BSE Odisha 6th Class Maths Solutions Chapter 12 ତଥ୍ୟ ପରିଚାଳନା ଓ ସଂରଚନା Ex 12.1

Odisha State Board BSE Odisha 6th Class Maths Solutions Chapter 12 ତଥ୍ୟ ପରିଚାଳନା ଓ ସଂରଚନା Ex 12.1 Textbook Exercise Questions and Answers.

BSE Odisha Class 6 Maths Solutions Chapter 12 ତଥ୍ୟ ପରିଚାଳନା ଓ ସଂରଚନା Ex 12.1

Question 1.
ଗୋଟିଏ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ପିଲାମାନଙ୍କର ଉଚ୍ଚତା ତଳ କୋଠରିରେ ସେ.ମି.ରେ ଦିଆଯାଇଛି।
BSE Odisha 6th Class Maths Solutions Chapter 12 ତଥ୍ୟ ପରିଚାଳନା ଓ ସଂରଚନା Ex 12.1 1
(i) ଉପର ତଥ୍ୟକୁ ନେଇ ଟାଲି ଚିହ୍ନ ବ୍ୟବହାର କରି ଏକ ସାରଣୀ ପ୍ରସ୍ତୁତ କର ।
ସମାଧାନ:
BSE Odisha 6th Class Maths Solutions Chapter 12 ତଥ୍ୟ ପରିଚାଳନା ଓ ସଂରଚନା Ex 12.1 2

(ii) କେତେ ସେ.ମି. ଉଚ୍ଚତା ବିଶିଷ୍ଟ ପିଲା ଶ୍ରେଣୀରେ ସର୍ବାଧିକ ?
ସମାଧାନ:
135 ସେ.ମି. ଉଚ୍ଚତା ବିଶିଷ୍ଟ ପିଲା ସର୍ବାଧିକ ।

(iii) କେତେ ସେ.ମି. ଉଚ୍ଚତା ବିଶିଷ୍ଟ ପିଲା ଶ୍ରେଣୀରେ ସବୁଠାରୁ କମ୍ ?
ସମାଧାନ:
125 ସେ.ମି. ଉଚ୍ଚତା ବିଶିଷ୍ଟ ପିଲା ସବୁଠାରୁ କମ୍ ।

BSE Odisha 6th Class Maths Solutions Chapter 12 ତଥ୍ୟ ପରିଚାଳନା ଓ ସଂରଚନା Ex 12.1

Question 2.
ତୁମ ଶ୍ରେଣୀର ପ୍ରତ୍ୟେକ ପିଲାଙ୍କ ଭାଇଭଉଣୀ ସଂଖ୍ୟା (ନିଜକୁ ବାଦ୍ ଦେଇ) ପଚାରି ବୁଝ । ଏହାକୁ ନେଇ ଟାଲି ଚିହ୍ନ ବ୍ୟବହାର କରି ଏକ ସାରଣୀ ତୁମ ଖାତାରେ ପ୍ରସ୍ତୁତ କର ।

ବିଭିନ୍ନ ସଂଖ୍ୟକ ଭାଇଭଉଣୀ ଥିବା ପିଲା ଟାଲି ଚିହ୍ନ ସଂଖ୍ୟା
ଆଦୌ ଭାଇଭଉଣୀ ନ ଥିବା ପିଲା
1 ଜଣ ଭାଇଭଉଣୀ
2 ଜଣ ଭାଇଭଉଣୀ
3 ଜଣ ଭାଇଭଉଣୀ
4 ଜଣ ଭାଇଭଉଣୀ
4 ଜଣରୁ ଅଧିକ ଭାଇଭଉଣୀ

ସମାଧାନ:
BSE Odisha 6th Class Maths Solutions Chapter 12 ତଥ୍ୟ ପରିଚାଳନା ଓ ସଂରଚନା Ex 12.1 3

ନିମ୍ନ ପ୍ରଶ୍ନମାନଙ୍କର ଉତ୍ତର ଲେଖ ।
କେତେ ଜଣ ପିଲାଙ୍କର ଆଦୌ ଭାଇ ଭଉଣୀ ନାହାନ୍ତି ?
ସମାଧାନ:
5

କେତେଜଣ ପିଲାଙ୍କର 4 ରୁ ଅଧିକ ଭାଇ ଭଉଣୀ ଅଛନ୍ତି ?
ସମାଧାନ:
4

ସେହିପରି ତୁମେ ଏହି ସାରଣୀ ଦେଖ୍ ସେଥୁରୁ କେତୋଟି ପ୍ରଶ୍ନ ତିଆରି କର ଓ ତୁମ ସାଙ୍ଗମାନଙ୍କୁ ଦେଖାଅ ।
ସମାଧାନ:
(i) କେତେ ଜଣ ପିଲାଙ୍କର 2 ଜଣ ଭାଇଭଉଣୀ ଅଛନ୍ତି ?
(ii) କେତେ ଜଣ ପିଲାଙ୍କର 3 ଜଣ ଭାଇ ଭଉଣୀ ଅଛନ୍ତି ?
(iii) କେତେ ଜଣ ପିଲାଙ୍କର 4 ଜଣ ଭାଇଭଉଣୀ ଅଛନ୍ତି ?

BSE Odisha 6th Class Maths Solutions Chapter 12 ତଥ୍ୟ ପରିଚାଳନା ଓ ସଂରଚନା Ex 12.1

Question 3.
ଅର୍ଜିତା ବିଦ୍ୟାଳୟ ଆଗରେ ଛିଡ଼ା ହୋଇ ବିଦ୍ୟାଳୟର ସାଧାରଣ ସଭାକୁ ବିଭିନ୍ନ ପ୍ରକାରର ପୋଷାକ ପିନ୍ଧି ଆସିଥ‌ିବା ପୁରୁଷ ଅଭିଭାବକଙ୍କୁ ସେମାନଙ୍କର ପୋଷାକ ଅନୁଯାୟୀ ଗଣି ସାରଣୀଟି ପ୍ରସ୍ତୁତ କରିଛି । (ପ୍ରଶ୍ନ ସହ ଉତ୍ତର)
BSE Odisha 6th Class Maths Solutions Chapter 12 ତଥ୍ୟ ପରିଚାଳନା ଓ ସଂରଚନା Ex 12.1 4
ସମାଧାନ:
BSE Odisha 6th Class Maths Solutions Chapter 12 ତଥ୍ୟ ପରିଚାଳନା ଓ ସଂରଚନା Ex 12.1 5

ନିମ୍ନପ୍ରଶ୍ନମାନଙ୍କର ଉତ୍ତର ଲେଖ:
(i) କେଉଁ ପ୍ରକାର ପୋଷାକ ପିନ୍ଧି କେତେ ଲୋକ ଆସିଥିଲେ ?
ସମାଧାନ:
ଲୁଙ୍ଗି ଓ ସାର୍ଟ ପିନ୍ଧିଥିବା ଲୋକ 11 ଜଣ, ଧୋତି ଗାମୁଛା ପିନ୍ଧିଥିବା ଲୋକ 18 ଜଣ, ଧୋତି କମିଜ ପିନ୍ଧିଥିବା ଲୋକ 20 ଜଣ ଓ ପ୍ୟାଣ୍ଟ ସାର୍ଟ ପିନ୍ଧିଥିବା ଲୋକ 26 ଜଣ ।

(ii) ଅଧିକ ପୁରୁଷ ଲୋକ କେଉଁ ପ୍ରକାର ପୋଷାକ ପିନ୍ଧିଥିଲେ ?
ସମାଧାନ:
 ପ୍ୟାଣ୍ଟସାର୍ଟ ପିନ୍ଧିଥିବା ଅଧ୍ବକ ପୁରୁଷ ଲୋକ ଥିଲେ ।

(iii) ମୋଟ କେତେଜଣ ଅଭିଭାବକ ବିଦ୍ୟାଳୟକୁ ଆସିଥିଲେ ? 
ସମାଧାନ:
75 ଜଣ ଅଭିଭାବକ ବିଦ୍ୟାଳୟକୁ ଆସିଥିଲେ ।

(iv) ପ୍ୟାଣ୍ଟ ସାର୍ଟ ପିନ୍ଧିଥିବା ଅଭିଭାବକ ସଂଖ୍ୟା ଲୁଙ୍ଗି ଓ ସାର୍ଟ ପିନ୍ଧିଥ‌ିବା ଅଭିଭାବକ ସଂଖ୍ୟା ଠାରୁ କେତେ ଅଧିକ ।
ସମାଧାନ:
(26 – 11) = 15 ଜଣ ଅଧିକ ।

(v) ଏହିଭଳି କେତେଗୁଡ଼ିଏ ପ୍ରଶ୍ନ ତିଆରି କର ଓ ତୁମ ସାଙ୍ଗକୁ ପଚାର ।
ସମାଧାନ:
(କ) ସବୁଠାରୁ କମ୍ ଅଭିଭାବକ କେଉଁ ପ୍ରକାର ପୋଷାକ ପିନ୍ଧି ଆସିଥିଲେ ?
(ଖ) ଧୋତି ଗାମୁଛା ପିନ୍ଧିଥିବା ଅଭିଭାବକ ସଂଖ୍ୟାଠାରୁ ଧୋତି, କମିଜ ପିନ୍ଧିଥିବା ଅଭିଭାବକ ସଂଖ୍ୟା କେତେ ଅଧିକ ?
(ଗ) 20 ଜଣ ଲୋକ କେଉଁ ପ୍ରକାର ପୋଷାକ ପିନ୍ଧି ଆସିଥିଲେ ?

Leave a Comment