BSE Odisha 10th Class Life Science Solutions Chapter 4 ରେଚନ

Odisha State Board BSE Odisha 10th Class Life Science Solutions Chapter 4 ରେଚନ Textbook Exercise Questions and Answers.

BSE Odisha Class 10 Life Science Solutions Chapter 4 ରେଚନ

Question 1.
ରେଚନ କ’ଣ ? ବୃକ୍‌କର ଅବସ୍ଥିତି ଓ ଗଠନ ଲେଖ ।
ରେଚନ :

  • ଶରୀରରେ ହେଉଥ‌ିବା ବିଭିନ୍ନ ଚୟାପଚୟ ପ୍ରକ୍ରିୟାରୁ ସୃଷ୍ଟି ହେଉଥ‌ିବା ବର୍ଜ୍ୟବସ୍ତୁ ଶରୀର ପାଇଁ ଅଦରକାରୀ ଓ ହାନିକାରକ ଅଟେ । ଏଣୁ ଶରୀରରେ ଥ‌ିବା ବିଶେଷ ବ୍ୟବସ୍ଥା ଏହି ବର୍ଜ୍ୟବସ୍ତୁଗୁଡ଼ିକୁ ନିଷ୍କାସିତ କରି ଶରୀର ଭିତର ପରିବେଶକୁ ପ୍ରଦୂଷଣମୁକ୍ତ ରଖେ ।
  • ଏହାଦ୍ୱାରା କୋଷରେ ହେଉଥ‌ିବା ବିଭିନ୍ନ ଜୈବରାସାୟନିକ କାର୍ଯ୍ୟକଳାପର ସନ୍ତୁଳନ ବଜାୟ ରହେ ଓ ଶରୀର ସୁସ୍ଥ ରହେ । ଏହି ପ୍ରକ୍ରିୟାକୁ ରେଚନ କୁହାଯାଏ ।

ବୃକ୍‌କର ଅବସ୍ଥିତି ଓ ଗଠନ :

  • ପ୍ରତ୍ୟେକ ବୃକ୍‌କ ଭିତରେ 10 ଲକ୍ଷରୁ ଅଧିକ ସୂକ୍ଷ୍ମ ବୃକ୍‌କୀୟ ନଳିକା ରହିଥାଏ ।
  • ବୃକ୍‌କର ଆକୃତି ପ୍ରାୟ ଶିମ୍ବ ମଞ୍ଜିପରି । ସୁସ୍ଥ ବୟଃପ୍ରାପ୍ତ ବ୍ୟକ୍ତିର ବୃକ୍‌କର ଲମ୍ବ ପ୍ରାୟ 10 ରୁ 12 ସେ.ମି., ପ୍ରସ୍ଥ ପ୍ରାୟ 5 ରୁ 7 ସେ.ମି. ଓ ମୋଟେଇ ପ୍ରାୟ 3 ସେ.ମି. ।
  • ବୃକ୍‌କର ଭିତର ପାଖରେ ଥ‌ିବା ଖାଲୁଆ ସ୍ଥାନଟିକୁ ହାଇଲମ୍ କୁହାଯାଏ ।
  • ହାଇଲମ୍ ମଧ୍ୟଦେଇ ବୃକ୍‌କୀୟ ଶିରା, ଧମନୀ ଓ ମୂତ୍ରସାରଣୀ ବୃକ୍‌କ ସହିତ ସଂଯୁକ୍ତ ହୋଇଥାଏ ।
  • ମୂତ୍ରସାରଣୀ ଦେଇ ବୃକ୍‌କରୁ ମୂତ୍ର ମୂତ୍ରାଶୟକୁ ଆସେ ।

BSE Odisha 10th Class Life Science Solutions Chapter 4 ରେଚନ

Question 2.
ବୃକ୍‌କର ଗଠନ ଓ କାର୍ଯ୍ୟ ଲେଖ ।
ଉ-
ବୃକ୍‌କର ଗଠନ ଓ କାର୍ଯ୍ୟ:

  • ପ୍ରତ୍ୟେକ ବୃକ୍‌କ ଭିତରେ 10 ଲକ୍ଷରୁ ଅଧିକ ସୂକ୍ଷ୍ମ ବୃକ୍‌କୀୟ ନଳିକା ରହିଥାଏ ।
  • ପ୍ରତି ବୃକ୍‌କୀୟ ନଳିକାର ଗୋଟିଏ ପାର୍ଶ୍ବ ‘କପ୍’ ବା ଗିନା ଆକୃତିର । କପ୍ ଆକୃତିର ପାର୍ଶ୍ୱଟି ବୃକ୍‌କର ବାହାର ପଟକୁ ମୁହେଁଇଥାଏ । ଏହି କପିକୁ ବାଓମ୍ୟାନ୍ସ କ୍ୟାପ୍‌ସୁଲ କୁହାଯାଏ ।
  • ପ୍ରତି ନେଫ୍ରନ୍ ସହ ବୃକ୍‌କୀୟ ଧମନୀର ଗୋଟିଏ ଲେଖାଏଁ ସୂକ୍ଷ୍ମ ଶାଖା (ଏଫରେଣ୍ଟ ଅନ୍ତର୍ବାହୀ ଉପଧମନୀ) ସଂଯୁକ୍ତ ହୋଇଥାଏ ।
  • ଏହା ନେଫ୍ରନ୍ ଭିତରେ ପ୍ରବେଶ କରି ଅନେକ ଅତି ସୂକ୍ଷ୍ମ ଶାଖାପ୍ରଶାଖା ବା କୈଶିକନଳୀରେ ପରିଣତ ହୋଇଥାଏ । ଏସବୁ କୈଶିକନଳୀ ପରସ୍ପର ସହ ପୁଣି ମିଶିଯିବାଦ୍ଵାରା ଇଫରେଣ୍ଟ ବହିର୍ବାହୀ ଉପଧମନୀ ସୃଷ୍ଟି ହୁଏ ।
  • କୈଶିକନଳୀଗୁଡ଼ିକର ପ୍ରାଚୀର ଖୁବ୍ ପତଳା । ଏ ଦୁଇଟି ଉପଧମନୀ ସହ ସଂଶ୍ଳିଷ୍ଟ କୈଶିକନଳୀର ଏହି ଗୁଚ୍ଛକୁ କୈଶିକଗୁଚ୍ଛ ବା ଗ୍ଲୋମେରୁଲସ୍ କୁହାଯାଏ ।
  • ବାଓମ୍ୟାନ୍ସ କ୍ୟାପସୁଲର ‘କପ୍’ରେ ଏହା ଯୋଗୁଁହୋଇ ରହିଥାଏ । ରକ୍ତ, ଅନ୍ତର୍ବାହୀ ଉପଧମନୀ ଦେଇ କୈଶିକଗୁଚ୍ଛରେ ପ୍ରବେଶ କରେ ଏବଂ ବହିର୍ବାହୀ ଉପଧମନୀ ଦେଇ ଗୁଚ୍ଛ ବାହାରକୁ ଯାଇଥାଏ ।
  • ‘ରକ୍ତଛଣା’ କାର୍ଯ୍ୟ ପାଇଁ ଏହି ବ୍ୟବସ୍ଥା ମାଲ୍‌ପିଝିଆନ୍ ପିଣ୍ଡ ଗଠନ କରନ୍ତି । ବେଶ୍ ଉପଯୋଗୀ । ଗ୍ଲୋମେରୁଲସ୍ ଓ ବାଓମ୍ୟାନ୍ସ କ୍ୟାପସୁଲ୍ ମିଶି ମାଲ୍‌ପିଝିଆନ୍ ପିଣ୍ଡ ଗଠନ କରନ୍ତି ।
  • ବୃକ୍‌କୀୟ ନଳିକାର କେତେକ ଅଂଶ ବୃକ୍‌କ ଭିତରେ ଗୁଡ଼େଇ ରହି ଶେଷ ମୁଣ୍ଡଟି ମୂତ୍ର ସଂଗ୍ରହନଳିକା ମଧ୍ୟରେ ପଶିଥାଏ ।
  • ମୂତ୍ର ସଂଗ୍ରହ ନଳିକାଗୁଡ଼ିକ ଏକାଠି ହୋଇ ବୃକ୍‌କ ଭିତରେ ଥିବା ଏକ ଗହ୍ଵର ଭିତରକୁ ଖୋଲିଥାନ୍ତି ଓ ଏହି ଗହ୍ଵରଟିକୁ ଗବିଣୀ ବସ୍ତି କୁହାଯାଏ ।
  • ପ୍ରତ୍ୟେକ ବୃକ୍‌କରୁ ଗୋଟିଏ ଲେଖାଏଁ ମୂତ୍ରସାରଣୀ ବାହାରି ତଳିପେଟରେ ଥ‌ିବା ମୂତ୍ରାଶୟ ଭିତରେ ପଶିଥାଏ ।
  • ମୂତ୍ରାଶୟରେ ମୂତ୍ର ସଞ୍ଚତ ହୋଇ ରହେ ଓ ପରିସ୍ରା କଲାବେଳେ ତାହା ମୂତ୍ରମାର୍ଗ ଦେଇ ନିଷ୍କାସିତ ହୋଇଥାଏ ।

Question 3.
‘ଉଦ୍ଭିଦରେ ରେଚନ’ର ଏକ ବିବରଣୀ ଦିଅ ।
ଉ-

  • ଉଭିଦରେ ରେଚନ ପାଇଁ ପ୍ରାଣୀପରି ସ୍ୱତନ୍ତ୍ର ରେଚନ ଅଙ୍ଗ ନଥାଏ । ଚୟାପଚୟ ପ୍ରକ୍ରିୟାରେ ଜାତ ବିଭିନ୍ନ ଉପଜାତ ପଦାର୍ଥ ଉଭିଦର କେତେକ ବିଶେଷ ଅଂଶରେ ଗଚ୍ଛିତ ହୋଇ ରହେ ।
  • ଖଇର, ଝୁଣା, ଅଠା, କ୍ଷୀର ଏହାର କେତୋଟି ଉଦାହରଣ ଅଟେ ।
  •  ତେନ୍ତୁଳିରେ ଥିବା ଟାର୍ଟାରିକ୍ ଅମ୍ଳ, ଲେମ୍ବୁରେ ଥ‌ିବା ସାଇଟ୍ରିକ୍ ଅମ୍ଳ, ସିନା ଗଛରେ ଥିବା କୁଇନାଇନ୍ ଓ ତମାଖୁ ପତ୍ରରେ ଥିବା ନିକୋଟିନ ପରି ଉପକ୍ଷାର ଏହିପରି କିଛି ଉତ୍ପାଦର ଉଦାହରଣ ଅଟନ୍ତି ।
  • ଏଗୁଡ଼ିକ ଆମର ଉପକାରରେ ଆସେ । ଏହି ଅଦରକାରୀ ପଦାର୍ଥଗୁଡ଼ିକ ଯୋଗୁଁ ଉଭିଦର କ୍ଷତି ହୋଇ ନଥାଏ ।
  • ଉଭିଦରେ ଷ୍ଟୋମାଟା ଶ୍ଵାସକ୍ରିୟା ସମ୍ପାଦନ କରିବା ସହିତ ଏକ ରେଚନ ଅଙ୍ଗଭଳି କାର୍ଯ୍ୟ କରିଥାଏ ।
  • ଉଭିଦ ଶରୀରରେ ଥିବା ବଳକା ପାଣି ଉଵେଦନ ପ୍ରକ୍ରିୟାରେ ବାହାରିଯାଇଥାଏ ।
  • ଅନେକ ଉଦ୍ଭଦରେ ବର୍ଜ୍ୟବସ୍ତୁଗୁଡ଼ିକ କୋଷମଧ୍ଯସ୍ଥ ରସଧାନୀରେ ସଂଗୃହୀତ ହୋଇଥାଏ ।
  • ସ୍ଥଳବିଶେଷରେ ସେଗୁଡ଼ିକ ମଧ୍ୟ ପତ୍ରରେ ସଂଗୃହୀତ ହୁଏ ଓ ପରେ ବର୍ଜ୍ୟବସ୍ତୁଭରା ପତ୍ର ଶୁଖ୍ ଝଡ଼ିପଡ଼େ ।
  • ରେଜିନ୍ ଓ ଟାନିନ୍ ପରି ବର୍ଜ୍ୟବସ୍ତୁଗୁଡ଼ିକ ପରିପକ୍ଵ ଜାଇଲେମ୍‌ରେ ମଧ୍ଯ ସଂଗୃହୀତ ହୋଇଥାଏ ।

Question 4.
ଶରୀରରେ ଚୟାପଚୟ ପ୍ରକ୍ରିୟାରୁ ଜାତ ହେଉଥ‌ିବା ବର୍ଜ୍ୟବସ୍ତୁଗୁଡ଼ିକର ନାମ ଲେଖ । ମେରୁଦଣ୍ଡୀ ପ୍ରାଣୀମାନଙ୍କରେ ଏହା କେଉଁ ଉପାଦାନରେ ପରିଣତ ହୋଇ ଶରୀରରୁ ନିଷ୍କାସିତ ହୋଇଥାଏ ?
ଉ-
ଶରୀରରେ ଚର୍ଯାପଚୟ ପ୍ରକ୍ରିୟାରୁ ଜାତ ହେଉଥ‌ିବା ବର୍ଜ୍ୟବସ୍ତୁଗୁଡ଼ିକ ହେଉଛି ଏମୋନିଆ, ୟୁରିଆ, ୟୁରିକ୍ ଅମ୍ଳ ଓ CO2 । ମେରୁଦଣ୍ଡୀ ପ୍ରାଣୀମାନଙ୍କ ଯକୃତରେ ଏମୋନିଆ ସହ ଅଙ୍ଗାରକାମ୍ଳର ରାସାୟନିକ ସଂଯୋଗ ହୋଇ ୟୁରିଆ ଉତ୍ପନ୍ନ ହୋଇଥାଏ । ୟୁରିଆ (NH2 – CO – NH2) ଜଳରେ ଦ୍ରବଣୀୟ । ତେଣୁ ରକ୍ତରେ ମିଶି ଏହା ବୃକ୍‌କରେ ପହଞ୍ଚିଥାଏ । ବୃକ୍‌କରେ ରକ୍ତରୁ ୟୁରିଆ ଅଲଗା ହୁଏ ଓ ଜଳରେ ଦ୍ରବୀଭୂତ ହୋଇ ମୂତ୍ର ହୋଇ ଶରୀରରୁ ବାହାରିଯାଏ ।
BSE Odisha 10th Class Life Science Solutions Chapter 4 ରେଚନ 1

Question 5.
ମଣିଷର ରେଚନ ତନ୍ତ୍ରର ଏକ ନାମାଙ୍କିତ ଚିତ୍ର ଅଙ୍କନ କର ।
ଉ-
BSE Odisha 10th Class Life Science Solutions Chapter 4 ରେଚନ 2

Question 6.
ବୃକ୍‌କର ଅନୁଦୈର୍ଘ୍ୟକ ଛେଦନର ଏକ ନାମାଙ୍କିତ ଚିତ୍ର ଅଙ୍କନ କର ।
ଉ-
BSE Odisha 10th Class Life Science Solutions Chapter 4 ରେଚନ 3

BSE Odisha 10th Class Life Science Solutions Chapter 4 ରେଚନ

Question 7.
ଚିତ୍ରସହ ଗ୍ଲୋମେରୁଲସ୍‌ର ଗଠନ ବର୍ଣ୍ଣନା କର ।
ଉ-

  • ପ୍ରତ୍ୟେକ ବୃକ୍‌କ ଭିତରେ 10 ଲକ୍ଷରୁ ଅଧ୍ଵ ଅତି ସୂକ୍ଷ୍ମ ବୃକ୍‌କୀୟ ନଳିକା (Nephron) ରହିଥାଏ ।
  • ପ୍ରତ୍ୟେକ ବୃକ୍‌କୀୟ ନଳିକାର ଗୋଟିଏ ପାର୍ଶ୍ଵ କପ୍ ବା ଗିନା ଆକୃତିର ।
  • କପ୍ ଆକୃତିର ପାର୍ଶ୍ୱଟି ବୃକ୍‌କର ବାହାର ପଟକୁ ମୁହଁକରି ରହିଥାଏ ।
  • ଏହି କପ୍କୁ ବାଓମ୍ୟାନ୍ସ କ୍ୟାପସୁଲ କୁହାଯାଏ ।
  • ପ୍ରତ୍ୟେକ ନେଫ୍ରନ ସହ ଏଫରେଣ୍ଟ ଅନ୍ତର୍ବାହୀ ଉପଧମନୀ ସଂଯୁକ୍ତ ହୋଇଥାଏ ।
  • ଏହା ନେଫ୍ରନ୍ ଭିତରେ ପ୍ରବେଶ କରି କୈଶିକ ନଳୀରେ ପରିଣତ ହୋଇଥାଏ ।
  • ଏହିସବୁ କୈଶିକ ନଳୀ ପୁନଃ ମିଳିତ ହୋଇ ଏଫରେଣ୍ଟ ବହିର୍ବାହୀ ଉପଧମନୀ ସୃଷ୍ଟି ହୋଇଥାଏ ।
  • ଏହି 2ଟି ଉପଧମନୀ ସହିତ ସଂଶ୍ଳିଷ୍ଟ କୈଶିକ ନଳୀର

BSE Odisha 10th Class Life Science Solutions Chapter 4 ରେଚନ 4

Question 8.
ସଂକ୍ଷେପରେ ଉତ୍ତର ଦିଅ ।
(କ) ବୃକ୍‌କ କିପରି ଶରୀରର ଅନ୍ତଃପରିବେଶ ବଜାୟ ରଖୁଥାଏ ?
ଉ-
ପରିସ୍ରବଣ, ପୁନଃଶୋଷଣ, କ୍ଷରଣ ଏବଂ ନିଷ୍କାସନ – ଏହି ଚାରୋଟି ପ୍ରକ୍ରିୟା ମାଧ୍ୟମରେ ବୃକ୍‌କ ଶରୀରର ଅନ୍ତଃପରିବେଶର ସନ୍ତୁଳନ ବଜାୟ ରଖୁଥାଏ ।

(ଖ) ରେଚନ ତନ୍ତ୍ର କାହାକୁ କୁହାଯାଏ ?

  • ଶରୀରରେ ହେଉଥ‌ିବା ବିଭିନ୍ନ ଚୟାପଚୟ ପ୍ରକ୍ରିୟାରୁ ସୃଷ୍ଟି ହେଉଥ‌ିବା ବର୍ଜ୍ୟବସ୍ତୁ ଶରୀର ପାଇଁ ଅଦରକାରୀ ଓ ହାନିକାରକ ଅଟେ ।
  • ଶରୀରରେ ଥ‌ିବା ବିଶେଷ ବ୍ୟବସ୍ଥାଦ୍ୱାରା ବର୍ଜ୍ୟବସ୍ତୁଗୁଡ଼ିକ ନିଷ୍କାସିତ ହୁଏ ଓ ଶରୀର ଭିତର ପରିବେଶ
  • ଯେଉଁ ଅଙ୍ଗମାନଙ୍କ ସହାୟତାରେ ଏହି କାର୍ଯ୍ୟ ସମ୍ପାଦିତ ହୁଏ, ତାହାକୁ ରେଚନ କୁହାଯାଏ । ମନୁଷ୍ୟର ରେଚନ ତନ୍ତ୍ର ବୃକ୍‌କ, ମୂତ୍ରସାରଣୀ ଓ ମୂତ୍ରାଶୟ ଇତ୍ୟାଦିକୁ ନେଇ ଗଠିତ ।

(ଗ) ମେରୁଦଣ୍ଡୀ ପ୍ରାଣୀମାନଙ୍କରେ ୟୁରିଆ କେଉଁଠି ତିଆରି ହୁଏ ? ମଣିଷର ମୁଖ୍ୟ ରେଚନ ଅଙ୍ଗଗୁଡ଼ିକର ନାମ ଲେଖ ।
ଉ-
ମେରୁଦଣ୍ଡୀ ପ୍ରାଣୀମାନଙ୍କ ଯକୃତରେ ଏମୋନିଆ ସହ ଅଙ୍ଗାରକାମ୍ଳର ରାସାୟନିକ ସଂଯୋଗ ହୋଇ ୟୁରିଆ ଉତ୍ପନ୍ନ ହୋଇଥାଏ । ମନୁଷ୍ୟର ମୁଖ୍ୟ ରେଚନ ଅଙ୍ଗଗୁଡ଼ିକର ନାମ ହେଉଛି – ବୃକ୍‌କ ଓ ଚର୍ମ ।

(ଘ) ସୁସ୍ଥ ବ୍ୟକ୍ତିର ମୂତ୍ର ଈଷତ୍ ହଳଦିଆ କାହିଁକି ? ମୂତ୍ରରେ କେଉଁ ଉପାଦାନ ଥିଲେ ବ୍ୟକ୍ତି ଅସୁସ୍ଥ ବୋଲି ଜଣାପଡ଼େ ?
ଉ-

  • ମୂତ୍ରରେ ୟୁରୋକ୍ରୋମ୍ ନାମକ ବର୍ଷକଣା ଥିବା ହେତୁ ଜଣେ ସୁସ୍ଥ ବ୍ୟକ୍ତିର ପରିସ୍ରା ରଙ୍ଗ ଈଷତ୍ ହଳଦିଆ ହୋଇଥାଏ ।
  • ମୂତ୍ରରେ ନିମ୍ନଲିଖ୍ ଉପାଦାନ ରହିଲେ ବ୍ୟକ୍ତି ଅସୁସ୍ଥ ବୋଲି ଜଣାପଡ଼େ; ଯଥା- ଗ୍ଲୁକୋଜ୍, ପ୍ରୋଟିନ୍, ରକ୍ତକଣିକା ।

Question 9.
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
(କ) ଶିଖାକୋଷ କେଉଁ ପ୍ରକାର କୃମିମାନଙ୍କର ରେଚନ ଅଙ୍ଗ ଭାବରେ କାର୍ଯ୍ୟ କରେ ?
ଉ-
ଚେପ୍‌ଟାକୃମି

(ଖ) ମଣିଷର କେଉଁଠାରେ ଏମୋନିଆ ୟୁରିଆରେ ପରିଣତ ହୁଏ ?
ଉ-
ଯକୃତ

(ଗ) ବୃକକ୍‌ରୁ ନିଃସୃତ କେଉଁ ହରମୋନ୍ ଲୋହିତ ରକ୍ତକଣିକା ତିଆରି କରିବାରେ ‘ସାହାଯ୍ୟ କରିଥାଏ ?
ଉ-
ଏରିଥ୍ରୋପୋଇଏଟିନ୍

(ଘ) ତେନ୍ତୁଳିରେ କେଉଁ ଅମ୍ଳ ଥାଏ ?
ଉ-
ଗାର୍ଟରର ଅମ୍ଳ

(ଙ) ଜିଆ ଓ ଜୋକଗୁଡ଼ିକଙ୍କର କେଉଁଟି ରେଚନ ଅଙ୍ଗ ଭାବରେ କାର୍ଯ୍ୟ କରେ ?
ଉ-
ନେଫ୍ରିଡ଼ିଆ

Question 10.
ଶୂନ୍ୟସ୍ଥାନ ପୂରଣ କର ।
(କ) ବିହଙ୍ଗ ଓ ସରୀସୃପ ଏମୋନିଆକୁ ………………….. ରେ ପରିଣତ କରି ଶରୀରରୁ ନିଷ୍କାସିତ କରିଥାନ୍ତି ।
(ଖ) ବୃକ୍‌କରେ ଥିବା ଅତି ସୂକ୍ଷ୍ମ ନଳିକାଗୁଡ଼ିକୁ ………………….
(61) ମାପିଝିଆନ୍ ନଳିକା …………………. ର ରେଚନ ଅଙ୍ଗରୂପେ କାର୍ଯ୍ୟକରେ ।
(ଘ) ଜଳଚର ପ୍ରାଣୀ ଶରୀରରେ ଉତ୍ପନ୍ନ ଏମୋନିଆକୁ ………………… କ୍ରିୟାଦ୍ଵାରା ଶରୀରରୁ ନିଷ୍କାସିତ କରିଥା’ନ୍ତି ।
(ଙ) ତମାଖୁ ପତ୍ରରେ ଥ‌ିବା ନିକୋଟିନ୍ ଏକ ………………….. ।
ପରିପକ୍ବ ଜାଇଲେମ୍‌ରେ ରେଜିନ୍ ଓ ………………….. ପରି ବର୍ଜ୍ୟବସ୍ତୁ ସଂଗୃହୀତ ହୋଇଥାଏ ।

BSE Odisha 10th Class Life Science Solutions Chapter 4 ରେଚନ

Answers
(କ) ୟୁରିକ୍ ଅମ୍ଳ,
(ଖ) ବୃକ୍‌କୀୟ ନଳିକା । ମୂତ୍ରଜନ ନଳିକା
(ଗ) ଝିଣ୍ଟିକା,
(ଘ) ବିସରଣ,
(ଙ) ଉପକ୍ଷାର,
(ଚ) ଟାନିନ୍

Question 11.
ବାକ୍ୟରେ ଚିହ୍ନିତ ରେଖାଙ୍କିତ ଶବ୍ଦ । ଶବ୍ଦପୁଞ୍ଜକୁ ବଦଳାଇ ଠିକ୍ ବାକ୍ୟ ଲେଖ ।
(କ) ଶରୀରରେ ପୃଷ୍ଟିସାର ଚୟାପଚୟ ଫଳରେ ଗ୍ଲିସରଲ ନିର୍ଗତ ହୁଏ ।
ଉ-
ୟୁରିକି ଏସଡ଼
ଶରୀରରେ ପୃଷ୍ଟିସାର ଚୟାପଚୟ ଫଳରେ ୟୁରିଆ/ୟୁରିକ୍ ଅମ୍ଳ ନିର୍ଗତ ହୁଏ ।

(ଖ) ଜଳଚର ପ୍ରାଣୀଙ୍କ ଶରୀରରୁ ଉତ୍ପନ୍ନ ୟୁରିକି ଏସଡ଼ ବିସରଣ ପ୍ରକ୍ରିୟାଦ୍ଵାରା ସିଧାସଳଖ ଜଳୀୟ ପରିବେଶକୁ ନିଷ୍କାସିତ ହୋଇଥାଏ ।
ଉ-
ଜଳଚର ପ୍ରାଣୀଙ୍କ ଶରୀରରୁ ଉତ୍ପନ୍ନ ଏମୋନିଆ ବିସରଣ ପ୍ରକ୍ରିୟାଦ୍ଵାରା ସିଧାସଳଖ ଜଳୀୟ ପରିବେଶକୁ ନିଷ୍କାସିତ ହୋଇଥାଏ ।

(ଗ) ଏମିବା ପରି ଏକକୋଷୀ ପ୍ରାଣୀମାନଙ୍କର ରେଚନ ପ୍ରକ୍ରିୟା ନେଫ୍ରିଡ଼ିଆଦ୍ଵାରା ସମ୍ପାଦିତ ହୋଇଥାଏ ।
ଉ-
ଏମିବା ପରି ଏକକୋଷୀ ପ୍ରାଣୀମାନଙ୍କର ରେଚନ ପ୍ରକ୍ରିୟା ସଂକୋଚିକୀଧାନୀଦ୍ୱାରା ସମ୍ପାଦିତ ହୋଇଥାଏ ।

(ଘ) ମଣିଷର ମଧ୍ୟଚ୍ଛଦାର ଠିକ୍ ଉପରକୁ ଉଦର ଗହ୍ଵର ଭିତରେ ଦୁଇଟି ବୃକ୍‌କ ରହିଛି ।
ଉ-
ମଣିଷର ମଧ୍ୟଚ୍ଛଦାର ଠିକ୍ ତଳକୁ ଉଦର ଗହ୍ଵର ଭିତରେ ଦୁଇଟି ବୃକ୍‌କ ରହିଛି ।

(ଙ) ସିନା ଗଛରେ ନିକୋଟିନ୍‌ ପରି ଉପକ୍ଷାର ରହିଥାଏ ।
ଉ-
ସିନା ଗଛରେ କୁଇନାଇନ୍‌ ପରି ଉପକ୍ଷାର ରହିଥାଏ ।

Leave a Comment