BSE Odisha 7th Class Maths Solutions Chapter 10 ପରିମିତି Ex 10.3

Odisha State Board BSE Odisha 7th Class Maths Solutions Chapter 10 ପରିମିତି Ex 10.3 Textbook Exercise Questions and Answers.

BSE Odisha Class 7 Maths Solutions Chapter 10 ପରିମିତି Ex 10.3

Question 1.
ନିମ୍ନଲିଖ୍ ଚିତ୍ରଗୁଡ଼ିକର କ୍ଷେତ୍ରଫଳ ନିର୍ଣ୍ଣୟ କର ।
BSE Odisha 7th Class Maths Solutions Chapter 10 ପରିମିତି Ex 10.3 1
ସମାଧାନ:
ବର୍ଗକ୍ଷେତ୍ରର ବାହୁର ଦୈର୍ଘ୍ୟ = 5.7 ମି.
ବର୍ଗକ୍ଷେତ୍ରର କ୍ଷେତ୍ରଫଳ = (5.7)2 ବର୍ଗ ମିଟର = 32.49 ବର୍ଗ ମିଟର

BSE Odisha 7th Class Maths Solutions Chapter 10 ପରିମିତି Ex 10.3 2
ସମାଧାନ:
ସାମାନ୍ତରିକ କ୍ଷେତ୍ରର ଭୂମି = 31.4 ମି.ମି. ଓ ଉଚ୍ଚତା = 20 ମି.ମି.
ସାମାନ୍ତରିକ କ୍ଷେତ୍ରର କ୍ଷେତ୍ରଫଳ = 20 ମି.ମି. × 31.4 ମି.ମି. = 628 ବର୍ଗ ମି.ମି.

BSE Odisha 7th Class Maths Solutions Chapter 10 ପରିମିତି Ex 10.3 3
ସମାଧାନ:
ଆୟତକ୍ଷେତ୍ରର ଦୈର୍ଘ୍ୟ = 9.2 ସେ.ମି. ଓ ପ୍ରସ୍ଥ = 4.3 ସେ.ମି.
ଆୟତକ୍ଷେତ୍ରର କ୍ଷେତ୍ରଫଳ = 9.2 ସେ.ମି. × 4.3 ସେ.ମି. = 39.56 ବର୍ଗ ସେ.ମି. ।

BSE Odisha 7th Class Maths Solutions Chapter 10 ପରିମିତି Ex 10.3 4
ସମାଧାନ:
ସମକୋଣୀ ତ୍ରିଭୁଜର ଭୂମି ସଂଲଗ୍ନ ବାହୁଦ୍ୱୟର ଦୈର୍ଘ୍ୟ 8.9 ମି. ଓ 5.2 ମି. ।
ସମକୋଣୀ ତ୍ରିଭୁଜର କ୍ଷେତ୍ରଫଳ = \(\frac{1}{2}\) × 8.9 ମି. × 5.2 ମି. = 23.14 ବର୍ଗ ସେ.ମି. ।

BSE Odisha 7th Class Maths Solutions Chapter 10 ପରିମିତି Ex 10.3

Question 2.
ଶୂନ୍ୟ କୋଠରିଗୁଡ଼ିକ ପୂରଣ କର ।

କ୍ଷେତ୍ରର ନାମ କ୍ଷେତ୍ରଫଳ ଭୂମି ଉକତା
ସାମାନ୍ତରିକ କ୍ଷେତ୍ର 17 ବର୍ଗ. ମି. 15 ମି. ?
ତ୍ରିଭୁଜ 1 ବର୍ଗ. ମି. ? 25 ବର୍ଗ. ମି.
ସାମାନ୍ତରିକ କ୍ଷେତ୍ର 1 ବର୍ଗ. କି.ମି. ? 2000 ମି.
ଆୟତକ୍ଷେର 15.36 ବର୍ଗ. ମି.ମି. 48 ମି.ମି. ?
ତ୍ରିଭୁଜ 64.95 ବର୍ଗ. ମି. ? 15 ମି.

ସମାଧାନ:

କ୍ଷେତ୍ରର ନାମ କ୍ଷେତ୍ରଫଳ ଭୂମି ଉକତା
ସାମାନ୍ତରିକ କ୍ଷେତ୍ର 17 ବର୍ଗ. ମି. 15 ମି. 11.6 ମି.
ତ୍ରିଭୁଜ 1 ବର୍ଗ. ମି. 80 ମି. 25 ବର୍ଗ. ମି.
ସାମାନ୍ତରିକ କ୍ଷେତ୍ର 1 ବର୍ଗ. କି.ମି. 500 ମି. 2000 ମି.
ଆୟତକ୍ଷେର 15.36 ବର୍ଗ. ମି.ମି. 48 ମି.ମି. 3.2 ମି.ମି.
ତ୍ରିଭୁଜ 64.95 ବର୍ଗ. ମି. 8.66 ମି. 15 ମି.

Question 3.
ଗୋଟିଏ ଆୟତକ୍ଷେତ୍ରର କ୍ଷେତ୍ରଫଳ 500 ବର୍ଗ ମି. । ଏହାର ଦୈର୍ଘ୍ୟ 25 ମି. । ଏହାର ପ୍ରସ୍ଥ କେତେ ? ଏହି କ୍ଷେତ୍ରର ଚାରିପାଖରେ ବାଡ଼ ଦେବା ଲାଗି ମିଟର ପ୍ରତି ଟ. 9.50 ହିସାବରେ କେତେ ଖର୍ଚ୍ଚ ହେବ ?
ସମାଧାନ:
ଆୟତକ୍ଷେତ୍ରର କ୍ଷେତ୍ରଫଳ = 500 ବର୍ଗ ମି. ଏବଂ ଦୈର୍ଘ୍ୟ = 25 ମି.
BSE Odisha 7th Class Maths Solutions Chapter 10 ପରିମିତି Ex 10.3 5
∴ ଆୟତ କ୍ଷେତ୍ରର ପରିସୀମା = 2 (ଦୈର୍ଘ୍ୟ + ପ୍ରସ୍ଥ) = 2(25 ମି. + 20 ମି.) = 2 × 45 ମି. = 90 ମି. 
1 ମିଟରକୁ ବାଡ଼ ଦେବାରେ ଖର୍ଚ୍ଚ ଟ. 9.50 ।
90 ମିଟରକୁ ବାଡ଼ ଦେବାରେ ଖର୍ଚ୍ଚ = 90 × ଟ. 9.50 = 855 ଟଙ୍କା ।
∴ ଆୟତକ୍ଷେତ୍ରର ଚାରିପାଖରେ ବାଡ଼ ଦେବା ଲାଗି 855 ଟଙ୍କା ଖର୍ଚ୍ଚ ହେବ ।

Question 4.
15 ସେ.ମି. ଦୀର୍ଘ ବାହୁ ବିଶିଷ୍ଟ ଗୋଟିଏ ବର୍ଗକ୍ଷେତ୍ରର କ୍ଷେତ୍ରଫଳ, ଗୋଟିଏ 15 ସେ.ମି. ଭୂମି ବିଶିଷ୍ଟ ତ୍ରିଭୁଜର କ୍ଷେତ୍ରଫଳ ସହ ସମାନ ହେଲେ ତ୍ରିଭୁଜର ଉଚ୍ଚତା କେତେ ?
ସମାଧାନ:
ବର୍ଗକ୍ଷେତ୍ରର ବାହୁର ଦୈର୍ଘ୍ୟ = 15 ସେ.ମି. ।
∴ ବର୍ଗକ୍ଷେତ୍ରର କ୍ଷେତ୍ରଫଳ = (15 ସେ.ମି.)2 = 225 ବର୍ଗ ସେ.ମି.
ତ୍ରିଭୁଜର ଭୂମିର ଦୈର୍ଘ୍ୟ = 15 ସେ.ମି. । ମନେକର ତ୍ରିଭୁଜର ଉଚ୍ଚତା × ସେ.ମି. ।
ତ୍ରିଭୁଜର କ୍ଷେତ୍ରଫଳ = \(\frac{1}{2}\) × 15 × x = 225
⇒ x = \(\frac{225×2}{15}\) = 15 × 2 = 30 ସେ.ମି.
ତ୍ରିଭୁଜର ଉକତା 30 ସେ.ମି. ।

BSE Odisha 7th Class Maths Solutions Chapter 10 ପରିମିତି Ex 10.3

Question 5.
ତ୍ରିଭୁଜ ଆକୃତି ବିଶିଷ୍ଟ ଖଣ୍ଡେ ଜମିର ଭୂମି 60 ମି. ଓ ଉଚ୍ଚତା 20 ମି. । ବର୍ଗମିଟର ପ୍ରତି ଜମିର ଦାମ୍ 1500 ଟଙ୍କା ହେଲେ, ସେହି ତ୍ରିଭୁଜାକୃତି ବିଶିଷ୍ଟ ଜମିର ଦାମ୍ କେତେ ହେବ ସ୍ଥିର କର ।
ସମାଧାନ:
ତ୍ରିଭୁଜାକୃତି ଜମିର ଭୂମି = 60 ମି. ଓ ଉଚ୍ଚତା = 20 ମି. । 
ତ୍ରିଭୁଜାକୃତି ଜମିର କ୍ଷେତ୍ରଫଳ = \(\frac{1}{2}\) × ଭୂମି × ଉଚ୍ଚତା = \(\frac{1}{2}\) × 60 ମି. × 20 ମି. = 600 ବର୍ଗମିଟର
1 ବର୍ଗମିଟର ଜମିର ଦାମ୍ 1500 ଟଙ୍କା ।
∴ 600 ବର୍ଗମିଟର ଜମିର ଦାମ୍ = 1500 ଟଙ୍କା × 600 = 9,00,000 ଟଙ୍କା ।
ତ୍ରିଭୁଜାକୃତି ବିଶିଷ୍ଟ ଜମିର ଦାମ୍ 9,00,000 ଟଙ୍କା ।

Question 6.
50 ସେ.ମି. ଉଚ୍ଚତା ବିଶିଷ୍ଟ ଦୁଇଟି ତ୍ରିଭୁଜର କ୍ଷେତ୍ରଫଳର ସମଷ୍ଟି 1 ବର୍ଗ ମିଟର ଅଟେ । ଗୋଟିଏ ତ୍ରିଭୁଜର ଭୂମିର ଦୈର୍ଘ୍ୟ 160 ସେ.ମି. ହେଲେ, ଅନ୍ୟ ତ୍ରିଭୁଜର ଭୂମିର ଦୈର୍ଘ୍ୟ ନିର୍ଣ୍ଣୟ କର ।
ସମାଧାନ:
ପ୍ରଥମ ତ୍ରିଭୁଜର ଭୂମିର ଦୈର୍ଘ୍ୟ 160 ସେ.ମି. ଓ ଉଚ୍ଚତା 50 ସେ.ମି. ।
∴ ପ୍ରଥମ ତ୍ରିଭୁଜର କ୍ଷେତ୍ରଫଳ = \(\frac{1}{2}\) × ଭୂମି × ଉଚ୍ଚତା
= \(\frac{1}{2}\) × 160 × 50 ବର୍ଗ ସେ.ମି. = 4000 ବର୍ଗ ସେ.ମି.
ଦୁଇଟି ତ୍ରିଭୁଜର କ୍ଷେତ୍ରଫଳର ସମଷ୍ଟି = 1 ବର୍ଗ ମିଟର = 10000 ବର୍ଗ ସେ.ମି.
∴ ଦ୍ବିତୀୟ ତ୍ରିଭୁଜର କ୍ଷେତ୍ରଫଳ = (10000 – 4000) ବର୍ଗ ସେ.ମି. = 6000 ବର୍ଗ ସେ.ମି.
ଦ୍ବିତୀୟ ତ୍ରିଭୁଜର ଉଚ୍ଚତା = 50 ସେ.ମି.
BSE Odisha 7th Class Maths Solutions Chapter 10 ପରିମିତି Ex 10.3 6
ଅନ୍ୟ ତ୍ରିଭୁଜର ଭୂମିର ଦୈର୍ଘ୍ୟ 240 ସେ.ମି. ।

Leave a Comment