାନ ଅଗ୍ର ସଂପ୍ ହୋଇଛି |
(ii) କେବଳ (ଘ) କ୍ଷେତ୍ରରେ ସୁଇଚ୍ ମୁଦିତ କଲେ ବିଜୁଳିବତୀ ଜଳିବ । ଏହି ଚିତ୍ରରେ ଗୋଟିଏ ସେଲ୍‌ର ଯୁକ୍ତ ଅଗ୍ରସର ଅନ୍ୟ ସେଲ୍‌ର ବିଯୁକ୍ତ ଅଗ୍ର ସଂଯୁକ୍ତ ହୋଇଛି ।

ବିପଯୁବସ୍ତୁ ସପୂଜାପ ପୂଚନା ଓ ବିଶେଷଣ :

→ ବିଦ୍ୟୁତ୍ ସ୍ରୋତ :

  • ବିଦ୍ୟୁତ୍ ସେଲ୍ ବିଦ୍ୟୁତ୍‌ର ଉତ୍ସ ଅଟେ । ଏକାଧ୍ଵ ବିଦ୍ୟୁତ୍ ସେଲ୍‌ର ସଂଯୋଗକୁ ବ୍ୟାଟେରୀ କୁହାଯାଏ ।
  • ବିଦ୍ୟୁତ୍ ସ୍ରୋତ ପ୍ରବାହ ପାଇଁ ସୁପରିବାହୀ ଧାତବ ତାରର ଆବଶ୍ୟକତା ଅଛି । କୌଣସି ବିଦ୍ୟୁତ୍ ପରିପଥକୁ ମ୍ନଦିତ ବା ମ୍ଳକ୍ତ କରିବାକୁ ନିଦୁଗର ଆବଶ୍ୟକତା ଅଛି |

BSE Odisha 7th Class Science Solutions Chapter 12 ବିଦ୍ୟୁତ୍ ସ୍ରୋତ ଓ ଏହାର ପ୍ରଭାବ

→ ବିନ୍ଦୁପତ୍ ଅଂଶକର ମକେତ :

  • ତୈହିପଡିକ ପରିପଥରେ ବ୍ୟବହୃତ ଅଂଶକରୁଣିକ୍ତ ସଂକେତ ପାଦ୍ରାଜ୍ୟରେ ପରିପୃକାଣ କରାଯାଏ |
    BSE Odisha Class 7 Science Solutions Chapter 11 Img 7
  • ବିଦ୍ୟୁତ୍ ସେଲ୍‌ର ସଙ୍କେତ ରୂପେ ଦୁଇଟି ସମାନ୍ତରାଳ ରେଖା ଟଣାଯାଇଥାଏ । ଏହି ଦୁଇ ରେଖା ମଧ୍ୟରୁ ଗୋଟିଏ ବଡ଼ ଏବଂ ଅନ୍ୟଟି ଛୋଟ ଅଟେ । ବଡ଼ ଗାରଟି ଯୁକ୍ତ ବିଦ୍ୟୁତ୍ ଅଗ୍ର ସଙ୍କେତ ରୂପେ ଏବଂ ଛୋଟ ଗାରଟି ବିଯୁକ୍ତ ବିଦ୍ୟୁତ୍ ଅଗ୍ରର ସଙ୍କେତ ରୂପେ ବ୍ୟବହୃତ ହୁଏ ।
  • ଟର୍ଚ୍ଚ, ରେଡ଼ିଓ, ଟିଭି ରିମୋଟ୍ ଓ ଗାଡ଼ିରେ ଗୋଟିଏରୁ ଅଧ୍ଵ ବିଦ୍ୟୁତ୍ ସେଲ୍ ବ୍ୟବହାର କରାଯାଏ । ସେହି ବ୍ୟବସ୍ଥାକୁ ବ୍ୟାଟେରୀ କୁହାଯାଏ । ଗୋଟିଏ ବିଦ୍ୟୁତ୍ ସେଲ୍‌ର ଯୁକ୍ତ ବିଦ୍ୟୁତ୍ ଅଗ୍ର ଅନ୍ୟ
    • ସେଲ୍‌ର ବିଯୁକ୍ତ ବିଦ୍ୟୁତ୍ ଅଗ୍ରସହ ସଂଯୁକ୍ତ ହୋଇଥାଏ ।
    • ବିଦ୍ୟୁତ୍ ସେଲ୍‌କୁ ବ୍ୟାଟେରୀ ରୂପେ ଧରି ରଖୁବାକୁ ଗୋଟିଏ ସେଲ୍ ହୋଲଡ଼ର ବା ପରିଧାନୀର ଆବଶ୍ୟକତା ଥାଏ ।
    • ବିଦ୍ୟୁତ୍ ପରିପଥରେ ବିଦ୍ୟୁତ୍ ସୁଇଚ୍ ବା କି ଯେକୌଣସି ସ୍ଥାନରେ ଖଞ୍ଜା ଯାଇପାରିବ ।
    • ଯେଉଁ ପଥଦେଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ, ତାହାକୁ ବିଦ୍ୟୁତ୍‌ ପରିପଥ କୁହାଯାଏ । ବିଦ୍ୟୁତ୍ ପରିପଥକୁ ବିଦ୍ୟୁତ୍ ସୁଇଚ୍‌ ମୁଦିତ ଅବସ୍ଥାରେ ବିଦ୍ୟୁତ୍ ପରିପଥରେ ବିଦ୍ୟୁତ୍ ସ୍ରୋତ ଯୁକ୍ତ ବିଦ୍ୟୁତ୍ ଅଗ୍ରରୁ ବିଯୁକ୍ତ ବିଦ୍ୟୁତ୍ ଅଗ୍ରକୁ ପ୍ରବାହିତ ହୁଏ ।
    • ଯେତେବେଳେ ବିଦ୍ୟୁତ୍ ସୁଇଚ୍‌ଟିକୁ ମୁକ୍ତ କରାଯାଏ, ସେତେବେଳେ ବିଦ୍ୟୁତ୍ ସ୍ରୋତ ପରିପଥରେ ପ୍ରବାହିତ ହୁଏ ନାହିଁ ।

ବିଦ୍ୟୁତ୍ ସୁଇଚ୍କୁ ମୁଦିତ କଲେ ବିଜୁଳି ବତୀଟି ଜଳେ ଓ ବିଦ୍ୟୁତ୍ ସୁଇଚକୁ ମୁକ୍ତକଲେ ବିଜୁଳିବତୀ ଲିଭିଯାଏ ।
ବିଦ୍ୟୁତ୍ ବଲ୍‌ବରେ ଗୋଟିଏ ଫିଲାମେଣ୍ଟ ଥାଏ । ଏହା ମଧ୍ୟଦେଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ଫିଲାମେଣ୍ଟଟି ଉତ୍ତପ୍ତ ହୁଏ ଏବଂ ଆଲୋକ ପ୍ରଦାନ କରେ । ବିଦ୍ୟୁତ୍ ବଲବଟି ଫ୍ୟୁଜ୍ ହୋଇଛି ଅର୍ଥାତ୍ ତାହାର ଫିଲାମେଣ୍ଟ୍‌ ଛିଣ୍ଡି ମୁକ୍ତ ହୋଇଛି । ତେଣୁ ବିଦ୍ୟୁତ୍ ବଲବଟି ଜଳୁନାହିଁ ।

→ ବିଦ୍ୟୁତ୍ ସ୍ରୋତର ତାପୀୟ ପ୍ରଭାବ :
(i) ନିକ୍ରୋମ୍ ତାରଟିରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ତାହା ଉତ୍ତପ୍ତ ହୁଏ । ଏହାକୁ ବିଦ୍ୟୁତ୍ ସ୍ରୋତର ‘ତାପୀୟ ପ୍ରଭାବ’ କୁହାଯାଏ ।

(ii) ରୋଷେଇ କାର୍ଯ୍ୟରେ ବ୍ୟବହାର କରାଯାଉଥ‌ିବା ବିଦ୍ୟୁତ୍ ହିଟର୍‌ରେ ନିକ୍ରୋମ୍ ଧାତୁର ଏକ ତାରକୁଣ୍ଡଳୀ ଥଏ । ବିଦ୍ୟୁତ୍ ସ୍ରୋତ ଏହି ତାର କୁଣ୍ଡଳୀ ମଧ୍ୟଦେଇ ପ୍ରବାହିତ ହେଲେ କୁଣ୍ଡଳିଟି ଉତ୍ତପ୍ତ ହୁଏ ଏବଂ ତାପ ପ୍ରଦାନ କରେ ।

(iii) ତାପର ପରିମାଣ, ତାର ଯେଉଁ ପଦାର୍ଥରୁ ତିଆରି ତାହା ଉପରେ ନିର୍ଭର କରେ । ତାରର ଦୈର୍ଘ୍ୟ ଓ ମୋଟେଇ ଉପରେ ନିର୍ଭର ମଧ୍ଯ କରେ ।

(iv) ଗୋଟିଏ ବିଦ୍ୟୁତ୍ ବଲ୍‌ବ ଆଲୋକ ଦେବା ସଙ୍ଗେ ସଙ୍ଗେ ତାପ ମଧ୍ଯ ଦେଇଥାଏ । ଏହି ତାପ ବିକିରଣ ଦ୍ବାରା ଶକ୍ତି ନଷ୍ଟ ହୁଏ । ଏହି ଶକ୍ତି-ନଷ୍ଟ କମାଇବାପାଇଁ ଟ୍ୟୁବ୍‌ଲାଇଟ୍ ବା ସି.ଏଫ୍.ଏଲ୍. (CFL) ବଲ୍‌ବ ବ୍ୟବହାର କରିବା ଉଚିତ୍ ।

(v) ସ୍ବତନ୍ତ୍ର ଭାବରେ ତିଆରି କେତେକ ତାରରେ ଅଧିକ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ତାରଟି ସହଜରେ ଏବଂ ଶୀଘ୍ର ତରଳି ଛିଣ୍ଡିଯାଏ । ଏହି ପ୍ରକାରର ତାର ବିଦ୍ୟୁତ୍ ଫ୍ୟୁଜ୍ ଭାବେ ବ୍ୟବହୃତ ହୁଏ ।

(vi) ଫ୍ୟୁଜ୍ ତାର ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ପରିମାଣରୁ କମ୍ ବିଦ୍ୟୁତ୍ ପ୍ରବାହିତ ହେଲେ ତାହାର କିଛି ହୁଏ ନାହିଁ । ମାତ୍ର ଏହି ନିର୍ଦ୍ଦିଷ୍ଟ ମାତ୍ରାରୁ ଅଧ‌ିକ ପରିମାଣ ବିଦ୍ୟୁତ୍ ପ୍ରବାହିତ ହେଲେ ତାହା ଉତ୍ତପ୍ତ ହୋଇ ତରଳି ଛିଣ୍ଡିଯାଏ । ଫଳରେ

(vii) ବିଦ୍ୟୁତ୍ ପରିବାହୀ ତାର ଉପରେ କୁପରିବାହୀ ପଦାର୍ଥର ଗୋଟିଏ ଆବରଣ ଦିଆଯାଇଥାଏ । ଏହାକୁ ରୋଧନ କହନ୍ତି । ଫଳରେ ତାରକୁ ହାତରେ ଧରିଲେ ମଧ୍ୟ କୌଣସି କ୍ଷତି ହୁଏ ନାହିଁ ।

(viii) ସମୟେ ସମୟେ ବିଦ୍ୟୁତ୍ ତାରର ଏହି ରୋଧନ କଟିଯାଇଥାଏ । ସେହି ରୋଧନ ନ ଥିବା ତାରର ଅଂଶକୁ ହାତରେ ଧରିଲେ ବିଦ୍ୟୁତ୍ ଧକ୍‌କା ଲାଗିପାରେ ।

(ix) ବିଭିନ୍ନ ପ୍ରକାର ଯନ୍ତ୍ରପାତିକୁ ବିଦ୍ୟୁତ୍ ପରିପଥରେ ଗୋଟିଏ ସକେଟ୍‌ରେ ସଂଯୁକ୍ତ କଲେ ଅଧିକ ବିଦ୍ୟୁତ୍ ପ୍ରବାହ ହେତୁ ସମୟେ ସମୟେ ତାର ଅଧ୍ବକ ଉତ୍ତପ୍ତ ହୋଇ ସେଠାରୁ ନିଆଁ ବାହାରି ପଡ଼େ ।
ବର୍ତ୍ତମାନ ବଜାରରେ ପୁଂଜ ବଦଳରେ ମିନିଏଚର ସର୍କିଟ୍ ବ୍ରେକର (MCB) ବ୍ୟବହୃତ ହେଉଛି ।

(x) ପରିପଥରେ ଅତ୍ୟକ ବିଦ୍ୟୁତ୍ ପ୍ରବାହିତ ହେଲାବେଳେ ସର୍କିଟ୍ ବ୍ରେକର୍ ସ୍ବତଃ ବନ୍ଦ ହୋଇଯାଏ । ଏହାକୁ ପରେ

BSE Odisha 7th Class Science Solutions Chapter 12 ବିଦ୍ୟୁତ୍ ସ୍ରୋତ ଓ ଏହାର ପ୍ରଭାବ

→ ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ :

  • ସୂଚୀ ଚୁମ୍ବକ ହେଉଛି ଗୋଟିଏ ଛୋଟ ଚୁମ୍ବକ । ଏହା ସବୁବେଳେ ଉତ୍ତର-ଦକ୍ଷିଣ ଦିଗ ହୋଇ ରହେ ।
  • ଏହା ନିକଟକୁ ଏକ ଚୁମ୍ବକ ଆଣିଲେ ସୂଚୀ ଚୁମ୍ବକଟି ବିକ୍ଷେପିତ ହୁଏ । ପରିପଥରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲାବେଳେ ସୂଚୀ ଚୁମ୍ବକଟି ବିକ୍ଷେପିତ ହେଉଛି ।
  • ବିଦ୍ୟୁତ୍ ପରିବାହୀରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଉଥ‌ିବା ବେଳେ ତାରଟି ଚୁମ୍ବକ ପରି କାର୍ଯ୍ୟକରେ । ଏହାକୁ ବିଦ୍ୟୁତ୍ ସ୍ରୋତର ‘ଚୁମ୍ବକୀୟ ପ୍ରଭାବ’ କୁହାଯାଏ ।
  • ବିଦ୍ୟୁତ୍ ସ୍ରୋତକୁ ପ୍ରୟୋଗ କରି ବିଦ୍ୟୁତ୍-ଚୁମ୍ବକ ପ୍ରସ୍ତୁତ କରାଯାଏ ।
  • ବିଦ୍ୟୁତ୍-ଚୁମ୍ବକକୁ ଆବଶ୍ୟକତା ଅନୁଯାୟୀ ଶକ୍ତିଶାଳୀ କରାଯାଇ ଏହା ସାହାଯ୍ୟରେ ଓଜନିଆ ପଦାର୍ଥକୁ ମଧ୍ଯ ଇଠାମାନପାରେ |
  •  ଆଖୁ ଡାକ୍ତରମାନେ ଆଖରେ ପଡ଼ିଥିବା ଚୁମ୍ବକୀୟ ପଦାର୍ଥକୁ ବିଦ୍ୟୁତ୍-ଚୁମ୍ବକ ସାହାଯ୍ୟରେ କାଢ଼ି ଆଣନ୍ତି ।
  • ଅନେକ ପ୍ରକାର ଖେଳନାରେ ମଧ୍ୟ ବିଦ୍ୟୁତ୍ ଚୁମ୍ବକ ବ୍ୟବହୃତ ହେଉଛି । ଘରେ ବ୍ୟବହୃତ ହେଉଥ‌ିବା ବିଦ୍ୟୁତ୍ ଘଣ୍ଟିରେ ମଧ୍ୟ ବିଦ୍ୟୁତ୍ ଚୁମ୍ବକୀୟ ବ୍ୟବସ୍ଥା ଅଛି ।

→ ଆସ, ଜାଣିବା :

  • ବୈଦୁତିକ ପରିପଥରେ ବ୍ୟବହୃତ ଅଂଶକ ଗୁଡ଼ିକୁ ସଙ୍କେତ ସାହାଯ୍ୟରେ ପରିପ୍ରକାଶ କରାଯାଏ ।
  • ଯେଉଁ ପଥଦେଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ ତାହାକୁ ବିଦ୍ୟୁତ୍ ପରିପଥ କୁହାଯାଏ । ବିଦ୍ୟୁତ୍‌ ପରିପଥକୁ ସୁଇଚ୍ ବ୍ୟବହାର କରି ମୁଦିତ କରାଯାଏ କିମ୍ବା ମୁକ୍ତ କରାଯାଏ ।
  • କେତେକ ବିଦ୍ୟୁତ୍ ତାରରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ତାହା ଉତ୍ତପ୍ତ ହୁଏ । ଏହାକୁ ବିଦ୍ୟୁତ୍ ସ୍ରୋତରେ ତାପୀୟ ପ୍ରଭାବ କୁହାଯାଏ । ଏହି ତାପୀୟ ପ୍ରଭାବର ଅନେକ ଉପଯୋଗିତା ଅଛି ।
  • ସ୍ବତନ୍ତ୍ର ଭାବେ ନିର୍ମିତ କେତେକ ବିଦ୍ୟୁତ୍ ତାରରେ ବିଦ୍ୟୁତ ସ୍ରୋତ ପ୍ରବାହିତ କରାଇଲେ ତାହା ଶୀଘ୍ର ତରଳି ଛିଣ୍ଡିଯାଏ । ଏହି ପ୍ରକାର ତାରରୁ ବିଦ୍ୟୁତ୍ ଫ୍ୟୁଜ୍ ତିଆରି ହୁଏ ।ଏହି ଫ୍ୟୁଜ୍ ବିଦ୍ୟୁତ୍ ପରିପଥରେ ବ୍ୟବହୃତ ହେବା ଫଳରେ ବୈଦ୍ୟୁତିକ ଯନ୍ତ୍ରପାତି ନଷ୍ଟହେବାରୁ ରକ୍ଷାପାଏ ।
  • ବିଦ୍ୟୁତ୍ ତାରରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ଏହାର ଚୁମ୍ବକୀୟ ପ୍ରଭାବ ଅନୁଭୂତ ହୁଏ ।
  • ଅନ୍ତରକ ବା ରୋଧନ ଯୁକ୍ତ ବିଦ୍ୟୁତ୍ ପରିବାହୀ ତାରକୁ କୋମଳ ଲୁହା ଉପରେ ଗୁଡ଼ାଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ କଲେ କୋମଳ ଲୁହାଟି ବିଦ୍ୟୁତ୍-ଚୁମ୍ବକରେ ପରିଣତ ହୁଏ ।
  • ଏହି ବିଦ୍ୟୁତ୍-ଚୁମ୍ବକୀୟ ଧର୍ମକୁ ବ୍ୟବହାର କରି ବିଭିନ୍ନ ଯନ୍ତ୍ରପାତି ଆମର ବିଭିନ୍ନ କାର୍ଯ୍ୟରେ ଲାଗୁଛି ।

BSE Odisha 8th Class Odia Solutions Chapter 11 ଚେଙ୍କ ଆତଙ୍କ

Odisha State Board BSE Odisha 8th Class Odia Solutions Chapter 11 ଚେଙ୍କ ଆତଙ୍କ Textbook Exercise Questions and Answers.

BSE Odisha Class 8 Odia Solutions Chapter 11 ଚେଙ୍କ ଆତଙ୍କ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧ ।
ଆସ, କଥାବାର୍ତ୍ତା ହେବା :
(କ) ସହରରେ ରହୁଥ‌ିବା ସାଙ୍ଗର ଚଳଣି କିପରି ଥିଲା ?
Answer:
ସହରରେ ରହୁଥ‌ିବା ସାଙ୍ଗ ସୁରେଶର ଆଧୁନିକ ଚଳଣି ଥିଲା । ବିଜ୍ଞାନ ଆଧାରରେ ସେ ସବୁ କଥାକୁ ବିଚାର କରୁଥିଲା ।

(ଖ) ଗାଁରେ କିଏ ରହୁଥିଲା ?
Answer:
ଗାଁରେ ହରି ରହୁଥିଲା । ହରି ଦିଶାରୀ କଥାକୁ ବିଶ୍ଵାସ କରୁଥିଲା ।

BSE Odisha 8th Class Odia Solutions Chapter 11 ଚେଙ୍କ ଆତଙ୍କ

(ଗ) ଦିଶାରୀ କଥାକୁ କିଏ ବିଶ୍ଵାସ କରୁଥିଲା ?
Answer:
ଗାଁରେ ରହୁଥ‌ିବା ହରି ଦିଶାରୀ କଥାକୁ ବିଶ୍ଵାସ କରୁଥିଲା ।

(ଘ) ପୁଅକୁ ଭଲ ଲାଗିବା ପାଇଁ ହରି କ’ଣ କଲା ?
Answer:
ପୁଅକୁ ଭଲ ଲାଗିବା ପାଇଁ ହରି ଗୁଣିଆକୁ ଡାକି, ଗୁଣିଆ କଥାନୁସାରେ ପୁଅର ପେଟରେ ଚେଙ୍କ ଦେବାର ବ୍ୟବସ୍ଥା କରିଥିଲା ।

(ଙ) ପିଲାଟି କଷ୍ଟ ପାଇବାର କାରଣ କ’ଣ ବୋଲି ତୁମେ ଭାବୁଛ ?
Answer:
ପିଲାଟି କଷ୍ଟ ପାଇବାର କାରଣ ହେଉଛି, ଦିଶାରୀ ପିଲାଟିର ପେଟରେ ଯେଉଁ ଚେଙ୍କ ଦେଇଥିଲେ ସେ ଜାଗାଟି ଆକ୍ରାନ୍ତ ହୋଇ ବିଷାକ୍ତ ଓ ସଂକ୍ରମିତ ହୋଇଯାଇଥିଲା ।

Question ୨ ।
(କ) କାହାକୁ ଆଧାର କରି ସୁରେଶ ବିଚାର କରେ ଓ କାହାର ପରାମର୍ଶ ନିଏ ?
Answer:
ସୁରେଶ ସହରରେ ରହୁଥ‌ିବାରୁ ବିଜ୍ଞାନ ଆଧାରରେ ସେ ସବୁକଥାକୁ ବିଚାର କରେ । ପିଲାଙ୍କ ଦେହ ଖରାପ ହେଲେ ସେ ଡାକ୍ତରଙ୍କ ପରାମର୍ଶ ନିଏ ।

(ଖ) ହରି ଗ୍ରାମଠାକୁରାଣୀଙ୍କଠାରେ ବୋଦା, କୁକୁଡ଼ା ବଳି କାହିଁକି ଚଢ଼ାଏ ?
Answer:
ହରି ଦିଶାରୀ କଥାକୁ ବିଶ୍ଵାସ କରେ । ଛୁଆଙ୍କୁ ହାଡ଼ଫୁଟି, ମିଳିମିଳା ହେଲେ ପଣା ଦିଏ, ଗୁଣିଆ ଡକାଇ ଝଡ଼ାଫୁଙ୍କା କରେ ଏବଂ ଠାକୁରାଣୀଙ୍କଠାରେ ବୋଦା, କୁକୁଡ଼ା ଆଦି ବଳି ଚଢ଼ାଏ ।

(ଗ) ସହରର ପିଲାମାନେ ଜ୍ଵର ହେଲେ କିପରି ଭଲ ହୁଅନ୍ତି ?
Answer:
ସହରର ପିଲାମାନେ ଜ୍ଵର ହେଲେ ଡାକ୍ତରଙ୍କ ପାଖକୁ ଯାଆନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇ ଭଲ ହୁଅନ୍ତି ।

Question ୩।
ଭୁଲ୍ ଥ‌ିବା ଶବ୍ଦଗୁଡ଼ିକୁ ଠିକ୍ କରି ତା’ ପାଖରେ ଲେଖୁବା । (ପ୍ରଶ୍ନ ସହ ଉତ୍ତର)

ମୂଖ୍ୟମନ୍ତ୍ରୀ – ମୁଖ୍ୟମନ୍ତ୍ରୀ
ପୁରଷ୍କାର – ପୁରସ୍କାର
ପ୍ରଶାରୀତ – ପ୍ରସାରିତ
ଜିବନଜୀପନ – ଜୀବନଯାପନ
ପଡ଼ୋଶି – ପଡ଼ୋଶୀ
ଗୁଣିଆ – ଗୁଣିଆ

ତୁମପାଇଁ କାମ:

Question ୧ ।
ତଳେ ଦିଆଯାଇଥ‌ିବା କବିତାଟିକୁ ମନେରଖ୍ ଜନସଚେତନତା କାର୍ଯ୍ୟକ୍ରମ ବା ପଥପ୍ରାନ୍ତ ନାଟକରେ ଅଭିନୟ କର ।

ଆଜି ଏହି ବୈଜ୍ଞାନିକ ଯୁଗରେ
‘ଚେଙ୍କ’ ଦେବା ନାହିଁ ଶିଶୁ ଦେହରେ ।
ରୋଗବଇରାଗ ହୋଇଲେ ତାକୁ
ଦେଖାଇବ ନେଇ ଡାକ୍ତରଙ୍କୁ !
ଖାଇଲେ ଔଷଧ ତୁଟିବ ରୋଗ
ସେଥ‌ିପାଇଁ ସଦା ହୁଅ ସଜାଗ ।
ଗୁଣିଗାରେଡ଼ି ତ ଅନ୍ଧବିଶ୍ଵାସ

ଗୁଣିଆ କରନ୍ତି ପ୍ରାଣର ନାଶ ।
ପଢ଼ିଲେ ବିଜ୍ଞାନ ପାଠ ଆମେରେ
ଜାଣିବା କାରଣ ସବୁ କଥାରେ ।
କୁସଂସ୍କାର ଦିଅ ମନୁ ଦୂରେଇ
ଶିକ୍ଷତ ସମସ୍ତେ ହୁଅରେ ଭାଇ ।
କମିବ ଶିଶୁଙ୍କ ମୃତ୍ୟୁର ହାର
ବୈଜ୍ଞାନିକ ଚିନ୍ତା ୟାର ପ୍ରତିକାର ।

BSE Odisha 8th Class Odia Solutions Chapter 11 ଚେଙ୍କ ଆତଙ୍କ

Question ୨ ।
ଆମ ସମାଜରେ ଏବେ ବି ରହିଥ‌ିବା ଆଉ କେତୋଟି ଅନ୍ଧବିଶ୍ଵାସର ତାଲିକା ପ୍ରସ୍ତୁତ କର ।
Answer:
ଭୂତ ବା ଡାଆଣୀ ଲାଗିବା
ଭୈରବ ଡାକିବା
ରାତିରେ ସାପ ନାଁ ନ ଧରିବା
ପ୍ରେତ କର୍ମ କରିବା

ପୂର୍ବପାଠ:

ପିଲାମାନେ, ପୂର୍ବରୁ ତୁମେମାନେ ‘‘ବୈଜ୍ଞାନିକ ମନୋବୃତ୍ତି’’ ଓ ‘ରୋଗୀସେବା’’ ଗଦ୍ୟରଚନା ଦୁଇଟି ପାଠ କରିଛ । ଏଥ‌ିରେ ମନୁଷ୍ୟ ଜୀବନରେ ବୈଜ୍ଞାନିକ ମନୋବୃତ୍ତିର ପ୍ରୟୋଜନ ଓ ଅନ୍ଧବିଶ୍ଵାସର ଅପକାରିତା ବିଷୟ ବୁଝିପାରିଛ । ଆମ ସମାଜରେ ବର୍ତ୍ତମାନ ମଧ୍ୟ ବହୁ ପ୍ରକାର ଅନ୍ଧବିଶ୍ଵାସ ରହିଛି । ଏହିସବୁ ଅନ୍ଧବିଶ୍ଵାସ ସମ୍ବନ୍ଧରେ ଲୋକମାନଙ୍କୁ ଶିକ୍ଷା ଦେବା ଓ ସେଗୁଡ଼ିକ ଦୂରକରିବା ପାଇଁ ଚେଷ୍ଟା କରିବା ଆମର କର୍ତ୍ତବ୍ୟ । ନିମ୍ନରେ ଦିଆଯାଇଥ‌ିବା ବିଷୟଟିକୁ ପଢ଼ିଲେ ଏଇ ଅନ୍ଧବିଶ୍ଵାସ ଫଳରେ ଏବେ ବି ଆମ ସମାଜରେ କିପରି ଶିଶୁମାନେ ଏହାର ଶିକାର ହୋଇ ଅସହ୍ୟ ଯନ୍ତ୍ରଣା ସହି ମୃତ୍ୟୁବରଣ କରୁଛନ୍ତି ତାହା ବୁଝିହେବ ।

ଏ ପ୍ରକାର ପ୍ରଥା ବିଷୟରେ ତୁମେ କ’ଣ ଭାବୁଛ ? ଏସବୁ କ’ଣ ଭଲ ? ଏ ଅନ୍ଧବିଶ୍ଵାସର ପରିସମାପ୍ତି ପାଇଁ ତୁମର କିଛି ଦାୟିତ୍ଵ ଅଛି ବୋଲି ତୁମେ ଭାବୁଛ କି ? ତଳେ ଦିଆଯାଇଥିବା ପାଠଟି ପଢ଼ିଲେ ସମାଜରୁ ଏଭଳି କୁପ୍ରଥା ଦୂର କରିବା ପାଇଁ ତୁମେ କ’ଣ କରିପାରିବ, ବୁଝିବ ।

ଓଡ଼ିଶାର ଉପାନ୍ତ ଅଞ୍ଚଳର ଏକ ଗାଁ ବାଘପଦାରେ ଦୁଇସାଙ୍ଗ ସୁରେଶ ଓ ହରିଙ୍କ ଘର । ସୁରେଶ ସହରରେ ଚାକିରି କରୁଥ‌ିବାବେଳେ ହରି ଗାଁରେ ରହି ଚାଷବାସ କରି ଚଳେ । ସୁରେଶର ଆଧୁନିକ ଚଳଣି ଓ ସବୁ କଥାକୁ ବୈଜ୍ଞାନିକ ମନୋବୃତ୍ତି ନେଇ ବିଚାର କରେ । ପିଲାମାନେ ଅସୁସ୍ଥ ହେଲେ ଡାକ୍ତରଙ୍କ ପରାମର୍ଶ ନିଏ । ମାତ୍ର ହରି ପାଠପଢ଼ି ନ ଥ‌ିବାରୁ ଗାଁର ଗୁଣିଆ, ପୂଜାରୀ ଓ ଦିଶାରୀଙ୍କ କଥାରେ ବିଶ୍ଵାସ କରେ । ଛୁଆଙ୍କୁ ହାଡ଼ଫୁଟି କି ମିଳିମିଳା ହେଲେ ଗୁଣିଆ ଡକାଇ ଝଡ଼ାଫୁଙ୍କା କରେ । ଠାକୁରାଣୀଙ୍କୁ ପଣା ଦିଏ ଓ ବୋଦା ଓ କୁକୁଡ଼ା ବଳି ଦିଏ । ସୁରେଶ ତାକୁ ଏ ବିଷୟରେ ଯେତେ ବୁଝାଇଲେ ବି ହରିର ମନ ବଦଳେ ନାହିଁ । ସେ ଗୁଣିଗାରେଡ଼ି ଓ ଅନ୍ଧବିଶ୍ୱାସକୁ ମାନେ ।

ଥରେ ହରିର ଛଅମାସର ପୁଅର ଦେହ ଖରାପ ହୋଇ ଜ୍ଵର ଓ ଝାଡ଼ା ହେଲା । ପିଲାଟା ସୁସ୍ଥ ନ ହେବାରୁ ସେ ଗୁଣିଆକୁ ଡାକି ଆଣିଲା । ଗୁଣିଆ ଚୁଲିରେ ଲୁହା ଗରମ କରି ଶିଶୁଟିର ପେଟରେ ଚେଙ୍କ ଦେଲେ । କୁକୁଡ଼ା ବଳି ଦେଲେ ଦେହରୁ ଡାଆଣୀ ଛାଡ଼ିଯିବ ଓ ପିଲାଟି ଭଲ ହୋଇଯିବ ବୋଲି କହିଲେ । ହରି ଏସବୁ କଲାପରେ ମଧ୍ୟ ପିଲାଟା ଭଲ ହେଲା ନାହିଁ, ବରଂ ଚେଙ୍କ ଜାଗାଟି ଆକ୍ରାନ୍ତ ହୋଇ ସଂକ୍ରମିତ ହେଲା । ପିଲାଟି ଯନ୍ତ୍ରଣାରେ ଛଟପଟ ହୋଇ ନିସ୍ତେଜ ହୋଇଗଲା । ଖବର ପାଇ ସୁରେଶ ଆସି ପିଲାଟିକୁ ଡାକ୍ତରଖାନାକୁ ନେଇଗଲା । ଆଠଦିନ କାଳ ଡାକ୍ତରଖାନାରେ ରହିବା ପରେ ପିଲାଟି ଭଲ ହେଲା, ହେଲେ ଦେହଯାକ ଫୋଟକାଦାଗ ରହିଗଲା । ଏହି ଘଟଣା ପରେ ହରିର ଅନ୍ଧବିଶ୍ଵାସ ତୁଟିଗଲା । ଗାଁ ସ୍କୁଲରେ ପଢ଼ୁଥ‌ିବା ଦିପୁ ସିପୁ ଏକଥା ଗାଁ ଲୋକଙ୍କୁ ବୁଝାଇଲେ । ଏଣିକି କାହାର ପିଲାର ଦେହ ଖରାପ ହେଲେ କେହି ଚେଙ୍କ ଦିଆ ଗୁଣିଆ ପାଖକୁ ନ ଯାଇ ଡାକ୍ତରଙ୍କ ପାଖକୁ ଗଲେ ।

BSE Odisha 8th Class Odia Solutions Chapter 11 ଚେଙ୍କ ଆତଙ୍କ

ଦିପୁ ଓ ସିପୁଙ୍କ ଏପରି କାର୍ଯ୍ୟ କଥା ଖବରକାଗଜରେ ବାହାରିଲା ଓ ସେମାନେ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ପାଇଲେ । ଏ ଖବର ପ୍ରସାରିତ ହେବା ଫଳରେ ଲୋକମାନେ ଏଣିକି ରୋଗୀଙ୍କୁ ଡାକ୍ତରଖାନାକୁ ନେଲେ । ଫଳରେ ଚେଙ୍କ ଆତଙ୍କ ଦୂର ହେଲା ଓ ଶିଶୁ ମୃତ୍ୟୁହାର ମଧ୍ୟ କମିଗଲା। ,

ଏଥୁରୁ କ’ଣ ଶିଖୁଲେ ?

ଚିକିତ୍ସା ଶାସ୍ତ୍ରରେ କୁଶଳତା ନଥିବା ଗୁଣିଆଠାରୁ ଚିକିତ୍ସା ସହାୟତା ନେବା ନାହିଁ ।
ମନରୁ ଡାଆଣୀ, ଭୂତପ୍ରେତ, ଝଡ଼ାଫୁଙ୍କା ଭଳି ଗୁଣିଗାରେଡ଼ି ଅନ୍ଧବିଶ୍ଵାସ ଓ ଭୟ ଦୂର କରିଦେବା ।
ଆମ ପଡ଼ୋଶୀଙ୍କୁ ଏ ବିଷୟରେ ବୁଝାଇ ଜନ ସଚେତନତା ସୃଷ୍ଟି କରିବା ।
ଆଧୁନିକ ଚିକିତ୍ସା ପଦ୍ଧତିର ସୁଯୋଗ ନେବା ଓ ପିଲାଙ୍କୁ ରୋଗମୁକ୍ତ ରଖୁ ।
ଶିଶୁ ମୃତ୍ୟୁହାର କମାଇବାପାଇଁ ଜୀବନଯାପନ ଶୈଳୀକୁ ଉନ୍ନତ କରିବା ।

ଆସ, ଜାଣିବା କେତୋଟି ନୂତନ ଶବ୍ଦ

  • ଉପାନ୍ତ – ନିକଟ
  • ପରାମର୍ଶ – ଅଭିମତ, ମନ୍ତ୍ରଣା
  • ଯୁକ୍ତିଯୁକ୍ତ – ଯଥାର୍ଥ
  • ଦିଶାରୀ – ଆଦିବାସୀ ଅଞ୍ଚଳରେ ଦେବଦେବୀ ପୂଜକ।
  • ଝଡ଼ାଫୁଙ୍କା – ମନ୍ତ୍ର ବୋଲି ଦେହକୁ ଝାଡ଼ିବା ଓ ଫୁଙ୍କିବା ।
  • ବଳି – ଉତ୍ସର୍ଗ
  • ଚେଙ୍କ – ଅନ୍ଧବିଶ୍ଵାସରେ ଶିଶୁପେଟରେ ତାତିଲା ଲୁହା ମଡ଼ାଇବା ।
  • ଅନ୍ଧବିଶ୍ଵାସ – ସତ୍ୟାସତ୍ୟ ନଥାଇ ପାରମ୍ପରିକ ବିଶ୍ୱାସ ।
  • ଗୁଣିଗାରେଡ଼ି – ତନ୍ତ୍ରମନ୍ତ୍ର ବିଦ୍ୟଶ ।

CHSE Odisha Class 12 Economics Chapter 5 Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 5 ଚାହିଦା Long Answer Questions.

CHSE Odisha 12th Class Economics Chapter 5 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଚାହିଦାର ସଂଜ୍ଞା ନିରୂପଣ କର । ଏହାକୁ ପ୍ରଭାବିତ କରୁଥିବା ଉପାଦାନସମୂହ କ’ଣ ?
Answer:
ସାଧାରଣତଃ କୌଣସି ଦ୍ରବ୍ୟର ଚାହିଦାର ପରିପ୍ରକାଶ କରିବା ସମୟରେ ସେହି ଦ୍ରବ୍ୟ ପ୍ରତି ଥ‌ିବା କ୍ରେତା ବା ଉପଭୋକ୍ତାଙ୍କ ଅଭିଳାଷକୁ ସୂଚାଇ ଦିଆଯାଇଥାଏ । ସାଧାରଣ ଅର୍ଥରେ ଚାହିଦା ଓ ଅଭିଳାଷ ଏକାର୍ଥବୋଧକ ଶବ୍ଦରୂପେ ବିଚାର କରାଯାଇଥିଲେ ହେଁ ଅର୍ଥଶାସ୍ତ୍ରରେ ଏଥିରେ ବିଶେଷ ବ୍ୟତିକ୍ରମ ଦେଖାଯାଇଥାଏ ।

ଅର୍ଥଶାସ୍ତ୍ରରେ ଚାହିଦାର ପରିଭାଷା ସାଧାରଣ ଅଭିଳାଷ ସହ ସଂପୃକ୍ତ ନୁହେଁ; ମାତ୍ର ଏ ଅର୍ଥରେ କୌଣସି ଦ୍ରବ୍ୟର ଚାହିଦା କହିଲେ ଦ୍ରବ୍ୟଟି ଲାଭ କରିବାପାଇଁ ଅଭିଳାଷ, ଆବଶ୍ୟକୀୟ କ୍ରୟ କ୍ଷମତା ଏବଂ ଅର୍ଥବ୍ୟୟ କରିବାପାଇଁ ଇଚ୍ଛାକୁ ବୁଝାଇଥାଏ । ତେଣୁ ସାଧାରଣ ଅଭିଳାଷ ଚାହିଦାର ରୂପ ନେବାକୁ ହେଲେ ଉପରୋକ୍ତ ତିନୋଟି ସର୍ଭ ପୂରଣ ହେବା ଆବଶ୍ୟକ ।

ସଂଜ୍ଞା – Prof. Benham ଚାହିଦାର ସଂଜ୍ଞା ନିରୂପଣ କରି ମତପ୍ରକାଶ କରିଛନ୍ତି ଯେ, “The demand for anything at a given price is the amount of it which will be bought per unit of time at that price.” ଅର୍ଥାତ୍ କୌଣସି ଦ୍ରବ୍ୟ ପାଇଁ ଚାହିଦା କହିଲେ ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ଓ ଏକ ନିର୍ଦ୍ଦିଷ୍ଟ ସମୟରେ କ୍ରୟ କରାଯାଉଥ‌ିବା ଦ୍ରବ୍ୟର ପରିମାଣକୁ ହ‍ି‍ଁ ବୁଝାଏ| Alvin Hansen ମତରେ, “By demand, we mean the quantity of a commodity that will be purchased at a particular price and not merely the desire of a thing.

” ଅର୍ଥାତ୍ ଚାହିଦା କହିଲେ ଦ୍ରବ୍ୟ ଲାଭ କରିବାର ଅଭିଳାଷ ନୁହେଁ, ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ କ୍ରୟ କରାଯାଉଥିବା ଦ୍ରବ୍ୟର ପରିମାଣକୁ ହିଁ ବୁଝାଇଥାଏ । Prof. Hibsonଙ୍କ ମତରେ “Demand means the various quantities of a good that would be purchased per time period at a different price in a given market.” u qi mê6m 68161 â ବଜାରରେ ଓ ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ଦାମ୍‌ରେ କ୍ରୟ କରାଯାଉଥିବା ଦ୍ରବ୍ୟଟିର ପରିମାଣକୁ ହିଁ ବୁଝାଇଥାଏ ।

ବୈଶିଷ୍ଟ୍ୟ – ଉପରୋକ୍ତ ସଂଜ୍ଞାଗୁଡ଼ିକୁ ଅନୁଧ୍ୟାନ କଲେ ପ୍ରତୀୟମାନ ହୁଏ ଯେ ଚାହିଦା ଓ ଅଭିଳାଷ ଦୁଇଟି ଭିନ୍ନାର୍ଥବୋଧକ ଶବ୍ଦ । ଚାହିଦା ସର୍ବଦା ଏକ ନିର୍ଦ୍ଦିଷ୍ଟ ସମୟ ଓ ନିର୍ଦ୍ଦିଷ୍ଟ ଦାମ୍ ଭିଭିରେ ପରିପ୍ରକାଶ କରାଯାଇଥାଏ ଯାହା ଦ୍ରବ୍ୟର ଅଭିଳାଷ କ୍ଷେତ୍ରରେ ଦୃଷ୍ଟିଗୋଚର ହୁଏ ନାହିଁ । ଚାହିଦାର ବୈଶିଷ୍ଟ୍ୟଗୁଡ଼ିକ ଉପରେ ଆଲୋକପାତ କରାଗଲେ ନିମ୍ନୋକ୍ତ ବୈଶିଷ୍ଟ୍ୟଗୁଡ଼ିକ ଦୃଷ୍ଟିକୁ ଆସିଥାଏ ।

(1) ଚାହିଦା ଓ ଅଭିଳାଷ ଭିନ୍ନାର୍ଥବୋଧକ ଅଟନ୍ତି – ଦ୍ରବ୍ୟର ଚାହିଦା ଓ ଅଭିଳାଷ ମଧ୍ୟରେ ବିଶେଷ ପାର୍ଥକ୍ୟ ପରିଲକ୍ଷିତ ହୁଏ । ଅଭିଳାଷ ଅର୍ଥରେ ଏହା ଦ୍ରବ୍ୟ ଲାଭ ନିମନ୍ତେ ସାଧାରଣ ଇଚ୍ଛା ପ୍ରତିପାଦିତ କରୁଥିବାବେଳେ ଦ୍ରବ୍ୟର ଚାହିଦା କହିଲେ ଦ୍ରବ୍ୟ ପାଇଁ ଇଚ୍ଛା ଓ ଦ୍ରବ୍ୟ କ୍ରୟ ନିମନ୍ତେ ନିର୍ଦ୍ଦିଷ୍ଟ ଦାମ୍ ଦେବାର ସାମର୍ଥ୍ୟକୁ ହିଁ ଦର୍ଶାଇଥାଏ ।

(2) ଚାହିଦା ଓ ଦାମ୍ ମଧ୍ୟରେ ସମ୍ପର୍କ – କୌଣସି ଦ୍ରବ୍ୟର ଚାହିଦା ଏହାର ଦାମ୍ ମାଧ୍ୟମରେ ପ୍ରକାଶ କରାଯାଇଥାଏ । ଦ୍ରବ୍ୟର ଦାମ୍ ଓ ଚାହିଦା ମଧ୍ୟରେ ଏକ ନିବିଡ଼ ସମ୍ପର୍କ ରହିଛି । ଦାମ୍ ବ୍ୟତିରେକେ ଚାହିଦାର ପରିପ୍ରକାଶ ଅର୍ଥହୀନ ହୋଇଥାଏ । ତେଣୁ ଚାହିଦାର ପରିପ୍ରକାଶ ଓ ଦାମ୍‌ର ପରିପ୍ରକାଶ ଉଭୟେ ସମକାଳୀନ ହୋଇଥା’ନ୍ତି ।

(3) ନିର୍ଦ୍ଦିଷ୍ଟ ସମୟ ଓ ଚାହିଦା – ଚାହିଦା ସର୍ବଦା ନିର୍ଦ୍ଦିଷ୍ଟ ସମୟ ପରିପ୍ରେକ୍ଷୀରେ ପ୍ରକାଶ କରାଯାଏ । ଦ୍ରବ୍ୟର ଚାହିଦାର ପରିପ୍ରକାଶ ନିର୍ଦ୍ଦିଷ୍ଟ ସମୟକୁ ଉଲ୍ଲେଖ କରିଥାଏ ନଚେତ୍ ଏହା ସମ୍ପୂର୍ଣ ଭାବପ୍ରକାଶ କରିପାରେ ନାହିଁ ।

ଚାହିଦା ଫଳନ – ଉପରୋକ୍ତ ଉପସ୍ଥାପନାରୁ ପ୍ରତୀୟମାନ ହୁଏ ଯେ ଦ୍ରବ୍ୟର ଚାହିଦା ଓ ଦାମ୍ ମଧ୍ୟରେ ଏକ ନିବିଡ଼ ସମ୍ପର୍କ ରହିଛି । ଚାହିଦା ଓ ଦାମ୍ ମଧ୍ଯରେ ଥିବା ସମ୍ପର୍କକୁ ‘ଚାହିଦା ଫଳନ’ କୁହାଯାଏ ।
Dx = f (Px) Dx → x ଦ୍ରବ୍ୟର ଚାହିଦା
Px → x ଦ୍ରବ୍ୟର ଦାମ୍
f → ଫଳନ
ଏହି ଚାହିଦା ଫଳନ ଅନୁଯାୟୀ, ଦ୍ରବ୍ୟର ଚାହିଦା ଏହାର ଦାମ୍ ଉପରେ ନିର୍ଭରଶୀଳ । ମାତ୍ର ଏହି ଚାହିଦା ଫଳନ ‘ଦାମ୍ ଚାହିଦା’ କ୍ଷେତ୍ରରେ ପ୍ରଯୁଜ୍ୟ । ଏତଦ୍‌ବ୍ୟତୀତ ଆୟ ଚାହିଦା, କ୍ରସ୍ ଚାହିଦା, ବ୍ୟୁତ୍ପନ୍ନ ଚାହିଦା ଆଦି ଅର୍ଥନୀତିରେ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ।

ଚାହିଦାକୁ ପ୍ରଭାବିତ କରୁଥ‌ିବା ଉପାଦାନସମୂହ – କୌଣସି ଦ୍ରବ୍ୟର ଚାହିଦା ବହୁବିଧ; ଯଥା- ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ଉପାଦାନଦ୍ୱାରା ବିଶେଷଭାବରେ ପ୍ରଭାବିତ । ନିମ୍ନଲିଖ୍ ଉପାଦାନଗୁଡ଼ିକ ଚାହିଦାକୁ ବିଶେଷଭାବରେ ପ୍ରଭାବିତ କରିଥା’ ନ୍ତି ।

CHSE Odisha Class 12 Economics Chapter 5 Long Answer Questions in Odia Medium

(1) ଦ୍ରବ୍ୟର ଦାମ୍ – ଚାହିଦାକୁ ପ୍ରଭାବିତ କରୁଥିବା ଉପାଦାନମାନଙ୍କ ମଧ୍ୟରେ ଦ୍ରବ୍ୟର ଦାମ୍ ଏକ ବିଶେଷ ଗୁରୁତ୍ୱପୂର୍ଣ ଉପାଦାନଭାବେ ଗ୍ରହଣ କରାଯାଏ । ଦ୍ରବ୍ୟର ଦାମ୍ ହ୍ରାସ ପାଇଲେ ଏହାର ଚାହିଦାର ପରିମାଣ ସଂପ୍ରସାରଣ ଓ ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ଚାହିଦାର ପରିମାଣ ସଂକୁଚିତ ହୋଇଥାଏ । ଅପରିବର୍ତ୍ତନୀୟ ପରିସ୍ଥିତିରେ ଚାହିଦାର ଏହି ସଂପ୍ରସାରଣ ଓ ସଂକୋଚନ ଦାମ୍‌ର ପରିବର୍ତ୍ତନଜନିତ ହୋଇଥ‌ିବାରୁ ଚାହିଦାର ପରିବର୍ତ୍ତନ କ୍ଷେତ୍ରରେ ଦ୍ରବ୍ୟର ଦାମ୍ଭିକୁ ଏକ ଗୁରୁତ୍ଵପୂର୍ଣ୍ଣ ଉପାଦାନରୂପେ ବିବେଚନା କରାଯାଏ ।

(2) ସମ୍ପର୍କିତ ଦ୍ରବ୍ୟର ଦାମ୍ – ଦ୍ରବ୍ୟର ଚାହିଦା ସେହି ଦ୍ରବ୍ୟର ସମ୍ପର୍କିତ ଦ୍ରବ୍ୟ; ଯଥା – ଅନୁପୂରକ ଓ ପ୍ରତିସ୍ଥାପକ ଦ୍ରବ୍ୟଦ୍ଵାରା ପ୍ରଭାବିତ ହୋଇଥାଏ । କାରଣ ଦ୍ରବ୍ୟଟିର ଦାମ୍ ପରିବର୍ତ୍ତନ ହେଲେ ସେହି ଦ୍ରବ୍ୟର ଅନୁପୂରକ ଓ ପ୍ରତିସ୍ଥାପକ ଦ୍ରବ୍ୟର ଚାହିଦା ପ୍ରଭାବିତ ହୋଇଥାଏ । କୌଣସି ଦ୍ରବ୍ୟର ଅନୁପୂରକ ଦ୍ରବ୍ୟର ଦାମ୍ ବୃଦ୍ଧି ବା ହ୍ରାସ ହେଲେ ସେହି ଦ୍ରବ୍ୟର ଚାହିଦାର ପରିମାଣ ଯଥାକ୍ରମେ ହ୍ରାସ ଓ ବୃଦ୍ଧି ଘଟିଥାଏ । ସେହିପରି କୌଣସି ଦ୍ରବ୍ୟର ପ୍ରତିସ୍ଥାପକ ଦ୍ରବ୍ୟର ଦାମ୍ ହ୍ରାସ ଓ ବୃଦ୍ଧି ହେଲେ ସେହି ଦ୍ରବ୍ୟର ଚାହିଦାର ପରିମାଣ ଯଥାକ୍ରମେ ହ୍ରାସ ଓ ବୃଦ୍ଧି ହୋଇଥାଏ ।

(3) ଉପଭୋକ୍ତାଙ୍କ ଆୟ – ଉପଭୋକ୍ତାଙ୍କ ଆୟ ଓ ଚାହିଦା ମଧ୍ଯରେ ପ୍ରତ୍ୟକ୍ଷ ସମ୍ପର୍କ ରହୁଥ‌ିବାରୁ ଏହା ଚାହିଦାକୁ ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ କରିଥାଏ । ସାଧାରଣ ଦ୍ରବ୍ୟ କ୍ଷେତ୍ରରେ ଅପରିବର୍ତ୍ତନୀୟ ପରିସ୍ଥିତିରେ ଉପଭୋକ୍ତାଙ୍କ ଆୟ ବୃଦ୍ଧି ପାଇଲେ ତାଙ୍କର ଦ୍ରବ୍ୟର ଚାହିଦାରେ ବୃଦ୍ଧି ପରିଲକ୍ଷିତ ହୁଏ ଏବଂ ଆୟ ହ୍ରାସ ପାଇଲେ ତାଙ୍କର ଦ୍ରବ୍ୟର ଚାହିଦାର ହ୍ରାସ ଘଟିଥାଏ । ମାତ୍ର ନିକୃଷ୍ଟ ଦ୍ରବ୍ୟ ବା ଗିଫେନ୍ ଦ୍ରବ୍ୟ କ୍ଷେତ୍ରରେ ଉପଭୋକ୍ତାଙ୍କ ଆୟ ବୃଦ୍ଧି ସହ ଏହି ଦ୍ରବ୍ୟର ଚାହିଦା ହ୍ରାସ ପାଇଥାଏ ।

(4) ଜନସଂଖ୍ୟା ଜନସଂଖ୍ୟା ବୃଦ୍ଧି ବିଭିନ୍ନ ଦ୍ରବ୍ୟର ଚାହିଦା ସୃଷ୍ଟି ଓ ବୃଦ୍ଧି କରିଥାଏ । ଜନସଂଖ୍ୟା ହ୍ରାସ ହେଲେ ଚାହିଦାର ହ୍ରାସ ମଧ୍ୟ ଘଟିଥାଏ । ଦ୍ବିତୀୟତଃ, ଜନସଂଖ୍ୟାର ବଣ୍ଟନ ଓ ଗଠନ ମଧ୍ୟ ଦ୍ରବ୍ୟ ଓ ସେବାର ଚାହିଦାକୁ ପ୍ରଭାବିତ କରିଥାଏ । ଜନସଂଖ୍ୟାର ବହୁଳାଶ ଯଦି ଶିଶୁ ହୋଇଥା’ନ୍ତି ତେବେ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ, ଖେଳନା ଆଦିର ଚାହିଦା ବୃଦ୍ଧି ପାଇଥାଏ । ସେହିପରି ଜନସଂଖ୍ୟାର ବଳିଷ୍ଠ ଅଂଶ ଦରିଦ୍ର ହୋଇଥିଲେ, ସେମାନଙ୍କପାଇଁ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଚାହିଦା ବୃଦ୍ଧି ପାଇଥାଏ । ତେଣୁ ଜନସଂଖ୍ୟାକୁ ଚାହିଦାକୁ ପ୍ରଭାବିତ କରୁଥିବା ଉପାଦାନ ଭାବେ ବିଚାର କରାଯାଇଥାଏ ।

(5) ରୁଚି ଓ ଅଭ୍ୟାସ – ଉପଭୋକ୍ତାଙ୍କ ରୁଚି, ରୀତି ଓ ଅଭ୍ୟାସ ଦ୍ରବ୍ୟ କ୍ରୟ କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିଥାଏ । ମନୁଷ୍ୟର ରୁଚି ଓ ଅଭ୍ୟାସ ପରିବେଷ୍ଟନୀର ପ୍ରଭାବଦ୍ଵାରା ପରିବର୍ତ୍ତିତ ହୋଇଥାଏ । ଏତଦ୍‌ବ୍ୟତୀତ ସାମାଜିକ ଚଳଣି, ଫେସନ ମଧ୍ଯ ଦ୍ରବ୍ୟ କ୍ରୟକୁ ପ୍ରଭାବିତ କରିଥାଏ । କୌଣସି ନୂତନ ଦ୍ରବ୍ୟ ବିଜ୍ଞାପନଦ୍ୱାରା ପ୍ରଚାରିତ ବା ପ୍ରସାରିତ ହେଲେ ଉପଭୋକ୍ତା ସେ ଦ୍ରବ୍ୟ ପ୍ରତି ଅହେତୁକ ଆଗ୍ରହ ପ୍ରକାଶ କରିଥା’ନ୍ତି, ଯଦ୍ବାରା ସେ ଦ୍ରବ୍ୟର ଚାହିଦା ବହୁଗୁଣିତ ହୋଇଥାଏ ।

(6) ଆୟର ବଣ୍ଟନ – ଆୟର ବଣ୍ଟନ ଦ୍ରବ୍ୟର ଚାହିଦାକୁ ବିଶେଷଭାବେ ପ୍ରଭାବିତ କରେ । ଆୟର ବଣ୍ଟନ ସୁଷମ ହେଲେ କେତେକ ଦ୍ରବ୍ୟର ଚାହିଦା ହ୍ରାସ ହେଲାବେଳେ ଅନ୍ୟ କେତେକ ଦ୍ରବ୍ୟର ଚାହିଦା ବୃଦ୍ଧି ପାଇଥାଏ । ଆୟର ବୈଷମ୍ୟ ଦୂରୀକରଣ ହେଲେ ଅତ୍ୟାବଶ୍ୟକ ଦ୍ରବ୍ୟର ଚାହିଦା ବୃଦ୍ଧି ପାଇଥାଏ ଓ ବିଳାସମୂଳକ ଚାହିଦା ଦ୍ରବ୍ୟର ହ୍ରାସ ପାଇଥାଏ ।

(7) କର ବ୍ୟବସ୍ଥା – ସରକାର ରାଜସ୍ୱ ବୃଦ୍ଧି ନିମନ୍ତେ ଅନେକ ଦ୍ରବ୍ୟ ଉପରେ କର ଧାର୍ଯ୍ୟ କରନ୍ତି, ଯଦ୍ବାରା ସେହି ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଥାଏ । ଏତଦ୍‌ଦ୍ୱାରା ଉଚ୍ଚ ଦାମ୍ଵନିତ ପରିସ୍ଥିତି ଯୋଗୁଁ ସେହି ଦ୍ରବ୍ୟର ଚାହିଦା ହ୍ରାସ ପାଇଥାଏ । ଏହି ପରିବର୍ତ୍ତନ କେବଳ ସରକାରୀ କର ବ୍ୟବସ୍ଥା ଯୋଗୁଁ ହିଁ ଘଟିଥାଏ । ଉପରୋକ୍ତ ଉପାଦାନଗୁଡ଼ିକ ଦ୍ରବ୍ୟର ଚାହିଦାକୁ ଅନେକାଂଶରେ ପ୍ରଭାବିତ କରିଥାଏ । କୌଣସି ଦ୍ରବ୍ୟର ଚାହିଦା ଦାମ୍ ଉପରେ ନିର୍ଭରଶୀଳ ହେଲେ ହେଁ ଦାମ୍ ଅପରିବର୍ତ୍ତିତ ରହି ଉକ୍ତ ଉପାଦାନ ପରିବର୍ତ୍ତିତ ହେଲେ ଦ୍ରବ୍ୟ ଚାହିଦାର ହ୍ରାସ ବା ବୃଦ୍ଧି ଘଟିଥାଏ । ଏ କ୍ଷେତ୍ରରେ ଚାହିଦା ବକ୍ର ସ୍ଥିର ନ ରହି ଊର୍ଦ୍ଧ୍ବ କିମ୍ବା ନିମ୍ନକୁ ସ୍ଥାନାନ୍ତର ହୋଇଥାଏ ।

2. ଚାହିଦା କହିଲେ କ’ଣ ବୁଝାଯାଏ ? ବ୍ୟକ୍ତିଗତ ଚାହିଦା ସୂଚୀ ଓ ବଜାର ଚାହିଦା ସୂଚୀ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ ଏବଂ ନିର୍ଦ୍ଦିଷ୍ଟ ଦାମ୍‌ରେ କ୍ରୟ କରାଯାଉଥିବା ଦ୍ରବ୍ୟର ପରିମାଣକୁ ସେହି ଦ୍ରବ୍ୟର ଚାହିଦା ଆଖ୍ୟା ଦିଆଯାଇଥାଏ । ଚାହିଦାର ଏହି ଅର୍ଥକୁ ଅନୁଧ୍ୟାନ କଲେ ଚାହିଦାର ସ୍ବାତନ୍ତ୍ର୍ୟ ପ୍ରତୀୟମାନ ହୋଇଥାଏ । ପ୍ରଥମତଃ, କୌଣସି ଦ୍ରବ୍ୟର ଚାହିଦା ସେହି ଦ୍ରବ୍ୟର ଦାମ୍ ସହ ଅତି ନିବିଡ଼ଭାବେ ସଂଶ୍ଳିଷ୍ଟ । ଦ୍ରବ୍ୟର ଚାହିଦା ଓ ଦାମ୍ରର ପରିପ୍ରକାଶ ସମକାଳୀନ ହୋଇଥାଏ । ଦାମ୍ ବ୍ୟତିରେକ ଚାହିଦାର ଅର୍ଥ ପ୍ରକାଶ ପାଏନାହିଁ । ଅର୍ଥାତ୍ ଦାମ୍ ଉଲ୍ଲେଖୁ ନ ଥିଲେ ଚାହିଦାର ସଂପୂର୍ଣ୍ଣ ଅର୍ଥ ପ୍ରକାଶ ପାଏନାହିଁ । ଏହା ନିରର୍ଥକ । ଦ୍ଵିତୀୟତଃ, ଚାହିଦା ସର୍ବଦା ନିର୍ଦ୍ଦିଷ୍ଟ ସମୟ ପରିପ୍ରେକ୍ଷୀରେ ପ୍ରକାଶ କରାଯାଇଥାଏ । ଏହି ସମୟସୀମା । ଦିନ, 1 ସପ୍ତାହ, 1 ମାସ ବା ।

ବର୍ଷ ହୋଇପାରେ; ମାତ୍ର ଚାହିଦାର ପୂର୍ଣ୍ଣ ଅର୍ଥ ପ୍ରକାଶ ନିମନ୍ତେ ସମୟର ଉଲ୍ଲେଖ ଅପରିହାର୍ଯ୍ୟ । ତୃତୀୟତଃ, ଚାହିଦା ଏକ ଦ୍ରବ୍ୟ ବା ସେବା କ୍ଷେତ୍ରରେ ଉଦ୍ଦିଷ୍ଟ ଯାହାର ପରିମାଣ ଉଲ୍ଲେଖ କରାଯାଇଥାଏ । ଅର୍ଥାତ୍ ଚାହିଦାର ପରିମାଣ ସର୍ବଦା କ୍ରୟ କରାଯାଉଥିବା ଦ୍ରବ୍ୟର ପରିମାଣକୁ ସୂଚାଇଥାଏ । ଏହି ମର୍ମରେ Prof. Benham ଙ୍କ ମତ ପ୍ରଣିଧାନଯୋଗ୍ୟ । ତାଙ୍କ ମତରେ, ‘କୌଣସି ଦ୍ରବ୍ୟ ବା ସେବା ପାଇଁ ଚାହିଦା କହିଲେ ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ଏବଂ ନିର୍ଦ୍ଦିଷ୍ଟ ସମୟରେ କ୍ରୟ କରାଯାଉଥିବା ଦ୍ରବ୍ୟର ପରିମାଣକୁ ବୁଝାଇଥାଏ ।’

ଏହି ପରିପ୍ରେକ୍ଷୀରେ ଚାହିଦା ଓ ଅଭିଳାଷ ମଧ୍ୟରେ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ଦ୍ରବ୍ୟର ଚାହିଦା ଦ୍ରବ୍ୟର ଅଭିଳାଷଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ । ଅଭିଳାଷ ସାଧାରଣତଃ କୌଣସି ଦ୍ରବ୍ୟ ଲାଭ କରିବାର ପ୍ରତ୍ୟାଶାକୁ ପ୍ରଦର୍ଶିତ କରେ । ମାତ୍ର କୌଣସି ଦ୍ରବ୍ୟର ଚାହିଦା କହିଲେ ସେ ଦ୍ରବ୍ୟ ପ୍ରତି ଥ‌ିବା ଅଭିଳାଷ, ପ୍ରାପ୍ୟ (ଦାମ୍) ପ୍ରଦାନ କରିବାର ସାମର୍ଥ୍ୟ ତଥା ବ୍ୟୟ କରିବାର ଇଚ୍ଛାକୁ ସୂଚାଇଥାଏ । ଏଣୁ ଚାହିଦାକୁ ଫଳପ୍ରଦ ଇଚ୍ଛା (Effective Desire) କୁହାଯାଇଥାଏ ।

ସେର୍‌ମାନ୍‌ଙ୍କ ଭାଷାରେ, ‘ମୂଲ୍ୟ ବିଷୟ ଉଲ୍ଲେଖ ନ କରି କେବଳ କ୍ରୟ ପରିମାଣ ଉଲ୍ଲେଖ କରାଗଲେ ଚାହିଦା ସମ୍ପର୍କରେ ସମ୍ୟକ୍ ଧାରଣା ପାଇହୁଏ ନାହିଁ ।’’ ତେଣୁ ଚାହିଦାର ପରିପ୍ରକାଶ ସମୟରେ ଦ୍ରବ୍ୟର ଦାମ୍‌ର ପରିପ୍ରକାଶ ଏକାନ୍ତ ଆବଶ୍ୟକ ।

ଚାହିଦା ଓ ଦାମ୍ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ସୂଚୀ ବା ସାରଣୀ ବା ତାଲିକା ମାଧ୍ୟମରେ ପ୍ରକାଶ କରାଯାଇପାରେ । ଏହାକୁ ‘ଚାହିଦା ସୂଚୀ’ କୁହଯାଏ । ବିଭିନ୍ନ ଦାମ୍‌ରେ କ୍ରୟ କରାଯାଉଥିବା କୌଣସି ଦ୍ରବ୍ୟର ବିଭିନ୍ନ ପରିମାଣକୁ ତାଲିକା ବା ସାରଣୀ ବା ସୂଚୀ ମାଧ୍ୟମରେ ପ୍ରକାଶ କରାଗଲେ ତାହାକୁ ‘ଚାହିଦା ସୂଚୀ’ କୁହାଯାଏ । ଚାହିଦା ସୂଚୀ ସାଧାରଣତଃ ଦୁଇପ୍ରକାର ହୋଇପାରେ –
(1) ବ୍ୟକ୍ତିଗତ ଚାହିଦା ସୂଚୀ ଓ
(2) ବଜାର ଚାହିଦା ସୂଚୀ

(1) ବ୍ୟକ୍ତିଗତ ଚାହିଦା ସୂଚୀ – ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ଦାମ୍‌ରେ ଜଣେ ବ୍ୟକ୍ତିବିଶେଷ କ୍ରୟ କରିବାକୁ ପ୍ରସ୍ତୁତ ଥିବା ଦ୍ରବ୍ୟର ବିଭିନ୍ନ ପରିମାଣର ତାଲିକା ବା ସାରଣୀକୁ ‘ବ୍ୟକ୍ତିଗତ ଚାହିଦା ସୂଚୀ’ କୁହାଯାଏ । ସର୍ବୋପରି ଏହି ସାରଣୀ ଏକ ଉପଭୋକ୍ତା ବିଭିନ୍ନ ଦାମ୍‌ରେ କ୍ରୟ କରୁଥିବା ଏକ ଦ୍ରବ୍ୟର ବିଭିନ୍ନ ପରିମାଣକୁ ପରିପ୍ରକାଶ କରିଥାଏ । ମନେକର, ଏକ ଉପଭୋକ୍ତା ବିଭିନ୍ନ ଦାମ୍‌ରେ A ଦ୍ରବ୍ୟର ବିଭିନ୍ନ ପରିମାଣ କ୍ରୟ କରିଛନ୍ତି । ଏହି ବିଭିନ୍ନ ଦାମ୍ ଏହାର ତଦ୍ଵଜନିତ ବିଭିନ୍ନ ପରିମାଣ ଏକ ସାରଣୀ ମାଧ୍ୟମରେ ପ୍ରକାଶ କରାଗଲେ ତାହା ହିଁ ବ୍ୟକ୍ତିଗତ ଚାହିଦା ସୂଚୀର ମାନ୍ୟତା ପାଇଥାଏ ।

A ଦ୍ରବ୍ୟ ପାଇଁ ବ୍ୟକ୍ତିଗତ ଚାହିଦା ସୂଚୀ

A ଦ୍ରବ୍ୟର ଏକକ ପ୍ରତି ଦାମ୍ (ଟଙ୍କାରେ) A ଦ୍ରବ୍ୟର ପରିମାଣ (ଏକକ)
7.00 10
6.00 15
5.00 20
4.00 25
3.00 30

ଉପରୋକ୍ତ ସାରଣୀରେ ଦର୍ଶାଇ ଦିଆଯାଇଛି ଯେ ଉପରୋକ୍ତ ବ୍ୟକ୍ତି ଜଣକ A ଦ୍ରବ୍ୟର ଦାମ୍ ଟ.7.00 ସମୟରେ 10 ଏକକ କ୍ରୟ କରିଛନ୍ତି । ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ A ଦ୍ରବ୍ୟର ଦାମ୍ ଟ.6.00 କୁ ହ୍ରାସ ପାଇବାରୁ ଉପଭୋକ୍ତା 15 ଏକକ କ୍ରୟ କରିଛନ୍ତି । ଅର୍ଥାତ୍ A ଦ୍ରବ୍ୟର ଦାମ୍ ହ୍ରାସ ପାଇଥିବା ସମୟରେ ଏହାର ଚାହିଦାରୁ ପରିମାଣ ବୃଦ୍ଧି ପାଇଅଛି । ଉପରୋକ୍ତ ସାରଣୀରେ A ଦ୍ରବ୍ୟର ଦାମ୍ କ୍ରମାଗତ ହ୍ରାସ ପାଇଥିବାରୁ ଏହାର ପରିଣତି ସ୍ୱରୂପ ଦ୍ରବ୍ୟର କ୍ରୟର ପରିମାଣ କ୍ରମାଗତ ବୃଦ୍ଧି ପାଇଚାଲିଛି । ଏଥୁରୁ ପ୍ରତୀୟମାନ ହଏ ଯେ, ଦାମ୍‌ର ହ୍ରାସ ପାଇଲେ ଚାହିଦାର ପରିମାଣ ବୃଦ୍ଧି ଓ ଦାମ୍‌ର ବୃଦ୍ଧି ହେଲେ ଚାହିଦାର ପରିମାଣ ହ୍ରାସ ପାଇଥାଏ ।

CHSE Odisha Class 12 Economics Chapter 5 Long Answer Questions in Odia Medium

ବ୍ୟକ୍ତିଗତ ଚାହିଦା ରେଖା – ଉପରୋକ୍ତ ଚାହିଦା ବୃଦ୍ଧି ଓ ସୂଚୀକୁ ଭିଭିକରି ଚାହିଦା ରେଖା ଅଙ୍କନ କରାଯାଇପାରେ ।
CHSE Odisha Class 12 Economics Chapter 5 Long Answer Questions in Odia Medium
ଉପରୋକ୍ତ ଚିତ୍ରରେ OX- ଅକ୍ଷରେ ଦ୍ରବ୍ୟର ଚାହିଦାର ପରିମାଣ ଓ OY- ଅକ୍ଷରେ ଦ୍ରବ୍ୟର ଦାମ୍ ପ୍ରତିଫଳିତ ହୋଇଛି । A, B, C, D ଓ E ବିନ୍ଦୁଗୁଡ଼ିକ ବିଭିନ୍ନ ଦାମ୍‌ରେ ଚାହିଦାର ବିଭିନ୍ନ ପରିମାଣ ଉପସ୍ଥାପନ କରୁଛି । ଏହି ବିନ୍ଦୁ ଗୁଡ଼ିକ ସଂଯୋଗ କରାଯାଇ DD ଚାହିଦାରେଖା ଅଙ୍କନ କରାଯାଇଛି । DD ଏକ ବ୍ୟକ୍ତିଗତ ଚାହିଦା ରେଖା ।

(2) ବଜାର ଚାହିଦା ସୂଚୀ – ବଜାର ଚାହିଦା ସୂଚୀ, ବ୍ୟକ୍ତିଗତ ଚାହିଦା ସୂଚୀର ଏକ ପରିବର୍ଦ୍ଧିତ ପରିପ୍ରକାଶ । କାରଣ ବଜାରରେ ଅସଂଖ୍ୟ କ୍ରେତାଙ୍କର ସମାବେଶ ଘଟିଥାଏ । ବଜାରରେ ପ୍ରତ୍ୟେକ କ୍ରେତା ନିଜର ଆର୍ଥିକ ସାମର୍ଥ୍ୟକୁ ଭିତ୍ତିକରି ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ଭିନ୍ନ ଭିନ୍ନ ପରିମାଣର ଦ୍ରବ୍ୟ କ୍ରୟ କରଥା’ନ୍ତି । ଅର୍ଥାତ୍ ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ବିଭିନ୍ନ କ୍ରେତାଙ୍କର ଚାହିଦାର ପରିମାଣ ଭିନ୍ନ ହୋଇଥାଏ । ପ୍ରତ୍ୟେକ କ୍ରେତାଙ୍କର ବ୍ୟକ୍ତିଗତ ଚାହିଦା ସୂଚୀର ସମଷ୍ଟିକୁ ବଜାର ଚାହିଦା ସୂଚୀ କୁହାଯାଏ ।

ବିଭିନ୍ନ ଦାମ୍ରେ ବିଭିନ୍ନ କ୍ରେତାଙ୍କଦ୍ୱାରା ବଜାରରେ କ୍ରୟ ହେଉଥିବା ଦ୍ରବ୍ୟର ବିଭିନ୍ନ ପରିମାଣକୁ ବଜାର ଚାହିଦା ସୂଚୀ କୁହାଯାଏ । ମନେକର ‘A” ଦ୍ରବ୍ୟ ପାଇଁ ବଜାରରେ X, Y ଓ Z ନାମକ ତିନିଜଣ କ୍ରେତା ଅଛନ୍ତି । ବଜାରରେ A ଦ୍ରବ୍ୟ ପାଇଁ ଏକ ନିର୍ଦ୍ଦିଷ୍ଟ ଦାମ୍ ପାଇଁ X, Y ଓ Z ଉପଭୋକ୍ତା ବିଭିନ୍ନ ପରିମାଣର ଦ୍ରବ୍ୟ କ୍ରୟ କରିଥା’ନ୍ତି । ସେହି ନିର୍ଦ୍ଦିଷ୍ଟ ଦାମ୍‌ରେ ତିନିଜଣ ଉପଭୋକ୍ତା ଦ୍ରବ୍ୟ କ୍ରୟର ମୋଟ ପରିମାଣକୁ ସେହି ନିର୍ଦ୍ଦିଷ୍ଟ ଦାମ୍‌ରେ ବଜାର ଚାହିଦା କୁହାଯାଇଥାଏ । ନିମ୍ନୋକ୍ତ ସାରଣୀରେ ଏହି ତତ୍ତ୍ବ ପ୍ରାଞ୍ଜଳ ଭାବରେ ବର୍ଣ୍ଣିତ ହୋଇଛି ।

‘A’ ଦ୍ରବ୍ୟ ପାଇଁ ବଜାର ଚାହିଦା ସୂଚୀ

A ଦ୍ରବ୍ୟର ଏକକ ପ୍ରତି ଦାମ୍ (ଟଙ୍କାରେ) ‘X’ କ୍ରେତାଙ୍କ ଚାହିଦା (ଏକକ) ‘Y’ କ୍ରେତାଙ୍କ ଚାହିଦା (ଏକକ) ‘Z’  କ୍ରେତାଙ୍କ ଚାହିଦା (ଏକକ) ମୋଟ ବଜାର ଚାହିଦା(ଏକକ)
7.00 3 2 5 3+2+5=10
6.00 5 4 6 5+4+6=15
5.00 6 5 9 6+5+9=20
4.00 8 7 10 8+7+10=25
3.00 9 9 12 9+9+12=30

ଉପରୋକ୍ତ ତାଲିକାରୁ ଏହା ସୂଚିତ ହୋଇଛି ଯେ, A ଦ୍ରବ୍ୟର ଦାମ୍ ଟ. 7.00 ବେଳେ ଉପଭୋକ୍ତା ତ୍ରୟ (X, Y ଓ Z) ଯଥାକ୍ରମେ 3 ଏକକ, 2 ଏକକ ଓ 5 ଏକକ କ୍ରୟ କରିଛନ୍ତି । ଏ କ୍ଷେତ୍ରରେ ମୋଟ ବଜାର ଚାହିଦାର ପରମାଣ 10 ଏକକ (3 + 2+ 5) । ସେହିପରି A ଦ୍ରବ୍ୟର ଦାମ୍ ଟ. 6.00, ଟ. 5.00, ଟ. 4.00, ଟ. 3.00 ହେଲାବେଳେ ଉପଭୋକ୍ତା

X, Y ଓ Z ସେମାନଙ୍କର ଦ୍ରବ୍ୟକ୍ରୟର ପରିମାଣ ବୃଦ୍ଧି କରିଛନ୍ତି ଯଦ୍ବାରା ମୋଟ ବଜାର ଚାହିଦାର ପରିମାଣ ଯଥାକ୍ରମେ 15, 20, 25 ଓ 30 ଏକକକୁ ବୃଦ୍ଧି ପାଇଛି । ଦ୍ରବ୍ୟର ବିଭିନ୍ନ ଦାମ୍ ଓ ଉପଭୋକ୍ତାମାନଙ୍କର ବିଭିନ୍ନ ଦ୍ରବ୍ୟକ୍ରୟର ପରିମାଣ ବଜାର ଚାହିଦା ସୂଚୀରେ ପ୍ରତିଫଳିତ ହୋଇଛି । ଏହା ନିଃସନ୍ଦେହରେ କୁହାଯାଏ ଯେ ବଜାର ଚାହିଦା ସୂଚୀ, ବ୍ୟକ୍ତିଗତ ଚାହିଦା ସୂଚୀର ସମାହାର ।

ବଜାର ଚାହିଦା ରେଖା – ଉପରୋକ୍ତ ତାଲିକାରେ ପ୍ରଦତ୍ତ ଦ୍ରବ୍ୟର ବିଭିନ୍ନ ଦାମ୍ ଓ ଉପଭୋକ୍ତାମାନେ ଏହି ଦାମ୍‌ରେ କ୍ରୟ କରୁଥିବା ବିଭିନ୍ନ ପରିମାଣକୁ ରେଖାଚିତ୍ର ସାହାଯ୍ୟରେ ପ୍ରକାଶ କଲେ ବଜାର ଚାହିଦା ରେଖା ମିଳିଥାଏ । ଅନ୍ୟ ଅର୍ଥରେ ବଜାର ଚାହିଦା ରେଖା, ବଜାର ଚାହିଦା ସୂଚୀର ଜ୍ୟାମିତିକ ବା ରୈଖ୍ୟକ ପରିପ୍ରକାଶ ।
ନିମ୍ନରେ ବଜାର ଚାହିଦା ସୂଚୀର ଜ୍ୟାମିତିକ ବିଶ୍ଳେଷଣ ଉପସ୍ଥାପନ କରାଯାଇଛି ।
CHSE Odisha Class 12 Economics Chapter 5 Long Answer Questions in Odia Medium 1
ଉପରୋକ୍ତ ଚିତ୍ରରେ OX ଅକ୍ଷରେ ଦ୍ରବ୍ୟର ପରିମାଣ ଓ OY ଅକ୍ଷରେ ଦ୍ରବ୍ୟର ଦାମ୍ ପ୍ରତିଫଳିତ ହୋଇଛି । A ଦ୍ରବ୍ୟର ଦାମ୍ ଟ. 3.00 ବେଳେ, X, Y ଓ Z ଉପଭୋକ୍ତାଗଣ ମୋଟ 10 ଏକକ ଦ୍ରବ୍ୟ କ୍ରୟ କରିଛନ୍ତି ଯାହା ବଜାର ଚାହିଦା ପରିମାଣ । ଏହା ଚିତ୍ରରେ P ବିନ୍ଦୁରେ ଦର୍ଶାଯାଇଛି । ସେହିପରି ଦ୍ରବ୍ୟର ଦାମ୍ ଟ. 6.00, ଟ. 5.00, ଟ. 4.00 ଓ ଟ. 3.00 ଥିବା ସମୟରେ ମୋଟ ବଜାର ଚାହିଦାର ପରିମାଣ ଯଥାକ୍ରମେ 15, 20, 25 ଓ 30 ଏକକକୁ ବୃଦ୍ଧି ପାଇଛି ଏବଂ ଏହା ଯଥାକ୍ରମେ Q, R, S ଓ T ବିନ୍ଦୁରେ ଦର୍ଶାଯାଇଛି । ବର୍ତ୍ତମାନ P, Q, R, S, T ବିନ୍ଦୁକୁ ସଂଯୋଗ କରାଗଲେ MN ବଜାର ଚାହିଦା ରେଖା ଅଙ୍କନ କରାଯାଇପାରିବ । ‘MN’ କୁ ବଜାର ଚାହିଦା ରେଖା କୁହାଯାଏ ।

ଉପରୋକ୍ତ ଆଲୋଚନାରୁ ପ୍ରତୀୟମାନ ହୁଏ ଯେ ଦ୍ରବ୍ୟର ଦାମ୍ ଓ ଚାହିଦାର ପରିମାଣ ବିପରୀତମୁଖୀ ହୋଇଥିବାରୁ ବ୍ୟକ୍ତିଗତ ଚାହିଦା ରେଖା ଓ ବଜାର ଚାହିଦା ଲେଖା ବାମରୁ ଡାହାଣକୁ କ୍ରମାବନତ ହୋଇଥାଏ । ଏହାକୁ ଅର୍ଥଶାସ୍ତ୍ରରେ ଋଣାତ୍ମକ ଅଧୋଗତି କୁହାଯାଇଥାଏ । ଏହି ଉପସ୍ଥାପନାରୁ ସୂଚନା ମିଳେ ଯେ କୌଣସି ଦ୍ରବ୍ୟର ଦାମ୍ ହ୍ରାସ ହେଲେ, ସେହି ଦ୍ରବ୍ୟର କ୍ରୟର ପରିମାଣ (ଚାହିଦାର ପରିମାଣ) ବୃଦ୍ଧି ହୋଇଥାଏ ଓ ଦ୍ରବ୍ୟର ଦାମ୍ ବୃଦ୍ଧି ହେଲେ ଦ୍ରବ୍ୟର କ୍ରୟର ପରିମାଣ (ଚାହିଦାର ପରିମାଣ) ହ୍ରାସ ହୋଇଥାଏ ।

CHSE Odisha Class 12 Economics Chapter 5 Long Answer Questions in Odia Medium

3. ଚାହିଦା ସୂତ୍ରର ବର୍ଣ୍ଣନା ଓ ବ୍ୟାଖ୍ୟା କର । କେଉଁ ସର୍ଭରେ ଚାହିଦା ସୂତ୍ର କାର୍ଯ୍ୟ କରିଥାଏ? ଏହାର ସୀମାବଦ୍ଧତାଗୁଡ଼ିକ ଉଲ୍ଲେଖ କର।
Answer:
ଚାହିଦା ସର୍ବଦା ଫଳପ୍ରଦ ଇଚ୍ଛାକୁ ବୁଝାଏ, ଯାହାର ପ୍ରକୃତ ଅର୍ଥ ହେଲା ଦ୍ରବ୍ୟପ୍ରାପ୍ତିର ଇଚ୍ଛା ପଛରେ ଦ୍ରବ୍ୟ ଲାଗି ଉଦ୍ଦିଷ୍ଟ ଦାମ ଦେବାର ସାମର୍ଥ୍ୟ ସହିତ ଅର୍ଥତ୍ୟାଗ ଲାଗି ସମ୍ମତ ରହିବା ଦରକାର । ତେଣୁ ଚାହିଦା ବା ସାମର୍ଥ୍ୟ ଓ ସମ୍ମତିର ସହ ଦ୍ରବ୍ୟପ୍ରାପ୍ତିର ଇଚ୍ଛା, ଦ୍ରବ୍ୟର ଏକ ପରିମାଣକୁ ବୁଝାଏ ଓ ଏହି ପରିମାଣର ନିର୍ଣ୍ଣୟ କରିବା ଲାଗି ଦାମ୍ ଗୁରୁତ୍ଵପୂର୍ଣ ଭୂମିକା ବହନ କରେ । ତେଣୁ ଚାହିଦା ଓ ଦାମ୍ ଅଙ୍ଗାଙ୍ଗୀଭାବେ ଜଡ଼ିତ ।

ଚାହିଦା ସୂତ୍ର :
ଦ୍ରବ୍ୟର ଦାମ୍ ଓ ଏହାର ପରିମାଣ ମଧ୍ଯରେ ଥିବା ବିପରୀତମୁଖୀ ସଂପର୍କ ବିଷୟରେ ମାର୍ଶାଲ୍ ମତ ଦେଇଛନ୍ତି ଯେ, ‘ଅନ୍ୟାନ୍ୟ ବିଷୟ ଅପରିବର୍ତିତ ରହି, କୌଣସି ଦ୍ରବ୍ୟର ଦାମ୍ ହ୍ରାସ ସଙ୍ଗେ ସଙ୍ଗେ ଦ୍ରବ୍ୟର ଚାହିଦାର ପରିମାଣ ବୃଦ୍ଧି ହୁଏ ଏବଂ ଦାମ ବୃଦ୍ଧି ସହିତ ସେହି ଦ୍ରବ୍ୟର ଚାହିଦାର ପରିମାଣ ହ୍ରାସ ହୁଏ ।

’’ପ୍ରକାରନ୍ତରେ, ଅପରିବର୍ତ୍ତନୀୟ ପରିସ୍ଥିତିରେ ଦ୍ରବ୍ୟର ଦାମ୍ ହ୍ରାସ ହେଲେ, ଏହାର ଚାହିଦାର ପରିମାଣ ସଂପ୍ରସାରିତ ହୁଏ ଓ ଦାମ୍ ବୃଦ୍ଧି ହେଲେ ଦ୍ରବ୍ୟର ଚାହିଦାର ପରିମାଣ ସଙ୍କୁଚିତ ହୁଏ । ଦ୍ରବ୍ୟର ଦାମ୍ ହ୍ରାସ ଓ ବୃଦ୍ଧିଜନିତ ପରିସ୍ଥିତିରେ ଦ୍ରବ୍ୟର ଚାହିଦାର ପରିମାଣରେ ସଂପ୍ରସାରଣ ଓ ସଙ୍କୋଚନ ହିଁ ଚାହିଦା ସୂତ୍ରର ମୂଳଭିଭି । ଅଧ୍ୟାପକ ମେୟରଙ୍କ ମତରେ, ‘ଲୋକମାନେ ଉଚ୍ଚ ଦାମ୍ ଅପେକ୍ଷା କମ୍ ଦାମ୍‌ରେ ଅଧିକ ପରିମାଣର ଦ୍ରବ୍ୟ ଓ ସେବା କ୍ରୟ କରନ୍ତି ।’’

ଦ୍ରବ୍ୟର ଦାମ୍ ଓ ଏହାର ଚାହିଦା ମଧ୍ୟରେ ଥ‌ିବା ସଂପର୍କ ‘ଚାହିଦା ଫଳନ’ ମାଧ୍ୟମରେ ପ୍ରକାଶ କରାଯାଇପାରେ ।
Dx = f(Px) ଅପରିବର୍ତ୍ତନୀୟ ପରିସ୍ଥିତିରେ ।
Dx → ‘x’ ଦ୍ରବ୍ୟର ଚାହିଦା ;
Px→ ‘x’ ଦ୍ରବ୍ୟର ଦାମ୍;
f → ଫଳନ ।
ଏହି ଚାହିଦା ଫଳନରୁ ପ୍ରକଟିତ ହୁଏ ଯେ କୌଣସି ଦ୍ରବ୍ୟର ଚାହିଦା ଏହାର ଦାମ୍ ଉପରେ ନିର୍ଭରଶୀଳ । ଚାହିଦା ସୂତ୍ରରେ ଦ୍ରବ୍ୟର ଦାମ୍‌ର ପରିବର୍ତ୍ତନ ‘କାରଣ’ ଓ ଚାହିଦା ପରିମାଣରେ ପରିବର୍ତ୍ତନ ଏହାର ‘ଫଳାଫଳ’ ରୂପେ ବିବେଚିତ ହୋଇଥାଏ ।

ଉପସ୍ଥାପନା :
ଚାହିଦା ସୂତ୍ର ଚାହିଦା ଓ ଦାମ୍ ମଧ୍ଯରେ ଯେଉଁ ବିପରୀତ ସମ୍ପର୍କ ଦର୍ଶାଏ, ତାହାକୁ ସାଧାରଣତଃ ଦୁଇ ପ୍ରକାରରେ ଉପସ୍ଥାପନ କରାଯାଏ । ପ୍ରଥମତଃ ସାରଣୀକ ଉପସ୍ଥାପନା ବା ଚାହିଦା ଅନୁସୂଚୀ ଓ ଦ୍ବିତୀୟତଃ ରେଖାଚିତ୍ର ସହାୟତାରେ ଉପସ୍ଥାପନ ।

(i) ଚାହିଦା ଅନୁସୂଚୀ : ଚାହିଦା ଅନୁସୂଚୀ କହିଲେ ଏହା ଏକ ନିର୍ଦ୍ଦିଷ୍ଟ ସମୟକାଳ ମଧ୍ୟରେ କୌଣସି ବ୍ୟକ୍ତି ବା ବଜାରର ବିଭିନ୍ନ ଦାମ୍‌ରେ ଚାହିଦା ପରିମାଣକୁ ସାରଣୀ ସାହାଯ୍ୟରେ ଉପସ୍ଥାପନ କରେ । ମାତ୍ର ଏହି ଉପସ୍ଥାପନ ସେହି ସମ୍ପର୍କ ସ୍ଥାପନ କରେ ଯାହା ଚାହିଦା ସୂତ୍ର ଚାହିଦା ଓ ଦାମ୍ ମଧ୍ଯରେ ଦର୍ଶାଏ । ତେଣୁ ଚାହିଦା ଅନୁସୂଚୀ ଦର୍ଶାଏ କି ଏକ ନିର୍ଦ୍ଦିଷ୍ଟ ସମୟକାଳ ମଧ୍ୟରେ ବ୍ୟକ୍ତି ବା ବଜାରସ୍ଥଳେ ଦାମ୍ କମ୍ ବେଳେ ଚାହିଦା ବେଶୀ ଓ ଦାମ୍ ବେଶୀ ବେଳେ ଚାହିଦା କମ୍ ହୁଏ । ଚାହିଦା ଅନୁସୂଚୀକୁ ବ୍ୟକ୍ତି ସ୍ଥଳେ ବ୍ୟକ୍ତିଗତ ଚାହିଦା ଅନୁସୂଚୀ ଓ ବଜାରସ୍ଥଳେ ବଜାର ଚାହିଦା ଅନୁସୂଚୀ କୁହାଯାଏ । ନିମ୍ନରେ ଏକ ବ୍ୟକ୍ତିଗତ ଚାହିଦା ଅନୁସୂଚୀର ଉପସ୍ଥାପନା କରାଗଲା ।

ଚାହିଦା ଅନୁସୂଚୀ:

ଏକକ ପ୍ରତି ଦାମ୍ ( ଟଙ୍କାରେ ) ଚାହିଦା ପରିମାଣ
15 25
25 20
37 16
50 10
60 5
75 2

ଉପରୋକ୍ତ ସାରଣୀରୁ ସ୍ପଷ୍ଟ ପ୍ରତୀୟମାନ ଯେ ଦ୍ରବ୍ୟର 15 ଟଙ୍କା ଥିଲେ ଚାହିଦାର ପରିମାଣ 25 ଅଛି । ଠିକ୍ ସେହିପରି ଦ୍ରବ୍ୟର ଦାମ 15 ଟଙ୍କାରୁ ବୃଦ୍ଧି ପାଇ 25 ଟଙ୍କା ହେଲା ଏଠାରେ ଚାହିଦାର ପରିମାଣ 25 ରୁ ହ୍ରାସ ପାଇଁ 20 କୁ ଖସି ଆସିଛି । କୁ ପରିଶେଷରେ ଦ୍ରବ୍ୟର ଦାମ 75 ଟଙ୍କା ଥିଲାବେଳେ ଚାହିଦାର ପରିମାଣ 2 ଅଛି । ଏହା ଦର୍ଶାଅ ଯେ, ଦାମ୍ ବୃଦ୍ଧି ପାଉଥିଲାବେଳେ ଚାହିଦା ପରିମାଣରେ ହ୍ରାସ ଘଟୁଛି ।

(ii) ରେଖାଚିତ୍ର ଉପସ୍ଥାପନ : ଚାହିଦା ଅନୁସୂଚୀକୁ ରେଖାଚିତ୍ରରେ ଉପସ୍ଥାପନ କରିବାକୁ ଚାହିଦା ସୂତ୍ରରେ ରେଖାଚିତ୍ର ଉପସ୍ଥାପନ କୁହାଯାଏ । ପ୍ରଥମେ ପ୍ରତ୍ୟେକ ଦାମ୍‌ରେ ଦର୍ଶିତ ଚାହିଦା ପରିମାଣକୁ ଏକ ବିନ୍ଦୁରେ ଚିହ୍ନଟ କରାଯାଏ ଓ ପରେ ସେଗଡ଼ିକୁ ଯୋଗ କରି ଏକ ରେଖା ଟଣାଯାଏ । ସେହି ରେଖାକୁ ଚାହିଦା ରେଖା କୁହାଯାଏ, ଯାହା ଚାହିଦା ଓ ଦାମ୍ ମଧ୍ୟରେ ଥବା ସମ୍ପର୍କକୁ ରେଖାଚିତ୍ର ସାହାଯ୍ୟରେ ଉପସ୍ଥାପନ କରେ । ଚାହିଦା ଅନୁସୂଚୀ ପରି ବ୍ୟକ୍ତିବିଶେଷ ବା ବଜାରସ୍ଥଳେ ମଧ୍ୟ ଚାହିଦା ସମ୍ପର୍କକୁ ରେଖାଚିତ୍ରରେ ଉପସ୍ଥାପନ କରାଯାଇପାରେ ଓ ଏହା ବ୍ୟକ୍ତି ଚାହିଦା ରେଖା ବା ବଜାର ଚାହିଦା ଦର୍ଶାଏ । ଉପରୋକ୍ତ ବ୍ୟକ୍ତି ଚାହିଦା ଅନୁସୂଚୀକୁ ନିମ୍ନରେ ରେଖାଚିତ୍ର ସହାୟତାରେ ଉପସ୍ଥାପନା କରାଗଲା ।

ଉକ୍ତ ରେଖାଚିତ୍ରରେ ‘A’ ବିନ୍ଦୁ ଦର୍ଶାଏ ଯେ ଦାମ 15 ବେଳେ ଚାହିଦା ପରିମାଣ 25 । ‘B’ ବିନ୍ଦୁରେ 25 ଦାମ୍ରେ ଚାହିଦା ପରିମାଣ 20 । ତେଣୁ ଦାମ୍‌ରେ ବୃଦ୍ଧି ଘଟି ଚାହିଦା ପରିମାଣ ହ୍ରାସ ଘଟିଅଛି । ଏହିଭଳି A, B, C, D ଓ E ବିନ୍ଦୁଗୁଡ଼ିକୁ ଯୋଗକଲେ ଚାହିଦା ରେଖା ମିଳିଥାଏ ।
CHSE Odisha Class 12 Economics Chapter 5 Long Answer Questions in Odia Medium 2
ଚାହିଦା ରେଖା ବାମରୁ ଦକ୍ଷିଣକୁ ଓ ଊର୍ଦ୍ଧ୍ବରୁ ନିମ୍ନକୁ ଗତି କରିଥାଏ । ଚାହିଦା ସୂତ୍ରର ସାରଣୀକ ବା ରେଖାଚିତ୍ର ଉପସ୍ଥାପନ ହେଉ, ଏହା ସର୍ବଦା ଦର୍ଶାଏ ଯେ ଦାମ୍‌ରେ ଚାହିଦା ପରିମାଣ ବୃଦ୍ଧି ଘଟେ ଓ ଦାମ୍ ବୃଦ୍ଧି ଘଟିଲେ ଚାହିଦାର ହ୍ରାସ ଘଟେ । ଏହା ଚାହିଦା ସୂତ୍ର ଅଟେ ।

ସର୍ତ୍ତାବଳୀ :
ଚାହିଦା ସୂତ୍ରର କାର୍ଯ୍ୟକାରିତା କେତେକ ସର୍ଭ ଉପରେ ନିର୍ଭର କରେ । ଚାହିଦାର ସୂତ୍ର ଓ ଚାହିଦା ପରିମାଣ ମଧ୍ଯରେ ଥ‌ିବା ଏହି ବିପରୀତମୁଖ୍ ସମ୍ପର୍କକୁ ବ୍ୟାଖ୍ୟା କଲାବେଳେ ‘ଅପରିବର୍ତ୍ତନୀୟ ପରିସ୍ଥିତି’ ଉପରେ ଗୁରୁତ୍ବ ଆରୋପ କରାଯାଇଛି । 

  • ଖାଉଟିଙ୍କ ଆୟ – ଚାହିଦା ସୂତ୍ରର କାର୍ଯ୍ୟକାରିତା ପାଇଁ ଖାଉଟିଙ୍କ ଆୟ ଅପରିବର୍ତ୍ତିତ ରହିବା ଉଚିତ୍ । ଆୟର ପରିବର୍ତ୍ତନ ହେଲେ ଚାହିଦାର ପରିମାଣରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ ହୋଇଉଠେ ।
  • ରୁଚି, ଅଭ୍ୟାସ ଓ ଫେସନ – ଉପଭୋକ୍ତାଙ୍କ ରୁଚି, ଅଭ୍ୟାସ ଓ ଫେସନରେ କୌଣସି ପରିବର୍ତ୍ତନ ହେବା ଉଚିତ ନୁହେଁ । ଏହି ଉପାଦାନଗୁଡ଼ିକରେ କୌଣସି ପରିବର୍ତ୍ତନ ହେଲେ ଦାମ୍‌ର ପରିବର୍ତ୍ତନ ନ ହୋଇ ମଧ୍ୟ ଚାହିଦାର ପରିମାଣରେ ପରିବର୍ତ୍ତନ ଘଟିଥାଏ ।
  • ସମ୍ପର୍କିତ ଦ୍ରବ୍ୟର ଦାମ୍ – ଚାହିଦା ସୂତ୍ରର ସଫଳତା ନିମନ୍ତେ ଅନୁପୂରକ ଓ ପ୍ରତିସ୍ଥାପକ ଦ୍ରବ୍ୟର ଦାମ୍ ସ୍ଥିର ରହିବା ଆବଶ୍ୟକ । ଯଦି ଏହି ଦ୍ରବ୍ୟମାନଙ୍କ ଦାମ୍‌ରେ ପରିବର୍ତ୍ତନ ଘଟେ, ତେବେ ଦାମ୍ ଅପରିବର୍ତ୍ତନୀୟ ରହି ସୁଦ୍ଧା ଚାହିଦାରେ ପରିବର୍ତ୍ତନ ଘଟିଥାଏ।
  • ଜନସଂଖ୍ୟାକୌଣସି ଦ୍ରବ୍ୟର ଚାହିଦାର ପରିମାଣ ଜନସଂଖ୍ୟାର ଆକାର ଓ ଗଠନ ଉପରେ ନିର୍ଭରଶୀଳ । ତେଣୁ ଚାହିଦା ସୂତ୍ରର କାର୍ଯ୍ୟକାରିତା ପାଇଁ ଜନସଂଖ୍ୟାର ଆକାର ଓ ଗଠନ ଅପରିବର୍ତିତ ରହିବା ଉଚିତ।
  • ଅର୍ଥନୀତିର ଅବସ୍ଥା – ଅର୍ଥନୀତିର ଅବସ୍ଥାରେ କୌଣସି ବିଶେଷ ପରିବର୍ତ୍ତନ ଘଟିଲେ ଏହା ଚାହିଦାର ପରିମାଣକୁ

4. ଚାହିଦା ରେଖାର ସ୍ଥାନାନ୍ତର କିପରି ଓ କେଉଁ ପରିସ୍ଥିତିରେ ଘଟିଥାଏ – ଚିତ୍ର ସାହାଯ୍ୟରେ ବର୍ଣ୍ଣନା କର । କିମ୍ବା, ଚାହିଦା ରେଖାର ସ୍ଥାନାନ୍ତରଣ କିପରି ଓ କେଉଁ ପରିସ୍ଥିତିରେ ଘଟିଥାଏ, ଚିତ୍ର ସାହାଯ୍ୟରେ ଦର୍ଶାଅ । କିମ୍ବା, ‘ଚାହିଦାର ପରିବର୍ତ୍ତନ’ (Change in Demand) ଏବଂ ‘ଚାହିଦାର ପରିମାଣରେ ପରିବର୍ତ୍ତନ’ ମଧ୍ଯରେ ପାର୍ଥକ୍ୟ ଚିତ୍ର ସାହାଯ୍ୟରେ ଦର୍ଶାଅ । ଏହାର କାରଣ ଉଲ୍ଲେଖ କର ।
Answer:
ସାଧାରଣ ଅର୍ଥରେ ‘ଚାହିଦାର ପରିବର୍ତ୍ତନ’ ଓ ‘ଚାହିଦାର ପରିମାଣରେ ପରିବର୍ତ୍ତନ’ ସମାର୍ଥବୋଧକ ଶବ୍ଦଭାବେ ବ୍ୟବହୃତ ହୋଇଥିଲେ ହେଁ ଅର୍ଥଶାସ୍ତ୍ରରେ ଏହା ଦୁଇଟି ଭିନ୍ନ ଭିନ୍ନ ଅଭିଧାରଣ । ଚାହିଦା ସୂତ୍ର ଅନୁସାରେ ‘ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ’ ରହି କୌଣସି ଦ୍ରବ୍ୟର ଦରବୃଦ୍ଧି ଘଟିଲେ ଏହାର ଚାହିଦାର ପରିମାଣ ହ୍ରାସ ପାଏ ଏବଂ ଦରହ୍ରାସ ଘଟିଲେ ଚାହିଦାର ପରିମାଣ ବୃଦ୍ଧି ପାଏ । ଏହାକୁ ଚାହିଦାର ସଂପ୍ରସାରଣ ଓ ସଂକୋଚନର ଆଖ୍ୟା ଦିଆଯାଇଥାଏ । ଚାହିଦାର ସଂପ୍ରସାରଣ (Expansion of demand) 3 11 °6 (Contraction of demand) ଚାହିଦା ସଂକୋଚନ ପ୍ରତିକ୍ରିୟା । ଏହି ପରିସ୍ଥିତିରେ ଅନ୍ୟାନ୍ୟ ବିଷୟ; ଯଥା – ଉପଭୋକ୍ତାଙ୍କ ଆୟ, ଅଭ୍ୟାସ, ରୁଚି, ପସନ୍ଦ ସମ୍ପର୍କିତ ଦ୍ରବ୍ୟର ଦାମ୍ ଆଦି ଅପରିବର୍ତିତ ରହିଥାଏ ।

CHSE Odisha Class 12 Economics Chapter 5 Long Answer Questions in Odia Medium

ଏ ପରିପ୍ରେକ୍ଷୀରେ ଏହା ଉଲ୍ଲେଖଯୋଗ୍ୟ ଯେ ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ ରହି କେବଳ ମାତ୍ର ଦାମ୍‌ ପରିବର୍ତ୍ତନ ପ୍ରଭାବରୁ ଚାହିଦାର ସଂପ୍ରସାରଣ କିମ୍ବା ସଂକୋଚନ ଘଟିଥାଏ । ଅପରିବର୍ତ୍ତନୀୟ ପରିସ୍ଥିତିରେ ଦ୍ରବ୍ୟର ଦାମ୍ ହ୍ରାସ ପାଇଲେ ଚାହିଦାର ପରିମାଣ ବୃଦ୍ଧି ପାଇଥାଏ । ଏହାକୁ ଚାହିଦାର ସଂପ୍ରସାରଣ କୁହାଯାଇଥାଏ । ଅନ୍ୟପକ୍ଷରେ କୌଣସି ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ଚାହିଦାର ପରିମାଣ ହ୍ରାସ ପାଇଥାଏ ଯାହାକୁ ଚାହିଦାର ସଂକୋଚନ କୁହାଯାଏ । ଏ କ୍ଷେତ୍ରରେ ଉପଭୋକ୍ତା ଦର ପରିବର୍ତ୍ତନ ଯୋଗୁଁ ମୂଳ ଚାହିଦା ରେଖାକୁ ପରିତ୍ୟାଗ କରନ୍ତି ନାହିଁ, ମାତ୍ର ଏହି ଚାହିଦାରେଖାରେ ଅବସ୍ଥାନ କରି ଦାମ୍ ପରିବର୍ତ୍ତନ ଯୋଗୁଁ ଊର୍ଦ୍ଧ୍ବ ବା ନିମ୍ନ ବିନ୍ଦୁକୁ ଗତି କରିଥା’ନ୍ତି ।

ଏହି ଭାବଧାରା ରେଖାଚିତ୍ର ମାଧ୍ୟମରେ ଉପସ୍ଥାପନା କରାଯାଇପାରେ । ମନେକର କୌଣସି ଦ୍ରବ୍ୟର ଦାମ୍ ଟ 2.00 ଥିଲାବେଳେ ଏହାର ଚାହିଦାର ପରିମାଣ 10 ଏକକ ଥିଲା । ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଦାମ୍ ଟ. 1.00 ହ୍ରାସ ପାଇଥିଲା ସମୟରେ ଏହି ଦ୍ରବ୍ୟର ଚାହିଦାର ପରମାଣ 20 ଏକକୁ ବୃଦ୍ଧି ପାଇଲା । ଏହାହିଁ ଚାହିଦାର ସଂପ୍ରସାରଣ । ଏହାହିଁ ରେଖାଚିତ୍ରରେ ପ୍ରତିଫଳିତ ହୋଇଛି ।
CHSE Odisha Class 12 Economics Chapter 5 Long Answer Questions in Odia Medium 3
ଉପରୋକ୍ତ ଚିତ୍ରରେ ‘DD’ ‘ଚାହିଦା ବକ୍ର’ । ଦ୍ରବ୍ୟର Y- ଅକ୍ଷରେ ପ୍ରଦର୍ଶିତ ଦାମ୍ ଟ. 1.00 ଥିବାବେଳେ ଚାହିଦାର ପରିମାଣ 20 ଏକକ ଯାହା OX ଅକ୍ଷରେ ଦର୍ଶାଯାଇଛି । ସେହିପରି ଦାମ୍ ଦୁଇଟଙ୍କା (2.00) କୁ ବୃଦ୍ଧିପାଇଥିବା ସମୟରେ ପରିମାଣ 10 ଏକକକୁ ହ୍ରାସ ପାଇଛି । ଏହାକୁ ଚାହିଦାର ସଂକୋଚନ କୁହାଯାଇଥାଏ ।

ଏଥୁରୁ ପ୍ରତିଫଳିତ ହୁଏ ଯେ, ଦାମ୍ ପରିବର୍ତ୍ତନଜନିତ ପ୍ରତିକ୍ରିୟା ଯୋଗୁଁ ଉପଭୋକ୍ତା ଦ୍ରବ୍ୟର ଚାହିଦା ପରିବର୍ତ୍ତନ କରନ୍ତି । ଏକ୍ଷେତ୍ରରେ ଚାହିଦାର ସଂପ୍ରସାରଣ ବେଳେ (ଦାମ୍ ହ୍ରାସ ପରିସ୍ଥିତି) ଉପଭୋକ୍ତା ନିର୍ଦ୍ଦିଷ୍ଟ ଚାହିଦା ବକ୍ରରେ ଅବସ୍ଥାନ କରି ବାମରୁ ଡାହାଣକୁ ଏବଂ ଊର୍ଦ୍ଧ୍ବରୁ ନିମ୍ନକୁ ଗତି କରନ୍ତି । ଅନ୍ୟପକ୍ଷରେ ଚାହିଦାର ସଂକୋଚନ ସମୟରେ ଉପଭୋକ୍ତା ସେହି ନିର୍ଦ୍ଦିଷ୍ଟ ଚାହିଦା ବକ୍ରରେ ଡାହାଣରୁ ବାମକୁ ଏବଂ ନିମ୍ନରୁ ଊର୍ଦ୍ଧ୍ବକୁ ଗତି କରନ୍ତି ।

ଏହା ଉଲ୍ଲେଖଯୋଗ୍ୟ ଯେ ଚାହିଦାର ପରିମାଣରେ ପରିବର୍ତ୍ତନ କିମ୍ବା ଚାହିଦାର ସଂପ୍ରସାରଣ କିମ୍ବା ସଂକୋଚନ କେବଳ ମାତ୍ର ଦାମ୍ ପରିବର୍ତ୍ତନଜନିତ ପ୍ରତିକ୍ରିୟାର ପ୍ରତିଫଳନ ।

ଚାହିଦାର ପରିବର୍ତ୍ତନ (Change in Demand) :
ଦ୍ରବ୍ୟର ଦାମ୍‌ରେ ପରିବର୍ତ୍ତନ ନହୋଇ ଉପଭୋକ୍ତାଙ୍କର ଆୟ, ଜନସଂଖ୍ୟା, ରୁଚି, ଅଭ୍ୟାସ, ପସନ୍ଦ, ଅନ୍ୟାନ୍ୟ ଦ୍ରବ୍ୟର ଦାମ୍‌ରେ ପରିବର୍ତ୍ତନ ଘଟି ଦ୍ରବ୍ୟଟିର ଚାହିଦାର ବୃଦ୍ଧି ବା ହ୍ରାସ ଘଟିଲେ ତାହାକୁ ଚାହିଦାର ପରିବର୍ତ୍ତନ (Change in Demand) କୁହାଯାଏ । ଚାହିଦାର ପରିବର୍ତ୍ତନ ଦୁଇଟି ଦୃଷ୍ଟିକୋଣରୁ; ଯଥା – ଚାହିଦାର ବୃଦ୍ଧି (Increase in Demand) ଓ – g ଚାହିଦାର ହ୍ରାସ (Decrease in Demand) ଦିଗରୁ ବିଚାର କରାଯାଇଥାଏ । ଚାହିଦାର ପରିବର୍ତ୍ତନ ଯୋଗୁଁ ସମୁଦାୟ ଚାହିଦା ସୂଚୀରେ ପରିବର୍ତ୍ତନ ଘଟେ ।

(କ) ଚାହିଦାର ବୃଦ୍ଧି (Increase in Demand) – ଚାହିଦାର ବୃଦ୍ଧି ଘଟିଲେ, ଦ୍ରବ୍ୟର ଦାମ୍‌ରେ ପରିବର୍ତ୍ତନ ନ ହୋଇ ଉପଭୋକ୍ତା ପୂର୍ବାପେକ୍ଷା ଅଧିକ ପରିମାଣ କ୍ରୟ କରିଥା’ନ୍ତି କିମ୍ବା ସେତିକି ପରିମାଣ ଦ୍ରବ୍ୟ ପାଇଁ ପୂର୍ବାପେକ୍ଷା ଅଧିକ ଦର ଦେବାକୁ ପ୍ରସ୍ତୁତ ଥା’ନ୍ତି ଅର୍ଥାତ୍ ଚାହିଦାର ବୃଦ୍ଧି ମୁଖ୍ୟତଃ ଦୁଇଟି କାରଣରୁ ଘଟିଥାଏ ।
(1) ଏକ ଦାମ୍‌ରେ ଅଧ୍ଵକ ଚାହିଦା
(2) ଅଧୀକ ଦାମ୍‌ରେ ଅପରିବର୍ତ୍ତିତ ଚାହିଦା

ଚାହିଦାର ବୃଦ୍ଧି ଅବସ୍ଥା ନିମ୍ନଲିଖ ରେଖାଚିତ୍ର ମାଧ୍ୟମରେ ପ୍ରକାଶ କରାଯାଇପାରେ ।
CHSE Odisha Class 12 Economics Chapter 5 Long Answer Questions in Odia Medium 4
ଉପରୋକ୍ତ ରେଖାଚିତ୍ରରେ ଦ୍ରବ୍ୟର ଦାମ୍ ଟ. 1.00 ଥ‌ିବାବେଳେ ଉପଭୋକ୍ତା 10 ଏକକ ଦ୍ରବ୍ୟ ପ୍ରାଥମିକ ଅବସ୍ଥାରେ କ୍ରୟ କରୁଛି । ଯଦି ଦାମ୍ (ଟ. 1.00) ଅପରିବର୍ତିତ ରହି ‘ଅନ୍ୟାନ୍ୟ ବିଷୟ’ରେ ବୃଦ୍ଧିଜନିତ ଅବସ୍ଥା ସୃଷ୍ଟି ହୁଏ, ତେବେ ଉପଭୋକ୍ତା ସେହି ପ୍ରଚଳିତ ଦାମ୍‌ରେ ଅଧିକ ଦ୍ରବ୍ୟ (20 ଏକକ) କ୍ରୟ କରିଥାଏ । ଏ କ୍ଷେତ୍ରରେ ଉପଭୋକ୍ତା ପୂର୍ବର ଚାହିଦା ବକ୍ର DD ରେ ଅବସ୍ଥାନ ନ କରି ଏହାର ଦକ୍ଷିଣର ଊର୍ଦ୍ଧ୍ବସ୍ତରରେ ଥ‌ିବା D1D1 ଚାହିଦା ବକ୍ରରେ ଅବସ୍ଥାନ କରିଥାଏ । ପୁନଶ୍ଚ ଯେତେବେଳେ ଦାମ୍ ଟ. 2.00 କୁ ବୃଦ୍ଧି ପାଏ, ସେ କ୍ଷେତ୍ରରେ ଚାହିଦାର ପରିମାଣ ହ୍ରାସ ନ ଘଟି ସେହି ପୂର୍ବ ପରିମାଣ (10 ଏକକ) କ୍ରୟ କରିଥାଏ । ଏ କ୍ଷେତ୍ରରେ ମଧ୍ୟ ଉପଭୋକ୍ତା ନୂତନ ଚାହିଦା ବଜ୍ର (D,D,) ରେ ଅବସ୍ଥାନ କରିଥା’ନ୍ତି । ଚାହିଦାର ଏହି ପରିବର୍ତ୍ତନକୁ ଚାହିଦାର ବୃଦ୍ଧି କୁହାଯାଏ ।

ଚାହିଦାର ହ୍ରାସ (Decrease in Demand) :
ଚାହିଦାର ହ୍ରାସ ହେଲେ, ଦରରେ ପରିବର୍ତ୍ତନ ନ ଘଟି ଉପଭୋକ୍ତା ପୂର୍ବାପେକ୍ଷା କମ୍ ପରିମାଣ ଦ୍ରବ୍ୟ କ୍ରୟ କରିଥା’ନ୍ତି କିମ୍ବା ସେତିକି ପରିମାଣ ଦ୍ରବ୍ୟ ପାଇଁ ପୂର୍ବାପେକ୍ଷା କମ୍ ଦାମ୍ ହେବାକୁ ପ୍ରସ୍ତୁତ ଥା’ନ୍ତି । ତେଣୁ ଚାହିଦାର ହ୍ରାସ ଦୁଇପ୍ରକାରେ ସଂଘଟିତ ହୋଇଥାଏ; ଯଥା –
(1) ଏକ ଦାମ୍‌ରେ କମ୍ ଚାହିଦା
(2) କମ୍ ଦାମ୍‌ରେ ଅପରିବର୍ତ୍ତିତ ଚାହିଦା
ଏହି ଚାହିଦାର ହ୍ରାସଜନିତ ପରିସ୍ଥିତି ରେଖାଚିତ୍ର ମାଧ୍ୟମରେ ଉପସ୍ଥାପନା କରାଯାଇପାରେ ।
CHSE Odisha Class 12 Economics Chapter 5 Long Answer Questions in Odia Medium 5
ଦ୍ରବ୍ୟର ଦାମ୍ ଟ. 2.00 ଥ‌ିବାବେଳେ ଦ୍ରବ୍ୟର ଚାହିଦା 20 ଏକକ ହୋଇଛି । ଯଦି ଅନ୍ୟାନ୍ୟ ବିଷୟରେ ହ୍ରାସଜନିତ ପରିସ୍ଥିତି ସୃଷ୍ଟି ହୁଏ, ସେହି ଏକା ଦାମ୍‌ରେ (ଟ. 2.00)ରେ ଚାହିଦା 10 ଏକକକୁ ହ୍ରାସ ପାଇବା କିମ୍ବା ଦାମ୍ ହ୍ରାସଜନିତ ପରିସ୍ଥିତି (ଟ. 1.00) ରେ ଅନ୍ୟାନ୍ୟ ବିଷୟର ପରିବର୍ତ୍ତନର ପ୍ରଭାବ ଯୋଗୁଁ ଉପଭୋକ୍ତା ପୂର୍ବ ଦ୍ରବ୍ୟର ପରିମାଣ (20 ଏକକ) କ୍ରୟ କରିପାରିଥାଏ । ଏ ଉଭୟ କ୍ଷେତ୍ରରେ ଉପଭୋକ୍ତା ମୂଳ ଚାହିଦା ରେଖା (DD) ରେ ଅବସ୍ଥାନ ନକରି ଏହାର ବାମ୍‌ରେ ନିମ୍ନସ୍ତରରେ ଥିବା (D1D1) ଚାହିଦା ବକ୍ରରେ ଅବସ୍ଥାନ କରିଥାଏ । ଅର୍ଥାତ୍ ଚାହିଦାର ହ୍ରାସ ନିମ୍ନଗାମୀ ଚାହିଦା ରେଖାଦ୍ଵାରା ଉପସ୍ଥାପନ କରାଯାଇଥାଏ ।

ଉପରୋକ୍ତ ଆଲୋଚନାରୁ ଉପଲବଧୂ ହୁଏ ଯେ, ଚାହିଦାର ସଂପ୍ରସାରଣ ଓ ସଂକୋଚନକୁ ଚାହିଦା ପରିମାଣରେ ପରିବର୍ତ୍ତନ କୁହାଯାଏ । ଏହା କେବଳ ଦାମ୍ଜନିତ ପରିବର୍ତ୍ତନ ଯୋଗୁଁ ସଂଗଠିତ ହୁଏ । ଅନ୍ୟ ପକ୍ଷରେ ଚାହିଦାର ହ୍ରାସ ଓ ବୃଦ୍ଧିକୁ ଚାହିଦାର ପରିବର୍ତ୍ତନ କୁହାଯାଏ ଯାହା ଅନ୍ୟାନ୍ୟ ବିଷୟର ପରିବର୍ତ୍ତନ ଯୋଗୁଁ ସମ୍ଭବ ହୋଇଥାଏ ।

ଚାହିଦା ପରିବର୍ତ୍ତନକୁ ପ୍ରଭାବିତ କରୁଥ‌ିବା ଉପାଦାନ :
ଚାହିଦାର ପରିବର୍ତ୍ତନକୁ ପ୍ରଭାବିତ କରୁଥ‌ିବା ଉପାଦାନଗୁଡ଼ିକ ହେଲେ ଉପଭୋକ୍ତାଙ୍କ ଆୟ, ରୁଚି, ପସନ୍ଦ, ଜନସଂଖ୍ୟା, ସମ୍ପର୍କିତ ଦ୍ରବ୍ୟର ଦାମ୍, ବ୍ୟବସାୟିକ ଅବସ୍ଥା ଇତ୍ୟାଦି । ଉକ୍ତ ଉପାଦାନଗୁଡ଼ିକର କୌଣସି ବୃଦ୍ଧିଜନିତ ଓ ହ୍ରାସଜନିତ ପରିବର୍ତନ ଘଟିଲେ ଏହାର ପ୍ରତିକ୍ରିୟାର ପ୍ରଭାବରେ ଚାହିଦାର ପରିବର୍ତ୍ତନ; ଯଥା – ଚାହିଦାର ବୃଦ୍ଧି କିମ୍ବା ଚାହିଦାର ହ୍ରାସ ଘଟିଥାଏ । ଏ କ୍ଷେତ୍ରରେ ଦ୍ରବ୍ୟର ଦାମ୍ ଗୌଣ ଭୂମିକା ଗ୍ରହଣ କରିଥାଏ ।

5. ଚାହିଦା ବକ୍ରରେଖା କାହିଁକି ନିମ୍ନାଭିମୁଖୀ ହୁଏ – ଆଲୋଚନା କର ।
Answer:
ଚାହିଦା ସୂତ୍ର ତଥା ଚାହିଦା ଫଳନରୁ ଏହା ସୁସ୍ପଷ୍ଟ ଯେ ଦ୍ରବ୍ୟର ଦାମ୍ ଓ ଏହାର ଚାହିଦାର ପରିମାଣ ମଧ୍ଯରେ ବିପରୀତମୁଖୀ ସମ୍ପର୍କ ରହିଛି । ଅର୍ଥାତ୍ ଅପରିବର୍ତ୍ତନୀୟ ପରିସ୍ଥିତିରେ କୌଣସି ଦ୍ରବ୍ୟର ଦାମ୍ ହ୍ରାସ ପାଇଲେ ଏହାର ଚାହିଦାର ପରିମାଣ ବୃଦ୍ଧି ଏବଂ ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ଏହାର ଚାହିଦାର ପରିମାଣ ହ୍ରାସ ପାଇଥାଏ । ଏହା ଯଥାର୍ଥରେ ଚାହିଦା ରେଖାର ଋଣାତ୍ମକ ଅଧୋଗତି ସମ୍ପର୍କରେ ଦର୍ଶାଇଥାଏ । ନିମ୍ନୋକ୍ତ ଉପସ୍ଥାପନା ଚାହିଦା ବକ୍ରରେଖାର ନିମ୍ନଗାମୀ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରେ 

(1) କ୍ରମହ୍ରାସମାନ ସୂତ୍ରର ପ୍ରଭାବ – କ୍ରମହ୍ରାସମାନ ଉପଯୋଗିତା ସୂତ୍ର ଅନୁସାରେ ଜଣେ ଉପଭୋକ୍ତା କୌଣସି ଦ୍ରବ୍ୟ ଅଧିକରୁ ଅଧ‌ିକ ଉପଭୋଗ କଲେ ସେ ଅତିରିକ୍ତ ଏକକରୁ ମିଳୁଥିବା ଉପଯୋଗିତା କ୍ରମାଗତଭାବେ ହ୍ରାସ ପାଏ । ପ୍ରତ୍ୟେକ ବିଚାରବନ୍ତ ଉପଭୋକ୍ତା ଦ୍ରବ୍ୟ କ୍ରୟ ସମୟରେ ଉପଭୋଗରୁ ସର୍ବାଧ‌ିକ ପରିତୃପ୍ତି ଲାଭ ଉଦ୍ଦେଶ୍ୟରେ ମୁଦ୍ରା ଆକାରରେ ମିଳୁଥିବା ପ୍ରାନ୍ତୀୟ ଉପଯୋଗିତାକୁ ଦ୍ରବ୍ୟର ଦାମ୍ ସହ ତୁଳନା କରିଥା’ନ୍ତି ।

ପ୍ରତ୍ୟେକ ଅତିରିକ୍ତ ଏକକରୁ ଲାଭ ହେଉଥିବା କମ୍ କମ୍ ଉପଯୋଗିତା ଯୋଗୁଁ ଉପଭୋକ୍ତା ପ୍ରତ୍ୟେକ ଏକକ ପାଇଁ ଏକପ୍ରକାର ଦାମ୍ ଦେବାକୁ ଦ୍ବିଧାବୋଧ କରିଥା’ନ୍ତି । କାରଣ ଉପଭୋକ୍ତା ଅତିରିକ୍ତ ଏକକଗୁଡ଼ିକୁ କମ୍ ଗୁରୁତ୍ଵପୂର୍ଣ ବିବେଚନା କରିଥା’ନ୍ତି । ଉଦାହରଣସ୍ୱରୂପ, ଦ୍ୱିତୀୟ ଏକକରେ ଦେଉଥ‌ିବା ଦାମ୍ ଅପେକ୍ଷା ତୃତୀୟ ଏକକରେ ଦେବାକୁ ଥିବା ଦାମ୍ ନିଶ୍ଚିତଭାବେ ଅଧ୍ବକ ଉପଲବ୍‌ଧ ହୁଏ । ସେଥିପାଇଁ ତୃତୀୟ ଏକକ ପାଇଁ ସେ ଦ୍ୱିତୀୟ ଏକକଠାରୁ କମ୍ ଦାମ୍ ଦେବାକୁ ଇଚ୍ଛା ପ୍ରକାଶ କରେ ।

ପ୍ରକାରାନ୍ତରେ ପ୍ରକାଶ କଲେ ଦ୍ରବ୍ୟର ଦାମ୍ ହ୍ରାସ ହେଲେ ଉପଭୋକ୍ତା ଅଧୂକ କ୍ରୟ କରିବାକୁ ପସନ୍ଦ କରନ୍ତି । ଦାମ୍ ବୃଦ୍ଧି କ୍ଷେତ୍ରରେ ଏହାର ବିପରୀତ ପ୍ରତିକ୍ରିୟା ଦୃଶ୍ୟମାନ ହୁଏ । ସୁତରାଂ ଦ୍ରବ୍ୟର ଦାମ୍ ହ୍ରାସ ହେଲେ ଚାହିଦାର ପରିମାଣ ବୃଦ୍ଧି ପାଏ ଓ ଦାମ୍ ବୃଦ୍ଧି ପାଇଲେ ଚାହିଦାର ପରିମାଣ ହ୍ରାସ ପାଏ । ଏହି ପ୍ରତିଷ୍ଠିତ ଚାହିଦା ସୂତ୍ର ଉପଭୋଗର ଏହି ମୌଳିକ ସୂତ୍ରର ପ୍ରଭାବରୁ ସଂଗଠିତ ହୋଇଥାଏ ।

(2) ଦାମ୍ ପ୍ରଭାବ – ଦ୍ରବ୍ୟର ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ କେତେକ ନିର୍ଦ୍ଦିଷ୍ଟ ଉପଭୋକ୍ତା ଉଚ୍ଚ ଦାମ୍ ଯୋଗୁଁ ସେହି ଦ୍ରବ୍ୟ କ୍ରୟରୁ ବଞ୍ଚିତ ହୁଅନ୍ତି । ମାତ୍ର ଦ୍ରବ୍ୟର ଦାମ୍ ହ୍ରାସ ଯୋଗୁଁ ପୂର୍ବରୁ କ୍ରୟ କରୁନଥିବା ଉପଭୋକ୍ତାଙ୍କର ବଜାରରେ ଆବିର୍ଭାବ ଘଟେ । ଏହି ନୂତନ କ୍ରେତାଙ୍କ ଉପସ୍ଥିତି ଯୋଗୁଁ ବଜାରରେ ସେହି ଦ୍ରବ୍ୟର ଚାହିଦାର ପରିମାଣ ବୃଦ୍ଧି ହୁଏ । ଦ୍ବିତୀୟତଃ, ପୂର୍ବରୁ ଉଚ୍ଚ ଦାମ୍‌ରେ କ୍ରୟ କରୁଥୁବା ଉପଭୋକ୍ତା ଦାମ୍ ହ୍ରାସଜନିତ ପରିସ୍ଥିତିରେ ଅଧିକ ଦ୍ରବ୍ୟ କ୍ରୟ କରିବାକୁ ଆଗ୍ରହ ପ୍ରକାଶ କରନ୍ତି । ଯଦ୍ବାରା ଦ୍ରବ୍ୟର ଦାମ୍ ହ୍ରାସ ଯୋଗୁଁ ଅଧ‌ିକ ଦ୍ରବ୍ୟ କ୍ରୟ କରାଯାଏ । ଅର୍ଥାତ୍ ଦ୍ରବ୍ୟର ଦାମ୍ ହ୍ରାସ ହେଲେ ଦ୍ରବ୍ୟର ଚାହିଦାର ପରିମାଣ ବୃଦ୍ଧି ହୋଇଥାଏ । ଅନ୍ୟପକ୍ଷରେ ଦ୍ରବ୍ୟର ଦାମ୍ ବୃଦ୍ଧି ହେଲେ ଏହାର ବିପରୀତ ପ୍ରକ୍ରିୟା ଘଟିଥାଏ ।

(3) ଆୟ ପ୍ରଭାବ – ଉପଭୋକ୍ତାଙ୍କ ଆୟକୁ ସାଧାରଣତଃ ଦୁଇଟି ଦୃଷ୍ଟିକୋଣରୁ ବିଚାର କରାଯାଏ; ଯଥା – ମୌଦ୍ରିକ ଆୟ ଓ ବାସ୍ତବ ଆୟ । ଦ୍ରବ୍ୟର ଦାମ୍ ପରିବର୍ତ୍ତନ ହେଲେ କ୍ରେତାଙ୍କର ବାସ୍ତବ ଆୟରେ ପରିବର୍ତ୍ତନ ଘଟେ । ଦ୍ରବ୍ୟର ଦାମ୍ ହ୍ରାସ ହେଲେ ଉପଭୋକ୍ତାଙ୍କୁ ପୂର୍ବାପେକ୍ଷା କମ୍ ବ୍ୟୟ କରିବାକୁ ପଡ଼େ ଅର୍ଥାତ୍ ଉପଭୋକ୍ତାଙ୍କ ବାସ୍ତବ ଆୟ ବା କ୍ରୟଶକ୍ତି ବୃଦ୍ଧି ପାଏ । ଦାମ୍ ହ୍ରାସ ହେଲେ କ୍ରେତାଙ୍କର ଯେଉଁ କ୍ରୟଶକ୍ତି ଦ୍ରବ୍ୟ କ୍ରୟରୁ ମୁକ୍ତ ହୁଏ, ତାହାକୁ ସେ ସେହି ଦ୍ରବ୍ୟ ବା ଅନ୍ୟଦ୍ରବ୍ୟ କ୍ରୟରେ ବିନିଯୋଗ କରିଥା’ନ୍ତି ।

ଅର୍ଥାତ୍ ତାଙ୍କର ଆୟ ବୃଦ୍ଧି ଘଟିଲେ ଯାହା କରିପାରନ୍ତେ, ବର୍ତ୍ତମାନ ତାହା କରିବାକୁ ସମର୍ଥ ହୋଇଥା’ନ୍ତି । ମଥାର୍ଥରେ ଉଲ୍ଲେଖ କରାଯାଇପାରେ ଯେ ଦ୍ରବ୍ୟର ଦାମ୍ ହ୍ରାସ ହେଲେ ବାସ୍ତବ ଆୟ ବୃଦ୍ଧି ସହିତ ଚାହିଦା ପରିମାଣରେ ବୃଦ୍ଧି ପାଏ ଓ ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ବାସ୍ତବ ଆୟ ହ୍ରାସ ସହ ଚାହିଦା ପରିମାଣରେ ହ୍ରାସ ପରିଲକ୍ଷିତ ହୁଏ । ଅତଏବ ଚାହିଦା ବକ୍ରରେଖା ବାମରୁ ଡାହାଣକୁ ନିମ୍ନଗାମୀ ହୁଏ ।

(4) ପ୍ରତିସ୍ଥାପନ ପ୍ରଭାବ – ଦ୍ରବ୍ୟର ଦର ହ୍ରାସ କିମ୍ବା ବୃଦ୍ଧି ପାଇଲେ ପ୍ରତିସ୍ଥାପନ ପ୍ରଭାବ ପରିଲକ୍ଷିତ ହୋଇଥାଏ । କୌଣସି ଦ୍ରବ୍ୟର ଦାମ୍ ହ୍ରାସ ପାଇଲେ ଉପଭୋକ୍ତା ଅଧ୍ଵକ ଦାମ୍‌ରେ ମିଳୁଥିବା ଏହି ଦ୍ରବ୍ୟର ପ୍ରତିବଦଳ ଦ୍ରବ୍ୟ ପରିବର୍ତ୍ତେ ଉପଭୋଗ ବା କ୍ରୟ କରିଥା’ନ୍ତି । ଦ୍ରବ୍ୟର ଏହି ପ୍ରତିସ୍ଥାପନ ଯୋଗୁଁ ଦାମ୍ ହ୍ରାସ ପାଇଥିବା ଦ୍ରବ୍ୟର କ୍ରୟ ପରିମାଣ ବୃଦ୍ଧି ପାଇଥାଏ । ଏଣୁ କମ୍ ଦାମ୍‌ରେ ଅଧିକ କ୍ରୟ କରାଯାଇପାରେ । ଉଦାହରଣସ୍ୱରୂପ, ଥଣ୍ଡା ପାନୀୟର ଦାମ୍ ହ୍ରାସ ଯୋଗୁଁ ଉପଭୋକ୍ତା ଏହାଠାରୁ ଅଧ୍ଵ ଦାମ୍‌ରେ ମିଳୁଥ‌ିବା ପ୍ରତିବଦଳ ଦ୍ରବ୍ୟ ଆଇସ୍‌କ୍ରିମ ବଦଳରେ ଅଧ୍ଵକ କ୍ରୟ କରନ୍ତି । ଯଦ୍ବାରା ଥଣ୍ଡାପାନୀୟର ଉପଭୋଗ ବୃଦ୍ଧି ପାଏ ।

ଏଣୁ ଚାହିଦା ସୂତ୍ରର ପ୍ରୟୋଗ ଉପଲବ୍‌ଧ ହୁଏ । ଅନ୍ୟପକ୍ଷରେ ଦ୍ରବ୍ୟର ଦର ବୃଦ୍ଧି ହେଲେ ଏହି ଉଚ୍ଚ ଦାମ୍ ଦ୍ରବ୍ୟ ପରିବର୍ତ୍ତେ ସ୍ଵଳ୍ପ ଦାମ୍‌ରେ ମିଳୁଥିବା ଏହାର ପ୍ରତିବଦଳ ଦ୍ରବ୍ୟ ଉପଭୋଗ କରନ୍ତି । ଫଳରେ ଉଚ୍ଚ ଦାମ୍‌ଯୁକ୍ତ ଦ୍ରବ୍ୟର ଚାହିଦା ବିଶେଷଭାବେ ହ୍ରାସ ପାଏ । ଚାହିଦା ସୂତ୍ର ଏ କ୍ଷେତ୍ରରେ ପ୍ରତିସ୍ଥାପନ ପ୍ରଭାବ ଯୋଗୁଁ କାର୍ଯ୍ୟକାରୀ ହୋଇଥାଏ ଓ ଚାହିଦା ବକ୍ରରେଖା ବାମରୁ ଡାହାଣକୁ ନିମ୍ନଗାମୀ ହୋଇଥାଏ ।

(5) ବହୁବିଧ ବ୍ୟବହାର – କେତେକ ଦ୍ରବ୍ୟର ଅନେକ ବିକଳ୍ପ ତଥା ବହୁବିଧ ବ୍ୟବହାର ରହିଥାଏ । ଏପ୍ରକାର ଦ୍ରବ୍ୟ କ୍ଷେତ୍ରରେ ଦାମ୍ ହ୍ରାସ ହେଲେ ଏହା କମ୍ ଗୁରୁତ୍ଵପୂର୍ଣ୍ଣ ବ୍ୟବହାରରେ ଲଗାଯାଇଥାଏ । ଯଦ୍ବାରା ଏହାର ଦ୍ରବ୍ୟ କ୍ରୟର ପରିମାଣ ବୃଦ୍ଧି ପାଏ । ଉଦାହରଣସ୍ୱରୂପ, ବିଦ୍ୟୁତ୍ ଶକ୍ତିର ଦାମ୍ ହ୍ରାସ ହେଲେ ଏହା ରନ୍ଧନ କାର୍ଯ୍ୟରେ ବ୍ୟବହାର କରାଯାଏ ଯଦ୍ବାର ଏହାର ମୋଟ ଚାହିଦା ବୃଦ୍ଧି ପାଏ । ଏଣୁ ଦ୍ରବ୍ୟର ଏହି ବିକଳ୍ପ ବ୍ୟବହାରକ୍ଷମ ପ୍ରକୃତି ଯୋଗୁଁ ସ୍ଵଳ୍ପ ଦାମ୍‌ରେ ଅଧିକ ଚାହିଦା ଓ ଉଚ୍ଚ ଦାମ୍‌ରେ ସ୍ଵଳ୍ପ ଚାହିଦା ହୋଇଥାଏ । ତେଣୁ ଚାହିଦା ବକ୍ର ବାମରୁ ଡାହାଣକୁ ନିମ୍ନଗାମୀ ହୋଇଥାଏ ।

CHSE Odisha Class 12 Economics Chapter 5 Long Answer Questions in Odia Medium

6. ‘ଚାହିଦାର ସ୍ଥିତିସ୍ଥାପକତା’ ଅଭିଧାରଣାର ବ୍ୟାଖ୍ୟା କର । ଏହାକୁ ପ୍ରଭାବିତ କରୁଥ‌ିବା ଉପାଦାନସମୂହର ଗୁରୁତ୍ଵ ଆଲୋଚନା କର ।
Answer:
ସ୍ଵାଭାବିକ ଅବସ୍ଥାରେ ଦ୍ରବ୍ୟର ଚାହିଦାର ପରିମାଣ ଓ ଏହାର ଦାମ୍ ମଧ୍ଯରେ ଏକ ବିପରୀତମୁଖୀ ସମ୍ପର୍କ ରହିଛି ଯାହା ଚାହିଦା ସୂତ୍ରରେ ଉତ୍ତମଭାବେ ପ୍ରତିଫଳିତ । ଚାହିଦା ସୂତ୍ର ଅନୁସାରେ କୌଣସି ଦ୍ରବ୍ୟର ଦାମ୍ ହ୍ରାସଜନିତ ପରିସ୍ଥିତିରେ ଏହାର ଚାହିଦାର ପରିମାଣ ବୃଦ୍ଧିପ୍ରାପ୍ତ ହୁଏ ଓ ଦାମ୍ ବୃଦ୍ଧିଜନିତ ପରିସ୍ଥିତିରେ ଚାହିଦାର ପରିମାଣ ହ୍ରାସପ୍ରାପ୍ତ ହୁଏ । ଦାମର ଏହି ପରିବର୍ତ୍ତନଜନିତ ପରିଣାମ ସ୍ବରୂପ ଦ୍ରବ୍ୟର ଚାହିଦାର ପରିମାଣରେ ସମ୍ପ୍ରସାରଣ ଓ ସଙ୍କୋଚନ ହିଁ ଚାହିଦା ସୂତ୍ରର ବିଷୟବସ୍ତୁରେ ପ୍ରତିଫଳିତ । 

କିନ୍ତୁ ଦ୍ରବ୍ୟର ଦାମ୍‌ରେ ପରିବର୍ତ୍ତନ ଯୋଗୁଁ ଚାହିଦାର ପରିମାଣରେ ଯେଉଁ ପରିବର୍ତ୍ତନ ହୁଏ ତାହା ସମସ୍ତ ଦ୍ରବ୍ୟ ପ୍ରତି ଅଭିନ୍ନ ନୁହେଁ । ଆବଶ୍ୟକୀୟ ଦ୍ରବ୍ୟାଦି କ୍ଷେତ୍ରରେ ଦାମ୍‌ର ବିଶେଷ ପରିବର୍ଭନ ହେଲେ ମଧ୍ୟ ଚାହିଦାର ପରିମାଣ ସେହି ଅନୁପାତରେ ନାହିଁ । ଅନ୍ୟପକ୍ଷରେ ଆରାମଦାୟକ ଓ ବିଳାସମୂଳକ ଦ୍ରବ୍ୟ କ୍ଷେତ୍ରରେ ଦାମ୍‌ର ସାମାନ୍ୟ ପରିବର୍ତ୍ତନ ଫଳରେ ଚାହିଦାର ପରିମାଣରେ ବ୍ୟାପ୍ତିକ ପରିବର୍ତ୍ତନ ଘଟେ । ଦାମ୍‌ର ପରିବର୍ତ୍ତନ ଯୋଗୁଁ ଚାହିଦାର ପରିବର୍ତ୍ତନ ହାର ବିଭିନ୍ନ ଦ୍ରବ୍ୟ କ୍ଷେତ୍ରରେ ଭିନ୍ନ ଭିନ୍ନ ହୋଇଥାଏ । ଚାହିଦାର ସ୍ଥିତିସ୍ଥାପକତା ବ୍ୟକ୍ତି, ସ୍ଥାନ, କାଳ ଭେଦରେ ଭିନ୍ନ ହୋଇଥାଏ । ତେଣୁ ଏହା ସୁସ୍ପଷ୍ଟ ଯେ ଚାହିଦାର ସ୍ଥିତିସ୍ଥାପକତା ବିଭିନ୍ନ ଉପାଦାନଦ୍ୱାରା ପ୍ରଭାବିତ ହୋଇଥାଏ ।

(1) ଦ୍ରବ୍ୟର ପ୍ରକୃତି – ଚାହିଦାର ସ୍ଥିତିସ୍ଥାପକତା ଦ୍ରବ୍ୟର ପ୍ରକୃତିଦ୍ୱାରା ବିଶେଷଭାବରେ ପ୍ରଭାବିତ ହୋଇଥାଏ । ବ୍ୟକ୍ତିବିଶେଷଙ୍କ ପାଇଁ କୌଣସି ଦ୍ରବ୍ୟ ଅତ୍ୟାବଶ୍ୟକ ବିବେଚିତ ହେଉଥ‌ିବାବେଳେ କେତେକଙ୍କ ପାଇଁ ତାହା ଆରାମଦାୟକ ବା ବିଳାସମୂଳକ ଦ୍ରବ୍ୟ ବୋଲି ବିବେଚିତ ହୋଇଥାଏ । ଦ୍ରବ୍ୟର ପ୍ରକୃତି ଅନୁଯାୟୀ ସେମାନଙ୍କର ଚାହିଦାର ସ୍ଥିତିସ୍ଥାପକତା ନିର୍ଦ୍ଧାରିତ ହୋଇଥାଏ । ଅତ୍ୟାବଶ୍ୟକ ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା କମ୍ ହୋଇଥାଏ କାରଣ ଦାମ୍ ପରିବର୍ତ୍ତନ ହେଲେହେଁ ଏସବୁ ଦ୍ରବ୍ୟର ଚାହିଦାରେ ବିଶେଷ ପରିବର୍ତ୍ତନ ଅନୁଭୂତ ହୋଇନଥାଏ ।

ତେଣୁ ଏ କ୍ଷେତ୍ରରେ ଚାହିଦା ଅସ୍ଥିତିସ୍ଥାପକତାବିଶିଷ୍ଟ ହୋଇଥାଏ । ଅନ୍ୟପକ୍ଷରେ ଆରାମଦାୟକ ଓ ବିଳାସମୂଳକ ଦ୍ରବ୍ୟ; ଯଥା – TV, ରେଫ୍ରିଜିରେଟର, ଏୟାରକଣ୍ଡିସନର, କାର୍ ଆଦି କ୍ଷେତ୍ରରେ ଚାହିଦା ଅଧ୍ଵ ସ୍ଥିତିସ୍ଥାପକତାବିଶିଷ୍ଟ ହୋଇଥାଏ । କାରଣ ଏସବୁ ଦ୍ରବ୍ୟର ଦାମ୍‌ରେ ପରିବର୍ତ୍ତନ ଏମାନଙ୍କର ଚାହିଦାକୁ ବିଶେଷଭାବେ ପ୍ରଭାବିତ କରିଥାଏ ।

(2) ପ୍ରତିସ୍ଥାପକ ଦ୍ରବ୍ୟର ଉପସ୍ଥିତି – ଯଦି କୌଣସି ଦ୍ରବ୍ୟର ପୂର୍ଣ୍ଣ ବା ଉତ୍ତମ ପ୍ରତିସ୍ଥାପକ ଦ୍ରବ୍ୟ ରହିଥାଏ; ତାହାର ଚାହିଦା ଅଧ୍ଵ ସ୍ଥିତିସ୍ଥାପକ ହୋଇଥାଏ । ଗୋଟିଏ ନିର୍ଦ୍ଦିଷ୍ଟ ଅଭାବକୁ ଏକାଧ୍ଯକ ଦ୍ରବ୍ୟ ସାହାଯ୍ୟରେ ପରିତୃପ୍ତ କରିବା ସମ୍ଭବ ହେଲେ, ସେହି ଦ୍ରବ୍ୟଗୁଡ଼ିକୁ ପ୍ରତିସ୍ଥାପକ ଦ୍ରବ୍ୟ କୁହାଯାଇଥାଏ । ତେଣୁ ଗୋଟିଏ ଦ୍ରବ୍ୟର ଦାମ୍ ବୃଦ୍ଧି ବା ହ୍ରାସ ପାଇଲେ ଏହାର ପ୍ରତିସ୍ଥାପକ ଦ୍ରବ୍ୟର ଚାହିଦା ଯଥାକ୍ରମେ ବୃଦ୍ଧି ବା ହ୍ରାସ ପାଇଥାଏ । ତେଣୁ ଏ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଦ୍ରବ୍ୟର ଚାହିଦା ଅଧ୍ଵ ସ୍ଥିତିସ୍ଥାପକତାବିଶିଷ୍ଟ ହୋଇଥାଏ ।

ଉଦାହରଣସ୍ୱରୂପ, ଚା’ ଓ କଫି । ଚା’ର ଦର ବୃଦ୍ଧି ଘଟିଲେ, ଉପଭୋକ୍ତା ଚା’ ବଦଳରେ କଫି ବ୍ୟବହାରରେ ମନୋନିବେଶ କରନ୍ତି ଯଦ୍ବାରା ଚା’ର ଉପଭୋଗ ହ୍ରାସ ପାଏ ଓ କଫିର ଉପଭୋଗ ବୃଦ୍ଧି ପାଏ । ଏଣୁ ପ୍ରତିସ୍ଥାପକ ଦ୍ରବ୍ୟ ଥିବା ଦ୍ରବ୍ୟମାନଙ୍କର ଚାହିଦା ଅଧିକ ସ୍ଥିତିସ୍ଥାପକତାବିଶିଷ୍ଟ ହୋଇଥାଏ ।

(3) ବିକଳ୍ପ ବ୍ୟବହାର – କୌଣସି ଦ୍ରବ୍ୟର ବିକଳ୍ପ ବ୍ୟବହାର ରହିଥୁଲେ ତାହାର ଚାହିଦା ଅଧ୍ଵ ସ୍ଥିତିସ୍ଥାପକ ହୋଇଥାଏ । ଉଦାହରଣସ୍ୱରୂପ, ପେଟ୍ରୋଲ ଓ ଡିଜେଲର ବିକଳ୍ପ ବ୍ୟବହାର ରହିଛି । ଯଦି ଏସବୁ ଦ୍ରବ୍ୟର ଦର ହ୍ରାସ ପାଏ, ତେବେ ଉପଭୋକ୍ତା ଏସବୁକୁ କମ୍ ଗୁରୁତ୍ବପୂର୍ଣ୍ଣ ବ୍ୟବହାରରେ ଲଗାଇଥା’ନ୍ତି, ଯଦ୍ବାରା ଉପଭୋଗ ବା ଚାହିଦା ପରିମାଣ ବିଶେଷ ବୃଦ୍ଧି ପାଏ । ଅନ୍ୟପକ୍ଷରେ ଦର ବୃଦ୍ଧି ଘଟିଲେ ଉପଭୋକ୍ତା ଏସବୁକୁ ଅଧିକ ଗୁରୁତ୍ଵପୂର୍ଣ୍ଣ ଉଦ୍ଦେଶ୍ୟରେ ବ୍ୟବହାର କରିଥା’ନ୍ତି, ଯଦ୍ବାରା ଚାହିଦା ହ୍ରାସ ଘଟେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୌଣସି ଦ୍ରବ୍ୟର ଚାହିଦା ଗୋଟିଏ ବ୍ୟବହାର ପାଇଁ ସ୍ଥିତିସ୍ଥାପକ ହେଲେ ମଧ୍ୟ ଅନ୍ୟ ବ୍ୟବହାର ପାଇଁ ଅସ୍ଥିତିସ୍ଥାପକ ହୋଇପାରେ ।

(4) ବ୍ୟୟିତ ହେଉଥ‌ିବା ଆୟର ଅନୁପାତ – ଦ୍ରବ୍ୟର ଚାହିଦାର ସ୍ଥିତିସ୍ଥାପକତା ଏହାର ଉପଭୋଗ ନିମନ୍ତେ ଉପଭୋକ୍ତା ବ୍ୟୟ କରୁଥିବା ଆୟର ଅନୁପାତ ଉପରେ ନିର୍ଭର କରେ । ଯଦି କୌଣସି ଦ୍ରବ୍ୟ କ୍ଷେତ୍ରରେ ଉପଭୋକ୍ତା ନିଜ ଆୟର ଏକ ସ୍ୱଳ୍ପ ବା ନଗଣ୍ୟ ଅନୁପାତ ବ୍ୟୟ କରନ୍ତି, ତେବେ ସେସବୁ ଦ୍ରବ୍ୟର ଦାମ୍ ପରିବର୍ତ୍ତନ ହେଲେ ଉପଭୋକ୍ତା ଉପଭୋଗକୁ ସେପରି ପରିବର୍ତ୍ତନ କରିନଥା’ନ୍ତି । ଉଦାହରଣସ୍ୱରୂପ, ଲୁଣ ଓ ଦିଆସିଲି କ୍ଷେତ୍ରରେ ଉପଭୋକ୍ତା ନିଜ ଆୟର ଏକ ଅତି କ୍ଷୁଦ୍ର ଅଂଶ ବ୍ୟୟ କରୁଥିବାରୁ, ସେମାନଙ୍କର ଦର ବୃଦ୍ଧି କିମ୍ବା ହ୍ରାସ ଘଟିଲେ ଉପଭୋଗର ପରିମାଣରେ ସେପରି ବୃଦ୍ଧି ବା ହ୍ରାସ । ନାହିଁ । ଏଣୁ ଏସବୁ ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା କମ୍ ବା ଚାହିଦା ଅସ୍ଥିତିସ୍ଥାପକ ହୋଇଥାଏ । 

(5) ଦ୍ରବ୍ୟର ଦାମ୍ ସ୍ତର – କୌଣସି ଦ୍ରବ୍ୟର ଚାହିଦାର ସ୍ଥିତିସ୍ଥାପକତା ଏହାର ଦାମ୍‌ର ସ୍ତର ଉପରେ କେତେକାଂଶରେ ନିର୍ଭର କରିଥାଏ । ଉଚ୍ଚ ଦାମ୍ଯୁକ୍ତ ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା ଅଧ୍ଵ ହୋଇଥାଏ, କାରଣ ଉଚ୍ଚ ଦାମ୍‌ଯୋଗୁଁ ବହୁ କ୍ରେତା ଏହି ଦ୍ରବ୍ୟ କ୍ରୟରୁ ବଞ୍ଚତ ହୋଇଥା’ନ୍ତି । ଯଦି ଏପ୍ରକାର ଦ୍ରବ୍ୟର ଦାମ୍ ହ୍ରାସ ହୁଏ, ତେବେ ଅଧିକାଂଶ ଉପଭୋକ୍ତା ଦ୍ରବ୍ୟ କ୍ରୟ କରିବାକୁ ସକ୍ଷମ ହେବେ, ଯଦ୍ବାରା ଚାହିଦାର ପରିମାଣ ବୃଦ୍ଧି ପାଇବ । ଏଣୁ ଏସବୁ ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା ଅଧିକ ହୁଏ । ମାତ୍ର କମ୍ ଦାମ୍ଯୁକ୍ତ ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା କମ୍ ହୁଏ, କାରଣ ଏହାର ଦାମ୍ ହ୍ରାସ ହେଲେ ଚାହିଦା ବିଶେଷ ବୃଦ୍ଧି ପାଏ ନାହିଁ ।

(6) ଉପଭୋଗ ସ୍ଥଗିତ ରଖୁବାର ସମ୍ଭାବନା – ଯଦି କୌଣସି ଦ୍ରବ୍ୟର ଉପଭୋଗ ସ୍ଥଗିତ ରଖାଯାଇପାରେ, ତେବେ ଏହାର ଚାହିଦା ସ୍ଥିତିସ୍ଥାପକ ହୁଏ । କାରଣ ଏସବୁ ଦ୍ରବ୍ୟର ଦରବୃଦ୍ଧି ଘଟିଲେ ଉପଭୋକ୍ତା ନିଜର ଉପଭୋଗକୁ ସ୍ଥଗିତ ରଖୁ’ନ୍ତି । ତେଣୁ ଏହାର ଚାହିଦା ଅଧ୍ଵ ସ୍ଥିତିସ୍ଥାପକ ହୋଇଥାଏ ।

(7) ଦ୍ରବ୍ୟର ସ୍ଥାୟିତ୍ୱ – ସ୍ଥାୟିତ୍ୱ ଭିଭିରେ ଦ୍ରବ୍ୟକୁ ଦୀର୍ଘସ୍ଥାୟୀ ଓ କ୍ଷଣସ୍ଥାୟୀ ଦ୍ରବ୍ୟରେ ଶ୍ରେଣୀବିଭାଗ କରାଯାଇଥାଏ । ଦୀର୍ଘସ୍ଥାୟୀ ଦ୍ରବ୍ୟ କ୍ଷେତ୍ରରେ ଚାହିଦା କମ୍ ସ୍ଥିତିସ୍ଥାପକ ହୁଏ, କାରଣ ଏହାକୁ ଥରେ କ୍ରୟକଲେ ଦୀର୍ଘଦିନ ଧରି ବ୍ୟବହାର କରାଯାଇଥାଏ ଓ ନିର୍ଦ୍ଦିଷ୍ଟ ଅଭାବଟି ଦୀର୍ଘଦିନଧରି ପରିତୃପ୍ତ ହୋଇଥାଏ । ତେଣୁ ଏସବୁ ଦ୍ରବ୍ୟ କ୍ଷେତ୍ରରେ ଦାମ୍‌ର ପରିବର୍ତ୍ତନ ଚାହିଦାକୁ ବିଶେଷ ପ୍ରଭାବିତ କରିପାରେ ନାହିଁ । ତେଣୁ ଦୀର୍ଘସ୍ଥାୟୀ ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା କମ୍ ହୋଇଥାଏ । 

7. ଚାହିଦାର ସ୍ଥିତିସ୍ଥାପକତା ବ୍ୟାଖ୍ୟା କର । ଅର୍ଥଶାସ୍ତ୍ରରେ ଏହାର ପ୍ରକାରଭେଦ ନିଷ୍କ୍ରିୟ କରି ଏହାର ଗୁରୁତ୍ଵ ଆଲୋଚନା କର ।
Answer:
ଚାହିଦା ସୂତ୍ରରୁ ଉପଲବ୍‌ଧ ହୁଏ ଯେ ଅପରିବର୍ତ୍ତନୀୟ ପରିସ୍ଥିତିରେ କୌଣସି ଦ୍ରବ୍ୟର ଦାମ୍ ହ୍ରାସ ହେଲେ ଚାହିଦାର ପରିମାଣ ବୃଦ୍ଧି ପାଏ ଏବଂ ଦାମ୍ ବୃଦ୍ଧି ହେଲେ ଚାହିଦାର ପରିମାଣ ହ୍ରାସ ପାଏ । ମାତ୍ର କୌଣସି ଦ୍ରବ୍ୟର ଦାମ୍‌ରେ ହ୍ରାସ ଘଟିଲେ, ଏହାର ଚାହିଦାର ପରିମାଣରେ କେତେ ପରିବର୍ଭନ ହେଲା ସେ ସମ୍ପର୍କରେ ଚାହିଦା ସୂତ୍ର କୌଣସି ସୂଚନା ପ୍ରଦାନ କରେ ନାହିଁ । ଦ୍ରବ୍ୟର ଦାମ୍‌ର ପରିବର୍ତ୍ତନ ଫଳରେ ଚାହିଦାର ସମ୍ବେଦନଶୀଳତାର ପରିମାପ ଚାହିଦାର ସ୍ଥିତିସ୍ଥାପକତା ଧାରଣାଦ୍ୱାରା ହିଁ ସମ୍ଭବ ହୋଇଥାଏ ।

କୌଣସି ଦ୍ରବ୍ୟର ଦାମ୍‌ର ପରିବର୍ତ୍ତନ ଯୋଗୁଁ ଚାହିଦାର ପରିମାଣରେ ହେଉଥ‌ିବା ପରିବର୍ତ୍ତନ ହାରକୁ ଚାହିଦାର ସ୍ଥିତିସ୍ଥାପକତା କୁହାଯାଏ । ଅର୍ଥାତ୍ ଦାମ୍ ପରିବର୍ତ୍ତନ ଯୋଗୁଁ ଚାହିଦାରେ ହେଉଥ‌ିବା ପ୍ରତିକ୍ରିୟା ବା ସମ୍ବେଦନଶୀଳତାର ମାତ୍ରା ସମ୍ପର୍କରେ ଚାହିଦାର ସ୍ଥିତିସ୍ଥାପକତା ସୂଚନା ଦେଇଥାଏ ।

ଅଧ୍ୟାପକ ମାର୍ଶାଲ୍‌ଙ୍କ ମତରେ, ‘ଦରରେ ଏକ ନିର୍ଦ୍ଦିଷ୍ଟ ହ୍ରାସ ହେଲେ ଚାହିଦାର ପରିମାଣ ଅଧ୍ବକ ବୃଦ୍ଧି ପାଏ ନା କମ୍ ବୃଦ୍ଧି ପାଏ ବା ଏକ ନିର୍ଦ୍ଦିଷ୍ଟ ବୃଦ୍ଧି ଫଳରେ ତାହା ଅଧ୍ବକ ହ୍ରାସ ପାଏ ନା କମ୍ ହ୍ରାସ ପାଏ, ସେହି ଅନୁସାରେ ବଜାରରେ ଚାହିଦାର ସ୍ଥିତିସ୍ଥାପକତା ଅଧ୍ବକ ବା କମ୍ ହୋଇଥାଏ ।’’ ଅର୍ଥାତ୍ କୌଣସି ଦ୍ରବ୍ୟର ଦାମ୍ ପରିବର୍ତ୍ତନ ଯୋଗୁଁ ତାହାର ଚାହିଦାରେ ଯେଉଁ ସମ୍ବେଦନଶୀଳତା ପରିଲକ୍ଷିତ ହୁଏ ତାହାକୁ ଚାହିଦାର ସ୍ଥିତିସ୍ଥାପକତା କୁହାଯାଏ । ଚାହିଦାର ସ୍ଥିତିସ୍ଥାପକତା ସୂତ୍ର ଅନୁସାରେ ଦାମ୍‌ର ଏକ ନିର୍ଦ୍ଦିଷ୍ଟ ଶତକଡ଼ା ପରିବର୍ତ୍ତନ ଯୋଗୁଁ ଚାହିଦାର ପରିମାଣରେ ଯେଉଁ ଶତକଡ଼ା ପରିବର୍ତ୍ତନ ହୁଏ ତାହାର ହାରକୁ ଚାହିଦାର ସ୍ଥିତିସ୍ଥାପକତା କୁହାଯାଏ; ଯଥା –
CHSE Odisha Class 12 Economics Chapter 5 Long Answer Questions in Odia Medium 6
ସ୍ଥିତିସ୍ଥାପକତାର ପ୍ରକାରଭେଦ :
ଦ୍ରବ୍ୟର ଚାହିଦାର ପରିମାଣରେ ପରିବର୍ତ୍ତନ ସମ୍ପୂର୍ଣ୍ଣଭାବେ ଦାମ୍ ପରିବର୍ତ୍ତନଜନିତ । ମାତ୍ର ସବୁଦ୍ରବ୍ୟ କ୍ଷେତ୍ରରେ ଏହା ସମାନ ନୁହେଁ କି ସବୁଦ୍ରବ୍ୟ କ୍ଷେତ୍ରରେ ପରିବର୍ତ୍ତନର ମାତ୍ରା ସମାନ ନୁହେଁ । ଦାମ୍ ପରିବର୍ତ୍ତନ ଫଳରେ ଚାହିଦାର ପରିମାଣରେ ସମ୍ବେଦନଶୀଳତା ଉପରେ ନିର୍ଭର କରି ଅର୍ଥଶାସ୍ତ୍ରୀମାନେ ପାଞ୍ଚପ୍ରକାର ସ୍ଥିତିସ୍ଥାପକତା ବିଷୟ ଉଲ୍ଲେଖ କରିଛନ୍ତି । ସେଗୁଡ଼ିକ ହେଲା –

(1) ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା
(2) ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା
(3) ଅପେକ୍ଷାକୃତ ଅଧ୍ଵ ସ୍ଥିତିସ୍ଥାପକ ଚାହିଦା
(4) ଅପେକ୍ଷାକୃତ କମ୍ ସ୍ଥିତିସ୍ଥାପକ ଚାହିଦା
(5) ଏକକ ସ୍ଥିତିସ୍ଥାପକ ଚାହିଦା

(1) ସମ୍ପୂର୍ଣ ସ୍ଥିତିସ୍ଥାପକ ଚାହିଦା – ଯଦି କୌଣସି ଦ୍ରବ୍ୟର ଦାମ୍ରେ
ଅସୀମ ପରିବର୍ତ୍ତନ ଘଟେ, ତେବେ ଚାହିଦାକୁ ସମ୍ପୂର୍ଣ ସ୍ଥିତିସ୍ଥାପକ କୁହାଯାଏ । ଅନ୍ୟ ଅର୍ଥରେ ଦାମ୍‌ର ଅତ୍ୟନ୍ତ ନଗଣ୍ୟ ହ୍ରାସ ଯୋଗୁଁ ଯଦି ଚାହିଦାରେ ଅସୀମ ବୃଦ୍ଧି ଘଟେ ବା ଦାମ୍‌ରେ ଅତ୍ୟନ୍ତ ନଗଣ୍ୟ ବୃଦ୍ଧି ଯୋଗୁଁ ଯଦି ଚାହିଦା ‘ଶୂନ୍ୟ’ ହୁଏ ତେବେ ସେ କ୍ଷେତ୍ରରେ ଚାହିଦା ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ହୋଇଥାଏ ।
ଏ କ୍ଷେତ୍ରରେ ଚାହିଦା ଲେଖା ଆନୁଭୂମିକ ଓ ଏହା OX ଅକ୍ଷ ସହ ସମାନ୍ତର । ଗାଣିତିକ ଭାଷାରେ Ed = ∞ ବା ଅସୀମ ।
CHSE Odisha Class 12 Economics Chapter 5 Long Answer Questions in Odia Medium 7

(2) ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା – କୌଣସି ଦ୍ରବ୍ୟର ଦାମ୍‌ରେ ବିଶେଷ ଉଲ୍ଲେଖନୀୟ ପରିବର୍ତ୍ତନ ସତ୍ତ୍ବେ ଚାହିଦାର ପରିମାଣରେ ଯଦି କୌଣସି ପରିବର୍ତ୍ତନ ହୁଏ ନାହିଁ; ତେବେ ସେହି ଅବସ୍ଥାକୁ ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା କୁହାଯାଏ । ଏ କ୍ଷେତ୍ରରେ ଦାମ୍‌ର ଯେକୌଣସି ପରିବର୍ତ୍ତନ ଚାହିଦାକୁ ପ୍ରଭାବିତ କରିପାରେ ନାହିଁ ।
ଏ କ୍ଷେତ୍ରରେ ଚାହିଦା ରେଖା OY ଅକ୍ଷ ସହ ସମାନ୍ତର । ଗାଣିତିକ ଭାଷାରେ Ed = 0।
CHSE Odisha Class 12 Economics Chapter 5 Long Answer Questions in Odia Medium 8

(3) ଅପେକ୍ଷାକୃତ ଅଧୂକ ସ୍ଥିତିସ୍ଥାପକ ଚାହିଦା – କୌଣସି ଦ୍ରବ୍ୟର ଦାମ୍‌ରେ ଯଦି ସାମାନ୍ୟ ପରିବର୍ତ୍ତନ ଏହାର ଚାହିଦାରେ ବ୍ୟାପକ ପରିବର୍ତ୍ତନ ଘଟାଏ, ତେବେ ଚାହିଦାକୁ ଅପେକ୍ଷାକୃତ ଅଧ୍ଵ ସ୍ଥିତିସ୍ଥାପକ ଚାହିଦା କୁହାଯାଏ । ଏ କ୍ଷେତ୍ରରେ ଦରର ଆନୁପାତିକ ପରିବର୍ତ୍ତନ ତୁଳନାରେ ଚାହିଦାର ପରିମାଣରେ ଆନୁପାତିକ ପରିବର୍ତ୍ତନ ଅପେକ୍ଷାକୃତ ଅଧିକ ହୁଏ ।
ଏ କ୍ଷେତ୍ରରେ ଦାମ୍‌ରେ ପରିବର୍ତ୍ତନ (PP1) ହେଲେ ଚାହିଦାର ପରିବର୍ତ୍ତନ (QQ1) ହେଉଛି ।
∴ QQ1 > PP1 ଗାଣିତିକ ଭାଷାରେ Ed = 1।
CHSE Odisha Class 12 Economics Chapter 5 Long Answer Questions in Odia Medium 9

(4) ଅପେକ୍ଷାକୃତ କମ୍ ସ୍ଥିତିସ୍ଥାପକ ଚାହିଦା – ଦ୍ରବ୍ୟର ଦାମ୍‌ରେ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ସତ୍ତ୍ବେ ଯଦି ଚାହିଦାର ପରିମାଣରେ କମ୍ ଆନୁପାତିକ ପରିବର୍ତ୍ତନ ଘଟେ, ତେବେ ଚାହିଦାକୁ ଅପେକ୍ଷାକୃତ କମ୍ ସ୍ଥିତିସ୍ଥାପକ ଚାହିଦା କୁହାଯାଏ ।
ଏ କ୍ଷେତ୍ରରେ ଦାମ୍ର ପରିବର୍ତ୍ତନ (PP1) ଚାହିଦାର ପରିମାଣର ପରିବର୍ତ୍ତନ (QQ1) ଠାରୁ ଅଧ୍ବକ ।
PP1 > QQ1
ଗାଣିତିକ ଭାଷାରେ Ed > 1 
CHSE Odisha Class 12 Economics Chapter 5 Long Answer Questions in Odia Medium 10

(5) ଏକକ ସ୍ଥିତିସ୍ଥାପକ ଚାହିଦା – କୌଣସି ଦ୍ରବ୍ୟର ଦାମ୍‌ରେ ଏକ ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଯୋଗୁଁ ଯଦି ଚାହିଦାର ସମଆନୁପାତିକ ପରିବର୍ତ୍ତନ ହୁଏ, ତେବେ ତାହାକୁ ଏକକ ସ୍ଥିତିସ୍ଥାପକ ଚାହିଦା କୁହାଯାଏ ।
ଏ କ୍ଷେତ୍ରରେ ଦାମ୍ରେ ପରିବର୍ତ୍ତନ (PP1) ଚାହିଦାର ପରିବର୍ତ୍ତନ (QQ1)
PP1 = QQ1
ଗାଣିତିକ ଭାଷାରେ Ed = 1
CHSE Odisha Class 12 Economics Chapter 5 Long Answer Questions in Odia Medium 11

ଗୁରୁତ୍ବ – ସ୍ଥିତିସ୍ଥାପକତା ଅଭିଧାରଣା ସାହାଯ୍ୟରେ ଦାମ୍ର ପରିବର୍ତ୍ତନ ଚାହିଦାକୁ କିପରି ପ୍ରଭାବିତ କରେ ସେ ସମ୍ପର୍କରେ ଧାରଣା ସୃଷ୍ଟି ହୁଏ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଚାହିଦା ସ୍ଥିତିସ୍ଥାପକର ଗୁରୁତ୍ଵ ବିଶେଷଭାବେ ଉପଲବ୍‌ଧ ହୋଇଥାଏ । ଦେଶର ଆର୍ଥିକ ପ୍ରଶାସନ କ୍ଷେତ୍ରରେ; ଯଥା – ସମ୍ବଳ ସଂଗ୍ରହ, କରଧାର୍ଯ୍ୟ କ୍ଷେତ୍ରରେ ସ୍ଥିତିସ୍ଥାପକତା ଅଭିଧାରଣାର ପ୍ରଭୃତ ଗରୁତ୍ଵ ରହିଛି । ଆନ୍ତର୍ଜାତିକ ବାଣିଜ୍ୟ କ୍ଷେତ୍ରରେ ସ୍ଥିତିସ୍ଥାପକତା ଧାରଣାର ଗୁରୁତ୍ଵ ମଧ୍ୟ ବିଶେଷ ଉପଲବ୍ଧଧ ହୋଇଥାଏ ।

CHSE Odisha Class 12 Economics Chapter 6 Short & Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 6 ଉତ୍ପାଦନ Short & Long Answer Questions

CHSE Odisha 12th Class Economics Chapter 6 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି/ ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ଉତ୍ପାଦନ କ’ଣ ?
Answer:
ଏକ ପ୍ରଦତ୍ତ ଉତ୍ପାଦନ କୌଶଳରେ ଉପାଦାନଗୁଡ଼ିକ ଉତ୍ପାଦରେ ପରିଣତ ହେବାର ପ୍ରକ୍ରିୟାକୁ ଉତ୍ପାଦନ କୁହାଯାଏ । ଅର୍ଥନୀତିଜ୍ଞ କେଉଁକ୍ରସ୍‌ଙ୍କ ଭାଷାରେ ବିକ୍ରୟ ପାଇଁ ଦ୍ରବ୍ୟ ପ୍ରସ୍ତୁତ କରିବା କିମ୍ବା ପାରିଶ୍ରମିକଯୁକ୍ତ ସେବା ପ୍ରଦାନକୁ ଉତ୍ପାଦନ କୁହାଯାଏ । ସଂସ୍ଥାପିତ ଅର୍ଥଶାସ୍ତ୍ରୀଙ୍କ ମତରେ ଉତ୍ପାଦନ କହିଲେ ଭୌତିକ ଓ ଅଭୌତିକ ଦ୍ରବ୍ୟର ପ୍ରସ୍ତୁତିକୁ ବୁଝାଏ । ତେଣୁ ବିନିମୟକ୍ଷମ ଉପଯୋଗିତାର ସୃଷ୍ଟି ନିମିତ୍ତ ଅର୍ଥନୈତିକ ପ୍ରକ୍ରିୟାକୁ ଉତ୍ପାଦନ କୁହାଯାଏ ।

2. ଉତ୍ପାଦନ ଫଳନ କ’ଣ ?
Answer:
କୌଣସି ଉତ୍ପାଦନକାରୀ ସଂସ୍ଥାର ଭୌତିକ ନିବେଶ ଏବଂ ଭୌତିକ ନିଗମ ମଧ୍ୟରେ ଥ‌ିବା ସମ୍ପର୍କକୁ ଏକ ଗାଣିତିକ ପରିମାଣରେ ପ୍ରକାଶ କଲେ ତାକୁ ଉତ୍ପାଦନ ଫଳନ କୁହାଯାଏ । ଅର୍ଥାତ୍ ଉପାଦାନ ଓ ଉତ୍ପାଦ ମଧ୍ୟରେ ଥ‌ିବା ପ୍ରାବିଧ‌ି ସମ୍ପର୍କକୁ ଉତ୍ପାଦନ ଫଳନ କୁହାଯାଏ । ଏହା ଏକ ଗାଣିତିକ ସମ୍ପର୍କ ।

3. ମୋଟ ଉତ୍ପାଦନ କ’ଣ ?
Answer:
ଉତ୍ପାଦନର ଉପାଦାନଦ୍ୱାରା ଏକ ନିର୍ଦ୍ଦିଷ୍ଟ ସମୟରେ ଉତ୍ପାଦିତ ଦ୍ରବ୍ୟର ସାମଗ୍ରିକ ପରିମାଣକୁ ମୋଟ ଉତ୍ପାଦନ କୁହାଯାଏ । ଅର୍ଥାତ୍ ଉତ୍ପାଦନଗୁଡ଼ିକରେ ପ୍ରତି ଏକକ ମିଶ୍ରଣରୁ ଯେଉଁ ପରିମାଣର ମୋଟ ଭୌତିକ ଦ୍ରବ୍ୟ ଓ ସେବା ଉତ୍ପାଦିତ ହୁଏ, ତାହାକୁ ମୋଟ ଉତ୍ପାଦନ କୁହାଯାଏ । ମୋଟ ଉତ୍ପାଦନ ଏକ ପରିମାଣାତ୍ମକ ଧାରଣା ।

4. ଉତ୍ପାଦନର ବିଭିନ୍ନ ଉପାଦାନଗୁଡ଼ିକର ନାମ ଲେଖ ।
Answer:
ବିନିମୟ ମୂଲ୍ୟ ଥ‌ିବା ଉପଯୋଗିତା ସୃଷ୍ଟି ଆଧୁନିକ ମତରେ ଉତ୍ପାଦନ ପଦବାଚ୍ୟ । ତେଣୁ ଉତ୍ପାଦନର ଉପାଦାନ କହିଲେ ଦ୍ରବ୍ୟ ଓ ସେବା ଉତ୍ପନ୍ନରେ ସାହାଯ୍ୟ କରୁଥିବା ସମସ୍ତ ବସ୍ତୁକୁ ବୁଝାଏ । ଉତ୍ପାଦନର ଉପାଦାନଗୁଡ଼ିକ ହେଲା– ଭୂମି, ଶ୍ରମ, ପୁଞ୍ଜି ଓ ଉଦ୍ୟୋକ୍ତା । ଏହି ଚାରିଗୋଟି ଉପାଦାନର ସମ୍ମିଶ୍ରଣରେ ଉତ୍ପାଦନ ସମ୍ଭବ ହୋଇଥାଏ ।

CHSE Odisha Class 12 Economics Chapter 6 Short & Long Answer Questions in Odia Medium

5. ନୀତି ପରିବର୍ତ୍ତନ ବିନ୍ଦୁ କ’ଣ ?
Answer:
ଯେଉଁ ବିନ୍ଦୁରେ ମୋଟ ଉତ୍ପନ୍ନ ବଦ୍ଧିତ ହାରରେ ବୃଦ୍ଧି ପାଇବା ବନ୍ଦ କରେ ଓ ହ୍ରାସମାନ ହାରରେ ବୃଦ୍ଧି ପାଇବା ଆରମ୍ଭ କରେ, ତାହାକୁ ନୀତି ପରିବର୍ତ୍ତନ ବିନ୍ଦୁ କୁହାଯାଏ । ହାରାହାରି ଉତ୍ପନ୍ନ ବଢ଼ି ବଢ଼ି ଚାଲେ । ସୁତରାଂ, ଏହାକୁ ବର୍ଦ୍ଧିଷ୍ଣୁ ଉତ୍ପନ୍ନ ସ୍ତର ବୋଲି କୁହାଯାଏ । ହାରାହାରି ଉତ୍ପନ୍ନ ସର୍ବାଧ‌ିକ ମୂଲ୍ୟରେ ପହଞ୍ଚିଲେ ଏହି ସ୍ତରର ସମାପ୍ତି ଘଟେ ।

6. ବର୍ତମାନ ଉତ୍ପାଦନ ନିୟମ କ’ଣ ?
Answer:
ଯଦି ପରିବର୍ତ୍ତନଶୀଳ ଉପାଦାନର ଅଧିକ ବିନିଯୋଗ ଏକ ନିର୍ଦ୍ଦିଷ୍ଟ ପରିମାଣର ସ୍ଥିର ଉପାଦାନ ସହିତ ହେବା ଫଳରେ ପ୍ରତି ଅଧ‌ିକ ପରିବର୍ତ୍ତନଶୀଳ ଉପାଦାନର ବିନିଯୋଗରୁ ବର୍ଦ୍ଧିଷ୍ଣୁ ହାରରେ ପ୍ରାନ୍ତୀୟ ଉତ୍ପାଦନ ମିଳିଥାଏ, ତେବେ ଏ କ୍ଷେତ୍ରରେ ବର୍ଦ୍ଧମାନ ଉତ୍ପାଦନ ନିୟମ କାର୍ଯ୍ୟକାରୀ ହେଉଛି ବୋଲି କୁହାଯାଏ । ଏ କ୍ଷେତ୍ରରେ ମୋଟ ଉତ୍ପାଦନ ବଦ୍ଧିତ ଅନୁପାତରେ ବୃଦ୍ଧି ପାଏ । ହାରାହାରି ଉତ୍ପନ୍ନ ସର୍ବାଧ‌ିକ ମୂଲ୍ୟରେ ପହଞ୍ଚିଲେ ପ୍ରଥମ ସ୍ତରର ସମାପ୍ତି ଘଟେ ।

7. ହ୍ରାସମାନ ଉତ୍ପାଦନ ନିୟମ କ’ଣ ?
Answer:
ଯେତେବେଳେ ଅଧିକ ଉତ୍ପାଦନ ଆଶାରେ ଅଧିକ ଶ୍ରମ ଓ ପୁଞ୍ଜି ଗୋଟିଏ ଭୂମିରେ ବିନିଯୋଗ କରାଯାଏ, ଉତ୍ପାଦନ ପ୍ରକ୍ରିୟା ଏକ ସ୍ତର ବା ଅବସ୍ଥାରେ ଆସି ପହଞ୍ଚେ, ସେତେବେଳେ ଅଧିକଭାବେ ବିନିଯୋଗ କରାଯାଇଥିବା ଶ୍ରମ ଓ ପୁଞ୍ଜିର ଉତ୍ପାଦନ ବା ଶ୍ରମ ଓ ପୁଞ୍ଜିର ପ୍ରାନ୍ତୀୟ ଉତ୍ପାଦନ କମିବାକୁ ଲାଗେ । ଏହି ସ୍ତରରେ ହ୍ରାସମାନ ଉତ୍ପାଦନ ନିୟମ କାର୍ଯ୍ୟକାରୀ ହୁଏ ଓ ଉଭୟ ପ୍ରାନ୍ତୀୟ ଉତ୍ପାଦନ ଏବଂ ହାରାହାରି ଉତ୍ପାଦନ ନିମ୍ନଗାମୀ ହୁଅନ୍ତି । ସୀମାନ୍ତ ଉତ୍ପନ୍ନ ଶୂନ୍ୟ ହେଲେ ଏହି ସ୍ତର ଶେଷ ହୁଏ ।

8. ସ୍ଥିର ଉତ୍ପାଦନ ନିୟମ କ’ଣ ?
Answer:
ସ୍ଥିର ଉତ୍ପାଦନ ନିୟମ ହେଲା, ଯେତେବେଳେ ପରିବର୍ତ୍ତିତ ଉପାଦାନମାନଙ୍କୁ ଅଧିକ ପରିମାଣରେ ସ୍ଥିର ଉପାଦାନ ସହିତ ନିବେଶ କଲେ, ମୋଟ ଉତ୍ପାଦନ ଗୋଟିଏ ନିର୍ଦ୍ଦିଷ୍ଟ ଓ ସମାନ ପରିମାଣରେ ବୃଦ୍ଧି ହୁଏ । ଅର୍ଥାତ୍ ଯେତେବେଳେ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ପରିବର୍ତ୍ତିତ ଉପାଦାନଗୁଡ଼ିକର ବୃଦ୍ଧି ଘଟେ, ସେତେବେଳେ ଏହି ସ୍ଥିର ଉତ୍ପାଦନ ନିୟମ କାର୍ଯ୍ୟକାରୀ ହେବାର ବୁଝାଯାଏ । ଯଦି ଉପାଦାନର ୫ ପ୍ରତିଶତ ବୃଦ୍ଧି କରାଯାଏ ଏବଂ ମୋଟ ଉତ୍ପାଦନରେ ମଧ୍ୟ ୫ ପ୍ରତିଶତ ବୃଦ୍ଧି ଘଟେ, ତେବେ ତାହାକୁ ସ୍ଥିର ଉତ୍ପାଦନ ନିୟମ କୁହାଯାଏ ।

9. ଉତ୍ପାଦନର ଋଣାତ୍ମକ ପର୍ଯ୍ୟାୟ କ’ଣ ?
Answer:
ଉତ୍ପାଦନର ଋଣାତ୍ମକ ପର୍ଯ୍ୟାୟରେ ସମୁଦାୟ ଉତ୍ପାଦନର ହ୍ରାସ ଘଟେ । ଏହା ଋଣାତ୍ମକ ସୀମାନ୍ତ ଉତ୍ପାଦନ ପାଇଁ ସମ୍ଭବ ହୋଇଥାଏ । ଏହି ସ୍ତରରେ ମୋଟ ଉତ୍ପନ୍ନ ଓ ହାରାହାରି ଉତ୍ପନ୍ନ ମଧ୍ୟ ହ୍ରାସ ପାଆନ୍ତି ।

10. ଉତ୍ପାଦନର ହ୍ରାସମାନ ପର୍ଯ୍ୟାୟ କ’ଣ.?
Answer:
ଉତ୍ପାଦନର ହ୍ରାସମାନ ପର୍ଯ୍ୟାୟ କହିଲେ ଉତ୍ପାଦନର ସମୁଦାୟ ପରିମାଣ ହ୍ରାସମାନ ହାରରେ ବୃଦ୍ଧି ପାଇବାକୁ ବୁଝାଇଥାଏ । ଏହି ସମୟରେ ଉଭୟ ସୀମାନ୍ତ ଓ ହାରାହାରି ଉତ୍ପାଦନ କ୍ରମାଗତ ହ୍ରାସ ପାଇଥାଏ । କିନ୍ତୁ ଉଭୟ ଧନାତ୍ମକ ହୋଇଥା’ନ୍ତି । ସୀମାନ୍ତ ଉତ୍ପନ୍ନ ଶୂନ୍ୟ ହେଲେ ଏହି ସ୍ତର ଶେଷ ହୁଏ ।

11. ଉତ୍ପାଦନକାରୀ ପରିବର୍ତ୍ତନୀୟ ଅନୁପାତ ସୂତ୍ରର କେଉଁ ସ୍ତରକୁ ମନୋନୟନ କରିବେ ?
Answer:
ପରିବର୍ତ୍ତନୀୟ ଅନୁପାତ ସୂତ୍ରର ପ୍ରଥମ ଏବଂ ତୃତୀୟ ସ୍ତର ଲାଭଦାୟକ ନୁହେଁ । କାରଣ, ପ୍ରଥମ ସ୍ତରରେ ଯଦି ଉତ୍ପାଦନକାରୀ ଉତ୍ପାଦନ କରେ ସେ ସ୍ଥିର ଉପାଦାନର ଇଷ୍ଟତମ ସଦୁପଯୋଗ କରିପାରିବେ ନାହିଁ । ପୁନଶ୍ଚ ତୃତୀୟ ସ୍ତରରେ ମୋଟ ଉତ୍ପାଦ ହ୍ରାସ ପାଉଥ‌ିବାରୁ ଏହି ସ୍ତରରେ ଉତ୍ପାଦନ ଅଯୌକ୍ତିକ । ତେଣୁ ଉତ୍ପାଦନ ସମ୍ବନ୍ଧୀୟ ନିଷ୍ପତ୍ତି ଦ୍ବିତୀୟ ସ୍ତରରେ ହିଁ ନେବା ଉଚିତ, ତେଣୁ ଉତ୍ପାଦନକାରୀ ପରିବର୍ତ୍ତନୀୟ ଅନୁପାତ ସୂତ୍ରର ଦ୍ବିତୀୟ ସ୍ତରକୁ ମନୋନୟନ କରିବେ । ଏହି ସ୍ତରକୁ ବିବେକୀ ଉତ୍ପାଦନ ନିଷ୍ପତ୍ତି ସ୍ତର କୁହାଯାଏ ।

12. ପରିବର୍ତ୍ତନୀୟ ଅନୁପାତ ସୂତ୍ରର ପ୍ରଥମ ଅବସ୍ଥା କ’ଣ ?
Answer:
ଏହି ଅବସ୍ଥାରେ ଶ୍ରମର ପ୍ରତ୍ୟେକ ଅତିରିକ୍ତ ଏକକ ନିୟୋଜିତ ହେଲେ ମୋଟ ଉତ୍ପାଦ ଆନୁପାତିକ ହାରରୁ ଅଧ୍ଵ ବୃଦ୍ଧି ପାଉଥ‌ିବାବେଳେ ପ୍ରାନ୍ତୀୟ ଉତ୍ପନ୍ନ ଓ ହାରାହାରି ଉତ୍ପନ୍ନ ମଧ୍ୟ ବୃଦ୍ଧି ପାଏ । ଅର୍ଥାତ୍ ଯେଉଁ ସ୍ତରରେ ପ୍ରାନ୍ତୀୟ ଉତ୍ପାଦ ରେଖା ହାରାହାରି ଉତ୍ପାଦ ରେଖାର ସର୍ବାଧ‌ିକ ବିନ୍ଦୁରେ ଛେଦ କରେ, ସେହି ସ୍ତରରେ ପ୍ରଥମ ଅବସ୍ଥାର ପରିସମାପ୍ତି ଘଟେ । ଅର୍ଥାତ୍‌, ହାରାହାରି ଉତ୍ପନ୍ନ ସର୍ବାଧ‌ିକ ମୂଲ୍ୟରେ ପହଞ୍ଚିଲେ ଏହି ଅବସ୍ଥାର ଅନ୍ତ ଘଟେ ।

13. ହାରାହାରି ଉତ୍ପାଦନ କ’ଣ ?
Answer:
ପରିବର୍ତ୍ତନୀୟ ଉପାଦାନର ଏକକ ପ୍ରତି ଉତ୍ପାଦନକୁ ହାରାହାରି ଉତ୍ପାଦନ କୁହାଯାଏ । ମୋଟ ଉତ୍ପାଦନର ପରିମାଣକୁ ପରିବର୍ତୀ ଉପାଦାନର ପରିମାଣଦ୍ବାରା ଭାଗକଲେ ହାରାହାରି ଉତ୍ପାଦନ ପ୍ରାପ୍ତ ହୁଏ ।
ହାରାହାରି ଉତ୍ପାଦନ = \(\frac{ମୋଟ ଉତ୍ପାଦନ}{ପରିବର୍ତୀ ଉପାଦାନର ପରିମାଣ}\)

14. ସୀମାନ୍ତ ଉତ୍ପାଦନ କ’ଣ ?
Answer:
ଉପାଦାନର ଗୋଟିଏ ଏକକ ବୃଦ୍ଧିଦ୍ୱାରା ମୋଟ ଉତ୍ପାଦନରେ ଯେଉଁ ପରିବର୍ତ୍ତନ ଦେଖାଯାଏ, ତାହାକୁ ସୀମାନ୍ତ ଉତ୍ପାଦନ କୁହାଯାଏ । ଏହାକୁ ମଧ୍ୟ ପ୍ରାନ୍ତୀୟ ଉତ୍ପାଦନ କୁହାଯାଏ ।
ସୀମାନ୍ତ ଉତ୍ପାଦନ = (ମୋଟ ଉତ୍ପାଦନ) – (ମୋଟ ଉତ୍ପାଦନ)କ-1

15. ପରିବର୍ଭନୀୟ ଅନୁପାତ ନିୟମର ସଂଜ୍ଞା ଲେଖ ।
Answer:
କୃଷିକାର୍ଯ୍ୟରେ ବିନିଯୁକ୍ତ ହେଉଥ‌ିବା ଶ୍ରମ ଓ ପୁଞ୍ଜି ସହିତ କୃଷିକଳାର ଅଭିବୃଦ୍ଧି ଯଦି ସମତାଳ ରକ୍ଷା କରି ଗତି ନ କରେ, ତାହାହେଲେ ସାଧାରଣତଃ ଉତ୍ପନ୍ନ ଦ୍ରବ୍ୟର ପରିମାଣ ଆନୁପାତିକ ଭାବେ ଅଳ୍ପ ମାତ୍ରାରେ ବୃଦ୍ଧିପ୍ରାପ୍ତ ହୁଏ । ତେଣୁ ଏହା ପ୍ରତୀୟମାନ ହୁଏ ଯେ, କେତେକ ଉପାଦାନର ପରିମାଣ ସ୍ଥିର ରଖୁ ଅନ୍ୟ ଏକ ଉପାଦାନର ପରିମାଣ ବୃଦ୍ଧି କଲେ, ଉପାଦାନ ଯୋଗୁଁ ଉତ୍ପନ୍ନ ବୃଦ୍ଧି ହୋଇ ଶେଷରେ ହ୍ରାସ ପାଇଥାଏ । ଏହା ପରିବର୍ତ୍ତନୀୟ ଅନୁପାତ ସୂତ୍ର ପ୍ରତିପାଦନ କରେ ।

16. ପରିବର୍ତ୍ତନୀୟ ଅନୁପାତ ନିୟମର ତିନୋଟି ସର୍ତ୍ତ ଲେଖ ।
Answer:
ପରିବର୍ତ୍ତନୀୟ ଅନୁପାତ ନିୟମର ସର୍ଭଗୁଡ଼ିକ ହେଲା- (i) ଉତ୍ପାଦନର ପ୍ରବିଧ୍ ବା କୌଶଳ ଅପରିବର୍ତ୍ତିତ ରହିବା ଆବଶ୍ୟକ । (ii) ବ୍ୟବହୃତ ଉପାଦାନଗୁଡ଼ିକର ଏକକଗୁଡ଼ିକ ସମଜାତୀୟ ହେବା ଆବଶ୍ୟକ । (iii) ଉତ୍ପାଦନ କ୍ଷେତ୍ରରେ ଉପାଦାନମାନଙ୍କର ଅନୁପାତ ପରିବର୍ତ୍ତନଶୀଳ ହେବା ଉଚିତ ।

17. ପରିବର୍ତ୍ତନୀୟ ଅନୁପାତ ନିୟମର ତିନିଗୋଟି ସ୍ତରର ନାମ ଲେଖ ।
Answer:
ପ୍ରଥମ ସ୍ତରରେ, ଶ୍ରମର ପ୍ରତ୍ୟେକ ଅତିରିକ୍ତ ଏକକ ନିୟୋଜିତ ହେଲେ ମୋଟ ଉତ୍ପାଦନ ଆନୁପାତିକ ହାରଠାରୁ ଅଧିକ ବୃଦ୍ଧି ପାଏ । ଦ୍ବିତୀୟ ସ୍ତରରେ, ଯଦିଓ ମୋଟ ଉତ୍ପାଦନ ବୃଦ୍ଧି ପାଇଥାଏ, ତେବେ ଏହା ହ୍ରାସମାନ ହାରରେ ବୃଦ୍ଧି ପାଇଥାଏ । ତେଣୁ ଉଭୟ ହାରାହାରି ଉତ୍ପନ୍ନ ଓ ସୀମାନ୍ତ ଉତ୍ପନ୍ନର ହ୍ରାସ ଘଟେ । ତୃତୀୟ ସ୍ତରରେ ମୋଟ ଉତ୍ପନ୍ନ ଓ ହାରାହାରି ଉତ୍ପନ୍ନ ହ୍ରାସ ପାଆନ୍ତି ଏବଂ ସୀମାନ୍ତ ଉତ୍ପନ୍ନ ଋଣାତ୍ମକ ହୁଏ ।

18. ପରିବର୍ତ୍ତନୀୟ ଅନୁପାତ ନିୟମର ତିନୋଟି ସୀମାବଦ୍ଧତା ଲେଖ ।
Answer:
ପରିବର୍ତ୍ତନୀୟ ଅନୁପାତ ନିୟମର ସୀମାବଦ୍ଧତାଗୁଡ଼ିକ ହେଲା– (i) ଏକ ଉତ୍ପାଦନ କୌଶଳର ଉନ୍ନତି ହେଲେ ପରିବର୍ତ୍ତନୀୟ ଅନୁପାତ ନିୟମ କାର୍ଯ୍ୟ କରେ ନାହିଁ । (ii) ଯଦି ଉପାଦାନଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ବିନିଯୋଗ ହୁଅନ୍ତି, ତେବେ ଏହି ନିୟମ କାର୍ଯ୍ୟ କରେ ନାହିଁ । (iii) ଯଦି ସମସ୍ତ ନିବେଶକୁ ପରିବର୍ତ୍ତନ କରାଯାଏ ତେବେ ଏହି ନିୟମ ଦେଖିବାକୁ ମିଳେ ନାହିଁ ।

CHSE Odisha Class 12 Economics Chapter 6 Short & Long Answer Questions in Odia Medium

19. ବର୍ଷମାନ ଉତ୍ପାଦନର ତିନୋଟି କାରଣ ଲେଖ ।
Answer:
(i) ବର୍ତମାନ ଉତ୍ପାଦନର ପ୍ରଥମ କାରଣ ହେଲା, ଉପାଦାନଗୁଡ଼ିକର ଅବିଭାଜ୍ୟତା । (ii) ଯେତେବେଳେ ଗୋଟିଏ ଉତ୍ପାଦନ ସଂସ୍ଥାର ମୋଟ ଉତ୍ପାଦନ ପରିମାଣ ବୃଦ୍ଧି ହୁଏ, ପରିବର୍ତ୍ତନଶୀଳ ଉପାଦାନଗୁଡ଼ିକର ଦକ୍ଷତା ବୃଦ୍ଧିପାଏ; ସେତେବେଳେ ବର୍ତ୍ତମାନ ଉତ୍ପାଦନ ନିୟମ କାର୍ଯ୍ୟକାରୀ ହୁଏ । (iii) ଉତ୍ପାଦନ ପ୍ରକ୍ରିୟାରେ କେତେକ କାରଣବଶତଃ ମିଳୁଥିବା ଆଭ୍ୟନ୍ତରୀଣ ସୁଲାଭ ଓ ବହିରାଗତ ସୁଲାଭ ଫଳରେ ଦ୍ରବ୍ୟ ଉତ୍ପାଦନ ପ୍ରକ୍ରିୟାରେ ବର୍ତ୍ତମାନ ଉତ୍ପାଦନ ନିୟମ କାର୍ଯ୍ୟକାରୀ ହୋଇଥାଏ ।

20. ହ୍ରାସମାନ ଉତ୍ପାଦନର ତିନୋଟି କାରଣ ଲେଖ ।
Answer:
(i) ହ୍ରାସମାନ ଉତ୍ପାଦନର ପ୍ରଥମ କାରଣ ହେଲା, ସ୍ଥିର ଉପାଦାନର ଅତ୍ୟଧିକ ବ୍ୟବହାର ଫଳରେ ହ୍ରାସମାନ ଉତ୍ପାଦନ ସ୍ତର ଦେଖାଯାଏ । (ii) ଉପାଦାନ ମଧ୍ୟରେ ପ୍ରତିସ୍ଥାପନର ଅସମ୍ପୂର୍ଣ ସ୍ଥିତିସ୍ଥାପକତା ଯୋଗୁଁ ହ୍ରାସମାନ ଉତ୍ପାଦନ ନିୟମ କାର୍ଯ୍ୟକାରୀ ହୋଇଥାଏ । (iii) ସ୍ଥିର ଉପାଦାନ ସହିତ ପରିବର୍ତ୍ତନୀୟ ଉପାଦାନକୁ ଅଧିକ ପରିମାଣରେ ସମ୍ମିଶ୍ରଣ କଲେ ହ୍ରାସମାନ ଉତ୍ପାଦନ ସୂତ୍ର କାର୍ଯ୍ୟକାରୀ ହୁଏ ।

21. ମୋଟ ଉତ୍ପାଦନ, ହାରାହାରି ଉତ୍ପାଦନ ଓ ପ୍ରାନ୍ତୀୟ ଉତ୍ପାଦନ ମଧ୍ୟରେ ଥ‌ିବା ସମ୍ପର୍କକୁ ଉଲ୍ଲେଖ କର ।
Answer:

  • ପ୍ରାନ୍ତୀୟ ଉତ୍ପାଦନ ହାରାହାରି ଉତ୍ପାଦନଠାରୁ କମ୍ ହେଲେ ହାରାହାରି ଉତ୍ପାଦନ ହ୍ରାସ ପାଏ ।
  • ପ୍ରାନ୍ତୀୟ ଉତ୍ପାଦନ ଶୂନ୍ୟ ହେଲେ, ମୋଟ ଉତ୍ପାଦନ ସର୍ବାଧ‌ିକ ହୋଇଥାଏ ।
  • ପ୍ରାନ୍ତୀୟ ଉତ୍ପାଦନ ଋଣାତ୍ମକ ହେଲେ ମୋଟ ଉତ୍ପାଦନ ହ୍ରାସ ପାଏ ।

B ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି / ଛଅଟି ବାକ୍ୟରେ ଦିଅ ।

1. ଉତ୍ପାଦନ ଫଳନ କ’ଣ?
Answer:
ଉପାଦାନ ଓ ଉତ୍ପାଦ ମଧ୍ୟରେ ଥିବା ପ୍ରାବିଧ‌ି ସମ୍ପର୍କକୁ ଉତ୍ପାଦନ ଫଳନ କୁହାଯାଏ । ଉତ୍ପାଦନ ଫଳନ ଉପାଦାନ ଓ ଉତ୍ପାଦ ମଧ୍ୟରେ ଏକ ଫଳନୀୟ ସମ୍ବନ୍ଧ ପ୍ରକାଶ କରେ । ଏହା ଏକ ଅନୁସୂଚୀ, ଯେଉଁଥରେ ପ୍ରଦତ୍ତ ଉତ୍ପାଦନ କୌଶଳରେ ଉପାଦାନଗୁଡ଼ିକର ବିଭିନ୍ନ ସମ୍ମିଶ୍ରଣରୁ ସୃଷ୍ଟ ଉତ୍ପାଦର ପରିମାଣକୁ ସୂଚାଇଥାଏ । ଉତ୍ପାଦନ ଫଳନକୁ ସାଙ୍କେତିକ ଭାଷାରେ ନିମ୍ନମତେ ପ୍ରକାଶ କରାଯାଇଥାଏ ।

Q = + (A, B, C, D)
ଉପରୋକ୍ତ ସମୀକରଣରେ Q = ଉତ୍ପାଦକୁ ବୁଝାଏ । A, B, C ଓ D ଉପାଦାନକୁ ବୁଝାଏ । ପ୍ରଫେସର କ୍ଲେନ୍‌ଙ୍କ ଭାଷାରେ, ଉପାଦାନ ଓ ଉତ୍ପାଦ ମଧ୍ୟରେ ଥ‌ିବା ପ୍ରାବିଧ‌ିକ ବା ଯାନ୍ତ୍ରିକ ସମ୍ପର୍କକୁ ଉତ୍ପାଦନ ଫଳନ କୁହାଯାଏ । ଉତ୍ପାଦନ ଫଳନ ସ୍ଵଳ୍ପକାଳୀନ ବା ଦୀର୍ଘକାଳୀନ ହୋଇପାରେ ।

2. ସ୍ଵଳ୍ପକାଳୀନ ଉତ୍ପାଦନ ଫଳନ କ’ଣ ?
Answer:
ସ୍ବଳ୍ପକାଳରେ ସବୁଯାକ ଉପାଦାନର ପରିମାଣ ପରିବର୍ତ୍ତନ କରାଯାଇପାରେ ନାହିଁ । ଯେଉଁ ଉପାଦାନଗୁଡ଼ିକର ପରିମାଣ ସ୍ଵଳ୍ପକାଳରେ ପରିବର୍ତ୍ତନ କରିହୁଏ ନାହିଁ, ସେଗୁଡ଼ିକୁ ସ୍ଥିର ଉପାଦାନ କୁହାଯାଏ । ଅନ୍ୟପକ୍ଷରେ କେତେଗୁଡ଼ିଏ ଉପାଦାନର ପରିମାଣ ସ୍ଵଳ୍ପକାଳରେ ପରିବର୍ତ୍ତନ କରାଯାଇପାରେ, ଯାହାକୁ ପରିବର୍ତୀ ଉପାଦାନ କୁହାଯାଏ । ସ୍ୱଳ୍ପକାଳରେ କେବଳ ପରିବର୍ତୀ ଉପାଦାନର ପରିମାଣ ବର୍ଣ୍ଣିତ କରି ଉତ୍ପାଦନ ବୃଦ୍ଧି କରାଯାଏ । ଉପାଦାନ ମିଶ୍ରଣର ଅନୁପାତ ପରିବର୍ତ୍ତନ ଯୋଗୁଁ ଉତ୍ପାଦର ପରିମାଣ ବୃଦ୍ଧି ହୁଏ । ତେଣୁ କେତେଗୁଡ଼ିଏ ଉପାଦାନର ପରିମାଣ ଅପରିବର୍ତ୍ତିତ ରଖ୍ କେତେଗୁଡ଼ିଏ ଉପାଦାନର ପରିମାଣ ବୃଦ୍ଧି କରାଯାଏ ଓ ଏହାଦ୍ବାରା ଉତ୍ପାଦର ପରିମାଣ ବୃଦ୍ଧି ହୁଏ । ସ୍ଵଳ୍ପକାଳୀନ ଉତ୍ପାଦନ ଫଳନକୁ ପରିବର୍ତ୍ତନୀୟ ଅନୁପାତ ନିୟମ କୁହାଯାଏ ।

3. ଦୀର୍ଘକାଳୀନ ଉତ୍ପାଦନ ଫଳନ କ’ଣ ?
Answer:
ଦୀର୍ଘକାଳରେ ସବୁଯାକ ଉପାଦାନର ପରିମାଣ ପରିବର୍ତ୍ତନ କରାଯାଇପାରେ । ତେଣୁ ଦୀର୍ଘକାଳରେ ସମସ୍ତ ଉପାଦାନ ପରିବର୍ତ୍ତନୀୟ ଉପାଦାନ ଅଟନ୍ତି । ଦୀର୍ଘକାଳରେ ସମସ୍ତ ଉପାଦାନର ପରିମାଣ ଏକ ସଙ୍ଗେ ବୃଦ୍ଧି କରାଯାଇପାରେ । ତେଣୁ ଉପାଦାନ ମିଶ୍ରଣର ଅନୁପାତ ପରିବର୍ତ୍ତନ କରିବାର ଆବଶ୍ୟକତା ନଥାଏ । ସମସ୍ତ ଉପାଦାନର ପରିମାଣ ସମାନୁପାତରେ ବୃଦ୍ଧି କରି ଉତ୍ପାଦର ପରିମାଣ ବୃଦ୍ଧି କରାଯାଏ । ଦୀର୍ଘକାଳୀନ ଉତ୍ପାଦନ ଫଳନକୁ ଆୟତନ ଉତ୍ପନ୍ନ ନିୟମ କୁହାଯାଏ ।

4. ପରିବର୍ତ୍ତନୀୟ ଅନୁପାତ ସୂତ୍ର କ’ଣ ?
Answer:
ପରିବର୍ତ୍ତନୀୟ ଅନୁପାତ ସୂତ୍ର ଉତ୍ପାଦନର ଏକ ମୌଳିକ ସୂତ୍ର ଅଟେ । ଏହା ସ୍ଵଳ୍ପକାଳୀନ ଉତ୍ପାଦନ ଫଳନର ବ୍ୟବହାର ଅନୁଧ୍ୟାନ କରିଥାଏ । ସ୍ପଳ୍ପକାଳରେ ଅଧ‌ିକ ଉତ୍ପାଦନ କରିବାକୁ ହେଲେ ସ୍ଥିର ଉପାଦାନକୁ ଅପରିବର୍ତ୍ତନୀୟ ରଖ୍ ଅଧୂକ ପରିମାଣରେ ପରିବର୍ତ୍ତନୀୟ ଉପାଦାନ ବ୍ୟବହାର କରିବାକୁ ପଡ଼ିଥାଏ । ସ୍ଥିର ଉପାଦାନମାନଙ୍କୁ ଅପରିବର୍ତ୍ତନୀୟ ରଖ୍ ଯେତେବେଳେ ଗୋଟିଏ ଉପାଦାନର ପରିମାଣ ପରିବର୍ତ୍ତିତ ହୁଏ, ସେତେବେଳେ ଉପାଦାନମାନଙ୍କର ଅନୁପାତରେ ପରିବର୍ତ୍ତନ ହୁଏ । ଉପାଦାନ ଅନୁପାତର ପରିବର୍ତ୍ତନ ଫଳରେ ଉତ୍ପାଦନ ହାରରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ । ପରିବର୍ତ୍ତନ ହାର ଅନୁସାରେ ପରିବର୍ତ୍ତନୀୟ ଅନୁପାତ ସୂତ୍ର ତିନି ପର୍ଯ୍ୟାୟ ବିଶିଷ୍ଟ ହୁଏ; ଯଥା – (1) ବର୍ତମାନ ଉତ୍ପନ୍ନ ପର୍ଯ୍ୟାୟ (2) ହ୍ରାସମାନ ଉତ୍ପନ୍ନ ପର୍ଯ୍ୟାୟ ଓ (3) ଋଣାତ୍ମକ ଉତ୍ପନ୍ନ ପର୍ଯ୍ୟାୟ ।

5. ସ୍ଥିର ଉପାଦାନ କ’’ଣ?
Answer:
ସ୍ବଳ୍ପକାଳରେ ସମସ୍ତ ସାଧନର ପରିମାଣରେ ପରିବର୍ତ୍ତନ କରି ଉତ୍ପାଦନ ବୃଦ୍ଧି କରିବା ଉଦ୍ୟୋକ୍ତାଙ୍କ ପକ୍ଷରେ ସମ୍ଭବ ହୋଇ ନଥାଏ । ସେଥ‌ିପାଇଁ ସେ କେତେକ ସାଧନକୁ ସ୍ଥିର ରଖ୍ ଅନ୍ୟଗୁଡ଼ିକର ପରିମାଣରେ ପରିବର୍ତ୍ତନ କରି ଉତ୍ପାଦନ ପରିମାଣ ବୃଦ୍ଧି କରିବାକୁ ଚେଷ୍ଟା କରିଥା’ନ୍ତି । ସ୍ଵଳ୍ପକାଳରେ ଯେଉଁ ସାଧନଗୁଡ଼ିକର ପରିମାଣ ଅପରିବର୍ତ୍ତନୀୟ ରୁହେ ସେଗୁଡ଼ିକୁ ସ୍ଥିର ଉପାଦାନ କୁହାଯାଏ । ଉଦାହରଣ ସ୍ଵରୂପ, ସ୍ଵଳ୍ପକାଳରେ ଗହମ ଅଧିକ ଉତ୍ପାଦନ କରିବାପାଇଁ ଉଦ୍ୟୋକ୍ତା ଭୂମିକୁ ସ୍ଥିର ରଖୁ ସହିତ ଶ୍ରମ ଓ ପୁଞ୍ଜିର ପରିମାଣ ବୃଦ୍ଧି କରିଥା’ନ୍ତି । ଏହି ପରିପ୍ରେକ୍ଷୀରେ ସ୍ଵଳ୍ପକାଳରେ ଭୂମିକୁ ସ୍ଥିର ସାଧନ ବୋଲି କୁହାଯାଏ । ସେହିପରି କାରଖାନା ଗୃହ, ମେସିନ୍, କୋଠାବାଡ଼ି, ସ୍ଥାୟୀ କର୍ମଚାରୀ ଇତ୍ୟାଦି ସ୍ଥିର ସାଧନର ଉଦାହରଣ ଅଟେ ।

6. ପରିବର୍ତ୍ତନୀୟ ଉପାଦାନ କ’ଣ?
Answer:
ଉତ୍ପାଦନ ପ୍ରକ୍ରିୟାରେ ବ୍ୟବହୃତ ଦୁଇଟି ମୁଖ୍ୟ ଉପାଦାନ ମଧ୍ଯରୁ ପରିବର୍ତ୍ତନୀୟ ଉପାଦାନ ଅନ୍ୟତମ । ଦୀର୍ଘକାଳରେ ଉତ୍ପାଦନର ସମସ୍ତ ସାଧନର ପରିମାଣରେ ପରିବର୍ତ୍ତନ କରିବାପାଇଁ ଉଦ୍ୟୋକ୍ତା ପର୍ଯ୍ୟାପ୍ତ ସମୟ ପାଇଥାଏ । ଦୀର୍ଘକାଳରେ ସମସ୍ତ ସାଧନର ପରିମାଣରେ ବୃଦ୍ଧି କରାଯାଇ ଉତ୍ପାଦନ ପରିମାଣ ବୃଦ୍ଧି କରାଯାଉଥିବାରୁ ଉକ୍ତ ସାଧନଗୁଡ଼ିକୁ ପରିବର୍ତୀ ସାଧନ କୁହାଯାଏ । ଅର୍ଥାତ୍ ଉତ୍ପାଦନର ବୃଦ୍ଧି ବା ହ୍ରାସ ସହିତ ଏହି ଉପାଦାନର ପରିମାଣ ଯଥାକ୍ରମେ ବୃଦ୍ଧି ବା ହ୍ରାସ କରାଯାଇଥାଏ । ଉତ୍ପାଦନ ପ୍ରକ୍ରିୟାରେ ସାଧାରଣତଃ ଏହି ଉପାଦାନ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଶ୍ରମ, କଞ୍ଚାମାଲ, ବିଜୁଳିଶକ୍ତି ଇତ୍ୟାଦି ପରିବର୍ତ୍ତୀ ସାଧନର ଉଦାହରଣ ଅଟେ । ଦୀର୍ଘକାଳରେ ମଧ୍ୟ ଭୂମି, ମେସିନ୍, ପୁଞ୍ଜିକୁ ପରିବର୍ତୀ ସାଧନର ମାନ୍ୟତା ଦିଆଯାଇଥାଏ ।

CHSE Odisha Class 12 Economics Chapter 6 Short & Long Answer Questions in Odia Medium

7. ଉତ୍ପାଦନର ଉପାଦାନ କ’ଣ?
Answer:
ଉତ୍ପାଦନ କହିଲେ ଉପଯୋଗିତାର ସୃଷ୍ଟିକୁ ବୁଝାଇଥାଏ । ଉପଯୋଗିତାର ସୃଷ୍ଟି ଉତ୍ପାଦନର ଚାରିଗୋଟି ଉପାଦାନର ସମ୍ମିଶ୍ରଣରେ ହୋଇଥାଏ । ତେଣୁ ଯେକୌଣସି ଉପାଦାନ ପଦାର୍ଥ ବା ସେବା ଉତ୍ପାଦନରେ ସହାୟକ ହୁଏ, ତାହାକୁ ଉତ୍ପାଦନର ଉପାଦାନ ବା ସାଧନ କହନ୍ତି । ତେଣୁ ଉତ୍ପାଦନର ଉପାଦାନକୁ ନିବେଶ ଏବଂ ଉତ୍ପାଦିତ ଦ୍ରବ୍ୟକୁ ଉତ୍ପାଦ କହନ୍ତି । ତେଣୁ ଉତ୍ପାଦନର ଉପାଦାନ କହିଲେ ଦ୍ରବ୍ୟ ବା ସେବା ଉତ୍ପନ୍ନରେ ସାହାଯ୍ୟ କରୁଥିବା ସମସ୍ତ ବସ୍ତୁକୁ ବୁଝାଏ । ଉତ୍ପାଦନର ଉପାଦାନସମୂହକୁ ମୁଖ୍ୟତଃ ଚାରିଗୋଟି ଶ୍ରେଣରେ ଅନ୍ତର୍ଭୁକ୍ତ କରାଯାଇଥାଏ । ସେଗୁଡ଼ିକ ହେଲା- ଭୂମି, ଶ୍ରମ, ପୁଞ୍ଜି ଓ ସଙ୍ଗଠନ ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ସ୍ଥିର ସାଧନ ଓ ପରିବର୍ତୀ ସାଧନ :
Answer:
ସ୍ଵଳ୍ପକାଳରେ ଯେଉଁ ସାଧନଗୁଡ଼ିକର ପରିମାଣ ଉତ୍ପାଦନ ପ୍ରକ୍ରିୟାରେ ସ୍ଥିର ରହେ, ସେଗୁଡ଼ିକୁ ସ୍ଥିର ସାଧନ ବୋଲି କୁହାଯାଏ । ମେସିନ୍, ଭୂମି, କାରଖାନା ଗୃହ, ସ୍ଥାୟୀ କର୍ମଚାରୀ ଇତ୍ୟାଦି ସ୍ଥିର ସାଧନର ଉଦାହରଣ । ଉତ୍ପାଦନ ପରିମାଣର ପରିବର୍ତ୍ତନ ସହ ଏହାର କୌଣସି ସମ୍ପର୍କ ନାହିଁ । ଉତ୍ପାଦନ ଶୂନ୍ୟ ହେଲେ ମଧ୍ୟ ଏହା ଅପରିବର୍ତ୍ତିତ ଥାଏ, ତେଣୁ ଏହା ସ୍ଵାଧୀନ ଭୂମିକା ଗ୍ରହଣ କରିଥାଏ ।
ଉତ୍ପାଦନ ପ୍ରକ୍ରିୟାରେ ସ୍ଵଳ୍ପକାଳରେ ଯେଉଁ ଉପାଦାନର ପରିମାଣକୁ ପରିବର୍ତ୍ତନ କରାଯାଇ ଉତ୍ପାଦନର ପରିମାଣକୁ ପରିବର୍ତ୍ତନ କରାଯାଏ ତାହାକୁ ପରିବର୍ତୀ ସାଧନ କୁହାଯାଏ । ଶ୍ରମ, କଞ୍ଚାମାଲ ଇତ୍ୟାଦି ପରିବର୍ତ୍ତୀ ସାଧନର ଉଦାହରଣ । ଉତ୍ପାଦନର ପରିମାଣରେ ପରିବର୍ତ୍ତନ ହେଲେ ଏହା ପରିବର୍ତ୍ତିତ ହୋଇଥାଏ । ଉତ୍ପାଦନ ଶୂନ୍ୟ ହେଲେ ଏହି ସାଧନର ପରିମାଣ ଶୂନ୍ୟ ହୋଇଥାଏ, ତେଣୁ ଏହା ସାପେକ୍ଷ ଭୂମିକା ଗ୍ରହଣ କରିଥାଏ ।

2. ହାରାହାରି ଉତ୍ପାଦ ଓ ପ୍ରାନ୍ତୀୟ ଉତ୍ପାଦ :
Answer:
ସ୍ୱଳ୍ପକାଳରେ କେତେକ ଉତ୍ପାଦନ ସାଧନ ସ୍ଥିର ହୋଇଥିଲାବେଳେ କେତେକ ଉତ୍ପାଦନ ସାଧନ ପରିବର୍ତ୍ତନୀୟ ହୋଇଥା’ନ୍ତି । କିଛି ସ୍ଥିର ଉପାଦାନରେ ଅଧ୍ବକ ପରିବର୍ତ୍ତନୀୟ ଉପାଦାନ ଉପଯୋଗ କଲେ ଉତ୍ପାଦ ପରିମାଣ କ୍ରମହ୍ରାସମାନ ହାରରେ ବୃଦ୍ଧି ପାଏ । ପ୍ରତ୍ୟେକ ପରିବର୍ତ୍ତନୀୟ ଉପାଦାନ ମୋଟ ଉତ୍ପାଦରେ ଯେଉଁ ଅତିରିକ୍ତ ପରିମାଣ ଯୋଗ କରେ ତାହାକୁ ସୀମାନ୍ତ ବା ପ୍ରାନ୍ତୀୟ ଉତ୍ପାଦ କୁହାଯାଏ । ଅନ୍ୟ ପକ୍ଷରେ ମୋଟ ଉତ୍ପାଦକୁ ପରିବର୍ତ୍ତନୀୟ ସାଧନ ପରିମାଣଦ୍ୱାରା ଭାଗ କଲେ ହାରାହାରି ଉତ୍ପାଦ ମିଳେ । ପ୍ରଥମେ ପ୍ରାନ୍ତୀୟ ଉତ୍ପାଦର ବୃଦ୍ଧି ହାର ହାରାହାରି ଉତ୍ପାଦର ବୃଦ୍ଧି ହାରଠାରୁ ଅଧିକ ହୁଏ । ତା’ପରେ ପ୍ରାନ୍ତୀୟ ଉତ୍ପାଦର ହ୍ରାସ ହାର ହାରାହାରି ଉତ୍ପାଦର ହ୍ରାସ ହାରଠାରୁ ଅଧିକ ହୁଏ । ତେଣୁ ହାରାହାରି ଉତ୍ପାଦ ରେଖା, ପ୍ରାନ୍ତୀୟ ଉତ୍ପାଦ ରେଖାର ଅନୁଧାବନ କରେ ।

3. ସଘନ ଚାଷ ଓ ସମ୍ପ୍ରସାରଣ ଚାଷ :
Answer:
ଚାଷଜମିର ପରିମାଣକୁ ସ୍ଥିର ରଖ୍ ବା ସୀମିତ ରଖ୍ ଅଧ‌ିକ ପରିମାଣର ଶ୍ରମ ଓ ପୁଞ୍ଜି ବିନିଯୋଗ କରି କୃଷି ଉତ୍ପାଦନ ବୃଦ୍ଧି ପ୍ରଣାଳୀକୁ ସଘନ ଚାଷ ପ୍ରଣାଳୀ କୁହାଯାଏ । ଏହି ପ୍ରଣାଳୀ ଅନୁସାରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଚାଷଜମି ଉପରେ ଅଧ୍ଵ ପରିମାଣର ସାର, ଉନ୍ନତ ଅମଳକ୍ଷମ ବିହନ, ବିଭିନ୍ନ କୃଷି ଯନ୍ତ୍ରପାତି, ପୋକମରା ଔଷଧ ପ୍ରୟୋଗ କରି ଅଧିକ ଶସ୍ୟ ଉତ୍ପାଦନ କରିବା ନିମନ୍ତେ ଚେଷ୍ଟା କରାଯାଏ ।
ସମ୍ପ୍ରସାରିତ ଚାଷ ପ୍ରଣାଳୀରେ ଅଧିକ ଶସ୍ୟ ଉତ୍ପାଦନ ପାଇଁ ଅଧୂକ ପରିମାଣର ଭୂମିକୁ ଚାଷଯୋଗ୍ୟ କରାଯାଇଥାଏ । ଭୂମିର ଯୋଗାଣ ପ୍ରଚୁର ଥିଲେ ଏ ଧରଣର ଚାଷ ସମ୍ଭବ ହୋଇଥାଏ । ଏପରି କ୍ଷେତ୍ରରେ କୃଷକ ନିଜର ସମ୍ବଳ ଏକ ସୀମିତ ପରିମାଣର ଭୂମିରେ ବିନିଯୋଗ ନ କରି କମ୍ ଉର୍ବରତା ବିଶିଷ୍ଟ ଭୂମିକୁ ଚାଷ କରି ମୋଟ ଉତ୍ପାଦନ ବୃଦ୍ଧି କରିଥାଏ । ବିକଶିତ ଦେଶରେ ସଘନ ଚାଷପ୍ରଣାଳୀ ଅନୁସୃତ ହେଉଥ‌ିବାବେଳେ ସ୍ଵଚ୍ଛ ବିକଶିତ ଦେଶରେ ସମ୍ପ୍ରସାରିତ ଚାଷପ୍ରଣାଳୀ ଅନୁସୃତ ହୋଇଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ପରିବର୍ତ୍ତନୀୟ ଅନୁପାତ ସୂତ୍ର ବ୍ୟାଖ୍ୟା କର । ଏହି ସୂତ୍ରଟି କାହିଁକି କାର୍ଯ୍ୟକାରୀ ହୁଏ କାରଣ ଦର୍ଶାଅ ।
Answer:
ଅର୍ଥଶାସ୍ତ୍ରରେ ପରିବର୍ତ୍ତନୀୟ ଅନୁପାତ ସୂତ୍ର ଏକ ମୌଳିକ ତଥା ଗୁରୁତ୍ୱପୂର୍ଣ୍ଣ ସୂତ୍ରଭାବେ ବିବେଚିତ ହୁଏ । ସ୍ବଳ୍ପକାଳୀନ ଉତ୍ପାଦନ ଫଳନ ପରିବର୍ତ୍ତନୀୟ ଅନୁପାତ ସୂତ୍ରର ଅନୁବର୍ତୀ ହୋଇଥାଏ । ସମୟର ଅବଧୂ ବହୁତ ସ୍ଵଳ୍ପ ହୋଇଥିବାରୁ ଏହି ସମୟକାଳ ମଧ୍ୟରେ ଉତ୍ପାଦର ପରିମାଣ ବୃଦ୍ଧି କରିବାର ଆବଶ୍ୟକତା ଅନୁଭୂତ ହେଲେ, ପ୍ରତିଷ୍ଠାନ ସ୍ଥିର ସାଧନଗୁଡ଼ିକ ଅପରିବର୍ତିତ ରଖ୍ କେବଳ ପରିବର୍ତୀ ସାଧନଗୁଡ଼ିକ ଅଧ୍ଵରୁ ଅଧିକ ପ୍ରୟୋଗ କରିଥାଏ । ଅତଏବ, ସ୍ଵଳ୍ପକାଳରେ ପରିବର୍ତୀ ସାଧନର (ଶ୍ରମ ଓ କଞ୍ଚାମାଲ) ପରିବର୍ତ୍ତନ ଫଳରେ ଉତ୍ପାଦର ପରିମାଣର କିଭଳି ପରିବର୍ତ୍ତନ ସଂଘଟିତ ହୋଇଥାଏ, ତାହା ହିଁ ପରିବର୍ତ୍ତନୀୟ ଅନୁପାତ ସୂତ୍ରର ବିଷୟବସ୍ତୁ । ପରିବର୍ତ୍ତନୀୟ ଅନୁପାତ ସୂତ୍ରକୁ ଅର୍ଥଶାସ୍ତ୍ରୀମାନେ ହ୍ରାସମାନ ଉତ୍ପନ୍ନ ସୂତ୍ରର ଏକ ନୂତନ ସଂସ୍କରଣ ବୋଲି ଅଭିହିତ କରିଥା’ନ୍ତି ।

ସଂଜ୍ଞା :
ପ୍ରଫେସର୍ ଆଲଫ୍ରେଡ୍‌ ମାର୍ଶାଲଙ୍କ ମତରେ ‘କୃଷିକଳାର ଅଭିବୃଦ୍ଧି ନ ଘଟି ଏକ ନିର୍ଦ୍ଦିଷ୍ଟ ଜମିରେ ଶ୍ରମ ଓ ପୁଞ୍ଜିର ପରିମାଣ ବୃଦ୍ଧି କଲେ ଉତ୍ପାଦନ ତଦନୁସାରେ କମ୍ ଅନୁପାତରେ ବୃଦ୍ଧିହୁଏ ।’’
ଅଧ୍ୟାପକ ଷ୍ଟିଗ୍‌ରଙ୍କ ଭାଷାରେ ‘‘ଅନ୍ୟାନ୍ୟ ଉତ୍ପାଦନକ୍ଷମ ଉପାଦାନଗୁଡିକୁ ସ୍ଥିର ରଖ୍ ଏକ ନିର୍ଦ୍ଦିଷ୍ଟ ଉପାଦାନ ସମପରିମାଣ ଏହା ସହ ଯୋଗ କଲେ ଏକ ନିର୍ଦ୍ଦିଷ୍ଟ ସ୍ତର ପରେ, ଉତ୍ପାଦର ଫଳିତ ଅଭିବୃଦ୍ଧି ହ୍ରାସ ପାଏ, ଅର୍ଥାତ୍ ସୀମାନ୍ତ ଉତ୍ପାଦ ହ୍ରାସ ପାଏ ।

ଉପରୋକ୍ତ ସଂଜ୍ଞାରୁ ଏହା ସ୍ପଷ୍ଟ ହୁଏ ଯେ, କେତେକ ଉତ୍ପାଦନର ଉପାଦାନ ପରିମାଣ ସ୍ଥିର ରଖ୍ ଅନ୍ୟ ଏକ ଉପାଦାନର ପରିମାଣ ବୃଦ୍ଧି କଲେ, ପରିବର୍ତ୍ତନୀୟ ଉତ୍ପାଦନଜନିତ ଉତ୍ପନ୍ନ ବୃଦ୍ଧି ହୋଇ ପରିଶେଷରେ ହ୍ରାସ ପାଇଥାଏ ।

ସର୍ତ୍ତାବଳୀ :
ପରିବର୍ତ୍ତନୀୟ ଅନୁପାତ ସୂତ୍ରର କାର୍ଯ୍ୟକାରିତା ପାଇଁ ନିମ୍ନଲିଖ୍ ସର୍ଭର ପରିପୂରଣ ଆବଶ୍ୟକ ହୋଇଥାଏ ।
(1) ଉତ୍ପାଦନ କୌଶଳ ଅପରିବର୍ତିତ ରହିବ ।
(2) କେତେଗୁଡିଏ ଉପାଦାନର ପରିମାଣ ସ୍ଥିର ରହିବା ଆବଶ୍ୟକ ।
(3) ପରିବର୍ତୀ ସାଧନଗୁଡ଼ିକର ଏକକ ସର୍ବତୋଭାବେ ସମାନ ହେବା ବିଧେୟ । ଅର୍ଥାତ୍ ବର୍ଷିତ ସାଧନର ଏକକଗୁଡ଼ିକ ସମଦକ୍ଷତା ସମ୍ପନ୍ନ ହେବା ଉଚିତ ।
(4) ସୂତ୍ରଟି କେବଳ ଏକ ସ୍ଵଳ୍ପକାଳୀନ ଧାରା ଭାବରେ ହିଁ କାର୍ଯ୍ୟ କରିଥାଏ ।

ସୂତ୍ରର ବ୍ୟାଖ୍ୟା : .
ଏହି ସୂତ୍ରର ବିଶ୍ଳେଷଣ ଏକ କାଳ୍ପନିକ ଗାଣିତିକ ସାରଣୀ ଓ ଜ୍ୟାମିତିକ ରେଖାଚିତ୍ର ମାଧ୍ୟମରେ ଉପସ୍ଥାପନା କରାଯାଇପାରେ ।

ସ୍ଥିର ସାଧନର  ପରିମାଣ

(ଜମି ଏକରରେ)

ପରବର୍ତ୍ତୀ  ସାଧନ

(ଶ୍ରମ)

ମୋଟ ଉତ୍ପାଦ ହାରାହାରି ଉତ୍ପାଦ ସୀମାନ୍ତ ଉତ୍ପାଦ ଉତ୍ପାଦନର ସ୍ତର
1 1 10 10 10  

ପ୍ରଥମ ସ୍ତର

1 2 25 12.5 15
1 3 45 15 20
1 4 60 15 15  

ଦ୍ଵିତୀୟ  ସ୍ତର

1 5 72 14.4 12
1 6 78 13 6
1 7 80 11.4 2
1 8 80 10 0
1 9 78 8.7 -2 ଦ୍ଵତୀୟ ସ୍ତର

ଉପରୋକ୍ତ ସାରଣୀରୁ ପ୍ରତୀୟମାନ ହେଉଛି ଯେ ଶ୍ରମିକ ସଂଖ୍ୟା ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମୋଟ ଉତ୍ପାଦ କ୍ରମାଗତଭାବେ ବୃଦ୍ଧି ହୋଇ ଅଷ୍ଟମ ଶ୍ରମିକ ନିଯୁକ୍ତ ହେଲାବେଳେ ସର୍ବାଧ‌ିକ ହୋଇଛି । ଏହା ପରବର୍ତ୍ତୀ ଅବସ୍ଥାରେ ହ୍ରାସ ପାଇଛି । ସୀମାନ୍ତ ଓ ହାରାହାରି ଉତ୍ପାଦର ସ୍ତମ୍ଭକୁ ଅନୁସରଣ କଲେ ଜଣାଯାଏ ଯେ ତୃତୀୟ ଶ୍ରମିକ ନିୟୋଜିତ ହେବା ପର୍ଯ୍ୟନ୍ତ ସୀମାନ୍ତ ଓ ହାରାହାରି ଉତ୍ପାଦ ବୃଦ୍ଧି ହୋଇ ପରବର୍ତ୍ତୀ ସ୍ତରରେ କ୍ରମାଗତଭାବେ ହ୍ରାସ ପାଉଛି । ଅଷ୍ଟମ ଶ୍ରମିକ ନିୟୋଜିତ ହେଲେ ସୀମାନ୍ତ ଉତ୍ପାଦ ଶୂନ୍ୟ ଏବଂ ମୋଟ ଉତ୍ପାଦ ସର୍ବାଧ‌ିକ ହୋଇଛି ।

ତୃତୀୟ ଶ୍ରମିକ ନିୟୋଜିତ ହେବା ପର୍ଯ୍ୟନ୍ତ ମୋଟ ଉତ୍ପାଦ କ୍ରମବର୍ଦ୍ଧିଷ୍ଣୁ ହାରରେ ବୃଦ୍ଧି ପାଇଛି ଓ ପରବର୍ତ୍ତୀ ସ୍ତରରେ ଏହା କ୍ରମହ୍ରାସମାନ ହାରରେ ବୃଦ୍ଧି ପାଇଛି । ଅଷ୍ଟମ ଶ୍ରମିକ ନିୟୋଜନ ପରବର୍ତ୍ତୀ ସ୍ତରରେ ଅତିରିକ୍ତ ଶ୍ରମିକ ନିୟୋଜନ ଫଳରେ ସୀମାନ୍ତ ଉତ୍ପାଦ ଋଣାତ୍ମକ ହୋଇଛି ଓ ମୋଟ ଉତ୍ପାଦ ହ୍ରାସ ହୋଇଛି । ଏହି ସାରଣୀକୁ ବିଶ୍ଲେଷଣ କରାଗଲେ ସୀମାନ୍ତ ଉତ୍ପାଦର ତିନୋଟି ସ୍ତର ଦୃଶ୍ୟମାନ ହୋଇଥାଏ । ପ୍ରଥମ ସ୍ତରରେ ସୀମାନ୍ତ ଉତ୍ପାଦ ବୃଦ୍ଧି, ଦ୍ଵିତୀୟ ସ୍ତରରେ ହ୍ରାସ ଓ ତୃତୀୟ ସ୍ତରରେ ଋଣାତ୍ମକ ହେଉଥିବା ଲକ୍ଷ୍ୟ କରାଯାଏ ।

CHSE Odisha Class 12 Economics Chapter 6 Short & Long Answer Questions in Odia Medium

ପରିବର୍ତ୍ତନୀୟ ଉତ୍ପାଦନ ସୂତ୍ରକୁ ନିମ୍ନଚିତ୍ର ମାଧ୍ୟମରେ ଉପସ୍ଥାପନ କରାଗଲା ।
CHSE Odisha Class 12 Economics Chapter 6 Short & Long Answer Questions in Odia Medium
ଉପରୋକ୍ତ ରେଖାଚିତ୍ରରେ ପରିବର୍ଭନୀୟ ଉପାଦାନର ପରିମାଣକୁ OX ଅକ୍ଷରେ ପରିମାପ କରାଯାଇଛି ଏବଂ OY ଅକ୍ଷରେ ଉତ୍ପାଦର ପରିମାପ କରାଯାଇଛି । ପରିବର୍ତ୍ତନୀୟ ଉପାଦାନ ଓ ସ୍ଥିର ଉପାଦାନ ସମ୍ମିଶ୍ରଣରେ ଅନୁପାତ ପରିବର୍ତ୍ତନର ପ୍ରଭାବ ଏହି ରେଖାଚିତ୍ରରେ ପ୍ରଦର୍ଶିତ କରାଯାଇଛି । ଏହି ରେଖାଚିତ୍ରରେ ତିନୋଟି ସ୍ତର ରହିଛି ଯାହାର ବୈଶିଷ୍ଟ୍ୟ ନିମ୍ନରେ ଆଲୋଚିତ ହୋଇଛି ।

ପ୍ରଥମ ସ୍ତର – ଏହି ସ୍ତରରେ ପରିବର୍ତ୍ତନୀୟ ଉପାଦାନ (ଶ୍ରମିକ) ସଂଖ୍ୟା ବୃଦ୍ଧି କରାଗଲେ ମୋଟ ଉତ୍ପାଦ ବୃଦ୍ଧି ଘଟିଛି; ମାତ୍ର ଏହି ବୃଦ୍ଧି ହାରରେ ଭିନ୍ନତା ପରିଲକ୍ଷିତ ହୋଇଥାଏ । ପ୍ରାରମ୍ଭିକ ଅବସ୍ଥାରେ ସୀମାନ୍ତ ଉତ୍ପାଦରେ ବୃଦ୍ଧି ପରିଲକ୍ଷିତ ହୋଇଛି ଯାହା ପ୍ରାରମ୍ଭିକ ବକ୍ରରେଖା ‘P’ ପର୍ଯ୍ୟନ୍ତ ଘଟିଛି । ଅର୍ଥାତ୍ ଅତିରିକ୍ତ ଶ୍ରମିକର ନିୟୋଜନ ଯୋଗୁଁ ସୀମାନ୍ତ ଉତ୍ପାଦ ‘P’ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ଓ ‘P’ ବିନ୍ଦୁରେ ଏହା ସର୍ବାଧ‌ିକ । ତେଣୁ ମୋଟ ଉତ୍ପାଦ କ୍ରମବର୍ଦ୍ଧିଷ୍ଣୁ ହାରରେ ‘F” ବିନ୍ଦୁ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

‘P’ ବିନ୍ଦୁର ପରବର୍ତ୍ତୀ ସ୍ତରରେ ସୀମାନ୍ତ ଉତ୍ପାଦନ ହ୍ରାସମାନ ହୋଇଛି । ତେଣୁ ମୋଟ ଉତ୍ପାଦ ‘F” ବିନ୍ଦୁଠାରୁ କ୍ରମହ୍ରାସମାନ ହାରରେ ବୃଦ୍ଧି ପାଇଛି । ମାତ୍ର ହାରାହାରି ଉତ୍ପାଦ କ୍ରମାଗତଭାବେ ଏହି ସ୍ତରରେ ବୃଦ୍ଧି ପାଇଛି ଓ ‘Q’ ବିନ୍ଦୁରେ ଏହା ସର୍ବାଧ‌ିକ । ଯେଉଁ ସ୍ତରରେ ସୀମାନ୍ତ ଉତ୍ପାଦ ବକ୍ର ହାରାହାରି ଉତ୍ପାଦ ବକ୍ରକୁ ସର୍ବାଧ‌ିକ ବିନ୍ଦୁରେ ଛେଦ କରେ, ସେହି ସ୍ତରରେ ପ୍ରଥମ ସ୍ତରର ପରିସମାପ୍ତି ଘଟେ । ତେଣୁ ‘Q’ ବିନ୍ଦୁ ହିଁ ପ୍ରଥମ ସ୍ତରର ପରିସମାପ୍ତି ବିନ୍ଦୁ । ଏହି ସ୍ତରରେ ମୋଟ ଉତ୍ପାଦ, ହାରାହାରି ଉତ୍ପାଦ ଓ ସୀମାନ୍ତ ଉତ୍ପାଦ ଧନାତ୍ମକ ଅଟନ୍ତି ।-

ଦ୍ଵିତୀୟ ସ୍ତର – ଏହି ସ୍ତରରେ ସୀମାନ୍ତ ଉତ୍ପାଦ ହ୍ରାସ ପାଇଛି ଏବଂ ପରିଶେଷରେ ଏହା ‘ଶୂନ୍ୟ’ ହୋଇଛି ‘M’ ବିନ୍ଦୁରେ । ମୋଟ ଉତ୍ପାଦ କ୍ରମହ୍ରାସମାନ ହାରରେ ବୃଦ୍ଧି ପାଇଛି ଓ ‘H” ବିନ୍ଦୁରେ ଏହା ସର୍ବାଧ୍ଵ । ହାରାହାରି ଉତ୍ପାଦ ମଧ୍ଯ ଏହି ସ୍ତରରେ କ୍ରମାଗତଭାବେ ହ୍ରାସ ପାଇଛି । ଏହି ସ୍ତରରେ ମୋଟ ଉତ୍ପାଦ,ହାରାହାରି ଉତ୍ପାଦ ଓ ପ୍ରାନ୍ତୀୟ ଉତ୍ପାଦ ଧନାତ୍ମକ ଅଟନ୍ତି । ମାତ୍ର ପ୍ରାନ୍ତୀୟ ଉତ୍ପାଦ ଓ ହାରାହାରି ଉତ୍ପାଦ କ୍ରମାଗତଭାବେ ହ୍ରାସ ପାଉଥ‌ିବାରୁ ଏହି ସ୍ତରକୁ ‘କ୍ରମହ୍ରାସମାନ ଉତ୍ପନ୍ନ ସ୍ତର’ କୁହାଯାଏ ।

ତୃତୀୟ ସ୍ତର– ଏହି ସ୍ତରରେ ପ୍ରାନ୍ତୀୟ ଉତ୍ପାଦ ଋଣାତ୍ମକ ହୋଇଛି, ତେଣୁ ମୋଟ ଉତ୍ପାଦରେ ହ୍ରାସ ପରିଲକ୍ଷିତ ହୋଇଛି । ହାରାହାରି ଉତ୍ପାଦରେ ମଧ୍ଯ ହ୍ରାସ ପରିଲକ୍ଷିତ ହୋଇଛି । ମୋଟ ଉତ୍ପାଦ ହ୍ରାସ ପାଉଥିବାରୁ ଏବଂ ସୀମାନ୍ତ ଉତ୍ପାଦ ଋଣାତ୍ମକ ହୋଇଥ‌ିବାରୁ ଏହି ସ୍ତରକୁ ‘ଋଣାତ୍ମକ ଉତ୍ପନ୍ନ ସ୍ତର’ କୁହାଯାଏ ।
ଉପରୋକ୍ତ ଆଲୋଚନାରୁ ଜଣାଯାଏ ଯେ ପରିବର୍ତ୍ତନୀୟ ଅନୁପାତ ସୂତ୍ର ତିନୋଟି ସ୍ତରର ସମାହାର ।

ବର୍ଦ୍ଧିଷ୍ଣୁ ଉତ୍ପନ୍ନ ସୂତ୍ରର କାରଣ :
ବର୍ଦ୍ଧିଷ୍ଣୁ ଉତ୍ପନ୍ନ ସୂତ୍ର ଅନୁସାରେ ଯଦି ଉପାଦାନମାନଙ୍କ ସମ୍ମିଶ୍ରଣରେ ଗୋଟିଏ ଉପାଦାନ ଅନୁପାତ ବୃଦ୍ଧି କରାଯାଏ, ତେବେ ଏହି ବୃଦ୍ଧିପ୍ରାପ୍ତ ଉପାଦାନର ସୀମାନ୍ତ ଉତ୍ପନ୍ନ କିଛି ସମୟ ପାଇଁ ବୃଦ୍ଧି ପାଏ । ଏହି ସୂତ୍ରର ତିନୋଟି କାରଣ ରହିଛି ।

(1) ପ୍ରାରମ୍ଭିକ ଅବସ୍ଥାରେ ପରିବର୍ତ୍ତନୀୟ ଉପାଦାନ ତୁଳନାରେ ସ୍ଥିର ଉପାଦାନର ପରିମାଣ ଅଧିକ ହୋଇଥାଏ । ତେଣୁ ଅଧ୍ୟରୁ ଅଧ୍ଵ ପରିବର୍ତ୍ତନୀୟ ଉପାଦାନର ନିୟୋଜନ ଫଳରେ ଅବିଭାଜ୍ୟ ସ୍ଥିର ଉପାଦାନର ଫଳପ୍ରଦ ଓ ପୂର୍ଣ ବିନିଯୋଗ ସମ୍ଭବ ହୋଇଥାଏ, ଯଦ୍ବାରା ସୀମାନ୍ତ ଉତ୍ପାଦ ବୃଦ୍ଧି ପାଇଥାଏ ।

(2) ଉତ୍ପାଦନର ସମ୍ପ୍ରସାରଣ ଫଳରେ ବୃହଦାୟତନ ଉତ୍ପାଦନର ମିତବ୍ୟୟିତା ଯୋଗୁଁ ପରିବ୍ୟୟ ହ୍ରାସ ହୁଏ । ଉତ୍ପାଦନର ସମ୍ପ୍ରସାରଣ ଯୋଗୁଁ ବୃହଦାୟତନ ଉତ୍ପାଦନର ମିତବ୍ୟୟିତା ଲାଭ ହୋଇଥାଏ । କାରଣ ପରିବର୍ତ୍ତନୀୟ ଉପାଦାନର ବୃଦ୍ଧି ଯୋଗୁଁ ସ୍ଥିର ଉପାଦାନ; ଯଥା— ଯନ୍ତ୍ରପାତି, କାରଖାନାଗୃହ, ପରିଚାଳକଙ୍କର ଦକ୍ଷତା ବୃଦ୍ଧି ପାଏ । ତେଣୁ ସୀମାନ୍ତ ଉତ୍ପାଦରେ ବୃଦ୍ଧି ପରିଲକ୍ଷିତ ହୁଏ । ପ୍ରତିଷ୍ଠାନ ଦକ୍ଷତାର ସୁବିନିଯୋଗ ହେବା ପର୍ଯ୍ୟନ୍ତ ବଦ୍ଧିଷ୍ଣୁ ଉତ୍ପନ୍ନ ସୂତ୍ର କାର୍ଯ୍ୟକାରୀ ହୋଇଥାଏ ।

(3) ଉତ୍ପାଦ ଖର୍ଚ୍ଚର ମିତବ୍ୟୟିତା ଯୋଗୁଁ ବଦ୍ଧିଷ୍ଣୁ ଉତ୍ପନ୍ନ ସୂତ୍ର କାର୍ଯ୍ୟକାରୀ ହୋଇଥାଏ । ଏହି ମିତବ୍ୟୟିତା ସାଧାରଣତଃ ଦୁଇ ପ୍ରକାରର; ଯଥା— ଆଭ୍ୟନ୍ତରୀଣ ମିତବ୍ୟୟିତା ଓ ବହିରାଗତ ମିତବ୍ୟୟିତା । ପରିବର୍ତ୍ତନୀୟ ସାଧନର ବୃଦ୍ଧି ଯୋଗୁଁ ଅବିଭାଜ୍ୟ ଉପାଦାନର ସଦୁପଯୋଗ ଓ ସୂକ୍ଷ୍ମ ର ଶ୍ରମ ବିଭାଜନ ସମ୍ଭବ ହୋଇଥାଏ । ଏହା ଫଳରେ ଆଭ୍ୟନ୍ତରୀଣ ମିତବ୍ୟୟିତା ଲାଭ ହୁଏ ଏବଂ ପରିବର୍ଭନୀୟ ଉପାଦାନ

ବଦ୍ଧିଷ୍ଣୁ ଉତ୍ପନ୍ନ କାର୍ଯ୍ୟକାରୀ ହୁଏ । କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର କାରଣ :
କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର ନିମ୍ନଲିଖ କାରଣ ଯୋଗୁଁ କାର୍ଯ୍ୟକାରୀ ହୋଇଥାଏ ।

(i) ଉତ୍ପାଦନର ଅବିଭାଜ୍ୟତା ଓ ସ୍ଵଚ୍ଛତା– ଉତ୍ପାଦନ ପ୍ରକ୍ରିୟାରେ ବ୍ୟବହୃତ ଉପାଦାନଗୁଡ଼ିକ ମଧ୍ୟରୁ କେତେକ ପରିବର୍ଭନୀୟ ହୋଇଥବାବେଳେ କେତେକ ସ୍ଥିର ରହନ୍ତି । ସାଧନସମୂହ ମୁଖ୍ୟତଃ ଅବିଭାଜ୍ୟତା ଓ ଯୋଗାଣର ସ୍ଵଚ୍ଛତାଜନିତ କାରଣରୁ ଅପରିବର୍ତ୍ତନୀୟ ବିବେଚିତ ହୁଅନ୍ତି । ଏ କାରଣରୁ ପରିବର୍ତୀ ସାଧନର ବୃଦ୍ଧି ଯୋଗୁଁ ଉତ୍ପାଦନ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ସୀମା ପରେ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର କାର୍ଯ୍ୟ କରେ ।

(ii) ସାଧନର ପ୍ରତିସ୍ଥାପନ ଅସ୍ଥିତିସ୍ଥାପକତା- ଶ୍ରୀମତୀ ଜୋଆନ୍ ରବିସନଙ୍କ ମତରେ, ସାଧନଗୁଡ଼ିକ ଯଦି ପୂର୍ବ ପ୍ରତିସ୍ଥାପକ ହୁଅନ୍ତା, ତେବେ ଏହି ସୂତ୍ର କାର୍ଯ୍ୟକାରୀ ହୁଅନ୍ତା ନାହିଁ । ମାତ୍ର ସାଧନମାନଙ୍କ ମଧ୍ୟରେ ପ୍ରତିସ୍ଥାପକତା ଅସୀମ ନୁହେଁ । ତାହାର ଏକ ସୀମା ରହିଛି । ତେଣୁ ପରିବର୍ତୀ ସାଧନର କ୍ରମାଗତ ବୃଦ୍ଧି କ୍ରମହ୍ରାସମାନ ଉତ୍ପନ୍ନ ପର୍ଯ୍ୟାୟ ସୃଷ୍ଟି କରେ । ପରିଶେଷରେ ସ୍ଥିର ସାଧନର ପୂର୍ଣ୍ଣ ଉପଯୋଗ ପରେ ପରିବର୍ତ୍ତନୀୟ ସାଧନର ପରବର୍ତ୍ତୀ ବୃଦ୍ଧି ସାଧନର ସୀମାନ୍ତ ଉତ୍ପାଦ ହ୍ରାସ କରିଥାଏ । କାରଣ ପରିବର୍ତ୍ତନୀୟ ସାଧନର ପରିମାଣ ତୁଳନାରେ ସ୍ଥିର ସାଧନର ଯୋଗାଣ ଯଥେଷ୍ଟ ହୋଇନଥାଏ । ଋଣାତ୍ମକ ଉତ୍ପନ୍ନ ସୂତ୍ର :

ଏହି ଋଣାତ୍ମକ ଉତ୍ପନ୍ନ ସ୍ତରଟି ମାତ୍ରାଧ‌ିକ ପରିବର୍ତ୍ତନୀୟ ଉପାଦାନର ବ୍ୟବହାର ଯୋଗୁ ହିଁ ଘଟିଥାଏ । ଆବଶ୍ୟକତାଠାରୁ ଅଧୂକ ପରିବର୍ତ୍ତନୀୟ ସାଧନ ନିୟୋଜନ ହେବାପରେ ଏହାର ଅତିରିକ୍ତ ସାଧନ ରଣାତ୍ମକ ହୁଏ ଯଦ୍ବାରା ମୋଟ ଉତ୍ପାଦ ହ୍ରାସ ପାଇଥାଏ ଓ ସୀମାନ୍ତ ଉତ୍ପାଦ ଋଣାତ୍ମକ ହୋଇଥାଏ ।

CHSE Odisha Class 12 Economics Chapter 6 Short & Long Answer Questions in Odia Medium

2. କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର ବ୍ୟାଖ୍ୟା କର । ଏହି ସୂତ୍ରର ସର୍ତ୍ତାବଳୀ ଓ ସୀମାବଦ୍ଧତା ଆଲୋଚନା କର ।
Answer:
ଅର୍ଥଶାସ୍ତ୍ରରେ ପରିବର୍ତ୍ତନୀୟ ଅନୁପାତ ସୂତ୍ରର ତିନୋଟି ପର୍ଯ୍ୟାୟ ମଧ୍ୟରେ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର ଏକ ମୌଳିକ ଓ ଗୁରୁତ୍ୱପୂର୍ଣ୍ଣ ସୂତ୍ରଭାବରେ ବିବେଚିତ ହୁଏ । କେତେକଙ୍କ ମତରେ, ପରିବର୍ତ୍ତନୀୟ ଅନୁପାତ ସୂତ୍ର ଅନ୍ୟନାମ ହେଉଛି କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର ।

ଅଧ୍ୟାପକ ବୋଲଡିଂଙ୍କ ମତରେ, ‘ଅନ୍ୟାନ୍ୟ ଉପାଦାନର ଏକ ନିର୍ଦ୍ଦିଷ୍ଟ ପରିମାଣ ସହିତ ଆମେ ଯେତେବେଳେ ଗୋଟିଏ ଉପାଦାନର ପରିମାଣ ସମ୍ମିଶ୍ରଣରେ ବୃଦ୍ଧି କରୁ, ସେତେବେଳେ ପରିବର୍ତ୍ତନୀୟ ଉପାଦାନର ପ୍ରାନ୍ତୀୟ ଓ ଭୌତିକ ଉତ୍ପାଦନଶୀଳତା ନିଶ୍ଚିତଭାବରେ ହ୍ରାସ ପାଏ ।’’

ଅଧ୍ୟାପକ ମାର୍ଶାଲ୍‌ଙ୍କ ଭାଷାରେ, ‘କୃଷି ପଦ୍ଧତିରେ କୌଣସି ଉନ୍ନତି କରାନଯାଇ ଭୂମିରେ ଅଧ‌ିକ ପରିମାଣରେ ପୁଞ୍ଜି ଓ ଶ୍ରମ ନିୟୋଜିତ କରି କୃଷିକାର୍ଯ୍ୟ କରାଗଲେ ସାଧାରଣତଃ ଉତ୍ପାଦନ ଅଣଆନୁପାତିକ ହାରରେ ବୃଦ୍ଧି ହୋଇଥାଏ ।’’

ଅନ୍ୟତମ ଅର୍ଥଶାସ୍ତ୍ରୀ ଅଧ୍ୟାପକ ବେନହାତ୍ମାଙ୍କ ମତରେ, ‘କୌଣସି ଉପାଦାନସମୂହର ସମ୍ମିଶ୍ରଣରେ ଗୋଟିଏ ଉପାଦାନର ଅନୁପାତ ବୃଦ୍ଧି ହେଲେ ଏକ ନିର୍ଦ୍ଦିଷ୍ଟ ଅବସ୍ଥା ପରେ ସେହି ଉପାଦାନର ପ୍ରାନ୍ତୀୟ ଓ ହାରାହାରି ଉତ୍ପାଦ ହ୍ରାସ ହୁଏ ।’’

ଉପରୋକ୍ତ ସଂଜ୍ଞାଗୁଡ଼ିକୁ ପର୍ଯ୍ୟାଲୋଚନା କଲେ ଏହା ସୂଚିତ ହୁଏ ଯେ ପରିବର୍ଭନୀୟ ଉପାଦାନର ପରିମାଣ କ୍ରମାଗତ ବୃଦ୍ଧି କରାଗଲେ ଏକ ନିର୍ଦ୍ଦିଷ୍ଟ ସୀମା ପରେ ସେହି ଉପାଦାନର ପ୍ରାନ୍ତୀୟ ଉତ୍ପାଦ ହ୍ରାସ ପାଇଥାଏ । ଉତ୍ପାଦନ ପ୍ରକ୍ରିୟାରେ ଉପାଦାନ ପରିମାଣ କ୍ରମାଗତ ବୃଦ୍ଧି ଫଳରେ ପ୍ରାନ୍ତୀୟ ଉତ୍ପନ୍ନର ଏହି ହ୍ରାସମାନ ପ୍ରବଣତା ଲକ୍ଷଣକୁ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର କୁହାଯାଇଥାଏ । ଏହି ସୂତ୍ରର ବିଶ୍ଳେଷଣ ଗାଣିତିକ ସାରଣୀ ଓ ରୈକ ଉପସ୍ଥାପନଦ୍ୱାରା କରାଯାଇଥାଏ ।

ଗାଣିତିକ ବିଶ୍ଳେଷଣ :

ଶ୍ରମ ଓ ପୁଞ୍ଜିର ମାତ୍ରା ମୋଟ ଉତ୍ପାଦ(ଏକକ) ପ୍ରାନ୍ତୀୟ ଉତ୍ପାଦ(ଏକକ)
1 20 20
2 50 30
3 65 15
4 75 10
5 80 5

ଉପରୋକ୍ତ ସାରଣୀରେ ଦର୍ଶାଯାଇଛି ଯେ, କୌଣସି ଏକ ସ୍ଥିର ଉପାଦାନ ସହ ଶ୍ରମ ଓ ପୁଞ୍ଜିର ଅତିରିକ୍ତ ମାତ୍ରା ପ୍ରୟୋଗ କରାଗଲେ ଉତ୍ପାଦନ ପ୍ରକ୍ରିୟାର ପ୍ରାରମ୍ଭିକ ଅବସ୍ଥାରେ ପ୍ରାନ୍ତୀୟ ଉତ୍ପାଦ ବୃଦ୍ଧି ହୋଇ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ହ୍ରାସ ପାଇଛି । ପୁଞ୍ଜି ଓ ଶ୍ରମର ପ୍ରଥମ ମାତ୍ରା ନିୟୋଜନ ଫଳରେ ମୋଟ ଓ ପ୍ରାନ୍ତୀୟ ଉତ୍ପାଦ 20 ଏକକ ହୋଇଥିଲାବେଳେ ଦ୍ୱିତୀୟ ମାତ୍ରାର ପ୍ରୟୋଗ ଫଳରେ ମୋଟ ଉତ୍ପାଦ 50 ଏକକକୁ ବୃଦ୍ଧି ପାଇଛି ଓ ପ୍ରାନ୍ତୀୟ ଉତ୍ପାଦ 30 ଏକକକୁ ବୃଦ୍ଧି ପାଇଛି ।

ଏ କ୍ଷେତ୍ରରେ ମୋଟ ଉତ୍ପାଦ ସମାନୁପାତିକ ହାରଠାରୁ ଅଧ୍ଵ ହାରରେ ବୃଦ୍ଧିପାଇଛି । କିନ୍ତୁ ଶ୍ରମ ଓ ପୁଞ୍ଜିର ତୃତୀୟ ମାତ୍ରାର ପ୍ରୟୋଗ ଫଳରେ ମୋଟ ଉତ୍ପାଦ 65 ଏକକକୁ ବୃଦ୍ଧି ପାଇଛି ଅର୍ଥାତ୍ ମୋଟ ଉତ୍ପାଦ କ୍ରମହ୍ରାସମାନ ହାରରେ ବୃଦ୍ଧିପାଇଛି । ଏହିପରିଭାବରେ ଉତ୍ପାଦନ ପ୍ରକ୍ରିୟା ସ୍ଥିର ଉପାଦାନ ସହ ପରିବର୍ଭନୀୟ ଉପାଦାନ (ଶ୍ରମ ଓ ପୁଞ୍ଜି) ର ଅତିରିକ୍ତ ମାତ୍ରା ନିୟୋଜନଦ୍ୱାରା ପ୍ରାନ୍ତୀୟ ଉତ୍ପାଦ କ୍ରମାଗତଭାବେ ହ୍ରାସ ପାଏ ଅଥବା ମୋଟ ଉତ୍ପାଦ କ୍ରମାଗତଭାବେ କ୍ରମହ୍ରାସମାନ ହାରରେ ବୃଦ୍ଧି ପାଇଥାଏ । ଏହାହିଁ ହ୍ରାସମାନ ଉତ୍ପନ୍ନ ସୂତ୍ରର ଗାଣିତିକ ବିଶ୍ଳେଷଣ ।

ରୈଖ୍ୟକ ଉପସ୍ଥାପନା :
ପାର୍ଶ୍ୱସ୍ଥ ଚିତ୍ରରେ OX ଅକ୍ଷରେ ଶ୍ରମ ଓ ପୁଞ୍ଜିର ମାତ୍ରା ପରିମାପ କରାଯାଇଛି ଓ OY ଅକ୍ଷରେ ପ୍ରାନ୍ତୀୟ ଉତ୍ପାଦର ପରିମାପ କରାଯାଇଛି ।
ଶ୍ରମ ଓ ପୁଞ୍ଜି ପରି ପରିବର୍ତ୍ତନୀୟ ଉପାଦାନର ମାତ୍ରା ଏକ ସ୍ଥିର ଉପାଦାନର ସମ୍ମିଶ୍ରଣରେ ଉତ୍ପାଦନ ସୃଷ୍ଟି କରିଛି । ଏହି ଶ୍ରମ ଓ ପୁଞ୍ଜିର ଦ୍ଵିତୀୟ ଏକକ ପ୍ରୟୋଗ ପର୍ଯ୍ୟନ୍ତ ଏହାର ପ୍ରାନ୍ତୀୟ ଉତ୍ପାଦ ବୃଦ୍ଧିପ୍ରାପ୍ତ ହୋଇଛି । ମାତ୍ର ଏହାର ପରବର୍ତ୍ତୀ ଏକକ ପ୍ରୟୋଗ ଫଳରେ ପ୍ରାନ୍ତୀୟ ଉତ୍ପାଦ ହ୍ରାସ ପାଇଚାଲିଛି ।

ଏହା ସୂଚନାଯୋଗ୍ୟ ଯେ, ଶ୍ରମ ଓ ପୁଞ୍ଜିର ଦ୍ଵିତୀୟ ମାତ୍ରାର ପ୍ରୟୋଗର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରାନ୍ତୀୟ ଉତ୍ପାଦନ ହ୍ରାସ ଯୋଗୁଁ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର କାର୍ଯ୍ୟକାରୀ ହୋଇଅଛି ।
CHSE Odisha Class 12 Economics Chapter 6 Short & Long Answer Questions in Odia Medium 1
ସର୍ଭାବଳୀ– କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର କେତୋଟି ସର୍ଭ ଉପରେ ପର୍ଯ୍ୟବସିତ । ସେଗୁଡ଼ିକ ହେଲା-

  • ଉତ୍ପାଦନ ପ୍ରକ୍ରିୟା କେତେକ ସ୍ଥିର ଉପାଦାନ ଓ ପରିବର୍ତ୍ତନୀୟ ଉପାଦାନ ସହାୟତାରେ ସଂଗଠିତ ହୋଇଥାଏ । ଅର୍ଥାତ୍ ଉତ୍ପାଦନ ପ୍ରକ୍ରିୟାରେ କେତେକ ଉପାଦାନ ସ୍ଥିର ରହି ଅନ୍ୟାନ୍ୟ ଉପାଦାନ ପରିବର୍ତ୍ତନଶୀଳ ହେବା ଆବଶ୍ୟକ ।
  • ପରିବର୍ଭନୀୟ ଉପାଦାନଗୁଡ଼ିକ ସମଜାତୀୟ ହେବା ଉଚିତ ।
  • ଉତ୍ପାଦନର ବୈଷୟିକ ଜ୍ଞାନକୌଶଳ ଅପରିବର୍ତ୍ତିତ ରହିବା ଉଚିତ ।
  • ଉପାଦାନଗୁଡ଼ିକର ଆନୁପାତିକ ପରିବର୍ତ୍ତନ ସମ୍ଭବ ହେବା ଉଚିତ ।

ସୀମାବଦ୍ଧତା :

  • ଉତ୍ପାଦନ ପ୍ରକ୍ରିୟାର ପ୍ରାରମ୍ଭିକ ଅବସ୍ଥାରେ ଏହି ସୂତ୍ର କାର୍ଯ୍ୟକାରୀ ହୋଇନଥାଏ, ବରଂ କ୍ରମବର୍ଦ୍ଧିଷ୍ଣୁ ଉତ୍ପନ୍ନ ସୂତ୍ର କାର୍ଯ୍ୟ କରିଥାଏ । କୌଣସି ଏକ ଭୂମିରେ ପ୍ରାରମ୍ଭିକ ଅବସ୍ଥାରେ ଅଧ‌ିକ ପୁଞ୍ଜି ପ୍ରୟୋଗଦ୍ଵାରା ଉତ୍ପାଦନଶୀଳତା ବୃଦ୍ଧି ଯୋଗୁଁ କ୍ରମବର୍ଦ୍ଧିଷ୍ଣୁ ଉତ୍ପନ୍ନ ସୂତ୍ର କାର୍ଯ୍ୟ କରିଥାଏ ।
  • କୃଷିର ଉନ୍ନତି ସାଧୁ ହେଲେ ଏହି ସୂତ୍ର ନିଜର ବ୍ୟାବହାରିକ ଗୁରୁତ୍ଵ ହରାଇଥାଏ । ଯଦି ଉତ୍ପାଦନ ପ୍ରକ୍ରିୟାରେ (କୃଷିକାର୍ଯ୍ୟରେ) ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯାଏ ତା’ହେଲେ ସୂତ୍ରଟି କାର୍ଯ୍ୟ କରିନଥାଏ ।
  • ଉପାଦାନମାନଙ୍କ ସମ୍ମିଶ୍ରଣରେ ଏକ ସର୍ବୋତ୍ତମ ଅନୁପାତ ରହିଥାଏ । ଏହି ସର୍ବୋତ୍ତମ ଅନୁପାତ ପ୍ରୟୋଗ ନହେବା ପର୍ଯ୍ୟନ୍ତ ଏହି ସୂତ୍ର କାର୍ଯ୍ୟକାରୀ ହୋଇନଥାଏ ।
    ଉପରୋକ୍ତ ସୀମାବଦ୍ଧତା ସତ୍ତ୍ଵେ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର ନିଜର ମୌଳିକତା ପ୍ରତିପାଦନ କରୁଥିବାରୁ ଏହା ଏକ ଗୁରୁତ୍ଵପୂର୍ଣ୍ଣ ସୂତ୍ରଭାବେ ବିବେଚିତ ହୋଇଥାଏ ।

3. କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର କାର୍ଯ୍ୟକାରିତା କ୍ଷେତ୍ର ବ୍ୟାପକ – ଆଲୋଚନା କର । କିମ୍ବା, କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର କେବଳ କୃଷିକ୍ଷେତ୍ରରେ ପ୍ରଯୁଜ୍ୟ – ଆଲୋଚନା କର ।
Answer:
ଉତ୍ପାଦନ ପ୍ରକ୍ରିୟାରେ ସାଧାରଣତଃ ଭୂମି, ଶ୍ରମ, ପୁଞ୍ଜି, ସଂଗଠନ ସହାୟତାରେ ଉତ୍ପାଦନ କାର୍ଯ୍ୟ ସମ୍ପାଦିତ ହୋଇଥାଏ । ଏମାନଙ୍କ ମଧ୍ୟରୁ ଭୂମି ସ୍ଥିର ଥିଲାବେଳେ ଶ୍ରମ ଓ ପୁଞ୍ଜିର ପରିବର୍ତ୍ତନ ଘଟିଥାଏ । ଭୂମିର ଯୋଗାଣ ସ୍ଥିର ଓ ସୀମିତ ହୋଇଥ‌ିବାରୁ ଉପାଦାନସମୂହର ସମ୍ମିଶ୍ରଣ ସମାନୁପାତିକ ହୋଇନଥାଏ । ଦ୍ଵିତୀୟତଃ, ବ୍ୟବହୃତ ଉପାଦାନସମୂହ ସଂପୂର୍ଣ୍ଣଭାବରେ ବିଭାଜ୍ୟ ନୁହନ୍ତି । ତୃତୀୟତଃ, ଭୂମିକୁ କେବେହେଲେ ଶ୍ରମ ଓ ପୁଞ୍ଜିର ପ୍ରତିସ୍ଥାପକ ଉପାଦାନରୂପେ ବ୍ୟବହାର କରାଯାଇ ପାରେନା ।

ପ୍ରାକ୍ତନ ଅର୍ଥଶାସ୍ତ୍ରୀଙ୍କ ମତରେ, କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର କେବଳ କୃଷିକ୍ଷେତ୍ରରେ ପ୍ରଯୁଜ୍ୟ । କାରଣ ଭୂମିର ଯୋଗାଣ ସ୍ଥିର ଓ ଏହାର ଉର୍ବରତାରେ ତାରତମ୍ୟ ଦେଖାଦିଏ । ବାସ୍ତବ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ନିମନ୍ତେ ନିର୍ଦ୍ଦିଷ୍ଟ ପରିମାଣର ଭୂମିକୁ ଅଧିକ ଶ୍ରମ ଓ ପୁଞ୍ଜି ପ୍ରୟୋଗକରି ଚାଷ କରାଯାଇପାରେ କିମ୍ବା ଅଧିକ ପରିମାଣ ଭୂମିକୁ ଚାଷ ପରିସରଭୁକ୍ତ କରାଯାଇପାରେ । ପ୍ରଥମ ପ୍ରକାର ଚାଷକୁ ସଘନ ଚାଷ ଓ ଦ୍ୱିତୀୟ ପ୍ରକାର ଚାଷକୁ ସଂପ୍ରସାରିତ ଚାଷ କୁହାଯାଏ । ଅଧ୍ବକ ଉତ୍ପାଦନ ଉଦ୍ଦେଶ୍ୟରେ ଅପେକ୍ଷାକୃତ କମ୍ ଉର୍ବର ଜମିକୁ ଚାଷର ପରିସରଭୁକ୍ତ କରାଯାଇଥାଏ । ମାତ୍ର ଉର୍ବରତା କମ୍ ଯୋଗୁଁ ସମପରିମାଣର ଶ୍ରମ ଓ ପୁଞ୍ଜି ବିନିଯୋଗ କରି ଉତ୍ପାଦନ ସମାନୁପାତରେ ବୃଦ୍ଧି କରାଯାଇ ପାରିନଥାଏ । ସୁତରାଂ ଉର୍ବରତା କମ୍ ହେତୁରୁ ଶ୍ରମ ଓ ପୁଞ୍ଜିର ପ୍ରାନ୍ତୀୟ ଉତ୍ପନ୍ନ ହ୍ରାସ ପାଇଥାଏ ।

ସେହିପରି ଭୂମିର ଯୋଗାଣ ସୀମିତ ଥିବାରୁ ଏକ ନିର୍ଦ୍ଦିଷ୍ଟ ଭୂମିରେ ଅଧୂକ ଉତ୍ପାଦନ ପାଇଁ ଅତିରିକ୍ତ ମାତ୍ରାର ଶ୍ରମ ଓ ପୁଞ୍ଜି ବିନିଯୋଗ କରାଯାଇଥାଏ, ମାତ୍ର ଉତ୍ପାଦନ କ୍ରମହ୍ରାସମାନ ହାରରେ ବୃଦ୍ଧି ପାଇଥାଏ । ଏହି କାରଣରୁ ସଘନ ଓ ସଂପ୍ରସାରଣ ଚାଷ କ୍ଷେତ୍ରରେ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର କାର୍ଯ୍ୟ କରିଥାଏ । ପ୍ରାକ୍ତନ ଅର୍ଥଶାସ୍ତ୍ରୀଙ୍କ ଏହି ମତବାଦକୁ ଆଧୁନିକ ସମୟରେ ବିରୋଧ କରାଗଲା । ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଏହି ନିୟମ ପ୍ରଯୁଜ୍ୟ ବୋଲି ଯୁକ୍ତି କରାଗଲା । ଆଧୁନିକ ଅର୍ଥଶାସ୍ତ୍ରୀଙ୍କ ମତରେ, ହ୍ରାସମାନ ଉତ୍ପନ୍ନ ସୂତ୍ର ସମସ୍ତ ପ୍ରକାର ଉତ୍ପାଦନ କ୍ଷେତ୍ରରେ ପ୍ରଯୁଜ୍ୟ; କାରଣ ସ୍ଵଳ୍ପକାଳରେ କୌଣସି ନା କୌଣସି ଉପାଦାନ ଅପରିବର୍ତ୍ତନୀୟ ଓ ଅବିଭାଜ୍ୟ ରହିଥା’ନ୍ତି ।

ଏହି ସୂତ୍ର ଅନୁସାରେ ଉତ୍ପାଦନ ପ୍ରକ୍ରିୟାରେ କୌଣସି ଉପାଦାନର ପରିମାଣ ସ୍ଥିର ରଖୁ ଅନ୍ୟ ଉପାଦାନଗୁଡ଼ିକର ପରିମାଣ ବୃଦ୍ଧି କଲେ ଉତ୍ପାଦନ ଅଣ-ସମାନୁପାତିକ ହାରରେ ବୃଦ୍ଧିପାଏ । ଏପରି କ୍ଷେତ୍ରରେ ସୂତ୍ରଟି ଅନ୍ୟ ଅନେକ ପ୍ରକାର ଅର୍ଥନୈତିକ କ୍ରିୟାକଳାପ କ୍ଷେତ୍ରରେ ମଧ୍ୟ ସମାନଭାବରେ ପ୍ରଯୁଜ୍ୟ ହୋଇଥାଏ ଯେଉଁଠି ଅଭାବ ବା ସ୍ଵଳ୍ପତାର ସମସ୍ୟା ଜଡ଼ିତ ଥାଏ । ଏହି ଦୃଷ୍ଟିରୁ ମାଛଧରା, ଖଣିଜ ଦ୍ରବ୍ୟ ଉତ୍ତୋଳନ, ଭବନ ନିର୍ମାଣ ଏବଂ ଶିଳ୍ପାଦ୍ୟୋଗ ପ୍ରଭୃତି କ୍ଷେତ୍ରରେ ମଧ୍ୟ ସୂତ୍ରଟି କାର୍ଯ୍ୟକାରୀ ହୋଇଥାଏ ।

CHSE Odisha Class 12 Economics Chapter 6 Short & Long Answer Questions in Odia Medium

ଖଣିଜଦ୍ରବ୍ୟ ଉତ୍ତୋଳନ – କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରଟି ଖଣିଜଦ୍ରବ୍ୟ ଉତ୍ତୋଳନ କ୍ଷେତ୍ରରେ ପ୍ରଯୁଜ୍ୟ ହୋଇଥାଏ । ଉପର ସ୍ତରରୁ ଖଣିଜଦ୍ରବ୍ୟ ଶେଷ ହୋଇଯିବା ପରେ କ୍ରମେ ଗଭୀରତର ସ୍ତରରୁ ଖଣିଜଦ୍ରବ୍ୟ ଉତ୍ତୋଳିତ କରିବାକୁ ପଡ଼େ । ଉପର ସ୍ତର ଅପେକ୍ଷା ଗଭୀରତର ସ୍ତରରୁ ଖଣିଜଦ୍ରବ୍ୟ ଉତ୍ତୋଳନ କରିବା ନିମନ୍ତେ ଉତ୍ପାଦନ ପରିବ୍ୟୟ ଅଧ‌ିକ ହୋଇଥାଏ । ଅର୍ଥାତ୍ ସମପରିମାଣ ମାତ୍ରାରେ ଶ୍ରମ ଓ ପୁଞ୍ଜି ଇତ୍ୟାଦି ବିନିଯୋଗ କଲେ ସୁଦ୍ଧା ଗଭୀରତର ସ୍ତରରୁ ଖଣିଜ ପଦାର୍ଥ ଉତ୍ତୋଳନ କଲେ ଉତ୍ପାଦନ ହାର କ୍ରମଶଃ ହ୍ରାସ ପାଏ । ତେଣୁ ଖଣିର ଆକାର ଅପରିବର୍ତ୍ତିତ ରଖ୍, ଉତ୍ତୋଳନ ପ୍ରକ୍ରିୟାର ଉନ୍ନତି ସାଧ ନକରି ସମ୍ବଳ ବିନିଯୋଗର ପରିମାଣ ବୃଦ୍ଧି ପାଇଲେ ଉତ୍ପାଦନ କ୍ରମଶଃ ହ୍ରାସ ପାଏ ।

ମାଛଧରା – ନଦୀ, ପୋଖରୀ ଆଦିରୁ ମାଛ ଧରିଲେ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ର କାର୍ଯ୍ୟକାରୀ ହୋଇଥାଏ । ପୋଖରୀ ବା ନଦୀର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମାଛର ପରିମାଣ ସୀମିତ ଥାଏ । ତେଣୁ ନଦୀ ବା ପୋଖରୀର ସେହି ସ୍ଥାନରେ ଯଦି ଅଧ୍ଵ ପରିମାଣରେ ଶ୍ରମ ଓ ପୁଞ୍ଜି ବିନିଯୋଗ କରାଯାଏ, ତେବେ ଅତିରିକ୍ତ ଉତ୍ପାଦ କ୍ରମଶଃ ହ୍ରାସ ପାଏ ।

ଭବନ ନିର୍ମାଣ – ସୂତ୍ରର ପ୍ରୟୋଗାତ୍ମକ ଦିଗଟି ଭବନ ନିର୍ମାଣ କ୍ଷେତ୍ରରେ ଉପଲବ୍‌ଧ ହୋଇଥାଏ । ବାସସ୍ଥାନର ସଂପ୍ରସାରଣ ନିମନ୍ତେ କୌଣସି ଭବନରେ ଅଧିକ ପୁଞ୍ଜି ବିନିଯୋଗ କରି ଅତିରିକ୍ତ ମହଲାମାନ ନିର୍ମାଣ କରାଯାଇପାରେ । କିନ୍ତୁ କାଳକ୍ରମେ ପ୍ରତ୍ୟେକ ଅତିରିକ୍ତ ମହଲା ପାଇଁ ନିର୍ମାଣ ପରିବ୍ୟୟ ବିଶେଷଭାବରେ ବୃଦ୍ଧି ପାଇଥାଏ । ଭବନ ଯେତେ ସୁଉଚ୍ଚ ହୁଏ ଅତିରିକ୍ତ ବ୍ୟୟ ସେତେ ଅଧ୍ଵ ହୁଏ । ତେଣୁ ବହୁତଳବିଶିଷ୍ଟ ଭବନରେ ଏକ ନିର୍ଦ୍ଦିଷ୍ଟ ଅବସ୍ଥା ପରେ ଅତିରିକ୍ତ ମହଲାମାନ ନିର୍ମାଣ କରିବା ଅଧ୍ଵତର ବ୍ୟୟସାପେକ୍ଷ ହୋଇପଡ଼େ । ତେଣୁ ଏହି ସୂତ୍ରର କାର୍ଯ୍ୟକାରିତା ଯୋଗୁଁ କୌଣସି ଭବନର ଉଚ୍ଚତାକୁ ଅନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ବୃଦ୍ଧିକରିବା ସମ୍ଭବ ନୁହେଁ ।

ଶିଳ୍ପ ଉତ୍ପାଦନ – ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଏହି ସୂତ୍ରର କାର୍ଯ୍ୟକାରିତା ବିଶେଷ ଉପଲବ୍‌ଧ ହୋଇଥାଏ । ସ୍ୱଳ୍ପକାଳରେ ଯନ୍ତ୍ରପାତି ଓ କଳକାରଖାନାର ଯୋଗାଣ ସ୍ଥିର ରହିଥାଏ । ଏହି ସ୍ଥିର ଉପାଦାନ ସହ ଅଧ୍ଵ ପରିମାଣର ଶ୍ରମ ଓ ପୁଞ୍ଜି ବିନିଯୋଗ କରି ଉତ୍ପାଦନର ବୃଦ୍ଧି କରିବାକୁ ଚେଷ୍ଟା କରାଯାଇଥାଏ ଏକ ନିର୍ଦ୍ଦିଷ୍ଟ ସୀମା ପରେ ଉତ୍ପାଦନର ଆନୁପାତିକ ହାରରେ ବୃଦ୍ଧି ଘଟେ ନାହିଁ ଏବଂ କ୍ରମ ହ୍ରାସମାନ ସୂତ୍ର କାର୍ଯ୍ୟକାରୀ ହୋଇଥାଏ ।

ଉପରୋକ୍ତ ଆଲୋଚନାରୁ ପ୍ରତୀୟମାନ ହୁଏ ଯେ, କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର କାର୍ଯ୍ୟକାରିତା କେବଳ କୃଷିକ୍ଷେତ୍ରରେ ସୀମାବଦ୍ଧ ନୁହେଁ, ବରଂ ଏହାର କାର୍ଯ୍ୟକାରିତା ବ୍ୟାପକ ।

+2 1st Year Sanskrit Optional Solutions Chapter 7 ବିଭୀଷଣସ୍ୟ ରାବଣଂ ପ୍ରତି ଉପଦେଶଃ Question Answer

Odisha State Board Plus Two First Year Sanskrit Optional Solutions Chapter 7 ବିଭୀଷଣସ୍ୟ ରାବଣଂ ପ୍ରତି ଉପଦେଶଃ Textbook Exercise Questions and Answers.

Plus Two First Year Sanskrit Optional Chapter 7 ବିଭୀଷଣସ୍ୟ ରାବଣଂ ପ୍ରତି ଉପଦେଶଃ Question Answer

अतिसंक्षेपेण उत्तरं लिखत

(क) बन्धनीमध्यात् शुद्धम् उत्तरं चित्वा लिखत-

Question 1.
माताऽवोचत् सोदरस्य ___________________________ कुरुष्व। (अश्रान्तिं, प्रशान्तिः, विश्रान्तिं)
Answer:
प्रशान्तिः

Question 2.
तथा कुर्य येन रावणः विषादनीहारपरीतमूर्त्तिं ___________________________ जहाति। (सीतां, लतां, गीतां)
Answer:
सीतां

Question 3.
जनस्थाननिवासिनः खरदूषणादयो ___________________________ निहताः। (मानवा:, राक्षसाः, पिशाचा:)
Answer:
राक्षसाः

Question 4.
___________________________ जितभटोत्खातद्रुमा च विहिता। (लङ्कापुरी, कनकपुरी, अयोध्यापुरी)
Answer:
लङ्कापुरी

Question 5.
___________________________ पूर्वमेव कृतमतिः स विभीषणः। (राज्यदाने, युधि, सीताप्रत्यार्पणे)
Answer:
सीताप्रत्यार्पणे

CHSE Odisha Class 11 Sanskrit Optional Solutions Chapter 7 ବିଭୀଷଣସ୍ୟ ରାବଣଂ ପ୍ରତି ଉପଦେଶଃ

Question 6.
विभीषणः निशाचरैः परिरक्षितं रावणमन्दिरस्य ___________________________ ययौ। (कपाटं, द्वारं, गर्भं)
Answer:
द्वारं

Question 7.
प्रतीहारेण दूरादेव ___________________________। (गतः, नीतः, नतः)
Answer:
नतः

Question 8.
स विहितप्रणामः ___________________________ चारुं वाहुं निक्षिप्य किंकरैः कल्पितं पीठमध्यास्त। (आसने, प्रासादे, सिंहासने)
Answer:
सिंहासने

Question 9.
तत: दशास्यः पाणि प्रसार्य ___________________________ वभाषे। (समितिं, सभां, परिषदं)
Answer:
समितिं

Question 10.
हे नृपश्रेष्ठ ___________________________ अभियोगं गुरुत्वं किं नयसि। (नर, वानर, खर)
Answer:
नर

Question 11.
किं धोरोऽस्तु अथवा ___________________________ अन्तरिक्षे भवतु। (तेज:, मरुत्, क्षिति:)
Answer:
क्षिति:

Question 12.
का वा ___________________________ सराघबेषु वानरेषु च। (गणना, छलना, मन्त्रणा)
Answer:
गणना

Question 13.
प्रज्ञैव मन्त्रोऽधिकृता न ___________________________। (शौर्यम्, धैर्यम्, कार्यम्)
Answer:
शौर्यम्

Question 14.
एकेन शत्रुणा संधिरपरेण ___________________________ कार्य्यः। (निग्रह, विग्रह:, आग्रह:)
Answer:
विग्रह:

Question 15.
___________________________ तु सर्वमेवैतविपरीतम्। (रामे, रावणे, विभीषणे)
Answer:
रामे

Question 16.
रामोऽपि ___________________________ हरणेन तप्तः। (धनं, सुतः, दारा)
Answer:
दारा

CHSE Odisha Class 11 Sanskrit Optional Solutions Chapter 7 ବିଭୀଷଣସ୍ୟ ରାବଣଂ ପ୍ରତି ଉପଦେଶଃ

Question 17.
हतैः ___________________________ वयं तप्ताः। (ज्ञातिभि:, वन्धुभि:, शत्रुभिः)
Answer:
वन्धुभि:

Question 18.
पूर्णस्य तव ___________________________ वहु हीयते। (रङ्गे, भङ्गे, अने)
Answer:
भङ्गे

Question 19.
सुनीति रामः ___________________________ न शक्यते। (भेत्तुं, जेतुं, क्रेतुं)
Answer:
जेतुं

Question 20.
रामेण सह कलहे ध्रुवं तव ___________________________ स्यात्। (विकाश:, प्रकाश:, विनाश:)
Answer:
विनाश:

Question 21.
निरूप्यमाणोऽपि नान्य ___________________________ अस्ति। (अपायः, उपाय:, अभिप्रायः)
Answer:
उपाय:

Question 22.
स्वयमभुः ___________________________ वर्त्तते। (अनुशयः, विरुद्ध:, कुपित:)
Answer:
विरुद्ध:

Question 23.
इन्द्रादयः पूर्वतरं ___________________________। (कुपिताः, विरुद्धा:, अनुशया:)
Answer:
विरुद्धा:

Question 24.
मध्यगतोऽपि ___________________________ औष्ण्यं त्यजेत्। (शशाङ्कः, भानुः, अग्निः)
Answer:
भानुः

Question 25.
निशाया ___________________________ शैत्यं त्यजेत्। (रविः, शशाङ्कः, तारका)
Answer:
शशाङ्कः

Question 26.
यदि त्वदर्थे मृत्यु स्यात् तदा मम जन्म ___________________________ भवेत्। (सफलं, विफलं सकलं)
Answer:
सफलं

Question 27.
___________________________ निमित्तानि दृश्यन्ते। (उत्तमानि, विपरीतानि, परिचितानि)
Answer:
विपरीतानि

Question 28.
क्ष्मां कम्पयन्त्यः ___________________________ निपतन्ति। (ग्रहाः, नक्षत्रा:, उल्का:)
Answer:
उल्का:

Question 29.
शृगालादय: ___________________________ परितः नः भ्राम्यन्ति। (रुवन्त:, रुदन्तः, कुर्दन्तः)
Answer:
रुवन्त:

Question 30.
ज्ञातय आत्मनोऽपि ___________________________ इच्छन्ति। (जयम्, क्षयम्, भयम्)
Answer:
क्षयम्

Question 31.
इदं वदन् रावणस्तस्य ___________________________ पाष्णिं ददौ। (वक्षे, उदरे, शिरसि)
Answer:
शिरसि

CHSE Odisha Class 11 Sanskrit Optional Solutions Chapter 7 ବିଭୀଷଣସ୍ୟ ରାବଣଂ ପ୍ରତି ଉପଦେଶଃ

Question 32.
विभीषण: रोषं ___________________________ न्यग्रहीत्। (मायया, कृपया, क्षमया)
Answer:
क्षमया

Question 33.
विभीषणः ___________________________ धैर्येण न्यग्रहीत्। (तनुं, दनुं, मन्युं)
Answer:
मन्युं

Question 34.
विभीषणः ___________________________ विनयेन न्यग्रहीत्। (दर्प, गर्व, खर्बं)
Answer:
गर्व

Question 35.
विभीषणः मोहं ___________________________ न्यग्रहीत्। (धिया, विनयेन, धैर्येण)
Answer:
धिया

Question 36.
महाराज ! मया विना ___________________________ आस्व। (दु:खम्, सुखम्, माहेम्)
Answer:
सुखम्

Question 37.
मूर्ख: ___________________________ पथ्यकटूननश्नन् सामयो भवति। (चतुरः, आतुरः, कातरः)
Answer:
आतुरः

Question 38.
विभीषणः ___________________________ निरनच्छत्। (लङ्काया:, मथुरायाः, काश्या:)
Answer:
लङ्काया:

(ख) अतिसंक्षेपेण उत्तरं लिखत-

Question 1.
का विभीषणम् उवाच?
Answer:
ମାତା

Question 2.
यावदसौ रावणो भयङ्करः कस्य पिण्ड इव हरणे न संग्रस्यते पुरुषोत्तमेण तावद्यतस्व?
Answer:
ବିଷର

Question 3.
कीदृशाः खरदूषणादयो राक्षसा निहता:?
Answer:
ଜନସ୍ଥାନରେ ବାସ କରୁଥିବା

Question 4.
लङ्कापुरी कीदृशी विहिता?
Answer:
ପରାହତଯୋଦ୍ଧାବୃକ୍ଷୋତ୍ପାଟିତା

Question 5.
सीताप्रत्यर्पणे पूर्वमेव विभीषणः कीदृशः आसीत्?
Answer:
କୃତମତି ବା ମନେକରିଥିବା

Question 6.
विभीषण: कैः परिलक्षितं रावणमन्दिरस्य द्वारं ययौ?
Answer:
ରାକ୍ଷସମାନଙ୍କଦ୍ୱାରା

CHSE Odisha Class 11 Sanskrit Optional Solutions Chapter 7 ବିଭୀଷଣସ୍ୟ ରାବଣଂ ପ୍ରତି ଉପଦେଶଃ

Question 7.
निशाचरैः कथं दत्तपथो विभीषणो भ्रातरं सिंहासनमधिरूढं दृष्टवान्?
Answer:
ସସମ୍ମାନେ

Question 8.
दशस्य किं प्रसार्य समितिं वभाषे?
Answer:
ହସ୍ତ

Question 9.
कः पाणि प्रसार्य समितिं वभाषे?
Answer:
ରାବଣ

Question 10.
के यातुधाना भुजांसादीनि शूलानि च परामृशन्तो दशास्यं प्रोचुः?
Answer:
ପ୍ରହସ୍ତ ଆଦି

Question 11.
निर्यात्स्फुलिङ्गकुलधूमराशिं कं यातुधाना भूमौ प्रोक्ष्यन्ति?
Answer:
ସୂର୍ଯ୍ୟଙ୍କୁ

Question 12.
कस्य वालाधिभाक् कुशानुर्लङ्कामधाक्षीत्?
Answer:
ହନୁମାନର

Question 13.
का एव मन्त्रेऽधिकृता न शौर्य्यम्?
Answer:
ତୀକ୍ଷ୍ଣ ବୁଦ୍ଧି

Question 14.
यः सन्धादिषु गुणेषु घटते तं चञ्चलाऽपि का न मुञ्चति?
Answer:
ଲକ୍ଷ୍ମୀ

Question 15.
एकेन शत्रुणा सन्धिरपरेण कः कार्यः?
Answer:
ଯୁଦ୍ଧ (ବିଗ୍ରହ)

Question 16.
रामस्य एकेन शरेण कः निहतः?
Answer:
ବାଳୀ

Question 17.
पूर्णस्य तव भङ्गे तु कियत् हीयते?
Answer:
ବହୁ (ଅନେକ)

Question 18.
सुग्रीवः कस्मात् न राममभिगत:?
Answer:
ଭୟ ବା ଲୋଭହେତୁ

CHSE Odisha Class 11 Sanskrit Optional Solutions Chapter 7 ବିଭୀଷଣସ୍ୟ ରାବଣଂ ପ୍ରତି ଉପଦେଶଃ

Question 19.
केषां वर्त्मनि स्थितः सुग्रीवः राममभिगत:?
Answer:
ସଜ୍ଜନମାନଙ୍କର

Question 20.
सतां वर्त्मनि स्थितः सुग्रीवः किं चिकीर्षु राममभिगत:?
Answer:
ପ୍ରତ୍ଯୁପକାର

Question 21.
इन्द्रदयश्च पूर्वतरं कीदृशा:?
Answer:
ବିରୋଧୀ

Question 22.
कः रावणस्य मातामह:?
Answer:
ମାଲ୍ୟବାନ୍

Question 23.
रामः कति राक्षसान् अर्दीत्?
Answer:
ଚଉଦହଜାର

Question 24.
कुम्भकर्णस्ततो मेघ इव साम्वुरन्तरिक्षे किम् अभाषत?
Answer:
ବାକ୍ୟ

Question 25.
मध्यगतोऽपि कः औष्ण्यं त्यजेत्?
Answer:
ସୂର୍ଯ୍ୟ

Question 26.
क: निशायां शैत्यं त्यजेत्?
Answer:
ଚନ୍ଦ୍ର

Question 27.
पौलस्त्यः किं न त्यजेत्?
Answer:
ଅଭିମାନ ବା ଗର୍ବକୁ

Question 28.
कस्य प्रसादेन कुम्भकर्णः सर्व भुक्तम्?
Answer:
ରାବଣର

Question 29.
कुम्भकर्णस्य जन्म कथं सफलं भवेत्?
Answer:
ରାବଣ ପାଇଁ ମଲେ

Question 30.
विपरीतानि कानि दृश्यन्ते?
Answer:
ଲକ୍ଷଣମାନ

Question 31.
सूर्यः कीदृशः सिंह इव अभ्युदेति?
Answer:
ବିକ୍ଷିପ୍ତକେଶରଯୁକ୍ତ

CHSE Odisha Class 11 Sanskrit Optional Solutions Chapter 7 ବିଭୀଷଣସ୍ୟ ରାବଣଂ ପ୍ରତି ଉପଦେଶଃ

Question 32.
के रुवन्तः परितः नः भ्राम्यन्ति?
Answer:
ଶୃଗାଳାଦି ପ୍ରାଣୀମାନେ

Question 33.
क्ष्मां कम्पयन्यः का निपतन्ति?
Answer:
ଉଲ୍‌କାମାନ

Question 34.
शिलातरणं कुत्र भविष्यति?
Answer:
ଜଳରେ

Question 35.
ध्वान्तः कस्मात् स्यन्दिष्यति?
Answer:
ସୂର୍ଯ୍ୟଙ୍କଠାରୁ

Question 36.
वह्निः कस्मात् निसृतं भविष्यति?
Answer:
ଚନ୍ଦ୍ରଙ୍କଠାରୁ

Question 37.
विजिगीषु रावणस्य केन अपजयः भविष्यति?
Answer:
ଶତ୍ରୁଦ୍ବାରା

Question 38.
के आत्मनोऽपि क्षयमिच्छन्ति?
Answer:
ସ୍ବଜନ

Question 39.
ज्ञातय तुल्यकुलस्य किं न इच्छन्ति?
Answer:
ସମ୍ପଦକୁ

Question 40.
रावणस्तस्य कुत्र पार्ष्णि ददो?
Answer:
ମସ୍ତକରେ

Question 41.
रावण केन विना सुखमास्व?
Answer:
ବିଭୀଷଣ

Question 42.
विभीषणः कस्मात् निरगच्छत्?
Answer:
ଲଙ୍କାପୁରୀରୁ

(ङ) उत्कलभाषया अनुवादं कुरुत-

Question 1.
जनस्थाननिवासिनः खरदूषणादयो राक्षसा निहताः।
Answer:
ଜନସ୍ଥାନରେ ବାସ କରୁଥିବା ଖର ଓ ଦୂଷଣାଦି ରାକ୍ଷସମାନେ ନିହତ ହୋଇଛନ୍ତି।

Question 2.
ततो विभीषणो निशाचरैः परिरक्षितं रावणमन्दिरस्य द्वारं ययौ।
Answer:
ତାହାପରେ ବିଭୀଷଣ ରାକ୍ଷସମାନଙ୍କଦ୍ବାରା ରକ୍ଷିତ ରାବଣଙ୍କ ପ୍ରାସାଦର ଦ୍ଵାରକୁ ଗଲେ।

CHSE Odisha Class 11 Sanskrit Optional Solutions Chapter 7 ବିଭୀଷଣସ୍ୟ ରାବଣଂ ପ୍ରତି ଉପଦେଶଃ

Question 3.
ततो दशास्यः पाणि प्रसार्य समितिं वभाषे।
Answer:
ତାହାପରେ ରାବଣ ହସ୍ତ ପ୍ରସାରଣ କରି ସଭାସଦ୍‌ଙ୍କୁ କହିଲେ।

Question 4.
किं धोरधोऽस्तु अथवा क्षितिरन्तरिक्षे भवतु।
Answer:
କ’ଣ ସ୍ବର୍ଗ ତଳେ କିମ୍ବା ପୃଥ‌ିବୀ ଅନ୍ତରିକ୍ଷରେ ରହିବ?

Question 5.
अनन्तरं विभीषणो यातुधानान्वभाषे।
Answer:
ଏହାପରେ ବିଭୀଷଣ ରାକ୍ଷସମାନଙ୍କୁ କହିଲେ।

Question 6.
किं तु प्रज्ञैव मन्त्रेऽधिकृता न शौर्यम्।
Answer:
କିନ୍ତୁ ତୀକ୍ଷ୍ଣ ବୁଦ୍ଧି ମନ୍ତ୍ରଣାରେ ପ୍ରମାଣରୂପେ ଗୃହୀତ ବୀରତ୍ୱ ନୁହେଁ।

Question 7.
एकेन शत्रुणा संधिरपरेण विग्रहः कार्यः।
Answer:
ଗୋଟିଏ ଶତ୍ରୁ ସହ ସନ୍ଧି, ଅନ୍ୟଜଣକ ସହ ଯୁଦ୍ଧ କରିବା ବିଧେୟ।

Question 8.
रामे तु सर्वमेवैतद्विपरीतम्।
Answer:
ରାମଙ୍କଠାରେ କିନ୍ତୁ ଏସବୁର ବିପରୀତ ଗୁଣ ଅଛି।

Question 9.
रामोऽपि दशहरणेन तप्तो हतैश्च वन्धुभिर्वयं तप्ताः।
Answer:
ରାମଚନ୍ଦ୍ର ମଧ୍ୟ ସ୍ତ୍ରୀ ଅପହରଣ ହେତୁ ବ୍ୟର୍ଥିତ ଓ ଆମ୍ଭେମାନେ ବି ନିହତ ବନ୍ଧୁମାନଙ୍କ ହେତୁ ସନ୍ତପ୍ତା।

Question 10.
कपीन्द्रः सुग्रीवो भयाल्लोभाद्वा न राममभिगतो येन विभेद्यो भवेत्।
Answer:
ବାନରରାଜ ସୁଗ୍ରୀବ ଭୟ କିମ୍ବା ଲୋଭ ହେତୁ ରାମଙ୍କ ନିକଟକୁ ଯାଇ ନଥିଲେ ଯଦ୍ବାରା ସେ ବଧର ଯୋଗ୍ୟ ହେବେ।

Question 11.
सतां वर्त्मनि स्थितः सुग्रीवः प्रतिप्रियं चिकीर्षु राममभिगत:।
Answer:
ସନ୍ମାର୍ଗରେ ଥ‌ିବା ସୁଗ୍ରୀବ ପ୍ରତ୍ଯୁପକାର କରିବାକୁ ଇଚ୍ଛାକରି ରାମଙ୍କ ନିକଟକୁ ଯାଇଥିଲା।

Question 12.
स्वयंभूनीस्माकं शरणं यतो वरं दत्त्वाऽधुनासौ सानुशयो वर्तते।
Answer:
ପ୍ରଜାପତି ବ୍ରହ୍ମା ଆମ୍ଭମାନଙ୍କର ଏବେ ଶରଣଦାତା ନୁହଁନ୍ତି କାରଣ ବର ଦେଇ ବର୍ତ୍ତମାନ ସେ ଅନୁତପ୍ତ।

Question 13.
यदि विग्रहे मतिं करिष्यसि तर्हि कपयोऽचिरेण सर्वमेतन्नाशं नेष्यन्तीति।
Answer:
ଯଦି ଯୁଦ୍ଧ କରିବାକୁ ମନ କରିବ ତେବେ ବାନରମାନେ ଅବିଳମ୍ବେ ଏସବୁକୁ ନଷ୍ଟ କରିଦେବେ।

Question 14.
य एक: पदातिर्धनुष्मान् वियद्गतान्यने कमायानि चतुर्दश रक्षः सहस्राण्यार्दीत् तत्र का वो मानुषमात्रशङ्का।
Answer:
ଯିଏ ଜଣେ ପଦଗାମୀ ଧନୁର୍ଧାରୀ ହୋଇ ମଧ୍ୟ ଆକାଶଗତ ଅନେକ ମାୟାବୀ ଚଉଦହଜାର ରାକ୍ଷସମାନଙ୍କୁ ହତ୍ୟା କରିଛନ୍ତି ସେଠି ତୁମମାନଙ୍କର କି ମନୁଷ୍ୟମାତ୍ର ସନ୍ଦେହ।

CHSE Odisha Class 11 Sanskrit Optional Solutions Chapter 7 ବିଭୀଷଣସ୍ୟ ରାବଣଂ ପ୍ରତି ଉପଦେଶଃ

Question 15.
क्रूरा: क्रिया ग्राम्यसुखेषु सङ्ग इति यो वृद्धैः पुण्यस्य संक्षयहेतुरुक्तोऽसौ भवताऽतिमात्रं निषेवितः।
Answer:
ବୃଦ୍ଧମାନେ ଯେଉଁ ନିଷ୍ଠୁର କାର୍ଯ୍ୟ ଓ ସ୍ତ୍ରୀ ସଂଭୋଗ ସୁଖରେ ଆସକ୍ତିକୁ ପୁଣ୍ୟର ବିନାଶ କାରଣ ବୋଲି କହିଛନ୍ତି, ତାହାକୁ ତୁମେ ଅତିମାତ୍ରାରେ ଭୋଗକରି ସାରିଛ।

Question 16.
तस्मादित्थं कृतार्थस्य मम यदि त्वदर्थे मृत्युः स्यात्तादा मम जन्म सफलं भवेदिति।
Answer:
ତେଣୁ ଏହିପରି ଜୀବନ ଚରିତାର୍ଥ ହୋଇଥବା ମୋର ଯଦି ତୁମ ପାଇଁ ମୃତ୍ୟୁ ହୁଏ, ତେବେ ମୋର ଜନ୍ମ ସଫଳ ହୋଇପାରିବ।

Question 17.
एवमुक्त्वा प्रसुप्ते कुम्भकर्णे विभिषणो राक्षसेन्द्रं पुनरुवाच।
Answer:
ଏହିପରି କହି କୁମ୍ଭକର୍ଷ ଶୋଇଗଲା ପରେ ବିଭୀଷଣ ରାକ୍ଷସରାଜ ରାବଣକୁ ପୁଣି କହିଲେ।

Question 18.
क्ष्मां कम्पयन्त्यश्चोल्का निपतन्ति।
Answer:
ପୃଥ‌ିବୀକୁ ପ୍ରକମ୍ପିତ କରି ଉଲ୍‌କାମାନ ପଡୁଛନ୍ତି।

Question 19.
शृगालादयो रुवन्तः परितो नो भ्राम्यन्ति।
Answer:
ଶୃଗାଳାଦି ପ୍ରାଣୀମାନେ ଶବ୍ଦକରି ଆମ ଚାରିପାଖରେ ବୁଲୁଛନ୍ତି।

Question 20.
त्वयाद्य लङ्काभिभवेऽतिहषीदतिमात्रं दुष्टोऽन्तरात्मा विवृतः।
Answer:
ତୁମେ ଆଜି ଲଙ୍କାର ପରାଜୟ ବିଷୟରେ ଅତି ଆନନ୍ଦହେତୁ ଅତିମାତ୍ରାରେ ବିଷାକ୍ତ ମନୋଭାବକୁ ବ୍ୟକ୍ତ କରିଛି।

Question 21.
इदं वदन् रावणस्तस्य शिरसि पार्ष्णिं ददौ।
Answer:
ଏହା କହି ରାବଣ ତାହାର ମସ୍ତକରେ ପଦାଘାତ କଲା।

Question 22.
एवं रजनीचरपतिमुक्त्वा विभीषणो लङ्काया निरनच्छत्।
Answer:
ଏହିପରି ରାକ୍ଷସରାଜ ରାବଣକୁ କହି ବିଭୀଷଣ ଲଙ୍କାପୁରୀରୁ ବାହାରି ଚାଲିଗଲା।

संक्षेपेण उत्तरं लिखत

Question 1.
माता विभीषणं किमुवाच?
Answer:
ମାତା ବିଭୀଷଣକୁ କହିଲେ– ହେ ଚିରଞ୍ଜିବିନ୍ ! ଦେବାନନ୍ଦଦାୟୀ ତୁମେ ଅତିଗର୍ବରେ ଉଦ୍ଧତ ବିଶ୍ବବ୍ରହ୍ମାଣ୍ଡକୁ ପୀଡ଼ା ଦେଉଥ‌ିବା ଭ୍ରାତା ରାବଣକୁ ଶୀଘ୍ର ନିବୃତ୍ତ କର । ଏଭଳି କର ଯେମିତି ସେ ରାବଣ ସୀତାଙ୍କୁ ପରିତ୍ୟାଗ କରିଦେବ । ରାମ ଯେପରି ରାବଣକୁ ନିହତ ନ କରନ୍ତୁ ସେଥ‌ିପାଇଁ ପ୍ରଯତ୍ନ କର । ବନ୍ଧୁଦ୍ବାରା ଯାହା କରାଯିବା ଉଚିତ ତାହା ତୁମେ କର।

Question 2.
विभीषण यातुधानान् किं वभाषे?
Answer:
ରାବଣକୁ ଉତ୍ତେଜିତ କରୁଥିବା ରାକ୍ଷସମାନଙ୍କୁ ବିଭୀଷଣ କହିଲେ– ଯୁଦ୍ଧ ନିମିତ୍ତ ରାଜା ଓ ଉତ୍ତମ ବେତନଭୋଗୀ ତୁମେମାନେ ଯାହା କହିଲ ତା’ର ସମ୍ଭାବନା ହେତୁ ସମୁଚିତ । କିନ୍ତୁ ତୀକ୍ଷଣ ବୁଦ୍ଧି ମନ୍ତ୍ରଣାରେ ପ୍ରମାଣରୂପେ ଗୃହୀତ ବୀରତ୍ୱ ନୁହେଁ । ଯେଉଁ ବିଜୟେକ୍ତ ବ୍ୟକ୍ତି ସମୃଦ୍ଧି ଓ ବିକାଶକୁ ସମୀକ୍ଷା କରି ସନ୍ଧି ଆଦି ଗୁଣଗୁଡ଼ିକରେ ଯତ୍ନ କରେ ତାକୁ ଲକ୍ଷ୍ମୀ ଚଞ୍ଚଳା ହେଲେ ବି ଛାଡ଼ି ଚାଲିଯାଆନ୍ତି ନାହିଁ । ଗୋଟିଏ ଶତ୍ରୁ ସହ ସନ୍ଧି, ଅନ୍ୟ ଜଣକ ସହ ଯୁଦ୍ଧ କରିବା ବିଧେୟ । ଏଭଳି ପରିସ୍ଥିତିରେ ରାମଙ୍କ ସହ ସନ୍ଧି ଏକାନ୍ତ କରଣୀୟ।

Question 3.
रोमण साकं सन्ध्यर्थं विभीषणो रावणं किमुक्तवान्?
Answer:
ରାମଙ୍କ ସହ ସନ୍ଧି କରିବାପାଇଁ ବିଭୀଷଣ ରାବଣଙ୍କୁ କହିଲା ଯେ– ବିଜୟେଛୁ ନେତା ସମୃଦ୍ଧିକୁ ସମୀକ୍ଷା କରି ଆମ୍ବୋତ୍କର୍ଷକୁ ଜାଣି ନୀତି ପ୍ରୟୋଗ କରିବା ବାଞ୍ଛନୀୟ । ତୁମେ ଲୋକରେ ବିତୃଷ୍ଣା ଓ ଇନ୍ଦ୍ରାଦି ଦେବଗଣଙ୍କୁ କ୍ରୋଧୃତ କରିଛ । ରାମ ଏହାର ବିପରୀତ ଗୁଣଯୁକ୍ତ ଅଟନ୍ତି । ଗୋଟିଏ ବାଣରେ ବାଳୀକୁ ମାରି ସୁଗ୍ରୀବକୁ ରାଜା କରିଥିବା ରାମ ନିଶ୍ଚୟ ତୁମକୁ ବିନାଶ କରିଦେବେ । ରାମଙ୍କ ସହ ଯୁଦ୍ଧ କରିବା ଅନୁଚିତ । ରାମ ସ୍ତ୍ରୀ ଅପହରଣ ହେତୁ ବ୍ୟର୍ଥାତ ଓ ଆମେ ନିହତ ବନ୍ଧୁମାନଙ୍କ ନିଧନ ଯୋଗୁଁ ସନ୍ତପ୍ତ । ତେଣୁ ଉତ୍ତପ୍ତ ଲୌହର ତପ୍ତ ଲୌହ ସହ ମିଶ୍ରଣ ହେବା ପରି ଆପଣ ରାମଙ୍କ ସହ ସନ୍ଧି କରନ୍ତୁ ଓ ସୀତାଙ୍କୁ ମୁକ୍ତ କରନ୍ତୁ।

CHSE Odisha Class 11 Sanskrit Optional Solutions Chapter 7 ବିଭୀଷଣସ୍ୟ ରାବଣଂ ପ୍ରତି ଉପଦେଶଃ

Question 4.
रावणस्य मातामहो रावणं किं कथयामास?
Answer:
ରାବଣର ମାତାମହ ଅର୍ଥାତ୍ ଅଜା ମାଲ୍ୟବାନ୍ ବୃଦ୍ଧ ହେତୁ ପ୍ରକମ୍ପିତ ମସ୍ତକ ବିଶିଷ୍ଟ ଅଟନ୍ତି ଓ ପରିପକ୍ବ ବୟସ ହେତୁ ଶରୀର ନଇଁ ଯାଇଥାଏ । ସେ ବିଭୀଷଣର କଥାକୁ ଶ୍ରେଷ୍ଠ ମନେକରି ରାବଣକୁ କହିଲେ– ଯିଏ ଜଣେ ପଦଚାରୀ ଧନୁର୍ଦ୍ଧାରୀ ହୋଇ ମଧ୍ୟ ଆକାଶଗତ ଅନେକ ମାୟାବୀ ଚଉଦ ହଜାର ରାକ୍ଷସମାନଙ୍କୁ ହତ୍ୟା କରିଛନ୍ତି, ସେଠି ତୁମମାନଙ୍କର କି ମନୁଷ୍ୟମାତ୍ର ସନ୍ଦେହ । ଦେବତାମାନଙ୍କ ସହ ସନ୍ତାପିତ ବ୍ରହ୍ମର୍ଷିମାନେ ନିଶ୍ଚିତ ରାକ୍ଷସମାନଙ୍କ ବିନାଶ ନିମନ୍ତେ ନରରୂପୀ ବାନର ସୈନ୍ୟ ହୋଇ ସଂସାରରେ ଦୁର୍ଜୟ ଉପାୟ ବିଧାନ କରିଛନ୍ତି । ପ୍ରମତ୍ତ, ଧର୍ମମାର୍ଗ ନଷ୍ଟ ହୋଇଥିବା ଓ ମୁନିମାନଙ୍କର ଶତ୍ରୁତାକୁ ପ୍ରାପ୍ତ ହୋଇଥିବା ତୁମେ ଯଦି ନିଜ କୁଳର ଶାନ୍ତକୁ ବଡ଼ ମନେକରୁଥାଅ ତେବେ ହେ ରାବଣ ! ବିଭୀଷଣଙ୍କର କଥାକୁ ପାଳନ କର। ରାମଙ୍କ ସହ ସନ୍ଧି କର ଓ ସୀତାଙ୍କୁ ଛାଡ଼ିଦିଅ ।

Question 5.
दशाननो विभीषणं किं जगाद?
Answer:
ଦଶାନନ ନିଜର ଭୁକୁଞ୍ଚନପୂର୍ବକ କୋପାବିଷ୍ଟ ହୋଇ ବିଭୀଷଣଙ୍କୁ କହିଲା– ଜଳରେ ଶିଳା ଭାସିବା, ସୂର୍ଯ୍ୟଙ୍କଠାରୁ ଅନ୍ଧକାର କ୍ଷରଣ ହେବା, ଚନ୍ଦ୍ରଙ୍କଠାରୁ ଅଗ୍ନି ନିର୍ଗମନ ଓ ବିଜୟ ଇଚ୍ଛା କରୁଥିବା ମୋର ଶତ୍ରୁଦ୍ୱାରା ପରାଜୟ– ଏ ଚାରୋଟି ସମାନ ଅଟନ୍ତି । ଆତ୍ମୀୟ ସ୍ୱଜନ ନିଜର ହିଁ ବିନାଶ ଇଚ୍ଛା କରନ୍ତି, କିନ୍ତୁ ସମବଂଶର ସମ୍ପଦକୁ ଚାହାନ୍ତି ନାହିଁ । ପୁଣି ଶତ୍ରୁମାନଙ୍କୁ ନମସ୍କାର କରନ୍ତି ଓ ସନ୍ତପ୍ତ ହେଉଥ‌ିବା ହୃଦୟରେ ବନ୍ଧୁଙ୍କର ସମୃଦ୍ଧିକୁ ସହିଯାଆନ୍ତି । ତୁମେ ଆଜି ଲଙ୍କାର ପରାଜୟ ବିଷୟରେ ଅତି ଆନନ୍ଦ ହେତୁ ଅତିମାତ୍ରାରେ ବିଷାକ୍ତ ମନୋଭାବକୁ ବ୍ୟକ୍ତ କରିଛ । ତୁମକୁ ଧୂକ୍‌କାର । ଏକଥା କହି ରାବଣ ବିଭୀଷଣକୁ ପଦାଘାତ କଲା।

Question 6.
कोपान्वितं दशाननं प्रति विभीषणस्य का भक्तिरासीत्?
Answer:
କୋପାନ୍ବିତ ଦଶାନନ ପ୍ରତି ବିଭୀଷଣର ଉକ୍ତ ଯଥା— ହେ ମହାରାଜ ! ମୋ ବିନା ସୁଖରେ ରୁହ । ଯେଉଁ କଟୁପଥ୍ୟକୁ ନ ଖାଇଥିବା ମୂର୍ଖ ରୋଗୀ ରୋଗଗ୍ରସ୍ତ ହୁଏ ତାହା କ’ଣ ବୈଦ୍ୟମାନଙ୍କର ଦୋଷ ? ଯେଉଁ ବିବେକହୀନ ଆତ୍ମାଭିମାନୀ ରାଜା ସ୍ପଷ୍ଟରୂପେ କୁହାଗଲେ ବି ଶତ୍ରୁତା ଆଚରଣ କରେ ଓ ଶ୍ରବଣ ସୁଖକର କୁପଥ୍ୟ ବା ଅହିତକର କଥାରେ ସନ୍ତୁଷ୍ଟ ହୁଏ ସେ ମିତ୍ରମାନଙ୍କର ବଡ଼ ଅନିଷ୍ଟ ନିମନ୍ତେ କାରଣ ହୋଇଥାଏ । ଧର୍ମସଙ୍ଗୀତ ମାର୍ଗରେ ଥ‌ିବା ମୋତେ ତୁମେ ପାଦରେ ଏହି ଯେଉଁ ପ୍ରହାର କଲ ତାହା କାହାର ମର୍ଯ୍ୟାଦାହାନି କରୁଛି ତାହାକୁ ମନ୍ତ୍ରୀମାନଙ୍କ ସହ ତୁମେ ଚିନ୍ତାକରିବା ବିଧେୟ । ଏହିପରି ରାବଣକୁ କହି ବିଭୀଷଣ ଲଙ୍କା ଛାଡ଼ି ଚାଲିଗଲା ।

दीर्घप्रश्नोत्तराणि

Question 1.
विभीषणः रावणं किमुपदिष्टवान्?
Answer:
ମାତାଙ୍କଦ୍ବାରା ପ୍ରେରିତ ହୋଇ ବିଭୀଷଣ ଧାନମଗ୍ନ ହେଲେ ଏବଂ ଭ୍ରାତା ରାବଣକୁ ଉପଦେଶ ଦେଲେ ଯେ— ବିଜୟ ପାଇବାକୁ ଇଚ୍ଛୁକ ନେତା ନିଜର ସମୃଦ୍ଧିକୁ ସମୀକ୍ଷା କରି ସ୍ଵକୀୟ ଆମ୍ବୋତ୍କର୍ଷକୁ ଜାଣି ନୀତି ପ୍ରୟୋଗ କରିବା ଉଚିତ । ରାମଙ୍କ ଗୁଣ ସର୍ବୋପରି ବିପରୀତ ସ୍ୱଭାବଯୁକ୍ତ । ସେ ବିନାଶ କରିବାକୁ ଏକାନ୍ତ ସମର୍ଥ । କାମକ୍ରୋଧାଦିଦ୍ୱାରା ବଶୀଭୂତ, ବନ୍ଧୁମାନଙ୍କୁ ବ୍ୟାକୁଳିତ କରିଥବା, ମିତ୍ରୋତ୍ପାଟନ କରିଥିବା ବିରୁଦ୍ଧଗୁଣ ସ୍ଵଭାବକୁ ଧାରଣ କରିଥିବା ତୁମ୍ଭଙ୍କୁ ରାମ ମାରିବାକୁ ସମର୍ଥ ହେବେ । ତେଣୁ ତାଙ୍କ ସହ-ଯୁଦ୍ଧ କରିବା ଅନୁଚିତ । ରାମଙ୍କ ସହ ସନ୍ଧି କରାଯିବା ଉଚିତ । ସୀତାଙ୍କୁ ମୁକ୍ତ କରିଦେବା ଉଚିତ । ରାମଙ୍କୁ ଜୟ କରିବା ସମ୍ଭବ ନୁହେଁ, ତାଙ୍କ ସହ କଳହ ହେଲେ ବିନାଶ ସୁନିଶ୍ଚିତ । ବାନରରାଜ ସୁଗ୍ରୀବ ଭୟ ବା ଲୋଭ ହେତୁରୁ ରାମଙ୍କ ନିକଟକୁ ଯାଇନଥଲେ, ଯଦ୍ବାରା ସେ ବଧର ଯୋଗ୍ୟ ହେବେ । ପ୍ରତ୍ୟୁପକାର ପାଇଁ ସେ ରାମଙ୍କ ନିକଟକୁ ଯାଇଥିଲେ । ପ୍ରଜାପତି ଅନୁତପ୍ତ, ଇନ୍ଦ୍ରାଦି ଦେବଗଣ ଆମର ଶତ୍ରୁ, ଏଣୁ ଏଭଳି ପରିସ୍ଥିତିରେ ଯୁଦ୍ଧ ଅପେକ୍ଷା ସନ୍ଧି ଏକାନ୍ତ କରଣୀୟ । ବିଭୀଷଣର ଏତାଦୃଶ ଉପଦେଶକୁ ରାବଣର ଅଜା ମାଲ୍ୟବାନ୍ ମଧ୍ୟ ସ୍ଵୀକାର କରିଛି । ରାବଣକୁ ବିଭୀଷଣଙ୍କର କଥା ପାଳନ ନିମନ୍ତେ ମାଲ୍ୟବାନ୍ ନିର୍ଦ୍ଦେଶ ଦେଇଛି ।

ଆହୁରି ମଧ୍ୟ ବିଭୀଷଣ ଭାଇ ରାବଣକୁ ଉପଦେଶ ଛଳରେ କହିଲା– ବିପରୀତ ଲକ୍ଷଣସବୁ ଦେଖାଯାଉଛି । ସୂର୍ଯ୍ୟଙ୍କର ଉଦୟ ଆଦି ଭୟଙ୍କର ହୋଇଛି, ପୃଥ‌ିବୀରେ ଉକ୍‌କାପାତ ହେଉଛି, ଶୃଗାଳାଦି ପ୍ରାଣୀମାନେ ଆମ ଚାରିପଟେ ଶବ୍ଦ କରୁଛନ୍ତି– ଏସବୁ ବିନାଶସୂଚକ ଲକ୍ଷଣ । ତେଣୁ ଯେତେ ଶୀଘ୍ର ପାର ସୀତାଙ୍କୁ ପ୍ରତ୍ୟର୍ପଣ କରି ରାମଙ୍କ ସହ ସନ୍ଧି କର । ରାବଣ ବିଭୀଷଣର ଏତାଦୃଶ ବଚନରେ ଅନାଗ୍ରହ ପ୍ରକାଶ କରି ତାକୁ ପଦାଘାତ କଲା । ତଥାପି ବିଭୀଷଣ ରାବଣକୁ ଉପଦେଶ ଦେଲା– ହେ ମହାରାଜ ! ମୋ ବିନା ଆପଣ ସୁଖରେ ରୁହନ୍ତୁ । କଟୁପଥ୍ୟକୁ ନ ଖାଇ ରୋଗୀ ରୋଗଗ୍ରସ୍ତ ହେବାପରି ଆପଣ ଅଭିମାନର ବଶବର୍ତ୍ତୀ ହୋଇ ଅହିତ କଥାରେ ସନ୍ତୁଷ୍ଟ ହେଉଛନ୍ତି ତାହା ନିଶ୍ଚୟ ଆପଣଙ୍କର ବିନାଶର କାରଣ ହେବ । ଏହା ଆପଣଙ୍କର ମର୍ଯ୍ୟାଦାହାନି କରୁଛି । ଏହିପରି ବିଭିନ୍ନ ପ୍ରକାରେ ବିଭୀଷଣ ଭାଇ ରାବଣକୁ ଉପଦେଶ ଦେଇ ଶେଷରେ ଲଙ୍କାପୁରୀ ଛାଡ଼ି ଚାଲିଯାଇଛି । ସତରେ ଲେଖକ ଯେପରିଭାବେ ବିଭୀଷଣ ମୁଖରେ ରାବଣ ପ୍ରତି ଉପଦେଶମାନ ପ୍ରଦାନ କରିଛନ୍ତି ତାହା ଏକାନ୍ତ ଯଥାର୍ଥ ଓ ବିଭୀଷଣର ଚାରିତ୍ରିକ ମହତ୍ତ୍ଵକୁ ପ୍ରତିପାଦିତ କରୁଅଛି ।

Question 2.
विभीषणस्य रावणं प्रति उपदेशस्य सारं वर्णयत?
Answer:
ଏହାପରେ ଅନିଦ୍ରିତ, ଦେବପୂଜକ, ସୌମ୍ୟ, ଶାନ୍ତଚେତ୍ତା ବିଭୀଷଣଙ୍କୁ ମାତା କହିଲେ – ହେ ଚିରଞ୍ଜୀବିନ୍, ତୁମେ ଗର୍ବୋଦ୍ଧତ ରାବଣକୁ ନିବାରଣ କର, ସେ ଯେପରି ସୀତାଙ୍କୁ ଛାଡ଼ିଦେବ । ରାମ ଯେପରି ରାବଣକୁ ନ ମାରିବେ ସେଥ୍ପାଇଁ ପ୍ରଯନ୍ତ୍ର କର । ଜନସ୍ଥାନରେ ଥିବା ରାକ୍ଷସ ଖର ଓ ଦୂଷଣଙ୍କର ନିହତ, ଲଙ୍କାପୁରୀର ଯୋଦ୍ଧାଙ୍କର ପରାସ୍ତ, ବୃକ୍ଷୋତ୍ପାଟନ, ଗୃହଦଗ୍ଧ ଆଦି ଘଟଣା ପରେ ବି ତୁମଦ୍ଵାରା ଯାହା ପ୍ରଚେଷ୍ଟା କରାଯିବା କଥା ତାହା ହେବା ଉଚିତ । ବିଭୀଷଣ ମାଆଙ୍କଠାରୁ ଏକଥା ଶୁଣିବା ପରେ ଧ୍ୟାନମଗ୍ନ ହେଲେ । ଏହାପରେ ଭ୍ରାତା ରାବଣଙ୍କ ନିକଟକୁ ଯାଇ ତାଙ୍କୁ ସିଂହାସନରେ ବସିଥିବାର ଦେଖୁଲେ । ରାବଣ ସିଂହାସନରେ ବସି ହସ୍ତ ପ୍ରସାରଣ କରି ସମସ୍ତ ସଭାସଦ୍‌ଙ୍କୁ ବିହିତ ପଦକ୍ଷେପ ନେବାପାଇଁ ମନ୍ତ୍ରଣା କଲା । ତହୁଁ ରାକ୍ଷସମାନେ ରାବଣର କଥା! ଶୁଣି କହିଲେ – ହେ ମହାରାଜ ! ଇନ୍ଦ୍ରଙ୍କୁ ପରାସ୍ତ କରିଥିବା ଆପଣ କ’ଣ ପାଇଁ ସାଧାରଣ ମନୁଷ୍ୟମାନଙ୍କର ଯୁଦ୍ଧାହ୍ଵାନକୁ ଗୁରୁତ୍ବ ଦେଉଛନ୍ତି । ଆମ୍ଭେମାନେ ସବୁକିଛି ଶେଷ କରିଦେବାକୁ ସମର୍ଥ । ଏକଥା ଶୁଣି ବିଭୀଷଣ ରାକ୍ଷସମାନଙ୍କୁ କହିଲେ ଯେ – ତୀକ୍ଷ୍ଣଣ ବୁଦ୍ଧି ମନ୍ତ୍ରଣାରେ ପ୍ରମାଣରୂପେ ଗୃହୀତ ବୀରତ୍ୱ ନୁହେଁ । ଗୋଟିଏ ଶତ୍ରୁ ସହ ସନ୍ଧି, ଅପରଜଣକ ସହ ଯୁଦ୍ଧ କରିବା ବିଧେୟ ।

ଏହାପରେ ବିଭୀଷଣ ରାବଣକୁ ବୁଝାଇବାକୁ ଯାଇ କହିଛି ଯେ – ବିଜୟେଚ୍ଛୁ ରାଜା ଆୟୋତ୍କର୍ଷକୁ ଜାଣି ନୀତିପ୍ରୟୋଗ କରିବା ଉଚିତ । ତୁମେ ଲୋକରେ ବିତୃଷ୍ଣା ଓ ଇନ୍ଦ୍ରଙ୍କୁ କ୍ରୋଧିତ କରିଛି । ରାମ ଏହାର ବିପରୀତ ଗୁଣ ବିଶିଷ୍ଟ । ସେ ଗୋଟିଏ ବାଣରେ ବାଳିକୁ ମାରି ସୁଗ୍ରୀବକୁ ରାଜା କରିଛନ୍ତି, ଏଣୁ ସେ ତୁମକୁ ବିନାଶ କରିପାରିବେ । ଏଣୁ ଏ ସମୟରେ ରାମଙ୍କ ସହ ଯୁଦ୍ଧ ନୁହେଁ ସନ୍ଧି କରିବା ଉଚିତ । ରାମଙ୍କୁ ପ୍ରଣାମ କର ଓ ସୀତାଙ୍କୁ ମୁକ୍ତ କର । ଉତ୍ତମ ନୀତିବାନ୍ ରାମଙ୍କ ସହ କଳହ କଲେ ବିନାଶ ସୁନିଶ୍ଚିତ । ଭୟ କିମ୍ବା ଲୋଭ ହେତୁ ସୁଗ୍ରୀବ ରାମଙ୍କ ନିକଟକୁ ଯାଇନଥିଲେ, ପରନ୍ତୁ ପ୍ରତ୍ୟୁପକାର ନିମନ୍ତେ ଯାଇଥିଲେ । ରାମଙ୍କଠୁ ବଳି ବଳୀୟାନ କେହି ଆମର ସହାୟକ ନାହାନ୍ତି । ପ୍ରଜାପତି ବ୍ରହ୍ମା ବରଦେଇ ଅନୁତପ୍ତ । ଇନ୍ଦ୍ରାଦି ଦେବଗଣ ମଧ୍ଯ ଶତ୍ରୁ ସାଜିଛନ୍ତି । ଏଭଳି ମୁହୂର୍ଭରେ ଯଦି ଯୁଦ୍ଧ କରାଯାଏ, ତେବେ ସବୁ ଅନର୍ଥ ହିଁ ଘଟିବ ।

ଏକଥା ଶୁଣି ରାବଣର ଅଜା ବୃଦ୍ଧି ମାଲ୍ୟବାନ୍ କହିଲେ – ଏହା ନିଶ୍ଚୟ ଦେବତାମାନଙ୍କ କୃତ ବିନାଶ ଉପାୟ, ଯେଉଁମାନେ କି ବାନରରୂପେ ଆବିର୍ଭୂତ । ମୁନିଙ୍କର ଶାନ୍ତି ସର୍ବୋପରି ନିଜର ସୁରକ୍ଷା ନିମନ୍ତେ ତୁମେ ବିଭୀଷଣର କଥା ମାନ ବୋଲି ମାଲ୍ୟବାନ୍ ସୂଚିତ କରିଥିଲେ । ମାଲ୍ୟବାନ୍‌ଙ୍କର ଏକଥା ଶୁଣି କୁମ୍ଭକର୍ଣ୍ଣ କହିଲେ – ରାବଣ କେବେ ଗର୍ବକୁ ଛାଡ଼ିପାରିବେ ନାହିଁ । ଏ କାର୍ଯ୍ୟରେ ରାବଣ ପ୍ରତି କୁମ୍ଭକର୍ଣ୍ଣର ସ୍ନେହ ଏମିତିକି ସ୍ବଜୀବନ ତ୍ୟାଗ ପାଇଁ ପ୍ରସ୍ତୁତ ଥ‌ିବା କଥା ସେ କହିଛି । ନିଜ ଜୀବନକୁ ଉତ୍ସର୍ଗ କରି ଜନ୍ମ ସଫଳ କରିବାକୁ କୁମ୍ଭକର୍ଷ ଇଚ୍ଛା ପ୍ରକଟ କରିଛି ।

ଏହିପରି କହି କୁମ୍ଭକର୍ଣ୍ଣ ନିଦ୍ରା ଯା’ନ୍ତେ ବିଭୀଷଣ ପୁନଶ୍ଚ ରାବଣକୁ କହିଲେ – ବିପରୀତ ଲକ୍ଷଣମାନ ଦେଖାଯାଉଛନ୍ତି । ସୂର୍ଯ୍ୟଙ୍କର ଉଦୟ ଭୟଙ୍କର ସଦୃଶ, ପୃଥ୍ବୀପୃଷ୍ଠରେ ଉଲ୍‌କାପାତ ଆଦି ବିନାଶସୂଚକ ଲକ୍ଷଣ । ଏଣୁ ସୀତାଙ୍କୁ ପ୍ରତ୍ୟର୍ପଣ କରି ରାମଙ୍କ ସହ ସନ୍ଧି କରନ୍ତୁ । ଏକଥା ଶୁଣି ରାବଣ କ୍ରୋଧରେ ଜର୍ଜରିତ ହୋଇ ସବୁକଥା ପ୍ରତ୍ୟାଖ୍ୟାନ କଲେ ଓ ଆତ୍ମଗର୍ବ ପ୍ରଦର୍ଶନ୍ କଲେ । ବିଭୀଷଣଙ୍କୁ ଧୂକ୍‌କାର କଲେ ଓ ପଦାଘାତ କଲେ । ଏହାପରେ ବିଭୀଷଣ କ୍ରୋଧକୁ କ୍ଷମାଦ୍ୱାରା, ଶୋକକୁ ଧୈର୍ଯ୍ୟଦ୍ଵାରା, ଗର୍ବକୁ ବିନୟଦ୍ବାରା ଓ ମୋହକୁ ବୁଦ୍ଧିଦ୍ୱାରା ନିୟନ୍ତ୍ରଣ କରି ଚାରିମନ୍ତ୍ରୀଙ୍କ ସହ ଠିଆହୋଇ ରାବଣକୁ କହିଲେ – ହେ ମହାରାଜ ! ମୋ ବିନା ସୁଖରେ ରୁହ । ହେଲେ ଏଥରେ ମୋର ଦୋଷ ନାହିଁ । ଏଭଳି ରାଜା ଯେ ବିବେକହୀନ, ଆତ୍ମାଭିମାନୀ ସ୍ପଷ୍ଟରୂପେ କୁହାଗଲେ ବି ଶତ୍ରୁତା କରେ, ଅହିତକର କଥାରେ ସନ୍ତୁଷ୍ଟ ହୁଏ, ସେ ମିତ୍ରମାନଙ୍କର ବଡ଼ ଅନିଷ୍ଟର କାରଣ ହୋଇଥାଏ । ଧର୍ମସଂଗତ ମୋ ପ୍ରତି ପଦାଘାତ କାହାର ମର୍ଯ୍ୟାଦା ହାନି କରୁଛି ତାହା ମନ୍ତ୍ରୀମାନଙ୍କ ସହ ମନ୍ତ୍ରଣା କରନ୍ତୁ । ଏହିଭଳି ଭାବେ ରାକ୍ଷସରାଜ ରାବଣଙ୍କୁ ଉପଦେଶ ଦେଇ ଶେଷରେ ବିଭୀଷଣ ଲଙ୍କାପୁରୀରୁ ବାହାରି ଚାଲିଗଲେ ।

CHSE Odisha Class 11 Sanskrit Optional Solutions Chapter 7 ବିଭୀଷଣସ୍ୟ ରାବଣଂ ପ୍ରତି ଉପଦେଶଃ

Question 3.
विभीषणस्योपदेशस्य किं सामाजिक महत्त्वम्?
Answer:
ରାବଣଙ୍କ ପ୍ରତି ବିଭୀଷଣଙ୍କର ଉପଦେଶର ବିବିଧ ମହତ୍ତ୍ବ ତଥା ବୈଶିଷ୍ଟ୍ୟ ପରିଲକ୍ଷିତ ହୁଏ, ଯାହାକି ସମାଜର ଉନ୍ନତିକମ୍ରେ ପରିକୀର୍ତିତ । ଦୁରାଚାରୀ ରାବଣର ଅଭିମାନ ଅହଂକାର ଶ୍ରୀରାମଙ୍କର ପତ୍ନୀ ସୀତାଙ୍କ ଅପହରଣର କାରଣ ଅଟେ । ନାରୀଜାତି ପ୍ରତି ଅପମାନ ସମାଜର ଅଧୋଗତିକୁ ସୂଚିତ କରୁଛି । ଏଣୁ ବିଭୀଷଣ ଭାଇ ରାବଣକୁ ଏଥୁରୁ ନିବୃତ୍ତ ହୋଇ ସୀତାଙ୍କୁ ପ୍ରତ୍ୟର୍ପଣ ଓ ରାମଙ୍କ ସହ ସନ୍ଧି ନିମନ୍ତେ ପ୍ରବର୍ତ୍ତାଇଛି ।

‘‘ଅତିଦର୍ପେ ହତଃ ଲଙ୍କା’’– ଏହି ଉକ୍ତିର ଯଥାର୍ଥତା ଏ ବିଷୟରେ ପ୍ରତିପାଦିତ ହୋଇଛି । ବସ୍ତୁତଃ ମନୁଷ୍ୟ ନିଜର ନିଷ୍ଠା, ସାଧନା ଓ ତପସ୍ୟାର ପରାକାଷ୍ଠାକୁ ଉପଲବ୍‌ଧ କରିବା ଉଚିତ। ଏହାର ଅବମାନନା ହେଲେ ସମାଜରେ ନୈତିକ ଅଧୋପତନ, ଅଧର୍ମ, ଅନ୍ୟାୟ, ଅନୀତିର ପ୍ରସାର ସଦା ହୋଇଥାଏ । ଏଣୁ ସମାଜରେ ଶାନ୍ତି ବିରାଜମାନ କରିବା ନିମନ୍ତେ, ଦୁଷ୍ଟଙ୍କର ଦମନ ଓ ସଜ୍ଜନଙ୍କର ପରିରକ୍ଷଣ ନିମନ୍ତେ ବିଭୀଷଣର ବହୁମୂଲ୍ୟ ଉପଦେଶ ଏକାନ୍ତ ଯଥାର୍ଥ ଅଟେ । ଜଣେ ରାଜାଭାବେ ରାବଣର ଯାହା ଦାୟିତ୍ୱ ତଥା କର୍ତ୍ତବ୍ୟ ତାହା ସେ ଠିକ୍‌ଭାବେ ପାଳନ କରିନାହାଁନ୍ତି । ପୁନଶ୍ଚ ମନ୍ତ୍ରୀମାନଙ୍କର ଏ ଦିଗରେ ଯାହା ସୁଚିନ୍ତିତ ବିଚାର ତାହା ମଧ୍ୟ ଠିକ୍‌ଭାବେ ପ୍ରତିଫଳିତ ହୋଇନାହିଁ । ସମାଜରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଉଭୟ ନୀତିବାନ୍, ଦାୟିତ୍ୱବାନ୍ ରାଜା ଓ ବୁଦ୍ଧିନିଷ୍ଠ, ଉପାୟଜ୍ଞ, ପାରଙ୍ଗମ ମନ୍ତ୍ରୀମାନେ ମଧ୍ଯ ରହିବା ଉଚିତ ।

ଏ ଉଭୟଙ୍କର କାର୍ଯ୍ୟଦ୍ବାରା ଦେଶ ତଥା ଜାତି, ସମାଜ ତଥା ସଂସ୍କୃତିର ଉନ୍ନତି ସାଧନ ହୋଇଥାଏ । ଏସବୁ ଦୃଷ୍ଟିରୁ ବିବେଚନା କଲେ ସମାଜରେ ବିଭୀଷଣଙ୍କ ଚାରିତ୍ରିକ ମହତ୍ତ୍ବ ତଥା ବୈଶିଷ୍ଟ୍ୟ ଏକାନ୍ତ ସ୍ଵୀକାରଯୋଗ୍ୟ । ଜଣେ ଆଦର୍ଶ ମନୁଷ୍ୟ, ଉପଯୁକ୍ତ ରାଜନୀତିଜ୍ଞ, ଭ୍ରାତୃଭକ୍ତ, ଆଜ୍ଞାକାରୀ ପୁତ୍ର ଇତ୍ୟାଦି ବିବିଧ ଗୁଣ ତଥା ସ୍ବଭାବରେ ପରିପୂର୍ଣ୍ଣ ବିଭୀଷଣ ସଦା ସମାଜର ଉନ୍ନତିକ ସଂକଳ୍ପବଦ୍ଧ । ତା’ର ସଂଯମତା, ସହନଶୀଳତା, ସତ୍ୟବାଦିତା ସମାଜ ପାଇଁ ସଦା ଶିକ୍ଷଣୀୟ । ସର୍ବୋପରି ବିଭୀଷଣର ସୁଚିନ୍ତିତ ଉପଦେଶ ରାବଣ ପାଇଁ ଏକାନ୍ତ ଯଥାର୍ଥ ଓ ଏଭଳି ଉପଦେଶ ସମାଜ ପାଇଁ ଏକାନ୍ତ ଉପାଦେୟ ହୋଇପାରିଛି । କଥାର ମାର୍ମିକ ଉପଲବ୍‌ ତଥା ସାମାଜିକ ମୂଲ୍ୟବୋଧ ଅତୀବ ଉଚ୍ଚକୋଟୀର ହୋଇପାରିଛି ।

+2 1st Year Sanskrit Optional Chapter 7 ବିଭୀଷଣସ୍ୟ ରାବଣଂ ପ୍ରତି ଉପଦେଶଃ Summary

ବିଷୟ ପ୍ରବେଶ– ଆଲୋଚିତ ବିଷୟ ‘ବିଭୀଷଣସ୍ୟ ରାବଣଂ ପ୍ରତି ଉପଦେଶଃ’ କବି ଭଟ୍ଟଙ୍କଦ୍ବାରା ‘ରାବଣବଧ’ ମହାକାବ୍ୟକୁ ଆଧାର କରି ରଚିତ ହୋଇଛି । ଭଗବାନ୍ ଶ୍ରୀରାମଚନ୍ଦ୍ରଙ୍କର ପୂତଚରିତ୍ରକୁ ଆଶ୍ରୟ କରି ଅଳଙ୍କାର ସହିତ କାବ୍ୟଶୈଳୀରେ ବ୍ୟାକରଣଶାସ୍ତ୍ରକୁ ବ୍ୟାଖ୍ୟା କରିବା ଇଚ୍ଛାରେ କବି ଭଳି ପ୍ରୋକ୍ତ କାବ୍ୟଟିକୁ ରଚନା କରିଛନ୍ତି । ସେହି କାବ୍ୟ ପାଣିନୀୟ ବ୍ୟାକରଣବିତ୍ରମାନଙ୍କଦ୍ୱାରା ଅତି ଆଦୃତ ହେବା ଦେଖାଯାଏ । ବିଭୀଷଣଙ୍କର ରାବଣଙ୍କ ପ୍ରତି ଉପଦେଶ ହିଁ ଏ କଥାର ମୁଖ୍ୟ ପ୍ରତିପାଦିତ ବିଷୟ ।

ସାରକଥା– ଏହାପରେ ଅନିଦ୍ରିତ, ଦେବପୂଜକ, ସୌମ୍ୟ, ଶାନ୍ତଚେତ୍ତା ବିଭୀଷଣଙ୍କୁ ମାତା କହିଲେ – ହେ ଚିରଞ୍ଜୀବିନ୍, ତୁମେ ଗର୍ବୋଦ୍ଧତ ରାବଣକୁ ନିବାରଣ କର, ସେ ଯେପରି ସୀତାଙ୍କୁ ଛାଡ଼ିଦେବ । ରାମ ଯେପରି ରାବଣକୁ ନ ମାରିବେ ସେଥୁପାଇଁ ପ୍ରଯନ୍ତ୍ର କର । ଜନସ୍ଥାନରେ ଥିବା ରାକ୍ଷସ ଖର ଓ ଦୂଷଣଙ୍କର ନିହତ, ଲଙ୍କାପୁରୀର ଯୋଦ୍ଧାଙ୍କର ପରାସ୍ତ, ବୃକ୍ଷୋତ୍ପାଟନ, ଗୃହଦଗ୍ଧ ଆଦି ଘଟଣା ପରେ ବି ତୁମଦ୍ୱାରା ଯାହା ପ୍ରଚେଷ୍ଟା କରାଯିବା କଥା ତାହା ହେବା ଉଚିତ । ବିଭୀଷଣ ମାଆଙ୍କଠାରୁ ଏକଥା ଶୁଣିବା ପରେ ଧ୍ୟାନମଗ୍ନ ହେଲେ । ଏହାପରେ ଭ୍ରାତା ରାବଣଙ୍କ ନିକଟକୁ ଯାଇ ତାଙ୍କୁ ସିଂହାସନରେ ବସିଥିବାର ଦେଖୁଲେ । ରାବଣ ସିଂହାସନରେ ବସି ହସ୍ତ ପ୍ରସାରଣ କରି ସମସ୍ତ ସଭାସଦ୍‌ଙ୍କୁ ବିହିତ ପଦକ୍ଷେପ ନେବାପାଇଁ ମନ୍ତ୍ରଣା କଲା । ତହୁଁ ରାକ୍ଷସମାନେ ରାବଣର କଥା ଶୁଣି କହିଲେ – ହେ ମହାରାଜ ! ଇନ୍ଦ୍ରଙ୍କୁ ପରାସ୍ତ କରିଥିବା ଆପଣ କ’ଣ ପାଇଁ ସାଧାରଣ ମନୁଷ୍ୟମାନଙ୍କର ଯୁଦ୍ଧାହ୍ଵାନକୁ ଗୁରୁତ୍ୱ ଦେଉଛନ୍ତି । ଆମ୍ଭେମାନେ ସବୁକିଛି ଶେଷ କରିଦେବାକୁ ସମର୍ଥ । ଏକଥା ଶୁଣି ବିଭୀଷଣ ରାକ୍ଷସମାନଙ୍କୁ କହିଲେ ଯେ – ତୀକ୍ଷ୍ଣଣ ବୁଦ୍ଧି ମନ୍ତ୍ରଣାରେ ପ୍ରମାଣରୂପେ ଗୃହୀତ ବୀରତ୍ବ ନୁହେଁ । ଗୋଟିଏ ଶତ୍ରୁ ସହ ସନ୍ଧି, ଅପରଜଣକ ସହ ଯୁଦ୍ଧ କରିବା ବିଧେୟ ।

ଏହାପରେ ବିଭୀଷଣ ରାବଣକୁ ବୁଝାଇବାକୁ ଯାଇ କହିଛି ଯେ – ବିଜୟେଚ୍ଛୁ ରାଜା ଆମ୍ବୋତ୍କର୍ଷକୁ ଜାଣି ନୀତିପ୍ରୟୋଗ କରିବା ଉଚିତ । ତୁମେ ଲୋକରେ ବିତୃଷ୍ଣା ଓ ଇନ୍ଦ୍ରଙ୍କୁ କ୍ରୋଧୃତ କରିଛ । ରାମ ଏହାର ବିପରୀତ ଗୁଣ ବିଶିଷ୍ଟ । ସେ ଗୋଟିଏ ବାଣରେ ବାଳିକୁ ମାରି ସୁଗ୍ରୀବକୁ ରାଜା କରିଛନ୍ତି, ଏଣୁ ସେ ତୁମକୁ ବିନାଶ କରିପାରିବେ । ଏଣୁ ଏ ସମୟରେ ରାମଙ୍କ ସହ ଯୁଦ୍ଧ ନୁହେଁ ସନ୍ଧି କରିବା ଉଚିତ । ରାମଙ୍କୁ ପ୍ରଣାମ କର ଓ ସୀତାଙ୍କୁ ମୁକ୍ତ କର । ଉତ୍ତମ ନୀତିବାନ୍ ରାମଙ୍କ ସହ କଳହ କଲେ ବିନାଶ ସୁନିଶ୍ଚିତ । ଭୟ କିମ୍ବା ଲୋଭ ହେତୁ ସୁଗ୍ରୀବ ରାମଙ୍କ ନିକଟକୁ ଯାଇନଥିଲେ, ପରନ୍ତୁ ପ୍ରତ୍ୟୁପକାର ନିମନ୍ତେ ଯାଇଥିଲେ । ରାମଙ୍କଠୁ ବଳି ବଳୀୟାନ କେହି ଆମର ସହାୟକ ନାହାନ୍ତି । ପ୍ରଜାପତି ବ୍ରହ୍ମା ବରଦେଇ ଅନୁତପ୍ତ । ଇନ୍ଦ୍ରାଦି ଦେବଗଣ ମଧ୍ଯ ଶତ୍ରୁ ସାଜିଛନ୍ତି । ଏଭଳି ମୁହୂର୍ତ୍ତରେ ଯଦି ଯୁଦ୍ଧ କରାଯାଏ, ତେବେ ସବୁ ଅନର୍ଥ ହିଁ ଘଟିବ ।

ଏକଥା ଶୁଣି ରାବଣର ଅଜା ବୃଦ୍ଧି ମାଲ୍ୟବାନ୍ କହିଲେ – ଏହା ନିଶ୍ଚୟ ଦେବତାମାନଙ୍କ କୃତ ବିନାଶ ଉପାୟ, ଯେଉଁମାନେ କି ବାନରରୂପେ ଆବିର୍ଭୂତ । ମୁନିଙ୍କର ଶାନ୍ତି ସର୍ବୋପରି ନିଜର ସୁରକ୍ଷା ନିମନ୍ତେ ତୁମେ ବିଭୀଷଣର କଥା ମାନ ବୋଲି ମାଲ୍ୟବାନ୍ ସୂଚିତ କରିଥିଲେ । ମାଲ୍ୟବାନ୍‌ଙ୍କର ଏକଥା ଶୁଣି କୁମ୍ଭକର୍ଷ କହିଲେ – ରାବଣ କେବେ ଗର୍ବକୁ ଛାଡ଼ିପାରିବେ ନାହିଁ । ଏ କାର୍ଯ୍ୟରେ ରାବଣ ପ୍ରତି କୁମ୍ଭକର୍ଣ୍ଣର ସ୍ନେହ ଏମିତିକି ସ୍ଵଜୀବନ ତ୍ୟାଗ ପାଇଁ ପ୍ରସ୍ତୁତ ଥିବା କଥା ସେ କହିଛି । ନିଜ ଜୀବନକୁ ଉତ୍ସର୍ଗ କରି ଜନ୍ମ ସଫଳ କରିବାକୁ କୁମ୍ଭକର୍ଣ୍ଣ ଇଚ୍ଛା ପ୍ରକଟ କରିଛି ।

ଏହିପରି କହି କୁମ୍ଭକର୍ଣ୍ଣ ନିଦ୍ରା ଯା’ନ୍ତେ ବିଭୀଷଣ ପୁନଶ୍ଚ ରାବଣକୁ କହିଲେ – ବିପରୀତ ଲକ୍ଷଣମାନ ଦେଖାଯାଉଛନ୍ତି । ସୂର୍ଯ୍ୟଙ୍କର ଉଦୟ ଭୟଙ୍କର ସଦୃଶ, ପୃଥ୍ବୀପୃଷ୍ଠରେ ଉଲ୍‌କାପାତ ଆଦି ବିନାଶସୂଚକ ଲକ୍ଷଣ । ଏଣୁ ସୀତାଙ୍କୁ ପ୍ରତ୍ୟର୍ପଣ କରି ରାମଙ୍କ ସହ ସନ୍ଧି କରନ୍ତୁ । ଏକଥା ଶୁଣି ରାବଣ କ୍ରୋଧରେ ଜର୍ଜରିତ ହୋଇ ସବୁକଥା ପ୍ରତ୍ୟାଖ୍ୟାନ କଲେ ଓ ଆତ୍ମଗର୍ବ ପ୍ରଦର୍ଶନ କଲେ । ବିଭୀଷଣଙ୍କୁ ଧିକ୍‌କାର କଲେ ଓ ପଦାଘାତ କଲେ । ଏହାପରେ ବିଭୀଷଣ କ୍ରୋଧକୁ କ୍ଷମାଦ୍ୱାରା, ଶୋକକୁ ଧୈର୍ଯ୍ୟଦ୍ୱାରା, ଗର୍ବକୁ ବିନୟଦ୍ବାରା ଓ ମୋହକୁ ବୁଦ୍ଧିଦ୍ୱାରା ନିୟନ୍ତ୍ରଣ କରି ଚାରିମନ୍ତ୍ରୀଙ୍କ ସହ ଠିଆହୋଇ ରାବଣକୁ କହିଲେ – ହେ ମହାରାଜ ! ମୋ ବିନା ସୁଖରେ ରୁହ । ହେଲେ ଏଥରେ ମୋର ଦୋଷ ନାହିଁ । ଏଭଳି ରାଜା ଯେ ବିବେକହୀନ, ଆତ୍ମାଭିମାନୀ ସ୍ପଷ୍ଟରୂପେ କୁହାଗଲେ ବି ଶତ୍ରୁତା କରେ, ଅହିତକର କଥାରେ ସନ୍ତୁଷ୍ଟ ହୁଏ, ସେ ମିତ୍ରମାନଙ୍କର ବଡ଼ ଅନିଷ୍ଟର କାରଣ ହୋଇଥାଏ । ଧର୍ମସଂଗତ ମୋ ପ୍ରତି ପଦାଘାତ କାହାର ମର୍ଯ୍ୟାଦା ହାନୀ କରୁଛି ତାହା ମନ୍ତ୍ରୀମାନଙ୍କ ସହ ମନ୍ତ୍ରଣା କରନ୍ତୁ । ଏହିଭଳି ଭାବେ ରାକ୍ଷସରାଜ ରାବଣଙ୍କୁ ଉପଦେଶ ଦେଇ ଶେଷରେ ବିଭୀଷଣ ଲଙ୍କାପୁରୀରୁ ବାହାରି ଚାଲିଗଲେ ।

Text – 1

ततो विनद्रं ………………………………………. ध्यानपरोऽभूत्।

ଶବ୍ଦାର୍ଥ– ବିନିଦ୍ରମ୍ = ନିଦ୍ରାରହିତ । କୃତଦେବତାର୍ଟମ୍ = ଦେବତାଙ୍କ ଅର୍ଜନା କରିବା । ଆବିଷ୍କୃତାଙ୍ଗପ୍ରତିକର୍ମରମ୍ୟମ୍ = ସମ୍ପାଦିତ ଅଙ୍ଗପ୍ରସାଧନଦ୍ୱାରା ସୁନ୍ଦର । ଚିତ୍ତପ୍ରଶମମ୍ = ହୃଦୟର ଶାନ୍ତି । କିରନ୍ତମ୍ = ବିଚ୍ଛୁରଣ କରୁଥିବା । ନାକସଦାମ୍ = ଦେବତାମାନଙ୍କର । ଆନନ୍ଦନଃ = ଆନନ୍ଦଦାୟୀ । ଅତିମନ୍ଦୋଦ୍ଧତସ୍ୟ = ଅତି ଗର୍ବରେ ଉଦ୍ଧତ । ଜଗନ୍ତି = ଜଗତକୁ । ପ୍ରବାଧମାନସ୍ୟ = ପୀଡ଼ା ଦେଉଥ‌ିବା । ସୋଦରସ୍ୟ = ଭାଇଙ୍କର । ତୁର୍ୟମ୍ = ଶୀଘ୍ର । ପ୍ରଶାନ୍ତିମ୍ = ନିବୃତ୍ତି । ବିଷାଦନୀହାରପରିତମୂର୍ତିମ୍ = ଦୁଃଖଦ ତୁଷାରାଚ୍ଛନ୍ନ ରୂପବିଶିଷ୍ଟ । କୁଳାନନ୍ଦ = ହେ ବଂଶର ଆନନ୍ଦମୟୀ । ନିହତଃ = ନିହତ ହେଲେ । ଜିତଭଟ୍ଟା = ବିଜିତ ସୈନ୍ୟମାନେ । ଉତ୍‌ତଦୁମା = ଉପୁଡ଼ାଯାଇଥିବା ବୃକ୍ଷମାନ । ସମ୍ମାନି = ଗୃହଗୁଡ଼ିକ । ଘଟୟସ୍ଵ = ଚେଷ୍ଟା କର । ସୀତାପ୍ରତ୍ୟର୍ପଣେ = ସୀତାଙ୍କ ପ୍ରତ୍ୟର୍ପଣ ବିଷୟରେ । କୃତମତିଃ ମନ କରିଥିବା । ପ୍ରେର୍ଯମାଣ = ପ୍ରେରିତ ହୋଇ । ଧ୍ୟାନପରଃ = ଧ୍ୟାନମଗ୍ନ । ଅଭୂତ୍ = ହେଲେ ।

ଅନୁବାଦ– ତାହାପରେ ନିଦ୍ରାରହିତ ଦେବତାଙ୍କୁ ପୂଜା କରିସାରିଥିବା, ଅଙ୍ଗପ୍ରସାଧନ ହେତୁ ସୁନ୍ଦର ଦେଖାଯାଉଥ‌ିବା ଓ ଦେଖୁବାମାତ୍ରକେ ମନରେ ଶାନ୍ତି ପ୍ରକାଶ କରୁଥିବା ବିଭୀଷଣଙ୍କୁ ମାତା କହିଲେ – ହେ ଚିରଞ୍ଜିବିନ୍ ! ଦେବତାମାନଙ୍କର ଆନନ୍ଦଦାୟୀ ତୁମେ ଅତି ଗର୍ବରେ ଉଦ୍ଧତ ବିଶ୍ବବ୍ରହ୍ମାଣ୍ଡକୁ ପୀଡ଼ା ଦେଉଥ‌ିବା ଭ୍ରାତା ରାବଣକୁ ଅମୃତ ବିଷକୁ ନିବାରଣ କରିବାଭଳି ଶୀଘ୍ର ନିବୃତ୍ତ କର । ସେପରି କରିବା ଉଚିତ ଯଦ୍ବାରା ରାବଣ ବିଷାଦରୂପ ତୁଷାରାଚ୍ଛନ୍ନରୂପ ବିଶିଷ୍ଟ ସୀତାଙ୍କୁ ଛାଡ଼ିଦେବ । ହେ କୁଳନନ୍ଦନ ! ଭୟଙ୍କର ବିଷର ପିଣ୍ଡକୁ ଶିବ ଗ୍ରାସ କରିବାପରି ପୁରୁଷୋତ୍ତମ ରାମ ଯେପରି ରାବଣକୁ ଗ୍ରାସ ନ କରନ୍ତି ସେପରି ପ୍ରଯନ୍ କର । ଜନସ୍ଥାନରେ ବାସକରୁଥିବା ଖର ଓ ଦୂଷଣାଦି ରାକ୍ଷସମାନେ ନିହତ ହୋଇଛନ୍ତି, ଲଙ୍କାପୁରୀର ଯୋଦ୍ଧାମାନେ ପରାସ୍ତ ଓ ବୃକ୍ଷଗୁଡ଼ିକ ଉତ୍ପାଟିତ ହୋଇଛନ୍ତି, ଗୃହଗୁଡ଼ିକ ଦଗ୍ଧ । ତେଣୁ ଏତକ ହେଲାପରେ ବି ବନ୍ଧୁଦ୍ଵାରା ଯାହା କରାଯିବା ଉଚିତ ସେ ବିଷୟରେ ଚେଷ୍ଟା କର । ସୀତାଙ୍କୁ ପ୍ରତ୍ୟର୍ପଣ କରିବା ବିଷୟରେ ପୂର୍ବରୁ ମନ କରିଥିବା ସେହି ବିଭୀଷଣ ଏହିପରି ଅତିଶୟ ଶୁଭବୁଦ୍ଧି ସହିତ ମାତାଙ୍କ ଦ୍ଵାରା ପ୍ରେରିତ ହୋଇ ଦୀର୍ଘକାଳ ଯାଏ ଧ୍ୟାନମଗ୍ନ ହେଲେ ।

ବ୍ୟାକରଣ
ସନ୍ଧିବିଚ୍ଛେଦ– ଦୃଷ୍ଟିବ = ଦୃଷ୍ଟି + ଏବ । ମାତୋବାଚ = ମାତା + ଉବାଚ । ନାକସଦାମାନନ୍ଦନମତିମନ୍ଦୋଦ୍ଧତସ୍ୟ = ନାକସଦାମ୍ + ଆନନ୍ଦନଃ + ତୁମ୍ + ଅତିମଦ + ଉଦ୍ଧତସ୍ୟ । ବିଷସ୍ୟାମୃତମିବ = ବିଷସ୍ୟ + ଅମୃତମ୍ + ଇବ । କୁଳାନନ୍ଦ = କୁଳ + ଆନନ୍ଦ । ଯାବଦସୌ = ଯାବତ୍ + ଅସୌ । ତାବଦ୍ୟତସ୍ଵ = ତାବତ୍ + ଯତସ୍ଵ । ତସ୍ମାଦିତ୍ଥମ୍ = ତସ୍ମାତ୍ + ଇଡମ୍ । ଯଦ୍‌ବନ୍ଧୁନା = ଯତ୍ + ବନ୍ଧୁନା । ଘଟୟସ୍କୃତି = ଘଟୟସ୍ + ଇତି । ପୂର୍ବମେବ = ପୂର୍ବମ୍ + ଏବ । ଏବମତିପାତ୍ରମ୍ = ଏବମ୍ + ଅତିମାତ୍ରମ୍ । ପ୍ରେର୍ଯ୍ୟମାଣଶ୍ଚିରମ୍ = ପ୍ରେର୍ଯ୍ୟମାନଃ + ଚିରମ୍ । ଧ୍ୟାନପରୋଽଭୂତ୍ = ଧ୍ୟାନପରଃ + ଅଭୂତ ।

ସମାସ– ବିନିଦ୍ରମ୍ = ବିଗତ ନିଦ୍ରା ଯସ୍ୟ ଡଃ, ତମ୍ (ବହୁବ୍ରୀହି) । କୃତଦେବାର୍ଚମ୍ = ଦେବାନାମ୍ ଅର୍ଚ (ଷଷ୍ଠୀ ତତ୍ତ୍ଵପୁରୁଷ), କୃତଃ ଦେବାର୍ତା ଯେନ ସ୍ୱ, ତମ୍ (ବହୁବ୍ରୀହିଃ) । ଆବିଷ୍କୃତାଙ୍ଗପ୍ରତିକର୍ମରମ୍ୟମ୍ = ଅଙ୍ଗାନାଂ ପ୍ରତିକର୍ମାଣି (ଷଷ୍ଠୀ ତତ୍‌ପୁରୁଷ), ଆବିଷୃତାନି ଅଙ୍ଗପ୍ରତିକର୍ମାଣି (କର୍ମଧାରୟଃ), ଡଃ ରମ୍ୟ, ତତ୍ (ତୃତୀୟା ତତ୍‌ପୁରୁଷ) । ଚିତ୍ତପ୍ରଶମମ୍ = ଚିତ୍ତସ୍ୟ ପ୍ରଶମଃ, ତମ୍ (ଷଷ୍ଠୀ ତତ୍‌ପୁରୁଷ) । ନାକସଦାମ୍ = ନାକେ ସୀଦନ୍ତି ଇତି, ତେଷାମ୍ (ଉପପଦ ତତ୍‌ପୁରୁଷ ) । ଅତିମନ୍ଦୋଦ୍ଧତସ୍ୟ = ମଦେନ ଉଦ୍ଧତଃ (ତୃତୀୟା ତତ୍‌ପୁରୁଷ), ଅତିଶୟନେ ମଦୋଦ୍ଧତଃ, ତସ୍ୟ (ପ୍ରାଦି ତତ୍‌ପୁରୁଷ) । ସୋଦରସ୍ୟ= ସମାନମ୍ ଉଦରଂ ଯସ୍ୟ ସ୍ୱ, ତସ୍ୟ (ବହୁବ୍ରୀହିଃ) । ବିଷାଦନୀହାରପରିତମୂର୍ତିମ = ବିଷାଦ ଏବ ନିହାରଃ (ରୂପକ କର୍ମଧାରୟ), ତେନ ପରିତା (ତୃତୀୟା ତତ୍‌ପୁରୁଷ), ତାଦୃଶୀ ମୂର୍ତ୍ତି ଯସ୍ୟା ସା, ତାମ୍ (ବହୁବ୍ରୀହି) । କୁଳାନନ୍ଦ : କୁଳସ୍ଯ . ଆନନ୍ଦ, ସମ୍ବୋଧନେ (୬ଷ୍ଠୀ ତତ୍‌ପୁରୁଷ) । ଜନସ୍ଥାନନିବାସିନଃ = ଜନସ୍ଥାନେ ନିବସନ୍ତି ଯେ ତେ (ଉପପଦ ତତ୍‌ପୁରୁଷ) । ଖରଦୂଷଣାଦୟଃ = ଖରଶ୍ଚ ଦୂଷଣଷ୍ଟ (ଇତରେତର ଦ୍ବନ୍ଦ୍ବ), ତୌ ଆଦୀ ଯେଷା ତେ (ବହୁବ୍ରୀହିଃ) । ଲଙ୍କାପୁରୀ = ଲଙ୍କାଖ୍ୟା ପୁରୀ (ମଧ୍ୟପଦଲୋପୀ କର୍ମଧାରୟ) । ଜିତଭଟ୍ଟା = ଜିତାଂ ଭଟ୍ଟା ଯସ୍ୟା ସା (ବହୁବ୍ରୀହିଃ) । ଉତ୍‌ତଦୁମା = ଉତ୍‌ତଃ ଦୁମା ଯସ୍ୟା ସା (ବହୁବ୍ରୀହିଃ) । ସୀତାପ୍ରତ୍ୟର୍ପଣେ = ସୀତାୟା ପ୍ରତ୍ୟର୍ପଣ, ତସ୍ମିନ୍ (୬ଷ୍ଠୀ ତତ୍‌ପୁରୁଷ) । କୃତମତିଃ = କୃତାମତଃ ଯେନ ନଃ (ବହୁବ୍ରୀହି) । ଅତିମାତ୍ରମ୍ = ଅତିକ୍ରାନ୍ତଃ ମାତ୍ରାମ୍ (ପ୍ରାଦି ତତ୍‌ପୁରୁଷ) । ଧାନପରଃ = ଧାନଂ ପରଂ ଯସ୍ୟ ନଃ (ବହୁବ୍ରୀହିଃ)।

ସକାରଣବିଭକ୍ତି– ରାବଣ = କଉଁରି ୧ମା । ଆୟୁଷ୍ମାନ୍, କୁଳାନନ୍ଦ = ସମ୍ବୋଧନେ ୧ମା । ରାବଣୀ, ଖରଦୂଷଣାଦୟଃ, ରାକ୍ଷସା, ଲଙ୍କାପୁରୀ, ସମ୍ମାନି = ଉକ୍ତ କର୍ମଣି ୧ ମା । ବିଭୀଷଣମ୍, ବିନିଦ୍ରମ୍, କୃତଦେବାର୍ଡମ୍, ଆବିଷୃତାଙ୍ଗପ୍ରତିକର୍ମରମ୍ୟମ୍, ଚିତ୍ତପ୍ରଶ ମମ୍, ଜଗନ୍ତି, ପ୍ରଶାନ୍ତିମ୍, ସୀତାମ୍ = କର୍ମ ୨ୟା । ତ୍ଵର୍ଣ୍ଣମ୍, ଅତିମାତ୍ରମ୍ = କ୍ରିୟାବିଶେଷଣେ ୨ୟା । ହରଣ, ପୁରୁଷୋତ୍ତମେନ, ବନ୍ଧୁନା, ମାତ୍ରା = ଅନୁସ୍ତେ କର୍ଭରି ୩ୟା । ଶୁଭୟା, ବୁଦ୍ଧା = ସହାର୍ଥେ ୩ୟା । ତସ୍ମାତ୍ = ହେତୌ ୫ମୀ । ନାକସଦାମ୍, ଅତିମନ୍ଦୋଦ୍ଧତନ୍ତ୍ର୍ୟ, ପ୍ରବାଧମାନସ୍ୟ, ସୋଦରସ୍ୟ = କୃତ୍ ଯୋଗେ ୬ଷ୍ଠୀ । ତସ୍ମିନ୍, ସୀତାପ୍ରତ୍ୟାର୍ପଣେ ଅଧ୍ଵରଣେ ୭ମୀ । ଗତେ, ସତି = ଭାବେ ୭ମୀ ।

ପ୍ରକୃତିପ୍ରତ୍ୟୟ– କିରନ୍ତମ୍ = କୁ + ଶତୃ + ଅମ୍ । ଆୟୁଷ୍ମନ୍ = ଆୟୁସ୍ + ମତୃପ୍ । ଆନନ୍ଦନଃ = ଆ + ନନ୍ଦ୍ + କ୍ୟୁଟ୍ । ଜଗନ୍ତ = ଜଗ୍ + କ୍ରିପ୍ + ଶସ୍ । ପ୍ରବାଧମାନସ୍ୟ = ପ୍ର + ବଧୂ + ଶାନଚ୍ + ଙସ୍ । ତ୍ବର୍ଣ୍ଣମ୍ = ତ୍ବର୍ + କ୍ତ + ଅମ୍ । ପ୍ରଶମମ୍ = ପ୍ର + ଶମ୍ + ଭିନ୍ + ଅମ୍ । ଆନନ୍ଦା = ଆ + ନନ୍ଦ୍ + ଘଞ୍ଚ । ନିହତଃ = ନି + ହନ୍ + କ୍ତ + ଜସ୍ । ବିହିତା = ବି + ଧା + କ୍ତ + ଟାପ୍ । ଦଗ୍ଧାନି = ଦହ୍ + କ୍ତ + ଜସ୍ । ବିଧେୟମ୍ = ବି + ଧା + ଯତ୍ । ପ୍ରତ୍ୟର୍ପଣମ୍ = ପ୍ରତି + ଋ + ଣିଚ୍ + ଲୁଟ୍ । କୃତା = କୃ + କ୍ତ + ଟାପ୍ । ମତିଃ = ମନ୍ + ସ୍କ୍ରିନ୍ । ପ୍ରେର୍ଯ୍ୟମାନଃ = ପ୍ର + ଈର୍ + ଶାନଚ୍।

CHSE Odisha Class 11 Sanskrit Optional Solutions Chapter 7 ବିଭୀଷଣସ୍ୟ ରାବଣଂ ପ୍ରତି ଉପଦେଶଃ

Text – 2

ततो विभीषणो निशाचरै: …………………………………………. सर्वमेतत्राशं नेष्यन्तीति।

ଶବ୍ଦାର୍ଥ– ନିଶାଚରଃ = ରାକ୍ଷସମାନଙ୍କଦ୍ବାରା । ପରିଲକ୍ଷିତମ୍ = ସୁରକ୍ଷିତ । ରାବଣମନ୍ଦିରମ୍ = ରାବଣଙ୍କ ଗୃହ । ଦ୍ଵାରମ୍ = ଦ୍ବାରକୁ । ପ୍ରତୀହାରେଣ = ଦ୍ଵାରପାଳଦ୍ଵାରା । ନତଃ = ନୁଆଁଇ । ଅନାବେଦିତସଂପ୍ରବିଷ୍ଟ = ବିନା ପ୍ରାର୍ଥନାରେ ପ୍ରବେଶ କରିଥିବା । ସଗୌରବମ୍ : = ସସମ୍ମାନେ । ଦତ୍ତପଥୀ = ମାର୍ଗପ୍ରଦାନ କରାଯାଇଥିବା । ସିଂହାସନାଧ୍ଵରୂଢ଼ମ୍ = ସିଂହାସନରେ ବସିଥିବା । ଦୃଷ୍ଟବାନ୍ = ଦେଖ‌ିଲେ । ବିହିତପ୍ରଣାମଃ = ପ୍ରଣାମ କରିସାରିଥିବା । ନିକ୍ଷିପ୍ୟ = ରଖ୍ । କିଙ୍କରେ ରାଜକର୍ମଚାରୀଙ୍କଦ୍ଵାରା । କଳ୍ପିତମ୍ = ସଜ୍ଜିତ । ପୀଠମ୍ = ଆସନରେ । ଅଧ୍ଯାସ୍ତ = ବସିଲେ । ଦଶାସ୍ୟ = ରାବଣ । ପାଣିମ୍ = ହସ୍ତ । ପ୍ରସାର୍ଯ୍ୟ = ପ୍ରସାରଣ କରି । ସମିତିମ୍ = ସଭାକୁ । ବଭାଷେ = କହିଲେ । ଶକଃ = ସମର୍ଥ । ନୀତିଶ୍ରୁ=ନୀତିମାନଙ୍କରେ । ଆମ୍ନାତିଭି = ପାରଙ୍ଗତ । ବୁଦ୍ଧିମତ୍‌ = ବୁଦ୍ଧିମାନ୍ । ଉପାୟବିଦ୍‌ = ଉପାୟ ଜାଣିଥିବା । ଯୁଷ୍ପ = ଆପଣମାନଙ୍କୁ । ସୁମନ୍ତ୍ରିତାନି = ଭଲଭାବେ ମନ୍ତ୍ରଣା କରାଯାଇଥିବା । ଉପେକ୍ଷିତେ = ଉପେକ୍ଷିତ ହେଲେ । ଉଭିତୀର୍ଷେ = ପାରହେଲା ପରେ । ପ୍ରହସ୍ତପ୍ରମୁଖ = ପ୍ରହସ୍ତପ୍ରଧାନ । ଯାତୁଧାନଃ = ରାକ୍ଷସମାନେ । ଭୁଜଂସବକ୍ଷସ୍ଥଳକାମୁଁକାସୀନ୍ = ବାହୁ, ସ୍କନ୍ଧ, ବକ୍ଷସ୍ଥଳ, ଧନୁ ଓ ଖଡ଼ଗଗୁଡ଼ିକୁ । ପରାମୁଶତଃ = ଧାରଣ କରିଥିବା । ଅଖଣ୍ଡମାନମ୍ = ଅପରାଜେୟ । ଆଖଣ୍ଡଳମ୍ = ଇନ୍ଦ୍ରଙ୍କୁ । ପରିଖଣ୍ଡ = ପରାସ୍ତ କରି । ଉଦୀର୍ଘ ଦଣ୍ଡ = ଦଣ୍ଡପ୍ରଦାନ କରିଥିବା । ନରାଭିଯୋଗମ୍ = ମନୁଷ୍ୟମାନଙ୍କର ଯୁଦ୍ଧାହ୍ଵାନକୁ । ନିର୍ୟତ୍‌ସ୍ଫୁଲିଙ୍ଗକୁଳଧୂମରାଶିମ୍ = ବାହାରୁଥ‌ିବା ଅଗ୍ନିକଣା ହେତୁ ପରିପୂର୍ଣ୍ଣ ଧୂମରାଶିଯୁକ୍ତ । ଭାନୁମ୍ = ସୂର୍ଯ୍ୟଙ୍କୁ । ଭୂମୌ = ଭୂମିରେ । ପିନଷାମ୍ = ଦଳି ଚୂନା କରିଦେବୁ । ହୌ = ସ୍ବର୍ଗ । କ୍ଷତଃ = ପୃଥ‌ିବୀ । ଅନ୍ତରିକ୍ଷେ = ଆକାଶରେ । ସରାଘବେଷୁ = ରାମଙ୍କ ସହିତ । ପ୍ରାତରାଶାୟ = ସକାଳଭୋଜନ ନିମନ୍ତେ । ଅଳମ୍ = ପର୍ଯ୍ୟାପ୍ତ । ସମେଧ୍ୟଚାପଲ୍ୟଯୁକ୍ତସ୍ୟ = ସଂବଦ୍ଧିତଚପଳତାଯୁକ୍ତ । ହନୁମତଃ = ହନୁମାନଙ୍କର । ବାଳଧୂଭାକ୍ = କେଶଯୁକ୍ତ ଲାଙ୍ଗୁଡ଼ରେ ଥ‌ିବା । କୁଶାନୁଃ = ଅଗ୍ନି । ଅଧୀକ୍ଷୀତ୍ = ଦଗ୍ଧ କଲା । ଯୁଧ୍ୟାୟ = ଯୁଦ୍ଧନିମିତ୍ତ । ତତ୍‌ସମ୍ଭାବନାୟ = ସେହି ସମ୍ଭାବନାର । ପ୍ରଜ୍ଞା = ତୀକ୍ଷଣ ବୁଦ୍ଧି । ଅଧ୍ବକୃତା = ପ୍ରମାଣରୂପେ ଗୃହୀତ । ଶୌର୍ଯ୍ୟମ୍ = ବୀରତ୍ୱ । ଜିଗୀତୁଃ = ବିଜୟେ । ବୃଦ୍ଧିକ୍ଷଯୌ = ବୃଦ୍ଧି ଓ କ୍ଷୟକୁ । ପ୍ରସମୀକ୍ଷମାଣ = ସମୀକ୍ଷା କରି । ସନ୍ଧ୍ୟାଦିଷୁ = ସନ୍ଧିବିଗ୍ରହାଦିରେ । ଘଟତେ= ଯତ୍ନକରେ । ମୁଞ୍ଚତି = ଛାଡ଼ି ଚାଲିଯାଆନ୍ତି । ବିଗ୍ରହଃ ଯୁଦ୍ଧ । ପ୍ରସମୀକ୍ଷ୍ୟ = ଭଲ ଭାବରେ ବିବେଚନା କରି । ଆହିତାମ୍‌ସାରମ୍ = ସ୍ଥାପିତ ଆୟୋତ୍କର୍ଷକୁ । ବିଜାନନ୍ = ବିଶେଷ ଭାବେ ଜାଣିଥୁବା । ନୀତଃ = ନୀତିଗୁଡ଼ିକୁ । ପ୍ରଯୁଜୀତ = ପ୍ରୟୋଗ କରିବା ଉଚିତ । ବିରାଗ = ବିରକ୍ତି । ଜନିତଃ = ଜାତ । ପ୍ରକୋପିତମ୍ = କ୍ରୋଧୃତ କରିଛି । ଇନ୍ଦ୍ରମୁଖ୍ୟମ୍ ଇନ୍ଦ୍ରପ୍ରଭୃତି । ବିବୁଧମଣ୍ଡଳମ୍ = ଦେବତାସମୂହଙ୍କୁ । ଷଡ଼ବର୍ଗବଶ୍ୟ ଷଡ଼ବର୍ଗର ବଶୀଭୂତ । ପରିମୂଢ଼ବନ୍ଧୁ = ବନ୍ଧୁଙ୍କୁ ବ୍ୟାକୁଳ କରିଥିବା । ଉଚ୍ଛିନ୍ନମିତ୍ର = ମିତ୍ରଙ୍କୁ ଉତ୍ପାଟନ କରିଥିବା । ବିଗୁଣି = ବିରୁଦ୍ଧ ଗୁଣଦ୍ବାରା । ଉପେତଃ = ଯୁକ୍ତ । ମାକାର୍ଷୀ = କର ନାହିଁ । ଦାରାହରଣେନ = ସ୍ତ୍ରୀ ଅପହରଣ କରିବାଦ୍ଵାରା । ତପ୍ତା = ପୀଡ଼ିତ । ଅୟନଃ = ଲୌହର । ଦଣ୍ଡନ ଦଣ୍ଡଦ୍ଵାରା । କୋଶେନ = ଧନକୋଷରେ । ପ୍ରକୃଷ୍ଟମ୍ = ଶ୍ରେଷ୍ଠ । ରିକ୍ତସ୍ୟ = ଶୂନ୍ୟର । ଭଙ୍ଗେ = ନାଶ ହେଲେ । ହୀୟତେ = ହାନି ହେବ । କପୀନ୍ଦ୍ର = ବାନରରାଜ । ଭୟାତ୍ = ଭୟହେତୁରୁ । ଲୋଭାବ = ଲୋଭହେତୁରୁ । ଅଭିଗତଃ = ନିକଟକୁ ଯାଇଥିଲେ । ବିଭେଦ୍ୟ = ହତ୍ୟାର ଯୋଗ୍ୟ । ସ୍ଵୟଂଭୂ = ବ୍ରହ୍ମା । ସାନୁଶୟଃ = ଅନୁତପ୍ତା । ପୂର୍ବତରମ୍ = ପୂର୍ବଠାରୁ ଅଧିକ । ନିରୂପ୍ୟମାଣ = ବିଚାର କରାଗଲେ । ବିଗ୍ରହେ = ଯୁଦ୍ଧ କରିବାରେ । ମତିମ୍ = ମନକୁ । ଅଚିରେଣ = ଶୀଘ୍ର । ନେଷ୍ୟନ୍ତ = ନେବେ ।

ଅନୁବାଦ– ତାହାପରେ ବିଭୀଷଣ ରାକ୍ଷସମାନଙ୍କଦ୍ବାରା ରକ୍ଷିତ ରାବଣଙ୍କ ପ୍ରସାଦର ଦ୍ଵାରକୁ ଗଲେ । ଦ୍ଵାରପାଳଦ୍ୱାରା ଦୂରରୁ ନମସ୍କାର କରାଯାଇଥବା, ବିନା ନିବେଦନରେ ପ୍ରବେଶ କରିଥିବା ଓ ରାକ୍ଷସମାନଙ୍କଦ୍ୱାରା ସସମ୍ମାନେ ମାର୍ଗ ପ୍ରଦାନ କରାଯାଇଥିବା ବିଭୀଷଣ ସିଂହାସନରେ ଉପବିଷ୍ଟ ଭ୍ରାତା ରାବଣଙ୍କୁ ଦେଖ‌ିଲେ । ସେ ପ୍ରଣାମ କରି ସିଂହାସନରେ ସୁନ୍ଦର ବାହୁକୁ ସ୍ଥାପନପୂର୍ବକ ରାଜକର୍ମଚାରୀଙ୍କ ସଜ୍ଜିତ ଆସନରେ ବସିଲେ । ତାହାପରେ ରାବଣ ହାତ ବଢ଼ାଇ ସଭାସଦ୍‌ଙ୍କୁ କହିଲେ– ସମର୍ଥ, ରାଜନୀତିରେ ପାରଙ୍ଗତ, ବୁଦ୍ଧିମନ୍ତ, ଉପାୟଜ୍ଞ, ତୁମମାନଙ୍କ ସହ ଉତ୍ତମରୂପେ ମନ୍ତ୍ରଣା କରି ବିହିତ କାର୍ଯ୍ୟଗୁଡ଼ିକ ସିଦ୍ଧ ହୋଇଥାଏ । ବାଳି ଓ ଖରାଦିଙ୍କ ନାଶ ହେଲା ପରେ ରାମ ଓ ସୁଗ୍ରୀବାଦି ଶତ୍ରୁମାନଙ୍କର ସାଗରକୁ ପାରିହେବାକୁ ଇଚ୍ଛା କରୁଥିବା ନଗଣ୍ୟ ସୈନ୍ୟମାନଙ୍କଠାରେ ଯାହା କରିବା ସମୁଚିତ ତାହା କୁହ । ପ୍ରହସ୍ତ ଆଦି ରାକ୍ଷସମାନେ ବାହୁ, ସ୍କନ୍ଧ ଓ ବୟଃସ୍ଥଳରେ ଧନୁ, ଖଡ୍‌ଗ, ଗଦା ଓ ଶୂଳଗୁଡ଼ିକୁ ଧାରଣ କରି ଦଶାନନ ରାବଣଙ୍କୁ କହିଲେ– ହେ ମହାରାଜ ! ଅପରାଜେୟ ଇନ୍ଦ୍ରଙ୍କୁ ପରାସ୍ତ କରି ଦଣ୍ଡ ପ୍ରଦାନ କରିଥିବା ଆପଣ ମନୁଷ୍ୟମାନଙ୍କର ଯୁଦ୍ଧାହ୍ଵାନକୁ କାହିଁକି ଗୁରୁତ୍ବ ଦେଉଛନ୍ତି ।

ନିର୍ଗତ ହେଉଥିବା ଅଗ୍ନିକଣା ହେତୁ ପରିପୂର୍ଣ ଧୂମରାଶିଯୁକ୍ତ ସୂର୍ଯ୍ୟଙ୍କୁ ମଧ୍ୟ ଭୂମିରେ ଦଳି ଚୂର୍ଣ୍ଣ କରିଦେବୁ? କ’ଣ ସ୍ବର୍ଗତଳେ ଅବା ପୃଥ‌ିବୀ ଅନ୍ତରୀକ୍ଷରେ ରହିବ ? ରାମଙ୍କ ସହିତ ବାନରମାନଙ୍କଠାରେ କ’ଣ ବା ଗଣନା ଯେଉଁମାନେ ଆମ ମଧ୍ୟରୁ କାହାରି ଜଣଙ୍କର ପ୍ରାତଃକାଳୀନ ଭୋଜନ ପାଇଁ ପର୍ଯ୍ୟାପ୍ତ ନୁହଁନ୍ତି । ତୁମ ଭୃତ୍ୟମାନଙ୍କଦ୍ୱାରା ସଂବଦ୍ଧିତଚପଳାତାଯୁକ୍ତ ହନୁମାନଙ୍କର କେଶଯୁକ୍ତ ଲାଙ୍ଗୁଡ଼ରେ ଥ‌ିବା ଅଗ୍ନି ଲଙ୍କାକୁ ଦଗ୍ଧକଲା । ଏହାପରେ ବିଭୀଷଣ ରାକ୍ଷସମାନଙ୍କୁ କହିଲେ । ଯୁଦ୍ଧନିମିତ୍ତ ରାଜା ଓ ଉତ୍ତମ ବେତନଭୋଗୀ ତୁମେମାନେ ଯାହା କହିଲ ତାହାର ସମ୍ଭାବନା ହେତୁ ସମୁଚିତ । କିନ୍ତୁ ତୀକ୍ଷଣ ବୁଦ୍ଧି ମନ୍ତ୍ରଣାରେ ପ୍ରମାଣ ରୂପେ ଗୃହୀତ ବୀରତ୍ୱ ନୁହେଁ । ଯେଉଁ ବିଜୟେଜୁ ବ୍ୟକ୍ତି ସମୃଦ୍ଧି ଓ ବିକାଶକୁ ସମୀକ୍ଷା କରି ସନ୍ଧି ଆଦି ଗୁଣଗୁଡ଼ିକରେ ଯତ୍ନ କରେ ତାକୁ ଲକ୍ଷ୍ମୀ ଚଞ୍ଚଳା ହେଲେ ବି ଛାଡ଼ି ଚାଲିଯାଆନ୍ତି ନାହିଁ । ଗୋଟିଏ ଶତ୍ରୁ ସହ ସନ୍ଧି, ଅନ୍ୟ ଜଣକ ସହ ଯୁଦ୍ଧ କରିବା ବିଧେୟ । ବିଜୟ ପାଇବାକୁ ଇଚ୍ଛୁକ ନେତା ସମୃଦ୍ଧିକୁ ଭଲଭାବେ ସମୀକ୍ଷା କରି ପ୍ରତିଷ୍ଠିତ ଆୟୋତ୍କର୍ଷକୁ ବିଶେଷରୂପେ ଜାଣି ନୀତିମାନ ପ୍ରୟୋଗ କରିବା ବାଞ୍ଛନୀୟ । ତୁମେ ତ ଲୋକରେ ବିତୃଷ୍ଣା ସୃଷ୍ଟି କରିଛ ଓ ଇନ୍ଦ୍ରପ୍ରଭୃତି ଦେବଗଣଙ୍କୁ କ୍ରୋଧୃତ କରିଛ ।

ରାମଙ୍କଠାରେ କିନ୍ତୁ ଏସବୁର ବିପରୀତ ଗୁଣ ଅଛି । ଯେତେବେଳେ ସେ ଗୋଟିଏ ବାଣରେ ବାଳୀକୁ ହତ୍ୟା କରିଛନ୍ତି ଓ ସୁଗ୍ରୀବକୁ ରାଜା କରିପାରିଛନ୍ତି, ସେତେବେଳେ ସେ ତୁମର ବିନାଶ କରିପାରିବେ । କାମକ୍ରୋଧାଦି ଷଡ଼ବର୍ଗଦ୍ଵାରା ବଶୀଭୂତ, ବନ୍ଧୁମାନଙ୍କୁ ବ୍ୟାକୁଳ କରିଥିବା, ମିତ୍ରମାନଙ୍କୁ ଉତ୍ପାଟିତ କରିଥିବା ଓ ବିରୁଦ୍ଧ ଗୁଣଗୁଡ଼ିକଯୁକ୍ତ ତୁମେ ରାମଙ୍କ ସହ ଯୁଦ୍ଧ କରିବା ଉଚିତ ନୁହେଁ । ତାଙ୍କୁ ପ୍ରଣାମ କର । ରାମଚନ୍ଦ୍ର ମଧ୍ୟ ସ୍ତ୍ରୀ ଅପହରଣ ହେତୁ ବ୍ୟର୍ଥିତ ଓ ଆମ୍ଭେମାନେ ମଧ୍ୟ ନିହତ ବନ୍ଧୁମାନଙ୍କ ହେତୁ ସନ୍ତପ୍ତ । ତେଣୁ ଯେପରି ଉତ୍ତପ୍ତ ଲୌହର ତପ୍ତ ଲୌହ ସହିତ ମିଶ୍ରଣ ହୋଇଥାଏ, ସେହିପରି ଆମର ରାମଙ୍କ ସହ ସନ୍ଧି ହେଉ । ସୀତାଙ୍କୁ ମୁକ୍ତ କର । ଯଦ୍ୟପି ଦଣ୍ଡ ଓ କୋଷରେ ଶତ୍ରୁଠାରୁ ନିଜକୁ ଉତ୍କୃଷ୍ଟ ମନେକରୁଛ ତଥାପି ନିଃସ୍ଵ ରାମଙ୍କର ବିନାଶ ପୂର୍ଣ୍ଣକାମ ତୁମ ପକ୍ଷେ ନିରର୍ଥକ, ପରନ୍ତୁ ଆପ୍ତକାମ ତୁମର ନାଶରେ ବହୁ ହାନି ହେବ । ଉତ୍ତର ନୀତିବାନ୍ ରାମଙ୍କୁ ଜୟ କରିବା ସମ୍ଭବ ନୁହେଁ, ତାଙ୍କ ସହ କଳହ ହେଲେ ନିଶ୍ଚିତ ରୂପେ ତୁମର ବିନାଶ ହେବ ।

ବାନରରାଜ ସୁଗ୍ରୀବ ଭୟ କିମ୍ବା ଲୋଭହେତୁ ରାମଙ୍କ ନିକଟକୁ ଯାଇନଥିଲେ ଯଦ୍ବାରା ସେ ବଧର ଯୋଗ୍ୟ ହେବେ । ସନ୍ମାର୍ଗରେ ଥ‌ିବା ସୁଗ୍ରୀବ ପ୍ରତ୍ଯୁପକାର କରିବାକୁ ଇଚ୍ଛାକରି ରାମଙ୍କ ସମୀପକୁ ଯାଇଥିଲେ । ରାମଙ୍କ ସହ ଯୁଦ୍ଧ ହେଲେ ଆମ୍ଭେମାନେ ଯାହାଙ୍କୁ ବି ଆଶ୍ରୟ କରିବା ତାଙ୍କୁ ରାମଙ୍କଠାରୁ ଅଧ‌ିକ ଅବା ତାଙ୍କ ସମାନ ସେଭଳି କାହାରିକୁ ଦେଖୁନାହୁଁ । ପ୍ରଜାପତି ବ୍ରହ୍ମା ଆମ୍ଭମାନଙ୍କର ଏବେ ଆଶ୍ରୟ ବା ଶରଣଦାତା ନୁହଁନ୍ତି କାରଣ ବର ଦେଇ ବର୍ତ୍ତମାନ ସେ ଅନୁତପ୍ତ । ଇନ୍ଦ୍ରାଦି ଦେବତାମାନେ ପୂର୍ବଠାରୁ ଅଧିକ ଶତ୍ରୁ ହୋଇଯାଇଛନ୍ତି । ତେଣୁ ରାମଙ୍କ ସହ ସନ୍ଧି ହେଉ । ବିଚାର କଲେ ମଧ୍ୟ ଅନ୍ୟ ଉପାୟ ନାହିଁ । ଯଦି ଯୁଦ୍ଧ କରିବାକୁ ମନ କରିବ ତାହାହେଲେ ବାନରମାନେ ଅବିଳମ୍ବେ ଏସବୁକୁ ନଷ୍ଟ କରିଦେବେ ।

ବ୍ୟାକରଣ
ସନ୍ଧିବିଚ୍ଛେଦ– ଦୂରାଦେବ = ଦୂରାତ୍ + ଏବ । ସିଂହାସନାଧ୍ଵରୂଢ଼ମ୍ = ସିଂହାସନ + ଅଧରୂଢ଼ମ୍‌ । ସତ୍ୟପେକ୍ଷିତେ = ସତି + ଉପେକ୍ଷିତେ । ସାଗରମୂଭିତୀର୍ଷି = ସାଗରମ୍ + ଉରିତୀର୍ଷେ । ଯଦ୍ୟୁକ୍ତମ୍ = ଯଦି + ଉକ୍ତମ୍ । ଅଖଣ୍ଡାମାନମାଖଣ୍ଡଳମ୍ = ଅଖଣ୍ଡାମାନମ୍ + ଆଖଣ୍ଡଳମ୍ । ପରିଖଣ୍ଡେଦୀର୍ଣ୍ଣଦଣ୍ଡମ୍ = ପରିଖଣ୍ଡ + ଉଦୀର୍ଣ୍ଣଦଣ୍ଡ + ତୁମ୍ । ନରାଭିଯୋଗମ୍ = ନର + ଅଭିଯୋଗମ୍ । ଦୌରଽସ୍ତୁ = ଦୌ + ଅଧଃ + ଅସ୍ତୁ । କ୍ଷତିରନ୍ତରିକ୍ଷେ = କ୍ଷିତିଃ + ଅନ୍ତରିକ୍ଷେ । ଯେଽସ୍ମୋକମ୍ = ଯେ + ଅସ୍ମାକମ୍ । ମଧ୍ୟକୂସ୍ୟଚିଦପି = ମଧ୍ୟାତ୍ + କସ୍ୟଚିତ୍ + ଅପି । ନାଳମ୍‌ = ନ + ଅଳମ୍ । ତ୍ଵଦୀୟିତ୍ୟି ତ୍ଵଦୀୟଃ + ଭୃତ୍ୟ । ଯାତୁଧାନାନ୍ସଭାଷେ = ଯାତୁଧାନା + ଅନୁ + ଅଭାଷେ । ସୁଭୃତିଭବଦ୍‌ଭିର୍ଯଦୁକ୍ତମ୍ = ସୁଭୃତିଃ + ଭବଦ୍‌ + ଯତ୍ + ଉକ୍ତମ୍ । ପ୍ରଜୈବ = ପ୍ରଜ୍ଞା + ଏବ । ମନ୍ତେଽକୃତା = ମନ୍ତେ + ଅଧ୍ଵତା । ଜିଗ୍ରୀଷ୍ମର୍ବୁଦ୍ଧିକ୍ଷୟି ଜିଗୀତୁଃ + ବୃଦ୍ଧିକ୍ଷଯୌ । ଲକ୍ଷ୍ମୀର୍ନ = ଲକ୍ଷ୍ମୀ + ନ । ବିଜାନନେତା = ବିଜାନତ୍ + ନେତା । ଚନ୍ଦ୍ରମୁଖ୍ୟମ୍ = ଚ + ଇନ୍ଦ୍ରମୁଖ୍ୟମ୍ । ସର୍ବମେବୈତଦ୍‌ବିପରୀତମ୍ = ସର୍ବମ୍ + ଏବ + ଏତତ୍ + ବିପରୀତମ୍ । କୃତସ୍ତଦୈବ = କୃତଃ + ତତ୍ + ଏବ । ବିଗୁଣିରୁପେତମ୍ = ବିଗୁଣି + ଉପେତଃ + ତ୍ୱମ୍ । ବନ୍ଧୁଭିର୍ବୟମ୍ = ବନ୍ଧୁଭଃ + ବୟମ୍ । ତସ୍ମାଦ୍ୟଥା = ତସ୍ମାତ୍ + ଯଥା । ତପ୍ତସ୍ୟାୟସସ୍ତପ୍ରେନ = ତପ୍ତସ୍ୟ + ଅୟତଃ + ତପ୍ତାନ । ସନ୍ଧିରସ୍ତୁ = ସନ୍ଧି + ଅନ୍ତୁ । ଯଦ୍ୟପି = ଯଦି + ଅପି । ଚାତ୍ମାନମଶଃ = ଚ+ଆତ୍ମାନମ୍ + ଅରଃ । କପୀନଃ = କପୀ + ଇନ୍ଦ୍ର । ଭୟାଭାଦ୍‌ବା = ଭୟାତ୍ + ଲୋଭାତ୍ + ବା। ରାମାଦଧୂକମ୍ : = ରାମାତ୍ + ଅଧୂକମ୍ । କଞ୍ଚାଦପି = କମ୍ + ଚିତ୍ + ଅପି । ସ୍ଵୟଂଭୂର୍ନାସ୍କାକମ୍ = ସ୍ଵୟଂଭୂ + ନ + ଅସ୍ମାକମ୍ । ଦତ୍ତାନାସୌ = ଦତ୍ତ୍ୱା + ଅଧୁନା + ଅର୍ଥେ । ଇନ୍ଦ୍ରାଦୟଶ୍ଚ = ଇନ୍ଦ୍ର + ଆଦୟଃ + ଚ । ତସ୍ମାଦ୍ରାମେଣ = ତସ୍ମାତ୍ + ରାମେଣ । ସନ୍ଧାନମସ୍ତୁ = ସନ୍ଧାନମ୍ + ଅସ୍ତୁ । ନାନ୍ୟ = ନ + ଅନ୍ୟ । ସର୍ବମେତନ୍ନାଶମ୍ = ସର୍ବମ୍ + ଏତତ୍ + ନାଶମ୍ । ନେଷ୍ୟନ୍ତୀତି = ନେଷ୍ୟନ୍ତ + ଇତି ।

ସମାସ– ନିଶାଚରଃ = ନିଶାୟାଂ ଚରନ୍ତି ଇତି ଯେ, ତୈ (ଉପପଦ ତତ୍‌ପୁରୁଷ) । ରାବଣ ମନ୍ଦିରସ୍ୟ = ରାବଣସ୍ୟ ମନ୍ଦିରମ୍, ତସ୍ୟ (୬ଷ୍ଠ ତତ୍ତ୍ଵପୁରୁଷ) । ଅନାବେଦିତସମ୍ପ୍ରବିଷ୍ଟ = ନ ଆବେଦିତମ୍ (ନଞ୍ଜ୍ ତତ୍ତ୍ଵପୁରୁଷ), ତାଦୃଶଂ ସମ୍ପ୍ରବିଷ୍ଟ ଯସ୍ୟ ଡଃ (ବହୁବ୍ରୀହିଃ) । ସଗୌରବମ୍ = ଗୌରବେଶ ସହ ବର୍ତ୍ତମାନମ୍ (ସହାର୍ଥ ବହୁବ୍ରୀହିଃ) । ଦତ୍ତପଥୀ = ଦରଃ ପନ୍ଥା ଯସ୍ମି ଡଃ (ବହୁବ୍ରୀହିଃ) । ସିଂହାସନାଧ୍ଵରୂଢ଼ମ୍ = ସିଂହାସନେ ଅଧ୍ଵରୂଢ଼ୀ, ତମ୍ (ସୁପ୍‌ସୁପା) । ବିହିତପ୍ରଣାମଃ = ବିହିତଃ ପ୍ରଣାମଃ ଯେନ ଡଃ (ବହୁବ୍ରୀହିଂ) । ସିଂହାସନେ = ସିଂହ ଚିହ୍ନତମ୍ ଆସନମ୍, ତସ୍ମିନ୍ (ମଧ୍ୟପଦଲୋପୀ କର୍ମଧାରୟ) । ଦଶାସ୍ୟ = ଦଶ ଅସ୍ୟାନି ଯସ୍ୟ ଡଃ (ବହୁବ୍ରୀହିଃ) । ଉପାୟବଦ୍‌ = ଉପାୟଂ ବେଜିଂ ଇତି, ତଃ (ଉପପଦ ତତ୍ତ୍ଵପୁରୁଷ) । ସୁମନ୍ତ୍ରତାନି = ସୁଷ୍ଟ ମନ୍ତ୍ରତାନି (ପ୍ରାଦି ତତ୍‌ପୁରୁଷ) । ବାଳିଖରାଦିନାଶେ = ବାଳିଷ୍ଟ ଖରଶ୍ଚ (ଦ୍ବନ୍ଦ୍ବ), ତୌ ଆଦୀ ଯେତାଂ ତେ (ବହୁବ୍ରୀହି), ତେଷା ନାଶଃ, ତସ୍ମିନ୍ ( ୬ଷ୍ଠୀ ତତ୍ତ୍ଵପୁରୁଷ) । ରାମସୁଗ୍ରୀବାଦୀନାମ୍ = ରାମଶ୍ଚ ସୁଗ୍ରୀବଣ୍ଟ (ଦ୍ବନ୍ଦ୍ବ), ଚୌ ଆଦୀ ପେଷା ତେ, ତେଷାମ୍ ( ବହୁବ୍ରୀହିଃ) । ପ୍ରହସ୍ତପ୍ରମୁଖା = ପ୍ରହସ୍ତ ପ୍ରମୁଖ ଯେତାଂ ତେ (ବହୁବ୍ରୀହିଂ) । ଭୁଜଂସବକ୍ଷସ୍ଥଳକାମୁଁକାସୀନ୍=ଭୁଜଶ୍ଚ ଅଂସଶ୍ଚ ବକ୍ଷସ୍ଥଳଞ୍ଚ (ଇତରେତର ସ୍ବଦୁଃ), ତେଷୁ କାମୁଁକାସୟଃ, ତାନ୍ (ସୁପ୍‌ସୁପା) । ଅଖଣ୍ଡାମାନମ୍ = ନ ଖଣ୍ଡାମାନଃ, ତମ୍ (ନଵ ତତ୍‌ପୁରୁଷ) । ଉଦୀର୍ଣ୍ଣଦଣ୍ଡୀ = ଉଦୀର୍ଶୀ ଦଣ୍ଡୀ ଯେନ ୟଃ (ବହୁବ୍ରୀହିଃ) । ନୃପଶ୍ରେଷ୍ଠ : ନୃପେଷୁ ଶ୍ରେଷ୍ଠ, ସମ୍ବୋଧନେ (ସପ୍ତମୀ ତତ୍ତ୍ଵପୁରୁଷ) । ନରାଭିଯୋଗମ୍ = ନରାଣାମ୍ ଅଭିଯୋଗ, ତମ୍ (୬ଷ୍ଠୀ ତତ୍‌ପୁରୁଷ) । ନିର୍ୟତ୍‌ଲିଙ୍ଗାକୁଳଧୁମରାଶିମ୍ = ନିର୍ୟତଃ ସ୍ଫୁଲିଙ୍ଗା (କର୍ମଧାରୟ), ଡଃ ଆକୁଳ (ତୃତୀୟା ତତ୍‌ପୁରୁଷ), ତାଦୃଶଃ ଧୁମରାଶି ଯସ୍ୟ ଡଃ, ତମ୍ (ବହୁବ୍ରୀହିଃ ) । ଧୂମରାଶି = ଧୂମାନାଂ ରାଶି ( ୬ଷ୍ଠୀ ତତ୍‌ପୁରୁଷ ) । ସରାଘବେଷୁ = ରାଘବେନ ସହ ବର୍ତ୍ତମାନା, ତେଷୁ ( ସହାର୍ଥ ବହୁବ୍ରୀହିଃ) । ପ୍ରାତରାଶୀୟ = ପ୍ରାତଃ ଆଶଃ, ତସ୍ମି (କର୍ମଧାରୟ) । ସମେଧୂତଚାପଲ୍ୟଯୁକ୍ତସ୍ୟ = ସମେଧ୍ୟ ଚାପଲ୍ୟମ୍ (କର୍ମଧାରୟଃ), ତେନ ଯୁକ୍ତ, ତସ୍ୟ (ତୃତୀୟା ତତ୍‌ପୁରୁଷ) । ବାଳଧୂକ୍ = ବାଳଧ୍ଵ ଭଜତି ଇତି ଯଃ (ଉପପଦ ତତ୍‌ପୁରୁଷ) । ସୁଭୃତିଃ ଶୋଭନଂ ଭୂତଂ ପେଷା ତେ, ତୈ (ପ୍ରାଦି ବହୁବ୍ରୀହିଃ) । ତତ୍‌ସମ୍ଭାବନାୟା = ତଥ୍ୟ ସମ୍ଭାବନା, ତସ୍ୟା (୬ଷ୍ଠ ତତ୍ତ୍ଵପୁରୁଷ) । ବୁଦ୍ଧିକ୍ଷୟୌ = ବୃଦ୍ଧିଷ୍ଟ କ୍ଷୟଶ୍ଚ ତୈ (ଇତରେତର ଦ୍ବନ୍ଦ୍ବ) । ସନ୍ଧ୍ୟାଦିଷ୍ଣୁ = ସନ୍ଧି ଆଦି ପେଷା ତେ, ତେଣୁ (ବହୁବ୍ରୀହିଃ) । ଆହିତାମ୍‌ସାରମ୍ = ଆତ୍ମନଃ ସାରଃ (୬ଷ୍ଠୀ ତତ୍‌ପୁରୁଷ), ଆହିତଃ ଆତ୍ମସାରଃ, ତମ୍ (କର୍ମଧାରୟ) । ଇନ୍ଦ୍ରମୁଖ୍ୟମ୍ = ଇନ୍ଦ୍ର ମୁଖ୍ୟ ଯସ୍ୟ ତତ୍ (ବହୁବ୍ରୀହିଃ) । ବିବୁଧମଣ୍ଡଳ = ବିଦୁଧାନାଂ ମଣ୍ଡଳମ୍ (୬ଷ୍ଠୀ ତତ୍ତ୍ଵପୁରୁଷ) । ଷଡ଼ବର୍ଗବଶ୍ୟ = ଷଣ୍ଟିଂ ବର୍ଗ ( ୬ଷ୍ଠୀ ତତ୍ତ୍ଵପୁରୁଷ), ତେନ ବଶ୍ୟ (ତୃତୀୟା ତତ୍‌ପୁରୁଷ) । ପରିମୂଢ଼ବନ୍ଧୁ = ପରିମୂଢ଼ା ବନ୍ଧବ ଯେନ ଡଃ (ବହୁବ୍ରୀହିଃ) । ବିଗୁଣି = ବିରୁଦ୍ଧା ଗୁଣା, ତଃ ( ପ୍ରାଦି ତତ୍ତ୍ଵପୁରୁଷ ) । ଦାରାହରଣେନ = ଦାରାଣାମ୍ ଆହରଣମ୍, ତେନ ( ୬ଷ୍ଠ ତତ୍ତ୍ଵପୁରୁଷ ) । କପୀନଃ = କପୀନାମ୍ ଇନ୍ଦ୍ର (୬ଷ୍ଠୀ ତତ୍‌ପୁରୁଷ) । ପ୍ରତିପ୍ରିୟମ୍ = ପ୍ରତିଗତଃ ପ୍ରିୟଃ, ତମ୍ (ପ୍ରାଦି ତତ୍ତ୍ଵପୁରୁଷ) । ସ୍ଵୟଂଭୂ = ସ୍ଵୟଂ ଭବତି ଇତି (ଉପପଦ ତତ୍‌ପୁରୁଷ) । ସାନୁଶୟଃ = ଅନୁଶୟନ ସହ ବର୍ତ୍ତମାନଃ ( ସହାର୍ଥ ବହୁବ୍ରୀହିଃ) । ଇନ୍ଦ୍ରାଦୟ ଇନ୍ଦ୍ର ଆଦି ଯେତାଂ ତେ (ବହୁବ୍ରୀହି) । ଅଚିରେଣ = ନ ଚିରମ୍, ତେନ (ନୡ ତତ୍ତ୍ଵପୁରୁଷ)।

ସକାରଣବିଭକ୍ତି– କପୟଃ ବିଭୀଷତଃ, ଦଶାସ୍ୟ, ପ୍ରହସ୍ତପ୍ରମୁଖା, ତୁମ୍, ସୁଗ୍ରୀବ, ସ୍ଵୟଂଭୂ, ଉଦୀର୍ଣ୍ଣଦଣ୍ଡ, କ୍ଷିତି, ବାଳଧୂକ୍, କୃଶାନୁଃ, ଷଡ୍‌ବର୍ଗବଶ୍ୟ, ସନ୍ଧାନମ୍ = କଉଁରି ୧ ମା । ନୃପଶ୍ରେଷ୍ଠ=ସମ୍ବୋଧନେ ୧ମା । ସୁନନୀତିଃ, ରାମ, ବାଳୀ, ବିବୁଧମଣ୍ଡଳ, ପ୍ରଜ୍ଞା, ସନ୍ଧି, ବିଗ୍ରହଃ, ବିରାଗ– ଉଲ୍ଲେ କର୍ମଣି ୧ ମା । ଦ୍ୱାରଂ, ସିଂହାସନାଧ୍ଵରୂଢ଼, ଭ୍ରାତରଂ, ପାଶିଂ, ସମିତି, ସାଗରଂ, ଯୁସ୍ତଂ, ଭୂବାଂସବକ୍ଷସ୍ଥଳ, ଗଦା, ଶୂଳାନି, ଦଶାସ୍ୟ, ଅଖଣ୍ଡମାନ୍ୟ, ଆଖଣ୍ଡନଂ, ନରାଭିଯୋଗ, ଭାନୁ, କାମୁଁକାସୀନ୍, ଲଙ୍କା, ଯାତୁଧାନାନ୍ = କର୍ମଣି ୨ୟା । ପୀଠମ୍= ଅଧୂସାସ୍ଥାକର୍ମ ଯୋଗେ ୨ୟା । ବୃଦ୍ଧିକ୍ଷୟୌ, ଆହିତାତ୍ମସାରଂ, ବିଜାନନ୍, ଯୁଦ୍ଧ, ସୀତାଂ, ଆତ୍ମାନଂ, ପ୍ରତିପ୍ରିୟଂ, ତତ୍‌ସମଂ, ମର୍ଡିଂ, ନୀତଂ = କର୍ମଣି ୨ୟା । ନିଶାଚରଃ, ପ୍ରତୀହାରେଣ, କିଙ୍କରଃ, ତୃଦୀୟୈ, ଭୂ, ରାଜ୍ଞା, ସ୍ବଭୂତଃ, ଭବଦ୍‌, ତ୍ୱୟା, ପୂର୍ଣ୍ଣେନ = ଅନୁସ୍ତେ କଉଁରି ୩ୟା । ଆମ୍ନାତିଭିଂ, ବୁଦ୍ଧିମଦ୍‌ରଃ, ଉପାୟବଦ୍‌ଭଃ ସାର୍ଥମ୍‌ ଯୋଗେ ୩ୟା । ଏକେନ, ଶତ୍ରୁଣା = ସହାର୍ଥେ ୩ୟା । ଶରଣ = କରଣେ ୩ୟା । ବିଗୁଣି କରଣେ ୩ୟ । ହୃତିଃ, ଦଣ୍ଡେନ, କୋଷେନ, ବନ୍ଧୁଭି=ହେତୌ ୩ୟା । ତପ୍ରେନ = ସହାର୍ଥେ ୩ୟା । ରାମେଣ, ତେନ = ସହଯୋଗେ ୩ୟା । ପ୍ରାତରାଶାୟ = ଅଳଂ ଯୋଗେ ୪ର୍ଥୀ । ଅରଃ = ଅପାଦାନେ ୫ମୀ । ଭୟାତ୍, ଲୋଭାତ୍ = ହେତୌ ୫ମୀ । ରାମାତ୍-ଉତ୍କର୍ଷାର୍ଥେ ୫ମୀ । ଭବତଃ, ତବ = କୃଦ୍ ଯୋଗେ ୬ଷ୍ଠୀ । ରାବଣମନ୍ଦିରସ୍ୟ, ରାମସୁଗ୍ରୀବାଦିନାମ୍, ତପ୍ତସ୍ୟ, ଅୟସ, ସତ୍ୟମ୍ = ଶେଷେ ୬ଷ୍ଠୀ । ସିଂହାସନେ, ନୀତିଷୁ, ଭୂମାଁ, ସରାଘବେଷୁ, ବାନରେଷୁ, ମନ୍ତ୍ର, ସନ୍ଧ୍ୟାଦିଷ୍ଣୁ, ଗୁଣେଷୁ, ଲୋକେ, ବଅଁନି, ବିଗ୍ରହେ = ଅଧୀକରଣେ ୭ମୀ । ବାଳିଖରାଦିନାଶେ, ଭଙ୍ଗେ, କଳହେ, ବିରୋଧେ, ସତି = ଭାବେ ୭ମୀ ।

ପ୍ରକୃତିପ୍ରତ୍ୟୟ– ପରିରକ୍ଷିତମ୍ = ପରି + ଋଷ୍ + କ୍ତ । ନତଃ = ନମ୍ + କ୍ତ । ଆବେଦିତମ୍ = ଆ + ବିଦ୍ + ଣିଚ୍ + କ୍ତ । ସଂପ୍ରବିଷ୍ଟମ୍ = ସମ୍ + ପ୍ର + ବିଶ୍ + କ୍ତ । ଅଧିଜଃ = ଅଧୂ + ରୁହ୍ + କ୍ତ । ଦୃଷ୍ଟବାନ୍ = ଦୃଶ୍ + କ୍ତବତ୍ରୁ । ନିକ୍ଷିପ୍ୟ ନି + କ୍ଷିପ୍ + ଲ୍ୟାପ୍ । କଳ୍ପିତମ୍ = କୃପ୍ + ଣିଚ୍ + କ୍ତ । ପ୍ରାସାର୍ଯ୍ୟ = ପ୍ର + ସ୍କୃ + ଣିଚ୍ + ଲ୍ୟାପ୍ । ଶଲୈ = ଶକ୍ + କ୍ତ + ଭିସ୍ । ବୁଦ୍ଧିମଦ୍‌ = ବୁଦ୍ଧି + ମତୁମ୍ + ଭିସ୍ । ନାଶଃ = ନଶ୍ + ଘଞ୍ଚ୍ । ସତି = ଅସ୍ + ଶତୃ + ଡି । ଦ୍ବିଷାମ୍ = ର୍ଦ୍ଧିଷ୍ + କ୍ଲିପ୍ + ଆମ୍ । ଯୁକ୍ତମ୍ = ୟୁଜ୍ + କ୍ତ । ପରାମୃଶନ୍ତଃ = ପରା + ମୃଶ୍ + ଶତୃ + ଜସ୍ । ପରିଖଣ୍ଡ = ପରି + ଖଣ୍ଡ + ଲ୍ୟାପ୍ । ଅଭିଯୋଗ = ଅଭି + ଜୁଦ୍ + ଘଞ୍ଜ୍ । ନିର୍ଯ୍ୟନ୍ତ = ନିର୍ + ଈଣ୍ + ଶତୃ + ଜସ୍ । ଗଣନା = ଗଣ୍ଠି + ଲୁଟ୍ + ଟାପ୍ । ଆଶଃ = ଅଶ୍ + ଘଞ୍ଜ୍ । ଉଚିତମ୍ = ଉଷ୍ + କ୍ତ । ଅଧୁତା = ଅଧୂ + କୃ + କ୍ତ + ଟାପ୍ । ପ୍ରସମୀକ୍ଷମାଣ = ପ୍ର + ସମ୍ + ଈକ୍ଷ୍+ ଶାନର୍‌ । ସନ୍ଧି = ସମ୍ + ଧା + ନି । ବିଗ୍ରହଃ = ବି + ଗ୍ରହ + ଅବ୍ । କାର୍ଯ୍ୟ = କୃ + ଶ୍ୟତ୍ । ପ୍ରସମୀକ୍ଷ= ପ୍ର + ସମ୍ + ଈକ୍ଷ୍ + ଲ୍ୟାପ୍ । ବିଜାନନ୍ = ବି + ଜ୍ଞା + ଶତୃ । ନେତା = ନୀ + ତୃବ୍ । ନୀତୀ = ନୀ + ସ୍କ୍ରିନ୍ + ଶସ୍ । ବିରାଗ = ବି + ରଞ୍ଜ୍ + ଘଞ୍ଚ୍ । ଜନିତଃ = ଜନ୍ + ଶିଚ୍ + କ୍ତ । ପ୍ରକୋପିତମ୍ = ପ୍ର + କୁପ୍ + ଶିଚ୍ + କ୍ତ । ନିହତଃ = ନି + ହନ୍ + କ୍ତ । ବିନଷ୍ଟମ୍ = ବି + ନଶ୍ + କ୍ତ ପରିମୂଢ଼ୀ = ପରି + ମୂହ୍ + ଦ୍ର । ଉଚ୍ଛିନ୍ନାନି = ଉତ୍ + ଛିଦ୍ + କ୍ତ + ଜସ୍ । ଆହରଣମ୍ = ଆ + ହୃ + ଲୁଟ୍ । ତପ୍ତା = ତପ୍ + କ୍ତ । ପ୍ରକୃଷ୍ଟମ୍ = ପ୍ର + କୃଷ୍ + କ୍ତ । ରିକ୍ତସ୍ୟ = ରିଗ୍ + କ୍ତ + ଡସ୍ । ବିନାଶଃ = ବି + ନଶ୍ + ଘଞ୍ଜ୍ । ଜେତୁମ୍ = ଜି + ତୁମୁନ୍ । ଲୋଭାତ୍ = ଲୁଇ + ଘଞ୍ଜ୍ + ଡସି । ଅଭିଗତଃ = ଅଭି + ଗମ୍ + କ୍ତ । ବିଭେଦ୍ୟ = ବି + ଭିଦ୍ + ଯତ୍ । ସ୍ଥିତଃ = ସ୍ଥା + କ୍ସା । ବିରୋଧେ = ବି + ରୁଧ୍ + ଘଞ୍ଚ୍ + ଭି । ଶରଣମ୍ = ଶୂ + ଲ୍ୟୁଟ୍ । ଦରା = ଦା + ଭ୍ରାଚ୍ । ଅନୁଶୟନ = ଅନୁ + ଶୀ + ଅଚ୍ + ଟା । ବିରୁଦ୍ଧା = ବି + ରୁଧ୍ + କ୍ତ + ଜସ୍ । ସନ୍ଧାନମ୍ + ସମ୍ + ଧା + କ୍ୟୁଟ୍ । ନିରୂପ୍ୟମାଣ = ନି + ରୂପ୍ + ଶାନବ । ଉପାୟଃ = ଉପ୍ + ଅୟ + ଘଞ୍ଚ । ବିଗ୍ରହେ = ବି + ଗ୍ରହ + ଅପ୍ + ଡି । ମତିମ୍ = ମନ୍ + ସ୍କ୍ରିନ୍ । ନାଶମ୍ = ନିଶ୍ + ଘଞ୍ଚ ।

Text – 3

विभीषणोक्तं …………………………………….. सफलं भवेदिति।

ଶବ୍ଦାର୍ଥ– ଉକ୍ତମ୍ = କହିଲା । ମନ୍ୟମାନଃ = ମନେକରୁଥିବା । ମାତାମହ = ଅଜା । ବାର୍ଧକକମ୍ପୁମୂର୍ଧା= ବାର୍ଦ୍ଧକ୍ୟ ହେତୁ କମ୍ପୁଥ‌ିବା ମସ୍ତକଯୁକ୍ତ । ପରିଣାମନମ୍ର = ପରିପକ୍ବ ବୟସହେତୁ ନଇଁ ଯାଇଥବା । ପ୍ରୋନ୍ନମ୍ୟ = ଉପରକୁ ଉଠାଇ । ପଦାତିଃ = ପଦଚାରୀ । ଧନୁଷ୍ମାନ୍ = ଧନୁର୍ଧାରୀ । ବିୟଦ୍‌ଗତାନି = ଆକାଶଚାରୀ । ଅନେକମାୟାନି = ଅନେକ ମାୟା ବିଶିଷ୍ଟ । ଚତୁର୍ଦଶ = ଚଉଦ । ରକ୍ଷାସହସ୍ରାଣି = ସହସ୍ରରାକ୍ଷସମାନଙ୍କୁ । ଆର୍ଥୀତ୍ = ହତ୍ୟା କରିଛନ୍ତି । ମାନୁଷମାତ୍ରଶଙ୍କା = ମନୁଷ୍ୟମାତ୍ର ସନ୍ଦେହ । ସନ୍ତାପିତିଃ = ସନ୍ତାପିତ । ବ୍ରହ୍ମର୍ଷିକଃ = ବ୍ରହ୍ମର୍ଷିମାନେ । ରାତ୍ରିଚରକ୍ଷୟାୟ = ରାକ୍ଷସମାନଙ୍କ ବିନାଶ ନିମନ୍ତେ । ନରାକୃତିଃ : ନରରୂପୀ । ବାନରସୈନ୍ୟଶାଳୀ = ବାନରସୈନ୍ୟଶୋଭୀ । ଜଗତି = ଜଗତରେ । ଅଜୟଃ = ଦୁର୍ଜୟ । ଅଭ୍ୟୁପାୟ = ଉପାୟ । ବିହିତଃ = ବିଧାନ କରିଛନ୍ତି । ପ୍ରମାଦବାନ୍ = ଅସାବଧାନ । କ୍ଷତଧର୍ମବର୍ମା = ନଷ୍ଟଧର୍ମମାର୍ଗୀ । ଶତ୍ରୁଭାବମ୍ = ଶତ୍ରୁତାକୁ । ପ୍ରତିଲବ୍ଧସଂଜ୍ଞ = ଚେତା ଫେରି ପାଇଥବା । ନିଦ୍ରାବିଲୀକ୍ଷ = ନିଦ୍ରାକଳୁଷିତ ନେତ୍ରବିଶିଷ୍ଟ । ଶ୍ରୁତକାର୍ଯ୍ୟସାରଃ = କାର୍ଯ୍ୟକୁ ଶୁଣିଥିବା । ସାମ୍ନା = ସଜଳ । ଅଭାଷତ = କହିଲେ । ମଧଗତଃ = ମଧ୍ୟାହ୍ମସ୍ଥିତ । ଭାନୁଃ = ସୂର୍ଯ୍ୟ । ଔଷ୍ୟମ୍ = ଉଷ୍ଣତାକୁ । ତ୍ୟଜେତ୍ = ଛାଡ଼ିଦେଇପାରନ୍ତି । ହିମାଂଶୁ = ଚନ୍ଦ୍ର । ନିଶାୟାମ୍ = ରାତିରେ । ଶୈତାମ୍ = ଶୀତଳତାକୁ । ପୌଲସ୍ତ୍ୟ = ପୁଲସ୍ତିପୁତ୍ର ରାବଣ । ଭୁବନାବମାନୀ = ଲୋକ ଅବମାନନାକାରୀ । ସର୍ବାନର୍ଥମୂଳମ୍ = ସମସ୍ତ ଅନର୍ଥର କାରଣ । ମାନମ୍ = ଅଭିମାନ । ମନ୍ୟ = ମନେକରୁଛି । ମଦ୍‌ବିଧା = ମୋ ପରି ଲୋକ । ସିଦ୍ଧିମ୍ = ସଫଳତାକୁ । ଅଭୀପ୍ସବ = ଇଚ୍ଛୁକ । ବିଲୋମଚେଷ୍ଟମ୍ = ବିପରୀତ କାର୍ଯ୍ୟ କରୁଥିବା । ପ୍ରସଭମ୍ = ବଳପୂର୍ବକ । ସ୍ନେହମୂଳମ୍ = ସ୍ନେହହେତୁକ । ଗ୍ରାମ୍ୟସୁଖେଷୁ = ସ୍ତ୍ରୀ ସଂଭୋଗ ସୁଖରେ । ସଙ୍ଗ = ଆସକ୍ତି । ସଂକ୍ଷୟହେତୁଃ = ବିନାଶର କାରଣ । ନିଷେଦିତଃ = ଉପଭୋଗ କରିସାରିଛ । ତୃପ୍ରସାଦେନ = ତୁମ ଅନୁଗ୍ରହ ହେତୁ । କୃତାର୍ଥକ୍ୟ = ଚରିତାର୍ଥ । ସଫଳମ୍ = ଫଳବତୀ । ଭବେତ୍ = ହୋଇପାରେ ।

ଅନୁବାଦ– ବିଭୀଷଣଙ୍କ କଥାକୁ ଶ୍ରେଷ୍ଠ ମନେକରୁଥିବା ବାର୍ଦ୍ଧକ୍ୟ ହେତୁ ପ୍ରକମ୍ପିତ ମସ୍ତକବିଶିଷ୍ଟ ରାବଣଙ୍କ ଅଜା ମାଲ୍ୟବାନ୍ ପରିପକ୍ବ ବୟସ ହେତୁ ନଇଁଯାଇଥବା ଶରୀରକୁ ଉପରକୁ ଉଠାଇ ରାବଣକୁ କହିଲେ – ଯିଏ ଜଣେ ପଦଚାରୀ ଧନୁର୍ଦ୍ଧାରୀ ହୋଇ ମଧ୍ୟ ଆକାଶଗତ ଅନେକ ମାୟାବୀ ଚଉଦ ହଜାର ରାକ୍ଷସମାନଙ୍କୁ ହତ୍ୟା କରିଛନ୍ତି ସେଠି ତୁମାନଙ୍କର କି ମନୁଷ୍ୟମାତ୍ର ସନ୍ଦେହ । ଦେବତାମାନଙ୍କ ସହ ସନ୍ତାପିତ ବ୍ରହ୍ମର୍ଷିମାନେ ନିଶ୍ଚିତ ରାକ୍ଷସମାନଙ୍କ ବିନାଶ ନିମନ୍ତେ ନରରୂପୀ ବାନର ସୈନ୍ୟଶୋଭୀ ସଂସାରରେ ଦୁର୍ଜୟ ଉପାୟ ବିଧାନ କରିଛନ୍ତି । ପ୍ରମତ୍ତ, ଧର୍ମମାର୍ଗ ନଷ୍ଟ ହୋଇଥିବା ଓ ମୁନିମାନଙ୍କର ଶତ୍ରୁତାକୁ ପ୍ରାପ୍ତ ହୋଇଥିବା ତୁମେ ଯଦି ନିଜକୁଳରେ ଶାନ୍ତିକୁ ବଡ଼ ମନେକରୁଥାଅ ତେବେ ବିଭୀଷଣଙ୍କ ଉକ୍ତି ପାଳନ କର । ସେହି ପ୍ରହସ୍ତ ଆଦି ରାକ୍ଷସଙ୍କ ଘୋଷଣାଦ୍ୱାରା ଚେତା ଲାଭ କରିଥିବା, ନିଦ୍ରାକଳୁଷିତ ନେତ୍ର ବିଶିଷ୍ଟ ଓ କାର୍ଯ୍ୟସାରତତ୍ତ୍ବକୁ ଶୁଣିଥିବା କୁମ୍ଭକର୍ଣ୍ଣ ତହିଁ ଉତ୍ତରୁ ଆକାଶରେ ସଜଳମେଘ ପରି ବାକ୍ୟ କହିଲେ– ହୁଏତ ମଧ୍ୟାହ୍ନ ସୂର୍ଯ୍ୟ ଉଷ୍ଣତା ତ୍ୟାଗ କରିପାରନ୍ତି ଅଥବା ରାତ୍ରିରେ ଚନ୍ଦ୍ର ଶୀତଳତା ଛାଡ଼ିଦେଇ ପାରନ୍ତି କିନ୍ତୁ ଲୋକ ଅବମାନନାକରୀ ପୁଲସ୍ତିପୁତ୍ର ରାବଣ ସମସ୍ତ ଅନର୍ଥର ମୂଳକାରଣ ଅଭିମାନ ବା ଗର୍ବକୁ ଛାଡ଼ିପାରିବେ ନାହିଁ ବୋଲି ଭାବୁଛି । ତଥାପି ସିଦ୍ଧି ଲାଭକରିବାକୁ ଇଚ୍ଛୁକ ମୋପରି ବ୍ୟକ୍ତିମାନେ ବିପରୀତ କାର୍ଯ୍ୟ କରୁଥିବା ତୁମକୁ ବଳପୂର୍ବକ ଯାହା କରିବାକୁ ଯତ୍ନ କରୁଛନ୍ତି ତାହା ସ୍ନେହହେତୁକ ଅଟେ । ବୃଦ୍ଧମାନେ ଯେଉଁ ନିଷ୍ଠୁର କାର୍ଯ୍ୟ ଓ ସ୍ତ୍ରୀସମ୍ଭୋଗ ସୁଖରେ ଆସକ୍ତିକୁ ପୁଣ୍ୟର ବିନାଶ କାରଣ ବୋଲି କହିଛନ୍ତି ତାହାକୁ ତୁମେ ଅତିମାତ୍ରାରେ ଭୋଗ କରିସାରିଛ । ତାହାର ଫଳ ଅବିଳମ୍ବେ ଲାଭ କରିବ । ତୁମ ଅନୁଗ୍ରହ ହେତୁ ମୁଁ କ’ଣ ବା ଉପଭୋଗ ନ କରିଛି । ତେଣୁ ଏହିପରି ଜୀବନ ଚରିତାର୍ଥ ହୋଇଥବା ମୋର ଯଦି ତୁମ ପାଇଁ ମୃତ୍ୟୁ ହୁଏ, ତେବେ ମୋର ଜନ୍ମ ସଫଳ ହୋଇପାରିବ।

ବ୍ୟାକରଣ
ସନ୍ଧିବିଚ୍ଛେଦ– ବିଭୀଷଣୋକ୍ତମ୍ = ବିଭୀଷଣ + ଉକ୍ତମ୍ । ମାଲ୍ୟବାନ୍ନାମ = ମାଲ୍ୟବାନ୍ + ନାମ । ରାବଣମୁବାଚ ରାବଣମ୍ + ଉବାଚ । ବିୟଦ୍‌ଗତାନ୍ୟନେକମାୟାନି = ବିୟତ୍ + ଗତାନି + ଅନେକମାୟାନି । ସହସ୍ରାଣ୍ୟାର୍ଥୀତ୍ = ସହସ୍ରାଣି + ଆର୍ସୀତ୍ । ସଦେବୈବ୍ରହ୍ମର୍ଷିଭିର୍ଜୁନମ୍ = ସଦେବେ + ବ୍ରହ୍ମର୍ଷିଭଃ + ନୂନମ୍ । ଜଗତ୍ୟଜୟୋଽଭୁପାୟ = ଜଗତି + ଅଜୟଃ + ଅଭି + ଉପାୟ । ମୁନୀନାମପି = ମୁନୀନାମ୍ + ଅପି । ଗତମ୍ = ଗତଃ + ତୁମ୍ । କୁରୁସ୍ମୃତି = କୁରୁଷ୍ + ଇତି । କୁମ୍ଭକର୍ଣ୍ଣସ୍ତତଃ = କୁମ୍ଭକହିଃ + ତତଃ । ବାକ୍ୟମଭାଷତ = ବାକ୍ୟମ୍ + ଅଭାଷିତ । ମଧ୍ୟଗତୋଽପି = ମଧଗତଃ + ଅପି । ଭାନୁରୌଷ୍ଟ୍ରାମ୍ = ଭାନୁଃ + ଔଷ୍ଟ୍ରିମ୍ । ତ୍ୟଜେଦଥବା = ତ୍ୟଜେତ୍ + ଅଥବା । ହିମାଂଶୁର୍ନିଶାୟାମ୍ = ହିମାଂଶୁ + ନିଶାୟାମ୍ । ତ୍ୟଜେନ = ତ୍ୟଜେତ୍ + ନ । ସର୍ବାନର୍ଥମୂଳମ୍ = ସର୍ବାନ୍ + ଅର୍ଥମୂଳମ୍ । ତ୍ୟଜେଦିତି = ତ୍ୟଜେତ୍ + ଇତି । ସିଦ୍ଧିମଭୀ ସ୍ଵସ୍କାମ୍ ସିଦ୍ଧିମ୍ + ଅଭୀପ୍‌ସନଃ+ଦ୍ୱାମ୍ । ସଂକ୍ଷୟହେତୁରୁସ୍ତୋଽସୌ = ସଂକ୍ଷୟହେତୁଃ + ଉନ୍ତଃ + ଅସୌ । ଭବତାଽତିମାତ୍ରମ୍ = ଭବତା + ଅତିମାତ୍ରମ୍ । ଫଳମଚିଦେବ = ଫଳମ୍ + ଅଚିରାତ୍ + ଏବ । ନୋପଭୁକ୍ତମ୍ = ନ + ଉପଭୁକ୍ତମ୍ । ତସ୍ମାଦିତ୍‌ଥମ୍ ତସ୍ମାତ୍ + ଇତ୍‌ଥମ । ତ୍ୱଦର୍ଥେ = ଦୃତ୍ + ଅର୍ଥେ । ବ୍ୟାଭଦା = ସ୍ୟାତ୍ + ତଦା । ଭବେଦିତି = ଭବେତ୍ + ଇତି ।

ସମାସ– ବିଭୀଷଣୋକ୍ତମ୍ = ବିଭୀଷଣେନ ଉକ୍ତମ୍ (ତୃତୀୟା ତତ୍‌ପୁରୁଷ) । ବାର୍ଧକକମ୍ପ୍ରମୂର୍ଚ୍ଛା = ବାର୍ଧକେନ କମ୍ପୁ (ତୃତୀୟ ତତ୍‌ପୁରୁଷ), ତାଦୃଶଃ ମୂର୍ଧା ଯସ୍ୟ ଡଃ (ବହୁବ୍ରୀହିଃ) । ପରିଣାମନଗ୍ରମ୍ = ପରିଣାମେନ ନମଃ, ତମ୍ (ତୃତୀୟା ତପୁରୁଷ) । ପଦାତିଃ = ପାଦାଭ୍ୟାମ୍ ଅଭି ଇତି ଯଃ (ଉପପଦ ତତ୍ତ୍ଵପୁରୁଷ) ବିୟଦ୍‌ଗତାନି = ବିୟତଂ ଗତାନି (ଦ୍ୱିତୀୟା ତତ୍‌ପୁରୁଷ) । ଅନେକମାୟାନି = ଅନେକାଂ ମାୟା ଯେଷା ତାନି (ବହୁବ୍ରୀହିଃ) । ଚତୁର୍ଦ୍ଦଶ = ଚତୁର ଦଶ (ମଧ୍ୟପଦଲୋପୀ କର୍ମଧାରୟ) । ରକ୍ଷାସହସ୍ରାଣି = ରକ୍ଷସାଂ ସହସ୍ରମ୍, ତାନି (୬ଷ୍ଠୀ ତତ୍‌ପୁରୁଷ) । ମାନୁଷମାତ୍ରଶଙ୍କା = ମାନୁଷ ଏବ (ନିତ୍ୟ), ତଦେବ ଶଙ୍କା (କର୍ମଧାରୟ) । ସଦେବୌ = ଦେବୋ ସହ ବର୍ତ୍ତମାନଃ, ତଃ ( ସହାର୍ଥ ବହୁବ୍ରୀହିଃ) । ବ୍ରହ୍ମର୍ଷିଭିଂ = ବ୍ରହ୍ମଣାମ୍ ଋଷି, ତଃ (୬ଷ୍ଠୀ ତତ୍ତ୍ଵପୁରୁଷ) । ରାତ୍ରିଞ୍ଚରକ୍ଷୟାୟ = ରାକ୍ଷ୍ନୌ ଚରନ୍ତି ଇତି ଯେ (ଉପପଦ ତତ୍ତ୍ଵପୁରୁଷ) । ତେଷା କ୍ଷୟଃ, ତସ୍ମି (୬ଷ୍ଠୀ ତତ୍ତ୍ଵପୁରୁଷ) । ନରାକୃତଃ = ନରସ୍ୟ ଆକୃତିଃ ଇବ ଆକୃତିଃ ଯସ୍ୟ ଡଃ ( ବହୁବ୍ରୀହିଃ) । ବାନରସୈନ୍ୟଶୋଭୀ ବାନରାମାଂ ସୈନ୍ୟମ୍ (୬ଷ୍ଠୀ ତତ୍‌ପୁରୁଷ), ତେନ ଶୋଭତେ ଇତି ଯଃ (ଉପପଦ ତତ୍ତ୍ଵପୁରୁଷ) । ଅଜୟଃ = ନ ଜୟ (ନଞ୍ଜ୍ ତତ୍ତ୍ଵପୁରୁଷ) । କ୍ଷତଧର୍ମବର୍ମା = ଧର୍ମସ୍ୟ ବମ୍ବ (୬ଷ୍ଠ ତତ୍ତ୍ଵପୁରୁଷ), କ୍ଷତଂ ଧର୍ମବତ୍ସସ୍ୟ ଡଃ (ବହୁବ୍ରୀହିଂ) । ଶତ୍ରୁଭାବମ୍= ଶତ୍ରୋ ଭାବାଃ, ତମ୍ (୬ଷ୍ଠ ତତ୍‌ପୁରୁଷ) । ସ୍ଵକୁଳସ୍ୟ = ସ୍ଵଂ କୁଳମ୍‌, ତସ୍ୟ (କର୍ମଧାରୟ)| ସ୍ଵସ୍ୟ କୂଳମ୍, ତସ୍ୟ (୬ଷ୍ଠୀ ତପୁରୁଷ) । ପ୍ରହସ୍ତାଦିଘୋଷେଣ = ପ୍ରହସ୍ତ ଆଦି ଯେଷା ତେ ( ବହୁବ୍ରୀହିଃ), ତେଷା ଘୋଷ, ତେନ (୬ଷ୍ଠୀ ତତ୍ତ୍ଵପୁରୁଷ) । ପ୍ରତିଲବ୍ଧସଂଜ୍ଞା = ପ୍ରତିଲବ୍ଧ ସଂଜ୍ଞା ଯେନ ଡଃ (ବହୁବ୍ରୀହିଃ) । ନିଦ୍ରାବିଲୀକ୍ଷ = ନିଦ୍ରୟା ଆବିଳେ (ତୃତୀୟ ତତ୍‌ପୁରୁଷ), ତାଦୃଶେ ଅକ୍ଷିଣୀ ଯସ୍ୟ ଡଃ (ବହୁବ୍ରୀହିଃ) । ଶୃତକାର୍ଯ୍ୟସାରଃ = କାର୍ଯ୍ୟସ୍ୟ ସାରଃ (୬ଷ୍ଠୀ ତତ୍ତ୍ଵପୁରୁଷ), ଶ୍ରୁତଃ କାର୍ଯ୍ୟସାରଃ ଯେନ ସ୍ୱ (ବହୁବ୍ରୀହିଃ) । କୁମ୍ଭକଣ୍ଠ = କୁମ୍ଭେ ଇବ କଣ୍ଠୀ ଯସ୍ୟ ଡଃ (ବହୁବ୍ରୀହିଃ) । ସାମ୍ମୁ = ଅସୁ ଭିଂ ସହ ବର୍ତ୍ତମାନଃ (ସହାର୍ଥ ବହୁବ୍ରୀହିଃ) । ମଧ୍ୟଗତଃ = ମଧ୍ୟ ଗତଃ (ଦ୍ଵିତୀୟା ତତ୍‌ପୁରୁଷ) । ହିମାଂଶୁ = ହିମାଂ ଅଂଶତଃ ଯସ୍ୟ ଡଃ (ବହୁବ୍ରୀହିଃ) । ଭୁବନାବମାନୀ = ଭୁବନାନି ଅବମନ୍ୟତେ ଯଃ ଇତି (ଉପପଦ ତତ୍ତ୍ଵପୁରୁଷ) । ସର୍ବାନର୍ଥମୂଳମ୍ = ନ ଅର୍ଥା, ଅନର୍ଥୀ (ନଞ୍ଜ୍ ତତ୍‌ପୁରୁଷ), ସର୍ବେ ଅନର୍ଥା (କର୍ମଧାରୟ ), ତେଷା ମୂଳମ୍ (୬ଷ୍ଠୀ ତତ୍ତ୍ଵପୁରୁଷ) । ମହବିଧା = ମହା ବିଧା ଇବ ବିଧା ଯେଷା ତେ (ବହୁବ୍ରୀହିଃ) । ବିଲୋମଚେଷ୍ଟମ୍ = ବିଲୋମାଚେଷ୍ଟା ଯସ୍ୟ ସ, ତମ୍ (ବହୁବ୍ରୀହିଃ) । ସ୍ନେହମୂଳମ୍ = ସ୍ନେହ ମୂଳଂ ଯସ୍ୟ ତତ୍ (ବହୁବ୍ରୀହିଃ) । ଗ୍ରାମ୍ୟସୁଖଷୁ = ଗ୍ରାମ୍ୟାଣି ସୁଖାନି, ତେଷୁ (କର୍ମଧାରୟଃ) । ସଂକ୍ଷୟହେତୁଃ = ସଂକ୍ଷୟସ୍ୟ ହେତୁଃ (୬ଷ୍ଠୀ ତତ୍ତ୍ଵପୁରୁଷ) । ତ୍ୱତ୍‌ପ୍ରସାଦେନ = ତବ ପ୍ରସାଦଃ, ତେନ (୬ଷ୍ଠୀ ତତ୍‌ପୁରୁଷ) । କୃତାର୍ଥକ୍ୟ = କୃତଃ ଅର୍ଥ ଯେନ ସ୍ୱ, ତସ୍ୟ (ବହୁବ୍ରୀହିଃ) । ତ୍ଵଦର୍ଥେ = ତବ ଅର୍ଥ, ତସ୍ମିନ୍ (୬ଷ୍ଠୀ ତତ୍‌ପୁରୁଷ) । ସଫଳମ୍ = ଫଳେନ ସହ ବର୍ତ୍ତମାନମ୍, ତତ୍ ( ସହାର୍ଥ ବହୁବ୍ରୀହିଃ) ।

ସକାରଣ ବିଭକ୍ତି– ମାତାମହଃ, ପଦାତିଃ, କ୍ଷତଧର୍ମବର୍ମା, ତୁମ୍, କୁମ୍ଭକର୍ଣ୍ଣୀ, ଶ୍ରୁତକାର୍ଯ୍ୟସାରଃ, ଭାନୁ, ମଧଗତଃ, ହିମାଂଶୁ, ପୌଲସ୍ତ୍ୟ = କଉଁରି ୧ମା । ଅଭ୍ୟୁପାୟ, ଜୟଃ, ସଂକ୍ଷୟହେତୁଃ, ଅସୌ= ଉଲ୍ଲେ କର୍ମଣି ୧ମା । ମାଲ୍ୟବାନ୍ = ନାମ ପଦ ଯୋଗେ ୧ମା । ସଙ୍ଗ=ଇତି ପଦ ଯୋଗେ ୧ମା । ବିଭୀଷଣୋକ୍ତ, ପରିଣାମନସଂ, ଦେହ, ରାବଣ, ବିୟଦ୍ଵଗତାନି, ଅନେକମାୟାନି, ରକ୍ଷାସହସ୍ରାଣି, ଶତ୍ରୁଭାବଂ, ଶାଚିଂ, ବାକ୍ୟ, ଔଷ୍ୟ, ଶୈତାଂ, ମାନଂ, ସିଦ୍ଧି, ଫଳମ୍ = କର୍ମଣି ୨ୟା । ବହୁ, ପ୍ରସଭମ୍, ଅତିମାତ୍ରମ୍ = କ୍ରିୟାବିଶେଷଣେ ୨ୟା । ପ୍ରହସ୍ତାଦିଘୋଷେଣ = କରଣେ ୩ୟା । ସନ୍ତାପିତଃ, ସଦୈବେ, ବ୍ରହ୍ମର୍ଷିଭି, ବୃଦ୍ଧି, ଭବତା, ମୟା = ଅନୁସ୍ତେ କଉଁରି ୩ୟା । ତୃପ୍ରସାଦେନ = ହେତୌ ୩ୟା । ରାତ୍ରିଵରକ୍ଷୟାୟ = ନିମିତ୍ତାର୍ଥେ ୪ର୍ଥୀ । ରାବଣସ୍ୟ, ମୁନୀନାମ୍, ପୁଣ୍ୟସ୍ୟ, ତସ୍ୟ, ମମ, କୃପାର୍ଥକ୍ୟ = ଶେଷେ ୬ଷ୍ଠୀ । ସ୍ୱକୁଳସ୍ୟ = କୃତ୍ ଯୋଗେ ୬ଷ୍ଠୀ । ଜଗତି, ଅନ୍ତରିକ୍ଷେ, ନିଶାୟାମ୍, ଗ୍ରାମ୍ୟସୁଖେଷୁ, ତ୍ୱଦର୍ଥେ = ଅଧିକରଣେ ୭ମୀ ।

ପ୍ରକୃତିପ୍ରତ୍ୟୟ– ଉକ୍ତମ୍ = ବଚ୍ + କ୍ତ । ମନ୍ୟନାନଃ = ମନ୍ + ଶ୍ୟନ୍ + ଶାନଚ୍ । ପରିଣାମେନ = ପରି + ନମ୍ + ଘଞ୍ଜ୍ + ଟା । ପ୍ରୋନ୍ନାମ୍ୟ = ପ୍ର + ଉତ୍ + ନମ୍ + ଲ୍ୟାପ୍ । ଧନୁଷ୍ମାନ୍ = ଧନୁସ୍ + ମତୁପ୍ । ସନ୍ତାପିତିଃ = ସମ୍ + ତପ୍ + ଣିଚ୍ + କ୍ତ + ଭିସ୍ । କ୍ଷୟଃ = କ୍ଷି + ଅଚ୍ । ଜୟ = ଜି + ଯତ୍ । ବହିତଃ = ବି + ଧା + କ୍ତ । ପ୍ରମାଦବାନ୍ = ପ୍ରମାଦ + ମତୁମ୍ । ଶାନ୍ତମ୍ = ଶମ୍ + ଭିନ୍ । ବାକ୍ୟମ୍ = ବଚ୍ + ଣ୍ୟତ୍ । ମାନମ୍ = ମନ୍ + ଘଡ୍ + ଅମ୍ । ସିଦ୍ଧିମ୍ = ସିଧ୍ + ସ୍କ୍ରିନ୍ + ଅମ୍ । ବସ୍ତୁମ୍ = ବଚ୍ + ତୁମୁନ୍ । ସଙ୍ଗୀ = ସନ୍‌ଜ୍ + ଘଞ୍ଚ । ନିଷେବିତଃ = ନି + ସେବ୍ + କ୍ତ । ଉପଭୁକ୍ତମ୍ = ଉପ + ଭୁଜ୍ + କ୍ତ।

CHSE Odisha Class 11 Sanskrit Optional Solutions Chapter 7 ବିଭୀଷଣସ୍ୟ ରାବଣଂ ପ୍ରତି ଉପଦେଶଃ

Text – 4

एवमुक्त्वा प्रसुप्ते ……………………………….. लंकाया निरगच्छत्।

ଏବମୁକ୍ତା ପ୍ରସୁପ୍ରେ …………………………………. ଲଙ୍କାୟା ନିରଗଚ୍ଛତ୍।

ଶବ୍ଦାର୍ଥ– ପ୍ରସୁପ୍ତ = ଶୋଇଯା’ନ୍ତେ । ରାକ୍ଷସେନ୍ଦ୍ରମ୍ =ଦାନବରାଜ ରାବଣକୁ । ବିପରୀତାନି ନିମିତ୍ତାନି = ଅଶୁଭସୂଚକ ଲକ୍ଷଣ । ବିବସ୍କାନ୍ = ସୂର୍ଯ୍ୟ । ଉତ୍ପାତଜମ୍ = ଉପଦ୍ରବରୁ ଜାତ । ବକ୍ରାକୃତି = ବକ୍ରାକାର ବିଶିଷ୍ଟ । ଛିଦ୍ରମ୍ = ଛିଦ୍ରକୁ । ବ୍ୟାଦାୟ= ବିସ୍ତାରିତ କରି । ଧୁସରରଶ୍ମିରାଶି = ପାଉଁଶିଆ କିରଣପୁଞ୍ଜଯୁକ୍ତ । ଅଭୁମ୍ = ଖାଇବାକୁ । କୀର୍ଣ୍ଣସଟୀ = ବିକ୍ଷିପ୍ତ କେଶର ଥ‌ିବା । ଅଦ୍ଭୁଦେତି = ଉଦୟ ହେଉଛନ୍ତି । କ୍ଷ୍ମାମ୍ = ପୃଥ‌ିବୀକୁ । କମ୍ପୟନ୍ତଃ = ପ୍ରକମ୍ପିତ କରୁଥିବା । ନିପତନ୍ତି ତଳକୁ ପଡ଼ୁଛନ୍ତି । ରୁବନ୍ତଃ = ରଡ଼ି କରୁଥିବା । ବିନାଶସୂଚକାନି = ବିନାଶସୂଚକ । ନିମିତ୍ତାନି = ଲକ୍ଷଣମାନ । ପ୍ରତ୍ୟର୍ଯ୍ୟ = ପ୍ରତ୍ୟର୍ପଣ କରି । ଦଶାନନଃ = ରାବଣ । ଭୀଷଣରୂକ୍ଷଚକ୍ଷୁଃ = ଭୟଙ୍କର କର୍କଶ ନେତ୍ର ବିଶିଷ୍ଟ । ଭୂଭଙ୍ଗମ୍ = ଭୁକୁଞ୍ଚନ । ଆଧ୍ୟାୟ = ଗ୍ରହଣ କରି । ଉଗ୍ରପଦାମ୍ = ନିଷ୍ଠୁର ପଦଯୁକ୍ତ । ଗିରମ୍ = ବାକ୍ୟ । ଜଗାଦି = କହିଲେ । ଉଦକେ = ଜଳରେ । ଶିଳାତଋଣମ୍ = ପଥର ଭାସିବା । ଧ୍ଵନ୍ତସ୍ୟନ୍ଦ = ଅନ୍ଧକାର ଝରୁଥୁବା । ବହ୍ନିନିସୃତିଃ = ଅଗ୍ନିନିଃସରଣ ହେବା । ପରେଣ = ଶତ୍ରୁଦ୍ବାରା । ଅପଜୟ = ପରାଜୟ । ତୁଲ୍ୟକୁଳସ୍ୟ = ସମାନ ବଂଶର । ବନ୍ଧୁବୃଦ୍ଧିମ୍ = ବନ୍ଧୁଙ୍କ ସମୃଦ୍ଧିକୁ । ସହନ୍ତେ = ସହିଥା’ନ୍ତି । ଲଙ୍କାଭିଭବେ ଲଙ୍କାର ପରାଜୟ ବିଷୟରେ । ଅତିହର୍ଷାତ୍ = ଅତି ଆନନ୍ଦ ହେତୁରୁ । ଅତିମାତ୍ରମ୍ = ଅତ୍ୟନ୍ତ । ଦୁଷ୍ଟୀ = ଖଳ । ଅନ୍ତରାତ୍ମା = ହୃଦୟ । ବିବୃତଃ = ପ୍ରକାଶ କରିଛି । ଶିରସି = ମସ୍ତକରେ । ପାଶ୍ଚିମ୍ = ପାଦତଳକୁ । ରୋଷମ୍ = କ୍ରୋଧକୁ । କ୍ଷମୟା = କ୍ଷମାଦ୍ବାରା । ମନ୍ୟୁମ୍ = ଶୋକକୁ । ଧୈର୍ଯ୍ୟ ଧୈର୍ଯ୍ୟଦ୍ଵାରା । ଗର୍ବମ୍ = ଅହଂକାରକୁ । ବିନୟନ = ବିନୀତଭାବଦ୍ଵାରା । ମୋହମ୍ = ମୋହକୁ । ଧୂୟା = ବୁଦ୍ଧିଦ୍ୱାରା । ନିଗୃହ୍ନନ୍ = ନିୟନ୍ତ୍ରଣ କରି । ଉଦତିଷ୍ଠତ୍ = ଉଠି ଠିଆହେଲେ । ଆମ୍ବ = ରୁହ । ଆତୁରଃ = ରୋଗୀ । ପଥ୍ୟକଟୁନ୍ = କଟୁପଥ୍ୟକୁ । ଅନଶୁନ୍ = ନ ଖାଇ । ସାମୟ = ରୋଗଗ୍ରସ୍ତ । ଭିଷଜାମ୍ = ବୈଦ୍ୟମାନଙ୍କର । ବିବେକଶୂନ୍ଯ = ବିଚାର ରହିତ । ଆତ୍ମମାନୀ ଆତ୍ମାଭିମାନୀ । ସ୍କୁଟମ୍ = ସ୍ପଷ୍ଟଭାବରେ । ବୈରମ୍ = ଶତ୍ରୁତା । ଶ୍ରୋତ୍ରସୁ = ଶ୍ରବଣସୁଖକର । ଅପଥି = କୁପଥ୍ୟଦ୍ଵାରା । ପ୍ରତୁଷ୍ୟତି = ସନ୍ତୁଷ୍ଟ ହୁଏ । ଅନର୍ଥାୟ = ଅନିଷ୍ଟ ପାଇଁ । ଲାଘବମ୍ = ଅପମାନ ବା ଲଘୁତାକୁ । ଆଦଧାତି = ବହନ କରୁଛି । ମନ୍ତ୍ରୀମୁଖ୍ୟ = ପ୍ରଧାନମନ୍ତ୍ରୀଙ୍କଦ୍ବାରା । ରଜନୀଚରପତିମ୍ = ଦାନବରାଜଙ୍କୁ । ନିରଗଚ୍ଛତ୍ = ବାହାରି ଚାଲିଗଲେ ।

ଅନୁବାଦ– ଏହିପରି କହି କୁମ୍ଭକର୍ଣ୍ଣ ଶୋଇଗଲା ପରେ ବିଭୀଷଣ ରାକ୍ଷସରାଜ ରାବଣକୁ ପୁଣି କହିଲେ – ବିପରୀତ ଲକ୍ଷଣମାନ ଦେଖାଯାଉଛି । ସୂର୍ଯ୍ୟ ଉପଦ୍ରବରୁ ଜାତ ବକ୍ରାକାର ଛିଦ୍ରଟିକୁ ମେଲି ଧୂସର କିରଣପୁଞ୍ଜଦ୍ଵାରା ଲୋକମାନଙ୍କୁ ଭକ୍ଷଣ କରିବାକୁ ବିକ୍ଷିପ୍ତ କେଶରବିଶିଷ୍ଟ ସିଂହ ସମ୍ମୁଖରୁ ଆସିଲା ପରି ଉଦୟ ହେଉଛନ୍ତି । ପୃଥ‌ିବୀକୁ ପ୍ରକମ୍ପିତ କରି ଉଲ୍‌କାମାନ ପଡୁଛନ୍ତି । ଶୃଗାଳାଦି ପ୍ରାଣୀମାନେ ଶବ୍ଦକରି ଆମ ଚାରିପାଖରେ ବୁଲୁଛନ୍ତି । ଯେହେତୁ ଏପରି ବିନାଶସୂଚକ ଲକ୍ଷଣମାନ ଦେଖାଯାଉଛନ୍ତି, ତେଣୁ ତୁମେ ସୀତାଙ୍କୁ ପ୍ରତ୍ୟର୍ପଣ କରି ରାମଙ୍କ ସହ ସନ୍ଧି କର । ଭୟଙ୍କର କର୍କଶ ନେତ୍ରଯୁକ୍ତ ଦଶମୁଖ ରାବଣ ଭୁକୁଞ୍ଚନପୂର୍ବକ ବିଭୀଷଣଙ୍କୁ କର୍କଶପଦଯୁକ୍ତ ବାକ୍ୟ କହିଲେ । ପାଣିରେ ପଥର ଭାସିବା, ସୂର୍ଯ୍ୟଙ୍କଠାରୁ ଅନ୍ଧାର ଝରିବା, ଚନ୍ଦ୍ରଙ୍କଠାରୁ ନିଆଁ ବାହାରିବା ଓ ବିଜୟ ଇଚ୍ଛା କରୁଥିବା ମୋର ଶତ୍ରୁଦ୍ଵାରା ପରାଜୟ– ଏ ଚାରୋଟି ସମାନ ଅଟନ୍ତି । ଆତ୍ମୀୟ ସ୍ବଜନ ନିଜର ହିଁ ବିନାଶ ଇଚ୍ଛା କରନ୍ତି, କିନ୍ତୁ ସମାନ ବଂଶର ସମ୍ପଦକୁ ଚାହାଁନ୍ତି ନାହିଁ ।

ପୁଣି ଶତ୍ରୁମାନଙ୍କୁ ନମସ୍କାର କରନ୍ତି ଓ ସନ୍ତପ୍ତ ହେଉଥ‌ିବା ହୃଦୟରେ ବନ୍ଧୁଙ୍କର ସମୃଦ୍ଧିକୁ ସହିଯାଆନ୍ତି । ତୁମେ ଆଜି ଲଙ୍କାର ପରାଜୟ ବିଷୟରେ ଅତି ଆନନ୍ଦ ହେତୁ ଅତିମାତ୍ରାରେ ବିଷାକ୍ତ ମନୋଭାବକୁ ବ୍ୟକ୍ତ କରିଛ । ତୁମକୁ ଧୂକ୍‌କାର । ଏକଥା କହି ରାବଣ ତାଙ୍କ ମସ୍ତକରେ ପଦାଘାତ କଲେ । ତାହାପରେ ବିଭୀଷଣ କ୍ରୋଧକୁ କ୍ଷମାଦ୍ବାରା, ଶୋକକୁ ଧୈର୍ଯ୍ୟଦ୍ବାରା, ଗର୍ବକୁ ବିନୟଦ୍ବାରା ଓ ମୋହକୁ ବୁଦ୍ଧିଦ୍ୱାରା ନିୟନ୍ତ୍ରଣ କରି ଚାରିମନ୍ତ୍ରୀଙ୍କ ସହ ଉଠି ଠିଆ ହେଲେ ଓ ରାବଣକୁ କହିଲେ– ହେ ମହାରାଜ ! ମୋ ବିନା ସୁଖରେ ରୁହ । ଯେଉଁ କଟୁପଥ୍ୟକୁ ନ ଖାଇଥିବା ମୂର୍ଖ ରୋଗୀ ରୋଗଗ୍ରସ୍ତ ହୁଏ ତାହା କ’ଣ ବୈଦ୍ୟମାନଙ୍କର ଦୋଷ ? ଯେଉଁ ବିବେକହୀନ ଆତ୍ମାଭିମାନୀ ରାଜା ସ୍ପଷ୍ଟରୂପେ କୁହାଗଲେ ମଧ୍ୟ ଶତ୍ରୁତା ଆଚରଣ କରେ ଓ ଶ୍ରବଣ ସୁଖକର କୁପଥ୍ୟ ବା ଅହଙ୍କାର କଥାରେ ସନ୍ତୁଷ୍ଟ ହୁଏ ସେ ମିତ୍ରମାନଙ୍କର ବଡ଼ ଅନିଷ୍ଟ ନିମନ୍ତେ କାରଣ ହୋଇଥାଏ । ଧର୍ମସଙ୍ଗତ ମାର୍ଗରେ ଥିବା ମୋତେ ତୁମେ ପାଦରେ ଏହି ଯେଉଁ ପ୍ରହାର କଲ ତାହା କାହାର ମର୍ଯ୍ୟାଦାହାନି କରୁଛି ତାହାକୁ ମନ୍ତ୍ରୀ ଆଦିଙ୍କ ସହ ତୁମେ ଚିନ୍ତା କରିବା ବିଧେୟ । ଏହିପରି ରାକ୍ଷସରାଜ ରାବଣଙ୍କୁ କହି ବିଭୀଷଣ ଲଙ୍କାପୁରୀରୁ ବାହାରି ଚାଲିଗଲେ ।

ବ୍ୟାକରଣ
ସନ୍ଧିବିଚ୍ଛେଦ– ରାକ୍ଷସେନ୍ଦ୍ରମ୍ = ରାକ୍ଷସ + ଇନ୍ଦ୍ରମ୍ । ପୁନରୁବାଚ = ପୁନଃ + ଉବାଚ । ଦିବସ୍ତ୍ରାନୁତ୍ପାତଜମ୍ = ବିବସ୍ୱାନ୍ + ଉତ୍ପାତଜମ୍ । ଧୂସରରଶ୍ମିରାଶିର୍ଜନାନୁଭୁମ୍ = ଧୂସରରଶ୍ମିରାଶି + ଜନାନ୍ + ଅଭୁମ୍ । ଇବାକ୍ୟୁଦେତି = ଇବ + ଅଭି + ଉଦେତି । କମ୍ପୟତ୍ୟଶ୍ଳୋକା କମ୍ପୟନ୍ତଃ + ଚ + ଉଲ୍‌କା । ଶୃଗାଳଦୟ = ଶୃଗାଳ + ଆଦୟଃ । ଯକ୍ଷ୍ମାଦେବମ୍ : ଯସ୍ମାତ୍ + ଏବମ୍ । ଭୀଷଣରୂକ୍ଷଚକ୍ଷୁର୍ଭୂଭଙ୍ଗମାଧାୟୋଗ୍ରପଦାମ୍ = ଭୀଷଣରୂକ୍ଷଚକ୍ଷୁଃ + ଭୂଭଙ୍ଗମ୍ + ଆଧାୟ + ଉଗ୍ରପଦାମ୍ । ରବେର୍ଧାନ୍ତସ୍ୟନ୍ଦ = ରବେ + ଧ୍ଵନ୍ତସ୍ୟନ୍ଦ । ଇନ୍ଦୋବହ୍ନିନିସୃତିଃ = ଇନ୍ଦୋ + ବହ୍ନିନିସୃତିଃ । ବିଜିଗୀଷୋର୍ମମ = ବିଜିଗ୍ରୀଷ + ମମ । ଇତ୍ୟେତାନି = ଇତି + ଏତାନି । ଆତ୍ମନୋଽପି = ଆତ୍ମନଃ + ଅପି । କ୍ଷୟମିଛନ୍ତି = କ୍ଷୟମ୍ + ଇଚ୍ଛନ୍ତି । ପୁନସ୍କୁଲ୍ୟକୁଳସ୍ୟ ପୁନଃ + ତୁଲ୍ୟକୁଳସ୍ୟ । ଶତ୍ରୁନ୍ନମନ୍ତ = ଶଙ୍ଖୁନ୍ + ନମନ୍ତେ । ସନ୍ତପ୍ୟମାନୈହୃଦଯୌବନ୍ଧୁବୃଦ୍ଧିମ୍ = ସଂତଷ୍ୟମାନୈହୃଦୟଃ + ବନ୍ଧୁବୃଦ୍ଧିମ୍‌ । ତ୍ରୟାଦ୍ୟ = ତ୍ରୟା + ଅଦ୍ୟ । ଲଙ୍କାଭିଭବେଽହର୍ଷାଦତିମାତ୍ରମ୍ = ଲଙ୍କା + ଅଭିଭବେ + ଅତିହର୍ଷାତ୍ + ଅତିମାତ୍ରମ୍ । ଦୁଷ୍ଟୋଽନ୍ତରାତ୍ମା = ଦୁଷ୍ଟ + ଅନ୍ତରାତ୍ମା । ଧୂମିତି = ଧକ୍ + ଗ୍ରାମ୍ + ଇତି । ସଚିବୈରୁତିଷ୍ଠତ୍ = ସଚିବୈ + ଉଦତିଷ୍ଠତ୍ । ଚୋବାଚ = ଚ + ଉବାଚ । ସୁଖମାସ୍ଟ = ସୁଖମ୍ + ଆସ୍ତ୍ର । ଯନ୍ତୁଙ୍ଖ = ଯତ୍ + ମୂର୍ଖ । ପଥ୍ୟକଟୁନନଶ୍ଵସାମୟ = ପଥ୍ୟକଟୁନ୍ + ଅନର୍ଶନ + ସାମୟ । ସ୍କୁଟମୁଚ୍ୟମାନଃ = ସ୍କୁଟମ୍ + ଉଚ୍ୟମାନଃ । ଶ୍ରୋତ୍ରସୁଖୈରପଥେଷ୍ଟ = ଶ୍ରୋତ୍ରସୁଖୈ + ଅପଥ୍ୟ + ଚ । ଯୋଽୟମ୍ = ଯଃ + ଅୟମ୍ । ଲାଘବମାଦଧାତୁ = ଲାଘବମ୍ + ଅବଧାତୁ । ମନ୍ତ୍ରୀମୁଖୈୟା = ମନ୍ତ୍ରୀମୁଖୈ + ତ୍ରୟା । ଚିନ୍ତନୀୟମିତ = ଚିନ୍ତନୀୟମ୍ + ଇତି । ରଜନୀଚରପତିମୁକ୍ତା = ରଜନୀଚରପତିମ୍ + ଉଲ୍କା । ନିରଗଚ୍ଛତ୍ = ନିଃ + ଅଗଚ୍ଛିତ୍ ।

ସମାସ– ରାକ୍ଷସେନ୍ଦ୍ରମ୍ = ରାକ୍ଷସାନାମ୍ ଇନ୍ଦ୍ର, ତମ୍ (୬ଷ୍ଠୀ ତତ୍‌ପୁରୁଷ) । ଉତ୍ପାତଜମ୍ = ଉତ୍ପାତାତ୍ ଜାୟତେ ଇତି, ତତ୍ (ଉପପଦ ତତ୍‌ପୁରୁଷ) । ଧୂସରରଶ୍ମିରାଶି = ରଶ୍ମିନାଂ ରାଶି (୬ଷ୍ଠୀ ତତ୍‌ପୁରୁଷ), ଧୂସର ରଶ୍ମିରାଶିଂ ଯସ୍ୟ ଡଃ (ବହୁବ୍ରୀହିଃ) । କୀର୍ଣ୍ଣସଙ = କୀର୍ତ୍ତା ସଟା ଯସ୍ୟ ଡଃ (ବହୁବ୍ରୀହିଃ) । ଶୃଗାଳାଦ = ଶୃଗାଳ ଆଦି ଯେତାଂ ତେ (ବହୁବ୍ରୀହିଃ) । ବିନାଶସୂଚକାନି = ବିନାଶସ୍ୟ ସୂଚକମ୍, ତାନି (୬ଷ୍ଠୀ ତତ୍‌ପୁରୁଷ) । ଦଶାନନଃ = ଦଶ ଆନାନାନି ଯସ୍ୟ ଡଃ (ବହୁବ୍ରୀହିଃ) । ଭୀଷଣରୂକ୍ଷଚକ୍ଷୁଃ = ଭୀଷଣାନି ରୂକ୍ଷାଣି (କର୍ମଧାରୟ), ତାଦୃଶାନି ଚକ୍ଷୁସି ଯସ୍ୟ ଡଃ (ବହୁବ୍ରୀହିଂ) । ଭୂଭଙ୍ଗମ୍ = ଭୂବୋ ଭଙ୍ଗ, ତମ୍ (୬ଷ୍ଠୀ ତତ୍ତ୍ଵପୁରୁଷ) । ଉଗ୍ରପଦାମ୍ = ଉଗ୍ରାଣି ପଦାନି ଯସ୍ୟା ସା, ତାମ୍ ( ବହୁବ୍ରୀହିଃ) । ଶିଳାତରଣମ୍ = ଶିଳାୟା ତରଣମ୍ (୬ଷ୍ଠୀ ତତ୍‌ପୁରୁଷ) । ଧ୍ଵନ୍ତସ୍ୟତଃ ଧ୍ଵନ୍ତସ୍ୟ ସ୍ୟନ୍ଦ (୬ଷ୍ଠୀ ତତ୍ତ୍ଵପୁରୁଷ) । ବହ୍ନିନିସୃତିଃ = ବହ୍ନେ ନିସୃତିଃ ( ୬ଷ୍ଠୀ ତତ୍‌ପୁରୁଷ) । ତୁଲ୍ୟକୁଳସ୍ୟ = ତୁଲ୍ୟ କୁଳଂ, ତସ୍ୟ ( କର୍ମଧାରୟ) । ବନ୍ଧୁବୃଦ୍ଧିମ୍‌ = ବନ୍ଧା ବୃଦ୍ଧି, ତାମ୍ (୬ଷ୍ଠୀ ତତ୍‌ପୁରୁଷ) । ଲଙ୍କାଭିଭବେ = ଲଙ୍କା ଅଭିଭବ, ତସ୍ମିନ୍ ( ୬ଷ୍ଠୀ ତତ୍‌ପୁରୁଷ) । ଅତିହର୍ଷାତ୍ = ଅତିଶୟିତଃ ହର୍ଷ, ତସ୍ମାତ୍ (ପ୍ରାଦି ତତ୍‌ପୁରୁଷ) । ଅନ୍ତରାତ୍ମା = ଅନ୍ତଃସ୍ଥିତଃ ଆତ୍ମା (ଶାଳପାର୍ଥବାଦିଭୈ) । ମହାରାଜ = ମହାନ୍ ରାଜା, ସମ୍ବୋଧନେ (କର୍ମଧାରୟ) । ପଥ୍ୟକଟୁନ୍ = କଟୁ ପଥ୍ୟ, ପଥ୍ୟାକଟୁ, ତାନ୍ (କର୍ମଧାରୟ) । ଅନଶୁନ୍ = ନ ଅଶ୍ବିନ୍ (ନଞ୍ଚ୍ ତତ୍‌ପୁରୁଷ) । ସାମୟ = ଆମୟେନ ସହ ବର୍ତ୍ତମାନଃ (ସହାର୍ଥ ବହୁବ୍ରୀହିଃ) । ବିବେକଶୂନ୍ଯ = ବିବେକେନ ଶୂନ୍ୟ (ତୃତୀୟା ତତ୍ତ୍ଵପୁରୁଷ) । ଆତ୍ମମାନୀ = ଆତ୍ମାନଂ ମନ୍ୟତେ ଇତି (ଉପପଦ ତତ୍ତ୍ଵପୁରୁଷ) । ଶ୍ରୋତ୍ରସୁ = ଶ୍ରୋତ୍ରାୟ ସୁଖୀ ତିଃ (ଚତୁର୍ଥୀ ତତ୍‌ପୁରୁଷ) । ଅପଥୈ = ନ ପଥ୍ୟ, ତୈ (ନଵ ତତ୍ତ୍ଵପୁରୁଷ) । ସୁହୃଦାମ୍ = ଶୋଭନଂ ହୃଦୟଂ ଯସ୍ୟ ସ୍ୱ, ତେଷାମ୍ (ପ୍ରାଦି ବହୁବ୍ରୀହିଃ) । ମନ୍ତ୍ରମୁଖ୍ଯ = ମନ୍ତ୍ରୀ ମୁଖ୍ୟ ଯେଷା ତୋ (ବହୁବ୍ରୀହିଂ) । ରଜନୀଚରପତିଶ୍‌ = ରଜନ୍ୟା ଚରନ୍ତି ଇତି ଯେ (ଉପପଦ ତତ୍‌ପୁରୁରଃ), ତେଷା, ତମ୍ (୬ଷ୍ଠ ତତ୍ତ୍ଵପୁରୁଷ) ।

CHSE Odisha Class 11 Sanskrit Optional Solutions Chapter 7 ବିଭୀଷଣସ୍ୟ ରାବଣଂ ପ୍ରତି ଉପଦେଶଃ

ସକାରଣବିଭକ୍ତି– ଜ୍ଞାତୟଃ, ସାମୟ, ଆପୁରଃ, ଆତ୍ମମାନୀ, ପ୍ରଭୁ, ବିବସ୍ଟାନ୍, ଧୂସରରଶ୍ମିରାଶି, କୀର୍ଣ୍ଣସତଃ, ଉଲ୍‌କା, ଶୃଗାଳାଦୟ, ଦଶାନନଃ, ଭୀଷଣରୂକ୍ଷଚକ୍ଷୁଃ, ଧ୍ୟାନ୍ତସ୍ୟନ୍ଦୀ, ବହ୍ନିନିସୃତିଃ = କଉଁରି ୧ ମା । ବିପରୀତାନି, ନିମିତ୍ତାନି, ଅନ୍ତରାତ୍ମା, ପ୍ରହାରଃ = ଉଲ୍ଲେ କର୍ମଣି ୧ ମା । ଅପଜୟଃ = ଇତି ଯୋଗେ ୧ମା । ମହାରାଜ = ସମ୍ବୋଧନେ ୧ମା । ରାକ୍ଷସେନ୍ଦ୍ରମ୍, ଜନାନ୍, ଶାଂ, ସୀତାଂ, ସଲିଂ, ଭୂଭଙ୍ଗ, ଉଗ୍ରପଦା, ଗିରଂ, ରଜନୀଚରପତି, ବିଭୀଷଣଂ, ବନ୍ଧୁବୃଦ୍ଧି, ପାଣ୍ଟିଂ, ରୋଷ, ମନ୍ୟୁ, ଗର୍ବଂ, ମୋହଂ, ଲାଘବମ୍ = କର୍ମଣି ୨ୟା । ତ୍ରାମ୍ = ଧୂପଦ ଯୋଗେ ୨ୟା । ସ୍କୁଟିଂ, ସୁଖମ୍ = କ୍ରିୟାବିଶେଷଣ ୨ୟା । ପରେଣ, କ୍ଷମୟା, ଧୈର୍ଯ୍ୟଣ, ବିନୟେନ, ଧୂ, ପାଦେନ = କରଣେ ୩ୟା । ରାମେଣ = ସହ ଯୋଗେ ୩ୟା । ଚତୁର୍ବିଂ, ସଚିବୈ = ସମଂ ଯୋଗେ ୩ୟା । ମନ୍ତ୍ରୀମୁଖ୍ୟ = ସହ ଯୋଗେ ୩ୟା । ଅପଥ୍ୟ, ଭବତା = ଅନୁସ୍ତେ କଉଁରି ୩ୟା । ମୟା = ବିନା ଯୋଗେ ୩ୟା । ମହତେ, ଅନର୍ଥାୟ = ନିମିତ୍ତାର୍ଥେ ୪ର୍ଥୀ । ମେ = ସଂପ୍ରଦାନେ ୪ର୍ଥୀ । ଯକ୍ଷ୍ମାତ୍, ତସ୍ମାତ୍, ଅତିହର୍ଷାତ୍ ହେତୌ ୫ମୀ । ରବେ, ଇନ୍ଦୋ = ‘ଜନିକର୍ତ୍ତ ପ୍ରକୃତି’ ଯୋଗେ ୫ମୀ । ଲଙ୍କାୟା = ଅପାଦାନେ ୫ମୀ । ତୁଲ୍ୟକୁଳସ୍ୟ, ସୁହୃଦାମ୍ = ଶେଷେ ୬ଷ୍ଠୀ । ଭିଷଦାମ୍ = ହୃଦ୍ ଯୋଗେ ୬ଷ୍ଠୀ । ପ୍ରସୁପ୍ତ, କୁମ୍ଭକର୍ଣ୍ଣେ = ଭାବେ ୭ମୀ । ଉଦକେ, ଲଙ୍କାଭିଭବେ, ଶିରସି, ଧର୍ମ, ପଥ୍ = ଅଧ୍ଵରଣେ ୭ମୀ ।

ପ୍ରକୃତିପ୍ରତ୍ୟୟ– ପ୍ରସୁପ୍ତ = ପ୍ର + ସୁପ୍ + କ୍ତ + ଡି । ବ୍ୟାଦାୟ = ବି + ଆ + ଦା + ଲ୍ୟାପ୍ । ଅଭୁମ୍ = ଅଦ୍ + ତୁମୁନ୍ । କମ୍ପୟନ୍ତଃ = କମ୍ପ୍ + ଣିଚ୍ + ଶତୃ + ଡୀପ୍ + ଜସ୍ । ରୁବନ୍ତଃ = ରୁ + ଶତୃ + ଜସ୍ । ପ୍ରତ୍ୟର୍ଯ୍ୟ = ପ୍ରତି + ର + ଣିଚ୍ + ଲ୍ୟାପ୍ । ଆଧାୟ = ଆ + ଧା + ଲ୍ୟାପ୍ । ସ୍ୱୟଂ = ସ୍ୟନ୍ଦ୍ + ଘଡ୍ । ନିବୃତଃ = ନି + ସୃ + ସ୍କ୍ରିନ୍ । ଅପଜୟ = ଅପ + ଜି + ଅବ୍। ସଂତଷ୍ୟମାନଃ = ସମ୍ + ତମ୍ + ଶାନଚ୍ + ଭିସ୍ । ହର୍ଷ ହୃଷ୍ + ଘଞ୍ଜ୍ । ଦୁଷ୍ଟ = ଦୁଷ୍ + କ୍ତ । ବିବୃତଃ = ବି + ବୃ + କ୍ତ । ବଦନ୍ = ବଦ୍ + ଶତ୍ରୁ । ରୋଷମ୍ = ରୁଷ୍ + ଘଞ୍ଚ୍ + ଅମ୍ । ନିଗୃହ୍ନନ୍ = ନି + ଗ୍ରହ + ଶତୃ । ଦୋଷ = ଦୁଷ୍ + ଘଡ୍ । ଉତ୍ୟମାନଃ = ବଚ୍ + ଶାନଚ୍ । ପ୍ରହାରଃ = ପ୍ର + ହୃ + ଘଞ୍ଚ । ଦରଃ = ଦା + କ୍ତ । ଚିନ୍ତନୀୟମ୍ = ଚିନ୍ତ୍ + ଅନୀୟର୍ ।

BSE Odisha 7th Class Science Solutions Chapter 8 ମାଟି (ମୃତ୍ତିକା)

Odisha State Board BSE Odisha 7th Class Science Solutions Chapter 8 ମାଟି (ମୃତ୍ତିକା) Textbook Exercise Questions and Answers.

BSE Odisha Class 7 Science Solutions Chapter 8 ମାଟି (ମୃତ୍ତିକା)

Question 1.
ସର୍ବାଧ‌ିକ ଜଳଧାରଣ କ୍ଷମତା ଥ୍ୟାବା ମାଟି କେଉଁଟି ଅଟେ ?
(କ) ବାଲିଆ ମାଟି
(ଖ) କାଦୁଆ ମାଟି
(ଗ) ଦୋରସା ମାଟି
(ଘ) ମଟାଲ ମାଟି
Solution:
ମଟାଲ ମାଟି

Question 2.
ଉର୍ବର ମାଟିର ଉପର ସ୍ତରରେ କେଉଁଟି ଥାଏ ?
(କ) ପଥର
(ଗ) ବାଲି
(ଘ) ହ୍ୟୁମସ୍
Solution:
ହ୍ୟୁମସ୍

Question 3.
୩ । ‘କ’ ସ୍ତମ୍ଭରେ ଥ‌ିବା ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦକୁ ସଂଯୋଗ କର ।
Solution:
BSE Odisha 7th Class Science Solutions Chapter 8 Img 1

BSE Odisha 7th Class Science Solutions Chapter 8 ମାଟି (ମୃତ୍ତିକା)

Question 4.
ମାଟି କିପରି ସୃଷ୍ଟି ହୁଏ ବର୍ଣ୍ଣନା କର ।
Solution:

  • ତାପମାତ୍ରା, ପବନ, ଜଳ ଓ ଜଳବାୟୁର ପରିବର୍ତ୍ତନର ପ୍ରଭାବରେ ଶିଳା ଭାଙ୍ଗି ଶେଷରେ ମାଟି ସୃଷ୍ଟି ହୋଇଥାଏ ।
  • ଦିନର ଅତ୍ୟଧ୍ୱ ସୂର୍ଯ୍ୟ ତାପ ଓ ରାତିରେ ତାପ ହ୍ରାସ ଫଳରେ ଭୂପୃଷ୍ଠର ଶିଳା ପ୍ରସାରଣ ଓ ସଙ୍କୋଚନ ଫଳରେ ଶିଳାଗୁଡ଼ିକରେ ଫାଟ ସୃଷ୍ଟି ହୁଏ ।
  • ବର୍ଷାଜଳ, ବାୟୁ, ଜଳସ୍ରୋତ ଓ ଉଭିଦର ଚେର ଏହି ଫାଟରେ ପଶି ଶିଳାଗୁଡ଼ିକୁ ଫଟାଇ ଛୋଟ ଛୋଟ ଶିଳା ଖଣ୍ଡରେ ପରିଣତ କରନ୍ତି ।
  • ବର୍ଷାଜଳ ଓ ନଦୀ ସ୍ରୋତରେ ଏହି ଶିଳା ଖଣ୍ଡଗୁଡ଼ିକ ଗଡ଼ି ଗଡ଼ି ପାହାଡ଼ିଆ ଅଞ୍ଚଳରୁ ନିମ୍ନଆଡ଼କୁ ଆସନ୍ତି ଓ ପରସ୍ପର ସହ ବାଡ଼େଇ ହୋଇ ଆହୁରି ଛୋଟ ଛୋଟ ଖଣ୍ଡରେ ପରିଣତ ହୁଅନ୍ତି ।
  • ଶିଳାର ଚୂର୍ଣ୍ଣରୁ ବାଲି ସୃଷ୍ଟି ହୁଏ ।
  • ଅତ୍ୟନ୍ତ ଛୋଟ ଛୋଟ କଣିକାଗୁଡ଼ିକ ପାଣି ସହିତ ମିଶି କାଦୁଅ ସୃଷ୍ଟି କରିଥାଏ ।
  • ବାଲି, କାଦୁଅ, ଜୈବପଦାର୍ଥ ଓ ଶିଳାରେ ଥ‌ିବା ଲବଣ ମିଶି ମାଟି ସୃଷ୍ଟି ହୁଏ ।
  • ପୃଥ‌ିବୀ ପୃଷ୍ଠରେ l ସେ.ମି. ବହଳର ମୃତ୍ତିକା ସୃଷ୍ଟି ଲାଗି ପ୍ରକୃତିକୁ ହଜାର ହଜାର ବର୍ଷ ସମୟ ଲାଗେ ।

Question 5.
ବାଲିଆ,ଦୋରସା, ମଟାଳ ମାଟିର ଗଠନ ଓ ବିଶେଷତା ଲେଖ ।

  • ବାଲିଆ ମାଟିରେ ଶତକଡ଼ା 70 ରୁ 80 ଭାଗ ବାଲି ଥାଏ ଓ ଏହା ହାତକୁ ଦାନା ଦାନା ଲାଗେ । ଏହାର ଜଳ ଧାରଣ କ୍ଷମତା କମ୍ ହୋଇଥିବାରୁ ସେଥ‌ିରେ କମ୍ ଜଳ ଆବଶ୍ୟକ କରୁଥିବା ଚିନାବାଦାମ, କନ୍ଦମୂଳ, ଆଳୁ, ମୁଗ, ବିରି, ସୂର୍ଯ୍ୟମୁଖୀ ଆଦି ଫସଲ ଭଲ ହୁଏ ।
  • ମଟାଳ ମାଟିରେ କାଦୁଅ ଭାଗ ଅଧ‌ିକ ଥାଏ ଓ ହାତକୁ ଚିକ୍କଣ ଲାଗେ । ମଟାଳ ମାଟିର ଜଳଧାରଣ କ୍ଷମତା ଅଧିକ । ଏଣୁ ଏଥ‌ିରେ ଧାନ, ଆଖୁ, ନଳିତା, ଜଡ଼ା ଓ ଗହମ ଆଦି ଭଲ ହୁଏ ।
  • ଦୋରସା ମାଟିରେ ବାଲି ଓ କାଦୁଅ ଭାଗ ସମାନ ଥାଏ ଓ ଏଥ‌ିରେ ହ୍ୟୁମସ ଯଥେଷ୍ଟ ଥାଏ । ଏହାର ଜଳଧାରଣ କ୍ଷମତା ବାଲିଆ ମାଟିଠାରୁ ଅଧ୍ଵ ଓ ମଟାଳ ମାଟିଠାରୁ କମ୍ । ଏହା ହାତକୁ ଅଳ୍ପ ଚିକ୍କଣ ଓ ଖଦଡ଼ିଆ ଲାଗେ । ଏ ପ୍ରକାର ମାଟିରେ ପନିପରିବା ଚାଷ ଓ ଫୁଲ ଚାଷ ଭଲ ହୁଏ ।

Question 6.
ମାଟିର ପରିଚିତ୍ରଣ କରି ସ୍ତର ଦର୍ଶାଅ ।
Solution:
ଭୂପୃଷ୍ଠର ତଳ ଭାଗକୁ ଗୋଟିଏ ପରେ ଗୋଟିଏ ହୋଇ ରହିଥ‌ିବା ଭୂସ୍ତରକୁ ମୃଭିକା ପରିଚିତ୍ରଣ କୁହାଯାଏ । ମାଟିରେ ଚାରୋଟି ଭୂସ୍ତର ରହିଥାଏ; ଯଥା – ପ୍ରଥମ ଭୂସ୍ତର, ଦ୍ୱିତୀୟ ଭୂସ୍ତର, ତୃତୀୟ ଭୂସ୍ତର ଚତୁର୍ଥ ଭୂସ୍ତର ।

  • ଉପର ମାଟିର ସ୍ତର ହ୍ୟୁମସ୍‌ରେ ପୂର୍ଣ୍ଣ, ନରମ ଛିଦ୍ରଯୁକ୍ତ ଅଟେ । ଏଥ‌ିରେ ଜଳ ମଧ୍ଯ ରହିଥାଏ ।
  • ଦ୍ଵିତୀୟ ସ୍ତରରେ ପୋକ, ଅନ୍ୟ ଜୀବମାନେ ; ଯଥା ପିମ୍ପୁଡ଼ି, ଜନ୍ଦା, ବିଛା ରହିଥା’ନ୍ତି । ଏହା ଅପେକ୍ଷାକୃତ କଠିନ । ଏଥ‌ିରେ ଅଧିକ ହ୍ୟୁମସ୍ ଥାଏ ।
  • ତୃତୀୟ ସ୍ତରରେ ଗରଡ଼ା, ପଥର ଖଣ୍ଡ ରହିଥାଏ ।
  • ଚତୁର୍ଥ ସ୍ତରରେ କଠିନ ଶିଳାସ୍ତର ରହିଥାଏ ।
    BSE Odisha 7th Class Science Solutions Chapter 8 Img 2

BSE Odisha 7th Class Science Solutions Chapter 8 ମାଟି (ମୃତ୍ତିକା)

Question 7.
ଗୋଟିଏ ପରୀକ୍ଷଣରୁ ଜଣାଗଲା 10 ମିନିଟ୍‌ରେ 150 ମି.ଲି. ଜଳ ମାଟି ତଳକୁ ଯାଇପାରିଛି । ତା’ର ଜଳ ଅବଶୋଷଣ କ୍ଷମତା ନିଶ୍ଚୟ କରି ମାଟିର ପ୍ରକାର ଭେଦ ଲେଖ ।
Solution:
ମାଟିର ଓଜନ = 100 ଗ୍ରାମ୍
ମାପ ଗ୍ଲାସରେ ଜଳର ପରିମାଣ (u) = 200 ମି.ଲି.
ପରୀକ୍ଷଣରୁ ଜଣାଗଲା ଯେ 10 ମିନିଟ୍‌ରେ 150 ମି.ଲି. ଜଳ ମାଟି ତଳକୁ ଆସିଛି ।
ବିକରରେ ପଡ଼ିଥିବା ଜଳର ଆୟତନ (v)= 150 ମି.ଲି. ମାଟିଦ୍ଵାରା ଶୋଷିତ ଜଳର ପରିମାଣ= u – v ମି.ଲି.
= (200 – 150) ମି.ଲି.. = 50 ମି.ଲି.
BSE Odisha 7th Class Science Solutions Chapter 8 Img 3

Question 8.
ମୃତ୍ତିକା ସଂରକ୍ଷଣ କିପରି କରାଯାଇପାରିବ ଲେଖ ।
Solution:

  • ମୃତ୍ତିକା କୌଣସି ସ୍ଥାନରୁ ବାରମ୍ବାର ସ୍ଥାନାନ୍ତରିତ ହେଲେ ସେଠାକାର ମୃତ୍ତିକା ସ୍ତରର ଉର୍ବରତା କମିଯାଏ ।
  • ଜଳ ଓ ବାୟୁ ମୃତ୍ତିକା ଅବକ୍ଷୟର ମୁଖ୍ୟ ପ୍ରାକୃତିକ କାରକ ଅଟନ୍ତି । ମୃତ୍ତିକା ମୁଖ୍ୟତଃ ଜଳଦ୍ଵାରା ଅଧ୍ଵ ସ୍ଥାନାନ୍ତରିତ
  • ପୃଷ୍ଠ ମୃତ୍ତିକା ନରମ, ହାଲୁକା ଓ ସେଥ‌ିରେ ଜୈବିକ ଉପାଦାନ (ହ୍ୟୁମସ୍) ମିଶି ରହିଥ‌ିବାରୁ ତାହା ଉର୍ବର ଅଟେ । ଏହା ଜଳ, ବୃଷ୍ଟି ଓ ବାୟୁଦ୍ୱାରା ଧୋଇହୋଇ ବା ଉଡ଼ି ସ୍ଥାନାନ୍ତରିତ ହୋଇଥାଏ । ଏଣୁ ଏଥ‌ିରେ ରହୁଥ‌ିବା କାଦୁଅ, ଜୈବ ଉପାଦାନ ଓ ହ୍ୟୁମସ୍ ମଧ୍ୟ ସ୍ଥାନାନ୍ତରିତ ହୋଇ ମାଟିକୁ ଅନୁର୍ବର କରିଥାଏ ।
  • ନଦୀ ଶଯ୍ୟା ଓ ନଦୀ ବା ସମୁଦ୍ରର କୂଳ ମାନଙ୍କରୁ ମାଟି ଜଳ ସ୍ରୋତଦ୍ୱାରା ଧୋଇ ହୋଇ ଅତଡ଼ା ଖାଇ ନଦୀ ଗର୍ଭରେ ଲୀନ ହୁଏ । ବେଳେବେଳେ ନଦୀ ମଧ୍ୟରେ ଥ‌ିବା ପଠା ବା ଚଡ଼ା ଧୋଇହୋଇ ନିଶ୍ଚିନ୍ତ ହୋଇଥାଏ ।

Question 9.
ମୃତ୍ତିକା ସଂରକ୍ଷଣ କିପରି କରାଯାଇପାରିବ ଲେଖ ।
Solution:
ଗୋଟିଏ ସ୍ଥାନର ମାଟିକୁ ସ୍ଥାନାନ୍ତରିତ ହେବାକୁ ନ ଦେଇ ସେହି ସ୍ଥାନରେ ଧରି ରଖୁବାକୁ ମୃତ୍ତିକା ସଂରକ୍ଷଣ କୁଦ୍ରାଯାଏ | ପାଧାରଣତ କାକପ୍ରେତ , ହଷ୍ଟ ଦାୟ ମୃଶିଣା ଅବଶଯାଉ ମ୍ନଖ୍ୟ ପୃକତିକା କାରକ ଅଟନ୍ତି | ତେଣୁ ଧୋଇହୋଇ ନିଶ୍ଚିନ୍ତ ହୋଇଥାଏ ।

  • ବୃକ୍ଷରୋପଣଦ୍ବାରା ମୃତ୍ତିକା ସଂରକ୍ଷଣ କରାଯାଇ ପାରିବ । କାରଣ ଉଭିଦର ମୂଳ ମାଟି ଭିତରେ ଜାଲପରି ବିଛେଇ ହୋଇ ମାଟିକୁ ଜାବୁଡ଼ି ଧରି ରଖ୍ ମୃତ୍ତିକା କ୍ଷୟ ହେବାକୁ ଦିଏ ନାହିଁ ।
  • ଜମିକୁ ପଡ଼ିଆ ନରଖୁ ଫସଲପରେ ଫସଲ (ପର୍ଯ୍ୟାୟକ୍ରମିକ) କଲେ ମୃତ୍ତିକା ସର୍ବଦା ଗଛଦ୍ବାରା ଆବୃତ ରହେ, ଫଳରେ ମୃତ୍ତିକା ସଂରକ୍ଷିତ ହୋଇରହେ ।
  • ଫସଲ କାଟିଲା ବେଳେ ଫସଲର ମୂଳ ଉପରକୁ କିଛି ଅଂଶ ଛାଡ଼ି କାଟିଲେ ମୃର୍ତ୍ତିକା ସଂରକ୍ଷିତ ହୋଇରହେ ।
  • ଜମି ସାମାନ୍ୟ ଢାଲୁ ହୋଇଥିଲେ ତାହାକୁ ସମତଳ କରି ଛୋଟ ଛୋଟ କିଆରିରେ ଓ ବେଶି ଢାଲୁ ଥିଲେ ଜମିକୁ ଉଚ୍ଚତା ଅନୁସାରେ ପରିଣତ କରି ଚାରିପଟେ ଉଚ୍ଚ ହିଡ଼ ଦେଇ ମୁଭିକା ସଂରକ୍ଷଣ କରାଯାଇ ପାରିବ ।
  • ପାହାଡ଼ିଆ ବା ଅତ୍ୟନ୍ତ ଗଡ଼ାଣିଆ ଅଞ୍ଚଳରେ ସୋପାନ ପ୍ରଣାଳୀ ଓ ନାଳୀଗର୍ଭ (ଫ୍ରେଞ୍ଚ୍) ପ୍ରଣାଳୀରେ ମୁଭିକା
  • ନଦୀକୂଳ ଅତଡ଼ା ଖାଉଥ‌ିବା ବା ଅତଡ଼ା ଖାଇବାର ସମ୍ଭାବନା ଥ‌ିବା ସ୍ଥାନକୁ ପଥରଦ୍ବାରା ଆବୃତ କଲେ ମୃତ୍ତିକା
  • ସମୂଦ୍ରକୂଳ ଧୋଇ ହୋଇ ଯାଉଥିବା ଅଞ୍ଚଳକୁ ପଥର ବିଛେଇ ଘୋଡ଼ାଇ ରଖିଲେ ସେଠାର ମୃତ୍ତିକା ସଂରକ୍ଷିତ ହୁଏ ।

BSE Odisha 7th Class Science Solutions Chapter 8 ମାଟି (ମୃତ୍ତିକା)

Question 10.
ଇଟା ବ୍ୟବହାର କରି ଘର ତିଆରି କରିବାଦ୍ଵାରା ଆମର ପରୋକ୍ଷରେ କି ପ୍ରକାର କ୍ଷତି ହେଉଛି ଲେଖ ।
Solution:

  • ଇଟା ତିଆରି ପାଇଁ ମାଟି ଖୋଳିବାଦ୍ଵାରା ମାଟିର ଅବକ୍ଷୟ ଘଟିଥାଏ ।
  • କଞ୍ଚା ଇଟାକୁ ଭାଟିରେ ପୋଡ଼ିଲେ ଧୂଆଁ ନିର୍ଗତ ହୋଇ ବାୟୁମଣ୍ଡଳକୁ ଦୂଷିତ କରେ ।
  • କଞ୍ଚା ଇଟାକୁ ପୋଡ଼ିବା ପାଇଁ ଗଛ କାଟିବାକୁ ପଡ଼ିଥାଏ ।
  • ଗଛ କାଟିବାଦ୍ଵାରା ମୃତ୍ତିକା କ୍ଷୟ, ପରିବେଶର ଜଳୀୟବାଷ୍ପ ଓ ଅମ୍ଳଜାନର ହ୍ରାସ ଘଟେ ।
  • ଇଟା ତିଆରି ଯୋଗୁଁ ଯେଉଁ ମାଟି ବ୍ୟବହୃତ ହୋଇଥାଏ, ତାହା ତିଆରି ହେବାପାଇଁ ଅନେକ ବର୍ଷ ଲାଗିଥାଏ ।

Question 11.
ତୁମ ବାଡ଼ିରେ ତୁମ ମା’ ଶିମ୍ବ, ଭେଣ୍ଡି ଓ କଲରା ଗଛ ଲଗାଇଛନ୍ତି ଓ ସେଥୁରେ ଭଲ ଫଳ ଧରଛି । ତେଣୁ ତୁମର ବାଡ଼ିର ମାଟି କେଉଁ ପ୍ରକାର ମାଟି ହୋଇଥବ ଲେଖ ।
Solution:
ଦୋରସା ମାଟି ପନିପରିବା ଚାଷ ପାଇଁ ବିଶେଷ ଉପଯୋଗୀ କାରଣ ଏଥ‌ିରେ ବହୁତ ହ୍ୟୁମସ୍ ଥାଏ । ଏଥ‌ିରେ ବାଲି ଓ କାଦୁଅର ପରିମାଣ ପ୍ରାୟ ସମାନ ସମାନ ପରିମାଣରେ ଥାଏ । ଏଣୁ ଏଥିରୁ ସ୍ପଷ୍ଟ ଯେ ମା’ ଫସଲ ଲଗାଇଥବା ମାଟି ଦୋରସା ଅଟେ ।

ବିପଯୁବସ୍ତୁ ସପୂଜାପ ପୂଚନା ଓ ବିଶେଷଣ :

→ ଉପକ୍ରମ :

  • ମାଟି ଏକ ସୀମିତ ପ୍ରାକୃତିକ ସମ୍ପଦ ।
  • ଉଦ୍ଭିଦ ଓ ପ୍ରାଣୀଜଗତ ବଞ୍ଚିରହିବା ପାଇଁ ମାଟି ଉପରେ ସମ୍ପୂର୍ଣ୍ଣ ନିର୍ଭର କରନ୍ତି । ଏହା ବିନା ଜୀବଜଗତ ତିଷ୍ଠିବା
  • ଉଦ୍ଭିଦ ନିଜର ପୁଷ୍ଟି ପାଇଁ ମାଟିରୁ ଜଳ ଓ ପୋଷକ ଶୋଷଣ କରିଥାଏ । ଏହି ଉଭିଦ ଜଗତ ହିଁ ପ୍ରାଣୀ ଜଗତକୁ
  • ମାଟିରେ ହାଣ୍ଡି, କଣ୍ଢେଇ, ମୂର୍ତ୍ତି, ଟେରାକୋଟା ମୂର୍ତ୍ତି ଆଦି ତିଆରି କରାଯାଏ । ମଣିଷ ନିଜେ ବଞ୍ଚି ରହିବା ପାଇଁ ମାଟି ଉପରେ ମୁଖ୍ୟତଃ ନିର୍ଭର କରିଥାଏ ।
  • ଘରର କାନ୍ଥ ତିଆରି ପାଇଁ ଇଟା କିମ୍ବା ଝାଟି ମାଟିକୁ ବ୍ୟବହାର କରାଯାଏ । ମାଟିରୁ ଫସଲ କରି ଆମେ ଆମ ଖାଦ୍ୟର ଆବଶ୍ୟକତା ମେଣ୍ଟାଇଥାଉ ।

→ ମାଟିରେ ଜୀବମାନଙ୍କର ବହୁଳ ଉପସ୍ଥିତି :

  • ମାଟିରେ ବିଭିନ୍ନ ପ୍ରକାର ଅଣୁଜୀବ ( ବୀଜାଣୁ, କବକ ଆଦି), ନିମ୍ନ ଶ୍ରେଣୀର ଉଭିଦ ( ଶୈବାଳ) ଓ ପ୍ରାଣୀ ( ଆଦିପ୍ରାଣୀ) ଏବଂ ପିମ୍ପୁଡ଼ି, ଜନ୍ଦା, ବିଛା, ବେଙ୍ଗ, ମୂଷା, ସାପ, ଉଇ ଓ ଜିଆ ଆଦି ରହିଥାନ୍ତି ।
  • ଉଦ୍ଭିଦ ଓ ପ୍ରାଣୀମାନଙ୍କର ଦେହାବଶେଷ ଓ ମଳମୂତ୍ରରୁ ଅଣୁଜୀବମାନେ ଜୈବିକ ପଦାର୍ଥ ପ୍ରସ୍ତୁତ କରନ୍ତି । ତାହାର ଅପଘଟନରେ ଯେଉଁ ଅଂଶ ସୃଷ୍ଟି ହୁଏ, ତାହାକୁ ହ୍ୟୁମସ୍ (Humus) କହନ୍ତି ।

→ ମାଟିରେ ଥ‌ିବା ବିଭିନ୍ନ ଉପାଦାନର ବ୍ୟାସ :
BSE Odisha Class 7 Science Solutions Chapter 8 Img 1

  • ମୋଟ ଉପରେ ଜୀବମାନେ ମାଟିକୁ ଫସ୍‌ଫସିଆ କରିବା ସହ ଜୈବିକ ପଦାର୍ଥରେ ଅପଘଟନ ଓ ମାଟିରେ ବାୟୁ
  • ରଙ୍ଗର ବିବିଧତାକୁ ନେଇ ମାଟି ଚାରିପ୍ରକାରର ହୋଇଥାଏ; ଯଥା – ଲାଲ୍‌ମାଟି, ଧଳାମାଟି, କଳାମାଟି ଓ ଧୂସର ମାଟି ।
  • ଲାଲ ମାଟିରେ ଲୌହ ଓ ମାଙ୍ଗାନିଜ ଲବଣ ପରିମାଣ ଅଧିକ ଥାଏ ।
  • ଧଳା ମାଟିରେ ଚୂନ (କ୍ୟାଲ୍‌ସିୟମ ଅକ୍‌ସାଇଡ଼), ଆଲୁମିନିୟମ୍‌ ଅକ୍‌ସାଇଡ୍ ( ବକ୍‌ସାଇଟ୍‌) ଅଧିକ ପରିମାଣରେ ଥାଏ ।
  • କଳା ମାଟିରେ ବହୁ ପରିମାଣରେ ଲୌହ ଓ ମ୍ୟାଗ୍‌ନେସିୟମ୍ ରହିଥାଏ ।
  • ଧୂସର ମାଟିରେ ଅଧ‌ିକ ଜୈବପଦାର୍ଥ ଥିବାରୁ ଏହାର ରଙ୍ଗ ଧୂସର ହୋଇଥାଏ ।
  • ମାଟିରେ ଥ‌ିବା ବାଲି, କାଦୁଅ, ଜୈବ ପଦାର୍ଥ ଓ ଲୁଣର ଆନୁପାତିକ ଅଂଶରେ ଥ‌ିବା ବିଭିନ୍ନତାକୁ ହିସାବକୁ ନେଇ ମାଟିକୁ ଦୋରସା, ମଟାଳ, ପଙ୍କୁଆ ଓ ବାଲିଆ କୁହାଯାଏ ।

→ ମାଟିର ସୃଷ୍ଟି :

  • ତାପମାତ୍ରା, ପବନ, ଜଳ ଓ ଜଳବାୟୁର ପରିବର୍ତ୍ତନ ପ୍ରଭାବରେ ଶିଳା ଭାଙ୍ଗି ମାଟିର ସୃଷ୍ଟି ହୋଇଥାଏ ।
  • ଦିନରେ ଭୂପୃଷ୍ଠରେ ତାପମାତ୍ରା ବଢ଼େ ଓ ରାତିରେ କମିଯାଏ । ଏହାଦ୍ଵାରା ଶିଳାର ପ୍ରସାରଣ ଓ ସଙ୍କୋଚନ ହୋଇଥାଏ । ଏହି ପ୍ରକ୍ରିୟା ଯୋଗୁଁ ଶିଳାଗୁଡ଼ିକରେ ଫାଟ ସୃଷ୍ଟି ହୁଏ ।
  • ବର୍ଷାଜଳ, ବାୟୁ, ଜଳସ୍ରୋତ ଓ ଉଭିଦର ଚେର ଏହି ଫାଟରେ ପଶି ଶିଳାଗୁଡ଼ିକୁ ଫଟାଇ ଛୋଟ ଶିଳା ଖଣ୍ଡରେ ପରିଣତ କରନ୍ତି । ବର୍ଷାଜଳ ଓ ନଦୀ ସ୍ରୋତରେ ଏହି ଶିଳାଗୁଡ଼ିକ ଗଡ଼ିଗଡ଼ି ଓ ପରସ୍ପର ବାଡ଼େଇ ହୋଇ ଛୋଟଛୋଟ
  • ଅତ୍ୟନ୍ତ ଛୋଟଛୋଟ କଣିକାଗୁଡ଼ିକ ପାଣି ସହିତ ମିଶି କାଦୁଅ ସୃଷ୍ଟି ହୁଏ । ବାଲି, କାଦୁଅ, ଜୈବପଦାର୍ଥ ଓ ଶିଳାରେ ଥ‌ିବା ଲବଣ ମିଶି ମାଟି ସୃଷ୍ଟି ହୁଏ ।
  • ପ୍ରାୟ 1 ଇଞ୍ଚ ବହଳ ମୂରିକା ସୃଷ୍ଟି ପାଇଁ 1000 ବର୍ଷରୁ ଅଧ‌ିକ ସମୟ ଲାଗିଥାଏ |

BSE Odisha 7th Class Science Solutions Chapter 8 ମାଟି (ମୃତ୍ତିକା)

→ ମାଟିର ପରିଚିତ୍ରଣ :

  • ଭୂପୃଷ୍ଠର 15 ବା 20 ସେ.ମି. ଗଭୀର ପର୍ଯ୍ୟନ୍ତ ଥ‌ିବା ମାଟିସ୍ତରକୁ ପୃଷ୍ଠ ମୃତ୍ତିକା ବା ଉପର ମାଟି (Top soil) କୁହାଯାଏ । ଏହା ହ୍ୟୁମସ୍‌ରେ ପୂର୍ଣ୍ଣ, ନରମ ଓ ଛିଦ୍ରଯୁକ୍ତ । ଏଥିରେ ଜଳ ମଧ୍ଯ ଥାଏ ।
  • ପୃଷ୍ଠ ମୃତ୍ତିକାର ତଳସ୍ତରରେ ଥିବା ମୃତ୍ତିକାକୁ ଦ୍ବିତୀୟ ସ୍ତର ବା ଉପମୃତ୍ତିକା କୁହାଯାଏ । ଏହି ସ୍ତର ଅପେକ୍ଷାକୃତ କଠିନ ଓ ଏଥିରେ ଅଧିକ ହ୍ୟୁମସ୍ ଥାଏ । ଏହି ସ୍ତରରେ ପୋକ, ଅନ୍ୟ ଜୀବମାନେ ଯଥା ପିମ୍ପୁଡ଼ି, ଜନ୍ଦା, ବିଛା ଆଦି ରହିଥା’ନ୍ତି ।
    BSE Odisha Class 7 Science Solutions Chapter 8 Img 2
  • ଭୂପୃଷ୍ଠର ତୃତୀୟ ସ୍ତରଟି ହେଲା ଭଗ୍ନଶିଳା ସ୍ତର । ଏଥ‌ିରେ ଛୋଟ ଛୋଟ ପଥର ଖଣ୍ଡ ଓ ଗରଡ଼ାମାନ ରହିଥାଏ ।
  • ଭୂପୃଷ୍ଠର ଚତୁର୍ଥ ସ୍ତରଟି ହେଲା କଠିନ ଶିଳାସ୍ତର । ଏହା ଅତ୍ୟଧ୍ଵ କଠିନ ଓ ଟାଣ ।
    BSE Odisha Class 7 Science Solutions Chapter 8 Img 3

→ ମାଟିର ପ୍ରକାର ଭେଦ :

  • ଯଥା – ବାଲିଆ ମାଟି, ମଟାଳ ବା କାଦୁଆ ମାଟି ଓ ଦୋରସା ମାଟି ।
  • ମାଟିର ସୂକ୍ଷ୍ମ କଣିକାଗୁଡ଼ିକ ଯଦି ମୃତ୍ତିକାରେ ଥାଏ ତେବେ ତାକୁ କାଦୁଆ ମାଟି କହନ୍ତି । କାଦୁଅ ଯୋଗୁ ମାଟିରେ ବାୟୁ ପ୍ରବେଶର ପରିମାଣ କମିଯାଏ, କିନ୍ତୁ ଜଳଧାରଣ କ୍ଷମତା ବଢ଼ିଥାଏ ।
  • ବାଲିଆ ଓ କାଦୁଆ ଉପାଦାନ ସମପରିମାଣରେ ମିଶିଲେ ଦୋରସା ମାଟି ଗଠିତ ହୋଇଥାଏ । ଏହି ମାଟି ଉଭିଦ ବଢ଼ିବା ପାଇଁ ଉତ୍କୃଷ୍ଟ ଧରଣର ମାଟି ଅଟେ ।
  • ବାଲିଆ ମାଟିରେ ସହଜରେ ବାୟୁ ପ୍ରବେଶ କରିପାରେ ଏବଂ ଜଳ ନିଷ୍କାସନ ଶୀଘ୍ର ହୋଇପାରେ । ତେଣୁ ବାଲିଆ ମାଟି ଶୁଷ୍କ ଓ ହାଲୁକା ଅଟେ ।
  • ସମପରିମାଣର ବାଲିଆ, କାଦୁଆ ଓ ପଟୁମାଟିର ମିଶ୍ରଣରେ ମଟାଳ ମାଟି ସୃଷ୍ଟି ହୁଏ ।
  • ରଙ୍ଗ ଅନୁସାରେ ମଧ୍ୟ ମାଟିକୁ ଲାଲ୍, କଳା, ଧଳା ଓ ଧୂସରରେ ବିଭକ୍ତ କରାଯାଇପାରେ ।
  • ଭାରତର ମୃତ୍ତିକାକୁ ମୁଖ୍ୟତଃ ଛଅ ଭାଗରେ ବିଭକ୍ତ କରାଯାଏ । ସେଗୁଡ଼ିକ ହେଲା – ପଟୁମାଟି, କଳାମାଟି, ଲାଲ୍‌ମାଟି, ମାଙ୍କଡ଼ା ମାଟି, ପାହାଡ଼ିଆ ମାଟି ଓ ମରୁ ମାଟି ।

→ ମାଟିର ଧର୍ମ :

  • ମାଟିରେ ଛିଦ୍ର ଥାଏ । ଏହି ଖାଲିସ୍ଥାନରେ ବାୟୁ ଓ ଜଳ ରହିପାରେ । ହ୍ୟୁମସ୍ ଅଧ୍ଵ ଜଳ ଧରି ରଖୂପାରେ ।
  • ଯେଉଁ ପ୍ରକ୍ରିୟାରେ ଉପର ପାଣି ମାଟିଦେଇ ତଳକୁ ଯାଏ ତାହାକୁ ଅବଶୋଷଣ ଓ ଯେଉଁ ପ୍ରକ୍ରିୟାରେ ମାଟି ଭିତରେ ଦେଇ ପାଣି ତଳୁ ଉପରକୁ ଉଠିଥାଏ ତାହାକୁ ଶୋଷଣ କହନ୍ତି ।
  • ମାଟି ଘରତିଆରି, ରାସ୍ତାଘାଟ, ମାଟିପାତ୍ର ଓ ମୂର୍ତ୍ତି ତିଆରିରେ ବ୍ୟବହୃତ ହୁଏ ।

→  ମାଟିର ଜଳଶୋଷଣ କ୍ଷମତା :

  • ବାଲିଆ ମାଟିର ଜଳ ଧାରଣ କ୍ଷମତା ସର୍ବନିମ୍ନ ଓ ମଟାଳ ମାଟିର ଜଳଧାରଣ କ୍ଷମତା ସର୍ବାଧ‌ିକ ହୋଇଥାଏ ।
    BSE Odisha Class 7 Science Solutions Chapter 8 Img 4
  • ମାଟିର ଜଳ ଧାରଣ କ୍ଷମତା ଓ ମାଟି ଭିତରେ ବାୟୁ ଚଳାଚଳ ପ୍ରକ୍ରିୟା, ଉଭିଦର ଅଭିବୃଦ୍ଧି ପାଇଁ ଆବଶ୍ୟକ ପରିବେଶ ସୃଷ୍ଟି କରିଥାଏ ।
  • 50 ଗ୍ରାମ୍ ମାଟିର ନମୁନା, ମାପଗ୍ଲାସରେ u ମି.ଲି. ଜଳ ଓ ବିକରରେ ପଡ଼ିଥିବା ଜଳର ଆୟତନ v ମି.ଲି. ହେଲେ (ମନେରଖ 1 ମି.ଲି. ଜଳର ଓଜନ = 1 ଗ୍ରାମ୍ )
    BSE Odisha Class 7 Science Solutions Chapter 8 Img 5

BSE Odisha 7th Class Science Solutions Chapter 8 ମାଟି (ମୃତ୍ତିକା)

→ ମାଟି ଓ ଫସଲ :

  • ଜୈବିକ ପଦାର୍ଥ ଓ ହ୍ୟୁମସ୍‌ର ଉପସ୍ଥିତି ଦ୍ଵାରା ମାଟିର ଉର୍ବରତା, ଜଳଧାରଣ କ୍ଷମତା, ତଥା ବାୟୁ ଚଳାଚଳର ପରିମାଣ ବଢ଼ିଥାଏ । ମାଟିର ପ୍ରକାରଭେଦ ଅନୁସାରେ ସେଥ‌ିରେ ଫସଲ ମଧ୍ଯ ଭିନ୍ନ ଭିନ୍ନ ହୋଇଥାଏ ।
    BSE Odisha Class 7 Science Solutions Chapter 8 Img 6
  • ବାଲିଆ ମାଟିର ଜଳଧାରଣ କ୍ଷମତା ସର୍ବନିମ୍ନ ହୋଇଥ‌ିବାରୁ ସେଥ‌ିରେ କମ୍ ଜଳ ଆବଶ୍ୟକ କରୁଥିବା ଚିନାବାଦାମ, କନ୍ଦମୂଳ, ଆଳୁ, ମୁଗ, ବିରି, ସୂର୍ଯ୍ୟମୁଖୀ ଆଦି ଫସଲ ଭଲହୁଏ ।
  • ମଟାଳ ମାଟିର ଜଳଧାରଣ କ୍ଷମତା ସର୍ବାଧ‌ିକ, ଏଣୁ ଏଥ‌ିରେ ଧାନ, ଆଖୁ, ନଳିତା, ଜଡ଼ା ଓ ଗହମ ଆଦି ଫସଲ ଭଲ ହୁଏ ।
  • ପନିପରିବା ଚାଷ ପାଇଁ ଦୋରସା ମାଟି ଭଲ କାରଣ ଏଥ‌ିରେ ବହୁତ ହ୍ୟୁମସ୍ ଥାଏ ।

→ ମୃତ୍ତିକା କ୍ଷୟ ଓ ତା’ର ସଂରକ୍ଷଣ :

  • କୌଣସି ସ୍ଥାନରୁ ବାରମ୍ବାର ମୃତ୍ତିକା ସ୍ଥାନାନ୍ତରିତ ହେବାକୁ ମୃତ୍ତିକା କ୍ଷୟ କରୁଥାଏ ।
  • ମୃତ୍ତିକାର ଅବକ୍ଷୟ ଉଭୟ ପ୍ରାକୃତିକ ଓ କୃତ୍ରିମ ଉପାୟରେ ଘଟିଥାଏ । ବଣବୁଦା ନଷ୍ଟକଲେ, ପୋଡୁଚାଷ କଲେ, ଗଛ କାଟିଲେ ଓ ଗୋରୁ ଚାରଣ ବନ୍ଦ ନକଲେ ମଧ୍ୟ ମାଟି ଖୋଲା ପଡ଼ି ତା’ର ଅବକ୍ଷୟ ଘଟିଥାଏ । ଜଳ ଓ ବାୟୁ ମୁଭିକା ଅବକ୍ଷୟର ମୁଖ୍ୟ ପ୍ରାକୃତିକ କାରକ ।
  • ମାଟିକୁ ସ୍ଥାନାନ୍ତରିତ ହେବାକୁ ନ ଦେଇ ତାହାକୁ ନିଜ ସ୍ଥାନରେ ଅଟକାଇ ଧରି ରଖୁବାକୁ ମୃତ୍ତିକା ସଂରକ୍ଷଣ
  • ବୃକ୍ଷରୋପଣ କରି ମୃଭିକା ସଂରକ୍ଷଣ କରାଯାଇପାରେ କାରଣ ଉଭିଦର ଚେର ମାଟିକୁ ଜାବୁଡ଼ିଧରି ଏହାକୁ
  • ଚାଷଜମିକୁ ପଡ଼ିଆ ନ ପକାଇ ସେଥ‌ିରେ ପର୍ଯ୍ୟାୟକ୍ରମେ ଚାଷ କଲେ ଜମି ଘୋଡ଼ାଇ ହୋଇ ସୁରକ୍ଷିତ ରହେ ।
  • ଜମି ସାମାନ୍ୟ ଢାଲୁ ଥିଲେ ତାକୁ ଚାଷ ବେଳେ ସମତଳ କରିଦେବା ଆବଶ୍ୟକ ଓ ବେଶି ଢାଲୁ ଥିଲେ ଜମିକୁ ଉଚ୍ଚତା ଅନୁସାରେ ଛୋଟ ଛୋଟ କିଆରିରେ ପରିଣତ କରି ହିଡ଼ ବାନ୍ଧି ଚାଷ କରିବା ଉଚିତ ।
  • ପାହାଡ଼ିଆ ଅଞ୍ଚଳରେ ସୋପାନ ପ୍ରଣାଳୀ ଓ ନାଳୀଗର୍ଭ (ଫ୍ରେଞ୍ଚ) ପ୍ରଣାଳୀରେ ମୃତ୍ତିକା ସଂରକ୍ଷଣ କରାଯାଇଥାଏ ।
  • ନଦୀନାଳ ଓ ସମୁଦ୍ରକୂଳ ଅତଡ଼ା ଖାଉଥିଲେ ପଥର ବାନ୍ଧି ମୃତ୍ତିକା ସଂରକ୍ଷଣ କରାଯାଏ ।

→ ପାଠ୍ୟପୁସ୍ତକାଣ୍ଡ ପ୍ରଶ୍ୱାବଲାର ଉରର :

Question 1.
ମଣିଷ ନିଜେ ବଞ୍ଚିବା ପାଇଁ ମାଟି ଉପରେ କିପରି ନିର୍ଭର କରେ ତାହାର ଚାରିଗୋଟି ଦୃଷ୍ଟାନ୍ତ ଦିଅ ।
Solution:
ମଣିଷ ନିଜେ ବଞ୍ଚିବା ପାଇଁ

  • ମାଟିରେ ଘର ତିଆରି କରେ,
  • ମାଟିରୁ ଇଟା ତିଆରି କରି ଘର ତୋଳେ,
  • ମାଟିରେ ଚାଷ କରି ବଞ୍ଚେ ଓ
  • ମାଟିରେ ବିଭିନ୍ନ ପାତ୍ର ଓ ମୂର୍ତ୍ତି ତିଆରି କରି ଜୀବିକା ନିର୍ବାହ କରେ ।

Question 2.
ଓଡ଼ିଶାର ଯେଉଁ ବାଲୁକାଶିଳ୍ପୀ ପୃଥ‌ିବୀ ପ୍ରସିଦ୍ଧ ଅଟନ୍ତି ତାଙ୍କ ନାମ ଲେଖ ।
Solution:
ମାଟି ଏକ ପ୍ରାକୃତିକ ସମ୍ପଦ । ଆମେ ବିଭିନ୍ନ କାରଣରୁ ମାଟିକୁ ବ୍ୟବହାର କରି ଏହାର ଅପଚୟ କରିଥାଉ ।

  • ପକ୍‌କା ଘରର ଛାତ ତିଆରି ବେଳେ ପ୍ରଥମେ ମାଟି ପକାଇ ସମତଳ କରି ଏକ ଛାତ୍ର ତିଆରି କରାଯାଏ, ମାଟି ବ୍ୟବହାର ନ କାରି କୋଳକ ପଟା ବ୍ୟବହାର କରି ଛାତ ତିଆରି କରାଯାଇ ପାରିବ |
  • କୌଣସି ସ୍ଥାନରେ ମାଟି ଖୋଳି ତାହାକୁ ଅଦରକାରୀ ଜାଗାରେ ଫିଙ୍ଗିବା, ଭଙ୍ଗା ଇଟା, ଟାଇଲି, ଗୋଡ଼ି ଇତ୍ୟାଦିକୁ ଆବର୍ଜନାରେ ପକାଇବା ମାଟିର ଅନ୍ୟ ଏକ ଅପଚୟ ।

Question 3.
କେଉଁ କେଉଁ କାମ ପାଇଁ ଗଭୀର ଗାତ ଖୋଳା ଯିବାର ତୁମେ ଦେଖୁଛ ଲେଖ ।
Solution:
ମାଟିର ଉପରସ୍ତରର ମାଟିକୁ ଉପରୁ ଦେଖୁହୁଏ; ମାତ୍ର ଗଭୀର ଗାତ ଖୋଳାଯିବାବେଳେ ଏହାର ଅନ୍ୟ ସ୍ତରଗୁଡ଼ିକୁ ନିରୀକ୍ଷଣ କରିହୁଏ; ଯଥା – ପକ୍କା ଘରର ନିଅଁ ଖୋଳିବାବେଳେ, କୂଅ, ପୋଖରୀ, କେନାଲ ଖୋଳିବାବେଳେ, କମ୍ପୋଷ୍ଟ ଖତ ପାଇଁ ଗାତ ଖୋଳିବାବେଳେ, ରାସ୍ତାର ଓସାର ବଢ଼ାଇବାବେଳେ ଆମେ ମଧ୍ୟମରୁ ଗଭୀର ଗାତ ଖୋଳିଥାଉ ।

BSE Odisha 7th Class Science Solutions Chapter 8 ମାଟି (ମୃତ୍ତିକା)

Question 4.
(କ) ସାଧାରଣତଃ ପଟୁମାଟି କେଉଁଠାରେ ଦେଖାଯାଏ ଲେଖ ।
Solution:
ନଦା ଅବକାଦ୍ରିକାରେ ପଟୁମାଟି ଦେଖାଯାଏ |

(ଖ) ମଟାଳ ମାଟି ମୁଖ୍ୟତଃ କେଉଁଠି ଦେଖାଯାଏ ଲେଖ ।
Solution:
ଜମିମାନଙ୍କରେ ମଟାଳ ମାଟି ଦେଖାଯାଏ ।

Question 5.
ମାଟିପାତ୍ର, କଣ୍ଢେଇ ଓ ମୂର୍ତ୍ତି ଗଢ଼ିବା ପାଇଁ କେଉଁ କେଉଁ ପ୍ରକାର ମାଟି ଉପଯୁକ୍ତ ତାହା ଲେଖ ।
Solution:
ମାଟିପାତ୍ର, କଣ୍ଢେଇ ଓ ମୂର୍ତ୍ତି ଗଢ଼ିବା ପାଇଁ ମଟାଳ ମାଟି ଉପଯୁକ୍ତ ।

Question 6.
ଭୂଗୋଳରେ ପଢ଼ିଥ‌ିବା ତଥ୍ୟକୁ ବ୍ୟବହାର କରି ପଟୁମାଟି, କଳାମାଟି, ଲାଲ୍‌ମାଟି ଓ ମରୁମାଟି ଭାରତର କେଉଁ କେଉଁ ଅଞ୍ଚଳରେ ଦେଖାଯାଏ ଲେଖ ।
Solution:
ପଟୁମାଟି – ଉତ୍ତରପ୍ରଦେଶ, ହରିୟାଣା, ବିହାର, ପଶ୍ଚିମବଙ୍ଗ, ଓଡ଼ିଶାର କେତେକ ଅଞ୍ଚଳ
କଳାମାଟି – ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ
ଲାଲ୍‌ମାଟି – କେରଳ, କର୍ଣ୍ଣାଟକ, ଓଡ଼ିଶା, ଆସାମ
ମରୁମାଟି – ରାଜସ୍ଥାନ, ପଞ୍ଜାବ, ହରିୟାଣା

Question 7.
ଉପରେ କରିଥିବା ପରୀକ୍ଷାରୁ ତୁମେ କେଉଁ ସିଦ୍ଧାନ୍ତରେ ପହଞ୍ଚିଲ ତାହା ଲେଖ । ଯେଉଁ ପ୍ରକ୍ରିୟାରେ ଉପରେ ଢଳାଯାଇଥ‌ିବା ପାଣି ତଳ କଣାବାଟେ ବାହାରିଲା ତାହାର ନାମ ଲେଖ ।
Solution:
ଆମେ ନେଇଥ‌ିବା କୁଣ୍ଡ ଦୁଇଟି ମଧ୍ୟରୁ ଗୋଟିକରେ ବାଲିଆ ମାଟି ଓ ଅନ୍ୟଟିରେ ଦୋରସା ମାଟି ନେଇଛୁ । ପ୍ରତ୍ୟେକରେ ସମାନ ସଂଖ୍ୟକ ପୂର୍ଣ୍ଣଗ୍ଲାସ୍ ଜଳ ଢଳାଯାଇଛି । କିଛି ସମୟ ପରେ ଉଭୟର ତଳ କଣାବାଟେ ପାଣି ବାହାରିବା ଦେଖାଯିବ ।
ସିଦ୍ଧାନ୍ତ : ଉପରୋକ୍ତ ପରୀକ୍ଷାଟିରୁ ଆମେ ଦେଖୁ ବାଲିଆ ମାଟିରୁ ଶୀଘ୍ର ଜଳ ବାହାରିଯିବ, ହେଲେ ଦୋରସା ମାଟିରୁ ସର୍ବନିମ୍ନ ଓ ଦୋରସା ମାଟିର ଜଳଧାରଣ କ୍ଷମତା ମଧ୍ୟମ ଧରଣର ଅଟେ ।

Question 8.
ଉପରେ କରିଥିବା ପରୀକ୍ଷା ସାହାଯ୍ୟରେ ତୁମେ ଦୋରସା, ମଟାଳ, ବାଲିଆ ଓ କାଦୁଆ ମାଟିକୁ କିପରି ଚିହ୍ନିବ ଲେଖ ।
Solution:
ବିଭିନ୍ନ ମାଟି କୁଣ୍ଡରେ ଦୋରସା, ମଟାଳ, ବାଲିଆ ଓ କାଦୁଆ ମାଟିକୁ ନେଇ ସମାନ ପରିମାଣର ପାଣିଢାଳି ପରୀକ୍ଷା କଲେ କୁଣ୍ଡର ତଳ କଣାବାଟେ ପ୍ରଥମ ଟୋପା ପାଣି ବାହାରିବା ପାଇଁ କେତେ ସମୟ ଲାଗୁଛି ଟିପିରଖିଲେ ଦେଖାଯିବ, ପ୍ରତ୍ୟେକ ମାଟିଦ୍ୱାରା ଜଳ ଅବଶୋଷିତ ହେବ ଓ ପାଣି ତଳକଣା ଦେଇ ବିଭିନ୍ନ ସମୟ ବ୍ୟବଧାନରେ (ସର୍ବାଧ‌ିକ) ଓ ଦୋରସା ମାଟିର ଜଳଧାରଣ କ୍ଷମତା ମଧ୍ଯମ ଧରଣର ଅଟେ; କାରଣ ଏଥରେ ବାଲି ଓ କାଦୁଅ ଉପାଦାନ ସମପରିମାଣରେ ରହିଥାଏ । ମାଟିରେ ସୂକ୍ଷ୍ମ କଣିକାଗୁଡ଼ିକ ଯଦି ଅଧ୍ଵ ଥାଏ ତେବେ ତାକୁ କାଦୁଆ ମାଟି କହନ୍ତି । କାଦୁଅ ଯୋଗୁ ମାଟିରେ ବାୟୁ ପ୍ରବେଶର ପରିମାଣ କମିଯାଏ; କିନ୍ତୁ ଜଳଧାରଣ କ୍ଷମତା ବଢ଼ିଥାଏ । ଏଣୁ ପ୍ରଥମେ ବାଲିଆ ମାଟିରୁ, ତା’ପରେ ଦୋରସାମାଟିରୁ, ତା’ପରେ ମଟାଳ ମାଟିରୁ ଓ ଶେଷରେ କାଦୁଆ ମାଟିରୁ କଳାଟୋପା ବାହାରିବା ଦେଖାଯିବା |

Question 9.
ତୁମ ପାଇଁ କାମ – ୮.୯ ପରୀକ୍ଷାରେ ତୁମେ ଦେଖୁ ଯେ ମାଟିର ଉପର ସ୍ତର ଓଦା ହୋଇ ଯାଇଅଛି । ଏପରି କାହିଁକି ହେଲା ଲେଖ ? ଏହି ପ୍ରକ୍ରିୟାକୁ କ’ଣ କହନ୍ତି ?
Solution:
ପରୀକ୍ଷା ୮.୯ରେ ଆମେ ଦୁଇଟି ଟିଣଡବା ମଧ୍ୟରୁ ଗୋଟିକରେ ଦୋରସା ଓ ଅନ୍ୟଟିରେ ବାଲିଆ ମାଟି ନେଇଛୁ । ଉଭୟ ଟିଣଡବାକୁ ଗୋଟିଏ ଜଳଥିବା ପାତ୍ରରେ ରଖାଯାଇଛି । ତା’ପରଦିନ ଟିଣଡବାରେ ଥ‌ିବା ଶୁଖୁଲା ମାଟିର ଉପର ସ୍ତରକୁ ଦେଖ‌ିଲେ ଦେଖାଯିବ ମାଟିର ଉପରସ୍ତର ଓଦା ହୋଇଯାଇ ଅଛି । ମାଟି ଭିତର ଦେଇ ଜଳ ତଳୁ ଉପରକୁ ଉଠିଆସିଥିବାରୁ ମାଟି ଓଦା ହେଲା । ଏହି ପ୍ରକ୍ରିୟାକୁ ‘ଶୋଷଣ’ କୁହନ୍ତି ।

Question 10.
ଯେଉଁ ଯେଉଁ କୃତ୍ରିମ ପ୍ରକ୍ରିୟା ଦ୍ବାରା ମୃତ୍ତିକାର ଅବକ୍ଷୟ ଘଟୁଛି ସେଥୁମଧ୍ୟରୁ ଦୁଇଟି ଲେଖ ।
Solution:
ପତ୍ରରେ ନିଆଁ ଲଗାଇ ଜଙ୍ଗଲ ପୋଡ଼ି ପକାନ୍ତି ଓ ସେହି ଜମିକୁ ଚାଷ ପାଇଁ ବ୍ୟବହାର କରନ୍ତି । ମଣିଷ ନିଜର ସ୍ଵାର୍ଥପାଇଁ ସ୍ୱେଚ୍ଛାଚାରିତାଭାବେ ଜଙ୍ଗଲ ଉଚ୍ଛେଦ କରିବା ଯୋଗୁଁ ମୃତ୍ତିକାର ଅବକ୍ଷୟ ଘଟୁଛି ।
ମାଟି ସହିତ ଉଭିଦ ଓ ପ୍ରାଣୀର ସମ୍ପର୍କ ଅଛି ।

→ ଆସ, ଜାଣିବା:

  • ମାଟିର ଉପାଦାନ ମଧ୍ଯରେ ବାଲି, ଗରଡ଼ା, ଜୈବିକ ପଦାର୍ଥ ଅନ୍ୟତମ ।
  • ବାଲିଆ, ମଟାଳ, ଦୋରସା ମାଟିର ଜଳଧାରଣ କ୍ଷମତା ଭିନ୍ନ ଭିନ୍ନ ।
  • ମାଟିର ଜଳ ଶୋଷଣ କ୍ଷମତା ଜାଣିବା ଆବଶ୍ୟକ ଅଟେ ।
  • ମାଟି ସ୍ତରର ଉପରମାଟି ଛିଦ୍ରଯୁକ୍ତ ଓ ଏଥିରେ ହ୍ୟୁମସ୍ ଅଧିକ ଥାଏ ।
  • ବିଭିନ୍ନ ପ୍ରକାର ଫସଲ ଚାଷ ପାଇଁ ବିଭିନ୍ନ ପ୍ରକାର ମାଟି ଆବଶ୍ୟକ ହୋଇଥାଏ ।
  • ମାଟି ସଂରକ୍ଷଣ ପାଇଁ ଯୋଜନା ପ୍ରସ୍ତୁତ କରିବା ଉଚିତ ।

CHSE Odisha Class 12 Economics Chapter 4 Short & Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 4 ଉପଭୋଗର ନିୟମ Short & Long Answer Questions

CHSE Odisha 12th Class Economics Chapter 4 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି| ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ସୀମାନ୍ତ ଉପଯୋଗିତା କ’ଣ ?
Answer:
ସୀମାନ୍ତ ଉପଯୋଗିତା କହିଲେ କୌଣସି ଦ୍ରବ୍ୟର ଉପଭୋଗ ସ୍ଥଳେ ଶେଷ ଏକକରୁ ଉପଲବ୍ଧ ସନ୍ତୋଷ ପରିମାଣ ଅଟେ । ଅନ୍ୟ ଅର୍ଥରେ ଉପଭୋଗକୁ ଆଉ ଏକ ଦ୍ରବ୍ୟ ଏକକରେ ବୃଦ୍ଧିକରି ସମୁଦାୟ ଉପଯୋଗିତାରେ ଯେଉଁ ପରିମାଣରେ ପରିବର୍ତ୍ତନ ହୁଏ, ତାକୁ ସୀମାନ୍ତ ଉପଯୋଗିତା କୁହାଯାଏ ।

2. ମୋଟ ଉପଯୋଗିତା କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ କୌଣସି ଏକ ଦ୍ରବ୍ୟର ବିଭିନ୍ନ ଏକକ ଉପଭୋଗରୁ ମିଳୁଥିବା ଉପଯୋଗିତାର ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ ।

3. କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ନିୟମର ସଂଜ୍ଞା ଦିଅ ।
Answer:
ଅଧ୍ୟାପକ ମାର୍ଶାଲଙ୍କ ଭାଷାରେ ‘କୌଣସି ବ୍ୟକ୍ତି ନିକଟରେ ଥ‌ିବା ଏକ ଦ୍ରବ୍ୟର ପରିମାଣ ବୃଦ୍ଧି ହେଲେ ସେ ଯେଉଁ ଅତିରିକ୍ତ ଉପଯୋଗିତା ଲାଭ କରନ୍ତି, ତାହା ଦ୍ରବ୍ୟଟିର ମୋଟ ପରିମାଣରେ ବୃଦ୍ଧି ହେବା ସଙ୍ଗେସଙ୍ଗେ କ୍ରମଶଃ ହ୍ରାସ ପାଏ । ଏଠାରେ ଅତିରିକ୍ତ ଉପଯୋଗିତା କହିଲେ ସୀମାନ୍ତ ଉପଯୋଗିତାକୁ ବୁଝାଯାଏ ।

4. କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ନିୟମର ତିନୋଟି ସର୍ଭ ଲେଖ ।
Answer:
(i) ଗୋଟିଏ ଦ୍ରବ୍ୟର ବିଭିନ୍ନ ଏକକଗୁଡ଼ିକୁ କୌଣସି ସମୟ ବ୍ୟବଧାନ ନ ରଖ୍ ଉପଭୋଗ କରିବା ଦରକାର ।
(ii) ଦ୍ରବ୍ୟର ବିଭିନ୍ନ ଏକକ ସମଜାତୀୟ ହେବା ଦରକାର ।
(iii) ଉପଭୋଗ ସମୟରେ ଉପଭୋକ୍ତାଙ୍କର ମାନସିକ ସ୍ଥିତି ସ୍ଵାଭାବିକ ରହିବା ଏକାନ୍ତ ଆବଶ୍ୟକ ।

CHSE Odisha Class 12 Economics Chapter 4 Short & Long Answer Questions in Odia Medium

5. କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ନିୟମର ତିନୋଟି ସୀମାବଦ୍ଧତା ଲେଖ ।
Answer:
(୧) ଉପଯୋଗିତା ଏକ ମାନସିକ ଧାରଣା, ତେଣୁ ଏହା କେବେହେଲେ ସଂଖ୍ୟାରେ ପରିମାପ କରିବା ସମ୍ଭବ ନୁହେଁ । (୨) ଯଦି କୌଣସି ଦ୍ରବ୍ୟର ବିଭିନ୍ନ ଏକକ ସମଜାତୀୟ ହୋଇନଥାଏ, ସେ କ୍ଷେତ୍ରରେ ଏହି ନିୟମଟି ପ୍ରଯୁଜ୍ୟ ହୁଏ ନାହିଁ । (୩) ଏହି ନିୟମଟି ଅସ୍ଵାଭାବିକ ବ୍ୟକ୍ତି; ଯଥା – ପାଗଳ, ମଦ୍ୟପ, କୃପଣ ଇତ୍ୟାଦିଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ହୁଏ ନାହିଁ ।

6. ସମସୀମାନ୍ତ ଉପଯୋଗିତା ନିୟମର ସଂଜ୍ଞା ଦିଅ ।
Answer:
ପ୍ରଫେସର ମାର୍ଶାଲ୍‌ଙ୍କ ଭାଷାରେ, ‘ଯଦି କୌଣସି ବ୍ୟକ୍ତିଙ୍କର ବିଭିନ୍ନ ଭାବରେ ବ୍ୟବହୃତ ହେଉଥିବା କୌଣସି ପଦାର୍ଥ ଥାଏ, ତେବେ ସେ ବିଭିନ୍ନ ବ୍ୟବହାରରେ ଏହାକୁ ଏପରି ବଣ୍ଟନ କରିବେ ଯଦ୍ବାରା ଏହାର ସୀମାନ୍ତ ଉପଯୋଗିତା ସର୍ବଦା ସମାନ ହେବ ।’’ ତେଣୁ ଜଣେ ଉପଭୋକ୍ତା ତାଙ୍କର ସୀମିତ ଓ ବିକଳ୍ପ ବ୍ୟବହାରଯୋଗ୍ୟ ମୁଦ୍ରା ସମ୍ବଳକୁ ବିଭିନ୍ନ ବ୍ୟବହାର ମଧ୍ୟରେ ଏପରି ଭାବରେ ବଣ୍ଟନ କରେ ଯେ ମୁଦ୍ରାର ସୀମାନ୍ତ ଉପଯୋଗିତା ପ୍ରତ୍ୟେକ କ୍ଷେତ୍ରରେ ସମାନ ହୁଏ । ଅର୍ଥାତ୍ ପ୍ରତ୍ୟେକ ଦ୍ରବ୍ୟରେ ବ୍ୟୟିତ ଶେଷ ମୁଦ୍ରାରୁ ସମପରିମାଣ ଉପଯୋଗିତା ମିଳିଥାଏ ।

7. ଉପଭୋକ୍ତା କେତେବେଳେ ସର୍ବାଧ‌ିକ ପରିତୃପ୍ତି ପାଇଥା’ନ୍ତି ?
Answer:
ଜଣେ ଉପଭୋକ୍ତା ନିର୍ଦ୍ଦିଷ୍ଟ ମୌଦ୍ରିକ ଆୟକୁ ବିଭିନ୍ନ ଦ୍ରବ୍ୟ କିଣିବାରେ ଖର୍ଚ୍ଚ କରନ୍ତି, ତେବେ ସେ ଏପରି ଖର୍ଚ୍ଚ କରିବେ ଯଦ୍ବାରା ପ୍ରତ୍ୟେକ ଦ୍ରବ୍ୟର ସୀମାନ୍ତ ଉପଯୋଗିତା ସମାନ ହେବ ଏବଂ ଏହା ମୁଦ୍ରାର ସୀମାନ୍ତ ଉପଯୋଗିତା ସହ ସମାନ ହେବ । ଫଳରେ ଉପଭୋକ୍ତା ସନ୍ତୁଳନ ହାସଲ କରିବେ ଯେଉଁଠାରେ ସେ ସର୍ବାଧ୍ଵ ପରିତୃପ୍ତି ହାସଲ କରିପାରିବେ ।

8. ସମସୀମାନ୍ତ ଉପଯୋଗିତା ନିୟମର ତିନୋଟି ସର୍ତ୍ତାବଳୀ ଲେଖ ।
Answer:
(୧) ମୁଦ୍ରା ଉପଯୋଗିତାର ମାପକାଠି । (୨) ମୁଦ୍ରାର ସୀମାନ୍ତ ଉପଯୋଗିତା ସ୍ଥିର ରହିବ । (୩) ଦ୍ରବ୍ୟଗୁଡ଼ିକ ସମଜାତୀୟ ହେବା ଦରକାର ।

9. ସମସୀମାନ୍ତ ଉପଯୋଗିତା ନିୟମର ତିନୋଟି ସୀମାବଦ୍ଧତା ଲେଖ ।
Answer:
(i) ସମସୀମାନ୍ତ ନିୟମଟି ଅବିଭାଜ୍ୟ ଦ୍ରବ୍ୟ କ୍ଷେତ୍ରରେ ପ୍ରଯୁଜ୍ୟ ହୁଏ ନାହିଁ ।
(ii) ଯଦି ଉପଭୋକ୍ତା ଅସ୍ଵାଭାବିକ ବ୍ୟକ୍ତି ହୋଇଥା’ନ୍ତି, ଏହି ସୂତ୍ର କାର୍ଯ୍ୟକାରୀ ହେବ ନାହିଁ ।
(iii) ଏହି ସୂତ୍ର ମୁକ୍ତ ପଦାର୍ଥ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ ।

10. ସମସୀମାନ୍ତ ଉପଯୋଗିତା ନିୟମର ତିନୋଟି ଗୁରୁତ୍ଵ ଲେଖ ।
Answer:
(୧) ସୀମିତ ଆୟରୁ ସର୍ବାଧ‌ିକ ପରିତୃପ୍ତି ଲାଭ କରିବାପାଇଁ ସମସୀମାନ୍ତ ଉପଯୋଗିତା ନିୟମ ଉପଭୋକ୍ତାଙ୍କୁ ମାର୍ଗ ଦର୍ଶାଏ । (୨) ଉତ୍ପାଦନକାରୀ ମଧ୍ୟ ସୀମିତ ସମ୍ବଳ ଉପଯୋଗ କରି କିଭଳି ସର୍ବାଧ୍ଵ ଲାଭ ପ୍ରାପ୍ତ ହୋଇପାରିବ, ତାହା ଏହି ସୂତ୍ର ଦର୍ଶାଏ । (୩) ଏହି ସୂତ୍ର ରାଷ୍ଟ୍ରକୁ ବ୍ୟୟ, କର ନିର୍ଦ୍ଧାରଣ ଇତ୍ୟାଦି ନିମନ୍ତେ ଏକ ମାର୍ଗଦର୍ଶକର ଭୂମିକା ଗ୍ରହଣ କରିଥାଏ ।

11. କ୍ରମ ହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ର ହେଉଛି ଉପଭୋକ୍ତାର ଉଦ୍‌ବୃତ୍ତ ତତ୍ତ୍ଵର ଭିତ୍ତିଭୂମି କିପରି ?
Answer:
ଉପଭୋକ୍ତା ଉପଭୋଗ କାଳରେ ଦ୍ରବ୍ୟର ସୀମାନ୍ତ ଉପଯୋଗିତା ସହ ଦରକୁ ତୁଳନା କରନ୍ତି । ଯେତେବେଳେ ପ୍ରାନ୍ତୀୟ ଉପଯୋଗିତା ଦର ସହିତ ସମାନ ହୋଇଯାଏ, ସେହିଠାରେ ଉପଭୋକ୍ତା ଦ୍ରବ୍ୟ କ୍ରୟ ବନ୍ଦ କରେ । ପୂର୍ବବର୍ତ୍ତୀ ଏକକଗୁଡ଼ିକ କ୍ଷେତ୍ରରେ ପ୍ରାନ୍ତୀୟ ଉପଯୋଗିତା ଦରଠାରୁ ଅଧିକ ହୋଇଥିବାରୁ ଉପଭୋକ୍ତା ଉଦ୍‌ବୃତ୍ତ ତୃପ୍ତି ଲାଭ କରିଥାଏ ଏବଂ ଏହି ଉଦ୍‌ବୃତ୍ତ ସନ୍ତୋଷ ହିଁ ହେଉଛି ଉପଭୋକ୍ତାର ଉଦ୍‌ବୃତ୍ତ ।

12. କିପରି ଗୁରୁତ୍ଵପୂର୍ଣ୍ଣ ଅଟେ ?
Answer:
ପ୍ରତ୍ୟେକ ଦେଶର ଅର୍ଥମନ୍ତ୍ରୀ କର ବ୍ୟବସ୍ଥାର ସୁପରିଚାଳନା ପାଇଁ କ୍ରମହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ରର ସାହାଯ୍ୟ ନେଇଥା’ନ୍ତି । ଧନୀକମାନଙ୍କ ପାଇଁ ଟଙ୍କାର ପ୍ରାନ୍ତୀୟ ଉପଯୋଗିତା କମ୍ ଓ ଦରିଦ୍ରମାନଙ୍କ ପାଇଁ ଏହା ଅଧିକ ହୋଇଥାଏ । ଏହି ଅନୁଭବ ଭିତ୍ତିରେ ସରକାର ଧନୀକମାନଙ୍କ ଉପରେ ଅଧିକ ଏବଂ ଦରିଦ୍ରମାନଙ୍କ ଉପରେ ସ୍ଵଳ୍ପ କରଭାର ଧାର୍ଯ୍ୟ କରୁଥିବା ଏକ ପ୍ରଗାମୀ କର ବ୍ୟବସ୍ଥା ପ୍ରଚଳନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥା’ନ୍ତି ।

13. ଜଳ-ହୀରା ବିରୋଧାଭାସ ପ୍ରାନ୍ତୀୟ ଉପଯୋଗିତାଦ୍ୱାରା କିପରି ନିର୍ଦ୍ଧାରିତ ହୁଏ ?
Answer:
ଜଳ-ହୀରାର ବିରୋଧାଭାସ ସମସ୍ୟା ପ୍ରାନ୍ତୀୟ ଉପଯୋଗିତାଦ୍ବାରା ସମାଧାନ ହୋଇଥାଏ । ହୀରାର ଦୁର୍ଲଭତା ହେତୁ ତାହାର ପ୍ରାନ୍ତୀୟ ଉପଯୋଗିତା ଅପେକ୍ଷାକୃତ ଅଧ୍ଵ ହୋଇଥାଏ । ଅନ୍ୟପକ୍ଷରେ ଜଳ ପ୍ରଚୁର ପରିମାଣରେ ଉପଲବ୍‌ଧ ହେଉଥ‌ିବାରୁ ଏହାର ପ୍ରାନ୍ତୀୟ ଉପଯୋଗିତା ଅପେକ୍ଷାକୃତ କମ୍ ହୋଇଥାଏ ଏବଂ ଏହି କାରଣରୁ ଜଳର ପ୍ରାନ୍ତୀୟ ଉପଯୋଗିତାଠାରୁ ଅଧ୍ବକ ପ୍ରାନ୍ତୀୟ ଉପଯୋଗିତାଯୁକ୍ତ ହୀରାର ବଜାର ଦର ଅଧିକ ହୋଇଥାଏ ।

14. କ୍ରମହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ରଟି କାହିଁକି ମୁଦ୍ରା କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ ?
Answer:
ମୁଦ୍ରା ଓ ଅନ୍ୟାନ୍ୟ ଦ୍ରବ୍ୟ କ୍ଷେତ୍ରରେ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ସମାନ ଭାବରେ କାର୍ଯ୍ୟକାରୀ ହୋଇନଥାଏ । ମୁଦ୍ରାର ପରିମାଣ ଯେତେ ବୃଦ୍ଧି ପାଇଲେ ମଧ୍ୟ ବ୍ୟକ୍ତି କେବେହେଲେ ପୂର୍ବ ପରିତୃପ୍ତ ହୁଏ ନାହିଁ । ତେଣୁ ମୁଦ୍ରାରୁ ପ୍ରାପ୍ତ ପ୍ରାନ୍ତୀୟ ଉପଯୋଗିତା ଶୂନ୍ୟ କିମ୍ବା ରଣାତ୍ମକ ହେବନାହିଁ, ଅର୍ଥାତ୍ ଏହି ସୂତ୍ର ମୁଦ୍ରା କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ ।

15. କାହିଁକି ସନ୍ତୁଳନକୁ ପରିବର୍ତ୍ତନ ଶୂନ୍ୟ ଅବସ୍ଥା କିମ୍ବା ବିଶ୍ରାମ ଅବସ୍ଥା କୁହାଯାଏ ?
Answer:
ଯେତେବେଳେ ଜଣେ ଉପଭୋକ୍ତା ନିର୍ଦ୍ଦିଷ୍ଟ ଆୟକୁ ଖର୍ଚ୍ଚ କରି ସର୍ବାଧ‌ିକ ପରିତୃପ୍ତି ପାଏ, ସେ ସନ୍ତୁଳନ ହାସଲ କରିଛି ବୋଲି କୁହାଯାଏ । ତେଣୁ ଏହି ନିୟମକୁ ସର୍ବାଧ‌ିକ ପରିତୃପ୍ତି ନିୟମ କୁହାଯାଏ । ସନ୍ତୁଳନ ଶବ୍ଦଟିର ଅର୍ଥ ପରିବର୍ତ୍ତନଶୂନ୍ୟ ଅବସ୍ଥା କିମ୍ବା ବିଶ୍ରାମ ଅବସ୍ଥା । ଉପଭୋକ୍ତା ସେତିକିବେଳେ ସନ୍ତୁଳନରେ ରହିବେ, ଯେତେବେଳେ ସେ ସର୍ବାଧ‌ିକ ପରିତୃପ୍ତି ପାଇବେ । ଫଳରେ ଉପଭୋକ୍ତା ନିର୍ଦ୍ଦିଷ୍ଟ ଆୟକୁ ଏହାର ବିକଳ୍ପ ପନ୍ଥାରେ ବ୍ୟବହାର କରିବେ ନାହିଁ ।

CHSE Odisha Class 12 Economics Chapter 4 Short & Long Answer Questions in Odia Medium

16. ପ୍ରାନ୍ତୀୟ ଉପଯୋଗିତା କିପରି ଦର ସମ୍ବନ୍ଧୀୟ ସୂଚନା ପ୍ରଦାନକାରୀ ?
Answer:
ଉପଭୋକ୍ତା ସର୍ବଦା ପ୍ରାନ୍ତୀୟ ଉପଯୋଗିତାକୁ ଦର ସହିତ ତୁଳନା କରିଥାଏ । ଦର ବୃଦ୍ଧି ପାଇଲାବେଳେ ପ୍ରାନ୍ତୀୟ ଉପଯୋଗିତା ବୃଦ୍ଧି ପାଇଥାଏ ଏବଂ ଦର ହ୍ରାସ ପାଇଲାବେଳେ ପ୍ରାନ୍ତୀୟ ଉପଯୋଗିତା ମଧ୍ୟ ହ୍ରାସ ପାଇଥାଏ । ତେଣୁ ଦର ହିଁ ପ୍ରାନ୍ତୀୟ ଉପଯୋଗିତାର ସୂଚନା ପ୍ରଦାନକାର।

17. ଉପଯୋଗିତାର କାହିଁକି ହ୍ରାସ ଘଟେ ?
Answer:
ଉପଭୋକ୍ତା କୌଣସି ଏକ ଦ୍ରବ୍ୟର ବିଭିନ୍ନ ଅତିରିକ୍ତ ଏକକ ଉପଭୋଗ କଲେ ଏହି ଦ୍ରବ୍ୟର ପ୍ରତ୍ୟେକ ପରବର୍ତୀ ଏକକରୁ ମିଳୁଥିବା ଉପଯୋଗିତା ହ୍ରାସ ପାଇଥାଏ । ଅର୍ଥାତ୍ ଦ୍ରବ୍ୟଟିର ଅଭାବ ପୂରଣକାରୀ ଶକ୍ତି କ୍ରମଶଃ ହ୍ରାସ ପାଇଥାଏ । ତେଣୁ ଉପଭୋକ୍ତା ସେହି ନିର୍ଦ୍ଦିଷ୍ଟ ଦ୍ରବ୍ୟ ପ୍ରତି ଆଗ୍ରହ ପ୍ରକାଶ କରିନଥାଏ ଫଳରେ ଉପଯୋଗିତାର ହ୍ରାସ ଘଟେ ।

18. ସୀମାନ୍ତ ଉପଯୋଗିତା କିପରି ଦର ସମ୍ବନ୍ଧୀୟ ସୂଚନା ପ୍ରଦାନକାରୀ ?
Answer:
ଉପଭୋକ୍ତା ସର୍ବଦା ସୀମାନ୍ତ ଉପଯୋଗିତାକୁ ଦର ସହିତ ତୁଳନା କରିଥାଏ । ଦରବୃଦ୍ଧି ପାଇଲାବେଳେ ପ୍ରାନ୍ତୀୟ ଉପଯୋଗିତା ବୃଦ୍ଧି ପାଇଥାଏ ଏବଂ ଦର ହ୍ରାସ ପାଇଲାବେଳେ ସୀମାନ୍ତ ଉପଯୋଗିତା ମଧ୍ୟ ହ୍ରାସ ପାଇଥାଏ । ତେଣୁ ଦର ହିଁ ସୀମାନ୍ତ ଉପଯୋଗିତାର ସୂଚନା ପ୍ରଦାନକାର।

B ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି / ଛଅଟି ବାକ୍ୟରେ ଦିଅ ।

1. କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର କହିଲେ କ’ଣ ବୁଝ ?
Answer:
କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ଉପଭୋଗର ପ୍ରଥମ ସୂତ୍ର । ଜଣେ ଉପଭୋକ୍ତାର ସାଧାରଣ ଅନୁଭୂତିକୁ ଆଧାରକରି ପ୍ରଫେସର ଆଲ୍‌ଫ୍ରେଡ୍‌ ମାର୍ଶାଲ୍ ଏହି ସୂତ୍ର ପ୍ରଣୟନ କରିଛନ୍ତି । ଏହି ନିୟମ ମାନବିକ ଅଭାବର ଏକ ବୈଶିଷ୍ଟ୍ୟ ଯଥା ଏକ ନିର୍ଦ୍ଦିଷ୍ଟ ଅଭାବ ପରିତୃପ୍ତକ୍ଷମ ଉପରେ ଆଧାରିତ । ପ୍ରଫେସର ମାର୍ଶାଲ୍ କହିଛନ୍ତି ଯେ ଜଣେ ବ୍ୟକ୍ତି ପାଖରେ ଥ‌ିବା କୌଣସି ଦ୍ରବ୍ୟର ପରିମାଣ ବୃଦ୍ଧି ହେଲେ ସେ ଯେଉଁ ଅତିରିକ୍ତ ଉପଯୋଗିତା ଲାଭ କରନ୍ତି, ତାହା ଦ୍ରବ୍ୟର ମୋଟ ପରିମାଣରେ ବୃଦ୍ଧି ହେବା ସହିତ କ୍ରମଶଃ ହ୍ରାସ ପାଏ । ଏଠାରେ ଅତିରିକ୍ତ ଉପଯୋଗିତା କହିଲେ ସୀମାନ୍ତ ଉପଯୋଗିତାକୁ ବୁଝାଯାଏ । ତେଣୁ ଜଣେ ଉପଭୋକ୍ତା କୌଣସି ଏକ ଦ୍ରବ୍ୟର ଉପଭୋଗ ବୃଦ୍ଧି କଲେ ଦ୍ରବ୍ୟର ସୀମାନ୍ତ ଉପଯୋଗିତା ପରିଶେଷରେ ନିଶ୍ଚୟ ହ୍ରାସ ପାଏ ।

2. ମୋଟ ଉପଯୋଗିତା କ’ଣ ?
Answer:
କୌଣସି ଦ୍ରବ୍ୟର ବିଭିନ୍ନ ଏକକର ଉପଭୋଗରୁ ପ୍ରାପ୍ତ ହେଉଥ‌ିବା ଉପଯୋଗିତାର ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ । ଉପଭୋକ୍ତା ନିର୍ଦ୍ଦିଷ୍ଟ ଦ୍ରବ୍ୟର ପ୍ରତ୍ୟେକ ଉପଭୋଗରୁ ଉପଯୋଗିତା ପାଇଥାଏ । ସେ ପାଉଥିବା ସମସ୍ତ ଉପଯୋଗିତାକୁ ଏକତ୍ର କଲେ ମୋଟ ଉପଯୋଗିତା ମିଳେ । ତେଣୁ, ସୀମାନ୍ତ ଉପଯୋଗିତା ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ । ମୋଟ ଉପଯୋଗିତାରେ ସର୍ବଦା ବୃଦ୍ଧି ପାଏ, ଯେତେବେଳ ପର୍ଯ୍ୟନ୍ତ ଉପଭୋକ୍ତା କୌଣସି ଏକ ଦ୍ରବ୍ୟର ଅଧିକରୁ ଅଧିକ ଏକକ ଉପଭୋଗ କରନ୍ତି । କିନ୍ତୁ ମୋଟ ଉପଯୋଗିତା ହ୍ରାସମାନ ଭାବେ ବୃଦ୍ଧି ପାଇଥାଏ ।

3. ସୀମାନ୍ତ ଉପଯୋଗିତା କ’ଣ ?
Answer:
ଯେତେବେଳେ କୌଣସି ଦ୍ରବ୍ୟକୁ ଉପଭୋଗ କରାଯାଏ, ଉପଭୋଗର ଏକ ନିର୍ଦ୍ଦିଷ୍ଟ ଅବସ୍ଥାରେ ଉପଭୋଗରୁ ଉପଲବ୍ଧ ଉପଯୋଗିତାର ପ୍ରକାଶକୁ ଆମେ ସୀମାନ୍ତ ଉପଯୋଗିତା ପାଇଥାଉ । ଏହି ଅବସ୍ଥା ଉପଭୋଗର ଶେଷ ଅବସ୍ଥାକୁ ବୁଝାଏ ଓ ଉପଭୋଗର ଶେଷ ଏକକରୁ ଉପଲବ୍ଧ ଉପଯୋଗିତାକୁ ଦର୍ଶାଏ । ତେଣୁ ସୀମାନ୍ତ ଉପଯୋଗିତା କହିଲେ କୌଣସି ଦ୍ରବ୍ୟର ଉପଭୋଗ ସ୍ଥଳେ ଶେଷ ଏକକରୁ ଉପଲବ୍ଧ ସନ୍ତୋଷ ପରିମାଣ ଅଟେ ।

ଅନ୍ୟ ଅର୍ଥରେ ଉପଭୋଗକୁ ଆଉ ଏକ ଦ୍ରବ୍ୟ ଏକକରେ ବୃଦ୍ଧି କରି ସମୁଦାୟ ଉପଯୋଗିତା ଯେଉଁ ପରିମାଣରେ ପରିବର୍ତ୍ତନ ହୁଏ ତାହାକୁ ସୀମାନ୍ତ ଉପଯୋଗିତା କୁହାଯାଏ । ଅର୍ଥାତ୍ ସାଙ୍କେତିକ ଭାବରେ MUn = TUn – TUn-1 । ସୀମାନ୍ତର ଉପଯୋଗିତାର ଅନ୍ୟ ଏକ ଗୁଣ ହେଲା ଏକା କ୍ରମଶଃ ହ୍ରାସପାଏ । ତେଣୁ ଦ୍ରବ୍ୟ କ୍ଷେତ୍ରରେ ଏହା ଧନାତ୍ମକ ଶୂନ୍ୟ ବା ଋଣାତ୍ମକ ହୋଇପାରେ । ମାତ୍ର ମୁଦ୍ରାର ସୀମାନ୍ତ ଉପଯୋଗିତା ସର୍ବଦା ଧନାତ୍ମକ, ଏହା ଶୂନ ବା ଋଣାତ୍ମକ ହୁଏ ନାହିଁ ।

4. ସମସୀମାନ୍ତ ଉପଯୋଗିତା ସୂତ୍ର କ’ଣ ?
Answer:
ଉପଭୋଗ ତତ୍ତ୍ୱରେ ସମସୀମାନ୍ତ ଉପଯୋଗିତା ସୂତ୍ରର ଭୂମିକା ଗୁରୁତ୍ଵପୂର୍ଣ୍ଣ । ସୀମିତ ସମ୍ବଳକୁ ଉପଯୋଗ କରି ଉପଭୋକ୍ତା କିଭଳି ସର୍ବାଧ୍ଵ ପରିତୃପ୍ତି ଲାଭ କରିପାରିବ, ତାହା ଏହି ସୂତ୍ର ବିଶ୍ଳେଷଣ କରିଥାଏ । ତେଣୁ ଅର୍ଥଶାସ୍ତ୍ରରେ ଏହି ସୂତ୍ରଟି ସର୍ବାଧ‌ିକ ପରିତୃପ୍ତି ସୂତ୍ର ନାମରେ ମଧ୍ୟ ପରିଚିତ । ପ୍ରଫେସର ଆଲଫ୍ରେଡ୍ ମାର୍ଶାଲ୍ ସମସୀମାନ୍ତ ଉପଯୋଗିତା ସୂତ୍ରର ସଂଜ୍ଞା ପ୍ରଦାନ କରିବାକୁ ଯାଇ କହିଛନ୍ତି, ଯଦି କୌଣସି ବ୍ୟକ୍ତି ନିକଟରେ ବିବିଧ ବ୍ୟବହାରଯୋଗ୍ୟ ଏକ ପଦାର୍ଥ ଥାଏ, ତେବେ ସେ ଏହାକୁ ବିଭିନ୍ନ ବ୍ୟବହାରରେ ଏପରି ବଣ୍ଟନ କରିବେ ଯେପରି ପ୍ରତ୍ୟେକ ବ୍ୟବହାରରୁ ମିଳୁଥିବା ସୀମାନ୍ତ ଉପଯୋଗିତା ସମାନ ହେବ ।

ଅର୍ଥାତ୍ ଉପଭୋକ୍ତା ନିଜ ଆୟକୁ ବିଭିନ୍ନ ଦ୍ରବ୍ୟମାନଙ୍କ ମଧ୍ୟରେ ଏଭଳି ବଣ୍ଟନ କରିବା ଉଚିତ ଯଦ୍ଵାରା ବିଭିନ୍ନ ଦ୍ରବ୍ୟରୁ ମିଳୁଥ‌ିବା ସୀମାନ୍ତ ଉପଯୋଗିତା ସମାନ ହୋଇପାରିବ । ତେଣୁ
\(\frac{‘କ’ ଦ୍ରବ୍ୟର ସୀମାନ୍ତ ଉପଯୋଗିତା}{‘କ’ ଦ୍ରବ୍ୟର ଦର}\) = \(\frac{‘ଖ’ ଦ୍ରବ୍ୟର ସୀମାନ୍ତ ଉପଯୋଗିତା}{‘ଖ’ ଦ୍ରବ୍ୟର ଦର}\)

CHSE Odisha Class 12 Economics Chapter 4 Short & Long Answer Questions in Odia Medium

5. ରାଷ୍ଟ୍ରବ୍ୟୟ କ୍ଷେତ୍ରରେ କିପରି ସମସୀମାନ୍ତ ଉପଯୋଗିତା ସୂତ୍ର କାର୍ଯ୍ୟ କରିଥାଏ ?
Answer:
ସରକାରଙ୍କ ଆୟ, ବ୍ୟୟ ଏବଂ ଋଣର ଅଧ୍ୟୟନ କରୁଥିବା ବିଷୟକୁ ରାଷ୍ଟ୍ରବିତ୍ତ କୁହାଯାଏ । ସମାଜର ସର୍ବାଧିକ କଲ୍ୟାଣ ସାଧନ ରାଷ୍ଟ୍ରବିତ୍ତର ଲକ୍ଷ୍ୟ । ସରକାରୀ ବ୍ୟୟକୁ ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ର; ଯଥା – ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ବାଣିଜ୍ୟରେ ଏଭଳି ବଣ୍ଟନ କରାଯାଏ, ଯାହାଫଳରେ ପ୍ରତ୍ୟେକ କ୍ଷେତ୍ରରେ ବ୍ୟୟ ହେଉଥ‌ିବା ମୁଦ୍ରାର ସୀମାନ୍ତ ଉପଯୋଗିତା ସମାନ ହେବ । ଏହାଦ୍ୱାରା ରାଷ୍ଟ୍ରବ୍ୟୟରୁ କଲ୍ୟାଣ ସର୍ବାଧ‌ିକ ହୋଇଥାଏ । ସରକାର ସମସୀମାନ୍ତ ଉପଯୋଗିତା ସୂତ୍ର ସାହାଯ୍ୟରେ କମ୍ ଉପଯୋଗିତା ମିଳୁଥୁବା କ୍ଷେତ୍ରରୁ ସମ୍ବଳ ପ୍ରତ୍ୟାହାର କରି ଅଧ‌ିକ ଉପଯୋଗିତା ମିଳୁଥିବା କ୍ଷେତ୍ରରେ ବ୍ୟୟ କରିଥା’ନ୍ତି । ତେଣୁ ସରକାର ବ୍ୟୟ କଲାବେଳେ ସାମାଜିକ କଲ୍ୟାଣ ସାଧନକୁ ପ୍ରଧାନ ଲକ୍ଷ୍ୟରୂପେ ଗ୍ରହଣ କରିଥା’ନ୍ତି ।

6. ମୁଦ୍ରାର ପ୍ରାନ୍ତୀୟ ଉପଯୋଗିତା କାହିଁକି ଶୂନ୍ୟ ବା ଋଣାତ୍ମକ ହୁଏ ନାହିଁ ?
Answer:
ମୁଦ୍ରା ସାଧାରଣଭାବେ କ୍ରୟଶକ୍ତିର ପ୍ରତୀକ ଅଟେ । ମୁଦ୍ରା ପ୍ରତିବଦଳରେ ଆମେ ସମସ୍ତ ଦ୍ରବ୍ୟ କ୍ରୟ କରିପାରୁ । ମୁଦ୍ରା ସାଧାରଣ ଦ୍ରବ୍ୟ ନ ହୋଇ ଦ୍ରବ୍ୟର ପ୍ରତିନିଧୃତ୍ଵ କରୁଥବାରୁ ଏହାର ପରିମାଣ ବୃଦ୍ଧି ହେଲେ ଆମେ ଅଧିକରୁ ଅଧିକ ଦ୍ରବ୍ୟ କ୍ରୟ କରି ବିଭିନ୍ନ ଅଭାବ ପରିତୃପ୍ତି କରିପାରୁ । ତେଣୁ ମୁଦ୍ରାର ପରିମାଣ ବୃଦ୍ଧି ପ୍ରତି ସମସ୍ତେ ସଚେତନ ଓ ଏହାପ୍ରତି କେହି ଅନିଚ୍ଛାଭାବ ପ୍ରକଟ କରିନଥା’ନ୍ତି । ସୁତରାଂ ମୁଦ୍ରା ଓ ଅନ୍ୟାନ୍ୟ ଦ୍ରବ୍ୟ କ୍ଷେତ୍ରରେ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ସମାନ ଭାବରେ କାର୍ଯ୍ୟକାରୀ ହୋଇନଥାଏ । ମୁଦ୍ରାର ପରିମାଣ ଯେତେ ବୃଦ୍ଧି ପାଇଲେ ମଧ୍ୟ ବ୍ୟକ୍ତି କେବେହେଲେ ପୂର୍ବ ପରିତୃପ୍ତ ହୁଏନାହିଁ । ତେଣୁ ମୁଦ୍ରାର ପ୍ରାନ୍ତୀୟ ଉପଯୋଗିତା ଶୂନ୍ୟ ବା ଋଣାତ୍ମକ ହେବନାହିଁ ।

7. କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ନିୟମଟି ଉପଯୁକ୍ତ ଏକକ ଉପରେ କିପରି ପର୍ଯ୍ୟବସିତ ?
Answer:
ଦ୍ରବ୍ୟର ଏକକ ସମୂହ ଉପଯୁକ୍ତ ହେବା ଆବଶ୍ୟକ । ଉପଭୋଗ କରାଯାଉଥିବା ଦ୍ରବ୍ୟର ପରିମାଣ ଉପଯୁକ୍ତ ନହେଲେ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ନିୟମ କାର୍ଯ୍ୟକାରୀ ହେବନାହିଁ । ଜଳପାନ କଲାବେଳେ ଗୋଟିଏ ପୂର୍ଣ ଗ୍ଲାସ୍ ଜଳକୁ ଏକ ଏକକ ବୋଲି ବିଚାର କରଯାଏ । ସୁତରାଂ, ଦ୍ରବ୍ୟର ଏକକ ଉପଯୁକ୍ତ ହେବା ଆବଶ୍ୟକ । ଜଣେ ତୃଷାର୍ତ୍ତ ବ୍ୟକ୍ତିକୁ ଯଦି ଚାମଚ ଚାମଚ କରି ଜଳପାନ କରିବାକୁ ଦିଆଯାଏ, ତେବେ ପ୍ରଥମ ଚାମଚରୁ ମିଳୁଥିବା ଉପଯୋଗିତା ଅପେକ୍ଷା ଦ୍ଵିତୀୟ କିମ୍ବା ତୃତୀୟ ଚାମଚରୁ ମିଳୁଥିବା ଉପଯୋଗିତା ଅଧ୍ବକ ହେବ । ସୁତରାଂ, ଉପଭୋକ୍ତା

ପୂର୍ଣ ଗ୍ଲାସ୍ ଜଳପାନ ନକଲେ ସୀମାନ୍ତ ଉପଯୋଗିତା ହ୍ରାସ ହେବ ନାହିଁ । ତେଣୁ ଉପଭୋକ୍ତାଙ୍କୁ ଯଦି ଗ୍ଲାସ୍‌ରେ ଜଳପାନ କରିବାକୁ ଦିଆଯାଏ, ତେବେ ଦ୍ଵିତୀୟ ବା ତୃତୀୟ ଗ୍ଲାସ୍ ଜଳରୁ ମିଳୁଥିବା ଉପଯୋଗିତା ନିଶ୍ଚିତଭାବେ ପ୍ରଥମ ଗ୍ଲାସ୍‌ରୁ ମିଳୁଥ‌ିବା ଉପଯୋଗିତାଠାରୁ କମ୍ ହେବ ।

8. ସମସୀମାନ୍ତ ଉପଯୋଗିତା ମୋଟ ଉପଯୋଗିତାର କିପରି ସର୍ବାଧ୍ଵରଣ ଘଟାଏ ?
Answer:
ଜଣେ ବିଚାରବନ୍ତ ଉପଭୋକ୍ତା ଅଭାବର ବହୁଳତା ଓ ସୀମିତ ସମ୍ବଳ ସମସ୍ୟାର ସମ୍ମୁଖୀନ ହୋଇ ସର୍ବାଧ‌ିକ ପରିତୃପ୍ତି ଲାଭ କରିବାକୁ ନୂନ ଉପଯୋଗିତା ବିଶିଷ୍ଟ ଦ୍ରବ୍ୟ ଉପଭୋଗ କରିଥା’ନ୍ତି । ସେ ଆବଶ୍ୟକ କରୁଥିବା ପ୍ରତ୍ୟେକ ଦ୍ରବ୍ୟର ସୀମାନ୍ତ ଉପଯୋଗିତା ସମାନ ହେବା ପର୍ଯ୍ୟନ୍ତ ଏହି ପ୍ରତିବଦଳ କ୍ରିୟା ଚାଲୁରହେ । ସୀମିତ ସମ୍ବଳକୁ ବ୍ୟବହାର କରି କୌଣସି ଗୋଟିଏ ଦ୍ରବ୍ୟକୁ ଅଧିକ ଉପଭୋଗ କଲେ ସ୍ଵଳ୍ପ ଉପଯୋଗିତା ଉପଲବ୍‌ଧ ହୋଇଥାଏ । ତେଣୁ ସମାନ ସମ୍ବଳର ବ୍ୟବହାର କରି ସ୍ଵଳ୍ପ ଉପଯୋଗିତା ଲାଭ ପରିବର୍ତ୍ତେ ଯଦି ସେହି ସମ୍ବଳ ସହାୟତାରେ ଅନ୍ୟ ଏକ ଦ୍ରବ୍ୟ ଏକକକୁ ଲାଭ କରାଯାଇପାରେ, ତେବେ ତାହା ନିଶ୍ଚିତ ମୋଟ ଉପଯୋଗିତାର ବୃଦ୍ଧି ଘଟାଇବ । ଏହି ଅବସ୍ଥାରେ ପ୍ରତ୍ୟେକ ଦ୍ରବ୍ୟ ପାଇଁ ବ୍ୟୟିତ ହେଉଥ‌ିବା ଶେଷମୁଦ୍ରା ଏକକର ସୀମାନ୍ତ ଉପଯୋଗିତା ସମାନ ହୋଇଥାଏ ।

9. ମୁଦ୍ରାର ସୀମାନ୍ତ ଉପଯୋଗିତା କାହିଁକି ଶୂନ୍ୟ ବା ଋଣାତ୍ମକ ହୁଏ ନାହିଁ ?
Answer:
ମୁଦ୍ରା ସାଧାରଣଭାବେ କ୍ରୟଶକ୍ତିର ପ୍ରତୀକ ଅଟେ । ମୁଦ୍ରା ପ୍ରତିବଦଳରେ ଆମେ ସମସ୍ତ ଦ୍ରବ୍ୟ କ୍ରୟ କରିପାରୁ । ମୁଦ୍ରା ସାଧାରଣ ଦ୍ରବ୍ୟ ନ ହୋଇ ଦ୍ରବ୍ୟର ପ୍ରତିନିଧ୍ୟ କରୁଥିବାରୁ ଏହାର ପରିମାଣ ବୃଦ୍ଧି ହେଲେ ଆମେ ଅଧିକରୁ ଅଧ‌ିକ ଦ୍ରବ୍ୟ କ୍ରୟ କରି ବିଭିନ୍ନ ଅଭାବ ପରିତୃପ୍ତ କରିପାରୁ । ତେଣୁ ମୁଦ୍ରାର ପରିମାଣ ବୃଦ୍ଧି ପ୍ରତି ସମସ୍ତେ ସଚେତନ ଓ ଏହା ପ୍ରତି କେହି ଅନିଚ୍ଛା ଭାବ ପ୍ରକଟ କରିଥା’ନ୍ତି । ସୁତରାଂ ମୁଦ୍ରା ଓ ଅନ୍ୟାନ୍ୟ ଦ୍ରବ୍ୟ କ୍ଷେତ୍ରରେ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ସମାନ ଭାବରେ କାର୍ଯ୍ୟକାରୀ ହୋଇନଥାଏ । ମୁଦ୍ରାର ପରିମାଣ ଯେତେ ବୃଦ୍ଧି ପାଇଲେ ମଧ୍ୟ ବ୍ୟକ୍ତି କେବେହେଲେ ପୂର୍ବ ପରିତୃପ୍ତ ହୁଏ ନାହିଁ । ତେଣୁ ମୁଦ୍ରାର ସୀମାନ୍ତ ଉପଯୋଗିତା ଶୂନ୍ୟ ବା ଋଣାତ୍ମକ ହେବ ନାହିଁ ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ମୋଟ ଉପଯୋଗିତା ଓ ସୀମାନ୍ତ ଉପଯୋଗିତା :
Answer:
କୌଣସି ଦ୍ରବ୍ୟର ବିଭିନ୍ନ ଏକକର ଉପଭୋଗରୁ ପ୍ରାପ୍ତ ହେଉଥ‌ିବା ଉପଯୋଗିତାର ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ । ଉପଭୋକ୍ତା ନିର୍ଦ୍ଦିଷ୍ଟ ଦ୍ରବ୍ୟର ପ୍ରତ୍ୟେକ ଉପଭୋଗରୁ ଉପଯୋଗିତା ପାଇଥାଏ । ସେ ପାଉଥିବା ସମସ୍ତ ଉପଯୋଗିତାକୁ ଏକତ୍ର କଲେ ମୋଟ ଉପଯୋଗିତା ମିଳେ । ତେଣୁ, ସୀମାନ୍ତ ଉପଯୋଗିତାର ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ ।

କୌଣସି ଦ୍ରବ୍ୟର ଏକ ଅତିରିକ୍ତ ଏକକ ଉପଭୋଗ କରିବାଦ୍ଵାରା ମୋଟ ଉପଯୋଗିତାରେ ଯେଉଁ ପରିମାଣ ଯୋଗ ହୁଏ ତାହା ସୀମାନ୍ତ ଉପଯୋଗିତା । ଏହା ଦ୍ରବ୍ୟର ପ୍ରତ୍ୟେକ ଏକକ ଉପଭୋଗରୁ ମିଳୁଥିବା ଉପଯୋଗିତା । ଅର୍ଥାତ୍ ଉପଭୋଗର ଶେଷ ଏକକରୁ ମିଳୁଥ‌ିବା ଉପଯୋଗିତାକୁ ସୀମାନ୍ତ ଉପଯୋଗିତା କୁହାଯାଏ ।

ସୀମାନ୍ତ ଉପଯୋଗିତା ହ୍ରାସ ପାଉବାବେଳେ ମୋଟ ଉପଯୋଗିତା ବୃଦ୍ଧି ପାଏ । ସୀମାନ୍ତ ଉପଯୋଗିତା କ୍ରମାଗତ ହ୍ରାସ ପାଉଥିବାବେଳେ ମୋଟ ଉପଯୋଗିତା ହ୍ରାସମାନ ହାରରେ ବୃଦ୍ଧି ପାଏ । ଯେତେବେଳେ ସୀମାନ୍ତ ଉପଯୋଗିତା ଶୂନ୍ୟ ହୁଏ, ମୋଟ ଉପଯୋଗିତା ସର୍ବାଧ‌ିକ ହୁଏ ଏବଂ ସୀମାନ୍ତ ଉପଯୋଗିତା ଋଣାତ୍ମକ ହେଲେ ମୋଟ ଉପଯୋଗିତା ହ୍ରାସ ପାଇବାକୁ ଆରମ୍ଭ କରେ ।

2. ମୁଦ୍ରା ଓ ସୀମାନ୍ତ ଉପଯୋଗିତା :
Answer:
ମୁଦ୍ର କ୍ଷେତ୍ରରେ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର କାର୍ଯ୍ୟ କରେ ନାହିଁ ବୋଲି କୁହାଯାଏ । ତେଣୁ ଅଧିକ ମୁଦ୍ରା ହେଲେ ଲୋକ ଅଧିକ ଖୁସି ହୁଅନ୍ତି । ତେଣୁ ଅଧ୍ଵ ମୁଦ୍ରା କେବେ ପରିତୃପ୍ତି ବା ସୀମାନ୍ତ ଉପଯୋଗିତାକୁ ହ୍ରାସ କରେ ନାହିଁ । କିନ୍ତୁ ଅର୍ଥଶାସ୍ତ୍ରୀଙ୍କ ମତରେ ମୁଦ୍ରା କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ନିୟମର ଅଧୀନ । ଆମ ଆୟରେ ଯେତେ ଅଧିକ ଆୟ ଯୋଗ ହୁଏ, ଆମ ପାଇଁ ମୁଦ୍ରାର ଉପଯୋଗିତା ସେତେ କମି କମି ଯାଏ । ଧନୀଲୋକମାନେ ସାଧାରଣତଃ ନିଜର ମୁଦ୍ରା ପ୍ରତି ବିଶେଷ ଯତ୍ନଶୀଳ ନୁହଁନ୍ତି ।

କିନ୍ତୁ ଜଣେ ଗରିବ ଲୋକ ନିଜର ମୁଦ୍ରା ପ୍ରତି ବିଶେଷ ଯତ୍ନଶୀଳ । ତେଣୁ ମୁଦ୍ରାର ବୃଦ୍ଧି ସହିତ ସୀମାନ୍ତ ଉପଯୋଗିତା ହ୍ରାସ ପାଏ । ତଥାପି ଏହି ସୂତ୍ରର ପ୍ରୟୋଗ ମୁଦ୍ରା ଓ ଅନ୍ୟାନ୍ୟ ଦ୍ରବ୍ୟ କ୍ଷେତ୍ରରେ ସମାନ ନୁହେଁ । ମୁଦ୍ରା କ୍ଷେତ୍ରରେ ଏହି ନିୟମ ମନ୍ଥର ଗତିରେ ପ୍ରୟୋଗ ହେଉଥିଲାବେଳେ ଅନ୍ୟାନ୍ୟ ଦ୍ରବ୍ୟ କ୍ଷେତ୍ରରେ ଏହା କ୍ଷିପ୍ର ଗତିରେ ପ୍ରଯୁଜ୍ୟ ହୁଏ ଏବଂ ଅନ୍ୟାନ୍ୟ ଦ୍ରବ୍ୟ କ୍ଷେତ୍ରରେ ସୀମାନ୍ତ ଉପଯୋଗିତା ଶୂନ୍ୟରେ ପରିଣତ ହେଉଥିଲା ବେଳେ ମୁଦ୍ରା କ୍ଷେତ୍ରରେ ଏହା କେବେ ହେଲେ ଶୂନ୍ୟ ବା ଋଣାତ୍ମକ ହୁଏ ନାହିଁ ।

3. ଦର ଓ ସୀମାନ୍ତ ଉପଯୋଗିତା :
Answer:
ଦର ବା ବିନିମୟ ମୂଲ୍ୟ ସର୍ବଦା ସୀମାନ୍ତ ଉପଯୋଗିତା ସହ ସମାନ ହୁଏ । ଯେଉଁଠାରେ ଦର ସୀମାନ୍ତ ଉପଯୋଗିତା ସହ ସମାନ ହୁଏ, ସେଠାରେ ଉପଭୋକ୍ତା ଉପଭୋଗ ବନ୍ଦ କରିଥା’ନ୍ତି । ଉପଭୋକ୍ତା ଯଦି ଏହା ପୂର୍ବରୁ ଉପଭୋଗ ବନ୍ଦ କରିଦିଅନ୍ତି ତେବେ ସେ କ୍ଷତିଗ୍ରସ୍ତ ହେବେ । କାରଣ ଦର ଓ ସୀମାନ୍ତ ଉପଯୋଗିତାର ସମତା ବିନ୍ଦୁ ପୂର୍ବରୁ ସେ ଉପଭୁକ୍ତ ଦ୍ରବ୍ୟର ଦର ତୁଳନାରେ ଅଧିକ ଉପଯୋଗିତା ଲାଭ କରନ୍ତି । ଏହି ସମତା ବିନ୍ଦୁ ପରେ ସେ ଅଧିକ ଉପଭୋଗ କଲେ କ୍ଷତିଗ୍ରସ୍ତ ହେବେ । କାରଣ ତାଙ୍କର ସୀମାନ୍ତ ଉପଯୋଗିତା ଦର ତୁଳନାରେ କମ୍ ହେବ । ତେଣୁ ସର୍ବଦା ଦର ଓ ସୀମାନ୍ତ ଉପଯୋଗିତା ପରସ୍ପର ସମାନ । ଦର ହ୍ରାସ ହେଲେ ସୀମାନ୍ତ ଉପଯୋଗିତା ହ୍ରାସ ପାଇବ ଓ ଦର ବୃଦ୍ଧି ହେଲେ ସୀମାନ୍ତ ଉପଗତା ବୃଦ୍ଧି ପାଇବ ।

CHSE Odisha Class 12 Economics Chapter 4 Short & Long Answer Questions in Odia Medium

4. କ୍ରମହ୍ରାସମାନ ଉପଯୋଗିତା ସୂତ୍ର ଓ ମୂଲ୍ୟର ବିରୋଧାଭାସ :
Answer:
ଜଳର ବ୍ୟାବହାରିକ ମୂଲ୍ୟ ହୀରାର ବ୍ୟାବହାରିକ ମୂଲ୍ୟଠାରୁ ଯଥେଷ୍ଟ ବେଶି । ଜଳ ବିନା ମଣିଷର ଜୀବନଧାରଣ ଅସମ୍ଭବ ହେବ । ହୀରା ଆତ୍ମବଡ଼ିମା ପ୍ରବୃତ୍ତିକୁ ସନ୍ତୁଷ୍ଟ କରିଥାଏ । କିନ୍ତୁ ବଜାରରେ ହୀରାର ବିନିମୟ ମୂଲ୍ୟ ଖୁବ୍ ବେଶି ହେଉଥ‌ିବାବେଳେ ଜଳର ଆଦୌ ବିନିମୟ ମୂଲ୍ୟ ନଥାଏ । ଏଭଳି ପରିସ୍ଥିତିକୁ ଜଳ-ହୀରାର ବିରୋଧାଭାସ କୁହାଯାଏ । ଅଧ୍ୟାପକ ମାର୍ଶାଲ୍ ସୀମାନ୍ତ ଉପଯୋଗିତା ସାହାଯ୍ୟରେ ଏହି ବିରୋଧାଭାସକୁ ସାମାଧନ କରିଛନ୍ତି । ମାର୍ଶାଲ୍‌ଙ୍କ ମତରେ ମୋଟ ଉପଯୋଗିତା ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କରେ ନାହିଁ ।

ଜଳର ମୋଟ ଉପଯୋଗିତା ହୀରାଠାରୁ ଅଧ‌ିକ । କିନ୍ତୁ ଦ୍ରବ୍ୟର ଦର ସୀମାନ୍ତ ଉପଯୋଗିତାଦ୍ୱାରା ନିର୍ଦ୍ଧାରଣ ହୁଏ । କ୍ରମହ୍ରାସମାନ ଉପଯୋଗିତା ସୂତ୍ରରୁ ଆମେ ଜାଣୁ ଯେ କୌଣସି ଦ୍ରବ୍ୟର ପରିମାଣ ବେଶି ହୋଇଥିଲେ ପ୍ରତ୍ୟେକ ଅତିରିକ୍ତ ଏକକର ଗୁରୁତ୍ଵ ବା ଉପଯୋଗିତା କମ୍ ଏବଂ ଉପଭୋକ୍ତା ସେହି ଦ୍ରବ୍ୟ ପାଇଁ କମ୍ ଦାମ୍ ଦେଇଥାଏ । ଜଳର ପରିମାଣ ବିପୁଳ । ଏହାର ସୀମାନ୍ତ ଉପଯୋଗିତା ସ୍ଵଚ୍ଛ, ତେଣୁ ଦର ମଧ୍ୟ ସ୍ଵଳ୍ପ । ବଜାରରେ ହୀରାର ଯୋଗାଣ ସୀମିତ । ତେଣୁ ଏହାର ସୀମାନ୍ତ ଉପଯୋଗିତା ଅଧ୍ବକ ଓ ଦାମ୍ ଅଧିକ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ସୀମାନ୍ତ ଉପଯୋଗିତା ଓ ମୋଟ ଉପଯୋଗିତାର ସଂଜ୍ଞା ଦିଅ ଏବଂ ସୀମାନ୍ତ ଉପଯୋଗିତା ଓ ମୋଟ ଉପଯୋଗିତା ମଧ୍ୟରେ ଥ‌ିବା ପ୍ରଭେଦ ଦର୍ଶାଅ ।
Answer:
ଉପଭୋକ୍ତା ଉପଭୋଗରୁ ଉପଯୋଗିତା ଲାଭ କରେ । ଉପଭୋଗ ତତ୍ତ୍ଵର ବିଶ୍ଳେଷଣ ନିମନ୍ତେ ମୋଟ ଉପଯୋଗିତା ଓ ସୀମାନ୍ତ ଉପଯୋଗିତା ଜାଣିବା ଆବଶ୍ୟକ । କୌଣସି ଦ୍ରବ୍ୟର ଏକ ଅତିରିକ୍ତ ଏକକ ଉପଭୋଗ କରିବାଦ୍ୱାରା ମୋଟ ଉପଯୋଗିତାରେ ଯେଉଁ ପରିମାଣ ଯୋଗ ହୁଏ ତାହା ସୀମାନ୍ତ ଉପଯୋଗିତା । ଏହା ଦ୍ରବ୍ୟର ପ୍ରତ୍ୟେକ ଏକକ ଉପଭୋଗରୁ ମିଳୁଥିବା ଉପଯୋଗିତା । ପ୍ରକାରାନ୍ତରେ, ଉପଭୋଗର ଶେଷ ଏକକରୁ ମିଳୁଥିବା ଉପଯୋଗିତାକୁ ସୀମାନ୍ତ ଉପଯୋଗିତା କୁହାଯାଏ । କୌଣସି ଏକ ଦ୍ରବ୍ୟର ସୀମାନ୍ତ ଉପଯୋଗିତାକୁ ମୋଟ ଉପଯୋଗିତାର ପାର୍ଥକ୍ୟଦ୍ୱାରା ପରିମାପ କରାଯାଏ । ଯଦି କୌଣସି ଉପଭୋକ୍ତା n ସଂଖ୍ୟକ ଦ୍ରବ୍ୟ ଉପଭୋଗ କରନ୍ତି, ତେବେ ଦ୍ରବ୍ୟର ସୀମାନ୍ତ ଉପଯୋଗିତା n ସଂଖ୍ୟକ ଦ୍ରବ୍ୟର ମୋଟ ଉପଯୋଗିତା ବିଯୁକ୍ତ (n-1) ସଂଖ୍ୟକ ଦ୍ରବ୍ୟର ମୋଟ ଉପଯୋଗିତାକୁ ବୁଝାଏ । MUn = TUn – TUn-1 ।

କୌଣସି ଦ୍ରବ୍ୟର ବିଭିନ୍ନ ଏକକର ଉପଭୋଗରୁ ପ୍ରାପ୍ତ ହେଉଥ‌ିବା ଉପଯୋଗିତାର ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ । ଉପଭୋକ୍ତା ନିର୍ଦ୍ଦିଷ୍ଟ ଦ୍ରବ୍ୟର ପ୍ରତ୍ୟେକ ଉପଭୋଗରୁ ଉପଯୋଗିତା ପାଇଥାଏ । ସେ ପାଉଥ‌ିବା ସମସ୍ତ ଉପଯୋଗିତାକୁ ଏକତ୍ର କଲେ ମୋଟ ଉପଯୋଗିତା ମିଳେ । ତେଣୁ, ସୀମାନ୍ତ ଉପଯୋଗିତାର ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ ।

ସୀମାନ୍ତ ଉପଯୋଗିତା ଏବଂ ମୋଟ ଉପଯୋଗିତା ମଧ୍ୟରେ ଥିବା ସମ୍ପର୍କ :
ମୋଟ ଉପଯୋଗିତା ଓ ସୀମାନ୍ତ ଉପଯୋଗିତା ମଧ୍ୟରେ ଥିବା ସମ୍ପର୍କ ସାରଣୀ ସାହାଯ୍ୟରେ ବୁଝାଯାଇପାରେ ।

ଦ୍ରବ୍ୟର ଏକକ ସୀମାନ୍ତ ଉପଯୋଗିତା ମୋଟ ଉପଯୋଗିତା
1 20 20
2 16 36
3 12 48
4 8 56
5 4 60
6 0 60
7 -4 56

ଉପରୋକ୍ତ ସାରଣୀରୁ ଜଣାଯାଏ ଯେ ଉପଭୋକ୍ତା ଅଧ୍ଵରୁ ଅଧିକ ଦ୍ରବ୍ୟ ଉପଭୋଗ କଲାବେଳେ ପ୍ରତ୍ୟେକ ଏକକର ସୀମାନ୍ତ ଉପଯୋଗିତା ହ୍ରାସ ପାଉଅଛି । ପ୍ରଥମ ଏକକରୁ ସେ 20 ସୀମାନ୍ତ ଉପଯୋଗିତା ପାଇଥିଲାବେଳେ ଷଷ୍ଠ ଏକକରୁ ସେ ଶୂନ୍ୟ ସୀମାନ୍ତ ଉପଯୋଗିତା ଲାଭ କରିଛନ୍ତି ଏବଂ ସପ୍ତମ ଏକକରୁ ସେ ଋଣାତ୍ମକ ଉପଯୋଗିତା ପାଇଛନ୍ତି । ଉପରୋକ୍ତ ସାରଣୀରୁ ନିମ୍ନୋକ୍ତ ବୈଶିଷ୍ଟ୍ୟଗୁଡ଼ିକୁ ଲକ୍ଷ୍ୟ କରାଯାଇପାରେ । ଯଥା –

(୧) କୌଣସି ଦ୍ରବ୍ୟର ପ୍ରଥମ ଏକକ ଉପଭୋଗ ସମୟରେ ସୀମାନ୍ତ ଉପଯୋଗିତା ଓ ମୋଟ ଉପଯୋଗିତା ସମାନ ରହିଥାଏ ।
(୨) ମୋଟ ଉପଯୋଗିତା କ୍ରମହ୍ରାସମାନ ହାରରେ ବୃଦ୍ଧିପାଏ ।
(୩) ଯେତେବେଳେ ସୀମାନ୍ତ ଉପଯୋଗିତା ଶୂନ୍ୟ ହୁଏ, ମୋଟ ଉପଯୋଗିତା ସେତେବେଳେ ସର୍ବାଧ‌ିକ ହୁଏ ।
(୪) ଯେତେବେଳେ ସୀମାନ୍ତ ଉପଯୋଗିତା ଋଣାତ୍ମକ ହୁଏ, ସେତେବେଳେ ମୋଟ ଉପଯୋଗିତା ହ୍ରାସ ପାଏ ।
(୫) ସୀମାନ୍ତ ଉପଯୋଗିତାର ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ ।
(୬) ଯେତେବେଳେ ସୀମାନ୍ତ ଉପଯୋଗିତା ବୃଦ୍ଧି ପାଏ, ସେତେବେଳେ ମୋଟ ଉପଯୋଗିତା କ୍ରମ ବର୍ଦ୍ଧମାନ ହାରରେ ବୃଦ୍ଧି ପାଏ ।

ଚିତ୍ରରେ ମୋଟ ଉପଯୋଗିତା ଏବଂ ସୀମାନ୍ତ ଉପଯୋଗିତା ମଧ୍ୟରେ ଥିବା ସମ୍ପର୍କର ପ୍ରଦର୍ଶନ କରାଯାଇପାରେ । OX ଅକ୍ଷରେ ଦ୍ରବ୍ୟର ଏକକ ଏବଂ OY ଅକ୍ଷରେ ଉଭୟ ସୀମାନ୍ତ ଏବଂ ମୋଟ ଉପଯୋଗିତାକୁ ପ୍ରତିନିଧ୍ୟ କରୁଛି । OX ଅକ୍ଷକୁ ଆନୁଭୂମିକ ଏବଂ OY ଅକ୍ଷକୁ ଉଲ୍ଲମ୍ବ ଅକ୍ଷ କୁହାଯାଏ । ଉପଭୋକ୍ତା ଅଧିରୁ ଅଧ‌ିକ ଦ୍ରବ୍ୟ ଉପଭୋଗ କଲାବେଳେ ମୋଟ ଉପଯୋଗିତା ବୃଦ୍ଧି ପାଇଲେ ମଧ୍ୟ ବୃଦ୍ଧିର ହାର କ୍ରମଶଃ କମିଯାଏ ।

ଦ୍ରବ୍ୟଟିର ମୋଟ ଉପଯୋଗିତା 20 ବୃଦ୍ଧି ପାଇ 60 ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଦ୍ୱିତୀୟରେ ଦ୍ରବ୍ୟ ଏକକର ସୀମାନ୍ତ ଉପଯୋଗିତା କ୍ରମଶଃ ହ୍ରାସ ପାଇଛି । ଏଠାରେ ସୀମାନ୍ତ ଉପଯୋଗିତା 20 ରୁ ହ୍ରାସ ପାଇ –4 (ଋଣାତ୍ମକ 4) ହୋଇଅଛି ।
CHSE Odisha Class 12 Economics Chapter 4 Short & Long Answer Questions in Odia Medium
ତୃତୀୟରେ ସୀମାନ୍ତ ଉପଯୋଗିତା ଯେତେବେଳେ ଶୂନ୍ୟ ହୁଏ, ସେତେବେଳେ ମୋଟ ଉପଯୋଗିତା ସର୍ବାଧ୍ଵ ହୁଏ । ଏଠାରେ ସୀମାନ୍ତ ଉପଯୋଗିତା ଶୂନ୍ୟ ହୋଇଥିଲାବେଳେ ମୋଟ ଉପଯୋଗିତା 60 ହୋଇଛି । ସୀମାନ୍ତ ଉପଯୋଗିତା ଋଣାତ୍ମକ ହେଲାବେଳେ ମୋଟ ଉପଯୋଗିତା ହ୍ରାସ ପାଏ । ଯେତେବେଳେ ସୀମାନ୍ତ ଉପଯୋଗିତା –4 ହୋଇଛି, ସେତେବେଳେ ମୋଟ ଉପଯୋଗିତା 60 ରୁ ହ୍ରାସ ପାଇ 56 ହୋଇଅଛି ।

OX – ଅକ୍ଷରେ ଦ୍ରବ୍ୟର ଏକକ ଓ OY ଅକ୍ଷରେ ଉଭୟ ସୀମାନ୍ତ ଓ ମୋଟ ଉପଯୋଗିତା ଦର୍ଶାଯାଇଅଛି । ଷଷ୍ଠ ଏକକ ଉପଭୋଗ ହେଲେ MU ରେଖା X- ଅକ୍ଷକୁ ସ୍ପର୍ଶ କରେ, ଅର୍ଥାତ୍ MU = 0 ହୁଏ । ଯେତେବେଳେ ଉପଭୋକ୍ତା ସପ୍ତମ ଏକକ ଉପଭୋଗ କରନ୍ତି, ସେତେବେଳେ MU ରେଖା X ଅକ୍ଷର ନିମ୍ନକୁ ଯାଇ ଋଣାତ୍ମକ ହୋଇଥାଏ ଏବଂ ମୋଟ ଉପଯୋଗିତା ରେଖା ନିମ୍ନଗାମୀ ହୁଏ ।

2. କ୍ରମହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ର ବ୍ୟାଖ୍ୟା କର । ଏହାର ବ୍ୟତିକ୍ରମସମୂହ ଦର୍ଶାଅ ।
Answer:
ମନୁଷ୍ୟ ବା ଉପଭୋକ୍ତା ନିଜର ଅଭାବର ପରିତୃପ୍ତି ନିମନ୍ତେ ଦ୍ରବ୍ୟ ଓ ସେବା ଉପଭୋଗ କରିଥାଏ । ଉପଭୋଗ ସମୟରେ ଉପଭୋକ୍ତା ସଦାସର୍ବଦା ଆବଶ୍ୟକ ହେଉଥ‌ିବା ଦ୍ରବ୍ୟର ଭଣ୍ଡାର ପ୍ରତି ସଚେତନ ଥାଏ । ଉପଭୋକ୍ତାଙ୍କ ପାଖରେ ଗଚ୍ଛିତ ଥ‌ିବା କୌଣସି ଏକ ଦ୍ରବ୍ୟଭଣ୍ଡାର ପର୍ଯ୍ୟାପ୍ତ ରହିଥିଲେ ସେ ଦ୍ରବ୍ୟର ଅଭାବ ଉପଭୋକ୍ତା ଅନୁଭବ କରିନଥାଏ ବା ସେ ଦ୍ରବ୍ୟ ଲାଭ କରିବାପାଇଁ ଅଧୂକ ଆଗ୍ରହ ପ୍ରକାଶ କରେ ନାହିଁ । ଏ କ୍ଷେତ୍ରରେ ଅଭାବର ତୀବ୍ରତା ନଗଣ୍ୟ, କାରଣ ଅଧ୍ଵ ଗଚ୍ଛିତ ଥ‌ିବା ଦ୍ରବ୍ୟଭଣ୍ଡାର ଅଭାବ ପୂରଣକାରୀ ଶକ୍ତି (ଉପଯୋଗିତା) ସ୍ଵଳ୍ପ ହୋଇଥାଏ ।

ମାତ୍ର ଦ୍ରବ୍ୟର ଭଣ୍ଡାର ସ୍ଵଳ୍ପ ଥିଲେ, ଉପଭୋକ୍ତା ସେ ଦ୍ରବ୍ୟର ଅଭାବର ତୀବ୍ରତା ଉପଲବ୍‌ କରିଥାଏ । କାରଣ ସେ ଦ୍ରବ୍ୟର ଉପଭୋକ୍ତା ପାଇଁ ଉପଯୋଗିତା ଅଧ୍ଵ ରହିଥାଏ । ସେଥ‌ିପାଇଁ ସେପ୍ରକାର ଦ୍ରବ୍ୟର ଅତିରିକ୍ତ ଏକକ ଲାଭ କରିବାପାଇଁ ବ୍ୟଗ୍ରତା ପ୍ରକାଶ କରିଥାଏ । ଏଥୁରୁ ପ୍ରତୀୟମାନ ହୁଏ ଯେ ଉପଭୋକ୍ତା କୌଣସି ଏକ ଦ୍ରବ୍ୟର ବିଭିନ୍ନ ଅତିରିକ୍ତ ଏକକ ଉପଭୋଗ କଲେ ଏହି ଦ୍ରବ୍ୟର ପ୍ରତ୍ୟେକ ପରବର୍ତ୍ତୀ ଏକକରୁ ମିଳୁଥ‌ିବା ଉପଯୋଗିତା ହ୍ରାସ ପାଇଥାଏ ବା ଏହି ଦ୍ରବ୍ୟର ଅଭାବ ପୂରଣକାରୀ ଶକ୍ତି କ୍ରମଶଃ ହ୍ରାସ ପାଇଥାଏ ।

ଉପଭୋଗ ପ୍ରକ୍ରିୟାରେ ଉପଭୋକ୍ତା କୌଣସି ଏକ ଦ୍ରବ୍ୟର କ୍ରମାଗତ ଉପଭୋଗ କଲେ ଏକ ନିର୍ଦ୍ଦିଷ୍ଟ ସମୟ ପରେ ସେହି ଦ୍ରବ୍ୟ ପ୍ରତି ଆଗ୍ରହ ପ୍ରକାଶ କରିନଥାଏ ଅର୍ଥାତ୍ ସେ ଦ୍ରବ୍ୟର ଉପଭୋଗରୁ ଉପଭୋକ୍ତା ବିରତ ରହିଥାଏ । ସଂକ୍ଷେପରେ ଉପଭୋଗ ସୀମାନ୍ତ ଉପଯୋଗିତା ହ୍ରାସ ହୋଇଚାଲିଥାଏ ।

CHSE Odisha Class 12 Economics Chapter 4 Short & Long Answer Questions in Odia Medium

କ୍ରମହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ର ଉପଭୋଗ ପ୍ରକ୍ରିୟାରେ ଦ୍ରବ୍ୟର ଅତିରିକ୍ତ ଏକକ ଓ ଏଥୁରୁ ଲବ୍‌ଧ ସୀମାନ୍ତ ଉପଯୋଗିତା ମଧ୍ୟରେ ଥ‌ିବା ସମ୍ପର୍କକୁ ପ୍ରତିପାଦନ କରେ । ଉପଭୋଗ ପ୍ରକ୍ରିୟାରେ କୌଣସି ଏକ ଦ୍ରବ୍ୟର ଅତିରିକ୍ତ ଏକକକୁ କ୍ରମାନ୍ୱୟରେ ଉପଭୋଗ କଲେ, ଏହି ଅତିରିକ୍ତ ଏକକରୁ ଲବ୍‌ଧ ଉପଯୋଗିତାକୁ ସୀମାନ୍ତ ବା ପ୍ରାନ୍ତୀୟ ଉପଯୋଗିତା କୁହାଯାଏ । ଅନ୍ୟ ଅର୍ଥରେ କୌଣସି ଏକ ଦ୍ରବ୍ୟର ଅତିରିକ୍ତ ଏକକ ଉପଭୋଗ ଫଳରେ ମୋଟ ଉପଯୋଗିତା ଯେଉଁ ହାରରେ ବୃଦ୍ଧି ପାଏ ତାହାକୁ ସୀମାନ୍ତ ବା ପ୍ରାନ୍ତୀୟ ଉପଯୋଗିତା କୁହାଯାଏ । ତେଣୁ ଉପଭୋଗ ପ୍ରକ୍ରିୟାରେ ମୋଟ ଉପଯୋଗିତାର ପରିବର୍ତ୍ତନ ହାରକୁ ପ୍ରାନ୍ତୀୟ ଉପଯୋଗିତାର ଆଖ୍ୟା ଦିଆଯାଏ ।

କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରଟି ମାନବିକ ଅଭାବର ଏକ ବୈଶିଷ୍ଟ୍ୟ ଉପରେ ଆଧାରିତ । ଏହି ମୌଳିକ ତଥା ଗୁରୁତ୍ଵପୂର୍ଣ୍ଣ ସୂତ୍ର ମନୁଷ୍ୟର ଅଧିକାରଭୁକ୍ତ ଦ୍ରବ୍ୟର ପରିମାଣ ଓ ତା’ର ପ୍ରତ୍ୟେକ ଅତିରିକ୍ତ ଏକକର ପ୍ରାନ୍ତୀୟ ଉପଯୋଗିତା ମଧ୍ୟରେ ଥ‌ିବା ସମ୍ପର୍କକୁ ପରିପ୍ରକାଶ କରେ । ମନୁଷ୍ୟର ଦୈନନ୍ଦିନ ଜୀବନର ଅଭିଜ୍ଞତା ଉପରେ ପ୍ରତିଷ୍ଠିତ ଏହି ସତ୍ୟକୁ ଆଲ୍‌ଫ୍ରେଡ୍‌ ମାର୍ଶାଲ୍ ଏକ ସୂତ୍ର ମାଧ୍ୟମରେ ପ୍ରକାଶ କରିଛନ୍ତି ଯାହାକୁ କ୍ରମହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ର ନାମରେ ନାମିତ ମାର୍ଶାଲ୍‌ଙ୍କ ଭାଷାରେ, ‘ଜଣେ ବ୍ୟକ୍ତିଙ୍କ ନିକଟରେ ଥିବା କୌଣସି ଦ୍ରବ୍ୟର ପରିମାଣ ବୃଦ୍ଧି ହେଲେ ସେ ଯେଉଁ ଅତିରିକ୍ତ ଉପଯୋଗିତା ଲାଭ କରନ୍ତି ତାହା ଦ୍ରବ୍ୟଭଣ୍ଡାର ବୃଦ୍ଧି ହେବା ସଙ୍ଗେ ସଙ୍ଗେ କ୍ରମଶଃ ହ୍ରାସମାନ ହୋଇଥାଏ ।

’’ Boulding ଙ୍କ ମତରେ, ‘ଅନ୍ୟାନ୍ୟ ସମସ୍ତ ଦ୍ରବ୍ୟର ଉପଭୋଗକୁ ଅପରିବର୍ତିତ ରଖ୍ ଜଣେ ଉପଭୋକ୍ତା କୌଣସି ଏକ ଦ୍ରବ୍ୟର ଉପଭୋଗ ବୃଦ୍ଧି କଲେ, ପରିବର୍ତ୍ତନୀୟ ଦ୍ରବ୍ୟଟିର ପ୍ରାନ୍ତୀୟ ଉପଯୋଗିତା ପରିଶେଷରେ ନିଶ୍ଚୟ ହ୍ରାସ ହୋଇଥାଏ ।’’ଏହି ଦୁଇ ମତବାଦରୁ ଜଣାଯାଏ ଯେ କୌଣସି ଏକ ଦ୍ରବ୍ୟର ଅତିରିକ୍ତ ଏକକକୁ କ୍ରମାନ୍ୱୟରେ ଉପଭୋଗ କଲେ, ସେ ଦ୍ରବ୍ୟର ଅତିରିକ୍ତ ଏକକଗୁଡ଼ିକରୁ ଲବ୍‌ଧ ସୀମାନ୍ତ ଉପଯୋଗିତା ହ୍ରାସ ପାଇଚାଲେ ।

ସୀମାନ୍ତ ଉପଯୋଗିତା ହ୍ରାସ ପାଇବାର ମୂଳରେ ଦୁଇଟି କାରଣ ରହିଛି । ପ୍ରଥମତଃ, ଏକ ନିର୍ଦ୍ଦିଷ୍ଟ ମାନବିକ ଅଭାବ ପରିତୃପ୍ତକ୍ଷମ । ମାନବିକ ଅଭାବର ଏହି ବୈଶିଷ୍ଟ୍ୟ ପ୍ରତିଫଳିତ କରେ ଯେ ଉପଭୋକ୍ତା ଏକ ଦ୍ରବ୍ୟର ଅତିରିକ୍ତ ଏକକଗୁଡ଼ିକୁ ଉପଭୋଗ କରିଚାଲିଲେ ସେହି ଦ୍ରବ୍ୟରୁ ମିଳୁଥିବା ତୃପ୍ତି ହ୍ରାସ ପାଏ । ଅର୍ଥାତ୍ ଅଧ‌ିକରୁ ଅଧିକ ଉପଭୋଗ ଯୋଗୁଁ ସେହି ଦ୍ରବ୍ୟର ଅଭାବର ତୀବ୍ରତା ନିର୍ଦ୍ଦିଷ୍ଟ ଉପଭୋକ୍ତା ନିମନ୍ତେ ହ୍ରାସ ପାଏ । ଦ୍ବିତୀୟତଃ, ନିର୍ଦ୍ଦିଷ୍ଟ ଅଭାବର ପରିତୃପ୍ତି ନିମନ୍ତେ ବିଭିନ୍ନ ଦ୍ରବ୍ୟ ସମ୍ପୂର୍ଣ୍ଣରୂପେ ପରସ୍ପରର ପ୍ରତିସ୍ଥାପକ ନୁହଁନ୍ତି । ଏହି ଦ୍ବିବିଧ କାରଣରୁ ଉପଭୋଗ ପ୍ରକ୍ରିୟାରେ ଅଧିକରୁ ଅଧିକ କୌଣସି ଦ୍ରବ୍ୟ ଉପଭୋଗ କଲେ ସେଥୁ ଲବ୍‌ଧ ସୀମାନ୍ତ ଉପଯୋଗିତା ହ୍ରାସ ପାଏ ।

ଉପସ୍ଥାପନା – ସୂତ୍ରଟିର ଉପସ୍ଥାପନା ଏକ ଗାଣିତିକ ସାରଣୀ ମାଧ୍ୟମରେ ପ୍ରକାଶ କରାଯାଇପାରେ ।

କମଳାର ସଂଖ୍ୟା ପ୍ରାନ୍ତୀୟ ଉପଯୋଗିତା ମୋଟ ଉପଯୋଗିତା
1 15 15
2 12 27
3 10 37
4 8 45
5 3 48
6 0 48
7 -3 45

ଏହି ସାରଣୀରୁ ପ୍ରତୀୟମାନ ହୁଏ ଯେ ଜଣେ ଉପଭୋକ୍ତା ପ୍ରଥମ କମଳା ଉପଭୋଗ କଲେ ସୀମାନ୍ତ ବା ପ୍ରାନ୍ତୀୟ ଉପଯୋଗିତା ଓ ମୋଟ ଉପଯୋଗିତା 15 ଏକକ । ମାତ୍ର ପରବର୍ତ୍ତୀ ଦ୍ୱିତୀୟ କମଳାଟି ଉପଭୋଗ କଲେ ପ୍ରାନ୍ତୀୟ ଉପଯୋଗିତା 12 ଏକକ ହେଲାବେଳେ ମୋଟ ଉପଯୋଗିତା 27 ଏକକ ହୁଏ (15+12) । ଏହିପରି ଭାବରେ ଉପଭୋକ୍ତା କ୍ରମାନ୍ୱୟରେ କମଳାର ଅତିରିକ୍ତ ଏକକଗୁଡ଼ିକୁ ଉପଭୋଗ କରି ଚାଲିଲେ ପ୍ରାନ୍ତୀୟ ଉପଯୋଗିତା କ୍ରମାଗତ ଭାବରେ ହ୍ରାସ ପାଏ ।

ମାତ୍ର ମୋଟ ଉପଯୋଗିତା କ୍ରମହ୍ରାସମାନ ହାରରେ ବୃଦ୍ଧିପାଇ ଚାଲେ । ଉପଭୋକ୍ତା 6 ଟି କମଳା ଉପଭୋଗ କରି ସର୍ବାଧ‌ିକ ପରିତୃପ୍ତି ଲାଭ କରେ । ଏହି ସମୟରେ ଦ୍ରବ୍ୟର ଷଷ୍ଠ ଏକକରୁ ମିଳୁଥିବା ସୀମାନ୍ତ ଉପଯୋଗିତା ‘0’ ହୁଏ ଓ ଏ କ୍ଷେତ୍ରରେ ମୋଟ ଉପଯୋଗିତା ସର୍ବାଧ‌ିକ ଅଟେ । ଉପଭୋକ୍ତା ସପ୍ତମ କମଳା ଉପଭୋଗ କଲେ ସୀମାନ୍ତ ଉପଯୋଗିତା ଋଣାତ୍ମକ ହୋଇଥାଏ (–3) ଓ ମୋଟ ଉପଯୋଗିତା ହ୍ରାସ ପାଇଥାଏ ।

ଏହି ସାରଣୀରୁ ପ୍ରତିପାଦିତ ହୁଏ ଯେ ପ୍ରାଥମିକ ଅବସ୍ଥାରେ ଉପଭୋକ୍ତାଙ୍କ ଅଭାବର ତୀବ୍ରତା ଅତ୍ୟଧିକ ରହିଥାଏ । ତେଣୁ ଏ ଅବସ୍ଥାରେ ପ୍ରଥମ କମଳାରୁ ମିଳୁଥିବା ସୀମାନ୍ତ ଉପଯୋଗିତା ସର୍ବାଧ‌ିକ ଅଟେ । ପରବର୍ତ୍ତୀ ପର୍ଯ୍ୟାୟରେ ତୀବ୍ରତା ହ୍ରାସ ପାଏ, ତେଣୁ ପ୍ରାନ୍ତୀୟ ଉପଯୋଗିତା ହ୍ରାସ ପାଇଥାଏ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅତିରିକ୍ତ ଏକକର ଉପଭୋଗ ଫଳରେ କେବଳ ପ୍ରାନ୍ତୀୟ ଉପଯୋଗିତା ହିଁ ହ୍ରାସ ପାଇଥାଏ, ମୋଟ ଉପଯୋଗିତା ନୁହେଁ । ପୂର୍ଣ୍ଣ ପରିତୃପ୍ତି ପର୍ଯ୍ୟନ୍ତ (ଷଷ୍ଠ ଏକକ ପର୍ଯ୍ୟନ୍ତ) ମୋଟ ଉପଯୋଗିତା କ୍ରମ ହ୍ରାସମାନ ହାରରେ ବୃଦ୍ଧି ପାଏ ।

ବୈଖ୍ୟକ ଉପସ୍ଥାପନା – ଏହି ସୂତ୍ରକୁ ରେଖାଚିତ୍ର ମାଧ୍ୟମରେ ଉପସ୍ଥାପନ କରାଯାଇପାରେ ।

CHSE Odisha Class 12 Economics Chapter 4 Short & Long Answer Questions in Odia Medium 1

ଉପରୋକ୍ତ ଚିତ୍ରରେ OX – ଅକ୍ଷରେ କମଳାର ଏକକ ଓ ଠY – ଅକ୍ଷରେ ସୀମାନ୍ତ ଉପଯୋଗିତା ପରିମାପ କରାଯାଇଛି । ଏଥ‌ିରେ ଦର୍ଶାଯାଇଛି ଯେ କମଳା ଏକକର ବୃଦ୍ଧି ସଙ୍ଗେ ଲବ୍‌ଧ ସୀମାନ୍ତ ଉପଯୋଗିତା ହ୍ରାସ ପାଉଛି । MN ରେଖାଟି ସୀମାନ୍ତ ଉପଯୋଗିତା ବକ୍ର ଯାହା ବାମରୁ ଡାହାଣକୁ ନିମ୍ନଗାମୀ ହୋଇଅଛି । ଏହା ଷଷ୍ଠ ଏକକ ଉପଭୋଗ ସମୟରେ OX ଅକ୍ଷକୁ ସ୍ପର୍ଶ କରୁଛି ଯେଉଁଠି ପ୍ରାନ୍ତୀୟ ଉପଯୋଗିତା ‘ଶୂନ୍ୟ’ ହୋଇଛି ଏବଂ ସପ୍ତମ ଏକକରେ ଏହା ଋଣାତ୍ମକ ଉପଯୋଗିତା ଦର୍ଶାଇଛି ।

ସର୍ଭାବଳୀ – କ୍ରମହ୍ରାସମାନ ଉପଯୋଗିତା ସୂତ୍ର ଅନେକ ସର୍ଭ ଉପରେ ପର୍ଯ୍ୟବସିତ । ଏହାର କାର୍ଯ୍ୟକାରିତା ସମ୍ପୂର୍ଣ୍ଣଭାବେ ନିମ୍ନଲିଖୂତ ସର୍ଭ ଉପରେ ନିର୍ଭରଶୀଳ ।

  • ଅପରିବର୍ତ୍ତିତ ରୁଚି, ରୀତି, ଆୟ, ଅଭ୍ୟାସ – କ୍ରମହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ର କାର୍ଯ୍ୟ କଲାବେଳେ ଉପଭୋକ୍ତାଙ୍କ ରୁଚି, ରୀତି, ଆୟ ଓ ଅଭ୍ୟାସରେ କୌଣସି ପରିବର୍ତ୍ତନ ହେବା ଉଚିତ ନୁହେଁ । ଅନ୍ୟଥା ସୂତ୍ରର କାର୍ଯ୍ୟକାରିତାରେ ବ୍ୟତିକ୍ରମ ସୃଷ୍ଟି ହେବ ।
  • ସମଜାତୀୟ ଏକକ ଦ୍ରବ୍ୟର ବିଭିନ୍ନ ଏକକ ସମଜାତୀୟ ହେବା ଆବଶ୍ୟକ । ଏକକଗୁଡ଼ିକର ଆକାର, ଗଠନ ଓ ଉତ୍କର୍ଷତା ସମାନ ହେବା ଉଚିତ । ଏଥିରେ ବ୍ୟତିକ୍ରମ ହେଲେ ସୂତ୍ରଟି କାର୍ଯ୍ୟକାରୀ ହୁଏ ନାହିଁ । ଦ୍ରବ୍ୟର ଏକକସମୂହ ଉପଯୁକ୍ତ ହେବା ଆବଶ୍ୟକ ଅର୍ଥାତ୍ ଉପଯୁକ୍ତ ପରିମାଣରେ ହେବା
  • ଉପଯୁକ୍ତ ଏକକ – ଦ୍ରବ୍ୟର ଏକକସମୂହ ଉପଯୁକ୍ତ ହେବା ଆବଶ୍ୟକ ଅର୍ଥାତ୍ ଉପଯୁକ୍ତ ପରିମାଣରେ ହେବା ଆବଶ୍ୟକ ।
  • ସମୟର ବ୍ୟବଧାନ କ୍ରମହ୍ରାସମାନ ସୂତ୍ରର କାର୍ଯ୍ୟକାରିତା ପାଇଁ ଉପଭୋଗ ଧାରାବାହିକ ହେବା ଉଚିତ । ଅର୍ଥାତ୍ ଏକାଧ୍ଵକବାର ଉପଭୋଗ ସମୟରେ ସମୟର ବ୍ୟବଧାନ ରହିବା ଉଚିତ ନୁହେଁ ।
  • ମାନସିକ ଅବସ୍ଥା – ଉପଭୋକ୍ତାଙ୍କ ମାନସିକ ଅବସ୍ଥା ଅପରିବର୍ତ୍ତନୀୟ ରହିବା ଉଚିତ, ଅର୍ଥାତ୍ ଉପଭୋକ୍ତାଙ୍କ ଆଚରଣ ଯୁକ୍ତିସଙ୍ଗତ ହେବା ଉଚିତ ।

ସୂତ୍ରର ସୀମାବଦ୍ଧତା :

  • କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ଅନୁଧ୍ୟାନ କଲେ ଜଣାଯାଏ ଯେ ଉପଯୋଗିତାକୁ ବସ୍ତୁନିଷ୍ଠଭାବେ ପରିମାପ କରାଯାଏ । ମାତ୍ର ଉପଯୋଗିତା ବ୍ୟକ୍ତିପୂରକ ହୋଇଥିବାରୁ ଏହାକୁ ପରିମାଣାତ୍ମକ ପରିମାପରେ ପ୍ରକାଶ କରିବା ସମ୍ଭବପର ନୁହେଁ ।
  • ସୂତ୍ରଟିର ପ୍ରୟୋଗାତ୍ମକ ଭାବଧାରାରେ ଉପଭୋକ୍ତାଙ୍କ ରୁଚି, ରୀତି, ଆୟ ଓ ଅଭ୍ୟାସ ଅପରିବର୍ତ୍ତନୀୟ ବୋଲି ଗ୍ରହଣ କରାଯାଇଥାଏ ଯାହା ବାସ୍ତବରେ ଦୃତ ପରିବର୍ତ୍ତନଶୀଳ ।
  • କୌଣସି ଦ୍ରବ୍ୟର ଉପଯୋଗିତା କେବଳ ତାହାର ଯୋଗାଣ ଉପରେ ନିର୍ଭରଶୀଳ ନୁହେଁ ବରଂ ତାହାର ପରିପୂରକ ଦ୍ରବ୍ୟ ଓ ପ୍ରତିସ୍ଥାପକ ଦ୍ରବ୍ୟର ଯୋଗାଣ ଉପରେ ମଧ୍ୟ ନିର୍ଭରଶୀଳ । ମାତ୍ର ସୂତ୍ରର ଆଲୋଚନାରେ ପରିପୂରକ ଓ ପ୍ରତିସ୍ଥାପକ ଦ୍ରବ୍ୟର ଯୋଗାଣ ଉପରେ କୌଣସି ଗୁରୁତ୍ଵ ଦିଆଯାଇନାହିଁ ।
  • ଅନେକ ସମୟରେ ଗୋଟିଏ ଦ୍ରବ୍ୟ ପାଇଁ ଆଗ୍ରହ ଉପଭୋକ୍ତାଙ୍କ ଭାବପ୍ରବଣତା ଓ ବାହ୍ୟପ୍ରଭାବଦ୍ଵାରା ପ୍ରଭାବିତ ହୋଇଥାଏ । ଏ କ୍ଷେତ୍ରର ସୂତ୍ରଟି କାର୍ଯ୍ୟକାରୀ ହୁଏନାହିଁ ।
  • ଉପଭୋକ୍ତା ଅସ୍ଵାଭାବିକ ଓ ଅବିବେକୀ ହୋଇଥିଲେ ସୂତ୍ରଟି ନିଜର ଗୁରୁତ୍ଵ ହରାଇଥାଏ; ଯଥା – କୃପଣ, ମଦ୍ୟପ, ପାଗଳଙ୍କ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହୁଏ ନାହିଁ ।
  • ଦୁଷ୍ପାପ୍ୟ ଦ୍ରବ୍ୟ କ୍ଷେତ୍ରରେ; ଯଥା – ବିରଳ ମୁଦ୍ରା, ଷ୍ଟାମ୍ପ, ବିରଳ ଛବି ସଂଗ୍ରହ କ୍ଷେତ୍ରରେ ଏହି ସୂତ୍ର କାର୍ଯ୍ୟ କରେନାହିଁ । ଉପରୋକ୍ତ ସୀମାବଦ୍ଧତା ସତ୍ତ୍ବେ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ଉପଭୋଗ ପ୍ରକ୍ରିୟାରେ ଏକ ତଥା ସର୍ବଜନାଦୃତ ସୂତ୍ର । ଏହାର ଅର୍ଥନୀତିରେ ବ୍ୟାପକ ବ୍ୟାବହାରିକ ପ୍ରୟୋଗ ରହିଛି ।

CHSE Odisha Class 12 Economics Chapter 4 Short & Long Answer Questions in Odia Medium

3. ସମପ୍ରାନ୍ତୀୟ ଉପଯୋଗିତା ସୂତ୍ର ବ୍ୟାଖ୍ୟା କର । ଏହାର ସୀମାବଦ୍ଧତା ଉଲ୍ଲେଖ କର ।
Answer:
ଉପଭୋଗ ତତ୍ତ୍ଵରେ ସମସୀମାନ୍ତ ଉପଯୋଗିତା ସୂତ୍ରର ଭୂମିକା ଗୁରୁତ୍ଵପୂର୍ଣ୍ଣ । ସୀମିତ ସମ୍ବଳକୁ ଉପଯୋଗ କରି ଉପଭୋଗ ତତ୍ତ୍ଵରେ ସମସୀମାନ୍ତ ଉପଯୋଗିତା ସୂତ୍ରର ଭୂମିକା ଗୁରୁତ୍ଵପୂର୍ଣ୍ଣ । ସୀମିତ ସମ୍ବଳକୁ ଉପଯୋଗ କରି ଉପଭୋକ୍ତା କିଭଳି ସର୍ବାଧ‌ିକ ପରିତୃପ୍ତି ଲାଭ କରିପାରିବେ ତାହା ଏହି ସୂତ୍ର ବିଶ୍ଳେଷଣ କରିଛି । ତେଣୁ ଅର୍ଥଶାସ୍ତ୍ରରେ ଏହି ସୂତ୍ରଟି ସର୍ବାଧ୍ଵ ପରିତୃପ୍ତି ନାମରେ ମଧ୍ୟ ପରିଚିତ । ମନୋନୀତ ଅଭାବଗୁଡ଼ିକର ପରିପୂରଣ ନିମନ୍ତେ ସେ ନିଜର ସୀମିତ ଆୟକୁ ଯେଉଁ ନିୟମ ଅନୁସାରେ ଆବଣ୍ଟନ କରି ସର୍ବାଧ‌ିକ ପରିତୃପ୍ତି ଲାଭ କରନ୍ତି ତାହାକୁ ସମସୀମାନ୍ତ ଉପଯୋଗିତା ସୂତ୍ର କୁହାଯାଏ ।

ବିଶିଷ୍ଟ ନବ୍ୟ-ସଂସ୍ଥାପକ ଅର୍ଥଶାସ୍ତ୍ରୀ ପ୍ରଫେସର ଆଲଫ୍ରେଡ୍‌ ମାର୍ଶାଲ ସମସୀମାନ୍ତ ଉପଯୋଗିତା ସୂତ୍ରର ସଂଜ୍ଞା ପ୍ରଦାନ କରିବାକୁ ଯାଇ କହିଛନ୍ତି- ‘ଯଦି କୌଣସି ବ୍ୟକ୍ତି ନିକଟରେ ବିବିଧ ବ୍ୟବହାର ଯୋଗ୍ୟ ଏକ ପଦାର୍ଥ ଥାଏ, ତେବେ ସେ ଏହାକୁ ବିଭିନ୍ନ ବ୍ୟବହାରରେ ଏପରି ବଣ୍ଟନ କରିବେ ଯେପରି ପ୍ରତ୍ୟେକ ବ୍ୟବହାରରୁ ମିଳୁଥିବା ସୀମାନ୍ତ ଉପଯୋଗିତା ସମାନ ହେବ ।’’ ଅର୍ଥାତ୍ ଉପଭୋକ୍ତା ନିଜ ଆୟକୁ ବିଭିନ୍ନ ଦ୍ରବ୍ୟମାନଙ୍କ ମଧ୍ୟରେ ଏଭଳି ବଣ୍ଟନ କରିବା ଉଚିତ ଯଦ୍ବାରା ବିଭିନ୍ନ ଦ୍ରବ୍ୟରୁ ମିଳୁଥିବା ସୀମାନ୍ତ ଉପଯୋଗିତା ସମାନ ହେବ ।

ସୂତ୍ରର ବ୍ୟାଖ୍ୟା :

ସମସୀମାନ୍ତ ଉପଯୋଗିତା ସୂତ୍ରଟିକୁ ଗୋଟିଏ ଉଦାହରଣ ମାଧ୍ୟମରେ ଉପସ୍ଥାପନ କଲେ ତାହା ଅଧ୍ଵ ସରଳ ଓ ବୋଧଗମ୍ୟ ହେବ । ଆମେ ଜାଣିଛୁ ଯେ, ଦର ସୀମାନ୍ତ ଉପଯୋଗିତାର ପ୍ରତିଫଳନ କରିଥାଏ । ଅତଏବ ଗୋଟିଏ ଦ୍ରବ୍ୟରୁ ପ୍ରାପ୍ତ ସୀମାନ୍ତ ଉପଯୋଗିତାକୁ ଉକ୍ତ ଦ୍ରବ୍ୟର ଦରରେ ବିଭକ୍ତ କଲେ ଆମକୁ ବ୍ୟୟିତ ମୁଦ୍ରା ଏକକର ସୀମାନ୍ତ ଉପଯୋଗିତା ଉପଲବ୍‌ଧ ହୋଇଥାଏ । ଠିକ୍ ସେହିଭଳି ଅନ୍ୟ ଦ୍ରବ୍ୟର ବ୍ୟୟିତ ମୁଦ୍ରାର ସୀମାନ୍ତ ଉପଯୋଗିତା ଜାଣିବା ସହଜ ହୋଇଥାଏ । ବିଭିନ୍ନ ଦ୍ରବ୍ୟରେ ବ୍ୟୟିତ ମୁଦ୍ରାର ସୀମାନ୍ତ ଉପଯୋଗିତା ସମାନ ହେଲେ ଉପଭୋକ୍ତାଙ୍କୁ ସର୍ବାଧ‌ିକ ପରିତୃପ୍ତି ମିଳିଥାଏ । ଏହି ସୂତ୍ରଟିକୁ ନିମ୍ନମତେ ପ୍ରକାଶ କରାଯାଇପାରେ ।
CHSE Odisha Class 12 Economics Chapter 4 Short & Long Answer Questions in Odia Medium 2
ମନେକର ଜଣେ ଉପଭୋକ୍ତା ବଜାରରୁ ଆଳୁ ଓ ପିଆଜ, ଏହିଭଳି ଦୁଇଟି ଦ୍ରବ୍ୟ କିଣିବା ପାଇଁ ଆଗ୍ରହୀ । ବଜାରରେ ଆଳୁର ଦର Kg ପ୍ରତି 5 ଟଙ୍କା ହୋଇଥିବାବେଳେ ପିଆଜର ଦର କି.ଗ୍ରା. ପ୍ରତି 10 ଟଙ୍କା ଅଟେ । ଦ୍ରବ୍ୟର ଦର ସୀମାନ୍ତ ଉପଯୋଗିତାକୁ ପ୍ରତିଫଳନ କରୁଥିବାରୁ ଏଠାରେ ଏକ Kg ପିଆଜର ସୀମାନ୍ତ ଉପଯୋଗିତା ଏକ Kg ଆଳୁର ସୀମାନ୍ତ ଉପଯୋଗିତାର ଦୁଇଗୁଣ ହେବ ।

ପିଆଜର ଦର ଆଳୁ ଦରର ଦୁଇଗୁଣ ହୋଇଥିବାରୁ ଉଭୟଙ୍କଠାରୁ ମିଳୁଥିବା ସୀମାନ୍ତ ଉପଯୋଗିତା ଯଥାକ୍ରମେ ସେମାନଙ୍କ Kg ପ୍ରତି ଦରରେ ଭାଗକଲେ ଉଭୟରେ ବ୍ୟୟିତ ଏକ ଟଙ୍କାର ସୀମାନ୍ତ ଉପଯୋଗିତା ଉପଲବ୍‌ଧ ହେବ ଏବଂ ଉଭୟେ ପରସ୍ପର ସମାନ ହେବେ ।

ସମସୀମାନ୍ତ ଉପଯୋଗିତା ସୂତ୍ରଟିକୁ ନିମ୍ନ ସାରଣୀ ସାହାଯ୍ୟରେ ବୁଝାଯାଇପାରେ ।

ଦ୍ରବ୍ୟର ଏକକ (Kg ରେ) ପିଆଜରେ ସୀମାନ୍ତ ଉପଯୋଗିତା ଆଳୁର ସୀମାନ୍ତ ଉପଯୋଗିତା
1 12 10
2 10 8
3 8 6
4 6 4
5 4 2
6 2 0
7 0 -2
8 -2 -4

ଆଲୋଚନାକୁ ସରଳ କରିବା ପାଇଁ ଆମେ ପିଆଜର ଦର Kg ପ୍ରତି ଏକ ଟଙ୍କା ଓ ଆଳୁର ଦର Kg ପ୍ରତି ଏକ ଟଙ୍କା ଧରିନେବା । ମନେକରାଯାଉ ଜଣେ ଉପଭୋକ୍ତାଙ୍କ ପାଖରେ 9 ଟଙ୍କା ଅଛି ଏବଂ ସେ ଉକ୍ତ ଅର୍ଥକୁ ଉଭୟ ଦ୍ରବ୍ୟ କ୍ରୟ କରିବା ପାଇଁ ଆବଣ୍ଟନ କରିବେ । ଧରାଯାଉ ଯଦି ଖାଉଟି ପିଆଜରୁ 4 Kg ଆଳୁରୁ 6 Kg କ୍ରୟ କରିବାକୁ ମନସ୍ଥ କରନ୍ତି ତେବେ ପିଆଜର ଚତୁର୍ଥ Kgରୁ ସେ ସୀମାନ୍ତ ଉପଯୋଗିତା 6 ଏକକ ପାଇଲା କେବଳ ଆଳୁର ପଞ୍ଚମ Kgରୁ ସୀମାନ୍ତ ଉପଯୋଗିତା 2 ଏକକ ପାଇବେ ।

ଯେହେତୁ ପିଆଜର ସୀମାନ୍ତ ଉପଯୋଗିତା ଆଳୁର ସୀମାନ୍ତ ଉପଯୋଗିତାଠାରୁ ଅଧିକ ଉପଭୋକ୍ତା ପିଆଜରୁ ଅଧୂକ ଓ ଆଳୁରୁ କମ୍ ପରିମାଣ କ୍ରୟ କରିବେ । ଯଦି ସେ ଏକ Kg ଆଳୁ ବଦଳରେ ଏକ Kg ପିଆଜ କିଣନ୍ତି ତେବେ ପିଆଜର ପଞ୍ଚମ Kgରୁ 4 ଏକକ ସୀମାନ୍ତ ଉପଯୋଗିତା ଏବଂ ଆଳୁର ଚତୁର୍ଥ Kgରୁ 4 ଏକକ ସୀମାନ୍ତ ଉପଯୋଗିତା ଲାଭ କରିବେ । ଉଭୟ ଦ୍ରବ୍ୟର ସୀମାନ୍ତ ଉପଯୋଗିତା ସମାନ ହେବ ଫଳରେ ସେ ତାଙ୍କର ସୀମିତ ଆୟ ₹9 ଟଙ୍କାରୁ ସର୍ବାଧ‌ିକ ଉପଯୋଗିତା ପାଇପାରିବେ ।

ପାଞ୍ଚ Kg ପିଆଜରୁ ମୋଟ ଉପଯୋଗିତା 12 + 10 + 8 + 6 + 4 = 40 ଏବଂ ଚାରି Kg ଆଳୁରୁ ମୋଟ ଉପଯୋଗିତା 10 + 8 + 6 + 4 = 28 ଏହିଭଳି ଭାବରେ ଖାଉଟିଙ୍କୁ ସର୍ବମୋଟ ଉପଯୋଗିତା 40 + 28 = 68 ଏକକ ମିଳିବ ଏବଂ ଏହା ହିଁ ସର୍ବାଧ୍ଵ । ଅନ୍ୟ କୌଣସି ସଂଯୋଗରୁ ଉପରୋକ୍ତ ସଂଯୋଗ (ପାଞ୍ଚ Kg ପିଆଜ ଓ ଚାରି
CHSE Odisha Class 12 Economics Chapter 4 Short & Long Answer Questions in Odia Medium 3
Kg ଆଳୁ) ଅପେକ୍ଷା କମ୍ ଉପଯୋଗିତା ମିଳିବ । ପ୍ରତିସ୍ଥାପନ ପ୍ରକ୍ରିୟା ମାଧ୍ୟମରେ ସର୍ବାଧ‌ିକ ଉପଯୋଗିତା ଲାଭ କରାଯାଇଥିବାରୁ ଏହି ସୂତ୍ରକୁ ପ୍ରତିସ୍ଥାପନ ସୂତ୍ର ମଧ୍ୟ କୁହାଯାଏ ।

ସମସୀମାନ୍ତ ଉପଯୋଗିତା ସୂତ୍ରଟି ନିମ୍ନ ରେଖାଚିତ୍ର ମାଧ୍ୟମରେ ଉପସ୍ଥାପନ କରାଗଲା ।

ଚିତ୍ର ‘କ’ରେ ପିଆଜର ସୀମାନ୍ତ ଉପଯୋଗିତା ଉପସ୍ଥାପିତ ହୋଇଥିବାବେଳେ ଚିତ୍ର ‘ଖ’ରେ ଆଳୁର ସୀମାନ୍ତ ଉପଯୋଗିତା ଉପସ୍ଥାପିତ ହୋଇଛି । ଆଲୋଚନାକୁ ସରଳ କରିବା ପାଇଁ ପ୍ରତ୍ୟେକ ଦ୍ରବ୍ୟର କେଜି ପ୍ରତି ଦର ଏକ ଟଙ୍କା ଧରି ନିଆଯାଉ । ପ୍ରତ୍ୟେକ ଦ୍ରବ୍ୟର ଉପଭୋଗ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତାର ବଶବର୍ତ୍ତୀ ହୋଇଥିବା କଥା ଚିତ୍ରରେ ପ୍ରଦର୍ଶିତ ହୋଇଅଛି । ଫଳସ୍ଵରୂପ ପିଆଜର ସୀମାନ୍ତ ଉପଯୋଗିତା ରେଖା MU ଏବଂ ଆଳୁର ସୀମାନ୍ତ ଉପଯୋଗିତା ରେଖା M1 U1 ଡାହାଣକୁ ନିମ୍ନାଭିମୁଖୀ ହୋଇଅଛି ।

ଚିତ୍ରକୁ ଅନୁଧ୍ୟାନ କଲେ ଜଣାଯାଏ ଯେ KE = J1D1 । ଅର୍ଥାତ୍ ପିଆଜରେ ପଞ୍ଚମ ଏକକ ଓ ଆଳୁରେ ଚତୁର୍ଥ ଏକକ ମୁଦ୍ରା ବ୍ୟୟକରି ଉପଭୋକ୍ତା ଉଭୟ ଦ୍ରବ୍ୟର ସୀମାନ୍ତ ଉପଯୋଗିତାକୁ ସମାନ କରୁଛନ୍ତି ଯଦ୍ବାରା ସେ ସର୍ବାଧ‌ିକ ପରିତୃପ୍ତି ଲାଭ କରୁଛନ୍ତି । ଅନ୍ୟ କୌଣସି ସଂଯୋଗରେ ଖାଉଟିଙ୍କ ଆୟକୁ ଆବଣ୍ଟନ କଲେ ତାହା ସର୍ବାଧ‌ିକ ପରିତୃପ୍ତି ଆଣିପାରିବ ନାହିଁ ।

ମନେରଖ ଖାଉଟି ପିଆଜରେ ₹4 ଟଙ୍କା ଓ ଆଳୁରେ ₹5 ଟଙ୍କା ବ୍ୟୟ କଲେ ସେ କ୍ଷେତ୍ରରେ ପିଆଜରେ JKED ଉପଯୋଗିତା ହ୍ରାସ ହେବ ଏବଂ ଆଳୁରେ J, K, E, D ଉପଯୋଗିତା ଲାଭ ହେବ । ଯେହେତୁ ଛାୟା ଚିହ୍ନିତ JKEDର କ୍ଷେତ୍ରଫଳ JKED ଠାରୁ ଅଧିକ । ଏହି ନୂତନ ଦ୍ରବ୍ୟର ପରିମାଣ ସଂଯୋଗ ସର୍ବାଧ‌ିକ ପରିତୃପ୍ତି ଦେଇପାରିବ ନାହିଁ ।

ସର୍ଭାବଳୀ :

  • ଖାଉଟି ସାଧାରଣଭାବେ ବିଚାରବନ୍ତ, ବିବେକୀ ହେବା ଉଚିତ୍ ।
  • ଉପଭୋଗ ପ୍ରକ୍ରିୟାରେ ମୁଦ୍ରାର ସୀମାନ୍ତ ଉପଯୋଗିତା ସର୍ବଦା ଅପରିବର୍ତ୍ତନୀୟ ହେବା ଉଚିତ୍‌ । 
  • ଉପଯୋଗିତା ବ୍ୟକ୍ତିପୂରକ ହେଲେ ହେଁ ଏହାର ପରିମାଣାତ୍ମକ ପରିମାପ ସମ୍ଭବ ।
  • ଖାଉଟିଙ୍କ ଆୟ, ରୁଚି ଓ ଅଭ୍ୟାସ ଅପରିବର୍ତ୍ତନୀୟ ହେବା ଉଚିତ୍ ।
  • ଅନ୍ୟାନ୍ୟ ଦ୍ରବ୍ୟ; ଯଥା- ପ୍ରତିସ୍ଥାପକ ଓ ପରିପୂରକ ଦ୍ରବ୍ୟର ଦାମ ସ୍ଥିର ହେବା ଉଚିତ୍ ।

ସୀମାବଦ୍ଧତା:

  • ଏହି ସୂତ୍ର ଖାଉଟିଙ୍କୁ ସଚେତନଶୀଳ ବିଚାରବନ୍ତ ବୋଲି ବିବେଚନା କରିଥାଏ । ଖାଉଟି ସର୍ବଦା ଦ୍ରବ୍ୟଗୁଡ଼ିକରୁ ମିଳୁଥିବା ସୀମାନ୍ତ ଉପଯୋଗିତାକୁ ତୁଳନା କରିବାକୁ ସକ୍ଷମ ହୋଇଥାଏ । ମାତ୍ର ଖାଉଟି ଆଚରଣ ନିଜର ଭାବପ୍ରବଣତା ସାମାଜିକ ପରମ୍ପରା, ପ୍ରବୃତ୍ତି, ଅଭ୍ୟାସ, ରୁଚିଦ୍ୱାରା ବିଶେଷଭାବେ ପ୍ରଭାବିତ ହେଉଥ‌ିବାରୁ ଦ୍ରବ୍ୟଗୁଡ଼ିକର ନିର୍ଦ୍ଦିଷ୍ଟ ଉପଯୋଗିତା କଳନା କରିବା ଅସମ୍ଭବ ମନେହୁଏ । ତେଣୁ ଖାଉଟି ଦ୍ରବ୍ୟ କ୍ରୟ ସମୟରେ ଦ୍ରବ୍ୟଗୁଡ଼ିକର ଉପଯୋଗିତାର ତୁଳନାତ୍ମକ ବିବରଣୀ ପ୍ରଦାନ କରିବା ବାସ୍ତବ କ୍ଷେତ୍ରରେ ଅସମ୍ଭବ ମନେହୁଏ । 
  • ଦ୍ରବ୍ୟଗୁଡ଼ିକ ଅବିଭାଜ୍ୟ ହେଲେ ସୀମାନ୍ତ ଉପଯୋଗିତାର ସମୀକରଣ ପ୍ରକ୍ରିୟା ସମ୍ଭବ ହୁଏନାହିଁ । 
  • ଉପଯୋଗିତା ବ୍ୟକ୍ତିପୂରକ ତଥା ମାନସିକ ଅଭିଧାରଣ ହୋଇଥିବାରୁ ଏହାର ପରିମାଣାତ୍ମକ ପରିମାପ ସମ୍ଭବ ନୁହେଁ ।
  • ଅବାଧଲବ୍‌ଧ ଦ୍ରବ୍ୟ କ୍ଷେତ୍ରରେ ଏହି ସୂତ୍ରର ବ୍ୟାବହାରିକ ଗୁରୁତ୍ୱ ଉପଲବ୍‌ଧ ହୁଏନାହିଁ । ସମସୀମାନ୍ତ ସହ ଉପଯୋଗିତା ସୂତ୍ରର ସୀମାବଦ୍ଧତା ସତ୍ତ୍ଵେ ଏହି ସୂତ୍ରର ବ୍ୟାପକ ପ୍ରୟୋଗ ଉପଲବ୍‌ଧ ହୋଇଥାଏ । ଉପଭୋଗ ବ୍ୟତୀତ ଉତ୍ପାଦନ, ବଣ୍ଟନ, ରାଷ୍ଟ୍ରବିତ୍ତ କ୍ଷେତ୍ରରେ ସୂତ୍ରଟି ବହୁଳଭାବେ ପ୍ରଯୁଜ୍ୟ ।