BSE Odisha 6th Class Geography Important Questions Chapter 6(a) ଏସିଆ

Odisha State Board BSE Odisha 6th Class Geography Important Questions Chapter 6(a) ଏସିଆ Important Questions and Answers.

BSE Odisha Class 6 Geography Important Questions Chapter 6(a) ଏସିଆ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଏସିଆ ମହାଦେଶର ପ୍ରାକୃତିକ ଉଦ୍ଭଦ ଓ ବନ୍ୟଜନ୍ତୁ ବିଷୟରେ ସଂକ୍ଷେପରେ ଲେଖ ।
Answer:

  • ଏସିଆ ମହାଦେଶର ତୁନ୍ଦ୍ରା ଉଭିଦ ଓ ବିଷୁବ ମଣ୍ଡଳୀୟ ଉଦ୍ଭଦ, ମୌସୁମୀ ଅରଣ୍ୟ, ଷ୍ଟେପୀ ତୃଣଭୂମି ଓ ମରୁ ଉଦ୍ଭଦ ଦେଖାଯାଏ ।
  • ପାହାଡ଼ିଆ ଅଞ୍ଚଳରେ ୟାକ୍ ଓ ମରୁଭୂମି ଅଞ୍ଚଳରେ ଓଟ ଓ ଗଧ ବାସ କରନ୍ତି ।
  • ମୌସୁମୀ ଅରଣ୍ୟରେ ହାତୀ, ଗଣ୍ଡା, ବାଘ, ଚିତା, ମାଙ୍କଡ଼, କୁମ୍ଭୀର, ଭାଲୁ, ସିଂହ, ବିଭିନ୍ନ ପ୍ରକାର ସାପ, ପାଣ୍ଡା, ହରିଣ ଆଦି ପଶୁ ରହନ୍ତି ।
  • ତୁନ୍ଦ୍ରା ଅଞ୍ଚଳରେ ବଲ୍‌ଗାହରିଣ, କାରିଦ୍ର୍ୟ, ଧଳାଭାଲୁ ପରି ଲୋମଶ ପ୍ରାଣୀ ଦେଖାଯାଆନ୍ତି ।
  • ତୃଣଭୂମି ଅଞ୍ଚଳରେ ହରିଣ, ବାଘ ଏବଂ ଟାଇଗା ଅଞ୍ଚଳରେ ମିକ୍ ଓ କୋକିଶିଆଳୀ ଆଦି ଲୋମଶ ପ୍ରାଣୀ ବାସ କରନ୍ତି ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(କ) ସଂକ୍ଷେପରେ ଉତ୍ତର ଦିଅ ।

୧। ଏସିଆ ମହାଦେଶର ଚାରିପଟେ କେଉଁ ମହାଦେଶ ଓ ମହାସାଗର ଅଛି ଲେଖ ।
Answer:
(i) ଏସିଆ ମହାଦେଶର ଉତ୍ତରରେ ସୁମେରୁ ମହାସାଗର । ପୂର୍ବରେ ପ୍ରଶାନ୍ତ ମହାସାଗର, ଦକ୍ଷିଣରେ ଭାରତ ମହାସାଗର, ଦକ୍ଷିଣ-ପଶ୍ଚିମରେ ଆଫ୍ରିକା ମହାଦେଶ ଏବଂ ପଶ୍ଚିମରେ ଇଉରୋପ ମହାଦେଶ ଅବସ୍ଥିତ ।

୨। ଏସିଆ ମହାଦେଶର ୪ଟି ମୁଖ୍ୟ ସହରର ନାମ ଲେଖ ।
Answer:
ଏସିଆ ମହାଦେଶର ୪ଟି ମୁଖ୍ୟ ସହରର ନାମ ହେଲା– ଟୋକିଓ, ବେଜିଂ, ସିଙ୍ଗାପୁର, ଦିଲ୍ଲୀ ।

୩। ଏସିଆ ମହାଦେଶରେ ଥ‌ିବା ତିନୋଟି ବୃହତ୍ ଦେଶର ନାମ ଲେଖ । ଏଥିରୁ କେଉଁ ଦେଶଟି ଉଭୟ ଇଉରୋପ ଓ ଏସିଆ ମହାଦେଶରେ ଅବସ୍ଥିତ ?
Answer:
(i) ଏସିଆ ମହାଦେଶରେ ଥ‌ିବା ତିନୋଟି ବୃହତ୍ ଦେଶ ହେଲା– ଭାରତ, ଚୀନ୍ ଓ ଋଷିଆ ।
(ii) ଏହି ଦେଶମାନଙ୍କ ମଧ୍ୟରୁ ଋଷିଆ ଦେଶଟି ଉଭୟ ଇଉରୋପ ଓ ଏସିଆ ମହାଦେଶରେ ଅବସ୍ଥିତ ।

BSE Odisha 6th Class Geography Important Questions Chapter 6(a) ଏସିଆ

୪। ଏସିଆ ମହାଦେଶର ଯେଉଁ ଦେଶଗୁଡ଼ିକ ଗୋଟିଏ ଗୋଟିଏ ଦ୍ବୀପ ବା ଦ୍ଵୀପପୁଞ୍ଜକୁ ନେଇ ଗଠିତ ସେଗୁଡ଼ିକର ନାମ ଲେଖ ।
Answer:
(i) ଏସିଆ ମହାଦେଶରେ ଥ‌ିବା ଦ୍ବୀପଗୁଡ଼ିକ ହେଲେ ଶ୍ରୀଲଙ୍କା, ମାଳଦ୍ବୀପ ଓ ଜାପାନ ।
(ii) ଏହି ମହାଦେଶର ଦ୍ଵୀପପୁଞ୍ଜଗୁଡ଼ିକ ହେଲେ ଫିଲିଫାଇନ୍ସ, ମାଲେସିଆ ଓ ଇଣ୍ଡୋନେସିଆ ।

୫। ଏସିଆ ମହାଦେଶର ଲୋକମାନେ କ’ଣକରି ସେମାନଙ୍କର ଜୀବିକା ନିର୍ବାହ କରନ୍ତି ?
Answer:
(i) ଏସିଆ ମହାଦେଶର ଅଧ୍ଵଂକାଂଶ ଅସ୍ଵାସୀ କୃଷିଜୀବୀ ।
(ii) ଅନେକ ଲୋକ ଶିଳ୍ପ, ବାଣିଜ୍ୟ, ଖଣି ଖନନ, ଶିକ୍ଷା, ଗମନାଗମନ, ଚିକିତ୍ସା ଆଦି କ୍ଷେତ୍ରରେ କାମ କରନ୍ତି । କେତେକ ଲୋକ ମଧ୍ୟ ଯାଯାବର ଜୀବନଯାପନ କରନ୍ତି ।

୬। ଏସିଆ ମହାଦେଶର ବୃଷ୍ଟିହୀନ ଅଞ୍ଚଳରେ ଦେଖାଯାଉଥ‌ିବା ମରୁଭୂମିଗୁଡ଼ିକର ନାମ ଲେଖ ।
Answer:
(i) ଏସିଆ ମହାଦେଶର ବୃଷ୍ଟିହୀନ ଅଞ୍ଚଳରେ ଦେଖାଯାଉଥ‌ିବା ମରୁଭୂମିର ନାମ ହେଲା – ଆରବ ମରୁଭୂମି, ଥର୍ ମରୁଭୂମି, ଗୋଦି ମରୁଭୂମି ।

୭। ଏସିଆ ମହାଦେଶର ଜଳବାୟୁ ବିଷୟରେ ଯାହାଜାଣ ଲେଖ ।
Answer:
(i) ଏସିହା ମହାଦେଶର ଜଳବାୟୁ ଏହାର ବିଶାଳ ଆକାର, ବିସ୍ତୃତି ଏବଂ ଭୂପ୍ରକୃତି ଦ୍ଵାରା ପ୍ରଭାବିତ । ଶୀତଋତୁରେ ଏହାର ଆଭ୍ୟନ୍ତରୀଣ ଅଞ୍ଚଳରେ ଭୀଷଣ ଶୀତ ପଡ଼େ । ତାପମାତ୍ରା ହିମାଙ୍କର ନିମ୍ନକୁ ଚାଲିଯାଏ ।
(ii) ଗ୍ରୀଷ୍ମଋତୁରେ ଏହାର ଅଧିକାଂଶ ଭାଗ ମୌସୁମୀବାୟୁ ଦ୍ୱାରା ବୃଷ୍ଟି ହୁଏ ।

୮। ତୁନ୍ଦ୍ରାଞ୍ଚଳ କାହାକୁ କୁହାଯାଏ ? ଏହି ଅଞ୍ଚଳରେ କେଉଁ ପଶୁମାନେ ଦେଖାଯାଆନ୍ତି ?
Answer:
(i) ଉଭୟମେରୁ ନିକଟବର୍ତ୍ତୀ ଅଞ୍ଚଳ ଯେଉଁଠାରେ ଭୀଷଣ ଥଣ୍ଡାପଡ଼େ ଓ ଅଧିକାଂଶ ସମୟ ବରଫାଛନ୍ନ ରହେ ତାହାକୁ ତୁନ୍ଦ୍ରାଞ୍ଚଳ କୁହାଯାଏ ।
(ii) ନ୍ଦ୍ରାଞ୍ଚଳରେ ବଲ୍‌ଗା ହରିଣ, କାରିଦ୍ର୍ୟ, ଧଳାଭାଲୁ ପରି ଲୋମଶ ପ୍ରାଣୀ ଆଦି ଦେଖାଯାଆନ୍ତି ।

BSE Odisha 6th Class Geography Important Questions Chapter 6(a) ଏସିଆ

(ଖ) ପାର୍ଥକ୍ୟ ଦର୍ଶାଅ ।
୧। ତୁନ୍ଦ୍ରା ଓ ଟାଇଗା :

ତୁନ୍ଦ୍ରା ଟାଇଗା
(i)ଉତ୍ତରମେରୁ ନିକଟବର୍ତ୍ତୀ ଅଞ୍ଚଳ ଯେଉଁଠାରେ ଭୀଷଣ ଥଣ୍ଡାପଡ଼େ ଓ ଅଧିକାଂଶ ସମୟ ବରଫାଛନ୍ନ ରହେ ତାହାକୁ ତୁନ୍ଦ୍ରାଞ୍ଚଳ କୁହାଯାଏ ।
(ii) ନ୍ଦ୍ରାଞ୍ଚଳର ଲାଇକେନ୍ ଜାତୀୟ ଶୈବାଳ ଓ ହିମଗୁଳ୍ମ ଆଦି ତୁନ୍ଦ୍ରା ଉଭିଦ ଦେଖାଯାଏ । ବଲ୍‌ଗାହରିଣ, ଧଳାଭାଲୁ, ସିଲ୍, କାରିବା, ୱାଲ୍‌ରସ୍ ଇତ୍ୟାଦି ପଶୁ ତୁନ୍ଦ୍ରାଞ୍ଚଳରେ ଦେଖାଯାଆନ୍ତି ।
(i)ଉତ୍ତରମେରୁ ନିକଟବର୍ତ୍ତୀ ତୁନ୍ଦ୍ରାଞ୍ଚଳର ଦକ୍ଷିଣକୁ ଟାଇଗା ଅଞ୍ଚଳ ଅବସ୍ଥିତ ।
(ii) ଟାଇଗା ଅରଣ୍ୟରେ ଓକ୍, ପାଇନ୍, ସ୍ପୃଶ୍ ଓ ଫିର୍ ଜାତୀୟ ବୃକ୍ଷ ପ୍ରଧାନ ପ୍ରାକୃତିକ ଉଭିଦ । ଏହି ଅଞ୍ଚଳରେ ଲିଙ୍କସ୍, ମିକ୍ ଏର ମିନ୍, ଧଳା କୋକିଶିଆଳୀ ଆଦି ପ୍ରାଣୀ ଦେଖାଯାଆନ୍ତି ।

୨। ପାମିର ଓ ଏଭରେଷ୍ଟ :

ପାମିର ଏଭରେଷ୍ଟ
(i) ଏସିଆ ମହାଦେଶର କେନ୍ଦ୍ର ଭାଗରେ ଅବସ୍ଥିତ ପାମିର ଏକ ମାଳଭୂମି ।
(ii) ଏହା ପୃଥ‌ିବୀର ଉଚ୍ଚତମ ମାଳଭୂମି ହୋଇଥିବାରୁ ଏହାକୁ ପୃଥ‌ିବୀର ଛାତ କୁହାଯାଏ ।
(i) ହିମାଳୟ ପର୍ବତରେ ଅବସ୍ଥିତ ଏଭରେଷ୍ଟ ଏକ ପର୍ବତ ଶୃଙ୍ଗ ।
(ii) ଏଭରେଷ୍ଟ ପୃଥ‌ିବୀର ଉଚ୍ଚତମ ଶୃଙ୍ଗ ଅଟେ ।

(ଗ) ସଂକ୍ଷିପ୍ତ ଟିପ୍ପଣୀ ।
୧। ପାମିର ଗ୍ରନ୍ଥ :
Answer:
(i) ପୃଥ‌ିବୀର ଉଚ୍ଚତମ ମାଳଭୂମି ପାମିର, ଏସିଆ ମହାଦେଶର କେନ୍ଦ୍ରଭାଗରେ ଅବସ୍ଥିତ ।
(ii) ଏହାର ଉତ୍ତରକୁ ଡିଏନ୍‌ସାନ୍, ଆଲ୍‌ଟାଇ, ସ୍ଥାନୋଭେଇ ପ୍ରଭୃତି ପର୍ବତମାଳା, ଉତ୍ତରପୂର୍ବକୁ କାରାକୋରମ୍ ଓ କ୍ୟୁନଲୁନ୍ ପର୍ବତମାଳା, ପୂର୍ବକୁ ହିମାଳୟ ପର୍ବତମାଳା ଏବଂ ଦକ୍ଷିଣ-ପଶ୍ଚିମକୁ ହିନ୍ଦୁକୁଶ ପର୍ବତମାଳା ବିସ୍ତୃତ । ତେଣୁ ଏହାକୁ ପାମିର ଗ୍ରନ୍ଥି କୁହାଯାଏ ।

୨। ତୁନ୍ଦ୍ରାଞ୍ଚଳ :
Answer:
(i) ଉତ୍ତରମେରୁ ନିକଟବର୍ତ୍ତୀ ଅଞ୍ଚଳ ଯେଉଁଠାରେ ଭୀଷଣ ଥଣ୍ଡାପଡ଼େ ଓ ଅଧିକାଂଶ ସମୟ ବରଫାଛନ୍ନ ରହେ ତାହାକୁ ତୁନ୍ଦ୍ରାଞ୍ଚଳ କୁହାଯାଏ ।

୩। ଏସିଆ ମହାଦେଶର ଅବସ୍ଥିତି :
Answer:
(i) ଏସିଆ ମହାଦେଶ କ୍ଷେତ୍ରଫଳ ଓ ଜନସଂଖ୍ୟା ଦୃଷ୍ଟିରୁ ପୃଥିବୀର ବୃହତ୍ତମ ମହାଦେଶ । ଏହା ୧୦° ଦକ୍ଷିଣ ଅକ୍ଷାଂଶ ଓ ୮୦° ଉତ୍ତର ଅକ୍ଷାଂଶ ଏବଂ ୨୫° ପୂର୍ବ ଦ୍ରାଘିମା ଓ ୧୭୦° ପଶ୍ଚିମ ଦ୍ରାଘିମା ମଧ୍ଯରେ ଅବସ୍ଥିତ ।
(ii) ଏହି ମହାଦେଶ ଆଫ୍ରିକା ସହିତ ସ୍ଥଳଭାଗ ଦ୍ବାରା ସଂଯୁକ୍ତ ଥିଲା । ମାତ୍ର ସୁଏଜ କେନାଲ ଖନନ ହେବା ପରଠାରୁ ଏହା ଆଫ୍ରିକାଠାରୁ ସ୍ଥଳଭାଗରେ ବିଚ୍ଛିନ୍ନ ହୋଇଅଛି ।

BSE Odisha 6th Class Geography Important Questions Chapter 6(a) ଏସିଆ

(ଘ) ଭୌଗୋଳିକ କାରଣ ଦର୍ଶାଅ ।
୧। ପାମିର ମାଳଭୂମିକୁ ପୃଥ‌ିବୀର ଛାତ କୁହାଯାଏ ।
Answer:
(i) ଏସିଆ ମହାଦେଶର କେନ୍ଦ୍ରଭାଗରେ ଅବସ୍ଥିତ ପାମିର ମାଳଭୂମି ପୃଥ‌ିବୀର ଉଚ୍ଚତମ ମାଳଭୂମି ।
(ii) ତେଣୁ ଏହାକୁ ପୃଥ‌ିବୀର ଛାତ କୁହାଯାଏ ।

୨। ଏସିଆ ମହାଦେଶର କେତେକ ଯାଯାବର ଜୀବନଯାପନ କରନ୍ତି ।
Answer:
(i) ଏସିଆ ମହାଦେଶର କେତେକ ଲୋକ ଗୃହପାଳିତ ପଶୁମାନଙ୍କ ସହ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଋତୁ ଅନୁସାରେ ଗମନ କରନ୍ତି ।
(ii) ତେଣୁ ଏହି ମହାଦେଶର କେତେକ ଲୋକ ଯାଯାବର ଜୀବନଯାପନ କରନ୍ତି ।

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର 
ଶୂନ୍ୟସ୍ଥାନ ପୂରଣ କର ।
(୧) ଚୀନ୍‌ର ରାଜଧାନୀ __________________ ।
Answer:
ବେଜିଂ

(୨) ମିଆଁମାରର ରାଜଧାନୀ ________________ ।
Answer:
ରେଙ୍ଗୁନ୍

(୩) ଜଳ ଯେଉଁ ତାପମାତ୍ରାରେ ବରଫରେ ପରିଣତ ହୁଏ ତାହାକୁ ______________ କୁହାଯାଏ ।
Answer:
ହିମାଙ୍କ

(୪) ଏଭେରେଷ୍ଟ ଶୃଙ୍ଗ_________________ ପର୍ବତରେ ଅବସ୍ଥିତ ।
Answer:
ହିମାଳୟ

(୫) K, ଶୃଙ୍ଗ __________________ ପର୍ବତ ଉପରେ ଅବସ୍ଥିତ ।
Answer:
କାରାକୋରମ

BSE Odisha 6th Class Geography Important Questions Chapter 6(a) ଏସିଆ

(୬) କ୍ଷେତ୍ରଫଳ ଓ ଜନସଂଖ୍ୟା ଦୃଷ୍ଟିରୁ ____________________ ପୃଥ‌ିବୀର ବୃହତ୍ତମ ମହାଦେଶ ।
Answer:
ଏସିଆ

(୭) ___________________ ଜାପାନର ରାଜଧାନୀ ଅଟେ ।
Answer:
ଟୋକିଓ

(୮) ଜେରୁଜେଲମ୍ ______________ଦେଶର ରାଜଧାନୀ ଅଟେ ।
Answer:
ଇସ୍ରାଏଲ

(୯) ପୃଥ‌ିବୀର ଉଚ୍ଚତମ ମାଳଭୂମି ___________________ ।
Answer:
ପାମିର

(୧୦) _________________ ମହାଦେଶକୁ ଏକ ବୈଚିତ୍ରମୟ ମହାଦେଶ କୁହାଯାଏ ।
Answer:
ଏସିଆ

(ଖ) ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
୧। କେଉଁ ଜଳପଥ ଏସିଆ ମହାଦେଶକୁ ଆଫ୍ରିକାଠାରୁ ଅଲଗା କରୁଅଛି ?
Answer:
ସୁଏଜ କେନାଲ ଏସିଆ ମହାଦେଶକୁ ଆଫ୍ରିକାଠାରୁ ଅଲଗା କରୁଅଛି ।

୨। ପୃଥ‌ିବୀର ଉଚ୍ଚତମ ଶୃଙ୍ଗର ନାମ କ’ଣ ?
Answer:
ପୃଥ‌ିବୀର ଉଚ୍ଚତମ ଶୃଙ୍ଗର ନାମ ଏଭେରେଷ୍ଟ ।

୩ । ପୃଥ‌ିବୀର ବୃହତ୍ତମ ମହାଦେଶର ନାମ କ’ଣ ?
Answer:
ପୃଥ‌ିବୀର ବୃହତ୍ତମ ମହାଦେଶର ନାମ ଏସିଆ ।

BSE Odisha 6th Class Geography Important Questions Chapter 6(a) ଏସିଆ

୪। ଇଉରୋପ ମହାଦେଶ ଏସିଆ ମହାଦେଶର କେଉଁ ଦିଗରେ ଅବସ୍ଥିତ ?
Answer:
ଇଉରୋପ ମହାଦେଶ ଏସିଆ ମହାଦେଶର ପଶ୍ଚିମଦିଗରେ ଅବସ୍ଥିତ ।

୫। କେଉଁ ମାଳଭୂମିକୁ ପୃଥ‌ିବୀର ଛାତ କୁହାଯାଏ ?
Answer:
ପାମିର ମାଳଭୂମିକୁ ପୃଥିବୀର ଛାତ କୁହାଯାଏ ।

୬। ଏସିଆ ମହାଦେଶର ଦକ୍ଷିଣ-ପଶ୍ଚିମରେ କେଉଁ ମହାଦେଶ ଅବସ୍ଥିତ ?
Answer:
ଏସିଆ ମହାଦେଶର ଦକ୍ଷିଣ-ପଶ୍ଚିମରେ ଆଫ୍ରିକା ମହାଦେଶ ଅବସ୍ଥିତ ।

୭। ଏସିଆର ଟାଇଗା ଅଞ୍ଚଳରେ କେଉଁ ପ୍ରାଣୀ ବାସ କରନ୍ତି ?
Answer:
ଏସିଆର ଟାଇଗା ଅଞ୍ଚଳରେ ମିଙ୍କ ଓ କୋକିଶିଆଳୀ ଆଦି ଲୋମଶ ପ୍ରାଣୀ ବାସ କରନ୍ତି ।

୮। ଏସିଆ ମହାଦେଶର ତୁନ୍ଦ୍ରାଞ୍ଚଳରେ କେଉଁ ଜୀବଜନ୍ତୁ ଦେଖାଯାଆନ୍ତି ?
Answer:
ଏସିଆ ମହାଦେଶର ତୁନ୍ଦ୍ରାଞ୍ଚଳରେ ବଲ୍‌ଗାହରିଣ, କାରିବୁ ଓ ଧଳାଭାଲୁ ପରି ଲୋମଶ ପ୍ରାଣୀ ଦେଖାଯାନ୍ତି ।

୯ । ଚୀନ୍‌ର ରାଜଧାନୀର ନାମ କ’ଣ ?
Answer:
ଚୀନ୍‌ର ରାଜଧାନୀର ନାମ ବେଜିଂ ।

BSE Odisha 6th Class Geography Important Questions Chapter 6(a) ଏସିଆ

୧୦ । ପାକିସ୍ତାନର ରାଜଧାନୀର ନାମ କ’ଣ ?
Answer:
ପାକିସ୍ତାନର ରାଜଧାନୀର ନାମ ଇସ୍‌ଲାମାବାଦ୍ ।

(ଗ) ଗୋଟିଏ ଭୌଗୋଳିକ ଶବ୍ଦରେ ଉତ୍ତର ଲେଖ ।
(୧) ତୁନ୍ଦ୍ରାଞ୍ଚଳରେ ଦେଖାଯାଉଥିବା ଧଳାରଙ୍ଗର ଲୋମଶ ପ୍ରାଣୀ – ଧଳାଭାଲୁ
(୨) ଓମାନ୍ ଦେଶର ରାଜଧାନୀ – ମସ୍କାଟ୍
(୩) ଏସିଆର ତୃଣଭୂମି – ଷ୍ଟେପ୍
(୪) ପୃଥ‌ିବୀର ଉଚ୍ଚତମ ଶୃଙ୍ଗ – ଏଭେରେଷ୍ଟ
(୫) ପୃଥ‌ିବୀର ଉଚ୍ଚତମ ମାଳଭୂମି – ପାମିର
(୬) ପୃଥ‌ିବୀର ବୈଚିତ୍ରମୟ ମହାଦେଶ – ଏସିଆ
(୭) ଇରାକ୍‌ର ରାଜଧାନୀ – ବାଗ୍‌ଦାଦ
(୮) ଫିଲିପାଇନ୍ସର ରାଜଧାନୀ – ମାନିଲା
(୯) ଏସିଆ ମହାଦେଶର ଅଧିକାଂଶ ଅଧିବାସୀଙ୍କ ଜୀବିକା – କୃଷି
(୧୦) ଇରାନ୍‌ର ରାଜଧାନୀ – ତେହେରାନ୍

(ଘ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
୧। ନିମ୍ନଲିଖ ମଧ୍ୟରୁ ଗଡ଼ୱିନ୍ ଅଷ୍ଟିନ୍ କେଉଁ ପର୍ବତରେ ଅବସ୍ଥିତ ?
(A) ହିମାଳୟ
(B) ହିନ୍ଦୁକୁଶ
(C) କ୍ୟୁନଲୁନ୍
(D) କାରାକୋରମ୍
Answer:
(D) କାରାକୋରମ୍

୨। ଏସିଆର ତୁନ୍ଦ୍ରାଞ୍ଚଳରେ କେଉଁ ପ୍ରାଣୀ ବାସ କରନ୍ତି ?
(A) ବାଘ
(B) ବଲ୍‌ଗାହରିଣ
(C) ମାଙ୍କଡ଼
(D) ସିଂହ
Answer:
(B) ବଲ୍‌ଗାହରିଣ

୩ । ଏସିଆର ମରୁଭୂମି ଅଞ୍ଚଳରେ କେଉଁ ଜାତୀୟ ଉଭିଦ ଦେଖାଯାଏ ?
(A) ବାଉଁଶ
(B) ବେତ
(C) ସିଝୁ
(D) ଶାଳ
Answer:
(C) ସିଝୁ

BSE Odisha 6th Class Geography Important Questions Chapter 6(a) ଏସିଆ

୪। ନିମ୍ନଲିଖ ମଧ୍ୟରୁ ଏସିଆର ତୃଣଭୂମିକୁ କ’ଣ କୁହାଯାଏ ?
(A) ଷ୍ଟେପୀ
(B) ପମ୍ପାସ
(C) ପ୍ରେରୀ
(D) କାର୍ମୋସ
Answer:
(A) ଷ୍ଟେପୀ

୫। ଏସିଆ ମହାଦେଶର ପଶ୍ଚିମରେ କେଉଁ ମହାଦେଶ ଅବସ୍ଥିତ ?
(A) ଆଫ୍ରିକା
(B) ଅଷ୍ଟ୍ରେଲିଆ
(C) ଆଣ୍ଟାର୍କଟିକା
(D) ଇଉରୋପ
Answer:
(D) ଇଉରୋପ

୬ । ନିମ୍ନଲିଖ ମଧ୍ୟରୁ କେଉଁଟି ଏସିଆ ମହାଦେଶର ଏକଦ୍ୱୀପ ଅଟେ ?
(A) ଜାପାନ
(B) ଇଣ୍ଡୋନେସିଆ
(C) ମାଲେସିଆ
(D) ଫିଲିପାଇନ୍ସ
Answer:
(A) ଜାପାନ

୭ । ନିମ୍ନଲିଖ ମଧ୍ୟରୁ କେଉଁଟି ଏସିଆ ମହାଦେଶର ଏକଦ୍ୱୀପ ଅଟେ ?
(A) ଶ୍ରୀଲଙ୍କା
(B) ମାଳଦ୍ୱୀପ
(C) ଜାପାନ
(D) ଫିଲିପାଇନ୍ସ
Answer:
(D) ଫିଲିପାଇନ୍ସ

୮। ଏସିଆର ପାହାଡ଼ିଆ ଅଞ୍ଚଳରେ କେଉଁ ପଶୁ ଦେଖିବାକୁ ମିଳେ ?
(A) ଓଟ
(B) କାରିବ୍ଯ
(C) ୟାକ୍
(D) ବଲ୍‌ଗାହରିଣ
Answer:
(C) ୟାକ୍

(ଙ) ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

1. ଏସିଆ ମହାଦେଶର ପଶ୍ଚିମରେ _____________________ ମହାଦେଶ ଅବସ୍ଥିତ ।
(ଆଫ୍ରିକା, ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା, ଇଉରୋପ)
Answer:
ଇଉରୋପ

BSE Odisha 6th Class Geography Important Questions Chapter 6(a) ଏସିଆ

2. ଏସିଆର ତୃଣଭୂମିକୁ ________________ କୁହାଯାଏ ।
(ଷ୍ଟେପୀ, ପ୍ରେରୀ, ପମ୍ପାସ, କାସ)
Answer:
ଷ୍ଟେପୀ

3. ତୁଦ୍ର।ଞ୍ଚଳରେ _________________ ପ୍ରାଣୀ ବାସକରନ୍ତି ।
(ବାଘ, ବଲ୍‌ଗାହରିଣ, ମାଙ୍କଡ଼, ସିଂହ)
Answer:
ବଲ୍‌ଗାହରିଣ

4. ମରୁଭୂମି ଅଞ୍ଚଳରେ ______________ ଜାତୀୟ ଉଦ୍ଭଦ ଦେଖିବାକୁ ମିଳେ ।
(ବାଉଁଶ, ବେତ, ସିଝୁ, ଶାଳ)
Answer:
ସିଝୁ

5. ଏସିଆର ପାହାଡ଼ିଆ ଅଞ୍ଚଳରେ ______________ ଦେଖିବାକୁ ମିଳେ ।
(ଓଟ, କାରିବୁ, ୟାକ୍, ବଲ୍‌ଗାହରିଣ)
Answer:
ୟାକ୍

6. _______________ ଏସିଆ ମହାଦେଶର ଏକ ଦ୍ବୀପ ।
(ଜାପାନ, ଇଣ୍ଡୋନେସିଆ, ମାଲୟେସିଆ, ଫିଲିଫାଇନ୍ସ)
Answer:
ଜାପାନ

7._________________ ଏସିଆ ମହାଦେଶର ଗୋଟିଏ ଦ୍ଵୀପପୁଞ୍ଜ ଅଟେ ।
(ଶ୍ରୀଲଙ୍କା, ମାଳଦୀପ, ଜାପାନ, ଫିଲିପାଇନ୍ସ)
Answer:
ଫିଲିପାଇନ୍

8. _________________ ନଦୀରେ ଭିକ୍ଟୋରିଆ ଜଳପ୍ରପାତ ଅବସ୍ଥିତ ।
(ଜାଇରେ, ନାଇଜର, ଜାମ୍ବେଜୀ, ଅରେଞ୍ଜ)
Answer:
ଜାମ୍ବେଜୀ

ତୁମ ପାଇଁ କାମ :

→ ଏସିଆ ମହାଦେଶର ଏକ ରେଖାଙ୍କିତ ମାନଚିତ୍ରରେ ନିମ୍ନଲିଖୁତ କେନାଲ, ନଦୀ, ପର୍ବତ ଆଦି ଦର୍ଶାଅ ।
ହିମାଳୟ ପର୍ବତମାଳା
ପାମରି ଗ୍ରନ୍ଥି
ଟାଇଗ୍ରିସ୍ ନଦୀ
ଭୂମଧ୍ୟସାଗର
ସୁଏଜ କେନାଲ
Answer:
( ନିଜେ କର ।)

BSE Odisha 6th Class Geography Important Questions Chapter 6(a) ଏସିଆ

→ ଜଳଭାଗଗୁଡ଼ିକୁ ସ୍ପର୍ଶ କରୁଥିବା ଦେଶଗୁଡ଼ିକର (ଏସିଆ ମହାଦେଶୀର) ନାମ ଲେଖ ଏବଂ ସେଗୁଡ଼ିକର ରାଜଧାନୀ ଉଲ୍ଲେଖ କର ।
Answer:
BSE Odisha 6th Class Geography Important Questions Chapter 6(a) ଏସିଆ

→ ଏସିଆ ମହାଦେଶର ଯେଉଁ ଦେଶଗୁଡ଼ିକ ଗୋଟିଏ ଗୋଟିଏ ଦ୍ଵୀପ ବା ଦ୍ଵୀପପୁଞ୍ଜକୁ ନେଇ ଗଠିତ ସେଗୁଡ଼ିକର ନାମ ଲେଖ ।
Answer:
(୧) ଏସିଆ ମହାଦେଶର ଦ୍ବୀପଗୁଡ଼ିକ ହେଲେ ଶ୍ରୀଲଙ୍କା, ମାଳଦ୍ଵୀପ ଓ ଜାପାନ ।
(୨) ଏହାର ଦ୍ଵୀପପୁଞ୍ଜଗୁଡ଼ିକ ହେଲେ ଫିଲିଫାଇନ୍ସ, ମାଲୟେସିଆ, ଇଣ୍ଡୋନେସିଆ ଇତ୍ୟାଦି ।

Leave a Comment