Odisha State Board BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.3 Textbook Exercise Questions and Answers.
BSE Odisha Class 6 Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.3
Question 1.
ଉଦାହରଣରେ ଦେଖାଯାଇଥିବା ପରି ପ୍ରତ୍ୟେକ ଧାଡ଼ିରେ ମଝିଘରେ ଥିବା ସଂଖ୍ୟାର ପୂର୍ବବର୍ତ୍ତା ଓ ପରବର୍ତୀ ସଂଖ୍ୟା ଲେଖ ।
ପୂର୍ବବର୍ତ୍ତା ସଂଖ୍ୟା | ସଂଖ୍ୟା | ପରବର୍ତୀ ସଂଖ୍ୟା |
9999 | 10,000 | 10,001 |
10090 | ||
29999 | ||
586452 | ||
358610 | ||
555555 | ||
708000 | ||
999999 |
ସମାଧାନ:
ପୂର୍ବବର୍ତ୍ତା ସଂଖ୍ୟା | ସଂଖ୍ୟା | ପରବର୍ତୀ ସଂଖ୍ୟା |
9999 | 10,000 | 10,001 |
10089 | 10090 | 10091 |
29998 | 29999 | 30000 |
586451 | 586452 | 586453 |
358609 | 358610 | 358611 |
555554 | 555555 | 555556 |
707999 | 708000 | 708001 |
999998 | 999999 | 1000000 |
Question 2.
(କ) କୌଣସି ସଂଖ୍ୟାର ଠିକ୍ ପରବର୍ତୀ ସଂଖ୍ୟା ଓ ଠିକ୍ ପୂର୍ବବର୍ତ୍ତୀ ସଂଖ୍ୟା ମଧ୍ୟରେ ଅନ୍ତର କେତେ?
ସମାଧାନ:
କୌଣସି ସଂଖ୍ୟାର ଠିକ୍ ପରବର୍ତୀ ସଂଖ୍ୟା ଓ ଠିକ୍ ପୂର୍ବବର୍ତ୍ତୀ ସଂଖ୍ୟା ମଧ୍ୟରେ ଅନ୍ତର 2 ।
(ଖ) କୌଣସି ଯୁଗ୍ମ ସଂଖ୍ୟାର ଠିକ୍ ପରବର୍ତୀ ଓ ଠିକ୍ ପୂର୍ବବର୍ତୀ ସଂଖ୍ୟା ଯୁଗ୍ମ ସଂଖ୍ୟା ହେବେ କି? ଗୋଟିଏ ଉଦାହରଣ ନେଇ ପରୀକ୍ଷା କର ।
ସମାଧାନ:
କୌଣସି ଯୁଗ୍ମ ସଂଖ୍ୟାର ଠିକ୍ ପରବର୍ତୀ ଓ ଠିକ୍ ପୂର୍ବବର୍ତୀ ସଂଖ୍ୟା ଏକ ଯୁଗ୍ମ ସଂଖ୍ୟା ହେବେ ନାହିଁ ।
ଉଦାହରଣ – ମନେକର 4 ଏକ ଯୁଗ୍ମ ସଂଖ୍ୟା ।
4 ର ପୂର୍ବବର୍ତ୍ତୀ ସଂଖ୍ୟା = 3, ଏକ ଯୁଗ୍ମ ସଂଖ୍ୟା ନାହିଁ ।
ସେହିପରି 4 ର ପରବର୍ତ୍ତୀ ସଂଖ୍ୟା = 5, ଏକ ଯୁଗ୍ମ ସଂଖ୍ୟା ନୁହେଁ ।
(ଗ) ଏକ କୋଟିର ଠିକ୍ ପୂର୍ବବର୍ତୀ ଓ ଠିକ୍ ପରବର୍ତୀ ସଂଖ୍ୟା ଲେଖ ।
ସମାଧାନ:
ଏକ କୋଟିର ଠିକ୍ ପରବର୍ତୀ ସଂଖ୍ୟା = 10000000 – 1 = 9999999
ଏବଂ ଠିକ୍ ପରବର୍ତୀ ସଂଖ୍ୟା = 10000000 + 1 = 10000001
(ଘ) ତୁମ ମନରୁ ପାଞ୍ଚଟି ଆଠ ଅଙ୍କବିଶିଷ୍ଟ ସଂଖ୍ୟା ଲେଖ । ପ୍ରତ୍ୟେକ ସଂଖ୍ୟାର ଠିକ୍ ପୂର୍ବବର୍ତୀ ଓ ଠିକ୍ ପରବର୍ତୀ ସଂଖ୍ୟା ଲେଖ ।
ସମାଧାନ:
ଅଙ୍କବିଶିଷ୍ଟ ସଂଖ୍ୟାଗୁଡ଼ିକ ହେଲା – 23405317, 18905563, 45632970, 38754021, 98765028 ।
(i) 23405317 ର ଠିକ୍ ପୂର୍ବବର୍ତୀ ସଂଖ୍ୟା = 23405316 ଓ ଠିକ୍ ପରବର୍ତ୍ତୀ ସଂଖ୍ୟା = 23405318 ।
(ii) 18905563 & ର ଠିକ୍ ପୂର୍ବବର୍ତୀ ସଂଖ୍ୟା = 18905562 ଓ ଠିକ୍ ପରବର୍ତ୍ତୀ ସଂଖ୍ୟା = 18905564 ।
(iii) 45632970 ର ଠିକ୍ ପୂର୍ବବର୍ତୀ ସଂଖ୍ୟା = 45632969 ଓ ଠିକ୍ ପରବର୍ତ୍ତୀ ସଂଖ୍ୟା = 45632971 ।
(iv) 38754021 ର ଠିକ୍ ପୂର୍ବବର୍ତୀ ସଂଖ୍ୟା = 38754020 ଓ ଠିକ୍ ପରବର୍ତ୍ତୀ ସଂଖ୍ୟା = 38754022 ।
(v) 98765028 ର ଠିକ୍ ପୂର୍ବବର୍ତୀ ସଂଖ୍ୟା = 98765027 ଓ ଠିକ୍ ପରବର୍ତ୍ତୀ ସଂଖ୍ୟା = 98765029 ।
Question 3.
ଗୋଟିଏ ତିନିଅଙ୍କ ବିଶିଷ୍ଟ ସଂଖ୍ୟା ନିଅ। ସେହି ସଂଖ୍ୟାର ଠିକ୍ ପରବର୍ତୀ ଓ ଠିକ୍ ପୂର୍ବବର୍ତୀ ସଂଖ୍ୟା ନିର୍ଣ୍ଣୟ କର । ଠିକ୍ ପୂର୍ବବର୍ତୀ ଓ ଠିକ୍ ପରବର୍ତୀ ସଂଖ୍ୟାକୁ ଯୋଗ କରି ଯୋଗଫଳକୁ ଦୁଇରେ ଭାଗ କର । କ’ଣ ପାଇଲ? ଆଉ ଗୋଟିଏ ଛଅ ଅଙ୍କ ବିଶିଷ୍ଟ ସଂଖ୍ୟା ନେଇ ଠିକ୍ ଏହି ଭଳି କାର୍ଯ୍ୟ କର ।
ସମାଧାନ:
ତିନିଅଙ୍କ ବିଶିଷ୍ଟ ଏକ ସଂଖ୍ୟା ହେଲା 845
845 ର ଠିକ୍ ପୂର୍ବବର୍ତ୍ତୀ ସଂଖ୍ୟା = 844 ଓ ଠିକ୍ ପରବର୍ତୀ ସଂଖ୍ୟା = 846
ସଂଖ୍ୟାଦ୍ୱୟର ଯୋଗଫଳ = 844 + 846 = 1690 ।
ଯୋଗଫଳକୁ 2 ଦ୍ବାରା ଭାଗ କଲେ ହେବ = 1690 ÷ 2 = 845
∴ ପୂର୍ବବର୍ତୀ ଓ ପରବର୍ତୀ ସଂଖ୍ୟାଦ୍ୱୟର ଯୋଗଫଳକୁ 2ରେ ଭାଗକଲେ ମଧ୍ୟବର୍ତ୍ତୀ ସଂଖ୍ୟାଟି ମିଳେ ।
ଛଅଅଙ୍କ ବିଶିଷ୍ଟ ଅନ୍ୟ ଏକ ସଂଖ୍ୟା ହେଲା – 234573 ।
234573 ର ଠିକ୍ ପୂର୍ବବର୍ତୀ ସଂଖ୍ୟା = 234572 ଓ ଠିକ୍ ପରବର୍ତୀ ସଂଖ୍ୟା = 234574
ସଂଖ୍ୟାଦ୍ୱୟର ଯୋଗଫଳ = 234572 + 234574 = 469146
ଯୋଗଫଳକୁ ଦୁଇଭାଗ କଲେ ହେବ = 469146 ÷ 2 = 234573
∴ ପୂର୍ବବର୍ତୀ ଓ ପରବର୍ତ୍ତୀ ସଂଖ୍ୟାଦ୍ୱୟର ଯୋଗଫଳକୁ ଦୁଇରେ ଭାଗକଲେ ମଧ୍ୟବର୍ତ୍ତୀ ସଂଖ୍ୟାଟି ମିଳେ ।