BSE Odisha 6th Class History Important Questions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

Odisha State Board BSE Odisha 6th Class History Important Questions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ Important Questions and Answers.

BSE Odisha Class 6 History Important Questions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ମହାବୀରଙ୍କ ଜୀବନୀ ବର୍ଣ୍ଣନା କର ।
Answer:

  • ଖ୍ରୀ. ପୂ. ଷଷ୍ଠ ଶତାବ୍ଦୀରେ ମହାବୀର ବୈଶାଳୀ ନଗରରେ କୁନ୍ଦ ଗ୍ରାମରେ ଏକ କ୍ଷତ୍ରୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜନ୍ମ ସମୟରେ ତାଙ୍କ ନାମ ଥିଲା ବର୍ଦ୍ଧମାନ । ତାଙ୍କ ପିତାଙ୍କ ନାମ ସିଦ୍ଧାର୍ଥ ଏବଂ ମାତାଙ୍କ ନାମ ତ୍ରିଶଳା ।
  • ସେ ୩୦ ବର୍ଷ ବୟସରେ ସତ୍ୟର ସନ୍ଧାନ ପାଇଁ ଗୃହତ୍ୟାଗ କରି ଦୀର୍ଘ ୧୨ ବର୍ଷ କଠୋର ସାଧନାରେ କଟାଇଥିଲେ ।
  • ତ୍ରୟୋଦଶ ବର୍ଷ ଅର୍ଥାତ୍‌ ୪୨ ବର୍ଷ ବୟସରେ ସେ ଦିବ୍ୟଜ୍ଞାନ ଲାଭ କରିଥିଲେ ।
  • ସେ ପ୍ରକୃତ ଜ୍ଞାନର ଅଧିକାରୀ ହୋଇଥିବାରୁ ତାଙ୍କୁ ‘ଜିନ୍’ କୁହାଗଲା । ଏହି ‘ଜିନ୍’ ଶବ୍ଦରୁ ତାଙ୍କର ପ୍ରଚାରିତ ଧର୍ମକୁ ଜୈନଧର୍ମ କୁହାଯାଏ । ସେ ଇନ୍ଦ୍ରିୟମାନଙ୍କ ଉପରେ ଜୟଲାଭ କରିଥିବାରୁ ତାଙ୍କୁ ମହାବୀର କୁହାଗଲା ।

BSE Odisha 6th Class History Important Questions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

୨ । ମହାବୀର ଜୈନଙ୍କର ଧର୍ମନୀତି କିପରି ଥିଲା ?
Answer:

  • ମହାବୀର ସରଳ ଓ ନିରାଡ଼ମ୍ବର ଜୀବନଯାପନ କରିବା ଉପରେ ବିଶ୍ବାସ କରୁଥିଲେ । ସେ ଈଶ୍ବରଙ୍କର ସ୍ଥିତି, ଯାଗଯଜ୍ଞ, ଧର୍ମବିଧ, ପଶୁବଳି ଓ ଜାତିଭେଦକୁ ବିଶ୍ଵାସ କରୁନଥିଲେ । ସେ କହୁଥିଲେ ପ୍ରତ୍ୟେକ ଜୀବପ୍ରତି ଶ୍ରଦ୍ଧା ଓ ଦୟା ପ୍ରଦର୍ଶନ କରିବା ମନୁଷ୍ୟର ଧର୍ମ ।
  • ଅହିଂସା ଜୈନଧର୍ମର ମୂଳମନ୍ତ୍ର ଥିଲା । ଜୈନଧର୍ମର ଲୋକମାନେ ଅହିଂସାକୁ ଅତି କଠୋର ଭାବରେ ପାଳନ କରନ୍ତି । ଏପରିକି ସେମାନେ ରାତିରେ ଦୀପ ନଜାଳିବା, ମୁହଁ ଓ ନାକକୁ କନାରେ ଘୋଡ଼ାଇ ରଖୁ, ଧୀର ଗତିରେ ଚାଲିବା ଇତ୍ୟାଦି ଉପରେ ବିଶ୍ବାସ କରନ୍ତି । କାରଣ ଏହାଦ୍ଵାରା କୀଟପତଙ୍ଗ ଆଦିଙ୍କର ଜୀବନନାଶ ହେବନାହିଁ ।
  • ମହାବୀର ପୁନର୍ଜନ୍ମରେ ବିଶ୍ଵାସ କରୁଥିଲେ । ପୁନର୍ଜନ୍ମରୁ ମୁକ୍ତି ପାଇବାପାଇଁ ସେ ତିନିଗୋଟି ମାର୍ଗ ଅବଲମ୍ବନ କରିବାକୁ ଉପଦେଶ ଦେଇଥିଲେ । ଯଥା – ସତ୍ ବିଶ୍ଵାସ, ସଜ୍ଞାନ ଓ ସତ୍‌କାର୍ଯ୍ୟ । ଏହାକୁ ଜୈନ ‘ତ୍ରିରତ୍ନ’ କୁହାଯାଏ ।
  • ମହାବୀର କର୍ମବାଦ ଉପରେ ଅଧ‌ିକ ଗୁରୁତ୍ଵ ଦେଉଥିଲେ । ପ୍ରତ୍ୟେକଙ୍କ ସୁକର୍ମ ଓ କୁକର୍ମ ଉପରେ ତା’ର ପୁନର୍ଜନ୍ମ ନିର୍ଭର କରେ । ଆତ୍ମାର କର୍ମ ବନ୍ଧନରୁ ମୁକ୍ତି ହେଉଛି ନିର୍ବାଣ । ଜୈନ ଧର୍ମାବଲମ୍ବୀଙ୍କ ପ୍ରଧାନ ଲକ୍ଷ୍ୟ ହେଲା ନିର୍ବାଣ । ଏହା କେବଳ ଉପବାସ, ଧ୍ୟାନ ଓ କଠୋର ସଂଯମଦ୍ୱାରା ସମ୍ଭବ ହୋଇପାରିବ ।

୩ । ବୌଦ୍ଧ ଧର୍ମର ନୀତିଗୁଡ଼ିକ ବର୍ଣ୍ଣନା କର ।
Answer:

  • ବୁଦ୍ଧଦେବ ଚାରୋଟି ସତ୍ୟ ପ୍ରଚାର କରିଥିଲେ । ଏହାକୁ ‘ଚତୁଃ ଆର୍ଯ୍ୟ ସତ୍ୟ’’ କୁହାଯାଏ । ସେଗୁଡ଼ିକ ହେଲା – ମନୁଷ୍ୟ ଜୀବନ ଦୁଃଖପୂର୍ଣ୍ଣ । ଏହି ଦୁଃଖର କାରଣ ହେଉଛି କାମନା । କାମନାର ବିନାଶରେ ଦୁଃଖର ବିନାଶ । ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ ମାଧ୍ୟମରେ କାମନାର ବିନାଶ ହୋଇପାରିବ । କାମନାର ବିନାଶ ହେଲେ ନିର୍ବାଣ ପ୍ରାପ୍ତି
    ହେବ ।
  • ଏହି ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ ହେଲା – (୧) ସତ୍ ବିଶ୍ଵାସ, (୨) ସତ୍ ଚିନ୍ତା, (୩) ସତ୍‌କର୍ମ,(୪) ସତ୍ ବାକ୍ୟ, (୫) ସତ୍ ଆଚାର, (୬) ସତ୍ ଉଦ୍ୟମ, (୭) ସତ୍ ଜୀବିକା, (୮) ସତ୍ ସଂକଳ୍ପ ।
  • ଏହା ବ୍ରାହ୍ମଣ ଧର୍ମର କୋମଳତା ଓ ଜୈନଧର୍ମର କଠୋରତାର ମଧ୍ୟବର୍ତ୍ତୀ ହୋଇଥିବାରୁ ଏହାକୁ ‘ମଧ୍ୟମପଥ’’କୁହାଯାଏ । ଗୌତମ ଅହିଂସା ଆଚରଣ ଉପରେ ଗୁରୁତ୍ଵଆରୋପ କରୁଥିଲେ । ତେଣୁ ଜଣେ ଅନ୍ୟ କୌଣସି ମନୁଷ୍ୟ ବା ପ୍ରାଣୀଙ୍କୁ ହତ୍ୟା ବା ଆଘାତ କରିବା ଉଚିତ୍ ନୁହେଁ ବୋଲି ବୁଦ୍ଧଦେବ ତାଙ୍କ ଶିଷ୍ୟମାନଙ୍କୁ କହୁଥିଲେ ।
  • ବୁଦ୍ଧଦେବ ଈଶ୍ଵରଙ୍କୁ ପୂଜା କରିବାର ପକ୍ଷପାତି ନଥିଲେ । ମୂର୍ତ୍ତିପୂଜା, ଯାଗଯଜ୍ଞ ଏବଂ ବଳି ପ୍ରଥାକୁ ସେ ବାରଣ କରିଥିଲେ । ସେ ନୀତିମୟ ଜୀବନଯାପନ ଉପରେ ଗୁରୁତ୍ବ ଆରୋପ କରିଥିଲେ ।

୪। ଉପନିଷଦର ବିଷୟବସ୍ତୁ କ’ଣ ? ଭାରତୀୟ ଋଷି ଓ ମହର୍ଷିମାନେ ଉପନିଷଦକୁ କିପରି ବ୍ୟାଖ୍ୟା କରିଛନ୍ତି ?
Answer:

  • ଉପନିଷଦ ବେଦର ଏକ ଅଂଶ । ଏଥିରେ ବହୁ ଜଟିଳ ତତ୍ତ୍ବ ଯଥା – ଜୀବାତ୍ମା, ପରମାତ୍ମା, ପୃଥିବୀ ସୃଷ୍ଟିର ରହସ୍ୟ ଆଦି ବିଷୟରେ ଆଲୋଚନା କରାଯାଇଛି । ଗୁରୁଶିଷ୍ୟ ମଧ୍ୟରେ କଫୋପକଥନ ମାଧ୍ୟମରେ ବ୍ରହ୍ମତତ୍ତ୍ଵର | ଗୁଢ ରହସ୍ୟ ଏଥିରେ ବର୍ଣ୍ଣନା କରାଯାଇଛି ।
  • ଉପନିଷଦର ସଂଖ୍ୟା ଅନେକ ମିଳୁଥ‌ିବା ଉପନିଷଦ ସଂଖ୍ୟା ୨୦୦ ଥ‌ିବାବେଳେ ଏଥ୍ ମଧ୍ୟରୁ ୧୬ଗୋଟି ଉପନିଷଦ ପ୍ରଧାନ ଅଟେ । ପ୍ରତ୍ୟେକ ଉପନିଷଦର ଭିନ୍ନ ଭିନ୍ନ ବିଷୟବସ୍ତୁ ରହିଛି ।
  • ଭାରତୀୟ ଦାର୍ଶନିକମାନେ ଉପନିଷଦକୁ ବିଭିନ୍ନ ଚିନ୍ତାଧାରାରେ ବ୍ୟଖ୍ୟା କରିଛନ୍ତି । ଭାରତୀୟ ଦର୍ଶନଶାସ୍ତ୍ରର ପଣ୍ଡିତମାନେ ଶଙ୍କରାଚାର୍ଯ୍ୟଙ୍କର ଅଦ୍ୱୈତବାଦମୂଳକ ବ୍ୟାଖ୍ୟାକୁ ଅଧିକ ସମ୍ମାନ ଦେଇଥାନ୍ତି ।
  • ଶଙ୍କରାଚାର୍ଯ୍ୟଙ୍କ ବ୍ୟାଖ୍ୟା ହିଁ ସଂସାର ସହିତ ଅଧ୍ଵ ସମ୍ପୃକ୍ତି । ବଲ୍ଲଭାଚାର୍ଯ୍ୟ, ମାଧୁଚାର୍ଯ୍ୟ, ରାମାନୁଜ ପ୍ରଭୃତି ଭାରତୀୟ ଦାର୍ଶନିକ ଉପନିଷଦକୁ ଭିନ୍ନ ଭିନ୍ନ ଭାବରେ ଉପସ୍ଥାପନ କରିଛନ୍ତି ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଉପନିଷଦ କେତେବେଳେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ?
Answer:

  • ଯେତେବେଳେ ମନୁଷ୍ୟ ନିରାଶ ହୋଇପଡ଼େ ସେତେବେଳେ ସେ ଈଶ୍ଵରଙ୍କୁ ଚିନ୍ତା କରେ ଏବଂ ଈଶ୍ବରଙ୍କ ନିକଟରେ ନିଜକୁ ସମର୍ପଣ କରିବାକୁ ଚେଷ୍ଟା କରେ ।
  • ବ୍ରହ୍ମଜ୍ଞାନ ତତ୍ତ୍ଵ ପାଇବାପାଇଁ ବ୍ୟାକୁଳ ହୁଏ ଏବଂ ମନରେ ଆଧ୍ୟାତ୍ମିକ ଭାବ ଜାଗ୍ରତ ହୁଏ । ଏହାକୁ ଜାଗ୍ରତ କରିବା ଦିଗରେ ଉପନିଷଦର ଭୂମିକା ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ।

୨। ପାର୍ଶ୍ଵନାଥ କିଏ ଓ ସେ ପ୍ରଚାର କରିଥିବା ଚାରିଗୋଟି ନୀତି କ’ଣ ଥିଲା ?
Answer:

  • ପାର୍ଶ୍ଵନାଥ ମହାବୀରଙ୍କର ପୂର୍ବବର୍ତ୍ତୀ ତୀର୍ଥଙ୍କର ଥିଲେ ।
  • ସେ ପ୍ରଚାର କରିଥିବା ଚାରିଗୋଟି ନୀତି ହେଉଛି – ଜୀବପ୍ରତି ହିଂସା, ଆଚରଣ ନ କରିବା, ମିଥ୍ୟା ନକହିବା, ଚୋରି ନକରିବା ଓ ସମ୍ପତ୍ତି ପ୍ରତି ଅନାଗ୍ରହ ହେବା

୩ । ପାର୍ଶ୍ଵନାଥଙ୍କ ପ୍ରଚାରିତ ଧର୍ମର ସଂସ୍କାର କିଏ ଓ ସେ କେଉଁଠି ଜନ୍ମଗ୍ରହଣ କରିଥିଲେ ?
Answer:

  • ପାର୍ଶ୍ଵନାଥଙ୍କ ପ୍ରଚାରିତ ଧର୍ମର ସଂସ୍କାରକ ଓ ପ୍ରଚାରକ ଥିଲେ ମହାବୀର ।
  • ସେ ବୈଶାଳୀ ନଗରର କୁନ୍ଦଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

BSE Odisha 6th Class History Important Questions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

୪ । ମହାବୀର କେତେ ବର୍ଷ ବୟସରେ ସତ୍ୟର ସନ୍ଧାନପାଇଁ ଗୃହତ୍ୟାଗ କରିଥିଲେ ।
Answer:

  • ମହାବୀର ୩୦ ବର୍ଷ ବୟସରେ ସତ୍ୟର ସନ୍ଧାନ ପାଇଁ ଗୃହତ୍ୟାଗ କରିଥିଲେ ।
  • ସେ ୧୨ ବର୍ଷ କଠୋର ସାଧାନାରେ କଟାଇଥିଲେ ।

୫ । ଜନ୍ମବେଳେ ମହାବୀରଙ୍କ ନାମ କ’ଣ ଥିଲା ? ତାଙ୍କ ପିତା ଓ ମାତାଙ୍କ ନାମ କ’ଣ ଥିଲା ?
Answer:

  • ଜନ୍ମବେଳେ ମହାବୀରଙ୍କ ନାମ ଥିଲା ବର୍ତମାନ ।
  • ତାଙ୍କ ପିତାଙ୍କ ନାମ ସିଦ୍ଧାର୍ଥ ଓ ମାତାଙ୍କ ନାମ ତ୍ରିଶଳା ଥିଲା ।

୬ । ମହାବୀର କେଉଁଠାରେ ଜନ୍ମଗ୍ରହଣ କରିଥିଲେ ଓ କେଉଁଠାରେ ଦେହତ୍ୟାଗ କରିଥିଲେ ?
Answer:

  1. ମହାବୀର ବୈଶାଳୀ ନଗରର କୁନ୍ଦ ଗ୍ରାମରେ ଏକ କ୍ଷତ୍ରୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
  2. ମାବୀର ୭୨ ବର୍ଷ ବୟସରେ ପାବା ନାମକ ସ୍ଥାନରେ ଦେହତ୍ୟାଗ କରିଥିଲେ ।

୭ । ‘ଜୈନ ତ୍ରିରତ୍ନ’ କାହାକୁ କୁହାଯାଏ ?
Answer:

  • ମହାବୀର ପୁନର୍ଜନ୍ମରେ ବିଶ୍ଵାସ କରୁଥିଲେ ।
  • ପୁନର୍ଜନ୍ମରୁ ମୁକ୍ତିପାଇବାପାଇଁ ସେ ତିନୋଟି ମାର୍ଗ ଅବଲମ୍ବନ କରିବାକୁ ଉପଦେଶ ଦେଇଥିଲେ । ଯଥା – ସତ୍ ବିଶ୍ଵାସ, ସତ୍ ଜ୍ଞାନ ଓ ସତ୍ କାର୍ଯ୍ୟ । ଏହାକୁ ‘ଜୈନ ତ୍ରିରତ୍ନ’ କୁହାଯାଏ ।

BSE Odisha 6th Class History Important Questions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

୮ । ମହାବୀରଙ୍କ ପରେ ଜୈନମାନେ କେତେଭାଗରେ ବିଭକ୍ତ ହୋଇଥିଲେ ? ସେଗୁଡ଼ିକ କ’ଣ ?
Answer:

  • ମହାବୀରଙ୍କ ପରେ ଜୈନମାନେ ଦୁଇଭାଗରେ ବିଭକ୍ତ ହୋଇଥିଲେ । ସେଗୁଡ଼ିକ ହେଲା ଶ୍ଵେତାମ୍ବର ଓ ଦିଗମ୍ବର ।
  • ଯେଉଁ ଜୈନ ସନ୍ୟାସୀମାନେ ଧଳାବସ୍ତ୍ର ପରିଧାନ କଲେ, ସେମାନଙ୍କୁ ଶ୍ଵେତାମ୍ବର ଓ ଯେଉଁମାନେ କୌଣସି ବସ୍ତ୍ର ପରିଧାନ କଲେ ନାହିଁ, ସେମାନଙ୍କୁ ଦିଗମ୍ବର କୁହାଗଲା ।

୯ । ମହାବୀର ଜୈନ ଓ ଗୌତମ ବୁଦ୍ଧ କେବେ ଆବିର୍ଭାବ ହୋଇଥିଲେ ?
Answer:

  • ଆଜକୁ ପ୍ରାୟ ୨୫୦୦ ବର୍ଷ ତଳେ ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଭାରତରେ ଦୁଇଜଣ ମହାପୁରୁଷ ଜନ୍ମଗ୍ରହଣ କରିଥିଲେ ।
  • ସେମାନେ ହେଲେ ମହାବୀର ଜୈନ ଓ ଗୌତମବୁଦ୍ଧ । ସେମାନେ ନୂତନ ଚିନ୍ତାଧାରା ନେଇ ଦୁଇଟି ଧର୍ମମତବାଦ ପ୍ରଚାର କରିଥିଲେ ।

୧୦ । ଗୌତମବୁଦ୍ଧ କେଉଁ ବଂଶରେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
Answer:

  • ଗୌତମବୁଦ୍ଧ ଶାକ୍ୟ ନାମକ ଏକ କ୍ଷତ୍ରୀୟ ବଂଶରେ ଜନ୍ମ ଗ୍ରହଣ କରିଥିଲେ ।
  • ସେ କପିଳବାୟୁରେ ଜନ୍ମଗ୍ରହଣ କରିଥିଲେ ।

୧୧ । ଗୌତମବୁଦ୍ଧ କାହାକୁ ବିବାହ କରିଥିଲେ ? ତାଙ୍କ ପୁତ୍ରଙ୍କ ନାମ କ’ଣ ଥିଲା ?
Answer:

  • ଗୌତମ ବୁଦ୍ଧ ଯଶୋଧାରା ନାମ୍ନୀ ଏକ ରାଜକନ୍ୟାଙ୍କୁ ବିବାହ କରିଥିଲେ ।
  • ତାଙ୍କ ପୁତ୍ରଙ୍କ ନାମ ରାହୁଳ ଥିଲା ।

BSE Odisha 6th Class History Important Questions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

୧୨ । ବୁଦ୍ଧଦେବ କିଭଳି ଜୀବନଯାପନ ଉପରେ ଗୁରୁତ୍ଵ ଦେଉଥିଲେ ?
Answer:

  • ବୁଦ୍ଧଦେବ ଈଶ୍ଵରଙ୍କୁ ପୂଜା କରିବାର ପକ୍ଷପାତି ନଥିଲେ ।
  • ସେ ମୂର୍ତ୍ତିପୂଜା, ଯାଗଯଜ୍ଞ ଏବଂ ବଳିପ୍ରଥାକୁ ବାରଣ କରିଥିଲେ । ସେ ନୀତିମୟ ଜୀବନଯାପନ ଉପରେ ଗୁରୁତ୍ଵ ଦେଉଥିଲେ ।

୧୩ । ଉପନିଷଦ କ’ଣ ? ଉପନିଷଦରୁ ଆମେ କ’ଣ ଜାଣିପାରିବା ?
Answer:

  • ଉପନିଷଦ ବେଦର ଏକ ଅଂଶ ।
  • ଉପନିଷଦରୁ ଆମେ ବହୁ ଜଟିଳ ତତ୍ତ୍ବ; ଯଥା— ଜୀବାତ୍ମା, ପରମାତ୍ମା, ପୃଥ‌ିବୀର ସୃଷ୍ଟିର ରହସ୍ୟ ଆଦି ବିଷୟରେ ଜାଣିପାରିବା ।

୧୪ । ଜୈନ ତ୍ରିରତ୍ନ କାହାକୁ କୁହାଯାଏ ?
Answer:

  1. ପୁନର୍ଜନ୍ମରୁ ମୁକ୍ତି ପାଇବାପାଇଁ ମହାବୀର ତିନିଗୋଟି ମାର୍ଗ ଅବଲମ୍ବନ କରିବା ନିମନ୍ତେ ଉପଦେଶ ଦେଇଥିଲେ, ଯଥା – ସତ୍ ବିଶ୍ଵାସ, ସତ୍ ଜ୍ଞାନ ଓ ସତ୍ କାର୍ଯ୍ୟ ।
  2. ଏହାକୁ ଜୈନ ତ୍ରିରତ୍ନ କୁହାଯାଏ ।

୧୫ । ମହାବୀର କେଉଁଠାରେ ଜନ୍ମଗ୍ରହଣ କରିଥିଲେ ? ଜନ୍ମ ସମୟରେ ତାଙ୍କର ନାମ କ’ଣ ଥିଲା ?
Answer:

  • ମହାବୀର ବୈଶାଳୀ ନଗରର କୁନ୍ଦଗ୍ରାମରେ ଏକ କ୍ଷତ୍ରିୟ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
  • ଜନ୍ମ ସମୟରେ ତାଙ୍କ ନାମ ବର୍ତମାନ ରଖାଯାଇଥିଲା ।

୧୬ । ମହାବୀର ସତ୍ୟର ସନ୍ଧାନ ପାଇଁ କେବେ ଗୃହତ୍ୟାଗ କଲେ ଓ ସେ କେତେ ବର୍ଷ ବୟସରେ ଦିବ୍ୟଜ୍ଞାନ ଲାଭ କରିଥିଲେ ?
Answer:

  • ମହାବୀର ସତ୍ୟର ସନ୍ଧାନ ପାଇଁ ୩୦ ବର୍ଷ ବୟସରେ ଗୃହତ୍ୟାଗ କରିଥିଲେ ।
  • ସେ ଦୀର୍ଘ ୧୨ ବର୍ଷ କଠୋର ସାଧନା କରି ଜୀବନର ୪୨ ବର୍ଷ ବୟସରେ ଦିବ୍ୟଜ୍ଞାନ ଲାଭ କରିଥିଲେ ।

BSE Odisha 6th Class History Important Questions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

୧୭ । ନିର୍ବାଣ କ’ଣ ? ଏହା କିପରି ସାଧୂତ ହୋଇଥାଏ ?
Answer:

  • ଆତ୍ମାର କର୍ମ ବନ୍ଧନରୁ ମୁକ୍ତିକୁ ନିର୍ବାଣ କୁହାଯାଏ ।
  • ଏହା ଉପବାସ, ଧ୍ୟାନ ଓ କଠୋର ସଂଯମଦ୍ବାରା ସାଧୁ ହୋଇଥାଏ ।

୧୮ । ମହାବୀରଙ୍କ ପରେ ଜୈନମାନେ କେତୋଟି ଗୋଷ୍ଠୀରେ ବିଭକ୍ତ ହୋଇଥିଲେ ? ତାହା କ’ଣ କ’ଣ ?
Answer:

  • ମହାବୀରଙ୍କ ପରେ ଜୈନମାନେ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଥିଲେ ।
  • ସେଗୁଡ଼ିକ ହେଲା – ଶ୍ଵେତାମ୍ବର ଓ ଦିଗମ୍ବର ।

୧୯ । ବୌଦ୍ଧ ବିହାରକୁ କେଉଁ-କେଉଁ କାର୍ଯ୍ୟରେ ବ୍ୟବହାର କରାଯାଉଥିଲା ?
Answer:

  • ବୌଦ୍ଧ ସଂଘଭୁକ୍ତ ସନ୍ନ୍ୟାସୀମାନେ ସଂଘବଦ୍ଧ ଭାବରେ ବୌଦ୍ଧ ବିହାରମାନଙ୍କରେ ରହୁଥିଲେ ।
  • ଏଠାରେ ବୌଦ୍ଧ ସନ୍ନ୍ୟାସୀମାନେ ଧର୍ମ ଚର୍ଚ୍ଚା ଓ ଧ୍ୟାନ କରୁଥିଲେ । ବୌଦ୍ଧମାନଙ୍କୁ ଏଠାରେ ଶିକ୍ଷାଦାନ କରାଯାଉଥିଲା ଓ ବୌଦ୍ଧଧର୍ମ ପ୍ରଚାର ମଧ୍ୟ କରାଯାଉଥିଲା ।

୨୦ । ଈଶ୍ଵରଙ୍କ ପ୍ରତି ବୁଦ୍ଧଦେବଙ୍କର କିପରି ମନୋଭାବ ଥିଲା ?
Answer:

  1. ବୁଦ୍ଧଦେବ ଈଶ୍ଵରଙ୍କୁ ପୂଜା କରିବାର ପକ୍ଷପାତୀ ନଥିଲେ ।
  2. ସେ ମୂର୍ତ୍ତି ପୂଜା, ଯାଗଯଜ୍ଞ ଏବଂ ବଳିପ୍ରଥାକୁ ବାରଣ କରିଥିଲେ ।

୨୧ । ‘ବୋଧମ’ ଓ ‘ବୁଦ୍ଧଗୟା’ କ’ଣ ?
Answer:

  • ବୁଦ୍ଧଦେବ ଯେଉଁ ଅଶ୍ଵତ୍‌ଥ ବୃକ୍ଷମୂଳରେ ଧ୍ୟାନ କରୁଥିଲେ ସେହି ବୃକ୍ଷକୁ ‘ବୋଧମ’ କୁହାଯାଏ ।
  • ସେହି ସ୍ଥାନକୁ ‘ବୁଦ୍ଧଗୟା’ କୁହାଯାଏ ।

BSE Odisha 6th Class History Important Questions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

୨୨ । ଗୌତମ କାହାକୁ ବିବାହ କରିଥିଲେ ଓ ତାଙ୍କ ପୁତ୍ରର ନାମ କ’ଣ ଥିଲା ?
Answer:

  • ଗୌତମ ଯଶୋଧାରା ନାମ୍ନୀ ଏକ ସୁନ୍ଦରୀ ରାଜକନ୍ୟାଙ୍କୁ ବିବାହ କରିଥିଲେ ।
  • ତାଙ୍କ ପୁତ୍ରର ନାମ ଥିଲା ରାହୁଳ ।

୨୩ । ଗୌତମ ନଗର ପରିକ୍ରମା କରୁଥିବା ସମୟରେ କେଉଁ ତିନୋଟି ଦୃଶ୍ୟ ଦେଖୁଥିଲେ ?
Answer:

  • ଗୌତମ ନଗର ପରିକ୍ରମା କରୁଥିବା ସମୟରେ ଏକ ବୃଦ୍ଧ, ଏକ ରୋଗୀ ଓ ଏକ ଶବ ଦେଖୁଥିଲେ ।
  • ଏହି ଦୃଶ୍ୟସବୁ ଦେଖ୍ ତାଙ୍କ ମନରେ ବୈରାଗ୍ୟଭାବ ଜାତ ହେଲା ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଜୈନଧର୍ମର ମୂଳମନ୍ତ୍ର କ’ଣ ଥିଲା ?
Answer:
ଜୈନଧର୍ମର ମୂଳମନ୍ତ୍ର ଥିଲା ଅହିଂସା ।

୨। ମହାବୀର କେଉଁ ସ୍ଥାନରେ ଦେହତ୍ୟାଗ କରିଥିଲେ ?
Answer:
ମହାବୀର ପାବା ନାମକ ସ୍ଥାନରେ ଦେହତ୍ୟାଗ କରିଥିଲେ ।

୩ । ଉପନିଷଦରେ ବ୍ରହ୍ମତତ୍ତ୍ଵର କଥୋପକଥନ କାହାକାହା ମଧ୍ୟରେ କରାଯାଇଛି ?
Answer:
ଉପନିଷଦରେ ବ୍ରହ୍ମତତ୍ତ୍ଵର କଥୋପକଥନ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ କରାଯାଇଛି ।

BSE Odisha 6th Class History Important Questions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

୪ । ତ୍ରିପିଟକ କ’ଣ ?
Answer:
ବୌଦ୍ଧ ଧର୍ମଗ୍ରନ୍ଥକୁ ତ୍ରିପିଟକ କୁହାଯାଏ ।

୫ । ଜୈନଧର୍ମାବଲମ୍ବୀମାନେ କେତେ ଭାଗରେ ବିଭକ୍ତ ହୋଇଥିଲେ ?
Answer:
ଜୈନଧର୍ମାବଲମ୍ବୀମାନେ ଦୁଇ ଭାଗରେ ବିଭକ୍ତ ହୋଇଥିଲା ।

୬। ମହାଭିନିଷ୍କ୍ରମଣର ଅର୍ଥ କ’ଣ ?
Answer:
ସତ୍ୟର ସନ୍ଧାନ ପାଇଁ ବୁଦ୍ଧଦେବଙ୍କର ସଂସାର ତ୍ୟାଗକୁ ମହାଭିନିଷ୍କ୍ରମଣ କୁହାଯାଏ ।

୭। ନଚିକେତା ଉପାଖ୍ୟାନ କେଉଁ ଉପନିଷଦରେ ଉଲ୍ଲେଖ ରହିଛି ?
Answer:
ନଚିକେତା ଉପାଖ୍ୟାନ କଠୋପନିଷଦରେ ଉଲ୍ଲେଖ ରହିଛି ।

୮। ଉପନିଷଦ କେଉଁ ସମୟରେ ରଚନା କରାଯାଇଥିଲା ?
Answer:
ବୈଦିକ ଯୁଗର ଶେଷ ଭାଗରେ ଉପନିଷଦ ରଚନା କରାଯାଇଥିଲା ।

BSE Odisha 6th Class History Important Questions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

୯ । ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଉପନିଷଦର ସଂଖ୍ୟା କେତେ ?
Answer:
ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଉପନିଷଦର ସଂଖ୍ୟା ୨୦୦ |

୧୦ । ଜୈନଧର୍ମର ପ୍ରଥମ ତୀର୍ଥଙ୍କର କିଏ ?
Answer:
ଜୈନଧର୍ମର ପ୍ରଥମ ତୀର୍ଥଙ୍କର ଋଷଭନାଥ ।

୧୧ । ବର୍ଷମାନଙ୍କୁ ମହାବୀର କୁହାଯାଏ କାହିଁକି ?
Answer:
ବର୍ତମାନ ଇନ୍ଦ୍ରିୟମାନଙ୍କ ଉପରେ ଜୟଲାଭ କରିଥିବାରୁ ତାଙ୍କୁ ମହାବୀର କୁହାଯାଏ ।

୧୨ । ମହାବୀର କେଉଁ ନୀତି ଉପରେ ଅଧ‌ିକ ଗୁରୁତ୍ଵ ଦେଉଥିଲେ ?
Answer:
ମହାବୀର କର୍ମବାଦ ଉପରେ ଅଧ‌ିକ ଗୁରୁତ୍ଵ ଦେଉଥିଲେ ।

୧୩ ।‘ନିର୍ବାଣ’ କାହାକୁ କୁହାଯାଏ ?
Answer:
ଆତ୍ମାର କର୍ମବନ୍ଧନରୁ ମୁକ୍ତିକୁ ନିର୍ବାଣ କୁହାଯାଏ ।

୧୪ । ଯେଉଁ ଜୈନ ସନ୍ନ୍ୟାସୀମାନେ କୌଣସି ବସ୍ତ୍ର ପରିଧାନ କରନ୍ତି ନାହିଁ ସେମାନଙ୍କୁ କ’ଣ କୁହାଯାଏ ?
Answer:
ଯେଉଁ ଜୈନ ସନ୍ନ୍ୟାସୀମାନେ କୌଣସି ବସ୍ତ୍ର ପରିଧାନ କରନ୍ତି ନାହିଁ ସେମାନଙ୍କୁ ଦିଗମ୍ବର କୁହାଯାଏ ।

BSE Odisha 6th Class History Important Questions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

୧୫ । ବୁଦ୍ଧଦେବ କେଉଁଠାରେ ଜନ୍ମ ହୋଇଥିଲେ ?
Answer:
ବୁଦ୍ଧଦେବ ନେପାଳ ପାଦଦେଶରେ ଥ‌ିବା କପିଳବାସ୍ତୁ ନଗରୀର ଲୁମ୍ବିନୀ ଉଦ୍ୟାନରେ ଜନ୍ମ ହୋଇଥିଲେ ।

୧୬ । ବୁଦ୍ଧଦେବ ଜ୍ଞାନପ୍ରାପ୍ତି ପାଇଁ କେଉଁଠାରେ ତପସ୍ୟା କରିଥିଲେ ?
Answer:
ବୁଦ୍ଧଦେବ ଜ୍ଞାନପ୍ରାପ୍ତି ପାଇଁ ଗୟାର ନିରଞ୍ଜନା ନଦୀକୂଳରେ ଥ‌ିବା ଏକ ଅଶ୍ଵତ୍‌ଥ ଗଛ ମୂଳରେ ତପସ୍ୟା କରିଥିଲେ ।

୧୭ । ବୁଦ୍ଧଦେବଙ୍କ ପ୍ରଥମ ଧର୍ମପ୍ରଚାରକୁ କ’ଣ କୁହାଯାଏ ?
Answer:
ବୁଦ୍ଧଦେବଙ୍କ ପ୍ରଥମ ଧର୍ମପ୍ରଚାରକୁ ଧର୍ମଚକ୍ର ପ୍ରବର୍ତ୍ତନ କୁହାଯାଏ ।

୧୮ । ବୁଦ୍ଧଦେବ କେତେବର୍ଷ ବୟସରେ ଦେହତ୍ୟାଗ କରିଥିଲେ ?
Answer:
ବୁଦ୍ଧଦେବ ୮୦ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ ।

୧୯ । ଅଦ୍ୱୈତବାଦର ପ୍ରବର୍ତ୍ତକ କିଏ ?
Answer:
ଭାରତୀୟ ଦାର୍ଶନିକ ଶଙ୍କରାଚାର୍ଯ୍ୟ ଅଦ୍ୱୈତବାଦର ପ୍ରବର୍ତ୍ତକ ଅଟନ୍ତି ।

BSE Odisha 6th Class History Important Questions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

୨୦ । ଅର୍ଜୁନ ଶ୍ରୀକୃଷ୍ଣଙ୍କଠାରୁ କେଉଁ ଜ୍ଞାନ ଲାଭ କରିଥିଲେ ?
Answer:
ଅର୍ଜୁନ ଶ୍ରୀକୃଷ୍ଣଙ୍କଠାରୁ ବ୍ରହ୍ମଜ୍ଞାନ ଲାଭ କରିଥିଲେ ।

Objective Type Questions With Answers
A. ଶୂନ୍ୟସ୍ଥାନ ପୂରଣ କର ।

୧ । __________ ନିଜ ଗୁରୁ ଶ୍ରୀକୃଷ୍ଣଙ୍କଠାରୁ ବ୍ରହ୍ମଜ୍ଞାନ ପାଇ ପାରିଥିଲେ ।
Answer:
ଅର୍ଜୁନ

୨। _________ ହେଉଛି ପରମାତ୍ମା ବା ପରମେଶ୍ଵର ।
Answer:
ବ୍ରହ୍ମ

୩ । _________ ହେଉଛି ବେଦର ଏକ ଅଂଶ ।
Answer:
ଉପନିଷଦ

୪ । ________ ଯୁଗର ଶେଷ ଭାଗରେ ଉପନିଷଦ ରଚନା କରାଯାଇଛି ।
Answer:
ବୈଦିକ

୫। ବର୍ତ୍ତମାନ ଉପନିଷଦ ସଂଖ୍ୟା ________ ବୋଲି କୁହାଯାଇଛି ।
Answer:
୨୦୦

BSE Odisha 6th Class History Important Questions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

୬। ଉପନିଷଦଗୁଡ଼ିକ ମଧ୍ୟରୁ _________ ଗୋଟି ଉପନିଷଦ ପ୍ରଧାନ ଅଟେ ।
Answer:
୧୬

୭ | ପଶ୍ତତମାନେ _________ ଙ୍କର ଅଦ୍ୱୈତବାଦମୂଳକ ବ୍ୟାଖ୍ୟାକୁ ଅଧ‌ିକ ସମ୍ମାନ ଦେଇଥା’ନ୍ତି ।
Answer:
ଶଙ୍କରାଚାର୍ଯ୍ୟ

୮ । ଖ୍ରୀ. ପୂ. __________ ଶତାବ୍ଦୀରେ ମହାବୀର ଓ ଗୌତମ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ ।
Answer:
ଷଷ୍ଠ

୯ । ମହାବୀର _________ ଧର୍ମର ପ୍ରଚାରକ ଥିଲେ ।
Answer:
ଜୈନ

୧୦ | _______ ହେଉଛି ଜୈନଧର୍ମର ପ୍ରଥମ ତୀର୍ଥଙ୍କର ।
Answer:
ଋଷଭନାଥ

୧୧ । ମହାବୀରଙ୍କ ପୂର୍ବରୁ _________ ଜଣ ତୀର୍ଥଙ୍କର ସେମାନଙ୍କର ବାଣୀ ପ୍ରଚାର କରିଥିଲେ ।
Answer:
୨୩

୧୨ । ମହାବୀର ଥିଲେ _________ ତମ ତୀର୍ଥଙ୍କର ।
Answer:
୨୪

BSE Odisha 6th Class History Important Questions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

୧୩ । ମହାବୀରଙ୍କ ପୂର୍ବବର୍ତ୍ତୀ ତୀର୍ଥଙ୍କର ________ ଥିଲେ ।
Answer:
ପାର୍ଶ୍ଵନାଥ

୧୪। ପାର୍ଶ୍ଵନାଥ କାଶୀରାଜା _________ ଙ୍କ ପୁତ୍ର ଥିଲେ ।
Answer:
ଅଶ୍ଵସେନ

୧୫ । ପାର୍ଶ୍ଵନାଥଙ୍କ ପ୍ରଚାରିତ ଧର୍ମକୁ _________ କୁହାଯାଉଥିଲା ।
Answer:
ଚତୁର୍ଯ୍ୟାମ ଧର୍ମ

୧୬ । ଜୈନମାନେ ମହାବୀରଙ୍କ ପାଞ୍ଚଟି ନୀତିକୁ _________ ଭାବରେ ପାଳନ କରିଥା’ନ୍ତି ।
Answer:
ପଞ୍ଚମହାବ୍ରତ

୧୭ । ମହାବୀର ବୈଶାଳୀ ନଗରର _________ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।
Answer:
କୁନ୍ଦ

୧୮ । ମହାବୀରଙ୍କ ଜନ୍ମବେଳର ନାମ _________ ଥିଲା ।
Answer:
ବଦ୍ଧମାନ

୧୯ । ମହାବୀରଙ୍କ ପିତାଙ୍କ ନାମ _________ ଓ ମାତାଙ୍କ ନାମ ________ ଥିଲା ।
Answer:
ସିଦ୍ଧାର୍ଥ, ତ୍ରିଶଳା

BSE Odisha 6th Class History Important Questions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

୨୦ । ବର୍ଷମାନ _________ ଙ୍କୁ ବିବାହ କରିଥିଲେ ।
Answer:
ଯଶୋଦା

୨୧ । ବର୍ଷମାନ __________ ବର୍ଷ ବୟସରେ ଗୃହତ୍ୟାଗ କରିଥିଲେ ।
Answer:
୩୦

୨୨ । ବର୍ତ୍ତମାନ ଜୀବନର _________ ବର୍ଷ ବୟସରେ ଦିବ୍ୟଜ୍ଞାନ ଲାଭ କରିଥିଲେ ।
Answer:
୪୨

୨୩ । ମହାବୀର ପ୍ରକୃତ ଜ୍ଞାନର ଅଧିକାରୀ ହୋଇଥିବାରୁ ତାଙ୍କୁ ________ କୁହାଗଲା ।
Answer:
ଜିନ୍

୨୪। ___________ ଶବ୍ଦରୁ ଜୈନଧର୍ମ ହୋଇଛି ।
Answer:
ଜିନ୍

୨୫। ମହାବୀର _______ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ ।
Answer:
୭୨

୨୬ । ମହାବୀର ________ ନାମକ ସ୍ଥାନରେ ଦେହତ୍ୟାଗ କରିଥିଲେ ।
Answer:
ପାବା

BSE Odisha 6th Class History Important Questions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

୨୭ । _________ ହେଉଛି ଜୈନଧର୍ମର ମୂଳମନ୍ତ୍ର ।
Answer:
ଅହିଂସ

୨୮ । ମହାବୀର __________ ରେ ବିଶ୍ଵାସ କରୁଥିଲେ ।
Answer:
ପୁନର୍ଜନ୍ମ

୨୯ । ଜୈନଧର୍ମର ତିନିଗୋଟି ମାର୍ଗକୁ _________ କୁହାଯାଏ ।
Answer:
ତ୍ରିରତ୍ନ,

୩୦ । ମଗଧର ସମ୍ରାଟ __________ ଜୈନଧର୍ମ ଗ୍ରହଣ କରିଥିଲେ ।
Answer:
ଚନ୍ଦ୍ରଗୁପ୍ତ

୩୧ । କଳିଙ୍ଗର ରାଜା _________ ଜୈନଧର୍ମ ଗ୍ରହଣ କରିଥିଲେ ।
Answer:
ଖାରବେଳ

୩୨ । ବର୍ତ୍ତମାନ ________ ଓ __________ ରାଜ୍ୟରେ ଜୈନ ଧର୍ମାବଲମ୍ବୀ ଲୋକେ ଅଧିକ ସଂଖ୍ୟାରେ ଦେଖାଯାଆନ୍ତି ।
Answer:
ଗୁଜରାଟ, ରାଜସ୍ଥାନ

୩୩ । ଜୈନ ଧର୍ମାବଲମ୍ବୀମାନେ ________ ଓ __________ ନାମକ ଦୁଇଟି ଶ୍ରେଣୀରେ ବିଭକ୍ତ ହୋଇଥିଲେ ।
Answer:
ଶ୍ଵେତାମ୍ବର, ଦିଗମ୍ବର

୩୪ । କପିଳାବାସ୍ତୁ ନଗରୀ _________ ଦେଶରେ ଅବସ୍ଥିତ ।
Answer:
ନେପାଳ

BSE Odisha 6th Class History Important Questions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

୩୫ । ଗୌତମ ବୁଦ୍ଧ _________ ଧର୍ମର ପ୍ରଚାରକ ଥିଲେ ।
Answer:
ବୌଦ୍ଧ

୩୬ । ଗୌତମଙ୍କ ଅନ୍ୟ ନାମ _________ ଥିଲା ।
Answer:
ସିଦ୍ଧାର୍ଥ

୩୭ । ମହାବୀରଙ୍କ ପିତାଙ୍କ ନାମ _________ ଓ ମାତାଙ୍କ ନାମ ________ ଥିଲା ।
Answer:
ଶୁଦ୍ଧୋଦନ, ମାୟାଦେବୀ

୩୮ । ଗୌତମ ________ ଠାରେ ଜନ୍ମଗ୍ରହଣ କରିଥିଲେ ।
Answer:
ଲୁମ୍ବିନୀ

୩୯ । ଗୌତମ __________ ଙ୍କୁ ବିବାହ କରିଥିଲେ ।
Answer:
ଯଶୋଧାରା

୪୦ । ଗୌତମଙ୍କ ପୁତ୍ରର ନାମ __________ ଥିଲା ।
Answer:
ରାହୁଳ ।

BSE Odisha 6th Class History Important Questions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

B. ଠିକ୍ ଉତ୍ତର ବାଛି ଲେଖ ।

୧। ବୌଦ୍ଧ ଶିଳ୍ପକଳାର ମୁଖ୍ୟ ନିଦର୍ଶନ ହେଉଛି –
(୧) ବିହାର
(୨) ସ୍ତୂପ
(୩) ମଣ୍ଡପ
(୪) ମନ୍ଦିର
Answer:
(୨) ସ୍ତୂପ

୨। ବୌଦ୍ଧଧର୍ମ ନିମ୍ନୋକ୍ତ ମଧ୍ୟରୁ କେଉଁଠାରେ ପ୍ରସାରିତ ହୋଇନଥିଲା ?
(୧) ଜାପାନ
(୨) ଇଣ୍ଡୋନେସିଆ
(୩) ମିଆଁମାର
(୪) ପାକିସ୍ତାନ
Answer:
(୪) ପାକିସ୍ତାନ

୩ । ବୁଦ୍ଧଦେବଙ୍କ ସଂସାର ତ୍ୟାଗକୁ ବୌଦ୍ଧଗ୍ରନ୍ଥରେ କ’ଣ କୁହାଯାଏ ?
(୧) ନିର୍ବାଣ
(୨) ପଞ୍ଚଯାମ ଧର୍ମ
(୩) ମହାଭିନିଷ୍କ୍ରମଣ
(୪) ଆଜିବୀକ
Answer:
(୩) ମହାଭିନିଷ୍କ୍ରମଣ

୪। ବୌଦ୍ଧଧର୍ମାବଲମ୍ବୀମାନେ କେତେ ଭାଗରେ ବିଭକ୍ତ ହୋଇଥିଲେ ?
(୧) ଦୁଇ
(୨) ତିନି
(୩) ଚାରି
(୪) ପାଞ୍ଚ
Answer:
(୧) ଦୁଇ

BSE Odisha 6th Class History Important Questions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

୫। ନିମ୍ନୋକ୍ତ ମଧ୍ୟରୁ ବୁଦ୍ଧଦେବ କେତେ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ ?
(୧) ୭୨
(୨) ୮୫
(୩) ୮୦
(୪) ୮୨
Answer:
(୩) ୮୦

୬ । ନିମ୍ନୋକ୍ତ ମଧ୍ୟରୁ ବୁଦ୍ଧଦେବ କେଉଁ ଉଦ୍ୟାନରେ ଜନ୍ମ ହୋଇଥିଲେ ?
(୧) ମାଳିନୀ
(୨) ଲୁମ୍ବିନୀ
(୩) କାମିନୀ
(୪) ବାସିନୀ
Answer:
(୨) ଲୁମ୍ବିନୀ

୭ । ବୌଦ୍ଧବିହାର କେଉଁ କେନ୍ଦ୍ରରୂପେ କାର୍ଯ୍ୟ କରୁଥିଲା ?
(୧) ସତ୍ ସଙ୍ଗ
(୨) ଭିକ୍ଷାଦାନ
(୩) ଶିକ୍ଷାଦାନ
(୪) ପଶୁଦାନ
Answer:
(୩) ଶିକ୍ଷାଦାନ

୮ । ବୁଦ୍ଧଦେବଙ୍କ ପ୍ରଥମ ଧର୍ମପ୍ରଚାରକୁ କ’ଣ କୁହାଯାଏ ?
(୧) ପଞ୍ଚମହାବ୍ରତ
(୨) ଧର୍ମଚକ୍ର ପ୍ରବର୍ତ୍ତନ
(୩) ଚତୁର୍ଯ୍ୟାମ ଧର୍ମ
(୪) ଜ୍ଞାନଚକ୍ର ପ୍ରବର୍ତ୍ତନ
Answer:
(୨) ଧର୍ମଚକ୍ର ପ୍ରବର୍ତ୍ତନ

C. ସ୍ତମ୍ଭ ମିଳନ

ନୂତନ ଚିନ୍ତାଧାରାର ଅଭ୍ୟୁଦୟ Chapter 6
ନୂତନ ଚିନ୍ତାଧାରାର ଅଭ୍ୟୁଦୟ Chapter 6.1

D. ରେଖାଙ୍କିତ ପଦକୁ ନ ବଦଳାଇ ଭ୍ରମ ସଂଶୋଧାନ କର ।

୧ । ମହାବୀରଙ୍କର ବାଲ୍ୟନାମ ମନୁଆ ଥିଲା ।
Answer:
ବର୍ଷମାନ

୨ । ଗୌତମବୁଦ୍ଧଙ୍କ ପୁତ୍ରର ନାମ ରାଜୀବ ଥିଲା ।
Answer:
ରାହୁଳ

୩ । ସାରନାଥଠାରେ ବୁଦ୍ଧଦେବ ୬ ଜଣ ଶିଷ୍ୟଙ୍କୁ ବୌଦ୍ଧଧର୍ମର ଦୀକ୍ଷିତ କରାଇଥଲେ ।
Answer:
୫ ଜଣ

୪ । ଜୈନ ଧର୍ମଗ୍ରନ୍ଥକୁ ତ୍ରିପିଟକ କୁହାଯାଏ ।
Answer:
ବୌଦ୍ଧ

୫ । ମହାବୀର ବୌଦ୍ଧଧର୍ମର ପ୍ରଚାରକ ଥିଲେ ।
Answer:
ବୁଦ୍ଧଦେବ ବୌଦ୍ଧଧର୍ମର ପ୍ରଚାରକ ଥିଲେ ।

BSE Odisha 6th Class History Important Questions Chapter 6 ନୂତନ ଚିନ୍ତାଧାରାର ଅଭ୍ୟୁଦୟ

୬ | ଗୌତମଙ୍କର ଅନ୍ୟନାମ ଥିଲା ପାର୍ଶ୍ଵନାଥ ।
Answer:
ଗୌତମଙ୍କର ଅନ୍ୟନାମ ଥିଲା ସିଦ୍ଧାର୍ଥ ।

୭ । ଗୌତମଙ୍କ ପିତାଙ୍କ ନାମ ଥିଲା ରାହୁଳ ।
Answer:
ଗୌତମଙ୍କ ପିତାଙ୍କ ନାମ ଥିଲା ଶୁଦ୍ଧୋଦନ ।

୮। ପାର୍ଶ୍ଵନାଥ ଜୈନଧର୍ମର ୨୪ ତମ ତୀର୍ଥଙ୍କର ଥିଲେ ।
Answer:
ପାର୍ଶ୍ଵନାଥ ଜୈନଧର୍ମର ୨୩ ତମ ତୀର୍ଥଙ୍କର ଥିଲେ ।

Leave a Comment