Odisha State Board BSE Odisha 6th Class Science Important Questions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ Important Questions and Answers.
BSE Odisha Class 6 Science Important Questions Chapter 9 ଉଭିଦର ବିଭିନ୍ନ ଅଂଶର ଗଠନ ଓ କାର୍ଯ୍ୟ
ସଂକ୍ଷିପ୍ତ ପ୍ରଶ୍ନୋତ୍ତର
Question 1.
ମୂଳତ୍ରାଣ କ’ଣ ? ଏହାର କାର୍ଯ୍ୟ ଲେଖ ।
ଉ –
- ମୂଳର ଅଗ୍ରଭାଗରେ ଅତି କ୍ଷୁଦ୍ର ଟୋପିଭଳି ଥିବା ଅଂଶକୁ ମୂଳତ୍ରାଣ କୁହାଯାଏ ।
Question 2.
ଦୁଇଟି ସମାନ୍ତରାଳ ଶିରାବିନ୍ୟାସ ଓ ଦୁଇଟି ଜାଲକ ଶିରାବିନ୍ୟାସ ପତ୍ରର ଉଦାହରଣ ଦିଅ ।
ଉ –
- କଦଳୀପତ୍ର ଓ ଧାନ ପତ୍ରରେ ସମାନ୍ତରାଳ ଶିରାବିନ୍ୟାସ ଦେଖାଯାଏ ।
- ଆମ୍ବ ଓ ପଣସ ପତ୍ରରେ ଜାଲକ ଶିରାବିନ୍ୟାସ ଦେଖାଯାଏ ।
Question 3.
ଭଣ୍ଡାର ମୂଳ କ’ଣ ? ଏହାର ଦୁଇଟି ଉଦାହରଣ ଦିଅ ।
ଉ –
- କେତେକ ଉଭିଦର ପ୍ରଧାନମୂଳ ରୂପାନ୍ତରିତ ହୋଇ ଭଣ୍ଡାରମୂଳରେ ପରିଣତ ହୁଏ ।
- ଦୁଇଟି ଭଣ୍ଡାର ମୂଳର ଉଦାହରଣ ହେଲା – ମୂଳା, ଗାଜର ।
Question 4.
ଆସ୍ଥାନିକ ରୂପାନ୍ତରିତ ମୂଳ କାହାକୁ କୁହାଯାଏ ?
ଉ –
- ବରଗଛର ଓହଳ ବାହାରି ମାଟି ଭିତରକୁ ଯାଇଥାଏ । ଏହା ବରଗଛକୁ ଟେକିରଖୁଥାଏ । ଏହାକୁ ସ୍ତମ୍ଭମୂଳ କହନ୍ତି ।
- କିଆଗଛରୁ ବାହାରିଥିବା ମୂଳ କିଆଗଛକୁ ଠେସିରଖେ । ଏହାକୁ ଠେସମୂଳ କୁହାଯାଏ ।
ଏ ସମସ୍ତ ପ୍ରକାର ମୂଳକୁ ରୂପାନ୍ତରିତ ମୂଳ କୁହାଯାଏ ।
Question 5.
ବୃନ୍ତର ଉପସ୍ଥିତି ଅନୁଯାୟୀ ପତ୍ରକୁ କେତେ ଭାଗରେ ବିଭକ୍ତ କରାଯାଇଛି ? ସେଗୁଡ଼ିକର ନାମ ସହ ଉଦାହରଣ ଲେଖ ।
ଉ –
- ବୃନ୍ତର ଉପସ୍ଥିତି ଅନୁଯାୟୀ ପତ୍ର ଦୁଇପ୍ରକାର; ଯଥା – ସବୃନ୍ତକ ପତ୍ର ଓ ଅବୃନ୍ତକ ପତ୍ର ।
- ଆମ୍ବ ଓ ପଣସ ଗଛର ପତ୍ର ସବୃନ୍ତକ ପତ୍ର ଏବଂ ରଙ୍ଗଣୀ ଗଛର ପତ୍ର ଅବୃନ୍ତକ ପତ୍ର ।
Question 6.
କଖାରୁ କାଣ୍ଡକୁ ଦୁର୍ବଳ କାଣ୍ଡ କାହିଁକି କୁହାଯାଏ ?
ଉ –
- କଖାରୁ ଏକ ଲତାଜାତୀୟ ଉଭିଦ ଓ ଏହାର କାଣ୍ଡ ସରୁ ଓ ନରମ ।
- ତେଣୁ କଖାରୁଗଛ ସିଧା ଭୂମି ଉପରେ ଠିଆହୋଇପାରେ ନାହିଁ ଓ ଆକର୍ଷୀ ସହାୟତାରେ ଗୁଡ଼ାଇହୋଇ ଉଠେ । ତେଣୁ କଖାରୁ କାଣ୍ଡକୁ ଦୁର୍ବଳ କାଣ୍ଡ କୁହାଯାଏ ।
ଦୀର୍ଘ ପ୍ରଶ୍ନୋତ୍ତର
Question 1.
ମୂଳତ୍ରାଣ ଓ ମୂଳଲୋମ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
ଉ –
Question 2.
ମୌଳିକ ପତ୍ର ଓ ଯୌଗିକ ପତ୍ର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ଉ –
Question 3.
କାଣ୍ଡର ବିଭିନ୍ନ ଅଂଶ ବିଷୟରେ ଆଲୋଚନା କର ।
ଉ –
- କାଣ୍ଡର ଯେଉଁ ଅଂଶରୁ ପତ୍ର ବାହାରିଥାଏ, ତାହାକୁ ଗଣ୍ଠି କହନ୍ତି ।
- ଦୁଇଟି ଗଣ୍ଠିର ମଧ୍ୟବର୍ତ୍ତୀ ସ୍ଥାନକୁ ପବ କହନ୍ତି ।
- ଗଣ୍ଠିର ଯେଉଁଠାରୁ ପତ୍ର ବାହାରିଥାଏ ସେହିଠାରେ କାଣ୍ଡ ଓ ପତ୍ରର ମଧ୍ୟବର୍ତ୍ତୀ ସ୍ଥାନକୁ କକ୍ଷ କହନ୍ତି । ଏହି କକ୍ଷରେ କଢ଼ି ବା କଳିକା ଥାଏ ।
- ଏହି କକ୍ଷ କଳିକାଗୁଡ଼ିକ ଶାଖା, କାଣ୍ଡ ଓ ଫୁଲରେ ପରିଣତ ହୁଅନ୍ତି ।
Question 4.
ଚିତ୍ରସହ ଗୋଟିଏ କୃଷ୍ଣଚୂଡ଼ା ଫୁଲର ବିଭିନ୍ନ ଅଂଶର ନାମ ଲେଖୁ କାର୍ଯ୍ୟ ବର୍ଣ୍ଣନା କର ।
ଉ –
କୃଷ୍ଣଚୂଡ଼ା ଫୁଲର ଗୋଟିଏ ବୃନ୍ତ ଅଛି । ବୃନ୍ତବ୍ୟତୀତ ଫୁଲର ଆଉ ଚାରିପ୍ରକାର ଅଂଶ ଥାଏ । ସେଗୁଡ଼ିକ ହେଉଛି-ବୃତ୍ତିଚକ୍ର, ପାଖୁଡ଼ା ବା ଦଳଚକ୍ର, ପୁଂକେଶର ଓ ଗର୍ଭକେଶର ।
ବୃତ୍ତିଚକ୍ର – ଫୁଲଟି କଢ଼ ଅବସ୍ଥାରେ ଥିଲେ ବୃଭିଚକ୍ର ହିଁ ବାହାରକୁ ଦେଖାଯାଏ । ତେଣୁ ଏହାକୁ ପ୍ରଥମ ଚକ୍ର କୁହାଯାଏ ।
ଦଳଚକ୍ର – କଢ଼ ବଡ଼ ହେଲାପରେ ଦଳଚକ୍ର ଦେଖାଯାଏ । ପୁଂକେଶର ଚକ୍ର ଚାରିପାଖରେ ଦଳଚକ୍ର ଘେରିରହିଥାଏ । ଏଥିରେ ପାଞ୍ଚଟି ଦଳ ବା ପାଖୁଡ଼ା ଥାଏ । ଦଳଚକ୍ରକୁ ବୃତ୍ତିଚକ୍ର ଘେରିରହିଥାଏ । ଏହା ରଙ୍ଗୀନ ହୋଇଥିବାରୁ ଫୁଲଟି ସୁନ୍ଦର ଦେଖାଯାଏ ।
ପୁଂକେଶର ଚକ୍ର – କୃଷ୍ଣଚୂଡ଼ା ଫୁଲର ଭିତରକୁ ଗର୍ଭଚକ୍ର ଥାଏ । ଗର୍ଭଚକ୍ରକୁ ଘେରିରହିଥାଏ ପୁଂକେଶର ଚକ୍ର । ଏଥିରେ ଦଶଟି ପୁଂକେଶର ଅଛି । ଫୁଲର ପ୍ରତ୍ୟେକ ପୁଂକେଶରରେ ଗୋଟିଏ ଦଣ୍ଡ ଓ ତା’ ଅଗରେ ଗୋଟିଏ ପରାଗପେଟିକା ଥାଏ । ପରାଗପେଟିକାରେ ପରାଗ ପୂର୍ଣ୍ଣହୋଇ ରହିଥାଏ ।
ଗର୍ଭକେଶର ଚକ୍ର – ଫୁଲର ଭିତରକୁ ଥିବା ଗର୍ଭଚକ୍ର ଗୋଟିଏ ଗର୍ଭକେଶରକୁ ନେଇ ଗଠିତ । ପ୍ରତି ଗର୍ଭାଶର ଅଗ୍ରଭାଗରେ ଗର୍ଭଶୀର୍ଷ, ମଧ୍ୟଭାଗରେ ଗର୍ଭଦଣ୍ଡ ଏବଂ ତଳ ଭାଗରେ ଗର୍ଭଶୟ ଥାଏ । ପାକଳ ପରାଗ ପରିପକ୍ବ ଗର୍ଭଶୀର୍ଷରେ ପଡ଼ିଲେ ପରାଗ ସଙ୍ଗମ ହୁଏ । ପରାଗସଙ୍ଗମର କିଛିଦିନ ପରେ ଗର୍ଭାଶୟଟି ଫଳରେ ପରିଣତ ହୁଏ । ଗର୍ଭାଶୟ ମଧ୍ଯରେ ଗୋଟିଏ ବା ଗୁଡ଼ିଏ ଡିମ୍ବକୋଷ ରହିଥା’ନ୍ତି । ଫଳ ମଧ୍ୟରେ ଏଗୁଡ଼ିକ ବୀଜରେ ପରିଣତ ହୁଅନ୍ତି ।
ବସ୍ତୁନିଷ୍ଠ ପ୍ରଶୋଉର
Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ମୂଳର ଅଗ୍ରଭାଗରେ ଥିବା ଅତିକ୍ଷୁଦ୍ର ଟୋପିଭଳି ଅଂଶକୁ ………………. କୁହାଯାଏ ।
(ଖ) ଆଖୁ ଗଛର ଦୁଇଗଣ୍ଠି ମଧ୍ୟରେ ଥିବା ଅଂଶକୁ ………………. କୁହାଯାଏ ।
(ଗ) କଲରା, କଖାରୁ, ପୋଇ ଆଦି ଗଛର କାଣ୍ଡ ……………… କୁହାଯାଏ ।
(ଙ) ଧାନ ଗଛ ପତ୍ରରେ …………….. ଶିରାବିନ୍ୟାସ ହୋଇଥାଏ ।
(ଚ) ସାରୁ ଓ ଓଲୁଅ ଉଭିଦର …………. ।
(ଛ) ମୂଳା ଓ ଗାଜର ଉଦ୍ଭଦର …………. ।
(ଜ) କଖାରୁ ଗଛର ଆକର୍ଷୀ ଗଛର …………. ।
(ଝ) କିଆ ଗଛର କାଣ୍ଡରୁ ବାହାରିଥିବା ଚେରକୁ …………… ମୂଳ କୁହାଯାଏ ।
(ଞ) ………… ଓ ………… କୁ ଉଭିଦର ଜନନ ଅଙ୍ଗ କୁହାଯାଏ ।
ଉ –
(କ) ମୂଳତ୍ରାଣ
(ଖ) ପବ
(ଗ) ଦୁର୍ବଳ
(ଙ) ପତ୍ରକ
(ଚ) ରୂପାନ୍ତରିତ କାଣ୍ଡ
(ଛ) ରୂପାନ୍ତରିତ ମୂଳ
(ଜ) ରୂପାନ୍ତରିତ କାଣ୍ଡ
(ଝ) ଠେସ
(ଞ) ଫୁଲ, ଫଳ
Question 2.
ପ୍ରତ୍ୟେକ ପ୍ରଶ୍ନତଳେ ଦିଆଯାଇଥବା ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
(କ) ଉଦ୍ଭଦ ମୂଳରେ ଥିବା କେଉଁ ଅଂଶ ମାଟିରୁ ଜଳ ଶୋଷଣ କରେ ?
(i) ଶାଖାଚେର
(ii) ପ୍ରଶାଖାଚେର
(iii) ମୂଳତ୍ରାଣ
(iv) ମୂଳଲୋମ
ଉ –
(କ) ମୂଳଲୋମ
(ଖ) ଅମୃତଭଣ୍ଡାର ପତ୍ର କେଉଁ ପ୍ରକାର ପତ୍ର ?
(i) ସରଳ
(ii) ଜଟିଳ
(iii) ମୌଳିକ
(iv) ଯୌଗିକ
ଉ –
(ଖ) ମୌଳିକ
(ଗ) ନିମ୍ନଲିଖ ମଧ୍ୟରୁ କେଉଁ ପତ୍ରରେ ସମାନ୍ତରାଳ ଶିରାବିନ୍ୟାସ ଦେଖାଯାଏ ?
(i) ଅମୃତଭଣ୍ଡା
(ii) କଖାରୁ
(iii) କଦଳୀପତ୍ର
(iv) କଲରା
ଉ –
(ଗ) କବଳୀପତ୍ର
(ଘ) ଫୁଲର ତୃତୀୟ ଚକ୍ରକୁ କ’ଣ କୁହାଯାଏ
(i) ପୁଂକେଶର
(ii) ଗର୍ଭକେଶର
(iii) ବୃରିମଣ୍ଡଳ
(iv) ଦଳମଣ୍ଡଳ
ଉ –
(ଘ) ପୁଂ-କେଶର
(ଙ) ନିମ୍ନଲିଖ ମଧ୍ୟରୁ କେଉଁଟି ରୂପାନ୍ତରିତ ମୂଳ ?
(i) ଆଳୁ
(ii) ପିଆଜ
(iii) ଗାଜର
(iv) ଅଦା
ଉ –
(ଡ) ଅବା
Question 3.
ବାମ ପାର୍ଶ୍ବର ଶବ୍ଦଦ୍ୱୟର ସମ୍ପର୍କକୁ ଦେଖ୍ ଦକ୍ଷିଣ ପାର୍ଶ୍ବର ଶବ୍ଦ ସହିତ ଖାପଖାଇଥିବା ଶବ୍ଦକୁ (?) ଚିହ୍ନ ସ୍ଥାନରେ ଲେଖ ।
(କ) ସପ୍ତଫେଣୀ ଗଛର କଣ୍ଟା : ରୂପାନ୍ତରିତ ପତ୍ର :: ହଳଦୀ : (?) ।
(ଖ) ଅଦା : ରୂପାନ୍ତରିତ କାଣ୍ଡ :: ସାଲଗମ୍ : (?) ।
(ଗ) ଶିମ୍ବ : ଯୌଗିକ ପତ୍ର :: ଆମ୍ବ : (?)
(ଘ) ଅମୃତଭଣ୍ଡା ପତ୍ର : ଜାଲକ ଶିରା ବିନ୍ୟାସ :: କଦଳୀପତ୍ର : (?) ।
(ଙ) ପଣସ : ମୌଳିକ ପତ୍ର :: ନିମ୍ବ : (?) ।
(ଚ) ପୋଇ : ଦୁର୍ବଳ କାଣ୍ଡ :: ବାଇଗଣ : (?) ।
(ଛ) କିଆ : ଠେସମୂଳ :: ବରଗଛର ଓହଳ : (?) ।
(ଜ) ଫୁଲର ପ୍ରଥମ ଚକ୍ର : ବୃତ୍ତିଚକ୍ର :: ଦ୍ଵିତୀୟ ଚକ୍ର : (?) ।
ଉ –
(କ) ରୂପାନ୍ତରିତ କାଣ୍ଡ
(ଖ) ରୂପାନ୍ତରିତ ମୂଳ
(ଗ) ମୌଳିକ ପତ୍ର
(ଘ) ସମାନ୍ତରାଳ ଶିରାବିନ୍ୟାସ
(ଙ) ଯୌଗିକ ପତ୍ର
(ଚ) ସବଳ କାଣ୍ଡ
(ଛ) ସ୍ତମ୍ଭ ମୂଳ
(ଜ) ଦଳଚକ୍ର
Question 4.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ଅଦା ଏକ ରୂପାନ୍ତରିତ ମୂଳତ୍ରାଣ ।
(ଖ) ଡିମ୍ବକୋଷ ଗର୍ଭାଶୟରେ ପରିଣତ ହୁଏ ।
(ଗ) ପତ୍ରର ଓସାରିଆ ଅଂଶକୁ କକ୍ଷକଳିକା କହନ୍ତି ।
(ଘ) ଦୁଇଟି ଗଣ୍ଠିର ମଧ୍ୟବର୍ତ୍ତୀ ସ୍ଥାନକୁ ନାଭିସୂତ୍ର କହନ୍ତି ।
(ଙ) ପୋଇର କାଣ୍ଡ ସବଳ ।
ଉ –
(କ) ଅଦା ଏକ ରୂପାନ୍ତରିତ କାଣ୍ଡ ।
(ଖ) ଡିମ୍ବକୋଷ ବୀଜରେ ପରିଣତ ହୁଏ ।
(ଗ) ପତ୍ରର ଓସାରିଆ ଅଂଶକୁ ଫଳକ କହନ୍ତି ।
(ଘ) ଦୁଇଟି ଗଣ୍ଠିର ମଧ୍ୟବର୍ତ୍ତୀ ସ୍ଥାନକୁ ପବ କହନ୍ତି ।
(ଙ) ବାଉଁଶର କାଣ୍ଡ ସବଳ ।
Question 5.
ଠିକ୍ ଉତ୍ତର ପାଖରେ (✓) ଚିହ୍ନ ଓ ଭୁଲ୍ ଉତ୍ତର ପାଖରେ (✗) ଚିହ୍ନ ଦିଅ ।
(କ) ଉଦ୍ଭଦର ମୂଳ ମାଟି ଭିତରେ ଥାଏ । (✓)
(ଖ) କାଣ୍ଡର ଯେଉଁ ଅଂଶରୁ ପତ୍ର ବାହାରି ଥାଏ, ତାହାକୁ ପବ କୁହାଯାଏ । (✗)
(ଗ) ପୋଇର କାଣ୍ଡ ସବଳ କାଣ୍ଡ । (✗)
(ଘ) ଅଦା ଏକ ରୂପାନ୍ତରିତ କାଣ୍ଡ । (✓)
(ଙ) ମୂଳା ଓ ଗାଜର ଉଭିଦର ଗୁଚ୍ଛମୂଳ । (✗)
(ଚ) ଧାନର ମୂଳ ରୂପାନ୍ତରିତ ମୂଳ । (✗)
(ଛ) ଅମୃତଭଣ୍ଡାର ପତ୍ର ଯୌଗିକ ପତ୍ର । (✗)
Question 6.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
(କ)
ଉ –
(ଖ)
ଉ –