BSE Odisha 10th Class Physical Science Solutions Chapter 4 କାର୍ବନ ଓ ଏହାର ଯୌଗିକ

Odisha State Board BSE Odisha 10th Class Physical Science Solutions Chapter 4 କାର୍ବନ ଓ ଏହାର ଯୌଗିକ Textbook Exercise Questions and Answers.

BSE Odisha Class 10 Physical Science Solutions Chapter 4 କାର୍ବନ ଓ ଏହାର ଯୌଗିକ

Question 1.
ଇଥେନ୍‌ର ଆଣବିକ ସଙ୍କେତ ହେଉଛି C2H6। ଏଥରେ କେତୋଟି ସହସଂଯୋଗ୍ୟ ବନ୍ଧ ରହିଛି ?
(a) 6
(b) 7
(c) 8
Answer:
(b) 7 [C-H ବନ୍ଧସଂଖ୍ୟା = 6 ଓ C–C ବନ୍ଧ ସଂଖ୍ୟା = 1]

Question 2.
ବ୍ୟୁଟାନୋନ୍‌ରେ ଥ‌ିବା ସକ୍ରିୟ ଗ୍ରୁପଟି କ’ଣ ?
(a) କାର୍ବୋକ୍‌ଲିକ୍ ଏସିଡ୍
(b) ଆଲତିହାଇଡ୍‌
(c) କିଟୋନ
(d) ଆଲକହଲ
Answer:
(c) କିଟୋନ

Question 3.
ରୋଷେଇ କଲାବେଳେ ଯଦି ରନ୍ଧାପାତ୍ରର ତଳପଟର ବହିର୍ଭାଗ କଳା ପଡ଼ିଯାଏ, ଏହାର ଅର୍ଥ :
(a) ଖାଦ୍ୟ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇ ନାହିଁ
(b) ଜାଳେଣି ସଂପୂର୍ଣ୍ଣ ରୂପେ ଜଳୁନାହିଁ
(C) ଜାଳେଣିଟି ଆର୍ଦ୍ର ଅଛି
(d) ଜାଳେଣି ସଂପୂର୍ଣ୍ଣ ଭାବେ ଜଳୁଛି ।
Answer:
(b) ଜାଳେଣି ସଂପୂର୍ଣ୍ଣ ରୂପେ ଜଳୁନାହିଁ

Question 4.
ସହସଂଯୋଜ୍ୟ ବନ୍ଧର ଗଠନ CH3CI ର ଉଦାହରଣ ଦେଇ ବୁଝାଅ ।
Answer:
(i) CH3CI ଯୌଗିକ କାର୍ବନ, ହାଇଡ୍ରୋଜେନ ଓ କ୍ଲୋରିନ୍‌ ମୌଳିକମାନଙ୍କୁ ନେଇ ଗଠିତ ।

(ii) କାର୍ବନ, ହାଇଡ୍ରୋଜେନ୍‌ ଓ କ୍ଲୋରିନ୍‌ର ପରମାଣୁ କ୍ରମାଙ୍କ ଯଥାକ୍ରମେ 6, 1 ଏବଂ 17 ।
କାର୍ବନର ଇଲେକ୍‌ଟ୍ରନିକ୍‌ ସଂରଚନା K(2) L(4) ।
ହାଇଡ୍ରୋଜେନର ଇଲେକ୍‌ଟ୍ରନିକ ସଂରଚନା K (1) |
କ୍ଲୋରିନ୍‌ର ଇଲେକ୍‌ଟ୍ରନିକ୍ ସଂରଚନା K(2), L(8), M(7) ।

(iii) ଅକ୍ଲେଟ୍ ପାଇଁ କାର୍ବନ 4ଟି ଇଲେକ୍‌ଟ୍ରନ, ହାଇଡ୍ରୋଜେନ୍ 1 ଟି, ଇଲେକ୍‌ଟ୍ରନ ଏବଂ କ୍ଲୋରିନ୍ 1 ଟି ଇଲେକ୍‌ଟ୍ରନ୍

(iv) କାର୍ବନ ତା’ର 4ଟି ଇଲେକ୍‌ଟ୍ରନକୁ 3ଟି ହାଇଡ୍ରୋଜେନ ସହ (ପ୍ରତ୍ୟେକ ଗୋଟିଏ ଲେଖାଏଁ) ଏବଂ ଗୋଟିଏ କ୍ଲୋରିନ୍ ସହ ଭାଗ କରିଥାଏ । ତେଣୁ କାର୍ବନ ତା’ର 4ଟି ଇଲେକ୍‌ଟ୍ରନରୁ 3ଟି ଇଲେକ୍‌ଟ୍ରନ 3ଟି ହାଇଡ୍ରୋଜେନ ସହ ଏବଂ ଗୋଟିଏ ଇଲେକ୍‌ଟ୍ରନ କ୍ଲୋରିନ ସହ ସହଭାଜନ କରି ସହସଂଯୋଜ୍ୟ ବନ୍ଧ ଗଠନ କରେ ।
BSE Odisha Class 10 Physical Science Solutions Chapter 4 img-1

(v) ଫଳରେ କାର୍ବନ ନିକଟତମ ନିଷ୍କ୍ରିୟ ଗ୍ୟାସ୍ Ne ର ସଂରଚନା ଧାରଣ କରେ । ହାଇଡ୍ରୋଜେନ ନିକଟତମ ନିଷ୍କ୍ରିୟ ଗ୍ୟାସ୍ He ର ସଂରଚନା ଏବଂ କ୍ଲୋରିନ୍ ନିକଟତମ ନିଷ୍କ୍ରିୟ ଗ୍ୟାସ୍ Arର ସଂରଚନା ଧାରଣ କରି C – H ଏବଂ C – Cl ସହସଂଯୋଜ୍ୟ ବନ୍ଧ ଗଠନ କରେ ।

BSE Odisha 10th Class Physical Science Solutions Chapter 4 ଅମ୍ଳ, କ୍ଷାରକ ଓ ଲବଣ

Question 5.
ତଳେ ଦିଆଯାଇଥ‌ିବା ଅଣୁଗୁଡ଼ିକର ଇଲେକ୍‌ଟ୍ରନ ଡଟ୍ ସଂରଚନାର ଚିତ୍ର ଦିଅ ।
(a) ଇଥାନୋଇକ୍ ଏସିଡ୍ (CH3COOR)
(b) H2S
(c) ପ୍ରେ|ପେନ୍
(d) F2
Answer:
(a)
BSE Odisha Class 10 Physical Science Solutions Chapter 4 img-2 BSE Odisha Class 10 Physical Science Solutions Chapter 4 img-3

Question 6.
ହୋମୋଲଗସ୍ ଶ୍ରେଣୀ କ’ଣ ଉଦାହରଣ ସହ ବୁଝାଅ ।
Answer:
(i) ଯେଉଁ ଶ୍ରେଣୀରେ ଥ‌ିବା ଜୈବ ଯୌଗିକଗୁଡ଼ିକର ସମାନ ସଂରଚନା, ସମାନ ସକ୍ରିୟ ଓ ସମାନ ରାସାୟନିକ ଧର୍ମ ଥାଏ । ସେହି ଶ୍ରେଣୀକୁ ହୋମୋଲଗସ୍ ଶ୍ରେଣୀ କୁହାଯାଏ ।

(ii) ଏହି ଶ୍ରେଣୀରେ ଥ‌ିବା ପ୍ରତ୍ୟେକ ଯୌଗିକ ତା’ର ପୂର୍ବବର୍ତୀ ଓ ପରବର୍ତ୍ତୀ ଯୌଗିକଠାରୁ – CH2 ଗ୍ରୁପ୍ ଦ୍ବାରା ଭିନ୍ନ ହୋଇଥାଏ ।

ଉଦାହରଣ :
CH3OH (ମିଥାନଲ୍) → CH3OH
C2H5OH (ଇଥାନଲ୍) → CH3CH2OH
C3H7OH (ପ୍ରୋପାନଲ୍) → CH3CH2CH2OH
C4H9OH (ବ୍ୟୁଟାନଲ୍) → CH3CH2CH2CH2OH
ଇତ୍ୟାଦି ହୋମୋଲଗସ୍ ଶ୍ରେଣୀ ଗଠନ କରନ୍ତି ।

Question 7.
ଇଥାନଲ୍ ଓ ଇଥାନୋଇକ୍ ଏସିଡ୍ ମଧ୍ୟରେ ଭୌତିକ ଓ ରାସାୟନିକ ଧର୍ମରେ ପ୍ରଭେଦ ଲେଖ ।
Answer:
ଭୌତିକ ଧର୍ମ
ଇଥାନଲ୍:

  • ଇଥାନଲ୍ ଅମ୍ଳ କିମ୍ବା କ୍ଷାର ନୁହେଁ, ଏହା ପ୍ରଶମିତ । ଅଟେ । ଉଭୟ ଲିଗ୍‌ସ୍ କାଗଜର କୌଣସି ରଙ୍ଗର ପରିବର୍ତ୍ତନ କରେ ନାହିଁ ।
  • ଏହା ଅନେକ ଜୈବ ଯୌଗିକ ପାଇଁ ଏକ ଉତ୍କୃଷ୍ଟ
  • ଇଥାନଲ୍‌ର ଗଳନାଙ୍କ 156 K ।
  • ସ୍ଫୁଟନାଙ୍କ 351 K
  • ଥଣ୍ଡା ଜଳବାୟୁରେ ଅର୍ଥାତ୍ ଶୀତଋତୁରେ ଏହା ଘନୀଭୂତ | ହୁଏ ନାହିଁ ।
  • ଇଥାନଲ୍‌ର ସ୍ବାଦ ପୋଡ଼ିଗଲା ଭଳି ଲାଗେ ।
  • ଏହା ତୀବ୍ର ଗନ୍ଧଯୁକ୍ତ ନୁହେଁ |

ଇଥାନୋଇକ୍ ଏସିଡ୍ :

  • ଇଥାନୋଇକ୍ ଏସିଡ୍ ନୀଳ ଲିଟ୍‌ସ୍‌କୁ ନାଲି କରିଥାଏ ଅର୍ଥାତ ଏହା ଅମ୍ଳୀୟ ।
  • ଏହା ଉତ୍ତମ ଦ୍ରାବକ ନୁହେଁ । ଦ୍ରାବକ ।
  • ଇଥାନୋଇକ୍ ଏସିଡ୍‌ର ଗଳନାଙ୍କ 290 K ।
  • ଏହାର ସ୍ଫୁଟନାଙ୍କ 391 K ।
  • ଥଣ୍ଡା ବାୟୁରେ ଏହା ଘନୀଭୂତ ହୁଏ ।
  • ଏହାର ସ୍ବାଦ ଖଟା ।
  • ଏହା ତୀବ୍ର ଗନ୍ଧଯୁକ୍ତ ଅଟେ ।

ରାସାୟନିକ ଧର୍ମ :
ଇଥାନଲ୍:
(i) ଇଥାନଲ୍ ସୋଡ଼ିୟମ ସହ ପ୍ରତିକ୍ରିୟା କରି ହାଇଡ୍ରୋଜେନ୍ ଗ୍ୟାସ୍ ନିର୍ଗତ କରେ ।
2Na + 2CH3 CH2OH → 2CH3CHO – Na + H2

(ii) ଇଥାନଲ୍‌କୁ ଅଧିକ ପରିମାଣ ଗାଢ଼ ସଲ୍‌ଫ୍ୟୁରିକ୍ ଏସିଡ୍ ସହିତ 443Kରେ ଉତ୍ତପ୍ତକଲେ ଇଥାନଲ ଅଣୁରୁ ଗୋଟିଏ ଜଳ ଅଣୁ ବାହାରି ଏଥୁନ ସୃଷ୍ଟି ହୁଏ ।
BSE Odisha Class 10 Physical Science Solutions Chapter 4 img-4

(iii) ଇଥାନଲ ସୋଡ଼ିୟମ କାର୍ବୋନେଟ୍ ବା ସୋଡ଼ିୟମ୍ ବାଇକାର୍ବୋନେଟ୍ ସହ ପ୍ରତିକ୍ରିୟା କରେ ନାହିଁ ।

ଇଥାନୋଇକ୍ ଏସିଡ୍:
(i) ଇଥାନୋଇକ୍ ଏସିଡ୍ ସୋଡ଼ିୟମ ହାଇଡ୍ରକ୍‌ସାଇଡ଼ ସହ ପ୍ରତିକ୍ରିୟା କରି ଲବଣ ଓ ଜଳ ସୃଷ୍ଟିକରେ ।
NaOH + CH3COOH → CH3COONa + H2O

(ii) ଏସିଟିକ୍ ଏସିଡ଼୍କୁ ଫସ୍‌ଫରସ୍ ପେଣ୍ଟକ୍‌ସାଇଡ ସହିତ ଉତ୍ତପ୍ତ କଲେ ଦୁଇଟି ଏସିଡ୍ ଅଣୁରୁ ଗୋଟିଏ ଜଳ ଅଣୁ ଅପସାରିତ ହୁଏ ।
BSE Odisha Class 10 Physical Science Solutions Chapter 4 img-5

(iii) ଏହା ସୋଡ଼ିୟମ କାର୍ବୋନେଟ୍ ଓ ସୋଡ଼ିୟମ୍‌ କାର୍ବୋନେଟ୍ ସହ ପ୍ରତିକ୍ରିୟା କରେ ।
2CH3COOH + Na2CO3 → CH3COONa + H2O + CO2
CH3COOH + NaHCO3 → CH3COONa + H2 + CO2

BSE Odisha 10th Class Physical Science Solutions Chapter 4 ଅମ୍ଳ, କ୍ଷାରକ ଓ ଲବଣ

Question 8.
ଜଳରେ ସାବୁନ ମିଶାଇଲେ ମିସେଲ କାହିଁକ ସୃଷ୍ଟି ହୁଏ ବୁଝାଅ । ଅନ୍ୟ ଦ୍ରାବକ ଯଥା : ଇଥାନଲରେ ମଧ୍ୟ ମିସେଲ୍ ସୃଷ୍ଟି ହେବ କି ?
Answer:
(i) ସାବୁନର ଅଣୁ ଗୁଡ଼ିକ ଦୀର୍ଘ-ଶୃଙ୍ଖଳ କାର୍ବୋକ୍‌ଲିକ୍ ଏସିଡ୍‌ର ସୋଡ଼ିୟମ୍ କିମ୍ବା ପୋଟାସିୟମ୍ ଲବଣ । ସାବୁନ ଅଣୁର ଆୟନିକ ପ୍ରାନ୍ତଟି ଜଳରେ ଦ୍ରବୀଭୂତ ହେଉଥ‌ିବା ବେଳେ କାର୍ବନ ଶୃଙ୍ଖଳଟି ତେଲରେ ଦ୍ରବୀଭୂତ ହୁଏ । ତଦନୁଯାୟୀ ସାବୁନ୍ ଅଣୁଗୁଡ଼ିକ ଏକ ସଂରଚନା ସୃଷ୍ଟି କରିଥାନ୍ତି । ଏହାକୁ ମିସେଲ୍ କୁହାଯାଏ ।

(ii) ଏହି ଅଣୁର ଗୋଟିଏ ପ୍ରାନ୍ତ ତେଲର ଛୋଟବିନ୍ଦୁ ଆଡ଼କୁ ରହୁଥ‌ିବା ବେଳେ ଆୟନିକ୍ ପ୍ରାନ୍ତଟି ବାହାରକୁ ମୁହଁ କରିଥାଏ । ଏହା ଜଳରେ ଏକ ଅପଦ୍ରବ ସୃଷ୍ଟିକରେ । କିନ୍ତୁ ସାବୁନ ଇଥାନଲ୍‌ରେ ଦ୍ରବଣୀୟ, ତେଣୁ ମିସେଲ୍ ସୃଷ୍ଟି ହୁଏ ନାହିଁ ।

Question 9.
କାର୍ବନ ଏବଂ ଏହାର ଯୌଗିକକୁ ଅଧିକାଂଶ ପ୍ରୟୋଗରେ ଇନ୍ଧନ ରୂପେ ବ୍ୟବହାର କରାଯାଏ କାହିଁକି ?
Answer:
(i) କାର୍ବନର ଯେକୌଣସି ରୂପ ଅକ୍‌ସିଜେନ୍‌ରେ ଜଳିଲେ କାର୍ବନ ଡାଇଅକ୍‌ସାଇଡ୍ ସୃଷ୍ଟି ହେବା ସହିତ ତାପ ଓ ଆଲୋକ ଉତ୍ପନ୍ନ ହୁଏ ।

(ii) ଅଧ୍ୟାକାଂଶ କାର୍ବନ ଯୌଗିକ ମଧ୍ୟ ଦହନ ପ୍ରତିକ୍ରିୟାରେ ବହୁପରିମାଣର ତାପଶକ୍ତି ଓ ଆଲୋକ ଶକ୍ତି ସୃଷ୍ଟି କରିଥାନ୍ତି । ଏକକ ବସ୍ତୁତ୍ଵ ବିଶିଷ୍ଟ କାର୍ବନ ଯୌଗିକରୁ ଅନ୍ୟ ତୁଳନାରେ ଅଧିକ ଶକ୍ତି ମିଳେ ।

Question 10.
ଖରଜଳ ସହିତ ସାବୁନ କିପରି ପ୍ରତିକ୍ରିୟା କରେ ?
Answer:
ଖରଜଳରେ କ୍ୟାଲସିୟମ୍ ଓ ମ୍ୟାଗ୍ନେସିୟମ୍‌ର ଲବଣ ଥାଏ । ସାବୁନ ଅଣୁ ସହିତ କ୍ୟାଲସିୟମ୍ ଓ ମ୍ୟାଗ୍ନେସିୟମ୍ ଲବଣ ପ୍ରତିକ୍ରିୟାକରି ଧଳା ଅଦ୍ରବଣୀୟ ପଦାର୍ଥ (କ୍ୟାଲସିୟମ୍ ଓ ମ୍ୟାଗ୍ନେସିୟମ୍ ଲବଣ) ସୃଷ୍ଟିକରେ ।
BSE Odisha Class 10 Physical Science Solutions Chapter 4 img-6

Question 11.
ସାବୁନକୁ ଲାଲ ଏବଂ ନୀଳ ଲିଟମସ୍ କାଗଜରେ ପରୀକ୍ଷା କଲେ କି ପରିବର୍ତ୍ତନ ଦେଖାଯିବ ?
Answer:
ସାବୁନ୍ କ୍ଷାରୀୟ ଅଟେ । ଏହା ଲାଲ୍ ଲିଟ୍‌ସ୍କୁ ନୀଳ କରେ; କିନ୍ତୁ ନୀଳ ଲିଟମସ୍‌ର କୌଣସି ପରିବର୍ତ୍ତନ କରେ ନାହିଁ ।

Question 12.
ହାଇଡ୍ରୋଜେନୀକରଣ କ’ଣ ? ଶିଳ୍ପରେ ଏହାର ପ୍ରୟୋଗ କ’ଣ ?
Answer:
ଉତ୍ପ୍ରେରକ ଉପସ୍ଥିତିରେ ଅପୃକ୍ତ ହାଇଡ୍ରୋକାର୍ବନ ସହ ହାଇଡ୍ରୋଜେନର ଯୋଗକୁ ହାଇଡ୍ରୋଜେନୀକରଣ କହନ୍ତି ।

ଶିଳ୍ପରେ ପ୍ରୟୋଗ :
ବନସ୍ପତି ତେଲଗୁଡ଼ିକରେ ସାଧାରଣତଃ ଅପୃକ୍ତ କାର୍ବନ ଶୃଙ୍ଖଳ ନିକେଲ୍‌ ଉତ୍ପ୍ରେରକ ଉପସ୍ଥିତିରେ ହାଇଡ୍ରୋଜେନୀକରଣ କରାଯାଇ ପୃକ୍ତ କାର୍ବନ ଚେନ୍ ଗଠନ କରେ, ଯାହାକି ପଶୁ ଚର୍ବି ବା ଘିଅ ଅଟେ । ତେଣୁ କଳକାରଖାନାରେ ହାଇଡ୍ରୋଜେନୀକରଣ ପଦ୍ଧତିରେ ବନସ୍ପତି ତେଲ ବା ଘିଅ ପ୍ରସ୍ତୁତ କରାଯାଏ ।

Question 13.
ନିମ୍ନରେ ଦିଆଯାଇଥିବା ହାଇଡ୍ରୋକାର୍ବନଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ଯୋଗ ପ୍ରତିକ୍ରିୟା ଦେଇଥା’ନ୍ତି ? C2H6, C3H8, C3H6, C2H2, ଏବଂ CH4,
Answer:
C3H6 ଏବଂ C2H2,

Question 14.
ଲହୁଣୀ ଏବଂ ରୋଷେଇ ପାଇଁ ବ୍ୟବହୃତ ତେଲ ମଧ୍ଯରେ ରାସାୟନିକ ଧର୍ମରେ ପ୍ରଭେଦ ନିର୍ଣ୍ଣୟ କରିବାକୁ ଏକ ପରୀକ୍ଷା ଦର୍ଶାଅ ।
Answer:
ଲହୁଣି ପୃକ୍ତ (Saturated) ହାଇଡ୍ରୋକାର୍ବନ ଅଟେ । ବ୍ରୋମିନ୍ ଲହୁଣିରେ ମିଶାଇଲେ ବ୍ରୋମିନ୍‌ର ବାଦାମୀ ରଙ୍ଗରେ କୌଣସି ପରିବର୍ତ୍ତନ ହୁଏନାହିଁ । କାରଣ ବ୍ରୋମିନ ପୃକ୍ତ ହାଇଡ୍ରୋକାର୍ବନ ସହ ପ୍ରତିକ୍ରିୟା କରେ ନାହିଁ କିନ୍ତୁ ରୋଷେଇ ପାଇଁ ବ୍ୟବହୃତ ତେଲ ଅପୃକ୍ତ (unsturated) ହାଇଡ୍ରୋକାର୍ବନ ଅଟେ । ବ୍ରୋମିନ୍‌ର କିଛି ବୁନ୍ଦା ମିଶାଇଲେ ବାଦାମୀ ରଙ୍ଗ ବର୍ଣ୍ଣହୀନ ହୁଏ ।

BSE Odisha 10th Class Physical Science Solutions Chapter 4 ଅମ୍ଳ, କ୍ଷାରକ ଓ ଲବଣ

Question 15.
ସାବୁନ କିପରି ସଫାକରେ ବୁଝାଅ ।
(i) ସାବୁନ ଅଣୁରେ ଥ‌ିବା ଦୁଇଟି ପ୍ରାନ୍ତର ଧର୍ମ ଭିନ୍ନ । ଗୋଟିଏ ହେଉଛି ଜଳାସକ୍ତ ଅନ୍ୟ ପ୍ରାନ୍ତଟିଏ ଜଳାତଙ୍କୀ ଜଳାସକ୍ର (Hydrophobic) ଏବଂ ଅନ୍ୟ ପ୍ରାନ୍ତ୍ରଟିଏ ଜଳାତଙ୍କ1 (Hydrophobic) |

(ii)
BSE Odisha Class 10 Physical Science Solutions Chapter 4 img-7 ହୋଇଥାଏ ।

(iii)
BSE Odisha Class 10 Physical Science Solutions Chapter 4 img-8
(iv) ଜଳର ପୃଷ୍ଠରେ ସାବୁନ ରହିଲେ ଜଳାତଙ୍କୀ ଲାଞ୍ଜ ଜଳରେ ଦ୍ରବୀଭୂତ ହେବ ନାହିଁ ଏବଂ ସାବୁନଟିର ଆୟନିକ ପ୍ରାନ୍ତ ସହ ଜଳରେ ଏବଂ ହାଇଡ୍ରୋକାର୍ବନ ‘ଲାଞ୍ଜ’ ଜଳ ବାହାରକୁ ବଢ଼ିଆସି ଜଳର ପୃଷ୍ଠ ନିକଟରେ ଶ୍ରେଣୀବଦ୍ଧ ଭାବେ ସଜାଇ ହୋଇ ରହେ ।

(v) ଜଳଭିତରେ ଏହି ଅଣୁଗୁଡ଼ିକର ଏକ ଅନନ୍ୟ ଅଭିବିନ୍ୟାସ ରହିଛି ଯାହା ହାଇଡ୍ରୋକାର୍ବନ ଅଂଶଗୁଡ଼ିକୁ ଜଳଠାରୁ ଅଲଗା ରଖେ ।

(vi) ଅଣୁ ପେନ୍ଥାମାନ ସୃଷ୍ଟି କରିବା ଦ୍ଵାରା ଏହା ସଂପାଦିତ ହୋଇଥାଏ ।

(vii) ଜଳାତଙ୍କୀ ଲାଞ୍ଜଗୁଡ଼ିକ ଅଣୁପେନ୍ଥାର ଭିତର ପାର୍ଶ୍ବରେ ଏବଂ ଆୟନିକ ପ୍ରାନ୍ତ ଗୁଡ଼ିକ ପେନ୍ଥାର ଉପରି ଭାଗରେ ରହିଥାଏ ।

(vi) ଏହି ଗଠନକୁ ମିସେଲ୍ କୁହାଯାଏ ।

(ix) ମିସେଲ୍‌ର କେନ୍ଦ୍ରରେ ତୈଳାକ୍ତ ମଇଳା ସଂଗୃହୀତ ହୁଏ ।

(x) ମିସେଲ୍ ଦ୍ରବଣରେ କଲଏଡ୍ ରୂପରେ ରହେ ଏବଂ ଆୟନ-ଆୟନ ବିକର୍ଷଣ ଯୋଗୁଁ ଏକତ୍ରିତ ହୋଇ ଅବକ୍ଷେପିତ ହୁଏ ନାହିଁ ।

(xi) ତେଣୁ ଲୁଗାକୁ ଧୋଇଦେଲେ ମିସେଲ୍‌ରେ ରହିଥିବା ମଇଳା ମଧ୍ୟ ସହଜରେ ଜଳ ସହିତ ପଦାକୁ ବାହାରି ଆସେ ।

ବିଶେଷ ଦ୍ରଷ୍ଟବ୍ୟ :
ଏହି ଅଧ୍ୟାୟରେ (*) ତାରକା ଚିହ୍ନିତ ତଥ୍ୟ, ପ୍ରଶ୍ନ ଓ ବାକ୍ସ ଅନ୍ତର୍ଗତ ବିଷୟବସ୍ତୁ ସମ୍ପର୍କିତ ତଥ୍ୟ ପରୀକ୍ଷାରେ ଆସିବ ନାହିଁ ।

ପ୍ରଶ୍ନବଳୀ ଓ ଉତ୍ତର:

Question 1.
କାର୍ବନ ଡାଇଅକ୍‌ସାଇଡ୍ (ସଙ୍କେତ CO2)ର ଇଲେକ୍‌ଟ୍ରନ ଡଟ୍ ସଂରଚନା କ’ଣ ହେବ ?
Answer:
BSE Odisha Class 10 Physical Science Solutions Chapter 4 img-9

Question 2.
ଆଠଟି ସଲ୍ଫର ପରମାଣୁରେ ଗଠିତ ଏକ ସଲ୍ଫର ଅଣୁର ଇଲେକ୍‌ଟ୍ରନ ଡଟ୍ ସଂରଚନା କ’ଣ ହେବ ?
BSE Odisha Class 10 Physical Science Solutions Chapter 4 img-10

Question 3.
ପେଣ୍ଟେନ ପାଇଁ ତୁମେ କେତୋଟି ସଂରଚନାତ୍ମକ ଆଇସୋମର୍ ଚିତ୍ର କରିପାରିବ ?
Answer:
ପେଣ୍ଟେନ୍ ପାଇଁ ତିନୋଟି ସଂରଚନାତ୍ମକ ଆଇସୋମ୍‌ର ଚିତ୍ର ଅଙ୍କନ କରାଯାଇଛି –
BSE Odisha Class 10 Physical Science Solutions Chapter 4 img-11

Question 4.
ଆମ ଚାରିପଟେ ଦେଖୁଥ‌ିବା କାର୍ବନ ଯୌଗିକର ବହୁଳତା ପାଇଁ କାର୍ବନର କେଉଁ ଦୁଇଟି ପ୍ରକୃତି ଦାୟୀ ?
Answer:
(i) କାଟିନେସନ୍ : କାର୍ବନର କ୍ଷୁଦ୍ର ଆକାର ଓ ଉଚ୍ଚ ବିଦ୍ୟୁତ୍ ଋଣାତ୍ମକତା ଗୁଣ ଯୋଗୁଁ ଏହା ଅନ୍ୟ କାର୍ବନ ପରମାଣୁଗୁଡ଼ିକ ସହିତ ସ୍ଥାୟୀ ବନ୍ଧ ଗଠନ କରିପାରେ । ଯୌଗିକଗୁଡ଼ିକର ସଂରଚନା ସଳଖ ଚେନ, ଶାଖା ଚେନ, କିମ୍ବା ବକ୍ରାକାର ଚେନ ହୋଇପାରେ ।

(ii) କାର୍ବନର ଚତୁଃସଂଯୋଗ୍ୟତା : କାର୍ବନ ଯୌଗିକର କକ୍ଷରେ 4ଟି ଇଲେକ୍‌ଟ୍ରନ୍‌ ଥିବାରୁ ଏହି ଇଲେକ୍‌ଟ୍ରଗୁଡ଼ିକ ଅନ୍ୟ 4ଟି କାର୍ବନ ପରମାଣୁ ସହ କିମ୍ବା ହାଇଡ୍ରୋଜେନ୍, ଅକ୍‌ସିଜେନ୍, ନାଇଟ୍ରୋଜେନ୍, ସଲ୍‌ଫର୍‌ ପରି ଅନ୍ୟ ମୌଳିକଗୁଡ଼ିକ ସହ ସହଭାଜନ କରିପାରେ । ତେଣୁ କାର୍ବନ ଯୌଗିକର ସଂଖ୍ୟା ବୃଦ୍ଧିପାଏ

Question 5.
ସାଇକ୍ଳୋପେଣ୍ଟେନର ସଙ୍କେତ ଏବଂ ଇଲେକ୍‌ଟ୍ରନ ଡଟ୍ ସଂରଚନା କ’ଣ ହେବ ?
Answer:
ଫଂକେତ:
BSE Odisha Class 10 Physical Science Solutions Chapter 4 img-12

Question 6.
ନିମ୍ନଲିଖୂତ ଯୌଗିକଗୁଡ଼ିକ ପାଇଁ ସଂରଚନା ଚିତ୍ର ଦିଅ ।
(i) ଇଥାନୋଇକ୍ ଏସିଡ଼୍
(ii) ବ୍ରୋମୋପେଣ୍ଟନ୍‌
(iii) ବ୍ୟୁଟାନୋନ୍
(iv) ହେକ୍ସାନାଲ
Answer:
BSE Odisha Class 10 Physical Science Solutions Chapter 4 img-13

Question 7.
ନିମ୍ନଲିଖୂ ଯୌଗିକଗୁଡ଼ିକୁ କିପରି ନାମକରଣ କରିବ ?
BSE Odisha Class 10 Physical Science Solutions Chapter 4 img-14
Answer:
(i) ବ୍ରୋମୋଇଥେନ୍
(ii) ମିଥାନଲ୍
(iii) ହେକ୍‌ସାଇନ୍

Question 8.
ଇଥାନଲ୍‌ରୁ ଇଥାନୋଇକ୍ ଏସିଡ୍କୁ ରୂପାନ୍ତର କାହିଁକି ‘କ ଜାରଣ ପ୍ରତିକ୍ରିୟା ?
Answer:
BSE Odisha Class 10 Physical Science Solutions Chapter 4 img-15
ହାଇଡ୍ରୋଜେନ ପରମାଣୁ ସଂଖ୍ୟାର ହ୍ରାସ ଘଟିଛି, ତେଣୁ ଏହା ଏକ ଜାରଣ ପ୍ରତିକ୍ରିୟା ।

Question 9.
ଝଳାଇ ପାଇଁ ଅକ୍‌ସିଜେନ୍ ଓ ଇଥାଇନ୍‌ର ଏକ ମିଶ୍ରଣ ଜଳାଯାଏ I ଇଥାଇନ୍ ଓ ବାୟୁର ମିଶ୍ରଣ ବ୍ୟବହାର କରାଯାଏ ନାହିଁ କାହିଁକି କହିପାରିବ ?
Answer:
ବାୟୁରେ ଯବକ୍ଷାରଜାନ ସହିତ ନିଷ୍କ୍ରିୟ ଗ୍ୟାସ୍ ଅଛି, ଯାହାକି ଇଥାଇନ୍ ଜଳିବା ପାଇଁ ଯେଉଁ ଅମ୍ଳଜାନ ଆବଶ୍ୟକ ସେଗୁଡ଼ିକ ପ୍ରତିରୋଧ କରିଥାନ୍ତି । ତେଣୁ ବାୟୁ ଓ ଇଥାଇନ୍‌ର ମିଶ୍ରଣ ବ୍ୟବହାର କରାଯାଏ ନାହିଁ ।

Question 10.
ପରୀକ୍ଷା କରି ଆଲ୍‌କହଲ ଏବଂ କାର୍ବୋକ୍‌ଲିକ୍ ଏସିଡ୍ ମଧ୍ଯରେ ପାର୍ଥକ୍ୟ କିପରି ଜାଣିବ ?
Answer:
କ୍ଷାରୀୟ ପୋଟାସିୟମ ପରମାଙ୍ଗାନେଟ୍ ଟେଷ୍ଟ : ଆଲ୍‌କହଲ ଓ କାର୍ବୋସିଲିକ୍ ଭିନ୍ନ ଭିନ୍ନ ପରୀକ୍ଷାନଳୀ ଦୁଇଟିରେ ନିଅ ଏବଂ କିଛି ବୁନ୍ଦା କ୍ଷାରୀୟ ପୋଟାସିୟମ୍ ପରମାଙ୍ଗାନେଟ୍ ଦ୍ରବଣ ପକାଅ ଓ ଗରମ୍ କର ପୋଟାସିୟମ୍ ପରମାଙ୍ଗାନେଟ୍‌ର ଗୋଲାପୀ ରଙ୍ଗ ରହିଲେ ତାହା ଆଲ୍‌କହଲ, ଅନ୍ୟଥା ତାହା କାର୍ବୋକସିଲିକ୍ ଏସିଡ୍ ।

Question 11.
କାରଣ କ’ଣ ?
Answer:
NaHCO ଦ୍ଵାରା ପରୀକ୍ଷା – ଦୁଇଟି ଭିନ୍ନ ଭିନ୍ନ ପରୀକ୍ଷାନଳୀରେ ଆଲ୍‌କହଲ ଓ କାର୍ବୋକ୍‌ଲିକ୍ ଏସିଡ୍ ନେଇ କିଛି NaHCO3 ର ଗାଢ଼ ଦ୍ରବଣ ମିଶାଅ । ଯେଉଁ ପରୀକ୍ଷାନଳୀରେ ଗାଢ଼ ଧୂଆଁଳିଆ CO2 ଗ୍ୟାସ ବାହାରିବ ସେହି ପରୀକ୍ଷାନଳୀରେ କାର୍ବୋକସିଲିକ୍ ଏସିଡ୍ ଅଛି ।

BSE Odisha 10th Class Physical Science Solutions Chapter 4 ଅମ୍ଳ, କ୍ଷାରକ ଓ ଲବଣ

Question 12.
ଡିଟରଜେଣ୍ଟ ବ୍ୟବହାର କରି ଜଳ ଖର କି ନୁହେଁ ଜାଣିବାକୁ ତୁମେ ସମର୍ଥ ହୋଇପାରିବ କି ?
Answer:
ନାଁ, କାରଣ ଖରଜଳ ଓ ମୃଦୁଜଳ ଉଭୟରେ ଡିଟରଜେଣ୍ଟ ସମାନ ଭାବରେ କାର୍ଯ୍ୟ କରେ ।

Question 13.
BSE Odisha Class 10 Physical Science Solutions Chapter 4 img-16
ଦେଇସାରି ସେମାନେ ଲୁଗାକୁ ପଥର ଉପରେ ବାଡ଼େଇ ଥା’ନ୍ତି କିମ୍ବା ଏକ ଦଣ୍ଡରେ ବାଡ଼େଇଥା’ନ୍ତି ବ୍ରସ୍‌ରେ ଘଷିଥା’ନ୍ତି କିମ୍ବା ୱାସିଂମେସିନ୍‌ରେ ମନ୍ଥନ (agitate) କରିଥା’ନ୍ତି । ସଫାଲୁଗା ପାଇବା ପାଇଁ ମନ୍ଥନ କାହିଁକି ଆବଶ୍ୟକ ?
Answer:
ମଇଳା ସହିତ ପ୍ରତିକ୍ରିୟା କରି ସାବୁନ ଅଣୁଗୁଡ଼ିକ ମିସେଲ୍‌ ସୃଷ୍ଟି କରନ୍ତି ଓ ଯେଉଁ ଅପଦ୍ରବ ସୃଷ୍ଟିହୁଏ ପାଣିରେ କିଛି ଧୋଇ ହୋଇଯାଏ ଆଉ କିଛି ଲୁଗାର ଉପର ସ୍ତରରେ ହାଲୁକା ଭାବେ ଲାଗିରହେ । ତେଣୁ ସାବୁନ ଦେଇ ସାରି ସେମାନେ ଲୁଗାକୁ ପଥର ଉପରେ ବାଡ଼େଇଥାନ୍ତି କିମ୍ବା ଏକ ଦଣ୍ଡରେ ବାଡ଼େଇଥାନ୍ତି ବା ମନ୍ଥନ କରିଥାନ୍ତି |

କାର୍ଯ୍ୟାବଳୀ (Activity):

କାର୍ଯ୍ୟାବଳୀ – 1 (Activity – 1):
(i) ସକାଳୁ ତୁମେ ବ୍ୟବହାର କରିଥିବା କିମ୍ବା ଖାଇଥିବା ଦଶଟି ଜିନିଷର ଏକ ତାଲିକା କର ।
ଏହି ତାଲିକା ସହ ତୁମ ସହପାଠୀମାନେ କରିଥିବା ତାଲିକାକୁ ଏକାଠି କର ଏବଂ ତା’ପରେ ଦିଆଯାଇଥ‌ିବା ସାରଣୀ ଭିତରେ ସେହି ଦ୍ରବ୍ୟଗୁଡ଼ିକୁ ତାଲିକାଭୁକ୍ତ କର । ଯେଉଁ ଦ୍ରବ୍ୟ ଏକରୁ ଅଧିକ ପଦାର୍ଥରୁ ପ୍ରସ୍ତୁତ ହେଉଛି, ସେଗୁଡ଼ିକୁ ସଂପୃକ୍ତ ସ୍ତମ୍ଭରେ ରଖ ।
ଡ :
ସକାଳୁ ବ୍ୟବହାର କରିଥିବା କିମ୍ବା ଖାଇଥିବା ଦଶଟି ଜିନିଷ ହେଲା
ବ୍ୟବହାର କରିଥିବା ଜିନିଷ: ସାବୁନ୍, ତେଲ, କାଗଜ, ଜୋତା ପଲିସ୍, ପ୍ଲାଷ୍ଟିକ ମର, ବହି, ଖବରକାଗଜ, ଷ୍ଟିଲ୍ ମର୍ ।
ଖାଇଥ‌ିବା ଜିନିଷ – କ୍ଷୀର, ଚା, ଅଣ୍ଡା, ପାଉଁରୁଟି, ଭାତ, ଡାଲି, ଔଷଧ ।

(ii)
BSE Odisha Class 10 Physical Science Solutions Chapter 4 img-17

ପର୍ଯ୍ୟବେକ୍ଷଣ:
କେବଳ ଜଳ ରନ୍ଧନପାତ୍ର, (ଯେଉଁଗୁଡ଼ିକ ଧାତୁ, କାଚ କିମ୍ବା ମାଟିରେ ତିଆରି) ଛାଡ଼ି ପ୍ରାୟ ଅନ୍ୟ ସମସ୍ତ ଜିନିଷରେ କାର୍ବନ ଅଛି ।

ସିଦ୍ଧାନ୍ତ:
ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଅଧିକାଂଶ ଜିନିଷ କାର୍ବନରେ ତିଆରି ।

କାର୍ଯ୍ୟାବଳୀ – 2 (Activity – 2):

ତଳେ ଦିଆଯାଇଥ‌ିବା ଯୋଡ଼ିଗୁଡ଼ିକ ପାଇଁ ସଙ୍କେତଗୁଡ଼ିକ ମଧ୍ୟରେ ଏବଂ ଆଣବିକ ବସ୍ତୁତ୍ଵ ମଧ୍ୟରେ ପ୍ରଭେଦ କଳନା କର ।
(a) CH3 OH ଏବଂ C2H5 OH
(b) C2H5 OH ଏବଂ C3 H7OH
(c) C3H7 OH ଏବଂ C4H9 OH
BSE Odisha Class 10 Physical Science Solutions Chapter 4 img-18
ଏହି ତିନୋଟିରେ କିଛି ସାଦୃଶ୍ୟ ଅଛି କି ?
ଉ :
ସମସ୍ତଙ୍କର ସକ୍ରିୟ ଗ୍ରୁପ୍ ଏକ ।

ଗୋଟିଏ ଶ୍ରେଣୀ (Family) ପାଇବା ପାଇଁ ଏହି ଆଲକହଲଗୁଡ଼ିକୁ କାର୍ଟୁନ ପରମାଣୁର ବର୍ଦ୍ଧିତ କ୍ରମରେ ସଜାଅ ।
ଊ :
CH3OH, C2H5OH, C3H8OH, C4H9OH

ସାରଣୀର ଅନ୍ୟ ସକ୍ରିୟଗ୍ରୁପ୍ ପାଇଁ ଚାରୋଟି କାର୍ବନ ପର୍ଯ୍ୟନ୍ତ ଯୌଗିକଗୁଡ଼ିକର ହୋମୋଲଗସ୍ ଶ୍ରେଣୀ ଲେଖ ।
ଊ :
କ୍ଲୋରୋ ହୋମୋଲୋଗସ୍ ଶ୍ରେଣୀ : CH3CI, C2H5CI, C3H7Cl, C4H9Cl
ଆଲ୍‌ହାଇଡ଼ ହୋମୋଲଗସ୍ ଶ୍ରେଣୀ : CH3CHO, C2H5CHO, C3H7CHO
କିଟୋନ୍ ହୋମୋଲଗସ୍ ଶ୍ରେଣୀ : C2H6CO, C3H8CO
କାର୍ବୋକ୍‌ଲିକ୍ ଏସିଡ୍ ହୋମୋଲଗସ୍ ଶ୍ରେଣୀ : CH3COOH, C2H5COOH, C3H7COOH

କାର୍ଯ୍ୟାବଳୀ -3 (Activity-3)

ଆବଶ୍ୟକ ଉପକରଣ :
ଗୋଟିଏ ଚାମଚ, କିଛି କାର୍ବନ ଯୌଗିକ (ଗନ୍ଧକର୍ପୂର, କର୍ପୂର, ଆଲ୍‌କହଲ) ।

ପରୀକ୍ଷଣ :
ଗୋଟିଏ ଚାମଚରେ କେତୋଟି କାର୍ବନ ଯୌଗିକ (ଗନ୍ଧକର୍ପୂର, କର୍ପୂର, ଆଲକହଲ) ଗୋଟିଏ ପରେ ଗୋଟିଏ ନିଅ ଏବଂ ଜଳାଅ ।

ପର୍ଯ୍ୟବେକ୍ଷଣ :
(a) ଅଗ୍ନିଶିଖା ଉପରେ ଗୋଟିଏ ଧାତବ ଥାଳି ରଖ । ଆଲ୍‌କହଲ ଭଳି ପୃକ୍ତ ହାଇଡ୍ରୋକାର୍ବନ ଜଳିଲେ ସ୍ୱଚ୍ଛ ଶିଖା ଦେଇଥାଏ ।
(b) ଗନ୍ଧକର୍ପୂର ଭଳି ଅପୃକ୍ତ ହାଇଡ୍ରୋକାର୍ବନ ଜଳିଲେ କଳାଧୂଆଁ ସହିତ ହଳଦିଆ ରଙ୍ଗର ଶିଖା ଦେବ ଏବଂ ଧାତବ ଥାଳିରେ କଳାକଣିକା ଜମିଯିବ ।

ସିଦ୍ଧାନ୍ତ:
ପୃକ୍ତ ହାଇଡ୍ରୋକାର୍ବନ ଜଳିଲେ ସ୍ବଚ୍ଛ ଶିଖା ଦିଏ । ଅପୃକ୍ତ ହାଇଡ୍ରୋକାର୍ବନ ଜଳିଲେ କଳାଧୂଆଁ ଓ ହଳଦିଆ ରଙ୍ଗର ଶିଖା ଦେବ ।

BSE Odisha 10th Class Physical Science Solutions Chapter 4 ଅମ୍ଳ, କ୍ଷାରକ ଓ ଲବଣ

କାର୍ଯ୍ୟାବଳୀ -4 (Activity-4)

ପରୀକ୍ଷଣ:
ଗୋଟିଏ ବୁନ୍‌ସେନ୍ ବର୍ଣ୍ଣର ଜଳାଅ ଏବଂ ବିଭିନ୍ନ ପ୍ରକାର ଶିଖା ବା ଧୂଆଁର ଉପସ୍ଥିତି ପାଇବା ପାଇଁ ଏହାର ନିମ୍ନଅଂଶରେ ଥ‌ିବା ବାୟୁଛିଦ୍ର (Airhole)କୁ ନିୟନ୍ତ୍ରଣ କର ।

ପର୍ଯ୍ୟବେକ୍ଷଣ:
(a) କଳାଧୂଆଁ ଓ ହଳଦିଆ ଅଗ୍ନିଶିଖା ମିଳିବ ଯେତେବେଳେ ବର୍ଣ୍ଣରର ନିମ୍ନ ଅଂଶରେ ଥ‌ିବା ବାୟୁଛିଦ୍ରକୁ ନିୟନ୍ତ୍ରଣ କରିବା ଫଳରେ ଅମ୍ଳଜାନର ପରିମାଣ ହ୍ରାସପାଇବ ।
(b) ବର୍ଣ୍ଣରର ନିମ୍ନ ଅଂଶରେ ଥ‌ିବା ବାୟୁଛିଦ୍ର ସମ୍ପୂର୍ଣ୍ଣ ନିୟନ୍ତ୍ରଣମୁକ୍ତ ରହିଲେ ପ୍ରଚୁର ପରିମାଣର ଅମ୍ଳଜାନ ପ୍ରବେଶ କରିବ ଏବଂ ସମ୍ପୂର୍ଣ ଜାରଣ ହେବା ଫଳରେ ନୀଳ ଅଗ୍ନି ଶିଖା ଦେଖାଯିବ ।

ସିଦ୍ଧାନ୍ତ:
ଯଥେଷ୍ଟ ପରିମାଣର ଅକ୍‌ସିଜେନ୍‌ରେ ଜଳିଲେ ସ୍ବଚ୍ଛ ନୀଳଶିଖା ମିଳିବ ଏବଂ ସୀମିତ ବାୟୁ (ଅକ୍‌ସିଜେନ)ରେ

କାର୍ଯ୍ୟାବଳୀ -5 (Activity-5)

ଆବଶ୍ୟକ ଉପକରଣ:
ଗୋଟିଏ ପରୀକ୍ଷାନଳୀ, 3 ମିଲି ଇଥାନଲ୍ , ଏକ ଜଳ ଉଷ୍ମକ (water bath), 5% କ୍ଷାରୀୟ ପୋଟାସିୟମ ପରମାଙ୍ଗାନେଟ୍ ଦ୍ରବଣ ।

ପରୀକ୍ଷଣ:
ଗୋଟିଏ ପରୀକ୍ଷାନଳୀରେ ପ୍ରାୟ 3 ମିଲି ଇଥାନଲ୍ ନିଅ ଏବଂ ଏହାକୁ ଧୀରେ ଧୀରେ ଉଷୁମ କର । 5% କ୍ଷାରୀୟ ପୋଟାସିୟମ୍ ପରମାଙ୍ଗାନେଟ୍ ଦ୍ରବଣକୁ ବୁନ୍ଦା ବୁନ୍ଦା କରି ପକାଅ ।

ପର୍ଯ୍ୟବେକ୍ଷଣ:
(a) 5 % କ୍ଷାରୀୟ ପୋଟାସିୟମ୍ ପରମାଙ୍ଗାନେଟ୍ ଦ୍ରବଣକୁ ବୁନ୍ଦା ବୁନ୍ଦା କରି ପକାଇଲେ ଗୋଲାପୀ ରଙ୍ଗ କ୍ରମଶଃ ଅଦୃଶ୍ୟ ହୋଇଯିବ ।
(b) ଯେତେବେଳେ ଅଧିକ KMnO4 ମିଶାଗଲା ସେତେବେଳେ ଇଥାନଲ୍ ଜାରଣ ହୋଇ ଇଥାନୋଇକ୍ ଅମ୍ଳରେ ପରିଣତ ହେଲା ଏବଂ ଅଧ୍ଵ KMnO4 ରଙ୍ଗ ସେହିଭଳି ରହିଲା ଓ ଅଦୃଶ୍ୟ ହେଲା ନାହିଁ ।

ସିଦ୍ଧାନ୍ତ:
କ୍ଷାରୀୟ KMnO4 ଦ୍ରବଣ ଇଥାନଲ୍‌କୁ ଜାରଣ କରେ ଏବଂ ନିଜେ ବିଜାରିତ ହୁଏ ।

କାର୍ଯ୍ୟାବଳୀ -6 (Activity-6)
ପରୀକ୍ଷଣ:
ଦୁଇଟି ଚାଉଳଦାନା ଆକାରର ଖଣ୍ଡେ ଛୋଟ ସୋଡ଼ିୟମକୁ ଇଥାନଲ (ବିଶୁଦ୍ଧ ଆଲକହଲ) ମଧ୍ୟରେ

ପର୍ଯ୍ୟବେକ୍ଷଣ:
ସୋଡ଼ିୟମ୍ ଧାତୁ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ଅଟେ । ବିଶୁଦ୍ଧ ଆଲ୍‌କହଲ ସହିତ ରାସାୟନିକ ପ୍ରତିକ୍ରିୟା କରି ସୋଡ଼ିୟମ୍‌ ଇଥକ୍‌ସାଇଡ ଓ ହାଇଡ୍ରୋଜେନ୍ ଗ୍ୟାସ୍ ଦେଇଥାଏ ।

2C2H5OH + 2Na → 2C2H5ONa + H2
ଗୋଟିଏ ଜଳୁଥ‌ିବା କାଠିକୁ ଗ୍ୟାସ୍ ପାଖକୁ ଆଣିଲେ ପପ୍ ଶବ୍ଦ କରି ଜଳିଉଠିବ ।

ଇଥାନୋଇକ୍ ଏସିଡ୍‌ର ସାଧା (Properties of Ethanoic Acid):
(i) ଇଥାନୋଇକ୍ ଏସିଡ୍କୁ ସାଧାରଣତଃ ଏସିଟିକ୍ ଏସିଡ୍ (acetic acid) କହନ୍ତି ଏବଂ ଏହା କାର୍ବୋକ୍‌ଲିକ୍

(ii) ଜଳରେ ଏସିଟିକ୍ ଏସିଡ୍‌ର 5-8% ଦ୍ରବଣକୁ ଭିନେଗାର କୁହାଯାଏ ଏବଂ ଏହାକୁ ଆଚାର ସଂରକ୍ଷଣ ପାଇଁ ବ୍ୟବହାର କରାଯାଏ ।

(iii)ବିଶୁଦ୍ଧ ଇଥାନୋଇକ୍ ଏସିଡ୍‌ର ଗଳନାଙ୍କ ହେଉଛି 290 K ।

(iv) ଏସିଟିକ୍ ଏସିଡ୍‌ର ଅନ୍ୟ ନାମ ଗ୍ଲାସିଆଲ୍ (Glacial) ଏସିଟିକ୍ ଏସିଡ୍ । କାରଣ ଏହା ଥଣ୍ଡାଜଳ ଓ ବାୟୁରେ ଅଧିକାଂଶ ସମୟରେ ଘନୀଭୂତ ହୋଇଯାଏ ।

(v) କାର୍ବୋକ୍‌ଲିକ୍ ଏସିଡ୍ ଏକ ଦୁର୍ବଳ ଏସିଡ୍ ।

ଏଷ୍ଟରୀକରଣ ପ୍ରତିକ୍ରିୟା:
(i) ଗୋଟିଏ ଏସିଡ୍ ଏବଂ ଗୋଟିଏ ଆଲ୍‌କହଲର ରାସାୟନିକ ପ୍ରତିକ୍ରିୟାଦ୍ୱାରା ଏଷ୍ଟର (Ester) ସୃଷ୍ଟି ହୁଏ । ଇଥାନୋଇକ୍ ଏସିଡ୍ ବିଶୁଦ୍ଧ ଆଲକହଲ ସହିତ ପ୍ରତିକ୍ରିୟା କରି ଏଷ୍ଟର ଦେଇଥାଏ ।
BSE Odisha Class 10 Physical Science Solutions Chapter 4 img-19

(ii) ଏଷ୍ଟରଗୁଡ଼ିକ ସୁଗନ୍ଧଯୁକ୍ତ ପଦାର୍ଥ ଚ

(iii) ଏହାକୁ ଅତରରେ ବ୍ୟବହାର କରାଯାଏ ।

(iv) ଏହାକୁ ଖାଦ୍ୟ ଓ ପାନୀୟ ସୁଗନ୍ଧକାରୀ ଦ୍ରବ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଏ ।

ସାବୁନୀକରଣ :
ସୋଡ଼ିୟମ୍ ଲବଣରେ ପରିଣତ ହୁଏ । ଏହି ପ୍ରତିକ୍ରିୟାକୁ ସାବୁନୀକରଣ କୁହାଯାଏ କାରଣ ଏହାକୁ ସାବୁନ୍ ପ୍ରସ୍ତୁତି କରିବା ପାଇଁ ବ୍ୟବହାର କରାଯାଏ ।
BSE Odisha Class 10 Physical Science Solutions Chapter 4 img-20

(ii) କ୍ଷାରକସହ ପ୍ରତିକ୍ରିୟା: ଇଥାନୋଇକ୍ ଏସିଡ୍ + ସୋଡ଼ିୟମ୍‌ ହାଇଡ୍ରକ୍‌ସାଇଡ୍ → ଲବଣ + ଜଳ
NaOH + CH3COOH → CH3COONa + H2O

(iii) କାର୍ବୋନେଟ୍ ଏବଂ ହାଇଡ୍ରୋଜେନ କାର୍ବୋନେଟ୍ ସହ ପ୍ରତିକ୍ରିୟା:
କାର୍ବୋନେଟ୍ ଏବଂ ହାଇଡ୍ରୋଜେନ କାର୍ବୋନେଟ୍ ସହ ଇଥାନୋଇକ୍ ଏସିଡ୍ ପ୍ରତିକ୍ରିୟା କରି ଲବଣ, ଡାଇଅକ୍‌ସାଇଡ୍ ଏବଂ’ ଜଳ ଦେଇଥାଏ ।
BSE Odisha Class 10 Physical Science Solutions Chapter 4 img-21

କାର୍ଯ୍ୟାବଳୀ -7 (Activity-7)
ଆବଶ୍ୟକ ଉପକରଣ: ଦୁଇଟି ପରୀକ୍ଷାନଳୀ, 10 ମି.ଲି. ଜଳ, ରୋଷେଇରେ ବ୍ୟବହୃତ ତେଲ ।

ପରୀକ୍ଷଣ:

  • ଦୁଇଟି ପରୀକ୍ଷାନଳୀରେ ପ୍ରାୟ 10 ମି.ଲି. ଜଳ ନିଅ, ପ୍ରତ୍ୟେକ ପରୀକ୍ଷାନଳୀରେ ଗୋଟିଏ ବୁନ୍ଦା ଲେଖାଏଁ ତେଲ ପକାଅ ଓ ପରୀକ୍ଷାନଳୀକୁ A ଓ B ରୂପେ ଚିହ୍ନଟ କର ।
  • ପରୀକ୍ଷାନଳୀ B ରେ ଅଳ୍ପ କେତେ ବୁନ୍ଦା ସାବୁନ ଦ୍ରବଣ ପକାଅ ।
  • ଦୁଇଟି ଯାକ ପରୀକ୍ଷାନଳୀକୁ ଖୁବ୍ ଜୋର୍‌ରେ ଏକା ସମୟରେ ହଲାଅ ।

ପର୍ଯ୍ୟବେକ୍ଷଣ:
ପରୀକ୍ଷାନଳୀ B ରେ ତେଲ ଓ ଜଳ ସାବୁନର ଗୋଟିଏ ସ୍ତର ଦେଖାଯାଉଛି । କାରଣ ତେଲ ସାବୁନ୍ ଦ୍ରବଣରେ ଦ୍ରବୀଭୂତ ହୁଏ ଫଳରେ ସଫା କରିବାରେ ସାହାଯ୍ୟ କରେ । ପରୀକ୍ଷାନଳୀ A ଜଳ ଓ ରୋଷେଇ ରେ ବ୍ୟବହୃତ ତେଲ ଅଛି । ଜୋର୍‌ରେ ହଲାଇଲା ପରେ କିଛି ସମୟ ସ୍ଥିର ହେବାକୁ ଦିଅ । 2ଟି ସ୍ତର ହୋଇ ରହିଥ‌ିବା ଦେଖାଯିବ କାରଣ ତେଲ ଓ ଜଳ ପରସ୍ପର ଅଦ୍ରବଣୀୟ ।

ସିଦ୍ଧାନ୍ତ:
ସାବୁନ ଦ୍ରବଣରେ ତେଲ ଦ୍ରବଣୀୟ, ଜଳ ମଧ୍ଯରେ ତେଲ ଅଦ୍ରବଣୀୟ ।

ସାଚୁନ୍‌ ଓ ଡିଟରଜେଣ୍ଠ (Soaps and Detergents):
ସାବୁନ୍ :

  • ସାବୁନର ଅଣୁଗୁଡ଼ିକ ଦୀର୍ଘ-ଶୃଙ୍ଖଳ କାର୍ବୋକ୍‌ଲିକ୍ ଏସିଡ୍‌ର ସୋଡ଼ିୟମ କିମ୍ବା ପୋଟାସିୟମ ଲବଣ ।
  • BSE Odisha Class 10 Physical Science Solutions Chapter 4 img-22
  • ପ୍ରାକୃତିକ ତୈଳ ଓ ଚର୍ବିରୁ ସାବୁନ ପ୍ରସ୍ତୁତ କରାଯାଏ ।
  • ଜୈବ ନିମ୍ବୀକରଣ ଯୋଗ୍ୟ ।
  • ଅମ୍ଳୀୟ ମାଧ୍ୟମରେ ବ୍ୟବହାର କରାଯାଇ ପାରିବନାହିଁ ।

ଡିଟରଜେଣ୍ଠ:

  • ଦୀର୍ଘଶୃଙ୍ଖଳ ବିଶିଷ୍ଟ କାର୍ବୋକ୍‌ଲିକ୍ ଏସିଡ୍‌ର ଏମୋନିୟମ୍ କିମ୍ବା ସଲ୍‌ଫୋନେଟ୍ ଲବଣ ।
  • BSE Odisha Class 10 Physical Science Solutions Chapter 4 img-23
  • ପେଟ୍ରୋଲିୟମ୍ର ଉତ୍ପାଦଗୁଡ଼ିକରୁ ଡିଟରଜେଣ୍ଟ୍ ପ୍ରସ୍ତୁତ କରାଯାଏ ।
  • ଜୈବନିମ୍ନୀକରଣ ଅଯୋଗ୍ୟ ।
  • ଅମ୍ଳୀୟ ମାଧ୍ୟମରେ ବ୍ୟବହାର କରାଯାଇ ପାରିବ ।

BSE Odisha 10th Class Physical Science Solutions Chapter 4 ଅମ୍ଳ, କ୍ଷାରକ ଓ ଲବଣ

କାର୍ଯ୍ୟାବଳୀ -8 (Activity-8)
ଆବଶ୍ୟକ ଉପକରଣ:
ଦୁଇଟି ପରୀକ୍ଷାନଳୀ, 20 ମି.ଲି. ପାତିତ ଜଳ କିମ୍ବା ବର୍ଷାଜଳ, ଅନ୍ୟଟିରେ 10 ମି.ଲି.

ପରୀକ୍ଷଣ :
ଦୁଇଟି ଭିନ୍ନ ଭିନ୍ନ ପରୀକ୍ଷାନଳୀରେ ପାତିତ ଜଳ ଓ ଖରଜଳ ନିଅ । ପ୍ରତ୍ୟେକ ପରୀକ୍ଷାନଳୀରେ ଦୁଇବୁନ୍ଦା ସାବୁନ ଦ୍ରବଣ ପକାଅ । ପରୀକ୍ଷାନଳୀ ଦୁଇଟିକୁ ଖୁବ୍ ଜୋର୍‌ରେ ଏକା ସମୟ ପାଇଁ ହଲାଅ ।

ପର୍ଯ୍ୟବେକ୍ଷଣ:
ଯେଉଁ ପରୀକ୍ଷାନଳୀରେ ପାତିତ ଜଳ |ବର୍ଷାଜଳ ଅଛି ସେହି ପରୀକ୍ଷାନଳୀରେ ଅଧ୍ଵକ ଫେଣ ସୃଷ୍ଟି ହୋଇଛି । ଯେଉଁ ପରୀକ୍ଷାନଳୀରେ ଖରଜଳ ଅଛି ସେଥ‌ିରେ ଦହିଭଳି ଧଳା ଅବକ୍ଷେପ ଦେଖାଯାଉଛି ।

ସିଦ୍ଧାନ୍ତ:
ମୃଦୁଜଳରେ ସାବୁନ ଫେଣ ସୃଷ୍ଟିକରେ, ଖରଜଳରେ ସାବୁନ୍ ଦହିଭଳି ଧଳା ଅବକ୍ଷେପ ସୃଷ୍ଟିକରେ ।

କାର୍ଯ୍ୟାବଳୀ -9 (Activity-9)
ଆବଶ୍ୟକ ଉପକରଣ:
2ଟି ପରୀକ୍ଷାନଳୀ, 20 ମି.ଲି. ଖର ଜଳ, ସାବୁନଦ୍ରବଣ, ଡିଟରଜେଣ୍ଟ ଦ୍ରବଣ ।

ପରୀକ୍ଷଣ:
ପ୍ରତ୍ୟେକ ପରୀକ୍ଷାନଳୀରେ 10 ମିଲି ଲି. ଖରଜଳ ନିଅ । ଗୋଟିଏ ପରୀକ୍ଷାନଳୀରେ ପାଞ୍ଚବୁନ୍ଦା ସାବୁନ ଦ୍ରବଣ ଓ ଅନ୍ୟ ଏକ ପରୀକ୍ଷାନଳୀରେ ପାଞ୍ଚ ବୁନ୍ଦା ଡିଟରଜେଣ୍ଟ୍ ଦ୍ରବଣ ପକାଅ । ଉଭୟ ପରୀକ୍ଷାନଳୀକୁ ନିର୍ଦ୍ଦିଷ୍ଟ ସମୟ ପାଇଁ ହଲାଅ ।

ପର୍ଯ୍ୟବେକ୍ଷଣ :
ଦୁଇଟି ଯାକ ପରୀକ୍ଷାନଳୀରେ ସମାନ ପରିମାଣର ଫେଣ ରହୁନାହିଁ । ସାବୁନ ଦ୍ରବଣ ଥିବା
BSE Odisha Class 10 Physical Science Solutions Chapter 4 img-24
ପରୀକ୍ଷାନଳୀରେ ଅଧ୍ବକ ପରିମାଣରେ ଫେଣ ସୃଷ୍ଟି ହୋଇଛି ।

BSE Odisha 10th Class Physical Science Solutions Book Download Pdf

BSE Odisha Class 10 Physical Science Solutions Book Pdf Download

BSE Odisha 10th Class Text Book Solutions

BSE Odisha 10th Class Life Science Solutions Book Download Pdf

BSE Odisha Class 10 Life Science Solutions Book Pdf Download

BSE Odisha 10th Class Text Book Solutions

BSE Odisha 10th Class Maths Notes

BSE Odisha Class 10 Maths Notes

BSE Odisha 10th Class Maths Notes Algebra

BSE Odisha 10th Class Maths Notes Geometry

BSE Odisha 10th Class Text Book Solutions

BSE Odisha 10th Class Physical Science Notes

BSE Odisha Class 10 Physical Science Notes

BSE Odisha 10th Class Text Book Solutions

BSE Odisha 10th Class Physical Science Important Questions

BSE Odisha Class 10 Physical Science Important Questions

BSE Odisha 10th Class Text Book Solutions

BSE Odisha 10th Class Life Science Important Questions

BSE Odisha Class 10 Life Science Important Questions

BSE Odisha 10th Class Text Book Solutions

BSE Odisha 10th Class Life Science Notes

BSE Odisha Class 10 Life Science Notes

BSE Odisha 10th Class Text Book Solutions

BSE Odisha 10th Class MIL Odia Solutions Book Download Pdf | 10th Class Odia Book Question Answer Pdf

10th Class MIL Question Answer 2022 Pdf | Class 10 Odia Book Solutions Answers Pdf 2022-2023

ସାହିତ୍ୟ ସିନ୍ଧୁ Sahitya Sindhu Class 10 Solutions Pdf | 10th Class Odia Book Question Answer Pdf | 10th Class MIL Question Answer 2022 Pdf

BSE Odisha 10th Class Odia Grammar ବ୍ୟାକରଣ ବିଭାଗ

BSE Odisha 10th Class Text Book Solutions

BSE Odisha 10th Class History Solutions Book Download Pdf

BSE Odisha Class 10 History & Political Science Solutions Book Pdf Download

BSE Odisha 10th Class History Book Solutions ଇତିହାସ

ପ୍ରଥମ ଅଧ୍ୟାୟ : ଭାରତୀୟ ଜାତୀୟ ଆନ୍ଦୋଳନ – ଗାନ୍ଧିଯୁଗ

ଦ୍ଵିତୀୟ ଅଧ୍ୟାୟ : ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

ତୃତୀୟ ଅଧ୍ୟାୟ : ୨୦୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ସ୍ଵାଧୀନତା ପରବର୍ତ୍ତୀ ଭାରତ

ଚତୁର୍ଥ ଅଧ୍ୟାୟ : ସ୍ବାଧୀନତୋତ୍ତର ଓଡ଼ିଶାର ବିକାଶ

BSE Odisha 10th Class Political Science Book Solutions ରାଜନୀତି ବିଜ୍ଞାନ

ପ୍ରଥମ ଅଧ୍ୟାୟ : ଭାରତରେ ସ୍ଵାଧୀନତା ପରବର୍ତ୍ତୀ ରାଜ୍ୟ ପୁନର୍ଗଠନ

ଦ୍ଵିତୀୟ ଅଧ୍ୟାୟ : ଭାରତରେ ଗଣତନ୍ତ୍ର

ତୃତୀୟ ଅଧ୍ୟାୟ : ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

ଚତୁର୍ଥ ଅଧ୍ୟାୟ : ଭାରତର ବୈଦେଶିକ ନୀତି

BSE Odisha 10th Class Text Book Solutions

BSE Odisha 10th Class English Solutions Book Download Pdf

BSE Odisha Class 10 English Solutions Book Pdf Download

BSE Odisha 10th Class English Detailed Text:

BSE Odisha 10th Class English Non-Detailed Text:

BSE Odisha 10th Class Text Book Solutions