BSE Odisha 6th Class Maths Solutions Chapter 11 ପରିମିତି InText Questions

Odisha State Board BSE Odisha 6th Class Maths Solutions Chapter 11 ପରିମିତି InText Questions Textbook Exercise Questions and Answers.

BSE Odisha Class 6 Maths Solutions Chapter 11 ପରିମିତି InText Questions

ଗୋଟିଏ ସମବାହୁ ତ୍ରିଭୁଜର ପରିସୀମା କିପରି ବାହାରିବ ?
ସମାଧାନ:
ସମବାହୁ ତ୍ରିଭୁଜର ପରିସୀମା = ବାହୁ + ବାହୁ + ବାହୁ 
= 3 × ବାହୁ

ନିଜେ କରି ଦେଖ:
1 ସେ.ମି. ଦୈର୍ଘ୍ୟ ଓ 1 ସେ.ମି. ପ୍ରସ୍ଥ ବିଶିଷ୍ଟ 16 ଟି ବର୍ଗଚିତ୍ରକୁ ନେଇ ପାଖକୁପାଖ ଲଗାଇ ବିଭିନ୍ନ ପ୍ରକାରର ଆକୃତି ପ୍ରସ୍ତୁତକରି ସେମାନଙ୍କର ପରିସୀମା ନିର୍ଣ୍ଣୟ କର ।
BSE Odisha 6th Class Maths Solutions Chapter 11 ପରିମିତି InText Questions 1
ସମାଧାନ:
(6 + 2 + 1 + 1 + 4 + 1 + 1 + 2) ସେ.ମି.
= 18 ସେ.ମି.

BSE Odisha 6th Class Maths Solutions Chapter 11 ପରିମିତି InText Questions 2
ସମାଧାନ:
(6 + 1 + 2 + 1 + 1 + 1 + 1 + 1 + 1 + 1 + 1 + 5) = 22 ସେ.ମି.

BSE Odisha 6th Class Maths Solutions Chapter 11 ପରିମିତି InText Questions 3
ସମାଧାନ:
22 ସେ.ମି.

BSE Odisha 6th Class Maths Solutions Chapter 11 ପରିମିତି InText Questions

1. ତଳ ସାରଣୀରେ ଥିବା ଖାଲି ସ୍ଥାନ ପୂରଣ କର ।

କ୍ର.ନଂ. ଆୟତକ୍ଷେତ୍ରର ଦୈର୍ଘ୍ୟ ଆୟତକ୍ଷେତ୍ରର ପ୍ରସ୍ଥ ପରିସୀମା କ୍ଷେତ୍ରଫଳ
1. 5 ସେ.ମି. 4 ସେ.ମି.
2. 7 ସେ.ମି. 30 ସେ.ମି.
3. 7 ସେ.ମି. 28 ବ.ର୍ସେ.ମି.
4. 12 ସେ.ମି. 42 ସେ.ମି.

ସମାଧାନ:

କ୍ର.ନଂ. ଆୟତକ୍ଷେତ୍ରର ଦୈର୍ଘ୍ୟ ଆୟତକ୍ଷେତ୍ରର ପ୍ରସ୍ଥ ପରିସୀମା କ୍ଷେତ୍ରଫଳ
1. 5 ସେ.ମି. 4 ସେ.ମି. 18 ସେ.ମି. 20 ବ.ର୍ସେ.ମି.
2. 8 ସେ.ମି. 7 ସେ.ମି. 30 ସେ.ମି. 56 ବ.ର୍ସେ.ମି.
3. 7 ସେ.ମି. 4 ସେ.ମି. 22 ସେ.ମି. 28 ବ.ର୍ସେ.ମି.
4. 12 ସେ.ମି. 9 ସେ.ମି. 42 ସେ.ମି. 108 ବ.ର୍ସେ.ମି.

2. 6 × 6 କୁ 62 ରୂପେ ଲେଖାଯାଏ ଓ 6 ର ବର୍ଗ ବୋଲି କୁହାଯାଏ ।
8 ର ବର୍ଗ ଓ 10 ର ବର୍ଗ ନିର୍ଣ୍ଣୟ କର ।
ସମାଧାନ:
8 ର ବର୍ଗ  = 82 = 8 × 8 = 64, 10 ର ବର୍ଗ = 102 = 10 × 10 = 100

ତୁମ ପାଇଁ କାମ:
କାଗଜ କାଟି ପ୍ରଥମେ ତିନୋଟି ଆୟତ ଚିତ୍ର ତିଆରି କର, ଯେଉଁମାନଙ୍କର ଦୈର୍ଘ୍ୟ ଓ ପ୍ରସ୍ଥ ତଳେ ଦିଆଯାଇଛି- 4 ସେ.ମି. ଓ 3 ସେ.ମି., 5 ସେ.ମି ଓ 2 ସେ.ମି., 4 ସେ.ମି. ଓ 2 ସେ.ମି. । ସେଗୁଡ଼ିକୁ ଅଠାରେ ଯୋଡ଼ି ଭିନ୍ନ ଭିନ୍ନ ଆକୃତିର କ୍ଷେତ୍ରମାନ ତିଆରି କର ଓ ସେହି କ୍ଷେତ୍ରମାନଙ୍କର କ୍ଷେତ୍ରଫଳ ନିଶ୍ଚୟ କର ।
ସମାଧାନ:
4 ସେ.ମି. ଦୈର୍ଘ୍ୟ ଓ 3 ସେ.ମି. ପ୍ରସ୍ଥ ବିଶିଷ୍ଟ ଆୟତକ୍ଷେତ୍ରର କ୍ଷେତ୍ରଫଳ = (4 × 3) ବ.ସେ.ମି. = 12 ବ.ସେ.ମି.
5 ସେ.ମି. ଦୈର୍ଘ୍ୟ ଓ 2 ସେ.ମି. ପ୍ରସ୍ଥ ବିଶିଷ୍ଟ ଆୟତକ୍ଷେତ୍ରର କ୍ଷେତ୍ରଫଳ = (5 × 2) ବ.ସେ.ମି. = 10 ବ.ସେ.ମି.
4 ସେ.ମି. ଦୈର୍ଘ୍ୟ ଓ 2 ସେ.ମି. ପ୍ରସ୍ଥ ବିଶିଷ୍ଟ ଆୟତକ୍ଷେତ୍ରର କ୍ଷେତ୍ରଫଳ = (4 × 2) ବ.ସେ.ମି. = 8 ବ.ସେ.ମି.

Leave a Comment