BSE Odisha 10th Class History Solutions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

Odisha State Board BSE Odisha 10th Class History Solutions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା Textbook Exercise Questions and Answers.

BSE Odisha Class 10 History Solutions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

୧ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ୧୯୩୬ ଏପ୍ରିଲ୍ ୧ ତାରିଖରେ ଓଡ଼ିଶା ପ୍ରଦେଶ ଗଠନ କିପରି ହେଲା ?
Answer:

  • ୧୯୩୫ ଭାରତ ଶାସନ ଆଇନରେ ଓଡ଼ିଶାକୁ ନୂତନ ପ୍ରଦେଶ ଭାବରେ ଇଂରେଜ ସରକାର ସ୍ବୀକୃତି ପ୍ରଦାନ କରିଥିଲେ ।
  • କଟକ, ପୁରୀ, ବାଲେଶ୍ଵର, ସମ୍ବଲପୁର, ଗଞ୍ଜାମ ଓ କୋରାପୁଟ ଆଦି ୬ଟି ଜିଲ୍ଲାକୁ ନେଇ ଏହି ନୂତନ ପ୍ରଦେଶ ଗଠିତ ହେଲା । ଏହାର ରାଜଧାନୀ କଟକଠାରେ ପ୍ରତିଷ୍ଠିତ ହେଲା ।
  • ନବଗଠିତ ଓଡ଼ିଶାର ଆୟତନ ଥିଲା ୩୨,୬୯୫ ବର୍ଗ ମାଇଲ୍ ଓ ଲୋକସଂଖ୍ୟା ଥିଲା ୮,୦୪୩,୬୮୧ ।
  • କେନ୍ଦ୍ରୀୟ ପ୍ରଦେଶରୁ ଖଡ଼ିଆଳ, ପଦ୍ମପୁର, ବିଶାଖାପାଟଣା ଏଜେନ୍‌ସିରୁ ଜୟପୁର ଜମିଦାରୀ ଓ ପଟ୍ଟାଙ୍ଗୀ, ମାନ୍ଦ୍ରାଜ୍ ପ୍ରେସିଡ଼େନ୍‌ସିରୁ ଘୁମୁସର, ଆସ୍କା, ସୋରଡ଼ା, କୋଦଳା ଓ ଛତ୍ରପୁର ଅଣାଯାଇ ଓଡ଼ିଶା ପ୍ରଦେଶରେ ମିଶାଯାଇଥିଲା । ମେଦିନୀପୁର, ଫୁଲଝର, ସୋମପେଟା, ମଞ୍ଜୁଷା ଆଦି ଅନେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଓଡ଼ିଶା ବାହାରେ ରହିଗଲା ।
  • ଏହିପରି ଭାବେ ୧୯୩୬ ଏପ୍ରିଲ୍ ୧ ତାରିଖରେ ନୂତନ ଓଡ଼ିଶା ପ୍ରଦେଶ ଗଠନ ହେବା ସହ ମଧୁସୂଦନ ଦାସ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ଵପ୍ନ ବାସ୍ତବରେ ପରିଣତ ହେଲା ।

BSE Odisha 10th Class History Solutions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

(ଖ) ନୂତନ ଓଡ଼ିଶାର ଉଦ୍‌ଘାଟନ ଦିବସ ପାଳନର ଏକ ବିବରଣୀ ପ୍ରଦାନ କର ?
Answer:

  • ନୂତନ ଓଡ଼ିଶାର ଉଦ୍‌ଘାଟନ ଦିବସ ରେଭେନ୍ସା କଲେଜର ହଲ୍‌ରେ ୧୯୩୬ ମସିହା ଏପ୍ରିଲ୍ ୧ ତାରିଖରେ ଏକ ଆଡ଼ମ୍ବରପୂର୍ଣ୍ଣ ପରିବେଶରେ ଅଭୂତପୂର୍ବ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଇଥିଲା ।
  • ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ସାର୍ କୋଟ୍‌ନେ ଟେରେଲା ଓଡ଼ିଶାର ପ୍ରଥମ ରାଜ୍ୟପାଳ ଭାବରେ ସାର୍ ଜନ୍ ଅଷ୍ଟିନ୍ ହବାକ୍‌ଙ୍କୁ ଶପଥପାଠ କରାଇଥିଲେ ।
  • ଇଂଲଣ୍ଡର ସମ୍ରାଟ ଓ ଭାଇସ୍ରାୟଙ୍କ ଶୁଭେଚ୍ଛା ବାର୍ତ୍ତା ଉପସ୍ଥିତ ଜନତାଙ୍କ ସମ୍ମୁଖରେ ପାଠ କରାଯାଇଥିଲା ।
  • ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଅବସରରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ କଟକର ବାରବାଟୀ ଦୁର୍ଗରେ ଏକ ବିଶାଳ ଭୋଜିର ଆୟୋଜନ କରି ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଆପ୍ୟାୟିତ କରିଥିଲେ ।
  • ପୂର୍ବପୁରୁଷମାନଙ୍କ ଅଦୃଷ୍ଟ ପ୍ରେରଣାରେ ସେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଉଦ୍ୟମ କରିଛନ୍ତି ବୋଲି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମତବ୍ୟକ୍ତ କରିଥିଲେ ।

(ଗ) ନିର୍ବାଚିତ ସରକାର ଗଠନ ହେବା ପର୍ଯ୍ୟନ୍ତ ନୂତନ ଓଡ଼ିଶାର ଶାସନ ପାଇଁ କି କି ପଦକ୍ଷେପ ନିଆଯାଇଥିଲା ?
Answer:

  1. ନିର୍ବାଚିତ ସରକାର ଗଠିତ ହେବା ପର୍ଯ୍ୟନ୍ତ ନୂତନ ଓଡ଼ିଶାର ଶାସନ ଦାୟିତ୍ଵ ରାଜ୍ୟପାଳ ଓ ତାଙ୍କଦ୍ୱାରା ମନୋନୀତ କୋଡ଼ିଏ ଜଣ ସଦସ୍ୟଙ୍କୁ ନେଇ ଗଠିତ ଏକ ଉପଦେଷ୍ଟା ପରିଷଦ ଉପରେ ନ୍ୟସ୍ତ କରାଯାଇଥିଲା ।
  2. ଏହି ପରିଷଦରେ କୌଣସି କାର୍ଯ୍ୟକାରୀ ପରିଷଦ ବା ମନ୍ତ୍ରୀପଦ ନଥିଲା । ବସ୍ତୁତଃ ରାଜ୍ୟପାଳ ଓଡ଼ିଶାର ଶାସନମୁଖ୍ୟ ରହିଲେ ଏବଂ ଲକ୍ଷ୍ମୀଧର ମହାନ୍ତିଙ୍କୁ ଉପଦେଷ୍ଟା ପରିଷଦର ଉପସଭାପତି ଭାବେ ମନୋନୀତ କରାଯାଇଥିଲା ।
  3. ଏହି ପରିଷଦକୁ ପ୍ରଦେଶ ଗଠନ ପୂର୍ବରୁ ଏକ ପ୍ରାଦେଶିକ ବିଧାନସଭାରେ ଓଡ଼ିଶାର କୌଣସି ଅଞ୍ଚଳର ପ୍ରତିନିଧୂ କରିଥିବା ସଦସ୍ୟମାନଙ୍କ ମଧ୍ୟରୁ ସତର ଜଣଙ୍କୁ ଏବଂ ତିନିଜଣ ସରକାରୀ ସଦସ୍ୟଙ୍କୁ ମନୋନୀତ କରାଯାଇଥିଲା ।
  4. ପୂର୍ବରୁ ୧୯୩୩ ମସିହା ଜୁନ୍ ୨୪ ତାରିଖରେ ସରକାରଙ୍କଦ୍ୱାରା ଜନ୍ ଅଷ୍ଟିନ୍ ହବାକ୍‌ଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ପ୍ରଶାସନିକ କମିଟି ଗଠିତ ହୋଇଥିଲା । ଏଥୁରେ ମଧୁସୂଦନ ଦାସଙ୍କ ସମେତ ୯ ଜଣ ସଭ୍ୟ ଥିଲେ ।
  5. ଏହି କମିଟି ୧୯୩୩ ମସିହା ଡିସେମ୍ବର ୨୦ ତାରିଖରେ ନୂତନ ପ୍ରଦେଶ ଗଠନ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ଦେଇଥ‌ିବା ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ନୂତନ ଓଡ଼ିଶାର ଶାସନ ନିମନ୍ତେ ସହାୟକ ହୋଇଥିଲା । ଏହି କମିଟିରେ ମଧୁସୂଦନ ଦାସଙ୍କ ମୂଲ୍ୟବାନ୍ ପରାମର୍ଶ ଓ ସକ୍ରିୟ ସହଯୋଗ ଥିଲା ।

BSE Odisha 10th Class History Solutions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

(ଘ) ନୂତନ ଓଡ଼ିଶାର ପ୍ରଥମ ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନର ଏକ ବିବରଣୀ ଦିଅ ।
Answer:

  • ୧୯୩୫ ମସିହା ଭାରତ ଶାସନ ଆଇନ ଅନୁସାରେ ଓଡ଼ିଶା ପ୍ରାଦେଶିକ ବିଧାନସଭା ପାଇଁ ୧୯୩୭ ମସିହାରେ ନିର୍ବାଚନ କରିବାକୁ ସ୍ଥିର କରାଯାଇଥିଲା ।
  • ଜାତୀୟ କଂଗ୍ରେସ ଏହି ଆଇନର କେତେକ ତ୍ରୁଟିପୂର୍ଣ୍ଣ ନୀତିର ବିରୋଧ କରୁଥିଲେ ସୁଦ୍ଧା ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ନିର୍ବାଚନ ଲଢ଼ିବାପାଇଁ ସ୍ଥିର କରିଥିଲା ।
  • ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ବିଧାନସଭାର ସମୁଦାୟ ଷାଠିଏଟି ଆସନ ମଧ୍ୟରୁ ଛପନଟି ପ୍ରତ୍ୟକ୍ଷଭାବେ ନିର୍ବାଚିତ ସଦସ୍ୟଙ୍କ ପାଇଁ ଓ ଚାରୋଟି ରାଜ୍ୟପାଳଙ୍କଦ୍ଵାରା ମନୋନୀତ ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ।
  • ୧୯୩୭ ମସିହା ଜାନୁୟାରୀ ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ଛପନଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଲା । ଜାତୀୟ କଂଗ୍ରେସ ବ୍ୟତୀତ ଏହି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ଅନ୍ୟ ପ୍ରମୁଖ ଦଳଗୁଡ଼ିକ ଥିଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜାତୀୟ ଦଳ, କନିକା ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ସଂଯୁକ୍ତ ଦଳ ଓ ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ସ୍ବାଧୀନ ଦଳ ।
  • ଏହାବ୍ୟତୀତ କେତେକ ନିର୍ଦ୍ଦଳୀୟ ପ୍ରାର୍ଥୀ ମଧ୍ୟ ଏହି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ । ଏହି ନିର୍ବାଚନରେ କଂଗ୍ରେସ ୩୬ଟି ଆସନ ପାଇଥିଲାବେଳେ, ଜାତୀୟ ଦଳ ଓ ସଂଯୁକ୍ତ ଦଳ ଯଥାକ୍ରମେ ୪ଟି ଓ ୬ଟି ଏବଂ ସ୍ଵାଧୀନ ଦଳ ଓ ନିର୍ଦ୍ଦଳୀୟ ପ୍ରାର୍ଥୀ ୧୦ଟି ଆସନରେ ବିଜୟୀ ହୋଇଥିଲେ ।

(ଙ) ୧୯୪୧ ମସିହାରେ ଗଠିତ ମିଳିତ ମନ୍ତ୍ରିମଣ୍ଡଳର ଗଠନ ଓ କାର୍ଯ୍ୟାବଳୀ ସମ୍ପର୍କରେ ଏକ ଟିପ୍‌ପଣୀ ଲେଖ ।
Answer:

  • ୧୯୪୧ ମସିହା ନଭେମ୍ବର ୨୪ ତାରିଖରେ ଅସନ୍ତୁଷ୍ଟ କଂଗ୍ରେସ ବିଧାୟକଙ୍କ ସହାୟତାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଏକ ମିଳିତ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ ।
  • ଏହି ମନ୍ତ୍ରୀମଣ୍ଡଳରେ ପଣ୍ଡିତ ଗୋଦାବରୀଶ ମିଶ୍ର ଓ ମୌଲାବୀ ଅବ୍‌ଦୁସ୍ ଶୋଭନ୍ ଖାଁ ମନ୍ତ୍ରୀରୂପେ ଯୋଗ ଦେଇଥିଲେ ।
  • ଏହି ମନ୍ତ୍ରୀମଣ୍ଡଳ ଇଂରେଜ ସରକାରଙ୍କୁ ଯୁଦ୍ଧ ଚଳାଇବା କାର୍ଯ୍ୟରେ ସାହାଯ୍ୟ କରିଥିଲେ ମଧ୍ୟ କଂଗ୍ରେସ ନେତାଙ୍କଦ୍ବାରା ସମାଲୋଚିତ ହୋଇଥିଲା ।
  • ଏହି ମନ୍ତ୍ରୀମଣ୍ଡଳର କାର୍ଯ୍ୟକାଳ ମଧ୍ଯରେ ଓଡ଼ିଆମାନଙ୍କର ଦୁଇଟି ଆକାଂକ୍ଷା ଫଳବତୀ ହୋଇପାରିଥିଲା; ତାହା ହେଉଛି ଉତ୍କଳ ବିଶ୍ଵବିଦ୍ୟାଳୟ ଓ କଟକ ଭେଷଜ ମହାବିଦ୍ୟାଳୟର ପ୍ରତିଷ୍ଠା ।
  • ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ଅର୍ଜିତ ସମସ୍ତ ଅର୍ଥକୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଉତ୍କଳ ବିଶ୍ଵବିଦ୍ୟାଳୟକୁ ଦାନ କରିଥିଲେ । ସହଯୋଗୀମାନଙ୍କ ସହିତ ରାଜନୀତିକ ଦୃଷ୍ଟିରୁ ମତଭେଦ ହେବାରୁ ୧୯୪୪ ମସିହା ଜୁନ୍ ୨୯ ତାରିଖରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

BSE Odisha 10th Class History Solutions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ନୂତନ ଓଡ଼ିଶାର ପ୍ରଥମ ବିଧାନସଭାରେ ଏକକ ସଂଖ୍ୟାଗରିଷ୍ଠତା ସତ୍ତ୍ବେ କାହିଁକି କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ ପାଇଁ ରାଜି ହୋଇନଥିଲା ?
Answer:

  1. ୧୯୩୫ ମସିହା ଭାରତ ଶାସନ ଆଇନରେ ରାଜ୍ୟମାନଙ୍କୁ ଦିଆଯାଇଥିବା ବିଶେଷ କ୍ଷମତାଦ୍ବାରା ମନ୍ତ୍ରୀମଣ୍ଡଳର କ୍ଷମତା ସଙ୍କୁଚିତ ହୋଇଯିବାର ଆଶଙ୍କା କଂଗ୍ରେସ କରୁଥିଲା
  2. ତେଣୁ ନିର୍ବାଚନ ପରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିଲେ ସୁଦ୍ଧା ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ରାଜି ହୋଇନଥିଲା ।

(ଖ) ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ସମୟକାଳ କ’ଣ ଥିଲା ?
Answer:

  • ଓଡ଼ିଶାର ପ୍ରଥମ ପ୍ରଧାମନ୍ତ୍ରୀ ଭାବେ ମହ’ରାଜା କୃଷ୍ଣଚନ୍ଦ୍ର ଗଜପତି ୧୯୩୭ ମସିହା ଏପ୍ରିଲ୍ ୧ ତାରିଖରୁ ୧୯୩୭ ମସିହା ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପ୍ରଧାନମନ୍ତ୍ରୀ ଥିଲେ ।
  • ଏହିପରି ଭାବେ ତାଙ୍କର କାର୍ଯ୍ୟକାଳ ସର୍ବମୋଟ ୩ ମାସ ୧୩ ଦିନ ଥିଲା ।

(ଗ) କଂଗ୍ରେସ କାହିଁକି ମନ୍ତ୍ରିମଣ୍ଡଳ ଗଠନ କରିବାକୁ ରାଜି ହେଲା ଏବଂ ବିଶ୍ଵନାଥ ଦାସ କେବେଠାରୁ ଓଡ଼ିଶାର ପ୍ରଧାନମନ୍ତ୍ରୀ ହେଲେ ?
Answer:

  • ଗଭର୍ଣ୍ଣର ଜେନେରାଲ୍‌ଙ୍କ ପ୍ରାଦେଶିକ ମନ୍ତ୍ରୀମଣ୍ଡଳଗୁଡ଼ିକ ପ୍ରତି ସହଯୋଗ ପରେ କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ରାଜି ହୋଇଥିଲା ।
  • ୧୯୩୭ ମସିହା ଜୁଲାଇ ୧୯ ତାରିଖ ଦିନ ବିଶ୍ଵନାଥ ଦାସ ଓଡ଼ିଶାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

(ଘ) ବିଶ୍ଵନାଥ ଦାସଙ୍କ ମନ୍ତ୍ରୀମଣ୍ଡଳରେ ଥ‌ିବା ଅନ୍ୟ ଦୁଇଜଣ ମନ୍ତ୍ରୀ କିଏ ?
Answer:
ବିଶ୍ଵନାଥ ଦାସଙ୍କ ମନ୍ତ୍ରୀମଣ୍ଡଳରେ ନିତ୍ୟାନନ୍ଦ କାନୁନ୍‌ଗୋ ଓ ବୋଧରାମ ଦୁବେ ନାମରେ ଦୁଇଜଣ ମନ୍ତ୍ରୀ ଥିଲେ ।

BSE Odisha 10th Class History Solutions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

(ଙ) ଓଡ଼ିଶାର ପ୍ରଥମ ବିଧାନସଭାର ବାଚସ୍ପତି ଓ ଉପବାଚସ୍ପତି କିଏ ଥିଲେ ?
Answer:
ଓଡ଼ିଶାର ପ୍ରଥମ ବିଧାନସଭାର ବାଚସ୍ପତି ମୁକୁନ୍ଦପ୍ରସାଦ ଦାସ ଏବଂ ଉପବାଚସ୍ପତି ନନ୍ଦକିଶୋର ଦାସ ଥିଲେ ।

(ଚ) ବିଶ୍ଵନାଥ ଦାସଙ୍କ ମନ୍ତ୍ରିମଣ୍ଡଳ କେବେ ଓ କାହିଁକି ଇସ୍ତଫା ଦେଇଥିଲେ ?
Answer:

  1. ଦ୍ବିତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହେବାର ଅଳ୍ପଦିନ ପରେ କଂଗ୍ରେସ ମନ୍ତ୍ରୀମଣ୍ଡଳ ଇଂରେଜ ସରକାରଙ୍କ ଯୁଦ୍ଧନୀତି ବିରୋଧରେ ପ୍ରତିବାଦ କରିଥିଲା ।
  2. ଯାହାର ଫଳସ୍ଵରୂପ ବିଶ୍ଵନାଥ ଦାସଙ୍କ ମନ୍ତ୍ରୀମଣ୍ଡଳ ୧୯୩୯ ମସିହା ନଭେମ୍ବର ମାସରେ ଇସ୍ତଫା ଦେଇଥିଲା ।

(ଛ) ଅଷ୍ଟିନ୍ ହବାକ୍‌ଙ୍କ ପରେ କିଏ ଓଡ଼ିଶାର ରାଜ୍ୟପାଳ ଦାୟିତ୍ଵ ନେଇଥିଲେ ?
Answer:
ଅଷ୍ଟିନ୍ ହବାକ୍‌ଙ୍କ ପରେ ଉଇଲିୟମ୍ ଲୁଇସ୍ ୧୯୪୧ ମସିହା ଏପ୍ରିଲ୍ ୧ ତାରିଖରେ ଓଡ଼ିଶାର ରାଜ୍ୟପାଳ ଦାୟିତ୍ଵ ନେଇଥିଲେ ।

(ଜ) କୃଷ୍ଣଚନ୍ଦ୍ର ଗଜପତିଙ୍କ ମିଳିତ ମନ୍ତ୍ରିମଣ୍ଡଳରେ ଥିବା ଅନ୍ୟ ଦୁଇଜଣ ମନ୍ତ୍ରୀଙ୍କର ନାମ ଲେଖ ।
Answer:
କୃଷ୍ଣଚନ୍ଦ୍ର ଗଜପତିଙ୍କ ମିଳିତ ମନ୍ତ୍ରୀମଣ୍ଡଳରେ ପଣ୍ଡିତ ଗୋଦାବରୀଶ ମିଶ୍ର ଓ ମୌଲବୀ ଅବଦୁସ୍ ଶୋଭନ୍ ଖାଁ ମନ୍ତ୍ରୀରୂପେ ଯୋଗ ଦେଇଥିଲେ ।

(ଝ) କୃଷ୍ଣଚନ୍ଦ୍ର ଗଜପତିଙ୍କ ମିଳିତ ମନ୍ତ୍ରିମଣ୍ଡଳଦ୍ଵାରା ଓଡ଼ିଆମାନଙ୍କର କେଉଁ ଦୁଇଟି ଆକଂକ୍ଷା ଫଳବତୀ ହୋଇଥିଲା ?
Answer:

  • କୃଷ୍ଣଚନ୍ଦ୍ର ଗଜପତିଙ୍କ ମିଳିତ ମନ୍ତ୍ରୀମଣ୍ଡଳଦ୍ୱାରା ଓଡ଼ିଆମାନଙ୍କର ଦୁଇଟି ଆକଂକ୍ଷା ଫଳବତୀ ହୋଇପାରିଥିଲା ।
  • ତାହାହେଲା ଉତ୍କଳ ବିଶ୍ଵବିଦ୍ୟାଳୟ ଓ କଟକରେ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା ।

BSE Odisha 10th Class History Solutions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

(ଞ) ହରେକୃଷ୍ଣ ମହତାବଙ୍କ ମନ୍ତ୍ରିମଣ୍ଡଳ ସମୟର ଉଲ୍ଲେଖନୀୟ କାର୍ଯ୍ୟ କ’ଣ ଥିଲା ?
Answer:
ହରେକୃଷ୍ଣ ମହତାବଙ୍କ ମନ୍ତ୍ରୀମଣ୍ଡଳ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ ଥିଲା ଗଡ଼ଜାତ ମିଶ୍ରଣ, ହୀରାକୁଦ ନଦୀବନ୍ଧ ଯୋଜନାର ଆରମ୍ଭ ଓ ଭୁବନେଶ୍ଵରରେ ଓଡ଼ିଶାର ନୂଆ ରାଜଧାନୀ ପ୍ରତିଷ୍ଠା ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ନୂତନ ଓଡ଼ିଶାର ରାଜଧାନୀ କେଉଁଠାରେ ଅବସ୍ଥାପିତ ହୋଇଥିଲା ?
Answer:
ନୂତନ ଓଡ଼ିଶାର ରାଜଧାନୀ କଟକଠାରେ ଅବସ୍ଥାପିତ ହୋଇଥିଲା ।

(ଖ) ନୂତନ ଓଡ଼ିଶାର ଆୟତନ କେତେ ଥିଲା ?
Answer:
ନୂତନ ଓଡ଼ିଶାର ଆୟତନ ୩୨,୬୯୫ ବର୍ଗ ମାଇଲ୍ ଥିଲା ।

(ଗ) କେଉଁ ସ୍ଥାନରେ ନୂତନ ଓଡ଼ିଶାର ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା ?
Answer:
କଟକର ରେଭେନ୍ସା କଲେଜର ହଲ୍‌ରେ ନୂତନ ଓଡ଼ିଶାର ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

(ଘ) କିଏ ଓଡ଼ିଶାର ପ୍ରଥମ ରାଜ୍ୟପାଳଙ୍କୁ ଶପଥପାଠ କରାଇଥିଲେ ?
Answer:
ପାଟନ। ହାଇକୋର୍ଟର ମୁଖ୍ୟ ବିଚାରପତି ସାର୍ କୋଟ୍‌ନେ ଟେରେଲା ଓଡ଼ିଶାର ପ୍ରଥମ ରାଜ୍ୟପାଳ ଜନ୍ ଅଷ୍ଟିନ୍ ହବାଙ୍କୁ ଶପଥପାଠ କରାଇଥିଲେ ।

(ଙ) କାହା ଅଧ୍ଯକ୍ଷତାରେ ଓଡ଼ିଶା ପ୍ରଶାସନିକ କମିଟି ଗଠିତ ହୋଇଥିଲା ?
Answer:
ସାର୍ ଜନ୍ ଅଷ୍ଟିନ୍ ହବାକ୍‌ଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ପ୍ରଶାସନିକ କମିଟି ଗଠିତ ହୋଇଥିଲା ।

BSE Odisha 10th Class History Solutions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

(ଚ) ଓଡ଼ିଶାର ପ୍ରଥମ ବିଧାନସଭାରେ ସମୁଦାୟ କେତୋଟି ଆସନ ଥିଲା ଏବଂ ସେଥିମଧ୍ୟରୁ କେତୋଟି ନିର୍ବାଚିତ ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ?
Answer:
ଓଡ଼ିଶାର ପ୍ରଥମ ବିଧାନସଭାରେ ସମୁଦାୟ ଷାଠିଏଟି ଆସନ ଥୁଲା ଓ ସେଥୁମଧ୍ୟରୁ ଛପନଟି ଆସନ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ।

(ଛ) କିଏ ସଂଯୁକ୍ତ ଦଳର ନେତୃତ୍ଵ ନେଇଥିଲେ ?
Answer:
କନିକା ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ସଂଯୁକ୍ତ ଦଳର ନେତୃତ୍ୱ ନେଇଥିଲେ ।

(ଜ) ବିଶ୍ଵନାଥ ଦାସଙ୍କ ଇସ୍ତଫା ପରେ କେଉଁ ଆଇନ ଅନୁଯାୟୀ ରାଜ୍ୟପାଳ ଓଡ଼ିଶାର ପ୍ରତ୍ୟକ୍ଷ ଶାସନ ଦାୟିତ୍ବ ଗ୍ରହଣ କଲେ ?
Answer:
ବିଶ୍ବନାଥ ଦାସଙ୍କ ଇସ୍ତଫା ପରେ ୧୯୩୫ ଭାରତ ଶାସନ ଆଇନର ଧାରା ୯୩ ଅନୁଯାୟୀ ରାଜ୍ୟପାଳ ଅଷ୍ଟିନ୍ ହବାକ୍ ଓଡ଼ିଶାର ପ୍ରତ୍ୟକ୍ଷ ଶାସନ ଦାୟିତ୍ଵ ଗ୍ରହଣ କରିଥିଲେ ।

(ଝ) କିଏ ଉତ୍କଳ ବିଶ୍ଵବିଦ୍ୟାଳୟକୁ ତାଙ୍କର ଅର୍ଜିତ ସମସ୍ତ ଅର୍ଥ ଦାନ କରିଥିଲେ ?
Answer:
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ଅର୍ଜିତ ସମସ୍ତ ଅର୍ଥକୁ ଉତ୍କଳ ବିଶ୍ବବିଦ୍ୟାଳୟକୁ ଦାନ କରିଥିଲେ ।

(ଞ) ହରେକୃଷ୍ଣ ମହତାବ କେବେ ଓଡ଼ିଶାର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ ?
Answer:
ହରେକୃଷ୍ଣ ମହତାବ ୧୯୪୬ ମସିହା ଏପ୍ରିଲ୍ ୨୩ ତାରିଖରେ ଓଡ଼ିଶାର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିଲେ ।

BSE Odisha 10th Class History Solutions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

୪ । ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) କେଉଁଟି ନୂତନ ଓଡ଼ିଶାର ଜିଲ୍ଲା ନ ଥିଲା ?
(i) ସମ୍ବଲପୁର
(ii) ଗଞ୍ଜାମ
(iii) ଅନୁଗୁଳ
(iv) କୋରାପୁଟ
Answer:
(iii) ଅନୁଗୁଳ

(ଖ) କିଏ ଉପଦେଷ୍ଟା ପରିଷଦର ଉପସଭାପତି ଥିଲେ ?
(i) ମଧୁସୂଦନ ଦାସ
(ii) ଲକ୍ଷ୍ମୀଧର ମହାନ୍ତି
(iii) କୃଷ୍ଣଚନ୍ଦ୍ର ଗଜପତି
(iv) ବିଶ୍ଵନାଥ ଦାସ
Answer:
(ii) ଲକ୍ଷ୍ମୀଧର ମହାନ୍ତି

(ଗ) କୃଷ୍ଣଚନ୍ଦ୍ର ଗଜପତି କେଉଁ ଦଳର ନେତୃତ୍ଵ ନେଇଥିଲେ ?
(i) ସଂଯୁକ୍ତ ଦଳ
(ii) ଜାତୀୟ କଂଗ୍ରେସ
(iii) ଜାତୀୟ ଦଳ
(iv) ସ୍ଵାଧୀନ ଦଳ
Answer:
(iii) ଜାତୀୟ ଦଳ

(ଘ) କିଏ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରଥମ ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଥିଲେ ?
(i) ଅବଦୁସ୍ ଶୋଭନ ଖାଁ
(ii) ଲତିଫୁର ରେହମାନ
(iii) ଗୋଦାବରୀଶ ମିଶ୍ର
(iv) ନିତ୍ୟାନନ୍ଦ କାନୁନ୍‌ଗୋ
Answer:
(ii) ଲତିଫୁର ରେହମାନ

BSE Odisha 10th Class History Solutions Chapter 10 ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା

(ଡି) କେବେ କୃଷ୍ଣଚନ୍ଦ୍ର ଗଜପତି ମିଳିତ ମନ୍ତ୍ରିମଣ୍ଡଳର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ?
(i) ୧୯୩୭ ଜୁଲାଇ ୧୩
(ii) ୧୯୩୭ ଜୁଲାଇ ୧୯
(iii) ୧୯୪୧ ନଭେମ୍ବର ୨୪
(iv) ୧୯୪୪ ଜୁନ୍ ୨୯
Answer:
(iv) ୧୯୪୪ ଜୁନ୍ ୨୯

୫ । ପାଠରେ ଦିଆଯାଇଥିବା ‘‘ତୁମପାଇଁ କାମ’’ଗୁଡ଼ିକ ଶିକ୍ଷକଙ୍କ ନିର୍ଦ୍ଦେଶନା ଓ ସହାୟତାରେ ସମ୍ପାଦନ କର ।
Answer:
(ପିଲାମାନେ ଶିକ୍ଷକଙ୍କ ସହାୟତା ଓ ନିର୍ଦ୍ଦେଶନାରେ ଉତ୍ତର ଲେଖିବେ ।)

Leave a Comment