BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(e)

Odisha State Board BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(e) Textbook Exercise Questions and Answers.

BSE Odisha Class 10 Maths Solutions Geometry Chapter 5 ପରିମିତି Ex 5(e)

Question 1.
ନିମ୍ନରେ କୋଡ୍ ଆକୃତିର କେତେକ ଟୋପିର ଉଚ୍ଚତା h ଓ ବକ୍ର ଉଚ୍ଚତା l ଦତ୍ତ ଅଛି । ପ୍ରତି ଟୋପିରେ ଲାଗିଥିବା କପଡ଼ାର ପରିମାଣ ଏବଂ ତା’ର ଭୂମିର କ୍ଷେତ୍ରଫଳ ନିର୍ଣ୍ଣୟ କର । (π ≃ \(\frac { 22 }{ 7 }\))
(i) h = 3.5 ସେ.ମି.. l = 9.1 ସେ.ମି.
(ii) h = 5.6 ସେ.ମି. l = 11.9 ସେ.ମି.
(iii) h = 3.5 ସେ.ମି. l = 12.5 ସେ.ମି.
Solution:
(i) h = 3.5 ସେ.ମି. ଓ l = 9.1 ସେ.ମି. |
r = \(\sqrt{l^2-\mathrm{h}^2}\) = \(\sqrt{(9.1)^2-(3.5)^2}\) = \(\sqrt{82.81-12.25}\) = \(\sqrt{70.56}\) = 8.4 ସେ.ମି.
∴ ଟୋପିରେ ଲାଗିଥିବା କପଡ଼ାର ପରିମାଣ = πrl
= \(\frac { 22 }{ 7 }\) × 8.4 × 9.1 ବାଗ ସେ.ମି. = 240.24 ବାଗ ସେ.ମି.
∴ ଭୂମିର କ୍ଷେତ୍ରଫଳ = πr2 = \(\frac { 22 }{ 7 }\) × 8.4 × 8.4 ବାଗ ସେ.ମି. = 221.76 ବାଗ ସେ.ମି.

(ii) h = 5.6 ସେ.ମି. ଓ l = 11.9 ସେ.ମି.
r = \(\sqrt{l^2-\mathrm{h}^2}\) = \(\sqrt{(11.9)^2-(5.6)^2}\)
= \(\sqrt{141.61-31.36}\) = \(\sqrt{110.25}\) = 10.5 ସେ.ମି.
∴ କପଡାର ପରିମାଣ = πrl = \(\frac { 22 }{ 7 }\) × 10.5 × 11.9 = 392.70 ବାଗ ସେ.ମି.
∴ ଭୂମିର କ୍ଷେତ୍ରଫଳ = πr2 = \(\frac { 22 }{ 7 }\) × 10.5 × 10.5 = 346.50 ବାଗ ସେ.ମି.

(iii) h = 3.5 ସେ.ମି. ଓ l = 12.5 ସେ.ମି.
r = \(\sqrt{l^2-\mathrm{h}^2}\) = \(\sqrt{(12.5)^2-(3.5)^2}\) ସେ.ମି.
= \(\sqrt{(12.5+3.5)(12.5-3.5)}\) ସେ.ମି. = \(\sqrt{16 \times 9}\) ସେ.ମି. = 12 ସେ.ମି.
∴ କପଡାର ପରିମାଣ = πrl = \(\frac { 22 }{ 7 }\) × 12 × 12.5 ବାଗ ସେ.ମି. = 471.43 ବାଗ ସେ.ମି.
∴ ଭୂମିର କ୍ଷେତ୍ରଫଳ = πr2 = \(\frac { 22 }{ 7 }\) × 12 × 12 = 452.57 ବାଗ ସେ.ମି.

BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(e)

Question 2.
ନିମ୍ନରେ କୋଡ୍ ଆକୃତିର ତିନୋଟି ତମ୍ବୁର ବକ୍ର ଉଚ୍ଚତା l ଓ ଭୂମିର ବ୍ୟାସାର୍ଦ୍ଧ ଦତ୍ତ ଅଛି । ପ୍ରତି ତନ୍ତୁର ଭିତରର ଆୟତନ ଓ ତମ୍ବୁରେ ଲାଗିଥିବା କପଡ଼ାର ପରିମାଣ ନିର୍ଣ୍ଣୟ କର । (π ≃ \(\frac { 22 }{ 7 }\))
(i) r = 10.5 ମି. ଓ l = 14.5 ମି.
(ii) h = 24 ମି. l = 25 ମି.
Solution:
(i) r = 10.5 ମି. ଓ l = 14.5 ମି.
h = \(\sqrt{l^2-\mathrm{r}^2}\) = \(\sqrt{(14.5)^2-(10.5)^2}\) ମି.
= \(\sqrt{(14.5+10.5)(14.5-10.5)}\) ମି. = \(\sqrt{25 \times 4}\) ମି. = 10 ମି.
∴ ଆୟତନ = \(\frac { 1 }{ 3 }\) πr2h = \(\frac { 1 }{ 3 }\) × \(\frac { 22 }{ 7 }\) × 10.5 × 10.5 × 10 ପନ.ମି. = 1155 ପନ.ମି.
∴ ଉପରେ ଲାଗିଥିବା କପରାଇ ପରିମାଣ = πrl = \(\frac { 22 }{ 7 }\) × 10.5 × 14.5 = 478.5 ବାଗ ମି.

(ii) h = 24 ମି. l = 25 ମି.
r = \(\sqrt{l^2-\mathrm{h}^2}\) = \(\sqrt{25^2-24^2}\) ମି. = \(\sqrt{625-576}\) ମି. = √49 ମି. = 7 ମି
∴ ଆୟତନ = \(\frac { 1 }{ 3 }\) πr2h = \(\frac { 1 }{ 3 }\) × \(\frac { 22 }{ 7 }\) × 7 × 7 × 24 = 1232 ଶଳା.ମି.
∴ ଉପରେ ଲାଗିଥିବା କପରାଇ ପରିମାଣ = πrl = \(\frac { 22 }{ 7 }\) × 7 × 25 = 550 ବାଗ ମି.

Question 3.
ଗୋଟିଏ କୋନ୍‌ର ଆୟତନ 12936 ଘନ ମିଟର । ଏହାର ଉଚ୍ଚତା 28 ମିଟର ହେଲେ ଭୂମିର କ୍ଷେତ୍ରଫଳ ଓ ବକ୍ରତଳର କ୍ଷେତ୍ରଫଳ ନିର୍ଣ୍ଣୟ କର । (π ≃ \(\frac { 22 }{ 7 }\))
ଗୋଟିଏ କୋନ୍‌ର ଆୟତନ 9240 ଘନ ଏକକ । ଏହାର ଭୂମିର ବ୍ୟାସାର୍ଦ୍ଧ 21 ଏକକ ହେଲେ କୋନ୍‌ର ବକ୍ରତଳର କ୍ଷେତ୍ରଫଳ ନିର୍ଣ୍ଣୟ କର । (π ≃ \(\frac { 22 }{ 7 }\))
Solution:
ମନେକର କୋନ୍‌ର ବ୍ୟାସାର୍ଦ୍ଧ = r ମି. । ∴ ଆୟତନ = \(\frac { 1 }{ 3 }\)πr2h ପ.ମି.
ପ୍ରଣାଳୀବାରେ \(\frac { 1 }{ 3 }\)πr2h = 12936 ଗନମିଟର, ⇒ \(\frac { 1 }{ 3 }\) × \(\frac { 22 }{ 7 }\) × r2 × 28 = 12936
⇒ r2 = \(\frac{12936 \times 21}{22 \times 28}\) = 441 ⇒ r = √441 = 21
∴ ଭୂମିର କ୍ଷେତ୍ରଫଳ = πr2 = \(\frac { 22 }{ 7 }\) × 21 × 21 ବର୍ଗମିଟର = 1386 ବର୍ଗମିଟର
ଦକ୍ତ ଭଳତା (l) = l = \(\sqrt{h^2+r^2}\) = \(\sqrt{28^2+21^2}\) = 35 ମି.
∴ ମନେକର କ୍ଷେତ୍ରଫଳ = πrl = \(\frac { 22 }{ 7 }\) × 21 × 35 = 2310 ବର୍ଗମିଟର

(ii) କୋନ୍‌ର ଆୟତନ = 9240 ଘନ ଏକକ, ବ୍ୟାସାର୍ଦ୍ଧ (r) = 21 ଏକକ
ମନେକର କୋନ୍‌ର ଉଚ୍ଚତା = h ଏକକ । କୋନ୍‌ର ଆୟତନ = \(\frac { 1 }{ 3 }\)πr2h ଘନ ଏକକ ।
ପ୍ରଶ୍ନନୁସାରେ \(\frac { 1 }{ 3 }\)πr2h = 9240 ଘନ ଏକକ ⇒ \(\frac { 1 }{ 3 }\) × \(\frac { 22 }{ 7 }\) × 21 × 21 × h = 9240
⇒ h = \(\frac{9240}{22 \times 21}\) ଏକକ = 20 ଏକକ
∴ ଦକ୍ତ ଭଳତା (l) = \(\sqrt{h^2+r^2}\) = \(\sqrt{20^2+21^2}\) ଏକକ = \(\sqrt{400+441}\) ଏକକ = 29 ଏକକ
∴ ମନେକର କ୍ଷେତ୍ରଫଳ = πrl = \(\frac { 22 }{ 7 }\) × 21 × 29 ବର୍ଗମିଟର = 1914 ବର୍ଗ ଏକକ |

Question 4.
(i) ଗୋଟିଏ କୋନ୍‌ର ବଜ୍ରତଳର କ୍ଷେତ୍ରଫଳ 550 ବର୍ଗ ସେ.ମି. ଏବଂ ଭୂମିର ବ୍ୟାସାର୍ଦ୍ଧ 7 ସେ.ମି. ହେଲେ କୋଟିର ଆୟତନ ଏବଂ ସମଗ୍ରପୃଷ୍ଠତଳର କ୍ଷେତ୍ରଫଳ ନିର୍ଣ୍ଣୟ କର । (π ≃ \(\frac { 22 }{ 7 }\))
(ii) ଗୋଟିଏ କୋନ୍‌ର ବକ୍ରତଳର କ୍ଷେତ୍ରଫଳ 4070 ବର୍ଗ ସେ.ମି. ଏବଂ ବକ୍ର ଉଚ୍ଚତା 17 ସେ.ମି. ହେଲେ ତାହାର ଭୂମିର କ୍ଷେତ୍ରଫଳ ଓ ଆୟତନ ନିରୂପଣ କର । (π ≃ \(\frac { 22 }{ 7 }\))
Solution:
(i) କୋନ୍‌ର ବକ୍ରତଳର କ୍ଷେତ୍ରଫଳ = 550 ବର୍ଗ ସେ.ମି., ବ୍ୟାସାର୍ଦ୍ଧ (r) = 7 ସେ.ମି.
ମନେକର କୋନ୍‌ର ଉଚ୍ଚତା = l ସେ.ମି. ଓ କୋନ୍‌ର ବଜ୍ରପୃଷ୍ଠତଳର କ୍ଷେତ୍ରଫଳ = πrl ବର୍ଗ ସେ.ମି. ।
ପ୍ରଶ୍ନନୁସାରେ πrl = 550 ବର୍ଗ ସେ.ମି. ⇒ \(\frac { 22 }{ 7 }\) × 7 × l = 550 ⇒ l = \(\frac { 550 }{ 22 }\) = 25 ସେ.ମି.
∴ କୋନ୍‌ର ଉଚ୍ଚତା (h) = \(\sqrt{l^2-\mathrm{r}^2}\) = \(\sqrt{25^2-7^2}\) = \(\sqrt{625-49}\) = \(\sqrt{576}\) = 24 ସେ.ମି.
∴ କୋନ୍‌ର ଆୟତନ = \(\frac { 1 }{ 3 }\) πr2h = \(\frac { 1 }{ 3 }\) × \(\frac { 22 }{ 7 }\) × 72 × 24 = 22 × 7 × 8 = 1232 ମନ ସେ.ମି.
ସମଗ୍ରପୃଷ୍ଠତଳର କ୍ଷେତ୍ରଫଳ = πr (l + r) = \(\frac { 22 }{ 7 }\) × 7 (25 + 7) ଦଗ ସେ.ମି.
= 22 × 32 = 704 ଦଗ ସେ.ମି.

(ii) କୋନ୍‌ର ବକ୍ରତଳର କ୍ଷେତ୍ରଫଳ = 4070 ଦଗ ସେ.ମି. ଜନ୍ତୁ ଭଳତା (l) = 37 ସେ.ମି. |
ମନେକର କୃମିର ବ୍ୟାଗାଦ = r ସେ.ମି. ସେ.ମି. ଓ କୋନ୍‌ର ବକ୍ରତଳର କ୍ଷେତ୍ରଫଳ = πrl ବର୍ଗ ସେ.ମି. ।
ପ୍ରଶ୍ନନୁସାରେ πrl = 4070 ବର୍ଗ ସେ.ମି.. ⇒ \(\frac { 22 }{ 7 }\) × r × 37 = 4070
⇒ r = \(\frac{4070 \times 7}{22 \times 37}\) ସେ.ମି. = 35 ସେ.ମି.
କୋନ୍‌ର ଉଚ୍ଚତା (h) = \(\sqrt{l^2-\mathrm{r}^2}\) = \(\sqrt{37^2-35^2}\)
= \(\sqrt{(37+35)(37-35)}\) = \(\sqrt{72 \times 2}\) = 12 ସେ.ମି.
∴ ଦୃମିର କ୍ଷେତ୍ରଫଳ = πr2 = \(\frac { 22 }{ 7 }\) × (35)2 ବର୍ଗ ସେ.ମି. = 3850 ବର୍ଗ ସେ.ମି..
∴ ଆୟତନ = \(\frac { 1 }{ 3 }\) πr2h = \(\frac { 1 }{ 3 }\) × \(\frac { 22 }{ 7 }\) × (35)2 × 12 ମନ ସେ.ମି. = 15400 ମନ ସେ.ମି.

BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(e)

Question 5.
ଯେଉଁ କୋନ୍‌ର ସମଗ୍ରପୃଷ୍ଠତଳର କ୍ଷେତ୍ରଫଳ 2816 ବର୍ଗ ସେ.ମି. ଏବଂ ଭୂମିର ବ୍ୟାସାର୍ଦ୍ଧ 14 ସେ.ମି. ତାହାର ଆୟତନ ଏବଂ ବଜ୍ରପୃଷ୍ଠତଳର କ୍ଷେତ୍ରଫଳ ସ୍ଥିର କର । (π ≃ \(\frac { 22 }{ 7 }\))
Solution:
କୋନ୍‌ର ସମଗ୍ର ପୃଷ୍ଠତଳର କ୍ଷେତ୍ରଫଳ = 2816 ବର୍ଗ ସେ.ମି., ଭୂମିର ବ୍ୟାସାର୍ଦ୍ଧ (r) = 14 ସେ.ମି. ।
ମନେକର ବକ୍ରଉଚ୍ଚତା = l ସେ.ମି. ଓ କୋନ୍‌ର ସମଗ୍ର ପୃଷ୍ଠତଳର କ୍ଷେତ୍ରଫଳ = πr(l + r) ବର୍ଗ ସେ.ମି.
ପ୍ରଶ୍ନନୁସାରେ, πr (l + r) = 2816 ବର୍ଗ ସେ.ମି. ⇒ \(\frac { 22 }{ 7 }\) × 14 (l + 14) = 2816
⇒ l + 14 = \(\frac{2816 \times 7}{22 \times 14}\) = 64 ⇒ l = 64 – 14 = 50 ସେ.ମି.
କୋନ୍‌ର ଉଚ୍ଚତା (h) = \(\sqrt{l^2-\mathrm{r}^2}\) = \(\sqrt{50^2-14^2}\) = \(\sqrt{64 \times 36}\) = 48 ସେ.ମି.
∴ ଆୟତନ = \(\frac { 1 }{ 3 }\) πr2h = \(\frac { 1 }{ 3 }\) × \(\frac { 22 }{ 7 }\) × 14 × 14 × 48 = 9856 ମନ ସେ.ମି.
∴ ବକ୍ରପୃଷ୍ଠତଳର କ୍ଷେତ୍ରଫଳ = πrl = \(\frac { 22 }{ 7 }\) × 14 × 50 ବର୍ଗ ମି. = 2200 ବର୍ଗ ମି.

Question 6.
ସମଗ୍ରପୃଷ୍ଠତଳର କ୍ଷେତ୍ରଫଳ 1386 ବର୍ଗ ସେ.ମି. ଏବଂ ବକ୍ରତଳର କ୍ଷେତ୍ରଫଳ 770) ବର୍ଗ ସେ.ମି. ହୋଇଥିବା କୋଟିର ଆୟତନ ନିରୂପଣ କର । (π ≃ \(\frac { 22 }{ 7 }\))
Solution:
ମନେକର କୋନ୍‌ର ଭୂମିର ବ୍ୟାସାର୍ଦ୍ଧ = r ସେ.ମି. ଓ ବକ୍ର ଉଚ୍ଚତା = h ସେ.ମି. ।
ପ୍ରଶ୍ନନୁସାରେ, πr (l + r) = 1386 ଦଗ ସେ.ମି. πrl = 770 ଦଗ ସେ.ମି.
∴ πr2 = πr (l + r) = (1386 – 770) ଦଗ ସେ.ମି. = 616 ଦଗ ସେ.ମି.
⇒ \(\frac { 22 }{ 7 }\) × r2 = 616 ⇒ r2 = \(\frac{616 \times 7}{22}\) = 28 × 7 = 196 ⇒ r = √196 = 14
ଦଇ ଅଛି πrl = 770 ⇒ \(\frac { 22 }{ 7 }\) × 14 × l = 770
⇒ l = \(\frac { 770 }{ 44 }\) = 17.5 ସେ.ମି.
କୋନ୍‌ର ଉଚ୍ଚତା (h) = \(\sqrt{l^2-\mathrm{r}^2}\) = \(\sqrt{(17.5)^2-(14)^2}\) = \(\sqrt{(17 \cdot 5+14)(17 \cdot 5-14)}\) = \(\sqrt{31.5 \times 3.5}\) = 10.5 ସେ.ମି.
∴ କୋନ୍‌ର ଆୟତନ = \(\frac { 1 }{ 3 }\) πr2h = \(\frac { 1 }{ 3 }\) × \(\frac { 22 }{ 7 }\) × 14 × 14 × 10.5 = 2156 ମନ ସେ.ମି.

Question 7.
(i) ଆୟତନ 12936 ଶନ ସେ.ମି. ଏବଂ r : h = 3 : 4 ହୋଇଥିବା ଏକ କୋଳର ବିକ୍ତତଳଭ ଯେତ୍ରଫଳ ମିଳ କର | (π ≃ \(\frac { 22 }{ 7 }\))
(ii) ଆୟତନ 17248 ଶନ ସେ.ମି. ଏବଂ r : l = 4 : 5 ଥିବା କୋଟିଏ କୋଳର ବିକ୍ତତଳଭ ଯେତ୍ରଫଳ ନିଶ୍ରଣ କର | (π ≃ \(\frac { 22 }{ 7 }\))
Solution:
(i) r : h = 3 : 4 | ମନେକର r = 3x ସେ.ମି. ଓ h = 4x ସେ.ମି.
ଦନ୍ତ ଚଳତା (l) = \(\sqrt{\mathrm{r}^2+\mathrm{h}^2}\) = \(\sqrt{(3 x)^2+(4 x)^2}\) = \(\sqrt{25 x^2}\) = 5x ସେ.ମି.
ଆୟତନ = \(\frac { 1 }{ 3 }\) πr2h = \(\frac { 1 }{ 3 }\) × \(\frac { 22 }{ 7 }\) × 3x × 3x × 4x = \(\frac { 264 }{ 7 }\) x3 ମନ ସେ.ମି.
ପ୍ରଶ୍ନନୁସାରେ, \(\frac { 264 }{ 7 }\) x3 = 12936 ⇒ x3 = \(\frac{12936 \times 7}{264}\) = 343 ⇒ x = \(\sqrt[3]{343}\) = 7
∴ କୋନ୍‌ର ବିକ୍ତତଳଭ ଯେତ୍ରଫଳ = πrl = \(\frac { 22 }{ 7 }\) × 3x × 5x
= \(\frac { 22 }{ 7 }\) × 3 × 7 × 5 × 7 = 2310 ଦଗ ସେ.ମି.

(ii) r : l = 4 : 5 | ମନେକର r = 4x ମି. ଦ୍ରେଲେ l = 5x ମି.
କୋନ୍‌ର ଚଳତା (h) = \(\sqrt{l^2-\mathrm{r}^2}\) = \(\sqrt{(5 x)^2-(4 x)^2}\) = \(\sqrt{9 x^2}\) = 3x ମି.
ଆୟତନ = \(\frac { 1 }{ 3 }\) πr2h = \(\frac { 1 }{ 3 }\) × \(\frac { 22 }{ 7 }\) × 4x × 4x × 3x ଶନ.ମି. = \(\frac { 352 }{ 7 }\) x3 ପନ. ସେ.ମି.
ପ୍ରଶ୍ନନୁସାରେ, \(\frac { 352 }{ 7 }\) x3 = 17248 ⇒ x3 = \(\frac{17248 \times 7}{352}\) = 343 ⇒ x = \(\sqrt[3]{343}\) = 7
∴ କୋନ୍‌ର ବିକ୍ତତଳଭ ଯେତ୍ରଫଳ = πrl = \(\frac { 22 }{ 7 }\) × 3x × 5x ଦଗ ମି.
= \(\frac { 22 }{ 7 }\) × 4 × 7 × 5 × 7 ଦଗ ମି. = 3080 ଦଗ ମି.

Question 8.
(i) (i) ଦୁଇଟି କୋନ୍‌ର ବ୍ୟାସାର୍ଦ୍ଧ ଅନୁପାତ 3 : 5 ଓ ଉଚ୍ଚତାର ଅନୁପାତ 1 : 3 ହେଲେ ସେ ଦୁଇଟିର ଆୟତନର ଅନୁପାତ ସ୍ଥିର କର ।
(ii) ଦୁଇଟି କୋନ୍‌ର ବ୍ୟାସାର୍ଦ୍ଧ ଅନୁପାତ 2 : 7 ଓ ବକ୍ରଉଚ୍ଚତାର ଅନୁପାତ 3 : 8 ହେଲେ ଉକ୍ତ କୋୟର ବକ୍ରତଳର କ୍ଷେତ୍ରଫଳର ଅନୁପାତ ଦୁଇଟି କର ।
(iii) ଦୁଇଟି କୋନ୍‌ର ଭୂମିର କ୍ଷେତ୍ରଫଳର ଅନୁପାତ 1 : 9 ଏବଂ ହେଲେ ସେ ଦୁଇଟିର ବକ୍ରଉଚ୍ଚତାର ଅନୁପାତ 5 : 21 ହେଲେ ପେ ଦୁକ୍ମଣକ୍ନତାର ଅନୁପାତ ନିର କର |
Solution:
ମନେକର ପ୍ରଥମ ଓ ଦ୍ୱିତୀୟ କୋନ୍‌ର ବ୍ୟାସାର୍ଷ, ଉଚ୍ଚତା ଓ ବକ୍ର ଉଚ୍ଚତା ଯଥାକ୍ରମେ r, h1, l1 ଏବଂ r2, h2, l2 |
(i) \(\frac{r_1}{r_2}\) = \(\frac { 3 }{ 5 }\) ଓ \(\frac{h_1}{h_2}\) = \(\frac { 1 }{ 3 }\)
∴ \(\frac{V_1}{V_2}\) = \(\frac{\frac{1}{3} \pi r_1^2 h_1}{\frac{1}{3} \pi r_2^2 h_2}\) = \(\frac{r_1 \times r_1 \times h_1}{r_2 \times r_2 \times h_2}\) = \(\frac{3}{5}\) × \(\frac{3}{5}\) × \(\frac{1}{3}\) 3 : 25
∴ କୋନ୍ ଦ୍ବୟର ଆୟତନର ଅନୁପାତ 3 : 25 |

(ii) \(\frac{r_1}{r_2}\) = \(\frac { 2 }{ 7 }\) ଓ \(\frac{l_1}{l_2}\) = \(\frac { 3 }{ 8 }\)
∴ \(\frac{S_1}{S_2}\) = \(\frac{\pi \mathrm{r}_1 l_1}{\pi \mathrm{r}_2 l_2}\) = \(\frac{r_1}{r_2}\) × \(\frac{l_1}{l_2}\) = \(\frac { 2 }{ 7 }\) × \(\frac { 3 }{ 8 }\) = 3 : 28
∴ କୋନ୍ ଦୁଇଟିର ବକ୍ରତଳର କ୍ଷେତ୍ରଫଳର ଅନୁପାତ 3 : 28 |

(iii) \(\frac{\pi r_1^2}{\pi r_2{ }^2}\) = \(\frac { 1 }{ 9 }\) ⇒ \(\frac{r_1}{r_2}\) = \(\frac { 1 }{ 9 }\) ⇒ \(\frac{r_1}{r_2}\) = \(\frac { 1 }{ 3 }\)
\(\frac{\pi r_1 l_1}{\pi r_2 l_2}\) = \(\frac{r_1}{r_2}\) × \(\frac{l_1}{l_2}\) = \(\frac { 1 }{ 3 }\) × \(\frac{l_1}{l_2}\)
ପ୍ରଶ୍ନନୁସାରେ, \(\frac { 1 }{ 3 }\) × \(\frac{l_1}{l_2}\) = \(\frac { 5 }{ 21 }\) ⇒ \(\frac{l_1}{l_2}\) = \(\frac { 5 }{ 7 }\)
∴ କୋନ୍‌ଦ୍ବୟର ବକ୍ରଉଚ୍ଚତାର ଅନୁପାତ 5 : 7 |

Question 9.
(i) ଏକ କୋନ୍‌ର ଉଚ୍ଚତା ଏହାର ବକ୍ରଉଚ୍ଚତାର ଅଧା । କୋନ୍‌ର ବ୍ୟାସାର୍କ୍ 5√3 ସେ.ମି. ହେଲେ ଏହାର ଘନଫଳ ନିଶ୍ଚୟ କର । (π ≃ 3.14)
(ii) ଏକ କୋନ୍‌ର ଉଚ୍ଚତା ଏହାର ବ୍ୟାସାର୍ଦ୍ଧର ଅଧା । କୋନ୍‌ର ବକ୍ରଉଚ୍ଚତା 50 ସେ.ମି. ହେଲେ ଏହାର ଘନଫଳ ନିର୍ଣ୍ଣୟ କର । (π ≃ 3.14)
(iii) ଏକ କୋନ୍‌ର ଉଚ୍ଚତା ଓ ଏହାର ଭୂମିର ବ୍ୟାସର ଅନୁପାତ 2 : 3 ଏବଂ ଏହାର ବକ୍ରଉଚ୍ଚତା 20 ସେ.ମି. ହେଲେ ଏହାର ଘନଫଳ ନିର୍ଣ୍ଣୟ କର । (n ≃ √10 )
Solution:
(i) ମନେକର କୋନ୍‌ର ଉଚ୍ଚତା (h) = x ସେ.ମି., ବକ୍ର ଉଚ୍ଚତା (l) = 2x ସେ.ମି.
ଦ୍ୟାପାଦ (r) = \(\sqrt{l^2-\mathrm{h}^2}\) = \(\sqrt{(2 x)^2-(x)^2}\) = √3 x ସେ.ମି.
ପ୍ରଶ୍ନନୁସାରେ, √3x = 5√3 ⇒ x = 5
∴ କୋନ୍‌ର ଘନଫଳ = \(\frac { 1 }{ 3 }\) πr2h = \(\frac { 1 }{ 3 }\) × 3.14 × (√3x)2 × x ପନ. ସେ.ମି.
= \(\frac { 3.14 }{ 3 }\) × 5√3 × 5√3 × 5 ପନ. ସେ.ମି. = 392.5 ପନ. ସେ.ମି.

(ii) ମନେକର କୋନ୍‌ର ଉଚ୍ଚତା (h) = x ସେ.ମି. ।
ବ୍ୟାସାର୍ଦ୍ଧ (r) = 2x ସେ.ମି.
ବକ୍ତ ଭଳତା (l) = \(\sqrt{\mathrm{r}^2+\mathrm{h}^2}\) = \(\sqrt{(2 x)^2+(x)^2}\) ସେ.ମି. = √5x ସେ.ମି.
ପ୍ରଶ୍ନନୁସାରେ, √5x = 50 ⇒ x = \(\frac{50}{\sqrt{5}}\) = 10√5
r = 2x ସେ.ମି. = 20 √5 ସେ.ମି. h = x ସେ.ମି. = 10 √5 ସେ.ମି.
∴ କୋନ୍‌ର ଘନଫଳ = \(\frac { 1 }{ 3 }\) πr2h = \(\frac { 1 }{ 3 }\) × 3.14 × 20√5 × 20√5 × 10√5
= \(\frac{62800 \sqrt{5}}{3}\) = 20933.33√5 ପନ. ସେ.ମି.

(iii) ମନେକର କୋନ୍‌ର ଉଚ୍ଚତା (h) = 2x ସେ.ମି. ଭୂମିର ବ୍ୟାପ = 3x ସେ.ମି.
ଭୂମିର ବ୍ୟାପ।ଘ = \(\frac { 3x }{ 2 }\) ସେ.ମି.
BSE Odisha 10th Class Maths Solutions Geometry Chapter 6 Img 7

BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(e)

Question 10.
ଏକ ସମଘନାକାର କାଠଖଣ୍ଡର ପ୍ରତ୍ୟେକ ବାହୁର ଦୈର୍ଘ୍ୟ 21 ସେ.ମି. । ଏଥୁରୁ କଟାଯାଇ ମିଳିଥିବା ବୃହତ୍ତମ ଆୟତନ ବିଶିଷ୍ଟ କୋନ୍‌ର ଘନଫଳ ଓ ସମଗ୍ରପୃଷ୍ଠତଳର କ୍ଷେତ୍ରଫଳ ନିର୍ଣ୍ଣୟ କର । (π ≃ \(\frac { 22 }{ 7 }\))
Solution:
ସମଘନାକାର କାଠଖଣ୍ଡର ପ୍ରତ୍ୟେକ ବାହୁର ଦୈର୍ଘ୍ୟ = 21 ସେ.ମି. ଏଥୁରୁ କଟାଯାଇ ମିଳିଥିବା ବୃହତ୍ତମ ଆୟତନ ବିଶିଷ୍ଟ କୋନ୍‌ର ଭୂମିର ବ୍ୟାପ = 21 ସେ.ମି.
∴ଦୈର୍ଘ୍ୟ (r) = \(\frac { 21 }{ 2 }\) ସେ.ମି.
କୋନ୍‌ର ଘନଫଳ (h) = 21 ସେ.ମି.
∴ ଘନଫଳ = \(\frac { 1 }{ 3 }\) πr2h = \(\frac { 1 }{ 3 }\) × \(\frac { 22 }{ 7 }\) × \(\frac { 21 }{ 2 }\) × \(\frac { 21 }{ 2 }\) × 21 ପନ. ସେ.ମି. = 2425.5 ପନ. ସେ.ମି.
BSE Odisha 10th Class Maths Solutions Geometry Chapter 6 Img 1
ଦକୁ ଭଲଭା (l) = \(\sqrt{r^2+h^2}\) = \(\sqrt{\left(\frac{21}{2}\right)^2+21^2}\) ସେ.ମି.
= \(\sqrt{\frac{21^2}{4}+21^2}\) ସେ.ମି. = 21 × \(\frac{\sqrt{5}}{2}\) ସେ.ମି.
∴ ସମଘନାକାର କ୍ଷେତ୍ରଫଳ = πr (l + r) = \(\frac { 22 }{ 7 }\) × \(\frac { 21 }{ 2 }\) × \(\left(\frac{21 \sqrt{5}}{2}+\frac{21}{2}\right)\)
= 33 × \(\frac { 21 }{ 2 }\) (√5 + 1) = 693 \(\frac{\sqrt{5}+1}{2}\) = 346.5 (√5 + 1) ଦଗ ସେ.ମି.

Question 11.
ବୃତ୍ତକଳା ଆକୃତିର ଗୋଟିଏ ଟିଣପତ୍ରକୁ ମୋଡ଼ି ତା’ର ଦୁଇ ପାଖର ବ୍ୟାସାର୍ଷକୁ ଯୋଡ଼ି ଝଳାଇ କରି କୋନ୍ ଆକାର ବିଶିଷ୍ଟ ଏକ ପାତ୍ର ପ୍ରସ୍ତୁତ କରାଗଲା । ଟିଣପତ୍ରଟିର ବ୍ୟାସାର୍ଦ୍ଧ 12 ସେ.ମି. ଏବଂ ବ୍ୟାସାର୍ଦ୍ଧଦ୍ଵୟର ମଧ୍ୟବର୍ତୀ କୋଣ ପରିମାଣ 120° ହେଲେ ପ୍ରସ୍ତୁତ ପାତ୍ରଟିରେ କେତେ ପାଣି ରହିପାରିବ ?
ସମାଧାନ :
ଟିଣପତ୍ରର ବ୍ୟାସାର୍ଦ୍ଧ (1) = 12 ସେ.ମି.
ବକ୍ର ଉଚ୍ଚତା (l) = 12 ସେ.ମି.
କେନ୍ଦ୍ରସ୍ଥ କୋଣର ପରିମାଣ (θ) =120°
∴ବୃତ୍ତକଳାର ଚାପର ଦୈର୍ଘ୍ୟ (L) = \(\frac{\theta \pi r}{180}\)
= \(\frac{120 \pi \times 12}{180}\) = 8π ସେ.ମି.
BSE Odisha 10th Class Maths Solutions Geometry Chapter 6 Img 2
∴ କୋନ୍‌ର ଭୂମିର ପରିଧୂ = 8π ସେ.ମି.
ମନେକର କୋନ୍‌ର ଭୂମିର ବ୍ୟାସାର୍ଦ୍ଧ r ସେ.ମି.
∴ 2πr = 8π = 2 × π × r = 8π ⇒ r = 4
କୋଣର (h) = \(\sqrt{l^2-\mathrm{r}^2}\) = \(\sqrt{12^2-4^2}\) = \(\sqrt{144-16}\) = \(\sqrt{128}\) = 8√2 ସେ.ମି.
∴ କୋନ୍‌ର ଣପତ୍ରକୁ = \(\frac { 1 }{ 3 }\)πr2h = \(\frac { 1 }{ 3 }\) × \(\frac { 22 }{ 7 }\) × 4 × 4 × 8√2
= \(\frac{2816 \sqrt{2}}{21}\) ଦଗ ସେ.ମି.
∴ ପ୍ରସ୍ତୁତ ପାତ୍ରରେ \(\frac{2816 \sqrt{2}}{21}\) ଘନ ସେ.ମି. ପାଣି ରହିପାରିବ ।

Question 12.
ଗୋଟିଏ ନିଦା କୋନ୍‌ର ଭୂମିର ବ୍ୟାସ 6 ସେ.ମି. ଓ ଉଚ୍ଚତା 8 ସେ.ମି. । ଏହାକୁ ଆଂଶିକ ଜଳପୂର୍ଣ୍ଣ ଏକ ସିଲିଣ୍ଡର ଆକାରର ପାତ୍ର ମଧ୍ୟରେ ସମ୍ପୂର୍ଣ୍ଣ ରୂପେ ବୁଡ଼ାଇ ଦିଆଗଲା । ସିଲିଣ୍ଡରର ଭିତରର ବ୍ୟାସ 8 ସେ.ମି. ହେଲେ କୋନ୍‌ର ଥିବା କଳାସ୍ତର କେତେ ଦାନ୍ତି ପାଳିତ ?
Solution:
କୋନ୍‌ର ବ୍ୟାସାର୍ଦ୍ଧ (r) = \(\frac { ବ୍ୟାସ }{ 3 }\) = \(\frac { 6 }{ 2 }\) = 3 ସେ.ମି. ଓ ଉଚ୍ଚତା (h) = 8 ସେ.ମି.
∴ କୋନ୍‌ର ଘନଫଳ = \(\frac { 1 }{ 3 }\) πr2h = \(\frac { 1 }{ 3 }\) × π × 32 × 8 ପନ. ସେ.ମି. = 24π ପନ. ସେ.ମି.
ସିଲିଣ୍ଡରର ଭୂମିର କ୍ଷେତ୍ରଫଳ = πr2 = π(\(\frac { 8 }{ 2 }\))2 = 16π ଦଗ ସେ.ମି.
କୋନ୍‌ର ଆୟତନ = ବୃଦ୍ଧି ପାଇଥିବା ଭଲଭ ଆୟତନ = 16π × କଲ ପ୍ତରର ପ୍ରତିର ଭଳତା |
∴ କଳସ୍ତରର ଉଲତା ହନିସାର = \(\frac { 24π }{ 16π }\) ସେ.ମି. = 1.5 ସେ.ମି.

Question 13.
ଗୋଟିଏ ତମ୍ବୁର ନିମ୍ନ ଅଂଶ ସିଲିଣ୍ଡର ଆକୃତି ବିଶିଷ୍ଟ ଯାହାର ବ୍ୟାସାର୍ଦ୍ଧ 35 ମି. ଓ ଉଚ୍ଚତା 8 ମି. ଏବଂ ଊର୍ଥାଂଶ 35 ମି. ବ୍ୟାସାର୍ଦ୍ଧ ଏବଂ 12 ମି. ଉଚ୍ଚତା ବିଶିଷ୍ଟ ଏକ କୋଡ୍ ଆକାରର । ତମ୍ବୁଟିକୁ ପ୍ରସ୍ତୁତ କରିବାପାଇଁ କେତେ ବର୍ଗମିଟର କପଡ଼ା ଲାଗିଥ୍ ସ୍ଥିର କର । (π ≃ \(\frac { 22 }{ 7 }\))
Solution:
ସିଲିଣ୍ଡରର ବ୍ୟାସାର୍ଦ୍ଧ (r) = 35 ମି. ଉଚ୍ଚତା (h) = 8 ମି.
ସିଲିଣ୍ଡରର ବଜ୍ରପୃଷ୍ଠତଳର କ୍ଷେତ୍ରଫଳ = 2πrh
= 2 × \(\frac { 22 }{ 7 }\) × 35 × 8 = 1760 ଦଗ.ମି.
BSE Odisha 10th Class Maths Solutions Geometry Chapter 6 Img 3
କୋନ୍‌ର ବ୍ୟାସାର୍ଦ୍ଧ (r) = 35 ମି. ଓ ଉଚ୍ଚତା (h) = 12 ମି.
ବକ୍ତ ଭଳତା (l) = \(\sqrt{r^2+h^2}\) = \(\sqrt{35^2+12^2}\) ମି. = \(\sqrt{1225+144}\) ମି. = \(\sqrt{1369}\) ମି. = 37 ମି.
∴ କୋନ୍‌ର ବକ୍ରତଳର କ୍ଷେତ୍ରଫଳ = πrl

BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(e)

Question 14.
ଏକ ତମ୍ବୁର ନିମ୍ନ ଅଂଶ 30 ମି. ଉଚ୍ଚତା ବିଶିଷ୍ଟ ସରଳ ବୃତ୍ତ ଭୂମିକ ସିଲିଣ୍ଡର ଓ ଉପର ଅଂଶ କୋଡ୍ ଆକାର ବିଶିଷ୍ଟ । ଏହାର ଭୂମିର ବ୍ୟାସାର୍ଦ୍ଧ 21 ମି. ଏବଂ ଭୂପୃଷ୍ଠରୁ ତମ୍ବୁଶୀର୍ଷର ଉଚ୍ଚତା 58 ମି. ହେଲେ ତମ୍ବୁରେ ବ୍ୟବହୃତ କ୍ୟାନ୍‌ସ୍‌ର କ୍ଷେତ୍ରଫଳ ନିର୍ଣ୍ଣୟ କର । (π ≃ \(\frac { 22 }{ 7 }\))
Solution:
ପିଲିଣ୍ଡରର ବ୍ୟାସାଦି (r) = 21 ମି., h = 30 ମି.
ସିଲିଣ୍ଡରର ବଜ୍ରପୃଷ୍ଠତଳର କ୍ଷେତ୍ରଫଳ = 2πrh
= 2 × \(\frac { 22 }{ 7 }\) × 21 × 30 = 3960 ଦଗ.ମି.
BSE Odisha 10th Class Maths Solutions Geometry Chapter 6 Img 4

Question 15.
ଗୋଟିଏ ଜଳପୂର୍ଣ୍ଣ କୋନ୍ ଆକାର ବିଶିଷ୍ଟ ଏକ ପାତ୍ରର ଉପର ବୃତ୍ତାକାର ଧାରର ବ୍ୟାସାର୍ଦ୍ଧ 2.5 ସେ.ମି. ଏବଂ ଗଭୀରତା 11 ସେ.ମି. | 0.25 ସେ.ମି. ବ୍ୟାସାର୍କ ବିଶିଷ୍ଟ କେତେଗୋଟି ସୀସା ଗୋଲି ଏହା ମଧ୍ୟକୁ ପକାଇଲେ ଏଥ‌ିରେ ଥିବା ଜଳର \(\frac { 2 }{ 5 }\) ଅଂଶ ବାହାରକୁ ଅପସାରିତ ହୋଇଯିବ, ସ୍ଥିର କର । (π ≃ \(\frac { 22 }{ 7 }\))
Solution:
ଜଳପୂର୍ଣ କୋନ୍ ଆକାର ବିଶିଷ୍ଟ ପାତ୍ରର ବ୍ୟାସାର୍ଦ୍ଧ (r) = 2.5 ସେ.ମି.
ଏବଂ ଗଭୀରତା ବା ଉଚ୍ଚତା (h) = 11 ସେ.ମି.
କୋନ୍‌ରେ ଥ‌ିବା ଜଳର ଆୟତନ = \(\frac { 1 }{ 3 }\) πr2h = \(\frac { 1 }{ 3 }\) π × (2.5)2 × 11 ଣନ ସେ.ମି.
ଅପସାରିତ ଜଳର ପରିମାଣ = \(\frac { 1 }{ 3 }\) π × (2.5)2 × 11 × \(\frac { 2 }{ 5 }\) ଣନ ସେ.ମି.
ସୀସାଗୋଲିର ବ୍ୟାସାର୍ଦ୍ଧ (r1) = 0.25 ସେ.ମି.
ସୀସାଗୋଲିର ଆୟତନ = \(\frac { 4 }{ 3 }\) π × (0.25)3 ଣନ ସେ.ମି.
BSE Odisha 10th Class Maths Solutions Geometry Chapter 6 Img 6

Question 16.
ଗୋଟିଏ ସମକୋଣୀ ତ୍ରିଭୁଜର ସମକୋଣ ସଂଲଗ୍ନ ବାହୁଦ୍ୱୟର ଦୈର୍ଘ୍ୟ 12ସେ.ମି. ଓ 5 ସେ.ମି. । ଏହାର ବୃହତ୍ତମ ବାହୁକୁ ସ୍ଥିର ରଖ୍ ତା’ର ଚାରିପାଖରେ ତ୍ରିଭୁଜଟିକୁ ଘୂରାଇଲେ ଯେଉଁ କୋନ୍ ସୃଷ୍ଟି ହେବ, ଘନଫଳ ଏବଂ ସମଗ୍ରପୃଷ୍ଠତଳର କ୍ଷେତ୍ରଫଳ ‘π’ମାଧ୍ୟମରେ ପ୍ରକାଶ କର ।
Solution:
ମନେକର ABC ସମକୋଣୀ ତ୍ରିଭୁଜର AB = 12 ସେ.ମି. ଓ BC = 5 ସେ.ମି. |
∴ AC = \(\sqrt{\mathrm{AB}^2+\mathrm{BC}^2}\) = \(\sqrt{12^2+5^2}\)
= \(\sqrt{25+144}\) = \(\sqrt{169}\) = 13 ସେ.ମି.
BSE Odisha 10th Class Maths Solutions Geometry Chapter 6 Img 5
କ୍ଷୁଦ୍ରତମ ବାହୁ \(\overline{\mathrm{AB}}\) ର ଚତୁର୍ଦ୍ଦିଗରେ ଘୂରାଇଲେ ଯେଉଁ କୋଟି ଉତ୍ପନ୍ନ ହେବ ତାହାର ଆଧାରର ବ୍ୟାସାର୍ଦ୍ଧ BC ହେବ ।
∴ ଏହାର ସମଗ୍ର ପୃଷ୍ଠତଳର କ୍ଷେତ୍ରଫଳ = ଆଧାରର କ୍ଷେତ୍ରଫଳ + ବକ୍ରତଳର କ୍ଷେତ୍ରଫଳ
= π (BC)2 + π. BC . AC = π. BC (BC + AC) = π × 5 × 18 = 90π ଦଗ ସେ.ମି.|
ଆୟତନ = \(\frac { 1 }{ 3 }\) π (BC)2 × AB = \(\frac { 1 }{ 3 }\) π. 52 . 12 = 100π ଦଗ ସେ.ମି.|

BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(f)

Odisha State Board BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(f) Textbook Exercise Questions and Answers.

BSE Odisha Class 10 Maths Solutions Geometry Chapter 5 ପରିମିତି Ex 5(f)

Question 1.
ନିମ୍ନରେ କେତେକ ଗୋଲକର ବ୍ୟାସାର୍ଦ୍ଧ r କିମ୍ବା ବ୍ୟାସ d ଦତ୍ତ ଅଛି । ପ୍ରତ୍ୟେକ କ୍ଷେତ୍ରରେ ଗୋଲକର ପୃଷ୍ଠତଳର କ୍ଷେତ୍ରଫଳ ଓ ଆୟତନ ନିର୍ଣ୍ଣୟ କର । (π ≃ \(\frac { 22 }{ 7 }\))
(i) r = 21 ସେ.ମି.
(ii) d = 14 ସେ.ମି.
(iii) r = 10.5 ସେ.ମି.
Solution:
ଗୋଲକର ପୃଷ୍ଠତଳର କ୍ଷେତ୍ରଫଳ = 4πr2 ବର୍ଗ ଏକକ
ଗୋଲକର ଆୟତନ = \(\frac { 4 }{ 3 }\) πr3 ଘନ ଏକକ

(i) r = 21 ସେ.ମି.
∴ ଗୋଲକର ପୃଷ୍ଠତଳର କ୍ଷେତ୍ରଫଳ = 4πr2 = 4 × \(\frac { 22 }{ 7 }\) × (21)2= 5544 ଦ. ସେ.ମି.
∴ ଗୋଲକର ଆୟତନ = \(\frac { 4 }{ 3 }\) πr3 = \(\frac { 4 }{ 3 }\) × \(\frac { 22 }{ 7 }\) × (21)3
= 4 × 22 × (21)2 = 38808 ଶ.ସେ.ମି.

(ii) d = 14 ସେ.ମି. ⇒ r = \(\frac { 14 }{ 2 }\) = 7 ସେ.ମି.
∴ ଗୋଲକର ପୃଷ୍ଠତଳର କ୍ଷେତ୍ରଫଳ = 4πr2 = 4 × \(\frac { 22 }{ 7 }\) × (7)2 = 616 ଦ. ସେ.ମି.
∴ ଗୋଲକର ଆୟତନ = \(\frac { 4 }{ 3 }\)πr3 = \(\frac { 4 }{ 3 }\) × \(\frac { 22 }{ 7 }\) × (7)3 = \(\frac{4312}{3}\) = 1437\(\frac { 1 }{ 3 }\) ଦ. ସେ.ମି.

(iii) r = 10.5 ସେ.ମି. = 21 ସେ.ମି..
∴ ଗୋଲକର ପୃଷ୍ଠତଳର କ୍ଷେତ୍ରଫଳ = 4πr2 = 4 × \(\frac { 22 }{ 7 }\) × \(\frac { 21 }{ 2 }\) × \(\frac { 21 }{ 2 }\) = 1386 ଦ. ସେ.ମି.
∴ ଗୋଲକର ଆୟତନ = \(\frac { 4 }{ 3 }\)πr3 = \(\frac { 4 }{ 3 }\) × \(\frac { 22 }{ 7 }\) × (\(\frac { 21 }{ 2 }\))3 = 4851 ଶ.ସେ.ମି.

BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(f)

Question 2.
ନିମ୍ନରେ ପ୍ରତ୍ୟେକ କ୍ଷେତ୍ରରେ ତିନୋଟି ଲେଖାଏଁ ଧାତବ ଗୋଲକର ବ୍ୟାସାର୍ଦ୍ଧ ଦତ୍ତ ଅଛି । ସେଗୁଡ଼ିକୁ ତରଳାଇ ଗୋଟିଏ ଗୋଲକରେ ପରିଣତ କଲେ, ପ୍ରତ୍ୟେକ ସ୍ଥଳେ ନୂତନ ଗୋଲକର ବ୍ୟାସାର୍ଦ୍ଧ କେତେ ହେବ ? (π ≃ \(\frac { 22 }{ 7 }\))
(i) 3 ସେ.ମି., 4 ସେ.ମି., 5 ସେ.ମି.
(ii) 8 ସେ.ମି., 6 ସେ.ମି., 1 ସେ.ମି.
(iii) 17 ସେ.ମି., 14 ସେ.ମି., 7 ସେ.ମି.
Solution:
(i)
ତିନୋଟି ଗୋଲକର ବ୍ୟାସାର୍ଦ୍ଧ ଯଥାକ୍ରମେ 3 ସେ.ମି., 4 ସେ.ମି. ଓ 5 ସେ.ମି. ।
ମନେକର ନୂତନ ଗୋଲକର ବ୍ୟାସାର୍ଦ୍ଧ R ସେ.ମି. ।
ଗୋଲକମାନକର ଆୟତନର ସମସି = ନୂତନ ଗୋଲାକାର ଆୟତନ
⇒ \(\frac { 4 }{ 3 }\) π(3)3 + \(\frac { 4 }{ 3 }\) π (4)3 + \(\frac { 4 }{ 3 }\) π (5)3 = \(\frac { 4 }{ 3 }\) πR3
⇒ \(\frac { 4 }{ 3 }\) π 33 + 43 + 53) = \(\frac { 4 }{ 3 }\) πR3
⇒ 27 + 64 + 125 = R3
⇒ R3 = 216 ⇒ R = 6 ସେ.ମି.
∴ ନୂତନ ଗୋଲକର ବ୍ୟାସାର୍ଦ୍ଧ 6 ସେ.ମି. ।

(ii) ତିନୋଟି ଗୋଲକର ବ୍ୟାସାର୍ଦ୍ଧ ଯଥାକ୍ରମେ 8 ସେ.ମି., 6 ସେ.ମି. ଓ 1 ସେ.ମି. ।
ମନେକର ନୂତନ ଗୋଲକର ବ୍ୟାସାର୍ଦ୍ଧ R ସେ.ମି. |
⇒ \(\frac { 4 }{ 3 }\) π(8)3 + \(\frac { 4 }{ 3 }\) π(6)3 + \(\frac { 4 }{ 3 }\) π(1)3 = \(\frac { 4 }{ 3 }\) πR3
⇒ \(\frac { 4 }{ 3 }\) π(8)3 + 63 + 1)3 = \(\frac { 4 }{ 3 }\) πR3 ⇒ 512 + 216 + 1 = R3
⇒ R3 = 729 ⇒ R = 9 ସେ.ମି.
∴ ନୂତନ ଗୋଲକର ବ୍ୟାସାର୍ଦ୍ଧ 9 ସେ.ମି. |

(iii) ତିନୋଟି ଗୋଲକର ବ୍ୟାସାର୍ଦ୍ଧ ଯଥାକ୍ରମେ 17 ସେ.ମି., 14 ସେ.ମି. ଓ 1 ସେ.ମି. ।
ମନେକର ନୂତନ ଗୋଲକର ବ୍ୟାସାର୍ଦ୍ଧ R ସେ.ମି. ।
ଗୋଲକମାନକର ଆୟତନର ସମସି = ନୂତନ ଗୋଲାକାର ଆୟତନ
⇒ \(\frac { 4 }{ 3 }\) π (17)3 + \(\frac { 4 }{ 3 }\) π (14)3 + \(\frac { 4 }{ 3 }\) π (7)3 = \(\frac { 4 }{ 3 }\) πR3
⇒ 4913 + 2744 + 343 = R3
⇒ R3 = 8000 ⇒ R = 20 ସେ.ମି.
∴ ନୂତନ ଗୋଲକର ବ୍ୟାସାର୍ଦ୍ଧ 20 ସେ.ମି. ।

Question 3.
ନିମ୍ନ ପ୍ରତ୍ୟେକ କ୍ଷେତ୍ରରେ ଦୁଇଟି ଲେଖାଏଁ ଗୋଲକର ବ୍ୟାସର ଅନୁପାତ ବା ବ୍ୟାସାର୍ଦ୍ଧର ଅନୁପାତ ଦର ଅଛି । ପ୍ରତ୍ୟେକ କ୍ଷେତ୍ରରେ ଗୋଲକଦ୍ୱୟର ଆୟତନର ଅନୁପାତ ଏବଂ ପୃଷ୍ଠତଳର କ୍ଷେତ୍ରଫଳର ଅନୁପାତ ନିଶ୍ଚୟ କର ।
(i) \(\frac{d_1}{d_2}\) = \(\frac { 3 }{ 4 }\)
(ii) \(\frac{r_1}{r_2}\) = \(\frac { 1 }{ 3 }\)
(iii) \(\frac{r_1}{r_2}\) = \(\frac { 2 }{ 5 }\)
Solution:
BSE Odisha 10th Class Maths Solutions Geometry Chapter 5 Img 1
BSE Odisha 10th Class Maths Solutions Geometry Chapter 5 Img 2
BSE Odisha 10th Class Maths Solutions Geometry Chapter 5 Img 3

Question 4.
ଗୋଟିଏ ଗୋଲକର ଆୟତନ \(\frac{792}{7}\) ଘନ ସେ.ମି. ହେଲେ ତା’ର ପୃଷ୍ଠତଳର କ୍ଷେତ୍ରଫଳ ନିର୍ଣ୍ଣୟ କର । (π ≃ \(\frac { 22 }{ 7 }\))
Solution:
ମନେକର ଗୋଲକ ଦ୍ୟାମାଦି r ସେ.ମି. | ∴ ଗୋଲକ ଅନୁପାତ = \(\frac { 4 }{ 3 }\) × \(\frac { 22 }{ 7 }\) r3 = \(\frac { 792 }{ 7 }\)
ପ୍ରଶାନ୍ତପାରେ \(\frac { 4 }{ 3 }\) πr3 = \(\frac { 792 }{ 7 }\) ⇒ \(\frac { 4 }{ 3 }\) × \(\frac { 22 }{ 7 }\) r3 = \(\frac { 792 }{ 7 }\)
⇒ r3 = \(\frac { 792 }{ 7 }\) × \(\frac{7 \times 3}{22 \times 4}\) = 27 ⇒ r = 3 ସେ.ମି.
∴ ଗୋଲକର ପୃଷ୍ଠତଳର କ୍ଷେତ୍ରଫଳ = 4πr2 = 4 × \(\frac { 22 }{ 7 }\) × 32 = \(\frac { 792 }{ 7 }\) = 113\(\frac { 1 }{ 7 }\) = 113 ବ. ସେ.ମି. |

Question 5.
(i) ଗୋଟିଏ ଗୋଲକର ପୃଷ୍ଠତଳର କ୍ଷେତ୍ରଫଳ 616 ବ. ସେ.ମି. ହେଲେ ତା’ର ଆୟତନ ନିର୍ଣ୍ଣୟ କର । (π ≃ \(\frac { 22 }{ 7 }\))
(ii) ଗୋଟିଏ ଗୋଲକର ପୃଷ୍ଠତଳର କ୍ଷେତ୍ରଫଳ 5544 ବ. ସେ.ମି. ହେଲେ ତା’ର ବ୍ୟାସାର୍ଦ୍ଧ କେତେ ? (π ≃ \(\frac { 22 }{ 7 }\))
Solution:
(i) ମନେକର ଗୋଲକର ବ୍ୟାସାର୍ଦ୍ଧ r ସେ.ମି. ଓ ପୃଷ୍ଠତଳର କ୍ଷେତ୍ରଫଳ = 4πr2 ବର୍ଗ ସେ.ମି.
ପ୍ରଶାନ୍ତପାରେ, 4πr2 = 616 ⇒ 4 × \(\frac { 22 }{ 7 }\) × r2 = 616
⇒ r2 = \(\frac{616 \times 7}{4 \times 22}\) = 49 ⇒ r = √49 = 7 ସେ.ମି.
∴ ଆୟତନ = \(\frac { 4 }{ 3 }\) πr3 = \(\frac { 4 }{ 3 }\) × \(\frac { 22 }{ 7 }\) × 73 = \(\frac { 4312 }{ 3 }\) ବ 1437\(\frac { 1 }{ 3 }\) ପନ. ସେ.ମି. |

(ii) ମନେକର ଗୋଲକର ବ୍ୟାସାର୍ଦ୍ଧ r ସେ.ମି. |
∴ ଏହାର ପୃଷ୍ଠତଳର କ୍ଷେତ୍ରଫଳ = 4πr2 ବର୍ଗ ସେ.ମି.
ପ୍ରଶାନ୍ତପାରେ, 4πr2 = 5544 ⇒ 4 × \(\frac { 22 }{ 7 }\) × r2 = 5544
⇒ r2 = \(\frac{5544 \times 7}{4 \times 22}\) = 441 ⇒ r = √441 = 21 ସେ.ମି.
∴ ଗୋଲକର ବ୍ୟାସାର୍ଦ୍ଧ 21 ସେ.ମି. ।

BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(f)

Question 6.
ଗୋଟିଏ ଗୋଲକର ଘନଫଳ 19404 ଘନ ମିଟର । ଏହାର ସମଘନଫଳବିଶିଷ୍ଟ ଏକ ଅର୍ଦ୍ଧ ଗୋଲକର ବ୍ୟାସାର୍ଦ୍ଧ କେତେ ? (π ≃ \(\frac { 22 }{ 7 }\))
Solution:
ଏକ ଗୋଲକର ଘନଫଳ = 19404 ଘନ ମି. = ଅନ୍ୟ ଏକ ଅର୍ଦ୍ଧଗୋଲକର ଘନଫଳ
ମନେକର ଅର୍ଦ୍ଧଗୋଲକର ବ୍ୟାସାର୍ଦ୍ଧ = r ମି. । ∴ଅର୍ଦ୍ଧଗୋଲକର ଘନଫଳ = \(\frac { 2 }{ 3 }\) πr3 ଘନ ମି.
ପ୍ରଶ୍ନନୁସାରେ, \(\frac { 2 }{ 3 }\) πr3 = 19404 ⇒ \(\frac { 2 }{ 3 }\) × \(\frac { 22 }{ 7 }\) × r3 = 19404
⇒ r3 = 19404 × \(\frac { 7 }{ 22 }\) × \(\frac { 3 }{ 2 }\) = 9261 ⇒ r = \(\sqrt[3]{9261}\) = 21 ମି.
∴ ଅର୍ଦ୍ଧଗୋଲକର ବ୍ୟାସାର୍ଦ୍ଧ 21 ମି. |

Question 7.
9 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ଧାତବ ଗୋଲକକୁ ତରଳାଇ ସେଥୁ
(i) 1 ସେ.ମି. ବ୍ୟାସାଦ୍ଧ ବିଶିଷ୍ଟ କେତୋଟି କ୍ଷୁଦ୍ର ଗୋଲକ ପ୍ରସ୍ତୁତ କରାଯାଇପାରିବ ? \(\frac { 22 }{ 7 }\)
(ii) 1 ସେ.ମି. ବ୍ୟାସ ବିଶିଷ୍ଟ ବୃତ୍ତାକାର ପ୍ରସ୍ଥଚ୍ଛେଦଥାଇ କେତେ ଲମ୍ବର ତାର ପ୍ରସ୍ତୁତ କରାଯାଇପାରିବ ? \(\frac { 22 }{ 7 }\)
Solution:
(i) 9 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଗୋଲକକୁ ତରଳାଇ = \(\frac { 22 }{ 7 }\) π × 93 ମି.ସେ.ମି.
1 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ କ୍ଷୁଦ୍ର ଗୋଲକର ଘନଫଳ = \(\frac { 4 }{ 3 }\) π (l)3 = \(\frac { 4 }{ 3 }\) π ପନ. ସେ.ମି.
∴ ଯୁଦ୍ର ଗୋଲକରି ସଂଖ୍ୟା = \(\frac{\frac{4}{3} \pi \times 9^3}{\frac{4}{3} \pi}\) = 93 = 729

(ii) 9 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଗୋଲକର ଘନପଳ = \(\frac { 4 }{ 3 }\) π × 93 ମି.ସେ.ମି.
1 ସେ.ମି. ବ୍ୟାସ (ବ୍ୟାସାର୍ଷ = \(\frac { 1 }{ 2 }\) ସେ.ମି.) ଓ h ସେ.ମି. ଲମ୍ବ ବିଶିଷ୍ଟ
ତାରର ଘନଫଳ = π × (\(\frac { 1 }{ 2 }\))2 × h ପନ. ସେ.ମି.
ପ୍ରଶାନୁସାରେ, \(\frac { 4 }{ 3 }\) π × 93 = π × (\(\frac { 1 }{ 2 }\))2 × h
⇒ \(\frac { h }{ 4 }\) = \(\frac { 4 }{ 3 }\) × 93 ⇒ h = \(\frac { 4 }{ 3 }\) × 729 × 4 = 3888 ସେ.ମି.
⇒ h = 38.88 ମିଟର |
∴ 9 ସେ.ମି. ବ୍ୟାସାର୍ଷ ବିଶିଷ୍ଟ ଗୋଲକକୁ ତରଳାଇ 1 ସେ.ମି. ବ୍ୟାସ ବିଶିଷ୍ଟ 38.88 ମି. ଲମ୍ବର ତାର ତିଆରି କରାଯାଇପାରିବ ।

Question 8.
ଗୋଟିଏ ଅର୍ଷଗୋଲାକୃତି ପାଣିଟାଙ୍କିର ଭିତର ପାଖର ବ୍ୟାସ 4.2 ମିଟର ହେଲେ ସେଥ‌ିରେ କେତେ ଲିଟର ପାଣି ଧରିବ ନିର୍ଣ୍ଣୟ କର । (π ≃ \(\frac { 22 }{ 7 }\))
Solution:
ଅର୍ଦ୍ଧ ଗୋଲକର ବ୍ୟାସ = 4.2 ମି.| ଅର୍ଷଗୋଲାକୃତି ବ୍ୟାସାଦି r = 2.1 ମି.|
∴ ଅଦିଗୋଳକର ଆୟତନ = \(\frac { 2 }{ 3 }\)πr3 = \(\frac { 2 }{ 3 }\) × \(\frac { 22 }{ 7 }\) × (2.1)3 = 19.404 ପନ ମିଟର |
∴ପାଣି ଟାଙ୍କିର ଆୟତନ 19.404 ଘନମିଟର |
1 ଶାନମିଟର = 1000 ନଗର |
19.404 ଘନମିଟର = 19.404 × 1000 = 19404 ନଗର
∴ ଅର୍ଦ୍ଧ ଗୋଲାକୃତି ପାଣିଟାଙ୍କିରେ 19404 ଲିଟର ପାଣି ଧରିବ ।

Question 9.
ସମାନ ଭୂମି ବିଶିଷ୍ଟ ଗୋଟିଏ ଅଦ୍ଧଗୋଲକ, ଗୋଟିଏ ସିଲିଣ୍ଡର ଓ ଗୋଟିଏ କୋନ୍‌ର ଆୟତନ ସମାନ ହେଲେ ସେମାନଙ୍କ ଉଚ୍ଚତାର ଅନୁପାତ ସ୍ଥିର କର ।
Solution:
ଅର୍ଦ୍ଧଗୋଲକର ବ୍ୟାସାର୍ଦ୍ଧ = ଅର୍ଦ୍ଧଗୋଲକର ଉଚ୍ଚତା । ଅର୍ଦ୍ଧଗୋଲକର ଆୟତନ = \(\frac { 2 }{ 3 }\)πr3 ଘନ ଏକକ ।
BSE Odisha 10th Class Maths Solutions Geometry Chapter 5 Img 4
ସିଲିଣ୍ଡରର ଆୟତନ = πr2h1 ଘନ ଏକକ
କୋନ୍‌ର ଆୟତନ = \(\frac { 1 }{ 3 }\) πr2h2, ଘନ ଏକକ (h1 = ସିଲିଣ୍ଡରର ଉଚ୍ଚତା, h2 = କୋନ୍‌ର ଉଚ୍ଚତା)
∵ ସେମାନଙ୍କର ଆୟତନ ଉଚ୍ଚତା ।
ତେଣୁ \(\frac { 2 }{ 3 }\) πr3 = πr2h1 = πr2h1
⇒ \(\frac { 2 }{ 3 }\) r = h1 = \(\frac { 1 }{ 3 }\) h2
(∵ ସେମାନଙ୍କର ଭୂମି ସମାନ, ତେଣୁ ସେମାନଙ୍କର ବ୍ୟାସାର୍ଦ୍ଧ ସମାନ ।)
\(\frac{\mathrm{r}}{\mathrm{h}_1}\) = \(\frac { 3 }{ 2 }\) ଏବଂ \(\frac{\mathrm{h}_1}{\mathrm{~h}_2}\) = \(\frac { 2 }{ 6}\)
⇒ r : h1 : h2 = 3 : 2 : 6
⇒ ଅର୍ଷଗୋଲକର ଉଚ୍ଚତା : ସିଲିଣ୍ଡରର ଉଚ୍ଚତା : କୋନ୍‌ର ଉଚ୍ଚତା = 3 : 2 : 6

BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(f)

Question 10.
ଗୋଟିଏ ଫମ୍ପା ଧାତବ ଗୋଲକର ଅନ୍ତଃବ୍ୟାସାର୍ଦ୍ଧ 3 ସେ.ମି. ଓ ବହିଃବ୍ୟାସାର୍ଦ୍ଧ 6 ସେ.ମି. । ପ୍ରତି ଘନ ସେ.ମି. ଧାତୁର ବସ୍ତୁତ୍ୱ 8 ଗ୍ରାମ୍ ହେଲେ ତା’ର ବସ୍ତୁତ୍ଵ ନିର୍ଣ୍ଣୟ କର ।
Solution:
ମନେକର ଫମ୍ପା ଗୋଲକର ବହିଃବ୍ୟାସାର୍ଦ୍ଧ R ସେ.ମି. ଏବଂ ଅନ୍ତଃବ୍ୟାସାର୍ଦ୍ଧ r ସେ.ମି. ।
ପ୍ରଶ୍ନନୁସାରେ, R = 6 ସେ.ମି. ଏବଂ r = 3 ସେ.ମି
ଫମ୍ପା ଧାତବ ଗୋଲକର ଆୟତନ = \(\frac { 4 }{ 3 }\) π (R3 – r3)
= \(\frac { 4 }{ 3 }\) × \(\frac { 22 }{ 7 }\) (63 – 33) = \(\frac { 4 }{ 3 }\) × \(\frac { 22 }{ 7 }\) (216 – 27) = \(\frac { 4 }{ 3 }\) × \(\frac { 22 }{ 7 }\) × 189 = 792 ଘନ ସେ.ମି. ।
କିନ୍ତୁ ପ୍ରତି ଘ. ସେ.ମି. ଧାତୁର ବସ୍ତୁତ୍ଵ = 8 ଗ୍ରାମ୍ ।
∴ 792 ଘ. ସେ.ମି. ଧାତୁର ବସ୍ତୁତ୍ଵ = 792 × 8 = 6336 ଗ୍ରାମ୍ ଦା 6.336 କାଣ୍ଡ |

Question 11.
ଗୋଟିଏ ଅର୍ଷଗୋଲକ ଆକୃତିର ପାତ୍ରର ବାହାର ବ୍ୟାସାର୍ଦ୍ଧ 8 ସେ.ମି. ଓ ମୋଟେଇ 1 ସେ.ମି. । ଏହାର ସମଗ୍ର ପୃଷ୍ଠତଳର କ୍ଷେତ୍ରଫଳ କେତେ ? (π ≃ √10)
Solution:
ଅର୍ଦ୍ଧଗୋଲକ ଆକୃତି ପାତ୍ରର ବହିଃବ୍ୟାସାର୍ଦ୍ଧ (R) = 8 ସେ.ମି. ଓ ଅନ୍ତଃବ୍ୟାସାର୍ଦ୍ଧ (r) = (8 – 1) = 7 ସେ.ମି.
ଫମ୍ପା ଅର୍ଷଗୋଲକର ସମଗ୍ର ପୃଷ୍ଠତଳର କ୍ଷେତ୍ରଫଳ = 2πR2 + 2πr2 + π(R2 – r2)
= π(3R2 + r2) = √10 (3 × 82 + 72) = √10 (192 + 49) = 241√10 ଘନ ସେ.ମି. ।

Question 12.
ଗୋଟିଏ ନିଦା ସୀସା। ସମଘନରୁ ଏକ ବୃହତ୍ତମ ଆକାର ବିଶିଷ୍ଟ ଗୋଲକ କାଟି ନିଆଗଲା । ଅବଶିଷ୍ଟ ଅଂଶର ଆୟତନ 12870 ଘନସେ.ମି. ହେଲେ, ସମଘନର ବାହୁର ଦୈର୍ଘ୍ୟ କେତେ ? (π ≃ 3.14)
Solution:
ମନେକର ସମଘନର ବାହୁର ଦୈର୍ଘ୍ୟ = a ସେ.ମି. ।
ସମଘନର ଆୟତନ = a3 ଘନ ସେ.ମି. ।
ସମଘନର ବାହୁର ଦୈର୍ଘ୍ୟ = ଗୋଲକର ବ୍ୟାସ ।
ଗୋଲକର ବ୍ୟାସାର୍ଦ୍ଧ = \(\frac { a }{ 2 }\) ସେ.ମି.
∴ ଗୋଲକର ଘନଫଳ = \(\frac { 4 }{ 3 }\)π(\(\frac { a }{ 2 }\))3 = \(\frac { 4 }{ 3 }\) × π × \(\frac{a^3}{8}\) ଘନ ସେ.ମି. = \(\frac{\pi \mathrm{a}^3}{6}\) ଘନ ସେ.ମି. |
ପ୍ରଶ୍ନନୁସାରେ, a3 – \(\frac{\pi \mathrm{a}^3}{6}\) = 12870 ⇒ a3(\(\frac{6-\pi}{6}\)) = 12870
⇒ a3 (6 – 3.14) = 12870 × 6 ⇒ a3 × 2.86 = 12870 × 6
⇒ a3 = \(\frac{12870 \times 6}{2.86}\) = 27000 ⇒ a = \(\sqrt[3]{27000}\) = 30 ସେ.ମି. ।
∴ସମଘନର ବାହୁର ଦୈର୍ଘ୍ୟ 30 ସେ.ମି. ।

Question 13.
ଏକ ଅର୍ଷଗୋଲାକୃତି ବିଶିଷ୍ଟ ପାତ୍ରର ମୋଟେଇ ଓ ବାହାରର ବ୍ୟାସାର୍ଦ୍ଧ ଯଥାକ୍ରମେ 1 ସେ.ମି. ଓ 10 ସେ.ମି. ହେଲେ,
(i) ଏହାର ସମସ୍ତ ପୂର୍ବଭଳର ମୋଟେଇ ନିଣ୍ଡୟ କର ଏବଂ
(ii) ଏଥିରେ ବ୍ୟବହୃତ ଧାତୁର ଆୟତନ ନିର୍ଣ୍ଣୟ କର ।
Solution:
ଅର୍ଦ୍ଧ ଗୋଲାକୃତି ବିଶିଷ୍ଟ ପାତ୍ରର ବହିଃବ୍ୟାସାର୍ଦ୍ଧ (R) = 10 ସେ.ମି.
ଓ ଅନ୍ତଃବ୍ୟାସାର୍ଦ୍ଧ (r) = 10 – 1 = 9 ସେ.ମି.
(i) ଫମା ଅଦିଶଶାଳକର ପମଣ୍ଡ ପୂର୍ବପାଳର ଯେତ୍ରଫଳ = 2πR2 + 2πr2 + π(R2 – r2)
= π (3R2 + r2) = π(3 × 102 + 92) = π (300 + 81) = 381 π ଘନ ସେ.ମି. ।

(ii) ଫମା ଅଦିଶଶାଳକର ଆୟତନ = \(\frac { 2 }{ 3 }\) π (R3 – r3)
= \(\frac { 2 }{ 3 }\) π (103 – 93) = \(\frac { 2 }{ 3 }\) π (1000 – 729) = \(\frac { 2 }{ 3 }\) π × 271 = \(\frac{542 \pi}{3}\) ଘନ ସେ.ମି. ।

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Odisha State Board BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି Textbook Exercise Questions and Answers.

BSE Odisha Class 10 Odia Solutions Chapter 8 ସର୍ବଂସହା ମାଟି

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ଦିହ ସିନା ତୋର ପାହାଡ଼ପଥର ……………………… ପତର ପ୍ରାଣ । (ସବୁଜ, କଅଁଳ, ବହଳ)
Answer:
କଅଁଳ

(ଖ) ତୋହରି ଅନ୍ତର ଆଦେଶେ ଚଳେ ମୁଁ ଘୋଷି ତୋର …………………………. । (ଜୟଗାନ, ମହାକୀର୍ତ୍ତି, ମହାଯଶ)
Answer:
ମହାଯଶ

(ଗ) କେଉଁଠି ହଜିଛି ଖୋଜି ଦେଏ ମୋର ……………………….. ର ଚାବିକାଠି । (ପ୍ରେରଣା, ଭାବନା, ଚେତନା )
Answer:
ଚେତନା

(ଘ) ଅମାପ ଧରିମୁଁ ଦେଏ ଟିକେ ମୋତେ …………………………… ହେଉ ମୋର ଛାତି । (ଟାଣ, ଦୃଢ଼, ନିଦା)
Answer:
ନିଦା

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question ୨।
ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ଜନ୍ମ, ଦୁଃଖ, ଦୋଷ, ନିଦା, ଧୀର, ଅମାପ, କଅଁଳ, ସ୍ନେହ

ଶବ୍ଦ ବିପରାର୍ଥରୋଧକ ଶବ୍ଦ
ଚ୍ଚନ୍ନ ମୃତ୍ୟୁ
ଦୁଃଖ ସୁଖ
ଦୋଷ ନିର୍ଘୋଷ
ନିଦା ଫର୍ମା
ଧାର ଚଞ୍ଚଳ/ହ୍ରତ
ଅମାପ ମାପ
କଅଁଳ କର୍କଶ/କଠିନ
ସ୍ନେହ କୃଶା

Question ୩।
ନିମ୍ନଲିଖ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ମା, ଦେହ, ଜଳ, ପବନ, ବୁକୁ, ପାଦ

ମା, ଜନନୀ, ମାତା
ଦେହ, ଗାତ୍ର, ଶରୀର, କଳେବର
ଜଳ, ସଲିଳ, ଅମ୍ବୁ ପାଣି
ପବନ, ମରୁତ, ସମୀର, ବାୟୁ
ବୁକୁ, ବକ୍ଷ, ଛାତି, ହୃଦୟ
ପାଦ ଚରଣ, ପୟର, ଗୋଡ଼

Question ୪।
ନିମ୍ନଲିଖ ଶବ୍ଦମାନଙ୍କର ଗଦ୍ୟରୂପ ଲେଖ ।
ସେନେହ, ମୁକତି, ଶକତି, ତୃପତି, ସରଗ, ସପନ

ପନ୍ଦ୍ୟରୂପ ଗନ୍ଦ୍ୟରୂପ
ସେନେହ, ସ୍ନେହ
ମୁକତି, ମୁକ୍ତି
ଶକତି, ଶକ୍ତି
ତୃପତି, ତୃପ୍ତି
ସରଗ, ସ୍ଵର୍ଗ
ସପନ ସପ୍ନ

Question ୫।
ନିମ୍ନଲିଖତ ଶବ୍ଦମାନଙ୍କୁ ସାର୍ଥକ ବାକ୍ୟରେ ବ୍ୟବହାର କର ।
ଅମାପ, ଅଳି, ଜୟଗାନ, ଚେତନା, ଆଘାତ
Answer:
ଅମାପ, – ଦ୍ଵିତୀୟ ପାଣ୍ଡବ ଭୀମ ଅମାପ ଶକ୍ତିର ଅଧିକାରୀ ଥିଲେ ।
ଅଳି, – ପିଲାମାନେ ମା’ଙ୍କ ପାଖରେ ଅଳି କରିବା ଏକ ସ୍ଵାଭାବିକ କଥା ।
ଜୟଗାନ, – ସମସ୍ତେ ମାତୃଭୂମିର ଜୟଗାନ କରିବା ଉଚିତ ।
ଚେତନା, – ଚେତନାର ଜାଗରଣରେ ସାଧାରଣ ମଣିଷ ଅସାଧାରଣ ମଣିଷରେ ପରିଣତ ହୁଏ ।
ଆଘାତ – ଅନ୍ୟକୁ ଆଘାତ କଲେ ପ୍ରତ୍ୟାଘାତ ସହିବାକୁ ପଡ଼ିଥାଏ ।

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question ୬ ।
କବି କାହାକୁ ସର୍ବସହଣୀ ବୋଲି କହିଛନ୍ତି ?
Answer:
କବି ମାଟିମାଆକୁ ସର୍ବସହଣୀ ବୋଲି କହିଛନ୍ତି ।

Question ୭।
କେଉଁଠାରୁ ଆମେ ଶକ୍ତି ଓ ତୃପ୍ତି ପାଭ ବୋଲି କବି କହିଛନ୍ତି ?
Answer:
ଆମେ ମାଟିମାଆର ମିଠା ପାଣି, ପବନ ଓ ଗଛଲତାର ଫଳରୁ ଶକ୍ତି ଓ ତୃପ୍ତି ପାଉ ବୋଲି କବି କହିଛନ୍ତି ।

Question ୮।
ଆମ ମନସୁଖ ଲାଗି ହସକଥା କେଉଁଠାରେ ଭରି ରହିଛି ?
Answer:
ଆମ ମନସୁଖ ଲାଗି ହସକଥା ନଦାସ ମୁଦ୍ରରେ ଭରି ରହିଛି ।

Question ୯ ।
କବି କାହାକୁ ମା’ବୋଲି କହିଛନ୍ତି ?
Answer:
କବି ଜନ୍ମମାଟିକୁ ମାଆ ବୋଲି କହିଛନ୍ତି ।

Question ୧୦ ।
ମାଟି ଚେରମୂଳ ଗଛଲତା ସାଇତି ରଖୁବା ପଛରେ କି ଉଦ୍ଦେଶ୍ୟ ଅଛି ?
Answer:
ମାଟି ଚେରମୂଳ ଗଛଲତା ସାଇତି ରଖ୍ ପଛରେ ମାନବର ରୋଗଜନିତ ଶାରୀରିକ ଯନ୍ତ୍ରଣା ଦୂର କରିବାର ଉଦ୍ଦେଶ୍ୟ ନିହିତ ଅଛି ।

Question ୧୧ ।
ସ୍ଵର୍ଗଠାରୁ ମାଟିର ଆକର୍ଷଣ କବିଙ୍କ ପାଇଁ ଅଧୁକ । ଏହା କବିତାର କେଉଁ ପଦରୁ ଜଣାଯାଏ ଲେଖ ।
Answer:
‘ସରଗ ଡାକିଲେ ମନ ବଳେ ନାହିଁ ଛାଡ଼ିବାକୁ ତୋର କାଖ’ – କବିତାର ଏହି ପଦରୁ କବିଙ୍କ ପାଇଁ ସ୍ଵର୍ଗଠାରୁ ମାଟିର ଆକର୍ଷଣ ଅଧ‌ିକ ବୋଲି ଜଣାପଡ଼େ । ସ୍ଵର୍ଗଠାରୁ ମାଟିର ଆକର୍ଷଣ ଆଧ୍ କ ବୋଲି ଜଣାପଡ଼େ ।

Question ୧୨ ।
କେଉଁ କର୍ମ ହେତୁ କବି ଏ ଦେଶକୁ ବୁଲିବାକୁ ଆସିଛନ୍ତି ?
Answer:
କେତେ ତପସ୍ୟାରୂପକ ପୁଣ୍ୟକର୍ମର ଫଳ ହେତୁ କବି ଏ ଦେଶକୁ ବୁଲିବାକୁ ଆସିଛନ୍ତି ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧୩।
ମାଟିର ମହାଯଶ ଘୋଷିବାକୁ କବି କାହାଠାରୁ ଆଦେଶ ପାଇଛନ୍ତି ?
Answer:
ମାଟିର ମହାଯଶ ଘୋଷିବାକୁ କବି ଜନ୍ମଭୂମିର ଅନ୍ତର୍ଗତ ଆଦେଶ ପାଇଛନ୍ତି ।

Question ୧୪।
ମାଟି ମା’ ଆମ ଦୋଷକୁ କାହିଁକି କ୍ଷମା କରିଛି ?
Answer:
ମାଟି ମା’ ଆମକୁ ନିଜର ସନ୍ତାନ ବୋଲି ମନେକରି ଆମର ସମସ୍ତ ଦୋଷକୁ କ୍ଷମା କରିଛି

Question ୧୫ ।
ବଣପକ୍ଷୀର ଡାକ ଶୁଣି ଦେହରେ କି ଭାବ ସୃଷ୍ଟି ହୁଏ ?
Answer:
ବଣପକ୍ଷୀର ଡାକ ଶୁଣି ଆମ ମନରେ ପୁଲକ ଓ ଗର୍ବଭାବ ସୃଷ୍ଟି ହୁଏ ।

ସପ୍ରସଙ୍ଗ ସରଳାର୍ଥ

Question ୧୬ ।
ଜନମ କାଳୁ ଯେ ଦେହେ ତୋ’ ଆଘାତ
କେତେ ନ ଦେଇଛି ମୁର୍ହିଁ
ନିଜ ଛୁଆ ବୋଲି ସବୁ ଦୋଷ ସିନା
କ୍ଷମିଅଛୁ ଏକା ତୁହି
Answer:
ଚନମ କାଳୁ ଯେ ……………….. କ୍ଷମି ଅଛୁ ଏକା ତୁଦ୍ୱା
ପ୍ରୋକ୍ତ ପଦ୍ୟାଶଟି ନାରୀକବି ବିଦ୍ୟୁତପ୍ରଭା ଦେବୀଙ୍କ ‘ମାଟି ପାଣି ପବନ’ କବିତା ସଂକଳନରୁ ସଂଗୃହୀତ ‘ସର୍ବଂସହା ମାଟି’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି ମାଟିକୁ ଜଣେ କ୍ଷମାମୟୀ, କଲ୍ୟାଣମୟୀ ତଥା ସ୍ନେହମୟୀ ସନ୍ତାନବତ୍ସଳା ଆଦର୍ଶ ଜନନୀ ଭାବେ ବର୍ଣ୍ଣନା

ମାତୃଗର୍ଭରୁ ବାହାରି ଶିଶୁଟିଏ ମାଟି ଉପରେ କରେ ପ୍ରଥମ ଆଲୋକ ଦର୍ଶନ । ଜନ୍ମଦାତ୍ରୀ ମା’ ପରି ମାଟି ଶିଶୁଟିର ସମସ୍ତ ଆବଶ୍ୟକତାକୁ ପୂରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ । ଜନନୀ ପରି ମାଟି ମା’ ମଧ୍ୟ ସନ୍ତାନବତ୍ସଳା । ନିଜ ବକ୍ଷର ଫଳ, ପୁଷ୍ପ, ଜଳ, ବାୟୁ ଦେଇ ସେ ତା’ ସନ୍ତାନମାନଙ୍କ ଶରୀର ପରିପୁଷ୍ଟ କରେ । ଶରୀରରେ ଶକ୍ତି ଓ ହୃଦୟରେ ଭରିଦିଏ ତୃପ୍ତି । ମାତ୍ର ଭୂମିଷ୍ଠ ହେବା ଦିନଠାରୁ ମାଟି ମା’ ଉପରେ ତା’ର ସନ୍ତାନଗଣ ଆରମ୍ଭ କରିଦିଅନ୍ତି ସବୁ ପ୍ରକାର ଅତ୍ୟାଚାର । ତା’ ଉପରେ ଯେତେ ଆଘାତ ଦେଲେ ମଧ୍ୟ ସର୍ବଂସହା ମାଟି ନିଜ ସନ୍ତାନର ସବୁ ରାଗ, ରୋଷ ଭୁଲିଯାଇ ତା’ ମହାନ୍ ଗୁଣରେ କ୍ଷମା ପ୍ରଦାନ କରେ । କେବେ କୌଣସି ପ୍ରତିବାଦ କରେନି କି ପ୍ରତିକ୍ରିୟା ପ୍ରକାଶ କରେନି ଠିକ୍ ନିଜ ଜନ୍ମଦାତ୍ରୀ ମା’ପରି । ଜନନୀ ପରି ସବୁ ଅଳି, ଅର୍ଦ୍ଧଳି ଅଝଟପଣକୁ ସହି ସ୍ନେହ ମମତାର ସ୍ପର୍ଶ ଦେଇ ମାଟି ମା’ ତା’ର ସନ୍ତାନ ପାଇଁ କ୍ଷମାମୟୀ, କରୁଣାମୟୀ ଆଦର୍ଶ ମା’ ପରି ଅକୁଣ୍ଠ ସେବା କରି ଚାଲିଥାଏ ।

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question ୧୭ ।
ଅମାପ ଧରିମୁଁ ଦେଏ ଟିକେ ମତେ
ନିଦା ହେଉ ମୋର ଛାତି
ନିଜେ ଦୁଃଖ ସହି ଏ ଜଗତ ପାଇଁ
ଲାଗିପଡ଼େ ଦିନ ରାତି ।
Answer:
ଅମାପ ଧରିଯୁଁ ………………….. ଦିନ ରାତି ।
ଉଦ୍ଧୃତାଂଶଟି ନାରୀକବି ବିଦ୍ୟୁତପ୍ରଭା ଦେବୀଙ୍କ ‘ମାଟି ପାଣି ପବନ’ କବିତା ସଂକଳନରୁ ସଂଗୃହୀତ ‘ସର୍ବଂସହା ମାଟି’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି ମାଟି ମା’ ନିକଟରୁ ଧୈର୍ଯ୍ୟ ଓ ସହନଶୀଳତା ପରି ମହାନ୍ ଗୁଣଗୁଡ଼ିକୁ ଶିକ୍ଷା କରିବା ସହ ତା’ରି ଆଦର୍ଶରେ ତ୍ତଦ୍ ଚୁଦ୍ଧି ହେବାପାଇଁ କାମନା କରିଛନ୍ତ୍ରା ଜନ୍ମଦାତ୍ରୀ ମା’ ପରି ମାଟି ମା’ ହେଉଛି ସର୍ବଂସହା, ସନ୍ତାନବତ୍ସଳା, ଧୈର୍ଯ୍ୟ ଓ ସହନଶୀଳତାର ମୂର୍ତ୍ତିମନ୍ତ ପ୍ରତୀକ ସେ । ପ୍ରତ୍ୟେକ ବ୍ୟକ୍ତି ପାଇଁ ମାଟି ହେଉଛି ଜଣେ କଲ୍ୟାଣମୟୀ ମା’, ସ୍ନେହମୟୀ ଧାତ୍ରୀ ଓ ବନ୍ଦନୀୟୀ ଶିକ୍ଷୟିତ୍ରୀ । ଧରାପୃଷ୍ଠରେ ଭୂମିଷ୍ଠ ହେବା ଦିନଠାରୁ ସେ ଆମରି ସେବାରେ ନିଜକୁ ଉତ୍ସର୍ଗ କରିଦେଇଛି । ଜୀବନ ଧାରଣ ପାଇଁ ପ୍ରମୁଖ ଉପାଦାନ ଜଳ।

ବାୟୁ ଓ ଖାଦ୍ୟ ଯୋଗାଇଦେଇ ଗଭୀର ସ୍ନେହ ଓ ନିବିଡ଼ ମମତା ଦେଇ ଲାଳନପାଳନ କରିଆସିଛି । କିନ୍ତୁ ପ୍ରତିବଦଳରେ ଆମଠାରୁ ପାଇଛି ଆଘାତ ପରେ ଆଘାତ ଯାହାକୁ ସେ ତା’ର ମହାନ୍ ଗୁଣରେ ନୀରବରେ ସହିଯାଉଛି । ସବୁ ଆଘାତ ଓ ଯଥେଚ୍ଛାଚାରକୁ ସହ୍ୟ କରିବାପାଇଁ ସତେ ଯେପରି ତା’ର ଅନ୍ତରରେ ଭରି ରହିଛି ଧୈର୍ଯ୍ୟ ଓ ସହିଷ୍ଣୁତାର ଅସରନ୍ତି ଭଣ୍ଡାର । ତା’ର ସେହି ସ୍ଵର୍ଗୀୟ ଗୁଣରୁ କିଛି ପ୍ରାପ୍ତ ହେବାପାଇଁ କବି ମାଟି ମା’କୁ ସାନୁନୟ ନିବେଦନ କରିଛନ୍ତି, ଯଦ୍ବାରା ସେ ଜୀବନକାଳ ମଧ୍ୟରେ ସବୁ ଘାତ-ପ୍ରତିଘାତ, ନିନ୍ଦା-ଅପବାଦ ଓ ଦୁଃଖ-ଜଞ୍ଜାଳ ସହ୍ୟ କରି ଧୈର୍ଯ୍ୟର ସହ ଜଗତ କଲ୍ୟାଣରେ ବ୍ରତୀ ହେବାପାଇଁ ସମର୍ଥ ହୋଇପାରିବେ ।

Question ୧୮।
ତୋର ମୁକତିରେ ମୋର ମୁକତି ମା’
ତୋର ହସେ ମୋର ହସ
ତୋହରି ଅନ୍ତର ଆଦେଶେ ଚଳେ ମୁଁ
ଘୋଷି ତୋର ମହାଯଶ ।
Answer:
ତେ।ର ସଙ୍ଗତିରେ ……………………ତୋର ମହାପରାଶା”
ପ୍ରଦତ୍ତ ପଦ୍ୟାଶଟି ପ୍ରଖ୍ୟାତ ନାରୀକବି ବିଦ୍ୟୁତ୍‌ପ୍ରଭା ଦେବୀଙ୍କ ରଚିତ ‘ମାଟି ପାଣି ଓ ପବନ’ କବିତା ପୁସ୍ତକରୁ ସଂଗୃହୀତ ‘ସର୍ବଂସହା ମାଟି’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି ମାଟି ମା’ର ମୁକ୍ତି ସହ ସନ୍ତାନର ମୁକ୍ତି ତଥା ତା’ର ମଙ୍ଗଳରେ ସନ୍ତାନର ମଙ୍ଗଳ ନିହିତ ଏହି ବାଣୀ ଉପରେ ଆଲୋକପାତ କରିଛିନ୍ତି ।

ଦୀର୍ଘଦିନର ପରାଧୀନତା ରୂପକ ଅମାରାତ୍ରି ପାହିବାର ସମୟ ସନ୍ନିକଟ ହୋଇଛି ଓ ସ୍ଵାଧୀନତାର ନୂତନ ସୂର୍ଯ୍ୟ ରବିତ ହେବାରେ ଯେ ବିଳମ୍ବ ନାହିଁ, ଏହା ଅନୁଭବ କରି କବି ଆନନ୍ଦ ପ୍ରକାଶ କରିଛନ୍ତି । ଜନ୍ମମାଟିର ମୁକ୍ତି ସହିତ ତା’ର ସନ୍ତାନମାନଙ୍କ ମୁକ୍ତ ଜୀବନଯାପନ ଶୈଳୀ ଓତଃପ୍ରୋତ ଭାବେ ଜଡ଼ିତ। ଜନ୍ମଭୂମି ଭାରତ ଜନନୀର ସୁଖର ଦିନ ଆଗତପ୍ରାୟ ବୋଲି ଜାଣି କବି ତା’ର ଜୟଗାନରେ ଉଲ୍ଲସିତ ହୋଇ ଉଠିଛନ୍ତି । ମହାଭାରତୀୟ ଦର୍ଶନ ଓ ଆଦର୍ଶରେ ଉଦ୍‌ବୁଦ୍ଧ କବି ଜନ୍ମଭୂମିର ଯଶ ଓ ଗୌରବ ରକ୍ଷା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଆଗଭର ହୋଇଛନ୍ତି । ଭାରତବର୍ଷର ମହାନ୍ ଐତିହ୍ୟ ତଥା ଆଧ୍ୟାତ୍ମିକ ପରମ୍ପରାର ସୁରକ୍ଷା ହିଁ ଜନ୍ମମାଟି ଅନ୍ତରର ଆଦେଶ । ଚେତନଗର୍ଭା ସେହି ଜନନୀ ଜନ୍ମଭୂମିର ଆଦେଶକୁ ବହନ କରି ଏବଂ ସୁପ୍ତ ଚେତନାକୁ ଜାଗ୍ରତ କରି ମାଟି ମା’ର ଗୁଣଗାନ କରିବାକୁ ଆହ୍ୱାନ ଦେଇଛନ୍ତି କବି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧୯ ।
ପଠିତ କବିତା ଅବଲମ୍ବନରେ ମାଟି ପ୍ରତି କବିଙ୍କ ମନୋଭାବର ପରିଚୟ ପ୍ରଦାନ କର । କିମ୍ବା, କବି ବିଦ୍ଯୁପ୍ରଭା ମାଟିକୁ ମା’ ଓ ଶ୍ରେଷ୍ଠ ଗୌରବ ପ୍ରଦାନରେ କେତେଦୂର ପଠିତ କବିତାଟିରେ ସମର୍ଥ ହୋଇଛନ୍ତି ଦର୍ଶାଅ ।
Answer:
ଆଧୁନିକ ଓଡ଼ିଆ କବିତା- ସାରସ୍ବତ-କାନନ ଯେଉଁ ସାଧକଗଣଙ୍କ ବୌଦ୍ଧିକ ଅବଦାନରେ ପୁଷିତ ଓ ସୁରଭିତ ସେମାନଙ୍କ ମଧ୍ୟରେ ନାରୀକବି ବିଦ୍ୟୁତପ୍ରଭା ଦେବୀଙ୍କ ନାମ ଉଚ୍ଚାରିତ ହୁଏ । ଆଧୁନିକ କବିତାର ପ୍ରବହମାନ ଫଲ୍‌ଗୁରେ ଚିରତଲ୍ଲୀନ ଏହି ମହୀୟସୀ ପ୍ରଜ୍ଞାଧାରିଣୀଙ୍କ ସୃଷ୍ଟିସମୂହ ରୋମାଣ୍ଟିସିଜିମ୍, ସ୍ଵଦେଶପ୍ରୀତି, ଆଧ୍ୟାତ୍ମିକତା ତଥା ବାସ୍ତବବାଦର ସୁସମନ୍ଵୟରେ ଅନୁରଞ୍ଜିତ । ଏହି ସଫଳ ସ୍ରଷ୍ଟାଙ୍କ ସୃଷ୍ଟିସମ୍ଭାର ମଧ୍ଯରେ କବିତା ସଙ୍କଳନ ‘ସବିତା’, ‘କନକାଞ୍ଜଳି’, ‘ମରୀଚିକା’, ‘ବିହାୟସୀ’, ‘ଝରା ଶିଉଳି’, ‘ସ୍ବପ୍ନଦୀପ’, ‘କାକଳି’, ‘ଯାହାକୁ ଯିଏ’ ଓ ‘ମାଟି ପାଣି ପବନ’ ଆଦି ତାଙ୍କ ଅନନ୍ୟ କବିପ୍ରତିଭାର ପରିଚୟ ବହନ କରେ । .

‘ସର୍ବଂସହା ମାଟି’ ଶୀର୍ଷକ କବିତାଟି କବିଙ୍କ ‘ମାଟି ପାଣି ପବନ’ କବିତା ସଙ୍କଳନରୁ ସଂଗୃହୀତ । କବିତାଟିରେ କବିଙ୍କ ମାଟିମନସ୍କତା, ସ୍ଵଦେଶପ୍ରେମ ତଥା ଦିବ୍ୟଚେତନା କବିତାଟିକୁ ରସୋତ୍ତୀର୍ଣ୍ଣ କରିଛି । କବି ସର୍ବଂସହା ତୁଳନା କରି ମାଟି ମା’ର ମହନୀୟ ଗୁଣାବଳୀ ଗାନ କରିବା ସହ ସନ୍ତାନଭାବେ ମାଟି ମା’ପ୍ରତି କର୍ତ୍ତବ୍ୟ ସୁରକ୍ଷା ପ୍ରତି ଧ୍ୟାନ ପ୍ରଦାନ ତଥା ମାଟି ମା’ର ସମ୍ମାନ ରକ୍ଷାପ୍ରତି ସଚେତନ ରହିବାକୁ ପରୋକ୍ଷରେ ସୂଚନା ପ୍ରଦାନ କରିଛନ୍ତି ।

ମାତୃଗର୍ଭରୁ ଭୂମିଷ୍ଠ ହେବା ପରେ ଶିଶୁ ମାଟି ଉପରେ ହିଁ କରେ ପ୍ରଥମ ଆଲୋକ ଦର୍ଶନ । ପରେ ପରେ ମାଟି ମା’ ଜଣେ ସୁଦକ୍ଷା ଧାତ୍ରୀଭାବେ କରେ ତା’ର ଲାଳନପାଳନ । ଜଳ, ବାୟୁ ଓ ଖାଦ୍ୟ ଯୋଗାଇ ତା’ର ଶିଶୁପ୍ରାଣକୁ ପରିପୁଷ୍ଟ କରେ ମାଟି । ମା’ର କ୍ଷୀର ପରି ମାଟି ତା’ ଗର୍ଭସ୍ଥ ସୁଶୀତଳ ଜଳ, ଜୀବନଧାରଣ ପାଇଁ ତା’ ପୃଷ୍ଠଦେଶରେ ପ୍ରବାହିତ ମୁଦୁମନ୍ଦ ପବନ ଏବଂ ତା’ ବକ୍ଷରେ ଉତ୍ପାଦିତ ଶସ୍ୟ କେଦାର ଓ ବୃକ୍ଷଲତା ତାକୁ ଖାଦ୍ୟ ଯୋଗାଇ ତା’ ଶିଶୁ ଶରୀରରେ ଶକ୍ତି ସଞ୍ଚାର କରାଏ । କେବଳ ସେତିକି ନୁହେଁ ଶାନ୍ତିରେ ସୁନିଦ୍ରା ପାଇଁ ତା’ପାଇଁ ବିଛାଇଦିଏ କୋମଳ ଘାସର ସବୁଜ ଗାଲିଚା । ଅନ୍ତର ଖୋଲା ସ୍ନେହ ସ୍ପର୍ଶ ଦେଇ କୋଳରେ ଶୁଆଇଦିଏ ତା’ର ଅଝଟ ଅବୁଝା ସନ୍ତାନକୁ । ସବୁ ଅଳି-ଅର୍ଦ୍ଦଳି, ରାଗ-ରୋଷ ସହ୍ୟକରି ଗଭୀର ସ୍ନେହରେ ମା’ପରି ସେ ଲାଳନ ପାଳନ କରେ । କବିଙ୍କ ଭାଷାରେ-

“ସବୁଜ ଘାସର କଅଁଳ କିଛିଶା
ଦିଏ କି ଆରାମ ମତେ
ମାଆ ପରି ମୋର ଅଳି ଆରବଳି
କେତେ ନ ସହିଛୁ ସତୋ”

କେବଳ ପାନ, ଭୋଜନ, ଶୟନ ନୁହେଁ ଶିଶୁର ସ୍ୱାସ୍ଥ୍ୟରକ୍ଷା ପାଇଁ ମଧ୍ୟ ମା’ ମନ ବ୍ୟାକୁଳ ହୋଇଉଠେ । କୌଣସି କାରଣରୁ ତା’ର ସନ୍ତାନ ଅସୁସ୍ଥ ହୋଇପଡ଼ିଲେ ମାଟି ମା’ ତା’ କୋଳରେ ସାଇତି ରଖୁଥ‌ିବା ଚେର, ମୂଳି ଔଷଧକୁ ଯୋଗାଇ ଦେଇ ତାକୁ ସୁସ୍ଥ କରିଥାଏ । ପୁନଶ୍ଚ କେବଳ ଶାରୀରିକ ସୁସ୍ଥତା ନୁହେଁ ମାନସିକ ସ୍ଵାସ୍ଥ୍ୟ ପ୍ରତି ମଧ୍ୟ ଯତ୍ନଶୀଳ ଥାଏ ମାଟି ମା’ । ବ୍ୟକ୍ତିର ସାମଗ୍ରିକ ବିକାଶ ପାଇଁ ମାନସିକ ସ୍ୱାସ୍ଥ୍ୟ ଅପରିହାର୍ଯ୍ୟ ଅନୁଭବ କରି ତା’ ହୃଦୟରେ ପ୍ରାଣଖୋଲା ହସ ଓ ଦିବ୍ୟାନନ୍ଦ ଭରିଦେବାକୁ ମାଟି ମା’ ନଦୀ ଓ ସମୁଦ୍ରରେ ସଜାଇ ରଖୁଥାଏ ଚିତ୍ତୋଲ୍ଲାସକ ଦୃଶ୍ୟରାଜି । ବହୁବର୍ଣ୍ଣା ଜଳଜୀବମାନଙ୍କର କ୍ରୀଡ଼ା କୌତୁକ, ପଶୁପକ୍ଷୀମାନଙ୍କ ରଙ୍ଗରସ ଆମ ମନରେ ଭରିଦିଏ ସ୍ବର୍ଗୀୟ ଆନନ୍ଦ । ସେହି ଦୃଶ୍ୟରାଜି ଚିନ୍ତାଗ୍ରସ୍ତ ମାନସପଟରୁ ସବୁ ଅବସାଦ ଦୂର କରିବାରେ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରେ। ମାଟି ମା’ କ୍ରୋଡ଼ରେ ଶୋଭନୀୟ ବନଭୂମିର ଶାନ୍ତକାନ୍ତ ପରିବେଶ ଓ ତହିଁରେ ପକ୍ଷୀକୁଳର କଳକୂଜନ ଏବଂ ଡାଳକୁ ଡାଳ ଉଡ଼ିବୁଲିବାର ଦୃଶ୍ୟ ବାସ୍ତବିକ ମନୋମୁଗ୍ଧକର । ମାଟି ମା’ କୋଳର ଶାନ୍ତ-ଶୀତଳ, କାନ୍ତ-କୋମଳ, ପ୍ରୀତିପ୍ରଦ ତାହା ସ୍ମରଣ କରି ଉଲ୍ଲସିତା ନାରୀକବି ଗାଇଉଠିଛନ୍ତି –

‘ବୁକୁ ମୋ ଫୁଲାଏ ଆଖୁ ମୋ ଭୁଲାଏ
ତୋ ବଣ ପକ୍ଷୀର ଡାକ
ସରଗ ଡାକିଲେ ମନ ବଳେ ନାହିଁ
ଛାଡ଼ିବାକୁ ତୋ’ର କାଖ ।’’

ମାଟି ପ୍ରତି କବିଙ୍କର ମମତ୍ୱବୋଧର ତୀବ୍ରତା ଏହି ଉକ୍ତିରୁ ସହଜେ ଅନୁମେୟ । ସଂପ୍ରତି ବିଳାସବ୍ୟସନ ପ୍ରଲୁବ୍ଧ ବସ୍ତୁବାଦୀ ମାନବ ମୃତ୍ତିକା ସଂରକ୍ଷଣ ଦିଗରେ ଯେପରି ଉଦାସାନ ମନୋଭାବ ପୋଷଣ କରିଛି ତାହା ଭରିଷ୍ୟତରେ ସମଗ୍ର ଜାରଜଗତ ପାଇଁ ଘାତକ ସାବ୍ୟସ୍ତ ହେବ, ଏପରି ସନ୍ଦେହ ଅମୂଳକ ନୁହେଁ । ମାଟି ପ୍ରତି କବିଙ୍କ ମନୋଭାବ ପାଠକମାନଙ୍କୁ ମାଟି ମା’ର ସୁରକ୍ଷା ଦିଗରେ ଯେ ପ୍ରେରଣା ପ୍ରଦାନ କରିବ ଏହା ନିଃସନ୍ଦେହରେ କୁହାଯାଇପାରେ ।

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question ୨୦ ।
‘ମାଟି ସର୍ବଂସହା’ ଏହାର ଯଥାର୍ଥତା ପ୍ରତିପାଦନ କର । କିମ୍ବା, ଜନନୀ ପରି ମାଟି ମାଆ ସହନଶୀଳତାର ପ୍ରତିମୂର୍ତ୍ତି – ଉକ୍ତିଟିର ସତ୍ୟତା ପଠିତ କବିତା ଅବଲମ୍ବନରେ ଆଲୋଚନା କର ।
Answer:
ଓଡ଼ିଆ ଆଧୁନିକ କବିତା ଯେଉଁ ସାରସ୍ଵତ ସାଧକମାନଙ୍କ ବୌଦ୍ଧିକ ଚେତନାରେ ସମୃଦ୍ଧ, ସେମାନଙ୍କ ମଧ୍ୟରେ ପ୍ରଖ୍ୟାତ ନାରୀକବି ବିଦ୍ୟୁତ୍‌ପ୍ରଭା ଦେବୀ ଅନ୍ୟତମ । ବାସ୍ତବବାଦ ସହ ରୋମାଣ୍ଟିସିଜିମ୍ର ସୁମଧୁର ସମନ୍ଵୟ କବିଙ୍କ ଅନୁଭୂତିସିକ୍ତ ସୃଷ୍ଟିନିଚୟର ସାର୍ଥକ ପ୍ରତିବେଦନ । ସରଳ, ସାବଲୀଳ ଭାଷା ଓ ଭାବ ତଥା ସୁଲଳିତ ଶୈଳୀରେ କବିଙ୍କ ରଚନାବଳୀ ସୁଖପାଠ୍ୟ, ଶ୍ରୁତିମଧୁର ତଥା ବୋଧଗମ୍ୟ । କବିଙ୍କ ସାରସ୍ଵତ ସୃଷ୍ଟିସମ୍ଭାର ମଧ୍ଯରେ କବିତା ପୁସ୍ତକ ‘ସବିତା’, ‘ଉତ୍କଳ ସାରସ୍ଵତ ପ୍ରତିଭା’, ‘କନକାଞ୍ଜଳି’, ‘ମରୀଚିକା’, ‘ବିହାୟସୀ’, ‘ଝରା ଶିଭଳି’, ‘ସ୍ବପ୍ନଦ୍ଵୀପ’, ‘କାକଳି’, ‘ଯାହାକୁ ଯିଏ’, ‘ସଞ୍ଚୟନ’ ଓ ‘ମାଟି ପାଣି ପବନ’ କବିଙ୍କ ଅମ୍ଳାନ ପ୍ରତିଭାର ପରିଚାୟକ ।

‘ସର୍ବଂସହା ମାଟି’ଶୀର୍ଷକ କବିତାଟି କବିଙ୍କ ‘ମାଟି ପାଣି ପବନ’ ପୁସ୍ତକରୁ ସଂଗୃହୀତ ଏକ ସମ୍ଭୋଧୀ କବିତା ଯେଉଁଥରେ କବି ମାଟିର ସର୍ବଂସହା ଗୁଣର ଜୟଗାନ କରିବା ସହ ମାଟିଠାରୁ ଧୈର୍ଯ୍ୟ ଓ ସହନଶୀଳତା ପରି ସୁମହାନ୍ ସ୍ବର୍ଗୀୟ ଗୁଣଗୁଡ଼ିକୁ ଶିକ୍ଷାକରି ନିଜକୁ ଜନମଙ୍ଗଳ କର୍ମରେ ନିୟୋଜିତ କରିବାପାଇଁ ଗଭୀର କାମନା ପୋଷଣ କରିଛନ୍ତି ।

ସମଗ୍ର ଜୀବଜଗତ ପାଇଁ ମାଟି ମା’ର ମହନୀୟ ଅବଦାନ ଲକ୍ଷ୍ୟକରି କବି ମାଟିକୁ ମା’ ସହ ତୁଳନା କରିଛନ୍ତି ଓ ତା’ର ଯଶୋଗାନରେ ଶତମୁଖ ହୋଇଉଠିଛନ୍ତି । ମାଟି ପ୍ରତି କବିଙ୍କର ଗଭୀର ମମତ୍ୱବୋଧ ଲକ୍ଷ୍ୟକଲେ ଜଣାଯାଏ ସତେ ଯେପରି ସେ ଆଧୁନିକ ସହରୀ ସଭ୍ୟତା ସଂକ୍ରମଣର ଶିକାର ହୋଇନାହାନ୍ତି । ମାଟିମନସ୍କ କବି, ପଲ୍ଲୀର ସ୍ନିଗ୍ଧ, ମଧୁର ପରିବେଶ, ସରଳ ଗ୍ରାମ୍ୟ ପରିବେଷ୍ଟନୀର ଶାଶ୍ୱତ ଶାନ୍ତି ଓ ଅନାବିଳ ପ୍ରେମାନନ୍ଦର ନିବିଡ଼ ଆଶ୍ଳେଷରେ ତଲ୍ଲୀନ ହେବାକୁ ଗଭୀର ଆଗ୍ରହୀ ଥ‌ିବା ଅନୁମିତ ହୁଏ । ମାଟି ମା’ଠାରେ କବି ଲକ୍ଷ୍ୟ କରିଛନ୍ତି, ଜନ୍ମଦାତ୍ରୀ ମା’ର ସ୍ବସନ୍ତାନ ପ୍ରତି ତ୍ୟାଗସର୍ବସ୍ଵ ଜୀବନାଦର୍ଶ । ଜୀବନର ସବୁ ସୁଖ, ସ୍ୱାଚ୍ଛନ୍ଦ୍ୟକୁ ନିଜ ସନ୍ତାନର ତୃପ୍ତି ଓ ଆନନ୍ଦ ପାଇଁ ଉତ୍ସର୍ଗ କରିବାରେ ମା’ ପାଇଥାଏ ଶାନ୍ତି ଓ ସନ୍ତୋଷ । ସନ୍ତାନର ସବୁ ଅଳି, ଅର୍ଦ୍ଧଳି, ରାଗ, ରୋଷକୁ ଅକୁଣ୍ଠିତ ଚିତ୍ତରେ ଗଳାଧଃକରଣ କରି ଅକାତରେ ଢାଳିଦିଏ ତା’ ବୁକୁତଳର ସ୍ନେହ, ମମତା, ସେବା, ଯତ୍ନ । ସନ୍ତାନର ସବୁ ଦୋଷ, ତ୍ରୁଟିକୁ ସେ ତା’ର ମହାନ୍ ଗୁଣରେ କ୍ଷମା କରିଦିଏ । ମନରେ ପାତର ଅନ୍ତର ଭାବ ନରଖ୍ ମା’ ତା’ର ସବୁ ସନ୍ତାନ ସନ୍ତତିଙ୍କ ପାଇଁ ସମଦୃଷ୍ଟି ଓ ସମଭାବ ପରିପୋଷଣ କରିଥାଏ । ଠିକ୍ ସେହିପରି ସର୍ବଂସହା ମାଟି ମା’ ଆମର ସବୁ ଅତ୍ୟାଚାରକୁ ନୀରବରେ ସହିଯାଏ, କେବେ କିଛି ବି ପ୍ରତିବାଦ କରିନଥାଏ । କବିଙ୍କ ଭାଷାରେ-

ମାଟି ମା’ଠାରେ କବି ଲକ୍ଷ୍ୟ କରିଛନ୍ତି, ଜନ୍ମଦାତ୍ରୀ ମା’ର ସ୍ଵସନ୍ତାନ ପ୍ରତି ତ୍ୟାଗସର୍ବସ୍ଵ ଜୀବନାଦର୍ଶ । ଜୀବନର ସବୁ ସୁଖ, ସ୍ୱାଚ୍ଛନ୍ଦ୍ୟକୁ ନିଜ ସନ୍ତାନର ତୃପ୍ତି ଓ ଆନନ୍ଦ ପାଇଁ ଉତ୍ସର୍ଗ କରିବାରେ ମା’ ପାଇଥାଏ ଶାନ୍ତି ଓ ସନ୍ତୋଷ । ସନ୍ତାନର ସବୁ ଅଳି, ଅର୍ଦ୍ଧଳି, ରାଗ, ରୋଷକୁ ଅକୁଣ୍ଠିତ ଚିତ୍ତରେ ଗଳାଧଃକରଣ କରି ଅକାତରେ ଢାଳିଦିଏ ତା’ ବୁକୁତଳର ସ୍ନେହ, ମମତା, ସେବା, ଯତ୍ନ । ସନ୍ତାନର ସବୁ ଦୋଷ, ତ୍ରୁଟିକୁ ସେ ତା’ର ମହାନ୍ ଗୁଣରେ କ୍ଷମା କରିଦିଏ । ମନରେ ପାତର ଅନ୍ତର ଭାବ ନରଖ୍ ମା’ ତା’ର ସବୁ ସନ୍ତାନ ସନ୍ତତିଙ୍କ ପାଇଁ ସମଦୃଷ୍ଟି ଓ ସମଭାବ ପରିପୋଷଣ କରିଥାଏ । ଠିକ୍ ସେହିପରି ସର୍ବଂସହା ମାଟି ମା’ ଆମର ସବୁ ଅତ୍ୟାଚାରକୁ ନୀରବରେ ସହିଯାଏ, କେବେ କିଛି ବି ପ୍ରତିବାଦ କରିନଥାଏ । କବିଙ୍କ ଭାଷାରେ-

‘ମାଆ ପରି ମୋର ଅଳି ଅରଦଳି
କେତେ ନ ସହିଛୁ ସତେ ।’’
ପୁନଶ୍ଚ –
“ସରଚ ସହଣା ମାଟି
ସବୁରି ଉପରେ ସେଦେହ ତୋହର
ସମାନେ ଦେଇଛୁ ବାଣ୍ଟି।

ମାଟି ମା’ ଜନ୍ମଦାତ୍ରୀ ମା’ ପରି ବାତ୍ସଲ୍ୟର ମୂର୍ତ୍ତିମନ୍ତ ବିଗ୍ରହ । କବିଙ୍କ ଲେଖନୀରେ ତା’ର ମହିମାମଣ୍ଡିତ ରୂପ ପରିଦୃଷ୍ଟ ହୁଏ । ମାତୃଗର୍ଭରୁ ଭୂମିଷ୍ଠ ହେବାପରେ ଆମେ ମାଟି ମା’ ଉପରେ କାହିଁ କେତେ ଯେ ଅତ୍ୟାଚାର କରିଛୁ ତା’ର ଇୟଭା ନାହିଁ । ମାଟି ଉପରେ ମଳ ମୂତ୍ରାଦି ତ୍ୟାଗଠାରୁ ଆରମ୍ଭକରି ଖନନ, କର୍ଷଣ, ବିସ୍ଫୋରଣଜନିତ ସମସ୍ତ ଅତ୍ୟାଚାର ବିରୋଧରେ କେବେବି ପ୍ରତିବାଦ କରେନି ମାଟି ମା’, କାରଣ ସେ ସର୍ବଂସହା । କବିଙ୍କ ଭାଷାରେ-

‘‘ଜନମକାଳୁ ଯେ ଦେହେ ତୋ ଆଘାତ
କେତେ ନ ଦେଇଛି ମୁହିଁ
ନିଜ ଛୁଆ ବୋଲି ସବୁ ଦୋଷ ସିନା
କ୍ଷମି ଅଛୁ ଏକା ତୁହି ।”

ଗର୍ଭଜାତ ସନ୍ତାନର ସବୁ ରାଗ, ରୋଷ, ଅଭିମାନ, ଅତ୍ୟାଚାରକୁ ଜନ୍ମଦାତ୍ରୀ ମା’ ସହିନେଲା ପରି ମାଟି ମା’ ଆମ ସମସ୍ତଙ୍କ ଯଥେଚ୍ଛାଚାରକୁ ତା’ ମହାନ୍ ଗୁଣରେ କ୍ଷମା କରିଦିଏ । ଧୈର୍ଯ୍ୟ ଓ ସହନଶୀଳତାର ମୂର୍ତ୍ତିମନ୍ତ ଅବତାର ମାଟି ମା’ପାଇଁ କବି ମନର ବ୍ୟାକୁଳତା ଓ ସଂବେଦନଶାଳତା କବିତାରେ ସୃଷ୍ଟ ପରିଦୃଷ ହୁଏ। ପାଠକମାନଙ୍କୁ ମାଟିର ଯତ୍ନ ନେବାପାଇଁ ପରୋଷ ଇଙ୍ଗିତ କବିତାର ଅନ୍ତଃସ୍ଵର କହିଲେ ଅତ୍ୟୁକ୍ତି ହେବନାହିଁ ।

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question ୨୧ ।
କବି ମାଟିମାଆର ଜୟଗାନରେ ଶତମୁଖ- ଏହାକୁ ପଠିତ କବିତା ଅନୁସରଣରେ ବର୍ଣ୍ଣନା କର । କିମ୍ବା, ମାଟିମାଆର ଜୟଗାନ କରିବାକୁ କବି ଯେପରି ଯଥାର୍ଥ ଜ୍ଞାନ କରିଛନ୍ତି, ତା’ର ସ୍ଵରୂପ ପଠିତ ‘ସର୍ବଂସହା ମାଟି’ କବିତାକୁ ଆଧାର କରି ବିଶ୍ଳେଷଣ କର ।
Answer:
ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ ନାରୀକବି ବିଦ୍ୟୁତପ୍ରଭା ଦେବୀଙ୍କ ସ୍ଥାନ ସ୍ବତନ୍ତ୍ର । ସରଳ ଭାଷା, କୋମଳଭାବ ତଥା ଲୋଭନୀୟ ମଞ୍ଜୁଳ ଶୈଳୀ ତାଙ୍କ ସୃଷ୍ଟିନିଚୟର ମୁଖ୍ୟ ଆଧାର । କବିଙ୍କ ସୃଷ୍ଟିରେ ସ୍ଵଦେଶପ୍ରୀତି, ସାଂସ୍କୃତିକ ଚେତନା, ପଲ୍ଲୀପ୍ରାଣତା, ଜୀବନବୋଧ ତଥା ଆଧ୍ୟାତ୍ମିକତାର ସୁସମନ୍ଵୟ ପରିଦୃଷ୍ଟ ହୋଇଥାଏ । ‘ସବିତା’, ‘କନକାଞ୍ଜଳି’, ‘ମରୀଚିକା’, ‘ସଞ୍ଚୟନ’, ‘ବିହାୟସୀ’, ‘ଝରାଶିଉଳି’, ‘ସ୍ବପ୍ନଦୀପ’, ‘କାକଳି’, ‘ମାଟି ପାଣି ପବନ’ ଆଦି କବିତା ସଙ୍କଳନ କବିଙ୍କ ଅମ୍ଳାନ ସାରସ୍ଵତ ପ୍ରତିଭାର ପରିଚୟ ପ୍ରଦାନ କରେ ।

ପଲ୍ଲୀପ୍ରାଣତା, ଜୀବନବୋଧ ତଥା ଆଧାତ୍ମିକତାର ସୁସମନ୍ଵୟ ପରିଦୃଷ୍ଟ ହୋଇଥାଏ । ‘ସବିତା’, ‘କନକାଞ୍ଜଳି’, ‘ମରୀଚିକା’, ‘ସଞ୍ଚୟନ’, ‘ବିହାୟସୀ’, ‘ଝରାଶିଉଳି’, ‘ସ୍ବପ୍ନଦୀପ’, ‘କାକଳି’, ‘ମାଟି ପାଣି ପବନ’ ଆଦି କବିତା ସଙ୍କଳନ କବିଙ୍କ ଅମ୍ଳାନ ସାରସ୍ବତ ପ୍ରତିଭାର ପରିଚୟ ପ୍ରଦାନ କରେ । ଆଲୋଚ୍ୟ ‘ସର୍ବଂସହା ମାଟି’ଶୀର୍ଷକ କବିତାଟି କବିଙ୍କ ‘ମାଟି ପାଣି ପବନ’ କବିତା ସଙ୍କଳନରୁ ସଂଗୃହୀତ, ଯେଉଁଥରେ କବିଙ୍କର ମାଟି ପ୍ରତି ମମତ୍ୱବୋଧ ପ୍ରକଟିତ ହେବା ସଙ୍ଗେ ସଙ୍ଗେ ମାନବ ଜୀବନ ପ୍ରତି ମାଟିର ମହନୀୟ ଅବଦାନକୁ କବି କରି ନିଜ ଦେଶାତ୍ମବୋଧ ଚେତନାର ପରିଚୟ ପ୍ରଦାନ କରିଛନ୍ତି ।

କବିଙ୍କ ମତରେ, ଜନ୍ମ ଜନ୍ମାନ୍ତର ତପସ୍ୟାର ଫଳସ୍ୱରୂପ ତାଙ୍କୁ ଭାରତବର୍ଷ ପରି ମହାନ୍ ଦେବଭୂମି, ବୀରଭୂମିରେ ଜନ୍ମଲାଭ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ପୁଣ୍ୟଭୂମି, ଭାରତବର୍ଷର ମୃତ୍ତିକା କେବଳ ତୁଚ୍ଛ ଗୋଡ଼ି, ମାଟି, ପଥର ନୁହେଁ, ବରଂ ଏହି ମାଟିର ପ୍ରତିଟି ଅଣୁ ପରମାଣୁରେ ଭରି ରହିଛି ଦିବ୍ୟ ଚେତନା । ଏ ମାଟିର ପ୍ରତିଟି ଧୂଳିକଣା ବହୁ ମହାମନୀଷୀ, ପୈଗମ୍ବର, ଅବତାରୀ ପୁରୁଷଙ୍କ ପଦସ୍ପର୍ଶରେ ପବିତ୍ର ହୋଇଛି । ବହୁ ବୀର, ସାହସୀ, ଯୋଦ୍ଧାଙ୍କର ରକ୍ତକଣିକା ଏ ମାଟିର ସ୍ବାତନ୍ତ୍ର୍ୟକୁ ପ୍ରମାଣିତ କରିଛି । ତେଣୁ ତପସ୍ୟା, ଦୈବୀ ଆଶୀର୍ବାଦ, ପ୍ରାରବ୍ଧ କର୍ମଫଳ ବିନା ଏ ମାଟିରେ ଜନ୍ମଲାଭ କରିବା କଦାପି ସମ୍ଭବ ନୁହେଁ । କବିଙ୍କ ଭାଷାରେ।

“କେତେ ଗପ କରି ଏକ ଜନମରେ
ଆସିଛି ତୋ’ ଦେଶେ ବୁଲି ।’’

ଦେବଭୂମି ଭାରତବର୍ଷର ପବିତ୍ର ଧୂଳିକଣାକୁ ମଥାରେ ବୋଳି ମହାପୁରୁଷମାନଙ୍କ ଆଶୀର୍ବାଦ ପ୍ରାପ୍ତ ହେବାକୁ କବି ଇଚ୍ଛାପୋଷଣ କରିଛନ୍ତି । ବୀର ସହିଦମାନଙ୍କର ରକ୍ତରଞ୍ଜିତ ଏଇ ମୁଭିକା ସ୍ପର୍ଶରେ କବି ନିଜ ହୃଦୟରେ ଦେଶପ୍ରେମଭାବ ଜାଗ୍ରତ କରିପାରିବେ ଓ ଜନ୍ମମାଟିର ସୁନାମ ବୃଦ୍ଧିରେ ପ୍ରୟାସୀ ହେବେ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି । କବିଙ୍କ କଣ୍ଠରେ-

“ତୁହି ଦେବଭୂମି ତୁହି ଗାରଭୂମି
ତୁହି ମୋ ଭାରତ ମାଆ
ତୋର ପାଦ ଧୁଳି ପୁଣ୍ଡେ ହୋଇ କୋଳି
ରଖିବି ତୋହରି ନାଆଁ”

ସ୍ଵଦେଶପ୍ରେମୀ କବି ବିଦ୍ୟୁତ୍‌ପ୍ରଭା ଜନ୍ମମାଟିର ଦୀର୍ଘ ପ୍ରତୀକ୍ଷିତ ମୁକ୍ତି ଆସନ୍ନ ବୋଲି ଅନୁଭବ କରିଛନ୍ତି । ତାଙ୍କ ମତରେ, ପରାଧୀନତାର ଅମାରାତ୍ରି ଅବସାନ ହେବାର ସମୟ ଆଗତପ୍ରାୟ । ‘ସ୍ଵାଧୀନତା ରୂପକ ନବୋଦିତ ସୂର୍ଯ୍ୟ ଉଦୟ ହେବାର ପାହାନ୍ତି ପ୍ରହର ଉପଗତ । ସ୍ଵାଧୀନତା ପ୍ରାପ୍ତି ସନ୍ନିକଟ ପ୍ରାୟ ଉପଲବ୍ଧ କରି କବି ମୁକ୍ତି ସ୍ଵପ୍ନରେ ବିଭୋର ହୋଇଛନ୍ତି ଏବଂ ଜନ୍ମମାଟିର ଜୟଗାନ କରି ପୂର୍ବଜମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଏବଂ ମହାଭାରତୀୟ ଦର୍ଶନରେ ଉଦ୍‌ବୁଦ୍ଧ ହୋଇ ଜନ୍ମମାଟିର ସମ୍ମାନ ଦିଗରେ ପ୍ରୟାସୀ ହେବେ ବୋଲି କହିଛନ୍ତି ।

‘ଚିର ଦୁଃଖର ତୋ ପାହାରି ଅନ୍ଧାର
ରାତି ଆସୁଅଛି ପାହି
ସେ ନୂଆ ସପନେ ଫୁଲେ ମୁଁ ଆନନ୍ଦେ
ଜୟ ଗାନ ତୋର ଗାଇ ।’’

ଜନ୍ମମାଟି ଭାରତବର୍ଷକୁ କବି ଚେତନଗର୍ଭା ବୋଲି କହିଛନ୍ତି । ମହାମନୀଷୀମାନଙ୍କ ସଂସ୍ପର୍ଶରେ ଆସି ଏହି ମୃତ୍ତିକା ଅଲୌକିକ ଆତ୍ମଭୌତିକ ଚୈତ୍ତ ସତ୍ତାର ଅଧିକାରୀ ହୋଇପାରିଛି । ଏହି ମୃତ୍ତିକା ମାନବ ହୃଦୟରେ ଦିବ୍ୟଚେତନା ସୃଷ୍ଟି କରିବାରେ ଅନନ୍ୟ ଅଲୌକିକ ଭୂମିକା ଗ୍ରହଣ କରିଥାଏ । ସେହି ପବିତ୍ର ମାଟିରେ ଜନ୍ମଲାଭ କରି କବି ଧନ୍ୟ ହୋଇଛନ୍ତି ବୋଲି ଦୃଢୋକ୍ତି ପ୍ରକାଶ କରିବା ସହ ତାଙ୍କ ଅନ୍ତରରେ ଚେତନା ଜାଗ୍ରତ କରାଇବାପାଇଁ ସେ ଜନ୍ମମାଟିକୁ ଅନୁରୋଧ କରିଛନ୍ତି । ଯଦ୍ବାରା ଜଣେ ଚେତନଶୀଳ ନାଗରିକଭାବେ ସେ ନିଜ ଜନ୍ମଭୂମିର ଯଶ ଓ ସମ୍ମାନ ରକ୍ଷା ଦିଗରେ ନିଜକୁ ଉତ୍ସର୍ଗ କରିବାକୁ ସମର୍ଥ ହେବେ । ଜନ୍ମମାଟି ପ୍ରତି କବିମାନସର ଏତାଦୃଶ ଆବେଗଭରା ଆହ୍ବାନ କବିଙ୍କ ସ୍ଵଦେଶପ୍ରେମର ପରିଚୟ ପ୍ରଦାନ କରେ ।

ତୁମ ପାଇଁ କାମ

Question ୨୨ ।
କବି ବିଦ୍ଯୁପ୍ରଭା ଦେବୀଙ୍କର ଅନ୍ୟ କବିତାଗୁଡ଼ିକୁ ସଂଗ୍ରହକରି ପଢ଼ ।

Question ୨୩ ।
ଉକ୍ତ କବିତାଟିକୁ ଆବୃତ୍ତି ଅଥବା ସ୍ଵରସହ ଗାନ କର ।

Question ୨୪ ।
ମାଟି ମା ଉଦ୍ଦେଶ୍ୟରେ ଲିଖ୍ ଅନ୍ୟକବିମାନଙ୍କର କବିତାଗୁଡ଼ିକୁ ସଂଗ୍ରହ କରି ଶିକ୍ଷକଙ୍କୁ ଦେଖାଅ ।
[ସୂଚନା : ‘ତୁମ ପାଇଁ କାମ’ର ଉତ୍ତରଗୁଡ଼ିକ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତା ନେଇ ପ୍ରସ୍ତୁତ କରନ୍ତୁ ।]

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି 1

ବିଗତ ବର୍ଷର ହାଇସ୍କୁଲ ପରୀକ୍ଷା (ବାର୍ଷିକ ଓ ସପ୍ଲିମେଣ୍ଟାରୀ)ର ପ୍ରଶ୍ନୋତ୍ତର

Question 1.
ନିଜେ ଦୁଃଖ ସହି କବି କ’ଣ କରିବାକୁ ଚାହିଁଛନ୍ତି ?
Answer:
ପାହାଡ଼ ପଥର

Question 2.
ସର୍ବଂସହା ମାଟିର ଦେହ କିଏ ?
Answer:
ଜଗତର ହିତ ସାଧନ

Question 3.
ଦେହ ପାହାଡ଼ ପଥର ହେଲେ ବି ମାଟିମାଆର ପ୍ରାଣଟି କିପରି ?
Answer:
କଅଁଳ ପତ୍ର ପରି

Question 4.
କବିତାରେ କବି କାହାକୁ ସର୍ବସହଣୀ ବୋଲି କହିଛନ୍ତି ?
Answer:
ମାଟି

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 5.
ମାଟି ମା’ର ପ୍ରାଣ କିପରି ବୋଲି କବିତାରେ କୁହାଯାଇଛି ?
Answer:
କଅଁଳ ପତ୍ର ପରି

Question 6.
ଭାରତମାତାଙ୍କର ନାମ କିପରି ରଖୁବାକୁ କବି କହିଛନ୍ତି ?
Answer:
ପାଦଧୂଳି ମୁଣ୍ଡରେ ବୋଳି

Question 7.
ଜଗତର ମଙ୍ଗଳ ପାଇଁ ମାଟି ମା’ର କେଉଁ ଗୁଣକୁ କବି ମାଗିଛନ୍ତି ?
Answer:
ପୌର୍ଯ୍ୟ

Question 8.
କବି କାହାକୁ ମା’ ବୋଲି କହିଛନ୍ତି ?
ଭ-
ନିଜ ଗାଁ ମାଟିକୁ

Question 9.
ବିଦ୍ୟୁତପ୍ରଭାଦେବୀ କେଉଁ ପୁସ୍ତକ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ?
Answer:
ସଞ୍ଚୟନ

Question 10.
ଭାରତମାତାର ପ୍ରାଣ କିଭଳି ବୋଲି କବି କହିଛନ୍ତି ?
Answer:
କଅଁଳ ପତର

Question 11.
ଛାତିକୁ ନିଦା କରିବାକୁ କବି ମାଟିମାଆଠାରୁ କ’ଣ ଭିକ୍ଷାକରିଛନ୍ତି ?
Answer:
ପୌର୍ଯ୍ୟ

Question 12.
ନଈ, ସମୁଦ୍ରରେ ମାଟି ମା’ କ’ଣ ରଖିଛନ୍ତି ବୋଲି କବି କହିଛନ୍ତି ?
Answer:
ହସକଥା

ପରୀକ୍ଷା ଉପଯୋଗୀ ଅତିରି

(A) ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

Question 1.
‘ସର୍ବଂସହା ମାଟି’ କବିତାଟି କବିଙ୍କର କେଉଁ ପୁସ୍ତକରୁ ଆନୀତ ?
Answer:
‘ସର୍ବଂସହା ମାଟି’ କବିତାଟି କବିଙ୍କର ‘ମାଟି ପାଣି ପବନ’ ପୁସ୍ତକରୁ ଆନୀତ ।

Question 2.
କେଉଁ କବିତା ପୁସ୍ତକ ପାଇଁ କବି ବିଦ୍ୟୁତପ୍ରଭା ଦେବୀ ଓଡ଼ିଶା ସାହିତ୍ୟ ଏକାଡ଼େମୀଦ୍ୱାରା ପୁରସ୍କୃତ ହୋଇଛନ୍ତି ?
Answer:
‘ସଞ୍ଚୟନ’ କବିତା ପୁସ୍ତକ ପାଇଁ କବି ବିଦ୍ୟୁତପ୍ରଭା ଦେବୀ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ପୁରସ୍କୃତ ହୋଇଛନ୍ତି ।

Question 3.
କବିଙ୍କ ଦେହରେ କିଏ ବଳ ଦେଇଛି ?
Answer:
ମାଟିମାଆର ମିଠା ପାଣି ଓ ଧୀର ପବନ କବିଙ୍କ ଦେହରେ ବଳ ଦେଇଛି ।

Question 4.
ଆରାମ ଦେବାପାଇଁ ମାଟିମାଆ କ’ଣ ବିଛାଇ ରଖୁଛି ?
Answer:
ଆରାମ ଦେବାପାଇଁ ମାଟିମାଆ ସବୁଜ ଘାସର କଅଁଳ ବିଛଣା ବିଛାଇ ରଖୁଛି ।

Question 5.
ମାଆ ପରି କିଏ ଆମ ଅଳି ଅର୍ଦ୍ଧଳି ସହୁଛି ?
Answer:
ମାଆ ପରି ମାଟିମାଆ ଆମ ଅଳି ଅର୍ଦ୍ଧଳି ସହୁଛି !

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 6.
ମାଟିମାଆ କାହିଁକି ଆମର ସମସ୍ତ ଦୋଷକୁ କ୍ଷମାକରି ଦେଉଛି ?
Answer:
ମାଟିମାଆ ଆମକୁ ତା’ ନିଜର ସନ୍ତାନ ମନେକରି ଆମର ସମସ୍ତ ଦୋଷକୁ କ୍ଷମାକରି ଦେଉଛି ।

Question 7.
ମାଟି ମାଆର ଶରୀର କେଉଁଥ‌ିରେ ଗଢ଼ା ବୋଲି କବି କହିଛନ୍ତି ?
Answer:
ମାଟି ମାଆର ଶରୀର ପାହାଡ଼ ପଥରରେ ଗଢ଼ା ବୋଲି କବି କହିଛନ୍ତି ।

Question 8.
ମାଟିମାଆର ପ୍ରାଣ କିପରି ?
Answer:
ମାଟି ମାଆର ପ୍ରାଣ କଅଁଳ ପତ୍ର ପରି ଅତ୍ୟନ୍ତ କୋମଳ ।

Question 9.
ସନ୍ତାନ ମୁଖରେ କେତେବେଳେ ହସ ଫୁଟିଉଠେ ?
Answer:
ମାଟିମାଆ ହସିଲେ ସନ୍ତାନ ମୁଖରେ ହସ ଫୁଟିଉଠେ ।

Question 10.
ମାଟିର ମହାଯଶ ଘୋଷିବାକୁ କବି କାହାଠାରୁ ଆଦେଶ ପାଇଛନ୍ତି ?
Answer:
ମାଟିର ମହାଯଶ ଘୋଷିବାକୁ କବି ଜନ୍ମଭୂମିର ଅନ୍ତରରୁ ଆଦେଶ ପାଇଛନ୍ତି ।

Question 11.
ବଣ ପକ୍ଷୀର ଡାକ ଶୁଣି ଦେହରେ କି ଭାବ ସୃଷ୍ଟି ହୁଏ ?
Answer:
ବଣ ପକ୍ଷୀର ଡାକ ଶୁଣି ଆନନ୍ଦରେ ଛାତି ଫୁଲିଉଠେ ଏବଂ ଆଖ୍ ବାସ୍ତବତାକୁ ଭୁଲିଯାଏ ।

Question 12.
ମାଆମାଟି ସମସ୍ତଙ୍କ ଉପରେ ସମାନ ଭାବରେ କ’ଣ ବାଣ୍ଟି ଦେଇଛି ?
Answer:
ମାଆମାଟି ସମସ୍ତଙ୍କ ଉପରେ ସମାନ ଭାବରେ ତା’ର ସ୍ନେହକୁ ବାଣ୍ଟି ଦେଇଛି ।

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 13.
ଆମ ଭାରତ ମାଆ କିପରି ବୋଲି କବି କହିଛନ୍ତି ?
Answer:
ଆମ ଭାରତ ମାଆ

Question 14.
କବୟିତ୍ରୀ ବିଦ୍ୟୁତପ୍ରଭା
Answer:
କବୟିତ୍ରୀ ବିଦ୍ୟୁତପ୍ରଭା ଦେବୀଙ୍କ ରଚିତ ଦୁଇଟି କବିତା ପୁସ୍ତକର ନାମ ହେଲା କନକାଞ୍ଜଳି ଓ ମରୀଚିକା ।

Question 15.
କବି କେଉଁ ବଳରେ ପବିତ୍ର ଦେବଭୂମିରେ ଜନ୍ମଗ୍ରହଣ କରିଛନ୍ତି ?
Answer:
କବି କେତେ ଜନ୍ମର ପୁଣ୍ୟକର୍ମ ବଳରେ ପବିତ୍ର ଦେବଭୂମିରେ ଜନ୍ମଗ୍ରହଣ କରିଛନ୍ତି ।

Question 16.
କ’ଣ ଘୋଷିବାକୁ କବି ଜନ୍ମଭୂମିଠାରୁ ଅନ୍ତର୍ଗତ ଆଦେଶ ପାଇଛନ୍ତି ?
Answer:
ମାଟିମାଆର ମହାଯଶ ଘୋଷିବାକୁ କବି ଜନ୍ମଭୂମିଠାରୁ ଅନ୍ତର୍ଗତ ଆଦେଶ ପାଇଛନ୍ତି ।

Question 17.
ଦେହ ପାହାଡ଼ ପଥର ହେଲେ ବି ମାଟିମାଆର ପ୍ରାଣ କିପରି ?
Answer:
ଦେହ ପାହାଡ଼ ପଥର ହେଲେ ବି ମାଟି ମାଆର ପ୍ରାଣ କଅଁର ପତ୍ରପରି କୋମଳ ।

(B) । ଗୋଟିଏ ପଦ ବା ଶବ୍ଦରେ ଉତ୍ତର ଦିଅ ।

Question 1.
ବିଦ୍ୟୁତପ୍ରଭା ଦେବୀ କେଉଁ ସମୟର କବି ?
Answer:
ସ୍ୱାଧାନତା ପରବର୍ତ୍ତୀ

Question 2.
କବିତାରେ କବି କାହାର ଗୁଣାବଳୀ ବର୍ଣ୍ଣନା କରିଛନ୍ତି ?
Answer:
ମାଟିମାଆର

Question 3.
‘ସର୍ବଂସହା ମାଟି’ କବିତାରେ କବି ମନୁଷ୍ୟର କେଉଁ ଚେତନାକୁ ଜାଗ୍ରତ କରାଇବାକୁ ଆହ୍ଵାନ ଦେଇଛନ୍ତି ?
Answer:
ସୁପ୍ତ ବିବ୍ୟଚେତନାକୁ

Question 4.
ମାଟିମାଆ ସମସ୍ତଙ୍କ ଉପରେ ସମାନଭାବରେ କ’ଣ ବାଣ୍ଟି ଦେଇଛି ?
Answer:
ସ୍ନେହ

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 5.
‘ସରବ ସହଣୀ’ କହିଲେ କ’ଣ ବୁଝ ?
Answer:
ସବୁକିଛି ସହିବାରେ ନିପୁଣା

Question 6.
‘ସବୁରି ଉପରେ ସେନେହ ତୋହର ସମାନେ ଦେଇଛୁ ବାଣ୍ଟି’ ।
Answer:
ନିରପେକ୍ଷତା

Question 7.
ମାଟିମାଆ ତା’ର ସନ୍ତାନ ପାଇଁ ଖାଦ୍ୟ କେଉଁଠାରେ ସଜାଇ ରଖୁଛି ?
Answer:
ଗଛଲତାରେ

Question 8.
ଏହି ପାଦରେ ମାଟିମାଆଙ୍କର କେଉଁ ଗୁଣ ପ୍ରକାଶିତ ହେଉଛି ?
Answer:
ବୁକ୍ ଫୁଲା ଆନନ୍ଦ

Question 9.
‘ସର୍ବଂସହା ମାଟି’ କବିତାରେ କବି କାହାର ମୁକ୍ତି କାମନା କରିଛନ୍ତି ?
Answer:
ଭାରତମାଆର

Question 10.
କବି ବିଦ୍ୟୁତପ୍ରଭଭା ଦେବୀ କଟକ ଜିଲ୍ଲାର କେଉଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ?
Answer:
ନାଟରା

Question 11.
‘ସର୍ବଂସହା ମାଟି’ କବିତାର କବି କିଏ ?
Answer:
ବିଦ୍ୟୁପ୍ରଭା ଦେବୀ

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 12.
ବିଦ୍ୟୁପ୍ରଭା ଦେବୀ କେଉଁ କୃତି ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀଦ୍ଵାରା ପୁରସ୍କୃତ ହୋଇଥିଲେ ?
Answer:
ସଞ୍ଚୟନ

Question 13.
‘ସର୍ବଂସହା ମାଟି’ କବିତାଟି କବିଙ୍କର କେଉଁ କବିତା ପୁସ୍ତକରୁ ସଂଗୃହୀତ ?
Answer:
ମାଟି ପାଣି ପବନ

Question 14.
ସନ୍ତାନର ମୁକ୍ତି କାହା ମୁକ୍ତିରେ ନିହିତ ଅଛି ?
Answer:
ଜନ୍ମଭୂମିର ମୁକ୍ତିରେ

Question 15.
କେଉଁ ପକ୍ଷୀର ଡାକ ଶୁଣିଲେ ବୁକୁ ଫୁଲି ଉଠେ ?
Answer:
ବଣପକ୍ଷୀ

Question 16.
କବି ବିଦ୍ୟୁତ୍‌ପ୍ରଭା ଦେବୀଙ୍କର କେଉଁ ପ୍ରକାର ଚାବିକାଠି ହଜିଯାଇଛି ?
Answer:
ଚେତନା

Question 17.
ଦେହ ପାହାଡ଼ ପଥର ହେଲେ ବି ଜନ୍ମମାଟିର ପ୍ରାଣ କିପରି ହୋଇଥାଏ ?
Answer:
କଅଁଳ

Question 18.
କବି ବିଦ୍ୟୁତପ୍ରଭା ଦେବୀ କାହାକୁ ସର୍ବସହଣୀ ବୋଲି କହିଛନ୍ତି ?
Answer:

Question 19.
ମାଟିମାଆର ମିଠା ପାଣି ଓ ଧୀରପବନ କବିଙ୍କ ଦେହରେ କ’ଣ ଭରି ଦେଇଛି ବୋଲି କବି କହିଛନ୍ତି ?
Answer:
ବଳ

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 20.
‘ସର୍ବଂସହା ମାଟି’ କବିତାରେ କବିଙ୍କୁ ଶକ୍ତି ଓ ତୃପ୍ତି କିଏ ଦେଇଛି ?
Answer:
ଗଛଲତାର ଫଳ

Question 21.
ଦେହ ଦୁଃଖ ପାଇଁ ମାଟିମାଆ କ’ଣ ସାଇତି ରଖୁଛି ?
Answer:
ଚେରମୂଳି, ଗଛଲତା

Question 22.
ମାଟି ମାଆ ମନସୁଖ ଲାଗି ହସକଥା କେଉଁଠାରେ ଭରି ରଖୁଛି ?
Answer:
ନଈ ସମୁଦ୍ରରେ

Question 23.
କେଉଁ ପକ୍ଷୀର ଡାକ ବୁକୁକୁ ଫୁଲାଇବା ସହ ଆଖୁକୁ ଭୁଲାଇଦିଏ ?
Answer:
ବଣପକ୍ଷୀର ଡାକ

Question 24.
ଯେତେ ଦୋଷ କଲେ ମଧ୍ୟ କ’ଣ ମନେକରି ମାଟି ମାଆ ସବୁଦୋଷ କ୍ଷମା କରିଦେଇଛି ?
Answer:
ନିଜ ସନ୍ତାନ ମନେକରି

Question 25.
ମାଟିମାଆର ଶରୀର କେଉଁଥରେ ଗଢ଼ା ବୋଲି କବି କହିଛନ୍ତି ?
Answer:
ପାହାଡ଼ ପଥରରେ

Question 26.
ମାଟିମାଆର ପ୍ରାଣ କିପରି ?
Answer:
କୋମଳ ପତ୍ର ସଦୃଶ

Question 27.
କବି ମାଟିମାଆକୁ କ’ଣ ଖୋଜିବାକୁ କହିଛନ୍ତି ?
Answer:
ଚେତନ’ର ଚାବିକାଠି

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 28.
କବି ଚେତନଗର୍ଭା ବୋଲି କାହାକୁ କହିଛନ୍ତି ?
Answer:
ମାଟିମାଆକୁ

Question 29.
‘ସର୍ବଂସହା ମାଟି’ କବିତାରେ କବି କାହାକୁ ଦେବଭୂମି ଓ ବୀରଭୂମି ବୋଲି କହିଛନ୍ତି ?
Answer:
ଭାରତ ଜନନୀକୁ

Question 30.
ନିଜେ ଦୁଃଖ ସହି କାହା ପାଇଁ ଦିନରାତି ଲାଗିପଡ଼ିବେ ବୋଲି କବି କହିଛନ୍ତି ?
Answer:
ଜଗତ ପାଇଁ

(C) ଶୂନ୍ୟସ୍ଥାନ ପୂରଣ କର ।

Question 1.
ଭାରତାମାତାର ………………………. କଅଁଳ ପତର ବୋଲି କବି କହିଛନ୍ତି ।
Answer:
ପ୍ରାଣ,

Question 2.
କବିତାରେ କବି ମାଟିକୁ ………………………….. ସହିତ ତୁଳନା କରିଛନ୍ତି ।
Answer:
ମାଆ,

Question 3.
ସନ୍ତାନର ରାଗରେ।ଷ ଜନିତ ଦୋଷକୁ …………………… ଭୁଲିଯାଏ ।
Answer:
ଜନନୀ,

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 4.
ସନ୍ତାନର ଅଳି ଅର୍ଦ୍ଦଳିକୁ ମାଆପରି …………………… ସହିଯାଏ ।
Answer:
ମାଟି ମାଆ,

Question 5.
ମାଟି ମାଆଠାରୁ କବି ………………………. ପାଇବାପାଇଁ ପ୍ରାର୍ଥନା କରିଛନ୍ତି ।
Answer:
ଧୈର୍ଯ୍ୟ,

Question 6.
କବିତାରେ କବି ………………… କୁ ପାଆ ବୋଲି କହିଛନ୍ତି ।
Answer:
ନିଜ ଜନ୍ମମାଟିକୁ,

Question 7.
ଛାତିକୁ ନିଦା କରିବାକୁ କବି ମାଟିମାଆଠାରୁ …………………….. ଭିକ୍ଷା କରିଛନ୍ତି ।
Answer:
ଧୈର୍ଯ୍ୟ,

Question 8.
ନଈ, ସମୁଦ୍ରରେ ମାଟି ମା’………………………… ରଖିଛନ୍ତି ବୋଲି କବି କହିଛନ୍ତି।
Answer:
ହସକଥା,

Question 9.
ମାଟି ମାଆ ସମସ୍ତଙ୍କ ଉପରେ ସମାନ ଭାବରେ ……………… ଗାଣ୍ଡି ଦେଇଛି ।
Answer:
ସ୍ନେହ,

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 10.
ମାଟିମାଆ ତା’ର ସନ୍ତାନ ପାଇଁ ଖାଦ୍ୟ ………………. ରେ ସଜାଇ ରଖୁଛି ।
Answer:
ଗଛଲତା

Question 11.
କବି କଟକ ଜିଲ୍ଲାର …………………. ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।
Answer:
ନାଟରା

Question 12.
ମାଟି ମାଆ ……………………… ବୋଲି କବି କହିଛନ୍ତି ।
Answer:
ସର୍ବ ସହଣୀ,

Question 13.
କବି …………………… କୁ ସରବ ସହଶା ବୋଲି କହିଛନ୍ତି।
Answer:
ମାଟିମାଆ,

Question 14.
କବିଙ୍କୁ ଶକ୍ତି ଓ ତୃପ୍ତି …………………….. ଦେଇଛି ।
Answer:
ଗଛଲତାର ଫଳ

(D) ଠିକ୍ ଉକ୍ତି ପାଇଁ ‘T” ଓ ଭୁଲ୍ ଉକ୍ତି ପାଇଁ ‘F” ଲେଖ ।

1. କ୍ଷୀର କାକଳିରୁ ନାରୀକବି ଉତ୍ସାହ ପାଇଛନ୍ତି ।
2. କବିତାରେ କବି ସନ୍ତାନମାନଙ୍କର ମୁକ୍ତି କାମନା କରିଛନ୍ତି ।
3. ‘ସର୍ବଂସହା ମାଟି’ କବିତାର କବି ବିଦ୍ଯୁପ୍ରଭା ଦେବୀ ।
4. ‘ସର୍ବଂସହା ମାଟି’ କବିତାଟି କବିଙ୍କର ‘ମାଟି ପାଣି ପବନ’ କବିତା ପୁସ୍ତକରୁ ସଂଗୃହୀତ ।
5. ବଣପକ୍ଷୀର ଡାକ ଶୁଣିଲେ ବୁକୁ ଫୁଲି ଉଠେ ।
6. ସରଗ ଡାକିଲେ ମଧ୍ୟ ମାଟିମାଆର କାଖ ଛାଡ଼ି ଯିବାକୁ ମନ ବଳେ ନାହିଁ ।
7. ଯେତେ ଦୋଷ କଲେ ମଧ୍ୟ ନିଜ ସନ୍ତାନ ମନେକରି ମାଟିମାଆ ସବୁ ଦୋଷ କ୍ଷମା କରିଦେଇଛି ।
8. କବି ମାଟିମାଆକୁ ଚେତନାର ଚାବିକାଠି ଖୋଜିବାକୁ କହିଛନ୍ତି ।
୨. ନିଜେ ଦୁଃଖ ସହି ଜଗତ ପାଇଁ ଦିନରାତି ଲାଗିପଡ଼ିବେ ବୋଲି କବି କହିଛନ୍ତି ।
10. ମାଟିମାଆର ମହାଯଶ ଘୋଷିବାକୁ କବି ଆଦେଶ ପାଇଛନ୍ତି ।
11. ମାଟିମାଆ ମନସୁଖ ଲାଗି ହସକଥା ବିଲବାଡ଼ିରେ ଭରି ରଖୁଛି ।
12. ମାଟିମାଆର ଶରୀର ପାଣି କାଦୁଅରେ ଗଢ଼ା ବୋଲି କବି କହିଛନ୍ତି ।
13. କବି ଚେତନଗର୍ଭା ବୋଲି ମାଟି ମାଆକୁ କହିଛନ୍ତି ।
14. ଭାରତ ମାଆର ପାଦଧୂଳି ଗଳାରେ ବୋଳି ହେବାପାଇଁ କବି କହିଛନ୍ତି ।
Answer:
1. କ୍ଷୀର କାକଳିରୁ ନାରୀକବି ଉତ୍ସାହ ପାଇଛନ୍ତି । (F)
2. କବିତାରେ କବି ସନ୍ତାନମାନଙ୍କର ମୁକ୍ତି କାମନା କରିଛନ୍ତି । (F)
3. ‘ସର୍ବଂସହା ମାଟି’ କବିତାର କବି ବିଦ୍ଯୁପ୍ରଭା ଦେବୀ । (T)
4. ‘ସର୍ବଂସହା ମାଟି’ କବିତାଟି କବିଙ୍କର ‘ମାଟି ପାଣି ପବନ’ କବିତା ପୁସ୍ତକରୁ ସଂଗୃହୀତ । (T)
5. ବଣପକ୍ଷୀର ଡାକ ଶୁଣିଲେ ବୁକୁ ଫୁଲି ଉଠେ । (T)
6. ସରଗ ଡାକିଲେ ମଧ୍ୟ ମାଟିମାଆର କାଖ ଛାଡ଼ି ଯିବାକୁ ମନ ବଳେ ନାହିଁ । (T)
7. ଯେତେ ଦୋଷ କଲେ ମଧ୍ୟ ନିଜ ସନ୍ତାନ ମନେକରି ମାଟିମାଆ ସବୁ ଦୋଷ କ୍ଷମା କରିଦେଇଛି । (T)
8. କବି ମାଟିମାଆକୁ ଚେତନାର ଚାବିକାଠି ଖୋଜିବାକୁ କହିଛନ୍ତି । (T)
୨. ନିଜେ ଦୁଃଖ ସହି ଜଗତ ପାଇଁ ଦିନରାତି ଲାଗିପଡ଼ିବେ ବୋଲି କବି କହିଛନ୍ତି । (T)
10. ମାଟିମାଆର ମହାଯଶ ଘୋଷିବାକୁ କବି ଆଦେଶ ପାଇଛନ୍ତି । (T)
11. ମାଟିମାଆ ମନସୁଖ ଲାଗି ହସକଥା ବିଲବାଡ଼ିରେ ଭରି ରଖୁଛି । (F)
12. ମାଟିମାଆର ଶରୀର ପାଣି କାଦୁଅରେ ଗଢ଼ା ବୋଲି କବି କହିଛନ୍ତି । (F)
13. କବି ଚେତନଗର୍ଭା ବୋଲି ମାଟି ମାଆକୁ କହିଛନ୍ତି । (T)
14. ଭାରତ ମାଆର ପାଦଧୂଳି ଗଳାରେ ବୋଳି ହେବାପାଇଁ କବି କହିଛନ୍ତି । (F)

(E) ସ୍ତମ୍ଭ ମିଳନ କର ।

Question 1
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଶକତି ବିଛଣା
ସହଶା ଗଛଲତା
ଘାସର ସମୁଦ୍ର
ଅଳି ତୃପତି
ଚେର ମୂଳି ସୁଖ
ନଈ ଅବଦଳି

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଶକତି ତୃପତି
ସହଶା ମାଟି
ଘାସର ବିଛଣା
ଅଳି ଅବଦଳି
ଚେର ମୂଳି ଗଛଲତା
ନଈ ସମୁଦ୍ର

BSE Odisha 10th Class Odia Solutions Chapter 8 ସର୍ବଂସହା ମାଟି

Question 2
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ ‘ଖ’ ସ୍ତମ୍ଭ
ବୁକୁ କ୍ଷମିଅଛୁ
ଦୋଷ ଧରିଫୁଁ
ରାଗ ଜଗତ
ଅମାପ ପଥର
ପାହାଡ ପତର
କଅଁଳି ରୋଷ
ଫୁଲା ଏ

Answer:

‘କ’ ସ୍ତମ୍ ‘ଖ’ ସ୍ତମ୍ଭ
ବୁକୁ ଫୁଲା ଏ
ଦୋଷ କ୍ଷମିଅଛୁ
ରାଗ ରୋଷ
ଅମାପ ଧରିଫୁଁ
ପାହାଡ ପଥର
କଅଁଳି ପତର

Question 3
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ ‘ଖ’ ସ୍ତମ୍ଭ
ଦୁଃଖ ଅନ୍ଧାର
ଘୋଷି ସପନ
ପାହାନ୍ତି ଦଡମଡି
ନୂଆ ପାଦଧ୍ଥାଳି
ଦେବଭୂମି ଗାର ଭୂମି
ଚେତନା ଚାବିକାଠି
ମହାଯଶ

Answer:

‘କ’ ସ୍ତମ୍ ‘ଖ’ ସ୍ତମ୍ଭ
ଦୁଃଖ ଦଡମଡି
ଘୋଷି ମହାଯଶ
ପାହାନ୍ତି ଅନ୍ଧାର
ନୂଆ ସପନ
ଦେବଭୂମି ଗାର ଭୂମି
ଚେତନା ଚାବିକାଠି

କରି ପରିଚୟ

ସ୍ଵାଧାନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟ ଜଗତରେ ପାରାକବି ବିହ୍ୟୁତ୍ ପ୍ରଭା ଦେବା ଥିଲେ ଅନିର୍ବଚାନୟ କାବ୍ୟପ୍ରତିଭାର ଅଧିକାରିଣୀ । ସେହି ପ୍ରଜ୍ଞାଦୀପ୍ତ କବିଙ୍କ ସୃଷ୍ଟିନିଚୟ ତାଙ୍କ ସ୍ଵଦେଶପ୍ରୀତି, ସାଂସ୍କୃତିକ ଚେତନା, ଜୀବନବୋଧ, ଆଧ୍ୟାତ୍ମିକତା ତଥା ନିସର୍ଗଦୃଷ୍ଟିର ପରିପ୍ରକାଶରେ ହୋଇଛି ସୁମଞ୍ଜୁଳ । ତାଙ୍କ ସାରସ୍ଵତ ଲେଖନୀ ନିଃସୃତ ‘ସବିତା’, ‘କନକାଞ୍ଜଳି’, ‘ମରୀଚିକା’, ‘ସଞ୍ଚୟନ’, ‘ବିହାୟସୀ’ ପ୍ରଭୃତି କବିତାପୁସ୍ତକ ଓଡ଼ିଆ ସାହିତ୍ୟକୁ କରିଛି ସମୃଦ୍ଧ ।

ସୃଜନାଭିମୁଖ୍ୟ

ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟ ଜଗତରେ ବିଦ୍ୟୁତ୍‌ପ୍ରଭା ଦେବୀ ଜଣେ ବିଶିଷ୍ଟ ତଥା ଜନପ୍ରିୟ କବି ଭାବେ ପରିଚିତା । ସ୍ଵଦେଶପ୍ରୀତି, ସାଂସ୍କୃତିକ ଚେତନା, ଜୀବନବୋଧ, ଆଧ୍ୟାମ୍ବିକତା, ନିଃସର୍ଗ ଦୃଷ୍ଟିର ମଞ୍ଜୁଳ ପରିପ୍ରକାଶରେ ତାଙ୍କ ସୃଷ୍ଟି ଉଦ୍‌ଭାସିତ । କବିଙ୍କ ‘ମାଟି ପାଣି ପବନ’ କବିତା ପୁସ୍ତକରୁ ସଂଗୃହୀତ ‘ସର୍ବଂସହା ମାଟି’ ଶୀର୍ଷକ କବିତାରେ କବି ମାଟିକୁ ମାଆ ସହିତ ତୁଳନା କରି ମାଟି ମାଆର ମହନୀୟ ଗୁଣାବଳୀ ବର୍ଣ୍ଣନା କରିବା ସହ ମନୁଷ୍ୟର ସୁପ୍ତ ଦିବ୍ଯ ଚେତନାକୁ ଜାଗ୍ରତ କରିବାପାଇଁ ଆହ୍ଵାନ ଦେଇଛନ୍ତି ।

କବିତାର ପ୍ଠଷ୍ଠଭୂମି

‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’- ଏହି ମନ୍ତ୍ରରେ ଅଭିମନ୍ତ୍ରିତ ନାରୀକବିଙ୍କ ସାରସ୍ଵତ ଦୃଷ୍ଟିରେ ଏ ମାଟି ହେଉଛି ସର୍ବଂସହା । ସେ ଜନନୀତୁଲ୍ୟା ପୂଜନୀୟା । ତା’ ହୃଦୟର ସକଳ ସ୍ନେହକୁ ସେ ତା’ର ସମସ୍ତ ସନ୍ତାନମାନଙ୍କ ଭିତରେ ସମାନ ଭାବରେ ବାଣ୍ଟି ଦେଇଛି । ତା’ର ମିଠାପାଣି, ଧୀରପବନ ତଥା ଗଛଲତାର ଫଳ ତା’ ସନ୍ତାନମାନଙ୍କ ହୃଦୟରେ ଭରିଦେଇଛି ଶକ୍ତି ଓ ତୃପ୍ତି । ସମସ୍ତଙ୍କ ପାଇଁ ସେ ସଜାଇ ରଖୁଛି ତା’ର ସବୁଜଘାସର ଆରାମଦାୟକ କୋମଳ ବିଛଣା । ମାଆ ପରି ସନ୍ତାନର ସକଳ ଅଳି ଅର୍ଦ୍ଧଳି ସହି ତା’ର ରୋଗପୀଡ଼ା ନିବାରଣ ପାଇଁ ସାଇତି ରଖୁଛି ବୃକ୍ଷଲତାର ବିଭିନ୍ନ ଚେରମୂଳି ଔଷଧ । ଚିତ୍ତବିନୋଦନ ନିମନ୍ତେ ସେ ନଦୀସମୁଦ୍ରରେ ଭରିରଖୁଛି ଅନେକ ହସକଥା । ତା’ବଣପକ୍ଷୀର ଡାକ ମନକୁ ଆନମନା କରିଦେବା ସହ ଗର୍ବରେ ବକ୍ଷକୁ ସ୍ତ୍ରୀତ କରିଦିଏ । ମାଟି ମାଆର କୋଳରେ ରହି ଦିବ୍ୟସୁଖ ଲାଭ କରୁଥିବାବେଳେ ସ୍ଵର୍ଗ ଡାକିଲେ ମଧ୍ୟ ମାଆର ସୁଖମୟ କୋଳ ଛାଡ଼ିଯିବାକୁ ମଣିଷ ଅନିଚ୍ଛୁକ ହୁଏ ।

କେତେ ଜନ୍ମର ପୁଣ୍ୟକର୍ମ ବଳରେ ମାନବ ଏହି ପବିତ୍ର ଦେବଭୂମିରେ ଜନ୍ମଗ୍ରହଣ କରେ । ଜନ୍ମକାଳରୁ ସେ ମାଟିମାଆ ପାଖରେ ଯେତେ ରାଗ, ରୋଷ ଓ ତା’ଦେହରେ ଯେତେ ଆଘାତ ଦେଲେ ମଧ୍ୟ ସକଳ ଦୋଷକୁ ନିଜ ସନ୍ତାନ ମନେକରି ମାଟିମାଆ କ୍ଷମା କରିଦିଏ । ସେହି ମାଟିମାଆ ଅମାପ ଶକ୍ତିଶାଳିନୀ । ତେଣୁ କବି ନିଜେ ସକଳ ଦୁଃଖକୁ ସହି ଆପଣାକୁ ଜଗତର ମଙ୍ଗଳ କର୍ମରେ ନିୟୋଜିତ କରିବା ନିମନ୍ତେ ନିଜ ଛାତିକୁ ଟାଣ କରିବାପାଇଁ ମାଟିମାଆ ନିକଟରେ ଶକ୍ତି ପ୍ରାର୍ଥନା କରିଛନ୍ତି । ମାଟିମାଆର ଶରୀର ପାହାଡ଼ ପଥରରେ ଗଠିତ ହେଲେ ମଧ୍ୟ ତା’ର ପ୍ରାଣ କୋମଳ ପତ୍ର ସଦୃଶ । ତେଣୁ ସଂସାରର ଦୁଃଖ ଜଞ୍ଜାଳ ସହିବାକୁ ତାଙ୍କୁ ତା’ପରି ଦୃଢ଼ କରିଦେବାକୁ କବି ନିବେଦନ କରିଛନ୍ତି ।

ମାଟିମାଆର ମୁକ୍ତିରେ ହିଁ ସନ୍ତାନର ମୁକ୍ତି । ତା’ର ହସରେ ହିଁ ସନ୍ତାନ ମୁଖରେ ଫୁଟେ ହସ । କିନ୍ତୁ ସନ୍ତାନମାନଙ୍କ ଚିତ୍ତରୁ ଆଜି ହଜିଯାଇଛି ସେହି ଚିନ୍ତା ଓ ଚେତନା । କବିଙ୍କ ଦୃଷ୍ଟିରେ ବୀରଭୂମି, ଦେବଭୂମି ଭାରତଜନନୀ ହେଉଛନ୍ତି ଚେତନଗର୍ଭା । ତେଣୁ ସେ ହଜିଯାଇଥିବା ସେହି ସୁପ୍ତଚେତନାକୁ ସନ୍ତାନଙ୍କ ହୃଦୟରେ ଜାଗ୍ରତ କରାଇବାପାଇଁ ନିବେଦନ କରିଛନ୍ତି । ସେହି ଜନ୍ମଭୂମିର ଅନ୍ତର୍ଗତ ଆଦେଶ ଲାଭ କରି କବି ତାଙ୍କ ଯଶୋଗାନ କରିଚାଲିଛନ୍ତି । ମାଟିମାଆର ଦୁଃଖର ରାତ୍ରି ପାହିଆସିଲାଣି । ନୂତନ ସ୍ଵପ୍ନରେ ଉତ୍‌ଫୁଲ୍ଲିତ ହୋଇ ମହାନନ୍ଦରେ ତା’ର ପାଦଧୂଳିକୁ ମସ୍ତକରେ ବୋଳି ମାତୃଭୂମିର ଜୟଗାନ କରିବା ସହିତ ତା’ର ସୁନାମ ରକ୍ଷା କରିବା ନିମନ୍ତେ କବି ଆହ୍ୱାନ ଦେଇ ଗାଇଛନ୍ତି-

ତୁହି ମୋ ଭାରତ ମାଆ
ଗୁଣ୍ଡେ ହୋଇ ବୋଲି
ମୁଣ୍ଡେ ହୋଇ ବୋଳି
ରଖୁ ତୋହର ନାଆଁ ।

କାଠିନ ଶବ୍ଦାର୍ଥ ଓ ଟିପ୍ପଶା

  • ସର୍ବଂସହା – ସବୁ ଅଳିଅର୍ଦ୍ଦଳି ଯିଏ ସହେ
  • ସରବ – ଯିଏ ସବୁ କିଛି ସହିବା ଗୁଣରେ ନିପୁଣ
  • କ୍ଷମିଅଛୁ – କ୍ଷମା କରିଛୁ
  • ରୋଷ – କ୍ରୋଧ
  • ବଡ଼ମଡ଼ି – ଜଞ୍ଜାଳ
  • ଯଶ – କାର୍ତ୍ତ
  • ମୁକତି – ମୁକ୍ତି, ସ୍ୱାଧାନ
  • ଚେତନ – ଗରଭା – ଚେତନଗର୍ଭା ଭାତରେ ବିବିଧ ଚେତନା ସମୟକ୍ରମେ ଉନ୍ମେଷିତ ଓ ପ୍ରବର୍ତ୍ତିତ ହୋଇ ଜଗତକୁ ପ୍ରଭାବିତ କରିଛି ।
  • ଅମାପ – ଅଙ୍କଳନ (ଯାହାକୁ ମାପି ହେବ ନାହିଁ)
  • ଧରିଫୁଁ – ଶକ୍ତି ହେତୁ/ଧୌର୍ଯ୍ୟ ହେତୁ
  • ନିଦା – ବହୁ ଓଜନ ବିଶିଷ୍ଣ/ ଦୃଢ଼ / ଟାଣ/ ଶକ୍ତି
  • ବୁକୁ – ବକ୍ଷ / ଛାତି
  • ସରଗ – ସ୍ଵର୍ଗ
  • ଜୟଗାନଗାତ – ଭାରତ ମାଟି ମାଆର ଜୟଗାନ କରିବା।
  • ବାରଭୂମି – ଭାରତମାଟି ଇତିହାସରେ ‘ପାର୍ ଭୂର୍ମ’ ରୂପେ ପରିଚିତ ।

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Odisha State Board BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା Textbook Exercise Questions and Answers.

BSE Odisha Class 10 Odia Solutions Chapter 7 ଜାଗ ବନ୍ଧନହରା

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
ନବୟଗର ………………………… ମାନଙ୍କୁ ଜାଗି ଉଠିବାପାଇଁ କୁହାଯାଇଛି ।
(ଶୋଷିତ, କୃଷକ, ବୃଦ୍ଧ, ତରୁଣ)
Answer:
ତରୁଣ

Question ୨।
ଠିକ୍ ଉତ୍ତରଟି ବାଛି ପାଦ ପୂରଣ କର ।
ଲକ୍ଷ ଜାବନେ ଖେଳାଅ ………………….।
(ସମାଜବାଦୀଧାରା, ଆଲୋକଧାରା, ଉତ୍ସାହବାଣୀ, ଅନ୍ଧକାରଧାରା)
Answer: ଥିଲେ।କଧାରା

Question ୩।
‘ସଞ୍ଚିତ’ କେଉଁ ପଦ ?
(ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ)
Answer:
ବିଶେଷଣ

Question ୪।
କେଉଁଟି ‘ତିମିର’ର ପ୍ରତିଶବ୍ଦ ହେବ ଲେଖ ।
(କ) ଅନ୍ଧାର
(ଖ) ରାତ୍ରି
(ଗ) ସନ୍ଧ୍ୟା
(ଘ) କଳା
Answer:
(କ) ଅନ୍ଧାର

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question ୫।
ତନ୍ଦ୍ରାପରଶ କେଉଁ ସମାସ ?
(କର୍ମଧାରୟ, ଷଷ୍ଠୀ ତତ୍ତ୍ଵପୁରୁଷ, ପଞ୍ଚମୀ ତତ୍‌ପୁରୁଷ, ବହୁବ୍ରୀହି)
Answer:
ଷଷ୍ଠୀ ତତ୍ତ୍ଵପୁରୁଷ,

Question ୬।
‘ଭୁବନ’ – ଏହିପରି ‘ଅନ’ ପର ପ୍ରତ୍ୟୟ ଲାଗିଥିବା ୩ଟି ଶବ୍ଦ ଲେଖ ।
Answer:
କମ୍ପନ, ବନ୍ଧନ, ସ୍କନ୍ଦନ

Question ୭ ।
‘ନିର୍ଝର’ ଶବ୍ଦର ସନ୍ଧିବିଚ୍ଛେଦ କଲେ କ’ଣ ହେବ ?
(କ) ନିଃ + ଝର,
(ଖ) ନିର + ଝର,
(ଗ) ନି + ଝର
(ଘ) ନା + ଝର
Answer:
(କ) ନିଃ + ଝର,

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୮।
ବନ୍ଧନହରା କେଉଁମାନଙ୍କ ଉଦ୍ଦେଶ୍ୟରେ ବୁହାଯାଇଛି?
Answer:
ବନ୍ଧନହରା ନବାନଯୁଗର ତରୁଶମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି।

Question ୯।
କେଉଁଠାରେ ଆଲୋକଧାରା ଖେଳାଇବାକୁ କବି କହିଛନ୍ତି ?
Answer:
ଲକ୍ଷ ଲକ୍ଷ ପାନବ ଜୀବନରେ ଆଲୋକ ଧାରା ଖେଳାଇବାକୁ କବି କହିଛନ୍ତି।

Question ୧୦ ।
କବି କ’ଣ ଲୁପ୍ତ ହେବାକୁ କହିଛନ୍ତି ?
Answer:
ଜାତିଭେଦ ପ୍ରଥା ଲୁପ୍ତ ହେବାକୁ କବି କହିଛନ୍ତି ।

Question ୧୧ ।
କାହାର ଶଙ୍ଖଧ୍ଵନିରେ ଦୁଃଖଜ୍ଵାଳା ପ୍ରଶମିତ ହେବ ?
Answer:
ମହାମାନବର ଶଙ୍ଖ ଧ୍ଵନିରେ ଦୁଃଖଜ୍ଵାଳା ପ୍ରଶମିତ ହେବ ।

Question ୧୨ ।
କେଉଁଠାରେ ଅମର ଗାନ ଗାଇବାପାଇଁ କବି କହିଛନ୍ତି ?
Answer:
ମୃତ୍ୟୁଦ୍ଵାରରେ ଦଣ୍ଡାୟମାନ ହୋଇ ଅମର ଗାନ ଗାଇବାପାଇଁ କବି କହିଛନ୍ତି ?

Question ୧୩ ।
ତିମିରକାର ଭାଙ୍ଗିଦେବା କଥା କବି କାହିଁକି କହିଛନ୍ତି ?
Answer:
ମାନବ ମସ୍ତକରେ ସଞ୍ଚିତ ଅପମାନକୁ ପୋଛିଦେବାପାଇଁ ତିମିରକାରାକୁ ଭାଙ୍ଗିଦେବା ନିମନ୍ତେ କବି କହିଛନ୍ତି ।

Question ୧୪ ।
ମରୁ ପଥରେ କ’ଣ ସୃଷ୍ଟି କରିବାକୁ କବି କହିଛନ୍ତି ?
Answer:
ମରୁ ପଥରେ ଝରଣା ସୃଷ୍ଟି କରିବାକୁ କବି କହିଛନ୍ତି ।

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question ୧୫ ।
‘ସମ୍ମୁଖେ ତବ’- ‘ତବ’ ଏଠାରେ କାହା ଉଦ୍ଦେଶ୍ୟରେ କୁହାଯାଇଛି ?
Answer:
‘ସମ୍ମୁଖେ ତବ’ ଏଠାରେ ‘ତବ’ ନବଯୁଗର ତରୁଣମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି

Question ୧୬ ।
ଭୁବନସାରା ହସାଇବାପାଇଁ କ’ଣ ଭିନ୍ନ କରିବାକୁ କୁହାଯାଇଛି ?
Answer:
ଭୁବନସାରା ହସାଇବାପାଇଁ ତନ୍ଦ୍ରାର ସ୍ପର୍ଶକୁ ଭିନ୍ନ କରିବାକୁ କୁହାଯାଇଛି।

Question ୧୭ ।
ଭବିଷ୍ୟତରେ ତରୁଣମାନେ କ’ଣ କଲେ ଜାଗିଉଠିବେ ବୋଲି କବି କହିଛନ୍ତି ?
Answer:
ଅତୀତର ଦୁଃଖ, ଦୈନ୍ୟ ନିପୀଡ଼ିତ ଦୁର୍ବଳ ଜୀବନକୁ ବିଦୀର୍ଣ୍ଣ କଲେ ହିଁ ଭବିଷ୍ୟତର ତରୁଣମାନେ ଜାଗିଉଠିବେ ବୋଲି କବି କହିଛନ୍ତି ।

Question ୧୮ ।
ବିଜୟର ମାଳା ଘେନିବା ପୂର୍ବରୁ କ’ଣ ହେଉ ବୋଲି କବି କହିଛନ୍ତି ?
Answer:
ବିଜୟର ମାଳା ଘେନିବା ପୂର୍ବରୁ ସମସ୍ତ ବାଧାବିଘ୍ନ ରୂପକ ପ୍ରତିବନ୍ଧକର ଅର୍ଗଳ ଭାଙ୍ଗିଯିବା ସହ ପୀଡ଼ାପର୍ବତ ବୂର୍ଣ୍ଣ ହୋଇଯାଉ ବୋଲି କବି କବି କହିଛନ୍ତି।

Question ୧୯ ।
ମରଣ ଦୁଆରେ  ଚରଣ ଅରପି
ଗାଅରେ ଅମର ଗାନ
ପୋଛଦିଅ ଆଚ୍ଚି ମାନବ ଶିରସୁଁ
ସଞ୍ଚ ଅପମାନ ।
Answer:
ମରଶ ତୁଆରେ ……………………… ସଞ୍ଚ ଅପମାନ ।
ପ୍ରଦତ୍ତ ପଦ୍ୟାଶଟି ପ୍ରଗତିବାଦୀ କବି ଅନନ୍ତ ପଟ୍ଟନାୟକଙ୍କ ‘ଜାଗ ବନ୍ଧନହରା’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି ନବୀନଯୁଗର ତରୁଣମାନଙ୍କୁ ସମାଜରେ ଦୁଃସ୍ଥ, ଅସହାୟ, ଶୋଷିତ ଓ ସର୍ବହରାମାନଙ୍କ ବେଦନାକ୍ଳିଷ୍ଟ ଜୀବନରେ ଆନନ୍ଦ ଭରିଦେବା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଆହ୍ଵାନ କରିଛନ୍ତି। ଜୀବନରେ ଆନନ୍ଦ ଭରିଦେବା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ଆହ୍ଵାନ କରିଛନ୍ତି । କବିଙ୍କ ମତରେ କେବଳ ତରୁଣମାନେ ହିଁ ସମାଜର କଳଙ୍କିତ ଜାତିପ୍ରଥା, କୁସଂସ୍କାର ତଥା ଅନ୍ଧବିଶ୍ବାସ ପରି କର୍କଟ ରୋଗଗ୍ରସ୍ତ ସାମାଜିକ ବିଧ୍ୱଂବ୍ୟବସ୍ଥାରେ ପରିବର୍ତ୍ତନ ଆଣିପାରିବେ । ସମାଜର ବଡ଼ପଣ୍ଡା ସାଜିଥିବା ପୁଞ୍ଜିପତି, ଶିଳ୍ପପତି, ଜମିଦାର, ବୁକୁଁଆ ଶ୍ରେଣୀ ସାଧାରଣ କୃଷକ, ଶ୍ରମିକ, ଦିନମଜୁରିଆ ପରି ଦରିଦ୍ର, ଅସହାୟମାନଙ୍କୁ ଶୋଷଣ, ନିଷେଷଣ ମଧ୍ୟରେ ସନ୍ତୁଳିତ ଜୀବନ ଅତିବାହିତ କରିବାକୁ ବାଧ୍ୟ କରିଆସିଛନ୍ତି । ଏପରି ବ୍ୟାଧ୍ବସ୍ତ ସମାଜ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାପାଇଁ ତରୁଣମାନଙ୍କୁ ସଂଘର୍ଷ ଓ ରକ୍ତପାତର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ତଥାପି ସେହି ନିରନ୍ନ, କାଙ୍ଗାଳ, ସର୍ବହରାଙ୍କ ମୁହଁରେ ହସ ଭରିଦେବାପାଇଁ ସେମାନଙ୍କୁ ମରଣର ବାଜି ଲଗାଇବାକୁ ପଡ଼ିବ । ମୃତ୍ୟୁର ସମ୍ମୁଖୀନ ହେଲେ ମଧ୍ୟ ସେମାନେ ହିଁ ଶୋଷିତ, ଲାଞ୍ଚ, ପଦଦଳିତ, ଅପମାନିତ ଭାବେ ଜୀବନ ନିର୍ବାହ କରୁଥିବା ଦୁଃଖୀ, ଦରିଦ୍ରଙ୍କ ଜୀବନରେ ସୁଖ, ଶାନ୍ତି ଭରିଦେଇ ପାରିବେ । ସେମାନଙ୍କ ହୃଦୟରେ ଆତ୍ମବିଶ୍ଵାସ ଓ ସନ୍ତୋଷର ବୀଜ ବପନ କରିପାରିବେ । ଆଜୀବନ ଦୁଃଖ, ଯନ୍ତ୍ରଣା, ଲଜ୍ଜା, ଅପମାନକୁ ଗଳାଧଃକରଣ କରିଆସିଥିବା ସର୍ବହରାମାନଙ୍କୁ ଚିରଶାନ୍ତର ଅମର ସଙ୍ଗୀତ ଶୁଣାଇ ସେମାନଙ୍କ ମୁହଁରେ ପ୍ରାଣଖୋଲା ହସ ଭ ଦେଇ ପାରିବେ ।

Question ୨୦ ।
ଭିନ୍ନ କରି ସେ
ହସାଅ ଭୁବନ ସାରା ।
Answer:
ଛନ୍ନ କରି ସେ …………………….. ହସାଅ ଭୁବନ ସାରା ।
ପ୍ରୋକ୍ତ ପଦ୍ୟାଶଟି ପ୍ରଖ୍ୟାତ ପ୍ରଗତିବାଦୀ କବି ଅନନ୍ତ ପଟ୍ଟନାୟକଙ୍କ ରଚିତ ‘ଜାଗ ବନ୍ଧନହରା’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି କବାନଯୁଗର ବନ୍ଧନହରା ତରୁଣମାନଙ୍କୁ ମାନବବାଦା ଚେତନାର ସନ୍ଧାନ କରବାରେ ବାଧକ ମାୟା ମୋହ, ଆବେଗର ବନ୍ଧନ ଛିନ୍ନ କରି ନିଷ୍ଫଳ ବିଶ୍ବର ଦଳିତ, ଲାଞ୍ଚ ଓ ଶୋଷିତବର୍ଗଙ୍କ ମୁଖରେ ହସ ଫୁଟାଇବାକୁ ଆହ୍ଵାନ କରିଛନ୍ତି କବିଙ୍କ ମତରେ ସମାଜରେ ପ୍ରାଚାନ କାଳରୁ ଚଳିଆସୁଥିବା ରକ୍ଷଣଶାଳ ପରମ୍ପରାର ଗତାନୁଗତିକ ଧାରାକୁ ପ୍ରୋତ୍ସାହନ ଦେଇ ଆସୁଥିବା ପୁଞ୍ଜିପତି, ଜମିଦାର ଓ ଧନୀକ ସମ୍ପ୍ରଦାୟର ଚକ୍ରାନ୍ତକୁ ପ୍ରତିହତ ନ କଲେ ସାଧାରଣ ଖଟିଖ୍, ମେହେନତି ମଣିଷ ମୁଖରେ ହସ ଫୁଟାଇବା ସମ୍ଭବ ହୋଇପାରିବ ନାହିଁ । କିନ୍ତୁ ସେହି ସାମନ୍ତବାଦୀ ପ୍ରଥାର ବିଲୋପ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେବା ପଥରେ ପ୍ରତିବନ୍ଧକ ଭାବେ ଉଭା ହେବ ମାୟା, ମୋହର ବନ୍ଧନ ।

ନବଯୁଗର ତରୁଣମାନେ ସମାଜର ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ସାମ୍ୟବାଦର ମହାମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ସେହି ମୋହ-ମାୟାର ରଜ୍ଜୁକୁ ଅବଶ୍ୟ ଛିନ୍ନ କରିବେ । ନବଯୁଗ ପ୍ରତିଷ୍ଠା ପାଇଁ ମାୟା-ମମତାର ତନ୍ଦ୍ରାଳସ ପରିତ୍ୟାଗ ପୂର୍ବକ କୋଟି କୋଟି ଶୋଷିତ ଜନତାର ହୃଦୟରୁ ଦୁଃଖ, ଯନ୍ତ୍ରଣା, କଷଣର ଭାର ଲାଘବ କରି ସେମାନଙ୍କ ମୁଖରେ ହସ ଭରିଦେଇ ପାରିବେ । ସର୍ବହରାମାନଙ୍କ ହୃଦୟରେ ସୁଖ ଓ ସନ୍ତୋଷ ଭରିଦେବା ପାଇଁ ଶାନ୍ତିର ସହ ବଞ୍ଚିବାର ଅଧିକାର ପ୍ରଦାନ କରିବାପାଇଁ ମୋହ-ମାୟୀର ନିଗୂଢ଼ ବନ୍ଧନରୁ ତରୁଣମାନଙ୍କୁ ମୁକ୍ତ ହେବାକୁ ପଡ଼ିବ ବୋଲି କବି ଆବେଗଭରା କଣ୍ଠରେ ଆହ୍ଵାନ କରିଛନ୍ତି ।

Question ୨୧ ।
ଭାଜି ପଡ଼ୁ ଆଜି ଅର୍ଗଳ ରାଜି
ଘେନ ବିଜୟର ମାଳା ।
Answer:
ଭାଜି ପଡ଼ୁ ଆଜି…………………ଘେନ ବିଜୟର ମାଳା ।
ପ୍ରଦତ୍ତ ପଦ୍ୟାଶଟି ପ୍ରଖ୍ୟାତ ପ୍ରଗତିବାଦୀ କବି ଅନନ୍ତ ପଟ୍ଟନାୟକଙ୍କ ରଚିତ ‘ଜାଗ ବନ୍ଧନହରା’ ଶୀର୍ଷକ କବିତାରୁ ଉଦ୍ଧୃତ । ଏଠାରେ କବି ତରୁଣମାନଙ୍କ ଯୁଗାନ୍ତକାରୀ ପ୍ରଗତିବାଦୀ ପଦକ୍ଷେପର ସଫଳତା କାମନା କରିଛନ୍ତି ଓ ଶେଷରେ ସେମାନେ ବିଜୟୀ ବୀର ଭାବେ ଲକ୍ଷ୍ୟସ୍ଥଳରେ ଉପନୀତ ହୋଇପାରିବେ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି । କବିଙ୍କ ମତରେ ତରୁଣମାନେ ହିଁ ଶକ୍ତି ଓ ସାମର୍ଥ୍ୟର ମୂର୍ତ୍ତିମନ୍ତ ବିଗ୍ରହ । ସେମାନେ ହିଁ ସବୁ ବାଧା ବନ୍ଧନ ଛିନ୍ନ କରିବାପାଇଁ ସମର୍ଥ । ସେହିମାନଙ୍କଦ୍ୱାରା ହିଁ ସମାଜରୁ କୁସଂସ୍କାର, ଅନ୍ଧବିଶ୍ବାସ ଦୂରୀକରଣ ସମ୍ଭବ ।

ସମାଜର ବଡ଼ପଣ୍ଡା ସାଜିଥିବା ଧନୀକ, ପୁଞ୍ଜିପତି, ସର୍ବହରାମାନଙ୍କ ଉପରେ ହେଉଥ‌ିବା ଶୋଷଣ, ଖଟିଖୁ, ସର୍ବହରାମାନଙ୍କ ଉପରେ ହେଉଥ‌ିବା ଶୋଷଣ, ଅତ୍ୟାଚାରର ପରିସମାପ୍ତି ହେବ । ଦୀନ ଦରିଦ୍ରମାନଙ୍କ ମନରୁ ଭୟ, ସନ୍ଦେହ, ଅପମାନ ବିଦୂରିତ ହେବ । ସେମାନଙ୍କ ତିମିରିତ ଜାବନକାରା ଚୂର୍ଣ୍ଣ।ଭୂତ ହେବ । ତରୁଣମାନଙ୍କଦ୍ଵାରା ଚଳମାନ ପ୍ରଗତିର ରଥଚକ୍ର ତଳେ ସେମାନଙ୍କ ଜ୍ଵାଳା, ଯନ୍ତ୍ରଣାଜର୍ଜରିତ ଜୀର୍ଣ୍ଣ ଜୀବନରୁ ପେଷଣ, କଷଣ ବିଦୀର୍ଣ୍ଣ ହେବ । ଦୀର୍ଘଦିନର ସ୍ତୁପୀକୃତ ଉପୀଡ଼ନର ଉପାଦାନମାନ ଚୂର୍ଣ୍ଣବିଚୂର୍ଣ ହେବ । ସମସ୍ତ ବାଧା ବନ୍ଧନ, ପ୍ରତିବନ୍ଧକର ଅର୍ଗଳକୁ ଧ୍ୱଂସ କରି ସେମାନେ ଦିନେ ବିଜୟ ବୈଜୟନ୍ତୀ ଉଡ଼ାଇବେ ଏବଂ ସେମାନଙ୍କ ଗଳାରେ ପ୍ରଲମ୍ବିତ ହେବ ସଫଳତାର ଜୟମାଲ୍ୟ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୨୨ ।
ଏକ ସାର୍ଥକ ଉଦ୍‌ବୋଧନ ଗୀତିକା ଭାବରେ ‘ଜାଗ ବନ୍ଧନହରା’ କବିତାର ମର୍ମ ଆଲୋଚନା କର । କିମ୍ବା, କବି ନବୀନ ଯୁଗର ତରୁଣମାନଙ୍କୁ ଉଦ୍‌ବୋଧନ ଦେବାକୁ ଯାଇ ଯେପରି ସମ୍ବୋଧନାତ୍ମକ ରୀତିରେ କବିତାଟିକୁ ବୈପ୍ଳବିକ ଭାବୋଦ୍ଦୀପକ କରିପାରିଛନ୍ତି – ପଠିତ କବିତା ଆଧାରରେ ବର୍ଣ୍ଣନା କର ।
Answer:
ମାର୍କସୀୟ ଦୃଷ୍ଟି ଓ ଦର୍ଶନଦ୍ଵାରା ଅନୁପ୍ରାଣିତ ଅନନ୍ତ ପଟ୍ଟନାୟକ ଜଣେ ପ୍ରବୀଣ ପ୍ରଗତିବାଦୀ କବି ଭାବେ ଆଧୁନିକ ଓଡ଼ିଆ ସାହିତ୍ୟ ଜଗତରେ ସୁପରିଚିତ । ଶ୍ରେଣୀହୀନ ଶୋଷଣମୁକ୍ତ ସମାଜ ଗଠନର ସ୍ବପ୍ନ ତାଙ୍କ କବିତାଗୁଡ଼ିକର ମୁଖ୍ୟସ୍ୱର । ନୂତନ ଛନ୍ଦ ତଥା ପ୍ରଚଳିତ-ଅପ୍ରଚଳିତ ଶାବ୍ଦିକ ସମନ୍ବୟରେ ତାଙ୍କ କବିତାଗୁଡ଼ିକ ରସୋତ୍ତୀର୍ଣ୍ଣ ଓ ମନୋଜ୍ଞ । କବିଙ୍କ ଲେଖନୀ ନିଃସୃତ ‘ରକ୍ତଶିଖା’, ‘ଛାଇର ଛିଟା’, ‘ଅଲୋଡ଼ା ଲୋଡ଼ା’ ଆଦି କବିତାରାଜି ତାଙ୍କ ଅମ୍ଳାନ କବିପ୍ରତିଭାର ପରିଚୟ ପ୍ରଦାନ କରେ।

‘ନବଯୁଗ ସାହିତ୍ୟ ସଂସଦ’ ନାମରେ ଗଠିତ ସାମ୍ୟବାଦୀ ଚିନ୍ତାଧାରାସମ୍ପନ୍ନ କବି ଓ ସାହିତ୍ୟିକମାନଙ୍କର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନର ପ୍ରଥମେ ଅଧିବେଶନରେ ପ୍ରାରମ୍ଭିକ ସଙ୍ଗାତ ରୂପେ ଗାନ କରାଯାଇଥିବା ‘ଜାଗ ବନ୍ଧନହରା’ କବିତାଟି ଏକ ଉଚ୍ଚକୋଟୀର ଉଦ୍‌ବୋଧନ ଗୀତିକା । କବିତାଟିରେ ଛାତ୍ର, ଯୁବକ ଓ ତରୁଣମାନଙ୍କ ପ୍ରତି କବି କଣ୍ଠରେ ଭରିରହିଛି ବିପ୍ଳବର ଆହ୍ୱାନ । କାରଣ ସେହିମାନେ ହିଁ ବାସ୍ତବରେ ବନ୍ଧନହରା । ସେମାନଙ୍କର ଧମନୀରେ ଉଷ୍ମ ରକ୍ତର ଧାରା ପ୍ରବାହିତ । ମନ ମଧ୍ଯରେ ଶତସିଂହର ଉଦ୍ଦାମତା । ସେମାନଙ୍କ ହୃଦୟରେ ପ୍ରମତ୍ତ ଉନ୍ମାଦନା । ସମସ୍ତ ବାଧା ବନ୍ଧନକୁ ଅଚିରେ ଅତିକ୍ରମ କରିବାପାଇଁ କାୟ-ମନ-ବାକ୍ୟରେ ଶକ୍ତି ଓ ସାମର୍ଥ୍ୟରେ ଭରା ପ୍ରାଚୁର୍ଯ୍ୟ । ସେଥ‌ିପାଇଁ କବି ସେହି ବନ୍ଧନହରା ତରୁଣମାନଙ୍କ ଉଦ୍ଦେଶ୍ୟରେ ବାଢ଼ିଛନ୍ତି ଆଗ୍ନେୟ ଆହ୍ଵାନ ।

“ନବାନ ଯୁଗର ତରୁଣ କାମରେ
ଜାଗ ବନ୍ଧନହରା
ବକ୍ଷ ଶୋଣିତେ ଲକ୍ଷ ଜୀବନେ
ଖେଳାଅ ଆଲୋକ ଧାରା ।’’

ପ୍ରଚଳିତ ତ୍ରୁଟିପୂର୍ଣ୍ଣ, କ୍ଷୟଶୀଳ, ପରମ୍ପରାପୀଡ଼ିତ ସାମାଜିକ ବ୍ୟବସ୍ଥାରେ ପୁଞ୍ଜିପତି, ଜମିଦାର ଓ ଧନୀକ ଶ୍ରେଣୀ ସାଧାରଣ କୃଷକ, ଶ୍ରମିକ, ଦିନମଜୁରିଆ, ଖଟିଖ୍ ସର୍ବହରାମାନଙ୍କୁ ଶୋଷଣ କରି ଯେପରି ଭାବେ ସେମାନଙ୍କୁ ନିଃସ୍ଵ କରିଛନ୍ତି, ତାହା ଲକ୍ଷ୍ୟ କରି ଦରଦୀ କବି ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି । ସେହି ଅସହାୟ ନିଃସ୍ବ ଜନ ହୃଦୟରେ ସାର୍ଚ୍ଚନା ଓ ଆଶ୍ଵାସନା ଭରିଦେବା ପାଇଁ ଏବଂ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ କବି ତରୁଣମାନଙ୍କୁ ଆହ୍ଵାନ କରିଛନ୍ତି । ସମାଜର ରକ୍ଷଣଶୀଳ, ଅନ୍ଧ।ନୁସରିତ, ଗତାନୁଗତିକତାରେ ପରିବର୍ତ୍ତନ ଆଣିବାପାଇଁ ଆବଶ୍ୟକ ପଡ଼ିଲେ ବକ୍ଷର ଶୋଶିତକୁ ବାଜ ଲଗାଇବାକୁ ପଡ଼ିପାରେ ଏବଂ ସେଥ‌ିପାଇଁ ଦୃଢ଼ ମନୋବଳ ଧାରଣ ପୂର୍ବକ ଗଭୀର ଉତ୍ସାହ ଓ ପ୍ରେରଣା ନେଇ ସାମାଜିକ ପରିବର୍ତ୍ତନ ପ୍ରକ୍ରିୟାରେ ବ୍ରତୀ ହେବାକୁ କବି ଦୃଢ଼ ସ୍ୱରରେ ଆହ୍ଵାନ କରିଛନ୍ତି ।

ସମାଜପତିମାନଙ୍କ ଅନ୍ୟାୟ, ଅନୀତି, ଭଣ୍ଡ ଧର୍ମଯାଜକମାନଙ୍କ ଧର୍ମ ନାମରେ ବ୍ୟଭିଚାର, ଭ୍ରଷ୍ଟାଚାର ତଥା ହୀନ ଜାତିପ୍ରଥାର କୁସଂସ୍କାର ବୃହ ତଳେ ଦେଶ ଓ ଦଶକୁ ଭାଗ ଭାଗ କରୁଥ‌ିବା ଆଦି ହୀନ ଚକ୍ରାନ୍ତକୁ ପଣ୍ଡ କରିବାପାଇଁ ତରୁଣମାନଙ୍କୁ ନେବାକୁ ହେବ ଆଗ୍ନେୟ ଶତ୍ପଥ । କବିଙ୍କ ମତରେ କୃଷକ, ଶ୍ରମିକ, ମେହେନତି, ମଜଦୁର ସମାଜ ଅବହେଳିତ ଓ ଅର୍ନ୍ତଭୁକ୍ତରେ ରହି ଦୁଃଖ, ଦୈନ୍ୟ ମଧ୍ଯରେ ଯେପରି ଭାବେ କାଳାତିପାତ କରୁଛନ୍ତି, ସେମାନଙ୍କ ଜୀବନ ମରୁରେ ମାନବିକତାର ନିର୍ଝର ସୃଷ୍ଟି କରିବାକୁ ହେବ । ସେମାନଙ୍କ ଅନ୍ତରରେ ସ୍ପନ୍ଦନ ଭରିଦେବାପାଇଁ କବି ନୂତନ ଯୁଗର ତରୁଣ ଶିଳ୍ପୀମାନଙ୍କୁ ଆହ୍ଵାନ କରିଛନ୍ତି । କବିଙ୍କ ଭାଷାରେ-

‘‘ମରୁ ପଥେ ପଥେ ନିଝର୍ର ସୃଜି
ଯାତ୍ରା କର ହେ କର
ସନ୍ଦନ ବହି ଅନ୍ତରେ କୋଟି
ପ୍ରଦାତ ଉଚ୍ଚେ ଧର
ଶଙ୍କିତ ହେଉ କମ୍ପିତ ପ୍ରାଣେ ଚନ୍ଦ୍ର ତପନ ତାରା ।’’

ସନ୍ଧାନୀର ସନ୍ଧାନ ପଥ ସଦା କଣ୍ଟକିତ । ସନ୍ଧାନପଥ ଯାତ୍ରା କାଳରେ ସେମାନଙ୍କ ଲକ୍ଷ୍ୟପଥର ପ୍ରତିବନ୍ଧକ ମାୟା ମୋହ, ମମତା-ବନ୍ଧନ ଅବଶ୍ୟ କୁହେଳିକା ସୃଷ୍ଟି କରିବ । ମାୟା-ମମତାର ସେହି ବନ୍ଧନ ଋଜ୍ଜୁ ଛିନ୍ନ କରି ବିଶ୍ବମାନବର ସକଳ ଦୁଃଖ ଦୂର କରିବାପାଇଁ ସେମାନଙ୍କୁ ପ୍ରୟାସୀ ହେବାକୁ ହେବ ଓ ଦୁଃଖୀଜନତାର ପ୍ରାଣରେ ହସ ଫୁଟାଇବାକୁ ହେବ । ମାୟା-ମୋହକୁ ତନ୍ଦ୍ରାର ସ୍ପର୍ଶ ଭାବେ ତୁଳନା କରି ତାହାକୁ ମନରୁ ପୋଛି ଦେବାପାଇଁ ସେ ତରୁଣମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ମାନବ ଜାତିର ଭବିଷ୍ୟତ, ତରୁଣମାନଙ୍କୁ ଜାଗ୍ରତ ହୋଇ ଶୋଷଣ, ପୀଡ଼ନ ଓ ଲାଞ୍ଛନାରେ ଦୁର୍ବଳ ହୋଇପଡ଼ିଥିବା ସାମାଜିକ ବିଧ୍ ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ହେବ। ଜୟଯାତ୍ରାର ବିଜୟା ରଥଚକ୍ର ତଳେ ପର୍ବତ ସଦୃଶ ପରିବ୍ୟାପ୍ତ ଉତ୍ପାଡ଼ନର ଉପାଦାନକୁ ଚୂର୍ତ୍ତୀଭୂତ କରିବାକୁ ହେବ; ଅର୍ଗଳରାଜିକୁ ଧ୍ୱଂସ କରି ପିନ୍ଧିବାକୁ ହେବ ଜୟମାଲ୍ୟ । କବି ଉଦାତ୍ତ କଣ୍ଠରେ ଘୋଷଣା କରି କହିଛନ୍ତି-

‘‘ଭାଜିପଡୁ ଆଜି ଅର୍ଗଳ ରାଜି
ଘେନ ବିଜୟର ମାଳା,
ଜାଗ ବନ୍ଧନହରା ।’’

ପ୍ରଗତିବାଦୀ କବି ଅନନ୍ତ ପଟ୍ଟନାୟକଙ୍କ ରଚିତ ଏହି କବିତାଟି ଯଥାର୍ଥରେ ଏକ ଉଦ୍‌ବୋଧନୀ କବିତା, ଏହା ନିଃସନ୍ଦେହରେ କୁହାଯାଇପାରୋ

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question ୨୩ ।
ନବଯୁଗର ତରୁଣମାନଙ୍କୁ ଯୁଗର ଆହ୍ଵାନ ସମ୍ପର୍କରେ କବି କ’ଣ କହିଛନ୍ତି ବିଚାର କର । କିମ୍ବା, ଯୁଗର ଆହ୍ଵାନ ସମ୍ପର୍କରେ ଚେତେଇ ଦେବାପାଇଁ କବି ନବଯୁଗର ତରୁଣମାନଙ୍କୁ କି କି ଉଦ୍‌ବୋଧନ ଦେଇଛନ୍ତି ଆଲୋଚନା କର ।
Answer:
ମାର୍କସୀୟ ଚିନ୍ତା, ଚେତନାକୁ ଆଧାର କରି ଆଧୁନିକ ଓଡ଼ିଆ ପଦ୍ୟ ସାହିତ୍ୟରେ ନୂତନ ଧାରା ପ୍ରବର୍ତ୍ତନ କରିଥିବା କବିମାନଙ୍କ ମଧ୍ୟରେ ଅନନ୍ତ ପଟ୍ଟନାୟକ ଅନ୍ୟତମ । ସାମ୍ୟବାଦ ପରି ଏକ ନୂତନ ବିଶ୍ଵଦର୍ଶନରେ ଉଦ୍‌ବୁଦ୍ଧ କବି ତାଙ୍କ ରଚନାମାନଙ୍କରେ ଶବ୍ଦ ଓ ଛନ୍ଦର ଏକ ନବୀନ ଶକ୍ତି-ସୌନ୍ଦର୍ଯ୍ୟ ଭରିଦେଇ ନବଯୁଗର ତରୁଣ, ଛାତ୍ର, ଯୁବକମାନଙ୍କୁ ନୂତନ ଯୁଗ ଗଠନ ପାଇଁ ଆହ୍ୱାନ ଦେଇଛନ୍ତି । ତେଣୁ ତାଙ୍କ କବିତାଗୁଡ଼ିକରେ ଭରିରହିଛି ବିପ୍ଳବର ବାର୍ତ୍ତା, ବିଦ୍ରୋହର ବହ୍ନି । ତାଙ୍କ ସୃଷ୍ଟିନିଚୟ ମଧ୍ୟରେ ‘ରକ୍ତଶିଖା’, ‘ଛାଇର ଛିଟା’, ‘ଅଲୋଡ଼ା ଲୋଡ଼ା’, ‘ଅବାନ୍ତର’, ‘କିଞ୍ଚିତ୍’ ଆଦି କବିତା ସଂକଳନ କବିଙ୍କ କାବ୍ୟକୃତିର ସ୍ବାକ୍ଷର ବହନ କରେ ।

ସମାଜର ଗତାନୁଗତିକ ଧାରାରେ ପ୍ରଚଳିତ ପରମ୍ପରାସର୍ବସ୍ଵ ବିଧ‌ିବ୍ୟବସ୍ଥା ପରିବର୍ତ୍ତନ କରି ନୂତନ ଯୁଗ ନିର୍ମାଣ ପାଇଁ କବିଙ୍କ ପ୍ରତ୍ୟେକ କବିତାରେ ରହିଛି ପ୍ରାଣସ୍ପର୍ଶୀ ଆହ୍ବାନ । କବିଙ୍କ ରଚନାରେ ଧନୀ-ନିର୍ଜନ, ଶୋଷକ-ଶୋଷିତର ପାର୍ଥକ୍ୟର ଚିତ୍ର ସ୍ପଷ୍ଟ ଓ ଉଗ୍ର । ସମାଜ ଓ ରାଜନୈତିକ ବ୍ୟବସ୍ଥା ବିରୁଦ୍ଧରେ କବିଙ୍କ କାବ୍ୟମାନସର ପ୍ରତିକ୍ରିୟା ପ୍ରଚଣ୍ଡ ଭାବେ ପରିଲକ୍ଷିତ । କବିତାରେ ସାମାଜିକ ବିପ୍ଳବର ସ୍ଵର କବିଙ୍କ ପ୍ରଗତିଗାଦା ଚିନ୍ତ୍।ଧାରାର ପରିଚାୟକା କେବଳ ତରୁଣମାନଙ୍କଦ୍ୱାରା ହିଁ କଳଙ୍କିତ ସମାଜର ପରିଷ୍କରଣ ସମ୍ଭବ ବୋଲି ଅନୁଭବ କରିଛନ୍ତି କବି । ତାରୁଣ୍ୟର ଉଦ୍ଦାମତାରେ ସବୁ ବନ୍ଧନ ଛିନ୍ନ କରି ନୂତନ ଯୁଗ ସୃଷ୍ଟିରେ ବିନ୍ଧାଣୀ ସାଜିଦାକୁ କବି ଆହ୍ୱାନ କରିଛନ୍ତି-

“ନବାନ ଯୁଗର ତରୁଣ କାମରେ
ଚ୍ଚାଗ ବନ୍ଧନହରା,
ବକ୍ଷ ଶୋଣିତେ ଲକ୍ଷ ଜୀବନେ
ଖେଳାଅ ଆଲୋକଧାରା ।’’

ଏକ ଶୋଷଣମୁକ୍ତ, ଶ୍ରେଣୀହୀନ ସମାଜ ପ୍ରତିଷ୍ଠା, ପ୍ରଚଳିତ ସମାଜରୁ ଅଶିକ୍ଷା, ଅନ୍ଧବିଶ୍ଵାସର ଦୂରୀକରଣ, ଯୁଦ୍ଧ, ଶୋଷଣ ଓ ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ ତଥା ଧର୍ମ ଓ ବିଶ୍ୱାସ ସମ୍ପର୍କରେ ନୂତନ ଦୃଷ୍ଟିଭଙ୍ଗୀର ପ୍ରଚାର କବିଙ୍କ ପରିକଳ୍ପିତ ନୂତନ ଯୁଗର ଆଦର୍ଶ । ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ତରୁଣବର୍ଗ ଯୁଗ ନିର୍ମାଣରେ ବ୍ରତୀ ହେବାକୁ କବିଙ୍କ ଦୃଢ଼ ଆହ୍ଵାନ କବିତାଟିକୁ ଯଥାର୍ଥ ଉଦ୍‌ବୋଧନୀର ପରିଚୟ ପ୍ରଦାନ କରିଛି । ଜମିଦାର, ଧନୀ, ପ୍ରତିପତ୍ତିଶାଳୀ, ସୁବିଧାବାଦୀ ଗୋଷ୍ଠୀଙ୍କ ଶୋଷଣ ଓ ଅତ୍ୟାଚାରରେ ପ୍ରପୀଡ଼ିତ ଚାଷୀ, ମୂଲିଆ, ଦିନ ମଜୁରିଆମାନଙ୍କ ଅସହାୟ, ସର୍ବହରାମାନଙ୍କ ବନ୍ଦୀଜୀବନ କବିଙ୍କୁ ବ୍ୟର୍ଥାତ କରିଛି ।

ସାମନ୍ତବାଦୀମାନଙ୍କ ସେବାକାରୀ ଭାବେ ଜୀବନାତିବାହିତ କରି ସେମାନଙ୍କ ଅନ୍ତର ଚିର ତିମିରିତ ରହିଆସିଛି । ଶୋଷଣ, ପୀଡ଼ନର ଘୂଣ୍ଡି ଭିତରେ ସେମାନେ ଚିରଶୃଙ୍ଖଳିତ ହୋଇ ବାକ୍‌ଶକ୍ତି ବିହୀନ ହୋଇଯାଇଛନ୍ତି । ଲାଞ୍ଛିତ ତଥା ଅପମାନିତ ଜୀବନ ଧରି ସେମାନେ କେବଳ ବଞ୍ଚିବାପାଇଁ ସଂଗ୍ରାମ କରି ଚାଲିଛନ୍ତି । ସେମାନଙ୍କ ମନରେ ଆତ୍ମବିଶ୍ଵାସ ସୃଷ୍ଟି କରି ସେମାନଙ୍କୁ ବନ୍ଦୀ ଜୀବନରୁ ମୁକ୍ତି ଦେବାପାଇଁ ନବୀନଯୁଗର ତରୁଣମାନଙ୍କ ଜାଗି ଉଠିବାକୁ କବି ଉଦାତ୍ତ କଣ୍ଠରେ ଆହ୍ବାନ ଦେଇ କହିଛନ୍ତି

‘‘ମରଣ ଦୁଆରେ ଚରଣ ଆରପି
ଗାଅରେ ଆମର ଗାନ
ପୋଛିଦିଅ ଆଜି ମାନବ ଶିରର୍ସ
ସଞ୍ଚ ଅପମାନ,
ଲଂଘି ବନାନୀ, ଶୈଳ ସାଗର ଦୂରରେ ତିମିର ତାରା ।’’

ସମାଜର ତରୁଣମାନେ ହିଁ ରକ୍ଷଣଶୀଳ, ପରମ୍ପରାସର୍ବସ୍ୱ ସାମାଜିକ ଧାରାରେ ପରିବର୍ତ୍ତନ ଆଣିପାରିବେ କାରଣ ସେମାନଙ୍କ ଶରୀରର ଶିରା ପ୍ରଶିରାରେ ଉଦ୍ଦାମତାର ଶୋଣିତ, ମାଂସପେଶୀରେ ଅଫୁରନ୍ତ ଶକ୍ତି ସାମର୍ଥ୍ୟ ଭରି ରହିଛି । ସମାଜର ବଡ଼ପଣ୍ଡା ସାଜି ଯେଉଁ ଶାସକଗୋଷ୍ଠୀ ପରାଙ୍ଗପୁଷ୍ଟ ସାଜି ସାଧାରଣ କୃଷକ, ଶ୍ରମିକ, ମେହେନତି, ମଜଦୁରମାନଙ୍କୁ ପଦଦଳିତ କରି ରଖୁଛନ୍ତି, ସେମାନେ ଅବଶ୍ୟ ନବଯୁଗ ପ୍ରବର୍ତ୍ତନକୁ ବିରୋଧ କରିବେ । ତେଣୁ ପ୍ରଗତିକାମୀ ତରୁଣମାନଙ୍କୁ ଅନାଗତ ଭବିଷ୍ୟତରେ ହେବ । ମରଣକୁ ବାଜି ଲଗାଇ ସେମାନଙ୍କୁ ଲକ୍ଷ୍ୟପଥରେ ଅଗ୍ରସର ହେବାକୁ ପଡ଼ିବ ।

ସେମାନେ ତୁଙ୍ଗ ଶୈଳଶିଖର, ଅତଳ ଅନନ୍ତ ସାଗର ଲଙ୍ଘନ କରିବାପାଇଁ ଉପଯୁକ୍ତ ଶକ୍ତି ଓ ସାମର୍ଥ୍ୟର ଅଧିକାରୀ ଅଟନ୍ତି । ସମାଜରେ କ୍ଷମତାଧ୍ୟାକାରୀ ପୁଞ୍ଜିପତି, ଶାସକଗୋଷ୍ଠୀ, ଗ୍ୟଭିଚାରା ଜମିଦାର ଓ ଧନାକ ଗୋଷ୍ଠାଙ୍କ କବଳରୁ ସର୍ବହରାମାନଙ୍କୁ ମୁକ୍ତ ଦେବାପାଇଁ ସେମାନେ ଅବଶ୍ୟ ଉତ୍ସାହ, ଉଦ୍ଦୀପନା ତଥା ଦୃଢ଼ ମନୋବଳ ଓ ସାହସର ସହ ଆଗେଇ ଆସିବାକୁ କବି କଣ୍ଠରେ ରହିଛି ଆଗ୍ନେୟ ଆହ୍ଵାନ-

‘ଛିନ୍ନ କରରେ ବନ୍ଧନ ରାଜି
କ୍ରନ୍ଦନ ହେଉ ଶେଷ ।’’

ନୂତନ ଯୁଗ ନିର୍ମାଣ ପାଇଁ ଅତାତର ଚିରାଚରିତ, ପ୍ରଥାସର୍ବସ୍ୱ, ପରମ୍ପରା ପ୍ରପାତିତ ଜାର୍ଣ୍ଣ ଶାର୍ଣ୍ଣ ଜାବନଧାରାର ଗତିପଥ ପରିବର୍ତ୍ତନ ଏକାନ୍ତ ଆବଶ୍ୟକ । ଏଥପାଇଁ ଆର୍ଥନୈତିକ ବୈଷମ୍ୟ ସୃଷ୍ଟିକାରୀ ଶକ୍ତିମାନଙ୍କୁ ପରାହତ କରିବାପାଇଁ ତରୁଣମାନଙ୍କୁ ସଂଗ୍ରାମ କରିବାକୁ ହେବ । ପ୍ରଗତି ପଥରେ ସେମାନଙ୍କର ଗତିଶୀଳ ପରିବର୍ତ୍ତନକାମୀ ରଥଚକ ତଳେ ନିଷ୍ଫଳ ଜନର ସମସ୍ତ ବ୍ୟଥା -ବେଦନା, ଦୁଃଖ -ଯନ୍ତ୍ରଣା, ଅପମାନ-ଅସନ୍ତୋଷ ଅବଶ୍ୟ ଚୂର୍ଣ୍ଣୀଭୂତ ହେବ । ପରିଶେଷରେ ସେମାନେ ଲକ୍ଷ୍ୟସ୍ଥଳରେ ଅବତୀର୍ଣ୍ଣ ହୋଇ ଉଡ଼ାଇବେ ବିଜୟର ଧ୍ଵଜା, ସେମାନଙ୍କ ବକ୍ଷସ୍ଥଳରେ ଶୋଭାପାଇବ ସଫଳତାର ଜୟମାଲ୍ୟ । ଏହି ଦୃଢୋକ୍ତିଭରା ଆହ୍ବାନ ଦେଇ ଆଶାବାଦୀ କବି ନବୀନ ଯୁଗର ତରୁଣମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି ।

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question ୨୪ ।
‘ଜାଗ ବନ୍ଧନହରା’ କବିତାରେ ବନ୍ଧନରାଜିକୁ ଛିନ୍ନ କରିବାପାଇଁ କବି ଦେଇଥ‌ିବା ଆହ୍ୱାନକୁ ବିଶ୍ଳେଷଣ କର । କିମ୍ବା, ନବୀନ ଯୁଗର ତରୁଣଙ୍କୁ ବନ୍ଧନରାଜି ଛିନ୍ନ ପାଇଁ କବି ଯେଉଁ ତୃପ୍ତ ଆହ୍ୱାନର ଆବାହନୀ କରିଛନ୍ତି – ତାହାକୁ ପ୍ରକାଶ କର ।
Answer:
‘ନବଯୁଗ ସାହିତ୍ୟ ସଂସଦ’ର ପ୍ରଥମ ଅଧିବେଶନରେ ପ୍ରାରମ୍ଭିକ ସଙ୍ଗୀତରୂପେ ଗାନ କରାଯାଇଥିବା ‘ଜାଗ ବନ୍ଧନହରା’ ଶୀର୍ଷକ କବିତାର ରଚୟିତା ପ୍ରଗତିବାଦୀ କବି ଅନନ୍ତ ପଟ୍ଟନାୟକ ଜଣେ ସ୍ମରଣୀୟ ପ୍ରତିଭା । ମାର୍କସୀୟ ଦୃଷ୍ଟି ଓ ଦର୍ଶନଦ୍ୱାରା ଅନୁପ୍ରାଣିତ ବରେଣ୍ୟ କବିଙ୍କ ଲେଖନୀ ନିଃସୃତ ‘ରକ୍ତଶିଖା’, ‘ଛାଇର ଛିଟା’, ‘ଅଲୋଡ଼ାଲୋଡ଼ା’ ଆଦି କବିତା ସଂକଳନ କବିଙ୍କ ପ୍ରଗତିବାଦୀ ଦୃଷ୍ଟିଭଙ୍ଗୀର ପରିଚୟ ବହନ କରିଛି । ଅନୁପ୍ରାଣିତ ବରେଣ୍ୟ କବିଙ୍କ ଲେଖନୀ ନିଃସୃତ ‘ରକ୍ତଶିଖା’, ‘ଛାଇର ଛିଟା’, ‘ଅଲୋଡ଼ାଲୋଡ଼ା’ ଆଦି କବିତା ସଂକଳନ କବିଙ୍କ ପ୍ରଗତିବାଦୀ ଦୃଷ୍ଟିଭଙ୍ଗୀର ପରିଚୟ ବହନ କରିଛି । ସାଧାରଣତଃ ସମାଜରେ ତରୁଣ ଯୁବଶକ୍ତିର ସାମର୍ଥ୍ୟ ଅନସ୍ବୀକାର୍ଯ୍ୟ । ସେଥ‌ିପାଇଁ କବି ପ୍ରାଚୀନ, ରକ୍ଷଣଶୀଳ ପରମ୍ପରାସର୍ବସ୍ୱ, ସାମନ୍ତବାଦୀ ସର୍ବସ୍ଵ ସମାଜର ଗତାନୁଗତିକ ଧାରା ପରିବର୍ତ୍ତନ ପାଇଁ ଛାତ୍ର, ଯୁବକ ଓ ତରୁଣମାନଙ୍କୁ ଆଗଭର

ହେବାକୁ ଆହ୍ଵାନ କରିଛନ୍ତି । ଆଭିଜାତ୍ୟପୂର୍ଣ୍ଣ ସାମନ୍ତବାଦୀ ମନୋଭାବକୁ ପରିହାର କରି ସାଧାରଣ ଜନତାର ଗାଥା-ଚିତ୍ର ଉପସ୍ଥାପନ କରିବା, ଶ୍ରେଣୀହୀନ ସମାଜର ପରିକଳ୍ପନା କରିବା, ଧର୍ମ ଓ ଈଶ୍ବରବିଶ୍ୱାସକୁ ଅନ୍ଧବିଶ୍ବାସ ବିମୁକ୍ତ କରାଇବା, ସାମାଜିକ ବୈଷମ୍ୟ ଓ ଅତ୍ୟାଚାରର ମୂଳୋତ୍ପାଟନ କରିବା, ସାଧାରଣ ଜନତାଙ୍କୁ ଅଶିକ୍ଷା ଓ ଅନ୍ଧବିଶ୍ଵାସରୁ ମୁକ୍ତି ପ୍ରଦାନ କରିବା ସଙ୍ଗେ ସଙ୍ଗେ ସମାଜର ଅବହେଳିତ, ଶୋଷିତ, ଲାଞ୍ଛିତ ଓ ନିଷ୍ପେଷିତ, ସର୍ବହରା ଜନତାକୁ ଧନାଢ଼ୀ, ସୁବିଧାବାଦୀ ସମାଜପତିଙ୍କ କବଳରୁ ରକ୍ଷା କରି ଏକ ନୂତନ ସୁଖ, ସମୃଦ୍ଧିସମ୍ପନ୍ନ ସମାଜ ଗଠନ କରିବାପାଇଁ କବିଙ୍କ ପ୍ରଗାଢ଼ ଆନ୍ତରିକତା କବିତାରେ ରୂପାୟିତ ହୋଇଛି । କବିତାର ପ୍ରାରମ୍ଭରେ ହିଁ କବି ତରୁଣମାନଙ୍କୁ ନିଜ ରକ୍ତକୁ ବାଜି ଲଗାଇ ନିଖ୍ ଜନଙ୍କ ତିମିରିତ ହୃଦୟରେ ଆଲୋକର ଔଜଲ୍ୟ ଭରିଦେବାକୁ ଆହ୍ଵାନ ଦେଇ କହିଛନ୍ତି-

‘ନବୀନ ଯୁଗର ତରୁଣ ଜାଗରେ
ଜାଗ ବନ୍ଧନହରା,
ବକ୍ଷ ଶୋଣିତେ ଲକ୍ଷ ଜୀବନେ
ଖେଳାଅ ଆଲୋକଧାରା ।’’

ସମାଜରୁ ଧନୀ-ଦରିଦ୍ର ତାରତମ୍ୟ ଦୂରକରି ତଥା ଜାତିପ୍ରଥାକୁ ବିରୋଧ କରି ଏକ ଶ୍ରେଣୀହୀନ ସମାଜର ସ୍ବପ୍ନ ଦେଖୁଛନ୍ତି କବି । ସାମାଜିକ ଅସମାନତା କବିଙ୍କୁ ବ୍ୟସ୍ତ କରିଛି । ଏସବୁର ଅବସାନ ପାଇଁ ତରୁଣମାନଙ୍କୁ ଆଗଭର ହେବାକୁ ପଡ଼ିବ । ନୁହେଁ, କବି ଏହା ଅନୁଭବ କରିଛନ୍ତି । ସ୍ଵାର୍ଥସର୍ବସ୍ଵ ଧନୀ, ଜମିଦାର, ଶିଳ୍ପପତି ଓ ପୁଞ୍ଜିପତିମାନେ ସାମାଜିକ ପରିବର୍ତ୍ତନକୁ ଅବଶ୍ୟ ବିରୋଧ କରିବେ । ସେମାନଙ୍କ ଛଳନା, ଶଠତା, ମିଥ୍ୟାଚାରକୁ ପ୍ରତିହତ କରିବାପାଇଁ ତରୁଣମାନଙ୍କୁ ହୁଏତ ସଂଘର୍ଷ ଓ ରକ୍ତପାତର ସମ୍ମୁଖୀନ ହେବାକୁ ପଡ଼ିବ । ସେହି ସଂଘର୍ଷରେ ମୃତ୍ୟୁପଥର ଯାତ୍ରୀ ହେବା ମଧ୍ଯ ଅବିଶ୍ଵାସ ନୁହେଁ ।

ତଥାପି ଆବଶ୍ୟକସ୍ଥଳେ ମରଣକୁ ବାଜି ଲଗାଇ ସମାଜର ଶୋଷିତ, ଲାଞ୍ଛିତଙ୍କ ହୃଦୟରେ ଆତ୍ମବିଶ୍ଵାସ ସୃଷ୍ଟି କରବା ପାଇଁ ତରୁଣମାନଙ୍କୁ ସମସ୍ତ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ । ଦୁଃଖୀ, ଦରିଦ୍ର, ଅସହାୟ ଓ ସର୍ବହରା ଶ୍ରେଣୀର ଅବହେଳିତ ମଣିଷ ମନରୁ ମାନସିକ ଦୁଃଖ, ଯନ୍ତ୍ରଣା, ଅପମାନ, ଅବସାଦ ବିଦୂରିତ କରିବାପାଇଁ ସଂକଳ୍ପବଦ୍ଧ ହେବାକୁ ପଡ଼ିବ ବୋଲି କବି କଣ୍ଠରେ ରହିଛି ଉଦାତ୍ତ ଆହ୍ଵାନ-

“ମରଣ ନୂଆରେ ଚରଣ ଅରପି
ପାଖରେ ଆମର ଗାନ
ପୋଛିଦିଅ ଆଜି ମାନବ ଶିରସୁଁ
ସଞ୍ଚ ଅପମାନ
ଲଙ୍ଘି ବନାନୀ ଶୈଳ ସାଗର ଦୂରରେ ତିମିର କାରା ।’

ଧନୀକ ଗୋଷ୍ଠୀର ଚିର ତିମିରିତ ବନ୍ଦୀଶାଳାରେ ଯନ୍ତ୍ରଣା ଜର୍ଜରିତ, ଦୁର୍ବିସହ ଜୀବନରେ ଅତିଷ୍ଠ ସର୍ବହରା ମଣିଷକୁ ଉଦ୍ଧାର କରିବାପାଇଁ ତରୁଣମାନଙ୍କୁ ନେବାକୁ ପଡ଼ିବ ବଜ୍ର ଶପଥ । ଏଥିପାଇଁ ସେମାନଙ୍କୁ ସାମ୍ୟବାଦର ଧ୍ଵଜା ଉଡ଼ାଇ ମାନବବାଦୀ ଚେତନାର ସନ୍ଧାନ କରିବାକୁ ହେବ । ସେହି ସନ୍ଧାନ ପଥରେ ଅନ୍ତରାୟ ସାଜିଥିବା ମାୟା, ମୋହର ବନ୍ଧନ ଋଜୁକୁ ଛିନ୍ନ କରିବାକୁ ପଡ଼ିବ । କାରଣ ମାୟା-ମମତାରୂପୀ ବନ୍ଧନରୁ ମୁକ୍ତ ନହେଲେ ସେମାନେ ମହାନ୍ ଲକ୍ଷ୍ୟସ୍ଥଳରେ ଉପନୀତ ହୋଇପାରିବେ ନାହିଁ । ତେଣୁ ମୋହ, ମାୟାର ତନ୍ଦ୍ରା-ସ୍ପର୍ଶରୁ ନିଜକୁ ଦୂରେଇ ରଖ୍ ନିଷ୍ଫଳ ଜନମାନସରେ ସୁଖ, ଶାନ୍ତି ଭରିଦେବାପାଇଁ ସେମାନଙ୍କୁ ସବୁ ବନ୍ଧନକୁ ଛିନ୍ନ କରିବାର ସଂକଳ୍ପ ନେବାକୁ ହେବ ।

ପରିବର୍ତ୍ତନର ରଥକୁ ପ୍ରଗତିପଥରେ ଗତିଶୀଳ କରାଇବାକୁ ପଡ଼ିବ । ପ୍ରଗତିର ସେହି ରଥଚକ୍ରତଳେ ଶୋଷିତ ଓ ଅତ୍ୟାଚାରିତ ମଣିଷର ଦୁଃଖ-ବେଦନା, ଜ୍ଵାଳା, ଯନ୍ତ୍ରଣା ଚୂଣ୍ଡୀଭୂତ ହେବ । ଶେଷରେ ବିଜୟୀ ତରୁଣମାନେ ଲକ୍ଷ୍ୟସ୍ଥଳରେ ଉପନୀତ ହୋଇ ଗଳାରେ ଜୟମାଲ୍ୟ ପିନ୍ଧିବାକୁ ସକ୍ଷମ ହେବେ ବୋଲି ଦୃଢ଼ ଆଶା ପ୍ରକାଶ କରି କବି କହିଛନ୍ତି –

“ଚିରି ଅତୀତର କାର୍ଣ୍ଣ ଜୀବନ
ଜାଗ ଆଆହେ ଭବିଷ୍ୟତ,
ଚୂର୍ଣ୍ଣ କରୁ ହେ ସ୍ୟନ୍ଦନ ତବ
ପାଳନର ପରବତ
ଘେନ ବିଜୟର ମାଳା
କାଗ ବନ୍ଧନହରା।”

Question ୨୫ ।
ଅନନ୍ତ ପଟ୍ଟନାୟକଙ୍କ ଅନ୍ୟାନ୍ୟ କବିତା ସଂଗ୍ରହ କରି ପଢ଼ ।

Question ୨୬ ।
ତୁମର ପ୍ରିୟ ସାଙ୍ଗ ନିକଟକୁ ନବଯୁଗର ଆହ୍ବାନ ସମ୍ପର୍କରେ ଚିଠି ଲେଖ ।
[ ସୂଚନା : ‘ତୁମ ପାଇଁ କାମ’ର ଉତ୍ତରଗୁଡ଼ିକ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତା ନେଇ ପ୍ରସ୍ତୁତ କରନ୍ତୁ ।]

ବିଗତ ବର୍ଷର ହାଇସ୍କୁଲ ପରୀକ୍ଷା (ବାର୍ଷିକ ଓ ସପ୍ଲିମେଣ୍ଟାରୀ)ର

Question 1.
କେଉଁଠାରେ ଅମରଗାନ ଗାଇବାପାଇଁ କବି କହିଛନ୍ତି ?
Answer:
ମରଣ ଦୁଆରେ

Question 2.
ବକ୍ଷର ଶୋଣିତ ଦେଇ ଲକ୍ଷ ଜୀବନରେ କ’ଣ ଖେଳାଇ ଦେବାକୁ କବି କହିଛନ୍ତି ?
Answer:
ଆଲୋକ ଧାରା

Question 3.
ଅମର ଗାନ କେଉଁମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି?
Answer:
ମରଣ ଦୁଆରେ

Question 4.
‘ଜାଗ ବନ୍ଧନହରା’ କେଉଁମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ? 5. କେଉଁ କଥା
Answer:
ନବଯୁଗର ତରୁଣ

Question 5.
ଲୁପ୍ତ ହେବାପାଇଁ ‘ଜାଗ ବନ୍ଧନହରା’ କବିତାରେ କୁହାଯାଇଛି ?
Answer:
ଜାତିଭେଦ

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question 6.
ମରଣ ଦୁଆରେ କେଉଁ ଗୀତ ଗାଇବାପାଇଁ କବି କହିଛନ୍ତି ?
Answer:
ଅମର ଗାନ

Question 7.
ମାନବ ଶିରରୁ କ’ଣ ପୋଛି ଦେବାକୁ କବି କହିଛନ୍ତି ?
Answer:
ଅମର ଗାନ

Question 8.
ବନ୍ଧନହରା କ’ଣ କଲେ କ୍ରନ୍ଦନ ଶେଷ ହେବ ?
Answer:
ବନ୍ଧନ ଛିନ୍ନ କଲେ

Question ୨.
କେଉଁଠାରେ ଅମରଗାନ କରିବାପାଇଁ କବି କହିଛନ୍ତି ?
Answer:
ଅପମାନ

ପରୀକ୍ଷା ଉପଯୋଗୀ ଅତିରି

(A) ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

Question 1.
‘ଜାଗ ବନ୍ଧନହରା’ କବିତାଟି କେଉଁଠାରେ ପ୍ରାରମ୍ଭିକ ସଙ୍ଗୀତରୂପେ ଗାନ କରାଯାଇଥିଲା ?
Answer:
ଜାଗ ବନ୍ଧନହରା କରିତାଟି ‘ନବଯୁଗ ସାହିତ୍ୟ ସଂସଦ’ ର ପ୍ରଥମ ଅଧିବେଶନରେ ପ୍ରାରମ୍ଭିକ ସଙ୍ଗତ ରୂପେ ଗାନ କରାଯାଇଥିଲା

Question 2.
କବି ଅନନ୍ତ ପଟ୍ଟନାୟକଙ୍କ କେଉଁ ପୁସ୍ତକ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀଦ୍ୱାରା ପୁରସ୍କୃତ କରିଥିଲା ?
Answer:
କବି ଅନନ୍ତ ପଟ୍ଟନାୟକଙ୍କ ‘ଅବାନ୍ତର’ କବିତା ପୁସ୍ତକ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀଦ୍ୱାରା ପୁରସ୍କୃତ କରିଥିଲା ।

Question 3.
‘ଜାଗ ବନ୍ଧନହରା’ କବିତାର ଅନ୍ତଃସ୍ବର କ’ଣ ?
Answer:
ଶୋଷଣମୁକ୍ତ ଓ ଶ୍ରେଣୀହୀନ ସାମାଜିକ ତଥା ସାଂସ୍କୃତିକ ବ୍ୟବସ୍ଥା ପ୍ରବର୍ତ୍ତନ ଓ ମାନବବାଦର ଜୟଗାନ ହିଁ ‘ଜାଗ ବନ୍ଧନହରା’ କବିତାର ଅନ୍ତଃସ୍ବର ।

Question 4.
କବି କେଉଁଠାରେ ଚରଣ ଅର୍ପିବାପାଇଁ କହିଛନ୍ତି ?
Answer:
କବି ସକଳ ବନ୍ଧନରାଜି ଛିନ୍ନ କରିବାକୁ କହିଛନ୍ତି । କବି କ’ଣ ଛିନ୍ନ କରିବାକୁ କହିଛନ୍ତି ?

Question 5.
ସ୍ୟନ୍ଦନ କ’ଣ ଚୂର୍ଣ୍ଣ କରିବ ବୋଲି କବିତାରେ କୁହାଯାଇଛି ?
Answer:
କବି ସକଳ ବନ୍ଧନରାଜି ଛିନ୍ନ କରିବାକୁ କହିଛନ୍ତି ।

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question 6.
କବି କେଉଁଠାରେ ଚାରଣ ଅର୍ଥବାପାଇଁ କହିଛନ୍ତି?
Answer:
କବି ମରଣ ଦୁଆରେ ଚରଣ ଅର୍ପିବାପାଇଁ କହିଛନ୍ତି ।

Question 7.
ସ୍ୟନ୍ଦନ କ’ଶ ବର୍ଣ୍ଣ କରିବ ବୋଲି କବିତାରେ କୁହାଯାଇଛି?
Answer:
ସ୍ୟନ୍ଦନ ପୀଡ଼ା ପର୍ବତକୁ ଚୂର୍ଣ କରିବ ବୋଲି କବିତାରେ କୁହାଯାଇଛି ।

Question 8.
କବି କାହାକୁ ସମାଜର ଭବିଷ୍ୟତ ବୋଲି କହିଛନ୍ତି ?
Answer:
କବି ତରୁଣମାନଙ୍କୁ ସମାଜର ଭବିଷ୍ୟତ ବୋଲି କହିଛନ୍ତି ।

Question 9.
ଯାତ୍ରାପଥରେ ସମ୍ମୁଖରେ କିଏ କୁହେଳି ସୃଷ୍ଟି କରେ ବୋଲି କବି କହିଛନ୍ତି ?
Answer:
ଯାତ୍ରାପଥରେ ସମ୍ମୁଖରେ ସ୍ନେହ ମମତାର ଅଶୁ କୁହେଳି ସୃଷ୍ଟି କରେ ବୋଲି କବି କହିଛନ୍ତି ।

Question 10.
ମହାମାନବର ଶଙ୍ଖଧ୍ବନିରେ କ’ଣ ପ୍ରଶମିତ ହେବ ବୋଲି କବି କହିଛନ୍ତି ?
Answer:
ମହାମାନବର ଶଙ୍ଖଧ୍ୱନିରେ ଦୁଃଖଜ୍ଵାଳା ପ୍ରଶମିତ ହେବ ବୋଲି କବି କହିଛନ୍ତି ।

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question 11.
କବିଙ୍କ ମତରେ କଣ୍ଟକ କେଉଁ ପଥରେ ଶିର ଟେକେ ?
Answer:
କବିଙ୍କ ମତରେ ସନ୍ଧାନ ପଥରେ କଣ୍ଟକ ଅର୍ଥାତ୍ ପ୍ରତିବନ୍ଧକ ଶିର ଟେକେ ।

Question 12.
‘ଜାଗ ବନ୍ଧନହରା’ କବିତାର ଅନ୍ତଃସ୍ଵର କ’ଣ ?
Answer:
ଶୋଷଣମୁକ୍ତ ଓ ଶ୍ରେଣୀହୀନ ସମାଜ ତଥା ସାଂସ୍କୃତିକ ବ୍ୟବସ୍ଥା ପ୍ରବର୍ତ୍ତନ ଓ ମାନବବାଦର ଜୟଗାନ ଜାଗ ‘ବନ୍ଧନହରା’ କବିତାର ଅନ୍ତଃସ୍ବର ।

Question 13.
ପୀଡ଼ନର ପର୍ବତ କିପରି ଚୂର୍ଣ ହେବ ?
Answer:
ବନ୍ଧନହରାଙ୍କ ସ୍ୟନ୍ଦନ ତଳେ ପୀଡ଼ନର ପର୍ବତ ଚୂର୍ଣ୍ଣ ହେବ ।

Question 14.
‘ଜାଗ ବନ୍ଧନହରା’ କବିତାଟି କେଉଁଠାରେ ପ୍ରାରମ୍ଭିକ ସଙ୍ଗୀତ ରୂପେ ଗାନ କରାଯାଇଥିଲା ?
Answer:
‘ନବଯୁଗ ସାହିତ୍ୟ ସଂସଦ’ର ପ୍ରଥମ ଅଧିବେଶନରେ ‘ଜାଗ ବନ୍ଧନହରା’ କବିତାଟି ପ୍ରାରମ୍ଭିକ ସଙ୍ଗୀତ ରୂପେ ଗାନ

Question 15.
‘ବନ୍ଧନହରା’ କେଉଁ ଅର୍ଥକୁ ବୁଝାଏ ?
Answer:
‘ବନ୍ଧନହରା’ ଶୋଷଣଯୁକ୍ତ ଓ ଶ୍ରେଣୀଯୁକ୍ତ ବନ୍ଧନରୁ ମୁକ୍ତ ଅର୍ଥକୁ ବୁଝାଏ ।

Question 16.
‘ଜାଗ ବନ୍ଧନହରା’ କବିତାରେ କବି କି ସ୍ବପ୍ନ ଦେଖୁଛନ୍ତି ?
Answer:
‘ଜାଗ ବନ୍ଧନହରା’ କବିତାରେ କବି ଏକ ଶ୍ରେଣୀହୀନ ଶୋଷଣମୁକ୍ତ ସମାଜ ଗଠନର ସ୍ବପ୍ନ ଦେଖୁଛନ୍ତି ।

Question 17.
କବି ‘ଜାଗ ବନ୍ଧନହରା’ କବିତାରେ ଭବିଷ୍ୟତଙ୍କୁ କି ଆହ୍ବାନ ଦେଇଛନ୍ତି ?
Answer:
କବି ‘ଜାଗ ବନ୍ଧନହରା’ କବିତାରେ ଭବିଷ୍ୟତଙ୍କୁ ଅତୀତର ଜୀର୍ଣ୍ଣ ଜୀବନକୁ ଭୁଲିଯିବାପାଇଁ ଆହ୍ୱାନ ଦେଇଛନ୍ତି ।

Question 18.
କେଉଁ କାରଣ ଯୋଗୁଁ ଦେଶରେ ବିଭାଜିନ ସୃଷ୍ଠି ହେଉଛି ବୋଲି କବି କହିଛନ୍ତି?
Answer:
ଜାତିଗତ ତଥା ସାମ୍ପ୍ରଦାୟିକ ଭେଦଭାବ କାରଣ ଯୋଗୁଁ ଦେଶରେ ବିଭାଜନ ସୃଷ୍ଟି ହେଉଛି ବୋଲି କବି କହିଛନ୍ତି ।

(B) ।ଗୋଟିଏ ପଦ ବା ଶବ୍ଦରେ ଉତ୍ତର ଦିଅ ।

Question 1.
ସନ୍ଧାନୀର କେଉଁପଥରେ କଣ୍ଟକ ଶିର ଟେକେ ବୋଲି କବି କହିଛନ୍ତି ?
Answer:
ସନ୍ଧାନ

Question 2.
ସନ୍ଧାନ ପଥରେ ଗତି କଲାବେଳେ ସମ୍ମୁଖରେ କେଉଁଗୁଡ଼ିକ କୁହେଳି ରଚନା କରେ ?
Answer:
ମୋହ ମମତାର ନୀର

Question 3.
ସ୍ୟନ୍ଦନ କାହାକୁ ଚୂର୍ଣ୍ଣ କରୁ ବୋଲି କବି କହିଛନ୍ତି ?
Answer:
ପୀଡ଼ନର ପର୍ବତକୁ

Question 4.
କେଉଁ ମାଳା ପରିଧାନ କରିବାକୁ କବି ତରୁଣମାନଙ୍କୁ କହିଛନ୍ତି ?
Answer:
ବିଜୟମାଳା

Question 5.
କାହାକୁ ଚିରି ଜାଗି ଉଠିବାକୁ କବି ଭବିଷ୍ୟତମାନଙ୍କୁ ଆହ୍ଵାନ ଦେଇଛନ୍ତି ?
Answer:
ଅତୀତର ଜାର୍ଣ୍ଣ ଜୀବନକୁ

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question 6.
ମରୁପଥରେ କ’ଣ ସୃଷ୍ଟିକରି ଯାତ୍ରା କରିବାକୁ କବି କହିଛନ୍ତି ?
Answer:
ନିର୍ଝର

Question 7.
କବି ଅନନ୍ତ ପଟ୍ଟନାୟକ ଖୋର୍ଦ୍ଧା ଜିଲ୍ଲାର କେଉଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ?.
Answer:
ଚଣାହାଟ

Question 8.
ଜାଗ ବନ୍ଧନହରା’ କବିତାର ଅନ୍ତଃସ୍ଵର କ’ଣ?
Answer:
ମାନବବାଦର ଜୟଗାନ

Question 9.
କେଉଁ ଯୁଗର ତରୁଣମାନଙ୍କୁ ଜାଗି ଉଠିବାକୁ କବି ଆହ୍ଵାନ ଦେଇଛନ୍ତି ?
Answer:
ନୂତନ ଯୁଗର

Question 10.
କବି ବନ୍ଧନରାଜି ଛିନ୍ନ କରିବାକୁ କେଉଁମାନଙ୍କୁ ପରାମର୍ଶ ଦେଇଛନ୍ତି ?
Answer:
ତରୁଣମାନଙ୍କୁ

Question 11.
ବନ୍ଧନରାଜି ଛିନ୍ନ ହେଲେ କ’ଣ ଶେଷ ହୋଇଯିବ ବୋଲି କବି ଆଶା କରିଛନ୍ତି ?
Answer:
କ୍ରନ୍ଦନ

Question 12.
ମାନବ ମସ୍ତକରେ କ’ଣ ସଞ୍ଚିତ ହୋଇ ରହିଛି ବୋଲି କବି କହିଛନ୍ତି ?
Answer:
ଅପମାନ

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question 13.
ତିମିର କାରା ଚୂରିବାପ କାହାକୁ ଲଢିଯିବାପାଇଁ କବି କହିଛନ୍ତି ?
Answer:
ବନାନୀ ଶୈଳ ସାଗର

Question 14.
କେଉଁମାନେ କମ୍ପିତ ପ୍ରାଣେ ଶଙ୍କିତ ହୋଇଉଠିବେ ବୋଲି କବି ଆଶା କରିଛନ୍ତି ?
Answer:
ଚନ୍ଦ୍ର, ତପନ, ତାରା

Question 15.
ଅନ୍ତରରେ ସ୍ପନ୍ଦନ ବହି କ’ଣ ଉଚ୍ଚରେ ଧରିବାକୁ କବି ପରାମର୍ଶ ଦେଇଛନ୍ତି ?
Answer:
ପ୍ରଦୀପ

Question 16.
‘ଅର୍ଗଳ’ ଶବ୍ଦଟିର ପ୍ରକୃତ ଅର୍ଥ କ’ଣ ?
Answer:
ବନ୍ଧନ (ରୂପ)

Question 17.
‘ଜାଗ ବନ୍ଧନହରା’ ଏହି ଶୀର୍ଷକରୁ କେଉଁ ଭାବ ପ୍ରତିଭାତ ହେଉଛି ?
Answer:
ଏହା ଏକ ଉଦ୍‌ବୋଧନୀ କବିତା

Question 18.
କବିତାରେ କବି ଯୁବକମାନଙ୍କୁ କେଉଁଥୁରୁ ମୁକ୍ତ ହେବାପାଇଁ ଉପଦେଶ ଦେଇଛନ୍ତି ?
Answer:
ସମସ୍ତ ପ୍ରକାର ପ୍ରଲୋଭନ ଓ ବନ୍ଧନରୁ

Question 19.
‘ଜାଗ ବନ୍ଧନହରା’ କବିତାରେ କବି କେଉଁମାନଙ୍କୁ ଜାଗି ଉଠିବାକୁ ଉଦ୍‌ବୋଧନ ଦେଇଛନ୍ତି ?
Answer:
ତରୁଣମାନଙ୍କୁ

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question 20.
ସମାଜରୁ କ’ଣ ଶେଷ ହେଉ ବୋଲି କବି ଆଶା କରିଛନ୍ତି ?
Answer:
କ୍ରନ୍ଦନ

Question 21.
ମହାମାନବର ଶଙ୍ଖନାଦରେ କ’ଣ ପ୍ରଶମିତ ହେଉ ବୋଲି କବି କହିଛନ୍ତି ?
Answer:
ଦୁଃଖର ଜ୍ଵାଳା

Question 22.
କାହାକୁ ଚୂର୍ଣ୍ଣ କରିବାକୁ କବି ‘ଜାଗ ବନ୍ଧନହରା’ କବିତାରେ କହିଛନ୍ତି ?
Answer:
ତିମିର କାରାକୁ

Question 23.
କାହାକୁ ଭିନ୍ନ କରି ସାରା ଭୁବନକୁ ହସାଇବାପାଇଁ କବି ‘ଜାଗ ବନ୍ଧନହରା’ କବିତାରେ କହିଛନ୍ତି ?
Answer:
ତନ୍ଦ୍ରାସ୍ପର୍ଶକୁ

Question 24.
‘ଜାଗ ଆହେ ଭବିଷ୍ୟତ’ – କବି ଏ ସମ୍ବୋଧନ କେଉଁମାନଙ୍କୁ କରିଛନ୍ତି ?
Answer:
ତରୁଣମାନଙ୍କୁ

Question 25.
‘ରକ୍ତଛିଟା’ କେଉଁ କବିଙ୍କର ଏକ ଅମ୍ଳାନ କୃତି ?
Answer:
କବି ଅନନ୍ତ ପଟ୍ଟନାୟକ

Question 26.
କବି ଅନନ୍ତ ପଟ୍ଟନାୟକ କେଉଁ କୃତି ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀଦ୍ଵାରା ପୁରସ୍କୃତ ହୋଇଥିଲେ ?
Answer:
ଅବାନ୍ତର

Question 27.
କବିତାରେ ‘ବନ୍ଧନହରା’ କେଉଁମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ?
Answer:
ନବ ଯୁଗର ତରୁଣମାନଙ୍କୁ

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question 28.
‘ଜାଗ ବନ୍ଧନହରା’ କବିତାର କବି କିଏ ?
Answer:
ଅନନ୍ତ ପଟ୍ଟନାୟକ

Question 29.
କବି ‘ଜାଗ ବନ୍ଧନହରା’ କବିତାରେ କ’ଣ ଲୁପ୍ତ ହେବାକୁ କହିଛନ୍ତି ?
Answer:
ଜାତି ଉପଜାତି

(C) ଶୂନ୍ୟସ୍ଥାନ ପୂରଣ କର ।

Question 1.
କମ୍ପିତ ପ୍ରାଣେ ଶଙ୍କିତ ହୋଇଉଠିବେ ବୋଲି କବି ଆଶା କରିଛନ୍ତି ।
Answer:
ଚନ୍ଦ୍ର, ତପନ, ତାରା ;

Question 2.
ସନ୍ଧାନୀମାନଙ୍କ ସମ୍ମୁଖରେ ମୋହ ମମତାର ନୀର
Answer:
କୁହେଳି,

Question 3.
ମରୁପଥରେ ଅବିରତ ଯାତ୍ରା କରିବାକୁ କବି ………………………ସୃଷ୍ଟି କରେ ।
Answer:
ତରୁଣ,

Question 4.
କବିତାରେ କବି ଯୁବକମାନଙ୍କୁ ………………….. ରୁ ମୁକ୍ତ ହେବାପାଇଁ ଉପଦେଶ ଦେଇଛିନ୍ତି ।
Answer:
ସମସ୍ତ ପ୍ରକାର ପ୍ରଲୋଭନ ଓ ବନ୍ଧନ,

Question 5.
ମରୁପଥରେ …………………. ସୃଷ୍ଟି କରିବାକୁ କବି କହିଛନ୍ତି।
Answer:
ନିର୍ଝର,

Question 6.
ମରଣ ଦୁଆରେ …………………. ଚାଇବାପାଇଁ କବି କହିଛନ୍ତି ।
Answer:
ଅମର ଗାନ,

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question 7.
କବି …………….. ଛିନ୍ନ କରିବାକୁ କହିଛନ୍ତି।
Answer:
ସକଳ ବନ୍ଧନରାଜି,

Question 8.
ମାନବ ମସ୍ତକରେ …………………….. ସଞ୍ଚତ ହୋଇ ରହିଛି ବୋଲି କବି କହିଛିନ୍ତି ।
Answer:
ଅପମାନ,

Question 9.
କବି ………………… କୁ ତନ୍ଦ୍ରାସ୍ଥର୍ଶ ବୋଲି କହିଛିନ୍ତି ।
Answer:
ମୋହ ମମତାର ନୀର,

Question 10.
କବି ………………… କୁ ତନ୍ଦ୍ରାସ୍ଥର୍ଶ ବୋଲି କହିଛିନ୍ତି ।
Answer:
ଆଲୋକଧାରା,

Question 11.
ମହାମାନବର ଶଙ୍ଖଧ୍ଧନିରେ ……………………. ପ୍ରଣମିତ ହେବା
Answer:
ଦୁଃଖଜ୍ଵାଳା,

Question 12.
…………………. ରେ ନିଝର ସୃଷ୍ଟିକରି ଯାତ୍ରା କରିବାକୁ କବି କହିଛନ୍ତି।
Answer:
ମରୁ ପଥ

(D) ଠିକ୍ ଉକ୍ତି ପାଇଁ ‘T” ଓ ଭୁଲ୍ ଉକ୍ତି ପାଇଁ ‘F” ଲେଖ ।

1. ‘ଜାଗ ଆହେ ଭବିଷ୍ୟତ’ – କବି ଏହି ସମ୍ବୋଧନ ଶାସକମାନଙ୍କୁ କରିଛନ୍ତି ।
2. କବି ଅନନ୍ତ ପଟ୍ଟନାୟକ ‘ଛାଇର ଛିଟା’ କୃତି ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀଦ୍ଵାରା ପୁରସ୍କୃତ ହୋଇଥିଲେ ।
3. କବିତାରେ କବି ବନ୍ଧନହରା ତରୁଣମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି ।
4. ‘ଜାଗ ବନ୍ଧନହରା’ କବିତାର କବି ଅନନ୍ତ ପଟ୍ଟନାୟକ ।
5. ମରଣ ଦୁଆରେ ଅମର ଗାନ ଗାଇବାପାଇଁ କବି କହିଛନ୍ତି ।
6. କବି ଜାତି ଉପଜାତି ଲୁପ୍ତ ହେଉ ବୋଲି ଇଚ୍ଛା କରିଛନ୍ତି ।
7. ମାନବ ଶିରରୁ ସଞ୍ଚ ଅପମାନ ପୋଛିଦେବାପାଇଁ କବି କହିଛନ୍ତି ।
8. ସନ୍ଧାନୀର ସନ୍ଧାନ ପଥରେ କଣ୍ଟକ ଶିର ଟେକେ ବୋଲି କବି କହିଛନ୍ତି ।
9. ସନ୍ଧାନ ପଥରେ ଗତି କଲାବେଳେ ସମ୍ମୁଖରେ ମୋହ ମମତାର ନୀର କୁହେଳି ରଚନା କରେ ।
10. ସ୍ୟନ୍ଦନ ପୀଡ଼ନର ପର୍ବତକୁ ଚୂର୍ଣ୍ଣ କରୁ ବୋଲି କବି କହିଛ
11. ବିଜୟମାଳା ପରିଧାନ କରିବାକୁ କବି ବୃଦ୍ଧମାନଙ୍କୁ କହିଛନ୍ତି ।
12. ଅତୀତର ଜୀର୍ଣ୍ଣ ଜୀବନକୁ ଚିରି ଜାଗି ଉଠିବାକୁ କବି କିଶୋରମାନଙ୍କୁ ଆହ୍ୱାନ ଦେଇଛନ୍ତି ।
Answer:
1. ‘ଜାଗ ଆହେ ଭବିଷ୍ୟତ’ – କବି ଏହି ସମ୍ବୋଧନ ଶାସକମାନଙ୍କୁ କରିଛନ୍ତି । (F)
2. କବି ଅନନ୍ତ ପଟ୍ଟନାୟକ ‘ଛାଇର ଛିଟା’ କୃତି ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀଦ୍ଵାରା ପୁରସ୍କୃତ ହୋଇଥିଲେ । (F)
3. କବିତାରେ କବି ବନ୍ଧନହରା ତରୁଣମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି । (T)
4. ‘ଜାଗ ବନ୍ଧନହରା’ କବିତାର କବି ଅନନ୍ତ ପଟ୍ଟନାୟକ । (T)
5. ମରଣ ଦୁଆରେ ଅମର ଗାନ ଗାଇବାପାଇଁ କବି କହିଛନ୍ତି । (T)
6. କବି ଜାତି ଉପଜାତି ଲୁପ୍ତ ହେଉ ବୋଲି ଇଚ୍ଛା କରିଛନ୍ତି ।(T)
7. ମାନବ ଶିରରୁ ସଞ୍ଚ ଅପମାନ ପୋଛିଦେବାପାଇଁ କବି କହିଛନ୍ତି । (T)
8. ସନ୍ଧାନୀର ସନ୍ଧାନ ପଥରେ କଣ୍ଟକ ଶିର ଟେକେ ବୋଲି କବି କହିଛନ୍ତି । (T)
9. ସନ୍ଧାନ ପଥରେ ଗତି କଲାବେଳେ ସମ୍ମୁଖରେ ମୋହ ମମତାର ନୀର କୁହେଳି ରଚନା କରେ । (T)
10. ସ୍ୟନ୍ଦନ ପୀଡ଼ନର ପର୍ବତକୁ ଚୂର୍ଣ୍ଣ କରୁ ବୋଲି କବି କହିଛ (T)
11. ବିଜୟମାଳା ପରିଧାନ କରିବାକୁ କବି ବୃଦ୍ଧମାନଙ୍କୁ କହିଛନ୍ତି । (F)
12. ଅତୀତର ଜୀର୍ଣ୍ଣ ଜୀବନକୁ ଚିରି ଜାଗି ଉଠିବାକୁ କବି କିଶୋରମାନଙ୍କୁ ଆହ୍ୱାନ ଦେଇଛନ୍ତି । (F)

(E) ସ୍ତମ୍ଭ ମିଳନ କର ।

Question 1
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଛିନ୍ନ କରରେ ଉପଜାତି
ଶଙ୍ଖ ଅରପି
ଜାତି ଶବଦେ
ଛିନ୍ନ କରରେ ଶିରସୁଁ
ଚରଣ ଅପମାନ
ମାନବ ଆଲେ।କାଧାରା
ବନ୍ଧନରାଜି

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଛିନ୍ନ କରରେ ଆଲେ।କାଧାରା
ଶଙ୍ଖ ଶବଦେ
ଜାତି ଉପଜାତି
ଛିନ୍ନ କରରେ ବନ୍ଧନରାଜି
ଚରଣ ଅରପି
ମାନବ ଶିରସୁଁ

Question 2
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ନିଝର
ନିଝର ଶଙ୍କିତ
ଶଙ୍କିତ ତପନ
ତପନ କୁହେଳି
କୁହେଳି ମୋହ
ମୋହ ହସାଅ
ହସାଅ ନିଝର
ଶଙ୍କିତ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ନିଝର ସୃଜି
ଶଙ୍କିତ କର୍ମିତ
ତପନ ତାରା
କୁହେଳି ରଚଇ
ମୋହ ମମତାର
ହସାଅ ଭୁବନ ସାରା

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

Question 3
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ମମତାର ପ୍ରାଣେ
କାର୍ଣ୍ଣ ପାଳା
କମ୍ପିତ ରାଜି
ପାଡ଼ନାର ନାର
ଅର୍ଗଳ ଜାବନ
ବିଜୟ ଭବିଷ୍ୟତ
ପରବତ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ମମତାର ନାର
କାର୍ଣ୍ଣ ଜାବନ
କମ୍ପିତ ପ୍ରାଣେ
ପାଡ଼ନାର ପରବତ
ଅର୍ଗଳ ରାଜି
ବିଜୟ ମାଳା

କରି ପରିଚୟ

ଆଧୁନିକ ଓଡ଼ିଆ ପଦ୍ୟ ସାହିତ୍ୟରେ କବି ଅନନ୍ତ ପଟ୍ଟନାୟକ ଜଣେ ନୂତନ ଦିଗ-ସ୍ରଷ୍ଟା କବି ଭାବରେ ପ୍ରତିଷ୍ଠିତ । ସେ ଆଧୁନିକ ଓଡ଼ିଆ ସାହିତ୍ୟରେ ମାର୍କସ୍ଵାଦୀ ଚିନ୍ତାଧାରାର ଅନ୍ୟତମ ପ୍ରବର୍ତ୍ତକ । ତେଣୁ ମାର୍କସ୍‌ଦୀ ଭାବଧାରାର ବିଧବଦ୍ଧ ଓ ସୁନ୍ଦର ପ୍ରକାଶ କେବଳ ଅନନ୍ତ ପଟ୍ଟନାୟକଙ୍କ କବିତାରେ ହିଁ ପରିଲକ୍ଷିତ ହୁଏ । ଶ୍ରେଣୀହୀନ ଶୋଷଣମୁକ୍ତ ସମାଜ ଗଠନର ସ୍ଵପ୍ନ ଥିଲା ତାଙ୍କ କବିତାର ମୁଖ୍ୟ ସ୍ୱରୂପ । ଖୋର୍ଦ୍ଧା ଜିଲ୍ଲାର ଚଣାହାଟ ଗ୍ରାମରେ କବି ଜନ୍ମଗ୍ରହଣ କରିଥିଲେ । ୧୯୩୫ ସାଲରେ ସେ ବି.ଏ. ପାସ୍ କରିଥିଲେ । ଛାତ୍ର ଜୀବନରୁ ସେ ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ଅତ୍ୟନ୍ତ ସକ୍ରିୟ ହୋଇଥିଲେ। ୧୯୩୬ ସାଲରେ ‘ନବଯୁଗ ସଂସଦ’ର ସେ ସମ୍ପାଦକ ଥିଲେ । ଏହି ଅନୁଷ୍ଠାନ ଆନୁକୂଲ୍ୟରେ ପ୍ରଗତିବାଦୀ ଆନ୍ଦୋଳନ ସଫଳତା ଅର୍ଜନ କରିଥିଲା । ୧୯୩୬ ସାଲରେ ତାଙ୍କର ପ୍ରଥମ କବିତା ସଂକଳନ ପ୍ରକାଶ ପାଇଥିଲା । ନୂତନ ଛନ୍ଦ ପ୍ରୟୋଗ କରି ତଥା ପ୍ରଚଳିତ ଓ ଅପ୍ରଚଳିତ ଶବ୍ଦର ସୁସମନ୍ଵୟ ରକ୍ଷାକରି ସେ ରଚିଥିଲେ ‘ରକ୍ତଶିଖା’, ‘ଛାଇର ଛିଟା’, ‘ଅଲୋଡ଼ା ଲୋଡ଼ା’ ପ୍ରଭୃତି ବିବିଧ କବିତାରାଜି, ଯାହା ତାଙ୍କ ଅନିର୍ବଚନୀୟ କବିପ୍ରତିଭାର ଅପୂର୍ବ ପ୍ରତିଫଳନ ।

ସୃଜନାଭିମୁଖ୍ୟ

ଆଧୁନିକ ଓଡ଼ିଆ ସାହିତ୍ୟ ଜଗତରେ କବି ଅନନ୍ତ ପଟ୍ଟନାୟକ ଜଣେ ପ୍ରବୀଣ ପ୍ରଗତିବାଦୀ କବିଭାବରେ ସୁପରିଚିତ । ମାର୍କସୀୟ ଦୃଷ୍ଟି ଓ ଦର୍ଶନଦ୍ଵାରା ଅନୁପ୍ରାଣିତ ସେହି ମହାନ୍ ସ୍ରଷ୍ଟାଙ୍କର ସ୍ଵପ୍ନ ଥିଲା ଶ୍ରେଣୀହୀନ, ଶୋଷଣମୁକ୍ତ ସମାଜ ଗଠନ କରିବା । ତାହାହିଁ ପ୍ରତିଫଳିତ ହୋଇଛି ତାଙ୍କ କବିତାର ପ୍ରତିଟି ପଙ୍‌କ୍ତିରେ । ନୂତନ ଛନ୍ଦ ପ୍ରୟୋଗ ସହିତ ପ୍ରଚଳିତ ଓ ଅପ୍ରଚଳିତ ଶବ୍ଦର ଶିଳ୍ପସଙ୍ଗତ ସମନ୍ୱୟ ତାଙ୍କ କବିତାର ଅନ୍ୟତମ ଉଖଯେ।ଗ୍ୟ ବୈଶିଷ୍ଟ୍ୟା

କବିତାର ପ୍ଠଷ୍ଠଭୂମି

କବିଙ୍କର ଏହି ‘ଜାଗ ବନ୍ଧନହରା’ କବିତାଟି ‘ନବଯୁଗ ସାହିତ୍ୟ ସଙ୍ଗୀତରୂପେ ଗାନ କରାଯାଇଥିଲା । ଉକ୍ତ କବିତାରେ ପ୍ରଗତିବାଦୀ ତଥା ପ୍ରଥମ ଅଧ‌ିବେଶନରେ ପ୍ରାରମ୍ଭିକ ମାର୍କସୀୟ ଦର୍ଶନ ପ୍ରତିଫଳିତ । ମାନବବାଦର ଜୟଗାନ ସହିତ ଶୋଷଣମୁକ୍ତ ଓ ଶ୍ରେଣୀହୀନ ସାମାଜିକ ତଥା ସାଂସ୍କୃତିକ ବ୍ୟବସ୍ଥାର ପ୍ରବର୍ତ୍ତନ ନିମନ୍ତେ ଏଥ‌ିରେ ରହିଛି ମାଦକଭରା ପ୍ରେରଣା ।

କରିବାର ମଧିବାଶା

ତରୁଣାବସ୍ଥା ମାନବର ଏକ ପ୍ରକୃଷ୍ଟ ଅବସ୍ଥା, ଯେଉଁ ଅବସ୍ଥାରେ ସେ ହୁଏ ଶକ୍ତି, ସାମର୍ଥ୍ୟ ଓ ସୌନ୍ଦର୍ଯ୍ୟର ପରିପୂର୍ଣ ଅଧିକାରୀ । ତା’ର ଅଧ୍ୟୟନ ତଥା ପ୍ରକୃତିଲବ୍ଧ ଜ୍ଞାନ ସେହି ଅବସ୍ଥାକୁ ପରିପୁଷ୍ଟ କରିବା ସହ ସେ ସମାଜର ମେରୁଦଣ୍ଡଭାବେ ହୁଏ ବିବେଚିତ । ସେହି ସମୟରେ ହିଁ ସେ ସମାଜକୁ ଦେଖିବାକୁ ଓ ଜାଣିବାକୁ ସମର୍ଥ ହୁଏ । ସମାଜରେ ପ୍ରଚଳିତ କଳୁଷିତ ପ୍ରଥା ତଥା ଦୂଷିତ ପରିବେଶକୁ ଦେଖ୍ ତା’ର ହୃଦୟ ବିଦ୍ରୋହ କରିଉଠେ । ସେତେବେଳେ ତା’ର ଯୁବସୁଲଭ ଉଦ୍ଦାମତା ସମାଜର ବା ଶାସନର କୌଣସି ପ୍ରଚଳିତ ନିୟମକୁ ସ୍ଵୀକାର କରିବାକୁ ପ୍ରସ୍ତୁତ ହୁଏନାହିଁ । ସେ ସକଳପ୍ରକାର ବନ୍ଧନରୁ ହୋଇଯାଏ ମୁକ୍ତ ।

ତେଣୁ କବି ସେହି ତରୁଣମାନଙ୍କୁ ବନ୍ଧନହରା ବୋଲି ସମ୍ବୋଧନ କରିଛନ୍ତି ଏବଂ ଏକ ଶୋଷଣମୁକ୍ତ ଶ୍ରେଣୀହୀନ ସମାଜ ଗଠନ ନିମନ୍ତେ ଜାଗି ଉଠିବାପାଇଁ ଆହ୍ୱାନ ଦେଇଛନ୍ତି । କାରଣ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟଗତ ଭେଦଭାବ ସମାଜକୁ କରିଛି ଖଣ୍ଡବିଖଣ୍ଡିତ । ଶୋଷଣ, ପୀଡ଼ନ, ଲାଞ୍ଛନା, ଅପମାନ ଜର୍ଜରିତ ହୋଇ ମାନବ ଦୁଃଖ ନୈରାଶ୍ୟର ଅନ୍ଧକାର ମଧ୍ୟରେ କରୁଛି କାଳାତିପାତ । ତେଣୁ ସମାଜର ମଙ୍ଗଳ ନିମନ୍ତେ ନିଜ ଜୀବନାର୍ପଣ କରି ବକ୍ଷର ଲହୁ ଢାଳି ଲକ୍ଷ ଲକ୍ଷ ମାନବ ଜୀବନରେ ସୁଖର ଆଲୋକଧାରା ଖେଳାଇଦେବା ନିମନ୍ତେ କବି ବୋନଯୁଗର ତରୁଣମାନଙ୍କୁ ଆହ୍ୱାନ ଜଣାଇଛନ୍ତି।

ଜାତି, ଧର୍ମ, ସମ୍ପ୍ରଦାୟର ପ୍ରାଚୀର ଆଜି ଦେଶକୁ କରିଛି ଖଣ୍ଡବିଖଣ୍ଡିତ । ବିବିଧ କଳୁଷିତ ସାମାଜିକ ପ୍ରଥାର ବନ୍ଧନରେ ବାନ୍ଧିହୋଇ ଶୋଷଣ, ପୀଡ଼ନ ତଥା ନୈରାଶ୍ୟରେ ଦଗ୍‌ଧ ହୋଇ ମାନବ ହୃଦୟରୁ ଆଜି ସୃଷ୍ଟି ହେଉଛି ବୁକୁଫଟା କ୍ରନ୍ଦନ ଧ୍ବନି । ତେଣୁ କବି ନବୀନ ଯୁଗର ତରୁଣମାନଙ୍କୁ ମହାମାନବର ଶୁଭଶଙ୍ଖ ନାଦ କରିବାକୁ ଆହ୍ଵାନ ଦେଇଛନ୍ତି । ଯେଉଁ ଶଙ୍ଖନାଦରେ ଜାତିଭେଦର ପ୍ରାଚୀର ଧ୍ୱଂସ ହେବା ସହ ସକଳ ବନ୍ଧନ ଛିନ୍ନ ହୋଇ ମାନବର ଦୁଃଖଜ୍ଵାଳା ପ୍ରଶମିତ ହେବ।

ଏ ସଂସାର ମୃତ୍ୟୁର ଲୀଳାକ୍ଷେତ୍ର ହେଲେ ମଧ୍ୟ ତରୁଣ ହିଁ ତା’ଦୁଆରେ ଦଣ୍ଡାୟମାନ ହୋଇ ଅମରମନ୍ତ୍ର ଗାନ କରିବାକୁ ସମର୍ଥ । ତେଣୁ କବି ମାନବ ମସ୍ତକରୁ ପୁଞ୍ଜୀଭୂତ ସକଳ ଅପମାନକୁ ପୋଛିଦେଇ ସମସ୍ତ ପ୍ରତିବନ୍ଧକକୁ ଲଘଂ ମାନବର ଦୁଃଖପୂର୍ଣ ଅନ୍ଧକାରାଚ୍ଛନ୍ନ କାରାକକ୍ଷକୁ ଚୂଣ୍ଡୀଭୂତ କରିବାକୁ ଆହ୍ଵାନ ଦେଇଛନ୍ତି ।

ଯାତ୍ରାକାଳରେ ମରୁପଥରେ ନିର୍ଝରିଶା ମରୂଭୂମିକୁ ଜଳପ୍ଳାବିତ କରିବାକୁ କବି ତରୁ ଶମାନଙ୍କ ପରାମର୍ଶ ଦେଇଛନ୍ତି । ନବଜାଗରଣର ନୂତନ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଜଡ଼ନାଟିକାରେ ଅପୂର୍ବସ୍ପନ୍ଦନ ତୋଳି ଅନ୍ତର୍ଗତ ଚେତନାର ଆଲୋକରେ କୋଟି କୋଟି ପ୍ରଦୀପକୁ ପ୍ରଜ୍ଜ୍ୱଳିତ କରିବାକୁ କବି ନିବେଦନ କରିଛନ୍ତି । ସେହି ପ୍ରଜ୍ବଳିତ ଉନ୍ମୋତ୍‌ତ ଚେତନାଲୋକର ଶିଖାକୁ ଦେଖ୍ ଚନ୍ଦ୍ର, ସୂର୍ଯ୍ୟ ଓ ତାରା ମଧ୍ୟ ଶଙ୍କିତ ହୋଇଉଠିବେ ବୋଲି କବି ହୋଇଛନ୍ତି ଆଶାବାଦୀ ।

ଅନୁସନ୍ଧାନ ହିଁ ତରୁଣ ଜୀବନର ସର୍ବଶ୍ରେଷ୍ଠ ବିଶେଷତ୍ଵ । ସନ୍ଧାନ କରିବା ତା’ର ଧର୍ମ । କିନ୍ତୁ ସେହି ସନ୍ଧାନର ପଥ ସର୍ବଦା କଣ୍ଟକିତ । ସେହି ସନ୍ଧାନପଥରେ ଯାତ୍ରା କଲାବେଳେ ମାୟା-ମୋହ-ସ୍ନେହ-ମମତାର ଅଶ୍ରୁ ତା’ ସମ୍ମୁଖରେ ସୃଷ୍ଟି କରନ୍ତି କୁହେଳିକା । ସେହି ତନ୍ଦ୍ରାସ୍ପର୍ଶକୁ ଛିନ୍ନ କରି ମାନବଜାତିର ହୃଦୟରେ ହସ ଫୁଟାଇବାକୁ ଆଗେଇ ଆସିବାକୁ କବି ନବୀନଯୁଗର ତରୁଣମାନଙ୍କୁ ଶୁଣାଇଛନ୍ତି ମାଦକଭରା ପ୍ରେରଣାର ବାଣୀ ।

ତରୁଣମାନେ ହିଁ ଭବିଷ୍ୟତର ସ୍ରଷ୍ଟା ଓ ପାଳନକର୍ତ୍ତା । ତେଣୁ ସେମାନଙ୍କୁ ଜାଗି ଉଠି ବିଜୟଯାତ୍ରା ପଥରେ ଅଗ୍ରସର ହେବାପାଇଁ କବି ଆହ୍ୱାନ ଦେଇଛନ୍ତି । ଯାତ୍ରାକାଳରେ ସେମାନଙ୍କ ରଥଚକ୍ରତଳେ ପୀଡ଼ାପର୍ବତ ଚୂର୍ଣ୍ଣୀଭୂତ ହୋଇଯାଉ । ବାଧାବିଘ୍ନ ପ୍ରତିବନ୍ଧକର ସମସ୍ତ ଅର୍ଗଳକୁ ଭାଙ୍ଗି ଦୁଃଖ, ଦୈନ୍ୟ, ନିରାଶାର ଅନ୍ଧକାର ଭିତରେ ବୁଡ଼ିରହି ଦୁର୍ବଳ ହୋଇପଡ଼ିଥିବା ଜୀବନକୁ ବିଦଳିତ କରି ସୁଖ ସମ୍ଭୋଗମୟ, ଶ୍ରେଣୀହୀନ ମାନବବାଦର ପ୍ରତିଷ୍ଠା କରି ବିଜୟର ମାଳା ପରିଧାନ କରିବାକୁ କବି ନବୀନଯୁଗର ବନ୍ଧନମୁକ୍ତ ତରୁଣମାନଙ୍କୁ ପ୍ରେରଣାର ରାଶା ଶୁଶାଇଛନ୍ତି।

BSE Odisha 10th Class Odia Solutions Chapter 7 ଜାଗ ବନ୍ଧନହରା

କାଠିନ ଶବ୍ଦାର୍ଥ ଓ ଟିପ୍ପଶା

  • ବନ୍ଧନହରା – ସକଳପ୍ରକାର ବନ୍ଧନରୁ ଯେ ମୁକ୍ତ
  • ଶୋଷିତ – ରକ୍ତ
  • ଛିନ୍ନ – ଛିଣ୍ଡେଇବା
  • ଲୁପ୍ତ – ଲୋକପ ପାଇଥିବା
  • ଶାମୁ – ପ୍ରଣମିତ ହେଉ/ଦବିଯାଉ
  • ଅସର ଗାନ – ଚିରନ୍ତନ ଗାତି
  • ଶିରସୁଁ – ମୁଣ୍ଡରୁ
  • ସ୍ପନ୍ଦନ – କମ୍ପନ/ଶିହରଣ
  • ଶଙ୍କିତ – ଭୟଭାତ
  • ତନ୍ଦ୍ରା – ନିଦ୍ରା
  • ଜାର୍ଣ୍ଣ – ଦୁର୍ବଳ
  • ସ୍ୟନ୍ଦନ – ରଥ
  • ଅର୍ଗଳ – ବନ୍ଧନ (ଯୂପ)
  • କଣ୍ଠକ – କଣ୍ଠା
  • ତପନ – ସୂର୍ଯ୍ୟ
  • ନିର୍ଝର – ଝରଣା
  • ସ୍ଠଜି – ସୃଷ୍ଟି କରି
  • ଶୈଳ – ପର୍ବତ
  • ପାଗର – ସମୁଦ୍ର
  • ବନାନା – ବିରାଟ ଅବଶ୍ୟ
  • ତିମିର – ଅନ୍ଧକାର
  • ଲଙ୍ଗି – ଲଙ୍ଗନ କରି
  • ଆରପି – ଅର୍ପଣ କରି
  • ଚରଣ ଅରପି – ପଦାର୍ପଣ କରି/ଦଣ୍ଡାୟମାନ ହୋଇ
  • ଜାଗ – ଜାଗି ଉଠ/କାଗ୍ରତ ହୁଅ

BSE Odisha 10th Class Odia Solutions Chapter 6 ମଙ୍ଗଳେ ଅଇଲା ଉଷା

Odisha State Board BSE Odisha 10th Class Odia Solutions Chapter 6 ମଙ୍ଗଳେ ଅଇଲା ଉଷା Textbook Exercise Questions and Answers.

BSE Odisha Class 10 Odia Solutions Chapter 6 ମଙ୍ଗଳେ ଅଇଲା ଉଷା

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।‘ବିକଚ ରାଜୀବ-ଦୃଶା’ ନିମ୍ନୋକ୍ତ କେଉଁ ଅର୍ଥକୁ ବୁଝାଉଛି ?
(କ) ପ୍ରସ୍ଫୁଟିତ ପଦ୍ମଫୁଲ ସଦୃଶ ଆଖୁ ଯାହାର
(ଖ) ପ୍ରସ୍ଫୁଟିତ ପଦ୍ମଫୁଲର ପାଖୁଡ଼ା ସଦୃଶ ଆଖ୍ ଯାହାର
(ଗ) ପ୍ରସ୍ଫୁଟିତ ପଦ୍ମଫୁଲର ସୌନ୍ଦର୍ଯ୍ୟଯୁକ୍ତ ଆଖ୍ ଯାହାର
(ଘ) ପ୍ରସ୍ଫୁଟିତ ପଦ୍ମଫୁଲ ସଦୃଶ ମୁଖ ଯାହାର
Answer:
(କ) ପ୍ରସ୍ଫୁଟିତ ପଦ୍ମଫୁଲ ସଦୃଶ ‘ଆଖ୍ ଯାହାର

Question ୨।
‘ଅରୁଣ କଷାୟ ବାସ’ର ଅର୍ଥ ସ୍ଵରୂପ କେଉଁ ଉକ୍ତିଟି ଠିକ୍ ?
(କ) ଅରୁଣଙ୍କ ନିମନ୍ତେ କଷାୟ ବିସ୍ତ୍ର
(ଗ) ଅରୁଣ ରଙ୍ଗର କଷାୟ ବସ୍ତ୍ର
(ଗ) ଅରୁଣ ରଙ୍ଗର କଷାୟ ବସ୍ତ୍ର
(ଘ) କଷାୟ ରଙ୍ଗର ଅରୁଣ ବସ୍ତ୍ର
Answer:
(ଗ) ଅରୁଣ ରଙ୍ଗର କଷାୟ ବସ୍ତ୍ର

Question ୩ ।
ଉଷାକୁ ପ୍ରଶଂସା କରି ସତୀ ସୀତା କେଉଁ ବାକ୍ୟଟି କହିଛନ୍ତି ?
(କ) ତୁମେ ତିମିର-ବିଧ୍ୱଂସୀ
(ଖ) ତୁମେ ଜାନକୀ-ଦର୍ଶନ ତୃଷାର୍ତ୍ତ
(ଗ) ତୁମେ ପ୍ରଶାନ୍ତ ରୂପ
(ଘ) ତୁମେ ବିକଚ-ରାଜୀବ ଦୃଶା
Answer:
(କ) ତୁମେ ତିମିର ବିଧ୍ୱଂସୀ

BSE Odisha 10th Class Odia Solutions Chapter 6 ମଙ୍ଗଳେ ଅଇଲା ଉଷା

Question ୪ ।
ସୀତାଙ୍କର ଅନ୍ୟନାମ ବୈଦେହୀ ହେବାର କାରଣ କ’ଣ ?
(କ) ବିଶେଷ ଦେହଧାରିଣୀ କନ୍ୟା
(ଗ) ଦେହହୀନା କନ୍ୟା
(ଖ) ବିଦେହର କନ୍ୟା
(ଘ) ବିଦେଶିନୀ କନ୍ୟା
Answer:
(ଖ) ବିଦେହର କନ୍ୟା

Question ୫।
ନିମ୍ନଲିଖ ପଦଗୁଡ଼ିକ ମଧ୍ୟରୁ କେଉଁଟି ରୂପକ କର୍ମଧାରୟ ସମାସ ନୁହେଁ ଚିହ୍ନାଇ ଦିଅ ।
(କ) କରପଲ୍ଲବ
(ଖ) ନୀହାରମୁକ୍ତା
(ଗ) ବୀଣାଝଙ୍କାର
(ଘ) ତରଙ୍ଗକର
Answer:
(ଗ) ବୀଣାଝଙ୍କାର

Question ୬ ।
ନିମ୍ନୋକ୍ତ ପ୍ରତ୍ୟେକ ଶବ୍ଦର ଦୁଇଟି ଭିନ୍ନ ଭିନ୍ନ ଅର୍ଥ ଲେଖ ।
ବାସ, ଅଜ୍ଞ, କର, ପଦ, ବନ, ବିଧ, ଶ୍ରୁତି
Answer:

ଶବ୍ଦ ଅର୍ଥ ଶବ୍ଦ ଗୃହ
ବାସ ସୁଗକ୍ଷ ବାସ୍ତ ବାସ ସଂଖ୍ୟା
ଅଙ୍କ କୋଳ ଅଙ୍କ ହାତ
କର ଖଜଣା, ହାଣାଶୁଣ୍ଢ, କିରଣ କର ଚରଣ
ପଦ ସମ୍ମାନସୂଚକ ସ୍ଥାନ, କବିତାର ଅନୁଛେଦ ପଦ କୁଔ
ବନ ଜଳ, ଅବଶ୍ୟ ବନ ନିୟମ
ବିପ୍ ବିଧାତା, ବିଧାନ ବିପ୍ ହେବ
ଶୁତି ବର୍ଣ୍ଣ କାନ ଶୁତି ଗୃହ

Question ୭।
ନିମ୍ନଲିଖ ଶବ୍ଦଗୁଡ଼ିକର ତିନୋଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
କୁସୁମ, ରାଜୀବ, ନୀର, ରାତ୍ରି, ଗଗନ
Answer:

ଶବ୍ଦ ପ୍ରତିଶବ୍ଦ
କୁସୁମ ସୁମନ, ପ୍ରସନ, ସୁଷ୍ଠ
ରାଜାବ ତାଙ୍କଜ, ନଳିନୀ, ପହ
ନାର ଅମ୍ବୁ, ବାରି, ଜଳ
ରାତ୍ରି ଭଜନା, ଯାମିନୀ, ଶର୍କରା
ଗଗନ ଥମ୍ବର, ଅନ୍ତରୀକ୍ଷ, ବ୍ୟୋମ

Question ୮।
‘କ’ ସ୍ତମ୍ଭର ପ୍ରତ୍ୟେକ ପଦ ସହିତ ‘ଖ’ ସ୍ତମ୍ଭର ଉପଯୁକ୍ତ ପଦ ଯୋଗ କର ।
Answer:

‘କ’ ‘ଖ’
ସରସ୍ଵତୀ ସ୍ତବପାଠ
ମୁକ୍ତା ଆଶ୍ରମଧାତ୍ରା
ଉଷା ପ୍ରଭାତାତାରା
କୁମ୍ଭାଟୁଆ ଉପହାର
ମଙ୍ଗଳ ପ୍ରଦାପ ବାଶାଝଙ୍କାର
ତମସା ସୁକୁମାରଦେହା

Question ୯।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ତୁମ୍ଭ କୋମଳ ଚରଣ କରେ ………………… ଆହରଣା (କିରଣ, ଜ୍ୟୋତି, ରଶି)
(ଖ) ବନ୍ଦିଲେ ଉକ୍ଷାର …………………. ସବିନୟରୋ (ପଦ, ପାଦ, ଚରଣ)
(ଗ) ଜାନକା ଦର୍ଶନ …………………. (ହୃଦ, ତୃଷା, ଆଶା)
(ଘ) ପ୍ରାଙ୍ଗଣେ କୁସୁମ ବିଞ୍ଚି ସୁବାସିତ ………………….. ସିଞ୍ଚା (ନାରି, ଜଳ, ସଲିଳ)
Answer:
(କ) ତୁମ୍ଭ କୋମଳ ଚରଣ କରେ ଜ୍ୟୋତି, ଆହରଣା
(ଖ) ବନ୍ଦିଲେ ଉକ୍ଷାର ପାଦ, ସବିନୟରୋ
(ଗ) ଜାନକା ଦର୍ଶନ ତୃଷା,
(ଘ) ପ୍ରାଙ୍ଗଣେ କୁସୁମ ବିଞ୍ଚି ସୁବାସିତ ନାରି, ସିଞ୍ଚା

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧୦ ।
‘ଦରଶନ ଦିଅ ସତି, ରାତି ପାହିଲା’- ଏକଥା କିଏ କାହାକୁ କହିଛନ୍ତି ?
Answer:
‘ଦରଶନ ଦିଅ ସତି, ରାତି ପାହିଲା’- ଏକଥା ଉଷାରାଣୀ ସତୀ ଶିରୋମଣି ସୀତାଙ୍କୁ କହିଛନ୍ତି ।

Question ୧୧।
ବାଲ୍ମୀକି ଆଶ୍ରମକୁ ଉଷା କାହିଁକି ଆଗମନ କରିଥିଲେ ବୋଲି ବର୍ଣ୍ଣିତ ହୋଇଛି ?
Answer:
ଉଷାରାଣୀ ସତୀ ଶିରୋମଣି ସୀତାଙ୍କୁ ଦର୍ଶନ କରିବାକୁ ବାଲ୍ମୀକି ଆଶ୍ରମକୁ ଆଗମନ କରିଥିଲେ ବୋଲି ବର୍ଣ୍ଣିତ

BSE Odisha 10th Class Odia Solutions Chapter 6 ମଙ୍ଗଳେ ଅଇଲା ଉଷା

Question ୧୨ ।
ଉଷା ମଙ୍ଗଳ ମୁହୂର୍ତ୍ତରେ ଆସିଥିବା କଥା କବିତାର କେଉଁ ପଦରୁ ଜଣାପଡ଼ୁଛି ?
Answer:
କବିତାରେ ପ୍ରଥମ ପଦ ‘ମଙ୍ଗଳେ ଅଇଲା ଉଷା……. ରାତି ପାହିଲା’ରୁ ଉଷା ମଙ୍ଗଳମୟ ମୁହୂର୍ତ୍ତରେ ଆସିଥିବା କଥା ଜଣାପଡ଼ୁଛି ।

Question ୧୩ ।
ଉଷା ଉପହାର ସ୍ବରୂପ କ’ଣ ଆଣିଛନ୍ତି ?
Answer:
ଉଷା ଉପହାର ସ୍ବରୂପ ନାହାର ରୂପକ ମୁକ୍ତ। ଆଶିଛନ୍ତ୍ରା

Question ୧୪ ।
ଉଷାଙ୍କ କର ବୋଲି କବି କାହାକୁ କଳ୍ପନା କରିଛନ୍ତି ?
Answer:
ଉଷାଙ୍କ କର ବୋଲି କବି କଅଁଳିଆ ପତ୍ରକୁ କଳ୍ପନା କରିଛନ୍ତି ।

Question ୧୫ ।
ଉଷା କେଉଁ ସ୍ଥାନରେ ରହି ସୀତାଙ୍କୁ ଡାକିଲେ ?
Answer:
ସତୀ ସୀତା ଅବସ୍ଥାନ କରୁଥିବା କୁଟୀର ସମ୍ମୁଖସ୍ଥ ପ୍ରାଙ୍ଗଣରେ ରହି ଉଷା ସୀତାଙ୍କୁ ଡାକିଥିଲେ ।

Question ୧୬ ।
କଳକଣ୍ଠ କଣ୍ଠରେ କିଏ କହିଲା ?
Answer:
ଉଷାଦେବା କଳକଣ୍ତ ବା କୋଇଲି କଶୃରେ କହିଥ୍ ଲୋ

Question ୧୭ ।
ଉଷା କି ପ୍ରକାର ବସ୍ତ୍ର ପିନ୍ଧିଛନ୍ତି ?
Answer:
ଉଷାଦେବା ଲାଳରଙ୍ଗର ପାଟବସ୍ତ ପରିଛନ୍ତି।

Question ୧୮ ।
କବି ଉଷାଙ୍କୁ କେଉଁ ରୂପରେ ବର୍ଣ୍ଣନା କରିଛନ୍ତି ?
Answer:
କବି ଉଷାଙ୍କୁ ଯୋଗେଶ୍ଵରୀ ରୂପରେ ବର୍ଣ୍ଣନା କରିଛନ୍ତି ।

BSE Odisha 10th Class Odia Solutions Chapter 6 ମଙ୍ଗଳେ ଅଇଲା ଉଷା

Question ୧୯ ।
ମର୍ତ୍ତ୍ୟଭୁବନକୁ ଉଷା ଆସିବାର ଉଦ୍ଦେଶ୍ୟ କ’ଣ ?
Answer:
ସତୀ ସୀତାଙ୍କର ଦୁଃଖ ଦୂରକରି ତାଙ୍କୁ ନବଜୀବନ ପ୍ରଦାନ କରିବା ହିଁ ଥିଲା ଉଷାଦେବୀଙ୍କର ମର୍ତ୍ତ୍ୟଭୁବନକୁ ଆଗମନର ଉଦ୍ଦେଶ୍ୟ ।

Question ୨୦ ।
ସୀତାଙ୍କୁ ଅଭିନନ୍ଦନ ଜଣାଇବାପାଇଁ ଉଷା କି ବ୍ୟବସ୍ଥାମାନ କରାଇଥିଲେ ?
Answer:
ସୀତାଙ୍କୁ ଅଭିନନ୍ଦନ ଜଣାଇବାପାଇଁ ଉଷାରାଣୀ ସଙ୍ଗୀତ, ନୃତ୍ୟ, ବାଦ୍ୟ ତଥା ସ୍ତୁତିପାଠର ବ୍ୟବସ୍ଥାମାନ

Question ୨୧ ।
ଉଷା ସୀତାଙ୍କୁ ସତୀ ରାଜ୍ୟ-ରାଣୀ ବୋଲି ସମ୍ବୋଧନ କଲେ କାହିଁକି ?
Answer:
ଅଯୋଧ୍ୟା ରାଜ୍ୟର ରାଣୀ ରଘୁକୂଳବଧୂ ସୀତା ହିଁ ଅଗ୍ନିପରୀକ୍ଷା ଦେଇ ସ୍ୱୀୟ ସତୀତ୍ବର ପରାକାଷ୍ଠା ପ୍ରଦର୍ଶନ

Question ୨୨।
ସରସ୍ଵତାଙ୍କ ବାଶାଝଙ୍କାର ସହିତ କାହାକୁ ତୁଳନା କରାଯାଇଚ୍ଛି?
Answer:
ଆଶ୍ରମ ନିବାସୀ ମୁନିମାନଙ୍କ ମୁଖନିଃସୃତ ବେଦଧ୍ଵନି ତଥା ଉଚ୍ଚ ଓଁକାର ଶବ୍ଦକୁ କବି ସରସ୍ଵତୀଙ୍କ ବୀଣାଝଙ୍କାର ସହିତ ତୁଳନା କରିଛନ୍ତି।

Question ୨୩।
ଏହାଦ୍ଵାରା ବନଭୂମିରେ କି ପରିବର୍ତ୍ତନ ଆସିଲା ?
Answer:
ମନ୍ତ୍ରବଳରେ ଶକ୍ତି ବୃଦ୍ଧି ହେବାପରି ଏହାଦ୍ଵାରା ବନଭୂମି କ୍ରମଶଃ ଉଜ୍ଜ୍ବଳ ହୋଇଉଠିଲା ।

Question ୨୪।
ଅନୁକମ୍ପା କିଏ?
Answer:
ବ୍ରହ୍ମଚାରିଣୀ ଅନୁକମ୍ପା ଆଶ୍ରମବାସିନୀ ଜନୈକ ତପସ୍ବିନୀ ।

BSE Odisha 10th Class Odia Solutions Chapter 6 ମଙ୍ଗଳେ ଅଇଲା ଉଷା

Question ୨୫।
ଅନୁକମ୍ପା ମାତାଙ୍କୁ କ’ ଣକହିଲେ?
Answer:
ଦର୍ଶନାଭିଳାଷିଶା ଭଷାଙ୍କୁ ଦର୍ଶନ ଦେଇ ସନ୍ତୁଷ୍ଟ କରିବା ସହିବା ସହିତ କୋଳରେ ଧରି ପରମ ସୁଖଲାଭ କରିବାକୁ ଚାହିଁ ରହିଥ‌ିବା ତମସାର ଆଶା ପୂର୍ଣ୍ଣ କରିବା ନିମନ୍ତେ ଶଯ୍ୟାତ୍ୟାଗ କରିବା ନିମନ୍ତେ ଅନୁକମ୍ପା ସତୀ ସୀତାଙ୍କୁ କହିଥିଲେ।

Question ୨୬।
ସୀତାଙ୍କ ହୃଦୟରେ ପ୍ରତିବିମ୍ବିତ ବୀର ରାମମୂର୍ତ୍ତିକୁ କବି କାହା ପରି ବୋଲି କହିଛନ୍ତି ?
Answer:
ସାତାଙ୍କ ହୃଦୟରେ ପ୍ରତିବିମ୍ବିତ ବାର ରାମମୁର୍ତ୍ତକୁ କବି ପଦ୍ମନା ହୃଦୟସ୍ଥ ଶିଶିରବିଦୁରେ ପତିତ ସୂର୍ଯ୍ୟଙ୍କର ଖବରଶ୍ମିର ପ୍ରତିଚିମ୍ବି ପରି ବେ।ଲି କହିଛନ୍ତ୍ରା

Question ୨୭।
ସାତାଙ୍କ ହୃଦୟ ଶୋକ – ଜର୍ଜରିତ ହେବାର କାରଣ କ’ଣ?
Answer:
ରପୁବାର ଶ୍ରାରାମଚନ୍ଦ୍ରଙ୍କଦ୍ଵାରା ସାତା ନିର୍ବାସିତା ହୋଇଥ୍ ବାରୁ ତାଙ୍କ ହୃଦୟ ଶୋକ – ଜର୍ଜରିତି ହୋଇଥ୍ ଲା

Question ୨୮।
ସାତା ଉଷାଙ୍କ ପଦବନ୍ଦନା କାର କ’ଣ କହଲେ?
Answer:
ପାତା ଉଷାଙ୍କ ପଦବନ୍ଦନା କରି ତାଙ୍କୁ ସଂସାରରେ ଅସିକାର ବିନାଶିନା ତଥା ସୂର୍ଯ୍ୟୋଦୟର ସୂଚକ ହେବା ପାଇଁ ବହିଥ୍ ଲୋ

Question ୨୯।
ଉଷାଙ୍କୁ ‘ଶୁଭ୍ର ସତ୍ତରଭ ରସିକେ’ ବୋଲି ପାତା କହିଲେ କାହିକି?
Answer:
ଉପାଙ୍କ ଆଗମନରେ ସଂସାର ଶୁଭ୍ର ପୌରଭରେ ପରିପୂର୍ଣ୍ଣ ହୋଇ ଉଠୁଥିବାରୁ ସାତା ତାଙ୍କୁ ‘ଶୁଭ ସଭରଭ ରସିକ’ ବୋଲି କହିଛନ୍ତ୍ରା

Question ୩୦।
‘ଶୁଭ ସମ୍ପାଦିନା ହୁଅ ରଘୁବଂଶିକେ’ – ଏକଥା କିଏ କାହାକୁ କହିଛନ୍ତି?|
Answer:
‘ଶୁଭ ସମ୍ପାଦିନା ହୁଅ ରଘୁବଂଶିକେ’ – ଏକଥା କିଏ କିଏ କାହାକୁ କହିଛନ୍ତି?

Question ୩୧।
ତମସାକୁ ଆଶ୍ରମ ଧାତ୍ରା ବୋଲି କାହିଁକି କୁହାଯାଇଛି?
Answer:
ତମସା ତା’ର ତାରରେ ଅବସ୍ଥିତ ମହର୍ଷି ବାଲୁ।କିଙ୍କ ଆଶ୍ରମର ସମସ୍ତ ଆବଶ୍ୟକତାକୁ ସ୍ୱାୟ ସ୍ୱଚ୍ଛ ପବିତ୍ର ଜଳଦ୍ଵାରା ପୂର୍ଣ୍ଣ କରି ଧାଳନ କରୁଥିବାରୁ ତାକୁ ଆଶ୍ରମ ଧାତ୍ରା ବୋଲି କୁହାଯାଇଛି।

BSE Odisha 10th Class Odia Solutions Chapter 6 ମଙ୍ଗଳେ ଅଇଲା ଉଷା

Question ୩୭ ।
ତମସା ନଦା କି କି ଆୟୋଜନ କରି ସତୀ ସାତାଙ୍କର ଆଗମନକୁ ଅପେକ୍ଷା କରିଥିଲେ?
Answer:
ତମସା ନଦୀ ପ୍ରାଙ୍ଗଣରେ କୁସୁମ ବିଞ୍ଚ, ସୁବାସତ ଜଳସଞ୍ଚନ କର, ପ୍ରଭାତା ତାରାକୁ ମଙ୍ଗଳ ପ୍ରଦାପ ରୂପେ ପ୍ରଜ୍ୱଳନ କରି ସାତାଙ୍କର ଆଗମନକୁ ଅପେକ୍ଷା କରିଥ୍ ଲୋ

Question ୩୩ ।
ତମସା ନଦୀ ସୀତାଙ୍କୁ କିପରି ସ୍ଵାଗତ ଜଣାଇଥ୍ଲେ ?
Answer:
ତମସା ନଦୀ ସ୍ବୀୟ ତରଙ୍ଗ ରୂପକ କରକୁ ପ୍ରସାରିତ କରି ସୀତାଙ୍କୁ କୋଳରେ ଧରି ସ୍ନେହାଲିଙ୍ଗନ ପୂର୍ବକ ସ୍ବାଗତ ଜଣାଇଥିଲେ ।

Question ୩୪ ।
ସାତାଙ୍କୁ ଲାଭକରି ତମସା ନିଜକୁ ଭାଗ୍ୟବତା ବୋଲି ଭାବିଛନ୍ତି କାହିଁକି?
Answer:
ସଂସାରର ସତା ଶିରେ।ମଶି ରଘୁକୁଳବଧୂ ଜନକନନ୍ଦିନୀ ସାତାଙ୍କୁ କୋଳରେ ଧରି ସ୍ନେହାଲିଙ୍ଗନ କରିଥିବାରୁ ତମସା ନିଜକୁ ଭାଗ୍ୟବତା ବୋଲି ଭାବିଛନ୍ତି।

ସପ୍ରସଙ୍ଗ ସରଳାର୍ଥ

Question ୩୫ ।
ଦେବା ପାଇଁ ନବ ଜୀବନ
ସ୍ଵଗୁଁ କି ଓହ୍ଲାଇଛନ୍ତି ମର୍ତ୍ତ୍ୟ ଭୁବନ ?
Answer:
ଦେବା ପାଇଁ …………………………… ମର୍ତ୍ତ୍ୟ ଭୁବନ ?
ହୋଇଉଠନ୍ତି । ସଂସାର ବୁକୁରୁ ଦୁଃଖରାଶି ଅପସରି ଯାଇ ଆରମ୍ଭ ହୁଏ ସୁଖଦ ଜୀବନ । ସେହି ଦୁଃଖହାରିଣୀ ନବଜୀବନ ପ୍ରଦାୟିନୀ ଭାଷାରାଣୀ ସତୀ ଶିରୋମଣି ସୀତାଙ୍କୁ ଦର୍ଶନ କରିବାର ଅଭିଳାଷ ନେଇ ମହର୍ଷି ବାଲ୍ମୀକିଙ୍କ ଆଶ୍ରମରେ ସୀତାଙ୍କ ବିଶ୍ରାମ ନେଇଥ‌ିବା ସୀତାଙ୍କୁ ରାତି ପାହିବାର ସୂଚନା ଦେଇଛନ୍ତି ।

ମଙ୍ଗଳମୟ ମୁହୂର୍ଭ ବା ବ୍ରାହ୍ମ ମୁହୂର୍ଭକୁ ଉଷାକାଳ କୁହାଯାଏ । ଏହି ଉଷାକାଳ ରାତ୍ରିର ବିଦାୟ ତଥା ସୂର୍ଯ୍ୟୋଦୟର ବାର୍ତ୍ତା ପ୍ରଦାନ କରେ। ରାତ୍ରିକାଳରେ ମୃତ ପ୍ରାୟ ଗତିରହିଥ୍ ବା ଜାବଜଗତ ସୂର୍ଯ୍ୟୋଦୟରେ ନବଜୀବନ ପାଇ ଚଳଚଞ୍ଚଳ ହୋଇଉଠନ୍ତି । ସଂସାର ବୁକୁରୁ ଦୁଃଖରାଶି ଅପସରି ଯାଇ ଆରମ୍ଭ ହୁଏ ସୁଖଦ ଜୀବନ । ସେହି ଦୁଃଖହାରିଣୀ ନବଜୀବନ ପ୍ରଦାୟିନୀ ଭାଷାରାଣୀ ସତୀ ଶିରୋମଣି ସୀତାଙ୍କୁ ଦର୍ଶନ କରିବାର ଅଭିଳାଷ ନେଇ ମହର୍ଷି ବାଲ୍ମୀକିଙ୍କ ଆଶ୍ରମରେ ସୀତାଙ୍କ କୁଟାର ସମ୍ମୁଖସ୍ଥ ପ୍ରାଙ୍ଗଣରେ ଉପସ୍ଥିତ ହୋଇଛନ୍ତି। ରଘୁବାର ଶ୍ରୀରାମଚନ୍ଦ୍ରଙ୍କଦ୍ଵାରା ନିର୍ବାସିତ ହୋଇ ଶୋକସନ୍ତପ୍ତ ଚିତ୍ତରେ ବିଶ୍ରାମ ନେଇଥ‌ିବା ସୀତାଙ୍କୁ ରାତି ପାହିବାର ସୂଚନା ଦେଇଛନ୍ତି । ସତେ ଯେପରି କୌଣସି ଯୋଗେଶ୍ଵରୀ ସତୀଙ୍କ ଦୁଃଖରାଶି ଦୂରକରି ତାଙ୍କୁ ନବଜୀବନ ପ୍ରଦାନ କରିବାପାଇଁ ସ୍ବର୍ଗରୁ ମର୍ତ୍ତ୍ୟମଣ୍ଡଳକୁ ଅବତରଣ କରିଛନ୍ତି ଏବଂ ସୀତାଙ୍କ ମନରେ ବିଶ୍ଵାସ ପ୍ରଦାନ କରିବାପାଇଁ ଅମୃତ ମଧୁର ଭାଷାରେ ଆଶ୍ଵାସନାର ବାଣୀ ଶୁଣାଇ ଶଯ୍ୟାତ୍ୟାଗ କରିବାକୁ ଆହ୍ଵାନ କରିଛନ୍ତି। ପ୍ରକୃତି ଉପରେ ମାନବତ୍ଵର ଆରୋପ ତଥା କବିଙ୍କ ଦାର୍ଶନିକ ଦୃଷ୍ଟିକୋଣ ବାସ୍ତବିକ ହୃଦୟସ୍ପର୍ଶୀ ।

Question ୩୬ ।
ବୈକୁଣ୍ଠେ ଦେଇ ତୃପତି ଅନନ୍ତ ଶ୍ରୁତିକି ଗତି
ବିହିଲା କି ସରସ୍ଵତୀ ବୀଣାଝଙ୍କାର ।
Answer:
ବୈକୁଣ୍ଠେ……………….. ବୀଣାଝଙ୍କାର ।
ଉକ୍ତ ପଦ୍ୟାଶଟି ପ୍ରକୃତିକବି ଗଙ୍ଗାଧର ମେହେରଙ୍କଦ୍ଵାରା ପ୍ରଣୀତ ‘ତପସ୍ବିନୀ’ କାବ୍ୟରୁ ସଂଗୃହୀତ ‘ମଙ୍ଗଳେ ଅଇଲା ଉଷା’ ଶୀର୍ଷକ ପଦ୍ୟରୁ ଆନୀତ । ଏଠାରେ କବି ପବିତ୍ର ବେଦମନ୍ତ୍ରର ଉଚ୍ଚାରଣରେ ସମଗ୍ର ବ୍ରହ୍ମାଣ୍ଡ କିପରି ଉଦ୍‌ବେଳିତ ହୋଇଉଠେ, ତାହା ବର୍ଣ୍ଣନା କରିଛନ୍ତି। ଭାରତବର୍ଷ ମୁନିଋଷିମାନଙ୍କର ଦେଶ । ବେଦ ଏ ଦେଶର ଆଦ୍ୟଗ୍ରନ୍ଥ ତଥା ଜ୍ଞାନର ଉତ୍ସ । ଉଷାକାଳ ଆଗମନରେ ସ୍ବର୍ଗରୁ ମର୍ତ୍ତ୍ୟପର୍ଯ୍ୟନ୍ତ ଯେପରି ଆନ୍ଦୋଳିତ ହୋଇଉଠେ, ସେହିପରି ମୁନିମୁଖ ନିଃସୃତ ସୁସ୍ୱର ବେଦଧ୍ଵନି ତଥା ଉଚ୍ଚ ଓଁକାର ଶବ୍ଦ ଶ୍ୟାମଳ ବନଭୂମିକୁ ମୁଖରିତ କରି ଗଗନ ଭେଦି ବୈକୁଣ୍ଠରେ ବୈକୁଣ୍ଠପତିଙ୍କୁ ପରମତୃପ୍ତି ପ୍ରଦାନ କରିବା ସହ ପୃଥ‌ିବୀର ନିମ୍ନସ୍ତରକୁ ମଧ୍ଯ ଗତିକରି ପୃଥ‌ିବୀକୁ ମସ୍ତକରେ ଧାରଣ କରିଥିବା ଶ୍ରୁତିଶ୍ରବା ବାସୁକିକୁ ମଧ୍ୟ ଆମୋଦିତ କରେ । ଭାରତବର୍ଷର ପ୍ରାଚୀନ ସଂସ୍କୃତିର ନିଦର୍ଶନ କବିଲେଖନୀରେ ଜୀବନ୍ତ ହୋଇଉଠିଛି ।

BSE Odisha 10th Class Odia Solutions Chapter 6 ମଙ୍ଗଳେ ଅଇଲା ଉଷା

Question ୩୭ ।
ଭାଗ୍ୟବତା ମୋତେ ସଂସାରେ
ବୋଲିବେ ତୋ’ ଯୋଗୁଁ ଏକା ପରଶଂସାରେ ।’’
Answer:
ଭାଗ୍ୟବତା ………………….. ଏକା ପରଶଂସାରେ ।’’
ଉକ୍ତ ପଦ୍ୟାଶଟି ସ୍ବଭାବକବି ଗଙ୍ଗାଧର ମେହେରଙ୍କଦ୍ଵାରା ପ୍ରଣୀତ ‘ତପସ୍ବିନୀ’ କାବ୍ୟରୁ ସଂଗୃହୀତ ‘ମଙ୍ଗଳେ ଅଇଲା ଭଷା’ ଶୀର୍ଷକ ପଦ୍ୟରୁ ଆନୀତ । ଏଠାରେ କବି ସତୀଶିରୋମଣି ସୀତାଙ୍କୁ କୋଳରେ ଧରି ତମସା ନଦୀ କିପରି ନିଜକୁ ଭାଗ୍ୟବତୀ ମନେକରିଛି, ତାହା ବର୍ଣ୍ଣନା କରିଛନ୍ତି ।

ପ୍ରକୃତିକବି ପ୍ରକୃତି ଉପରେ ମାନବତ୍ବର ଆରୋପ କରିଛନ୍ତି । ସତୀରାଜ୍ୟ-ରାଣୀ ସୀତା ତମସା ନଦୀତୀରସ୍ଥ ମହର୍ଷି ବାଲ୍ମୀକିଙ୍କ ଆଶ୍ରମରେ ନିର୍ବାସିତା ଜୀବନ ଯାପନ କରିଛନ୍ତି । କବିଙ୍କ ସୂକ୍ଷ୍ମଦୃଷ୍ଟିରେ ସେହି ଆଶ୍ରମର ପାଳନକର୍ତ୍ତୀ ହେଉଛି ତମସା । ଅଯୋଧ୍ୟାର ରାଜଲକ୍ଷ୍ମୀ ଦେବୀ ସୀତା ଭୋଗଲାଳସା ପରିହାର କରି ତା’କୋଳରେ ବିହାର କରିବେ ବୋଲି ସେ କେବେ ମଧ୍ୟ ଆଶା କରି ନଥିଲା । ତେଣୁ ସେ ଅତ୍ୟନ୍ତ ଉତ୍ସାହରେ ରାତ୍ରି ଶେଷରେ ତାଙ୍କୁ ସ୍ବାଗତ କରିବାପାଇଁ ପ୍ରାଙ୍ଗଣରେ ପୁଷ୍ପ ବିଞ୍ଚି, ସୁବାସିତ ନୀର ସିଞ୍ଚନ କରି, ପ୍ରଭାତୀ ତାରାକୁ ମଙ୍ଗଳପ୍ରଦୀପରୂପେ ପ୍ରଜ୍ଜ୍ୱଳନ କରି ସ୍ବୀୟ ମୀନନୟନରେ ତାଙ୍କର ଆସିବା ପଥକୁ ବାରମ୍ବାର ଚାହିଁ ପ୍ରତୀକ୍ଷା କରିଛି । ସତୀରତ୍ନ ସୀତା ମୁନିକନ୍ୟାମାନଙ୍କ ଗହଣରେ ସ୍ନାନ ନିମନ୍ତେ ଯେତେବେଳେ ଆଗମନ କରିଛନ୍ତି, ସେତେବେଳେ ତମସା ତା’ର ତରଙ୍ଗ କରରେ ସତୀଙ୍କୁ କୋଳରେ ଧରି ସ୍ନେହାଲିଙ୍ଗନ କରି ନିଜକୁ ଧନ୍ୟ ମନେକରିଛି । ଦେବୀ ସୀତା ତାକୁ ସେହି ସୌଭାଗ୍ୟ ପ୍ରଦାନ କରିଥିବାରୁ ସଂସାରରେ ସମସ୍ତେ ତାଙ୍କୁ ଭାଗ୍ୟବତୀ କହି ପ୍ରଶଂସା କରିବେ ବୋଲି ସନ୍ତୁଷ୍ଟ ଚିତ୍ତରେ ପ୍ରକାଶ କରିଛି । ବାସ୍ତବିକ ପ୍ରକୃତି କବିଙ୍କ ପ୍ରକୃତି ବର୍ଣ୍ଣନା ଅତ୍ୟନ୍ତ ଜୀବନ୍ତ -ଏହା ନିଃସନ୍ଦେହ ।

Question ୩୮ ।
ଶୁଭ୍ର ସଉରଭ ରସିକେ
ଶୁଭ ସମ୍ପାଦିନୀ ହୁଅ ରଘୁବଂଶିକେ ।
Answer:
ଶୁଭ୍ର – ସତରଭ ………………. .ରଘୁବଂଶିକେ ।
ଭାରତୀୟ ସଂସ୍କୃତିରେ ପତିବ୍ରତା ନାରୀର ସ୍ଥାନ ସବୁଠାରୁ ଊର୍ଦ୍ଧ୍ୱରେ । ସେ ଯେକୌଣସି ସମୟରେ ଯେଉଁ ଅବସ୍ଥାରେ ଥିଲେ ମଧ୍ୟ ନିଜ ପତିଙ୍କର ମଙ୍ଗଳ କାମନା କରିଥାଏ । ସତୀ ଶିରୋମଣି ଦେବୀ ସୀତା ରଘୁବୀରଙ୍କଦ୍ଵାରା ନିର୍ବାସିତା ହୋଇ ବାଲ୍ମୀକିଙ୍କ ଆଶ୍ରମରେ ଅବସ୍ଥାନ କରୁଥିବାବେଳେ ତାଙ୍କ ନିକଟରେ ଉପସ୍ଥିତ ହୋଇଛନ୍ତି ଉଷାରାଣୀ । ଦେବୀ ସୀତା ନମ୍ରତା ପୂର୍ବକ ତାଙ୍କ ପଦବନ୍ଦନା କରି ତାଙ୍କୁ ସଂସାରର ତିମିରବିଧ୍ୱଂସୀ ଓ ସୂର୍ଯ୍ୟୋଦୟର ପ୍ରତୀକ ବୋଲି କହି ପ୍ରଶଂସା କରିଛନ୍ତି । ତାଙ୍କ ଆଗମନରେ ସଂସାର ଶୁଭ୍ରଜ୍ୟୋତିରେ ଉଦ୍ ଭାସିତ ହେବ।ସହ ସୌରଭରେ ହେଇଠେ ଆମେ।ଦିତା ଚତୁର୍ଦିଗରେ ଭରିଯାଏ ପବିତ୍ରତାର ବାତାବରଣ । ସେହି ସମୟ ହିଁ ସଂସାରରେ ଶୁଭମୁହୂର୍ଣଭାବେ ହୋଇଛି ବିଦିତ । ତେଣୁ ସେହି ମଙ୍ଗଳପ୍ରଦାୟିନୀ ଉଷାରାଣୀ ନିଶ୍ଚିତ ମଙ୍ଗଳ ବିଧାନ କରିବାର ଦୃଢ଼ ଆଶା ହୃଦୟରେ ପୋଷଣ କରି ପତିବ୍ରତା ସୀତା ତାଙ୍କ ଚରଣରେ ଶରଣ ଏହା ହିଁ ଭାରତୀୟ ନାରୀର ମହନୀୟତା ଯାହା କବିଙ୍କ ଲେଖନୀରେ ହୋଇଛି ରୂପାୟିତ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୩୯ ।
ପଠିତ କବିତା ଅନୁସରଣରେ ବାଲ୍ମୀକି ଆଶ୍ରମରେ ପ୍ରଭାତକାଳୀନ ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଣନା କର । କିମ୍ବା, ବାଲ୍ମୀକି ଆଶ୍ରମର ପ୍ରଭାତକାଳୀନ ଦୃଶ୍ୟ କବିଙ୍କ ଲେଖନୀରେ କିପରି ରସପୂର୍ଣ୍ଣ ଓ ଜୀବନ୍ତ ହୋଇପାରିଛି ଆଲୋଚନା କର । କିମ୍ବା, ଉଷାର ଆଗମନରେ ବାଲ୍ମୀକିଙ୍କ ଆଶ୍ରମପ୍ରକୃତି କିପରି ଅପୂର୍ବ ଶୋଭା ଧାରଣ କରିଛି, ତାହା ପଠିତ କବିତା ଆଧାରରେ ଆଲୋଚନା କର। କବିତା ଆଧାରରେ ଆଲୋଚନା କରା
Answer:
ଆଧୁନିକ ଓଡ଼ିଆ କାବ୍ଯସାହିତ୍ୟର ଅମରସ୍ରଷ୍ଟା ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ଶାଶ୍ଵତ ସୃଷ୍ଟିନିଚୟ, ତାଙ୍କ ଅନିର୍ବଚନୀୟ କବିପ୍ରତିଭାର ଯଥାର୍ଥ ପରିଚୟ ପ୍ରଦାନ କରେ । ପ୍ରକୃତିକୁ ଜୀବନ୍ତ ସତ୍ତାରେ ରୂପାନ୍ତରିତ କରି ପାଠକ ସମ୍ମୁଖରେ ପ୍ରକାଶ କରାଇବାର କଳାକୌଶଳ ତଦୀୟ ନୈସର୍ଗିକ ପ୍ରତିଭାର ପରିଚାୟକ । କବିଙ୍କର ‘ତପସ୍ବିନୀ’, ‘ପ୍ରଣୟବଲ୍ଲରୀ’, ‘ଅହଲ୍ୟାସ୍ତବ’, ‘କୀଚକ ବଧ’, ‘ପଦ୍ମିନୀ’, ‘ଇନ୍ଦୁମତୀ’ କାବ୍ୟସମୂହ ଏବଂ ‘ଅର୍ଘ୍ୟଥାଳୀ’ ଓ ‘କବିତା କଲ୍ଲୋଳ’ ପ୍ରଭୃତି କ୍ଷୁଦ୍ର କବିତା ସଙ୍କଳନ କବିଙ୍କ ଅମ୍ଳାନ ପ୍ରତିଭାର ସ୍ମାରକୀ ରୂପେ ଅଦ୍ୟାବଧୂ ଜନମାନସରେ ପ୍ରତିବିମ୍ବିତ । ‘ତପସ୍ବିନୀ’ କାବ୍ୟର ଚତୁର୍ଥ ସର୍ଗରୁ ସଂଗୃହାତ ‘ମଙ୍ଗଳେ ଅଇଲା ଉକ୍ଷା’ ଶାର୍ଷକ କବିତାରେ କବି ବାଲ୍ଲାକି ଆଶ୍ରମରେ ପ୍ରଭାତକାଳାନ ପ୍ରାକୃତିକ ଦୃଶ୍ୟରାଜିକୁ ଜୀବନ୍ତ ଭାବେ ଉପସ୍ଥାପନ କରିଛନ୍ତି ।

ଶାନ୍ତ-ସୁନ୍ଦର, ସ୍ନିଗ୍ଧ -ମଧୁର ଆଶ୍ରମର ତପୋବନ ମଧ୍ୟରେ ଉଷାର ଆବିର୍ଭାବକୁ ପ୍ରକୃତି ପୂଜାରୀ କବି ସତେଯେପରି ସମସ୍ତ ଅଶୁଭର ଅନ୍ତ ଘଟାଇ ଓ ମଙ୍ଗଳବାର୍ତ୍ତା ବାହିକା ଭାବେ ଆଶ୍ରମ ଉପବନରେ ଉପଗତା ହୋଇଛି । ଉଷା-ପ୍ରକୃତି ଚିତ୍ରଣରେ କବି ମାନବୋଚିତ ଲକ୍ଷଣର ଆରୋପଣ କରିଛନ୍ତି । ସତୀ ସୀତାଙ୍କୁ ଉପହାର ଦେବାପାଇଁ କରପଲ୍ଲବରେ ନୀହାର-ମୁକ୍ତାର ଅଞ୍ଜଳି ଧରି ଆଶ୍ରମ ପ୍ରାଙ୍ଗଣରେ ଉପସ୍ଥିତ ହୋଇଛି ଉଷା । ବାଳାରୁଣ ବର୍ଷପ୍ରାୟ ଗୈରିକ ବସ୍ତ୍ର ବିମଣ୍ଡିତ, ପ୍ରଶାନ୍ତବଦନା, ସଦ୍ୟ ପ୍ରସ୍ଫୁଟିତ ପୁଷ୍ପରାଗ କାନ୍ତି ବିଶିଷ୍ଟା ଉଷା ଯୋଗେଶ୍ଵରୀ ରୂପରେ ସତେ ଯେପରି ସ୍ବର୍ଗାବତରଣ କରିଛନ୍ତି। କୋକିଳର ସୁମଧୁର ସ୍ୱରରେ ରାତ୍ରି ଅବସାନର ସୂଚନା ଦେଇ ସୀତାଙ୍କୁ ଶଯ୍ୟାତ୍ୟାଗ କରିବାକୁ ସେ ଆହ୍ଵାନ କରିଛନ୍ତି ।

ମୃଦୁମନ୍ଦ ପ୍ରଭାତକାଳୀନ ଶୀତଳ ସମୀରଣ ମଙ୍ଗଳ ସଙ୍ଗୀତ ଗାନ ଆରମ୍ଭ କରିଛି । ଭ୍ରମରକୁଳ ବୀଣାବାଦନ କରି ସଙ୍ଗୀତରେ ସୁସଂଯୋଜିତ ହୋଇଛି । କୁମ୍ଭାଟୁଆ ଭାଟ ବେଶରେ ସ୍ତବ ପାଠ କରିଛି । ଶ୍ରେଷ୍ଠ ସ୍ତୁତିପାଠକାରୀ ସାଜି କଜଳପାତି ସତୀଙ୍କ ଦ୍ୱାରଦେଶରେ ତାଙ୍କର ଗୁଣଗାନ କରିଛି ଓ ମଧୁର ସ୍ବରରେ ରାଜ୍ୟରାଣୀଙ୍କୁ ପହୁଡ଼ ଭାଙ୍ଗିବାକୁ ଆହ୍ୱାନ କରିଛି । କବିଙ୍କ ଭାଷାରେ-

“କଳିଙ୍ଗ ଅଇଲା ପାଟ ମାଗଧ ବେଶେ,
ଲଳିତ ମଧୁରେ କହିଲା,
ଉଠ ସତା ରାଜ୍ୟ – ରାଶା, ରାତି ପାହିଲା”

ବ୍ରାହ୍ମ ମୁହୂର୍ତ୍ତରୁ ଶ୍ୟାମଳ ଲତାକୁଞ୍ଜ ପରିବେଷ୍ଟିତ ଆଶ୍ରମ ଉପବନ ମୁନିମୁଖନିଃସୃତ ବେଦର ଓଁକାର ଧୃବର ହୋଇଉଠିଛି ପ୍ରତିଧ୍ଵନିତ । ସେହି ପବିତ୍ର ବେଦମନ୍ତ୍ର ଧ୍ୱନିର ଉଚ୍ଚ ଓଁକାର ପ୍ରଭାବରେ ସମଗ୍ର ବନଭୂମି କ୍ରମଶଃ ଉତ୍କଳ ହୋଇଉଠିଛି । ଆଶ୍ରମ ପାର୍ଶ୍ଵରେ ପ୍ରବହମାନା ତମସା ନଦୀ ମଧ୍ୟ ସତୀଙ୍କୁ କୋଳାଗ୍ରତ କରିବାପାଇଁ ଆଶ୍ରମ ପ୍ରାଙ୍ଗଣରେ ସୁବାସିତ ପୁଷ୍ପ ବିଦେଇ ଓ ସୁବାସିତ ଜଳ ସିଞ୍ଚନ କରି ପ୍ରଭାତୀତାରାକୁ ମଙ୍ଗଳଦୀପ ଭାବେ ଧାରଣ କରି ପ୍ରତୀକ୍ଷା କରିଛି । ପ୍ରକୃତି ମଧ୍ୟରେ ପ୍ରାଣସତ୍ତା ଭରିଦେଇ ତାକୁ ମାନବଚରିତ୍ର ଭାବେ ଉପସ୍ଥାପନ କରିବାରେ ସ୍ଵଭାବକବିଙ୍କ ଲେଖନୀ ଯେଉଁ ଚମତ୍କାରିତା ‘ପ୍ରଦାନ କରିଛି ତାହା ଅନନ୍ୟ ଓ ଅନୁପମ ।

BSE Odisha 10th Class Odia Solutions Chapter 6 ମଙ୍ଗଳେ ଅଇଲା ଉଷା

Question ୪୦ ।
ଆଶ୍ରମରେ ସତୀ ସୀତାଙ୍କୁ ଉଷା କିମ୍ବା, ଦେବୀ ସୀତାଙ୍କ ପାଇଁ ଉଷାଦେବୀ ବର୍ଣ୍ଣନା କର । କିମ୍ବା, ଦେବୀ ସୀତାଙ୍କ ପାଇଁ ଉଷାଦେବୀ କରିଥିବା ରାଜକୀୟ ସ୍ଵାଗତ ସମ୍ବର୍ଣନାର ଆୟୋଜନ ସମ୍ପର୍କରେ ବର୍ଣ୍ଣନା କରା କିମ୍ବା, ମହର୍ଷି ବାଲ୍ମୀକିଙ୍କ ଆଶ୍ରମରେ ସତୀ ସୀତାଙ୍କୁ ଉଷାଦେବୀ କିପରି ସ୍ଵାଗତ ଜଣାଇଛନ୍ତି, ପଠିତ କବିତା ଆଧାରରେ ଆଲୋଚନା କର ।
Answer:
ଉତ୍କଳ ଭାରତୀଙ୍କ ବରପୁତ୍ର ସ୍ବଭାବକବି ଗଙ୍ଗାଧର ମେହେର ଏକାଧାରରେ ଥିଲେ ଅମ୍ଳାନ ପ୍ରତିଭାବନ୍ତ କାବ୍ୟଶିଳ୍ପୀ, ପ୍ରକୃତିବାଦୀ, ସୌନ୍ଦର୍ଯ୍ୟପିପାସୁ, ସ୍ଵଦେଶପ୍ରେମୀ, ଯୁଗସଚେତକ ତଥା ସମନ୍ଵୟାତ୍ମକ ସାରସ୍ଵତ ସ୍ରଷ୍ଟା । ଭାଷାସୌନ୍ଦର୍ଯ୍ୟ, ଭାବଗାମ୍ଭୀର୍ଯ୍ୟ, ତଥା ଅନ୍ତଃ ସୌନ୍ଦର୍ଯ୍ୟଭରା ପ୍ରତ୍ୟେକଟି ସାରସ୍ଵତ ସୃଷ୍ଟିରୁ ତାଙ୍କ ପ୍ରଜ୍ଞାର ଐଶ୍ବର୍ଯ୍ୟମୟ ଆଭାସ ସୁସ୍ପଷ୍ଟ । କବିଙ୍କ ସୃଷ୍ଟିନିଚୟ ମଧ୍ୟରେ ‘ତପସ୍ବିନୀ’, ‘ପ୍ରଣୟବଲ୍ଲରୀ’, ‘କୀଚକବଧ’, ‘ଇନ୍ଦୁମତୀ’, ‘ପଦ୍ମିନୀ’, ‘ଅଯୋଧ୍ୟା ଦୃଶ୍ୟ’ ତଥା ‘ଉତ୍କଳଲକ୍ଷ୍ମୀ’ ଆଦି କାବ୍ୟସମୂହ ତଥା କ୍ଷୁଦ୍ରଗୀତ ସଂକଳନ ମଧ୍ଯରେ ‘ଅର୍ଘ୍ୟଥାଳୀ’, ‘କୃଷକ ସଙ୍ଗୀତ’, ‘କବିତାମାଳା’ ଓ ‘କବିତା କଲ୍ଲୋଳ’ ଆଦି କବିଙ୍କ ଅମ୍ଳାନ ପ୍ରତିଭାର ପରିଚୟ ପ୍ରଦାନ କରେ ।

ପ୍ରକୃତିକୁ ମାନବଚରିତ୍ର ଭଳି ଉପସ୍ଥାପନ କରିବାରେ କବି ଗଙ୍ଗାଧରଙ୍କ ସିଦ୍ଧହସ୍ତତା ପ୍ରଣିଧାନଯୋଗ୍ୟ । ସତୀ ସୀତା ଗଭୀର ଅନ୍ତର୍ବେଦନା ଓ ବିଷାଦିତ ପ୍ରାଣରେ ରାତ୍ରିଯାପନ କରିବା ପରେ ନବପ୍ରଭାତରେ ଶାନ୍ତ-ଶୀତଳ, ସ୍ନିଗ୍ଧ-ମଧୁର ବାଲ୍ମୀକି ଆଶ୍ରମ ଓ ତତ୍-ସଂଲଗ୍ନ ତପୋବନରେ ଉଷା ଆବିର୍ଭୂତା ହୋଇଛି ସତୀମାତାଙ୍କୁ ସ୍ବାଗତ କରିବାପାଇଁ । ପ୍ରତ୍ୟକ୍ଷଦର୍ଶୀ ସାଜି ପ୍ରକୃତି ପୂଜାରା କବି ନାବାନ ରକ୍ଷାର ମାଧୁର୍ଯ୍ୟକୁ ଆକଣ୍ଠ ପାନ କରିଛନ୍ତି। କବି କଳ୍ପନାରେ ସମସ୍ତ ମାନବାୟ ଗୁଣରେ ଭୂଷିତ । ଉଷା ଜଣେ ସହୃଦୟ, ସମ୍ବେଦନଶୀଳା ନାରୀଭାବେ ଆବିର୍ଭୂତା ହୋଇଛି ଆଶ୍ରମ ପରିବେଶରେ । ଜଗନ୍ମାତା ସୀତାଙ୍କୁ ଦର୍ଶନ କରିବାର ଅଭିଳାଷ ନେଇ ଉପହାର ହସ୍ତରେ ଉଷା ଅପେକ୍ଷା କରିଛନ୍ତି ସତୀଙ୍କ ବାସ ବାହାର ପ୍ରାଙ୍ଗଣରେ ।

ସର୍ବମଙ୍ଗଳମୟତାର ସୂଚନା ପ୍ରଦାନ କରି ମଙ୍ଗଳମୟ। ଉଷା ବିକଶିତ ପଦ୍ମପୁଷ୍ଠର ସୌନ୍ଦର୍ଯ୍ୟରେ ସୁଦୃଶା ହୋଇ ଆଶ୍ରମ ପ୍ରାଙ୍ଗଣରେ ସତୀମାତା ସୀତାଙ୍କ ଦର୍ଶନପିପାସା ଚରିତାର୍ଥ କରିବା ଉଦ୍ଦେଶ୍ୟରେ ଅପେକ୍ଷା କରିଛନ୍ତି । ସୀତାଙ୍କୁ ଉପହାର ଦେବାପାଇଁ ତାଙ୍କ କରିଥିଲ୍ଲାପରେ ରହିଛି ନାହାର – ମୁକ୍ତାର ଅଞ୍ଚଳି । ଶ୍ରୁତି – ସୁଖଦାୟ୍। କୋକିଳର କୋମଳ – ମଧୁର କୁହୁତାନରେ ସତୀଙ୍କୁ ନିଦ୍ରାଭଙ୍ଗ କରିବାପାଇଁ ଆହ୍ଵାନ କରିଛନ୍ତି ସେ । ଉଷାଙ୍କ ଉପସ୍ଥିତିରେ ଆଶ୍ରମ ପ୍ରକୃତି ବେଦମାତ୍ତ୍ୱିକ ହୋଇଉଠିଛି । ଅରୁଣ- ରାଗ – ରଞ୍ଜିତ ଗୌରିକ ବସ୍ତାବୃତା ଉଷା ସ୍ଵର୍ଗପୁର।ରୁ ମର୍ତ୍ତ୍ୟାଗତରଣ କରିଥିବା ଜଣେ ଯୋଗେଶ୍ଵରା ପ୍ରାୟ ରୂପଲାବଣ୍ୟରେ ଉଦ୍ଭାସିତା ହୋଇଉଠିଛନ୍ତି । ଶରୀରର କାନ୍ତରେ ସଦ୍ୟପୁଷ୍ପର ରାଗ, ମୁଖମଣ୍ଡଳରେ ଅଖଣ୍ଡ ପ୍ରଶାନ୍ତି ବହନ କରିଥିବା ଉଷା ସତୀସୀତାଙ୍କ ଶୋକ ଜର୍ଜରିତ ଚିତ୍ତରେ ନବୀନ ଆଶା ଭରିଦେବା ପାଇଁ ପ୍ରତୀକ୍ଷା କରିଛନ୍ତି । ନବୀନ ତପସ୍ବିନୀ ଜୀବନର ଅୟମାରମ୍ଭ କରିବାପାଇଁ ପରିପାର୍ଶ୍ବରେ ସମସ୍ତ ମାଙ୍ଗଳିକ ଆୟୋଜନ କରିଛନ୍ତି ସେ । କବିଙ୍କ ଭାଷାରେ-

“ସମାର ସଙ୍ଗୀତ ଗାଏ ଭ୍ରମର ବାଣା ବଜାଏ
ସୁରଭି ନର୍ତ୍ତନେ ଥାଏ ଉଷା ନିର୍ଦ୍ଦେଶ
କୁମ୍ଭାଟୁଆ ହୋଇ ଭାଟ ଆରମ୍ଭିଲା ସ୍ତବପାଠ
କଳିଙ୍ଗ ଅଙ୍ଗଲା ପାଟ ମାଗଧ ବେଶେ ।”

ଜଣେ ଦକ୍ଷ ନିର୍ଦ୍ଦେଶିକା ଭାବେ ସ୍ବାଗତ ସମ୍ବର୍ଦ୍ଧନା ପର୍ବର ସଫଳ ରୂପାୟନ ପାଇଁ ଉଷା ମନପ୍ରାଣ ଢାଳି ଦେଇଛନ୍ତି । ମୃଦୁମନ୍ଦ ସମୀରଣ ସ୍ଵାଗତ ଗୀତିକା ଗାନ କରିଛି । ଭ୍ରମରକୁଳ ବୀଣାବାଦନ କରି ସେହି ସଙ୍ଗୀତରେ ସ୍ବର ମିଶ୍ରଣ କରିଛନ୍ତି । ଛନ୍ଦ ତୋଳି ସୁରଭି ନୃତ୍ୟ ଆରମ୍ଭ କରିଦେଇଛି । କୁମ୍ଭାଟୁଆ ଭାଟ ଭୂମିକାରେ ସ୍ତବପାଠ କରୁଥିଲାବେଳେ କଜଳପାତି ଶ୍ରେଷ୍ଠ ସ୍ତୁତିପାଠକାରୀ ଭାବେ ସତୀଙ୍କ ଗୁଣ କୀର୍ତ୍ତନ କରିଛି ଓ ଲଳିତ ମଧୁର ସ୍ଵରରେ ସତୀଙ୍କୁ ଶଯ୍ୟାତ୍ୟାଗ କରିବାକୁ ଅନୁରୋଧ କରିଛନ୍ତି । କବିଙ୍କ ଭାଷାରେ-

“କଳିଙ୍ଗ ଅଇଲା ପାଟ ମାଗଧ ବେଶେ,
ଲଳିତ ମଧୁରେ କହିଲା,
ଉଠ ସତା ରାଜ୍ୟ – ରାଶା ରାତି ପାହିଲା ।”

ସତୀ ସୀତାଙ୍କୁ ସ୍ବାଗତ କରିବାପାଇଁ ଉଷାଙ୍କର ସକଳ ଆୟୋଜନ ଆଶ୍ରମର ଶାନ୍ତ-ପବିତ୍ର, ଅମୃତମୟ ମନୋହର ବାତାବରଣରେ ମଞ୍ଜୁଳତା ଭରିଦେଇଛି । କବିଙ୍କ ଲେଖନୀରେ ସତେଯେପରି ସମଗ୍ର ପ୍ରକୃତି ଜୀବନ୍ତ ମାନବୀୟ ରୂପ ଧରି ପାଠକ ସମ୍ମୁଖରେ ଉଭା ହୋଇଛି।

Question ୪୧ ।
ପଠିତ କବିତାରୁ କବିଙ୍କର ପ୍ରକୃତି ଚିତ୍ରଣର ବିଶେଷତ୍ଵ ଲେଖ ।
କିମ୍ବା, ‘ମଙ୍ଗଳେ ଅଇଲା ଉଷା’ – କବିତାରୁ ଗଙ୍ଗାଧରଙ୍କ ପ୍ରକୃତି ପ୍ରେମର ଉଦାହରଣ ପ୍ରଦର୍ଶନ କର ।
Answer:
ଆଧୁନିକ ଓଡ଼ିଆ କାବ୍ୟସାହିତ୍ୟକୁ ସ୍ଵାୟୁ ପ୍ରତିଭା ପ୍ରଭାରେ ସମୁଦ୍ଭାସିତ କରିବାରେ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ଅସାଧାରଣ କଳାନୈପୁଣ୍ୟ ସର୍ବଜନସ୍ବୀକାର୍ଯ୍ୟ । ତାଙ୍କ ଅମ୍ଳାନ କବିପ୍ରତିଭାର ସ୍ମାରକୀ ଭାବେ ‘ତପସ୍ବିନୀ’, ‘ପ୍ରଣୟବଲ୍ଲରୀ’, ‘ଇନ୍ଦୁମତୀ’, ‘ପଦ୍ମିନୀ’, ‘କୀଚକବଧ’, ‘ଅଯୋଧ୍ୟା ଦୃଶ୍ୟ’ ଓ ‘ଉତ୍କଳଲକ୍ଷ୍ମୀ’ ପ୍ରଭୃତି କାବ୍ୟସମୂହ ତଥା ‘କୃଷକ ସଙ୍ଗୀତ’, ‘କବିତାମାଳା’, ‘କବିତା କଲ୍ଲୋଳ’ ଓ ‘ଅର୍ଘ୍ୟଥାଳୀ’ ଆଦି କ୍ଷୁଦ୍ର ଗୀତ ସଙ୍କଳନ ଉତ୍କଳ ସାହିତ୍ୟ ଭଣ୍ଡାରର ଅମୂଲ୍ୟ ରତ୍ନତୁଲ୍ୟ ଚିର ଦେଦୀପ୍ୟମାନ ।

କବିତା ‘ମଙ୍ଗଳେ ଅଇଲା ଉଷା’ କବିଙ୍କର ଶ୍ରେଷ୍ଠ କୃତି ‘ତପସ୍ବିନୀ’ କାବ୍ୟର ଚତୁର୍ଥ ସର୍ଗରୁ ସଂଗୃହୀତ କାବ୍ୟଂଶ । ରାଜ୍ମାକି ଆଶ୍ରମରେ ନିର୍ବାସିତ ସତ। ମାତା ଜାନକାଙ୍କୁ ପ୍ରକୃତିର ସ୍ୱାଗତ ସମ୍ଭାଷଣ କରିଙ୍କ ଲେଖନୀମୁନରେ କାରନ୍ତି ହୋଇଉଠିଛି। ପ୍ରକୃତିକୁ ମାନବ ଚରିତ୍ର ଭାବେ ଉପସ୍ଥାପନ କରିବାରେ କବି ଗଙ୍ଗାଧରଙ୍କ ସିଦ୍ଧହସ୍ତତା କବିତାର ଛତ୍ରେ ଛତ୍ରେ ପ୍ରତିଫଳିତ ହୋଇଛି । ଜଡ଼ ପ୍ରକୃତିରେ ଜୀବନ୍ୟାସ କରି ତାକୁ କ୍ରିୟାଶୀଳ କରିବାରେ କବି ତାଙ୍କ ସୃଷ୍ଟିସମୂହରେ ଯେଉଁ ଶାବ୍ଦିକ ମାୟା ରଚନା କରିଛନ୍ତି ତାହା ଅନ୍ୟ କୌଣସି କାବ୍ୟ କବିତାରେ ପରିଦୃଷ୍ଟ ହୁଏ ନାହିଁ ।

ପତିକର୍ତ୍ତୃକ ନିର୍ବାସିତା ଅଯୋଧ୍ୟା ରାଜଲକ୍ଷ୍ମୀ, ସତୀ ସୀତାଙ୍କ ପ୍ରତି ନିର୍ବିଚାର ଦଣ୍ଡବିଧାନ ବିରୁଦ୍ଧରେ ପ୍ରକୃତି ହିଁ ଦୃଢ଼ ସ୍ଵର ଉତ୍ତୋଳନ କରିଛି କାବ୍ୟର ପ୍ରଥମାଂଶରେ । ବିଷାଦିତା ଜାନକୀଙ୍କ ବାଲ୍ମୀକି ଆଶ୍ରମରେ ପ୍ରଥମ ରାତ୍ରିଯାପନ ପରେ ନବପ୍ରଭାତର ବ୍ରାହ୍ମ ମୁହୂର୍ଭରେ ଉଷା ଉପସ୍ଥିତ ହୋଇଛି ଆଶ୍ରମ ପରିବେଶରେ । ଉଷାକୁ ଜଣେ ସମ୍ବେଦନଶୀଳା, ସ୍ନେହମୟୀ, ବାତ୍ସଲ୍ୟମୟୀ, ମମତାମୟୀ ସହଚରୀ ଚରିତ୍ରରେ କବି ଉପସ୍ଥାପନ କରିଛନ୍ତି । ପ୍ରକୃତି ଉଷା ରୂପରେ ସୀତାଙ୍କ ଦୁର୍ଭାଗ୍ୟ ଓ କାରୁଣ୍ୟଭରା ଜୀବନଧାରାରେ ପ୍ରଥମ ସହଚରୀ ଭାବରେ ସମଭାଗୀ ହୋଇ ସୀତାଙ୍କୁ ଶଯ୍ୟାତ୍ୟାଗ କରିବାକୁ ଆହ୍ଵାନ କରିଛି ।

ଅଯୋଧ୍ୟା ରାଜଲକ୍ଷ୍ମୀଙ୍କୁ ଆଶ୍ରମ ଜୀବନର ଅୟମାରମ୍ଭ ପାଇଁ ସ୍ବାଗତ କରିବାକୁ ପ୍ରକୃତି ଉଷା ଭୂମିକାରେ ହୋଇଛି ଅବତୀର୍ଣ୍ଣା । ବିକଶିତ ପଦ୍ମପୁଷ୍ପ ସମ ସୁଦୃଶା, ଗୈରିକବସନା ଉଷା ଯୋଗେଶ୍ଵରୀ ରୂପରେ ଉପଗତା ହୋଇଛି । କରପଲ୍ଲବରେ ନୀହାର ରୂପକ ମୁକ୍ତାର ଅଞ୍ଜଳି ଧରି ଆଶ୍ରମ ପ୍ରାଙ୍ଗଣରେ ସତୀ ଦର୍ଶନ ପାଇଁ ସେ ପ୍ରତୀକ୍ଷା କରିଛି । କୋକିଳର ସୁମଧୁର କୁହୁତାନ ମାଧ୍ୟମରେ ରାତ୍ରି ଅବସାନର ସୂଚନା ଦେଇ ଦର୍ଶନ ପ୍ରଦାନ କରିବାକୁ ଉଷା ଆମନ୍ତ୍ରଣ କରିଛି ଜାନକୀଙ୍କୁ । ଆଶ୍ରମ ପରିବେଶରେ ପ୍ରଭାତକାଳୀନ ପ୍ରକୃତି ସତୀ ସମ୍ବର୍ଦ୍ଧନା ପର୍ବର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି । କବିଙ୍କ ଭାଷାରେ-

ସମାର ସଙ୍ଗୀତ ଗାଏ ଭ୍ରମର ରାଶା ରାଜାଏ
ସୁରଭି ନର୍ତ୍ତନେ ଥାଏଁ ଉଷା ନିର୍ଦ୍ଦେଶେ,
କୁମ୍ଭାଟିଆ ହୋଇ ଭାଟ ଆରମ୍ଭିଲା ପ୍ରବପାଠ
କଳିଙ୍ଗ ଅଙ୍ଗଲା ପାଟ ମାଗଧ ବେଶେ
ଲଳିତ ମଧୁରେ କହିଲା,
“ଉଠ ସତା ରାଜ୍ୟ – ରାଶା,ରାତି ପାହିଲା ।।”

ଲେଖନୀର ବୈଶିଷ୍ଟ୍ୟ । ମହିର୍ଷି ବାଲ୍ମିକୀ ଆଶ୍ରମ ଉପବନ ଉପକଣ୍ଠ ଦେଇ ପ୍ରବାହିତ ତମସା ନଦୀକୁ କବି ଆଶ୍ରମଧାତ୍ରୀ ଭାବେ କଳ୍ପନା କରିଛନ୍ତି । ସତୀ ସୀତାଙ୍କୁ କୋଳାଗ୍ରତ କରି ତାଙ୍କ ସାନ୍ନିଧ୍ୟ ଲାଭ ପାଇଁ ତମସା ହୃଦୟର ବ୍ୟାକୁଳତା କବିଙ୍କ ଲେଖନୀରେ କଳ୍ପନା କରିଛନ୍ତି। ସତା ସାତାଙ୍କୁ କୋଲାଗ୍ରତ କରି ତାଙ୍କ ସାନ୍ନିଧ୍ୟ ଲାଭ ପାଙ୍ଗାଁ ତମସା ହୃମସା ବ୍ୟାକୁଳତା କବିଙ୍କ ଲେଖନୀରେ ରୂପାୟିତ ହୋଇଛି। ସତାଙ୍କୁ ସ୍ଵାଗତ କରିବାପାଇଁ ଆଶ୍ରମ ପ୍ରାଙ୍ଗଣରେ ସୁବାସିତ ଙ୍କୁସମ ବିଞ୍ଚିଦେଇ ତାରଦେଶ ପର୍ଯ୍ୟନ୍ତ ପ୍ରଲମ୍ବିତ ପଥରେ ସୁବାସିତ ଜଳ ସିଞ୍ଚନ କରାଇଛି ସେ । ପ୍ରଭାତୀତାରାରୂପୀ ମଙ୍ଗଳ ପ୍ରଦୀପ ଧାରଣ କରି ସ୍ୱୀୟ ମୀନନୟନରେ ସତୀଙ୍କ ବାଟ ଚାହିଁ ବସିଛି ସେ । ମୁନିକନ୍ୟାଙ୍କ ଗହଣରେ ସତୀ ମାତା ନଦୀରେ ସ୍ନାନ ନିମନ୍ତେ ପ୍ରବେଶ କରିବା ମାତ୍ରେ ତରଙ୍ଗରୂପୀ କରରେ ସୀତାଙ୍କୁ ଆଲିଙ୍ଗନାବଦ୍ଧ କରିଛି ତମସା । ସତୀଙ୍କୁ କୋଳାଗ୍ରତ କରିଥିବାରୁ ତା’ର ଜୀବନ ଧନ୍ୟ ହୋଇଛି ବୋଲି କୃତଜ୍ଞତାରେ ଶତମୁଖ ହୋଇଉଠଛି ସେ । କବିଙ୍କ ଭାଷାରେ-

“ଭାଗ୍ୟବତା ମୋତେ ସଂସାରେ
ବୋଲିବେ ତୋ’ ଯୋଗୁଁ ଏକା ପରଙ୍ଗସାରେ ।”

ପ୍ରକୃତିରେ ମାନବତ୍ଵ ଆରୋପଣ କରି କବି ଗଙ୍ଗାଧର ତାଙ୍କ କବିତାରେ ଭାଷା ଓ ଭାବର ଯେଉଁ ଚମତ୍କାରିତା ପ୍ରଦର୍ଶନ କରିଛନ୍ତି ତାହା ଅନନ୍ୟ ସାଧାରଣ ।

BSE Odisha 10th Class Odia Solutions Chapter 6 ମଙ୍ଗଳେ ଅଇଲା ଉଷା

Question ୪୨ ।
କବି ଗଙ୍ଗାଧର ମେହେରଙ୍କ ଲେଖନୀରେ ପ୍ରକୃତି ମାନବ ଭଳି ସମ୍ବେଦନଶୀଳ-ପଠିତ କବିତାକୁ ଭିତ୍ତି କରି ଆଲୋଚନା କର । କିମ୍ବା, ପ୍ରକୃତିକୁ ମାନବୀୟ ଚରିତ୍ର ଭଳି ସମ୍ବେଦନଶୀଳ କରି ଗଢ଼ିତୋଳିବାରେ କବି ଗଙ୍ଗାଧରଙ୍କ ଲେଖନୀ କେତେଦୂର ସମର୍ଥ ହୋଇପାରିଛି ଆଲୋଚନା କର ।
Answer:
ଉତ୍କଳ ଜନନୀର ପୁରପୁତ୍ର ସ୍ୱଭାବକବି ଗଙ୍ଗାଧର ମେହେର ଆଧୁନିକ ଉତ୍କଳ କାର୍ୟସାହିତ୍ୟାକାଶରେ କଣେ ପ୍ରତିଭାଦାସ୍ତ ଜ୍ୟୋତିଷ୍କ । ଦାରିଦ୍ର୍ୟ ଓ ଜଞ୍ଜାଳର ପଙ୍କିଳ ପଲ୍ସଳ ତାଙ୍କୁ ଲକ୍ଷ୍ୟଚ୍ୟୁତ କରିପାରି ନଥିଲା; ବରଂ ସେ ତନ୍ମଧ୍ୟରୁ ଅକଳଙ୍କ ଶୁଭ୍ର ଶତଦଳ ପରି ବିକଶିତ ହୋଇ ଉଠିଥିଲେ । କବିଙ୍କ ଲେଖନୀ ନିଃସୃତ ସାରସ୍ଵତସମ୍ଭାର ମଧ୍ୟରେ ‘ତପସ୍ବିନୀ’, ‘ପ୍ରଣୟବଲ୍ଲରୀ’, ‘ଇନ୍ଦୁମତୀ’, ‘ପଦ୍ମିନୀ’, ‘ଅଯୋଧ୍ୟା ଦୃଶ୍ୟ’ ଆଦି କାବ୍ୟସମୂହ ଏବଂ ‘କବିତା କଲ୍ଲୋଳ’, ‘କୃଷକ ସଙ୍ଗୀତ’, ‘ଅର୍ଘ୍ୟଥାଳୀ’ ଓ ‘କବିତାମାଳା’ ପରି କବିତା ସଂକଳନ କସିଙ୍କ ଅମ୍ଳ।ନ ସାରସ୍ଵତ ପ୍ରତିଭାର ବଳିଷ୍ଠ ନିଦର୍ଶନୀ ପରି କବିତା ସଂକଳନ କସିଙ୍କ ଅମ୍ଳ।ନ ସାରସ୍ଵତ ପ୍ରତିଭାର ବଳିଷ୍ଠ ନିଦର୍ଶନୀ

ସ୍ଵଭାବକବିଙ୍କ କାଳଜୟୀ କାବ୍ୟ ‘ତପସ୍ବିନୀ’ର ଚତୁର୍ଥ ସର୍ଗରୁ ସଂଗୃହୀତ ‘ମଙ୍ଗଳେ ଅଇଲା ଉଷା’ ଶୀର୍ଷକ କବିତାରେ ପ୍ରକୃତି ଏକାଧାରରେ ହୋଇଛି ଜୀବନ ଦ୍ୟୋତନା, ଆତ୍ମାର ଚେତନା ତଥା ପରମାତ୍ମାର ନିରାଜନା । ପାରମ୍ପରିକ ପ୍ରକୃତି ବର୍ଣ୍ଣନାରେ ନୂତନ ରୂପ, ରସ, ଛନ୍ଦ ଦେଇ କବି ଜୀବନ୍ତ କରି ବର୍ଣ୍ଣନା କରିଛନ୍ତି । ପ୍ରକୃତି ମଧ୍ୟରେ ସେ ଉପଲବ୍ଧି କରିଛନ୍ତି ଜୀବନର ସତ୍ତା, ତା’ ମଧ୍ୟରେ ଅନୁଭବ କରିଛନ୍ତି ମାନବ ଜୀବନର ସକଳ ପ୍ରକୃତି । ପ୍ରକୃତି ଓ ମଣିଷ ମଧ୍ୟରେ ସେ ଅଭେଦ କଳ୍ପନା କରିଛନ୍ତି । ପ୍ରକୃତି ତାଙ୍କ ପାଇଁ ମୂକ ନୁହେଁ, ନିର୍ବେଦ ନୁହେଁ କି ନିଶ୍ରଣ ନୁହେଁ; ବରଂ ପ୍ରକୃତି ତାଙ୍କ ପାଇଁ ସୂର୍ତ୍ତିମୟୀ, ଚଳଚଞ୍ଚଳ ଓ ବାକ୍‌ଦାୟିନୀ ।

ଆଲୋଚ୍ୟ କବିତାରେ ପ୍ରକୃତିର ପ୍ରତ୍ୟେକଟି ଉପାଦାନ ରକ୍ତ, ମାଂସ, ଦେହଧାରୀ ମଣିଷ ପରି ସମ୍ବେଦନଶୀଳ । ସତୀ ସୀତାଙ୍କ ଦର୍ଶନପିପାସା ନେଇ ପ୍ରକୃତି ଉଷାରୂପରେ ବାଲ୍ମୀକି ଆଶ୍ରମରେ ଉପଗତା ହୋଇଛନ୍ତି । ତାଙ୍କୁ ସ୍ବାଗତ କରିବାପାଇଁ ଅପରୂପ ବେଶବିନ୍ୟାସରେ ନିଜକୁ ସୁସଜ୍ଜିତ କରିଛନ୍ତି । ବାଳାରୁଣ ବର୍ଷ ପ୍ରାୟ ଗୈରିକ ବସ୍ତ୍ର ପରିହିତା, ଅଙ୍ଗସୌଷ୍ଟବରେ ସଦ୍ୟ ସୁବାସିତ କୁସୁମ ବିମଣ୍ଡିତ ହୋଇ ପଦ୍ମପୁଷ୍ପବର୍ଣ୍ଣା ଉଷା ଯୋଗେଶ୍ଵରୀ ବେଶରେ ସତେଯେପରି ସ୍ବର୍ଗରାଜ୍ୟରୁ ମର୍ତ୍ତ୍ୟବତରଣ କରିଛନ୍ତି ସତୀମାତାଙ୍କ ଦର୍ଶନ ପାଇଁ । ଜାନକୀଙ୍କ ଶୋକ ଜର୍ଜରିତ ହୃଦୟର ଭାବାବେଗକୁ ଉପଲବ୍ଧି କରି ମଧୁର କୋମଳ ସ୍ବରରେ ତାଙ୍କୁ ରାତ୍ରି ଅବସାନର ସୂଚନା ପ୍ରଦାନ କରିଛନ୍ତି କୋକିଳର କୁହୁତାନ ମାଧ୍ୟମରେ । ବୈଦେହୀଙ୍କ ବିଷାଦିତ ପ୍ରାଣରୁ ଦୁଃଖରାଶି ଅପନୋଦନ କରିବା ନିମନ୍ତେ ଓ ନୂତନ ଆଶା ଆଶ୍ଵାସନା ଭରିଦେବା ନିମନ୍ତେ ସ୍ଵାଗତିକା ପର୍ବର ସମସ୍ତ ଆୟୋଜନ ମଧ୍ୟ କରିଛନ୍ତି ସେ । କବିଙ୍କ ଭାଷାରେ-

‘ସମୀର ସଙ୍ଗୀତ ଗାଏ ଭ୍ରମର ବୀଣା ବଜାଏ
ସୁରଭି ନର୍ତ୍ତକ ଥାଏ ଉଷା ନିର୍ଦ୍ଦେଶେ
କୁମ୍ଭାଟୁଆ ହୋଇ ଭାଟ ଆରମ୍ଭିଲା ସ୍ତର ପାଠ
କଳିଙ୍ଗ ଅଇଲା ପାଟ ମାଗଧ ବେଶେ,
ଲଳିତ ମଧୁରେ କହିଲା,
ଉଠ ସତା, ରାଜ୍ୟ – ରଶା, ରାତି ପାହିଲା ।”

ସତୀଙ୍କ ଦର୍ଶନାଭିଳାଷୀ ଉଷା ଉପହାର ନିମନ୍ତେ ପଲ୍ଲବରୂପୀ ହସ୍ତରେ ଧରିଛନ୍ତି ନୀହାର ରୂପକ ମୁକ୍ତାର ଅଞ୍ଜଳି । ସମୀର, ଭ୍ରମର, ସୁରଭି, କୁମ୍ଭାଟୁଆ ଓ କଜଳପାତି ଆଦି ସମସ୍ତେ ମାନବୀୟ ଆଚରଣ ପ୍ରଦର୍ଶନ କରିଛନ୍ତି । ତପସ୍ବିନୀ ସୀତା ଓ ମଙ୍ଗଳମୟୀ ଉଷାଙ୍କ ମଧ୍ୟରେ ଉକ୍ତି-ପ୍ରତ୍ୟୁକ୍ତି ପରି ସୀତା ତମସା ନଦୀ ମଧ୍ୟରେ ଉକ୍ତି-ପ୍ରତ୍ୟୁକ୍ତି ମଧ୍ୟରେ ଉଷା ଓ ତମସା ନଦୀଙ୍କ ମାନବୀୟ ସମ୍ବେଦନଶୀଳତା, ବାତ୍ସଲ୍ୟ ସ୍ନେହ ତଥା ଅନାବିଳ ମମତ୍ୱବୋଧ ସ୍ପଷ୍ଟ ପରିଦୃଷ୍ଟ ହୁଏ। କବିଙ୍କ ଭାଷାରେ-

‘‘ଅମୃତ ମଧୁର ସ୍ଵରେ ଭାଷିଲା ପରିତେ।ଷରେ
ମାଆଗୋ, ମୋ ମାନସରେ ନଥିଲା ଆଶା,
କରିବ ଅଙ୍କେ ବିହାର ରାଜଲକ୍ଷ୍ମୀ କୃତାହାର
ସୀତା କରି ପରିହାର ଭୋଗ ପିପାସା,
ଭାଗ୍ୟବତୀ ମୋତେ ସଂସାରେ
ବୋଲିବେ ତୋ ଯୋଗୁଁ ଏକା ପରଶଂସାରେ ।’’

ତମସା ନଦୀ ମନର ତୃପ୍ତି, ମମତାବୋଳା ସ୍ନେହ-ଆଦର-ଆଲିଙ୍ଗନ ତଥା ପ୍ରଶଂସାଗାନରେ ଉତ୍‌ଫୁଲ୍ଲିତ ହେବା ଆଦି ମାନବୀୟ ଗୁଣାବଳୀର ପରିଚାୟକ । ଜଣେ ସଶରୀରୀ, ସମ୍ବେଦନଶୀଳା ପରି ତମସା ନଦୀର ଆତ୍ମତୃପ୍ତିଭରା ସ୍ଵୀକାରୋକ୍ତି ପ୍ରଦତ୍ତ ଭକ୍ତିର ସାର୍ଥକ ପ୍ରତିବେଦନା

ତୁମ ପାଇଁ କାମ

Question ୪୩ ।
କବି ଗଙ୍ଗାଧରଙ୍କ ରଚିତ ତପସ୍ବିନୀ କାବ୍ୟଟି ଅବସର ସମୟରେ ପଢ଼ ।

Question ୪୪ ।
ତୁମେ ପଢ଼ୁଥ‌ିବା ବିଭିନ୍ନ କାବ୍ୟକବିତାରୁ ପ୍ରକୃତି ବର୍ଣ୍ଣନା ଥ‌ିବା ଅଂଶକୁ ଟିପା ଖାତାରେ ଲେଖୁ ରଖ ଓ ଉଦ୍ଧୃତି ରୂପେ ବ୍ୟବହାର କର ।

Question ୪୫ ।
‘ପ୍ରଭାତ’ ବିଷୟରେ ସ୍କୁଲର ପ୍ରାଚୀର ପତ୍ର ପାଇଁ କିତାଟିଏ ଲେଖିବାକୁ ଚେଷ୍ଟାକର ।
[ସୂଚନା : ‘ତୁମ ପାଇଁ କାମ’ର ଉତ୍ତରଗୁଡ଼ିକ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତା ନେଇ ପ୍ରସ୍ତୁତ କରନ୍ତୁ ।]

ବିଗତ ବର୍ଷର ହାଇସ୍କୁଲ ପରୀକ୍ଷା (ବାର୍ଷିକ ଓ ସପ୍ଲିମେଣ୍ଟାରୀ)ର ପ୍ରଶ୍ନୋତ୍ତର

Question 1.
‘ଦରଶନ ଦିଅ ସତି, ରାତି ପାହିଲା’ – ଏ ଉକ୍ତିଟି କାହାର ?
Answer:
ଉଷା

Question 2.
ମୁନି-ମୁଖବେଦ-ସ୍ୱନ କାହାକୁ ପୂର୍ଣ କଲା ବୋଲି କବିତାରେ କୁହାଯାଇଛି ?
Answer:
ଶ୍ୟାମବନକୁ

BSE Odisha 10th Class Odia Solutions Chapter 6 ମଙ୍ଗଳେ ଅଇଲା ଉଷା

Question 3.
‘‘ଶୁଭ-ସମ୍ପାଦିନୀ ହୁଅ ରଘୁବଂଶିକେ’’ – କାହାକୁ ଏହି ନିବେଦନ କରାଯାଇଛି ?
Answer:
ଉଷାଙ୍କୁ

Question 4.
କବି କାହାକୁ ଯୋଗେଶ୍ଵରା ଭାବେ କବ୍ଜନା କରିଛନ୍ତି।
Answer:
ଉଷାଙ୍କୁ

Question 5.
‘‘ଉଠ ସତୀ ରାଜ୍ୟ-ରାଣୀ ରାତି ପାହିଲା’- ଏହା କାହାର ଉକ୍ତି ?
Answer:
କଜଳପାତିର

Question 6.
ଉଷାଙ୍କ ବନ୍ଦନା କରି ସୀତା କାହାର ମଙ୍ଗଳ ସମ୍ପାଦନ ପାଇଁ ପ୍ରାର୍ଥନା କରିଥିଲେ ?
Answer:
ରାମଚନ୍ଦ୍ରଙ୍କର

Question 7.
ତମସା ରହିଛି ଅନାଇ କୋଳକରି ଥରେ ସୁଖ ଲଭିବା ପାଇଁ ।’ – ଏହା କିଏ କହିଛନ୍ତି ?
Answer:
ଅନୁକର୍ମା

Question 8.
ସୀତାଙ୍କର ଅନ୍ୟନାମ ‘ବୈଦେହୀ’ ହେବାର କାରଣ କ’ଣ ?
Answer:
ବିଦେହର କନ୍ୟା ହୋଇଥିବାରୁ

Question 9.
ସୀତାଙ୍କୁ ପାଇ କିଏ ନିଜକୁ ଭାଗ୍ୟବତୀ ମନେକରିଥିଲେ ?
Answer:
ତାମସା ନଦୀ

ପରୀକ୍ଷା ଉପଯୋଗୀ ଅତିରି

(A) ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

Question 1.
‘ମଙ୍ଗଳେ ଅଇଲା ଉଷା’ କବିତାଟି କେଉଁ କାବ୍ୟରୁ ଆସିଅଛି ?
Answer:
‘ମଙ୍ଗଳେ ଅଇଲା ଉଷା’ କବିତାଟି ସ୍ବଭାବକବି ଗଙ୍ଗାଧର ମେହେରଙ୍କ ରଚିତ ‘ତପସ୍ବିନୀ’ କାବ୍ୟରୁ ଆସିଅଛି ।

Question 2.
ବାଲ୍ମୀକିଙ୍କ ଆଶ୍ରମକୁ ଉଷା କାହିଁକି ଆସିଥିଲେ ?
Answer:
ସତୀ ଶିରୋମଣି ସୀତାଙ୍କୁ ଦର୍ଶନ କରିବାପାଇଁ ଉଷାରାଣୀ ବାଲ୍ମୀକିଙ୍କ ଆଶ୍ରମକୁ ଆସିଥିଲେ ।

Question 3.
ଉଷାରାଣୀ ସୀତାଦେବୀଙ୍କୁ ଉପହାର ଦେବାପାଇଁ କ’ଣ ଆଣିଥିଲେ ?
Answer:
ଉଷାରାଣୀ ଦେବୀ ସୀତାଙ୍କୁ ଉପହାର ଦେବାପାଇଁ ନୀହାର ରୂପକ ମୁକ୍ତା ଆଣିଥିଲେ ।

BSE Odisha 10th Class Odia Solutions Chapter 6 ମଙ୍ଗଳେ ଅଇଲା ଉଷା

Question 4.
ଉତାଙ୍କ ନିର୍ଦ୍ଦେଶରେ କିଏ ସଙ୍ଗୀତ ଗାନ କରିଛି?
Answer:
ଉଷାଦେବୀଙ୍କ ନିର୍ଦ୍ଦେଶରେ ସମୀର ସଙ୍ଗୀତ ଗାନ କରିଛି ।

Question 5.
ଉଷାଦେବୀଙ୍କ ନିର୍ଦ୍ଦେଶରେ କିଏ ବୀଣାବାଦନ କରିଛି ?
Answer:
ଉଷାଦେବୀଙ୍କ ନିର୍ଦ୍ଦେଶରେ ସମୀର ସଙ୍ଗୀତ ଗାନ କରିଛି ।

Question 6.
ସ୍ତବପାଠ ନିମନ୍ତେ ଉଷାଦେବୀ କାହାକୁ ନିର୍ଦେଶ ଦେଇଛନ୍ତି ?
Answer:
ପ୍ରବପୀଠ ନିମନ୍ତେ ଭଷା ଦେବା କୁମ୍ଭାଟୁଆକୁ ନିର୍ଦ୍ଦେଶ ଦେଇଛନ୍ତି

Question 7.
‘କଳିଙ୍ଗ ଅଇଲା ପାଟ ମାଗଧ ବେଶେ’- ଏହାର ଅର୍ଥ କ’ଣ ?
Answer:
ଏହାର ଅର୍ଥ ହେଉଛି– ଶ୍ରେଷ୍ଠ ଭାଟ ବେଶ ଧାରଣ କରି କଳିଙ୍ଗ (କଜଳପାତି ପକ୍ଷୀ) ଆଗମନ କରିଛି ।

Question 8.
କଳିଙ୍ଗ ଲଳିତ ମଧୁର ସ୍ଵରରେ କ’ଣ କହିଲା ?
Answer:
କଜଳପାତି ପକ୍ଷୀ ତା’ର ଲଳିତ ମଧୁର ସ୍ଵରରେ ରାତି ପାହିବାର ସୂଚନା ଦେଇ ଶଯ୍ୟାତ୍ୟାଗ କରିବାକୁ ଦେବୀ ସୀତାଙ୍କୁ ନିବେଦନ କରିଥିଲା ।

BSE Odisha 10th Class Odia Solutions Chapter 6 ମଙ୍ଗଳେ ଅଇଲା ଉଷା

Question 9.
ଉଷା ସୀତାଙ୍କୁ ‘ସତୀରାଜ୍ୟ-ରାଣୀ’ ବୋଲି ସମ୍ବୋଧନ କଲେ କାହିଁକି ?
Answer:
ଦେବୀ ସୀତା ପତିପ୍ରାଣ ଓ ପତିବ୍ରତା ରୂପେ ପରାକାଷ୍ଠା ପ୍ରଦର୍ଶନ କରିଥିବାରୁ ଉଷାରାଣୀ ତାଙ୍କୁ ସତୀ ରାଜ୍ୟ-ରାଣୀ ବୋଲି ସମ୍ବୋଧନ କରିଛନ୍ତି

Question 10.
ସରସ୍ଵତୀଙ୍କ ବୀଣାଝଙ୍କାର ସହିତ କାହାକୁ ତୁଳନା କରାଯାଇଛି ?
Answer:
ସରସ୍ଵତାଙ୍କ ବାଶାଝଙ୍କାର ସହିତ ଆଶ୍ରମବାସୀ ସୁନିମାନଙ୍କ ମୁଖନିଃସୃତ ରେବିଧିନି ତଥା ଓଁକାର ନାତକୁ ନାତକୁ ତୁଳନୀ କରାଯାଇଛା

Question 11.
କେଉଁଥ‌ିରେ ଶ୍ୟାମଳ ବନଭୂମି ପରିପୂର୍ଣ୍ଣ ହୋଇଉଠିଲା ?
Answer:
ମୁନିମୁଖନିଃସୃତ ବେଦଧ୍ଵନିରେ ଶ୍ୟାମଳ ବନଭୂମି ପରିପୂର୍ଣ୍ଣ ହୋଇଉଠିଲା ।

Question 12.
ଅନୁକମ୍ପା ସୀତାଙ୍କୁ କାହାକୁ ଦର୍ଶନ ଦେଇ ସନ୍ତୁଷ୍ଟ କରିବାକୁ କହିଥିଲେ ?
Answer:
ଅନୁକମ୍ପା ସୀତାଙ୍କୁ ଦର୍ଶନାଭିଳାଷିଣୀ ଉଷାଦେବୀଙ୍କୁ ଦର୍ଶନ ଦେଇ ସନ୍ତୁଷ୍ଟ କରିବାକୁ କହିଥିଲେ ।

BSE Odisha 10th Class Odia Solutions Chapter 6 ମଙ୍ଗଳେ ଅଇଲା ଉଷା

Question 13.
ତମସା କିଏ ?
Answer:
ବାଲ୍ମୀକିଙ୍କ ଆଶ୍ରମ ନିକଟରେ ପ୍ରବାହିତ ହେଉଥ‌ିବା ଏକ କ୍ଷୁଦ୍ର ନଦୀ ହେଉଛି ‘ତମସା’ ।

Question 14.
ତମସା କାହିଁକି ଅନାଇ ରହିଛି ବୋଲି କବି କହିଛନ୍ତି ?
Answer:
ତମସା ସୀତାଙ୍କୁ କୋଳରେ ଧରି ଆଲିଙ୍ଗନଜନିତ ସୁଖ ଲାଭ କରିବାପାଇଁ ଅନାଇ ରହିଛି ବୋଲି କବି କହିଛନ୍ତି ।

Question 15.
ସୀତାଙ୍କ ହୃଦୟରେ ପ୍ରତିବିମ୍ବିତ ବୀର ରାମମୂର୍ତ୍ତିକୁ କବି କାହା ପରି ବୋଲି କହିଛନ୍ତି ?
Answer:
ସୀତାଙ୍କ ହୃଦୟରେ ପ୍ରତିବିମ୍ବିତ ବୀର ରାମମୂର୍ତ୍ତିକୁ କବି ପଦ୍ମିନୀ ହୃଦୟସ୍ଥ ଶିଶିରବିନ୍ଦୁରେ ପତିତ ସୂର୍ଯ୍ୟଙ୍କର ପ୍ରଖର ରଶ୍ମିର ପ୍ରତିବିମ୍ବ ପରି ବୋଲି କହିଛନ୍ତି ।

Question 16.
ସୀତାଙ୍କ ହୃଦୟ ଶୋକଜର୍ଜରିତ ହେବାର କାରଣ କ’ଣ ?
Answer:
ଶ୍ରୀରାମଚନ୍ଦ୍ରଙ୍କର ପ୍ରତିମୂର୍ତ୍ତି ହୃଦୟ ଫଳକରେ ପ୍ରତିବିମ୍ବିତ ହେବାରୁ ନିର୍ବାସିତା ସୀତାଙ୍କ ହୃଦୟ ଶୋକଜର୍ଜରିତ

Question 17.
ସୀତା ଉଷାଙ୍କର ପଦବନ୍ଦନା କରି କ’ଣ କହିଲେ ?
Answer:
ସାତା ଉଷାଙ୍କର ପଦବନ୍ଦନା କରି ତାଙ୍କୁ ସଂସାରରେ ଅନ୍ଧିକାର ଅନ୍ଧିକାର ବିନାଶିନା ତଥା ସୂର୍ଯ୍ୟାଗମନର ପ୍ରତୀକ ହେବାପାଇଁ କହିଥିଲୋ

Question 18.
ତମସା ଦେବୀ ସୀତାଙ୍କୁ କିପରି ସ୍ବାଗତ ଜଣାଇଥିଲେ ?
Answer:
ତମସା ସ୍ବୀୟ ତରଙ୍ଗକରକୁ ପ୍ରସାରିତ କରି ସତୀସୀତାଙ୍କୁ କୋଳରେ ଧରି ସ୍ନେହାଲିଙ୍ଗନ ପୂର୍ବକ ସ୍ବାଗତ ଜଣାଇଥିଲେ ।

BSE Odisha 10th Class Odia Solutions Chapter 6 ମଙ୍ଗଳେ ଅଇଲା ଉଷା

Question 19.
କବି କାହାକୁ ତମସାର ମଙ୍ଗଳ ପ୍ରଦୀପ ବୋଲି ବର୍ଣ୍ଣନା କରିଛନ୍ତି ?
Answer:
କବି ପ୍ରଭାତୀତାରାକୁ ତମସାର ମଙ୍ଗଳପ୍ରଦୀପ ବୋଲି ବର୍ଣ୍ଣନା କରିଛନ୍ତି ।

Question 20.
ଉଷାଙ୍କ ନିର୍ଦ୍ଦେଶରେ ସମୀର କ’ଣ କରିଛି ?
Answer:
ଉଷାଙ୍କ ନିର୍ଦ୍ଦେଶରେ ସମୀର ସଙ୍ଗାତ ଗାନ କରିଛି

Question 21.
ତମସା କେଉଁ ନୟନରେ ସୀତାଙ୍କର ଶୁଭାଗମନକୁ ଚାହିଁ ରହିଥିଲା?
Answer:
ତମସା ତା’ର ମୀନ ନୟନରେ ସୀତାଙ୍କର ଶୁଭାଗମନକୁ ଚାହିଁ ରହିଥିଲା ।

Question 22.
ସୀତାଙ୍କର ଅନ୍ୟନାମ ‘ବୈଦେହୀ’ ହେବାର କାରଣ କ’ଣ ?
Answer:
ବିଦେହର କନ୍ୟା ହୋଇଥିବାରୁ ସୀତାଙ୍କର ଅନ୍ୟନାମ ‘ବୈଦେହୀ’ ।

Question 23.
କବି ପ୍ରଭାତୀ ତାରାକୁ କ’ଣ ବୋଲି ବର୍ଣ୍ଣନା କରିଛନ୍ତି ?
Answer:
କବି ପ୍ରଭାତୀ ତାରାକୁ ତମସାର ମଙ୍ଗଳ ପ୍ରଦୀପ ବୋଲି ବର୍ଣ୍ଣନା କରିଛନ୍ତି ।

(B) ।ଗୋଟିଏ ପଦ ବା ଶବ୍ଦରେ ଉତ୍ତର ଦିଅ ।

Question 1.
ସତୀ ସୀତାଙ୍କୁ କୋଳରେ ଧରି କିଏ ନିଜକୁ ଭାଗ୍ୟବତୀ ବୋଲି ମନେ କରିଛନ୍ତି ?Answer:
Answer:
ତମସା

Question 2.
ସୀତାଙ୍କୁ ସ୍ବାଗତ କରିବାପାଇଁ ତମସା ନଦୀ କେଉଁ ତାରାକୁ ମଙ୍ଗଳ ପ୍ରଦୀପ ଭାବରେ ସଜାଇ ରଖୁଥିଲେ ?
Answer:
ପ୍ରଭାତୀ ତାରା

Question 3.
କେଉଁ କନ୍ୟାର ଆଦର ରୂପକ ବନ୍ୟାରେ ସୀତା ପ୍ଲାବିତ ହୋଇ ଧନ୍ୟା ହୋଇଥିଲେ ?
Answer:
ତାପସ କନ୍ୟା

BSE Odisha 10th Class Odia Solutions Chapter 6 ମଙ୍ଗଳେ ଅଇଲା ଉଷା

Question 4.
ମୁନି ମୁଖନିଃସୃତ ବେଦଧ୍ଵନିକୁ କବି କାହା ଆଶ୍ରମରେ ମୁନିମାନଙ୍କ କଣ୍ଠନିଃସୃତ ଉଚ୍ଚ
Answer:
ସରସ୍ବତୀଙ୍କ ବୀଣା ଝଙ୍କାର

Question 5.
ଅନୁକମ୍ପା ସୀତାଙ୍କୁ ଅନ୍ୟ କେଉଁ ନାମରେ ସମ୍ବୋଧନ କରାଯାଇଛି ?
Answer:
ଦେବଲୋକ

Question 6.
ଅନୁକମ୍ପା ସୀତାଙ୍କୁ ଅନ୍ୟ କେଉଁ ନାମରେ ସମ୍ବୋଧନ କରାଯାଇଛି ?
Answer:
ବୈଦେହୀ

Question 7.
କେଉଁ ଫୁଲ ଉପରେ ପଡ଼ିଥିବା ଶିଶିରବିନ୍ଦୁ ସୂର୍ଯ୍ୟଙ୍କ ଖର ରଶ୍ମିରେ ପ୍ରତିଫଳିତ ହୋଇଥାଏ ?
Answer:
ସୂର୍ଯ୍ୟଙ୍କ ଖର ରଶ୍ମିରେ

Question 8.
ଆସନରୁ ଉଠି ଜାନକୀ ପ୍ରଥମେ କାହାର ପୟରରେ ନମସ୍କାର ପ୍ରଣାମ କରିଛନ୍ତି ?
Answer:
ଅନୁକମ୍ପା

Question 9.
ପ୍ରକୃତିକୁ କବି ଗଙ୍ଗାଧର କିପରି ଉପସ୍ଥାପନ କରିଛନ୍ତି ?
Answer:
ମାନବାୟ ରୂପରେ

Question 10.
ଉଷାଦେବୀ କେଉଁ ସ୍ଥାନରେ ରହି ସୀତାଙ୍କୁ ଡାକିଥିଲେ ?
Answer:
ବାସ ବାହାର ପ୍ରାଙ୍ଗଣରେ

Question 11.
ବାଲ୍ମୀକିଙ୍କ ଆଶ୍ରମରେ ପ୍ରଭାତ କାଳରେ କବି କେତୋଟି ପକ୍ଷୀଙ୍କର କାକଳି ଶୁଣିପାରିଛନ୍ତି ?
Answer:
ତିନୋଟି

Question 12.
କବି ଆଶ୍ରମରେ କେଉଁ କେଉଁ ପକ୍ଷୀଙ୍କର କାକଳି ଶୁଣିପାରିଛନ୍ତି ?
Answer:
କୋଇଲି, କୁମ୍ଭାଟୁଆ

Question 13.
ଯୋଗେଶ୍ଵରୀଙ୍କର କେଉଁ ରୂପ କବିଙ୍କ ମନରେ ବିଶ୍ବାସ ସୃଷ୍ଟି କରିଛି ?
Answer:
ପ୍ରଶାନ୍ତ ରୂପ

BSE Odisha 10th Class Odia Solutions Chapter 6 ମଙ୍ଗଳେ ଅଇଲା ଉଷା

Question 14.
ଯୋଗେଶ୍ଵରୀ କ’ଣ ଦୂର କରିବାପାଇଁ ମଧୁର ଭାଷାରେ ସୀତାଙ୍କୁ ଡାକିଛନ୍ତି ?
Answer:
ଦୁଃଖରାଶି

Question 15.
କାହାକୁ ଦର୍ଶନ ଦେଇ ସନ୍ତୁଷ୍ଟ କରିବାକୁ ଅନୁକମ୍ପା ସୀତାଙ୍କୁ କହିଛନ୍ତି ?
Answer:
ଉଷାଙ୍କୁ

Question 16.
ଆସନ ତ୍ୟାଗ ସମୟରେ ସତୀ ସୀତାଙ୍କ ଚିତ୍ତଫଳକରେ କାହାର ମୂର୍ତ୍ତି ଚିତ୍ରିତ ହୋଇଥିଲା ?
Answer:
ଶ୍ରୀରାମଙ୍କର

Question 17.
ଆସନରୁ ଉଠିବା ସମୟରେ ସୀତାଙ୍କର ଚିତ୍ତଫଳକ କିପରି ଥିଲା ବୋଲି କବି କଳ୍ପନା କରିଛନ୍ତି ?
Answer:
ଶୋକଜର୍ଜରିତ

Question 18.
ତମସା ନିଜକୁ ଭାଗ୍ୟବତୀ ବୋଲି କାହିଁକି ମନେ କରିଛନ୍ତି ?
Answer:
ସତୀ ସୀତା ତା’ ଜଳରେ ସ୍ନାନ କରିଥିବାରୁ

Question 19.
‘ସତୀ ସୀତା କ’ଣ ପରିହାର କରି ତା’କୂଳକୁ ଆସିଛନ୍ତି ବୋଲି ତମସା କହିଛି ?
Answer:
ଭୋଗପିପାସା

Question 20.
‘ସୀତାଙ୍କ ତମସା ଅଙ୍କରେ’ – ଏଠାରେ ‘ଅଙ୍କ’ ଶବ୍ଦ କେଉଁ ଅର୍ଥରେ ବ୍ୟବହୃତ ?
Answer:
କୋଳ

Question 21.
ସତୀ ସୀତା ତମସାକୂଳକୁ ଆସିବେ ବୋଲି କିଏ ଆଶା କରିନଥିଲେ ?
Answer:
ତମସା

Question 22.
‘କଳକଣ୍ଠ’ କହିଲେ କାହାକୁ ବୁଝାଏ ?
Answer:
କୋଇଲିକୁ

Question 23.
ଜାନକୀ କାହାକୁ ସ୍ମରଣ କରି ଶଯ୍ୟାତ୍ୟାଗ କଲେ ?
Answer:
ଶ୍ରୀରାମଙ୍କୁ

Question 24.
ସୀତାଙ୍କୁ ନବଜୀବନ ପ୍ରଦାନ କରିବା ନିମନ୍ତେ କିଏ ସ୍ବର୍ଗରୁ ଧରାବତରଣ କରିଛନ୍ତି ବୋଲି କବି କହିଛନ୍ତି ?
Answer:
ଯୋଗେଶ୍ଵରୀ

BSE Odisha 10th Class Odia Solutions Chapter 6 ମଙ୍ଗଳେ ଅଇଲା ଉଷା

Question 25.
କେଉଁ ନାଦ ଗଗନକୁ ଭେଦ କରି ଊର୍ଷକୁ ଗତି କରିଥିଲା ?
Answer:
ଉଚ୍ଚ ଓଁକାର ନାଦ

Question 26.
କିଏ ସୀତାଙ୍କୁ କୋଳରେ ଧରି ସୁଖଲାଭ କରିବାପାଇଁ ଅନାଇ ରହିଛି ବୋଲି ଅନୁକମ୍ପା କହିଛନ୍ତି ?
Answer:
ତମସା

Question 27.
‘‘ଶୁଭ-ସମ୍ପାଦିନୀ ହୁଅ ରଘୁବଂଶିକେ’’ – କାହାକୁ ଏହି ନିବେଦନ କରାଯାଇଛି ?
Answer:
ଉଷାଙ୍କୁ

Question 28.
‘ତମସା ରହିଛି ଅନାଇ କୋଳକରି ଥରେ ସୁଖ ଲଭିବା ପାଇଁ ।’ – ଏହା କିଏ କହିଛନ୍ତି ?
Answer:
ଅନୁକମ୍ପା

Question 29.
କାହାର କୋମଳ ଚରଣ ଦିବ୍ୟ ଜ୍ୟୋତି ଆହରଣ କରେ ?
Answer:
ଉଷାର

Question 30.
କିଏ ସୀତାଙ୍କ ଆଗମନକୁ ଉତ୍ସୁକ ହୃଦୟରେ ଚାହିଁ ରହିଥିଲା ବୋଲି କବି କହିଛନ୍ତି ?
Answer:
8991

Question 31.
ତମସା କେଉଁ ନୟନରେ ମୁହୁର୍ମୁହୁ ସୀତାଙ୍କ ଆଗମନକୁ ଚାହୁଁଥିଲେ ?
Answer:
ମୀନ ନୟନରେ

Question 32.
ସତୀ ସୀତା ଅବଗାହନ ନିମନ୍ତେ କାହା ସହିତ ତମସାକୂଳକୁ ଆଗମନ କରିଥିଲେ ?
Answer:
ଅନୁକମ୍ପାଙ୍କ ସହ

Question 33.
ଗଙ୍ଗାଧର ମେହେର କେଉଁ କବି ଭାବରେ ପରିଚିତ ?
Answer:
ସ୍ବଭାବକବି

Question 34.
ଉଷାଙ୍କ କୋମଳ ଚରଣ କ’ଣ ଆହରଣ କରେ ବୋଲି ସୀତା ପ୍ରଶଂସା କରି କହିଛନ୍ତି ?
Answer:
ଦିବ୍ୟଜ୍ଯୋତି

Question 35.
‘ମଙ୍ଗଳେ ଅଇଲା ଉଷା’ ପଦ୍ୟଟି କବିଙ୍କ କେଉଁ କାବ୍ୟର ଅଂଶବିଶେଷ ?
Answer:
ତପସ୍ବିନୀ

BSE Odisha 10th Class Odia Solutions Chapter 6 ମଙ୍ଗଳେ ଅଇଲା ଉଷା

Question 36.
ବାଲ୍ମୀକିଙ୍କ ଆଶ୍ରମରେ ରହୁଥ‌ିବା ଦେବୀ ସୀତାଙ୍କୁ ଦର୍ଶନ କରିବା ପାଇଁ କିଏ ଆସିଛନ୍ତି ବୋଲି କବି କହିଛନ୍ତି ?
Answer:
ଉଷାଦେବୀ

Question 37.
ଉଷାଦେବୀ ଦେବୀ ସୀତାଙ୍କ ପାଇଁ କେଉଁ ଉପହାର ଆଣିଥିଲେ ?
Answer:
ନୀହାର-ମୁକ୍ତା

Question 38.
ଦର୍ଶନ ଦେବାପାଇଁ କଳକଣ୍ଠ କଣ୍ଠରେ କିଏ ସୀତାଦେବୀଙ୍କୁ ଡାକିଥିଲେ ?
Answer:
ଉଷାଦେବୀ

Question 39.
ଉଷାଦେବୀ କିପରି ବସ୍ତ୍ର ପରିଧାନ କରିଥିଲେ ବୋଲି କବି କହିଛନ୍ତି ?
Answer:
ଲାଲ ରଙ୍ଗର ପାଟବସ୍ତ୍ର

Question 40.
ପାଟ ମାଗଧ ବେଶରେ କିଏ ଆସିଛନ୍ତି ?
Answer:
କଜଳପାତି

Question 41.
କିଏ ସତୀ ସୀତାଙ୍କୁ ‘ସତୀ ରାଜ୍ୟ-ରାଣୀ’ ବୋଲି ସମ୍ବୋଧନ କରିଛନ୍ତି ?
Answer:
ଉଷାଦେବୀ

BSE Odisha 10th Class Odia Solutions Chapter 6 ମଙ୍ଗଳେ ଅଇଲା ଉଷା

Question 42.
ଉଷାଙ୍କ କର ବୋଲି କବି କାହାକୁ କଳ୍ପନା କରିଛନ୍ତି ?
Answer:
ପଲ୍ଲବକୁ

Question 43.
‘ବିକଚ ରାଜୀବ-ଦୃଶା’ ନିମ୍ନୋକ୍ତ କେଉଁ ଅର୍ଥକୁ ବୁଝାଉଛି ?
Answer:
ପ୍ରସ୍ଫୁଟିତ ପଦ୍ମଫୁଲ ସଦୃଶ ଆଖ୍ ଯାହାର

(C) ଶୂନ୍ୟସ୍ଥାନ ପୂରଣ କର ।

Question 1.
ଜନକା …………………………. ଙ୍କୁ ସ୍ମରଣ କରି ଶଯ୍ୟାତ୍ୟାଗ କଲେ ।
Answer:
ଶ୍ରୀରାମ,

Question 2.
ଉଷାଦେବୀଙ୍କ ନିର୍ଦ୍ଦେଶରେ ……………………. ସଙ୍ଗୀତ ଗାନ କରିଛନ୍ତି ।
Answer:
ସମୀର,

Question 3.
ଉଷାଦେବୀଙ୍କ ନିର୍ଦ୍ଦେଶରେ ……………………. ବାଶାବାଦନ କରିଛନ୍ତି।
Answer:
ଭ୍ରମର,

Question 4.
ଉଷାଦେବୀଙ୍କ ନିର୍ଦ୍ଦେଶରେ ……………………. ନୃତ୍ୟ ପରିବେଷଣ କରିଛନ୍ତି ।
Answer:
ସୁରଭି,

Question 5.
………………….. ଭାଟ ହୋଇ ସ୍ତବପାଠ ଆରମ୍ଭ କରିଛନ୍ତି ।
Answer:
କୁମ୍ଭାଟୁଆ,

Question 6.
ମୁନି-ମୁଖ ବେଦ – ସ୍ୱନ ……………………….. -କୁ ପୂର୍ଣ କଲା ବୋଲି କବିତାରେ କୁହାଯାଇଛି ।
Answer:
ଶ୍ୟାମବନ,

BSE Odisha 10th Class Odia Solutions Chapter 6 ମଙ୍ଗଳେ ଅଇଲା ଉଷା

Question 7.
ସାତାଙ୍କୁ ପାଇ ……………………. ନିଜକୁ ଭାଗ୍ୟବତୀ ମନେକରିଥିଲେ ।
Answer:
ତମସା ନଦୀ,

Question 8.
କବିଙ୍କ ଦୃଷ୍ଟିରେ ନିର୍ବାସିତା ସୀତାଙ୍କୁ …………………………… ସ୍ଵାଗତ କରିଛନ୍ତି
Answer:
ପ୍ରକୃତି,

Question 9.
କବି ଗଙ୍ଗାଧର ସଂସ୍କୃତ ସାହିତ୍ୟର କାବ୍ୟ ଓ ନାଟକ ଅବଲମ୍ବନରେ ……………………….. ରଚନା କରିଛନ୍ତି ।
Answer:
ଓଡ଼ିଆ କାବ୍ୟମାନ,

Question 10.
ନିର୍ବାସିତା ସତୀ ସୀତା, ………………………. ଠାରେ ଅବସ୍ଥାନ କରୁଥିଲେ ।
Answer:
ବାଲ୍ମୀକିଙ୍କ ଆଶ୍ରମ,

Question 11.
…………………….. କୁ ଜୀବନ୍ତ ସଭାରେ ରୂପାୟିତ କରାଇବାରେ କବି ଗଙ୍ଗାଧର ଅତୁଳନୀୟ ।
Answer:
ପ୍ରକୃତିକୁ,

Question 12.
ଉଷାଙ୍କୁ ଦର୍ଶନ ଦେଇ ସନ୍ତୁଷ୍ଟ କରିବାକୁ ଅନୁକମ୍ପା ………………………..
Answer:
ସୀତା,

Question 13.
ପ୍ରାତଃ କାଳରେ ସୀତାଙ୍କ ନିକଟକୁ …………………….. ଆସିଥିଲେ ।
Answer:
ଅନୁକମ୍ପା,

Question 14.
କବି …………………….. ଙ୍କ ବିକଚ-ରାଜୀବ ଦୃଶା ବୋଲି କହିଛନ୍ତି ।
Answer:
ଉଷାଦେବୀ,

Question 15.
ସୀତାଙ୍କୁ ନବଜୀବନ ପ୍ରଦାନ କରିବା ନିମନ୍ତେ …………………. ସ୍ଵର୍ଗରୁ ଧରାବତରଣ କରିଛନ୍ତି ବୋଲି କବି କହିଛନ୍ତି ।
Answer:
ଯୋଗେଶ୍ଵରୀ,

BSE Odisha 10th Class Odia Solutions Chapter 6 ମଙ୍ଗଳେ ଅଇଲା ଉଷା

Question 16.
ମୁନିମୁଖ …………………. ଶ୍ୟାମ ବନଭୂମିକୁ ପୂର୍ଣ କଲା ବୋଲି କବି କହିଛନ୍ତି ।
Answer:
ବେଦସ୍ଵନ,

Question 17.
ତମସା କୋଳରେ ଧରି ସୁଖଲାଭ କରିବାପାଇଁ ଅନାଇ ରହିଛି ବୋଲି ………………….. କହିଛନ୍ତି।
Answer:
ଅନୁକମ୍ପା,

Question 18.
ସତୀ ସୀତାଙ୍କ ହୃଦୟରେ ………………………….. ଙ୍କର ମୂର୍ତ୍ତି ପ୍ରତିଫଳିତ ହୋଇଥିଲା ।
Answer:
ରାମଚନ୍ଦ୍ର,

Question 19.
ସତୀ ସୀତା …………………. ଙ୍କୁ ପ୍ରଣାମ କରିଥିଲେ ।
Answer:
ଅନୁକମ୍ପା,

Question 20.
ସତୀ ସୀତା …………………….. ଙ୍କର ପଦବନ୍ଦନା କରିଥିଲେ ।
Answer:
ଉଷାଦେବୀ

(D) ଠିକ୍ ଉକ୍ତି ପାଇଁ ‘T” ଓ ଭୁଲ୍ ଉକ୍ତି ପାଇଁ ‘F” ଲେଖ ।

1. ପାଟ ମାଗଧ ବେଶରେ କୁମ୍ଭାଟୁଆ ଆସିଛି ।
2. ଭ୍ରମର ସତୀ ସୀତାଙ୍କୁ ‘ସତୀ ରାଜ୍ୟ-ରାଣୀ’ ବୋଲି ସମ୍ବୋଧନ କରିଛନ୍ତି ।
3. କବି ଉଷାଙ୍କୁ ଯୋଗେଶ୍ଵରୀ ରୂପରେ ବର୍ଣ୍ଣନା କରିଛନ୍ତି ।.
4. ‘ତମସା’ ଏକ ନଦୀର ନାମ।
5. କବି ତମସାକୁ ଆଶ୍ରମଧାତ୍ରୀ ଭାବରେ ବର୍ଣ୍ଣନା କରିଛନ୍ତି ।
6. ଅନୁକମ୍ପା ଜନୈକା ତପସ୍ବିନୀ ।
7. ତମସା ଦେବୀ ସୀତାଙ୍କୁ ତରଙ୍ଗ କରରେ ସ୍ନେହାଲିଙ୍ଗନ କରିଥିଲେ ।
8. ସତୀ ସୀତାଙ୍କୁ କୋଳରେ ଧରି ତମସା ନିଜକୁ ଭାଗ୍ୟବତୀ ବୋଲି ମନେ କରିଛନ୍ତି ।
9. ବିଦେହର କନ୍ୟା ହେତୁ ଅନୁକମ୍ପାଙ୍କ ଅନ୍ୟ ନାମ ବୈଦେହୀ ।
10. ତାପସ କନ୍ୟାର ଆଦର ରୂପକ ବନ୍ୟାରେ ସୁମିତ୍ରା ପ୍ଳାବିତ ହୋଇ ଧନ୍ୟ ହୋଇଥିଲେ ।
11. ସୀତାଙ୍କୁ କୋଳରେ ଧାରଣ କରିଥିବାରୁ ସମଗ୍ର ସଂସାର ତାକୁ ଭାଗ୍ୟବତୀ କହିବ ବୋଲି ତମସା ମନେକରିଛି ।
12. ମୁନି ମୁଖନିଃସୃତ ବେଦଧ୍ଵନିକୁ କବି ମୁନିକନ୍ୟାମାନଙ୍କ ସ୍ମିତହାସ୍ୟ ସହିତ ତୁଳନା କରିଛନ୍ତି ।
13. ଟଗର ଫୁଲ ଉପରେ ପଡ଼ିଥିବା ଶିଶିରବିନ୍ଦୁ ଚନ୍ଦ୍ରକିରଣରେ ପ୍ରତିଫଳିତ ହୋଇଥାଏ ।
14. ଆସନରୁ ଉଠି ରାମ ପ୍ରଥମେ ବାଲ୍ମୀକିଙ୍କ ପୟରରେ ନମସ୍କାର କରିଛନ୍ତି ।
15. ଉଷାଙ୍କ କୋମଳ ଚରଣ ବାୟୁ ଆହରଣ କରେ ବୋଲି ସୀତା ପ୍ରଶଂସା କରି କହିଛନ୍ତି ।
16. ‘ମଙ୍ଗଳେ ଅଇଲା ଉଷା’ ପଦ୍ୟଟି କବିଙ୍କ ‘ତପସ୍ବିନୀ’ କାବ୍ୟର ଅଂଶବିଶେଷ ।
17. ବାଲ୍ମୀକିଙ୍କ ଆଶ୍ରମରେ ରହୁଥ‌ିବା ଦେବୀ ସୀତାଙ୍କୁ ଦର୍ଶନ କରିବାପାଇଁ ମନ୍ଦୋଦରୀ ଆସିଛନ୍ତି ବୋଲି କବି କହିଛନ୍ତି ।
18. ଦର୍ଶନ ଦେବାପାଇଁ କଳକଣ୍ଠ ‘କଣ୍ଠରେ ଉଷାଦେବୀ ସୀତାଦେବୀଙ୍କୁ ଡାକିଥିଲେ ।
19. ଉଷାଙ୍କ କର ବୋଲି କବି ପଲ୍ଲବକୁ କଳ୍ପନା କରିଛନ୍ତି ।
20. ଅନୁକମ୍ପା ଭଗ୍ନୀ ଭାବରେ ସୀତାଙ୍କୁ ସମ୍ବୋଧନ କରିଛନ୍ତି ।
Answer:
1. ପାଟ ମାଗଧ ବେଶରେ କୁମ୍ଭାଟୁଆ ଆସିଛି । (F)
2. ଭ୍ରମର ସତୀ ସୀତାଙ୍କୁ ‘ସତୀ ରାଜ୍ୟ-ରାଣୀ’ ବୋଲି ସମ୍ବୋଧନ କରିଛନ୍ତି । (F)
3. କବି ଉଷାଙ୍କୁ ଯୋଗେଶ୍ଵରୀ ରୂପରେ ବର୍ଣ୍ଣନା କରିଛନ୍ତି ।. (T)
4. ‘ତମସା’ ଏକ ନଦୀର ନାମ। (T)
5. କବି ତମସାକୁ ଆଶ୍ରମଧାତ୍ରୀ ଭାବରେ ବର୍ଣ୍ଣନା କରିଛନ୍ତି । (T)
6. ଅନୁକମ୍ପା ଜନୈକା ତପସ୍ବିନୀ । (T)
7. ତମସା ଦେବୀ ସୀତାଙ୍କୁ ତରଙ୍ଗ କରରେ ସ୍ନେହାଲିଙ୍ଗନ କରିଥିଲେ । (T)
8. ସତୀ ସୀତାଙ୍କୁ କୋଳରେ ଧରି ତମସା ନିଜକୁ ଭାଗ୍ୟବତୀ ବୋଲି ମନେ କରିଛନ୍ତି । (T)
9. ବିଦେହର କନ୍ୟା ହେତୁ ଅନୁକମ୍ପାଙ୍କ ଅନ୍ୟ ନାମ ବୈଦେହୀ । (F)
10. ତାପସ କନ୍ୟାର ଆଦର ରୂପକ ବନ୍ୟାରେ ସୁମିତ୍ରା ପ୍ଳାବିତ ହୋଇ ଧନ୍ୟ ହୋଇଥିଲେ । (F)
11. ସୀତାଙ୍କୁ କୋଳରେ ଧାରଣ କରିଥିବାରୁ ସମଗ୍ର ସଂସାର ତାକୁ ଭାଗ୍ୟବତୀ କହିବ ବୋଲି ତମସା ମନେକରିଛି । (T)
12. ମୁନି ମୁଖନିଃସୃତ ବେଦଧ୍ଵନିକୁ କବି ମୁନିକନ୍ୟାମାନଙ୍କ ସ୍ମିତହାସ୍ୟ ସହିତ ତୁଳନା କରିଛନ୍ତି । (F)
13. ଟଗର ଫୁଲ ଉପରେ ପଡ଼ିଥିବା ଶିଶିରବିନ୍ଦୁ ଚନ୍ଦ୍ରକିରଣରେ ପ୍ରତିଫଳିତ ହୋଇଥାଏ । (F)
14. ଆସନରୁ ଉଠି ରାମ ପ୍ରଥମେ ବାଲ୍ମୀକିଙ୍କ ପୟରରେ ନମସ୍କାର କରିଛନ୍ତି । (F)
15. ଉଷାଙ୍କ କୋମଳ ଚରଣ ବାୟୁ ଆହରଣ କରେ ବୋଲି ସୀତା ପ୍ରଶଂସା କରି କହିଛନ୍ତି । (F)
16. ‘ମଙ୍ଗଳେ ଅଇଲା ଉଷା’ ପଦ୍ୟଟି କବିଙ୍କ ‘ତପସ୍ବିନୀ’ କାବ୍ୟର ଅଂଶବିଶେଷ । (T)
17. ବାଲ୍ମୀକିଙ୍କ ଆଶ୍ରମରେ ରହୁଥ‌ିବା ଦେବୀ ସୀତାଙ୍କୁ ଦର୍ଶନ କରିବାପାଇଁ ମନ୍ଦୋଦରୀ ଆସିଛନ୍ତି ବୋଲି କବି କହିଛନ୍ତି । (F)
18. ଦର୍ଶନ ଦେବାପାଇଁ କଳକଣ୍ଠ ‘କଣ୍ଠରେ ଉଷାଦେବୀ ସୀତାଦେବୀଙ୍କୁ ଡାକିଥିଲେ । (T)
19. ଉଷାଙ୍କ କର ବୋଲି କବି ପଲ୍ଲବକୁ କଳ୍ପନା କରିଛନ୍ତି । (T)
20. ଅନୁକମ୍ପା ଭଗ୍ନୀ ଭାବରେ ସୀତାଙ୍କୁ ସମ୍ବୋଧନ କରିଛନ୍ତି । (F)

(E) ସ୍ତମ୍ଭ ମିଳନ କର ।

Question 1
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ସରସ୍ଵତୀ ଆଶ୍ରମ ଧାତ୍ରା
ସୁକ୍ତା ପ୍ରଭାତୀ ତାରା
ତ୍ତଷା ଉପହାର
ମଙ୍ଗଳ ପ୍ରତାପ ବାଶାଝଙ୍କାର
ତମସା ସୁକୁମାରଦେହା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ସରସ୍ଵତୀ ବାଶାଝଙ୍କାର
ସୁକ୍ତା ଉପହାର
ତ୍ତଷା ସୁକୁମାରଦେହା
ମଙ୍ଗଳ ପ୍ରତାପ ପ୍ରଭାତୀ ତାରା
ତମସା ଆଶ୍ରମ ଧାତ୍ରା

BSE Odisha 10th Class Odia Solutions Chapter 6 ମଙ୍ଗଳେ ଅଇଲା ଉଷା

Question 2
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
କଳ – କଣ୍ଠ ବାସ
କଷାୟ ସଙ୍ଗାତ
ସମାର ବାଶା
ଭ୍ରମର ପାଟ ମାଗଧ
କଳିଙ୍ଗ କଣ୍ଠେ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
କଳ – କଣ୍ଠ ବାସ
କଷାୟ ସଙ୍ଗାତ
ସମାର ବାଶା
ଭ୍ରମର ପାଟ ମାଗଧ
କଳିଙ୍ଗ କଣ୍ଠେ

 

Question 3
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ତିମିର ଚରଣ
କୋମଳ ବିଧ୍ୱଂସା
ତମସା ପରିତେ।ଷରେ
ମଙ୍ଗଳ ପ୍ରଦାପ ପବିତ୍ର ଧାରା
ଭାଷିଲା ପ୍ରଭାତୀ ତାରା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ତିମିର ବିଧ୍ୱଂସା
କୋମଳ ଚରଣ
ତମସା ପବିତ୍ର ଧାରା
ମଙ୍ଗଳ ପ୍ରଦାପ ପ୍ରଭାତୀ ତାରା
ଭାଷିଲା ପରିତେ।ଷରେ


କରି ପରିଚୟ

ଆଧୁନିକ ଓଡ଼ିଆ କାବ୍ୟଯୁଗକୁ ସ୍ୱୀୟ ପ୍ରତିଭାପ୍ରଭାରେ ସମୁଭାସିତ କରିଥିବା କବିମାନଙ୍କ ମଧ୍ୟରେ ବରଗଡ଼ ଜିଲ୍ଲାନ୍ତର୍ଗତ ବରପାଲିର କୃତୀ ସନ୍ତାନ ସ୍ଵଭାବକବି ଗଙ୍ଗାଧର ମେହେର ଥଲେ ଅନିର୍ବଚନୀୟ କବି ପ୍ରତିଭାର ଅଧିକାରୀ । ସେ ଯଥାର୍ଥରେ ଥିଲେ ଉତ୍କଳଜନନୀର ବରପୁତ୍ର । ଆଧୁନିକ ଓଡ଼ିଆ କାବ୍ୟଜଗତରେ ସ୍ବଭାବକବି ଭାବରେ ପରିଚିତ ସେହି କବିପୁଙ୍ଗବଙ୍କ ସାରସ୍ବତ ଦୃଷ୍ଟିରେ ପ୍ରକୃତି ଥିଲା ସର୍ବଦା ପ୍ରାଣବନ୍ତ। ପ୍ରକୃତିକୁ ଜୀବନ୍ତ ଭାବରେ ରୂପାୟିତ କରିଥିବା ସେହି ପ୍ରକୃତିକବିଙ୍କ ସ୍ଵାଭିମାନୀ କବିମାନସରୁ ଝରିଆସିଛି ‘ତପସ୍ବିନୀ’, ‘ପ୍ରଣୟବଲ୍ଲରୀ’, ‘ଇନ୍ଦୁମତୀ’ ପ୍ରଭୃତି କାବ୍ୟ ତଥା ‘ଅର୍ଘ୍ୟଥାଳୀ’, ‘କବିତାକଲ୍ଲୋଳ’ ପ୍ରଭୃତି କ୍ଷୁଦ୍ର କବିତା ସଂକଳନ, ଯାହା ତାଙ୍କ ଅମ୍ଳାନ ପ୍ରତିଭାର ସ୍ମାରକୀ ରୂପେ ଅଦ୍ୟାପି ଜନମାନସରେ ହେଉଛି ପ୍ରତିବିମ୍ବିତ ।

ସୃଜନାଭିମୁଖ୍ୟ

ସ୍ଵଭାବକବି ଗଙ୍ଗାଧର ମେହେର ଥିଲେ ମାଆ, ମାଟି ଓ ମଣିଷର ଏକାନ୍ତ ବିଶ୍ୱସ୍ତ । ପ୍ରକୃତିରେ ମାନବିକତାର ଆରୋପ, ଈଶ୍ବରାନୁରାଗ, ନୈତିକତା, ସମ୍ବେଦନଶୀଳତା, ମାତୃଭାଷା ଓ ମାତୃଭୂମି ପ୍ରୀତି ଥିଲା ତାଙ୍କର ବୈଶିଷ୍ଟ୍ୟ ।

କବିତାର ପ୍ଠଷ୍ଠଭୂମି

‘ମଙ୍ଗଳେ ଅଇଲା ଉଷା’ ଶୀର୍ଷକ କବିତା କବିଙ୍କ ‘ତପସ୍ବିନୀ’ କାବ୍ୟର ଚତୁର୍ଥ ସର୍ଗରୁ ସଂଗୃହୀତ । ମହର୍ଷି ବାଲ୍ମୀକିଙ୍କ ଆଶ୍ରମରେ ରହୁଥ‌ିବା ସୀତାଙ୍କୁ ପ୍ରକୃତି ସ୍ଵାଗତ କରିବା ତଥା ପ୍ରକୃତିକୁ ମାନବ ଚରିତ୍ର ପରି ଉପସ୍ଥାପନ କରିବାରେ କବି ଗଙ୍ଗାଧରଙ୍କ ସିଦ୍ଧହସ୍ତତା ଏଠାରେ ହୋଇଛି ପ୍ରତିଫଳିତ। ଲଙ୍କାପତି ରାବଣ ନିହତ ହେବାପରେ ଅଶୋକବାଟିକାରେ ବନ୍ଦିନୀଭାବେ ଥ‌ିବା ଜନକନନ୍ଦିନୀ ସୀତାଙ୍କୁ ସ୍ବୀୟ ସତୀତ୍ଵର ପ୍ରମାଣ ଦେବା ନିମନ୍ତେ ଅଗ୍ନିପରୀକ୍ଷା ଦେବାକୁ ପଡ଼ିଥିଲା ମର୍ଯ୍ୟାଦାପୁରୁଷେ।ତ୍ତମ ଭଗବାନ୍ ଶ୍ରୀରାମଚନ୍ଦ୍ର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ସିଂହାସନ ଆରୋହଣ କରିବାପରେ ଲୋକମୁଖରୁ ସୀତାଙ୍କ ସମ୍ପର୍କରେ ଅପବାଦ ଶୁଣି ସତୀସୀତାଙ୍କୁ ନିର୍ବାସନ ଦଣ୍ଡରେ ଦଣ୍ଡିତ କରିଥିଲେ । ନିର୍ବାସିତା ଦେବୀ ସୀତା ମହର୍ଷି ବାଲ୍ମୀକିଙ୍କ ଆଶ୍ରମରେ ନିର୍ବାସିତ ଜୀବନ ଅତିବାହିତ କରିଥିଲେ । ସାତାଦେବାଙ୍କ ଦୁଃଖରେ ସମ୍ବେଦନଶ।କା ହୋଇ ପ୍ରକୃତିରାଶା ତାଙ୍କର ପରିଚର୍ଯ୍ୟା କରିବାକୁ ଆଗେଇ ଆସିଛନ୍ତି ।

କରିବାର ମଧିବାଶା

ମଙ୍ଗଳମୟ ମୁହୂର୍ତ୍ତ ଅର୍ଥାତ୍ ବ୍ରାହ୍ମମୁହୂର୍ତ୍ତକୁ ଉଷାକାଳ ବୋଲି କୁହାଯାଏ । କବି ସେହି ଉଷାକାଳ ଉପରେ ମାନବତ୍ଵ ଆରୋପ କରିଛନ୍ତି । କବିଙ୍କ ସାରସ୍ବତ ନେତ୍ରରେ ପ୍ରକୃତିରୂପିଣୀ ଉଷାଦେବୀଙ୍କର ବିକଶିତ ପଦ୍ମ ହେଉଛି ନେତ୍ର। କଅଁଳିଆ ପତ୍ର ହେଉଛି ତାଙ୍କର ହସ୍ତ ସେ ପତ୍ର ଉପରେ ପତିତ ଶିଶିରବିନ୍ଦୁ ହେଉଛି ଉପହାର ପାଇଁ ଉଦ୍ଦିଷ୍ଟ ମୁକ୍ତା । କୋକିଳ ହେଉଛି ଦର୍ଶନ ନିମନ୍ତେ ବ୍ୟାକୁଳ ହୋଇଉଠିଛି । ସେ ଲକ୍ଷ୍ମୀସ୍ଵରୂପିଣୀ ଦେବୀ ସୀତାଙ୍କୁ ଉପହାର ପ୍ରଦାନ ନିମନ୍ତେ ସ୍ବୀୟ ପଲ୍ଲବରୂପକ ଏବଂ ତାଙ୍କ କୋକିଳ ସଦୃଶ ଅମୃତମୟ କଣ୍ଠରେ ରାତ୍ରି ପାହିବାର ସୂଚନା ଦେବା ସହିତ ଦେବୀଙ୍କୁ ଦର୍ଶନ ଦେବାପାଇଁ ବିନମ୍ର ନିବେଦନ କରିଛନ୍ତି ।

ସତେ ଯେପରି ଲାଲରଙ୍ଗର ବସ୍ତ୍ର ପରିଧାନ କରିଥିବା ପୁଷ୍ପର ଆଭାରେ ଉଦ୍‌ଭାସିତା ପ୍ରଶାନ୍ତ ରୂପଧାରିଣୀ କୌଣସି ନବଜୀବନ ପ୍ରଦାନ କରିବା ନିମନ୍ତେ ତାଙ୍କ ମନରେ ବିଶ୍ଵାସ ଦେବା ସହିତ ଅମୃତ ମଧୁର ଭାଷାରେ ତାଙ୍କୁ ଆଶ୍ୱାସନା ଦେଇ ତାକୁଛନ୍ତି ଉଷାରାଣୀଙ୍କ ନିର୍ଦ୍ଦେଶରେ ଦେବୀ ସୀତାଙ୍କୁ ଅଭିନନ୍ଦନ ଜ୍ଞାପନ ନିମନ୍ତେ ସମୀର ସଙ୍ଗୀତ ଗାନ କରିବା ସହିତ ଭ୍ରମର ବୀଣାବାଦନରେ ରତ ହୋଇଛି । ସୁରଭି କରିଛି ନୃତ୍ୟ ପରିବେଷଣ । କୁମ୍ଭାଟୁଆ ଭାଟ ହୋଇ ସ୍ତୁତି ପାଠ କରିଛି । କଜଳପାତି ଶ୍ରେଷ୍ଠ ଭାଟ ବେଶ ଧାରଣ କରି ସତୀ ଶିରୋମଣି ଦେବୀ ସୀତାଙ୍କୁ ରାତ୍ରି ପାହିବାର ସୂଚନା ଦେଇ
ନିବେଦନ କରିଛି ।

ଉଷାରାଣୀଙ୍କ ନିର୍ଦ୍ଦେଶରେ ଦେବୀ ସୀତାଙ୍କୁ ଅଭିନନ୍ଦନ ଜ୍ଞାପନ ନିମନ୍ତେ ସମୀର ସଙ୍ଗୀତ ଗାନ କରିବା ସହିତ ଭ୍ରମର ବୀଣାବାଦନରେ ରତ ହୋଇଛି । ସୁରଭି କରିଛି ନୃତ୍ୟ ପରିବେଷଣ । କୁମ୍ଭାଟୁଆ ଭାଟ ହୋଇ ସ୍ତୁତି ପାଠ କରିଛି । କଜଳପାତି ଶ୍ରେଷ୍ଠ ଭାଟ ବେଶ ଧାରଣ କରି ସତୀ ଶିରୋମଣି ଦେବୀ ସୀତାଙ୍କୁ ରାତ୍ରି ପାହିବାର ସୂଚନା ଦେଇ ଶଯ୍ୟାତ୍ୟାଗ କରିବାକୁ ନିବେଦନ କରିଛି ।

ଦେବୀ ସରସ୍ଵତୀଙ୍କ ବୀଣାଝଙ୍କାର ପରି ଆଶ୍ରମନିବାସୀ ମୁନିମାନଙ୍କ ମୁଖରୁ ଝଙ୍କୃତ ହୋଇଛି ପବିତ୍ର ବେଦଧ୍ଵନି । ସେହି ଧୁନିରେ ପରିପୂର୍ଣ୍ଣ ହୋଇଉଠିଛି ଶ୍ୟାମଳ ବନଭୂମି। ଉଚ୍ଚ ଧୃନି ଗଗନକୁ ଭେଦକରି ବୈକୁଣ୍ଠଧାମରେ ବୈକୁଣ୍ଠପତିଙ୍କୁ ପରିତୃପ୍ତ କରିବା ସହିତ ପୃଥିବୀର ନିମ୍ନଭାଗରେ ପୃଥ‌ିବୀକୁ ଧାରଣ କରିଥିବା ଶ୍ରୁତିଶ୍ରବା ବାସୁକୀ ସର୍ପ କଣ୍ଠରେ ମଧ୍ୟ ଆନନ୍ଦ ପ୍ରଦାନ କରିଛି। ମନ୍ତ୍ର ବଳରେ ଶକ୍ତି ବୃଦ୍ଧିହେବା ପରି ବେଳକୁ ବେଳ ବନଭୂମି ଉଜ୍ଜ୍ବଳ ହୋଇଉଠିଛି ।

ଏହି ସମୟରେ ବ୍ରହ୍ମଚାରିଣୀ ତପସ୍ବିନୀ ଅନୁକମ୍ପା ଜନକନନ୍ଦିନୀଙ୍କ ନିକଟରେ ଉପସ୍ଥିତ ହୋଇଛନ୍ତି । ଶଯ୍ୟା ତ୍ୟାଗକରି ଦର୍ଶନାଭିଳାଷୀ ସୁକୁମାରଦେହୀ ଉଷାରାଣୀଙ୍କୁ ଦର୍ଶନ ଦେଇ ସନ୍ତୁଷ୍ଟ କରିବା ସହିତ ଥରେ କୋଳ କରି ସୁଖଲାଭ ନିମନ୍ତେ ବ୍ୟାକୁଳ ହୃଦୟରେ ଅପେକ୍ଷା କରିଥିବା ତମସା (ନଦୀ)କୁ ସନ୍ତୁଷ୍ଟ କରିବାକୁ ନିବେଦନ କରିଛନ୍ତି ।

ପଦ୍ମ ହୃଦୟରେ ପତିତ ଶିଶିରବିନ୍ଦୁରେ ପଦ୍ମବାନ୍ଧବ ସୂର୍ଯ୍ୟଙ୍କର ପ୍ରଖର କିରଣ ନିପତିତ ହେଲେ ଯେପରି ପ୍ରତିବିମ୍ବ ସୃଷ୍ଟି ହୁଏ, ସେହିପରି ସତୀ ଶିରୋମଣି ସ୍ବୀୟ ଶୋକଜର୍ଜରିତ ଚିତ୍ତ ଫଳକରେ ବୀର ଶ୍ରୀରାମଚନ୍ଦ୍ରଙ୍କର ପ୍ରତିମୂର୍ତ୍ତିକୁ ଚିତ୍ରିତ କରି ଆସନ ତ୍ୟାଗକଲେ ଏବଂ ଅନୁକମ୍ପାଙ୍କ ଚରଣଯୁଗଳରେ ପ୍ରଗତି ଜ୍ଞାପନ କରି ନମ୍ରତାପୂର୍ବକ ଭାଷାଦେବାଙ୍କର ଚରଣ ବନ୍ଦନା କଲୋ କଲେ ।

ଜନକନନ୍ଦିନୀ ଦେବୀ ସୀତା ଉଷାରାଣୀଙ୍କୁ ସଂସାରର ଅନ୍ଧାକର ବିନାଶିନୀ ତଥା ସୂର୍ଯ୍ୟୋଦୟର ସୂଚକ ବୋଲି ପ୍ରଶଂସା କରିଥିଲେ । ତାଙ୍କର ସଂସାରବୁକୁରେ ଶୁଭପଦପାତ ଦୁଃଖାନ୍ଧକାର ଦୂର କରି ସୁଖାଲୋକ ପ୍ରଦାନ କରିଥାଏ । ତେଣୁ ସ୍ତ୍ରୀୟ ଜୀବନର ଦୁଃଖ ଅପସରି ଯାଇ ସୁଖାଲୋକ ପ୍ରାପ୍ତି ଆଶାରେ ଦେବୀ ସୀତା ଉଷାଦେବୀଙ୍କ ଚରଣରେ ଶରଣ ଯାଇଛନ୍ତି ଏବଂ ରଘୁବୀର ଶ୍ରୀରାମଚନ୍ଦ୍ରଙ୍କର ଶୁଭ ସମ୍ପାଦିନୀ ହେବାପାଇଁ ନିବେଦନ କରିଛନ୍ତି ।

ଆଶ୍ରମର ପାଳନକତ୍ତ୍ରା ନିର୍ମଳଶରାରା ପରିତ୍ର ଜଳଧାରଯୁକ୍ତା ତମସା ନଦା ରାତ୍ରିଶେଷରେ ସତାଶିରୋମଣି ଜନକନନ୍ଦିନୀ ଦେବୀ ସୀତାଙ୍କର ଶୁଭାଗମନକୁ ବ୍ୟାକୁଳିତ ହୃଦୟରେ ଅପେକ୍ଷା କରିବା ସହିତ ସ୍ବୀୟ ମୀନନୟନରେ ବାରମ୍ବାର ଦେଖୁ ଚାଲିଛି । ସେହି ସତୀରାଜ୍ୟ ରାଣୀଙ୍କୁ ସ୍ଵାଗତ କରିବାପାଇଁ ଆଶ୍ରମ ପ୍ରାଙ୍ଗଣରେ ପୁଷ୍ପ ବିଞ୍ଚ୍ ସୁବାସିତ ଜଳ ସିଞ୍ଚନ କରି ପ୍ରଭାତୀ ତାରାକୁ ମଙ୍ଗଳପ୍ରଦାପ ରୂପେ ପ୍ରଜ୍ୱଳନ କରିଛି । ସତାକୁଲଲାମ ଭୁତା ଦେବା ସାତା କୁଟାରଚୁ ବାହାରି ଆଶ୍ରମବାସିନା ତାପସକନ୍ୟାଙ୍କ ଗହଣରେ ସ୍ନାନ ନିମନ୍ତେ ତମସାନଦୀ ତୀରକୁ ଆଗମନ କରିଛନ୍ତି । ତମସା ନଦୀରେ ସ୍ନାନ କଲାବେଳେ କବି ଗାଇଛନ୍ତି

“ପତାଙ୍କି ତମସା ଅଙ୍କରେ
ଘେନି ସ୍ନେହେ ଆଲିଙ୍ଗଲା ତରଙ୍ଗ କରେ ।’’

ତମସା ସ୍ୱୀୟ ତରଙ୍ଗକରରେ ଜନକନନ୍ଦିନୀଙ୍କୁ ଆଲିଙ୍ଗନ କରି ପରମ ସନ୍ତୋଷ ଲାଭକରିଛି । ଅଯୋଧ୍ୟା ରାଜପ୍ରାସାଦର ରାଜଲକ୍ଷ୍ମୀ ସତୀଶିରୋମଣି ଦେବୀ ସୀତା ରାଜଭୋଗ ପରିହାର କରି ଆଶ୍ରମରେ ବାସ କରିବା ସହିତ ତମସାରେ ସ୍ନାନକରି ତମସାକୁ ଧନ୍ୟ କରିବେ– ଏ ଆଶା ତମସା କେବେ ମନରେ ପୋଷଣ କରିନଥିଲା । କିନ୍ତୁ ଆଜି ସଂସାରରେ ସମସ୍ତେ ସୀତାଙ୍କ ଯୋଗୁଁ ତମସାକୁ ଭାଗ୍ୟବତୀ ବୋଲି ପ୍ରଶଂସା କରିବେ ।

BSE Odisha 10th Class Odia Solutions Chapter 6 ମଙ୍ଗଳେ ଅଇଲା ଉଷା

କାଠିନ ଶବ୍ଦାର୍ଥ ଓ ଟିପ୍ପଶା

  • ଚିକଚ – ବିକଶିତ/ପ୍ରସ୍ତୁଟିତ
  • ରାଜାବ ଦୃଶ – ପଦୃ ସଦୃଶ ଦୃଷ୍ଟି
  • ଚିକଚ – ରାଜ୍ଜାବ ଦୃଶା – ବିକଶିତ ପଦୁ ସଦୃଶ ଦୃଷ୍ଣ
  • ମଙ୍ଗଳେ – ମଙ୍ଗଳମୟ ମୁହୂତ୍ତ ଶୁଭ ବେଳାରେ
  • କର – ହସ୍ତ
  • ପଲ୍ଲବ – କାଲିଆ ପତ୍ର
  • ନାହାର – ଶିର୍ଶିର
  • କଳିକଣ୍ଠ – କୋଇଲି
  • ଅରୁଣ ଅକ୍ଷାୟ ବାସ – ଲାଲ ରଙ୍ଗର ପାଟବସ୍ତ
  • ଦୁଃଖମନେ – ହର କରିବାପାଇଁ
  • ସମାର – ପବନ
  • ଭାଟ – ସ୍ତୁତିକାର।
  • କଳିଙ୍ଗ – ଙ୍ଗଳପାତି ଚଢ଼େଇ
  • ପାଟ ମାଗଧ – ମୁଖ୍ୟ ଭାଗ
  • ଅନନ୍ତ – ବାସୁକ ପର୍ପ (ଯିଏ ପୃଥିବାକୁ ଧାରଣ କରିଛି ।)
  • ପ୍ରଶଂସି – ପ୍ରଙ୍ଗସା କରି
  • ବିଧ୍ଠଂସି – ଧ୍ଠଂସି କରି
  • ଆଗମନ – ଶଂସା – ଆଗମନର ସୂଚକ
  • ଧାତ୍ରା – ପାଳନକର୍ତ୍ତ୍ର।
  • ଗାତ୍ରା – ପାଳନକର୍ତ୍ତ୍ରୀ
  • ପାତ୍ର – ଶରାର
  • ନାର – ଜଳ
  • ମୁହୁର୍ମୁହୁଃ – ବାରମ୍ଵ୍ଵାର
  • ଉଟଜ – କୃଢ଼ିଆ
  • ତାପସ – ସନ୍ନ୍ୟାସ।/ମୁନି
  • ଅବଗାହନ – ସ୍ନାନ
  • ଅଙ୍କ – କୋଳ
  • ତରଙ୍ଗ କରେ – ତରଙ୍ଗ ରୂପକ ହସ୍ତରେ
  • ଭାଷିଲା – କହିଲା
  • ପରିତୋଷରେ – ସନ୍ତୁଷ୍ଟ ହୋଇ
  • ମାନସ – ମନ
  • ଭୋଗପିପାସା – ଉପଭୋଗର ଲାଳସା
  • ପରଶଂସା – ପ୍ରଙ୍ଗସା
  • ତମସା – ଚାଲ୍ଲାକିଙ୍କ ଆଶ୍ରମ ନିକଟରେ ପ୍ରବାହିତ ହେଉଥିବା କ୍ଷୁଦ୍ର ନଦା ବିଶେଷ

BSE Odisha 10th Class Maths Notes Geometry Chapter 3 ବୃତ୍ତର ସ୍ପର୍ଶକ

Odisha State Board BSE Odisha 10th Class Maths Notes Geometry Chapter 3 ବୃତ୍ତର ସ୍ପର୍ଶକ will enable students to study smartly.

BSE Odisha Class 10 Maths Notes Geometry Chapter 3 ବୃତ୍ତର ସ୍ପର୍ଶକ

→ ଉପକ୍ରମଣିକା (Introduction) :
(i) ଚିତ୍ର- 1 ରେ ABC ଏକ ବୃତ୍ତ ଏବଂ L ଏକ ରେଖା । ଏଠରେ L ଓ ବୃତ୍ତ ମଧ୍ୟରେ କୌଣସି ସାଧାରଣ ବିନ୍ଦୁ ନାହିଁ । ଏଠାରେ ବୃତ୍ତ ଓ ସରଳରେଖା L ଅଣଛେଦୀ ।
BSE Odisha 10th Class Maths Notes Geometry Chapter 3 ବୃତ୍ତର ସ୍ପର୍ଶକ - 1
( ଚିତ୍ର-1 )
(ii) ଚିତ୍ର-2 ରେ ABC ବୃତ୍ତ ଓ L ରେଖା ମଧ୍ୟରେ ଦୁଇଟି ସାଧାରଣ ବିନ୍ଦୁ B ଓ C ରହିଛି ।
ଏ କ୍ଷେତ୍ରରେ ସରଳରଖା L ଓ ବୃତ୍ତ ABC ପରସ୍ପରଛେଦୀ । Lକୁ ଛେଦକ ରେଖା (secant) ଓ B, C ବିନ୍ଦୁକୁ ଛେଦବିନ୍ଦୁ କୁହାଯାଏ ।
BSE Odisha 10th Class Maths Notes Geometry Chapter 3 ବୃତ୍ତର ସ୍ପର୍ଶକ - 2
(ଚିତ୍ର-2)
(iii) ଚିତ୍ର-3ରେ L ରେଖା ଓ ବୃତ୍ତ ABC ପରସ୍ପରଛେଦୀ । ମାତ୍ର ସେମାନଙ୍କର ଗୋଟିଏ ମାତ୍ର ସାଧାରଣ ବିନ୍ଦୁ ରହିଛି । ଏ କ୍ଷେତ୍ରରେ L ରେଖାକୁ ବୃତ୍ତର ସ୍ପର୍ଶକ (tangent) ଓ P ବିନ୍ଦୁକୁ Lର ସ୍ପର୍ଶବିନ୍ଦୁ କୁହାଯାଏ ।
BSE Odisha 10th Class Maths Notes Geometry Chapter 3 ବୃତ୍ତର ସ୍ପର୍ଶକ - 3
(ଚିତ୍ର-3)
ଏକ ସମତଳରେ ଅବସ୍ଥିତ ଏକ ବୃତ୍ତ ଓ ଏକ ସରଳରେଖାର ଗୋଟିଏ ମାତ୍ର ସାଧାରଣ ବିନ୍ଦୁ (ବା ଛେଦବିନ୍ଦୁ) ଥିଲେ ଉକ୍ତ ସରଳରେଖାକୁ ବୃତ୍ତର ଏକ ସ୍ପର୍ଶକ କୁହାଯାଏ ଏବଂ ସେମାନଙ୍କର ସାଧାରଣ ବିନ୍ଦୁକୁ ସଂପୃକ୍ତ ସ୍ପର୍ଶକର ସ୍ପର୍ଶବିନ୍ଦୁ କୁହାଯାଏ ।

(iv) ବୃତ୍ତର କେନ୍ଦ୍ର ଓ ସ୍ପର୍ଶବିନ୍ଦୁକୁ ଯୋଗକରୁଥିବା ରେଖାଖଣ୍ଡକୁ ସ୍ପର୍ଶବିନ୍ଦୁଗାମୀ ବ୍ୟାସାର୍ଦ୍ଧ କୁହାଯାଏ ।
କୌଣସି ବୃତ୍ତର ଏକ ସ୍ପର୍ଶକର ସ୍ପର୍ଶବିନ୍ଦୁ ବ୍ୟତୀତ ଅନ୍ୟ ସମସ୍ତ ବିନ୍ଦୁ ବୃତ୍ତର ବହିଃସ୍ଥ ଅଟନ୍ତି ।

BSE Odisha 10th Class Maths Notes Geometry Chapter 3 ବୃତ୍ତର ସ୍ପର୍ଶକ

ଉପପାଦ୍ୟ – 12
ଗୋଟିଏ ବୃତ୍ତର ଏକ ସ୍ପର୍ଶକ ଏହାର ସ୍ପର୍ଶବିଦୁଗାମୀ ବ୍ୟାସାର୍ଦ୍ଧ ପ୍ରତି ଲମ୍ବ ।

ପ୍ରମେୟ 3.1 : (ଉପପାଦ୍ୟ 12ର ବିପରୀତ କଥନ) : ବୃତ୍ତର କୌଣସି ବିଦୁରେ, ଉକ୍ତ ବିନ୍ଦୁଗାମୀ ବ୍ୟାସାର୍ଦ୍ଧ ପ୍ରତି ଲମ୍ବ, ଉକ୍ତ ବୃତ୍ତର ଏକ ସ୍ପର୍ଶକ ଅଟେ ।
ଅନୁସିଦ୍ଧାନ୍ତ 1 : ଏକ ବୃତ୍ତର କୌଣସି ଏକ ସ୍ପର୍ଶକର ସ୍ପର୍ଶବିନ୍ଦୁଠାରେ ଉକ୍ତ ସ୍ପର୍ଶକ ପ୍ରତି ଲମ୍ବ, କେନ୍ଦ୍ରବିନ୍ଦୁଗାମୀ ହେବ ।
ଅନୁସିଦ୍ଧାନ୍ତ 2 : ଏକ ବୃତ୍ତର କୌଣସି ଏକ ବିନ୍ଦୁଠାରେ ଗୋଟିଏ ଏବଂ କେବଳ ଗୋଟିଏ ସ୍ପର୍ଶକ ଅଙ୍କିତ ହୋଇପାରିବ ।
ଗୋଟିଏ ତ୍ରିଭୁଜ ABC ଦତ୍ତ ଥିଲେ ଏହାର ପ୍ରତ୍ୟେକ ବାହୁକୁ ସ୍ପର୍ଶ କରୁଥିବା କେବଳ ଗୋଟିଏ ମାତ୍ର ବୃତ୍ତ POR ନିର୍ଣ୍ଣୟ କରାଯାଇ ପାରିବ । ଉକ୍ତ ବୃତ୍ତକୁ ତ୍ରିଭୁଜର ଅନ୍ତଃବୃତ୍ତ (Incircle) କୁହାଯାଏ । P, Q ଓ R କୁ ସ୍ପର୍ଶବିନ୍ଦୁ କୁହାଯାଏ । ଅନ୍ତଃବୃତ୍ତର କେନ୍ଦ୍ରକୁ ଅନ୍ତଃକେନ୍ଦ୍ର (Incentre) କୁହାଯାଏ ।
BSE Odisha 10th Class Maths Notes Geometry Chapter 3 ବୃତ୍ତର ସ୍ପର୍ଶକ - 4
\(\overline{\mathrm{OA}}\), \(\overline{\mathrm{OB}}\) ଓ \(\overline{\mathrm{OC}}\) ଯଥାକ୍ରମେ ∠A, ∠B ଓ ∠Cର ସମଦ୍ବିଖଣ୍ଡକ ହେବେ ।

→ ବୃତ୍ତର ବହିଃସ୍ଥ ବିନ୍ଦୁରୁ ବୃତ୍ତପ୍ରତି ସ୍ପର୍ଶକ :
(i) ପାର୍ଶ୍ବରେ ABC ଏକ ବୃତ୍ତ । ଏହାର ବହିଃସ୍ଥ P ଏକ ବିନ୍ଦୁ P ବିନ୍ଦୁରୁ ଅନେକ ସରଳରେଖା ଅଙ୍କନ କଲେ ସେଥୁରୁ ଅନେକ ରେଖା ବୃତ୍ତକୁ ଦୁଇଟି ବିନ୍ଦୁରେ ଛେଦ କରିବ ।
ଅନେକ ରେଖା ବୃତ୍ତକୁ ଆଦୌ ଛେଦ କରିବ ନାହିଁ । ମାତ୍ର ଦୁଇଟି ରେଖା ବୃତ୍ତକୁ ସ୍ପର୍ଶ କରିବ ।
BSE Odisha 10th Class Maths Notes Geometry Chapter 3 ବୃତ୍ତର ସ୍ପର୍ଶକ - 5
(ii) ଗୋଟିଏ ବୃତ୍ତର ବହିଃସ୍ଥ କୌଣସି ବିନ୍ଦୁରୁ ଉକ୍ତ ବୃତ୍ତପ୍ରତି ଦୁଇଟି ଏବଂ କେବଳ ଦୁଇଟି ସ୍ପର୍ଶକ ଅଙ୍କନ ସମ୍ଭବ ।
ସ୍ପର୍ଶକର ସ୍ପର୍ଶବିନ୍ଦୁ ଓ ବହିଃସ୍ଥ ବିନ୍ଦୁକୁ ଯୋଗକରୁ ଥ‌ିବା ରେଖାଖଣ୍ଡକୁ ସ୍ପର୍ଶକଖଣ୍ଡ (Tangent segment) କୁହାଯାଏ ।

ଉପପାଦ୍ୟ – 13 :
କୌଣସି ବୃତ୍ତର ବହିଃସ୍ଥ ଏକ ବିନ୍ଦୁରୁ ଉକ୍ତ ବୃତ୍ତ ପ୍ରତି ଅଙ୍କିତ ସ୍ପର୍ଶକଖଣ୍ଡ ଦ୍ୱୟର ଦୈର୍ଘ୍ୟ ସମାନ ।
ଅନୁସିଦ୍ଧାନ୍ତ 1 : କୌଣସି ବୃତ୍ତର ଏକ ବହିଃସ୍ଥ ବିନ୍ଦୁ P ଠାରୁ ବୃତ୍ତପ୍ରତି ଅଙ୍କିତ ସ୍ପର୍ଶକ ଖଣ୍ଡ \(\overline{\mathrm{PQ}}\) ଓ \(\overline{\mathrm{PR}}\) ହେଲେ ଏବଂ O ବୃତ୍ତର କେନ୍ଦ୍ର ହେଲେ \(\overline{\mathrm{PO}}\), ∠QPR ଓ ∠QORକୁ ସମନ୍ଦିଖଣ୍ଡ କରେ ।

BSE Odisha 10th Class Maths Notes Geometry Chapter 3 ବୃତ୍ତର ସ୍ପର୍ଶକ - 6
ଅନୁସିଦ୍ଧାନ୍ତ 2 : କୌଣସି ବୃତ୍ତର ଏକ ବହିଃସ୍ଥ ବିନ୍ଦୁ P ଠାରୁ ଅଙ୍କିତ ସ୍ପର୍ଶକଖଣ୍ଡ \(\overline{\mathrm{PQ}}\) ଓ \(\overline{\mathrm{PR}}\) ହେଲେ ଏବଂ ୦ ବୃତ୍ତର କେନ୍ଦ୍ର ହେଲେ \(\overline{\mathrm{PO}}\), \(\widehat{\mathbf{Q R}}\) ଚାପକୁ ସମସ୍ଵିଖଣ୍ଡକ କରେ । ଅର୍ଥାତ୍‌ \(\widehat{\mathbf{Q M}}\) ≅ \(\widehat{\mathbf{R M}}\) ⇒ \(\overline{\mathrm{QM}}\) ≅ \(\overline{\mathrm{RM}}\) ।

→ ଏକାନ୍ତର ଚାପ (Alternate arc) :
(i) ପାର୍ଶ୍ୱସ୍ଥ ଚିତ୍ରରେ ABC ବୃତ୍ତର – ବିନ୍ଦୁରେ ବୃତ୍ତପ୍ରତି \(\overleftrightarrow{PQ}\) ସ୍ପର୍ଶକ ଅଙ୍କିତ ।
\(\overline{\mathrm{TA}}\) ଏକ ଜ୍ୟା ।
\(\overline{\mathrm{TA}}\) ଜ୍ୟାକୁ \(\overleftrightarrow{PQ}\) ସ୍ପର୍ଶକର ସ୍ପର୍ଶବିନ୍ଦୁଗାମୀ ଜ୍ୟା କୁହାଯାଏ ।
BSE Odisha 10th Class Maths Notes Geometry Chapter 3 ବୃତ୍ତର ସ୍ପର୍ଶକ - 7
(ii) \(\overline{\mathrm{TA}}\) ଜ୍ଯା \(\overleftrightarrow{PQ}\) ସହ ∠ATP ଓ ∠ATQ ଅଙ୍କନ କରେ ।
ଜ୍ୟା \(\overline{\mathrm{TA}}\) ଦ୍ଵାରା ବୃତ୍ତ ABC ରେ ଦୁଇଟି ଚାପ \(\widehat{\mathbf{A B T}}\) ଓ \(\widehat{\mathbf{A D T}}\) ଉତ୍ପନ୍ନ ହୁଏ ।
\(\overline{\mathrm{TA}}\) ଜ୍ୟାର P ଯେଉଁ ପାର୍ଶ୍ଵରେ ଅବସ୍ଥିତ, B ବିନ୍ଦୁ ତା’ର ବିପରୀତ ପାର୍ଶ୍ଵରେ ଅବସ୍ଥିତ । ଏଠାରେ \(\widehat{\mathbf{A B T}}\) କୁ ∠ATPର ଏକାନ୍ତର ଚାପ କହନ୍ତି ।
ଏହି ଚାପର ଅନ୍ତର୍ଲିଖ୍ ∠ABT କୁ ∠ATPର ଏକାନ୍ତର ଚାପାନ୍ତର୍ଲିଖ କୋଣ କୁହାଯାଏ ।
∠ACT ମଧ୍ଯ ∠ATPର ଅନ୍ୟ ଏକ ଏକାନ୍ତର ଚାପାନ୍ତର୍ଲିଖ କୋଣ ।
∠ATQ ର ଏକାନ୍ତର ଚାପ \(\widehat{\mathbf{A D T}}\) ଓ ଏକ ଏକାନ୍ତର ଚାପାନ୍ତର୍ଲିଖ କୋଣ ∠ADT ।

ପ୍ରମେୟ 3.2 :
ବୃତ୍ତର ଏକ ସ୍ପର୍ଶକ, ଏହାର ସ୍ପର୍ଶବିଦୁଗାମୀ କୌଣସି ଏକ ଜ୍ୟା ସହିତ ଯେଉଁ କୋଣ ଉତ୍ପନ୍ନ କରେ, ତା’ର ପରିମାଣ ସହ ଉକ୍ତ କୋଣର ଏକାନ୍ତର ଚାପାନ୍ତର୍ଲିଖ କୋଣର ପରିମାଣ ସମାନ ।

ପ୍ରମେୟ 3.3 : (ପ୍ରମେୟ 3.2ର ବିପରୀତ କଥନ)
ଏକ ବୃତ୍ତର କୌଣସି ଜ୍ୟା, ଏହାର ଏକ ପ୍ରାନ୍ତବିନ୍ଦୁ ଦେଇ ଅଙ୍କିତ ଏକ ସରଳରେଖା ସହ ଯେଉଁ କୋଣ ଅଙ୍କନ କରେ, ତାହା ଉକ୍ତ କୋଣର ଏକାନ୍ତର ଚାପାନ୍ତର୍ଲିଖ କୋଣ ସହ ସମପରିମାଣ ବିଶିଷ୍ଟ ହେଲେ, ସରଳରେଖାଟି ବୃତ୍ତପ୍ରତି ଏକ ସ୍ପର୍ଶକ ହେବ ।

BSE Odisha 10th Class Maths Notes Geometry Chapter 3 ବୃତ୍ତର ସ୍ପର୍ଶକ

→ ବୃତ୍ତର ବହିଃସ୍ଥ ଏକ ବିନ୍ଦୁ ଦେଇ ବୃତ୍ତପ୍ରତି ଅଙ୍କିତ ଛେଦକ :
BSE Odisha 10th Class Maths Notes Geometry Chapter 3 ବୃତ୍ତର ସ୍ପର୍ଶକ - 8
L ରେଖା ABC ବୃତ୍ତର ଏକ ଛେଦକ ରେଖା ।
L ରେଖା ABC ବୃତ୍ତକୁ ଦୁଇଟି ବିନ୍ଦୁ A ଓ Bରେ ଛେଦ କରୁଛି ।
A ଓ Bର ମଧ୍ୟବର୍ତୀ ସମସ୍ତ ବିନ୍ଦୁ ଭିନ୍ନ Lରେଖା ଉପରିସ୍ଥ ଅନ୍ୟ ସମସ୍ତ ବିନ୍ଦୁ ବୃତ୍ତ ABCର ବହିଃସ୍ଥ ।
ଏହିଭଳି ଏକ ବହିଃସ୍ଥ ବିନ୍ଦୁରୁ ABC ବୃତ୍ତପ୍ରତି ଅସଂଖ୍ୟ ଛେଦକ ରେଖାମାନ ଅଙ୍କନ କରାଯାଇ ପାରିବ ।

ଉପପାଦ୍ୟ 14 :
ଏକ ବୃତ୍ତର ବହିଃସ୍ଥ କୌଣସି ଏକ ବିନ୍ଦୁ P ଦେଇ ବୃତ୍ତପ୍ରତି ଏକ ସ୍ପର୍ଶକଖଣ୍ଡ \(\overline{\mathrm{PT}}\) ଏବଂ ଏକ ଛେଦକ \(\overleftrightarrow{PAB}\)
ଅଙ୍କିତ ଛେଦକ PA × PB = PT² ।
ଅନୁସିଦ୍ଧାନ୍ତ 1 :
ଏକ ବୃତ୍ତର ବହିଃସ୍ଥ କୌଣସି ଏକ ବିନ୍ଦୁ P ଦେଇ ଦୁଇଟି ଛେଦକ ଯଦି ବୃତ୍ତକୁ ଯଥାକ୍ରମେ A, B ଓ C, D ବିନ୍ଦୁରେ ଛେଦ କରନ୍ତି, ତେବେ ସ୍ପର୍ଶକ \(\overleftrightarrow{PT}\) (ସ୍ପର୍ଶ ବିନ୍ଦୁ T) ଅଙ୍କନ କରି ପ୍ରମାଣ
∴ PA × PB = PC × PD
BSE Odisha 10th Class Maths Notes Geometry Chapter 3 ବୃତ୍ତର ସ୍ପର୍ଶକ - 9

BSE Odisha 10th Class Maths Notes Geometry Chapter 3 ବୃତ୍ତର ସ୍ପର୍ଶକ

→ ଏକାଧିକ ବୃତ୍ତ ସମ୍ବନ୍ଧୀୟ କେତେକ ତଥ୍ୟ :
ଏକ ସମତଳରେ S1 ଓ S2 ଦୁଇଟି ବୃତ୍ତ ।
(i) ପାର୍ଶ୍ୱସ୍ଥ ଚିତ୍ର (କ) ଓ (ଖ)ରେ S1 ଓ S2 ଦୁଇଟି ଅଣଛେଦୀ ବୃତ୍ତ ।
(ii) ଚିତ୍ର (ଗ)ରେ S1 ଓ S2 ପରସ୍ପରକୁ ଦୁଇଟି ବିନ୍ଦୁରେ ଏବଂ ଚିତ୍ର (ଘ) ଓ (ଙ)ରେ ପରସ୍ପରକୁ ଗୋଟିଏ ବିନ୍ଦୁରେ ଛେଦ କରୁଛନ୍ତି ।
BSE Odisha 10th Class Maths Notes Geometry Chapter 3 ବୃତ୍ତର ସ୍ପର୍ଶକ - 10
(iii) ଚିତ୍ର (ଚ)ରେ ଉଭୟ ବୃତ୍ତର କେନ୍ଦ୍ର ଅଭିନ୍ନ କିନ୍ତୁ ବ୍ୟାସାର୍ଦ୍ଧ ଭିନ୍ନ । ଏହି ବୃତ୍ତ ଦ୍ଵୟକୁ ଏକ-କେନ୍ଦ୍ରିକ (Concentric) ବୃତ୍ତ କୁହାଯାଏ । S1 ଓ S2 ବୃତ୍ତଦ୍ଵୟ ଏବଂ S1 ବୃତ୍ତର ବହିର୍ଦେଶରେ ଥ‌ିବା S2 ବୃତ୍ତର ଅନ୍ତଃସ୍ଥ ବିନ୍ଦୁମାନଙ୍କର ସେଟ୍‌କୁ ବୃତ୍ତାକାର ବଳୟ (Circular annulus) କୁହାଯାଏ । ଏକ ବୃତ୍ତାକୃତି ବଳୟରେ ବହିଃସ୍ଥ ବୃତ୍ତର ଅନ୍ତର୍ଦେଶ ଓ ଅନ୍ତଃସ୍ଥ ବୃତ୍ତର ବହିର୍ଦ୍ଦେଶର ଛେଦଦ୍ୱାରା ଗଠିତ କ୍ଷେତ୍ରକୁ ବଳୟାକୃତି କ୍ଷେତ୍ର (Annular Region) କୁହାଯାଏ ।
(iv) ପାର୍ଶ୍ଵସ୍ଥ ଚିତ୍ରରେ S1 ଓ S2 ବୃତ୍ତଦ୍ଵୟ ପରସ୍ପରକୁ A ଓ B ବିନ୍ଦୁରେ ଛେଦ କରୁଛନ୍ତି । \(\overleftrightarrow{AB}\) ସରଳରେଖାକୁ ଏହି ବୃତ୍ତଦ୍ଵୟର ରାଡ଼ିକାଲ ଅକ୍ଷ (Radical axis) କୁହାଯାଏ । \(\overline{PT}\) ରେଖାଖଣ୍ଡକୁ ବୃତ୍ତଦ୍ଵୟର ସାଧାରଣ ଜ୍ୟା (common chord) କୁହାଯାଏ ।
BSE Odisha 10th Class Maths Notes Geometry Chapter 3 ବୃତ୍ତର ସ୍ପର୍ଶକ - 11
(ରାଡ଼ିକାଲ୍ ଅକ୍ଷ ଉପରିସ୍ଥ ଯେକୌଣସି ବିନ୍ଦୁରୁ ବୃତ୍ତଦ୍ଵୟ ପ୍ରତି ଅଙ୍କିତ ସ୍ପର୍ଶକଖଣ୍ଡ ଦ୍ଵୟର ଦୈର୍ଘ୍ୟ ସମାନ ।)

→ ସାଧାରଣ ସ୍ପର୍ଶକ (Common Tangents) :
ଏକ ସମତଳରେ ଥିବା ଦୁଇଟି ବୃତ୍ତକୁ ସେହି ସମତଳରେ ଯେଉଁ ସରଳରେଖା ବୃତ୍ତଦ୍ଵୟକୁ ସ୍ପର୍ଶକରେ ତାହାକୁ ଉକ୍ତ ବୃତ୍ତଦ୍ବୟର ଏକ ସାଧାରଣ ସ୍ପର୍ଶକ (Common tangent) କୁହାଯାଏ ।

(a) ପରସ୍ପର ଅଣଛେଦୀ ବୃତ୍ତର ସାଧାରଣ ସ୍ପର୍ଶକ :
ଚିତ୍ର (a) ଓ (b) ପ୍ରତ୍ୟେକରେ ଦୁଇଟି ଅଣଛେଦୀ ତଥା ପରସ୍ପର ବହିଃସ୍ଥ ବୃତ୍ତର ଚିତ୍ର ଦର୍ଶାଯାଇଛି । ଚିତ୍ର (a)ରେ ଥିବା S1 ଓ S2 ଉଭୟ ବୃତ୍ତକୁ L1 ସରଳରେଖା ସ୍ପର୍ଶ କରୁଛି । ବୃତ୍ତ ଦ୍ବୟର କେନ୍ଦ୍ର O1 ଓ O2 ଉଭୟ L1 ରେଖାରେ ଗୋଟିଏ ପାର୍ଶ୍ଵରେ ଅବସ୍ଥିତ । ଏପରିସ୍ଥଳେ L1 ରେଖାକୁ ବୃତ୍ତଦ୍ଵୟର ସରଳ ସାଧାରଣ ସ୍ପର୍ଶକ (direct common tangent) କୁହାଯାଏ । L2 ରେଖା ମଧ୍ୟ ଚିତ୍ର (a)ରେ ଥ‌ିବା ବୃତ୍ତ ଦ୍ବୟର ଅନ୍ୟ ଏକ ସରଳ ସାଧାରଣ ସ୍ପର୍ଶକ । ଏଣୁ ଏକ ସମତଳରେ ଅବସ୍ଥିତ ଦୁଇଟି ଅଣଛେଦୀ ତଥା ପରସ୍ପର ବହିଃସ୍ଥ ବୃତ୍ତର ଦୁଇଗୋଟି ସରଳ ସାଧାରଣ ସ୍ପର୍ଶକ ଥାଏ (ଚିତ୍ର (a)) ।
BSE Odisha 10th Class Maths Notes Geometry Chapter 3 ବୃତ୍ତର ସ୍ପର୍ଶକ - 12
ଚିତ୍ର (b)ରେ ଥ‌ିବା S3 ଓ S4 ବୃତ୍ତ ଦ୍ଵୟକୁ L3 ସରଳରେଖା ସ୍ପର୍ଶକ କରୁଛି ଏବଂ କେନ୍ଦ୍ର O3 ଏବଂ O4, L3 ରେଖାର ବିପରୀତ ପାର୍ଶ୍ବରେ ଅଛନ୍ତି । ଏପରି କ୍ଷେତ୍ରରେ, ବୃତ୍ତ ଦ୍ବୟର ସାଧାରଣ ସ୍ପର୍ଶକକୁ ତୀର୍ଯ୍ୟକ୍ ସାଧାରଣ asi (transverse common tangent) |
ଦୁଇଟି ଅଣଛେଦୀ ତଥା ପରସ୍ପର ବହିଃସ୍ଥ ବୃତ୍ତ ଲାଗି ଦୁଇଟି ତୀର୍ଯ୍ୟକ୍ ସାଧାରଣ ସ୍ପର୍ଶକ ଥାଏ । (ଚିତ୍ର (b)

ଚିତ୍ରରେ ଦୁଇଟି ଅଣଛେଦୀ ବୃତ୍ତ Sã ଓ S, ମଧ୍ୟରୁ S, ବୃତ୍ତ S, ବୃତ୍ତର ଅନ୍ତଃସ୍ଥ । ଏଣୁ ଏପରି କ୍ଷେତ୍ରରେ କୌଣସି ସାଧାରଣ ସ୍ପର୍ଶକ ରହିବା
BSE Odisha 10th Class Maths Notes Geometry Chapter 3 ବୃତ୍ତର ସ୍ପର୍ଶକ - 13

BSE Odisha 10th Class Maths Notes Geometry Chapter 3 ବୃତ୍ତର ସ୍ପର୍ଶକ

(b) ସ୍ପର୍ଶକ ବୃତ୍ତର ସାଧାରଣ ସ୍ପର୍ଶକ :
BSE Odisha 10th Class Maths Notes Geometry Chapter 3 ବୃତ୍ତର ସ୍ପର୍ଶକ - 14
(i) ବହିଃସ୍ପର୍ଶୀ ସ୍ପର୍ଶକ ବୃତ୍ତର ସରଳ ସାଧାରଣ ସ୍ପର୍ଶକ : ଚିତ୍ର (a)ରେ S1 ଓ S2 ବୃତ୍ତଦ୍ବୟ ସ୍ପର୍ଶକ ବୃତ୍ତ ( ବହିଃସ୍ପର୍ଶୀ) L1 ଓ L2 ଉଭୟ S1 ଓ S2 ବୃତ୍ତଦ୍ଵୟର ସରଳ ସାଧାରଣ ସ୍ପର୍ଶକ ।
(ii) ବହିଃସ୍ପର୍ଶୀ ସ୍ପର୍ଶକ ବୃତ୍ତର ତୀର୍ଯ୍ୟକ ସାଧାରଣ ସ୍ପର୍ଶକ : ଚିତ୍ର (b)ରେ S3 ଓ S4 ବହିଃସ୍ପର୍ଶୀ ସ୍ପର୍ଶକ ବୃତ୍ତ । L3 ହେଉଛି ବୃତ୍ତଦ୍ଵୟର ତୀର୍ଯ୍ୟକ୍ ସାଧାରଣ ସ୍ପର୍ଶକ । ଏହା ବୃତ୍ତଦ୍ଵୟର ସ୍ପର୍ଶବିନ୍ଦୁରେ ହିଁ ବୃତ୍ତଦ୍ଵୟକୁ ସ୍ପର୍ଶ କରୁଛି ।
(iii) ଅନ୍ତଃସ୍ପର୍ଶୀ ସ୍ପର୍ଶକ ବୃତ୍ତର ସରଳ ସାଧାରଣ ସ୍ପର୍ଶକ : ଚିତ୍ର (c)ରେ S5 ଓ S6 ବୃତ୍ତ ଦ୍ବୟ ଅନ୍ତଃସ୍ପର୍ଶୀ ସ୍ପର୍ଶକ ବୃତ୍ତ । L4 ରେଖା ଉଭୟ ବୃତ୍ତର ସ୍ପର୍ଶ ବିନ୍ଦୁରେ ବୃତ୍ତଦ୍ଵୟକୁ ସ୍ପର୍ଶ କରୁଛି । ଏହା ହେଉଛି ବୃତ୍ତ ଦ୍ଵୟର ସରଳ ସାଧାରଣ ସ୍ପର୍ଶକ ।

(c) ପରସ୍ପରଛେଦୀ ଦୁଇଟି ଛେଦବିନ୍ଦୁ ଥ‌ିବା ବୃତ୍ତର ସାଧାରଣ ସ୍ପର୍ଶକ :
BSE Odisha 10th Class Maths Notes Geometry Chapter 3 ବୃତ୍ତର ସ୍ପର୍ଶକ - 15
ଚିତ୍ରରେ S1 ଓ S2 ବୃତ୍ତଦ୍ଵୟ ପରସ୍ପରକୁ A ଓ B ବିନ୍ଦୁରେ ଛେଦ କରନ୍ତି । ଏଠାରେ L1 ଓ L2 ରେଖାଦ୍ବୟ ପ୍ରତ୍ୟେକ S1 ଓ S2 ବୃତ୍ତଦ୍ଵୟକୁ ସ୍ପର୍ଶ କରନ୍ତି । ବୃତ୍ତଦ୍ଵୟର କେନ୍ଦ୍ର O1 ଏବଂ O2 ଉଭୟ L1 ର ଗୋଟିଏ ପାର୍ଶ୍ଵରେ ଅବସ୍ଥିତ । O1 ଏବଂ O2 ଉଭୟ L2ର ମଧ୍ୟ ଗୋଟିଏ ପାର୍ଶ୍ଵରେ ଅବସ୍ଥିତ । ଏଣୁ L1 ଓ L2 ପ୍ରତ୍ୟେକ, S1 ଓ S2 ବୃତ୍ତଦ୍ଵୟର ସରଳ ସାଧାରଣ ସ୍ପର୍ଶକ ।

BSE Odisha 10th Class Maths Notes Geometry Chapter 3 ବୃତ୍ତର ସ୍ପର୍ଶକ

ଉପପାଦ୍ୟ 15 :
ଦୁଇଟି ସ୍ପର୍ଶକ ବୃତ୍ତର କେନ୍ଦ୍ରଦ୍ଵୟ ଓ ସ୍ପର୍ଶବିନ୍ଦୁ ଏକ ସରଳରେଖାର ଅବସ୍ଥିତ ।
ଅନୁସିଦ୍ଧାନ୍ତ 1 : ଦୁଇଟି ବହିଃସ୍ପର୍ଶୀ ବୃତ୍ତର କେନ୍ଦ୍ରଦ୍ଵୟର ମଧ୍ୟବର୍ତ୍ତୀ ଦୂରତା, ଉକ୍ତ ବୃତ୍ତଦ୍ବୟର ବ୍ୟାସାର୍ଦ୍ଧର ସମଷ୍ଟି ସହ ସମାନ ।
ଅନୁସିଦ୍ଧାନ୍ତ 2 : ଦୁଇଟି ଅନ୍ତଃସ୍ପର୍ଶୀ ବୃତ୍ତର କେନ୍ଦ୍ରତ୍ୱୟର ମଧ୍ୟବର୍ତ୍ତୀ ଦୂରତା ଉକ୍ତ ବୃତ୍ତଦ୍ଵୟର ବ୍ୟାସାର୍ଦ୍ଧର ଅନ୍ତର ସହ ସମାନ ।

BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(d)

Odisha State Board BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(d) Textbook Exercise Questions and Answers.

BSE Odisha Class 10 Maths Solutions Geometry Chapter 5 ପରିମିତି Ex 5(d)

Question 1.
ଗୋଟିଏ ସରଳ ପ୍ରିଜିମ୍ ର ସମଗ୍ର ପୃଷ୍ଠତଳର କ୍ଷେତ୍ରଫଳ 2520 ବର୍ଗମିଟର । ଏହାର ତ୍ରିଭୁଜାକାର ଆଧାରର ବହୁମାନକର ଦେଶ୍ୟ 20 ମି., 21 ମି. ଓ 29 ମି. ହେଲେ, ଆୟତନ ମିଶ କର |
Solution:
ତ୍ରିଭୁଜାକାର ଭୂମିବିଶିଷ୍ଟ ପ୍ରିଜିମ୍‌ର ଭୂମିର ବାହୁତ୍ରୟର ଦୈର୍ଘ୍ୟ 20 ମି., 21 ମି. ଓ 29 ମି. ।
∵ 202 + 212 = 292 ⇒ ପ୍ରିଜିମ୍‌ର ଭୂମି ଏକ ସମକୋଣୀ ତ୍ରିଭୁଜ ।
∴ ପ୍ରିଜିମ୍‌ର ଭୂମିର କ୍ଷେତ୍ରଫଳ = \(\frac { 1 }{ 2 }\) × 20 × 21 = 210 ବଗମି.
ମନେକର ପ୍ରିଜିମ୍ର ଉଚ୍ଚତା = h ମି.
ପ୍ରିଜିମ୍ର ସମଗ୍ରପୃଷ୍ଠତଳର କ୍ଷେତ୍ରଫଳ = ଭୂମିର ପରିସୀମା × ଉଚ୍ଚତା + 2 × ଭୂମିର କ୍ଷେତ୍ରଫଳ
= (20 + 21 + 29) × h + 2 × 210 = (70 h + 420) ବଗମି.
ପଣାକୁପାରେ, 70h + 420 = 2500
⇒ 70h = 2520 – 420 ⇒ 70h = 2100 ⇒ h = \(\frac { 2100 }{ 70 }\) = 30 ମି.
∴ ପ୍ରିଜିମୂର ଆୟତନ = ଭୂମିର କ୍ଷେତ୍ରଫଳ × ଉଚ୍ଚତା = 210 × 30 ଘନ ମି. = 6300 ଘନ ମି.

BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(d)

Question 2.
ଗୋଟିଏ ସରଳ ପ୍ରିଜିମୂର ଭୂମି, 8√2 ସେ.ମି. ଦୀର୍ଘ କଣ୍ଠ ବିଶିଷ୍ଟ ସମକୋଣୀ ସମଦ୍ବିବାହୁ ତ୍ରିଭୁଜ । ଉଚ୍ଚତା 14 ସେ.ମି. ହେଲେ ଆୟତନ ନିର୍ଣ୍ଣୟ କର ।
Solution:
ସରଳ ପ୍ରିଜିମ୍‌ର ଆଧାର ଗୋଟିଏ ସମକୋଣୀ ସମଦ୍ବିବାହୁ ତ୍ରିଭୁଜ ।
ଏହି ତ୍ରିଭୁଜର କର୍ପୂର ଦୈର୍ଘ୍ୟ = 8√2 ସେ.ମି., ପ୍ରିଜିମ୍‌ର ଉଚ୍ଚତା (h) = 14 ସେ.ମି.
ତେବେ ତ୍ରିଭୁଜର ସମାନ ବାହୁର ଦୈର୍ଘ୍ୟ = \(\frac{8 \sqrt{2}}{\sqrt{2}}\) = 8 ସେ.ମି.
ପ୍ରିଜିମୂର ଭୂମିର କ୍ଷେତ୍ରଫଳ = \(\frac { 1 }{ 2 }\) × 8 × 8 ସେ.ମି. = 32 ବ ସେ.ମି.
∴ ପ୍ରିଜିମ୍ର ଆୟତନ = ଭୂମିର କ୍ଷେତ୍ରଫଳ × ଉଚ୍ଚତା = (32 × 14) ଘନ ସେ.ମି. = 448 ଘନ ସେ.ମି.

Question 3.
ଗୋଟିଏ ସରଳ ପ୍ରିଜିମୂର ଆୟତନ 2520 ଘନ ମିଟର । ଏହାର ଆଧାର ଗୋଟିଏ ସମକୋଣୀ ତ୍ରିଭୁଜ ଯାହାର ସମକୋଣ ସଂଲଗ୍ନ ବାହୁଦ୍ୱୟର ଦୈର୍ଘ୍ୟ 7 ମି. ଓ 24 ମି. । ପ୍ରିଜିମ୍ବର ଉଚ୍ଚତା ଓ ପାର୍ଶ୍ଵପୃଷ୍ଠତଳର କ୍ଷେତ୍ରଫଳ ସ୍ଥିର କର ।
Solution:
ସରଳ ପ୍ରିଜିମ୍ବର ଆଧାର ଗୋଟିଏ ସମକୋଣୀ ତ୍ରିଭୁଜ । ଏହି ତ୍ରିଭୁଜର ସମକୋଣ ସଂଲଗ୍ନ ବାହୁଦ୍ୱୟର ଦୈର୍ଘ୍ୟ 7ମି. ଓ 24 ମି. |
କର୍ଣ୍ଣର ଦୈର୍ଘ୍ୟ = \(\sqrt{7^2+24^2}\) = \(\sqrt{49+576}\) = \(\sqrt{625}\) = 25 ମି.
∴ ପ୍ରିଜିମ୍‌ର ଭୂମିର କ୍ଷେତ୍ରଫଳ = \(\frac { 1 }{ 2 }\) × 7 × 24 = 84 ବ.ମି.
ପ୍ରିଲିମର ରଳତା = ପ୍ରିଲିମ୍ଭ ଆୟତନ / କୁମିତ ଯେତ୍ରଫଳ = \(\frac { 2520 }{ 84 }\) ମି. = 30 ମି.
∴ ପ୍ରିଜମ୍‌ର ପାର୍ଶ୍ଵପୃଷ୍ଠତଳର କ୍ଷେତ୍ରଫଳ = ଭୂମିର ପରିସୀମା × ଉଚ୍ଚତା
= (7 +24 + 25) × 30 = 56 × 30 = 1680 ବ.ମି.

Question 4.
15 ସେ.ମି. ଉଚ୍ଚ ଗୋଟିଏ ସରଳ ପ୍ରିଜିମ୍‌ ଆଧାର ଗୋଟିଏ ସମକୋଣୀ ତ୍ରିଭୁଜ ଯାହାର କଣ୍ଠର ଦୈର୍ଘ୍ୟ 10 ସେ.ମି., ଆୟତନ 360 ଘନ ସେ.ମି. ହେଲେ ଆଧାରର ଅନ୍ୟ ବାହୁଦ୍ୱୟର ଦୈର୍ଘ୍ୟ ନିର୍ଣ୍ଣୟ କର ।
Solution:
ପ୍ରିଜିମ୍‌ ଆଧାର ଏକ ସମକୋଣୀ ତ୍ରିଭୁଜ । ମନେକର ଆଧାରର ଅନ୍ୟ ବାହୁଦ୍ୱୟର ଦୈର୍ଘ୍ୟ a ସେ.ମି. ଓ b ସେ.ମି. |
ତ୍ରିଭୁଜର କର୍ପୂର ଦୈର୍ଘ୍ୟ = 10 ସେ.ମି. ।
∴ a2 + b2 = 102 ⇒ a2 + b2 = 100
ପ୍ରିଜିମ୍‌ର ଭୂମିର କ୍ଷେତ୍ରଫଳ = \(\frac { 1 }{ 2 }\) ab ବ. ସେ.ମି.
∴ ପ୍ରିଜିମ୍‌ର ଭୂମିର କ୍ଷେତ୍ରଫଳ = ଆୟତନ / ଭଳତା = \(\frac { 360 }{ 15 }\) = 24 ବ. ସେ.ମି.
∴ \(\frac { 1 }{ 2 }\) ab = 24 ⇒ ab = 48
(a + b)2 = a2 + b2 + 2ab ⇒ (a + b)2 = 100 + 2 × 48 = 196
⇒ a + b = √196 ⇒ a + b = 14
ସେହିପରି (a – b)2 = a2 + b2 – 2ab ⇒ (a−b)2 = 100 – 2 × 48
⇒ (a – b)2 ⇒ 4 a – b = 2
(i) ଓ (ii) କୁ ଯୋଗକଲେ, 2a = 16 ⇒ a = 8 ସେ.ମି.
∴b = 14 – 8 = 6 ସେ.ମି.
∴ ଆଧାରର ଅନ୍ୟ ବାହୁଦ୍ୱୟର ଦୈର୍ଘ୍ୟ 8 ସେ.ମି. ଓ 6 ସେ.ମି. ।

Question 5.
ଗୋଟିଏ ସରଳ ପ୍ରିଜିମ୍‌ର ପାର୍ଶ୍ଵତଳର କ୍ଷେତ୍ରଫଳ, ସମଗ୍ର ପୃଷ୍ଠତଳର କ୍ଷେତ୍ରଫଳର \(\frac { 8 }{ 9 }\) କ୍ଷେତ୍ରଫଳ 96 ବର୍ଗମିଟର ଏବଂ ଆୟତନ 48 ଘନ ମିଟର ହେଲେ ଉଚ୍ଚତା ନିର୍ଣ୍ଣୟ କର ।
Solution:
ପ୍ରିଜିମ୍‌ର ପାର୍ଶ୍ଵତଳର କ୍ଷେତ୍ରଫଳ = 9 ବ.ମି.
∴ସମଗ୍ରପୃଷ୍ଠତଳର କ୍ଷେତ୍ରଫଳ = 96 × \(\frac { 9 }{ 8 }\) = 108 ବ.ମି.
⇒ ପାର୍ଶ୍ଵପୃଷ୍ଠତଳର କ୍ଷେତ୍ରଫଳ + 2 × ଭୂମିର କ୍ଷେତ୍ରଫଳ = 108 ବ.ମି.
⇒ 96 + 2 × ଭୂମିର କ୍ଷେତ୍ରଫଳ = 108 ବ.ମି. ⇒ 2 × ଭୂମିର କ୍ଷେତ୍ରଫଳ = 108 – 96 = 12 ବ.ମି.
⇒ ଭୂମିର କ୍ଷେତ୍ରଫଳ = \(\frac { 12 }{ 2 }\) ବ.ମି. = 6 ବ.ମି. |
⇒ ପ୍ରିଜିମ୍‌ର ଆୟତନ = 48 ଘନ ମି.
∴ ପ୍ରିଜିମ୍‌ର ଉଚ୍ଚତା = ଆୟତନ / ଭୂମିର କ୍ଷେତ୍ରଫଳ = \(\frac { 48 }{ 6 }\) ମି. = 8 ମି.

Question 6.
ଗୋଟିଏ ସରଳ ପ୍ରିଜିମ୍‌ର ଆଧାର ପରିସୀମା 56 ମିଟର । ପାର୍ଶ୍ଵପୃଷ୍ଠତଳର କ୍ଷେତ୍ରଫଳ 1680 ବର୍ଗମିଟର ଏବଂ ଆୟତନ 2520 ଘନମିଟର ହେଲେ ଆଧାରର କ୍ଷେତ୍ରଫଳ ନିର୍ଣ୍ଣୟ କର ।
Solution:
ସରଳ ପ୍ରିଜିମ୍‌ର ଆଧାରର ପରିସୀମା = 56 ମି. । ପ୍ରିଜିମ୍‌ର ପାର୍ଶ୍ଵପୃଷ୍ଠତଳର କ୍ଷେତ୍ରଫଳ = 1680 ବ.ମି.
ଆଧାରର ପରିସୀମା × ଉଚ୍ଚତା = 1680 ବ.ମି.
⇒ ଉଚ୍ଚତା = \(\frac { 1680 }{ 56 }\) ମି. = 30 ମି.
ପ୍ରିଜିମ୍‌ର ଶଳତା = 30 ମି. | ପ୍ରିଜିମ୍‌ର ଆଧାରର = 2520ଘ.ମି.
⇒ ଆଧାରର କ୍ଷେତ୍ରଫଳ × ଉଚ୍ଚତା = 2520 ଘ.ମି.
⇒ ଆଧାରର କ୍ଷେତ୍ରଫଳ = \(\frac { 2520 }{ 30 }\) ବ.ମି. = 84 ବ.ମି.
∴ ପ୍ରିଜିମ୍‌ର ଆଧାରର କ୍ଷେତ୍ରଫଳ 84 ବର୍ଗମିଟର ।

Question 7.
ଗୋଟିଏ ସରଳ ପ୍ରିଜିମ୍‌ ଆୟତନ 84√3 ଘ. ସେ.ମି. । ଉଚ୍ଚତା 7 ସେ.ମି. ଏବଂ ଆଧାର ଏକ ସମବାହୁ ତ୍ରିଭୁଜ ହେଲେ ଆଧାରର ପ୍ରତ୍ୟେକ ବାହୁର ଦୈର୍ଘ୍ୟ ନିର୍ଣ୍ଣୟ କର ।
Solution:
ପ୍ରିଜିମ୍‌ର ଉଚ୍ଚତା = 7 ସେ.ମି. ।
ପ୍ରିଜିମ୍ବର ଆୟତନ = 84√3 ଘ. ସେ.ମି.
ଆଧାରର କ୍ଷେତ୍ରଫଳ × ଉଚ୍ଚତା = 84√3 ଘ. ସେ.ମି.
⇒ ଆଧାରର କ୍ଷେତ୍ରଫଳ = \(\frac{84 \sqrt{3}}{7}\) = 12√3 ବ. ସେ.ମି.
ସରଳ ପ୍ରିଜିମ୍‌ର ଆଧାର ଏକ ସମବାହୁ ତ୍ରିଭୁଜ । ମନେକର ତ୍ରିଭୁଜର ବାହୁର ଦୈର୍ଘ୍ୟ a ସେ.ମି. ।
∴ ଆଧାରର କ୍ଷେତ୍ରଫଳ = \(\frac{\sqrt{3}}{4}\)a2 ବ. ସେ.ମି. |
ପାର୍ଶ୍ଵପୃଷ୍ଠତଳର, \(\frac{\sqrt{3}}{4}\)a2 = 12√3 ⇒ a2 = 12√3 × \(\frac{4}{\sqrt{3}}\) = 48 = a = √48 = 4√3 ସେ.ମି.
∴ ଆଧାରର ପ୍ରତ୍ୟେକ ବାହୁର ଦୈର୍ଘ୍ୟ 4√3 ସେ.ମି. ।

BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(d)

Question 8.
ଗୋଟିଏ ସରଳ ପ୍ରିଜିମ୍ବର ଉଚ୍ଚତା 336 ସେ.ମି. । ଏହାର ଭୂମିର ବାହୁମାନଙ୍କର ଦୈର୍ଘ୍ୟ 21 ସେ.ମି., 72 ସେ.ମି.,ଓ 75 ସେ.ମି. । 288 ସେ.ମି. ଉଚ୍ଚତା ଏବଂ 42√2 ସେ.ମି. ଦୀର୍ଘ କଣ୍ଠିଥିବା ସମକୋଣୀ ତ୍ରିଭୁଜାକାର ଭୂମି ବିଶିଷ୍ଟ ଅନ୍ୟ ଏକ ସରଳ ପ୍ରିଜିମ୍‌ ଘନଫଳ ଯଦି ଏହି ପ୍ରିଜିମ୍‌ର ଘନଫଳ ସହିତ ସମାନ ହୁଏ, ତେବେ ଭୂମିର ବାହୁମାନଙ୍କର ଦୈର୍ଘ୍ୟ ନିର୍ଣ୍ଣୟ କର ।
Solution:
ପ୍ରଥମ ତ୍ରିଭୁଜାକାର ଭୂମିବିଶିଷ୍ଟ ପ୍ରିଜିମୂର ଭୂମିର ବାହୁତ୍ରୟର ଦୈର୍ଘ୍ୟ 21 ସେ.ମି., 72 ସେ.ମି. ଓ 75 ସେ.ମି. ।
ଏଠାରେ 212 + 722 = 752 ⇒ ପ୍ରିଜିମ୍‌ ଭୂମି ଏକ ସମକୋଣୀ ତ୍ରିଭୁଜ ।
ପ୍ରିଜିମ୍‌ର ଭୂମିର କ୍ଷେତ୍ରଫଳ \(\frac{1}{2}\) = × 21× 72 = 756 ବ. ସେ.ମି. |
ପ୍ରଥମ ପ୍ରିଜିମ୍ବର ଆୟତନ = ଭୂମିର କ୍ଷେତ୍ରଫଳ × ଉଚ୍ଚତା = 756 × 336 = 254016 ଘ. ସେ.ମି.
ମନେକର ଦ୍ୱିତୀୟ ସମକୋଣୀ ତ୍ରିଭୁଜାକାର ଭୂମିର ବାହୁଦ୍ୱୟର ଦୈର୍ଘ୍ୟ a ସେ.ମି. ଓ b ସେ.ମି. ।
ତ୍ରିକୁଲାର କାଣ୍ଡର ଦେଶ୍ୟ = 42√2 ସେ.ମି. a2 + b2 = (42√2)2 ⇒ a2 + b2 = 3528
ପ୍ରିଜିମ୍‌ର ଭୂମିର କ୍ଷେତ୍ରଫଳ = \(\frac{1}{2}\)ab ବ.ସେ.ମି.
ପ୍ରଶ୍ନନୁସାରେ, ଦ୍ୱିତୀୟ ପ୍ରିଜିମ୍‌ ଆୟତନ = ପ୍ରଥମ ପ୍ରିଜିମୂର ଆୟତନ = 254016 ବ.ସେ.ମି. ଓ ଉଚ୍ଚତା = 288 ସେ.ମି.
କମିର ଯେତ୍ରଫଳ = ଆୟତନ / ଭଲଭା = \(\frac{254016}{288}\) = 882 ବ. ସେ.ମି. |
∴ \(\frac{1}{2}\)ab = 882 ⇒ ab = 1764
(a + b)2 = a2 + b2 +2ab ⇒ (a + b)2 = 3528 + 2 × 1764 = 3528 + 3528
⇒ (a+b)2 = 7056 ⇒ a+ b = 84 …(i)
ସେହିପରି (a – b)2 = a2 + b2 – 2ab ⇒ (a – b)2 = 3528 – 2 × 1764
⇒ (a – b)2 = 0 ⇒ a – b = 0 …(ii)
(i) ଓ (ii)ରୁ 2a = 84 ⇒ a = 42
∴ b = 84 – 42 = 42
∴ କମିର ଯେତ୍ରଫଳ ଦେଶ୍ୟ 42 ସେ.ମି. ଓ 42 ସେ.ମି. ।

Question 9.
8√3 ମିଟର ଉଚ୍ଚତା ବିଶିଷ୍ଟ ଗୋଟିଏ ସରଳ ପ୍ରିଜିମ୍ର ଭୂମି ଗୋଟିଏ ସମବାହୁ ତ୍ରିଭୁଜ । ଏହି ପ୍ରିଜିମୂର ଆୟତନ 864 ଘନମିଟର ହେଲେ ଏହାର ସମଗ୍ର ପୃଷ୍ଠତଳର କ୍ଷେତ୍ରଫଳ ନିର୍ଣ୍ଣୟ କର ।
Solution:
ପ୍ରିଜିମ୍‌ର ଭୂମି ଏକ ସମବାହୁ ତ୍ରିଭୁଜ ।
ମନେକର ତ୍ରିଭୁଜର ବାହୁର ଦୈର୍ଘ୍ୟ = a ମି. | ∴ ତ୍ରିଭୁଜର କ୍ଷେତ୍ରଫଳ = \(\frac{\sqrt{3}}{4}\)a2 ଦି.ମି.
ପ୍ରିଜିମ୍‌ର ଉଚ୍ଚତା = 8√3 ମି., ଫିଲିମ୍ୟର ଆୟତନ = 864 ମି.ମି.
⇒ ଭୂମିର କ୍ଷେତ୍ରଫଳ × ଉଚ୍ଚତା = 864 ଘ.ମି.
⇒ ଭୂମିର କ୍ଷେତ୍ରଫଳ = \(\frac{864}{8 \sqrt{3}}\) ଦି.ମି. = 36√3 ଦି.ମି.
∴ \(\frac{\sqrt{3}}{4}\)a2 = 36√3 ⇒ a2 = 36 × 4 ⇒ a = 12 ମି.
ଭୂମିର ବାହୁର ଦୈର୍ଘ୍ୟ 12 ମି. ।
ପ୍ରିଜିମୂର ସମଗ୍ର ପୃଷ୍ଠତଳର କ୍ଷେତ୍ରଫଳ = ଭୂମିର ପରିସୀମା × ଉଚ୍ଚତା + 2 × ଭୂମିର କ୍ଷେତ୍ରଫଳ
∴ ପହ କ୍ଷେତ୍ରଫଳ = (12 + 12 + 12) × 8√3 + 2 × 36√3 = 288√3 + 72√3 = 360√3 ଜଗ ମିଟର |

Question 10.
4 ମିଟର ବ୍ୟାସ ଓ 9 ମିଟର ଗଭୀର କୂଅଟିଏ ଖୋଳାଯାଇ ସେଥୁରୁ ବାହାରିଥିବା ମାଟିକୁ 12 ମିଟର ବ୍ୟାସର ଏକ ସିଲିଣ୍ଡର ଆକୃତି ବିଶିଷ୍ଟ ସ୍ତୂପରେ ଗଦାକଲେ, ସ୍ତୂପଟିର ଉଚ୍ଚତା କେତେ ହେବ ?
Solution:
କୁଅଟିର ବ୍ୟାସ = 4 ମି. ⇒ ବ୍ୟାସାଦି = r = \(\frac { 4 }{ 2 }\) = 2 ମି.
ଓ ଗଭୀରତା (h) = 9 ମି.
∴ କୁଅରୁ ବାହାରିଥିବା ମାଟିର ଆମଦାନ = πr2h = (\(\frac { 22 }{ 7 }\) × (2)2 × 9) = \(\frac { 22 }{ 7 }\) × 36 ଘ.ମି.
ସ୍ପପର ଦ୍ୟାପ = 12 ମି. ⇒ ବ୍ୟାସାଦି = \(\frac { 12 ମି. }{ 2 }\) = 6 ମି.
ମନେକର ସ୍ତୂପର ଉଚ୍ଚତା h ମି. । ∴ ସ୍ତୂପର ଆୟତନ = \(\frac { 22 }{ 7 }\) × (6)2 × h ଘ.ମି.
ପୂଜାକୁ ପାରେ, \(\frac { 22 }{ 7 }\) × 36 × h = \(\frac { 22 }{ 7 }\) × 36 ⇒ h = 1 ମି.
∴ ସ୍ତୂପଟିର ଉଚ୍ଚତା 1 ମିଟର |

Question 11.
ଗୋଟିଏ ସିଲିଣ୍ଡର ଆକାରର ସ୍ତମ୍ଭ ତିଆରି କରିବାକୁ ପ୍ରତି 100 ଘନ ଡେ.ମି.କୁ 8 ଟଙ୍କା ହିସାବରେ 352 ଟଙ୍କା ଖର୍ଜ ହୁଏ । ସ୍ତମ୍ଭଟିର ଭୂମିର ବ୍ୟାସ 20 ଡେ.ମି. ହେଲେ ଏହାର ଉଚ୍ଚତା ହିସାବ କର । (π ≃ \(\frac { 22 }{ 7 }\))
Solution:
ପ୍ରତି 100 ଘନ ଡେ.ମି.କୁ 8 ଟଙ୍କା ହିସାବରେ 352 ଖର୍ଚ୍ଚ ହେବ = \(\frac { 100 }{ 8 }\) × 352 = 4400 ଘ.ଡେ.ମି.
∴ ସ୍ତମ୍ଭଟିର ଆୟତନ = 4400 ଘ.ଡେ.ମି.
ସ୍ତମ୍ଭଟିର ଭୂମିର ବ୍ୟାସ = 20 ଡେ.ମି. ⇒ ବ୍ୟାସାଦି = \(\frac { 20 }{ 2 }\) = 10 ଡେ.ମି.
ମନେକର ସ୍ତମ୍ଭଟିର ଉଚ୍ଚତା = h ଡେ.ମି.
ସ୍ତମ୍ଭଟିର ଆୟତନ = π × (10)2 h ଘ.ଡେ.ମି. = π × 100h ଘ.ଡେ.ମି.
(∵ ସିଲିଣ୍ଡରାକୃତି ସ୍ତମ୍ଭର ଆକୃତି = ଭୂମିର କ୍ଷେତ୍ରଫଳ × ଉଚ୍ଚତା)
ପୂଜାକୁପାରେ, л × 100h = 4400 ⇒ h = \(\frac { 4400 }{ 100 }\) × \(\frac { 7 }{ 22 }\) = 14 ଡେ.ମି.
∴ ସ୍ତମ୍ଭଟିର ଉଚ୍ଚତା 14 ଡେ.ମି. ।

Question 12.
28 ମିଟର ଉଚ୍ଚ ଗୋଟିଏ ସିଲିଣ୍ଡରର ଆୟତନ 5\(\frac { 1 }{ 2 }\) ମିଟର ଦୀର୍ଘ ବାହୁ ବିଶିଷ୍ଟ ଗୋଟିଏ ସଙ୍ଗେ ସମାନ । ସିଲିଣ୍ଡରର ଭୂମିର ବ୍ୟାସ ନିର୍ଣ୍ଣୟ କର । (π ≃ \(\frac { 22 }{ 7 }\))
Solution:
ଗମଶନାର ବାଦୁଇ ଦେଶ୍ୟ = 5\(\frac { 1 }{ 2 }\) ମି. = \(\frac { 11 }{ 2 }\) ମି. |
ସମଘନର ଆୟତନ = (\(\frac { 11 }{ 2 }\))3 ଘ.ମି.
ମନେକର ସିଲିଣ୍ଡରର ଭୂମିର ବ୍ୟାସାର୍ଦ୍ଧ = r ମି., ସିଲିଣ୍ଡରର ଉଚ୍ଚତା = 28 ମି.
ମିଲିଣ୍ଡରର ଆୟତନ = πr2h = \(\frac { 22 }{ 7 }\) × r2 × 28 ଘ.ମି. = 88r2 ଘ.ମି.
ପୂଜାକୁପାରେ, 88r2 = (\(\frac { 11 }{ 2 }\))3 ⇒ r2 = \(\frac{11 \times 11 \times 11}{8}\)

Question 13.
ଗୋଟିଏ ସିଲିଣ୍ଡରର ଘନଫଳ 9504 ଘନ ସେ.ମି. । ବଜ୍ରପୃଷ୍ଠତଳର କ୍ଷେତ୍ରଫଳ 1584 ବ.ସେ.ମି. । ଏହାର ଉଚ୍ଚତା ନିର୍ଣ୍ଣୟ କର । (π ≃ \(\frac { 22 }{ 7 }\))
Solution:
ମନେକର ସିଲିଣ୍ଡରର ଭୂମିର ବ୍ୟାସାର୍ଦ୍ଧ = r ସେ.ମି. ଓ ଉଚ୍ଚତା = h ସେ.ମି.
∴ ସିଲିଣ୍ଡରର ଆପଣନ = πr2h = 9504 ଘନ ସେ.ମି.
∴ ସିଲିଣ୍ଡରର ବଜ୍ରପୃଷ୍ଠତଳର କ୍ଷେତ୍ରଫଳ = 2πrh = 1584 ବ.ସେ.ମି.
∴ \(\frac{\pi \mathrm{r}^2 \mathrm{~h}}{2 \pi \mathrm{r} h}\) = \(\frac { 9504 }{ 1584 }\) ⇒ \(\frac { r }{ 2 }\) = 6 ⇒ r = 12 ଡେ.ମି.
∴ 2πrh = 1584
⇒ 2 × \(\frac { 22 }{ 7 }\) × 12 × h = 1584 ⇒ h = \(\frac{1584 \times 7}{44 \times 12}\) = 21 ସେ.ମି.
∴ ସିଲିଣ୍ଡରର ଉଚ୍ଚତା 21 ସେ.ମି. ।

Question 14.
ଗୋଟିଏ ସିଲିଣ୍ଡରର ଉଚ୍ଚତା ଭୂମିର ବ୍ୟାସର ଦୁଇଗୁଣ । ଏହାର ଘନଫଳ 539 ଘ.ଡେ.ମି. ହେଲେ ସମଗ୍ର ତ୍ପକତଲଭ ଯେତ୍ତପଳ କେତେ ?
Solution:
ମନେକର ସିଲିଣ୍ଡରର ବ୍ୟାସ = x ଡେ.ମି., ତେବେ ଉଚ୍ଚତା (h) = 2x ଡେ.ମି.
⇒ ବ୍ୟାସାର୍ଦ୍ଧ (r) = \(\frac { x }{ 2 }\) ଡେ.ମି.
ସିଲିଣ୍ଡରର ଆପଣନ = πr2h = \(\frac { 22 }{ 7 }\) × (\(\frac { x }{ 2 }\))2 × 2x = \(\frac { 22 }{ 7 }\) × \(\frac{x^2}{4}\) × 2x = \(\frac{22 x^3}{14}\) ଘ. ସେ.ମି.
ପୂଜାକୁପାରେ, \(\frac{22 x^3}{14}\) = 539 ⇒ x3 = 539 × \(\frac { 14 }{ 22 }\) = 343 ⇒ x = \(\sqrt[3]{343}\) = 7 ସେ.ମି.
∴ ବ୍ୟାସାର୍ଦ୍ଧ = \(\frac { x }{ 2 }\) = \(\frac { 7 }{ 2 }\) ସେ.ମି. ଉଚ୍ଚତା = 2x = 2 x 7 = 14 ସେ.ମି.
ସିଲିଣ୍ଡରର ସମଗ୍ର ପୃଷ୍ଠତଳର କ୍ଷେତ୍ରଫଳ = 2πr (h + r)
∴ ସମଗ୍ର ପୃଷ୍ଠତଳର କ୍ଷେତ୍ରଫଳ = 2 × \(\frac { 22 }{ 7 }\) × \(\frac { 7 }{ 2 }\) (14 + \(\frac { 7 }{ 2 }\)) = 22 (\(\frac { 28 + 7 }{ 2 }\)) = 11 × 35 = 385 ଡେ.ମି.

BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(d)

Question 15.
ଗୋଟିଏ ନିଦା ସମବର୍ଭୁଳର ସମଗ୍ର ପୃଷ୍ଠତଳର କ୍ଷେତ୍ରଫଳ 701\(\frac { 1 }{ 4 }\) ବ.ସେ.ମି. ଓ ବଜ୍ରପୃଷ୍ଠତଳ 528 ବ. ସେ.ମି.
ହେଲେ ଆୟତନ ନିର୍ଣ୍ଣୟ କର ।
ସମାଧାନ : ମନେକର ନିଦା ସମବର୍ଭୁଳର ଭୂମିର ବ୍ୟାସାର୍ଦ୍ଧ = 1 ସେ.ମି. ଓ ଉଚ୍ଚତା = h ସେ.ମି. |
∴ ସମଗ୍ର ପୃଷ୍ଠତଳର କ୍ଷେତ୍ରଫଳ = 2πr (h + r) ବ.ସେ.ମି.
ଓ ବକ୍ରପୃଷ୍ଠତଳର କ୍ଷେତ୍ରଫଳ = 2πrh ବ.ସେ.ମି. = 528 ବ. ସେ.ମି.
ପୂଜାକୁପାରେ, 2πr (h + r) = 701\(\frac { 1 }{ 4 }\) ବ. ସେ.ମି. ବ| \(\frac { 2805 }{ 4 }\) ବ. ସେ.ମି. |
⇒ 2πrh + 2πr2 = \(\frac { 2805 }{ 4 }\) ⇒ 2πr2 = \(\frac { 2805 }{ 4 }\) – 528 = \(\frac{2805-2112}{4}\) = \(\frac { 693 }{ 4 }\)
⇒ 2 × \(\frac { 22 }{ 7 }\) × r2 = \(\frac { 693 }{ 4 }\) ⇒ r2 = \(\frac { 693 }{ 4 }\) × \(\frac{7}{22 \times 2}\) = \(\frac { 441 }{ 16 }\) ⇒ r = \(\sqrt{\frac{441}{16}}\) = \(\frac { 21 }{ 4 }\)
କିନ୍ତୁ ଦଉ 2πrh = 528 ⇒ 2 × \(\frac { 22 }{ 7 }\) × \(\frac { 21 }{ 4 }\) × h = 528 ⇒ h = \(\frac{528 \times 7 \times 4}{2 \times 22 \times 21}\) = 16
⇒ h = 16 ସେ.ମି.
ସମୟକୂଳର ଆୟତନ = πr2h = \(\frac { 22 }{ 7 }\) × (\(\frac { 21 }{ 4 }\))2 × 16 = 1386 ଘ. ସେ.ମି.
∴ ସମୟକୂଳର ଆୟତନ 1386 ଘ. ସେ.ମି. |

Question 16.
ଗୋଟିଏ ସରଳ ବୃତ୍ତଭୂମିକ ସିଲିଣ୍ଡରର ଉଚ୍ଚତା ଓ ବ୍ୟାସର ଅନୁପାତ 3 : 2। ଏହାର ସମଗ୍ର ପୃଷ୍ଠତଳର କ୍ଷେତ୍ରଫଳ 1232 ବ.ସେ.ମି. ହେଲେ ଏହାର ଘନଫଳ ନିଶ୍ଚୟ କର । (π ≃ \(\frac { 22 }{ 7 }\))
Solution:
ମନେକର ପଲିପ୍ରହର କଳତା = 3x ସେ.ମି. ଓ ବ୍ୟାସ = 2x ସେ.ମି.
⇒ ସିଲିଣ୍ଡରର ବ୍ୟାସାର୍ଦ୍ଧ = \(\frac { 2x }{ 2 }\) = x ସେ.ମି.
∴ ସିଲିଣ୍ଡରର ସମଗ୍ର ପୃଷ୍ଠତଳର କ୍ଷେତ୍ରଫଳ = 2πr (h + r)
= 2 × \(\frac { 22 }{ 7 }\) × x (3x + x) = \(\frac { 44 }{ 7 }\) × 4x2 ବ. ସେ.ମି.
ପ୍ରଶାନୁସାରେ, \(\frac { 44 }{ 7 }\) × 4x2 = 1232
⇒ x2 = 1232 × \(\frac { 7 }{ 44 }\) × \(\frac { 1 }{ 4 }\) = 49 ⇒ x = √49 = 7 ସେ.ମି.
⇒ ସିଲିଣ୍ଡରର କଳତା = 3x = 3 × 7 = 21 ସେ.ମି. ଓ ବୃତ୍ତଭୂମିକ = 7 ସେ.ମି.
∴ ସିଲିଣ୍ଡରର ଘନଫଳ = πr2h = \(\frac { 22 }{ 7 }\) × 7 × 7 × 21 = 3234 ସେ.ମି.

Question 17.
ଉଭୟ ପ୍ରାନ୍ତ ବନ୍ଦ ହୋଇଥିବା ଗୋଟିଏ ଫମ୍ପା ସିଲିଣ୍ଡରରେ ବ୍ୟବହୃତ ଧାତୁର ଘନଫଳ 4928 ଘ.ସେ.ମି. ଏବଂ ଏହାର ପୃଷ୍ଠତଳଦ୍ୱୟର କ୍ଷେତ୍ରଫଳର ଅନ୍ତର 352 ବ.ସେ.ମି. । ସିଲିଣ୍ଡରର ଉଚ୍ଚତା 28 ସେ.ମି. ହେଲେ, ଏହାର ଭିତର ଓ ବାହାର ବ୍ୟାସାର୍ଦ୍ଧ କେତେ ? (π ≃ \(\frac { 22 }{ 7 }\))
Solution:
ମନେକର ସିଲିଣ୍ଡରର ବହିଃ ଏବଂ ଅନ୍ତଃବ୍ୟାସାର୍ଦ୍ଧ ଦ୍ବୟ ଯଥାକ୍ରମେ R ସେ.ମି. ଏବଂ r ସେ.ମି. ।
ପ୍ରଶ୍ନନୁସାରେ, ଧାତୁର ଘନଫଳ = 4928 .60..
⇒ лR2h – лr2h = 4928 ⇒ лh (R2 – r2) = 4928
⇒ \(\frac { 22 }{ 7 }\) × 28 (R2 – r2) = 4928
⇒ R2 – r2 = 56 … (i)
BSE Odisha 10th Class Maths Solutions Geometry Chapter 5 Img 1
ପୁନଶ୍ଚ, ପାର୍ଶ୍ଵପୃଷ୍ଠତଳଦ୍ୱୟର କ୍ଷେତ୍ରଫଳର ଅନ୍ତର 352 ବ.ସେ.ମି. ।
⇒ 2лRh – 2лгh = 352 ⇒ 2лh (R − r) = 352
⇒ 2 × \(\frac { 22 }{ 7 }\) × 28 (R – r) = 352 ⇒ R – r = \(\frac{352 \times 7}{2 \times 22 \times 28}\) = 2
⇒ R – r = 2 …(ii)
(i) ରୁ ପାଇବା (R + r)(R – r) = 56 ⇒ (R + r) × 2 = 56
⇒ R – r = 28 …(iii)
(i) ଓ (iii) ରୁ ପାଇବା 2R = 30 ⇒ R = 15 ସେ.ମି.
ଏବଂ r = 13 ସେ.ମି.
∴ ଫମ୍ପା ସିଲିଣ୍ଡରର ଭିତର ବ୍ୟାସାର୍ଦ୍ଧ ।3 ସେ.ମି. ଓ ବାହାର ବ୍ୟାସାର୍ଦ୍ଧ 15 ସେ.ମି. |

BSE Odisha 10th Class Maths Notes Geometry Chapter 5 ପରିମିତି

Odisha State Board BSE Odisha 10th Class Maths Notes Geometry Chapter 5 ପରିମିତି will enable students to study smartly.

BSE Odisha Class 10 Maths Notes Geometry Chapter 5 ପରିମିତି

→ ବୃତ୍ତର ପରିଧ୍ (Circumference of circle):
ବୃତ୍ତର ପରିସୀମାକୁ ବୃତ୍ତର ପରିସ୍ କୁହାଯାଏ ।
ବ୍ୟାସାର୍ଷକୁ ଯଥାକ୍ରମେ c, d ଓ r ଏକକ ରୂପେ ସୂଚିତ କରାଯାଏ ।
ବୃତ୍ତର ପରିସ୍ ଓ ବୃତ୍ତର ବ୍ୟାସର ଅନୁପାତ ସର୍ବଦା ଏକ ସ୍ଥିରାଙ୍କ । ଉକ୍ତ ସ୍ଥିରାଙ୍କ π ଯାହାକୁ Johann Lambert ଏକ ଅପରିମେୟ ସଂଖ୍ୟାର ଆଖ୍ୟା ଦେଇଥିଲେ ।
BSE Odisha 10th Class Maths Notes Geometry Chapter 5 ପରିମିତି - 1
ବୃତ୍ତର ପରିସ୍ = πd, ଆମେ ଜାଣୁ d = 2r (r = ବୃତ୍ତର ବ୍ୟାସାର୍ଦ୍ଧ)
ବୃତ୍ତର ପରିଧ୍ (c) = π.2r = 2πr

BSE Odisha 10th Class Maths Notes Geometry Chapter 5 ପରିମିତି

→ ବୃତ୍ତର ଚାପର ଦୈର୍ଘ୍ୟ (Length of an arc)
BSE Odisha 10th Class Maths Notes Geometry Chapter 5 ପରିମିତି - 2

ଅର୍ଥବୃତ୍ତର ପରିଧ୍ = πr
ଅର୍ଥବୃତ୍ତର ପରିସୀମା = πr + 2r
BSE Odisha 10th Class Maths Notes Geometry Chapter 5 ପରିମିତି - 3
ଅର୍ଥବୃତ୍ତର ପରିସୀମା :
ଚିତ୍ର (a)ରେ OAXB ବୃତ୍ତକଳାର ପରିସୀମା = OA+OB+ \(\widehat{\mathbf{A X B}}\) ର ଦୈର୍ଘ୍ୟ
= 2OA + \(\widehat{\mathbf{A X B}}\)ର ଦୈର୍ଘ୍ୟ = (2r + l) ଏକକ ।

→ ବୃତ୍ତର କ୍ଷେତ୍ରଫଳ (Area of a Circle) :
ବୃତ୍ତର କ୍ଷେତ୍ରଫଳ A ଏବଂ ବ୍ୟାସାର୍ଦ୍ଧ r ଏକକ ଦ୍ବାରା ସୂଚିତ ହେଲେ
A = πr² ବର୍ଗ ଏକକ

BSE Odisha 10th Class Maths Notes Geometry Chapter 5 ପରିମିତି

→ ବୃତ୍ତୀୟ ବଳୟର କ୍ଷେତ୍ରଫଳ (Area of a circular annulus) :
ବଳୟର କ୍ଷେତ୍ରଫଳ = ବାହାର ବୃତ୍ତର କ୍ଷେତ୍ରଫଳ – ଭିତର ବୃତ୍ତର କ୍ଷେତ୍ରଫଳ
ଯଦି ବହିଃବୃତ୍ତର ବ୍ୟାସାର୍ଦ୍ଧ OA = R ଏକକ ଏବଂ ଅନ୍ତଃବ୍ୟାସାର୍ଦ୍ଧ OB = r ଏକକ ହୁଏ,
ବୃତ୍ତୀୟ ବଳୟର କ୍ଷେତ୍ରଫଳ = π( R² – r²) ବର୍ଗ ଏକକ

→ ବୃତ୍ତକଳାର କ୍ଷେତ୍ରଫଳ (Area of a sectorial region) :
(i) ବୃତ୍ତକଳାର କ୍ଷେତ୍ରଫଳ = \(\frac{1}{2}\) × ବୃତ୍ତକଳାର ଚାପର ଦୈର୍ଘ୍ୟ × ବ୍ୟାପଦ୍ଧ
ବୃତ୍ତକଳାର କ୍ଷେତ୍ରଫଳ = \(\frac{1}{2}\) lr ବର୍ଗ ଏକକ

(ii) ବୃତ୍ତକଳାର ଚାପଟିର ଡିଗ୍ରୀ ପରିମାପ θ° ଏବଂ ବୃତ୍ତର ଡିଗ୍ରୀ ପରିମାପ 360° ହେଲେ ବୃତ୍ତକଳାର କ୍ଷେତ୍ରଫଳ
BSE Odisha 10th Class Maths Notes Geometry Chapter 5 ପରିମିତି - 4
ଦୁଇଟି ଏକକେନ୍ଦ୍ରୀକ ବୃତ୍ତକଳାଦ୍ୱୟର କ୍ଷେତ୍ରଫଳର ଅନ୍ତର = \(\frac{1}{2}\) × ବ୍ୟାସାର୍ଷଦ୍ୱୟର ଅନ୍ତର × ଚାପଦ୍ଵୟର
ସମଷ୍ଟି = \(\frac{1}{2}\) × ବ୍ୟାସାର୍ଷଦ୍ବୟର ସମଷ୍ଟି × ଚାପଦ୍ବୟର ଅନ୍ତର
ଯଦି ଏକକେନ୍ଦ୍ରୀକ ବୃତ୍ତକଳାଦ୍ୱୟର ବ୍ୟାସାର୍ଷଦ୍ବୟର R ଓ r ଏକକ ଏବଂ ଚାପଦ୍ଵୟ ଯଥାକ୍ରମେ L ଓ l ଏକକ ହୁଏ, ତେବେ
ବୃତ୍ତକଳାଦ୍ୱୟର କ୍ଷେତ୍ରଫଳର ଅନ୍ତର = \(\frac{1}{2}\) (R – r) (L + l) ବା \(\frac{1}{2}\) (R + r) (L – l)

BSE Odisha 10th Class Maths Notes Geometry Chapter 5 ପରିମିତି

→ ବୃତ୍ତଖଣ୍ଡର କ୍ଷେତ୍ରଫଳ (Area of a sectorial region) :
AXBA ବୃତ୍ତଖଣ୍ଡର କ୍ଷେତ୍ରଫଳ = OAXB ବୃତ୍ତକଳାର କ୍ଷେତ୍ରଫଳ – ∆ OAB ର କ୍ଷେତ୍ରଫଳ
ବୃହତ୍ ବୃତ୍ତଖଣ୍ଡ AYBAର କ୍ଷେତ୍ରଫଳ = ବୃତ୍ତର କ୍ଷେତ୍ରଫଳ – କ୍ଷୁଦ୍ର ବୃତ୍ତଖଣ୍ଡର AXBAର କ୍ଷେତ୍ରଫଳ ।
BSE Odisha 10th Class Maths Notes Geometry Chapter 5 ପରିମିତି - 5

→ ପ୍ରିଜିମ୍ବର ପୃଷ୍ଟତଳର କ୍ଷେତ୍ରଫଳ (Surface Area of a Prism) :
ଏହା ଏକ ତ୍ରିଭୁଜାକାର ଆଧାର ବିଶିଷ୍ଟ ସରଳ ପ୍ରିଜିମ୍ ଯାହାର ଭୂମି ଓ ଶୀର୍ଷତଳଦ୍ଵୟ ତ୍ରିଭୁଜାକାର କ୍ଷେତ୍ର ଓ ପାର୍ଶ୍ଵତଳ ତ୍ରୟ ଆୟତକ୍ଷେତ୍ର ।

  • ପ୍ରିଜିମ୍‌ର ପାର୍ଶ୍ଵତଳର କ୍ଷେତ୍ରଫଳ = ଆଧାରର ପରିସୀମା × ଉଚ୍ଚତା
  • ପ୍ରିଜିମୂର ସମଗ୍ର ପୃଷ୍ପତଳର କ୍ଷେତ୍ରଫଳ = ପାର୍ଶ୍ଵପୃଷ୍ଠତଳର କ୍ଷେତ୍ରଫଳ + 2 × ଆଧାରର କ୍ଷେତ୍ରଫଳ ।

→ ବୃତ୍ତଭୂମିକ ନିଦା ସରଳ ସିଲିଣ୍ଡର (ସମବର୍ଭୁଳ)ର ପୃଷ୍ଠତଳର କ୍ଷେତ୍ରଫଳ (Curved surface area of a right circular solid cylinder):
ନିଦା ସିଲିଣ୍ଡରର ଭୂମିର ବ୍ୟାସାର୍ଦ୍ଧ r ଏକକ ଓ ଉଚ୍ଚତା h ଏକକ ହେଲେ
(i) ସିଲିଣ୍ଡରର ପାର୍ଶ୍ଵପୃଷ୍ଠତଳ ବା ବଜ୍ରପୃଷ୍ଠତଳର କ୍ଷେତ୍ରଫଳ = ସିଲିଣ୍ଡରର ଆଧାରର ପରିଧ୍ × ଉଚ୍ଚତା
= 2лrh ବର୍ଗ ଏକକ

(ii) ସିଲିଣ୍ଡରର ସମଗ୍ର ପୃଷ୍ଠତଳର କ୍ଷେତ୍ରଫଳ = = ବକ୍ର ପୃଷ୍ଠତଳର କ୍ଷେତ୍ରଫଳ + 2 × ଆଧାରର କ୍ଷେତ୍ରଫଳ
= 2xrh + 2πr² = 2πr (h + r) ବର୍ଗ ଏକକ

→ ବୃତ୍ତୀୟ ବଳୟଭୂମିକ ଫମ୍ପା ସରଳ ସିଲିଣ୍ଡରର ପୃଷ୍ଠତଳର କ୍ଷେତ୍ରଫଳ (Surface area of a right circular cylinder) :
ଫମ୍ପା ସିଲିଣ୍ଡରର ଅନ୍ତଃବ୍ୟାସାର୍ଦ୍ଧ r ଏକକ, ବହିଃବ୍ୟାସାର୍ଦ୍ଧ R ଏକକ ଓ ଉଚ୍ଚତା h ଏକକ ହେଲେ
(i) ଫମ୍ପା ସିଲିଣ୍ଡରର ବହିଃପୃଷ୍ଠତଳର କ୍ଷେତ୍ରଫଳ = 2πRh ବର୍ଗ ଏକକ
(ii) ଫମ୍ପା ସିଲିଣ୍ଡରର ଅନ୍ତଃପୃଷ୍ଠତଳର କ୍ଷେତ୍ରଫଳ = 2πrh ବର୍ଗ ଏକକ
(iii) ଫମ୍ପା ସିଲିଣ୍ଡରର ପାର୍ଶ୍ଵପୃଷ୍ଠତଳର କ୍ଷେତ୍ରଫଳ = 2πRh + 2πrh = 2π(R + r) h ବର୍ଗ ଏକକ
(iv) ଫମ୍ପା ସିଲିଣ୍ଡରର ସମଗ୍ର ପୃଷ୍ଠତଳର କ୍ଷେତ୍ରଫଳ = : ପାର୍ଶ୍ଵପୃଷ୍ଠତଳର କ୍ଷେତ୍ରଫଳ + 2 × ଆଧାରର କ୍ଷେତ୍ରଫଳ
=2л(R + r) h + 2л(R² – r²) = 2л(R + r) [h+ (R – r)]
= 2л(R + r)(h + t) ବର୍ଗ ଏକକ [ବେଧ (t) = R – r]

BSE Odisha 10th Class Maths Notes Geometry Chapter 6 ଅଙ୍କନ

Odisha State Board BSE Odisha 10th Class Maths Notes Geometry Chapter 6 ଅଙ୍କନ will enable students to study smartly.

BSE Odisha Class 10 Maths Notes Geometry Chapter 6 ଅଙ୍କନ

→ ଉପକ୍ରମଣିକା (Introduction) :

  • ଅଙ୍କନ ପାଇଁ ବିଶ୍ଳେଷଣ ଚିତ୍ରର ସାହାଯ୍ୟ ନିଆଯାଇଥାଏ । କାରଣ ଅଙ୍କନ ପ୍ରଣାଳୀର ସୋପାନଗୁଡ଼ିକ ସେଥୁରୁ ସ୍ପଷ୍ଟ ଜଣାପଡ଼ିଯାଇଥାଏ ।
  • ପରୀକ୍ଷା ଖାତାରେ ଅଙ୍କନ କଲାବେଳେ ବିଶ୍ଳେଷଣ ତଥ୍ୟ ଅଙ୍କନ ପ୍ରଣାଳୀଗୁଡ଼ିକ ଲେଖୁବା ଅନାବଶ୍ୟକ ।

ଅଙ୍କନ – 1 :
ଗୋଟିଏ ତ୍ରିଭୁଜର ଏକ ବାହୁର ଦୈର୍ଘ୍ୟ ଏବଂ ସେହି ବାହୁର ବିପରୀତ କୋଣର ପରିମାଣ ଦତ୍ତ ଥିଲେ ତ୍ରିଭୁଜର ପରିବୃତ୍ତ ଅଙ୍କନ ।

BSE Odisha 10th Class Maths Notes Geometry Chapter 6 ଅଙ୍କନ

→ ଉଦାହରଣ – 1 :
∆ ABC ଅଙ୍କନ କର ଯାହାର BC = a ଏକକ, m∠A = 8°, AX ମଧ୍ୟମା = x ଏକକ
ଅଙ୍କନ ପ୍ରଣାଳୀ :
BSE Odisha 10th Class Maths Notes Geometry Chapter 6 ଅଙ୍କନ - 1

  • BC ଏବଂ ∠Aର ପରିମାଣକୁ ନେଇ ପରିବୃତ୍ତ ଅଙ୍କନ କର ।
    (BC = a ଏକକ ଏବଂ m∠OBC=m∠OCB = 90° – θ ନେଇ ∆ OBC ଅଙ୍କନ କର ।)
  • BC ର ମଧ୍ୟବିଦୁ X ଚିହ୍ନଟ କର ।
  • Xକୁ କେନ୍ଦ୍ରକରି AX ବ୍ୟାସାର୍ଦ୍ଧ ପରିମିତ ଚାପ ଅଙ୍କନ କର ଯାହା ଅଙ୍କିତ ପରିବୃତ୍ତକୁ À ବିନ୍ଦୁରେ ଛେଦ କରିବ ।
  • AB ଓ AC ଅଙ୍କନ କର ।
  • ABC ଆବଶ୍ୟକୀୟ ତ୍ରିଭୁଜ ।

BSE Odisha 10th Class Maths Notes Geometry Chapter 4 ତ୍ରିକୋଣମିତି

Odisha State Board BSE Odisha 10th Class Maths Notes Geometry Chapter 4 ତ୍ରିକୋଣମିତି will enable students to study smartly.

BSE Odisha Class 10 Maths Notes Geometry Chapter 4 ତ୍ରିକୋଣମିତି

→ ଉପକ୍ରମଣିକା (Introduction) :
sin θ, cos θ ଆଦି ଛଅଟି ତ୍ରିକୋଣମିତିକ ଅନୁପାତକୁ ଉଚ୍ଚତର ଗଣିତରେ ତ୍ରିକୋଣମିତିକ ଫଳନ କୁହାଯାଏ ।
ସଂଜ୍ଞା :
(1) sin 0° = 0, cos 0° = 1, tan 0° = 0, cot 0° = ନିରର୍ଥକ, sec 0° = 1 ଓ cosec 0° = ନିରର୍ଥକ ।
(2) sin 90° = 1, cos 90° = 0, tan 90° = a, cot 90° = 0, sec 90° = ନିରର୍ଥକ ଓ cosec 90° = 1

ସୂତ୍ର (A) : ଅନୁପୂରକ କୋଣର ତ୍ରିକୋଣମିତିକ ଅନୁପାତ ମଧ୍ଯରେ ସଂପର୍କ :
sin (90° – θ) = cos θ
tan (90° – θ) = cot θ
cos (90° – θ) = sin θ
sec (90° – θ) = cosec θ
cot (90° – θ) = tan θ
cosec (90° – θ) = sec θ

BSE Odisha 10th Class Maths Notes Geometry Chapter 4 ତ୍ରିକୋଣମିତି

ସଂଜ୍ଞା :
sin 180° = 0
tan 180° = 0
sec 180° = -1
cos 180° = -1
cot 180° = ନିରର୍ଥକ ବା ସଂଜ୍ଞା ବିହୀନ
cosec 180° = ସଂଜ୍ଞା ବିହୀନ

→ ମନେରଖ :
BSE Odisha 10th Class Maths Notes Geometry Chapter 4 ତ୍ରିକୋଣମିତି - 1

ସୂତ୍ର (B) : ସ୍ଥୂଳକୋଣ ତ୍ରିକୋଣମିତିକ ଅନୁପାତ ମଧ୍ଯରେ ସମ୍ପର୍କ :
BSE Odisha 10th Class Maths Notes Geometry Chapter 4 ତ୍ରିକୋଣମିତି - 2

ସୂତ୍ର (C) : ଏକ ସୂକ୍ଷ୍ମକୋଣ 8 ଓ ସ୍ଥୂଳକୋଣ (90° + 8)ର ତ୍ରିକୋଣମିତିକ ଅନୁପାତ ମଧ୍ଯରେ ସମ୍ପର୍କ:
BSE Odisha 10th Class Maths Notes Geometry Chapter 4 ତ୍ରିକୋଣମିତି - 3

BSE Odisha 10th Class Maths Notes Geometry Chapter 4 ତ୍ରିକୋଣମିତି

→ କେତେକ ନିର୍ଦ୍ଦିଷ୍ଟ ତ୍ରିକୋଣମିତିକ ଅନୁପାତ : (0°, 30°, 45, 60°, 90, 120°, 135°, 150° ଏବଂ 180)
BSE Odisha 10th Class Maths Notes Geometry Chapter 4 ତ୍ରିକୋଣମିତି - 4

ମନେରଖ :
BSE Odisha 10th Class Maths Notes Geometry Chapter 4 ତ୍ରିକୋଣମିତି - 5

BSE Odisha 10th Class History Notes Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

Odisha State Board BSE Odisha 10th Class History Notes Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି will enable students to study smartly.

BSE Odisha Class 10 History Notes Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ

→ ସ୍ଵାଧୀନତାପ୍ରାପ୍ତି ସମୟରେ ଭାରତର ଆର୍ଥନୀତିକ ଅବସ୍ଥା:

  • ଦୁଇଶହ ବର୍ଷର ବ୍ରିଟିଶ୍ ଔପନିବେଶିକ ଶାସନ ଭାରତର ଅର୍ଥନୀତିକୁ ରଗଣ ଓ ପଙ୍ଗୁ କରିଦେଇଥିଲା ।
  • ସମଗ୍ର ବିଶ୍ବରେ ଶିଳ୍ପାୟନ ଓ ଆର୍ଥନୀତିକ ପ୍ରଗତି ଘଟିଥ‌ିବା ସତ୍ତ୍ବେ ସାମ୍ରାଜ୍ୟବାଦୀ ଶାସନଦ୍ୱାରା ଊନବିଂଶ ଓ ବିଂଶ ଶତାବ୍ଦୀର ଆଦ୍ୟଭାଗରେ ଭାରତ ଓ ଭାରତ ଭଳି ଦେଶରେ କୌଣସି ପ୍ରଗତି ପରିଲକ୍ଷିତ ହୋଇନଥିଲା ।
  • ଭାରତରେ ପରିବ୍ୟାପ୍ତ ଦାରିଦ୍ର୍ୟ, ନିରକ୍ଷରତା ଓ ଅଜ୍ଞାନତା, ବିପର୍ଯ୍ୟସ୍ତ କୃଷିବ୍ୟବସ୍ଥା, ଶିଳ୍ପାୟନ କ୍ଷେତ୍ରରେ ସ୍ଥାଣୁତା, ହସ୍ତ ଓ କୁଟୀର ଶିଳ୍ପର ଅଧୋଗତି ଭଳି ଅନେକଗୁଡ଼ିଏ ଆର୍ଥନୀତିକ ସମସ୍ୟା ମୁଣ୍ଡଟେକି ସାରିଥିଲା ।
  • ଏସବ ସରେ ସାଧୀନତାବେଳକୁ ଭାରତର ଏହି ବିପର୍ଯ୍ୟସ୍ତ ଅର୍ଥବ୍ୟବସ୍ଥାକୁ ବିକାଶର ଦ୍ଵାରଦେଶରେ ପହଞ୍ଚାଇ ଦେବାପାଇଁ କେତେକ ସୁବିଧା ଉପଲବ୍ଧ ଥିଲା; ଯଥା – କେତେକ ପୁଞ୍ଜିପତି ଓ ଉଦ୍ୟୋଗପତିଙ୍କ ଉପସ୍ଥିତି, ପର୍ଯ୍ୟାପ୍ତ ଖଣିଜ ସମ୍ପଦ ଓ ପ୍ରାକୃତିକ ବିଭବ, ଭାରତୀୟମାନଙ୍କ ମାଲିକାନାରେ ଥିବା ବ୍ୟାଙ୍କ, ବୀମା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଆର୍ଥିକ ଉପଚାର ।

BSE Odisha 10th Class History Notes Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

→ ସ୍ଵାଧୀନତା ପରବର୍ତ୍ତୀ ଭାରତୀୟ ଅର୍ଥନୀତିକୁ ସୁଧାରିବା ନିମନ୍ତେ ପଦକ୍ଷେପ:

  • ଭାରତ ସ୍ଵାଧୀନ ହେବାପରେ ଭାରତୀୟ ଅର୍ଥନୀତିକୁ ସୁଧାରିବାପାଇଁ ଆତ୍ମନିର୍ଭରଶୀଳତା, ଆମଦାନି ହ୍ରାସ କରି ବ୍ୟାବସାୟିକ ସନ୍ତୁଳନ ରକ୍ଷା, ଦ୍ରୁତ ଶିଳ୍ପାୟନ, ଜମିଦାରୀ ପ୍ରଥା ଉଚ୍ଛେଦ, ଭୂସଂସ୍କାର କାର୍ଯ୍ୟକ୍ରମ ତଥା ସମବାୟ ଆନ୍ଦୋଳନର ସଶକ୍ତିକରଣ ଇତ୍ୟାଦି ପଦକ୍ଷେପ ନେବାର ଆବଶ୍ୟକତା ଥିଲା ।
  • ଭାରତରେ ଏକ ପ୍ରକାର ମିଶ୍ରିତ ଅର୍ଥନୀତିର ପରିବେଶ ସୃଷ୍ଟି ଏବଂ ଅନୁସୂଚିତ ଜାତି ଓ ଜନଜାତିମାନଙ୍କୁ ଭାରତର ଆର୍ଥନୀତିକି ପ୍ରଗତି ସ୍ରୋତରେ ସାମିଲ କରିବା ଆବଶ୍ୟକ ଥିଲା
  • ସ୍ଵାଧୀନତା ପ୍ରାପ୍ତି ପରେ ଶିଳ୍ପାୟନ ଉଦ୍ଦେଶ୍ୟରେ ଏକ ବ୍ୟାପକ ପରିବେଶ ସୃଷ୍ଟି କରିବା ପାଇଁ ସମସ୍ତ ପଦକ୍ଷେପ ନିଆଗଲା ।
  • ଦେଶୀୟ ରାଜ୍ୟଗୁଡ଼ିକର ଭାରତ ସହ ମିଶ୍ରଣ ପରେ ଅନେକ ପଦାର୍ଥର ମାଲିକାନା ସ୍ୱତ୍ଵ ସରକାରଙ୍କ ହାତରେ ରହିବାରୁ ଖଣିଜ ସମ୍ପଦର ବିନିଯୋଗ ଏବଂ ନିରଙ୍କୁଶ ବାଣିଜ୍ୟ, ସାରା ଦେଶରେ ଅବାଧ ଯୋଗାଯୋଗ, ଗମନାଗମନ ଓ ପରିବହନ କ୍ଷେତ୍ରରେ ଥ‌ିବା ସମସ୍ତ ପ୍ରତିବନ୍ଧକ ଦୂରୀଭୂତ ହୋଇପାରିଥିଲା ।

→ ଯୋଜନା ଆୟୋଗ ଓ ପଞ୍ଚବାର୍ଷିକ ଯୋଜନା:

  • ୧୯୫୦ ମସିହା ମାର୍ଚ୍ଚ ୧୫ ତାରିଖରେ ଭାରତ ସରକାରଙ୍କଦ୍ବାରା ଗଠିତ ଯୋଜନା ଆୟୋଗରେ ପ୍ରଧାନମନ୍ତ୍ରୀ ଚେୟାରମ୍ୟାନ୍ ରହିଥିଲେ ।
  • ୧୯୫୧ରୁ ୧୯୫୬ ମସିହା ପର୍ଯ୍ୟନ୍ତ ପ୍ରଥମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ହେଲା । ଏହି ଯୋଜନାକାଳରେ ସ୍ବାଧୀନ ଭାରତରେ କୃଷି ଓ ଜଳସେଚନ ବ୍ୟବସ୍ଥା ଉପରେ ଅଧ‌ିକ ଗୁରୁତ୍ବ ଦିଆଯାଇଥିଲା ।
  • ୧୯୫୨ ମସିହା ଅଗଷ୍ଟ ୬ ତାରିଖରେ ଭାରତରେ ‘ଜାତୀୟ ଉନ୍ନୟନ ପରିଷଦ’ ପ୍ରତିଷ୍ଠା କରାଗଲା ।
  • ୧୯୫୬ରୁ ୧୯୬୧ ମସିହା ପର୍ଯ୍ୟନ୍ତ ଦ୍ବିତୀୟ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ହେଲା । ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ପି.ସି. ମାହାଲାନୋବିସ୍ ଏହି ଯୋଜାନର ରୂପରେଖ ପ୍ରସ୍ତୁତ କରିଥିଲେ । ଏହାର ଲକ୍ଷ୍ୟ ଥିଲା ଭାରତୀୟ ସମାଜରେ ସମାଜବାଦୀ ବ୍ୟବସ୍ଥାର ପ୍ରଚଳନ କରିବା ।
  • ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନା କାଳରେ ବିଦେଶୀ ଜ୍ଞାନକୌଶଳକୁ ଉପଯୋଗ କରି ୩ ଗୋଟି ସମନ୍ବିତ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା ।
  • ୧୯୬୧ରୁ ୧୯୬୬ ମସିହା ପର୍ଯ୍ୟନ୍ତ ତୃତୀୟ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ହେଇଥିଲା । ଏହି ସମୟ ମଧ୍ୟରେ ୧୯୬୨ ମସିହାରେ ଚୀନ୍‌ର ଭାରତ ଆକ୍ରମଣ ଓ ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ଯୋଗୁଁ ଏହି ଯୋଜନା ସଫଳ ହୋଇପାରି ନଥିଲା । ଜାତୀୟ ଆୟ ୩୦% ବୃଦ୍ଧି କରିବା ଓ ମୁଣ୍ଡପିଛା ଆୟ ଅନ୍ୟୁନ ୧୭% ବୃଦ୍ଧି କରିବା ଏହି ଯୋଜନାର ଲକ୍ଷ୍ୟ ଥିଲା ।
  • ୧୯୬୬ରୁ ୧୯୬୯ ମସିହା ମଧ୍ୟରେ ତିନୋଟି ବାର୍ଷିକ ଯୋଜନା କାର୍ଯ୍ୟକାରୀ ହୋଇଥିଲା ।
  • ୧୯୬୯ରୁ ୧୯୭୪ ମସିହା ପର୍ଯ୍ୟନ୍ତ ୪ର୍ଥ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ହେଲା । କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି, ଜୀବନଧାରଣ ମାନର ଉନ୍ନତି, ସମତା ଓ ସାମାଜିକ ନ୍ୟାୟ, ଧନୀ ଦରିଦ୍ରଙ୍କ ମଧ୍ୟରେ ତାରତମ୍ୟ ହ୍ରାସ ଏହି ଯୋଜନାର ଲକ୍ଷ୍ୟ ଥିଲା । ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ଯୋଗୁଁ ଏହି ଯୋଜନା ଆଶାନୁରୂପ ସଫଳତା ପାଇପାରିଲା ନାହିଁ । ଏହି ଯୋଜନା କାଳରେ ଦରଦାମ୍ ଆଶାତୀତ ଭାବରେ ବୃଦ୍ଧି ପାଇଥିଲା ।
  • ୧୯୬୯ ମସିହାରେ ୧୪ଟି ବ୍ୟାଙ୍କକୁ ଜାତୀୟକରଣ କରାଗଲା ଓ ବ୍ୟାଙ୍କ ତଥା ଅନ୍ୟାନ୍ୟ ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଲୋକଙ୍କ ନିକଟତର କରାଗଲା ।
  • ୧୯୭୪ରୁ ୧୯୭୯ ମସିହା ମଧ୍ୟରେ ପଞ୍ଚମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ହେଲା । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଥିଲା ‘ଅର୍ଥନୈତିକ ଆତ୍ମନିର୍ଭରଶୀଳତା’ ହାସଲ । । ଏହି ଯୋଜନାକୁ ୧୯୭୮ ମସିହାରୁ ବନ୍ଦ କରି ଦିଆଗଲା ।
  • ପଞ୍ଚମ ପଞ୍ଚବାର୍ଷିକ ଯୋଜନା କାଳରେ ଜବାହର ରୋଜଗାର ଯୋଜନା କାର୍ଯ୍ୟକାରୀ ହେଲା ।
  • ୧୯୮୦ରୁ ୧୯୮୫ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ଷଷ୍ଠ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଲକ୍ଷ୍ୟ ଥିଲା ଦାରିଦ୍ର୍ୟ ଦୂରୀକରଣ । କୃଷି ଓ ଶିଳ୍ପ ପାଇଁ ଭିତ୍ତିଭୂମି ପ୍ରତିଷ୍ଠା ଏହାର ଅନ୍ୟତମ ଲକ୍ଷ୍ୟ ଥିଲା ।
  • ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି, ନିଯୁକ୍ତି ସୁଯୋଗ, ଆଧୁନିକୀକରଣ, ଆତ୍ମନିର୍ଭରଶୀଳତା ଓ ସାମାଜିକ ନ୍ୟାୟ ପ୍ରତିଷ୍ଠା ଇତ୍ୟାଦି ଲକ୍ଷ୍ୟ ରଖ୍ ୧୯୮୫ରୁ ୧୯୯୦ ମସିହା ମଧ୍ୟରେ ସପ୍ତମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ହେଲା । ଏହି ଯୋଜନା କାଳରେ ଖାଦ୍ୟ ଉତ୍ପାଦନ ମଧ୍ୟ ୩.୨୩% ବୃଦ୍ଧି ପାଇଲା ।
  • ୧୯୯୨ରୁ ୧୯୯୭ ମସିହା ପର୍ଯ୍ୟନ୍ତ ଚାଲିଲା ଅଷ୍ଟମ ପଞ୍ଚବାର୍ଷିକ ଯୋଜନା । ଏହି ଯୋଜନା କାଳରେ ବାର୍ଷିକ ହାରାହାରି ଅଭିବୃଦ୍ଧି ଧାର୍ଯ୍ୟ ଲକ୍ଷ୍ୟଠାରୁ ୧.୨% ଅଧ‌ିକ ଅର୍ଥାତ୍‌ ୬.୮% ହେଲା ।
  • ବିଂଶ ଶତାବ୍ଦୀର ଶେଷବେଳକୁ ୧୯୯୭ ମସିହାରେ ଆରମ୍ଭ ହେଲା ‘ନବମ ପଞ୍ଚବାର୍ଷିକ ଯୋଜନା’ । ଏହାର ଉଦ୍ଦେଶ୍ୟ ଥିଲା – କୃଷି ଓ ଗ୍ରାମ୍ୟ ବିକାଶ, ଦାରିଦ୍ର୍ୟ ଦୂରୀକରଣ, ଦରଦାମ୍ ସ୍ଥିର ରଖୁବା ସହ ଦେଶର ସମସ୍ତ ଲୋକଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଇଦେବା ।
  • ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ୨୦୦୨ରୁ ୨୦୦୭ ମସିହା ମଧ୍ୟରେ କାର୍ଯ୍ୟକାରୀ ହେଲା ଦଶମ ପଞ୍ଚବାର୍ଷିକ ଯୋଜନା । ଏହାପରେ ୨୦୦୭ ମସିହାରୁ ଆରମ୍ଭ ହୋଇ ୨୦୧୨ ମସିହା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲା ‘ଏକାଦଶ ପଞ୍ଚବାର୍ଷିକ ଯୋଜନା’ ।

BSE Odisha 10th Class History Notes Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

→ ଦାରିଦ୍ର୍ୟ ଦୂରୀକରଣ ନିମନ୍ତେ ସରକାରୀ ଯୋଜନାସମୂହ:

  • ୧୯୭୮ ମସିହାରେ ସମନ୍ବିତ ଗ୍ରାମ୍ୟ ଉନ୍ନୟନ ଯୋଜନା ଏବଂ ଗ୍ରାମାଞ୍ଚଳ ନାରୀ ଓ ଶିଶୁ ବିକାଶ ଯୋଜନା ଆରମ୍ଭ ହେଲା ।
  • ୧୯୯୯ ମସିହାରେ ସ୍ଵର୍ଣ୍ଣଜୟନ୍ତୀ ଗ୍ରାମ୍ୟ ସ୍ଵରୋଜଗାର ଯୋଜନା ଆରମ୍ଭ ହେଲା ।
  • ୨୦୦୦ ମସିହାରେ ‘ପ୍ରଧାନମନ୍ତ୍ରୀ ଗ୍ରାମୋଦୟ ଯୋଜନା’ ଆରମ୍ଭ ହେଲା । ଏହାର ଦୁଇଟି ମୁଖ୍ୟ ବିଭାଗ ଥିଲା; ଯଥା – (୧) ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓ (୨) ‘ଇନ୍ଦିରା ଆବାସ’ ଯୋଜନା ।
  • ୨୦୦୦ ମସିହାରେ ଗରିବ ଲୋକମାନଙ୍କ ପାଇଁ ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବାପାଇଁ ‘ଅନ୍ତୋଦୟ ଅନ୍ନ ଯୋଜନା’ ଆରମ୍ଭ ହେଲା ।
  • ଅନ୍ତୋଦୟ ଅନ୍ନ ଯୋଜନା ମାଧ୍ୟମରେ ଏକ କୋଟି ଦରିଦ୍ର ଲୋକଙ୍କୁ କି.ଗ୍ରା. ପ୍ରତି ୨ ଟଙ୍କା ଦରରେ ଗହମ ଓ ନଅ ଟଙ୍କା ଦରରେ ୩୫ କି.ଗ୍ରା. ଚାଉଳ ଦିଆଗଲା ।
  • ୧୯୫୨ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଭାରତରେ ପ୍ରାୟ ଏକଶହ ଦାରିଦ୍ର୍ୟ ଓ ବେକାରୀ ଦୂରୀକରଣ ଯୋଜନା କାର୍ଯ୍ୟକାରୀ ହେବାରେ ଲାଗିଛି ଯାହା ଦେଶରେ ଗରିବ ଓ ବେକାରମାନଙ୍କର ଅଭାବନୀୟ ଅବସ୍ଥା ବହୁମାତ୍ରାରେ ଦୂର କରିବାରେ ସହାୟକ ହୋଇପାରିଛି ।

→ ଭାରତୀୟ ଅର୍ଥନୀତିର କାର୍ଯ୍ୟକ୍ରମ ବ୍ୟବସ୍ଥା:

  • ସମୟକ୍ରମେ ଉଦ୍ୟୋଗପତିମାନେ ଅନେକ ଶିଳ୍ପ ପ୍ରତିଷ୍ଠା କଲେ । ରାସ୍ତାଘାଟ, ରେଳପଥ, ଜଳସେଚନ, ପରିବହନ ଆଦିର ବିକାଶ ପାଇଁ ପୁଞ୍ଜି ବିନିଯୋଗ କରାଗଲା ଓ ହରିତ୍‌କ୍ରାନ୍ତି ଜରିଆରେ ଖାଦ୍ୟାଭାବକୁ ଦୂର କରିଦିଆଗଲା ।
  • ସରକାରୀ ଉଦ୍ୟୋଗରେ ପରିଚାଳିତ କେତେକ ଉଦ୍ୟୋଗ ଲାଭଦାୟକ ପ୍ରମାଣିତ ହେଲା ।
  • ୧୯୯୭ ମସିହାରେ ୯ଟି ଲାଭଜନକ ସରକାରୀ ଉଦ୍ୟୋଗକୁ ଭାରତ ସରକାର ‘ନବରତ୍ନ’ ଆଖ୍ୟା ପ୍ରଦାନ କରିଥିଲେ ଯାହାର ସଂଖ୍ୟା ଏବେ ୧୬ରେ ପହଞ୍ଚିଲାଣି ।
  • ସ୍ଵାଧୀନତା ପରେ ପରେ ଭାରତୀୟ ଅର୍ଥନୀତିର ମୂଳମନ୍ତ୍ର ଥିଲା ‘ମିଶ୍ରିତ ଓ ନିୟନ୍ତ୍ରିତ ଅର୍ଥନୀତି’ । ଏଥିରେ ଉଭୟ ସରକାରୀ ଓ ଘରୋଇ ଉଦ୍ୟୋଗକୁ ପ୍ରୋତ୍ସାହନ ଦିଆଯାଉଥିଲା ।
  • ୧୯୫୬ ମସିହାରେ ଏକ ନୂଆ ଶିଳ୍ପନୀତି ସଂକଳ୍ପ ଉଦ୍‌ଘୋଷିତ ହେଲା ଓ ସମାଜବାଦୀ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ ହେଲା ।
  • ୧୯୯୧ ମସିହାରେ ବିଶ୍ଵ ଅର୍ଥନୀତିର ପରିବର୍ତ୍ତନ ସହ ଭାରତୀୟ ଅର୍ଥନୀତିରେ ଅନେକ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଲା ଏବଂ ‘ମିଶ୍ରିତ ଅର୍ଥନୀତି’ ସ୍ଥାନରେ ଭାରତରେ ‘ବିମୁକ୍ତ ଓ ଅବାଧ ଅର୍ଥନୀତି’ ଅବଲମ୍ବନ କରାଗଲା ଓ ଭାରତରେ ମୁକ୍ତ ଅର୍ଥନୀତିର ଯୁଗ ଆରମ୍ଭ ହେଲା । ଏହି ପରିବର୍ତ୍ତିତ ଆର୍ଥନୀତିକ କାର୍ଯ୍ୟକ୍ରମ ବ୍ୟବସ୍ଥାକୁ ‘ଆର୍ଥନୀତିକ ଉଦାରୀକରଣ’ କୁହାଯାଏ ।
  • ଏହି ବ୍ୟବସ୍ଥାରେ ଘରୋଇ ଉଦ୍ୟୋଗକୁ ପ୍ରୋତ୍ସାହିତ କରାଗଲା । ସରକାରୀ ଉଦ୍ୟୋଗ ପାଇଁ ସଂରକ୍ଷିତ ୧୭ଟି କ୍ଷେତ୍ରକୁ ୩କୁ ହ୍ରାସ କରାଗଲା ।
  • ଘରୋଇ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବାପାଇଁ ଲାଇସେନ୍ସ, କଞ୍ଚାମାଲ ଆମଦାନୀ, ମୂଲ୍ୟ ନିର୍ଦ୍ଧାରଣ ଓ ବଣ୍ଟନ ପ୍ରଭୃତି କଟକଣାକୁ କୋହଳ କରାଗଲା ।
  • ଜଗତୀକରଣ ଯୋଗୁଁ ଭାରତରେ ପୁଞ୍ଜିନିବେଶ ପାଇଁ ପଥ ପରିଷ୍କୃତ ହେଲା । ଏପରିକି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନରେ ୭୬ ପ୍ରତିଶତ ବିଦେଶୀ ପୁଞ୍ଜିନିବେଶକୁ ଗ୍ରହଣ କରାଯାଇଛି ।
  • ବିଶ୍ଵ ଅର୍ଥନୀତି ମହାସ୍ରୋତରେ ସାମିଲ ହେବା ହେଉଛି ଜଗତୀକରଣ ଯାହାଦ୍ଵାରା ବିଦେଶୀ ପୁଞ୍ଜିନିବେଶ ସମ୍ଭବ ହୁଏ ଓ ବିଦେଶୀ ବଜାର ମଧ୍ଯ ଉନ୍ମୁକ୍ତ ହୁଏ ।
  • ଏସବୁ ଆର୍ଥନୀତିକ ସଂସ୍କାର ଫଳରେ ଭାରତୀୟ ଶିଳ୍ପ ଏବେ ଆନ୍ତର୍ଜାତିକ ଶିଳ୍ପ ସହ ପ୍ରତିଯୋଗିତା କରିପାରୁଛି ।

BSE Odisha 10th Class History Notes Chapter 14 ସ୍ଵାଧୀନତା ପରବର୍ତୀ ଭାରତର ଅର୍ଥନୀତି

ଐତିହାସିକ ଘଟଣାବଳୀ ଓ ସମୟ
୧୯୫୦ ଖ୍ରୀ.ଅ. – (ମାର୍ଚ୍ଚ ୧୫) ଭାରତ ସରକାରଙ୍କ ଯୋଜନା ଆୟୋଗ ଗଠନ ।
୧୯୫୧ରୁ ୧୯୫୬ ଖ୍ରୀ.ଅ. – ପ୍ରଥମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ।
୧୯୫୨ ଖ୍ରୀ.ଅ. – (ଅଗଷ୍ଟ ୬) ଜାତୀୟ ଉନ୍ନୟନ ପରିଷଦ ପ୍ରତିଷ୍ଠା ।
୧୯୫୬ ଖ୍ରୀ.ଅ. – ଭାରତର ଏକ ନୂଆ ଶିଳ୍ପନୀତି ସଂକଳ୍ପ ଉଦ୍‌ଘୋଷିତ ।
୧୯୫୬ ରୁ ୧୯୬୧ ଖ୍ରୀ.ଅ. – ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ।
୧୯୬୧ ରୁ ୧୯୬୬ ଖ୍ରୀ.ଅ. – ତୃତୀୟ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ।
୧୯୬୨ ଖ୍ରୀ.ଅ. – ଚୀନ୍‌ର ଭାରତ ଉପରେ ଆକ୍ରମଣ ।
୧୯୬୫ ଖ୍ରୀ.ଅ. – ଭାରତ-ପାକିସ୍ତାନ ଯୁଦ୍ଧ ।
୧୯୬୯ରୁ ୧୯୭୪ ଖ୍ରୀ.ଅ. – ଚତୁର୍ଥ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ।
୧୯୬୯ ଖ୍ରୀ.ଅ. – ଭାରତରେ ୧୪ଟି ବ୍ୟାଙ୍କର ଜାତୀୟକରଣ ।
୧୯୭୧ ଖ୍ରୀ.ଅ. – ଭାରତ-ପାକିସ୍ତାନ ଯୁଦ୍ଧ ।
୧୯୭୪ ରୁ ୧୯୭୯ ଖ୍ରୀ.ଅ. – ପଞ୍ଚମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ।
୧୯୭୮ ଖ୍ରୀ.ଅ. – ଭାରତରେ ସମନ୍ବିତ ଗ୍ରାମ୍ୟ ଉନ୍ନୟନ ଯୋଜନାର ଶୁଭାରମ୍ଭ ।
୧୯୮୦ ରୁ ୧୯୮୫ ଖ୍ରୀ.ଅ. – ଷଷ୍ଠ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ।
୧୯୮୫ରୁ ୧୯୯୦ ଖ୍ରୀ.ଅ. – ସପ୍ତମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ।
୧୯୯୧ ଖ୍ରୀ.ଅ. – ଭାରତରେ ‘ମୁକ୍ତ ଅର୍ଥନୀତି’ର ଯୁଗ ଆରମ୍ଭ ।
୧୯୯୨ରୁ ୧୯୯୭ ଖ୍ରୀ.ଅ. – ଅଷ୍ଟମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ।
୧୯୯୭ ଖ୍ରୀ.ଅ. – ନବମ ପଞ୍ଚବାର୍ଷିକ ଯୋଜନା ଆରମ୍ଭ ।
୧୯୯୭ ଖ୍ରୀ.ଅ. – ସ୍ଵର୍ଣ୍ଣଜୟନ୍ତୀ ସହରୀ ରୋଜଗାର ଯୋଜନାର ଆରମ୍ଭ ଓ ଭାରତ ସରକାଙ୍କଦ୍ଵାରା ୯ଟି ଲାଭଜନକ ସରକାରୀ ଉଦ୍ୟୋଗକୁ ‘ନବରତ୍ନ’ ମାନ୍ୟତା ପ୍ରଦାନ ।
୧୯୯୯ ଖ୍ରୀ.ଅ. – ଭାରତରେ ସ୍ଵର୍ଣ୍ଣଜୟନ୍ତୀ ଗ୍ରାମ୍ୟ ସ୍ଵରୋଜଗାର ଯୋଜନା ଆରମ୍ଭ ।
୨୦୦୦ ଖ୍ରୀ.ଅ. – ଭାରତରେ ପ୍ରଧାନମନ୍ତ୍ରୀ ଗ୍ରାମୋଦୟ ଯୋଜନା ଆରମ୍ଭ ।
୨୦୦୨ରୁ ୨୦୦୭ ଖ୍ରୀ.ଅ. – ଦଶମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ।
୨୦୦୭ରୁ ୨୦୧୨ ଖ୍ରୀ.ଅ. – ଏକାଦଶ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ।