BSE Odisha 8th Class Odia Solutions Chapter 13 ଦଶହରା ଭେଟି

Odisha State Board BSE Odisha 8th Class Odia Solutions Chapter 13 ଦଶହରା ଭେଟି Textbook Exercise Questions and Answers.

BSE Odisha Class 8 Odia Solutions Chapter 13 ଦଶହରା ଭେଟି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଆସ, କଥାବର୍ଷା ହେବା ।
(କ) ଗଳ୍ପଟିରେ କେଉଁ ସମୟର କଥା କୁହାଯାଇଛି ?
Answer:
ଗଳ୍ପଟିରେ ଅଶିଣ ମାସ ଦୁର୍ଗାପୂଜା ବା ବିଜୟାଦଶମୀର ସକାଳ କଥା କୁହାଯାଇଛି ।

BSE Odisha 8th Class Odia Solutions Chapter 13 ଦଶହରା ଭେଟି

(ଖ) ସୁନନ୍ଦାଙ୍କୁ ଉପହାର ଦେବା ପାଇଁ ତାଙ୍କ ସ୍ୱାମୀ କାହିଁକି ଭାବିଥିଲେ ?
Answer:
ଦୁର୍ଗାପୂଜା ଅବସରରେ ସୁନନ୍ଦାଙ୍କୁ ଉପହାର ଦେବାପାଇଁ ତାଙ୍କ ସ୍ଵାମୀ ଭାବିଥିଲେ ।

(ଗ) ଲେଖକଙ୍କ କୋଠରିରେ ଥ‌ିବା କେଉଁ ଛବିଗୁଡ଼ିକୁ ଦେଖ୍ ସୁନନ୍ଦା ଭୟ କରୁଥିଲେ ?
Answer:
ସୁନନ୍ଦାଙ୍କ ସ୍ଵାମୀ ସାତ ଆଠ ଦିନ ତଳେ ଖବରକାଗଜରୁ କାଟି, ବଡ଼ ବଡ଼ ପେଷ୍ଟବୋର୍ଡ଼ରେ ଲଗାଇଥିବା ଛବିଗୁଡ଼ିକ ଦେଖି ସୁନନ୍ଦା ଭୟ କରୁଥିଲେ ।

(ଘ) କେଉଁମାନଙ୍କୁ ନିମନ୍ତ୍ରଣ କରିବାକୁ ସୁନନ୍ଦା ଲେଖକଙ୍କୁ କହିଥିଲେ ?
Answer:
ନୂଆ ସବ୍‌ଜଜ୍ ପ୍ରେମରାଜବାବୁ, ତାଙ୍କ ସ୍ତ୍ରୀ ଚାନ୍ଦିନୀ ଓ ତାଙ୍କର ପୁଅଝିଅ, ପ୍ଲିଡ଼ର, ବଙ୍କିମବାବୁ, ଜୋସେଫ୍ ରାଉତ ଓ ତାଙ୍କ ସ୍ତ୍ରୀ ଈଭ ରାଉତ, ଚରଣ କିଙ୍କରବାବୁଙ୍କୁ ନିମନ୍ତ୍ରଣ କରିବାକୁ ସୁନନ୍ଦା ଲେଖକଙ୍କୁ କହିଥିଲେ ।

(ଙ) ଉପହାରରୂପେ କେଉଁ କେଉଁ ଜିନିଷ ପାଇବାପାଇଁ ସୁନନ୍ଦା ଇଚ୍ଛା ପ୍ରକାଶ କରିଥିଲେ ?
Answer:
ଉପହାରରୂପେ ଗୋଟିଏ ରେଡ଼ିଓ, ଗୋଟିଏ ସେଟ୍ ଇଭିନିଂ ଇନ୍ ପ୍ୟାରିସ୍, ଦୁଇଖଣ୍ଡ ଦାମିକିଆ ଶାଢ଼ି ସୁନନ୍ଦା ଇଚ୍ଛା ପ୍ରକାଶ କରିଥିଲେ ।

Question ୨।
ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇ ବା ତିନୋଟି ବାକ୍ୟରେ ଲେଖୁବା
(କ) ସୁନନ୍ଦା ଓ ଲେଖକଙ୍କ ମଧ୍ୟରେ କି ପାର୍ଥକ୍ୟ ରହିଥିଲା ?
Answer:
ସୁନନ୍ଦା ଧନୀଘରର ଝିଅ ହିସାବରେ, ସ୍ବାମୀଙ୍କୁ ଆର୍ଥିକ ସାହାଯ୍ୟ କରିଥିଲେ ବି, ତାଙ୍କ ମନରେ ଅହଂଭାବ ଲୁଚି ରହିଥିଲା ଓ ସେ ଥିଲେ କାବ୍ୟକବିତା ଅନୁରାଗୀ । ମାତ୍ର ଲେଖକ ଥିଲେ ଦରଦୀ, ମାନବବାଦୀ, ବାସ୍ତବବାଦୀ ଓ ଭାବପ୍ରବଣତାହୀନ । ସୁନନ୍ଦାଙ୍କୁ ଲେଖକ ଗୁରୁତ୍ଵ ଦେଉଥିଲାବେଳେ, ସୁନନ୍ଦା ନିଜ ଉପରେ ଗୁରୁତ୍ଵ ଦେଉଥିଲେ ।

(ଖ) ଦୁଃଖ୍ମାଆ ରମୁକୁ କାହିଁକି ଚିନି ମାଗୁଥିଲା ?
Answer:
ଦୁଃଖୀ ଅଭାବୀ ଦୁଃଖିଆମାଆର ରହିଛି କୁନି ପୁଅଟିଏ, ଯାହାକୁ ସେ ଦୁଧ ଟିକେ ପିଇବାକୁ ଦେଇପାରେ ନାହିଁ । ଖାଲି ପାଣିରେ ଚିନି ଦେଇ ତା’ କଅଁଳା ଛୁଆଟାକୁ ହାପୁଡ଼ାଇ ଦିଏ । ଚିନି ନ ଥ‌ିବାରୁ, ସେଇ ଛୁଆକୁ ପିଆଇବା ପାଇଁ ଦୁଃଖିଆ ମା’ ରମୁକୁ ଚିନି ଟିକେ ମାଗିଥିଲା ।

(ଗ) ବଜାରକୁ ଗଲାବେଳେ ସୁନନ୍ଦା କ’ଣ ଦେଖ‌ିଲେ ?
Answer:
ବଜାରକୁ ଯାଉଥ‌ିବାବେଳେ ରାଜପଥ କଡ଼ରେ ଜଣେ ମାଗନ୍ତା ଶିଶୁ କୁକୁର ବାନ୍ତିଗୁଡ଼ାକ ଚାଟୁଥିବାର ସୁନନ୍ଦା ଦେଖିଲେ । ସେହି ନିକଟରେ ପିଲାର ମାଆ ଛିଡ଼ା ହୋଇ, କେବଳ ତାକୁ ବାଲୁବାଲୁ କରି ଅନାଇଥର ଦୃଶ୍ୟ ମଧ୍ୟ ସୁନନ୍ଦା ଦେଖିଥ୍ ଲେ ।

(ଘ) ଶାଢ଼ି ଓ ଜିନିଷପତ୍ର କିଣିବାକୁ ସୁନନ୍ଦା କାହିଁକି ମନା କଲେ ?
Answer:
ମାଗନ୍ତା ପିଲାର କୁକୁର ବାନ୍ତିଗୁଡ଼ାକ ଚାଟି ଖାଇବାର ଦୃଶ୍ୟ, ଅନାହାରୀ ମାଆର ନର୍ଦ୍ଦମାରୁ ଅଇଁଠା ଖଲିପତ୍ର ସାଉଁଟିବାର ଦୃଶ୍ୟ, ଗଳି ରାସ୍ତାକଡ଼ରେ ଦୁଧ ଟୋପେ ନ ପାଇ ମା’ କୋଳରେ ଶିଶୁ ଢଳି ପଡ଼ିବାର ପ୍ରସଙ୍ଗ ଜାଣିବା ପରେ ସୁନନ୍ଦାଙ୍କ ହୃଦୟ କରୁଣାରେ ଭରିଯାଇଥିଲା । ସେହିପରି ସେବକଙ୍କଠାରୁ ଅନାହାର, ମହାମାରୀରେ ମଫସଲରେ ଅଖାଦ୍ୟ ଖାଇ ପଟାଳି ପଟାଳି ଲୋକ ମରୁଥିବାର କଥା ଶୁଣି ତାଙ୍କ ମନରେ ପରିବର୍ତ୍ତନ ଆସିଥିଲା । ସେହିସବୁ ଲୋକଙ୍କ ପାଇଁ ମନରେ ଦୟା ଆସିଥିବାରୁ, ସୁନନ୍ଦା ଦଶହରା ମଉଜ ଉପଲକ୍ଷେ ଶାଢ଼ି ଓ ଜିନିଷପତ୍ର କିଣିବାକୁ ସ୍ବାମୀଙ୍କୁ ମନା କରିଥିଲେ ।

BSE Odisha 8th Class Odia Solutions Chapter 13 ଦଶହରା ଭେଟି

(ଙ) ‘ସୁନନ୍ଦା-ଭୋଜନାଳୟ’ କାହିଁକି ଖୋଲା ଯାଇଥିଲା ?
Answer:
ଗାଳ୍ପିକଙ୍କ ସହ ରାସ୍ତାରେ ଗଲାବେଳେ ଖାଦ୍ୟ ପାଇଁ ବୁଭୁକ୍ଷୁ ଲୋକମାନଙ୍କ ଯନ୍ତ୍ରଣା ଓ ଖାଦ୍ୟ ବିନା ଲୋକମାନଙ୍କ ମୃତ୍ୟୁର ବୀଭତ୍ସ ଦୃଶ୍ୟ ଦେଖି ସୁନନ୍ଦାଙ୍କ ହୃଦୟ ତରଳି ଯାଇଥିଲା । ସେହି ବୁଭୁକ୍ଷୁମାନଙ୍କୁ ମୁଠାଏ ଦାନା ଯୋଗାଇ ଦେବାପାଇଁ ଓ ପ୍ରତି ସଞ୍ଜରେ ପାଞ୍ଚ ଶହରୁ ଅଧ୍ଵ ଭିକାରି ଭିକାରୁଣୀ ମୁହଁରେ ଦାନା ଦେବା ପାଇଁ ସୁନନ୍ଦା ଭୋଜନାଳୟ ଖୋଲା ଯାଇଥିଲା ।

Question ୩ ।
ତଳେ ଦିଆଯାଇଥ‌ିବା ଉକ୍ତିଗୁଡ଼ିକୁ ସରଳ ଭାଷାରେ ବୁଝାଇ ଲେଖୁବା ।
(କ) ସେହି ସଙ୍ଗୀତ ଆଜି ବି ମୋର ପ୍ରାଣକୁ ମଧୁଛନ୍ଦରେ ଉଥଳ କରେ, ଯେତେବେଳେ ମୁଁ ତାଙ୍କର ହାସଦୀପ୍ତ ତୃପ୍ତମୁଖ ଉପରେ ନେତ୍ରପାତ କରେ ।
Answer:
ଉକ୍ତ ଗତାଂଶଟି ଗାଳ୍ପିକ ରାଜକିଶୋର ରାୟଙ୍କ, ମାନବିକ ମୂଲ୍ୟବୋଧର ଗଳ୍ପ ‘ଦଶହରା ଭେଟି’ର ଏକ ଉଲ୍ଲେଖଯୋଗ୍ୟ ପ୍ରସଙ୍ଗ । ଏଥିରେ ଲେଖକଙ୍କ ମନରେ ପତ୍ନୀ ସୁନନ୍ଦାଙ୍କ ପ୍ରତି ରହିଥ‌ିବା ଆବେଗାତ୍ମକ ଭାବକୁ ସୁନ୍ଦର ଭାବରେ ସୂଚ।ଯାଇଅଛିା
ଲେଖକ ଦୀର୍ଘ କୋଡ଼ିଏ ବର୍ଷତଳେ ସୁନନ୍ଦାଙ୍କୁ ବିଦାହ କରିଛନ୍ତି । ସୁନନ୍ଦାର ରୂପକୁ ନେଇ ତାଙ୍କ ମନରେ ଦେଖା ଦେଇଛି ଆନନ୍ଦ ଭାବ । ସେହି ରୂପଶୋଭାକୁ ନେଇ ତାଙ୍କ ମନରେ ଗୁଞ୍ଜରିତ ହୋଇଛି ସଙ୍ଗୀତର ସ୍ବର । ସେହି ସ୍ଵର ଦୀର୍ଘଦିନ ପରେ ବି ବେସୁରା ହୋଇନାହିଁ । ବରଂ କୋଡ଼ିଏ ବର୍ଷ ପରେ ସେହି ସୁମଧୁର ଭାବ ଲେଖକଙ୍କ ପ୍ରାଣକୁ ତରଙ୍ଗାୟିତ କରେ । ସୁନନ୍ଦାର ହସହସ ମୁହଁକୁ ଦେଖିଲେ, ଲେଖକଙ୍କ ମନରେ ସୃଷ୍ଟି ହୁଏ ଆନନ୍ଦ, ଉତ୍‌ଫୁଲ୍ଲିତ ଚିନ୍ତାଧାରା । ସୁନନ୍ଦା ପ୍ରତି ଲେଖକଙ୍କ ମନରେ ରହିଥ‌ିବା ଭଲ ପାଇବାକୁ, ଗାଳ୍ପିକ ସୁନ୍ଦର ଭାବରେ ସୂଚାଇ ଅଛନ୍ତି ।

(ଖ) ‘ତୁମର ପରିତୃପ୍ତି ପାଇଁ ମୋର ଏତେ ଦିନର ଦାନ – ବୃକ୍ଷରେ ଗୋଟିଏ ମାତ୍ର କୀଟ ମୁଁ ଛାଡ଼ିଦେଇ ପାରେନା ।’
Answer:
ଆଲୋଚ୍ୟ ଗତାଂଶଟି ଗାଳ୍ପିକ ରାଜକିଶୋର ରାୟଙ୍କ ‘ଦଶହରା ଭେଟି’ର ଏକ ମୂଲ୍ୟବାନ୍ ପ୍ରସଙ୍ଗ । ଏଥ‌ିରେ ଲେଖକଙ୍କ ମନରେ ପତ୍ନୀ ସୁନନ୍ଦାଙ୍କ ପ୍ରତି ରହିଥ‌ିବା ଅହେତୁକ ଭଲ ପାଇବାକୁ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ।

ଲେଖକ ବିବାହ କରିଛନ୍ତି ସୁନନ୍ଦାକୁ ଦୀର୍ଘ କୋଡ଼ିଏ ବର୍ଷତଳୁ । ସୁନନ୍ଦା ଧନୀର କନ୍ୟା ଭିତରେ ସାମାନ୍ୟ ଅଂହକୁ, ସେ ସହିପାରନ୍ତି ନାହିଁ । ତଥାପି କୌଣସି ସମୟରେ ସୁନନ୍ଦା ମନଦୁଃଖ ହେଲାଭଳି ପ୍ରତିବାଦ କରନ୍ତି ନାହିଁ । ଲେଖକ ସୁନନ୍ଦା ପାଇଁ ଅନେକ କିଛି କଲାପରେ ମଧ୍ୟ ତାଙ୍କର ମନୋଭାବକୁ ବଦଳାଇ ପାରନାହାନ୍ତି । ବିଜୟା ଦଶମୀର ସୁନ୍ଦର ସୁଖକର ପ୍ରଭାତରେ ସୁନନ୍ଦା ନିଜ କୋଠରିଟିକୁ ଝାଡ଼ି ସଫାକରି ଭଲ ଭାବରେ ସଜାଇ ଦେଇଛନ୍ତି । ମାତ୍ର ସ୍ଵାମୀଙ୍କର କୋଠରିକୁ ସଜାଇବାକୁ ଚାହିଁ ନାହାନ୍ତି । କାରଣ ସ୍ଵାମୀଙ୍କ କୋଠରିରେ ଟଙ୍ଗା ଯାଇଥବା ଚିତ୍ରକୁ ସେ ସହ୍ୟ କରିପାରନ୍ତି ନାହିଁ । ବରଂ ସେହିସବୁ ଚିତ୍ର ଦେଖିଲେ ସୁନନ୍ଦାଙ୍କ ମନରେ ଭୟ ଆସେ । ସୁନନ୍ଦାଙ୍କ ଏଭଳି ଚିନ୍ତାଧାରାକୁ ଲେଖକ ବଦଳାଇ ଦେବାକୁ ଚାହିଁଛନ୍ତି । ଯେଉଁ ଚିତ୍ର ସୁନନ୍ଦାଙ୍କ ମନରେ ଭୟ ସୃଷ୍ଟିକାରୀ, ତାହାକୁ ସେ ଖୋଲି ଦେବାକୁ କହିଛନ୍ତି । କାରଣ ସୁନନ୍ଦାର ପରିତୃପ୍ତି ପାଇଁ ସେ ସବୁକିଛି କରିବାକୁ ପ୍ରସ୍ତୁତ ହୋଇଛନ୍ତି । ସୁନନ୍ଦା ମନରେ ଖୁସି ସୃଷ୍ଟି କରିବାକୁ ଲେଖକ ସବୁବେଳେ ଆଗ୍ରହ ପ୍ରକାଶ କରିଛନ୍ତି । ସୂଚନାତ୍ମକ ଭାବେ କହିଛନ୍ତି, ଯେଉଁ ଦାନ-ବୃକ୍ଷକୁ ସେ ଏତେଦିନ ଧରି ଯତ୍ନର ସହିତ ରଖିଛନ୍ତି, ସେଥୁରେ ସାମାନ୍ୟ କୀଟଟିଏ ବସିବାକୁ ଅନୁମତି ନେଇପାରିବେ ନାହିଁ । ସୁନନ୍ଦାଙ୍କ ପ୍ରତି ଲେଖକଙ୍କ ମନରେ ରହିଥ‌ିବା ଭାବ ଏହି ଉକ୍ତି ମାଧ୍ୟମରେ ସୁନ୍ଦର ଭାବେ ପ୍ରକାଶ ପାଇଛି ।

Question ୪ ।
ତଳେ କେତେଗୁଡ଼ିଏ ଶବ୍ଦ ଦିଆଯାଇଛି, ଡାହାଣ ପାଖ କୋଠରିରେ ତାହାର ଅର୍ଥ ଦିଆଯାଇଛି । ଠିକ୍ ଅର୍ଥ ବାଛି ସେହି ଶବ୍ଦ ନିକଟରେ ଲେଖୁ ବା।
ଲାଉ ଖୋଳରେ ତିଆରି ଭିକ୍ଷାପାତ୍ର, ଇସାରା, ମନୋଯୋଗ, ପ୍ରକଟ ହେବା, କଞ୍ଚା, ଅସ୍ଥିର
ଆପଜ୍ୱ ____________
ଥାଳ ____________
ଇଙ୍ଗିତ ____________
ଉଥଳ ____________
ଅଭିନିବେଶ ____________
Answer:
ଆପଜ୍ୱ- କଞ୍ଚା
ଥାଳ – ଲାଉ ଖୋଳରେ ତିଆରି ଭିକ୍ଷାପାତ୍ର
ଇଙ୍ଗିତ – ଇସାରା
ଉଥଳ – ଅସ୍ଥିର
ଅଭିନିବେଶ – ମନୋଯୋଗ

BSE Odisha 8th Class Odia Solutions Chapter 13 ଦଶହରା ଭେଟି

Question ୫ ।
‘କ’ ସ୍ତମ୍ଭରେ କେତୋଟି ଶବ୍ଦ, ‘ଖ’ ସ୍ତରେ ସେହି ଶବ୍ଦ ସମ୍ପର୍କିତ ବାକ୍ୟ ଓ ‘ଗ’ ସ୍ତମ୍ଭରେ ସେହି ଶବ୍ଦର ଅର୍ଥ ରହିଛି । ଆସ ‘କ’ ଓ ‘ଖ’ ସ୍ତମ୍ଭକୁ ମିଶାଇବା ପରେ ‘ଗ’ ସ୍ତମ୍ଭରୁ ଅର୍ଥ ଖୋଜି ପୁଣି ଥରେ ଶବ୍ଦ, ଅର୍ଥ ସହ ବାକ୍ୟଟିକୁ ଲେଖୁବା ।

‘କ’ଶବ୍ଦ ‘ଖ’ (ବାକ୍ୟ) ‘ଗ’ ଅର୍ଥ
ଅଳାକ ଏହି ଅଳୀକ ସଂସାର ମାୟାପୂର୍ଣ୍ଣ ସତେଚ୍ଚ
ଅମ୍ଳାନ ଶିଶୁଟିର ଅମ୍ଳାନ ମୁଖଟିକୁ ଦେଖ୍ ଖୁସି ହେଲି ରାଶି
ତିଳ ପ୍ରଭୁ ଗଣେଶଙ୍କର ତିଳରେ ତିଆରି ଲଡୁ ପ୍ରିୟ ବିହ୍ଵଳ
ଆତ୍ମହରା କାଶ୍ମୀରର ଦୃଶ୍ୟ ଦେଖୁ ମହେଶ ଆତ୍ମହରା ହୋଇଗଲେ ନିଜକୁ ଭୁଲି ଯିବା
ଅଭିଭୂତ ମୁଖ୍ୟମନ୍ତ୍ରୀଙ୍କ ଆତିଥ୍ୟରେ ଅତିଥୁ ଅଭିଭୂତ ହୋଇଗଲେ ମିଥ୍ୟା

Answer:

‘କ’ ଶବ୍ଦ ‘ଖ’ (ବାକ୍ୟ) ‘ଗ’ ଅର୍ଥ
ଅଳାକ ଏହି ଅଳୀକ ସଂସାର ମାୟାପୂର୍ଣ୍ଣ ମିଥ୍ୟା
ଅମ୍ଳାନ ଶିଶୁଟିର ଅମ୍ଳାନ ମୁଖଟିକୁ ଦେଖ୍ ଖୁସି ହେଲି ସତେଚ୍ଚ
ତିଳ ପ୍ରଭୁ ଗଣେଶଙ୍କର ତିଳରେ ତିଆରି ଲଡୁ ପ୍ରିୟ ରାଶି
ଆତ୍ମହରା କାଶ୍ମୀରର ଦୃଶ୍ୟ ଦେଖୁ ମହେଶ ଆତ୍ମହରା ହୋଇଗଲେ ନିଜକୁ ଭୁଲି ଯିବା
ଅଭିଭୂତ ମୁଖ୍ୟମନ୍ତ୍ରୀଙ୍କ ଆତିଥ୍ୟରେ ଅତିଥୁ ଅଭିଭୂତ ହୋଇଗଲେ ବିହ୍ଵଳ

ଶବ୍ଦ, ଅର୍ଥ ସହ ବାକ୍ୟ :
ଅଳୀକ – ମିଥ୍ୟା – ଏହି ଅଳୀକ ସଂସାର ମାୟାପୂର୍ଣ୍ଣ ।
ଅମ୍ଳାନ – ସତେଜ – ଶିଶୁଟିର ଅମ୍ଳାନ ମୁଖଟିକୁ ଦେଖ୍ ଖୁସି ହେଲି ।
ତିଳ – ରାଶି – ପ୍ରଭୁ ଗଣେଶଙ୍କର ତିଳରେ ତିଆରି ଲଡ଼ୁ ପ୍ରିୟ ।
ଆତ୍ମହରା – ନିଜକୁ ଭୁଲିଯିବା – କାଶ୍ମୀରର ଦୃଶ୍ୟ ଦେଖ୍ ମହେଶ ଆତ୍ମହରା ହୋଇଗଲେ ।
ଅଭିଭୂତ – ବିହ୍ଵଳ – ମୁଖ୍ୟମନ୍ତ୍ରୀଙ୍କ ଆତିଥ୍ୟରେ ଅତିଥୁ ଅଭିଭୂତ ହୋଇଗଲେ ।

Question ୬ ।
ଯେପରି ‘ମୁକ୍ତ’ ଶବ୍ଦ ସହ ‘ମାୟା’ ମିଶି ‘ମାୟାମୁକ୍ତ’ ହେଲା, ସେହିପରି ଦିଆଯାଇଥ‌ିବା ଶବ୍ଦଗୁଡ଼ିକରୁ ଉପଯୁକ୍ତ ଶବ୍ଦ ବାଛି ନୂଆ ଶବ୍ଦଗୁଡ଼ିକ କ’ଣ ହେବ, ଲେଖୁବା ।
ଘର, ଲୋଭ, ଶାପ, ଧୀର, ଦୁର୍ନୀତି, ଋଣ, ଶୋଷଣ, ଚିଠି, ପାପ, କଟକ, ଗବାକ୍ଷ

  • ଲୋଭମୁକ୍ତ
  • ଶାମୁକ୍ତ
  • ଦୁର୍ନୀତିମୁକ୍ତ
  • ଋଣମୁକ୍ତ
  • ଶୋଷଣମୁକ୍ତ
  • ପାପମୁକ୍ତ

Question ୭ ।
‘ନେତ୍ରପାତ’ ପରି ତଳେ କେତେଗୁଡ଼ିଏ ଶବ୍ଦ ଦିଆଯାଇଛି । ସେହି ଶବ୍ଦଗୁଡ଼ିକୁ ନେଇ ବାକ୍ୟଗଠନ କରିବା । (ପ୍ରଶ୍ନ ସହ ଉତ୍ତର)

ବୃଷ୍ଟିପାତ – ଶ୍ରାବଣ ମାସରେ ଅଧ୍ୱ ବୃଷ୍ଟିପାତ ହୋଇଥାଏ ।
ରକ୍ତପାତ କା – ଯୁଦ୍ଧର ରକ୍ତପାତ ଅଶୋକଙ୍କ ମନୋଭାବକୁ ବଦଳାଇ ଦେଇଥିଲା ।
କରକାପାତ – କରକାପାତ ଫସଲ ନଷ୍ଟ କରିଦିଏ ।
ତୃଷ୍ଟିପାତ – କାହାରି ଧନ ଉପରେ ଅଯଥା ଦୃଷ୍ଟିପାତ କର ନାହିଁ ।
କର୍ଣ୍ଣପାତ – ଖଳ ଲୋକମାନେ ଅନ୍ୟର କଥାକୁ କର୍ଣ୍ଣପାତ କରିଥା’ନ୍ତି ।

Question ୮।
ତଳେ ଦିଆଯାଇଥ‌ିବା ଅନୁଚ୍ଛେଦଟି ପଢ଼ି କେତୋଟି ପ୍ରଶ୍ନ ଦିଆରି କରିବା ।
ସୁନନ୍ଦାର ବେପଥୁ ହାତ ବଢ଼ାଇ ଦେଲା କୋଡ଼ିଏଟି ଟଙ୍କା, ଆଖୁର ପାଣିରେ ତାଙ୍କର ଆଖ୍ ଦୁଇଟି ସେତେବେଳକୁ ବୁଡ଼ି ଯାଇଥିଲା । ଏଭଳି ଭାବପ୍ରବଣା ମାଆଙ୍କୁ ଦେଖୁ ସେବକଟି ବୋଧହୁଏ ସଙ୍କୁଚିତ ନ ହୋଇ କହିଲା – ମାଆ, ଏ ଜାତି ଅଭିଶପ୍ତ । କେବେ ଶୁଣିଛନ୍ତି, ନ ଖାଇ ଭୋକ ଉପାସରେ କେଉଁ ଜାତି ମରିଛି ? ମଫସଲର କାହାଣୀ ନ ଶୁଣିବା ହିଁ ଭଲ । ପଟାଳି ପରେ ପଟାଳି, କେବେ ଅନାହାର ନୁହେଁ ମହାମାରୀ, ମାଲେରିଆ, ଅଖାଦ୍ୟ ଖାଇଲେ ପିଣ୍ଡ ରହିବ ତ ମାଆ ? ମୁଁ ଯାଏ ଧନ୍ୟବାଦ …….. ରାମ ନାମ ସତ୍ୟ ହେ ………. ।
ପ୍ରଶ୍ନ-
(କ) ସୁନନ୍ଦାର ବେପଥୁ ହାତ କେତେ ଟଙ୍କା ବଢ଼ାଇ ଦେଇଥୁଲା ?
(ଖ) କାହାର ବେପଥୁ ହାତ କୋଡ଼ିଏ ଟଙ୍କା ବଢ଼ାଇ ଦେଇଥୁଲା ?
(ଗ) କାହାର ଆଖିର ପାଣିରେ ଆଖି ଦୁଇଟି ବୁଡ଼ି ଯାଇଥିଲା ?
(ଘ) ସେବକଟି କାହିଁକି ସଙ୍କୁଚିତ ନ ହୋଇ କହିଥିଲା ?
(ଙ) ସେବକଟି ସଙ୍କୁଚିତ ନ ହୋଇ କ’ଣ କହିଥିଲା ?
(ଚ) ମଫସଲର କାହାଣୀ କିପରି ଥିଲା ?
(ଛ) କେଉଁ ସମୟରେ ‘ରାମ ନାମ ସତ୍ୟ ହେ’ କୁହାଯାଇଥାଏ ?
(ଜ) କିଏ ‘ରାମ ନାମ ସତ୍ୟ ହେ’ ବୋଲି କହିଥିଲା ?

Question ୯ ।
ଶବ୍ଦଗୁଡ଼ିକର ବନାନ୍ ଠିକ୍ କରି ଲେଖିବା ।
ବୁଭୂକ୍ଷା _____________
ଆଦ୍ର _____________
ଉପାଷ _____________
ଣନ୍ୟାସି _____________
ଅର୍ଣ୍ଣପୂର୍ଣ୍ଣା _____________
ଉର୍ଦ୍ଧ୍ବ _____________
ଗବାକ୍ଷ _____________
ବତ୍କୃତା _____________
ଅନ୍ତର୍ଯ୍ୟାମି _____________
ମୁର୍ତ୍ତି _____________
Answer:
ବୁଭୂକ୍ଷା – ବୁଭୁକ୍ଷା
ଆଦ୍ର – ଆର୍ଦ୍ର
ଉପାଷ – ଉପାସ
ଣନ୍ୟାସି – ସନ୍ନ୍ୟାସୀ
ଅର୍ଣ୍ଣପୂର୍ଣ୍ଣା – ଅନ୍ନପୂର୍ଣ୍ଣା
ଉର୍ଦ୍ଧ୍ବ – ଊର୍ଦ୍ଧ୍ବ
ଗବାକ୍ଷ – ଗବାକ୍ଷ
ବତ୍କୃତା – ବକ୍ତୃତା
ଅନ୍ତର୍ଯ୍ୟାମି – ଅନ୍ତର୍ଯ୍।ମୀ
ମୁର୍ତ୍ତି – ମୂର୍ତ୍ତି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
‘ଦଶହରା ଭେଟି’ ଗଳ୍ପଟି କେଉଁ ଗଳ୍ପ ସଂକଳନରୁ ସଂଗୃହୀତ ? ଏହି ଗଳ୍ପର ମର୍ମବାଣୀ କ’ଣ ?
Answer:
‘ଦଶହରା ଭେଟି’ ଗଳ୍ପଟି ରାଜକିଶୋର ରାୟଙ୍କ ବହୁଚର୍ଚ୍ଚିତ ଗଳ୍ପ ସଂକଳନ ‘ଅଶୋକ ଚକ୍ର’ରୁ ସଂଗୃହୀତ । ଏହି ଗଳ୍ପରେ ମାନବିକ ସମ୍ବେଦନା ଓ ମୂଲ୍ୟବୋଧର ମହତ୍ତ୍ଵ ପ୍ରକାଶିତ ହୋଇଛି । ପ୍ରତ୍ୟେକ ମଣିଷଠାରେ ଏକ ସମ୍ବେଦନଶୀଳ ସମବ୍ୟଥୀ ବିବେକ ଥାଏ । କରୁଣ ଓ ଦୁଃଖପୂର୍ଣ ଦୃଶ୍ୟ, ଘଟଣା, ଅବସ୍ଥା ତା’ର ହୃଦୟକୁ ବିଗଳିତ କରିଥାଏ । ନିଷ୍ଠୁରତା ଓ କଠିନତାର ଆବରଣଗୁଡ଼ିକ ସ୍ନେହ, କରୁଣା ଓ ସହାନୁଭୂତିରେ ତରଳିଯାଏ । ମଣିଷର ହୃଦୟ ଦୁଃଖୀ ମଣିଷମାନଙ୍କ ହୃଦୟ ସହିତ ଯୋଡ଼ି ହୋଇଯାଏ । ଏହି ମହତ୍ତର ସତ୍ୟକୁ ଆଧାର କରି ଗାଳ୍ପିକ ‘ଦଶହରା ଭେଟି’ ଗଳ୍ପଟିକୁ ରଚନା କରିଛନ୍ତି ।

BSE Odisha 8th Class Odia Solutions Chapter 13 ଦଶହରା ଭେଟି

Question ୨।
ଲେଖକଙ୍କ ରୁମ୍‌ରେ ଟଙ୍ଗା ଯାଇଥିବା ଛବିଗୁଡ଼ିକ ପ୍ରତି ସୁନନ୍ଦାଙ୍କ ମନୋଭାବ କ’ଣ ଥିଲା ?
Answer:
ଲେଖକଙ୍କ ରୁମ୍‌ରେ ଉତ୍କଳମଣି, ଗୌତମବୁଦ୍ଧ, ଦୀନବନ୍ଧୁ, ନିଉଟନ୍, ଭର୍‌ଜିନ୍ ମେରୀ, ଶିବାଜୀଙ୍କ ଛବି ଟଙ୍ଗାଯାଇଥିଲା । ଏସବୁ ଛବି ସୁନନ୍ଦାଙ୍କୁ ଭଲ ଲାଗିନଥିଲା । କାରଣ ଉତ୍କଳମଣି, ମହାତ୍ମାଗାନ୍ଧୀ, ବୁଦ୍ଧ, ଦୀନବନ୍ଧୁ ପ୍ରମୁଖ ଯେ ମଣିଷ ଜଗତର ଦୁଃଖସୁଖରେ ସମଭାଗୀ ଥିଲେ ଏକଥା ସୁନନ୍ଦାଙ୍କୁ ଜଣା ନଥିଲା । ଲେଖକ ସୁନନ୍ଦାଙ୍କୁ ଗୋପବନ୍ଧୁଙ୍କ ମାନବ ଦରଦୀ ହୃଦୟ, ଗୌତମଙ୍କ ଅମୃତତ୍ତ୍ଵ, ଦୀନବନ୍ଧୁଙ୍କ ମହାଭାରତୀୟ ପ୍ରେମ ବିଷୟରେ ଶୁଣାଇଛନ୍ତି । ଏଗୁଡ଼ିକ ବହୁ ବର୍ଷଧରି ଲେଖକଙ୍କ କୋଠରି ମଣ୍ଡନ କରୁଥିଲେ ସେସବୁ ସୁନନ୍ଦା ପାଇଁ ଭୟର କାରଣ ହୋଇଛି । ସେଗୁଡ଼ିକ କୋଠରିରୁ ବାହାର କରିଦେବା ପାଇଁ ସେ ଲେଖକଙ୍କୁ କହିଛନ୍ତି । ସୁନନ୍ଦାଙ୍କ ମନୋଭାବ ବସ୍ତୁବାଦୀ ଥିଲା । ତେଣୁ ସେ ଛବିଗୁଡ଼ିକର ମହତ୍ତ୍ବ ବୁଝିପାରୁ ନଥିଲେ ।

Question ୩ ।
ସହରର ଗଳି ରାସ୍ତାର କେଉଁସବୁ ଦୃଶ୍ୟ ସୁନନ୍ଦାଙ୍କ ହୃଦୟକୁ ତରଳାଇ ଦେଇଥିଲା ?
ଉ–
ସହରର ଗଳି ରାସ୍ତାରେ ସୁନନ୍ଦା ଦେଖୁଥିଲା ଯେ ଜଣେ ପାଞ୍ଚବର୍ଷର ଭୋକିଲା ଶିଶୁ କୁକୁର ବାନ୍ତିରୁ ଭାତ ବାଛି ଖାଉଛି । ପିଲାଟିର ମା’ ନିର୍ବିକାର ଭାବେ କିଛି ଦୂରରେ ଛିଡ଼ା ହୋଇଛି । ଅଇଁଠା ଖଲିରୁ କିଛି ବି ବଳକା ଖାଦ୍ୟ ନପାଇ ତା’ ମାଆ ହତାଶ ଚାହାଣୀରେ ଚାହିଁ ରହିଛି । ଗଳ୍ପନାୟିକାଙ୍କର ହୃଦ୍‌ବୋଧ ହୋଇଛି ଯେ ସହରର ଗଳିରାସ୍ତାରେ ବି ଭୋକର, ଅଭାବର ବୀଭତ୍ସ ଲୀଳା ଭରି ରହିଛି । ସେ ଶୁଣିଛନ୍ତି ଯେ ଦୁଇମାସର ପିଲା କ୍ଷୀର ଟୋପେ ମୁହଁରେ ଦେବାକୁ ପାଇନି । ମାଆ ତାକୁ ମୁନ୍ଦେ ପେଜ ପିଆଇ ଦେବାରୁ ସେ ଆଖ୍ କାନ ଖୋସି ମାଆ କୋଳରେ ଟଳିପଡ଼ିଛି । ଏସବୁ କଥା ତାଙ୍କ ହୃଦୟର କଠିନତାକୁ ସଂପୂର୍ଣ୍ଣରୂପେ ତରଳାଇ ଦେଇଛି । ଏପରିକି ତାଙ୍କର ବରାଦ ମୁତାବକ ଉପହାର ସାମଗ୍ରୀ କିଣିବାପାଇଁ ସେ ଲେଖକଙ୍କୁ ବାରଣ କରିଛନ୍ତି ।

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

Question ୧।
‘ଦଶହରା ଭେଟି’ ଗଳ୍ପଟି କେଉଁ ଗଳ୍ପ ସଂକଳନରୁ ସଂଗୃହୀତ ? ଏହି ଗଳ୍ପର ମର୍ମବାଣୀ କ’ଣ ?
Answer:
‘ଦଶହରା ଭେଟି’ ଗଳ୍ପଟି ରାଜକିଶୋର ରାୟଙ୍କ ବହୁଚର୍ଚ୍ଚିତ ଗଳ୍ପ ସଂକଳନ ‘ଅଶୋକ ଚକ୍ର’ରୁ ସଂଗୃହୀତ । ଏହି ଗଳ୍ପରେ ମାନବିକ ସମ୍ବେଦନା ଓ ମୂଲ୍ୟବୋଧର ମହତ୍ତ୍ଵ ପ୍ରକାଶିତ ହୋଇଛି । ପ୍ରତ୍ୟେକ ମଣିଷଠାରେ ଏକ ସମ୍ବେଦନଶୀଳ ସମବ୍ୟଥୀ ବିବେକ ଥାଏ । କରୁଣ ଓ ଦୁଃଖପୂର୍ଣ୍ଣ ଦୃଶ୍ୟ, ଘଟଣା, ଅବସ୍ଥା ତା’ର ହୃଦୟକୁ ବିଗଳିତ କରିଥାଏ । ନିଷ୍ଠୁରତା ଓ କଠିନତାର ଆବରଣଗୁଡ଼ିକ ସ୍ନେହ, କରୁଣା ଓ ସହାନୁଭୂତିରେ ତରଳିଯାଏ । ମଣିଷର ହୃଦୟ ଦୁଃଖୀ ମଣିଷମାନଙ୍କ ହୃଦୟ ସହିତ ଯୋଡ଼ି ହୋଇଯାଏ । ଏହି ମହତ୍ତର ସତ୍ୟକୁ ଆଧାର କରି ଗାଳ୍ପିକ ‘ଦଶହରା ଭେଟି’ ଗଳ୍ପଟିକୁ ରଚନା କରିଛନ୍ତି ।

Question ୨।
ଲେଖକଙ୍କ ରୁମ୍‌ରେ ଟଙ୍ଗା ଯାଇଥିବା ଛବିଗୁଡ଼ିକ ପ୍ରତି ସୁନନ୍ଦାଙ୍କ ମନୋଭାବ କ’ଣ ଥିଲା ?
Answer:
ଲେଖକଙ୍କ ରୁମ୍‌ରେ ଉତ୍କଳମଣି, ଗୌତମବୁଦ୍ଧ, ଦୀନବନ୍ଧୁ, ନିଉଟନ୍, ଭର୍‌ଜିନ୍ ମେରୀ, ଶିବାଜୀଙ୍କ ଛବି ଟଙ୍ଗାଯାଇଥିଲା । ଏସବୁ ଛବି ସୁନନ୍ଦାଙ୍କୁ ଭଲ ଲାଗିନଥିଲା । କାରଣ ଉତ୍କଳମଣି, ମହାତ୍ମାଗାନ୍ଧୀ, ବୁଦ୍ଧ, ଦୀନବନ୍ଧୁ ପ୍ରମୁଖ ଯେ ମଣିଷ ଜଗତର ଦୁଃଖସୁଖରେ ସମଭାଗୀ ଥିଲେ ଏକଥା ସୁନନ୍ଦାଙ୍କୁ ଜଣା ନଥିଲା । ଲେଖକ ସୁନନ୍ଦାଙ୍କୁ ଗୋପବନ୍ଧୁଙ୍କ ମାନବ ଦରଦୀ ହୃଦୟ, ଗୌତମଙ୍କ ଅମୃତତ୍ଵ, ଦୀନବନ୍ଧୁଙ୍କ ମହାଭାରତୀୟ ପ୍ରେମ ବିଷୟରେ ଶୁଣାଇଛନ୍ତି । ଏଗୁଡ଼ିକ ବହୁ ବର୍ଷଧରି ଲେଖକଙ୍କ କୋଠରି ମଣ୍ଡନ କରୁଥିଲେ ସେସବୁ ସୁନନ୍ଦା ପାଇଁ ଭୟର କାରଣ ହୋଇଛି । ସେଗୁଡ଼ିକ କୋଠରିରୁ ବାହାର କରିଦେବା ପାଇଁ ସେ ଲେଖକଙ୍କୁ କହିଛନ୍ତି । ସୁନନ୍ଦାଙ୍କ ମନୋଭାବ ବସ୍ତୁବାଦୀ ଥିଲା । ତେଣୁ ସେ ଛବିଗୁଡ଼ିକର ମହତ୍ତ୍ବ ବୁଝିପାରୁ ନଥିଲେ ।

Question ୩ ।
ସହରର ଗଳି ରାସ୍ତାର କେଉଁସବୁ ଦୃଶ୍ୟ ସୁନନ୍ଦାଙ୍କ ହୃଦୟକୁ ତରଳାଇ ଦେଇଥିଲା ?
Answer:
ସହରର ଗଳି ରାସ୍ତାରେ ସୁନନ୍ଦା ଦେଖୁଥିଲା ଯେ ଜଣେ ପାଞ୍ଚବର୍ଷର ଭୋକିଲା ଶିଶୁ କୁକୁର ବାନ୍ତିରୁ ଭାତ ବାଛି ଖାଉଛି । ପିଲାଟିର ମା’ ନିର୍ବିକାର ଭାବେ କିଛି ଦୂରରେ ଛିଡ଼ା ହୋଇଛି । ଅଇଁଠା ଖଲିରୁ କିଛି ବି ବଳକା ଖାଦ୍ୟ ନପାଇ ତା’ ମାଆ ହତାଶ ଚାହାଣୀରେ ଚାହିଁ ରହିଛି । ଗଳ୍ପନାୟିକାଙ୍କର ହୃଦ୍‌ବୋଧ ହୋଇଛି ଯେ ସହରର ଗଳିରାସ୍ତାରେ ବି ଭୋକର, ଅଭାବର ବୀଭତ୍ସ ଲୀଳା ଭରି ରହିଛି । ସେ ଶୁଣିଛନ୍ତି ଯେ ଦୁଇମାସର ପିଲା କ୍ଷୀର ଟୋପେ ମୁହଁରେ ଦେବାକୁ ପାଇନି । ମାଆ ତାକୁ ମୁନ୍ଦେ ପେଜ ପିଆଇ ଦେବାରୁ ସେ ଆଖ୍ କାନ ଖୋସି ମାଆ କୋଳରେ ଟଳିପଡ଼ିଛି । ଏସବୁ କଥା ତାଙ୍କ ହୃଦୟର
ଲେଖକଙ୍କୁ ବାରଣ କରିଛନ୍ତି ।

ଗାଳ୍ପକ ପରିଚୟ 

ଓଡ଼ିଆ କ୍ଷୁଦ୍ରଗଳ୍ପ ଆକାଶରେ ଗାଳ୍ପିକ ରାଜକିଶୋର ରାୟ ସ୍ୱତନ୍ତ୍ର ଆଭା ପ୍ରକଟକାରୀ ନକ୍ଷତ୍ର । ପୁରୀ ଜିଲ୍ଲାର ଛତାବର ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ । ୧୯୪୦ରୁ ୧୯୮୦ ମସିହା ପର୍ଯ୍ୟନ୍ତ ସେ ଓଡ଼ିଆ ଭାଷାରେ ଆଦର୍ଶ ଓ ସୌନ୍ଦର୍ଯ୍ୟକୁ ନେଇ ସୁନ୍ଦର ଗଳ୍ପ ରଚନା କରିଛନ୍ତି । ଜଣେ ଆଦର୍ଶବାଦୀ ଭାବୁକ କଥାଶିଳ୍ପୀ ଭାବରେ ସେ ବେଶ୍ ଜନପ୍ରିୟ ।

ରାଜକିଶୋର ରାୟ ତାଙ୍କ କର୍ମମୟ ଜୀବନ କ୍ଷେତ୍ରରେ ଯେପରି ଶାନ୍ତ ସମାହିତ, ଗଳ୍ପରଚନା କ୍ଷେତ୍ରରେ ସେହିପରି ସହୃଦୟ ଓ ଭାବପ୍ରବଣ । ଦୈନନ୍ଦିନ ଜୀବନର ପରିଚିତ ଘଟଣା ଓ ଅନୁଭବକୁ ସେ ନାଟକୀୟ ଭଙ୍ଗୀରେ ବିଚିତ୍ର ଆବେଦନରେ ଗଳ୍ପରୂପ ଦେବାରେ ସିଦ୍ଧହସ୍ତ । ‘ନୀଳ ଲହରୀ’, ‘ଜୟଶଙ୍ଖ’, ‘ମନର ମୃଣାଳ’, ‘ବିକଚ ଶତଦଳ’, ‘ଅଶୋକଚକ୍ର’, ‘ଆଦିପୁରୁଷ’, ‘ମଧ୍ୟାହ୍ନର ମରୁପଥେ’, ‘ପଙ୍କ ଚନ୍ଦନ’, ‘ଜୀବନ ସଙ୍ଗୀତ’, ‘ଦୁର୍ବଳ ଦେବାଳୟ’ ଓ ‘ଭାବବନ୍ଧନ’ ପ୍ରଭୃତି ତାଙ୍କର ଜନପ୍ରିୟ ଗଳ୍ପ ସଂକଳନ ।

ଗଳ୍ପର ପୃଷ୍ଠଭୂମି 

ଆଲୋଚ୍ୟ ଗଳ୍ପଟି ଗାଳ୍ପିକଙ୍କ ବହୁଚର୍ଚ୍ଚିତ ଗଳ୍ପ ସଂକଳନ ‘ଅଶୋକଚକ୍ର ‘ରୁ ସଂଗୃହୀତ । ଏହି ଗଳ୍ପରେ ମାନବିକ ସମ୍ବେଦନା ଓ ମୂଲ୍ୟବୋଧର ମହତ୍ତ୍ବ ପ୍ରକାଶ ପାଇଛି । ପ୍ରତ୍ୟେକ ମଣିଷର ଏକ ସମ୍ବେଦନଶୀଳ ସମବ୍ୟର୍ଥୀ ବିବେକ ଥାଏ । କରୁଣ ଓ ଦୁଃଖପୂର୍ଣ୍ଣ ଦୃଶ୍ୟ, ଘଟଣା, ଅବସ୍ଥା ଦେଖୁ ସେହି ବିବେକଟି ତରଳି ଯାଏ । ନିଷ୍ଠୁର ତାର, କଠିନତାର ଆବରଣଗୁଡ଼ିକ ସ୍ନେହ, କରୁଣା ଓ ସହାନୁଭୂତିରେ ତରଳିଯାଏ । ମଣିଷର ହୃଦୟ ଅନ୍ୟ ଜଣେ ଦୁଃଖୀ ମଣିଷର ହୃଦୟ ସହିତ ଯୋଡ଼ି ହୋଇଯାଏ । ହୃଦୟ ପରିବର୍ତ୍ତନର ଅପୂର୍ବ ଦୃଷ୍ଟାନ୍ତ ଭାବରେ ଏହି ଗଳ୍ପଟି ପାଠକଙ୍କୁ ମୁଗ୍ଧ କରିଥାଏ । ମୋଟ ଉପରେ ଅଶ୍ରୁଳ ଓ ଅଭାବମୟ ଅବସ୍ଥାର ଦୃଶ୍ୟ ମଣିଷ ହୃଦୟରେ ଦୟାର୍ଦ୍ର ଭାବ ସୃଷ୍ଟିକରେ – ଏହି ସତ୍ୟକୁ ଆଲୋଚ୍ୟ ଗଳ୍ପରେ ସୁନନ୍ଦା ଚରିତ୍ର ମାଧ୍ୟମରେ ଗାଳ୍ପିକ କଥାରୂପ ଦେଇଛନ୍ତି ।

ଗଳ୍ପର ସାରକଥା 

ଗାଳ୍ପିକ ସ୍ଵୟଂ ଏହି ଗଳ୍ପର ଗଳ୍ପନାୟକ । ପ୍ରଥମ ପୁରୁଷ କଥନଶୈଳୀରେ ଏହି ଗଳ୍ପଟି ରଚିତ । ଗଳ୍ପନାୟକଙ୍କ ପତ୍ନୀ ସୁନନ୍ଦା । ଅପକ୍ବ ବୟସରେ (ଅର୍ଥାତ୍ ବିବାହ ଜୀବନର ଭାର ବୋହିବାର ଦକ୍ଷତା ଆସିବାର ବହୁପୂର୍ବର ତରୁଣ ଅବସ୍ଥା) ସୁନନ୍ଦାଙ୍କ ସହିତ ଗଳ୍ପନାୟକଙ୍କର ବିବାହ ହୋଇଯାଇଛି । ପତି ଭାବରେ ତାଙ୍କ ପାଖରୁ ଗଳ୍ପନାୟକ ଯାହା ଚାହାଁନ୍ତି ସେ ସବୁ ପୂରଣ କରନ୍ତି । ମାତ୍ର ତାଙ୍କର ସ୍ନେହ, ପ୍ରେମ, ଶ୍ରଦ୍ଧାରେ ଧନୀ ଦୁଲାଳୀର ଯେଉଁ ସାମାନ୍ୟ ଅହଂଟିଏ ଲୁଚି ରହିଥାଏ ତାହାକୁ ଗଳ୍ପନାୟକଙ୍କ ସ୍ବାମୀପଣ ଖୁବ୍ ଗୋଟେ ଯନ୍ତ୍ରଣା ଭିତରେ ସହ୍ୟ କରିଥାଏ । ସୁନନ୍ଦା କାବ୍ୟକବିତାର ପ୍ରେୟସୀ ଓ କଳ୍ପନାବାଦୀ । ମାତ୍ର ଗଳ୍ପନାୟକ ତାଙ୍କର ବିପରୀତ ଗୁଣଧାରୀ ଅର୍ଥାତ୍ ବାସ୍ତବବାଦୀ । ତାଙ୍କ ପାଇଁ ଜନ୍ମ ମୃତ୍ୟୁ, ଜୀବନ ମରଣ ସବୁ ସମାନ ।

BSE Odisha 8th Class Odia Solutions Chapter 13 ଦଶହରା ଭେଟି

କୋଡ଼ିଏ ବର୍ଷ ତଳର ଅଶିଣ ସକାଳର ସୁନନ୍ଦା ଏବଂ ବିବାହର କୋଡ଼ିଏ ବର୍ଷ ପରର ସୁନନ୍ଦା ଭିନ୍ନ । ମାତ୍ର ଗାଳ୍ପିକଙ୍କ ଅନ୍ତଃମାନସ କୋଡ଼ିଏ ବର୍ଷ ତଳର ଶ୍ରୀମୟୀ ସୁନନ୍ଦାକୁ ଖୋଜିଥାଏ । ଗାଳ୍ପିକଙ୍କ ମତରେ ସୁନନ୍ଦା ପାଇଁ ଅନେକ କିଛି କରିବା ସତ୍ତ୍ବେ ବି ସୁନନ୍ଦାର ତାଙ୍କ ପ୍ରତି ମନୋଭାବ ବଦଳି ପାରିନାହିଁ । କୌଣସି ବିଜୟା ଦଶମୀର ସୁନ୍ଦର ସୁଖକର ପ୍ରଭାତରେ ସୁନନ୍ଦା ନିଜ କୋଠରିଟିକୁ ସଜାଇବାରେ ଲାଗିଛନ୍ତି । ସ୍ଵାମୀଙ୍କ ରୁମ୍ ସଜାଇବାକୁ ତାଙ୍କର ଇଚ୍ଛା ଥିଲେ ବି ସେଠାରେ ଟଙ୍ଗା ଯାଇଥିବା ଛବିଗୁଡ଼ିକ ତାଙ୍କୁ ଭୟଙ୍କର ଅସୁଖ ଲାଗିଛନ୍ତି । ତେଣୁ ସେ ରୁମ୍ ସଫା କରିପାରି ନଥ‌ିବା କଥା କହିଛନ୍ତି । ଗଳ୍ପନାୟକ ସୁନନ୍ଦାଙ୍କୁ ସ୍ୱୟଂ ରୁଚିକର ଲାଗୁ ନ ଥ‌ିବାରୁ ତାଙ୍କ ରୁମ୍ ଓ ରୁମ୍ରେ ଥ‌ିବା ଉତ୍କଳମଣି, ଗୌତମ ବୁଦ୍ଧ, ଦୀନବନ୍ଧୁ ପ୍ରମୁଖଙ୍କ ଛବିଗୁଡ଼ିକ ତାଙ୍କର ପ୍ରିୟ ହେବନି – ଏକଥା ଗନ।ୟକଙ୍କୁ ବ୍ବକଣା ।

ଗଳ୍ପନାୟକଙ୍କ ରୁମ୍‌ରେ ଟଙ୍ଗାଯାଇଥିବା ଉତ୍କଳମଣି, ଗୌତମବୁଦ୍ଧ, ଦୀନବନ୍ଧୁ, ନିଉଟନ, ଭରଜିନ୍ ମେରୀ, ଶିବାଜୀ ପ୍ରଭୃତିଙ୍କ ଛବି ସୁନନ୍ଦାଙ୍କୁ ଭଲ ଲାଗି ନ ଥିଲା । ମାତ୍ର ସେହି ଉତ୍କଳମଣି, ଗାନ୍ଧୀ, ବୁଦ୍ଧ, ଦୀନବନ୍ଧୁ ପ୍ରମୁଖ ଯେ ମଣିଷ ଜଗତର ଦୁଃଖସୁଖରେ ସମଭାଗୀ ଥିଲେ ଏକଥା ତାଙ୍କୁ ଜଣାନଥିଲା । ଗଳ୍ପନାୟକ ସୁନନ୍ଦାଙ୍କୁ ଗୋପବନ୍ଧୁଙ୍କ ମାନବଦରଦୀ ହୃଦୟ, ଗୌତମଙ୍କ ଅମୃତତ୍ତ୍ଵ, ଦୀନବନ୍ଧୁଙ୍କ ମହାଭାରତୀୟ ପ୍ରେମ ବିଷୟରେ ଶୁଣାଇଛନ୍ତି । ସେସବୁ ଛବି ବହୁବର୍ଷ ହେବ ଗଳ୍ପନାୟକଙ୍କ କୋଠରି ମଣ୍ଡନ କରିବା କଥା ସୁନନ୍ଦା ଜାଣନ୍ତି । ତଥାପି ଯେଉଁ ଛବିଗୁଡ଼ିକ ସୁନନ୍ଦାଙ୍କ ପାଇଁ ଭୟର କାରଣ ହୋଇଛି, ସେଗୁଡ଼ିକୁ କୋଠରିରୁ ବାହାର କରିଦେବାକୁ ଗଳ୍ପନାୟକ କହିଛନ୍ତି । ସୁନନ୍ଦା କିନ୍ତୁ ସାତ ଆଠଦିନ ତଳେ ଖବରକାଗଜରୁ କଟାଯାଇ ବଡ଼ ବଡ଼ ପେଷ୍ଟବୋର୍ଡ଼ରେ ଲଗାଯାଇଥିବା ଛବିଗୁଡ଼ିକ କ’ଣ ବାସ୍ତବ ବୋଲି ପଚାରିଛନ୍ତି । ସେସବୁ ଛବିଗୁଡ଼ିକର ମହତ୍ତ୍ବ ସୁନନ୍ଦାଙ୍କ ପାଖରେ କିଛି ନାହିଁ ବୋଲି ଜାଣିପାରି ଗଳ୍ପନାୟକ ତାଙ୍କୁ କି ଦଶହରା ଭେଟି ଦେବେ ବୋଲି ପଚାରିଛନ୍ତି । ଏଥ‌ିରେ ସୁନନ୍ଦା ଉତ୍ଫୁଲ୍ଲ ହୋଇଉଠିଛନ୍ତି । ଏଥୁରୁ ସୁନନ୍ଦାଙ୍କ ବସ୍ତୁବାଦୀ ମାନସିକତାର ପରିଚୟ ମିଳିଥାଏ ।

ଦଶହରା ଅବକାଶରେ ରେଡ଼ିଓଠାରୁ ଶାଢ଼ି କିଣିବା ପର୍ଯ୍ୟନ୍ତ ନାନା ବରାଦ ସୁନନ୍ଦା ଦେଇଛନ୍ତି । ସନ୍ଧ୍ୟାରେ ପ୍ରିୟଜନମାନଙ୍କୁ ଆତିଥ୍ୟ ପ୍ରଦାନ ପାଇଁ ପେସ୍ତା, ଅଙ୍ଗୁର, ବାଦାମ ଓ କ୍ୱାଶ୍ ଇତ୍ୟାଦି ଆଣିବାକୁ କହିଛନ୍ତି । ସବ୍‌ଜଜ୍ ପ୍ରେମରାଜ୍‌ବାବୁଙ୍କଠାରୁ ପୁପୁ, ମିନା, ବଙ୍କିମବାବୁ, ଜୋସେଫ୍, ଈଭ ରାଉତଙ୍କ ପର୍ଯ୍ୟନ୍ତ ଅନେକ ଅତିଥିଙ୍କୁ ନିମନ୍ତ୍ରଣ କରିବାର ତାଲିକାଟିଏ ସୁନନ୍ଦା ଦେଇଛନ୍ତି ।

ଏହି ସମୟରେ ଚାକର ରମୁ ଦୁଃଖୁ ମାଆ ତା’ ମାସକର ଛୁଆଟିକୁ କ୍ଷୀର ଖୁଆଇବାପାଇଁ ଚିନି ଟିକିଏ ମାଗୁଛି ବୋଲି ସୁନନ୍ଦାଙ୍କୁ କହିଛି । ମାତ୍ର ସୁନନ୍ଦା ଅତି ନିଷ୍ଠୁର ଢଙ୍ଗରେ ‘ନା, ଚିନି ନାହିଁ”’ ବୋଲି କହି ମନା କରି ଦେଇଛନ୍ତି । ମାତ୍ର ଗଳ୍ପନାୟକ ଦୁଃଖୁ ମାଆ ପ୍ରତି ସମ୍ବେଦନଶୀଳ ହୋଇପଡ଼ିଛନ୍ତି । ସେ ତା’ର ଛୁଆକୁ ଦୁଧ ଅଭାବରେ ଚିନିପାଣି ପିଆଇବା କଥା ଶୁଣି ତା’ର ଛୁଆ ବଡ଼ ହେବାଯାଏ ନିତି ଗାଈ ଦୁଧ ଘରୁ ନେଇଯିବାକୁ କହିଛନ୍ତି । କୌଣସି ପ୍ରକାରେ ତା’ ପିଲାଟା ବଞ୍ଚିଯାଉ ବୋଲି ସୁନନ୍ଦାକୁ ବୁଝାଇଛନ୍ତି । ଏହାପରେ ସୁନନ୍ଦାଙ୍କୁ ତାଙ୍କ ମନ ପସନ୍ଦର ଜିନିଷ କିଣିବାପାଇଁ ତାଙ୍କ ସହ ବଜାର ଯିବାକୁ ଆମନ୍ତ୍ରଣ କରିଛନ୍ତି ।

ଡ୍ରାଇଭରକୁ ଦଶହରା ବୁଲିବାପାଇଁ ଘରକୁ ପଠାଇ ଦେଇଥିବାରୁ ଗଳ୍ପନାୟକ ପତ୍ନୀ ସୁନନ୍ଦାଙ୍କ ସହିତ ଚାଲିଚାଲି ବଜାର କରିବାକୁ ବାହାରି ଯାଇଛନ୍ତି । ଦଶହରାର ଚାକଚକ୍ୟପୂର୍ଣ୍ଣ ସଜ୍ଜା ଭିତରେ ସହରଟା ଐନ୍ଦ୍ରଜାଲିକ ଶୋଭାରେ ମନ ମୋହି ନେଉଛି । ସ୍ଵାମୀ ସ୍ତ୍ରୀ ଦୁହେଁ ପାଖାପାଖ୍ ଚାଲିଚାଲି ଯାଉଛନ୍ତି । କୁକୁର ବାନ୍ତିରୁ ଭାତ ବାଛି ଖାଉଥ‌ିବା ଗୋଟିଏ ମାଗନ୍ତା ଭୋକିଲା ଶିଶୁକୁ ଦେଖୁ

ସୁନନ୍ଦା− ‘ଇଂ……ଇଲୋ, କେଡ଼େ ଅସନା ପିଲାଟେ ମ’ ବୋଲି ଚିତ୍କାର କରିଛନ୍ତି । ପାଞ୍ଚବର୍ଷର ଅସ୍ଥିକଙ୍କାଳସାର ମଣିଷ ପିଲାଟିର କିଛି ଦୂରରେ ତା’ର ମାଆ ନିର୍ବିକାରଭାବେ ଛିଡ଼ା ହୋଇଛି । ଏ ଦୃଶ୍ୟ ଦେଖ୍ ସୁନନ୍ଦାଙ୍କ ମୁଣ୍ଡ ଘୂରି ଯାଇଛି । ଗୋଟିଏ ପଟରେ ମାଗନ୍ତା ପିଲାର କୁକୁର ବାନ୍ତିରୁ ଭାତ ବାଛି ଖାଇବାର କରୁଣ ବୀଭତ୍ସ ଦୃଶ୍ୟ ଓ ଅନ୍ୟପଟରେ ନର୍ଦ୍ଦମାରେ ପଡ଼ିଥିବା ଅଇଁଠା ଖଲିରୁ କିଛି ବି ବଳକା ଖାଦ୍ୟ ନପାଇ ତା’ ମାଆର ହତାଶ ଚାହାଁଣି ଗଳ୍ପନାୟକଙ୍କୁ ବିବ୍ରତ କରିଦେଇଛି । ଯେତେବେଳେ ମାଆଟି ରାକ୍ଷସୀ ପରି ଧାଇଁ ଆସି ପିଲାଟିକୁ ତଳକୁ ଠେଲି କୁକୁର ବାନ୍ତିକୁ ଶୋଷି ନେଲା – ସେତେବେଳେ ଏ ଦୃଶ୍ୟ ଗଳ୍ପନାୟକଙ୍କ ହୃଦୟକୁ ବିଦାରି ଦେଇଛି । ସ୍ତ୍ରୀଙ୍କ ଡାକରେ ରେଡ଼ିଓ କିଣିବାକୁ ଗଳ୍ପନାୟକ ରାଜପଥ ଛାଡ଼ି ସହରର ଏକ ଗଳି ରାସ୍ତାରେ ଯାଇଛନ୍ତି ।

ସହରର ଗଳିରାସ୍ତାରେ ବି ଭୋକର, ଅଭାବର ବୀଭତ୍ସ ଲୀଳା ଭରି ରହିଛି । ଗଳ୍ପନାୟକ ରାସ୍ତାରେ ଯାଉଯାଉ ଶୁଣିବାକୁ ପାଇଛନ୍ତି ଜଣଙ୍କର ଦୁଇମାସର ପିଲା ମାସେ ହେଲା କ୍ଷୀର ଟୋପେ ମୁହଁରେ ଦେଇନି । ତା’ ମାଆ ତାକୁ ପେଜ ମୁନ୍ଦେ ପିଆଇ ଦେବାରୁ ସେ ମା’ କୋଳରେ ଆଖ୍ କାନ ଖୋଷି ଢଳିପଡ଼ିଲା । ସବୁଠି ଜୀବନ ବଞ୍ଚିବାର କରୁଣ ଦୃଶ୍ୟ । ଏହି ଦୃଶ୍ୟସବୁରୁ ମୁକ୍ତି ପାଇବାପାଇଁ ଗଳ୍ପନାୟକ ଆଗକୁ ଆଗକୁ ମାଡ଼ି ଚାଲିଯାଉଥ‌ିବା ବେଳେ ସୁନନ୍ଦା ପଛରୁ ତାଙ୍କର ହାତ ଧରି ଡାକିଛି । ଶାଢ଼ି, ରେଡ଼ିଓ, ଅଙ୍ଗୁର, ପେନ୍ଥା – କିଛି ବି କିଣିବାକୁ ଆଉ ତାଙ୍କର ଇଚ୍ଛା ନାହିଁ । ଅଭାବ କ’ଣ ଜାଣି ନଥ‌ିବା ଓ ସହରରେ ଭାବର ମହଲ ଭିତରେ ଥ‌ିବା ସୁନନ୍ଦା ଯେତେବେଳେ ସହରର ରାଜପଥଠୁଁ ଗଳିରାସ୍ତାଯାଏ ସବୁଠି ଭୋକର, ଅଭାବର କରୁଣ ଦୃଶ୍ୟ ଦେଖୁଛନ୍ତି, ସେତେବେଳେ ତାଙ୍କର ବିଳାସୀ ହୃଦୟ ତରଳିଯାଇଛି । ଆଖୁ ଅନ୍ୟର ଦୁଃଖରେ ଛଳଛଳ ହୋଇଉଠିଛି । ଗାଳ୍ପିକ ସୁନନ୍ଦାଙ୍କ ଅନିଚ୍ଛାସତ୍ତ୍ବେ ଗୋଟିଏ ଟାକ୍‌ସି ଅଟକାଇ ସେଥ‌ିରେ ସୁନନ୍ଦାଙ୍କୁ ବସାଇ ବଙ୍ଗଳାକୁ ଯିବାକୁ ବାହାରିପଡ଼ିଲେ ।

ଏହି ସମୟରେ ନିଶୂଳ ଶବସଂସ୍କାର ସମିତିର ସେବକମାନେ ‘ରାମନାମ ସତ୍ୟ ହେ’ ଡାକ ଦେଇ ଗୋଟିଏ ଶବକୁ ବୋହି ନେଉଛନ୍ତି । ଶବ ସଂସ୍କାର ପାଇଁ ଜଣେ ସେବକ ହାତପାତି ସାହାଯ୍ୟ ମାଗିବାରୁ ସୁନନ୍ଦା ତାଙ୍କୁ ଏକାଥରକେ କୋଡ଼ିଏ ଟଙ୍କା ବଢ଼ାଇ ଦେଇଛନ୍ତି । ସେବକଟିଠାରୁ ସେ ଶୁଣିଛନ୍ତି ମହାମାରୀ, ମ୍ୟାଲେରିଆ ଓ ଭୋକ ଉପାସରେ ମଣିଷ ଜାତିଟା ଗାଁରୁ ସହର ଯାଏ – କେବଳ ଦୁର୍ଦ୍ଦଶା ଭୋଗି ମରି ଚାଲିଛି । ସେବକଟି ଟଙ୍କା ନେଇ କୋକେଇ କାନ୍ଧେଇଲା ବେଳକୁ ଗଳ୍ପନାୟକ ଟାକ୍‌ସିକୁ ଶାଢ଼ି ଦୋକାନ ଆଡ଼େ ଯିବାକୁ କହିଛନ୍ତି । ମାତ୍ର ସେତେବେଳକୁ ସୁନନ୍ଦାଙ୍କର ହୃଦୟ ଉଚ୍ଛସିତ କୋହରେ ଭରି ଉଠିଛି । ସେ କାକୁସ୍ଥ କଣ୍ଠରେ କହିଛନ୍ତି – ମତେ କ୍ଷମା କର । ପୋଡ଼ିଯାଉ ସେ ନିମନ୍ତ୍ରଣ । ମୋ ରାଣ ଖାଅ, ତୁମ ରୁମରେ ଯେଉଁ ଏଭଳି ଦୁଃଖୀ ଭୋକୀ ଶୋଷୀଙ୍କର ଛବି ରହିଛି, ସେସବୁ ଆଜିଠାରୁ ମୋ ଘରେ ରହିବ ।

BSE Odisha 8th Class Odia Solutions Chapter 13 ଦଶହରା ଭେଟି

ସୁନନ୍ଦା ବଦଳି ଯାଇଛନ୍ତି । ତାଙ୍କ ହୃଦୟରେ ପରିବର୍ତ୍ତନ ଆସିଛି । ଶାଢ଼ି, ରେଡ଼ିଓ ଆଦି ଉପହାର କିଣିବାପାଇଁ ଆଣିଥିବା ସାତଶହ ଟଙ୍କାରେ ଗଳିପଥରେ ଭୋକିଲା ହୋଇ ପଡ଼ି ଥିବା ଦୁଃଖ୍ରଙ୍କୀଙ୍କ ଖାଇବା ପିଇବାପାଇଁ ଦେବାକୁ ଗଳ୍ପନାୟକଙ୍କୁ ସେ ଅନୁରୋଧ କରିଛନ୍ତି । ଅଭାବ ପଡ଼ିଲେ ଆଉ ଟଙ୍କା ଆଣି ଦଶହରାରେ ଭୋକିଲାଙ୍କ ଭୋଜନ ବ୍ୟବସ୍ଥା କରିବାକୁ ସେ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ବୋଲି ଭାବିଛନ୍ତି । ଏ ଘଟଣା ପରଠାରୁ ସୁନନ୍ଦା ବିଳାସୀ ଜୀବନ ଛାଡ଼ି ଦେଇଛନ୍ତି । ଆରମ୍ଭ ହୋଇଛି ଦରିଦ୍ରନାରାୟଣ ସେବା । ‘ସୁନନ୍ଦା ଭୋଜନାଳୟ’ ପ୍ରତିଷ୍ଠା କରି ସେ ପ୍ରତି ସଞ୍ଜରେ ପାଞ୍ଚଶହରୁ ଅଧ୍ଵ ଭିକାରୀ ଭିକାରୁଣୀଙ୍କ ମୁହଁରେ ଦାନା ଦିଅନ୍ତି । ଏମାନଙ୍କ ପାଇଁ ନିଜେ ସୁନନ୍ଦା ଅନ୍ନପୂର୍ଣ୍ଣା ସାଜି ରୋଷେଇ କରନ୍ତି । ଗାଳ୍ପିକ ସୁନନ୍ଦାଙ୍କ ପରି ଭୋକିଲାଙ୍କ ହୃଦୟ ବୁଝି ପାରୁଥିବା ପତ୍ନୀଙ୍କୁ ପାଇଥିବାରୁ ନିଜ ଜୀବନକୁ ସାର୍ଥକ ମଣିଛନ୍ତି ।

ସୂଚନା ଓ କଠିନ ଶବ୍ଦାର୍ଥ:

  • ଅପକ୍ୱ – କଞ୍ଚା/ବୁଝିବା ଓ ଦାୟିତ୍ଵ ନେବା ଭଳି ବୟସ ହେ।ଇନଥ୍ ବ।
  • ଉଥଳ – ତରଙ୍ଗାୟିତ
  • ପାସଙ୍ଗ – ସମାନ ବା ତୁଳନାଯୋଗ୍ୟ ନୁହେଁ
  • ଅମ୍ଳାନ – ଯାହା ମଳିନ ନୁହେଁ / ସତେକ
  • ସେର – ପୂର୍ବରୁ ଶସ୍ୟ ଓ ତରଳ ପଦାର୍ଥ ମାପ ପାଇଁ ବ୍ୟବହୃତ ମାପପାତ୍ର, ଯାହାକି ବର୍ତ୍ତମାନର ଏକ କିଲୋଗ୍ରାମ୍‌ ଠାରୁ ଅଧିକ
  • ଆଳ – ବାହାନା / ଚଛଳନା
  • ଗବାକ୍ଷ – ଝରକା
  • ରିସ୍।ରିତ – ପ୍ରସାରିତ
  • ଉଚ୍ଛ୍ଵସିତ – ଆନନ୍ଦକର/ବିଭୋର
  • ତୁଙ୍ଗ – ଖୁବ୍ ଉଚ୍ଚ
  • ତିଳ – ରାଶି / ଖସା / ଅତି ଛୋଟ
  • ପ୍ରେୟସୀ – ପ୍ରିୟତମା / ଅତି ପ୍ରିୟ
  • ଅଭିନିବେଶ – ଏକାଗ୍ରତା
  • ଅଭିଭୂତ – ବିହ୍ବଳ
  • ପଟାଳି – ପର୍ଯ୍ୟାୟ / ସ୍ତର
  • ଇଙ୍ଗିତ – ସଙ୍କେତ / ସୂଚନା / ନିର୍ଦ୍ଦେଶ
  • ଅଳୀକ – ମିଥ୍ୟା
  • ଆତ୍ମହରା – ନିଜକୁ ଭୁଲିଯିବା
  • କ୍ଳେଦ – କାଦୁଅ
  • ବୁଭୁକ୍ଷା – ଭୋକ ଅବସ୍ଥା / ପ୍ରବଳ କ୍ଷୁଧା
  • ହୁଦା – ପଦବୀସୂଚକ ଧାତୁ ଚିହ୍ନ
  • ବେପଥୁ – କମ୍ପିତ / ଥରିଲା ଥରିଲା
  • ନେତ୍ର ପାତ – ଆଖି ପଡ଼ିବା/ଆଖି ପକାଇବା
  • ମାୟାମୁକ୍ତ – କୌଣସି ପ୍ରକାର ଆସକ୍ତି ନ ଥ‌ିବା
  • ଢେ।କେ – ଥରକରେ ଗିଳିପାରିବା ଭଳି

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

Odisha State Board CHSE Odisha Class 12 Political Science Solutions Chapter 4 ଭାରତରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା Long Answer Questions Part-2

CHSE Odisha 12th Class Political Science Chapter 4 Long Answer Questions in Odia Medium Part-2

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ପଞ୍ଚାୟତ ସମିତିର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ରାଜ୍ୟର ପ୍ରତି ଜିଲ୍ଲା କେତୋଟି ବ୍ଲକ୍‌କୁ ନେଇ ଗଠିତ ଏବଂ ପ୍ରତି ବ୍ଲକ୍‌ରେ ଗୋଟିଏ ପଞ୍ଚାୟତ ସମିତି ଥାଏ । ଓଡ଼ିଶାରେ ୩୧୪ଟି ପଞ୍ଚାୟତ ସମିତି ଅଛି । ପ୍ରତି ବ୍ଲକ୍‌ରେ ୧୦ରୁ ୧୫ଗୋଟି ଗ୍ରାମପଞ୍ଚାୟତ ଥାଏ ।

ଗଠନ – ପଞ୍ଚାୟତ ସମିତି ପଞ୍ଚାୟତିରାଜ ବ୍ୟବସ୍ଥାର ମଧ୍ଯମ ସୋପାନ । ଏହା ସରକାରୀ ଓ ବେସରକାରୀ ସଭ୍ୟଙ୍କୁ ନେଇ ଗଠିତ । ବେସରକାରୀ ସଭ୍ୟଙ୍କର ଭୋଟ ଦେବା ଅଧିକାର ଥାଏ; କିନ୍ତୁ ପଞ୍ଚାୟତ ସମିତିର ସରକାରୀ ସଭ୍ୟଙ୍କ ଭୋଟ ଦେବା ଅଧିକାର ନଥାଏ ।
ପଞ୍ଚାୟତ ସମିତିର ବେସରକାରୀ ସଭ୍ୟମାନେ ହେଲେ –

  • ସମିତି ସଭ୍ୟ,
  • ଯେଉଁ ଗ୍ରାମପଞ୍ଚାୟତମାନଙ୍କୁ ନେଇ ପଞ୍ଚାୟତ ସମିତି ଗଠିତ ସେହିସବୁ ଗ୍ରାମପଞ୍ଚାୟତର ସରପଞ୍ଚମାନେ,
  • ପଞ୍ଚାୟତ ସମିତିର ଅଧ୍ଯକ୍ଷ ଓ ଉପାଧ୍ୟକ୍ଷ,
  • ବ୍ଲକ୍ ମଧ୍ୟରେ ଥିବା ୨୦ ହଜାରରୁ କମ୍ ଲୋକସଂଖ୍ୟା ବିଶିଷ୍ଟ ପୌରସଂସ୍ଥା ବା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ,
  • ଯେଉଁ ବିଧାୟକ ଓ ଲୋକସଭା ସଦସ୍ୟଙ୍କ ନିର୍ବାଚନମଣ୍ଡଳୀ ଭିତରେ ବ୍ଲକ୍‌ ଅନ୍ତର୍ଭୁକ୍ତ ସେହି ବିଧାୟକ ଓ ଲୋକସଭା ସଦସ୍ୟ । ସରକାରୀ ସଭ୍ୟଙ୍କ ତାଲିକା –
    (i) ବି.ଡ଼ି.ଓ.,
    (ii) ବ୍ଲକ୍‌ସ୍ତରୀୟ ଅନ୍ୟ ଅଫିସର ଯଦିଓ ଅଫିସରମାନଙ୍କର

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ଅଧ୍ୟକ୍ଷ – ପଞ୍ଚାୟତ ସମିତିର ଅଧ୍ଯକ୍ଷ ସମିତି ସଭ୍ୟଙ୍କଦ୍ବାରା ନିର୍ବାଚିତ ହୁଅନ୍ତି । ଯଦିଓ ଏହା ପୂର୍ବରୁ ସେ ସରପଞ୍ଚ ଓ ୱାର୍ଡ଼ମେମ୍ବରମାନଙ୍କଦ୍ବାରା ନିର୍ବାଚିତ ହେଉଥିଲେ । ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଉପାଧ୍ୟକ୍ଷ ଦାୟିତ୍ଵ ତୁଲାଇଥା’ନ୍ତି ଓ ସେ ମଧ୍ୟ ସମାନ ପ୍ରକ୍ରିୟାରେ ନିର୍ବାଚିତ ହୁଅନ୍ତି । ଏହାଛଡ଼ା ଅଧ୍ଯକ୍ଷ ତାଙ୍କୁ ଯେଉଁସବୁ କାର୍ଯ୍ୟ ଦିଅନ୍ତି ଉପାଧ୍ୟକ୍ଷ ସେହିସବୁ କାର୍ଯ୍ୟ କରନ୍ତି । ଅଧ୍ୟକ୍ଷଙ୍କ ନିର୍ବାଚନର ଦୁଇ ବର୍ଷ ମଧ୍ୟରେ ତାଙ୍କ ବିରୋଧରେ ଅନାସ୍ନା ପ୍ରସ୍ତାବ ଆଗତ କରାଯାଇପାରିବ ନାହିଁ । ଯଦି ଥରେ ଅନାସ୍ଥା ପ୍ରସ୍ତାବ ନାକଚ ହୁଏ ତା’ହେଲେ ତାହାର ବର୍ଷକ ମଧ୍ୟରେ ଆଉ ଏକ ଅନାସ୍ଥା ପ୍ରସ୍ତାବ ଆସିପାରିବ ନାହିଁ ।

ଅଧ୍ଯକ୍ଷଙ୍କ ବିରୁଦ୍ଧରେ ଅର୍ଦ୍ଧାଧିକ ସଭ୍ୟଙ୍କ ସମର୍ଥନରେ ଯଦି ଅନାସ୍ଥା ପ୍ରସ୍ତାବ ଗୃହୀତ ହୁଏ ତା’ହେଲେ ସେ ଇସ୍ତଫା ଦିଅନ୍ତି । ସେ ସମିତିର କାର୍ଯ୍ୟପାଳିକା ମୁଖ୍ୟ । ସେ ପଞ୍ଚାୟତ ସମିତିର ବୈଠକ ଆହ୍ବାନ କରନ୍ତି ଓ ଏଥିରେ ଅଧ୍ୟକ୍ଷତା କରନ୍ତି । ସମିତି ନେଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରନ୍ତି । ସମସ୍ତ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ସେ ତଦାରଖ କରନ୍ତି । ବ୍ଲକ୍ ଅଫିସରମାନଙ୍କ ଗୁପ୍ତ ପଞ୍ଜିକା ଲେଖନ୍ତି । ଅଧ୍ଯକ୍ଷ ଓ ଉପାଧ୍ୟକ୍ଷଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଅନ୍ୟଜଣେ ମହିଳା ହୋଇଥା’ନ୍ତି ।

ସଂରକ୍ଷିତ ବ୍ୟବସ୍ଥା:
ସମ୍ବିଧାନର ୭୩ ତମ ସଂଶୋଧନ ବ୍ୟବସ୍ଥା ଅନୁସାରେ ଆଦିବାସୀ, ହରିଜନଙ୍କ ପାଇଁ ୩୦% ସ୍ଥାନ ଓ ମହିଳାଙ୍କପାଇଁ ସ୍ଥାନ ସଂରକ୍ଷିତ ରୁହେ ।

କାର୍ଯ୍ୟକାଳ:
ସାଧାରଣତଃ ଏହାର କାର୍ଯ୍ୟକାଳ ୫ ବର୍ଷ । ସରକାର ଏହାକୁ ଭାଙ୍ଗି ଦେଇ ଛଅମାସ ମଧ୍ୟରେ ସାନି ନିର୍ବାଚନ କରାଇପାରନ୍ତି ।

କାର୍ଯ୍ୟାବଳୀ :

  • ବ୍ଲକ୍ ସ୍ତରରେ ଚାଲିଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଯୋଜନା, ସମ୍ପାଦନା ଓ ତଦାରଖ,
  • ବ୍ଲକ୍‌ରେ ପ୍ରାଥମିକ ଶିକ୍ଷାର ନିୟନ୍ତ୍ରଣ,
  • ଗ୍ରାମପଞ୍ଚାୟତଗୁଡ଼ିକର କାର୍ଯ୍ୟ ତଦାରଖ ଓ ସଂଯୋଜନା,
  • ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ,
  • ଗ୍ରାମପଞ୍ଚାୟତର ବଜେଟ୍ ମଞ୍ଜୁରୀ,
  • ରଣ ସଂଗ୍ରହ,
  • ପଞ୍ଚାୟତ ସମିତି କର୍ମଚାରୀଙ୍କ ପାଇଁ ନିୟମ ପ୍ରଣୟନ,
  • ପଞ୍ଚାୟତ ସମିତିର ବଜେଟ୍ ଅନୁମୋଦନ ଇତ୍ୟାଦି ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ରାଜସ୍ବ ପନ୍ଥା :

  • ସରକାରଙ୍କ ଅନୁଦାନ,
  • ଗ୍ରାମ୍ୟ ଉନ୍ନୟନ ଯୋଜନାରେ ବିଶେଷ ଅନୁଦାନ,
  • ଏହା ଅଧୀନରେ ଥିବା ଦେବୋତ୍ତର ଓ ଅନ୍ୟାନ୍ୟ ଟ୍ରଷ୍ଟରୁ ଆୟ,
  • ରାଜ୍ୟ ସରକାରଙ୍କ ପୂର୍ବ ଅନୁମୋଦନ କ୍ରମେ ସଂଗୃହୀତ ଋଣ ।

ସରକାରଙ୍କ ନିୟନ୍ତ୍ରଣ :

  • ଜିଲ୍ଲାପାଳ ପଞ୍ଚାୟତ ସମିତି ପରିଦର୍ଶନ କରିପାରିବେ ଓ ତା’ର ରେକର୍ଡ଼ପତ୍ର ତଦାରଖ କରିପାରିବେ । ସେ ତାଙ୍କର ମନୋନୀତ ବ୍ୟକ୍ତିଙ୍କୁ ଏଥିପାଇଁ ପଠାଇପାରିବେ ।
  • ଯଦି ପଞ୍ଚାୟତ ସମିତିର କୌଣସି ନିଷ୍ପତ୍ତି ରାଜ୍ୟ ଆଇନ ବିରୋଧରେ ଯାଏ ତା’ହେଲେ ସରକାର ତାକୁ ନାକଚ କରିପାରିବେ ।
  • ଯଦି ପଞ୍ଚାୟତ ସମିତିର ଅଧ୍ୟକ୍ଷ କ୍ଷମତାର ଅପବ୍ୟବହାର କରିବାର ଜଣାଯାଏ ତା’ହେଲେ ସରକାର ତାଙ୍କୁ ପଦଚ୍ୟୁତ କରିପାରିବେ ।
  • ସରକାର ପଞ୍ଚାୟତ ସମିତିକୁ ଭାଙ୍ଗିଦେଇ ପାରିବେ ।

୨ । ଜିଲ୍ଲା ପରିଷଦର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ପଞ୍ଚାୟତିରାଜ ସଂଗଠନର ସର୍ବୋଚ୍ଚ ସୋପାନ ରୂପେ ଜିଲ୍ଲା ପରିଷଦ ୧୯୬୧ ମସିହାଠାରୁ ଓଡ଼ିଶାର ୧୩ ଗୋଟି ଜିଲ୍ଲାରେ କାର୍ଯ୍ୟାରମ୍ଭ କରିଥିଲା । କିନ୍ତୁ ୧୯୬୮ ମସିହାରୁ ଏହି ସଂସ୍ଥାର ଉଚ୍ଛେଦ କରାଯାଇ ଜିଲ୍ଲା ପରାମର୍ଶଦାତା ପରିଷଦ ଗଠନ କରାଗଲା । ମାତ୍ର ୧୯୯୩ ମସିହାଠାରୁ ପୁନଶ୍ଚ ଜିଲ୍ଲା ପରିଷଦ ସଂସ୍ଥା ଗଠନ କରାଯାଇଥିବାରୁ ଓଡ଼ିଶାର ୩୦ ଗୋଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠିତ ହୋଇଛି ।
ଗଠନ –
(a) ବେସରକାରୀ ସଦସ୍ୟ :

  • ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ବା ପଞ୍ଚାୟତ ସମିତିରୁ ନିର୍ବାଚିତ ୨ ଜଣ ପ୍ରତିନିଧ୍ଵ ।
  • ଜିଲ୍ଲାର ସମସ୍ତ ସଂସଦ ସଭ୍ୟ ଓ ବିଧାନସଭା ସଦସ୍ୟ ପଦୋଚିତ ସଦସ୍ୟତା ଗ୍ରହଣ କରନ୍ତି ।
  • ପଞ୍ଚାୟତ ସମିତି, ପୌରସଂସ୍ଥା ଓ ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ ପଦୋଚିତ ସଦସ୍ୟତା ପ୍ରାପ୍ତ ହୁଅନ୍ତି ।
  • କେନ୍ଦ୍ର ସମବାୟ ସମିତିର ଚେୟାରମ୍ୟାନ୍ ଏବଂ ବନ୍ଧକ ସମ୍ପତ୍ତିର ଚେୟାରମ୍ୟାନ୍ ପଦୋଚିତ ସଦସ୍ୟ ଅଟନ୍ତି ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

(b) ସରକାରୀ ସଦସ୍ୟ :

  • ସରକାରଙ୍କ ଜିଲ୍ଲାସ୍ତରୀୟ ଅଧିକାରୀ
  • ଉପ-ଜିଲ୍ଲାପାଳ
  • ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ପ୍ରକଳ୍ପ ଅଧିକାରୀ
  • ଜିଲ୍ଲା ଉନ୍ନୟନ ଅଧିକାରୀ

ଚେୟାରମ୍ୟାନ୍ :
ଜିଲ୍ଲା ପରିଷଦର ବେସରକାରୀ ସଦସ୍ୟ ବା ପ୍ରତ୍ୟକ୍ଷଭାବେ ନିର୍ବାଚିତ ସଦସ୍ୟଙ୍କ ଭିତରୁ ଜଣେ ଚେୟାରମ୍ୟାନ୍ ଓ ଅନ୍ୟ ଜଣେ ଭାଇସ୍ ଚେୟାରମ୍ୟାନ୍ ବା ଉପାଧ୍ୟକ୍ଷ ରୂପେ ସେମାନଙ୍କଦ୍ଵାରା ନିର୍ବାଚିତ ହୋଇଥା’ନ୍ତି । ଓଡ଼ିଶା ଜିଲ୍ଲା ପରିଷଦ ଆଇନ, ୧୯୯୧ ଅନୁସାରେ ଜିଲ୍ଲାପାଳ ପରିଷଦର କାର୍ଯ୍ୟକାରୀ ଅଧିକାରୀ ହିସାବରେ ଓ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ପ୍ରକଳ୍ପ ଅଧିକାରୀ ସମ୍ପାଦକ ରୂପେ କାର୍ଯ୍ୟ ନିର୍ବାହ କରିଥା’ନ୍ତି । ଓଡ଼ିଶାରେ ବର୍ତ୍ତମାନ ୧୦ଟି ଚେୟାରମ୍ୟାନ୍ ପଦ ମହିଳା ଓ ୬ଟି ପଦ ତଫସିଲଭୁକ୍ତ ଉପଜାତିଙ୍କ ପାଇଁ ସଂରକ୍ଷିତ ରହିଛି ।

କାର୍ଯ୍ୟକାଳ :
ଜିଲ୍ଲା ପରିଷଦର ସାଧାରଣ କାର୍ଯ୍ୟକାଳ ପାଞ୍ଚବର୍ଷ । ସରକାର ଏହାକୁ କାର୍ଯ୍ୟକାଳ ମଧ୍ଯରେ ଭାଙ୍ଗି ଦେଇପାରିବେ ।

ବୈଠକ :
ବର୍ଷକୁ ଅନ୍ତତଃ ତିନିଥର ବୈଠକ ବସିବ । ଏହାର କାର୍ଯ୍ୟ ପରିଚାଳନା ନିୟମ ସରକାର ପ୍ରଣୟନ କରିଥା’ନ୍ତି ।

ଜିଲ୍ଲା ପରିଷଦର ସମିତି ବ୍ୟବସ୍ଥା :
ଜିଲ୍ଲା ପରିଷଦ ସାଧାରଣତଃ ସମିତିମାନଙ୍କ ଜରିଆରେ କାର୍ଯ୍ୟ ନିର୍ବାହ କରିଥାଏ । ସମିତି ପ୍ରଥା ପରିଷଦର ବ୍ୟାପାର ପରିଚାଳନା ପାଇଁ ଏକ ଦକ୍ଷ ଉପାୟ ଅଟେ । ଏହାର କେତେକ ସଭ୍ୟଙ୍କୁ ନେଇ ଚେୟାରମ୍ୟାନ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ସମିତି ଗଠନ କରିଥା’ନ୍ତି । ସେହି ସମିତି ଏକ ନିର୍ଦ୍ଦିଷ୍ଟ ବିଷୟରେ ଅନୁସନ୍ଧାନ କରି ତଥ୍ୟ ଓ ପ୍ରସ୍ତାବ ଉପସ୍ଥାପନ କରିଥାଏ । ଜିଲ୍ଲା ପରିଷଦର କାର୍ଯ୍ୟ ପରିସର ବ୍ୟାପକ ହୋଇଥିବାରୁ ସମିତି ପ୍ରଥାର ଗୁରୁତ୍ଵ ଯଥେଷ୍ଟ ଅଧୁକ ଅଟେ । ସମିତି ଜରିଆରେ ବିଭିନ୍ନ ବିଷୟର ଉପଯୁକ୍ତ ବିଚାର ସମ୍ଭବ ହୋଇଥାଏ । ଜିଲ୍ଲା ପରିଷଦର ନିମ୍ନଲିଖୁତ ବିଷୟରେ ସ୍ଥାୟୀ ସମିତି (Standing Committee) ରହିଥାଏ; ଯଥା –

  • ଗୋଷ୍ଠୀ ଉନ୍ନୟନ,
  • କୃଷି-ସମବାୟ, ଜଳସେଚନ, ଶକ୍ତି ଓ ଗୋପାଳନ,
  • ଶିଳ୍ପ,
  • ଶିକ୍ଷା ଓ ସମାଜ କଲ୍ୟାଣ,
  • ଅର୍ଥ ଓ ରାଜସ୍ଵ,
  • ଜନସ୍ବାସ୍ଥ୍ୟ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ଜିଲ୍ଲା ପରିଷଦର କାର୍ଯ୍ୟାବଳୀ :
ବର୍ତ୍ତମାନର ଜିଲ୍ଲା ପରିଷଦମାନଙ୍କର ବାସ୍ତବ କାର୍ଯ୍ୟାବଳୀ ଓ ମେହେଟ୍ଟା ସମିତିର ସୁପାରିସକୁ ବିଚାରକୁ ନେଲେ ଏଥିରେ ଅନେକ ବ୍ୟତିକ୍ରମ ପରିଦୃଷ୍ଟ ହୋଇଥାଏ । ମେହେଟ୍ଟା ସମିତି ଜିଲ୍ଲା ପରିଷଦକୁ ସମ୍ପୂର୍ଣ ଭାବେ ଏକ ସମନ୍ଵୟକାରୀ ସଂସ୍ଥା ଭାବେ କାର୍ଯ୍ୟ କରିବାକୁ ମତ ଦେଇଥିଲା । କମିଟିର ଯୁକ୍ତି ଥିଲା ଯେ କାର୍ଯ୍ୟପାଳିକା ଦାୟିତ୍ବରେ ପରିଷଦ ବ୍ୟସ୍ତ ରହିଲେ ତାହା ନିରପେକ୍ଷତା ଓ ଦକ୍ଷତାର ସହ ସଂଯୋଗ ରକ୍ଷାକାରୀ ଅନୁଷ୍ଠାନ ରୂପେ ନିଜର କାର୍ଯ୍ୟ ସମ୍ପାଦନ କରିପାରିବ ନାହିଁ । କିନ୍ତୁ ରାଜ୍ୟ ସରକାରମାନେ ଜିଲ୍ଲା ପରିଷଦ ଆଇନ ପ୍ରଣୟନ କରି କେତେକ କାର୍ଯ୍ୟପାଳିକା କ୍ଷମତା ସହ ସମନ୍ଵୟ ଦାୟିତ୍ଵ ଏହି ପରିଷଦ ଉପରେ ଅର୍ପଣ କରିଛନ୍ତି । ନିମ୍ନରେ ଜିଲ୍ଲା ପରିଷଦର ତତ୍ତ୍ୱାବଧାନ, କାର୍ଯ୍ୟପାଳିକା, ସମନ୍ଵୟ ରକ୍ଷା ଓ ଉପଦେଶାତ୍ମକ କାର୍ଯ୍ୟ ସମ୍ପର୍କରେ ସୂଚନା ଦିଆଯାଇଛି ।

(a) ତତ୍ତ୍ଵାବଧାନ (Supervisory) କ୍ଷମତା :

  • ଜିଲ୍ଲା ପରିଷଦ ପଞ୍ଚାୟତ ସମିତିର ବାର୍ଷିକ ଆୟବ୍ୟୟର ଅଟକଳର ନିରୀକ୍ଷା ଓ ଅନୁମୋଦନ କରିଥାଏ ।
  • ଏହା ପଞ୍ଚାୟତ ସମିତିଗୁଡ଼ିକର କ୍ଷମତା ବୃଦ୍ଧି ପାଇଁ ପ୍ରଶାସନିକ ନିର୍ଦ୍ଦେଶନାମା ଜାରି କରିଥାଏ, ଯାହାକି
  • ପଞ୍ଚାୟତ ସମିତିଠାରୁ ଯେକୌଣସି ନଥୁପତ୍ର ବା ତଥ୍ୟ ମାଗି ପାରିବାର କ୍ଷମତା ପରିଷଦର ଅଛି ।
  • ରାଜ୍ୟ ସରକାରଙ୍କ ସମର୍ଥନ ସହ ଏହା ପଞ୍ଚାୟତର ପ୍ରଶାସନିକ କାର୍ଯ୍ୟ ଉପରେ ନିୟନ୍ତ୍ରଣ ଓ କର୍ତ୍ତୃତ୍ଵ ଜାରି କରିପାରେ ।

(b) ସମନ୍ବୟ ବା ସଂଯୋଗ ରକ୍ଷାକାରୀ (Co-ordination) କାର୍ଯ୍ୟ :

  • ପଞ୍ଚାୟତ ସମିତିର ବିକାଶମୂଳକ ଯୋଜନାଗୁଡ଼ିକର ସମନ୍ଵୟ ରକ୍ଷା ।
  • ଏକାଧିକ ପଞ୍ଚାୟତ ସମିତି ମଧ୍ୟରେ କାର୍ଯ୍ୟକାରୀ ହେଉଥ‌ିବା ସମଜାତୀୟ କାର୍ଯ୍ୟର ସମନ୍ଵୟ ରକ୍ଷା ।
  • ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନକୁ ଅଧୀନସ୍ଥ ପଞ୍ଚାୟତ ସମିତିମାନଙ୍କ ମଧ୍ୟରେ ବଣ୍ଟନ ।
  • ପଞ୍ଚାୟତିରାଜ ସଂଗଠନକୁ ରାଜ୍ୟ ଓ ପ୍ରଶାସନ ସହ ସଂଯୋଜିତ କରିବା ।
  • ସରକାରୀ କର୍ମଚାରୀ ଗୋଷ୍ଠୀ ଓ ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟଧାରା ମଧ୍ଯରେ ସଂଯୋଗ ସ୍ଥାପନ ।

(c) କାର୍ଯ୍ୟପାଳିକା (Executive) କାର୍ଯ୍ୟ :

  • ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏହା ଜିଲ୍ଲାର ଯେକୌଣସି ଉନ୍ନୟନମୂଳକ ଯୋଜନାର କାର୍ଯ୍ୟପାଳିକା କ୍ଷେତ୍ରରେ ନିୟନ୍ତ୍ରଣ ଜାରି କରିପାରେ ।
  • ପଶୁପାଳନ, ମତ୍ସ୍ୟଚାଷ ଓ ଯୋଗାଯୋଗ କ୍ଷେତ୍ରରେ ରାଜ୍ୟ ସରକାର ଜିଲ୍ଲା ପରିଷଦକୁ ସ୍ବତନ୍ତ୍ର ଦାୟିତ୍ଵ ହୋଇଥା’ନ୍ତି ।
  • ଏହା ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତିମାନଙ୍କ ମଧ୍ୟରେ ଘଟୁଥିବା ବିବାଦ ତଥା ବିନିମୟ କାର୍ଯ୍ୟକୁ ଜିଲ୍ଲାପାଳ ଓ ରାଜସ୍ୱ କମିଶନରଙ୍କୁ ଜଣାଇଥାଏ ।
  • ଏହା ଜିଲ୍ଲାର ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାମାନଙ୍କ କାର୍ଯ୍ୟାବଳୀ ସମ୍ବନ୍ଧରେ ପରିସଂଖ୍ୟାନ ଓ ତଥ୍ୟ ସଂଗ୍ରହ କରେ ।
  • ଏହା ରାଜ୍ୟ ସରକାରଙ୍କଦ୍ବାରା ଅର୍ପିତ ଯେକୌଣସି ଉନ୍ନୟନମୂଳକ କାର୍ଯ୍ୟ ସମ୍ପାଦନ କରିଥାଏ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

(d) ଉପଦେଶାତ୍ମକ (Advisory) କାର୍ଯ୍ୟ :

  • ଜିଲ୍ଲାର ସମସ୍ତ ବିକାଶମୂଳକ ଯୋଜନାର ପ୍ରଣୟନ ଓ ରୂପାୟନ ପାଇଁ ସରକାରଙ୍କୁ ଉପଦେଶ ପ୍ରଦାନ ।
  • ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତମାନଙ୍କ ମଧ୍ୟରେ କାର୍ଯ୍ୟ ବଣ୍ଟନ ପାଇଁ ସରକାରଙ୍କୁ ଉପଦେଶ ପ୍ରଦାନ ।
  • ଜିଲ୍ଲା ପରିଷଦ ପଞ୍ଚାୟତ ସମିତିକୁ ତାହାର କାର୍ଯ୍ୟ କ୍ଷେତ୍ରରେ ଉପଦେଶ ଦେଇଥାଏ ।

ଏଣୁ ତ୍ରି-ସ୍ତରୀୟ ପଞ୍ଚାୟତିରାଜ ସଙ୍ଗଠନରେ ସୁଦକ୍ଷ ସମନ୍ବୟ ଓ ନିୟନ୍ତ୍ରଣ ରକ୍ଷାପାଇଁ ପରିଷଦର ଗୁରୁ ଦାୟିତ୍ଵ ରହିଛି । ପରିଷଦ ତାହାର ସମନ୍ବୟ ଓ ପରିଦର୍ଶନ କାର୍ଯ୍ୟକୁ କର୍ତ୍ତୃତ୍ଵ ଜାରି ଭୂମିକାରେ ପରିବର୍ତ୍ତନ କରିବା ଉଚିତ ନୁହେଁ । ଏହା ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଉତ୍ସାହିତ କରିବା ଉଚିତ । ଗ୍ରାମ୍ୟ ଜୀବନକୁ ସରସ, ସୁନ୍ଦର, ଦକ୍ଷ ଓ ପୂର୍ଣ୍ଣାଙ୍ଗ କରିବାପାଇଁ ପରିଷଦ କ୍ଷମତା ବିକେନ୍ଦ୍ରୀକରଣ ନୀତିକୁ ସମୁଚିତ ପୃଷ୍ଠପୋଷକତା ଦେବା ବାଞ୍ଛନୀୟ । କିନ୍ତୁ ବିଧାନମଣ୍ଡଳ ଓ ସଂସଦର ସଦସ୍ୟମାନଙ୍କୁ ପରିଷଦର ସଦସ୍ୟଭାବେ ଗ୍ରହଣ କରାଯିବା ଫଳରେ ରାଜନୀତିର କୁ-ପ୍ରଭାବ ଏହି ସଂସ୍କାର କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ପଡ଼ୁଛି ।

ପୁନଶ୍ଚ, ଜିଲ୍ଲାପାଳଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳତା ଓ ଚାପ ହେତୁ ଏହି ସଂସ୍ଥାର ସ୍ଵାଧୀନ ଓ ଗଣତାନ୍ତ୍ରିକ କାର୍ଯ୍ୟ ସମ୍ପାଦନ ବାଧାପ୍ରାପ୍ତ ହେଉଛି । ବଳବନ୍ତରାୟ ମେହେଟ୍ଟା ସମିତି ଜିଲ୍ଲା ସ୍ତରୀୟ ସମସ୍ତ ବୈଷୟିକ ଓ ପ୍ରଶାସନିକ ମୁଖ୍ୟମାନଙ୍କୁ ଜିଲ୍ଲା ପରିଷଦର ପୂର୍ଣାଙ୍ଗ ସଭ୍ୟ ହିସାବରେ ଗ୍ରହଣ କରିବାର ପ୍ରସ୍ତାବ ଦେଇଥିଲେ ମଧ୍ୟ ଏହି ପରିଷଦକୁ ଅଧ‌ିକ ଗଣତାନ୍ତ୍ରିକ ଓ ପ୍ରତିନିଧୁତ୍ଵସମ୍ପନ୍ନ କରିବାପାଇଁ ଲୋକ ପ୍ରତିନିଧୁମାନଙ୍କୁ ଅଧିକ ସଂଖ୍ୟାରେ ଏହାର ପୂର୍ଣ୍ଣାଙ୍ଗ ସଭ୍ୟ ହିସାବରେ ଗ୍ରହଣ କରାଯାଇଛି ।

୩ । ଓଡ଼ିଶାରେ କାର୍ଯ୍ୟ କରୁଥିବା ପଞ୍ଚାୟତିରାଜ ବ୍ୟବସ୍ଥାର ସ୍ବରୂପ, ସମସ୍ୟା ଓ ସମସ୍ୟା ନିରାକରଣର ପଦ୍ଧତି ସମ୍ବନ୍ଧରେ ଆଲୋଚନା କର ।
Answer:
ଲର୍ଡ଼ ରିପନ୍‌ଙ୍କୁ ଭାରତରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାର ଜନକ ଭାବେ ଗ୍ରହଣ କରାଯାଇଥାଏ । ପୌର ଓ ଗ୍ରାମ୍ୟ ପ୍ରଶାସନର ଉନ୍ନତି ନିମନ୍ତେ ଜିଲ୍ଲା ବୋର୍ଡ଼ ଓ ଲୋକାଲ ବୋର୍ଡ଼ ପ୍ରତିଷ୍ଠିତ ହେଲା । ୧୮୮୭ ମସିହା ଏପ୍ରିଲ ମାସରେ ଓଡ଼ିଶାରେ କଟକ ଜିଲ୍ଲାବୋର୍ଡ଼, ଯାଜପୁର ଓ କେନ୍ଦ୍ରାପଡ଼ା ଲୋକାଲ୍ ବୋର୍ଡ଼ ପ୍ରତିଷ୍ଠା କରାଗଲା । ଏହି ସ୍ଵାୟତ୍ତ ଶାସନ ସଂସ୍ଥାମାନଙ୍କର ତିନି-ଚତୁର୍ଥାଂଶ ସଭ୍ୟ ନିର୍ବାଚିତ ଏବଂ ଅନ୍ୟ ସମସ୍ତ ସଭ୍ୟ ଜିଲ୍ଲାପାଳଙ୍କଦ୍ଵାରା ମନୋନୀତ ହୋଇଥିଲେ । ଗ୍ରାମ୍ୟ ବିକାଶ ସମ୍ପୂର୍ଣ୍ଣଭାବେ ବୋର୍ଡ଼ମାନଙ୍କର ଅନୁଦାନ ଉପରେ ନିର୍ଭର କରୁଥିଲା । ୧୯୦୯ ମସିହାରେ ରାଜକୀୟ ଆୟୋଗ ଅନୁମୋଦନ କଲେ ଯେ, “ ଗ୍ରାମ୍ୟ ସ୍ଵାୟତ୍ତ ଶାସନ ସଂସ୍ଥା ଶାସନର ଅଂଶ ହିସାବରେ ରହିବ ଏବଂ ପ୍ରତ୍ୟେକ ଗ୍ରାମ ଗୋଟିଏ ପଞ୍ଚାୟତ ହେବ ।” ୧୯୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେଲା ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ଓଡ଼ିଶାରେ ୧୯୪୮ ମସିହା ପର୍ଯ୍ୟନ୍ତ ଏହି ପୁରୁଣା ଢାଞ୍ଚା ପ୍ରଚଳିତ ରହିଥିଲା । ଓଡ଼ିଶାରେ ପଞ୍ଚାୟତିରାଜର ଆରମ୍ଭ ୧୯୪୮ ମସିହାରେ ହୋଇଥିଲା । ସେହି ବର୍ଷ ଗ୍ରାମପଞ୍ଚାୟତଗୁଡ଼ିକ ନିଜର କାର୍ଯ୍ୟାରମ୍ଭ କରିଥିଲେ । ୧୯୫୨ ମସିହାଠାରୁ ଗୋଷ୍ଠୀ ଉନ୍ନୟନ ଯୋଜନା ଓ ୧୯୫୩ ମସିହାଠାରୁ ଜାତୀୟ ସଂପ୍ରସାରଣ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ ହେଲା । କିନ୍ତୁ ବର୍ତ୍ତମାନର ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ପଦ୍ଧତି ୧୯୫୭ ମସିହାରେ ବଳବନ୍ତରାୟ ମେହେଟ୍ଟା କମିଟିର ସୁପାରିସ ଭିଭିରେ ପ୍ରଚଳନ କରାଯାଇଛି । ମେହେଟ୍ଟା କମିଟିର ସୁପାରିସ ଅନୁଯାୟୀ ୧୯୫୯ ମସିହାରେ ଓଡ଼ିଶା ପଞ୍ଚାୟତ ସମିତି ଜିଲ୍ଲା ପରିଷଦ ଆଇନ ପ୍ରଣୟନ କରାଯାଇଥିଲା । ଓଡ଼ିଶାର ରାଜ୍ୟପାଳ ୧୯୬୦ ମସିହା ଫେବୃୟାରୀ ୧୫ ତାରିଖରେ ଏହି ଆଇନକୁ ସ୍ବୀକୃତି ପ୍ରଦାନ କରିଥିଲେ ।

ନୂତନ ତ୍ରି-ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ୧୯୬୧ ମସିହା ଜାନୁୟାରୀ ୨୬ ତାରିଖ ଦିନ ପ୍ରଚଳିତ ହେଲା । ମେହେଟ୍ଟା କମିଟିର ସୁପାରିସ ଅନୁସାରେ ୧୯୬୪ ମସିହାରେ ଗ୍ରାମପଞ୍ଚାୟତ ଗଠିତ ହେଲା ଏବଂ ସେହି ବର୍ଷ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ପ୍ରବର୍ତ୍ତିତ ହେଲା । ଏହି ବ୍ୟବସ୍ଥାର ଶିଖରରେ ଜିଲ୍ଲା ପରିଷଦ, ମଧ୍ୟବର୍ତୀ ସୋପାନରେ ପଞ୍ଚାୟତ ସମିତି ଓ ନିମ୍ନ ସୋପାନରେ ଗ୍ରାମ ପଞ୍ଚାୟତ ଅବସ୍ଥିତ । ୧୯୬୮ ମସିହାରେ ଓଡ଼ିଶାରେ ଜିଲ୍ଲା ପରିଷଦକୁ ଉଚ୍ଛେଦ କରାଯାଇ ତା’ ସ୍ଥାନରେ ଜିଲ୍ଲା ଉପଦେଷ୍ଟା ପରିଷଦ (District Advisory Council) ଗଠନ କରାଗଲା । ପଞ୍ଚାୟତିରାଜ ପରିଚାଳନା ଏବଂ ଉନ୍ନତିବିଧାନ କାର୍ଯ୍ୟ ୧୯୬୪ ମସିହାରେ ଓଡ଼ିଶା ସରକାରଙ୍କ ଗୋଷ୍ଠୀ ଉନ୍ନୟନ ବିଭାଗ (Community Development Department) କୁ ଦିଆଗଲା ।

ଓଡ଼ିଶାରେ ପଞ୍ଚାୟତିରାଜ ଅନୁଷ୍ଠାନର କ୍ରମବିବର୍ତ୍ତନର ଇତିହାସରେ ୧୯୪୮ ମସିହାର ଗ୍ରାମପଞ୍ଚାୟତ ଆଇନ, ୧୯୫୯ ମସିହାର ଓଡ଼ିଶା ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଆଇନ ଓ ୧୯୬୪ ମସିହାର ଓଡ଼ିଶା ପଞ୍ଚାୟତ ଆଇନ ଇତ୍ୟାଦି ଉଲ୍ଲେଖନୀୟ ମାଇଲଖୁଣ୍ଟ ଅଟେ । ଓଡ଼ିଶାରେ ପଞ୍ଚାୟତିରାଜ ସଙ୍ଗଠନ ଗ୍ରାମ, ଗ୍ରାମଶାସନ, ଗ୍ରାମସଭା, ପଲ୍ଲୀସଭା, ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ଉନ୍ନୟନ ପରିଷଦକୁ ନେଇ ଗଠିତ ହୋଇଛି । ପ୍ରତ୍ୟେକ ଗ୍ରାମ ଶାସନର ଜନସଂଖ୍ୟା ୨,୦୦୦ରୁ ୧୦,୦୦୦ ମଧ୍ଯରେ ହୋଇଥାଏ । ପ୍ରତ୍ୟେକ ଗ୍ରାମ ଶାସନରେ ରାଜ୍ୟ ସରକାରଙ୍କଦ୍ଵାରା ଏକ ପଲ୍ଲୀସଭା ଗଠନ କରାଯାଇଥାଏ ।

୧୯୫୦ ମସିହାର ଲୋକ ପ୍ରତିନିଧ୍ଵ ଆଇନ ଅନୁଯାୟୀ ତାଲିକାଭୂକ୍ତ ଗ୍ରାମର ପ୍ରତ୍ୟେକ ଲୋକଙ୍କୁ ନେଇ ଗୋଟିଏ ଗ୍ରାମ ସଭା ବା ଶାସନ ଗଠନ କରାଯାଇଥାଏ । ଏହି ସଂସ୍ଥା ଗ୍ରାମ ଶାସନର ଉନ୍ନୟନମୂଳକ ଯୋଜନା ପାଇଁ ଗ୍ରାମପଞ୍ଚାୟତକୁ ସୁପାରିସ କରିଥାଏ । ଗ୍ରାମ ଶାସନର କାର୍ଯ୍ୟନିର୍ବାହୀ ସଂସ୍ଥା ହେଉଛି ଗ୍ରାମପଞ୍ଚାୟତ । ଏହା ପାଞ୍ଚବର୍ଷ ପାଇଁ ଗଠିତ ହୋଇଥାଏ । କେତେକ ଗ୍ରାମପଞ୍ଚାୟତକୁ ନେଇ ଗୋଟିଏ ପଞ୍ଚାୟତ ସମିତି ଗଠନ କରାଯାଇଥାଏ । ଏହି ସଂସ୍ଥାରେ ଲୋକ ପ୍ରତିନିଧ୍ୟ ଓ ସରକାରୀ କର୍ମଚାରୀମାନେ ନିଜ ମଧ୍ୟରେ ସଂଯୋଗ ପ୍ରତିଷ୍ଠା କରି କାର୍ଯ୍ୟ ନିର୍ବାହ କରିଥା’ନ୍ତି ।

ଓଡ଼ିଶାରେ ପଞ୍ଚାୟତିରାଜର ଲକ୍ଷ୍ୟ :
ପଞ୍ଚାୟତିରାଜ ସଙ୍ଗଠନ ନିର୍ଦ୍ଦେଶମୂଳକ ରାଷ୍ଟ୍ରନୀତି ମଧ୍ୟରୁ ଅନ୍ୟତମ ନିର୍ଦ୍ଦେଶ । ପଞ୍ଚାୟତିରାଜ ହେଉଛି ଏକ ଗାନ୍ଧିବାଦୀ ପରିକଳ୍ପନା । ଏହା ଗଣତନ୍ତ୍ରକୁ ପ୍ରାଥମିକ ସ୍ତରରୁ ମଜଭୁତ ଏବଂ ତାଲିମ କରାଇବାପାଇଁ ଅଭିପ୍ରେତ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ଓଡ଼ିଶାରେ ପଞ୍ଚାୟତିରାଜର ଆଭିମୁଖ୍ୟ ନିମ୍ନମତେ ପ୍ରକାଶ କରାଯାଇପାରେ –

  • ପଞ୍ଚାୟତିରାଜ ଲୋକମାନଙ୍କୁ ସ୍ୱାୟତ୍ତ ଶାସନ କ୍ଷେତ୍ରରେ ଶିକ୍ଷା ଦିଏ । ଜନସାଧାରଣଙ୍କ ମଧ୍ୟରେ ଏହା ନାଗରିକ ଭାବନା ସୃଷ୍ଟି କରେ । ସ୍ଥାନୀୟ ପ୍ରଶାସନରେ ଗ୍ରାମବାସୀମାନଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣଦ୍ବାରା ଏହା ଆତ୍ମନିର୍ଭରଶୀଳତା ଏବଂ ସ୍ବ-ଶିକ୍ଷା ପାଇଁ ସହାୟକ ହୋଇଥାଏ ।
  • ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ପଞ୍ଚାୟତିରାଜର ଦ୍ଵିତୀୟ ଲକ୍ଷ୍ୟ ଅଟେ । ଏହା ଗଣତନ୍ତ୍ରକୁ ମୂଳସ୍ତରରୁ ଶକ୍ତିଶାଳୀ କରିବାପାଇଁ ଚେଷ୍ଟା କରେ ।
  • ପଞ୍ଚାୟତିରାଜ ପ୍ରଶାସନିକ ଢାଞ୍ଚାରେ ପରିବର୍ତ୍ତନ ପାଇଁ ଚେଷ୍ଟା କରେ । ସର୍ବଭାରତୀୟ ସେବା ସଂସ୍ଥାଗୁଡ଼ିକ ଶାସନ କାର୍ଯ୍ୟରେ କାଗଜ ଚାଷ, ନୀତି ନିଷ୍ପତ୍ତିରେ ବିଳମ୍ବ ଏବଂ ଅଯଥା ମନ୍ଥର ଗତି ଆଣିଥା’ନ୍ତି । ପଞ୍ଚାୟତିରାଜ ଲୋକପ୍ରିୟ ପ୍ରତିନିଧୂମୂଳକ ସରକାର ପ୍ରତିଷ୍ଠା କରି ଉପରୋକ୍ତ ତ୍ରୁଟି ସଂଶୋଧନ କରିଥାଏ ।
  • ପଞ୍ଚାୟତିରାଜ ଗ୍ରାମ୍ୟ ଜୀବନରେ ଆମୂଳଚୂଳ ପରିବର୍ତ୍ତନ ଏବଂ ଉନ୍ନତି ଆଣିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଗ୍ରାମ୍ୟ ପୁନର୍ଗଠନ ପଞ୍ଚାୟତିରାଜର ସର୍ବଶ୍ରେଷ୍ଠ ଲକ୍ଷ୍ୟ ଅଟେ ।
  • ପଞ୍ଚାୟତିରାଜ ସ୍ଥାନୀୟ ନେତୃତ୍ୱ ସୃଷ୍ଟି କରେ । ସ୍ଥାନୀୟ ସମସ୍ୟାଗୁଡ଼ିକ ସ୍ଥାନୀୟ ପ୍ରତିନିଧୁମାନଙ୍କ ଜରିଆରେ ଶୀଘ୍ର ସମାହିତ ହୋଇଥାଏ ।

ଓଡ଼ିଶାରେ ପଞ୍ଚାୟତିରାଜର ବାସ୍ତବ ରୂପାୟନ – ଓଡ଼ିଶାରେ ପଞ୍ଚାୟତିରାଜର ବାସ୍ତବ ରୂପାୟନ ନିମ୍ନମତେ ।

ଆଲୋଚିତ ହୋଇଥାଏ :
ଗ୍ରାମପଞ୍ଚାୟତ : ପ୍ରାଥମିକ ସ୍ତର (Gram Panchayat – the First Tire) : ପଞ୍ଚାୟତିରାଜର ପ୍ରାଥମିକ ସ୍ତରରେ ଗ୍ରାମପଞ୍ଚାୟତ ଅବସ୍ଥିତ । ଗୋଟିଏ ଗ୍ରାମପଞ୍ଚାୟତ ଗୋଟିଏ ଗ୍ରାମ ବା ଲଗାଲଗି ରହିଥିବା ଏକାଧିକ ଗ୍ରାମକୁ ନେଇ ଗଠିତ ହୋଇଥାଏ । ସମସ୍ତ ନାବାଳକ ନାଗରିକମାନେ ଗ୍ରାମପଞ୍ଚାୟତର ସଦସ୍ୟ ଅଟନ୍ତି । ଗ୍ରାମପଞ୍ଚାୟତର କାର୍ଯ୍ୟାଳୟ ଗ୍ରାମର ସୀମା ମଧ୍ୟରେ ଅବସ୍ଥିତ ହୋଇଥାଏ । ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଗୋଟିଏ ଲେଖାଏଁ ପଲ୍ଲୀସଭା ଥାଏ । ଏହା ଗ୍ରାମର ଉନ୍ନୟନ ଯୋଜନା ସମ୍ପର୍କରେ ଗ୍ରାମପଞ୍ଚାୟତକୁ ସୁପାରିସ ପ୍ରଦାନ କରେ । ଗ୍ରାମସଭା ଗ୍ରାମପଞ୍ଚାୟତର ସାଧାରଣ କାର୍ଯ୍ୟକାରିଣୀ ସଭା; କିନ୍ତୁ ଗ୍ରାମପଞ୍ଚାୟତ ଗ୍ରାମସଭାର କାର୍ଯ୍ୟନିର୍ବାହୀ ଅଙ୍ଗ ଓ ଏହା ସରପଞ୍ଚ, ନାଏବ ସରପଞ୍ଚ ଏବଂ ଅନ୍ୟ ପଞ୍ଚ (ୱାର୍ଡ଼ ସଭ୍ୟ)ଙ୍କୁ ନେଇ ଗଠିତ ହୋଇଥାଏ । ସ୍ଥଳବିଶେଷରେ କାର୍ଯ୍ୟନିର୍ବାହୀ ଅଙ୍ଗର ସଦସ୍ୟଙ୍କ ସଂଖ୍ୟା ୧୩ରୁ ୨୫ ମଧ୍ୟରେ ସୀମିତ ରହେ ।

ସରପଞ୍ଚ ପ୍ରତ୍ୟକ୍ଷ ନିର୍ବାଚନ ପଦ୍ଧତିରେ ନିର୍ବାଚିତ ହୁଅନ୍ତି । ଏହି କାର୍ଯ୍ୟନିର୍ବାହୀ ସଂସ୍ଥାର କାର୍ଯ୍ୟକାଳ ୫ ବର୍ଷ । ନାଏବ ସରପଞ୍ଚ ୱାର୍ଡ଼ ସଦସ୍ୟମାନଙ୍କଦ୍ୱାରା ନିର୍ବାଚିତ ହୁଅନ୍ତି । ସାଧାରଣ କାର୍ଯ୍ୟକାରିଣୀ ଅଙ୍ଗ ଭାବେ ଗ୍ରାମସଭା ବାର୍ଷିକ ଆୟବ୍ୟୟ ବିବରଣୀ ତନଖୁ କରେ, ଗ୍ରାମପଞ୍ଚାୟତର ଅଡ଼ିଟ୍ ଯାଞ୍ଚ କରେ, ପୂର୍ବ ବର୍ଷର ପ୍ରଶାସନିକ ରିପୋର୍ଟକୁ ପରୀକ୍ଷା କରେ ଏବଂ ଆଗାମୀ ବର୍ଷ ପାଇଁ କି କି କାର୍ଯ୍ୟ ହାତକୁ ନିଆଯିବ, ତାହାର ଚିଠା ପ୍ରସ୍ତୁତ କରେ । ଏହା ମଧ୍ୟ କରଧାର୍ଯ୍ୟ ପ୍ରସ୍ତାବ ଉପରେ ନିଷ୍ପତ୍ତି ନେଇଥାଏ । ଗ୍ରାମପଞ୍ଚାୟତ ସ୍ଵାସ୍ଥ୍ୟରକ୍ଷା, ଜନସ୍ଵାସ୍ଥ୍ୟ, ରାସ୍ତା ଆଲୋକ, ଗ୍ରାମ୍ୟ ରାସ୍ତାର ରକ୍ଷଣାବେକ୍ଷଣ, ଜନ୍ମ ମୃତ୍ୟୁର ହିସାବ, ଶିଶୁମଙ୍ଗଳ କେନ୍ଦ୍ର ସ୍ଥାପନ, କୃଷି ବିକାଶ, ଗୋସମ୍ପଦର ଉନ୍ନୟନ, ସାଧାରଣ କୋଠାବାଡ଼ି ନିର୍ମାଣ, ଗଡ଼ିଆ ଖନନ, ଲାଇବ୍ରେରୀ ବ୍ୟବସ୍ଥା, ପରିବାର କଲ୍ୟାଣ ଯୋଜନାର ପ୍ରଚାର, କୁଟୀରଶିଳ୍ପର ବିକାଶ, ସମବାୟ ଭଣ୍ଡାର ନିର୍ମାଣ ଏବଂ ସମବାୟ ଚାଷ ସଙ୍ଗଠନ ଆଦି କାର୍ଯ୍ୟନିର୍ବାହ କରିଥାଏ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ପଞ୍ଚାୟତ ସମିତି : ମାଧ୍ୟମିକ ସ୍ତର (Panchayat Samiti the Second Tier): ପଞ୍ଚାୟତିରାଜର ମାଧ୍ୟମିକ ସ୍ତରରେ ପଞ୍ଚାୟତି ସମିତି ଅବସ୍ଥିତ । ଏହା ପ୍ରତି ବ୍ଲକ୍‌ରେ କାର୍ଯ୍ୟ କରେ । ଗ୍ରାମପଞ୍ଚାୟତର ସରପଞ୍ଚ ଓ ନିର୍ବାଚିତ ସମିତି ସଭ୍ୟ ତଫସିଲଭୁକ୍ତ ଜାତି ଓ ଉପଜାତି ଏବଂ ମହିଳାମାନଙ୍କ ମଧ୍ୟରୁ ଅତିରିକ୍ତ ନିର୍ବାଚିତ ସଭ୍ୟ, ସମବାୟ ସମିତିଗୁଡ଼ିକର ପ୍ରତିନିଧ୍ୟ, ବ୍ଲକ୍‌ର ସୀମା ମଧ୍ୟରେ ନିର୍ବାଚିତ ହୋଇଥିବା ବିଧାନସଭାର ସଦସ୍ୟ ଏବଂ ପାର୍ଲିଆମେଣ୍ଟ ସଭ୍ୟ ପଞ୍ଚାୟତ ସମିତିର ସଦସ୍ୟ ଅଟନ୍ତି । ସମିତିର ଚେୟାରମ୍ୟାନ୍ ଜଣେ ବେସରକାରୀ ସଭ୍ୟ ହୋଇଥାଆନ୍ତି । ସେ ସମସ୍ତ ସମିତି ସଭ୍ୟଙ୍କଦ୍ବାରା ସେମାନଙ୍କ ମଧ୍ୟରୁ ନିର୍ବାଚିତ ହୋଇଥା’ନ୍ତି ।

ବି.ଡ଼ି.ଓ. ସମିତିର ଏକ୍‌ଜିକ୍ୟୁଟିଭ୍ ଅଫିସର ଅଟନ୍ତି । ସେ ଓଡ଼ିଶା ପ୍ରଶାସନିକ ସେବାସଂସ୍ଥାର ଜଣେ ସଦସ୍ୟ ଅଟନ୍ତି ଏବଂ ସରକାରଙ୍କଦ୍ବାରା ନିଯୁକ୍ତି ପାଇଥା’ନ୍ତି । ବିଭିନ୍ନ କ୍ଷେତ୍ରରେ ସଂପ୍ରସାରଣ ଅଧିକାରୀମାନେ ତାଙ୍କୁ ସାହାଯ୍ୟ କରନ୍ତି । ସମିତି ନିଜ ସୀମାରେଖା ମଧ୍ଯରେ ଉନ୍ନୟନ କାର୍ଯ୍ୟ ନିର୍ବାହ କରେ । ବିକାଶମୂଳକ କାର୍ଯ୍ୟ ପ୍ରସ୍ତୁତି ଏବଂ ତାହାର ରୂପାୟନ ସମିତି କରିଥାଏ । ଗୋଷ୍ଠୀ ଉନ୍ନୟନ ଯୋଜନାକୁ କାର୍ଯ୍ୟକାରୀ କରିବା ସମିତିର ଦାୟିତ୍ଵ । ସ୍ୱାସ୍ଥ୍ୟ, ଶିକ୍ଷା, ସ୍ଵାସ୍ଥ୍ୟରକ୍ଷା, ଯୋଗାଯୋଗ ଇତ୍ୟାଦିର ଉନ୍ନତି ପାଇଁ ସମିତି ଚେଷ୍ଟା କରେ । ପଞ୍ଚାୟତଗୁଡ଼ିକୁ ପରିଦର୍ଶନ କରିବା ସହିତ ସେମାନଙ୍କର ବଜେଟ୍ ଯାଞ୍ଚ ଏବଂ ସ୍ଵୀକୃତି ସମିତି ଦେଇଥାଏ ।

ଜିଲ୍ଲା ପରିଷଦ : ସର୍ବୋଚ୍ଚ ସ୍ତର (Zilla Parishad – the Third Tier) : ଜିଲ୍ଲା ପରିଷଦ ପଞ୍ଚାୟତିରାଜର ସର୍ବୋଚ୍ଚ ସ୍ତରରେ କାର୍ଯ୍ୟ କରେ । ଏହା ପଞ୍ଚାୟତିରାଜ ସଙ୍ଗଠନର ତୃତୀୟ ଏବଂ ଶେଷ ସ୍ତର । ୧୯୬୮ ମସିହାରେ ଓଡ଼ିଶାରେ ଜିଲ୍ଲା ପରିଷଦକୁ ଲୋପ କରି ଦିଆଗଲା । ତାହା ସ୍ଥାନରେ ଜିଲ୍ଲା ଉପଦେଷ୍ଟା କମିଟି (District Advisory Council) ଗଠନ କରାଗଲା । ୧୯୯୩ ମସିହାରୁ ପୁଣି ଜିଲ୍ଲା ପରିଷଦ ବ୍ୟବସ୍ଥା କାର୍ଯ୍ୟ କଲା । ପଞ୍ଚାୟତ ସମିତିଗୁଡ଼ିକର ଚେୟାରମ୍ୟାନ୍ ପ୍ରତି ବ୍ଲକ୍‌ରୁ ନିର୍ବାଚିତ ଦୁଇଜଣ ସଭ୍ୟ, ମ୍ୟୁନିସିପାଲଟିର ଚେୟାରମ୍ୟାନ, କେନ୍ଦ୍ର ସମବାୟ ବ୍ୟାଙ୍କ୍ ଏବଂ ଜିଲ୍ଲା ଉନ୍ନୟନ ବ୍ୟାଙ୍କର ସଭାପତି, ଜିଲ୍ଲାର ବିଧାନସଭା ସଦସ୍ୟ ଏବଂ ପାର୍ଲିଆମେଣ୍ଟ ସଭ୍ୟ, ମହିଳା ସମେତ ଦୁର୍ବଳ ଶ୍ରେଣୀ ପ୍ରତିନିଧୁଙ୍କୁ ନେଇ ଜିଲ୍ଲା ପରିଷଦ ଗଠିତ ହୋଇଥାଏ ।

ଜିଲ୍ଲା କଲେକ୍ଟର ଏହି ପରିଷଦର ଜଣେ ସକ୍ରିୟ ସରକାରୀ ସଭ୍ୟ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଏହାର ସମ୍ପାଦକ ରୂପେ କାର୍ଯ୍ୟ କରନ୍ତି । ଜିଲ୍ଲା ପରିଷଦ ମୁଖ୍ୟତଃ ଗୋଟିଏ ସମନ୍ଵୟକାରୀ ସଂସ୍ଥା । ଏହା ପଞ୍ଚାୟତ ସମିତିମାନଙ୍କ ଉପରେ ପରିଦର୍ଶନ କରେ ଏବଂ ନିୟନ୍ତ୍ରଣ ରକ୍ଷା କରେ । ଉନ୍ନୟନମୂଳକ କାର୍ଯ୍ୟର ରୂପାୟନ ପାଇଁ ସରକାରଙ୍କୁ ଉପଦେଶ ପ୍ରଦାନ କରେ, ଜିଲ୍ଲା ଉପଦେଷ୍ଟା କମିଟି କ୍ଷୁଦ୍ର କ୍ଷୁଦ୍ର କମିଟି ଗଠନ କରି ବିଭିନ୍ନ ବିଷୟର ପୁଙ୍ଖାନୁପୁଙ୍ଖ ପର୍ଯ୍ୟାଲୋଚନା କରିଥାଏ ।

ଓଡ଼ିଶାରେ ପଞ୍ଚାୟତିରାଜର ସଫଳତା :
ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା ଆଂଶିକ ଭାବରେ ସଫଳ ହୋଇଛି । ଅନେକ କ୍ଷେତ୍ରରେ ଏହା ଅବସ୍ଥାର ଉନ୍ନତି ଘଟାଇ ପାରିଛି । ଗ୍ରାମ୍ୟ ପୁନର୍ଗଠନରେ ଏହା ପ୍ରମୁଖ ଅଂଶ ଗ୍ରହଣ କରିଛି । ନିମ୍ନଲିଖୂ କ୍ଷେତ୍ରରେ ଏହି ସଂଗଠନର ସଫଳତାକୁ ପରୀକ୍ଷା କରାଯାଇପାରେ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

  • ସବୁଜ ବିପ୍ଳବ (Green Revolution) – ପଞ୍ଚାୟତିରାଜ ସଙ୍ଗଠନ ମାଧ୍ୟମରେ କୃଷି ଉପରେ ନିର୍ଭରଶୀଳ ଭାରତୀୟମାନଙ୍କୁ କୃଷି ଉତ୍ପାଦନ ବୃଦ୍ଧି ଓ ବୈଜ୍ଞାନିକ ପ୍ରଣାଳୀରେ ଚାଷ ଇତ୍ୟାଦି ପାଇଁ ଆବଶ୍ୟକୀୟ ସୁଯୋଗ ପ୍ରଦାନ କରାଯାଉଛି । ଜଳସେଚନର ସୁଯୋଗ ଅଧିକରୁ ଅଧ‌ିକ ଚାଷଜମିକୁ ଯୋଗାଇ ଦିଆଯାଉଛି । ପଞ୍ଚାୟତ ସମିତି ସ୍ତରରେ କୃଷି ସଂପ୍ରସାରଣ ଅଧିକାରୀମାନେ ଗ୍ରାମ୍ୟ କୃଷି କର୍ମଚାରୀମାନଙ୍କର ଅଧୁନାୟକ ହିସାବରେ କାର୍ଯ୍ୟ କରି ସରକାରଙ୍କର କୃଷି ପାଇଁ ଉନ୍ନୟନମୂଳକ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରୁଛନ୍ତି ।
  • ଉନ୍ନୟନମୂଳକ କାର୍ଯ୍ୟକ୍ରମ (Development Activities) – ଗ୍ରାମ ଲୋକମାନଙ୍କ ମଧ୍ୟରେ ଉନ୍ନୟନ କାର୍ଯ୍ୟକ୍ରମ ସଚେତନଶୀଳ ଭାବ ଉଦ୍ରେକ କରି ସେମାନଙ୍କ ସହଯୋଗ ସହ ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ କାର୍ଯ୍ୟକାରୀ କରିବାରେ ପଞ୍ଚାୟତିରାଜ ସଙ୍ଗଠନ ମୁଖ୍ୟ ଦାୟିତ୍ଵ ବହନ କରିଛି । ଗ୍ରାମର ଅର୍ଥନୈତିକ ଅବସ୍ଥାରେ ଉନ୍ନତି ଘଟିଛି ।
  • ଶସ୍ତା ଓ ତ୍ବରାନ୍ବିତ ନ୍ୟାୟ (Cheap and Speedy Justice) – ଗ୍ରାମପଞ୍ଚାୟତଗୁଡ଼ିକ ଲୋକମାନଙ୍କୁ ସହଜରେ ଶସ୍ତା ଓ ତ୍ଵରାନ୍ଧିତ ପ୍ରକ୍ରିୟାରେ ନ୍ୟାୟ ପ୍ରଦାନ କରୁଛନ୍ତି । ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ପନ୍ଥା ନିର୍ଦ୍ଧାରଣ କରାଯାଉଛି । ଗ୍ରାମପଞ୍ଚାୟତ ଉପରେ ଲୋକମାନଙ୍କର ଗଭୀର ଆସ୍ଥା ରହିଛି ।
  • ଦୁର୍ବଳ ଶ୍ରେଣୀର ଉନ୍ନତି (Welfare of Weaker Sections) – ଦୁର୍ବଳ ଶ୍ରେଣୀ, ହରିଜନ ଓ ମହିଳା ଇତ୍ୟାଦିଙ୍କର ଉନ୍ନତି ପାଇଁ ଓ ସେମାନଙ୍କୁ ଶୋଷଣରୁ ମୁକ୍ତ କରିବାପାଇଁ ସରକାରଙ୍କ ଯୋଜନାଗୁଡ଼ିକୁ ଏହି ସଂସ୍ଥା କାର୍ଯ୍ୟକାରୀ କରୁଛି । ଇନ୍ଦିରା ଆବାସ ଯୋଜନା, ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଜବାହାର ରୋଜଗାର ଯୋଜନା ଆଦି ଏହା ମାଧ୍ୟମରେ ସଫଳଭାବେ କାର୍ଯ୍ୟ କରୁଛି ।
  • ରାଜନୈତିକ ଶିକ୍ଷା ଓ ସାମାଜିକ ପରିବର୍ତ୍ତନ (Political education and Social change) – ପଞ୍ଚାୟତିରାଜ ସଙ୍ଗଠନ ଗ୍ରାମ୍ୟ ଲୋକମାନଙ୍କ ମଧ୍ୟରେ ରାଜନୈତିକ ସଚେତନଶୀଳଭାବ ଉଦ୍ରେକ କରିଥାଏ । ଏହି ସଙ୍ଗଠନ ନିର୍ବାଚନ ପାଇଁ ରାଜନୈତିକ ଶିକ୍ଷା ପ୍ରଦାନ କରିଥାଏ । ଏହା ଭାରତୀୟ ସମାଜରେ ପ୍ରଚଳିତ କୁ-ବ୍ୟବସ୍ଥାକୁ ଅନେକାଂଶରେ ସଂଶୋଧନ କରିଛି ।

ଓଡ଼ିଶାରେ ପଞ୍ଚାୟତିରାଜର ସମସ୍ୟା – ଓଡ଼ିଶାରେ ପଞ୍ଚାୟତିରାଜ ସମସ୍ୟା ଜଡ଼ିତ ଅଟେ । ଯଦିଓ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ପରୀକ୍ଷା କେତେଗୋଟି ସଫଳତା ଆଣିଦେଇଛି ତଥାପି ତାହା ସେତେ ଉଲ୍ଲେଖନୀୟ ହୋଇପାରି ନାହିଁ । ଏହାର ମୂଳରେ ଅନେକ କାରଣ ବିଦ୍ୟମାନ । ପ୍ରଧାନତଃ, ଓଡ଼ିଶାରେ ପଞ୍ଚାୟତିରାଜ ଆର୍ଥିକ ଅସ୍ବଚ୍ଛତାର ଶିକାର ହୋଇଥାଏ । ଏହା ସହିତ ଅତ୍ୟଧିକ ସରକାରୀ ନିୟନ୍ତ୍ରଣ ଏବଂ ରାଜନୀତିକରଣ ପଞ୍ଚାୟତିରାଜର କେତୋଟି ଦିଗ । ପଞ୍ଚାୟତିରାଜର ସମସ୍ୟାଗୁଡ଼ିକ ନିମ୍ନରେ ଦିଆଗଲା –

ଆର୍ଥିକ ସମସ୍ୟା (Problem of Finance) – ପ୍ରଥମ ଦୃଷ୍ଟିରେ ଆର୍ଥିକ ଦୁରାବସ୍ଥା ପଞ୍ଚାୟତିରାଜର ପ୍ରଧାନ ସମସ୍ୟା ଅଟେ । ଅର୍ଥ ହିଁ ସମସ୍ତ ଅନର୍ଥର ମୂଳ । ପଞ୍ଚାୟତିରାଜ ଅନୁଷ୍ଠାନମାନ ଆର୍ଥିକ ସ୍ଵଳ୍ପତାରେ ଆକ୍ରାନ୍ତ ହୋଇଥା’ନ୍ତି । କର ଓ ସେସୂର୍ଯ୍ୟ ଏବଂ ଆଦାୟ କ୍ଷେତ୍ରରେ ସେମାନେ ସୀମିତ କ୍ଷମତା ଉପଭୋଗ କରିଥା’ନ୍ତି । ରାଜ୍ୟ ସରକାର ମଧ୍ୟ ସେମାନଙ୍କୁ ଯେଉଁ ଅର୍ଥ ଦାନ କରନ୍ତି ତାହା ନଗଣ୍ୟ ଅଟେ । ଏହା ଫଳରେ ଓଡ଼ିଶା ସରକାରଙ୍କ ଉପରେ ପଞ୍ଚାୟତିରାଜ ସଂସ୍ଥାମାନଙ୍କର ନିର୍ଭରଶୀଳତା ବୃଦ୍ଧି ପାଇ ଚାଲିଛି । ଆର୍ଥିକ ଦୁର୍ଗତିରେ ଅନ୍ୟତମ କାରଣ ହେଲା – ଅର୍ଥ ଆତ୍ମସାତ୍ । ଉପଯୁକ୍ତ ଆର୍ଥିକ ଅସୁସ୍ଥତା ଓଡ଼ିଶାରେ ପଞ୍ଚାୟତିରାଜର କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରେ ।

ଅତ୍ୟଧ୍ବକ ସରକାରୀ ନିୟନ୍ତ୍ରଣ (Excessive Governmental Control) – କେନ୍ଦ୍ରୀକରଣ ପ୍ରବୃତ୍ତି ପ୍ରତ୍ୟେକ ଗଣତାନ୍ତ୍ରିକ ଶାସନ ପଦ୍ଧତିର ଲକ୍ଷଣ । ଓଡ଼ିଶାରେ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ନୀତି ଏକ ଘୋଷଣା ମାତ୍ର । ଏହାର ବାସ୍ତବତା ଖୁବ୍ କମ୍ ଅଟେ । ସ୍ଥାନୀୟ ସଂସ୍ଥାମାନେ ଅତ୍ୟଧିକ ସରକାରୀ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣର ଭାରରେ ବୁଡ଼ିଯା’ନ୍ତି । ପଞ୍ଚାୟତିରାଜ ଶାସନ କ୍ଷେତ୍ରରେ ସରକାରଙ୍କ ହସ୍ତକ୍ଷେପ ନୀତି ସ୍ୱାୟତ୍ତ ଶାସନ ଅନୁଷ୍ଠାନମାନଙ୍କର ସ୍ବାଧୀନତାକୁ ନଷ୍ଟ କରେ । ଏହା ସ୍ଥାନୀୟ ସଂସ୍ଥାମାନଙ୍କର ଉପଯୁକ୍ତ ପ୍ରଗତି ଆଣିପାରେ ନାହିଁ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ରାଜନୀତିକରଣ (Politicisation) – ଓଡ଼ିଶାରେ ପଞ୍ଚାୟତିରାଜର ଅସ୍ଥିମଜ୍ଜାରେ ଦୁଃସ୍ଥ ରାଜନୀତି ପ୍ରବେଶ କରିଯାଇଛି । ଏହା ପଞ୍ଚାୟତିରାଜ ସଂସ୍ଥାମାନଙ୍କରେ ରାଜନୀତିକ ହସ୍ତକ୍ଷେପ ସମସ୍ୟା ସୃଷ୍ଟି କରିଛି । ରାଜନୀତିକ ଦଳମାନେ ଏହିସବୁ ସଂସ୍ଥାମାନଙ୍କୁ ସେମାନଙ୍କର ଦଳୀୟ ସ୍ଵାର୍ଥ ସାଧନ ପାଇଁ ଅସ୍ତ୍ର କରନ୍ତି । ଦଳୀୟ ରାଜନୀତି, ସଂଘର୍ଷ ଓ କନ୍ଦଳ ସ୍ଵାୟତ୍ତ ଶାସନ ସଂସ୍ଥାମାନଙ୍କର ନିରପେକ୍ଷ କାର୍ଯ୍ୟକାରିତାକୁ ନଷ୍ଟ କରେ । ଦଳୀୟ କୁପ୍ରଭାବ, ସଂକୀର୍ଣ୍ଣ ଆଞ୍ଚଳିକତାବାଦ ଏବଂ ଦୁର୍ଗତି ପଞ୍ଚାୟତିରାଜକୁ ଅଧ୍ଵନମିତ କରୁଛି ।

ଅନିୟମିତ ନିର୍ବାଚନ (Irregular Election) – ଗଣତନ୍ତ୍ର ଏବଂ ନିର୍ବାଚନ ପରସ୍ପର ବନ୍ଧୁ ଅଟନ୍ତି । ପଞ୍ଚାୟତିରାଜ ଭଳି ପ୍ରତିନିଧୁମୂଳକ ଶାସନ ବ୍ୟବସ୍ଥା ସମୟାନୁଯାୟୀ ନିର୍ବାଚନଦ୍ଵାରା ତିଷ୍ଠି ରହେ, କିନ୍ତୁ ଓଡ଼ିଶାରେ ଏହି ନିର୍ବାଚନ ନିୟମିତ ସମୟରେ ହୁଏ ନାହିଁ । ନିର୍ବାଚନକୁ ରାଜନୀତିକ କାରଣରୁ ସ୍ଥଗିତ ରଖାଯାଏ । ନିର୍ଦ୍ଦିଷ୍ଟ ସମୟରେ ନିର୍ବାଚନ କରିବାର କ୍ଵଚିତ୍ ଆଗ୍ରହ ପ୍ରକାଶ କରନ୍ତି । ଏପରିକି ୯ ବର୍ଷ ପରେ ପଞ୍ଚାୟତ ନିର୍ବାଚନ କରାଇବାର ଉଦାହରଣ ରହିଛି ।

ପ୍ରଶାସନିକ ସମସ୍ୟା (Problem of Administration) – ପଞ୍ଚାୟତିରାଜର ଲୋକ ପ୍ରତିନିଧି ଏବଂ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ବିବାଦ ଉପୁଜିଥାଏ । ଉଭୟ ଉପାଦାନ ମଧ୍ଯରେ ସମ୍ପର୍କ ଖରାପ ଆଡ଼କୁ ଗତିକରିବା ଫଳରେ ପଞ୍ଚାୟତିରାଜର ସଫଳତା ଆସିପାରେ ନାହିଁ । ସରକାରୀ କର୍ମଚାରୀମାନେ ସେମାନଙ୍କ ଜ୍ଞାନ ଏବଂ ପଦବୀର ଗର୍ବ ସୃଷ୍ଟି କରନ୍ତି । ଏହା ଫଳରେ ସେମାନେ ପ୍ରତିନିଧିମାନଙ୍କ ଉପରେ ପ୍ରାଧାନ୍ୟ ଜାହିର କରିବାକୁ ଆଗ୍ରହ ପ୍ରକାଶ କରନ୍ତି । ଏହା ଉଭୟଙ୍କ ମଧ୍ୟରେ ସଂଘର୍ଷର କାରଣ ହୋଇଥାଏ । ସରକାରୀ କର୍ମଚାରୀମାନଙ୍କୁ ପ୍ରୋତ୍ସାହନ ଏବଂ ପଦୋନ୍ନତିର ଅଭାବ, ସରକାରୀ କର୍ମଚାରୀଙ୍କ ପ୍ରଶାସନିକ ଚିନ୍ତାଧାରାରେ ପରିବର୍ତ୍ତନର ଆବଶ୍ୟକତା ଇତ୍ୟାଦି ଶାସନଗତ ସମସ୍ୟା ଅଟେ ।

ସାଙ୍ଗଠନିକ ସମସ୍ୟା (Problem of Organisation) – ଓଡ଼ିଶାରେ ପଞ୍ଚାୟତିରାଜ ସାଙ୍ଗଠନିକ ତ୍ରୁଟିର ଶିକାର ହୋଇଥାଏ । ସର୍ବନିମ୍ନ ସ୍ତରରେ ଶାସନର ଏକକ କ’ଣ ହେବା ଉଚିତ; ଗୋଟିଏ ଗ୍ରାମ ବା କେତେଗୁଡ଼ିଏ ଗ୍ରାମକୁ ନେଇ ଗୋଟିଏ ଗ୍ରାମସଭା ଗଠନ କରାଯିବ କି; ସମିତିର କର୍ତ୍ତୃତ୍ଵ ସୀମା ବୃହତ୍ ହେବ ନା କ୍ଷୁଦ୍ରତର ହେବ; ସରକାରୀ କର୍ମଚାରୀମାନେ ଏହି ସ୍ଵାୟତ୍ତ ଶାସନ ସଂସ୍ଥାରେ ନିୟୋଜିତ ହେବେ କି; ଏହିସବୁ ପ୍ରଶ୍ନମାନ ପଞ୍ଚାୟତିରାଜର ସାଙ୍ଗଠନିକ ସମସ୍ୟା ସୃଷ୍ଟି କରିଥାଏ ।

ଜାତିଆଣ ସମସ୍ୟା (Problem of Casteism) – ପଞ୍ଚାୟତ ନିର୍ବ।ଚନଗୁଡ଼ିକ ଆଞ୍ଚଳିକତା ଏବଂ ଜାତିଆଣ ଭାବନା ସୃଷ୍ଟି କରେ । ନିର୍ବାଚନ ପ୍ରଚାର ମାଧ୍ୟମରେ ଜାତି, ବର୍ଣ୍ଣ, ଧର୍ମର ସମସ୍ତ ଦୁଃଖଦାୟକ କୁଚିତ୍ର ବାହାରକୁ ପ୍ରକାଶ ପାଏ । ଏହି ନଷ୍ଟକାରୀ ପ୍ରଭାବ ଫଳରେ ଗ୍ରାମ୍ୟ ଜୀବନ ଲୀନ ହୋଇଯାଏ ।

ନିରକ୍ଷରତା (Illiteracy) – ନିରକ୍ଷରତା ପଞ୍ଚାୟତିରାଜ ସମସ୍ୟାର ସର୍ବୋପରି ବିଦ୍ୟମାନ । ସ୍ଥାନୀୟ ସ୍ଵାୟତ୍ତ ଶାସନ ଗଣତାନ୍ତ୍ରିକ ଶିକ୍ଷା ପ୍ରଦାନ କରେ । ଶିକ୍ଷିତ ବ୍ୟକ୍ତି ଏବଂ ନାଗରିକମାନେ ଗଣତନ୍ତ୍ରକୁ ମଜଭୁତ କରନ୍ତି । ଗଣତନ୍ତ୍ର ଏବଂ ନିରକ୍ଷରତା ଦୁଇଟି ପରସ୍ପର ବିରୋଧୀ ଶକ୍ତି ଅଟନ୍ତି । ଅଜ୍ଞତା ନାଗରିକ ଭାବନାର ଭୃଣ ହତ୍ୟା କରେ । ଏହା ଲୋକମାନଙ୍କୁ ସେମାନଙ୍କ ଜାତି ଏବଂ ଶ୍ରେଣୀ ଭାବନାରୁ ମୁକ୍ତ କରିପାରେ ନାହିଁ । ଏହା ଓଡ଼ିଶାରେ ପଞ୍ଚାୟତିରାଜର କାର୍ଯ୍ୟକାରିତାକୁ ଶିଥୁଳ କରିଦିଏ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ସାଧାରଣ ଅର୍ଥରେ ପଞ୍ଚାୟତିରାଜ ଶାସନ ବ୍ୟବସ୍ଥାରେ ବିଳମ୍ବ, ଅତ୍ୟଧିକ ବାହ୍ୟାଡ଼ମ୍ବର, କାଗଜ ଚାଷ ଏବଂ କ୍ଷମତାର କେନ୍ଦ୍ରୀକରଣ ଦେଖାଯାଇଥାଏ । ପ୍ରଶାସନ ଏକ ଯନ୍ତ୍ରଚାଳିତ ଯାନ ଭଳି କାର୍ଯ୍ୟ କରେ । ଏହା ଲୋକମାନଙ୍କର ଉଦ୍ୟୋଗ ଏବଂ ଉତ୍ସାହକୁ ନଷ୍ଟ କରେ । ଏଥ୍‌ସହିତ ସ୍ଵାୟତ୍ତ ଶାସନ ବ୍ୟବସ୍ଥା ନିରୁତ୍ସାହିତ ହୁଏ । ଦୁଗ୍ଧ ରାଜନୀତି ମଧ୍ୟ ପଞ୍ଚାୟତିରାଜର ସମସ୍ୟା ପାଇଁ ଦାୟୀ । କ୍ରମବର୍ଦ୍ଧମାନ ଗୋଷ୍ଠୀ କନ୍ଦଳ ଏବଂ ହିଂସା ରାଜନୀତିର ଜାରଜ ସନ୍ତାନ ଅଟନ୍ତି, ଯେଉଁମାନେ ରାଜ୍ୟରେ ସ୍ଵାୟତ୍ତ ଶାସିତ ଅନୁଷ୍ଠାନମାନଙ୍କ ଉପରେ ଅତି ଦୁର୍ଭାଗ୍ୟଜନକ କୁପ୍ରଭାବ ପକାଇଥା’ନ୍ତି ।

ସମାଧାନର ପନ୍ଥା :
ଓଡ଼ିଶାରେ ପଞ୍ଚାୟତିରାଜ ସଂସ୍ଥା ସମସ୍ୟା ଜର୍ଜରିତ ହୋଇଥିଲେ ମଧ୍ୟ ଏହାର ସମାଧାନ ଏକ ଦୁରୂହ ବ୍ୟାପାର ନୁହେଁ । ନିମ୍ନଲିଖୂତ ପଦକ୍ଷେପ ଗ୍ରହଣ କଲେ ଏହି ସମସ୍ୟାଗୁଡ଼ିକର ସହଜ ସମାଧାନ ସମ୍ଭବପର ହୋଇପାରିବ । ପ୍ରଥମତଃ, ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ସମୟ ଓ ଆବଶ୍ୟକତାର ପରିବର୍ତ୍ତନ ସହିତ ପରିବର୍ତ୍ତିତ ହୋଇପାରିଲେ ଏହା ନୂତନ ଆହ୍ଵାନର ସମ୍ମୁଖୀନ ହୋଇପାରିବ । ଗ୍ରାମ୍ୟ ସ୍ୱାୟତ୍ତ ଶାସନର ଢାଞ୍ଚାରେ ଏହି ଅନୁଷ୍ଠାନର ପରିବର୍ତ୍ତନ ଆବଶ୍ୟକ । ଲୋକ ପ୍ରତିନିଧ‌ିମାନଙ୍କୁ ଅଧ‌ିକ ଅଂଶଗ୍ରହଣ ସୁଯୋଗ ପ୍ରଦାନ କରାଯିବା ଆବଶ୍ୟକ । ନିୟମିତ ନିର୍ବାଚନ ହେବା, ନିର୍ବାଚନକୁ ନିରପେକ୍ଷ କରିବା, ଦଳୀୟ ରାଜନୀତିର କୁପ୍ରଭାବରୁ ଏହାକୁ ମୁକ୍ତ ରଖୁବା ଇତ୍ୟାଦି ବ୍ୟବସ୍ଥା ଗ୍ରହଣ କରାଯିବା ବିଧେୟ ।

ଅତ୍ୟଧିକ ସରକାରୀ ନିୟନ୍ତ୍ରଣରୁ ଏହାକୁ ମୁକ୍ତ କରି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏହାକୁ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରାଯିବା ଉଚିତ । ଦ୍ଵିତୀୟତଃ, ପଞ୍ଚାୟତିରାଜ ସଂସ୍ଥା ଆର୍ଥିକ ଦୁରବସ୍ଥାର ଶିକାର ହୋଇଥିବାରୁ ଏହାର ନିରାକରଣ ଏବଂ ଅଧିକ ବିତ୍ତ ସଂଗ୍ରହ ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯିବା ଉଚିତ । ନୂତନ କର ଧାର୍ଯ୍ୟ, ପ୍ରଚଳିତ କରଗୁଡ଼ିକର ବୃଦ୍ଧି, ଆଦାୟ ପାଇଁ ସୁସୁ ବ୍ୟବସ୍ଥା ଗ୍ରହଣ ଓ ଉଦାର ସରକାରୀ ଅନୁଦାନ ଜରିଆରେ ପଞ୍ଚାୟତିରାଜର ଆର୍ଥିକ ଉନ୍ନତିବିଧାନ କରାଯାଇପାରିବ । ତୃତୀୟତଃ, ସରକାର ଅତ୍ୟଧ‌ିକ ନିୟନ୍ତ୍ରଣ ଜାରି ନ କରି ଅଧିକ ସ୍ଵାଧୀନତାର ସହ ଗଣତାନ୍ତ୍ରିକ ପ୍ରକ୍ରିୟାରେ କାର୍ଯ୍ୟ ସମ୍ପାଦନ ପାଇଁ ପ୍ରଗତିବାଦୀ, କୋହଳ ସହଯୋଗଭିଭିକ ଚିନ୍ତାଧାରା ପୋଷଣ କରିବା ଉଚିତ ।

ଏହାଦ୍ଵାରା ସ୍ଵାୟତ୍ତ ଶାସନ ସଂସ୍ଥାଗୁଡ଼ିକ ଗ୍ରାମ୍ୟ ବିକାଶ କ୍ଷେତ୍ରରେ ନୂତନ ଉନ୍ମାଦନା ସୃଷ୍ଟି କରିପାରିବେ ଓ ଗଣତନ୍ତ୍ରର ଭିତ୍ତିଭୂମି ଦୃଢ଼ ହୋଇପାରିବ । ଚତୁର୍ଥତଃ, ପଞ୍ଚାୟତିରାଜ ସଂସ୍ଥାମାନେ ରାଜନୀତିର କୁପ୍ରଭାବରୁ ନିଜକୁ ମୁକ୍ତ ରଖୁ ନ ପାରି ଦୁର୍ନୀତିଗ୍ରସ୍ତ ଓ ଅପଖ୍ୟାତି ସଂପନ୍ନ ହୋଇଯାଉଛନ୍ତି । ସେମାନେ ନିଜର ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇଯାଉଛନ୍ତି । ଏଣୁ ସରକାର ବୈଧାନିକ ଉପାୟରେ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କରେ ରାଜନୀତିର ପ୍ରବେଶକୁ ପ୍ରତିରୋଧ କରିବା ଉଚିତ । ଏଥପାଇଁ ଏହି ସଂସ୍ଥା ସହ ସମ୍ପୃକ୍ତ ଉଭୟ ସରକାରୀ କର୍ମଚାରୀ ଓ ଲୋକପ୍ରତିନିଧୁମାନଙ୍କ ପାଇଁ ସ୍ବତନ୍ତ୍ର ଆଚରଣ ବିଧ୍ଵ (Code of conduct) ରହିବା ବାଞ୍ଛନୀୟ । ପଞ୍ଚମତଃ, ସରକାରୀ କର୍ମଚାରୀମାନଙ୍କର ଦକ୍ଷତା, ସାଧୁତା, ଚରିତ୍ରବତ୍ତା ଇତ୍ୟାଦି ଉପରେ ପଞ୍ଚାୟତିରାଜ ସଂଗଠନର ସଫଳତା ପୂର୍ଣ୍ଣମାତ୍ରାରେ ନିର୍ଭରଶୀଳ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ଏଣୁ ଏହି କର୍ମଚାରୀଗୋଷ୍ଠୀଙ୍କୁ ସାଧୁତାର ସହ କାର୍ଯ୍ୟ ସଂପାଦନର ସୁଯୋଗ ପ୍ରଦାନ କଲେ ପଞ୍ଚାୟତିରାଜ ସଂସ୍ଥାର ମୌଳିକ ଲକ୍ଷ୍ୟ ସାଧ୍ୟ ହୋଇପାରିବ । ଷଷ୍ଠତଃ ଶିକ୍ଷା ସମସ୍ତ ରୋଗର ମହୌଷଧ । ଏହା ସଫଳତାର ମୁଖ୍ୟ ଚାବିକାଠି ଅଟେ । ଶିକ୍ଷାର ପ୍ରସାର ଲୋକମାନଙ୍କର ଅଜ୍ଞତା, ଅନଗ୍ରସରତା ଓ ରକ୍ଷଣଶୀଳତା ମନୋଭାବ ଦୂର କରିଥାଏ । ଏହି ଲୋକମାନେ ହିଁ ପଞ୍ଚାୟତିରାଜ ସଙ୍ଗଠନକୁ ଠିକ୍ ଭାବରେ ପରିଚାଳନା କରିଥା’ନ୍ତି । ପଞ୍ଚାୟତିରାଜର ସର୍ବଶ୍ରେଷ୍ଠ ସୁରକ୍ଷା ଜନସାଧାରଣଙ୍କ ଚରିତ୍ର ଉପରେ ନିର୍ଭର କରିଥାଏ । (The best defence of Panchayati Raj institutions lies on the character of the people.)

ସଂକ୍ଷେପରେ, ପ୍ରଫେସର ଇକ୍‌ବଲ ନାରାୟଣଙ୍କ ଭାଷାରେ କହିଲେ ପଞ୍ଚାତିରାଜ ସମସ୍ୟାର ପ୍ରତିକାର କ୍ଷେତ୍ରରେ “ ଲୋକମାନଙ୍କର ଶିକ୍ଷାର ଉତ୍ତରୋତ୍ତର ଉନ୍ନତି ଓ ବିଜ୍ଞତା ବୃଦ୍ଧିହିଁ ସର୍ବଶ୍ରେଷ୍ଠ ପ୍ରତିକାର ଅଟେ ।” ଗୋଷ୍ଠୀ ଉନ୍ନୟନ ଯୋଜନାକୁ ଭାରତରେ ଉନ୍ନୟନ କାର୍ଯ୍ୟକ୍ରମର ସଫଳ ରୂପାୟନ କ୍ଷେତ୍ରରେ ଏକ “ ନୀରବ ବିପ୍ଳବ” (Silent Revolution) ଆଖ୍ୟା ଦିଆଯାଇଥିଲା । ଏହାର ଦୋଷତ୍ରୁଟିକୁ ସଂଶୋଧନ କରି ଏହାକୁ ଏକ ଜନଆନ୍ଦୋଳନରେ ପରିଣତ କରିବାପାଇଁ ଆରମ୍ଭ କରାଯାଇଥିବା ପଞ୍ଚାୟତିରାଜ ବ୍ୟବସ୍ଥା ଭାରତରେ ସାମାଜିକ ଓ ରାଜନୈତିକ ବିପ୍ଳବ ଆରମ୍ଭ କରିଛି । ଆଜି ଭାରତରେ ଲୋକପ୍ରତିନିଧ୍ଵ ଓ ଭୋଟଦାତାଙ୍କ ମଧ୍ୟରେ ଥିବା ଦୂରତ୍ଵହିଁ ଗଣତନ୍ତ୍ର ପ୍ରତି ପ୍ରଧାନ ବିପଦ ଅଟେ । ଏହି ବିପଦର ଉପଯୁକ୍ତ ମୁକାବିଲା “ ପଞ୍ଚାୟତିରାଜ ହିଁ କରିପାରିବ” ବୋଲି ଏସ୍.ସି. ଜୈନ ଦୃଢ଼ ମତବ୍ୟକ୍ତ କରିଛନ୍ତି ।

୪ । ନିଗମ (Corporation) ର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ବର୍ତ୍ତମାନ ଭାରତରେ ୩୨ରୁ ଅଧ‌ିକ ନିଗମ ଅଛି । ଓଡ଼ିଶାରେ ତିନୋଟି ନିଗମ ଅଛି ଯାହାକି ରାଉରକେଲା, କଟକ ଏବଂ ଭୁବନେଶ୍ଵରରେ ଅବସ୍ଥିତ । ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ଥିଲେ କର୍ପୋରେସନ୍ (ନିଗମ) ଗଠିତ ହୁଏ । ଏହା ନଗର ଶାସନର ଶୀର୍ଷ ଅନୁଷ୍ଠାନ ଅଟେ । ମ୍ୟୁନିସିପାଲଟିମାନଙ୍କଠାରୁ କର୍ପୋରେସନ୍‌ମାନେ ଅଧିକ ସ୍ବାତନ୍ତ୍ର୍ୟ ଉପଭୋଗ କରନ୍ତି ଏବଂ ସେମାନଙ୍କର କ୍ଷମତା ପରିସର ଅଧ‌ିକ ହୋଇଥାଏ ।

ବୈଶିଷ୍ଟ୍ୟ :

  • ଏହା ବିଧାନସଭାରେ ପ୍ରଣୀତ ଆଇନଦ୍ଵାରା ଗଠିତ ହୋଇଥାଏ ।
  • ଏକ ଲକ୍ଷରୁ ଊର୍ଦ୍ଧ୍ଵ ଜନସଂଖ୍ୟା ଥିବା ମହାନଗରୀ ପାଇଁ ଏହା ପ୍ରତିଷ୍ଠା ହୋଇଥାଏ ।
  • ଏକ ଆଇନସିଦ୍ଧ ଅନୁଷ୍ଠାନ ହିସାବରେ ଟିକସ ବସାଇବା କ୍ଷମତା ପାଇଥାଏ ।
  • ଏହାର ନିଜର ସମ୍ପତ୍ତି ଓ ବ୍ୟବସାୟ ରହିଥାଏ ।
  • କର୍ପୋରେସନ୍ ଅଧ୍ୟକ୍ଷଙ୍କୁ ମେୟର କୁହାଯାଏ ଏବଂ କାର୍ଯ୍ୟକାରୀ ଅଫିସରଙ୍କୁ କମିଶନର କୁହାଯାଏ ।
  • ରାଜ୍ୟ ସରକାରଙ୍କ ଅନୁମତି ନେଇ ଏବଂ ସରକାରଙ୍କୁ ମଧ୍ୟସ୍ଥି ରଖୁ କର୍ପୋରେସନ୍ ସାଧାରଣ ଲୋକଙ୍କଠାରୁ ଋଣ ଗ୍ରହଣ କରିବ ।
  • କର୍ପୋରେସନ୍‌ମାନଙ୍କରେ ବିଲାତ ଢାଞ୍ଚା ଅନୁସାରେ ମେୟର, ଏଲ୍‌ରମେନ୍ ଏବଂ କାଉନସିଲରମାନେ ନିର୍ବାଚିତ ହୋଇଥା’ନ୍ତି । ଓଡ଼ିଶାରେ କେବଳ ନିଗମପାଳ ଅଛନ୍ତି ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

କାର୍ଯ୍ୟକାଳ :
କର୍ପୋରେସନ୍‌ର ମେୟର ଏବଂ ନିର୍ବାଚିତ ବ୍ୟକ୍ତିମାନଙ୍କର କାର୍ଯ୍ୟକାଳ ୫ ବର୍ଷ । ସରକାର ଏହାକୁ ଭାଙ୍ଗି ଦେଇ ସାନି ନିର୍ବାଚନର ବ୍ୟବସ୍ଥା ପର୍ଯ୍ୟନ୍ତ ନିଜେ ପରିଚାଳନା କରିପାରନ୍ତି ।

ସାଂଗଠନିକ ବ୍ୟବସ୍ଥା :
ସହରକୁ କେତେକ କାଉନ୍‌ସିଲରେ ବିଭକ୍ତ କରାଯାଇ ପ୍ରତ୍ୟେକରୁ ଜଣେ ଲେଖାଏଁ କାଉନ୍ସିଲର ପ୍ରତ୍ୟକ୍ଷଭାବେ ନିର୍ବାଚିତ ହୋଇଥା’ନ୍ତି । କାଉନ୍ସିଲରମାନଙ୍କଦ୍ୱାରା ନିର୍ବାଚିତ ମେୟର ଓ ଉପମେୟର ରହିଥାଆନ୍ତି । ଭୋଟରମାନଙ୍କଦ୍ବାରା ନିର୍ବାଚିତ ପ୍ରତ୍ୟେକ ୱାର୍ଡ଼ର ପ୍ରତିନିଧିଙ୍କୁ ନେଇ ଗଠିତ କର୍ପୋରେସନ୍ କାଉନ୍‌ସିଲ୍ ପ୍ରତିଷ୍ଠିତ ହୋଇଥାଏ । କାଉନ୍‌ସିଲ୍‌ଦ୍ବାରା ନିଯୁକ୍ତ ସ୍ଥାୟୀ କମିଟିମାନ ବିଭିନ୍ନ ବିଷୟ ପାଇଁ ଗଠିତ ହୋଇଥାଏ । କାର୍ଯ୍ୟନିର୍ବାହୀ ଅଧ୍ବକାରୀ ବା କମିଶନରଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦିଅନ୍ତି । ଅନାସ୍ଥା ପ୍ରସ୍ତାବ ଗ୍ରହଣଦ୍ବାରା ମେୟର ଓ ଉପମେୟରଙ୍କୁ ପଦଚ୍ୟୁତ କରାଯାଇପାରେ ।

କାର୍ଯ୍ୟ :

  • ପାନୀୟ ଜଳଯୋଗାଣ, ପାଣିଟାଙ୍କି ନିର୍ମାଣ ଓ ରକ୍ଷଣାବେକ୍ଷଣ
  • ବିଜୁଳି ଯୋଗାଣ ଓ ରାସ୍ତା ବିଦ୍ୟୁତୀକରଣ
  • ଜନସ୍ବାସ୍ଥ୍ୟର ବିକାଶ, ଅଳିଆ ଓ ଆବର୍ଜନା ସଫା ପାଇଁ ନାଳୀ ନିର୍ମାଣ
  • ଯାନବାହନ ପରିଚାଳନା ଓ ନିୟନ୍ତ୍ରଣ
  • ମାତୃମଙ୍ଗଳ ଓ ଶିଶୁମଙ୍ଗଳ କେନ୍ଦ୍ର ପ୍ରତିଷ୍ଠା
  • ହାଟ ଓ କଂସେଇଖାନା ପ୍ରତିଷ୍ଠା
  • ଶିକ୍ଷାର ପ୍ରସାର ଓ ପରିଚାଳନା ।

ଇଚ୍ଛାଧୀନ କାର୍ଯ୍ୟ :

  • ସର୍ବସାଧାରଣ ପୁସ୍ତକାଗାର, ଯାଦୁଘର, ପାର୍କ ଓ ରଙ୍ଗମଞ୍ଚ ନିର୍ମାଣ ଓ ପରିଚାଳନା
  • ବିବାହର ତାଲିକା ରଖୁବା ଓ ଜନଗଣନା କରିବା
  • ବିଶ୍ରାମଗୃହ, ଅନାଥାଶ୍ରମ ନିର୍ମାଣ ଓ ପରିଚାଳନା
  • ପଥପାର୍ଶ୍ବରେ ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ।

୫ । ମ୍ୟୁନିସିପାଲିଟି (ବା) ନଗରପାଳିକା କିମ୍ବା ବିଜ୍ଞାପିତ ଅଞ୍ଚଳ ପରିଷଦ (N.A.C.) ର ଗଠନ ଓ କାର୍ଯ୍ୟ ଆଲୋଚନା କର ।
Answer:
ଓଡ଼ିଶାରେ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ତିନିଗୋଟି ଅନୁଷ୍ଠାନ; ଯଥା — ନିଗମ, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି । ୧୯୫୦ ମସିହାର ମ୍ୟୁନିସିପାଲିଟି ଆଇନର କେତେକ ପରିବର୍ତ୍ତନ ହୋଇ ୩୧ଟି ମ୍ୟୁନିସିପାଲିଟି ଏବଂ ୭୬ଟି N.A.C. ରହିଛି । ଯେଉଁ ସହରରେ ୧୦ ହଜାରରୁ ଅଧିକ ବାସିନ୍ଦା ରହନ୍ତି ସେଠାରେ ମ୍ୟୁନିସିପାଲିଟି ଥାଏ ଏବଂ ଯେଉଁଠାରେ ୫ ହଜାରରୁ ଅଧ୍ଵକ ବାସିନ୍ଦା ରହନ୍ତି ସେଠାରେ N.A.C. ଥାଏ ଓ ୧ ଲକ୍ଷରୁ ଊର୍ଦ୍ଧ୍ଵ ବାସିନ୍ଦା ଥିବା ସହରରେ ନିଗମ ପ୍ରତିଷ୍ଠା କରାଯାଇଛି ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ଗଠନ – ପ୍ରତି ମ୍ୟୁନିସିପାଲିଟିର ପରିଚାଳନା ପାଇଁ ଗୋଟିଏ ଗୋଟିଏ ମ୍ୟୁନିସିପାଲିଟି କାଉନ୍‌ସିଲ୍ ଥାଏ । ଏହି କାଉନ୍ସିଲ ସଦସ୍ୟମାନେ ସହରର ବିଭିନ୍ନ ୱାର୍ଡ଼ରୁ ନିର୍ବାଚିତ ହୋଇଥାଆନ୍ତି । ଅନ୍ତତଃ ୧୧ ଜଣ ଓ ସର୍ବାଧ‌ିକ ୩୦ ଜଣ କାଉନସିଲ୍‌ର ସଦସ୍ୟ ରହିପାରିବେ । ଏହାର କାର୍ଯ୍ୟକାଳ ୫ ବର୍ଷ । ସରକାର ଇଚ୍ଛାକଲେ ସୁପରିଚାଳନା ପାଇଁ ମ୍ୟୁନିସିପାଲିଟିର ପରିଚାଳନା ନିଜ ହାତକୁ ନେଇ ସାନି ନିର୍ବାଚନ କରନ୍ତି । କାଉନ୍ସିଲରମାନଙ୍କଦ୍ୱାରା ଚେୟାରମ୍ୟାନ୍ ନିର୍ବାଚିତ ହୁଅନ୍ତି ଏବଂ ଯେତେବେଳେ ଅନ୍ୟୁନ ଦୁଇ-ତୃତୀୟାଂଶ ସଭ୍ୟଙ୍କର ଆସ୍ଥା ହରାନ୍ତି ସେତେବେଳେ ସେ ତାଙ୍କ ପଦରୁ ଇସ୍ତଫା ଦିଅନ୍ତି ।

ତାଙ୍କୁ ସାହାଯ୍ୟ କରିବାପାଇଁ ଜଣେ ଭାଇସ୍-ଚେୟାରମ୍ୟାନ୍ ବା ଉପାଧ୍ୟକ୍ଷ ହୁଅନ୍ତି । ଏଠାରେ ମଧ୍ୟ ପଞ୍ଚାୟତିରାଜ ବ୍ୟବସ୍ଥା ଭଳି ମହିଳାମାନଙ୍କ ପାଇଁ ୩୦% ସ୍ଥାନ ସଂରକ୍ଷଣ ଥାଏ । ମ୍ୟୁନିସିପାଲିଟିର ଦୈନିକ କାର୍ଯ୍ୟ ପରିଚାଳନା ପାଇଁ ଜଣେ ଏକ୍‌ଜିକ୍ୟୁଟିଭ୍ ଅଫିସର ନିଯୁକ୍ତ ହୋଇଥା’ନ୍ତି । ଜଣେ ସ୍ଵାସ୍ଥ୍ୟ ଅଫିସର ଓ ଜଣେ ଇଞ୍ଜିନିୟର୍ ମଧ୍ୟ ନିଯୁକ୍ତି ପାଇ କାର୍ଯ୍ୟ କରନ୍ତି । କାଉନ୍ସିଲ ନିଜର ବଜେଟ୍ ପାସ୍ କରନ୍ତି ଓ ସରକାରଙ୍କଠାରୁ ଋଣ କରିପାରନ୍ତି । ଅଧ୍ଯକ୍ଷ ଓ ଉପାଧ୍ୟକ୍ଷଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା ହୁଅନ୍ତି ।

କାର୍ଯ୍ୟ :
ବାଧ୍ୟତାମୂଳକ :
ଏଠାରେ ଗମନାଗମନର ସୁବିଧା ପାଇଁ ରାସ୍ତାଗୁଡ଼ିକର ନିର୍ମାଣ, ରକ୍ଷଣାବେକ୍ଷଣ ଓ ଉନ୍ନତି, ସଂକ୍ରାମକ ରୋଗର ପ୍ରତିଷେଧକ ବ୍ୟବସ୍ଥା ଆଦି ଗ୍ରହଣ କରାଯାଏ । ଆବର୍ଜନା ନିଷ୍କାସନ ପାଇଁ ନାଳନର୍ଦ୍ଦମା ଓ କମ୍ପୋଷ୍ଟ ଖାତ ଖନନ, ପ୍ରାଥମିକ ଶିକ୍ଷାର ପ୍ରସାର ଓ ବିଶୁଦ୍ଧ ପାନୀୟ ଜଳଯୋଗାଣ, ଶ୍ମଶାନ ପରିଚାଳନା ଓ ଅଗ୍ନି ସେବାଶମ କାର୍ଯ୍ୟକ୍ରମ, ଜନ୍ମ ମୃତ୍ୟୁ ତାଲିକା ପ୍ରସ୍ତୁତି, ସାଧାରଣ ସ୍ଵାସ୍ଥ୍ୟ ଆଦି କ୍ଷେତ୍ରରେ ମଧ୍ୟ ଏହା କାର୍ଯ୍ୟ ସମ୍ପାଦନ କରିଥାଏ ।

ଇଚ୍ଛାଧୀନ :
ଇଚ୍ଛାଧୀନ କାର୍ଯ୍ୟଗୁଡ଼ିକ ପରିଷଦର ଆର୍ଥିକ ସ୍ଥିତି ଉପରେ ନିର୍ଭର କରେ । ନିମ୍ନଲିଖୁତ କାର୍ଯ୍ୟମାନ ଇଚ୍ଛାଧୀନ କାର୍ଯ୍ୟର ପରିସରଭୁକ୍ତ ।

  • ଗମନାଗମନ ଓ ପରିବହନର ସୁବିଧାପାଇଁ ଟାଉନ୍ ବସ୍ ଚଳାଚଳ ।
  • ଆମୋଦପ୍ରମୋଦ ପାଇଁ ପାର୍କ, ପାଠାଗାର ଓ କ୍ରୀଡ଼ାର ବ୍ୟବସ୍ଥା ।
  • ମାଧ୍ୟମିକ ଓ ଉଚ୍ଚତର ଶିକ୍ଷାର ପ୍ରସାର ।
  • ଆଲୋକ ଓ ପ୍ରମୋଦ ବ୍ୟବସ୍ଥା ।
  • ସୁଲଭ ଶୌଚାଳୟ ଏବଂ ରଙ୍ଗମଞ୍ଚ, ସଂଗ୍ରହାଳୟ ପ୍ରତିଷ୍ଠା ଇତ୍ୟାଦି ।

ସରକାରୀ ନିୟନ୍ତ୍ରଣ :
ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଶୃଙ୍ଖଳିତ କରିବା, ବ୍ୟତିବିଚ୍ୟୁତି ସୁଧାରିବାପାଇଁ ସରକାର ନିୟନ୍ତ୍ରଣ ଜାରିକରନ୍ତି । ସରକାର କୈଫିୟତ ମାଗିପାରିବେ, ଅନୁଦାନ ବନ୍ଦ କରିପାରିବେ ଓ ଆବଶ୍ୟକ ହେଲେ ସରକାର ପୌର ପରିଷଦକୁ ଭାଙ୍ଗି ଏହାର ପରିଚାଳନା ଭାର ନିଜ ହାତକୁ ନେଇପାରନ୍ତି । ନଗରପାଳିକାର ସମସ୍ତ ହିସାବ ସରକାରୀ ଅଡ଼ିଟ୍‌ର ଅନ୍ତର୍ଭୁକ୍ତ ଅଟେ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ଆୟର ସୂତ୍ର :
ମ୍ୟୁନିସିପାଲିଟି ଟିକସ, ଫି, ଫାଇନ୍, ସରକାରୀ ଅନୁଦାନ, ଋଣ ଆଦି ସୂତ୍ରରୁ ଆୟ କରିଥାଏ । ୧୯୬୩ ମସିହାର ବିଶ୍ବନାଥ ଦାସ କମିଟିଙ୍କ ସୁପାରିସ ଅନୁସାରେ ଓଡ଼ିଶାରେ ନଗର ଉନ୍ନୟନ ବିଭାଗ ଗଠନ କରାଯାଇଛି । ନଗରପାଳିକାର ସବୁକାର୍ଯ୍ୟ ତଦାରଖ କରିବାପାଇଁ ବିଭାଗର ନିର୍ଦ୍ଦେଶକଙ୍କୁ ଦାୟିତ୍ବ ଦିଆଯାଇଛି । ସ୍ଵାୟତ୍ତ ଶାସନ ସଂସ୍ଥାର ସଫଳତା ଉପରେ ଗଣତନ୍ତ୍ରର ଭବିଷ୍ୟତ ନିର୍ଭର କରେ ।

BSE Odisha 7th Class Science Solutions Chapter 8 ମାଟି (ମୃତ୍ତିକା)

Odisha State Board BSE Odisha 7th Class Science Solutions Chapter 8 ମାଟି (ମୃତ୍ତିକା) Textbook Exercise Questions and Answers.

BSE Odisha Class 7 Science Solutions Chapter 8 ମାଟି (ମୃତ୍ତିକା)

Question 1.
ସର୍ବାଧ‌ିକ ଜଳଧାରଣ କ୍ଷମତା ଥ୍ୟାବା ମାଟି କେଉଁଟି ଅଟେ ?
(କ) ବାଲିଆ ମାଟି
(ଖ) କାଦୁଆ ମାଟି
(ଗ) ଦୋରସା ମାଟି
(ଘ) ମଟାଲ ମାଟି
Solution:
ମଟାଲ ମାଟି

Question 2.
ଉର୍ବର ମାଟିର ଉପର ସ୍ତରରେ କେଉଁଟି ଥାଏ ?
(କ) ପଥର
(ଗ) ବାଲି
(ଘ) ହ୍ୟୁମସ୍
Solution:
ହ୍ୟୁମସ୍

Question 3.
୩ । ‘କ’ ସ୍ତମ୍ଭରେ ଥ‌ିବା ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦକୁ ସଂଯୋଗ କର ।
Solution:
BSE Odisha 7th Class Science Solutions Chapter 8 Img 1

BSE Odisha 7th Class Science Solutions Chapter 8 ମାଟି (ମୃତ୍ତିକା)

Question 4.
ମାଟି କିପରି ସୃଷ୍ଟି ହୁଏ ବର୍ଣ୍ଣନା କର ।
Solution:

  • ତାପମାତ୍ରା, ପବନ, ଜଳ ଓ ଜଳବାୟୁର ପରିବର୍ତ୍ତନର ପ୍ରଭାବରେ ଶିଳା ଭାଙ୍ଗି ଶେଷରେ ମାଟି ସୃଷ୍ଟି ହୋଇଥାଏ ।
  • ଦିନର ଅତ୍ୟଧ୍ୱ ସୂର୍ଯ୍ୟ ତାପ ଓ ରାତିରେ ତାପ ହ୍ରାସ ଫଳରେ ଭୂପୃଷ୍ଠର ଶିଳା ପ୍ରସାରଣ ଓ ସଙ୍କୋଚନ ଫଳରେ ଶିଳାଗୁଡ଼ିକରେ ଫାଟ ସୃଷ୍ଟି ହୁଏ ।
  • ବର୍ଷାଜଳ, ବାୟୁ, ଜଳସ୍ରୋତ ଓ ଉଭିଦର ଚେର ଏହି ଫାଟରେ ପଶି ଶିଳାଗୁଡ଼ିକୁ ଫଟାଇ ଛୋଟ ଛୋଟ ଶିଳା ଖଣ୍ଡରେ ପରିଣତ କରନ୍ତି ।
  • ବର୍ଷାଜଳ ଓ ନଦୀ ସ୍ରୋତରେ ଏହି ଶିଳା ଖଣ୍ଡଗୁଡ଼ିକ ଗଡ଼ି ଗଡ଼ି ପାହାଡ଼ିଆ ଅଞ୍ଚଳରୁ ନିମ୍ନଆଡ଼କୁ ଆସନ୍ତି ଓ ପରସ୍ପର ସହ ବାଡ଼େଇ ହୋଇ ଆହୁରି ଛୋଟ ଛୋଟ ଖଣ୍ଡରେ ପରିଣତ ହୁଅନ୍ତି ।
  • ଶିଳାର ଚୂର୍ଣ୍ଣରୁ ବାଲି ସୃଷ୍ଟି ହୁଏ ।
  • ଅତ୍ୟନ୍ତ ଛୋଟ ଛୋଟ କଣିକାଗୁଡ଼ିକ ପାଣି ସହିତ ମିଶି କାଦୁଅ ସୃଷ୍ଟି କରିଥାଏ ।
  • ବାଲି, କାଦୁଅ, ଜୈବପଦାର୍ଥ ଓ ଶିଳାରେ ଥ‌ିବା ଲବଣ ମିଶି ମାଟି ସୃଷ୍ଟି ହୁଏ ।
  • ପୃଥ‌ିବୀ ପୃଷ୍ଠରେ l ସେ.ମି. ବହଳର ମୃତ୍ତିକା ସୃଷ୍ଟି ଲାଗି ପ୍ରକୃତିକୁ ହଜାର ହଜାର ବର୍ଷ ସମୟ ଲାଗେ ।

Question 5.
ବାଲିଆ,ଦୋରସା, ମଟାଳ ମାଟିର ଗଠନ ଓ ବିଶେଷତା ଲେଖ ।

  • ବାଲିଆ ମାଟିରେ ଶତକଡ଼ା 70 ରୁ 80 ଭାଗ ବାଲି ଥାଏ ଓ ଏହା ହାତକୁ ଦାନା ଦାନା ଲାଗେ । ଏହାର ଜଳ ଧାରଣ କ୍ଷମତା କମ୍ ହୋଇଥିବାରୁ ସେଥ‌ିରେ କମ୍ ଜଳ ଆବଶ୍ୟକ କରୁଥିବା ଚିନାବାଦାମ, କନ୍ଦମୂଳ, ଆଳୁ, ମୁଗ, ବିରି, ସୂର୍ଯ୍ୟମୁଖୀ ଆଦି ଫସଲ ଭଲ ହୁଏ ।
  • ମଟାଳ ମାଟିରେ କାଦୁଅ ଭାଗ ଅଧ‌ିକ ଥାଏ ଓ ହାତକୁ ଚିକ୍କଣ ଲାଗେ । ମଟାଳ ମାଟିର ଜଳଧାରଣ କ୍ଷମତା ଅଧିକ । ଏଣୁ ଏଥ‌ିରେ ଧାନ, ଆଖୁ, ନଳିତା, ଜଡ଼ା ଓ ଗହମ ଆଦି ଭଲ ହୁଏ ।
  • ଦୋରସା ମାଟିରେ ବାଲି ଓ କାଦୁଅ ଭାଗ ସମାନ ଥାଏ ଓ ଏଥ‌ିରେ ହ୍ୟୁମସ ଯଥେଷ୍ଟ ଥାଏ । ଏହାର ଜଳଧାରଣ କ୍ଷମତା ବାଲିଆ ମାଟିଠାରୁ ଅଧ୍ଵ ଓ ମଟାଳ ମାଟିଠାରୁ କମ୍ । ଏହା ହାତକୁ ଅଳ୍ପ ଚିକ୍କଣ ଓ ଖଦଡ଼ିଆ ଲାଗେ । ଏ ପ୍ରକାର ମାଟିରେ ପନିପରିବା ଚାଷ ଓ ଫୁଲ ଚାଷ ଭଲ ହୁଏ ।

Question 6.
ମାଟିର ପରିଚିତ୍ରଣ କରି ସ୍ତର ଦର୍ଶାଅ ।
Solution:
ଭୂପୃଷ୍ଠର ତଳ ଭାଗକୁ ଗୋଟିଏ ପରେ ଗୋଟିଏ ହୋଇ ରହିଥ‌ିବା ଭୂସ୍ତରକୁ ମୃଭିକା ପରିଚିତ୍ରଣ କୁହାଯାଏ । ମାଟିରେ ଚାରୋଟି ଭୂସ୍ତର ରହିଥାଏ; ଯଥା – ପ୍ରଥମ ଭୂସ୍ତର, ଦ୍ୱିତୀୟ ଭୂସ୍ତର, ତୃତୀୟ ଭୂସ୍ତର ଚତୁର୍ଥ ଭୂସ୍ତର ।

  • ଉପର ମାଟିର ସ୍ତର ହ୍ୟୁମସ୍‌ରେ ପୂର୍ଣ୍ଣ, ନରମ ଛିଦ୍ରଯୁକ୍ତ ଅଟେ । ଏଥ‌ିରେ ଜଳ ମଧ୍ଯ ରହିଥାଏ ।
  • ଦ୍ଵିତୀୟ ସ୍ତରରେ ପୋକ, ଅନ୍ୟ ଜୀବମାନେ ; ଯଥା ପିମ୍ପୁଡ଼ି, ଜନ୍ଦା, ବିଛା ରହିଥା’ନ୍ତି । ଏହା ଅପେକ୍ଷାକୃତ କଠିନ । ଏଥ‌ିରେ ଅଧିକ ହ୍ୟୁମସ୍ ଥାଏ ।
  • ତୃତୀୟ ସ୍ତରରେ ଗରଡ଼ା, ପଥର ଖଣ୍ଡ ରହିଥାଏ ।
  • ଚତୁର୍ଥ ସ୍ତରରେ କଠିନ ଶିଳାସ୍ତର ରହିଥାଏ ।
    BSE Odisha 7th Class Science Solutions Chapter 8 Img 2

BSE Odisha 7th Class Science Solutions Chapter 8 ମାଟି (ମୃତ୍ତିକା)

Question 7.
ଗୋଟିଏ ପରୀକ୍ଷଣରୁ ଜଣାଗଲା 10 ମିନିଟ୍‌ରେ 150 ମି.ଲି. ଜଳ ମାଟି ତଳକୁ ଯାଇପାରିଛି । ତା’ର ଜଳ ଅବଶୋଷଣ କ୍ଷମତା ନିଶ୍ଚୟ କରି ମାଟିର ପ୍ରକାର ଭେଦ ଲେଖ ।
Solution:
ମାଟିର ଓଜନ = 100 ଗ୍ରାମ୍
ମାପ ଗ୍ଲାସରେ ଜଳର ପରିମାଣ (u) = 200 ମି.ଲି.
ପରୀକ୍ଷଣରୁ ଜଣାଗଲା ଯେ 10 ମିନିଟ୍‌ରେ 150 ମି.ଲି. ଜଳ ମାଟି ତଳକୁ ଆସିଛି ।
ବିକରରେ ପଡ଼ିଥିବା ଜଳର ଆୟତନ (v)= 150 ମି.ଲି. ମାଟିଦ୍ଵାରା ଶୋଷିତ ଜଳର ପରିମାଣ= u – v ମି.ଲି.
= (200 – 150) ମି.ଲି.. = 50 ମି.ଲି.
BSE Odisha 7th Class Science Solutions Chapter 8 Img 3

Question 8.
ମୃତ୍ତିକା ସଂରକ୍ଷଣ କିପରି କରାଯାଇପାରିବ ଲେଖ ।
Solution:

  • ମୃତ୍ତିକା କୌଣସି ସ୍ଥାନରୁ ବାରମ୍ବାର ସ୍ଥାନାନ୍ତରିତ ହେଲେ ସେଠାକାର ମୃତ୍ତିକା ସ୍ତରର ଉର୍ବରତା କମିଯାଏ ।
  • ଜଳ ଓ ବାୟୁ ମୃତ୍ତିକା ଅବକ୍ଷୟର ମୁଖ୍ୟ ପ୍ରାକୃତିକ କାରକ ଅଟନ୍ତି । ମୃତ୍ତିକା ମୁଖ୍ୟତଃ ଜଳଦ୍ଵାରା ଅଧ୍ଵ ସ୍ଥାନାନ୍ତରିତ
  • ପୃଷ୍ଠ ମୃତ୍ତିକା ନରମ, ହାଲୁକା ଓ ସେଥ‌ିରେ ଜୈବିକ ଉପାଦାନ (ହ୍ୟୁମସ୍) ମିଶି ରହିଥ‌ିବାରୁ ତାହା ଉର୍ବର ଅଟେ । ଏହା ଜଳ, ବୃଷ୍ଟି ଓ ବାୟୁଦ୍ୱାରା ଧୋଇହୋଇ ବା ଉଡ଼ି ସ୍ଥାନାନ୍ତରିତ ହୋଇଥାଏ । ଏଣୁ ଏଥ‌ିରେ ରହୁଥ‌ିବା କାଦୁଅ, ଜୈବ ଉପାଦାନ ଓ ହ୍ୟୁମସ୍ ମଧ୍ୟ ସ୍ଥାନାନ୍ତରିତ ହୋଇ ମାଟିକୁ ଅନୁର୍ବର କରିଥାଏ ।
  • ନଦୀ ଶଯ୍ୟା ଓ ନଦୀ ବା ସମୁଦ୍ରର କୂଳ ମାନଙ୍କରୁ ମାଟି ଜଳ ସ୍ରୋତଦ୍ୱାରା ଧୋଇ ହୋଇ ଅତଡ଼ା ଖାଇ ନଦୀ ଗର୍ଭରେ ଲୀନ ହୁଏ । ବେଳେବେଳେ ନଦୀ ମଧ୍ୟରେ ଥ‌ିବା ପଠା ବା ଚଡ଼ା ଧୋଇହୋଇ ନିଶ୍ଚିନ୍ତ ହୋଇଥାଏ ।

Question 9.
ମୃତ୍ତିକା ସଂରକ୍ଷଣ କିପରି କରାଯାଇପାରିବ ଲେଖ ।
Solution:
ଗୋଟିଏ ସ୍ଥାନର ମାଟିକୁ ସ୍ଥାନାନ୍ତରିତ ହେବାକୁ ନ ଦେଇ ସେହି ସ୍ଥାନରେ ଧରି ରଖୁବାକୁ ମୃତ୍ତିକା ସଂରକ୍ଷଣ କୁଦ୍ରାଯାଏ | ପାଧାରଣତ କାକପ୍ରେତ , ହଷ୍ଟ ଦାୟ ମୃଶିଣା ଅବଶଯାଉ ମ୍ନଖ୍ୟ ପୃକତିକା କାରକ ଅଟନ୍ତି | ତେଣୁ ଧୋଇହୋଇ ନିଶ୍ଚିନ୍ତ ହୋଇଥାଏ ।

  • ବୃକ୍ଷରୋପଣଦ୍ବାରା ମୃତ୍ତିକା ସଂରକ୍ଷଣ କରାଯାଇ ପାରିବ । କାରଣ ଉଭିଦର ମୂଳ ମାଟି ଭିତରେ ଜାଲପରି ବିଛେଇ ହୋଇ ମାଟିକୁ ଜାବୁଡ଼ି ଧରି ରଖ୍ ମୃତ୍ତିକା କ୍ଷୟ ହେବାକୁ ଦିଏ ନାହିଁ ।
  • ଜମିକୁ ପଡ଼ିଆ ନରଖୁ ଫସଲପରେ ଫସଲ (ପର୍ଯ୍ୟାୟକ୍ରମିକ) କଲେ ମୃତ୍ତିକା ସର୍ବଦା ଗଛଦ୍ବାରା ଆବୃତ ରହେ, ଫଳରେ ମୃତ୍ତିକା ସଂରକ୍ଷିତ ହୋଇରହେ ।
  • ଫସଲ କାଟିଲା ବେଳେ ଫସଲର ମୂଳ ଉପରକୁ କିଛି ଅଂଶ ଛାଡ଼ି କାଟିଲେ ମୃର୍ତ୍ତିକା ସଂରକ୍ଷିତ ହୋଇରହେ ।
  • ଜମି ସାମାନ୍ୟ ଢାଲୁ ହୋଇଥିଲେ ତାହାକୁ ସମତଳ କରି ଛୋଟ ଛୋଟ କିଆରିରେ ଓ ବେଶି ଢାଲୁ ଥିଲେ ଜମିକୁ ଉଚ୍ଚତା ଅନୁସାରେ ପରିଣତ କରି ଚାରିପଟେ ଉଚ୍ଚ ହିଡ଼ ଦେଇ ମୁଭିକା ସଂରକ୍ଷଣ କରାଯାଇ ପାରିବ ।
  • ପାହାଡ଼ିଆ ବା ଅତ୍ୟନ୍ତ ଗଡ଼ାଣିଆ ଅଞ୍ଚଳରେ ସୋପାନ ପ୍ରଣାଳୀ ଓ ନାଳୀଗର୍ଭ (ଫ୍ରେଞ୍ଚ୍) ପ୍ରଣାଳୀରେ ମୁଭିକା
  • ନଦୀକୂଳ ଅତଡ଼ା ଖାଉଥ‌ିବା ବା ଅତଡ଼ା ଖାଇବାର ସମ୍ଭାବନା ଥ‌ିବା ସ୍ଥାନକୁ ପଥରଦ୍ବାରା ଆବୃତ କଲେ ମୃତ୍ତିକା
  • ସମୂଦ୍ରକୂଳ ଧୋଇ ହୋଇ ଯାଉଥିବା ଅଞ୍ଚଳକୁ ପଥର ବିଛେଇ ଘୋଡ଼ାଇ ରଖିଲେ ସେଠାର ମୃତ୍ତିକା ସଂରକ୍ଷିତ ହୁଏ ।

BSE Odisha 7th Class Science Solutions Chapter 8 ମାଟି (ମୃତ୍ତିକା)

Question 10.
ଇଟା ବ୍ୟବହାର କରି ଘର ତିଆରି କରିବାଦ୍ଵାରା ଆମର ପରୋକ୍ଷରେ କି ପ୍ରକାର କ୍ଷତି ହେଉଛି ଲେଖ ।
Solution:

  • ଇଟା ତିଆରି ପାଇଁ ମାଟି ଖୋଳିବାଦ୍ଵାରା ମାଟିର ଅବକ୍ଷୟ ଘଟିଥାଏ ।
  • କଞ୍ଚା ଇଟାକୁ ଭାଟିରେ ପୋଡ଼ିଲେ ଧୂଆଁ ନିର୍ଗତ ହୋଇ ବାୟୁମଣ୍ଡଳକୁ ଦୂଷିତ କରେ ।
  • କଞ୍ଚା ଇଟାକୁ ପୋଡ଼ିବା ପାଇଁ ଗଛ କାଟିବାକୁ ପଡ଼ିଥାଏ ।
  • ଗଛ କାଟିବାଦ୍ଵାରା ମୃତ୍ତିକା କ୍ଷୟ, ପରିବେଶର ଜଳୀୟବାଷ୍ପ ଓ ଅମ୍ଳଜାନର ହ୍ରାସ ଘଟେ ।
  • ଇଟା ତିଆରି ଯୋଗୁଁ ଯେଉଁ ମାଟି ବ୍ୟବହୃତ ହୋଇଥାଏ, ତାହା ତିଆରି ହେବାପାଇଁ ଅନେକ ବର୍ଷ ଲାଗିଥାଏ ।

Question 11.
ତୁମ ବାଡ଼ିରେ ତୁମ ମା’ ଶିମ୍ବ, ଭେଣ୍ଡି ଓ କଲରା ଗଛ ଲଗାଇଛନ୍ତି ଓ ସେଥୁରେ ଭଲ ଫଳ ଧରଛି । ତେଣୁ ତୁମର ବାଡ଼ିର ମାଟି କେଉଁ ପ୍ରକାର ମାଟି ହୋଇଥବ ଲେଖ ।
Solution:
ଦୋରସା ମାଟି ପନିପରିବା ଚାଷ ପାଇଁ ବିଶେଷ ଉପଯୋଗୀ କାରଣ ଏଥ‌ିରେ ବହୁତ ହ୍ୟୁମସ୍ ଥାଏ । ଏଥ‌ିରେ ବାଲି ଓ କାଦୁଅର ପରିମାଣ ପ୍ରାୟ ସମାନ ସମାନ ପରିମାଣରେ ଥାଏ । ଏଣୁ ଏଥିରୁ ସ୍ପଷ୍ଟ ଯେ ମା’ ଫସଲ ଲଗାଇଥବା ମାଟି ଦୋରସା ଅଟେ ।

ବିପଯୁବସ୍ତୁ ସପୂଜାପ ପୂଚନା ଓ ବିଶେଷଣ :

→ ଉପକ୍ରମ :

  • ମାଟି ଏକ ସୀମିତ ପ୍ରାକୃତିକ ସମ୍ପଦ ।
  • ଉଦ୍ଭିଦ ଓ ପ୍ରାଣୀଜଗତ ବଞ୍ଚିରହିବା ପାଇଁ ମାଟି ଉପରେ ସମ୍ପୂର୍ଣ୍ଣ ନିର୍ଭର କରନ୍ତି । ଏହା ବିନା ଜୀବଜଗତ ତିଷ୍ଠିବା
  • ଉଦ୍ଭିଦ ନିଜର ପୁଷ୍ଟି ପାଇଁ ମାଟିରୁ ଜଳ ଓ ପୋଷକ ଶୋଷଣ କରିଥାଏ । ଏହି ଉଭିଦ ଜଗତ ହିଁ ପ୍ରାଣୀ ଜଗତକୁ
  • ମାଟିରେ ହାଣ୍ଡି, କଣ୍ଢେଇ, ମୂର୍ତ୍ତି, ଟେରାକୋଟା ମୂର୍ତ୍ତି ଆଦି ତିଆରି କରାଯାଏ । ମଣିଷ ନିଜେ ବଞ୍ଚି ରହିବା ପାଇଁ ମାଟି ଉପରେ ମୁଖ୍ୟତଃ ନିର୍ଭର କରିଥାଏ ।
  • ଘରର କାନ୍ଥ ତିଆରି ପାଇଁ ଇଟା କିମ୍ବା ଝାଟି ମାଟିକୁ ବ୍ୟବହାର କରାଯାଏ । ମାଟିରୁ ଫସଲ କରି ଆମେ ଆମ ଖାଦ୍ୟର ଆବଶ୍ୟକତା ମେଣ୍ଟାଇଥାଉ ।

→ ମାଟିରେ ଜୀବମାନଙ୍କର ବହୁଳ ଉପସ୍ଥିତି :

  • ମାଟିରେ ବିଭିନ୍ନ ପ୍ରକାର ଅଣୁଜୀବ ( ବୀଜାଣୁ, କବକ ଆଦି), ନିମ୍ନ ଶ୍ରେଣୀର ଉଭିଦ ( ଶୈବାଳ) ଓ ପ୍ରାଣୀ ( ଆଦିପ୍ରାଣୀ) ଏବଂ ପିମ୍ପୁଡ଼ି, ଜନ୍ଦା, ବିଛା, ବେଙ୍ଗ, ମୂଷା, ସାପ, ଉଇ ଓ ଜିଆ ଆଦି ରହିଥାନ୍ତି ।
  • ଉଦ୍ଭିଦ ଓ ପ୍ରାଣୀମାନଙ୍କର ଦେହାବଶେଷ ଓ ମଳମୂତ୍ରରୁ ଅଣୁଜୀବମାନେ ଜୈବିକ ପଦାର୍ଥ ପ୍ରସ୍ତୁତ କରନ୍ତି । ତାହାର ଅପଘଟନରେ ଯେଉଁ ଅଂଶ ସୃଷ୍ଟି ହୁଏ, ତାହାକୁ ହ୍ୟୁମସ୍ (Humus) କହନ୍ତି ।

→ ମାଟିରେ ଥ‌ିବା ବିଭିନ୍ନ ଉପାଦାନର ବ୍ୟାସ :
BSE Odisha Class 7 Science Solutions Chapter 8 Img 1

  • ମୋଟ ଉପରେ ଜୀବମାନେ ମାଟିକୁ ଫସ୍‌ଫସିଆ କରିବା ସହ ଜୈବିକ ପଦାର୍ଥରେ ଅପଘଟନ ଓ ମାଟିରେ ବାୟୁ
  • ରଙ୍ଗର ବିବିଧତାକୁ ନେଇ ମାଟି ଚାରିପ୍ରକାରର ହୋଇଥାଏ; ଯଥା – ଲାଲ୍‌ମାଟି, ଧଳାମାଟି, କଳାମାଟି ଓ ଧୂସର ମାଟି ।
  • ଲାଲ ମାଟିରେ ଲୌହ ଓ ମାଙ୍ଗାନିଜ ଲବଣ ପରିମାଣ ଅଧିକ ଥାଏ ।
  • ଧଳା ମାଟିରେ ଚୂନ (କ୍ୟାଲ୍‌ସିୟମ ଅକ୍‌ସାଇଡ଼), ଆଲୁମିନିୟମ୍‌ ଅକ୍‌ସାଇଡ୍ ( ବକ୍‌ସାଇଟ୍‌) ଅଧିକ ପରିମାଣରେ ଥାଏ ।
  • କଳା ମାଟିରେ ବହୁ ପରିମାଣରେ ଲୌହ ଓ ମ୍ୟାଗ୍‌ନେସିୟମ୍ ରହିଥାଏ ।
  • ଧୂସର ମାଟିରେ ଅଧ‌ିକ ଜୈବପଦାର୍ଥ ଥିବାରୁ ଏହାର ରଙ୍ଗ ଧୂସର ହୋଇଥାଏ ।
  • ମାଟିରେ ଥ‌ିବା ବାଲି, କାଦୁଅ, ଜୈବ ପଦାର୍ଥ ଓ ଲୁଣର ଆନୁପାତିକ ଅଂଶରେ ଥ‌ିବା ବିଭିନ୍ନତାକୁ ହିସାବକୁ ନେଇ ମାଟିକୁ ଦୋରସା, ମଟାଳ, ପଙ୍କୁଆ ଓ ବାଲିଆ କୁହାଯାଏ ।

→ ମାଟିର ସୃଷ୍ଟି :

  • ତାପମାତ୍ରା, ପବନ, ଜଳ ଓ ଜଳବାୟୁର ପରିବର୍ତ୍ତନ ପ୍ରଭାବରେ ଶିଳା ଭାଙ୍ଗି ମାଟିର ସୃଷ୍ଟି ହୋଇଥାଏ ।
  • ଦିନରେ ଭୂପୃଷ୍ଠରେ ତାପମାତ୍ରା ବଢ଼େ ଓ ରାତିରେ କମିଯାଏ । ଏହାଦ୍ଵାରା ଶିଳାର ପ୍ରସାରଣ ଓ ସଙ୍କୋଚନ ହୋଇଥାଏ । ଏହି ପ୍ରକ୍ରିୟା ଯୋଗୁଁ ଶିଳାଗୁଡ଼ିକରେ ଫାଟ ସୃଷ୍ଟି ହୁଏ ।
  • ବର୍ଷାଜଳ, ବାୟୁ, ଜଳସ୍ରୋତ ଓ ଉଭିଦର ଚେର ଏହି ଫାଟରେ ପଶି ଶିଳାଗୁଡ଼ିକୁ ଫଟାଇ ଛୋଟ ଶିଳା ଖଣ୍ଡରେ ପରିଣତ କରନ୍ତି । ବର୍ଷାଜଳ ଓ ନଦୀ ସ୍ରୋତରେ ଏହି ଶିଳାଗୁଡ଼ିକ ଗଡ଼ିଗଡ଼ି ଓ ପରସ୍ପର ବାଡ଼େଇ ହୋଇ ଛୋଟଛୋଟ
  • ଅତ୍ୟନ୍ତ ଛୋଟଛୋଟ କଣିକାଗୁଡ଼ିକ ପାଣି ସହିତ ମିଶି କାଦୁଅ ସୃଷ୍ଟି ହୁଏ । ବାଲି, କାଦୁଅ, ଜୈବପଦାର୍ଥ ଓ ଶିଳାରେ ଥ‌ିବା ଲବଣ ମିଶି ମାଟି ସୃଷ୍ଟି ହୁଏ ।
  • ପ୍ରାୟ 1 ଇଞ୍ଚ ବହଳ ମୂରିକା ସୃଷ୍ଟି ପାଇଁ 1000 ବର୍ଷରୁ ଅଧ‌ିକ ସମୟ ଲାଗିଥାଏ |

BSE Odisha 7th Class Science Solutions Chapter 8 ମାଟି (ମୃତ୍ତିକା)

→ ମାଟିର ପରିଚିତ୍ରଣ :

  • ଭୂପୃଷ୍ଠର 15 ବା 20 ସେ.ମି. ଗଭୀର ପର୍ଯ୍ୟନ୍ତ ଥ‌ିବା ମାଟିସ୍ତରକୁ ପୃଷ୍ଠ ମୃତ୍ତିକା ବା ଉପର ମାଟି (Top soil) କୁହାଯାଏ । ଏହା ହ୍ୟୁମସ୍‌ରେ ପୂର୍ଣ୍ଣ, ନରମ ଓ ଛିଦ୍ରଯୁକ୍ତ । ଏଥିରେ ଜଳ ମଧ୍ଯ ଥାଏ ।
  • ପୃଷ୍ଠ ମୃତ୍ତିକାର ତଳସ୍ତରରେ ଥିବା ମୃତ୍ତିକାକୁ ଦ୍ବିତୀୟ ସ୍ତର ବା ଉପମୃତ୍ତିକା କୁହାଯାଏ । ଏହି ସ୍ତର ଅପେକ୍ଷାକୃତ କଠିନ ଓ ଏଥିରେ ଅଧିକ ହ୍ୟୁମସ୍ ଥାଏ । ଏହି ସ୍ତରରେ ପୋକ, ଅନ୍ୟ ଜୀବମାନେ ଯଥା ପିମ୍ପୁଡ଼ି, ଜନ୍ଦା, ବିଛା ଆଦି ରହିଥା’ନ୍ତି ।
    BSE Odisha Class 7 Science Solutions Chapter 8 Img 2
  • ଭୂପୃଷ୍ଠର ତୃତୀୟ ସ୍ତରଟି ହେଲା ଭଗ୍ନଶିଳା ସ୍ତର । ଏଥ‌ିରେ ଛୋଟ ଛୋଟ ପଥର ଖଣ୍ଡ ଓ ଗରଡ଼ାମାନ ରହିଥାଏ ।
  • ଭୂପୃଷ୍ଠର ଚତୁର୍ଥ ସ୍ତରଟି ହେଲା କଠିନ ଶିଳାସ୍ତର । ଏହା ଅତ୍ୟଧ୍ଵ କଠିନ ଓ ଟାଣ ।
    BSE Odisha Class 7 Science Solutions Chapter 8 Img 3

→ ମାଟିର ପ୍ରକାର ଭେଦ :

  • ଯଥା – ବାଲିଆ ମାଟି, ମଟାଳ ବା କାଦୁଆ ମାଟି ଓ ଦୋରସା ମାଟି ।
  • ମାଟିର ସୂକ୍ଷ୍ମ କଣିକାଗୁଡ଼ିକ ଯଦି ମୃତ୍ତିକାରେ ଥାଏ ତେବେ ତାକୁ କାଦୁଆ ମାଟି କହନ୍ତି । କାଦୁଅ ଯୋଗୁ ମାଟିରେ ବାୟୁ ପ୍ରବେଶର ପରିମାଣ କମିଯାଏ, କିନ୍ତୁ ଜଳଧାରଣ କ୍ଷମତା ବଢ଼ିଥାଏ ।
  • ବାଲିଆ ଓ କାଦୁଆ ଉପାଦାନ ସମପରିମାଣରେ ମିଶିଲେ ଦୋରସା ମାଟି ଗଠିତ ହୋଇଥାଏ । ଏହି ମାଟି ଉଭିଦ ବଢ଼ିବା ପାଇଁ ଉତ୍କୃଷ୍ଟ ଧରଣର ମାଟି ଅଟେ ।
  • ବାଲିଆ ମାଟିରେ ସହଜରେ ବାୟୁ ପ୍ରବେଶ କରିପାରେ ଏବଂ ଜଳ ନିଷ୍କାସନ ଶୀଘ୍ର ହୋଇପାରେ । ତେଣୁ ବାଲିଆ ମାଟି ଶୁଷ୍କ ଓ ହାଲୁକା ଅଟେ ।
  • ସମପରିମାଣର ବାଲିଆ, କାଦୁଆ ଓ ପଟୁମାଟିର ମିଶ୍ରଣରେ ମଟାଳ ମାଟି ସୃଷ୍ଟି ହୁଏ ।
  • ରଙ୍ଗ ଅନୁସାରେ ମଧ୍ୟ ମାଟିକୁ ଲାଲ୍, କଳା, ଧଳା ଓ ଧୂସରରେ ବିଭକ୍ତ କରାଯାଇପାରେ ।
  • ଭାରତର ମୃତ୍ତିକାକୁ ମୁଖ୍ୟତଃ ଛଅ ଭାଗରେ ବିଭକ୍ତ କରାଯାଏ । ସେଗୁଡ଼ିକ ହେଲା – ପଟୁମାଟି, କଳାମାଟି, ଲାଲ୍‌ମାଟି, ମାଙ୍କଡ଼ା ମାଟି, ପାହାଡ଼ିଆ ମାଟି ଓ ମରୁ ମାଟି ।

→ ମାଟିର ଧର୍ମ :

  • ମାଟିରେ ଛିଦ୍ର ଥାଏ । ଏହି ଖାଲିସ୍ଥାନରେ ବାୟୁ ଓ ଜଳ ରହିପାରେ । ହ୍ୟୁମସ୍ ଅଧ୍ଵ ଜଳ ଧରି ରଖୂପାରେ ।
  • ଯେଉଁ ପ୍ରକ୍ରିୟାରେ ଉପର ପାଣି ମାଟିଦେଇ ତଳକୁ ଯାଏ ତାହାକୁ ଅବଶୋଷଣ ଓ ଯେଉଁ ପ୍ରକ୍ରିୟାରେ ମାଟି ଭିତରେ ଦେଇ ପାଣି ତଳୁ ଉପରକୁ ଉଠିଥାଏ ତାହାକୁ ଶୋଷଣ କହନ୍ତି ।
  • ମାଟି ଘରତିଆରି, ରାସ୍ତାଘାଟ, ମାଟିପାତ୍ର ଓ ମୂର୍ତ୍ତି ତିଆରିରେ ବ୍ୟବହୃତ ହୁଏ ।

→  ମାଟିର ଜଳଶୋଷଣ କ୍ଷମତା :

  • ବାଲିଆ ମାଟିର ଜଳ ଧାରଣ କ୍ଷମତା ସର୍ବନିମ୍ନ ଓ ମଟାଳ ମାଟିର ଜଳଧାରଣ କ୍ଷମତା ସର୍ବାଧ‌ିକ ହୋଇଥାଏ ।
    BSE Odisha Class 7 Science Solutions Chapter 8 Img 4
  • ମାଟିର ଜଳ ଧାରଣ କ୍ଷମତା ଓ ମାଟି ଭିତରେ ବାୟୁ ଚଳାଚଳ ପ୍ରକ୍ରିୟା, ଉଭିଦର ଅଭିବୃଦ୍ଧି ପାଇଁ ଆବଶ୍ୟକ ପରିବେଶ ସୃଷ୍ଟି କରିଥାଏ ।
  • 50 ଗ୍ରାମ୍ ମାଟିର ନମୁନା, ମାପଗ୍ଲାସରେ u ମି.ଲି. ଜଳ ଓ ବିକରରେ ପଡ଼ିଥିବା ଜଳର ଆୟତନ v ମି.ଲି. ହେଲେ (ମନେରଖ 1 ମି.ଲି. ଜଳର ଓଜନ = 1 ଗ୍ରାମ୍ )
    BSE Odisha Class 7 Science Solutions Chapter 8 Img 5

BSE Odisha 7th Class Science Solutions Chapter 8 ମାଟି (ମୃତ୍ତିକା)

→ ମାଟି ଓ ଫସଲ :

  • ଜୈବିକ ପଦାର୍ଥ ଓ ହ୍ୟୁମସ୍‌ର ଉପସ୍ଥିତି ଦ୍ଵାରା ମାଟିର ଉର୍ବରତା, ଜଳଧାରଣ କ୍ଷମତା, ତଥା ବାୟୁ ଚଳାଚଳର ପରିମାଣ ବଢ଼ିଥାଏ । ମାଟିର ପ୍ରକାରଭେଦ ଅନୁସାରେ ସେଥ‌ିରେ ଫସଲ ମଧ୍ଯ ଭିନ୍ନ ଭିନ୍ନ ହୋଇଥାଏ ।
    BSE Odisha Class 7 Science Solutions Chapter 8 Img 6
  • ବାଲିଆ ମାଟିର ଜଳଧାରଣ କ୍ଷମତା ସର୍ବନିମ୍ନ ହୋଇଥ‌ିବାରୁ ସେଥ‌ିରେ କମ୍ ଜଳ ଆବଶ୍ୟକ କରୁଥିବା ଚିନାବାଦାମ, କନ୍ଦମୂଳ, ଆଳୁ, ମୁଗ, ବିରି, ସୂର୍ଯ୍ୟମୁଖୀ ଆଦି ଫସଲ ଭଲହୁଏ ।
  • ମଟାଳ ମାଟିର ଜଳଧାରଣ କ୍ଷମତା ସର୍ବାଧ‌ିକ, ଏଣୁ ଏଥ‌ିରେ ଧାନ, ଆଖୁ, ନଳିତା, ଜଡ଼ା ଓ ଗହମ ଆଦି ଫସଲ ଭଲ ହୁଏ ।
  • ପନିପରିବା ଚାଷ ପାଇଁ ଦୋରସା ମାଟି ଭଲ କାରଣ ଏଥ‌ିରେ ବହୁତ ହ୍ୟୁମସ୍ ଥାଏ ।

→ ମୃତ୍ତିକା କ୍ଷୟ ଓ ତା’ର ସଂରକ୍ଷଣ :

  • କୌଣସି ସ୍ଥାନରୁ ବାରମ୍ବାର ମୃତ୍ତିକା ସ୍ଥାନାନ୍ତରିତ ହେବାକୁ ମୃତ୍ତିକା କ୍ଷୟ କରୁଥାଏ ।
  • ମୃତ୍ତିକାର ଅବକ୍ଷୟ ଉଭୟ ପ୍ରାକୃତିକ ଓ କୃତ୍ରିମ ଉପାୟରେ ଘଟିଥାଏ । ବଣବୁଦା ନଷ୍ଟକଲେ, ପୋଡୁଚାଷ କଲେ, ଗଛ କାଟିଲେ ଓ ଗୋରୁ ଚାରଣ ବନ୍ଦ ନକଲେ ମଧ୍ୟ ମାଟି ଖୋଲା ପଡ଼ି ତା’ର ଅବକ୍ଷୟ ଘଟିଥାଏ । ଜଳ ଓ ବାୟୁ ମୁଭିକା ଅବକ୍ଷୟର ମୁଖ୍ୟ ପ୍ରାକୃତିକ କାରକ ।
  • ମାଟିକୁ ସ୍ଥାନାନ୍ତରିତ ହେବାକୁ ନ ଦେଇ ତାହାକୁ ନିଜ ସ୍ଥାନରେ ଅଟକାଇ ଧରି ରଖୁବାକୁ ମୃତ୍ତିକା ସଂରକ୍ଷଣ
  • ବୃକ୍ଷରୋପଣ କରି ମୃଭିକା ସଂରକ୍ଷଣ କରାଯାଇପାରେ କାରଣ ଉଭିଦର ଚେର ମାଟିକୁ ଜାବୁଡ଼ିଧରି ଏହାକୁ
  • ଚାଷଜମିକୁ ପଡ଼ିଆ ନ ପକାଇ ସେଥ‌ିରେ ପର୍ଯ୍ୟାୟକ୍ରମେ ଚାଷ କଲେ ଜମି ଘୋଡ଼ାଇ ହୋଇ ସୁରକ୍ଷିତ ରହେ ।
  • ଜମି ସାମାନ୍ୟ ଢାଲୁ ଥିଲେ ତାକୁ ଚାଷ ବେଳେ ସମତଳ କରିଦେବା ଆବଶ୍ୟକ ଓ ବେଶି ଢାଲୁ ଥିଲେ ଜମିକୁ ଉଚ୍ଚତା ଅନୁସାରେ ଛୋଟ ଛୋଟ କିଆରିରେ ପରିଣତ କରି ହିଡ଼ ବାନ୍ଧି ଚାଷ କରିବା ଉଚିତ ।
  • ପାହାଡ଼ିଆ ଅଞ୍ଚଳରେ ସୋପାନ ପ୍ରଣାଳୀ ଓ ନାଳୀଗର୍ଭ (ଫ୍ରେଞ୍ଚ) ପ୍ରଣାଳୀରେ ମୃତ୍ତିକା ସଂରକ୍ଷଣ କରାଯାଇଥାଏ ।
  • ନଦୀନାଳ ଓ ସମୁଦ୍ରକୂଳ ଅତଡ଼ା ଖାଉଥିଲେ ପଥର ବାନ୍ଧି ମୃତ୍ତିକା ସଂରକ୍ଷଣ କରାଯାଏ ।

→ ପାଠ୍ୟପୁସ୍ତକାଣ୍ଡ ପ୍ରଶ୍ୱାବଲାର ଉରର :

Question 1.
ମଣିଷ ନିଜେ ବଞ୍ଚିବା ପାଇଁ ମାଟି ଉପରେ କିପରି ନିର୍ଭର କରେ ତାହାର ଚାରିଗୋଟି ଦୃଷ୍ଟାନ୍ତ ଦିଅ ।
Solution:
ମଣିଷ ନିଜେ ବଞ୍ଚିବା ପାଇଁ

  • ମାଟିରେ ଘର ତିଆରି କରେ,
  • ମାଟିରୁ ଇଟା ତିଆରି କରି ଘର ତୋଳେ,
  • ମାଟିରେ ଚାଷ କରି ବଞ୍ଚେ ଓ
  • ମାଟିରେ ବିଭିନ୍ନ ପାତ୍ର ଓ ମୂର୍ତ୍ତି ତିଆରି କରି ଜୀବିକା ନିର୍ବାହ କରେ ।

Question 2.
ଓଡ଼ିଶାର ଯେଉଁ ବାଲୁକାଶିଳ୍ପୀ ପୃଥ‌ିବୀ ପ୍ରସିଦ୍ଧ ଅଟନ୍ତି ତାଙ୍କ ନାମ ଲେଖ ।
Solution:
ମାଟି ଏକ ପ୍ରାକୃତିକ ସମ୍ପଦ । ଆମେ ବିଭିନ୍ନ କାରଣରୁ ମାଟିକୁ ବ୍ୟବହାର କରି ଏହାର ଅପଚୟ କରିଥାଉ ।

  • ପକ୍‌କା ଘରର ଛାତ ତିଆରି ବେଳେ ପ୍ରଥମେ ମାଟି ପକାଇ ସମତଳ କରି ଏକ ଛାତ୍ର ତିଆରି କରାଯାଏ, ମାଟି ବ୍ୟବହାର ନ କାରି କୋଳକ ପଟା ବ୍ୟବହାର କରି ଛାତ ତିଆରି କରାଯାଇ ପାରିବ |
  • କୌଣସି ସ୍ଥାନରେ ମାଟି ଖୋଳି ତାହାକୁ ଅଦରକାରୀ ଜାଗାରେ ଫିଙ୍ଗିବା, ଭଙ୍ଗା ଇଟା, ଟାଇଲି, ଗୋଡ଼ି ଇତ୍ୟାଦିକୁ ଆବର୍ଜନାରେ ପକାଇବା ମାଟିର ଅନ୍ୟ ଏକ ଅପଚୟ ।

Question 3.
କେଉଁ କେଉଁ କାମ ପାଇଁ ଗଭୀର ଗାତ ଖୋଳା ଯିବାର ତୁମେ ଦେଖୁଛ ଲେଖ ।
Solution:
ମାଟିର ଉପରସ୍ତରର ମାଟିକୁ ଉପରୁ ଦେଖୁହୁଏ; ମାତ୍ର ଗଭୀର ଗାତ ଖୋଳାଯିବାବେଳେ ଏହାର ଅନ୍ୟ ସ୍ତରଗୁଡ଼ିକୁ ନିରୀକ୍ଷଣ କରିହୁଏ; ଯଥା – ପକ୍କା ଘରର ନିଅଁ ଖୋଳିବାବେଳେ, କୂଅ, ପୋଖରୀ, କେନାଲ ଖୋଳିବାବେଳେ, କମ୍ପୋଷ୍ଟ ଖତ ପାଇଁ ଗାତ ଖୋଳିବାବେଳେ, ରାସ୍ତାର ଓସାର ବଢ଼ାଇବାବେଳେ ଆମେ ମଧ୍ୟମରୁ ଗଭୀର ଗାତ ଖୋଳିଥାଉ ।

BSE Odisha 7th Class Science Solutions Chapter 8 ମାଟି (ମୃତ୍ତିକା)

Question 4.
(କ) ସାଧାରଣତଃ ପଟୁମାଟି କେଉଁଠାରେ ଦେଖାଯାଏ ଲେଖ ।
Solution:
ନଦା ଅବକାଦ୍ରିକାରେ ପଟୁମାଟି ଦେଖାଯାଏ |

(ଖ) ମଟାଳ ମାଟି ମୁଖ୍ୟତଃ କେଉଁଠି ଦେଖାଯାଏ ଲେଖ ।
Solution:
ଜମିମାନଙ୍କରେ ମଟାଳ ମାଟି ଦେଖାଯାଏ ।

Question 5.
ମାଟିପାତ୍ର, କଣ୍ଢେଇ ଓ ମୂର୍ତ୍ତି ଗଢ଼ିବା ପାଇଁ କେଉଁ କେଉଁ ପ୍ରକାର ମାଟି ଉପଯୁକ୍ତ ତାହା ଲେଖ ।
Solution:
ମାଟିପାତ୍ର, କଣ୍ଢେଇ ଓ ମୂର୍ତ୍ତି ଗଢ଼ିବା ପାଇଁ ମଟାଳ ମାଟି ଉପଯୁକ୍ତ ।

Question 6.
ଭୂଗୋଳରେ ପଢ଼ିଥ‌ିବା ତଥ୍ୟକୁ ବ୍ୟବହାର କରି ପଟୁମାଟି, କଳାମାଟି, ଲାଲ୍‌ମାଟି ଓ ମରୁମାଟି ଭାରତର କେଉଁ କେଉଁ ଅଞ୍ଚଳରେ ଦେଖାଯାଏ ଲେଖ ।
Solution:
ପଟୁମାଟି – ଉତ୍ତରପ୍ରଦେଶ, ହରିୟାଣା, ବିହାର, ପଶ୍ଚିମବଙ୍ଗ, ଓଡ଼ିଶାର କେତେକ ଅଞ୍ଚଳ
କଳାମାଟି – ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ
ଲାଲ୍‌ମାଟି – କେରଳ, କର୍ଣ୍ଣାଟକ, ଓଡ଼ିଶା, ଆସାମ
ମରୁମାଟି – ରାଜସ୍ଥାନ, ପଞ୍ଜାବ, ହରିୟାଣା

Question 7.
ଉପରେ କରିଥିବା ପରୀକ୍ଷାରୁ ତୁମେ କେଉଁ ସିଦ୍ଧାନ୍ତରେ ପହଞ୍ଚିଲ ତାହା ଲେଖ । ଯେଉଁ ପ୍ରକ୍ରିୟାରେ ଉପରେ ଢଳାଯାଇଥ‌ିବା ପାଣି ତଳ କଣାବାଟେ ବାହାରିଲା ତାହାର ନାମ ଲେଖ ।
Solution:
ଆମେ ନେଇଥ‌ିବା କୁଣ୍ଡ ଦୁଇଟି ମଧ୍ୟରୁ ଗୋଟିକରେ ବାଲିଆ ମାଟି ଓ ଅନ୍ୟଟିରେ ଦୋରସା ମାଟି ନେଇଛୁ । ପ୍ରତ୍ୟେକରେ ସମାନ ସଂଖ୍ୟକ ପୂର୍ଣ୍ଣଗ୍ଲାସ୍ ଜଳ ଢଳାଯାଇଛି । କିଛି ସମୟ ପରେ ଉଭୟର ତଳ କଣାବାଟେ ପାଣି ବାହାରିବା ଦେଖାଯିବ ।
ସିଦ୍ଧାନ୍ତ : ଉପରୋକ୍ତ ପରୀକ୍ଷାଟିରୁ ଆମେ ଦେଖୁ ବାଲିଆ ମାଟିରୁ ଶୀଘ୍ର ଜଳ ବାହାରିଯିବ, ହେଲେ ଦୋରସା ମାଟିରୁ ସର୍ବନିମ୍ନ ଓ ଦୋରସା ମାଟିର ଜଳଧାରଣ କ୍ଷମତା ମଧ୍ୟମ ଧରଣର ଅଟେ ।

Question 8.
ଉପରେ କରିଥିବା ପରୀକ୍ଷା ସାହାଯ୍ୟରେ ତୁମେ ଦୋରସା, ମଟାଳ, ବାଲିଆ ଓ କାଦୁଆ ମାଟିକୁ କିପରି ଚିହ୍ନିବ ଲେଖ ।
Solution:
ବିଭିନ୍ନ ମାଟି କୁଣ୍ଡରେ ଦୋରସା, ମଟାଳ, ବାଲିଆ ଓ କାଦୁଆ ମାଟିକୁ ନେଇ ସମାନ ପରିମାଣର ପାଣିଢାଳି ପରୀକ୍ଷା କଲେ କୁଣ୍ଡର ତଳ କଣାବାଟେ ପ୍ରଥମ ଟୋପା ପାଣି ବାହାରିବା ପାଇଁ କେତେ ସମୟ ଲାଗୁଛି ଟିପିରଖିଲେ ଦେଖାଯିବ, ପ୍ରତ୍ୟେକ ମାଟିଦ୍ୱାରା ଜଳ ଅବଶୋଷିତ ହେବ ଓ ପାଣି ତଳକଣା ଦେଇ ବିଭିନ୍ନ ସମୟ ବ୍ୟବଧାନରେ (ସର୍ବାଧ‌ିକ) ଓ ଦୋରସା ମାଟିର ଜଳଧାରଣ କ୍ଷମତା ମଧ୍ଯମ ଧରଣର ଅଟେ; କାରଣ ଏଥରେ ବାଲି ଓ କାଦୁଅ ଉପାଦାନ ସମପରିମାଣରେ ରହିଥାଏ । ମାଟିରେ ସୂକ୍ଷ୍ମ କଣିକାଗୁଡ଼ିକ ଯଦି ଅଧ୍ଵ ଥାଏ ତେବେ ତାକୁ କାଦୁଆ ମାଟି କହନ୍ତି । କାଦୁଅ ଯୋଗୁ ମାଟିରେ ବାୟୁ ପ୍ରବେଶର ପରିମାଣ କମିଯାଏ; କିନ୍ତୁ ଜଳଧାରଣ କ୍ଷମତା ବଢ଼ିଥାଏ । ଏଣୁ ପ୍ରଥମେ ବାଲିଆ ମାଟିରୁ, ତା’ପରେ ଦୋରସାମାଟିରୁ, ତା’ପରେ ମଟାଳ ମାଟିରୁ ଓ ଶେଷରେ କାଦୁଆ ମାଟିରୁ କଳାଟୋପା ବାହାରିବା ଦେଖାଯିବା |

Question 9.
ତୁମ ପାଇଁ କାମ – ୮.୯ ପରୀକ୍ଷାରେ ତୁମେ ଦେଖୁ ଯେ ମାଟିର ଉପର ସ୍ତର ଓଦା ହୋଇ ଯାଇଅଛି । ଏପରି କାହିଁକି ହେଲା ଲେଖ ? ଏହି ପ୍ରକ୍ରିୟାକୁ କ’ଣ କହନ୍ତି ?
Solution:
ପରୀକ୍ଷା ୮.୯ରେ ଆମେ ଦୁଇଟି ଟିଣଡବା ମଧ୍ୟରୁ ଗୋଟିକରେ ଦୋରସା ଓ ଅନ୍ୟଟିରେ ବାଲିଆ ମାଟି ନେଇଛୁ । ଉଭୟ ଟିଣଡବାକୁ ଗୋଟିଏ ଜଳଥିବା ପାତ୍ରରେ ରଖାଯାଇଛି । ତା’ପରଦିନ ଟିଣଡବାରେ ଥ‌ିବା ଶୁଖୁଲା ମାଟିର ଉପର ସ୍ତରକୁ ଦେଖ‌ିଲେ ଦେଖାଯିବ ମାଟିର ଉପରସ୍ତର ଓଦା ହୋଇଯାଇ ଅଛି । ମାଟି ଭିତର ଦେଇ ଜଳ ତଳୁ ଉପରକୁ ଉଠିଆସିଥିବାରୁ ମାଟି ଓଦା ହେଲା । ଏହି ପ୍ରକ୍ରିୟାକୁ ‘ଶୋଷଣ’ କୁହନ୍ତି ।

Question 10.
ଯେଉଁ ଯେଉଁ କୃତ୍ରିମ ପ୍ରକ୍ରିୟା ଦ୍ବାରା ମୃତ୍ତିକାର ଅବକ୍ଷୟ ଘଟୁଛି ସେଥୁମଧ୍ୟରୁ ଦୁଇଟି ଲେଖ ।
Solution:
ପତ୍ରରେ ନିଆଁ ଲଗାଇ ଜଙ୍ଗଲ ପୋଡ଼ି ପକାନ୍ତି ଓ ସେହି ଜମିକୁ ଚାଷ ପାଇଁ ବ୍ୟବହାର କରନ୍ତି । ମଣିଷ ନିଜର ସ୍ଵାର୍ଥପାଇଁ ସ୍ୱେଚ୍ଛାଚାରିତାଭାବେ ଜଙ୍ଗଲ ଉଚ୍ଛେଦ କରିବା ଯୋଗୁଁ ମୃତ୍ତିକାର ଅବକ୍ଷୟ ଘଟୁଛି ।
ମାଟି ସହିତ ଉଭିଦ ଓ ପ୍ରାଣୀର ସମ୍ପର୍କ ଅଛି ।

→ ଆସ, ଜାଣିବା:

  • ମାଟିର ଉପାଦାନ ମଧ୍ଯରେ ବାଲି, ଗରଡ଼ା, ଜୈବିକ ପଦାର୍ଥ ଅନ୍ୟତମ ।
  • ବାଲିଆ, ମଟାଳ, ଦୋରସା ମାଟିର ଜଳଧାରଣ କ୍ଷମତା ଭିନ୍ନ ଭିନ୍ନ ।
  • ମାଟିର ଜଳ ଶୋଷଣ କ୍ଷମତା ଜାଣିବା ଆବଶ୍ୟକ ଅଟେ ।
  • ମାଟି ସ୍ତରର ଉପରମାଟି ଛିଦ୍ରଯୁକ୍ତ ଓ ଏଥିରେ ହ୍ୟୁମସ୍ ଅଧିକ ଥାଏ ।
  • ବିଭିନ୍ନ ପ୍ରକାର ଫସଲ ଚାଷ ପାଇଁ ବିଭିନ୍ନ ପ୍ରକାର ମାଟି ଆବଶ୍ୟକ ହୋଇଥାଏ ।
  • ମାଟି ସଂରକ୍ଷଣ ପାଇଁ ଯୋଜନା ପ୍ରସ୍ତୁତ କରିବା ଉଚିତ ।

CHSE Odisha Class 12 Economics Chapter 4 Short & Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 4 ଉପଭୋଗର ନିୟମ Short & Long Answer Questions

CHSE Odisha 12th Class Economics Chapter 4 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି| ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ସୀମାନ୍ତ ଉପଯୋଗିତା କ’ଣ ?
Answer:
ସୀମାନ୍ତ ଉପଯୋଗିତା କହିଲେ କୌଣସି ଦ୍ରବ୍ୟର ଉପଭୋଗ ସ୍ଥଳେ ଶେଷ ଏକକରୁ ଉପଲବ୍ଧ ସନ୍ତୋଷ ପରିମାଣ ଅଟେ । ଅନ୍ୟ ଅର୍ଥରେ ଉପଭୋଗକୁ ଆଉ ଏକ ଦ୍ରବ୍ୟ ଏକକରେ ବୃଦ୍ଧିକରି ସମୁଦାୟ ଉପଯୋଗିତାରେ ଯେଉଁ ପରିମାଣରେ ପରିବର୍ତ୍ତନ ହୁଏ, ତାକୁ ସୀମାନ୍ତ ଉପଯୋଗିତା କୁହାଯାଏ ।

2. ମୋଟ ଉପଯୋଗିତା କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ କୌଣସି ଏକ ଦ୍ରବ୍ୟର ବିଭିନ୍ନ ଏକକ ଉପଭୋଗରୁ ମିଳୁଥିବା ଉପଯୋଗିତାର ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ ।

3. କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ନିୟମର ସଂଜ୍ଞା ଦିଅ ।
Answer:
ଅଧ୍ୟାପକ ମାର୍ଶାଲଙ୍କ ଭାଷାରେ ‘କୌଣସି ବ୍ୟକ୍ତି ନିକଟରେ ଥ‌ିବା ଏକ ଦ୍ରବ୍ୟର ପରିମାଣ ବୃଦ୍ଧି ହେଲେ ସେ ଯେଉଁ ଅତିରିକ୍ତ ଉପଯୋଗିତା ଲାଭ କରନ୍ତି, ତାହା ଦ୍ରବ୍ୟଟିର ମୋଟ ପରିମାଣରେ ବୃଦ୍ଧି ହେବା ସଙ୍ଗେସଙ୍ଗେ କ୍ରମଶଃ ହ୍ରାସ ପାଏ । ଏଠାରେ ଅତିରିକ୍ତ ଉପଯୋଗିତା କହିଲେ ସୀମାନ୍ତ ଉପଯୋଗିତାକୁ ବୁଝାଯାଏ ।

4. କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ନିୟମର ତିନୋଟି ସର୍ଭ ଲେଖ ।
Answer:
(i) ଗୋଟିଏ ଦ୍ରବ୍ୟର ବିଭିନ୍ନ ଏକକଗୁଡ଼ିକୁ କୌଣସି ସମୟ ବ୍ୟବଧାନ ନ ରଖ୍ ଉପଭୋଗ କରିବା ଦରକାର ।
(ii) ଦ୍ରବ୍ୟର ବିଭିନ୍ନ ଏକକ ସମଜାତୀୟ ହେବା ଦରକାର ।
(iii) ଉପଭୋଗ ସମୟରେ ଉପଭୋକ୍ତାଙ୍କର ମାନସିକ ସ୍ଥିତି ସ୍ଵାଭାବିକ ରହିବା ଏକାନ୍ତ ଆବଶ୍ୟକ ।

CHSE Odisha Class 12 Economics Chapter 4 Short & Long Answer Questions in Odia Medium

5. କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ନିୟମର ତିନୋଟି ସୀମାବଦ୍ଧତା ଲେଖ ।
Answer:
(୧) ଉପଯୋଗିତା ଏକ ମାନସିକ ଧାରଣା, ତେଣୁ ଏହା କେବେହେଲେ ସଂଖ୍ୟାରେ ପରିମାପ କରିବା ସମ୍ଭବ ନୁହେଁ । (୨) ଯଦି କୌଣସି ଦ୍ରବ୍ୟର ବିଭିନ୍ନ ଏକକ ସମଜାତୀୟ ହୋଇନଥାଏ, ସେ କ୍ଷେତ୍ରରେ ଏହି ନିୟମଟି ପ୍ରଯୁଜ୍ୟ ହୁଏ ନାହିଁ । (୩) ଏହି ନିୟମଟି ଅସ୍ଵାଭାବିକ ବ୍ୟକ୍ତି; ଯଥା – ପାଗଳ, ମଦ୍ୟପ, କୃପଣ ଇତ୍ୟାଦିଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ହୁଏ ନାହିଁ ।

6. ସମସୀମାନ୍ତ ଉପଯୋଗିତା ନିୟମର ସଂଜ୍ଞା ଦିଅ ।
Answer:
ପ୍ରଫେସର ମାର୍ଶାଲ୍‌ଙ୍କ ଭାଷାରେ, ‘ଯଦି କୌଣସି ବ୍ୟକ୍ତିଙ୍କର ବିଭିନ୍ନ ଭାବରେ ବ୍ୟବହୃତ ହେଉଥିବା କୌଣସି ପଦାର୍ଥ ଥାଏ, ତେବେ ସେ ବିଭିନ୍ନ ବ୍ୟବହାରରେ ଏହାକୁ ଏପରି ବଣ୍ଟନ କରିବେ ଯଦ୍ବାରା ଏହାର ସୀମାନ୍ତ ଉପଯୋଗିତା ସର୍ବଦା ସମାନ ହେବ ।’’ ତେଣୁ ଜଣେ ଉପଭୋକ୍ତା ତାଙ୍କର ସୀମିତ ଓ ବିକଳ୍ପ ବ୍ୟବହାରଯୋଗ୍ୟ ମୁଦ୍ରା ସମ୍ବଳକୁ ବିଭିନ୍ନ ବ୍ୟବହାର ମଧ୍ୟରେ ଏପରି ଭାବରେ ବଣ୍ଟନ କରେ ଯେ ମୁଦ୍ରାର ସୀମାନ୍ତ ଉପଯୋଗିତା ପ୍ରତ୍ୟେକ କ୍ଷେତ୍ରରେ ସମାନ ହୁଏ । ଅର୍ଥାତ୍ ପ୍ରତ୍ୟେକ ଦ୍ରବ୍ୟରେ ବ୍ୟୟିତ ଶେଷ ମୁଦ୍ରାରୁ ସମପରିମାଣ ଉପଯୋଗିତା ମିଳିଥାଏ ।

7. ଉପଭୋକ୍ତା କେତେବେଳେ ସର୍ବାଧ‌ିକ ପରିତୃପ୍ତି ପାଇଥା’ନ୍ତି ?
Answer:
ଜଣେ ଉପଭୋକ୍ତା ନିର୍ଦ୍ଦିଷ୍ଟ ମୌଦ୍ରିକ ଆୟକୁ ବିଭିନ୍ନ ଦ୍ରବ୍ୟ କିଣିବାରେ ଖର୍ଚ୍ଚ କରନ୍ତି, ତେବେ ସେ ଏପରି ଖର୍ଚ୍ଚ କରିବେ ଯଦ୍ବାରା ପ୍ରତ୍ୟେକ ଦ୍ରବ୍ୟର ସୀମାନ୍ତ ଉପଯୋଗିତା ସମାନ ହେବ ଏବଂ ଏହା ମୁଦ୍ରାର ସୀମାନ୍ତ ଉପଯୋଗିତା ସହ ସମାନ ହେବ । ଫଳରେ ଉପଭୋକ୍ତା ସନ୍ତୁଳନ ହାସଲ କରିବେ ଯେଉଁଠାରେ ସେ ସର୍ବାଧ୍ଵ ପରିତୃପ୍ତି ହାସଲ କରିପାରିବେ ।

8. ସମସୀମାନ୍ତ ଉପଯୋଗିତା ନିୟମର ତିନୋଟି ସର୍ତ୍ତାବଳୀ ଲେଖ ।
Answer:
(୧) ମୁଦ୍ରା ଉପଯୋଗିତାର ମାପକାଠି । (୨) ମୁଦ୍ରାର ସୀମାନ୍ତ ଉପଯୋଗିତା ସ୍ଥିର ରହିବ । (୩) ଦ୍ରବ୍ୟଗୁଡ଼ିକ ସମଜାତୀୟ ହେବା ଦରକାର ।

9. ସମସୀମାନ୍ତ ଉପଯୋଗିତା ନିୟମର ତିନୋଟି ସୀମାବଦ୍ଧତା ଲେଖ ।
Answer:
(i) ସମସୀମାନ୍ତ ନିୟମଟି ଅବିଭାଜ୍ୟ ଦ୍ରବ୍ୟ କ୍ଷେତ୍ରରେ ପ୍ରଯୁଜ୍ୟ ହୁଏ ନାହିଁ ।
(ii) ଯଦି ଉପଭୋକ୍ତା ଅସ୍ଵାଭାବିକ ବ୍ୟକ୍ତି ହୋଇଥା’ନ୍ତି, ଏହି ସୂତ୍ର କାର୍ଯ୍ୟକାରୀ ହେବ ନାହିଁ ।
(iii) ଏହି ସୂତ୍ର ମୁକ୍ତ ପଦାର୍ଥ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ ।

10. ସମସୀମାନ୍ତ ଉପଯୋଗିତା ନିୟମର ତିନୋଟି ଗୁରୁତ୍ଵ ଲେଖ ।
Answer:
(୧) ସୀମିତ ଆୟରୁ ସର୍ବାଧ‌ିକ ପରିତୃପ୍ତି ଲାଭ କରିବାପାଇଁ ସମସୀମାନ୍ତ ଉପଯୋଗିତା ନିୟମ ଉପଭୋକ୍ତାଙ୍କୁ ମାର୍ଗ ଦର୍ଶାଏ । (୨) ଉତ୍ପାଦନକାରୀ ମଧ୍ୟ ସୀମିତ ସମ୍ବଳ ଉପଯୋଗ କରି କିଭଳି ସର୍ବାଧ୍ଵ ଲାଭ ପ୍ରାପ୍ତ ହୋଇପାରିବ, ତାହା ଏହି ସୂତ୍ର ଦର୍ଶାଏ । (୩) ଏହି ସୂତ୍ର ରାଷ୍ଟ୍ରକୁ ବ୍ୟୟ, କର ନିର୍ଦ୍ଧାରଣ ଇତ୍ୟାଦି ନିମନ୍ତେ ଏକ ମାର୍ଗଦର୍ଶକର ଭୂମିକା ଗ୍ରହଣ କରିଥାଏ ।

11. କ୍ରମ ହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ର ହେଉଛି ଉପଭୋକ୍ତାର ଉଦ୍‌ବୃତ୍ତ ତତ୍ତ୍ଵର ଭିତ୍ତିଭୂମି କିପରି ?
Answer:
ଉପଭୋକ୍ତା ଉପଭୋଗ କାଳରେ ଦ୍ରବ୍ୟର ସୀମାନ୍ତ ଉପଯୋଗିତା ସହ ଦରକୁ ତୁଳନା କରନ୍ତି । ଯେତେବେଳେ ପ୍ରାନ୍ତୀୟ ଉପଯୋଗିତା ଦର ସହିତ ସମାନ ହୋଇଯାଏ, ସେହିଠାରେ ଉପଭୋକ୍ତା ଦ୍ରବ୍ୟ କ୍ରୟ ବନ୍ଦ କରେ । ପୂର୍ବବର୍ତ୍ତୀ ଏକକଗୁଡ଼ିକ କ୍ଷେତ୍ରରେ ପ୍ରାନ୍ତୀୟ ଉପଯୋଗିତା ଦରଠାରୁ ଅଧିକ ହୋଇଥିବାରୁ ଉପଭୋକ୍ତା ଉଦ୍‌ବୃତ୍ତ ତୃପ୍ତି ଲାଭ କରିଥାଏ ଏବଂ ଏହି ଉଦ୍‌ବୃତ୍ତ ସନ୍ତୋଷ ହିଁ ହେଉଛି ଉପଭୋକ୍ତାର ଉଦ୍‌ବୃତ୍ତ ।

12. କିପରି ଗୁରୁତ୍ଵପୂର୍ଣ୍ଣ ଅଟେ ?
Answer:
ପ୍ରତ୍ୟେକ ଦେଶର ଅର୍ଥମନ୍ତ୍ରୀ କର ବ୍ୟବସ୍ଥାର ସୁପରିଚାଳନା ପାଇଁ କ୍ରମହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ରର ସାହାଯ୍ୟ ନେଇଥା’ନ୍ତି । ଧନୀକମାନଙ୍କ ପାଇଁ ଟଙ୍କାର ପ୍ରାନ୍ତୀୟ ଉପଯୋଗିତା କମ୍ ଓ ଦରିଦ୍ରମାନଙ୍କ ପାଇଁ ଏହା ଅଧିକ ହୋଇଥାଏ । ଏହି ଅନୁଭବ ଭିତ୍ତିରେ ସରକାର ଧନୀକମାନଙ୍କ ଉପରେ ଅଧିକ ଏବଂ ଦରିଦ୍ରମାନଙ୍କ ଉପରେ ସ୍ଵଳ୍ପ କରଭାର ଧାର୍ଯ୍ୟ କରୁଥିବା ଏକ ପ୍ରଗାମୀ କର ବ୍ୟବସ୍ଥା ପ୍ରଚଳନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥା’ନ୍ତି ।

13. ଜଳ-ହୀରା ବିରୋଧାଭାସ ପ୍ରାନ୍ତୀୟ ଉପଯୋଗିତାଦ୍ୱାରା କିପରି ନିର୍ଦ୍ଧାରିତ ହୁଏ ?
Answer:
ଜଳ-ହୀରାର ବିରୋଧାଭାସ ସମସ୍ୟା ପ୍ରାନ୍ତୀୟ ଉପଯୋଗିତାଦ୍ବାରା ସମାଧାନ ହୋଇଥାଏ । ହୀରାର ଦୁର୍ଲଭତା ହେତୁ ତାହାର ପ୍ରାନ୍ତୀୟ ଉପଯୋଗିତା ଅପେକ୍ଷାକୃତ ଅଧ୍ଵ ହୋଇଥାଏ । ଅନ୍ୟପକ୍ଷରେ ଜଳ ପ୍ରଚୁର ପରିମାଣରେ ଉପଲବ୍‌ଧ ହେଉଥ‌ିବାରୁ ଏହାର ପ୍ରାନ୍ତୀୟ ଉପଯୋଗିତା ଅପେକ୍ଷାକୃତ କମ୍ ହୋଇଥାଏ ଏବଂ ଏହି କାରଣରୁ ଜଳର ପ୍ରାନ୍ତୀୟ ଉପଯୋଗିତାଠାରୁ ଅଧ୍ବକ ପ୍ରାନ୍ତୀୟ ଉପଯୋଗିତାଯୁକ୍ତ ହୀରାର ବଜାର ଦର ଅଧିକ ହୋଇଥାଏ ।

14. କ୍ରମହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ରଟି କାହିଁକି ମୁଦ୍ରା କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ ?
Answer:
ମୁଦ୍ରା ଓ ଅନ୍ୟାନ୍ୟ ଦ୍ରବ୍ୟ କ୍ଷେତ୍ରରେ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ସମାନ ଭାବରେ କାର୍ଯ୍ୟକାରୀ ହୋଇନଥାଏ । ମୁଦ୍ରାର ପରିମାଣ ଯେତେ ବୃଦ୍ଧି ପାଇଲେ ମଧ୍ୟ ବ୍ୟକ୍ତି କେବେହେଲେ ପୂର୍ବ ପରିତୃପ୍ତ ହୁଏ ନାହିଁ । ତେଣୁ ମୁଦ୍ରାରୁ ପ୍ରାପ୍ତ ପ୍ରାନ୍ତୀୟ ଉପଯୋଗିତା ଶୂନ୍ୟ କିମ୍ବା ରଣାତ୍ମକ ହେବନାହିଁ, ଅର୍ଥାତ୍ ଏହି ସୂତ୍ର ମୁଦ୍ରା କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ ।

15. କାହିଁକି ସନ୍ତୁଳନକୁ ପରିବର୍ତ୍ତନ ଶୂନ୍ୟ ଅବସ୍ଥା କିମ୍ବା ବିଶ୍ରାମ ଅବସ୍ଥା କୁହାଯାଏ ?
Answer:
ଯେତେବେଳେ ଜଣେ ଉପଭୋକ୍ତା ନିର୍ଦ୍ଦିଷ୍ଟ ଆୟକୁ ଖର୍ଚ୍ଚ କରି ସର୍ବାଧ‌ିକ ପରିତୃପ୍ତି ପାଏ, ସେ ସନ୍ତୁଳନ ହାସଲ କରିଛି ବୋଲି କୁହାଯାଏ । ତେଣୁ ଏହି ନିୟମକୁ ସର୍ବାଧ‌ିକ ପରିତୃପ୍ତି ନିୟମ କୁହାଯାଏ । ସନ୍ତୁଳନ ଶବ୍ଦଟିର ଅର୍ଥ ପରିବର୍ତ୍ତନଶୂନ୍ୟ ଅବସ୍ଥା କିମ୍ବା ବିଶ୍ରାମ ଅବସ୍ଥା । ଉପଭୋକ୍ତା ସେତିକିବେଳେ ସନ୍ତୁଳନରେ ରହିବେ, ଯେତେବେଳେ ସେ ସର୍ବାଧ‌ିକ ପରିତୃପ୍ତି ପାଇବେ । ଫଳରେ ଉପଭୋକ୍ତା ନିର୍ଦ୍ଦିଷ୍ଟ ଆୟକୁ ଏହାର ବିକଳ୍ପ ପନ୍ଥାରେ ବ୍ୟବହାର କରିବେ ନାହିଁ ।

CHSE Odisha Class 12 Economics Chapter 4 Short & Long Answer Questions in Odia Medium

16. ପ୍ରାନ୍ତୀୟ ଉପଯୋଗିତା କିପରି ଦର ସମ୍ବନ୍ଧୀୟ ସୂଚନା ପ୍ରଦାନକାରୀ ?
Answer:
ଉପଭୋକ୍ତା ସର୍ବଦା ପ୍ରାନ୍ତୀୟ ଉପଯୋଗିତାକୁ ଦର ସହିତ ତୁଳନା କରିଥାଏ । ଦର ବୃଦ୍ଧି ପାଇଲାବେଳେ ପ୍ରାନ୍ତୀୟ ଉପଯୋଗିତା ବୃଦ୍ଧି ପାଇଥାଏ ଏବଂ ଦର ହ୍ରାସ ପାଇଲାବେଳେ ପ୍ରାନ୍ତୀୟ ଉପଯୋଗିତା ମଧ୍ୟ ହ୍ରାସ ପାଇଥାଏ । ତେଣୁ ଦର ହିଁ ପ୍ରାନ୍ତୀୟ ଉପଯୋଗିତାର ସୂଚନା ପ୍ରଦାନକାର।

17. ଉପଯୋଗିତାର କାହିଁକି ହ୍ରାସ ଘଟେ ?
Answer:
ଉପଭୋକ୍ତା କୌଣସି ଏକ ଦ୍ରବ୍ୟର ବିଭିନ୍ନ ଅତିରିକ୍ତ ଏକକ ଉପଭୋଗ କଲେ ଏହି ଦ୍ରବ୍ୟର ପ୍ରତ୍ୟେକ ପରବର୍ତୀ ଏକକରୁ ମିଳୁଥିବା ଉପଯୋଗିତା ହ୍ରାସ ପାଇଥାଏ । ଅର୍ଥାତ୍ ଦ୍ରବ୍ୟଟିର ଅଭାବ ପୂରଣକାରୀ ଶକ୍ତି କ୍ରମଶଃ ହ୍ରାସ ପାଇଥାଏ । ତେଣୁ ଉପଭୋକ୍ତା ସେହି ନିର୍ଦ୍ଦିଷ୍ଟ ଦ୍ରବ୍ୟ ପ୍ରତି ଆଗ୍ରହ ପ୍ରକାଶ କରିନଥାଏ ଫଳରେ ଉପଯୋଗିତାର ହ୍ରାସ ଘଟେ ।

18. ସୀମାନ୍ତ ଉପଯୋଗିତା କିପରି ଦର ସମ୍ବନ୍ଧୀୟ ସୂଚନା ପ୍ରଦାନକାରୀ ?
Answer:
ଉପଭୋକ୍ତା ସର୍ବଦା ସୀମାନ୍ତ ଉପଯୋଗିତାକୁ ଦର ସହିତ ତୁଳନା କରିଥାଏ । ଦରବୃଦ୍ଧି ପାଇଲାବେଳେ ପ୍ରାନ୍ତୀୟ ଉପଯୋଗିତା ବୃଦ୍ଧି ପାଇଥାଏ ଏବଂ ଦର ହ୍ରାସ ପାଇଲାବେଳେ ସୀମାନ୍ତ ଉପଯୋଗିତା ମଧ୍ୟ ହ୍ରାସ ପାଇଥାଏ । ତେଣୁ ଦର ହିଁ ସୀମାନ୍ତ ଉପଯୋଗିତାର ସୂଚନା ପ୍ରଦାନକାର।

B ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି / ଛଅଟି ବାକ୍ୟରେ ଦିଅ ।

1. କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର କହିଲେ କ’ଣ ବୁଝ ?
Answer:
କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ଉପଭୋଗର ପ୍ରଥମ ସୂତ୍ର । ଜଣେ ଉପଭୋକ୍ତାର ସାଧାରଣ ଅନୁଭୂତିକୁ ଆଧାରକରି ପ୍ରଫେସର ଆଲ୍‌ଫ୍ରେଡ୍‌ ମାର୍ଶାଲ୍ ଏହି ସୂତ୍ର ପ୍ରଣୟନ କରିଛନ୍ତି । ଏହି ନିୟମ ମାନବିକ ଅଭାବର ଏକ ବୈଶିଷ୍ଟ୍ୟ ଯଥା ଏକ ନିର୍ଦ୍ଦିଷ୍ଟ ଅଭାବ ପରିତୃପ୍ତକ୍ଷମ ଉପରେ ଆଧାରିତ । ପ୍ରଫେସର ମାର୍ଶାଲ୍ କହିଛନ୍ତି ଯେ ଜଣେ ବ୍ୟକ୍ତି ପାଖରେ ଥ‌ିବା କୌଣସି ଦ୍ରବ୍ୟର ପରିମାଣ ବୃଦ୍ଧି ହେଲେ ସେ ଯେଉଁ ଅତିରିକ୍ତ ଉପଯୋଗିତା ଲାଭ କରନ୍ତି, ତାହା ଦ୍ରବ୍ୟର ମୋଟ ପରିମାଣରେ ବୃଦ୍ଧି ହେବା ସହିତ କ୍ରମଶଃ ହ୍ରାସ ପାଏ । ଏଠାରେ ଅତିରିକ୍ତ ଉପଯୋଗିତା କହିଲେ ସୀମାନ୍ତ ଉପଯୋଗିତାକୁ ବୁଝାଯାଏ । ତେଣୁ ଜଣେ ଉପଭୋକ୍ତା କୌଣସି ଏକ ଦ୍ରବ୍ୟର ଉପଭୋଗ ବୃଦ୍ଧି କଲେ ଦ୍ରବ୍ୟର ସୀମାନ୍ତ ଉପଯୋଗିତା ପରିଶେଷରେ ନିଶ୍ଚୟ ହ୍ରାସ ପାଏ ।

2. ମୋଟ ଉପଯୋଗିତା କ’ଣ ?
Answer:
କୌଣସି ଦ୍ରବ୍ୟର ବିଭିନ୍ନ ଏକକର ଉପଭୋଗରୁ ପ୍ରାପ୍ତ ହେଉଥ‌ିବା ଉପଯୋଗିତାର ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ । ଉପଭୋକ୍ତା ନିର୍ଦ୍ଦିଷ୍ଟ ଦ୍ରବ୍ୟର ପ୍ରତ୍ୟେକ ଉପଭୋଗରୁ ଉପଯୋଗିତା ପାଇଥାଏ । ସେ ପାଉଥିବା ସମସ୍ତ ଉପଯୋଗିତାକୁ ଏକତ୍ର କଲେ ମୋଟ ଉପଯୋଗିତା ମିଳେ । ତେଣୁ, ସୀମାନ୍ତ ଉପଯୋଗିତା ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ । ମୋଟ ଉପଯୋଗିତାରେ ସର୍ବଦା ବୃଦ୍ଧି ପାଏ, ଯେତେବେଳ ପର୍ଯ୍ୟନ୍ତ ଉପଭୋକ୍ତା କୌଣସି ଏକ ଦ୍ରବ୍ୟର ଅଧିକରୁ ଅଧିକ ଏକକ ଉପଭୋଗ କରନ୍ତି । କିନ୍ତୁ ମୋଟ ଉପଯୋଗିତା ହ୍ରାସମାନ ଭାବେ ବୃଦ୍ଧି ପାଇଥାଏ ।

3. ସୀମାନ୍ତ ଉପଯୋଗିତା କ’ଣ ?
Answer:
ଯେତେବେଳେ କୌଣସି ଦ୍ରବ୍ୟକୁ ଉପଭୋଗ କରାଯାଏ, ଉପଭୋଗର ଏକ ନିର୍ଦ୍ଦିଷ୍ଟ ଅବସ୍ଥାରେ ଉପଭୋଗରୁ ଉପଲବ୍ଧ ଉପଯୋଗିତାର ପ୍ରକାଶକୁ ଆମେ ସୀମାନ୍ତ ଉପଯୋଗିତା ପାଇଥାଉ । ଏହି ଅବସ୍ଥା ଉପଭୋଗର ଶେଷ ଅବସ୍ଥାକୁ ବୁଝାଏ ଓ ଉପଭୋଗର ଶେଷ ଏକକରୁ ଉପଲବ୍ଧ ଉପଯୋଗିତାକୁ ଦର୍ଶାଏ । ତେଣୁ ସୀମାନ୍ତ ଉପଯୋଗିତା କହିଲେ କୌଣସି ଦ୍ରବ୍ୟର ଉପଭୋଗ ସ୍ଥଳେ ଶେଷ ଏକକରୁ ଉପଲବ୍ଧ ସନ୍ତୋଷ ପରିମାଣ ଅଟେ ।

ଅନ୍ୟ ଅର୍ଥରେ ଉପଭୋଗକୁ ଆଉ ଏକ ଦ୍ରବ୍ୟ ଏକକରେ ବୃଦ୍ଧି କରି ସମୁଦାୟ ଉପଯୋଗିତା ଯେଉଁ ପରିମାଣରେ ପରିବର୍ତ୍ତନ ହୁଏ ତାହାକୁ ସୀମାନ୍ତ ଉପଯୋଗିତା କୁହାଯାଏ । ଅର୍ଥାତ୍ ସାଙ୍କେତିକ ଭାବରେ MUn = TUn – TUn-1 । ସୀମାନ୍ତର ଉପଯୋଗିତାର ଅନ୍ୟ ଏକ ଗୁଣ ହେଲା ଏକା କ୍ରମଶଃ ହ୍ରାସପାଏ । ତେଣୁ ଦ୍ରବ୍ୟ କ୍ଷେତ୍ରରେ ଏହା ଧନାତ୍ମକ ଶୂନ୍ୟ ବା ଋଣାତ୍ମକ ହୋଇପାରେ । ମାତ୍ର ମୁଦ୍ରାର ସୀମାନ୍ତ ଉପଯୋଗିତା ସର୍ବଦା ଧନାତ୍ମକ, ଏହା ଶୂନ ବା ଋଣାତ୍ମକ ହୁଏ ନାହିଁ ।

4. ସମସୀମାନ୍ତ ଉପଯୋଗିତା ସୂତ୍ର କ’ଣ ?
Answer:
ଉପଭୋଗ ତତ୍ତ୍ୱରେ ସମସୀମାନ୍ତ ଉପଯୋଗିତା ସୂତ୍ରର ଭୂମିକା ଗୁରୁତ୍ଵପୂର୍ଣ୍ଣ । ସୀମିତ ସମ୍ବଳକୁ ଉପଯୋଗ କରି ଉପଭୋକ୍ତା କିଭଳି ସର୍ବାଧ୍ଵ ପରିତୃପ୍ତି ଲାଭ କରିପାରିବ, ତାହା ଏହି ସୂତ୍ର ବିଶ୍ଳେଷଣ କରିଥାଏ । ତେଣୁ ଅର୍ଥଶାସ୍ତ୍ରରେ ଏହି ସୂତ୍ରଟି ସର୍ବାଧ‌ିକ ପରିତୃପ୍ତି ସୂତ୍ର ନାମରେ ମଧ୍ୟ ପରିଚିତ । ପ୍ରଫେସର ଆଲଫ୍ରେଡ୍ ମାର୍ଶାଲ୍ ସମସୀମାନ୍ତ ଉପଯୋଗିତା ସୂତ୍ରର ସଂଜ୍ଞା ପ୍ରଦାନ କରିବାକୁ ଯାଇ କହିଛନ୍ତି, ଯଦି କୌଣସି ବ୍ୟକ୍ତି ନିକଟରେ ବିବିଧ ବ୍ୟବହାରଯୋଗ୍ୟ ଏକ ପଦାର୍ଥ ଥାଏ, ତେବେ ସେ ଏହାକୁ ବିଭିନ୍ନ ବ୍ୟବହାରରେ ଏପରି ବଣ୍ଟନ କରିବେ ଯେପରି ପ୍ରତ୍ୟେକ ବ୍ୟବହାରରୁ ମିଳୁଥିବା ସୀମାନ୍ତ ଉପଯୋଗିତା ସମାନ ହେବ ।

ଅର୍ଥାତ୍ ଉପଭୋକ୍ତା ନିଜ ଆୟକୁ ବିଭିନ୍ନ ଦ୍ରବ୍ୟମାନଙ୍କ ମଧ୍ୟରେ ଏଭଳି ବଣ୍ଟନ କରିବା ଉଚିତ ଯଦ୍ଵାରା ବିଭିନ୍ନ ଦ୍ରବ୍ୟରୁ ମିଳୁଥ‌ିବା ସୀମାନ୍ତ ଉପଯୋଗିତା ସମାନ ହୋଇପାରିବ । ତେଣୁ
\(\frac{‘କ’ ଦ୍ରବ୍ୟର ସୀମାନ୍ତ ଉପଯୋଗିତା}{‘କ’ ଦ୍ରବ୍ୟର ଦର}\) = \(\frac{‘ଖ’ ଦ୍ରବ୍ୟର ସୀମାନ୍ତ ଉପଯୋଗିତା}{‘ଖ’ ଦ୍ରବ୍ୟର ଦର}\)

CHSE Odisha Class 12 Economics Chapter 4 Short & Long Answer Questions in Odia Medium

5. ରାଷ୍ଟ୍ରବ୍ୟୟ କ୍ଷେତ୍ରରେ କିପରି ସମସୀମାନ୍ତ ଉପଯୋଗିତା ସୂତ୍ର କାର୍ଯ୍ୟ କରିଥାଏ ?
Answer:
ସରକାରଙ୍କ ଆୟ, ବ୍ୟୟ ଏବଂ ଋଣର ଅଧ୍ୟୟନ କରୁଥିବା ବିଷୟକୁ ରାଷ୍ଟ୍ରବିତ୍ତ କୁହାଯାଏ । ସମାଜର ସର୍ବାଧିକ କଲ୍ୟାଣ ସାଧନ ରାଷ୍ଟ୍ରବିତ୍ତର ଲକ୍ଷ୍ୟ । ସରକାରୀ ବ୍ୟୟକୁ ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ର; ଯଥା – ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ବାଣିଜ୍ୟରେ ଏଭଳି ବଣ୍ଟନ କରାଯାଏ, ଯାହାଫଳରେ ପ୍ରତ୍ୟେକ କ୍ଷେତ୍ରରେ ବ୍ୟୟ ହେଉଥ‌ିବା ମୁଦ୍ରାର ସୀମାନ୍ତ ଉପଯୋଗିତା ସମାନ ହେବ । ଏହାଦ୍ୱାରା ରାଷ୍ଟ୍ରବ୍ୟୟରୁ କଲ୍ୟାଣ ସର୍ବାଧ‌ିକ ହୋଇଥାଏ । ସରକାର ସମସୀମାନ୍ତ ଉପଯୋଗିତା ସୂତ୍ର ସାହାଯ୍ୟରେ କମ୍ ଉପଯୋଗିତା ମିଳୁଥୁବା କ୍ଷେତ୍ରରୁ ସମ୍ବଳ ପ୍ରତ୍ୟାହାର କରି ଅଧ‌ିକ ଉପଯୋଗିତା ମିଳୁଥିବା କ୍ଷେତ୍ରରେ ବ୍ୟୟ କରିଥା’ନ୍ତି । ତେଣୁ ସରକାର ବ୍ୟୟ କଲାବେଳେ ସାମାଜିକ କଲ୍ୟାଣ ସାଧନକୁ ପ୍ରଧାନ ଲକ୍ଷ୍ୟରୂପେ ଗ୍ରହଣ କରିଥା’ନ୍ତି ।

6. ମୁଦ୍ରାର ପ୍ରାନ୍ତୀୟ ଉପଯୋଗିତା କାହିଁକି ଶୂନ୍ୟ ବା ଋଣାତ୍ମକ ହୁଏ ନାହିଁ ?
Answer:
ମୁଦ୍ରା ସାଧାରଣଭାବେ କ୍ରୟଶକ୍ତିର ପ୍ରତୀକ ଅଟେ । ମୁଦ୍ରା ପ୍ରତିବଦଳରେ ଆମେ ସମସ୍ତ ଦ୍ରବ୍ୟ କ୍ରୟ କରିପାରୁ । ମୁଦ୍ରା ସାଧାରଣ ଦ୍ରବ୍ୟ ନ ହୋଇ ଦ୍ରବ୍ୟର ପ୍ରତିନିଧୃତ୍ଵ କରୁଥବାରୁ ଏହାର ପରିମାଣ ବୃଦ୍ଧି ହେଲେ ଆମେ ଅଧିକରୁ ଅଧିକ ଦ୍ରବ୍ୟ କ୍ରୟ କରି ବିଭିନ୍ନ ଅଭାବ ପରିତୃପ୍ତି କରିପାରୁ । ତେଣୁ ମୁଦ୍ରାର ପରିମାଣ ବୃଦ୍ଧି ପ୍ରତି ସମସ୍ତେ ସଚେତନ ଓ ଏହାପ୍ରତି କେହି ଅନିଚ୍ଛାଭାବ ପ୍ରକଟ କରିନଥା’ନ୍ତି । ସୁତରାଂ ମୁଦ୍ରା ଓ ଅନ୍ୟାନ୍ୟ ଦ୍ରବ୍ୟ କ୍ଷେତ୍ରରେ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ସମାନ ଭାବରେ କାର୍ଯ୍ୟକାରୀ ହୋଇନଥାଏ । ମୁଦ୍ରାର ପରିମାଣ ଯେତେ ବୃଦ୍ଧି ପାଇଲେ ମଧ୍ୟ ବ୍ୟକ୍ତି କେବେହେଲେ ପୂର୍ବ ପରିତୃପ୍ତ ହୁଏନାହିଁ । ତେଣୁ ମୁଦ୍ରାର ପ୍ରାନ୍ତୀୟ ଉପଯୋଗିତା ଶୂନ୍ୟ ବା ଋଣାତ୍ମକ ହେବନାହିଁ ।

7. କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ନିୟମଟି ଉପଯୁକ୍ତ ଏକକ ଉପରେ କିପରି ପର୍ଯ୍ୟବସିତ ?
Answer:
ଦ୍ରବ୍ୟର ଏକକ ସମୂହ ଉପଯୁକ୍ତ ହେବା ଆବଶ୍ୟକ । ଉପଭୋଗ କରାଯାଉଥିବା ଦ୍ରବ୍ୟର ପରିମାଣ ଉପଯୁକ୍ତ ନହେଲେ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ନିୟମ କାର୍ଯ୍ୟକାରୀ ହେବନାହିଁ । ଜଳପାନ କଲାବେଳେ ଗୋଟିଏ ପୂର୍ଣ ଗ୍ଲାସ୍ ଜଳକୁ ଏକ ଏକକ ବୋଲି ବିଚାର କରଯାଏ । ସୁତରାଂ, ଦ୍ରବ୍ୟର ଏକକ ଉପଯୁକ୍ତ ହେବା ଆବଶ୍ୟକ । ଜଣେ ତୃଷାର୍ତ୍ତ ବ୍ୟକ୍ତିକୁ ଯଦି ଚାମଚ ଚାମଚ କରି ଜଳପାନ କରିବାକୁ ଦିଆଯାଏ, ତେବେ ପ୍ରଥମ ଚାମଚରୁ ମିଳୁଥିବା ଉପଯୋଗିତା ଅପେକ୍ଷା ଦ୍ଵିତୀୟ କିମ୍ବା ତୃତୀୟ ଚାମଚରୁ ମିଳୁଥିବା ଉପଯୋଗିତା ଅଧ୍ବକ ହେବ । ସୁତରାଂ, ଉପଭୋକ୍ତା

ପୂର୍ଣ ଗ୍ଲାସ୍ ଜଳପାନ ନକଲେ ସୀମାନ୍ତ ଉପଯୋଗିତା ହ୍ରାସ ହେବ ନାହିଁ । ତେଣୁ ଉପଭୋକ୍ତାଙ୍କୁ ଯଦି ଗ୍ଲାସ୍‌ରେ ଜଳପାନ କରିବାକୁ ଦିଆଯାଏ, ତେବେ ଦ୍ଵିତୀୟ ବା ତୃତୀୟ ଗ୍ଲାସ୍ ଜଳରୁ ମିଳୁଥିବା ଉପଯୋଗିତା ନିଶ୍ଚିତଭାବେ ପ୍ରଥମ ଗ୍ଲାସ୍‌ରୁ ମିଳୁଥ‌ିବା ଉପଯୋଗିତାଠାରୁ କମ୍ ହେବ ।

8. ସମସୀମାନ୍ତ ଉପଯୋଗିତା ମୋଟ ଉପଯୋଗିତାର କିପରି ସର୍ବାଧ୍ଵରଣ ଘଟାଏ ?
Answer:
ଜଣେ ବିଚାରବନ୍ତ ଉପଭୋକ୍ତା ଅଭାବର ବହୁଳତା ଓ ସୀମିତ ସମ୍ବଳ ସମସ୍ୟାର ସମ୍ମୁଖୀନ ହୋଇ ସର୍ବାଧ‌ିକ ପରିତୃପ୍ତି ଲାଭ କରିବାକୁ ନୂନ ଉପଯୋଗିତା ବିଶିଷ୍ଟ ଦ୍ରବ୍ୟ ଉପଭୋଗ କରିଥା’ନ୍ତି । ସେ ଆବଶ୍ୟକ କରୁଥିବା ପ୍ରତ୍ୟେକ ଦ୍ରବ୍ୟର ସୀମାନ୍ତ ଉପଯୋଗିତା ସମାନ ହେବା ପର୍ଯ୍ୟନ୍ତ ଏହି ପ୍ରତିବଦଳ କ୍ରିୟା ଚାଲୁରହେ । ସୀମିତ ସମ୍ବଳକୁ ବ୍ୟବହାର କରି କୌଣସି ଗୋଟିଏ ଦ୍ରବ୍ୟକୁ ଅଧିକ ଉପଭୋଗ କଲେ ସ୍ଵଳ୍ପ ଉପଯୋଗିତା ଉପଲବ୍‌ଧ ହୋଇଥାଏ । ତେଣୁ ସମାନ ସମ୍ବଳର ବ୍ୟବହାର କରି ସ୍ଵଳ୍ପ ଉପଯୋଗିତା ଲାଭ ପରିବର୍ତ୍ତେ ଯଦି ସେହି ସମ୍ବଳ ସହାୟତାରେ ଅନ୍ୟ ଏକ ଦ୍ରବ୍ୟ ଏକକକୁ ଲାଭ କରାଯାଇପାରେ, ତେବେ ତାହା ନିଶ୍ଚିତ ମୋଟ ଉପଯୋଗିତାର ବୃଦ୍ଧି ଘଟାଇବ । ଏହି ଅବସ୍ଥାରେ ପ୍ରତ୍ୟେକ ଦ୍ରବ୍ୟ ପାଇଁ ବ୍ୟୟିତ ହେଉଥ‌ିବା ଶେଷମୁଦ୍ରା ଏକକର ସୀମାନ୍ତ ଉପଯୋଗିତା ସମାନ ହୋଇଥାଏ ।

9. ମୁଦ୍ରାର ସୀମାନ୍ତ ଉପଯୋଗିତା କାହିଁକି ଶୂନ୍ୟ ବା ଋଣାତ୍ମକ ହୁଏ ନାହିଁ ?
Answer:
ମୁଦ୍ରା ସାଧାରଣଭାବେ କ୍ରୟଶକ୍ତିର ପ୍ରତୀକ ଅଟେ । ମୁଦ୍ରା ପ୍ରତିବଦଳରେ ଆମେ ସମସ୍ତ ଦ୍ରବ୍ୟ କ୍ରୟ କରିପାରୁ । ମୁଦ୍ରା ସାଧାରଣ ଦ୍ରବ୍ୟ ନ ହୋଇ ଦ୍ରବ୍ୟର ପ୍ରତିନିଧ୍ୟ କରୁଥିବାରୁ ଏହାର ପରିମାଣ ବୃଦ୍ଧି ହେଲେ ଆମେ ଅଧିକରୁ ଅଧ‌ିକ ଦ୍ରବ୍ୟ କ୍ରୟ କରି ବିଭିନ୍ନ ଅଭାବ ପରିତୃପ୍ତ କରିପାରୁ । ତେଣୁ ମୁଦ୍ରାର ପରିମାଣ ବୃଦ୍ଧି ପ୍ରତି ସମସ୍ତେ ସଚେତନ ଓ ଏହା ପ୍ରତି କେହି ଅନିଚ୍ଛା ଭାବ ପ୍ରକଟ କରିଥା’ନ୍ତି । ସୁତରାଂ ମୁଦ୍ରା ଓ ଅନ୍ୟାନ୍ୟ ଦ୍ରବ୍ୟ କ୍ଷେତ୍ରରେ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ସମାନ ଭାବରେ କାର୍ଯ୍ୟକାରୀ ହୋଇନଥାଏ । ମୁଦ୍ରାର ପରିମାଣ ଯେତେ ବୃଦ୍ଧି ପାଇଲେ ମଧ୍ୟ ବ୍ୟକ୍ତି କେବେହେଲେ ପୂର୍ବ ପରିତୃପ୍ତ ହୁଏ ନାହିଁ । ତେଣୁ ମୁଦ୍ରାର ସୀମାନ୍ତ ଉପଯୋଗିତା ଶୂନ୍ୟ ବା ଋଣାତ୍ମକ ହେବ ନାହିଁ ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ମୋଟ ଉପଯୋଗିତା ଓ ସୀମାନ୍ତ ଉପଯୋଗିତା :
Answer:
କୌଣସି ଦ୍ରବ୍ୟର ବିଭିନ୍ନ ଏକକର ଉପଭୋଗରୁ ପ୍ରାପ୍ତ ହେଉଥ‌ିବା ଉପଯୋଗିତାର ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ । ଉପଭୋକ୍ତା ନିର୍ଦ୍ଦିଷ୍ଟ ଦ୍ରବ୍ୟର ପ୍ରତ୍ୟେକ ଉପଭୋଗରୁ ଉପଯୋଗିତା ପାଇଥାଏ । ସେ ପାଉଥିବା ସମସ୍ତ ଉପଯୋଗିତାକୁ ଏକତ୍ର କଲେ ମୋଟ ଉପଯୋଗିତା ମିଳେ । ତେଣୁ, ସୀମାନ୍ତ ଉପଯୋଗିତାର ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ ।

କୌଣସି ଦ୍ରବ୍ୟର ଏକ ଅତିରିକ୍ତ ଏକକ ଉପଭୋଗ କରିବାଦ୍ଵାରା ମୋଟ ଉପଯୋଗିତାରେ ଯେଉଁ ପରିମାଣ ଯୋଗ ହୁଏ ତାହା ସୀମାନ୍ତ ଉପଯୋଗିତା । ଏହା ଦ୍ରବ୍ୟର ପ୍ରତ୍ୟେକ ଏକକ ଉପଭୋଗରୁ ମିଳୁଥିବା ଉପଯୋଗିତା । ଅର୍ଥାତ୍ ଉପଭୋଗର ଶେଷ ଏକକରୁ ମିଳୁଥ‌ିବା ଉପଯୋଗିତାକୁ ସୀମାନ୍ତ ଉପଯୋଗିତା କୁହାଯାଏ ।

ସୀମାନ୍ତ ଉପଯୋଗିତା ହ୍ରାସ ପାଉବାବେଳେ ମୋଟ ଉପଯୋଗିତା ବୃଦ୍ଧି ପାଏ । ସୀମାନ୍ତ ଉପଯୋଗିତା କ୍ରମାଗତ ହ୍ରାସ ପାଉଥିବାବେଳେ ମୋଟ ଉପଯୋଗିତା ହ୍ରାସମାନ ହାରରେ ବୃଦ୍ଧି ପାଏ । ଯେତେବେଳେ ସୀମାନ୍ତ ଉପଯୋଗିତା ଶୂନ୍ୟ ହୁଏ, ମୋଟ ଉପଯୋଗିତା ସର୍ବାଧ‌ିକ ହୁଏ ଏବଂ ସୀମାନ୍ତ ଉପଯୋଗିତା ଋଣାତ୍ମକ ହେଲେ ମୋଟ ଉପଯୋଗିତା ହ୍ରାସ ପାଇବାକୁ ଆରମ୍ଭ କରେ ।

2. ମୁଦ୍ରା ଓ ସୀମାନ୍ତ ଉପଯୋଗିତା :
Answer:
ମୁଦ୍ର କ୍ଷେତ୍ରରେ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର କାର୍ଯ୍ୟ କରେ ନାହିଁ ବୋଲି କୁହାଯାଏ । ତେଣୁ ଅଧିକ ମୁଦ୍ରା ହେଲେ ଲୋକ ଅଧିକ ଖୁସି ହୁଅନ୍ତି । ତେଣୁ ଅଧ୍ଵ ମୁଦ୍ରା କେବେ ପରିତୃପ୍ତି ବା ସୀମାନ୍ତ ଉପଯୋଗିତାକୁ ହ୍ରାସ କରେ ନାହିଁ । କିନ୍ତୁ ଅର୍ଥଶାସ୍ତ୍ରୀଙ୍କ ମତରେ ମୁଦ୍ରା କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ନିୟମର ଅଧୀନ । ଆମ ଆୟରେ ଯେତେ ଅଧିକ ଆୟ ଯୋଗ ହୁଏ, ଆମ ପାଇଁ ମୁଦ୍ରାର ଉପଯୋଗିତା ସେତେ କମି କମି ଯାଏ । ଧନୀଲୋକମାନେ ସାଧାରଣତଃ ନିଜର ମୁଦ୍ରା ପ୍ରତି ବିଶେଷ ଯତ୍ନଶୀଳ ନୁହଁନ୍ତି ।

କିନ୍ତୁ ଜଣେ ଗରିବ ଲୋକ ନିଜର ମୁଦ୍ରା ପ୍ରତି ବିଶେଷ ଯତ୍ନଶୀଳ । ତେଣୁ ମୁଦ୍ରାର ବୃଦ୍ଧି ସହିତ ସୀମାନ୍ତ ଉପଯୋଗିତା ହ୍ରାସ ପାଏ । ତଥାପି ଏହି ସୂତ୍ରର ପ୍ରୟୋଗ ମୁଦ୍ରା ଓ ଅନ୍ୟାନ୍ୟ ଦ୍ରବ୍ୟ କ୍ଷେତ୍ରରେ ସମାନ ନୁହେଁ । ମୁଦ୍ରା କ୍ଷେତ୍ରରେ ଏହି ନିୟମ ମନ୍ଥର ଗତିରେ ପ୍ରୟୋଗ ହେଉଥିଲାବେଳେ ଅନ୍ୟାନ୍ୟ ଦ୍ରବ୍ୟ କ୍ଷେତ୍ରରେ ଏହା କ୍ଷିପ୍ର ଗତିରେ ପ୍ରଯୁଜ୍ୟ ହୁଏ ଏବଂ ଅନ୍ୟାନ୍ୟ ଦ୍ରବ୍ୟ କ୍ଷେତ୍ରରେ ସୀମାନ୍ତ ଉପଯୋଗିତା ଶୂନ୍ୟରେ ପରିଣତ ହେଉଥିଲା ବେଳେ ମୁଦ୍ରା କ୍ଷେତ୍ରରେ ଏହା କେବେ ହେଲେ ଶୂନ୍ୟ ବା ଋଣାତ୍ମକ ହୁଏ ନାହିଁ ।

3. ଦର ଓ ସୀମାନ୍ତ ଉପଯୋଗିତା :
Answer:
ଦର ବା ବିନିମୟ ମୂଲ୍ୟ ସର୍ବଦା ସୀମାନ୍ତ ଉପଯୋଗିତା ସହ ସମାନ ହୁଏ । ଯେଉଁଠାରେ ଦର ସୀମାନ୍ତ ଉପଯୋଗିତା ସହ ସମାନ ହୁଏ, ସେଠାରେ ଉପଭୋକ୍ତା ଉପଭୋଗ ବନ୍ଦ କରିଥା’ନ୍ତି । ଉପଭୋକ୍ତା ଯଦି ଏହା ପୂର୍ବରୁ ଉପଭୋଗ ବନ୍ଦ କରିଦିଅନ୍ତି ତେବେ ସେ କ୍ଷତିଗ୍ରସ୍ତ ହେବେ । କାରଣ ଦର ଓ ସୀମାନ୍ତ ଉପଯୋଗିତାର ସମତା ବିନ୍ଦୁ ପୂର୍ବରୁ ସେ ଉପଭୁକ୍ତ ଦ୍ରବ୍ୟର ଦର ତୁଳନାରେ ଅଧିକ ଉପଯୋଗିତା ଲାଭ କରନ୍ତି । ଏହି ସମତା ବିନ୍ଦୁ ପରେ ସେ ଅଧିକ ଉପଭୋଗ କଲେ କ୍ଷତିଗ୍ରସ୍ତ ହେବେ । କାରଣ ତାଙ୍କର ସୀମାନ୍ତ ଉପଯୋଗିତା ଦର ତୁଳନାରେ କମ୍ ହେବ । ତେଣୁ ସର୍ବଦା ଦର ଓ ସୀମାନ୍ତ ଉପଯୋଗିତା ପରସ୍ପର ସମାନ । ଦର ହ୍ରାସ ହେଲେ ସୀମାନ୍ତ ଉପଯୋଗିତା ହ୍ରାସ ପାଇବ ଓ ଦର ବୃଦ୍ଧି ହେଲେ ସୀମାନ୍ତ ଉପଗତା ବୃଦ୍ଧି ପାଇବ ।

CHSE Odisha Class 12 Economics Chapter 4 Short & Long Answer Questions in Odia Medium

4. କ୍ରମହ୍ରାସମାନ ଉପଯୋଗିତା ସୂତ୍ର ଓ ମୂଲ୍ୟର ବିରୋଧାଭାସ :
Answer:
ଜଳର ବ୍ୟାବହାରିକ ମୂଲ୍ୟ ହୀରାର ବ୍ୟାବହାରିକ ମୂଲ୍ୟଠାରୁ ଯଥେଷ୍ଟ ବେଶି । ଜଳ ବିନା ମଣିଷର ଜୀବନଧାରଣ ଅସମ୍ଭବ ହେବ । ହୀରା ଆତ୍ମବଡ଼ିମା ପ୍ରବୃତ୍ତିକୁ ସନ୍ତୁଷ୍ଟ କରିଥାଏ । କିନ୍ତୁ ବଜାରରେ ହୀରାର ବିନିମୟ ମୂଲ୍ୟ ଖୁବ୍ ବେଶି ହେଉଥ‌ିବାବେଳେ ଜଳର ଆଦୌ ବିନିମୟ ମୂଲ୍ୟ ନଥାଏ । ଏଭଳି ପରିସ୍ଥିତିକୁ ଜଳ-ହୀରାର ବିରୋଧାଭାସ କୁହାଯାଏ । ଅଧ୍ୟାପକ ମାର୍ଶାଲ୍ ସୀମାନ୍ତ ଉପଯୋଗିତା ସାହାଯ୍ୟରେ ଏହି ବିରୋଧାଭାସକୁ ସାମାଧନ କରିଛନ୍ତି । ମାର୍ଶାଲ୍‌ଙ୍କ ମତରେ ମୋଟ ଉପଯୋଗିତା ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କରେ ନାହିଁ ।

ଜଳର ମୋଟ ଉପଯୋଗିତା ହୀରାଠାରୁ ଅଧ‌ିକ । କିନ୍ତୁ ଦ୍ରବ୍ୟର ଦର ସୀମାନ୍ତ ଉପଯୋଗିତାଦ୍ୱାରା ନିର୍ଦ୍ଧାରଣ ହୁଏ । କ୍ରମହ୍ରାସମାନ ଉପଯୋଗିତା ସୂତ୍ରରୁ ଆମେ ଜାଣୁ ଯେ କୌଣସି ଦ୍ରବ୍ୟର ପରିମାଣ ବେଶି ହୋଇଥିଲେ ପ୍ରତ୍ୟେକ ଅତିରିକ୍ତ ଏକକର ଗୁରୁତ୍ଵ ବା ଉପଯୋଗିତା କମ୍ ଏବଂ ଉପଭୋକ୍ତା ସେହି ଦ୍ରବ୍ୟ ପାଇଁ କମ୍ ଦାମ୍ ଦେଇଥାଏ । ଜଳର ପରିମାଣ ବିପୁଳ । ଏହାର ସୀମାନ୍ତ ଉପଯୋଗିତା ସ୍ଵଚ୍ଛ, ତେଣୁ ଦର ମଧ୍ୟ ସ୍ଵଳ୍ପ । ବଜାରରେ ହୀରାର ଯୋଗାଣ ସୀମିତ । ତେଣୁ ଏହାର ସୀମାନ୍ତ ଉପଯୋଗିତା ଅଧ୍ବକ ଓ ଦାମ୍ ଅଧିକ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ସୀମାନ୍ତ ଉପଯୋଗିତା ଓ ମୋଟ ଉପଯୋଗିତାର ସଂଜ୍ଞା ଦିଅ ଏବଂ ସୀମାନ୍ତ ଉପଯୋଗିତା ଓ ମୋଟ ଉପଯୋଗିତା ମଧ୍ୟରେ ଥ‌ିବା ପ୍ରଭେଦ ଦର୍ଶାଅ ।
Answer:
ଉପଭୋକ୍ତା ଉପଭୋଗରୁ ଉପଯୋଗିତା ଲାଭ କରେ । ଉପଭୋଗ ତତ୍ତ୍ଵର ବିଶ୍ଳେଷଣ ନିମନ୍ତେ ମୋଟ ଉପଯୋଗିତା ଓ ସୀମାନ୍ତ ଉପଯୋଗିତା ଜାଣିବା ଆବଶ୍ୟକ । କୌଣସି ଦ୍ରବ୍ୟର ଏକ ଅତିରିକ୍ତ ଏକକ ଉପଭୋଗ କରିବାଦ୍ୱାରା ମୋଟ ଉପଯୋଗିତାରେ ଯେଉଁ ପରିମାଣ ଯୋଗ ହୁଏ ତାହା ସୀମାନ୍ତ ଉପଯୋଗିତା । ଏହା ଦ୍ରବ୍ୟର ପ୍ରତ୍ୟେକ ଏକକ ଉପଭୋଗରୁ ମିଳୁଥିବା ଉପଯୋଗିତା । ପ୍ରକାରାନ୍ତରେ, ଉପଭୋଗର ଶେଷ ଏକକରୁ ମିଳୁଥିବା ଉପଯୋଗିତାକୁ ସୀମାନ୍ତ ଉପଯୋଗିତା କୁହାଯାଏ । କୌଣସି ଏକ ଦ୍ରବ୍ୟର ସୀମାନ୍ତ ଉପଯୋଗିତାକୁ ମୋଟ ଉପଯୋଗିତାର ପାର୍ଥକ୍ୟଦ୍ୱାରା ପରିମାପ କରାଯାଏ । ଯଦି କୌଣସି ଉପଭୋକ୍ତା n ସଂଖ୍ୟକ ଦ୍ରବ୍ୟ ଉପଭୋଗ କରନ୍ତି, ତେବେ ଦ୍ରବ୍ୟର ସୀମାନ୍ତ ଉପଯୋଗିତା n ସଂଖ୍ୟକ ଦ୍ରବ୍ୟର ମୋଟ ଉପଯୋଗିତା ବିଯୁକ୍ତ (n-1) ସଂଖ୍ୟକ ଦ୍ରବ୍ୟର ମୋଟ ଉପଯୋଗିତାକୁ ବୁଝାଏ । MUn = TUn – TUn-1 ।

କୌଣସି ଦ୍ରବ୍ୟର ବିଭିନ୍ନ ଏକକର ଉପଭୋଗରୁ ପ୍ରାପ୍ତ ହେଉଥ‌ିବା ଉପଯୋଗିତାର ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ । ଉପଭୋକ୍ତା ନିର୍ଦ୍ଦିଷ୍ଟ ଦ୍ରବ୍ୟର ପ୍ରତ୍ୟେକ ଉପଭୋଗରୁ ଉପଯୋଗିତା ପାଇଥାଏ । ସେ ପାଉଥ‌ିବା ସମସ୍ତ ଉପଯୋଗିତାକୁ ଏକତ୍ର କଲେ ମୋଟ ଉପଯୋଗିତା ମିଳେ । ତେଣୁ, ସୀମାନ୍ତ ଉପଯୋଗିତାର ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ ।

ସୀମାନ୍ତ ଉପଯୋଗିତା ଏବଂ ମୋଟ ଉପଯୋଗିତା ମଧ୍ୟରେ ଥିବା ସମ୍ପର୍କ :
ମୋଟ ଉପଯୋଗିତା ଓ ସୀମାନ୍ତ ଉପଯୋଗିତା ମଧ୍ୟରେ ଥିବା ସମ୍ପର୍କ ସାରଣୀ ସାହାଯ୍ୟରେ ବୁଝାଯାଇପାରେ ।

ଦ୍ରବ୍ୟର ଏକକ ସୀମାନ୍ତ ଉପଯୋଗିତା ମୋଟ ଉପଯୋଗିତା
1 20 20
2 16 36
3 12 48
4 8 56
5 4 60
6 0 60
7 -4 56

ଉପରୋକ୍ତ ସାରଣୀରୁ ଜଣାଯାଏ ଯେ ଉପଭୋକ୍ତା ଅଧ୍ଵରୁ ଅଧିକ ଦ୍ରବ୍ୟ ଉପଭୋଗ କଲାବେଳେ ପ୍ରତ୍ୟେକ ଏକକର ସୀମାନ୍ତ ଉପଯୋଗିତା ହ୍ରାସ ପାଉଅଛି । ପ୍ରଥମ ଏକକରୁ ସେ 20 ସୀମାନ୍ତ ଉପଯୋଗିତା ପାଇଥିଲାବେଳେ ଷଷ୍ଠ ଏକକରୁ ସେ ଶୂନ୍ୟ ସୀମାନ୍ତ ଉପଯୋଗିତା ଲାଭ କରିଛନ୍ତି ଏବଂ ସପ୍ତମ ଏକକରୁ ସେ ଋଣାତ୍ମକ ଉପଯୋଗିତା ପାଇଛନ୍ତି । ଉପରୋକ୍ତ ସାରଣୀରୁ ନିମ୍ନୋକ୍ତ ବୈଶିଷ୍ଟ୍ୟଗୁଡ଼ିକୁ ଲକ୍ଷ୍ୟ କରାଯାଇପାରେ । ଯଥା –

(୧) କୌଣସି ଦ୍ରବ୍ୟର ପ୍ରଥମ ଏକକ ଉପଭୋଗ ସମୟରେ ସୀମାନ୍ତ ଉପଯୋଗିତା ଓ ମୋଟ ଉପଯୋଗିତା ସମାନ ରହିଥାଏ ।
(୨) ମୋଟ ଉପଯୋଗିତା କ୍ରମହ୍ରାସମାନ ହାରରେ ବୃଦ୍ଧିପାଏ ।
(୩) ଯେତେବେଳେ ସୀମାନ୍ତ ଉପଯୋଗିତା ଶୂନ୍ୟ ହୁଏ, ମୋଟ ଉପଯୋଗିତା ସେତେବେଳେ ସର୍ବାଧ‌ିକ ହୁଏ ।
(୪) ଯେତେବେଳେ ସୀମାନ୍ତ ଉପଯୋଗିତା ଋଣାତ୍ମକ ହୁଏ, ସେତେବେଳେ ମୋଟ ଉପଯୋଗିତା ହ୍ରାସ ପାଏ ।
(୫) ସୀମାନ୍ତ ଉପଯୋଗିତାର ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ ।
(୬) ଯେତେବେଳେ ସୀମାନ୍ତ ଉପଯୋଗିତା ବୃଦ୍ଧି ପାଏ, ସେତେବେଳେ ମୋଟ ଉପଯୋଗିତା କ୍ରମ ବର୍ଦ୍ଧମାନ ହାରରେ ବୃଦ୍ଧି ପାଏ ।

ଚିତ୍ରରେ ମୋଟ ଉପଯୋଗିତା ଏବଂ ସୀମାନ୍ତ ଉପଯୋଗିତା ମଧ୍ୟରେ ଥିବା ସମ୍ପର୍କର ପ୍ରଦର୍ଶନ କରାଯାଇପାରେ । OX ଅକ୍ଷରେ ଦ୍ରବ୍ୟର ଏକକ ଏବଂ OY ଅକ୍ଷରେ ଉଭୟ ସୀମାନ୍ତ ଏବଂ ମୋଟ ଉପଯୋଗିତାକୁ ପ୍ରତିନିଧ୍ୟ କରୁଛି । OX ଅକ୍ଷକୁ ଆନୁଭୂମିକ ଏବଂ OY ଅକ୍ଷକୁ ଉଲ୍ଲମ୍ବ ଅକ୍ଷ କୁହାଯାଏ । ଉପଭୋକ୍ତା ଅଧିରୁ ଅଧ‌ିକ ଦ୍ରବ୍ୟ ଉପଭୋଗ କଲାବେଳେ ମୋଟ ଉପଯୋଗିତା ବୃଦ୍ଧି ପାଇଲେ ମଧ୍ୟ ବୃଦ୍ଧିର ହାର କ୍ରମଶଃ କମିଯାଏ ।

ଦ୍ରବ୍ୟଟିର ମୋଟ ଉପଯୋଗିତା 20 ବୃଦ୍ଧି ପାଇ 60 ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଦ୍ୱିତୀୟରେ ଦ୍ରବ୍ୟ ଏକକର ସୀମାନ୍ତ ଉପଯୋଗିତା କ୍ରମଶଃ ହ୍ରାସ ପାଇଛି । ଏଠାରେ ସୀମାନ୍ତ ଉପଯୋଗିତା 20 ରୁ ହ୍ରାସ ପାଇ –4 (ଋଣାତ୍ମକ 4) ହୋଇଅଛି ।
CHSE Odisha Class 12 Economics Chapter 4 Short & Long Answer Questions in Odia Medium
ତୃତୀୟରେ ସୀମାନ୍ତ ଉପଯୋଗିତା ଯେତେବେଳେ ଶୂନ୍ୟ ହୁଏ, ସେତେବେଳେ ମୋଟ ଉପଯୋଗିତା ସର୍ବାଧ୍ଵ ହୁଏ । ଏଠାରେ ସୀମାନ୍ତ ଉପଯୋଗିତା ଶୂନ୍ୟ ହୋଇଥିଲାବେଳେ ମୋଟ ଉପଯୋଗିତା 60 ହୋଇଛି । ସୀମାନ୍ତ ଉପଯୋଗିତା ଋଣାତ୍ମକ ହେଲାବେଳେ ମୋଟ ଉପଯୋଗିତା ହ୍ରାସ ପାଏ । ଯେତେବେଳେ ସୀମାନ୍ତ ଉପଯୋଗିତା –4 ହୋଇଛି, ସେତେବେଳେ ମୋଟ ଉପଯୋଗିତା 60 ରୁ ହ୍ରାସ ପାଇ 56 ହୋଇଅଛି ।

OX – ଅକ୍ଷରେ ଦ୍ରବ୍ୟର ଏକକ ଓ OY ଅକ୍ଷରେ ଉଭୟ ସୀମାନ୍ତ ଓ ମୋଟ ଉପଯୋଗିତା ଦର୍ଶାଯାଇଅଛି । ଷଷ୍ଠ ଏକକ ଉପଭୋଗ ହେଲେ MU ରେଖା X- ଅକ୍ଷକୁ ସ୍ପର୍ଶ କରେ, ଅର୍ଥାତ୍ MU = 0 ହୁଏ । ଯେତେବେଳେ ଉପଭୋକ୍ତା ସପ୍ତମ ଏକକ ଉପଭୋଗ କରନ୍ତି, ସେତେବେଳେ MU ରେଖା X ଅକ୍ଷର ନିମ୍ନକୁ ଯାଇ ଋଣାତ୍ମକ ହୋଇଥାଏ ଏବଂ ମୋଟ ଉପଯୋଗିତା ରେଖା ନିମ୍ନଗାମୀ ହୁଏ ।

2. କ୍ରମହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ର ବ୍ୟାଖ୍ୟା କର । ଏହାର ବ୍ୟତିକ୍ରମସମୂହ ଦର୍ଶାଅ ।
Answer:
ମନୁଷ୍ୟ ବା ଉପଭୋକ୍ତା ନିଜର ଅଭାବର ପରିତୃପ୍ତି ନିମନ୍ତେ ଦ୍ରବ୍ୟ ଓ ସେବା ଉପଭୋଗ କରିଥାଏ । ଉପଭୋଗ ସମୟରେ ଉପଭୋକ୍ତା ସଦାସର୍ବଦା ଆବଶ୍ୟକ ହେଉଥ‌ିବା ଦ୍ରବ୍ୟର ଭଣ୍ଡାର ପ୍ରତି ସଚେତନ ଥାଏ । ଉପଭୋକ୍ତାଙ୍କ ପାଖରେ ଗଚ୍ଛିତ ଥ‌ିବା କୌଣସି ଏକ ଦ୍ରବ୍ୟଭଣ୍ଡାର ପର୍ଯ୍ୟାପ୍ତ ରହିଥିଲେ ସେ ଦ୍ରବ୍ୟର ଅଭାବ ଉପଭୋକ୍ତା ଅନୁଭବ କରିନଥାଏ ବା ସେ ଦ୍ରବ୍ୟ ଲାଭ କରିବାପାଇଁ ଅଧୂକ ଆଗ୍ରହ ପ୍ରକାଶ କରେ ନାହିଁ । ଏ କ୍ଷେତ୍ରରେ ଅଭାବର ତୀବ୍ରତା ନଗଣ୍ୟ, କାରଣ ଅଧ୍ଵ ଗଚ୍ଛିତ ଥ‌ିବା ଦ୍ରବ୍ୟଭଣ୍ଡାର ଅଭାବ ପୂରଣକାରୀ ଶକ୍ତି (ଉପଯୋଗିତା) ସ୍ଵଳ୍ପ ହୋଇଥାଏ ।

ମାତ୍ର ଦ୍ରବ୍ୟର ଭଣ୍ଡାର ସ୍ଵଳ୍ପ ଥିଲେ, ଉପଭୋକ୍ତା ସେ ଦ୍ରବ୍ୟର ଅଭାବର ତୀବ୍ରତା ଉପଲବ୍‌ କରିଥାଏ । କାରଣ ସେ ଦ୍ରବ୍ୟର ଉପଭୋକ୍ତା ପାଇଁ ଉପଯୋଗିତା ଅଧ୍ଵ ରହିଥାଏ । ସେଥ‌ିପାଇଁ ସେପ୍ରକାର ଦ୍ରବ୍ୟର ଅତିରିକ୍ତ ଏକକ ଲାଭ କରିବାପାଇଁ ବ୍ୟଗ୍ରତା ପ୍ରକାଶ କରିଥାଏ । ଏଥୁରୁ ପ୍ରତୀୟମାନ ହୁଏ ଯେ ଉପଭୋକ୍ତା କୌଣସି ଏକ ଦ୍ରବ୍ୟର ବିଭିନ୍ନ ଅତିରିକ୍ତ ଏକକ ଉପଭୋଗ କଲେ ଏହି ଦ୍ରବ୍ୟର ପ୍ରତ୍ୟେକ ପରବର୍ତ୍ତୀ ଏକକରୁ ମିଳୁଥ‌ିବା ଉପଯୋଗିତା ହ୍ରାସ ପାଇଥାଏ ବା ଏହି ଦ୍ରବ୍ୟର ଅଭାବ ପୂରଣକାରୀ ଶକ୍ତି କ୍ରମଶଃ ହ୍ରାସ ପାଇଥାଏ ।

ଉପଭୋଗ ପ୍ରକ୍ରିୟାରେ ଉପଭୋକ୍ତା କୌଣସି ଏକ ଦ୍ରବ୍ୟର କ୍ରମାଗତ ଉପଭୋଗ କଲେ ଏକ ନିର୍ଦ୍ଦିଷ୍ଟ ସମୟ ପରେ ସେହି ଦ୍ରବ୍ୟ ପ୍ରତି ଆଗ୍ରହ ପ୍ରକାଶ କରିନଥାଏ ଅର୍ଥାତ୍ ସେ ଦ୍ରବ୍ୟର ଉପଭୋଗରୁ ଉପଭୋକ୍ତା ବିରତ ରହିଥାଏ । ସଂକ୍ଷେପରେ ଉପଭୋଗ ସୀମାନ୍ତ ଉପଯୋଗିତା ହ୍ରାସ ହୋଇଚାଲିଥାଏ ।

CHSE Odisha Class 12 Economics Chapter 4 Short & Long Answer Questions in Odia Medium

କ୍ରମହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ର ଉପଭୋଗ ପ୍ରକ୍ରିୟାରେ ଦ୍ରବ୍ୟର ଅତିରିକ୍ତ ଏକକ ଓ ଏଥୁରୁ ଲବ୍‌ଧ ସୀମାନ୍ତ ଉପଯୋଗିତା ମଧ୍ୟରେ ଥ‌ିବା ସମ୍ପର୍କକୁ ପ୍ରତିପାଦନ କରେ । ଉପଭୋଗ ପ୍ରକ୍ରିୟାରେ କୌଣସି ଏକ ଦ୍ରବ୍ୟର ଅତିରିକ୍ତ ଏକକକୁ କ୍ରମାନ୍ୱୟରେ ଉପଭୋଗ କଲେ, ଏହି ଅତିରିକ୍ତ ଏକକରୁ ଲବ୍‌ଧ ଉପଯୋଗିତାକୁ ସୀମାନ୍ତ ବା ପ୍ରାନ୍ତୀୟ ଉପଯୋଗିତା କୁହାଯାଏ । ଅନ୍ୟ ଅର୍ଥରେ କୌଣସି ଏକ ଦ୍ରବ୍ୟର ଅତିରିକ୍ତ ଏକକ ଉପଭୋଗ ଫଳରେ ମୋଟ ଉପଯୋଗିତା ଯେଉଁ ହାରରେ ବୃଦ୍ଧି ପାଏ ତାହାକୁ ସୀମାନ୍ତ ବା ପ୍ରାନ୍ତୀୟ ଉପଯୋଗିତା କୁହାଯାଏ । ତେଣୁ ଉପଭୋଗ ପ୍ରକ୍ରିୟାରେ ମୋଟ ଉପଯୋଗିତାର ପରିବର୍ତ୍ତନ ହାରକୁ ପ୍ରାନ୍ତୀୟ ଉପଯୋଗିତାର ଆଖ୍ୟା ଦିଆଯାଏ ।

କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରଟି ମାନବିକ ଅଭାବର ଏକ ବୈଶିଷ୍ଟ୍ୟ ଉପରେ ଆଧାରିତ । ଏହି ମୌଳିକ ତଥା ଗୁରୁତ୍ଵପୂର୍ଣ୍ଣ ସୂତ୍ର ମନୁଷ୍ୟର ଅଧିକାରଭୁକ୍ତ ଦ୍ରବ୍ୟର ପରିମାଣ ଓ ତା’ର ପ୍ରତ୍ୟେକ ଅତିରିକ୍ତ ଏକକର ପ୍ରାନ୍ତୀୟ ଉପଯୋଗିତା ମଧ୍ୟରେ ଥ‌ିବା ସମ୍ପର୍କକୁ ପରିପ୍ରକାଶ କରେ । ମନୁଷ୍ୟର ଦୈନନ୍ଦିନ ଜୀବନର ଅଭିଜ୍ଞତା ଉପରେ ପ୍ରତିଷ୍ଠିତ ଏହି ସତ୍ୟକୁ ଆଲ୍‌ଫ୍ରେଡ୍‌ ମାର୍ଶାଲ୍ ଏକ ସୂତ୍ର ମାଧ୍ୟମରେ ପ୍ରକାଶ କରିଛନ୍ତି ଯାହାକୁ କ୍ରମହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ର ନାମରେ ନାମିତ ମାର୍ଶାଲ୍‌ଙ୍କ ଭାଷାରେ, ‘ଜଣେ ବ୍ୟକ୍ତିଙ୍କ ନିକଟରେ ଥିବା କୌଣସି ଦ୍ରବ୍ୟର ପରିମାଣ ବୃଦ୍ଧି ହେଲେ ସେ ଯେଉଁ ଅତିରିକ୍ତ ଉପଯୋଗିତା ଲାଭ କରନ୍ତି ତାହା ଦ୍ରବ୍ୟଭଣ୍ଡାର ବୃଦ୍ଧି ହେବା ସଙ୍ଗେ ସଙ୍ଗେ କ୍ରମଶଃ ହ୍ରାସମାନ ହୋଇଥାଏ ।

’’ Boulding ଙ୍କ ମତରେ, ‘ଅନ୍ୟାନ୍ୟ ସମସ୍ତ ଦ୍ରବ୍ୟର ଉପଭୋଗକୁ ଅପରିବର୍ତିତ ରଖ୍ ଜଣେ ଉପଭୋକ୍ତା କୌଣସି ଏକ ଦ୍ରବ୍ୟର ଉପଭୋଗ ବୃଦ୍ଧି କଲେ, ପରିବର୍ତ୍ତନୀୟ ଦ୍ରବ୍ୟଟିର ପ୍ରାନ୍ତୀୟ ଉପଯୋଗିତା ପରିଶେଷରେ ନିଶ୍ଚୟ ହ୍ରାସ ହୋଇଥାଏ ।’’ଏହି ଦୁଇ ମତବାଦରୁ ଜଣାଯାଏ ଯେ କୌଣସି ଏକ ଦ୍ରବ୍ୟର ଅତିରିକ୍ତ ଏକକକୁ କ୍ରମାନ୍ୱୟରେ ଉପଭୋଗ କଲେ, ସେ ଦ୍ରବ୍ୟର ଅତିରିକ୍ତ ଏକକଗୁଡ଼ିକରୁ ଲବ୍‌ଧ ସୀମାନ୍ତ ଉପଯୋଗିତା ହ୍ରାସ ପାଇଚାଲେ ।

ସୀମାନ୍ତ ଉପଯୋଗିତା ହ୍ରାସ ପାଇବାର ମୂଳରେ ଦୁଇଟି କାରଣ ରହିଛି । ପ୍ରଥମତଃ, ଏକ ନିର୍ଦ୍ଦିଷ୍ଟ ମାନବିକ ଅଭାବ ପରିତୃପ୍ତକ୍ଷମ । ମାନବିକ ଅଭାବର ଏହି ବୈଶିଷ୍ଟ୍ୟ ପ୍ରତିଫଳିତ କରେ ଯେ ଉପଭୋକ୍ତା ଏକ ଦ୍ରବ୍ୟର ଅତିରିକ୍ତ ଏକକଗୁଡ଼ିକୁ ଉପଭୋଗ କରିଚାଲିଲେ ସେହି ଦ୍ରବ୍ୟରୁ ମିଳୁଥିବା ତୃପ୍ତି ହ୍ରାସ ପାଏ । ଅର୍ଥାତ୍ ଅଧ‌ିକରୁ ଅଧିକ ଉପଭୋଗ ଯୋଗୁଁ ସେହି ଦ୍ରବ୍ୟର ଅଭାବର ତୀବ୍ରତା ନିର୍ଦ୍ଦିଷ୍ଟ ଉପଭୋକ୍ତା ନିମନ୍ତେ ହ୍ରାସ ପାଏ । ଦ୍ବିତୀୟତଃ, ନିର୍ଦ୍ଦିଷ୍ଟ ଅଭାବର ପରିତୃପ୍ତି ନିମନ୍ତେ ବିଭିନ୍ନ ଦ୍ରବ୍ୟ ସମ୍ପୂର୍ଣ୍ଣରୂପେ ପରସ୍ପରର ପ୍ରତିସ୍ଥାପକ ନୁହଁନ୍ତି । ଏହି ଦ୍ବିବିଧ କାରଣରୁ ଉପଭୋଗ ପ୍ରକ୍ରିୟାରେ ଅଧିକରୁ ଅଧିକ କୌଣସି ଦ୍ରବ୍ୟ ଉପଭୋଗ କଲେ ସେଥୁ ଲବ୍‌ଧ ସୀମାନ୍ତ ଉପଯୋଗିତା ହ୍ରାସ ପାଏ ।

ଉପସ୍ଥାପନା – ସୂତ୍ରଟିର ଉପସ୍ଥାପନା ଏକ ଗାଣିତିକ ସାରଣୀ ମାଧ୍ୟମରେ ପ୍ରକାଶ କରାଯାଇପାରେ ।

କମଳାର ସଂଖ୍ୟା ପ୍ରାନ୍ତୀୟ ଉପଯୋଗିତା ମୋଟ ଉପଯୋଗିତା
1 15 15
2 12 27
3 10 37
4 8 45
5 3 48
6 0 48
7 -3 45

ଏହି ସାରଣୀରୁ ପ୍ରତୀୟମାନ ହୁଏ ଯେ ଜଣେ ଉପଭୋକ୍ତା ପ୍ରଥମ କମଳା ଉପଭୋଗ କଲେ ସୀମାନ୍ତ ବା ପ୍ରାନ୍ତୀୟ ଉପଯୋଗିତା ଓ ମୋଟ ଉପଯୋଗିତା 15 ଏକକ । ମାତ୍ର ପରବର୍ତ୍ତୀ ଦ୍ୱିତୀୟ କମଳାଟି ଉପଭୋଗ କଲେ ପ୍ରାନ୍ତୀୟ ଉପଯୋଗିତା 12 ଏକକ ହେଲାବେଳେ ମୋଟ ଉପଯୋଗିତା 27 ଏକକ ହୁଏ (15+12) । ଏହିପରି ଭାବରେ ଉପଭୋକ୍ତା କ୍ରମାନ୍ୱୟରେ କମଳାର ଅତିରିକ୍ତ ଏକକଗୁଡ଼ିକୁ ଉପଭୋଗ କରି ଚାଲିଲେ ପ୍ରାନ୍ତୀୟ ଉପଯୋଗିତା କ୍ରମାଗତ ଭାବରେ ହ୍ରାସ ପାଏ ।

ମାତ୍ର ମୋଟ ଉପଯୋଗିତା କ୍ରମହ୍ରାସମାନ ହାରରେ ବୃଦ୍ଧିପାଇ ଚାଲେ । ଉପଭୋକ୍ତା 6 ଟି କମଳା ଉପଭୋଗ କରି ସର୍ବାଧ‌ିକ ପରିତୃପ୍ତି ଲାଭ କରେ । ଏହି ସମୟରେ ଦ୍ରବ୍ୟର ଷଷ୍ଠ ଏକକରୁ ମିଳୁଥିବା ସୀମାନ୍ତ ଉପଯୋଗିତା ‘0’ ହୁଏ ଓ ଏ କ୍ଷେତ୍ରରେ ମୋଟ ଉପଯୋଗିତା ସର୍ବାଧ‌ିକ ଅଟେ । ଉପଭୋକ୍ତା ସପ୍ତମ କମଳା ଉପଭୋଗ କଲେ ସୀମାନ୍ତ ଉପଯୋଗିତା ଋଣାତ୍ମକ ହୋଇଥାଏ (–3) ଓ ମୋଟ ଉପଯୋଗିତା ହ୍ରାସ ପାଇଥାଏ ।

ଏହି ସାରଣୀରୁ ପ୍ରତିପାଦିତ ହୁଏ ଯେ ପ୍ରାଥମିକ ଅବସ୍ଥାରେ ଉପଭୋକ୍ତାଙ୍କ ଅଭାବର ତୀବ୍ରତା ଅତ୍ୟଧିକ ରହିଥାଏ । ତେଣୁ ଏ ଅବସ୍ଥାରେ ପ୍ରଥମ କମଳାରୁ ମିଳୁଥିବା ସୀମାନ୍ତ ଉପଯୋଗିତା ସର୍ବାଧ‌ିକ ଅଟେ । ପରବର୍ତ୍ତୀ ପର୍ଯ୍ୟାୟରେ ତୀବ୍ରତା ହ୍ରାସ ପାଏ, ତେଣୁ ପ୍ରାନ୍ତୀୟ ଉପଯୋଗିତା ହ୍ରାସ ପାଇଥାଏ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅତିରିକ୍ତ ଏକକର ଉପଭୋଗ ଫଳରେ କେବଳ ପ୍ରାନ୍ତୀୟ ଉପଯୋଗିତା ହିଁ ହ୍ରାସ ପାଇଥାଏ, ମୋଟ ଉପଯୋଗିତା ନୁହେଁ । ପୂର୍ଣ୍ଣ ପରିତୃପ୍ତି ପର୍ଯ୍ୟନ୍ତ (ଷଷ୍ଠ ଏକକ ପର୍ଯ୍ୟନ୍ତ) ମୋଟ ଉପଯୋଗିତା କ୍ରମ ହ୍ରାସମାନ ହାରରେ ବୃଦ୍ଧି ପାଏ ।

ବୈଖ୍ୟକ ଉପସ୍ଥାପନା – ଏହି ସୂତ୍ରକୁ ରେଖାଚିତ୍ର ମାଧ୍ୟମରେ ଉପସ୍ଥାପନ କରାଯାଇପାରେ ।

CHSE Odisha Class 12 Economics Chapter 4 Short & Long Answer Questions in Odia Medium 1

ଉପରୋକ୍ତ ଚିତ୍ରରେ OX – ଅକ୍ଷରେ କମଳାର ଏକକ ଓ ଠY – ଅକ୍ଷରେ ସୀମାନ୍ତ ଉପଯୋଗିତା ପରିମାପ କରାଯାଇଛି । ଏଥ‌ିରେ ଦର୍ଶାଯାଇଛି ଯେ କମଳା ଏକକର ବୃଦ୍ଧି ସଙ୍ଗେ ଲବ୍‌ଧ ସୀମାନ୍ତ ଉପଯୋଗିତା ହ୍ରାସ ପାଉଛି । MN ରେଖାଟି ସୀମାନ୍ତ ଉପଯୋଗିତା ବକ୍ର ଯାହା ବାମରୁ ଡାହାଣକୁ ନିମ୍ନଗାମୀ ହୋଇଅଛି । ଏହା ଷଷ୍ଠ ଏକକ ଉପଭୋଗ ସମୟରେ OX ଅକ୍ଷକୁ ସ୍ପର୍ଶ କରୁଛି ଯେଉଁଠି ପ୍ରାନ୍ତୀୟ ଉପଯୋଗିତା ‘ଶୂନ୍ୟ’ ହୋଇଛି ଏବଂ ସପ୍ତମ ଏକକରେ ଏହା ଋଣାତ୍ମକ ଉପଯୋଗିତା ଦର୍ଶାଇଛି ।

ସର୍ଭାବଳୀ – କ୍ରମହ୍ରାସମାନ ଉପଯୋଗିତା ସୂତ୍ର ଅନେକ ସର୍ଭ ଉପରେ ପର୍ଯ୍ୟବସିତ । ଏହାର କାର୍ଯ୍ୟକାରିତା ସମ୍ପୂର୍ଣ୍ଣଭାବେ ନିମ୍ନଲିଖୂତ ସର୍ଭ ଉପରେ ନିର୍ଭରଶୀଳ ।

  • ଅପରିବର୍ତ୍ତିତ ରୁଚି, ରୀତି, ଆୟ, ଅଭ୍ୟାସ – କ୍ରମହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ର କାର୍ଯ୍ୟ କଲାବେଳେ ଉପଭୋକ୍ତାଙ୍କ ରୁଚି, ରୀତି, ଆୟ ଓ ଅଭ୍ୟାସରେ କୌଣସି ପରିବର୍ତ୍ତନ ହେବା ଉଚିତ ନୁହେଁ । ଅନ୍ୟଥା ସୂତ୍ରର କାର୍ଯ୍ୟକାରିତାରେ ବ୍ୟତିକ୍ରମ ସୃଷ୍ଟି ହେବ ।
  • ସମଜାତୀୟ ଏକକ ଦ୍ରବ୍ୟର ବିଭିନ୍ନ ଏକକ ସମଜାତୀୟ ହେବା ଆବଶ୍ୟକ । ଏକକଗୁଡ଼ିକର ଆକାର, ଗଠନ ଓ ଉତ୍କର୍ଷତା ସମାନ ହେବା ଉଚିତ । ଏଥିରେ ବ୍ୟତିକ୍ରମ ହେଲେ ସୂତ୍ରଟି କାର୍ଯ୍ୟକାରୀ ହୁଏ ନାହିଁ । ଦ୍ରବ୍ୟର ଏକକସମୂହ ଉପଯୁକ୍ତ ହେବା ଆବଶ୍ୟକ ଅର୍ଥାତ୍ ଉପଯୁକ୍ତ ପରିମାଣରେ ହେବା
  • ଉପଯୁକ୍ତ ଏକକ – ଦ୍ରବ୍ୟର ଏକକସମୂହ ଉପଯୁକ୍ତ ହେବା ଆବଶ୍ୟକ ଅର୍ଥାତ୍ ଉପଯୁକ୍ତ ପରିମାଣରେ ହେବା ଆବଶ୍ୟକ ।
  • ସମୟର ବ୍ୟବଧାନ କ୍ରମହ୍ରାସମାନ ସୂତ୍ରର କାର୍ଯ୍ୟକାରିତା ପାଇଁ ଉପଭୋଗ ଧାରାବାହିକ ହେବା ଉଚିତ । ଅର୍ଥାତ୍ ଏକାଧ୍ଵକବାର ଉପଭୋଗ ସମୟରେ ସମୟର ବ୍ୟବଧାନ ରହିବା ଉଚିତ ନୁହେଁ ।
  • ମାନସିକ ଅବସ୍ଥା – ଉପଭୋକ୍ତାଙ୍କ ମାନସିକ ଅବସ୍ଥା ଅପରିବର୍ତ୍ତନୀୟ ରହିବା ଉଚିତ, ଅର୍ଥାତ୍ ଉପଭୋକ୍ତାଙ୍କ ଆଚରଣ ଯୁକ୍ତିସଙ୍ଗତ ହେବା ଉଚିତ ।

ସୂତ୍ରର ସୀମାବଦ୍ଧତା :

  • କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ଅନୁଧ୍ୟାନ କଲେ ଜଣାଯାଏ ଯେ ଉପଯୋଗିତାକୁ ବସ୍ତୁନିଷ୍ଠଭାବେ ପରିମାପ କରାଯାଏ । ମାତ୍ର ଉପଯୋଗିତା ବ୍ୟକ୍ତିପୂରକ ହୋଇଥିବାରୁ ଏହାକୁ ପରିମାଣାତ୍ମକ ପରିମାପରେ ପ୍ରକାଶ କରିବା ସମ୍ଭବପର ନୁହେଁ ।
  • ସୂତ୍ରଟିର ପ୍ରୟୋଗାତ୍ମକ ଭାବଧାରାରେ ଉପଭୋକ୍ତାଙ୍କ ରୁଚି, ରୀତି, ଆୟ ଓ ଅଭ୍ୟାସ ଅପରିବର୍ତ୍ତନୀୟ ବୋଲି ଗ୍ରହଣ କରାଯାଇଥାଏ ଯାହା ବାସ୍ତବରେ ଦୃତ ପରିବର୍ତ୍ତନଶୀଳ ।
  • କୌଣସି ଦ୍ରବ୍ୟର ଉପଯୋଗିତା କେବଳ ତାହାର ଯୋଗାଣ ଉପରେ ନିର୍ଭରଶୀଳ ନୁହେଁ ବରଂ ତାହାର ପରିପୂରକ ଦ୍ରବ୍ୟ ଓ ପ୍ରତିସ୍ଥାପକ ଦ୍ରବ୍ୟର ଯୋଗାଣ ଉପରେ ମଧ୍ୟ ନିର୍ଭରଶୀଳ । ମାତ୍ର ସୂତ୍ରର ଆଲୋଚନାରେ ପରିପୂରକ ଓ ପ୍ରତିସ୍ଥାପକ ଦ୍ରବ୍ୟର ଯୋଗାଣ ଉପରେ କୌଣସି ଗୁରୁତ୍ଵ ଦିଆଯାଇନାହିଁ ।
  • ଅନେକ ସମୟରେ ଗୋଟିଏ ଦ୍ରବ୍ୟ ପାଇଁ ଆଗ୍ରହ ଉପଭୋକ୍ତାଙ୍କ ଭାବପ୍ରବଣତା ଓ ବାହ୍ୟପ୍ରଭାବଦ୍ଵାରା ପ୍ରଭାବିତ ହୋଇଥାଏ । ଏ କ୍ଷେତ୍ରର ସୂତ୍ରଟି କାର୍ଯ୍ୟକାରୀ ହୁଏନାହିଁ ।
  • ଉପଭୋକ୍ତା ଅସ୍ଵାଭାବିକ ଓ ଅବିବେକୀ ହୋଇଥିଲେ ସୂତ୍ରଟି ନିଜର ଗୁରୁତ୍ଵ ହରାଇଥାଏ; ଯଥା – କୃପଣ, ମଦ୍ୟପ, ପାଗଳଙ୍କ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହୁଏ ନାହିଁ ।
  • ଦୁଷ୍ପାପ୍ୟ ଦ୍ରବ୍ୟ କ୍ଷେତ୍ରରେ; ଯଥା – ବିରଳ ମୁଦ୍ରା, ଷ୍ଟାମ୍ପ, ବିରଳ ଛବି ସଂଗ୍ରହ କ୍ଷେତ୍ରରେ ଏହି ସୂତ୍ର କାର୍ଯ୍ୟ କରେନାହିଁ । ଉପରୋକ୍ତ ସୀମାବଦ୍ଧତା ସତ୍ତ୍ବେ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ଉପଭୋଗ ପ୍ରକ୍ରିୟାରେ ଏକ ତଥା ସର୍ବଜନାଦୃତ ସୂତ୍ର । ଏହାର ଅର୍ଥନୀତିରେ ବ୍ୟାପକ ବ୍ୟାବହାରିକ ପ୍ରୟୋଗ ରହିଛି ।

CHSE Odisha Class 12 Economics Chapter 4 Short & Long Answer Questions in Odia Medium

3. ସମପ୍ରାନ୍ତୀୟ ଉପଯୋଗିତା ସୂତ୍ର ବ୍ୟାଖ୍ୟା କର । ଏହାର ସୀମାବଦ୍ଧତା ଉଲ୍ଲେଖ କର ।
Answer:
ଉପଭୋଗ ତତ୍ତ୍ଵରେ ସମସୀମାନ୍ତ ଉପଯୋଗିତା ସୂତ୍ରର ଭୂମିକା ଗୁରୁତ୍ଵପୂର୍ଣ୍ଣ । ସୀମିତ ସମ୍ବଳକୁ ଉପଯୋଗ କରି ଉପଭୋଗ ତତ୍ତ୍ଵରେ ସମସୀମାନ୍ତ ଉପଯୋଗିତା ସୂତ୍ରର ଭୂମିକା ଗୁରୁତ୍ଵପୂର୍ଣ୍ଣ । ସୀମିତ ସମ୍ବଳକୁ ଉପଯୋଗ କରି ଉପଭୋକ୍ତା କିଭଳି ସର୍ବାଧ‌ିକ ପରିତୃପ୍ତି ଲାଭ କରିପାରିବେ ତାହା ଏହି ସୂତ୍ର ବିଶ୍ଳେଷଣ କରିଛି । ତେଣୁ ଅର୍ଥଶାସ୍ତ୍ରରେ ଏହି ସୂତ୍ରଟି ସର୍ବାଧ୍ଵ ପରିତୃପ୍ତି ନାମରେ ମଧ୍ୟ ପରିଚିତ । ମନୋନୀତ ଅଭାବଗୁଡ଼ିକର ପରିପୂରଣ ନିମନ୍ତେ ସେ ନିଜର ସୀମିତ ଆୟକୁ ଯେଉଁ ନିୟମ ଅନୁସାରେ ଆବଣ୍ଟନ କରି ସର୍ବାଧ‌ିକ ପରିତୃପ୍ତି ଲାଭ କରନ୍ତି ତାହାକୁ ସମସୀମାନ୍ତ ଉପଯୋଗିତା ସୂତ୍ର କୁହାଯାଏ ।

ବିଶିଷ୍ଟ ନବ୍ୟ-ସଂସ୍ଥାପକ ଅର୍ଥଶାସ୍ତ୍ରୀ ପ୍ରଫେସର ଆଲଫ୍ରେଡ୍‌ ମାର୍ଶାଲ ସମସୀମାନ୍ତ ଉପଯୋଗିତା ସୂତ୍ରର ସଂଜ୍ଞା ପ୍ରଦାନ କରିବାକୁ ଯାଇ କହିଛନ୍ତି- ‘ଯଦି କୌଣସି ବ୍ୟକ୍ତି ନିକଟରେ ବିବିଧ ବ୍ୟବହାର ଯୋଗ୍ୟ ଏକ ପଦାର୍ଥ ଥାଏ, ତେବେ ସେ ଏହାକୁ ବିଭିନ୍ନ ବ୍ୟବହାରରେ ଏପରି ବଣ୍ଟନ କରିବେ ଯେପରି ପ୍ରତ୍ୟେକ ବ୍ୟବହାରରୁ ମିଳୁଥିବା ସୀମାନ୍ତ ଉପଯୋଗିତା ସମାନ ହେବ ।’’ ଅର୍ଥାତ୍ ଉପଭୋକ୍ତା ନିଜ ଆୟକୁ ବିଭିନ୍ନ ଦ୍ରବ୍ୟମାନଙ୍କ ମଧ୍ୟରେ ଏଭଳି ବଣ୍ଟନ କରିବା ଉଚିତ ଯଦ୍ବାରା ବିଭିନ୍ନ ଦ୍ରବ୍ୟରୁ ମିଳୁଥିବା ସୀମାନ୍ତ ଉପଯୋଗିତା ସମାନ ହେବ ।

ସୂତ୍ରର ବ୍ୟାଖ୍ୟା :

ସମସୀମାନ୍ତ ଉପଯୋଗିତା ସୂତ୍ରଟିକୁ ଗୋଟିଏ ଉଦାହରଣ ମାଧ୍ୟମରେ ଉପସ୍ଥାପନ କଲେ ତାହା ଅଧ୍ଵ ସରଳ ଓ ବୋଧଗମ୍ୟ ହେବ । ଆମେ ଜାଣିଛୁ ଯେ, ଦର ସୀମାନ୍ତ ଉପଯୋଗିତାର ପ୍ରତିଫଳନ କରିଥାଏ । ଅତଏବ ଗୋଟିଏ ଦ୍ରବ୍ୟରୁ ପ୍ରାପ୍ତ ସୀମାନ୍ତ ଉପଯୋଗିତାକୁ ଉକ୍ତ ଦ୍ରବ୍ୟର ଦରରେ ବିଭକ୍ତ କଲେ ଆମକୁ ବ୍ୟୟିତ ମୁଦ୍ରା ଏକକର ସୀମାନ୍ତ ଉପଯୋଗିତା ଉପଲବ୍‌ଧ ହୋଇଥାଏ । ଠିକ୍ ସେହିଭଳି ଅନ୍ୟ ଦ୍ରବ୍ୟର ବ୍ୟୟିତ ମୁଦ୍ରାର ସୀମାନ୍ତ ଉପଯୋଗିତା ଜାଣିବା ସହଜ ହୋଇଥାଏ । ବିଭିନ୍ନ ଦ୍ରବ୍ୟରେ ବ୍ୟୟିତ ମୁଦ୍ରାର ସୀମାନ୍ତ ଉପଯୋଗିତା ସମାନ ହେଲେ ଉପଭୋକ୍ତାଙ୍କୁ ସର୍ବାଧ‌ିକ ପରିତୃପ୍ତି ମିଳିଥାଏ । ଏହି ସୂତ୍ରଟିକୁ ନିମ୍ନମତେ ପ୍ରକାଶ କରାଯାଇପାରେ ।
CHSE Odisha Class 12 Economics Chapter 4 Short & Long Answer Questions in Odia Medium 2
ମନେକର ଜଣେ ଉପଭୋକ୍ତା ବଜାରରୁ ଆଳୁ ଓ ପିଆଜ, ଏହିଭଳି ଦୁଇଟି ଦ୍ରବ୍ୟ କିଣିବା ପାଇଁ ଆଗ୍ରହୀ । ବଜାରରେ ଆଳୁର ଦର Kg ପ୍ରତି 5 ଟଙ୍କା ହୋଇଥିବାବେଳେ ପିଆଜର ଦର କି.ଗ୍ରା. ପ୍ରତି 10 ଟଙ୍କା ଅଟେ । ଦ୍ରବ୍ୟର ଦର ସୀମାନ୍ତ ଉପଯୋଗିତାକୁ ପ୍ରତିଫଳନ କରୁଥିବାରୁ ଏଠାରେ ଏକ Kg ପିଆଜର ସୀମାନ୍ତ ଉପଯୋଗିତା ଏକ Kg ଆଳୁର ସୀମାନ୍ତ ଉପଯୋଗିତାର ଦୁଇଗୁଣ ହେବ ।

ପିଆଜର ଦର ଆଳୁ ଦରର ଦୁଇଗୁଣ ହୋଇଥିବାରୁ ଉଭୟଙ୍କଠାରୁ ମିଳୁଥିବା ସୀମାନ୍ତ ଉପଯୋଗିତା ଯଥାକ୍ରମେ ସେମାନଙ୍କ Kg ପ୍ରତି ଦରରେ ଭାଗକଲେ ଉଭୟରେ ବ୍ୟୟିତ ଏକ ଟଙ୍କାର ସୀମାନ୍ତ ଉପଯୋଗିତା ଉପଲବ୍‌ଧ ହେବ ଏବଂ ଉଭୟେ ପରସ୍ପର ସମାନ ହେବେ ।

ସମସୀମାନ୍ତ ଉପଯୋଗିତା ସୂତ୍ରଟିକୁ ନିମ୍ନ ସାରଣୀ ସାହାଯ୍ୟରେ ବୁଝାଯାଇପାରେ ।

ଦ୍ରବ୍ୟର ଏକକ (Kg ରେ) ପିଆଜରେ ସୀମାନ୍ତ ଉପଯୋଗିତା ଆଳୁର ସୀମାନ୍ତ ଉପଯୋଗିତା
1 12 10
2 10 8
3 8 6
4 6 4
5 4 2
6 2 0
7 0 -2
8 -2 -4

ଆଲୋଚନାକୁ ସରଳ କରିବା ପାଇଁ ଆମେ ପିଆଜର ଦର Kg ପ୍ରତି ଏକ ଟଙ୍କା ଓ ଆଳୁର ଦର Kg ପ୍ରତି ଏକ ଟଙ୍କା ଧରିନେବା । ମନେକରାଯାଉ ଜଣେ ଉପଭୋକ୍ତାଙ୍କ ପାଖରେ 9 ଟଙ୍କା ଅଛି ଏବଂ ସେ ଉକ୍ତ ଅର୍ଥକୁ ଉଭୟ ଦ୍ରବ୍ୟ କ୍ରୟ କରିବା ପାଇଁ ଆବଣ୍ଟନ କରିବେ । ଧରାଯାଉ ଯଦି ଖାଉଟି ପିଆଜରୁ 4 Kg ଆଳୁରୁ 6 Kg କ୍ରୟ କରିବାକୁ ମନସ୍ଥ କରନ୍ତି ତେବେ ପିଆଜର ଚତୁର୍ଥ Kgରୁ ସେ ସୀମାନ୍ତ ଉପଯୋଗିତା 6 ଏକକ ପାଇଲା କେବଳ ଆଳୁର ପଞ୍ଚମ Kgରୁ ସୀମାନ୍ତ ଉପଯୋଗିତା 2 ଏକକ ପାଇବେ ।

ଯେହେତୁ ପିଆଜର ସୀମାନ୍ତ ଉପଯୋଗିତା ଆଳୁର ସୀମାନ୍ତ ଉପଯୋଗିତାଠାରୁ ଅଧିକ ଉପଭୋକ୍ତା ପିଆଜରୁ ଅଧୂକ ଓ ଆଳୁରୁ କମ୍ ପରିମାଣ କ୍ରୟ କରିବେ । ଯଦି ସେ ଏକ Kg ଆଳୁ ବଦଳରେ ଏକ Kg ପିଆଜ କିଣନ୍ତି ତେବେ ପିଆଜର ପଞ୍ଚମ Kgରୁ 4 ଏକକ ସୀମାନ୍ତ ଉପଯୋଗିତା ଏବଂ ଆଳୁର ଚତୁର୍ଥ Kgରୁ 4 ଏକକ ସୀମାନ୍ତ ଉପଯୋଗିତା ଲାଭ କରିବେ । ଉଭୟ ଦ୍ରବ୍ୟର ସୀମାନ୍ତ ଉପଯୋଗିତା ସମାନ ହେବ ଫଳରେ ସେ ତାଙ୍କର ସୀମିତ ଆୟ ₹9 ଟଙ୍କାରୁ ସର୍ବାଧ‌ିକ ଉପଯୋଗିତା ପାଇପାରିବେ ।

ପାଞ୍ଚ Kg ପିଆଜରୁ ମୋଟ ଉପଯୋଗିତା 12 + 10 + 8 + 6 + 4 = 40 ଏବଂ ଚାରି Kg ଆଳୁରୁ ମୋଟ ଉପଯୋଗିତା 10 + 8 + 6 + 4 = 28 ଏହିଭଳି ଭାବରେ ଖାଉଟିଙ୍କୁ ସର୍ବମୋଟ ଉପଯୋଗିତା 40 + 28 = 68 ଏକକ ମିଳିବ ଏବଂ ଏହା ହିଁ ସର୍ବାଧ୍ଵ । ଅନ୍ୟ କୌଣସି ସଂଯୋଗରୁ ଉପରୋକ୍ତ ସଂଯୋଗ (ପାଞ୍ଚ Kg ପିଆଜ ଓ ଚାରି
CHSE Odisha Class 12 Economics Chapter 4 Short & Long Answer Questions in Odia Medium 3
Kg ଆଳୁ) ଅପେକ୍ଷା କମ୍ ଉପଯୋଗିତା ମିଳିବ । ପ୍ରତିସ୍ଥାପନ ପ୍ରକ୍ରିୟା ମାଧ୍ୟମରେ ସର୍ବାଧ‌ିକ ଉପଯୋଗିତା ଲାଭ କରାଯାଇଥିବାରୁ ଏହି ସୂତ୍ରକୁ ପ୍ରତିସ୍ଥାପନ ସୂତ୍ର ମଧ୍ୟ କୁହାଯାଏ ।

ସମସୀମାନ୍ତ ଉପଯୋଗିତା ସୂତ୍ରଟି ନିମ୍ନ ରେଖାଚିତ୍ର ମାଧ୍ୟମରେ ଉପସ୍ଥାପନ କରାଗଲା ।

ଚିତ୍ର ‘କ’ରେ ପିଆଜର ସୀମାନ୍ତ ଉପଯୋଗିତା ଉପସ୍ଥାପିତ ହୋଇଥିବାବେଳେ ଚିତ୍ର ‘ଖ’ରେ ଆଳୁର ସୀମାନ୍ତ ଉପଯୋଗିତା ଉପସ୍ଥାପିତ ହୋଇଛି । ଆଲୋଚନାକୁ ସରଳ କରିବା ପାଇଁ ପ୍ରତ୍ୟେକ ଦ୍ରବ୍ୟର କେଜି ପ୍ରତି ଦର ଏକ ଟଙ୍କା ଧରି ନିଆଯାଉ । ପ୍ରତ୍ୟେକ ଦ୍ରବ୍ୟର ଉପଭୋଗ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତାର ବଶବର୍ତ୍ତୀ ହୋଇଥିବା କଥା ଚିତ୍ରରେ ପ୍ରଦର୍ଶିତ ହୋଇଅଛି । ଫଳସ୍ଵରୂପ ପିଆଜର ସୀମାନ୍ତ ଉପଯୋଗିତା ରେଖା MU ଏବଂ ଆଳୁର ସୀମାନ୍ତ ଉପଯୋଗିତା ରେଖା M1 U1 ଡାହାଣକୁ ନିମ୍ନାଭିମୁଖୀ ହୋଇଅଛି ।

ଚିତ୍ରକୁ ଅନୁଧ୍ୟାନ କଲେ ଜଣାଯାଏ ଯେ KE = J1D1 । ଅର୍ଥାତ୍ ପିଆଜରେ ପଞ୍ଚମ ଏକକ ଓ ଆଳୁରେ ଚତୁର୍ଥ ଏକକ ମୁଦ୍ରା ବ୍ୟୟକରି ଉପଭୋକ୍ତା ଉଭୟ ଦ୍ରବ୍ୟର ସୀମାନ୍ତ ଉପଯୋଗିତାକୁ ସମାନ କରୁଛନ୍ତି ଯଦ୍ବାରା ସେ ସର୍ବାଧ‌ିକ ପରିତୃପ୍ତି ଲାଭ କରୁଛନ୍ତି । ଅନ୍ୟ କୌଣସି ସଂଯୋଗରେ ଖାଉଟିଙ୍କ ଆୟକୁ ଆବଣ୍ଟନ କଲେ ତାହା ସର୍ବାଧ‌ିକ ପରିତୃପ୍ତି ଆଣିପାରିବ ନାହିଁ ।

ମନେରଖ ଖାଉଟି ପିଆଜରେ ₹4 ଟଙ୍କା ଓ ଆଳୁରେ ₹5 ଟଙ୍କା ବ୍ୟୟ କଲେ ସେ କ୍ଷେତ୍ରରେ ପିଆଜରେ JKED ଉପଯୋଗିତା ହ୍ରାସ ହେବ ଏବଂ ଆଳୁରେ J, K, E, D ଉପଯୋଗିତା ଲାଭ ହେବ । ଯେହେତୁ ଛାୟା ଚିହ୍ନିତ JKEDର କ୍ଷେତ୍ରଫଳ JKED ଠାରୁ ଅଧିକ । ଏହି ନୂତନ ଦ୍ରବ୍ୟର ପରିମାଣ ସଂଯୋଗ ସର୍ବାଧ‌ିକ ପରିତୃପ୍ତି ଦେଇପାରିବ ନାହିଁ ।

ସର୍ଭାବଳୀ :

  • ଖାଉଟି ସାଧାରଣଭାବେ ବିଚାରବନ୍ତ, ବିବେକୀ ହେବା ଉଚିତ୍ ।
  • ଉପଭୋଗ ପ୍ରକ୍ରିୟାରେ ମୁଦ୍ରାର ସୀମାନ୍ତ ଉପଯୋଗିତା ସର୍ବଦା ଅପରିବର୍ତ୍ତନୀୟ ହେବା ଉଚିତ୍‌ । 
  • ଉପଯୋଗିତା ବ୍ୟକ୍ତିପୂରକ ହେଲେ ହେଁ ଏହାର ପରିମାଣାତ୍ମକ ପରିମାପ ସମ୍ଭବ ।
  • ଖାଉଟିଙ୍କ ଆୟ, ରୁଚି ଓ ଅଭ୍ୟାସ ଅପରିବର୍ତ୍ତନୀୟ ହେବା ଉଚିତ୍ ।
  • ଅନ୍ୟାନ୍ୟ ଦ୍ରବ୍ୟ; ଯଥା- ପ୍ରତିସ୍ଥାପକ ଓ ପରିପୂରକ ଦ୍ରବ୍ୟର ଦାମ ସ୍ଥିର ହେବା ଉଚିତ୍ ।

ସୀମାବଦ୍ଧତା:

  • ଏହି ସୂତ୍ର ଖାଉଟିଙ୍କୁ ସଚେତନଶୀଳ ବିଚାରବନ୍ତ ବୋଲି ବିବେଚନା କରିଥାଏ । ଖାଉଟି ସର୍ବଦା ଦ୍ରବ୍ୟଗୁଡ଼ିକରୁ ମିଳୁଥିବା ସୀମାନ୍ତ ଉପଯୋଗିତାକୁ ତୁଳନା କରିବାକୁ ସକ୍ଷମ ହୋଇଥାଏ । ମାତ୍ର ଖାଉଟି ଆଚରଣ ନିଜର ଭାବପ୍ରବଣତା ସାମାଜିକ ପରମ୍ପରା, ପ୍ରବୃତ୍ତି, ଅଭ୍ୟାସ, ରୁଚିଦ୍ୱାରା ବିଶେଷଭାବେ ପ୍ରଭାବିତ ହେଉଥ‌ିବାରୁ ଦ୍ରବ୍ୟଗୁଡ଼ିକର ନିର୍ଦ୍ଦିଷ୍ଟ ଉପଯୋଗିତା କଳନା କରିବା ଅସମ୍ଭବ ମନେହୁଏ । ତେଣୁ ଖାଉଟି ଦ୍ରବ୍ୟ କ୍ରୟ ସମୟରେ ଦ୍ରବ୍ୟଗୁଡ଼ିକର ଉପଯୋଗିତାର ତୁଳନାତ୍ମକ ବିବରଣୀ ପ୍ରଦାନ କରିବା ବାସ୍ତବ କ୍ଷେତ୍ରରେ ଅସମ୍ଭବ ମନେହୁଏ । 
  • ଦ୍ରବ୍ୟଗୁଡ଼ିକ ଅବିଭାଜ୍ୟ ହେଲେ ସୀମାନ୍ତ ଉପଯୋଗିତାର ସମୀକରଣ ପ୍ରକ୍ରିୟା ସମ୍ଭବ ହୁଏନାହିଁ । 
  • ଉପଯୋଗିତା ବ୍ୟକ୍ତିପୂରକ ତଥା ମାନସିକ ଅଭିଧାରଣ ହୋଇଥିବାରୁ ଏହାର ପରିମାଣାତ୍ମକ ପରିମାପ ସମ୍ଭବ ନୁହେଁ ।
  • ଅବାଧଲବ୍‌ଧ ଦ୍ରବ୍ୟ କ୍ଷେତ୍ରରେ ଏହି ସୂତ୍ରର ବ୍ୟାବହାରିକ ଗୁରୁତ୍ୱ ଉପଲବ୍‌ଧ ହୁଏନାହିଁ । ସମସୀମାନ୍ତ ସହ ଉପଯୋଗିତା ସୂତ୍ରର ସୀମାବଦ୍ଧତା ସତ୍ତ୍ଵେ ଏହି ସୂତ୍ରର ବ୍ୟାପକ ପ୍ରୟୋଗ ଉପଲବ୍‌ଧ ହୋଇଥାଏ । ଉପଭୋଗ ବ୍ୟତୀତ ଉତ୍ପାଦନ, ବଣ୍ଟନ, ରାଷ୍ଟ୍ରବିତ୍ତ କ୍ଷେତ୍ରରେ ସୂତ୍ରଟି ବହୁଳଭାବେ ପ୍ରଯୁଜ୍ୟ ।

CHSE Odisha Class 12 Political Science Chapter 4 Short Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 4 ଭାରତରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା Short Answer Questions.

CHSE Odisha 12th Class Political Science Chapter 4 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇଟି / ତିନୋଟି ବାକ୍ୟରେ ଦିଅ ।

୧ । ଗଣତନ୍ତ୍ରର ମୂଳଭିଭି କିଏ ?
Answer:
ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଗଣତନ୍ତ୍ରର ମୂଳଭିତ୍ତି ଅଟେ ।

୨ । ଭାରତରେ ସର୍ବପ୍ରଥମେ କେଉଁଠାରେ ଏବଂ କେବେ ସ୍ବାୟତ୍ତ ଶାସନ ସଂସ୍ଥା ପ୍ରତିଷ୍ଠା କରାଯାଇଥିଲା ?
Answer:
୧୬୮୭ ଖ୍ରୀଷ୍ଟାବ୍ଦରେ ଇଂରେଜମାନଙ୍କଦ୍ଵାରା ପ୍ରଥମେ ମାଡ୍ରାସ୍ଠାରେ ସ୍ଵାୟତ୍ତ ଶାସନ ସଂସ୍ଥା ପ୍ରତିଷ୍ଠା କରାଯାଇଥିଲା ।

CHSE Odisha Class 12 Political Science Chapter 4 Short Answer Questions in Odia Medium

୩ । ସ୍ବାୟତ୍ତ ଶାସନ ସଂସ୍ଥାକୁ ମୁଖ୍ୟତଃ କେତେ ଭାଗରେ ବିଭକ୍ତ କରାଯାଇପାରେ ?
Answer:
ସ୍ୱାୟତ୍ତ ଶାସନ ସଂସ୍ଥାକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇପାରେ; ଯଥା – ସହରାଞ୍ଚଳ ଓ ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ।

୪ । ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଚଳନ ପୂର୍ବରୁ ଭାରତରେ କେଉଁ ଦୁଇଟି ଗୋଷ୍ଠୀ ଉନ୍ନୟନ ଯୋଜନା ପ୍ରଣୀତ ହୋଇଥିଲା ?
Answer:
ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଚଳନ ପୂର୍ବରୁ ଭାରତରେ ୧୯୫୨ ମସିହାର ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମ ଓ ୧୯୫୩ ମସିହାର ଜାତୀୟ ସମ୍ପ୍ରସାରଣ ସେବା ଯୋଜନା ଦେଶର ଗ୍ରାମାଞ୍ଚଳର ଉନ୍ନତି ଓ ବିକାଶ ସକାଶେ ପ୍ରଣୀତ ହୋଇଥିଲା ।

୫। ପଞ୍ଚାୟତିରାଜର ସର୍ବୋଚ୍ଚ ସ୍ତରକୁ କ’ଣ କୁହାଯାଏ ?
Answer:
ପଞ୍ଚାୟତିରାଜର ସର୍ବୋଚ୍ଚ ସ୍ତରକୁ ଜିଲ୍ଲା ପରିଷଦ କୁହାଯାଏ ।

୬ । ଭାରତୀୟ ସମ୍ବିଧାନର କେଉଁ ଖଣ୍ଡ ଏବଂ କେଉଁ ଧାରାରେ ଗ୍ରାମପଞ୍ଚାୟତ ପ୍ରତିଷ୍ଠା କରିବା ସମ୍ପର୍କରେ ସୂଚନା ମିଳେ ?
Answer:
ଭାରତୀୟ ସମ୍ବିଧାନର ଚତୁର୍ଥ ଖଣ୍ଡରେ ବର୍ଣ୍ଣିତ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିସମୂହର ୪୦ ଧାରାରେ ଗ୍ରାମପଞ୍ଚାୟତ ପ୍ରତିଷ୍ଠା ସମ୍ପର୍କରେ ସୂଚନା ମିଳେ ।

୭ । ପଞ୍ଚାୟତ ସମିତିର କାର୍ଯ୍ୟକାଳ କେତେ ବର୍ଷ ?
Answer:
ପଞ୍ଚାୟତ ସମିତିର କାର୍ଯ୍ୟକାଳ ୫ ବର୍ଷ |

୮ । ପଞ୍ଚାୟତ ଶବ୍ଦର ଅର୍ଥ କ’ଣ ?
Answer:
ଗ୍ରାମର ପାଞ୍ଚଜଣ ମୁଖ୍ୟ ଲୋକଙ୍କର ବୈଠକକୁ ପଞ୍ଚାୟତ କୁହାଯାଏ ।

CHSE Odisha Class 12 Political Science Chapter 4 Short Answer Questions in Odia Medium

୯ । ପଞ୍ଚାୟତ ସମିତିର ମୁଖ୍ୟ ଓ ଏହାର କାର୍ଯ୍ୟନିର୍ବାହୀ ଅଧିକାରୀ କିଏ ?
Answer:
ଚେୟାରମ୍ୟାନ୍ ପଞ୍ଚାୟତ ସମିତିର ମୁଖ୍ୟ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏହାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଟନ୍ତି ।

୧୦ । ଗ୍ରାମପଞ୍ଚାୟତ ବୈଠକରେ କିଏ ସଭାପତିତ୍ବ କରନ୍ତି ?
Answer:
ଗ୍ରାମପଞ୍ଚାୟତ ବୈଠକରେ ସରପଞ୍ଚ ସଭାପତିତ୍ବ କରନ୍ତି ।

୧୧ । କେଉଁ କମିଟିଙ୍କ ସୁପାରିସ ଅନୁସାରେ ନଗର ଉନ୍ନୟନ ବିଭାଗ ଗଠିତ ହୋଇଅଛି ?
Answer:
୧୯୬୩ ମସିହାରେ ବିଶ୍ଵନାଥ ଦାସ କମିଟିଙ୍କ ସୁପାରିସ ଅନୁସାରେ ନଗର ଉନ୍ନୟନ ବିଭାଗ ଗଠିତ ହୋଇଅଛି ।

୧୨ । ସରପଞ୍ଚ କିପରି ନିର୍ବାଚିତ ହୁଅନ୍ତି ? ତାଙ୍କୁ କିପରି ପଦଚ୍ୟୁତ କରାଯାଏ ?
Answer:
ସରପଞ୍ଚ ଗ୍ରାମପଞ୍ଚାୟତର ସାବାଳକ ଭୋଟଦାତାମାନଙ୍କଦ୍ଵାରା ପ୍ରତ୍ୟକ୍ଷଭାବେ ନିର୍ବାଚିତ ହୁଅନ୍ତି । ସେ ସମ୍ପୃକ୍ତ ଗ୍ରାମପଞ୍ଚାୟତର ମୋଟ ସଭ୍ୟସଂଖ୍ୟାର ଦୁଇ-ତୃତୀୟାଂଶ ସଭ୍ୟଙ୍କଦ୍ବାରା ଗୃହୀତ ପ୍ରସ୍ତାବ କିମ୍ବା ପ୍ରମାଣିତ ଦୁର୍ନୀତି କାରଣରୁ ଜିଲ୍ଲାପାଳଙ୍କଦ୍ଵାରା ପଦଚ୍ୟୁତ ହେଇଥା’ନ୍ତି ।

୧୩ । ମ୍ୟୁନିସିପାଲିଟିର ଚେୟାରମ୍ୟାନ୍ କିପରି ନିର୍ବାଚିତ ହୁଅନ୍ତି ?
Answer:
ଓଡ଼ିଶାର ୧୯୯୬ ମସିହାର ସଂଶୋଧ ପୌର ନିର୍ବାଚନ ନିୟମ ଅନୁଯାୟୀ ପୌରସଭାର ଚେୟାରମ୍ୟାନ୍ ନିର୍ବାଚିତ କାଉନ୍‌ସିଲର୍‌ମାନଙ୍କୁ ନେଇ ଗଠିତ ନିର୍ବାଚକମଣ୍ଡଳୀଦ୍ଵାରା ପରୋକ୍ଷ ନିର୍ବାଚନ ପଦ୍ଧତିରେ ନିର୍ବାଚିତ ହୋଇଥା’ନ୍ତି ।

CHSE Odisha Class 12 Political Science Chapter 4 Short Answer Questions in Odia Medium

୧୪ । ପଞ୍ଚାୟତ ସମିତିର ଅଧ୍ୟକ୍ଷ କିପରି ନିର୍ବାଚିତ ହୁଅନ୍ତି ?
Answer:
୧୯୯୨ ମସିହାର ସଂଶୋଧ ନିୟମ ଅନୁଯାୟୀ ପ୍ରତ୍ୟେକ ପଞ୍ଚାୟତ ସମତି ଅଧୀନରେ ଥ‌ିବା ଗ୍ରାମପଞ୍ଚାୟତଗୁଡ଼ିକରୁ ପ୍ରତ୍ୟକ୍ଷ ଭୋଟଦାନ ବ୍ୟବସ୍ଥାନୁଯାୟୀ ନିର୍ବାଚିତ ପଞ୍ଚାୟତ ସମିତି ସଦସ୍ୟମାନଙ୍କଦ୍ଵାରା ଗଠିତ ନିର୍ବାଚନ ମଣ୍ଡଳୀଦ୍ଵାରା ପରୋକ୍ଷଭାବେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ନିର୍ବାଚିତ ହୋଇଥା’ନ୍ତି ।

୧୫ । ପଞ୍ଚାୟତ ସମିତିର ବେସରକାରୀ ମୁଖ୍ୟ କିଏ ?
Answer:
ଚେୟାରମ୍ୟାନ୍ ପଞ୍ଚାୟତ ସମିତିର ବେସରକାରୀ ମୁଖ୍ୟ ଅଟନ୍ତି । ସେ ପଞ୍ଚାୟତର ଅଧିବେଶନରେ ଅଧ୍ଯକ୍ଷତା କରନ୍ତି ।

୧୬ । ସହରାଞ୍ଚଳ ପାଇଁ କେଉଁ କେଉଁ ପ୍ରକାର ସ୍ଵାୟତ୍ତ ଶାସନ ସଂସ୍ଥା ରହିଛି ?
Answer:
ସହରାଞ୍ଚଳ ପାଇଁ ନିଗମ ବା କର୍ପୋରେସନ୍, ମ୍ୟୁନିସିପାଲଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପରି ସ୍ୱାୟତ୍ତ ଶାସନ ସଂସ୍ଥାର ବ୍ୟବସ୍ଥା ରହିଛି |

୧୭ । ବିଭିନ୍ନ ପ୍ରକାର ଗ୍ରାମାଞ୍ଚଳ ଶାସନ ସଂସ୍ଥାଗୁଡ଼ିକ କ’ଣ ?
Answer:
ଗ୍ରାମାଞ୍ଚଳ ଶାସନ ସଂସ୍ଥା ପଞ୍ଚାୟତିରାଜ ନାମରେ ପରିଚିତ । ଏହା ତ୍ରିସ୍ତରୀୟ ଅଟେ; ଯଥା – ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ।

୧୮ । ନାଏବ ସରପଞ୍ଚଙ୍କୁ କିଏ ନିର୍ବାଚିତ କରନ୍ତି ?
Answer:
ଗ୍ରାମ ପଞ୍ଚାୟତର ୱାର୍ଡ଼ମେମ୍ବରମାନେ ନିଜ ମଧ୍ୟରୁ ଜଣଙ୍କୁ ନାଏବ ସରପଞ୍ଚରୂପେ ନିର୍ବାଚିତ କରନ୍ତି ।

୧୯ । ବଳବନ୍ତରାୟ ମେହେଟ୍ଟା କମିଟି କାହିଁକି ଗଠିତ ହୋଇଥିଲା ?
Answer:
ଭାରତରେ ଗୋଷ୍ଠୀ ଉନ୍ନୟନ ଯୋଜନାର କାର୍ଯ୍ୟକାରିତାର ମୂଲ୍ୟାଙ୍କନ ଓ ସଫଳ କାର୍ଯ୍ୟକାରିତା ନିମନ୍ତେ ସୁପାରିସ କରିବାପାଇଁ ୧୯୫୭ ମସିହାରେ ବଳବନ୍ତରାୟ ମେହେଟ୍ଟା କମିଟି ଗଠିତ ହୋଇ ‘ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ’ ପାଇଁ ‘ପଞ୍ଚାୟତିରାଜ’ ବ୍ୟବସ୍ଥା ସୁପାରିସ କରିଥିଲେ ।

CHSE Odisha Class 12 Political Science Chapter 4 Short Answer Questions in Odia Medium

୨୦ । ପଞ୍ଚାୟତିରାଜର ସର୍ବନିମ୍ନ ସ୍ତରଟି କ’ଣ ?
Answer:
ଗ୍ରାମପଞ୍ଚାୟତ ପଞ୍ଚାୟତିରାଜର ସର୍ବନିମ୍ନ ସ୍ତର ଅଟେ ।

୨୧ । କେଉଁ ସମ୍ବିଧାନ ସଂଶୋଧନ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ସଂସ୍କାର ସମ୍ପର୍କିତ ଅଟେ ?
Answer:
୭୪ ତମ ସମ୍ବିଧାନ ସଂଶୋଧନ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ସଂସ୍କାର ସମ୍ପର୍କିତ ଅଟେ ।

(B) ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପାଞ୍ଚଟି / ଛଅଟି ବାକ୍ୟରେ ଦିଅ ।

୧। ପଞ୍ଚାୟତି ରାଜ ହେଉଛି ତୃଣମୂଳ ଗଣତନ୍ତ୍ର- ପ୍ରମାଣ କର ।
Answer:
ଗଣତନ୍ତ୍ର ଏପରି ଏକ ଶାସନ ବ୍ୟବସ୍ଥା ଯେଉଁଥିରେ ସମସ୍ତଙ୍କର ଅଂଶ ଥାଏ । ଏହି ପ୍ରକ୍ରିୟା ଗଣତନ୍ତ୍ରର ମୂଳସ୍ତରରୁ ଆରମ୍ଭ ହେବା ଆବଶ୍ୟକ । ଲୋକମାନେ ଏହି ବ୍ୟବସ୍ଥାର ପ୍ରାଥମିକ ସୋପାନରୁ ଗଣତାନ୍ତ୍ରିକ ଜୀବନଧାରାକୁ ଆପଣେଇ ନେବା ଉଚିତ । ଭାରତରେ ପଞ୍ଚାୟତ ବ୍ୟବସ୍ଥା ଗଣତନ୍ତ୍ରର ତୃଣମୂଳ ସୋପାନ ଅଟେ । ଏହା କ୍ଷମତା ଓ ଦାୟିତ୍ବର ବିକେନ୍ଦ୍ରୀକରଣ କରିଥାଏ । ଏହା ସ୍ଥାନୀୟ ଲୋକମାନଙ୍କୁ ସ୍ଥାନୀୟ ଉଦ୍ୟମକ୍ରମେ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ସୁଯୋଗ ପ୍ରଦାନ କରିଥାଏ । ସ୍ବୟଂଶାସନ ନୀତି ସଂପର୍କିତ ଶିକ୍ଷା ଓ ତାଲିମ ଏହା ଲୋକମାନଙ୍କୁ ପ୍ରଦାନ କରିଥାଏ । ପଞ୍ଚାୟତିରାଜର ତିନିଗୋଟି ସ୍ତର ଯଥା – ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ମାଧ୍ୟମରେ ଶାସନର ମୂଳସ୍ତରରୁ ଲୋକମାନଙ୍କୁ ବ୍ୟାପକ ଅଂଶଗ୍ରହଣର ସୁଯୋଗ ପ୍ରଦାନ କରାଯାଇଥାଏ । ଏହା ଗଣତାନ୍ତ୍ରିକ ସଙ୍ଗଠନକୁ ଦୃଢ଼ ଓ ଦକ୍ଷ କରିଥାଏ ।

୨ । ସ୍ବାୟର ଶାସନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ କ’ଣ ?
Answer:
ଶାସନ ତଥା କ୍ଷମତାର ବିକେନ୍ଦ୍ରୀକରଣ ମାଧ୍ୟମରେ ଗଣତନ୍ତ୍ରର ଭିଭିଭୂମିକୁ ସୁଦୃଢ଼ କରିବାରେ ସ୍ଥାନୀୟ ସ୍ଵାୟତ୍ତ ଶାସନର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଏହି ସଂସ୍ଥାଗୁଡ଼ିକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନେକ ବଡ଼ ବଡ଼ ଦାୟିତ୍ଵରୁ ମୁକ୍ତ କରେ ଓ ଆଞ୍ଚଳିକ ସମସ୍ୟାଗୁଡ଼ିକର ଆଶୁ ସମାଧାନ ପାଇଁ ପନ୍ଥା ନିର୍ଦ୍ଧାରଣ କରିଥାଏ । ଜନସାଧାରଣଙ୍କ ମଧ୍ୟରେ ରାଜନୈତିକ ଚେତନା ସୃଷ୍ଟି କରିବା ସ୍ୱାୟତ୍ତ ଶାସନର ଅନ୍ୟ ଏକ ଲକ୍ଷ୍ୟ । ନାଗରିକମାନଙ୍କୁ ସହଯୋଗ, ସହନଶୀଳତା ଓ ଆତ୍ମବିଶ୍ଵାସ ସଂକ୍ରାନ୍ତରେ ଶିକ୍ଷାଦେବା ସ୍ଵାୟତ୍ତ ଶାସନ ସଂସ୍ଥାର ପ୍ରଧାନ ଉଦ୍ଦେଶ୍ୟ ।

CHSE Odisha Class 12 Political Science Chapter 4 Short Answer Questions in Odia Medium

୩ । ପଞ୍ଚାୟତିରାଜ କହିଲେ କ’ଣ ବୁଝାଯାଏ ?
କିମ୍ବା, ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରଧାନ ଉଦ୍ଦେଶ୍ୟଗୁଡ଼ିକ କ’ଣ ?
Answer:
ପଞ୍ଚାୟତିରାଜ କହିଲେ ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ବୁଝାଏ । କ୍ଷମତାର ବିକେନ୍ଦ୍ରୀକରଣ ମାଧ୍ୟମରେ ଗ୍ରାମାଞ୍ଚଳ ଲୋକମାନଙ୍କ ମଧ୍ୟରେ ରାଜନୈତିକ ଚେତନା ଜାଗ୍ରତ କରି ସେମାନଙ୍କର ବିକାଶସାଧନ କରିବା ଏହାର ପ୍ରଧାନ ଲକ୍ଷ୍ୟ । ବଳବନ୍ତରାୟ ମେହେଟ୍ଟା କମିଟିର ସୁପାରିସ କ୍ରମେ ଆମ ଦେଶରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରଚଳନ କରାଗଲା । ପଞ୍ଚାୟତିରାଜର ସର୍ବୋଚ୍ଚ ସ୍ତରକୁ ଜିଲ୍ଲା ପରିଷଦ, ମଧ୍ୟମ ସ୍ତରକୁ ପଞ୍ଚାୟତ ସମିତି ଏବଂ ସର୍ବନିମ୍ନ ସ୍ତରକୁ ଗ୍ରାମପଞ୍ଚାୟତ କୁହାଯାଏ ।

୪ । ଗ୍ରାମପଞ୍ଚାୟତ କିପରି ଗଠିତ ହୁଏ ?
Answer:
ଗ୍ରାମ ପଞ୍ଚାୟତ ହେଉଛି ପଞ୍ଚାୟତିରାଜ ବ୍ୟବସ୍ଥାର ସର୍ବନିମ୍ନ ସୋପାନ । ସାଧାରଣତଃ ୨୦୦୦ରୁ ୬୦୦୦ ଜନସଂଖ୍ୟା ବିଶିଷ୍ଟ ଏକ ବା ଏକାଧିକ ଗ୍ରାମକୁ ନେଇ ଗୋଟିଏ ଗ୍ରାମପଞ୍ଚାୟତ ଗଠିତ ହୋଇଥାଏ । ଗୋଟିଏ ଗ୍ରାମପଞ୍ଚାୟତକୁ କେତେଗୁଡ଼ିଏ ୱାର୍ଡ଼ରେ ବିଭକ୍ତ କରାଯାଇଥାଏ । ସାଧାରଣତଃ ଏହି ୱାର୍ଡ଼ ସଂଖ୍ୟା ୧୧ରୁ କମ୍ ୨୫ରୁ ଅଧିକ ହୁଏ ନାହିଁ । ପ୍ରତ୍ୟେକ ୱାର୍ଡ଼ରୁ ଜଣେ ଲେଖାଏଁ ସଭ୍ୟ ୱାର୍ଡ଼ ମେମ୍ବରଭାବରେ ପ୍ରତ୍ୟକ୍ଷଭାବେ ନିର୍ବାଚିତ ହୁଅନ୍ତି । ଏତଦ୍‌ବ୍ୟତୀତ ଗ୍ରାମପଞ୍ଚାୟତର ମୁଖ୍ୟ ଭାବରେ ଜଣେ ସରପଞ୍ଚ ମଧ୍ଯ ପ୍ରତ୍ୟକ୍ଷଭାବେ ନିର୍ବାଚିତ ହୁଅନ୍ତି । ସରପଞ୍ଚ ଏବଂ ୱାର୍ଡ଼ ମେମ୍ବରମାନେ ମିଳିତଭାବରେ ଗ୍ରାମପଞ୍ଚାୟତ ଗଠନ କରନ୍ତି ।

୫ । ଗ୍ରାମପଞ୍ଚାୟତର ଆୟ ପନ୍ଥା କ’ଣ ?
Answer:
ଗ୍ରାମପଞ୍ଚାୟତର ସୁପରିଚାଳନା ଏବଂ ଗ୍ରାମାଞ୍ଚଳର ବିକାଶ ପାଇଁ ଅର୍ଥର ଆବଶ୍ୟକତା ରହିଛି । ଗ୍ରାମପଞ୍ଚାୟତ ନିମ୍ନଲିଖୁ ପନ୍ଥା ମାଧ୍ୟମରେ ଅର୍ଥ ଆଦାୟ କରିଥାଏ । ରାଜ୍ୟ ସରକାରଙ୍କଠାରୁ ବିଭିନ୍ନ ଅନୁଦାନ, ବିଭିନ୍ନ ପ୍ରକାରର ଜୋରିମାନା ଏବଂ ଟିକସ ଆଦାୟ, ଘାଟ ଓ ହାଟ ଇତ୍ୟାଦିରୁ ଖଜଣା ଏବଂ ଗ୍ରାମପଞ୍ଚାୟତ ନିୟନ୍ତ୍ରଣାଧୀନ ସମ୍ପତ୍ତିରୁ ହେଉଥ‌ିବା ଆୟଗୁଡ଼ିକ ପଞ୍ଚାୟତର ଆୟ ପନ୍ଥା ଅଟେ ।

CHSE Odisha Class 12 Political Science Chapter 4 Short Answer Questions in Odia Medium

୬ । ପଞ୍ଚାୟତ ସମିତିର କାର୍ଯ୍ୟାବଳୀ ଆଲୋଚନା କର ।
Answer:
ବ୍ଲକ୍‌ସ୍ତରୀୟ ଯୋଜନାମାନ ପ୍ରସ୍ତୁତ କରି ସେଗୁଡ଼ିକୁ ଠିକ୍ ଭାବରେ କାର୍ଯ୍ୟକାରୀ କରାଇବା ପଞ୍ଚାୟତ ସମିତିର ପ୍ରଧାନ କାର୍ଯ୍ୟ । ଶିକ୍ଷାର ପ୍ରସାର ନିମନ୍ତେ ବ୍ଲକ୍ ପରିସର ମଧ୍ୟରେ ଏହା ବିଦ୍ୟାଳୟ ପ୍ରତିଷ୍ଠା କରିବା ସଙ୍ଗେ ସଙ୍ଗେ ତା’ର ପରିଚାଳନା ମଧ୍ୟ କରିଥାଏ । ସରକାରଙ୍କଠାରୁ ମିଳିଥିବା ସମସ୍ତ ଅର୍ଥକୁ ଗ୍ରାମପଞ୍ଚାୟତମାନଙ୍କ ମଧ୍ୟରେ ଯଥାଯଥ ବଣ୍ଟନ କରିବା ପଞ୍ଚାୟତ ସମିତିର ଅନ୍ୟ ଏକ କାର୍ଯ୍ୟ । କୃଷିର ଉନ୍ନତି, କ୍ଷୁଦ୍ର ଶିଳ୍ପର ପ୍ରସାର, ରାସ୍ତା ନିର୍ମାଣ, ଦୈବଦୁର୍ବିପାକ ସମୟରେ ଗ୍ରାମପଞ୍ଚାୟତକୁ ସାହାଯ୍ୟ କରିବା ପ୍ରଭୃତି ପଞ୍ଚାୟତ ସମିତିର ଅନ୍ୟାନ୍ୟ କାର୍ଯ୍ୟ ଅଟେ । ଏହା ଗ୍ରାମପଞ୍ଚାୟତଗୁଡ଼ିକର କାର୍ଯ୍ୟକୁ ସଂଯୋଜନା କରିବା ସହ ତତ୍ତ୍ଵାବଧାରଣ ମଧ୍ୟ କରିଥାଏ ।

୭ । ଗ୍ରାମ ବା ପଲ୍ଲୀ ସଭା କ’ଣ ?
Answer:
ଗ୍ରାମପଞ୍ଚାୟତ ଅଧୀନସ୍ଥ ସମସ୍ତ ଗ୍ରାମର ସାବାଳକ ଭୋଟଦାତାଙ୍କୁ ନେଇ ଗଠିତ ଗ୍ରାମସଭା ପ୍ରକୃତରେ ସେହି ଅଞ୍ଚଳରେ ସମସ୍ତ ଭୋଟଦାତାଙ୍କର ମିଳିତ ସଭା । ଫେବୃୟାରୀ ଏବଂ ଜୁନ୍‌ରେ ଏମାନେ ଦୁଇଥର ବୈଠକରେ ମିଳିତ ହୋଇପାରିବେ । ସରପଞ୍ଚ ଓ ଜିଲ୍ଲା କଲେକ୍ଟର ୧୫ ଦିନିଆ ନୋଟିସ୍ ଦେଇ ସାଧାରଣ ସଭା କରାଇପାରିବେ । ଏକ- ଦଶମାଂଶ ଭୋଟଦାତା ଉପସ୍ଥିତ ହେଲେ ସଭାର କୋରମ୍ ହୋଇପାରିବ । ଏହା ଗ୍ରାମପଞ୍ଚାୟତରେ ବଜେଟ୍ ଅନୁମୋଦନ କରେ ଓ ଗ୍ରାମର ଉନ୍ନୟନ ପାଇଁ ସୁପାରିସ କରିପାରେ ।

୮ । ସରପଞ୍ଚଙ୍କ ପଦଚ୍ୟୁତି କିପରି ଘଟେ ?
Answer:
ପଞ୍ଚାୟତର ଅର୍ଦ୍ଧାଧିକ ୱାର୍ଡ଼ମେମ୍ବରଙ୍କ ଅନାସ୍ଥା ପ୍ରସ୍ତାବରେ ସରପଞ୍ଚଙ୍କ ପଦଚ୍ୟୁତି ଘଟେ । ସରକାର ମଧ୍ୟ S.D.O.ଙ୍କ ସୁପାରିସ ଅନୁସାରେ ଆଇନ ଶୃଙ୍ଖଳା ବା କ୍ଷମତା ଅପବ୍ୟବହାର ଅଭିଯୋଗର ଅନୁସନ୍ଧାନ ପରେ ତାଙ୍କୁ କାର୍ଯ୍ୟଚ୍ୟୁତ କରିପାରନ୍ତି । ଏଥିପାଇଁ ୬ ମାସ ମଧ୍ୟରେ ପୁନଶ୍ଚ ନିର୍ବାଚନ କରିବାକୁ ସମ୍ବିଧାନର ୭୩ ତମ ସଂଶୋଧନ ବ୍ୟବସ୍ଥାରେ ନିର୍ଦ୍ଦେଶ ଅଛି ।

CHSE Odisha Class 12 Political Science Chapter 4 Short Answer Questions in Odia Medium

୯ । ପଞ୍ଚାୟତିରାଜ ବ୍ୟବସ୍ଥାର ସ୍ଥାନ ସଂରକ୍ଷଣ କ’ଣ ?
Answer:
ସମ୍ବିଧାନର ୭୩ ତମ ସଂଶୋଧନ ଅନୁସାରେ ସ୍ଥାନ ସଂରକ୍ଷଣ ପାଇଁ ବ୍ୟବସ୍ଥା ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଏବଂ ଗ୍ରାମପଞ୍ଚାୟତରେ କରାଯାଇଛି । ତଫସିଲଭୁକ୍ତ ଜାତି, ଉପଜାତି ଏବଂ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷିତ ହୋଇପାରିବ । ମହିଳାଙ୍କ ପାଇଁ ଏକ-ତୃତୀୟାଂଶ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ରହିଛି । ଓଡ଼ିଶାର ଜିଲ୍ଲା ପରିଷଦରେ ରୋଟେସନ୍ ଅନୁସାରେ ୧୦ଟି ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ଏବଂ ୬ଟି ଗିରିଜନ ଓ ହରିଜନଙ୍କ ପାଇଁ ସଂରକ୍ଷିତ ।

୧୦ । ଗ୍ରାମପଞ୍ଚାୟତର ମୁଖ୍ୟ କାର୍ଯ୍ୟାବଳୀ ଦର୍ଶାଅ ।
Answer:
ଗ୍ରାମପଞ୍ଚାୟତ ପଞ୍ଚାୟତିରାଜ ବ୍ୟବସ୍ଥାର ସର୍ବନିମ୍ନ ସ୍ତର ଅଟେ । ପାନୀୟଜଳ ଯୋଗାଣ, ଗ୍ରାମ୍ୟରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ, ପ୍ରାଥମିକ ଓ ପ୍ରୌଢ଼ ଶିକ୍ଷା, ସାଧାରଣ ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଆଦି ଏହାର ମୁଖ୍ୟ କାର୍ଯ୍ୟ ଅଟେ ।

୧୧ । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମୁଖ୍ୟ କାର୍ଯ୍ୟ କ’ଣ ?
Answer:
ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଞ୍ଚାୟତ ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ସମ୍ପାଦକ ରୂପେ କାର୍ଯ୍ୟ କରନ୍ତି । ସେ ପଞ୍ଚାୟତ ସମିତି ସମ୍ପାଦକ ରୂପେ କାର୍ଯ୍ୟ କରନ୍ତି । ସେ ପଞ୍ଚାୟତ ସମିତି ବୈଠକରେ ନିଆଯାଇଥିବା ନିଷ୍ପଭିକୁ କାର୍ଯ୍ୟକାରୀ କରନ୍ତି । ସେ ପଞ୍ଚାୟତ ସମିତିର ସମସ୍ତ ଉନ୍ନୟନ କାର୍ଯ୍ୟର ତଦାରଖ କରି ସରକାରଙ୍କୁ ବିବରଣୀ ପ୍ରଦାନ କରନ୍ତି । ସେ ସମସ୍ତ ପଞ୍ଚାୟତ ନିର୍ବାଚନ ପରିଚାଳନା କରନ୍ତି ।

୧୨ । ପୌରସଭାର ଆୟପନ୍ଥା କ’ଣ ?
Answer:
ପୌରସଭା ନିମ୍ନଲିଖୂତ ସୂତ୍ରରୁ ଆୟ କରିଥାଏ –

  • ଗୃହ, ଆଲୋକ ଓ ଜଳଯୋଗାଣ ଆଦି ସୂତ୍ରରୁ ଆଦାୟ ଟିକସ;
  • ରାସ୍ତା, ପୋଲ, ଘାଟ ଇତ୍ୟାଦିରୁ ଆଦାୟ ଖଜଣା;
  • ଯାନବାହନ, ବଜାର, ହାଟରୁ ଆଦାୟ ଖଜଣା;
  • ରାଜ୍ୟ ସରକାରଙ୍କ ଅନୁଦାନ ;
  • ଋଣ ଉଠାଣ ;

CHSE Odisha Class 12 Political Science Chapter 4 Short Answer Questions in Odia Medium

୧୩ । ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ମୁଖ୍ୟ କାର୍ଯ୍ୟ କ’ଣ ?
Answer:
ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳକୁ ପରିଷଦ ନିମ୍ନଲିଖତ କାର୍ଯ୍ୟଗୁଡ଼ିକ ସମ୍ପାଦନ କରିଥାଏ –

  • ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ;
  • ସାଧାରଣ ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା;
  • ପାନୀୟ ଜଳଯୋଗାଣ ;
  • ପ୍ରାଥମିକ ଶିକ୍ଷା;
  • ରାସ୍ତାର ଆଲୋକ ;
  • ନିୟନ୍ତ୍ରିତ ବଜାର ବ୍ୟବସ୍ଥା

୧୪ । ସରପଞ୍ଚଙ୍କ ମୁଖ୍ୟ କାର୍ଯ୍ୟାବଳୀ କ’ଣ ?
Answer:
ସରପଞ୍ଚ ଗ୍ରାମପଞ୍ଚାୟତର ମୁଖ୍ୟ କାର୍ଯ୍ୟପାଳିକା ଅଟନ୍ତି । ସେ ପଞ୍ଚାୟତର ଅଧ‌ିବେଶନରେ ଅଧ୍ୟକ୍ଷତା କରନ୍ତି । ସେ ଗ୍ରାମପଞ୍ଚାୟତ ସ୍ତରରେ ସରକାରୀ ନିୟମ ଓ ପଞ୍ଚାୟତର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରନ୍ତି । ସେ ପଞ୍ଚାୟତ ସମ୍ପରିର ଜଗୁଆଳି ଅଟନ୍ତି । ସେ ଜନ୍ମ ଓ ମୃତ୍ୟୁର ହିସାବ ରଖନ୍ତି । ପଞ୍ଚାୟତ ଅର୍ଥ ତାଙ୍କରି ଅଧୀନରେ ରୁହେ ଓ ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହା ଖର୍ଚ୍ଚ କରାଯାଏ ଓ ଅପବ୍ୟୟ ପାଇଁ ସେ ହିଁ ସରକାରଙ୍କ ନିକଟରେ ଦାୟୀ ରୁହନ୍ତି ।

CHSE Odisha Class 12 Political Science Chapter 4 Objective Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 4 ଭାରତରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା Objective Questions.

CHSE Odisha 12th Class Political Science Chapter 4 Objective Questions in Odia Medium

ବସୁମିଷ୍ଠ ଓ ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ________ ସ୍ୱାୟତ୍ତ ଶାସନର ଲକ୍ଷ୍ୟ ଅଟେ ।
(i) କ୍ଷମତା କେନ୍ଦ୍ରୀକରଣ
(ii) ଗଣତନ୍ତ୍ର ପ୍ରତିଷ୍ଠା
(ii) ଏକଚ୍ଛତ୍ରବାଦୀ ଶାସନ
(iv) କ୍ଷମତା ବିକେନ୍ଦ୍ରୀକରଣ
Answer:
(iv) କ୍ଷମତା ବିକେନ୍ଦ୍ରୀକରଣ

୨ । ସ୍ଵାୟତ୍ତ ଶାସନକୁ ________ ର ମୂଳଭିଭି କୁହାଯାଏ ।
(i) ଏକଚ୍ଛତ୍ର ବାଦ
(ii) ଅଭିଜାତତନ୍ତ
(iii) ଗଣତନ୍ତ୍ର
(iv) ସମାଜବାଦ
Answer:
(i) ଗଣତନ୍ତ୍ର

CHSE Odisha Class 12 Political Science Chapter 4 Objective Questions in Odia Medium

୩ । ଏକ ଲକ୍ଷରୁ ଊର୍ଦ୍ଧ୍ବ ଲୋକସଂଖ୍ୟାବିଶିଷ୍ଟ ନଗରଗୁଡ଼ିକରେ ସ୍ୱାୟତ୍ତ ଶାସନ ସଂସ୍ଥାକୁ _________ କୁହାଯାଏ । କିମ୍ବା, ସହରାଞ୍ଚଳର ଉଚ୍ଚ ପ୍ରାୟତ୍ତ ଶାସନ ସଂସ୍ଥା ହେଉଛି _________ ।
(i) ନିଗମ
(ii) ମୁନିସ୍‌ପାଲ୍‌
(iii) ଗ୍ରାମପଞ୍ଚାୟତ
(iv) ଜିଲ୍ଲା ପରିଷଦ
Answer:
(i) ନିଗମ

୪ । ଓଡ଼ିଶାର ବର୍ତ୍ତମାନ __________ ଟି କର୍ପୋରେସନ ରହିଛି ।
(i) ତିନି
(ii) ଚାରି
(iii) ଦୁଇ
(iv) ପାଞ୍ଚ
Answer:
(i) ତିନି

୫ । ନିଗମର ମୁଖ୍ୟଙ୍କୁ _________ କୁହାଯାଏ ।
(i) ମେୟର
(ii) ଚେୟାରମ୍ୟାନ୍
(iii) ସଭାପତି
(iv) ଅଧ୍ୟକ୍ଷ
Answer:
(i) ମେୟର

୬। ନଗରପାଳିକାର ମୁଖ୍ୟଙ୍କୁ ________ କୁହାଯାଏ ।
(i) ମେୟର
(ii) ନଗରପାଳ
(iii) ସଭାପତି
(iv) ଅଧ୍ୟକ୍ଷ
Answer:
(ii) ନଗରପାଳ

୭ । ଛୋଟ ଛୋଟ ସହରମାନଙ୍କରେ ଥିବା ସ୍ଵାୟତ୍ତ ଶାସନ ସଂସ୍ଥାକୁ _________ କୁହାଯାଏ ।
(i) N.A.C. (ବିଜ୍ଞାପିତ ଅଞ୍ଚଳ ପରିଷଦ)
(ii) ମ୍ୟୁନ୍ସିପାଲ୍ଟି
(ii) ନିଗମ
(iv) ଜିଲ୍ଲା ପରିଷଦ
Answer:
(i) N.A.C. (ବିଜ୍ଞାପିତ ଅଞ୍ଚଳ ପରିଷଦ)

CHSE Odisha Class 12 Political Science Chapter 4 Objective Questions in Odia Medium

୮ । ଓଡ଼ିଶାର ସ୍ଵାୟର ଶାସନ ଅନୁଷ୍ଠାନମାନଙ୍କରେ ମହିଳାମାନଙ୍କ ପାଇଁ _________ ପ୍ରତିଶତ ସ୍ଥାନ ସଂରକ୍ଷିତ ହୋଇଅଛି ।
(i) ୩୪
(ii) ୩୫
(iii) ୩୩
(iv) ୩୨
Answer:
(iii) ୩୩

୯ । ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ _________ କୁହାଯାଏ ।
(i) ପଞ୍ଚାୟତିରାଜ
(ii) ଗ୍ରାମପଞ୍ଚାୟତ
(iii) ଗୋଷ୍ଠୀ ଉନ୍ନୟନ
(iv) ସମାଜବାଦ
Answer:
(i) ପଞ୍ଚାୟତିରାଜ

୧୦ । ଗ୍ରାମଗୋଷ୍ଠୀ ଯୋଜନାକୁ ଅନୁଧ୍ୟାନ କରିବାପାଇଁ ଭାରତ ସରକାର ୧୯୫୭ ମସିହାରେ _________ କମିଟି ନିଯୁକ୍ତ କରିଥିଲେ ।
(i) ଅଶୋକ ମେହେଟ୍ଟା
(ii) ବଳବନ୍ତରାୟ ମେହେଟ୍ଟା
(iii) ସରକାରିଆ
(iv) ଶରତ ପାୱାର
Answer:
(ii) ବଳବନ୍ତରାୟ ମେହେଟ୍ଟା

୧୧ । ପଞ୍ଚାୟତିରାଜ ବ୍ୟବସ୍ଥା ସର୍ବପ୍ରଥମେ ୧୯୫୯ ମସିହା ଅକ୍ଟୋବର ମାସ ୧ ତାରିଖ ଦିନ _______ ଠାରେ ପ୍ରଚଳନ କରାଯାଇଥ୍ଲା ।
(i) ଗୁଜରାଟ
(ii) ରାଜସ୍ଥାନ
(iii) ଓଡ଼ିଶା
(iv) ହରିୟାଣା
Answer:
(ii) ରାଜସ୍ଥାନ

୧୨ । ________ ମସିହାରେ ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଚଳନ ହୋଇଥିଲା !
(i) ୧୯୬୧
(ii) ୧୯୬୪
(ii) ୧୯୬୨
(iv) ୧୯୬୫
Answer:
(i) ୧୯୬୧

CHSE Odisha Class 12 Political Science Chapter 4 Objective Questions in Odia Medium

୧୩ । ଗ୍ରାମପଞ୍ଚାୟତର ମୁଖ୍ୟଙ୍କୁ _________ କୁହାଯାଏ ।
(i) ସରପଞ୍ଚ
(ii) ଚେୟାରମ୍ୟାନ୍
(iii) ସଭାପତି
(iv) ଅଧ୍ୟକ୍ଷ
Answer:
(i) ସରପଞ୍ଚ

୧୪ । ପୌର ପରିଷଦ ଭାଙ୍ଗିଗଲେ ________ ଏହାର ପରିଚାଳନା ଦାୟିତ୍ଵ ହାତକୁ ନେଇଥା’ନ୍ତି ।
(i) ବି.ଡ଼ି.ଓ.
(ii) ତହସିଲ୍ଦାର୍
(ii) ଉପଜିଲ୍ଲାପାଳ
(iv) ଜିଲ୍ଲାପାଳ
Answer:
(iv) ଜିଲ୍ଲାପାଳ

୧୫ । ଜଣେ ସରପଞ୍ଚଙ୍କୁ ତାଙ୍କ କାର୍ଯ୍ୟକାଳ ପୂରିବା ପୂର୍ବରୁ ________ କାର୍ଯ୍ୟରୁ ଅନ୍ତର କରିପାରନ୍ତି ।
(i) ପଲ୍ଲୀସଭା
(ii) ଗ୍ରାମସଭା
(iii) ବି.ଡ଼ି.ଓ.
(iv) ପଞ୍ଚାୟତର ଦୁଇ-ତୃତୀୟାଂଶ ସଦସ୍ୟ ବା ରାଜ୍ୟ ସରକାର
Answer:
(iv) ପଞ୍ଚାୟତର ଦୁଇ-ତୃତୀୟାଂଶ ସଦସ୍ୟ ବା ରାଜ୍ୟ ସରକାର

୧୬ । ସରପଞ୍ଚ ଓ ଚେୟାରମ୍ୟାନ୍‌ଙ୍କ କାର୍ଯ୍ୟକାଳ __________ ବର୍ଷ |
(i) ଦୁଇ
(ii) ତିନି
(iii) ଚାରି
(iv) ପାଞ୍ଚ
Answer:
(iv) ପାଞ୍ଚ

୧୭ | ପଞ୍ଚାୟତ ସମିତି ମୁଖ୍ୟଙ୍କୁ ________ କୁହାଯାଏ ।
(i) ବି.ଡ଼ି.ଓ.
(ii) ଚେୟାରମ୍ୟାନ୍
(iii) ସଭାପତି
(iv) ସରପଞ୍ଚ
Answer:
(ii) ଚେୟାରମ୍ୟାନ୍

CHSE Odisha Class 12 Political Science Chapter 4 Objective Questions in Odia Medium

୧୮ । ଓଡ଼ିଶାରେ ________ ଟି ପଞ୍ଚାୟତ ସମିତି ଅଛି ।
(i) ୩୧୮
(ii) ୩୦
(iii) ୩୧୪
(iv) ୩୨୧
Answer:
(i) ୩୧୪

୧୯ । ଓଡ଼ିଶାରେ _______ ଗୋଟି ମ୍ୟୁନିସିପାଲିଟି ଓ ________ ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଛି ।
(i) ୩୧, ୭୫
(ii) ୩୧, ୭୬
(iii) ୩୦, ୭୬
(iv) ୨୮,୭୪
Answer:
(ii) ୩୧, ୭୬

୨୦ । ଭାରତରେ __________ ଙ୍କ ପ୍ରଧାନମନ୍ତ୍ରୀତ୍ଵ ସମୟରେ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା ।
(i) ଇନ୍ଦିରା ଗାନ୍ଧି
(ii) ଲାଲ୍‌ବାହାଦୂର ଶାସ୍ତ୍ରୀ
(iii) ପଣ୍ଡିତ ଜବାହାରଲାଲ୍ ନେହେରୁ
(iv) ମୋରାର୍‌ଜୀ ଦେଶାଇ
Answer:
(iii) ପଣ୍ଡିତ ଜବାହରଲାଲ ନେହେରୁ

୨୧ । _________ ଜିଲ୍ଲା ପରିଷଦର ମୁଖ୍ୟ ଅଟନ୍ତି ।
(i) ଚେୟାରମ୍ୟାନ୍
(ii) ସଭାପତି
(iii) ଜିଲ୍ଲାପାଳ
(iv) ଉପଜିଲ୍ଲାପାଳ
Answer:
(i) ଚେୟାରମ୍ୟାନ୍

୨୨ । ପଞ୍ଚାୟତିରାଜ ବ୍ୟବସ୍ଥାରେ ___________ ହେଉଛି ଉଚ୍ଚତମ ସ୍ତର ।
(i) ଜିଲ୍ଲା ପରିଷଦ
(ii) ଗ୍ରାମପଞ୍ଚାୟତ
(iii) ପଞ୍ଚାୟତ ସମିତି
(iv) ମ୍ୟୁନ୍ସିପାଲ୍ଟି
Answer:
(i) ଜିଲ୍ଲା ପରିଷଦ

CHSE Odisha Class 12 Political Science Chapter 4 Objective Questions in Odia Medium

୨୩ । __________ ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥାର ମଧ୍ଯମ ସ୍ତର ଅଟେ ।
(i) ଜିଲ୍ଲା ପରିଷଦ
(ii) ଗ୍ରାମପଞ୍ଚାୟତ
(iii) ପଞ୍ଚାୟତ ସମିତି
(iv) ମ୍ୟୁନ୍ସିପାଲ୍‌
Answer:
(iii) ପଞ୍ଚାୟତ ସମିତି

୨୪ । ପୌର ପରିଷଦ ବୈଠକରେ ________ ଅଧ୍ୟକ୍ଷତା କରନ୍ତି ।
(i) ଚେୟାରମ୍ୟାନ୍
(ii) ସଭାପତି
(ii) ଜିଲ୍ଲାପାଳ
(iv) ଉପଜିଲ୍ଲାପାଳ
Answer:
(i) ଚେୟାରମ୍ୟାନ୍

୨୫ । ସମ୍ବିଧାନର କେଉଁ ସଂଶୋଧନ ନଗରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ସଂପର୍କିତ ?
(i) ୪୨ତମ
(ii) ୫୧ତମ
(iii) ୭୩ତମ
(iv) ୭୪ତମ
Answer:
(iv) ୭୪ତମ

୨୬ । ସମ୍ବିଧାନର କେଉଁ ସଂଶୋଧନ ଗ୍ରାମାଞ୍ଚଳ ସ୍ଵାୟର ଶାସନ ସଂସ୍ଥା ସଂପର୍କିତ ?
(i) ୪୨ତମ
(ii) ୫୨ତମ
(iii) ୭୩ତମ
(iv) ୭୪ତମ
Answer:
(iii) ୭୩ତମ

୨୭ । ସ୍ଥାନୀୟ ସ୍ଵାୟର ଶାସନ ବ୍ୟବସ୍ଥାର ଯଥାର୍ଥତାକୁ ନିମ୍ନୋକ୍ତ କେଉଁ ଭିଭିରେ ପ୍ରତିପାଦନ କରାଯାଇପାରିବ ?
(i) ପ୍ରଶାସନିକ ଦକ୍ଷତା ବୃଦ୍ଧି
(ii) ରାଜନୈତିକ ବ୍ୟବସ୍ଥାର ଦୃଢ଼ତା
(iii) ଆଞ୍ଚଳିକ ବା ସ୍ଥାନୀୟ ନେତୃତ୍ଵ ସୃଷ୍ଟି
(iv) ତୃଣମୂଳ ଗଣତାନ୍ତ୍ରିକ ନୀତି
Answer:
(iv) ତୃଣମୂଳ ଗଣତାନ୍ତ୍ରିକ ନୀତି

୨୮ । ପଞ୍ଚାୟତିରାଜ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବା ମୂଳରେ ଲକ୍ଷ୍ୟ ଥିଲା-
(i) ଲୋକମାନଙ୍କୁ ରାଜନୀତି ସଂପର୍କରେ ଅବଗତ କରିବା
(ii) ଗଣତାନ୍ତ୍ରିକ କ୍ଷମତାର ବିକେନ୍ଦ୍ରୀକରଣ
(iii) କୃଷକମାନଙ୍କୁ ଶିକ୍ଷିତ ଓ ସଚେତନ କରିବା
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ଗଣତାନ୍ତ୍ରିକ କ୍ଷମତାର ବିକେନ୍ଦ୍ରୀକରଣ

CHSE Odisha Class 12 Political Science Chapter 4 Objective Questions in Odia Medium

(B) ଶୂନ୍ୟସ୍ଥାନ ପୂରଣ କର ।

୧ । _________ ଭାରତରେ ପ୍ରାୟତ୍ତ ଶାସନ ବ୍ୟବସ୍ଥା ପ୍ରଚଳନ କରିଥିଲେ ।
Answer:
ଲର୍ଡ ରିପନ୍

୨ । ଘାୟତ୍ତ ଶାସନକୁ _________ ର ମୂଳଭିରି କୁହାଯାଏ ।
Answer:
ଋଣତନ୍ତ୍ର

୩ । ସହରାଞ୍ଚଳର ଉଚ୍ଚତମ ସାୟତ୍ତ ଶାସନ ସଂସ୍ଥା ହେଉଛି _________ ।
Answer:
ନିଗମ (କର୍ପୋରେସନ୍)

୪ । ନଗରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ମୁଖ୍ୟଙ୍କୁ __________ କୁହାଯାଏ; କିନ୍ତୁ ନିଗମର ମୁଖ୍ୟ _________ ନାମରେ ପରିଚିତ ଅଟନ୍ତି ।
Answer:
ଚେୟାରମ୍ୟାନ୍; ମେୟର

୫ ।ସରପଞ୍ଚ, ଚେୟାରମ୍ୟାନ୍, ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ, ନିଗମ, ନଗରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସାଧାରଣ କାଯ୍ୟକାଳ ___________ ବର୍ଷ ଅଟେ |
Answer:
୫ (ପାଞ୍ଚ)

୬ । _________ ଗ୍ରାମ ସ୍ଵରାଜର ପ୍ରବକ୍ତା ରୂପେ ପରିଚିତ ।
Answer:
ଗାନ୍ଧିଜୀ

CHSE Odisha Class 12 Political Science Chapter 4 Objective Questions in Odia Medium

୭ । ପଞ୍ଚାୟତିରାଜ ବ୍ୟବସ୍ଥାରେ __________ ଗୋଟି ସ୍ତର ଅଛି |
Answer:
୩ (ତିନି )

୮ । ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା _________ ଦିନ କାର୍ଯ୍ୟକାରୀ ହୋଇଥିଲା ।
Answer:
୨୬ ଜାନୁୟାରୀ, ୧୯୬୧

୯ । ___________ କମିଟିର ସୁପାରିସ କ୍ରମେ ଭାରତରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା କାର୍ଯ୍ୟ କରୁଛି ।
Answer:
ବଳବନ୍ତରାୟ ମେହେଟ୍ଟା

୧୦ । ___________ ତମ ସମ୍ବିଧାନ ସଂଶୋଧନ ଆଇନ, ୧୯୯୨ ରେ ଗ୍ରାମାଞ୍ଚଳ ସାୟତ୍ତ ଶାସନ ବ୍ୟବସ୍ଥା ଓ ________ ତମ ସମ୍ବିଧାନ ସଂଶୋଧନ ଆଇନ, ୧୯୯୨ ରେ ସହରାଞ୍ଚଳ ସାୟତ୍ତ ଶାସନ ବ୍ୟବସ୍ଥାକୁ ସାମ୍ବିଧାନିକ ସ୍ୱୀକୃତି ଦିଆଯାଇଛି ।
Answer:
୭୩ ; ୭୪

(C) ଭ୍ରମ ସଂଶୋଧନ କର ।

୧ । ଭାରତରେ ତ୍ରିସ୍ତରୀୟ ପଞ୍ଚାୟତିରରାଜ ବ୍ୟବସ୍ଥା ପ୍ରଥମେ ଗୁଜରାଟରେ କାର୍ଯ୍ୟକାରୀ ହୋଇଥିଲା ।
Answer:
ଭାରତରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଥମେ ରାଜସ୍ଥାନରେ କାର୍ଯ୍ୟକାରୀ ହୋଇଥିଲା ।

CHSE Odisha Class 12 Political Science Chapter 4 Objective Questions in Odia Medium

୨ । ଓଡ଼ିଶାରେ ପଞ୍ଚାୟତିରାଜ ଓ ସହରାଞ୍ଚଳ ସାୟତ୍ତ ଶାସନ ବ୍ୟବସ୍ଥାରେ ଶତକଡ଼ା ୩୩ ଭାଗ ବା ଏକ ତୃତୀୟାଂଶ ସ୍ଥାନ ମହିଳାମାନଙ୍କ ପାଇଁ ସଂରକ୍ଷିତ ।
Answer:
ଓଡ଼ିଶାରେ ପଞ୍ଚାୟତିରାଜ ଓ ସହରାଞ୍ଚଳ ସାୟତ୍ତ ଶାସନ ବ୍ୟବସ୍ଥାରେ ଶତକଡ଼ା ୫୦ ଭାଗ ବା ଅର୍ଦ୍ଧେକ ସ୍ଥାନ ମହିଳା ମାନଙ୍କ ପାଇଁ ସଂରକ୍ଷିତ ।

୩ । ନିଗମର ମୁଖ୍ୟଙ୍କୁ ଚେୟାରମ୍ୟାନ୍ ବା ଅଧ୍ୟକ୍ଷ କୁହାଯାଏ ।
Answer:
ନିଗମର ମୁଖ୍ୟଙ୍କୁ ମେୟର କୁହାଯାଏ ।

୪ । ଭାରତ ସମ୍ବିଧାନର ୪୪ ଧାରାରେ ଗ୍ରାମପଞ୍ଚାୟତର ଗଠନ ପାଇଁ ନିର୍ଦ୍ଦେଶ ରହିଛି ।
Answer:
ଭାରତ ସମ୍ବିଧାନର ୪୦ ଧାରାରେ ଗ୍ରାମପଞ୍ଚାୟତର ଗଠନ ପାଇଁ ନିର୍ଦ୍ଦେଶ ରହିଛି ।

୫ । ଗ୍ରାମସଭାରେ ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତି ଅଧ୍ୟକ୍ଷତା କରନ୍ତି ।
Answer:
ଗ୍ରାମସଭାରେ ସଂପୃକ୍ତ ଗ୍ରାମପଞ୍ଚାୟତର ସରପଞ୍ଚ ଅଧ୍ୟକ୍ଷତା କରନ୍ତି ।

(D) ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

୧। ପଲ୍ଲୀସଭାର କାର୍ଯ୍ୟ କ’ଣ ?
Answer:
ପ୍ରତି ୱାର୍ଡ଼ରୁ ସାବାଳକ ଭୋଟଦାତାମାନଙ୍କୁ ନେଇ ଗଠିତ ପଲ୍ଲୀସଭା ଗ୍ରାମରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସୁପାରିସ କରିପାରିବେ ଏବଂ ପଞ୍ଚାୟତ ବଜେଟ୍ ଉପରେ ମତାମତ ଦେଇପାରିବେ ।

୨ । ପଞ୍ଚାୟତିରାଜ କ’ଣ ?
Answer:
ଭାରତରେ ବର୍ତ୍ତମାନ କାର୍ଯ୍ୟ କରୁଥିବା ଗ୍ରାମାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାକୁ ପଞ୍ଚାୟତିରାଜ କୁହାଯାଏ । ବଳବନ୍ତ – ରାୟ ମେହେଟ୍ଟା କମିଟିର ସୁପାରିସ ଅନୁଯାୟୀ କାର୍ଯ୍ୟ କରୁଥିବା ଏହି ସଂସ୍ଥା ତ୍ରିସ୍ତରୀୟ, ଯଥା- ସର୍ବନିମ୍ନ ସ୍ତରରେ ଗ୍ରାମପଞ୍ଚାୟତ, ମଧ୍ୟମ ସ୍ତରରେ ପଞ୍ଚାୟତ ସମିତି ଓ ସର୍ବୋଚ୍ଚ ସ୍ତରରେ ଜିଲ୍ଲା ପରିଷଦ ।

CHSE Odisha Class 12 Political Science Chapter 4 Objective Questions in Odia Medium

୩ । ସ୍ଵାୟର ଶାସନ ସଂସ୍ଥା ବିଧ୍ଵବିଧାନ ଉଲଂଘନ କରିବା ପ୍ରମାଣିତ ହେଲେ କ’ଣ ହୁଏ ?
Answer:
ସ୍ଵାୟତ୍ତ ଶାସନ ସଂସ୍ଥା ବିଧିବିଧାନ ଉଲଂଘନ କରିବା ପ୍ରମାଣିତ ହେଲେ ସରକାର ଏହାର ନିର୍ଦ୍ଧାରିତ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ଏହାକୁ ଭାଙ୍ଗିଦେଇ ପାରିବେ ଓ ନିଜ ପରିଚାଳନାକୁ ନେଇଯାଇ ପାରିବେ । ସାନି ନିର୍ବାଚନ ଛଅମାସ ମଧ୍ୟରେ ହେବା ଆବଶ୍ୟକ ।

୪ | ୭୩ତମ ଓ ୭୪ତମ ସମ୍ବିଧାନ ସଂଶୋଧନ ଆଇନର ମୁଖ୍ୟ ଲକ୍ଷ୍ୟ କ’ଣ ?
Answer:
୭୩ତମ ଓ ୭୪ତମ ସମ୍ବିଧାନ ସଂଶୋଧନ ଆଇନର ମୁଖ୍ୟ ଲକ୍ଷ୍ୟ ହେଉଛି ଯଥାକ୍ରମେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ସଙ୍ଗଠନ, କାର୍ଯ୍ୟାବଳୀ, ଆର୍ଥିକ ବ୍ୟବସ୍ଥା, ନିର୍ବାଚନ ବ୍ୟବସ୍ଥା ଇତ୍ୟାଦି କ୍ଷେତ୍ରରେ ଏକପ୍ରକାର ବା ସାଦୃଶ୍ଯ ନୀତି ଦେଶସାରା ପ୍ରଚଳନ କରିବା ଓ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ସାମ୍ବିଧାନିକ ସ୍ବୀକୃତି ପ୍ରଦାନ କରିବା ।

CHSE Odisha Class 12 Economics Chapter 3 Objective Questions in Odia Medium

Odisha State Board CHSE Odisha Class 12 Economics Solutions Chapter 3 ମୌଳିକ ଧାରଣା (ମାନବୀୟ ଅଭାବ, ଉପଯୋଗିତା, ଦ୍ରବ୍ୟ, ମୂଲ୍ୟ, ଦର ଓ ସମ୍ପଦ) Objective Questions.

CHSE Odisha 12th Class Economics Chapter 3 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
A ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ପ୍ରତ୍ୟେକ ସ୍ଵାଭାବିକ ଦ୍ରବ୍ୟର ସ୍ଥିତିସ୍ଥାପକତା :
(A) ଋଣାତ୍ମକ ହୋଇଥାଏ
(B) ଧନାତ୍ମକ ହୋଇଥାଏ
(C) ଶୂନ୍ୟ ହୋଇଥାଏ
(D) ଅସୀମ ହୋଇଥାଏ
Answer:
(A) ଋଣାତ୍ମକ ହୋଇଥାଏ

2. ନଦୀକୂଳରେ ଜଳ ଏକ :
(A) ମୁକ୍ତ ଦ୍ରବ୍ଯ
(B) ଅର୍ଥନୈତିକ ଦ୍ରବ୍ୟ
(C) ଅଭୌତିକ ଦ୍ରବ୍ୟ
(D) ଦ୍ରବ୍ୟ ପଦବାଚ୍ୟ ନୁହେଁ
Answer:
(A) ମୁକ୍ତ ଦ୍ରବ୍ଯ

3. ଦ୍ରବ୍ୟର ଅଭାବ ପୂରଣକାରୀ କ୍ଷମତାକୁ କ’ଣ କୁହାଯାଏ ?
(A) ଉପଯୋଗିତା
(B) ଉପାଦେୟତା
(C) ଉପକାରିତା
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ଉପଯୋଗିତା

4. ନିମ୍ନୋକ୍ତ କେଉଁ ଦ୍ରବ୍ୟର ଉପଯୋଗିତା ନାହିଁ ?
(A) ଔଷଧ
(B) ସିଗାରେଟ୍
(C) ପଚା ଅଣ୍ଡା
(D) ବହି
Answer:
(C) ପଚା ଅଣ୍ଡା

CHSE Odisha Class 12 Economics Chapter 3 Objective Questions in Odia Medium

5. ଜମିରେ ବ୍ୟବହୃତ ହେଉଥ‌ିବା ସାର ଏକ :
(A) ଉପଭୋଗ ଦ୍ରବ୍ୟ
(B) ଖାଉଟି ଦ୍ରବ୍ୟ
(C) ଉତ୍ପାଦକ ଦ୍ରବ୍ୟ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ଉତ୍ପାଦକ ଦ୍ରବ୍ୟ

6. ସୂର୍ଯ୍ୟକିରଣ ଏକ ମୁକ୍ତ ଦ୍ରବ୍ୟ, କାରଣ :
(A) ଏହାର ସ୍ଵଳ୍ପତା ନାହିଁ
(B) ଏହା ପ୍ରକୃତିଦତ୍ତ
(C) ଏହାର ଦାମ୍ ନାହିଁ
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

7. ଡାକ୍ତରଙ୍କ ସେବା ଏକ :
(A) ଉତ୍ପାଦକ ଦ୍ରବ୍ୟ
(B) ଉପଭୋଗ ଦ୍ରବ୍ୟ
(C) ଖାଉଟି ଦ୍ରବ୍ୟ
(D) ଦ୍ରବ୍ୟ ପଦବାଚ୍ୟ ନୁହେଁ
Answer:
(C) ଖାଉଟି ଦ୍ରବ୍ୟ

8. ଛାତ୍ର ପାଇଁ ବହି କେଉଁଥିପାଇଁ ଅତ୍ୟାବଶ୍ୟକ ?
(A) ଜୀବନଧାରଣ ନିମିତ୍ତ
(B) ଦକ୍ଷତା ନିମିତ୍ତ
(C) ପରମ୍ପରାଗତ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ଦକ୍ଷତା ନିମିତ୍ତ

9. କୋଣାର୍କ ମନ୍ଦିର ଏକ :
(A) ବ୍ୟକ୍ତିଗତ ସମ୍ପଦ
(B) ସାମାଜିକ ସମ୍ପଦ
(C) ଜାତୀୟ ସମ୍ପଦ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ଜାତୀୟ ସମ୍ପଦ

10. ଅର୍ଥଶାସ୍ତ୍ରରେ ଦ୍ରବ୍ୟର ମୂଲ୍ୟ କହିଲେ :
(A) ଉପାଦେୟତାକୁ ବୁଝାଏ
(B) ବ୍ୟାବହାରିକ ମୂଲ୍ୟକୁ ବୁଝାଏ
(C) ଚାହିଦାକୁ ବୁଝାଏ
(D) ବିନିମୟ ମୂଲ୍ୟକୁ ବୁଝାଏ
Answer:
(D) ବିନିମୟ ମୂଲ୍ୟକୁ ବୁଝାଏ

11. କୌଣସି ଦ୍ରବ୍ୟର ଦାମ୍ ବୃଦ୍ଧି ପାଇଲେ ଏହାର ମୂଲ୍ୟ :
(A) ବୃଦ୍ଧି ହୁଏ
(B) ହ୍ରାସ ହୁଏ
(C) ଅପରିବର୍ତ୍ତିତ ରହେ
(D) ପ୍ରଥମେ ବୃଦ୍ଧି ପାଇ ତତ୍ପରେ ହ୍ରାସ ହୁଏ
Answer:
(B) ହ୍ରାସ ହୁଏ

12. ଗୋଟିଏ ଦ୍ରବ୍ୟ ବା ସେବା ପାଇବାର ଇଚ୍ଛାକୁ କ’ଣ କୁହାଯାଏ ?
(A) ଅଭାବ
(B) ଉପଯୋଗିତା
(C) ଦ୍ରବ୍ୟ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ଅଭାବ

13. ମଣିଷର ଅଭାବ ମୋଚନକୁ କ’ଣ କୁହାଯାଏ ?
(A) ଉପଭୋଗ
(B) ଉତ୍ପାଦନ
(C) ବଣ୍ଟନ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ଉପଭୋଗ

14. ଯେଉଁ ଦ୍ରବ୍ୟ ପ୍ରତ୍ୟକ୍ଷ ଭାବରେ ମାନବୀୟ ଅଭାବ ପୂରଣ କରେ ତାହା :
(A) ଉପଭୋଗ ଦ୍ରବ୍ୟ
(B) ଉତ୍ପାଦକ ଦ୍ରବ୍ୟ
(C) ସର୍ବସାଧାରଣ ଦ୍ରବ୍ୟ
(D) ଅନ୍ତର୍ବର୍ତୀ ଦ୍ରବ୍ୟ
Answer:
(A) ଉପଭୋଗ ଦ୍ରବ୍ୟ

15. ଭୁବନେଶ୍ଵର -କୋଲ୍‌କାତା ଜାତୀୟ ରାଜପଥ । ଏଥୁମଧ୍ୟରୁ କେଉଁ ପ୍ରକାର ସମ୍ପଦ ?
(A) ସାମାଜିକ
(B) ବ୍ୟକ୍ତିଗତ
(C) ଜାତୀୟ
(D) ଆନ୍ତର୍ଜାତୀୟ
Answer:
(C) ଜାତୀୟ

16. ନିମ୍ନଲିଖ ମଧ୍ୟରୁ ଅର୍ଥଶାସ୍ତ୍ରରେ କେଉଁଟି ସମ୍ପଦ ?
(A) ହିମାଳୟର ସୌନ୍ଦର୍ଯ୍ୟ
(C) ଜଣେ ଶଲ୍ୟ ଚିକିତ୍ସକଙ୍କ କୌଶଳ
(B) ଶ୍ରମିକର କୌଶଳ
(D) ଡାକ୍ତରଙ୍କ ମଟରଗାଡ଼ି
Answer:
(D) ଡାକ୍ତରଙ୍କ ମଟରଗାଡ଼ି

17. ଉଡ଼ାଜାହାଜରେ ଦିଆଯାଉଥ‌ିବା ପାନୀୟ ଜଳ ଏଥୁମଧ୍ୟରୁ କେଉଁ ଶ୍ରେଣୀର ଦ୍ରବ୍ୟ ?
(A) ମୁକ୍ତ ଦ୍ରବ୍ଯ
(B) ଦୀର୍ଘସ୍ଥାୟୀ ଦ୍ରବ୍ୟ
(C) ଅର୍ଥନୈତିକ ଦ୍ରବ୍ୟ
(D) ହସ୍ତାନ୍ତରଣୀୟ ଦ୍ରବ୍ୟ
Answer:
(C) ଅର୍ଥନୈତିକ ଦ୍ରବ୍ୟ

CHSE Odisha Class 12 Economics Chapter 3 Objective Questions in Odia Medium

18. ନିମ୍ନଲିଖ ମଧ୍ୟରୁ କେଉଁଟି ମାନବୀୟ ଅଭାବର ବୈଶିଷ୍ଟ୍ୟ ?
(A) ଅଭାବ ଅସୀମ
(B) ଅଭାବ ସମୂହ ପରିତୃପ୍ତକ୍ଷମ
(C) ସମସ୍ତ ଅଭାବ ସମାନ ଭାବରେ ଗୁରୁତ୍ଵପୂର୍ଣ୍ଣ
(D) ଅଭାବଗୁଡ଼ିକ ପୌନଃପୁନିକ
Answer:
(D) ଅଭାବଗୁଡ଼ିକ ପୌନଃପୁନିକ

19. ନିମ୍ନଲିଖ ମଧ୍ୟରୁ କେଉଁଟି ସର୍ବସାଧାରଣ ଦ୍ରବ୍ୟ ନୁହେଁ ?
(A) ଜାତୀୟ ରାଜପଥ
(B) ରାସ୍ତା ଆଲୋକ
(C) ପ୍ରତିରକ୍ଷା ସେବା
(D) ମଟର ସାଇକେଲ
Answer:
(D) ମଟର ସାଇକେଲ

20. ଦର ଅର୍ଥ .
(A) ମୁଦ୍ରା ଆକାରରେ ଦ୍ରବ୍ୟର ବିନିମୟ ମୂଲ୍ୟ
(B) ଅନ୍ୟ ଦ୍ରବ୍ୟ ଆକାରରେ ଦ୍ରବ୍ୟର ବିନିମୟ ମୂଲ୍ୟ
(C) ଦ୍ରବ୍ୟର ବ୍ୟବହାରିକ ମୂଲ୍ୟ
(D) ସୁନା ଆକାରରେ ଦ୍ରବ୍ୟର ବିନିମୟ ମୂଲ୍ୟ
Answer:
(A) ମୁଦ୍ରା ଆକାରରେ ଦ୍ରବ୍ୟର ବିନିମୟ ମୂଲ୍ୟ

B. ଶୂନ୍ୟସ୍ଥାନ ପୂରଣ କର ।

1. କଳ_______ ଦ୍ରବ୍ୟର ଉଦାହରଣ ।
Answer:
ଉତ୍ପାଦକ

2. ଜନସଂଖ୍ୟାର ବୃଦ୍ଧି ଘଟିଲେ ଚାହିଦା _______ ପାଏ ।
Answer:
ବୃଦ୍ଧି

3. ଦର _______ ର ମୌଳିକ ପରିପ୍ରକାଶ ।
Answer:
ମୂଲ୍ୟ

4. କେବଳ _______ ଇଚ୍ଛାଗୁଡ଼ିକୁ ଅଭାବ କୁହାଯାଏ ।
Answer:
ଅଭାବ

5. ନୀତି ପ୍ରଯୁଜ୍ୟ ହୋଇନଥାଏ । ଶ୍ରେଣୀଭୁକ୍ତ ।
Answer:
ବହିଷ୍କରଣ

6. ତାଲିମ ଅଭାବ_______ ଶ୍ରେଣୀଭୁକ୍ତ ।
Answer:
ଅତ୍ୟାବଶ୍ୟକ

7. ସମସ୍ତ ଅଭାବ _______ନୁହେଁ, କିନ୍ତୁ ଏକ ନିର୍ଦ୍ଦିଷ୍ଟ ଅଭାବ _______ ।
Answer:
ପରିପୂରଣୀୟ, ପରତୃପ୍ତକ୍ଷମ

8. ଉପଯୋଗିତା _______ ଶୀଳ ଅଟେ ।
Answer:
ନଷ୍ଟ

9. ବିଶ୍ଵରେ ସମସ୍ତ ରାଷ୍ଟ୍ରର ଅଧିକାରରେ ଥ‌ିବା ସମ୍ପଦକୁ ________ ସମ୍ପଦ କୁହାଯାଏ ।
Answer:
ଆନ୍ତର୍ଜାତିକ

10. ଉପଯୋଗିତା ଏକ _______ ଧାରଣା ।
Answer:
ମାନସିକ

11. ମୁକ୍ତ ଦ୍ରବ୍ୟର ଯୋଗାଣ ଚାହିଦା ଅପେକ୍ଷା _______ ।
Answer:
ଅଧ୍ଵ

12. ବ୍ୟବସାୟର ସୁନାମ ବା ସଦିଚ୍ଛା _______ ଦ୍ରବ୍ୟର ଉଦାହରଣ ।
Answer:
ଅଭୌତିକ

CHSE Odisha Class 12 Economics Chapter 3 Objective Questions in Odia Medium

13. ଯେଉଁ ଅଭାବ ସାମାଜିକ ପରମ୍ପରା ଓ ଅଭ୍ୟାସରୁ ଜାତ ତାହାକୁ _______ ଅଭାବ କୁହାଯାଏ ।
Answer:
ପରମ୍ପରାଗତ

14. ଯେଉଁସବୁ ଦ୍ରବ୍ୟ ପ୍ରତ୍ୟକ୍ଷଭାବେ ମାନବିକ ଅଭାବ ପୂରଣ କରିଥା’ନ୍ତି, ସେଗୁଡ଼ିକୁ _______ ଦ୍ରବ୍ୟ ବୋଲି କୁହାଯାଏ ।
Answer:
ଖାଉଟି

15. ଦକ୍ଷତା, ସୁମଧୁର କଣ୍ଠସ୍ଵର ଇତ୍ୟାଦି ଭଳି ସମସ୍ତ ଅନ୍ତର୍ନିହିତ ଗୁଣର _______ ନ ଥ‌ିବାରୁ ସେଗୁଡ଼ିକ ସମ୍ପଦ ନୁହଁନ୍ତି ।
Answer:
ବାହ୍ୟତା

16. ମାର୍ଶାଲଙ୍କ ମତରେ _______ କୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ପରିତୃପ୍ତି କରିପାରୁଥିବା ସମସ୍ତ ଈପ୍‌ସିତ ଦ୍ରବ୍ୟ ହେଉଛି ସମ୍ପଦ ।
Answer:
ମାନବୀୟ

17. ଦ୍ରବ୍ୟର ମାନବୀୟ ଅଭାବ ପରିତୃପ୍ତି କ୍ଷମତାକୁ _______ କୁହାଯାଏ ।
Answer:
ଉପଯୋଗିତା

18. ମନୁଷ୍ୟର ଅଭାବ ପୂରଣ କରୁଥିବା ସମସ୍ତ ପାର୍ଥିବ ଓ ଅପାର୍ଥିବ ବସ୍ତୁକୁ ଅର୍ଥଶାସ୍ତ୍ରରେ _______ କୁହାଯାଏ ।
Answer:
ଦ୍ରବ୍ୟ

19. ଯେଉଁ ଦ୍ରବ୍ୟ ପ୍ରବୃକ୍ଷଭାବେ ମାନବିକ ଅଭାବ ପୂରଣ କରିଥା’ନ୍ତି, ସେଗୁଡ଼ିକୁ _______ ଦ୍ରବ୍ୟ ବୋଲି କୁହାଯାଏ ।
Answer:
ଖାଉଟି

20. ଯେଉଁ ଦ୍ରବ୍ୟ ପ୍ରକୃତିର ମୁକ୍ତ ଦାନ, ତାହା _______ ଦ୍ରବ୍ୟ |
Answer:
ମୁକ୍ତ

21. ମାନବ ପ୍ରସ୍ତୁତ ଯେଉଁସବୁ ବସ୍ତୁଗୁଡ଼ିକର ସ୍ଵଳ୍ପତା ଥାଏ ସେଗୁଡ଼ିକ _______ ଦ୍ରବ୍ୟ କୁହାଯାଏ ।
Answer:
ଅର୍ଥନୈତିକ

22. ପରୋକ୍ଷଭାବେ ମାନବିକ ଅଭାବ ପରିପୂରଣ କରୁଥିବା ଦ୍ରବ୍ୟଗୁଡ଼ିକୁ _______ ଦ୍ରବ୍ୟ ବୋଲି କୁହାଯାଏ ।
Answer:
ଉତ୍ପାଦକ

23. ମୁକ୍ତ ଦ୍ରବ୍ୟର କେବଳ _______ ମୂଲ୍ୟ ରହିଛି ।
Answer:
ବ୍ୟବହାରିକ

24. ଗୋଟିଏ ଦ୍ରବ୍ୟ ପ୍ରତିବଦଳରେ ମିଳୁଥିବା ଅନ୍ୟାନ୍ୟ ଦ୍ରବ୍ୟର ପରିମାଣକୁ ସେହି ଦ୍ରବ୍ୟର _______ କୁହାଯାଏ ।
Answer:
ବିନିମୟ ମୂଲ୍ୟ|ମୂଲ୍ୟ

25. ବ୍ୟକ୍ତିଗତ ସମ୍ପଦର ଅଧିକାରୀ ଥ‌ିବା ପାର୍ଥିବ ଓ ଅପାର୍ଥିବ ଦ୍ରବ୍ୟକୁ _______ ସମ୍ପଦ କୁହାଯାଏ ।
Answer:
ବ୍ୟକ୍ତିଗତ

26. ସାମୂହିକ ଭାବେ କୌଣସି ଏକ ଗୋଷ୍ଠୀ ବା ସମାଜର ଅଧିକାରରେ ଥିବା ସମ୍ପଦକୁ _______ କୁହାଯାଏ ।
Answer:
ସାମାଜିକ/ସାମୂହିକ

27. ଯେଉଁ ଅଭାବର ପରିତୃପ୍ତିଦ୍ୱାରା ଆତ୍ମାଭିମାନ ଓ ବଡ଼ିମା ବଜାୟ ରଖାଯାଇପାରେ, ତାହାକୁ _______ ଅଭାବ କୁହାଯାଏ ।
Answer:
ବିଳାସମୂଳକ

28. ମୂଲ୍ୟକୁ ମୁଦ୍ରା ଆକାରରେ ପ୍ରକାଶ କଲେ, ତାହାକୁ _______ କୁହାଯାଏ ।
Answer:
ଦାମ୍

29. ଯେଉଁ ଦ୍ରବ୍ୟଗୁଡ଼ିକୁ ଦେଖୁବା ଓ ସ୍ପର୍ଶ କରିବା ସମ୍ଭବ ନୁହେଁ ଏବଂ ଯେଉଁଗୁଡ଼ିକର ନିର୍ଦ୍ଦିଷ୍ଟ ଆକାର ନାହିଁ, ସେଗୁଡ଼ିକୁ _______ ଦ୍ରବ୍ୟ କୁହାଯାଏ ।
Answer:
ଅଭୌତିକ

30. ଯେଉଁ ଅଭାବଗୁଡ଼ିକର ପରିତୃପ୍ତି ଅତ୍ୟନ୍ତ ଜରୁରୀ ସେଗୁଡ଼ିକୁ _______ ଅଭାବ ।
Answer:
ଅତ୍ୟାବଶ୍ୟକ

31. କୌଣସି ଦ୍ରବ୍ୟର ଆବଶ୍ୟକତାର ଉପଲବ୍ଧିକୁ _______ କୁହାଯାଏ ।
Answer:
ଅଭାବ

32. ଅଧ୍ୟାପକ, କଣ୍ଠଶିଳ୍ପୀ ଇତ୍ୟାଦିଙ୍କ ସେବା ପାଇଁ ଯଦି ଅର୍ଥଦାନ କରାଯାଏ ତାହା _______ ରୂପେ ଗଣ୍ୟ ହୁଏ ।
Answer:
ସମ୍ପଦ

33. ଯେଉଁ ଅଭାବର ପରିପୂରଣ ଜୀବନକୁ ଅଧ‌ିକ ସହଜ କରିଥାଏ, ତାହାକୁ _______ ଅଭାବ କୁହାଯାଏ ।
Answer:
ଆରାମଦାୟକ

34. ଜମି, ଘର ଆଦି ସ୍ଥାନାନ୍ତରକ୍ଷମ ନ ହେଲେ ମଧ୍ୟ ସେଗୁଡ଼ିକର ମାଲିକାନା ସ୍ୱତ୍ୱ _______ ହୋଇପାରିବ, ତେଣୁ ସେଗୁଡ଼ିକ ସମ୍ପଦ ।
Answer:
ହସ୍ତାନ୍ତର ଯୋଗ୍ୟତା

35. ମୁକ୍ତ ପଦାର୍ଥଗୁଡ଼ିକର _______ ନ ଥ‌ିବାରୁ ସେଗୁଡ଼ିକ ସମ୍ପଦ ପଦବାଚ୍ୟ ନୁହେଁ ।
Answer:
ସ୍ଵଳ୍ପତା

36. ସାଧୁତା, କଳାକୌଶଳ, ଉତ୍ତମ ସ୍ବାସ୍ଥ୍ୟ ଆଦିର ଉପଯୋଗିତା ଓ ସ୍ଵଚ୍ଛତା ଥିଲେ ମଧ୍ୟ ସ୍ଥାନାନ୍ତର ଯୋଗ୍ୟତା ଓ _______ ନ ଥ‌ିବାରୁ ସେଗୁଡ଼ିକ ସମ୍ପଦ ନୁହନ୍ତି ।
Answer:
ବିକ୍ରୟ ଯୋଗ୍ୟତା

CHSE Odisha Class 12 Economics Chapter 3 Objective Questions in Odia Medium

37. ଦ୍ରବ୍ୟପ୍ରତି ଅଭାବର ତୀବ୍ରତା ଯେତେ _______ ଦ୍ରବ୍ୟର ଉପଯୋଗିତା ସେତେ ବେଶୀ ।
Answer:
ବେଶୀ

38. ପୁରୀର ଜଗନ୍ନାଥ ମନ୍ଦିର ଏକ _______ ସମ୍ପଦ ।
Answer:
ଜାତୀୟ

39. ରସ୍କିନ୍ ଅର୍ଥଶାସ୍ତ୍ରକୁ _______ ବିଜ୍ଞାନ କହିଥିଲେ ।
Answer:
ବିମର୍ଷ

40. ଓକିଲଙ୍କ ପାଇଁ ଆଇନ ପୁସ୍ତକ _______ ଅଭାବ ।
Answer:
ଅତ୍ୟାବଶ୍ୟକ

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ମାନବିକ ଅଭାବ ସୀମିତ ।
Answer:
ଭୁଲ୍ ।
ଠିକ୍ – ମାନବିକ ଅଭାବ ଅସୀମ ।

2. ଗଙ୍ଗାନଦୀର ଜଳ ସମ୍ପଦ ନୁହେଁ ।
Answer:
ଠିକ୍ ।

3. କୌଣସି ଦ୍ରବ୍ୟର ଉପଯୋଗିତା ବିଭିନ୍ନ ଉପଭୋକ୍ତାଙ୍କ ଲାଗି ସମାନ ।
Answer:
ଭୁଲ୍ ।
ଠିକ୍ – କୌଣସି ଦ୍ରବ୍ୟର ଉପଯୋଗିତା ବିଭିନ୍ନ ଉପଭୋକ୍ତାଙ୍କ ଲାଗି ଭିନ୍ନ ଭିନ୍ନ ।

4. ସୂର୍ଯ୍ୟାଲୋକ ଏକ ଅର୍ଥନୈତିକ ଦ୍ରବ୍ୟ ।
Answer:
ଭୁଲ୍ ।
ଠିକ୍ – ସୂର୍ଯ୍ୟକିରଣ ଏକ ମୁକ୍ତ ଦ୍ରବ୍ୟ ।

5. ଉପଭୋଗ ହେଉଛି ଦ୍ରବ୍ୟର ଧ୍ବଂସ ସାଧନ ।
Answer:
ଭୁଲ୍ ।
ଠିକ୍ – ଉପଭୋଗ ହେଉଛି ଉପଯୋଗିତାର ଧ୍ବଂସ ସାଧନ ।

6. ଉପଭୋଗଦ୍ଵାରା ଉପଯୋଗିତାର ବୃଦ୍ଧି ହୁଏ ।
Answer:
ଭୁଲ୍ ।
ଠିକ୍ – ଉପଭୋଗଦ୍ଵାରା ଉପଯୋଗିତାର ହ୍ରାସ ହୁଏ ।

7. ଉପଭୋଗ ହେବା ମାତ୍ରେ ଧ୍ୱଂସ ପାଉଥିବା ଦ୍ରବ୍ୟସମୂହକୁ ସ୍ଥାୟୀ ଦ୍ରବ୍ୟ ବୋଲି କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ଉପଭୋଗ ହେବା ମାତ୍ରେ ଧ୍ୱଂସ ପାଉଥ‌ିବା ଦ୍ରବ୍ୟସମୂହକୁ ନଷ୍ଟଶୀଳ ଦ୍ରବ୍ୟ ବୋଲି କୁହାଯାଏ ।

8. ଅବାଧଲବ୍‌ଧ ଦ୍ରବ୍ୟର ଯୋଗାଣ ମାଗଣ ତୁଳନାରେ କମ୍ ।
Answer:
ଭୁଲ୍ ।
ଠିକ୍ – ଅବାଧଲବ୍‌ଧ ଦ୍ରବ୍ୟର ଯୋଗାଣ ମାଗଣ ତୁଳନାରେ ଯଥେଷ୍ଟ ଅଧିକ ।

9. ଦ୍ରବ୍ୟର ଦର ବଢ଼ିଲେ ମୁଦ୍ରାର ମୂଲ୍ୟ ବୃଦ୍ଧି ପାଏ ।
Answer:
ଭୁଲ୍ ।
ଠିକ୍ – ଦ୍ରବ୍ୟର ଦର ବଢ଼ିଲେ ମୁଦ୍ରାର ମୂଲ୍ୟ ହ୍ରାସ ପାଏ ।

10. ସମସ୍ତ ମାନବୀୟ ଅଭାବ ପରିତୃପ୍ତକ୍ଷମ ।
Answer:
ଭୁଲ୍ ।
ଠିକ୍ – ସମସ୍ତ ମାନବୀୟ ଅଭାବ ଅପରିତୃପ୍ତକ୍ଷମ ।

CHSE Odisha Class 12 Economics Chapter 3 Objective Questions in Odia Medium

11. ଗୋଟିଏ ବଡ଼ ସହରରେ ଜଳ ଏକ ମୁକ୍ତ ଦ୍ରବ୍ୟ ।
Answer:
ଭୁଲ୍ ।
ଠିକ୍ – ଗୋଟିଏ ବଡ଼ ସହରରେ ଜଳ ଏକ ଅର୍ଥନୈତିକ ଦ୍ରବ୍ୟ ।

12. ମହନଦୀ ଆନ୍ତର୍ଜାତିକ ସମ୍ପଦ ଅଟେ ।
Answer:
ଭୁଲ୍ ।
ଠିକ୍ – ମହାନଦୀ ଜାତୀୟ ସମ୍ପଦ ଅଟେ ।

13. ଜଣେ ବ୍ୟସ୍ତ ଚିକିତ୍ସକଙ୍କ ପାଇଁ ମୋଟରକାର ଏକ ଆରାମଦାୟକ ଦ୍ରବ୍ୟ ।
Answer:
ଭୁଲ୍ ।
ଠିକ୍ – ଜଣେ ବ୍ୟସ୍ତ ଚିକିତ୍ସକଙ୍କ ପାଇଁ ମୋଟରକାର ଏକ ଦକ୍ଷତା ନିମିତ୍ତ ଅତ୍ୟାବଶ୍ୟକ ଦ୍ରବ୍ୟ ।

14. ଜଣେ କଲେଜ ଛାତ୍ର ପାଇଁ ଦାମିକା ପୋଷାକ ଅତ୍ୟାବଶ୍ୟକ ଶ୍ରେଣୀଭୁକ୍ତ ଅଭାବ ।
Answer:
ଭୁଲ୍ ।
ଠିକ୍ – ଜଣେ କଲେଜ ଛାତ୍ର ପାଇଁ ଦାମିକା ପୋଷାକ ବିଳାସମୂଳକ ଅଭାବ ।

15. ମୂଲ୍ୟକୁ ମଦ୍ରା ଆକାରରେ ପ୍ରକାଶ କଲେ, ତାହାକୁ ସମ୍ପଦ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ମୂଲ୍ୟକୁ ଟଙ୍କା ଆକାରରେ ପ୍ରକାଶ କଲେ, ତାହାକୁ ଦର କୁହାଯାଏ ।

16. ଅବାଧଲବ୍‌ଧ ଦ୍ରବ୍ୟର ବିନିମୟ ମୂଲ୍ୟ ନାହିଁ ।
Answer:
ଠିକ୍

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଉପଭୋଗ କାହାକୁ କୁହାଯାଏ ?
Answer:
ଯେଉଁ ପ୍ରକ୍ରିୟାରେ ଉପଭୋକ୍ତା ଦ୍ରବ୍ୟକୁ ବ୍ୟବହାର କରି ସନ୍ତୋଷ ଲାଭ କରନ୍ତି, ତାହାକୁ ଉପଭୋଗ କୁହାଯାଏ ।

2. ଉପଯୋଗିତା କ’ଣ ?
Answer:
କୌଣସି ଦ୍ରବ୍ୟର ଅଭାବ ପୂରଣ କ୍ଷମତାକୁ ଉପଯୋଗିତା କୁହାଯାଏ ।

3. ଅଭାବ କହିଲେ କ’ଣ ବୁଝ ?
Answer:
କୌଣସି ଦ୍ରବ୍ୟ ବା ସେବା ପ୍ରାପ୍ତିର ଇଚ୍ଛାକୁ ଅଭାବ କୁହାଯାଏ ।

4. ଅତ୍ୟାବଶ୍ୟକ ଦ୍ରବ୍ୟ କ’ଣ ?
Answer:
ବଞ୍ଚିବା ପାଇଁ ମୌଳିକ ଦ୍ରବ୍ୟ ଓ ସେବାକୁ ଅତ୍ୟାବଶ୍ୟକ ଦ୍ରବ୍ୟ କୁହାଯାଏ ।

5. ଦ୍ରବ୍ୟ କାହାକୁ ବୁଝାଏ ?
Answer:
ମାନବୀୟ ଅଭାବ ମୋଚନ କରିପାରୁଥିବା ଯେକୌଣସି ପଦାର୍ଥକୁ ଦ୍ରବ୍ୟ କୁହାଯାଏ ।

6. ଅର୍ଥଶାସ୍ତ୍ରରେ ଦ୍ରବ୍ୟ କହିଲେ କ’ଣ ବୁଝ ?
Answer:
ମାନବୀୟ ଅଭାବ ପୂରଣ କରୁଥିବା ସମସ୍ତ ପାର୍ଥିବ ଓ ଅପାର୍ଥିବ ପଦାର୍ଥକୁ ଅର୍ଥଶାସ୍ତ୍ରରେ ଦ୍ରବ୍ୟ କୁହାଯାଏ ।

7. କାଳିଦାସଙ୍କ କବିତା କେଉଁ ପ୍ରକାରର ସମ୍ପଦ ?
Answer:
କାଳିଦାସଙ୍କ କବିତା ଭାରତର ଜାତୀୟ ସମ୍ପଦ ଅଟେ ।

8. ଆରାମଦାୟକ ଅଭାବ କହିଲେ କ’ଣ ବୁଝ ?
Answer:
ଯେଉଁ ଅଭାବ ପୂରଣ ହେଲେ ଜୀବନ ଅଧ‌ିକ ସହଜ ଓ ସୁଖପ୍ରଦ ହୁଏ, ତାହାକୁ ଆରାମଦାୟକ ଅଭାବ କୁହାଯାଏ ।

CHSE Odisha Class 12 Economics Chapter 3 Objective Questions in Odia Medium

9. ସୂର୍ଯ୍ୟାଲୋକ କେଉଁ ଦ୍ରବ୍ୟର ଶ୍ରେଣୀଭୁକ୍ତ ?
Answer:
ସୂର୍ଯ୍ୟକିରଣ ମୁକ୍ତଦ୍ରବ୍ୟ ଶ୍ରେଣୀଭୁକ୍ତ ଅଟେ ।

10. ଅଭୌତିକ ଦ୍ରବ୍ୟ କ’ଣ ?
Answer:
ଯେଉଁ ଦ୍ରବ୍ୟ ଅପାର୍ଥିବ ଏବଂ ଯାହାର ସ୍ପର୍ଶ, ଦୃଶ୍ୟ ଏବଂ ଆକୃତି ନଥାଏ; ଯଥା – ଡାକ୍ତର, ଇଞ୍ଜିନିୟର ଓ ଅଧ୍ୟାପକମାନଙ୍କର ସେବାକୁ ଅଭୌତିକ ଦ୍ରବ୍ୟ କୁହାଯାଏ ।

11. ଭୌତିକ ଦ୍ରବ୍ୟ କହିଲେ କ’ଣ ବୁଝ ?
Answer:
ଯେଉଁ ଦ୍ରବ୍ୟ ପାର୍ଥିବ ଏବଂ ଯାହାର ସ୍ପର୍ଶ, ଦୃଶ୍ୟ ଏବଂ ଆକୃତି ରହିଛି; ଯଥା – ବହି, ରେଡ଼ିଓ ଇତ୍ୟାଦିକୁ ଭୌତିକ ଦ୍ରବ୍ୟ କୁହାଯାଏ ।

12. ବ୍ୟକ୍ତିଗତ ସମ୍ପଦ କ’ଣ ?
Answer:
ବ୍ୟକ୍ତିଗତ ମାଲିକାନାରେ ଥ‌ିବା ଭୌତିକ ଓ ଅଭୌତିକ ଦ୍ରବ୍ୟକୁ ବ୍ୟକ୍ତିଗତ ସମ୍ପଦ କୁହାଯାଏ

13. ଦର କାହାକୁ କହନ୍ତି ?
Answer:
ମୂଲ୍ୟକୁ ମୁଦ୍ରା ଆକାରରେ ପ୍ରକାଶ କଲେ ତାହାକୁ ଦର କୁହାଯାଏ ।

14. ଜାତୀୟ ସମ୍ପଦ କ’ଣ ?
Answer:
ଯେଉଁ ସମ୍ପଦଗୁଡ଼ିକ ସମଗ୍ର ଦେଶ ବା ଜାତିର ମାଲିକାନାରେ ଥାଏ, ତାହାକୁ ଜାତୀୟ ସମ୍ପଦ କହନ୍ତି ।

15. ଆରାମଦାୟକ ଅଭାବ କ’ଣ ?
Answer:
ଯେଉଁ ଅଭାବର ପରିପୂରଣ ଜୀବନକୁ ଅଧ‌ିକ ସହଜ ଓ ଆରାମପ୍ରଦ କରିଥାଏ, ତାହାକୁ ଆରାମଦାୟକ ଅଭାବ କୁହାଯାଏ ।

16. ଡାକ୍ତର ଓ ଅଧ୍ୟାପକଙ୍କ ସେବା କେଉଁ ପ୍ରକାରର ଦ୍ରବ୍ୟ ?
Answer:
ଡାକ୍ତର ଓ ଅଧ୍ୟାପକଙ୍କ ସେବା ଭୌତିକ ଦ୍ରବ୍ୟ ଅଟେ ।

17. ଋଣାତ୍ମକ ସମ୍ପଦ କ’ଣ ?
Answer:
ଯେଉଁ ସମ୍ପଦ ଲୋକ ବା ଦେଶର ଦେୟ, ତାହାକୁ ଋଣାତ୍ମକ ସମ୍ପଦ କୁହାଯାଏ ।

18. ସମ୍ପଦର ଦୁଇଟି ବୈଶିଷ୍ଟ୍ୟ ଲେଖ ।
Answer:
ସ୍ଥାନାନ୍ତର ଯୋଗ୍ୟତା ଓ ବିକ୍ରୟ ଯୋଗ୍ୟତା ହେଉଛି ସମ୍ପଦର ଦୁଇଗୋଟି ବୈଶିଷ୍ଟ୍ୟ ।

19. ବିଳାସମୂଳକ ଅଭାବ କ’ଣ ?
Answer:
ଯେଉଁ ଅଭାବର ପରିତୃପ୍ତିଦ୍ଵାରା ଆତ୍ମାଭିମାନ ଓ ବଡ଼ିମା ବଜାୟ ରଖାଯାଇପାରେ ତାହାକୁ ବିଳାସମୂଳକ ଅଭାବ କୁହାଯାଏ ।

20. ସମ୍ଭାବ୍ୟ ସମ୍ପଦ କ’ଣ ?
Answer:
ଯେଉଁ ସମ୍ପଦ ବ୍ୟବହୃତ ହୋଇନାହିଁ, ତାହାକୁ ସମ୍ଭାବ୍ୟ ସମ୍ପଦ କୁହାଯାଏ ।

21.ପରମ୍ପରାଗତ ଅତ୍ୟାବଶ୍ୟକ ଅଭାବ କ’ଣ ?
Answer:
ଯେଉଁ ଅତ୍ୟାବଶ୍ୟକ ଅଭାବ ଜୀବନଧାରଣ କିମ୍ବା ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସହାୟତା ପ୍ରଦାନ କରିନଥା’ନ୍ତି, କିନ୍ତୁ ସାମାଜିକ ପରମ୍ପରା ଓ ଅଭ୍ୟାସରୁ ଜାତ, ତାହାକୁ ପରମ୍ପରାଗତ ଅତ୍ୟାବଶ୍ୟକ ଅଭାବ କୁହାଯାଏ ।

22. ଆନ୍ତର୍ଜାତିକ ସମ୍ପଦ କ’ଣ ?
Answer:
ବିଶ୍ବର ସମସ୍ତ ରାଷ୍ଟ୍ରର ଅଧିକାରରେ ଥ‌ିବା ସମ୍ପଦକୁ ଆନ୍ତର୍ଜାତିକ ସମ୍ପଦ କୁହାଯାଏ ।

23. ଅଭାବଗୁଡ଼ିକ ପରସ୍ପରର ଅନୁପୂରକ କହିଲେ କ’ଣ ବୁଝ ?
Answer:
ଯେଉଁ ଅଭାବଗୁଡ଼ିକ ଅନ୍ୟ ଅଭାବର ସାହାଯ୍ୟ ନ ନେଇ ପୂରଣ ହୋଇପାରେ ନାହିଁ (ମଟରଗାଡ଼ି ଓ ପେଟ୍ରୋଲ) ସେଗୁଡ଼ିକ ଅନୁପୂରକ ଅଭାବ କୁହାଯାଏ ।

24. ଉତ୍ପାଦକ ଦ୍ରବ୍ୟ କ’ଣ ?
Answer:
ହଳ, ମେସିନ୍, ସାର, ପୋକମରା ଔଷଧ, ବିହନ ପରି ଦ୍ରବ୍ୟଗୁଡ଼ିକ ଖାଉଟି ଦ୍ରବ୍ୟ ଉତ୍ପାଦନରେ ସାହାଯ୍ୟ କରୁଥିବାରୁ ଏଗୁଡ଼ିକ ପରୋକ୍ଷରେ ମାନବିକ ଅଭାବ ପୂରଣ କରନ୍ତି, ତେଣୁ ଏଗୁଡ଼ିକୁ ଉତ୍ପାଦକ ଦ୍ରବ୍ୟ କୁହାଯାଏ ।

25. ଘରୋଇ ଦ୍ରବ୍ୟ କହିଲେ କ’ଣ ବୁଝ ?
Answer:
ଯେଉଁ ଦ୍ରବ୍ୟର ମାଲିକ କଣେ ବ୍ୟକ୍ତିବିଶେଷ, ତାହାକୁ ଘରୋଇ ଦ୍ରବ୍ୟ କୁହାଯାଏ ।

26. ଖାଉଟି ଦ୍ରବ୍ୟ କ’ଣ ?
Answer:
ଘିଅ, ଚକୋଲେଟ୍, ସେଓ, ରସଗୋଲା ପରି ଯେଉଁ ଦ୍ରବ୍ୟଗୁଡ଼ିକ ମାନବିକ ଅଭାବକୁ ପ୍ରତ୍ୟକ୍ଷ ଭାବରେ ପୂରଣ କରନ୍ତି, ସେଗୁଡ଼ିକୁ ଖାଉଟି ଦ୍ରବ୍ୟ କୁହାଯାଏ ।

27. ସ୍ଥାୟୀ ଦ୍ରବ୍ୟ କ’ଣ ?
Answer:
ସାବୁନ, ଅଙ୍ଗୁର, ଚକୋଲେଟ୍‌, ମିଠା ପରି ଯେଉଁ ଦ୍ରବ୍ୟଗୁଡ଼ିକ ମାନବିକ ଅଭାବକୁ ପ୍ରତ୍ୟକ୍ଷ ଭାବରେ ପୂରଣ କରନ୍ତି, ତାହାକୁ ଖାଉଟି ଦ୍ରବ୍ୟ କୁହାଯାଏ ।

28. ଅର୍ଥନୈତିକ ଦ୍ରବ୍ୟ କ’ଣ ?
Answer:
ଯେଉଁ ଦ୍ରବ୍ୟଗୁଡ଼ିକ (ବହି, ଟେଲିଭିଜନ୍, ସାଇକେଲ) ପାଉଣା ନ ଦେଲେ ପ୍ରାପ୍ତି ହୁଏ ନାହିଁ ଏବଂ ଯେଉଁଗୁଡ଼ିକର ଯୋଗାଣ ମାଗଣ ତୁଳନାରେ ସ୍ଵଳ୍ପତର, ତାହାକୁ ଅର୍ଥନୈତିକ ଦ୍ରବ୍ୟ କୁହାଯାଏ ।

29. ନଷ୍ଟଶୀଳ ଦ୍ରବ୍ୟ କ’ଣ ?
Answer:
ଭାତ, ରୁଟି, ଛେନା, ପନିପରିବା ପରି ଯେଉଁ ଦ୍ରବ୍ୟଗୁଡ଼ିକ ମାନବିକ ଅଭାବକୁ ଥରେ ମାତ୍ର ପୂରଣ କରନ୍ତି, ସେଗୁଡ଼ିକୁ ନଷ୍ଟଶୀଳ ଦ୍ରବ୍ୟ କୁହାଯାଏ ।

30. ସରକାରୀ ଦ୍ରବ୍ୟ କ’ଣ ?
Answer:
ଯେଉଁ ଦ୍ରବ୍ୟଗୁଡ଼ିକ (ସୂର୍ଯ୍ୟାଲୋକ, ନଦୀଜଳ, ମରୁଭୂମିର ବାଲି) ପାଉଣା ନ ଦେଇ ପ୍ରାପ୍ତି ହୁଏ, ସେଗୁଡ଼ିକୁ ଅବାଧଲବ୍‌ଧ ଦ୍ରବ୍ୟ କୁହାଯାଏ

CHSE Odisha Class 12 Economics Chapter 3 Objective Questions in Odia Medium

31. ସରକାରୀ ଦ୍ରବ୍ୟ କ’ଣ ?
Answer:
ଯେଉଁ ଦ୍ରବ୍ୟ ସରକାରଙ୍କ ମାଲିକାନାରେ ଥାଏ, ତାହାକୁ ସରକାରୀ ଦ୍ରବ୍ୟ ସର୍ବସାଧାରଣଙ୍କ ଦ୍ରବ୍ୟ (ପୋଲ, ରାସ୍ତା, ରେଳବାଇ) କୁହାଯାଏ

32. ଅନ୍ତିମ ଦ୍ରବ୍ୟ କ’ଣ ?
Answer:
ଚୂଡ଼ାନ୍ତ ଦ୍ରବ୍ୟ ହିସାବରେ ବଜାରରେ ଉପଭୋଗ ଦ୍ରବ୍ୟ କିମ୍ବା ଉତ୍ପାଦକ ଦ୍ରବ୍ୟ ହିସାବରେ ବିକ୍ରୟ ହେଉଥ‌ିବ ତାହାକୁ ଅନ୍ତିମ ଦ୍ରବ୍ୟ କୁହାଯାଏ ।

33. ଅନ୍ତବର୍ତୀ ଦ୍ରବ୍ୟ କାହାକୁ କୁହାଯାଏ ?
Answer:
ଯେଉଁ ଦ୍ରବ୍ୟ ଅନ୍ୟ ଦ୍ରବ୍ୟ ଉତ୍ପାଦନରେ ବ୍ୟବହୃତ ହୁଏ, ତାହାକୁ ଅନ୍ତବର୍ତୀ ଦ୍ରବ୍ୟ କୁହାଯାଏ ।

CHSE Odisha Class 12 Economics Chapter 1 Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 1 ଅର୍ଥଶାସ୍ତ୍ରର ସଂଜ୍ଞା, ପରିସର ଓ ବିଷୟବସ୍ତୁ Long Answer Questions

CHSE Odisha 12th Class Economics Chapter 1 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ସମ୍ପଦ ସଂଜ୍ଞାର ବୈଶିଷ୍ଟ୍ୟ ଆଲୋଚନା କର ।
Answer:
‘ଅର୍ଥଶାସ୍ତ୍ର’ ଅଧ୍ୟୟନର ଭିନ୍ନ ବିଷୟବସ୍ତୁ ହିସାବରେ 1776 ମସିହାରେ ଜନ୍ମଲାଭ କଲା । ଇଂରେଜ ଅର୍ଥଶାସ୍ତ୍ରୀ ଆଡ଼ାମ ସ୍ମିଥ୍ ତାଙ୍କର ବିଖ୍ୟାତ ପୁସ୍ତକ ‘ରାଷ୍ଟ୍ର ସମ୍ପଦର ପ୍ରକୃତି ଓ କାରଣର ଅନୁସନ୍ଧାନ’ (An Enquiry into the Nature and Causes of Wealth of Nations) ଉକ୍ତ ବର୍ଷ ପ୍ରକାଶ କରି ଅର୍ଥନୀତିର ପିତା ହିସାବରେ ପ୍ରସିଦ୍ଧିଲାଭ କଲେ । ତାଙ୍କ ମତରେ ଅର୍ଥଶାସ୍ତ୍ର ଏକ ‘ସଂପଦର ବିଜ୍ଞାନ’ ବୋଲି ବ୍ୟାଖ୍ୟା କରିଥିଲେ । ସ୍ମିଥ୍ଙ୍କର ଶିଷ୍ୟମାନେ ମଧ୍ୟ ଏହି ସଂଜ୍ଞାର ପ୍ରଚାର ଓ ପ୍ରସାର କଲେ ।

ସେଥିମଧ୍ୟରୁ ଆମେରିକାର A.A.Walker ଅର୍ଥଶାସ୍ତ୍ର ସଂପଦ ସମ୍ବନ୍ଧୀୟ ଜ୍ଞାନ ବୋଲି ପ୍ରଚାର କଲେ । ଫ୍ରାନ୍ସର J.B.Sayଙ୍କ ମତରେ ଅର୍ଥଶାସ୍ତ୍ର ସଂପଦକୁ ନିୟନ୍ତ୍ରଣ କରୁଥିବା ଏକ ବିସ୍‌ର ଅଧ୍ୟୟନ ବୋଲି କହିଥିଲେ । ପ୍ରସିଦ୍ଧ ଦାର୍ଶନିକ ଜିନ୍ ଷ୍ଟୁଆର୍ଟ ମିଲ୍‌ଙ୍କ ମତରେ ମାନବୀୟ ସଂପଦର ଜ୍ଞାନକୁ ଅର୍ଥଶାସ୍ତ୍ର କୁହାଯାଏ ଅର୍ଥନୀତିର ଏହି ସମ୍ପଦ ସଂଜ୍ଞାକୁ ଅନେକ ଅର୍ଥଶାସ୍ତ୍ରୀଙ୍କଦ୍ୱାରା ସମାଲୋଚିତ ହୋଇଛି ।

ସମ୍ପଦ ସଂଜ୍ଞାର ବୈଶିଷ୍ଟ୍ୟ :
(i) ସଂପଦ କହିଲେ ଏଠାରେ କେବଳ ଭୌତିକ ବସ୍ତୁଗୁଡିକୁ ବୁଝାଏ ।
(ii) ସଂପଦ କିପରି ଉତ୍ପାଦିତ ହୁଏ ଓ ଉପଯୋଗ ହୁଏ, ଅର୍ଥଶାସ୍ତ୍ର ତାହା ଅନୁଧ୍ୟାନ କରେ । ତେଣୁ ଅର୍ଥଶାସ୍ତ୍ର ଯଥାର୍ଥରେ ସଂପଦର ଏକକ ଅଧ୍ୟୟନ ଅଟେ ।
(iii) ସେବା ସମୂହ ବା କଲ୍ୟାଣ ସାଧନସ୍ଥଳେ ଏହା ଉଦାସୀନତା ପ୍ରକାଶ କରେ ।
(iv) ମଣିଷର କାର୍ଯ୍ୟକଳାପକୁ ସର୍ବପ୍ରଧାନ ଲକ୍ଷ୍ୟ ହେଲା- ସଂପଦ ଅର୍ଜନ କରିବା ଓ ବ୍ୟୟ କରିବା । ଏହା ଫଳରେ ଜାତୀୟ ସଂପଦର ବୃଦ୍ଧି ସମ୍ଭବ ହୋଇପାରିବ ।
(v) ଚାହିଦା ତୁଳନାରେ ଭୌତିକ ଦ୍ରବ୍ୟଗୁଡ଼ିକ ସ୍ଵଳ୍ପ ହୋଇଥିବା ବିଧେୟ ।
(vi) ଅଭାବ ପରିତୃପ୍ତି ନିମନ୍ତେ ଭୌତିକ ବସ୍ତୁ ବା ସମ୍ପଦଗୁଡ଼ିକ ଆବଶ୍ୟକ ହୁଅନ୍ତି ।

ଆଡ଼ାମ ସ୍ମିଥଙ୍କଦ୍ୱାରା ପ୍ରଦତ୍ତ ଅର୍ଥଶାସ୍ତ୍ରର ଏହି ସଂପଦ ସଂଜ୍ଞାକୁ ଅନେକ ପ୍ରତିଷ୍ଠିତ ଅର୍ଥଶାସ୍ତ୍ରୀମାନେ ସମର୍ଥନ କରିଥିଲେ । ସେମାନଙ୍କ ମଧ୍ୟରେ ଆମେରିକାର A.A.Walker ଏବଂ J.B.Say ଆଦି ଅନ୍ୟତମ।
ପରବର୍ତ୍ତୀ କାଳରେ ଏହି ସଂଜ୍ଞାକୁ ବିଭିନ୍ନ କାରଣରୁ ବିଚାର କରାଯାଇ ସଂପଦ ସଂଜ୍ଞାକୁ ଅର୍ଥଶାସ୍ତ୍ରର ଏକ ଅସମ୍ପୂର୍ଣ ସଂଜ୍ଞାର ଆଖ୍ୟା ଦିଆଯାଇଥିଲା ଏବଂ ବିଭିନ୍ନ ଆଧାର ତତ୍ତ୍ଵଗୁଡିକୁ ମଧ୍ୟ ସମାଲୋଚନା କରାଯାଇଥିଲା । ସେଗୁଡ଼ିକୁ ନିମ୍ନରେ ଆଲୋଚନା କରାଗଲା

(1) ମାନବ କଲ୍ୟାଣକୁ ଉପେକ୍ଷା : ଅର୍ଥଶାସ୍ତ୍ରର ସମ୍ପଦ ସଂଜ୍ଞାରେ ମାନବ କଲ୍ୟାଣକୁ ଉପେକ୍ଷା କରାଯାଇଥିଲା । ସମ୍ପଦକୁ ଅଧିକ ଗୁରୁତ୍ଵ ଦେବାଦ୍ୱାରା ତତ୍କାଳୀନ ଅର୍ଥଶାସ୍ତ୍ର ଓ ଅର୍ଥଶାସ୍ତ୍ରୀମାନେ ସମାଲୋଚକମାନଙ୍କଦ୍ୱାରା ନିନ୍ଦିତ ହୋଇଥିଲେ ।
ସମ୍ପଦ ମନୁଷ୍ୟ ପାଇଁ ଉଦ୍ଦିଷ୍ଟ । ମାନବ କଲ୍ୟାଣର ଅଗ୍ରଗତି ଅର୍ଥଶାସ୍ତ୍ରର ମୂଳ ଲକ୍ଷ୍ୟ । ସମ୍ପଦ ଏକ ମାଧ୍ୟମ ମାତ୍ର । ସମ୍ପଦ ଉପରେ ମାତ୍ରାଧ‌ିକ ଗୁରୁତ୍ବ ଆରୋପ କରି ଅର୍ଥଶାସ୍ତ୍ରର ସଂପଦ ସଂଜ୍ଞା ମାନବ ଓ ତା’ର କଲ୍ୟାଣ ସାଧନକୁ ଉପେକ୍ଷା କଲା ।

(2) ଅର୍ଥନୀତିକ ମାନବ : ଶ୍ରେଣୀୟ ଅର୍ଥଶାସ୍ତ୍ରୀମାନେ ବିଶ୍ୱାସ କରୁଥିଲେ ଯେ ଆର୍ଥନୀତିକ ମାନବ ସର୍ବଦା ସ୍ୱାର୍ଥପର । ବ୍ୟକ୍ତିଗତ ସ୍ଵାର୍ଥସାଧନ ନିମିତ୍ତ ସେ ସର୍ବଦା ସମ୍ପଦ ଅର୍ଜନ ପାଇଁ ଚେଷ୍ଟା କରିଥାଏ । ବ୍ୟକ୍ତିଗତ ସ୍ଵାର୍ଥ ଓ ସାମାଜିକ ସ୍ଵାର୍ଥ ପରସ୍ପର ପରିପୂରକ । ମାତ୍ର ଏହା ସତ୍ୟର ଅପଳାପ କହିଲେ ଅତ୍ୟୁକ୍ତି ହେବ ନାହିଁ । ସମ୍ପଦ ଅର୍ଜନ ଓ ପରିବ୍ୟୟବେଳେ ବ୍ୟକ୍ତିଗତ ସ୍ଵାର୍ଥ ଓ ସାମାଜିକ ସ୍ଵାର୍ଥ ପରସ୍ପର ପରିପନ୍ଥୀ ହୋଇପାରନ୍ତି । ସୁତରାଂ ମାନବୀୟ ଆଚରଣର ତ୍ରୁଟିପୂର୍ଣ୍ଣ ବ୍ୟାଖ୍ୟା ପାଇଁ ଉକ୍ତ ସଂଜ୍ଞା | ସମାଲୋଚକଙ୍କଦ୍ବାରା ପ୍ରତ୍ୟାଖ୍ତ ହେଲା ।

(3) ସ୍ଵଚ୍ଛତା ଓ ଚୟନର ଉପେକ୍ଷା : ସମ୍ପଦ ସଂଜ୍ଞାରେ ସ୍ଵଳ୍ପତା ଓ ଚୟନକୁ ଉପେକ୍ଷା କରାଯାଇଛି । ମାତ୍ର ଆଧୁନିକ ଅର୍ଥଶାସ୍ତ୍ରୀମାନଙ୍କ ମତରେ ଅର୍ଥଶାସ୍ତ୍ର ମୁଖ୍ୟତଃ ସମ୍ପଦର ସ୍ଵଚ୍ଛତା ଓ ଚୟନ ବିଷୟରେ ଅଧ୍ୟୟନ କରିଥାଏ ।

(4) ସମ୍ପଦର ସଂକୀର୍ଣ୍ଣ ବ୍ୟାଖ୍ୟା : ଆଡ଼ାମ ସ୍ମିଥ୍ ଓ ତାଙ୍କର ଅନୁଗତମାନଙ୍କଦ୍ୱାରା ନିରୂପଣ ସଂଜ୍ଞା, ସମ୍ପଦର ସଂକୀର୍ଣ୍ଣ ବ୍ୟାଖ୍ୟା ଉପରେ ପର୍ଯ୍ୟବସିତ ଥିଲା । କେବଳ ଭୌତିକ ଦ୍ରବ୍ୟଗୁଡ଼ିକ ସଂପଦ ପଦବାଚ୍ୟ ହେଉଥିଲା । ଡାକ୍ତରଙ୍କ ସେବା, ଅଧ୍ୟାପକଙ୍କ ଅଧ୍ୟାପନା, ବୈଜ୍ଞାନିକଙ୍କ ଗବେଷଣା ଆଦି ଅଭୌତିକ ଦ୍ରବ୍ୟଗୁଡ଼ିକ ସମ୍ପଦ ପଦବାଚ୍ୟ ହେଉନଥିଲା । ସଂପଦର ଏହି ସଂକୀର୍ଣ୍ଣ ବ୍ୟାଖ୍ୟା ଯୋଗୁ ଏହି ସଂଜ୍ଞା ପ୍ରତ୍ୟାଖ୍ୟାତ ହେଲା ।

(5) ବିମର୍ଷ ବିଜ୍ଞାନ : ସଂପଦ ସଂଜ୍ଞାରୁ ଧାରଣା ସୃଷ୍ଟି ହେଲା ଯେ, ସମ୍ପଦ ଅର୍ଜନ ହିଁ ମଣିଷର ଏକମାତ୍ର ଲକ୍ଷ୍ୟ । ପ୍ରତ୍ୟେକ ମଣିଷ କେବଳ ଲାଭକ୍ଷତି, ଦରଦାମ ନେଇ ବ୍ୟସ୍ତ ବୋଲି ଏହି ସଂଜ୍ଞା ପ୍ରତିପାଦିତ କଲା । ସଂପଦକୈନ୍ଦ୍ରିକ ମନୁଷ୍ୟ ସ୍ୱଭାବତଃ ସ୍ବାର୍ଥପର ଓ ହୃଦୟହୀନ । ଯଦି ସମାଜରେ ଧନ ହିଁ ସବୁକିଛି ତାହାହେଲେ ମଣିଷର ସ୍ନେହ, ସେବା, ସଦ୍‌ଭାବ ଆଦି ଉଚ୍ଚ ଆଦର୍ଶର ସ୍ଥାନ କାହିଁ ? ଅନ୍ୟ ଅର୍ଥରେ କହିଲେ ଏହି ସଂଜ୍ଞାରୁ ସୃଷ୍ଟି ଜଣାଯାଉଛି ଯେ ଅର୍ଥାନ୍ଵେଷୀ, ସ୍ୱାର୍ଥପର ମନୁଷ୍ୟର କାର୍ଯ୍ୟକଳାପର ଆଲୋଚନା ହିଁ ଅର୍ଥଶାସ୍ତ୍ରର ବିଷୟବସ୍ତୁ । ମନୁଷ୍ୟକୁ ସ୍ୱାର୍ଥାନ୍ଧ ହେବାପାଇଁ ପ୍ରେରଣା କରୁଥିବାରୁ ଓ ଉଚ୍ଚତର ଆଦର୍ଶ ବିଷୟରେ ନୀରବ ରହୁଥ‌ିବାରୁ ରସ୍କିନ୍ (Ruskin) ଅର୍ଥଶାସ୍ତ୍ରକୁ ଏକ ନୀଚ ଓ ବିମର୍ଷ ଶାସ୍ତ୍ର (Dismal Science) ବୋଲି ଅଭିହିତ କରିଥିଲେ ।

ଏହିସବୁ କାରଣରୁ ସମ୍ପଦ ସଂଜ୍ଞା ଆଧୁନିକ ଅର୍ଥଶାସ୍ତ୍ରୀ- ମାନଙ୍କଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଛି । ସେମାନଙ୍କ ପ୍ରଦତ୍ତ ସଂଜ୍ଞାରେ ମନୁଷ୍ୟ ଓ ତାହାର କାର୍ଯ୍ୟାବଳୀ ମୁଖ୍ୟ ଓ ସମ୍ପଦ ଗୌଣ ସ୍ଥାନ ଅଧିକାର କରିଛି ।

CHSE Odisha Class 12 Economics Chapter 1 Long Answer Questions in Odia Medium

2. ‘ଅର୍ଥଶାସ୍ତ୍ର ଏକ ମନୋନୟନ ବିଜ୍ଞାନ’’ – ଆଲୋଚନା କର ।
Answer:
ଇଂରେଜ ଅର୍ଥଶାସ୍ତ୍ରୀ ପ୍ରଫେସର୍ ଲିଓନେଲ୍ ରବିନ୍‌ସଙ୍କ ଦ୍ବାରା ରଚିତ ପୁସ୍ତକ “Nature and Significance of Economics Science” (ଅର୍ଥନୀତିକ ବିଜ୍ଞାନର ପ୍ରକୃତି ଓ ଗୁରୁତ୍ଵ) । 1932 ମସିହାରେ ପ୍ରକାଶିତ ହେବା ପର୍ଯ୍ୟନ୍ତ ମାର୍ଶାଲ୍‌ଙ୍କଦ୍ବାରା ପ୍ରଦତ୍ତ କଲ୍ୟାଣକାରୀ ସଂଜ୍ଞା ସାଧାରଣତଃ ଅର୍ଥଶାସ୍ତ୍ରର ସଂଜ୍ଞା ରୂପେ ଗ୍ରହଣୀୟ ହୋଇଥିଲା । ମାତ୍ର ଲଣ୍ଡନ ବିଶ୍ଵ ବିଦ୍ୟାଳୟର ପ୍ରଫେସର ରବିନ୍ସ ଅର୍ଥଶାସ୍ତ୍ରର କଲ୍ୟାଣକାରୀ ସଂଜ୍ଞାର ଦୃଢ଼ ସମାଲୋଚନାକରିବା ସଙ୍ଗେସଙ୍ଗେ ଜୀବନର କେତେକ ମୌଳିକ ବୈଶିଷ୍ଟ୍ୟରୁ ହିଁ ଅର୍ଥଶାସ୍ତ୍ରକୁ ଜନ୍ମ ଦେବାକୁ ଯାଇ ଏହାର ଏକ ଅଧ୍ଵ ଯଥାଯଥ ଓ ପ୍ରମାଣଯୋଗ୍ୟ ସଂଜ୍ଞା ଉକ୍ତ ପୁସ୍ତକରେ ପ୍ରଦାନ କରିଥିଲେ ।

ସେ ଉପଲବ୍‌ କଲେ ଯେ, ସାମାଜିକ ଅର୍ଥନୀତିକ କ୍ଷେତ୍ର ସମସ୍ୟାବହୁଳ ଓ ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆର୍ଥନୀତିକ କାର୍ଯ୍ୟକ୍ରମଗୁଡ଼ିକ ସଂଘଟିତ ହୁଏ । ତେଣୁ ଅର୍ଥଶାସ୍ତ୍ର ଅଧ୍ୟୟନର ମୂଳଲକ୍ଷ୍ୟ ହେଲା- ଆର୍ଥନୀତିକ ସମସ୍ୟାଗୁଡ଼ିକୁ ସମାଧାନ କରିବା । ଏହାକୁ ଆଧାର କରି ରବିନ୍ସଙ୍କ ସଂଜ୍ଞା ପ୍ରଦାନ କରାଯାଇଅଛି ।

ରବିନ୍ସଙ୍କ ଭାଷାରେ ‘ଅସୀମ ଅଭାବ ଓ ବିକଳ୍ପ ବ୍ୟବହାରଯୁକ୍ତ ସସୀମ ସମ୍ବଳ ମଧ୍ୟରେ ଥିବା ସମ୍ପର୍କ ପରିପ୍ରେକ୍ଷୀରେ ମାନବିକ ଆଚରଣ ଅଧ୍ୟୟନ କରୁଥିବା ବିଜ୍ଞାନକୁ ହିଁ ଅର୍ଥଶାସ୍ତ୍ର କୁହାଯାଏ ।’ ରବିସଙ୍କ ସଂଜ୍ଞା ବିଶ୍ଳେଷଣ କଲେ ମାନବ ଜୀବନର କେତୋଟି ମୌଳିକ ବୈଶିଷ୍ଟ୍ୟ ଓ ସେମାନଙ୍କର ପାରସ୍ପରିକ ସମ୍ପର୍କରୁ ହିଁ ଯେ ଅର୍ଥଶାସ୍ତ୍ର ସୃଷ୍ଟି ଏକଥା ସ୍ପଷ୍ଟ ଅନୁମାନ କରିହେବ ।

ବୈଶିଷ୍ଟ୍ୟ :
(1) ଅସୀମ ଅଭାବ – ମାନବର ଅଭାବ ଅସୀମ । ଗୋଟିଏ ଅଭାବ ପରିତୃପ୍ତି ହେବାମାତ୍ର ଅନ୍ୟ ଏକ ଅଭାବ ଦେଖାଦିଏ । ଏହା ମାନବ ଜୀବନର ଏକ ମୌଳିକ ବୈଶିଷ୍ଟ୍ୟ । ଯଦି ଆମର ଅଭାବ ଅସୀମ ହୋଇନଥାନ୍ତା, ତେବେ ଆମ ପାଇଁ କୌଣସି ଅର୍ଥନୈତିକ ସମସ୍ୟା ଦେଖାଦିଅନ୍ତା ନାହିଁ । ଯେହେତୁ ମାନବର ଅଭାବ ଅସୀମ, ଆମେ ସମସ୍ତେ ସମସ୍ତ ଅଭାବକୁ ପରିତୃପ୍ତି କରିବା ଅସମ୍ଭବ । ଆମକୁ ଜରୁରୀ ଅଭାବଗୁଡ଼ିକୁ ନିର୍ବାଚନ କରି କମ୍ ଜରୁରୀ ଅଭାବଗୁଡ଼ିକୁ ସ୍ଥଗିତ ରଖିବାକୁ ପଡ଼ିବ ବା “ସ୍ଥଳବିଶେଷରେ ପରିତ୍ୟାଗ କରିବାକୁ ପଡ଼ିବ ।

(2) ସୀମିତ ସମ୍ବଳ ସମ୍ବଳ ମାଧ୍ୟମରେ ଅଭାବର ପରିତୃପ୍ତି ସମ୍ଭବ । କିନ୍ତୁ ଆମ ପାଖରେ ଥିବା ସମ୍ବଳ ସସୀମ ! ସମ୍ବଳ କହିଲେ ଆମ ପାଖରେ ଥ‌ିବା ଅର୍ଥ, ସମୟ, ଶକ୍ତି, ଦ୍ରବ୍ୟ ଓ ସେବା ଆଦିକୁ ବୁଝାଏ । ଏହାର ଯୋଗାଣ ଚାହିଦା ତୁଳନାରେ ସୀମିତ ହୋଇଥବାରୁ ଅର୍ଥନୈତିକ ସମସ୍ୟା ସୃଷ୍ଟିହୁଏ । ଯଦି ସମ୍ବଳ ଅସୀମ ହୋଇଥାନ୍ତା ତେବେ ଆମକୁ ଯେକୌଣସି ଅଭାବର ପରିତୃପ୍ତି ପାଇଁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ନ୍ତା ନାହିଁ ।

(3) ସମ୍ବଳର ବିକଳ୍ପ ବ୍ୟବହାର – ସୀମିତ ସମ୍ବଳର ବିକଳ୍ପ ବ୍ୟବହାର ରବିନ୍ସଙ୍କ ସଂଜ୍ଞାର ତୃତୀୟ ଉପାଦାନ । ଭୂମିକୁ ଶସ୍ୟ ବା ପରିବା ଚାଷ କରିବା ପାଇଁ ବ୍ୟବହାର କରାଯାଇପାରେ । ଏହାକୁ ବାସଗୃହ ନିର୍ମାଣ ବା ଖେଳପଡ଼ିଆ ପାଇଁ ମଧ୍ୟ ଉପଯୋଗ କରିହୁଏ । ଗୋଟିଏ ଏକଶହ ଟଙ୍କା ସାହାଯ୍ୟରେ ବହିଟିଏ କିଣାଯାଇପାରେ ବା ମୋବାଇଲ ସେବା ଉପଭୋଗ କରାଯାଇପାରେ । ସମ୍ବଳର ବିକଳ୍ପ ବ୍ୟବହାର ଆମକୁ ଅଗ୍ରାଧ୍ୟାକାର ଭିଭିରେ ଅଭାବର ମନୋନୟନ ପାଇଁ ବାଧ୍ୟ କରିଥାଏ । ସୀମିତ ସମ୍ବଳର ବିକଳ୍ପ ବ୍ୟବହାର ଆର୍ଥନୈତିକ ସମସ୍ୟାକୁ ତୀବ୍ରତର କରିଥାଏ ।

(4) ସମାଧାନ – ମଣିଷର ଅଭାବ ଅସୀମ ହେଲେ ହେଁ ପ୍ରତ୍ୟେକ ଅଭାବର ତୀବ୍ରତା ସର୍ବଦା ସମାନ ନୁହେଁ । ସେଥୁମଧ୍ଯରୁ କେତେକ ଅଭାବ ଅଧିକ ଗୁରୁତ୍ଵପୂର୍ଣ୍ଣ ହେଲେ ଅନ୍ୟ କେତେକ ଗୌଣ ବୋଲି ବିବେଚିତ ହୁଅନ୍ତି । ତେଣୁ ରବିନ୍ସ ଦର୍ଶାଇଛନ୍ତି ଯେ ପ୍ରଥମେ ଅଭାବଗୁଡ଼ିକର ଗୁରୁତ୍ଵ ଆଧାରରେ ଏକ ତାଲିକା ପ୍ରସ୍ତୁତ କରିବା ଦରକାର । ଯେଉଁ ଅଭାବର ଆବଶ୍ୟକତା ସବୁଠାରୁ ଅଧ‌ିକ, ତାହା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବୋଲି ବିବେଚିତ ହୋଇ ତାଲିକାର ଶୀର୍ଷସ୍ଥାନ ଅଧିକାର କରିବ ଓ ଅନ୍ୟାନ୍ୟ ଅଭାବଗୁଡ଼ିକ ସେହିପରି କ୍ରମରେ ସ୍ଥାନିତ ହେବେ । ଶେଷ ସ୍ଥାନ ଅଧିକାର କରୁଥିବା ଅଭାବ ପ୍ରତି ନିଶ୍ଚିତ ସର୍ବନିମ୍ନ ଆବଶ୍ୟକତା ପ୍ରକାଶ ପାଇବ ।

ଏହାପରେ ଉପଲବ୍‌ଧ ସ୍ଵଳ୍ପ ସମ୍ବଳର ବିନିଯୋଗ କରାଯାଇ ଯଥାସମ୍ଭବ ଗୁରୁତ୍ଵଭିଭିକ ବା କ୍ରମିକ ଅଭାବଗୁଡିକୁ ପୂରଣ କରାଯିବ ଓ ଯଥାସମ୍ଭବ ପୂରଣ କରାଯିବ । ଏହାକୁ ଅଭାବର ମନୋନୟନ ପ୍ରକ୍ରିୟା କୁହାଯାଏ । ଆର୍ଥନୀତିକ ସମସ୍ୟାର ସମାଧାନର ସୂତ୍ର ଏକ ନିର୍ବାଚନ ପ୍ରକ୍ରିୟାରେ ସ୍ଵଳ୍ପ ସମ୍ବଳକୁ ସର୍ବାଧ‌ିକ ପରିତୃପ୍ତି ପ୍ରଦାନ କରି ବ୍ୟକ୍ତି ତଥା ରାଷ୍ଟ୍ର ସମସ୍ୟାର ସମାଧାନ କରେ । ଏହି କାରଣରୁ ଅର୍ଥଶାସ୍ତ୍ରକୁ ଏକ ଚୟନ ବା ମନୋନୟନ ବିଜ୍ଞାନ କୁହାଯାଏ ତଥାପି ରବିନସ୍‌ଙ୍କ ସଂଜ୍ଞା ମଧ୍ୟ ।

ସମାଲୋଚନା :
(i) ରବିନ୍ସଙ୍କ ସଂଜ୍ଞା ବ୍ୟକ୍ତିଙ୍କ ଚୟନ ଉପରେ ଗୁରୁତ୍ୱ ଆରୋପ କରେ ଏବଂ ଅର୍ଥବ୍ୟବସ୍ଥାକୁ ମଣିଷ ଓ ଅର୍ଥନୀତିକ ଦ୍ରବ୍ୟ ମଧ୍ୟ ପରସ୍ପର ନିର୍ଭରଶୀଳ ସମ୍ପର୍କର ଏକ କ୍ରମିକ ଧାରା ରୂପେ ବିଚାର କରେ । ତେଣୁ ଏହା ସାମାଜିକ ପସନ୍ଦର ଗୁରୁତ୍ବକୁ ନ୍ୟୁନ କରିଦେଇଛି ।
(ii) ଉକ୍ତ ସଂଜ୍ଞା ଆର୍ଥନୀତିକ ସମସ୍ୟା କ୍ଷେତ୍ରରେ ସମ୍ବଳ ଦୁଷ୍ପାପ୍ୟତା ପ୍ରତି ବିଶେଷ ଧ୍ୟାନ ଆକର୍ଷଣ କଲେ ହେଁ ବିକାଶ ପ୍ରତି ଦୃଷ୍ଟି ନିକ୍ଷେପ କରିନାହିଁ । ମାତ୍ର ବିକାଶ ଆମକୁ ଏହି ସମସ୍ୟାର ସମାଧାନ କ୍ଷେତ୍ରରେ ବିଶେଷ ସହାୟକ ହୋଇଥାଏ ।
(iii) ଏଠାରେ ଅର୍ଥଶାସ୍ତ୍ର ବିଭିନ୍ନ ଲକ୍ଷ୍ୟ, ଭଲ ବା ମନ୍ଦ ସ୍ଥଳେ ନିରପେକ୍ଷତା ଅବଲମ୍ବନ କରେ, ଯାହାର ପ୍ରଭାବ ମାନବିକ କଲ୍ୟାଣ ଉପରେ ଅନୁକୂଳ ବା ପ୍ରତିକୂଳ ପ୍ରଭାବ ପକାଇପାରେ । ତେଣୁ ଅର୍ଥଶାସ୍ତ୍ର ସର୍ବଦା ସମାଜ କଲ୍ୟାଣ ଲକ୍ଷ୍ୟ ପୋଷଣ କରିପାରି ନଥ୍‌ରୁ ନୈତିକ ମୂଲ୍ୟବୋଧକୁ ଆଂଶିକ ଉପେକ୍ଷା କରେ ।
(iv) ରବିନ୍ସଙ୍କ ମତରେ ସମ୍ବଳ ସ୍ଵଳ୍ପତା ଯାହା ଅର୍ଥନୀତିକ ସମସ୍ୟାର କାରଣ, ପ୍ରକୃତରେ ତାହା ଏକମାତ୍ର କାରଣ ନୁହେଁ । ଅନ୍ୟ କେତେକ ଅବସ୍ଥା ମଧ୍ୟ ଏହି ସମସ୍ୟାର କାରଣ, ଯାହା ରବିନ୍ସଙ୍କ ସଂଜ୍ଞାରେ ଉଲ୍ଲେଖ ହୋଇନାହିଁ । ତାହା ହେଲା ଅର୍ଥନୈତିକ ଉତ୍‌ଥାନ ଓ ପତନ, ଚାହିଦା ତୁଳନାରେ ଉତ୍ପାଦନ ସମ୍ପର୍କ ଇତ୍ୟାଦି ।
(v) ‘ଚୟନ ବିଜ୍ଞାନ’ ଅର୍ଥଶାସ୍ତ୍ରର ପରିସର ପ୍ରତି ଧ୍ୟାନ ଦିଏ ନାହିଁ । ତେଣୁ ଜେ.ଏଲ୍.ହାନ୍‌ସେନ୍‌ଙ୍କ ମତରେ ରବିନ୍‌ସଙ୍କ ସଂଜ୍ଞା ଅର୍ଥଶାସ୍ତ୍ରୀମାନଙ୍କ ନିମନ୍ତେ ଅଭିପ୍ରେତ ।

ଏହି ଦୃଷ୍ଟିରୁ ରବିନ୍‌ସଙ୍କ ସଂଜ୍ଞାରେ କେତେକ ତ୍ରୁଟି ଦେଖିବାକୁ ମିଳେ । ବିଶେଷ କରି ଆଧୁନିକ ଅର୍ଥବ୍ୟବସ୍ଥାର ଦୁଇଟି ମୁଖ୍ୟ ସମସ୍ୟା ହେଲା- ଅର୍ଥନୈତିକ ଅଗ୍ରଗତି ଓ ଅସ୍ଥିରତା ଯାହା ପ୍ରତି ଏହି ସଂଜ୍ଞା ଉପଯୁକ୍ତ ଗୁରୁତ୍ଵ ଦେଇ ନଥାଏ । ତଥାପି ଏହା ଆଧୁନିକ ଅର୍ଥଶାସ୍ତ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରେ ବୋଲି ବିଶ୍ଵାସ କରାଯାଇପାରେ ।

CHSE Odisha Class 12 Economics Chapter 1 Long Answer Questions in Odia Medium

3. ମାର୍ଶାଲଙ୍କଦ୍ୱାରା ପ୍ରଦତ୍ତ ଅର୍ଥଶାସ୍ତ୍ରର କଲ୍ୟାଣକାରୀ ସଂଜ୍ଞା ଆଲୋଚନା କର ।
Answer:
ଆଡ଼ାମ୍ ସ୍ମିଥ୍ଙ୍କଦ୍ୱାରା ପ୍ରଦତ୍ତ ଅର୍ଥଶାସ୍ତ୍ରର ସଂପଦ ସଂଜ୍ଞା ପ୍ରତ୍ୟାଖ୍ ହେବା ପରେ ଅନ୍ୟ ଏକ ଖ୍ୟାତିସମ୍ପନ୍ନ ଇଂରେଜ ଅର୍ଥଶାସ୍ତ୍ରୀ ପ୍ରଫେସର୍ ଆଲଫ୍ରେଡ୍‌ ମାର୍ଶାଲ ଅର୍ଥନୀତିର ଏକ ନୂତନ ସଂଜ୍ଞା ନିରୂପଣ କରିଥିଲେ । 1890 ମସିହାରେ ପ୍ରକାଶିତ ତାଙ୍କର ସ୍ଵରଚିତ ପୁସ୍ତକ ‘ଅର୍ଥଶାସ୍ତ୍ରର ତତ୍ତ୍ଵାବଳୀ’ (Principles of Economics)ରେ ସେ ଅର୍ଥଶାସ୍ତ୍ରର ଯେଉଁ ସଂଜ୍ଞା ପ୍ରଦାନ କରିଥିଲେ, ତାହା କଲ୍ୟାଣକାରୀ ସଂଜ୍ଞା ରୂପେ ବିଖ୍ୟାତ ହେଲା ।

ମାର୍ଶାଲଙ୍କ ମତରେ ‘ଅର୍ଥଶାସ୍ତ୍ର ହେଉଛି ମାନବ ସମାଜର ଦୈନନ୍ଦିନ କାର୍ଯ୍ୟକଳାପର ଏକ ଅଧ୍ୟୟନ । ଅର୍ଥଶାସ୍ତ୍ର ମାନବର ବ୍ୟକ୍ତିଗତ ଓ ସାମାଜିକ କାର୍ଯ୍ୟାବଳୀର ସେହି ଅଂଶକୁ ଅନୁଧ୍ୟାନ କରେ ଯାହାକି କଲ୍ୟାଣ ପାଇଁ ଆବଶ୍ୟକ ଭୌତିକ ବସ୍ତୁର ପ୍ରାପ୍ତି ଓ ବ୍ୟବହାର ସହିତ ଘନିଷ୍ଠ ଭାବରେ ଜଡ଼ିତ । ତେଣୁ ଗୋଟିଏ ଦିଗରେ ଏହା ସଂପଦର ଅଧ୍ୟୟନ ଓ ଅନ୍ୟ ଏକ ଅଧିକ ଗୁରୁତ୍ଵପୂର୍ଣ୍ଣ ଦିଗରେ ମଣିଷର ଅଧ୍ୟୟନର ଅଂଶବିଶେଷ ଅଟେ ।

ମାର୍ଶାଲଙ୍କ ପ୍ରଦତ୍ତ ସଂଜ୍ଞାରେ ମୁଖ୍ୟତଃ ତିନୋଟି ଦିଗକୁ ଗୁରୁତ୍ଵ ଦିଆଯାଇଅଛି ।

  • ଭୌତିକ ବସ୍ତୁଗୁଡ଼ିକ ମଣିଷର କଲ୍ୟାଣ ସାଧନ ନିମନ୍ତେ ଉପଯୋଗୀ ।
  • ଅର୍ଥଶାସ୍ତ୍ର ମାନବ ଜୀବନର ସାଧାରଣ କାର୍ଯ୍ୟାବଳୀକୁ ଅନୁଧ୍ୟାନ କରେ ।
  • ସେହି ସାଧାରଣ କାର୍ଯ୍ୟାବଳୀ ପାର୍ଥିବ ବସ୍ତୁଗୁଡ଼ିକର ଅର୍ଜନ ଓ ବିନିଯୋଗ ସହ ଘନିଷ୍ଠ ଭାବେ ଜଡ଼ିତ ।

ସମାଲୋଚନା :
ମାର୍ଶାଲଙ୍କ ସଂଜ୍ଞା ଅନେକ ଅର୍ଥଶାସ୍ତ୍ରୀମାନଙ୍କଦ୍ୱାରା ସମାଲୋଚିତ ହୋଇଥିଲା । ସେଥ୍ମଧ୍ୟରୁ ଲିଓନେଲ୍ ରବିନ୍ସ ଅନ୍ୟତମ । ଅର୍ଥଶାସ୍ତ୍ରର କଲ୍ୟାଣକାରୀ ସଂଜ୍ଞା ନିମ୍ନୋକ୍ତ କାରଣରୁ ସମାଲୋଚିତ ହୋଇଛି ।

(1) ମାର୍ଶାଲଙ୍କ କଲ୍ୟାଣକାରୀ ସଂଜ୍ଞାରେ କେବଳ କଲ୍ୟାଣ ବୃଦ୍ଧିକାରୀ ଦ୍ରବ୍ୟଗୁଡ଼ିକୁ ହିଁ ବିଚାରକୁ ନିଆଯାଇଛି । ମାତ୍ର ଅନ୍ୟପାର୍ଶ୍ଵରେ ମଦ୍ୟ, ସିଗାରେଟ୍ ଓ ଅଫିମ ଆଦି କେତେକ କ୍ଷତିକାରକ ଦ୍ରବ୍ୟ ମାନବର କଲ୍ୟାଣକୁ ଲୋପ କରିବାରେ ସହାୟକ ହୋଇଥାଏ । ଏହିଗୁଡ଼ିକୁ ମଧ୍ୟ ଅର୍ଥଶାସ୍ତ୍ର ଅଧ୍ୟୟନ କରେ । କାରଣ ସେଗୁଡିକ ମଣିଷର ଅଭାବକୁ ପରିତୃପ୍ତ କରିଥାନ୍ତି ।

(2) ମାର୍ଶାଲଙ୍କ ପ୍ରଦତ୍ତ ସଂଜ୍ଞା ସମ୍ପୂର୍ଣ ନୁହେଁ । କାରଣ ଏହା କେବଳ ପାର୍ଥିବ ଦ୍ରବ୍ୟର ଅର୍ଜନ ଓ ଏହାର ବ୍ୟବହାର ସମ୍ପର୍କରେ ଅଧ୍ୟୟନ କରେ । ଶିକ୍ଷକଙ୍କ ଶିକ୍ଷାଦାନ, ଡାକ୍ତରଙ୍କ ରୋଗୀ ସେବା ଆଦି ଅପାର୍ଥିବ ଦ୍ରବ୍ୟ ମାନବର ଅଭାବର ପରିପୂରିରେ ସହାୟକ କରେ । ଏହି ଅପାର୍ଥିବ ଦ୍ରବ୍ୟଗୁଡିକ ମାର୍ଶାଲଙ୍କ ସଂଜ୍ଞାରୁ ବାଦ ପଡ଼ିବା ଫଳରେ ଅର୍ଥଶାସ୍ତ୍ରର ସଜ୍ଞା ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଗଲା ।

(3) କଲ୍ୟାଣ ଏକ ସାମାଜିକ ଧାରଣା ଓ ବ୍ୟକ୍ତିବିଶେଷ ସ୍ଥଳେ ଭିନ୍ନ ଭିନ୍ନ ହୋଇଥିବାରୁ ଏହା ସଠିକ୍ ପରିମାପ ମଧ୍ୟ ସମ୍ଭବ ନୁହେଁ । ପିଗୁ ଏହି ସମାଜ କଲ୍ୟାଣକୁ ମୁଦ୍ରା ଆକାରରେ ମାପ କରିବାରେ ଚେଷ୍ଟା କରିଥିଲେ ହେଁ ଏହା ଏକ ପରିମାପ ନୁହେଁ ।

(4) ମାର୍ଶାଲଙ୍କ କଲ୍ୟାଣକାରୀ ସଂଜ୍ଞା ଅର୍ଥଶାସ୍ତ୍ରକୁ ଏକ ସାମାଜିକ ବିଜ୍ଞାନ ରୂପେ ବିଚାର କରିଛି । ସମାଜରେ ଥ‌ିବା ମନୁଷ୍ୟମାନଙ୍କର କାର୍ଯ୍ୟାବଳୀକୁ ଏହା ଅନୁଧ୍ୟାନ କରିଥାଏ । ଏହି ସଂଜ୍ଞାକୁ ଗ୍ରହଣ କଲେ ନିର୍ଜନ ଦ୍ଵୀପରେ ଏକାକୀ ବାସ କରୁଥିବା ରବିନସନ୍ କୁଶେ ଅର୍ଥନୀତିର ପରିସର ବାହାରେ ରହିଯିବେ । ଏହା ଗ୍ରହଣଯୋଗ୍ୟ ନୁହେଁ । କାରଣ ଏକାକୀ ବାସ କଲେ ମଧ୍ୟ ଅର୍ଥଶାସ୍ତ୍ର କେତେକ ମୌଳିକ ସୂତ୍ରଦ୍ଵାରା ପରିଚାଳିତ ହୋଇଥାଏ । ଜରୁରୀ ଆବଶ୍ୟକତାକୁ ସେ ଅଗ୍ରାଧ‌ିକାର ଦେଇ ତାଙ୍କର ସୀମିତ ସମ୍ବଳକୁ ବିନିଯୋଗ କରିଥାନ୍ତି । ତେଣୁ କେତେକ ଅର୍ଥଶାସ୍ତ୍ରୀଙ୍କ ମତରେ ଅର୍ଥଶାସ୍ତ୍ରକୁ ଏକ ସାମାଜିକ ବିଜ୍ଞାନ ଅପେକ୍ଷା ମାନବ ବିଜ୍ଞାନ ରୂପରେ ବିଚାର କରାଯିବା ଆବଶ୍ୟକ ।

4. ବ୍ୟଷ୍ଟି ଅର୍ଥନୀତି ସମ୍ପର୍କରେ ଆଲୋଚନା କର ।
Answer:
ବିଶିଷ୍ଟ ଇଂରେଜ ଅର୍ଥଶାସ୍ତ୍ରୀ ଆଡ଼ାମ୍ ସ୍ମିଥ୍ ଅର୍ଥଶାସ୍ତ୍ରର ସ୍ରଷ୍ଟା ରୂପେ ସମ୍ମାନିତ । ଅର୍ଥଶାସ୍ତ୍ର ଏକ ସାମାଜିକ ବିଜ୍ଞାନ । ସାମାଜିକ ବିଜ୍ଞାନର ପରିସର ଓ ବିଷୟବସ୍ତୁ ଅତି ବ୍ୟାପକ । ଏହାର ରାଜନୈତିକ, ସାମାଜିକ, ଐତିହାସିକ, ଅର୍ଥନୈତିକ ଆଦି ବିଭିନ୍ନ ଦିଗ ରହିଅଛି । ରାଜନୀତି ବିଜ୍ଞାନ ବ୍ୟକ୍ତିର ରାଜନୈତିକ ଜୀବନକୁ ଅଧ୍ୟୟନ କରେ । ସମାଜ ବିଜ୍ଞାନ ସାମାଜିକ ଜୀବନକୁ ଆଲୋଚନା କରିଥାଏ । ସେହିପରି ଅର୍ଥଶାସ୍ତ୍ର ସମାଜରେ ବ୍ୟକ୍ତିବିଶେଷଙ୍କର ଅର୍ଥନୈତିକ ଦିଗକୁ ଅଧ୍ୟୟନ ଓ ଆଲୋଚନା କରେ ।

ଦୁଇଟି ପୁରାତନ ଗ୍ରୀକ୍ ଶବ୍ଦରୁ ଅର୍ଥଶାସ୍ତ୍ର (Economics) ଶବ୍ଦର ଉତ୍ପତ୍ତି ଘଟିଅଛି । ଗ୍ରୀକ୍ ଶବ୍ଦ ଓଇକୋସ୍ (Oikos), ଯାହାର ଅର୍ଥ ପରିବାର ଏବଂ ନେମେନ୍ (Nemein), ଯାହାର ଅର୍ଥ ପରିଚାଳନାକୁ ନେଇ ଅର୍ଥଶାସ୍ତ୍ର (Economics)ର ସୃଷ୍ଟି ହୋଇଅଛି । ଏହାର ସମ୍ପୂର୍ଣ୍ଣ ଅର୍ଥ ହେଲା, ‘ପରିବାର ପରିଚାଳନା’ । ପରିବାରର ସମ୍ବଳ ସୀମିତ ଓ ଅଭାବ ଅନେକ । ତେଣୁ ପରିବାରକୁ ସଠିକ୍‌ଭାବେ ପରିଚାଳନା କରିବାପାଇଁ ବ୍ୟକ୍ତି ସର୍ବଦା ନିଜର ସୀମିତ ସମ୍ବଳ ଓ ଅସୀମ ଅଭାବ ମଧ୍ଯରେ ସଂଯୋଜନା ସ୍ଥାପନ କରି ପରିତୃପ୍ତିର ସର୍ବାଧ୍ଵରଣ ନିମିତ୍ତ ଚେଷ୍ଟିତ ହୋଇଥାଏ । ସେହିପରି ବ୍ୟକ୍ତିକୁ ନେଇ ଗଠିତ ମଣିଷ ସମାଜ ମଧ୍ୟ ସର୍ବଦା ସୀମିତ ସମ୍ବଳ ଓ ଅସୀମ ଲକ୍ଷ୍ୟର ସଂଯୋଜନା କରି ସାମାଜିକ ପରିତୃପ୍ତିର ସର୍ବାଧ୍ଵରଣ ନିମିତ୍ତ ପ୍ରୟାସୀ ହୋଇଥାଏ ।

ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟଲ୍‌ଙ୍କ ମତରେ, ଅର୍ଥଶାସ୍ତ୍ର ପରିବାର ଓ ରାଜ୍ୟ ପରିଚାଳନାକୁ ବୁଝାଏ । ଭାରତୀୟ ରାଜନୀତିଜ୍ଞ ଚାଣକ୍ୟ ଏହାକୁ ଉଭୟ ଆର୍ଥନୀତିକ ଓ ରାଜନୈତିକ କାର୍ଯ୍ୟକଳାପରେ ବ୍ୟବହାର କରିଥିଲେ । ମାର୍ଶାଲ୍‌ଙ୍କ ମତରେ ‘ସମ୍ପଦର ଉତ୍ପାଦନ, ଉପଭୋଗ, ବିନିମୟ ଓ ବଣ୍ଟନ ସମ୍ବନ୍ଧୀୟ ମାନବୀୟ କାର୍ଯ୍ୟକଳାପ ଏବଂ ବସ୍ତୁଗତ ଘଟଣାବଳୀ ସମ୍ବନ୍ଧରେ ଅଧ୍ୟୟନ କରିବା ହେଉଛି ଅର୍ଥନୀତିର ଅଭିପ୍ରାୟ ।’’

ଆଧୁନିକ ଅର୍ଥନୀତିଜ୍ଞ ସୁମେଟର (Schumpeter) ଓ ବୋଲ୍‌ (Boulding)ଙ୍କ ମତରେ, ଏହା ସମସ୍ତ ଆର୍ଥନୀତିକ କାର୍ଯ୍ୟକଳାପ, ଯଥା – ଉତ୍ପାଦନ, କାର୍ଯ୍ୟକୁଶଳତା, ଉତ୍ପାଦିକା ଶକ୍ତିରେ ହ୍ରାସ, ଅର୍ଥନୈତିକ ମାନ୍ଦା ଅବସ୍ଥା, ବେକାରି, ଦାରିଦ୍ର୍ୟ ଆଦିର କାରଣ ଉପରେ ମଧ୍ୟ ଆଲୋଚନା କରିଥାଏ ।

ଅର୍ଥନୈତିକ କାର୍ଯ୍ୟାବଳୀକୁ ନିମ୍ନୋକ୍ତ ପ୍ରକାରରେ ବିଭକ୍ତ କରାଯାଏ; ଯଥା –
(i) ଉପଭୋଗ, (ii) ଉତ୍ପାଦନ, (iii) ବିନିମୟ, (iv) ବଣ୍ଟନ । ଏହିସବୁ କାର୍ଯ୍ୟାବଳୀକୁ ଦୁଇଟି ପ୍ରକାରରେ ଅଧ୍ୟୟନ କରାଯାଇପାରେ – ବ୍ୟଷ୍ଟି ଅର୍ଥନୀତି ଓ ସମଷ୍ଟି ଅର୍ଥନୀତି।

1933 ମସିହାରେ ପ୍ରଫେସର ଫ୍ରିସିକ୍ ସର୍ବପ୍ରଥମେ ଅର୍ଥନୀତିକୁ ବ୍ୟଷ୍ଟି ଓ ସମଷ୍ଟି ଅର୍ଥନୀତି ନାମରେ ଦୁଇ ଭାଗରେ ବିଭକ୍ତ କରିଥିଲେ । ବ୍ୟଷ୍ଟି ବା Micro ଗ୍ରୀକ୍ ଶବ୍ଦ Mikros ରୁ ଉଦ୍ଧୃତ । Mikros ର ଅର୍ଥ କ୍ଷୁଦ୍ର । ତେଣୁ ବ୍ୟଷ୍ଟି ଅର୍ଥନୀତି କୌଣସି ଏକ ଉପଭୋକ୍ତା, ଏକ ପ୍ରତିଷ୍ଠାନ, ଏକ ବଜାର, ଏକ ଦ୍ରବ୍ୟର ଦାମ୍ ଇତ୍ୟାଦି ସମ୍ପର୍କରେ ଅଧ୍ୟୟନ କରିଥାଏ । ଏଠାରେ ଆଲୋଚନାର ପରିସର କ୍ଷୁଦ୍ର ଯାହା ସମୁଦାୟ ନୁହେଁ; ବରଂ ଏହା ସମୁଦାୟର ଏକ ଅଂଶ ।

ବ୍ୟଷ୍ଟି ଅର୍ଥନୀତି ଅନ୍ୟାନ୍ୟ ବିଷୟ ଅପରିବର୍ତ୍ତିତ ରହିବ ବୋଲି ସର୍ଭ ରଖୁଥାଏ । ଉଦାହରଣସ୍ୱରୂପ, ଆୟକୁ ସ୍ଥିର ରଖ୍ ଉପଭୋକ୍ତାଙ୍କ ସନ୍ତୁଳନ ବ୍ୟଷ୍ଟି ଅର୍ଥନୀତି ନିର୍ଦ୍ଧାରଣ କରିଥାଏ । ବ୍ୟଷ୍ଟି ଅର୍ଥନୀତି ଅର୍ଥବ୍ୟବସ୍ଥାରେ ଆଂଶିକ ସନ୍ତୁଳନ ନିର୍ଦ୍ଧାରଣ କରେ । ଅନ୍ୟାନ୍ୟ ବିଷୟ ସ୍ଥିର ରଖ୍ ଏହା ପୂର୍ଣ୍ଣ ସନ୍ତୁଳନ ସମ୍ବନ୍ଧରେ ଅଧ୍ୟୟନ ନ କରି ଏକ ନିର୍ଦ୍ଦିଷ୍ଟ ଅଂଶର ସନ୍ତୁଳନ ସମ୍ବନ୍ଧରେ ଆଲୋକପାତ କରେ । ଉପଭୋକ୍ତାଙ୍କ ସନ୍ତୁଳନ, ଉତ୍ପାଦନକାରୀଙ୍କ ସନ୍ତୁଳନ, ପ୍ରତିଷ୍ଠାନର ସନ୍ତୁଳନ ଇତ୍ୟାଦି ଆଂଶିକ ସନ୍ତୁଳନର ଉଦାହରଣ ।

ସାଧାରଣ ଭାବରେ ବ୍ୟଷ୍ଟି ଅର୍ଥନୀତି ସାଧରଣ ଦର ସ୍ତର ସ୍ଥିର ରଖ୍ ଆପେକ୍ଷିକ ଦରର ପରିବର୍ତ୍ତନ ସମ୍ବନ୍ଧରେ ଅଧ୍ୟୟନ କରେ । ଏହା ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର ଦର ନିର୍ଦ୍ଧାରଣ କରେ ଏବଂ ବ୍ୟଷ୍ଟି ଅର୍ଥନୀତି ତତ୍ତ୍ବ ଉପରେ ଗୁରୁତ୍ୱ ଆରୋପ କରିଥାଏ ।

CHSE Odisha Class 12 Economics Chapter 1 Long Answer Questions in Odia Medium

5. ଅର୍ଥଶାସ୍ତ୍ରର ପରିସର ଓ ବିଷୟବସ୍ତୁ ବିଷୟରେ ଆଲୋଚନା କର ।
Answer:
ଅର୍ଥଶାସ୍ତ୍ରର ପରିସର ‘ଅଭାବ’ ନାମକ ଅର୍ଥନୈତିକ ସମସ୍ୟାରୁ ହିଁ ଆରମ୍ଭ । ମାନବ ସଭ୍ୟତାର ବୃଦ୍ଧି ସଙ୍ଗେ ସଙ୍ଗେ ଅର୍ଥନୈତିକ ଅଭିବୃଦ୍ଧି ଘଟିଲା । ଯାହାଫଳରେ ଅର୍ଥଶାସ୍ତ୍ରର ପରିସର ବୃଦ୍ଧି ପାଇଲା । ମାନବର ଦୈନନ୍ଦିନ ଜୀବନରେ ଘଟୁଥ‌ିବା ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପ ଅର୍ଥଶାସ୍ତ୍ରର ପରିସର ଅନ୍ତର୍ଭୁକ୍ତ ହେଲା – ଏହାର ପରିସର ଏକ ପକ୍ଷରେ ଏକ ବ୍ୟକ୍ତିର ସମସ୍ୟା ସହିତ ଜଡ଼ିତ ହେଲାବେଳେ ଅନ୍ୟପକ୍ଷରେ ସାମୂହିକ ଅର୍ଥନୈତିକ ସମସ୍ୟା ସହିତ ଜଡ଼ିତ ହେଲା । ତେଣୁ ପ୍ରଥମ କରି ପ୍ରଫେସର ଫ୍ରିସିକଦ୍ବାରା ଅର୍ଥଶାସ୍ତ୍ରର ବିଷୟବସ୍ତୁକୁ ଦୁଇଭାଗରେ ବିଭକ୍ତ କରାଗଲା; ଯଥା – Micro Economics (ବ୍ୟଷ୍ଟି ଅର୍ଥନୀତି) ଓ Macro Economics (ସମଷ୍ଟି ଅର୍ଥନୀତି) । ନିମ୍ନରେ ବ୍ୟଷ୍ଟି ଓ ସମଷ୍ଟି ଅର୍ଥନୀତିର ବିଷୟବସ୍ତୁଗୁଡ଼ିକ ବିଷୟରେ ଆଲୋଚନା କରାଯାକଛି ।

A. ବ୍ୟଷ୍ଟି ଅର୍ଥନୀତି (Micro Economics) – ଏହି ଅର୍ଥନୀତି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି, ପ୍ରତିଷ୍ଠାନ ବା ଶିଳ୍ପକ୍ଷେତ୍ରର ଅର୍ଥନୈତିକ କାର୍ଯ୍ୟାବଳୀ ଅଧ୍ୟୟନ କରେ । ମୁଖ୍ୟତଃ ଏହା ଉପଭୋକ୍ତାର ଆଚରଣ ତତ୍ତ୍ବ, ଉତ୍ପାଦକର ଆଚରଣ ତତ୍ତ୍ବ ଏବଂ ଦରତ ବିଷୟରେ ଅଧ୍ୟୟନ କରିଥାଏ । ତେବେ ବ୍ୟଷ୍ଟି ଅର୍ଥନୀତି ପ୍ରଧାନତଃ ନିମ୍ନରେ ଆଲୋଚିତ ଚାରୋଟି ବିଷୟରେ ଅଧ୍ୟୟନ କରିଥାଏ ।

(1) ଉପଭୋଗ (Consumption) – ଅର୍ଥଶାସ୍ତ୍ରରେ ଉପଭୋଗର ଅର୍ଥ ହେଲା କୌଣସି ବସ୍ତୁର ବ୍ୟବହାର ଯୋଗୁଁ ଉପଯୋଗିତାର ଧ୍ଵଂସକୁ ବୁଝାଏ । ମାନବ କେଉଁ ନିୟମ ଉପଭୋଗ ପାଳନ କରିବାଦ୍ୱାରା ସର୍ବାଧ‌ିକ ଆତ୍ମତୃପ୍ତି ପାଇଥାଏ ତାହା ଆଲୋଚନା କରିଥାଏ । ଏହି ସମ୍ବନ୍ଧରେ ଆମେ କ୍ରମହ୍ରାସମାନ ଉପଯୋଗିତା ସୂତ୍ର, ସମସୀମାନ୍ତ ଉପଯୋଗିତା ସୂତ୍ର, ଚାହିଦା ସୂତ୍ର ଆଦି ଅଧ୍ୟୟନ କରିଥାଉ ।
(2) ଉତ୍ପାଦନ (Production) – ଉପଯୋଗିତାର ସୃଷ୍ଟିକୁ ଉତ୍ପାଦନ କୁହାଯାଏ । ଏହି ବିଷୟରେ ଆମେ ଉତ୍ପାଦନ ତତ୍ତ୍ବ, ଯୋଗାଣ ତତ୍ତ୍ବ ଆଦି ଅଧ୍ୟୟନ କରିଥାଉ ଯଦ୍ବାରା ଉତ୍ପାଦକ କିପରି ଲାଭବାନ ହୋଇପାରିବ ତାହା ଜାଣିହୁଏ ।
(3) ବିନିମୟ (Exchange) – ଶ୍ରମ ବିଭାଜନ ଫଳରେ ବିନିମୟ ବ୍ୟବସ୍ଥା ଏକାନ୍ତ ଆବଶ୍ୟକ ହୋଇପଡ଼ିଛି । ମୁଦ୍ରାର ପ୍ରଚଳନ ବ୍ୟାଙ୍କ ବ୍ୟବସ୍ଥାର ପ୍ରସାର ଦେଶମାନଙ୍କ ମଧ୍ୟରେ ବାଣିଜ୍ୟ କରିଛି । ଏହି ବିଷୟରେ ଆମେ ଦ୍ରବ୍ୟର ବିନିମୟ ବ୍ୟବସ୍ଥା, ଏହାର ଚାହିଦା ଓ ଯୋଗାଣ ଏବଂ ବିଶେଷତଃ ଦ୍ରବ୍ୟର ମୂଲ୍ୟ ନିରୂପଣ ଓ ବଜାରର ଅନ୍ୟାନ୍ୟ ଆନୁଷଙ୍ଗିକ ପରିସ୍ଥିତିକୁ ଆଲୋଚନା କରିଥାଉ ।
(4) ବଣ୍ଟନ (Distribution) – ଉତ୍ପାଦନରେ ବ୍ୟବହୃତ ଉପାଦାନ ଯଥା – ଭୂମି, ଶ୍ରମ, ପୁଞ୍ଜି ଓ ସଙ୍ଗଠନର ଅବଦାନ ଯୋଗୁଁ ଯେଉଁ ପ୍ରାପ୍ୟ ଅଧୂଶେଷ, ମଜୁରି, ସୁଧ ଓ ଲାଭ ଆକାରରେ ପାଇଥା’ନ୍ତି, ତାହାର ପରିମାପ ଏହି ବଣ୍ଟନ ବିଷୟରେ ଆଲୋଚିତ ହୋଇଥାଏ ।

B. ସମଷ୍ଟି ଅର୍ଥନୀତି (Macro Economics) – ଏହି ଅର୍ଥନୀତି ଅର୍ଥବ୍ୟବସ୍ଥାର ବିଭିନ୍ନ ସାମୂହିକ ଏକକମାନଙ୍କର ସାମଗ୍ରିକ ଅଧ୍ୟୟନ ହିଁ ସମଷ୍ଟି ଅର୍ଥନୀତିର ବିଷୟବସ୍ତୁ । ଜାତୀୟ ଆୟ, ନିୟୋଜନ, ସାମୂହିକ ଉତ୍ପାଦନ, ସାମୂହିକ ଚାହିଦା ଓ ଯୋଗାଣ । ରାଷ୍ଟ୍ରୀୟ ସଞ୍ଚୟ ଓ ନିବେଶ ଆଦି ସାମୂହିକ ଏକକମାନଙ୍କର ଅଧ୍ୟୟନ ଓ ବିଶ୍ଳେଷଣ ସମଷ୍ଟି ଅର୍ଥନୀତିରେ ଆଲୋଚିତ ହୋଇଥାଏ । ଉପରୋକ୍ତ ବିଷୟଗୁଡ଼ିକ ସଂକ୍ଷେପରେ ନିମ୍ନରେ ଆଲୋଚନା କରାଯାଇଛି । ଜାତୀୟ ଆୟ – ଏକ ନିର୍ଦ୍ଦିଷ୍ଟ ଆକଳନ ବର୍ଷରେ ଉତ୍ପାଦିତ ହୋଇଥ‌ିବା ଅନ୍ତିମ ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟ ସହ ନିଟ୍ ବୈଦେଶିକ ଉପାଦାନ ଆମ୍ଭର ସମଷ୍ଟିକୁ ଜାତୀୟ ଆୟ କୁହାଯାଏ । ଏହି ବିଷୟରେ ଜାତୀୟ ଆୟ କିପରି ଆକଳନ କରାଯାଏ ତାହା ଆଲୋଚନା କରାଯାଏ ।

(1) ଜାତୀୟ ଆୟ – ଏକ ନିର୍ଦ୍ଦିଷ୍ଟ ଆକଳନ ବର୍ଷରେ ଉତ୍ପାଦିତ ହୋଇଥ‌ିବା ଅନ୍ତିମ ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟ ସହ ନିଟ୍ ବୈଦେଶିକ ଉପାଦାନ ଆମ୍ଭର ସମଷ୍ଟିକୁ ଜାତୀୟ ଆୟ କୁହାଯାଏ । ଏହି ବିଷୟରେ ଜାତୀୟ ଆୟ କିପରି ଆକଳନ କରାଯାଏ ତାହା ଆଲୋଚନା କରାଯାଏ ।
(2) ସାମଗ୍ରିକ ଚାହିଦା – ଉପଭୋଗ ଚାହିଦା (C) ବିନିଯୋଗ ଚାହିଦା ସରକାରୀ ବ୍ୟୟ (C) ଓ ନିଟ୍ ରପ୍ତାନୀ (X – M)କୁ ନେଇ ଗଠିତ ସାଙ୍କେତିକ ଭାଷାରେ ସାମୂହିକ ଚାହିଦା (A.D.) = C + I + G + (X – M) ।
(3) ସାମୂହିକ ଯୋଗାଣ (Aggregate Supply) – କୌଣସି ନିର୍ଦ୍ଦିଷ୍ଟ ବର୍ଷରେ କୌଣସି ଅର୍ଥ ବ୍ୟବସ୍ଥାରେ ଦ୍ରବ୍ୟ ଓ ସେବାର ସାମଗ୍ରିକ ପ୍ରବାହକୁ ସାମୁହିକ ଯୋଗାଣ କୁହାଯାଏ । ସାଙ୍କେତିକ ଭାଷାରେ AS = ଉପଭୋଗ (C) + ସଞ୍ଚୟ (S) ।
ଏତଦ୍‌ବ୍ୟତୀତ ଅର୍ଥଶାସ୍ତ୍ର ମୁଦ୍ରା, ବ୍ୟାଙ୍କ, ଆନ୍ତର୍ଜାତିକ ବାଣିଜ୍ୟ ଓ ରାଷ୍ଟ୍ରୀୟ ବିତ୍ତ ଆଦି ବିଷୟରେ ମଧ୍ଯ ଅଧ୍ୟୟନ କରିଥାଏ ।

BSE Odisha 7th Class Science Solutions Chapter 15 ଜଳ – ଅମୂଲ୍ୟ ପ୍ରାକୃତିକ ସମ୍ପଦ

Odisha State Board BSE Odisha 7th Class Science Solutions Chapter 15 ଜଳ – ଅମୂଲ୍ୟ ପ୍ରାକୃତିକ ସମ୍ପଦ Textbook Exercise Questions and Answers.

BSE Odisha Class 7 Science Solutions Chapter 15 ଜଳ – ଅମୂଲ୍ୟ ପ୍ରାକୃତିକ ସମ୍ପଦ

Question 1.
ନିମ୍ନରେ ପ୍ରଦତ୍ତ ଉକ୍ତି ମଧ୍ୟରୁ ଠିକ୍ ଓ ଭୁଲ୍ ଉକ୍ତିକୁ ଯଥାକ୍ରମେ T ଓ F ଲେଖ ।
(କ) ପୃଥ‌ିବୀରେ ହ୍ରଦ ଓ ନଦୀଜଳର ପରିମାଣଠାରୁ ଭୂତଳ ଜଳର ପରିମାଣ ଅଧିକ ।
(ଖ) ଗ୍ରାମାଞ୍ଚଳରେ ରହୁଥ‌ିବା ଲୋକମାନେ ଜଳ ଅଭାବ ଭୋଗ କରିଥା’ନ୍ତି ।
(ଗ) ଜଳସେଚନ ପାଇଁ ନଦୀହିଁ ଏକମାତ୍ର ଉତ୍ସ ଅଟେ ।
(ଘ) ବୃଷ୍ଟିପାତରେ ବର୍ଷାଜଳ ହିଁ ଶେଷ ଉତ୍ସ ଅଟେ ।
Solution:
(କ) T
(ଖ) F
(ଗ) F
(ଘ) T

Question 2.
ଶୂନ୍ୟସ୍ଥାନ ପୂରଣ କର ।
(କ) ଜଣେ ’ବ୍ୟକ୍ତି ମିଳିତ ଜାତିସଂଘର ସୂଚନା ଅନୁଯାୟୀ _________ କିଗର କଲ ପ୍ରତିଦିନ ବ୍ୟବହାର କରେ ।
(ଖ) ଥନ୍ମମାନିକ ହସଦରେ ପ୍ୱଥିବା ପୂପରେ ସମ୍ବଦାୟ କଲ _______ ଶନ କିଲୋମିଟର ।
(ଗ) ପୃଥ‌ିବୀର ଜଳ 20 ଲିଟର ହେଲେ, ଆମ ନଦୀ, ହ୍ରଦର ଜଳ ପରିମାଣ _______ ଚାମଚ ଅଟେ |
(ଘ) ମେଶରେ ଭଲ _______ ଅବସ୍ଥାରେ ଥାଏ ।
(ଙ) ମହାନଦୀ ନଦାଦବ୍ _______ ନଦୀ ଉପରେ ନିର୍ମାଣ କରାଯାଇଛି ।
(ଚ) ନଳକୂପରେ ମିଳୁଥିବା ଜଳକୁ _______ ଭଲ କହିପାରିବା |
Solution:
(କ) 50
(ଖ) 140 କୋଟି
(ଗ) 4.5 ଚାମଚ
(ଘ) ଦାଶଯ
(ଙ) ମହାନଦା
(ଚ) ଭୂତଳ

BSE Odisha 7th Class Science Solutions Chapter 15 ଜଳ - ଅମୂଲ୍ୟ ପ୍ରାକୃତିକ ସମ୍ପଦ

Question 3.
ଭୂତଳ ଜଳ କିପରି ପୁନଃ ଭରଣା ହୁଏ, ବର୍ଣ୍ଣନା କର ।
Solution:
(i) ଅଧିକାଂଶ ବର୍ଷାଜଳ ନଦୀ, ନାଳ ଓ ଜଳାଶୟରେ ପ୍ରବାହିତ ହୋଇଯାଉଥ‌ିବା ବେଳେ ଅଳ୍ପ କିଛି ମୁଭିକା ଓ ଉଭିଦମାନଙ୍କ ଦ୍ବାରା ଶୋଷିତ ହୋଇଥାଏ ।

(ii) ଆଉ କିଛି ଜଳ ପୃଥ‌ିବୀ ଆଭ୍ୟନ୍ତରର ବିଭିନ୍ନ ଶିଳାସ୍ତର ଭେଦକରି ମାଧ୍ୟାକର୍ଷଣ ପ୍ରଭାବରେ ଭୂଗର୍ଭରେ ପ୍ରବେଶ କରେ । ଏହି ଜଳକୁ ଭୂତଳ ଜଳ ଏବଂ ଏହି ପ୍ରକ୍ରିୟାକୁ ଅନ୍ତଃ ପରିସ୍ରବଣ (Infiltration)କୁହାଯାଏ । ଏହାଦ୍ଵାରା ଭୂତଳରେ ଗଚ୍ଛିତ ଜଳର ପୁନଃଭରଣ ହୋଇଥାଏ ।

(iii) ଆମକୁ ଜାଣିରଖୁବାକୁ ପଡ଼ିବଯେ ଭୂତଳରେ ଗଚ୍ଛିତ ଜଳର ପରିମାଣ ସୀମିତ । ନଳକୂପ ଓ ଗଭୀରକୂପ ଆଦିରୁ ଅତ୍ୟଧ‌ିକ ଭୂତଳ ଜଳ ଉତ୍ତୋଳନ କରିବା ଫଳରେ ଭାରତର ଅଧିକାଂଶ ସ୍ଥାନରେ ଭୂତଳ ଜଳର ପରିମାଣ ହ୍ରାସ ପାଇ ଭୂପୃଷ୍ଠରେ ଜଳର ଅଭାବ ଦେଖାଯାଉଛି । ଏଣୁ ଏହାର ସଂରକ୍ଷଣ ଅତ୍ୟନ୍ତ ଜରୁରୀ ।

Question 4.
ତୁମ ସାହିରେ 50 ଟି ଘର ଅଛି, ଦଶଟି ନଳକୂପ ରହିଛି । ଜଳସ୍ତର ଉପରେ କିପରି ସୁଦୂର ପ୍ରସାରୀ ପ୍ରଭାବ ପତିବ ଲେଖ |
Solution:
(i) ଆମେ ଜାଣୁ ମିଳିତ ଜାତିସଂଘର ସୂଚନା ଅନୁଯାୟୀ ଜଣେ ପିଇବା, ଧୋଇବା, ରାନ୍ଧିବା ତଥା ସ୍ୱାସ୍ଥ୍ୟରକ୍ଷା ପାଇଁ ଦୈନିକ ମୋଟ 50 ଲିଟର ଜଳ ଆବଶ୍ୟକ କରେ । ଏଣୁ 50 ଟି ଘରେ ଯଦି ଅତି କମ୍‌ରେ 100 ଜଣ ଲୋକଥା’ନ୍ତି ସେମାନେ ଦୈନିକ 5000 ଲିଗର ଭଲ ଆବଶପଲ କରିବାରେ |

(ii) ସାହିରେ ସେମାନଙ୍କପାଇଁ 10ଟି ନଳକୂପ ଅଛି । ଏଣୁ ଭୂତଳ ଜଳକୁ ଉତ୍ତୋଳନ କରି ବ୍ୟବହାର କରାଯିବ । ଗୋଟିଏ ନଳକୂପ ଥିଲେ ଜଳର ଅଭାବ ହେବ ବୋଲି ଭାବି ହୁଏତ ସେମାନେ କମ୍ ଜଳ ବ୍ୟବହାର କରିଥାନ୍ତେ, ତେଣୁ ଅଧ‌ିକ ନଳକୂପ ଯୋଗୁଁ ଅତ୍ୟଧ୍ଵ ଭୂତଳ ଜଳର ଉତ୍ତୋଳନ ଫଳରେ ଏହା ନିମ୍ନଗାମୀ ହେବ ଓ କ୍ରମେ ଜଳର ଅଭାବ ଭୂପୃଷ୍ଠରେ ଅନୁଭୂତ ହେବ । ସଙ୍ଗେ ସଙ୍ଗେ ଏହା ଅନୁଭୂତ ନ ହେଲେ ମଧ୍ୟ କିଛିଦିନ ପରେ ଏହାର ଥଭାବ ଦେଖାଯିବ |

Question 5.
ଜଳସ୍ତର ନିମ୍ନୀକରଣର ବିଭିନ୍ନ କାରଣଗୁଡ଼ିକର ଦୃଷ୍ଟାନ୍ତ ଦିଅ ।
Solution:
ଜଳସ୍ତର ନିମ୍ନକରଣର ମୁଖ୍ୟକାରଣଗୁଡ଼ିକ ହେଲା :
(i) ଜନସଂଖ୍ୟା ବୃଦ୍ଧି (ii) ଶିଳ୍ପ ଓ କୃଷିରେ ଜଳରେ ଅଧିକ ଉପଯୋଗ (iii) ସ୍ଵଳ୍ପବୃଷ୍ଟି ଓ (iv) ଜଙ୍ଗଲ କ୍ଷୟ ।
(i) ଜନସଂଖ୍ୟା ବୃଦ୍ଧି – ଜନସଂଖ୍ୟାର ଦ୍ରୁତ ବୃଦ୍ଧି ହେବା ଯୋଗୁ ଜନସମୂହଙ୍କ ପାଇଁ ବାସଗୃହ, ରାସ୍ତାଘାଟ, ଦୋକାନବଜାର, କାର୍ଯ୍ୟାଳୟ ଆଦି ନିର୍ମାଣରେ ଅନେକ ଜମି ବ୍ୟବହାର କରାଯାଏ । ବର୍ଷାଜଳ ପଡ଼ିଲେ କିମ୍ବା ପକ୍‌କା ଚଟାଣ ଜଳ ପାଇଁ ବାଧକ ଯୋଗୁ ଜଳ ପୁନଃଭରଣ ପ୍ରକ୍ରିୟା ମନ୍ଦିତ ହୋଇଥାଏ । ଜନସଂଖ୍ୟାର ସେତେ ପୁନଃଭରଣ ହେଉ ନାହିଁ, ଏଣୁ ଜଳାଭାବ ଅନୁଭୂତ ହେଉଛି ।

(ii) ଶିଳ୍ପ ଓ କାରଖାନା ବୃଦ୍ଧି – ସମାଜର ଆର୍ଥିକ ଉନ୍ନତି ପାଇଁ ଓ ବର୍ଦ୍ଧିଷ୍ଣୁ ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ଅଧିକ ଶିଳ୍ପ ଓ କାରଖାନାମାନ ସ୍ଥାପନ କରାଯାଉଛି । ଫଳରେ ମାତ୍ରାଧ୍ଵ ଜଳର ବ୍ୟବହାର ହେବା ସହ ଜଳ ପ୍ରଦୂଷଣମଧ୍ୟ ବଢ଼ିଚାଲିଛି । ଏହା ଜଳ ନିମ୍ନକରଣର ଆଉ ଏକ ଦୃଷ୍ଟାନ୍ତ ।

(iii) କୃଷିକାର୍ଯ୍ୟ – କୃଷିପାଇଁ ଆମେ ବୃଷ୍ଟି ଜଳ ଉପରେ ପ୍ରଧାନତଃ ନିର୍ଭର କରୁଥିଲେ ମଧ୍ୟ ନଦୀବନ୍ଧ ଯୋଜନା ଓ କେନାଲ ସାହାଯ୍ୟରେ ଜଳସେଚନ କରାଗଲାଣି । ଏପରିକି ଖରାଦିନେ ଉଠାଜଳସେଚନର ବ୍ୟବହାର ମଧ୍ୟ କରାଯାଉଛି । ଏଣୁ ଭୂତଳ ଜଳସ୍ତର କ୍ରମେ କମିବାରେ ଲାଗିଛି ।

(iv) ସ୍ଵଳ୍ପବୃଷ୍ଟି ଓ ଜଙ୍ଗଲକ୍ଷୟ – ଅନିୟମିତ ବୃଷ୍ଟିପାତ ଏବଂ ଅଧ୍ଯକ ଓ କମ୍ ବୃଷ୍ଟିପାତ ଫଳରେ ଅନେକ ସ୍ଥାନରେ ବନ୍ୟା ଓ ମରୁଡ଼ି ଦେଖାଯାଏ । ଜଙ୍ଗଲ୍ ସାଧାରଣତଃ ଜଳଚକ୍ରକୁ ବ୍ୟାହତ ରଖେ ଓ ଏହାଫଳରେ ପାଗ ଅପରିବର୍ତ୍ତିତ ଜଙ୍ଗଲକ୍ଷୟ ଯୋଗୁଁ ଅନାବୃଷ୍ଟି ଓ ପାଗର ଦୂତ ପରିବର୍ତ୍ତନ ପରିଲକ୍ଷିତ ହେଉଛି । ଫଳରେ ଆମ ରାଜ୍ୟର କେତେକ ଅଞ୍ଚଳରେ ମରୁଡ଼ି ଦେଖାଗଲାଣି । ଏଣୁ ପରିବେଶର ଉତ୍ତାପ ବୃଦ୍ଧି ପାଇବା ସହ ଜଳସ୍ତର କ୍ରମେ କମି କମି ଯାଉଛି ।

Question 6.
ତୁମେ ବଗିଚାରେ ଜଳ ପରିଚାଳନା ପାଇଁ କିପରି ଯତ୍ନବାନ ହେବ ଲେଖ ।
Solution:
(i) ଆମ ଘରେ ଯଦି ଗୋଟେ ବଗିଚା ଅଛି ତେବେ ଆମ ଘରର ଗାଧୁଆ ପାଣି, ରନ୍ଧାଘରର ପାଣି, ଅନ୍ୟାନ୍ୟ ବ୍ୟବହାରରୁ ବାହାରୁଥ‌ିବା ପାଣିକୁ ଗୋଟିଏ ପାଣିନାଳ ଦେଇ ବଗିଚାକୁ ଛାଡ଼ି ପାରିବା କାରଣ ଆମେ ଜାଣୁ ଉଭିଦ ପାଇଁ ଜଳର ଆବଶ୍ୟକତା ରହିଛି । ଏଣୁ ଆମ ବ୍ୟବହାର୍ଯ୍ୟ ଜଳର ଅପଚୟ ଯେପରି ନ ହୁଏ

(ii) ବଗିଚାରେ ସବୁଗଛ ସମାନ ଜଳ ଆବଶ୍ୟକ କରନ୍ତି ନାହିଁ । ବେଳେବେଳେ ଅଧ୍ଵ ଜଳ ମଧ୍ୟ ଉଭିଦ ପାଇଁ କ୍ଷତିକାରକ, ଏଣୁ ଏସବୁକୁ ଆଖରେ ରଖ୍ କେଉଁ ଗଛପାଇଁ ମଳାକରି ଜଳଦେବା , କେଉଁଠି ସିଆର କାଟି ଜଳ ଦେବା, କେଉଁଠି ସିଞ୍ଚନ ପ୍ରଣାଳୀ ବ୍ୟବହାର କରିବା– ଏସବୁ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।

(iii) ନାଳ ନର୍ଦ୍ଦମା ଜଳକୁ ସିଧାସଳଖ ବଗିଚାକୁ ନ ଛାଡ଼ି ଗୋଟିଏ ଜଳକୁଣ୍ଡରେ ଜମା କରି ସେଥୁରେ କେତେକ ଜଳଜ ଉଭିଦ ଓ ମାଛ ଛାଡ଼ି ଶୋଧନ କରି ସେହି ଜଳକୁ ବଗିଚାର ଗଛପାଇଁ ବ୍ୟବହାର କରିପାରିବା ।

(iv) କାକ୍‌ଟସ ଗଛର ଜଳ ଧାରଣ କ୍ଷମତା ରହିଛି । ତେଣୁ ଜଳାଭାବ ଅଞ୍ଚଳରେ ଫୁଲ ଗଛ ସହ କାକ୍‌ସ ଆଦି ଗଛ ଲଗାଇଲେ କମ୍ ଜଳ ଆବଶ୍ୟକ ହେବ । ଜଳ ପରିଚାଳନାକୁ ଦୃଷ୍ଟିରେ ରଖ୍ ଦରକାର ନଥ‌ିବା ବେଳେ ଘର ଟ୍ୟାପ୍‌କୁ ଖୋଲା ରଖୁବା ଅନୁଚିତ ।

Question 7.
ନିମୋକ୍ତ ଦାକ୍ୟରୁ କେଉଁଟି ଲାଲାଭାଟି ପାତ ଦାଯା ନ୍ତହେ ?
(କ) ଶିଳ୍ପର ଦ୍ରୁତବୃଦ୍ଧି
(ଖ) ଳନସଖ୍ୟା ହଦି
(ଗ) ଅଧ୍ବକ ବୃଷ୍ଟିପାତ
(ଘ) ଲଲରସ୍କ ପରିଚାଲନା
Solution:
(ଗ) ଅଧ୍ବକ ବୃଷ୍ଟିପାତ

BSE Odisha 7th Class Science Solutions Chapter 15 ଜଳ - ଅମୂଲ୍ୟ ପ୍ରାକୃତିକ ସମ୍ପଦ

Question 8.
କେଉଁଟି ପୃଥ‌ିବୀର ସମୁଦାୟ ଜଳପାଇଁ ଉଦ୍ଦିଷ୍ଟ ?
(କ) ନଦୀ ଓ ହ୍ରଦରେ ଜଳର ପରିମାଣ ନିର୍ଦ୍ଦିଷ୍ଟ ମାତ୍ରା ଅଟେ ।
(ଖ) ଭୂତଳ ଜଳର ପରିମାଣ ନିର୍ଦ୍ଦିଷ୍ଟ ଅଟେ ।
(ଗ) ସମୁଦ୍ର ଓ ମହାସାଗରରେ ଜଳର ପରିମାଣ ସ୍ଥିର ଅଟେ ।
(ଘ) ପୃଥ‌ିବୀର ଜଳର ପରିମାଣ ସ୍ଥିର ।
Solution:
(ଘ) ପୃଥ‌ିବୀର ଜଳର ପରିମାଣ ସ୍ଥିର ।

Question 9.
ଭୂତଳ ଜଳ ଓ ଜଳସ୍ତରର ନାମାଙ୍କିତ ନକ୍‌ ଅଙ୍କନ କରି ରଙ୍ଗଦ୍ୱାରା ଦର୍ଶାଅ ।
Solution:
BSE Odisha 7th Class Science Solutions Chapter 15 Img 1
BSE Odisha 7th Class Science Solutions Chapter 15 Img 2

Question 10.
ତୁମ ଘରେ ଜଳ ଅପଚୟ ହେବାର ୫ଗୋଟି ଦୃଷ୍ଟାନ୍ତ ଦିଅ ।
Solution:

  • ପାଣି ପିଇବାବେଳେ ଏକ ଗ୍ଲାସ ପାଣିନେଇ ସେଥୁ ଅଳ୍ପ ପିଇ ବାକି ସବୁ ପାଣି ଢାଳି ନଷ୍ଟ କରିଥାଉ ।
  • ନଳକୂପରୁ ମୋଟର୍ ଦ୍ୱାରା ଜଳ ଟାଙ୍କିରେ ଭର୍ତ୍ତି କଲାବେଳେ ପାଣି ଭର୍ତ୍ତି ହୋଇବା ପରେ ମଧ୍ୟ ଆମର ଅଜାଣତା ଯୋଗୁଁ ପାଣି ପଡୁଥାଏ, କାରଣ ମୋଟର୍‌କୁ ଠିକ୍ ସମୟରେ ବନ୍ଦ କରାଯାଏ ନାହିଁ ।
  • ମୁହଁ ଧୋଇବା ବା ଦାନ୍ତ ଘଷିବା ସମୟରେ ଟ୍ୟାପ୍‌ଟି ଖୋଲି ଦାନ୍ତ ଘସିଥାଉ । କଳଟିକୁ ଆମ ସୁବିଧାପାଇଁ ଖୋଲାରଖୁ, ଫଳରେ ଅନେକ ଜଳର ଅପଚୟ ଘଟେ ।
  • ମ୍ୟୁନିସିପାଲିଟି ଟ୍ୟାପରେ ପାଣି ଆସୁଥୁଲେ ଆବଶ୍ୟକତା ନଥିଲେ ମଧ୍ୟ କଳ ଖୋଲା ରଖିବାଦ୍ଵାରା ଜଳର ଅପଚୟ ଘଟେ ।
  • ଗାଧୋଇବାରେ, ଲୁଗାଧୋଇବାରେ, ରନ୍ଧାରେ ଯେତେପାଣି ଆବଶ୍ୟକ ତା’ଠାରୁ ଅଧିକ ପାଣି ବ୍ୟବହାର କରୁ କାରଣ ଆମେ ସହରରେ ଏଯାଏ ଜଳାଭାବ ଅନୁଭବ କରିନାହୁଁ ।

BSE Odisha 7th Class Science Solutions Chapter 15 ଜଳ - ଅମୂଲ୍ୟ ପ୍ରାକୃତିକ ସମ୍ପଦ

Question 11.
ଲଗାତର ଦୁଇବର୍ଷ ଅନାବୃଷ୍ଟି ହେଲେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଯେଉଁ ଯେଉଁ ଅସୁବିଧା ହେବ, ସେଥିରୁ ତିନୋଟି ଲେଖାଏଁ ଲେଖ ।
Solution:
ଆମ ରାରତଦଘର ବିଭିନ୍ନ ଥିଲାରେ ହୁଏ ଆଉ କେତେକ ଅଞ୍ଚଳରେ ଜଳାଭାବ ଜନିତ ମରୁଡ଼ି ମଧ୍ୟ ଦେଖାଯାଏ । ଲଗାତାର ଦୁଇବର୍ଷ ଅନାବୃଷ୍ଟି ହେଲେ ସବୁଆଡ଼େ ମରୁଡ଼ି ସହ ଦୁର୍ଭିକ୍ଷ ମଧ୍ଯ ଦେଖାଯିବାର ଆଶଙ୍କା ଥାଏ ।

ଗ୍ରାମାଞ୍ଚଳରେ ଦେଖାଯିବା ଅସୁବିଧା :
(i) ଗ୍ରାମାଞ୍ଚଳର ଅଧିକାଂଶ ଲୋକେ ଚାଷଉପରେ ନିର୍ଭର କରି ଚଳନ୍ତି । ବର୍ଷା ହେଲେ ଚାଷ କାମ ଆରମ୍ଭ ହୁଏ । ଅନାବୃଷ୍ଟି ଯୋଗୁଁ ମରୁଡ଼ି ପଡ଼ି ମାଟି ସବୁ ଫାଟିଯିବ । ଏଣୁ ଜମି ଚାଷ ଅନୁପଯୋଗୀ ହୋଇଯିବ ।
(ii) ଚାଷ କାମ ଜଳସେଚନ ଉପରେ ବିଶେଷତଃ କେନାଲରୁ ପାଣି ଯୋଗାଣ ଉପରେ ନିର୍ଭର କରି କରାଯାଇଥାଏ । ଜଳାଭାବ ଯୋଗୁଁ ଚାଷ, ଜଳସେଚନ ଉପରେ ନିର୍ଭର କରୁଥିବା ଜମି ଗୁଡ଼ିକରେ ହୋଇପାରିବ ନାହିଁ ।
(iii) ଆମର ଅଧିକାଂଶ ଖାଦ୍ୟ ଗ୍ରାମାଞ୍ଚଳରୁ ହିଁ ସହରକୁ ଆସିଥାଏ । ଏଣୁ ଅଧିକାଂଶ ଜମିରେ ଚାଷ ହୋଇନପାରିଲେ ଉତ୍ପାଦନ ବହୁ ପରିମାଣରେ କମିଯିବ ଓ ଉଭୟ ସହର ଓ ଗ୍ରାମରେ ଖାଇବାକୁ ଖାଦ୍ୟର ଅଭାବ ହେବ । ଏଥିସହ ବିଦ୍ୟୁତ ଶକ୍ତି ମିଳିବା କଷ୍ଟକର ହୋଇପଡ଼ିବ ।

ବିପଯୁବସ୍ତୁ ସପୂଜାପ ପୂଚନା ଓ ବିଶେଷଣ :

→ ଜଳ ହିଁ ଜୀବନ :
ଜୀବନର ସମ୍ଭାବ୍ୟ ଉତ୍ପତ୍ତି ଜଳ ମାଧ୍ୟମରେ ହେବା ଦିନଠାରୁ ଜଳ ଜୀବନର ଏକ ମୂଳ ଆଧାର ରୂପେ ପରିଗଣିତ ହୋଇ ଆସୁଅଛି ।

→ ଜଳର ଆବଶ୍ୟକତା :

  • ପ୍ରାଣୀ ଭତ୍ତିଦମାନଙ୍କର ବଞ୍ଚରହିବା ପାଇଁ ଗଭାର ପ୍ରକ୍ରିୟା ଚାଲ୍ଲରଖବା ଅପରିହାର୍ଯ୍ୟ ।
  • ବଭମାନ ଚାରିଆଡେ କଲାଭାଟ୍ ଦେଖାଗଲାଣି, ଅନେକ ସ୍ଥାନରେ ମରୁଡି ପଡିଲାଣି, ମହଉରେ ମଦି ଏହାର ଅଭାବ ଅନୁଭୁତ ହୋଇନି, ଗାଗାଆଁଲରେ ଏହାର ଅତିମାତାରେ ଅଭାବ ଅନୁଭୂତ ହେଲାଣି |

→ ପୃଥିବା ପାଣରେ କଲର ପରିମାଣ :
(i) ଭୂପୃଷ୍ଠର ସାତଭାଗରୁ ୫ଭାଗ କେବଳ ସମୁଦ୍ର । ସମଗ୍ର ପୃଥ‌ିବୀ ପୃଷ୍ଠରେ ଶତକଡ଼ା 71 ଭାଗ ଜଳାବୃତ । ଏଥ‌ିପାଇଁ ପୃଥ‌ିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ । ଏତେ ପରିମାଣର ଜଳର ଉପସ୍ଥିତି ଯୋଗୁ ଆମ ପୃଥ‌ିବୀ ମହାଶୂନ୍ୟରୁ ‘ନୀଳଗ୍ରହ’ ବୋଲି ଦୃଶ୍ୟମାନ ହୁଏ ।

(ii) ଅନୁମାନ କରାଯାଏ ଯେ ପୃଥ‌ିବୀପୃଷ୍ଠର ସମୁଦାୟ ଜଳର ପରିମାଣ ପ୍ରାୟ 140 କୋଟି ଘନ କିଲୋମିଟର । ମୋଟ ଜଳରୁ 97.5 ଭାଗ ହେଉଛି କେବଳ ସମୁଦ୍ରର ଲୁଣିଜଳ ଓ ଅବଶିଷ୍ଟ 2.5 ଭାଗ ମଧୁର ଜଳ ।

(iii) କାଲ ଏକ ନରକାରଣ ଯୋଗ୍ୟ ପ୍ରାକନିକ ସମଦ | କାନମଖ୍ୟାର କର ଯୋଗୁ ଏହାର ବାହ୍ୟୁପରିମାଣରେ ଅନନ୍ୟତ କରାଯାରନ୍ଥି |

(iv) ଉପଯୁକ୍ତ ବିନିଯୋଗ କରାନଗଲେ ନିକଟ ଭବିଷ୍ୟତରେ ଏହା ଆମର ମୁଖ୍ୟ ବିପଦ ହେବାର ଆଶଙ୍କା ରହିଛି । ଭୂତଳ ଜଳ ସରିଯାଉଥୀ ନବୀକରଣ ଯୋଗ୍ୟ ସମ୍ପଦ । ଏଣୁ ଏହା ସୀମିତ ।
2003 ମସିହାକୁ ବିଶ୍ଵ ଜଳବର୍ଷ ରୂପେ ପାଳନ କରି ଲୋକଙ୍କୁ ମଧୁର ଜଳ ସମ୍ପର୍କରେ ସଚେତନ କରାଯାଉଅଛି ପ୍ରତିବର୍ଷ ଅକ୍ଟୋବର 18 ତାରିଖକୁ ‘ବିଶ୍ଵ ଜଳ ନିୟନ୍ତ୍ରଣ ଦିବସ’ ରୂପେ ପାଳନ କରାଯାଉଅଛି ।

→ ଜଳର ବିଭିନ୍ନ ଅବସ୍ଥା :

  • କାଳ ସାଧାରଣଙ୍ କଠିନ, ତରଳ ଗଦାସମ ଅଥବରେ ଥାଏ |
  • ମେରୁ ଅଞ୍ଚଳରେ ଏହା ବରଫ ରୂପେ ଓ ହିମାଳୟର ଶୃଙ୍ଗରେ ମଧ୍ୟ ବରଫ ଜମାଟ ବାନ୍ଧି ରହିଥାଏ ।
  • ବାୟୁମଣ୍ଡଳରେ ଥିବା ଜଳୀୟବାଷ୍ପ ଘନୀଭୂତ ହୋଇ ବୃଷ୍ଟିଜଳ ଭାବରେ ପୃଥ‌ିବୀ ପୃଷ୍ଟକୁ ଆସେ ଓ ଭୂପୃଷ୍ଠରୁ ପୁନର୍ବାର ବାଷ୍ପୀଭୂତ ହୋଇ ଉପରକୁ ଯାଇ ମେଘ ସୃଷ୍ଟି କରେ । ଏହାକୁ ପ୍ରକୃତିର ଜଳଚକ୍ର କୁହାଯାଏ ।
  • ସ୍ଫୁଟନ ଓ ବାଷ୍ପନ ଦ୍ବାରା ଜଳ ବାଷ୍ପରେ ପରିଣତ ହୋଇ ବାୟୁ ସହିତ ମିଶିଥାଏ ।
  • ଝରଣା, ହ୍ରଦ, ନଦୀ, ପୋଖରୀରେ ଜଳ ତରଳ ଅବସ୍ଥାରେ ଥାଏ । ନଦୀଜଳ ସମୁଦ୍ରରେ ମିଶି ସମୁଦ୍ରର ଲବଣାକ୍ତ ଜଳରୂପେ ତରଳ ଅବସ୍ଥାରେ ଥାଏ ।
  • ରନ୍ଧନ କାର୍ଯ୍ୟ କଲାବେଳେ ଜଳ ବାମ୍ଫ ହୁଏ । ତାହା ଜଳର ବାଷ୍ପୀୟ ଅବସ୍ଥା

BSE Odisha 7th Class Science Solutions Chapter 15 ଜଳ - ଅମୂଲ୍ୟ ପ୍ରାକୃତିକ ସମ୍ପଦ

→ ଓବିଶାର କଳସମଦ :

  • ମହାନଦୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ, ଋଷିକୂଲ୍ୟା, ବଂଶଧାରା, ନାଗାବଳୀ, ଇନ୍ଦ୍ରାବତୀ ଆଦି ନଦୀ ଓ ସେମାନଙ୍କ ଶାଖା ନଦୀ ଓଡ଼ିଶାର ବ୍ୟବହାର ଉପଯୋଗୀ ମୁଖ୍ୟ ଜଳସମ୍ପଦ । ଏହି ନଦୀଗୁଡ଼ିକ ବୃଷ୍ଟିପୁଷ୍ଟ ଅଟନ୍ତି ।
  • ଲୁଣି ଜଳର ଗନ୍ତାଘର ହିସାବରେ ଚିଲିକା ଏବଂ ସୁଦୀର୍ଘ ସମୁଦ୍ର ସମ୍ଭାର ମଧ୍ୟ ଓଡ଼ିଶାର ଜଳସମ୍ପଦ । ଏଥିରେ ମାଛଚାଷ ଏବଂ ନୌବାଣିଜ୍ୟ କରାଯାଏ । ପରିବ୍ରାଜୀ ପକ୍ଷୀମାନଙ୍କର ପ୍ରଧାନ ପୀଠସ୍ଥଳୀ ହେଉଛି ଚିଲିକା ।
  • ଓଡ଼ିଶାର ସୁଦୀର୍ଘ ସମୁଦ୍ର ସମ୍ଭାରର ନାମ ହେଲା ବଙ୍ଗୋପସାଗରର ଉପକୂଳବର୍ତ୍ତୀ ଅଞ୍ଚଳ ।
  • ଓଡ଼ିଶାରେ ବର୍ଷାଋତୁରେ ଅର୍ଥାତ୍ ଜୁନ୍ ମାସଠାରୁ ସେପ୍ଟେମ୍ବର ମାସ ମଧ୍ୟରେ ମୌସୁମୀ ବାୟୁ ଯୋଗୁଁ ବର୍ଷାହୁଏ କିନ୍ତୁ ଏହା ନିୟମିତ ଭାବେ ହୁଏ ନାହିଁ ।
  • ବର୍ଷା ନଥ‌ିବା ବେଳେ ଏହି ଜଳସମ୍ପଦକୁ ସଞ୍ଚୟ କରି ନିୟମିତ ଭାବରେ ବ୍ୟବହାର କରିବା ପାଇଁ ଆମ ଦେଶରେ ବିଭିନ୍ନ ଜଳସେଚନ ପ୍ରକଳ୍ପମାନ କରାଯାଇଛି, ଏଥୁରୁ ହୀରାକୁଦ ଅନ୍ୟତମ ।
  • ହୀରାକୁଦରେ ଗଚ୍ଛିତ ତଳ ଉଭୟ ଜଳସେଚନ ତଥା ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହାର କରାଯାଉଛି ।
  • ପାନୀୟଜଳ ପାଇବାକୁ ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରାଯାଇଥାଏ । ସହରାଞ୍ଚଳରେ
  • ଗ୍ରାମାଞ୍ଚଳର ଲୋକମାନେ ମୁଖ୍ୟତଃ ପୋଖରୀ, ନଈନାଳ ଓ କୂଅ ଉପରେ ନିର୍ଭର କରିଥା’ନ୍ତି । ଏବେ ଅନେକ
  • କେତେକ ପାର୍ବତ୍ୟ ଅଞ୍ଚଳରେ ବର୍ଷାଜଳକୁ ସଂଗ୍ରହ କରି ତାହାକୁ ନିଜର ଆବଶ୍ୟକତା ପୂରଣ ପାଇଁ ବ୍ୟବହାର କରାଯାଏ ।

→  ଭୂତଳ ଜଳ :

  • ଭୂବର୍ତ୍ତୀ ଜଳ କିଛି ମାତ୍ରାରେ ମୃଭିକାରେ ରହିଯାଏ ଏବଂ ଅବଶିଷ୍ଟ ଜଳ ମୃତ୍ତିକାରେ ଥିବା ଛିଦ୍ରଦେଇ ଭୂତଳକୁ ଚାଲିଯାଏ । ଭୂତଳରେ ଏହିପରି ଅନ୍ତଃପରିସ୍ରବଣ (Infiltration) ଦ୍ଵାରା ସଂଗୃହୀତ ଜଳକୁ ଭୂତଳ ଜଳ କୁହାଯାଏ ।
  • ଭୂତଳ ଜଳ ଯଦି ଦୁଇଟି ପ୍ରସ୍ତର ସ୍ତର ମଧ୍ଯରେ ଥାଏ, ତାହାକୁ ଆକ୍ରାଫର (Aquifer) କୁହାଯାଏ ।
  • ଭୂତଳ ଜଳର ଉପରଭାଗକୁ ଜଳ ପରିପୂଣ୍ଣ ସ୍ତର (Water table) କୁହାଯାଏ ।
  • ଭୂତଳରେ ଗଚ୍ଛିତ ଜଳର ପରିମାଣ ସୀମିତ । ଏଣୁ ଏହି ଜଳର ନିୟନ୍ତ୍ରିତ ବ୍ୟବହାର ଅପରିହାର୍ଯ୍ୟ ।

→ କଳସ୍ତର ନିମ୍ନାକରଣ :

  • ଜଳସ୍ତର ନିମ୍ନକରଣର ମୁଖ୍ୟ କାରଣଗୁଡ଼ିକ ହେଲା – ଜନସଂଖ୍ୟା ବୃଦ୍ଧି, ଶିଳ୍ପ ଓ କୃଷିରେ ଜଳର ଅଧ୍ବକ ଉପଯୋଗ, ସ୍ଵଳ୍ପ ବୃଷ୍ଟି ଓ ଜଙ୍ଗଲ କ୍ଷୟ । ଏପରିକି ବର୍ତ୍ତମାନ ଭୂବନେଶ୍ଵରରେ ମଧ୍ୟ ଏହା ପରିଲକ୍ଷିତ ହେଲାଣି ।
    BSE Odisha Class 7 Science Solutions Chapter 15 Img 1
  • ଜନସଂଖ୍ୟାର ଦ୍ରୁତ ବୃଦ୍ଧିଯୋଗୁଁ ରାସ୍ତା ଉପର ପିଚୁ, ଘରର କଂକ୍ରିଟ ଛାତ ଓ ପକ୍କା ଚଟାଣ ଦେଇ ଭୂତଳ ଜଳର ପୁନଃ ଭରଣ ପ୍ରକ୍ରିୟା ମନ୍ଦିତ ହୋଇଥାଏ ।
  • ଭୂତଳ ଜଳର ଅନିୟନ୍ତ୍ରିତ ବହୁଳ ବ୍ୟବହାର ଯୋଗୁଁ ସହରାଞ୍ଚଳରେ ଜଳସ୍ତର ଅଧ୍ଵ ନିମ୍ନଗାମୀ ହେଲାଣି ।
  • ଶିଳ୍ପ ଓ କଳକାରଖାନାର ଅଭିବୃଦ୍ଧି ଯୋଗୁଁ ଜଳର ମାତ୍ରାଧ‌ିକ ବ୍ୟବହାର ହେବା ସଙ୍ଗେ ସଙ୍ଗେ, ଜଳ ପ୍ରଦୂଷିତ ମଧ୍ୟ ଦେଇଛି |
  • କଲ ଗନା କରିବାଯ୍ୟ ଦେବା ଅସମ୍ପୂମ | ଉଠା କାଳ ପେରେ ଅଧିକ ପ୍ରଣାଳ ପଢିଥାଏ |
  • ମୌସୁମୀ ବାୟୁଜନିତ ଅନିୟମିତ ବୃଷ୍ଟିପାତ ଫଳରେ ସ୍ଵଳ୍ପବୃଷ୍ଟି, ଏପରିକି ଅନାବୃଷ୍ଟି ଯୋଗୁଁ ମଧ୍ଯ ଅନେକ ସ୍ଥାନରେ
  • ବାସଗୃହ, କୃଷି, ଶିଳ୍ପ, ଜଳସେଚନ, ପରିବହନ ଆଦି ମଣିଷର ପ୍ରତ୍ୟେକ ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତା ପୂରଣ ପ୍ରହ୍ମଗିତି ଦ୍ରୋଣାରେ ଲାଗିଛି |
  • ଜଙ୍ଗଳରେ ଥିବା ଉଭିଦଗୋଷ୍ଠୀହିଁ ଜଳଚକ୍ରକୁ ନିୟନ୍ତ୍ରିତ କରିଥା’ନ୍ତି । ଏହା ବାୟୁକୁ ବିଶୁଦ୍ଧ ରଖୁବାରେ ସାହାଯ୍ୟ ଅନେକ ସ୍ଥାନରେ ମରୁଡ଼ି ଦେଖାଗଲାଣି ।

→ ହବିପଦର ପରିମାଣରେ ସମୟର :
ବର୍ତ୍ତମାନ ବର୍ଷକୁ ବର୍ଷ ବୃଷ୍ଟିପାତ ପରିମାଣରେ ତାରତମ୍ୟ ଦେଖାଯାଉଛି । ବୃଷ୍ଟିପାତର ଏହି ଅସମତା ଚାଷ, ଜଳସେଚନ, ଜଳବିଦ୍ୟୁତ୍ ଉତ୍ପାଦନକୁ ବହୁ ପରିମାଣରେ ପ୍ରଭାବିତ କରିଥାଏ । ଏହି କାରଣରୁ ପ୍ରତିବର୍ଷ ଖରାଦିନେ ବିଦ୍ୟୁତ୍ କାଟ କରିଥାଏ ।

→ ଜଳର ଆବଣ୍ଟନ :

  • ଜଳ ଉପଲବ୍‌ଧ ହେବାର ଏହି ଅନିଶ୍ଚିତତା ଯୋଗୁଁ ଜଳର ଆବଶ୍ୟକତା ପୂରଣ କରିବା ନିମନ୍ତେ ଉପଲବ୍‌ଧ ଜଳର ସୁପରିଚାଳନା ଅପରିହାର୍ଯ୍ୟ ।
  • ଏଥପାଇଁ ଆମକୁ ଜଳର ଅପଚୟ କମାଇବା ସହ ଏହାର ପ୍ରଦୂଷଣକୁ ମଧ୍ଯ କମାଇମା ପାଇଁ ସଚେତନ ହେବା ଆବଶ୍ୟକ ।
  • ବ୍ୟକ୍ତିଗତ ଓ ଆଞ୍ଚଳିକ ସଚେତନତା ତଥା ଉପଯୁକ୍ତ ଯତ୍ନନେଲେ ଜଳ ସଂରକ୍ଷଣ ହୋଇପାରିବ ।
  • ଏଥିପାଇଁ ଜଳସେଚନ ପ୍ରକଳ୍ପମାନ ନିର୍ମାଣ କରି ବର୍ଷାଜଳକୁ ସଞ୍ଚୟ କରି ରଖ୍ କେନାଲ ସାହାଯ୍ୟରେ ଚାଷପାଇଁ ଏହି ଜଳ ଯୋଗାଯାଇଥାଏ । ପାହାଡ଼ିଆ ଅଞ୍ଚଳରେ ଛୋଟ ଆଡ଼ିବନ୍ଧ ନିର୍ମାଣ କରି ଚାଷ କରାଯାଏ ।
  • ଏପରିକି ‘ବିନ୍ଦୁ ଜଳସେଚନ’ ବା ବୁନ୍ଦା ଜଳସେଚନ ଓ ସିଞ୍ଚନ ପ୍ରଣାଳୀ ବ୍ୟବହାର କରି ଜଳାଭାବ ସମସ୍ୟାର

→ ଆସ, ଜାଣିବା :

  • ଜୀବପାଇଁ ଜଳ ଆବଶ୍ୟକ । ପୃଥ‌ିବୀରେ ଜଳର ପରିମାଣ ସୀମିତ ।
  • ପୃଥ‌ିବୀର ଜଳର ପରିମାଣ ମଧ୍ଯରୁ ଲବଣାକ୍ତ ଜଳ ବେଶୀ । ମଧୁର ଜଳ ଓ ପାନୀୟ ଜଳର ପରିମାଣ ଅତି କମ୍ ।
  • ଜଳର ତିନୋଟି ଅବସ୍ଥା ଯଥା : କଠିନ, ତରଳ, ଗ୍ୟାସୀୟ ।
  • ଜନସଂଖ୍ୟା ବୃଦ୍ଧି, ଶିଳ୍ପ ଓ କାରଖାନା ବୃଦ୍ଧି, ସ୍ପଳ୍ପ ବୃଷ୍ଟି, ଜଙ୍ଗଲ କ୍ଷୟ ଓ ଜଳର କୁପରିଚାଳନା ଜଳ ଅଭାବର କାରଣ ।
  • ପରିତ୍ୟକ୍ତ ଜଳ ଭୂତଳ ଜଳରୂପେ ସଞ୍ଚିତ ରହେ ।
  • ଉଦ୍ଭିଦ ପାଇଁ ଜଳର ଆବଶ୍ୟକତା ରହିଛି ।