Go through 7th Class Social Science Book Odia Medium Question Answer and Class 7 Social Science Chapter 4 Question Answer Odia Medium ନୂତନ ଅଭ୍ୟୁଦୟ : ସହର ଓ ରାଜ୍ୟ to understand textbook questions more clearly.
7th Class Social Science Chapter 4 Question Answer Odia Medium
Class 7 Social Science Chapter 4 Odia Medium
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ
Question 1.
ଅଧ୍ୟାୟର ଆରମ୍ଭରେ ଥିବା ଉଦ୍ଧୃତିକୁ ବିଚାର କରି, ତୁମ ଦଳ ଭିତରେ ଆଲୋଚନା କର । ଏକ ପ୍ରଜାମଙ୍ଗଳକାରୀ ରାଜ୍ୟ ପାଇଁ କୌଟିଲ୍ୟଙ୍କ ସୁପାରିଶଗୁଡ଼ିକ ସମ୍ବନ୍ଧରେ ନିଜ ଦଳ ଭିତରେ ଆଲୋଚନା କର ।
Answer:
ଏକ ପ୍ରଜାମଙ୍ଗଳ ରାଜ୍ୟ ପାଇଁ କୌଟିଲ୍ୟଙ୍କ ସୁପାରିଶଗୁଡ଼ିକ ବିଶେଷରୂପେ ପ୍ରଣିଧାନଯୋଗ୍ୟ ।
(i) ଦେଶ – ବା ରାଜ୍ୟର ସୁରକ୍ଷା– କୌଟିଲ୍ୟ ପ୍ରଥମେ ଦେଶ ବା ରାଜ୍ୟ ବା ତା’ର ରାଜଧାନୀର ମୁଖ୍ୟ ସହରଗୁଡ଼ିକର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜଣେ ରାଜା ତାଙ୍କର ରାଜ୍ୟ ଓ ପ୍ରଜାଙ୍କୁ ବାହ୍ୟ ଆକ୍ରମଣରୁ ସୁରକ୍ଷା ଦେବା ପ୍ରଥମ ଓ ପ୍ରାଥମିକ କାର୍ଯ୍ୟ । ରାଜ୍ୟ ଚତୁଃପାର୍ଶ୍ଵରେ ପ୍ରାଚୀର ନିର୍ମାଣ କରାଇବା ଓ ଦୁର୍ଗ ନିର୍ମାଣ କରାଇବା ଆବଶ୍ୟକ । ଏତଦ୍ବ୍ୟତୀତ ରାଜାଙ୍କୁ ଏକ ସଶକ୍ତ ସୈନ୍ୟବାହିନୀ ଗଠନର ଆବଶ୍ୟକତା ବି ରହିଛି ।
(ii) ସମ୍ବଳର ବିନିଯୋଗ– କୌଟିଲ୍ୟଙ୍କ ଭୂମିକୁ ଏକ ବୃହତ୍ ସମ୍ବଳଭାବେ ପ୍ରକାଶ କରିଛନ୍ତି । ଏହା କୃଷି ଉପଯୋଗୀ ହେବା ଆବଶ୍ୟକ । ଏତଦ୍ବ୍ୟତୀତ ଖଣି, ଜଙ୍ଗଲ, ସହ ହାତୀ ଭଳି ପଶୁଙ୍କର ବାସସ୍ଥାନ ପାଇଁ ଉପଯୋଗୀ ହେବା ସହିତ ଗୋଚାରଣ ପାଇଁ ଭୂମି ପର୍ଯ୍ୟାପ୍ତ ହେବା ଦରକାର ।
(iii) ଗମନାଗମନ ସୁବିଧା– କୌଟିଲ୍ୟଙ୍କ ମତରେ ଏକ ରାଜ୍ୟରେ ଗମନାଗମନ ପାଇଁ ସ୍ଥଳପଥରେ ରାସ୍ତା ଏବଂ ଉତ୍ତମ ଜଳପଥ ରହିବା ଆବଶ୍ୟକ । ଏତଦ୍ବ୍ୟତୀତ ପ୍ରାକୃତିକ ବିପର୍ଯ୍ୟୟରୁ ଲୋକମାନଙ୍କୁ ସହାୟତା ଯୋଗାଇଦେବା ରାଜ୍ୟର କାର୍ଯ୍ୟ ଅଟେ ।
ସର୍ବୋପରି ଆର୍ଥିକ ଅଭିବୃଦ୍ଧି ପାଇଁ କୃଷି, ଖଣିଜଦ୍ରବ୍ୟ, ଜଙ୍ଗଲଜାତ ଦ୍ରବ୍ୟ ଏବଂ ବାଣିଜ୍ୟ ବ୍ୟବସାୟ ଇତ୍ୟାଦି ଆବଶ୍ୟକ ।
Question 2.
ପାଠ୍ୟ ଅନୁସାରେ ପ୍ରାଚୀନ ବୈଦିକ ସମାଜରେ ଶାସକମାନେ କିପରି ମନୋନୀତ ହେଉଥିଲେ ?
Answer:
ପ୍ରାଚୀନ ବୈଦିକ ସମାଜରେ ଏକ ଉନ୍ନତ ଶାସନ ପଦ୍ଧତି ପ୍ରଚଳିତ ଥିଲା । ଶାସକମାନେ ସାଧାରଣତଃ ଏକ ଦଳ କିମ୍ବା ଜନର ମୁଖ୍ୟ ଥିଲେ । ପ୍ରତ୍ୟେକ ଜନପଦରେ ‘ସଭା’ କିମ୍ବା ‘ସମିତି’ ନାମରେ ଦୁଇଟି ପରିଷଦ ଥିଲା । ଗୋଷ୍ଠୀ ବା ଦଳର ବିଜ୍ଞ ଲୋକମାନଙ୍କୁ ନେଇ ଏହା ଗଠିତ ହୋଇଥିଲା । ଏହାଦ୍ଵାରା ଶାସକଙ୍କୁ ମନୋନୀତ କିମ୍ବା ନିର୍ବାଚିତ କରାଯାଉଥିଲା । ଏହି ପରିଷଦର ଶାସକଙ୍କୁ ସ୍ଵେଚ୍ଛାଚାରୀତାକୁ ସଙ୍କୁଚିତ କରିବାର କ୍ଷମତା ଥିଲା । ପ୍ରାଗ୍ ବୈଦିକ ସମାଜରେ କିଛି ମହାଜନପଦର ରାଜତନ୍ତ୍ର ଥିଲା ଯେଉଁଥିରେ ଜଣେ ରାଜା ପୂର୍ବ ରାଜାଙ୍କ ପୁତ୍ର ଭାବରେ ରାଜଗାଦିରେ ବସୁଥିଲେ । ସେ ଯାହା ହେଉନା କାହିଁକି, ଜଣେ ରାଜା ପରିଷଦର ବିନା ପରାମର୍ଶରେ କୌଣସି ଆଇନକୁ ଜୋର ଜବରଦସ୍ତ ଜନତାଙ୍କ ଉପରେ ପ୍ରୟୋଗ କରୁନଥିଲେ । ସୁତରାଂ ଜନ କିମ୍ବା ମହାଜନପଦରେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ତିଷ୍ଠି ରହିଥିଲା ।
Question 3.
ମନେକର ତୁମେ ଜଣେ ଐତିହାସିକ, ମହାଜନପଦମାନଙ୍କ ବିଷୟରେ ଅଧିକ ଜାଣିବାପାଇଁ ତୁମେ କେଉଁ ପ୍ରକାର ଉପାଦାନଗୁଡ଼ିକୁ (ପ୍ରନ୍ତାତ୍ତ୍ଵିକ ଓ ସାହିତ୍ୟିକ) ବ୍ୟବହାର କରିବ ? ପ୍ରତ୍ୟେକ ଉପାଦାନ ତୁମକୁ ଇତିହାସ ବୁଝିବାରେ କିପରି ସହାୟକ ହୋଇପାରିବ, ବ୍ୟାଖ୍ୟା କର ।
Answer:
ମୁଁ ଜଣେ ଐତିହାସିକ ହୋଇଥିଲେ ପ୍ରାଚୀନ ଭାରତ ବିଷୟରେ ଅଧ୍ୟୟନ କରିବାପାଇଁ ମୁଖ୍ୟତଃ ପ୍ରନୃତାତ୍ତ୍ଵିକ ଏବଂ ସାହିତ୍ୟିକ ଉପାଦାନ ଉପରେ ନିର୍ଭର କରିଥା’ନ୍ତି । ପ୍ରାଚୀନ ଭାରତର ତତ୍କାଳୀନ, ସାମାଜିକ, ଆର୍ଥନୀତିକ, ଧାର୍ମିକ ବ୍ୟବସ୍ଥା ଏବଂ ରାଜନୀତିକ ବ୍ୟବସ୍ଥା ଜାଣିବା ପାଇଁ ପ୍ରୟାସ କରିଥା’ନ୍ତି । ସେ ସମୟରେ ଗଢ଼ି ଉଠିଥିବା ଜନପଦ ଏବଂ ମହାଜନପଦଗୁଡ଼ିକର ଅବସ୍ଥା ଉପରେ ଜାଣିବାପାଇଁ ନିମ୍ନୋକ୍ତ ତଥ୍ୟ ଉପରେ ଅଧ୍ୟୟନ କରିଥା’ନ୍ତି ।
(i) ପୁରାତନ ବସ୍ତୁ- ବିଭିନ୍ନ ପ୍ରକାର ପୁରାତନ ବସ୍ତୁ, ଅସ୍ତ୍ରଶସ୍ତ୍ର, ମୁଦ୍ରା, ସରଞ୍ଜାମ ଇତ୍ୟାଦି ଅନେକ ଦ୍ରବ୍ୟରୁ ମହାଜନପଦଗୁଡ଼ିକର ଆର୍ଥିକ ଏବଂ କାରିଗରୀ କୌଶଳ ସମ୍ପର୍କରେ ବିଶେଷ ବିବରଣୀ ଗ୍ରହଣ କରିଥା’ନ୍ତି ।
(ii) ପୁରାତନ ଖନନ ସ୍ଥଳ– ପ୍ରାଚୀନ ଭାରତରେ ଥିବା ପୁରାତନ ଖନନ ସ୍ଥଳଗୁଡ଼ିକରୁ ସହରାଞ୍ଚଳର ଯୋଜନା, କାରୁକାର୍ଯ୍ୟ, ପରିବେଶ ସମ୍ବନ୍ଧୀୟ ଜ୍ଞାନ ଓ ସାମାଜିକ ବିଭିନ୍ନତା ସମ୍ପର୍କରେ ତଥ୍ୟ ଗ୍ରହଣ କରିଥା’ନ୍ତି ।
(iii) ଶିଳାଲେଖ– ରାଜା ମହାରାଜାଙ୍କ ଖୋଦିତ ଶିଳାଲେଖକୁ ଅଧ୍ୟୟନ କରି ସେମାନଙ୍କ ଶାସନ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥା’ନ୍ତି ।
(iv) ସାହିତ୍ୟିକ ଉପାଦାନ– ମୁଁ ସର୍ବଶେଷରେ ସାହିତ୍ୟିକ ଉପାଦାନରୁ ତଥ୍ୟ ଗ୍ରହଣ କରି ଅନେକ କଥା ଜାଣିଥା’ନ୍ତି । ସାହିତ୍ୟିକ ଉପାଦାନ ମଧ୍ୟରେ ମୁଖ୍ୟତଃ ଧର୍ମପୁସ୍ତକଗୁଡ଼ିକ ଉଲ୍ଲେଖଯୋଗ୍ୟ । ସେଗୁଡ଼ିକ ହେଲା, ବୈଦିକ ସାହିତ୍ୟ, କାବ୍ୟ, ପୁରାଣ, ମହାକାବ୍ୟ, ବୌଦ୍ଧ ଏବଂ ଜୈନଧର୍ମର ବିଭିନ୍ନ ଗ୍ରନ୍ଥ । ଏତଦ୍ବ୍ୟତୀତ ଲୋକକଥା, ଲୋକ ସାହିତ୍ୟ ଗଳ୍ପ, ନାଟକ ଇତ୍ୟାଦିର ମଧ୍ୟ ଅଧ୍ୟୟନ କରିଥା’ନ୍ତି ।
ଏହିଭଳି ଜଣେ ଐତିହାସିକ ଭାବେ ମୁଁ ପ୍ରାଚନୀ ଭାରତ ଇତିହାସ ସମ୍ବନ୍ଧରେ ଜ୍ଞାନ ଆହରଣ କରିଥା’ନ୍ତି ।
Question 4.
ଖ୍ରୀ.ପୂ. ପ୍ରଥମ ସହସ୍ରାବ୍ଦରେ ଲୌହଧାତୁ କିପରି ସହର ସଭ୍ୟତାର ବିକାଶରେ ସହାୟକ ହୋଇଥିଲା, ତୁମ ପାଠ୍ୟ ବିଷୟରୁ କିମ୍ବା ନିଜ ଚିନ୍ତାଧାରରୁ ଲେଖ ।
Answer:
ଖ୍ରୀ.ପୂ. ପ୍ରଥମ ସହସ୍ରାବ୍ଦରେ ଲୌହଧାତୁ ସହର ସଭ୍ୟତାର ବିକାଶରେ ବିଶେଷ ସହାୟକ ହୋଇଥିଲା । ଏହା ମୁଖ୍ୟତଃ କୃଷିକ୍ଷେତ୍ରରେ ବ୍ୟବହୃତ ହେଉଥିବା ସରଞ୍ଜାମ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଅସ୍ତ୍ରଶସ୍ତ୍ର ନିର୍ମାଣରେ ବ୍ୟବହୃତ ହେଉଥିଲା । ଏହା ପୂର୍ବରୁ ବ୍ୟବହୃତ ହେଉଥିବା ବ୍ରୋଞ୍ଜ ଏବଂ ପଥର ଅପେକ୍ଷା ଏହା ଅଧିକ ଶକ୍ତିଶାଳୀ ଥିଲା ।
ଲୌହ ଧାତୁରେ ନିର୍ମିତ ବିଭିନ୍ନ ପ୍ରକାର ସରଞ୍ଜାମ ଅଧିକ ପ୍ରଭାବଶାଳୀ ଏବଂ ଚିରସ୍ଥାୟୀ ଥିଲା । କୃଷିକ୍ଷେତ୍ରରେ ଲୌହ ନିର୍ମିତ ସରଞ୍ଜାମ ବ୍ୟବହାର କରାଯାଇ ଜମି ହଳ କରିବାଠୁ ଫସଲ ଅମଳ କରିବା ପର୍ଯ୍ୟନ୍ତ କାର୍ଯ୍ୟରେ ସହାୟକ ହେଉଥିଲା । ଏହାଦ୍ଵାରା କୃଷି ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଥିଲା ।
ସେହିପରି ଲୌହ ଧାତୁରେ ନିର୍ମିତ ଖଡ଼ଗ, ଢାଲ, ବର୍ଚ୍ଛା, ଇତ୍ୟାଦି ସଶକ୍ତ ଏବଂ ତୀକ୍ଷ୍ଣଣ ଥିଲା । ପୂର୍ବରୁ ବ୍ରୋଞ୍ଜ ଏବଂ ପଥରରେ ନିର୍ମିତ ଅସ୍ତ୍ରଶସ୍ତ୍ର ଅପେକ୍ଷା ଏଗୁଡ଼ିକ ଅଧ୍ଯକ ଶକ୍ତ, ତୀକ୍ଷ୍ଣ ଏବଂ ପ୍ରଭାବଶାଳୀ ଥିଲା । ଲୌହ ଧାତୁରେ ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ରାଜା ମହାରାଜାମାନେ ଯୁଦ୍ଧରେ ବିଜୟ ହାସଲ କରିବା ସହିତ ସାମ୍ରାଜ୍ୟ ବିସ୍ତାର କରୁଥିଲେ ।
ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୬୭) :
Question 1.
ଭାରତର ଦ୍ଵିତୀୟ ସହରୀକରଣର ଅର୍ଥ କ’ଣ ?
Answer:
ସିନ୍ଧୁ ସଭ୍ୟତାର ବିଲୟ ପରେ ପ୍ରାୟ ଖ୍ରୀ.ପୂ. ପ୍ରଥମ ସହସ୍ରାବ୍ଦୀରେ ଗଙ୍ଗା ଓ ସିନ୍ଧୁ ନଦୀର ଅବବାହିକାରେ ଅନ୍ୟ ଏକ ନଗର ସଭ୍ୟତାର ଆରମ୍ଭ ହୋଇଥିଲା । କାଳକ୍ରମେ ଏହା ସମଗ୍ର ମହାଦେଶରେ ବିସ୍ତାରଲାଭ କରିଥିଲା । ଏହାହିଁ ଥିଲା ଭାରତର ଦ୍ଵିତୀୟ ସହରୀକରଣ ।
![]()
Question 2.
ପ୍ରାରମ୍ଭିକ ଭାରତ ଇତିହାସରେ ଜନପଦ ଓ ମହାଜନପଦ ଗୁଡ଼ିକର ବିକାଶ ଗୁରୁତ୍ଵପୂର୍ଣ୍ଣ ଥିଲା କାହିଁକି ?
Answer:
ପ୍ରାରମ୍ଭିକ ଭାରତ ଇତିହାସରେ ଷୋଡ଼ଶ ଜନପଦ ଓ ମହାଜନପଦ ଗଢ଼ି ଉଠିଥିବାର ଐତିହାସିକ ପ୍ରମାଣ ମିଳିଛି । ଏହି ଜନପଦ ଏବଂ ମହାଜନପଦଗୁଡ଼ିକ ଜଣେଜଣେ ଶାସକଙ୍କଦ୍ଵାରା ଶାସିତ ହେଉଥିଲା ଏବଂ ସେମାନଙ୍କ ମଧ୍ୟରେ ରାଜନୈତିକ ଏକତା ଥିଲା । ମହାଜନପଦଗୁଡ଼ିକ ଶକ୍ତିଶାଳୀ ରାଜ୍ୟରେ ପରିଣତ ହୋଇଥିଲା । ତନ୍ମଧ୍ୟରୁ ମଗଧ, ବତ୍ସ, କୋଶଳ, ଅବନ୍ତୀ ଅତ୍ୟନ୍ତ ଶକ୍ତିଶାଳୀ ଥିଲେ । ଏହି ରାଜ୍ୟଗୁଡ଼ିକର ରାଜନୈତିକ, ଅର୍ଥନୈତିକ, ସାମାଜିକ ଓ ଧାର୍ମିକ ଅବସ୍ଥା ଉନ୍ନତ ଥିଲା ।
Question 3.
ସେମାନେ କେଉଁ ପ୍ରକାରର ଶାସନ ବ୍ୟବସ୍ଥା ବିକଶିତ କରିଥିଲେ ?
Answer:
ପ୍ରତ୍ୟେକ ଜନପତ୍ର ବା ମହାଜନପଦଗୁଡ଼ିକ ଜଣେ ଜଣେ ଶାସକ ବା ରାଜାଙ୍କଦ୍ଵାରା ଶାସିତ ହେଉଥିଲା । ପ୍ରତ୍ୟେକ ଜନପଦରେ ଗୋଷ୍ଠୀର ବିଜ୍ଞଲୋକଙ୍କୁ ନେଇ ଗଠିତ ‘ସଭା’ କିମ୍ବା ‘ସମିତି’ ନାମକ ଦୁଇଟି ପରିଷଦ ଥିଲା । ରାଜା ବା ଶାସକ ଏହି ଦୁଇ ସଭାର ସହାୟତାରେ ଶାସନ କାର୍ଯ୍ୟ ପରିଚାଳନା କରୁଥିଲେ । ଫଳରେ ଶାସକ ବା ରାଜା ସ୍ଵେଚ୍ଛାଚାରୀ ହୋଇପାରୁ ନଥିଲେ । ଅପାରଗ ଶାସକଙ୍କୁ ବହିଷ୍କାର କରିବାର କ୍ଷମତା ସଭା ଓ ସମିତିର ଥିଲା । ପରବର୍ତ୍ତୀ ସମୟରେ ରାଜ ପଦ ବଂଶାନୁକ୍ରମିକ ହେଲା ଓ ରାଜା ଅଧିକ ଶକ୍ତିଶାଳୀ ହୋଇଥିଲେ ।
ଆସ ଅନୁସନ୍ଧାନ କରିବା :
Question 1.
ଏହି ଜନପଦ ଗୁଡ଼ିକ ମଧ୍ୟରେ ଶକ୍ତିଶାଳୀ ଥିଲେ ମଗଧ, କୋଶଳ, ବତ୍ସ ଓ ଅବନ୍ତୀ । ପ୍ରଦତ୍ତ ମାନଚିତ୍ର ଦେଖୁ ସେମାନଙ୍କର ରାଜଧାନୀଗୁଡ଼ିକୁ ଚିହ୍ନଟ କରିପାରିବ କି ?
Answer:
| ମହାଜନପଦ | ରାଜଧାନୀ | ବର୍ତ୍ତମାନ ନାମ |
| ମଗଧ | ରାଜଗୃହ | ପାଟନା, ବିହାର |
| କୋଶଳ | ଶ୍ରାବସ୍ତୀ | ଅଯୋଧ୍ୟା, ଉତ୍ତରପ୍ରଦେଶ |
| ବତ୍ସ | କୌଶାମ୍ବୀ | କୌଶାଢୀ, ଉତ୍ତରପ୍ରଦେଶ |
| ଅବନ୍ତୀ | ଉଜ୍ଜୟିନୀ | ଉଜ୍ଜୟିନୀ, ମଧ୍ୟପ୍ରଦେଶ |
Question 2.
ସେମାନଙ୍କ ମଧ୍ୟରୁ କେତୋଟିକୁ ଆଜିର ଭାରତୀୟ ସହର ସହିତ ଯୋଡ଼ି ପାରିବ ? ମହାଭାରତରେ ବର୍ଣ୍ଣିତ ମାନଚିତ୍ରରେ ଓଡ଼ିଶାକୁ କ’ଣ କୁହାଯାଉଥିଲା ଏବଂ ଏହା କେଉଁଠି ଅବସ୍ଥିତ ଚିହ୍ନଟ କର ।
Answer:
ଶିକ୍ଷକଙ୍କ ସହାୟତା ନେଇ ଛାତ୍ରଛାତ୍ରୀମାନେ ନିଜେ କରିବେ ।
Question 3.
ଠିକ୍ ( ✓) କିମ୍ବା (✗) ଚିହ୍ନ ଦେଇ ସ୍ତମ୍ଭ ପୂରଣ କର, ଯାହାକି ଭାରତୀୟ ସଭ୍ୟତାର ଦୁଇଟି ପର୍ଯ୍ୟାୟ ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରେ ।

Answer:
| ପ୍ରଥମ ସହରୀକରଣ | ଦ୍ଵିତୀୟ ସହରୀକରଣ | |
| ଗାଙ୍ଗେୟ ସମତଳ ଅଞ୍ଚଳ | ✗ | ✓ |
| ମଠ | ବିହାର | ✗ | ✓ |
| ସାହିତ୍ୟ | ✓ | ✓ |
| ବ୍ୟବସାୟ | ✓ | ✓ |
| ଯୁଦ୍ଧକଳା | ✓ | ✓ |
| ତମ୍ବା | ବ୍ରୋଞ୍ଜ | ✓ | ✓ |
| ଲୌହ | ✗ | ✓ |
![]()
Question 4.
ଏକ ଜଟିଳ ସମାଜ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୁଏ କାହିଁକି ? ଏହାର ସମ୍ଭାବ୍ୟ କାରଣଗୁଡ଼ିକ ଚିନ୍ତା କର ।
Answer:
ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଏକ ଜଟିଳ ସମାଜ ସୃଷ୍ଟି ହୋଇଥାଏ । ଏହା ବୃତ୍ତିଗତ କାରଣରୁ ହୋଇଥାଏ । ଲୋକମାନେ ସେମାନଙ୍କ ଦକ୍ଷତା ଅନୁଯାୟୀ ବୃତ୍ତି ଚୟନ କରିଥା’ନ୍ତି ଏବଂ ଉକ୍ତ ବୃତ୍ତିକୁ ସେମାନେ ତାଙ୍କ ପରେ ପରବର୍ତୀ ପିଢ଼ିକୁ ଦେଇଥା’ନ୍ତି । ଆମ ଦେଶ ଭାରତବର୍ଷରେ ପ୍ରାଚୀନ କାଳରୁ ବୃତ୍ତିକୁ ନେଇ କାଳକ୍ରମେ ଏକ ଜଟିଳ ସମାଜ ଗଢ଼ି ଉଠିଥିଲା । ଏହା ପରବର୍ତ୍ତୀ ସମୟରେ ଏକ ଜାତି ପ୍ରଥାକୁ ଜନ୍ମ ଦେଇଥିଲା । ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ସାଞ୍ଚ୍ ସ୍ତପର କ ଚିତ୍ରର ଏକ କମାର ଶାଳ/ ଧାତୁ କର୍ମଶାଳାର ଚିତ୍ର ଦିଆଯାଇଛି, ଯେଉଁଠାରେ ବିଭିନ୍ନ ଶ୍ରମିକ, କାଠ ଓ ପାଣି ନେଇ ନିଆଁ ଜାଳି ଲୁହାକୁ ପିଟିବାର ଦୃଶ୍ୟ ରହିଛି । ଉତ୍ତର ଭାରତରେ ଥିବା କିଛି ପ୍ରାଚୀନ ସହରଗୁଡ଼ିକର ଛାପାଯୁକ୍ତ ମୁଦ୍ରା
ଶୂଦ୍ର ଭାବେ ପରିଚିତ ବ୍ୟକ୍ତିମାନେ ନିଜ ନିଜର ବୃତ୍ତିକୁ କୌଳିକ ବୃତ୍ତି ରୂପେ ଗ୍ରହଣ କରିନେଲେ । ଏତଦ୍ବ୍ୟତୀତ ବାଣିଜ୍ୟ ବ୍ୟବସାୟ ମଧ୍ୟ ଏକ ବୃତ୍ତିରେ ପରିଣତ ହେଲା । ଏହିସବୁ କାରଣରୁ ଏକ ଜଟିଳ ସମାଜ ସୃଷ୍ଟି ହେବା ସହ ମାନବ ସମାଜ ବିଭିନ୍ନ ଗୋଷ୍ଠୀଭୁକ୍ତ ହୋଇଥିଲା ।
Question 5.
ଖ୍ରୀ.ପୂ. ପ୍ରଥମ ସହସ୍ରାବ୍ଦୀର ଏକ ଜଟିଳ ସମାଜରେ କେଉଁ କେଉଁ ବୃତ୍ତିଧାରୀଙ୍କୁ ତୁମେ ଜାଣିଛ, ତା’ର ଏକ ତାଲିକା ପ୍ରସ୍ତୁତ କର ।
Answer:
ଖ୍ରୀ.ପୂ. ପ୍ରଥମ ସହସ୍ରାବ୍ଦୀରୁ ଲୋକମାନେ ବିଭିନ୍ନ କାର୍ଯ୍ୟକୁ ନିଜର ଦକ୍ଷତାନୁସାରେ ଆପଣେଇ ନେଇଥିଲେ । ଏହା ସେମାନଙ୍କର ଜୀବିକା ନିର୍ବାହର ପନ୍ଥା ହୋଇ ରହିଥିଲା । ଯଦିଓ ଜାତିଭିଭିକ ସମାଜ ପରବର୍ତ୍ତୀ ସମୟରେ ସୃଷ୍ଟି ହେଲା, କିନ୍ତୁ ତା’ପୂର୍ବରୁ ଲୋକମାନେ କୃଷି କରିବା, ବାଣିଜ୍ୟ କରିବା, ମାଟିପାତ୍ର ନିର୍ମାଣ କରିବା, ପଥର କାର୍ଯ୍ୟ କରିବା, ଶିକାର କରିବା, ଫଳମୂଳ ସଂଗ୍ରହ କରିବା, ମେଣ୍ଢା ପାଳନ କରିବା, ଲୌହ କାର୍ଯ୍ୟ କରିବା ଏବଂ ମାଛ ଧରିବା ଇତ୍ୟାଦି କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ଏଗୁଡ଼ିକ ଗୋଟିଏ ଗୋଟିଏ ବୃତ୍ତିରେ ପରିଣତ ହୋଇଥିଲା । ପରବର୍ତୀ ସମୟରେ ଏହା ଜାତିପ୍ରଥାକୁ ଜନ୍ମ ଦେଇଥିଲା । ଧର୍ମୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ପରବର୍ତ୍ତୀ ସମୟରେ ବ୍ରାହ୍ମଣ, ଦେଶ ସୁରକ୍ଷା କରୁଥିବା ବ୍ୟକ୍ତିମାନେ କ୍ଷତ୍ରୀୟ, ବେପାର ବାଣିଜ୍ୟ କରୁଥିବା ବ୍ୟକ୍ତିମାନେ ବୈଶ୍ୟ ଏବଂ ଏହି ତିନିଜାତିଙ୍କର ସେବା କରୁଥିବା ବ୍ୟକ୍ତିମାନେ ଶୂଦ୍ର ଭାବରେ ପରିଗଣିତ ହେଲେ ।
ଏହା ବିଷୟରେ ଚିନ୍ତାକର
Question 1.
ସମାଜରେ ଅନେକ ରୂପରେ ଅସମାନତା ରହିପାରେ । ତୁମେ କେବେ କୌଣସି ଘଟଣା ଦେଖୁଛ କି ଯାହାକୁ ଭିନ୍ନ ଭିନ୍ନ ଭାବରେ ଅନୁଭବ କରି ହୋଇଥବ ? ତୁମେ ଭାବୁଛ କି ସମାଜରେ ସମାନତାର ଆବଶ୍ୟକତା ଅଛି ? ଯଦି ହଁ ତେବେ କାହିଁକି ? ସମାଜରୁ ଅସମାନତାକୁ ହ୍ରାସ କରିବା ପାଇଁ ଯେଉଁ ବ୍ୟକ୍ତି କିଛି ପଦକ୍ଷେପ ନେଇଛନ୍ତି, ତୁମେ ସେମାନଙ୍କ ସଂସ୍ପର୍ଶରେ ଆସିଛ କି ?
Answer:
ଶିକ୍ଷକଙ୍କ ସହାୟତାରେ ଛାତ୍ରଛାତ୍ରୀମାନେ ନିଜେ କରିବେ ।
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
Question 1.
‘ଭାରତର ନଗର ସଭ୍ୟତା’ ହିସାବରେ କାହାକୁ ମାନ୍ୟତା ପ୍ରଦାନ କରାଯାଇଥାଏ ?
Answer:
ସିନ୍ଧୁ ସଭ୍ୟତା
Question 2.
ମହାଜନପଦର ଅର୍ଥନୈତିକ ବୃଦ୍ଧି ଓ ବିକାଶରେ କ’ଣ ବିଶେଷ ଭାବରେ ସହାୟକ ହୋଇଥିଲା ?
Answer:
ଗାଙ୍ଗେୟ ସମତଳ ଅଞ୍ଚଳର ଉର୍ବର ମୃତ୍ତିକା
Question 3.
ଜନ ଅର୍ଥ ଲୋକମାନେ ଓ ପଦ ଅର୍ଥ ଯେଉଁଠାରେ ଲୋକମାନେ ପାଦରଖ୍ ସ୍ଥାୟୀ ଭାବରେ ବସବାସ କରନ୍ତି । ତାହାକୁ କ’ଣ କୁହାଯାଏ ?
Answer:
ଜନପଦ
Question 4.
ଷୋଡଶ ମହାଜନପଦମାନଙ୍କ ମଧ୍ୟରୁ କେଉଁଗୁଡ଼ିକ ଶକ୍ତିଶାଳୀ ଥିଲେ ?
Answer:
ମଗଧ, କୋଶଳ, ବତ୍ସ ଓ ଅବନ୍ତୀ
Question 5.
ପ୍ରତ୍ୟେକ ଜନପଦରେ ଥିବା ଦୁଇଟି ପରିଷଦର ନାମ କ’ଣ ଥିଲା ?
Answer:
ସଭା ଓ ସମିତି
Question 6.
ଲୁହାକୁ ଏକ ମୁଖ୍ୟ ଧାତୁ ଭାବରେ କେବେ ବ୍ୟବହାର କରାଯାଇଥିଲା ?
Answer:
ଖ୍ରୀ.ପୂ. ଦ୍ଵିତୀୟ ଶତାବ୍ଦୀର ଶେଷ ଭାଗରେ
Question 7.
ଭାରତୀୟ ମୁଦ୍ରାରେ ପ୍ରଥମେ କେଉଁ ଧାତୁକୁ ବ୍ୟବହାର କରାଯାଇଥିଲା ?
Answer:
ରୂପା
Question 8.
ବେଦରେ କେଉଁ ଚାରିଗୋଟି ‘ବର୍ଣ୍ଣ’ ବିଷୟରେ କୁହାଯାଇଛି ?
Answer:
ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ ଓ ଶୂଦ୍ର
Question 9.
ପର୍ତ୍ତୁଗୀଜମାନେ କେବେ ଭାରତକୁ ଆସିଥିଲେ ?
Answer:
ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରେ
Question 10.
ଦକ୍ଷିଣା ପଥର କୋଶମ୍ବୀ ବର୍ତ୍ତମାନ କେଉଁଠାରେ ଅବସ୍ଥିତ ?
Answer:
ଉତ୍ତରପ୍ରଦେଶର ପ୍ରୟାଗରାଜ ସନ୍ନିକଟ
Question 11.
ଶିଶୁପାଳଗଡ଼ର ପ୍ରଥମ ଖନନ କେବେ ହୋଇଥିଲା ?
Answer:
୧୯୪୮ ମସିହା
Question 12.
ଦକ୍ଷିଣ ଭାରତରେ ଶାସନ କରୁଥିବା ତିନିଗୋଟି ରାଜବଂଶର ନାମ କ’ଣ ଥିଲା ?
Answer:
ଚେର, ଚୋଳ ଓ ପାଣ୍ଡ
![]()
Question 13.
ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ଅତ୍ୟନ୍ତ ଧନଶାଳୀ ହେବାର ମୁଖ୍ୟ କାରଣ ଥୁଲା ?
Answer:
ସେଠିକାର ଖଣିମାନଙ୍କରୁ ମୂଲ୍ୟବାନ ପ୍ରସ୍ତର ଓ ସୁବର୍ଣ୍ଣ ପାଇଁ
Question 14.
ଉତ୍ତର ଓ ମଧ୍ଯ ଭାରତରେ କେବେ ଜନପଦଗୁଡ଼ିକ ଗଢ଼ି ଉଠିଥିଲା ?
Answer:
ଖ୍ରୀ.ପୂ. ଦ୍ଵିତୀୟ ସହସ୍ରାବ୍ଦୀର ଶେଷ ଭାଗରେ
Question 15.
‘ସଭା’ରେ କେଉଁମାନେ ରାଜାଙ୍କୁ ଶାସନ କାର୍ଯ୍ୟରେ ସାହାଯ୍ୟ କରୁଥିଲେ ?
Answer:
ବୟସ୍କ ଲୋକମାନେ
Question 16.
ଖ୍ରୀ.ପୂ. ପ୍ରଥମ ସହସ୍ରାବ୍ଦୀର କେତେଗୋଟି ମହାଜନପଦ ସର୍ବପ୍ରଥମ ସୁସଂଗଠିତ ରାଜ୍ୟ ଭାବରେ ଖ୍ୟାତ ଥିଲା ?
Answer:
ଷୋହଳଟି
Question 17.
ତାମିଲନାଡୁର ଏରୋଡ଼ା ନିକଟବର୍ତ୍ତୀ କେଉଁ ସ୍ଥାନରେ ଶାମୁକା ମୂଲ୍ୟବାନ ପଥର ମିଳିଥିଲା ?
Answer:
କୋଡୁମାନଲ
Question 18.
ପଡ଼ୋଶୀ ରାଜ୍ୟର ଆକ୍ରମଣରୁ ରକ୍ଷା ପାଇବା ପାଇଁ ରାଜାମାନେ କ’ଣ ଗଠନ କରିଥିଲେ ?
Answer:
ସୈନ୍ୟବାହିନୀ ।
ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
Question 1.
ବାଣିଜ୍ୟ, ତୀର୍ଥଯାତ୍ରା ଓ ସାମରିକ ଅଭିଯାନ ଉଦ୍ଦେଶ୍ୟରେ କେବେ ଯୋଗାଯୋଗର ରାସ୍ତା ଖୋଲା ଯାଇଥିଲା ?
(କ) ଖ୍ରୀ.ପୂ.ପ୍ରଥମ ସହସ୍ରାବ୍ଦୀ
(ଖ) ଖ୍ରୀ.ପୂ. ଦ୍ଵିତୀୟ
(ଗ) ଖ୍ରୀ.ପୂ. ୩ୟ
(ଘ) ଖ୍ରୀ.ପୂ. ୪ର୍ଥ
Answer:
(କ) ଖ୍ରୀ.ପୂ.ପ୍ରଥମ ସହସ୍ରାବ୍ଦୀ
Question 2.
ପୂର୍ବରୁ କେଉଁ ସଭ୍ୟତାରେ ନଗର ବ୍ୟବସ୍ଥାର ସମସ୍ତ ଉପାଦାନ ଗଢ଼ି ଉଠିଥିଲା ?
(କ) ଲୌହ ସଭ୍ୟତା
(ଖ) ତାମ୍ର ଯୁଗ
(ଗ) ଗଙ୍ଗାନଦୀ ସଭ୍ୟତା
(ଘ)ଽ ହରପ୍ପା ସଭ୍ୟତା
Answer:
(ଘ)ଽ ହରପ୍ପା ସଭ୍ୟତା
Question 3.
ପ୍ରାଚୀନ ନଗରଗୁଡ଼ିକର ପରିଚୟ କାହାଦ୍ଵାରା ସମ୍ଭବ ହୋଇପାରିଥିଲା ?
(କ) ରାଜାମାନଙ୍କ ପାଇଁ
(ଖ) ପ୍ରନୃତାତ୍ତ୍ଵିକ ଖନନ ପାଇଁ
(ଗ) ଧାର୍ମିକ ଅନୁଷ୍ଠାନ ପାଇଁ
(ଘ) ଭୌଗୋଳିକ ଅନୁଷ୍ଠାନ ପାଇଁ
Answer:
(ଖ) ପ୍ରନୃତାତ୍ତ୍ଵିକ ଖନନ ପାଇଁ
Question 4.
ଆଞ୍ଚଳିକ ସଂସ୍କୃତିର ପୁର୍ନଗଠନ ଆରମ୍ଭ ପ୍ରଥମେ କେଉଁଠାରୁ ଆରମ୍ଭ ହୋଇଥିଲା ?
(କ) ପୂର୍ବ ଭାରତ
(ଖ) ପଶ୍ଚିମ ଭାରତ
(ଗ) ଉତ୍ତର ଭାରତ
(ଘ) ଦକ୍ଷିଣ ଭାରତ
Answer:
(ଗ) ଉତ୍ତର ଭାରତ
Question 5.
ଭାରତର ସର୍ବପ୍ରାଚୀନ ଗ୍ରନ୍ଥ ହିସାବରେ କାହାକୁ ମାନ୍ୟତା ପ୍ରଦାନ କରାଯାଇଥାଏ ?
(କ) ବେଦ
(ଖ) ଉପନିଷଦ
(ଗ) ଆରଣ୍ୟକ
(ଘ) ସଂହିତା
Answer:
(କ) ବେଦ
Question 6.
ଉନ୍ନତ ସହରୀକରଣ ବ୍ୟବସ୍ଥା ପାଇଁ କାହା ଉପରେ ନିର୍ଭର କରିବାକୁ ପଡ଼ିଥାଏ ?
(କ) ଅର୍ଥନୀତି
(ଖ) ରାଜନୀତି
(ଗ) ପ୍ରଯୁକ୍ତି ବିଦ୍ୟା
(ଘ) ପୁରାତନ ଶିକ୍ଷା ପ୍ରଣାଳୀ
Answer:
(ଗ) ପ୍ରଯୁକ୍ତି ବିଦ୍ୟା
Question 7.
ପ୍ରାଥମିକ ଅବସ୍ଥାରେ ମହାଜନପଦ ମାନଙ୍କରେ ମୁଦ୍ରା ପ୍ରଚଳନ ପାଇଁ କେଉଁ ଧାତୁକୁ ବ୍ୟବହାର କରାଯାଉଥିଲା ?
(କ) ଲୁହା
(ଖ) ତମ୍ବା
(ଗ) ଦସ୍ତା
(ଘ) ରୂପା
Answer:
(ଘ) ରୂପା
Question 8.
କେଉଁମାନେ ସମାଜର ପ୍ରତ୍ୟେକ ବର୍ଗର ସେବାରେ ନିଜକୁ ନିୟୋଜିତ କରୁଥିଲେ ?
(କ) ବ୍ରାହ୍ମଣ
(ଖ) କ୍ଷତ୍ରୀୟ
(ଗ) ବୈଶ୍ୟ
(ଘ) ଶୂଦ୍ର
Answer:
(ଘ) ଶୂଦ୍ର
Question 9.
ଲୋକମାନେ କେତେବେଳେ ସେମାନଙ୍କର ବୃତ୍ତିରେ ପରିବର୍ତ୍ତନ କରିବାକୁ ବାଧ୍ୟ ହେଉଥିଲେ ?
(କ) ବାଣିଜ୍ୟ ବ୍ୟବସାୟରେ କ୍ଷତି ହେଲେ
(ଖ) ଦୁର୍ଭିକ୍ଷ ପଡ଼ିଲେ
(ଗ) ଆର୍ଥିକ ଅନାଟନ ସମୟରେ
(ଘ) ପାରିବାରିକ କଳହ ସମୟରେ
Answer:
(ଖ) ଦୁର୍ଭିକ୍ଷ ପଡ଼ିଲେ
Question 10.
ଜାତି ଓ ବର୍ଣ୍ଣ ବ୍ୟବସ୍ଥା କେଉଁମାନଙ୍କ ଶାସନ ସମୟରେ ଅଧିକ କଠୋର ହୋଇପାରିଥିଲା ?
(କ) ମୋଗଲ ଶାସନ କାଳରେ
(ଖ) ଇଂରେଜ ଶାସନ କାଳରେ
(ଗ) ପର୍ତ୍ତୁଗୀଜ ଶାସନ କାଳରେ
(ଘ) ଡଚ୍ ଶାସନ କାଳରେ
Answer:
(ଖ) ଇଂରେଜ ଶାସନ କାଳରେ
Question 11.
ବତ୍ସ ମହାଜନପଦର ରାଜଧାନୀ ଭାବରେ କେଉଁ ସ୍ଥାନଟି ବେଶ୍ ଖ୍ୟାତି ଅର୍ଜନ କରିଥିଲା ?
(କ) କୌଶମ୍ବୀ
(ଖ) ନଲାର ଗଡ଼
(ଗ) ଶିଶୁପାଳଗଡ଼
(ଘ) ଭାରି କଚ୍ଛ
Answer:
(କ) କୌଶମ୍ବୀ
Question 12.
ନିମ୍ନୋକ୍ତ ମଧ୍ୟରୁ କେଉଁଟି ଦକ୍ଷିଣ ଭାରତର ଏକ ରାଜବଂଶ ନଥିଲା ?
(କ) ଚେର
(ଖ) ଚୋଳ
(ଗ) ଗଜପତି
(ଘ) ପାଣ୍ଡ୍
Answer:
(ଗ) ଗଜପତି
Question 13.
ତତ୍କାଳୀନ କଳିଙ୍ଗ ସାମ୍ରାଜ୍ୟର ରାଜଧାନୀ ଭାବରେ କେଉଁ ସ୍ଥାନକୁ ଖୁବ୍ ଗୁରୁତ୍ଵପ୍ରଦାନ କରାଯାଉଥିଲା ?
(କ) ପ୍ରତାପଗଡ଼
(ଖ) ଆଠଗଡ଼
(ଗ) ଶିଶୁପାଳଗଡ଼
(ଘ) ପିଥୁରାଗଡ଼
Answer:
(ଗ) ଶିଶୁପାଳଗଡ଼
![]()
Question 14.
ଦକ୍ଷିଣ ଭାରତର ଲୋକମାନେ ସମୁଦ୍ର ପଥରେ ଅନ୍ୟ ଦେଶ ସହ ମୁଖ୍ୟତଃ କେଉଁ ପ୍ରକାର ଦ୍ରବ୍ୟ ବାଣିଜ୍ୟ କରି ଲାଭବାନ ହେଉଥ୍ଲେ ?
(କ) ନଡ଼ିଆ
(ଖ) ଗୁଆ
(ଗ) ପାନ
(ଘ) ମସଲା
Answer:
(ଘ) ମସଲା
Question 15.
ଭାରତର କେଉଁ ସ୍ଥାନର ଲୋକମାନେ ଶାମୁକାରୁ ବିଭିନ୍ନ ପ୍ରକାର ଦ୍ରବ୍ୟ ଉତ୍ପାଦନ କରିପାରୁଥିଲେ ?
(କ) କେରଳ
(ଖ) ତାମିଲନାଡୁ
(ଗ) ଆନ୍ଧ୍ର
(ଘ) ଓଡ଼ିଶା
Answer:
(ଖ) ତାମିଲନାଡୁ
ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
Question 1.
ତତ୍କାଳୀନ ମଗଧ ମହାଜନପଦର ରାଜଧାନୀ ________ ଥିଲା ।
(ରାଜଗିରି, ରନ୍ଗିରି, ଲଳିତଗିରି, ଉଦୟଗିରି)
Answer:
ରାଜଗିରି
Question 2.
ଭାରତର ପ୍ରଥମ ନଗର ସଭ୍ୟତା ଭାବେ ____________ ସଭ୍ୟତାକୁ ବୁଝାଇଥାଏ ।
(ମହେଞ୍ଜୋଦାର, ହରପ୍ପା, ସିନ୍ଧୁ ସଭ୍ୟତା, ପ୍ରାଚୀନ ସଭ୍ୟତା)
Answer:
ସିନ୍ଧୁସଭ୍ୟତା
Question 3.
ଗାଙ୍ଗେୟ ସମତଳ ଅଞ୍ଚଳରେ ଉର୍ବର ମୃତ୍ତିକା ___________ ଅର୍ଥନୈତିକ ବୃଦ୍ଧି ଓ ବିକାଶରେ ସହାୟକ ଥିଲା ।
(ସଭା, ସମିତି, ପରିଷଦ, ମହାଜନପଦ)
Answer:
ମହାଜନପଦ
Question 4.
ପ୍ରାଚୀନ ଭାରତର ଦ୍ଵିତୀୟ ସଭ୍ୟତା ____________ ନଦୀ ଅବବାହିକାରେ ଗଢ଼ି ଉଠିଥିଲା ।
(ଗଙ୍ଗା ଓ ସିନ୍ଧୁ, କାବେରୀ ଓ ଗୋଦାବରୀ, ମହାନଦୀ ଓ ବ୍ରାହ୍ମଣୀ, ନର୍ମଦା ଓ ତାପ୍ତି)
Answer:
ଗଙ୍ଗା ଓ ସିନ୍ଧୁ
Question 5.
ଗାନ୍ଧାର ଭାରତରେ ____________ ଦିଗରେ ଅବସ୍ଥିତ ।
(ଉତ୍ତର-ପୂର୍ବ, ଦକ୍ଷିଣ-ପଶ୍ଚିମ, ଉତ୍ତର-ପଶ୍ଚିମ, ଦକ୍ଷିଣ-ପୂର୍ବ)
Answer:
ଉତ୍ତର-ପଶ୍ଚିମ
Question 6.
ରାଜାମାନଙ୍କର ବଡ଼ ବଡ଼ ଦୁର୍ଗଗୁଡ଼ିକ _____________ ଦ୍ଵାରା ସୁରକ୍ଷିତ ଥିଲା ।
(ବିଶାଳ ତୋରଣ, ସଂକୀର୍ଣ୍ଣ ଦ୍ଵାର, ଗଡ଼ଖାଇ, ମାଟିତଳ ରାସ୍ତା)
Answer:
ଗଡ଼ଖାଇ
Question 7.
ପ୍ରତ୍ୟେକ ଜନପଦର ‘ସଭା’ କିମ୍ବା ‘ସମିତି’ ନାମରେ ଦୁଇଟି _____________ ଥିଲା ।
(ପରିଷଦ, ପାରିଷଦ, ପାରିତୋଷିକ, ପରାମର୍ଶଦାତା)
Answer:
ପରିଷଦ
![]()
Question 8.
ଜଣେ ଅପାରଗ ଶାସକକୁ ବହିଷ୍କାର କ୍ଷମତା __________ ଥିଲା ।
(ମହାରାଜା, ଜନସାଧାରଣ, ସଭା ଓ ସମିତି, ମହାମନ୍ତ୍ରୀ)
Answer:
ସଭା ଓ ସମିତି
Question 9.
ପୂର୍ବରୁ ମଗଧ ବର୍ତ୍ତମାନ _____________ ରାଜ୍ୟର ଏକ ଅଂଶ ଅଟେ ।
(ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ବିହାର, ଉତ୍ତରପ୍ରଦେଶ)
Answer:
ବିହାର
Question 10.
ସଭା ଓ ସମିତିର ଶାସନ ବ୍ୟବସ୍ଥାକୁ ଐତିହାସିକମାନେ ସର୍ବପ୍ରାଚୀନ ____________ ଭାବରେ ବିବେଚନା କରିଛନ୍ତି । (ଲୋକତନ୍ତ୍ର, ଲୋକପାଳ, ଲୋକସେବା, ରାଜ୍ୟସଭା )
Answer:
ଲୋକତନ୍ତ୍ର
Question 11.
ବତ୍ସ ଜନପଦର ରାଜଧାନୀ ________________ ଥିଲା ।
(ଭ୍ରାକି, ମଲ୍ଲ, ମଗଧ, କୋଶାସ୍ତ୍ରୀ)
Answer:
କୋଶାସ୍ତ୍ରୀ
Question 12.
ଜୈନଧର୍ମ ଓ ବୌଦ୍ଧଧର୍ମ _____________ ଯୁଗରେ ଆରମ୍ଭ ହୋଇଥିଲା ।
(ବୈଦିଗ୍ ଯୁଗ, ଆଧୁନିକ ଯୁଗ, ପୁରାତନ ଯୁଗ, ତାମ୍ର ଯୁଗ)
Answer:
ବୈଦିଗ୍ ଯୁଗ
Question 13.
ଲୁହାର ଆବିଷ୍କାର ____________ କ୍ଷେତ୍ରରେ ଅଧିକ ଉନ୍ନତି ଆଣିଥିଲା ।
(ଶିଳ୍ପ, ଖଣି, କୃଷି, ବାଣିଜ୍ୟ)
Answer:
କୃଷି
Question 14.
ବୈଶ୍ୟମାନେ ____________ କାର୍ଯ୍ୟ କରିବାରେ ନିପୁଣ ଥିଲେ ।
(କୃଷିକାର୍ଯ୍ୟ, ବାଣିଜ୍ୟ ବ୍ୟବସାୟ, ଦାନଧର୍ମ, ସେବାକାର୍ଯ୍ୟ)
Answer:
ବାଣିଜ୍ୟ ବ୍ୟବସାୟ
Question 15.
ଶିଶୁପାଳଗଡ଼ ତତ୍କାଳୀନ ____________ ର ରାଜଧାନୀ ଥିଲା ।
(କଳିଙ୍ଗ, କୋଶାମ୍ବି, ବସ୍ତ୍ର, ପାଣ୍ଡ୍ଯ)
Answer:
କଳିଙ୍ଗ
ଠିକ୍ ଉକ୍ତି ପାଖରେ ଠିକ୍ ( ✓) ଚିହ୍ନ ଓ ଭୁଲ୍ ଭକ୍ତ ପାଖରେ ଭୁଲ୍ (✗) ଚିହ୍ନ ଦିଅ ।
Question 1.
ପ୍ରାଚୀନ କାଳରେ କୌଟିଲ୍ୟ ନାମରେ ଜଣେ ସୁପ୍ରସିଦ୍ଧ ଐତିହାସିକ ଥିଲେ ।
Answer:
✗
![]()
Question 2.
ସବୁଠାରୁ ଶକ୍ତିଶାଳୀ ମହାଜନପଦ ମଗଧର ରାଜଧାନୀ ରାଜଗିର୍ ଥିଲା ।
Answer:
✓
Question 3.
ଗଙ୍ଗାନଦୀର ପଟୁମାଟିରେ ଦକ୍ଷିଣ ଭାରତ ଶସ୍ୟଶ୍ୟାମଳା ହୋଇପାରିଥିଲା ।
Answer:
✗
Question 4.
ଖ୍ରୀ.ପୂ. ୮ମ ଓ ୭ମ ଶତାବ୍ଦୀ ବେଳକୁ କେତେକ ପ୍ରାଚୀନ ଜନପଦ ପରସ୍ପର ସହିତ ମିଳିତ ହୋଇ ଏକ ମହାଜନପଦ ଗଠନ କରିଥିଲେ ।
Answer:
✓
Question 5.
ସଭା ଓ ସମିତି ମାନଙ୍କରେ ରାଜତନ୍ତ୍ର ଶାସନ ବ୍ୟବସ୍ଥା ପ୍ରଚଳିତ ଥିଲା ।
Answer:
✗
Question 6.
କୋଶାୟୀ ବତ୍ସ ଜନପଦର ରାଜଧାନୀ ଥିଲା ।
Answer:
✓
Question 7.
ଭାରତ ଇତିହାସରେ ମହାଜନପଦଗୁଡ଼ିକ ଅନେକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇପାରିଥିଲେ ।
Answer:
✓
Question 8.
ରୂପା ଏକ କଠିନ ଧାତୁ ହୋଇଥିବାରୁ ଏହାକୁ ଭାରତୀୟ ମୁଦ୍ରାରେ ବ୍ୟବହାର କରାଯାଉଥିଲା ।
Answer:
✗
Question 9.
ସମାନତା ଏକ ଆଦର୍ଶ ଯାହା ମାନବ ସମାଜ ପାଇଁ ଆଦୌ ଆବଶ୍ୟକ ପଡ଼ିନଥାଏ ।
Answer:
Question 10.
ବ୍ୟବସାୟ ବାଣିଜ୍ୟଦ୍ଵାରା ସମାଜକୁ ବିତ୍ତଶାଳୀ କରୁଥିବା ବ୍ୟକ୍ତିମାନଙ୍କୁ ଶୂଦ୍ର କୁହାଯାଉଥିଲା ।
Answer:
✗
Question 11.
ସମାଜର ସୁରକ୍ଷା ଦାୟିତ୍ଵ ନିର୍ବାହ କରୁଥିବା ଲୋକମାନେ କ୍ଷତ୍ରୀୟ ଭାବରେ ଜଣାଶୁଣା ଥିଲେ।
Answer:
✓
Question 12.
ଖ୍ରୀ.ପୂ. ଦ୍ଵିତୀୟ ସହସ୍ରାବ୍ଦୀରେ ବାଣିଜ୍ୟ, ତୀର୍ଥଯାତ୍ରା ସାମରିକ ଅଭିଯାନ ଉଦ୍ଦେଶ୍ୟରେ ରାସ୍ତାମାନ ନିର୍ମାଣ କରାଯାଇଥିଲା ।
Answer:
✗
Question 13.
ବିନ୍ଧ୍ୟ ପାର୍ବତ୍ୟାଞ୍ଚଳ ଭାରତର ଉତ୍ତର ଦିଗରେ ଅବସ୍ଥିତ ।
Answer:
✗
Question 14.
ଆମର ପଶ୍ଚିମ ଓ ପୂର୍ବ ଉପକୂଳରେ ଥିବା ବନ୍ଦରଗୁଡ଼ିକ ବାଣିଜ୍ୟ କାରବାର ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।
Answer:
✓
Question 15.
ଉତ୍ତର ଭାରତ ଲୋକମାନଙ୍କ ଅପେକ୍ଷା ଦକ୍ଷିଣ ଭାରତ ଲୋକମାନେ ଅଧିକ ଧନଶାଳୀ ଥିଲେ ।
Answer:
✓
Question 16.
ବୟସ୍କ ଲୋକମାନଙ୍କୁ ନେଇ ଗଠିତ ‘ସଭା’ ରାଜାଙ୍କୁ ଯୁଦ୍ଧକ୍ଷେତ୍ରରେ ପରାମର୍ଶ ପ୍ରଦାନ କରୁଥିଲେ ।
Answer:
✗
Question 17.
ପ୍ରାୟତଃ ଖ୍ରୀ.ପୂ. ତୃତୀୟ ଶତାବ୍ଦୀ ‘ବେଳକୁ ମହାଜନପଦଗୁଡ଼ିକର ପତନ ଦେଖିବାକୁ ମିଳିଥିଲା ।
Answer:
✓
ସ୍ତମ୍ଭ ମିଳନ କର ।
Question 1.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ବ୍ରାହ୍ମଣ | ସମାଜକୁ ବିତ୍ତଶାଳୀ କରିବା |
| କ୍ଷତ୍ରୀୟ | ଜ୍ଞାନ ବିତରଣ |
| ବୈଶ୍ଯ | ସଂସ୍କାର କାର୍ଯ୍ୟ |
| ଶୂଦ୍ର | ସମାଜର ସୁରକ୍ଷା |
| ଚଣ୍ଡାଳ | ସମାଜର ସେବା |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ବ୍ରାହ୍ମଣ | ଜ୍ଞାନ ବିତରଣ |
| କ୍ଷତ୍ରୀୟ | ସମାଜର ସୁରକ୍ଷା |
| ବୈଶ୍ଯ | ସମାଜକୁ ବିତ୍ତଶାଳୀ କରିବା |
| ଶୂଦ୍ର | ସମାଜର ସେବା |
| ଚଣ୍ଡାଳ | ସଂସ୍କାର କାର୍ଯ୍ୟ |
Question 2.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ମଗଧ | ଓଡ଼ିଶା |
| କୋଶଳ | ବିହାରର କିଛି ଅଂଶ |
| ଅବନ୍ତୀ | ପ୍ରୟାଗରାଜ |
| କୋଶାମ୍ବୀ | ଉତ୍ତରପ୍ରଦେଶର ଅଂଶ |
| ଶିଶୁପାଳଗଡ଼ | ମଧ୍ୟପ୍ରଦେଶର ଅଂଶ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ମଗଧ | ବିହାରର କିଛି ଅଂଶ |
| କୋଶଳ | ଉତ୍ତରପ୍ରଦେଶର ଅଂଶ |
| ଅବନ୍ତୀ | ମଧ୍ୟପ୍ରଦେଶର ଅଂଶ |
| କୋଶାମ୍ବୀ | ପ୍ରୟାଗରାଜ |
| ଶିଶୁପାଳଗଡ଼ | ଓଡ଼ିଶା |
![]()
Question 3.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଭାରତରେ ଦକ୍ଷିଣାଞ୍ଚଳ | ସଂଘ ଗଠନ |
| ଜନ | ଦୁର୍ଗ |
| ବ୍ରାହ୍ମଣ | ଲୋକମାନେ |
| ମହାଜନପଦ | ପୂଜାପାଠ |
| ଗଡ଼ଖାଇ | ମୂଲ୍ୟବାନ ପଥର |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଭାରତରେ ଦକ୍ଷିଣାଞ୍ଚଳ | ମୂଲ୍ୟବାନ ପଥର |
| ଜନ | ଲୋକମାନେ |
| ବ୍ରାହ୍ମଣ | ପୂଜାପାଠ |
| ମହାଜନପଦ | ସଂଘ ଗଠନ |
| ଗଡ଼ଖାଇ | ଦୁର୍ଗ |
Question 4.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଖ୍ରୀ.ପୂ. ୪୦୦ | ଉପମହାଦେଶରେ ଯୋଗାଯୋଗର ଉନ୍ନତି |
| ଖ୍ରୀ.ପୂ. ୩୦୦ | ମହାଜନପଦର ଗଠନ |
| ଖ୍ରୀ.ପୂ. ୨୦୦୦ | ଦକ୍ଷିଣାଞ୍ଚଳରେ ସହର ଗଠନ |
| ଖ୍ରୀ.ପୂ. ୮ମ ଶତାବ୍ଦୀ | ଭାରତରେ ଆଞ୍ଚଳିକ ସଂସ୍କୃତିର ପୁନର୍ଗଠନ ଆରମ୍ଭ |
| ଖ୍ରୀ.ପୂ. ୨୦୦ | ମହାଜନପଦର ପତନ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ଖ୍ରୀ.ପୂ. ୪୦୦ | ଦକ୍ଷିଣାଞ୍ଚଳରେ ସହର ଗଠନ |
| ଖ୍ରୀ.ପୂ. ୩୦୦ | ମହାଜନପଦର ପତନ |
| ଖ୍ରୀ.ପୂ. ୨୦୦୦ | ଭାରତରେ ଆଞ୍ଚଳିକ ସଂସ୍କୃତିର ପୁନର୍ଗଠନ ଆରମ୍ଭ |
| ଖ୍ରୀ.ପୂ. ୮ମ ଶତାବ୍ଦୀ | ମହାଜନପଦର ଗଠନ |
| ଖ୍ରୀ.ପୂ. ୨୦୦ | ଉପମହାଦେଶରେ ଯୋଗାଯୋଗର ଉନ୍ନତି |
ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଉତ୍ତର ଭାରତରେ କେବେ ଓ କେଉଁମାନଙ୍କୁ ନେଇ ଆଞ୍ଚଳିକ ସଂସ୍କୃତିର ପୁନର୍ଗଠନ ଆରମ୍ଭ ହୋଇଥିଲା ?)
Answer:
- ଖ୍ରୀ.ପୂ. ୨୦୦୦ ଶେଷ ବେଳକୁ ଉତ୍ତର ଭାରତରେ ଆଞ୍ଚଳିକ ସଂସ୍କୃତିର ପୁନର୍ଗଠନ ଆରମ୍ଭ ହୋଇଥିଲା ।
- ଏଠାରେ ଜନସାଧାରଣ କୁଳ, ଗୋତ୍ର ଓ ଗୋଷ୍ଠୀ ଗଠନ କରିଥିଲେ ଏବଂ ସାରାଣ ଭାଷା ସହିତ ଗୋଟିଏ ପ୍ରଥାକୁ ଅନୁସରଣ କରିଥିଲେ ।
Question 2.
ମହାଜନପଦ କାହାକୁ କୁହାଯାଉଥିଲା ? ଏହାର ବିସ୍ତୃତି କିପରି ଥିଲା ?
Answer:
- ଖ୍ରୀ.ପୂ. ୮ମ ଓ ୭ମ ଶତାବ୍ଦୀ ବେଳକୁ କେତେକ ପ୍ରାଚୀନ ଜନପଦ ପରସ୍ପର ସହିତ ମିଳିତ ହୋଇ ଏକ ବୃହତ ଅଞ୍ଚଳ ଗଠନ କରିଥିଲେ, ତାହାକୁ ‘ମହାଜନପଦ’ କୁହାଯାଉଥିଲା ।
- ଏହା ଉତ୍ତର ପଶ୍ଚିମରେ ଗାନ୍ଧାରଠାରୁ ଆରମ୍ଭ କରି ପୂର୍ବରେ ଅଙ୍ଗ ଓ ମଧ୍ୟ ଭାରତର ‘ଅସ୍ମକ’ ଠାରୁ ଦକ୍ଷିଣରେ ‘ଗୋଦାବରୀ’ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା ।
Question 3.
‘ସଭା’ ଓ ‘ସମିତି’ କ’ଣ ? ଏହା ସମ୍ବନ୍ଧରେ କେଉଁଥିରେ ଉଲ୍ଲେଖ କରାଯାଇଛି ?
Answer:
- ପ୍ରତ୍ୟେକ ଜନପଦର ‘ସଭା’ ଓ ‘ସମିତି’ ନାମରେ ଦୁଇଟି ପରିଷଦ ଥୁଲା, ଯେଉଁଠାରେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବା ଦଳର ସମସ୍ୟାଗୁଡ଼ିକର ଆଲୋଚନା ହେଉଥିଲା ।
- ଭାରତର ସର୍ବପ୍ରାଚୀନ ଗ୍ରନ୍ଥ ବେଦରେ ‘ସଭା’ ଓ ‘ସମିତି’ ବିଷୟରେ ଉଲ୍ଲେଖ କରାଯାଇଛି ।
Question 4.
ଲୁହାର ବ୍ୟବହାର କେବେଠାରୁ ଆରମ୍ଭ ହୋଇଥିଲା ଓ ଏହାକୁ କେଉଁ କାର୍ଯ୍ୟରେ ଲଗାଯାଉଥିଲା ?
Answer:
- ଖ୍ରୀ.ପୂ. ୨ୟ ଶତାବ୍ଦୀର ଶେଷ ଭାଗରେ ଲୁହା ଏକ ମୁଖ୍ୟ ଧାତୁ ଭାବରେ ଉଭା ହୋଇଥିଲା ।
- ଲୁହାର ଆବିଷ୍କାର ହେବା ଫଳରେ କୃଷି କ୍ଷେତ୍ରରେ ଅଧିକ ଉନ୍ନତି ଆଣିପାରିଥିଲା । ଲୁହାଦ୍ଵାରା ନିର୍ମିତ ଓ ହାଲୁକା ଓ ତୀକ୍ଷ୍ଣ ଅସ୍ତ୍ରଶସ୍ତ୍ର ଯଥା- ଖଣ୍ଡା, ବର୍ଚ୍ଛା, ଶର, ଢାଲ ଇତ୍ୟାଦି ନିର୍ମାଣ କରାଯାଇଥିଲା ।
Question 5.
‘ପଞ୍ଚମାର୍କ’ ମୁଦ୍ରା କାହାକୁ କୁହାଯାଉଥିଲା ? ଏହା କେଉଁଥରେ ନିର୍ମିତ ହେଉଥିଲା ?
Answer:
- ରୂପା ଏକ ନରମ ଧାତୁ ଯାହା ପ୍ରଥମ ଭାରତୀୟ ମୁଦ୍ରା ରୂପେ ପରିଚିତ ହୋଇ ବ୍ୟବହାର କରାଯାଇଥିଲା ।
- ଏହାର ନରମ ସ୍ଵଭାବ ଯୋଗୁଁ ଏହା ଦେହରେ ପଞ୍ଚ ବା ଆହତଦ୍ଵାରା ପ୍ରତୀକଗୁଡ଼ିକ ଛପା ଯାଇପାରୁଥିଲା । ତେଣୁ ଏହି ମୁଦ୍ରାକୁ ‘ପଞ୍ଚମାର୍କ’ ମୁଦ୍ରା କୁହାଯାଉଥିଲା ।
Question 6.
ପ୍ରଥମେ ଭାରତୀୟ ସମାଜ କେତେ ଶ୍ରେଣୀରେ ବିଭକ୍ତ ହୋଇଥିଲା ଓ କ’ଣ କ’ଣ ?
Answer:
- ଭାରତୀୟ ସମାଜରେ ପ୍ରଥମେ ଦୁଇ ଶ୍ରେଣୀରେ ବିଭକ୍ତ ହୋଇଥିଲା । ସେଥୁମଧ୍ୟରୁ ଗୋଟିଏ ହେଉଛି ଜାତି, ଯାହା ଏକ ଗୋଷ୍ଠୀ ବା ସମୁଦାୟକୁ ବୁଝାଉଥିଲା ।
- ସେମାନେ ଏକ ନିର୍ଦ୍ଦିଷ୍ଟ ଜୀବିକା ସହ ନିବିଡ଼ ଭାବରେ ସଂପୃକ୍ତ ଥିଲେ । ସେମାନେ ଅତ୍ୟନ୍ତ କୁଶଳୀ ଥିଲେ ।
Question 7.
ଉତ୍ତରାପଥ ଓ ଦକ୍ଷିଣାପଥ କହିଲେ କ’ଣ ବୁଝ ?
Answer:
- ଖ୍ରୀ.ପୂ. ପ୍ରଥମ ସହସ୍ରାବ୍ଦୀରେ ବାଣିଜ୍ୟ, ତୀର୍ଥଯାତ୍ରା ଓ ସାମରିକ ଅଭିଯାନରେ ଦୁଇମାର୍ଗ ବ୍ୟବହାର କରାଯାଉଥିଲା । ଯଥା- ଉତ୍ତରାପଥ ଓ ଦକ୍ଷିଣାପଥ ।
- ଉତ୍ତରାପଥ ସାଧାରଣତଃ ଉତ୍ତର ପଶ୍ଚିମ ଅଞ୍ଚଳକୁ ଗଙ୍ଗାନଦୀର ସମତଳ ଅଞ୍ଚଳ ସହିତ ପୂର୍ବ ଭାରତ ପର୍ଯ୍ୟନ୍ତ ସଂଯୋଗ କରୁଥିଲା । ଦକ୍ଷିଣାପଥ– ଯାହା ଉତ୍ତର ପ୍ରଦେଶର ପ୍ରୟାଗରାଜ ସନ୍ନିକଟ ଏବଂ ପରବର୍ତୀ ସମୟରେ ବସ୍ତ୍ର ମହାଜନପଦର ରାଜଧାନୀ ରୂପେ ପ୍ରତିଷ୍ଠା ପାଇଥିଲା ଏବଂ ଦକ୍ଷିଣରେ ବିନ୍ଧ୍ୟ ପର୍ବତ୍ୟାଞ୍ଚଳକୁ ଅତିକ୍ରମ କରିଥିଲା ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ନୂତନ ଚଳଚଞ୍ଚଳ ନଗର ସଭ୍ୟତା କେବେ ଓ କିପରି ଆରମ୍ଭ ହୋଇଥିଲା ? ଏହାର କେତେଗୋଟି ଉତ୍ସ ଥିଲା ?
Answer:
- ଖ୍ରୀ.ପୂ. ପ୍ରଥମ ସହସ୍ରାବ୍ଦୀରେ ଏକ ନୂତନ ଚଳଚଞ୍ଚଳ ନଗର ସଭ୍ୟତାର ଆରମ୍ଭ ହୋଇଥିଲା ।
- ଏହି ନଗର ସଭ୍ୟତା ବିଶେଷକରି ଗଙ୍ଗା ଓ ସିନ୍ଧୁ ନଦୀର ଅବବାହିକାରେ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଆରମ୍ଭ ହୋଇ ପରେ ଧୂରେଧ୍ୟରେ ଉପମହାଦେଶରେ ବିସ୍ତାରଲାଭ କରିଥିଲା ।
- ଏହାର ମୁଖ୍ୟତଃ ଦୁଇଟି ଉତ୍ସ ଥିଲା । ପ୍ରଥମଟି ହେଲା- ପ୍ରସ୍ତାତ୍ତ୍ଵିକ ଖନନ ଓ ଦ୍ଵିତୀୟଟି ଥୁଲା ପ୍ରାଚୀନ ସାହିତ୍ୟ ।
![]()
Question 2.
ମହାଜନପଦର ସୁରକ୍ଷା ବ୍ୟବସ୍ଥା କିପରି ଥୁଲା ?
Answer:
- ମହାଜନପଦର ଅଧିକାଂଶ ସହର ଆକାରରେ ବଡ଼ ଏବଂ ଦୁର୍ଗ ବା ଗଡ଼ଖାଇଦ୍ଵାରା ସୁରକ୍ଷିତ ଥିଲା ।
- ଦୁର୍ଗର ଦ୍ଵାର ପ୍ରାୟତଃ ସଂକୀର୍ଣ୍ଣ ଥିବାରୁ ପ୍ରବେଶ ପଥଦେଇ ଯିବା ଆସିବା କରୁଥିବା ଲୋକ ଏବଂ ସାମଗ୍ରୀ ଉପରେ ନିୟନ୍ତ୍ରଣ ରହୁଥିଲା ।
- ସବୁଠାରୁ ଆକର୍ଷଣୀୟ କଥା ହେଉଛି ଯେ, ‘ଦୁର୍ଗ’ ବା ‘ଗଡ଼ଖାଇ’ଗୁଡ଼ିକ ୫୦୦ ବର୍ଷର ପ୍ରାଚୀନ ହୋଇଥିଲେ ବି ଆଜି ମଧ୍ୟ ସେଗୁଡ଼ିକ ତିଷ୍ଠି ରହିଛି ।
Question 3.
ପ୍ରାଚୀନ ଗଣତନ୍ତ୍ରରେ ରାଜାମାନଙ୍କୁ ଶାସନ ବ୍ୟବସ୍ଥା କିପରି ଥୁଲା ?
Answer:
- ପ୍ରାଚୀନ କାଳରେ ରାଜା ବା ଶାସକମାନେ ବଂଶାନୁକ୍ରମିକ ଥିଲେ । ଯାହାର ଅର୍ଥ ଜଣେ ରାଜା ବା ଶାସକ, ଜଣେ ରାଜାଙ୍କ ବା ଶାସକଙ୍କ ପୁତ୍ର ଥିଲେ ।
- ରାଜା ଖଜଣା ଆଦାୟ କରୁଥିଲେ । ସେ ଆଇନ ଶୃଙ୍ଖଳା ରକ୍ଷା କରୁଥିଲେ ।
- ରାଜଧାନୀର ସୁରକ୍ଷା ପାଇଁ ଦୁର୍ଗ ନିର୍ମାଣ କରୁଥିଲେ । ରାଜ୍ୟ ସୁରକ୍ଷା କିମ୍ବା ପଡ଼ୋଶୀ ରାଜ୍ୟର ଆକ୍ରମଣରୁ ରକ୍ଷା ପାଇବା ପାଇଁ ରାଜା ଏକ ସୈନ୍ୟବାହିନୀ ଗଠନ କରିଥିଲେ ।
Question 4.
ମହାଜନପଦଗୁଡ଼ିକ ଭାରତ ଇତିହାସରେ କେଉଁସବୁ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଥିଲା ?
Answer:
- ଜନପଦ କିମ୍ବା ମହାଜନପଦ ଯୁଗ ଭାରତ ଇତିହାସରେ ଏକ ବଡ଼ ପରିବର୍ତ୍ତନ ଆଣିଥିଲା, ଯାହା ଏ ପର୍ଯ୍ୟନ୍ତ ମଧ୍ୟ ଚାଲି ଆସୁଅଛି ।
- ପରବର୍ତୀ ବୈଦିକ ଯୁଗ, ବିଶେଷ କରି ଜୈନ ଓ ବୌଦ୍ଧ ଚିନ୍ତାଧାରା ଓ ସେମାନଙ୍କର ସାହିତ୍ୟ କୃତି ହେଉଛି ଅନ୍ୟତମ ।
- ବିଭିନ୍ନ ଚିନ୍ତାଧାରାର ପ୍ରଚାର କରୁଥିବା ବିଦ୍ଵାନ ସନ୍ନ୍ୟାସୀ, ସନ୍ୟାସିନୀ, ବୌଦ୍ଧ ଭିକ୍ଷୁ ନିଜ ନିଜର ତୀର୍ଥଯାତ୍ରୀମାନଙ୍କ ମାଧ୍ୟମରେ ସେହି ବିଚାର ଓ ସାହିତ୍ୟର ପ୍ରଚାର କରୁଥିଲେ । ଭାରତୀୟ କଳାର ନବୀକରଣ ହେବା ସହିତ ସାମ୍ରାଜ୍ୟବାଦୀ ଯୁଗରେ ଏହାର ପ୍ରଚାର ଓ ପ୍ରସାର ଦେଖିବାକୁ ମିଳିଥିଲା ।
Question 5.
ପୂର୍ବେ ଶିଶୁପାଳଗଡ଼ ଯାହାକି ବର୍ତ୍ତମାନର ଭୁବନେଶ୍ଵର କଳିଙ୍ଗର ରାଜଧାନୀ ଭାବରେ କିପରି କାର୍ଯ୍ୟ କରୁଥିଲା ?
Answer:
- ଭାରତର ପୂର୍ବ ଅଞ୍ଚଳରେ ଶିଶୁପାଳଗଡ଼ ବା ଆଜିର ଭୁବନେଶ୍ଵର ଭଳି ପ୍ରମୁଖ ସହର ଗଢ଼ି ଉଠିଥିଲା ।
- ସେତେବେଳେ ଶିଶୁପାଳଗଡ଼ ଓ ତତ୍କାଳୀନ କଳିଙ୍ଗର ରାଜଧାନୀ ଥିଲା ।
- ଏହା ଏକ ବର୍ଗାକାର ଭୂମି ଉପରେ ଗଢ଼ି ଉଠିଥିବା ଯୋଜନାବଦ୍ଧ ଦୁର୍ଗୀକରଣ ସହ ଏହାର ରାସ୍ତାଗୁଡ଼ିକ ବହୁତ ପ୍ରଶସ୍ତ ଥିଲା । ଏହି ସମୟରେ ଦକ୍ଷିଣ ଭାରତରେ ଚେର, ଚୋଳ ଓ ପାଣ୍ଡ ଭଳି ତିନୋଟି ରାଜବଂଶର ଉଦ୍ଭବ ହୋଇଥିଲା ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଭାରତୀୟ ସମାଜରେ ଜାତି ଓ ଉପଜାତିମାନେ କିପରି ସୃଷ୍ଟି ହୋଇଥିଲେ ?
Answer:
(i) ଭାରତୀୟ ସମାଜରେ ଦୁଇଶ୍ରେଣୀରେ ବିଭକ୍ତ ହୋଇଥିଲା । ଗୋଟିଏ ଥୁଲା ଜାତି ଅନ୍ୟଟି ଥିଲା ଉପଜାତି ।
(ii) ଯେଉଁମାନେ ନିର୍ଦ୍ଦିଷ୍ଟ ଜୀବିକା ସହ ନିବିଡ଼ ଭାବେ ସଂପୃକ୍ତ ହୋଇଥିଲେ, ସେମାନେ ଅତ୍ୟନ୍ତ କୁଶଳୀ ଥିଲେ । କୃଷିକାର୍ଯ୍ୟ, ଧାତୁ କାରିଗର ଓ ହସ୍ତଶିଳ୍ପୀ ଭାବରେ କାର୍ଯ୍ୟ କରୁଥିଲେ ।
(iii) ଜାତି ସହିତ ‘ବର୍ଣ୍ଣ’ ନାମରେ ଅନ୍ୟ ଏକ ବର୍ଗର ସୃଷ୍ଟି ହୋଇଥିଲା । ‘ବର୍ଣ୍ଣ’ର ଧାରଣା ବେଦରୁ ଆସିଥିଲା, ଯାହା ଚାରି ଭାଗରେ ବିଭକ୍ତ ଥିଲା, ଯଥା- ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ ଓ ଶୂଦ୍ର ।
(iv) ‘ବ୍ରାହ୍ମଣ’ ବୈଦିକ ଯୁଗଠାରୁ ଆରମ୍ଭ କରି ଜ୍ଞାନର ବିତରଣ କରୁଥିବାବେଳେ, କ୍ଷତ୍ରୀୟମାନେ ସମାଜର ସୁରକ୍ଷା ଦାୟିତ୍ଵରେ ରହୁଥିଲେ ।
(v) ବୈଶ୍ୟମାନେ ବାଣିଜ୍ୟ ବ୍ୟବସାୟଦ୍ଵାରା ସମାଜକୁ ବିତ୍ତଶାଳୀ କରୁଥିବାବେଳେ ଶୂଦ୍ରମାନେ ବିଭିନ୍ନ କାରିଗରି ବିଦ୍ୟାରେ ନିପୂଣ ହୋଇ ସମାଜର ପ୍ରତ୍ୟେକ ବର୍ଗର ସେବାରେ ସହଯୋଗ କରୁଥିଲେ, ଯେଉଁମାନଙ୍କର ସେବା ଏକ ଉନ୍ନତ ସମାଜ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।
Question 2.
ପ୍ରାଚୀନ ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜା ରାଜୁଡ଼ାମାନେ ପ୍ରଜାମାନଙ୍କୁ କିପରି ନ୍ୟାୟ ପ୍ରଦାନ କରିବାରେ ସମର୍ଥ ହେଉଥିଲେ ସଂକ୍ଷେପରେ ଲେଖ ।
Answer:
- ପ୍ରାଚୀନ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ମହାଜନପଦ ମାନଙ୍କରେ ରାଜାମାନେ ପ୍ରଜାବତ୍ସଳ ଥିଲେ ।
- ସେମାନେ ମନ୍ତ୍ରୀ, ପରିଷଦ, ପ୍ରଶାସକଙ୍କ ଉପଦେଶ ସହ ନିଜର ଅନୁଭବକୁ ନେଇ ଶାସନ କରୁଥିଲେ ।
- ଯାହା ଜଣାଯାଏ, ଜଣେ ଅପାରଗ ଶାସକଙ୍କୁ ବହିଷ୍କାର କରିବାର କ୍ଷମତରେ ‘ସଭା ଓ ସମିତି’ କିମ୍ବା ପରିଷଦ ହାତରେ ଥିଲା ।
- ମହାଜନପଦଗୁଡ଼ିକ କେତେକ ମୌଳିକ ନୀତି ଓ ଆଦର୍ଶରେ ପରିଚାଳିତ ହେଉଥିଲା ।
- କେହି କେହି ରାଜା ବା ଶାସକ, ମନ୍ତ୍ରୀ, ବୟୋଜ୍ୟେଷ୍ଠ ପରିଷଦର ସମର୍ଥନରେ ସର୍ବୋଚ୍ଚ କ୍ଷମତା ଉପଭୋଗ କରୁଥିଲେ । ସେତେବେଳେ ରାଜା ବା ଶାସକମାନେ ବଂଶାନୁକ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ରାଜାମାନେ ଖଜଣା ଆଦାୟ କରିବା ସହିତ ଆଇନ ଶୃଙ୍ଖଳା ରକ୍ଷା କରୁଥିଲେ । ରାଜଧାନୀର ସୁରକ୍ଷା ପାଇଁ ଦୁର୍ଗମାନ ନିର୍ମାଣ କରୁଥିଲେ । ସୁରକ୍ଷା ପାଇଁ ନିଜ ପାଖରେ ଏକ ସୈନ୍ୟବାହିନୀ ଗଠନ ମଧ୍ୟ କରୁଥିଲେ ।
Question 3.
କୌଟିଲ୍ୟ ତାଙ୍କର ଅର୍ଥଶାସ୍ତ୍ରରେ ନୂତନ ରାଜ୍ୟଗୁଡ଼ିକ କେଉଁ ଢଙ୍ଗରେ କାର୍ଯ୍ୟ କରିବା ପାଇଁ ନୀତି ନିର୍ଦ୍ଧାରଣ କରିଯାଇଛନ୍ତି ?
Answer:
- କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ଅନୁସାରେ କୌଣସି ଦେଶର ସୁରକ୍ଷା ତା’ର ରାଜଧାନୀ ଓ ମୁଖ୍ୟ ସହରଗୁଡ଼ିକର ସୁରକ୍ଷା ଉପରେ ନିର୍ଭର କରିଥାଏ ।
- ରାଜ୍ୟଭୂମି କେବଳ ବାସସ୍ଥାନ କିମ୍ବା କୃଷିପାଇଁ ନୁହେଁ, ବରଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହା ଲୋକମାନଙ୍କୁ ସହାୟତା ଦେବା ଆବଶ୍ୟକ ।
- ସେଠାରେ ଖଣି, ଜଙ୍ଗଲ ସହ ହାତୀ ଭଳି ପଶୁମାନଙ୍କ ବାସସ୍ଥାନ ପାଇଁ ଉପଯୋଗୀ ହେବା ସହିତ ଗୋଚର ପାଇଁ ଭୂମି ଅନୁକୂଳ ଓ ପର୍ଯ୍ୟାପ୍ତ ହେବା ଦରକାର ।
- ଏହା ଜଳ ନିମିତ୍ତ କେବଳ ବର୍ଷା ଉପରେ ନିର୍ଭର କରିବା ଅନୁଚିତ । ଏଥରେ ଗମନାଗମନ ପାଇଁ ସ୍ଥଳପଥରେ ରାସ୍ତା ଏବଂ ଉତ୍ତମ ଜଳପଥ ରହିବା ଆବଶ୍ୟକ ।
- ରାଜ୍ୟରୁ ଉତ୍ପାଦିତ ସାମଗ୍ରୀ ଯାହାକି ଅର୍ଥନୀତିକୁ ଅଭିବୃଦ୍ଧିରେ ସହାୟକ ହେବା ସହିତ ଏଠାରେ ବ୍ୟାପକ କିସମର ପଣ୍ୟଦ୍ରବ୍ୟ ମଧ୍ୟ ମିଳିବା ଦରକାର ।