BSE Odisha 7th Class Science Important Questions Chapter 12 ବିଦ୍ୟୁତ୍ ସ୍ରୋତ ଓ ଏହାର ପ୍ରଭାବ

Odisha State Board BSE Odisha 7th Class Science Important Questions Chapter 12 ବିଦ୍ୟୁତ୍ ସ୍ରୋତ ଓ ଏହାର ପ୍ରଭାବ Important Questions and Answers.

BSE Odisha Class 7 Science Important Questions Chapter 12 ବିଦ୍ୟୁତ୍ ସ୍ରୋତ ଓ ଏହାର ପ୍ରଭାବ

Question 1.
ବିଦ୍ୟୁତ୍ ତାର, ସୁଇଚ୍ ଆଦି ସଜାଡ଼ିଲାବେଳେ ରବର ଜୋତା ପିନ୍ଧନ୍ତି କାହିଁକି ?
Solution:
(i) ମନୁଷ୍ୟ ଶରୀର ବିଦ୍ୟୁତ୍ ସୁପରିବାହୀ ଅଟେ । ବିଦ୍ୟୁତ୍ ତାର, ସୁଇଚ୍ ଆଦି ସଜାଡ଼ିଲାବେଳେ ଆମ ଶରୀର ଦେଇ ବିଦ୍ୟୁତ୍ ସ୍ରୋତ ଭୂମିକୁ ସ୍ପର୍ଶକଲେ । ବିଦ୍ୟୁତ୍ ଆଘାତ ଲାଗିବ । ଫଳରେ ମୃତ୍ୟୁର ସମ୍ଭାବନାକୁ ଏଡ଼ାଇ ସଜାଡ଼ିଲାବେଳେ |
(ii) ରବର ଜୋତା ବିଦ୍ୟୁତ୍ କୁପରିବାହୀ ହେତୁ ବିଦ୍ୟୁତ୍ ସ୍ରୋତ ଆମ ଦେହ ଦେଇ ଭୂମିକୁ ସ୍ପର୍ଶ କରିପାରିବ ନାହିଁ । ଆମକୁ ବିଦ୍ୟୁତ୍ ଆଘାତ ଲାଗିବ ନାହିଁ । ତେଣୁ ବିଦ୍ୟୁତ୍ ତାର ସଜାଡ଼ିଲାବେଳେ ରବର ଜୋତା ପିନ୍ଧାଯାଏ ।

Question 2.
ଘରେ ବ୍ୟବହୃତ ହେଉଥ‌ିବା ବିଦ୍ୟୁତ୍ ତାର ଉପରେ ପ୍ଲାଷ୍ଟିକ୍ ଆଚ୍ଛାଦନ ଦିଆଯାଇଥାଏ କାହିଁକି ?
(i) ଘରେ ବ୍ୟବହୃତ ହେଉଥ‌ିବା ବିଦ୍ୟୁତ୍ ଚଳ ବିଦ୍ୟୁତ୍ ଓ ଏହା ଯୋଡ଼ିକିଆ ତାର ମଧ୍ୟଦେଇ ପ୍ରବାହିତ ହୁଏ । ଗୋଟିକରେ ଧନାତ୍ମକ ଓ ଅନ୍ୟଟିରେ ଋଣାତ୍ମକ ଚାର୍ଜ ପ୍ରବାହିତ ହୋଇଥାଏ । ଏଦୁଇଟି ପରସ୍ପର ଯୋଡ଼ି ହୋଇଗଲେ ବିଦ୍ୟୁତ୍ ବିଭ୍ରାଟ ଘଟିବ ।
(ii) ପୁନଶ୍ଚ ଦୁଇ ତାର ଉନ୍ମୁକ୍ତ ରହିଲେ ଆମ ଶରୀର ସଂସ୍ପର୍ଶରେ ଆସି ଆମକୁ ବିଦ୍ୟୁତ୍ ଧକ୍କା ଲାଗି ମୃତ୍ୟୁ ହେବା ମଧ୍ଯ ଅସମ୍ଭବ ନୁହେଁ ।
(iii) ପ୍ଲାଷ୍ଟିକ୍ ବିଦ୍ୟୁତ୍‌ର କୁପରିବାହୀ । ତେଣୁ ବିଦ୍ୟୁତ୍ ତାର ଉପରେ ପ୍ଲାଷ୍ଟିକ୍‌ର ଆଚ୍ଛାଦନ ଦିଆଯାଇଥାଏ ।
(iv) ବିଦ୍ୟୁତ୍ ତାରଦ୍ଵୟ ପ୍ଲାଷ୍ଟିକ୍ ଆଚ୍ଛାଦନ ଭିତରେ ରହିବାରୁ ବିଦ୍ୟୁତ୍ ବିଭ୍ରାଟ ବା ବିଦ୍ୟୁତ୍ ଧକ୍କାରୁ ରକ୍ଷା ମିଳେ ।

BSE Odisha 7th Class Science Important Questions Chapter 12 ବିଦ୍ୟୁତ୍ ସ୍ରୋତ ଓ ଏହାର ପ୍ରଭାବ

Question 3.
ବୈଜ୍ଞାନିକ କାରଣ ଦର୍ଶାଅ :
ଅତି ପୁଲକ ଧାତୁ ଲୁହାକ୍ଲ ବିଜୁପତ୍ ପରିତାହାଇ କରାଯାଏ ନାହିଁ କାହକି ?
Solution:
(i) ଲୁହା ଅତି ସୁଲଭ ଧାତୁ ହୋଇଥିଲେ ମଧ୍ୟ ଏହାର ବିଦ୍ୟୁତ୍ ପରିବହନ କ୍ଷମତା ଖୁବ୍ କମ୍ ।
(ii) ଲୁହାର ବିଦ୍ୟୁତ୍ ପରିବହନ କ୍ଷମତା ଆଲୁମିନିୟମ୍‌ର ବିଦ୍ୟୁତ୍ ପରିବହନ କ୍ଷମତାର ପ୍ରାୟ ଚାରିଭାଗରୁ ଏକଭାଗ । ତେଣୁ ଲୁହାକୁ ବିଦ୍ୟୁତ୍ ପରିବାହୀ ରୂପେ ବ୍ୟବହାର କରାଯାଏ ନାହିଁ ।

ବସ୍ତୁନିଷ୍ ପ୍ରଣୋଉର :

I. ଶୂନ୍ୟସ୍ଥାନ ପୂରଣ କର ।
(i) କୌଣସି ବିଦ୍ୟୁତ୍ ପରିପଥକୁ ମୁଦିତ ବା ମୁକ୍ତ କରିବାକୁ _________ ର ଆବଶ୍ୟକତା ରହିଛି ।
(ii) ବିଦ୍ୟୁତ୍ ସେଲ୍ ପାଇଁ ବ୍ୟବହୃତ ହୋଇଥିବା ବଡ଼ ଗାରଟି ଯୁକ୍ତ ବିଦ୍ୟୁତ୍ ଅଗ୍ର ସଙ୍କେତ ରୂପେ ଏବଂ ଛୋଟ ଗାରଟି _________ ଅଗ୍ରର ସଙ୍କେତ ରୂପେ ବ୍ୟବହୃତ ହୁଏ ।
(iii) ଯେଉଁଠି ଗୋଟିକରୁ ଅଧ‌ିକ ବିଦ୍ୟୁତ୍ ସେଲ୍ ବ୍ୟବହାର କରାଯାଏ, ସେହି ବ୍ୟବସ୍ଥାକୁ _________ କୁହାଯାଏ ।
(iv) ବିଦ୍ୟୁତ୍ ସୁଇକୁ _________ କଲେ ବିଜୁଳି ବତୀଟି ଜଳେ ।
(v) _________ ମାର୍କ ଥ‌ିବା ବୈଦ୍ୟୁତିକ ଉପକରଣ କ୍ରୟ କରିବା ଉଚିତ୍ ।
(vi) ବିଦ୍ୟୁତ୍ ପରିବାହୀ ତାର ଉପରେ କୁପରିବାହୀ ପଦାର୍ଥର ଦିଆଯାଇଥ‌ିବା ଆବରଣକୁ _________ କୁହାଯାଏ ।
(vii) ବର୍ତମାନ ଫ୍ୟୁଜ୍ ବଦଳରେ _________ କୁହାଯାଏ ।
(viii) ବିଦ୍ୟୁତ୍ ପରିବାହୀରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଉଥ‌ିବା ବେଳେ ତାରଟି ଚୁମ୍ବକ ପରି କାର୍ଯ୍ୟ କରିଥାଏ, ଏହାକୁ ବିଦ୍ୟୁତ୍ ସ୍ରୋତର _________ କୁହାଯାଏ ।
(ix) କେତେକ ବିଦ୍ୟୁତ୍ ତାରରେ ବିଦ୍ୟୁତ ସ୍ରୋତ ପ୍ରବାହିତ ହେଲେ ତାହା ଉତ୍ତପ୍ତ ହୁଏ । ଏହାକୁ ବିଦ୍ୟୁତ ସ୍ରୋତର. _________ କୁହାଯାଏ ।
(x) ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ ସମ୍ବନ୍ଧରେ ପ୍ରଥମେ ବୈଜ୍ଞାନିକ _________ ପରୀକ୍ଷା କରିଥିଲେ ।
Solution:
(i) ବିଦ୍ୟୁତ୍ ସୁଇଚ୍,
(ii) ବିଯୁକ୍ତ,
(iii) ବ୍ୟାଟେରୀ,
(iv) ମୁଦିତ,
(v) ISI,
(vi) ରୋଧନ,
(vii) ମିନିଏଚର ସର୍କିଟ୍ ବ୍ରେକର (MCB),
(viii) ଚୁମ୍ବକୀୟ ପ୍ରଭାବ,
(ix) ତାପୀୟ ପ୍ରଭାବ,
(x) ହାନ୍ସ କ୍ରିଷ୍ଟିୟାନ ଓରଷ୍ଟେଡ୍

II. ରେଖାଙ୍କିତ ପଦ ନ ବଦଳାଇ ଭ୍ରମଥିଲେ ସଂଶୋଧନ କର ।
(i) ବିଦ୍ୟୁତ୍ ପରିପଥରେ ଅଧିକ ମାତ୍ରାର ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ଫ୍ୟୁଜ୍ ତାରଟି ସେହିପରି ରହିଥାଏ ।
(ii) ଗୋଟିଏ କାଠ ସ୍କୃ ଉପରେ ରୋଧ୍ବ ବିଦ୍ୟୁତ୍ ତାର ଗୁଡ଼ାଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ କଲେ ତାହା ଲୁହାଗୁଣ୍ଡକୁ ଆକର୍ଷଣ କରିବ ।
(iii) ବ୍ୟାଟେରୀର ଗୋଟିଏ ବିଦ୍ୟୁତ ସେଲର ଯୁକ୍ତ ବିଦ୍ୟୁତ୍ ଅଗ୍ର ଅନ୍ୟ ସେଲ୍‌ର ଯୁକ୍ତ ବିଦ୍ୟୁତ୍ ଅଗ୍ର ସହ ସଂଯୁକ୍ତ ହୋଇଥାଏ ।
(iv) ବିଦ୍ୟୁତ୍ ସେଲର ସଂକେତରେ ବଡ଼ ଗାରଟି ବିଯୁକ୍ତ ବିଦ୍ୟୁତ୍ ଅଗ୍ର ଦର୍ଶାଇଥାଏ ।
(v) ଏକାଧ୍ଵ ବିଦ୍ୟୁତ୍ ସେଲ୍‌ର ସଂଯୋଗକୁ ସୁଇଚ୍ କୁହାଯାଏ ।
Solution:
(i) ବିଦ୍ୟୁତ୍ ପରିପଥରେ ଅଧିକ ମାତ୍ରାର ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହେଲେ ଫ୍ୟୁଜ୍ ତାରଟି ତରଳିଯାଏ ।
(ii) ଗୋଟିଏ କୋମଳ ଲୁହା ଉପରେ ରୋଧ ବିଦ୍ୟୁତ୍ ତାର ଗୁଡ଼ାଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ କଲେ ତାହା ଲୁହାଗୁଣ୍ଡକୁ ଆକର୍ଷଣ କରିବ ।
(iii) ବ୍ୟାଟେରୀର ଗୋଟିଏ ବିଦ୍ୟୁତ୍ ସେଲ୍‌ର ଯୁକ୍ତ ବିଦ୍ୟୁତ୍ ଅଗ୍ର ଅନ୍ୟ ସେଲ୍‌ର ବିଯୁକ୍ତ ବିଦ୍ୟୁତ୍ ଅଗ୍ରସହ ସଂଯୁକ୍ତ ହୋଇଥାଏ ।
(iv) ବିଦ୍ୟୁତ୍ ସେଲ୍‌ର ସଙ୍କେତରେ ବଡ଼ ଗାରଟି ଯୁକ୍ତ ବିଦ୍ୟୁତ୍ ଅଗ୍ର ଦର୍ଶାଇଥାଏ ।
(v) ଏକାଧ୍ଵ ବିଦ୍ୟୁତ୍ ସେଲ୍‌ର ସଂଯୋଗକୁ ବ୍ୟାଟେରୀ କୁହାଯାଏ ।

BSE Odisha 7th Class Science Important Questions Chapter 12 ବିଦ୍ୟୁତ୍ ସ୍ରୋତ ଓ ଏହାର ପ୍ରଭାବ

III. ନିମ୍ନ ବିଦ୍ୟୁତ୍ ଅଂଶଗୁଡ଼ିକର ସଙ୍କେତ ଲେଖ ।
(i) ବିଦ୍ୟୁତ୍ ସେଲ୍
(ii) ମୁକ୍ତ ଅବସ୍ଥାରେ ଥ‌ିବା ବିଦ୍ୟୁତ୍ ସୁଇଚ୍
(iii) ବିଦ୍ୟୁତ୍ ବଲ୍‌ବ
(iv) ବିଦ୍ୟୁତ୍ ତାର
(v) ମୁଦିତ ଅବସ୍ଥାରେ ଥ‌ିବା ବିଦ୍ୟୁତ୍ ସୁଇଚ୍
(vi) ବ୍ୟାଟେରୀ
Solution:
BSE Odisha 7th Class Science Important Questions Chapter 12 Img 1

IV. ଠିକ୍ ଉତ୍ତରଟି ବାଛି ଲେଖ ।
(କ) ହିଟର୍‌ରେ କେଉଁ ତାର ବ୍ୟବହୃତ ହୁଏ ?
(i) ନିକ୍ରୋମ
(ii) ତମ୍ବା
(iii) ଆଲୁମିନିୟମ୍
(iv) କୁହା
Solution:
(i) ନିକ୍ରୋମ

(ଖ) ନିମୋନ୍ଥ ମଧ୍ୟରୁ କେଉଟି ଟିଦୁତର ଦେଇଟ ଗ୍ୟତଦୁପ ହୋଇଛି ?
(i) ବିଦ୍ୟୁତ୍ ବଲ୍‌ବ
(ii) ବିଦ୍ୟୁତ୍ ପଙ୍ଖା
(iii) ରୁମ୍ ହିଟର
(iv) ବିଦ୍ୟୁତ୍ ରୋଷ୍ଟର
Solution:
(ii) ବିଦ୍ୟୁତ୍ ପଙ୍ଖା

(ଗ) ବର୍ତ୍ତମାନ ବଜାରରେ ଫ୍ୟୁଜ୍ ବଦଳରେ କେଉଁଟି ବ୍ୟବହୃତ ହେଉଛି ?
(i) CFL
(ii) IST
(iii) MCB
(iv) RAM
Solution:
(iv) RAM

(ଘ) ସୂଚୀ ଚୁମ୍ବକ ସର୍ବଦା କେଉଁ ଦିଗକୁ ରହେ ?
(i) ଦକ୍ଷିଣ-ଉତ୍ତର
(ii) ପଶ୍ଚିମ-ପୂର୍ବ
(iii) ପୂର୍ବ-ପଶ୍ଚିମ
(iv) ଉତ୍ତର-ଦକ୍ଷିଣ
Solution:
(iv) ଉତ୍ତର-ଦକ୍ଷିଣ

(ଙ) ନିମ୍ନୋକ୍ତ ମଧ୍ୟରୁ କେଉଁଟି ବିଦ୍ୟୁତ୍ତର ଚୁମ୍ବକୀୟ ପ୍ରଭାବ ଉପରେ ଆଧାରିତ ?
(i) ବିଦ୍ୟୁତ୍ ବଲ୍‌ବ
(ii) ହିଟର
(iii) ବିଦ୍ୟୁତ୍ ଘଣ୍ଟି
(iv) ବିଦ୍ୟୁତ୍ କେଟ୍‌ଲୀ
Solution:
(ii) ହିଟର

(ଚ) କେଉଁଟି ବିଦ୍ୟୁତ୍ ସାମଗ୍ରୀର ନିରାପତ୍ତା ଅଂଶକ ?
(i) ପ୍ସଲଚ୍
(ii) ପରିବାହୀ
(iii) ରେଜିଷ୍ଟର
(iv) ଫ୍ଯୁଲ
Solution:
(iv) ଫ୍ଯୁଲ

(ଛ) କୌଣସି ପରିପଥକୁ ମୁକ୍ତ କିମ୍ବା ମୁଦିତ କରିବାକୁ କାହାର ଆବଶ୍ୟକତା ଅଛି ?
(i) ଚୁମ୍ବକ
(ii) ଫ୍ୟୁଜ୍
(iii) ବିଦ୍ୟୁତ୍ ସୁଇଚ୍
(iv) ସେଲ୍
Solution:
(iii) ବିଦ୍ୟୁତ୍ ସୁଇଚ୍

(ଜ) ଦୁଇ ବା ତତୋଧ୍ଵ ବିଦ୍ୟୁତ୍ ସେଲ୍ ସଂଯୁକ୍ତ ହେଲେ ତାହାକୁ କଣ କୁହାଯାଏ ?
(i) ଫ୍ୟୁଜ୍
(ii) ପରିପଥ
(iii) ବ୍ୟାଟେରୀ
(iv) ତାରକୁଣ୍ଡଳୀ
Solution:
(iii) ବ୍ୟାଟେରୀ

(ଝ) ନିମ୍ନୋକ୍ତ ମଧ୍ଯରୁ କେଉଁଟି କ୍ରେନ୍‌ର ଶେଷାଗ୍ରରେ ରଖାଯାଇଥାଏ ?
(i) ଚୁମ୍ବକ
(ii) ବିଦ୍ୟୁତ-ଚୁମ୍ବକ
(iii) ଫିଲାମେଣ୍ଟ
(iv) ବଡ଼ ଲୁହାଖଣ୍ଡ
Solution:
(ii) ବିଦ୍ୟୁତ-ଚୁମ୍ବକ

(ଙ) ବିଦ୍ୟୁତ୍ ସ୍ରୋତ ପ୍ରବାହ ପାଇଁ କାହାର ଆବଶ୍ୟକତା ଅଛି ?
(i) ସୁପରିବାହୀ ଧାତବ ତାର
(ii) ଫ୍ୟୁଜ୍
(iii) ବ୍ୟାଟେରୀ
(iv) ତାରକୁଣ୍ଡଳୀ
Solution:
(i) ସୁପରିବାହୀ ଧାତବ ତାର

BSE Odisha 7th Class Science Important Questions Chapter 12 ବିଦ୍ୟୁତ୍ ସ୍ରୋତ ଓ ଏହାର ପ୍ରଭାବ

V. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) ବିଦ୍ୟୁତ୍‌ର ଉତ୍ସ କିଏ ?
(ii) ସେଲ୍ କହିଲେ କ’ଣ ବୁଝ ?
(iii) ବିଦ୍ୟୁତ୍ ପରିପଥ କାହାକୁ କହନ୍ତି ?
(iv) ବିଦ୍ୟୁତ୍ ପରିପଥକୁ ମୁକ୍ତ ବା ମୁଦିତ କାହା ସାହାଯ୍ୟରେ କରାଯାଏ ?
(v) ଦୁଇଟି ବଡ଼ ସାନ ସମାନ୍ତରଗାର କାହାର ସଂକେତକୁ ବୁଝାଏ ?
(vi) ପରିଧାନୀର କାର୍ଯ୍ୟ କ’ଣ ?
(vii) ବିଦ୍ୟୁତ୍ ସେଲ୍‌ର ଛୋଟ ଓ ବଡ଼ ଗାର କାହାର ସଂକେତକୁ ବୁଝାଏ ?
(viii)ହିଟରରେ କେଉଁ ପ୍ରକାରର ତାର ଥାଏ ?
(ix) ରୋଧନ କାହାକୁ କହନ୍ତି ?
(x) ବ୍ୟାଟେରୀ କାହାକୁ କୁହାଯାଏ ?
(i) ସେଲ୍ ବିଦ୍ୟୁତ୍‌ର ଉତ୍ସ ଅଟେ ।
(ii) ରାସାୟନିକ ଶକ୍ତିକୁ ବିଦ୍ୟୁତ୍ ଶକ୍ତିକୁ ରୂପାନ୍ତରିତ କରିପାରୁଥିବା ଏକପ୍ରକାର ରାସାୟନିକ ପଦାର୍ଥର ଧାରକକୁ ସେଲ୍
କୁହାଯାଏ ।
(iii) ଯେଉଁ ପଥଦେଇ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ, ତାହାକୁ ବିଦ୍ୟୁତ୍ ପରିପଥ କହନ୍ତି ।
(iv) ବିଦ୍ୟୁତ୍ ପରିପଥକୁ ମୁକ୍ତ ବା ମୁଦିତ ସୁଇଚ ସାହାଯ୍ୟରେ କରାଯାଏ ।
(v) ଦୁଇଟି ବଡ଼ ସାନ ସମାନ୍ତରଗାର ସେଲର ସଂକେତକୁ ବୁଝାଏ ।
(vi) ଏକାଧ୍ଵକ ସେଲ୍‌କୁ ଏକତ୍ର ଧରିରଖି ବ୍ୟାଟେରୀରେ ପରିଣତ କରିବା ପରିଧାନୀର କାର୍ଯ୍ୟ ।
(vii) ବିଦ୍ୟୁତ୍ ସେଲ୍‌ର ଛୋଟ ଗାର ବିଯୁକ୍ତାତ୍ମକ ଅଗ୍ର ଓ ବଡ଼ ଗାର ଯୁକ୍ତାତ୍ମକ ଅଗ୍ର ସଂକେତକୁ ବୁଝାଏ ।
(viii)ହିଟରରେ ନିକ୍ରୋମ୍ ଧାତୁର କୁଣ୍ଡଳୀ ତାର ଥାଏ ।
(ix) ବିଦ୍ୟୁତ୍ ସୁପରିବାହୀ ତାର ଉପରେ ରହୁଥ‌ିବା ବିଦ୍ୟୁତ୍ କୁପରିବାହୀର ଆବରଣକୁ ରୋଧନ କହନ୍ତି ।
(x) ଏକାଧ୍ଵକ ସେଲ୍‌ର ସଂଯୋଗକୁ ବ୍ୟାଟେରୀ କହନ୍ତି ।

Leave a Comment